CHSE Odisha Class 12 Political Science Chapter 3 Long Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 3 ଭାରତରେ ସଂଘୀୟବାଦ Long Answer Questions.

CHSE Odisha 12th Class Political Science Chapter 3 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଭାରତରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବ୍ୟବସ୍ଥାପିକା ସଂପର୍କ (Legislative Relationship) ଆଲୋଚନା କର ।
Answer:
ସମ୍ବିଧାନର ନବମ ଖଣ୍ଡର ସପ୍ତମ ଅନୁସୂଚୀରେ କେନ୍ଦ୍ର ଓ ରାଜ୍ୟମାନଙ୍କର କ୍ଷମତା ବଣ୍ଟନକୁ ତିନିଗୋଟି ତାଲିକା ମାଧ୍ୟମର ବର୍ଣ୍ଣନା କରାଯାଇଛି; ଯଥା – କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଏବଂ ଯୁଗ୍ମ ତାଲିକା । କେନ୍ଦ୍ର ତାଲିକାରେ ୯୯ଟି ବିଷୟ ରହିଛି; ଯଥା – ପ୍ରତିରକ୍ଷା, କେନ୍ଦ୍ର ପୋଲିସ ଏବଂ ପରମାଣୁ ଶକ୍ତି ଇତ୍ୟାଦି ଯେଉଁଥରେ କେନ୍ଦ୍ର ସରକାର ନିର୍ବିଘ୍ନରେ କ୍ଷମତା ପ୍ରୟୋଗ କରିପାରିବେ । ଏହି କ୍ଷେତ୍ରରେ ଦେଶସାରା ଏକପ୍ରକାର ଆଇନର ଆବଶ୍ୟକତା ରହିଛି ।

  • ରାଜ୍ୟ ତାଲିକା – ଏହି ତାଲିକାରେ ସମୁଦାୟ ୬୧ଟି ବିଷୟ ଅଛି; ଯଥା – ପୋଲିସ, ଜେଲ, ଶାସନ ଏବଂ ସ୍ଥାନୀୟ ଶାସନ ଇତ୍ୟାଦି ଯେଉଁଥ‌ିରେ କି ରାଜ୍ୟ ସରକାର ଆଇନ ପ୍ରଣୟନ କରିପାରିବେ ।
  • ଯୁଗ୍ଧ ତାଲିକା – ଯୁଗ୍ମ ତାଲିକାରେ ୫୨ଟି ବିଷୟ ରହିଛି । ଏଗୁଡ଼ିକ ମଧ୍ୟରେ ପ୍ରଧାନ ବିଷୟ ହେଲା ବିବାହ ଓ ଛାଡ଼ପତ୍ର, ଯୋଜନା, ଶ୍ରମିକ ସଙ୍ଗଠନ ଓ କଲ୍ୟାଣ ଏବଂ ସମ୍ବାଦପତ୍ର ଇତ୍ୟାଦି ବିଷୟ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଇନ ପ୍ରଣୟନ କରିପାରିବେ । କିନ୍ତୁ ଉଭୟ ଆଇନ ମଧ୍ୟରେ ସଂଘର୍ଷ ଦେଖାଦେଲେ କେନ୍ଦ୍ରୀୟ ଆଇନ ବଳବତ୍ତର ରହିବ ।
  • ଅବଶିଷ୍ଟ କ୍ଷମତା – କେନ୍ଦ୍ର, ରାଜ୍ୟ ଓ ଯୁଗ୍ମ ତାଲିକା ଅର୍ନ୍ତଭୁକ୍ତ ହୋଇନଥୁବା ବିଷୟଗୁଡ଼ିକୁ ଅବଶିଷ୍ଟ କ୍ଷମତା କୁହାଯାଏ । ୨୪୮ ଧାରା ଅନୁଯାୟୀ ଏପରି କୌଣସି ବିଷୟରେ ଆଇନ ପ୍ରଣୟନ କରିବାର ଆବଶ୍ୟକତା ଅନୁଭୂତ ହେଲେ, ସେ ଆଇନ ପାର୍ଲିଆମେଣ୍ଟ ହିଁ ପ୍ରଣୟନ କରିପାରିବ ।

CHSE Odisha Class 12 Political Science Chapter 3 Long Answer Questions in Odia Medium

ରାଜ୍ୟ ତାଲିକାଭୂକ୍ତ ବିଷୟ ଉପରେ ସଂସଦର ଆଇନ ପ୍ରଣୟନ ବ୍ୟବସ୍ଥା :

  • ରାଜ୍ୟସଭାର ପ୍ରସ୍ତାବ – ୨୪୯ ଧାରାରେ ବର୍ଣ୍ଣିତ ଅଛି ଯେ ଜାତୀୟ ସ୍ଵାର୍ଥ ଦୃଷ୍ଟିରୁ ରାଜ୍ୟ ତାଲିକାଭୁକ୍ତ କୌଣସି ବିଷୟ ଉପରେ ଆଇନ ପ୍ରଣୟନ କରିବାର ଆବଶ୍ୟକତା ଅନୁଭୂତ ହେଲେ ରାଜ୍ୟସଭାର ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନ କ୍ରମେ ଏକ ପ୍ରସ୍ତାବଦ୍ଵାରା ପାର୍ଲିଆମେଣ୍ଟ ଏହି ଆଇନ ପ୍ରଣୟନ କରିବାର କ୍ଷମତା ପାଏ ।
  • ଜରୁରୀ ପରିସ୍ଥିତି – ସମ୍ବିଧାନର ୨୫୦ ଧାରାରେ ଲେଖାଅଛି ଯେ ଦେଶରେ ଜରୁରିକାଳୀନ ବ୍ୟବସ୍ଥା ଘୋଷିତ ହୋଇଥିଲେ ପାର୍ଲିଆମେଣ୍ଟ ରାଜ୍ୟ ତାଳିକାଭୁକ୍ତ ଯେକୌଣସି ବିଷୟରେ ଆଇନ କରିପାରିବେ । ରାଷ୍ଟ୍ରପତି ଶାସନ ଜାରି ହୋଇଥିବା ରାଜ୍ୟ ପାଇଁ ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରେ ।
  • କେନ୍ଦ୍ର ଆଇନର ଗୁରୁତ୍ବ – ୨୫୧ ଧାରା ଅନୁସାରେ ରାଜ୍ୟର ଆଇନ ପ୍ରଣୟନ କ୍ଷମତାକୁ ସଙ୍କୁଚିତ କରା ନ ଯାଇ କେନ୍ଦ୍ର ଓ ରାଜ୍ୟ ପ୍ରଣୀତ ଆଇନ ମଧ୍ୟରେ ବିରୋଧ ଦେଖାଦେଲେ କେନ୍ଦ୍ର ଆଇନ ବଳବତ୍ତର ରହିବାର ବ୍ୟବସ୍ଥା ଅଛି।
  • ରାଜ୍ୟର ଅନୁରୋଧ – ୨୫୨ ଧାରା ଅନୁସାରେ ଦୁଇ ବା ତତୋଽଧ୍ଵକ ରାଜ୍ୟ ରାଜ୍ୟ ତାଲିକାରେ ଥ‌ିବା କୌଣସି ବିଷୟରେ ଆଇନ କରିବାକୁ ପାର୍ଲିଆମେଣ୍ଟକୁ ଅନୁରୋଧ କରି ପ୍ରସ୍ତାବ ଗ୍ରହଣ କଲେ ସେହି ରାଜ୍ୟମାନଙ୍କ ପାଇଁ ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରେ ।
  • ଆନ୍ତର୍ଜାତିକ ଚୁକ୍ତି – ୨୫୩ ଧାରାରେ ବର୍ଣ୍ଣିତ ଅଛି ଯେ କୌଣସି ଆନ୍ତର୍ଜାତିକ ସନ୍ଧି, ଚୁକ୍ତି ପାଳନ କରିବାପାଇଁ ଆବଶ୍ୟକ ହେଲେ ପାର୍ଲିଆମେଣ୍ଟ ଯେକୌଣସି ବିଷୟରେ ଆଇନ ପ୍ରଣୟନ କରେ ।
  • ରାଷ୍ଟ୍ରପତିଙ୍କ ସ୍ବୀକୃତି – ସମ୍ବିଧାନର ୨୦୦ ଧାରା ଅନୁଯାୟୀ ରାଜ୍ୟର ବିଧାନମଣ୍ଡଳଦ୍ଵାରା ଗୃହୀତ କୌଣସି ବିଲ୍‌କୁ ରାଜ୍ୟପାଳ ସ୍ଵୀକୃତି ନ ଦେଇ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପଠାଇ ପାରନ୍ତି । ରାଷ୍ଟ୍ରପତି ୨୦୧ ଧାରା ଅନୁସାରେ ଏହି ବିଲ୍ ଉପରେ ସ୍ବୀକୃତି ଦେଇପାରନ୍ତି କିମ୍ବା ନାସ୍ତି କରିପାରନ୍ତି । ଉପରୋକ୍ତ ଆଲୋଚନାରୁ ଏହା ସୁସ୍ପଷ୍ଟ ହୁଏ ଯେ ବ୍ୟବସ୍ଥାପିକା ସମ୍ପର୍କ କ୍ଷେତ୍ରରେ କେନ୍ଦ୍ରର ପ୍ରାଧାନ୍ୟ ଅଧିକ ଓ ଜାତୀୟ ସଂହତି ଦୃଷ୍ଟିରୁ ଏହା ଆବଶ୍ୟକ ଅଟେ ।

CHSE Odisha Class 12 Political Science Chapter 3 Long Answer Questions in Odia Medium

୨ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପ୍ରଶାସନିକ ସମ୍ପର୍କ (Administrative Relationship) ଆଲୋଚନା କର ।
Answer:
ସଂଘୀୟ ରାଷ୍ଟ୍ରରେ କ୍ଷମତା ବଣ୍ଟନ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ଵୟ ଆଣିବା କଷ୍ଟକର ବ୍ୟାପାର । ଆମ ସମ୍ବିଧାନ ଅନୁସାରେ କେନ୍ଦ୍ର ସରକାର ଅଧିକ କ୍ଷମତାର ଅଧିକାରୀ ଅଟେ । କାରଣ ଏହା କେନ୍ଦ୍ରାପସାରୀ ସଂଘୀୟ ରାଷ୍ଟ୍ରର ଅଧିକାରୀ ଅଟେ । ବାସ୍ତବରେ ଏହାଦ୍ଵାରା ରାଜ୍ୟମାନଙ୍କର ସ୍ଵାତନ୍ତ୍ର୍ୟ କ୍ଷୁଣ୍ଣ ହେଉଅଛି । କେନ୍ଦ୍ର-ରାଜ୍ୟ ପ୍ରଶାସନିକ ସମ୍ପର୍କ ସମ୍ବିଧାନର ଏକାଦଶ ଖଣ୍ଡରେ ଆଲୋଚିତ ହୋଇଛି ।

  • କେନ୍ଦ୍ରୀୟ ଆଧୂପତ୍ୟ – ଧାରା ୨୫୬ ଅନୁସାରେ କେନ୍ଦ୍ର ରାଜ୍ୟ ଉପରେ ଆଧୂପତ୍ୟ ବିସ୍ତାର କରେ । ପାର୍ଲିଆମେଣ୍ଟ ଦ୍ଵାରା ପ୍ରଣୀତ ଆଇନକୁ ମାନିବାକୁ ରାଜ୍ୟମାନେ ବାଧ୍ୟ । ବିଭିନ୍ନ ସମୟରେ କେନ୍ଦ୍ର ରାଜ୍ୟମାନଙ୍କୁ ପ୍ରଶାସନିକ ନିର୍ଦ୍ଦେଶ ଦିଏ । ଏହି ନିର୍ଦ୍ଦେଶ ନ ମାନିଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯାଇପାରେ ।
  • କେନ୍ଦ୍ରର ନିର୍ବିଘ୍ନ କ୍ଷମତା – ୨୫୭ ଧାରା ଅନୁଯାୟୀ କେନ୍ଦ୍ରୀୟ ପ୍ରଶାସନିକ କ୍ଷମତାର ବ୍ୟବହାର ସମୟରେ ରାଜ୍ୟ ପ୍ରଶାସନିକ କ୍ଷମତା କୌଣସି ବାଧା ସୃଷ୍ଟି କରିବା ଉଚିତ ନୁହେଁ ।
  • ରାଜ୍ୟକୁ କ୍ଷମତା – ସମ୍ବାଦ ସରବରାହ, ଜାତୀୟ ପଥ, ରେଳପଥ ଆଦିର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ସରକାର ରାଜ୍ୟର କର୍ମଚାରୀଙ୍କୁ ଅର୍ଥ, ନିର୍ଦ୍ଦେଶ ଓ ଦାୟିତ୍ଵ ଦେଇପାରେ ।
  • ବିକ୍ରିକର ଆଦାୟ – ୨୫୮ ଧାରା ଅନୁସାରେ ଆନ୍ତଃରାଜ୍ୟ ବିକ୍ରିକର ଆଦାୟ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କୁ ରାଜ୍ୟପାଳ କ୍ଷମତା ପ୍ରଦାନ କରିଛନ୍ତି ।
  • କେନ୍ଦ୍ରର ପ୍ରତିନିଧ୍ଵ – ରାଜ୍ୟପାଳ ରାଜ୍ୟର ଶାସନ ମୁଖ୍ୟ । ସେ ରାଷ୍ଟ୍ରପତିଙ୍କଦ୍ବାରା ନିଯୁକ୍ତ ହୁଅନ୍ତି ଓ ରାଷ୍ଟ୍ରପତିଙ୍କ ପ୍ରତିନିଧୁ ହିସାବରେ ଶାସନ କାର୍ଯ୍ୟ କରନ୍ତି । ରାଜ୍ୟପାଳ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସଂଯୋଜକର ଭୂମିକା ଗ୍ରହଣ କରିଥାଆନ୍ତି ।
  • ନଦୀଜଳ ବଣ୍ଟନ – ୨୬୨ ଧାରା ଅନୁଯାୟୀ ଆନ୍ତଃରାଜ୍ୟ ନଦୀଜଳ ବ୍ୟବହାର, ବଣ୍ଟନ ଓ ନିୟନ୍ତ୍ରଣ କ୍ଷେତ୍ରରେ ଦ୍ବନ୍ଦ୍ବ ଉପୁଜିଲେ ତାହାର ସମାଧାନ ପାଇଁ ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରେ । ଏହା ସୁପ୍ରିମ୍‌କୋର୍ଟ, ହାଇକୋର୍ଟ କିମ୍ବା ନ୍ୟାୟାଳୟରେ ଉପସ୍ଥାପିତ ହେବ ନାହିଁ ।
  • ସରକାରୀ ନଥୁପତ୍ରକୁ ସମ୍ମାନ ପ୍ରଦର୍ଶନ ଭାରତ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟର ସରକାରୀ କାର୍ଯ୍ୟ ନଥୁପତ୍ର ଏବଂ ନ୍ୟାୟାଳୟର ବିବରଣୀ ସମସ୍ତଙ୍କଦ୍ବାରା ସ୍ବୀକୃତ ଓ ସମ୍ମାନିତ ହେବ ବୋଲି ସମ୍ବିଧାନରେ ବ୍ୟବସ୍ଥା ରହିଛି ।
  • ଆନ୍ତଃ-ରାଜ୍ୟ ପରିଷଦ – ୨୬୩ ଧାରା ଅନୁସାରେ ସର୍ବସାଧାରଣ ସ୍ଵାର୍ଥ ସଂରକ୍ଷଣ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଆନ୍ତଃରାଜ୍ୟ ପରିଷଦ ଗଠନ କରିପାରିବେ । ଏହା ନିମ୍ନଲିଖତ ମୁଖ୍ୟ କାର୍ଯ୍ୟ ସଂପାଦନ କରିପାରେ –
    1. ରାଜ୍ୟ-ରାଜ୍ୟ ମଧ୍ୟରେ ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ସାଧାରଣ ସ୍ଵାର୍ଥକୁ କେନ୍ଦ୍ରକରି ବିବାଦ ଉପୁଜିଲେ ସେ ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିବା ।
    2. ଏହି ବିଷୟରେ ନୀତି ଓ କାର୍ଯ୍ୟ ମଧ୍ୟରେ ସମନ୍ଵୟ ସ୍ଥାପନ ପାଇଁ ସୁପାରିସ କରିବା ।

CHSE Odisha Class 12 Political Science Chapter 3 Long Answer Questions in Odia Medium

  • ସର୍ବଭାରତୀୟ ଚାକିରି – ୩୧୨ ଧାରା ଅନୁଯାୟୀ ସର୍ବଭାରତୀୟ ଚାକିରି ପାର୍ଲିଆମେଣ୍ଟଦ୍ଵାରା ସୃଷ୍ଟି କରାଯାଏ । ଏହି କର୍ମଚାରୀମାନଙ୍କଦ୍ୱାରା ରାଜ୍ୟ ଶାସନ ପରିଚାଳିତ ହୁଏ । ସେମାନଙ୍କର ନିଯୁକ୍ତି ପ୍ରଣାଳୀ ଓ ଚାକିରି ସର୍ଭ କେନ୍ଦ୍ରଦ୍ଵାରା ନିୟନ୍ତ୍ରିତ ହୁଏ ।
  • ଜରୁରୀ ପରିସ୍ଥିତି – ରାଜ୍ୟରେ ସମ୍ବିଧାନିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଲେ କିମ୍ବା ରାଜ୍ୟ କେନ୍ଦ୍ରର ନିର୍ଦ୍ଦେଶ ନ ମାନିଲେ ସମ୍ବିଧାନର ୩୫୬ ଧାରା ଅନୁସାରେ ସେହି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୁଏ । ଏହାଦ୍ଵାରା ପାର୍ଲିଆମେଣ୍ଟ ରାଜ୍ୟ ପାଇଁ ଆଇନ ପ୍ରଣୟନ କରେ ଓ ବସ୍ତୁତଃ ରାଜ୍ୟରେ କେନ୍ଦ୍ରର ଶାସନ ଚାଲେ । ଏତଦ୍‌ଭିନ୍ନ କେନ୍ଦ୍ରର ଆହ୍ବାନକ୍ରମେ ରାଜ୍ୟରୁ ବିଭିନ୍ନ ବିଭାଗରେ ନିଯୁକ୍ତ କର୍ମଚାରୀମାନେ ବିଭିନ୍ନ ସମୟରେ ସମ୍ମିଳନୀମାନଙ୍କରେ ମିଳିତ ହୋଇ ରାଜ୍ୟରେ କେନ୍ଦ୍ରୀୟ ନୀତିନିୟମ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରନ୍ତି । ଏକ ସଂଘୀୟ ବ୍ୟବସ୍ଥାରେ ଐକ୍ୟ ଓ ସଂହତି ପ୍ରତିଷ୍ଠା ପାଇଁ କେନ୍ଦ୍ରର ରାଜ୍ୟ ପ୍ରଶାସନ ଉପରେ କର୍ତ୍ତୃତ୍ଵ ରହିବା ବାଞ୍ଛନୀୟ ।

୩ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆର୍ଥିକ ସମ୍ପର୍କ (Financial Relationship) ଆଲୋଚନା କର ।
Answer:
କେନ୍ଦ୍ର ତାଲିକାଭୁକ୍ତ ବିଷୟ ସମ୍ବନ୍ଧୀୟ ଟିକସ ବସାଇବା ଓ ଆଦାୟ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ଵ । ସେହିପରି ରାଜ୍ୟ ତାଲିକାଭୁକ୍ତ ବିଷୟ ସମ୍ପର୍କରେ ଟିକସ ବସାଇବା ଓ ଆଦାୟ କରିବା ରାଜ୍ୟ ସରକାରଙ୍କ ଦାୟିତ୍ଵ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆର୍ଥକ ସମ୍ପର୍କ ନିର୍ଦ୍ଧାରଣ କରିବାପାଇଁ ସମ୍ବିଧାନର ଦ୍ବାଦଶ ଖଣ୍ଡରେ ଥିବା ବ୍ୟବସ୍ଥାଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

  • ରାଜ୍ୟର ରାଜସ୍ବ – କେତେଗୁଡ଼ିଏ ଟିକସ ରାଜ୍ୟ ଧାର୍ଯ୍ୟ କରେ, ଆଦାୟ ଓ ଖର୍ଚ୍ଚ କରେ । ସେଗୁଡ଼ିକ ହେଲା ଭୂରାଜସ୍ଵ, ରାଜ୍ୟ ଅବକାରୀ ଶୁଳ୍‌କ, ବିକ୍ରିକର ଏବଂ ପଣ୍ୟକର ପ୍ରଭୃତି ।
  • କେନ୍ଦ୍ରର ରାଜସ୍ବ – କେତେଗୁଡ଼ିଏ ଟିକସ କେନ୍ଦ୍ର ସରକାରଙ୍କଦ୍ବାରା ଧାର୍ଯ୍ୟ, ଆଦାୟ ଓ ଖର୍ଚ୍ଚ କରାଯାଏ । ସେଗୁଡ଼ିକ ହେଲା – ରେଳପଥ, ଡାକ, ତାର ଓ ଟେଲିଫୋନ୍, ଆକାଶବାଣୀ, ଦୂରଦର୍ଶନ, ଡାକଘର ଏବଂ ତମାଖୁ ଶୁଳ୍‌କ ଇତ୍ୟାଦି ।
  • କେନ୍ଦ୍ରଦ୍ବାରା ଧୀର୍ଯ୍ୟ ଓ ଆଦାୟ ରାଜସ୍ବ ରାଜ୍ୟ ବ୍ୟୟ କରେ – ୨୬୯ ଧାରା ଅନୁସାରେ କେତେଗୁଡ଼ିଏ ଟିକସ କେନ୍ଦ୍ରଦ୍ବାରା ଧାର୍ଯ୍ୟ ଓ ଆଦାୟ ହୋଇ ରାଜ୍ୟମାନଙ୍କୁ ଖର୍ଚ୍ଚ କରିବାକୁ ଦିଆଯାଏ । ଏଗୁଡ଼ିକ ହେଲା – ମୃତ୍ୟୁ କର, ଉତ୍ତରାଧୁକାର ସମ୍ପଭି କର, ରେଳଭଡ଼ା ଓ ମାଲ ଉପରେ ଟିକସ ଇତ୍ୟାଦି ।
  • କେନ୍ଦ୍ରଦ୍ବାରା ଧାର୍ଯ୍ୟ ଓ ଆଦାୟ ରାଜସ୍ୱ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବଣ୍ଟନ କେନ୍ଦ୍ରଦ୍ଵାରା ଧାର୍ଯ୍ୟ ଓ ଆଦାୟ ହେଉଥିବା କେତେକ ଟିକସର ଆଦାୟ ପରିମାଣରୁ କିଛି ଅଂଶ କେନ୍ଦ୍ର ନିଏ ଓ ଅନ୍ୟ କିଛି ଅଂଶ ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟାଯାଏ । କେନ୍ଦ୍ର ଅବକାରୀ କର ଓ ଆୟ କର ଏହାର ଅନ୍ତର୍ଭୁକ୍ତ ।

CHSE Odisha Class 12 Political Science Chapter 3 Long Answer Questions in Odia Medium

  • ସହାୟକ ଅନୁଦାନ – ୨୭୩ ଧାରାର ବ୍ୟବସ୍ଥା ଅନୁଯାୟୀ ରାଜ୍ୟମାନେ ବିଭିନ୍ନ କାରଣରୁ କେନ୍ଦ୍ରଠାରୁ ଆର୍ଥିକ ସାହାଯ୍ୟ ପାଆନ୍ତି । ଆସାମ, ବିହାର, ଓଡ଼ିଶା ଓ ପଶ୍ଚିମବଙ୍ଗ ଝୋଟ ରପ୍ତାନୀ କର ପରିବର୍ତ୍ତେ କେନ୍ଦ୍ରଠାରୁ ସହାୟକ ଅନୁଦାନ ପାଆନ୍ତି । ରାଜ୍ୟର ଅନୁସୂଚିତ ଜାତି, ଉପଜାତି ଓ ଦୁର୍ବଳ ଶ୍ରେଣୀ ଲୋକମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା ବାବଦରେ କେନ୍ଦ୍ର ଆର୍ଥିକ ସାହାଯ୍ୟ ଦିଅନ୍ତି ।
  • ଅର୍ଥ ଆୟୋଗ – ୨୮୦ ଧାରା ଅନୁଯାୟୀ ପ୍ରତି ପାଞ୍ଚ ବର୍ଷରେ ଥରେ ରାଷ୍ଟ୍ରପତି ଜଣେ ଚେୟାରମ୍ୟାନ୍ ଓ ଅନ୍ୟ ଚାରିଜଣ ସଭ୍ୟବିଶିଷ୍ଟ ଏକ ଅର୍ଥ ଆୟୋଗ ନିଯୁକ୍ତ କରନ୍ତି । ଏହି ଆୟୋଗ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆର୍ଥନୀତିକ ସମ୍ପର୍କର ସମୀକ୍ଷା କରେ । ଏହି ଆୟୋଗ ବାସ୍ତବ ପକ୍ଷେ ରାଜ୍ୟମାନଙ୍କର ଆର୍ଥିକ ସ୍ଥିତିକୁ ନିୟନ୍ତ୍ରଣ କରେ ।
  • ଆର୍ଥିକ ଜରୁରିକାଳୀନ ପରିସ୍ଥିତି – ସମ୍ବିଧାନର ୩୬୦ ଧାରା ଅନୁସାରେ ରାଷ୍ଟ୍ରପତି ସମଗ୍ର ଦେଶରେ ବା କେତେକ ଅଞ୍ଚଳରେ ଆର୍ଥକ ଜରୁରିକାଳୀନ ବ୍ୟବସ୍ଥା ଘୋଷଣା କରନ୍ତି । ଏହି ସମୟରେ କେନ୍ଦ୍ର ସରକାର ରାଜ୍ୟକୁ ଆର୍ଥନୀତିକ ନିର୍ଦ୍ଦେଶ ଦିଅନ୍ତି ଏବଂ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜସ୍ବ ବଣ୍ଟନ ନୀତିର ସମୀକ୍ଷା କରନ୍ତି । ଆର୍ଥିକ କ୍ଷେତ୍ରରେ ମଧ୍ୟ କେନ୍ଦ୍ରର ପ୍ରାଧାନ୍ୟ ରହିଛି । ରାଜମାନ୍ନାର କମିଟି ଓ ଜ୍ୟୋତିବସୁଙ୍କ ସୁପାରିସ ଗ୍ରହଣ କରାଯାଇନାହିଁ; କିନ୍ତୁ ଦେଶର ଐକ୍ୟ ଦୃଷ୍ଟିରୁ ଏହା ଯଥାର୍ଥ ଅଟେ ।

୪ । ଭାରତର ସମ୍ବିଧାନର କେନ୍ଦ୍ରୀକରଣ ଉପାଦାନ (Centralising Features) ବା ଐକିକ ଲକ୍ଷଣଗୁଡ଼ିକ ଦର୍ଶାଅ ।
Answer:
ଭାରତ ଏକ ସଂଘୀୟ ବା ଐକିକ ରାଷ୍ଟ୍ର ଏ ବିଷୟରେ ସମ୍ବିଧାନରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ ନାହିଁ । ତଥାପି ଭାରତ ସମ୍ବିଧାନରେ ସଂଘୀୟ ଉପାଦାନର ଉପସ୍ଥିତି ସହ ଐକିକ ଲକ୍ଷଣମାନ ମଧ୍ୟ ପରିଦୃଷ୍ଟ ହୁଏ ।
ସମ୍ବିଧାନର ୧ ଧାରାରେ ଭାରତକୁ ଏକ ରାଜ୍ୟସଂଘ ବୋଲି ଘୋଷଣା କରାଯାଇଛି । K.C. Wheareଙ୍କ ମତ ଅନୁସାରେ ଭାରତ ଏକ ଅର୍ଥସଂଘୀୟ ରାଷ୍ଟ୍ର ଅଟେ । ସଂଘୀୟ ଶାସନର ସମସ୍ତ ଲକ୍ଷଣ ଆମ ସମ୍ବିଧାନରେ ଥିଲେ ମଧ୍ୟ ଏହା ଯେ ଐକିକ ଶାସନ ପ୍ରଣାଳୀଦ୍ଵାରା ପ୍ରଭାବିତ ଏଥ‌ିରେ ସନ୍ଦେହ ନାହିଁ ।

  • ଏକକ ସମ୍ବିଧାନ – ସଂଘୀୟ ରାଷ୍ଟ୍ରରେ ରାଷ୍ଟ୍ରସଂଘ ଏବଂ ରାଜ୍ୟମାନଙ୍କ ପାଇଁ ଅଲଗା ଅଲଗା ସମ୍ବିଧାନ ଥାଏ । ମାତ୍ର ଭାରତରେ ଗୋଟିଏ ସମ୍ବିଧାନଦ୍ଵାରା ଉଭୟ କେନ୍ଦ୍ର ଏବଂ ରାଜ୍ୟ ଶାସନ ପରିଚାଳିତ ହେଉଛି ।
  • ରାଜ୍ୟର ଭୂଚିତ୍ର ପରିବର୍ତ୍ତନ – ସମ୍ବିଧାନର ୩ ଧାର ଅନୁସାରେ ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରି ନୂତନ ରାଜ୍ୟ ସୃଷ୍ଟି କରିପାରେ, ସୀମା ପରିବର୍ତ୍ତନ କରିପାରେ, ରାଜ୍ୟର ନାମ ବଦଳାଇ ପାରେ ଓ ଆୟତନ ହ୍ରାସ ଓ ବୃଦ୍ଧି କରିପାରେ ।
  • ଏକକ ନାଗରିକତ୍ବ – ସଂଘୀୟ ରାଷ୍ଟ୍ରରେ ଦ୍ୱୈତନାଗରିକତ୍ବ ପ୍ରଥା ପ୍ରଚଳିତ ଥିଲେ ମଧ୍ୟ ଭାରତରେ ଏକକ ନାଗରିକତ୍ବ ପ୍ରଚଳିତ ।
  • ଅସମାନ ପ୍ରତିନିଧ୍ବ – ସଂଘୀୟ ରାଷ୍ଟ୍ରର ପାର୍ଲିଆମେଣ୍ଟରେ ଦ୍ଵିତୀୟ କକ୍ଷ ରାଜ୍ୟମାନଙ୍କରୁ ସମାନସଂଖ୍ୟକ ନିର୍ବାଚିତ ପ୍ରତିନିଧୁମାନଙ୍କୁ ନେଇ ଗଠିତ ହୋଇଥାଏ । ମାତ୍ର ଭାରତରେ ରାଜ୍ୟଗୁଡ଼ିକ ରାଜ୍ୟସଭାକୁ ସମାନସଂଖ୍ୟକ ପ୍ରତିନିଧ୍ ପଠାନ୍ତି ନାହିଁ ।

CHSE Odisha Class 12 Political Science Chapter 3 Long Answer Questions in Odia Medium

  • ସମ୍ବିଧାନର ସୁରକ୍ଷା – ଭାରତ ସମ୍ବିଧାନର ସୁରକ୍ଷା ଦାୟିତ୍ଵ କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ । କୌଣସି ରାଜ୍ୟରେ ସାମ୍ବିଧାନିକ ସ୍ଥିତି ଭାଙ୍ଗିପଡ଼ିଲେ କିମ୍ବା ଭାଙ୍ଗି ପଡ଼ିବାର ଦେଖାଗଲେ ୩୫୬ ଧାରା ଅନୁସାରେ କେନ୍ଦ୍ର ସରକାର ସେହି ରାଜ୍ୟର ଶାସନ ଦାୟିତ୍ଵ ହାତକୁ ନିଅନ୍ତି ।
  • ଏକକ ବିଚାର ବ୍ୟବସ୍ଥା – ଆମେରିକା ପ୍ରଭୃତି ସଂଘୀୟ ରାଷ୍ଟ୍ରରେ ରାଜ୍ୟ ଏବଂ ସଂଘ ପାଇଁ ସ୍ବତନ୍ତ୍ର ବିଚାର ବ୍ୟବସ୍ଥା ଥିବା ସ୍ଥଳେ ଭାରତରେ ଏକକ ବିଚାର ବ୍ୟବସ୍ଥା ଅଛି ।
  • ଯୋଜନା କମିଶନ – ଭାରତର ଦ୍ରୁତ ଆର୍ଥନୀତିକ ଅଭିବୃଦ୍ଧି ପାଇଁ ଏକ ‘ଯୋଜନା କମିଶନ’ ଅଛି । ଏହା ସାମ୍ବିଧାନିକ ଅନୁଷ୍ଠାନ ନୁହେଁ । ପାର୍ଲିଆମେଣ୍ଟ ଆଇନଦ୍ଵାରା ଏହା ସଂଗଠିତ । ରାଜ୍ୟର ଉନ୍ନୟନମୂଳକ ଯୋଜନା, ଯୋଜନା କମିଶନଦ୍ଵାରା ଅନୁମୋଦିତ ନ ହେଲେ କାର୍ଯ୍ୟକାରୀ ହୁଏ ନାହିଁ ।
  • ରାଜ୍ୟପାଳ କେନ୍ଦ୍ରର ପ୍ରତିନିଧୁ – ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ପ୍ରତିନିଧୁରୂପେ କାର୍ଯ୍ୟ କରନ୍ତି ଏବଂ ତାଙ୍କର-କାର୍ଯ୍ୟକାଳ ରାଷ୍ଟ୍ରପତିଙ୍କ ଆନନ୍ଦ ବା ମର୍ଜି ଉପରେ ନିର୍ଭର କରେ । ରାଜ୍ୟପାଳ ପ୍ରତି ୧୫ ଦିନରେ ଥରେ ରାଷ୍ଟ୍ରପତିଙ୍କ ନିକଟକୁ ରାଜ୍ୟ ଶାସନ ବିଷୟରେ ବିବରଣୀ ପଠାନ୍ତି । ବିଧାନସଭାଦ୍ଵାରା ଗୃହୀତ ବିଲ୍‌କୁ ସମ୍ବିଧାନର ୨୦୦ ଧାରା ଅନୁସାରେ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ସଂରକ୍ଷଣ କରନ୍ତି । ଉପରୋକ୍ତ ଲକ୍ଷଣଗୁଡ଼ିକ ସଂଘୀୟ ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି । ଏଥୁରୁ ପ୍ରମାଣ ମିଳୁଛି ଯେ ଭାରତର ଶାସନ ବ୍ୟବସ୍ଥା ସଂଘୀୟାକୃତି; ମାତ୍ର ଐକିକ ଆତ୍ମାସଦୃଶ କାର୍ଯ୍ୟ କରୁଛି । ଏହା ଫଳରେ ରାଜ୍ୟମାନଙ୍କର ସ୍ବାତନ୍ତ୍ର୍ୟ କ୍ଷୁଣ୍ଣ ହେଉଛି ।

୫ । ଭାରତୀୟ ସଂଘୀୟ ଶାସନର ସ୍ବରୂପ ସମ୍ବନ୍ଧରେ ଆଲୋଚନା କର ।
କିମ୍ବା, ‘ଭାରତ ଆକାରରେ ସଂଘୀୟ, ମାତ୍ର ପ୍ରକୃତିରେ ଐକିକ’ – ଏହି ଉକ୍ତିର ସତ୍ୟତା ପରୀକ୍ଷା କର ।
Answer:
ଭାରତର ଶାସନ ବ୍ୟବସ୍ଥା ଏକ ସଂଘୀୟ ରାଷ୍ଟ୍ରର ସ୍ବରୂପ ପ୍ରତିଫଳନ କରୁଥିଲେ ମଧ୍ୟ ‘ସଂଘୀୟ’ ଶବ୍ଦ ଏହାର ସମ୍ବିଧାନର କୌଣସିଠାରେ ବ୍ୟବହୃତ ହୋଇନାହିଁ । ବରଂ ଭାରତ ସମ୍ବିଧାନର ୧ ଧାରାରେ ଭାରତକୁ ‘ରାଜ୍ୟମାନଙ୍କର ଏକ ସମ୍ମଳନ’ ବୋଲି ଘୋଷଣା କରାଯାଇଛି । ଆମେରିକାର ସଂଘୀୟ ବ୍ୟବସ୍ଥାର ପ୍ରଭାବ ଭାରତୀୟ ସମ୍ବିଧାନ ପ୍ରଣେତାମାନଙ୍କ ଉପରେ ପଡ଼ିଥିଲା । ଆମେରିକାରେ ଏକ ଦୃଢ଼ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ କ୍ଷୁଦ୍ର ରାଜ୍ୟମାନେ ପରସ୍ପର ମଧ୍ୟରେ ଚୁକ୍ତି ସମ୍ପାଦନ କରି ଏହି ସଂଘୀୟ ବ୍ୟବସ୍ଥା ସୃଷ୍ଟି କରିଛନ୍ତି । ଏହି ପ୍ରକାର ରାଷ୍ଟ୍ରକୁ ‘କେନ୍ଦ୍ରାଭିମୁଖୀ ରାଷ୍ଟ୍ରସଂଘ’ (Centripetal Federation) କୁହାଯାଏ । କିନ୍ତୁ ଭାରତରେ ଏକ ସ୍ଵାଧୀନ ରାଷ୍ଟ୍ରକୁ ଶାସନର ସୁବିଧା ଦୃଷ୍ଟିରୁ ସ୍ଵତନ୍ତ୍ର ପ୍ରଶାସନିକ କ୍ଷମତା ସହ କେତେକ କ୍ଷୁଦ୍ର ରାଜ୍ୟରେ ପରିଣତ କରାଯାଇଛି ।

ତେଣୁ ଭାରତକୁ ‘କେନ୍ଦ୍ରାପସାରୀ ରାଷ୍ଟ୍ରସଂଘ’ (Centrifugal Federation) କୁହାଯାଏ । ଭାରତୀୟ ସଂଘୀୟ ବ୍ୟବସ୍ଥାର ଇତିହାସ ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଆସିଛି । ୧୯୧୯ ମସିହାରେ ମଣ୍ଟେଗୁ- ଚେମସ୍ଫୋର୍ଡଙ୍କ ରିପୋର୍ଟରେ ପ୍ରଥମଥର ପାଇଁ ଏକ ସର୍ବଭାରତୀୟ ରାଷ୍ଟ୍ରସଂଘର ପରିକଳ୍ପନା କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନଥିଲା । ଏହାପରେ ୧୯୩୫ ମସିହାରେ ଭାରତ ଶାସନ ଆଇନରେ ବ୍ରିଟିଶ୍ କର୍ତ୍ତୃତ୍ବାଧୀନ ଭାରତ ଓ କେତେକ ଭାରତୀୟ ରାଜ୍ୟକୁ ନେଇ ରାଷ୍ଟ୍ରସଂଘ ଗଠନ କରାଯାଇଥିଲେ ମଧ୍ୟ ତା’ର ପ୍ରକୃତ ରୂପରେଖ ଭାରତ ସ୍ଵାଧୀନତାପ୍ରାପ୍ତି ପରେ ପ୍ରକାଶ ପାଇଥିଲା ।

CHSE Odisha Class 12 Political Science Chapter 3 Long Answer Questions in Odia Medium

ଏକ ସଂଘୀୟ ରାଷ୍ଟ୍ରରେ ୪ଟି ମୁଖ୍ୟ ଉପାଦାନ ରହିଥାଏ । ସେଗୁଡ଼ିକ ହେଲା –

  • ଲିଖ୍ ଓ ଅନମନୀୟ ସମ୍ବିଧାନ,
  • ଦ୍ଵୈତ ଶାସନ ବ୍ୟବସ୍ଥା ଓ କ୍ଷମତାର ସାମ୍ବିଧାନିକ ବଣ୍ଟନ,
  • ଏକ ସ୍ବାଧୀନ ଓ ନିରପେକ୍ଷ ନ୍ୟାୟାଳୟ ଓ
  • ଦ୍ବିସଦନୀୟତା । ଭାରତୀୟ ରାଜନୈତିକ ବ୍ୟବସ୍ଥାରେ ଉପରୋକ୍ତ ସଂଘୀୟ ଲକ୍ଷଣଗୁଡ଼ିକ ପୂର୍ଣ୍ଣମାତ୍ରାରେ ପରିଦୃଷ୍ଟ ହେଉଥ‌ିବାରୁ ଭାରତ ନିଃସନ୍ଦେହରେ ଏକ ସଂଘୀୟ ରାଷ୍ଟ୍ର ଅଟେ । ଭାରତ ସମ୍ବିଧାନ ଲିଖ୍ ଓ ଅନମନୀୟ ଅଟେ । ଏଠାରେ ଶାସନ କ୍ଷମତା ସମ୍ବିଧାନଦ୍ବାରା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି । ଉଚ୍ଚତମ ନ୍ୟାୟାଳୟ ନିରପେକ୍ଷ ଭାବେ ସଂଘୀୟ ଅଦାଲତ ହିସାବରେ କାର୍ଯ୍ୟ କରୁଛି । ଭାରତର ସଂସଦ ଲୋକସଭା ଓ ରାଜ୍ୟସଭା ପରି ଦୁଇ ସଦନବିଶିଷ୍ଟ ଅଟେ । ଲୋକସଭା ଲୋକମାନଙ୍କୁ ଓ ରାଜ୍ୟସଭା ସହଯୋଗୀ ରାଜ୍ୟମାନଙ୍କୁ ପ୍ରତିନିଧୁତ୍ଵର ସୁଯୋଗ ଦେଉଛି ।

ଭାରତରେ ସଂଘୀୟ ବ୍ୟବସ୍ଥାର ପ୍ରଚଳନ ପାଇଁ ସମ୍ବିଧାନ ପ୍ରଣେତାମାନେ ନିମ୍ନଲିଖୁତ ଦୃଷ୍ଟିକୋଣରୁ ବାଧ୍ୟ ହୋଇଥିଲେ । ପ୍ରଥମତଃ, ଭାରତରେ ପ୍ରଗତିର ବିଭିନ୍ନ ସ୍ତରରେ ଥିବା ରାଜ୍ୟମାନଙ୍କୁ ଜାତୀୟ ମହାସ୍ରୋତରେ ସାମିଲ ହେବାପାଇଁ ରାଜ୍ୟ ସରକାରଙ୍କର ସଙ୍ଗଠନ ମାଧ୍ୟମରେ ସୁଯୋଗ ଦେବା; ଦ୍ବିତୀୟତଃ, ଭାରତର ଭୌଗୋଳିକ ବିଶାଳତା ଦୃଷ୍ଟିରୁ ଏହାକୁ ଗୋଟିଏ କେନ୍ଦ୍ର ସରକାରଦ୍ଵାରା ଶାସନ କରିବା ସମ୍ଭବପର ହେଉ ନଥିବାରୁ; ତୃତୀୟତଃ, ସଂଖ୍ୟାଲଘୁ ଗୋଷ୍ଠୀଙ୍କର ସ୍ଵାର୍ଥର ସଂରକ୍ଷଣ ଓ ପରିବର୍ତ୍ତନ ଏବଂ ଚତୁର୍ଥତଃ, ୧୯୩୫ ମସିହାର ଭାରତ ଶାସନ ଆଇନରେ ସଂଘୀୟ ବ୍ୟବସ୍ଥାର ପ୍ରଚଳନ କରାଯାଇଥିବାରୁ ସମ୍ବିଧାନ ପ୍ରଣେତାମାନେ ସଂଘୀୟ ବ୍ୟବସ୍ଥାର ପ୍ରଚଳନ ସପକ୍ଷରେ ମତ ଦେଇଥିଲେ ।

ଭାରତ ସମ୍ବିଧାନର ସ୍ଵରୂପ ସଂଘୀୟ ହୋଇଥିଲେ ମଧ୍ୟ ପ୍ରଫେସର ଜେନିଙ୍ଗ୍‌ସ, ପ୍ରଫେସର ହେୟାର, କେ. ସାନ୍ମାନାମ୍‌ ଇତ୍ୟାଦି ଏକ ଐକିକ ରାଷ୍ଟ୍ରର ପ୍ରତିଷ୍ଠା ଏଠାରେ କରାଯାଇଛି ବୋଲି ମତ ଦେଇଥା’ନ୍ତି । କେନ୍ଦ୍ର ସରକାର ବନାମ୍ ପଶ୍ଚିମବଙ୍ଗ ରାଜ୍ୟ ମୋକଦ୍ଦମାରେ ଉଚ୍ଚତମ ନ୍ୟାୟାଳୟ ମଧ୍ଯ ଭାରତରେ କୌଣସି ପ୍ରାଚୀନ ସଂଘୀୟ ବ୍ୟବସ୍ଥାର ପ୍ରଚଳନ ନାହିଁ ବୋଲି ମତ ଦେଇଛନ୍ତି । ଡ.ପି.ପି. ଗଜେନ୍ଦ୍ର ଗଡ଼କରଙ୍କ ମତରେ, “ ଭାରତର ସମ୍ବିଧାନରେ କେତେକ ସଂଘୀୟ ଲକ୍ଷଣ ରହିଥିଲେ ମଧ୍ୟ ଏହା ପ୍ରକୃତପକ୍ଷେ ଏକ ସଂଘୀୟ ରାଷ୍ଟ୍ର ନୁହେଁ ।” ଡଃ. ବି.ଆର୍.ଆମ୍ବେଦକରଙ୍କ ମତାନୁଯାୟୀ ସମୟ ଓ ପରିସ୍ଥିତି ଦୃଷ୍ଟିରୁ ଭାରତ ଉଭୟ ସଂଘୀୟ ଓ ଐକିକି ପ୍ରକୃତି ଗ୍ରହଣ କରିଛି ।

ଭାରତୀୟ ସଂଘୀୟ ବ୍ୟବସ୍ଥାର ଐକିକ ଲକ୍ଷଣ – ନିମ୍ନଲିଖତ ଐକିକ ଲକ୍ଷଣ ଭାରତୀୟ ସଂଘୀୟ ବ୍ୟବସ୍ଥାରେ ପରିଦୃଷ୍ଟ ହୁଏ ।

  • ସମ୍ବିଧାନର ୧ ଧାରାରେ ଭାରତକୁ ‘ରାଜ୍ୟମାନଙ୍କର ସମ୍ମଳନ’ ବୋଲି ଘୋଷଣା କରାଯାଇଛି ।
  • ସମ୍ବିଧାନର ୩ ଧାରା ଅନୁସାରେ ରାଜ୍ୟମାନଙ୍କର ନାମ ଓ ସୀମାରେଖାରେ ପରିବର୍ତ୍ତନ ଏକ ସାଧାରଣ ସଂଖ୍ୟାଗରିଷ୍ଠତା ସହ କେନ୍ଦ୍ରୀୟ ସଂସଦ କରିପାରିବ ।
  • ରାଜ୍ୟ ଶାସନର ମୁଖ୍ୟ ରାଜ୍ୟପାଳ ରାଷ୍ଟ୍ରପତିଙ୍କଦ୍ବାରା ନିଯୁକ୍ତ ହୋଇ କେନ୍ଦ୍ରର ପ୍ରତିନିଧ୍ବ ରୂପେ କାର୍ଯ୍ୟ କରନ୍ତି ।

CHSE Odisha Class 12 Political Science Chapter 3 Long Answer Questions in Odia Medium

  • ଜରୁରୀ ପରିସ୍ଥିତିରେ ଏପରିକି ସାଧାରଣ ପରିସ୍ଥିତିରେ ମଧ୍ୟ ରାଜ୍ୟସଭାର ଦୁଇ-ତୃତୀୟାଂଶ ସମର୍ଥନ ସହ ଗୃହୀତ ପ୍ରସ୍ତାବ ବଳରେ କିମ୍ବା ଆନ୍ତର୍ଜାତିକ ଚୁକ୍ତିର କାର୍ଯ୍ୟକାରିତା ପାଇଁ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ କେନ୍ଦ୍ରୀୟ ସଂସଦ ଆଇନ ପ୍ରଣୟନ କରିପାରିବ ।
  • ଜରୁରୀ ପରିସ୍ଥିତି ଘୋଷିତ ହୋଇଥିବା ସମୟରେ ବିଶେଷତଃ ରାଷ୍ଟ୍ରପତି ଶାସନ ସମୟରେ ରାଜ୍ୟ ଶାସନ କେନ୍ଦ୍ରର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥାଏ ।
  • ଭାରତର ରାଜ୍ୟମାନେ ଆର୍ଥିକ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭରଶୀଳ ଅଟନ୍ତି ।
  • ଭାରତରେ ଏକ ସମ୍ବିଧାନ ଓ ଏକକ ନାଗରିକତା ନୀତିର ପ୍ରଚଳନ ଅଛି ।
  • ଏକ ସର୍ବଭାରତୀୟ ପ୍ରଶାସନିକ ସେବାସଂସ୍ଥା ଜରିଆରେ ଶାସନକାର୍ଯ୍ୟ, ପରିଚାଳିତ ହେଉଛି ।
  • ସମ୍ବିଧାନ ସଂଶୋଧନ କରିବାର କ୍ଷମତା କେବଳ କେନ୍ଦ୍ର ସରକାରଙ୍କର ଥିଲେ ମଧ୍ୟ ଏହି ସମ୍ବିଧାନ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କ ପାଇଁ ପ୍ରଯୁଜ୍ୟ ଅଟେ ।
  • ଯୋଜନା କମିଶନ, ଅର୍ଥକମିଶନ, ମହା ହିସାବରକ୍ଷକ ଓ ସମୀକ୍ଷକ, ନିର୍ବାଚନ କମିଶନ ଇତ୍ୟାଦି ଭାରତରେ କ୍ଷମତା କେନ୍ଦ୍ରୀକରଣ ପାଇଁ ଦାୟୀ ଅଟନ୍ତି ।

ଉପରୋକ୍ତ ଲକ୍ଷଣଗୁଡ଼ିକୁ ବିଚାରକୁ ନେଇ ସମାଲୋଚକମାନେ ଭାରତକୁ ଏକ ଐକିକ ରାଷ୍ଟ୍ର ରୂପେ ଘୋଷଣା କରିଥା’ନ୍ତି । ପି.ଟି. ବ୍ୟାକୋଙ୍କ ମତରେ, ଶାସନ ବିଧାୟକ ସଭା ଯେଉଁ ବ୍ୟବସ୍ଥା ସୃଷ୍ଟି କରିଛି, ତାହା ଆକୃତିରେ ସଂଘୀୟ ହୋଇଥିଲେ ମଧ୍ୟ ବସ୍ତୁତଃ ଐକିକ ଅଟେ ।” କେ.ଏମ୍. ମୁନ୍ସୀ ଏହାକୁ ଏକ ଅର୍ଥସଂଘୀୟ (Quasi-Federal) ବ୍ୟବସ୍ଥା ରୂପେ ଅଭିହିତ କରି ମତ ଦେଇଥିଲେ ଯେ ଏଠାରେ ଅନେକଗୁଡ଼ିଏ ଗୁରୁତ୍ଵପୂର୍ଣ୍ଣ ଐକିକ ଲକ୍ଷଣ ସ୍ଥାନ ପାଇଛି ।

  • କେନ୍ଦ୍ର ଶକ୍ତିଶାଳୀ ହେବାର କାରଣ – ଭାରତରେ କେନ୍ଦ୍ରକୁ ସୁଦୃଢ଼ କରିବାପାଇଁ ଦେଶର ନିରାପତ୍ତା, ବିଚ୍ଛିନ୍ନତାବାଦୀ ଶକ୍ତିର ଉପସ୍ଥିତ, ଜାତୀୟ ସଂହତି ରକ୍ଷାଜନିତ ସମସ୍ୟା, ବିଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠା, ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରକୃତ ସ୍ଥାନ, ଐତିହାସିକ ପୃଷ୍ଠଭୂମି ତଥା ବର୍ତ୍ତମାନ ପୃଥିବୀରେ କେନ୍ଦ୍ରାଭିମୁଖୀ ଚିନ୍ତାଧାରାର ଦ୍ରୁତ ପ୍ରବାହ ଇତ୍ୟାଦି ପରିସ୍ଥିତି ଦାୟୀ ଅଟେ ।
    ବାସ୍ତବତା ଦୃଷ୍ଟିରୁ ବିବେଚନା କଲେ ଭାରତ ଏକ ସଂଘୀୟ ରାଷ୍ଟ୍ର ଅଟେ ।

କିନ୍ତୁ ଜବାହାରଲାଲ ନେହେରୁଙ୍କ ମତାନୁଯାୟୀ ଶାନ୍ତିର ସଂରକ୍ଷଣ, ସାଧାରଣ ସ୍ଵାର୍ଥଜନିତ ବିଷୟ ମଧ୍ଯରେ ସଂଯୋଗ ରକ୍ଷା, ଆନ୍ତର୍ଜାତିକ ସ୍ତରରେ ସମଗ୍ର ଭାରତବର୍ଷର ମର୍ଯ୍ୟାଦା ବୃଦ୍ଧି ଇତ୍ୟାଦି ଦୃଷ୍ଟିକୋଣରୁ ଭାରତରେ କେନ୍ଦ୍ରକୁ କ୍ଷମତାଶାଳୀ ଓ ଦୃଢ଼ କରାଯାଇଛି । ତେଣୁ ଯେଉଁମାନେ ଭାରତକୁ ‘ଅର୍ଥ-ସଂଘୀୟ’ ବା ‘ଐକ୍ୟ-ସଂଘୀୟ’ (Fedro-Unitary) ରାଷ୍ଟ୍ରରୂପେ ଅଭିହିତ କରିଛନ୍ତି, ସେମାନେ ସାଧାରଣତଃ ଡାଇସି, ଫ୍ରିମ୍ୟାନ୍ ଇତ୍ୟାଦିଙ୍କ ସଂଘବାଦ ସମ୍ପର୍କୀୟ ସଂଜ୍ଞାକୁ ବିଚାରକୁ ନେଇଥା’ନ୍ତି; କିନ୍ତୁ ଗୋପାଳସ୍ଵାମୀ ଆୟାଙ୍ଗୀରଙ୍କ ମତରେ ପୃଥବୀର କୌଣସି ସଂଘୀୟ ବ୍ୟବସ୍ଥା ପ୍ରକୃତ ବା ଶୁଦ୍ଧ ସଂଘୀୟ ବ୍ୟବସ୍ଥା ନୁହେଁ । ଆମେରିକା, କାନାଡ଼ା ଓ ଅଷ୍ଟ୍ରେଲିଆ ପରି ପୁରାତନ ସଂଘୀୟ ରାଷ୍ଟ୍ରରେ ମଧ୍ୟ କ୍ଷମତାର ଏହି କେନ୍ଦ୍ରାଭିମୁଖୀ ନୀତି ଅନୁସୃତ ହେଉଛି । ପ୍ରକୃତପକ୍ଷେ ଭାରତ ସାଧାରଣ ପରିସ୍ଥିତିରେ ଏକ ସଂଘୀୟ ରାଷ୍ଟ୍ର ଅଟେ, ମାତ୍ର ଜରୁରୀ ପରିସ୍ଥିତିରେ ଏହା ଐକିକ ରାଷ୍ଟ୍ରର ଭୂମିକା ଗ୍ରହଣ କରିଥାଏ ।

CHSE Odisha Class 12 Political Science Chapter 3 Long Answer Questions in Odia Medium

୬ । ଭାରତୀୟ ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ସାତନ୍ତ୍ର୍ୟ ଦାବିର ସରର ମୂଲ୍ୟାଙ୍କନ କର ।
Answer:
ବ୍ରିଟିଶ୍ ରାଜତ୍ଵ କାଳରେ ଭାରତୀୟମାନେ ଆନ୍ଦୋଳନ ମାଧ୍ୟମରେ ରାଜ୍ୟମାନଙ୍କ ପାଇଁ ସାତନ୍ତ୍ର୍ୟ ଦାବି କରୁଥିଲେ । ୧୯୩୫ ମସିହାର ଭାରତ ଶାସନ ଆଇ ଏହି ଦାବିର କିଛି ଅଂଶ ପୂରଣ କରିଥିଲେ ମଧ୍ୟ ଭାରତୀୟମାନଙ୍କ ମନରେ ଆଞ୍ଚଳିକ ସାତନ୍ତ୍ର୍ୟର ମୋହ ସୃଷ୍ଟି କରିଥିଲା । ସ୍ଵାଧୀନତା ପ୍ରାପ୍ତିପରେ ନୂତନ ସମ୍ବିଧାନ ପ୍ରଣୟନ ସମୟରେ ରାଜ୍ୟମାନଙ୍କୁ ଅଧିକ କ୍ଷମତା ଦେବାକୁ ବହୁ ରାଜନୀତିଜ୍ଞ ମତପ୍ରକାଶ କରିଥିଲେ । ପଣ୍ଡିତ ନେହେରୁ, ଡକ୍ତର ଆମ୍ବେଦକର ଓ ସର୍ଦାର ପଟେଲ ପ୍ରଭୃତି ଜାତୀୟ ନେତାମାନେ ଏହି ଦାବିକୁ ଗ୍ରହଣ କରିନଥିଲେ । ସେମାନେ ସେତେବେଳେ ଯେଉଁ କାରଣରୁ କେନ୍ଦ୍ରରୁ ଅଧିକ କ୍ଷମତା ଦେଇ ରାଜ୍ୟମାନଙ୍କର ଭୂମିକାକୁ ଗୌଣ ମନେକରିଥିଲେ, ସାଧୀନତାର ୪୩ ବର୍ଷ ପରେ ମଧ୍ୟ କେନ୍ଦ୍ର ସରକାର ସେହି ଆଳରେ ରାଜ୍ୟର ସାତନ୍ତ୍ର୍ୟ ଦାବିକୁ ଅଗ୍ରହ୍ୟ କରିଚାଲିଛି ।

କ୍ରମଶଃ ଏହା ବିରୁଦ୍ଧରେ ଜନମତ ସୃଷ୍ଟି ହେଉଛି ଏବଂ ରାଜ୍ୟମାନେ ଅଧିକରୁ ଅଧିକ ସାତନ୍ତ୍ର୍ୟ ଦାବି କରୁଛନ୍ତି । ପଣ୍ଡିତ ନେହେରୁ ଓ ଶାସ୍ତ୍ରୀଜୀଙ୍କ ମୃତ୍ୟୁପରେ କଂଗ୍ରେସ ଦଳର ସାଙ୍ଗଠନିକ ସ୍ଥିତି ଓ ଆଭ୍ୟନ୍ତରୀଣ ଶୃଙ୍ଖଳା ବ୍ୟାହତ ହେବାରୁ ଦଳ ମଧ୍ୟରେ ଯେଉଁ ବକ୍ତିଗତ ବିରୋଧ ଦେଖାଗଲା, ତାହା କେବଳ ଯେ କଂଗ୍ରେସକୁ ଭାଗ ଭାଗ କଲା, ସେତିକି ନୁହେଁ, ଦେଶର ଐକ୍ୟ ଓ ସଂହତି ପ୍ରତି ବିପଦ ସୃଷ୍ଟି କଲା । ୧୯୬୭ ମସିହା ପରେ ଅନେକ ରାଜ୍ୟ କଂଗ୍ରେସ ହାତରୁ ଖସିଗଲା ଓ ସେଠାରେ ଅଣକଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହେଲା, ଏହିଠାରୁ ଆରମ୍ଭ ହେଲା ରାଜ୍ୟମାନଙ୍କ ସାତନ୍ତ୍ର୍ୟ ଦାବିର ଘର । ଦ୍ବିତୀୟ ସାଧାରଣ ନିର୍ବାଚନ, ୧୯୫୭ ମସିହାରେ କେରଳରେ କମ୍ୟୁନିଷ୍ଟ ମନ୍ତ୍ରୀମଣ୍ଡଳ ଇ.ଏସ୍.ଏସ୍ ନମ୍ବୁଦ୍ରପଦଙ୍କ ମୁଖ୍ୟ ମନ୍ତ୍ରୀତ୍ଵରେ ଗଠିତ ହେଲା ।

ଏହା କେନ୍ଦ୍ରର କଂଗ୍ରେସ ସରକାରକୁ ଅନେକ କ୍ଷେତ୍ରରେ ବିରୋଧ କଲା । ୧୯୫୯ ମସିହାରେ କେରଳ ସରକାରଙ୍କୁ ଭାଙ୍ଗି ରାଷ୍ଟ୍ରପତି ଶାସନ ଜାରି କରାଗଲା । କେନ୍ଦ୍ରର ଏହି ଅଗଣତାନ୍ତ୍ରିକ ପଦକ୍ଷେପ ବିରୁଦ୍ଧରେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ୧୯୬୦ ମସିହାରେ ମାଡ୍ରାସ୍ଠାରେ ଦ୍ରାବିଡ଼ ମୁନେତ୍ରା କାଜାଗମ୍ ଓ ନବତାମିଲ ଦଳ, ମିଳିତଭାବେ ସାର୍ବଭୌମ ତାମିଲନାଡୁ ଗଠନ ପାଇଁ ଆନ୍ଦୋଳନ କଲେ । ସେମାନେ ଭାରତର ସମ୍ବିଧାନ ଓ ଜାତୀୟ ପତାକାକୁ ମଧ୍ୟ ବିରୋଧ କଲେ । ୧୯୬୨ ମସିହାରେ ସି.ଏମ୍. ଅନ୍ଧାଦୁରାଇ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ପୂଟକ ଓ କେରଳ ପ୍ରଭୃତି ରାଜ୍ୟକୁ ନେଇ ଏକ ‘ସାଧୀନ ଦ୍ରାବିଡ଼ରାଜ୍ୟ’ ଗଠନ ପାଇଁ ଦାବି କରିଥିଲେ । ଚୀନ୍‌ର ଭାରତ ଆକ୍ରମଣ ପରେ ଏହି ଘର ୧୯୬୩ ବେଳକୁ ନରମିଯାଇଥିଲେ ମଧ୍ୟ ଦାକ୍ଷିଣାତ୍ୟ ରାଜ୍ୟମାନଙ୍କୁ ଅଧିକ ସାତନ୍ତ୍ର୍ୟ ତାଙ୍କର ଦାବି ଥିଲା ।

CHSE Odisha Class 12 Political Science Chapter 3 Long Answer Questions in Odia Medium

୧୯୬୭ ମସିହାରେ କେରଳରେ ମାର୍କସ୍ଵାଦୀ ନେତା ନମ୍ବୁଦ୍ରାପଦ ମୁଖ୍ୟମନ୍ତ୍ରୀ ହେଲେ । ସେ କେରଳ ପାଇଁ ଅଧୁକ ଖାଦ୍ୟଶସ୍ୟ କେନ୍ଦ୍ରଠାରୁ ଦାବି କଲେ । କେନ୍ଦ୍ର ସରକାରଙ୍କ ପାତର ଅନ୍ତର ମନୋଭାବକୁ ସମାଲୋଚନା କରି ଖାଦ୍ୟଯୋଗାଣ ପାଇଁ ଚୀନ୍ ସହ ପ୍ରତ୍ୟକ୍ଷ ରାଜିନାମା କରିବାର କ୍ଷମତା କେରଳକୁ ଦିଆଯାଉ ବୋଲି ସେ କହିଥିଲେ । ଏପରିକି ବୈଦେଶିକ ମୁଦ୍ରାର କେରଳ ଅଂଶ ତାଙ୍କ ରାଜ୍ୟକୁ ଦେବାପାଇଁ ତାଙ୍କର ଦାବି ଥିଲା । ୧୯୬୭ ମସିହା ଏପ୍ରିଲ ୮ ତାରିଖରେ ଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଅନ୍ନଦୁରାଇ କେନ୍ଦ୍ରର କ୍ଷମତା ହ୍ରାସ ଓ ରାଜ୍ୟର କ୍ଷମତା ବୃଦ୍ଧି ପାଇଁ ଯୁକ୍ତି ବାଢ଼ିଥିଲେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବୀରେନ୍ଦ୍ର ପାଟିଲ ୧୯୬୬ ମସିହାରେ କେନ୍ଦ୍ରର କଂଗ୍ରେସ ସରକାର ବିରୁଦ୍ଧରେ ସର ଉତ୍ତୋଳନ କଲେ ।

ରାଜ୍ୟରେ ଅଣକଂଗ୍ରେସ ସରକାର ଥିବାରୁ କେନ୍ଦ୍ର ରାଜ୍ୟ ପ୍ରତି ଉଚିତ ଧ୍ୟାନ ଦେଉନାହିଁ କେନ୍ଦ୍ର ମନ୍ତ୍ରୀମାନେ ରାଜ୍ୟଠାରୁ ଉପଯୁକ୍ତ ଆତିଥ୍ୟ ପାଉଥିଲେ ମଧ୍ୟ ରାଜ୍ୟ ମନ୍ତ୍ରୀମାନଙ୍କୁ ଦିଲ୍ଲୀରେ ସାକ୍ଷାତ ଦେଉନାହାନ୍ତି ତଥା ରାଜ୍ୟ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିଦେବାର ସବୁପ୍ରକାର ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ୧୯୬୯ ମସିହା ଜୁନ୍ ୨୮ ତାରିଖ ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଗରୁମାନ ସିଂହ କେନ୍ଦ୍ରକୁ ସମାଲୋଚନା କରି କହିଥିଲେ ଯେ କେନ୍ଦ୍ର ସରକାର ଜାଣିଶୁଣି ଚଣ୍ଡିଗଡ଼ର ଭବିଷ୍ୟତ ଓ ପଞ୍ଜାବର ସୀମା ନିର୍ଦ୍ଧାରଣ କରୁନାହାନ୍ତି । ୧୯୬୯ ମସିହା ସେପ୍ଟେମ୍ବର ୨୨ ତାରିଖରେ ତାମିଲନାଡୁ ସରକାର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଡକ୍ଟର ପି.ଭି. ରାଜରମାତ୍ମାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ରାଜ୍ୟ ସମ୍ପର୍କ ବିଷୟରେ ଅନୁଧ୍ୟାନ ରିପୋର୍ଟ ଦେବାକୁ ଏକ କମିଟି ଗଠନ କଲେ । ଏହି କମିଟି କେତେକ ଉପାଦେୟ ପରାମର୍ଶ ଦେଇଥିଲା ।

  • ରାଜ୍ୟପାଳ ରାଜ୍ୟ ମନ୍ତ୍ରୀମଣ୍ଡଳର ପରାମର୍ଶକ୍ରମେ ନିଯୁକ୍ତି ହେବା ଉଚିତ ।
  • କେବଳ ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନତି କାରଣରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯିବ । ଏ ବିଷୟରେ ବିଧାନସଭାରେ ଆଲୋଚନା ମଧ୍ୟ ହେବ ।
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଆନ୍ତଃରାଜ୍ୟ ପରିଷଦ ଗଠିତ ହେବ ଏବଂ ତାହା ପ୍ରତିରକ୍ଷା ଓ ବୈଦେଶିକ ସମ୍ପର୍କ ଭିନ୍ନ ଅନ୍ୟ ସମସ୍ତ ବିଷୟ ଆଲୋଚନା କରିବେ ।
  • ରାଜ୍ୟ ତାଲିକାର ବିଷୟ ସଂଖ୍ୟା ବୃଦ୍ଧି କରାଯିବ ଓ ରାଜ୍ୟସଭାରେ ପ୍ରତ୍ୟେକ ରାଜ୍ୟକୁ ସମାନ ପ୍ରତିନିଧୁତ୍ଵ ମିଳିବ ।
  • ଅର୍ଥ ଆୟୋଗ ଏକ ସ୍ଥାୟୀ ସଂସ୍ଥା ହେବ ।
  • ଆନ୍ତଃରାଜ୍ୟ ନଦୀଜଳ ବଣ୍ଟନ ବିବାଦ କେବଳ ସୁପ୍ରିମ୍ କୋର୍ଟରେ ହିଁ ଶେଷହେବ ଓ ହାଇକୋର୍ଟର ବିଚାରପତିମାନଙ୍କ ବହିଷ୍କାରରେ ରାଜ୍ୟ ବିଧାନସଭାକୁ ଅଂଶୀଦାର କରାହେବ ।
  • ଅନ୍ତର୍ଭୁକ୍ତ ହେବ । କେନ୍ଦ୍ର ସରକାର ଏହି ପରାମର୍ଶ ଗ୍ରହଣ କରିନଥିଲେ । ୧୯୬୯ ମସିହାରେ ପଶ୍ଚିମବଙ୍ଗର ରାଜ୍ୟପାଳ ଧର୍ମବୀର ବର୍ଷୀୟାନ ନେତା ଅଜୟ ମୁଖାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀତ୍ଵରୁ ବହିଷ୍କାର କରି ଏକ କୁପରମ୍ପରା ସୃଷ୍ଟିକଲେ । ଏହାଫଳରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ବ୍ୟାହତ ହେଲା । ମାର୍କସବାଦୀ କମ୍ୟୁନିଷ୍ଟପାର୍ଟି ଧର୍ମବୀରଙ୍କ ପ୍ରତ୍ୟାହାର ଦାବିକଲା ଓ ତତ୍‌ସହିତ ରାଜ୍ୟର ଅଧ‌ିକ ସାତନ୍ତ୍ର୍ୟପାଇଁ ସର ଉତ୍ତୋଳନ କଲା ।

CHSE Odisha Class 12 Political Science Chapter 3 Long Answer Questions in Odia Medium

୧୯୭୦ ମସିହାରେ ବିହାର ମୁଖ୍ୟମନ୍ତ୍ରୀ ମହାମାୟା ପ୍ରସାଦ ସିହ୍ନା ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ନାରାୟଣ ସିହଦେଓ ରାଜ୍ୟମାନଙ୍କ ପାଇଁ ଅଧିକ କ୍ଷମତା ଦାବି କଲେ । ଓଡ଼ିଶାର ପ୍ରାକୃତିକ ସମ୍ପଦର ଉପଯୁକ୍ତ ବିନିଯୋଗ ପାଇଁ ଦ୍ଵିତୀୟ ଇସ୍ପାତ କାରଖାନା ଓ ରେଳପଥର ସମ୍ପ୍ରସାରଣ ଦାବିରେ ସରକାରୀ ଦଳ ପୃଷ୍ଠପୋଷକତାରେ ଓଡ଼ିଶାରେ ବନ୍ଦ ପାଳନ କରାଯାଇଥିଲା । ୧୯୭୩ ମସିହା ଅକ୍ଟୋବର ମାସରେ ପଞ୍ଜାବର ଆନନ୍ଦପୁର ସାହିବଠାରେ ଶିରେମଣି ଆକାଳୀଦଳଦ୍ଵାରା କେନ୍ଦ୍ର ରାଜ୍ୟ ସମ୍ପର୍କକୁ ନୂତନ ରୂପ ଦେବାପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହା ଆନନ୍ଦପୁର ସାହିବ ପ୍ରସ୍ତାବ ଭାବେ ପରିଚିତ । ରାଜ୍ୟରୁ ଅଧ‌ିକ କ୍ଷମତା ଦେବା, ସଂଘୀୟ ବ୍ୟବସ୍ଥାର ଢାଞ୍ଚା ବଦଳାଇବା ଓ ରାଜ୍ୟର ଆର୍ଥିକ ସ୍ଥିତିକୁ ଦୃଢ଼ କରିବାପାଇଁ କେତେକ ପ୍ରସ୍ତାବ ଏହାର ଅନ୍ତର୍ଭୁକ୍ତ ।

କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ବିହାର ଓ ଅନ୍ୟ କେତେକ ରାଜ୍ୟର ପରିସ୍ଥିତିରେ ସମବେଦନା ପ୍ରକାଶକରି ଜୟପ୍ରକାଶ ନାରାୟଣ ୧୯୭୧ ମସିହାରେ ଏକ ନୂତନ କ୍ରାନ୍ତି ଆରମ୍ଭ କଲେ । ଏହା ସଂପୂର୍ଣ୍ଣ ବିପ୍ଳବ ନାମରେ ନାମିତ । ଏହାର ଲକ୍ଷ୍ୟ ଥିଲା କ୍ଷମତାର ବିକନ୍ଦ୍ରୀକରଣ ଓ ଆଞ୍ଚଳିକ ବୈଷମ୍ୟର ଅବସାନ । ୧୯୭୭ ମସିହା ନିର୍ବାଚନରେ ଭାରତୀୟମାନେ ଏକ ଐତିହାସିକ ରାୟ ଦେଲେ, ଯାହାଫଳରେ କେନ୍ଦ୍ରରେ କଂଗ୍ରେସ ପରିବର୍ତ୍ତେ ଜନତା ଦଳ ଶାସନକୁ ଆସିଲା । ୯ଟି ରାଜ୍ୟର କଂଗ୍ରେସ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିଦେଇ ଜନତା ଦଳ କେନ୍ଦ୍ର-ରାଜ୍ୟ ସମ୍ପର୍କରେ କ୍ଷତି ଘଟାଇଥଲା । ତତ୍କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଦେବରାଜ ଉର୍ଷ ରାଜ୍ୟ ପାଇଁ ଅଧିକ କ୍ଷମତା ଦାବି କରିଥିଲେ ।

୧୯୭୮ ମସିହାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶସିଂହ ବାଦଲ, ଆସାମ ମୁଖ୍ୟମନ୍ତ୍ରୀ ଗୋଲାବ ବାରବରା, ଲୋକସଭା ସଭ୍ୟ ଶ୍ରୀ ଧନିକଲାଲ ମଣ୍ଡଳ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀ ଜ୍ୟୋତିବସୁ ପ୍ରଭୃତି ରାଜ୍ୟପାଇଁ ଅଧିକ କ୍ଷମତା ଦାବି କରିଥିଲେ ମଧ୍ୟ ମୋରାର୍‌ଜୀ ସରକାର ସେମାନଙ୍କ ସହିତ ଏକମତ ହୋଇନଥିଲେ । ଜନତା ମନ୍ତ୍ରୀମଣ୍ଡଳର ପତନ ଘଟିବାରୁ ୧୯୮୦ ମସିହାରେ କଂଗ୍ରେସ ପୁଣି କ୍ଷମତାକୁ ଆସିଲା । ଶ୍ରୀମତୀ ଇନ୍ଦିରା ଗାନ୍ଧି ୯ଟି ରାଜ୍ୟର ଅଣକଂଗ୍ରେସ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିଦେଇ ଜନତା ସରକାରଙ୍କ କାର୍ଯ୍ୟର ପୁନରାବୃତ୍ତି କଲେ । ଏହା କେନ୍ଦ୍ର-ରାଜ୍ୟ ସମ୍ପର୍କକୁ କ୍ଷୁଣ୍ଣ କଲା । ୧୯୮୨ ମସିହା ବେଳକୁ ପଞ୍ଜାବ ପରିସ୍ଥିତି ଆୟତ୍ତ ବାହାରକୁ ଚାଲିଯାଇଥିଲା ।

CHSE Odisha Class 12 Political Science Chapter 3 Long Answer Questions in Odia Medium

ଶ୍ରୀମତୀ ଗାନ୍ଧି ସ୍ଵର୍ଣ୍ଣମନ୍ଦିରରେ ଭାରତୀୟ ସୈନ୍ୟବାହିନୀଦ୍ଵାରା ଯେଉଁ ବୃଷ୍ଟାର ଅପରେସନ କଲେ ତା’ ବିରୁଦ୍ଧରେ ଅକାଳୀ ଦଳର କର୍ମୀମାନେ ସଙ୍ଗଠିତ ହୋଇ ରାଜ୍ୟ ପାଇଁ ଅଧୁକ କ୍ଷମତା ତଥା ଖାଲିସ୍ଥାନ ଦାବିକଲେ । ସେହିବର୍ଷ ହରିୟାନାର ଭିୱାନୀଠାରେ ମୁଖ୍ୟ ବିରୋଧୀ ଦଳଙ୍କ ନେତୃମଣ୍ଡଳର ବୈଠକ ବସିଲା ଓ କେନ୍ଦ୍ରର କଂଗ୍ରେସ ଶାସନର ସମାପ୍ତି ତଥା ରାଜ୍ୟମାନଙ୍କ ପାଇଁ ଅଧିକ କ୍ଷମତା ସଂକ୍ରାନ୍ତରେ କେତେକ ନିଷ୍ପତ୍ତି ନିଆଗଲା । ୧୯୮୩ ମସିହା ମାର୍ଚ୍ଚ ୨୦ ତାରିଖରେ ତାମିଲନାଡୁ, କର୍ନେଟକ, ଆନ୍ଧ୍ରପ୍ରଦେଶ ଓ ପଣ୍ଡିଚେରୀର ମୁଖ୍ୟମନ୍ତ୍ରୀମାନେ ବାଙ୍ଗାଲୋରଠାରେ ମିଳିତ ହୋଇ ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀମାନେ ଓ ବିରୋଧୀଦଳର ନେତାମାନେ କେନ୍ଦ୍ର-ରାଜ୍ୟ ସମ୍ପର୍କ, ରାଜ୍ୟର ସ୍ୱାତନ୍ତ୍ର୍ୟ, ଆଞ୍ଚଳିକ ବିକାଶ ଓ କେନ୍ଦ୍ର ସରକାରଙ୍କ ମନୋମୁଖୀ ତଥା ପକ୍ଷପାତୀ ଦୃଷ୍ଟିଭଙ୍ଗୀ ବିଷୟରେ ଆଲୋଚନା କରିବାପାଇଁ ଏବଂ ସମୁଚିତ ପନ୍ଥା ଗ୍ରହଣ ପାଇଁ ବିଭିନ୍ନ ସ୍ଥାନରେ ମିଳିତ ହେବାପାଇଁ ଯୋଜନା କଲେ ।

୧୯୮୩ ମସିହା ମେ ମାସ ୨୮ ତାରିଖରେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାଠାରେ, ୧୯୮୩ ମସିହା ଅକ୍ଟୋବର ମାସ ୭ ତାରିଖରେ ଶ୍ରୀନଗରଠାରେ ଓ ୧୯୮୪ ମସିହା ଜାନୁୟାରୀ ୧୩ ତାରିଖ ଦିନ କଲିକତାଠାରେ ଏହି ପ୍ରକାର ସମ୍ମିଳନୀ ସଙ୍ଗଠିତ ହୋଇଥିଲା । ୧୯୮୪ ମସିହାରେ କେନ୍ଦ୍ରୀୟ ନିର୍ଦ୍ଦେଶରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଶ୍ରୀରାମଲାଲ ଅପକୌଶଳ ପ୍ରୟୋଗ କରି ମୁଖ୍ୟମନ୍ତ୍ରୀ ଏନ୍.ଟି. ରାମାରାଓଙ୍କୁ କ୍ଷମତାଚ୍ୟୁତ କଲେ ଓ ଶ୍ରୀ ଭାସ୍କର ରାଓଙ୍କୁ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାସୀନ କଲେ । ଏହା କେନ୍ଦ୍ର ସରକାରର ରାଜ୍ୟ ଉପରେ ଅଯଥା ହସ୍ତକ୍ଷେପ ବୋଲି କହି ବିରୋଧୀ ଦଳମାନେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ସମାଲୋଚନା କରିଥିଲେ । ଅବଶ୍ୟ ଖୁବ୍ କମ୍ ଦିନପରେ ଭାସ୍କର ରାଓଙ୍କୁ ବହିଷ୍କାର କରି ରାମାରାଓଙ୍କୁ ପୁନଶ୍ଚ ମୁଖ୍ୟମନ୍ତ୍ରୀ କରାଗଲା ।

୧୯୮୯ ମସିହାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏସ.ଆର.ବୋମାଲଙ୍କୁ ବିଧାନସଭାରେ ଶକ୍ତି ପରୀକ୍ଷାର ସାମାନ୍ୟତମ ସୁଯୋଗ ନଦେଇ ରାଜ୍ୟପାଳ ଭେଙ୍କଟସୁବେୟା ମୁଖ୍ୟମନ୍ତ୍ରୀତ୍ବରୁ ବରଖାସ୍ତ କଲେ । ଏହାଦ୍ଵାରା କଂଗ୍ରେସ ସରକାରଙ୍କ ବିରୁଦ୍ଧରେ ନାନା ପ୍ରକାର ସମାଲୋଚନା ହେଲା । ରାଜ୍ୟପାଳ ଅଗଣତାନ୍ତ୍ରିକ, ଉଦ୍ଦେଶ୍ୟମୂଳକ ଓ ଦଳୀୟ ସମର୍ଥକଭାବେ କାର୍ଯ୍ୟ କରୁଥିବାରୁ ରାଜ୍ୟପାଳ ପଦବୀକୁ ଉଠାଇ ଦେବାପାଇଁ ବିଭିନ୍ନ ସ୍ତରରେ ଦାବି କରାଯାଇଥିଲା । ସେହିପରି କେରଳର ନାୟନାର ମନ୍ତ୍ରୀମଣ୍ଡଳ ସହିତ ରାଜ୍ୟପାଳ ଶ୍ରୀମତୀ ରାମଦୁଲାରୀ ସିହ୍ନାଙ୍କ ବିଶ୍ଵବିଦ୍ୟାଳୟ ବ୍ୟାପାର ସଂକ୍ରାନ୍ତରେ ୧୯୮୮ ମସିହାରେ ବ୍ୟାପକ ମତଭେଦ ଘଟିବାକୁ କେରଳ ସରକାର ତାଙ୍କର ପ୍ରତ୍ୟାହାର ଦାବି କରିଥିଲେ ।

କେନ୍ଦ୍ର-ରାଜ୍ୟ ସମ୍ପର୍କରେ ପୁନର୍ବିନ୍ୟାସ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟମାନଙ୍କ ମଧ୍ୟରେ ସମ୍ବଳର ସମବଣ୍ଟନ କରିବା ଏବଂ ରାଜ୍ୟମାନଙ୍କୁ ଅଧିକ ସମ୍ବଳ ଯୋଗାଇବାପାଇଁ ମଧ୍ୟ ସେଠାରେ ଦାବି ହୋଇଥିଲା । ରାମକୃଷ୍ଣ ହେଗେଡ୍‌ଙ୍କ ଯୁକ୍ତି ଏପରି ଅକାଟ୍ୟ ଥିଲା ଯେ, ପ୍ରଧାନମନ୍ତ୍ରୀ ଶ୍ରୀମତୀ ଗାନ୍ଧି କେନ୍ଦ୍ର ରାଜ୍ୟ ସମ୍ପର୍କର ଅନୁଧ୍ୟାନ ପାଇଁ ଏକ କମିଶନ ବସାଇବାକୁ ବାଧ୍ୟ ହୋଇଥିଲେ । ୧୯୮୩ ମାର୍ଚ୍ଚ ୨୪ ତାରିଖରେ ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି ରଞ୍ଜିତ ସିଂହ ସରକାରଙ୍କ ଅଧ୍ୟକ୍ଷତାରେ କମିଶନ ଗଠିତ ହେଲା । ପାଞ୍ଚବର୍ଷରୁ ଅଧିକ କାଳ ଅନୁଧ୍ୟାନ କରିବା ପରେ ସରକାରିଆ କମିଶନ ୧୫୭୯ ପୃଷ୍ଠା ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ୧୯୮୮ ମସିହାରେ ଦେଲେ ।

CHSE Odisha Class 12 Political Science Chapter 3 Long Answer Questions in Odia Medium

  • କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅଧିକ ଯୋଗସୂତ୍ର ଓ ସହଯୋଗ ପ୍ରତିଷ୍ଠା ପାଇଁ ଏକ ଅନ୍ତଃ ସରକାର ପରିଷଦ ପ୍ରତିଷ୍ଠା ହେବା ଉଚିତ ଓ ଏହାର ନାମ ଜାତୀୟ ଆର୍ଥନୀତିକ ଓ ଉନ୍ନୟନ ପରିଷଦ ରଖାଯିବା
  • ଆଞ୍ଚଳିକ ପରିଷଦଗୁଡ଼ିକର ସ୍ଥାୟୀ ସଚିବାଳୟ ରହିବା ଆବଶ୍ୟକ ଓ କେନ୍ଦ୍ର ସରାଷ୍ଟ୍ରମନ୍ତ୍ରୀଙ୍କ ପରିବର୍ତ୍ତେ ପରିଷଦ ଅନ୍ତର୍ଭୁକ୍ତ ମୁଖ୍ୟମନ୍ତ୍ରୀମାନେ କ୍ରମାନ୍ୱୟରେ ଏହାର ଅଧ୍ୟକ୍ଷ ହେବା ଉଚିତ ।
  • ଯୋଜନା ପ୍ରଣୟନ ସମୟରେ ଯୋଜନା କମିଶନ ରାଜ୍ୟ ସରକାରଙ୍କୁ ଅଧିକ ଗୁରୁତ୍ଵ ଦେବା ଉଚିତ ।
  • ରାଜ୍ୟରେ ୩୫୬ ଧାରାର ଅପପ୍ରୟୋଗ ହୋଇ ରାଷ୍ଟ୍ରପତି ଶାସନ ଜାରି ସପକ୍ଷରେ କମିଶନ ମତ ଦେଇ ନାହାନ୍ତି ।
  • ରାଜ୍ୟପାଳଙ୍କ ନିଯୁକ୍ତି ସମୟରେ ସଂପୃକ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ମତ ନିଆଯିବା ଉଚିତ ।
  • ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ବଦଳି କରିବା ଉଚିତ ନୁହେଁ । ମୋଟ ଉପରେ ସରକାରିଆ କମିଶନ ରାଜ୍ୟକୁ ଅଧ‌ିକ କ୍ଷମତା ଦେବା ସପକ୍ଷରେ ମତ ଦେଇ ନାହାନ୍ତି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ପର୍କକୁ କେନ୍ଦ୍ରକରି ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ସମୟରେ ଯେଉଁ ପ୍ରଶ୍ନମାନ ଉଠିଛି, ତାହାର ଜରୁରୀ ସମାଧାନ ହେବା ଆବଶ୍ୟକ । ଦେଶର ପ୍ରତିରକ୍ଷା, ଅଖଣ୍ଡତା, ଐକ୍ୟ ଓ ସଂହତି ଯେତେବେଳେ ବିପନ୍ନ ହୋଇଛି, ରାଜ୍ୟମାନେ ବିନା ଦ୍ବିଧାରେ କେନ୍ଦ୍ରପ୍ରତି ନିସର୍ଭ ସମର୍ଥନ ଜ୍ଞାପନ କରିଛନ୍ତି । ସ୍ଵାଭାବିକ ସମୟରେ ରାଜ୍ୟମାନେ ଯେଉଁ ସାତନ୍ତ୍ର୍ୟ ଚାହୁଁଛନ୍ତି, କେନ୍ଦ୍ର ସରକାର ସେଥୁପ୍ରତି ସହାନୁଭୁତିଶୀଳ ଦୃଷ୍ଟି ଦେବା ଉଚିତ । ଉଭୟେ କେନ୍ଦ୍ର ଏବଂ ରାଜ୍ୟ ଜାତୀୟ ଅଖଣ୍ଡତାକୁ ରାଜନୀତିର ଊର୍ଦ୍ଧ୍ବରେ ରଖୁବା ଉଚିତ । ଏଥିପାଇଁ ଆବଶ୍ୟକ ପରସ୍ପର ମଧ୍ୟରେ ଶ୍ରଦ୍ଧା ଓ ସହଯୋଗ ।

CHSE Odisha Class 12 Political Science Chapter 3 Short Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 3 ଭାରତରେ ସଂଘୀୟବାଦ Short Answer Questions.

CHSE Odisha 12th Class Political Science Chapter 3 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି / ତିନୋଟି ବାକ୍ୟରେ ଦିଅ ।

୧ । ରାଜ୍ୟ ତାଲିକାରେ ଥ‌ିବା ଯେକୌଣସି ପାଞ୍ଚଗୋଟି ବିଷୟ ଉଲ୍ଲେଖ କର ଓ ଏହା ଉପରେ ସାଧରଣତଃ କିଏ ଆଇନ ପ୍ରଣୟନ କରିପାରେ ?
Answer:
ସାଧାରଣତଃ ସ୍ଵାସ୍ଥ୍ୟ ଓ ଚିକିତ୍ସା, ଆଭ୍ୟନ୍ତରୀଣ ଶୃଙ୍ଖଳା, କୃଷି, ଶିଳ୍ପ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଇତ୍ୟାଦି ରାଜ୍ୟ ତାଲିକାର ପାଞ୍ଚଗୋଟି ବିଷୟ ଅଟେ । ଏହା ଉପରେ ପ୍ରାୟତଃ ରାଜ୍ୟ ବ୍ୟବସ୍ଥାପକ ସଭା ଆଇନ ପ୍ରଣୟନ କରେ ।

୨ । ଯୁଗ୍ମ ତାଲିକାରେ ଥ‌ିବା ଯେକୌଣସି ୫ଟି ବିଷୟ ଲେଖ ।
Answer:
ବିବାହ ଓ ଛାଡ଼ପତ୍ର, ଜଙ୍ଗଲ, ମାପ ଓ ଓଜନ, ଔଷଧ, ଆର୍ଥନୀତିକ ଓ ସାମାଜିକ ଯୋଜନା ବିଷୟଗୁଡ଼ିକ ଯୁଗ୍ମ ତାଲିକାରେ ଉଲ୍ଲେଖ ଅଛି ।

CHSE Odisha Class 12 Political Science Chapter 3 Short Answer Questions in Odia Medium

୩ । ଅର୍ଥ ଆୟୋଗକୁ କିଏ କେତେ ବର୍ଷ ପାଇଁ ନିଯୁକ୍ତ କରନ୍ତି ?
Answer:
ଅର୍ଥ ଆୟୋଗକୁ ରାଷ୍ଟ୍ରପତି ୫ ବର୍ଷ ପାଇଁ ନିଯୁକ୍ତ କରନ୍ତି ।

୪ । ଅର୍ଥ ଆୟୋଗର ମୁଖ୍ୟ କାର୍ଯ୍ୟ କ’ଣ ?
Answer:
କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପ୍ରତି ପାଞ୍ଚ ବର୍ଷରେ ଥରେ ଆର୍ଥିକ ଦେଶନେଣ ବ୍ୟବସ୍ଥା, ପରିମାଣର ସମୀକ୍ଷା ଓ ପରିବର୍ତ୍ତନ କରିବା ଅର୍ଥ ଆୟୋଗର ମୁଖ୍ୟ କାର୍ଯ୍ୟ ଅଟେ ।

୫। ସର୍ବଭାରତୀୟ ସେବାସଂସ୍ଥାକୁ କିଏ ନିୟନ୍ତ୍ରଣ କରନ୍ତି ?
Answer:
ଭାରତର କେନ୍ଦ୍ର ସରକାର ସର୍ବଭାରତୀୟ ସେବାସଂସ୍ଥାକୁ ନିୟନ୍ତ୍ରଣ କରନ୍ତି ।

୬ | ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ ସଂସଦ କେତେବେଳେ ଆଇନ ପ୍ରଣୟନ କରେ ?
Answer:
ଦେଶରେ ଜରୁରୀ ପରିସ୍ଥିତି ଜାରି ଥିବାବେଳେ ରାଜ୍ୟସଭାରେ ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନ କ୍ରମେ ଗୃହୀତ ପ୍ରସ୍ତାବ କିମ୍ବା ଦୁଇ ବା ଅଧ୍ବକ ରାଜ୍ୟଙ୍କ ଅନୁରୋଧ କ୍ରମେ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ କେନ୍ଦ୍ର ସଂସଦ ଆଇନ ପ୍ରଣୟନ କରିପାରିବ ।

୭ । ଆନ୍ତର୍ଜାତିକ ଚୁକ୍ତି କେତେ ଧାରାରେ ବର୍ଣ୍ଣନା କରାଯାଇଛି ?
Answer:
୨୫୩ ଧାରାରେ ବର୍ଣ୍ଣିତ ଅଛି ଯେ କୌଣସି ଆନ୍ତର୍ଜାତିକ ସନ୍ଧି, ଚୁକ୍ତି ବା ସର୍ଭେ ପାଳନ କରିବାପାଇଁ ଆବଶ୍ୟକ ହେଲେ ପାର୍ଲିଆମେଣ୍ଟ ଯେକୌଣସି ବିଷୟରେ ଆଇନ ପ୍ରଣୟନ କରେ ।

୮ । କେନ୍ଦ୍ର ତାଲିକା ଉପରେ କିଏ ଆଇନ ପ୍ରଣୟନ କରେ ?
Answer:
କେନ୍ଦ୍ରୀୟ ସଂସଦ କେନ୍ଦ୍ର ତାଲିକା ଉପରେ ଆଇନ ପ୍ରଣୟନ କରେ ।

CHSE Odisha Class 12 Political Science Chapter 3 Short Answer Questions in Odia Medium

୯ । ରାଜ୍ୟ ପୁନର୍ଗଠନ କ୍ଷମତା କାହା ଉପରେ ନ୍ୟସ୍ତ ହୋଇଛି ?
Answer:
ରାଜ୍ୟ ପୁନର୍ଗଠନ କ୍ଷମତା କେନ୍ଦ୍ରୀୟ ସଂସଦ ହସ୍ତରେ ନ୍ୟସ୍ତ ହୋଇଛି ।

୧୦ | ଭାରତ ସମ୍ବିଧାନରେ ଅବଶେଷ କ୍ଷମତା କାହାକୁ ଦିଆଯାଇଛି ?
Answer:
ଭାରତ ସମ୍ବିଧାନରେ ଅବେଶଷ କ୍ଷମତା କେନ୍ଦ୍ରକୁ ଦିଆଯାଇଛି ।

୧୧ । ଭାରତରେ ସଂଘୀୟ ବ୍ୟବସ୍ଥା କିଏ ପ୍ରଥମେ ପ୍ରତିଷ୍ଠା କରିଥିଲେ ?
Answer:
ଭାରତରେ ପ୍ରଥମେ ସଂଘୀୟ ବ୍ୟବସ୍ଥା ମଣ୍ଟେଗୁ-ଚେମସ୍କୋର୍ଡ ପ୍ରତିଷ୍ଠା କରିଥିଲେ ।

୧୨ । ଭାରତ କାହିଁକି ଏକ ସଂଘୀୟ ରାଷ୍ଟ୍ର ଅଟେ ?
Answer:
ଭାରତରେ ସଂଘୀୟ ରାଷ୍ଟ୍ରର ସମସ୍ତ ଉପାଦାନ ଯଥା –

  • ଲିଖ୍ ଓ ଅନମନୀୟ ସମ୍ବିଧାନ;
  • କେନ୍ଦ୍ର ଓ ରାଜ୍ୟ ସ୍ତରରେ ଦୁଇଟି ସରକାର ଓ ସେମାନଙ୍କ ମଧ୍ୟରେ ସମ୍ବିଧାନଦ୍ଵାରା କ୍ଷମତାର ବଣ୍ଟନ
  • ଦ୍ବିସଦନୀୟତା ଓ
  • ନିରପେକ୍ଷ ନ୍ୟାୟାଳୟ ରହିଛି ।

୧୩ । ଭାରତ ସମ୍ବିଧାନ ଭାରତକୁ କେଉଁ ରୂପରେ ବର୍ଣ୍ଣନା କରିଛି ?
Answer:
ଭାରତ ସମ୍ବିଧାନ ଭାରତକୁ ଏକ ସଂଘୀୟ ରାଷ୍ଟ୍ର ବା ଐକିକ ରାଷ୍ଟ୍ର ହିସାବରେ ବର୍ଣ୍ଣନା ନକରି ଏହାର ପ୍ରଥମ ଧାରାରେ “ରାଜ୍ୟମାନଙ୍କର ଏକ ସମ୍ମିଳନ” ରୂପରେ ଘୋଷଣା କରିଛି ।

CHSE Odisha Class 12 Political Science Chapter 3 Short Answer Questions in Odia Medium

୧୪ । ବ୍ୟବସ୍ଥାପିକା ସଂପର୍କ କ୍ଷେତ୍ରରେ କେନ୍ଦ୍ର କାହିଁକି ଅଧ‌ିକ କ୍ଷମତା ଉପଭୋଗ କରେ ?
Answer:
ବ୍ୟବସ୍ଥାପିକା ସଂପର୍କ କ୍ଷେତ୍ରରେ କେନ୍ଦ୍ର ଅଧିକ କ୍ଷମତା ଉପଭୋଗ କରେ କାରଣ କେନ୍ଦ୍ର ତାଲିକା ପରି ଏକ ବୃହତ୍ ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନର ବ୍ୟାପକ ତଥା ଏକକ କ୍ଷମତା କେନ୍ଦ୍ରୀୟ ସଂସଦ ଉପଭୋଗ କରୁଛି । ଜରୁରୀ ପରିସ୍ଥିତି, ଦୁଇ ବା ଅଧ୍ଵକ ରାଜ୍ୟଙ୍କ ଅନୁରୋଧ, ରାଜ୍ୟସଭାରେ ଗୃହୀତ ପ୍ରସ୍ତାବ ଆଦି ଭିତ୍ତିରେ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ କେନ୍ଦ୍ର ଆଇନ କରିଥାଏ । ପୁନଶ୍ଚ ଯୁଗ୍ମ ତାଲିକାଭୁକ୍ତ ବିଷୟ ଉପରେ ପ୍ରଣୀତ କେନ୍ଦ୍ର ଆଇନ ଓ ରାଜ୍ୟ ଆଇନ ମଧ୍ୟରେ ବିବାଦ ଦେଖାଗଲେ କେନ୍ଦ୍ର ଆଇନ ବଳବତ୍ତର ରୁହେ ।

୧୫ । କେନ୍ଦ୍ରଶାସିତ ଅଞ୍ଚଳ କ’ଣ ?
Answer:
ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳ ଭାରତର କେନ୍ଦ୍ର ସରକାରଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣ ଓ ପରିଚାଳନାରେ ରହିଲେ ତାହାକୁ କେନ୍ଦ୍ରଶାସିତ ଅଞ୍ଚଳ କୁହାଯାଏ । କୌଣସି ଅଞ୍ଚଳକୁ ସ୍ଵତନ୍ତ୍ର ସୁବିଧା ପ୍ରଦାନ ଲକ୍ଷ୍ୟରେ ଏହା କରାଯାଇଥାଏ । ଭାରତରେ ୭ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି ।

(B) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।

୧। ଅବଶିଷ୍ଟ କ୍ଷମତା କହିଲେ କ’ଣ ବୁଝ ?
Answer:
କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ହୋଇଥିବା କ୍ଷମତା ବଣ୍ଟନ ଅନୁଯାୟୀ ଯେଉଁ ବିଷୟଗୁଡ଼ିକ କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଓ ଯୁଗ୍ମ ତାଲିକାରେ ସ୍ଥାନ ପାଇନଥାଏ, ସେଗୁଡ଼ିକୁ ଅବଶିଷ୍ଟ କ୍ଷମତା କୁହାଯାଏ । ଏହା ଅନିର୍ଦ୍ଦିଷ୍ଟ ଅଟେ ଏବଂ ଏହା କେନ୍ଦ୍ର ସରକାରଙ୍କ ହସ୍ତରେ ନ୍ୟସ୍ତ କରାଯାଇଛି । କେଉଁ କେଉଁ ବିଷୟଗୁଡ଼ିକ ବଳକା କ୍ଷମତାର ପରିସରଭୁକ୍ତ ହେବ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନେବାପାଇଁ ସୁପ୍ରିମ୍‌କୋର୍ଟକୁ କ୍ଷମତା ପ୍ରଦାନ କରାଯାଇଛି ।

CHSE Odisha Class 12 Political Science Chapter 3 Short Answer Questions in Odia Medium

୨ । କେଉଁ କେଉଁ ପରିସ୍ଥିତିରେ କେନ୍ଦ୍ର ସରକାର ରାଜ୍ୟ ତାଲିକାଭୁକ୍ତ ବିଷୟରେ ଆଇନ ପ୍ରଣୟନ କରିପାରିବେ ?
Answer:
ରାଜ୍ୟ ତାଲିକାଭୁକ୍ତ ବିଷୟରେ ଆଇନ ପ୍ରଣୟନ କରିବାପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ଦିଆଯାଇଥିଲେ ମଧ୍ୟ କେତେକ ପରିସ୍ଥିତିରେ କେନ୍ଦ୍ର ବ୍ୟବସ୍ଥାପିକା ଏହି ତାଲିକାରେ ହସ୍ତକ୍ଷେପ କରି ଆଇନ ପ୍ରଣୟନ କରିବାର କ୍ଷମତା ପାଇଥାଏ । ପ୍ରଥମତଃ, ଯେତେବେଳେ ଦେଶରେ ଜାତୀୟ ଜରୁରିକାଳୀନ ପରିସ୍ଥିତି ଜାରି ହୋଇଥାଏ, ସେତେବେଳେ ସଂସଦ ରାଜ୍ୟ ତାଲିକାଭୁକ୍ତ ବିଷୟଗୁଡ଼ିକରେ ଆଇନ ପ୍ରଣୟନ କରିବାର କ୍ଷମତା ପାଇଥାଏ । ଦ୍ଵିତୀୟତଃ, ରାଜ୍ୟସଭା ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନକ୍ରମେ ଯଦି ପ୍ରସ୍ତାବ ଗ୍ରହଣ କରେ ଯେ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ସଂସଦ ରାଜ୍ୟ ତାଲିକାଭୁକ୍ତ କୌଣସି ବିଷୟରେ ଆଇନ ପ୍ରଣୟନ କରିବା ଉଚିତ; ତେବେ ସଂସଦ ସେହି ବିଷୟରେ ଆଇନ ପ୍ରଣୟନ କରିଥାଏ । ତୃତୀୟତଃ, ଯଦି ଦୁଇ ବା ତତୋଽଧ୍ଵକ ରାଜ୍ୟ ସ୍ଵେଚ୍ଛାକୃତ ଭାବେ ସେମାନଙ୍କର ବିଧାନମଣ୍ଡଳରେ ଏକ ପ୍ରସ୍ତାବ ଗ୍ରହଣ କରି ରାଜ୍ୟ ତାଲିକାଭୁକ୍ତ ବିଷୟରେ ଆଇନ ପ୍ରଣୟନ କରିବାକୁ ସଂସଦକୁ ଅନୁରୋଧ କରନ୍ତି ତାହାହେଲେ ସଂସଦ ଆଇନ ପ୍ରଣୟନ କରିପାରିବ ।

୩ । ଯୋଜନା ଆୟୋଗର କାର୍ଯ୍ୟାବଳୀ ଆଲୋଚନା କର ।
Answer:
ସରକାରଙ୍କର ବହୁବିଧ ଯୋଜନାକୁ ରୂପରେଖ ଦେବାପାଇଁ ଏକ ‘କେନ୍ଦ୍ରୀୟ ଯୋଜନା ଆୟୋଗ’ ଗଠନ କରାଯାଇଛି । ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ ଅଟନ୍ତି । ଦେଶର ସାମାଜିକ ଓ ଆଞ୍ଚଳିକ ବିକାଶ ପାଇଁ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ତାକୁ କାର୍ଯ୍ୟକାରୀ କରାଇବା, ରାଷ୍ଟ୍ରର ସୀମିତ ସମ୍ବଳକୁ ସୁଚିନ୍ତିତ ଯୋଜନା ମାଧ୍ୟମରେ ଉପଯୁକ୍ତ ଭାବରେ ବିନିଯୋଗ କରି ରାଷ୍ଟ୍ରର ସର୍ବାଧ‌ିକ ଉନ୍ନତି ସାଧନ କରିବା ଯୋଜନା ଆୟୋଗର ମୁଖ୍ୟ କର୍ତ୍ତବ୍ୟ । ଏହା କେନ୍ଦ୍ର ସରକାରଙ୍କୁ ଉନ୍ନୟନମୂଳକ କାର୍ଯ୍ୟରେ ପରାମର୍ଶ ପ୍ରଦାନ କରିଥାଏ ।

୪ | ଭାରତର ହିସାବ ରକ୍ଷକ ଓ ମହାସମୀକ୍ଷକଙ୍କର ଭୂମିକା ଆଲୋଚନା କର ।
Answer:
ସମ୍ବିଧାନର ୧୪୮ ଧାରା ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଆୟବ୍ୟୟର ହିସାବ୍ ରଖୁବା ଓ ତର୍ଜମା କରିବାପାଇଁ ରାଷ୍ଟ୍ରପତି ଜଣେ ହିସାବ ରକ୍ଷକ ଓ ମହାସମୀକ୍ଷକଙ୍କୁ ନିଯୁକ୍ତ କରିଥାଆନ୍ତି । ସଂସଦ ମଞ୍ଜୁର କରିଥିବା ଅର୍ଥର ଉପଯୁକ୍ତ ବିନିଯୋଗ ହେଉଛି କି ନାହିଁ ତାହା ପରୀକ୍ଷା କରିବା ତାଙ୍କର ପ୍ରଧାନ କର୍ତ୍ତବ୍ୟ । କେନ୍ଦ୍ର ଓ ରାଜ୍ୟର ଆୟବ୍ୟୟର ଚୂଡ଼ାନ୍ତ ହିସାବ ରଖିବା ଏବଂ ଆର୍ଥିକ ନିୟନ୍ତ୍ରଣ ଆଇନ ଅନୁସାରେ ବ୍ୟୟ ତାଲିକାକୁ ତର୍ଜମା କରିବା ହେଉଛି ତାଙ୍କର ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ । ସେ ସମସ୍ତ ସରକାରୀ ଆୟବ୍ୟୟର ବିବରଣୀକୁ ସମୀକ୍ଷା କରନ୍ତି ।

CHSE Odisha Class 12 Political Science Chapter 3 Short Answer Questions in Odia Medium

୫ । N.D.C. ବା ‘ଜାତୀୟ ଉନ୍ନୟନ ପରିଷଦ’ କ’ଣ ?
Answer:
‘ଜାତୀୟ ଉନ୍ନୟନ ପରିଷଦ’ ୧୯୫୦ ମସିହାରେ ସୃଷ୍ଟି ହୋଇଥିଲା । ଯୋଜନା ଆୟୋଗର ସମସ୍ତ ସଭ୍ୟ, କେନ୍ଦ୍ରର କ୍ୟାବିନେଟ୍ ମନ୍ତ୍ରୀ ଏବଂ ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଜାତୀୟ ଉନ୍ନୟନ ପରିଷଦ ଗଠିତ ହୋଇଛି । ଏହାର ନିଷ୍ପଭିଗୁଡ଼ିକ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କ ପାଇଁ ଲାଗୁ ହୋଇଥାଏ । ରାଜ୍ୟ-ରାଜ୍ୟ ମଧ୍ୟରେ ସହଯୋଗ ଓ ସମନ୍ଵୟ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଏହା ଗଠିତ ହୋଇଛି ।

୬ । ଆନ୍ତଃରାଜ୍ୟ ପରିଷଦ’ (Inter-State Council) କ’ଣ ?
Answer:
ସର୍ବସାଧାରଣ ସ୍ଵାର୍ଥ ସଂରକ୍ଷଣ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ‘ଆନ୍ତଃରାଜ୍ୟ ପରିଷଦ’ ଗଠନ କରିପାରିବେ ବୋଲି ୨୬୩ ଧାରାରେ ବର୍ଣ୍ଣନା କରାଯାଇଛି । ଏହି ପରିଷଦ ନିମ୍ନଲିଖ କାର୍ଯ୍ୟଗୁଡ଼ିକ ସମ୍ପାଦନ କରିବ :

  • ରାଜ୍ୟ-ରାଜ୍ୟ ମଧ୍ୟରେ ଉପୁଜିଥିବା ସଂଘର୍ଷର ଅନୁସନ୍ଧାନ ଓ ସମାଧାନ ନିମନ୍ତେ ପରାମର୍ଶ ପ୍ରଦାନ ।
  • ରାଜ୍ୟ-ରାଜ୍ୟ ମଧ୍ୟରେ ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ସାଧାରଣ ସ୍ଵାର୍ଥକୁ କେନ୍ଦ୍ର କରି ବିବାଦ ଉପୁଜିଲେ ସେ ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିବା ।
  • ଏହି ବିଷୟରେ ନୀତି ଓ କାର୍ଯ୍ୟ ମଧ୍ୟରେ ସମନ୍ଵୟ ସ୍ଥାପନ ପାଇଁ ସୁପାରିସ କରିବା ।

୭ । କେନ୍ଦ୍ରର ନିର୍ବିଘ୍ନ କ୍ଷମତା କ’ଣ ?
Answer:
୨୫୭ ଧାରା ଅନୁଯାୟୀ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ପ୍ରଶାସନିକ କ୍ଷେତ୍ରରେ ସଂଘର୍ଷ ସୃଷ୍ଟି ନ ହେବାକୁ କୁହାଯାଇଛି । ଏଥ‌ିପାଇଁ କେନ୍ଦ୍ର ସରକାର ରାଜ୍ୟକୁ ନିର୍ଦ୍ଦେଶ ଦେଇପାରିବେ । ଜାତୀୟ ତଥା ସାମରିକ କାର୍ଯ୍ୟରେ ବ୍ୟବହୃତ ଯୋଗାଯୋଗ ମାଧ୍ୟମ; ଯଥା – ରେଳପଥ ଓ ରାଜପଥଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ରୀୟ ନିର୍ଦ୍ଦେଶକୁ ରାଜ୍ୟମାନେ ମାନିବାକୁ ବାଧ୍ୟ । ରାଜ୍ୟରେ କେନ୍ଦ୍ରୀୟ ପ୍ରଶାସନ କ୍ଷମତାକୁ ବିସ୍ତୃତ କଲାଭଳି କୌଣସି କାର୍ଯ୍ୟ ରାଜ୍ୟ ସରକାର କରିବେ ନାହିଁ ।

CHSE Odisha Class 12 Political Science Chapter 3 Short Answer Questions in Odia Medium

୮ । ଭାରତକୁ ଅର୍ଦ୍ଧ-ରାଷ୍ଟ୍ରସଂଘ ବା ପ୍ରାୟକଳ୍ପ ରାଷ୍ଟ୍ରସଂଘ (Quasi-Federal) କାହିଁକି କୁହାଯାଏ ?
Answer:
ଭାରତର ରାଜନୈତିକ ବ୍ୟବସ୍ଥାରେ ସଂଘୀୟ ରାଷ୍ଟ୍ରର ସମସ୍ତ ଉପାଦାନ; ଯଥା – ଏକ ଲିଖ୍ ଓ ଅନମନୀୟ ସମ୍ବିଧାନ, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସାମ୍ବିଧାନିକ କ୍ଷମତା ବଣ୍ଟନ, ନିରପେକ୍ଷ ନ୍ୟାୟାଳୟ ଓ ଦ୍ଵିସଦନୀୟ ବ୍ୟବସ୍ଥା ଆଦି ପରିଦୃଷ୍ଟ ହେଉଥ‌ିବାରୁ ଏହା ଆକାରରେ ଏକ ସଂଘୀୟ ରାଷ୍ଟ୍ର । କିନ୍ତୁ ଜାତୀୟ ଏକତା ଓ ଅଖଣ୍ଡତା ରକ୍ଷା ଦୃଷ୍ଟିରୁ କେନ୍ଦ୍ରକୁ ଅଧିକ କ୍ଷମତା ଦିଆଯାଇଛି । କ୍ଷମତାର ବିଭାଜନ, ପ୍ରଶାସନିକ ନିୟନ୍ତ୍ରଣ, ଆର୍ଥିକ ନିୟନ୍ତ୍ରଣ, କେନ୍ଦ୍ରୀୟ ସାଧାରଣ ସେବା, ରାଜ୍ୟପାଳ, ଯୋଜନା ଆୟୋଗ, ମହା ହିସାବରକ୍ଷକ ଓ ପରୀକ୍ଷକ ଇତ୍ୟାଦି ମାଧ୍ୟମରେ କେନ୍ଦ୍ର ସରକାର ନିଜର ପ୍ରାଧାନ୍ୟ ବିସ୍ତାର କରନ୍ତି ଓ ରାଜ୍ୟମାନେ କେନ୍ଦ୍ରୀୟ ନିର୍ଦ୍ଦେଶ ମାନି ଚଳିଥା’ନ୍ତି । ଜାତୀୟ ଜରୁରୀ ପରିସ୍ଥିତି ଓ ରାଷ୍ଟ୍ରପତି ଶାସନ ମାଧ୍ୟମରେ କେନ୍ଦ୍ରୀୟ ପ୍ରଭାବ ଅଧିକ ଅନୁଭୂତ ହୁଏ । ଏଣୁ ସମାଲୋଚକମାନେ ଭାରତକୁ ଅର୍ଥ ରାଷ୍ଟ୍ରସଂଘ ବା ପ୍ରାୟକଳ୍ପ ରାଷ୍ଟ୍ରସଂଘ ରୂପେ ଅଭିହିତ କରିଥା’ନ୍ତି |

୯ । ଭାରତରେ ଐକିକ ରାଷ୍ଟ୍ରର କେଉଁ ଲକ୍ଷଣମାନ ପରିଦୃଷ୍ଟ ହୁଏ ?
କିମ୍ବା, ଭାରତୀୟ ରାଷ୍ଟ୍ରସଂଘର କେନ୍ଦ୍ରୀକରଣ ଲକ୍ଷଣମାନ ଲେଖ ।
Answer:
ଭାରତ ଏକ ସଂଘୀୟ ରାଷ୍ଟ୍ରର ରୂପ ପ୍ରାପ୍ତ ହୋଇଥିଲେ ମଧ୍ୟ ଏଠାରେ ଏକ ଐକିକ ରାଷ୍ଟ୍ରର ନିମ୍ନଲିଖୁତ ଲକ୍ଷଣମାନ ପରିଦୃଷ୍ଟ ହୋଇଥାଏ –

  • ସମ୍ବିଧାନର ୧ ଧାରାରେ ଭାରତକୁ ଏକ ‘ରାଜ୍ୟମାନଙ୍କର ସମ୍ମଳନ’ ବୋଲି ଘୋଷଣା କରାଯାଇଛି ।
  • ୩ ଧାରା ଅନୁଯାୟୀ ସଂସଦ ସାଧାରଣ ସଂଖ୍ୟାଗରିଷ୍ଠତା ସହ ଆଇନ ପ୍ରଣୟନଦ୍ଵାରା ରାଜ୍ୟର ନାମ ଓ ଭୌଗୋଳିକ ସୀମାରେଖାରେ ପରିବର୍ତ୍ତନ କରିପାରିବ ।
  • ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ରାଜ୍ୟପାଳ ରାଜ୍ୟ ପ୍ରଶାସନର ମୁଖ୍ୟ ଓ କେନ୍ଦ୍ରର ପ୍ରତିନିଧ୍ଵ ରୂପେ କାର୍ଯ୍ୟ କରିଥା’ନ୍ତି ।
  • ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିପାରନ୍ତି ।
  • ୩୫୨, ୩୫୬ ଓ ୩୬୦ ଧାରାରେ ବର୍ଣ୍ଣିତ ଜରୁରୀ ପରିସ୍ଥିତି ସଂକ୍ରାନ୍ତୀୟ ବ୍ୟବସ୍ଥା ।
  • ସର୍ବଭାରତୀୟ ସେବା ବ୍ୟବସ୍ଥା ମାଧ୍ୟମରେ ରାଜ୍ୟ ପ୍ରଶାସନିକ କଳ ଉପରେ ନିୟନ୍ତ୍ରଣ ଜାରି |
  • ଯୋଜନା କମିଶନ, ଅର୍ଥ କମିଶନ ଇତ୍ୟାଦିଙ୍କ କେନ୍ଦ୍ରୀଭୂତ ସ୍ଥିତି ଓ ଭୂମିକା ।
  • ଏକକ ନାଗରିକତ୍ଵ ।
  • ସମ୍ବିଧାନ ସଂଶୋଧନ କ୍ଷେତ୍ରରେ ସଂସଦର ପ୍ରାଧାନ୍ୟ ।

CHSE Odisha Class 12 Political Science Chapter 3 Short Answer Questions in Odia Medium

୧୦ । ଅର୍ଥ ଆୟୋଗର କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦିଅ ।
Answer:
ସମ୍ବିଧାନର ୨୮୦ ଧାରା ଅନୁଯାୟୀ ପ୍ରତି ୫ ବର୍ଷରେ ଥରେ ରାଷ୍ଟ୍ରପତି ଅର୍ଥ ଆୟୋଗ ନିଯୁକ୍ତ କରନ୍ତି | ଉକ୍ତ ଆୟୋଗର ଜଣେ ଅଧ୍ୟକ୍ଷ ଓ ୪ ଜଣ ସଦସ୍ୟ ଥାଆନ୍ତି । ଉକ୍ତ ଆୟୋଗର ଅଧକ୍ଷ ଓ ସଦସ୍ୟମାନଙ୍କର ଉଚ୍ଚ ନ୍ୟାୟଳୟର ବିଚାରପତି ହେବାପାଇଁ ଯୋଗ୍ୟତା ଥିବା ଦରକାର କିମ୍ବା ସାଧାରଣ ପ୍ରଶାସନିକ ଦକ୍ଷତା କିମ୍ବା ଅର୍ଥଶାସ୍ତ୍ର ସମ୍ବନ୍ଧରେ ବିଶେଷ ଜ୍ଞାନ ଥିବା ଆବଶ୍ୟକ ଅଟେ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆୟକର ସମେତ ଅନ୍ୟ କେତେକ କେନ୍ଦ୍ରୀୟ ରାଜସ୍ବର ବଣ୍ଟନ ପାଇଁ ଉପଯୁକ୍ତ ନୀତି ନିର୍ଦ୍ଧାରଣ କରି ରାଷ୍ଟ୍ରପତିଙ୍କୁ ସୁପାରିସ କରିବା ଏହାର ପ୍ରଧାନ କର୍ତ୍ତବ୍ୟ ଅଟେ । କେନ୍ଦ୍ର ସରକାର କେଉଁ ନୀତି ଓ କେଉଁ ହାରରେ ରାଜ୍ୟ ସରକାରମାନଙ୍କୁ ଅନୁଦାନ ଦେବେ ତାହା ଉକ୍ତ ଆୟୋଗ ସ୍ଥିର କରିଥାଏ । ଦେଶର ସୁସ୍ଥ ଅର୍ଥନୈତିକ ପରିବର୍ତ୍ତନ ପାଇଁ ରାଷ୍ଟ୍ରପତିଙ୍କଦ୍ୱାରା ପ୍ରଦତ୍ତ ଅନ୍ୟାନ୍ୟ ଆର୍ଥିକ ସମସ୍ୟାର ବିଚାରକରି ସୁପାରିସ କରିବା ଏହାର କାର୍ଯ୍ୟପରିସରଭୁକ୍ତ ଅଟେ ।

୧୧ । ଯୁଗ୍ମ ତାଲିକା କ’ଣ ?
କିମ୍ବା, ଯୁଗ୍ମ ତାଲିକାରେ ଆଇନ ପ୍ରଣୟନ ସଂକ୍ରାନ୍ତର ବିବାଦ ଉପୁଜିଲେ କ’ଣ କରାଯାଏ ?
Answer:
ଯୁଗ୍ମ ତାଲିକା (Concurrent List) ଭୁକ୍ତ ୫୨ ଗୋଟି ବିଷୟ ଉପରେ ଆଇନ ପ୍ରଣୟନର କ୍ଷମତା ଉଭୟ କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବ୍ୟବସ୍ଥାପକ ସଭାର ରହିଛି । ଏଥ‌ିରେ ବିବାହ ଓ ବିଚ୍ଛେଦ, ଶ୍ରମିକ ସଙ୍ଗଠନ ଓ କଲ୍ୟାଣ, ସମ୍ବାଦପତ୍ର ଆଦି ବିଷୟ ଅନ୍ତର୍ଭୁକ୍ତ । ମାତ୍ର ଏହି ତାଲିକାଭୁକ୍ତ କୌଣସି ଏକ ବିଷୟ ଉପରେ ଉଭୟଙ୍କଦ୍ବାର ପ୍ରଣୀତ ଆଇନ ପରସ୍ପରର ବିରୋଧୀ ହେଲେ କେନ୍ଦ୍ରୀୟ ଆଇନ ବଳବତ୍ତର ରୁହେ । ଏଣୁ ଯୁଗ୍ମ ତାଲିକା ଉପରେ ମଧ୍ୟ କେନ୍ଦ୍ରର ପ୍ରାଧାନ୍ୟ ରହିଛି ।

୧୨ । କେଉଁ ପରିସ୍ଥିତିରେ ରାଜ୍ୟର ଅର୍ଥଚିଠା ରାଷ୍ଟ୍ରପତିଙ୍କ ଅନୁମୋଦନ ଆବଶ୍ୟକ କରେ ?
Answer:
ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଓ ଆର୍ଥିକ ଜରୁରୀ ପରିସ୍ଥିତି ଜାରି ହୋଇଥିବା ସମୟରେ ରାଜ୍ୟ ବିଧାନସଭାଦ୍ଵାରା ଗୃହୀତ କୌଣସି ଅର୍ଥ ବିଧେୟକକୁ ଅନୁମୋଦନ ନିମିତ୍ତ ରାଜ୍ୟପାଳ ସଂରକ୍ଷଣ କରିପାରନ୍ତି । ରାଷ୍ଟ୍ରପତି ଏହି ବିଧେୟକକୁ ଅନୁମୋଦନ କରି ନ ପାରନ୍ତି କିମ୍ବା ଏହାର ଅର୍ଥ ପରିମାଣ କମାଇ ପାରନ୍ତି କିମ୍ବା ପୁନର୍ବିଚାର ନିର୍ଦ୍ଦେଶ ଦେଇ ପାରନ୍ତି । ଏଣୁ ଜାତୀୟ ଜରୁରୀ ପରିସ୍ଥିତିରେ ରାଜ୍ୟମାନଙ୍କର ଆର୍ଥିକ କ୍ଷମତା ହ୍ରାସ ପାଏ ।

CHSE Odisha Class 12 Political Science Chapter 3 Short Answer Questions in Odia Medium

୧୩ । ଭାରତ ଏକ ସଂଘୀୟ ରାଷ୍ଟ୍ର କି ?
କିମ୍ବା, ଭାରତୀୟ ସମ୍ବିଧାନର ସଂଘୀୟ ଉପାଦାନ ଦର୍ଶାଅ ।
Answer:
ଭାରତ ଏକ ସଂଘୀୟ ରାଷ୍ଟ୍ର । କାରଣ ଏଠାରେ ସଂଘୀୟ ରାଷ୍ଟ୍ରର ସମସ୍ତ ଉପାଦାନ ରହିଛି; ଯଥା –

  • ଏକ ଲିଷ୍କୃତ ଓ ଅନମନୀୟ ସମ୍ବିଧାନ,
  • କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଶାସନ କ୍ଷମତାର ସାମ୍ବିଧାନିକ ବଣ୍ଟନ,
  • କେନ୍ଦ୍ର ଓ ରାଜ୍ୟ ସ୍ତରରେ ଦୁଇଟି ଶାସନ ବ୍ୟବସ୍ଥା;
  • ଏକ ସ୍ଵାଧୀନ ଓ ନିରପେକ୍ଷ ବିଚାରସଂସ୍ଥା ଓ
  • ଦ୍ବିସଦନୀୟତା । ଏଣୁ କୌଣସି ଧାରାରେ ନିର୍ଦ୍ଦିଷ୍ଟଭାବେ ଉଲ୍ଲେଖ ରହି ନଥିଲେ ମଧ୍ୟ ଭାରତ ଏକ ସଂଘୀୟ ରାଷ୍ଟ୍ର ଅଟେ । ଭାରତ ସମ୍ବିଧାନରେ ରାଜ୍ୟମାନଙ୍କୁ ସଂଘୀୟ ବ୍ୟବସ୍ଥାରୁ ଅଲଗା ହୋଇଯିବାର ଅଧିକାର ଦିଆଯାଇ ନ ଥ‌ିବାରୁ ଭାରତରେ ସଂଘୀୟ ବ୍ୟବସ୍ଥା ଅବିନାଶୀ ଅଟେ ।

୧୪ । କେନ୍ଦ୍ର ତାଲିକା କ’ଣ ?
Answer:
ଭାରତୀୟ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆଇନଗତ ସଂପର୍କ ପରିପ୍ରେକ୍ଷୀରେ ତିନିଗୋଟି ତାଲିକାର ସୂଚନା ଦିଆଯାଇଛି ଓ ତନ୍ମଧ୍ୟରୁ କେନ୍ଦ୍ର ତାଲିକା ଅନ୍ୟତମ । ଏହି ତାଲିକଭୁକ୍ତ ୯୯ ଗୋଟି ବିଷୟ ଉପରେ ଆଇନ ପ୍ରଣୟନର ଏକଚାଟିଆ କ୍ଷମତା କେବଳ କେନ୍ଦ୍ରୀୟ ସଂସଦ ନିକଟରେ ରହିଛି । ପ୍ରତିରକ୍ଷା, ଯୁଦ୍ଧ ଓ ଶାନ୍ତି, ଡାକ ଓ ତାର, ମୁଦ୍ରା ବ୍ୟବସ୍ଥା, ବାଣିଜ୍ୟ, ବୈଦେଶିକ ଋଣ, ରେଳବାଇ ଆଦି ବିଷୟ ଏହି ତାଲିକଭୁକ୍ତ ଅଟେ । ଏହି ସମସ୍ତ କ୍ଷେତ୍ରରେ ଦେଶସାରା କେବଳ ଏକପ୍ରକାର ବା ସାଦୃଶ୍ୟତାଯୁକ୍ତ ଆଇନ ଆବଶ୍ୟକ ହେଉଥିବାରୁ କେବଳ ସଂସଦହିଁ ଆଇନ ପ୍ରଣୟନ କ୍ଷମତା ପାଇଛି ।

୧୫ । ‘ଭାରତ ରାଜ୍ୟମାନଙ୍କର ସମ୍ମିଶ୍ରଣ’ ଅଟେ ବୁଝାଅ ।
Answer:
ଭାରତ ଏକ ସଂଘୀୟ ରାଷ୍ଟ୍ର ହୋଇଥିଲେ ମଧ୍ୟ ସମ୍ବିଧାନର ୧ ଧାରାରେ ଭାରତକୁ ଏକ ‘ରାଜ୍ୟମାନଙ୍କର ସମ୍ମିଶ୍ରଣ’ କୁହାଯାଏ । ଭାରତର ସଂଘୀୟ ବ୍ୟବସ୍ଥା କେନ୍ଦ୍ରାଭିମୁଖୀ ନ ହୋଇ କେନ୍ଦ୍ରାପସାରୀ ହୋଇଥିବାରୁ ଓ ରାଜ୍ୟମାନଙ୍କୁ ସଂଘୀୟ ବ୍ୟବସ୍ଥାରୁ ବାହାରିଯିବାର ସ୍ଵାଧୀନତା ଦିଆଯାଇ ନ ଥିବାରୁ ଏବଂ ବିଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠା ପାଇଁ ଭାରତକୁ ‘ରାଜ୍ୟମାନଙ୍କର ସମ୍ମିଶ୍ରଣ’ ବୋଲି ଘୋଷଣା କରାଯାଇଛି ।

CHSE Odisha Class 12 Political Science Chapter 3 Short Answer Questions in Odia Medium

(C) ପାର୍ଥକ୍ୟ ଦର୍ଶାଅ ।

୧ । କେନ୍ଦ୍ର ତାଲିକା ଓ ରାଜ୍ୟ ତାଲିକା ।
Answer:
ଭାରତ ସମ୍ବିଧାନର ନବମ ଖଣ୍ଡ ଓ ସପ୍ତମ ଅନୁସୂଚୀରେ କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବ୍ୟବସ୍ଥାପିକା ମଧ୍ୟରେ ଆଇନ ପ୍ରଣୟନ କ୍ଷମତାର ବିଭାଜନ କରାଯାଇଛି । ଏହା ତିନିଗୋଟି ତାଲିକାରେ ସ୍ଥାନ ପାଇଛି ଯଥା – କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଓ ଯୁଗ୍ମ ତାଲିକା । କେନ୍ଦ୍ର ତାଲିକାରେ ଥ‌ିବା ୯୯ଗୋଟି ବିଷୟ ଉପରେ ଆଇନ ପ୍ରଣୟନର ଏକକ ଦାୟିତ୍ଵ କେନ୍ଦ୍ରୀୟ ସଂସଦକୁ ଦିଆଯାଇଛି । ଏହି ତାଲିକାରେ ପ୍ରତିରକ୍ଷା, ବୈଦେଶିକ ସଂପର୍କ, ଡାକ ଓ ତାର, ମୁଦ୍ରା ବ୍ୟବସ୍ଥା, ଯୁଦ୍ଧ ଓ ଶାନ୍ତି ଆଦି ବିଷୟ ଅନ୍ତର୍ଭୁକ୍ତ । ଏହି ବିଷୟଗୁଡ଼ିକ କ୍ଷେତ୍ରରେ ଦେଶସାରା ଏକପ୍ରକାର ଆଇନ ପ୍ରଣୟନର ଜରୁରୀ ଆବଶ୍ୟକତା ରହିଛି ।

ରାଜ୍ୟ ତାଲିକାଭୁକ୍ତ ୬୧ଗୋଟି ବିଷୟ ଉପରେ ଆଇନ ପ୍ରଣୟନରେ ଦାୟିତ୍ଵ ରାଜ୍ୟ ବ୍ୟବସ୍ଥାପିକାର ରହିଛି । କୃଷି, ସ୍ୱାସ୍ଥ୍ୟ ଓ ପରିମଳ, ଆଇନ ଓ ଶୃଙ୍ଖଳା, ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା, ପୋଲିସ ଆଦି ବିଷୟ ଏହି ତାଲିକାରେ ସ୍ଥାନ ପାଇଛି । ଏହି ଆଞ୍ଚଳିକ ସ୍ବାର୍ଥସଂପନ୍ନ ବିଷୟଗୁଡ଼ିକ ଉପରେ ଦେଶସାରା ଏକ ପ୍ରକାର ଆଇନ ପ୍ରଣୟନରେ ଆବଶ୍ୟକତା ନାହିଁ । ଏହି ଆଇନରେ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଭିନ୍ନତା ଦେଖାଗଲେ କିଛି ଅସୁବିଧା ନାହିଁ । କିନ୍ତୁ ଜରୁରୀ ପରିସ୍ଥିତି (୨୫୦ ଧାରା), ରାଜ୍ୟ ସଭାରେ ଗୃହୀତ ପ୍ରସ୍ତାବ (୨୪୯ ଧାରା), ଦୁଇ ବା ଅଧୂକ ରାଜ୍ୟର ଅନୁରୋଧ (୨୫୨ ଧାରା) ଓ ଆନ୍ତର୍ଜାତୀୟ ଚୁକ୍ତିର କାର୍ଯ୍ୟକାରିତା (୨୫୩ ଧାରା) କ୍ଷେତ୍ରରେ ରାଜ୍ୟ ତାଲିକାଭୁକ୍ତ ବିଷୟଗୁଡ଼ିକ ଉପରେ କେନ୍ଦ୍ରୀୟ ସଂସଦ ଆଇନ ପ୍ରଣୟନ କରିପାରେ ।

CHSE Odisha Class 12 Economics Chapter 4 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 4 ଉପଭୋଗର ନିୟମ Objective Questions.

CHSE Odisha 12th Class Economics Chapter 4 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ଉପଭୋଗ ହେଉଛି :
(A) ଉପଯୋଗିତାର ସୃଷ୍ଟି
(B) ଉପଯୋଗିତାର ଅପଚୟ
(C) ଅଭାବର ପରିତୃପ୍ତି
(D) ଆନନ୍ଦ ଲାଭ
Answer:
(B) ଉପଯୋଗିତାର ଅପଚୟ

2. କୌଣସି ଦ୍ରବ୍ୟର ଅତିରିକ୍ତ ଏକକ ଉପଭୋଗ ଫଳରେ ସୀମାନ୍ତ ଉପଯୋଗିତା :
(A) ହ୍ରାସ ପାଏ
(B) ବୃଦ୍ଧି ହୁଏ
(C) ଅପରିବର୍ତ୍ତିତ ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ହ୍ରାସ ପାଏ

3. ଉପଭୋଗ ବୃଦ୍ଧି ସହିତ ମୋଟ ଉପଯୋଗିତା :
(A) ହ୍ରାସ ପାଏ
(B) ବୃଦ୍ଧି ହୁଏ
(C) ଅପରିବର୍ତ୍ତିତ ରହେ
(D) ପ୍ରଥମେ ବୃଦ୍ଧି ହୋଇ ପରେ ହ୍ରାସ ହୁଏ
Answer:
(D) ପ୍ରଥମେ ବୃଦ୍ଧି ହୋଇ ପରେ ହ୍ରାସ ହୁଏ

4. ସୀମାନ୍ତ ଉପଯୋଗିତା ଶୂନ୍ୟ ହେଲାବେଳେ ମୋଟ ଉପଯୋଗିତା :
(A) ସର୍ବାଧ‌ିକ ହୁଏ
(B) ସର୍ବନିମ୍ନ ହୁଏ
(C) ଋଣାତ୍ମକ ହୁଏ
(D) ଶୂନ୍ଯ ହୁଏ
Answer:
(A) ସର୍ବାଧ‌ିକ ହୁଏ

CHSE Odisha Class 12 Economics Chapter 4 Objective Questions in Odia Medium

5. ସୀମାନ୍ତ ଉପଯୋଗିତା ରେଖା :
(A) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(B) ଉଲ୍ଲମ୍ବ ହୋଇଥାଏ
(D) ନିମ୍ନଗାମୀ ହୋଇଥାଏ
Answer:
(D) ନିମ୍ନଗାମୀ ହୋଇଥାଏ

6. ନିମ୍ନୋକ୍ତ କେଉଁଟି କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରର ସର୍ଭ ନୁହେଁ ?
(A) ସ୍ଵାଭାବିକ ମାନସିକତା
(B) ସମଜାତୀୟ ଦ୍ରବ୍ୟ
(C) ଧାରାବାହିକ ଉପଭୋଗ
(D) ସ୍ଥିର ଜନସଂଖ୍ୟା
Answer:
(D) ସ୍ଥିର ଜନସଂଖ୍ୟା

7. ନିମ୍ନୋକ୍ତ କେଉଁ ବ୍ୟକ୍ତିଙ୍କ କ୍ଷେତ୍ରରେ କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟ କରିନଥାଏ ?
(A) ମଦ୍ୟପ
(B) ଶିକ୍ଷକ
(C) କିରାଣୀ
(D) ଶ୍ରମିକ
Answer:
(A) ମଦ୍ୟପ

8. ସର୍ବାଧ୍ଵ ପରିତୃପ୍ତି ନିମନ୍ତେ ବିଭିନ୍ନ ଦ୍ରବ୍ୟରୁ ମିଳୁଥିବା ସୀମାନ୍ତ ଉପଯୋଗିତା :
(A) ହ୍ରାସ ପାଇବା ଆବଶ୍ୟକ
(B) ବୃଦ୍ଧି ଘଟିବା ଆବଶ୍ୟକ
(C) ସମାନ ହେବା ଆବଶ୍ୟକ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ସମାନ ହେବା ଆବଶ୍ୟକ

9. ନିମ୍ନୋକ୍ତ କେଉଁ ଦ୍ରବ୍ୟର ସୀମାନ୍ତ ଉପଯୋଗିତା
ଶୂନ୍ୟ ହୁଏ ନାହିଁ ?
(A) ମୁଦ୍ରା
(B) ରସଗୋଲା
(C) ଆଇସକ୍ରିମ୍
(D) ଉପରୋକ୍ତ ସମସ୍ତ ଦ୍ରବ୍ୟ
Answer:
(A) ମୁଦ୍ରା

10. କେଉଁ ସୂତ୍ରକୁ ପ୍ରତିସ୍ଥାପନ ସୂତ୍ର ମଧ୍ୟ କୁହାଯାଏ ?
(A) କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର
(B) ସମ-ସୀମାନ୍ତ ଉପଯୋଗିତା ସୂତ୍ର
(C) ଚାହିଦା ସୂତ୍ର
(D) ଯୋଗାଣ ସୂତ୍ର
Answer:
(B) ସମ-ସୀମାନ୍ତ ଉପଯୋଗିତା ସୂତ୍ର

11. ଉପଯୋଗିତାର ବିନାଶକୁ କ’ଣ କୁହାଯାଏ ?
(A) ଖାଦ୍ୟ
(B) ଉପଭୋଗ
(C) ପ୍ରାନ୍ତୀୟ ଉପଯୋଗିତା
(D) ପରିବ୍ୟୟ
Answer:
(B) ଉପଭୋଗ

12. ପ୍ରାନ୍ତୀୟ ଉପଯୋଗିତା ଋଣାତ୍ମକ ହେଲେ ମୋଟ ଉପଯୋଗିତା :
(A) ବୃଦ୍ଧି ପାଏ
(B) ସର୍ବାଧ‌ିକ ହୁଏ
(C) ହ୍ରାସ ପାଏ
(D) ଶୂନ୍ୟ ହୋଇଥାଏ
Answer:
(C) ହ୍ରାସ ପାଏ

13. ଆଲ୍‌ଫ୍ରେଡ୍‌ ମାର୍ଶାଲ୍‌ଙ୍କ ସମପ୍ରାନ୍ତୀୟ ଉପଯୋଗିତା ନିୟମଟି କେଉଁ ସର୍ଭ ଉପରେ ନିର୍ଭର କରିଥାଏ ?
(A) ମୁଦ୍ରାର ପ୍ରାନ୍ତୀୟ ଉପଯୋଗିତାର ସ୍ଥିରତା
(B) ସମଜାତୀୟ ଦ୍ରବ୍ୟ
(C) ସ୍ଵାଦ, ଅଭ୍ୟାସ ଏବଂ ରୁଚି ଇତ୍ୟାଦି ଅପରିବର୍ତ୍ତିତ ରହିବା ଆବଶ୍ୟକ
(D) ଉପରୋକ୍ତ ସମସ୍ତ ସର୍ଭ
Answer:
(D) ଉପରୋକ୍ତ ସମସ୍ତ ସର୍ଭ

14. ମୁଦ୍ରାର ପ୍ରାନ୍ତୀୟ ଉପଯୋଗିତା କିପରି ନିର୍ଣ୍ଣୟ କରାଯାଏ ?
(A) ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା + ଦ୍ରବ୍ୟର ଦର
(B) ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା – ଦ୍ରବ୍ୟର ଦର
(C) ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା + ଦ୍ରବ୍ୟର ଦର
(D) ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା x ଦ୍ରବ୍ୟର ଦର
Answer:
(C) ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା + ଦ୍ରବ୍ୟର ଦର

15. କୌଣସି ଦ୍ରବ୍ୟକୁ ଅଧ‌ିକରୁ ଅଧିକ ଏକକ ଉପଭୋଗ କରାଗଲେ ପ୍ରତ୍ୟେକ ଦ୍ରବ୍ୟର ଅଧିକ ଏକକରୁ ମିଳୁଥ‌ିବା ପରିତୃପ୍ତି :
(A) ବୃଦ୍ଧି ପାଇଥାଏ
(B) ସ୍ଥିର ରହିଥାଏ
(C) କ୍ରମଶଃ ହ୍ରାସ ପାଇଥାଏ
(D) ଶୂନ୍ୟ ହୋଇଥାଏ
Answer:
(C) କ୍ରମଶଃ ହ୍ରାସ ପାଇଥାଏ

CHSE Odisha Class 12 Economics Chapter 4 Objective Questions in Odia Medium

16. କୌଣସି ଦ୍ରବ୍ୟକୁ ଅଧିକରୁ ଅଧ‌ିକ ଉପଭୋଗ କରାଗଲେ ପ୍ରତ୍ୟେକ ଏକ ଏକକର ଉପଭୋଗରୁ ମିଳୁଥ‌ିବା ଉପଯୋଗିତାକୁ :
(A) ଉପଯୋଗିତା କୁହାଯାଏ
(B) ଉପଭୋଗ କୁହାଯାଏ
(C) ମୋଟ ଉପଯୋଗିତା କୁହାଯାଏ
(D) ପ୍ରାନ୍ତୀୟ ଉପଯୋଗିତା କୁହାଯାଏ
Answer:
(D) ପ୍ରାନ୍ତୀୟ ଉପଯୋଗିତା କୁହାଯାଏ

B. ଶୂନ୍ୟସ୍ଥାନ ପୂରଣ କର ।

1. ଉପଭୋଗ ହେଉଛି ଉପଯୋଗିତାର ____________ ।
Answer:
ଅପଚୟ

2. ସାମାନ୍ତ ଉପଯୋଗିତା _____________ ହେଲେ, ମୋଟ ଉପଯୋଗିତାସର୍ବାଧ୍ଵ ହୁଏ ।
Answer:
ଶୂନ୍ୟ

3. କୌଣସି ଦ୍ରବ୍ୟ ଅଧ‌ିକରୁ ଅଧିକ ଉପଭୋଗ କଲେ ଏହାର ମୋଟ ଉପଯୋଗିତା _____________ ହୁଏ ।
Answer:
ପ୍ରଥମେ ବୃଦ୍ଧି ହୋଇ ହ୍ରାସ

4. ____________ ଏକକର ଉପଯୋଗିତାକୁ ସୀମାନ୍ତ ଉପଯୋଗିତା କୁହାଯାଏ ।
Answer:
ଶେଷ

5. ଗୋଟିଏ ଦ୍ରବ୍ୟ ଅଧ୍ୟକରୁ ଅଧିକ ଉପଭୋଗ କଲେ ତାହାର ସୀମାନ୍ତ ଉପଯୋଗିତା _____________ ହୁଏ ।
Answer:
ହ୍ରାସ

6. ସାମାନ୍ତ ଉପଯୋଗିତା ____________ ହେଲେ ମୋଟ ଉପଯୋଗିତା ହ୍ରାସ ପାଇବାକୁ ଲାଗେ ।
Answer:
ଋଣାତ୍ମକ

7. ଜଣେ ଉପଭୋକ୍ତା __________ ଉପଯୋଗିତାକୁ ସର୍ବାଧ୍ଵ କରିବାକୁ ଚେଷ୍ଟା କରେ ।
Answer:
ମୋଟ

8. ଯେତେବେଳେ ______________ ସର୍ଭଟି ପୂରଣ ହୋଇଥାଏ, ସେତେବେଳେ ଉପଭୋକ୍ତା ତା’ର ସୀମିତ ଆୟରୁ ସର୍ବାଧ୍ଵ ପରିତୃପ୍ତି ପାଇଥା’ନ୍ତି ।
Answer:
\(\frac{‘କ’ ଦ୍ରବ୍ୟର ସୀମାନ୍ତ ଉପଯୋଗିତା}{‘କ’ ଦ୍ରବ୍ୟର ଦର}\) = \(\frac{‘ଖ’ ଦ୍ରବ୍ୟର ସୀମାନ୍ତ ଉପଯୋଗିତା}{‘ଖ’ ଦ୍ରବ୍ୟର ଦର}\) = ମୁଦ୍ରାରୁ ସୀମାନ୍ତ ଉପଯୋଗିତା

9. ସମସୀମାନ୍ତ ଉପଯୋଗିତା ନିୟମର ଅନ୍ୟ ନାମ ____________ ।
Answer:
ସର୍ବାଧ‌ିକ ପରିତୃପ୍ତି ସୂତ୍ର

10. ବିଭିନ୍ନ ବିଭାଗ ମଧ୍ୟରେ ବ୍ୟୟର ବଣ୍ଟନ ଓ ବିଭିନ୍ନ ବର୍ଗର ଲୋକଙ୍କ ଉପରେ ଟିକସ ବସାଇବା ସମୟରେ ____________ ନିୟମକୁ ବିତ୍ତମନ୍ତ୍ରୀ ପାଳନ କରିଥା’ନ୍ତି । __________ ।
Answer:
ସମସୀମାନ୍ତ ଉପଯୋଗିତା ନିୟମ

11. ମୋଟ ଉପଯୋଗିତା _____________ ହାରରେ ବୃଦ୍ଧି ପାଏ ।
Answer:
କ୍ରମ ହ୍ରାସମାନ ହାରରେ

12. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ଅଧୀନରେ ମୁଦ୍ରାର ସୀମାନ୍ତ ଉପଯୋଗିତା ____________ ବୋଲି ଧରାଯାକଅଛି । _________ ।
Answer:
ସ୍ଥିର

13. ଉପଭୋକ୍ତାଙ୍କର ସର୍ବାଧ‌ିକ ପରିତୃପ୍ତି ଲାଭ ଲକ୍ଷ୍ୟରେ ଦୁଇଟି ଦ୍ରବ୍ୟର ଦର ସମାନ ହେଲେ _____________ ସମାନ ହେବା ଆବଶ୍ୟକ ।
Answer:
ସୀମାନ୍ତ ଉପଯୋଗିତା

14. ମୁଦ୍ରାରୁ ପ୍ରାପ୍ତ ସୀମାନ୍ତ ଉପଯୋଗିତା _________ କିମାୃ _____________ ହେବ ନାହିଁ ।
Answer:
ଶୂନ୍ୟ, ଋଣାତ୍ମକ

15. ସୀମାନ୍ତ ଉପଯୋଗିତା ଓ ଦରର ଅନୁପାତକୁ ବ୍ୟୟିତ ___________ ର ସୀମାନ୍ତ ଉପଯୋଗିତା କୁହାଯାଏ ।
Answer:
ମୁଦ୍ରା

16. (ମୋଟ ଉପଯୋଗିତା)n = 40 ଏବଂ (ମୋଟ ଉପଯୋଗିତା)n-1 = 36 ହେଲେ, ସୀମାନ୍ତ ଉପଯୋଗିତା __________ ହେବ ।
Answer:
4

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ଦ୍ରବ୍ୟର ଅଭାବ ମୋଚନକାରୀ କ୍ଷମତାକୁ ଉପଭୋଟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଦ୍ରବ୍ୟର ଅଭାବ ମୋଚନକାରୀ କ୍ଷମତାକୁ ଉପଯୋଗିତା କୁହାଯାଏ ।

2. ଉପଯୋଗ ହେଉଛି ଉପଯୋଗିତାର ଅପଚୟ ।
Answer:
ଠିକ୍

CHSE Odisha Class 12 Economics Chapter 4 Objective Questions in Odia Medium

3. ମୁଦ୍ରାର ସୀମାନ୍ତ ଉପଯୋଗିତା ଶୂନ୍ୟ ହୋଇପାରିବ ।
Answer:
ଭୁଲ୍ ।
ଠିକ୍ – ମୁଦ୍ରାର ସୀମାନ୍ତ ଉପଯୋଗିତା ଶୂନ୍ୟ ହେଇପାରିବ ନାହିଁ ।

4. କୌଣସି ଏକ ଦ୍ରବ୍ୟର ଦର ଓ ସୀମାନ୍ତ ଉପଯୋଗିତା ମଧ୍ୟରେ ପରୋକ୍ଷ ସମ୍ପର୍କ ରହିଛି ।
Answer:
ଭୁଲ୍ ।
ଠିକ୍ – କୌଣସି ଏକ ଦ୍ରବ୍ୟର ଦର ଓ ସୀମାନ୍ତ ଉପଯୋଗିତା ମଧ୍ଯରେ ପ୍ରତ୍ୟକ୍ଷ ସମ୍ପର୍କ ରହିଛି ।

5. କୌଣସି ଦ୍ରବ୍ୟର ଉପଭୋଗ ବୃଦ୍ଧି ପାଇବା ବେଳେ ସୀମାନ୍ତ ଉପଯୋଗିତା ସ୍ଥିର ରହେ ।
Answer:
ଭୁଲ୍ ।
ଠିକ୍ – କୌଣସି ଦ୍ରବ୍ୟର ଉପଭୋଗ ବୃଦ୍ଧି ପାଇବାବେଳେ ସୀମାନ୍ତ ଉପଯୋଗିତା ହ୍ରାସ ପାଏ ।

6. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରକୁ ସ୍ଥାନାପନ୍ନ ସୂତ୍ର ମଧ୍ୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ସମସୀମାନ୍ତ ଉପଯୋଗିତା ସୂତ୍ରକୁ ସ୍ଥାନାପନ୍ନ ସୂତ୍ର ମଧ୍ୟ କୁହାଯାଏ ।

7. ସୀମାନ୍ତ ଉପଯୋଗିତା ରେଖା ଊର୍ଦ୍ଧ୍ୱଗାମୀ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ସୀମାନ୍ତ ଉପଯୋଗିତା ରେଖା ନିମ୍ନଗାମୀ ହୋଇଥାଏ ।

8. ସୀମାନ୍ତ ଉପଯୋଗିତା ଋଣାତ୍ମକ ହେବାବେଳେ ମୋଟ ଉପଯୋଗିତା ସର୍ବାଧିକ ହୁଏ।
Answer:
ଭୁଲ୍ ।
ଠିକ୍ – ସୀମାନ୍ତ ଉପଯୋଗିତା ଶୂନ୍ୟ ହେବାବେଳେ ମୋଟ ଉପଯୋଗିତା ସର୍ବାଧ୍ଵ ହୁଏ ।

9. ଉପଭୋଗଦ୍ଵାରା ଉପଯୋଗିତାର ବୃଦ୍ଧି ସାଧନ ହୁଏ ।
Answer:
ଭୁଲ୍ ।
ଠିକ୍ – ଉପଭୋଗଦ୍ଵାରା ଉପଯୋଗିତାର କ୍ଷୟ ସାଧନ ହୁଏ ।

10. କୌଣସି ଦ୍ରବ୍ୟର ଉପଯୋଗିତା ବିଭିନ୍ନ ଉପଭୋକ୍ତାଙ୍କ ଲାଗି ସମାନ ।
Answer:
ଭୁଲ୍ ।
ଠିକ୍ – କୌଣସି ଦ୍ରବ୍ୟର ଉପଯୋଗିତା ବିଭିନ୍ନ ଉପଭୋକ୍ତାଙ୍କ ଲାଗି ଭିନ୍ନ ଭିନ୍ନ ।

11. କୌଣସି ଦ୍ରବ୍ୟର ଉପଯୋଗିତାର ପରିବର୍ତ୍ତନ ସମ୍ଭବ ନୁହେଁ ।
Answer:
ଭୁଲ୍ ।
ଠିକ୍ – କୌଣସି ଦ୍ରବ୍ୟର ଉପଯୋଗିତାର ପରିବର୍ତ୍ତନ ସମ୍ଭବ ।

12. ଜଣେ ବିବେକୀ ଉପଭୋକ୍ତା, କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ସର୍ବଦା ସୀମାନ୍ତ ଉପଯୋଗିତାକୁ ଦରଠାରୁ କମ୍ ହେବା ଲକ୍ଷ୍ୟ ରଖନ୍ତି ।
Answer:
ଭୁଲ୍ ।
ଠିକ୍ – ଜଣେ ବିବେକୀ ଉପଭୋକ୍ତା, କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ସର୍ବଦା ଦରକୁ ସୀମାନ୍ତ ଉପଯୋଗିତାଠାରୁ କମ୍ ହେବା ଲକ୍ଷ୍ୟ ରଖନ୍ତି ।

13. ମୁଦ୍ରାର ସୀମାନ୍ତ ଉପଯୋଗିତା କେବଳ ଧନାତ୍ମକ ।
Answer:
ଠିକ୍ ।

14. ଦ୍ରବ୍ୟର ସୀମାନ୍ତ ଉପଯୋଗିତା, ଅନ୍ୟାନ୍ୟ ଏକକରୁ ଉପଲବ୍‌ଧ ଉପଯୋଗିତାଠାରୁ କମ୍ ବା ବେଶୀ ହୋଇପାରେ ।
Answer:
ଭୁଲ୍ ।
ଠିକ୍ – ଦ୍ରବ୍ୟର ସୀମାନ୍ତ ଉପଯୋଗିତା, ଅନ୍ୟାନ୍ୟ ଏକକରୁ ଉପଲବ୍‌ଧ ଉପଯୋଗିତାଠାରୁ ସର୍ବଦା କମ୍ ହୋଇପାରେ ।

15. ଦ୍ରବ୍ୟଗୁଡ଼ିକର ଦର ସମାନ ସ୍ଥଳେ କେବଳ ସୀମାନ୍ତ ଉପଯୋଗିତାର ସମାନତା ପ୍ରତ୍ୟକ୍ଷ ଭାବେ ସମ୍ଭବ ।
Answer:
ଠିକ୍ ।

16. ଶେଷ ଏକକରୁ ମିଳୁଥିବା ଉପଯୋଗିତାକୁ ପ୍ରାନ୍ତୀୟ ଉପଯୋଗିତା କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ଏକକରୁ ମିଳୁଥିବା ଉପଯୋଗିତାକୁ ପ୍ରାନ୍ତୀୟ ଉପଯୋଗିତା କୁହାଯାଏ ।

17. ନିରବଚ୍ଛିନ୍ନ ଭାବେ କୌଣସି ଦ୍ରବ୍ୟର ଏକକ ସମୂହ ଉପଭୋଗ କଲେ ସମସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟକାରୀ ହୁଏ ।
Answer:
ଭୁଲ୍ ।
ଠିକ୍ – ନିରବଚ୍ଛିନ୍ନ ଭାବେ କୌଣସି ଦ୍ରବ୍ୟର ଏକକ ସମୂହ ଉପଭୋଗ କଲେ କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟକାରୀ ହୁଏ ।

18. ଉପଭୋକ୍ତା ଅର୍ଥ ବ୍ୟୟ କରିବା ସମୟରେ କ୍ରମହାସମାନ ସୀମାନ୍ତ ଉପଯୋଗିତା ସୂତ୍ରଦ୍ୱାରା ପରିଚାଳିତ ହୁଏ ।
Answer:
ଭୁଲ୍ ।
ଠିକ୍ – ଉପଭୋକ୍ତା ଅର୍ଥ ବ୍ୟୟ କରିବା ସମୟରେ ସମ ସୀମାନ୍ତ ଉପଯୋଗିତା ସୂତ୍ରଦ୍ୱାରା ପରିଚାଳିତ ହୁଏ ।

19. ସମସୀମାନ୍ତ ଉପଯୋଗିତା ସୂତ୍ର ଅନୁସାରେ ବିଭିନ୍ନ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ସମାନ ହୁଏ ।
Answer:
ଠିକ୍ ।

20. ଦ୍ରବ୍ୟଟିର ଦର ତାହାର ମୋଟ ଉପଯୋଗିତା ଉପରେ ନିର୍ଭର କରେ ।
Answer:
ଭୁଲ୍ ।
ଠିକ୍ – ଦ୍ରବ୍ୟଟିର ଦର ତାହାର ସୀମାନ୍ତ ଉପଯୋଗିତା ଉପରେ ନିର୍ଭର କରେ ।

21. ପ୍ରାନ୍ତୀୟ ଉପଯୋଗିତା ଶୂନ୍ୟ ହେଲେ ମୋଟ ଉପଯୋଗିତା ମଧ୍ୟ ଶୂନ୍ୟ ହୁଏ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ଉପଯୋଗିତା ଶୂନ୍ୟ ହେଲେ ମୋଟ ଉପଯୋଗିତା ସର୍ବାଧ‌ିକ ହୁଏ ।

CHSE Odisha Class 12 Economics Chapter 4 Objective Questions in Odia Medium

22. ଉପଭୋଗର ପରିମାଣ ବୃଦ୍ଧି ହେଲେ ସୀମାନ୍ତ ଉପଯୋଗିତା ବୃଦ୍ଧି ପାଏ ।
Answer:
ଭୁଲ୍ ।
ଠିକ୍ – ଉପଭୋଗର ପରିମାଣ ବୃଦ୍ଧି ହେଲେ ସୀମାନ୍ତ ଉପଯୋଗିତା ହ୍ରାସ ପାଏ ।

23. ମାନସିକ ସ୍ଵସ୍ଥ ଉପଭୋକ୍ତା କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ସର୍ବଦା ସୀମାନ୍ତ ଉପଯୋଗିତାକୁ ଦରଠାରୁ କମ୍ ହେବା ଲକ୍ଷ୍ୟ ରଖନ୍ତି ।
Answer:ଭୁଲ୍ ।
ଠିକ୍ – ମାନସିକ ସ୍ବସ୍ଥ ଉପଭୋକ୍ତା କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ସର୍ବଦା ଦରକୁ ସୀମାନ୍ତ ଉପଯୋଗିତାଠାରୁ କମ୍ ହେବା ଲକ୍ଷ୍ୟ ରଖନ୍ତି ।

24. ସୀମାନ୍ତ ଉପଯୋଗିତା ଶୂନ୍ୟ ହେଲେ ମୋଟ ଉପଯୋଗିତା ମଧ୍ୟ ଶୂନ୍ୟ ହୁଏ ।
Answer:
ଭୁଲ୍ ।
ଠିକ୍ – ସୀମାନ୍ତ ଉପଯୋଗିତା ଶୂନ୍ୟ ହେଲେ ମୋଟ ଉପଯୋଗିତା ସର୍ବାଧ‌ିକ ହୁଏ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ମୋଟ ଉପଯୋଗିତା କ’ଣ ?
Answer:
କୌଣସି ଦ୍ରବ୍ୟର ବିଭିନ୍ନ ଏକକ ଉପଭୋଗରୁ ପ୍ରାପ୍ତ ହେଉଥ‌ିବା ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ ।

2. ସୀମାନ୍ତ ଉପଯୋଗିତା କାହାକୁ କହନ୍ତି ?
Answer:
କୌଣସି ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉପଭୋଗ କରିବାଦ୍ୱାରା ମୋଟ ଉପଯୋଗିତାରେ ଯେଉଁ ପରିମାଣ ଯୋଗ ହୁଏ ତାହା ସୀମାନ୍ତ ଉପଯୋଗିତା ।

3. ମୋଟ ଉପଯୋଗିତା ହ୍ରାସ ପାଇବାବେଳେ ସୀମାନ୍ତ ଉପଯୋଗିତା କ’ଣ ହେବ ?
Answer:
ମୋଟ ଉପଯୋଗିତା ହ୍ରାସ ପାଇବାବେଳେ ସୀମାନ୍ତ ଉପଯୋଗିତା ଋଣାତ୍ମକ ହେବ ।

4. ଉପଭୋଗ କାହାକୁ କୁହାଯାଏ ?
Answer:
ଦ୍ରବ୍ୟର ଉପଯୋଗିତାର ଅପଚୟ କରିବା ପ୍ରକ୍ରିୟାକୁ ଉପଭୋଗ କୁହାଯାଏ ।

5. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରର ସଂଜ୍ଞା ପ୍ରଦାନ କର ।
Answer:
ପ୍ରଫେସର ମାର୍ଶାଲ୍ କହିଛନ୍ତି ଯେ ଜଣେ ବ୍ୟକ୍ତି ପାଖରେ ଥିବା କୌଣସି ଦ୍ରବ୍ୟର ପରିମାଣ ବୃଦ୍ଧି ହେଲେ ସେ ଯେଉଁ ଅତିରିକ୍ତ ଉପଯୋଗିତା ଲାଭ କରନ୍ତି, ତାହା ଦ୍ରବ୍ୟର ମୋଟ ପରିମାଣରେ ବୃଦ୍ଧି ହେବା ସହିତ କ୍ରମଶଃ ହ୍ରାସ ପାଏ ।

6. କେଉଁ ସୂତ୍ରର ଅନ୍ୟନାମ ସ୍ଥାନାପନ୍ନ ସୂତ୍ର ?
Answer:
ସମସୀମାନ୍ତ ଉପଯୋଗିତା ସୂତ୍ରର ଅନ୍ୟନାମ ସ୍ଥାନାପନ୍ନ ସୂତ୍ର ।

7.ବ୍ୟୟିତ ମୁଦ୍ରାର ସୀମାନ୍ତ ଉପଯୋଗିତା କାହାକୁ କହନ୍ତି ?
Answer:
ସୀମାନ୍ତ ଉପଯୋଗିତା ଓ ଦରର ଅନୁପାତକୁ ବ୍ୟୟିତ ମୁଦ୍ରାର ସୀମାନ୍ତ ଉପଯୋଗିତା କହନ୍ତି ।

8. ଜଣେ ଉପଭୋକ୍ତା କେତେବେଳେ ସର୍ବାଧ୍ଵ ପରିତୃପ୍ତି ପାଇଥା’ନ୍ତି ?
Answer:
ବିଭିନ୍ନ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ସମାନ ଥ‌ିବା ଅବସ୍ଥାରେ ଯଦି ଉପଭୋକ୍ତା ଉପଭୋଗ କରେ ସେ ସର୍ବାଧ‌ିକ ପରିତୃପ୍ତି ଲାଭ କରିପାରିବେ ।

9. ଜଣେ ଉପଭୋକ୍ତାଙ୍କ ଲକ୍ଷ୍ୟ କ’ଣ ?
Answer:
ଜଣେ ଉପଭୋକ୍ତାଙ୍କ ଲକ୍ଷ୍ୟ ହେଉଛି ସେ ତାଙ୍କର ସୀମିତ ଆୟକୁ ବିଭିନ୍ନ ଦ୍ରବ୍ୟ କ୍ରୟ କରିବାରେ କିଭଳି ଭାବରେ ବଣ୍ଟନ କଲେ ସର୍ବାଧ‌ିକ ପରିତୃପ୍ତି ଲାଭ କରିପାରିବେ ।

10. ସନ୍ତୁଳନ କହିଲେ କ’ଣ ବୁଝ ?
Answer:
ସନ୍ତୁଳନ ଶବ୍ଦଟିର ଅର୍ଥ ପରିବର୍ତ୍ତନ ଶୂନ୍ଯ ଅବସ୍ଥା; ଅର୍ଥାତ୍ ଯେତେବେଳେ ଜଣେ ଉପଭୋକ୍ତା ନିର୍ଦ୍ଦିଷ୍ଟ ଆୟକୁ ଖର୍ଚ୍ଚ କରି ସର୍ବାଧ୍ଵ ପରିତୃପ୍ତି ପାଏ, ସେ ସନ୍ତୁଳନ ହାସଲ କରିଛି ବୋଲି କୁହାଯାଏ ।

11. କେତେବେଳେ ମୋଟ ଉପଯୋଗିତା ଓ ସୀମାନ୍ତ ଉପଯୋଗିତା ପରସ୍ପର ସମାନ ?
Answer:
କୌଣସି ଦ୍ରବ୍ୟର ପ୍ରଥମ ଏକକର ଉପଭୋଗ ସ୍ଥଳେ ଉଭୟ ମୋଟ ଉପଯୋଗିତା ଓ ସୀମାନ୍ତ ଉପଯୋଗିତା ପରସ୍ପର ସମ୍ମାନ ।

12. ସୀମାନ୍ତ ଉପଯୋଗିତାର କ୍ରମ ହ୍ରାସ ଘଟେ କାହିଁକି ?
Answer:
ଅଭାବର ତୀବ୍ରତା କ୍ରମଶଃ ହ୍ରାସ ପାଉଥିବାରୁ ସୀମାନ୍ତ ଉପଯୋଗିତା କ୍ରମଶଃ ହ୍ରାସ ପାଇଥାଏ ।

13. ଜଣେ ଉପଭୋକ୍ତା ଅର୍ଥ ବ୍ୟୟ କରିବା
Answer:
ସମୟରେ କେଉଁ ସୂତ୍ରଦ୍ୱାରା ପରିଚାଳିତ ହୁଏ ? ଉ ଜଣେ ଉପଭୋକ୍ତା ଅର୍ଥ ବ୍ୟୟ କରିବା ସମୟରେ ସମସୀମାନ୍ତ ଉପଯୋଗିତା ସୂତ୍ରଦ୍ୱାରା ପରିଚାଳିତ ହୁଏ ।

14. ଜଣେ ଉପଭୋକ୍ତା କେଉଁ ଉପଯୋଗିତାକୁ ସର୍ବାଧ‌ିକ କରିବା ନିମନ୍ତେ ଉତ୍ସୁକ ଥାଏ ?
Answer:
ଜଣେ ଉପଭୋକ୍ତା ମୋଟ ଉପଯୋଗିତାକୁ ସର୍ବାଧ‌ିକ କରିବା ନିମନ୍ତେ ଉତ୍ସୁକ ଥାଏ ।

15. ସମପ୍ରାନ୍ତୀୟ ଉପଯୋଗିତା ସୂତ୍ର ଅନୁସାରେ ଉପଭୋକ୍ତା କେଉଁ ସମୟରେ ସର୍ବାଧ‌ିକ ପରିତୃପ୍ତି ଲାଭ କରେ ?
Answer:
ଯଦି ବିଭିନ୍ନ ଦ୍ରବ୍ୟରୁ ମିଳୁଥିବା ସୀମାନ୍ତ ଉପଯୋଗିତା ସେମାନଙ୍କ ଦାମ୍ ସହ ସମାନୁପାତୀ ହୁଏ, ଉପଭୋକ୍ତା ସର୍ବାଧ‌ିକ ପରିତୃପ୍ତି ଲାଭ କରେ ।

16. ଅର୍ଥନୈତିକ ଦ୍ରବ୍ୟ କ୍ଷେତ୍ରରେ ଉପଭୋକ୍ତା କେଉଁ ସମୟରେ ଉପଭୋଗ ବନ୍ଦ କରନ୍ତି ?
Answer:
ଯେଉଁ ସମୟରେ ଦ୍ରବ୍ୟରୁ ଲବ୍‌ଧ ସୀମାନ୍ତ ଉପଯୋଗିତା ଏହାର ଦାମ୍ ସହ ସମାନ ହୁଏ, ସେହି ସମୟରେ ଉପଭୋକ୍ତା ଉପଭୋଗ ବନ୍ଦ କରନ୍ତି ।

17. କେଉଁ ସୂତ୍ର ଅନୁସାରେ ଉପଭୋକ୍ତା ସର୍ବାଧ‌ିକ ପରିତୃପ୍ତି ଲାଭ କରିବାର ସୂଚନା ମିଳେ ?
Answer:
ସମସୀମାନ୍ତ ଉପଯୋଗିତା ସୂତ୍ର ଅନୁସାରେ ଉପଭୋକ୍ତା ସର୍ବାଧ‌ିକ ପରିତୃପ୍ତି ଲାଭ କରିବାର ସୂଚନା ମିଳେ ।

18. କେଉଁ ସୂତ୍ରକୁ ପ୍ରତିସ୍ଥାପନ ସୂତ୍ର କୁହାଯାଏ ?
Answer:
ସମସୀମାନ୍ତ ଉପଯୋଗିତା ସୂତ୍ରକୁ ପ୍ରତିସ୍ଥାପନ ସୂତ୍ର କୁହାଯାଏ ।

19. ଦ୍ରବ୍ୟର ଦାମ୍ କେଉଁ ଉପଯୋଗିତା ଉପରେ ନିର୍ଭର କରେ ?
Answer:
ଦ୍ରବ୍ୟର ଦାମ୍ ସୀମାନ୍ତ ଉପଯୋଗିତା ଉପରେ ନିର୍ଭର କରେ ।

20. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରର କାର୍ଯ୍ୟକାରିତା ପାଇଁ ଦୁଇଟି ସର୍ଭ ଲେଖ ।
Answer:
ସମଜାତୀୟ ଏକକ ଓ ଉପଭୋଗ ନିରବଚ୍ଛିନ୍ନ ଓ ଧାରାବାହିକ ହେବା ଉଚିତ ।

CHSE Odisha Class 12 Economics Chapter 4 Objective Questions in Odia Medium

21. କେଉଁ କ୍ଷେତ୍ରରେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ପ୍ରଯୁଜ୍ୟ ହୁଏ ନାହିଁ ?
Answer:
ମୁଦ୍ରା ଓ ବିରଳ ଦୁଶ୍ରାପ୍ୟ ଦ୍ରବ୍ୟ କ୍ଷେତ୍ରରେ କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ପ୍ରଯୁଜ୍ୟ ହୁଏ ନାହିଁ ।

22. କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ରର ଦୁଇଟି ଗୁରୁତ୍ଵ ଲେଖ ।
Answer:
ମୂଲ୍ୟର ବିରୋଧାଭାସ ସମସ୍ୟାର ସମାଧାନ ଓ କର ନୀତି ପ୍ରଣୟନ କ୍ଷେତ୍ରରେ ଏହି ସୂତ୍ରର ଭୂମିକା ଗୁରୁତ୍ଵପୂର୍ଣ୍ଣ ।

23. ସମସୀମାନ୍ତ ଉପଯୋଗିତା ସୂତ୍ର ଅନୁସାରେ ଉପଭୋକ୍ତା କେଉଁ ସମୟରେ ସର୍ବାଧ୍ୱ ପରିତୃପ୍ତି ଲାଭ କରେ ?
Answer:
ଯଦି ବିଭିନ୍ନ ଦ୍ରବ୍ୟରୁ ପ୍ରାପ୍ତ ହେଉଥ‌ିବା ସୀମାନ୍ତ ଉପଯୋଗିତା ସେମାନଙ୍କ ଦର ସହ ସମାନୁପାତୀ ହୁଏ, ତେବେ ଉପଭୋକ୍ତା ସର୍ବାଧ‌ିକ ପରିତୃପ୍ତି ଲାଭ କରେ ।

CHSE Odisha Class 12 Economics Chapter 13 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 13 କେନ୍‌ସଙ୍କ ଆୟ ନିର୍ଦ୍ଧାରଣ ତତ୍ତ୍ବ Short Answer Questions.

CHSE Odisha 12th Class Economics Chapter 13 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

1. ଆୟ ନିର୍ଦ୍ଧାରଣ ତତ୍ତ୍ବ କାହିଁକି ଏକ ସ୍ଵଳ୍ପକାଳୀନ ତତ୍ତ୍ବ ?
Answer:
କେନ୍‌ସ୍‌ଙ୍କ ମତରେ ଅନ୍ୟାନ୍ୟ ବିଷୟ; ଯଥା – ପୁଞ୍ଜି, ଶ୍ରମ, ଯନ୍ତ୍ରପାତି, ଦକ୍ଷତା ଇତ୍ୟାଦି ଅପରିବର୍ତ୍ତିତ ଥାଇ ଯଦି ରାଷ୍ଟ୍ରର ନିୟୋଜନ ବୃଦ୍ଧିପାଏ ତାହେଲେ ଜାତୀୟ ଆୟ ଓ ଉତ୍ପାଦନ ବୃଦ୍ଧି ପାଇଥାଏ । ଅତଏବ, ସ୍ଵଳ୍ପ କାଳରେ ଅନ୍ୟାନ୍ୟ ବିଷୟ ଅପରିବର୍ତିତ ରହିଲେ ନିୟୋଜନ ସହ ଜାତୀୟ ଆୟର ପ୍ରତ୍ୟକ୍ଷ ସମ୍ପର୍କ ଦୃଷ୍ଟିଗୋଚର ହୋଇଥାଏ । ତେଣୁ କେନ୍‌ସ୍‌ଙ୍କ ଆୟ ନିର୍ଦ୍ଧାରଣ ତତ୍ତ୍ବ ଏକ ସ୍ବଳ୍ପକାଳନୀ ତତ୍ତ୍ବ ।

2. କେନ୍‌ସ୍‌ଙ୍କ ଉପଭୋଗ ଫଳନ ସ୍ଥିର କାହିଁକି ?
Answer:
ଅନ୍ୟାନ୍ୟ ସମସ୍ତ ଉପାଦାନ ଅପରିବର୍ତ୍ତିତ ଥାଇ ଜାତୀୟ ଆୟ ବୃଦ୍ଧି ସହିତ ସାମୂହିକ ଉପଭୋଗ ଚାହିଦା ବୃଦ୍ଧି ପାଏ କିନ୍ତୁ ଏହି ବୃଦ୍ଧି ଜାତୀୟ ଆୟ ବୃଦ୍ଧିଠାରୁ କମ୍ । ଅର୍ଥାତ୍ ସାମୂହିକ ଉପଭୋଗର ପରିବର୍ତ୍ତନ ସର୍ବଦା ଜାତୀୟ ଆୟର ପରିବର୍ତ୍ତନଠାରୁ କମ୍ ରହିଥାଏ । ସ୍ଵଳ୍ପକାଳରେ ଜାତୀୟ ଆୟ ବ୍ୟତୀତ ଉପଭୋଗକୁ ପ୍ରଭାବିତ କରୁଥିବା ସମସ୍ତ ଉପାଦାନ; ଯଥା – ଜନସଂଖ୍ୟା, ରୁଚି, ଅଭ୍ୟାସ ଇତ୍ୟାଦି ସ୍ଥିର ରହୁଥ‌ିବାରୁ ଉପଭୋଗ ପରିବର୍ତ୍ତନ ସର୍ବଦା ଜାତୀୟ ଆୟର ପରିବର୍ତ୍ତନଠାରୁ କମ୍ । ଆୟ ଓ ଉପଭୋଗର ଏହି ସ୍ଥିର ସମ୍ପର୍କକୁ ସ୍ଥିର ଉପଭୋଗ ଫଳନ କୁହାଯାଏ ।

3. ଉପଭୋଗ ପ୍ରବୃତ୍ତି କ’ଣ ?
Answer:
ଉପଭୋଗ ବ୍ୟୟ ଓ ସଞ୍ଚୟ ଆୟର ଦୁଇଟି ମୁଖ୍ୟ ଉପାଦାନ । ଉପଭୋଗ ପ୍ରବୃତ୍ତିର ସ୍ଵରୂପ, ହାରାହାରି ଉପଭୋଗ ପ୍ରବୃତ୍ତି ଓ ପ୍ରାନ୍ତୀୟ ଉପଭୋଗ ପ୍ରବୃଭିଦ୍ୱାରା ନିୟନ୍ତ୍ରଣ ହୋଇଥାଏ । ହାରାହାରି ଉପଭୋଗ ପ୍ରବୃତ୍ତି କହିଲେ ଉପଭୋଗ ବ୍ୟୟ ଓ ଆୟର ଅନୁପାତକୁ ସୂଚାଇଥାଏ ଏବଂ ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତି କହିଲେ ବର୍ଦ୍ଧିତ ଉପଭୋଗ ବ୍ୟୟର (ଉପଭୋଗର ପରିବର୍ତ୍ତନ) ଓ ବର୍ଷିତ ଆୟର (ଆୟର ପରିବର୍ତ୍ତନ) ଅନୁପାତକୁ ବୁଝାଇଥାଏ ।

4. ସ୍ବୟଂକ୍ରିୟ ନିବେଶ କ’ଣ ?
Answer:
ଆୟ ପରିବର୍ତ୍ତନ ସହ ନିବେଶ ପରିମାଣରେ ପରିବର୍ତ୍ତନ ନ ହେଲେ ନିବେଶକୁ ସ୍ୱାୟତ୍ତ ନିବେଶ ବୋଲି କୁହାଯାଏ । ଏହି ନିବେଶ ସରକାର କରନ୍ତି ଏବଂ ଏହା ଲାଭକୁ ଭିଭିକରି କରାଯାଏ ନାହିଁ । ଜନହିତକର କାର୍ଯ୍ୟ ପାଇଁ ବିପୁଳ ପରିମାଣ ଅର୍ଥ ପୁଞ୍ଜି ଗଠନ (ରାସ୍ତାଘାଟ, ପୋଲ, କେନାଲ, ପ୍ରତିରକ୍ଷା ଓ ଆଶ୍ରୟସ୍ଥଳ ଇତ୍ୟାଦି ନିର୍ମାଣ)ରେ ସରକାର ଯେଉଁ ଦୀର୍ଘକାଳୀନ ନିବେଶ କରନ୍ତି ତାହାକୁ ସ୍ବୟଂକ୍ରିୟ ନିବେଶ କୁହାଯାଏ ।

CHSE Odisha Class 12 Economics Chapter 13 Short Answer Questions in Odia Medium

5. ପ୍ରରୋଚିତ ନିବେଶ କ’ଣ ?
Answer:
ଆୟ ଓ ନିବେଶ ସମଦିଗରେ ପରିବର୍ତ୍ତିତ ହେଲେ ନିବେଶକୁ ପ୍ରରୋଚିତ ନିବେଶ କୁହାଯାଏ । ପ୍ରରୋଚିତ ନିବେଶ ଲାଭଦ୍ବାରା ପ୍ରଭାବିତ ହୋଇଥାଏ । ଲାଭ ଯେତେ ଅଧିକ ହେବ ପ୍ରରୋଚିତ ନିବେଶ ସେତେ ଅଧ୍ବକ ହେବ ଏବଂ ଏହି ପ୍ରକାର ନିବେଶ ଆୟର ପରିବର୍ତ୍ତନଦ୍ଵାରା ପ୍ରଭାବିତ ହୋଇଥାଏ । ବଦ୍ଧିତ ଚାହିଦାକୁ ପୂରଣ କରିବାପାଇଁ ଅତିରିକ୍ତ ଦ୍ରବ୍ୟ ଓ ସେବାର ଉତ୍ପାଦନ ନିମନ୍ତେ ନୂତନ ପୁଞ୍ଜି ଗଠନ ବା ନିବେଶର ଆବଶ୍ୟକତା ଅନୁଭୂତ ହୁଏ । ଉକ୍ତ ନିବେଶକୁ ପ୍ରରୋଚିତ ନିବେଶ ବୋଲି କୁହାଯାଏ ।

6. ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା କହିଲେ କ’ଣ ବୁଝ ?
Answer:
ସ୍ଵଳ୍ପକାଳରେ ପ୍ରରୋଚିତ ନିବେଶର ବାସ୍ତବ ପରିମାଣ ପୁଞ୍ଜିର ଉତ୍ପନ୍ନ ଶକ୍ତି ଓ ସୁଧର ହାର ଉପରେ ନିର୍ଭର କରିଥାଏ । ପୁଞ୍ଜିର ଉତ୍ପନ୍ନ ଶକ୍ତି କହିଲେ ତାହାର ଉପାର୍ଜନ କ୍ଷମତାକୁ ହିଁ ବୁଝାଇଥାଏ । ପ୍ରାନ୍ତୀୟ ପୁଞ୍ଜି ଉତ୍ପନ୍ନ ହାରକୁ ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା ବୋଲି କୁହାଯାଏ । ସୁଧର ହାର ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତାଠାରୁ କମ୍ ହେଲେ, ପୁଞ୍ଜିନିବେଶ ଲାଭଦାୟକ ହୁଏ ଓ ନିବେଶ ଚାହିଦାର ବୃଦ୍ଧି ଘଟେ ।

7. ନିବେଶ ଚାହିଦାରେଖା କାହିଁକି ନିମ୍ନଗାମୀ ହୋଇଥାଏ ?
Answer:
ନିମ୍ନଗାମୀ ନିବେଶ ଚାହିଦାରେଖା ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା ଓ ନିବେଶ ପରିମାଣ ମଧ୍ଯରେ ଥିବା ପ୍ରତିଲୋମୀ ସମ୍ପର୍କକୁ ସୂଚିତ କରିଥାଏ । ସୁଧର ହାର ହ୍ରାସ ପାଇଲେ ନିବେଶ ଚାହିଦା ବୃଦ୍ଧିପାଏ ଓ ସୁଧର ହାର ବୃଦ୍ଧି ହେଲେ ନିବେଶ ଚାହିଦା ହ୍ରାସ ପାଇଥାଏ । ସେହିପରି ସୁଧର ହାର ଅପରିବର୍ତ୍ତିତ ରହି ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା ବୃଦ୍ଧି ହେଲେ ନିବେଶ ଚାହିଦା ବୃଦ୍ଧି ପାଇଥାଏ ଓ ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା ହ୍ରାସ ହେଲେ ନିବେଶ ଚାହିଦା ହ୍ରାସ ପାଇଥାଏ ।

8. ପ୍ରଯୁଜ୍ୟ ଆୟ କ’ଣ ?
Answer:
ପାରିବାରିକ ଉପଭୋଗ ବସ୍ତୁତଃ ପାରିବାରିକ ପ୍ରଯୁଜ୍ୟ ଆୟ ଉପରେ ନିର୍ଭର କରେ । ପାରିବାରିକ ଆୟରୁ ପ୍ରତ୍ୟକ୍ଷ କର ବାଦଦେଲେ ଅବଶିଷ୍ଟାଶକୁ ପାରିବାରିକ ପ୍ରଯୁଜ୍ୟ ଆୟ କୁହାଯାଏ । ପୁନଶ୍ଚ ପାରିବାରିକ ପ୍ରଯୁଜ୍ୟ ଆୟ ଦୁଇଟି ଉପାଦାନର ସମଷ୍ଟି; ଯଥା – ଉପଭୋଗ ଓ ସଞ୍ଚୟ ।

9. ଉପଭୋଗ କୃତ୍ୟ କ’ଣ ?
Answer:
ପରିବାରର ଉପଭୋଗର ଖର୍ଚ୍ଚ ପରିବାରର ଖର୍ଚ୍ଚଯୋଗ୍ୟ ଆୟ ଉପରେ ନିର୍ଭର କରିଥାଏ । ପରିବାରର ମୋଟ ଆୟରୁ ପ୍ରତ୍ୟକ୍ଷ କରକୁ ବାଦେଲେ ଯାହା ରହିଥାଏ, ତାହାକୁ ବ୍ୟବହାରଯୋଗ୍ୟ ବା ଉପଭୋଗ କୃତ୍ୟ ଆୟ କୁହାଯାଏ ।

10. ଅବସ୍ତୀତି ବ୍ୟବଧାନ କ’ଣ ?
Answer:
ସାମୂହିକ ଚାହିଦା ପୂର୍ଣ୍ଣନିୟୋଗ ଯୋଗାଣଠାରୁ କମ୍ ହେଲେ ନିଅଣ୍ଟିଆ ଚାହିଦାଜନିତ ଅବସ୍ଥା ସୃଷ୍ଟି ହୁଏ । ଏହି ପରିସ୍ଥିତିରେ ଦାମ୍ ସ୍ତର ଓ ଲାଭ ହ୍ରାସ ପାଇ ତାହା କ୍ରମେ ଉତ୍ପାଦନ, ନିଯୁକ୍ତି ଓ ଆୟ ସ୍ତରର ହ୍ରାସ ଘଟାଏ । ଏହି ଅବସ୍ଥାକୁ ମାନ୍ଦାବସ୍ଥା କହନ୍ତି । ନିୟନ୍ତ୍ରଣ କରାଯାଇ ନ ପାରିଲେ ତାହା ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦିଏ ।

11. ସ୍ତ୍ରୀତି ବ୍ୟବଧାନ କ’ଣ ?
Answer:
ପୂର୍ଣ ନିୟୋଜନ ପ୍ରାପ୍ତି ହେଲେ ଅର୍ଥବ୍ୟବସ୍ଥାରେ ଉତ୍ପାଦନ ଓ ଆୟ ତଥା ନିଯୁକ୍ତି ଆଉ ଉଚ୍ଚସ୍ତରକୁ ବୃଦ୍ଧି ହୋଇପାରେ ନାହିଁ । ପୂର୍ଣ୍ଣନିୟୋଜନ ସନ୍ତୁଳନଠାରେ ସାମୂହିକ ଚାହିଦା ପୁନଶ୍ଚ ବୃଦ୍ଧି ପାଇଲେ ସ୍ତ୍ରୀତି ବ୍ୟବଧାନ ସୃଷ୍ଟି ହୁଏ ଓ ତାହା ଦାମ୍ ସ୍ତରକୁ ବୃଦ୍ଧି କରେ । ଅର୍ଥବ୍ୟବସ୍ଥା ମୁଦ୍ରାଙ୍ଗୀତି କବଳିତ ହୁଏ ଏବଂ ତାହା ନିୟନ୍ତ୍ରଣ ବାହାରକୁ ଗଲେ ଅର୍ଥବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼େ ।

12. ଫଳପ୍ରଦ ଚାହିଦା କ’ଣ ?
Answer:
ଯେଉଁ ବିନ୍ଦୁରେ ସାମୂହିକ ଯୋଗାଣ ଦର ରେଖା ଓ ସାମୂହିକ ଚାହିଦା ଦର ରେଖା ପରସ୍ପରକୁ ଛେଦ କରନ୍ତି, ସେହି ବିନ୍ଦୁକୁ ଫଳପ୍ରଦ ଚାହିଦା କୁହାଯାଏ । ଅର୍ଥାତ୍ ଫଳପ୍ରଦ ଚାହିଦା ଯେତେ ଅଧ୍ବକ ହୁଏ, ନିୟୋଜନ ଓ ଆୟ ସ୍ତର ସେତେ ଅଧିକ ହୁଏ ଏବଂ ଫଳପ୍ରଦ ଚାହିଦା କମ୍ ହେଲେ, ନିୟୋଜନ ଓ ଆୟ ସ୍ତର କମ୍ ହୋଇଥାଏ ।

13. ବଳକା ଚାହିଦା କ’ଣ ?
Answer:
ପୂର୍ଣ ନିୟୋଜନ ସ୍ତରରେ ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ ଅଧିକ ହେଲେ “ଅଳକା ଚାହିଦାଜନିତ ପରିସ୍ଥିତି ସୃଷ୍ଟି ହୁଏ । ବଳକା ଚାହିଦା ସ୍ତ୍ରୀତି ବ୍ୟବଧାନ ସୃଷ୍ଟି କରେ ଏବଂ ବଳକା ଚାହିଦା ଜାତୀୟ ଆୟ, ସାମୂହିକ ଉତ୍ପାଦ, ସାଧାରଣ ଦାମ୍ ସ୍ତରର ବୃଦ୍ଧି ଘଟାଏ ।

14. ନିଅଣ୍ଟିଆ ଚାହିଦା କ’ଣ ?
Answer:
ପୂର୍ଣ୍ଣ ନିୟୋଜନ ସ୍ତରରେ ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ କମ୍ ହେଲେ ନିଅଣ୍ଟିଆ ଚାହିଦା ସୃଷ୍ଟି ହୁଏ । ନିଅଣ୍ଟିଆ ଚାହିଦା ଅବସ୍ତୀତି ବ୍ୟବଧାନ ସୃଷ୍ଟି କରିଥାଏ ଏବଂ ନିଅଣ୍ଟିଆ ଚାହିଦା ଜାତୀୟ ଆୟ, ସାମୂହିକ ଉତ୍ପାଦ, ସାଧାରଣ ଦାମ୍ ସ୍ତରର ହ୍ରାସ ଘଟାଏ ।

15. ପୂର୍ଣ ନିୟୋଜନ ସନ୍ତୁଳନ କ’ଣ ?
Answer:
ଯେଉଁ ଅବସ୍ଥାରେ ଅର୍ଥବ୍ୟବସ୍ଥାରେ ସାମୂହିକ ଚାହିଦା ସହ ସାମୂହିକ ଯୋଗାଣ ସମାନ ହୁଏ, ସେହି ଅବସ୍ଥାକୁ ପୂର୍ଣ୍ଣନିୟୋଜନ ସନ୍ତୁଳନ ଅବସ୍ଥା କୁହାଯାଏ । ଏହି ସନ୍ତୁଳନ ଅବସ୍ଥା ସାମୂହିକ ଯୋଗାଣ ଓ ସାମୂହିକ ଚାହିଦା ପାରସ୍ପରିକ କ୍ରିୟାଫଳରେ ଲାଭ କରାଯାଏ ।

16. ସାମୂହିକ ଯୋଗାଣ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ନିଯୁକ୍ତି ସ୍ତରରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ଉତ୍ପାଦନରେ ନିଯୁକ୍ତ ବିଭିନ୍ନ ଉପାଦାନ ଯେଉଁ ଆୟ – ଅଶେଷ, ମଜୁରି, ସୁଧ ଓ ଲାଭ-ଉପାର୍ଜନ କରନ୍ତି, ତାହାକୁ ସାମୂହିକ ଯୋଗାଣ କୁହାଯାଏ । କହିବାକୁ ଗଲେ ଏକବର୍ଷ ମଧ୍ୟରେ ଦେଶର ଅର୍ଥବ୍ୟବସ୍ଥାରେ ଦ୍ରବ୍ୟ ଓ ସେବାର ପ୍ରବାହ ହିଁ ସାମୁହିକ ଯୋଗାଣ ।

CHSE Odisha Class 12 Economics Chapter 13 Short Answer Questions in Odia Medium

17. ସାମୂହିକ ଚାହିଦା କ’ଣ ?
Answer:
ଗୋଟିଏ ଅର୍ଥବ୍ୟବସ୍ଥାରେ ଏକବର୍ଷ ମଧ୍ୟରେ ନିର୍ଘଣ୍ଟ ପରିମାଣର ନିଯୁକ୍ତି ଯୋଗୁଁ ଯେଉଁ ଅର୍ଥ ମିଳେ, ଯାହାକୁ କ୍ରେତାଗଣ ବିଭିନ୍ନ ପ୍ରକାରର ଦ୍ରବ୍ୟ ଓ ସେବା ଉପରେ ବ୍ୟୟ କରନ୍ତି, ତାହାକୁ ସାମୂହିକ ଚାହିଦା କୁହାଯାଏ । ଅନ୍ୟ ଅର୍ଥରେ କୌଣସି ନିର୍ଦ୍ଦିଷ୍ଟ ବର୍ଷରେ ଅର୍ଥବ୍ୟବସ୍ଥାରେ ଉତ୍ପାଦନକାରୀ ଉତ୍ପାଦିତ ଦ୍ରବ୍ୟ ଓ ସେବା ବିକ୍ରୟ କରି ଯେଉଁ ସର୍ବାଧ‌ିକ ଆୟର ପ୍ରତ୍ୟାଶା କରନ୍ତି, ତାହାକୁ ସାମୂହିକ ଚାହିଦା କୁହାଯାଏ ।

18. ନିଟ୍ ରପ୍ତାନି ଚାହିଦା କହିଲେ କ’ଣ ବୁଝ ?
Answer:
ଗୋଟିଏ ଦେଶର ରପ୍ତାନି ଆୟରୁ ଆମଦାନି ବ୍ୟୟ ବାଦ୍ ଦେଲେ ଯେଉଁ ଅବଶିଷ୍ଟ୍ୟଶ ରହେ, ତାହାକୁ ଦେଶର ନିଟ୍ ରପ୍ତାନି ଆୟ କୁହାଯାଏ । ଦେଶର ନିଟ୍ ରପ୍ତାନି ଚାହିଦାକୁ ସମ୍ପୃକ୍ତ ଦେଶର ସାମୂହିକ ଚାହିଦାର ଏକ ଅଂଶ ବୋଲି ବିବେଚନା କରାଯାଏ ।

19. ଆୟ ଓ ନିଯୁକ୍ତିର ସନ୍ତୁଳନ ସ୍ତର କ’ଣ ?
Answer:
ଉଭୟ ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ ଅର୍ଥବ୍ୟବସ୍ଥାରେ ଆୟ ଓ ନିଯୁକ୍ତି ସ୍ତର ତଥା ଉତ୍ପାଦନକୁ ନିର୍ଦ୍ଧାରିତ କରିଥା’ନ୍ତି । ଆୟ ଓ ନିଯୁକ୍ତିର ଯେଉଁ ସ୍ତରରେ ଉଭୟ ପରସ୍ପର ସହିତ ସମାନ ହୁଅନ୍ତି, ତାହାକୁ ସନ୍ତୁଳନ ଆୟ ଓ ନିୟୋଜନ ସ୍ତର ବୋଲି କୁହାଯାଏ । ଏହି ଆୟ ସ୍ତରରେ ପ୍ରତ୍ୟାଶିତ ସଞ୍ଚୟ ଏବଂ ପ୍ରତ୍ୟାଶିତ ନିବେଶ ପରସ୍ପର ସହିତ ସମାନ ହୋଇଥାଏ ।

20. ପ୍ରତ୍ୟାଶିତ ନିବେଶ ପ୍ରତ୍ୟାଶିତ ସଞ୍ଚୟଠାରୁ ଅଧ‌ିକ ହେଲେ ଆୟ ଓ ନିୟୋଜନ ସ୍ତରରେ କ’ଣ ପରିବର୍ତ୍ତନ ହୁଏ ?
Answer:
ସନ୍ତୁଳନ ବିନ୍ଦୁରେ ଉଭୟ ସାମୂହିକ ଚାହିଦା ସାମୂହିକ ଯୋଗାଣ ସମାନ ରହେ । ପ୍ରତ୍ୟାଶିତ ନିବେଶ ପ୍ରତ୍ୟାଶିତ ସଞ୍ଚୟଠାରୁ ଅଧିକ ହେଲେ ଆୟ ଓ ନିୟୋଜନ ସ୍ତର ବୃଦ୍ଧି ପାଏ । ଅଧିକ ଆୟରେ ସଞ୍ଚୟର ପରିମାଣ ଅଧିକ ହୁଏ ଏବଂ ତାହା ନିବେଶ ସହିତ ସମାନ ହେବା ଫଳରେ ଅର୍ଥବ୍ୟବସ୍ଥାର ସନ୍ତୁଳନ ଅବସ୍ଥା ପୁନଃ ଅବସ୍ଥାପିତ ହୋଇଥାଏ ।

21. ପ୍ରତ୍ୟାଶିତ ସଞ୍ଚୟ ପ୍ରତ୍ୟାଶିତ ନିବେଶଠାରୁ ଅଧ‌ିକ ହେଲେ ଆୟ ଓ ନିୟୋଜନ ସ୍ତରରେ କ’ଣ ପରିବର୍ତ୍ତନହୁଏ ?
Answer:
ସନ୍ତୁଳନ ବିନ୍ଦୁରେ ଉଭୟ ସାମୂହିକ ଯୋଗାଣ ଏବଂ ‘ସାମୂହିକ ଚାହିଦାର ସମାନତା ରହେ । କିନ୍ତୁ ପ୍ରତ୍ୟାଶିତ ସଞ୍ଚୟ ପ୍ରତ୍ୟାଶିତ ନିବେଶଠାରୁ ଅଧିକ ହେଲେ ସାମୂହିକ ଚାହିଦା ହ୍ରାସ ପାଏ । ଆୟ ଓ ନିଯୁକ୍ତିର ହ୍ରାସ ଘଟେ । ଏହି ପରିସ୍ଥିତିରେ ସଞ୍ଚୟର ପରିମାଣ ହ୍ରାସ ପାଏ ଏବଂ ଅର୍ଥବ୍ୟବସ୍ଥା ଏକ ନିମ୍ନ ଆୟ ସ୍ତରରେ ପୁନଃ ସନ୍ତୁଳନ ଅବସ୍ଥାକୁ ଫେରିଆସେ ।

22. ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା କହିଲେ କ’ଣ ବୁଝ ?
Answer:
ସରକାରଙ୍କୁ ଦ୍ରବ୍ୟ ଓ ସେବାର ଏକ ପ୍ରଧାନ କ୍ରେତା ହିସାବରେ ଅଭିହିତ କରାଯାଏ । ତେଣୁ ଦେଶର ସାମୂହିକ ଉନ୍ନତି ତଥା ନାଗରିକମାନଙ୍କର ମଙ୍ଗଳ ସକାଶେ ସରକାର ବିଦ୍ୟାଳୟ, ମହାବିଦ୍ୟାଳୟ, ସ୍ବାସ୍ଥ୍ୟକେନ୍ଦ୍ର, ରାସ୍ତାଘାଟ ତଥା ଗମନାଗମନ, ଜଳସେଚନ ତଥା ଶକ୍ତି ପ୍ରକଳ୍ପ ଇତ୍ୟାଦି ନିର୍ମାଣ କରନ୍ତି । ସୁତରାଂ ବହୁବିଧ ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା ଆଧୁନିକ ଅର୍ଥବ୍ୟବସ୍ଥାରେ ସାମୂହିକ ଚାହିଦାର ଏକ ପ୍ରଧାନ ଉପାଦାନ ହୋଇଥାଏ ।

23. ସ୍ଵଳ୍ପକାଳରେ ସମୁଦାୟ ଯୋଗାଣ ବୃଦ୍ଧି କିପରି ଅଧୂକରୁ ଅଧ‌ିକ ନିୟୋଜନଦ୍ୱାରା ସମ୍ଭବ ହୋଇଥାଏ ?
Answer:
ସମୁଦାୟ ଯୋଗାଣ କହିଲେ ଏକ ନିର୍ଦ୍ଦିଷ୍ଟ ବର୍ଷରେ ବିକ୍ରୟ ହେଉଥ‌ିବା ଦ୍ରବ୍ୟ ପରିମାଣକୁ ବୁଝାଏ । ଏହାକୁ ମଧ୍ୟ ନିଟ୍ ଜାତୀୟ ଉତ୍ପାଦ କୁହାଯାଏ । ଯୋଗାଣର ବୃଦ୍ଧି ଦୁଇଟି କାରଣରୁ ସମ୍ଭବ ହୋଇଥାଏ । ପ୍ରଥମଟି ହେଲା ଅଧ୍ଵରୁ ଅଧ୍ଵକ ନିୟୋଜନ ଓ ଦ୍ୱିତୀୟଟି ହେଲା ଉତ୍ପାଦନ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ । କିନ୍ତୁ ସ୍ଵଳ୍ପକାଳରେ ଜ୍ଞାନକୌଶଳର ଉନ୍ନତି ସମ୍ଭବ ହୋଇପାରେ ନାହିଁ । ତେଣୁ ସ୍ଵଳ୍ପକାଳରେ ସମୁଦାୟ ଯୋଗାଣର ବୃଦ୍ଧି କେବଳ ଅଧ୍ଵରୁ ଅଧୂକ ନିୟୋଜନରୁ ସମ୍ଭବ ହୋଇଥାଏ ।

24. ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ ନିୟୋଜନ ସ୍ତର କିପରି ନିର୍ଦ୍ଧାରଣ କରିଥା’ନ୍ତି ?
Answer:
ନିୟୋଜନ ଉଭୟ ଉତ୍ପାଦନ ଓ ଚାହିଦା ଉପରେ ନିର୍ଭର କରେ । ଉତ୍ପାଦନକାରୀ, ଉତ୍ପାଦନ ପରିମାଣ ନିର୍ଦ୍ଧାରଣ କରିବା ଲାଗି ବଜାର ଚାହିଦା ସ୍ଥିତିକୁ ବିଚାରକୁ ନେଇଥା’ନ୍ତି । ତେଣୁ ନିୟୋଜନ ନିର୍ଦ୍ଧାରଣ କ୍ଷେତ୍ରରେ ଉଭୟ ଉତ୍ପାଦନ ଓ ଚାହିଦାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ ସନ୍ତୁଳନ ଅବସ୍ଥାରେ ହିଁ କେବଳ ନିୟୋଜନ ନିର୍ଦ୍ଧାରଣ କରାଯାଏ । ସନ୍ତୁଳନ ଅବସ୍ଥାରେ ପରିବର୍ତ୍ତନ ମଧ୍ୟ ନିୟୋଜନ ନିର୍ଦ୍ଧାରଣ କରିଥାଏ । ସନ୍ତୁଳନ ଅବସ୍ଥାରେ ପରିବର୍ତ୍ତନ ମଧ୍ୟ ନିୟୋଜନ ସ୍ଥିତିରେ ପରିବର୍ତ୍ତନ ଆଣିଥାଏ ।

25. ସାମୁହିକ ଚାହିଦା କିପରି ଉତ୍ପାଦନକାରୀଙ୍କ ଆୟର ସମଷ୍ଟି ?
Answer:
ଗୋଟିଏ ଅର୍ଥବ୍ୟବସ୍ଥାରେ ଏକବର୍ଷ ମଧ୍ୟରେ ନିର୍ଦ୍ଦିଷ୍ଟ ପରିମାଣର ନିଯୁକ୍ତି ଯୋଗୁଁ ଯେଉଁ ଅର୍ଥ ମିଳେ, ତାହାକୁ କ୍ରେତାଗଣ ବିଭିନ୍ନ ପ୍ରକାରର ଦ୍ରବ୍ୟ ଓ ସେବା ଉପରେ ବ୍ୟୟ କରନ୍ତି | ଦ୍ରବ୍ୟ ପ୍ରତି ଯେତିକି ଚାହିଦା ସୃଷ୍ଟି ହୁଏ, ଉତ୍ପାଦନକାରୀ ସେତିକି ବିକ୍ରୟ କରି ଆୟ ଲାଭ କରନ୍ତି । ତେଣୁ ସାମୂହିକ ଚାହିଦା ଗୁଣନ ଦ୍ରବ୍ୟ ପ୍ରତି ଦର, ଉତ୍ପାଦନକାରୀଙ୍କ ଆୟ ସଙ୍ଗେ ସମାନ ହୋଇଥାଏ ।

26. କିପରି ସାମୂହିକ ଯୋଗାଣ ଦର ନିଯୁକ୍ତିର ଏକ ଫଳନ ?
Answer:
ସାମୂହିକ ଯୋଗାଣ ଦର ନିଯୁକ୍ତିର ପରିମାଣ ଉପରେ ନିର୍ଭରଶୀଳ । ଅର୍ଥାତ୍ ସାମୁହିକ ଯୋଗାଣ ଦର ନିଯୁକ୍ତିର ପରିମାଣ ଉପରେ ନିର୍ଭରଶୀଳ ଏବଂ ନିଯୁକ୍ତିର ବୃଦ୍ଧି ଓ ହ୍ରାସ ଯୋଗୁଁ ସାମୂହିକ ଯୋଗାଣ ଦରର ବୃଦ୍ଧି ଓ ହ୍ରାସ ହୁଏ । ସାମୂହିକ ଯୋଗାଣ ଦର ଅର୍ଥ ବ୍ୟବସ୍ଥାର ସମସ୍ତ ଉତ୍ପାଦନ ଉପାଦାନମାନଙ୍କର ଆୟ ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି| ଛଅଟି ବାକ୍ୟରେ ଦିଅ ।

1. ସାମୁହିକ ଚାହିଦା :
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ ଅର୍ଥବ୍ୟବସ୍ଥାରେ ଦ୍ରବ୍ୟ ଓ ସେବା ପାଇଁ ବ୍ୟୟ କରାଯାଉଥିବା ସାମଗ୍ରିକ ଖର୍ଚ୍ଚକୁ ସାମୂହିକ ଚାହିଦା କୁହାଯାଏ । ଅର୍ଥାତ୍‌ କୌଣସି ନିର୍ଦ୍ଦିଷ୍ଟ ବର୍ଷରେ ଅର୍ଥବ୍ୟବସ୍ଥାରେ ଉତ୍ପାଦନକାରୀମାନଙ୍କ ଉତ୍ପାଦିତ ଦ୍ରବ୍ୟ ଓ ସେବା ବିକ୍ରୟ କରି ଯେଉଁ ସର୍ବାଧ‌ିକ ଆୟର ପ୍ରତ୍ୟାଶା କରନ୍ତି ତାହାକୁ ସାମୁହିକ ଚାହିଦା କୁହାଯାଏ । ସାମୂହିକ ଚାହିଦା ଅର୍ଥବ୍ୟବସ୍ଥାରେ ନିୟୋଜନ ସ୍ତର ଉପରେ ନିର୍ଭର କରେ । ସାମୂହିକ ଚାହିଦାର ଉପାଂଶଗୁଡ଼ିକ ହେଲା ପାରିବାରିକ ଉପଭୋଗ ଚାହିଦା, ବିନିଯୋଗ ଚାହିଦା, ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା, ନିଟ୍ ରପ୍ତାନି । ଏସବୁର ସମଷ୍ଟିରୁ ସାମୁହିକ ଚାହିଦାର ଚିତ୍ର ପ୍ରତିଫଳିତ ହୋଇଥାଏ ।
ସାମୂହିକ ଚାହିଦା = ଉପଭୋଗ ଚାହିଦା + ବିନିଯୋଗ ଚାହିଦା !
ଉପଭୋଗ ଚାହିଦା ପରିବାର ମଧ୍ୟରୁ ସୃଷ୍ଟି ହୋଇଥାଏ ଏବଂ ବିନିଯୋଗ ଚାହିଦା ପ୍ରତିଷ୍ଠାନରୁ ସୃଷ୍ଟି ହୋଇଥାଏ ।

CHSE Odisha Class 12 Economics Chapter 13 Short Answer Questions in Odia Medium

2. ସାମୂହିକ ଯୋଗାଣ :
Answer:
କୌଣସି ଅର୍ଥବ୍ୟବସ୍ଥାରେ ଏକ ନିର୍ଦ୍ଦିଷ୍ଟ ବର୍ଷରେ ଉତ୍ପାଦନ କରାଯାଉଥ‌ିବା ସମସ୍ତ ଦ୍ରବ୍ୟ ଓ ସେବାର ସମଷ୍ଟିକୁ ସାମୂହିକ ଯୋଗାଣ କୁହାଯାଏ । ଏହିସବୁ ଦ୍ରବ୍ୟ ଓ ସେବା, ବ୍ୟକ୍ତିବିଶେଷ, ପ୍ରତିଷ୍ଠାନ ବା ସରକାରଙ୍କଦ୍ବାରା ଉତ୍ପାଦିତ ହୋଇଥାଏ । ତେଣୁ ସାମୂହିକ ଯୋଗାଣ କହିଲେ ଦେଶର ନିଟ୍ ଜାତୀୟ ଉତ୍ପାଦକୁ ବୁଝାଇଥାଏ । ଏହିସବୁ ଦ୍ରବ୍ୟ ଓ ସେବା ଉତ୍ପାଦନ କରିବାରେ ଯାହା ଖର୍ଚ୍ଚ ହୁଏ ତାହା ଉତ୍ପାଦନକାରୀ ବିକ୍ରୟ କରି ଆୟ ସ୍ୱରୂପ ଅର୍ଜନ କରିଥା’ନ୍ତି । ଏହି ଆୟରୁ ସେ ଅଶେଷ, ମଜୁରି, ସୁଧ ଓ ଲାଭ ପରିଶୋଧ କରିଥା’ନ୍ତି । ତେଣୁ ଅଶେଷ, ମଜୁରି, ସୁଧ ଓ ଲାଭର ସମାହାର ସାମୂହିକ ଯୋଗାଣର ପ୍ରତୀକ । ଏହି ପ୍ରକ୍ରିୟାରେ ସୃଷ୍ଟ ଆୟ ଉପଭୋଗ ଉଦ୍ଦେଶ୍ୟରେ ଖର୍ଚ୍ଚ ହୁଏ ବା ସଞ୍ଚୟ ହୋଇଥାଏ । ତେଣୁ ସାମୂହିକ ଯୋଗାଣକୁ ଉପଭୋଗ ଓ ସଞ୍ଚୟର ସମଷ୍ଟିରୂପେ ବ୍ୟାଖ୍ୟା କରାଯାଇପାରେ । ନିୟୋଜନ ସ୍ତର ସହିତ ସାମୂହିକ ଯୋଗାଣର ପ୍ରତ୍ୟକ୍ଷ ସମ୍ପର୍କ ରହିଥ‌ିବାରୁ ସାମୂହିକ ଯୋଗାଣରେଖା ବାମରୁ ଡାହାଣକୁ ଊର୍ଦ୍ଧ୍ୱଗାମୀ ହୋଇଥାଏ ।

3. ଉପଭୋଗ କୃତ୍ୟ :
Answer:
ପରିବାରର ଉପଭୋଗର ଖର୍ଚ୍ଚ ପରିବାରର ଖର୍ଜଯୋଗ୍ୟ ଆୟ ଉପରେ ନିର୍ଭର କରିଥାଏ । ପରିବାରର ମୋଟ ଆୟରୁ ପ୍ରତ୍ୟକ୍ଷ କରକୁ ବାଦ୍ ଦେଲେ ଯାହା ରହିଥାଏ ତାହାକୁ ବ୍ୟବହାର ଯୋଗ୍ୟ ବା ଖର୍ଚ୍ଚଯୋଗ୍ୟ ଆୟ କୁହାଯାଏ । ଏହି ବ୍ୟବହାରଯୋଗ୍ୟ ଆୟ ଓ ଉପଭୋଗ ମଧ୍ୟରେ ଥ‌ିବା ସମ୍ପର୍କକୁ ଉତ୍ପାଦନ ଫଳନ ବା ଉତ୍ପାଦନ କୃତ୍ୟ କୁହାଯାଏ । କୌଣସି ଅର୍ଥବ୍ୟବସ୍ଥାରେ ଆୟର ପରିମାଣ ବୃଦ୍ଧି ସହ ଉପଭୋଗର ପରିମାଣ ବୃଦ୍ଧି ହୋଇଥାଏ । ମାତ୍ର ଉପଭୋଗ ବୃଦ୍ଧିର ପରିମାଣ ଆୟର ବୃଦ୍ଧିର ପରିମାଣରୁ କମ୍ ହୋଇଥାଏ । ତେଣୁ ଉପଭୋଗ ବ୍ୟୟ ଓ ପାରିବାରିକ ଆୟ ମଧ୍ୟରେ ଥ‌ିବା ସମ୍ପର୍କକୁ ଉପଭୋଗ କୃତ୍ୟ ବା ଫଳନ କୁହାଯାଏ । ଏହି ଉପଭୋଗ କୃତ୍ୟ ଆୟ ନିର୍ଦ୍ଧାରଣ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

4. ପୂର୍ଣ୍ଣ ନିୟୋଜନ ସନ୍ତୁଳନ :
Answer:
ଯେଉଁ ଅବସ୍ଥାରେ ଅର୍ଥବ୍ୟବସ୍ଥାରେ ସାମୂହିକ ଚାହିଦା ସହ ସାମୂହିକ ଯୋଗାଣ ସମାନ ହୁଏ ସେହି ଅବସ୍ଥାକୁ ପୂର୍ଣ୍ଣ ନିୟୋଜନ ସନ୍ତୁଳନ ଅବସ୍ଥା କୁହାଯାଏ । ଏହି ସନ୍ତୁଳନ ଅବସ୍ଥା ସାମୂହିକ ଚାହିଦା ସାମୂହିକ ଯୋଗାଣର ପାରସ୍ପରିକ କ୍ରିୟା ଫଳରେ ଲାଭ କରାଯାଇଥାଏ । ଏହି ଅବସ୍ଥାରେ ନିର୍ଦ୍ଧାରିତ ମଜୁରି ହାରରେ କାର୍ଯ୍ୟ କରିବାକୁ ଆଗ୍ରହୀ ଶ୍ରମିକ କାର୍ଯ୍ୟ କରିବାର ସୁଯୋଗ ପାଇଥା’ନ୍ତି । ଅନ୍ୟ ଅର୍ଥରେ, ଯେଉଁ ଅବସ୍ଥା ବା ସ୍ତରରେ ଦେଶର ସମସ୍ତ ସମ୍ବଳର ଉପଯୋଗ ହୋଇଥାଏ ଏବଂ ଉତ୍ପାଦନ ସର୍ବାଧ‌ିକ ହୋଇଥାଏ ତାହାକୁ ପୂର୍ଣ୍ଣ ନିୟୋଜନ ସନ୍ତୁଳନ ଅବସ୍ଥା କୁହାଯାଏ । ପୂର୍ଣ୍ଣ ନିୟୋଜନ ସନ୍ତୁଳନ ପ୍ରାପ୍ତି ହେଲେ ଅର୍ଥବ୍ୟବସ୍ଥାରେ ଉତ୍ପାଦନ ଓ ଆୟ ତଥା ନିଯୁକ୍ତି ଆଉ ଉଚ୍ଚସ୍ତରକୁ ବୃଦ୍ଧି ହୋଇପାରେ ନାହିଁ । ପୂର୍ଣ୍ଣ ନିୟୋଜନ ସନ୍ତୁଳନ ପରେ ସାମୂହିକ ଚାହିଦା ପୁନଶ୍ଚ ବୃଦ୍ଧି ପାଇଲେ ସ୍ତ୍ରୀତି ବ୍ୟବଧାନ ସୃଷ୍ଟି ହୁଏ ।

5. ପାରିବାରିକ ଉପଭୋଗ ଚାହିଦା :
Answer:
ଏହା ସାମୂହିକ ଚାହିଦାର ଏକ ପ୍ରଧାନ ଉପାଦାନ । ପ୍ରତ୍ୟେକ ପରିବାରର ମୌଳିକ ଆବଶ୍ୟକତା, ଆରାମ ଓ ବିଳାସବ୍ୟସନ ପାଇଁ କେତେଗୁଡ଼ିଏ ଦ୍ରବ୍ୟ ଓ ସେବା ଦରକାର କରନ୍ତି । ସେହିସବୁ ଦ୍ରବ୍ୟ ଓ ସେବାଗୁଡ଼ିକର ମୂଲ୍ୟକୁ ପାରିବାରିକ ଉପଭୋଗ ଚାହିଦା କୁହାଯାଏ । ପରିବାରମାନେ ଉପଭୋଗ ବାବଦରେ ଯେଉଁ ବ୍ୟୟ କରନ୍ତି, ତାହାକୁ ପାରିବାରିକ ଉପଭୋଗ ବ୍ୟୟ ଓ କ୍ରୟ ହେଉଥ‌ିବା ଦ୍ରବ୍ୟ ଓ ସେବା ଆଦିକୁ ପାରିବାରିକ ଉପଭୋଗ ଚାହିଦା କୁହାଯାଏ । ପାରିବାରିକ ଉପଭୋଗ ପାରିବାରିକ୍ ପ୍ରଯୁଜ୍ୟ ଆୟ ଉପରେ ନିର୍ଭର କରେ । ପାରିବାରିକ ଆୟରୁ ପ୍ରତ୍ୟକ୍ଷ କର ବାଦ୍ ଦେଲେ ଅବଶିଷ୍ଟଶକୁ ପାରିବାରିକ ପ୍ରଯୁଜ୍ୟ ଆୟ କୁହାଯାଏ । ପାରିବାରିକ ପ୍ରଯୁଜ୍ୟ ଆୟ ଦୁଇଟି ଉପାଦାନର ସମଷ୍ଟି; ଯଥା – ଉପଭୋଗ ଓ ସଞ୍ଚୟ । ଆୟ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଉପଭୋଗ ବ୍ୟୟ ମଧ୍ୟ ବୃଦ୍ଧି ହୁଏ, ମାତ୍ର ଉପଭୋଗ ବ୍ୟୟର ବୃଦ୍ଧିହାର ଆୟର ବୃଦ୍ଧିହାର ତୁଳନାରେ ସ୍ଵଳ୍ପତର ହୋଇଥାଏ ।

6. ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତି :
Answer:
ଉପଭୋଗ ବ୍ୟୟ ଏବଂ ଆୟ ସମଦିଗରେ ଗତି କରୁଥିଲେ ମଧ୍ୟ ଆୟର ବୃଦ୍ଧିହାର ତୁଳନାରେ ଉପଭୋଗ ବ୍ୟୟର ବୃଦ୍ଧିହାର ସ୍ଵଳ୍ପତର ହୋଇଥାଏ । ଏହାକୁ ଉପଭୋଗ ପ୍ରବୃତ୍ତି କୁହାଯାଏ । ଉପଭୋଗ ପ୍ରବୃତ୍ତିର ସ୍ବରୂପ ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତିଦ୍ଵାରା ପ୍ରଭାବିତ ହୋଇଥାଏ । ଉପଭୋଗ ପ୍ରବୃତ୍ତି ଆୟ ଏବଂ ଉପଭୋଗ ବ୍ୟୟ ମଧ୍ୟରେ ଥିବା ସମ୍ବନ୍ଧକୁ ଦର୍ଶାଇଥାଏ । ପରିବର୍ତ୍ତିତ ଉପଭୋଗ ବ୍ୟୟ ଏବଂ ପରିବର୍ତ୍ତିତ ଆୟର ଅନୁପାତକୁ ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତି କୁହାଯାଏ । ସାଙ୍କେତିକ ଭାଷାରେ ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତିକୁ \(\frac{\Delta \mathrm{C}}{\Delta \mathrm{Y}}\) ଭାବେ ଉଲ୍ଲେଖ କରାଯାଏ । ଯେଉଁଠାରେ ΔC – ଉପଭୋଗ ବ୍ୟୟର ପରିବର୍ତ୍ତନ ଏବଂ ΔY – ଆୟର ପରିବର୍ତ୍ତନ ।

7. ଘରୋଇ ନିବେଶ ଚାହିଦା :
Answer:
ଘରୋଇ ନିବେଶ ଚାହିଦା ସାମୂହିକ ଚାହିଦାର ଅନ୍ୟ ଏକ ପ୍ରଧାନ ଉପାଦାନ । ନୂତନ ପୁଞ୍ଜି ଗଠନ ନିମିତ୍ତ ଯେଉଁ ବ୍ୟୟ କରାଯାଏ, ତାହାକୁ ନିବେଶ କୁହାଯାଏ । ନିବେଶ ମାଧ୍ୟମରେ ଉଦ୍ୟୋକ୍ତା ଲାଭ ପାଇଥାଏ । ନିବେଶ ଚାହିଦା ଦୁଇଟି ଉପାଦାନ ଉପରେ ନିର୍ଭର କରେ; ଯଥା – ସୁଧ ହାର ଓ ପୁଞ୍ଜିର ଉତ୍ପନ୍ନ ଶକ୍ତି । କୌଣସି ପୁଞ୍ଜି ଦ୍ରବ୍ୟର ପ୍ରତ୍ୟାଶିତ ଉତ୍ପନ୍ନ ବା ଆଶା କରାଯାଉଥିବା ଲାଭକୁ ପୁଞ୍ଜିର ଉତ୍ପନ୍ନ ଶକ୍ତି ବୋଲି କୁହାଯାଏ । ଯଦି ନିବେଶର ବିକଳ୍ପ ପରିବ୍ୟୟ (ସୁଧହାର) ପୁଞ୍ଜିର ଉତ୍ପନ୍ନ ଶକ୍ତିଠାରୁ କମ୍ ହୁଏ, ତେବେ ନିବେଶ ଲାଭଦାୟକ ହୋଇଥାଏ । ତେଣୁ ନିବେଶ ଚାହିଦାର ବୃଦ୍ଧି ଘଟେ । ଅନ୍ୟପକ୍ଷରେ ଯଦି ସୁଧହାର ପୁଞ୍ଜିର ଉତ୍ପନ୍ନ ଶକ୍ତିଠାରୁ ଅଧିକ ହୁଏ, ତେବେ ନିବେଶଲାଭଦାୟକ ହୁଏ ନାହିଁ । ତେଣୁ ନିବେଶ ଚାହିଦା କମ୍ ହୁଏ । ସୁତରାଂ ନିବେଶ ଚାହିଦା ବୃଦ୍ଧି ହେବା ଫଳରେ ଅର୍ଥବ୍ୟବସ୍ଥାରେ ଉତ୍ପାଦନ, ଆୟ ଓ ନିଯୁକ୍ତିର ପରିମାଣ ବୃଦ୍ଧି ପାଏ ।

8. ନିଟ୍ ରପ୍ତାନି ଚାହିଦା :
Answer:
ବର୍ତ୍ତମାନ ସମୟରେ ପ୍ରତ୍ୟେକ ଦେଶର ଅର୍ଥବ୍ୟବସ୍ଥା ଉନ୍ମୁକ୍ତ । ଅର୍ଥାତ୍ ବିଶ୍ବର ଅନ୍ୟାନ୍ୟ ଦେଶମାନଙ୍କ ସହିତ ପ୍ରତ୍ୟେକ ଦେଶର ବାଣିଜ୍ୟ କାରବାର କରାଯାଇଥାଏ । ରପ୍ତାନି ଯୋଗୁଁ ଦେଶ ବୈଦେଶିକ ମୁଦ୍ରା ଅର୍ଜନ କରୁଥିବାବେଳେ ଆମଦାନି ଯୋଗୁଁ ଦେଶକୁ ବୈଦେଶିକ ମୁଦ୍ରା ବ୍ୟୟ କରିବାକୁ ପଡ଼ିଥାଏ । ଗୋଟିଏ ଦେଶର ରପ୍ତାନି ଆୟରୁ ଆମଦାନି ବ୍ୟୟ ବାଦ୍ ଦେଲେ ଯେଉଁ ଅବଶିଷ୍ଟ୍ୟଶ ରହେ, ତାହାକୁ ଦେଶର ନିଟ୍ ରପ୍ତାନି ଆୟ କୁହାଯାଏ । ଏହି ଆୟକୁ ରପ୍ତାନିକାରୀମାନେ ଉପଭୋଗ ବା ନିବେଶ ବାବଦରେ ବ୍ୟୟ କରିଥା’ନ୍ତି । ସେହି ଦୃଷ୍ଟିରୁ ଏହା ସାମୂହିକ ଚାହିଦାର ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ ଭାବେ ପରିଗଣିତ ହୋଇଥାଏ । ଅବଶ୍ୟ ଏହା ସର୍ବଦା ଧନାତ୍ମକ ହୋଇ ନ ପାରେ ।

9. ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କର ଚାହିଦା :
Answer:
ଆଧୁନିକ ଅର୍ଥବ୍ୟବସ୍ଥାରେ ସରକାରଙ୍କ ଭୂମିକା ଉଲ୍ଲେଖଯୋଗ୍ୟ । କାରଣ ସରକାରଙ୍କୁ ଦ୍ରବ୍ୟ ଓ ସେବାର ଏକ ପ୍ରଧାନ କ୍ରେତା ହିସାବରେ ଅଭିହିତ କରାଯାଉଛି । ପୁନଶ୍ଚ ଦେଶର ସାମୂହିକ ଉନ୍ନତି ଏବଂ ଜନକଲ୍ୟାଣ ସରକାରଙ୍କ ମୂଳ ଆଭିମୁଖ୍ୟ । ତେଣୁ ଦେଶର ସାମୁହିକ ଉନ୍ନତି ତଥା ନାଗରିକମାନଙ୍କର ମଙ୍ଗଳ ପାଇଁ ସରକାର ବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟକେନ୍ଦ୍ର, ରାସ୍ତାଘାଟ ତଥା ଗମନାଗମନ, ଜଳସେଚନ ତଥା ଶକ୍ତି ପ୍ରକଳ୍ପ ଇତ୍ୟାଦି ନିର୍ମାଣ କରନ୍ତି । ଏତଦ୍‌ବ୍ୟତୀତ, ଆଇନଶୃଙ୍ଖଳା ରକ୍ଷା ଓ ନ୍ୟାୟ ପ୍ରଦାନ କରିବା, ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଦରଦାମ୍ ସ୍ଥିର ରଖ୍ ସୁଲଭ ମୂଲ୍ୟରେ ଦ୍ରବ୍ୟ ଯୋଗାଇଦେବା, କୃଷି ତଥା ଶିଳ୍ପର ଉନ୍ନତି ପାଇଁ ଭିତ୍ତିଭୂମି ଓ ଶକ୍ତି ପ୍ରକଳ୍ପ ନିର୍ମାଣ କରିବା ଇତ୍ୟାଦି ସରକାରଙ୍କର ବହୁବିଧ କାର୍ଯ୍ୟାବଳୀର ନମୁନା ମାତ୍ର । ସୁତରାଂ ବହୁବିଧ ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା ଆଧୁନିକ ଅର୍ଥବ୍ୟବସ୍ଥାରେ ସାମୂହିକ ଚାହିଦାର ଏକ ପ୍ରଧାନ ଉପାଦାନ ହୋଇଛି ।

CHSE Odisha Class 12 Economics Chapter 13 Short Answer Questions in Odia Medium

10. କେନ୍‌ସ୍‌ଙ୍କ ଆୟ ନିର୍ଦ୍ଧାରଣ ତତ୍ତ୍ବ :
Answer:
ପ୍ରଫେସର ଜେ.ଏମ୍.କେନ୍‌ସ୍ ତାଙ୍କ ସ୍ୱରଚିତ ପୁସ୍ତକ ‘ନିଯୁକ୍ତି, ସୁଧ ଓ ମୁଦ୍ରାର ସାଧାରଣ ତତ୍ତ୍ବ’ରେ ଏକ ଆୟ ତଥା ନିଯୁକ୍ତି ସମ୍ବନ୍ଧୀୟ ତତ୍ତ୍ଵ ରଚନା କରିଥିଲେ । ୧୯୩୦ ଦଶକରେ ବିଶ୍ବରେ ମହାସଙ୍କୋଚନ ସୃଷ୍ଟି ହେବା ଫଳରେ ବେକାର ସମସ୍ୟା ଉତ୍କଟତର ହେଲା ଓ ଦରଦାମ୍ ତଥା ଜାତୀୟ ଆୟ ହ୍ରାସ ପାଇଲା । ଫଳରେ ବିଶ୍ବରେ ମାନ୍ଦାବସ୍ଥା ଅନୁଭୂତ ହେଲା । ସଂସ୍ଥାପକ ଅର୍ଥଶାସ୍ତ୍ରୀଙ୍କଦ୍ୱାରା ଆହୂତ ମଜୁରି ଦର ନମନୀୟତା ଓ ସୁଧହାର ନମନୀୟତା ସତ୍ତ୍ଵେ ସମସ୍ୟାଗୁଡ଼ିକ ତୀବ୍ରତର ହେଲା । ଏହି ସମୟରେ ପ୍ରଫେସର କେନ୍ସ ତାଙ୍କ ସ୍ବରଚିତ ପୁସ୍ତକରେ ସଂସ୍ଥାପକ ନିଯୁକ୍ତି ତଥା ଆୟ ତତ୍ତ୍ଵକୁ କେବଳ ଯେ ଭୁଲ୍ ରୂପେ ପ୍ରମାଣିତ କଲେ ତା’ ନୁହେଁ ବରଂ ଏକ ସରଳ ଆୟ ତଥା ନିଯୁକ୍ତି ତତ୍ତ୍ଵ ରଚନା କରିଥିଲେ । ସାମୂହିକ ଚାହିଦାର ସ୍ଵଳ୍ପତା ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥା ଓ ତଦ୍ଵଜନିତ ଉତ୍ପାଦନ, ନିଯୁକ୍ତି ଓ ଆୟ ହ୍ରାସର ମୁଖ୍ୟ କାରଣ ବୋଲି ସେ ଅଭିହିତ କଲେ ଏବଂ ସାମୂହିକ ଚାହିଦା ବୃଦ୍ଧିରେ ଅର୍ଥବ୍ୟବସ୍ଥାରେ ସଂଘଟିତ ମାନ୍ଦାବାସ୍ଥା ଦୂରୀଭୂତ ହୋଇପାରିବ ବୋଲି ମତବ୍ୟକ୍ତ କଲେ । ବାସ୍ତବରେ ସାମୂହିକ ଚାହିଦାର ବୃଦ୍ଧିରେ ବିଶ୍ଵର ମହାସଙ୍କୋଚନ ଦୂରୀଭୂତ ହେଲା ।

C. ଛଅଟି ବାକ୍ୟରେ ସୀମିତ ରଖି ପାର୍ଥକ୍ୟ ଦର୍ଶାଅ ।

1. ନିଅଣ୍ଟିଆ ଚାହିଦା ଓ ବଳକା ଚାହିଦା :
Answer:
(a) ପୂର୍ଣ୍ଣ ନିୟୋଜନ ସ୍ତରରେ ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ କମ୍ ହେଲେ ନିଅଣ୍ଟିଆ ଚାହିଦା ସୃଷ୍ଟି ହୁଏ । ଅନ୍ୟପକ୍ଷରେ, ପୂର୍ଣ ନିୟୋଜନ ସ୍ତରରେ ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ ଅଧିକ ହେଲେ ‘ବଳକା ଚାହିଦା’ ଜନିତ ପରିସ୍ଥିତି ସୃଷ୍ଟି ହୁଏ ।
(b) ନିଅଣ୍ଟିଆ ଚାହିଦା ‘ ଅବସ୍ତୀତି ବ୍ୟବଧାନ’ ସୃଷ୍ଟି କରିଥାଏ । ଏହି ଅବସ୍ଥାକୁ ମାନ୍ଦାବସ୍ଥା କହନ୍ତି । ନିୟନ୍ତ୍ରିତ ନ ହେଲେ ତାହା ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦିଏ । ଅନ୍ୟପକ୍ଷରେ, ବଳକା ଚାହିଦା ସ୍ତ୍ରୀତି ବ୍ୟବଧାନ ସୃଷ୍ଟି କରେ, ଯାହାକି ଦାମ୍‌ସ୍ତରକୁ ବୃଦ୍ଧି କରେ ଓ ଅର୍ଥବ୍ୟବସ୍ଥା ମୁଦ୍ରାଷ୍ଟୀତିର କବଳିତ ହୁଏ ।
(c) ନିଅଣ୍ଟିଆ ଚାହିଦା, ଜାତୀୟ ଆୟ, ସାମୂହିକ ଉତ୍ପାଦ, ସାଧାରଣ ଦାମ୍ ସ୍ତରର ହ୍ରାସ ଘଟାଏ; ମାତ୍ର ବଳକା ବା ଅତ୍ୟଧ୍ଵକ ଚାହିଦା ମୁଦ୍ରାଙ୍ଗୀତି ଘଟାଏ ।

2. ପୂର୍ଣନିୟୋଗ ସନ୍ତୁଳନ ଓ ଅବନିୟୋଗ ସନ୍ତୁଳନ :
Answer:
ଉଭୟ ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ ଅର୍ଥବ୍ୟବସ୍ଥାରେ ଆୟ ଓ ନିଯୁକ୍ତି ସ୍ତର ତଥା ଉତ୍ପାଦନକୁ ନିର୍ଦ୍ଧାରିତ କରିଥା’ନ୍ତି । ଆୟ ଓ ନିଯୁକ୍ତିର ଯେଉଁ ସ୍ତରରେ ଉଭୟ ପରସ୍ପର ସହିତ ସମାନ ହୁଅନ୍ତି, ତାହାକୁ ସନ୍ତୁଳିତ ଆୟ ଓ ନିୟୋଜନ ସ୍ତର ବୋଲି କୁହାଯାଏ । ଏହି ଆୟ ସ୍ତରରେ ପ୍ରତ୍ୟାଶିତ ସଞ୍ଚୟ ଏବଂ ପ୍ରତ୍ୟାଶିତ ନିବେଶ ପରସ୍ପର ସମାନ ହୋଇଥାଏ । ସାମୂହିକ ଯୋଗାଣ ଓ ଚାହିଦାରେଖା, ଉଭୟ ପରସ୍ପରକୁ ଯେଉଁ ବିନ୍ଦୁରେ ଛେଦ କରନ୍ତି, ତାହା ହେଉଛି ସନ୍ତୁଳନ ବିନ୍ଦୁ । ପୂର୍ଣ୍ଣ ନିୟୋଜନ ସନ୍ତୁଳନ ପ୍ରାପ୍ତହେଲେ ଅର୍ଥବ୍ୟବସ୍ଥାରେ ଉତ୍ପାଦନ ଓ ଆୟ ତଥା ନିଯୁକ୍ତି ଆଉ ଉଚ୍ଚସ୍ତରକୁ ବୃଦ୍ଧି ହୋଇପାରେ ନାହିଁ । ପୂର୍ଣ ନିୟୋଜନ ସନ୍ତୁଳନ ପରେ ସାମୂହିକ ଚାହିଦା ପୁନଶ୍ଚ ବୃଦ୍ଧି ପାଇଲେ ସ୍ତ୍ରୀତି ବ୍ୟବଧାନ ସୃଷ୍ଟି ହୁଏ ।

ମାତ୍ର ପୂର୍ଣନିୟୋଜନ ସନ୍ତୁଳନ ଆୟସ୍ତରରେ ଯଦି ସାମୂହିକ ଯୋଗାଣ ତୁଳନାରେ ସାମୂହିକ ଚାହିଦା ସ୍ଵଳ୍ପତର ହୁଏ, ତେବେ ଅବଡ୍ଡୀତି ଓ ମାନ୍ଦାବସ୍ଥା ଦେଖାଦିଏ, ଯାହାକୁ ଅବନିୟୋଗ ସନ୍ତୁଳନ ବୋଲି କୁହାଯାଏ । ଏହି ମାନ୍ଦାବସ୍ଥା ମଧ୍ୟଦେଇ ଗତିକରୁଥ‌ିବା ଅର୍ଥବ୍ୟବସ୍ଥାରେ ଉତ୍ପାଦନ, ନିଯୁକ୍ତି ଓ ଆୟସ୍ତର ହ୍ରାସପାଇ ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିପକାଏ । ଉପଯୁକ୍ତ ମୁଦ୍ରାନୀତି, ରାଜକୋଷୀୟ ନୀତି ଏବଂ ବାଣିଜ୍ୟ ନୀତି ପ୍ରୟୋଗ କରି ଏହି ସମସ୍ୟାର ସମାଧାନ କରାଯାଇପାରେ ।

3. ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ :
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ କୌଣସି ଅର୍ଥବ୍ୟବସ୍ଥାରେ ଅନ୍ତିମ ଦ୍ରବ୍ୟ ଉଦ୍ଦେଶ୍ୟରେ କରାଯାଉଥିବା ସାମଗ୍ରିକ ବ୍ୟୟକୁ ସାମୂହିକ ଚାହିଦା କୁହାଯାଏ । ଅନ୍ୟ ଅର୍ଥରେ, କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ନିୟୋଜନ ସ୍ତରରେ ଉତ୍ପାଦନକାରୀଙ୍କ ଉତ୍ପାଦିତ ଦ୍ରବ୍ୟ ଓ ସେବା ଉପରେ ଅନ୍ୟମାନେ ଯେଉଁ ବ୍ୟୟ କରନ୍ତି, ତାହାକୁ ସାମୂହିକ ଚାହିଦା କୁହାଯାଏ । ସାମୂହିକ ଚାହିଦା ଚାରିଗୋଟି ଉପାଦାନର ସମଷ୍ଟିରେ ଗଠିତ, ଯଥା – ପାରିବାରିକ ଉପଭୋଗ ଚାହିଦା, ଘରୋଇ ନିବେଶ ଚାହିଦା, ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା ଓ ନିଟ୍ ରପ୍ତାନି ଚାହିଦା ।

ଏକ ନିର୍ଦ୍ଦିଷ୍ଟ ନିଯୁକ୍ତି ସ୍ତରରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ଉତ୍ପାଦନରେ ନିଯୁକ୍ତ ବିଭିନ୍ନ ଉପାଦାନ ଯେଉଁ ଆୟ-ଅଧିଶେଷ, ମଜୁରୀ, ସୁଧ ଓ ଲାଭ ଉପାର୍ଜନ କରନ୍ତି, ତାହାକୁ ସାମୂହିକ ଯୋଗାଣ କୁହାଯାଏ । ଏହା ଦେଶର ନିଟ୍ ଜାତୀୟ ଉତ୍ପାଦ ସହିତ ସମାନ ହୋଇଥାଏ । ଦେଶର ନାଗରିକମାନେ ଉପାର୍ଜନ କରୁଥିବା ଆୟର କିଛି ଅଂଶ ଉପଭୋଗରେ ବ୍ୟୟ କରୁଥିବାବେଳେ ଅବଶିଷ୍ଟ ବଳକା ଆୟକୁ ସଞ୍ଚୟ କରିଥା’ନ୍ତି । ତେଣୁ ଉପଭୋଗ ଜନିତ ବ୍ୟୟ ଓ ସଞ୍ଚୟର ସମଷ୍ଟିକୁ ସାମୂହିକ ଯୋଗାଣ ଦର କୁହାଯାଏ । କହିବାକୁ ଗଲେ ଏକବର୍ଷ ମଧ୍ୟରେ ଦେଶର ଅର୍ଥବ୍ୟବସ୍ଥାରେ ଦ୍ରବ୍ୟ ଓ ସେବାର ପ୍ରବାହ ହିଁ ସାମୂହିକ ଯୋଗାଣ ।

CHSE Odisha Class 12 Economics Chapter 13 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 13 କେନ୍‌ସଙ୍କ ଆୟ ନିର୍ଦ୍ଧାରଣ ତତ୍ତ୍ବ Objective Questions.

CHSE Odisha 12th Class Economics Chapter 13 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. ସାମୂହିକ ଯୋଗାଣ ଓ ଚାହିଦା ଦର ସମାନ ଥ‌ିବା ସନ୍ତୁଳିତ ଅବସ୍ଥାରେ କ’ଣ ନିର୍ଦ୍ଧାରଣ କରିହେବ ?
(A) ଜାତୀୟ ଆୟ
(B) ହାରାହାରି ଆୟ
(C) ସୀମାନ୍ତ ଆୟ
(D) ଉପରୋକ୍ତ ସମସ୍ତ
Answer:
(A) ଜାତୀୟ ଆୟ

2. ନିମ୍ନୋକ୍ତ କେଉଁଟି ସାମୂହିକ ଚାହିଦାର ଉପାଦନ ନୁହେଁ ?
(A) ଉପଭୋଗ
(B) ନିବେଶ
(C) ସଞ୍ଚୟ
(D) ଉପରୋକ୍ତ ସମସ୍ତ
Answer:
(C) ସଞ୍ଚୟ

3. ସାମୂହିକ ଚାହିଦା ଦର ସାମୂହିକ ଯୋଗାଣ ଦରଠାରୁ ଅଧ‌ିକ ହେଲେ ଜାତୀୟ ଆୟ ସ୍ତର :
(A) ବୃଦ୍ଧି ହୁଏ
(B) ଅପରିବର୍ତ୍ତିତ ରହେ
(C) ହ୍ରାସ ହୁଏ
(D) ନିର୍ଦ୍ଧାରଣ ସମ୍ଭବ ନୁହେଁ
Answer:
(A) ବୃଦ୍ଧି ହୁଏ

4. ନିମ୍ନୋକ୍ତ କେଉଁଟି ସାମୂହିକ ଯୋଗାଣର ଉପାଦାନ ନୁହେଁ ?
(A) ଉପଭୋଗ
(B) ନିବେଶ
(C) ସଞ୍ଚୟ
(D) ଉପରୋକ୍ତ ସମସ୍ତ
Answer:
(B) ନିବେଶ

5. ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ କମ୍ ହେଲେ ଜାତୀୟ ଆୟ ସ୍ତର :
(A) ବୃଦ୍ଧି ହୁଏ
(B) ଅପରିବର୍ତ୍ତିତ ରହେ
(C) ହ୍ରାସ ହୁଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ହ୍ରାସ ହୁଏ

CHSE Odisha Class 12 Economics Chapter 13 Objective Questions in Odia Medium

6. ନିମ୍ନୋକ୍ତ କେଉଁଟି ଆୟ ନିର୍ଦ୍ଧାରଣ ତତ୍ତ୍ଵର ସର୍ଭେ ନୁହେଁ ?
(A) ଦୁଇ କ୍ଷେତ୍ର ବିଶିଷ୍ଟ ଅର୍ଥବ୍ୟବସ୍ଥା
(B) ସ୍ଵୟଂକ୍ରିୟ ନିବେଶ
(C) ସ୍ଥିର ନିୟୋଜନ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ସ୍ଥିର ନିୟୋଜନ

7. ସାମୂହିକ ଚାହିଦା ରେଖା :
(A) ନିମ୍ନଗାମୀ ହୋଇଥାଏ
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ଉଲ୍ଲମ୍ବ ହୋଇଥାଏ
(D) ଆନୁଭୂମିକ ହୋଇଥାଏ
Answer:
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ

8. ‘ନିୟୋଜନ, ସୁଧ ଓ ମୁଦ୍ରାର ଏକ ସାଧାରଣ ତତ୍ତ୍ବ’ ପୁସ୍ତକର ରଚୟତା ହେଉଛନ୍ତି :
(A) ମାର୍ଶାଲ୍
(B) ରିକାର୍ଡୋ
(C) ଡ଼ାମ ସ୍ମିଥ୍
(D) ଜେ.ଏମ୍.କେସ୍
Answer:
(D) ଜେ.ଏମ୍.କେସ୍

9. ‘ନିୟୋଜନ, ସୁଧ ଓ ମୁଦ୍ରାର ଏକ ସାଧାରଣ ତତ୍ତ୍ବ’ ପୁସ୍ତକ କେଉଁ ମସିହାରେ ପ୍ରକାଶିତ ହେଲା ?
(A) 1930
(B) 1936
(C) 1934
(D) 1945
Answer:
(B) 1936

10. ଆୟ ବୃଦ୍ଧି ହେଲେ ଉପଭୋଗ :
(A) ହ୍ରାସ ପାଇଥାଏ
(B) ସ୍ଥିର ରହିଥାଏ
(C) ବୃଦ୍ଧି ହୋଇଥାଏ
(D) ଉପରୋକ୍ତ କୌଣସିଟି ନୁହେଁ,
Answer:
(C) ବୃଦ୍ଧି ହୋଇଥାଏ

11. ସନ୍ତୁଳନ ଆୟ ସ୍ତରରେ :
(A) ନିବେଶ ସଞ୍ଚୟଠାରୁ ଅଧ‌ିକ ହୋଇଥାଏ
(B) ସଞ୍ଚୟ ନିବେଶଠାରୁ ଅଧ‌ିକ ହୋଇଥାଏ
(C) ସଞ୍ଚୟ ସହ ନିବେଶ ସମାନ ହୋଇଥାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ସଞ୍ଚୟ ସହ ନିବେଶ ସମାନ ହୋଇଥାଏ

12. ସୀମାନ୍ତ ଉପଭୋଗ ପ୍ରବୃତ୍ତି ଆୟର ବିଭିନ୍ନ ସ୍ତରରେ :
(A) ସର୍ବଦା ଏକରୁ ଅଧ‌ିକ ହୋଇଥାଏ
(B) ସର୍ବଦା ଏକ ହୋଇଥାଏ
(C) ସର୍ବଦା ଏକରୁ କମ୍ ହୋଇଥାଏ’
(D) ଶୂନ୍ୟ ହୋଇଥାଏ
Answer:
(C) ସର୍ବଦା ଏକରୁ କମ୍ ହୋଇଥାଏ’

13. ଉତ୍ପାଦକମାନଙ୍କ ବାର୍ଷିକ ଆୟ କ’ଣ ସୂଚିତ କରେ ?
(A) ସାମୂହିକ ଚାହିଦା
(B) ସାମୂହିକ ଯୋଗାଣ
(C) ନିଟ୍ ରପ୍ତାନି
(D) ସଞ୍ଚୟ
Answer:
(B) ସାମୂହିକ ଯୋଗାଣ

14. ଏକ ନିର୍ଦ୍ଦିଷ୍ଟ ବର୍ଷରେ, ଦ୍ରବ୍ୟ ପ୍ରତି ମୋଟ ବ୍ୟୟ ପରିମାଣ କ’ଣ ସୂଚିତ କରେ ?
(A) ସାମୂହିକ ଚାହିଦା
(B) ସାମୂହିକ ଯୋଗାଣ
(C) ସରକାରୀ ଚାହିଦା
(D) ନିଟ୍ ରପ୍ତାନି
Answer:
(A) ସାମୂହିକ ଚାହିଦା

15. ମୋଟ ରପ୍ତାନି ପରିମାଣରୁ ମୋଟ ଆମଦାନିକୁ ଅନ୍ତର କଲେ କ’ଣ ମିଳେ ?
(A) ନିଟ୍ ଆମଦାନି
(B) ନିଟ୍ ସଞ୍ଚୟ
(C) ନିଟ୍ ରପ୍ତାନି
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ନିଟ୍ ରପ୍ତାନି

16. ଚାହିଦା ଯେଉଁ ପରିମାଣରେ ପୂର୍ଣ ନିୟୋଜନ ସ୍ଥିତିଠାରୁ କମ୍, ତାହାକୁ କ’ଣ କୁହାଯାଏ ?
(A) ନିଅଣ୍ଟିଆ ଚାହିଦା
(B) ବଳକା ଚାହିଦା
(C) ସାମୂହିକ ଚାହିଦା
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ନିଅଣ୍ଟିଆ ଚାହିଦା

CHSE Odisha Class 12 Economics Chapter 13 Objective Questions in Odia Medium

17. ଯେଉଁ ଚାହିଦା ସ୍ତ୍ରୀତିଗତ ପ୍ରଭାବ ସୂଚିତ କରେ, ତାହା :
(A) ନିଅଣ୍ଟିଆ
(B) ସାମୂହିକ
(C) ବଳକା
(D) ଉପରୋକ୍ତ ସମସ୍ତ
Answer:
(C) ବଳକା

18. ସରକାରୀ ବ୍ୟୟ ପରିମାଣକୁ କିପରି ପ୍ରଭାବିତ କରି ନିଅଣ୍ଟିଆ ଚାହିଦାର ମୁକାବିଲା କରାଯାଏ ?
(A) ହ୍ରାସ ଘଟାଇ
(B) ଅପରିବର୍ତିତ ରଖୁ
(C) ବୃଦ୍ଧି ଘଟାଇ
(D) ଉପରୋକ୍ତ ସମସ୍ତ
Answer:
(C) ବୃଦ୍ଧି ଘଟାଇ

19. ସୁଧହାର ବୃଦ୍ଧି ଫଳରେ ବଳକା ଚାହିଦା କିପରି ପ୍ରଭାବିତ ହୁଏ ?
(A) ହ୍ରାସ ପାଏ
(B) ବୃଦ୍ଧି ପାଏ
(C) ଅପରିବର୍ତ୍ତିତ ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ହ୍ରାସ ପାଏ

20. ନୂତନ ପୁଞ୍ଜି ଗଠନ ନିମିତ୍ତ ଯେଉଁ ବ୍ୟୟ କରାଯାଏ, ତାହାକୁ କ’ଣ କୁହାଯାଏ ?
(A) ସଞ୍ଚୟ
(B) ଉପଭୋଗ
(C) ନିବେଶ
(D) ଉପରୋକ୍ତ ସମସ୍ତ
Answer:
(C) ନିବେଶ

21. ଉଭୟ ହାରାହାରି ସଞ୍ଚୟ ପ୍ରବୃତ୍ତି ଏବଂ ହାରାହାରି ଉପଭୋଗ ପ୍ରବୃତ୍ତି ପରସ୍ପର ଅନୁପୂରକ ଏବଂ ଉଭୟର ସମଷ୍ଟି ଯାହା ହୋଇଥାଏ :
(A) ଶୂନ୍ଯ
(B) ୧
(C) ୧ରୁ ଅଧ୍ଵ
(D) ୧ରୁ କମ୍
Answer:
(B) ୧

22. ପାରିବାରିକ ଆୟରୁ ପ୍ରତ୍ୟକ୍ଷ କର ବାଦେଲେ ଅବଶିକ୍ଷାଂଶକୁ କ’ଣ କୁହାଯାଏ ?
(A) ସଞ୍ଚୟ
(B) ଉପଭୋଗ
(C) ଆୟ
(D) ପ୍ରଯୁଜ୍ୟ ଆୟ
Answer:
(D) ପ୍ରଯୁଜ୍ୟ ଆୟ

23. ଆୟ ଏବଂ ଉପଭୋଗ ବ୍ୟୟ ମଧ୍ୟରେ ଥ‌ିବା ସମ୍ବନ୍ଧକୁ କ’ଣ କୁହାଯାଏ ?
(A) ହାରାହାରି ଉପଭୋଗ ପ୍ରବୃତ୍ତି
(B) ହାରାହାରି ସଞ୍ଚୟ ପ୍ରବୃତ୍ତି
(C) ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତି
(D) ଉପଭୋଗ ପ୍ରବୃତ୍ତି
Answer:
(D) ଉପଭୋଗ ପ୍ରବୃତ୍ତି

24. ଆୟ ଓ ନିଯୁକ୍ତିର ଯେଉଁ ସ୍ତରରେ ଉଭୟ ପରସ୍ପର ସହିତ ସମାନ ହୁଅନ୍ତି, ତାହାକୁ କେଉଁ ସନ୍ତୁଳିତ ସ୍ତର ବୋଲି କୁହାଯାଏ :
(A) ଆୟ ଓ ନିୟୋଜନ
(B) ସାମୂହିକ ଯୋଗାଣ
(C) ସାମୂହିକ ଚାହିଦା
(D) ଉପରୋକ୍ତ ସମସ୍ତ
Answer:
(A) ଆୟ ଓ ନିୟୋଜନ

25. ନିମ୍ନୋକ୍ତ କେଉଁଟି ସାମୂହିକ ଚାହିଦାର ଉପାଦାନ ?
(A) ପାରିବାରିକ ଉପଭୋଗ ଚାହିଦା
(B) ଘରୋଇ ନିବେଶ ଚାହିଦା
(C) ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କର ଚାହିଦା ଓ ନିଟ୍ ରପ୍ତାନି ଚାହିଦା
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

26. ନିମ୍ନୋକ୍ତ କେଉଁଟି ନିବେଶ ଚାହିଦାର ଉପାଦାନ ?
(A) ସୁଧ ହାର
(C) ମୋଟ ନିଯୁକ୍ତି
(B) ପୁଞ୍ଜିର ଉତ୍ପନ୍ନ ଶକ୍ତି
(D) ଡଭୟ (A) ଓ (B)
Answer:
(D) ଡଭୟ (A) ଓ (B)

27. ସାମୂହିକ ଚାହିଦା ଦର ସାମୂହିକ ଯୋଗାଣ ଦରଠାରୁ ଅଧିକ ହେଲେ ଜାତୀୟ ଆୟ ସ୍ତର :
(A) ହ୍ରାସ ପାଏ
(B) ବୃଦ୍ଧି ପାଏ
(C) ସ୍ଥିର ରହେ
(D) ନିର୍ଦ୍ଧାରଣ ସମ୍ଭବ ନୁହେଁ
Answer:
(B) ବୃଦ୍ଧି ପାଏ

28. ମୋଟ ରପ୍ତାନି ପରିମାଣକୁ ମୋଟ ଆମଦାନିରୁ ଅନ୍ତର କଲେ କ’ଣ ମିଳେ ?
(A) ନିଟ୍ ରପ୍ତାନି
(B) ନିଟ୍ ଉତ୍ପାଦ
(C) ନିଟ୍ ଆମଦାନି
(D) ନିଟ ସଂଚୟ
Answer:
(A) ନିଟ୍ ରପ୍ତାନି

29. ଏକ ନିର୍ଦ୍ଦିଷ୍ଟ ବର୍ଷରେ, ଦ୍ରବ୍ୟ ପ୍ରତି ମୋଟ ବ୍ୟୟ ପରିମାଣ କ’ଣ ସୂଚିତ କରେ :
(A) ସାମୂହିକ ଚାହିଦା
(B) ସାମୂହିକ ଯୋଗାଣ
(C) ସରକାରୀ ଚାହିଦା
(D) ସରକାରୀ ଯୋଗାଣ
Answer:
(A) ସାମୂହିକ ଚାହିଦା

30. ନୂତନ ପୁଞ୍ଜି ଗଠନ ନିମିତ୍ତ ଯେଉଁ ବ୍ୟୟ କରାଯାଏ, ତାହାକୁ କ’ଣ କୁହାଯାଏ ?
(A) ସଂଚୟ
(B) ଉପଯୋଗ
(C) ନିବେଶ
(D) ଉପରୋକ୍ତ ସମସ୍ତ
Answer:
(C) ନିବେଶ

CHSE Odisha Class 12 Economics Chapter 13 Objective Questions in Odia Medium

(B) ଶୂନ୍ୟସ୍ଥାନ ପୂରଣ କର ।

1. କେନ୍‌ସ୍‌ଙ୍କ ଆୟ ନିର୍ଦ୍ଧାରଣ ତତ୍ତ୍ବ ____________ କାଳନୀ ତତ୍ତ୍ବ ।
Answer:
ସ୍ଵଳ୍ପ

2. ସାମୂହିକ ଯୋଗାଣ ଦର ____________ ଓ ____________ ର ସମଷ୍ଟି ।
Answer:
ଉପଭୋଗ, ସଞ୍ଚୟ

3. ____________ ଉପଭୋଗ ଆୟଦ୍ଵାରା ପ୍ରଭାବିତ ହୋଇନଥାଏ ।
Answer:
ସ୍ୱାୟତ୍ତ

4. ଗୋଟିଏ ଅର୍ଥବ୍ୟବସ୍ଥାରେ ଏକ ବର୍ଷ ମଧ୍ୟରେ ନିର୍ଘଣ୍ଟ ପରିମାଣର ନିଯୁକ୍ତି ଯୋଗୁଁ ଯେଉଁ ଅର୍ଥ ମିଳେ, ଯାହାକୁ କ୍ରେତାଗଣ ବିଭିନ୍ନ ପ୍ରକାରର ଦ୍ରବ୍ୟ ଓ ସେବା କ୍ରୟ କରନ୍ତି, ____________ କୁହାଯାଏ ।
Answer:
ସାମୂହିକ ଚାହିଦା

5. ପ୍ରତ୍ୟେକ ପରିବାରର ମୌଳିକ ଆବଶ୍ୟକତା, ଆରାମ ଓ ବିଳାସମୂଳକ ଦ୍ରବ୍ୟ ଓ ସେବାଗୁଡ଼ିକର ମୂଲ୍ୟକୁ ____________ ଚାହିଦା କୁହାଯାଏ ।
Answer:
ପାରିବାରିକ ଉପଭୋଗ

6. ପାରିବାରିକ ଆୟରୁ ପ୍ରତ୍ୟକ୍ଷ କର ବାଦଦେଲେ ଅବଶିଷ୍ଟାଶକୁ ପାରିବାରିକ ____________ ଆୟ କୁହାଯାଏ ।
Answer:
ପ୍ରଯୁଜ୍ୟ

7. ଉପଭୋଗ ବ୍ୟୟ ଏବଂ ଆୟ ସମଦିଗରେ ଗତି କରୁଥିଲେ ମଧ୍ୟ ଆୟର ବୃଦ୍ଧିହାର ତୁଳନାରେ ଉପଯୋଗ ବ୍ୟୟର ବୃଦ୍ଧି ହାର ____________ ହୋଇଥାଏ ।
Answer:
ସ୍ୱଳ୍ପତର

8. ଅନ୍ୟାନ୍ୟ ସମସ୍ତ ଉପାଦାନ ଅପରିବର୍ତ୍ତିତ ଥାଇ ଜାତୀୟ ଆୟ ବୃଦ୍ଧି ସହିତ ସାମୂହିକ ଉପଭୋଗ ଚାହିଦା ବୃଦ୍ଧି ପାଏ, କିନ୍ତୁ ଏହି ବୃଦ୍ଧି ଜାତୀୟ ଆୟ ବୃଦ୍ଧିଠାରୁ କମ୍, ଏହାକୁ କେନ୍ସ ____________ ପ୍ରବୃତ୍ତି ଭାବେ ବର୍ଣ୍ଣନା କରିଛନ୍ତି ।
Answer:
ଉପଭୋଗ

9. ____________ ଉପଭୋଗ ପ୍ରବୃତ୍ତି ଆୟର ପ୍ରତ୍ୟେକ ସ୍ତରରେ ସମାନ ରହିଥାଏ ।
Answer:
ପ୍ରାନ୍ତୀୟ

10. ଉପଭୋଗ ବ୍ୟୟ ଓ ଆୟର ଅନୁପାତକୁ ____________ ଉପଭୋଗ ପ୍ରବୃତ୍ତି କୁହାଯାଏ ।
Answer:
ହାରାହାରି

11. ପରିବର୍ତ୍ତିତ ଉପଭୋଗ ବ୍ୟୟ ଏବଂ ପରିବର୍ତ୍ତିତ ଆୟର ଅନୁପାତକୁ ସଞ୍ଚୟ ଏବଂ ଆୟର ଅନୁପାତକୁ ____________ ଉପଭୋଗ ପ୍ରବୃତ୍ତି କୁହାଯାଏ ।
Answer:
ପ୍ରାନ୍ତୀୟ

12. ସଞ୍ଚୟ ଏବଂ ଆୟର ଅନୁପାତକୁ ____________ ପ୍ରବୃତ୍ତି କୁହାଯାଏ ।
Answer:
ସଞ୍ଚୟ

13. ଉଭୟ ହାରାହାରି ସଞ୍ଚୟ ପ୍ରବୃତ୍ତି ଏବଂ ହାରାହାରି ଉପଭୋଗ ପ୍ରବୃତ୍ତି ପରସ୍ପରର ଅନୁପୂରକ ଏବଂ ଉଭୟର ସମଷ୍ଟି ____________ ହୋଇଥାଏ ।
Answer:
୧ (ଏକ)

14. ସାମୂହିକ ଚାହିଦା ଦର ସାମୂହିକ ଉପଭୋଗ ଚାହିଦା ଓ ସାମୂହିକ ନିବେଶ ଚାହିଦାର ____________ ।
Answer:
ସମଷ୍ଟି

15. ନିବେଶ ଚାହିଦା ଦୁଇଟି ଉପାଦାନ ଉପରେ ନିର୍ଭର କରେ; ଯଥା – ସୁଧ ହାର ଓ ପୁଞ୍ଜିର ____________ ଶକ୍ତି ।
Answer:
ଉତ୍ପନ୍ନ

16. କୌଣସି ପୁଞ୍ଜି ଦ୍ରବ୍ୟର ପ୍ରତ୍ୟାଶିତ ଉତ୍ପନ୍ନ ବା ଆଶା କରାଯାଉଥିବା ପ୍ରତ୍ୟାଗମ ବା ଲାଭକୁ ____________ ଶକ୍ତି ବୋଲି କୁହାଯାଏ ।
Answer:
ଉତ୍ପନ୍ନ

17. ଯଦି ନିବେଶର ବିକଳ୍ପ ପରିବ୍ୟୟ (ସୁଧହାର) ପୁଞ୍ଜିର ଉତ୍ପନ୍ନ ଶକ୍ତିଠାରୁ କମ୍ ହୁଏ, ତେବେ ନିବେଶ ____________ ହୋଇଥାଏ ।
Answer:
ଲାଭଦାୟକ

18. ଯଦି ନିବେଶର ବିକଳ୍ପ ପରିବ୍ୟୟ (ସୁଧହାର) ପୁଞ୍ଜିର ____________ ଶକ୍ତିଠାରୁ ଅଧିକ ହୁଏ, ତେବେ ନିବେଶ ଲାଭଦାୟକ ହୁଏ ନାହିଁ ।
Answer:
ଉତ୍ପନ୍ନ

19. ____________ ଙ୍କୁ ଦ୍ରବ୍ୟ ଓ ସେବାର ଏକ ପ୍ରଧାନ କ୍ରେତା ହିସାବରେ ଅଭିହିତ କରାଯାଏ ।
Answer:
ସରକାର

20. ଗୋଟିଏ ଦେଶର ରପ୍ତାନି ଆୟରୁ ଆମଦାନି ବ୍ୟୟ ବାଦ୍ ଦେଲେ ଯେଉଁ ଅବଶିଷ୍ଟ୍ୟଶ ରହେ, ତାହାକୁ ଦେଶର, ____________ ଆୟ କୁହାଯାଏ ।
Answer:
ନିଟ୍ ରପ୍ତାନି

21. ଆୟ ଓ ନିଯୁକ୍ତି ସ୍ତର ସହିତ ସାମୁହିକ ଚାହିଦାର ପ୍ରତ୍ୟକ୍ଷ ସମ୍ପର୍କ ରହିଥ‌ିବା ହେତୁ ସାମୂହିକ ଚାହିଦାରେଖା ଦାମରୁ ଡାହାଣକୁ ____________ ହୋଇଥାଏ ।
Answer:
ଊର୍ଦ୍ଧ୍ୱଗାମୀ

22. ଏକ ନିର୍ଦ୍ଦିଷ୍ଟ ନିଯୁକ୍ତି ସ୍ତରରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ଉତ୍ପାଦନରେ ନିଯୁକ୍ତ ବିଭିନ୍ନ ଉପାଦାନ ଯେଉଁ ଆୟ-ଅଧୂଶେଷ, ମଜୁରୀ, ସୁଧ ଓ ଲାଭ-ଉପାର୍ଜନ କରନ୍ତି, ତାହାକୁ ସାମୂହିକ ____________ କୁହାଯାଏ ।
Answer:
ଯୋଗାଣ

CHSE Odisha Class 12 Economics Chapter 13 Objective Questions in Odia Medium

23. ମାନ୍ଦାବସ୍ଥା ମଧ୍ୟଦେଇ ଗତି କରୁଥିବା ଅର୍ଥବ୍ୟବସ୍ଥାରେ ଉତ୍ପାଦନ, ନିଯୁକ୍ତି ଓ ____________ ହ୍ରାସ ପାଇ ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିପକାଏ ।
Answer:
ଆୟସ୍ତର

24. ଯେଉଁଠି ସାମୂହିକ ଯୋଗାଣ ତୁଳନାରେ ସାମୂହିକ ଚାହିଦା ସ୍ବଳ୍ପତର ହୋଇଥାଏ ସେହି ସନ୍ତୁଳନକୁ ____________ ସନ୍ତୁଳନ ବୋଲି କୁହାଯାଏ ।
Answer:
ଅବିନିୟୋଗ ସନ୍ତୁଳନ

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. କେନ୍‌ସ୍‌ଙ୍କ ତତ୍ତ୍ବ ଏକ ଦୀର୍ଘକାଳୀନ ତତ୍ତ୍ବ ।
Answer:
ଭୁଲ୍ ।
ଠିକ୍ – କେନ୍‌ସ୍‌ଙ୍କ ତତ୍ତ୍ଵ ଏକ ସ୍ବଳ୍ପକାଳୀନ ତତ୍ତ୍ବ ।

2. ଉପଭୋଗ ଚାହିଦା ଦରଦ୍ଵାରା ପ୍ରଭାବିତ ହୁଏ ।
Answer:
ଭୁଲ୍ ।
ଠିକ୍ – ଉପଭୋଗ ଚାହିଦା ଆୟ ଦ୍ବାରା ପ୍ରଭାବିତ ହୁଏ ।

3. ସୀମାନ୍ତ ଉପଭୋଗ ପ୍ରବୃତ୍ତି ଆୟ ସହିତ ପରିବର୍ତ୍ତନ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ସୀମାନ୍ତ ଉପଭୋଗ ପ୍ରବୃତ୍ତି ଆୟର ପ୍ରତ୍ୟେକ ସ୍ତରରେ ସମାନ ରହିଥାଏ ।

4. ଆୟର ବୃଦ୍ଧି ସହିତ ସାମୁହିକ ନିବେଶ ଚାହିଦା ବୃଦ୍ଧି ପାଏ ।
Answer:
ଭୁଲ୍ ।
ଠିକ୍ – ଆୟର ବୃଦ୍ଧି ସହିତ ସାମୂହିକ ନିବେଶ ଚାହିଦା ଅପରିବର୍ତ୍ତିତ ରହେ ।

5. ସାମୂହିକ ଚାହିଦା ରେଖା ‘Y’ ଅକ୍ଷରୁ ବାହାରେ ।
Answer:
ଠିକ୍ ।

6. ଆୟରେଖା ଉର୍ଦ୍ଧ୍ୱଗାମୀ ।
Answer:
ଭୁଲ୍ ।
ଠିକ୍ – ଆୟରେଖା ଉର୍ଦ୍ଧ୍ୱଗାମୀ ।

7. ସାମୂହିକ ଯୋଗାଣ ସାମୂହିକ ଚାହିଦାଠାରୁ କମ୍ ହେଲେ ଆୟ ସ୍ତର ବୃଦ୍ଧି ପାଏ ।
Answer:
ଠିକ୍ ।

8. ଆୟର ବୃଦ୍ଧି ଘଟିଲେ ସାମୂହିକ ଚାହିଦା ହ୍ରାସ ପାଏ ।
Answer:
ଭୁଲ୍ ।
ଠିକ୍ ଆୟର ବୃଦ୍ଧି ଘଟିଲେ ସାମୂହିକ ଚାହିଦା ବୃଦ୍ଧି ପାଏ ।

9. ଉପଭୋଗ ବ୍ୟୟ ଓ ଆୟ ମଧ୍ଯରେ ଥ‌ିବା ସମ୍ପର୍କକୁ ଉପଭୋଗ କୃତ୍ୟ କୁହାଯାଏ
Answer:
ଠିକ୍ ।

10. ଆୟ ବୃଦ୍ଧି ହେଲେ ଉପଭୋଗ ସମାନୁପାତିକ ହାରରେ ବୃଦ୍ଧି ପାଏ ।
Answer:
ଭୁଲ୍ ।
ଠିକ୍ – ଆୟ ବୃଦ୍ଧି ହେଲେ ଉପଭୋଗ ଅସମାନୁପାତିକ ହାରରେ ବୃଦ୍ଧି ପାଏ ।

11. ଫଳପ୍ରଦ ଚାହିଦାର ଉପଭୋଗଜନିତ ଚାହିଦା ଏକମାତ୍ର ଉପାଂଶ ।
Answer:
ଭୁଲ୍ ।
ଠିକ୍ – ଫଳପ୍ରଦ ଚାହିଦାର ଉପଭୋଗ ଚାହିଦା ଓ ବିନିଯୋଗ ଚାହିଦା ଆଦି ଦୁଇଟି ଉପାଂଶ ରହିଛି ।

12. ସନ୍ତୁଳନ ଅବସ୍ଥାରେ ସଞ୍ଚୟ ବିନିଯୋଗଠାରୁ ଅଧିକ ହୁଏ ।
Answer:
ଭୁଲ୍ ।
ଠିକ୍ – ସନ୍ତୁଳନ ଅବସ୍ଥାରେ ବିନିଯୋଗ ଓ ସଞ୍ଚୟ ପରସ୍ପର ସମାନ ହୁଅନ୍ତି ।

13. ଆୟର ସ୍ତର ଶୂନ୍ୟ ହେଲେ ଉପଭୋଗ ଶୂନ୍ୟ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ଆୟର ସ୍ତର ଶୂନ୍ୟ ହେଲେ ଉପଭୋଗ ଧନାତ୍ମକ ହୋଇଥାଏ ।

14. ସ୍ତ୍ରୀତି ବ୍ୟବଧାନ ନିଅଣ୍ଟିଆ ଚାହିଦା ପରିସ୍ଥିତିରୁ ସୃଷ୍ଟି ହୁଏ ।
Answer:
ଭୁଲ୍ ।
ଠିକ୍ – ସ୍ତ୍ରୀତି ବ୍ୟବଧାନ ଅତ୍ୟଧ୍ଵକ ଚାହିଦା ପରିସ୍ଥିତିରୁ ସୃଷ୍ଟି ହୁଏ ।

15. ନିଅଣ୍ଟିଆ ଚାହିଦା ଦର ବୃଦ୍ଧି ଘଟାଏ ।
Answer:
ଭୁଲ୍ ।
ଠିକ୍ – ନିଅଣ୍ଟିଆ ଚାହିଦା ଦର ହ୍ରାସ ଘଟାଏ ।

16. ସାମୂହିକ ଯୋଗାଣ ଫଳନ ଆୟର ହ୍ରାସମାନ ଫଳନ ଅଟେ ।
Answer:
ଭୁଲ୍ ।
ଠିକ୍ – ସାମୂହିକ ଯୋଗାଣ ଫଳନ ଆୟର ବଦ୍ଧିଷ୍ଣୁ ଫଳନ ଅଟେ ।

17. ଆୟ ଓ ଉପଭୋଗ ମଧ୍ୟରେ ବିପରୀତମୁଖୀ ସମ୍ପର୍କ ରହିଛି ।
Answer:
ଭୁଲ୍ ।
ଠିକ୍ – ଆୟ ଓ ଉପଭୋଗ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ରହିଛି ।

CHSE Odisha Class 12 Economics Chapter 13 Objective Questions in Odia Medium

18. ଅର୍ଥବ୍ୟବସ୍ଥାରେ ନିଅଣ୍ଟିଆ ଚାହିଦା ପୂର୍ଣ୍ଣ ନିୟୋଗ ସନ୍ତୁଳନ ପରେ ସୃଷ୍ଟି ହୋଇଥାଏ
Answer:
ଭୁଲ୍ ।
ଠିକ୍ – ଅର୍ଥବ୍ୟବସ୍ଥାରେ ବଳକା ଚାହିଦା ପୂର୍ଣ ନିୟୋଗ ସନ୍ତୁଳନ ପରେ ସୃଷ୍ଟି ହୋଇଥାଏ ।

19. ବଳକା ଚାହିଦା ଅର୍ଥବ୍ୟବସ୍ଥାର ପୂର୍ଣ୍ଣ ନିୟୋଗ ସନ୍ତୁଳନ ପୂର୍ବରୁ ସୃଷ୍ଟି ହୋଇଥାଏ
Answer:
ଭୁଲ୍ ।
ଠିକ୍ – ନିଅଣ୍ଟିଆ ଚାହିଦା ଅର୍ଥବ୍ୟବସ୍ଥାର ପୂର୍ଣ୍ଣ ନିୟୋଗ ସନ୍ତୁଳନ ପୂର୍ବରୁ ସୃଷ୍ଟି ହୋଇଥାଏ ।

20. ନିଅଣ୍ଟିଆ ଚାହିଦା ସମୟରେ ସରକାରୀ ବ୍ୟୟ ହ୍ରାସ କରାଯିବା ଉଚିତ ।
Answer:
ଭୁଲ୍ ।
ଠିକ୍ – ନିଅଣ୍ଟିଆ ଚାହିଦା ସମୟରେ ସରକାରୀ ବ୍ୟୟ ବୃଦ୍ଧି କରାଯିବା ଉଚିତ ।

D. ଭ୍ରମ ସଂଶୋଧନ କର ।

1. ସ୍ୱାୟତ୍ତ ଉପଭୋଗ କ’ଣ ?
Answer:
ଜାତୀୟ ଆୟ ଶୂନ୍ୟ ଥିଲେ ମଧ୍ୟ ବଞ୍ଚିବା ପାଇଁ କେଉଁ ସର୍ବନିମ୍ନ ଉପଭୋଗ ବ୍ୟୟ କରିବାକୁ ହୋଇଥାଏ, ତାହା ହେଉଛି ସ୍ଵାୟତ୍ତ ଉପଭୋଗ ।

2. ସାମୂହିକ ଚାହିଦା ଦର କାହାକୁ କୁହାଯାଏ ?
Answer:
ଏକ ଅର୍ଥବ୍ୟବସ୍ଥାରେ ସମସ୍ତ ଉଦ୍ୟୋକ୍ତାଙ୍କ ପ୍ରତ୍ୟାଶିତ ଆୟର ସମଷ୍ଟିକୁ ସାମୂହିକ ଚାହିଦା ଦର କୁହାଯାଏ ।

3. ସୀମାନ୍ତ ଉପଭୋଗ ପ୍ରବୃତ୍ତି କ’ଣ ?
Answer:
ପରିବର୍ତ୍ତିତ ଉପଭୋଗ ବ୍ୟୟ ଏବଂ ପରିବର୍ତ୍ତିତ ଆୟର ଅନୁପାତକୁ ସୀମାନ୍ତ ଉପଭୋଗ ପ୍ରବୃତ୍ତି କୁହାଯାଏ ।

4. ସାମୂହିକ ଚାହିଦା ରେଖା କାହିଁକି ‘Y” ଅକ୍ଷରୁ ବାହାରେ ?
Answer:
ସାମୂହିକ ଚାହିଦା ରେଖା ‘Y’ ଅକ୍ଷରୁ ବାହାରେ କାରଣ ଏହା ସ୍ପଷ୍ଟ କରେ ଯେ ଆୟ ଶୂନ୍ୟ ଥିଲେ ମଧ୍ୟ ବଞ୍ଚିବା ପାଇଁ କିଛି ସର୍ବନିମ୍ନ ଉପଭୋଗ ବ୍ୟୟ କରିବାକୁ ହୋଇଥାଏ ।

5. ସାମୂହିକ ଚାହିଦା ଦର କେଉଁ ଦୁଇଟି ଉପାଦାନର ସମଷ୍ଟି ?
Answer:
ସାମୂହିକ ଚାହିଦା ଦର ସାମୂହିକ ଉପଭୋଗ ଚାହିଦା ଓ ସାମୂହିକ ନିବେଶ ଚାହିଦାର ସମଷ୍ଟି ।

6. ସ୍ୱାୟତ୍ତ ନିବେଶ କାହାକୁ କହନ୍ତି ?
Answer:
ନିବେଶ ଚାହିଦା ଜାତୀୟ ଆୟଦ୍ବାରା ପ୍ରଭାବିତ ହୋଇନଥାଏ, ଏହା ଅନ୍ୟାନ୍ୟ ଉପାଦାନ; ଯଥା – ଜନସଂଖ୍ୟା, ବଜାର, ଜ୍ଞାନ କୌଶଳ ଇତ୍ୟାଦିର ପରିବର୍ତ୍ତନଦ୍ୱାରା ପ୍ରଭାବିତ ହୋଇଥାଏ ଏବଂ ସାମୂହିକ ନିବେଶ ଚାହିଦା ଆୟ ନିରପେକ୍ଷ ହେଲେ ତାହାକୁ ସ୍ୱାୟତ୍ତ ନିବେଶ କୁହାଯାଏ ।

7. ବାସ୍ତବ ନିବେଶ କହିଲେ କ’ଣ ବୁଝ ?
Answer:
ନୂତନ ଉଦ୍ୟୋଗ, ନୂତନ ଯନ୍ତ୍ରପାତି, ନୂତନ ରାସ୍ତା ଇତ୍ୟାଦି ପାଇଁ ହେଉଥ‌ିବା ନିବେଶ ହିଁ ବାସ୍ତବ ନିବେଶ ।

8. ସନ୍ତୁଳିତ ଆୟ କେଉଁଠାରେ ନିର୍ବାରିତ ହୁଏ ?
Answer:
ସନ୍ତୁଳନ ବିନ୍ଦୁରେ ଉଭୟ ସାମୂହିକ ଯୋଗାଣ ଦର ଓ ସାମୂହିକ ଚାହିଦା ଦର ସମାନ, ଏହି ସନ୍ତୁଳନ ବିନ୍ଦୁରେ ସନ୍ତୁଳିତ ଆୟ ନିର୍ଦ୍ଧାରିତ ହୁଏ ।

9. ସାମୂହିକ ଯୋଗାଣ ଦର କ’ଣ ?
Answer:
ସାମୂହିକ ଯୋଗାଣ ଦର ହେଉଛି ସର୍ବନିମ୍ନ ବିକ୍ରୟ ଲବ୍ଧ ଆୟ ଯାହା ଉଦ୍ୟୋକ୍ତାମାନଙ୍କୁ ନିର୍ଦ୍ଦିଷ୍ଟ ଶ୍ରମ ନିଯୁକ୍ତି ପାଇଁ ପ୍ରୋତ୍ସାହିତ କରିଥାଏ ।

10. ସାମୂହିକ ଯୋଗାଣ କେଉଁ ଦୁଇଟି ଉପାଦାନକୁ ନେଇ ଗଠିତ ?
Answer:
ସାମୂହିକ ଯୋଗାଣ ଉପଭୋଗ ବ୍ୟୟ ଓ ସଞ୍ଚୟକୁ ନେଇ ଗଠିତ ।

11. ବ୍ୟବହାରଯୋଗ୍ୟ ଆୟ କାହାକୁ କୁହାଯାଏ ?
Answer:
ପାରିବାରିକ ମୋଟ ଆୟରୁ ପ୍ରତ୍ୟକ୍ଷ କରକୁ ବାଦ୍ ଦେଲେ ଯେଉଁ ବଳକା ଆୟ ରହିଥାଏ, ତାହାକୁ ବ୍ୟବହାରଯୋଗ୍ୟ ଆୟ କୁହାଯାଏ ।

12. ଉପଭୋଗ ନୃତ୍ୟ ବା ଫଳନ କ’ଣ ?
Answer:
ଉପଭୋଗ ବ୍ୟୟ ଓ ପାରିବାରିକ ଆୟ ମଧ୍ୟରେ ଥିବା ସମ୍ପର୍କକୁ ଉପଭୋଗ କୃତ୍ୟ ବା ଫଳନ କୁହାଯାଏ ।

13. ପୂର୍ଣ ନିୟୋଜନ ସନ୍ତୁଳନ ଅବସ୍ଥା କ’ଣ ?
Answer:
ଯେଉଁ ଅବସ୍ଥା ବା ସ୍ତରରେ ସାମୁହିକ ଚାହିଦା, ସାମୂହିକ ଯୋଗାଣ ସହ ସମାନ ହୁଏ ତାହାକୁ ପୂର୍ଣ ନିୟୋଜନ ସନ୍ତୁଳନ ଅବସ୍ଥା
କୁହାଯାଏ ।

14. ସାମୂହିକ ଚାହିଦାର ଉପାଂଶଗୁଡ଼ିକ କ’ଣ ?
Answer:
ପାରିବାରିକ ଉପଭୋଗ ଚାହିଦା, ବିନିଯୋଗ ଚାହିଦା, ସରକାରଙ୍କ ଦ୍ରବ୍ୟ ଓ ସେବା ପାଇଁ ଚାହିଦା ଓ ନିଟ୍ ରପ୍ତାନି ହେଉଛି ସାମୂହିକ ଚାହିଦାର ଉପାଂଶ।

15. ସନ୍ତୁଳନ ଦାମ୍ ଓ ନିଯୁକ୍ତି କିପରି ନିର୍ଦ୍ଧାରିତ ହୁଏ ?
Answer:
ସାମୁହିକ ଚାହିଦା ସାମୂହିକ ଯୋଗାଣ ସହ ସମାନ ହେଲେ ସନ୍ତୁଳନ ଦାମ୍ ଓ ନିୟୋଜନ ନିର୍ଦ୍ଧାରିତ ହୁଏ ।

16. ଫଳପ୍ରଦ ଚାହିଦା କାହାକୁ କୁହାଯାଏ ?
Answer:
ଯେଉଁ ଆୟ ସ୍ତରରେ ଚାହିଦା ଯୋଗାଣ ସହ ସମାନ ହୁଏ, ସେହି ଚାହିଦାକୁ ଫଳପ୍ରଦ ଚାହିଦା କୁହାଯାଏ ।

17. ମୋଟ ଯୋଗାଣକୁ କିପରି ବୃଦ୍ଧି କରାଯାଇ ପାରିବ ?
Answer:
ଅତିରିକ୍ତ ସମ୍ବଳର ଉପଯୋଗ ବୃଦ୍ଧିକରି ଏବଂ ପ୍ରବିଧ ଜ୍ଞାନର ବିକାଶ କରି ମୋଟ ଯୋଗାଣକୁ ବୃଦ୍ଧି କରାଯାଇପାରେ ।

CHSE Odisha Class 12 Economics Chapter 13 Objective Questions in Odia Medium

18. ମୋଟ ଚାହିଦା କିପରି ବୃଦ୍ଧି କରାଯାଇ ପାରିବ ?
Answer:
ଅତିରିକ୍ତ ସମ୍ବଳର ବିନିଯୋଗ କରି ଆୟ ଉପଭୋଗ ମଧ୍ୟରେ ଥିବା ବ୍ୟବଧାନ ଦୂର କରାଯାଇ ପାରିଲେ ମୋଟ ଚାହିଦା ବୃଦ୍ଧି ହୁଏ ।

19. ଅର୍ଥ ବ୍ୟବସ୍ଥାରେ ପୂର୍ଣ ନିୟୋଜନ ସ୍ତର କିପରି ନିର୍ଦ୍ଧାରିତ ହୁଏ ?
Answer:
ମୋଟ ଚାହିଦା କୃତ୍ୟ ଓ ମୋଟ ଯୋଗାଣ କୃତ୍ୟର ପାରସ୍ପରିକ କ୍ରିୟାଦ୍ଵାରା ପୂର୍ଣ ନିୟୋଜନ ସ୍ତର ନିର୍ଦ୍ଧାରିତ ହୁଏ ।

20. ଆୟ ଓ ବ୍ୟୟ ମଧ୍ୟରେ କି ସମ୍ପର୍କ ରହିଛି ?
Answer:
ଆୟର ବୃଦ୍ଧି ସହ ବ୍ୟୟ ଅସମାନୁପାତିକ ହାରରେ ବୃଦ୍ଧି ପାଏ ।

21. ସର୍ବନିମ୍ନ ଚାହିଦା କ’ଣ ?
Answer:
ଆୟର ସ୍ତର ଶୂନ୍ୟ ହେଲେ ଯେଉଁ ଚାହିଦା ପରିସ୍ଫୁଟ ହୋଇଥାଏ, ତାହାହିଁ ସର୍ବନିମ୍ନ ଚାହିଦା ।

22. ଅତିରିକ୍ତ ଚାହିଦା କ’ଣ ?
Answer:
ପୂର୍ଣ ନିୟୋଜନ ସ୍ତରରେ ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ ଅଧିକ ହେଲେ ତାହାକୁ ଅତିରିକ୍ତ ଚାହିଦା କୁହାଯାଏ ।

23. ଉପଭୋଗ ସ୍ତର କାହା ଉପରେ ନିର୍ଭର କରେ ?
Answer:
ଉପଭୋଗ ସ୍ତର ଆୟ ସ୍ତର ଉପରେ ନିର୍ଭର କରେ ।

24. ସ୍ତ୍ରୀତି ବ୍ୟବଧାନ କେଉଁ ପରିସ୍ଥିତିରେ ସୃଷ୍ଟି ହୁଏ ?
Answer:
ପୂର୍ବ ନିୟୋଜନ ସ୍ତରରେ ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ ଅଧିକ ହେଲେ ସ୍ତ୍ରୀତି ବ୍ୟବଧାନ ସୃଷ୍ଟି ହୁଏ ।

25. ନିଅଣ୍ଟିଆ ଚାହିଦା କେଉଁ ପରିସ୍ଥିତିରେ ସୃଷ୍ଟି ହୁଏ ?
Answer:
ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ କମ୍ ହେଲେ ନିଅଣ୍ଟିଆ ଚାହିଦା ସୃଷ୍ଟି ହୁଏ ।

26. ଅବନିୟୋଗ ସନ୍ତୁଳନ କେଉଁ ଅବସ୍ଥାରେ ସୃଷ୍ଟି ହୁଏ ?
Answer:
ଯେଉଁଠି ସାମୂହିକ ଯୋଗାଣ ତୁଳନାରେ ସାମୂହିକ ଚାହିଦା ସ୍ଵଚ୍ଛତର ହୋଇଥାଏ, ତାହାକୁ ଅବନିୟୋଗ ସନ୍ତୁଳନ ବୋଲି କୁହାଯାଏ ।

CHSE Odisha Class 12 Political Science Chapter 3 Objective Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 3 ଭାରତରେ ସଂଘୀୟବାଦ Objective Questions.

CHSE Odisha 12th Class Political Science Chapter 3 Objective Questions in Odia Medium

ବସୁମିଷ୍ଠ ଓ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ଭାରତ ରାଷ୍ଟ୍ରମାନଙ୍କର ଏକ ________ ।
(i) ସମ୍ମଳନ ବା ସମଷ୍ଟି
(ii) ସଂଘ
(iii) ଗୋଷ୍ଠୀ
(iv) ସମୁଦାୟ
Answer:
(i) ସମ୍ମଳନ ବା ସମଷ୍ଟି

୨ । ଭାରତ ଆକାରରେ _________ ହେଲେ ମଧ୍ୟ ପ୍ରକୃତିରେ _________ ।
(i) ଐକିକ, ସଂଘୀୟ
(i) ସଂଘୀୟ, ଐକିକ
(ii) ବ୍ୟାପକ, ସୀମିତ
(iv) ସୀମିତ, ବ୍ୟାପକ
Answer:
(iii) ସଂଘୀୟ, ଐକିକ

CHSE Odisha Class 12 Political Science Chapter 3 Objective Questions in Odia Medium

୩ । କେନ୍ଦ୍ର ତାଲିକାରେ _________ ଟି ବିଷୟ ଅଛି ।
(i) ୯୮
(ii) ୯୯
(iii) ୯୭
(iv) ୯୬
Answer:
(ii) ୯୯

୫ । ଯୁଗ୍ମ ତାଲିକାରେ __________ ଟି ବିଷୟ ଅଛି ।
(i) ୫୨
(ii) ୫୩
(iii) ୫୦
(iv) ୫୧
Answer:
(i) ୫୨

୬ । ଯୁଗ୍ମ ତାଲିକାଭୁକ୍ତ ବିଷୟ ଉପରେ ପ୍ରଣୀତ କେନ୍ଦ୍ର ଓ ରାଜ୍ୟ ଆଇନ ମଧ୍ୟରେ ସଂଘର୍ଷ ହେଲେ _________ ଆଇନ ବଳବତ୍ତର ରୁହେ ।
(i) କେନ୍ଦ୍ର
(ii) ରାଜ୍ୟ
(ii) ଉଭୟ
(iv) କାହାରି ନୁହେଁ
Answer:
(i) କେନ୍ଦ୍ର

୭ । ଭାରତ ଏକ ________ ପ୍ରକାର ସଂଘୀୟ ରାଷ୍ଟ୍ର ।
(i) କେନ୍ଦ୍ରାପସାରୀ
(i) କେନ୍ଦ୍ରାଭିମୁଖୀ
(ii) ଐକିକ
(iv) ଗଣତାନ୍ତ୍ରିକ
Answer:
(i) କେନ୍ଦ୍ରାପସାରୀ

୮। କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଓ ଯୁଗ୍ମ ତାଲିକାରେ ଅନ୍ତର୍ଭୁକ୍ତ ନ ଥୁବା ବିଷୟଗୁଡ଼ିକ ________ କ୍ଷମତାର ପରିସରଭୁକ୍ତ ।
(i) ଅବଶେଷ
(ii) ବିଶେଷ
(iii) ଅର୍ଥନୈତିକ
(iv) ରାଜନୈତିକ
Answer:
(i) ଅବଶେଷ

୯ । ଭାରତରେ ଅବଶେଷ କ୍ଷମତା _________ କୁ ଦିଆଯାଇଛି ।
(i) ରାଜ୍ୟ
(ii) କେନ୍ଦ୍ର
(iii) ଉଭୟ ରାଜ୍ୟ ଓ କେନ୍ଦ୍ର
(iv) ଉଚ୍ଚତମ ନ୍ୟାୟାଳୟ
Answer:
(ii) କେନ୍ଦ୍ର

CHSE Odisha Class 12 Political Science Chapter 3 Objective Questions in Odia Medium

୧୦ । ଦ୍ଵୈତ ସରକାର _________ ରାଷ୍ଟ୍ରରେ ଦେଖିବାକୁ ମିଳେ ।
(i) ସଂଘୀୟ
(ii) ଐକିକ
(iii) ଋଣତାନ୍ତ୍ରିକ
(iv) ସମାଜବାଦୀ
Answer:
(i) ସଂଘୀୟ

୧୧ । ଅର୍ଥ କମିଶନ _________ ଧାରା ଅନୁସାରେ ___________ ଙ୍କ ଦ୍ବାରା ନିଯୁକ୍ତି ପାଇଥାଏ ।
(i) ୨୫୦, ରାଷ୍ଟ୍ରପତି
(ii) ୨୮୧, ପ୍ରଧାନମନ୍ତ୍ରୀ
(iii) ୨୮୦, ପ୍ରଧାନମନ୍ତ୍ରୀ
(iv) ୨୮୦, ରାଷ୍ଟ୍ରପତି
Answer:
(iv)୨୮୦, ରାଷ୍ଟ୍ରପତି

୧୨ । _________ କୁ ସୁପର କ୍ୟାବିନେଟ୍ କୁହାଯାଏ ।
(i) ଅର୍ଥ କମିଶନ
(iI) ଯୋଜନା କମିଶନ
(ii) ନିର୍ବାଚନ କମିଶନ
(iv) ସଂସଦ କମିଶନ
Answer:
(ii) ଯୋଜନା କମିଶନ

୧୩ । ଜରୁରିକାଳୀନ କ୍ଷମତା ପ୍ରୟୋଗ ହୋଇଥିଲାବେଳେ ___________ ସରକାର ଅଧିକ କ୍ଷମତାଶାଳୀ ହୋଇଉଠେ ।
(i) କେନ୍ଦ୍ର
(ii) ରାଜ୍ୟ
(iii) ଉଭୟ କେନ୍ଦ୍ର ଓ ରାଜ୍ୟ
(iv) କେହି ହୁଅନ୍ତି ନାହିଁ
Answer:
(i) କେନ୍ଦ୍ର

୧୪ । ହିସାବରକ୍ଷକ ଓ ମହାସମୀକ୍ଷକଙ୍କୁ __________ ନିଯୁକ୍ତି ଦେଇଥାଆନ୍ତି ।
(i) ପ୍ରଧାନମନ୍ତ୍ରୀ
(ii) ଅର୍ଥମନ୍ତ୍ରୀ
(iii) ରାଷ୍ଟ୍ରପତି
(iv) ମୁଖ୍ୟ ବିଚାରପତି
Answer:
(iii) ରାଷ୍ଟ୍ରପତି

୧୫। ________ ଧାରା ଅନୁସାରେ କେନ୍ଦ୍ର ସରକାର ନଦୀଜଳ ବଣ୍ଟନ ବିଷୟରେ ନିଷ୍ପତ୍ତି ନେଇଥାଏ ।
(i) ୨୬୦
(ii)୨୫୯
(i) ୨୬୪
(iv) ୨୬୨
Answer:
(iv) ୨୬୨

CHSE Odisha Class 12 Political Science Chapter 3 Objective Questions in Odia Medium

୧୬ । ରାଜ୍ୟ ବିଧାନସଭାଦ୍ଵାରା ପ୍ରଣୀତ କୌଣସି ଆଇନକୁ _________ ଙ୍କ ଅନୁମୋଦନ ପାଇଁ _________ ସଂରଷିତ ରଖୂପାରନ୍ତି ।
(i) ରାଜ୍ୟପାଳ, ରାଷ୍ଟ୍ରପତି
(ii) ରାଷ୍ଟ୍ରପତି, ରାଜ୍ୟପାଳ
(iii) ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
(iv) ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ
Answer:
(ii) ରାଷ୍ଟ୍ରପତି, ରାଜ୍ୟପାଳ

୧୭ । _________ ଙ୍କ ମତରେ ଭାରତ ଏକ _________ ରାଷ୍ଟ୍ରସଂଘ ।
(i) ସିଲି, ଐକିକ
(ii) ବ୍ରାଇସି, କେନ୍ଦ୍ରୀଭୂତ
(iii) ଗେଟ୍‌ଲି, ନମନୀୟ
(iv) କେ.ସି. ହୋୟାର, ପ୍ରାୟକଳ୍ପ।
Answer:
(iv) କେ.ସି. ହୋୟାର, ପ୍ରାୟକଳ୍ପ ।

୧୮ । __________ ଧାରା ଅନୁସାରେ ରାଜ୍ୟସଭା ସର୍ବଭାରତୀୟ ଚାକିରି ସୃଷ୍ଟି କରେ ।
(i) ୩୧୪
(ii) ୩୧୨
(iii) ୩୧୫
(iv) ୩୧୮
Answer:
(ii) ୩୧୨

୧୯ । କେନ୍ଦ୍ର ଓ ରାଜ୍ୟର ସମ୍ପର୍କ ପାଇଁ ୧୯୮୩ ମସିହାରେ ________ କମିଶନ ଗଠନ ହୋଇଥିଲା ।
(i) ସରକାରିଆ
(ii) ରାଜମାନ୍ନାର
(iii) ମେହେଟ୍ଟା
(iv) ପାୱାର୍
Answer:
(i) ସରକାରିଆ

୨୦ । ଶିକ୍ଷା _______ ତାଲିକାଭୁକ୍ତ ବିଷୟ ଅଟେ ।
(i) କେନ୍ଦ୍ର
(ii) ରାଜ୍ୟ
(iii) ଯୁଗ୍ମ
(iv) କୌଣସି ତାଲିକାଭୁକ୍ତ ନୁହେଁ
Answer:
(iii) ଯୁଗ୍ମ

CHSE Odisha Class 12 Political Science Chapter 3 Objective Questions in Odia Medium

୨୧ । ଭାରତୀୟ ରାଷ୍ଟ୍ରସଂଘରେ _______ ଗୋଟି ରାଜ୍ୟ ଅଛି ।
(i) ୨୫
(ii) ୨୬
(iii) ୩୦
(iv) ୨୯
Answer:
(iv) ୨୯

୨୨ । _________ ଯୋଜନା ଆୟୋଗର ଅଧ୍ୟକ୍ଷ ଅଟନ୍ତି |
(i) ପ୍ରଧାନମନ୍ତ୍ରୀ
(ii) ରାଷ୍ଟ୍ରପତି
(iii) ଅର୍ଥମନ୍ତ୍ରୀ
(iv) ଉପରାଷ୍ଟ୍ରପତି
Answer:
(i) ପ୍ରଧାନମନ୍ତ୍ରୀ

୨୩ । ଭାରତ ହେଉଛି _________ ରାଜ୍ୟମାନଙ୍କର ଏକ ଅବିଲୋପୀୟ ସମାହାର ।
(i) ବିଲୋପୀୟ
(ii) ଅବିଲୋପୀୟ
(iii) ଦୃଢ଼
(iv) ଦୁର୍ବଳ
Answer:
(i) ବିଲୋପୀୟ

୨୪ । ସଂସଦ କେନ୍ଦ୍ର ତାଲିକା ଓ __________ ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନ କରିଥାଏ ।
(i) କେନ୍ଦ୍ର
(ii) ରାଜ୍ୟ
(iii) ଯୁଗ୍ମ
(iv) କୌଣସିଟି ନୁହେଁ
Answer:
(iii) ଯୁଗ୍ମ

୨୫ । ସପ୍ତମ ଅନୁସୂଚୀରେ ________ ଗୋଟି ତାଲିକା ରହିଛି ।
(i) ତିନି
(ii) ଚାରି
(iii) ପାଞ୍ଚ
(iv) ସାତ
Answer:
(i) ତିନି

CHSE Odisha Class 12 Political Science Chapter 3 Objective Questions in Odia Medium

୨୬ । ଭାରତ ସମ୍ବିଧାନରେ ଯୁଗ୍ମ ତାଲିକା ରଖୁବା ବ୍ୟବସ୍ଥା ପୃଥ‌ିବୀର କେଉଁ ସମ୍ବିଧାନର ପ୍ରଭାବକ୍ରମେ ଅନ୍ତର୍ଭୁକ୍ତ କରାଯାଇଛି ?
(i) ଆୟାରଲ୍ୟାଣ୍ଡ
(ii) ବ୍ରିଟେନ୍
(iii) ଅଷ୍ଟ୍ରେଲିଆ
(iv) କାନାଡ଼ା
Answer:
(iii) ଅଷ୍ଟ୍ରେଲିଆ

୨୭ । କେନ୍ଦ୍ର ସରକାର ନିମ୍ନୋକ୍ତ କେଉଁ ତାଲିକା କ୍ଷେତ୍ରରେ ସର୍ବାଧ‌ିକ ତଥା ଏକକ କ୍ଷମତା ଉପଭୋଗ କରନ୍ତି ?
(i) ଯୁଗ୍ମ ତାଲିକା
(ii) ରାଜ୍ୟ ତାଲିକା
(iii) କେନ୍ଦ୍ର ତାଲିକା
(iv) ସଂଘୀୟ ତାଲିକା
Answer:
(iii) କେନ୍ଦ୍ର ତାଲିକା

୨୮ । ସାମାଜିକ ନିରାପତ୍ତା ଓ ସାମାଜିକ ବୀମା କେଉଁ ତାଲିକାଭୁକ୍ତ ବିଷୟ ଅଟେ ?
(i) ଯୁଗ୍ମ ତାଲିକା
(ii) କେନ୍ଦ୍ର ତାଲିକା
(iii) ଅବଶେଷ କ୍ଷମତା
(iv) ରାଜ୍ୟ ତାଲିକା
Answer:
(i) ଯୁଗ୍ମ ତାଲିକା

୨୯ । ସରକାରଙ୍କଦ୍ଵାରା ସଙ୍ଗଠିତ ଲଟେରୀ କେଉଁ ତାଲିକାଭୁକ୍ତ ଅଟେ ?
(i) କେନ୍ଦ୍ର ତାଲିକା
(ii) ରାଜ୍ୟ ତାଲିକା
(iii) ଯୁଗ୍ମ ତାଲିକା
(iv) ସଂଘୀୟ ତାଲିକା
Answer:
(ii) ରାଜ୍ୟ ତାଲିକା

୩୦ । କେଉଁ ସମ୍ବିଧାନ ସଂଶୋଧନ ଆଇନ ବଳରେ ଶିକ୍ଷା ବିଷୟ ରାଜ୍ୟ ତାଲିକାରୁ ଯୁଗ୍ମ ତାଲିକାକୁ ସ୍ଥାନାନ୍ତରିତ ହୋଇଛି ?
(i) ୨୪ ତମ
(ii) ୪୨ତମ
(iii) ୪୪ତମ
(iv) ୫୨ତମ
Answer:
(ii) ୪୨ତମ

CHSE Odisha Class 12 Political Science Chapter 3 Objective Questions in Odia Medium

୩୧ । ଆନ୍ତଃ-ରାଜ୍ୟ ପରିଷଦ ସମ୍ବିଧାନର କେଉଁ ଧାରା ବଳରେ ସ୍ଥାପିତ ହୋଇଥାଏ ?
(i) ୨୬୩ ଧାରା
(ii) ୨୮୩ ଧାରା
(ii) ୨୯୨ ଧାରା
(iv) ୩୫୨ ଧାରା
Answer:
(i) ୨୬୩ ଧାରା

୩୨ । ଭାରତରେ କେତେଗୋଟି ଆଞ୍ଚଳିକ ପରିଷଦ ରହିଛି ?
(i) ୩
(ii) ୫
(iii) ୭
(iv) ୬
Answer:
(ii) ୫

୩୩ । ଏକ ସଂଘୀୟ ରାଷ୍ଟ୍ରରେ କିଏ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷମତା ବଣ୍ଟନ କରିଥାଏ ?
(i) କେନ୍ଦ୍ର ସରକାର
(ii) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସମିତି
(ii) ଲିଖୁତ ସମ୍ବିଧାନ
(iv) ଉଚ୍ଚତମ ନ୍ୟାୟାଳୟ
Answer:
(iii) ଲିଖ୍ତ ସମ୍ବିଧାନ

୩୪ । କେଉଁ ମାଧ୍ୟମରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅର୍ଥ ଯୋଗାଇ ଦିଅନ୍ତି ?
(i) ରଣ
(ii) ବିନିଯୋଗ ପତ୍ର
(iii) ଲେଟର ଅଫ୍ କ୍ରେଡ଼ିଟ୍
(iv) ଅନୁଦାନ
Answer:
(iv) ଅନୁଦାନ

(B) ଶୂନ୍ୟସ୍ଥାନ ପୂରଣ କର ।

୧ | ଭାରତରେ ଏକ ଲିଖୁତ ସମ୍ବିଧାନ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷମତା ବଣ୍ଟନ କରିଥିବାରୁ ଭାରତ ଏକ _________ ରାଷ୍ଟ୍ର ।
Answer:
ସଂଘୀୟ

୨ । ଭାରତରେ ଅବଶିଷ୍ଟ କ୍ଷମତାକୁ ________ ଦିଆଯାଇଛି ଓ ଏଥରେ ________ ଆଇନ ପ୍ରଣୟନ କରିଥାଏ ।
Answer:
କେନ୍ଦ୍ର ; ସଂସଦ

CHSE Odisha Class 12 Political Science Chapter 3 Objective Questions in Odia Medium

୩ । _________ ରାଷ୍ଟ୍ରରେ କେବଳ ଗୋଟିଏ ସରକାର ଥାଏ ।
Answer:
ଐକିକ

୪ । ସମ୍ବିଧାନର ୧ ଧାରା ଅନୁଯାୟୀ ଭାରତ ରାଜ୍ୟମାନଙ୍କର ଏକ _______ ।
Answer:
ସମ୍ମଳନ

୫ । ଏକକ ସମ୍ବିଧାନ ଓ ଏକକ ନାଗରିକତା ________ ରାଷ୍ଟ୍ରର ଲକ୍ଷଣ ଅଟେ |
Answer:
ଐକିକ

୬ । କେ.ସି. ହୋୟାରଙ୍କ ମତରେ ଭାରତ ଏକ ________ ସଂଘୀୟ ରାଷ୍ଟ୍ର ଅଟେ |
Answer:
ଅର୍ଦ୍ର

୭ । ଯୁଗ୍ମ ତାଲିକାଭୁକ୍ତ ବିଷୟକୁ ନେଇ କେନ୍ଦ୍ର ଓ ରାଜ୍ୟ ଆଇନ ମଧ୍ୟରେ ବିବାଦ ଦେଖାଗଲେ ________ ଆଇନ ବଳବତ୍ତର ରୁହେ ।
Answer:
କେନ୍ଦ୍ରୀୟ

୮ । ଶିକ୍ଷା _________ ତାଲିକାଭୁକ୍ତ ବିଷୟ ଅଟେ ।
Answer:
ଯୁଗ୍ମ

୯ । _________ ସମୟରେ ସଂସଦ ରାଜ୍ୟ ତାଲିକାଭୁକ୍ତ ବିଷୟରେ ଆଇନ ପ୍ରଣୟନ କରିପାରେ ।
Answer:
ଜରୁରିକାଳୀନ

CHSE Odisha Class 12 Political Science Chapter 3 Objective Questions in Odia Medium

୧୦ । କେନ୍ଦ୍ର ନୀତି (NITI) ଆୟୋଗର ଅଧ୍ଯକ୍ଷ ________ ଅଟନ୍ତି ଓ ଏହା _______ ଆୟୋଗର ଉଚ୍ଛେଦ ପରେ ସୃଷ୍ଟି ହୋଇଛି ।
Answer:
ପ୍ରଧାନମନ୍ତ୍ରୀ; ଯୋଜନା

୧୧ । କେନ୍ଦ୍ର ତାଲିକାରେ ________ ଗୋଟି, ରାଜ୍ୟ ତାଲିକାରେ ________ ଗୋଟି ଓ ଯୁଗ୍ମ ତାଲିକାରେ _________ ଗୋଟି ବିଷୟ ରହିଛି ।
Answer:
୯୯; ୬୧; ୫୨

୧୨ । ଭାରତ ହେଉଛି _________ ରାଜ୍ୟ ମାନଙ୍କର ଏକ ବିଲୋପୀୟ ସମାହାର ।
Answer:
ବିଲୋପୀୟ

୧୩ । ଭାରତ ଆକାରରେ ________ ହେଲେ ମଧ୍ୟ ପ୍ରକୃତିରେ _______ ଅ
Answer:
ସଂଘୀୟ; ଐକିକ

୧୪। ପୃଥ‌ିବୀର ସର୍ବପୁରାତନ ସଂଘୀୟ ରାଷ୍ଟ୍ର ଅଟେ ।
Answer:
ଯୁକ୍ତରାଷ୍ଟ୍ର ଆମେରିକା

୧୫ । ସଂଘୀୟ ଶବ୍ଦଟି ଏକ ଲାଟିନ ଶବ୍ଦ ‘ଫୋଏଡ଼ସ୍’ରୁ ଉଦ୍ଧୃତ ଯାହାର ଅର୍ଥ ________ ।
Answer:
ଚୁକ୍ତି ବା ରାଜିନାମା

(C) ଭ୍ରମ ସଂଶୋଧନ କର ।

୧ । ଭାରତରେ ରାଜ୍ୟମାନଙ୍କୁ ଅବଶେଷ କ୍ଷମତା ଦିଆଯାଇଛି ।
Answer:
ଭାରତରେ କେନ୍ଦ୍ରକୁ ଅବଶେଷ କ୍ଷମତା ଦିଆଯାଇଛି ।

CHSE Odisha Class 12 Political Science Chapter 3 Objective Questions in Odia Medium

୨ । ଯୁଗ୍ମ ତାଲିକାଭୁକ୍ତ ବିଷୟ ଉପରେ କେବଳ କେନ୍ଦ୍ରୀୟ ସଂସଦ ଆଇନ ପ୍ରଣୟନ କରିପାରିବ ।
Answer:
ଯୁଗ୍ମ ତାଲିକାଭୁକ୍ତ ବିଷୟ ଉପରେ ଉଭୟ କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବ୍ୟବସ୍ଥାପିକା ଆଇନ ପ୍ରଣୟନ କରିପାରିବ ।

୩ । ଲୋକସଭାର ସୁପାରିସକ୍ରମେ ରାଜ୍ୟ ତାଲିକାଭୁକ୍ତ ବିଷୟରେ ସଂସଦ ଆଇନ ପ୍ରଣୟନ କରିପାରେ ।
Answer:
ରାଜ୍ୟସଭାର ସୁପାରିସ କ୍ରମେ ରାଜ୍ୟ ତାଲିକାଭୁକ୍ତ ବିଷୟରେ ସଂସଦ ଆଇନ ପ୍ରଣୟନ କରିପାରେ ।

୪ । ଭାରତରେ ରାଷ୍ଟ୍ରପତି ଅର୍ଥ ଆୟୋଗକୁ 6 ବର୍ଷ ପାଇଁ ନିଯୁକ୍ତ କରନ୍ତି ।
Answer:
ଭାରତରେ ରାଷ୍ଟ୍ରପତି ଅର୍ଥ ଆୟୋଗକୁ ୫ (ପାଞ୍ଚ) ବର୍ଷ ପାଇଁ ନିଯୁକ୍ତ କରନ୍ତି ।

୫ । ଶାସନ କ୍ଷମତାର ବିକେନ୍ଦ୍ରୀକରଣ ହୋଇଥିବା ରାଷ୍ଟ୍ରକୁ ଐକିକ ରାଷ୍ଟ୍ର କୁହାଯାଏ ।
Answer:
ଶାସନ କ୍ଷମତାର ବିକେନ୍ଦ୍ରୀକରଣ ହୋଇଥିବା ରାଷ୍ଟ୍ରକୁ ସଂଘୀୟ ରାଷ୍ଟ୍ର କୁହାଯାଏ ।

(D) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

୧ । ଯୁଗ୍ମ ତାଲିକା କହିଲେ କ’ଣ ବୁଝ ?
Answer:
ଯେଉଁ ତାଲିକାଭୁକ୍ତ ବିଷୟଗୁଡିକ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କର୍ତ୍ତୃତ୍ଵ ଥାଏ ତାକୁ ଯୁଗ୍ମ ତାଲିକା କୁହାଯାଏ । ଉଦାହରଣ ସ୍ଵରୂପ, ବିବାହ ଓ ବିଚ୍ଛେଦ, ସମ୍ବାଦପତ୍ର, ଶ୍ରମିକ କଲ୍ୟାଣ ଇତ୍ୟାଦି । କିନ୍ତୁ କେନ୍ଦ୍ରୀୟ ଆଇନ ଓ ରାଜ୍ୟ ଆଇନ ମଧ୍ୟରେ ବିବାଦ ଦେଖାଗଲେ କେନ୍ଦ୍ର ଆଇନ ବଳବତ୍ତର ରୁହେ ।

CHSE Odisha Class 12 Political Science Chapter 3 Objective Questions in Odia Medium

୨ । ଅବଶିଷ୍ଟ କ୍ଷମତା (Residuary Power) କ’ଣ ?
Answer:
କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷମତା ବଣ୍ଟନ କ୍ଷେତ୍ରରେ ଯେଉଁ ବିଷୟଗୁଡ଼ିକ କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଓ ଯୁଗ୍ମ ତାଲିକାରେ ସ୍ଥାନ ପାଇ ନ ଥାଏ ସେଗୁଡ଼ିକୁ ଅବଶିଷ୍ଟ କ୍ଷମତା କୁହାଯାଏ । ଏହା ସମ୍ବିଧାନର ୨୪୮ ଧାରାରେ ବର୍ଣ୍ଣିତ ହୋଇ କେନ୍ଦ୍ର ହାତରେ ନ୍ୟସ୍ତ ହୋଇଛି ।

୩ । କେନ୍ଦ୍ର ତାଲିକା କ’ଣ ?
Answer:
କେନ୍ଦ୍ର ଓ ରାଜ୍ୟ ବ୍ୟବସ୍ଥାପିକା ମଧ୍ୟରେ ଆଇନ ପ୍ରଣୟନ କ୍ଷମତା ବିଭାଜନ ସଂକ୍ରାନ୍ତୀୟ ତିନିଗୋଟି ତାଲିକା ମଧ୍ୟରୁ କେନ୍ଦ୍ର ତାଲିକା ଅନ୍ୟତମ । ଏହି ତାଲିକାଭୁକ୍ତ ୯୯ଗୋଟି ବିଷୟ ଉପରେ ଆଇନ ପ୍ରଣୟନର ଏକକ କ୍ଷମତା କେନ୍ଦ୍ରୀୟ ସଂସଦ ଉପରେ ନ୍ୟସ୍ତ ହୋଇଛି । ମୁଦ୍ରା ବ୍ୟବସ୍ଥା, ବୈଦେଶିକ ବ୍ୟାପାର, ପ୍ରତିରକ୍ଷା, ଡାକ ଓ ତାର ଆଦି ଏହି ତାଲିକାଭୁକ୍ତ ବିଷୟ ଅଟେ ଯେଉଁଥିରେ ଦେଶସାରା ଏକ ପ୍ରକାର ଆଇନ ପ୍ରଣୟନର ଆବଶ୍ୟକତା ରହିଛି ।

୪ । ରାଜ୍ୟ ତାଲିକା କ’ଣ ?
Answer:
ରାଜ୍ୟ ତାଲିକାଭୁକ୍ତ ୬୧ଗୋଟି ବିଷୟ ଉପରେ ଆଇନ ପ୍ରଣୟନର କ୍ଷମତା ରାଜ୍ୟ ବ୍ୟବସ୍ଥାପିକାକୁ ଦିଆଯାଇଛି । ଆଇନ ଶୃଙ୍ଖଳା, ସ୍ୱାୟତ୍ତ ଶାସନ, କୃଷି, ସ୍ବାସ୍ଥ୍ୟ ଓ ପରିମଳ, ପୋଲିସ ଆଦି ଆଞ୍ଚଳିକ ସ୍ଵାର୍ଥଯୁକ୍ତ ବିଷୟ ଏହି ତାଲିକାଭୁକ୍ତ ଅଟେ । ଜରୁରୀ ପରିସ୍ଥିତି (୨୫୦ ଧାରା), ରାଜ୍ୟସଭାର ସ୍ବତନ୍ତ୍ର ପ୍ରସ୍ତାବ (୨୪୯ ଧାରା), ଦୁଇ ବା ଅଧୁକ ରାଜ୍ୟଙ୍କ ଅନୁରୋଧ (୨୫୨ ଧାରା), ଆନ୍ତର୍ଜାତୀୟ ଚୁକ୍ତିର କାର୍ଯ୍ୟକାରିତା (୨୫୩ ଧାରା) କ୍ଷେତ୍ରରେ ଏହି ତାଲିକାଭୁକ୍ତ ବିଷୟ ଉପରେ କେନ୍ଦ୍ରୀୟ ସଂସଦ ଆଇନ ପ୍ରଣୟନ କରିପାରେ ।

CHSE Odisha Class 12 Political Science Chapter 2 Long Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 2 ଭାରତରେ ରାଜନୈତିକ ଦଳୀୟ ବ୍ୟବସ୍ଥା Long Answer Questions.

CHSE Odisha 12th Class Political Science Chapter 2 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ | ଭାରତୀୟ ଦଳୀୟ ବ୍ୟବସ୍ଥାର ପ୍ରକୃତି ଓ ବୈଶିଷ୍ଟ୍ୟ ସମ୍ବନ୍ଧରେ ଆଲୋଚନା କର ।
Answer:
ଜନସଂଖ୍ୟାର ଅପ୍ରାକୃତିକ ବୃଦ୍ଧି ଓ ରାଷ୍ଟ୍ରର କାର୍ଯ୍ୟ ପରିସର ଅସୀମିତ ହେବା ଫଳରେ ବର୍ତ୍ତମାନ ଗୋଟିଏ ଦେଶର ପ୍ରତ୍ୟେକ ଲୋକ ଶାସନ କ୍ଷେତ୍ରରେ ଅଂଶଗ୍ରହଣ କରିବା ସମ୍ଭବ ନୁହେଁ । ଏତଦ୍‌ବ୍ୟତୀତ ଉପଯୁକ୍ତ ବୈଷୟିକ ଜ୍ଞାନର ଅଭାବ ତଥା ସମୟର ସ୍ଵଳ୍ପତା ମଧ୍ୟ ଏହି ଅଂଶଗ୍ରହଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ଏଣୁ ପ୍ରତ୍ୟକ୍ଷ ଗଣତନ୍ତ୍ରର ବିକଳ୍ପ ଭାବେ ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାର ରୂପ ବର୍ଣ୍ଣନା କରାଯାଇଛି । ସୀମିତ ସମୟ ପାଇଁ ନିର୍ବାଚିତ ଏହି ପ୍ରତିନିଧୁମାନେ ଲୋକମାନଙ୍କ ନିକଟରେ ଉତ୍ତରଦାୟୀ ରହିଥା’ନ୍ତି । ଏହି ନିର୍ବାଚନ ପାଇଁ ସୁସଙ୍ଗଠିତ ଦଳ ବା ଗୋଷ୍ଠୀର ଆବଶ୍ୟକତା ରହିଛି । ଏହି ଗୋଷ୍ଠୀ ବା ଦଳର ମୁଖ୍ୟ ଉଦ୍ଦେଶ୍ୟ ରାଜନୈତିକ କ୍ଷମତା ଭୋଗ ହୋଇଥିବାରୁ ଏମାନଙ୍କୁ ରାଜନୈତିକ ଦଳ କୁହାଯାଏ ।

ରାଜନୈତିକ ଦଳମାନେ ଜନମତର ସୃଷ୍ଟି ପାଇଁ ଅନେକାଂଶରେ ଦାୟୀ କାରଣ ସଂଖ୍ୟାଧ‌ିକ ଜନମତ ବଳରେ ସେମାନେ ରାଜନୈତିକ କ୍ଷମତା ଉପଭୋଗ କରିବାକୁ ସକ୍ଷମ ହୋଇପାରନ୍ତି । ଜନସାଧାରଣ ଓ ସରକାରଙ୍କ ପ୍ରତିନିଧ୍ ଦଳ ମଧ୍ୟରେ ଯୋଗସୂତ୍ର ସ୍ଥାପନ ପାଇଁ ରାଜନୈତିକ ଦଳ ହିଁ ଏକ ଅପରିହାର୍ଯ୍ୟ ବ୍ୟବସ୍ଥା । ରାଜନୈତିକ ଆଧୁନିକୀକରଣ ପ୍ରକ୍ରିୟାରେ ରାଜନୈତିକ ଦଳର ଗୁରୁତ୍ଵ ବୃଦ୍ଧି ପାଇଛି । ଉପରୋକ୍ତ ଆବଶ୍ୟକତା ଦୃଷ୍ଟିରୁ ଭାରତ ପରି ପୃଥ‌ିବୀର ବୃହତ୍ତମ ପ୍ରତିନିଧୁମୂଳକ ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଜନୈତିକ ଦଳର ପ୍ରକୃତି ଓ ଗୁରୁତ୍ଵକୁ ଆଲୋଚନା କରିବାର ଯଥାର୍ଥତା ଯଥେଷ୍ଟ ଅଧ‌ିକ । ୧୮୮୩ ମସିହାରେ ‘ଭାରତୀୟ ସଂଘ’ (Indian Association) ଦ୍ଵାରା ଆହୂତ ଜାତୀୟ କଂଗ୍ରେସର ଅଧ୍ଵବେଶନରେ ଏକ ‘ଜାତୀୟ ସଂଗଠନ’ର ସ୍ଥାପନା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଓ ଏହାର ଫଳସ୍ଵରୂପ ୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠିତ ହେଲା ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ସେହିଦିନଠାରୁ ବିଭିନ୍ନ ସ୍ତର ଦେଇ ଗତି କରୁଥିବା ଭାରତୀୟ ଦଳୀୟ ବ୍ୟବସ୍ଥାରେ ନିମ୍ନଲିଖୂତ ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇଥାଏ । ପ୍ରଥମତଃ, କେତେକ ସଂକୀର୍ଣ୍ଣମନା ସ୍ଵାର୍ଥାନ୍ଵେଷୀ ଲୋକଙ୍କର ଅସଂଯୋଜିତ ଚିନ୍ତାଧାରାରୁ ରାଜନୈତିକ ଦଳଟିଏ ସୃଷ୍ଟି ହୁଏ ନାହିଁ; ବରଂ ପ୍ରତ୍ୟେକ ଦଳର ସୃଷ୍ଟି ମୂଳରେ କିଛି ନିର୍ଦ୍ଦିଷ୍ଟ ଦର୍ଶନ, ଆଦର୍ଶ, ନୀତି ବା କାର୍ଯ୍ୟକ୍ରମ ରହିଥାଏ; ଯାହା ପ୍ରତ୍ୟେକ ଦଳକୁ ପରସ୍ପରଠାରୁ ପୃଥକ୍ କରିଥାଏ । ଭାରତୀୟ ଜାତୀୟ କଂଗ୍ରେସଠାରୁ ଆରମ୍ଭ କରି ଭାରତୀୟ ଜନତା ଦଳ ବା ଶିବସେନା ପର୍ଯ୍ୟନ୍ତ ପ୍ରତ୍ୟେକ ରାଜନୈତିକ ଦଳ କ୍ଷେତ୍ରରେ ଏହା ଏକ ପ୍ରତିଷ୍ଠିତ ସତ୍ୟ ଅଟେ । ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନଥୁବା ଓ ଏକ ଦୁର୍ବଳ ଦର୍ଶନର ଭିତ୍ତିଭୂମି ଉପରେ ମୁଣ୍ଡ ଟେକିଥିବା ରାଜନୈତିକ ଦଳର ମୃତ୍ୟୁ ଅବଶ୍ୟମ୍ଭାବୀ । ଓଡ଼ିଶା ଜନତା ଦଳ, ଜାଗ୍ରତ ଓଡ଼ିଶା ଇତ୍ୟାଦିର ଉଦାହରଣ ଗ୍ରହଣ କରାଯାଇପାରେ ।

ଦ୍ଵିତୀୟତଃ, ଦଳୀୟ ସଂଗଠନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଅନ୍ତରଙ୍ଗ ସମ୍ପର୍କ ଉପରେ ନିର୍ଭର କରିଥାଏ । ଦୃଢ଼ ଦଳୀୟ ଶୃଙ୍ଖଳା ନୀତି ବ୍ୟତୀତ ଦଳର ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ । କିନ୍ତୁ ବର୍ତ୍ତମାନ ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ର ନାମରେ ଆନ୍ତର୍ଦଳୀୟ ରାଜନୀତିର ସୂତ୍ରପାତ ହୋଇଛି ଓ ସଂକୀର୍ଣ୍ଣ ସ୍ଵାର୍ଥାନ୍ଵେଷୀ ଗୋଷ୍ଠୀ ଦଳ ମଧ୍ୟରେ ବିଭେଦତା ଓ ଅସ୍ଥିରତା ସୃଷ୍ଟି କରି ଦଳଗତ ପ୍ରଚେଷ୍ଟା କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି । ଏହା ଦଳକୁ ଦୁର୍ବଳ କରିଦେଉଛି । ‘ଅସନ୍ତୁଷ୍ଟ ବିଧାୟକ’ ଶବ୍ଦଟି ସଂସଦ ମଧ୍ଯରେ ଦଳୀୟ ରାଜନୀତିକୁ ଅନେକ ମାତ୍ରାରେ କଳୁଷିତ କରୁଛି । ଚତୁର୍ଥ ସାଧାରଣ ନିର୍ବାଚନ ପରଠାରୁ ଏହି ପ୍ରକୃତିର ଅସମ୍ଭବ ବୃଦ୍ଧି ଘଟି ବର୍ତ୍ତମାନ ପ୍ରତ୍ୟେକ ରାଜନୈତିକ ଦଳ ଏହି ରୋଗରେ ପୀଡ଼ିତ । ଦୁର୍ବଳ ନେତୃତ୍ଵ ଓ ବ୍ୟକ୍ତିଗତ ରାଜନୈତିକ ଆକାଂକ୍ଷା ଏଥ‌ିପାଇଁ ଖୋରାକ୍ ଯୋଗାଇଥାଏ ।

ଏଥ୍ ନିମନ୍ତେ ଦଳ-ବିଭାଜନ ଘଟିଥାଏ । ୧୯୬୯ ଓ ୧୯୭୮ ମସିହାରେ କଂଗ୍ରେସ ଦଳ ଏବଂ ୧୯୯୦ ମସିହାରେ ଜନତା ଦଳର ବିଭାଜନ ଏହି କାରଣରୁ ହୋଇଥିଲା । ତୃତୀୟତଃ, ଭାରତୀୟ ରାଜନୈତିକ ଦଳଗୁଡ଼ିକ ଦଳର ନେତାଙ୍କର ବ୍ୟକ୍ତିତ୍ଵକୁ ନିଜର ଭିତ୍ତିଭୂମିରୂପେ ଗ୍ରହଣ କରିଆସୁଛନ୍ତି । ଦଳର ନେତାଙ୍କର ବ୍ୟକ୍ତିତ୍ଵ ଓ ଆଦର୍ଶରେ ଦଳ ପରିଚାଳିତ ହେବା ଉଚିତ । ମାତ୍ର ତାଙ୍କର ବ୍ୟକ୍ତିତ୍ଵ ଉପରେ ଦଳର ସ୍ଥିତି ନିର୍ଭର କରିବା ସମୀଚୀନ ନୁହେଁ । ଦଳର ନେତାଙ୍କ ନାମରେ ରାଜନୈତିକ ଦଳମାନ ପ୍ରତିଷ୍ଠା କରାଯାଉଛି । ୧୯୭୭-୭୮ ମସିହାରେ କଂଗ୍ରେସ (ଇନ୍ଦିରା) ପ୍ରତିଷ୍ଠିତ ହେବା ପରଠାରୁ ଅନେକ ରାଜନୈତିକ ଦଳ ବ୍ୟକ୍ତିବିଶେଷଙ୍କ ନାମରେ ପ୍ରତିଷ୍ଠା କରାଯାଉଛି ।

କଂଗ୍ରେସ ଦଳରେ ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧିଙ୍କର ଭୂମିକା ଓ ଆନ୍ନା ଡି.ଏମ୍.କେ ଦଳରେ ଏମ୍.ଜି. ରାମଚନ୍ଦ୍ରନଙ୍କ ଭୂମିକା ଓ ସେମାନଙ୍କର ମୃତ୍ୟୁପରେ ଦଳରେ ସୃଷ୍ଟି ହୋଇଥିବା ଅସ୍ଥିରତାକୁ ବିଚାରକୁ ନିଆଯାଇପାରେ । ପୁନଶ୍ଚ ତେଲଗୁଦେଶମ୍ ଦଳରେ ଏନ୍.ଟି. ରାମାରାଓ, ମାର୍କସବାଦୀ କମ୍ୟୁନିଷ୍ଟ ଦଳରେ ଜ୍ୟୋତି ବସୁ, ଆନ୍ନା.ଡି.ଏମ୍.କେ. ଦଳରେ ଜୟଲଳିତାଙ୍କ ଭୂମିକା ଏହାର ନିଚ୍ଛକ ପ୍ରମାଣ ଅଟେ । ଚତୁର୍ଥତଃ, ୧୯୬୭ ମସିହାର ଚତୁର୍ଥ ସାଧାରଣ ନିର୍ବାଚନ ପରଠାରୁ ଲୋକମାନେ କେନ୍ଦ୍ର ପାଇଁ ଗୋଟିଏ ରାଜ୍ୟମାନଙ୍କ ପାଇଁ ଅନ୍ୟ ଗୋଟିଏ ରାଜନୈତିକ ଦଳକୁ ସମର୍ଥନ କରୁଛନ୍ତି; ଏଣୁ ଜାତୀୟ ଦଳ ସହ ଅନେକ ଆଞ୍ଚଳିକ ଦଳ ମଧ୍ୟ ମୁଣ୍ଡ ଟେକିଛନ୍ତି ।

ଆସାମରେ ଆସାମ ଗଣ ପରିଷଦ, ତାମିଲନାଡୁରେ ଆନ୍ନା.ଡି.ଏମ୍.କେ., ପଶ୍ଚିମବଙ୍ଗରେ ବାମପନ୍ଥୀ ସାମ୍ମୁଖ୍ୟ, ଜାମ୍ମୁ ଓ କାଶ୍ମୀରରେ ନ୍ୟାସନାଲ କନ୍‌ଫରେନ୍ସ ଦଳର ଗୁରୁତ୍ଵ ଯଥେଷ୍ଟ ଅଧିକ ଅଟେ । ଲୋକମାନେ ଜାତୀୟ ଐକ୍ୟ ଓ ଆଞ୍ଚଳିକ ସ୍ବାର୍ଥକୁ ଦୃଷ୍ଟିରେ ରଖୁ ସେମାନଙ୍କର ଜନମତକୁ ବିଭାଜିତ କରୁଛନ୍ତି | ପଞ୍ଚମତଃ, ରାଜନୈତିକ ଦଳମାନେ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜର ଲକ୍ଷ୍ୟ ପୂରଣ ପାଇଁ ଉଦ୍ୟମ କରିବା ଆବଶ୍ୟକ; କିନ୍ତୁ ବର୍ତ୍ତମାନ ଭାରତରେ ନିଜର ସ୍ବାର୍ଥ ହାସଲ ପାଇଁ ସାଂପ୍ରଦାୟିକ ଗଣ୍ଡଗୋଳ ସୃଷ୍ଟି କରି, ନିର୍ବାଚନରେ ଅର୍ଥ, କ୍ଷମତା, ବାହୁବଳ ଇତ୍ୟାଦିର ପ୍ରୟୋଗ କରୁଛନ୍ତି । ବର୍ତ୍ତମାନର ରାଜନୈତିକ ଦଳ ଧନିକ ଶ୍ରେଣୀ ବା ପୁଞ୍ଜିପତି ଓ ଶିଳ୍ପପତିଙ୍କ ହାତରେ କ୍ରୀଡ଼ାପୁତ୍ତଳିକା ଅଟେ ।

ଷଷ୍ଠତଃ, ଭାରତୀୟ ରାଜନୈତିକ ପରିବେଶରେ ସି.ପି.ଆଇ., ସି.ପି.ଆଇ (ଏମ୍), ଫରୱାର୍ଡ଼ ବ୍ଲକ୍ ଆଦି ପରି ବାମପନ୍ଥୀ ଦଳ ରହିଛନ୍ତି । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିଲେ ମଧ୍ୟ ହିନ୍ଦୁ ମହାସଭା, ଅକାଳୀ ଦଳ, ମୁସ୍‌ଲିମ୍ ଲିଗ୍ ଇତ୍ୟାଦି ଧର୍ମଭିଭିକ ରାଜନୈତିକ ଦଳ ଅଟନ୍ତି । ଭାରତରେ ଏକ ବହୁଦଳୀୟ ରାଜନୈତିକ ବ୍ୟବସ୍ଥା କାର୍ଯ୍ୟ କରୁଥିଲେ ମଧ୍ୟ ବାସ୍ତବରେ ତର୍ଜମା କଲେ ଜଣାଯାଏ ଯେ, ଏକ ନିର୍ଦ୍ଦିଷ୍ଟ ସମୟରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଅଧୁକ ପ୍ରଭାବ ରହିଥାଏ । କେନ୍ଦ୍ରରେ ୧୯୭୭ ମସିହା ପର୍ଯ୍ୟନ୍ତ କଂଗ୍ରେସ ଦଳର, ୧୯୮୦ ମସିହା ପର୍ଯ୍ୟନ୍ତ ଜନତା ଦଳର, ୧୯୮୦ ଠାରୁ ୧୯୮୯ ମସିହା ପର୍ଯ୍ୟନ୍ତ କଂଗ୍ରେସ (ଇନ୍ଦିରା) ର ପ୍ରତିଷ୍ଠିତ ଭୂମିକା ଥିଲା ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ପଶ୍ଚିମବଙ୍ଗରେ ବାମପନ୍ଥୀ ସାମ୍ମୁଖ୍ୟ, ତାମିଲନାଡୁରେ ୧୯୯୧ ମସିହାରୁ ଆନ୍ନା.ଡି.ଏମ୍.କେ. ଦଳର, ବିହାର ଓ ଓଡ଼ିଶାରେ ଜନତା ଦଳର ଦୃଢ଼ ସ୍ଥିତି ପ୍ରତିଷ୍ଠିତ ହୋଇଛି ଏବଂ ଏହା ଏକ ଏକଦଳୀୟ ଏକଚ୍ଛତ୍ରବାଦକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ । ଦୁଇ ଦଶନ୍ଧି ପୂର୍ବରୁ ଭାରତୀୟ ରାଜନୈତିକ ଦଳମାନଙ୍କୁ ଅନୁଧ୍ୟାନ କରି ପାମର୍ ମତ ଦେଇଥିଲେ ଯେ, ଭାରତକୁ ଏକଦଳୀୟ ରାଷ୍ଟ୍ରରୂପେ ବର୍ଣ୍ଣନା କରିବା ଅଯୌକ୍ତିକ ହୋଇଥିଲେ ମଧ୍ୟ ଜାତୀୟ ରାଜନୈତିକ ପରିବେଶକୁ ବିଶ୍ଳେଷଣ କଲେ ଏଥୁଁରେ କିଛି ସତ୍ୟତା ରହିଛି ବୋଲି ସହଜରେ ଅନୁମାନ କରିହେବ । ରାଜନୈତିକ ଦଳବଦଳ ରାଜନୈତିକ ଦଳମାନଙ୍କର ପ୍ରକୃତିକୁ ବିକୃତ କରିଛି ଓ ଶାସନ ବ୍ୟବସ୍ଥାରେ ଦକ୍ଷତା ହ୍ରାସ, ଅସ୍ଥିରତା ଇତ୍ୟାଦି ପ୍ରକାଶିତ ହୋଇଛି; ଏଣୁ ଏକ ବଳିଷ୍ଠ ଆଦର୍ଶ, ରାଜନୈତିକ ଦର୍ଶନ, ଦୃଢ଼ ସଂଗଠନ, ଦୃଢ଼ ଶୃଙ୍ଖଳା ନୀତି ଇତ୍ୟାଦି ଫଳରେ ରାଜନୈତିକ ଦଳ ସୁସଂଗଠିତ ହେବ ଓ ରାଜନୈତିକ ବ୍ୟବସ୍ଥା ମଧ୍ୟ ବଳିଷ୍ଠ ଓ ଦକ୍ଷ ହେବ ।

୨ | ଭାରତୀୟ ଦଳୀୟ ବ୍ୟବସ୍ଥାର ସମସ୍ୟାଗୁଡ଼ିକ କ’ଣ ଆଲୋଚନା କର ।
Answer:
ଭାରତୀୟ ଦଳୀୟ ବ୍ୟବସ୍ଥା ବହୁ ସମସ୍ୟାର ସମ୍ମୁଖୀନ । ଏହି ସମସ୍ୟାଗୁଡ଼ିକର ସମାଧାନ ନ ହେଲେ ଭାରତୀୟ ରାଜନୀତି ବିଶୃଙ୍ଖଳିତ ହୋଇ ରହିବ ।

  • ଦୃଢ଼ ବିରୋଧୀ ଦଳର ଆବଶ୍ୟକତା – ଭାରତରେ ବହୁଦଳୀୟ ବ୍ୟବସ୍ଥା ପ୍ରଚଳିତ । ନିର୍ବାଚନରେ ଭୋଟଗୁଡ଼ିକ ଭାଗ ଭାଗ ହୋଇଯାଉଛି । ଏହା ଫଳରେ ବିରୋଧୀ ଦଳ ସଂଗଠିତ ହୋଇପାରୁନାହାନ୍ତି । ବିଭିନ୍ନ କାରଣରୁ କେତେକ ବିରୋଧୀ ଦଳ ସରକାରୀ ଦଳର ଗୋଡ଼ାଣିଆ ସାଜୁଛନ୍ତି । ବିରୋଧୀ ଦଳ ଦୃଢ଼ ନ ହେଲେ ଗଣତନ୍ତ୍ର ତିଷ୍ଠିପାରିବ ନାହିଁ ।
  • ଦଳବଦଳ – ଦଳବଦଳ ଭାରତୀୟ ରାଜନୀତିରେ ଏକ ମାରାତ୍ମକ ବ୍ୟାଧ୍ଵ । କୌଣସି ନୀତି ଆଦର୍ଶରେ ବିଶ୍ବାସ ନ ରଖ୍ କେତେକ ରାଜନୀତିକ ଦଳର ସଭ୍ୟ ନିଜର ବ୍ୟକ୍ତିଗତ ସ୍ଵାର୍ଥ ପାଇଁ ଗୋଟିଏ ଦଳ ତ୍ୟାଗକରି ଅନ୍ୟ ଦଳ ସହ ମିଶି ଯାଉଛନ୍ତି । ଯାହା ଫଳରେ ଶାସନରେ ଅସ୍ଥିରତା ଦିନକୁ ଦିନ ବଢ଼ି ବଢ଼ି ଯାଉଛି । ଭାରତରେ ଦଳବଦଳ ଆଇନ ୧୯୮୫ ଠାରୁ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ପୂର୍ଣ୍ଣମାତ୍ରାରେ ଦଳବଦଳକୁ ରୋକି ପାରିନାହିଁ ।
  • ବ୍ୟକ୍ତିପ୍ତଜା – ଭାରତରେ ରାଜନୀତିକ ଦଳଗୁଡ଼ିକ ବ୍ୟକ୍ତିକୈନ୍ଦ୍ରିକ ନୀତି-ଆଦର୍ଶ ଅପେକ୍ଷା ବ୍ୟକ୍ତିର ପ୍ରାଧାନ୍ୟକୁ ଆମେ ଅନେକ ଗୁରୁତ୍ଵ ଦେଇଛୁ । କୌଣସି ବ୍ୟକ୍ତିର ଆକର୍ଷଣୀୟ ବ୍ୟକ୍ତିତ୍ବ ଅନେକ ସଂଖ୍ୟକ ଅନୁଗାମୀ ସୃଷ୍ଟି କରେ; ପଣ୍ଡିତ ଜବାହାରଲାଲ ନେହେରୁ, ଶ୍ରୀମତୀ ଇନ୍ଦିରା ଗାନ୍ଧି, ବିଜୁ ପଟ୍ଟନାୟକ ଇତ୍ୟାଦି ।
  • କଳାଧନର ପ୍ରଭାବ – ମିଥ୍ୟା ପ୍ରତିଶ୍ରୁତି ଦେଇ ବଡ଼ ବଡ଼ କମ୍ପାନୀରୁ ବା ବିଦେଶୀ ରାଷ୍ଟ୍ରରୁ ଚାନ୍ଦା ଆଦାୟ କରିବାରେ ଭାରତୀୟ ରାଜନୀତିକ ଦଳମାନେ ସମ୍ପୃକ୍ତ । ଏହାକୁ କଳାଧନ କୁହାଯାଏ । ଭାରତ ରାଜନୀତିରେ ଏହାର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । ବିଦେଶୀ ରାଷ୍ଟ୍ରମାନେ ବିଭିନ୍ନ ଦଳକୁ ନିର୍ବାଚନ ସମୟରେ କଳାଧନ ଦେଇ ସାହାଯ୍ୟ କରନ୍ତି । ଏହା ଦେଶ ପାଇଁ କ୍ଷତିକାରକ ।
  • ଆର୍ଥିକ ଦୁରବସ୍ଥା – ନିର୍ବାଚନ କମିଶନ୍ ଯେତେ ଅଙ୍କୁଶ ଲଗାଇଲେ ମଧ୍ୟ ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି । ଯାତାୟାତ, ଯୋଗାଯୋଗ ଓ ପ୍ରଚାର କାର୍ଯ୍ୟ ବିନା ଅର୍ଥରେ କରାଯାଇପାରୁ ନାହିଁ । ଗୋଟିଏ ନିର୍ବାଚନ ମଣ୍ଡଳୀର ଲୋକସଂଖ୍ୟା ଓ ଆୟତନ ଏତେ ବ୍ୟାପକ ଯେ ଜଣେ ପ୍ରାର୍ଥୀ ତା’ର ସମସ୍ତ ଭୋଟରଙ୍କୁ ଭେଟିବା ସମ୍ଭବପର ହେଉନାହିଁ । ସ୍ଵଳ୍ପ ସମୟ ମଧ୍ୟରେ ପ୍ରାର୍ଥୀଙ୍କୁ ପ୍ରଚାର କାର୍ଯ୍ୟ ଶେଷ କରିବାକୁ ପଡ଼ୁଥିବାରୁ ପ୍ରାର୍ଥୀଙ୍କ ନିକଟରେ ଯଥେଷ୍ଟ ସଂଖ୍ୟକ ଗାଡ଼ି, ହ୍ୟାଣ୍ଡବିଲ୍, ପ୍ରଚାରପତ୍ର ଆଦି ଆବଶ୍ୟକ । ଏଣୁ ଆର୍ଥିକ ଦୁରବସ୍ଥା ଯୋଗୁଁ ଅନେକ ଦଳ ତିଷ୍ଠି ପାରୁନାହିଁ । ଭାରତୀୟ ରାଜନୀତିରେ ଯେତେ ଯେତେ ସମସ୍ୟା ସୃଷ୍ଟି ହୋଇଛି ସେଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ଦଳ ମୁକ୍ତ ହୃଦୟରେ ଆଗେଇ ଆସିବା ଆବଶ୍ୟକ । ଏ ଦିଗରେ ସବୁଠାରୁ ବଳିଷ୍ଠ ପଦକ୍ଷେପ ହେବ ଦ୍ଵିଦଳୀୟ ବ୍ୟବସ୍ଥା ପ୍ରବର୍ତ୍ତନ । ସମାନ ଆଦର୍ଶରେ ବିଶ୍ଵାସ କରୁଥିବା ଦଳମାନେ ଏକଜୁଟ ହେଲେ ଭାରତୀୟ ଦଳୀୟ ବ୍ୟବସ୍ଥାର ଉନ୍ନତି ହେବ ।

CHSE Odisha Class 12 Political Science Chapter 2 Long Answer Questions in Odia Medium

୩ । ଭାରତରେ ବିରୋଧୀ ଦଳର ଭୂମିକା ସମ୍ପର୍କରେ ସଂକ୍ଷେପରେ ବୁଝାଇ ଲେଖ ।
Answer:
ରାଷ୍ଟ୍ରରେ ନାଗରିକମାନଙ୍କର ଆର୍ଥିକ ଓ ରାଜନୈତିକ ଜୀବନର ବିକାଶ ଲକ୍ଷ୍ୟ ନେଇ ରାଜନୈତିକ କ୍ଷମତାକୁ ଗଣତାନ୍ତ୍ରିକ ନିର୍ବାଚନ ମାଧ୍ୟମରେ ସାମ୍ବିଧାନିକ ଉପାୟରେ ଗ୍ରହଣ କରିବାପାଇଁ ରାଜନୈତିକ ଦଳର ସୃଷ୍ଟି । ଜନସଂଖ୍ୟା ଓ ରାଷ୍ଟ୍ରର କାର୍ଯ୍ୟ ପରିସରରେ ମାତ୍ରାଧ‌ିକ୍ୟ ବୃଦ୍ଧି ଯୋଗୁଁ ପ୍ରତ୍ୟକ୍ଷ ଗଣତନ୍ତ୍ର ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତନ୍ତ୍ରରେ ରୂପାନ୍ତରିତ ହୋଇଯାଇଛି । ଏହି ନୂତନ ବ୍ୟବସ୍ଥାରେ ଲୋକମାନଙ୍କଦ୍ୱାରା ନିର୍ବାଚିତ ବ୍ୟକ୍ତି ଓ ସଂଖ୍ୟାତ୍ମକ ଜନମତ ପାଉଥବା ରାଜନୈତିକ ଦଳର ଭୂମିକା ବୃଦ୍ଧି ପାଇଛି । ନିର୍ବାଚନରେ ସଂଖ୍ୟାଧ୍ଵକ ଜନମତ ପାଇଥିବା ଦଳ ଶାସକଦଳ ଓ ସଂଖ୍ୟାନ୍‌ନ ଜନମତ ପାଇଥବା ଦଳ ବିରୋଧୀ ଦଳ ହିସାବରେ କାର୍ଯ୍ୟ କରନ୍ତି । ଭାରତରେ ୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠିତ ହୋଇ ରାଜନୈତିକ ଦଳର ଇତିହାସ ସ୍ଥାପନା କଲା ।

ଆଲାନ୍ ଅନ୍ଧାଭିଆନ୍ ହ୍ୟୁମ୍‌ଙ୍କଦ୍ବାରା ପ୍ରତିଷ୍ଠିତ ଏହି ଦଳ ପ୍ରାଥମିକ ଅବସ୍ଥାରେ ଏକ ସମାଜସେବୀ ଅନୁଷ୍ଠାନ ରୂପେ କାର୍ଯ୍ୟ କରୁଥିଲା । ବ୍ରିଟିଶ୍ ସରକାର ଓ ଭାରତୀୟମାନଙ୍କ ମଧ୍ୟରେ ସହଯୋଗର ସୂତ୍ର ପ୍ରତିଷ୍ଠା ଏହାର ଲକ୍ଷ୍ୟ ଥିଲା । ଭାରତର ସ୍ଵାଧୀନତା ସଂଗ୍ରାମର ଇତିହାସରେ ଏହାର ନେତୃତ୍ଵ ଓ ଭୂମିକା ଅନସ୍ବୀକାର୍ଯ୍ୟ । ପ୍ରାଦେଶିକ ସରକାର ଓ ମଧ୍ୟବର୍ତ୍ତୀ ସରକାରରେ ପ୍ରାୟତଃ ଏହାର ନେତୃତ୍ୱ ପ୍ରତିଷ୍ଠିତ ଥିଲା । ସେତେବେଳେ ଶାସକ ଦଳର ମଧ୍ୟ ବିଶେଷ ଗୁରୁତ୍ଵ ଓ ସ୍ଵାଧୀନତା ନଥିବାରୁ ବିରୋଧୀ ଦଳ ମଧ୍ଯ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁନଥିଲା । କିନ୍ତୁ କଂଗ୍ରେସ ଭିନ୍ନ ମୁସଲିମ ଲିଗ୍, କମ୍ୟୁନିଷ୍ଟ, ପ୍ରଜା ସୋସାଲିଷ୍ଟ, ସ୍ଵରାଜ, ଫରୱାର୍ଡ଼ ବ୍ଲକ୍ ଆଦି ଅନ୍ୟାନ୍ୟ ଦଳ ମଧ୍ଯ ରହିଥିଲା । ମୂଳରୁ ଭାରତ ଏକ ବହୁଦଳୀୟ ରାଜନୀତିକ କ୍ଷେତ୍ର ରୂପେ ନିଜର ସ୍ଥିତି ପ୍ରକାଶ କରିଛି ।

ଭାରତରେ ଗଣତନ୍ତ୍ର ଶାସନକୁ ସୁଦୃଢ଼ ଓ ଦକ୍ଷ କରିବାପାଇଁ ଏକ ଶାସକ ଦଳ ସହ ଏକ ସୁସଂଗଠିତ ଦକ୍ଷ ବିରୋଧୀ ଦଳର ମଧ୍ୟ ଆବଶ୍ୟକତା ଅଛି । ଦେଶରେ ହୋଇଥିବା ନିର୍ବାଚନଗୁଡ଼ିକରେ ଯେ ପ୍ରାୟ କଂଗ୍ରେସ ଦଳ ୧୯୫୨ ମସିହାଠାରୁ ୧୯୭୬-୭୭ ମସିହା ପର୍ଯ୍ୟନ୍ତ ନିରବଚ୍ଛିନ୍ନଭାବେ ଶାସକ ଦଳ ଆସନରେ ଓ ଅନ୍ୟ ରାଜନୈତିକ ଦଳଗୁଡ଼ିକ ବିରୋଧୀ ଦଳ ଆସନରେ ବସିଥିଲେ । ଚତୁର୍ଥ ସାଧାରଣ ନିର୍ବାଚନରେ କେରଳ ସମେତ କେତେକ ରାଜ୍ୟରେ ଅଣକଂଗ୍ରେସ ସରକାର ଗଠିତ ହେବା ଫଳରେ ସେହି ରାଜ୍ୟମାନଙ୍କରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ହିସାବରେ କାର୍ଯ୍ୟ କରିଥିଲା । ୧୯୭୭ ମସିହାରେ ପ୍ରଥମ ଥରପାଇଁ ଜୟପ୍ରକାଶ ନାରାୟଣ ଇତ୍ୟାଦିଙ୍କ ଆହ୍ଵାନରେ ସାତଟି ରାଜନୈତିକ ଦଳର ସହଯୋଗରେ ଗଠିତ ଜନତା ଦଳ ମୋରାରଜୀ ଦେଶାଇଙ୍କ ନେତୃତ୍ଵରେ କେନ୍ଦ୍ରରେ ଏକ ଅଣ-କଂଗ୍ରେସ ସରକାର ପ୍ରତିଷ୍ଠା କଲା ।

କଂଗ୍ରେସ ବିରୋଧୀ ଦଳ ଆସନରେ ବସିଲା ଓ ବିଭାଜିତ ହୋଇ ମୁଖ୍ୟ ଅଂଶ କଂଗ୍ରେସ (ଇନ୍ଦିରା) ନାମରେ ପରିଚିତ ହେଲା । ଶାସକଦଳ ମଧ୍ୟରେ ଗୋଷ୍ଠୀବିବାଦ ଓ ବୁଝାମଣାର ଅଭାବରୁ ଜନତା ଦଳ ସରକାରର ପତନ ହେଲା ଓ ୧୯୮୦ ମସିହାରେ ଅନୁଷ୍ଠିତ ନିର୍ବାଚନରେ ଇନ୍ଦିରା କଂଗ୍ରେସ ଦଳ ସରକାର ଗଠନ କରି ୧୯୮୯ ମସିହା ପର୍ଯ୍ୟନ୍ତ କ୍ଷମତାରେ ରହିଲା । ୧୯୮୯ ମସିହାରେ ଏକ ମିଳିତ ସରକାର ବିରୋଧୀ ଦଳମାନଙ୍କର ସହଯୋଗରେ ସମ୍ଭବ ହେବା ଫଳରେ କଂଗ୍ରେସ ବିରୋଧୀ ଦଳର ଦାୟିତ୍ଵ ନେଲା । ପୁନଶ୍ଚ ୧୯୯୧ ମସିହା ନିର୍ବାଚନରେ କଂଗ୍ରେସ (ଇ) ଶାସକ ଦଳ ଓ ଅନ୍ୟ ସମସ୍ତ ଦଳ ବିରୋଧୀ ଦଳର ଭୂମିକା ଗ୍ରହଣ କଲେ । ୧୯୯୬ ନିର୍ବାଚନରେ ବି.ଜେ.ପି. ଏକକ ସଂଖ୍ୟାଗରିଷ୍ଠ ଦଳ ହେଲେ ମଧ୍ୟ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ଅଭାବରୁ ସରକାର ଗଠନ କରିପାରିଲା ନାହିଁ । ରାଜନୈତିକ ଅସ୍ଥିରତା ଲାଗିରହିଲା । ଦୃଢ଼ ସରକାରର ଅଭାବ ପରିଲକ୍ଷିତ ହେଲା ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ପରେ କଂଗ୍ରେସର ସମର୍ଥନରେ ରାଷ୍ଟ୍ରୀୟ ମୋର୍ଚ୍ଚା ସରକାର ପ୍ରତିଷ୍ଠିତ ହେବା ଫଳରେ ବି.ଜେ.ପି. ପ୍ରମୁଖ ବିରୋଧୀ ଦଳ ହେଲା । ୧୯୯୮ ମସିହାରେ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟରେ ସାମିଲ ହୋଇଥବା ଅନେକ ଆଞ୍ଚଳିକ ଦଳର ନେତୃତ୍ୱ ବି.ଜେ.ପି. ନେଇ କେନ୍ଦ୍ରରେ ସରକାର ପ୍ରତିଷ୍ଠା କରିଥିଲା । କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ହୋଇଥିବାବେଳେ ରାଷ୍ଟ୍ରୀୟ ଜନତାଦଳ, ସମାଜବାଦୀ ଦଳ, ବହୁଜନ ସମାଜପାର୍ଟି, ସି.ପି.ଆଇ ଓ ସି.ପି.ଏମ୍. ନେତୃତ୍ଵରେ ବାମ ସାମ୍ମୁଖ୍ୟ, ଆନ୍ନା.ଡି.ଏମ୍.କେ. ଆଦି ବିରୋଧୀଦଳ ହିସାବରେ କେନ୍ଦ୍ରରେ କାର୍ଯ୍ୟ ସମ୍ପାଦନ କରିଥିଲେ । ବର୍ତ୍ତମାନ ମିଳିତ ସରକାର ବ୍ୟବସ୍ଥାର ବିକାଶ ଫଳରେ ଆଞ୍ଚଳିକ ଦଳର ପ୍ରାଧାନ୍ୟ ବୃଦ୍ଧିପାଉଛି, ଶାସନଗତ ରାଜନୈତିକ ଅସ୍ଥିରତା ଦେଖାଯାଇ ଶାସନର ଦକ୍ଷତା ହ୍ରାସ ପାଉଛି । ଏହିଭଳି ପରିସ୍ଥିତିରେ ବିରୋଧୀ ଦଳମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ।

ବିରୋଧୀ ଦଳର ମୁଖ୍ୟ କାର୍ଯ୍ୟାବଳୀ :

  • ସରକାରଙ୍କ ଅଗଣତାନ୍ତ୍ରିକ, ଅଣସାମ୍ବିଧାନିକ, ଲୋକସ୍ଵାର୍ଥବିରୋଧୀ ନୀତି ଓ କାର୍ଯ୍ୟକ୍ରମର ଗଠନମୂଳକ ସମାଲୋଚନା ।
  • ସରକାରଙ୍କ ଦୋଷତ୍ରୁଟିକୁ ଲୋକଲୋଚନକୁ ଆଣିବା ଓ ଏକକ ସଂଖ୍ୟାଗରିଷ୍ଠ ସମର୍ଥନ ହରାଇଥ‌ିବା ଦଳକୁ ପଦଚ୍ୟୁତ କରି ଶାସନ କ୍ଷମତା ନିଜ ହାତକୁ ନେଇ ବିକଳ୍ପ ସରକାର ପ୍ରତିଷ୍ଠା କରିବା ।
  • ଜନମତକୁ ଜାଗ୍ରତ ଓ ସଚେତନ ରଖୁବା ।
  • ରାଜନୈତିକ ସଭାସମିତି, ଆଲୋଚନା, ପ୍ରଚାରପତ୍ର ଆଦି ମାଧ୍ୟମରେ ଲୋକମାନଙ୍କୁ ରାଜନୈତିକ ଶିକ୍ଷା ପ୍ରଦାନ ।
  • ଶାସକ ଦଳର ସଂହତି ରକ୍ଷାକାରୀ, ଜନସ୍ଵାର୍ଥ ଉପଯୋଗୀ, ରାଷ୍ଟ୍ରୀୟ ସ୍ଵାର୍ଥ ଓ ସମ୍ମାନ ଜଡ଼ିତ ନୀତିକୁ ସମର୍ଥନ ଓ ସହଯୋଗ ପ୍ରଦାନ ଏବଂ ସରକାରଙ୍କ ପରାମର୍ଶଦାତା ରୂପେ କାର୍ଯ୍ୟ ସମ୍ପାଦନ ।

ଭାରତୀୟ ରାଜନୀତିରେ ଶାସକ ଦଳ ଓ ବିରୋଧୀ ଦଳଗୁଡ଼ିକ ପ୍ରାୟ ରୁଗ୍ଣ ଅବସ୍ଥାକୁ ଆସିଯାଇଛନ୍ତି | ଏହା ଗଣତନ୍ତ୍ରର ସଫଳତା ପାଇଁ ଶୁଭ ସଙ୍କେତ ନୁହେଁ । କଳାଧନର ଆକର୍ଷଣ, ଦୁର୍ନୀତି, ବ୍ୟାପକ ଦଳବଦଳ, ନିର୍ଦ୍ଦିଷ୍ଟ ଦାର୍ଶନିକ ଲକ୍ଷ୍ୟ ଓ ଆଦର୍ଶର ଅନୁପସ୍ଥିତି, ଆଞ୍ଚଳିକତାବାଦ, ବାହୁବଳ ଓ ହିଂସାର ବ୍ୟାପକ କୁପ୍ରଭାବ ଉଭୟ ଶାସକ ଦଳ ଓ ବିରୋଧୀ ଦଳକୁ ଦୁର୍ବଳ କରିଦେଇଛି । ଏଣୁ ପ୍ରାୟ ପ୍ରତ୍ୟେକ ଦଳ ନିର୍ବାଚନର ଫଳାଫଳକୁ ଯେକୌଣସି ଉପାୟରେ ନିଜ ସପକ୍ଷରେ ନେବାପାଇଁ ଅନେକ ମିଥ୍ୟା ପ୍ରତିଶ୍ରୁତି, ଅସାଧୁ ମେଣ୍ଟ, ଅର୍ଥ ଓ ବାହୁବଳର ପ୍ରୟୋଗ ଆଦିର ଉପଯୋଗ କରି ରାଜନୀତିକୁ କଳୁଷିତ ଓ ଶାସନକୁ ଦକ୍ଷତାଶୂନ୍ୟ କରୁଛନ୍ତି । ଏଣୁ ଅନେକ ବୁଦ୍ଧିଜୀବୀ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଦ୍ଵିଦଳୀୟ ବ୍ୟବସ୍ଥାର ପ୍ରଚଳନ ସପକ୍ଷରେ ମତ ଦିଅନ୍ତି । ଏହାଫଳରେ ଏକ ଦୃଢ଼ ଶାସନ ଓ ଦୃଢ଼ ବିରୋଧୀ ଦଳ ଗଠିତ ଦିଗରେ ବିରୋଧୀ ଦଳ ତା’ର ଗୁରୁଦାୟିତ୍ଵ ସମ୍ଭାଳି ପାରିଲେ ଗଣତନ୍ତ୍ର ସୁଦୃଢ଼ ଓ ଦକ୍ଷ ହୋଇପାରିବ ।

୪ । ଭାରତରେ ରାଜନୈତିକ ଦଳ ଅଛି କିନ୍ତୁ ଦଳୀୟ ବ୍ୟବସ୍ଥା ନାହିଁ – ଆଲୋଚନା କର ।
Answer:
ଲାସ୍ଟିଙ୍କ ଭାଷାରେ ‘ଏକ ଆଧୁନିକ ରାଷ୍ଟ୍ରରେ ଏକଚ୍ଛତ୍ରବାଦ ଭିନ୍ନ ଅନ୍ୟ କୌଣସି ବ୍ୟବସ୍ଥାରେ ଦଳୀୟ ସରକାରର ବିକଳ୍ପ ନାହିଁ ।’’ ଏହାର ସ୍ପଷ୍ଟୀକରଣ ଦେଇ ବେଜହଟ୍ ମତ ଦେଇଛନ୍ତି ଯେ ପ୍ରତିନିଧୂମୂଳକ ସରକାର ଦଳୀୟ ସରକାରର ନୀତି ଉପରେ ହିଁ ଆଧାରିତ । ଅଗ୍ ଓ ଜିଙ୍କ୍‌ଙ୍କ ମତାନୁଯାୟୀ ‘ଯେକୌଣସି ପ୍ରତିନିଧୁମୂଳକ ସରକାରର କାର୍ଯ୍ୟଧାରା ବହୁ ପରିମାଣରେ ଏହାକୁ କାର୍ଯ୍ୟକାରୀ କରାଉଥିବା ରାଜନୈତିକ ଦଳମାନଙ୍କର ପ୍ରକୃତିଦ୍ଵାରା ନିର୍ଦ୍ଧାରିତ ହୋଇଥାଏ ।’’ ରାଜନୈତିକ ଦଳର ସଂଖ୍ୟା ଦୃଷ୍ଟିରୁ ଏହାକୁ ଏକଦଳୀୟ, ଦ୍ଵିଦଳୀୟ ଓ ବହୁଦଳୀୟ ବ୍ୟବସ୍ଥାରେ ବିଭାଜନ କରାଯାଇଥାଏ । ଏହି ଦୃଷ୍ଟିରୁ ଭାରତରେ ଦୁଇରୁ ଅଧ୍ଵକ ରାଜନୈତିକ ଦଳ କାର୍ଯ୍ୟ କରୁଥିବାରୁ ଏହା ଏକ ବହୁଦଳୀୟ ବ୍ୟବସ୍ଥା ଅଟେ ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ଏଠାରେ ଜାତୀୟ ଓ ଆଞ୍ଚଳିକ ବା ରାଜ୍ୟଭିଭିକ ଦଳ ନାମରେ ଦୁଇ ଶ୍ରେଣୀୟ ରାଜନୈତିକ ଦଳ ରହିଛି । ଭାରତରେ ଏକ ବିବିଧତାଭରା ସଂସ୍କୃତି ରହିଥିବାରୁ ଏଠାରେ ଜାତି, ଆଞ୍ଚଳିକ ଉପାଦାନ, ଧର୍ମ, ବ୍ୟକ୍ତିତ୍ଵବାଦ ଆଦି ବିବିଧ ଉପାଦାନଦ୍ଵାରା ରାଜନୈତିକ ଦଳମାନେ ପ୍ରଭାବିତ ହେଉଛନ୍ତି । ରାଜନୈତିକ ଦଳ ସୃଷ୍ଟି ପାଇଁ ନିର୍ବାଚନ ଆୟୋଗର ସ୍ବୀକୃତି ଅନିବାର୍ଯ୍ୟ ହୋଇଥିଲେ ମଧ୍ୟ ଏଠାରେ ‘କାର୍ଡ-ବୋର୍ଡ’ ରାଜନୈତିକ ଦଳର ସ୍ଥିତି ଦେଖ‌ିବାକୁ ମିଳେ । ରାଜନୈତିକ ଦଳର ଜନ୍ମ ଓ ମୃତ୍ୟୁ ଅଚାନକ ହୋଇଥାଏ ଯେଉଁଥରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ଗୋଷ୍ଠୀ ବା ଅଞ୍ଚଳର ସଂକୀର୍ଣ୍ଣ ସ୍ବାର୍ଥ ନିହିତ ଥାଏ । ସ୍ଵାର୍ଥାନ୍ଧ କ୍ଷମତାଲିପ୍‌ସୁ ରାଜନୈତିକ ନେତାମାନେ ନିଜ ସ୍ଵାର୍ଥସାଧନ ପାଇଁ ରାଜନୈତିକ ଦଳ ସୃଷ୍ଟି କରନ୍ତି ଓ କ୍ଷମତା ସଂଘର୍ଷରେ ଅବତୀର୍ଣ୍ଣ ହୋଇଥା’ନ୍ତି ।

କେତେକ ନିର୍ଦ୍ଦିଷ୍ଟ ଦଳକୁ ଛାଡ଼ିଦେଲେ ଅନେକ କ୍ଷେତ୍ରରେ କୌଣସି ନିର୍ଦ୍ଦିଷ୍ଟ ଆଦର୍ଶବାଦ, ଦର୍ଶନ, କାର୍ଯ୍ୟକ୍ରମ, ସଂଗଠନ ବ୍ୟତିରେକ ରାଜନୈତିକ ଦଳମାନେ ଜନ୍ମ ନେଉଛନ୍ତି ଯେଉଁମାନଙ୍କର ଅକାଳ ମୃତ୍ୟୁ ମଧ୍ୟ ସମ୍ଭବ ହେଉଛି । ଭାରତରେ ବହୁଦଳୀୟ ବ୍ୟବସ୍ଥା କାର୍ଯ୍ୟ କରୁଥିଲେ ମଧ୍ୟ ଏଠାରେ ଏକ ପ୍ରକାରର ଏକ-ଦଳୀୟ ବ୍ୟବସ୍ଥା କାର୍ଯ୍ୟ କରୁଛି । ଏଠାରେ କଂଗ୍ରେସଦଳ ଏକାକୀ ଭାରତୀୟ ରାଜନୈତିକ ବ୍ୟବସ୍ଥାରେ ନିଜର ଆଧ୍ଵପତ୍ୟକୁ ୧୯୭୭ ମସିହା ପର୍ଯ୍ୟନ୍ତ ପ୍ରତିଷ୍ଠା କରିଥିଲା । ଏହା ନିଜ ମଧ୍ୟରେ ବିରୋଧୀ ଗୋଷ୍ଠୀକୁ ସାମିଲ କରି ଦଳୀୟ ବ୍ୟବସ୍ଥାକୁ ପ୍ରାୟତଃ ଏକଦଳୀୟ ସ୍ଵରୂପ ପ୍ରଦାନ କରିଥିଲା । ସେହିପରି ୧୯୯୦ର ପରବର୍ତ୍ତୀ ସମୟରେ ମିଳିତ ସରକାର ସମୟରେ ମଧ୍ୟ ଏନ୍.ଡି.ଏ ଅର୍ଥାତ୍ ଜାତୀୟ ଗଣତାନ୍ତ୍ରିକ ମେଣ୍ଟରେ ଭାରତୀୟ ଜନତା ପାର୍ଟିର ପ୍ରାଧାନ୍ୟ ଓ ପରବର୍ତ୍ତୀକାଳର ‘ଉପା’ ଅର୍ଥାତ୍ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ସରକାରରେ କଂଗ୍ରେସ(ଇ)ର ପ୍ରାଧାନ୍ୟ ବା ବିଭିନ୍ନ ରାଜ୍ୟରେ ଚାଲିଥିବା ମେଣ୍ଟ ସରକାରରେ ମୁଖ୍ୟ ଭାଗିଦାରୀ ରାଜନୈତିକ ଦଳର ପ୍ରାଧାନ୍ୟକୁ ‘ଏକ-ଦଳ-ପ୍ରଧାନ୍ୟ ବ୍ୟବସ୍ଥା’ ରୂପରେ ଗ୍ରହଣ କରାଯାଉଛି ।

ସଂଖ୍ୟାଗରିଷ୍ଠତା ଆଳରେ ଏହି ଏକକ ରାଜନୈତିକ ଦଳ ବା ମେଣ୍ଟଭୁକ୍ତ ଦଳଗୁଡିକ ବିରୋଧୀ ଦଳର ଗୁରୁତ୍ଵ ହ୍ରାସ କରୁଛନ୍ତି । ମେଣ୍ଟଭୁକ୍ତ ଦଳ ମଧ୍ୟରେ ଆନ୍ତଃ-ବିରୋଧୀ ଗୋଷ୍ଠୀ ଓ ସନ୍ତୁଳନ ବ୍ୟବସ୍ଥା କାର୍ଯ୍ୟ କରୁଥିବାର ପ୍ରମାଣ ଉପା ସରକାରରେ ବାମପନ୍ଥୀମାନଙ୍କ ଭୂମିକାରୁ ମିଳୁଛି । ପୁନଶ୍ଚ ବହୁଦଳୀୟ ବ୍ୟବସ୍ଥା ସତ୍ତ୍ବେ, ନବେ ଦଶକର ପରବର୍ତ୍ତୀ ସମୟରେ ‘ମେଣ୍ଟ ସରକାର’ର ଆବିର୍ଭାବ ହେତୁ ବର୍ତ୍ତମାନ ଏକ ଶାସକ ଗୋଷ୍ଠୀ ଓ ସୁସଂଗଠିତ ବିରୋଧୀ ଗୋଷ୍ଠୀର ସ୍ବରୂପ ଦେଖ‌ିବାକୁ ମିଳୁଛି । ଏହା ଦ୍ବିଦଳୀୟ ବ୍ୟବସ୍ଥାର ବାହ୍ୟ ସ୍ୱରୂପକୁ ପ୍ରଦାନ କରୁଛି । ଏକଦଳୀୟ ପ୍ରାଧାନ୍ୟ ବ୍ୟବସ୍ଥାରୁ ବର୍ତ୍ତମାନ ଦ୍ବିଦଳୀୟ ବ୍ୟବସ୍ଥା ମଧ୍ୟରେ ଭାରତୀୟ ରାଜନୈତିକ ବ୍ୟବସ୍ଥା ଚାଲିଛି ।

ଅତୀତରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ବରେ ଥିବା ’ଉପା’ ସରକାର ଓ ଭାରତୀୟ ଜନତା ପାର୍ଟି ନେତୃତ୍ବରେ ଥିବା ବିରୋଧୀ ମେଣ୍ଟ, ଓଡିଶାରେ ବିଜେଡ଼ି-ବିଜେପିର ମେଣ୍ଟ ସରକାର ଏବଂ କଂଗ୍ରେସ ନେତୃତ୍ୱରେ ଥ‌ିବା ବିରୋଧୀ ମେଣ୍ଟକୁ ଏହାର ନମୁନା ରୂପେ ଗ୍ରହଣ କରାଯାଇପାରେ । ରାଜନୈତିକ ଦଳଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଆଦର୍ଶବାଦ ଉପରେ ପ୍ରତିଷ୍ଠିତ ହେବା ଉଚିତ । କିନ୍ତୁ ଭାରତରେ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ଦେଖାଯାଏ ନାହିଁ । ପ୍ରାୟ ପ୍ରତ୍ୟେକ ରାଜନୈତିକ ଦଳର ସାମାଜିକ ଓ ଅର୍ଥନୈତିକ ପୃଷ୍ଠଭୂମି ସମାନ ଅଟେ । ଭୋଟ ରାଜନୀତିର ଆବଶ୍ୟକତା ଦୃଷ୍ଟିରୁ ପ୍ରତ୍ୟେକ ରାଜନୈତିକ ଦଳ ଊଣା ଅଧିକେ ଏକ ପ୍ରକାରର କାର୍ଯ୍ୟକ୍ରମ ଗ୍ରହଣ କରିଥା’ନ୍ତି ।

ରାଜନୈତିକ ଦଳଗୁଡ଼ିକରେ ପୁଞ୍ଜିପତି, ଶିଳ୍ପପତି, ଧନିକଗୋଷ୍ଠୀ, ମଧ୍ୟବିତ୍ତ ଶ୍ରେଣୀର ପ୍ରାଧାନ୍ୟ ପରିଦୃଷ୍ଟ ହେବା ଫଳରେ ଦଳୀୟ ସଂଗଠନ ତୃଣମୂଳ ସ୍ତରରେ ସୁପ୍ରତିଷ୍ଠିତ ହୋଇପାରୁନାହିଁ । ଏହାକୁ ‘ହାଇ-କମାଣ୍ଡ’ ସଂସ୍କୃତି ନୀତିରେ ଉପରୁ ତୃଣମୂଳ ସଂଗଠନ ଉପରେ ବିଭିନ୍ନ ନିଷ୍ପଭି ପ୍ରାୟତଃ ଲଦି ଦିଆଯାଉଛି । ରାଜନୈତିକ ଦଳମାନଙ୍କର ଆଭ୍ୟନ୍ତରୀଣ ଗଣତନ୍ତ୍ର ପ୍ରାୟତଃ ନାହିଁ । ଏହି ସମସ୍ତ ଦୃଷ୍ଟିକୋଣରୁ ଭାରତରେ ରାଜନୈତିକ ଦଳମାନେ ରହିଛନ୍ତି; କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ଦଳୀୟ ବ୍ୟବସ୍ଥା ନାହିଁ ବୋଲି କୁହାଯାଇଥାଏ । ଏନ୍.ଡି.ପାମର ଯଥାର୍ଥରେ ମତ ଦେଇଛନ୍ତି ଯେ ‘ଭାରତକୁ ଗଣତାନ୍ତ୍ରିକ ଧାରାରେ ଗତି କରିବାକୁ ହେଲେ, ଏକ ସୁସ୍ଥ ଦଳୀୟ ବ୍ୟବସ୍ଥା ସୃଷ୍ଟି କରିବାକୁ ପଡିବ ।’’

CHSE Odisha Class 12 Political Science Chapter 2 Long Answer Questions in Odia Medium

୫ | ଭାରତରେ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକର ଆବିର୍ଭାବର କାରଣ ଓ ସେମାନଙ୍କର କ୍ରମବର୍ତ୍ତମାନ ଭୂମିକା ସମ୍ପର୍କରେ ଆଲୋଚନା କର ।
Answer:
ଭାରତରେ ବହୁଦଳୀୟ ବ୍ୟବସ୍ଥା କାର୍ଯ୍ୟ କରୁଛି । ଏକଦଳୀୟ ଆଧ୍ଵପତ୍ୟର ଅବସାନ ଘଟିଛି । ଜନପ୍ରିୟ କ୍ଷମତାର କେନ୍ଦ୍ରୀକରଣ ପରିବର୍ତ୍ତେ ତାହାର ବିକେନ୍ଦ୍ରୀକରଣ ହୋଇଛି । ସଂଘୀୟୀ ବ୍ୟବସ୍ଥାରେ ‘ରାଜନୈତିକ ମୂଲଚାଲ’ (Political bargaining) ବୃଦ୍ଧି ପାଇଛି । କେନ୍ଦ୍ର-ରାଜ୍ୟ ସଂପର୍କର ପୁନର୍ବିନ୍ୟାସ ଘଟିଛି । ଆଞ୍ଚଳିକ ବିକାଶ କ୍ଷେତ୍ରରେ ପ୍ରତିଯୋଗିତା ଓ ସଚେତନତା ବୃଦ୍ଧି ପାଉଛି । ଏହା ଜାତୀୟ ରାଜନୈତିକ ଦଳଙ୍କ ସହ ସମାନ ଗୁରୁତ୍ଵପୂର୍ଣ୍ଣ ସ୍ଥିତିରେ ଥ‌ିବା ଆଞ୍ଚଳିକ ରାଜନୈତିକ ଦଳମାନ ସୃଷ୍ଟି ହେବାରେ ସହାୟକ ହୋଇଛି । ଭାରତରେ ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ୍ ପାର୍ଟି, ପଞ୍ଜାବରେ ଅକାଳୀ ଦଳ, ଓଡ଼ିଶାରେ ବିଜୁ ଜନତା ଦଳ, ଜାମ୍ମୁ ଓ କାଶ୍ମୀରରେ ନେସ୍‌ନାଲ କନ୍‌ଫରେନସ୍, ତାମିଲନାଡୁରେ ଡି.ଏମ୍.କେ.,ଆନ୍ନା.ଡି.ଏମ୍.କେ. ଆଦି ପ୍ରମୁଖ ଆଞ୍ଚଳିକ ଦଳର ମର୍ଯ୍ୟାଦା ବହନ କରୁଛନ୍ତି ।

ଆଞ୍ଚଳିକ ରାଜନୈତିକ ଦଳର ଉତ୍ଥାନରେ ସହାୟକ କାରଣ :

  • ସାଂସ୍କୃତିକ ବହୁଳତାବାଦ (Cultural Pluralism)- ଭାରତୀୟ ସମାଜରେ ବିବିଧ ସାଂସ୍କୃତିକ-ଧାର୍ମିକ- ଭାଷାଗତ-ଜାତିଗତ ଗୋଷ୍ଠୀ ରହିଥିବାରୁ ଡି.ଏମ୍.କେ., ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ମିଜୋ ନ୍ୟାସନାଲ ଫ୍ରଣ୍ଟ ଆଦି ଆଞ୍ଚଳିକ ଦଳର ସୃଷ୍ଟି ସମ୍ଭବ ହୋଇଛି ।
  • ଧାର୍ମିକ ଉପାଦାନ – ଭାରତରେ ବିଭିନ୍ନ ଧାର୍ମିକ ସଂପ୍ରଦାୟ ଥିବାରୁ ବିଭିନ୍ନ ଆଞ୍ଚଳିକ ଦଳ ଯଥା – ମୁସଲିମ୍ ଲିଗ୍, ହିନ୍ଦୁ ମହାସଭା, ଅକାଳୀ ଦଳ ଆଦିର ଜନ୍ମ ହୋଇଛି ।
  • ଆଞ୍ଚଳିକ ବୈଷମ୍ୟ – ଭାରତୀୟ ସଂଘୀୟ ବ୍ୟବସ୍ଥାରେ ବିଭିନ୍ନ ଅଞ୍ଚଳର ଉନ୍ନତି କ୍ଷେତ୍ରରେ ପାତର ଅନ୍ତର ନୀତି, ବ୍ୟାପକ ତାରତମ୍ୟ ଦେଖାଯାଉଥ‌ିବାରୁ ଏହିସବୁର ପ୍ରତିଫଳନ ତଥା ସୁରକ୍ଷା ପାଇଁ ଆସାମ ଗଣପରିଷଦ, ନେସ୍‌ନାଲ୍ କନ୍‌ଫରେନସ୍ ଆଦି ଆଞ୍ଚଳିକ ଦଳର ସ୍ଥିତି ସମ୍ଭବ ହୋଇଛି ।
  • ରାଜନୈତିକ ବିଭାଜନ (Political Splits)- ଜାତୀୟ ଦଳର ଆଞ୍ଚଳିକ ସଙ୍ଗଠନରେ ଅସନ୍ତୁଷ୍ଟମାନେ ଦଳ ବିଭାଜନ କରି ଆଞ୍ଚଳିକ ସ୍ତରରେ ସ୍ଵତନ୍ତ୍ର ପରିଚୟ ସହ ଆଞ୍ଚଳିକ ସ୍ଵାର୍ଥରକ୍ଷା ପାଇଁ କାର୍ଯ୍ୟକରିବା ଫଳରେ ଆଞ୍ଚଳିକ ଦଳ ସୃଷ୍ଟି ହେଉଛି । କେରଳ କଂଗ୍ରେସ, ତୃଣମୂଳ କଂଗ୍ରେସ, ସଂଯୁକ୍ତ ଜନତା ଦଳ, ବିଜୁ ଜନତା ଦଳ ଆଦି ଏହାର ଉଦାହରଣ ଅଟେ ।
  • ବ୍ୟକ୍ତିତ୍ଵ କନ୍ଦଳ (Personality Cult)- ବିଭିନ୍ନ ଜାତୀୟ ଦଳରେ ନେତୃତ୍ୱ କନ୍ଦଳ ଦେଖାଯିବା ଫଳରେ କେତେକ ନେତା ନିଜସ୍ବ ପରିଚୟ ପାଇଁ ଆଞ୍ଚଳିକ ଦଳ ଗଠନ କରୁଛନ୍ତି । ଶରଦ ପାୱାରଙ୍କ ନେତୃତ୍ବରେ ମହାରାଷ୍ଟ୍ରରେ, ମମତା ବାନାର୍ଜୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ବିଭିନ୍ନ ଆଞ୍ଚଳିକ ଦଳ ସୃଷ୍ଟି ହୋଇଛି ।
  • ଜାତିଗତ ଉପାଦାନ- ଭାରତୀୟ ରାଜନୀତିରେ ଜାତିର ପ୍ରଭାବ ତୀବ୍ର ଅଟେ । ‘ଜାତି’ ଏକ ପ୍ରମୁଖ ରାଜନୈତିକ ଦଳ ହିସାବରେ ଗୃହୀତ ହୋଇଥାଏ । ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗୋଟିଏ ଜାତିର ପ୍ରାଧାନ୍ୟକୁ ବିଚାରକୁ ନେଇ ଆଞ୍ଚଳିକ ଦଳ ସୃଷ୍ଟି ହେଉଛି । ବହୁଜନ ସମାଜ ପାର୍ଟି ରିପବ୍ଲିକାନ୍ ପାର୍ଟି, ଆଦି ଏହାର ଉଦାହରଣ ଅଟେ ।
  • କ୍ଷମତା ବିକେନ୍ଦ୍ରୀକରଣ ନୀତି – ଭାରତୀୟ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରର ପ୍ରାଧାନ୍ୟ ଯୋଗୁଁ କେନ୍ଦ୍ରୀକରଣ ନୀତି ବିରୁଦ୍ଧରେ କ୍ଷମତାର ବିକେନ୍ଦ୍ରୀକରଣ ଲକ୍ଷ୍ୟରେ ଆଞ୍ଚଳିକ ଦଳମାନଙ୍କର ପ୍ରାଧାନ୍ୟ ବୃଦ୍ଧି ପାଉଛି । ଏହି ଦଳଗୁଡ଼ିକ ରାଜ୍ୟମାନଙ୍କ ପାଇଁ ଅଧିକ କ୍ଷମତା ଦାବି କରୁଛନ୍ତି । ଡି.ଏମ୍.କେ., ତେଲୁଗୁ ଦେଶମ୍ ପାର୍ଟି, ଆକାଳୀ ଦଳ, ଆସାମ ଗଣ ପରିଷଦ ଆଦି ଏହାର ଉଦାହରଣ ଅଟନ୍ତି ଓ ସେମାନେ ନିଜ ନିଜ ରାଜ୍ୟରେ ଅତ୍ୟନ୍ତ ପ୍ରଭାବଶାଳୀ ଅଟନ୍ତି ।
  • ବଳିଷ୍ଠ ଆଦର୍ଶଗତ ପାର୍ଥକ୍ୟହୀନତା- ଉଭୟ ଜାତୀୟ ଓ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ପ୍ରାୟତଃ ଦେଖାଯାଏ ନାହିଁ । କେତେକ ଜାତୀୟ ଦଳ ଆଞ୍ଚଳିକ ସ୍ତରରେ ନିଜର ଦୃଢ଼ ଭିଭି ପାଇଁ ଆଞ୍ଚଳିକ ଦଳ ପରି ବ୍ୟବହାର ପ୍ରଦର୍ଶନ କରିଥା’ନ୍ତି ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ଆଞ୍ଚଳିକ ଦଳର ଭୂମିକା :
ଡ.କେ.ଆର୍. ବମ୍ବୁଆଲାଙ୍କ ମତରେ ଆଞ୍ଚଳିକ ଦଳଗୁଡ଼ିକ ଭାରତରେ ରାଜନୀତିର ନୂତନ ସମୀକରଣ କରାଇଛନ୍ତି ଓ ଉଭୟ ଜାତୀୟ ଓ ରାଜ୍ୟ ରାଜନୀତିରେ ଏହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିଛି । ପ୍ରଥମତଃ, ଭାରତରେ ଥିବା ଏକ ଦଳ ପ୍ରାଧାନ୍ୟ ବ୍ୟବସ୍ଥାର ଅନ୍ତଃ ଘଟି ମେଣ୍ଟ-ରାଜନୀତି ସହ ଆଞ୍ଚଳିକ ଦଳଗୁଡ଼ିକର ନିର୍ଣ୍ଣୟକାରୀ ଭୂମିକା ବୃଦ୍ଧି ପାଇଛି । ଦ୍ଵିତୀୟତଃ, ଆଞ୍ଚଳିକ ଦଳଗୁଡ଼ିକର ପ୍ରଭାବରୁ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସହ ରାଜ୍ୟମାନେ ମଧ୍ୟ ବିଶେଷ କ୍ଷମତା ଉପଭୋଗ କରି ସଂଘୀୟ ବ୍ୟବସ୍ଥାକୁ ମଡ୍‌ବୁତ କରିପାରିଛନ୍ତି । ଏହା ଫଳରେ କେନ୍ଦ୍ର-ରାଜ୍ୟ ସଂପର୍କ ଅଧିକ ଉନ୍ନତ ହୋଇପାରିଛି । ତୃତୀୟତଃ, ଉଦାରବାଦୀ-ଗଣତନ୍ତ୍ରିକ ବ୍ୟବସ୍ଥାରେ ତୃଣମୂଳ ସ୍ତରରେ ରାଜନୈତିକ ପ୍ରକ୍ରିୟାରେ ଜନପ୍ରିୟ ଅଂଶଗ୍ରହଣର ଅଧିକ ସୁଯୋଗ ସୃଷ୍ଟି ପାଇଁ ଆଞ୍ଚଳିକ ଦଳଗୁଡ଼ିକ ସକ୍ଷମ ହୋଇଛନ୍ତି । ଆଞ୍ଚଳିକ ଦଳମାନଙ୍କର ସଂଖ୍ୟା ଓ ନିର୍ବାଚନ ରାଜନୀତିରେ ସେମାନଙ୍କର ପ୍ରଭାବକୁ ବିଚାରକୁ ନେଇ ଜାତି-ଗଠନ ପ୍ରକ୍ରିୟାରେ ବିଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠାର ଲକ୍ଷ୍ୟ ହାସଲ କ୍ଷେତ୍ରରେ ସେମାନଙ୍କର ଗୁରୁତ୍ଵପୂର୍ଣ ଭୂମିକାକୁ ସ୍ବତଃ ସ୍ଵୀକାର କରାଯାଉଛି । ଅଧିକାଂଶ ରାଜ୍ୟ-ନିର୍ବାଚନରେ ଆଞ୍ଚଳିକ ଦଳମାନେ ସେମାନଙ୍କର ନେତୃତ୍ବ ପ୍ରତିପାଦନ କରିଥିବାବେଳେ କେନ୍ଦ୍ରର ମେଣ୍ଟ-ରାଜନୀତିରେ ମଧ୍ୟ ସେମାନଙ୍କର ଭୂମିକା ବୃଦ୍ଧି ପାଉଛି ।

୬ | ଭାରତରେ ଜାତୀୟ ରାଜନୈତିକ ଦଳଗୁଡ଼ିକର କ୍ରମହ୍ରାସମାନ ଲୋକସମ୍ପର୍କର କାରଣ ବର୍ଣ୍ଣନା କର ।
Answer:
ରାଜନୈତିକ ଦଳ ଓ ଦଳୀୟ ବ୍ୟବସ୍ଥା ବ୍ୟତିରେକ ଗଣତନ୍ତ୍ର ଶାସନ ବିଷୟ ପରିକଳ୍ପନା କରିବା ବୃଥା । ଏହି ଦଳଗୁଡ଼ିକ ଆଦର୍ଶ ଭିତ୍ତିରେ ସଙ୍ଗଠିତ ହୋଇଥା’ନ୍ତି ଏବଂ ନିଜର ନିଜର ନୀତି ଓ ଆଦର୍ଶ ଭିରିରେ ଜନମତକୁ ଆକର୍ଷିତ କରିଥା’ନ୍ତି । ଭାରତୀୟ ରାଜନୀତିରେ ବହୁଦଳୀୟ ବ୍ୟବସ୍ଥା ପ୍ରବର୍ତ୍ତନ ହେଉଥ‌ିବାରୁ ଏଠାରେ ଅନେକଗୁଡ଼ିଏ ଜାତୀୟ ଓ ଆଞ୍ଚଳିକ ଦଳ ରାଜନୀତି ଓ ଶାସନ ବ୍ୟବସ୍ଥାକୁ ପ୍ରଭାବିତ କରିଥା’ନ୍ତି । ମାତ୍ର, ଆଞ୍ଚଳିକ ଦଳଗୁଡ଼ିକ ଗୋଟିଏ ବା ଦୁଇଟି ରାଜ୍ୟରେ ପ୍ରଭାବ ବିସ୍ତାର କରିଥା’ନ୍ତି ଏବଂ ଆଞ୍ଚଳିକ ବିକାଶ ନାମରେ ଲୋକମାନଙ୍କର ସମର୍ଥନ ହାସଲ କରିଥା’ନ୍ତି । ବିଗତ ୧୫ ବର୍ଷର ଜାତୀୟ ରାଜନୈତିକ ଇତିହାସକୁ ଅନୁଧ୍ୟାନ କଲେ ଆମେ ଜାତୀୟ ରାଜନୈତିକ ଦଳଗୁଡ଼ିକର ପ୍ରାଧାନ୍ୟ ଓ ଜନ ସମର୍ଥନ ହ୍ରାସ ପାଉଥିବାର ଲକ୍ଷ୍ୟ କରିବା ଏବଂ ଆଞ୍ଚଳିକ ଦଳଗୁଡ଼ିକର ପ୍ରାଧାନ୍ୟ ବୃଦ୍ଧି ପାଉଥିବାର ଅନୁଭବ କରିବା ।

ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ (ଇ), ବି.ଜେ.ପି., ଭାରତୀୟ କମ୍ୟୁନିଷ୍ଟ ଦଳ, ମାର୍କସପନ୍ଥୀ କମ୍ୟୁନିଷ୍ଟ ଦଳକୁ ବାଦ୍ ଦେଲେ ଅନ୍ୟ କୌଣସି ଜାତୀୟ ଦଳ ଅଛି ବୋଲି ଅନୁଭବ କରିପାରିବ ନାହିଁ । ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁପରେ କଂଗ୍ରେସ କିଛିଦିନ ରାଜୀବ ଗାନ୍ଧିଙ୍କୁ ଭରସା କରି ତିଷ୍ଠି ରହିଲା । ତାଙ୍କ ପରେ କଂଗ୍ରେସ ବିଭାଜିତ ହୋଇଛି ଏବଂ ଲୋକ ସମର୍ଥନ ହରାଇ ବସିଛି । ମାତ୍ର, ଆଶ୍ଚର୍ଯ୍ୟଜନକ ଭାବେ ବି.ଜେ.ପି. ବା ଅନ୍ୟ କୌଣସି ଅଣ-କଂଗ୍ରେସ ଜାତୀୟ ଦଳ ଏଥୁରୁ ଫାଇଦା ନେଇ ପାରିନାହାନ୍ତି ବରଂ କଂଗ୍ରେସ୍ ଭୋଗୁଡ଼ିକ ଆଞ୍ଚଳିକ ଦଳମାନେ ହାସଲ କରିଛନ୍ତି । ୧୯୮୯ ପରେ କୌଣସି ଗୋଟିଏ ଦଳ ଏକକ ସଂଖ୍ୟାଗରିଷ୍ଠତା ଲାଭ କରିନି କି ଏକାକୀ ମନ୍ତ୍ରିମଣ୍ଡଳ ଗଠନ କରିନାହିଁ । ଏଣୁ ଆଞ୍ଚଳିକ ଦଳଗୁଡ଼ିକ ରାଜ୍ୟର ସୀମା ଅତିକ୍ରମ କରି ଜାତୀୟ ରାଜନୀତିରେ ପ୍ରଭାବ ବିସ୍ତାର କରିଛନ୍ତି । ଭାରତୀୟ ରାଜନୀତିରେ ଜାତୀୟ ଦଳଗୁଡ଼ିକର ପ୍ରଭାବ ହ୍ରାସ ଓ ଆଞ୍ଚଳିକ ଦଳଗୁଡ଼ିକ ପ୍ରାଧାନ୍ୟ ବୃଦ୍ଧିର କାରଣ ସବୁ ନିମ୍ନମତେ ବ୍ୟାଖ୍ୟା କରାଯାଇପାରେ ।

CHSE Odisha Class 12 Political Science Chapter 2 Long Answer Questions in Odia Medium

  • ଭାରତର ସ୍ଵାଧୀନତା ପରେ ରାଜନୈତିକ ନେତୃବୃନ୍ଦ ଦଳୀୟ ସାର୍ଥ ଦୃଷ୍ଟିରୁ କାଶ୍ମୀର, ପଞ୍ଜାବ ଓ ତାମିଲନାଡୁ ପ୍ରଭୃତି ରାଜ୍ୟରେ ଆଞ୍ଚଳିକ ଦଳ ସୃଷ୍ଟି କରିଥିଲେ ଯାହାର ପରିଣତି ସରୂପ ଜାତୀୟ ଦଳଗୁଡ଼ିକର ପତନ ହୋଇଛି ଏବଂ ଅନ୍ୟାନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଆଞ୍ଚଳିକ ଦଳ ଗଠିତ ହୋଇ ବେଶ୍ ସଫଳ ହୋଇଛନ୍ତି ।
  • ଭାରତର ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ସାମ୍ପ୍ରଦାୟିକ ଭେଦଭାବ ହେତୁ ଆଞ୍ଚଳିକତା ମନୋଭାବର ବିକାଶ ଘଟିଛି ଏବଂ ଜାତୀୟ ଦଳ ପ୍ରତି ଲୋକମାନଙ୍କର ଅସ୍ଥା ହ୍ରାସ ପାଇଛି । ପଞ୍ଜାବର ଅକାଳୀ ଦଳ, ତାମିଲନାଡୁରେ ଡି.ଏମ୍.କେ., ମହାରାଷ୍ଟ୍ରରେ ଶିବସେନା, ଝାଡ଼ଖଣ୍ଡ ଓ ତେଲଗୁଦେଶମ୍ ପ୍ରଭୃତିରେ ଆଞ୍ଚଳିକ ଦଳ ପ୍ରାଧାନ୍ୟ ବିସ୍ତାର କରିବା ଫଳରେ ଜାତୀୟ ଦଳଗୁଡ଼ିକର ସ୍ଥିତି ଦୁର୍ବଳ ହୋଇପଡ଼ିଛି ।
  • ଜାତୀୟ ଦଳଗୁଡ଼ିକରେ ନେତୃତ୍ବ ପାଇଁ କନ୍ଦଳ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି । ପୂର୍ବେ ଦକ୍ଷ ନେତୃତ୍ଵ ହେତୁ ଲୋକମାନେ ନେତାଙ୍କୁ ଲକ୍ଷ୍ୟ କରି ନିର୍ବାଚନରେ ଭୋଟ୍ ଦେଉଥିଲେ । ନେହେରୁ ଇନ୍ଦିରା ଗାନ୍ଧି ପ୍ରଭୃତିଙ୍କ ନେତୃତ୍ବଙ୍କୁ ଆଗରେ ରଖୁ ଦଳ ନିର୍ବାଚନରେ ସମର୍ଥନ ପାଇଥିଲା । ଏବେ ସେପରି ବ୍ୟକ୍ତିତ୍ଵର ଅଭାବ ରହିଛି ଏବଂ ପ୍ରତି ଦଳ ଭ୍ରଷ୍ଟାଚାର ଓ ଦୁର୍ନୀତିଗ୍ରସ୍ତ ହେବା ଫଳରେ ଜନ ସମର୍ଥନ ହରାଇ ବସିଛି । ଏଣୁ ଲୋକମାନେ ଜାତୀୟ ସମସ୍ୟାକୁ ବିଚାରକୁ ନେଇ ଭୋଟ୍ ଦେବା ପରିବର୍ତ୍ତେ ଆଞ୍ଚଳିକ ଦୃଷ୍ଟିକୋଣରୁ ଭୋଟ୍ ଦେଉଛନ୍ତି । ଏହା ମଧ୍ୟ ଜାତୀୟ ଦଳଗୁଡ଼ିକର ପ୍ରଭାବ ହ୍ରାସର ମୁଖ୍ୟ କାରଣ ।
  • ଅନେକଗୁଡ଼ିଏ ରାଜ୍ୟର ଆର୍ଥିକ ଦୁର୍ବଳ ସ୍ଥିତି ହେତୁ ସେଠାକାର ଜନସାଧାରଣ ଆଞ୍ଚଳିକ ମନୋଭାବାପନ୍ନ ହେଉଛି ଏବଂ ଆଞ୍ଚଳିକ ଦଳକୁ ବିଜୟୀ କରୁଛନ୍ତି, ଯଦ୍ବାରା ଜାତୀୟ ଦଳର ପ୍ରାଧାନ୍ୟ କ୍ଷୁଣ୍ଣ ହୋଇଛି ।

ମୋଟ ଉପରେ କହିବାକୁ ଗଲେ, ଯୋଗ୍ୟ ଓ ଦକ୍ଷ ନେତୃତ୍ବରେ ଅଭାବ, ଦଳୀୟ ନେତାଙ୍କର ମନମୁଖୀ ଆଚରଣ, ଦଳବଦଳ, ଦୁର୍ନୀତି ଓ ଭ୍ରଷ୍ଟାଚାର ଏବଂ ସହଯୋଗ ଓ ସମନ୍ଵୟ ଅଭାବରୁ ଜାତୀୟ ରାଜନୈତିକ ଦଳଗୁଡ଼ିକର ସମର୍ଥନ ହ୍ରାସ ପାଇ ଆଞ୍ଚଳିକ ଦଳଗୁଡ଼ିକ ପ୍ରତି ଲୋକ ସମର୍ଥନ ବୃଦ୍ଧି ପାଇଛି । ଏହା ଭାରତୀୟ ରାଜନୀତିର ଭବିଷ୍ୟତ ପାଇଁ ଶୁଭଙ୍କର ନୁହେଁ ।

୭ । ଭାରତରେ ମିଳିତ ବା ମେଣ୍ଟ ରାଜନୀତିର ଭରି ଓ କାର୍ଯ୍ୟକାରିତା
Answer:
ଭାରତୀୟ ରାଜନୀତିରେ ୧୯୪୬ ଠାରୁ ୧୯୬୭ ମସିହା ପର୍ଯ୍ୟନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ କଂଗ୍ରେସ ଦଳର ପ୍ରାଧାନ୍ୟ ଥିବା ସତ୍ତ୍ବେ ଏହା ମଧ୍ୟ ଏକ ବୃହତ୍ ମେଣ୍ଟର ଚରିତ୍ର ଗ୍ରହଣ କରିଥିଲା । କଂଗ୍ରେସର ଆଦର୍ଶକୁ ବାମପନ୍ଥୀ ତଥା ଅନ୍ୟାନ୍ୟ ଗୋଷ୍ଠୀ ଓ ରାଜନୈତିକ ଦଳମାନେ ମଧ୍ୟ ସମ୍ମାନ ଦେଇଥିଲେ । କଂଗ୍ରେସ ସଙ୍ଗଠନର ମେଣ୍ଟ ପ୍ରକୃତି ଉଭୟ ଆଭ୍ୟନ୍ତରୀଣ ଓ ଆନ୍ତଃଦଳୀୟ ପ୍ରତିଯୋଗିତାମୂଳକ ମେଣ୍ଟ ଢାଞ୍ଚାର ରୂପାୟନ କରିଥିଲା । ଅଣ-କଂଗ୍ରେସ ଦଳମାନେ କଂଗ୍ରେସ ଦଳ ମଧ୍ୟରେ ଥିବା ଅସନ୍ତୁଷ୍ଟ ଗୋଷ୍ଠୀ ସହ କରିଥିବା ମେଣ୍ଟର ପ୍ରମାଣ ୧୯୬୯ ମସିହାରେ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀଙ୍କର ପରାଜୟରୁ ମିଳିଥାଏ । କିନ୍ତୁ ଭାରତରେ ଏହି ମେଣ୍ଟ ରାଜନୀତିର ପ୍ରଭାବରୁ ଗଠିତ ସରକାରର ମୂଳଭିଭି ପ୍ରାକ୍-ସାଧୀନତା ସମୟରେ ମଧ୍ୟ ରହିଥିଲା ।

CHSE Odisha Class 12 Political Science Chapter 2 Long Answer Questions in Odia Medium

୧୯୪୬ ମସିହା ଅକ୍ଟୋବର ୨୫ ତାରିଖରେ କଂଗ୍ରେସ ଓ ମୁସଲିମ୍ ଲିଗ୍‌ର ୧୪ ଜଣିଆ ମେଣ୍ଟ ସରକାର ମଧ୍ୟବର୍ତ୍ତିକାଳୀନ ସରକାର ହିସାବରେ କାର୍ଯ୍ୟ ସମ୍ପାଦନ କରିଥିଲା । ସାଧୀନତା ପରେ ୧୯୬୯ ମସିହାରେ କଂଗ୍ରେସ ଦଳରେ ବିଭାଜନ ପରେ କେନ୍ଦ୍ର ସ୍ତରରେ ଶାସକ କଂଗ୍ରେସ, ସି.ପି.ଆଇ. ଓ ଡି.ଏମ୍.କେ. ମଧ୍ଯରେ ଏକ ସ୍ଥିର ମେଣ୍ଟ ପ୍ରତିଷ୍ଠିତ ହୋଇଥିଲା । କିନ୍ତୁ ବିଧ୍ଵବଦ୍ଧଭାବେ କେନ୍ଦ୍ରରେ ପ୍ରଥମ ମେଣ୍ଟ ସରକାର ମାର୍ଚ୍ଚ ୨୪, ୧୯୭୭ରୁ ମାର୍ଚ୍ଚ ୨୮,୧୯୭୯ ପର୍ଯ୍ୟନ୍ତ ମୋରାର୍‌ଜୀ ଦେଶାଇଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ତାତ୍ତ୍ୱିକ ଦୃଷ୍ଟିରୁ ବିବେଚନା କଲେ ଏହା ଏକ ମେଣ୍ଟ ସରକାର ନଥୁଲା, କାରଣ ଜନତାଦଳର ଚାରିଗୋଟି ଅଂଶୀଦାର ଦଳ ନିର୍ବାଚନ ପୂର୍ବରୁ ଏକାଠି ମିଶି ଜନତାଦଳର ନାମରେ ଗୋଟିଏ ନିର୍ବାଚନ ସଙ୍କେତ ଓ ଇସ୍ତାହାରରେ ନିର୍ବାଚନ ଲଢ଼ି କ୍ଷମତାକୁ ଆସିଥିଲେ ।

ଦ୍ଵିତୀୟ ମେଣ୍ଟ ସରକାର ଚରଣ ସିଂହଙ୍କ ନେତୃତ୍ୱରେ ଜୁଲାଇ ୨୮, ୧୯୭୯ ଜାନୁୟାରୀ ୧୪, ୧୯୮୦ ମଧ୍ୟରେ କାର୍ଯ୍ୟ କରିଥିବାବେଳେ ତୃତୀୟ ମେଣ୍ଟ ସରକାର ଡିସେମ୍ବର ୨,୧୯୮୯ ନଭେମ୍ବର ୧୦, ୧୯୯୦୮ ମଧ୍ୟରେ ଭି.ପି. ସିଂହଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ଭି.ପି. ସିଂହଙ୍କ ସରକାର ଆସ୍ଥା ଭୋଟରେ ପରାଜିତ ହେବାପରେ ଚତୁର୍ଥ ମେଣ୍ଟ ସରକାର ଚନ୍ଦ୍ର ଶେଖରଙ୍କ ନେତୃତ୍ୱରେ ଗଠିତ ହୋଇ ୧୯୯୦ ନଭେମ୍ବର ୧୧ ରୁ ୧୯୯୧ ଜୁଲାଇ ୨୧ ପର୍ଯ୍ୟନ୍ତ କ୍ଷମତାରେ ରହିଥିଲା । ପଞ୍ଚମ ମେଣ୍ଟ ସରକାର ଏଚ୍.ଡି.ଦେବେଗୌଡ଼ାଙ୍କ ନେତୃତ୍ବରେ ସଂଯୁକ୍ତ ସାମ୍ମୁଖ୍ୟ ସରକାର ନାମରେ ୧୯୯୬ ଜୁନ୍ ୧ ରୁ ୧୯୯୭ ଏପ୍ରିଲ ୨୦ ପର୍ଯ୍ୟନ୍ତ କେନ୍ଦ୍ରରେ କାର୍ଯ୍ୟରତ ଥିଲା । ବି.ଜେ.ପି. କ୍ଷମତାକୁ ବଳୟ ମଧ୍ୟରୁ ବାହାରେ ରଖୁବାର ଲକ୍ଷ୍ୟନେଇ ୧୩ ଗୋଟି ଦଳର ମିଶ୍ରଣରେ ସଂଯୁକ୍ତ ସାମ୍ମୁଖ୍ୟ ଗଠିତ ହୋଇଥିଲା ।

କିନ୍ତୁ ରାଜନୈତିକ ଉଦ୍ଦେଶ୍ୟରେ କଂଗ୍ରେସର ସମର୍ଥନ ପ୍ରତ୍ୟାହାର ବିଷୟ ସୀତାରାମ କେଶରୀ ଘୋଷଣା କରିବା ଏବଂ ନିଜ ଦଳର ଅନ୍ତଃ-ବିବାଦ ଫଳରେ ଦେବେଗୌଡ଼ା ସରକାରର ପତନ ଘଟିଲା । ଷଷ୍ଠ ମେଣ୍ଟ ସରକାର ଇନ୍ଦର୍ କୁମାର ଗୁଜୁରାଲଙ୍କ ନେତୃତ୍ବରେ ୧୯୯୭ ଏପ୍ରିଲ୍ ୨୧ ଠାରୁ ୧୯୮୮ ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ଦ୍ବିତୀୟ ତଥା ଏକ ନୂତନ ସଂଯୁକ୍ତ ସାମ୍ମୁଖ୍ୟ ମେଣ୍ଟ ରୂପରେ କଂଗ୍ରେସର ସମର୍ଥନ ପ୍ରତ୍ୟାହାର, ଷ୍ଟିଅରିଂ କମିଟିର ମାତ୍ରାଧ୍ୟକ ହସ୍ତକ୍ଷେପ ଆଦି ଗୁଜୁରାଲ ସରକାରର ପତନ ପାଇଁ ପଥ ଉନ୍ମୁକ୍ତ କରିଦେଲା । ସପ୍ତମ ମେଣ୍ଟ ସରକାର ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ଵରେ ଦ୍ଵାଦଶ ଲୋକସଭା ପରିପ୍ରେକ୍ଷୀରେ ୧୯୮୮ ମାର୍ଚ୍ଚ ୧୯ରେ ଗଠିତ ମେଣ୍ଟ ଭାରତରେ ମେଣ୍ଟ ରାଜନୀତିରେ କେତେକ ପରିବର୍ତ୍ତନ ଓ ନୂତନତ୍ବ ଆଣିଥିଲା । ନିର୍ବାଚନ ପୂର୍ବବର୍ତୀ ମେଣ୍ଟ ଓ ଏକ ବୃହତ୍ ଦଳର ନେତୃତ୍ବରେ ଗଠିତ ମେଣ୍ଟର ସ୍ଥାୟିତ୍ଵ ଅଧୁକ ବୋଲି ପ୍ରମାଣ ହେଲା ।

କିନ୍ତୁ ୧୯୯୯ ଫେବୃୟାରୀ ମାସରେ ଓମ୍ ପ୍ରକାଶ ଚୌତାଲଙ୍କ ନେତୃତ୍ବାଧୀନ ଭାରତୀୟ ଜାତୀୟ ଲୋକଦଳ ଓ ସେହି ବର୍ଷ ଏପ୍ରିଲ ୧୪ ତାରିଖରେ ଜୟଲଳିତାଙ୍କ ନେତୃତ୍ବାଧୀନ ଆନ୍ନା ଡି.ଏମ୍.କେ.ର ସମର୍ଥନ ପ୍ରତ୍ୟାହାର ଫଳରେ ବାଜପେୟୀ ସରକାର ଆସ୍ଥା ଭୋଟରେ ୨୬୯-୨୭୦ ଭୋଟରେ ପରାଜିତ ହୋଇ କ୍ଷମତାଚ୍ୟୁତ ହେଲା । ଅଷ୍ଟମ ମେଣ୍ଟ ସରକାର ତ୍ରୟୋଦଶ ଲୋକସଭା ପରିପ୍ରେକ୍ଷୀରେ ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ୱରେ ୧୯୯୯ ଅକ୍ଟୋବର ୧୧ ତାରିଖଠାରୁ କାର୍ଯ୍ୟ ଆରମ୍ଭ କଲା । ଏହା ବିଜେପି ନେତୃତ୍ୱରେ ପରିଚାଳିତ ଏକ ୨୪ ଦଳିଆ ମେଣ୍ଟ ସରକାର ଅଟେ । ସପ୍ତମ ମେଣ୍ଟ ସରକାରରେ ଏକ ବିକଳ୍ପ ଆଶାରେ ଜୟଲଳିତାଙ୍କ ସମର୍ଥନ ପ୍ରତ୍ୟାହାର କରିଥିବାବେଳେ ଅଷ୍ଟମ ମେଣ୍ଟ ସରକାରରେ ସମର୍ଥନ ପ୍ରତ୍ୟାହାର କେବଳ ବାଜପେୟୀ ସରକାରର ପତନ ଓ ନୂତନ ନିର୍ବାଚନପାଇଁ ପଥ ଉନ୍ମୁକ୍ତ କରିବା ଭୟରେ ଏହା ପ୍ରାୟତଃ ସ୍ଥିର ଓ ଦୃଢ଼ ରହିଥିଲା ।

ଭାରତର ପ୍ରମୁଖ ରାଜ୍ୟମାନଙ୍କରେ ମେଣ୍ଟ ରାଜନୀତିର ସ୍ଵରୂପ :
‘ଇଣ୍ଡିଆନ୍ ଏକ୍ସପ୍ରେସ୍’ରେ ଯୋଗେଶ ବାଜପେୟୀଙ୍କ ପ୍ରକାଶିତ ଏକ ପ୍ରବନ୍ଧରୁ ଏହା ସୂଚିତ ହୁଏ ଯେ ୧୯୭୭ ମାର୍ଚ୍ଚ ମାସରୁ ୧୯୯୬ ମାର୍ଚ୍ଚ ମାସ ମଧ୍ୟରେ ଗଠିତ ୧୩୮ଟି ରାଜ୍ୟ ସରକାରଙ୍କ ମଧ୍ୟରୁ ୮୪ ଗୋଟି ଏକଦଳୀୟ ସରକାର ହାରାହାରି ୪୧ ମାସ କାର୍ଯ୍ୟରତ ରହିଥିବାବେଳେ ୪୦ ଗୋଟି ମେଣ୍ଟ ସରକାରର ହାରାହାରି କାର୍ଯ୍ୟକାଳ ୨୬ ମାସ କାର୍ଯ୍ୟରତ ଥିଲା । ଏହା ମେଣ୍ଟ ସରକାରର ଦୁର୍ବଳ ସ୍ଥିତିକୁ ସୂଚିତ କରିଥାଏ । କିନ୍ତୁ ପଶ୍ଚିମବଙ୍ଗ, କେରଳ ଓ ତ୍ରିପୁରାରେ ଗଠିତ ପ୍ରାକ୍-ନିର୍ବାଚନୀ ମେଣ୍ଟ ସେଠାରେ ମେଣ୍ଟ ସରକାର ଦୀର୍ଘ ସ୍ଥାୟିତ୍ଵ ଓ ସ୍ଥିରତାକୁ ପ୍ରମାଣିତ କରିଥାଏ । ହରିୟାନାରେ ଏକ ସଂଯୁକ୍ତ ସାମ୍ମୁଖ୍ୟ ମେଣ୍ଟ ସରକାର ରାଓ ବୀରେନ୍ଦ୍ର ସିଂହଙ୍କ ନେତୃତ୍ୱରେ ୧୯୬୬ରେ ଗଠିତ ହୋଇ ଅନେକ ରାଜନୈତିକ ଦଳବଦଳ ସତ୍ତ୍ବେ ୧୯୬୭ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ କ୍ଷମତା ଆସନରେ ରହିଥିଲା ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପରେ ଦଳବଦଳର ଶିକାର ହୋଇ ବିଧାନସଭା ଭଙ୍ଗ ହୋଇ ସାନି ନିର୍ବାଚନ ହେବା ଫଳରେ ୧୯୭୨ ଜାନୁୟାରୀ ମାସରେ କଂଗ୍ରେସ ସଂଖ୍ୟାଧ‌ିକ ସମର୍ଥନ ପାଇ ବଂଶୀଲାଲଙ୍କ ନେତୃତ୍ଵରେ ମନ୍ତ୍ରୀମଣ୍ଡଳ ଗଠନ କଲା ଓ ମେଣ୍ଟ ରାଜନୀତିର ପରିସମାପ୍ତି ଘଟିଲା । ହରିୟାନାରେ ମେଣ୍ଟ ମନ୍ତ୍ରୀମଣ୍ଡଳ ରାଜନୈତିକ ଅସ୍ଥିରତା, ପ୍ରଶାସନିକ ବିଶୃଙ୍ଖଳା, ଅନିର୍ଦ୍ଦିଷ୍ଟତା, ଦୁର୍ନୀତି ଆଦିର ପରିଚାୟକ ଅଟେ । ୧୯୬୭ରେ ମେହାନଲାଲ ସୁଖାଡ଼ିଆଙ୍କ ନେତୃତ୍ଵରେ ଗଠିତ ମନ୍ତ୍ରୀମଣ୍ଡଳ ଏକ ଅସ୍ଥିର ମେଣ୍ଟ ସରକାରର କୁପ୍ରଭାବରୁ ରାଜସ୍ତାନକୁ ମୁକ୍ତ କରିପାରିଥିଲେ ମଧ୍ୟ ୧୯୭୭ରେ ବି.ଏସ୍.ଶେଖାଓ୍ବାତ୍‌ଙ୍କ ନେତୃତ୍ବରେ ଓ ୧୯୯୦ରେ ପୁନଶ୍ଚ ତାଙ୍କ ନେତୃତ୍ଵରେ ଏକ ନୂତନ ମେଣ୍ଟ ସରକାର କ୍ଷମତାସୀନ ହୋଇଥିଲା ।

ମଧ୍ୟପ୍ରଦେଶରେ ୧୯୬୭ ମସିହାରେ ଏକ ୨୫ ଦଫା ସର୍ବନିମ୍ନ କାର୍ଯ୍ୟକ୍ରମ ଭିତ୍ତିରେ ଗଠିତ ମେଣ୍ଟ ଜି.ଏନ୍.ସିଂହଙ୍କ ନେତୃତ୍ଵରେ ମନ୍ତ୍ରିମଣ୍ଡଳ ଗଠନ କରିଥିଲା । ୧୯୭୭ରେ ସେଠାରେ ଗଠିତ ଜନତାଦଳର ସରକାର ଜନସଂଘ ଓ ସମାଜବାଦୀ ଦଳର ମେଣ୍ଟ ସରକାର ଥିଲା । ଓଡ଼ିଶାରେ ଚତୁର୍ଥ ସାଧାରଣ ନିର୍ବାଚନ ପରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ବରେ ଏକ ଦ୍ବି-ଦଳୀୟ ମେଣ୍ଟ ସରକାର କାର୍ଯ୍ୟ କରିଥିଲା । ଏହା ଓଡ଼ିଶାରେ ମେଣ୍ଟ ରାଜନୀତିର ଇତିହାସରେ ସ୍ଥିରତା ପ୍ରଦାନକାରୀ ମେଣ୍ଟ ହିସାବରେ ପରିଚିତ । କିନ୍ତୁ ୧୯୭୧ରେ ସ୍ୱତନ୍ତ୍ର ଦଳ, ଝାଡ଼ଖଣ୍ଡ ଓ ଉତ୍କଳ କଂଗ୍ରେସ ମଧ୍ୟରେ ଗଠିତ ମେଣ୍ଟ (ବିଶ୍ଵନାଥ ଦାସ ମନ୍ତ୍ରିମଣ୍ଡଳ), ୧୯୭୩ରେ ଉତ୍କଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ଗଠିତ ମେଣ୍ଟ (ନନ୍ଦିନୀ ଶତପଥ ମନ୍ତ୍ରୀମଣ୍ଡଳ), ୧୯୭୪ରେ କଂଗ୍ରେସ ଓ ସି.ପି.ଆଇ. ମଧ୍ଯରେ ଗଠିତ ମେଣ୍ଟ (ନନ୍ଦିନୀ ଶତପଥୀ ମନ୍ତ୍ରୀମଣ୍ଡଳ) ଆଦି ସମ୍ପୂର୍ଣ୍ଣ ଅସ୍ଥିରତାର ପ୍ରତୀକ ଅଟନ୍ତି ।

ଚତୁର୍ଥ ସାଧାରଣ ନିର୍ବାଚନ ପରେ ଭାରତର ସାତଗୋଟି ରାଜ୍ୟରେ ଗଠିତ ଅଣ-କଂଗ୍ରେସ ମନ୍ତ୍ରିମଣ୍ଡଳ ମଧ୍ୟରେ ଓଡ଼ିଶାର ସିଂହଦେଓ ମନ୍ତ୍ରୀମଣ୍ଡଳୀ ଓ ସ୍ୱତନ୍ତ୍ର ଦଳ-ଜନକଂଗ୍ରେସ ମେଣ୍ଟ ଅଧିକ ସଫଳତା ପ୍ରାପ୍ତ ହୋଇଥିଲା । ଏହା ୨୧ ଦଫା ପ୍ରାକ୍ ନିର୍ବାଚନୀ କାର୍ଯ୍ୟକ୍ରମକୁ ଅତ୍ୟନ୍ତ ସଫଳତାର ସହ ପ୍ରଶାସନରେ ବିନା ରାଜନୈତିକ ହସ୍ତକ୍ଷେପ ମାଧ୍ୟମରେ ରୂପାୟନ କରୁଥିଲା । ଏହି ମେଣ୍ଟ ସରକାର ଓଡ଼ିଶାରେ ଅମଲାତନ୍ତ୍ରର ଗୁରୁତ୍ଵ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଭୂ-ରାଜସ ଉଚ୍ଛେଦ କରିଥିଲା । ପରବର୍ତ୍ତୀ କାଳରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମଧ୍ଯରେ ଗଠିତ ମେଣ୍ଟ ସରକାର ଅତ୍ୟନ୍ତ ସଫଳତା ଓ ଦୃଢ଼ତାର ସହ କାର୍ଯ୍ୟ ସମ୍ବାଦନ କରିଥିଲା ।

ଏହା ମଧ୍ୟ ଏକ ପ୍ରାକ୍-ନିର୍ବାଚନୀ ମେଣ୍ଟ ଥିଲା ଓ କଂଗ୍ରେସକୁ କ୍ଷମତା ବଳୟରୁ ବାହାରେ ରଖୁବାର ଅଭିପ୍ରାୟକୁ ଚରିତାର୍ଥ କରିପାରିଥିଲା । ପଶ୍ଚିମବଙ୍ଗରେ ଅଜୟ ମୁଖାର୍ଜୀଙ୍କ ନେତୃତ୍ଵରେ ସଂଯୁକ୍ତ ସାମ୍ମୁଖ୍ୟ ସରକାର ଏକ ୧୪ ଦଫା ସର୍ବନିମ୍ନ କାର୍ଯ୍ୟକ୍ରମ ଭିଭିରେ ୧୯୬୭ ମସିହା ଫେବୃୟାରୀ ମାସରେ ମେଣ୍ଟ ସରକାରର ଭିଭି ସ୍ଥାପନ କରିଥିଲା । ୧୯୭୧ରେ ସଂଯୁକ୍ତ ବାମ ସାମ୍ମୁଖ୍ୟ (ULF) ଓ ସଂଯୁକ୍ତ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ULDF) ରୂପରେ ଦୁଇଟି ମେଣ୍ଟ ଗୋଷ୍ଠୀ ରାଜନୈତିକ ଶକ୍ତି ଆହରଣ ପାଇଁ କରିଥିବା ପ୍ରଚେଷ୍ଟା ବଙ୍ଗଳାଦେଶ ସ୍ଵାଧୀନତା ଆନ୍ଦୋଳନ ପ୍ରଭାବରୁ ବିଶେଷ ସଫଳତା ପାଇପାରି ନଥୁଲା ଓ ରାଜନୈତିକ ଅସ୍ଥିରତା ଲାଗିରହିବା ଫଳରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା । ୧୯୭୭ ନିର୍ବାଚନରେ ଏକ ବହୁଦଳୀୟ ବାମ ସାମ୍ମୁଖ୍ୟ ବିଜୟୀ ହୋଇ ଜ୍ୟୋତି ବସୁଙ୍କ ନେତୃତ୍ୱରେ ଏକ ଦୃଢ଼, ସ୍ଥିର ଓ ଦକ୍ଷ ମେଣ୍ଟ ସରକାରର ଭିଭି ପ୍ରତିଷ୍ଠା କଲା ।

ଭାରତର ମେଣ୍ଟ ରାଜନୈତିକ ଇତିହାସରେ ପଶ୍ଚିମବଙ୍ଗ ଏକ ସ୍ଵତନ୍ତ୍ର ସ୍ଥିତି ଦାବି କରେ, କାରଣ ଏଠାରେ ମେଣ୍ଟ ସରକାର ଅନ୍ୟ ରାଜ୍ୟ ତୁଳନାରେ ଅଧିକ ସଫଳତା ପାଇପାରିଛି । ରାଜ୍ୟ ପ୍ରତି କେନ୍ଦ୍ରର କ୍ରମାଗତ ଅବହେଳା, ମେଣ୍ଟ ସରକାରରେ ସି.ପି.ଆଇ (ଏମ୍)ର ଏକକ ପ୍ରାଧାନ୍ୟ ଓ ଶୃଙ୍ଖଳିତ ନେତୃତ୍ଵ, କଂଗ୍ରେସକୁ କ୍ଷମତା ବଳୟରୁ ବାହାରେ ରଖୁବାର ପ୍ରଗାଢ଼ ଇଚ୍ଛା ଆଦି କାରଣରୁ ପଶ୍ଚିମବଙ୍ଗରେ ମେଣ୍ଟ ସରକାର ସଫଳତାର କାରଣ ରୂପେ ଗ୍ରହଣ କରାଯାଇପାରେ । ଉତ୍ତରପ୍ରଦେଶରେ ୧୯୬୭ ନିର୍ବାଚନ ପରେ କୌଣସି ଦଳ ଏକକ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତ ଜ ପାଇବା ଫଳରେ ମେଣ୍ଟ ସରକାର ପାଇଁ ପଥ ଉନ୍ମୁକ୍ତ ହୋଇଯାଇଥିଲେ ମଧ୍ୟ ସି.ବି.ଗୁପ୍ତା, ଚରଣ ସିଂହ ଆଦିଙ୍କ ନେତୃତ୍ବରେ ଗଠିତ ବିଭିନ୍ନ ମେଣ୍ଟ ସରକାର ରାଜନୈତିକ ଦଳବଦଳ ରୋଗରେ ଆକ୍ରାନ୍ତ ହୋଇ ଅସ୍ଥିରତାର ପ୍ରତୀକ ହିସାବରେ ସଫଳତା ପାଇପାରିଲା ନାହିଁ ।

CHSE Odisha Class 12 Political Science Chapter 2 Long Answer Questions in Odia Medium

୧୯୯୩ ନଭେମ୍ବର ମାସରେ ସମାଜବାଦୀ ପାର୍ଟି (SP) ଓ ବହୁଜନ ସମାଜ ପାର୍ଟି (BSP) ମଧ୍ୟରେ ଗଠିତ ମେଣ୍ଟ କଂଗ୍ରେସ (ଇ) ଓ ଜନତାଦଳର ସମର୍ଥନରେ ମୁଲାୟମ ସିଂହ ଯାଦବଙ୍କ ନତୃତ୍ଵରେ ମେଣ୍ଟ ସରକାର ପ୍ରତିଷ୍ଠା କରିଥିଲା, ଯାହା ବହୁଜନ ସମାଜ ପାର୍ଟିର ସମର୍ଥନ ପ୍ରତ୍ୟାହାର ପରେ ୧୯୯୫ ଜୁନ୍ ମାସରେ ଭୁଶୁଡ଼ି ପଡ଼ିଲା । ୧୯୯୭ ମସିହା ମାର୍ଚ୍ଚ ୨୧ ତାରିଖରେ ଭାରତୀୟ ଜନତା ପାର୍ଟି (BJP) ଓ ବହୁଜନ ସମାଜ ପାର୍ଟି (BSP) ମଧ୍ୟରେ ଛଅ ମାସିଆ ମୁଖ୍ୟମନ୍ତ୍ରୀତ୍ଵ ଭିତ୍ତିରେ ଗଠିତ ମେଣ୍ଟ ମାୟାବତୀଙ୍କ ନେତୃତ୍ବରେ ମେଣ୍ଟ ସରକାର ଗଠନ କରିଥିଲା । କିନ୍ତୁ ବହୁଜନ ସମାଜ ପାର୍ଟିର ଛଅମାସିଆ କାର୍ଯ୍ୟକାଳ ପରେ ଭାରତୀୟ ଜନତା ପାର୍ଟିର କଲ୍ୟାଣ ସିଂହଙ୍କ ନେତୃତ୍ଵରେ ଗଠିତ ମେଣ୍ଟ ସରକାରଠାରୁ ବହୁଜନ ସମାଜ ପାର୍ଟି ସମର୍ଥନ ପ୍ରତ୍ୟାହାର କରିଥିଲେ ମଧ୍ୟ ଦଳବଦଳ ନୀତିର ଆଶ୍ରୟ ନେଇ ନୂତନ ମେଣ୍ଟ ଗଠନ କରି କଲ୍ୟାଣ ସିଂହ ନିଜ ସରକାରର ସ୍ଥାୟିତ୍ଵ ବଜାୟ ରଖୁଲେ । ପରବର୍ତ୍ତୀ କାଳରେ ପୁନଶ୍ଚ ଭାରତୀୟ ଜନତା ପାର୍ଟି ଓ ବହୁଜନ ସମାଜ ପାର୍ଟିର ମେଣ୍ଟ ସରକାର ଉତ୍ତରପ୍ରଦେଶରେ ବିଫଳ ହୋଇଥିଲା ।

୮ । ଭାରତରେ ମେଣ୍ଟର ପ୍ରକାରଭେଦ ଆଲୋଚନା କର ।
Answer:
ମେଣ୍ଟ ସାଧାରଣତଃ ଚାରିପ୍ରକାରର ଅଟେ । ପ୍ରଥମତଃ, ଗୋଟିଏ ମୁଖ୍ୟ ରାଜନୈତିକ ଦଳକୁ ଆଧାରକରି ଏକାଧ୍ଵକ କ୍ଷୁଦ୍ର ରାଜନୈତିକ ଦଳଦ୍ଵାରା ଗଠିତ ମେଣ୍ଟ ଯାହା ପଶ୍ଚିମବଙ୍ଗର ବାମପନ୍ଥୀ ସାମ୍ମୁଖ୍ୟରୁ ପ୍ରମାଣ ମିଳିଥାଏ । ଦ୍ବିତୀୟତଃ, ପରସ୍ପର ସହଯୋଗୀ, ସମାନ ପ୍ରଭାବଶାଳୀ ରାଜନୈତିକ ଦଳମାନଙ୍କରଦ୍ଵାରା ଗଠିତ ମେଣ୍ଟ ଯାହା କେରଳରେ କଂଗ୍ରେସ ନେତୃତ୍ବାଧୀନ ଓ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ନେତୃତ୍ବାଧୀନ ମେଣ୍ଟରୁ ସ୍ପଷ୍ଟ ହୋଇଥାଏ । ତୃତୀୟତଃ, ସମସାର୍ଥ ବିଶିଷ୍ଟ ରାଜନୈତିକ ଶତ୍ରୁ ଦଳକୁ କ୍ଷମତା ବଳୟରୁ ବାହାରେ ରଖୁବାର ଅଭିପ୍ରାୟ ନେଇ ଗଠନ କରିଥିବା ମେଣ୍ଟ ଯାହା ବିଭିନ୍ନ ରାଜ୍ୟରେ ଗଠିତ ଅଣ-କଂଗ୍ରେସ ମେଣ୍ଟ ସରକାରରୁ ପ୍ରମାଣ ମିଳିଥାଏ ।

ଚତୁର୍ଥତଃ, ଜାତୀୟ ସରକାର ଗଠନ ଯାହା ଜାତୀୟ ସମସ୍ୟାକୁ ସମାଧାନ କରି ଜାତୀୟ ଐକ୍ୟ, ସଂହତି ଆଦି ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖୁଥାଏ । ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ବ୍ରିଟେନ୍‌ରେ ଏକ ଜାତୀୟ ସରକାର ଗଠିତ ହୋଇଥିଲା ଯାହାର ପ୍ରଧାନମନ୍ତ୍ରୀ ରୂପେ ଚର୍ଚ୍ଚିଲ୍ ଓ ଉପପ୍ରଧାନମନ୍ତ୍ରୀ ରୂପେ ଆଟ୍‌ଲି କାର୍ଯ୍ୟ କରିଥିଲେ । ୧୯୮୯ରେ ଭାରତରେ ‘ଝୁଲା ସଂସଦ’ (Hung Parliament)ର କୁପରିଣାମରୁ ମୁକ୍ତ ହେବାପାଇଁ ଅଟଳବିହାରୀ ବାଜପେୟୀ କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳକୁ ନେଇ ଏକ ଜାତୀୟ ସରକାର ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ । ଇକ୍‌ବଲ୍‌ ନାରାୟଣ ତାଙ୍କ “Twilight or Dawn Political Change in India” ପୁସ୍ତକରେ ମେଣ୍ଟର ନିମ୍ନଲିଖୁତ ଶ୍ରେଣୀବିଭାଗ ଦର୍ଶାଇଛନ୍ତି ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ଭାରତରେ ମେଣ୍ଟର ପ୍ରକାରଭେଦ ଆଲୋଚନା କର । Question 8
ଭାରତରେ ମେଣ୍ଟର ପ୍ରକାରଭେଦ ଆଲୋଚନା କର । Question 8.1

୯ । ଭାରତରେ ମେଣ୍ଟ ସରକାରର ଚାରିତ୍ରିକ ଲକ୍ଷଣଗୁଡ଼ିକ ଆଲୋଚନା କର ?
Answer:
ଅସ୍ଥାୟୀ ଓ ଅସ୍ଥିର ମେଣ୍ଟ :
ସହଯୋଗୀ ଦଳମାନଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ପାର୍ଥକ୍ୟ ଓ ବିଭେଦତା ଥିବାରୁ ଭାରତରେ ପ୍ରତ୍ୟେକ ମେଣ୍ଟ ସରକାର ସଚ୍ଛସ୍ଥାୟୀ ଓ ଅସ୍ଥିର ପ୍ରକୃତିସମ୍ପନ୍ନ ହେଉଛନ୍ତି ।

କଂଗ୍ରେସ ବିରୋଧୀ :
ଭାରତର ଦଳୀୟ ଶାସନ ବ୍ୟବସ୍ଥାରେ କଂଗ୍ରେସ ଦଳର ଆଧୁପତ୍ୟ ଓ ପ୍ରଧାନ୍ୟକୁ ପ୍ରତିହତ କରିବାପାଇଁ ଅଣ-କଂଗ୍ରେସୀ ମେଣ୍ଟ ସୃଷ୍ଟି ହେଉଛି । ରାମମନେହାର ଲୋହିଆଙ୍କଠାରୁ ଏହି ମେଣ୍ଟର ପ୍ରସାର ଆରମ୍ଭ ହୋଇଛି । କଂଗ୍ରେସକୁ କ୍ଷମତା ବଳୟରୁ ଯେନତେନ ଭାବରେ ବାହାରେ ରଖୁବା ଏହାର ଉଦ୍ଦେଶ୍ୟ ଅଟେ ।

ସୁବିଧାବାଦୀ ମେଣ୍ଟ :
ରାଜନୈତିକ ଶକ୍ତିର ଉକ୍ତ ମେରୁ ବିଭାଜନ (Polarisation) ନହୋଇ କେବଳ ସୁବିଧା ଓ ଆବଶ୍ୟକତା ଦୃଷ୍ଟିରୁ ଭାରତରେ ମେଣ୍ଟ ଗଠନ କରାଯାଉଥିବାରୁ ଏହାର ସ୍ଥାୟିତ୍ଵ ଅତ୍ୟନ୍ତ ସୀମିତ ଅଟେ | କ୍ଷମତା ଗ୍ରହଣ ଲୋଭରେ ଆଦର୍ଶଗତ ପାର୍ଥକ୍ୟରୁ ଦୂରେଇ ଦିଆଯାଉଛି କିମ୍ବା ସାଲିସର ମାଧ୍ୟମ ଗ୍ରହଣ କରାଯାଉଛି । ଏଣୁ ଅନେକ ଅସାଦୃଶ୍ୟ ଏବଂ ଏପରିକି ପରସ୍ପର ବିରୋଧୀ ରାଜନୈତିକ ଶକ୍ତି ମେଣ୍ଟର ଅଂଶୀଦାର ରୂପେ କାର୍ଯ୍ୟ କରୁଛନ୍ତି । ଏଣୁ ମେଣ୍ଟ ସରକାର ରାଜନୈତିକ ସୁବିଧାବାଦ, ସାର୍ଥପରତା, ଅସାଧୁତା, କ୍ଷମତାଲିପ୍‌ସୁ ମନୋଭାବର ପରିଚାୟକ ଅଟେ ।

ରାଜନୈତିକ ଦଳବଦଳକୁ ପ୍ରୋତ୍ସାହନ ପ୍ରଦାନ :
ରାଜନୈତିକ ଦଳବଦଳ ଫଳରେ ମେଣ୍ଟର ସ୍ଥାପନା ହେଉଛି ଓ ଏହି ‘ଆୟାରାମ ଓ ଗୟାରାମ’ ମାନଙ୍କ ଭୂମିକା ଫଳରେ ମେଣ୍ଟ ସରକାର ଅସ୍ଥିରତା ରୋଗରେ ଆକ୍ରାନ୍ତ ହୋଇ ବିଫଳତାର ସ୍ବାଦ ଚାଖୁଛି ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ମେଣ୍ଟ ରାଜନୀତିର ରାଜନୈତିକ ଓ ସାମ୍ବିଧାନିକ ପ୍ରଭାବ :

  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପଦର ଗୁରୁତ୍ଵ ହ୍ରାସ ଘଟିଛି ଏବଂ ଏହି ପଦାଧିକାରୀମାନେ ମେଣ୍ଟର ସ୍ଥିତି ଦୃଷ୍ଟିରୁ ସାଲିସ ଗ୍ରହଣ କରୁଛନ୍ତି । ସେମାନଙ୍କର ନେତୃତ୍ଵ ‘ସମନ୍ୱୟ କମିଟି’ ବା ଷ୍ଟିଅରିଂ କମିଟିଦ୍ଵାରା ସମ୍ପୂର୍ଣ୍ଣ ନିୟନ୍ତ୍ରିତ ଓ ନିର୍ଦ୍ଦେଶିତ ହେଉଛି ।
  • ରାଷ୍ଟ୍ରପତି ଓ ରାଜ୍ୟପାଳମାନଙ୍କର ସାମ୍ବିଧାନିକ ଦାୟିତ୍ଵ ଓ ଭୂମିକାରେ ଯଥେଷ୍ଟ ବୃଦ୍ଧି ଘଟିଛି । ସେମାନେ ନିଜର ସେଚ୍ଛାଧୀନ କ୍ଷମତାର ପ୍ରୟୋଗ ପାଇଁ ଅଧିକ ଯତ୍ନବାନ୍, ସତର୍କ ଓ ନିରପେକ୍ଷ ନ ହେଲେ ସାମ୍ବିଧାନିକ ଅଚଳ ଅବସ୍ଥା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଥାଏ ।
  • ରାଜନୈତିକ ଅସାଦୃଶ୍ୟତାର ଭିତ୍ତିଭୂମି ସବଳ ହେବା ଫଳରେ ଆନ୍ତଃ-ମେଣ୍ଟ କନ୍ଦଳ ସୃଷ୍ଟି ହୋଇ ସରକାରରେ ଅସ୍ଥିରତା ସୃଷ୍ଟି କରେ ଓ ଶାସନର ଦକ୍ଷତା ହ୍ରାସ କରିଥାଏ । ସର୍ବନିମ୍ନ କାର୍ଯ୍ୟକ୍ରମ ଏକ କୁ-ଆବଶ୍ୟକତାରେ ପରିଣତ ହୋଇଛି ।
  • ସଂସଦୀୟ ବ୍ୟବସ୍ଥାର ମନ୍ତ୍ରୀମଣ୍ଡଳୀୟ ଦାୟିତ୍ଵ ନୀତି ମେଣ୍ଟ ସରକାରରେ ପ୍ରାୟତଃ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଏହା ସାମୂହିକ ନ ହୋଇ ବ୍ୟକ୍ତିଗତ ପ୍ରକୃତି ଧାରଣ କରୁଛି । ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଅଜୟ ମୁଖାର୍ଜୀ ନିଜ କ୍ୟାବିନେଟ୍‌ରେ ଜ୍ୟୋତି ବସୁଙ୍କ ବିରୁଦ୍ଧରେ କରିଥିବା ଅନଶନ ଓ ସତ୍ୟାଗ୍ରହ ଏହାର ଉଦାହରଣ ଅଟେ ।
  • ମେଣ୍ଟ ସରକାର ଫଳରେ ଅମଲାତନ୍ତ୍ରର କ୍ଷମତା ଓ ଭୂମିକାରେ ପରିବର୍ତ୍ତନ ଓ ପରିସର ବୃଦ୍ଧି ସମ୍ଭବ ହୋଇଛି ।
  • ମେଣ୍ଟ ସରକାର ଫଳରେ କେନ୍ଦ୍ର-ରାଜ୍ୟ ବିବାଦ ଅଧିକ ଘନୀଭୂତ ହୋଇଛି । ପଶ୍ଚିମବଙ୍ଗର ମେଣ୍ଟ ରାଜନୀତି ପ୍ରାୟତଃ କେନ୍ଦ୍ରବିରୋଧୀ ଅଟେ । କେନ୍ଦ୍ରୀୟ ମେଣ୍ଟର ଅଂଶୀଦାର ଆଞ୍ଚଳିକ ଦଳମାନେ ନିଜ ରାଜ୍ୟ ପାଇଁ ମୂଲଚାଲ କରି ଅଧିକ ଲାଭବାନ୍ ହୋଇ ନ ପାରିଲେ ସମର୍ଥନ ପ୍ରତ୍ୟାହାରର ଧମକ ଦେଇ ସରକାରରେ ଅସ୍ଥିରତା ସୃଷ୍ଟି କରିବା ଏକ ସାଧାରଣ ବ୍ୟାପାର ହୋଇଗଲାଣି ।

ମେଣ୍ଟ ରାଜନୀତି ଅସ୍ଥିରତାର ପ୍ରତୀକ ହେଲେ ମଧ୍ୟ ବର୍ତ୍ତମାନ ଭାରତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧ୍ୟକରୁ ଅଧ‌ିକ ପରିମାଣରେ ଏହା ଉପରେ ନିର୍ଭରଶୀଳ ହେଲେଣି । ଏହା କ୍ଷମତାଲିପ୍‌ସା ଓ ବ୍ୟକ୍ତିତ୍ବବାଦ ଉପରେ ଆଧାରିତ ହେଉଥ‌ିବାରୁ ଅନେକାଂଶରେ ବିଫଳତାର ସ୍ବାଦ ଚାଖୁଛି । ରାଜନୈତିକ ଆନୁଗତ୍ୟରେ ପରିବର୍ତ୍ତନ ଓ ଦଳବଦଳକୁ ଏହା ପ୍ରୋତ୍ସାହନ ହେଉଥିବାରୁ ଭାରତରେ ସଂସଦୀୟ ଗଣତନ୍ତ୍ରରେ ଏହାର କୁପ୍ରଭାବ ସହଜରେ ଅନୁମେୟ । ଏହା ସରକାରରେ ଅସ୍ଥିରତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ପ୍ରଶସନିକ କ୍ଷମତା ଓ ସାଧୁତା ମଧ୍ୟ ହ୍ରାସ କରୁଛି । ଲର୍ଡ଼ ଷ୍ଟାନ୍‌ (Lord Stanley)ଙ୍କ ମତରେ ମେଣ୍ଟ ସରକାର ଫଳରେ ରାଜନୈତିକ ବ୍ୟକ୍ତିମାନଙ୍କ ଉପରେ ଲୋକମାନଙ୍କର ବିଶ୍ଵସନୀୟତାର ଦ୍ରୁତ ଅବନତି ପରିଲକ୍ଷିତ ହେଉଛି ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ଅନେକ ଦୋଷତ୍ରୁଟିର ଶିକାର ହେଉଥିଲେ ମଧ୍ୟ ଏହା ବିଭିନ୍ନ ବିରୋଧୀ ସାର୍ଥକୁ ଏକତ୍ର ସଂଯୋଜନା କରିବା ଓ ସହମତି ଭିତ୍ତିରେ ସାଧାରଣ ବାର୍ଥ ଚରିତାର୍ଥ କରିବାର ଉପଯୁକ୍ତ ମାଧ୍ୟମ ରୂପେ ବିବେଚିତ ହେଉଛି । ଏହା ଗଣତନ୍ତ୍ରରେ ଅଂଶଗ୍ରହଣ ମାତ୍ରାକୁ ଅଧିକ ବ୍ୟାପକ କରିଛି । ଏକ ମେଣ୍ଟ ସରକାର ଉପରେ ଆଭ୍ୟନ୍ତରୀଣ ଚାପର ମାତ୍ରା ଅଧିକ, ଯାହାଫଳରେ ସରକାର ଅଧ‌ିକ କାର୍ଯ୍ୟକ୍ଷମ ହୋଇଥାଏ । ଏହା ଆଞ୍ଚଳିକ ସାର୍ଥପ୍ରତି ଅଧ‌ିକ ସମ୍ବେଦନଶୀଳ ରହିଥାଏ । ଏଣୁ ମେଣ୍ଟ ସରକାରର ଉଭୟ ଉପକାରିତା ଓ ଦୁର୍ବଳତା ରହିଛି ଏବଂ ଭାରତର ପରିବର୍ତ୍ତିତ ରାଜନୈତିକ ପରିବେଶରେ ମେଣ୍ଟ ସରକାର ଏକ ଅପରିହାର୍ଯ୍ୟ ବିକଳ୍ପହୀନ ବାସ୍ତବ ଆବଶ୍ୟକତା ଅଟେ ।

CHSE Odisha Class 12 Economics Chapter 6 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 6 ଉତ୍ପାଦନ Objective Questions.

CHSE Odisha 12th Class Economics Chapter 6 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1 ଆଧୁନିକ ଅର୍ଥଶାସ୍ତ୍ରୀଙ୍କ ମତରେ ଉତ୍ପାଦନ କାହାକୁ କହନ୍ତି ?
(A) ଭୌତିକ ଦ୍ରବ୍ୟ ସୃଷ୍ଟି
(B) ବିନିମୟକ୍ଷମ ଉପଯୋଗିତା ସୃଷ୍ଟି
(C) ମୂଲ୍ୟ ସଂଯୋଗ
(D) ଉପରୋକ୍ତ ସମସ୍ତ
Answer:
(B) ବିନିମୟକ୍ଷମ ଉପଯୋଗିତା ସୃଷ୍ଟି

2. ନିମ୍ନୋକ୍ତ କେଉଁଟି ଉତ୍ପାଦନର ଉପାଦାନ ନୁହେଁ ?
(A) ମଜୁରି
(B) ଭୂମି
(C) ସଙ୍ଗଠନ
(D) ପୁଞ୍ଜି
Answer:
(A) ମଜୁରି

3. ପରିବର୍ତ୍ତନୀୟ ଅନୁପାତ ସୂତ୍ର ଏକ :
(A) ଦୀର୍ଘକାଳୀନ ସୂତ୍ର
(B) ସ୍ଵଳ୍ପକାଳୀନ ସୂତ୍ର
(C) ବଜାରକାଳୀନ ସୂତ୍ର
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ସ୍ଵଳ୍ପକାଳୀନ ସୂତ୍ର

4. ପରିବର୍ତ୍ତନୀୟ ଅନୁପାତ ସୂତ୍ର କେଉଁ କ୍ଷେତ୍ରରେ ପ୍ରଯୁଜ୍ୟ ?
(A) କୃଷି
(B) ଶିଳ୍ପ
(C) ସେବା
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

CHSE Odisha Class 12 Economics Chapter 6 Objective Questions in Odia Medium

5. ପରିବର୍ତ୍ତନୀୟ ଅନୁପାତ ସୂତ୍ର କେତୋଟି ସ୍ତରରେ ବିଭକ୍ତ ?
(A) ୨ଟି
(B) ୪ଟି
(C) ୩ଟି
(D) ୧ଟି
Answer:
(C) ୩ଟି

6. ପରିବର୍ତ୍ତନୀୟ ଅନୁପାତ ସୂତ୍ରର କେଉଁ ସ୍ତରରେ ବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର କାର୍ଯ୍ୟକାରୀ ହୁଏ ?
(A) ପ୍ରଥମ ସ୍ତର
(B) ଦ୍ଵିତୀୟ ସ୍ତର
(C) ତୃତୀୟ ସ୍ତର
(D) ଚତୁର୍ଥ ସ୍ତର
Answer:
(A) ପ୍ରଥମ ସ୍ତର

7. ନୀତି ପରିବର୍ତ୍ତନ ବିନ୍ଦୁ ପରିବର୍ତ୍ତନୀୟ ଅନୁପାତ ସୂତ୍ରର କେଉଁ ସ୍ତରରେ ଦେଖାଯାଏ ?
(A) ପ୍ରଥମ ସ୍ତର
(B) ଦ୍ଵିତୀୟ ସ୍ତର
(C) ତୃତୀୟ ସ୍ତର
(D) ଚତୁର୍ଥ ସ୍ତର
Answer:
(A) ପ୍ରଥମ ସ୍ତର

8. ମୋଟ ଉତ୍ପାଦ ସର୍ବାଧ‌ିକ ହେଲାବେଳେ ସୀମାନ୍ତ ଉତ୍ପାଦ :
(A) ହ୍ରାସ ହୁଏ
(B) ବୃଦ୍ଧି ପାଏ
(C) ଶୂନ୍ୟ ହୁଏ
(D) ସ୍ଥିର ରହେ
Answer:
(C) ଶୂନ୍ୟ ହୁଏ

9. ସୀମାନ୍ତ ଉତ୍ପାଦ ଋଣାତ୍ମକ ହେଲାବେଳେ ମୋଟ ଉତ୍ପାଦ :
(A) ହ୍ରାସ ହୁଏ
(B) ବୃଦ୍ଧି ପାଏ
(C) ସ୍ଥିର ହୁଏ
(D) ଶୂନ୍ଯ ରହେ
Answer:
(A) ହ୍ରାସ ହୁଏ

10. କେଉଁ ସ୍ତରକୁ ବିବେକୀ ଉତ୍ପାଦନ ନିଷ୍ପଭି ସ୍ତର କୁହାଯାଏ ?
(A) ପ୍ରଥମ ସ୍ତର
(B) ଦ୍ଵିତୀୟ ସ୍ତର
(C) ତୃତୀୟ ସ୍ତର
(D) ଉଭୟ (A) ଓ (B)
Answer:
(B) ଦ୍ଵିତୀୟ ସ୍ତର

11. ଯେଉଁ କାର୍ଯ୍ୟକଳାପଦ୍ୱାରା ବସ୍ତୁରେ ଉପଯୋଗିତା ସଂଯୋଗ ବା ସୃଷ୍ଟି ହୋଇଥାଏ ତାହାକୁ :
(A) ଉପଭୋଗ କୁହାଯାଏ
(B) ଉତ୍ପାଦନ କୁହାଯାଏ
(C) ବଣ୍ଟନ କୁହାଯାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ଉତ୍ପାଦନ କୁହାଯାଏ

12. ଉତ୍ପାଦନର ସାଧନ ଓ ଉତ୍ପାଦ ମଧ୍ୟରେ ଥ‌ିବା ସମ୍ପର୍କକୁ :
(A) ଉତ୍ପାଦନ ଫଳନ କୁହାଯାଏ
(B) ଉପଭୋଗ ଫଳନ କୁହାଯାଏ
(C) ଚାହିଦା ଫଳନ କୁହାଯାଏ
(D) ଯୋଗାଣ ଫଳନ କୁହାଯାଏ
Answer:
(A) ଉତ୍ପାଦନ ଫଳନ କୁହାଯାଏ

13. ଦୀର୍ଘକାଳରେ ଉତ୍ପାଦନର ସାଧନଗୁଡ଼ିକ :
(A) ସ୍ଥିର
(B) ପରିବର୍ତ୍ତୀ
(C) ସ୍ଥିର ଓ ପରିବର୍ତ୍ତୀ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ପରିବର୍ତ୍ତୀ

14. ଉତ୍ପାଦନ କହିଲେ –
(A) ଯେତେବେଳେ କୌଣସି କାର୍ଯ୍ୟଦ୍ଵାରା ଗୋଟିଏ ଦ୍ରବ୍ୟର ସୃଷ୍ଟି ହୁଏ, ଯାହାର ଉପଯୋଗିତା ରହିଥାଏ ।
(B) ଯେତେବେଳେ କୌଣସି କାର୍ଯ୍ୟଦ୍ୱାରା ଗୋଟିଏ ଦ୍ରବ୍ୟର ସୃଷ୍ଟି ହୁଏ, ଯାହାର ଉଭୟ ଉପଯୋଗିତା ଏବଂ ବିନିମୟ ମୂଲ୍ୟ ରହିଥାଏ ।
(C) ନୂତନ ଦ୍ରବ୍ୟସୃଷ୍ଟି
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ଯେତେବେଳେ କୌଣସି କାର୍ଯ୍ୟଦ୍ୱାରା ଗୋଟିଏ ଦ୍ରବ୍ୟର ସୃଷ୍ଟି ହୁଏ, ଯାହାର ଉଭୟ ଉପଯୋଗିତା ଏବଂ ବିନିମୟ ମୂଲ୍ୟ ରହିଥାଏ ।

15. କ୍ରମବର୍ଦ୍ଧମାନ ଉତ୍ପନ୍ନ ସୂତ୍ରଟି କେଉଁ କ୍ଷେତ୍ରରେ ଅଧିକ ପ୍ରଯୁଜ୍ୟ ?
(A) ଶିଳ୍ପ
(B) କୃଷି
(C) ସେବା
(D) ବାଣିଜ୍ୟ ବ୍ୟବସାୟ
Answer:
(A) ଶିଳ୍ପ

16. ଉତ୍ପାଦନ ଫଳନ ହେଉଛି –
(A) କୌଣସି ଉତ୍ପାଦନକାରୀ ସଂସ୍ଥାର ଭୌତିକ ନିବେଶ ଏବଂ ଭୌତିକ ଉତ୍ପାଦନ ମଧ୍ୟରେ ସମ୍ପର୍କ
(B) ଯୋଗାଣ ଏବଂ ମାଗଣ ମଧ୍ଯରେ ସମ୍ପର୍କ
(C) ଉତ୍ପାଦନ ଓ ପରିବ୍ୟୟ ମଧ୍ୟରେ ସମ୍ପର୍କ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରକୁ ମଧ୍ୟ :
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) କୌଣସି ଉତ୍ପାଦନକାରୀ ସଂସ୍ଥାର ଭୌତିକ ନିବେଶ ଏବଂ ଭୌତିକ ଉତ୍ପାଦନ ମଧ୍ୟରେ ସମ୍ପର୍କ

17. କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରକୁ ମଧ୍ୟ :
(A) ବର୍ଦ୍ଧିଷ୍ଣୁ ପରିବ୍ୟୟ ସୂତ୍ର କୁହାଯାଏ
(B) ହ୍ରାସମାନ ପରିବ୍ୟୟ ସୂତ୍ର କୁହାଯାଏ
(C) ସ୍ଥିର ପରିବ୍ୟୟ ସୂତ୍ର କୁହାଯାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ବର୍ଦ୍ଧିଷ୍ଣୁ ପରିବ୍ୟୟ ସୂତ୍ର କୁହାଯାଏ

CHSE Odisha Class 12 Economics Chapter 6 Objective Questions in Odia Medium

18. ଯେତେବେଳେ ସୀମାନ୍ତ ଉତ୍ପାଦ ବୃଦ୍ଧି ପାଏ, ସେତେବେଳେ ମୋଟ ଉତ୍ପାଦ :
(A) ହ୍ରାସ ପାଏ
(B) ବୃଦ୍ଧି ପାଏ
(C) ସ୍ଥିର ରହେ
(D) ଦ୍ରୁତଗତିରେ ବୃଦ୍ଧି ପାଏ
Answer:
(D) ଦ୍ରୁତଗତିରେ ବୃଦ୍ଧି ପାଏ

19. ଯେତେବେଳେ ସୀମାନ୍ତ ଉତ୍ପାଦ ଶୂନ୍ୟ ହୁଏ, ସେତେବେଳେ ମୋଟ ଉତ୍ପାଦ :
(A) ସର୍ବନିମ୍ନ ହୁଏ
(B) ସର୍ବାଧ‌ିକ ହୁଏ
(C) ବୃଦ୍ଧି ପାଏ
(D) ହ୍ରାସ ପାଏ
Answer:
(B) ସର୍ବାଧ‌ିକ ହୁଏ

20. ହ୍ରାସମାନ ଉତ୍ପାଦନର କାରଣ ହେଲା-
(A) ସ୍ଥିର ଉପାଦାନର ଅତ୍ୟଧ୍ଵକ ବ୍ୟବହାର
(B) ଉପାଦାନ ମଧ୍ୟରେ ପ୍ରତିସ୍ଥାପନର ଅସମ୍ପୂର୍ଣ୍ଣ ସ୍ଥିତିସ୍ଥାପକତା
(C) ଉଭୟ (A) ଓ (B)
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ଉଭୟ (A) ଓ (B)

21. ଉତ୍ପାଦନ କହିଲେ କ’ଣ ବୁଝାଏ ?
(A) ମୂଲ୍ୟ ସଂଯୋଗ
(B) ଉପଯୋଗିତ
(C) ଉପଯୋଗିତା ସୃଷ୍ଟି
(D) ଉପରୋକ୍ତ ସମସ୍ତ
Answer:
(C) ଉପଯୋଗିତା ସୃଷ୍ଟି

22. ଉତ୍ପାଦନ ପ୍ରକ୍ରିୟାରେ କେଉଁ ଦ୍ରବ୍ୟ ଉତ୍ପାଦିତ ହୋଇଥାଏ ?
(A) ବଜାରରେ ବିକ୍ରି ହେଉଥ‌ିବା ଦ୍ରବ୍ୟ
(B) ବିନିମୟ ମୂଲ୍ୟଥବା ନୂତନ ଦ୍ରବ୍ୟ
(C) କେବଳ ବ୍ୟାବହାରିକ ମୂଲ୍ୟ ଥିବା ଦ୍ରବ୍ୟ
(D) ଉପରୋକ୍ତ ସମସ୍ତ
Answer:
(C) କେବଳ ବ୍ୟାବହାରିକ ମୂଲ୍ୟ ଥିବା ଦ୍ରବ୍ୟ

23. ନିମ୍ନୋକ୍ତ ମଧ୍ୟରୁ କେଉଁ କ୍ଷେତ୍ରରେ ପରିବର୍ତ୍ତନୀୟ ଉପାଦାନ ସୂତ୍ର କାର୍ଯ୍ୟ କରେ ?
(A) ଚାଷ
(B) ମତ୍ସ୍ୟଚାଷ
(C) ଖଣିଜ ଦ୍ରବ୍ୟ ଉତ୍ତୋଳନ
(D)ଉପରୋକ୍ତ ସମସ୍ତ
Answer:
(D)ଉପରୋକ୍ତ ସମସ୍ତ

24. କ୍ରମବର୍ଦ୍ଧିଷ୍ଣୁ ଉତ୍ପନ୍ନ ପର୍ଯ୍ୟାୟ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଠିକ୍ ?
(A) ମୋଟ ଉତ୍ପାଦ କ୍ରମବର୍ଦ୍ଧିଷ୍ଣୁ ହାରରେ ବଢ଼ିଥାଏ
(B) ସୀମାନ୍ତ ଉତ୍ପାଦ ବୃଦ୍ଧି ପାଏ
(C) ହାରାହାରି ଉତ୍ପାଦ ବଢ଼ିଥାଏ
(D) ଉପରୋକ୍ତ ସମସ୍ତ
Answer:
(C) ହାରାହାରି ଉତ୍ପାଦ ବଢ଼ିଥାଏ

25. ନିମ୍ନଲିଖ୍ କେଉଁଟି ପରିବର୍ତ୍ତନୀୟ ଅନୁପାତ ସୂତ୍ରର ସର୍ତ୍ତାବଳୀ ନୁହେଁ ?
(A) ସ୍ଥିର ଓ ପରିବର୍ତୀ ଉପାଦାନର ଉପସ୍ଥିତି
(B) ସମସ୍ତ ଉପାଦାନ ସମଜାତୀୟ
(C) ପରିବର୍ତୀ ଅନୁପାତରେ ଉପାଦାନର ଅନୁପାତ ପରିବର୍ତ୍ତନ
(D) ଶ୍ରମିକ ଏକ ସ୍ଥିର ଉପାଦାନ
Answer:
(D) ଶ୍ରମିକ ଏକ ସ୍ଥିର ଉପାଦାନ

26. ଉତ୍ପାଦନ ପ୍ରକ୍ରିୟାରେ ସ୍ବଳ୍ପ କାଳରେ ଉତ୍ପାଦ ପରିମାଣ ବୃଦ୍ଧି ହେଲେ ମଧ୍ୟ କେଉଁ ଉପାଦାନ ସ୍ଥିର ରହିଥାଏ ?
(A) ସ୍ଥିର ଉପାଦାନ
(B) ପରିବର୍ତୀ ଉପାଦାନ
(C) ଉଭୟ
(D) କୌଣସିଟି ନୁହେଁ
Answer:
(A) ସ୍ଥିର ଉପାଦାନ

27. ନିମ୍ନୋକ୍ତ କେଉଁ ସମୟରେ କ୍ରମହ୍ରାସମାନ ଉତ୍ପନ୍ନ ପର୍ଯ୍ୟାୟର ପରିସମାପ୍ତି ଘଟେ ?
(A) ଯେତେବେଳେ ମୋଟ ଉତ୍ପାଦ ଅଧିକ ହୁଏ
(B) ଯେତେବେଳେ ହାରାହାରି ଉତ୍ପାଦ ସର୍ବାଧିକ
(C) ଯେତେବେଳେ ସୀମାନ୍ତ ଉତ୍ପାଦ ସର୍ବାଧିକ ହୁଏ
(D) ଉଭୟ (A) ଓ (C)
Answer:
(B) ଯେତେବେଳେ ହାରାହାରି ଉତ୍ପାଦ ସର୍ବାଧିକ

28. ପରିବର୍ତ୍ତନୀୟ ଅନୁପାତ ସୂତ୍ରର କେଉଁ ପର୍ଯ୍ୟାୟରେ ସ୍ଥିର ଉପାଦାନର ପରିମାଣ ପର୍ଯ୍ୟାପ୍ତ ଥାଏ ?
(A) ପ୍ରଥମ ପର୍ଯ୍ୟାୟ
(B) ଦ୍ଵିତୀୟ ପର୍ଯ୍ୟାୟ
(C) ତୃତୀୟ ପର୍ଯ୍ୟାୟ
(D) ଉଭୟ (A) ଓ (B)
Answer:
(A) ପ୍ରଥମ ପର୍ଯ୍ୟାୟ

29. ପରିବର୍ଭନୀୟ ଆନୁପାତିକ ସୂତ୍ରର କେଉଁ ପର୍ଯ୍ୟାୟରେ ମୋଟ ଉତ୍ପାଦ ସର୍ବାଧିକ ହୋଇଥାଏ ?
(A) ତୃତୀୟ
(B) ପ୍ରଥମ
(C) ଦ୍ଵିତୀୟ
(D) କୌଣସିଟି ନୁହେଁ
Answer:
(C) ଦ୍ଵିତୀୟ

30. ଯେତେବେଳେ ମୋଟ ଉତ୍ପାଦ ସର୍ବାଧ‌ିକ ହୁଏ ସୀମାନ୍ତ ଉତ୍ପାଦ ?
(A) ସର୍ବାଧ୍ଯକ ହୁଏ
(B) ସର୍ବନିମ୍ନ ହୁଏ
(C) ଶୂନ୍ୟ ହୁଏ
(D) କୌଣସିଟି ନୁହେଁ
Answer:
(C) ଶୂନ୍ୟ ହୁଏ

31. ପରିବର୍ଭନୀୟ ଅନୁପାତ ସୂତ୍ରର କେତୋଟି ପର୍ଯ୍ୟାୟ ରହିଛି ?
(A) 1ଟି
(B) 2ଟି
(C) 4ଟି
(D) 3ଟି
Answer:
(D) 3ଟି

B. ଶୂନ୍ୟସ୍ଥାନ ପୂରଣ କର ।

1. ଏକ ପ୍ରଦତ୍ତ ଉତ୍ପାଦନ କୌଶଳରେ ଉପାଦାନଗୁଡ଼ିକ ଉତ୍ପାଦରେ ପରିଣତ ହେବା ପ୍ରକ୍ରିୟାକୁ ______________ କୁହାଯାଏ ।
Answer:
ଉତ୍ପାଦନ

2. ବିନିମୟକ୍ଷମ ____________ ର ସୃଷ୍ଟି ନିମିତ୍ତ ଅର୍ଥନୈତିକ ପ୍ରକ୍ରିୟାକୁ ଉତ୍ପାଦନ କୁହାଯାଏ ।
Answer:
ଉପଯୋଗିତା

3. ଉପାଦାନ ଓ ଉତ୍ପାଦ ମଧ୍ୟରେ ଥ‌ିବା ପ୍ରାବିଧ‌ିକ ସମ୍ପର୍କକୁ __________ କୁହାଯାଏ ।
Answer:
ଉତ୍ପାଦନ ଫଳନ

4. ______________ କାଳରେ ସବୁଯାକ ଉପାଦାନର ପରିମାଣ ପରିବର୍ତ୍ତନ କରାଯାଇପାରେ ନାହିଁ ।
Answer:
ସ୍ଵଚ୍ଛ

CHSE Odisha Class 12 Economics Chapter 6 Objective Questions in Odia Medium

5. ଯେଉଁ ଉପାଦାନଗୁଡ଼ିକର ପରିମାଣ ସ୍ଵଳ୍ପକାଳରେ ବର୍ଦ୍ଧିତ କରିହୁଏ ନାହିଁ, ସେଗୁଡ଼ିକୁ ____________ ଉପାଦାନ କୁହାଯାଏ ।
Answer:
ସ୍ଥିର

6.. ଯେଉଁ ଉପାଦାନଗୁଡ଼ିକର ପରିମାଣ ସ୍ଵଳ୍ପକାଳରେ ବର୍ଦ୍ଧିତ କରିହୁଏ, ସେଗୁଡ଼ିକୁ ____________ ଉପାଦାନ କୁହାଯାଏ ।
Answer:
ପରିବର୍ତୀ

7. ___________ କାଳରେ ସବୁଯାକ ଉତ୍ପାଦନର ପରିମାଣ ପରିବର୍ତ୍ତନ କରାଯାଇପାରେ ।
Answer:
ଦୀର୍ଘ

8. ଉପାଦାନଗୁଡ଼ିକର ପ୍ରତି ଏକକ ମିଶ୍ରଣରୁ ଯେଉଁ ପରିମାଣର ମୋଟ ଭୌତିକ ଦ୍ରବ୍ୟ ଉତ୍ପାଦିତ ହୁଏ, ତାହାକୁ ___________ ଉତ୍ପାଦ କୁହାଯାଏ ।
Answer:
ମୋଟ

9. ଯେଉଁ ବିନ୍ଦୁରେ ମୋଟ ଉତ୍ପନ୍ନ ବଦ୍ଧିତ ହାରରେ ବୃଦ୍ଧି ପାଇବା ବନ୍ଦ କରେ ଓ ହ୍ରାସମାନ ହାରରେ ବୃଦ୍ଧି ପାଇବା ଆରମ୍ଭ କରେ, ତାହାକୁ ___________ ବିନ୍ଦୁ କୁହାଯାଏ ।
Answer:
ନୀତି ପରିବର୍ତ୍ତନ

10. ଯେଉଁ ସ୍ତରରେ ହାରାହାରି ଉତ୍ପନ୍ନ ସର୍ବାଧ‌ିକ ମୂଲ୍ୟରେ ପହଞ୍ଚେ, ସେହି ସ୍ତରକୁ ____________ ଉତ୍ପନ୍ନ ସ୍ତର କୁହାଯାଏ ।
Answer:
ବର୍ଦ୍ଧିଷ୍ଣୁ

11. ଯେଉଁ ସ୍ତରରେ ଉଭୟ ସୀମାନ୍ତ ଉତ୍ପନ୍ନ ଓ ହାରାହାରି ଉତ୍ପନ୍ନ ହ୍ରାସ ପାଆନ୍ତି, ତାହାକୁ _____________ ଉତ୍ପନ୍ନ ସ୍ତର କୁହାଯାଏ ।
Answer:
ହ୍ରାସମାନ

12. ଏହି ସ୍ତରରେ ମୋଟ ଉତ୍ପନ୍ନ ଓ ହାରାହାରି ଉତ୍ପନ୍ନ ହ୍ରାସ ପାଆନ୍ତି ଓ ସୀମାନ୍ତ ଉତ୍ପନ୍ନ ଋଣାତ୍ମକ ହୁଏ, ସେହି ପର୍ଯ୍ୟାୟକୁ ____________ ଉତ୍ପନ୍ନ ସ୍ତର କୁହାଯାଏ ।
Answer:
ଋଣାତ୍ମକ

13. ଉତ୍ପାଦନ ସମ୍ବନ୍ଧୀୟ ନିଷ୍ପରି _______________ ସ୍ତରରେ ହିଁ ନେବା ଉଚିତ୍‌ ।
Answer:
ଦ୍ବିତୀୟ

14. ଉତ୍ପାଦନର ଦ୍ବିତୀୟ ସ୍ତରକୁ _______________ ଉତ୍ପାଦନ ନିଷ୍ପତ୍ତି ସ୍ତର କୁହାଯାଏ ।
Answer:
ବିବେକୀ ।

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ସୀମାନ୍ତ ଉତ୍ପାଦନ ଋଣାତ୍ମକ ହେଲେ ମୋଟ ଉତ୍ପାଦନ ସର୍ବାଧିକ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ସୀମାନ୍ତ ଉତ୍ପାଦନ ଶୂନ୍ୟ ହେଲେ ମୋଟ ଉତ୍ପାଦନ ସର୍ବାଧ‌ିକ ହୋଇଥାଏ ।

2. ଭୌତିକ ଦ୍ରବ୍ୟର ସୃଷ୍ଟିକୁ ଉତ୍ପାଦନ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ବିନିମୟକ୍ଷମ ଉପଯୋଗିତାର ସୃଷ୍ଟିକୁ ଉତ୍ପାଦନ କୁହାଯାଏ ।

3. ସ୍ଵଳ୍ପକାଳରେ ଉତ୍ପାଦନର ସମସ୍ତ ଉପାଦାନ ପରିବର୍ତ୍ତନ ହୋଇପାରିବ ।
Answer:
ଭୁଲ୍ ।
ଠିକ୍ – ଦୀର୍ଘକାଳରେ ଉତ୍ପାଦନର ସମସ୍ତ ଉପାଦାନ ପରିବର୍ତ୍ତନ ହୋଇପାରିବ ।

4. ଉତ୍ପାଦନର ବୃଦ୍ଧି ସହ ସ୍ଥିର ଉପାଦାନର ମଧ୍ୟ ବୃଦ୍ଧି କରାଯାଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦନର ବୃଦ୍ଧି ସହ ସ୍ଥିର ଉପାଦାନ ଅପରିବର୍ତ୍ତିତ ରହେ ।

5. ସ୍ଥିର ଉପାଦାନଗୁଡ଼ିକ ପୂର୍ଣ୍ଣମାତ୍ରାରେ ବିଭାଜ୍ୟ ।
Answer:
ଭୁଲ୍ ।

6. ଦୀର୍ଘକାଳରେ ସମସ୍ ଉପାଦାନ ପରିବର୍ତ୍ତନଣାଳ ।
Answer:
ଠିକ୍ ।

7. ପରିବର୍ତ୍ତନୀୟ ଅନୁପାତ ସୂତ୍ର ଦୀର୍ଘକାଳରେ ପ୍ରଯୁଜ୍ୟ ।
Answer:
ଭୁଲ୍ ।
ଠିକ୍ – ପରିବର୍ତ୍ତନୀୟ ଅନୁପାତ ସୂତ୍ର ସ୍ଵଳ୍ପକାଳରେ ପ୍ରଯୁଜ୍ୟ ।

CHSE Odisha Class 12 Economics Chapter 6 Objective Questions in Odia Medium

8. ଉତ୍ପାଦନକର୍ତ୍ତା ସାଧାରଣତଃ କ୍ରମବର୍ଦ୍ଧିଷ୍ଣୁ ଉତ୍ପନ୍ନ ପର୍ଯ୍ୟାୟରେ ଉତ୍ପାଦନ କରିଥାଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦନକର୍ତ୍ତା ସାଧାରଣତଃ କ୍ରମହ୍ରାସମାନ ଉତ୍ପନ୍ନ ପର୍ଯ୍ୟାୟରେ ଉତ୍ପାଦନ କରିଥାଏ ।

9. ପ୍ରାନ୍ତୀୟ ଉତ୍ପାଦ କଦାପି ଶୂନ୍ୟ ହୋଇପାରେ ନାହିଁ ।
Answer:
ଭୁଲ୍ ।
ଠିକ୍ – ମୋଟ ଉତ୍ପାଦ କଦାପି ଶୂନ୍ୟ ହୋଇପାରେ ନାହିଁ ।

10. ମୋଟ ଉତ୍ପାଦ ଋଣାତ୍ମକ ହୋଇପାରେ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ଉତ୍ପାଦ ଋଣାତ୍ମକ ହୋଇପାରେ ।

11. କ୍ରମବର୍ଦ୍ଧମାନ ଉତ୍ପନ୍ନ ସୂତ୍ର ଉପାଦାନର ଅବିଭାଜ୍ୟତା କାରଣରୁ ହୋଇଥାଏ ।
Answer:
ଠିକ୍ ।

12. ପ୍ରାନ୍ତୀୟ ଉତ୍ପାଦ ହ୍ରାସ ହେବା ସମୟରେ ମୋଟ ଉତ୍ପାଦ ହ୍ରାସ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ଉତ୍ପାଦ ହ୍ରାସ ହେବା ସମୟରେ ମୋଟ ଉତ୍ପାଦ କ୍ରମହ୍ରାସମାନ ହାରରେ ବୃଦ୍ଧି ପାଏ ।

13. ହାସମାନ ଉତ୍ପନ୍ନ ସୂତ୍ର କେବଳ କୃଷିକ୍ଷେତ୍ର ପାଇଁ ପ୍ରଯୁଜ୍ୟ ।
Answer:
ଭୁଲ୍ ।
ଠିକ୍ – ହ୍ରାସମାନ ଉତ୍ପନ୍ନ ସୂତ୍ର ଶିଳ୍ପ ଉତ୍ପାଦନ, ଖଣି, ମତ୍ସ୍ୟଚାଷ, ନିର୍ମାଣ ଇତ୍ୟାଦି ପାଇଁ ମଧ୍ୟ ପ୍ରଯୁଜ୍ୟ ।

14. କ୍ରମବର୍ଦ୍ଧିଷ୍ଣୁ ଉତ୍ପନ୍ନ ପର୍ଯ୍ୟାୟରେ ମୋଟ ଉତ୍ପାଦ ସର୍ବାଧିକ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – କ୍ରମହ୍ରାସମାନ ଉତ୍ପନ୍ନ ପର୍ଯ୍ୟାୟରେ ମୋଟ ଉତ୍ପାଦ ସର୍ବାଧ‌ିକ ହୋଇଥାଏ ।

15. ସୀମାନ୍ତ ଉତ୍ପାଦନ ହ୍ରାସ ହେବା ସମୟରେ ମୋଟ ଉତ୍ପାଦ ହ୍ରାସ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ଉତ୍ପାଦନ ହ୍ରାସ ହେବା ସମୟରେ ମୋଟ ଉତ୍ପାଦ ହ୍ରାସ ହୋଇଥାଏ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଉତ୍ପାଦନ କାହାକୁ କହନ୍ତି ?
Answer:
ବିନିମୟକ୍ଷମ ଉପଯୋଗିତାର ସୃଷ୍ଟି ନିମିତ୍ତ ଅର୍ଥନୈତିକ ପ୍ରକ୍ରିୟାକୁ ଉତ୍ପାଦନ କୁହାଯାଏ ।

2. ଉତ୍ପାଦନ ଫଳନ କ’ଣ?
Answer:
ଉପାଦାନ ଓ ଉତ୍ପାଦ ମଧ୍ୟରେ ଥିବା ପ୍ରାବିଧ‌ି ସମ୍ପର୍କକୁ ଉତ୍ପାଦନ ଫଳନ କୁହାଯାଏ ।

3. ସ୍ଥିର ଉପାଦାନ କ’ଣ ?
Answer:
ଯେଉଁ ଉପାଦାନଗୁଡ଼ିକର ପରିମାଣ ସ୍ଵଳ୍ପକାଳରେ ପରିବର୍ତ୍ତନ କରିହୁଏ ନାହିଁ, ସେଗୁଡ଼ିକୁ ସ୍ଥିର ଉପାଦାନ (ଭୂମି, ମେସିନ୍ ଇତ୍ଯାଦି) କୁହାଯାଏ ।

4. ପରିବର୍ତୀ ଉପାଦାନ କ’ଣ ?
Answer:
ଯେଉଁ ଉପାଦାନଗୁଡ଼ିକର ପରିମାଣ ସ୍ୱଳ୍ପକାଳରେ ପରିବର୍ତ୍ତନ କରିହୁଏ, ସେଗୁଡ଼ିକୁ ପରିବର୍ତୀ ଉପାଦାନ (ଶ୍ରମ) କୁହାଯାଏ ।

CHSE Odisha Class 12 Economics Chapter 6 Objective Questions in Odia Medium

5. ନିବେଶ କାହାକୁ କୁହାଯାଏ ?
Answer:
େଉଁ ଦ୍ରବ୍ୟ ଓ ସେବାର ବ୍ୟବହାର ଉତ୍ପାଦ ସୃଷ୍ଟି କରେ ତାହାକୁ ନିବେଶ କୁହାଯାଏ ।

6. ମୋଟ ଉତ୍ପନ୍ନ କ’ଣ ?
Answer:
ଉପାଦାନଗୁଡ଼ିକର ପ୍ରତି ଏକକ ମିଶ୍ରଣରୁ ଯେଉଁ ପରିମାଣର ମୋଟ ଭୌତିକ ଦ୍ରବ୍ୟ ଉତ୍ପାଦିତ ହୁଏ, ତାହାକୁ ମୋଟ ଉତ୍ପନ୍ନ କୁହାଯାଏ ।

7. ହାରାହାରି ଉତ୍ପନ୍ନ କ’ଣ ?
Answer:
ମୋଟ ଉତ୍ପନ୍ନକୁ ପରିବର୍ତୀ ଉପାଦାନଦ୍ୱାରା ବିଭାଜନ କଲେ, ହାରାହାରି ଉତ୍ପନ୍ନ ମିଳିଥାଏ ।

8. ମୋଟ ଉତ୍ପାଦ ସର୍ବାଧିକ ହେବାବେଳେ ସୀମାନ୍ତ ଉତ୍ପାଦ କ’ଣ ହୁଏ ?
Answer:
ମୋଟ ଉତ୍ପାଦ ସର୍ବାଧ‌ିକ ହେବାବେଳେ ସୀମାନ୍ତ ଉତ୍ପାଦ ଶୂନ୍ୟ ହୋଇଥାଏ ।

9. ମୋଟ ଉତ୍ପାଦ ସର୍ବାଧ‌ିକ ହେବାବେଳେ ହାରାହାରି ଉତ୍ପାଦ କ’ଣ ହୁଏ ?
Answer:
ମୋଟ ଉତ୍ପାଦ ସର୍ବାଧ‌ିକ ହେବାବେଳେ, ହାରାହାରି ଉତ୍ପାଦ ହ୍ରାସ ପାଉଥାଏ ।

10. ପରିବର୍ତୀ ଅନୁପାତ ସୂତ୍ରର ପ୍ରଥମ ସୋପାନର ଅନ୍ୟନାମ କ’ଣ ?
Answer:
ପରିବର୍ତୀ ଅନୁପାତ ସୂତ୍ରର ପ୍ରଥମ ସୋପାନର ଅନ୍ୟନାମ ହେଉଛି ବର୍ଦ୍ଧିଷ୍ଣୁ ଉତ୍ପନ୍ନ ସ୍ତର ।

11. ପରିବର୍ତୀ ଅନୁପାତ ସୂତ୍ରର ଦ୍ୱିତୀୟ ସୋପାନର ଅନ୍ୟନାମ କ’ଣି ?
Answer:
ପରିବର୍ତୀ ଅନୁପାତ ସୂତ୍ରର ଦ୍ବିତୀୟ ସୋପାନର ଅନ୍ୟନାମ ହେଉଛି ହ୍ରାସମାନ ଉତ୍ପନ୍ନ ସ୍ତର ।

12. କେଉଁ ଅବସ୍ଥାରେ ମୋଟ ଉତ୍ପାଦ ହ୍ରାସ ହୁଏ ?
Answer:
ସୀମାନ୍ତ ଉତ୍ପାଦ ଋଣାତ୍ମକ ହେଲେ ମୋଟ ଉତ୍ପାଦ ହ୍ରାସ ପାଏ ।

13. ପ୍ରତିଷ୍ଠାନକୁ କେଉଁ ଅବସ୍ଥାରେ ଆଭ୍ୟନ୍ତରୀଣ ଓ ବହିରାଗତ ସୁବିଧା ମିଳିଥାଏ ?
Answer:
ପ୍ରତିଷ୍ଠାନକୁ ଦୀର୍ଘକାଳରେ ଆଭ୍ୟନ୍ତରୀଣ ଓ ବହିରାଗତ ସୁବିଧା ମିଳିଥାଏ ।

14. କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ଅନ୍ୟ ନାମ କ’ଣ ?
Answer:
କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ଅନ୍ୟନାମ ହେଲା କ୍ରମବର୍ଦ୍ଧିଷ୍ଣୁ ପରିବ୍ୟୟ ସୂତ୍ର ।

15. ପରିବର୍ତୀ ଅନୁପାତ ସୂତ୍ରରେ କେତୋଟି ପର୍ଯ୍ୟାୟ ରହିଛି ?
Answer:
ପରିବର୍ତୀ ଅନୁପାତ ସୂତ୍ରରେ ତିନୋଟି ପର୍ଯ୍ୟାୟ ରହିଛି; ଯଥା – କ୍ରମବର୍ଦ୍ଧିଷ୍ଣୁ, କ୍ରମହ୍ରାସମାନ ଓ ଋଣାତ୍ମକ ଉତ୍ପନ୍ନ ପର୍ଯ୍ୟାୟ ।

16. ସ୍ଵଳ୍ପକାଳୀନ ଉତ୍ପାଦନ ଫଳନର ଅନ୍ୟ ନାମ କ’ଣ ?
Answer:
ସ୍ବଳ୍ପକାଳୀନ ଉତ୍ପାଦନ ଫଳନର ଅନ୍ୟ ନାମ ହେଲା ପରିବର୍ତ୍ତନୀୟ ଅନୁପାତ ସୂତ୍ର ।

17. ପରିବର୍ତ୍ତୀ ପରିବ୍ୟୟର ପରିମାଣ ଓ ଉତ୍ପାଦିତ ଦ୍ରବ୍ୟର ପରିମାଣ ମଧ୍ଯରେ ଥ‌ିବା ସମ୍ପର୍କକୁ ପ୍ରକାଶ କରୁଥିବା ନିୟମଟି କ’ଣ ?
Answer:
ପରିବର୍ତ୍ତୀ ପରିବ୍ୟୟର ପରିମାଣ ଓ ଉତ୍ପାଦିତ ଦ୍ରବ୍ୟର ପରିମାଣ ମଧ୍ଯରେ ଥିବା ସମ୍ପର୍କକୁ ପ୍ରକାଶ କରୁଥିବା ନିୟମଟି ହେଉଛି ପରିବର୍ତ୍ତନୀୟ ଅନୁପାତ ସୂତ୍ର ।

18. ସାଧନର ହ୍ରାସମାନ ଉତ୍ପନ୍ନ ସ୍ଥିତିରେ ପ୍ରାନ୍ତୀୟ ଉତ୍ପନ୍ନ ରେଖାର ଆକାର କିପରି ହୋଇଥାଏ ?
Answer:
ସାଧନର ହ୍ରାସମାନ ଉତ୍ପନ୍ନ ସ୍ଥିତିରେ ପ୍ରାନ୍ତୀୟ ଉତ୍ପନ୍ନ ରେଖାର ଆକାର ନିମ୍ନଗାମୀ ହୋଇଥାଏ ।

19. ମୋଟ ଉତ୍ପନ୍ନ କ୍ରମ ହ୍ରାସମାନ ହାରରେ ବୃଦ୍ଧି ଲାଭ କଲେ ପ୍ରାନ୍ତୀୟ ଉତ୍ପନ୍ନରେ କ’ଣ ହୁଏ ?
Answer:
ମୋଟ ଉତ୍ପନ୍ନ କ୍ରମ ହ୍ରାସମାନ ହାରରେ ବୃଦ୍ଧି ଲାଭ କଲେ ପ୍ରାନ୍ତୀୟ ଉତ୍ପନ୍ନ ହ୍ରାସ ପାଏ ।

20. କେଉଁ କାଳରେ ପ୍ରତିଷ୍ଠାନ ପରିବର୍ତ୍ତୀ ପରିବ୍ୟୟର ପରିମାଣ ପରିବର୍ତ୍ତନ କରି ତାହାର ଉତ୍ପାଦନକୁ ପରିବର୍ତ୍ତନ କରିପାରେ ?
Answer:
ସ୍ବଳ୍ପ କାଳରେ ପ୍ରତିଷ୍ଠାନ ପରିବର୍ତ୍ତୀ ପରିବ୍ୟୟର ପରିମାଣ ପରିବର୍ତ୍ତନ କରି ତାହାର ଉତ୍ପାଦନକୁ ପରିବର୍ତ୍ତନ କରିପାରେ ।

21. ପ୍ରାନ୍ତୀୟ ଉତ୍ପାଦନ ହାରାହାରି ଉତ୍ପାଦନ ସ୍ତରଠାରୁ ତଳକୁ ଖସି ଆସିଲେ ହାରାହାରି ଉତ୍ପାଦନରେ କ’ଣ ହୁଏ ?
Answer:
ପ୍ରାନ୍ତୀୟ ଉତ୍ପାଦନ ହାରାହାରି ଉତ୍ପାଦନ ସ୍ତରଠାରୁ ତଳକୁ ଖସି ଆସିଲେ ହାରାହାରି ଉତ୍ପାଦନ କମିବାକୁ ଆରମ୍ଭ କରେ ।

22. ପ୍ରାନ୍ତୀୟ ଉତ୍ପାଦନ ଶୂନ୍ୟ ହେବାବେଳେ ମୋଟ ଉତ୍ପାଦନ କ’ଣ ହେବ ?
Answer:
ପ୍ରାନ୍ତୀୟ ଉତ୍ପାଦନ ଶୂନ୍ୟ ହେବାବେଳେ ମୋଟ ଉତ୍ପାଦନ ସର୍ବାଧିକ ହେବ ।

23. ହାରାହାରି ଉତ୍ପାଦନ ରେଖାର କେଉଁ ବିନ୍ଦୁରେ ଉଭୟ ପ୍ରାନ୍ତୀୟ ଓ ହାରାହାରି ଉତ୍ପାଦନ ସମାନ ହୋଇଥାଏ ?
Answer:
ହାରାହାରି ଉତ୍ପାଦନ ରେଖାର ସର୍ବାଧ‌ିକ ବିନ୍ଦୁରେ ଉଭୟ ପ୍ରାନ୍ତୀୟ ଓ ହାରାହାରି ଉତ୍ପାଦନ ସମାନ ହୋଇଥାଏ ।

CHSE Odisha Class 12 Economics Chapter 6 Objective Questions in Odia Medium

24. ହ୍ରାସମାନ ଉତ୍ପନ୍ନ ସ୍ଥିତିରେ ମୋଟ ଉତ୍ପାଦନରେ କିଭଳି ପରିବର୍ତ୍ତନ ହୁଏ ?
Answer:
ହ୍ରାସମାନ ଉତ୍ପନ୍ନ ସ୍ଥିତିରେ ମୋଟ ଉତ୍ପାଦନ ବୃଦ୍ଧି ପାଇ ସର୍ବାଧ‌ିକ ବିନ୍ଦୁରେ ପହଞ୍ଚିଯାଏ ।

25. ସ୍ଥିର ସାଧନ କ’ଣ ?
Answer:
େଉଁ ସାଧନଗୁଡ଼ିକର ପରିମାଣ ସ୍ଵଳ୍ପକାଳରେ ପରିବର୍ତ୍ତନ କରିହୁଏ ନାହିଁ । ସେଗୁଡ଼ିକୁ ସ୍ଥିର ଉପାଦାନ (ଭୂମି, ମେସିନ୍ ଇଦ୍ୟାଦି) କୁହାଯାଏ ।

26. କ୍ରମହ୍ରାସମାନ ଉତ୍ପନ୍ନ ସ୍ଥିତିରେ ମୋଟ ଉତ୍ପାଦନରେ କିଭଳି ପରିବର୍ତ୍ତନ ହୁଏ ?
Answer:
କ୍ରମହ୍ରାସମାନ ଉତ୍ପନ୍ନ ସ୍ଥିତିରେ ମୋଟ ଉତ୍ପାଦନ ବୃଦ୍ଧି ପାଇ ସର୍ବାଧ‌ିକ ବିନ୍ଦୁରେ ପହଞ୍ଚିଯାଏ ।

27. ସୀମାନ୍ତ ଉତ୍ପାଦନ ଶୂନ୍ୟ ହେବାବେଳେ ମୋଟ ଉତ୍ପାଦନ କ’ଣ ହେବ ?
Answer:
ସୀମାନ୍ତ ଉତ୍ପାଦନ ଶୂନ୍ୟ ହେବାବେଳେ ମୋଟ ଉତ୍ପାଦନ ସର୍ବାଧିକ ହେବ ।

28. ସୀମାନ୍ତ ଉତ୍ପାଦନ ହାରାହାରି ଉତ୍ପାଦନ ସ୍ତରଠାରୁ ତଳକୁ ଖସି ଆସିଲେ ହାରାହାରି ଉତ୍ପାଦନରେ କ’ଣ ହୁଏ ?
Answer:
ସୀମାନ୍ତ ଉତ୍ପାଦନ ହାରାହାରି ଉତ୍ପାଦନ ସ୍ତରଠାରୁ ତଳକୁ ଖସି ଆସିଲେ ହାରାହାରି ଉତ୍ପାଦନ କମିବାକୁ ଆରମ୍ଭ କରେ ।

CHSE Odisha Class 12 Economics Chapter 2 Objective & Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 2 ଅର୍ଥବ୍ୟବସ୍ଥାର ପରିଚୟ ଏବଂ ଅର୍ଥଶାସ୍ତ୍ରର କେନ୍ଦ୍ରୀୟ ସମସ୍ୟାବଳୀ Objective & Short Answer Questions.

CHSE Odisha 12th Class Economics Chapter 2 Objective & Short Answer Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ଅର୍ଥନୈତିକ ସମସ୍ୟା ସୃଷ୍ଟିର କାରଣ ହେଉଛି :
(A) ମାନବୀୟ ଅଭାବ ଅସୀମ
(B) ସୀମିତ ସମ୍ବଳ
(C) ସମ୍ବଳର ବିକଳ୍ପ ବ୍ୟବହାର
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

2. କେଉଁ ମସିହାରେ ରାଷ୍ଟ୍ରରେ ମହାସଂକୋଚନ ଭଳି ପରିସ୍ଥିତି ଉପୁଜିଥିଲା ?
(A) 1940
(B) 1930
(C) 1990
(D) 2002
Answer:
(B) 1930

3. ଉତ୍ପାଦନ ସମ୍ଭାବ୍ୟତା ରେଖାର ଅନ୍ୟ ନାମ ହେଉଛି :
(A) ଚାହିଦା ରେଖା
(B) ଯୋଗାଣ ରେଖା
(C) ରୂପାନ୍ତରଣ ରେଖା
(D) ଉତ୍ପାଦ ରେଖା
Answer:
(C) ରୂପାନ୍ତରଣ ରେଖା

4. ନିମ୍ନଲିଖମାନଙ୍କ ମଧ୍ୟରୁ କେଉଁଟିର ଅଭିବୃଦ୍ଧି ହେଉଛି ଅର୍ଥନୈତିକ ଉନ୍ନତିର ଆଧାର ?
(A) ଉପଭୋଗ
(B) ସଞ୍ଚୟ
(C) ଅଭାବ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ସଞ୍ଚୟ

5. କେଉଁ କାରଣରୁ ସମ୍ବଳର ନିର୍ବାଚନ କରିବା ଆବଶ୍ୟକ ପଡ଼ିଥାଏ ?
(A) ସମ୍ବଳର ଦୁଷ୍ଟ୍ରାପ୍ୟତା
(B) ସମ୍ବଳର ସ୍ୱଳ୍ପତା
(C) ସମ୍ବଳର ବିନିଯୋଗ
(D) ଉପରୋକ୍ତ ସମସ୍ତ
Answer:
(B) ସମ୍ବଳର ସ୍ୱଳ୍ପତା

CHSE Odisha Class 12 Economics Chapter 2 Objective & Short Answer Questions in Odia Medium

6. କୌଣସି ରାଷ୍ଟ୍ରର ଉତ୍ପାଦନ କ୍ଷମତା ବୃଦ୍ଧି ହେଲେ, ଉତ୍ପାଦନ ସମ୍ଭାବ୍ୟ ରେଖାରେ କ’ଣ ଘଟିଥାଏ ?
(A) ବାମକୁ ସ୍ଥାନାନ୍ତରିତ ହୁଏ
(B) ଡାହାଣକୁ ସ୍ଥାନାନ୍ତରିତ ହୁଏ
(C) କୌଣସି ପରିବର୍ତ୍ତନ ଘଟିନଥାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ଡାହାଣକୁ ସ୍ଥାନାନ୍ତରିତ ହୁଏ

7. ସମ୍ବଳର ପୂର୍ଣ୍ଣ ବିନିଯୋଗ ଘଟିଲେ ଦେଶର ଅଭିବୃଦ୍ଧି ହାରରେ କ’ଣ ଘଟେ ?
(A) ହ୍ରାସ ପାଏ
(B) ସ୍ଥିର ରହେ
(C) ବୃଦ୍ଧି ପାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ବୃଦ୍ଧି ପାଏ

8. ସଂକୋଚନ (Depression) ଫଳରେ ଲାଭର କ’ଣ ହୁଏ ?
(A) ହ୍ରାସ ପାଏ
(B) ବୃଦ୍ଧି ହୁଏ
(C) ସ୍ଥିର ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ହ୍ରାସ ପାଏ

9. ମୌଳିକ ଅର୍ଥନୈତିକ ସମସ୍ୟାଟି ହେଲା :
(A) ସଞ୍ଚୟ
(B) ବିନିଯୋଗ
(C) ପୁର୍ଣୢ ମନୋନୟନ
(D) ପୁଞି୍ ବିନିଯୋଗ
Answer:
(C) ପୁର୍ଣୢ ମନୋନୟନ

10. ସମ୍ବଳର ଯୋଗାଣ, ସମ୍ବଳର ଆବଶ୍ୟକତାଠାରୁ କମ୍ ହୋଇଥ‌ିବା କାରଣରୁ କେଉଁ ସମସ୍ୟା ସୃଷ୍ଟି ହୋଇଥାଏ ?
(A) ସାମାଜିକ
(B) ରାଜନୈତିକ
(C) ଅର୍ଥନୈତିକ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ଅର୍ଥନୈତିକ

B. ଶୂନ୍ୟସ୍ଥାନ ପୂରଣ କର ।

1. ସ୍ତ୍ରୀତି ଓ ଅବସ୍ତୀତି ମଧ୍ୟଦେଇ ରାଷ୍ଟ୍ରର _______ ଭୁଶୁଡ଼ି ପଡ଼ୁଛି ।
Answer:
ଅର୍ଥନୈତିକ ସ୍ଥିରତା

2. ପ୍ରତ୍ୟେକ ଅର୍ଥବ୍ୟବସ୍ଥା ତାହା ପୁଞ୍ଜିବାଦୀ ହେଉ ବା ସମାଜବାଦୀ ହେଉ କିମ୍ବା ମିଶ୍ରିତ ଅର୍ଥବ୍ୟବସ୍ଥା ହେଉ ସମସ୍ତେ ଏହି _______ ଗୁଡ଼ିକର ପୂର୍ଣ୍ଣ ନିୟୋଜନ ନିମିତ୍ତ ଉଦ୍ୟମ ଅବ୍ୟାହତ ରଖୁଛନ୍ତି ।
Answer:
ଦୁର୍ଲଭ ସାଧନ

3. ଦେଶରେ ପୁଞ୍ଜି ଦ୍ରବ୍ୟ ଗବେଷଣା, _______ ବିଦ୍ୟା ଇତ୍ୟାଦିର ବୃଦ୍ଧି ଘଟାଇ ଭବିଷ୍ୟତ ବଂଶଧରମାନଙ୍କର ଉନ୍ନତ ଜୀବନଧାରଣ ମାନ ପାଇଁ ପଥ ପରିଷ୍କାର କରାଯାଏ ।
Answer:
ପ୍ରଯୁକ୍ତି

4. ମନୁଷ୍ୟ ଜୀବନରେ ଯେଉଁ ଭିନ୍ନ ଭିନ୍ନ କର୍ମ ସମ୍ପାଦନ କରେ ବା ଭୌତିକ କଲ୍ୟାଣ ସାଧନ କରେ, ତାହାକୁ _______ କାର୍ଯ୍ୟକଳାପ କୁହାଯାଏ । _______
Answer:
ଅର୍ଥନୈତିକ

5. ବିଣେଷକରି _______ ଅର୍ଥବ୍ୟବସ୍ଥା ମାନ୍ଦା ଅବସ୍ଥାର ଶିକାର ହୋଇଥାଏ ।
Answer:
ମୁକ୍ତ

6. ଯେଉଁ ରେଖାଚିତ୍ରଦ୍ଵାରା ଏକ ଅର୍ଥବ୍ୟବସ୍ଥା ସମ୍ମୁଖୀନ ହେଉଥ‌ିବା ବିକଳ୍ପ ଉତ୍ପାଦନ ସମ୍ଭାବନାଗୁଡ଼ିକର ଉପସ୍ଥାପନା ତାହାକୁ କରାଯାକଥାଏ _______ ବୋଲି କୁହାଯାଏ ।
Answer:
ସମ୍ଭାବ୍ୟ ରେଖା

7. ସ୍ତ୍ରୀତି ସମୟରେ ଦ୍ରବ୍ୟର ଦାମ୍ _______ ସହ ଗୁରୁତର ଆର୍ଥିକ, ସାମାଜିକ, ରାଜନୈତିକ ଓ ନୈତିକ ବିଭ୍ରାଟ ସୃଷ୍ଟି ହୋଇ ଅର୍ଥବ୍ୟବସ୍ଥାର ଅଧଃପତନ ଘଟାଇଥାଏ ।
Answer:
ବୃଦ୍ଧି

8. ପ୍ରଯୁକ୍ତି ବିଦ୍ୟାର ଉନ୍ନତି ଏବଂ ଉତ୍ପାଦନ ସମ୍ବଳର ଅଭିବୃଦ୍ଧି ଯୋଗୁଁ _______ ସମ୍ଭବ ହୋଇଅଛି ।
Answer:
ଅର୍ଥନୈତିକ ଅଭିବୃଦ୍ଧି

CHSE Odisha Class 12 Economics Chapter 2 Objective & Short Answer Questions in Odia Medium

9. ଅନ୍ୟ ଦେଶରୁ ଆବଶ୍ୟକୀୟ ଜିନିଷ ଆମଦାନି କଲେ ସେ ଦେଶର ମୁଦ୍ରାରେ ପାଉଣା ପରିଶୋଧ କରିବାକୁ ପଡ଼ିଥାଏ,ଯାହୀକୁ ଆମେ _______ ବୋଲି କହୁ ।
Answer:
ବୈଦେଶିକ ମୁଦ୍ରା

10. ସମ୍ବଳର ନିୟୋଜନ ନିମିତ୍ତ ବିନିଯୋଗ ଆବଶ୍ୟକ ଏବଂ ଏହି ବିନିଯୋଗ _______ ରୁ ହିଁ ଆସିଥାଏ ।
Answer:
ସଞ୍ଚୟ

11. _______ ଦ୍ଵାରା ଅର୍ଥବ୍ୟବସ୍ଥାର ପ୍ରଗତି ରଥଚକ୍ର ଭାଙ୍ଗି ଯାଇଥାଏ ।
Answer:
ବାଣିଜ୍ୟିକ ଚକ୍ର

12. ଅବସ୍ତୀତି ସମୟରେ ଦ୍ରବ୍ୟର ଦାମ୍ _______ ସହ ବ୍ୟବସାୟରେ ବିପୁଳ କ୍ଷତି ଘଟିବା ସହ ବିପୁଳ ବେକାରି ସୃଷ୍ଟି ହେଉଛି ।
Answer:
ହ୍ରାସ

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ସମ୍ବଳ ଯୋଗାଣ ସମ୍ବଳର ଆବଶ୍ୟକତାଠାରୁ କମ୍ ହୋଇଥ‌ିବା କାରଣରୁ ଅର୍ଥନୈତିକ ସମସ୍ୟାର ସୃଷ୍ଟି ହୁଏ ।
Answer:
ଠିକ୍ ।

2. ସମ୍ବଳ ଯୋଗାଣରେ ପ୍ରାଚୁର୍ଯ୍ୟ ଯୋଗୁଁ ନିର୍ବାଚନ ଅବଶ୍ୟମ୍ଭାବୀ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ସମ୍ବଳ ଯୋଗାଣରେ ଦୁଷ୍ପାପ୍ୟତା ଯୋଗୁଁ ନିର୍ବାଚନ ଅବଶ୍ୟମ୍ଭାବୀ ହୋଇଥାଏ ।

3. ଅର୍ଥନୀତିର ବିକାଶ ସହିତ ଅଭାବବୋଧ ବୃଦ୍ଧି ହୁଏ ।
Answer:
ଠିକ୍ ।

4. ସମ୍ବଳର ଅସୀମିତତା କାରଣରୁ ନିର୍ବାଚନ କରିବା ଆବଶ୍ୟକ ପଡ଼ିଥାଏ ।
Answer:
ଭୁଲ୍ ।
ଠିକ୍ – ସମ୍ବଳର ସ୍ୱଳ୍ପତା କାରଣରୁ ନିର୍ବାଚନ କରିବା ଆବଶ୍ୟକ ପଡ଼ିଥାଏ ।

5. ଅର୍ଥନୈତିକ ସମସ୍ୟା ହେଉଛି ମୁଖ୍ୟତଃ ଖାଦ୍ୟ ସମସ୍ୟା ।
Answer:
ଭୁଲ୍
ଠିକ୍ – ଅର୍ଥନୈତିକ ସମସ୍ୟା ହେଉଛି ମୁଖ୍ୟତଃ ନିର୍ବାଚନ ସମସ୍ୟା ।

6. ଅର୍ଥନୈତିକ ସମସ୍ୟା କହିଲେ ସମ୍ବଳ ସୁପରିଚାଳନା କରିବା ସମସ୍ୟାକୁ ବୁଝାଏ ।
Answer:
ଠିକ୍

CHSE Odisha Class 12 Economics Chapter 2 Objective & Short Answer Questions in Odia Medium

7. ବିକାଶ ହେଉଛି ଅର୍ଥନୈତିକ ଉନ୍ନତିର ଆଧାର ।
Answer:
ଭୁଲ୍ ।
ଠିକ୍ – ସଞ୍ଚୟ ଅଭିବୃଦ୍ଧି ହେଉଛି ଅର୍ଥନୈତିକ ଉନ୍ନତିର ଆଧାର ।

8. ଆଲ୍‌ଫ୍ରେଡ୍‌ ମାର୍ଶାଲ୍ ହେଉଛନ୍ତି ସମ୍ବଳ ହପ୍ୟତା ଅଭିଧାରଣାର ପ୍ରବକ୍ତା ।
Answer:
ଭୁଲ୍ ।
ଠିକ୍ – ଅଧ୍ୟାପକ ଲିଓନେଲ୍ ରବିନ୍‌ସ୍ ହେଉଛନ୍ତି ସମ୍ବଳ ଦୁଷ୍ଟ୍ରାପ୍ୟତା ଅଭିଧାରଣାର ପ୍ରବକ୍ତା ।

9. ସମ୍ବଳର ଅସୀମିତତା ଓ ଅଭାବର ସୀମିତତା ଯୋଗୁଁ ଅର୍ଥନୈତିକ ସମସ୍ୟା ସୃଷ୍ଟି ହୁଏ ।
Answer:
ଭୁଲ୍ ।
ଠିକ୍ – ସମ୍ବଳର ସ୍ୱଳ୍ପତା ଓ ଅଭାବ ଅସୀମ କାରଣରୁ ଅର୍ଥନୈତିକ ସମସ୍ୟା ସୃଷ୍ଟି ହୁଏ ।

10. ସୀମିତ ସମ୍ବଳ ଓ ଅସୀମ ଅଭାବ ସମସ୍ତ ଅର୍ଥନୈତିକ ସମସ୍ୟା ସୃଷ୍ଟିର କାରଣ ।
Answer:
ଠିକ୍ ।

11. ଉନ୍ନୟନ ହେଉଛି ଅର୍ଥନୈତିକ ଉନ୍ନତିର ଆଧାର ।
Answer:
ଭୁଲ୍ ।
ଠିକ୍ – ସଞ୍ଚୟ ଅଭିବୃଦ୍ଧି ହେଉଛି ଅର୍ଥନୈତିକ ଉନ୍ନତିର ଆଧାର ।

12. ସମ୍ବଳର ସୁଲଭତା କାରଣରୁ ନିର୍ବାଚନ କରିବା ଆବଶ୍ୟକ ହୁଏ ।
Answer:
ଭୁଲ୍
ଠିକ୍ – ସମ୍ବଳର ଦୁଶ୍ରାପ୍ୟତା କାରଣରୁ ନିର୍ବାଚନ କରିବା ଆବଶ୍ୟକ ହୁଏ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ସମ୍ବଳର ସ୍ଵଳ୍ପତା କିପରି ଜଣାଯାଏ ?
Answer:
ଚାହିଦା ତୁଳନାରେ ସମ୍ବଳର ଯୋଗାଣ ସୀମିତ ହେବା ସ୍ଵଚ୍ଛତାର ନିଦର୍ଶନ ।

2. ଅର୍ଥନୈତିକ ସମସ୍ୟାର ସାରମର୍ମ କ’ ଣ
Answer:
ଅର୍ଥନୈତିକ ସମସ୍ୟାର ସାରମର୍ମ ହେଉଛି ଅଭାବ ପରିତୃପ୍ତି କରିବା ପାଇଁ ସମ୍ବଳ ମନୋନୟନ କରିବା ।

3. ଉତ୍ପାଦନ ସମ୍ଭାବ୍ୟ ରେଖା କାହାକୁ କୁହାଯାଏ ?
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣ ସମ୍ବଳ ଓ କୌଶଳ ଉପଯୋଗ କରିବାପାଇଁ ବିଭିନ୍ନ ଉପାଦାନର ସମ୍ଭାବ୍ୟ ସମ୍ମିଶ୍ରଣ ଉତ୍ପାଦନ ସମ୍ଭାବ୍ୟତା ରେଖାରେ ଦର୍ଶାଯାଇଥାଏ ।

4. ଉତ୍ପାଦନ କରିବା ପାଇଁ ଦକ୍ଷ କୌଶଳ କିପରି ନିର୍ଦ୍ଧାରଣ କରାଯାଏ ?
Answer:
ଦୁଷ୍ପାପ୍ୟ ସମ୍ବଳର ସର୍ବନିମ୍ନ ଉପଯୋଗ କରି ସର୍ବୋତ୍ତମ ଉତ୍ପାଦ ଉତ୍ପାଦନ କରିବା ସୁଦକ୍ଷ କୌଶଳ ଅବଲମ୍ବନର ନିଦର୍ଶନ ।

5. ଅର୍ଥନୈତିକ ସମ୍ବଳର ଦୁଇଟି ମୌଳିକ ବୈଶିଷ୍ଟ୍ୟ ଲେଖ ।
Answer:
ଅର୍ଥନୈତିକ ସମ୍ବଳର ଦୁଇଟି ମୌଳିକ ବୈଶିଷ୍ଟ୍ୟ ହେଉଛି – ସମ୍ବଳର ଦୁଷ୍ପାପ୍ୟତା ଏବଂ ବିକଳ୍ପ ବ୍ୟବହାର କ୍ଷମତା

6. କାହିଁକି ଅର୍ଥନୈତିକ ସମସ୍ୟା ସୃଷ୍ଟି ହୁଏ ?
Answer:
ସମ୍ବଳର ସୀମିତତା ଏବଂ ଅଭାବର ଅସୀମିତତା ଯୋଗୁଁ ଅର୍ଥନୈତିକ ସମସ୍ୟା ସୃଷ୍ଟି ହୋଇଥାଏ ।

7. ଅର୍ଥନୈତିକ ସମସ୍ୟା କହିଲେ କ’ଣ ବୁଝ ?
Answer:
ସୀମିତ ସମ୍ବଳର କିପରି ସର୍ବୋତ୍କୃଷ୍ଟ ଉପଯୋଗ କରିବାକୁ ହିଁ ଅର୍ଥନୈତିକ ସମସ୍ୟାକୁ ବୁଝାଏ ।

CHSE Odisha Class 12 Economics Chapter 2 Objective & Short Answer Questions in Odia Medium

8. ଅର୍ଥବ୍ୟବସ୍ଥା କାହାକୁ କୁହାଯାଏ ?
Answer:
ଅର୍ଥବ୍ୟବସ୍ଥା କହିଲେ ଏକ ମନୁଷ୍ୟ ବଞ୍ଚ୍ ରହିବାପାଇଁ ଆୟ ଅର୍ଜନ କରିବା ଆବଶ୍ୟକ, ଏହି ପ୍ରକାରର ବ୍ୟବସ୍ଥାକୁ ଅର୍ଥବ୍ୟବସ୍ଥା କୁହାଯାଏ ।

9. ଅର୍ଥନୈତିକ ସମସ୍ୟାର ଜନନୀ କାହାକୁ କୁହାଯାଏ ?
Answer:
ସମ୍ବଳର ଦୁଷ୍ଟ୍ରାପ୍ୟତାକୁ ଅର୍ଥନୈତିକ ସମସ୍ୟାର ଜନନୀ କୁହାଯାଏ ।

10. ଅର୍ଥବ୍ୟବସ୍ଥାର କେନ୍ଦ୍ରୀୟ ସମସ୍ୟାଗୁଡ଼ିକ ଲେଖ ।
Answer:
ଅର୍ଥବ୍ୟବସ୍ଥାର କେନ୍ଦ୍ରୀୟ ସମସ୍ୟାଗୁଡ଼ିକ ହେଲା – (i) କ’ଣ ଉତ୍ପାଦନ କରାଯିବ ? (ii) କିପରି ଉତ୍ପାଦନ କରାଯିବ ? (iii) କାହା ପାଇଁ ଉତ୍ପାଦନ କରାଯିବ ? (iv) ବର୍ତମାନ ପାଇଁ ନା ଭବିଷ୍ୟତ ପାଇଁ ଉତ୍ପାଦନ କରାଯିବ ?

11. ମୌଳିକ ଅର୍ଥନୈତିକ ସମସ୍ୟାଟି କ’ଣ ?
Answer:
ମୌଳିକ ଅର୍ଥନୈତିକ ସମସ୍ୟାଟି ହେଉଛି ନିର୍ବାଚନ ବା ମନୋନୟନ କରିବା ।

12. ଅର୍ଥନୈତିକ ସମସ୍ୟା କେଉଁ କାରଣରୁ ଉଦ୍ଭବ ହୁଏ ?
Answer:
ଅର୍ଥନୈତିକ ସମସ୍ୟା ଉଦ୍ଭବ ହେବାର କାରଣ ହେଲା – ମାନବିକ ଅଭାବ ଅସୀମ ସୀମିତ ସମ୍ବଳ ଏବଂ ସମ୍ବଳସବୁ ବିକଳ୍ପ ବ୍ୟବହାରକ୍ଷମ ଅଟେ ।

13. ସମ୍ବଳ ଉପଯୋଗ କ୍ଷେତ୍ରରେ ମିତାଚାର କହିଲେ କ’ଣ ବୁଝାଯାଏ ?-
Answer:
ସମ୍ବଳ ଅପଚୟ ଦୂର କରି ସେଗୁଡ଼ିକୁ ସର୍ବୋତ୍ତମଭାବେ ଉପଯୋଗ କରିବା ହେଉଛି ସମ୍ବଳ ଉପଯୋଗର ମିତାଚାର ।?

14. ଉତ୍ପାଦନ କୌଶଳ କହିଲେ କ’ଣ ବୁଝାଯାଏ ?
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣ ଉତ୍ପାଦ ଉତ୍ପାଦନ କରିବାପାଇଁ ବିଭିନ୍ନ ଅନୁପାତରେ ଉତ୍ପାଦନ ସାଧନଗୁଡ଼ିକ ସମ୍ମିଶ୍ରଣ କରିବାକୁ ଉତ୍ପାଦନ କୌଶଳ କୁହାଯାଏ ।

15. ସମ୍ବଳର ଦୁଷ୍ଟ୍ରାପ୍ୟତା କିପରି ଜଣାଯାଏ ?
Answer:
ଚାହିଦା ତୁଳନାରେ ସମ୍ବଳ ଯୋଗାଣ ସୀମିତ ହେବା ଦୁଷ୍ଟ୍ରାପ୍ୟତାର ନିଦର୍ଶନ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି| ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ଉତ୍ପାଦନ ଦକ୍ଷତା କ’ଣ ?
Answer:
ଉତ୍ପାଦନ କ୍ଷେତ୍ରରେ ଦକ୍ଷତା ଉପରେ ହିଁ ସମ୍ବଳର ସୁବିନିଯୋଗ ନିର୍ଭର କରିଥାଏ । ସୀମିତ ସମ୍ବଳ ଯୋଗୁଁ ସମ୍ବଳର ସର୍ବୋତ୍ତମ ବିନିଯୋଗ କରିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ସମ୍ବଳର ସୁବିନିଯୋଗ ସେହି ଅବସ୍ଥାରେ ସମ୍ଭବ ଯେତେବେଳେ ସମ୍ବଳର ସର୍ବୋତ୍କୃଷ୍ଟ ବିକଳ୍ପ ବ୍ୟବହାର କରି ଅନ୍ୟ ଏକ ଦ୍ରବ୍ୟର ଉତ୍ପାଦନ ବୃଦ୍ଧିରେ କୌଣସି ପରିବର୍ତ୍ତନ କରିନଥାଏ । ଅଥବା ଅନ୍ୟମାନଙ୍କର ଜୀବନଧାରାରେ ଉନ୍ନତି କରିଥାଏ । ଉତ୍ପାଦନ ଦକ୍ଷତା ବୃଦ୍ଧି ପାଇଲେ ଉତ୍ପାଦନର ପରିବ୍ୟୟ ମଧ୍ୟ ହ୍ରାସ ପାଇଥାଏ ଏବଂ ତାହାର ପ୍ରଭାବ ସମସ୍ତ ଅର୍ଥବ୍ୟବସ୍ଥାରେ ପଡ଼ିଥାଏ ।

2. ଅର୍ଥନୈତିକ ସମସ୍ୟା କହିଲେ କ’ଣ ବୁଝ ?
Answer:
ଆର୍ଥନୀତିକ ସମସ୍ୟା କହିଲେ ପ୍ରତ୍ୟେକ ଅର୍ଥବ୍ୟବସ୍ଥାରେ ଅସୀମ ଅଭାବ ଓ ସୀମିତ ସମ୍ବଳ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଉତ୍ପନ୍ନ ସମସ୍ୟାକୁ ବୁଝାଏ । ତେଣୁ, ଏହା ଚୟନର ଆବଶ୍ୟକତା କ୍ଷେତ୍ରରୁ ସୃଷ୍ଟ ଏକ ଜରୁରୀ ସମସ୍ୟା, ଯେଉଁଠି ଚୟନ କହିଲେ ସୀମିତ ସମ୍ବଳର ବହୁଳ ବ୍ୟବହାରିକ ଗୁଣ ମଧ୍ୟରୁ ନିର୍ଦ୍ଦିଷ୍ଟ ବ୍ୟବହାରକୁ ନିର୍ଣ୍ଣୟ କରାଯାଇଥାଏ ।

3. ଚତୁର୍ବିଧ ଜଟିଳ ମନୋନୟନ ବା ନିର୍ବାଚନ କ’ଣ ?
Answer:
ଦୁଷ୍ପାପ୍ୟ ସମ୍ବଳ ପାଇଁ ଅସଂଖ୍ୟ ଅଭାବ ମଧ୍ଯରେ ପ୍ରତିଯୋଗିତା ହେଉଥ‌ିବାରୁ ନିର୍ବାଚନ ସମସ୍ୟାର ଉଦ୍ଭବ ହୁଏ । ନିର୍ବାଚନ ପ୍ରକ୍ରିୟା ଚାରିଗୋଟି ରୂପ ନେଉଥ‌ିବାରୁ ସେଗୁଡ଼ିକୁ ‘ଜଟିଳ ନିର୍ବାଚନ’ କୁହାଯାଏ । ସେଗୁଡ଼ିକ ହେଲା – (i) କ’ଣ ଉତ୍ପାଦନ କରାଯିବ ? (ii) କିପରି ଉତ୍ପାଦନ କରାଯିବ ? (iii) କାହା ପାଇଁ ଉତ୍ପାଦନ କରାଯିବ ? ଏବଂ (iv) ବର୍ତ୍ତମାନ ଓ ଭବିଷ୍ୟତ ମଧ୍ଯରେ ନିର୍ବାଚନ । ଏହି ଚତୁର୍ବିଧ ସମସ୍ୟା ସବୁପ୍ରକାର ଅର୍ଥବ୍ୟବସ୍ଥାରେ ପରିଲକ୍ଷିତ ହୁଏ ।

CHSE Odisha Class 12 Economics Chapter 2 Objective & Short Answer Questions in Odia Medium

4. କେନ୍ଦ୍ରୀୟ ଅର୍ଥନୈତିକ ସମସ୍ୟାବଳୀ କହିଲେ କ’ଣ ବୁଝ?
Answer:
ମନୁଷ୍ୟର ବାସ୍ତବ ସମସ୍ୟା ହେଉଛି ତା’ ନିକଟରେ ଥିବା ସମ୍ବଳର ସ୍ୱଳ୍ପତା । ସେହିଭଳି ଗୋଟିଏ ଅର୍ଥବ୍ୟବସ୍ଥାରେ ବାସ୍ତବ ଓ ମୁଖ୍ୟ ସମସ୍ୟା ହେଉଛି ତା’ର ଉତ୍ପାଦୀ ସମ୍ବଳର ସ୍ୱଳ୍ପତା । ସମ୍ବଳର ସ୍ୱଳ୍ପତାଜନିତ ସୃଷ୍ଟି ହେଉଥ‌ିବା ସମସ୍ୟାର ସମାଧାନ ପ୍ରତ୍ୟେକ ଅର୍ଥବ୍ୟବସ୍ଥାରେ କରିବାକୁ ହୋଇଥାଏ । ସେ ସମସ୍ୟାଗୁଡ଼ିକ ହେଉଛି – (i) କ’ଣ ଉତ୍ପାଦନ କରାଯିବ ? (ii) କିପରି ଉତ୍ପାଦନ କରାଯିବ ? (iii) କେତେ ପରିମାଣରେ ଉତ୍ପାଦନ କରାଯିବ ? ଏବଂ (iv) କାହା ପାଇଁ ଉତ୍ପାଦନ କରାଯିବ ?

5. ଅର୍ଥନୈତିକ ସମସ୍ୟାବଳୀର ବୈଶିଷ୍ଟ୍ୟଗୁଡ଼ିକ କ’ଣ ?
Answer:
ଅର୍ଥନୈତିକ ସମସ୍ୟା ମୁଖ୍ୟତଃ ନିର୍ବାଚନକୁ କେନ୍ଦ୍ର କରି ସୃଷ୍ଟି ହୋଇଥାଏ । ବିକଳ୍ପ ବ୍ୟବହାରକ୍ଷମ ସୀମିତ ସମ୍ବଳ କିପରି ଉପଯୋଗ କରାଯାଏ, ତାହା ନିର୍ବାଚନ କରିବା ଉପରେ ନିର୍ଭର କରେ । ଅର୍ଥନୈତିକ ସମସ୍ୟାର ବୈଶିଷ୍ଟ୍ୟ ହେଉଛି– (i) ସମ୍ବଳର ଦୁଷ୍ପାପ୍ୟତା ଅର୍ଥନୈତିକ ସମସ୍ୟା ସୃଷ୍ଟି କରେ, (ii) ମାନବ ସଭ୍ୟତାର ପ୍ରଗତି ସହିତ ଅର୍ଥନୈତିକ ସମସ୍ୟା ବୃଦ୍ଧି ହୁଏ, (iii) ଅର୍ଥନୈତିକ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ସମ୍ଭବ ନୁହେଁ, (iv) ସବୁ ଅର୍ଥବ୍ୟବସ୍ଥାରେ ଅର୍ଥନୈତିକ ସମସ୍ୟା ଦେଖାଯାଏ, (v) ଅର୍ଥନୈତିକ ବିଶ୍ଳେଷଣ କ୍ଷେତ୍ରରେ ଅର୍ଥନୈତିକ ସମସ୍ୟା ଦେଖାଯାଏ ।

6. ଉତ୍ପାଦକ ଦ୍ରବ୍ୟ କ’ଣ ?
Answer:
ଯେଉଁ ଦ୍ରବ୍ୟଗୁଡ଼ିକ ମାନବିକ ଅଭାବ ପରୋକ୍ଷ ଭାବରେ ପୂରଣ କରନ୍ତି । ତାହାକୁ ଉତ୍ପାଦକ ଦ୍ରବ୍ୟ କୁହାଯାଏ । ଯଥା – ସାର, ବିହନ ଆଦିକୁ ଉତ୍ପାଦକ ଦ୍ରବ୍ୟ କୁହାଯାଏ । ଅନ୍ୟ ଅର୍ଥରେ ଦ୍ୱିତୀୟ ଶ୍ରେଣୀ ଦ୍ରବ୍ୟ କୁହାଯାଏ । ସମ୍ବଳର ସୀମିତତା ଯୋଗୁଁ ଦେଖାଯାଏ – କିପରି

7. ଅର୍ଥନୈତିକ ସମସ୍ୟା ସମ୍ବଳର ସୀମିତତା ଯୋଗୁଁ ଦେଖାଯାଏ – କିପରି ?
Answer:
ଅର୍ଥନୈତିକ ସମସ୍ୟା ମୁଖ୍ୟତଃ ସମ୍ବଳ ସସୀମ ହୋଇଥ‌ିବାରୁ ଏହା ସୃଷ୍ଟି ହୋଇଥାଏ । ବିକଳ୍ପ ବ୍ୟବହାର ଯୋଗ୍ୟ ସୀମିତ ସମ୍ବଳ କିପରି ବିନିଯୋଗ କରାଯିବ, ତାହା କେବଳ ନିର୍ବାଚନ ଉପେର ହିଁ ନିର୍ଭର କରେ । ଆଧୁନିକ ଅର୍ଥବ୍ୟବସ୍ଥାରେ ସୀମିତ ସମ୍ବଳକୁ ବିନିଯୋଗ କରି ଅଭାବଗୁଡ଼ିକର ପରିତୃପ୍ତି କରିବା ନିମନ୍ତେ ଏହିପରି ବଣ୍ଟନ କରିବାକୁ ହୁଏ ଯେପରି ରାଷ୍ଟ୍ରର ଆବଶ୍ୟକତା ସର୍ବୋତ୍ତମ ଭାବର ପରିପୂରଣ କରାଯାଇପାରିବ । ଏହି ଉଦ୍ଦେଶ୍ୟ ହାସଲ ନିମନ୍ତେ ଅର୍ଥବ୍ୟବସ୍ଥାରେ ସମ୍ବଳ ଓ ଅଭାବକୁ ନିର୍ବାଚନ କରିବାକୁ ହୁଏ ।

8. କାର୍ଯ୍ୟଗତ ବଣ୍ଟନ କ’ଣ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ସହଯୋଗ କରୁଥିବା ଉପାଦାନମାନଙ୍କ ମଧ୍ୟରେ ଉତ୍ପାଦିତ ଦ୍ରବ୍ୟର ଆବଣ୍ଟନକୁ ଅର୍ଥଶାସ୍ତ୍ରରେ ବଣ୍ଟନ କୁହାଯାଏ । ବଣ୍ଟନକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ; ଯଥା – ବ୍ୟକ୍ତିଗତ ଓ କାର୍ଯ୍ୟଗତ ବଣ୍ଟନ । ବ୍ୟକ୍ତିଗତ ବଣ୍ଟନ କ୍ଷେତ୍ରରେ ଜାତୀୟ ଆୟକୁ ରାଷ୍ଟ୍ରର ନାଗରିକମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ ।

B ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି| ଛଅଟି ବାକ୍ୟରେ ଦିଅ ।

1. ଉତ୍ପାଦନର ସାଧନଗୁଡ଼ିକ ଲେଖ ।
Answer:
ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ହେଉଥିବା ନିବେଶମାନଙ୍କୁ ଉତ୍ପାଦନ ସାଧନ ଆଖ୍ୟା ଦିଆଯାଇଛି । ଏହି ନିବେଶଗୁଡ଼ିକ ମୁଖ୍ୟତଃ ହେଲା – ଭୂମି, ଶ୍ରମ, ପୁଞ୍ଜି ଓ ସଂଗଠନ । ଏହି ନିବେଶମାନଙ୍କ ବିନା ସହଯୋଗରେ ଉତ୍ପାଦନ କାର୍ଯ୍ୟ ସମ୍ଭବ ନୁହେଁ । ଅର୍ଥଶାସ୍ତ୍ର ପରିଭାଷାରେ ଭୂମି କହିଲେ କେବଳ ମୃତ୍ତିକା ବା ଭୂପୃଷ୍ଠକୁ ନୁହେଁ, ମନୁଷ୍ୟ ନିୟନ୍ତ୍ରଣରେ ନଥିବା ଏବଂ ସ୍ଵସ୍ଥିତିରେ ଥ‌ିବା ସମସ୍ତ ପ୍ରାକୃତିକ ସମ୍ବଳକୁ ବୁଝାଏ । ଶ୍ରମ କହିଲେ ସମସ୍ତ ପ୍ରକାର ଶାରୀରିକ ଓ ମାନସିକ ଉଦ୍ୟମକୁ ବୁଝାଏ । ପୁଞ୍ଜି ହେଉଛି ମନୁଷ୍ୟ ସୃଷ୍ଟ ଯାହାକି ନିଜ ପାଇଁ ବ୍ୟବହାର ନ ହୋଇ ଉତ୍ପାଦନର ସହାୟକ ହିସାବରେ ବ୍ୟବହୃତ ହୁଏ । ସଂଗଠନ କହିଲେ ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିବା ଭୂମି, ଶ୍ରମ ଓ ପୁଞ୍ଜିର ଉପଯୁକ୍ତ ସମ୍ମିଶ୍ରଣ ଓ ସଂଯୋଜନ କାର୍ଯ୍ୟକୁ ବୁଝାଏ । ସୁତରାଂ ସଂଗଠନକାରୀକୁ ଏକ ବିଶେଷ ଧରଣର ଶ୍ରମିକ କୁହାଯାଏ ।

2. ଅର୍ଥନୈତିକ ସମସ୍ୟା କ’ଣ ?
Answer:
ଅର୍ଥନୈତିକ ସମସ୍ୟା କହିଲେ ବିକଳ୍ପ ବ୍ୟବହାରକ୍ଷମ ସୀମିତ ସମ୍ବଳକୁ ବିଭିନ୍ନ ତୀବ୍ରତାବିଶିଷ୍ଟ ବହୁବିଧ ଅଭାବ ପରିତୃପ୍ତ କରିବା ନିର୍ବାଚନ ପ୍ରଣାଳୀକୁ ବୁଝାଏ । ନିର୍ବାଚନ ପ୍ରକ୍ରିୟା ଅର୍ଥନୈତିକ ନୀତି ପ୍ରଣୟନ ଓ ସମୀକ୍ଷାର ଭିଭି ସ୍ବରୂପ କାର୍ଯ୍ୟ କରେ । ସଂକ୍ଷେପରେ କହିଲେ ନିର୍ବାଚନ ହେଉଛି ସମ୍ବଳ ସୁପରିଚାଳନା ସୂତ୍ର । ଏହି ବିଷୟ ଉପରେ ଆଲୋକପାତ କରି ରବିନ୍‌ସ୍ ଯେଉଁ ମତ ପ୍ରଦାନ କରିଛନ୍ତି ତା’ର ସାରମର୍ମ ହେଉଛି ନିର୍ବାଚନ ବା ମନୋନୟନ । ପ୍ରଫେସର୍ ଲିଓନେଲ୍ ରବିନ୍‌ସ୍‌ଙ୍କ ଅସୀମ ଅଭାବ ଏବଂ ବିକଳ୍ପ ବ୍ୟବହାରଯୁକ୍ତ ଦୁଶ୍ରାପ୍ୟ ସମ୍ବଳ ମଧ୍ୟରେ ଥିବା ସମ୍ପର୍କ ପରିପ୍ରେକ୍ଷୀରେ ମଣିଷର ଆଚରଣ ଅଧ୍ୟୟନ କରୁଥିବା ବିଜ୍ଞାନ ହିଁ ଅର୍ଥଶାସ୍ତ୍ର ।’’ ଦୁଷ୍ପାପ୍ୟ ସମ୍ବଳକୁ ବିକଳ୍ପ ଅଭାବ ଯଥାସମ୍ଭବ ପୂର୍ଣ୍ଣ ପରିତୃପ୍ତ କରିବାପାଇଁ, ଉପଯୋଗ କରିବା ସହିତ ଅର୍ଥନୈତିକ ସମସ୍ୟା ସମ୍ପୃକ୍ତ ।

3. ଅଭାବ ଓ ସମ୍ବଳ କ୍ଷେତ୍ରରେ ନିର୍ବାଚନ କହିଲେ କ’ଣ ବୁଝ ?
Answer:
ସମ୍ବଳର ସ୍ୱଳ୍ପତା କାରଣରୁ କୌଣସି ବ୍ୟକ୍ତି ସମସ୍ତ ଅଭାବ ପୂରଣ କରିପାରନ୍ତି ନାହିଁ । ସମ୍ବଳ ମଧ୍ଯ ବିକଳ୍ପ ବ୍ୟବହାରକ୍ଷମ । ସୁତରାଂ ଅଭାବମାନଙ୍କ ମଧ୍ୟରୁ କେଉଁ ଗୋଟିକୁ ତୃପ୍ତ କରିବାକୁ ହେବ ତାହା ନିର୍ବାଚନ ମାଧ୍ୟମରେ ସ୍ଥିର କରାଯାଏ । ସମ୍ବଳ ଉପଯୋଗ କ୍ଷେତ୍ରରେ ମଧ୍ୟ ଅନୁରୂପ ନିର୍ବାଚନ କରିବାକୁ ହୁଏ । ବ୍ୟକ୍ତିବିଶେଷଙ୍କ ଭଳି ପ୍ରତ୍ୟେକ ଅର୍ଥବ୍ୟବସ୍ଥାରେ ନିର୍ବାଚନ ମାଧ୍ୟମରେ କ’ଣ ଉତ୍ପାଦନ କରାଯିବ ? କିପରି କରାଯିବ ? ଏବଂ ଲୋକମାନଙ୍କ ମଧ୍ୟରେ ଉତ୍ପାଦିତ ସାମଗ୍ରୀ କିପରି ବଣ୍ଟନ ହେବ ସ୍ଥିର କରାଯାଏ । ଅର୍ଥାତ୍ ଏକ ପକ୍ଷରେ ଅଭାବସମୂହ ଅସୀମ ହୋଇଥିବାରୁ ଏବଂ ଅନ୍ୟପକ୍ଷରେ ସମ୍ବଳ ସୀମିତ ଏବଂ ବିକଳ୍ପ ବ୍ୟବହାରକ୍ଷମ ହୋଇଥିବାରୁ ଅର୍ଥନୈତିକ ସମସ୍ୟାବଳୀ ସୃଷ୍ଟି ହୋଇଥାଏ ।

CHSE Odisha Class 12 Economics Chapter 2 Objective & Short Answer Questions in Odia Medium

4. ରୂପାନ୍ତରଣ ରେଖା କ’ଣ ?
Answer:
ଉତ୍ପାଦନ ସମ୍ଭାବ୍ୟତା ରେଖାର ଅନ୍ୟନାମ ହେଉଛି ରୂପାନ୍ତରଣ ରେଖା । ଏକ ନିର୍ଦ୍ଦିଷ୍ଟ ପରିମାଣ ସମ୍ବଳ ଓ ଉପସ୍ଥିତ ପ୍ରାବଧୂ କୌଶଳ ପରିପ୍ରେକ୍ଷୀରେ ବିଭିନ୍ନ ବିକଳ୍ପ ମିଶ୍ରଣ ଉତ୍ପାଦନ ସମ୍ଭାବ୍ୟତା ରେଖାର ବିଭିନ୍ନ ବିନ୍ଦୁରେ ଉପସ୍ଥାପନ କରାଯାଇଥାଏ । ସମ୍ଭାବ୍ୟ ସମ୍ମିଶ୍ରଣରେ ଗୋଟିଏ ଦ୍ରବ୍ୟର ଅଧ୍ବକ ଉତ୍ପାଦନ ହେବା, ଅନ୍ୟ ଦ୍ରବ୍ୟର ଉତ୍ପାଦନ ହ୍ରାସ ହେବା ସୂଚନା ମିଳେ । ଏହି ଉକ୍ତି ଉପରେ ଭିଭିକରି ସବୁପ୍ରକାର ଅର୍ଥନୈତିକ ସମସ୍ୟାର ବ୍ୟାଖ୍ୟା ଉତ୍ପାଦନ ସମ୍ଭାବ୍ୟତା ରେଖା ସାହାଯ୍ୟରେ କରାଯାଇପାରେ । ସମ୍ବଳ ଭିଭିର ସଂପ୍ରସାରଣ ବା ସଂକୋଚନ ଏବଂ ପ୍ରାବିଧ‌ି କୌଶଳର ଉନ୍ନତି ବା ଅବନତି ଉପରେ ଭିତ୍ତି କରି ଉତ୍ପାଦନ ସମ୍ଭାବ୍ୟତା ରେଖାର ଉର୍ଦ୍ଧଗତି ବା ଅଧୋଗତି ପରିକଳ୍ପନା କରାଯାଇପାରେ ।

5. ସମ୍ବଳ ଉପଯୋଗ କ୍ଷେତ୍ରରେ ମିତବ୍ୟୟିତା କ’ଣ ?
Answer:
ମାନବିକ ଅଭାବ ଅସୀମ ଏବଂ ଅଭାବକୁ ପରିତୃପ୍ତ କରିବାପାଇଁ ସମ୍ବଳ ସୀମିତ ଅଟେ । ଏହି ପରିପ୍ରେକ୍ଷୀରେ ଚାହିଦା ତୁଳନାରେ ସମ୍ବଳର ଦୁଷ୍ଟ୍ରାପ୍ୟତା ଦୃଷ୍ଟିରୁ ସମ୍ବଳ ଉପଯୋଗ କ୍ଷେତ୍ରରେ ମିତାଚାର ଗୁରୁତ୍ଵପୂର୍ଣ୍ଣ ବିବେଚିତ ହୁଏ । ମିତାଚାରର ଆବଶ୍ୟକତା ବ୍ୟକ୍ତି, ପରିବାର ଏବଂ ରାଷ୍ଟ୍ର କ୍ଷେତ୍ରରେ ସମାନ ଗୁରୁତ୍ବବିଶିଷ୍ଟ ହୋଇଥାଏ । ମିତାଚାରର ଅର୍ଥ ବାରଣ ବା ନିରୋଧ କରିବା ନୁହେଁ । ଏହାର ଅର୍ଥ ହେଉଛି ଉପସ୍ଥିତ ସମ୍ବଳର ସର୍ବୋତ୍ତମ ଉପଯୋଗ କରିବା ଯେଉଁଥିପାଇଁ ନିର୍ବାଚନ ଅନିବାର୍ଯ୍ୟ । ନିର୍ବାଚନ ସଠିକ୍ ବିବେଚିତ ହୁଏ ଯେତେବେଳେ ଉତ୍ପାଦ ପରିମାଣ ସର୍ବାଧ‌ିକ ଏବଂ ଉତ୍ପାଦନ ପରିବ୍ୟୟ ସର୍ବନିମ୍ନ ହୁଏ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1.ଉତ୍ପାଦନ ସମ୍ଭାବ୍ୟ ରେଖାର ପରିବର୍ତ୍ତନ ଓ ଅର୍ଥନୈତିକ ଅଭିବୃଦ୍ଧି :
Answer:
କୌଣସି ଦେଶର ଉତ୍ପାଦନ କ୍ଷମତା ବୃଦ୍ଧି ଘଟିଲେ, ଉତ୍ପାଦନ ସମ୍ଭାବ୍ୟ ରେଖାର ପରିବର୍ତ୍ତନ ଘଟିଥାଏ । ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦକ ସମ୍ବଳ; ଯଥା – ଭୂମି, ଶ୍ରମ, ପୁଞ୍ଜି ଓ ପୁଞ୍ଜିଦ୍ରବ୍ୟକୁ ନେଇ ଉତ୍ପାଦନ ସମ୍ଭାବ୍ୟ ରେଖା ଅଙ୍କନ କରାଯାଇଥାଏ । ବର୍ତ୍ତମାନ ଯଦି ଉତ୍ପାଦକ ସମ୍ବଳସମୂହର ବୃଦ୍ଧି ଘଟେ, ତା’ହେଲେ ଉତ୍ପାଦନ ସମ୍ଭାବ୍ୟ ରେଖା ଡାହାଣକୁ ବୃଦ୍ଧି ଘଟେ । ଏହାଦ୍ଵାରା ଅଧିକ ଦ୍ରବ୍ୟ ଉତ୍ପାଦନ ହୋଇଥାଏ । ଏତଦ୍‌ବ୍ୟତୀତ ଯାନ୍ତ୍ରିକ କଳା, ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଓ ଅଧିକ ଉତ୍ପାଦନ ଦକ୍ଷତା ହେତୁ ମଧ୍ଯ ସୀମିତ ସମ୍ବଳରୁ ଅଧ୍ବକ ଉତ୍ପାଦନ ସମ୍ଭବ ଘଟିଥାଏ । ତେଣୁ ସମ୍ବଳର ଅଭିବୃଦ୍ଧି ହେଉ କିମ୍ବା ପ୍ରଯୁକ୍ତି ବିଦ୍ୟାର ବୃଦ୍ଧି ହେଉ, ଦେଶରେ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ଘଟେ ଏବଂ ଉତ୍ପାଦନ ସମ୍ଭାବ୍ୟ ରେଖା ଡାହାଣ ପାର୍ଶ୍ଵକୁ ସ୍ଥାନାନ୍ତରିତ ହୋଇଥାଏ । ତେଣୁ ଅର୍ଥନୈତିକ ଅଭିବୃଦ୍ଧି ପ୍ରଯୁକ୍ତି ବିଦ୍ୟାର ଉନ୍ନତି ଏବଂ ଉତ୍ପାଦକ ସମ୍ବଳର ଅଭିବୃଦ୍ଧି ଯୋଗୁଁ ସମ୍ଭବ ହୋଇଥାଏ ।

2. ଶ୍ରମବହୁଳ କୌଶଳ ଓ ପୁଞ୍ଜିବହୁଳ କୌଶଳ :
Answer:
ଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ବିକଳ୍ପ ପ୍ରଣାଳୀ ଅବଲମ୍ବନ କରାଯାଏ । ସେ ପ୍ରଣାଳୀକୁ ପ୍ରଶସ୍ତ ଦୃଷ୍ଟିକୋଣରୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଏ; ଯଥା – ଶ୍ରମବହୁଳ କୌଶଳ ଏବଂ ପୁଞ୍ଜିବହୁଳ କୌଶଳ । ଶ୍ରମ ଓ ପୁଞ୍ଜିର ସମ୍ମିଶ୍ରଣ ଅନୁପାତ ଅନୁଯାୟୀ ପ୍ରଣାଳୀର ନାମକରଣ କରାଯାଇଥାଏ । ପୁଞ୍ଜିବହୁଳ କୌଶଳରେ ଅନ୍ୟାନ୍ୟ ଉପାଦାନ ଅନୁପାତ ଅପେକ୍ଷା ପୁଞ୍ଜି ଅଧିକ ଉପଯୋଗ କରି ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ଉତ୍ପାଦନ କରାଯାଇଥାଏ । ସେହି ପରିମାଣ ଉତ୍ପାଦ ପାଇଁ ଅନ୍ୟାନ୍ୟ ଉତ୍ପାଦନ ସାଧନ ସହିତ ଯଦି ଅଧ୍ଵ ଶ୍ରମ ଉପଯୋଗ କରାଯାଏ, ତେବେ ସେ ପ୍ରକାର ଉତ୍ପାଦନ ପଦ୍ଧତିକୁ ଶ୍ରମବହୁଳ କୌଶଳ କୁହାଯାଏ । ଉତ୍ପାଦନ କ୍ଷେତ୍ରରେ କେଉଁ ପଦ୍ଧତି ଅବଲମ୍ବନ ହେବ ତାହା ଉତ୍ପାଦନ ସାଧନର ସୁଲଭତା ଉପରେ ନିର୍ଭର କରେ । ଉତ୍ପାଦ ପରିମାଣ ଅପରିବର୍ତିତ ରଖ୍ ଯେଉଁ ସମ୍ବଳ ଦୁଷ୍ପାପ୍ୟ ସେ ସମ୍ବଳ କମ୍ ଉପଯୋଗ କରି ଅପେକ୍ଷାକୃତ ଅଧ୍ବକ ଯୋଗାଣ ହେଉଥ‌ିବା ସମ୍ବଳର ବହୁଳ ବ୍ୟବହାର କରାଯାଏ ।

3. ସମ୍ବଳର ସଦୁପଯୋଗ ଏବଂ ସମ୍ବଳର ପୂର୍ଣ୍ଣ ଉପଯୋଗ :
Answer:
ସମ୍ବଳର ସ୍ୱଳ୍ପତା, ବିଶେଷତଃ ସ୍ଵଳ୍ପକାଳରେ ସେସବୁର ଯୋଗାଣ ବୃଦ୍ଧି କରିବା ସମ୍ଭବପର ହେଉନଥ‌ିବାରୁ ସେସବୁର ସଦୁପଯୋଗ କରିବା ଏବଂ ସମ୍ବଳ ଅପଚୟ ହ୍ରାସ କରିବା ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ । ସମ୍ବଳର ସ୍ୱଚ୍ଛତା ସତ୍ତ୍ବେ ତା’ର ଯଥାଯଥ ଉପଯୋଗ ସମ୍ଭବ ହେଉନାହିଁ । ଜମି ପଡ଼ିଆ ରହୁଛି, ଶ୍ରମିକ ବେକାର ରହୁଛି ଏବଂ କଳକାରଖାନାଗୁଡ଼ିକ ବନ୍ଦ ହୋଇଯାଉଛି । ବିଶେଷକରି ମୁକ୍ତ ଅର୍ଥବ୍ୟବସ୍ଥା ମାନ୍ଦା ଅବସ୍ଥାରେ ଶିକାର ହେଉଛି । ତେଣୁ ପ୍ରତ୍ୟେକ ଅର୍ଥବ୍ୟବସ୍ଥା ତାହା ପୁଞ୍ଜିବାଦୀ ହେଉ ବା ସମାଜବାଦୀ ହେଉ କିମ୍ବା ମିଶ୍ରିତ ଅର୍ଥବ୍ୟବସ୍ଥା ହେଉ ସମସ୍ତେ ଏହି ଦୁର୍ଲଭ ସାଧନଗୁଡ଼ିକର ପୂର୍ଣ୍ଣ ଉପଯୋଗ ନିମିତ୍ତ ଉଦ୍ୟମ ଅବ୍ୟାହତ ରଖୁଛନ୍ତି । ସମ୍ବଳ ଅପଚୟ କହିଲେ କଳକାରଖାନା ଓ ଯନ୍ତ୍ରପାତିର ସ୍ଥାପିତ ସାମର୍ଥ୍ୟର ଅନୁପଯୋଗକୁ ବୁଝାଏ । ଅପଚୟକୁ ଦୂର କରିପାରିଲେ ଅଭିବୃଦ୍ଧି ହାର ବୃଦ୍ଧି ହେବା ଆଶା କରାଯାଇପାରେ ।

CHSE Odisha Class 12 Economics Chapter 12 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 12 ଜାତୀୟ ଆୟ Objective Questions.

CHSE Odisha 12th Class Economics Chapter 12 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. ନିମ୍ନୋକ୍ତ କେଉଁଟି କାର୍ଯ୍ୟକାରୀ ଉଦ୍‌ବୃତ୍ତ ?
(A) ଅଧିଶେଷ
(B) ବୋନସ୍
(C) ମଜୁରି
(D) ଉପରୋକ୍ତ ସମସ୍ତ
Answer:
(A) ଅଧିଶେଷ

2. ନିମ୍ନୋକ୍ତ କେଉଁଟି ଅନ୍ତରଣ ଦେୟ ନୁହେଁ ?
(A) ବାର୍ଦ୍ଧକ୍ୟ ଭତ୍ତା
(B) ଛାତ୍ରବୃତ୍ତି
(C) ବେକାରୀ ଭତ୍ତା
(D) ଲଟେରି ପାଇଁ ଦେୟ
Answer:
(D) ଲଟେରି ପାଇଁ ଦେୟ

3. ଜାତୀୟ ଉତ୍ପାଦ ଆକଳନ ବେଳେ କେଉଁ ଦ୍ରବ୍ୟ ଅନ୍ତର୍ଭୁକ୍ତ ହେବା ଉଚିତ ନୁହେଁ ?
(A) ଚୂଡାନ୍ତ ଦ୍ରବ୍ୟ
(B) ଅନ୍ତର୍ବର୍ତୀ ଦ୍ରବ୍ୟ
(C) ଖାଉଟି ଦ୍ରବ୍ୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ଅନ୍ତର୍ବର୍ତୀ ଦ୍ରବ୍ୟ

4. ନିମ୍ନୋକ୍ତ କେଉଁଟିକୁ କର୍ମଚାରୀଙ୍କ କ୍ଷତିପୂରଣ କୁହାଯାଏ ?
(A) ସୁଧ
(B) ଅଧିଶେଷ
(C) ମଜୁରି
(D) ଲାଭ
Answer:
(C) ମଜୁରି

5. ନିମ୍ନୋକ୍ତ କେଉଁଟି ଜାତୀୟ ଆୟର ଏକ ଉପାଦାନ ?
(A) ଅନ୍ତରଣ ଦେୟ
(B) ଅବିତରିତ ଲାଭାଂଶ
(C) ଅପ୍ରତ୍ୟାଶିତ ଲାଭ
(D) ପୁରାତନ ଦ୍ରବ୍ୟ ବିକ୍ରୟଲବ୍ଧ ଆୟ
Answer:
(B) ଅବିତରିତ ଲାଭାଂଶ

CHSE Odisha Class 12 Economics Chapter 12 Objective Questions in Odia Medium

6. ନିମ୍ନଲିଖୁ ଉପାଦାନମାନଙ୍କ ମଧ୍ୟରୁ କେଉଁ ଉପାଦାନ ବ୍ୟକ୍ତିଗତ ଆୟରୁ ଅନ୍ତର କଲେ ହସ୍ତଗତ ଆୟ ମିଳିଥାଏ ?
(A) ପ୍ରତ୍ୟକ୍ଷ କର
(B) ସରକାରକୁ ପ୍ରଦତ୍ତ ବିବିଧ ଦେୟ
(C) ଅନ୍ତରଣ ଆୟ
(D) ଉଭୟ (A) ଏବଂ (B)
Answer:
(D) ଉଭୟ (A) ଏବଂ (B)

7. ମୂଲ୍ୟ ସଂଯୋଗ ପଦ୍ଧତିରେ ଉତ୍ପାଦର ମୂଲ୍ୟ ହେଉଛି :
(A) କଞ୍ଚାମାଲର ମୂଲ୍ୟ + ମୋଟ ସଂଯୋଗିତ ମୂଲ୍ୟ
(B) କଞ୍ଚାମାଲର ମୂଲ୍ୟ + ଆମଦାନି ମୂଲ୍ୟ
(C) କଞ୍ଚାମାଲର ମୂଲ୍ୟ + ରପ୍ତାନି ମୂଲ୍ୟ
(D) କଞ୍ଚାମାଲର ମୂଲ୍ୟ – ମୋଟ ସଂଯୋଗିତ ମୂଲ୍ୟ
Answer:
(A) କଞ୍ଚାମାଲର ମୂଲ୍ୟ + ମୋଟ ସଂଯୋଗିତ ମୂଲ୍ୟ

8. ଜାତୀୟ ଉତ୍ପାଦ ହେଉଛି :
(A) ନିଟ୍ ଜାତୀୟ ଉତ୍ପାଦ + ପରୋକ୍ଷ କର – ସବ୍‌ସିଡ଼ି
(B) ନିଟ୍ ଜାତୀୟ ଉତ୍ପାଦ – ପରୋକ୍ଷ କର + ସବ୍‌ସିଡ଼ି
(C) ନିଟ୍ ଜାତୀୟ ଉତ୍ପାଦ – ପ୍ରତ୍ୟକ୍ଷ କର – ସବ୍‌ସିଡ଼ି
(D) ମୋଟ ଜାତୀୟ ଉତ୍ପାଦ – ପ୍ରତ୍ୟକ୍ଷ କର + ସବ୍‌ସିଡ଼ି
Answer:
(B) ନିଟ୍ ଜାତୀୟ ଉତ୍ପାଦ – ପରୋକ୍ଷ କର + ସବ୍‌ସିଡ଼ି

9. ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଆୟ ହେଉଛି :
(A) ବ୍ୟକ୍ତିଗତ ଆୟ – ପରୋକ୍ଷ କର
(B) ବ୍ୟକ୍ତିଗତ ଆୟ – ବୀମା ଦେୟ
(C) ବ୍ୟକ୍ତିଗତ ଆୟ – ପ୍ରତ୍ୟକ୍ଷ କର
(D) ବ୍ୟକ୍ତିଗତ ଆୟ – ଅବକ୍ଷୟଜନିତ ବ୍ୟୟ
Answer:
(C) ବ୍ୟକ୍ତିଗତ ଆୟ – ପ୍ରତ୍ୟକ୍ଷ କର

10. ମୋଟ ଜାତୀୟ ଉତ୍ପାଦରୁ କ’ଣ ବାଦ୍ ଦେଲେ ନିଟ୍ ଉତ୍ପାଦ ମିଳେ ?
(A) ନିଟ୍ ବିଦେଶାଗତ ଆୟ
(B) ଅବକ୍ଷୟ ମୂଲ୍ୟ
(C) ରପ୍ତାନି ମୂଲ୍ୟ
(D) ଆମଦାନି ମୂଲ୍ୟ
Answer:
(B) ଅବକ୍ଷୟ ମୂଲ୍ୟ

11. ମୋଟ ଜାତୀୟ ଉତ୍ପାଦରୁ କ’ଣ ବାଦ୍ ଦେଲେ ମୋଟ ଘରୋଇ ଉତ୍ପାଦ ମିଳିଥାଏ ?
(A) ନିଟ୍ ବିଦେଶାଗତ ଆୟ
(B) ଅବକ୍ଷୟ ମୂଲ୍ୟ
(C) ରପ୍ତାନି ମୂଲ୍ୟ
(D) ଉପରୋକ୍ତ ସମସ୍ତ
Answer:
(A) ନିଟ୍ ବିଦେଶାଗତ ଆୟ

12. ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDPMP) ହେଉଛି ।
(A) ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ (GDPFC) + ନିଟ୍ ପରୋକ୍ଷ କର
(B) ଉତ୍ପାଦନ ବ୍ୟୟରେ ନିଟ୍ ଘରୋଇ ଉତ୍ପାଦ (NDPFu) + ପରୋକ୍ଷ କର
(C) ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ (GDPfc) – ସରକାରୀ ଅର୍ଥାନୁକୂଲ୍ୟ
(D) ଉପରୋକ୍ତ କୌଣସିଟି ନୁହେଁ ।
Answer:
(A) ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ (GDPFC) + ନିଟ୍ ପରୋକ୍ଷ କର

13. ବଜାର ଦରରେ ମୋଟ ଜାତୀୟ ଉତ୍ପାଦ (GNPMP) ହେଉଛି :
(A) ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDPMP) + ବିଦେଶାଗତ ନିଟ୍ ସାଧନ ଆୟ
(B) ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDPMP) – ନିଟ୍ ପରୋକ୍ଷ କର ।
(C) ଉତ୍ପାଦନ ବାୟୁରେ ନିଟ୍ ଜାତୀୟ ଉତ୍ପାଦ (NNPfc) + ବିଦେଶାଗତ ନିଟ୍ ସାଧନ ଆୟ
(D) ଉପରୋକ୍ତ କୌଣସିଟି ନୁହେଁ ।
Answer:
(A) ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDPMP) + ବିଦେଶାଗତ ନିଟ୍ ସାଧନ ଆୟ

CHSE Odisha Class 12 Economics Chapter 12 Objective Questions in Odia Medium

14. ନିଟ୍ ପରୋକ୍ଷ କର ହେଉଛି :
(A) ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDPMP) + ବିଦେଶାଗତ ନିଟ୍ ସାଧନ ଆୟ
(B) ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDPMP) – ବିଦେଶାଗତ ନିଟ୍ ସାଧନ ଆୟ
(C) ଉତ୍ପାଦନ ବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ (NNPFC) – ବିଦେଶାଗତ ନିଟ୍ ସାଧନ ଆୟ
(D) ପରୋକ୍ଷ କର – ସରକାରୀ ଅର୍ଥାନୁକୂଲ୍ୟ
Answer:
(D) ପରୋକ୍ଷ କର – ସରକାରୀ ଅର୍ଥାନୁକୂଲ୍ୟ

15. ଆୟ ଯୁଗ୍ମଭଙ୍ଗୀ ସ୍ତରରେ :
(A) ଆୟ ଓ ଉପଭୋଗ ସମାନ
(B) ଆୟ ଉପଭୋଗଠାରୁ କମ୍ ହୁଏ
(C) ଆୟ ଉପଭୋଗଠାରୁ ଅଧିକ ହୁଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ଆୟ ଓ ଉପଭୋଗ ସମାନ

16. ସନ୍ତୁଳନ ଆୟ ସ୍ତରରେ :
(A) ସଂଚୟ ନିବେଶଠାରୁ ଅଧିକ ହୋଇଥାଏ
(B) ସଂଚୟ ସହ ନିବେଶ ସମାନ ହୋଇଥାଏ
(C) ନିବେଶ ସଂଚୟଠାରୁ ଅଧିକ ହୋଇଥାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ସଂଚୟ ସହ ନିବେଶ ସମାନ ହୋଇଥାଏ

17. ଜାତୀୟ ଉତ୍ପାଦ ଘରୋଇ ଉତ୍ପାଦ ସହ ସମାନ ହୁଏ, ଯେତେବେଳେ :
(A) ବିଦେଶାଗତ ନିଟ୍ ସାଧନ ଆୟ ଋଣାତ୍ମକ ହୁଏ
(B) ବିଦେଶାଗତ ନିଟ୍ ସାଧନ ଆୟ ଧନାତ୍ମକ ହୁଏ
(C) ବିଦେଶାଗତ ନିଟ୍ ସାଧନ ଆୟ ଶୂନ୍ୟ ହୁଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ବିଦେଶାଗତ ନିଟ୍ ସାଧନ ଆୟ ଶୂନ୍ୟ ହୁଏ

18. ନିମ୍ନୋକ୍ତ ସାଧନ ମଧ୍ୟରୁ କେଉଁଟି ବଜାର ଦରରେ ମୋଟ ଜାତୀୟ ଉତ୍ପାଦନର ଅନ୍ତର୍ଭୁକ୍ତ ହୋଇଥାଏ ?
(A) ଅନ୍ତରଣ ପାଉଣା
(B) ପୁଞ୍ଜିଲାଭ
(C) ଅବକ୍ଷୟଜନିତ ପାଉଣା
(D) ଉପରୋକ୍ତ ସମସ୍ତ ସମାନ
Answer:
(C) ଅବକ୍ଷୟଜନିତ ପାଉଣା

B. ଶୂନ୍ୟସ୍ଥାନ ପୂରଣ କର ।

1. ବର୍ଷକ ମଧ୍ୟରେ ଗୋଟିଏ ଅର୍ଥ ବ୍ୟବସ୍ଥାରେ ଯେତେସବୁ ନିଟ୍ ଦ୍ରବ୍ୟ ଓ ସେବା ଉତ୍ପାଦନକ୍ଷେତ୍ରରୁ ଉପଭୋକ୍ତାଙ୍କ ହାତକୁ ପ୍ରବାହିତ ହୁଏ କିମ୍ବା ପୁଞ୍ଜିଦ୍ରବ୍ୟ ଆକାରରେ ଯୋଗହୁଏ, ତାହାକୁ __________ କୁହାଯାଏ ।
Answer:
ଜାତୀୟ ଆୟ

2. ଜାତୀୟ ଆୟ କହିଲେ ବର୍ଷକ ମଧ୍ୟରେ ଗୋଟିଏ ଅର୍ଥବ୍ୟବସ୍ଥାରେ ସମସ୍ତ ଉତ୍ପନ୍ନ ଦ୍ରବ୍ୟ ଓ ସେବାଗୁଡ଼ିକର __________ ମୂଲ୍ୟକୁ ବୁଝାଏ ।
Answer:
ମୁଦ୍ରାଭିଭିକ

3. ଗୋଟିଏ ଦେଶରେ ବସବାସ କରୁଥିବା ଯେଉଁ ବ୍ୟକ୍ତିବିଶେଷଙ୍କର ଆର୍ଥିକ ସ୍ୱାର୍ଥ ସେହି ଦେଶରେ ନିହିତ ଥାଏ, ସେମାନଙ୍କୁ ଦେଶର ସ୍ଵାଭାବିକ __________ କହନ୍ତି ।
Answer:
ଅସ୍ଵାସୀ

4. ଗୋଟିଏ ଗଣନ ବର୍ଷରେ କୌଣସି ଅର୍ଥବ୍ୟବସ୍ଥାର ଘରୋଇ ଭୂଖଣ୍ଡରେ ଉତ୍ପାଦନକାରୀମାନଙ୍କଦ୍ୱାରା ଉତ୍ପାଦିତ ସମସ୍ତ __________ ଓ ସେବାର ବଜାର ମୂଲ୍ୟକୁ ବଜାର ଦରଭିଭିକ ମୋଟ ଘରୋଇ ଉତ୍ପାଦ କୁହାଯାଏ ।
Answer:
ଅନ୍ତିମ ଦ୍ରବ୍ୟ

5. ଗୋଟିଏ ଗଣନ ବର୍ଷରେ କୌଣସି ଏକ ଅର୍ଥବ୍ୟବସ୍ଥାର ଘରୋଇ ଭୂଖଣ୍ଡରେ ସମସ୍ତ ଉତ୍ପାଦନକାରୀମାନଙ୍କଦ୍ୱାରା ଉତ୍ପାଦିତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟରୁ ସ୍ଥାୟୀ ପୁଞ୍ଜିର ଉପଭୋଗ ମୂଲ୍ୟ ବାଦଦେଲେ ବଜାର ଦରଭିଭିକ ନିଟ୍ __________ ମିଳିଥାଏ ।
Answer:
ଘରୋଇ ଉତ୍ପାଦ

CHSE Odisha Class 12 Economics Chapter 12 Objective Questions in Odia Medium

6. ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଘରୋଇ ଭୂଖଣ୍ଡରେ ସ୍ବାଭାବିକ ଅଧିବାସୀମାନଙ୍କଦ୍ୱାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟ ସହିତ ବିଦେଶରୁ ଅର୍ଜିତ __________ ଆୟର ସମଷ୍ଟିକୁ ବଜାର ଦରଭିଭିକ ମୋଟ ଜାତୀୟ ଉତ୍ପାଦ ରୂପେ ଅଭିହିତ କରାଯାଏ ।
Answer:
ନିଟ୍ ସାଧନ

7. ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଘରୋଇ ଭୂଖଣ୍ଡରେ ସ୍ଵାଭାବିକ ଅଧୂବାସୀମାନଙ୍କଦ୍ୱାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟରୁ __________ ର ଉପଭୋଗ ମୂଲ୍ୟ ବାଦ୍ ଦେଇ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟକୁ ଯୋଗ କଲେ, ବଜାରଭିଭିକ ନିଟ୍ ଜାତୀୟ ଆୟ ମିଳିଥାଏ ।
Answer:
ସ୍ଥାୟୀ ପୁଞ୍ଜି

8. ଉପାଦାନ ବ୍ୟୟଭିଭିକ ମୋଟ ଘରୋଇ ଉତ୍ପାଦ = ନିଟ୍ __________ – ସ୍ଥାୟୀ ପୁଞ୍ଜିର ଉପଭୋଗ ମୂଲ୍ୟ ।
Answer:
ସଂଯୋଗିତ ମୂଲ୍ୟ

9. ଉପାଦାନ ବ୍ୟୟଭିତ୍ତିକ ମୋଟ ଘରୋଇ ଉତ୍ପାଦ = ମୋଟ ଘରୋଇ ସାଧନ ଆୟ + __________ ର ଉପଭୋଗ ।
Answer:
ସ୍ଥାୟୀ ପୁଞ୍ଜି

10. ଉପାଦାନ ବ୍ୟୟଭିତ୍ତିକ ମୋଟ ଘରୋଇ ଉତ୍ପାଦ = ବଜାର ଦରଭିଭିକ ମୋଟ ଘରୋଇ ଉତ୍ପାଦ – ନିଟ୍ __________ ।
Answer:
ପରୋକ୍ଷ କର

11. ବଜାର ଦରଭିଭିକ ନିଟ୍ ଘରୋଇ ଉତ୍ପାଦରୁ ନିଟ୍ ପରୋକ୍ଷ କର ବାଦ୍ ଦେଲେ ଆମେ ସାଧନଜନିତ ପରିବ୍ୟୟଭିତ୍ତିକ ନିଟ୍ __________ ପାଇଥାଉ ।
Answer:
ଘରୋଇ ଉତ୍ପାଦ

12. ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ମୋଟ ଘରୋଇ ସାଧନ ଆୟ ଓ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟର ସମଷ୍ଟିକୁ ସାଧନଜନିତ ପରିବ୍ୟୟଭିତ୍ତିକ ମୋଟ ଜାତୀୟ ଆୟ କିମ୍ବା ମୋଟ __________ କୁହାଯାଏ ।
Answer:
ଜାତୀୟ ଉତ୍ପାଦ

13. ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଭୂ-ଖଣ୍ଡର ସ୍ଵାଭାବିକ ଅଧିବାସୀମାନଙ୍କର ଉପାଦାନ ବ୍ୟୟଭିତ୍ତିକ ନିଟ୍ ସଂଯୋଗିତ ମୂଲ୍ୟ ଓ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟର ସମଷ୍ଟିକୁ __________ ବ୍ୟୟଭିତ୍ତିକ ନିଟ୍ ଜାତାୟ ଉପ୍‍।ଦ କିମ୍ବା ଜାତୀୟ ଆୟ କୁହାଯାଏ ।
Answer:
ଉପାଦାନ

14. ବେସରକାରୀ ଉଦ୍ୟୋଗକୁ ମିଳୁଥିବା ଘରୋଇ ଭୂଖଣ୍ଡର ଓ ବିଦେଶର ସମସ୍ତ ଉତ୍ସଗୁଡ଼ିକରୁ ସାଧନ ଆୟ ଏବଂ ସରକାର ଓ ଅବଶିଷ୍ଟ ବିଶ୍ବରୁ ଚଳନ୍ତି ଅନ୍ତରଣ ଦେୟକୁ __________ ଆୟ କୁହାଯାଏ ।
Answer:
ବେସରକାରୀ

15. ସାଧନ ଆୟ ଓ __________ ଆୟଦ୍ୱୟ ବେସରକାରୀ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ ।
Answer:
ଅନ୍ତରଣ

16. ସମସ୍ତ ଉତ୍ସଗୁଡ଼ିକରୁ ବ୍ୟକ୍ତି କିମ୍ବା ପରିବାରବର୍ଗମାନଙ୍କୁ ମିଳୁଥିବା ଚଳନ୍ତି ଆୟକୁ __________ ଆୟ ରୂପେ ଅଭିହିତ କରାଯାଏ ।
Answer:
ବ୍ୟକ୍ତିଗତ

17. ଜାତୀୟ ଆୟ ଆକଳନରେ ଯେଉଁ ପଦ୍ଧତି ଏକ ନିର୍ଦ୍ଦିଷ୍ଟ ବର୍ଷରେ ମୋଟ ଘରୋଇ ଉତ୍ପାଦ ପାଇଁ ହେଉଥ‌ିବା ଅନ୍ତିମ ବ୍ୟୟକୁ ବଜାର ଦରରେ ପରିମାପ କରାଯାଏ, ତାହାକୁ __________ କୁହାଯାଏ ।
Answer:
ବ୍ୟୟ ପଦ୍ଧତି

18. ଲଟେରିରୁ ଲବ୍‌ଧ ଧନ ଭଳି ଅପ୍ରତ୍ୟାଶିତ ଆୟକୁ ଜାତୀୟ ଆୟ ଆକଳନରୁ __________ ବିଧେୟ ।
Answer:
ବାଦ୍ ଦେବା

CHSE Odisha Class 12 Economics Chapter 12 Objective Questions in Odia Medium

19. ଅବଶିଷ୍ଟ ବିଶ୍ବରେ ନିୟୋଜିତ ସ୍ବଦେଶୀ ସାଧନଗୁଡ଼ିକର ଆୟରୁ ଦେଶର ଆଞ୍ଚଳିକ ସୀମା ମଧ୍ୟରେ କାର୍ଯ୍ୟରତ ବିଦେଶୀ ସାଧନ ଆୟ ବିୟୋଗ କଲେ, ବିୟୋଗଫଳକୁ __________ କୁହାଯାଏ ।
Answer:
ବିଦେଶାଗତ ନିଟ୍ ସାଧନ ଆୟ

20. ଯେଉଁ ପଦ୍ଧତିରେ ଏକ ନିର୍ଦ୍ଦିଷ୍ଟ ସମୟରେ, ଉତ୍ପାଦର ସାଧନମାନଙ୍କଦ୍ୱାରା ଅନ୍ତିମ ଦ୍ରବ୍ୟାଦିର ମୁଦ୍ରାଗତ ମୂଲ୍ୟ ଆକଳନ କରି ଏକାଠି ମିଶାଇ ଜାତୀୟ ଆୟର ଆକଳନ କରାଯାଏ, ତାହାକୁ __________ କୁହାଯାଏ ।
Answer:
ଆୟ ପଦ୍ଧତି

21. ଆୟ ଆକଳନରେ ଯେଉଁ ପଦ୍ଧତି ଦ୍ରବ୍ୟ ଓ ସେବା ଉତ୍ପାଦନରେ ପ୍ରତ୍ୟେକ ଉତ୍ପାଦନକାରୀ ପ୍ରତିଷ୍ଠାନର ଅବଦାନର ମୂଲ୍ୟକୁ ପରିମାପ କରିଥାଏ, ତାହାକୁ __________ କୁହାଯାଏ ।
Answer:
ସଂଯୋଗିତ ମୂଲ୍ୟ ପଦ୍ଧତି

22. ନିଟ୍ ପରୋକ୍ଷ କର = ପରୋକ୍ଷ କର – __________ ।
Answer:
ସରକାରୀ ଅର୍ଥାନୁକୂଲ୍ୟ

23. ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ଓ ଅନ୍ୟାନ୍ୟ ସରକାରୀ ପାଉଣା ବାଦ୍ ଦେଲେ ଅବଶିଷ୍ଟ ଆୟକୁ __________ ଆୟ କୁହାଯାଏ ।
Answer:
ବ୍ୟକ୍ତିଗତ ପ୍ରଯୁଜ୍ୟ ଆୟ

24. ପ୍ରଯୁଜ୍ୟ ଆୟ ଏକ __________ ଅବଧାରଣା ।
Answer:
ନିଟ୍

25. ପ୍ରଯୁଜ୍ୟ ଆୟ ବ୍ୟକ୍ତିଗତ ଆୟର ଏକ __________ ।
Answer:
ଅଂଶ ।

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ସରକାରୀ କର୍ମଚାରୀମାନଙ୍କୁ ଦିଆଯାଉଥବା ବେତନ ଜାତୀୟ ଆୟର ଅଂଶବଶେଷ
Answer:
ଠିକ୍ ।

2. ଅନ୍ତର୍ବର୍ତୀ ଦ୍ରବ୍ୟ ଜାତୀୟ ଆୟ ଆକଳନର ଅନ୍ତର୍ଭୁକ୍ତ
Answer:
ଭୁଲ୍ ।
ଠିକ୍ – ଚୂଡ଼ାନ୍ତ ଦ୍ରବ୍ୟ ଜାତୀୟ ଆୟ ଆକଳନର ଅନ୍ତର୍ଭୁକ୍ତ ।

3. ବ୍ୟବହାରଯୋଗ୍ୟ ଆୟରେ ପ୍ରତ୍ୟକ୍ଷ କର ଅନ୍ତର୍ଭୁକ୍ତ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ବ୍ୟବହାରଯୋଗ୍ୟ ଆୟରେ ପ୍ରତ୍ୟକ୍ଷ କର ଅନ୍ତର୍ଭୁକ୍ତ ହୋଇନଥାଏ ।

4. ନିଟ୍ ଜାତୀୟ ଉତ୍ପାଦ (NNP) = ମୋଟ ଜାତୀୟ ଉତ୍ପାଦ (GNP) – ପ୍ରତ୍ୟକ୍ଷ କର ।
Answer:
ଭୁଲ୍ ।
ଠିକ୍ – ନିଟ୍ ଜାତୀୟ ଉତ୍ପାଦ (NNP) = ମୋଟ ଜାତୀୟ ଉତ୍ପାଦ (GNP) – ଅବକ୍ଷୟ ମୂଲ୍ୟ ।

5. ମୋଟ ଜାତୀୟ ଉତ୍ପାଦ (GNP) ର ଅବକ୍ଷୟ ମୂଲ୍ୟ ବାଦ୍ କରି ନିଟ୍ ଜାତୀୟ ଉତ୍ପାଦ (NNP) ହିସାବ କରାଯାଏ ।
Answer:
ଠିକ୍ ।

6. ଷ୍ଟକ୍ ଦଲାଲର ଆୟ ଜାତୀୟ ଆୟର ଅଂଶ ଅଟେ ।
Answer:
ଠିକ୍ ।

7. ବ୍ୟକ୍ତିର ଆୟକୁ ସ୍ଵକୀୟ ଆୟ କୁହାଯାଏ ।
Answer:
ଠିକ୍ ।

8. ଜଣେ ଭାରତୀୟ ଆମେରିକାରେ ଅର୍ଜନ କରୁଥିବା ଆୟ ଭାରତର ଜାତୀୟ ଆୟର ଅଂଶ ନୁହେଁ ।
Answer:
ଭୁଲ୍ ।
ଠିକ୍ – ଜଣେ ଭାରତୀୟ ଆମେରିକାରେ ଅଜର୍ନ କରୁଥିବା ଆୟ ଭାରତର ଜାତୀୟ ଆୟର ଅଂଶ ।

9. ଗୋଟିଏ ପୁରୁଣା ସ୍କଟର ବିକ୍ରିରୁ ମିଳୁଥ‌ିବା ଆୟକୁ ଜାତୀୟ ଆୟରେ ଅନ୍ତର୍ଭୁକ୍ତ କରାଯାଇଥାଏ ।
Answer:
ଭୁଲ୍ ।
ଠିକ୍ – ଗୋଟିଏ ପୁରୁଣା ସ୍କୁଟର ବିକ୍ରିରୁ ମିଳୁଥିବା ଆୟକୁ ଜାତୀୟ ଆୟରେ ଅନ୍ତର୍ଭୁକ୍ତ କରାଯାଇନଥାଏ ।

10. କୌଣସି ଉତ୍ପାଦ, ତାହା ବିକ୍ରି ହୋଇଥ‌ିବା ବର୍ଷର ମୋଟ ଦେଶୀୟ ଉତ୍ପାଦ (GDP) ର ଅଂଶ
Answer:
ଭୁଲ୍ ।
ଠିକ୍ – କୌଣସି ଉତ୍ପାଦ, ତାହା ଉତ୍ପାଦିତ ହୋଇଥିବା ବର୍ଷର ମୋଟ ଦେଶୀୟ ଉତ୍ପାଦ (GDP) ର ଅଂଶ ।

CHSE Odisha Class 12 Economics Chapter 12 Objective Questions in Odia Medium

11. ଏକ ମୁକ୍ତ ଅର୍ଥବ୍ୟବସ୍ଥାରେ ମୋଟ ଦେଶୀୟ ଉତ୍ପାଦ ଓ ମୋଟ ଜାତୀୟ ଉତ୍ପାଦ ମଧ୍ଯରେ ପାର୍ଥକ୍ୟ ପରିଲକ୍ଷିତ ହୁଏ ନାହିଁ
Answer:
ଭୁଲ୍ ।
ଠିକ୍ – ଏକ ଅବରୁଦ୍ଧ ଅର୍ଥବ୍ୟବସ୍ଥାରେ ମୋଟ ଦେଶୀୟ ଉତ୍ପାଦ ଓ ମୋଟ ଜାତୀୟ ଉତ୍ପାଦ ମଧ୍ଯରେ ପାର୍ଥକ୍ୟ ପରିଲକ୍ଷିତ ହୁଏ ନାହିଁ ।

12. ବିଜ୍ଞାପନ ପାଇଁ ଖର୍ଚ୍ଚ ଚୂଡ଼ାନ୍ତ ଉପଭୋଗ ଖର୍ଚ୍ଚର ଏକ ଅଂଶ
Answer:
ଭୁଲ୍ ।
ଠିକ୍ – ବିଜ୍ଞାପନ ପାଇଁ ଖର୍ଚ୍ଚ ମଧ୍ୟବର୍ତ୍ତୀ ଉପଭୋଗ ଖର୍ଚ୍ଚର ଏକ ଅଂଶ ।

13. ଗୋଟିଏ ସ୍କୁଟରର ଚକ ବଦଳାଇବା ଖର୍ଚ୍ଚକୁ ଅନ୍ତର୍ବର୍ତୀ ଉପଭୋଗ କୁହାଯାଏ
Answer:
ଭୁଲ୍ ।
ଠିକ୍ – ଗୋଟିଏ ସ୍କୁଟର୍‌ର ଚକ ବଦଳାଇବା ଖର୍ଚ୍ଚକୁ ପୁଞ୍ଜି ଉପଭୋଗ କୁହାଯାଏ ।

14. ଦାତବ୍ୟ ଚିକିତ୍ସାଳୟରେ ରୋଗୀର ଚିକିତ୍ସା ଜାତୀୟ ଆୟର ଅଂଶ ଅଟେ ।
Answer:
ଭୁଲ୍ ।
ଠିକ୍ – ଦାତବ୍ୟ ଚିକିତ୍ସାଳୟରେ ରୋଗୀର ଚିକିତ୍ସା ଜାତୀୟ ଆୟର ଅଂଶ ନୁହେଁ ।

15. ଗ୍ରହ ମାଲିକ ନିଜ ଘରେ ରହୁଥିଲେ ସେହି ଘରର ଆରୋପିତ ଭଡ଼ା ଜାତୀୟ ଆୟ ହିସାବରୁ ବାଦ୍ ଦିଆଯାଇଥାଏ ।
Answer:
ଭୁଲ୍ ।
ଠିକ୍ – ଗୃହ ମାଲିକ ନିଜ ଘରେ ରହୁଥ‌ିଲେ ସେହି ଘରର ଆରୋପିତ ଭଡ଼ା ଜାତୀୟ ଆୟ ହିସାବରେ ଅନ୍ତର୍ଭୁକ୍ତ ଦିଆଯାଇଥାଏ ।

16. ମୋଟ ଜାତୀୟ ଉତ୍ପାଦ ହେଉଛି ମୋଟ ଘରୋଇ ଉତ୍ପାଦ ଓ ବିଦେଶରୁ ଆସୁଥିବା ନିଟ୍ ଆୟରୁ ଅନ୍ତରଫଳ ।
Answer:
ଭୁଲ୍ ।
ଠିକ୍ – ମୋଟ ଜାତୀୟ ଉତ୍ପାଦ ହେଉଛି ମୋଟ ଘରୋଇ ଉତ୍ପାଦ ଓ ବିଦେଶରୁ ଆସୁଥିବା ନିଟ୍ ଆୟର ଯୋଗଫଳ ।

17. ପରିବାରଦ୍ଵାରା ପ୍ରଦତ୍ତ ଘରଭଡ଼ା ମଧ୍ୟବର୍ତ୍ତୀ ଉପଭୋଗର ଅନ୍ତର୍ଭୁକ୍ତ ।
Answer:
ଭୁଲ୍ ।
ଠିକ୍ – ପରିବାରଦ୍ଵାରା ପ୍ରଦତ୍ତ ଘରଭଡ଼ା ଚୂଡ଼ାନ୍ତ ଉପଭୋଗର ଅଂଶବିଶେଷ ।

18. ବ୍ୟକ୍ତିଗତ ଆୟରୁ ପରୋକ୍ଷ କର ବାଦ୍ ଦେଲେ ବ୍ୟବହାରଯୋଗ୍ୟ ଆୟ ମିଳିଥାଏ
Answer:
ଭୁଲ୍ ।
ଠିକ୍ – ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ବାଦ୍ ଦେଲେ ବ୍ୟବହାର ଯୋଗ୍ୟ ଆୟ ମିଳିଥାଏ ।

19. ରୟାଲିଟି କର୍ମଚାରୀଙ୍କ ପ୍ରତିଦାନର ଏକ ଅଂଶ
Answer:
ଭୁଲ୍ ।
ଠିକ୍ – ରୟାଲିଟି ସମ୍ପତ୍ତି ଆୟର ଏକ ଅଂଶ ।

20. ସରକାରୀ ଋଣ ଉପରେ ସୁଧ ଏକପ୍ରକାର ଉପାଦାନ ଆୟ ।
Answer:
ଭୁଲ୍ ।
ଠିକ୍ – ସରକାରୀ ଋଣ ଉପରେ ସୁଧ ଏକପ୍ରକାର ହସ୍ତାନ୍ତରଣ ଦେୟ ।

21. କାର୍ଯ୍ୟରୁ ମିଳୁଥ‌ିବା ଆୟକୁ ମିଶ୍ରିତ ଆୟ କୁହାଯାଏ
Answer:
ଭୁଲ୍ ।
ଠିକ୍ – ଆତ୍ମନିଯୁକ୍ତି ଲାଭ କରିଥିବା ବ୍ୟକ୍ତିଙ୍କର ଆୟକୁ ମିଶ୍ରିତ ଆୟ କୁହାଯାଏ ।

22. ଅନ୍ତର୍ବର୍ତୀ ଦ୍ରବ୍ୟର ମୂଲ୍ୟ ଜାତୀୟ ଆୟର ଅଂଶବିଶେଷ ନୁହେଁ ।
Answer:
ଠିକ୍ ।

23. ମୋଟ ଓ ନିଟ୍ ଉତ୍ପାଦର ଅନ୍ତରଫଳ ସର୍ବଦା ଅବକ୍ଷୟଜନିତ ବ୍ୟୟ ସହ ସମାନ ହୋଇଥାଏ ।
Answer:
ଠିକ୍ ।

24. ଜାତୀୟ ଓ ଘରୋଇ ଉତ୍ପାଦର ଅନ୍ତରଫଳ ବିଦେଶାଗତ ମୋଟ ସାଧନ ଆୟ ସହ ସମାନ ।
Answer:
ଭୁଲ୍ ।
ଠିକ୍ – ଜାତୀୟ ଓ ଘରୋଇ ଉତ୍ପାଦର ଅନ୍ତରଫଳ ବିଦେଶାଗତ ନିଟ୍ ସାଧନ ଆୟ ସହ ସମାନ ।

25. ବଜାର ଦର ଓ ସାଧନ ବ୍ୟୟର ଅନ୍ତରଫଳ ଅବକ୍ଷୟଜନିତ ବ୍ୟୟ ସହ ସମାନ
Answer:
ଭୁଲ୍ ।
ଠିକ୍ – ବଜାର ଦର ଓ ସାଧନ ବ୍ୟୟର ଅନ୍ତରଫଳ ନିଟ୍ ପରୋକ୍ଷ କର ସହ ସମାନ ।

26. କାର୍ଯ୍ୟକାରୀ ଉଦ୍‌ବୁତ୍ତ ହେଉଛି ଅଧଶେଷ, ସୁଧ ଓ ଲାଭର ଯୋଗଫଳ ।
Answer:
ଠିକ୍ ।

CHSE Odisha Class 12 Economics Chapter 12 Objective Questions in Odia Medium

27. ଆମଦାନି ଓ ରପ୍ତାନୀର ପାର୍ଥକ୍ୟକୁ ବିଦେଶାଗତ ନିଟ୍ ସାଧନ ଆୟ ବୋଲି କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଆମଦାନି ଓ ରପ୍ତାନିର ପାର୍ଥକ୍ୟକୁ ନିଟ୍ ରପ୍ତାନି ବୋଲି କୁହାଯାଏ ।

28. ବଣ୍ଡ ଓ ଡିବେଞ୍ଚର ବିକ୍ରିରୁ ମିଳୁଥିବା ଆୟ ଜାତୀୟ ଆୟର ଅଂଶବିଶେଷ ।
Answer:
ଭୁଲ୍ ।
ଠିକ୍ – ବଣ୍ଡ ଓ ଡିବେଞ୍ଚର ବିକ୍ରିରୁ ମିଳୁଥିବା ଆୟ ଜାତୀୟ ଆୟର ଅଂଶବିଶେଷ ନୁହେଁ ।

D. ଭ୍ରମ ସଂଶୋଧନ କର ।

1. ମୋଟ ଘରୋଇ ଉତ୍ପାଦ (GDP) କ’ଣ ?
Answer:
କୌଣସି ଏକ ରାଷ୍ଟ୍ରରେ ଉତ୍ପାଦିତ ହୋଇଥ‌ିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବା ସମୂହର ବଜାର ମୂଲ୍ୟକୁ ମୋଟ ଘରୋଇ ଉତ୍ପାଦ କୁହାଯାଏ ।

2. ଜାତୀୟ ଆୟ କାହାକୁ କହନ୍ତି ?
Answer:
ବର୍ଷକ ମଧ୍ୟରେ ଏକ ଅର୍ଥବ୍ୟବସ୍ଥାର ଅଧିବାସୀ ଯେଉଁ ସମସ୍ତ ଆୟ ଉପାର୍ଜନ କରିଥା’ନ୍ତି, ତାହାର ସମଷ୍ଟି ହିଁ
ଜାତୀୟ ଆୟ ।

3. ମିଶ୍ରିତ ଆୟ କ’ଣ ?
Answer:
ଜଣେ ବ୍ୟକ୍ତି ନିଜ ଘରେ ନିଜ ପୁଞ୍ଜି ନିବେଶ କରି ଯଦି କୌଣସି ବ୍ୟାବସାୟିକ ପ୍ରତିଷ୍ଠାନ କରିଥାନ୍ତି, ତାହାକୁ ମିଶ୍ରିତ ଆୟ କୁହାଯାଏ ।

4. ଅବକ୍ଷୟଜନିତ ବ୍ୟୟ କ’ଣ ?
Answer:
ଉତ୍ପାଦନ କାଳରେ ଯନ୍ତ୍ରପାତି, କଳକାରଖାନା ଇତ୍ୟାଦିର ପୁଞ୍ଜି ଦ୍ରବ୍ୟ କ୍ଷୟପ୍ରାପ୍ତ ହୋଇଥାନ୍ତି । ଏହି କ୍ଷୟକ୍ଷତି ପରିପୂରଣ ପାଇଁ ହେଉଥିବା ବ୍ୟୟକୁ ଅବକ୍ଷୟଜନିତ ବ୍ୟୟ କୁହାଯାଏ ।

5. ପ୍ରଚଳିତ ଦାମ୍‌ରେ ଜାତୀୟ ଆୟ କହିଲେ କ’ଣ ବୁଝାଯାଏ ?
Answer:
ପ୍ରଚଳିତ ଦାମ୍‌ରେ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ପ୍ରଚଳିତ ଦାମ୍‌ରେ ଜାତୀୟ ଆୟ କୁହାଯାଏ ।

6. ମୁଣ୍ଡପିଛା ଆୟ କ’ଣ ?
Answer:
ବର୍ଷକୁ ଲୋକମାନଙ୍କର ହାରାହାରି ଆୟକୁ ମୁଣ୍ଡପିଛା ଆୟ କୁହାଯାଏ ଯାହାକି ଦେଶର ମୋଟ ଜାତୀୟ ଆୟକୁ ଦେଶର ମୋଟ ଜନସଂଖ୍ୟାଦ୍ଵାରା ଭାଗକରି ନିର୍ଣ୍ଣୟ କରାଯାଏ ।

7. ପେନ୍‌ସନ୍ କାହିଁକି ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୁଏ ନାହିଁ ?
Answer:
ପେନ୍‌ସନ୍ ଏକ ହସ୍ତାନ୍ତରଣ ଆୟ ହୋଇଥିବାରୁ ତାହା ଜାତୀୟ ଆୟ ପରିମାପରେ ଅନ୍ତର୍ଭୁକ୍ତ ହୁଏ ନାହିଁ ।

8. ଅବରୁଦ୍ଧ ଅର୍ଥବ୍ୟବସ୍ଥା କ’ଣ ?
Answer:
ଯେଉଁ ଦେଶର ପୃଥ‌ିବୀର ଅନ୍ୟ କୌଣସି ଦେଶ ସହିତ ଅର୍ଥନୈତିକ ସଂପର୍କ ନଥାଏ ସେହି ଦେଶର ଅର୍ଥବ୍ୟବସ୍ଥାକୁ ଅବରୁଦ୍ଧ ଅର୍ଥବ୍ୟବସ୍ଥା କୁହାଯାଏ ।

9. ମୁକ୍ତ ଅର୍ଥବ୍ୟବସ୍ଥା କ’ଣ ?
Answer:
ଯେଉଁ ଦେଶ ପୃଥ‌ିବୀର ଅନ୍ୟାନ୍ୟ ଦେଶମାନଙ୍କ ସହ ଅର୍ଥନୈତିକ ସମ୍ପର୍କ ରଖୁଥାଏ, ସେହି ଦେଶର ଅର୍ଥବ୍ୟବସ୍ଥାକୁ ମୁକ୍ତ ଅର୍ଥବ୍ୟବସ୍ଥା କୁହାଯାଏ ।

10. ମଧ୍ୟବର୍ତୀ ଦ୍ରବ୍ୟ କ’ଣ ?
Answer:
ମାଧ୍ୟମିକ ନିବେଶକୁ ମଧ୍ୟବର୍ତ୍ତୀ ଦ୍ରବ୍ୟ କୁହାଯାଏ ଯାହାକି ପୁନଃ ଉତ୍ପାଦନ ବା ପୁନଃ ବିକ୍ରୟ କରାଯାଇଥାଏ ।

11. ଚୂଡ଼ାନ୍ତ ଦ୍ରବ୍ୟ କ’ଣ ?
Answer:
ଯେଉଁ ଦ୍ରବ୍ୟ ଚୂଡ଼ାନ୍ତଭାବେ ଓ ବିନିଯୋଗ ପାଇଁ ଉଦ୍ଦିଷ୍ଟ ତାହାକୁ ଚୂଡ଼ାନ୍ତ ଦ୍ରବ୍ୟ କୁହାଯାଏ ।

CHSE Odisha Class 12 Economics Chapter 12 Objective Questions in Odia Medium

12. ଜାତୀୟ ଆୟ ପରିମାପରେ ଚୂଡ଼ାନ୍ତ ଦ୍ରବ୍ୟକୁ କାହିଁକି ବିଚାରକୁ ନିଆଯାଏ ?
Answer:
ଦ୍ୱୈତ ଗଣନାର ସମ୍ଭାବନାକୁ ଦୂର କରିବାପାଇଁ ଜାତୀୟ ଆୟ ପରିମାଣରେ ଚୂଡ଼ାନ୍ତ ଦ୍ରବ୍ୟକୁ ବିଚାରକୁ ନିଆଯାଏ ।

13. ସ୍ୱ-ଉପଭୋଗ ଦ୍ରବ୍ୟ କାହିଁକି ଜାତୀୟ ଆୟରେ ସ୍ଥାନ ପାଏ ନାହିଁ ?
Answer:
ପରିବାର ସ୍ତରରେ ଉତ୍ପାଦନ ଓ ଉପଭୋଗ ପାଇଁ ଏହି ଦ୍ରବ୍ୟ ବଜାରକୁ ପ୍ରେରିତ ହେଉ ନଥିବାରୁ ତାହାର ବଜାର ମୂଲ୍ୟ ସ୍ଥିର କରି ଜାତୀୟ ଆୟରେ ଅନ୍ତର୍ଭୁକ୍ତ କରିବା ସମ୍ଭବ ନୁହେଁ ।

14. ଦେଶୀୟ ଉତ୍ପାଦନ ଆୟ କ’ଣ ?
Answer:
ଦେଶ ଭିତରେ ସମସ୍ତ ଉତ୍ପାଦନକାରୀଙ୍କଦ୍ୱାରା ସୃଷ୍ଟି କରାଯାଉଥ‌ିବା ଆୟକୁ ଦେଶୀୟ ଉତ୍ପାଦନ ଆୟ କୁହାଯାଏ ।

15. ଦେଶୀୟ ଉପାଦାନ ଆୟର ଉପାଦାନଗୁଡ଼ିକ କ’ଣ ?
Answer:
କର୍ମଚାରୀଙ୍କ ପ୍ରତିଦାନ, କାର୍ଯ୍ୟକାରୀ ଉଦ୍‌ବୃତାଂଶ, ଆତ୍ମନିଯୁକ୍ତଙ୍କ ମିଶ୍ରିତ ଆୟର ସମାହାରରେ ଦେଶୀୟ ଉପାଦାନ ଆୟ ଗଠିତ ହୋଇଥାଏ ।

16. ବିଦେଶରୁ ମିଳୁଥ‌ିବା ନିଟ୍ ଉପାଦାନ ଆୟ କାହାକୁ କୁହାଯାଏ ?
Answer:
ଉପାଦାନ ସେବା ଯୋଗାଇ ବିଦେଶରୁ ମିଳୁଥ‌ିବା ଆୟ ଏବଂ ଦେଶର ଅଣଅଧିବାସୀଙ୍କଠାରୁ ମିଳୁଥିବା ସେବାକାର୍ଯ୍ୟ ଦେୟ ମଧ୍ୟରେ ଥ‌ିବା ପାର୍ଥକ୍ୟକୁ ବିଦେଶରୁ ମିଳୁଥିବା ନିଟ୍ ଉପାଦାନ ଆୟ କୁହାଯାଏ ।

17. ବଜାର ଦାମ୍‌ରେ ଜାତୀୟ ଆୟ କହିଲେ କ’ଣ ବୁଝାଯାଏ ?
Answer:
କୌଣସି ନିର୍ଦ୍ଦିଷ୍ଟ ବର୍ଷରେ ବଜାର ଦାମ୍‌ରେ ମୋଟ ଦେଶୀୟ ଉତ୍ପାଦର ମୂଲ୍ୟ ଏବଂ ବିଦେଶରୁ ମିଳୁଥ‌ିବା ନିଟ୍ ଉପାଦାନ ଆୟକୁ ବଜାର ଦାମ୍‌ରେ ଜାତୀୟ ଆୟ କୁହାଯାଏ ।

18. ହସ୍ତାନ୍ତରଣ ଦେୟ କାହାକୁ କୁହାଯାଏ ?
Answer:
ଦ୍ରବ୍ୟ ସେବା ପ୍ରବାହକୁ କୌଣସି ଅବଦାନ ନ ଥାଇ ଯେଉଁ ପ୍ରାପ୍ୟ ପରିଶୋଧ କରାଯାଏ, ତାହାକୁ ହସ୍ତାନ୍ତରଣ ଦେୟ କୁହାଯାଏ ।

19. ମୋଟ ଜାତୀୟ ଉତ୍ପାଦ (GNP) କ’ଣ ?
Answer:
ଗୋଟିଏ ବର୍ଷରେ ଦେଶରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ସମଷ୍ଟି ସହିତ ନିଟ୍ ରପ୍ତାନି ଯୋଗ କଲେ ମୋଟ ଜାତୀୟ ଉତ୍ପାଦ (GNP) ଉପଲବ୍ଧ ହୋଇଥାଏ ।

20. ମୋଟ ପୁଞ୍ଜି ଗଠନର ଉପାଦାନଗୁଡ଼ିକ କ’ଣ ?
Answer:
ମୋଟ ସ୍ଥାୟୀ ପୁଞ୍ଜି ଗଠନ ଓ ଭଣ୍ଡାର ପରିବର୍ତ୍ତନ ହେଉଛି ମୋଟ ପୁଞ୍ଜି ଗଠନର ଦୁଇଟି ଉପାଦାନ ।

21. ପ୍ରଯୋଜ୍ୟ ଆୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶର ପରିବାରବର୍ଗ ଗ୍ରହଣ କରୁଥିବା ସମସ୍ତ ଚଳନ୍ତି ଆୟର ସମଷ୍ଟିକୁ ବ୍ୟକ୍ତିଗତ ଆୟ କୁହାଯାଏ । ଏହି ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କରକୁ ବିୟୋଗ କଲେ ଖର୍ଜଯୋଗ୍ୟ ଆୟ ବା ପ୍ରଯୋଜ୍ୟ ଆୟ ମିଳେ।

22.ବଜାର ଦରରେ ନିଟ୍ ଘରୋଇ ଉତ୍ପାଦ କିପରି ହିସାବ କରାଯାଏ ?
Answer:
ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDPMP) ରୁ ଅବକ୍ଷୟଜନିତ ପାଉଣା ବା ମୂଲ୍ୟହ୍ରାସ ବିୟୋଗ କରି ବଜାର ଦରରେ ନିଟ୍ ଘରୋଇ ଉତ୍ପାଦ (NDPMP) ମିଳେ ।

23. ବଜାର ଦରରେ ମୋଟ ଜାତୀୟ ଉତ୍ପାଦ (GNPMP) ର ଉପାଦାନଗୁଡ଼ିକ କ’ଣ ?
Answer:
ବଜାର ଦରରେ ମୋଟ ଜାତୀୟ ଉତ୍ପାଦର ଉପାଦାନଗୁଡ଼ିକ ହେଉଛି ବଜାର ଦରରେ ମୋଟ ଘରୋଇ ଉତ୍ପାଦ ଓ ବହିରାଗତ ନିଟ୍ ସାଧନ ଆୟ ।

24. ଉପାଦାନ ମୂଲ୍ୟରେ ମୋଟ ଘରୋଇ ଉତ୍ପାଦ (GDPFC) କିପରି ହିସାବ କରାଯାଏ ?
Answer:
ବଜାର ଦରରେ ମୋଟ ଘରୋଇ ଉତ୍ପାଦରୁ ନିଟ୍ ପରୋକ୍ଷ କର ବିୟୋଗ କଲେ ଉପାଦାନ ମୂଲ୍ୟରେ ମୋଟ ଘରୋଇ ଉତ୍ପାଦ (GDPFC) ଉପଲବ୍ଧ ହୋଇଥାଏ ।

25. କାର୍ଯ୍ୟକାରୀ ଉଦ୍‌ବୃତ୍ତ କିପରି ପ୍ରାପ୍ତ ହୁଏ ?
Answer:
ଅଧିଶେଷ, ସୁଧ ଓ ଲାଭର ସମାହାରରୁ କାର୍ଯ୍ୟକାରୀ ଉଦ୍‌ବୃତ୍ତ ପ୍ରାପ୍ତ ହୁଏ ।

26. ବିଦେଶାଗତ ମୋଟ ଆୟ କିପରି ହିସାବ କରାଯାଏ ?
Answer:
ଜାତୀୟ ଓ ଘରୋଇ ଉତ୍ପାଦର ଅନ୍ତରଫଳ ହେଉଛି ବିଦେଶାଗତ ମୋଟ ଆୟ ।

CHSE Odisha Class 12 Economics Chapter 12 Objective Questions in Odia Medium

27. ଅନ୍ତରଣ ଉପାର୍ଜନ କ’ଣ ?
Answer:
ଯେଉଁ ଉପାର୍ଜନ କୌଣସି ଉତ୍ପାଦନଶୀଳ ଅବଦାନ ବିନା ଅର୍ଜନ କରାଯାଇଥାଏ ତାହାକୁ ଅନ୍ତରଣ ଉପାର୍ଜନ କୁହାଯାଏ ।

28. ଘରୋଇ ଉପଭୋଗ ବ୍ୟୟ କ’ଣ ?
Answer:
ଲୋକମାନେ ସେମାନଙ୍କର ଅଭାବର ପ୍ରତ୍ୟକ୍ଷ ପରିପୂରଣ ପାଇଁ କ୍ରୟ କରାଯାଇଥିବା ଦ୍ରବ୍ୟ ଓ ସେବା ବାବଦରେ ଯେଉଁ ଅର୍ଥ ବ୍ୟୟ କରନ୍ତି ତାହାକୁ ଘରୋଇ ଉପଭୋଗ ବ୍ୟୟ କୁହାଯାଏ ।

29. ଜାତୀୟ ଆୟ ଆକଳନର ଉତ୍ପାଦ ପଦ୍ଧତିର ଅନ୍ୟ ନାମ କ’ଣ ?
Answer:
ଜାତୀୟ ଆୟ ଆକଳନର ଉତ୍ପାଦ ପଦ୍ଧତିର ଅନ୍ୟନାମ ହେଉଛି ସଂଯୋଗତି ମୂଲ୍ୟ ପଦ୍ଧତି ।

30. ମୋଟ ଉତ୍ପାଦରୁ ନିଟ୍ ଉତ୍ପାଦ ବାଦ୍ ଦେଲେ କ’ଣ ମିଳେ ?
Answer:
ମୋଟ ଉତ୍ପାଦରୁ ନିଟ୍ ଉତ୍ପାଦ ବାଦ୍ ଦେଲେ ଅବକ୍ଷୟଜନିତ ପାଉଣା ମିଳେ ।

31. ଜାତୀୟ ଆୟ ଆକଳନର ବ୍ୟୟ ପଦ୍ଧତି କ’ଣ ?
Answer:
ଏହି ପଦ୍ଧତିରେ କୌଣସି ଏକ ବର୍ଷରେ ଦେଶର ସୀମା ମଧ୍ୟରେ ଉତ୍ପାଦିତ ଅନ୍ତିମ ଦ୍ରବ୍ୟ ଓ ସେବା ପାଇଁ ବହନ କରାଯାଉଥ‌ିବା ସମସ୍ତ ବ୍ୟୟକୁ ଯୋଗକରି ଜାତୀୟ ଆୟ ଅଟକଳ କରାଯାଏ ।

32. ଜାତୀୟ ଆୟ ଆକଳନର ଆୟ ପଦ୍ଧତି କ’ଣ ?
Answer:
ଏହି ପଦ୍ଧତିରେ ଉତ୍ପାଦନରେ ବ୍ୟବହୃତ ସାଧନମାନଙ୍କୁ ମିଳୁଥିବା ଆୟ ଭିଭିରେ ଜାତୀୟ ଉତ୍ପାଦ ଅଟକଳ କରାଯାଏ ।

33. ନିଟ୍ ପରୋକ୍ଷ କର କିପରି ହିସାବ କରାଯାଏ ?
Answer:
ପରୋକ୍ଷ କରରୁ ସରକାରୀ ସହାୟତା ବାଦ୍ ଦେଲେ ନିଟ୍ ପରୋକ୍ଷ କର ଉପଲବ୍ଧ ହୋଇଥାଏ ।

34. ନିଟ୍ ରପ୍ତାନି ମୂଲ୍ୟ କିପରି ହିସାବ କରାଯାଏ ?
Answer:
ରପ୍ତାନି ଓ ଆମଦାନି ମୂଲ୍ୟ ମଧ୍ୟରେ ଥ‌ିବା ପାର୍ଥକ୍ୟ ହିଁ ନିଟ୍ ରପ୍ତାନି ମୂଲ୍ୟ ।

CHSE Odisha Class 12 Political Science Chapter 10 Long Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 10 ପରିବେଶ ଓ ପ୍ରାକୃତିକ ସମ୍ପଦ Long Answer Questions.

CHSE Odisha 12th Class Political Science Chapter 10 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ପ୍ରାକୃତିକ ସମ୍ପଦ କହିଲେ କ’ଣ ବୁଝ ? ପ୍ରାକୃତିକ ସମ୍ପଦର ପ୍ରକାରଭେଦ ବିଷୟରେ ଉଲ୍ଲେଖ କର ।
Answer:
ପ୍ରାକୃତିକ ସମ୍ପଦ କହିଲେ ପ୍ରକୃତିରେ ଦେଖାଯାଉଥ‌ିବା ବିଭିନ୍ନ ଜିନିଷକୁ ବୁଝାଏ, ଯାହା ମଣିଷର ଦୈନନ୍ଦିନ ବ୍ୟବହାରରେ ଆସିଥାଏ । ବାୟୁ, ବଣଜଙ୍ଗଲ, ଜଳ, ମୃତ୍ତିକା, ବନ୍ୟଜନ୍ତୁ, ପଶୁପକ୍ଷୀ ଆଦିଙ୍କୁ ପ୍ରାକୃତିକ ସମ୍ପଦର ଆଖ୍ୟା ଦିଆଯାଇଅଛି । ସମସ୍ତ ପ୍ରକାରର ପ୍ରାକୃତିକ ସମ୍ପଦର ସମାହାରରେ ପରିବେଶର ସନ୍ତୁଳନ ଅବସ୍ଥା ସମ୍ଭବ ହୋଇଥାଏ । କାଳକ୍ରମେ ମନୁଷ୍ୟର ଉପଯୋଗରେ ଏହି ପ୍ରାକୃତିକ ସମ୍ପଦ ଆସୁଥ‌ିବାରୁ ଏହାର କାଳକ୍ରମେ ବିଲୟ ଘଟୁଛି, ଯାହା ପରିବେଶକୁ ଅସନ୍ତୁଳିତ କରୁଅଛି । ପ୍ରାକୃତିକ ସମ୍ପଦକୁ ସାଧାରଣତଃ ଦୁଇ ପ୍ରକାରରେ ବିଭକ୍ତ କରାଯାଇପାରେ; ଜୀବନ୍ତ ସମ୍ପଦ, ଯାହା ବଣ, ଜଙ୍ଗଲ, ବନ୍ୟଜନ୍ତୁ ଇତ୍ୟାଦିକୁ ବୁଝାଇଥାଏ, ସେହିପରି ଅନ୍ୟଟି ହେଲା ଅଜୈବ ସମ୍ପଦ, ଯାହା ଜଳ, ବାୟୁ, ମୃତ୍ତିକା, ଖଣିଜ ଲବଣ ଇତ୍ୟାଦିକୁ ବୁଝାଇଥାଏ । ପ୍ରାକୃତିକ ସମ୍ପଦକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇଛି; ଯଥା—

  • ନବୀକରଣଯୋଗ୍ୟ ସମ୍ପଦ
  • ନବୀକରଣ ଅଯୋଗ୍ୟ ସମ୍ପଦ

(୧) ନବୀକରଣଯୋଗ୍ୟ ସମ୍ପଦ:
ଯେଉଁ ପ୍ରାକୃତିକ ସମ୍ପଦକୁ ବାରମ୍ବାର ବ୍ୟବହାରକଲେ ମଧ୍ୟ ତାହାର ସମ୍ପୂର୍ଣ୍ଣ ବିଲୟ ହୋଇ ନଥାଏ, ତାହାକୁ ନବୀକରଣଯୋଗ୍ୟ ସମ୍ପଦ କୁହାଯାଏ । ଏହାର ବାରମ୍ବାର ବ୍ୟବହାର ହେଲେ ମଧ୍ୟ ଏହା ବିଭିନ୍ନ ଚକ୍ର ପ୍ରକ୍ରିୟାରେ ଏହା ପୂର୍ବାବସ୍ଥାକୁ ଫେରିଆସିଥାଏ । ଜଳ, ବାୟୁ, ମୃତ୍ତିକା ଆଦି ପ୍ରାକୃତିକ ଉପାୟରେ କ୍ଷୟ ହେଉଥିଲେ ମଧ୍ୟ ଏହା ପ୍ରାକୃତିକ ଉପାୟରେ ଏହାର ପୂର୍ବସ୍ଥିତିକୁ ଫେରିଆସିଥାଏ । ସେହିପରି ସୌରଶକ୍ତି, ତାପଜଶକ୍ତି, ବିଦ୍ୟୁତ୍ ଶକ୍ତି ଆଦି ନବୀକରଣଯୋଗ୍ୟ ସମ୍ପଦ ।

(୨) ନବୀକରଣ ଅଯୋଗ୍ୟ ସମ୍ପଦ:
ଯେଉଁ ପ୍ରାକୃତିକ ସମ୍ପଦର ବାରମ୍ବାର ବ୍ୟବହାରଦ୍ଵାରା ଏହାର ବିଲୟ ସମ୍ପୂର୍ଣ୍ଣରୂପେ ହୋଇଥାଏ, ତାହାକୁ ନବୀକରଣ ଅଯୋଗ୍ୟ ସମ୍ପଦ କୁହାଯାଏ । ଏହି ପ୍ରାକୃତିକ ସମ୍ପଦଗୁଡ଼ିକ ବିଭିନ୍ନ ଚକ୍ର ପ୍ରକ୍ରିୟା ଦ୍ବାରା ପ୍ରକୃତିରେ ପୁନର୍ବାର ଭରଣା ହୋଇପାରେ ନାହିଁ । ବିଭିନ୍ନ ଖଣିଜ ପଦାର୍ଥ, କୋଇଲା, ପେଟ୍ରୋଲିୟମ୍, ଲୁହାଦସ୍ତା, ସୁନା, ସୀସା, ତମ୍ବା ଆଦି ଏହି ଶ୍ରେଣୀର ସମ୍ପଦ । ଏଗୁଡ଼ିକର ବ୍ୟବହାର ହେଲେ ଏହାର ପରିମାଣ କ୍ରମାଗତଭାବେ ହ୍ରାସପାଏ । ପୁନର୍ବାର ଏହାର ଭରଣା ସମ୍ଭବପର ହୋଇ ନଥାଏ ।
ପ୍ରାକୃତିକ ସମ୍ପଦଗୁଡ଼ିକୁ ମଧ୍ୟ ଦୁଇଭାଗରେ ବିଭକ୍ତ କରାଯାଇପାରେ; ଯଥା

  • ଅସରନ୍ତି ସମ୍ପଦ
  • ସରନ୍ତି ସମ୍ପଦ

(୧) ଅସରନ୍ତି ସମ୍ପଦ:
ଯେଉଁ ସମ୍ପଦଗୁଡ଼ିକ ମନୁଷ୍ୟସମାଜଦ୍ବାରା ବହୁଳ ଭାବରେ ବ୍ୟବହାର ହେଲେ ମଧ୍ୟ ଉକ୍ତ ସମ୍ପଦଗୁଡ଼ିକର ବିଲୟ ହୋଇ ନଥାଏ, ସେଗୁଡ଼ିକୁ ଅସରନ୍ତି ସମ୍ପଦ କୁହାଯାଏ । ଏହି ଅସରନ୍ତି ସମ୍ପଦଗୁଡ଼ିକ ନବୀକରଣଯୋଗ୍ୟ ସମ୍ପଦର ଅନ୍ତର୍ଭୁକ୍ତ । ସୌରରଶ୍ମି, ବାୟୁ, ଆଣବିକ ଶକ୍ତି ଇତ୍ୟାଦି ଏହି ଶ୍ରେଣୀର ସମ୍ପଦ । ଏଗୁଡ଼ିକର ବାରମ୍ବାର ବ୍ୟବହାର ହେଲେ ମଧ୍ୟ ଏହାର ବିଲୟ ହୋଇ ନଥାଏ । ସମୁଦ୍ର ଲହଡ଼ି ମଧ୍ଯ ଏହି ଶ୍ରେଣୀର ସମ୍ପଦ ।

(୨) ସରକ୍ତି ସମ୍ପଦ:
ଯେଉଁ ପ୍ରାକୃତିକ ସମ୍ପଦର ବହୁଳ ବ୍ୟବହାର ଦ୍ବାରା ଏହାର ବିଲୟ ଘଟିଥାଏ, ଏହାକୁ ସରନ୍ତି ସମ୍ପଦ କୁହାଯାଏ । ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି; ଯାହାଫଳରେ ଏହି ସରନ୍ତି ପ୍ରାକୃତିକ ସମ୍ପଦର ବହୁଳ ବ୍ୟବହାର ଦେଖାଯାଉଛି । ମନୁଷ୍ୟ ଏହି ସମ୍ପଦର ବହୁଳ ବ୍ୟବହାର କରି ଏହାର ବିଲୟ ଘଟାଉଛି | ଯାନବାହାନ ଓ କଳକାରଖାନା ଆଦିର ଦୃଢ଼ ବିକାଶ ଦ୍ଵାରା ଏହି ପ୍ରାକୃତିକ ସମ୍ପଦର ବିଲୟ ଘଟୁଛି । ମନୁଷ୍ୟକୃତ କାରଣରୁ ପରିବେଶ ଦୂଷିତ ହେଉଛି । ବର୍ତ୍ତମାନ ପରିସ୍ଥିତିରେ ମନୁଷ୍ୟ ଏହା ହୃଦୟଙ୍ଗମ କରି ଏହି ସମ୍ପଦର ସୁରକ୍ଷା କରିବା ଆବଶ୍ୟକ ।

ପ୍ରାକୃତିକ ସମ୍ପଦ ଓ ପରିବେଶ ସନ୍ତୁଳନ:
ପରିବେଶ ସନ୍ତୁଳନ ପ୍ରାକୃତିକ ସମ୍ପଦର ଉଚିତ ରକ୍ଷଣାବେକ୍ଷଣ ଉପରେ ନିର୍ଭର କରେ । ବାୟୁ, ଜଳ, ମୃତ୍ତିକା ଆଦି ସୁରକ୍ଷା ଅଭାବରୁ ପ୍ରଦୂଷିତ ହେଉଅଛି । କଳକାରଖାନାରୁ ବାହାରୁଥିବା ବିଷାକ୍ତ ବାଷ୍ପ, କାଗଜକଳରୁ ବାହାରୁଥିବା ବର୍ଜ୍ୟବସ୍ତୁ ଓ ଜଙ୍ଗଲକଟାଦ୍ୱାରା କ୍ରମାନ୍ୱୟରେ ବାୟୁ, ଜଳ, ପ୍ରଦୂଷିତ ହେଉଥୁବାସୁଳେ ମୃଭିକା କ୍ଷୟ ହେଉଛି, ଯାହାକୁ କି (Soil pollution) କୁହାଯାଇପାରେ । ମନୁଷ୍ୟସମାଜର ଦ୍ରୁତ ବୃଦ୍ଧିଦ୍ୱାରା ସଂରକ୍ଷିତ ପ୍ରାକୃତିକ ସମ୍ପଦ; ଯଥା- କୋଇଲା, ଖଣିଜ ସମ୍ପଦ ଓ ପେଟ୍ରୋଲିୟମ୍ ଆଦିର ବହୁଳ ବ୍ୟବହାର ହେଉଅଛି । ଦିନ ଆସିବ ଯାହାକି ଦିନେ ପ୍ରକୃତିରେ ଚିରଦିନପାଇଁ ବିଲୁପ୍ତ ହୋଇଯିବ । ତେଣୁ ଏହି ସମ୍ପଦର ଉଚିତ ସୁରକ୍ଷା କରିବା ନିହାତି ଦରକାର, କାରଣ ପରିବେଶର ସନ୍ତୁଳନ ରକ୍ଷାକରିବାରେ ଏହା ବିଶେଷ ସହାୟକ ହୋଇଥାଏ ।

ତେଣୁ ଏହି ପ୍ରାକୃତିକ ସମ୍ପଦର ସଂରକ୍ଷଣ ଆଜି ନିହାତି ଜରୁରୀ ହୋଇଯାଇଛି । କେତୋଟି ବିଷୟପ୍ରତି ଧ୍ୟାନଦେଲେ ଏହି ପାକତିକ ସମ୍ପଦର ସଂରକ୍ଷଣ ସମ୍ଭବ ହୋଇପାରିବ । ଜନସଂଖ୍ୟା ନିୟନ୍ତ୍ରଣ କରିବା, ପରିବେଶର ସୁରକ୍ଷା ନିମନ୍ତେ ସ୍କୁଲ, କଲେଜରେ ପରିବେଶ ବିଷୟରେ ଶିକ୍ଷାଦାନ କରିବା, ସରନ୍ତି ସମ୍ପଦର ବ୍ୟବହାର ଯଥାସମ୍ଭବ ରୋକିବା, ପ୍ରାକୃତିକ ସମ୍ପଦର ଅଯଥା ବିନଷ୍ଟକୁ ନିୟନ୍ତ୍ରଣ କରିବା, କଳକାରଖାନା ପ୍ରସାର ରୋକିବା ଓ ଏଥୁନିମନ୍ତେ ଆଇନ ପ୍ରଣୟନ କରିବା । ସର୍ବଶେଷରେ ପ୍ରାକୃତିକ ସମ୍ପଦର ଗୁରୁତ୍ଵ ସମ୍ପର୍କରେ ଜନସଚେତନତା ସୃଷ୍ଟିଦ୍ଵାରା ଏହାର ସୁରକ୍ଷା ସମ୍ଭବ ହୋଇପାରିବ ।

CHSE Odisha Class 12 Political Science Chapter 10 Long Answer Questions in Odia Medium

୨ । ଜଳବାୟୁ ପରିବର୍ତ୍ତନର କାରଣଗୁଡ଼ିକ ଉଲ୍ଲେଖ କର ।
Answer:
ପୃଥ‌ିବୀପୃଷ୍ଠରେ ଦେଖାଯାଉଥ‌ିବା ଦୁଇଗୋଟି ଉପାଦାନ ମଧ୍ୟରେ ଅଜୈବିକ ଉପାଦାନର ଅଂଶ ଅଧୂକ, ଯାହାମଧ୍ୟରୁ ବାୟୁମଣ୍ଡଳ ଏକ ମୁଖ୍ୟ ଅଂଶ ଧାରଣ କରିଛି । ଏହି ବାୟୁମଣ୍ଡଳ ବିଭିନ୍ନ ଗ୍ୟାସ୍ ଓ ତରଳ ପଦାର୍ଥର ସମାହାର । ଏହି ତରଳ ଅବସ୍ଥା ପୃଥୁବୀର ଚାରିପଟରେ ଏକ ଗ୍ୟାସୀୟ ଆବରଣ ସୃଷ୍ଟି କରୁଛି । ବାୟୁମଣ୍ଡଳର ଗଠନକୁ ଦୃଷ୍ଟିରେ ନେଲେ ଆମେ ଅବଗତ ହେବା ଯେ ବିଭିନ୍ନ ପ୍ରକାରର ଗ୍ୟାସ୍‌; ଯଥା- ଯବକ୍ଷାରଜାନ, ଅମ୍ଳଜାନ, ଉଦ୍‌ଜାନ, ଆଇରନ୍, କାର୍ବନ୍ ଡାଇଅକ୍‌ସାଇଡ୍ ଏବଂ ଜଳକଣାଗୁଡ଼ିକ ହିଁ ବାୟୁର ମୁଖ୍ୟ ଉପାଦାନ । ବାୟୁମଣ୍ଡଳର ଅବସ୍ଥା ପ୍ରତିକ୍ଷଣରେ ବଦଳିଥାଏ ।

ବାୟୁମଣ୍ଡଳର ଉପରକୁ ଉପରକୁ ଗତିକଲେ ବିଭିନ୍ନ ସ୍ତର ଦେଖାଯାଏ । ଭୂପୃଷ୍ଠକୁ ଲାଗିରହିଥିବା ପ୍ରଥମ ସ୍ତରଟିକୁ ଟ୍ରପୋସ୍ପିୟର ବୋଲି କୁହାଯାଏ ଓ ଏହାର ଉପରିଭାଗକୁ ଷ୍ଟ୍ରାଟୋସ୍ପିୟର ବୋଲି କୁହାଯାଏ । ପାଣିପାଗ ଓ ଜଳବାୟୁ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏହି ସ୍ତରମାନଙ୍କରେ ଘଟିଥାଏ । ପାଣିପାଗ ଓ ଜଳବାୟୁ ଦୁଇଟି ଭିନ୍ନ ଭିନ୍ନ ଶବ୍ଦ ଅଟେ । କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସଚ୍ଛସମୟ ମଧ୍ୟରେ ବାୟୁମଣ୍ଡଳର ପରିବର୍ତ୍ତିତ ଅବସ୍ଥାକୁ ପାଣିପାଗ ବୋଲି ଧରାଯାଏ । ଉତ୍ତାପ ହ୍ରାସ ଓ ବୃଦ୍ଧି, ବୃଷ୍ଟିପାତ, ଆର୍ଦ୍ରତା ଇତ୍ୟାଦି ପାଣିପାଗ ସମ୍ବନ୍ଧୀୟ ଗୋଟିଏ ଗୋଟିଏ ପରିମାପକ ହୋଇଥିବାବେଳେ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନର ପାଣିପାଗର ହାରାହାରି ଅବସ୍ଥାକୁ ୨୦ ବର୍ଷ ବ୍ୟବଧାନରେ ପ୍ରକାଶ କରିବାକୁ ସେହି ସ୍ଥାନର ଜଳବାୟୁ ବୋଲି କୁହାଯାଏ ।

ଏକବିଂଶ ଶତାବ୍ଦୀରେ ମନୁଷ୍ୟର ଚାଲିଚଳନି ଏବଂ ବିଳାସପୂର୍ଣ୍ଣ ଜୀବନଚର୍ଯ୍ୟା ଯୋଗୁଁ ବାୟୁମଣ୍ଡଳର ଉପାଦାନଗୁଡ଼ିକ ପ୍ରଭାବିତ ହେଉଛନ୍ତି, ଯାହାକି ପରୋକ୍ଷରେ ଦୈନନ୍ଦିନ ପାଣିପାଗ ଓ ଜଳବାୟୁର ପରିବର୍ତ୍ତନ ପରି ବିପଦମାନ ସୃଷ୍ଟି ହେଉଛି । ବର୍ତ୍ତମାନ ଜନସଂଖ୍ୟାର ଦ୍ରୁତବୃଦ୍ଧି, କଳକାରଖାନାର ଅହେତୁକ ବୃଦ୍ଧି ଏବଂ ଅନ୍ୟାନ୍ୟ ମାନବକୃତ କାରଣ ଯୋଗୁଁ ଆମର ଗ୍ରହ ଉତ୍ତପ୍ତ ହେବାରେ ଲାଗିଛି; ଯାହାକି ଜଳବାୟୁ ପରିବର୍ତ୍ତନ ହେବାର ମୁଖ୍ୟ କାରଣ ହୋଇଥାଏ ।
ତିନୋଟି ସୂଚକ ଯାହା ଜଳବାୟୁର ପରିବର୍ତ୍ତନକୁ କମ୍ କରିଥା’ନ୍ତି । ସେଗୁଡ଼ିକ ହେଲା-

  • ହିମସ୍ରୋତ
  • ବରଫର ଆବରଣ
  • ସାମୁଦ୍ରିକ ବରଫ

ପାଗ ପରିବର୍ତ୍ତନ :
ପାଣିପାଗ ବା ସଂକ୍ଷେପରେ ପାଗ ପରିବର୍ତ୍ତନ କହିଲେ ଦୀର୍ଘକାଳୀନ ଭିତ୍ତିରେ ପାଣିପାଗର ଦଶନ୍ଧି ଦଶନ୍ଧି ଧରି ବା ନିୟୁତ ନୟୁତ ବର୍ଷ ଧରି ପରିସଂଖ୍ୟାନଗତ ବିସ୍ତୃତିରେ ପରିବର୍ତ୍ତନକୁ ବୁଝାଏ । ପରିବର୍ତ୍ତନ ବା ପାଗସମ୍ବନ୍ଧୀୟ ଘଟଣାବଳୀର ପରିବର୍ତ୍ତନ ମଧ୍ୟ ହୋଇପାରେ । ଉଦାହରଣତଃ ଅଧିକ ବା ସନ୍ଧ୍ୟା ଆଶାତୀତ (extreme) ପାଗ ସମ୍ବନ୍ଧିତ ଘଟଣାବଳୀ ଯେପରି ନିକଟରେ ଓଡ଼ିଶା ସମୁଦ୍ର ଉପକୂଳରେ ମୃତ ତିମିମାନଙ୍କୁ ଠାବକରାଯିବା ବା ପୁରୀ ସାମୁଦ୍ରିକ ବେଳାଭୂମିର କ୍ଷୟ । ପୃଥୁବୀର ବାୟୁମଣ୍ଡଳରେ ସବୁଜଗୃହ ବାଷ୍ପର ମାତ୍ରାଧ୍ଵକ ଉପସ୍ଥିତି ଏହାର କାରଣ ଅଟେ । ଏହା ମୋଟାମୋଟିଭାବେ ମନୁଷ୍ୟକୃତ ।

ପୃଥ‌ିବୀର ଜନସଂଖ୍ୟାରେ ବ୍ୟାପକ ଅଭିବୃଦ୍ଧି ଯେପରି ୧୯୯୦ ମସିହାରେ ୫.୨ ବିଲିଅନ୍ ଜନସଂଖ୍ୟା ଥିବା ପୃଥ‌ିବୀ ୨୧୦୦ ମସିହା ବେଳକୁ ୧୧.୩ ବିଲିଅନ୍ ଯାଏ ବୃଦ୍ଧିପାଇବା ସମ୍ଭାବ୍ୟ କାରଣଯୋଗୁଁ ପ୍ରକୃତି ଉପରେ ମାତ୍ରାଧ‌ିକ ଚାପ ସୃଷ୍ଟି ହୋଇଛି । ପାଗ ପରିବର୍ତ୍ତନ ଯୋଗୁଁ ମାତ୍ରାତ୍ଵିକ ପାଣିପାଗ ଘଟଣାବଳୀ ବିଗତ ୧୦୦ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି ଓ ଆଗାମୀ ଦିନରେ ଏହା ବହୁ ପରିମାଣରେ ବୃଦ୍ଧିପାଇବ । ୧୯୦୦-୧୯୦୯ ମଧ୍ଯରେ ୨.୫ଟି ମାତ୍ରାତ୍ଵିକ ପାଣିପାଗ ଘଟଣା ତାଲିକାଭୁକ୍ତ କରାଯାଇଥିବାବେଳେ ୨୦୦୦-୨୦୦୯ ମଧ୍ଯରେ ଏହି ସଂଖ୍ୟା ୩୫୦-୪୦୦କୁ ବୃଦ୍ଧିପାଇଛି । ପାଗ ପରିବର୍ତ୍ତନ ଯୋଗୁଁ ଅସାଭାବିକ ବୃଷ୍ଟିପାତ ଅନେକ ଅଞ୍ଚଳରେ ଦେଖିବାକୁ ମିଳୁଛି ।

୨୦୦୬ ମସିହାରେ ୨୪ ଘଣ୍ଟା ମଧ୍ୟରେ ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ୯୯୪ ମିଲିମିଟର ବର୍ଷା ହୋଇଥିଲା । ୨୦୧୪ ମସିହାରେ ଭାରତର ଜାମ୍ମୁ ଓ କାଶ୍ମୀରରେ ଗୋଟିଏ ଦିନରେ ୨୦୦ ମିଲିମିଟର ବର୍ଷା ହେବାରୁ ଭୂସ୍ଖଳନ ଘଟି ବ୍ୟାପକ ଧନଜୀବନ ନଷ୍ଟ ହୋଇଥିଲା । ୨୦୦୧ରୁ ୨୦୦୬ ମଧ୍ୟରେ ମାତ୍ରାଧୁକ ପାଣିପାଗ ଘଟଣାବଳୀ ଯୋଗୁଁ ଉନ୍ନତଶୀଳ ଦେଶଗୁଡ଼ିକ ସେମାନଙ୍କ GDPର ୧% କ୍ଷତି ରହିବାବେଳେ ଉନ୍ନତ ରାଷ୍ଟ୍ରଗୁଡ଼ିକ ୦.୧% କ୍ଷତି ସହିଛନ୍ତି । କାରଣ ଉନ୍ନତ ରାଷ୍ଟ୍ରଗୁଡ଼ିକ ପ୍ରଯୁକ୍ତି ବିଦ୍ୟାର ସୀମାବଦ୍ଧ କରିବାକୁ ସକ୍ଷମ ହୋଇଥିଲେ ।

ପାଣିପାଗ ପରିବର୍ତ୍ତନର ପ୍ରଭାବ :
ବିଶ୍ୱ ତାପାୟନ ଓ ପାଣିପାଗ ପରିବର୍ତ୍ତନ ପରସ୍ପର ସମ୍ପର୍କିତ ହୋଇଥୁବାରୁ ସେମାନଙ୍କର ପ୍ରଭାବ କ୍ଷେତ୍ରରେ ମଧ୍ୟ ଅନେକ ସାମଞ୍ଜସ୍ୟ ଦେଖୁବାକୁ ମିଳେ; ତଥାପି ନିର୍ଦ୍ଦିଷ୍ଟ ଭାବେ ପାଣିପାଗ ପରିବର୍ତ୍ତନର ନିମ୍ନୋକ୍ତ ପ୍ରଭାବ ରହିଛି ।

  • ସମୁଦ୍ର ଜଳ ସ୍ତର ବୃଦ୍ଧି ଯୋଗୁଁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ, ଶୈବାଳ ପ୍ରାଚୀର ଓ ଆର୍ଦ୍ର ଭୂମି (Wet land) ପ୍ରଭାବିତ ହେବ । ଗ୍ଲାସିଅର ତରଳିବା ଓ ସମୁଦ୍ର ଜଳର ଉତ୍ତାପ ବୃଦ୍ଧି ଏହାର କାରଣ ଅଟେ ।
  • ସୁମେରୁ ଅଞ୍ଚଳରେ ବରଫ ତରଳିବା ଯୋଗୁଁ ମହାସାଗରଗୁଡ଼ିକରେ ଜଳ ପ୍ରବାହ ପ୍ରଭାବିତ ହେଉଛି । ସୁମେରୁ ଅଞ୍ଚଳ ଅଧ‌ିକ ଉତ୍ତପ୍ତ ହେବାରେ ଲାଗିଛି ।
  • ସମୁଦ୍ର ଜଳ ସ୍ତର ଉତ୍ତପ୍ତ ହେବା ଯୋଗୁଁ ଶୈବାଳ ବଂଶ ଲୋପପାଇଯିବ । ଶୈବାଳ ଉପରେ ନିର୍ଭରଶୀଳ ଅନେକ ଜଳଜୀବ ମୃତ୍ୟୁର ଦ୍ବାରଦେଶରେ ।
  • ପୃଥ‌ିବୀର ବଡ଼ ବଡ଼ ଜଳାଶୟ ଓ ହ୍ରଦଗୁଡ଼ିକର ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି । ହ୍ରଦଗୁଡ଼ିକରେ ଅଦରକାରୀ ଦଳ ପ୍ରଜାତି ବୃଦ୍ଧି ସହ ଏଗୁଡ଼ିକର ସ୍ତର ବିନ୍ୟାସରେ ପରିବର୍ତ୍ତନ ଆସିଛି ।
  • ଋତୁଚକ୍ରରେ ପରିବର୍ତ୍ତନ ଅନୁଭୂତ ହେଉଛି । ଖାଦ୍ୟଶସ୍ୟ ଉପଯୋଗୀ ତୃଣ, ବୃକ୍ଷଲତା ଆଦିର ବୃଦ୍ଧି ଓ ତହିଁରୁ ଖାଦ୍ୟଶସ୍ୟ | ଫଳ ପାଇବାରେ ବ୍ୟତିକ୍ରମ ଲକ୍ଷ୍ୟ କରାଗଲାଣି ।
  • ସମୁଦ୍ର ଜଳର କ୍ଷୀର ଅଂଶ ବୃଦ୍ଧି ପାଇବା ଯୋଗୁଁ ଜଳଜୀବଙ୍କ ଜୀବନଯାପନ ଉପରେ ପ୍ରଭାବ ବୃଦ୍ଧିପାଉଛି । ସମୁଦ୍ରରେ କ୍ଷାର ଅଂଶ ବୃଦ୍ଧି ପାଇଁ ଅଙ୍ଗାରକାମ୍ଳ ବାଷ୍ପ ଦାୟୀ ।
  • ଆମାଜନ, ବ୍ରହ୍ମପୁତ୍ର ଆଦି ନଦୀର ତ୍ରିକୋଣଭୂମିରେ ଥିବା କ୍ରାନ୍ତୀୟ ଜଙ୍ଗଲ ଗଭୀରଭାବେ ପ୍ରଭାବିତ ହେବା ଯୋଗୁଁ ଜୈବ ବିବିଧତା ନଷ୍ଟ ହେବା, ଗଛର ଗଣ୍ଡି ଓ ଡାଳପତ୍ରରେ ସଞ୍ଚିତ ଅଙ୍ଗାରକାମ୍ଳ ଗ୍ୟାସ୍ ଜଙ୍ଗଲ ଧ୍ଵଂସ ଯୋଗୁଁ ବାୟୁମଣ୍ଡଳରେ ମିଳୁଛି ।

CHSE Odisha Class 12 Political Science Chapter 10 Long Answer Questions in Odia Medium

୩। ପରିବେଶ କ’ଣ ? ଏହାର ପ୍ରକାରଭେଦ ଆଲୋଚନା କର ।
Answer:
କୌଣସି ଜୀବର ଚତୁଃପାର୍ଶ୍ଵରେ ଘେରିରହିଥ‌ିବା ଜୈବିକ ଓ ଅଜୈବିକ ଉପାଦାନଗୁଡ଼ିକର ସମଷ୍ଟିଗତ ଉପସ୍ଥିତି ଓ ପ୍ରଭାବକୁ ପରିବେଶ କୁହାଯାଏ । ଆକ୍ଷରିକ ଅର୍ଥରେ କୌଣସି ସ୍ଥାନର ବେଷ୍ଟିତ ଅବସ୍ଥାକୁ ପରିବେଶ କୁହାଯାଏ । ସି.ସି.ପାର୍କଙ୍କ ମତରେ ‘‘କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ଓ ନିର୍ଦ୍ଦିଷ୍ଟ ସମୟରେ ମଣିଷର ଚତୁଃପାର୍ଶ୍ଵରେ ଥ‌ିବା ସର୍ବମୋଟ ଅବସ୍ଥିତିକୁ ପରିବେଶ କୁହାଯାଏ ।’’ ଏହି ପରିବେଶ ଜୀବକୁ କେନ୍ଦ୍ର କରି ଘେରିରହିଥୁବା ଉଭୟ ସଜୀବ ଓ ନର୍ଜୀବ କାରକର ସମାହାର ଅଟେ ।

ପରିବେଶର ମୁଖ୍ୟ ନିର୍ଜୀବ ଉପାଦାନଗୁଡ଼ିକ ବାୟୁମଣ୍ଡଳ, ଅଶ୍ମମଣ୍ଡଳ ବା ଭୂମଣ୍ଡଳ ଓ ବାରିମଣ୍ଡଳରେ ବିଭକ୍ତ ହୋଇଥିବାବେଳେ ଏହାର ସଜୀବ ଉପାଦାନଗୁଡ଼ିକ ଉଭୟ ପ୍ରାଣୀ ଓ ଉଦ୍ଭଦକୁ ନେଇ ଗଠିତ । ପରିବେଶ ଜୀବ ସୃଷ୍ଟିର କାରଣ, ତା’ର କ୍ରମ ବିବର୍ତ୍ତନ ଓ ତା’ର ଜୀବନଧାରଣର ମୁଖ୍ୟ ମାଧ୍ୟମ ଅଟେ । ପରିବେଶ କୌଣସି ପରିସ୍ଥିତିରେ ସ୍ଥାଣୁ ନ ହୋଇ ଗତିଶୀଳ ହୋଇଥାଏ । ପ୍ରାକୃତିକ ଅବସ୍ଥାର ଯେ କୌଣସି ସ୍ଥାନରେ ପରିବେଶ ସକ୍ରିୟ-ଭାରସାମ୍ୟାବସ୍ଥା (Dynamic Equilibrium) ରକ୍ଷାକରିଥାଏ । ଏହାକୁ ପ୍ରାକୃତିକ ଭାରସାମ୍ୟ କୁହାଯାଏ ।

ପରିବେଶର ପ୍ରକାରଭେଦ :
ଭୌଗୋଳିକ ପଦ୍ଧତି ଅନୁସାରେ ପରିବେଶକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ; ଯଥା –

  • ପ୍ରାକୃତିକ ପରିବେଶ ଓ
  • ମାନବୀୟ ପରିବେଶ

(୧) ପ୍ରାକୃତିକ ପରିବେଶ (Natural Environment):
ପ୍ରାକୃତିକ ଅବସ୍ଥାକୁ ନେଇ ପୃଥ‌ିବୀକୁ ଚାରିଗୋଟି ମଣ୍ଡଳରେ ବିଭକ୍ତ କରାଯାଇଛି; ଯଥା –

(କ) ଅଶ୍ମମଣ୍ଡଳ ବା ଭୂମଣ୍ଡଳ (Lithosphere):
ଏହା ଭୂପୃଷ୍ଠ ଓ ଭୂଅଭ୍ୟନ୍ତରର ସମସ୍ତ ଶିଳା ଓ ମୃଭିକାକୁ ନେଇ ଗଠିତ । ଏହା କଠିନ ପଦାର୍ଥରେ ଗଠିତ ଏବଂ ଜୀବମଣ୍ଡଳର ଆଶ୍ରୟସ୍ଥଳ ଅଟେ ।

(ଖ) ବାରିମଣ୍ଡଳ (Hydrosphere):
ଭୂପୃଷ୍ଠସ୍ଥ ସମସ୍ତ ଜଳଭାଗକୁ ନେଇ ଏହା ଗଠିତ । ନଦୀ, ହ୍ରଦ, ଝରଣା, ଜଳାଶୟ, ସାଗର, ମହାସାଗର ତଥା ବରଫ ଆଦି ଏହାର ଅନ୍ତର୍ଗତ ଅଟନ୍ତି । ଏହା ମୁଖ୍ୟତଃ ମଧୁର ଜଳ ଓ ଲବଣାକ୍ତ ଜଳ ଭାବରେ ବିଭକ୍ତ । ଜଳବିନା ଜୀବନ ଅସମ୍ଭବ ।

(ଗ) ବାୟୁମଣ୍ଡଳ (Atmosphere):
ଭୂପୃଷ୍ଠରୁ ପ୍ରାୟ ୩୫୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ପରିବ୍ୟାପ୍ତ ହୋଇଛି । ଏହା କେତେକ ଗ୍ୟାସ୍‌ର ଏକ ସାଧାରଣ ମିଶ୍ରଣ ଅଟେ । ଏହାଦ୍ୱାରା ପୃଥ‌ିବୀପୃଷ୍ଠରେ ଜୀବଜଗତର ସତ୍ତା ସମ୍ଭବପର ହୋଇପାରିଛି । ସମୁଦ୍ର ପତ୍ତନଠାରେ ବାୟୁର ଘନତା ସର୍ବାଧ୍ଵ । ଭୂପୃଷ୍ଠରୁ ୮୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳକୁ ସମମଣ୍ଡଳ (Homosphere) ଓ ୮୦ କି.ମି.ଠାରୁ ଉପରକୁ ଥିବା ବାୟୁମଣ୍ଡଳକୁ ବିଷମମଣ୍ଡଳ (Heterosphere) କୁହାଯାଏ ।

(ଘ) ଜୀବମଣ୍ଡଳ (Biosphere):
ସମସ୍ତ ବୃକ୍ଷଲତା, ପ୍ରାଣୀ ଓ ଅଣୁଜୀବମାନଙ୍କୁ ନେଇ ଏହି ଜୀବମଣ୍ଡଳ ଗଠିତ ହୋଇଥାଏ । ଜୀବମଣ୍ଡଳ ଅନ୍ତର୍ଗତ ଉଭିଦ ଓ ପ୍ରାଣୀ ପରସ୍ପର ଉପରେ ନିର୍ଭରଶୀଳ ଅଟନ୍ତି । ଏହି ମଣ୍ଡଳ ଅନ୍ୟ ତିନିଗୋଟି ମଣ୍ଡଳ ଉପରେ ନିର୍ଭର କରିଥାଏ । ଏଥୁମଧ୍ଯରୁ ପ୍ରଥମ ତିନିଗୋଟିକୁ ଅଜୈବିକ ପରିବେଶ (Abiotic Environment) ଓ ଶେଷଟିକୁ ଜୈବିକ ପରିବେଶ (Biotic Environmerit) କୁହାଯାଏ ।

(୨) ମାନବୀୟ ପରିବେଶ (Human Environment):
ପ୍ରାକୃତିକ ପରିବେଶରେ ପରିବର୍ତ୍ତନ ଆଣି ଏହାକୁ ନିଜର ସୁଖ, ସ୍ଵାଚ୍ଛନ୍ଦ୍ୟ ଓ ବିକାଶରେ ବ୍ୟବହାର କରିବାପାଇଁ ମଣିଷ ଯେଉଁ ନୂତନ ପରିବେଶ ସୃଷ୍ଟି କରେ, ତାହାକୁ ମାନବୀୟ ପରିବେଶ କୁହାଯାଏ । ମଣିଷଦ୍ବାରା ସୃଷ୍ଟ ବିଭିନ୍ନ କଳକାରଖାନା, ଯାନବାହାନ, ସହର, ବଜାର, ରାସ୍ତା, ନାଳ, ନର୍ଦ୍ଦମା, କୋଠାବାଡ଼ି, ଜନବସତି, ଜନସଂଖ୍ୟା, ସାମାଜିକ ବ୍ୟବସ୍ଥା, ଅନୁଷ୍ଠାନ ଓ ଚଳଣି, ରାଜନୀତିକ ବ୍ୟବସ୍ଥା ଆଦି ପ୍ରତ୍ୟେକ ଉପାଦାନ ମାନବୀୟ ପରିବେଶର ଅଂଶବିଶେଷ ଅଟନ୍ତି । ଏଣୁ ମାନବୀୟ ପରିବେଶ ମୁଖ୍ୟତଃ (କ) ଜନସଂଖ୍ୟା ଓ ଜନବସତି ଏବଂ (କ) ସାମାଜିକ ଓ ରାଜନୀତିକ ଅବସ୍ଥାକୁ ବୁଝାଇଥାଏ ।

(କ) ଜନସଂଖ୍ୟା ଓ ଜନବସତି:
ପ୍ରଥମ ଅବସ୍ଥାରେ ମଣିଷ ଯାଯାବର ଭାବରେ ଜୀବନଯାପନ କରୁଥିଲା । ସ୍ଥାୟୀ ବସତି କୃଷି ଉପରେ ନିର୍ଭର କରି ଗଢ଼ିଉଠିଲା । ଜନବସତିର ପ୍ରକାରଭେଦ ଶିକ୍ଷା, ଆର୍ଥିକ ଅବସ୍ଥା, ସାଂସ୍କୃତିକ ମୂଲ୍ୟବୋଧ, କୃଷି ଓ ଶିଳ୍ପର ଅଭିବୃଦ୍ଧି ଆଦି ଉପରେ ନିର୍ଭର କରିଥାଏ ।

(ଖ) ସାମାଜିକ ଓ ରାଜନୀତିକ ଅବସ୍ଥା:
ପ୍ରତ୍ୟେକ ଦେଶର ମାନବୀୟ ପରିବେଶ, ସାମାଜିକ ଓ ରାଜନୀତିକ ଅବସ୍ଥା ଉପରେ ନିର୍ଭର କରିଥାଏ । ରାଷ୍ଟ୍ରର ରାଜନୀତିକ ବ୍ୟବସ୍ଥା, ପ୍ରକୃତି ଓ କାର୍ଯ୍ୟକାରିତା ମାନବୀୟ ପରିବେଶକୁ ଗଭୀରଭାବେ ପ୍ରଭାବିତ କରିଥାଏ । ଦେଶର ସାମାଜିକ ବ୍ୟବସ୍ଥା ରାଜନୀତିକ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ ଏବଂ ଏହାଦ୍ଵାରା ସୁବ୍ୟବସ୍ଥିତ ହୋଇଥାଏ । ପ୍ରତ୍ୟେକ ଦେଶର ଶିକ୍ଷା, ଧାର୍ମିକ ବ୍ୟବସ୍ଥା, ଲୋକ ଚରିତ୍ର, ସଂସ୍କୃତି ଆଦି ଲୋକମାନଙ୍କର ସାମାଜିକ ଚଳଣି ଓ ରାଜନୀତିକ ଚରିତ୍ରଦ୍ୱାରା ନିର୍ଦେଶିତ ହୋଇଥାଏ ।

ସମ୍ପୂର୍ଣ୍ଣ ପରିବେଶ (Total Environment):
ପ୍ରାକୃତିକ ଓ ମାନବୀୟ ପରିବେଶର ସାମଗ୍ରିକ ଅବସ୍ଥାକୁ ସମ୍ପୂର୍ଣ୍ଣ ପରିବେଶ କୁହାଯାଏ । ଏକ ସମ୍ପୂର୍ଣ୍ଣ ପରିବେଶ ଜୈବିକ, ଅଜୈବିକ ଓ ମନୁଷ୍ୟସୃଷ୍ଟ ଉପାଦାନର ସମାହାର ହୋଇଥିବାରୁ ଏହା ମଧ୍ୟରେ ସଦା ଅନୁପ୍ରକ୍ରିୟା ସଂଘଟିତ ହୋଇଥାଏ ଏବଂ ଏହାର ସାମଗ୍ରିକ ପ୍ରଭାବ ଜୀବଜଗତ ଉପରେ ପଡ଼ିଥାଏ ।

CHSE Odisha Class 12 Political Science Chapter 10 Long Answer Questions in Odia Medium

୪ | ଜଙ୍ଗଲ ଅବକ୍ଷୟ (Deforestation) କ’ଣ ? ଏହାର କାରଣ ଓ ଫଳାଫଳ ଆଲୋଚନା କର ।
Answer:
କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଲଗାତର ଭାବରେ ଜଙ୍ଗଲ କାଟିବା ବା ଧ୍ବଂସ କରିବା ଏବଂ ନୂତନ ଜଙ୍ଗଲ ସୃଷ୍ଟି ନ କରିବାକୁ ଜଙ୍ଗଲ ଅବକ୍ଷୟ କୁହାଯାଏ । ଯଦି ଏପରିଭାବେ ନିୟମିତ ଜଙ୍ଗଲ କ୍ଷୟ ହୁଏ; ତେବେ ଚଳିତ ଶତାବ୍ଦୀ ଶେଷକୁ ପ୍ରାୟ ୧୫% ରୁ ୨୦% ଜାତିର ଉଭିଦ ପୃଥ‌ିବୀପୃଷ୍ଠରୁ ଲୋପପାଇଯିବ ।
କାରଣ :
ଜଙ୍ଗଲ କ୍ଷୟର ମୁଖ୍ୟ କାରଣଗୁଡ଼ିକ ହେଉଛି –

  • ଗ୍ରାମାଞ୍ଚଳରେ ଢାଳେଣିକାଠର ଚାହିଦା ପୂରଣ ନିମନ୍ତେ ଗଛ କାଟିବା ଦ୍ଵାରା ଜଙ୍ଗଲ କ୍ଷୟ ହୁଏ ।
  • ଘର ନିର୍ମାଣ ଓ ବ୍ୟାବହାରିକ ଆସବାବପତ୍ର ନିମନ୍ତେ କାଠ ବ୍ୟବହାର ଜଙ୍ଗଲକ୍ଷୟର କାରଣ ହୋଇଥାଏ ।
  • ସାଧାରଣ ଲୋକଙ୍କ ମଧ୍ୟରେ ଜନସଚେତନତାର ଅଭାବ ଯୋଗୁଁ ଅବାରିତ ଭାବେ ଜଙ୍ଗଲ କ୍ଷୟ ହୁଏ ।
  • ବିଭିନ୍ନ ଜଳ ବିଦ୍ୟୁତ୍ ପ୍ରକଳ୍ପ ଓ ନଦୀବନ୍ଧ ନିର୍ମାଣ ନିମନ୍ତେ ଅନେକ ଜଙ୍ଗଲ ଜମି ବ୍ୟବହାର ହୁଏ ।
  • କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ବାସସ୍ଥାନ ଦାବିକୁ ପୂରଣ କରିବା ନିମନ୍ତେ ଜଙ୍ଗଲ କ୍ଷୟ ହୁଏ ।
  • ନୂଆ ଜନବସତି, ସହର, ଶିଳ୍ପସଂସ୍ଥା ସ୍ଥାପନ, ରାସ୍ତା, କେନାଲ ନିର୍ମାଣ ନିମନ୍ତେ ଜଙ୍ଗଲ କାଟି ସ୍ଥାନ ନିରୂପଣ କରାଯାଏ ।
  • ସ୍ଵାର୍ଥାନ୍ଵେଷୀ ଜଙ୍ଗଲ କର୍ମଚାରୀ, ମୁନାଫାଖୋର, ନ୍ୟସ୍ତସ୍ଵାର୍ଥ ଅସାମାଜିକ ଲୋକମାନଙ୍କଦ୍ଵାରା ମଧ୍ୟ ଜଙ୍ଗଳ ଅବିଚାରିତ ଭାବେ କଟାଯାଉଛି ।

ଜଙ୍ଗଲ ଧ୍ଵଂସର କୁପରିଣାମ :
ଜଙ୍ଗଲ ଧ୍ଵଂସର ଅନେକ କୁପରିଣାମ ସମାଜ ଓ ପରିବେଶ ଉପରେ ପଡ଼ିଥାଏ । ଜୀବଜଗତ ତିଷ୍ଠିରିହିବା ନିମନ୍ତେ ଏବଂ ପରିବେଶ ସନ୍ତୁଳିତ ରହିବା ନିମନ୍ତେ ଜଙ୍ଗଲର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଅନେକ ପ୍ରକାର ସଜୀବ ରାସାୟନିକ ପଦାର୍ଥ ସୃଷ୍ଟି କରି ଏବଂ ଶୋଷଣ କରି ଜଙ୍ଗଲ ପ୍ରକୃତିରେ ସନ୍ତୁଳନ ସ୍ଥାପିତ କରିଥାଏ । ଏହାବ୍ୟତୀତ ମୃତ୍ତିକା ସଂରକ୍ଷଣ, ବନ୍ୟା ଓ ମରୁଡ଼ି ନିୟନ୍ତ୍ରଣରେ ମଧ୍ଯ ଜଙ୍ଗଲର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ ।

  • ଜଙ୍ଗଲ କ୍ଷୟ ଯୋଗୁଁ ସେହି ସ୍ଥାନରେ ନୂତନ ଜଙ୍ଗଲ ସୃଷ୍ଟି ନ ହେଲେ ସେଠାରେ ଖାଲ ଖମା ହୋଇ ପାଣି ଜମିରୁହେ ଓ ମଶା, ମାଛି ସୃଷ୍ଟି ହୋଇ ପରିବେଶର କ୍ଷତି କରନ୍ତି ।
  • ଜଙ୍ଗଲ ଯୋଗୁଁ ଠିକ୍ ସମୟରେ ମୌସୁମୀ ପ୍ରବାହିତ ହୋଇ ବର୍ଷା କରାଏ । ଜଙ୍ଗଲ କ୍ଷୟଯୋଗୁଁ ବୃଷ୍ଟିପାତର ପରିମାଣ ହ୍ରାସ ପାଇଥାଏ । ଜଳଚକ୍ର ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥାଏ ।
  • ପ୍ରାଣୀମାନଙ୍କର ଶ୍ଵାସକ୍ରିୟା ଓ ବିଭିନ୍ନ ଇନ୍ଧନର ଦହନ ଫଳରେ ଯେଉଁ ଅଙ୍ଗାରକାମ୍ଳ ଉତ୍ପନ୍ନ ହୁଏ ବୃକ୍ଷ ଖାଦ୍ୟ ଗ୍ରହଣ ନିମନ୍ତେ ତାହାକୁ ଶୋଷଣ କରିବା ଫଳରେ ବାୟୁମଣ୍ଡଳରେ ଅମ୍ଳଜାନ-ଅଙ୍ଗାରକାମ୍ଳର ସନ୍ତୁଳନ ରକ୍ଷାହୁଏ । ଦ୍ରୁତ ଜଙ୍ଗଲ ଅବକ୍ଷୟ ଫଳରେ ବାୟୁମଣ୍ଡଳରେ ଅମ୍ଳଜାନ-ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ହୋଇ ସନ୍ତୁଳନ ନଷ୍ଟ ହୋଇଛି ଏବଂ ଏହାର ସମ୍ଭାବନା ରହିଛି |
  • ଦ୍ରୁତ ଜଙ୍ଗଲ ଅବକ୍ଷୟ ବନ୍ୟଜନ୍ତୁମାନଙ୍କ ନିମନ୍ତେ ଅନେକ ବିପଦ ସୃଷ୍ଟି କରିଛି । ବନ୍ୟଜନ୍ତୁମାନେ ସେମାନଙ୍କର ବାସସ୍ଥାନ ଓ ଖାଦ୍ୟ ହରାଉଛନ୍ତି । ଏହାଫଳରେ ଅନେକ ଜାତି|ପ୍ରଜାତି ଧ୍ୱଂସ ପାଇଯାଉଛନ୍ତି । ପରିସଂସ୍ଥାରେ ଅସନ୍ତୁଳନ ଦେଖାଯାଉଛି ।
  • ଜଙ୍ଗଲ ଅବକ୍ଷୟ ଫଳରେ ଅନେକ ଆଦିବାସୀ ସମ୍ପ୍ରଦାୟ ସେମାନଙ୍କ ଜୀବିକା ହରାଉଛନ୍ତି ।
  • ଜଙ୍ଗଲରୁ ଅନେକ ଅମୂଲ୍ୟ ସମ୍ପଦ ମିଳିଥାଏ । ଅନେକପ୍ରକାର ବଣ୍ୟ ଔଷଧ, ଗୁଳ୍ମ, ଫଳ ମଧ୍ୟ ମିଳିଥାଏ । ଜଙ୍ଗଲ ଧ୍ଵଂସ ହେବାରୁ ଏପରି ଅନେକ ଆୟୁର୍ବେଦିକ ଔଷଧ ମିଳିବା କଷ୍ଟକର ହୋଇପଡ଼ୁଛି ।

CHSE Odisha Class 12 Political Science Chapter 10 Long Answer Questions in Odia Medium

୫। ବାୟୁ ପ୍ରଦୂଷଣ (Air Pollution) କ’ଣ ? ବାୟୁ ପ୍ରଦୂଷକ, ବାୟୁ ପ୍ରଦୂଷଣର ପ୍ରଭାବ ଓ ଏହା ନିୟନ୍ତ୍ରଣପାଇଁ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କର ।
Answer:
ବାୟୁ ଏକ ମିଶ୍ରଣ । ବାୟୁରେ ଥିବା ତିନୋଟି ମୁଖ୍ୟ ଗ୍ୟାସ୍ ହେଲେ, ଅମ୍ଳଜାନ (୨୧%), ଯବକ୍ଷାରଜାନ (୭୮%) ଓ ଅଙ୍ଗାରକାମ୍ଳ (୦.୦୩%) । ଏହାବ୍ୟତୀତ ଜଳୀୟବାଷ୍ପ (୦.୧%) ଏବଂ ଅନ୍ୟ କେତେକ ବିରଳ ଗ୍ୟାସ୍ ମଧ୍ଯ ରହିଥାଏ । ଅମ୍ଳଜାନ ଜୀବଜଗତର ଶ୍ଵାସକ୍ରିୟା ଓ ଦହନ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଯବକ୍ଷାରଜାନ ଜୀବଜଗତ ବଦ୍ଧିରେ ସାହାଯ୍ୟ କରିଥାଏ ଏବଂ ଅଙ୍ଗାରକାମ୍ଳ ଉଭିଦଜଗତର ଖାଦ୍ୟ ପ୍ରସ୍ତୁତି କରିଥାଏ । ବାୟୁରେ ଥ‌ିବା ଉପରୋକ୍ତ ବିଭିନ୍ନ ଉପାଦାନମାନଙ୍କ ମଧ୍ୟରୁ ଗୋଟିକର ସ୍ଥିତିରେ ବିଚ୍ୟୁତି ଘଟିଲେ ବାୟୁ ପ୍ରଦୂଷିତ ହୋଇଥାଏ । ବାୟୁମଣ୍ଡଳରେ ପ୍ରାକୃତିକ ଓ କୃତ୍ରିମ ଉପାୟରେ ଦୂଷିତ ଓ ବିଷାକ୍ତ ଗ୍ୟାସ୍ ମିଶିଥାଏ । ଏହାଫଳରେ ଗ୍ରାମ, ସହର ତଥା ଶିଳ୍ପାଞ୍ଚଳର ବାୟୁ ପ୍ରଦୂଷିତ ହୋଇଥାଏ । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ବାୟୁ ପ୍ରଦୂଷଣ ଅଧିକ ହୋଇଥାଏ ।

ମୁଖ୍ୟ ବାୟୁ ପ୍ରଦୂଷକ :
(୧) ଅଙ୍ଗାରକାମ୍ଳ:
ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପ୍ରାୟ ଶତକଡ଼ା ୦.୦୩ ଅଂଶ ରହି ସବୁଜ ଉଭିଦର ଭାଶ୍ଳେଷଣ ପ୍ରକ୍ରିୟାରେ ସହାୟକ ହୋଇଥାଏ । ପରନ୍ତୁ ଏହାର ପରିମାଣ ବୃଦ୍ଧିଦ୍ୱାରା ଜୀବଜଗତର କ୍ଷତି ଘଟିଥାଏ । କାଠ, କୋଇଲା, ପେଟ୍ରୋଲ, ଘାସ, ପତ୍ର ଆଦି ଜାଳିବାଦ୍ଵାରା ଏବଂ ବିଭିନ୍ନ କଳକାରଖାନାରୁ ନିର୍ଗତ ଧୂମଦ୍ୱାରା ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ପ୍ରବେଶ କରିଥାଏ । ବହୁ ପ୍ରାଣୀ ଅନେକ ସମୟରେ ଏହାଦ୍ଵାରା ଘୋର କ୍ଷତିର ସମ୍ମୁଖୀନ ହୋଇଥାଆନ୍ତି ।

(୨) କାର୍ବନ ମନୋକ୍‌ସାଇଡ୍:
ଏହା ଏକ ବିଷାକ୍ତ ବାୟୁ ପ୍ରଦୂଷକ ଅଟେ । ଅଙ୍ଗାରର ଅସମ୍ପୂଣ୍ଡି ଜାରଣଦ୍ୱାରା କାର୍ବନ ମନୋକ୍‌ସାଇଡ୍ ଗ୍ୟାସ୍ ନିର୍ଗତ ହୋଇଥାଏ । ଯାନବାହାନରୁ ନିର୍ଗତ ଧୂଆଁ, ରୁଦ୍ଧ ଅଞ୍ଚଳ ମଧ୍ୟରେ ଅବସ୍ଥିତ ପ୍ରାକୃତିକ ଗ୍ୟାସ୍ (Natural Gases) ବନ୍ଦ ହୋଇ ରହିଥିବା କୋଠରିରୁ ଏହି ଗ୍ୟାସ୍ ବାହାରିଥାଏ । ପ୍ରତ୍ୟେକ ବର୍ଷ ଏହାଦ୍ଵାରା ବହୁ ମନୁଷ୍ୟ ଏବଂ ପ୍ରାଣୀ ମୃତ୍ୟୁମୁଖରେ ପଡ଼ିଥାଆନ୍ତି ।

(୩) ହାଇଡ୍ରୋଜେନ ସଲଫାଇଡ୍:
ହାଇଡ୍ରୋଜେନ ସଲଫାଇଡ଼ ଏକ ବର୍ଣ୍ଣହୀନ ବିଷାକ୍ତ ବାଷ୍ପ । ମୃତପ୍ରାଣୀ ଏବଂ ପଚାସଢ଼ା ଉଭିଦର ବିଭିନ୍ନ ଅଂଶରୁ ବିଭିନ୍ନ ଗନ୍ଧକଯୁକ୍ତ ପ୍ରସ୍ରବଣରୁ, ଆଗ୍ନେୟଗିରିର ଲାର୍ଭାରୁ, କୋଇଲା ଗଦାରୁ ଏବଂ ଘଞ୍ଚ ଉଭିଦଯୁକ୍ତ ସନ୍ତସନ୍ତିଆ ଅଞ୍ଚଳରୁ ଏହି ବାଷ୍ପ ନିର୍ଗତ ହୋଇଥାଏ । ଏହାଦ୍ଵାରା ବିଭିନ୍ନ ଶ୍ଵାସରୋଗ ହୋଇଥାଏ । ଉଭିଦମାନଙ୍କର ବୃଦ୍ଧି, ବଂଶବିସ୍ତାର ଆଦି ଏହି ବାଷ୍ପଦ୍ବାରା ବାଧାପ୍ରାପ୍ତ ହୋଇଥାଏ ।

(୪) ସଲ୍‌ଫର୍ ଅକ୍‌ସାଇଡ୍‌:
ସଲ୍‌ଫର୍‌ ଡାଇଅକ୍‌ସାଇଡ୍ (SO.) ଓ ସଲ୍‌ଫର୍‌ ଟ୍ରାଇଅକ୍‌ସାଇଡ୍‌ (SO) ବାୟୁ ପ୍ରଦୂଷଣ ଘଟାଇଥାଆନ୍ତି । ବିଭିନ୍ନ କଳକାରଖାନାରୁ ନିର୍ଗତ ସଲ୍‌ଫର୍‌ ଡାଇଅକ୍‌ସାଇଡ୍ ବାୟୁମଣ୍ଡଳରେ ଅବସ୍ଥିତ ଜଳୀୟବାଷ୍ପର ସମ୍ପର୍କରେ ଆସି ଗନ୍ଧକାମ୍ଳ ସୃଷ୍ଟି କରିଥାଏ, ଯାହାକି ଅମ୍ଳବର୍ଷା ରୂପେ ଉଭିଦମଣ୍ଡଳ ଓ ପ୍ରାଣୀଜଗତର କ୍ଷତିସାଧନ ସହ ବହୁ ମୂଲ୍ୟବାନ୍ ପ୍ରାଚୀନ କୀର୍ତ୍ତି, କୋଠାବାଡ଼ି ଓ ଧାତୁଦ୍ରବ୍ୟର ନଷ୍ଟ ସାଧନ କରିଥାଏ ।

(୫) ନାଇଟ୍ରୋଜେନ୍ ଅକ୍‌ସାଇଡ୍:
ନଗରାଞ୍ଚଳ ବାୟୁମଣ୍ଡଳରେ ନାଇଟ୍ରିକ୍ ଅକ୍‌ସାଇଡ୍ (NO) ଏବଂ ନାଇଟ୍ରୋଜେନ୍ ଡାଇଅକ୍‌ସାଇଡ୍ (NO ) ବିଭିନ୍ନ ଯାନବାହାନ, କଳକାରଖାନାରୁ ନିର୍ଗତ ହେବାଦ୍ଵାରା ବାୟୁ ପ୍ରଦୂଷଣ ଘଟାଇଥାଆନ୍ତି । ନାଇଟ୍ରୋଜେନ୍ ଅକ୍‌ସାଇଡ୍, ଯବକ୍ଷାରଜାନ ଓ ଅମ୍ଳଜାନର ଅତି ଉଚ୍ଚତାପ (1100C) ରେ ମିଶ୍ରଣ ଏବଂ ଶୀତଳୀକରଣଦ୍ବାରା ସୃଷ୍ଟି ହୋଇଥାଏ । ଏହି ବିଷାକ୍ତ ବାଷ୍ପଦ୍ବାରା ମନୁଷ୍ୟ ଶରୀରସ୍ଥ କିଡ୍‌ନୀ, କଲିଜା, ଫୁସ୍‌ଫୁସ୍, ହୃଦ୍‌ଜନିତ ମାରାତ୍ମକ ଦୁରାରୋଗ୍ୟ ବ୍ୟାଧର ଶିକାର ହୋଇଥାଏ । ଉଭିଦମାନଙ୍କର ଶାରୀରିକ ପ୍ରକ୍ରିୟା, ଅଙ୍ଗଜ ପ୍ରଜନନ ଆଦି ନାଇଟ୍ରୋଜେନ୍ ଅକ୍‌ସାଇଡ୍ଦ୍ୱାରା ବାଧାପ୍ରାପ୍ତ ହୋଇଥାଏ ।

(୬) ଏମୋନିଆ:
ଏନ୍‌ହାଇଡ୍ରେସ (An-hydrous) ଏମୋନିଅମ୍ ସାର ଏବଂ ନାଇଟ୍ରିକ୍ ଅମ୍ଳ ପ୍ରସ୍ତୁତି ସମୟରେ ଏମୋନିଆ ବାଷ୍ପ ଏକ ଅପମିଶ୍ରକ ଭାବରେ ବାୟୁରେ ପ୍ରବେଶ କରିଥାଏ । ଏମୋନିଆର ଆଧ୍ୟାକ୍ୟଦ୍ଵାରା ଉଭିଦର ମୂଳ, କାଣ୍ଡ ଓ ପତ୍ର ଆଦି ବିଭିନ୍ନ ଶାରୀରିକ ପ୍ରକ୍ରିୟାଜନିତ ରୋଗଗ୍ରସ୍ତ ହୋଇଥାଆନ୍ତି । ବୀଜ ଅଙ୍କୁରୋଦ୍‌ଗମ୍, ମୂଳ ଓ କାଣ୍ଡର ଅଭିବୃଦ୍ଧିରେ ଏହା ପ୍ରତିବନ୍ଧକ ହୋଇଥାଏ । ପୁଷ୍ପ ଏବଂ ଫଳହାନି ଘଟିଥାଏ । ମନୁଷ୍ୟ ସହ ବିଭିନ୍ନ ପ୍ରାଣୀମାନଙ୍କର ବିଭିନ୍ନ ଚର୍ମରୋଗର ଏହା କାରଣ ହୋଇଥାଏ ।

(୭) ହାଇଡ୍ରୋଜେନ୍ କ୍ଲୋରାଇଡ୍:
ଏହି ବିଷାକ୍ତ ବାଷ୍ପ ଅପମିଶ୍ରକ ଭାବରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ପ୍ରସ୍ତୁତିଦ୍ୱାରା ଉପଜାତ ପଦାର୍ଥରୁ ବାୟୁମଣ୍ଡଳରେ ପ୍ରବେଶ କରିଥାଏ । କ୍ଲୋରିନେଟେଡ୍ ହାଇଡ୍ରୋକାର୍ବନ, କୋଇଲା, ପେଟ୍ରୋଲ, ଡିଜେଲ ଆଦି ବିଭିନ୍ନ ଖଣିଜ ତୈଳର ଜାରଣଦ୍ଵାରା ମଧ୍ୟ ହାଇଡ୍ରୋଜେନ୍ କ୍ଲୋରାଇଡ୍ ନିର୍ଗତ ହୋଇଥାଏ । ପତ୍ରପୋଡ଼ା, କ୍ଲୋରୋସିସ୍ ଆଦି ରୋଗ ଏହି ଗ୍ୟାସ୍‌ର ପ୍ରଭାବରୁ ଉଭିଦରେ ଦେଖାଦେଇଥାଏ । ପ୍ରାଣୀମାନେ ମଧ୍ୟ ଏହାଦ୍ୱାରା ବିଭିନ୍ନ ରୋଗଗ୍ରସ୍ତ ହୋଇଥାଆନ୍ତି ।

(୮) ହାଇଡ୍ରୋଜେନ୍ ଫ୍ଲୋରାଇଡ୍:
ସକ୍ରିୟ ଆଗ୍ନେୟଗିରି, ଇଲେକ୍ଟ୍ରୋ ରାସାୟନିକ ରିଡ଼କ୍‌ସନ୍ କାରଖାନା, ସାର କାରଖାନା ଏବଂ କୋଇଲାର ଖଣିଜ ତୈଳ ସହ ଦହନ ପ୍ରକ୍ରିୟାରୁ ଏହି ବାଷ୍ପ ନିର୍ଗତ ହୋଇ ବାୟୁ ସହ ମିଶ୍ରଣ ଘଟିଥାଏ । ଉଭିଦମଣ୍ଡଳ ହାଇଡ୍ରୋଜେନ୍ ଫ୍ଲୋରାଇଡ଼ଦ୍ୱାରା ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥାଏ । ପତ୍ର, ପୁଷ୍ପ ଏବଂ ଫଳରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୋଇ ଉଭିଦର ଉତ୍ପାଦିକା ଶକ୍ତିରେ ହ୍ରାସ ଏହି ବାଷ୍ପ ପ୍ରଭାବରେ ଘଟିଥାଏ ।

(୯) ଫୋଟୋକେମିକାଲ ସ୍ମଗ୍ (Photochemical Smog):
ପ୍ରାକୃତିକ ଅବସ୍ଥାରେ ସୌର ରଶ୍ମି ସମୟେ ସମୟେ ଅମ୍ଳଜାନ ସହ ଯବକ୍ଷାରଜାନ ଜାତୀୟ ରାସାୟନିକ ପଦାର୍ଥ ଏବଂ ମିଥେନ୍, ଇଥେନ୍, ଟୋଲୁଇନ୍ ଆଦି ହାଇଡ୍ରୋକାର୍ବନଗୁଡ଼ିକ ସହ ରାସାୟନିକ ପ୍ରକ୍ରିୟାଦ୍ଵାରା କେତେକ ମାଧ୍ୟମିକ (Secondary) ରେଡ଼ିକାଲ୍ ସୃଷ୍ଟି କରିଥାଏ । ଏହି ରେଡ଼ିକାଲ୍‌ଗୁଡ଼ିକ ପେରୋକ୍ସି ଏସେଟିଲ ନାଇଟ୍ରେଟ (PAN) ପରି କେତେକ ମାରାତ୍ମକ ପ୍ରଦୂଷକ ପ୍ରସ୍ତୁତ କରି ବାୟୁମଣ୍ଡଳକୁ ବିଷାକ୍ତ କରିଥାଆନ୍ତି । ପ୍ରାଣୀ ଓ ଉଦ୍ଭିଦ ନିମନ୍ତେ ଏହି ମାଧ୍ୟମିକ ପ୍ରଦୂଷକଗୁଡ଼ିକ ବିଶେଷ ମାରାତ୍ମକ ଅଟନ୍ତି । ଏହାଦ୍ଵାରା ବିଭିନ୍ନ ରୋଗରେ ପଡ଼ି ଜୀବମାନେ ମୃତ୍ୟୁବରଣ କରିଥାଆନ୍ତି ।

(୧୦) ଓଜୋନ୍‌:
ପରିବେଶରେ ସୂର୍ଯ୍ୟାଲୋକରେ ଥ‌ିବା ଅତି-ବାଇଗଣି ରଶ୍ମିର ଯବକ୍ଷାରଜାନ ସହ ରାସାୟନିକ ପ୍ରକ୍ରିୟା ଘଟି ଓଜୋନ୍‌ର ସୃଷ୍ଟି ହୋଇଥାଏ । ବାୟୁମଣ୍ଡଳରେ ଅମ୍ଳଜାନ ନାଇଟ୍ରିକ୍ ଅକ୍‌ସାଇଡ଼ର ଜାରଣ ଘଟାଇ ନାଇଟ୍ରୋଜେନ୍ ଡାଇଅକ୍‌ସାଇଡ୍‌ରେ ପରିଣତ କରିଥାଏ । ଅତି-ବାଇଗଣି ରଶ୍ମି ପୁନର୍ବାର ନାଇଟ୍ରୋଜେନ୍ ଡାଇଅକ୍‌ସାଇଡ୍‌କୁ ନାଇଟ୍ରିକ୍ ଅକ୍‌ସାଇଡ୍ ଓ ଅମ୍ଳଜାନ ପରମାଣୁରେ ପରିବର୍ତ୍ତନ କରିଥାଏ । ଏହି ଅମ୍ଳଜାନ ପରମାଣୁ ବାୟୁମଣ୍ଡଳର ଅମ୍ଳଜାନ ଅଣୁ ସହ ମିଶ୍ରଣ ଘଟି ଓଜୋନ୍‌ ସୃଷ୍ଟି ହୁଏ । ମନୁଷ୍ୟମାନଙ୍କର କାଶ, ମୁଣ୍ଡବ୍ୟଥା, ଫୁସ୍‌ଫୁସ୍ ରୋଗ ବିଭିନ୍ନ ହେମୋରେଜ ଜନିତ ଦୁରାରୋଗ୍ୟ ବ୍ୟାଧ ଆଦି ଓଜୋନ୍‌ଦ୍ୱାରା ହୋଇଥାଏ । ପତ୍ରପୋଡ଼ା, ମୁକୁଳ ରୋଗ, ପୁଷ୍ପପୋଡ଼ି ଆଦି ବିଭିନ୍ନ ଉଦ୍ଭଦ୍ର ରୋଗ ଓଜୋନ୍‌ଦ୍ୱାର ହୋଇଥାଏ ।

(୧୧) ଧୂଆଁପତ୍ର ଧୂମ:
ବିଡ଼ି, ସିଗାରେଟ୍, ହୁକା ଇତ୍ୟାଦି ସେବନଦ୍ୱାରା ନିର୍ଗତ ଧୂଆଁପତ୍ର ଧୂମ ବାୟୁ ପ୍ରଦୂଷଣର କାରଣ ହୋଇଥାଏ । ରେଳଗାଡ଼ି, ବସ୍, ପ୍ରେକ୍ଷାଳୟ ଆଦି ରୁଦ୍ଧ ସ୍ଥାନମାନଙ୍କରେ ଧୂମପାନଦ୍ୱାରା ବିଭିନ୍ନ ଫୁସ୍‌ଫୁସ୍ ଓ ଶ୍ଵାସଜନିତ ରୋଗ ଘଟିଥାଏ । ଦୀର୍ଘଦିନଧରି ଏହି ଧୂମ ସମ୍ପର୍କରେ ଆସି ମନୁଷ୍ୟ ଯକ୍ଷ୍ମା, କର୍କଟ ଆଦି ରୋଗରେ ପଡ଼ିଥାଏ ।

(୧୨) ଧୂଳିକଣା:
ବିଭିନ୍ନ ପଦାର୍ଥର କ୍ଷୁଦ୍ର କ୍ଷୁଦ୍ର ଅଂଶ, କଳକାରଖାନାରୁ ନିର୍ଗତ ଅତି କ୍ଷୁଦ୍ର ବସ୍ତୁ ଓ ଧୂଳି ଆଦି ବାୟୁ ପ୍ରଦୂଷକ ଅଟନ୍ତି । ବାୟୁମଣ୍ଡଳରେ ଏହି କଣିକାଗୁଡ଼ିକ ଶହଶହ ମାଇଲ ପର୍ଯ୍ୟନ୍ତ ବ୍ୟାପିଯାଆନ୍ତି । ସହର ଓ ନଗରାଞ୍ଚଳରେ ଏହି ଧୂଳିକଣାର ପ୍ରଭାବ ବିଶେଷ ଅନୁଭୂତ ହୋଇଥାଏ । ଏହାଦ୍ଵାରା ପ୍ରାଣୀମାନଙ୍କର ନାନା ଚର୍ମ ଏବଂ ଶ୍ଵାସଜନିତ ରୋଗ ଘଟିଥାଏ । ଏହାଦ୍ଵାରା ଉଭିଦର ଆଲୋକଶ୍ଳେଷଣ, ଉମ୍ବେଦନ ଆଦି କ୍ରିୟାରେ ବ୍ୟାଘାତ ଘଟିଥାଏ ।

(୧୩) ସୀସା ପ୍ରଦୂଷକ (Lead Pollutants):
ସୀସା ଆରସେନେଟ (Arsenate) କୀଟନାଶକ, ପ୍ଲାଷ୍ଟିକ୍, ବାର୍ନିସ୍ ଆଦି କାରଖାନାରେ ବହୁଳ ପରିମାଣରେ ବ୍ୟବହୃତ ହୋଇ ପ୍ରଦୂଷକ ଭାବରେ ବାୟୁରେ ପ୍ରବେଶ କରିଥାଏ । ଏହାବ୍ୟତୀତ ଯାନବାହାନରୁ ନିର୍ଗତ ଧୂମରେ ଏବଂ ଟାୟାରର ଘର୍ଷଣ କ୍ରିୟାଦ୍ଵାରା ମଧ୍ୟ ବାୟୁ ସୀସାଦ୍ଵାରା ପ୍ରଦୂଷିତ ହୋଇଥାଏ । ସୀସା ବିଷ (Lead Poison) ମନୁଷ୍ୟ ସହ ପ୍ରାଣୀ ଏବଂ ଉଭିଦମାନଙ୍କର ବିଭିନ୍ନ ରୋଗ ଘଟାଇ ପ୍ରଭୂତ କ୍ଷତି କରିଥାଏ ।

(୧୪) କୃଷି ସମ୍ପୃକ୍ତ ରାସାୟନିକ ଦ୍ରବ୍ୟ:
କୀଟନାଶକ, ତୃଣନାଶକ, ବାଳୁଙ୍ଗାନାଶକ, କବକନାଶକ, ଅନିଷ୍ଟକାରୀ ଜୀବନାଶକ ଇତ୍ୟାଦି କୃଷି ସମ୍ପୃକ୍ତ ରାସାୟନିକ ଦ୍ରବ୍ୟଗୁଡ଼ିକଦ୍ୱାରା ବାୟୁ ଦୂଷିତ ହୋଇଥାଏ । ଏହି ପ୍ରଦୂଷକଗୁଡ଼ିକ ମନୁଷ୍ୟ ସହ ବହୁ ପ୍ରାଣୀ ଓ ଉଭିଦମାନଙ୍କଠାରେ ବିଭିନ୍ନ ରୋଗ ସୃଷ୍ଟି କରି ଦାରୁଣ ବିପର୍ଯ୍ୟୟ ଘଟାଇଥାଆନ୍ତି ।

(୧୫) ହାଇଡ୍ରୋକାର୍ବନ:
ଉଦ୍‌ଜାନ ଓ ଅଙ୍ଗାରକର ମିଶ୍ରଣଦ୍ଵାରା ହାଇଡ୍ରୋକାର୍ବନ୍‌ର ସୃଷ୍ଟି ହୋଇଥାଏ । ମିଥେନ୍, ବେଞ୍ଜୋପାଇରିନ (Benzopyrene) ଏବଂ ବେଞ୍ଜିନ୍ ଆଦି କେତେକ ସାଧାରଣ ହାଇଡ୍ରୋକାର୍ବନ୍ ବିଭିନ୍ନ ପେଟ୍ରୋଲଜାତ ପଦାର୍ଥର ଅସମ୍ପୂର୍ଣ୍ଣ ଦହନଦ୍ୱାରା ବାୟୁ ପ୍ରଦୂଷଣ ଘଟିଥାଏ । ହାଇଡ୍ରୋକାର୍ବନ ଯୋଗୁଁ ଫୁସ୍‌ଫୁସ୍ କର୍କଟ, ପେଶୀ ରୋଗ ଆଦି ହୋଇଥାଏ । ଏହାଯୋଗୁଁ ମଧ୍ଯ ପତ୍ରହରିତ୍ ରୋଗ, କାଣ୍ଡବଙ୍କା ରୋଗଦ୍ଵାରା ଉଭିଦମାନେ ଆକ୍ରାନ୍ତ ହୋଇଥାଆନ୍ତି ।

(୧୬) ଏଇରୋସଲ୍ (Aerosol):
ଆଗ୍ନେୟ ଉଦ୍‌ଗୀରଣ, ଜଙ୍ଗଲପୋଡ଼ି, ସମୁଦ୍ର ସିଞ୍ଚନ (Sea Spray) ଏବଂ ବିଭିନ୍ନ କଳକାରଖାନାରୁ ନିର୍ଗତ କ୍ଷୁଦ୍ର କ୍ଷୁଦ୍ର ଆଜବେସଟସ୍ ଓ କୋଇଲାଗୁଣ୍ଡଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ । ଏଇରୋସଲ୍ ପ୍ରଦୂଷଣଦ୍ଵାରା ଶ୍ଵାସରୋଗ, ଫୁସ୍‌ଫୁସ୍ କର୍କଟ ଇତ୍ୟାଦି ମାରାତ୍ମକ ରୋଗରେ ମଣିଷ ପଡ଼ିଥାଏ । ଅନ୍ୟ ପ୍ରାଣୀ ଓ ଉଭିଦମାନଙ୍କ ଜୀବନ ପ୍ରକ୍ରିୟା ମଧ୍ୟ ଏହି ପ୍ରଦୂଷକଦ୍ବାରା ବାଧାପ୍ରାପ୍ତ ହୋଇଥାଏ ।

(୧୭) ବିସ୍ଫୋରକ ଦ୍ରବ୍ୟ:
ପାହାଡ଼ ପର୍ବତକୁ ଭାଙ୍ଗିବା ଏବଂ ଯୁଦ୍ଧକ୍ଷେତ୍ରରେ ବ୍ୟବହୃତ ବିସ୍ଫୋରକ ଦ୍ରବ୍ୟଗୁଡ଼ିକଦ୍ୱାର ବାୟୁମଣ୍ଡଳ ଦୂଷିତ ହୋଇଥାଏ । ବିଭିନ୍ନ ଯୁଦ୍ଧାସ୍ତ୍ର ଏବଂ ରାସାୟନିକ ଦ୍ରବ୍ୟର ବିସ୍ଫୋରଣ ଯୋଗୁଁ ଜୀବଜଗତ କ୍ଷତିଗ୍ରସ୍ତ ହୋଇଥାଏ ।

(୧୮) କ୍ଲୋରୋଫ୍ଲୋରୋ କାର୍ବନ (CFC):
ଶୀତଳୀକରଣ କାରଖାନା, ବିଭିନ୍ନ ରାସାୟନିକ ଦ୍ରବ୍ୟ ପ୍ରକରଣ କାରଖାନାର ଯନ୍ତ୍ରପାତି ଆଦିରେ ବ୍ୟବହୃତ କ୍ଲୋରୋଫ୍ଲୋରୋ କାର୍ବନ, ଏମୋନିଆ ଆଦି ବାୟୁସହ ମିଶି ଷ୍ଟ୍ରାଟୋସ୍ଫିୟରରେ ଅବସ୍ଥିତ ଓଜୋନ୍ ସ୍ତରକୁ ବିନଷ୍ଟ କରିଦେଇ ଥାଆନ୍ତି; ଫଳରେ ସୂର୍ଯ୍ୟଠାରୁ ନିର୍ଗତ ଅତି-ବାଇଗଣି ରଶ୍ମି ପୃଥ‌ିବୀପୃଷ୍ଠରେ ପଡ଼ି ଚର୍ମରୋଗ ଏବଂ ଅନ୍ୟାନ୍ୟ ଦୁଃସାଧ୍ୟ ପ୍ରାଣୀ ଓ ଉଦ୍ଭଦ ରୋଗ ଘଟାଇ ଜୀବଜଗତର କ୍ଷତି ସାଧନ କରିଥାଏ ।

(୧୯) ବାୟୁଯାନ ପ୍ରଭାବ (Air Craft Effect):
ଉଡ଼ାଜାହାଜ, ରକେଟ୍‌, ଜେଟ୍‌ପ୍ଲେନ ମହାକାଶଯାନ ଆଦିରେ ବ୍ୟବହୃତ ଜାଳେଣିର ଦହନ ଯୋଗୁଁ ନିର୍ଗତ ଧୂମଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ । ଏହାର ପ୍ରଭାବ ସ୍ଵଳ୍ପ ହେଲେ ମଧ୍ୟ ଉଭିଦମଣ୍ଡଳର କ୍ଷତି ଘଟାଇଥାଏ ।

(୨୦) ତାପଜ ବିଦ୍ୟୁତ୍-କେନ୍ଦ୍ରର ପ୍ରଭାବ (Effect to Thermal Power Plants):
ଏହି କେନ୍ଦ୍ରଗୁଡ଼ିକରେ ମୁଖ୍ୟତଃ କୋଇଲାକୁ ଜାଳେଣିରୂପେ ବ୍ୟବହାର କରାଯାଇଥାଏ । ଅଙ୍ଗାରକାମ୍ଳ, କାର୍ବନ୍ ମନୋକ୍‌ସାଇଡ୍ ସଲ୍‌ଫର୍‌ ଡାଇଅକ୍‌ସାଇଡ୍ ପାଉଁଶ (Fly ash), ବିଭିନ୍ନ ପ୍ରକାରର ହାଇଡ୍ରୋକାର୍ବନ ଆଦି ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ନିର୍ଗତ ହୋଇ ବାୟୁମଣ୍ଡଳକୁ ପ୍ରଦୂଷିତ କରନ୍ତି । ଏହାର ପ୍ରଭାବରେ ସମ୍ପୃକ୍ତ ଅଞ୍ଚଳର ଉଦ୍ଭଦମଣ୍ଡଳ ବୃଦ୍ଧିରେ ବିଶେଷ ବାଧା ସୃଷ୍ଟି ହୋଇଥାଏ । ପ୍ରାଣୀ ଓ ଉଦ୍ଭିଦମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି ।

ବାୟୁ ପ୍ରଦୂଷଣର କୁପ୍ରଭାବ (Effects of Air Pollution) :

  • ବାୟୁମଣ୍ଡଳରେ ଅଧିକ ଅଙ୍ଗାରକାମ୍ଳ ସୃଷ୍ଟି ହେଲେ ଜୀବଜଗତ ମୃତ୍ୟୁମୁଖରେ ପଡ଼ିଥାଏ ।
  • ବାୟୁ ପ୍ରଦୂଷଣ ଅମ୍ଳ ବୃଷ୍ଟିର ପ୍ରଧାନ କାରଣ ଅଟେ । ଏହା ପନିପରିବାର ପତ୍ରକୁ ରୋଗାକ୍ରାନ୍ତ କରିଦିଏ ଓ ଧାତବ କ୍ଷୟ ହୁଏ ।
  • ଭୌଗୋଳିକ-ଉତ୍ତସ୍ତୀକରଣ (Global Warming) ଏହାଦ୍ଵାରା ଘଟିଥାଏ ।
  • ଓଜୋନ୍ ସ୍ତରର କ୍ଷୟ ଓ ଗର୍ଭ ସୃଷ୍ଟିରେ ବାୟୁ ପ୍ରଦୂଷଣ ମୁଖ୍ୟ ଭୂମିକା ନେଇଥାଏ ।
  • ସୂତା, ଲୁଗା ଓ ସାର କାରଖାନାରୁ ନିର୍ଗତ ଗ୍ୟାସ୍‌ରା କାଶ, ଶ୍ଵାସ, ଯକ୍ଷ୍ମା, ଚକ୍ଷୁ ଆଦି ରୋଗ ହୋଇଥାଏ । ହିମୋଗ୍ଲୋବିନ୍‌ରେ ପରିଣତ ହୋଇ ହୃଦ୍‌ରୋଗ କରାଇଥାଏ ।
  • ପୁରାତନ ଶିଳ୍ପ, ଚାରୁକଳା, ଭାସ୍କର୍ଯ୍ୟ ଆଦି ବାୟୁ ପ୍ରଦୂଷଣଦ୍ବାରା ନଷ୍ଟ ହୋଇଥାଏ ।
  • ବଡ଼ ବଡ଼ ମହାନଗରୀଗୁଡ଼ିକରେ ସ୍କଗ୍ ବା ଧୂମକୁହୁଡ଼ିଦ୍ୱାରା ବାୟୁ ପ୍ରଦୂଷଣ ଘଟିଥାଏ ।
  • ମୂଲ୍ୟବାନ୍ ଧାତୁର ପ୍ରସ୍ତୁତ କାରୁକାର୍ଯ୍ୟ, ସ୍ତମ୍ଭ ଆଦି ନଷ୍ଟ ହୋଇଥାଏ ।
  • ବାୟୁ ପ୍ରଦୂଷଣଦ୍ଵାରା ପରିବେଶୀ କାରକ ବିଶେଷଭାବରେ ଆବହୀ କାରକଗୁଡ଼ିକର ପରିବର୍ତ୍ତନ ଘଟାଇଥାଏ !
  • ବାୟୁ ପ୍ରଦୂଷଣ ନାନାଦି ଦୁଃସାଧ୍ୟ ରୋଗର କାରଣ ହୋଇ ମନୁଷ୍ୟକୁ ମୃତ୍ୟୁମୁଖରେ ପକାଇଥାଏ ।
  • ଏହା ଅନ୍ୟାନ୍ୟ ପ୍ରାଣୀ ଏବଂ ଉଭିଦମାନଙ୍କର ବହୁ ରୋଗର କାରଣ ହୋଇ ଜୀବଜଗତର ଧ୍ବଂସ ସାଧନ କରିଥାଏ ।

ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବା ପ୍ରତିହତ ବ୍ୟବସ୍ଥା (Control of Air Pollution) :

  • ଉପଯୁକ୍ତ ଆଇନକାନୁନ ପ୍ରଣୟନ ଏବଂ ଏହାର ପ୍ରକରଣଦ୍ବାରା ବାୟୁ ପ୍ରଦୂଷଣ ନିୟନ୍ତ୍ରିତ ହୋଇପାରେ ।
  • ଜଙ୍ଗଲ ନଷ୍ଟ ନକରି ସବୁଆଡ଼େ ଯୋଜନାବଦ୍ଧ ଭାବରେ ଅଧିକ ବୃକ୍ଷରୋପଣ କରିବା ଉଚିତ ।
  • ଯନ୍ତ୍ରଚାଳିତ ଯାନରେ ଗ୍ୟାସ୍ ନିର୍ଗତ ପାଇପ୍‌ରେ ଏଣ୍ଟି-ବାୟୁ ପ୍ରଦୂଷଣ ବ୍ୟବସ୍ଥା ଖଞ୍ଜି ବାୟୁ ପ୍ରଦୂଷଣ ରୋକାଯାଇପାରିବ ।
  • ଜୀବାଶ୍ମ ଇନ୍ଧନ ବ୍ୟବହାରକରୁଥିବା ଶିଳ୍ପ କାରଖାନାଗୁଡ଼ିକରେ ଅଧ‌ିକ ଉଚ୍ଚ କ୍ଷମତା ବିଶିଷ୍ଟ ଚିମିନି ବ୍ୟବହାର କରିବା ଉଚିତ । କଳକାରଖାନାରୁ ବାହାରୁଥିବା ଗ୍ୟାସ୍‌ଗୁଡ଼ିକୁ ବାୟୁମଣ୍ଡଳକୁ ନଛାଡ଼ି କୌଣସି ଦ୍ଭାବକ ସାହାଯ୍ୟରେ ଦ୍ରବୀଭୂତ କରାଯିବା ଉଚିତ ।
  • ଘରେ ରୋଷେଇ କରିବା ବେଳେ ଉନ୍ନତ ମାନର ଚୁଲା ବ୍ୟବହାର କରି ବାୟୁମଣ୍ଡଳକୁ ଅଧିକ ଧୂଆଁ ନ ଛାଡ଼ିବାର ବ୍ୟବସ୍ଥା ହେବା ଉଚିତ ।
  • ଆବର୍ଜନା ସବୁ ଖୋଲାରେ ନରଖ୍ କିମ୍ବା ନାଳରେ ନପକାଇ ମାଟିତଳେ ପୋତାଯିବା ଉଚିତ ।
  • ଖଣିଜ ତୈଳ ତଥା ଜୈବିକ ଦ୍ରବ୍ୟଗୁଡ଼ିକ ଶକ୍ତି ସଂଗ୍ରହର ମାଧ୍ୟମରୂପେ ବ୍ୟବହାର ନକରି ସୌରଶକ୍ତି କିମ୍ବା ଅନ୍ୟ ବିକଳ୍ପ ଅନୁସରଣଦ୍ଵାରା ପ୍ରଦୂଷଣ କରାଯାଇ ପାରିବ ।

CHSE Odisha Class 12 Political Science Chapter 10 Long Answer Questions in Odia Medium

୬। ପୃଥ‌ିବୀର ଉତ୍ତାପ ବୃଦ୍ଧି (Global Warming) କହିଲେ କ’ଣ ବୁଝ ? ଏହାର କୁପ୍ରଭାବ ଓ ପ୍ରତିକାର ସମ୍ବନ୍ଧରେ ଆଲୋଚନା କର ।
Answer:
ପୃଥ‌ିବୀପୃଷ୍ଠରେ ତାପମାତ୍ରା ବୃଦ୍ଧି ବିଭିନ୍ନ ଭୌଗୋଳିକ ପରିବେଶ, ବାୟୁମଣ୍ଡଳରେ ବିଭିନ୍ନ ରାସାୟନିକ ଗ୍ୟାସ୍‌ ପରିମାଣ ବୃଦ୍ଧି, ସବୁଜ କୋଠରି ପ୍ରଭାବ, ଜୀବାଶ୍ମ ଇନ୍ଧନର ଦହନ ଆଦି ଯୋଗୁଁ ହୋଇଥାଏ । ଏହାକୁ ‘ଉତ୍ତପ୍ତ ପୃଥ‌ିବୀ’ (Global Warming) କୁହାଯାଏ । ତାପମାତ୍ରା ବୃଦ୍ଧି ଯୋଗୁଁ ମେରୁ ଅଞ୍ଚଳର ବରଫ ତରଳେ । ଏହା ସମୁଦ୍ରର ଜଳ ପତ୍ତନ ବୃଦ୍ଧି କରିଥାଏ । ଏହାଫଳରେ କୃଷି ଉତ୍ପାଦନ କମିଯାଏ ।

ଉତ୍ତାପ ବୃଦ୍ଧିର କାରଣ ଓ କୁପ୍ରଭାବ :
ବିଶ୍ଵର ଉତ୍ତାପ ବୃଦ୍ଧି ସମ୍ଭବତଃ ଏକବିଂଶ ଶତାବ୍ଦୀର ମାନବସମାଜ ସମ୍ମୁଖୀନ ହେଉଥ‌ିବା ସବୁଠାରୁ ବଡ଼ ପରିବେଶ ସମସ୍ୟାଗୁଡ଼ିକ ମଧ୍ୟରୁ ଅନ୍ୟତମ । ଏହି ଉତ୍ତାପ ବୃଦ୍ଧିଯୋଗୁଁ ବିଶ୍ବର ପାଣିପାଗରେ ନାଟକୀୟ ପରିବର୍ତ୍ତନ ହେବ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି । ଏହାର ପ୍ରଭାବ ଯୋଗୁଁ ବନ୍ୟା, ବାତ୍ୟା, ମରୁଡ଼ି, ଅନାବୃଷ୍ଟି ଆଦି ପ୍ରାକୃତିକ ଦୁର୍ବିପାକ ଦେଖାଯିବ । ବିଶ୍ୱର ବିଭିନ୍ନ ପ୍ରାକୃତିକ ଉତ୍ପାଦନ କେନ୍ଦ୍ର; ଯଥା – କୃଷି, ମାଛଚାଷ, ବନୀକରଣ ଆଦି ପ୍ରଭାବିତ ହେବ । ମେରୁ ଅଞ୍ଚଳରେ ବରଫଖଣ୍ଡ ତରଳିବା ଯୋଗୁଁ ଦ୍ବୀପଗୁଡ଼ିକ ସହ ନିମ୍ନଭୂମି ଜଳମଗ୍ନ ହେବ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ନିୟମିତ ବନ୍ୟା ହେବ । ଜୀବାଶ୍ମ ଇନ୍ଧନ; ଯଥା –

କୋଇଲା ଓ ପେଟ୍ରୋଲ ଇତ୍ୟାଦିର ଦହନ ଫଳରେ ବାୟୁମଣ୍ଡଳକୁ ବହୁ ପରିମାଣର ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହେଉଛି; ଫଳରେ ସବୁଜ କୋଠରି ପ୍ରଭାବ (Green house Effect) ପଡ଼ି ବିଶ୍ଵର ଉତ୍ତାପବୃଦ୍ଧି ହେଉଛି । ପରିବେଶ ପ୍ରଦୂଷଣର ଏକ ସକରାତ୍ମକ ଦିଗ ହେଉଛି ‘ଗ୍ଲୋବାଲ୍ ଡିମାଂ’ ବା ବିଶ୍ବ ଅନ୍ଧାରୀକରଣ । ଏହାର ଫଳସ୍ବରୂପ ବାୟୁମଣ୍ଡଳ ପ୍ରଦୂଷିତ ହେବାଦ୍ଵାରା ପୃଥ‌ିବୀପୃଷ୍ଠକୁ ସୂର୍ଯ୍ୟାଲୋକର ପ୍ରବେଶ କମିଯିବ । ଏହାଦ୍ଵାରା ବିଶ୍ଵ କ୍ରମଶଃ ଅନ୍ଧାରୁଆ ହୋଇଯାଉଛି । ୧୯୮୫ ମସିହାରେ ସର୍ବପ୍ରଥମେ ଠାବକରାଯାଇଥିବା ଏହି ପ୍ରକ୍ରିୟାଦ୍ୱାରା ବିଶ୍ଵ ଜଳବାୟୁରେ ପରିବର୍ତ୍ତନ, ସୌରଶକ୍ତି ଓ ଆଲୋକ ସଂଶ୍ଳେଷଣ ଆଦି ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ପ୍ରତିକାର :

  • ବିଭିନ୍ନ ସବୁଜ କୋଠରି ଗ୍ୟାସ୍, କ୍ଲୋରୋଫ୍ଲୋରୋ କାର୍ବନର ପରିମାଣ ହ୍ରାସ କରିବା ଆବଶ୍ୟକ ।
  • ଜୀବାଶ୍ମ ଇନ୍ଧନର ବ୍ୟବହାର ବନ୍ଦ କରି ଅନ୍ୟାନ୍ୟ ବିକଳ୍ପ ଉତ୍ସରୁ ଶକ୍ତି ସଂଗ୍ରହ କରିବାଦ୍ୱାରା ଏହାକୁ ପ୍ରତିରୋଧ କରିହେବ ।
  • ବନୀକରଣଦ୍ବାରା ପୃଥ‌ିବୀର ଉତ୍ତାପ ବୃଦ୍ଧିକୁ ରୋକାଯାଇ ପାରିବ ।

CHSE Odisha Class 12 Political Science Chapter 10 Long Answer Questions in Odia Medium

୭ | ଓଜୋନ୍‌ ସ୍ତର କ୍ଷୟ (Ozone depletion) କ’ଣ ? ଏହାର ପ୍ରଭାବ ଆଲୋଚନା କର ।
Answer:
ଶାନ୍ତମଣ୍ଡଳ ବା ଷ୍ଟ୍ରାଟୋସ୍ପିୟରରେ ଭୂପୃଷ୍ଠଠାରୁ ୧୫ରୁ ୩୫ କି.ମି. ଉଚ୍ଚରେ ଓଜୋନ୍‌ ବା ଘନୀଭୂତ ଅମ୍ଳଜାନ ଥାଏ । ଏହି ଘନୀଭୂତ ଅମ୍ଳଜାନ ବା ଓଜୋନ୍‌ ସମସ୍ତ ଜୀବଜଗତକୁ ରକ୍ଷାକରିଥାଏ । କାରଣ ଏହି ଶାନ୍ତମଣ୍ଡଳ ସମସ୍ତ ପ୍ରକାରର କ୍ଷତିକାରକ ରଶ୍ମିକୁ ବାନ୍ଧିରଖେ । ଏହି କ୍ଷତିକାରକ ରଶ୍ମି ସୂର୍ଯ୍ୟଙ୍କ ପାଖରୁ ବା ଶୂନ୍ୟ ଆକାଶରୁ ଆସିଥାଏ । ଶାନ୍ତମଣ୍ଡଳ ନଥିଲେ ଏହିସବୁ କ୍ଷତିକାରକ ରଶ୍ମି ଜୀବମଣ୍ଡଳରେ ପଶି ଜୀବଜଗତର ଅନେକ କ୍ଷତି କରିଥା’ନ୍ତା । ଓଜୋନ୍‌ ସୂର୍ଯ୍ୟ କିରଣରେ ଥ‌ିବା ଅତିବାଇଗଣି ରଶ୍ମି ‘କ’ ଓ ‘ଖ’ କୁ ଶୋଷଣ କରିନିଏ । ଓଜୋନ୍‌ ସ୍ତରର ସୁରକ୍ଷା ଏବଂ ପୃଥ‌ିବୀବାସୀଙ୍କ ଅଙ୍ଗାଙ୍ଗୀଭାବେ ବାୟୁମଣ୍ଡଳର ବିଭିନ୍ନ ବାଷ୍ପୀୟ ପଦାର୍ଥମାନଙ୍କ ମଧ୍ୟରୁ ଓଜୋନ୍ ଅନ୍ୟତମ ଓ ଏହା ଖୁବ୍ କମ୍ ପରିମାଣରେ ଥାଏ । ତିନିଗୋଟି ଅମ୍ଳଜାନ ପରମାଣୁର ସମଷ୍ଟିରେ ଗୋଟିଏ ଓଜୋନ୍‌ ଅଣୁ ତିଆରି ହୁଏ ।

ସୌରମଣ୍ଡଳରୁ ବାହାରୁଥିବା ଅତି ବାଇଗଣି ରଶ୍ମିକୁ ଏହା ଛାଣି ଭୂପୃଷ୍ଠକୁ ଛାଡ଼ିଥାଏ । ଏହି ଓଜୋନ ସ୍ତର ପୃଥ‌ିବୀପୃଷ୍ଠରେ ଏକ ଆବରଣ ଭାବରେ ଥାଏ । ଏହାକୁ ଓଜୋନ୍ ଆସ୍ତରଣ ବା ଓଜୋନ୍‌ ଛତା ବୋଲି କହିଥାଉ । ଏହା ଏକ କଟୁ ଗନ୍ଧମୟ ଈଷତ୍ ନୀଳବର୍ଣ୍ଣର ବାଷ୍ପ । ଏହା ପ୍ରାୟ ୩୦୦ କୋଟି ବର୍ଷ ହେଲା ଗଠିତ ହୋଇଛି । ବାୟୁମଣ୍ଡଳରେ ଓଜୋନ୍ ଦୁଇଟି ଉତ୍ସରୁ ପ୍ରାକୃତିକ ଭାବରେ ତିଆରି ହୁଏ । ଷ୍ଟ୍ରାଟୋସ୍ପିୟରରେ ଅମ୍ଳଜାନର ବିଘ୍ନଟନରୁ ଦୁଇଟି ଅମ୍ଳଜାନ ପରମାଣୁରେ ବିଭକ୍ତ ହୁଏ । ପରେ ଏହି ପରମାଣୁମାନେ ଉପର ସ୍ତରରେ ଥ‌ିବା ଅମ୍ଳଜାନ ସହ ମିଳିତ ହୋଇ ଓଜୋନ୍‌ ସ୍ତର ସୃଷ୍ଟି ହୋଇଥାଏ । ଏହି ବିଶ୍ଳେଷଣ ପ୍ରକ୍ରିୟା ଉପର ସ୍ତରରେ ହୋଇଥାଏ । ଅମ୍ଳଜାନରେ ବିଘଟନ ଏବଂ କାର୍ବନ ମନୋକ୍‌ସାଇଡ୍ (CO) ହାଇଡ୍ରୋକାର୍ବନ ଉପସ୍ଥିତିରେ ନାଇଟ୍ରୋଜେନ୍ ଡାଇଅକ୍‌ସାଇଡ୍ (NO)) ର ଆଲୋକ ବିଘଟନରୁ ଏହା ତିଆରି ହୁଏ ।

ଅମ୍ଳଜାନର ଆଲୋକଜନିତ ପୃଥକୀକରଣ :

ଅମ୍ଳଜାନର ଆଲୋକଜନିତ ପୃଥକୀକରଣ
ଓଜୋନ୍‌ (O3) hu (ଫୋଟନ) (O2) (ଅମ୍ଳଜାନ ଅଣୁ) + ତାପ ଏହି ବିଶ୍ଳେଷଣ ଉପର ସ୍ତରରେ କାର୍ଯ୍ୟକାରୀ ହୋଇଥାଏ । ଏହାଦ୍ଵାରା ଓଜୋନ୍ ବାଷ୍ପ ତାହାର ଭାରସାମ୍ୟ ହରାଏ ନାହିଁ । ସୂର୍ଯ୍ୟଠାରୁ ଆସୁଥ‌ିବା ବୈଦ୍ୟୁତିକ ଚୁମ୍ବକୀୟ ବର୍ଣ୍ଣାଳୀ ମଧ୍ୟରେ ସମସ୍ତ ସୌରଶକ୍ତି ରହିଥାଏ । ଏହି ଶକ୍ତିକୁ ଫୋଟନ ବହନ କରିଥାଏ । ଶକ୍ତିଶାଳୀ ଫୋଟନକୁ ନେଇ ଅତିବାଇଗଣି ରଶ୍ମି (UV rays) କେବଳ ଅଣୁମାନଙ୍କୁ ଯେ ଉତ୍ତେଜିତ କରିଥାଏ ତାହା ନୁହେଁ; ବରଂ ଏହାକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦେଇଥାଏ । ଫୋଟନ ଯଦି ଅମ୍ଳଜାନ ଅଣୁକୁ ଆଘାତ କରେ; ତେବେ ଅମ୍ଳଜାନ ଭାଙ୍ଗିଯାଇ ଦୁଇଟି ଅମ୍ଳଜାନ ପରମାଣୁରେ ପରିଣତ ହୁଏ । ଅମ୍ଳଜାନ ପରମାଣୁ ଏବଂ ଅମ୍ଳଜାନ ଅଣୁର ମିଶ୍ରଣରେ ଓଜୋନ୍ ତିଆରି ହୁଏ । ଏହିପରି ଅମ୍ଳଜାନ ଓ ଓଜୋନ୍‌ର ଭାରସାମ୍ୟ ରକ୍ଷା ହୋଇଥାଏ ।

ଓଜୋନ୍‌ ସ୍ତର ପ୍ରତି ବିପଦ ଓଜୋନ୍‌ ଗର୍ଭ – ୧୯୩୦ ମସିହାରେ ସର୍ବପ୍ରଥମେ ପଦାର୍ଥବିଜ୍ଞାନୀ ଚାପମେନ ଓଜୋନ୍‌ର ସୃଷ୍ଟି ଓ ବିଭାଜନ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିଥିଲେ । ୧୯୭୦ ମସିହାରେ ବୈଜ୍ଞାନିକ କ୍ରସେନ୍‌ ଯବକ୍ଷାରୀୟ ଅମ୍ଳଜାନଦ୍ୱାରା ଓଜୋନ୍‌ର ବିଭାଜନ ପ୍ରକ୍ରିୟା ଦର୍ଶାଇଥିଲେ । ଓଜୋନ୍‌ ସ୍ତର ଅବକ୍ଷୟ ଅନେକ କାରଣମାନ ମଧ୍ୟରୁ ମନୁଷ୍ୟକୃତ କାରଣ ହେଉଛି କ୍ଲୋରୋଫ୍ଲୋରୋ କାର୍ବନ (CFC), ହେଲନ୍ସ (Holons), ଯାହାକି ଶୀତତାପ ନିୟନ୍ତ୍ରକ ବା ଶୀତଳୀକରଣ ଯନ୍ତ୍ରରେ ବ୍ୟବହାର ହୁଏ । ଏଇରୋସଲ୍ (Aerosol) ବିଦ୍ୟୁତ୍ ତଥା ଧାତୁ ପରିଷ୍କୃତ କରିବାରେ, ଆଧୁନିକ ଅଗ୍ନିଯୁଦ୍ଧ ଇତ୍ୟାଦିରେ ବ୍ୟବହୃତ ହୁଏ । ଏହାର ଏକ ସଂସ୍କରଣ CFC, ଏବଂ CF.,CI, ବା ପ୍ରିୟନର ବ୍ୟବହାର ଓଜୋନ ସ୍ତରକୁ ନଷ୍ଟ କରିଥାଏ ।

ଓଜୋନ୍ ପ୍ରକ୍ରିୟା ଉପରେ କ୍ଲୋରିନ୍ (C) ଅଣୁର ପ୍ରଭାବ ପଡ଼ିଥାଏ । ହାଇଡ୍ରୋକ୍ଲୋରିକ୍ ଅମ୍ଳରେ ଥିବା କ୍ଲୋରିନ୍ ପରମାଣୁ ଅତି ବାଇଗଣି ରଶ୍ମି (UV rays) ସହଜରେ ଭାଙ୍ଗିଦେଇ ମୁକ୍ତ କରେ । ଏହି କ୍ଲୋରିନ୍‌ ପରମାଣୁ ଓଜୋନ୍ ସହ ମିଶି କ୍ଲୋରିନ୍ ଅକ୍‌ସାଇଡ୍ ଅଣୁ ଏବଂ ଏକ ଅମ୍ଳଜାନ ଅଣୁ ତିଆରି କରେ । ଏହି କ୍ଲୋରିନ୍ ପରମାଣୁ ପୁଣି ମୁକ୍ତ ହୋଇ ଓଜୋନ୍‌କୁ ଭାଙ୍ଗେ । ଏହା ଫଳରେ ଓଜୋନ୍‌ ସ୍ତରରେ ସ୍ଥାନେ ସ୍ଥାନେ ରନ୍ଧ୍ର ବା ଛିଦ୍ର ଦେଖାଦିଏ । ଏହାକୁ ଓଜୋନ୍‌ ଗର୍ଭ (Ozone Hole) କୁହାଯାଏ । ଏହିପରି କେତେକ ଛିଦ୍ର ପ୍ରଥମେ ଦକ୍ଷିଣମେରୁ ଉପରେ ୧୯୭୮ ମସିହାରେ ଦେଖାଯାଇଥିଲା । ୧୯୮୫-୮୬ ମସିହାରେ ଭିଏନା ଆନ୍ତର୍ଜାତୀୟ ସମ୍ମିଳନୀରେ ଆମେରିକାର ବୈଜ୍ଞାନିକମାନେ ଓଜୋନ୍‌ ସ୍ତରର କ୍ଷୟ ଏବଂ ଏହା ସହିତ CFCର ପ୍ରତ୍ୟକ୍ଷ ସମ୍ବନ୍ଧ ଥ‌ିବା ବିଷୟରେ ଆଲୋକପାତ କରିଥିଲେ । ଏହାକୁ ଓଜୋନ ଗର୍ଭ ଆଖ୍ୟା ଦିଆଗଲା । ୧୯୮୭ରେ ‘ମଣ୍ଟ୍ରିଲ ପ୍ରୋଟୋକଲ’ ନାମରେ ଓଜୋନ୍‌ର ସଂରକ୍ଷଣ ନିମନ୍ତେ ଏକ ଆନ୍ତର୍ଜାତିକ ରାଜିନାମା ସ୍ବାକ୍ଷରିତ ହେଲା ।

୧୯୯୦ରେ ଏହି ରାଜିନାମାର ସଂଶୋଧନ ହୋଇ ୨୦୦୦ ମସିହା ସୁଦ୍ଧା ଧ୍ୱଂସକାରୀ ରାସାୟନିକ ଦ୍ରବ୍ୟ ଉତ୍ପାଦନ ବନ୍ଦପାଇଁ ପ୍ରସ୍ତାବ ଗୃହୀତ ହେଲା । ଏହି ଗର୍ଭ କ୍ରମଶଃ ବୃଦ୍ଧି ପାଉଛି । କାରଣ CFC ଏବଂ ହେଲୁନର ପ୍ରଚୁର ବ୍ୟବହାର ସହ ଜେଟ୍ ଉଡ଼ାଜାହାଜରୁ ନିର୍ଗତ ନାଇଟ୍ରୋଜେନ୍ ଅକ୍‌ସାଇଡ୍ ଅଣୁ ମଧ୍ୟ ଓଜୋନ୍‌ କ୍ଷୟପାଇଁ ଦାୟୀ । ସିଏଫ୍‌ସି ଏକ ନିଷ୍କ୍ରିୟ ବାଷ୍ପ ହୋଇଥିବାରୁ ଏହା ଅପରିବର୍ତ୍ତନୀୟ ଭାବେ ୫୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ରହିପାରେ । ଏହାଛଡ଼ା ୧, ୧, ୧ ଟ୍ରାଇକ୍ଲୋରୋଇଥେନ୍, କାର୍ବନ ଟେଟ୍ରାକ୍ଲୋରାଇଡ୍ (CCI) ମିଥାଇଲ କ୍ଲୋରାଇଡ଼ ଓ ମିଥାଇଲ କ୍ଲୋରଫର୍ମ ମଧ୍ୟ ଓଜୋନ୍‌ କ୍ଷୟ କରିଥାଆନ୍ତି ।

ଓଜୋନ୍‌ ସ୍ତରର ଅବକ୍ଷୟ ଏବଂ ଏହାର ପ୍ରଭାବ :

  • ଓଜୋନ୍‌ ସ୍ତରର ହ୍ରାସ ଯୋଗୁଁ ସୂର୍ଯ୍ୟଙ୍କଠାରୁ ଆସୁଥ‌ିବା ବିଷାକ୍ତ ଅତିବାଇଗଣି ରଶ୍ମି ଆମ ଶରୀର ମଧ୍ୟରେ ପ୍ରବେଶ କରି ଚର୍ମ କର୍କଟରୋଗ କରିଥାଏ । ଏହାଛଡ଼ା ଫୁସ୍‌ଫୁସ୍‌ରେ କର୍କଟ, ସ୍ତନରେ କର୍କଟ ଏବଂ ରକ୍ତ କର୍କଟ ରୋଗ ସୃଷ୍ଟି କରିଥାଏ ।
  • ଅତିବାଇଗଣି ରଶ୍ମି (UV rays) ଗୁଣସୂତ୍ରରେ ଅବ୍ୟବସ୍ଥା (Genetic disorder) ଆଦି ମାରାତ୍ମକ ବ୍ୟାଧୁମାନ କରାଇଥାଏ ।
  • ଅତିବାଇଗଣି ରଶ୍ମିର ବିକିରଣଦ୍ଵାରା ସମୁଦ୍ର ଜଳରୁ ଅମ୍ଳଜାନ ହ୍ରାସ ପାଇବ ଏବଂ ଏହାର ପ୍ରତିକୂଳ ପ୍ରଭାବ ସମୁଦ୍ରକୂଳ ଅଞ୍ଚଳରେ ରହୁଥ‌ିବା ପ୍ରାଣୀ ବା ଉଭିଦମାନଙ୍କ ଉପରେ ପଡ଼ିବ ।
  • ଓଜୋନ୍‌ ସ୍ତରର କ୍ଷୟ ହେତୁ ପୃଥ‌ିବୀପୃଷ୍ଠର ତାପମାତ୍ରା ବୃଦ୍ଧି ପାଇଥାଏ ।
  • ପରିବେଶର ଭାରସାମ୍ୟ ଏବଂ ସନ୍ତୁଳନ ବିଗିଡ଼ିବାର ସମ୍ଭାବନା ଦେଖାଯିବ । ଏହାଦ୍ଵାରା ଖାଦ୍ୟ ଉତ୍ପାଦନ ପାଇଥାଏ ।
  • ପ୍ରାଣୀର ଚକ୍ଷୁର ଲେନ୍ସ ଏବଂ କଣ୍ଡିଆ ନଷ୍ଟ ହୁଏ ।
  • ଫଟୋକେମିକାଲ ସ୍କଗ (Smog) ବା ଧୂଆଁ ଏବଂ କୁହୁଡ଼ିଜନିତ ଅନ୍ଧକାର ମଧ୍ୟ ଦେଖାଦେଇଥାଏ ।
  • ଓଜୋନ୍ କ୍ଷୟଯୋଗୁଁ ଅନ୍ଧତ୍ବ, ସ୍ନାୟବିକ ଦୁର୍ବଳତା ଦେଖାଯାଏ ଓ ଦେହର ପ୍ରତିରୋଧକାରୀ ଶକ୍ତି କମିଯାଏ । ପ୍ଲୀହା ଏବଂ ଯକୃତ ବଢ଼େ ।
  • ଓଜୋନ୍‌ଦ୍ୱାରା ଗୁଣସୂତ୍ର (DNA) ଭାଙ୍ଗେ, ଏହା ବହୁଗୁଣିତ କ୍ରିୟା ବାଧାପ୍ରାପ୍ତ ହୋଇଥାଏ ।
  • ଅତିବାଇଗଣି ରଶ୍ମି ଯୋଗୁଁ ସୂକ୍ଷ୍ମ ଅଣୁ ଉଭିଦମାନେ ମୃତ୍ୟୁମୁଖରେ ପଡ଼ନ୍ତି ।
  • ଏହା ଖାଦ୍ୟଶୃଙ୍ଖଳ ଏବଂ ଖାଦ୍ୟଜାଲିରେ ବିଶୃଙ୍ଖଳା ଏବଂ ବ୍ୟତିକ୍ରମ ଘଟାଇଥାଏ ।
  • ଅତ୍ୟଧିକ ଅତିବାଇଗଣି ରଶ୍ମିଯୋଗୁଁ ଅଧିକ ଜଳ ବାଷ୍ପୀଭୂତ ହୁଏ । ମାଟିର ଜଳଂଶ କମିଯାଏ ।
  • ଓଜୋନ୍‌ କଟନ, ନାଇଲନ୍ ଓ ପଲିଷ୍ଟର କନା ଉପରେ ମଧ୍ଯ କୁ ପ୍ରଭାବ ପକେଇଥାଏ ।
  • ଅତିବାଇଗଣି ରଶ୍ମି ଏବଂ ଓଜୋନ୍‌ ଜଳବାୟୁ ଉପରେ କୁ ପ୍ରଭାବ ପକାଇଥାଏ ।
  • ଓଜୋନ୍‌ ସ୍ତର ହ୍ରାସ ଯୋଗୁଁ ଅତିବାଇଗଣି ରଶ୍ମି ସବୁଜ ଗୃହ ପ୍ରଭାବ (Green House Effect) କୁ ବଢ଼େଇଥାଏ l

ଓଜୋନ୍ ସ୍ତରର ହ୍ରାସ ଶିଳ୍ପାନ୍ନତ ଦେଶଗୁଡ଼ିକଦ୍ବାରା ବହୁଳ ପରିମାଣରେ ହୋଇଥାଏ । ଏହି ଓଜୋନ୍ ବିନଷ୍ଟକାରୀ ରାସାୟନିକ ଦ୍ରବ୍ୟଗୁଡ଼ିକର ମାରାତ୍ମକ ଅବସ୍ଥା ଆଣ୍ଟାର୍କଟିକାରେ ସର୍ବାଧୁକ ଅଟେ । ଓଜୋନ୍‌ ସ୍ତରର ହ୍ରାସଦ୍ବାରା ଯେଉଁ ବିପଦଜ୍ଜନକ ଅବସ୍ଥା ସୃଷ୍ଟି ହେବାକୁ ଯାଉଛି, ବୈଜ୍ଞାନିକମାନେ ଏଥ‌ିନିମନ୍ତେ ସତର୍କ ରହି ଅନ୍ୟ ବିକଳ୍ପ ବ୍ୟବସ୍ଥା ନିମନ୍ତେ ଉଦ୍ୟମରତ ଅଛନ୍ତି । ଜାପାନରେ ଶୀତଳୀକରଣ ନିମନ୍ତେ ବ୍ୟବହୃତ କ୍ଲୋରୋପ୍ଟୋରୋ କାର୍ବନ ସ୍ଥାନରେ ଅନ୍ୟ ରାସାୟନିକ ପଦାର୍ଥ ବ୍ୟବହାର କରାଗଲାଣି । ଜନସଚେତନତା ବୃଦ୍ଧିପାଇଁ ବିଶ୍ବବ୍ୟାପୀ ପ୍ରତିବର୍ଷ ସେପ୍ଟେମ୍ବର ମାସ ୧୬ ତାରିଖକୁ ‘‘ବିଶ୍ବ ଓଜୋନ୍ ଦିବସ’’ ରୂପେ ପାଳନ କରାଯାଉଛି ।

CHSE Odisha Class 12 Political Science Chapter 10 Long Answer Questions in Odia Medium

୮ | ସବୁଜ ଗୃହର ପ୍ରଭାବ (Green House Effect) କହିଲେ କ’ଣ ବୁଝ ? ଏହାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ବା ବିପର୍ଯ୍ୟୟଗୁଡ଼ିକ ଆଲୋଚନା କର ।
Answer:
ବାୟୁମଣ୍ଡଳୀୟ ପ୍ରଭାବରୁ ସୂର୍ଯ୍ୟଙ୍କର ପ୍ରଖର ରଶ୍ମି ବିକିରଣଦ୍ବାରା ଭୂ-ପୃଷ୍ଠ ଉପରେ ପଡ଼ି ଉଷ୍ଣହେବା ପ୍ରତିକ୍ରିୟାକୁ ସବୁଜ ଗୃହର ପ୍ରଭାବ କୁହାଯାଏ । ଏହାକୁ ମଧ୍ୟ ଉତ୍ତପ୍ତ ଭୂପୃଷ୍ଠ, ଅଙ୍ଗାରକାମ୍ଳ ବୃଦ୍ଧିଜନିତ ସମସ୍ୟା ଏବଂ ବାୟୁମଣ୍ଡଳର ପ୍ରଭାବ ମଧ୍ୟ କୁହାଯାଏ ।

ସବୁଜ ଗୃହର ପ୍ରଭାବ – ସବୁଜ ଗୃହ ଏକ କାଚନିର୍ମିତ କୋଠରି ଯାହା ମଧ୍ୟଦେଇ ସୌରରଶ୍ମି ପ୍ରବେଶ କରେ । କୌଣସି ଏକ କାଚ କୋଠରିରେ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକ ରଶ୍ମି କାଚଦେଇ ପ୍ରବେଶ କରି, କୋଠରି ଗଛପତ୍ର ଏବଂ ମାଟିକୁ ଉତ୍ତପ୍ତ କରିଦେଇଥାଏ । ଏହି କୋଠରିମଧ୍ୟକୁ ସୂର୍ଯ୍ୟରଶ୍ମି ପଶିପାରେ ନାହିଁ । ଏହି ରଶ୍ମି ମାଟି, ଗଛ ଇତ୍ୟାଦିରେ ବାଜିଲା ପରେ, ଛୋଟ ତରଙ୍ଗଗୁଡ଼ିକ ଦୀର୍ଘତରଙ୍ଗ ଆକାରରେ ଫେରିଆସେ । ଏହି ଦୀର୍ଘ ତରଙ୍ଗଗୁଡ଼ିକ ହେଲା ଇନ୍‌ଫ୍ରା ରେଡ଼ (Infra red radiation) ବିକିରଣ । କାଚଦେଇ ଏହି ତରଙ୍ଗଗୁଡ଼ିକ କାଚ ଭିତରକୁ ଯାଇପାରେ; କିନ୍ତୁ ଦୀର୍ଘ ତରଙ୍ଗ କାଚକୁ ଭେଦ କରି ଆସିପାରେ ନାହିଁ । କାଚ ଏହି ବିକିରଣକୁ ନିଜ ଦେହରେ ଚପାଇରଖେ ଏବଂ ବଳକା ତରଙ୍ଗକୁ ପ୍ରତି-କ୍ଷପଣ କରେ ।

ଏହାଦ୍ୱାରା ସବୁଜ କୋଠରି ଗରମ ରୁହେ । ୧୯୯୪ ମସିହାରେ ପରିବେଶବିତ୍ ଶର୍ମା ଓ କାଉରଙ୍କ ଭାଷାରେ ସବୁଜ କୋଠରି ହେଉଛି ଏକ ନିବୁଜ କାଚ କୋଠରି, ଯାହା ଭିତରକୁ ଛୋଟ ତରଙ୍ଗ ପଶିପାରେ; କିନ୍ତୁ ଦୀର୍ଘ ତରଙ୍ଗ ବାହାରକୁ ଆସିପାରେ ନାହିଁ । ଏହିପରି ପ୍ରଣାଳୀରେ ଶୀତ ତଥା ଥଣ୍ଡା ଦେଶମାନଙ୍କରେ ଉଚ୍ଚ ତାପମାତ୍ରା ଆବଶ୍ୟକ କରୁଥ‌ିବା ଉଭିଦଗୁଡ଼ିକୁ ସ୍ବତନ୍ତ୍ର କାଚଘରେ ରଖାଯାଇ ଚାଷ କରାଯାଏ । ଏହାକୁ ସବୁଜ ଗୃହ ବା ସବୁଜ କୋଠରି କୁହାଯାଏ । ୧୯୨୭ ମସିହାରେ ବୈଜ୍ଞାନିକ ଫିଉରିୟର ଏହି ସବୁଜ ଗୃହ ନାମକରଣ କରିଥିଲେ । ଏହି ଘରର ଉତ୍ତାପ ବାହାରର ଉତ୍ତାପଠାରୁ ବହୁତ ବେଶି । ଏହି ପ୍ରଣାଳୀ ଯୋଗୁଁ ବାୟୁମଣ୍ଡଳରେ ଥ‌ିବା ଅଙ୍ଗାରକାମ୍ଳ ଗ୍ୟାସ୍‌ଗୁଡ଼ିକ ଏକମୁହାଁ ପରଦା ଭାବରେ କାର୍ଯ୍ୟ କରନ୍ତି । ଏହା ଦୃଶ୍ୟମାନ ସୂର୍ଯ୍ୟରଶ୍ମିପାଇଁ ସ୍ବଚ୍ଛ ।

ସୂର୍ଯ୍ୟ ରଶ୍ମିର ଅଧିକାଂଶ କିରଣ ଏହି ଅଂଶରେ ଥାଏ । ଅଙ୍ଗାରକାମ୍ଳ ଗ୍ୟାସ ଅଣସମୂହ ଓ ଜଳୀୟ କଣାଗୁଡ଼ିକ ସୂର୍ଯ୍ୟାଲୋକର ଅବଲୋହିତ ରଶ୍ମିକୁ ଶୋଷଣ କରି ପୃଥ‌ିବୀପୃଷ୍ଠକୁ ବିକିରଣ କରିଥାଆନ୍ତି । ଏହି ରଶ୍ମି ସାଧାରଣତଃ ଭୂପୃଷ୍ଠରେ ସିଧା ପଡ଼ି ମହାକାଶକୁ ପୁଣି ପ୍ରତିଫଳିତ ହୁଏ । ବଳକା ଶତକଡ଼ା ୬୯ ଭାଗ କ୍ଷୋଭମଣ୍ଡଳସ୍ଥିତ ଜଳକଣା, ମେଘ, ଛୋଟ ଛୋଟ ଧୂଳିକଣା ଏବଂ ଭୂପୃଷ୍ଠଦ୍ଵାରା ଅବଶୋଷିତ ହୋଇଥାଏ । ଶୋଷିତ ରଶ୍ମିର ଅଧିକାଂଶ ଭାଗ ଭୂପୃଷ୍ଠକୁ ଅବଲୋହିତ ରଶ୍ମି ଆକାରରେ ପ୍ରତିଫଳିତ ହୋଇଥାଏ । ସବୁଜ ଗୃହ ଗ୍ୟାସ୍ ଓ ମେଘ ଏହି ରଶ୍ମିକୁ ଶୋଷଣ କରି ବିଭିନ୍ନ ଦିଗରେ ବିଚ୍ଛୁରିତ କରିଥାଆନ୍ତି । ଏହାର ବହୁଭାଗ ପୁଣିଥରେ ଭୂପୃଷ୍ଠକୁ ଆସିଥାଏ, ଯାହାଦ୍ବାରା ଭୂପୃଷ୍ଠ ଅବଲୋହିତ ରଶ୍ମିକୁ ଉଚ୍ଚ ତାପମାତ୍ରାରେ ପ୍ରତିଫଳନ କରେ । ଏଣୁ ଏହି ସବୁଜ ଗୃହ ପ୍ରଭାବ ପ୍ରକ୍ରିୟାଦ୍ବାରା ହିଁ ଭୂପୃଷ୍ଠ ଅଧିକ ଉତ୍ତାପ ବହନ କରିଥାଏ ।

ପୃଥ‌ିବୀକୁ ମଧ୍ୟ ଏକ ସବୁଜ କୋଠରି ସହ ତୁଳନା କରାଯାଇଥାଏ । ସବୁଜ ଗୃହର କାଚକାନ୍ଥ ଓ ଛାତ ସଦୃଶ ବାୟୁମଣ୍ଡଳ ପୃଥ‌ିବୀର ଚତୁଃପାର୍ଶ୍ବରେ ରହିଛି । କାଚ କାନ୍ଥ ଓ ଛାତ ଦେଇ ସୌରରଶ୍ମି ସବୁଜ କୋଠରି ମଧ୍ୟରେ ପ୍ରବେଶ କଲାପରି ବାୟୁମଣ୍ଡଳ ଦେଇ କ୍ଷୁଦ୍ର ତରଙ୍ଗ ବିଶିଷ୍ଟ ସୌରରଶ୍ମି ପୃଥ‌ିବୀପୃଷ୍ଠରେ ପଡ଼ିଥାଏ । ଏହା ଦୀର୍ଘ ତରଙ୍ଗବିଶିଷ୍ଟ ଅବଲୋହିତ ରଶ୍ମିରୂପେ ପୃଥ‌ିବୀପୃଷ୍ଠକୁ ଫେରିଆସେ । ଅବଲୋହିତ ରଶ୍ମି ବାୟୁମଣ୍ଡଳ ଦେଇ ପଦାକୁ ନ ଯାଇପାରି ପୁନର୍ବାର ବାୟୁମଣ୍ଡଳଦ୍ଵାରା ପ୍ରତିଫଳିତ ହୋଇ ପୃଥ‌ିବୀପୃଷ୍ଠକୁ ଫେରିଥାଏ; ଫଳରେ ପୃଥ‌ିବୀର ପୃଷ୍ଠଭାଗ ଉଷ୍ଣ ରହିଥାଏ । ବାୟୁମଣ୍ଡଳ ନଥିଲେ ଦିନରେ ପୃଥ‌ିବୀପୃଷ୍ଠ ଅତ୍ୟଧିକ ଗରମ ଓ ରାତିରେ ଅତ୍ୟଧ୍ଵ ଥଣ୍ଡା ହୋଇଥା’ନ୍ତା ।

ଏହି ପ୍ରାକୃତିକ ପ୍ରକ୍ରିୟାରେ ପୃଥ‌ିବୀପୃଷ୍ଠ ବାୟୁମଣ୍ଡଳଦ୍ଵାରା ଉଷ୍ଣ ରହୁଥିବା ଅବସ୍ଥାକୁ ‘ସବୁଜ ଗୃହ’ ଜନିତ ପ୍ରଭାବ କୁହାଯାଏ ।ବାୟୁମଣ୍ଡଳରେ ଥିବା ଅଙ୍ଗାରକାମ୍ଳ ବାଷ୍ପଦ୍ବାରା ପୃଥ‌ିବୀ ବିଶେଷ ଭାବରେ ସବୁଜ ଗୃହ ହିସାବରେ କାର୍ଯ୍ୟ କରିଥାଏ; ଅର୍ଥାତ୍‌ ବାୟୁମଣ୍ଡଳସ୍ଥ ଅଙ୍ଗାରକାମ୍ଳ ପୃଥ‌ିବୀପୃଷ୍ଠରେ ତାପ ବୃଦ୍ଧିର ନିର୍ଣ୍ଣାୟକ ହୋଇଥାଏ । ଏହି ସବୁଜ କୋଠରି ପ୍ରଭାବ ଏକ ମନୁଷ୍ୟକୃତ ଫଳ । ଥଣ୍ଡା ଦେଶରେ ଗରମ କୋଠରି ତିଆରି କରି ଗଛ ବଞ୍ଚେଇବା ଉଦାହରଣ ଦେଇ ନିଜେ ଏହି ପୃଥ‌ିବୀକୁ ଏକ ସବୁଜ କୋଠରିରୂପେ ତିଆରି କରି ସାରିଲେଣି । ଏହି ଭୂପୃଷ୍ଠରେ ଅଙ୍ଗାରକାମ୍ଳ ଓ ଜଳୀୟବାଷ୍ପ ପରିମାଣ ବାୟୁମଣ୍ଡଳରେ ଦିନକୁ ଦିନ ବଢୁଛି । ଯାହକି ଭୂ-ପୃଷ୍ଠର ସାମୁଦ୍ରିକ ଚାପ ବଢ଼େଇବାରେ ସାହାଯ୍ୟ- କରୁଛି ।

ଏହି ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ବର୍ତ୍ତମାନ ଚିନ୍ତାର ବିଷୟ ହୋଇଛି । ଆଶା କରାଯାଉଛି ୨୦୩୦ ମସିହା ସୁଦ୍ଧା ଅଙ୍ଗାରକାମ୍ଳର ପରିମାଣ ୧୯୮୮ ମସିହାର ପରିମାଣର ଦୁଇଗୁଣ ହେବ ଏବଂ ଏହି ଅଙ୍ଗାରକାମ୍ଳ ବୃଦ୍ଧି ଭୂପୃଷ୍ଠର ଉତ୍ତାପ ବୃଦ୍ଧି ନିମନ୍ତେ ଦାୟୀ ହେବ । ଅଙ୍ଗାରକାମ୍ଳ ଗ୍ୟାସ୍ ସହିତ ଅନେକଗୁଡ଼ିଏ ରାସାୟନିକ ପଦାର୍ଥ ମଧ୍ୟ ସବୁଜ ଗୃହ ପ୍ରଭାବ ସୃଷ୍ଟି କରନ୍ତି । ସେଗୁଡ଼ିକ ହେଲା– କ୍ଲୋରୋଫ୍ଲୋରେ ଅଙ୍ଗାରକ (CFC), ମିଥେନ୍, ନାଇଟ୍ରସ୍ ଅକ୍‌ସାଇଡ୍, ଓଜୋନ୍‌ । ଏଗୁଡ଼ିକୁ ସବୁଜ ଗୃହ ଗ୍ୟାସ୍ କହନ୍ତି ।

ସବୁଜ ଗୃହର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ଓ ବିପର୍ଯ୍ୟୟ :

  • ଉପଯୁକ୍ତ ସବୁଜ ଗୃହ ଗ୍ୟାସ୍‌ମୂହ ଆକାଶରେ ଏକ ଆସ୍ତରଣ ହୋଇ ଆବରଣ ଆକାରରେ ରହନ୍ତି । ଏହି ଆବରଣ ଏକ ଛତାଭଳି ଦେଖାଯାଏ । ଏହି ଛତା ଛୋଟ ଛୋଟ ରଶ୍ମି ତରଙ୍ଗକୁ ଭିତରକୁ ଛାଡ଼େ ଏବଂ ଦୀର୍ଘ ବା ଲମ୍ବା ତରଙ୍ଗକୁ ବାହାରକୁ ଛାଡ଼େ ନାହିଁ ଏବଂ ଏହାକୁ ସବୁଜ ଗୃହର କାଚ କୋଠରିର କାଚକାନ୍ଥ ସହ ତୁଳନା କରାଯାଇପାରେ । ଏହି ଲମ୍ବା ତରଙ୍ଗ ପ୍ରତିଫଳିତ ହୋଇ ଫେରିବା ସମୟରେ ସବୁଜଗୃହ ଗ୍ୟାସ୍‌ରା ଶୋଷିତ ହୋଇ ଉତ୍ତପ୍ତ ହୋଇଥାଏ । ଏହି ଆବରଣକୁ ଉତ୍ତାପ ଫାଳ କୁହନ୍ତି । ଏହାଦ୍ଵାରା ତାପମାତ୍ରା ବୃଦ୍ଧିପାଏ । ଯଦି ପୃଥ‌ିବୀର ଅଙ୍ଗାରକାମ୍ଳ ଅଂଶ ଦ୍ଵିଗୁଣିତ ହୁଏ; ତେବେ ୨° ସେଣ୍ଟିଗ୍ରେଡ଼୍ ତାପମାତ୍ରା ବଢ଼ିବାରେ ସାହାଯ୍ୟ କରିବ । ଏଣୁ ଏହା ତାପମାତ୍ରାକୁ ବଢ଼େଇଥାଏ – ଯାହାଦ୍ୱାରା ପୃଥିବୀରେ ଦାରୁଣ ବିପରି ଦେଖାଯିବ ।
  • ସଦାସର୍ବଦା ଆକାଶ ମେଘାଚ୍ଛନ୍ନ ରହିବ – ‘ଯାହାଫଳରେ ଆଲୋକ ରଶ୍ମି ପୃଥ‌ିବୀପୃଷ୍ଠକୁ ଆସିପାରିବ ନାହିଁ ।
  • ଯାହାଫଳରେ ଗଛପତ୍ର, ବଣପାହାଡ଼ ଦେଖାଯିବ ନାହିଁ; ଫଳରେ ବର୍ଷା ହେବ ନାହିଁ । ମାଟିର ଜଳଂଶ କମିବ ।
  • ଭୂମଣ୍ଡଳ ଓ ଜୀବମଣ୍ଡଳର ଉତ୍ତାପ ବୃଦ୍ଧି ପାଇବା ଯୋଗୁଁ ବରଫ ପାହାଡ଼ଗୁଡ଼ିକ ତରଳିବ । ଏହାଦ୍ଵାରା ସମୁଦ୍ରର ଦେଖାଯିବ ।
  • ଅଙ୍ଗାରକାମ୍ଳ ଜଳରେ ମିଶି ଅମ୍ଳ ଅଂଶ ବୃଦ୍ଧି ପାଇବ । ଯାହାଦ୍ୱାରା ସମୁଦ୍ରରୁ ଉତ୍ପାଦନ କମିବ ।
  • ଏହାଫଳରେ ଏମାନେ ଓଜୋନ ସ୍ତରକୁ ନଷ୍ଟ କରିବେ; ଫଳରେ ଅନେକ କ୍ଷତିକାରକ ରଶ୍ମି ପୃଥ‌ିବୀପୃଷ୍ଠକୁ ଆସିବ – ଯାହାଦ୍ବାରା ଭୂ-ମଣ୍ଡଳରେ ଜୀବ ଓ ଉଭିଦଜଗତ ତିଷ୍ଠିବା କଷ୍ଟକର ହୋଇପଡ଼ିବ ।
  • କାଳକ୍ରମେ ପଶ୍ଚିମ ଆଣ୍ଟାର୍କଟିକାରେ ଥିବା ବରଫ ପାହାଡ଼ ତରଳିବାଦ୍ଵାରା ସମୁଦ୍ରର ଜଳ ସ୍ତର ବୃଦ୍ଧି ଘଟି କୂଳ ଫଳରେ ଆସ୍ତେ ଆସ୍ତେ ସ୍ଥଳଭାଗ ସମୁଦ୍ର ଗର୍ଭରେ ବିଲୀନ ହୋଇଯିବ ।
  • ଉତ୍ତାପର ତାରତମ୍ୟ ଯୋଗୁଁ ଘନ ଘନ ତୋଫାନ, ପ୍ରବଳ ଝଡ଼ ଓ ବାତ୍ୟା ସମ୍ଭାବନା ଦେଖାଯିବ । ଯାହାଦ୍ୱାରା ଜୀବମଣ୍ଡଳ ଛାରଖାର ହୋଇ ଧ୍ଵଂସମୁଖକୁ ଠେଲିହୋଇଯିବ ।

ତେଣୁ ଏଠାରେ ଜୁନ୍ ୫, ୧୯୮୯ ବିଶ୍ୱ ପରିବେଶ ଦିବସର ସ୍ଲୋଗାନ ସ୍ୱତଃ ମନେପଡ଼େ ଓ ଚେତେଇଦିଏ ଯେ ବେଳହୁଁ ସାବଧାନ । ତାହା Global Warming, Global Warming…. । ପୃଥ‌ିବୀକୁ ସବୁଜ ଗୃହ ପ୍ରଭାବରୁ ମୁକ୍ତରଖୁବା ଏକାନ୍ତ ହୋଇଯିବ । ଏଣୁ ଏବେଠାରୁ ସମସ୍ତେ ଅଙ୍ଗାରକାମ୍ଳ ପରିମାଣ କମାଇବାକୁ ହିଁ ଚେଷ୍ଟାକରିବା ଦରକାର । ଏଥ‌ିପାଇଁ କେତେଗୁଡ଼ିଏ ପଦକ୍ଷେପ ନେବାକୁ ହେବ; ଯଥା –

  • ଜୀବାଶ୍ମ ଇନ୍ଧନର ବ୍ୟବହାର କମେଇବା ଉଚିତ ।
  • କଳକାରଖାନାଗୁଡ଼ିକ ଅଙ୍ଗାରକାମ୍ଳ ଗ୍ୟାସ୍ ନାଇଟ୍ରୋଜେନ୍ ଅକ୍‌ସାଇଡ୍ ଆଦି ବିଷାକ୍ତ ଗ୍ୟାସ୍ ବାହାରକୁ ଛାଡ଼ିବା ହୋଇଯିବ ।
  • ନୂତନ ଜଙ୍ଗଲ ସୃଷ୍ଟି କରିବାପାଇଁ ବୃକ୍ଷରୋପଣ ଓ ବନୀକରଣ ଉପରେ ଗୁରୁତ୍ଵଦେବା ଉଚିତ ।
  • ଗାଡ଼ିରେ ସୀସାବିହୀନ ଇନ୍ଧନ ବ୍ୟବହାର କରିବା ।
  • ଜୈବିକ ଗ୍ୟାସ୍ ଇନ୍ଧନ ରୂପେ ବ୍ୟବହାର କରିବା ଇତ୍ୟାଦି ।
  • କ୍ଲୋରୋଫ୍ଲୋରୋ କାର୍ବନ (CFC) ର ବ୍ୟବହାର ହ୍ରାସ କରିବା ।
  • ଧୂମବିହୀନ ଜାଳେଣି ରୋଷେଇ ନିମନ୍ତେ ବ୍ୟବହାର କରିବା ।
  • ସୌର ଶକ୍ତିକୁ ପ୍ରତ୍ୟକ୍ଷ ଭାବରେ ତାପଶକ୍ତିକୁ ପରିବର୍ତ୍ତନ କରି ଜୈବିକ ଦହନ ପ୍ରକ୍ରିୟା ହ୍ରାସକରିବା ଆବଶ୍ୟକ ।
  • ସବୁଜ ଗୃହର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ।

CHSE Odisha Class 12 Political Science Chapter 10 Long Answer Questions in Odia Medium

୯ । ବ୍ୟକ୍ତି ଓ ପରିବେଶ ମଧ୍ୟରେ ଆନ୍ତଃସମ୍ପର୍କର ବିଭିନ୍ନ ଦିଗ ଆଲୋଚନା କର କିମ୍ବା, ପରିବେଶ ସଂକ୍ରାନ୍ତୀୟ କ୍ଷେତ୍ରରେ ଜଣେ ଯୁକ୍ତିଶାଳୀ ସାମାଜିକ ଅଂଶୀଦାର ରୂପେ ବ୍ୟକ୍ତିର ଭୂମିକା ଆଲୋଚନା କର ।
Answer:
କେବଳ ପୃଥ‌ିବୀପୃଷ୍ଠରେ ହିଁ ଜୀବସତ୍ତାର ସ୍ଥିତି ଦେଖିବାକୁ ମିଳିଥାଏ। ଏଣୁ ଏହାର ବିକାଶରେ ଅନ୍ତରାୟ ହେଉଥ‌ିବା କୌଣସି ଉପାଦାନକୁ ପ୍ରତିରୋଧ କରିବା ଆମର ନୈତିକ ଦାୟିତ୍ଵ ଅଟେ । ମଣିଷ ପ୍ରକୃତିର ବିଭିନ୍ନ ସମ୍ବଳର ଉପଯୁକ୍ତ ନିୟନ୍ତ୍ରଣ ଓ ବିନିଯୋଗ କରୁଛି । ବିଜ୍ଞାନର ଅଗ୍ରଗତି ସହ ଦୂରତ୍ବକୁ ଜୟ କରାଯାଇପାରିଛି ଓ ଶିଳ୍ପ ତଥା କୃଷିକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଦାରିଦ୍ର୍ୟ ଦୂରୀକରଣପାଇଁ ବିଜ୍ଞାନ ଓ କାରିଗରୀ କୌଶଳକୁ ପ୍ରୟୋଗ କରାଯାଉଛି । ମଣିଷ ମାଧ୍ୟାକର୍ଷଣର ଚୁମ୍ବକୀୟ ପ୍ରଭାବକୁ ପ୍ରତିହତ କରି ମହାକାଶ ଯାତ୍ରାକୁ ସଫଳ କରିପାରିଛି ।

ଶିକ୍ଷାର ପ୍ରସାର ଘଟିବା ସଙ୍ଗେ ସଙ୍ଗେ ଗୁଣାତ୍ମକ ମାନ ମଧ୍ୟ ବୃଦ୍ଧିପାଇଛି; ତଥାପି ମଣିଷ ଓ ପ୍ରକୃତି ମଧ୍ୟରେ ଏକ ସୁସନ୍ତୁଳିତ ସମ୍ପର୍କ ପ୍ରତିଷ୍ଠା ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ଭବ ହୋଇପାରି ନାହିଁ । ବିଜ୍ଞାନ ଯେତିକି ସମସ୍ୟା ସମାଧାନରେ ସହଯୋଗ କରିଛି ତା’ଠାରୁ ଅଧିକ ଗୁରୁତର ସମସ୍ୟା ମାନବସମାଜପାଇଁ ସୃଷ୍ଟିକରିଛି । ପ୍ରାକୃତିକ ସମ୍ବଳର ସଂରକ୍ଷଣ, ପରିବେଶ ଦୂଷିତୀକରଣ, ସହରାଞ୍ଚଳ ସମସ୍ୟାର କୁପ୍ରଭାବ ଆଦି ବିଜ୍ଞାନର ଅପପ୍ରୟୋଗରୁ ସୃଷ୍ଟ କେତେଗୋଟି ମୁଖ୍ୟ ସମସ୍ୟା ଅଟେ । ମଣିଷକୁ ତା’ର ପରିବେଶଠାରୁ ଅଲଗା କରି ଚିନ୍ତା କରାଯାଇ ନପାରେ । ପୁରାତନ ପ୍ରସ୍ତର ଯୁଗରେ ମଣିଷ ନିଜର ପରିବେଶ ସହ ଅତ୍ୟନ୍ତ ଅନ୍ତରଙ୍ଗ ହିସାବରେ ରହିଥୁଲା | କିନ୍ତୁ ସେହି ସମୟରେ ମଧ୍ୟ ଯାଯାବର ଓ ଶିକାରପ୍ରିୟ ମଣିଷ ପରିବେଶକୁ ନଷ୍ଟ କରିବାରେ ସଫଳ ହୋଇଥିଲା ।

ମଣିଷ ଅପପୁଷ୍ଟିକର ଖାଦ୍ୟ, କ୍ଷୁଧା ଓ ବିଭିନ୍ନ ରୋଗର ଶିକାର ହେଉଥିଲା । ବ୍ରୋଞ୍ଜ ଓ ଲୌହ ଯୁଗରେ ପରିବେଶର ରୂପଲାବଣ୍ୟକୁ ନଷ୍ଟ କରାଯାଇଥିଲା । ଜଙ୍ଗଲ ସଫା, ଚାରଣଭୂମିର ଲୋପ ଓ ମୋଟଉପରେ ପ୍ରକୃତିର ସୁନ୍ଦର ଦୃଶ୍ୟପଟକୁ ନଷ୍ଟ କରାଯାଇ ପ୍ରକୃତି ଓ ମଣିଷର ସମ୍ପର୍କରେ ତିକ୍ତତା ସୃଷ୍ଟି କରାଗଲା । ଆଧୁନିକ ସାମାଜିକ ଓ ଆର୍ଥିକ ଉନ୍ନତି ମଣିଷ ଓ ପରିବେଶର ସମ୍ପର୍କ ପରିପ୍ରେକ୍ଷୀରେ ଅନେକ ବିପଦ ସୃଷ୍ଟି କରୁଛି । ବର୍ତ୍ତମାନ ମଣିଷ ନିଜର ସମ୍ପୂର୍ଣ୍ଣ ପରିଚୟକୁ ନିଜ ହାତରେ ଦଳି ନଷ୍ଟ କରିଦେବାର କରୁଛି । ମଣିଷର ମୁଖ୍ୟ ସମସ୍ୟା ହେଉଛି ସେ ବାସକରୁଥିବା ଗ୍ରହକୁ ଏକ ସୁନ୍ଦର ପରିବେଶ ପ୍ରଦାନ କରିବା ।

ତା’ଚାରିପାଖର ପୃଥିବୀ ଭୌତିକ, ସାମାଜିକ, ରାଜନୀତିକ ଆଦି ଦୃଷ୍ଟିକୋଣରୁ ଏକ ସଭ୍ୟ ଓ ମାନବ-ଅନୁକୂଳ ପରିବେଶ ପ୍ରଦାନ କରି ପାରିଲେ ଏବଂ ମଣିଷ ଓ ପ୍ରକୃତି ମଧ୍ୟରେ ସୁନ୍ତୁଳନ ରକ୍ଷା କରାଯାଇ ପାରିଲେ ଏହି ଗ୍ରହରେ ରହିବା ସର୍ବାପେକ୍ଷା ସୁଖପ୍ରଦ ହୋଇପାରିବ । ମଣିଷ ନିଜର ଜ୍ଞାନସହ ବିଜ୍ଞତାର ସମ୍ମିଶ୍ରଣ କରି ନିଜର ଅହଂଭାବକୁ ନିୟନ୍ତ୍ରଣ କରି ଏକ ସହଯୋଗିତାଭିଭିକ ସମବାୟିକ ଦୃଷ୍ଟିଭଙ୍ଗୀ ପ୍ରକାଶକଲେ ହିଁ ଏହା ସମ୍ଭବ ହୋଇପାରିବ । ଦୁଇଟି ବିଶ୍ବଯୁଦ୍ଧର ଭୟାବହତା ଦେଖସାରିବା ପରେ ଯୁଦ୍ଧକୁ ପ୍ରତ୍ୟେକ ରାଷ୍ଟ୍ର ନିଜର ଜାତୀୟ ନୀତିରୁ ବାଦେଇ ସାରିଛନ୍ତି ସତ; ମାତ୍ର ଶୀତଳ ଯୁଦ୍ଧର ପ୍ରଭାବ ଓ ଭୟଙ୍କର ଅସ୍ତ୍ରଶସ୍ତ୍ରର ଉପସ୍ଥିତି ମଣିଷକୁ ଯୁଦ୍ଧ ଭୟରୁ ସମ୍ପୂର୍ଣ୍ଣ ମୁକ୍ତ କରି ନାହିଁ । ଜାତିସଂଘର ସନନ୍ଦରେ ଘୋଷଣା କରାଯାଇଛି ଯେ ଯୁଦ୍ଧ ମଣିଷର ମନ ମଧ୍ୟରେ ସୃଷ୍ଟି ହୁଏ; ଏଣୁ ମଣିଷର ମନ ମଧ୍ୟରୁ ଯୁଦ୍ଧ ପ୍ରତି ଅନୁରକ୍ତିକୁ ପୋଛିଦେବାକୁ ପଡ଼ିବ ।

ଏହି କାରଣରୁ ସାମାଜିକ, ଆର୍ଥନୀତିକ, ସାଂସ୍କୃତିକ, ସାଂସ୍ଥ୍ୟଗତ ଆଦି ବିବିଧ କାର୍ଯ୍ୟପନ୍ଥା ଗ୍ରହଣ ମାଧ୍ୟମରେ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଥ‌ିବା ଅବିଶ୍ଵାସର ବାତାବରଣ ଦୂରକରିବାର ପ୍ରୟାସ କରାଯାଉଛି । ଆଣବିକ ପରୀକ୍ଷଣ ଏହି ଗ୍ରହରେ ଜୀବସତ୍ତା ପ୍ରତି ଅଧ‌ିକ ବିପଦର କାରଣ ହୋଇଥିବାରୁ ଏହାକୁ ନିଷେଧ କରାଯାଇଛି; କିନ୍ତୁ ଏହାର ବାସ୍ତବ ଉପଯୋଗିତାପାଇଁ ରାଷ୍ଟ୍ରମାନଙ୍କ ମଧ୍ୟରେ ପ୍ରକୃତ ଆନ୍ତରିକତା ପ୍ରକାଶପାଇବା ଉଚିତ । ମଣିଷ ଏହି ବଂଶ ଧ୍ଵଂସକାରୀ ମାରାତ୍ମକ ଅସ୍ତ୍ରର ପ୍ରତିରୋଧ କରି ନ ପାରିଲେ ନିଜର ବିନାଶପାଇଁ ବାଟ ପରିଷ୍କାର ହୋଇଯିବ । ବିଶ୍ୱଶାନ୍ତର ସଂରକ୍ଷଣପାଇଁ ଏକ ବିଶ୍ବ-ରାଷ୍ଟ୍ରର ଆବଶ୍ୟକତା ଉପରେ ଗୁରୁତ୍ବ ଦିଆଯାଉଛି । ମଣିଷସମାଜ ମାଲ୍‌ସ୍‌ଙ୍କ ଭୂତଦ୍ବାରା ଆକ୍ରାନ୍ତ ହୋଇଛି । ମଣିଷ ନିଜର ଆବଶ୍ୟକତା ଅନୁଯାୟୀ ପ୍ରାକୃତିକ ସମ୍ପଦର ବିକାଶ କରି ପାରିବ ନାହିଁ, ମାଲ୍‌ସ ସ୍ପଷ୍ଟ ମତ ଉପସ୍ଥାପନ କରିଥିଲେ ।

ଏଣୁ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ସୀମିତ ପ୍ରାକୃତିକ ସମ୍ପଦ ମଧ୍ୟରେ ସୁସନ୍ତୁଳନ ରକ୍ଷାକରାଯିବା ଆବଶ୍ୟକ । ଭୂମି ଉପରେ ଅତ୍ୟଧିକ ଚାପ ପ୍ରୟୋଗ ଗ୍ରହଣୀୟ ନୁହେଁ । ଖାଦ୍ୟଶସ୍ୟର ଉତ୍ପାଦନ ଜନସଂଖ୍ୟା ବୃଦ୍ଧି ଅନୁପାତରେ ବୃଦ୍ଧିହେବା ଉଚିତ । କ୍ଷୁଧା, ଶିକ୍ଷା, ଅସ୍ବାସ୍ଥ୍ୟକର ପରିବେଶ, ବେରୋଜଗାରୀ ଆଦି ବ୍ୟବସ୍ଥାର କୁପ୍ରଭାବରୁ ମଣିଷ ମୁକ୍ତ ହେଲେ ଯାଇ ଏକ ମର୍ଯ୍ୟାଦାପୂର୍ଣ ପୂର୍ବ ବିକଶିତ ଜୀବନ ନିର୍ବାହ କରି ପାରିବ । ଆର୍ଥନୀତିକ ସ୍ଥିରତା ଓ ବିକାଶ ସମ୍ଭବ ହୋଇପାରିବ । ଜଗତୀକରଣର କୁପ୍ରଭାବକୁ ଦମନ କରି ଏହାର ବିକାଶ ମାଧ୍ୟମରେ ଏକ ‘ବିଶ୍ଵ-ଗ୍ରାମ’ ପ୍ରତିଷ୍ଠାର ମୂଳ ଲକ୍ଷ୍ୟକୁ ହାସଲ କରିବା ଦିଗରେ ଅସ୍ତିସୂଚକ ପଦକ୍ଷେପ ଗ୍ରହଣକରାଯିବା ଆବଶ୍ୟକ ।

ଆର୍ଥନୀତିକ ସମୃଦ୍ଧିପାଇଁ ବିକାଶଶୀଳ ରାଷ୍ଟ୍ରମାନେ ନିଜର ଭୌତିକ, ସାମାଜିକ ଓ ମନସ୍ତାତ୍ତ୍ଵିକ ପରିବେଶକୁ ଯେପରି କ୍ଷତବିକ୍ଷତ କରୁଛନ୍ତି ତାହା ସମର୍ଥନଯୋଗ୍ୟ ନୁହେଁ । ବାସଚ୍ୟୁତ ଲୋକଙ୍କ ସମସ୍ୟା, ସହରତଳି ବସ୍ତିର ଅବାସ୍ଥ୍ୟକର ପରିବେଶ, ସର୍ବନିମ୍ନ ମୌଳିକ ସୁବିଧାସୁଯୋଗର ଅନୁପସ୍ଥିତି, ସହରାଞ୍ଚଳ ସମସ୍ୟା ବୃଦ୍ଧି ଆଦି ମଣିଷର ବାଚ୍ଛନ୍ଦ୍ୟପୂର୍ଣ୍ଣ ବିକଶିତ ଜୀବନ ପ୍ରକ୍ରିୟାକୁ ପ୍ରତିରୋଧ କରୁଛି । ଦାରିଦ୍ର୍ୟ ପରିବେଶ ପ୍ରଦୂଷଣକୁ ଗଭୀରମାତ୍ରାରେ ପ୍ରଭାବିତ କରିଛି । ବାୟୁ ପ୍ରଦୂଷଣ ସମ୍ପର୍କରେ ମଣିଷ ସଚେତନ ହେବା ଆବଶ୍ୟକ ହୋଇପଡ଼ିଛି ।

ପୃଥିବୀର ମାନବୀୟ ପରିବେଶ ନଷ୍ଟପାଇଁ ଉପନିବେଶିକବାଦ, ନବ୍ୟ-ଉପନିବେଶିକବାଦ, ବର୍ଣ୍ଣବୈଷମ୍ୟ ନୀତି, ଆତଙ୍କବାଦ, ସାଂପ୍ରଦାୟିକ ବିଦ୍ବେଷଭାବ ଆଦି ଅନ୍ୟତମ ମୁଖ୍ୟ କାରଣ ଅଟେ । ଏଣୁ ଏକ ଉଦାରବାଦୀ ସାମାଜିକ ବ୍ୟବସ୍ଥାର ପରିବେଶ ମଧ୍ୟରେ ମାନବିକ ଅଧିକାରର ପୂର୍ଣ୍ଣ ଉପଭୋଗ କରାଯାଇପାରିଲେ ଏହି ଲକ୍ଷ୍ୟ ହାସଲ କରାଯାଇ ପାରିବ । ମାନବ ସମାଜର ପରିବେଶ ଘଣା ଓ ସନ୍ଦେହଦ୍ବାରା ଆକ୍ରାନ୍ତ; ଏଣୁ ମଣିଷର ଦୃଷ୍ଟିଭଙ୍ଗୀରେ ପରିବତ୍ତନ ଓ ସଚେତନଶୀଳତାରେ ଉନ୍ନତି ଘଟିପାରିଲେ ହିଁ ଏହି ଯନ୍ତ୍ରଣା ଉପଶମ ହୋଇପାରିବ ।

ବିଜ୍ଞାନର ଅଗ୍ରଗତି ସହ ସୃଷ୍ଟି ହେଉଥ‌ିବା ବିଭିନ୍ନ ଯନ୍ତ୍ର, କଳକାରଖାନା, ଯାନବାହାନ ଆଦି ଶବ୍ଦ ପ୍ରଦୂଷଣର ବାହକ ଅଟନ୍ତି । ଶବ୍ଦ କୋଳାହଳର କୁପ୍ରଭାବ ଯୋଗୁଁ ଶୁଣିବାରେ ବିରକ୍ତିଭାବ ସହ ବିଭିନ୍ନ ରୋଗର ଆଶଙ୍କା ସୃଷ୍ଟି ହୋଇଥାଏ । ଶବ୍ଦ ପ୍ରଦୂଷଣର କୁପ୍ରଭାବ ବିଷୟରେ ଜନସାଧାରଣଙ୍କୁ ଶିକ୍ଷା ଦିଆଯିବା ଉଚିତ । ପ୍ରଚଳିତ ବିଧ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପ୍ରୟୋଗ କରାଯାଇ ଶବ୍ଦ ପ୍ରଦୂଷଣକୁ ସୀମିତ ରଖାଯାଇପାରିବ । ଡାକ୍ତରଖାନା, ବିଦ୍ୟାଳୟ ଆଦି ନିକଟରେ ଡାକବାଜି ଯନ୍ତ୍ରର ବ୍ୟବହାର ନିଷେଧ କରାଯାଇଛି । ମଣିଷ ଓ ପରିବେଶର ଅନ୍ତଃସମ୍ପର୍କକୁ ନିମ୍ନମତେ ପ୍ରକାଶ କରାଯାଇପାରେ ।

ପ୍ରତିକ୍ରିୟା ସଂଯୋଗ (Feedback loop)

ଅଧୁଗ୍ରହଣ କରିବାକ୍ଷେତ୍ରରେ ମଣିଷର ପାଶବିକ ଇଚ୍ଛାର ପ୍ରତିଫଳନ ଆଧୁନିକ ମଣିଷର ସ୍ଥିତି ଓ ତା’ର ସଭ୍ୟତାର ପରମ ଶତ୍ରୁ ଅଟେ । ପ୍ରାକୃତିକ ସମ୍ବଳର ବ୍ୟବହାରକ୍ଷେତ୍ରରେ ମଣିଷ ନିଜର ଯୁକ୍ତିଶୀଳତା ଓ ମାନବିକତାର ଉପଯୋଗ କରୁନଥିବାରୁ ଏହା ପରିବେଶଜନିତ ବିପଦ ସୃଷ୍ଟି କରୁଛି । ପ୍ରାକୃତିକ ସମ୍ବଳର ସଂରକ୍ଷଣ ଏକ ମୁଖ୍ୟ ଆବଶ୍ୟକତା ଅଟେ । ମଣିଷର ଜୀବନପାଇଁ ଜଙ୍ଗଲ ସମ୍ପଦର ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଯାଇଛି । ଏହାର କ୍ଷୟ ଜଳବାୟୁ ଉପରେ କୁପ୍ରଭାବ ପକାଉଛି । ବୃଷ୍ଟିପାତ ହ୍ରାସହେବା, ନଦୀ ଜଳ ପ୍ରବାହ ହ୍ରାସ ଓ ତଦ୍ଵଜନିତ ଜଳସେଚନ ଓ ବିଦ୍ୟୁତଶକ୍ତି ଉତ୍ପାଦନ ବାଧାପ୍ରାପ୍ତ ହେବା, ମଣିଷର ଶ୍ଵାସକ୍ରିୟାପାଇଁ ଅମ୍ଳଜାନର ଅଭାବ ଆଦି ଏହାର କୁପ୍ରଭାବ ମଧ୍ୟରୁ ଅନ୍ୟତମ ଅଟେ । ଏହାପ୍ରତି ମଣିଷ ସଚେତନଶୀଳଭାବେ କାର୍ଯ୍ୟପନ୍ଥା ଗ୍ରହଣ ନକଲେ ମଣିଷସମାଜ ସାମଗ୍ରିକଭାବେ କ୍ଷତିଗ୍ରସ୍ତ ହେବ ।

CHSE Odisha Class 12 Political Science Chapter 10 Long Answer Questions in Odia Medium

ବହୁ ପରିମାଣରେ ଉଭିଦ ଓ ପ୍ରାଣୀ ପ୍ରଜାତିର ଧ୍ୱଂସ ହେତୁ ଜୈବବିବିଧତା (Biodiversity) ରେ ବାଧା ଓ ଅସନ୍ତୁଳନ ସୃଷ୍ଟି ହେଉଛି । କ୍ରମେ ଏହି ଅବସ୍ଥା ଅଧ୍ବକ ଉତ୍କଟ ହେଉଥ‌ିବାର ତଥ୍ୟ ବିଶ୍ବ ସଂରକ୍ଷଣ ସଂଘଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି । ଜୈବିକ ବିବିଧତା ମଣିଷର ଖାଦ୍ୟ, ବାସଗୃହ ଆଦି ନିମନ୍ତେ ଏକମାତ୍ର ଆଧାର ହୋଇଥିବାରୁ ଏପରି ପରିସ୍ଥିତି ମଣିଷର ସ୍ଥିତି ନିମନ୍ତେ ପ୍ରଶ୍ନବାଚୀ ସୃଷ୍ଟି କଲାଣି । ପ୍ରାକୃତିକ ଖାଦ୍ୟସଂଗ୍ରହ, ନିର୍ଦ୍ଦିଷ୍ଟ ଜୀବଙ୍କର ଅବିଚାରିତ ଶିକାର, ଜଙ୍ଗଲୀ ପ୍ରାଣୀଙ୍କୁ ପୋଷାକରିବା, ଚିଡ଼ିଆଖାନା ପ୍ରତିଷ୍ଠା, ଡାକ୍ତରୀ ଗବେଷଣା ଆଦି କାର୍ଯ୍ୟ ଯୋଗୁଁ ଜୈବବିବିଧତା ଅସନ୍ତୁଳିତ ହୋଇ ଅବକ୍ଷୟର ସମ୍ମୁଖୀନ ହେଉଛି । ଏଣୁ ଜୈବ ବିବିଧତାର ସଂରକ୍ଷଣପାଇଁ ସଚେତନତା ସୃଷ୍ଟିସହ ଆଇନଗତ ବ୍ୟବସ୍ଥାର ଦେଶରେ ‘ଉନ୍ନୟନ କାର୍ଯ୍ୟକ୍ରମ’ ସହ ପରିବେଶ ସମସ୍ୟାର ଅଧ୍ୟୟନ ଓ କାର୍ଯ୍ୟପନ୍ଥା ଗ୍ରହଣ ସଂଯୋଜିତ ହେବାର ଆବଶ୍ୟକତା ଉପରେ ଗୁରୁତ୍ଵ ଦିଆଯାଇଛି ।

ଏଣୁ ମାନବ ଓ ତା’ର ପରିବେଶ ମଧ୍ୟରେ ସୁସନ୍ତୁଳନ ରହିବା ଆବଶ୍ୟକ । ଏଥିପାଇଁ ମଣିଷ ନିଜର ଯୁକ୍ତିଶାଳୀ ମାନବିକତାର ଉପଯୋଗ କରିବା ଉଚିତ । ପ୍ରାକୃତିକ ସମ୍ବଳର ବ୍ୟବହାର, ଜୈବବିବିଧତାର ସଂରକ୍ଷଣ, ଜନସଂଖ୍ୟା ନିୟନ୍ତ୍ରଣ, ଶକ୍ତିଉତ୍ସର ଉପଯୁକ୍ତ ପ୍ରୟୋଗ ଆଦି କ୍ଷେତ୍ରରେ ମଣିଷ ଏକ ଯୁକ୍ତିଶୀଳ ତଥା ସାମାଜିକ ଜୀବ ହିସାବରେ ବ୍ୟବହାର ପ୍ରଦର୍ଶନ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ଏଣୁ ଯଥାର୍ଥରେ କୁହାଯାଇଛି, ‘ତୁମେ ପରିବେଶର ସୁରକ୍ଷା କର; ପରିବେଶ ତୁମର ସୁରକ୍ଷା କରିବ ।”?