CHSE Odisha Class 12 Economics Chapter 10 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 10 ବଜାର Long Answer Questions.

CHSE Odisha 12th Class Economics Chapter 10 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ପୂର୍ଣ ପ୍ରତିହିତାମୂଳକ ବଜାର କାହାକୁ କୁହାଯାଏ ? ଏହାର ବୈଶିଷ୍ଟ୍ୟ ଆଲୋଚନା କରି ବିଶୁଦ୍ଧ ପ୍ରତିଯୋଗିତାଠାରୁ ଏହା କିପରି ଭିନ୍ନ ଦର୍ଶାଅ ।
Answer:
ଯେଉଁ ବଜାରରେ ଅସଂଖ୍ୟ କ୍ରେତା ଓ ବିକ୍ରେତା ଏକ ସମଜାତୀୟ ଦ୍ରବ୍ୟର କ୍ରୟ ବିକ୍ରୟରେ ଅଂଶଗ୍ରହଣ କରିଥା’ନ୍ତି, ସେହି ବଜାରକୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର କୁହାଯାଏ । ପୂର୍ଣ୍ଣ ପ୍ରତିଯୋଗିତା ବିଦ୍ୟମାନ ଥିଲେ ଜଣେ କ୍ରେତା ବା ବିକ୍ରେତା ବଜାର ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ବଜାରରେ ଦ୍ରବ୍ୟର ଦର ମୋଟ ଚାହିଦା ଓ ଯୋଗାଣ ଉପରେ ନିର୍ଭର କରେ । କୌଣସି ଉତ୍ପାଦନକାରୀ ପ୍ରଚଳିତ ବଜାର ଦରକୁ ମାନିନିଅନ୍ତି । ତାକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ । କୌଣସି ଏକ ପ୍ରତିଷ୍ଠାନ ସମ୍ମୁଖୀନ ହେଉଥିବା ଚାହିଦାରେଖା ଆନୁଭୂମିକ ସରଳରେଖାଟିଏ ହୋଇଥାଏ । ବଜାରରେ କ୍ରେତା ବିକ୍ରେତାଙ୍କ ପ୍ରବେଶ ବା ପ୍ରସ୍ଥାନ ଉପରେ କଟକଣା ନଥାଏ । କ୍ରେତା ଓ ବିକ୍ରେତାମାନେ ପ୍ରଚଳିତ ବଜାରର ପ୍ରଚଳିତ ଅବସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଥାଆନ୍ତି ।

ପୂର୍ଣ୍ଣ ପ୍ରତିଯୋଗିତା ବୈଶିଷ୍ଟ୍ୟ :
(1) ଅସଂଖ୍ୟ କ୍ରେତା ଓ ବିକ୍ରେତା – ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ବହୁସଂଖ୍ୟକ କ୍ରେତା ଓ ବିକ୍ରେତା ଥାଆନ୍ତି । ଅସଂଖ୍ୟ କ୍ରେତା ଥିବାରୁ ପ୍ରତ୍ୟେକ କ୍ରେତା ଯେଉଁ ପରିମାଣ କ୍ରୟ କରନ୍ତି ତାହା ଦ୍ରବ୍ୟଟିର ମୋଟ ଯୋଗାଣର ଏକ ସାମାନ୍ୟ ଅଂଶ ମାତ୍ର । ତେଣୁ ନିଜ କ୍ରୟର ପରିମାଣକୁ ହ୍ରାସ-ବୃଦ୍ଧି କରି ସେ ଦ୍ରବ୍ୟର ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ବଜାରରେ ପ୍ରଚଳିତ ଦରକୁ ଗ୍ରହଣ କରି ସେ କ୍ରୟର ପରିମାଣ ସ୍ଥିର କରିଥା’ନ୍ତି ।

ସେହିପରି ବହୁସଂଖ୍ୟକ ବିକ୍ରେତାଙ୍କ ଉପସ୍ଥିତି ଯୋଗୁଁ ଜଣେ ବିକ୍ରେତା ଅଧିକ ବିକ୍ରୟ କରି ବା କମ୍ କ୍ରୟ କରି ଦ୍ରବ୍ୟର ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ଜଣେ ବିକ୍ରେତାର ବିକ୍ରୟ ପରିମାଣ ମୋଟ ଯୋଗାଣର ଏକ କ୍ଷୁଦ୍ର ଅଂଶ ମାତ୍ର । ତେଣୁ ପ୍ରଚଳିତ ବଜାର ଦରରେ ତାଙ୍କୁ ବିକ୍ରୟ କରିବାକୁ ପଡ଼ିଥାଏ । ସମସ୍ତ କ୍ରେତା ଓ ବିକ୍ରେତାଙ୍କ ସମ୍ମିଳିତ ଚାହିଦା ଓ ଯୋଗାଣର ପ୍ରଭାବଦ୍ଵାରା ବଜାର ଦର ନିରୂପିତ ହୋଇଥାଏ ।

(2) ସମଜାତୀୟ ଦ୍ରବ୍ୟ – ସମ୍ପୃକ୍ତ ଦ୍ରବ୍ୟଟି ସମଜାତୀୟ ହେବା ଦରକାର । ଏହାର ବିଭିନ୍ନ ଏକକ ମଧ୍ୟରେ କୌଣସି ଗୁଣାତ୍ମକ, ଆକାରଗତ ବା ଶ୍ରେଣୀଗତ ପାର୍ଥକ୍ୟ ରହିବା ଉଚିତ ନୁହେଁ । ଦ୍ରବ୍ୟଟି ସମଜାତୀୟ ହେଲେ କ୍ରେତାମାନେ ଯେକୌଣସି ବିକ୍ରେତାଙ୍କ ନିକଟରୁ ଦ୍ରବ୍ୟଟି କ୍ରୟ କରିପାରନ୍ତି । କୌଣସି କ୍ରେତା ଦ୍ରବ୍ୟଟି ପାଇଁ ପ୍ରଚଳିତ ବଜାର ଦରଠାରୁ ଅଧିକ ଦେବାକୁ ରାଜି ହୁଅନ୍ତି ନାହିଁ ।

(3) ଅବାଧ ପ୍ରବେଶ ଓ ପ୍ରସ୍ଥାନ ଅଧିକାର – ପୂର୍ଣ୍ଣାଙ୍ଗ ପ୍ରତିଯୋଗିତାରେ ପ୍ରତିଷ୍ଠାନମାନଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ କୌଣସି ପ୍ରତିବନ୍ଧକ ନଥାଏ । ଯଦି ଉପସ୍ଥିତ ପ୍ରତିଷ୍ଠାନମାନଙ୍କୁ ଅସ୍ଵାଭାବିକ ଲାଭ ମିଳୁଥାଏ ତେବେ ନୂତନ ପ୍ରତିଷ୍ଠାନ ଉତ୍ପାଦନ କ୍ଷେତ୍ରରେ ଅବତରଣ କରିବାରେ କୌଣସି ପ୍ରତିବନ୍ଧକ ନଥାଏ । ଉପସ୍ଥିତ ପ୍ରତିଷ୍ଠାନମାନଙ୍କ ମଧ୍ୟରୁ ଯଦି କାହାକୁ କ୍ଷତି ସହିବାକୁ ହେଉଥାଏ ତେବେ ସେ ପ୍ରତିଷ୍ଠାନ ଉତ୍ପାଦନ କ୍ଷେତ୍ରରୁ ଅପସରି ଯାଇପାରନ୍ତି । ଏହା ଫଳରେ ପ୍ରତିଷ୍ଠାନମାନଙ୍କୁ ଦୀର୍ଘକାଳରେ କେବଳ ସ୍ଵାଭାବିକ ଲାଭ ମିଳିଥାଏ ।

(4) ବଜାର ସମ୍ପର୍କରେ ପୂର୍ବ ଜ୍ଞାନ – ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ, କ୍ରେତା ଓ ବିକ୍ରେତାମାନଙ୍କ ବଜାରର ବିଭିନ୍ନ ଅଂଶରେ-ପ୍ରଚଳିତ ଥିବା ଅବସ୍ଥା ସମ୍ପର୍କରେ ପୂର୍ଣ୍ଣ ଜ୍ଞାନ ଥାଏ । ଜଣେ ବିକ୍ରେତା ପ୍ରଚଳିତ ଦରଠାରୁ ଅଧିକ ଦରରେ ଦ୍ରବ୍ୟଟି ବିକ୍ରୟ କରିବାକୁ ଚେଷ୍ଟାକଲେ କୌଣସି କ୍ରେତା ତାଙ୍କ ପାଖକୁ ଯାଆନ୍ତି ନାହିଁ । ତେଣୁ ସେ ପରିଶେଷରେ ଅନ୍ୟାନ୍ୟ ବିକ୍ରେତାମାନେ ଧାର୍ଯ୍ୟ କରିଥିବା ଦରରେ ବିକ୍ରୟ କରିବାକୁ ବାଧ୍ୟ ହୁଅନ୍ତି । ସେହିପରି ବିକ୍ରେତା ମଧ୍ୟ ପ୍ରଚଳିତ ବଜାର ଦର ବିଷୟରେ ଜାଣିଥୁଲେ ତାହାଠାରୁ କମ୍ ଦରରେ ଦ୍ରବ୍ୟ ବିକ୍ରୟ କରନ୍ତି ନାହିଁ ।

(5) ଉତ୍ପାଦନ ସାଧନମାନଙ୍କ ପୂର୍ଣ୍ଣ ଗତିଶୀଳତା – ଉତ୍ପାଦନ ସାଧନର ଏକକଗୁଡ଼ିକର ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଏବଂ ଗୋଟିଏ ବୃତ୍ତିରୁ ଅନ୍ୟ ବୃତ୍ତିକୁ ଗତି କରିବାରେ କୌଣସି ବାଧା ନଥାଏ । ଏହାଫଳରେ ପ୍ରତ୍ୟେକ ସାଧନର ପ୍ରତ୍ୟେକ ଏକକକୁ ସମାନ ପାରିତୋଷିକ ମିଳିଥାଏ ।

CHSE Odisha Class 12 Economics Chapter 10 Long Answer Questions in Odia Medium

(6) ପରିବହନ ପରିବ୍ୟୟର ଅନୁପସ୍ଥିତି – ପୂର୍ଣ୍ଣାଙ୍ଗ ବଜାରର ଅନ୍ୟ ଏକ ସର୍ଭ ହେଲା ପରିବହନ ପରିବ୍ୟୟର ଅନୁପସ୍ଥିତି । ବଜାରର ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଦ୍ରବ୍ୟକୁ ସ୍ଥାନାନ୍ତରିତ କରିବାପାଇଁ କୌଣସି ପରିବହନ ଖର୍ଚ୍ଚ ଲାଗେନାହିଁ । ଏହା କ୍ରେତା ଓ ବିକ୍ରେତାଙ୍କ ସାମୀପ୍ୟ ଓ ନିବିଡ଼ ସମ୍ପର୍କ ଯୋଗୁଁ ସମ୍ଭବପର ହୁଏ । ଏହା ହେଲେ କ୍ରେତାମାନେ ବଜାରର ଯେକୌଣସି ଅଂଶରୁ ଦ୍ରବ୍ୟ କ୍ରୟ କରିପାରନ୍ତି ଏବଂ ନିର୍ଦ୍ଦିଷ୍ଟ ଦ୍ରବ୍ୟ ପାଇଁ ଗୋଟିଏ ମାତ୍ର ଦର ପ୍ରଚଳିତ ହୋଇଥାଏ ।

ଅର୍ଥଶାସ୍ତ୍ରରେ ଅନେକ ସମୟରେ ବିଶୁଦ୍ଧ ପ୍ରତିଯୋଗିତା ଓ ପୂର୍ଣ୍ଣ ପ୍ରତିଯୋଗିତା ମଧ୍ଯରେ ପାର୍ଥକ୍ୟ ଆଲୋଚିତ ହୋଇଥାଏ । ବଜାରରେ ପ୍ରଥମ ତିନୋଟି ବୈଶିଷ୍ଟ୍ୟ ବିଦ୍ୟମାନ ଥିଲେ ତାହାକୁ ବିଶୁଦ୍ଧ ପ୍ରତିଯୋଗିତା କୁହାଯାଏ । ପ୍ରଥମ ତିନୋଟି ବ୍ୟତୀତ ଅନ୍ୟ ବୈଶିଷ୍ଟ୍ୟଗୁଡ଼ିକ ଉପସ୍ଥିତ ଥିଲେ ଯାଇ ପୂର୍ଣ ପ୍ରତିଯୋଗିତାମୂଳକ ଅବସ୍ଥା ସୃଷ୍ଟି ହୁଏ । ତେଣୁ ବିଶୁଦ୍ଧ ପ୍ରତିଯୋଗିତା ଅପେକ୍ଷା ପୂର୍ଣ୍ଣ ପ୍ରତିଯୋଗିତା ଅଧ୍ବକ ବ୍ୟାପକ ଅଟେ ।

କୃଷିକାର୍ଯ୍ୟରେ କିଛି ପରିମାଣରେ ବିଶୁଦ୍ଧ ପ୍ରତିଯୋଗିତାମୂଳକ ଅବସ୍ଥା ଦୃଷ୍ଟିଗୋଚର ହୁଏ । କୃଷକମାନେ ଏକ ନିର୍ଦ୍ଦିଷ୍ଟ ପ୍ରକାର, IR-8 ଧାନ ଚାଷ କରି ତାହାକୁ ବଜାରରେ ପ୍ରଚଳିତ ଦରରେ ବିକ୍ରୟ କରିଥା’ନ୍ତି । କିନ୍ତୁ ପ୍ରକୃତ ବଜାରରେ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ଅବସ୍ଥା କ୍ଵଚିତ୍ର ଦେଖିବାକୁ ମିଳେ । ତଥାପି ଧାରଣାଟିର ତାତ୍ତ୍ଵିକ ତାତ୍ପର୍ଯ୍ୟ ରହିଛି ।

2. ଏକାଧିକାର ବ୍ୟବସାୟ (ବଜାର) କହିଲେ କ’ଣ ବୁଝାଯାଏ ? ଏହାର ବୈଶିଷ୍ଟ୍ୟଗୁଡ଼ିକ କ’ଣ ? ଏହା କିପରି ପୂର୍ଣ୍ଣାଙ୍ଗ ବଜାରଠାରୁ ପୃଥକ୍ ?
Answer:
ଏକଚାଟିଆ ବ୍ୟବସାୟ ଅନ୍ୟ ଏକପ୍ରକାର ଅପୂର୍ଣ୍ଣ ପ୍ରତିଯୋଗିତା । ଯେଉଁ ବଜାରରେ ଜଣେମାତ୍ର ବିକ୍ରେତା ବା ଉତ୍ପାଦନକାରୀ ସମସ୍ତ ବଜାରଟିକୁ ନିୟନ୍ତ୍ରଣ କରିଥା’ନ୍ତି, ତାହାକୁ ଏକଚାଟିଆ ବଜାର କୁହାଯାଏ । ଏକଚାଟିଆ ବଜାରରେ ବିକ୍ରେତା ଏପରି ଏକ ଦ୍ରବ୍ୟ ବିକ୍ରୟ କରନ୍ତି ଯାହାର କୌଣସି ନିକଟ ବିକଳ୍ପ ନଥାଏ । ଫଗୁଁସନ୍‌ଙ୍କ ଭାଷାରେ, ‘‘ଯେତେବେଳେ ବଜାରରେ ଜଣେମାତ୍ର ଉତ୍ପାଦନକାରୀ ଥା’ନ୍ତି ଏବଂ ପ୍ରତ୍ୟକ୍ଷ ପ୍ରତିଯୋଗିତା ନଥାଏ, ସେତେବେଳେ ବିଶୁଦ୍ଧ ଏକାଧ୍ୟାକାର ବ୍ୟବସାୟର ଆତ୍ମପ୍ରକାଶ ହୁଏ ।

ଉପରୋକ୍ତ ସଂଜ୍ଞାର ଅନୁଶୀଳନରୁ ଜଣାଯାଏ ଯେ, ବଜାରରେ କୌଣସି ଗୋଟିଏ ଦ୍ରବ୍ୟର ଜଣେ ବିକ୍ରେତା ଥିବା ଅନୁଷ୍ଠାନକୁ ଏକାଧିକାର ବ୍ୟବସାୟ କୁହାଯାଏ । ଉତ୍ପାଦିତ ଦ୍ରବ୍ୟର କୌଣସି ପ୍ରତିସ୍ଥାପକ ଦ୍ରବ୍ୟ ନଥାଏ ଏବଂ ସେପ୍ରକାର ବଜାରକୁ ଅନ୍ୟ କେହି ପ୍ରବେଶ କରିବା ଉପରେ ପ୍ରତିବନ୍ଧକ ଥାଏ । ଦ୍ରବ୍ୟ ଯୋଗାଣ ବିକ୍ରେତାଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥାଏ । ଉତ୍ପାଦନକାରୀ ଅନ୍ୟ ଉତ୍ପାଦନକାରୀଙ୍କ ପ୍ରତିକ୍ରିୟାକୁ ନନେଇ ଦ୍ରବ୍ୟର ଦାମ୍ ନିର୍ଦ୍ଧାରଣ କରିଥା’ନ୍ତି । ଏହି କାରଣରୁ ଏକାଧିକାରୀ ବ୍ୟବସାୟୀଙ୍କୁ ଦାମ୍ ସର୍ଜନକାରୀ କୁହାଯାଏ ।

(1) ଜଣେ ମାତ୍ର ବିକ୍ରେତା – ଏକଚାଟିଆ ବଜାରରେ ଜଣେ ମାତ୍ର ବିକ୍ରେତା ବା ଉତ୍ପାଦନକାରୀ ଅଂଶଗ୍ରହଣ କରିଥା’ନ୍ତି । ସମସ୍ତ ବଜାର ଉପରେ ତାଙ୍କର ନିୟନ୍ତ୍ରଣ ଥାଏ । ସେ ଯେଉଁ ଦ୍ରବ୍ୟ ବା ସେବା ବିକ୍ରୟ କରନ୍ତି ତାହାର ଯୋଗାଣ ଉପରେ ତାଙ୍କର ପ୍ରଭୃତ ନିୟନ୍ତ୍ରଣ ଥାଏ । ଏକଚାଟିଆ ବ୍ୟବସ୍ଥାରେ ଉତ୍ପାଦନକାରୀ ପ୍ରତିଷ୍ଠାନ ଓ ଶିଳ୍ପ ମଧ୍ୟରେ କୌଣସି ପ୍ରଭେଦ ନଥାଏ । ଗୋଟିଏ ମାତ୍ର ଉତ୍ପାଦନ ସଂସ୍ଥା ସମଗ୍ର ଶିଳ୍ପର ଆକାର ପରିଗ୍ରହଣ କରେ ।

(2) ପ୍ରତିସ୍ଥାପକ ଦ୍ରବ୍ୟର ଅନୁପସ୍ଥିତି – ଜଣେ ବିଶୁଦ୍ଧ ଏକାଧିକାରୀ ପ୍ରତିଷ୍ଠାନ ଉତ୍ପାଦନ କରୁଥିବା ଦ୍ରବ୍ୟର କୌଣସି ଫଳପ୍ରଦ ପ୍ରତିବଦଳ ଦ୍ରବ୍ୟ ନ ଥିବାରୁ ଉତ୍ପାଦନକାରୀ ଦ୍ରବ୍ୟର ଦାମ୍ ନିର୍ଦ୍ଦରେ ସ୍ଥିର କରିଥା’ନ୍ତି । ତଥାପି ଦାମ୍ ସ୍ଥିର କରିବାରେ ସେ ମନମୁଖୀ ହୋଇ କାର୍ଯ୍ୟକରନ୍ତି ନାହିଁ । ସୁତରାଂ ତାଙ୍କୁ ଜଣେ ମୁକୁଟବିହୀନ ରାଜ୍ୟର ମାନ୍ୟତା ମିଳିଥାଏ ।

(3) ପ୍ରବେଶ ପଥରେ ପ୍ରତିବନ୍ଧକ – ଏକାଧ୍ୟାକାର ବଜାରକୁ ନୂତନ ପ୍ରତିଷ୍ଠାନମାନେ ଅବାଧରେ ପ୍ରବେଶ କରିପାରନ୍ତି ନାହିଁ । ତାଙ୍କୁ ପ୍ରତିଯୋଗିତାରୁ ସୁରକ୍ଷା ଦେବାପାଇଁ କେତେକ ଆଇନଗତ ବ୍ୟବସ୍ଥା ରହିଥାଏ । ସୁତରାଂ ଏକାଧିକାରୀ ଉତ୍ପାଦନକାରୀଙ୍କର କୌଣସି ପ୍ରତିଦ୍ବନ୍ଦୀ ନଥିବା କୁହାଯାଏ ।

(4) ବିକ୍ରୟ ବାବଦ ଖର୍ଜ – ଏକାଧିକାରୀ ବ୍ୟବସାୟୀ ନିଜ ଉତ୍ପାଦିତ ଦ୍ରବ୍ୟର ବଜାରକୁ ବ୍ୟାପକ ଲୋକପ୍ରିୟ କରିବାପାଇଁ ପ୍ରଚାର ଓ ବିଜ୍ଞାପନ ବାବଦରେ କିଛି ଖର୍ଚ୍ଚ କରନ୍ତି । ଏପରି ଖର୍ଚ୍ଚକୁ ବିକ୍ରୟ ବାବଦ ଖର୍ଚ୍ଚ କୁହାଯାଏ ଯାହାର ଅନ୍ୟନାମ ହେଉଛି ଶିକ୍ଷାମୂଳକ ବିକ୍ରୟ ପରିବ୍ୟୟ ।

(5) ଅବାଧ ଦାମ୍ ନିର୍ଦ୍ଧାରଣ- ଏକାଧିକାରୀ ବ୍ୟବସାୟୀ ଦ୍ରବ୍ୟର ଦାମ୍ ନିର୍ଦ୍ଧାରଣ କରିବାରେ ଅନ୍ୟାନ୍ୟ ପ୍ରତିବନ୍ଧକରୁ ମୁକ୍ତ ରହିଥା’ନ୍ତି । ସେ ହେଉଛନ୍ତି ତାଙ୍କ ଦ୍ରବ୍ୟର ଦାମ୍‌ନିୟନ୍ତା । ଉପଭୋକ୍ତା ଓ କ୍ରେତାଗଣ ବିକଳ୍ପ ପନ୍ଥାରହିତ ହୋଇ ସେହି ନିର୍ଦ୍ଧାରିତ ଦାମ୍ଭିକୁ ଗ୍ରହଣ କରିଥା’ନ୍ତି । ଦାମ୍ ନିର୍ଦ୍ଧାରଣ କଲାବେଳେ କମ୍ ଦାମ୍‌ରେ ଅଧ‌ିକ ବିକ୍ରୟ କରିପାରିବା ଏବଂ ଦାମ୍ ବୃଦ୍ଧିକରି ଦ୍ରବ୍ୟ ଯୋଗାଣ ସଂକୋଚନ କରିବା ବିଷୟରେ ଏକାଧିକାରୀ ବ୍ୟବସାୟୀ ସଚେତନ ଥା’ନ୍ତି ।

(6) ବିଭେଦମୂଳକ ଦାମ୍ – ବିଭେଦମୂଳକ ଦାମ୍ ପ୍ରଚଳନ କେବଳ ଏକାଧିକାରୀ ବ୍ୟବସାୟ କ୍ଷେତ୍ରରେ ସମ୍ଭବ ହୋଇଥାଏ । ବିଭେଦମୂଳକ ଦାମ୍ କହିଲେ ଭିନ୍ନ ଭିନ୍ନ କ୍ରେତାଙ୍କଠାରୁ ସମାନ ଦ୍ରବ୍ୟ ପାଇଁ ଭିନ୍ନ ଭିନ୍ନ ଦାମ୍ ନେବା ଅଥବା ଭିନ୍ନ ଭିନ୍ନ ଦ୍ରବ୍ୟ ପାଇଁ ଏକପ୍ରକାର ଦାମ୍ ନେବା । ବିଭେଦମୂଳକ ଦାମ୍ ପ୍ରଚଳନ କରିବା ଉଦ୍ଦେଶ୍ୟ ହେଉଛି ଲାଭାଂଶକୁ ସର୍ବାଧ‌ିକ କରିବା ।

(7) ସମଜାତୀୟ ଚାହିଦା ରେଖା – ଏକାଧିକାର ବ୍ୟବସାୟରେ ଜଣେ ମାତ୍ର ବିକ୍ରେତା ଥିବା କାରଣରୁ ସବୁ କ୍ରେତାଙ୍କର ଚାହିଦା ରେଖା ମିଶ୍ରଣରେ ଯେଉଁ ମୋଟ ଚାହିଦା ରେଖା ସୃଷ୍ଟି ହୁଏ ତାହାକୁ ଏକାଧିକାରୀଙ୍କ ଚାହିଦା ରେଖା କୁହାଯାଏ । ଏକ ସ୍ଵାଭାବିକ ଚାହିଦା ରେଖା ବାମରୁ ଡାହାଣକୁ ନିମ୍ନୋବନତ ହୋଇଥାଏ ଯେଉଁଥୁରୁ ସୂଚନା ମିଳେ ଯେ, ଜଣେ ବିକ୍ରେତା ଦାମ୍ ହ୍ରାସ କରି ଅଧ୍ବକ ବିକ୍ରୟ କରିପାରନ୍ତି ଏବଂ ଦାମ୍ ବୃଦ୍ଧି କରି କମ୍ ବିକ୍ରୟ କରିବାକୁ ଚାହାଁନ୍ତି । ଚାହିଦା ରେଖା ଏକାଧିକାରୀ ବ୍ୟବସାୟୀଙ୍କ ପାଇଁ ହାରାହାରି ଆୟରେଖା ସ୍ଵରୂପ ଉପସ୍ଥାପନ ହୋଇଥାଏ ।

ଏକାଧିକାର ବଜାର ଓ ପୂର୍ବପ୍ରତିଯୋଗିତାମୂଳକ ବଜାର ମଧ୍ଯରେ ନିମ୍ନ ପାର୍ଥକ୍ୟଗୁଡ଼ିକ ପରିଲକ୍ଷିତ ହୋଇଥାଏ ।

ଏକାଧିକାର ବଜାର ପୂର୍ଣ ପ୍ରତିଯୋଗିତାମୂଳକ ବଜାର
(1) ବଜାରରେ ବିକ୍ରୟ ହେଉଥିବା ଦ୍ରବ୍ୟର ଯୋଗାଣ ଜଣେ  ବ୍ୟକ୍ତିଙ୍କଦ୍ବାରା ନିୟନ୍ତ୍ରିତ ହୋଇଥାଏ । (1) ଦ୍ରବ୍ୟ ଯୋଗାଣ ଶିଳ୍ପ ଅନ୍ତର୍ଗତ ବହୁ ପ୍ରତିଷ୍ଠାନଦ୍ଵାରା ନିୟନ୍ତ୍ରିତ
ହୋଇଥାଏ ।
(2) ଏକାଧିକାରୀ ବ୍ୟବସାୟୀ ଦାମ୍‌ର ନିୟନ୍ତା ହୋଇଥିବାରୁ ଦ୍ରବ୍ୟର ଦାମ୍ ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ହୋଇଥାଏ । (2) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦ୍ରବ୍ୟର ଦାମ୍ ସ୍ଥିର ରହିଥାଏ । କାରଣ କୌଣସି ବିକ୍ରେତା ବ୍ୟକ୍ତିଗତ ପ୍ରଚେଷ୍ଟାରେ ଦାମ୍ ପରିବର୍ତ୍ତନ କରିବାକୁ ଅକ୍ଷମ ହୋଇଥା’ନ୍ତି । ବଜାରରେ ପ୍ରଚଳିତ ଦାମ୍‌ କୁ ପ୍ରତିଷ୍ଠାନମାନେ ଅନୁସରଣ କରିଥା’ନ୍ତି ।
(3) ଦାମ୍ ହ୍ରାସ – ବୃଦ୍ଧି କରି ବିକ୍ରେତା ଯୋଗାଣକୁ ପ୍ରଭାବିତ କରନ୍ତି । (3) ବିକ୍ରେତା ଯୋଗାଣ ବୃଦ୍ଧି କରି ପ୍ରଚଳିତ ଦାମ୍‌ କୁ କରନ୍ତି ।
(4) ଏକପ୍ରକାର ବଜାରରେ ଭିନ୍ନ କ୍ରେତାଙ୍କଠାରୁ ଭିନ୍ନ ଭିନ୍ନ ଦାମ୍ ନିଆଯାଇପାରେ । (4) ସମସ୍ତଙ୍କ ପାଇଁ ଗୋଟିଏ ଦାମ୍ ପ୍ରଚଳନ ହେଉଥିବାରୁ ବିଭେଦମୂଳକ ଦାମ୍ ଆଦାୟ କରିବା ସମ୍ଭବପର ନୁହେଁ ।
(5) ଦ୍ରବ୍ୟର ପ୍ରତି ସ୍ଥାପନ ଦ୍ରବ୍ୟ ନ ଥିବାରୁ ଚାହିଦା ସ୍ଥିତିସ୍ଥାପକତା ବଜାରରେ ଶୂନ୍ୟ ବିବେଚିତ ହୁଏ । (5) ନିକଟ ପ୍ରତିବଦଳ ଦ୍ରବ୍ୟର ଉପସ୍ଥିତି ଯୋଗୁଁ ବଜାରରେ ଦ୍ରବ୍ୟର ଚାହିଦା ସ୍ଥିତିସ୍ଥାପକତା ଅସୀମ ହୋଇଥାଏ ।
(6) ପ୍ରତିଷ୍ଠାନ ଓ ଶିଳ୍ପ ମଧ୍ୟରେ ପାର୍ଥକ୍ୟ ନ ଥାଏ । (6) ଏକ ଶିଳ୍ପରେ ଅନେକଗୁଡ଼ିଏ ପ୍ରତିଷ୍ଠାନ ଅନ୍ତର୍ଭୁକ୍ତ ହୋଇଥିବାରୁ ପ୍ରତିଷ୍ଠାନ ଓ ଶିଳ୍ପ ମଧ୍ୟରେ ପାର୍ଥକ୍ୟ ବିଚାର ରହିଥାଏ ।
(7) ପ୍ରଚଳିତ ଦାମ୍ ଉତ୍ପାଦନ ପରିବ୍ୟୟଠାରୁ ଅଧିକ ହୋଇପାରେ, ଯାହାଫଳରେ ପ୍ରତିଷ୍ଠାନକୁ ଦୀର୍ଘକାଳୀନ ଅସ୍ଵାଭାବିକ ଲାଭ ମିଳିପାରେ । (7) ଦାମ୍ ଉତ୍ପାଦନ ପରିବ୍ୟୟ ସହିତ ସମାନ ହୋଇଥୁବାରୁ ପ୍ରତିଷ୍ଠାନମାନକୁ ଦୀର୍ଘକାଳରେ କେବଳ ସ୍ଵାଭାବିକ ଲାଭ ମିଳିଥାଏ ।

CHSE Odisha Class 12 Economics Chapter 10 Long Answer Questions in Odia Medium

3. ପୂର୍ଣ୍ଣାଙ୍ଗ ପ୍ରତିଯୋଗିତାରେ କିପରି ଦାମ୍ ନିର୍ଦ୍ଧାରଣ କରାଯାଏ ?
Answer:
ଯେଉଁ ବଜାରରେ ଅସଂଖ୍ଯ କ୍ରେତା-ବିକ୍ରେତା ଏକ ସମଜାତୀୟ ଦ୍ରବ୍ୟର କ୍ରୟ-ବିକ୍ରୟରେ ଅଂଶଗ୍ରହଣ କରିଥା’ନ୍ତି, ସେହି ବଜାରକୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର କୁହାଯାଏ । ପୂର୍ଣ୍ଣ ପ୍ରତିଯୋଗିତା ବିଦ୍ୟମାନ ଥିଲେ, ଜଣେ କ୍ରେତା ବା ବିକ୍ରେତା ବଜାର ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ବଜାରରେ ଦ୍ରବ୍ୟର ଦର ମୋଟ ଚାହିଦା ଓ ଯୋଗାଣ ଉପରେ ନିର୍ଭର କରେ । କୌଣସି ଉତ୍ପାଦନକାରୀ ପ୍ରଚଳିତ ବଜାର ଦରକୁ ମାନି ନିଅନ୍ତି । ତାକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ । କୌଣସି ଏକ ପ୍ରତିଷ୍ଠାନ ସମ୍ମୁଖୀନ ହେଉଥ‌ିବା ଚାହିଦା ରେଖା ଆନୁଭୂମିକ ସରଳରେଖାଟିଏ ହୋଇଥାଏ । ବଜାରରେ କ୍ରେତା-ବିକ୍ରେତାଙ୍କ ପ୍ରବେଶ ବା ପ୍ରସ୍ଥାନ ଉପରେ କଟକଣା ନଥାଏ । କ୍ରେତା ଓ ବିକ୍ରେତାମାନେ ପ୍ରଚଳିତ ବଜାରର ପ୍ରଚଳିତ ଅବସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଥାଆନ୍ତି ।

ପ୍ରତ୍ୟେକ କ୍ରେତା କ୍ରୟ କରୁଥିବା ପରିମାଣ ଏବଂ ବିକ୍ରେତା ବିକ୍ରି କରୁଥିବା ପରିମାଣ ଏତେ କମ୍ ହୋଇଥାଏ ଯେ ସେମାନଙ୍କ ମଧ୍ୟରୁ କେହି ହେଲେ ବ୍ୟକ୍ତିଗତଭାବେ ବଜାରରେ ପ୍ରଚଳିତ ଦାମ୍କୁ ପ୍ରଭାବିତ କରିପାରନ୍ତି ନାହିଁ । କାରଣ ପ୍ରଚଳିତ ଦାମ୍ ବଜାରର ସାମଗ୍ରିକ ଚାହିଦା ଏବଂ ଯୋଗାଣର ପାରସ୍ପରିକ କ୍ରିୟାଦ୍ବାରା ନିରୂପିତ ହୋଇଥାଏ । ଏହିପରି ଭାବରେ ସ୍ଥିରୀକୃତ ଦାମ୍ ସହିତ ପ୍ରତ୍ୟେକ ବିକ୍ରେତା ତାଙ୍କ ଉତ୍ପାଦର ତାଳମେଳ କରିଥା’ନ୍ତି ଏବଂ ପ୍ରତ୍ୟେକ କ୍ରେତା ତାଙ୍କର କ୍ରୟ ପରିମାଣ ମେଳ କରିଥା’ନ୍ତି । ବିଭିନ୍ନ ପ୍ରତିଷ୍ଠାନ ବିକ୍ରି କରୁଥିବା ଦ୍ରବ୍ୟ ସଦୃଶ ଏବଂ ସମଜାତୀୟ ହୋଇଥାଏ । ପୂର୍ଣ୍ଣାଙ୍ଗ ପ୍ରତିଯୋଗିତାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଯେ, ପ୍ରତିଷ୍ଠାନମାନଙ୍କର ବଜାରକୁ ପ୍ରବେଶ କରିବା ଏବଂ ବଜାରରୁ ପ୍ରସ୍ଥାନ ହେବା ଅବାଧ ହୋଇଥାଏ । ବଜାର ସମ୍ପର୍କରେ କ୍ରେତା ଓ ବିକ୍ରେତାଙ୍କର ପୂର୍ଣଜ୍ଞାନ ଥାଏ । ଏହି ପ୍ରକାର ବଜାର ବ୍ୟବସ୍ଥାରେ ପରିବହନ ବାବଦ ଖର୍ଚ୍ଚ ଏବଂ ବିଜ୍ଞାପନ ବାବଦ ଖର୍ଚ୍ଚ କରିବାକୁ ପଡ଼ି ନ ଥାଏ ।

ଦ୍ରବ୍ୟର ଦାମ୍ କିପରି ନିର୍ଦ୍ଧାରିତ ହୁଏ, ସେ ବିଷୟରେ ଅର୍ଥଶାସ୍ତ୍ରୀମାନଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଯାଇଥିଲା । କେତେକଙ୍କ ମତରେ, ଦ୍ରବ୍ୟର ଦାମ୍ ଦ୍ରବ୍ୟର ଉପାଦେୟତା ଉପରେ ନିର୍ଭର କରେ । ଜେଭେନ୍ସ ଏବଂ ଅଷ୍ଟ୍ରିଆର କେତେକ ଅର୍ଥଶାସ୍ତ୍ରୀ ମତପୋଷଣ କରିଥିଲେ ଯେ ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା ଓ ଦାମ୍ ସମାନ ହେଲା ପର୍ଯ୍ୟନ୍ତ ଉପଭୋକ୍ତା ଦ୍ରବ୍ୟ କ୍ରୟ କରୁଥା’ନ୍ତି । ସମସ୍ତ ଉପଭୋକ୍ତାଙ୍କର ଚାହିଦାର ସମଷ୍ଟି ଉକ୍ତ ଦାମ୍‌ରେ ମୋଟ ଚାହିଦା ସୂଚିତ କରେ । ଅତଏବ ଦ୍ରବ୍ୟର ଦାମ୍ ଦ୍ରବ୍ୟର ଉପାଦେୟତାଦ୍ୱାରା ନିରୂପଣ କରାଯାଏ ।

ଅନ୍ୟ କେତେକଙ୍କ ମତରେ, ଦ୍ରବ୍ୟର ଦାମ୍ ଉତ୍ପାଦନ ପରିବ୍ୟୟଦ୍ୱାରା ନିରୂପିତ ହୁଏ । ପ୍ରାନ୍ତୀୟ ପରିବ୍ୟୟ ଓ ଦାମ୍ ସମାନ ହେବା ଅବସ୍ଥାରେ ଉତ୍ପାଦନକାରୀ ସର୍ବାଧିକ ଲାଭ ପାଇଥାଆନ୍ତି ! କାରଣ ଯେଉଁ ପରିମାଣ ଦ୍ରବ୍ୟ ଉତ୍ପନ୍ନ କଲେ ପ୍ରାନ୍ତୀୟ ପରିବ୍ୟୟ ଦାମ୍ ସହିତ ସମାନ ହୁଏ, ଉତ୍ପାଦନକାରୀ ସେହି ପରିମାଣ ଦ୍ରବ୍ୟ ଉତ୍ପନ୍ନ କରନ୍ତି ।

ଅଧ୍ୟାପକ ମାର୍ଶାଲ୍ ଏହି ଦୁଇ ମତବାଦ ମଧ୍ୟରେ ସମନ୍ଵୟ ସ୍ଥାପନ କରି ମତ ଦେଇଛନ୍ତି ଯେ ଦାମ୍ ନିର୍ଦ୍ଧାରଣରେ ଚାହିଦା ଓ ଯୋଗାଣ ଉଭୟର ଗୁରୁତ୍ଵ ରହିଛି । ଚାହିଦା ଓ ଯୋଗାଣ ଉଭୟଙ୍କର ସହଯୋଗରେ ଦାମ୍ ନିର୍ଦ୍ଧାରିତ ହୁଏ ଏବଂ ଯେପର୍ଯ୍ୟନ୍ତ ସେମାନେ ଅପରିବର୍ତ୍ତିତ ରହନ୍ତି, ସେତେବେଳ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଦାମ୍ ପ୍ରଚଳିତ ହୋଇଥାଏ ।

ବର୍ତ୍ତମାନ ଚାହିଦା ଓ ଯୋଗାଣ ସାହାଯ୍ୟରେ କିପରି ଦାମ୍ ନିର୍ଦ୍ଧାରଣ ହୁଏ ଏହା ନିମ୍ନରେ ଆଲୋଚନା କରାଯାଇଛି । ଚାହିଦା ପାର୍ଶ୍ବ – କ୍ରେତାମାନଙ୍କ ତରଫରୁ ଚାହିଦାର ପରିପ୍ରକାଶ ହୁଏ । ଦ୍ରବ୍ୟର ଉପଯୋଗିତା ଥିବାରୁ ତାହାର ଚାହିଦା ସୃଷ୍ଟି ହୁଏ । କ୍ରେତାଗଣ ଦ୍ରବ୍ୟଟି ପାଇଁ କେଉଁ ଦାମ୍ ଅର୍ପଣ କରିବେ, ତାହା ଦ୍ରବ୍ୟରୁ ମିଳୁଥିବା ପ୍ରାନ୍ତୀୟ ଉପଯୋଗିତା ସୂତ୍ରରୁ ଜଣାପଡ଼େ । ଗୋଟିଏ ଦ୍ରବ୍ୟ ଅଧ୍ଵକରୁ ଅଧ୍ଵ ଲାଭ କଲେ ଅତିରିକ୍ତ ଏକକରୁ ମିଳୁଥିବା ପ୍ରାନ୍ତୀୟ ଉପଯୋଗିତା ହ୍ରାସ ହୁଏ । ତେଣୁ କ୍ରେତା ଦ୍ରବ୍ୟର ଦାମ୍ କମ୍ ହେଲେ ଅଧ‌ିକ କ୍ରୟ କରିଥା’ନ୍ତି । ଏହା ହେଉଛି ଚାହିଦା ସୂତ୍ରର ମୂଳଭିଭି । ଏହି ସୂତ୍ର ଉପରେ ଭିଭିକରି ବିଭିନ୍ନ ଦାମ୍‌ରେ କ୍ରୟ ହେଉଥ‌ିବା ଦ୍ରବ୍ୟ ପରିମାଣକୁ ସୂଚାଇବାପାଇଁ ଏକ ଚାହିଦା ସୂଚୀ ପ୍ରସ୍ତୁତ କରାଯାଇପାରେ ।

ନିମ୍ନଲିଖୂତ ସାରଣୀରେ ବିଭିନ୍ନ ଦାମ୍‌ରେ ଆମ୍ବର ଚାହିଦା ଦର୍ଶାଯାଇଛି ।
ଚାହିଦା ସୂଚୀ

ଆମ୍ବର କି.ଗ୍ରା.ପ୍ରତି ଦାମ୍ (ଟଙ୍କାରେ) ଆମ୍ବର ଚାହିଦା ପରିମାଣ (କି.ଗ୍ରା.ରେ)
5.00 200
4.00 300
3.00 400
2.00 500

ଉପରୋକ୍ତ ସାରଣୀରୁ ପ୍ରତୀୟମାନ ହୁଏ ଯେ ଆମ୍ବର କିଲୋଗ୍ରାମ୍ ପ୍ରତି ଦାମ୍ ହ୍ରାସ ପାଇବାରୁ ଏହାର ଚାହିଦାର ପରିମାଣ ବୃଦ୍ଧି ପାଇଛି । ଦାମ୍ ଓ ଚାହିଦାର ପରିମାଣ ମଧ୍ଯରେ ଥ‌ିବା ବିପରୀତମୁଖୀ ସମ୍ପର୍କ ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନ କରାଯାଇପାରେ ।

CHSE Odisha Class 12 Economics Chapter 10 Long Answer Questions in Odia Medium 1

ଉପରୋକ୍ତ ଚିତ୍ରରେ ‘DD’ ଚାହିଦା ଲେଖା ଅଟେ ଯାହା ବାମରୁ ଡାହାଣକୁ ନିମ୍ନଗାମୀ ହୋଇଛି । ତେଣୁ ଦ୍ରବ୍ୟର ଦାମ୍ ଓ ଏହାର ଚାହିଦାର ପରିମାଣ ମଧ୍ଯରେ ଥିବା ବିପରୀତମୁଖୀ ସମ୍ପର୍କ ସୂଚିତ ହୋଇଛି ।

ଯୋଗାଣ ପାର୍ଶ୍ବ – ଏକ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ଦାମ୍‌ରେ ବଜାରକୁ ବିକ୍ରୟ ପାଇଁ ଅର୍ପିତ କୌଣସି ଏକ ଦ୍ରବ୍ୟର ପରିମାଣକୁ ଯୋଗାଣ କୁହାଯାଏ । ଦ୍ରବ୍ୟର ଯୋଗାଣ ଏହାର ପରିବ୍ୟୟ ଉପରେ ନିର୍ଭର କରେ । ତେଣୁ ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଏହାର ଯୋଗାଣ ବୃଦ୍ଧି ପାଏ, କାରଣ ଯୋଗାଣ ବୃଦ୍ଧିଜନିତ ପରିବ୍ୟୟ ବୃଦ୍ଧି ଦାମ୍ ବୃଦ୍ଧିଦ୍ୱାରା ଭରଣା କରାଯାଇପାରେ । ଯୋଗାଣ ସୂତ୍ର, ଦ୍ରବ୍ୟର ଦାମ୍ ଓ ଏହାର ଯୋଗାଣର ପରିମାଣ ମଧ୍ଯରେ ଥିବା ପ୍ରତ୍ୟକ୍ଷ ସମ୍ପର୍କକୁ ସୂଚିତ କରେ ଅର୍ଥାତ୍ ଉଚ୍ଚ ଦାମ୍‌ରେ ଯୋଗାଣ ଅଧିକ ହୋଇଥିବାବେଳେ କମ୍ ଦାମ୍‌ରେ ଯୋଗାଣ ସ୍ଵଳ୍ପ ହୋଇଥାଏ । ଏହା ନିମ୍ନୋକ୍ତ ଯୋଗାଣ ସୂଚୀଦ୍ଵାରା ପ୍ରତିଫଳିତ ହୋଇଥାଏ ।

ଯୋଗାଣ ସୂଚୀ

ଆମ୍ବର କିଲୋପ୍ରତି
ଦାମ୍ (ଟଙ୍କାରେ)
ଆମ୍ବର ଯୋଗାଣ
ପରିମାଣ (କି.ଗ୍ରା.ରେ)
5.00 600
4.00 500
3.00 400
2.00 200

CHSE Odisha Class 12 Economics Chapter 10 Long Answer Questions in Odia Medium 2

ଉପରୋକ୍ତ ସୂଚୀରୁ ପ୍ରତୀୟମାନ ହୁଏ ଯେ, ଆମ୍ବର କିଲୋଗ୍ରାମ୍ ପ୍ରତି ଦାମ୍ ଟ. 5.00 ରୁ ଟ.2.00 କୁ କ୍ରମାଗତଭାବେ ହ୍ରାସ ପାଉଥ‌ିବାରୁ ଏହାର ଯୋଗାଣ 600 କି.ଗ୍ରା.ରୁ 200 କି.ଗ୍ରା.କୁ ହ୍ରାସ ପାଇଛି । ଏହି ଅଭିଧାରଣା ରେଖାଚିତ୍ର ସାହାଯ୍ୟରେ ଦର୍ଶାଯାଇପାରେ ।

ଉପରୋକ୍ତ ଚିତ୍ରରେ ଯୋଗାଣ ସୂଚୀର ଜ୍ୟାମିତିକ ପରିପ୍ରକାଶ କରାଯାଇଛି । ଦ୍ରବ୍ୟର ଦାମ୍‌ର ହ୍ରାସ ସହ ଏହାର ପରିମାଣ ହ୍ରାସ ପାଇଛି । ‘SS’ ଯୋଗାଣ ରେଖାର ବାମରୁ ଡାହାଣକୁ ଉର୍ଦ୍ଧ୍ୱଗତି ହୋଇଛି ଯାହା ଦାମ୍ ଓ ଯୋଗାଣର ପରିମାଣ ମଧ୍ଯରେ ପ୍ରତ୍ୟକ୍ଷ ଧନାତ୍ମକ ସମ୍ପର୍କ ସୂଚିତ କରୁଅଛି ।

CHSE Odisha Class 12 Economics Chapter 10 Long Answer Questions in Odia Medium

ଚାହିଦା ଓ ଯୋଗାଣର ପାରସ୍ପରିକ କ୍ରିୟା

ଆମ୍ବର କି.ଗ୍ରା. ପ୍ରତି ଦାମ୍
(ଟଙ୍କାରେ)
ଆମ୍ବର ଚାହିଦା
(କି.ଗ୍ରା.ରେ)
ଆମ୍ବର ଯୋଗାଣର
(କି.ଗ୍ରା.ରେ)
5.00 200 600
4.00 300 500
3.00 400 400
2.00 500 200

ଉପରୋକ୍ତ ସାରଣୀରୁ ଜଣାଯାଏ ଯେ, ଦାମ୍ ଓ ଚାହିଦା ବିପରୀତମୁଖୀ ହୋଇଥିଲାବେଳେ ଦାମ୍ ଓ ଯୋଗାଣ ଏକ ଦିଗରେ ଗତି କରନ୍ତି । ଅର୍ଥାତ୍ ଦାମ୍ ବୃଦ୍ଧି ହେଲେ ଚାହିଦା ହ୍ରାସ ହୁଏ, ମାତ୍ର ଯୋଗାଣ ବୃଦ୍ଧି ହୁଏ । ବଜାରରେ ଆମ୍ବର ଦାମ୍ କି.ଗ୍ରା. ପ୍ରତି ଟ. 5.00 ବେଳେ ଚାହିଦା ପରିମାଣ 200 କି.ଗ୍ରା. ଏବଂ ଯୋଗାଣ ପରିମାଣ 600 କି.ଗ୍ରା. ।

ସେହିପରି ଦାମ୍ ଟ.2.00 ବେଳେ ଚାହିଦା ପରିମାଣ 500 କି.ଗ୍ରା. ମାତ୍ର ଯୋଗାଣ ପରିମାଣ 200 କି.ଗ୍ରା. । ଏହିପରି ଭାବରେ ଆମ୍ବର ଦାମ୍ ଯେତେବେଳେ କି.ଗ୍ରା. ପ୍ରତି ଟ.3.00 ହୁଏ, ସେତେବେଳେ ବଜାରରେ ଚାହିଦା ଓ ଯୋଗାଣ ପରସ୍ପର ସହିତ ସମାନ ହୋଇଥା’ନ୍ତି । ଏହି ଅବସ୍ଥାକୁ ସନ୍ତୁଳନ ଅବସ୍ଥା ଏବଂ ସେହି ଅବସ୍ଥାରେ ପ୍ରଚଳିତ ଦାମ୍ବୁକୁ ସନ୍ତୁଳନ ଦାମ୍ କୁହାଯାଏ । ଏହାକୁ ନିମ୍ନୋକ୍ତ ରେଖାଚିତ୍ର ସାହାଯ୍ୟରେ ଦର୍ଶାଯାଇଛି ।

CHSE Odisha Class 12 Economics Chapter 10 Long Answer Questions in Odia Medium 3

ରେଖାଚିତ୍ରରେ ଚାହିଦା ରେଖା ଓ ଯୋଗାଣ ରେଖା ପରସ୍ପରକୁ Q ବିନ୍ଦୁରେ ଛେଦ କରୁଛନ୍ତି । ଏହି ଅବସ୍ଥାରେ ଚାହିଦା ଓ ଯୋଗାଣ ପରସ୍ପର ସମାନ ହେଉଥ‌ିବାରୁ ଏହି ଅବସ୍ଥାକୁ ସନ୍ତୁଳନ ଅବସ୍ଥା କୁହାଯାଏ । ସନ୍ତୁଳନ ଦାମ୍ ଓ ସନ୍ତୁଳନ ଉତ୍ପାଦ ଯଥାକ୍ରମେ QM ଏବଂ OM ସନ୍ତୁଳନ ଅବସ୍ଥା ହୋଇଥାଏ ଅଥବା ଚାହିଦା ଯୋଗାଣଠାରୁ କମ୍ ହୋଇଥାଏ ।

4. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ‘ବଜାର ଦର’ କିପରି ନିର୍ଦ୍ଧାରିତ ହୁଏ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ବଜାରରେ ପ୍ରଚଳିତ ହେଉଥିବା କୌଣସି ଦ୍ରବ୍ୟର ଦାମ୍ଭିକୁ ‘ବଜାର ଦାମ୍’ କୁହାଯାଏ । ଏହାହିଁ ଦ୍ରବ୍ୟଟିର ଉପସ୍ଥିତ ଦର ଏବଂ ଏହା ସ୍ଵଳ୍ପକାଳରେ ପ୍ରଚଳିତ ଥାଏ । ତେଣୁ ଦ୍ରବ୍ୟର ଯୋଗାଣ ଦ୍ରବ୍ଯଭଣ୍ଡାର ମଧ୍ୟରେ ସୀମିତ ରହିଥାଏ । ଏହି ସ୍ଵଳ୍ପକାଳରେ ଦାମ୍ ନିର୍ଦ୍ଧାରଣ କ୍ଷେତ୍ରରେ ଚାହିଦା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ଯୋଗାଣ ସ୍ଵଳ୍ପକାଳରେ ଅପେକ୍ଷାକୃତ ସ୍ଥିର ରହିଥିବାରୁ ଚାହିଦାର ପରିବର୍ତନ ହେଲେ ଦ୍ରବ୍ୟର ଦାମ୍‌ରେ ପରିବର୍ତ୍ତନ ହୋଇଥାଏ । ଚାହିଦାର ସ୍ବତଃ ପରିବର୍ତ୍ତନ ବାରମ୍ବାର ହେଉଥିବାରୁ ‘ବଜାର ଦର’ ବାରମ୍ବାର ପରିବର୍ତ୍ତିତ ହୋଇଥାଏ । ବଜାର ଦର ନିର୍ଦ୍ଧାରଣ ପ୍ରକ୍ରିୟା ଦୁଇପ୍ରକାର ଦ୍ରବ୍ୟ ସଂକ୍ରାନ୍ତରେ ବିଶ୍ଳେଷଣ କରାଯାଇଥାଏ, ଯଥା – କ୍ଷୟଶୀଳ ବା ନଷ୍ଟଶୀଳ ଦ୍ରବ୍ୟ ଓ ଦୀର୍ଘସ୍ଥାୟୀ ଦ୍ରବ୍ୟ ।

ପଚନଶୀଳ ଓ ନଷ୍ଟଶୀଳ ଦ୍ରବ୍ୟର ବଜାର ଦର :
ବଜାରକାଳ ଅତ୍ୟନ୍ତ ସ୍ଵଳ୍ପ ହୋଇଥିବାରୁ ଏହି ସମୟକାଳ ମଧ୍ୟରେ ଦ୍ରବ୍ୟର ଯୋଗାଣ ଅପେକ୍ଷାକୃତ ସ୍ଥିର ବା ସୀମିତ । ତେଣୁ ଦ୍ରବ୍ୟଭଣ୍ଡାରର ସମସ୍ତ ପରି ମାଣ ବିକ୍ରୟ ନିମନ୍ତେ ଅର୍ପିତ ହୋଇଥାଏ । କାରଣ ନଷ୍ଟଶୀଳ ଦ୍ରବ୍ୟକୁ ଭବିଷ୍ୟତ ପାଇଁ ଗଚ୍ଛିତ କରି ରଖୁବା ସମ୍ଭବ ହୁଏ ନାହିଁ । ତେଣୁ ବଜାର ଦାମ୍ ଯେତେ ସ୍ଵଳ୍ପ ହେଲେହେଁ ଏବଂ ତାହା ଉତ୍ପାଦନ ପରିବ୍ୟୟଠାରୁ କମ୍ ହେଲେ ସୁଦ୍ଧା ବିକ୍ରେତା ସମସ୍ତ ପରିମାଣକୁ ବିକ୍ରୟ କରିବାକୁ ବାଧ୍ୟ ହୋଇଥାଏ ।

କାରଣ ଏହି ଦ୍ରବ୍ୟଗୁଡ଼ିକ ନଷ୍ଟ ହୋଇଯିବାର ଆଶଙ୍କା ରହିଥାଏ । ତେଣୁ ନଷ୍ଟଶୀଳ ଦ୍ରବ୍ୟର ଯୋଗାଣ ସଂପୂର୍ଣ୍ଣ ଅସ୍ଥିତିସ୍ଥାପକ ହୋଇଥାଏ ଓ ଏହାର ଯୋଗାଣ ରେଖା ଉଲ୍ଲମ୍ବାକୃତି (Vertical) ହୋଇଥାଏ । ଯଦି କୌଣସି କାରଣରୁ ଚାହିଦା ହଠାତ୍ ବୃଦ୍ଧି ହୁଏ ତେବେ, ନଷ୍ଟଶୀଳ ଦ୍ରବ୍ୟ ଅଧିକ ଦାମରେ ବିକ୍ରି ହୋଇଥାଏ ଏବଂ ଚାହିଦା ହ୍ରାସ ହେଲେ କମ୍ ଦାମ୍‌ରେ ବିକ୍ରୟ ହୁଏ ।

ଏହି ଅବସ୍ଥାକୁ ରେଖାଚିତ୍ର ସାହାଯ୍ୟରେ ଉପସ୍ଥାପନ କରାଯାଇପାରେ ।

CHSE Odisha Class 12 Economics Chapter 10 Long Answer Questions in Odia Medium 4

ଉପରୋକ୍ତ ରେଖାଚିତ୍ରରେ ଯୋଗାଣର ପରିମାଣ OM ଦ୍ୱାରା ଦର୍ଶାଯାଇଛି । ଯୋଗାଣ ଅପରିବର୍ତ୍ତନୀୟ ହୋଇଥିବାରୁ ଯୋଗାଣ ରେଖା ଉଲ୍ଲମ୍ବ ରେଖା MPS ଦ୍ବାରା ସୂଚିତ ହୋଇଛି । ‘DD’ ମୂଳ ଚହିବା ରେଖା ବୋଲି ଦର୍ଶାଯାଇଛି । ଚାହିଦା ଓ ଯୋଗାଣର ସନ୍ତୁଳନଦ୍ୱାରା (Q ବିନ୍ଦୁରେ), OP ଦାମ୍ ନିର୍ଦ୍ଧାରିତ ହୋଇଛି । ତେଣୁ ‘OP’ କୁ ସନ୍ତୁଳନ ବଜାର ଦାମ୍ କୁହାଯାଏ ।

ମାତ୍ର ଯଦି ଚାହିଦା D1D1 କୁ ବୃଦ୍ଧି ହୁଏ, ତେବେ ସନ୍ତୁଳନ ଦାମ୍ OP1 କୁ ବୃଦ୍ଧି ପାଏ । ଅପରପକ୍ଷରେ ଚାହିଦା D2D2 କୁ ହ୍ରାସହେଲେ ବଜାର ଦାମ୍ OP2 କୁ ହ୍ରାସ ହୋଇଥାଏ । ଏହିପରି ଚାହିଦା ବଜାର ଦାମ୍‌କୁ ପ୍ରଭାବିତ କରେ ।

ଦୀର୍ଘସ୍ଥାୟୀ ଦ୍ରବ୍ୟର ଦାମ୍ ନିର୍ଦ୍ଧାରଣ :

CHSE Odisha Class 12 Economics Chapter 10 Long Answer Questions in Odia Medium 5

ଦବ୍ୟଟି ଯଦି ସ୍ଥାୟୀ ଦ୍ରବ୍ୟ ହୋଇଥାଏ ଓ ତାହାକ ଗଳିତ ରଖୁବାର ସମ୍ଭାବନା ଥାଏ, ତେବେ ଦାମ୍ ହ୍ରାସ ପାଇବା ଅବସ୍ଥାରେ ବିକ୍ରେତା ଏହି ଦ୍ରବ୍ୟକୁ ବିକ୍ରୟ ନକରି ଭବିଷ୍ୟତରେ ବିକ୍ରି ପାଇଁ ଗଚ୍ଛିତ ରଖୁଥାଆନ୍ତି । ସୁତରାଂ ଏହି ଦ୍ରବ୍ୟ କ୍ଷେତ୍ରରେ ଦୁଇପ୍ରକାର ଦାମ୍ ଓ ଅନ୍ୟଟି ସଂରକ୍ଷଣ ଦାମ୍ (Reservation Price) । ବଜାର ଦାମ୍ ଯଦି ସଂରକ୍ଷିତ ଦାମ୍‌ଠାରୁ କମ୍ ହୁଏ, ତେବେ ବିକ୍ରେତା କିଛି ଦ୍ରବ୍ୟ ଭବିଷ୍ୟତରେ ଉଚ୍ଚ ଦାମ୍‌ରେ ବିକ୍ରୟ କରିବାପାଇଁ ଗଚ୍ଛିତ ରଖନ୍ତି ।

CHSE Odisha Class 12 Economics Chapter 10 Long Answer Questions in Odia Medium

ସଂରକ୍ଷିତ ଦାମ୍ ହେଉଛି ବିକ୍ରେତା ପାଇଁ ସର୍ବନିମ୍ନ ଗ୍ରହଣୀୟ ଦାମ୍ । ବିକ୍ରେତା ଯଦି ଅନୁମାନ କରନ୍ତି ଯେ ସଂରକ୍ଷିତ ଦାମ୍ ଭବିଷ୍ୟତରେ ପ୍ରଚଳିତ ଦାମ୍‌ଠାରୁ କମ୍ ହେବ ତେବେ ସେ ସଂରକ୍ଷିତ ଦାମ୍ଭିକୁ ନିମ୍ନସ୍ତରରେ ଧାର୍ଯ୍ୟ କରନ୍ତି । ବିପରୀତ ଅବସ୍ଥାରେ ସଂରକ୍ଷିତ ଦାମ୍ ଅଧିକ ହୋଇଥାଏ । ଏହି କାରଣରୁ ଦୀର୍ଘସ୍ଥାୟୀ ଦ୍ରବ୍ୟର ଯୋଗାଣ ରେଖା କିଛିକାଳପାଇଁ ଊର୍ଦ୍ଧ୍ୱଗାମୀ ହୋଇ ପୁନଶ୍ଚ ଉଲ୍ଲମ୍ବାକୃତି ହୋଇଥାଏ ।

ଉପରୋକ୍ତ ରେଖାଚିତ୍ରରେ ଦୀର୍ଘସ୍ଥାୟୀ ଦ୍ରବ୍ୟର ଯୋଗାଣ ବକ୍ରରେଖା TRS ଦ୍ୱାରା ସୂଚିତ ହୋଇଛି ଏବଂ ଦ୍ରବ୍ୟ ପରିମାଣ ସ୍ଥିର ବୋଲି OM ଦ୍ଵାରା ଦର୍ଶାଯାଇଛି । ଦ୍ରବ୍ୟର ଚାହିଦା DD ରେଖାଦ୍ୱାରା ସୂଚିତ ହୋଇଛି । DD ରେଖା TRS ରେଖାକୁ L ବିନ୍ଦୁରେ ଛେଦ କରୁଥିବାରୁ OP ଦାମ୍ ନିର୍ଦ୍ଧାରିତ ହୋଇଛି । ଏ କ୍ଷେତ୍ରରେ ଦ୍ରବ୍ୟ ବିକ୍ରିର ପରିମାଣ ON ହୋଇଛି । ଅବଶିଷ୍ଟ NM ପରିମାଣ ଦ୍ରବ୍ୟ ବିକ୍ରେତା ନିଜ ପାଖରେ ଗଚ୍ଛିତ ରଖୁ’ନ୍ତି ।

ଯଦି ଚାହିଦା ବୃଦ୍ଧି ହୋଇ D1D1 ହୁଏ ତେବେ ନୂତନ ସନ୍ତୁଳନ ଅବସ୍ଥା R ବିନ୍ଦୁରେ ହୋଇଥାଏ ଏବଂ ବଜାର ଦାମ୍ OP1 ହୋଇଥାଏ । OP1 ଦାମ୍‌ରେ ସମସ୍ତ ଦ୍ରବ୍ୟ (OM) ବଜାରରେ ବିକ୍ରି ହୋଇଥାଏ । OT ହେଉଛି ସଂରକ୍ଷିତ ଦାମ୍ ଯେଉଁ ଦାମ୍‌ରେ କୌଣସି ଦ୍ରବ୍ୟ ବିକ୍ରି ନ ହୋଇ ବିକ୍ରେତାଙ୍କ ପାଖରେ ଗଚ୍ଛିତ ହୋଇ ରହିଥାଏ ।

ବଜାରରେ ଦାମ୍ OT ଠାରୁ ଯେତେ ଅଧ୍ଵ ହେଲେ ବିକ୍ରେତା ସେତେ ଅଧ୍ବକ ପରିମାଣରେ ବିକ୍ରୟ କରିବାକୁ ଆଗ୍ରହ ପ୍ରକାଶ କରନ୍ତି । ମାତ୍ର ଦ୍ରବ୍ୟର ସର୍ବାଧ‌ିକ ଯୋଗାଣ OM ରେ ସୀମିତ ରହିଥାଏ ।

ଉପରୋକ୍ତ ବିଶ୍ଳେଷଣରୁ ଅନୁମିତ ହୁଏ ଯେ ବଜାର ଦାମ୍ ନିର୍ଦ୍ଧାରଣ କ୍ଷେତ୍ରରେ ଚାହିଦା ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।

5. ସ୍ଵାଭାବିକ ଦର କିପରି ନିର୍ଦ୍ଧାରଣ କରାଯାଏ ?
Answer:
ସ୍ଵାଭାବିକ ଦର ବଜାରରେ ଦୀର୍ଘକାଳରେ ପ୍ରତିଷ୍ଠିତ ହୋଇଥାଏ । ସ୍ଵାଭାବିକ ଦର ଅଧିକ ସ୍ଥାୟୀ ଓ ଅବିଚଳିତ କାରଣଦ୍ଵାରା ପ୍ରଭାବିତ ହୁଏ ଓ ସ୍ଥିର ରହେ । ଏହା ବଜାରର ଅସ୍ଥିରତାଦ୍ୱାରା ପ୍ରଭାବିତ ହୁଏ ନାହିଁ ।

ସ୍ଵାଭାବିକ ଦର ନିର୍ଦ୍ଧାରଣରେ ଉତ୍ପାଦନ ପରିବ୍ୟୟ ବା ଯୋଗାଣ ଅଧ‌ିକ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରେ । ବଜାର କାଳରେ ଚାହିଦା ବଢ଼ିପାରେ ବା କମିପାରେ । କିନ୍ତୁ ଏହି ସମୟ ଅତିଶୟ ସ୍ଵଳ୍ପ ହୋଇଥିବାରୁ ଯୋଗାଣ ଚାହିଦା ସହିତ ସାମଞ୍ଜସ୍ୟ ଆଣିପାରେ ନାହିଁ । କିନ୍ତୁ ଦୀର୍ଘକାଳରେ ଚାହିଦାର ପରିବର୍ତ୍ତନ ଯଦି ସ୍ଥାୟୀ ହୁଏ, ତେବେ ଯୋଗାଣ ମଧ୍ୟ ନୂତନ ଚାହିଦା ସହିତ ଆବଶ୍ୟକୀୟ ପରିବର୍ତ୍ତନ ଆଣିପାରେ ।

ଯଦି ଚାହିଦା ବୃଦ୍ଧି ପାଏ ତେବେ ସେହି ଅନୁପାତରେ ଯୋଗାଣ ମଧ୍ୟ ବୃଦ୍ଧିପାଇବ । ଯଦି ଚାହିଦା ହ୍ରାସ ହୁଏ, ତେବେ ଯୋଗାଣରେ ମଧ୍ୟ ଅନୁରୂପ ପରିବର୍ତ୍ତନ ହେବ । ଫଳରେ କୌଣସି ଅସ୍ବାଭାବିକ ଲାଭ ବା କ୍ଷତିର ସମ୍ଭାବନା ନଥାଏ । ଦର ସର୍ବଦା ଉତ୍ପାଦନ ପରିବ୍ୟୟ ସହିତ ସମାନ ହୁଏ ଯେଉଁଠି ସ୍ବାଭାବିକ ଲାଭ ମଧ୍ଯ ନିହିତ ଥାଏ ।

ସ୍ଵାଭାବିକ ଦର ଏକ ହାରାହାରି ଦର ନୁହେଁ । ଏହା ଦୀର୍ଘକାଳୀନ ଦର ଏବଂ ଏହା ସମସ୍ତ ପ୍ରକାର ଆଲୋଡ଼ନରୁ ମୁକ୍ତ ଥାଏ । ତେଣୁ ସ୍ବାଭାବିକ ଦର ଦୀର୍ଘକାଳୀନ ସମୟରେ ପ୍ରତିଷ୍ଠିତ ହୋଇଥାଏ, ଯେତେବେଳେ ଯୋଗାଣ ସମ୍ପୂର୍ଣ୍ଣରୂପେ ଚାହିଦା ସହିତ ସମଯୋଜିତ ହୁଏ । ଏହି ସମୟରେ ଏହି ଦୁଇଟି ଶକ୍ତି ମଧ୍ୟରେ ଉପଯୁକ୍ତ ସମନ୍ବୟ ସାଧୂତ ହୋଇଥାଏ ।

ସ୍ବାଭାବିକ ଦର ନିର୍ଦ୍ଧାରଣ :
ସ୍ଵାଭାବିକ ଦର କିପରି ନିର୍ଦ୍ଧାରିତ ହୁଏ, ତାହା ଏବେ ଲକ୍ଷ୍ୟ କରାଯାଉ । ସ୍ବାଭାବିକ ଦର ନିର୍ଦ୍ଧାରଣ ପ୍ରକ୍ରିୟାକୁ ଏକ ରେଖାଚିତ୍ର ସାହାଯ୍ୟରେ ବର୍ଣ୍ଣନା କରାଯାଇପାରେ ।

CHSE Odisha Class 12 Economics Chapter 10 Long Answer Questions in Odia Medium 6

ନିର୍ଦ୍ଧାରଣ ସୂଚିତ ହୋଇଛି । କ୍ଷୀରର ଦର ମୂଳ ବଜାରକାଳୀନ ଯୋଗାଣ ପରିମାଣ OM ଦ୍ଵାରା ସୂଚିତ ହୁଏ । DD ଚାହିଦା ରେଖା ବଜାରକାଳୀନ ଯୋଗାଣ ରେଖା MS କୁ ଠୁ ବିନ୍ଦୁରେ ଛେଦ କରେ । OP ହେଲା ବଜାର ଦର । ମନେକରାଯାଉ, କ୍ଷୀରର ଚାହିଦାରେ ହଠାତ୍ ସ୍ଥାୟୀ ପରିବର୍ତ୍ତନ ଘଟିଲା । ବଜାର କାଳ ଖୁବ୍ ସ୍ଵଳ୍ପ ହୋଇଥିବାରୁ କ୍ଷୀରର ଯୋଗାଣକୁ ତାହାର ବଦ୍ଧିତ ଚାହିଦା ସହିତ ସମ୍ପୂର୍ଣ୍ଣଭାବରେ ସମଯୋଜିତ କରିବା ସମ୍ଭବ ହୁଏ ନାହିଁ ।

ଏହି ଯୋଗାଣ ସମ୍ପୂର୍ଣ୍ଣ ଭାବରେ ଅପରିବର୍ତ୍ତନୀୟ । ଏହା ଏକ ଉଲ୍ଲମ୍ବ ଯୋଗାଣ ରେଖାଦ୍ୱାରା ସୂଚିତ ହେଉଛି । ଚାହିଦାର ଏହି ବୃଦ୍ଧି ଫଳରେ ବଜାର ଦର OP2 କୁ ବୃଦ୍ଧି ପାଏ ।

କିନ୍ତୁ ଦୀର୍ଘକାଳରେ ଯୋଗାଣ ସମ୍ପୂର୍ଣ୍ଣଭାବରେ ଏହି ବର୍ଦ୍ଧିତ ଚାହିଦା ସହିତ ସମଯୋଜିତ ହେବ । ଦୀର୍ଘକାଳରେ ଲୋକମାନେ ଅଧିକ ସଂଖ୍ୟାରେ ଗାଈ ପାଳିବା ଆରମ୍ଭ କରିବେ । କ୍ଷୀର ଉତ୍ପାଦନ ନିମନ୍ତେ ଅଧୂକ ସମ୍ପଦ ବିନିଯୁକ୍ତ ହେବ । ଫଳରେ କ୍ଷୀର ଉତ୍ପାଦନ ବିଶେଷଭାବରେ ବୃଦ୍ଧି ପାଇବ । ଦତ୍ତ ରେଖାଚିତ୍ରରେ SS ହେଉଛି ଦୀର୍ଘକାଳୀନ ଯୋଗାଣ ରେଖା । ଯାହା ନୂତନ ଚାହିଦା ରେଖା D1D1 କୁ । ବିନ୍ଦୁରେ ଛେଦ କରୁଛି ।

OP ହେଉଛି ଦୀର୍ଘକାଳୀନ ସ୍ଵାଭାବିକ ଦର ଯାହା OP2 ଅପେକ୍ଷା କମ୍ । ଦୀର୍ଘକାଳୀନ ଯୋଗାଣର ପରିମାଣ OM1 ଦ୍ଵାରା ସୂଚିତ ହେଉଛି । ଏହା ବଜାରକାଳୀନ ଯୋଗାଣର ପରିମାଣ OM ଅପେକ୍ଷା ବେଶୀ । ଏହି ରେଖାଚିତ୍ରରେ ଲକ୍ଷ୍ୟ କରାଯାଇପାରେ ଯେ ଦୀର୍ଘକାଳୀନ ଦର OP1 ମୂଳ ଦର OP ଅପେକ୍ଷା ଅଧିକ । କାରଣ ଦୀର୍ଘକାଳରେ କ୍ଷୀରର ଉତ୍ପାଦନ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ଅଧୀନ ବୋଲି ଧରାଯାଇଛି ।

6. ସ୍ଵାଭାବିକ ଦାମ୍ ଓ ବଜାର ଦାମ୍ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ବଜାରରେ ପ୍ରଚଳିତ କୌଣସି ଦ୍ରବ୍ୟର ଦାମ୍ଭିକୁ ବଜାର ଦାମ୍ କୁହାଯାଏ । ଏହି ସମୟସୀମା ଅତ୍ୟନ୍ତ ସ୍ଵଳ୍ପ ହୋଇଥିବାରୁ ବଜାରରେ ଦ୍ରବ୍ୟର ଯୋଗାଣ ସୀମିତ ହୋଇଥାଏ । ମାତ୍ର ସ୍ଵାଭାବିକ ଦାମ୍ ଦୀର୍ଘକାଳୀନ ଦାମ୍ଭିକୁ ବୁଝାଏ ।

ନିମ୍ନରେ ବଜାର ଦାମ୍ ଓ ସ୍ଵାଭାବିକ ଦାମ୍ ମଧ୍ୟରେ ଥିବା ପାର୍ଥକ୍ୟ ଆଲୋଚନା କରାଯାଇଛି ।

  • ଦ୍ରବ୍ୟର ଦାମ୍ ନିର୍ଦ୍ଧାରଣ କ୍ଷେତ୍ରରେ ଉଭୟ ଚାହିଦା ଓ ଯୋଗାଣର ପାରସ୍ପରିକ କ୍ରିୟା ଅତ୍ୟନ୍ତ ଅପରିହାର୍ଯ୍ୟ । ମାତ୍ର ବଜାର ଦାମ୍ ବିଶେଷଭାବେ ଦ୍ରବ୍ୟର ଚାହିଦାଦ୍ୱାରା ନିରୂପିତ ହୋଇଥାଏ । ଅନ୍ୟପକ୍ଷରେ ସ୍ୱାଭାବିକ ଦାମ୍ ମୁଖ୍ୟତଃ ଯୋଗାଣ ବା ଉତ୍ପାଦନ ପରିବ୍ୟୟଦ୍ଵାରା ଅଧିକ ପ୍ରଭାବିତ ହୋଇଥାଏ ।
  • ବଜାର ଦାମ୍ ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରଚଳିତ ଥାଏ । ଏଣୁ ଏହା ସ୍ବଳ୍ପକାଳୀନ ଦାମ୍ ଏବଂ କ୍ଷଣସ୍ଥାୟୀ । ଏହି ଦାମ୍ ସର୍ବଦା ଦୋଳାୟମାନ ଅବସ୍ଥାରେ ରହିଥାଏ । ଚାହିଦାର ପରିବର୍ତ୍ତନ ଏହି ଦାମ୍ଭିକୁ ବାରମ୍ବାର ପ୍ରଭାବିତ କରିଥାଏ । ତେଣୁ ବଢାର ଦାମ୍ ସାମୟିକ ଅର୍ଥନୈତିକ ଶକ୍ତିଦ୍ଵାରା ପ୍ରତିଷ୍ଠିତ ହୋଇଥାଏ । ଅନ୍ୟପକ୍ଷରେ ସ୍ଵାଭାବିକ ଦାମ୍ ହେଉଛି ଦୀର୍ଘକାଳୀନ ଦାମ୍ । ଏହା ସ୍ଥାୟୀ ସନ୍ତୁଳନ ଦାମ୍ । ଏହା ଚାହିଦା ଓ ଯୋଗାଣର ପୂର୍ଣ୍ଣ କ୍ଷମତା ବା ସ୍ଥାୟୀ ସନ୍ତୁଳନଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ।
  • ବଜାର ଦାମ୍ ସାଧାରଣତଃ ସାମୟିକ କାରଣଦ୍ବାରା ପ୍ରଭାବିତ ହୋଇଥାଏ । ଚାହିଦାର ସାମୟିକ ପରିବର୍ତ୍ତନ ଯୋଗୁଁ ବଜାର ଦାମ୍ ଅସ୍ଥିର ହୋଇଥାଏ । ମାତ୍ର ସ୍ଵାଭାବିକ ଦାମ୍ ଅଧିକ ସ୍ଥାୟୀ କାରଣଦ୍ୱାରା ପ୍ରଭାବିତ ହୋଇଥାଏ । ତେଣୁ ଏହା ବଜାର ଦାମଠାରୁ ଅଧିକ ସ୍ଥାୟୀ ।
  • ବାସ୍ତବରେ ବଜାର ଦାମ୍ ବଜାରରେ ପ୍ରଚଳିତ ଦାମ୍ । ଏହାହିଁ ପ୍ରକୃତ ଦର । କ୍ରେତା ଓ ବିକ୍ରେତା ଏହି ପ୍ରଚଳିତ ଦାମ୍‌ରେ କ୍ରୟବିକ୍ରୟ ସଂପାଦନ କରିଥା’ନ୍ତି । କିନ୍ତୁ ସ୍ବାଭାବିକ ଦାମ୍ ଏକ କାଳ୍ପନିକ ଓ ଅବାସ୍ତବ ଧାରଣା । ଏହା ଏକ ଆଦର୍ଶ ଦାମ୍ । ଏହା ଦୀର୍ଘକାଳରେ ପ୍ରତିଷ୍ଠିତ ହେବାର ଆଶା କରାଯାଏ । ବଜାର ଦାମ୍ ସ୍ବାଭାବିକ ଦାମ୍‌କୁ କେନ୍ଦ୍ରକରି ଘୂରି ବୁଲୁଥାଏ ।
  • ବଜାର ଦର ଉତ୍ପାଦନ ପରିବ୍ୟୟରୁ ବେଶି ବା କମ୍ ହୋଇପାରେ । ତେଣୁ କେତେବେଳେ ହୁଏତ ଅସ୍ଵାଭାବିକ ଲାଭ ଉପୁଜିଥାଏ କିମ୍ବା ଅସ୍ଵାଭାବିକ କ୍ଷତି ମଧ୍ଯ ହୋଇଥାଏ । କିନ୍ତୁ ସ୍ବାଭାବିକ ଦାମ୍‌ରେ କେବଳ ସ୍ଵାଭାବିକ ଲାଭ ହିଁ ନିହିତ ଥାଏ ।
  • ସମସ୍ତ ପ୍ରକାର ଦ୍ରବ୍ୟ କ୍ଷେତ୍ରରେ ବଜାର ଦାମ୍ ଦେଖାଯାଏ । କିନ୍ତୁ ସମସ୍ତ ଦ୍ରବ୍ୟ କ୍ଷେତ୍ରରେ ସ୍ଵାଭାବିକ ଦାମ୍ ସମ୍ଭବ ନୁହେଁ । କେବଳ ପୁନରୁତ୍ପାଦନ ଦ୍ରବ୍ୟର ସ୍ବାଭାବିକ ଦାମ୍ ହିଁ ରହିଥାଏ । ଦୁଷ୍ପାପ୍ୟ ଦ୍ରବ୍ୟ, ପୁରୁଣା ଚିତ୍ରକଳା, ପୁରୁଣା ଡାକଟିକଟ ଆଦିର ସ୍ଵାଭାବିକ ଦାମ୍ ନଥାଏ ।

CHSE Odisha Class 12 Economics Chapter 10 Long Answer Questions in Odia Medium

7. ଏକାଧିକାରମୂଳକ ପ୍ରତିଯୋଗିତାର ସଂଜ୍ଞା ପ୍ରକରଣ କରି ତା’ର ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର ।
Answer:
ଅଧ୍ୟାପକ ଚାମ୍ବରଲିନ୍ ସର୍ବପ୍ରଥମେ ୧୯୩୩ ମସିହାରେ ଏକାଧ୍ୟାକାରୀ ପ୍ରତିଯୋଗିତା ତତ୍ତ୍ଵର ବିଶଦ ବ୍ୟାଖ୍ୟା କରିଥିଲେ । ତାଙ୍କ ମତରେ ଏକ ନିର୍ଦ୍ଦିଷ୍ଟ ବଜାର ପରିସ୍ଥିତିରେ ପ୍ରତ୍ୟେକ ବିକ୍ରୟକାରୀ ଏକପ୍ରକାର ଏକାଧିକାରୀ ଏବଂ ଏହି ଶ୍ରେଣୀର ଏକାଧିକାରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ରହିଥାଏ । ଅର୍ଥାତ୍ ଏକାଧ୍ୟାକାରୀ ପ୍ରତିଯୋଗିତା ଏପରି ଏକ ବଜାର ବ୍ୟବସ୍ଥା ଯେଉଁଥୁରେ ଉଭୟ ଏକାଧିକାର ଓ ପ୍ରତିଯୋଗିତାର ଉପାଦାନମାନଙ୍କର ସହାବସ୍ଥାନ ଦେଖାଯାଏ ।

ଏହି ବଜାରରେ ଅନେକ କ୍ରେତା ଓ ବିକ୍ରେତା ଥିବାରୁ ଏହା ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରର ନିକଟତର । ଅର୍ଥାତ୍‌ ଏହା ଏପରି ଏକ ବଜାର ସ୍ଥିତିକୁ ବୁଝାଏ, ଯେଉଁଠିକି ଅନେକ ବିକ୍ରେତା ନିକଟତମ ବିକଳ୍ପ ଥିବା ଏକ ଦ୍ରବ୍ୟର ବିକ୍ରୟ ପାଇଁ ପରସ୍ପର ସହିତ ପ୍ରତିତ୍ୱହିତା କରୁଥା’ନ୍ତି ।

ଯେଉଁଠାରେ ନାନା ମାର୍କ, ଆକାର, ବ୍ୟାବସାୟିକ ଚିହ୍ନ ଭିଭିରେ ଗୋଟିଏ ଦ୍ରବ୍ୟକୁ ଅଳ୍ପ କେତେକ ଉତ୍ପାଦନକାରୀ ଉତ୍ପାଦନ କରି ପ୍ରତିଯୋଗିତାକୁ ସେମାନଙ୍କ ମଧ୍ୟରେ ସୀମିତ ରଖନ୍ତି, ତାହାକୁ ଏକାଧ୍ୱକାରମୂଳକ ପ୍ରତିଯୋଗିତା ବଜାର କୁହାଯାଏ ।

ଏକାଧିକାରମୂଳକ ପ୍ରତିଯୋଗିତା ବଜାରରେ ବୈଶିଷ୍ଟ୍ୟ :

ଏହି ପ୍ରକାର ବଜାରରେ ନିମ୍ନଲିଖୁତ ବୈଶିଷ୍ଟ୍ୟମାନ ଦେଖାଯାଏ
(i) ବହୁସଂଖ୍ୟକ କ୍ରେତା ଓ ବିକ୍ରେତା – ଏକାଧିକାରମୂଳକ ପ୍ରତିଯୋଗିତା ବଜାରରେ ପ୍ରତ୍ୟେକ ଶିଳ୍ପସଂସ୍ଥାରେ ବହୁସଂଖ୍ୟକ ପ୍ରତିଷ୍ଠାନ ରହିଥାଆନ୍ତି । ପ୍ରତ୍ୟେକ ପ୍ରତିଷ୍ଠାନର ଦାମ୍ ଓ ଉତ୍ପାଦ ଉପରେ ନିଜସ୍ଵ ନିୟନ୍ତ୍ରଣ ରହିଥାଏ । ପ୍ରତ୍ୟେକ ପ୍ରତିଷ୍ଠାନ ସ୍ବାଧୀନ ଭାବରେ କାର୍ଯ୍ୟ କରନ୍ତି ।

ଦୀର୍ଘକାଳରେ ନୂତନ ପ୍ରତିଷ୍ଠାନମାନଙ୍କର ଅବାଧ ପ୍ରବେଶର ସୁଯୋଗ ଥିବା ଯୋଗୁଁ ବିକ୍ରେତାଙ୍କ ସଂଖ୍ୟା ବୃଦ୍ଧି ପାଏ । ଏକାଧ୍ୟାକାର ପ୍ରତିଯୋଗିତାରେ ବିକ୍ରେତାର ଦାମ୍ ଉପରେ ପ୍ରଭାବ ଥାଏ । ଅନ୍ୟ ବଜାର ପରି ଏଠାରେ କ୍ରେତାମାନଙ୍କର ସଂଖ୍ୟା ମଧ୍ୟ ବହୁତ ।

(ii) ଅବାଧ ପ୍ରବେଶ ଓ ପ୍ରସ୍ଥାନ – ଏକାଧିକାରମୂଳକ ପ୍ରତିଯୋଗିତା ବଜାରରେ କୌଣସି ଏକ ଶିଳ୍ପସଂସ୍ଥାକୁ ପ୍ରତିଷ୍ଠାନଗୁଡ଼ିକ ଅବାଧରେ ପ୍ରବେଶ କରନ୍ତି ଓ ଅବାଧରେ ପ୍ରସ୍ଥାନ କରନ୍ତି । ବର୍ତ୍ତମାନର ପ୍ରତିଷ୍ଠାନଗୁଡ଼ିକ ଅତ୍ୟଧ୍ଵ ଲାଭ ଅର୍ଜନ କରନ୍ତି । ସେତେବେଳେ ଏହି ଲାଭଦ୍ବାରା ଆକୃଷ୍ଟ ହୋଇ ନୂତନ ପ୍ରତିଷ୍ଠାନମାନ ଶିଳ୍ପରେ ଯୋଗ ଦିଅନ୍ତି । ସେହିଭଳି ବର୍ତ୍ତମାନର କିଛି ପ୍ରତିଷ୍ଠାନ କ୍ଷତି ବହନ କରୁଥା’ନ୍ତି । ସେହି ପ୍ରତିଷ୍ଠାନଗୁଡ଼ିକ ଶିଳ୍ପସଂସ୍ଥାରୁ ପ୍ରସ୍ଥାନ କରନ୍ତି ।

(iii) ଦ୍ରବ୍ୟ ବିଭେଦୀକରଣ – ଦ୍ରବ୍ୟର ବିଭେଦୀକରଣ ଏକାଧିକାରମୂଳକ ପ୍ରତିଯୋଗିତା ବଜାରର ଏକ ବିଶେଷ ବୈଶିଷ୍ଟ୍ୟ । ଏହି ବଜାର ବ୍ୟବସ୍ଥାରେ ପ୍ରତ୍ୟେକ ଉତ୍ପାଦନ ପ୍ରତିଷ୍ଠାନଦ୍ବାରା ଉତ୍ପାଦିତ ଦ୍ରବ୍ୟର ସ୍ଵାତନ୍ତ୍ର୍ୟତା ରହିଥାଏ । ଦ୍ରବ୍ୟର ବିଭେଦୀକରଣ ଅର୍ଥ ଦ୍ରବ୍ୟ କ୍ରେତା ଗୋଟିଏ ଦ୍ରବ୍ୟକୁ ଅନ୍ୟ ଦ୍ରବ୍ୟଠାରୁ ବିଭେଦୀକୃତ କରିଥାଏ । ବିଭିନ୍ନ ଦ୍ରବ୍ୟ ମଧ୍ୟରେ ଆକାର, ପ୍ରକାର, ରଙ୍ଗ, ଗନ୍ଧ, ସ୍ଵାଦ ଅନ୍ୟାନ୍ୟ ପ୍ରକାର ପାର୍ଥକ୍ୟମାନ ଦେଖାଯାଏ ।

ଉଦାହରସ୍ୱରୂପ, ବିଭିନ୍ନ ରେଡ଼ିଓ ସେଟ୍‌, ମଟରକାର, ସାବନ, ଟେଲିଭିଜନ୍ ସେଟ୍ ଇତ୍ୟାଦି କ୍ଷେତ୍ରରେ ଏ ପ୍ରକାର ଦ୍ରବ୍ୟ ବିଭେଦନ ଦେଖାଯାଏ । ତେଣୁ, ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର କ୍ରେତାମାନେ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଦ୍ରବ୍ୟକୁ ଏପରିକି ବେଶୀ ଦାମ୍‌ରେ ମଧ୍ଯ କିଣିବାକୁ ପସନ୍ଦ କରିଥାଆନ୍ତି ।

(iv) ବିକ୍ରୟ ପରିବ୍ୟୟ – ପ୍ରତ୍ୟେକ ପ୍ରତିଷ୍ଠାନ ନିଜର ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ବୃଦ୍ଧି ଘଟାଇବାପାଇଁ ଏକ ଭିନ୍ନ ପ୍ରକାରର ବ୍ୟୟ କରିଥାଆନ୍ତି । ବିକ୍ରୟ ପରିବ୍ୟୟର ଏକ ବିଶେଷ ଉପାଦାନ ହେଉଛି ବିଜ୍ଞାପନ ଖର୍ଚ୍ଚ । ଏହା ଉଭୟ ଚାହିଦା ଓ ଉତ୍ପାଦିତ ଦ୍ରବ୍ୟର ପରିବ୍ୟୟକୁ ପ୍ରଭାବିତ କରିଥାଏ । ଏଠାରେ ପ୍ରତିଷ୍ଠାନର ମୁଖ୍ୟ ଲକ୍ଷ୍ୟ ହେଲା ଅଧ୍ବକ ଲାଭ ଅର୍ଜନ କରିବା । ସେଥ୍ପାଇଁ ପ୍ରତିଷ୍ଠାନ ବିଜ୍ଞାପନ ଜନିତ ଖର୍ଚ୍ଚ ଯଥାଯଥ ବିଚାରକୁ ନେଇଥାଆନ୍ତି ।

(v) ଅପୂର୍ଣ୍ଣାଙ୍ଗ ଜ୍ଞାନ – ଏକାଧିକାରମୂଳକ ପ୍ରତିଯୋଗିତା କ୍ରେତାମାନଙ୍କର ଅପୂର୍ଣ୍ଣାଙ୍ଗ ଜ୍ଞାନ ବା ଅବଗତି ଉପରେ ନିର୍ଭର କରେ । ଗ୍ରାହକମାନଙ୍କ ମନରେ ଦ୍ରବ୍ୟଗୁଡ଼ିକର କାଳ୍ପନିକ ଉତ୍କର୍ଷତା ସ୍ଥାପନ କରିବାରେ ପ୍ରତିଷ୍ଠାନଗୁଡ଼ିକ ଅଧ୍ବକ ବ୍ୟୟ କରିଥା’ନ୍ତି । ଏହାଦ୍ଵାରା ଦ୍ରବ୍ୟଟି ବାସ୍ତବରେ ଯାହା ତାହା ଥାଇ ମଧ୍ୟ କ୍ରେତା ତାହାକୁ ଅନ୍ୟ ଦ୍ରବ୍ୟ ଅପେକ୍ଷା ଅଧିକ ଭଲ ଓ ଅଧିକ ଗୁଣାତ୍ମକ ବୋଲି ବିବେଚନା କରିଥା’ନ୍ତି । ଏହା ସମ୍ପୂର୍ଣ୍ଣ ବଜାରକୁ ଅନେକ ଉପ-ବଜାରରେ ବିଭକ୍ତ କରିଥାଆନ୍ତି, ଯାହାପାଇଁ ସ୍ବତନ୍ତ୍ର ପ୍ରତିଷ୍ଠାନଗୁଡ଼ିକର ମଧ୍ୟ ଏକାଧିକାର ଅବସ୍ଥା ରହିଥାଏ ।

(vi) ଦାମ୍-ରହିତ ପ୍ରତିଯୋଗିତା – ଏକାଧ୍ୟାକାରମୂଳକ ପ୍ରତିଯୋଗିତାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଦାମ୍-ରହିତ ପ୍ରତିଯୋଗିତା ଯଦ୍ବାରା ବଜାରରେ ପ୍ରତିଷ୍ଠାନଗୁଡ଼ିକ ଗ୍ରାହକମାନଙ୍କୁ ଜିଣିବାକୁ ଚେଷ୍ଟା କରିଥା’ନ୍ତି । ଦାମ୍ ହ୍ରାସ କରିବା ବ୍ୟତୀତ ପ୍ରତିଯୋଗୀମାନଙ୍କ ସହିତ ଅନ୍ୟାନ୍ୟ ପଦ୍ଧତିଦ୍ୱାରା ପ୍ରତିଯୋଗିତା କରିବା ସମ୍ଭବ ହୋଇପାରିବ ।

ସେଗୁଡ଼ିକ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦ୍ରବ୍ୟର ମରାମତି କରିବାର ପ୍ରତିଶ୍ରୁତି, ବିକ୍ରୟ ପରେ ସେବା, ରିହାତି କିମ୍ବା ପରିବହନ ଖର୍ଚ୍ଚ ଛାଡ଼ ଇତ୍ୟାଦି ଅନ୍ତର୍ଭୁକ୍ତ । ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ବିକ୍ରୟ ପାଇଁ ଗ୍ରାହକମାନଙ୍କୁ ଆକୃଷ୍ଟ କରିବାର ଏଗୁଡ଼ିକ ଗୁପ୍ତ ଅବଲମ୍ବନ ଅଟେ ।

(vii) ଚାହିଦାରେଖାର ଆକୃତି – ଏ ପ୍ରକାର ବଜାରରେ, ପ୍ରତିଷ୍ଠାନ ଏକ ନିମ୍ନଗାମୀ ଚାହିଦା ରେଖାର ସମ୍ମୁଖୀନ ହୋଇଥା’ନ୍ତି । କାରଣ ପ୍ରତିଷ୍ଠାନ ବଜାରକୁ କିଛି ମାତ୍ରାରେ ପ୍ରଭାବିତ କରିପାରେ, ଯେହେତୁ ଦ୍ରବ୍ୟ ବିଭେଦନ ଏ ପ୍ରକାର ବଜାରର ଏକ ବୈଶିଷ୍ଟ୍ୟ । ମାତ୍ର କେତେ ମାତ୍ରାରେ ପ୍ରତିଷ୍ଠାନ ବଜାରକୁ ପ୍ରଭାବିତ କରି ନିଜ ଲାଭରେ ରଖୂପାରିବ ତାହା ଦ୍ରବ୍ୟ ପ୍ରତି ଉପଭୋକ୍ତାମାନଙ୍କର ପସନ୍ଦ ବା ରୁଚି ଉପରେ ନିର୍ଭର କରେ ।

ଦ୍ଵିତୀୟରେ, ସେହି ଏକା ଦ୍ରବ୍ୟକୁ ଅନ୍ୟ ପ୍ରତିଯୋଗୀମାନେ ଉତ୍ପାଦନ କରି ଯୋଗାଣ କରନ୍ତି । ନିକଟତମ ବିକଳ୍ପ ଦ୍ରବ୍ୟ ଯୋଗାଣ କରୁଥିବା ପ୍ରତିଦ୍ବନ୍ଦୀମାନଙ୍କର ଆଡୁ ଆସୁଥୁବା ପ୍ରତିଯୋଗିତାକୁ ପ୍ରଥମ ପ୍ରତିଷ୍ଠାନ କେତେଦୂର ପ୍ରତିହତ କରିପାରୁଛି, ତାହା ଉପରେ ମଧ୍ୟ ପ୍ରଥମ ପ୍ରତିଷ୍ଠାନର ବଜାର ପ୍ରଭାବ ନିର୍ଭର କରେ ।

ଏଣୁ ଏକାଧିକାରମୂଳକ ପ୍ରତିଯୋଗିତା ବଜାରରେ, ଏକ ପ୍ରତିଷ୍ଠାନର ଚାହିଦା ରେଖ ଏକାଧ୍ଵରା ପ୍ରତିଷ୍ଠାନର ଚାହିଦା ରେଖା ଅପେକ୍ଷା ଅଧୂକ ସ୍ଥିତିସ୍ଥାପକ ବା ନମନୀୟ ।

ଏହାର କାରଣ ହେଲା ଏକାଧିକାରୀ ପ୍ରତିଯୋଗିତା ଉତ୍ପାଦିତ ହେଉଥିବା ଦ୍ରବ୍ୟର ବହୁତ ନିକଟତମ ବିକଳ୍ପ ଦ୍ରବ୍ୟ ବଜାରରେ ମିଳୁଥିବା ସମୟରେ ଏକାଧିକାରୀଙ୍କ ପ୍ରତିଷ୍ଠାନର ଦ୍ରବ୍ୟ ନିକଟତମ ବିକଳ୍ପ ବଜାରରେ ମିଳେ ନାହିଁ ।

CHSE Odisha Class 12 Economics Chapter 10 Long Answer Questions in Odia Medium 7

ଚିତ୍ରରେ ଦର OP ରୁ OP କୁ ହ୍ରାସ ହେଲେ ବିକ୍ରୟ ପରିମାଣ OQ ରୁ OQ1 କୁ ବୃଦ୍ଧି ପାଉଛି ।

8. ଅଧିକାର କହିଲେ କ’ଣ ବୁଝ ? ତାହାର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର ।
Answer:
ଅଚ୍ଛାଧିକାର ଅସମ୍ପୂର୍ଣ୍ଣ ପ୍ରତିଯୋଗିତା ବଜାରର ଏକ ଉଦାହରଣ । ଅଚ୍ଛାଧିକାର ବଜାରରେ ଏକାଧିକାର ବଜାରର କିଛି ଲକ୍ଷଣ ଓ ଏକାଧିକାରମୂଳକ ପ୍ରତିଯୋଗିତା ବଜାରର କିଛି ଲକ୍ଷଣ ଦେଖାଯାଏ । ଏକାଧିକାର ବଜାରରେ ପ୍ରତିଦ୍ବନ୍ଦିତା ନଥାଏ । ଏକାଧ୍ୟାକାରମୂଳକ ପ୍ରତିଯୋଗିତାରେ ପ୍ରତିଷ୍ଠାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଥାଏ, କାରଣ ଏହି ପ୍ରତିଷ୍ଠାନମାନେ ନିକଟତମ ବିକଳ୍ପ ଥିବା ଦ୍ରବ୍ୟ ସବୁ ଉତ୍ପାଦନ କରନ୍ତି ।

ଅଳ୍ପାତ୍‌ର ବଜାରରେ ଅଳ୍ପ କେତେଜଣ ବୃହତ୍ ପ୍ରତିଷ୍ଠାନ ବା ବିକ୍ରେତା ପରସ୍ପର ସହିତ ପ୍ରତିଦ୍ବନ୍ଦିତା କରି ଏକ ଦ୍ରବ୍ୟ ଉତ୍ପାଦନ ଓ ବିକ୍ରୟ କରନ୍ତି । ଯେହେତୁ ଜଣେ ବିକ୍ରେତା ବା ଉତ୍ପାଦନକାରୀ ଦ୍ରବ୍ୟର ଏକ ବୃହତ୍ ଅଂଶ ଉତ୍ପାଦନ ଓ ବିକ୍ରୟ କରନ୍ତି, ସେ ଦର ଓ ଉତ୍ପାଦ ପରିମାଣକୁ ଯଥେଷ୍ଟ ପ୍ରଭାବିତ କରିପାରନ୍ତି ।

CHSE Odisha Class 12 Economics Chapter 10 Long Answer Questions in Odia Medium

ଅଚ୍ଛାଧିକାର ବଜାରର ଲକ୍ଷଣ – ଅଳ୍ପାକାର ବଜାରରେ ନିମ୍ନଲିଖିତ ବୈଶିଷ୍ଟ୍ୟମାନ ଦେଖିବାକୁ ମିଳେ ।
(i) ପରସ୍ପର ନିର୍ଭରଶୀଳତା – ପରସ୍ପର ନିର୍ଭରଶୀଳତା ଏହି ବଜାରର ଏକ ଗୁରୁତ୍ଵପୂର୍ଣ୍ଣ ବୈଶିଷ୍ଟ୍ୟ ଅଟେ । ଅଛ କେତେକ ପ୍ରତିଷ୍ଠାନ ଉତ୍ପାଦନରତ ଥିବାରୁ କୌଣସି ଗୋଟିଏ ପ୍ରତିଷ୍ଠାନ ସ୍ଵାଧୀନ ଭାବରେ ଦର ସମ୍ବନ୍ଧୀୟ ନିଷ୍ପତ୍ତି ଗ୍ରହଣ କରିପାରନ୍ତି ନାହିଁ ।

ପ୍ରତ୍ୟେକ ପ୍ରତିଷ୍ଠାନ ଦ୍ରବ୍ୟର ଦାମ୍ ଓ ଉତ୍ପାଦନର ପରିମାଣ ସ୍ଥିର କଲାବେଳେ ଅନ୍ୟ ପ୍ରତିଦ୍ବନ୍ଦୀ ପ୍ରତିଷ୍ଠାନମାନଙ୍କର ପ୍ରତିକ୍ରିୟାକୁ ବିଚାରକୁ ନେଇଥା’ନ୍ତି । ଏହାଦ୍ୱାରା ପ୍ରତିଷ୍ଠାନଗୁଡ଼ିକର ବ୍ୟାବସାୟିକ ନିଷ୍ପତ୍ତି ସ୍ଵାଧୀନ ନ ହୋଇ ପ୍ରତିଯୋଗୀମାନଙ୍କ ଉପରେ ନିର୍ଭରଶୀଳ ହୋଇଥାଏ । ତେଣୁ ଅନ୍ଧାଧିକାର ବଜାରରେ ଦର ନିର୍ଦ୍ଧାରଣ ପଦ୍ଧତି ଅତ୍ୟନ୍ତ ଜଟିଳ ହୋଇଥାଏ ।

(ii) ଅସଂଖ୍ୟକ ବିକ୍ରେତା – ଅଚ୍ଛାଧ୍ୟାର ବଜାରରେ ଅଳ୍ପସଂଖ୍ୟକ ବିକ୍ରେତା ଓ ଅନେକ କ୍ରେତା ଥାଆନ୍ତି । ବିକ୍ରେତାଙ୍କ ସଂଖ୍ୟା ଅଳ୍ପ ହୋଇଥିବାରୁ, ପ୍ରତ୍ୟେକ ବିକ୍ରେତା ଉତ୍ପାଦନର ଏକ ଉଲ୍ଲେଖନୀୟ ଅଂଶକୁ ନିୟନ୍ତ୍ରଣ କରନ୍ତି ଓ ଦରକୁ ପ୍ରଭାବିତ କରିପାରନ୍ତି । ଜଣେ ବିକ୍ରେତା ତାଙ୍କ ଦ୍ରବ୍ୟର ଦର ହ୍ରାସ କରି ବିକ୍ରୟ ବୃଦ୍ଧି କରିପାରନ୍ତି । ଏହା ଅନ୍ୟ ବିକ୍ରେତାମାନଙ୍କର ଲାଭକୁ ପ୍ରଭାବିତ କରେ । ପ୍ରତ୍ୟେକ ବିକ୍ରେତାଙ୍କର ଅନ୍ୟ ବିକ୍ରେତାମାନଙ୍କ ଉପରେ ସିଧାସଳଖ ପ୍ରଭାବ ରହେ ।

(iii) ବିକ୍ରୟ ପରିବ୍ୟୟ ଓ ବିଜ୍ଞାପନ – ଅଚ୍ଛାଧ୍ୟାର ବଜାରରେ ଦ୍ରବ୍ୟର ଦାମ୍ ହ୍ରାସ ଘଟାଇ ବିକ୍ରୟ ବୃଦ୍ଧି ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଥାଏ । ଏହା ଫଳରେ ପ୍ରତିଯୋଗୀ ପ୍ରତିଷ୍ଠାନମାନଙ୍କ ମଧ୍ୟରେ ଦାମ୍-ଯୁଦ୍ଧ ଦେଖାଦେଇଥାଏ । ଏହାସହିତ, ଏହି ବଜାରରେ ପ୍ରତିଷ୍ଠାନଗୁଡ଼ିକ ନିଜ ନିଜର ବିକ୍ରିକୁ ପ୍ରୋତ୍ସାହିତ କରିବାପାଇଁ ବିଜ୍ଞାପନ ବାବଦରେ ବହୁ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହୋଇଥାଆନ୍ତି । ତେଣୁ ଅଚ୍ଛାଧିକାର ବଜାରରେ ବିଜ୍ଞାପନ ଏକ ଜୀବନ-ମରଣ ଘଟଣା ହୋଇଥାଏ ।

(iv) ଗୋଷ୍ଠୀଗତ ବ୍ୟବହାର – ଅଳ୍ପାତ୍‌ର ବଜାରରେ ପ୍ରତିଷ୍ଠାନଗୁଡ଼ିକ ପରସ୍ପର ନିର୍ଭରଶୀଳ ହୋଇଥିବାରୁ ସେମାନେ ମିଳିତ ହୋଇ ସେମାନଙ୍କର ସାଧାରଣ ହିତ ସାଧନ ପାଇଁ କାର୍ଯ୍ୟ କରିଥାଆନ୍ତି । ପରସ୍ପର ମଧ୍ୟରେ ପ୍ରତିଦ୍ଵନ୍ଦିତା ଥାଇ ମଧ୍ୟ କେବଳ ବ୍ୟକ୍ତିଗତ ଲାଭ ସାଧନ ପାଇଁ ସମସ୍ତେ ଏକତ୍ରିତ ଭାବେ କାର୍ଯ୍ୟ କରନ୍ତି ।

(v) ଅନିଶ୍ଚିତତା – ଅନିଶ୍ଚିତତା ଅଧିକାର ବଜାରର ଅନ୍ୟ ଏକ ଲକ୍ଷଣ । ଅନ୍ଧାଧିକାର ବଜାରରେ ଜଣେ ବିକ୍ରେତା ଦର ପରିବର୍ତ୍ତନ କଲେ ଅନ୍ୟ ବିକ୍ରେତାମାନେ ତାଙ୍କୁ ଅନୁସରଣ କରିବେ କି ନାହିଁ, ତାହା ହେଉଛି ଅନିଶ୍ଚିତତା ତେଣୁ କ୍ଷତି ସହିବାର ଯଥେଷ୍ଟ ସମ୍ଭାବନା ଥାଏ ।

(vi) ଚାହିଦା। ରେଖାର ଅନିଶ୍ଚିତତା – ଅଚ୍ଛାଧ୍ୟାର ବଜାରରେ ଚାହିଦା ଲେଖା ଅନିଶ୍ଚିତ ତଥା ଅନିର୍ଦ୍ଧାରିତ ହୋଇଥାଏ । ଏଠାରେ ପ୍ରତିଷ୍ଠାନଗୁଡ଼ିକ ନିଷ୍ପତ୍ତି ଗ୍ରହଣ କରିବାରେ ପରସ୍ପର ଉପରେ ନିର୍ଭରଶୀଳ ହୋଇଥିବାରୁ ଗୋଟିଏ ପ୍ରତିଷ୍ଠାନ ତା’ର ଦର ପରିବର୍ତ୍ତନ କଲେ ତାହା ଅନ୍ୟ ପ୍ରତିଦ୍ଧହୀ ପ୍ରତିଷ୍ଠାନମାନଙ୍କର ବିକ୍ରିକୁ ପ୍ରଭାବିତ କରିଥାଏ । ଫଳରେ କ୍ଷତିଗ୍ରସ୍ତ ପ୍ରତିଷ୍ଠାନଟି ସେହି ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହୋଇଥାଆନ୍ତି ।

ଅର୍ଥାତ୍ ଜଣେ ଦର ପରିବର୍ତ୍ତନ କଲେ ଅନ୍ୟମାନେ ମଧ୍ୟ ସେହି ପନ୍ଥା ଗ୍ରହଣ କରିଥାଆନ୍ତି । ଏହାଦ୍ଵାରା ଚାହିଦା ରେଖା ଅନିଶ୍ଚିତ ହେବା ସଙ୍ଗେ ସଙ୍ଗେ ପରିବର୍ତ୍ତନଶୀଳ ମଧ୍ୟ ହୋଇଥାଏ ।

CHSE Odisha Class 12 Economics Chapter 10 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 10 ବଜାର Short Answer Questions.

CHSE Odisha 12th Class Economics Chapter 10 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି/ ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ବଜାରର ସଂଜ୍ଞା ପ୍ରଦାନ କର ।
Answer:
ବଜାର କହିଲେ ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର କ୍ରୟ ବିକ୍ରୟକୁ ବୁଝାଯାଏ । ଅର୍ଥଶାସ୍ତ୍ରୀ ଜନ୍ ଏଫ୍ ଡିଉଙ୍କ ଭାଷାରେ, ‘ପରସ୍ପର ସହିତ ନିବିଡ଼ ଭାବରେ ସମ୍ପୃକ୍ତ ଥିବା କେତେକ ସଂଖ୍ୟକ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ କୌଣସି ଏକ ଦ୍ରବ୍ୟର ବିନିମୟ ଘଟିଲେ, ତାହାକୁ ବଜାର କୁହାଯାଏ ।’’ ତେଣୁ ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର କ୍ରେତା, ବିକ୍ରେତା ଓ ସେମାନଙ୍କ ମଧ୍ୟରେ ଥିବା ପ୍ରତ୍ୟକ୍ଷ ସମ୍ପର୍କକୁ ବଜାର କୁହାଯାଏ ।

2. ବିଶୁଦ୍ଧ ବଜାର କ’ଣ ?
Answer:
ପ୍ରଫେସର ଚାମ୍ବରଲିନ୍‌ଙ୍କଦ୍ୱାରା ବିଶୁଦ୍ଧ ପ୍ରତିଯୋଗିତା ତତ୍ତ୍ଵ ବିକାଶ ଲାଭ କରିଥିଲା । ଚାମ୍ବରଲିନ୍‌ଙ୍କ ମତରେ, ଏକାତ୍‌କାରର ଅନୁପସ୍ଥିତିକୁ ବିଶୁଦ୍ଧ ପ୍ରତିଯୋଗିତା କୁହାଯାଏ । ବିଶୁଦ୍ଧ ପ୍ରତିଯୋଗିତାର ଦୁଇଟି ଲକ୍ଷଣ ଥାଏ; ଯଥା- ବିପୁଳ ସଂଖ୍ୟକ କ୍ରେତା ଓ ବିକ୍ରେତାଙ୍କ ଉପସ୍ଥିତି ଏବଂ ସମଜାତୀୟ ଦ୍ରବ୍ୟର କ୍ରୟ ବିକ୍ରୟ ।

3. ବଜାର ଦର କହିଲେ କ’ଣ ବୁଝ ?
Answer:
କୌଣସି ଏକ ସମୟରେ ବଜାରରେ ପ୍ରଚଳିତ ଦାମ୍ଭିକୁ ବଜାର ଦର କୁହାଯାଏ । ଏହି ଦର ସ୍ଵଳ୍ପକାଳ ସ୍ଥାୟୀ । ଚାହିଦା ଓ ଯୋଗାଣଦ୍ଵାରା ଦର ନିର୍ଦ୍ଧାରିତ ହୁଏ । ସ୍ଵଳ୍ପକାଳରେ ଯୋଗାଣ ପ୍ରାୟତଃ ସ୍ଥିର ଥାଏ । ତେଣୁ ଦ୍ରବ୍ୟର ଚାହିଦାଦ୍ୱାରା ଦର ପ୍ରଭାବିତ ହୁଏ ।

4. ସ୍ଵାଭାବିକ ଦର କ’ଣ ?
Answer:
ଦୀର୍ଘକାଳରେ ଉପଲବ୍‌ଧ ହେଉଥ‌ିବା ଦରକୁ ସ୍ଵାଭାବିକ ଦର କୁହାଯାଏ । ଦୀର୍ଘକାଳରେ ଚାହିଦା ଓ ଯୋଗାଣ ଉଭୟ ପରିବର୍ତ୍ତିତ ହୁଅନ୍ତି ଓ ଉଭୟ ସ୍ଵାଭାବିକ ଦରକୁ ପ୍ରଭାବିତ କରନ୍ତି । ସ୍ଵାଭାବିକ ଦର ଏକ ସ୍ଥିର ସନ୍ତୁଳନ ଦର ଅଟେ ।

5. ଅବାଧ ପ୍ରବେଶ ଓ ପ୍ରସ୍ଥାନ କହିଲେ କ’ଣ ବୁଝ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦ୍ରବ୍ୟ ଉତ୍ପାଦନ ଓ ବିକ୍ରୟ କରୁଥିବା ପ୍ରତିଷ୍ଠାନଗୁଡ଼ିକର ବଜାରରେ ପ୍ରବେଶ ଓ ପ୍ରସ୍ଥାନ ଉପରେ କୌଣସି ପ୍ରତିବନ୍ଧକ ନଥାଏ । ପ୍ରତିଯୋଗିତାରେ ସଫଳତା ଆଶା କରି ନୂତନ ଉତ୍ପାଦନ ପ୍ରତିଷ୍ଠାନମାନେ ଶିଳ୍ପ ମଧ୍ୟକୁ ପ୍ରବେଶ କରିପାରିବେ । ସେହିପରି ଅତ୍ୟଧ୍ଵକ କ୍ଷତି ଯୋଗୁଁ କୌଣସି ଉତ୍ପାଦନ ପ୍ରତିଷ୍ଠାନ ବଜାରରୁ ବିଦାୟ ନେଇପାରିବେ ।

CHSE Odisha Class 12 Economics Chapter 10 Short Answer Questions in Odia Medium

6. ସମଜାତୀୟ ଦ୍ରବ୍ୟ କହିଲେ କ’ଣ ବୁଝ ?
Answer:
ପୂର୍ଣ ପ୍ରତିଯୋଗିତାମୂଳକ ବଜାରରେ ବିନିମୟ ହେଉଥ‌ିବା ଦ୍ରବ୍ୟଟି ସର୍ବତୋଭାବେ ସମାନ ହୋଇଥାଏ । ପ୍ରତ୍ୟେକ ଦ୍ରବ୍ୟର ଆକାର, ପ୍ରକାର, ରଙ୍ଗ ଓ କିସମ ସମାନ ହୋଇଥାଏ । ଦ୍ରବ୍ୟର ଏକକଗୁଡ଼ିକ ସର୍ବତୋଭାବେ ସମାନ ହେଲେ, ଉପଭୋକ୍ତାଙ୍କର କୌଣସି ଏକ ନିର୍ଦ୍ଦିଷ୍ଟ ଶିଳ୍ପ ପ୍ରତିଷ୍ଠାନର ଉତ୍ପାଦିତ ଦ୍ରବ୍ୟ ପ୍ରତି ବିଶେଷ ଆଗ୍ରହ ରହେ ନାହିଁ ।

7. ଶୂନ୍ୟ ପରିବହନ ବ୍ୟୟ କହିଲେ କ’ଣ ବୁଝ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ, ଦ୍ରବ୍ୟ ଗୋଟିଏ ସ୍ଥାନରୁ ସରବରାହ କରିବାପାଇଁ କୌଣସି ଖର୍ଚ୍ଚ ହୁଏ ନାହିଁ ବୋଲି ଧରି ନିଆଯାଇଥାଏ । ଏହା ଅବାସ୍ତବ ମନେହୁଏ, କିନ୍ତୁ ଏହି ପରିକଳ୍ପନା ଅପରିହାର୍ଯ୍ୟ । ଏହି ପରିକଳ୍ପନାର ଅନୁପସ୍ଥିତିରେ ଦ୍ରବ୍ୟର ଦର ସର୍ବତ୍ର ସମାନ ରହିବ ନାହିଁ ।

8. ଏକାଧ୍ଵର ବଜାରର ସଂଜ୍ଞା ଲେଖ ।
Answer:
ଏକାଧିକାର ବଜାର କହିଲେ ଜଣେ ମାତ୍ର ବିକ୍ରେତା ଏପରି ଏକ ଦ୍ରବ୍ୟ ବିକ୍ରୟ କରନ୍ତି ଯାହାର କୌଣସି ନିକଟତମ ବିକଳ୍ପ ଦ୍ରବ୍ୟ ଉପଲବ୍ଧ ହୁଏ ନାହିଁ । ଏହିପରି ବଜାର ସ୍ଥିତିରେ ଶିଳ୍ପ ଏବଂ ପ୍ରତିଷ୍ଠାନ ମଧ୍ୟରେ କୌଣସି ପ୍ରଭେଦ ନ ଥାଏ । ଏକାଧ୍ୟାର ପ୍ରତିଷ୍ଠାନ ଦର ଗ୍ରହଣକାରୀ ଭାବେ ପରିଚିତ ନ ହୋଇ ଦର ନିର୍ଣ୍ଣୟକାରୀର କାର୍ଯ୍ୟ ସମ୍ପାଦନ କରିଥାଏ ।

9. ଦାମ୍ ବିଭେଦୀକରଣ କ’ଣ ?
Answer:
କେତେକ କ୍ଷେତ୍ରରେ ଦେଖାଯାଏ ଯେ, ଏକାତ୍‌କାର ପ୍ରତିଷ୍ଠାନ ଗୋଟିଏ ପ୍ରକାର ଉତ୍ପାଦିତ ଦ୍ରବ୍ୟର ବିଭିନ୍ନ ଏକକଗୁଡ଼ିକ ପାଇଁ ବିଭିନ୍ନ ଦର ଧାର୍ଯ୍ୟ କରିଥାଏ । ଅର୍ଥାତ୍‌ ଭିନ୍ନ ଭିନ୍ନ ଉପଭୋକ୍ତାଙ୍କଠାରୁ ଭିନ୍ନ ଭିନ୍ନ ଦାମ୍ ଆଦାୟ କରିଥାଏ । ଏହାକୁ ଏକାଧିକାର ବଜାରରେ ଦାମ୍ ବିଭେଦୀକରଣ କୁହାଯାଏ ବା ଏପ୍ରକାର ବଜାରକୁ ବିଭେଦକାରୀ ଏକାଧିକାର ବଜାର ବୋଲି କୁହାଯାଏ ।

10. ଅଚ୍ଛାଧିକାର କ’ଣ?
Answer:
ଯେଉଁ ବଜାରରେ ଏକାଧିକାର ବଜାରର କିଛି ଲକ୍ଷଣ ଓ ଏକାଧିକାରମୂଳକ ପ୍ରତିଯୋଗିତା ବଜାରର କିଛି ଲକ୍ଷଣ ଦେଖାଯାଏ, ତାହାକୁ ଅଚ୍ଛାତ୍‌କାର କୁହାଯାଏ । ଏହି ବଜାରରେ ଅଳ୍ପ କେତେଜଣ ବୃହତ୍ ପ୍ରତିଷ୍ଠାନ ବା ବିକ୍ରେତା ପରସ୍ପର ସହିତ ପ୍ରତିଦ୍ଵନ୍ଦିତା କରି ଏକ ଦ୍ରବ୍ୟ ଉତ୍ପାଦନ ଓ ବିକ୍ରୟ କରନ୍ତି । ଯେହେତୁ ଜଣେ ବିକ୍ରେତା ବା ଉତ୍ପାଦନକାରୀ ଦ୍ରବ୍ୟର ଏକ ବୃହତ୍ ଅଂଶ ଉତ୍ପାଦନ ଓ ବିକ୍ରୟ କରନ୍ତି । ସେ ଦର ଓ ଉତ୍ପାଦ ପରିମାଣକୁ ଯଥେଷ୍ଟ ପ୍ରଭାବିତ କରିପାରନ୍ତି ।

11. ଏକାଧିକାରମୂଳକ ପ୍ରତିଯୋଗିତା ବଜାର କ’ଣ ?
Answer:
ଅଧ୍ୟାପକ ଚାମ୍ବରଲିନ୍ ୧୯୩୩ ମସିହାରେ ଏକାଧିକାରମୂଳକ ପ୍ରତିଯୋଗିତା ତତ୍ତ୍ଵର ବିଶଦ ବ୍ୟାଖ୍ୟା କରିଥିଲେ । ତାଙ୍କ ମତରେ, ଏକ ନିର୍ଦ୍ଦିଷ୍ଟ ବଜାର ପରିସ୍ଥିତିରେ ପ୍ରତ୍ୟେକ ବିକ୍ରୟକାରୀ ଏକପ୍ରକାର ଏକାଧିକାରୀ ଏବଂ ଏହି ଶ୍ରେଣୀର ଏକାଧିକାରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ରହିଥାଏ । ତେଣୁ ଯେଉଁ ବଜାର ବ୍ୟବସ୍ଥାରେ ଉଭୟ ପ୍ରତିଯୋଗିତା ଏବଂ ଏକାଧ୍ୟାକାରର ସତ୍ତା ଉପଲବ୍ଧ କରାଯାଏ, ସେହି ବଜାରକୁ ଏକାଧିକାରମୂଳକ ପ୍ରତିଯୋଗିତା ବଜାର କୁହାଯାଏ ।

ଅର୍ଥାତ୍ ଯେଉଁଠାରେ ନାନା ମାର୍କା, ଆକାର, ବ୍ୟାବସାୟିକ ଚିହ୍ନ ଭିତ୍ତିରେ ଗୋଟିଏ ଦ୍ରବ୍ୟକୁ ଅଳ୍ପ କେତେକ ଉତ୍ପାଦନକାରୀ ଉତ୍ପାଦନ କରି ପ୍ରତିଯୋଗିତାକୁ ସେମାନଙ୍କ ମଧ୍ୟରେ ସୀମିତ ରଖନ୍ତି, ତାହାକୁ ଏକାଧ୍ୟାକାରମୂଳକ ପ୍ରତିଯୋଗିତା ବଜାର କୁହାଯାଏ ।

12. ବଜାର ଦାମ୍ କ’ଣ ?
Answer:
ବଜାର କାଳରେ ଦ୍ରବ୍ୟର ଯେଉଁ ଦାମ୍ ନିରୂପିତ ହୁଏ, ତାହାକୁ ବଜାର ଦାମ୍ କୁହାଯାଏ । ଯେକୌଣସି ମୁହୂଇଁରେ ଦ୍ରବ୍ୟର ଯୋଗାଣ ଏବଂ ଚାହିଦାଦ୍ୱାରା ନିରୂପିତ ଦାମ୍ଭିକୁ ବଜାର ଦାମ୍ ମଧ୍ଯ କୁହାଯାଏ । ଅର୍ଥାତ୍ ଏହାକୁ ସ୍ଵଳ୍ପକାଳୀନ ଦାମ୍ କୁହାଯାଏ ଯେହେତୁ ବଜାର ଦାମ୍ ସଦାବେଳେ ଦୋଳାୟମାନ ଅବସ୍ଥାରେ ଥାଏ।

13. ସନ୍ତୁଳନ ଦର କ’ଣ?
Answer:
ସନ୍ତୁଳନ ଦର ଏକ ଦର ଯେଉଁଥରେ ଗୋଟିଏ ଦ୍ରବ୍ୟର ଚାହିଦାର ପରିମାଣ ଯୋଗାଣ ପରିମାଣ ସହିତ ନିଶ୍ଚିତ ଭାବେ ସମାନ ରହେ । ବଜାର ଦର ଚାହିଦା ଓ ଯୋଗାଣଦ୍ବାରା ନିର୍ଦ୍ଧାରିତ ହୁଏ । ଯେତେବେଳେ ଏ ଦୁଇଟି ଶକ୍ତି ପରସ୍ପର ସହିତ ସମତୁଲ ଅବସ୍ଥାରେ ଥାଆନ୍ତି, ସେତେବେଳେ ନିର୍ଦ୍ଧାରିତ ବଜାର ଦରକୁ ସନ୍ତୁଳନ ଦର କୁହାଯାଏ ।

14. ବଜାର କାଳ କ’ଣ?
Answer:
ବଜାର କାଳ ଅତି ସ୍ଵଳ୍ପକାଳୀନ ଅଟେ । ଏହା ଗୋଟିଏ ଦିନ ବା ଅଳ୍ପ କେତେଦିନ ହୋଇଥାଏ । ଏହି ସମୟରେ ଯୋଗାଣ ସ୍ଥିର ରହେ । ତେଣୁ ଦର ନିର୍ଦ୍ଧାରଣରେ ଚାହିଦା ମୁଖ୍ୟ ଭୂମିକା ଗ୍ରହଣ କରେ । ଏହି ସମୟ କାଳରେ ଚାହିଦା ଓ ଯୋଗାଣ ମଧ୍ୟରେ ଥ‌ିବା ସନ୍ତୁଳନ କ୍ଷଣସ୍ଥାୟୀ ଅଟେ ।

15. ସ୍ବଳ୍ପକାଳ କ’ଣ?
Answer:
ସ୍ଵଳ୍ପକାଳ ବଜାରକାଳଠାରୁ ଦୀର୍ଘ । ଏହା କେତେମାସ ହୋଇପାରେ । ଏହି ସମୟରେ ଯୋଗାଣରେ କିଛି ମାତ୍ରାରେ ପରିବର୍ତ୍ତନ ଅଣାଯାଇପାରେ । ଏହି କାଳରେ ଯୋଗାଣ ଅପେକ୍ଷା ଚାହିଦା ଦର ନିର୍ଦ୍ଧାରଣରେ ଅଧ‌ିକ ଭୂମିକା ଗ୍ରହଣ କରେ ।

16. ଦୀର୍ଘକାଳ କ’ଣ?
Answer:
ଦୀର୍ଘକାଳ କେତେ ବର୍ଷକୁ ବୁଝାଏ । ଏହି ସମୟରେ ଉତ୍ପାଦନକାରୀମାନେ ଯୋଗାଣର ପରିମାଣ ଚାହିଦାର ପରିମାଣ ଅନୁସାରେ ପରିବର୍ତ୍ତନ କରିପାରନ୍ତି । ଦୀର୍ଘକାଳରେ ସମସ୍ତ ଉପାଦାନ ପରିବର୍ତୀ ଅଟନ୍ତି । ଦୀର୍ଘକାଳୀନ ସନ୍ତୁଳନ ସ୍ଥିର ଅଟେ ଏବଂ ଏହି ସନ୍ତୁଳନ ଦରକୁ ସ୍ଵାଭାବିକ ଦର ବା ସ୍ଵାଭାବିକ ଦାମ୍ କୁହାଯାଏ ।

17. ଅତି ଦୀର୍ଘକାଳ (Secular Period) କ’ଣ ?
Answer:
ମାର୍ଶାଲ୍ ଅତି ଦୀର୍ଘକାଳ ବୋଲି ଆଉ ଏକ ସମୟ ବିଷୟରେ ମଧ୍ଯ ଆଲୋକପାତ କରିଛନ୍ତି । ଅତି ଦୀର୍ଘକାଳ ଦଶବର୍ଷରୁ ଅଧ‌ିକ ସମୟକୁ ବୁଝାଏ । ଏହି କାଳରେ ଉତ୍ପାଦନକାରୀମାନେ ଯଥେଷ୍ଟ ସମୟ ପାଆନ୍ତି ଓ ଉତ୍ପାଦନ ପରିବର୍ତ୍ତନ କରିବାର ସବୁ ପ୍ରକାର କୌଶଳ ଅବଲମ୍ବନ କରନ୍ତି । ଏହି କାଳରେ ଉପଲବ୍ଧ ହେଉଥ‌ିବା ଦରକୁ ଅତି ଦୀର୍ଘକାଳୀନ ଦର (Secular Price) କୁହାଯାଏ ।

18. ପୂର୍ଣାଙ୍ଗ ପ୍ରତିଯୋଗିତା କ’ଣ ?
Answer:
ପୂର୍ଣ୍ଣ ପ୍ରତିଯୋଗିତା ଓ ଏକାଧ୍ୟାର ଦୁଇଟି ଚରମ ବଜାର । ଏ ଦୁଇଟି ଚରମ ବଜାର ମଧ୍ୟରେ ଥିବା ଅନ୍ୟ କେତେଗୁଡ଼ିଏ ବଜାର ବାସ୍ତବ ଜୀବନରେ ଦେଖିବାକୁ ମିଳେ । ଏପ୍ରକାରର ବଜାରରେ ପୂର୍ଣ୍ଣ ପ୍ରତିଯୋଗିତାର କିଛି ଲକ୍ଷଣ ଓ ଏକାଧିକାରର କିଛି ଲକ୍ଷଣ ଦେଖିବାକୁ ମିଳେ । ଏସବୁକୁ ଅପୂର୍ଣ୍ଣାଙ୍ଗ ପ୍ରତିଯୋଗିତାମୂଳକ ବଜାର କୁହାଯାଏ ।

CHSE Odisha Class 12 Economics Chapter 10 Short Answer Questions in Odia Medium

19. ପୂର୍ଣାଙ୍ଗ ବଜାର କ’ଣ ?
Answer:
ଯେଉଁ ବଜାରରେ ଅସଂଖ୍ୟ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଏକ ସମଜାତୀୟ ଦ୍ରବ୍ୟ ଏକ ନିର୍ଦ୍ଦିଷ୍ଟ ପ୍ରଚଳିତ ଦାମ୍‌ରେ କ୍ରୟବିକ୍ରୟ ହୋଇଥାଏ ତାହାକୁ ପୂର୍ଣ୍ଣାଙ୍ଗ ବା ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର କୁହାଯାଏ । ଏହି ବଜାରରେ କ୍ରେତା-ବିକ୍ରେତାଙ୍କ ଅବାଧ ପ୍ରବେଶ ଓ ପ୍ରସ୍ଥାନ ଥାଏ ଏବଂ ବଜାର ସମ୍ପର୍କରେ ସମସ୍ତଙ୍କର ପୂର୍ବଜ୍ଞାନ ଥାଏ । ଏହି ବଜାରରେ ପରିବହନ ଓ ବିଜ୍ଞାପନ ଖର୍ଚ୍ଚରେ ଅନୁପସ୍ଥିତ ଉପଲବଧ ହୁଏ ଏବଂ ଉତ୍ପାଦନ ସାଧନମାନଙ୍କର ପୂର୍ଣ୍ଣ ଗତିଶୀଳତା ଅନୁଭବ କରିହୁଏ ।

20. ସଂରକ୍ଷିତ ଦାମ୍ କ’ଣ ?
Answer:
ସଂରକ୍ଷିତ ଦାମ୍ ଏକ ସର୍ବନିମ୍ନ ଦାମ୍ ଯେଉଁ ଦାମ୍‌ରେ ଉତ୍ପାଦନକାରୀ କୌଣସି ଦ୍ରବ୍ୟ ଯୋଗାଣ କରିନଥା’ନ୍ତି । ଏହି ଦାମରୁ ବଜାର ଦାମ୍ କମ୍ ହେଲେ ବା ସମାନ ହେଲେ ଉତ୍ପାଦନକାରୀ କୌଣସି ଦ୍ରବ୍ୟ ବିକ୍ରୟ ନ କରି ଭବିଷ୍ୟତ ଦାମ୍ ବୃଦ୍ଧି ଆଶାରେ ସଂରକ୍ଷିତ ରଖିଥା’ନ୍ତି । ସଂରକ୍ଷିତ ଦାମ୍ ସାଧାରଣତଃ ସ୍ଥାୟୀଦ୍ରବ୍ୟ କ୍ଷେତ୍ରରେ ପ୍ରଯୁଜ୍ୟ ଓ ଏହା ଦ୍ରବ୍ୟର ସ୍ଥାୟିତ୍ଵ, ଭବିଷ୍ୟତ ପ୍ରତ୍ୟାଶା, ଗଚ୍ଛିତ ରଖୁବା ଖର୍ଚ୍ଚ ଉପରେ ନିର୍ଭରଶୀଳ ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ବଜାର ଅର୍ଥ କ’ଣ ?
Answer:
କୌଣସି ଦ୍ରବ୍ୟର କ୍ରୟ କିମ୍ବା ବିକ୍ରୟ ନିମିତ୍ତ କ୍ରେତା ଓ ବିକ୍ରେତାମାନଙ୍କୁ ପରସ୍ପର ସହିତ ଯୋଗାଯୋଗ କରିବା ପାଇଁ କୌଣସି ବ୍ୟବସ୍ଥାକୁ ବଢାର କୁହାଯାଏ । ଜନ୍.ଏଫ୍. ଡିଉଙ୍କ ଭାଷାରେ, ପରସ୍ପର ମଧ୍ୟରେ ଘନିଷ୍ଠ ସମ୍ପର୍କ ଥ‌ିବା କ୍ରେତା ଓ ବିକ୍ରେତାଙ୍କ ଗୋଷ୍ଠୀକୁ ନେଇ ବଜାର ଗଠିତ, ଯାହାଦ୍ୱାରା ସେମାନଙ୍କ ମଧ୍ୟରେ ବିନିମୟ ସଂଗଠିତ ହୋଇଥାଏ । ତେଣୁ, ବଜାର କହିଲେ ତିନୋଟି ଆବଶ୍ୟକତାକୁ ବୁଝାଏ । ପ୍ରଥମତଃ, ଏକ କ୍ରେତା ଗୋଷ୍ଠୀ ଥିବା ଆବଶ୍ୟକ । ଦ୍ଵିତୀୟତଃ, ଏକ ବିକ୍ରେତା ଗୋଷ୍ଠୀ ଥିବା ଆବଶ୍ୟକ ।

ତୃତୀୟତଃ, କ୍ରେତା ଓ ବିକ୍ରେତାମାନଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିବା ଆବଶ୍ୟକ । ବଜାର ଏକ ଭୌଗୋଳିକ ସ୍ଥାନରେ ସୀମିତ ନୁହେଁ । କ୍ରେତା ଓ ବିକ୍ରେତାମାନେ ବିଭିନ୍ନ ପ୍ରକାର ଯୋଗାଯୋଗ ମାଧ୍ୟମରେ ପରସ୍ପର ସହିତ ସମ୍ପର୍କ ସ୍ଥାପନ କରିପାରନ୍ତି ।

2. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର କ’ଣ ?
Answer:
ଯେଉଁ ବଜାରରେ ବିପୁଳ ସଂଖ୍ୟକ ବଜାର ଦର ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ ଥିବା କ୍ରେତା ଓ ବିକ୍ରେତା ଥାଆନ୍ତି ଏବଂ ସେମାନେ କୌଣସି ପ୍ରତିବନ୍ଧକ ନଥାଇ ଏକ ସମଜାତୀୟ ଦ୍ରବ୍ୟର କିଣାବିକା କରନ୍ତି, ତାହାକୁ ପୁର୍ଣ ପ୍ରତିଯୋଗିତାମୂଳକ ବଜାର କୁହାଯାଏ । ତେଣୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦ୍ରବ୍ୟର ଗୋଟିଏ ଦର ପ୍ରଚଳିତ ଥାଏ । କୌଣସି କ୍ରେତା ବା ବିକ୍ରେତା ପ୍ରଚଳିତ ବଜାର ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ଏକ ନିର୍ଦ୍ଧାରିତ ବଜାର ଦରରେ ଜଣେ ବିକ୍ରେତା କେତେ ପରିମାଣର ଦ୍ରବ୍ୟ ବିକ୍ରୟ କରିବେ, ତାହା ସେ ସ୍ଥିର କରନ୍ତି ।

ସେହିପରି ଜଣେ କ୍ରେତା ତାଙ୍କ କ୍ରୟର ପରିମାଣ ସ୍ଥିର କରନ୍ତି । ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଜଣେ କ୍ରେତା ବା ବିକ୍ରେତା ଦର ଗ୍ରହଣକାରୀ ଅଟନ୍ତି । ତେଣୁ ପ୍ରତିଷ୍ଠାନ ଦର ଗ୍ରହଣକାରୀ ଏବଂ ସେ ପ୍ରଚଳିତ ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ତେଣୁ ପ୍ରତିଷ୍ଠାନର ଚାହିଦା ଲେଖା ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ହୋଇଥାଏ ।

3. ଏକାଧ୍ୟାକାରୀ ପ୍ରତିଯୋଗିତା କ’ଣ ?
Answer:
ଅପୂର୍ଣ୍ଣାଙ୍ଗ ପ୍ରତିଯୋଗିତାରେ ମୁଖ୍ୟତଃ ତିନିପ୍ରକାର ବଜାର ବ୍ୟବସ୍ଥା ଦେଖିବାକୁ ମିଳେ । ସେଗୁଡ଼ିକ ହେଲା (i) ଏକାଧିକାରୀ ପ୍ରତିଯୋଗିତା, (ii) ଅଧ୍ୟାର ଏବଂ (iii) ଦ୍ଵୈତ ଅଧିକାର ବଜାର । ଆଧୁନିକ ବ୍ୟବସାୟ ଜଗତରେ ଏକାଧ୍ୟାକାରୀ ପ୍ରତିଯୋଗିତା ଏକ ପ୍ରାଧାନ୍ୟଯୁକ୍ତ ସ୍ଥାନ ଅଧିକାର କରିଛି । ଏହି ପ୍ରକାର ବଜାର ବ୍ୟବସ୍ଥାରେ ଏକାଧିକାର ଏବଂ ପ୍ରତିଯୋଗିତାର ବୈଶିଷ୍ଟ୍ୟ ଦେଖିବାକୁ ମିଳେ । ଏଥିରେ ପ୍ରତିଷ୍ଠାନବର୍ଗ ଭିନ୍ନ ଭିନ୍ନ ଦ୍ରବ୍ୟ ଉତ୍ପାଦନ କରନ୍ତି, ଯାହାକି ପରସ୍ପରର ନିକଟ ପ୍ରତିସ୍ଥାପକ ମାତ୍ର ସମ୍ପୂର୍ଣ୍ଣ ପ୍ରତିସ୍ଥାପକ ନୁହଁନ୍ତି ।

ବେନ୍‌ଙ୍କ ମତରେ, ଯେଉଁ ଶିଳ୍ପରେ ଅନେକଗୁଡ଼ିଏ କ୍ଷୁଦ୍ର କ୍ଷୁଦ୍ର ବିକ୍ରେତା ପରସ୍ପରଠାରୁ ଭିନ୍ନ ଏବଂ ନିକଟ ପ୍ରତିସ୍ଥାପକ ହୋଇଥିବା ଦ୍ରବ୍ୟ ବିକ୍ରୟ କରନ୍ତି, ସେହି ଶିଳ୍ପକୁ ଏକାଧ୍ୟାକାରୀ ପ୍ରତିଯୋଗିତା କୁହାଯାଏ ।

ଏକାଧ୍ୟାକାରୀ ପ୍ରତିଯୋଗିତାରେ ବିକ୍ରେତାଙ୍କର ଦର ଓ ଉତ୍ପାଦନର ପରିମାଣ ଉପରେ କିଛି ମାତ୍ରାରେ ପ୍ରଭାବ ରହେ । ସୁତରାଂ ଏକାଧିକାରୀ ପ୍ରତିଯୋଗିତାରେ ଚାହିଦାରେଖା ନିମ୍ନଗାମୀ (ଅଧ୍ବକ ଧରାଶାୟୀ) ହୋଇଥାଏ । ଏହାର କାରଣ ହେଉଛି ଯେ, ଏକାଧ୍ୟାକାରୀ ପ୍ରତିଯୋଗିତାର ଦ୍ରବ୍ୟର ନିକଟତମ ପ୍ରତିଦ୍ଵନ୍ଦୀ ବଜାରରେ ଉପଲବ୍ଧ ଥାଏ ଏବଂ ପ୍ରତିଷ୍ଠାନ ଦର ହ୍ରାସ କରି ଦ୍ରବ୍ୟର ବିକ୍ରୟ ବୃଦ୍ଧି କରିପାରିବେ ।

4. ଅଵାଧ୍ଵର (Oligopoly) କ’ଣ ?
Answer:
ଅଳ୍ପାଧିକାର ବଜାରରେ ଏକାଧିକାର ବଜାରର କିଛି ଲକ୍ଷଣ ଓ ଏକାଧିକାରମୂଳକ ପ୍ରତିଯୋଗିତା ବଜାରର କିଛି ଲକ୍ଷଣ ଦେଖାଯାଏ । ଅଚ୍ଛାଧିକାର ବଜାରରେ ଅଳ୍ପ କେତେଜଣ ବୃହତ୍ ପ୍ରତିଷ୍ଠାନ ବା ବିକ୍ରେତା ପରସ୍ପର ସହିତ ପ୍ରତିଦ୍ବନ୍ଦିତା କରି ଏକ ଦ୍ରବ୍ୟ ଉତ୍ପାଦନ ଓ ବିକ୍ରୟ କରନ୍ତି । ଯେହେତୁ ଜଣେ ବିକ୍ରେତା ବା ଉତ୍ପାଦନକାରୀ ଦ୍ରବ୍ୟର ଏକ ବୃହତ୍ ଅଂଶ ଉତ୍ପାଦନ ଓ ବିକ୍ରୟ କରନ୍ତି, ସେ ଦର ଓ ଉତ୍ପାଦନ ପରିମାଣକୁ ଯଥେଷ୍ଟ ପ୍ରଭାବିତ କରିପାରନ୍ତି ।

ଅଚ୍ଛାଧିକାର ବଜାରରେ ଜଣେ ବିକ୍ରେତା ବିକ୍ରେତାମାନଙ୍କ ମଧ୍ୟରେ ଆନ୍ତଃ-ନିର୍ଭରଶୀଳତା ରହିଥାଏ । ପ୍ରତିଷ୍ଠାନଗୁଡ଼ିକ ପରସ୍ପର ଉପରେ ନିର୍ଭରଶୀଳ ହୋଇଥାଏ । ଦ୍ରବ୍ୟର ଦର ନିର୍ଦ୍ଧାରଣ, ପ୍ରତିଦ୍ବନ୍ଦୀ ପ୍ରତିଷ୍ଠାନର କାର୍ଯ୍ୟ କୌଶଳ ଉପରେ ନିର୍ଭର କରିଥାଏ । ତେଣୁ ପ୍ରତ୍ୟେକ ପ୍ରତିଷ୍ଠାନ ବା ବିକ୍ରେତାଙ୍କର ଚାହିଦା ରେଖା ଅନିଶ୍ଚିତ ।

5. ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ସନ୍ତୁଳନ ଦର କହିଲେ କ’ଣ ବୁଝ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଅନେକ କ୍ରେତା ଓ ବିକ୍ରେତା ଥାଆନ୍ତି । ତେଣୁ କୌଣସି ନିର୍ଦ୍ଦିଷ୍ଟ ସମଜାତୀୟ ଦ୍ରବ୍ୟର ଦର ସମସ୍ତ କ୍ରେତାଙ୍କ ଚାହିଦାର ସମଷ୍ଟି ଏବଂ ସମସ୍ତ ବିକ୍ରେତାଙ୍କ ଯୋଗାଣର ସମଷ୍ଟିଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । ଯେଉଁ ଦରରେ ଦ୍ରବ୍ୟର ମୋଟ ଚାହିଦା ମୋଟ ଯୋଗାଣ ସହ ସମାନ ହୁଏ ତାହାକୁ ସନ୍ତୁଳନ ଦର କୁହାଯାଏ । ଅର୍ଥାତ୍ ଚାହିଦା ଓ ଯୋଗାଣ ଶକ୍ତି ମଧ୍ୟରେ ସମତୁଲତା ଥିବା ଅବସ୍ଥାରେ ସନ୍ତୁଳନ ଦର ସ୍ଥିରୀକୃତ ହୋଇଥାଏ । ସନ୍ତୁଳନ ଦରରେ କ୍ରୟ ବିକ୍ରୟ ହେଉଥ‌ିବା ଦ୍ରବ୍ୟର ପରିମାଣକୁ ସନ୍ତୁଳନ ପରିମାଣ କୁହାଯାଏ । ଏହା ବଜାର ଚାହିଦା ଲେଖା ଓ ବଜାର ଯୋଗାଣ ରେଖା ପ୍ରତିଚ୍ଛେଦ ବିନ୍ଦୁରେ ନିର୍ଦ୍ଧାରିତ ହୁଏ ।

CHSE Odisha Class 12 Economics Chapter 10 Short Answer Questions in Odia Medium

6. ଏକାଧ୍ଵର ଚାହିଦା ରେଖା କ’ଣ ?
Answer:
ଜଣେ ଏକାଧ୍ୟାକାରୀ ଦ୍ରବ୍ୟର ଯୋଗାଣରେ ପରିବର୍ତ୍ତନ କରି ବଜାର ଦରକୁ ପ୍ରଭାବିତ କରନ୍ତି । କିନ୍ତୁ ତାଙ୍କର ଉପଭୋକ୍ତାଙ୍କର ଚାହିଦା ଉପରେ ନିୟନ୍ତ୍ରଣ ନଥାଏ । ତେଣୁ ଚାହିଦା ରେଖା ନିମ୍ନଗାମୀ ହୁଏ । ଏକାଧ୍ୟାକାରୀଙ୍କ ପାଇଁ ଦୁଇଟି ବିକଳ୍ପ ଥାଏ । ସେ ଦ୍ରବ୍ୟର ଦର ହ୍ରାସ କରି ବିକ୍ରୟ ବୃଦ୍ଧି କରିପାରନ୍ତି ଅଥବା ଉତ୍ପାଦନ ହ୍ରାସ କରି ଦ୍ରବ୍ୟର ଦର ବୃଦ୍ଧି କରିପାରନ୍ତି । ସେ ଦର ଓ ଉତ୍ପାଦନ ମଧ୍ୟରୁ ଗୋଟିଏ ନିୟନ୍ତ୍ରଣ କରିପାରିବେ । ଉଭୟ ଦର ଓ ଉତ୍ପାଦନ ନିୟନ୍ତ୍ରଣ କରିବାର ସାମର୍ଥ୍ୟ ତାଙ୍କର ନଥାଏ । ଏକାଧ୍ୟାର ବଜାରରେ ଚାହିଦା ଲେଖା ନିମ୍ନଗାମୀ ହୁଏ।

7. ଶୁଦ୍ଧ ପ୍ରତିଯୋଗିତା କ’ଣ ?
Answer:
ଚାମ୍ବରଲିନ୍ ନାମକ ଜଣେ ପ୍ରଖ୍ୟାତ ଆମେରିକାନ୍ ଅର୍ଥଶାସ୍ତ୍ରୀ ‘ଶୁଦ୍ଧ ପ୍ରତିଯୋଗିତା’ ନାମକ ଏକ ବଜାର ସ୍ଥିତି ସମ୍ବନ୍ଧରେ ଆଲୋଚନା କରିଥିଲେ । ତାଙ୍କ ମତରେ, ଶୁଦ୍ଧ ପ୍ରତିଯୋଗିତା ହେଉଛି ଏକାଧିକାର ସ୍ବତ୍ବବିହୀନ ଏକ ବଜାର ବ୍ୟବସ୍ଥା । ତାଙ୍କ ବିଚାରରେ ବଜାରରେ ଏକାଧିକାର ସ୍ବତ୍ଵର ଉପସ୍ଥିତି ଦ୍ରବ୍ୟର ଦର ଉପରେ ନିୟନ୍ତ୍ରଣ ସୂଚନା ପ୍ରଦାନ କରିଥାଏ । ତେଣୁ ଶୁଦ୍ଧ ପ୍ରତିଯୋଗିତା ଦ୍ରବ୍ୟର ଦର ଉପରେ ନିୟନ୍ତ୍ରଣହୀନତାକୁ ହିଁ ବୁଝାଇଥାଏ । ଚାମ୍ବରଲିନ୍‌ଙ୍କ ମତରେ,

  • ବିପୁଳ ସଂଖ୍ୟକ କ୍ରେତା ଓ ବିକ୍ରେତାଙ୍କ ଉପସ୍ଥିତି,
  • ସମଜାତୀୟ ଦ୍ରବ୍ୟର ଉପସ୍ଥିତି ଓ
  • ପ୍ରବେଶ ଓ ପ୍ରସ୍ଥାନର ସ୍ଵାଧୀନତା- ଏହି ତିନୋଟି ବୈଶିଷ୍ଟ୍ୟ ହେଉଛି ଶୁଦ୍ଧ ପ୍ରତିଯୋଗିତାର ମୌଳିକ ଧର୍ମ । ପୂର୍ଣ୍ଣ ପ୍ରତିଯୋଗିତାର ଅର୍ଥ ଅଧିକ ବ୍ୟାପକ ହୋଇଥିଲାବେଳେ ଶୁଦ୍ଧ ପ୍ରତିଯୋଗିତାର ଅର୍ଥ କିଛି ମାତ୍ରାରେ ସଂକୀର୍ଣ୍ଣ ।

8. ଅପୂର୍ଣ୍ଣାଙ୍ଗ ପ୍ରତିଯୋଗିତା ବଜାର କହିଲେ କ’ଣ ବୁଝ ?
Answer:
ପୂର୍ଣ୍ଣ ପ୍ରତିଯୋଗିତା ଓ ଏକାଧିକାର ଦୁଇଟି ଚରମ ବଜାର । ବାସ୍ତବ ଜଗତରେ ଏପ୍ରକାର ବଜାର ବିରଳ । ଏ ଦୁଇଟି ଚରମ ବଜାର ମଧ୍ୟରେ ଥ‌ିବା ଅନ୍ୟ କେତେଗୁଡ଼ିଏ ବଜାର ବାସ୍ତବ ଜୀବନରେ ଦେଖିବାକୁ ମିଳେ । ଏପ୍ରକାରର ବଜାରରେ ପୂର୍ଣ୍ଣ ପ୍ରତିଯୋଗିତାର କିଛି ଲକ୍ଷଣ ଓ ଏକାଧିକାରର କିଛି ଲକ୍ଷଣ ଦେଖିବାକୁ ମିଳେ ଏସବୁକୁ ଅପୂର୍ଣ୍ଣାଙ୍ଗ ପ୍ରତିଯୋଗିତାମୂଳକ ବଜାର କୁହାଯାଏ । ଏକାଧ୍ୟାକାରମୂଳକ ପ୍ରତିଯୋଗିତା ଓ ଅନ୍ଧାଧିକାର ବଜାର ଅପୂର୍ଣ୍ଣାଙ୍ଗ ବଜାରର ଦୁଇ ପ୍ରମୁଖ ଅଂଶ ଅଟନ୍ତି । ପ୍ରତିଷ୍ଠାନଗୁଡ଼ିକ ବିଭେଦିତ ଦ୍ରବ୍ୟ ଉତ୍ପାଦନ କରି ଦ୍ରବ୍ୟର ଦର ନିର୍ଦ୍ଧାରକ ଭୂମିକା ଗ୍ରହଣ କରିଥା’ନ୍ତି ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ବଜାର ଦର ଓ ସ୍ବାଭାବିକ ଦର :
Answer:
କୌଣସି ଏକ ସମୟରେ ବଜାରରେ ପ୍ରଚଳିତ ଦାମକୁ ବଜାର ଦର କୁହାଯାଏ । ଏହି ଦର ସ୍ଵଚ୍ଛକାଳ ସ୍ଥାୟୀ । ଚାହିଦା ଓ ଯୋଗାଣଦ୍ଵାରା ଦର ନିର୍ଦ୍ଧାରିତ ହୁଏ । ସ୍ଵଳ୍ପକାଳରେ ଯୋଗାଣ ପ୍ରାୟତଃ ସ୍ଥିର ଥାଏ । ତେଣୁ ଦ୍ରବ୍ୟର ଚାହିଦାଦ୍ଵାରା ଦର ପ୍ରଭାବିତ ହୁଏ । ବଜାର ଦର ଓ ସ୍ବଳ୍ପକାଳୀନ ସନ୍ତୁଳନ ଅସ୍ଥାୟୀ ଅଟନ୍ତି । ଏକ ନିର୍ଦ୍ଦିଷ୍ଟ ସମୟରେ ଚାହିଦା ଓ ଯୋଗାଣ ଦ୍ବାରା ନିରୂପିତ ହେଉଥ‌ିବା ବା ସ୍ବକାଳୀନ ସନ୍ତୁଳନ ଦରକୁ ବଜାର ଦର କୁହାଯାଏ ।

ଦୀର୍ଘକାଳରେ ଉପଲବ୍‌ଧ ହେଉଥ‌ିବା ଦରକୁ ସ୍ବାଭାବିକ ଦର କୁହାଯାଏ । ଦୀର୍ଘକାଳରେ ଚାହିଦା ଅପେକ୍ଷା ଯୋଗାଣର ଭୂମିକା ଅଧୀକ । ତେଣୁ ସ୍ବାଭାବିକ ଦର ଚାହିଦା ଅପେକ୍ଷା ଯୋଗାଣଦ୍ବାରା ଅଧ‌ିକ ପ୍ରଭାବିତ ହୁଏ । ଦ୍ରବ୍ୟର ଦୀର୍ଘକାଳୀନ ସନ୍ତୁଳନ ଦରକୁ ସ୍ଵାଭାବିକ ଦର କୁହାଯାଏ । ଦୀର୍ଘକାଳରେ ଚାହିଦା ଓ ଯୋଗାଣ ଉଭୟ ପରିବର୍ତ୍ତିତ ହୁଅନ୍ତି ଓ ଉଭୟ ସ୍ଵାଭାବିକ ଦରକୁ ପ୍ରଭାବିତ କରନ୍ତି । ସ୍ଵାଭାବିକ ଦର ଏକ ସ୍ଥିର ସନ୍ତୁଳନ ଦର ଅଟେ ।

2. ପୂର୍ଣ୍ଣାଙ୍ଗ ବଜାର ଓ ଏକାଧିକାର ବଜାର :
Answer:
(1) ପୂର୍ଣାଙ୍ଗ ବଜାରରେ ଅସଂଖ୍ୟ କ୍ରେତା ଓ ବିକ୍ରେତା ଥାଆନ୍ତି । ବିକ୍ରେତାଙ୍କର ବଜାର ଯୋଗାଣ ଉପରେ ପୂର୍ଣ ନିୟନ୍ତ୍ରଣ ନଥାଏ; କିନ୍ତୁ ଏକାଧିକାର ବଜାରରେ ଗୋଟିଏ ଦ୍ରବ୍ୟର ଜଣେ ମାତ୍ର ବିକ୍ରେତା ଥାଆନ୍ତି । ବିକ୍ରେତାଙ୍କର ଯୋଗାଣ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଥାଏ ।
(2) ପୂର୍ଣ୍ଣାଙ୍ଗ ବଜାରରେ ଦ୍ରବ୍ୟଗୁଡ଼ିକ ସମଜାତୀୟ ! କିନ୍ତୁ ଏକାଧିକାର ବଜାରରେ ଦ୍ରବ୍ୟଗୁଡ଼ିକ ସୀମିତ ଏବଂ ଏହାର ନିକଟତମ ପ୍ରତିବଦଳ ଦ୍ରବ୍ୟ ନଥାଏ ।
(3) ପୂର୍ଣାଙ୍ଗ ବଜାରରେ ଦ୍ରବ୍ୟର ଦାମ୍ ସବୁଠାରେ ସମାନ ଥାଏ । ସାଧାରଣତଃ ଏହି ବଜାରରେ ଦ୍ରବ୍ୟର ଦାମ୍ ଅପେକ୍ଷାକୃତ କମ୍ । କିନ୍ତୁ ଏକାଧିକାର ବଜାରରେ ଦ୍ରବ୍ୟର ଦାମ୍ ଅଧିକ ଥାଏ ଏବଂ ସ୍ଥଳ ବିଶେଷରେ ଦ୍ରବ୍ୟର ଦାମ୍‌ରେ ତାରତମ୍ୟ ଦେଖାଯାଏ ।
(4) ପୂର୍ଣ୍ଣାଙ୍ଗ ବଜାରରେ ଉତ୍ପାଦନକାରୀ ସ୍ଵାଭାବିକ ଲାଭ ପାଇଥାଏ । ମାତ୍ର ଏକାଧିକାର ବଜାରରେ ଉତ୍ପାଦନକାରୀ ଅଧିକ ଲାଭ ପାଏ ।

3. ପୂର୍ଣ୍ଣ ପ୍ରତିଯୋଗିତା ଓ ଶୁଦ୍ଧ ପ୍ରତିଯୋଗିତା :
Answer:
(1) ଯେଉଁ ବଜାରରେ ଅସଂଖ୍ୟ ବଜାର ସମ୍ପର୍କିତ ସମ୍ପୂର୍ଣ୍ଣ ଜ୍ଞାନୀ କ୍ରେତା ଓ ବିକ୍ରେତା ଏକ ସମଜାତୀୟ ଦ୍ରବ୍ୟର କ୍ରୟ-ବିକ୍ରୟ ପାଇଁ ପ୍ରତିଯୋଗିତା କରି ଦ୍ରବ୍ୟର ପ୍ରତ୍ୟେକ ଏକକ ସମାନ ଦରରେ କିଣାବିକା କରିଥା’ନ୍ତି ଏବଂ ସମସ୍ତଙ୍କର ପ୍ରବେଶ ଓ ପ୍ରସ୍ଥାନରେ ସ୍ଵାଧୀନତା ଥାଏ, ସେହି ବଜାରକୁ ପୂର୍ଣ୍ଣ ପ୍ରତିଯୋଗିତା ବଜାର କୁହାଯାଏ ।

ପ୍ରଫେସର ଚାମ୍ବରଲିନ୍‌ଙ୍କ ମତରେ, ଶୁଦ୍ଧ ପ୍ରତିଯୋଗିତା ହେଉଛି ଏକାଧିକାର ସ୍ଵତ୍ଵବିହୀନ ଏକ ବଜାର ବ୍ୟବସ୍ଥା । ତାଙ୍କ ବିଚାରରେ ଏକାଧିକାର ସ୍ଵତ୍ଵର ଉପସ୍ଥିତି ଦ୍ରବ୍ୟର ଦର ଉପରେ ନିୟନ୍ତ୍ରଣ ସୂଚନା ପ୍ରଦାନ କରିଥାଏ । ତେଣୁ ଶୁଦ୍ଧ ପ୍ରତିଯୋଗିତା ଦ୍ରବ୍ୟର ଦର ଉପରେ ନିୟନ୍ତ୍ରଣହୀନତାକୁ ହିଁ ବୁଝାଇଥାଏ । ଚାମ୍ବରଲିନ୍‌ଙ୍କ ମତରେ,

  • ବହୁସଂଖ୍ୟକ କ୍ରେତା ଓ ବିକ୍ରେତାଙ୍କ ଉପସ୍ଥିତି,
  • ସମଜାତୀୟ ଦ୍ରବ୍ୟର ଉପସ୍ଥିତି ଓ
  • ପ୍ରବେଶ ଓ ପ୍ରସ୍ଥାନର ସ୍ଵାଧୀନତା- ଏହି ତିନୋଟି ବୈଶିଷ୍ଟ୍ୟ ହେଉଛି ଶୁଦ୍ଧ ପ୍ରତିଯୋଗିତାର ମୌଳିକ ଧର୍ମ ।

(2) ପୂର୍ଣ୍ଣ ପ୍ରତିଯୋଗିତା ଏକ ବ୍ୟାପକ ଧାରଣା; କିନ୍ତୁ ଶୁଦ୍ଧ ପ୍ରତିଯୋଗିତା ଅପେକ୍ଷାକୃତ ସଂକୀର୍ଣ୍ଣ ଧାରଣା ଏବଂ ଏହା ପୂର୍ଣ୍ଣ ପ୍ରତିଯୋଗିତାର ଏକ ଅଂଶବିଶେଷ । କିନ୍ତୁ ଶୁଦ୍ଧ ପ୍ରତିଯୋଗିତାରେ ଉତ୍ପାଦନରେ ବ୍ୟବହୃତ ଉପାଦାନଗୁଡ଼ିକ ଅବାଧରେ ଚଳାଚଳ କରିପାରନ୍ତି ନାହିଁ ।

(3) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଉତ୍ପାଦନରେ ବ୍ୟବହୃତ ଉପାଦାନଗୁଡ଼ିକ ଅବାଧରେ ଚଳାଚଳ କରିପାରନ୍ତି ।

(4) ପୂର୍ଣ ପ୍ରତିଯୋଗିତାମୂଳକ ବଜାରରେ ଉଭୟ କ୍ରେତା ଓ ବିକ୍ରେତା ଦ୍ରବ୍ୟର ମାନ ଓ ଦର ସମ୍ବନ୍ଧରେ ସଠିକ୍ ତଥ୍ୟ ପାଇଥା’ନ୍ତି; କିନ୍ତୁ ଶୁଦ୍ଧ ପ୍ରତିଯୋଗିତା ବଜାରରେ କ୍ରେତା ଓ ବିକ୍ରେତାମାନେ ଦ୍ରବ୍ୟର ମାନ ଓ ଦର ସମ୍ବନ୍ଧରେ ସଠିକ୍ ତଥ୍ୟ ପାଇ ନଥା ନ୍ତି ।

4. ସ୍ଵଳ୍ପକାଳ ଓ ଦୀର୍ଘକାଳ :
Answer:
ସ୍ଵଳ୍ପକାଳ, ବଜାର କାଳଠାରୁ ଦୀର୍ଘତର । ଏହି ସମୟ ମଧ୍ୟରେ ଚାହିଦାର ବୃଦ୍ଧି ସହିତ ଦ୍ରବ୍ୟର ଯୋଗାଣ କିଛି ପରିମାଣରେ ବୃଦ୍ଧି କରିବା ସମ୍ଭବ ହୋଇଥାଏ । ଏହି ସମୟ ମଧ୍ୟରେ କାର୍ଯ୍ୟରତ ପ୍ରତିଷ୍ଠାନଗୁଡ଼ିକ କେବଳ ପରିବର୍ତ୍ତନଶୀଳ ଉପାଦାନଗୁଡ଼ିକୁ ବୃଦ୍ଧି କରି କିଛି ପରିମାଣରେ ଉତ୍ପାଦନ ବୃଦ୍ଧି କରିପାରିବ । ସେମାନେ ସ୍ଥିର ଉପାଦାନଗୁଡ଼ିକୁ ବୃଦ୍ଧି କରିପାରିବେ ନାହିଁ । ଏହା ସହିତ ନୂତନ ପ୍ରତିଷ୍ଠାନଗୁଡ଼ିକ ଶିଳ୍ପ ମଧ୍ୟକୁ ପ୍ରବେଶ କରିପାରନ୍ତି ନାହିଁ ।

ତେଣୁ ସ୍ଵଳ୍ପକାଳରେ ଚାହିଦା ବୃଦ୍ଧି ହେଲେ ଯୋଗାଣ କିଛି ପରିମାଣରେ ବୃଦ୍ଧି ହୋଇପାରେ । ତେଣୁ ସ୍ଵଳ୍ପକାଳରେ ଦ୍ରବ୍ୟର ଦାମ୍ ନିର୍ଦ୍ଧାରଣରେ ଚାହିଦା ଯୋଗାଣଠାରୁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହି ସ୍ଵଳ୍ପକାଳୀନ ଚାହିଦା ଓ ଯୋଗାଣଦ୍ଵାରା ଯେଉଁ ଦର ନିର୍ଣ୍ଣୟ ହୁଏ, ତାହାକୁ ସ୍ୱଳ୍ପକାଳୀନ ଦର କୁହାଯାଏ।

ଯେଉଁ ସମୟରେ ଉତ୍ପାଦନ ସଂସ୍ଥାମାନେ ସେମାନଙ୍କର ସ୍ଥିର ଉପାଦାନସମୂହର ପରିବର୍ତ୍ତନ କରିପାରନ୍ତି, ସେହି ସମୟକୁ ଦୀର୍ଘକାଳ କୁହାଯାଏ । ଦୀର୍ଘକାଳ କହିଲେ କେତେ ବର୍ଷକୁ ବୁଝାଏ । ଏହି ସମୟରେ ଉତ୍ପାଦନକାରୀମାନେ ଯୋଗାଣର ପରିମାଣ ଚାହିଦାର ପରିମାଣ ଅନୁସାରେ ପରିବର୍ତ୍ତନ କରିପାରନ୍ତି । ଦୀର୍ଘକାଳରେ ସମସ୍ତ ଉପାଦାନ ପରିବର୍ତ୍ତୀ ଅଟନ୍ତି । ଏହି ସମୟରେ ନୂତନ ପ୍ରତିଷ୍ଠାନମାନେ ପ୍ରବେଶ ବା ପ୍ରସ୍ଥାନ କରିପାରନ୍ତି । ଦୀର୍ଘକାଳୀନ ସନ୍ତୁଳନ ସ୍ଥିର ଅଟେ ଏବଂ ଏହି ସନ୍ତୁଳନ ଦରକୁ ସ୍ଵାଭାବିକ ଦର କୁହାଯାଏ ।

CHSE Odisha Class 12 Economics Chapter 10 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 10  ବଜାର Objective Questions.

CHSE Odisha 12th Class Economics Chapter 10 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. କେଉଁ ବଜାରରେ ଅଳ୍ପ ସଂଖ୍ୟକ ବିକ୍ରେତ ଥାଆନ୍ତି ?
(A) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
(B) ଏକାଧିକାର ବଜାର
(C) ଅଚ୍ଛାଧ୍ୟାର ବଜାର
(D) ଏକାଧିକାରୀ ପ୍ରତିଯୋଗିତାମୂଳକ ବଜାର
Answer:
(C) ଅଚ୍ଛାଧ୍ୟାର ବଜାର

2. ଆନ୍ତଃ ନିର୍ଭରଶୀଳତା କେଉଁ ବଜାରର ପ୍ରମୁଖ ବୈଶିଷ୍ଟ୍ୟ ?
(A) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
(B) ଏକାଧିକାର ବଜାର
(C) ଅଚ୍ଛାଧିକାର ବଜାର
(D) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ ବଜାର
Answer:
(C) ଅଚ୍ଛାଧିକାର ବଜାର

3. ସମଜାତୀୟ ଦ୍ରବ୍ୟର କାରବାର କେଉଁ ବଜାରରେ ହୋଇଥାଏ ?
(A) ଏକାଧିକାର ବଜାର
(B) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ ବଜାର
(C) ଅଚ୍ଛାଧିକାର ବଜାର
(D) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
Answer:
(D) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର

4. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର ଚାହିଦା ରେଖା :
(A) ଆନୁଭୂମିକ ହୋଇଥାଏ
(B) ଉଲ୍ଲମ୍ବ ହୋଇଥାଏ
(C) ନିମ୍ନଗାମୀ ହୋଇଥାଏ
(D) ଊର୍ଦ୍ଧ୍ୱଗାମୀ ହୋଇଥାଏ
Answer:
(A) ଆନୁଭୂମିକ ହୋଇଥାଏ

5. କେଉଁ ବଜାରରେ ଜଣେ ମାତ୍ର ବିକ୍ରେତା ଥାଆନ୍ତି ?
(A) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
(B) ଏକାଧ୍ୟାକାରୀ ବଜାର
(C) ଅଚ୍ଛାଧ୍ୟାର ବଜାର
(D) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ ବଜାର
Answer:
(B) ଏକାଧ୍ୟାକାରୀ ବଜାର

CHSE Odisha Class 12 Economics Chapter 10 Objective Questions in Odia Medium

6. ଅର୍ଥନୀତିରେ ବଜାର କହିଲେ କ’ଣ ବୁଝାଏ ?
(A) ନିର୍ଦ୍ଦିଷ୍ଟ ଭୌଗୋଳିକ ସ୍ଥାନ
(B) କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ସମନ୍ଵୟ
(C) ଦ୍ରବ୍ୟର ବିକ୍ରୟ
(D) ଉପରୋକ୍ତ ସମସ୍ତ
Answer:
(B) କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ସମନ୍ଵୟ

7. ନିମ୍ନୋକ୍ତ କେଉଁଟି ପୂର୍ବ ପ୍ରତିଦ୍ବନ୍ଦିତାମୂଳକ ବଜାରର ବୈଶିଷ୍ଟ୍ୟ ନୁହେଁ ?
(A) ଅସଂଖ୍ୟ କ୍ରେତା ଓ ବିକ୍ରେତା
(B) ଅବାଧ ପ୍ରବେଶ ଓ ପ୍ରସ୍ଥାନ
(C) ସର୍ବାଧ‌ିକ ଲାଭ
(D) ସମଜାତୀୟ ଦ୍ରବ୍ୟ
Answer:
(C) ସର୍ବାଧ‌ିକ ଲାଭ

8. କେଉଁ ବଜାରରେ ପ୍ରତିଯୋଗୀ ପ୍ରତିଷ୍ଠାନମାନେ ଦରଗ୍ରହଣକାରୀ ପ୍ରତିଷ୍ଠାନ ଭାବେ ବିବେଚିତ ହୁଅନ୍ତି ?
(A) ପୂର୍ଣ ପ୍ରତିଯୋଗିତାମୂଳକ ବଜାର
(B) ଏକାଧିକାର ବଜାର
(C) ଅଚ୍ଛାଧିକାର ବଜାର
(D) ଏକାଧିକାରୀ
Answer:
(A) ପୂର୍ଣ ପ୍ରତିଯୋଗିତାମୂଳକ ବଜାର

9. ନିମ୍ନୋକ୍ତ କେଉଁଟି ଏକାଧ୍ୟାର ବଜାରର ବୈଶିଷ୍ଟ୍ୟ ?
(A) ଏକକ ବିକ୍ରେତା ବା ପ୍ରତିଷ୍ଠା
(B) ଅସଂଖ୍ୟ କ୍ରେତା
(C) ପ୍ରତିସ୍ଥାପକ ଦ୍ରବ୍ୟର ଅନୁପସ୍ଥିତି
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

10. ଦ୍ରବ୍ୟର ବଜାର ଦର କିଭଳି ନିର୍ଦ୍ଧାରିତ ହୁଏ ?
(A) ଦ୍ରବ୍ୟର ଯୋଗାଣଦ୍ଵାରା
(B) ଦ୍ରବ୍ୟର ଚାହିଦାଦ୍ୱାରା
(C) ଉଭୟ (A) ଓ (B)
(D) ଦ୍ରବ୍ୟ ଉତ୍ପାଦନ ପରିବ୍ୟୟ ଦ୍ବାରା
Answer:
(C) ଉଭୟ (A) ଓ (B)

11. କେଉଁ ବଜାରରେ କ୍ରେତା ବା ବିକ୍ରେତା ଦ୍ରବ୍ୟର ଦରକୁ ପ୍ରଭାବିତ କରିପାରି ନ ଥାନ୍ତି ?
(A) ଅଚ୍ଛାଧ୍ୟାର ବଜାର
(B) ଏକାଧିକାର ବଜାର
(C) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
(D) ଏକାଧିକାର ବଜାର
Answer:
(C) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର

12. ବଜାର ଦର ନିର୍ଦ୍ଧାରଣ କ୍ଷେତ୍ରରେ କାହାର ଅଧିକ ପ୍ରଭାବ ରହିଥାଏ ?
(A) ଯୋଗାଣ
(B) ଚାହିଦା
(C) ଉଭୟ (A) ଓ (B)
(D) କୌଣସିଟି ନୁହେଁ
Answer:
(B) ଚାହିଦା

13. କେଉଁ କାଳରେ ଯୋଗାଣର ବୃଦ୍ଧି ଘଟି ନଥାଏ ?
(A) ବଜାର କାଳ
(B) ସ୍ୱଳ୍ପକାଳ
(C) ଦୀର୍ଘକାଳ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ବଜାର କାଳ

14. ଦୀର୍ଘକାଳୀନ ଦାମ୍ ହେଉଛି :
(A) ବଜାର ଦାମ୍
(B) ବାସ୍ତବ ଦାମ୍
(C) ସ୍ଵାଭାବିକ ଦାମ୍
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ସ୍ଵାଭାବିକ ଦାମ୍

15. ସ୍ରାପ୍ୟ ଦ୍ରବ୍ୟର ଦାମ୍ ହେଉଛି :
(A) ବଜାର ଦାମ୍
(B) ସ୍ଵାଭାବିକ ଦାମ୍
(C) ବାସ୍ତବ ଦାମ୍
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ସ୍ଵାଭାବିକ ଦାମ୍

16. ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ବିକ୍ରେତା ସଂଖ୍ୟା :
(A) ଦୁଇଜଣ
(B) ବିପୁଳ ସଂଖ୍ୟକ
(C) ଅସଂଖ୍ୟକ
(D) ଜଣେ ମାତ୍ର
Answer:
(B) ବିପୁଳ ସଂଖ୍ୟକ

17. କେଉଁ ବଜାରରେ ଦାମ୍ ଏକ ପ୍ରକାର ଥାଏ ?
(A) ଏକାଧିକାର
(B) ଅଚ୍ଛାଧ୍ୟାକାର
(C) ପୂର୍ଣ୍ଣ ପ୍ରତିଯୋଗିତା
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ପୂର୍ଣ୍ଣ ପ୍ରତିଯୋଗିତା

18. କେଉଁ ବଜାର କ୍ଷେତ୍ରରେ ନୂତନ ପ୍ରତିଷ୍ଠାନମାନଙ୍କର ପ୍ରବେଶ ନିଷେଧ ?
(A) ପୂର୍ଣ୍ଣ ପ୍ରତିଯୋଗିତା
(B) ଏକାଧ୍ୟାକାର
(C) ଅଚ୍ଛାଧିକାର
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ଏକାଧ୍ୟାକାର

CHSE Odisha Class 12 Economics Chapter 10 Objective Questions in Odia Medium

19. ଏକାଧିକାର ସ୍ଵତ୍ଵ ବିହୀନ ବଜାର ବ୍ୟବସ୍ଥାକୁ କ’ଣ କୁହାଯାଏ ?
(A) ପୂର୍ଣ୍ଣ ପ୍ରତିଯୋଗିତା
(B) ଶୁଦ୍ଧ ପ୍ରତିଯୋଗିତା
(C) ଏକାଧ୍ଵର
(D) ଅଚ୍ଛାଧ୍ୟାକାର
Answer:
(B) ଶୁଦ୍ଧ ପ୍ରତିଯୋଗିତା

20. ଉଭୟ ‘ଏକାଧ୍ଵର’ ଓ ପ୍ରତିଯୋଗିତା ଯେଉଁ ବଜାର ବ୍ୟବସ୍ଥାରେ ପରିଲକ୍ଷିତ ହୁଏ, ସେହି ବଜାର ବ୍ୟବସ୍ଥାକୁ କ’ଣ କୁହାଯାଏ ?
(A) ଏକାଧିକାର
(B) ପୂର୍ଣ୍ଣପ୍ରତିଯୋଗିତାମୂଳକ
(C) ଅଚ୍ଛାଧ୍ୟାକାର
(D) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ
Answer:
(D) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ

21. କେଉଁ ବଜାର ସ୍ଥିତିରେ ଉତ୍ପାଦନକାରୀମାନେ ବିଜ୍ଞାପନ ଉପରେ ବହୁଳ ପରିମାଣରେ ଖର୍ଚ୍ଚ କରିଥା’ଛି ?
(A) ଅଚ୍ଛାଧିକାର
(B) ପୂର୍ଣ୍ଣ ପ୍ରତିଯୋଗିତାମୂଳକ
(C) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ
(D) ଏକାଧିକାର
Answer:
(C) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ

B. ଶୂନ୍ୟସ୍ଥାନ ପୂରଣ କର ।

1. କୌଣସି ଦ୍ରବ୍ୟର କ୍ରୟ ବିକ୍ରୟ ନିମିତ୍ତ କ୍ରେତା ଓ ବିକ୍ରେତାମାନଙ୍କୁ ପରସ୍ପର ସହିତ ଯୋଗାଯୋଗ କରିବାପାଇଁ କୌଣସି ______________ କୁହାଯାଏ ।
Answer:
ବଜାର

2. ଯେଉଁ ବଜାରରେ ବିପୁଳ ସଂଖ୍ୟକ ବଜାର ଦର ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ ଥିବା କ୍ରେତା ଓ ବିକ୍ରେତା ଥାଆନ୍ତି ଏବଂ ସେମାନେ କୌଣସି ପ୍ରତିବନ୍ଧକ ନଥାଇ ଏକ ସମଜାତୀୟ ଦ୍ରବ୍ୟର କିଣାବିକା କରନ୍ତି, ତାହାକୁ _____________ ବଜାର କୁହାଯାଏ ।
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ

3. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ, ଉତ୍ପାଦନ ପ୍ରତିଷ୍ଠାନଗୁଡ଼ିକ ଶିଳ୍ପ ମଧ୍ୟକୁ ଅବାଧ ପ୍ରବେଶ ଓ _____________ କରିପାରନ୍ତି ।
Answer:
ପ୍ରସ୍ଥାନ

4. _____________ ପରିବହନ ବ୍ୟୟ ପୂର୍ଣପ୍ରତିଯୋଗିତାମୂଳକ ବଜାରର ଏକ ଆବଶ୍ୟକତା ।
Answer:
ଶୂନ୍ଯ

5. ଚାମ୍ବରଲିନ୍‌ଙ୍କ ମତରେ, ____________ ର ଅନୁପସ୍ଥିତିକୁ ଶୁଦ୍ଧ ପ୍ରତିଯୋଗିତା କୁହାଯାଏ ।
Answer:
ଏକାଧିକାର

6. ପୂର୍ଣ୍ଣ ପ୍ରତିଯୋଗିତାରେ ପ୍ରତ୍ୟେକ ପ୍ରତିଷ୍ଠାନର ଚାହିଦା ରେଖା ____________ ସ୍ଥିତିସ୍ଥାପକ ହୋଇଥାଏ ।
Answer:
ସମ୍ପୂର୍ଣ୍ଣ

7. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର ଏକ ______________ ବଜାର ଅବସ୍ଥା ଅଟେ ଓ ବାସ୍ତବରେ ଏପ୍ରକାରର ବଜାର ପ୍ରାୟ ଦେଖିବାକୁ ମିଳେ ନାହିଁ ।
Answer:
ତାତ୍ତ୍ଵିକ

8. ଏକାଧିକାର ବଜାର କହିଲେ _____________ ମାତ୍ର ବିକ୍ରେତାଙ୍କୁ ବୁଝାଏ ।
Answer:
ଜଣେ

9. ଏକାଧିକାର ବଜାରରେ, ଏକାଧ୍ୟାକାରୀ ଏପରି ଏକ ଦ୍ରବ୍ୟ ବିକ୍ରୟ କରନ୍ତି ଯାହାର କୌଣସି ନିକଟତମ _____________ ଦ୍ରବ୍ୟ ଉପଲବ୍ଧ ହୁଏ ନାହିଁ ।
Answer:
ବିକଳ୍ପ

CHSE Odisha Class 12 Economics Chapter 10 Objective Questions in Odia Medium

10. ଏକାଧିକାରୀ ଦ୍ରବ୍ୟର ଦର ହ୍ରାସ କରି ବିକ୍ରୟ ବୃଦ୍ଧି କରିପାରନ୍ତି, ଅଥବା ଉତ୍ପାଦନ _______________ କରି ଦ୍ରବ୍ୟର ଦର ବୃଦ୍ଧି କରିପାରନ୍ତି।
Answer:
ହ୍ରାସ

11. ପୂର୍ଣ୍ଣ ପ୍ରତିଯୋଗିତାରେ ଚାହିଦା ରେଖା ଏକ _____________ ସରଳରେଖା ହୋଇଥାଏ ।
Answer:
ଆନୁଭୂମିକ

12. ଏକାଧିକାରୀ _______________ ଚାହିଦାରେଖାର ସମ୍ମୁଖୀନ ହୁଅନ୍ତି ।
Answer:
ନିମ୍ନଗାମୀ

13. _______________ ବଜାରର ଏକ ବୈଶିଷ୍ଟ୍ୟ ହେଉଛି ଦ୍ରବ୍ୟ ବିଭେଦନ ।
Answer:
ଏକାଧ୍ୟାକାରୀ

14. _____________ ବଜାରରେ ଏକାଧିକାର ବଜାରର କିଛି ଲକ୍ଷଣ ଓ ଏକାଧ୍ଵକାରମୂଳକ ପ୍ରତିଯୋଗିତା ବଜାରର କିଛି ଲକ୍ଷଣ ଦେଖାଯାଏ ।
Answer:
ଅଧିକାର

15. ଯେତେବେଳେ ଚାହିଦା ଓ ଯୋଗାଣ ପରସ୍ପର ସହିତ ସମତୁଲ ଅବସ୍ଥାରେ ଥାଆନ୍ତି, ସେତେବେଳେ ନିର୍ଦ୍ଧାରିତ ବଜାର _____________ ଦର କୁହାଯାଏ ।
Answer:
ସନ୍ତୁଳନ

16. ଉପଭୋକ୍ତା ଉପଭୋଗ ସମୟରେ ବଜାର ଦରକୁ_____________ ସହ ତୁଳନା କରନ୍ତି ।
Answer:
ସୀମାନ୍ତ ଉପଯୋଗିତା

17. ଉତ୍ପାଦନକାରୀ ଉତ୍ପାଦନ ସମୟରେ ବଜାର ଦରକୁ _____________ ସହ ତୁଳନା କରନ୍ତି ।
Answer:
ସୀମାନ୍ତ ପରିବ୍ୟୟ

18. ବଜାର କାଳରେ ଚାହିଦା ଓ ଯୋଗାଣ ମଧ୍ୟରେ ଥ‌ିବା ସନ୍ତୁଳନ ____________ ଅଟେ ।
Answer:
କ୍ଷଣସ୍ଥାୟୀ

19. କୌଣସି ଏକ ସମୟରେ ବଜାରରେ _____________ ଦାମ୍ଭିକୁ ବଜାର ଦର କୁହାଯାଏ ।
Answer:
ପ୍ରଚଳିତ

20. ଏକ ନିର୍ଦ୍ଦିଷ୍ଟ ସମୟରେ ଚାହିଦା ଓ ଯୋଗାଣଦ୍ବାରା ନିରୂପିତ ହେଉଥ‌ିବା ସ୍ଵଳ୍ପକାଳୀନ ସନ୍ତୁଳନ ଦରକୁ _____________ କୁହାଯାଏ ।
Answer:
ବଜାର

21. ଦୀର୍ଘକାଳରେ ଉପଲବ୍‌ଧ ହେଉଥ‌ିବା ଦରକୁ ______________ ଦର କୁହାଯାଏ ।
Answer:
ସ୍ଵାଭାବିକ

22. ସ୍ଵାଭାବିକ ଦର ଏକ _______________ ସନ୍ତୁଳନ ଦର ଅଟେ ।
Answer:
ସ୍ଥିର

23. ବିରଳ ଚିତ୍ରକଳା, ବିରଳ ମୁଦ୍ରା, ପୁରାତନ ପାଣ୍ଡୁଲିପି ଇତ୍ୟାଦି ଦୁଷ୍ଟ୍ରାପ୍ୟ ଦ୍ରବ୍ୟମାନଙ୍କର _____________ ଦର ନଥାଏ ।
Answer:
ସ୍ଵାଭାବିକ

24. ପ୍ରତ୍ୟେକ ଦ୍ରବ୍ୟର ବଜର ଦର ଥାଏ, କିନ୍ତୁ କେବଳ _____________ ଦ୍ରବ୍ୟର ସ୍ଵଭାବିକ ଦର ଥାଏ ।
Answer:
ପୁନରୁତ୍ପାଦନୀୟ

25. ବଜାର ଦର ବାସ୍ତବ ଅଟେ, ମାତ୍ର ସ୍ଵାଭାବିକ ଦର _______________ ଅଟେ ।
Answer:
କାଳ୍ପନିକ

26. ଅଚ୍ଛାଧ୍ୟାର ବିକ୍ରେତା ନିୟନ୍ତ୍ରିତ ବଜାରରେ ________________ ରେଖା ନିର୍ଦ୍ଧାରଣ କରି ହୁଏ ନାହିଁ ।
Answer:
ଚାହିଦା

27. ଅଚ୍ଛାଧ୍ୟାର ବଜାରରେ ______________ ପ୍ରତିଷ୍ଠାନ ଥାଆନ୍ତି ।
Answer:
ସ୍ଵସଂଖ୍ୟକ

28. ପୂର୍ଣ୍ଣାଙ୍ଗ ବଜାର ଏକ _____________ ବଜାର ।
Answer:
ଆଦର୍ଶ

CHSE Odisha Class 12 Economics Chapter 10 Objective Questions in Odia Medium

29. ଏକ ଏକାଧିକାର ବଜାରରେ ନୂତନ ପ୍ରତିଷ୍ଠାନମାନଙ୍କ ପ୍ରବେଶରେ ____________ ଥାଏ ।
Answer:
ପ୍ରତିବନ୍ଧକ

30. ବଜାରକୁ _____________ ନାମରେ ନାମିତ କରାଯାଏ ।
Answer:
ଦ୍ରବ୍ୟ ।

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ବଜାରକ ସ୍ଥାନର ନାମରେ ନାମିତ କରାଯାଏ ।
Answer:
ଭୁଲ୍ ।
ଠିକ୍ – ବଜାରକୁ ଦ୍ରବ୍ୟର ନାମରେ ନାମିତ କରାଯାଏ ।

2. କ୍ଷଣସ୍ଥାୟୀ ଦ୍ରବ୍ୟ ସ୍ଥଳେ ବିସ୍ତୃତ ବଜାର ଦେଖାଯାଏ ।
Answer:
ଭୁଲ୍ ।
ଠିକ୍ – କ୍ଷଣସ୍ଥାୟୀ ଦ୍ରବ୍ୟ ସ୍ଥଳେ ସୀମିତ ବଜାର ଦେଖାଯାଏ ।

3. ଶୁଦ୍ଧ ବଜାର, ଅଧ୍ୟାର ବଜାରର ଅନୁପସ୍ଥିତିକୁ ବୁଝାଏ ।
Answer:
ଭୁଲ୍ ।
ଠିକ୍ – ଶୁଦ୍ଧ ବଜାର, ଏକାଧ୍ୟାର ବଜାରର ଅନୁପସ୍ଥିତିକୁ ବୁଝାଏ ।

4. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ପରିବହନ ପରିବ୍ୟୟକୁ ବିଚାରକୁ ନିଆଯାଏ ।
Answer:
ଭୁଲ୍ ।
ଠିକ୍ – ପୂର୍ବ ପ୍ରତିଯୋଗିତାମୂଳକ ବଜାରରେ ପରିବହନ ପରିବ୍ୟୟକୁ ବିଚାରକୁ ନିଆଯାଏ ନାହିଁ ।

5. ଏକାଧକାର ପ୍ରତିଯୋଗିତାମୂଳକ ବଜାରରେ ବିକ୍ରେତାଙ୍କ ସଂଖ୍ୟା ଅଳ୍ପ ।
Answer:
ଭୁଲ୍ ।
ଠିକ୍ – ଏକାଧ୍ୟାକାର ପ୍ରତିଯୋଗିତାମୂଳକ ବଜାରରେ ବିକ୍ରେତାଙ୍କ ସଂଖ୍ୟା ଅଧ୍ବକ ।

6. ଏକାଧ୍ୟାର ପ୍ରତିଯୋଗିତାମୂଳକ ବଜାରରେ ଜଣେ ଜଣେ ବିକ୍ରେତା ସମୁଦାୟ ଦ୍ରବ୍ୟର ମୂଖ୍ୟ ଅଂଶ ବିକ୍ରି କରିଥା’ନ୍ତି ।
Answer:
ଭୁଲ୍ ।
ଠିକ୍ – ଅଚ୍ଛାଧ୍ୟାକାର ପ୍ରତିଯୋଗିତାମୂଳକ ବଜାରରେ ଜଣେ ଜଣେ ବିକ୍ରେତା ସମୁଦାୟ ଦ୍ରବ୍ୟର ମୁଖ୍ୟ ଅଂଶ ବିକ୍ରି କରିଥା’ନ୍ତି ।

7. ଏକାଧିକାର ବଜାର ଲାଗି ଉତ୍ପାଦକମାନଙ୍କ ମକ୍ତ ଗତିଶୀଳତା ଆବଶ୍ୟକ ।
Answer:
ଭୁଲ୍ ।
ଠିକ୍ – ପୂର୍ବ ପ୍ରତିଯୋଗିତାମୂଳକ ବଜାର ଲାଗି ଉତ୍ପାଦକମାନଙ୍କ ମୁକ୍ତ ଗତିଶୀଳତା ଆବଶ୍ୟକ ।

8. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର ବିଶୁଦ୍ଧ ବଜାର ଅଟେ ।
Answer:
ଠିକ୍ ।

9. ଦୀର୍ଘକାଳୀନ ସନ୍ତୁଳିତ ଦରକୁ ଅସ୍ଥାୟୀ ବୋଲି କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ବଜାର ଦରକୁ ଅସ୍ଥାୟୀ ବୋଲି କୁହାଯାଏ ।

10. ଯୋଗାଣ ସ୍ଥିର ରହି ଚାହିଦାର ବୃଦ୍ଧି ଘଟିଲେ ଦାମ୍ ବୃଦ୍ଧି ଘଟିଥାଏ ।
Answer:
ଠିକ୍ ।

11. ଚାହିଦା ସ୍ଥିର ରହି ଯୋଗାଣର ହ୍ରାସ ଘଟିଲେ ଦାମ୍ ହ୍ରାସ ଘଟିଥାଏ ।
Answer:
ଭୁଲ୍ ।
ଠିକ୍ – ଚାହିଦା ସ୍ଥିର ରହି ଯୋଗାଣର ହ୍ରାସ ଘଟିଲେ ଦାମ୍ ବୃଦ୍ଧି ଘଟିଥାଏ ।

12. ଉଭୟ ଚାହିଦା ଓ ଯୋଗାଣର ବୃଦ୍ଧି ଘଟିଲେ ସନ୍ତୁଳିତ ଦର ବା ପରିମାଣ ଅପରିବର୍ତ୍ତିତ ରହିବାର ସମ୍ଭାବନା ଥାଏ ।
Answer:
ଠିକ୍ ।

CHSE Odisha Class 12 Economics Chapter 10 Objective Questions in Odia Medium

13. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦ୍ରବ୍ୟର ବିଭିନ୍ନତା ପରିଲକ୍ଷିତ ହୁଏ ।
Answer:
ଭୁଲ୍ ।
ଠିକ୍ – ପୂର୍ଣ ପ୍ରତିଯୋଗିତାମୂଳକ ବଜାରରେ ଦ୍ରବ୍ୟ ସମଜାତୀୟ ଅଟନ୍ତି ।

14. ଏକାଧିକାର ବଜାରରେ କ୍ରେତା ବିକ୍ରେତାଙ୍କ ସଂଖ୍ୟା ଅସଂଖ୍ୟ ।
Answer:
ଭୁଲ୍ ।
ଠିକ୍ – ଏକାଧ୍ୟାର ବଜାରରେ ଏକମାତ୍ର ବିକ୍ରେତା ଥା’ନ୍ତି ।

15. ଏକାଧିକାର ବଜାରରେ ଉତ୍ପାଦନକାରୀଙ୍କର ଯୋଗାଣ ଉପରେ ସମ୍ପୂର୍ଣ୍ଣ କର୍ତ୍ତୃତ୍ଵ ରହିଥାଏ ।
Answer:
ଠିକ୍

16. ସନ୍ତୁଳନ ଦରରେ ଚାହିଦା, ଯୋଗାଣଠାରୁ ଅଧିକ ହୁଏ ।
Answer:
ଭୁଲ୍ ।
ଠିକ୍ – ସନ୍ତୁଳନ ଦରରେ ଚାହିଦା, ଯୋଗାଣ ସହ ସମାନ ।

17. ଅନ୍ଧାଧିକାର ବଜାରରେ ପ୍ରତିଷ୍ଠାନଗୁଡ଼ିକ ସ୍ଵାଧୀନ ।
Answer:
ଭୁଲ୍ ।
ଠିକ୍ – ଅଚ୍ଛାଧ୍ୟାକାର ବଜାରରେ ପ୍ରତିଷ୍ଠାନଗୁଡ଼ିକ ପରସ୍ପର ନିର୍ଭରଶୀଳ ।

18. ଏକାଧିକାରୀ ପ୍ରତିଯୋଗିତାମୂଳକ ବଜାରରେ ଉତ୍ପାଦ ସମଜାତୀୟ ଅଟନ୍ତି ।
Answer:
ଭୁଲ୍ ।
ଠିକ୍ – ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ ବଜାରରେ ଉତ୍ପାଦ ବିଭେଦିତ ଅଟନ୍ତି ।

19. ଅନ୍ଧାଧୁକାର ବଜାରରେ ବିକ୍ରେତାଙ୍କ ସଂଖ୍ୟା ଅସଂଖ୍ୟ ।
Answer:
ଭୁଲ୍ ।

20. ସ୍ଵାଭାବିକ ଦାମ୍ ହିଁ ବାସ୍ତବ ଦାମ୍ 
Answer:
ଭୁଲ୍ ।
ଠିକ୍ – ବଜାର ଦାମ୍ ହିଁ ବାସ୍ତବ ଦାମ୍ ।

21. ସ୍ଵାଭାବିକ ଦର ପରିବର୍ତ୍ତନଶୀଳ, ମାତ୍ର ବଜାର ଦର ସର୍ବଦା ସ୍ଥିର ।
Answer:
ଭୁଲ୍ ।
ଠିକ୍ – ସ୍ଵାଭାବିକ ଦର ସର୍ବଦା ସ୍ଥିର, ମାତ୍ର ବଜାର ଦର ପରିବର୍ତ୍ତନଶୀଳ ।

22. ସମସ୍ତ ଦ୍ରବ୍ୟର ସ୍ଵାଭାବିକ ଦାମ୍ ଥାଏ ।
Answer:
ଭୁଲ୍ ।
ଠିକ୍ – ସମସ୍ତ ଦ୍ରବ୍ୟର ବଜାର ଦାମ୍ ଥାଏ ।

23. କେବଳ ପୁନରୁତ୍ପାଦନ ହେଉଥିବା ଦ୍ରବ୍ୟର ସ୍ଵାଭାବିକ ଦାମ୍ ଥାଏ ।
Answer:
ଠିକ୍ ।

24. ବିରଳ ମହାର ସ୍ବାଭାବିକ ଦାମ୍ ଅଛି ।
Answer:
ଭୁଲ୍ ।
ଠିକ୍ – ବିରଳ ମୁଦ୍ରାର ବଜାର ଦାମ୍ ଅଛି ।

25. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଚାହିଦା ରେଖା ଏବଂ ହାରାହାରି ଆୟ ରେଖା ଏକ ଓ ଅଭିନ୍ନ।
Answer:
ଠିକ୍ ।

26. ସ୍ଵଳ୍ପକାଳରେ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ପ୍ରତିଷ୍ଠାନ କେବଳ ସ୍ଵାଭାବିକ ଲାଭ ଅର୍ଜନ କରିଥାଏ ।
Answer:
ଭୁଲ୍ ।
ଠିକ୍ – ଦୀର୍ଘକାଳରେ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ପ୍ରତିଷ୍ଠାନ କେବଳ ସ୍ବାଭାବିକ ଲାଭ ଅର୍ଜନ କରିଥାଏ ।

27. ଦୀର୍ଘକାଳୀନ ଦର ବଜାର ଦର ଭାବରେ ପରିଚିତ ।
Answer:
ଭୁଲ୍ ।
ଠିକ୍ – ଦୀର୍ଘକାଳନୀ ଦର ସ୍ଵାଭାବିକ ଦର ଭାବରେ ପରିଚିତ ।

28. ସ୍ଵାଭାବିକ ଦାମ୍ ବଜାର ଦାମ୍ ଚାରିପଟେ ଘୂରିବୁଲେ ।
Answer:
ଭୁଲ୍ ।
ଠିକ୍ – ବଜାର ଦାମ୍, ସ୍ଵାଭାବିକ ଦାମ୍ ଚାରିପଟେ ଘୂରିବୁଲେ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ବଜାର କାହାକୁ କହନ୍ତି ?
Answer:
କୌଣସି ଦ୍ରବ୍ୟର କ୍ରୟ ବିକ୍ରୟ ନିମିତ୍ତ କ୍ରେତା ଓ ବିକ୍ରେତାମାନଙ୍କୁ ପରସ୍ପର ସହିତ ଯୋଗାଯୋଗ କରିବା ପାଇଁ କୌଣସି ବ୍ୟବସ୍ଥାକୁ ବଜାର କୁହାଯାଏ ।

2. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର କ’ଣ ?
Answer:
ଯେଉଁ ବଜାରରେ ବିପୁଳ ସଂଖ୍ୟକ ବଜାର ଦର ସମ୍ପର୍କରେ ସମ୍ପୂର୍ଣ ଜ୍ଞାନ ଥିବା କ୍ରେତା ଓ ବିକ୍ରେତା ଥାଆନ୍ତି ଏବଂ ସେମାନେ କୌଣସି ପ୍ରତିବନ୍ଧକ ନଥାଇ ଏକ ସମଜାତୀୟ ଦ୍ରବ୍ୟର କିଣାବିକା କରନ୍ତି, ତାହାକୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର କୁହାଯାଏ ।

CHSE Odisha Class 12 Economics Chapter 10 Objective Questions in Odia Medium

3. ଏକାଧ୍ୟାର କହିଲେ କ’ଣ ବୁଝ ?
Answer:
ଏକାଧ୍ଵର କହିଲେ ସେହି ବ୍ୟବସ୍ଥାକୁ ବୁଝାଏ ଯେଉଁଥରେ ଜଣେ ମାତ୍ର ବିକ୍ରେତା ଏପରି ଏକ ଦ୍ରବ୍ୟ ଉତ୍ପାଦନ କରନ୍ତି, ଯାହାର ବଜାରରେ କୌଣସି ନିକଟତମ ବିକଳ୍ପ ଦ୍ରବ୍ୟ ଉପଲବ୍ଧ ହୁଏ ନାହିଁ ।

4. ଅଚ୍ଛାଧ୍ଵର ବଜାର କ’ଣ ?
Answer:
ଯେଉଁ ବଜାରରେ ଅଳ୍ପ କେତେକ ବିକ୍ରେତା ଥାଆନ୍ତି ଓ ପରସ୍ପରର କାରବାର ବିଷୟରେ ସମ୍ବେଦନଶୀଳ ଥାଆନ୍ତି, ତାହାକୁ ଅଚ୍ଛାଧ୍ଵର ବଜାର କୁହାଯାଏ ।

5. ଏକାଧ୍ୟାର ପ୍ରତିଦ୍ଵହିତାମୂଳକ ବଜାରର ସଂଜ୍ଞା ନିରୂପଣ କର ।
Answer:
ଏକାତ୍‌କାର ପ୍ରତିଦ୍ବନ୍ଦିତାମୂଳକ ବଜାର କହିଲେ ସେହି ବ୍ୟବସ୍ଥାକୁ ବୁଝାଏ ଯେଉଁଥରେ କି ଉଭୟ ପ୍ରତିଯୋଗିତା ଓ ଏକାଧିକାରର ଉପାଦାନମାନଙ୍କର ସହାବସ୍ଥାନ ଦେଖାଯାଏ ଏବଂ ଏଠାରେ ଏକାଧିକାର ପ୍ରତିଷ୍ଠାନମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ ।

6. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ କିପରି ଦର ଧାର୍ଯ୍ୟ କରାଯାଏ ?
Answer:
ପୂର୍ଣ ପ୍ରତିଯୋଗିତାମୂଳକ ବଜାରରେ ଦ୍ରବ୍ୟର ଯୋଗାଣ ଓ ଚାହିଦା, ଦ୍ରବ୍ୟର ଦର ନିର୍ଦ୍ଧାରଣ କରିଥା’ନ୍ତି ।

7. ସ୍ଵାଭାବିକ ଦର କ’ଣ ?
Answer:
ସ୍ବାଭାବିକ ଦର ଏକ କାଳ୍ପନିକ ଦର ଯାହା ଦୀର୍ଘକାଳୀନ ଯୋଗାଣ ଓ ଚାହିଦାଦ୍ୱାରା ନିର୍ଦ୍ଧାରିତ ହୁଏ ।

8. ବଜାର ଦର କହିଲେ ତୁମେ କ’ଣ ବୁଝ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ଚାହିଦା ଓ ଯୋଗାଣଦ୍ବାରା ନିରୂପିତ ହେଉଥ‌ିବା ଦରକୁ ବଜାର ଦର କୁହାଯାଏ ।

9. ସନ୍ତୁଳନ କ’ଣ ?
Answer:
ସନ୍ତୁଳନ ଏପରି ଏକ ପରିସ୍ଥିତିକୁ ବୁଝାଏ ଯେଉଁଠାରେ ଦ୍ରବ୍ୟର ଯୋଗାଣ ପରିମାଣ ଓ ଚାହିଦା ପରିମାଣ ପରସ୍ପର ସହିତ ସମାନ ହୋଇଥାଏ ।

10. ସନ୍ତୁଳନ ଦର କାହାକୁ କୁହାଯାଏ ?
Answer:
ସନ୍ତୁଳନ ଦର ଏକ ଦର ଯେଉଁଥରେ ଗୋଟିଏ ଦ୍ରବ୍ୟର ଚାହିଦାର ପରିମାଣ ଯୋଗାଣ ପରିମାଣ ସହିତ ନିଶ୍ଚିତ ଭାବେ ସମାନ ରହେ ।

11. କେଉଁ ବଜାରରେ ‘ଏକକ ଦାମ୍’ ପ୍ରଚଳନର ସମ୍ଭାବନା ଅଧିକ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଏକକ ଦାମ୍ ପ୍ରଚଳନର ସମ୍ଭାବନା ଅଧିକ ।

12. କେଉଁ ବଜାରରେ ଚାହିଦା ରେଖାର ସଠିକ୍ ଆକୃତି ନିର୍ଣ୍ଣୟ କରାଯାଇ ପାରେନା ?
Answer:
ଅନ୍ଧାଧ୍ୟାର ବଜାରରେ ଚାହିଦା ରେଖାର ସଠିକ୍ ଆକୃତି ନିର୍ଣ୍ଣୟ କରାଯାଇ ପାରେନା ।

13. କେଉଁ ବଜାରରେ ଉତ୍ପାଦନକାରୀ ଅତିମାତ୍ରାରେ ପରସ୍ପର ନିର୍ଭରଶୀଳ ?
Answer:
ଅଳ୍ପାଧ୍ଵର ବଜାରରେ ଉତ୍ପାଦନକାରୀ ଅତିମାତ୍ରାରେ ପରସ୍ପର ନିର୍ଭରଶୀଳ ।

14. କେଉଁ ବଜାରରେ ‘ପୂର୍ଣ୍ଣାଙ୍ଗ ବଜାର’ ଓ ଏକାଧିକାର ବଜାରର ବୈଶିଷ୍ଟ୍ୟ ଦେଖ‌ିବାକୁ ମିଳେ ?
Answer:
ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ ବଜାରରେ ପୂର୍ଣ୍ଣାଙ୍ଗ ବଜାର ଓ ଏକାଧିକାର ବଜାରର ବୈଶିଷ୍ଟ୍ୟ ଦେଖ‌ିବାକୁ ମିଳେ ।

15. କେଉଁ ପ୍ରକାର ଦ୍ରବ୍ୟର ସ୍ବାଭାବିକ ଦାମ୍ ନଥାଏ ?
Answer:
ଦୁଷ୍ପାପ୍ୟ ଓ ପୁନରୁତ୍ପାଦନ ହୋଇପାରୁ ନଥିବା ଦ୍ରବ୍ୟର ସ୍ଵାଭାବିକ ଦାମ୍ ନଥାଏ ।

16. କେଉଁ ସମୟକାଳରେ ସମସ୍ତ ଉପାଦାନ ପରିବର୍ତ୍ତିତ ଅଟନ୍ତି ?
Answer:
ଦୀର୍ଘକାଳରେ ସମସ୍ତ ଉପାଦାନ ପରିବର୍ତ୍ତିତ ଅଟନ୍ତି ।

17. କେଉଁ ସମୟ କାଳରେ ଦ୍ରବ୍ୟର ଯୋଗାଣ ପ୍ରାୟ ଅପରିବର୍ତିତ ରହିଥାଏ ?
Answer:
ବଜାର କାଳରେ ଦ୍ରବ୍ୟର ଯୋଗାଣ ପ୍ରାୟ ଅପରିବର୍ତ୍ତିତ ରହିଥାଏ ।

18. କ୍ରେତା ବାସ୍ତବରେ କେଉଁ ଦାମ୍ ଉପରେ ଦ୍ରବ୍ୟ କ୍ରୟ କରିଥାଏ ?
Answer:
କ୍ରେତା ବାସ୍ତବରେ ବଜାର ଦାମ୍ ଉପରେ ଦ୍ରବ୍ୟ କ୍ରୟ କରିଥାଏ ।

CHSE Odisha Class 12 Economics Chapter 10 Objective Questions in Odia Medium

19. କେଉଁ ଉତ୍ପାଦନକାରୀଙ୍କୁ ଦର ସୃଷ୍ଟିକାରୀ (Price maker) କୁହାଯାଏ ?
Answer:
ଏକାଧିକାର ଉତ୍ପାଦନକାରୀଙ୍କୁ ଦର ସୃଷ୍ଟିକାରୀ କୁହାଯାଏ ।

20. କେଉଁ ଦୃଷ୍ଟିକୋଣରୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ପରିବହନ ବ୍ୟୟକୁ ବିଚାରକୁ ନିଆଯାଏ ନାହିଁ ?
Answer:
ଦ୍ରବ୍ୟର ଦର ସର୍ବତ୍ର ସମାନ ରଖୁବା ଲାଗି ପରିବହନ ବ୍ୟୟକୁ ବିଚାରକୁ ନିଆଯାଏ ନାହିଁ ।

21. କେଉଁ କାରଣରୁ ବିଭିନ୍ନ ପ୍ରକାର ବଜାର ଦେଖାଯାଏ ?
Answer:
କ୍ରେତା ଓ ବିକ୍ରେତାଙ୍କ ତୁଳନାତ୍ମକ ଶକ୍ତିରୁ ବିଭିନ୍ନ ପ୍ରକାର ବଜାର ଦେଖାଯାଏ ।

22. ଜଣେ କ୍ରେତା ବା ବିକ୍ରେତା ପୂର୍ଣ ପ୍ରତିଯୋଗିତାମୂଳକ ବଜାରରେ ଦାମ୍‌କୁ ପ୍ରଭାବିତ କରିପାରେ କି ?
Answer:
ଜଣେ କ୍ରେତା ବା ବିକ୍ରେତା ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦାମ୍ଭିକୁ ପ୍ରଭାବିତ କରିପାରନ୍ତି ନାହିଁ ।

CHSE Odisha Class 12 Economics Chapter 8 Questions and Answers in Odia Medium

Odisha State Board CHSE Odisha Class 12 Economics Solutions Chapter 8 ଆୟ Questions and Answers.

CHSE Odisha Class 12 Economics Chapter 8 Questions and Answers in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ । 

1. ପୂର୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟ ରେଖା :
(A) ଊର୍ଦ୍ଧ୍ୱଗାମୀ ହୋଇଥାଏ
(B) ନିମ୍ନଗାମୀ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(D) ଉଲ୍ଲେମ୍ ହୋଇଥାଏ
Answer:
(C) ଆନୁଭୂମିକ ହୋଇଥାଏ

2. ପୂର୍ଣ୍ଣ ପ୍ରତିଯୋଗିତାରେ ବିକ୍ରିତ ଉତ୍ପାଦ ପରିମାଣର ବୃଦ୍ଧି ସହିତ ସୀମାନ୍ତ ଆୟ :
(A) ହ୍ରାସ ପାଏ
(B) ଅପରିବର୍ତିତ ରହେ
(C) ବୃଦ୍ଧି ପାଏ
(D) ଋଣାତ୍ମକ ହୁଏ
Answer:
(B) ଅପରିବର୍ତିତ ରହେ

3. ଅପୂର୍ଣ୍ଣ ପ୍ରତିଯୋଗିତାରେ ହାରାହାରି ଆୟ ରେଖା :
(A) ଊର୍ଦ୍ଧ୍ୱଗାମୀ ହୋଇଥାଏ
(B) ନିମ୍ନଗାମୀ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(D) ଉଲ୍ଲମ୍ବା ହୋଇଥାଏ
Answer:
(B) ନିମ୍ନଗାମୀ ହୋଇଥାଏ

4. ଏକାଧ୍ଵର ବଜାରରେ ହାରାହାରି ଆୟରେଖାଟି :
(A) ନିମ୍ନଗାମୀ ହୋଇଥାଏ
(B) ଉଲ୍‌ମ୍ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(D) ଊର୍ଦ୍ଧ୍ୱଗାମୀ ହୋଇଥାଏ
Answer:
(A) ନିମ୍ନଗାମୀ ହୋଇଥାଏ

5. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ହାରାହାରି ଆୟ ସୀମାନ୍ତ ଆୟଠାରୁ :
(A) ଅଧୂ
(B) କମ୍
(C) ସହ ସମାନ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ସହ ସମାନ

CHSE Odisha Class 12 Economics Chapter 8 Questions and Answers in Odia Medium

6. ପ୍ରାନ୍ତୀୟ ଆୟ ହେଉଛି :
(A) ଦ୍ରବ୍ୟ ଏକକ ପ୍ରତି ମିଳୁଥ‌ିବା ଆୟ
(B) କୌଣସି ଏକ ଅତିରିକ୍ତ ଏକକ ବିକ୍ରୟ କରି ଯେଉଁ ନିଟ୍ ଆୟ ଅର୍ଜନ କରାଯାଏ
(C) ମୋଟ ଉତ୍ପାଦନର ମୂଲ୍ୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) କୌଣସି ଏକ ଅତିରିକ୍ତ ଏକକ ବିକ୍ରୟ କରି ଯେଉଁ ନିଟ୍ ଆୟ ଅର୍ଜନ କରାଯାଏ

7. ଆୟ କ’ଣ ?
(A) ଦ୍ରବ୍ୟ ଏକକ ପ୍ରତି ମିଳୁଥିବା ଆୟ
(C) ସୀମାନ୍ତ ଉତ୍ପାଦନର ମୂଲ୍ୟ
(B) ହାରାହାରି ଆୟ
(D) ବିକ୍ରିତ ଦ୍ରବ୍ୟର ମୋଟ ମୂଲ୍ୟ
Answer:
(D) ବିକ୍ରିତ ଦ୍ରବ୍ୟର ମୋଟ ମୂଲ୍ୟ

8. ସୀମାନ୍ତ ଆୟ ହାରାହାରି ଆୟଠାରୁ ଅଧିକ ହେଲେ ହାରାହାରି ଆୟ କ’ଣ ହୁଏ ?
(A) ବୃଦ୍ଧି ହୁଏ
(B) ହ୍ରାସ ହୁଏ
(C) ଅପରିବର୍ତିତ ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ବୃଦ୍ଧି ହୁଏ

9. ମୋଟ ଆୟ ଆକଳନ କରିବାର ସୂତ୍ର କ’ଣ ?
(A) ବିକ୍ରିତ ଦ୍ରବ୍ୟର ପରିମାଣ × ଦ୍ରବ୍ୟର ଏକକ ପିଛା ଦର
(B) ବିଶ୍ରିତ ଦ୍ରବ୍ୟର ପରିମାଣ ÷ ଏକକ ପିଛା ଦର
(C) ଦ୍ରବ୍ୟର ପରିମାଣ + ଦର
(D) ଦ୍ରବ୍ୟର ପରିମାଣ – ଦର
Answer:
(A) ବିକ୍ରିତ ଦ୍ରବ୍ୟର ପରିମାଣ × ଦ୍ରବ୍ୟର ଏକକ ପିଛା ଦର

10. ପ୍ରାନ୍ତୀୟ ଆୟ ନିର୍ଦ୍ଧାରଣ କରିବାର ସୂତ୍ର କେଉଁଟି ?
(A) ମୋଟ୍ ଆୟ ÷ ବିକ୍ରିତ ଦ୍ରବ୍ୟସମୂହ
(B) ଦ୍ରବ୍ୟର ଏକକ ପିଛା ଦର × ବିକ୍ରିତ ଦ୍ରବ୍ୟର ପରିମାଣ
(C) (ମୋଟ ଆୟ)n – (ମୋଟ ଆୟ)n-1
(D) (ମୋଟ ଆୟ)n + (ମୋଟ ଆୟ)n-1
Answer:
(C) (ମୋଟ ଆୟ)n – (ମୋଟ ଆୟ)n-1

11. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ମୋଟ ଆୟ ରେଖା ମୂଳବିନ୍ଦୁଠାରୁ :
(A) ନିମ୍ନଗାମୀ ହୋଇଥାଏ
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(D) ଉଲ୍ଲମ୍ବ ହୋଇଥାଏ
Answer:
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ

12. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ହାରାହାରି ଓ ପ୍ରାନ୍ତୀୟ ଆୟରେଖା :
(A) ଉର୍ଦ୍ଧ୍ୱଗାମୀ ହୋଇଥାଏ
(B) ନିମ୍ନଗାମୀ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(D) ଉଲ୍‌ମ୍ବ ହୋଇଥାଏ
Answer:
(B) ନିମ୍ନଗାମୀ ହୋଇଥାଏ

13. ଯେତେବେଳେ ସୀମାନ୍ତ ଆୟ ହାରାହାରି ଆୟଠାରୁ କମ୍ ହୁଏ, ହାରାହାରି ଆୟ :
(A) ସ୍ଥିର ରହେ
(B) ହ୍ରାସ ପାଏ
(C) ବୃଦ୍ଧି ପାଏ
(D) ଉପରଲିଷ୍କୃତ କୌଣସିଟି ନୁହେଁ
Answer:
(B) ହ୍ରାସ ପାଏ

B. ଶୂନ୍ୟସ୍ଥାନ ପୂରଣ କର ।

1. ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରି ଉତ୍ପାଦନକାରୀ ଯେଉଁ ଅର୍ଥ ଉପାର୍ଜନ କରନ୍ତି, ତାହା ____________ ।
Answer:
ଆୟ

2. ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ଉପାର୍ଜନ କରେ, ତାହାକୁ _____________ କୁହାଯାଏ ।
Answer:
ମୋଟ ଆୟ

3. ବର୍ତ୍ତମାନର ମୋଟ ଆୟ ଏବଂ _____________ ର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ ।
Answer:
ପୂର୍ବତନ ମୋଟ ଆୟ

4. ଦର ଓ ବିକ୍ରିତ ଉତ୍ପାଦକୁ ଗୁଣନ କରି _____________ ଆକଳନ କରାଯାଏ ।
Answer:
ମୋଟ ଆୟ

CHSE Odisha Class 12 Economics Chapter 8 Questions and Answers in Odia Medium

5. ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ୟରେ _____________ ସ୍ଥିର ସମ୍ପର୍କ ରହିଛି ।
Answer:
ପ୍ରତ୍ୟକ୍ଷ

6. ମୋଟ ଆୟ = ___________ × ମୋଟ ଉତ୍ପାଦ
Answer:
ଦର

7. ହାରାହାରି ଆୟ = \(\frac{ମୋଟ ଆୟ}{-}\)
Answer:
ମୋଟ ଉତ୍ପାଦ

8. ହାରାହାରି ଆୟରେଖାର ଆକାର ___________ ହେବ ।
Answer:
ଆନୁଭୂମିକ

9. ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକ ବୃଦ୍ଧି ସହିତ ମୋଟ ଆୟରେ ଯେଉଁ ପରିମାଣ ବୃଦ୍ଧି ପାଏ, ତାହା ____________ ।
Answer:
ସୀମାନ୍ତ ଆୟ

10. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ହାରାହାରି ଆୟ = ସୀମାନ୍ତ ଆୟ = _____________ ।
Answer:
ଦର

11. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ଦର ଓ ବିକ୍ରିତ ଏକକ ମଧ୍ୟରେ _____________ ସମ୍ପର୍କ ଦୃଷ୍ଟିଗୋଚର ହୁଏ ।
Answer:
ପରୋକ୍ଷ

12. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ବିକ୍ରିତ ଉତ୍ପାଦ ପରିମାଣର ବୃଦ୍ଧି ସହିତ ମୋଟ ଆୟ, ହାରରେ ପ୍ରଥମେ_____________ ବୃଦ୍ଧି ପାଇଥାଏ ଏବଂ ତତ୍ପରେ ହ୍ରାସ ପାଇଥାଏ ।
Answer:
ହ୍ରାସମାନ

13. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟ = ଦର > ______________ ।
Answer:
ସୀମାନ୍ତ ଆୟ ।

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ହାରାହାରି ଆୟ ସୀମାନ୍ତ ଆୟଠାରୁ କମ୍ ।
Answer:
ଭୁଲ୍ ।
ଠିକ୍ – ପୂର୍ବ ପ୍ରତିଯୋଗିତାମୂଳକ ସ୍ଥିତିରେ, ହାରାହାର ଆୟ ସୀମାନ୍ତ ଆୟ ସହ ସମାନ ।

2. ହାରାହାରି ଆୟ ଓ ଦର ସମାନ !
Answer:
ଠିକ୍ ।

3. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ହାରାହାରି ଆୟ ସୀମାନ୍ତ ଆୟଠାରୁ କମ୍ ।
Answer:
ଭୁଲ୍ ।
ଠିକ୍ – ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ହାରାହାରି ଆୟ ସୀମାନ୍ତ ଆୟଠାରୁ ଅଧିକ ।

4. ପୂର୍ଣ ପ୍ରତିଯୋଗିତାରେ, ହାରାହାରି ଆୟ ଓ ହାରାହାରି ପରିବ୍ୟୟ ସମାନ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ — ପୂର୍ଣ ପ୍ରତିଯୋଗିତାରେ, ହାରାହାରି ଆୟ ଓ ପ୍ରାନ୍ତୀୟ ଆୟ ସମାନ ହୋଇଥାଏ ।

5. ପ୍ରାନ୍ତୀୟ ଆୟ ଶୂନ୍ୟ ହେଲେ ମୋଟ ଆୟ ସର୍ବନିମ୍ନ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ଆୟ ଶୂନ୍ୟ ହେଲେ ମୋଟ ଆୟ ସର୍ବାଧ‌ିକ ହୋଇଥାଏ ।

CHSE Odisha Class 12 Economics Chapter 8 Questions and Answers in Odia Medium

6. ଦ୍ରବ୍ୟର ହାରାହାରି ଆୟ ତା’ର ଦର ମଧ୍ଯ ସୂଚିତ କରେ ।
Answer:
ଠିକ୍

7. ଅତିରିକ୍ତ ଏକକର ବିକ୍ରିରୁ ଲବ୍ଧ ଆୟକୁ ହାରାହାରି ଆୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଅତିରିକ୍ତ ଏକକର ବିକ୍ରିରୁ ଲବ୍ଧ ଆୟକୁ ପ୍ରାନ୍ତୀୟ ଆୟ କୁହାଯାଏ ।

8. ଉତ୍ପାଦିତ ଦ୍ରବ୍ୟକୁ ବଜାରରେ ବିକ୍ରି କରି ପ୍ରତିଷ୍ଠାନ ଯେଉଁ ମୌଦ୍ରିକ ଆୟ ଅର୍ଜନ କରିଥାଏ, ତାହାକୁ ପ୍ରତିଷ୍ଠାନର ପରିବ୍ୟୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦିତ ଦ୍ରବ୍ୟକୁ ବଜାରରେ ବିକ୍ରି କରି ପ୍ରତିଷ୍ଠାନ ଯେଉଁ ମୌଦ୍ରିକ ଆୟ ଅର୍ଜନ କରିଥାଏ, ତାହାକୁ ପ୍ରତିଷ୍ଠାନର ଆୟ କୁହାଯାଏ ।

9. ସୀମାନ୍ତ ଆୟ= ବିକ୍ରିତ ଦ୍ରବ୍ୟର ପରିମାଣ × ଦ୍ରବ୍ୟର ଏକକ ପିଛା ଦର ।
Answer:
ଭୁଲ୍ ।
ଠିକ୍ – ମୋଟ ଆୟ = ବିକ୍ରିତ ଦ୍ରବ୍ୟର ପରିମାଣ × ଦ୍ରବ୍ୟର ଏକକ ପିଛା ଦର ।

10. ସୀମାନ୍ତ ଆୟ ଋଣାତ୍ମକ ହୋଇପାରେ; ମାତ୍ର ହାରାହାରି ଆୟ କେବେ ଧନାତ୍ମକ ହୁଏ ନାହିଁ ।
Answer:
ଭୁଲ୍ ।
ଠିକ୍ – ସୀମାନ୍ତ ଆୟ ଋଣାତ୍ମକ ହୋଇପାରେ; ମାତ୍ର ହାରାହାରି ଆୟ କେବେ ଋଣାତ୍ମକ ହୁଏ ନାହିଁ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଆୟ କାହାକୁ କୁହାଯାଏ ?
Answer:
କୌଣସି ପ୍ରତିଷ୍ଠାନର ବିକ୍ରୟ ହେଉଥିବା ଦ୍ରବ୍ୟରୁ ମିଳୁଥିବା ଅର୍ଥକୁ ଆୟ କୁହାଯାଏ ।

2. ମୋଟ ଆୟ କାହାକୁ କୁହାଯାଏ ?
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ଉପାର୍ଜନ କରେ, ତାହାକୁ ମୋଟ ଆୟ କୁହାଯାଏ ।

3. ହାରାହାରି ଆୟ କ’ଣ?
Answer:
ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥିବା ଆୟକୁ ହାରାହାରି ଆୟ କୁହାଯାଏ ।

4. ସୀମାନ୍ତ ଆୟ କ’ଣ?
Answer:
ଉତ୍ପାଦର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ୱାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ ।

5. ସୀମାନ୍ତ ଆୟ କିପରି ନିର୍ଣ୍ଣୟ କରାଯାଏ ?
Answer:
ବର୍ତ୍ତମାନର ମୋଟ ଆୟ (TRn) ଏବଂ ପୂର୍ବତନ ମୋଟ ଆୟ (TRn-1) ର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ ।

6. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ଯରେ କ’ଣ ସମ୍ପର୍କ ରହିଛି ?
Answer:
ପୂର୍ବ ପ୍ରତିଯୋଗିତାମୂଳକ ସ୍ଥିତିରେ ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ୟରେ ପ୍ରତ୍ୟକ୍ଷ ସ୍ଥିର ସମ୍ପର୍କ ରହିଛି ।

7. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା କେଉଁ ଅକ୍ଷ ସହ ସମାନ୍ତର ହୋଇଥାଏ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା X- ଅକ୍ଷ ସହ ସମାନ୍ତର ବା ଆନୁଭୂମିକ ହୋଇଥାଏ ।

8. ପୂର୍ଣ୍ଣ ପ୍ରତିଯୋଗିତା ସ୍ଥିତିରେ କାହିଁକି ସୀମାନ୍ତ ଆୟରେଖା ହାରାହାରି ଆୟରେଖା ଭଳି ଆନୁଭୂମିକ ହୋଇଥାଏ ?
Answer:
ପୂର୍ବ ପ୍ରତିଯୋଗିତା ସ୍ଥିତିରେ ମୋଟ ଆୟ ସମାନ ହାରରେ ବୃଦ୍ଧି ପାଉଥ‌ିବାରୁ ସୀମାନ୍ତ ଆୟ ପ୍ରତ୍ୟେକ ଏକକରେ ସ୍ଥିର, ତେଣୁ ସୀମାନ୍ତ ଆୟରେଖା ହାରାହାରି ଆୟରେଖା ଭଳି ଆନୁଭୂମିକ ହୋଇଥାଏ ।

9. କେଉଁ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟ ରେଖା ଓ ହାରାହାରି ଆୟରେଖା ଏକ ଓ ଅଭିନ୍ନ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟରେଖା ଓ ହାରାହାରି ଆୟରେଖା ଏକ ଓ ଅଭିନ୍ନ ।

10. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟରେଖା କିପରି ହୋଇଥାଏ ?
Answer:
ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟ ରେଖା ଏକ ସରଳରେଖା ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି/ ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ଆୟ କ’ଣ ?
Answer:
ଆୟ କହିଲେ କୌଣସି ପ୍ରତିଷ୍ଠାନଦ୍ୱାରା ବିଭିନ୍ନ ସାଧନଗୁଡିକର ବିନିଯୋଗ କରି ଦ୍ରବ୍ୟ ଉତ୍ପାଦିତ କରି ତାହାକୁ ବଜାରରେ ବିକ୍ରିକରି ଯେଉଁ ମୌଦ୍ରିକ ଆୟ ଉପାର୍ଜନ କରିଥାଏ, ତାହାକୁ ଆୟ କୁହାଯାଏ । ତେଣୁ ଆୟ ଉତ୍ପାଦନର ବିକ୍ରୟଲବ୍ଧ ଉପାର୍ଜନ ମାତ୍ର । ଉତ୍ପାଦନ ସମ୍ବନ୍ଧୀୟ ଯେକୌଣସି ନିଷ୍ପଭିରେ ଏହାର ଭୂମିକା ଗୁରୁତ୍ଵପୂର୍ଣ ।

2. ମୋଟ ଆୟ କ’ଣ?
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ପ୍ରାପ୍ତ କରେ, ତାହାକୁ ମୋଟ ଆୟ କୁହାଯାଏ । ଏହା ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ କ୍ରୟ କରିବାପାଇଁ କ୍ରେତାମାନଙ୍କର ମୋଟ ବ୍ୟୟ ସହିତ ସମାନ । ଏଠାରେ କହିବା ବାହୁଲ୍ୟ ଯେ ମୋଟ ଆୟ ପ୍ରତିଷ୍ଠାନର ମୋଟ ବିକ୍ରୟ ଉପରେ ନିର୍ଭର କରେ । ତେଣୁ ଦରକୁ ବିକ୍ରୟ ହୋଇଥିବା ଦ୍ରବ୍ୟର ପରିମାଣ ସହ ଗୁଣନ କରି ମୋଟ ଆୟ ନିର୍ଣ୍ଣୟ କରାଯାଇପାରେ ।
∴ ମୋଟ ଆୟ = ଦର × ବିକ୍ରିତ ଉତ୍ପାଦର ପରିମାଣ ।

CHSE Odisha Class 12 Economics Chapter 8 Questions and Answers in Odia Medium

3. ହାରାହାରି ଆୟ କ’ଣ?
Answer:
କୌଣସି ପ୍ରତିଷ୍ଠାନଦ୍ୱାରା! ବିକ୍ରୟ କରାଯାଉଥ‌ିବା ଦ୍ରବ୍ୟର ପ୍ରତ୍ୟେକ ଏକକରୁ ମିଳୁଥିବା ଆୟକୁ ହାରାହାରି ଆୟ କୁହାଯାଏ । ଏହା ବିକ୍ରିତ ଉତ୍ପାଦର ଦର ସହ ସମାନ । ମୋଟ ଆୟକୁ ବିକ୍ରିତ ଉତ୍ପାଦର ମୋଟ ପରିମାଣ ସହ ବିଭାଜନ କଲେ ଯେଉଁ ଆୟ ନିର୍ଣ୍ଣୟ କରାଯାଏ ତାହାକୁ ହାରାହାରି ଆୟ କୁହାଯାଏ ।

4. ସୀମାନ୍ତ ଆୟ କ’ଣ?
Answer:
ଉତ୍ପାଦିତ ଦ୍ରବ୍ୟର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ଵାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ । ଏହା ଅତିରିକ୍ତ ଏକକ ବିକ୍ରୟରୁ ପ୍ରାପ୍ତ ହେଉଥ‌ିବା ଅତିରିକ୍ତ ଆୟ । ଅର୍ଥାତ୍ ବର୍ତ୍ତମାନର ମୋଟ ଆୟ ଏବଂ ପୂର୍ବତନ ମୋଟ ଆୟର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ ।

5. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟରେଖା କେଉଁ ଆକାର ଧାରଣ କରିଥାଏ ?
Answer:
ଦର ଓ ବିକ୍ରିତ ଉତ୍ପାଦକୁ ଗୁଣନ କରି ମୋଟ ଆୟ ଆକଳନ କରାଯାଏ । ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକର ବୃଦ୍ଧି ସହିତ ମୋଟ ଆୟ ସ୍ଥିର ହାରରେ ବୃଦ୍ଧି ପାଇଥାଏ । ଅର୍ଥାତ୍ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ୟରେ ପ୍ରତ୍ୟକ୍ଷ ସ୍ଥିର ସମ୍ପର୍କ ରହିଛି । ତେଣୁ ଏ କ୍ଷେତ୍ରରେ ମୋଟ ଆୟରେଖ ଏକ ସରଳରେଖାର ଆକାର ଧାରଣ କରି ଊର୍ଦ୍ଧ୍ୱଗାମୀ ହୋଇଥାଏ ।

6. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖାର ଆକାର କିପରି ହୋଇଥାଏ ?
Answer:
ମୋଟ ଆୟକୁ ବିକ୍ରିତ ଉତ୍ପାଦର ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ । ଏହା ପ୍ରତ୍ୟେକ ବିକ୍ରିତ ପରିମାଣରେ ସ୍ଥିର, କାରଣ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ଦର ସ୍ଥିର । ତେଣୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା X- ଅକ୍ଷ ସହ ସମାନ୍ତର ବା ଆନୁଭୂମିକ ହୋଇଥାଏ ।

7. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟରେଖା କିପରି ହୋଇଥାଏ ?
Answer:
ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକ ବୃଦ୍ଧି ସହିତ ମୋଟ ଆୟରେ ଯେଉଁ ପରିମାଣ ବୃଦ୍ଧି ପାଏ, ତାହା ସୀମାନ୍ତ ଆୟ । ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟ ସମାନ ହାରରେ ବୃଦ୍ଧି ପାଉଥିବାରୁ ସୀମାନ୍ତ ଆୟ ପ୍ରତ୍ୟେକ ଏକକରେ ସ୍ଥିର ରହିଥାଏ । ତେଣୁ ସୀମାନ୍ତ ଆୟରେଖା ହାରାହାରି ଆୟରେଖା ଭଳି ଆନୁଭୂମିକ ହୋଇଥାଏ ।

8. ଅପୂର୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା କିପରି ହୋଇଥାଏ ?
Answer:
ମୋଟ ଆୟକୁ ବିକ୍ରିତ ଉତ୍ପାଦ ପରିମାଣ ସହ ଭାଗ କରି ହାରାହାରି ଆୟ ଆକଳନ କରାଯାଏ । ହାରାହାରି ଆୟ ଓ ଦର ସମାନ ହୋଇଥିବାରୁ ବିକ୍ରିତ ଉତ୍ପାଦର ପରିମାଣ ଓ ହାରାହାରି ଆୟ ମଧ୍ୟରେ ପରୋକ୍ଷ ସ୍ଥିର ସମ୍ପର୍କ ରହିଥାଏ । ତେଣୁ ହାରାହାରି ଆୟରେଖା ଏକ ସରଳରେଖାର ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।

9. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟରେଖା କିପରି ହୋଇଥାଏ ?
Answer:
ଦ୍ରବ୍ୟର ଅତିରିକ୍ତ ଏକକ ବିକ୍ରୟ ଫଳରେ ମୋଟ ଆୟରେ ହେଉଥ‌ିବା ବୃଦ୍ଧିର ପରିମାଣକୁ ସୀମାନ୍ତ ଆୟ କୁହାଯାଏ । ମୋଟ ଆୟ ହ୍ରାସମାନ ହାରରେ ବୃଦ୍ଧି ପାଉଥ‌ିବାରୁ ସୀମାନ୍ତ ଆୟ ପ୍ରଥମେ ହ୍ରାସ ପାଏ । ତତ୍ପରେ, ସୀମାନ୍ତ ଆୟ ଶୂନ୍ୟ ଏବଂ ଋଣାତ୍ମକ ହୋଇଥାଏ । ତେଣୁ ସୀମାନ୍ତ ଆୟରେଖା ଏକ ସରଳରେଖା ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।

10. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟରେଖା କିପରି ?
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ଉପାର୍ଜନ କରେ, ତାହାକୁ ମୋଟ ଆୟ କୁହାଯାଏ । ବିକ୍ରିତ ଉତ୍ପାଦ ପରିମାଣର ବୃଦ୍ଧି ସହିତ ମୋଟ ଆୟ ହ୍ରାସମାନ ହାରରେ ପ୍ରଥମେ ବୃଦ୍ଧି ପାଏ ଏବଂ ତତ୍ପରେ ହ୍ରାସ ପାଇଥାଏ । ତେଣୁ ମୋଟ ଆୟରେଖା ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ପର୍ଯ୍ୟନ୍ତ ବୃଦ୍ଧି ପାଇ ତତ୍ପରେ ହ୍ରାସ ହୋଇଥାଏ ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା ଓ ସୀମାନ୍ତ ଆୟରେଖା କାହିଁକି ଏକ ଓ ଅଭିନ୍ନ ହୋଇଥାଏ ?
Answer:
ହାରାହାରି ଆୟ ପ୍ରତ୍ୟେକ ବିକ୍ରିତ ପରିମାଣରେ ସ୍ଥିର, କାରଣ ପୂର୍ଣ୍ଣ ପ୍ରତିଯୋଗିତା ସ୍ଥିତିରେ ଦର ସ୍ଥିର । ତେଣୁ ହାରାହାରି ଆୟରେଖା X-ଅକ୍ଷ ସହ ସମାନ୍ତର ବା ଆନୁଭୂମିକ ହୋଇଥାଏ । ପୂର୍ଣ୍ଣ ପ୍ରତିଯୋଗିତା ସ୍ଥିତିରେ ମୋଟ ଆୟ ସମାନ ହାରରେ ବୃଦ୍ଧି ପାଉଥ‌ିବାରୁ ସୀମାନ୍ତ ଆୟ ପ୍ରତ୍ୟେକ ଏକକରେ ସ୍ଥିର । ତେଣୁ ସୀମାନ୍ତ ଆୟରେଖା ହାରାହାରି ଆୟ ରେଖା ଭଳି ଆନୁଭୂମିକ ହେବ । ଫଳରେ ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକରେ ଉଭୟ ହାରାହାରି ଆୟ ଓ ସୀମାନ୍ତ ଆୟ ସମାନ ଓ ସ୍ଥିର । ତେଣୁ ଉଭୟେ ଏକ ଓ ଅଭିନ୍ନ । ବିଶ୍ରିତ ଉତ୍ପାଦର ପ୍ରତ୍ୟେକ ଏକକରେ ଉଭୟ ଦର ସମାନ ରହିଥାଏ ।

2. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟରେଖାର ପ୍ରକୃତି କିପରି ହେବ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ପ୍ରତିଷ୍ଠାନ ସଂଖ୍ୟା ଅନେକ । ତେଣୁ କୌଣସି ନିର୍ଦ୍ଦିଷ୍ଟ ପ୍ରତିଷ୍ଠାନ ବଜାର ଦରକୁ ପ୍ରଭାବିତ କରିପାରେ ନାହିଁ । ତେଣୁ ବିକ୍ରିତ ଉତ୍ପାଦର ସମସ୍ତ ଏକକ ପାଇଁ ବଜାର ଦର ସମାନ ରହେ । ଦର ଓ ବିକ୍ରିତ ଉତ୍ପାଦକୁ ଗୁଣନ କରି ମୋଟ ଆୟ ଆକଳନ କରାଯାଏ । ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକର ବୃଦ୍ଧି ସହିତ ମୋଟ ଆୟ ସ୍ଥିର ହାରରେ ବୃଦ୍ଧି ପାଇଥାଏ । ଅର୍ଥାତ୍, ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ୟରେ ପ୍ରତ୍ୟକ୍ଷ ସ୍ଥିର ସମ୍ପର୍କ ରହିଥାଏ । ତେଣୁ ମୋଟ ଆୟରେଖା ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ଏକ ସରଳ ରେଖାର ଆକାର ଧାରଣ କରି ଉର୍ଦ୍ଧ୍ୱଗାମୀ ହୋଇଥାଏ ।

CHSE Odisha Class 12 Economics Chapter 8 Questions and Answers in Odia Medium

3. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟରେଖାର ପ୍ରକୃତି କିପରି ହେବ ?
Answer:
ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ପ୍ରତିଷ୍ଠାନମାନଙ୍କର ସଂଖ୍ୟା ସୀମିତ । ତେଣୁ ଉତ୍ପାଦର ବଜାର ଦର ଉପରେ ପ୍ରତିଷ୍ଠାନର ନିୟନ୍ତ୍ରଣ ରହିଥାଏ । ସାଧାରଣତଃ ଦର ଓ ବିକ୍ରିତ ଏକକ ମଧ୍ୟରେ ପରୋକ୍ଷ ସମ୍ପର୍କ ଦୃଷ୍ଟିଗୋଚର ହୁଏ । ଅର୍ଥାତ୍ ଦର ବୃଦ୍ଧି ପାଇଲେ ବିକ୍ରିତ ଏକକର ପରିମାଣ ହ୍ରାସ ହୁଏ ଏବଂ ଦର ହ୍ରାସ ପାଇଲେ ବିକ୍ରିତ ଏକକର ପରିମାଣ ବୃଦ୍ଧି ପାଏ ତେଣୁ ବିକ୍ରିତ ଉତ୍ପାଦ ପରିମାଣରେ ବୃଦ୍ଧି ସହିତ ମୋଟ ଆୟ ହ୍ରାସମାନ ହାରରେ ପ୍ରଥମେ ବୃଦ୍ଧି ପାଏ ଏବଂ ତତ୍ପରେ ହ୍ରାସ ପାଇଥାଏ । ତେଣୁ ମୋଟ ଆୟରେଖା ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ପର୍ଯ୍ୟନ୍ତ ବୃଦ୍ଧି ପାଇ ତତ୍ପରେ ହ୍ରାସ ହୋଇଥାଏ ।

4. ଅପୂର୍ବ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟରେଖାର ଆକୃତି କିପରି ହୋଇଥାଏ ?
Answer:
ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକ ବୃଦ୍ଧି ସହିତ ମୋଟ ଆୟ ଯେଉଁ ପରିମାଣରେ ବୃଦ୍ଧି ପାଏ, ତାହାକୁ ସୀମାନ୍ତ ଆୟ କୁହାଯାଏ । ସାଧାରଣତଃ ମୋଟ ଆୟ ହ୍ରାସମାନ ହାରରେ ବୃଦ୍ଧି ପାଉଥବାରୁ ସୀମାନ୍ତ ଆୟ ପ୍ରଥମେ ହ୍ରାସ ପାଇଥାଏ । ତତ୍ପରେ ସୀମାନ୍ତ ଆୟ ଶୂନ୍ୟ ଏବଂ ଋଣାତ୍ମକ ହୋଇଥାଏ । ବିଶ୍ରିତ ଉତ୍ପାଦ ପରିମାଣ ଓ ସୀମାନ୍ତ ଆୟ ମଧ୍ୟରେ ପରୋକ୍ଷ ସ୍ଥିର ସମ୍ପର୍କ ରହିଥାଏ । ତେଣୁ ସୀମାନ୍ତ ଆୟରେଖା ଏକ ସରଳରେଖା ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ହାରାହାରି ଆୟ ଓ ପ୍ରାନ୍ତୀୟ ଆୟ :
Answer:
ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥିବା ଆୟକୁ ହାରାହାରି ଆୟ କୁହାଯାଏ । ଏହା ବିକ୍ରିତ ଉତ୍ପାଦର ଦର ସହ ସମାନ । ମୋଟ ଆୟକୁ ବିକ୍ରିତ ଉତ୍ପାଦର ମୋଟ ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ । ତେଣୁ,

ହାରାହାରି ଆୟ = \(\frac{ମୋଟ ଆୟ}{ବିକ୍ରିତ ଉତ୍ପାଦର ମୋଟ ପରିମାଣ}\)

ଉତ୍ପାଦର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ୱାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ । ଏହା ଅତିରିକ୍ତ ବିକ୍ରୟରୁ ପ୍ରାପ୍ତ ହେଉଥ‌ିବା ଅତିରିକ୍ତ ଆୟ । ଅର୍ଥାତ୍ ବର୍ତ୍ତମାନର ମୋଟ ଆୟ (TRn-1) ଏବଂ ପୂର୍ବତନ ମୋଟ ଆୟ (TR) ର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ । ତେଣୁ ସାମାନ୍ତ ଆୟ (MR) = (TRn – TRn-1)

2. ମୋଟ ଆୟ ଓ ହାରାହାରି ଆୟ :
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ଉପାର୍ଜନ କରେ, ତାହାକୁ ମୋଟ ଆୟ କୁହାଯାଏ । ଏହା ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ କ୍ରୟ କରିବାପାଇଁ କ୍ରେତାମାନଙ୍କର ମୋଟ ବ୍ୟୟ ସହିତ ସମାନ । ତେଣୁ ମୋଟ ଆୟ ପ୍ରତିଷ୍ଠାନର ମୋଟ ବିକ୍ରୟ ଉପରେ ନିର୍ଭର କରେ । ତେଣୁ ଦରକୁ ବିକ୍ରୟ ହୋଇଥିବା ଦ୍ରବ୍ୟର ପରିମାଣ ସହ ଗୁଣନ କରି ମୋଟ ଆୟ ଆକଳନ କରାଯାଏ । ମୋଟ ଆୟ = ଦର × ବିକ୍ରିତ ଉତ୍ପାଦର ପରିମାଣ

ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥ‌ିବା ଆୟକୁ ହାରାହାରି ଆୟ କୁହାଯାଏ । ଏହା ବିକ୍ରିତ ଉତ୍ପାଦର ଦର ସହ ସମାନ । ମୋଟ ଆୟକୁ ବିକ୍ରିତ ଉତ୍ପାଦର ମୋଟ ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ ।

ତେଣୁ ହାରାହାରି ଆୟ = \(\frac{ମୋଟ ଆୟ}{ବିକ୍ରିତ ଉତ୍ପାଦର ମୋଟ ପରିମାଣ}\)

3. ହାରାହାରି ଆୟ ଓ ସୀମାନ୍ତ ଆୟ :
Answer:
ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥ‌ିବା ଆୟକୁ ହାରାହାରି ଆୟ କୁହାଯାଏ । ଏହା ବିକ୍ରିତ ଉତ୍ପାଦର ଦର ସହ ସମାନ । ମୋଟ ଆୟକୁ ବିକ୍ରିତ ଉତ୍ପାଦର ମୋଟ ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ ।

ତେଣୁ ହାରାହାରି ଆୟ = \(\frac{ମୋଟ ଆୟ}{ବିକ୍ରିତ ଉତ୍ପାଦର ମୋଟ ପରିମାଣ}\)

ଉତ୍ପାଦର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ୱାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ । ଏହା ଅତିରିକ୍ତ ବିକ୍ରୟରୁ ପ୍ରାପ୍ତ ହେଉଥ‌ିବା ଅତିରିକ୍ତ ଆୟ । ଅର୍ଥାତ୍‌ ବର୍ତ୍ତମାନର ମୋଟ ଆୟ (TRn) ଏବଂ ପୂର୍ବତନ ମୋଟ ଆୟ (TRn-1) ର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ । ତେଣୁ,
ସୀମାନ୍ତ ଆୟ (MR) = (TRn – TRn-1)

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଆୟ କାହାକୁ କହନ୍ତି ? ବିଭିନ୍ନ ପ୍ରକାର ଆୟ ବିଷୟରେ ବର୍ଣ୍ଣନା କର ଓ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଆଲୋଚନା କର ।
Answer:
ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରି ଉତ୍ପାଦନକାରୀ ଯେଉଁ ଅର୍ଥ ଉପାର୍ଜନ କରନ୍ତି, ତାହାକୁ ଆୟ କୁହାଯାଏ । ତେଣୁ ଆୟ ଉତ୍ପାଦନର ବିକ୍ରୟଲବ୍ଧ ଉପାର୍ଜନ ମାତ୍ର । ଉତ୍ପାଦନ ସମ୍ବନ୍ଧୀୟ ଯେକୌଣସି ନିଷ୍ପଭିରେ ଏହାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଏହି ଆୟର ବିଭିନ୍ନ ପ୍ରକାର ଧାରଣା ରହିଛି; ଯଥା- ମୋଟ ଆୟ, ହାରାହାରି ଆୟ ଓ ସୀମାନ୍ତ ଆୟ । ସେଗୁଡ଼ିକ ହେଲା :

(1) ମୋଟ ଆୟ- ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ଉପାର୍ଜନ କରେ, ତାହାକୁ ମୋଟ ଆୟ କୁହାଯାଏ । ମୋଟ ଆୟ ପ୍ରତିଷ୍ଠାନର ମୋଟ ବିକ୍ରୟ ଉପରେ ନିର୍ଭର କରେ । ତେଣୁ ଦରକୁ ବିକ୍ରୟ ହୋଇଥବା ଦ୍ରବ୍ୟର ପରିମାଣ ସହ ଗୁଣନ କରି ମୋଟ ଆୟ ନିର୍ଣ୍ଣୟ କରାଯାଏ । ଅତଏବ, ମୋଟ ଆୟ = ଦର × ବିକ୍ରିତ ଉତ୍ପାଦର ପରିମାଣ ।

(2) ହାରାହାରି ଆୟ– ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥିବା ଆୟକୁ ହାରାହାରି ଆୟ କୁହାଯାଏ । ଏହା ବିକ୍ରିତ ଉତ୍ପାଦର ଦର ସହ ସମାନ । ମୋଟ ଆୟକୁ ବିକ୍ରିତ ଉତ୍ପାଦର ମୋଟ ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ ।
ହାରାହାରି ଆୟ = \(\frac{ମୋଟ ଆୟ}{ବିକ୍ରିତ ଉତ୍ପାଦର ମୋଟ ପରିମାଣ}\)

(3) ସୀମାନ୍ତ ଆୟ-
ଉତ୍ପାଦର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ୱାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ । ଏହା ଅତିରିକ୍ତ ବିକ୍ରୟରୁ ପ୍ରାପ୍ତ ହେଉଥ‌ିବା ଅତିରିକ୍ତ ଆୟ । ଅର୍ଥାତ୍‌, ବର୍ତ୍ତମାନର ମୋଟ ଆୟ (TRn) ଏବଂ ପୂର୍ବତନ ମୋଟ ଆୟ (TRn-1) ର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ । ତେଣୁ, ସୀମାନ୍ତ ଆୟ (MR = TRn – TRn-1)

ମୋଟ ଆୟ, ହାରାହାରି ଆୟ ଓ ପ୍ରାନ୍ତୀୟ ଆୟ ମଧ୍ୟରେ ଥ‌ିବା ସମ୍ପର୍କ :
ମୋଟ ଆୟ, ହାରାହାରି ଆୟ ଓ ପ୍ରାନ୍ତୀୟ ଆୟ ମଧ୍ୟରେ ଥିବା ସମ୍ପର୍କକୁ ବିଭିନ୍ନ ବଜାର ପରିପ୍ରେକ୍ଷୀରେ ଆଲୋଚନା କରାଯାଇପାରେ । ବଜାର ସାଧାରଣତଃ ଦୁଇ ପ୍ରକାରର :
(i) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
(ii) ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର

(i) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ମୋଟ, ହାରାହାରି ଓ ସୀମାନ୍ତ ଆୟ ମଧ୍ଯରେ ସମ୍ପର୍କ :
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ପ୍ରତିଷ୍ଠାନ ସଂଖ୍ୟା ଅନେକ । ତେଣୁ କୌଣସି ନିର୍ଦ୍ଦିଷ୍ଟ ପ୍ରତିଷ୍ଠାନ ବଜାର ଦରକୁ ପ୍ରଭାବିତ କରିପାରେ ନାହିଁ । ବରଂ, ବଜାରଦ୍ଵାରା ସ୍ଥିରୀକୃତ ଦରରେ ପ୍ରତିଷ୍ଠାନ ଉତ୍ପାଦର ଯେକୌଣସି ପରିମାଣ ବିକ୍ରୟ କରିବାପାଇଁ ବାଧ୍ଯ ହୁଏ । ତେଣୁ ବିକ୍ରିତ ଉତ୍ପାଦର ସମସ୍ତ ଏକକ ପାଇଁ ବଜାର ଦର ସମାନ ।

CHSE Odisha Class 12 Economics Chapter 8 Questions and Answers in Odia Medium

ତର (ଟଙ୍କାରେ) ଏକକ ବିକ୍ରିତ ଉତ୍ପାଦର (ସଂଖ୍ୟ।ରେ) ମୋଟ ଆୟ (ଟଙ୍କାରେ) ହାରାହାରି ଆୟ (ଟଙ୍କାରେ) ସୀମାନ୍ତ ଆୟ (ଟଙ୍କାରେ)
10 1 10 10 10
10 2 20 10 10
10 3 30 10 10
10 4 40 10 10
10 5 50 10 10

(a) ମୋଟ ଆୟ– ଦର ଓ ବିକ୍ରିତ ଉତ୍ପାଦକୁ ଗୁଣନ କରି ମୋଟ ଆୟ ଆକଳନ କରିଯାଇଛି । ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକର ବୃଦ୍ଧି ସହିତ ମୋଟ ଆୟ ସ୍ଥିର ହାରରେ ବୃଦ୍ଧି ପାଇଥାଏ । ବିଶ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ଯରେ ପ୍ରତ୍ୟକ୍ଷ ସ୍ଥିର ସମ୍ପର୍କ ରହିଛି ! ତେଣୁ ମୋଟ ଆୟରେଖା ଏକ ସରଳରେଖାର ଆକାର ଧାରଣ କରି ଊର୍ଦ୍ଧ୍ୱଗାମୀ ହୋଇଛି ।
CHSE Odisha Class 12 Economics Chapter 8 Questions and Answers in Odia Medium
ଚିତ୍ରରେ TR ହେଉଛି ମୋଟ ଆୟରେଖା । ଏହା ମୂଳବିନ୍ଦୁ ‘O’ ରୁ ଉତ୍ପତ୍ତି ଲାଭ କରି ସରଳରେଖା ଆକାରରେ ଊର୍ଦ୍ଧ୍ୱଗାମୀ ହୋଇଛି ।

(b) ହାରାହାରି ଆୟ- ମୋଟ ଆୟକୁ ବିକ୍ରିତ ଉତ୍ପାଦର ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ । ଏହା ପ୍ରତ୍ୟେକ ବିକ୍ରିତ ପରିମାଣରେ ସ୍ଥିର, କାରଣ ପୂର୍ବପ୍ରତିଯୋଗିତା ସ୍ଥିତିରେ ଦର ସ୍ଥିର । ତେଣୁ ହାରାହାରି ଆୟରେଖା X- ଅକ୍ଷ ସହ ସମାନ୍ତର ବା ଆନୁଭୂମିକ ହେବ ।
CHSE Odisha Class 12 Economics Chapter 8 Questions and Answers in Odia Medium 1
ଚିତ୍ରରେ AR ହେଉଛି ହାରାହାରି ଆୟରେଖା । ପ୍ରତ୍ୟେକ ବିକ୍ରିତ ଏକକରେ ହାରାହାରି ଆୟ ସମାନ ରହୁଥ‌ିବା ଯୋଗୁଁ ଏହା ଆନୁଭୂମିକ ହୋଇଥାଏ ।

(c) ସୀମାନ୍ତ ଆୟ- କୌଣସି ଏକ ଦ୍ରବ୍ୟର ଅତିରିକ୍ତ ଏକକର ବିକ୍ରୟ ଫଳରେ ମୋଟ ଆୟ ଯେଉଁ ପରିମାଣରେ ବୃଦ୍ଧି ପାଏ ତାହାକୁ ସୀମାନ୍ତ ଆୟ କୁହାଯାଏ । ପ୍ରଥମ ଏକକର ବିକ୍ରୟ ଯୋଗୁଁ ମୋଟ ଆୟ 10 ଟଙ୍କା ଥିଲା । ଦ୍ୱିତୀୟ ଏକକର ବିକ୍ରୟ ଫଳରେ ମୋଟ ଆୟ 20 ଟଙ୍କାକୁ ବୃଦ୍ଧି ପାଇଛି । ତେଣୁ, ମୋଟ ଆୟରେ 10 ଟଙ୍କା ବୃଦ୍ଧି ପାଇଛି । ଏହି 10 ଟଙ୍କା ଦ୍ଵିତୀୟ ବିକ୍ରିତ ଏକକର ସୀମାନ୍ତ ଆୟ । ପୂର୍ଣ୍ଣ ପ୍ରତିଯୋଗିତା ସ୍ଥିତିରେ ମୋଟ ଆୟ ସମାନ ହାରରେ ବୃଦ୍ଧି ପାଉଥ‌ିବାରୁ ସୀମାନ୍ତ ଆୟ ପ୍ରତ୍ୟେକ ଏକକରେ ସ୍ଥିର । ତେଣୁ ସୀମାନ୍ତ ଆୟରେଖା ହାରାହାରି ଆୟରେଖା ଭଳି ଆନୁଭୂମିକ ହୋଇଥାଏ ।

ଚିତ୍ରରେ MR ହେଉଛି ସୀମାନ୍ତ ଆୟରେଖା । ଏହା X- ଅକ୍ଷ ସହ ସମାନ୍ତର ବା ଆନୁଭୂମିକ ।
ସାରଣୀରୁ ଜଣାଯାଏ ଯେ, ଉତ୍ପାଦର ପ୍ରତ୍ୟେକ ଏକକରେ ଉଭୟ ହାରାହାରି ଆୟ ଓ ସୀମାନ୍ତ ଆୟ ସମାନ ଓ ସ୍ଥିର । ତେଣୁ ଉଭୟ ରେଖା ପରସ୍ପର ସହ ସମାନ ହୋଇ ଦର ସହ ସମାନ ହେବ ।
CHSE Odisha Class 12 Economics Chapter 8 Questions and Answers in Odia Medium 2
ଚିତ୍ରରେ AR ହେଉଛି ହାରାହାରି ଆୟରେଖା ଓ MR ହେଉଛି ସୀମାନ୍ତ ଆୟରେଖା । ଉଭୟେ ଏକ ଓ ଅଭିନ୍ନ । ପ୍ରତ୍ୟେକ ଏକକରେ ଏହା ଦର ସହ ସମାନ । ତେଣୁ,
ହାରାହାରି ଆୟ = ସୀମାନ୍ତ ଆୟ = ଦର

(ii) ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ମୋଟ, ହାରାହାରି ଓ ସୀମାନ୍ତ ଆୟ ମଧ୍ୟରେ ସମ୍ପର୍କ :
ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ପ୍ରତିଷ୍ଠାନମାନଙ୍କ ସଂଖ୍ୟା ସୀମିତ । ତେଣୁ ଉତ୍ପାଦର ବଜାର ଦର ଉପରେ ପ୍ରତିଷ୍ଠାନର ନିୟନ୍ତ୍ରଣ ରହିଥାଏ । ସାଧାରଣତଃ, ଦର ଓ ବିକ୍ରିତ ଏକକ ମଧ୍ୟରେ ପରୋକ୍ଷ ସମ୍ପର୍କ ରହିଥାଏ । ଅର୍ଥାତ୍ ଦରବୃଦ୍ଧି ପାଇଲେ ଦ୍ରବ୍ୟର ବିକ୍ରି ହ୍ରାସ ହୁଏ ଏବଂ ଦର ହ୍ରାସ ପାଇଲେ ଦ୍ରବ୍ୟର ବିକ୍ରି ପରିମାଣ ବୃଦ୍ଧି ପାଏ ।

ବିକ୍ରିତ ଦ୍ରବ୍ୟର ପରିମାଣ (ସଂଖ୍ୟ।ରେ) ଦ୍ରବ୍ୟର ବକାର ଦର (ଟଙ୍କାରେ) ମୋଟ ଆୟ (ଟଙ୍କାରେ) ହାରାହାରି ଆୟ (ଟଙ୍କାରେ) ସୀମାନ୍ତ ଆୟ (ଟଙ୍କାରେ)
1 10 10 10 10
2 9 18 9 8
3 8 24 8 6
4 7 28 7 4
5 6 30 6 2
6 5 30 5 0
7 4 28 4 -2

(a) ମୋଟ ଆୟ– ସାରଣୀରୁ ଜଣାଯାଏ ଯେ ବିକ୍ରିତ ଉତ୍ପାଦ ପରିମାଣର ବୃଦ୍ଧି ସହିତ ମୋଟ ଆୟ ହ୍ରାସମାନ ହାରରେ ପ୍ରଥମେ ବୃଦ୍ଧି ପାଉଛି ଏବଂ ତତ୍ପରେ ହ୍ରାସ ପାଉଛି । ଷଷ୍ଠ ଏକକ ପର୍ଯ୍ୟନ୍ତ ମୋଟ ଆୟ 10 ଟଙ୍କାରୁ 30 ଟଙ୍କାକୁ ବୃଦ୍ଧି ପାଇଛି ଏବଂ ଏହା ପରେ ହ୍ରାସ ପାଇଛି । ପ୍ରାନ୍ତୀୟ ଆୟ ଋଣାତ୍ମକ ହେଲେ ମୋଟ ଆୟ କମିବାକୁ ଆରମ୍ଭ କରିଥାଏ ।
CHSE Odisha Class 12 Economics Chapter 8 Questions and Answers in Odia Medium 3
ଚିତ୍ରରେ TR ମୋଟ ଆୟରେଖା । ଏହି ରେଖା ଓ ବିନ୍ଦୁ ପର୍ଯ୍ୟନ୍ତ ଊର୍ଦ୍ଧ୍ୱଗାମୀ ହୋଇଛି ଏବଂ ତତ୍ପରେ ନିମ୍ନଗାମୀ ହୋଇଛି । ‘G’ ବିନ୍ଦୁ ପର୍ଯ୍ୟନ୍ତ ବିକ୍ରିତ ଉତ୍ପାଦ ପରିମାଣ ଓ ମୋଟ ଆୟ ମଧ୍ୟରେ ପ୍ରତ୍ୟକ୍ଷ ହ୍ରାସମାନ ସମ୍ପର୍କ ଏବଂ ତତ୍ପରେ ପରୋକ୍ଷ ସମ୍ପର୍କ ମୋଟ ଆୟରେଖା (TR) ପ୍ରତିଫଳିତ କରୁଛି । OK ପରିମାଣର ଉତ୍ପାଦ ବିକ୍ରୟ କଲାବେଳେ ମୋଟ ଆୟ ସର୍ବାଧିକ ହୋଇଥ‌ିବା ମୋଟ ଆୟରେଖା (TR)ର ‘G’ ବିନ୍ଦୁରେ ପ୍ରତିଷ୍ଠାନ ସନ୍ତୁଳନ ହେବ । ତେଣୁ OK ପରିମାଣଠାରୁ ଅଧିକ ପରିମାଣର ଦ୍ରବ୍ୟ ବିକ୍ରୟ କରିବା ପ୍ରତିଷ୍ଠାନ ପାଇଁ ଉଚିତ ହେବ ନାହିଁ ।

CHSE Odisha Class 12 Economics Chapter 8 Questions and Answers in Odia Medium

(b) ହାରାହାରି ଆୟ- ମୋଟ ଆୟକୁ ଦ୍ରବ୍ୟର ଉତ୍ପାଦ ପରିମାଣ ସହ ଭାଗ କରି ହାରାହାରି ଆୟ ହିସାବ କରାଯାଏ । ହାରାହାରି ଆୟ ଓ ଦର ସମାନ ହୋଇଥିବାରୁ ବିକ୍ରିତ ଉତ୍ପାଦର ପରିମାଣ ଓ ହାରାହାରି ଆୟ ମଧ୍ୟରେ ପରୋକ୍ଷ ସ୍ଥିର ସମ୍ପର୍କ ରହିଛି । ତେଣୁ ହାରାହାରି ଆୟରେଖା ଏକ ସରଳରେଖାର ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।
CHSE Odisha Class 12 Economics Chapter 8 Questions and Answers in Odia Medium 4
ଚିତ୍ରରେ AR ହେଉଛି ହାରାହାରି ଆୟରେଖା । ଏହା ନିମ୍ନଗାମୀ । ଯେହେତୁ କୌଣସି ହାରାହାରି ଏକକ ଶୂନ୍ୟ ହୋଇପାରେ ନାହିଁ, ହାରାହାରି ଆୟରେଖା X-ଅକ୍ଷର ନିକଟତର ହେଲେ ମଧ୍ୟ ଏହାକୁ ସ୍ପର୍ଶ କରିପାରେ ନାହିଁ ।

(c) ସୀମାନ୍ତ ଆୟ– ମୋଟ ଆୟରେ ହେଉଥ‌ିବା ବୃଦ୍ଧିର ପରିମାଣକୁ ସୀମାନ୍ତ ଆୟ କୁହାଯାଏ । ମୋଟ ଆୟ ହ୍ରାସମାନ ହାରରେ ବୃଦ୍ଧି ପାଉଥ‌ିବାରୁ ସୀମାନ୍ତ ଆୟ ପ୍ରଥମେ ହ୍ରାସ ପାଏ ଏବଂ ତତ୍ପରେ ସୀମାନ୍ତ ଆୟ ଶୂନ୍ୟ ଏବଂ ଋଣାତ୍ମକ ହୋଇଥାଏ । ବିଶ୍ରିତ ଉତ୍ପାଦ ପରିମାଣ ଓ ସୀମାନ୍ତ ଆୟ ମଧ୍ୟରେ ପରୋକ୍ଷ ସ୍ଥିର ସମ୍ପର୍କ ଦେଖାଯାଏ, ତେଣୁ ସୀମାନ୍ତ ଆୟରେଖା ଏକ ସରଳରେଖା ଆକାର ଧାରଣ କରି ନିମ୍ନଗାମୀ ହୋଇଛି ।
CHSE Odisha Class 12 Economics Chapter 8 Questions and Answers in Odia Medium 5
ଚିତ୍ରରେ MR, ସୀମାନ୍ତ ଆୟରେଖା । ଏହା X-ଅକ୍ଷକୁ K ବିନ୍ଦୁରେ ଛେଦ କରୁଛି, ଫଳରେ ଏଠାରେ ସୀମାନ୍ତ ଆୟ ଶୂନ୍ୟ ହୋଇଛି । ଏହା ପ୍ରତିଷ୍ଠାନର ସର୍ବାଧ‌ିକ ଆୟ ବିନ୍ଦୁ । ତତ୍ପରେ ସୀମାନ୍ତ ଆୟରେଖା X ଅକ୍ଷ ଅତିକ୍ରମ କରି ନିମ୍ନଗାମୀ ହୋଇଛି । ଏହା ଋଣାତ୍ମକ ସୀମାନ୍ତ ଆୟକୁ ସୂଚିତ କରୁଛି ।

(d) ବିକ୍ରିତ ଉତ୍ପାଦର ପ୍ରଥମ ଏକକରେ ଉଭୟ ହାରାହାରି ଆୟ ସୀମାନ୍ତ ଆୟ ସମାନ । ତତ୍ପରେ ଉଭୟ ହ୍ରାସ ପାଉଥିଲେ ମଧ୍ୟ ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକରେ ହାରାହାରି ଆୟ ସୀମାନ୍ତ ଆୟଠାରୁ ଅଧିକ । କାରଣ ସୀମାନ୍ତ ଆୟ 2 ଟଙ୍କା ହାରରେ ହ୍ରାସ ପାଉଥିଲାବେଳେ ହାରାହାରି ଆୟ 1 ଟଙ୍କା ହାରରେ ହ୍ରାସ ପାଉଛି । ତେଣୁ ହାରାହାରି ଆୟରେଖା ଓ ସୀମାନ୍ତ ଆୟରେଖା ଉଭୟ ଏକ ବିନ୍ଦୁରେ ଉତ୍ପନ୍ନ ହେଲେ ମଧ୍ୟ ହାରାହାରି ଆୟରେଖା ସର୍ବଦା ସୀମାନ୍ତ ଆୟରେଖାର ଉପର ସ୍ତରରେ ରହିବ ।
CHSE Odisha Class 12 Economics Chapter 8 Questions and Answers in Odia Medium 6
ଚିତ୍ରରେ ହାରାହାରି ଆୟରେଖା (AR) ସୀମାନ୍ତ ଆୟରେଖାର ଉପରେ ରହିଛି । Y- ଅକ୍ଷର ଯେକୌଣସି ବିନ୍ଦୁରୁ MRର ଆନୁଭୂମିକ ଦୂରତ୍ୱ AR ର ଆନୁଭୂମିକ ଦୂରତ୍ଵର ସର୍ବଦା ଅର୍ଦ୍ଧେକ ।

CHSE Odisha Class 12 Economics Chapter 17 Questions and Answers in Odia Medium

Odisha State Board CHSE Odisha Class 12 Economics Solutions Chapter 17 ବଜେଟ୍ Questions and Answers.

CHSE Odisha 12th Class Economics Chapter 17 Questions and Answers in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. କେଉଁ ବଜେଟ୍ ମୁଦ୍ରାସ୍ତୀତି ନିୟନ୍ତ୍ରଣ କରିପାରେ ?
(A) ସମତୁଲ ବଜେଟ୍
(B) ନିଅଣ୍ଟିଆ ବଜେଟ୍
(C) ବଳକା ବଜେଟ୍
(D) ଉଭୟ (A) ଓ (B)
Answer:
(C) ବଳକା ବଜେଟ୍

2. କେଉଁ ବଜେଟ୍ ରାଷ୍ଟ୍ରର ବିକାଶ ପାଇଁ ଉପଯୋଗୀ ?
(A) ସମତୁଲ ବଜେଟ୍
(B) ନିଅଣ୍ଟିଆ ବଜେଟ୍
(C) ବଳକା ବଜେଟ୍
(D) ବୁଲେଟ୍
Answer:
(B) ନିଅଣ୍ଟିଆ ବଜେଟ୍

3. ବଜେଟ୍ ଶବ୍ଦଟି କେଉଁ ଫରାସୀ ଶବ୍ଦରୁ ଆସିଅଛି ?
(A) ବଜେଟି
(B) ବିଗେଟି
(C) ବକେଟ୍
(D) ଉପରୋକ୍ତ ସମସ୍ତ
Answer:
(A) ବଜେଟି

4. ବଳକା ବଜେଟ୍ ସେହି ସମୟରେ ସୃଷ୍ଟି ହୁଏ, ଯେତେବେଳେ :
(A) ସରକାରୀ ଆୟ = ସରକାରୀ ବ୍ୟୟ
(B) ସରକାରୀ ଆୟ < ସରକାରୀ ବ୍ୟୟ
(C) ସରକାରୀ ଆୟ > ସରକାରୀ ବ୍ୟୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ସରକାରୀ ଆୟ > ସରକାରୀ ବ୍ୟୟ

5. ପ୍ରସ୍ତାବିତ ଆୟ ପ୍ରସ୍ତାବିତ ବ୍ୟୟଠାରୁ କମ୍ ହେଲେ ବଜେଟ୍ କ’ଣ ହୋଇଥାଏ ?
(A) ସନ୍ତୁଳିତ
(B) ବଳକା
(C) ନିଅଣ୍ଟିଆ
(D) କୌଣସିଟି ନୁହେଁ
Answer:
(C) ନିଅଣ୍ଟିଆ

CHSE Odisha Class 12 Economics Chapter 17 Questions and Answers in Odia Medium

6. ପ୍ରସ୍ତାବିତ ଆୟ ପ୍ରସ୍ତାବିତ ବ୍ୟୟ ସହିତ ସମାନ ବଜେଟ୍ କ’ଣ ହୋଇଥାଏ ?
(A) ସନ୍ତୁଳିତ
(B) ବଳକା
(C) ନିଅଣ୍ଟିଆ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ସନ୍ତୁଳିତ

7. ପ୍ରସ୍ତାବିତ ଆୟ ପ୍ରସ୍ତାବିତ ବ୍ୟୟ ସହିତ ଅଧ‌ିକ ହେଲେ ବଜେଟ୍ କ’ଣ ହୋଇଥାଏ ?
(A) ସନ୍ତୁଳିତ
(B) ବଳକା
(C) ନିଅଣ୍ଟିଆ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ବଳକା

8. କେଉଁ ବଜେଟ୍ ଅବସ୍ତୀତି ନିୟନ୍ତ୍ରଣ କରିପାରେ ?
(A) ସନ୍ତୁଳିତ
(B) ବଳକା
(C) ନିଅଣ୍ଟିଆ
(D) ଉପରୋକ୍ତ କୌଣସିଟି ନୁହେଁ ।
Answer:
(C) ନିଅଣ୍ଟିଆ

B. ଶୂନ୍ୟସ୍ଥାନ ପୂରଣ କର ।

1. ବଜେଟ୍‌ ଶବ୍ଦ ____________ ବଜେଟିରୁ ଉତ୍ପତ୍ତି ଲାଭ କରିଛି ବୋଲି ବିଶ୍ବାସ କରାଯାଏ ।
Answer:
ଫରାସୀ

2. ____________ ସରକାରଙ୍କ ଆୟ-ବ୍ୟୟର କେବଳ ଏକ ଗାଣିତିକ ହିସାବ ନୁହେଁ; ଏହା ମଧ୍ୟ ଅନେକ ଗୁଣରେ ଜନସାଧାରଣଙ୍କ ଉନ୍ନତି ପାଇଁ ଅଭିପ୍ରେତ ।
Answer:
ବଜେଟ୍

3. ଯେଉଁ ବଜେଟ୍‌ର ଅନୁମାନିକ ଆୟ ଓ ବ୍ୟୟ ସମାନ ତାହା ____________ ବଜେଟ୍‌ ।
Answer:
ସମତୁଲ

4. ଅର୍ଥନୈତିକ ସ୍ଥିରତା ସହିତ ବିକାଶ ପାଇଁ ଆଧୁନିକ ଅର୍ଥଶାସ୍ତ୍ରୀଗଣ ____________ ବଜେଟ୍ ପ୍ରତି ଦୃଢ଼ ଆସ୍ଥା ପ୍ରକଟ କରିଛନ୍ତି ।
Answer:
ଅସମତୁଲ

5. ବଜେଟ୍ ଅବଧୂ ମଧ୍ଯରେ ଯଦି ଆୟ ବ୍ୟୟଠାରୁ କମ୍ ହୁଏ, ତାହାକୁ ____________ ବଜେଟ୍ ପ୍ରତି ଦୃଢ଼ ଆସ୍ଥା ପ୍ରକଟ କରିଛନ୍ତି ।
Answer:
ନିଅଣ୍ଟିଆ

6. ଋଣ, ନୂତନ ମୁଦ୍ରାସୃଷ୍ଟି, ପୂର୍ବ ସଂରକ୍ଷିତ ପାଣ୍ଠିରୁ ଅର୍ଥ ପ୍ରତ୍ୟାହାର ଇତ୍ୟାଦିର ସହାୟତାରେ ସରକାର ବଜେଟ୍‌ର ____________ ବଜେଟ୍ କହନ୍ତି ।
Answer:
ନିଅଣ୍ଟ

7. ____________ ବଜେଟ୍‌ର ଅଭିବୃଦ୍ଧିକାରୀ ପ୍ରଭାବ ରହିଛି ।
Answer:
ନିଅଣ୍ଟିଆ

8. ____________ ବଜେଟ୍ ଧନୀ-ଗରିବ ପ୍ରଭେଦ ହ୍ରାସ କରେ ।
Answer:
ନିଅଣ୍ଟିଆ

9. ନିଅଣ୍ଟିଆ ବଜେଟ୍ ଏକ ____________ ରାଷ୍ଟ୍ର ପାଇଁ ବରଦାନ ସଦୃଶ ।
Answer:
ବିକାଶଶୀଳ

10. ନିଅଣ୍ଟିଆ ବଜେଟ୍ ରାଷ୍ଟ୍ରରେ ____________ ସମତୁଳନ ସମସ୍ୟା ସୃଷ୍ଟି କରେ ।
Answer:
ଆଦାନପ୍ରଦାନ

CHSE Odisha Class 12 Economics Chapter 17 Questions and Answers in Odia Medium

11. ଯେଉଁ ବଜେଟ୍‌ରେ ରାଷ୍ଟ୍ରର ଆନୁମାନିକ ବ୍ୟୟଠାରୁ ଆୟ ଅଧ୍ବକ, ତାହାକୁ ____________ ବଜେଟ୍ କୁହାଯାଏ ।
Answer:
ବଳକା

12. ____________ ବଜେଟ୍ ମୁଦ୍ରାଷ୍ଟୀତି ନିୟନ୍ତ୍ରଣ କରିବାରେ ସହାୟତା ପ୍ରଦାନ କରେ ।
Answer:
ବଳକା

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ସଂସ୍ଥାପିତ ଅର୍ଥଶାସ୍ତ୍ରୀଗଣ ଅସମତୁଲ ବଜେଟ୍‌ର ସମର୍ଥକ ।
Answer:
ଭୁଲ୍ ।
ଠିକ୍ – ସଂସ୍ଥାପିତ ଅର୍ଥଶାସ୍ତ୍ରୀଗଣ ସମତୁଲ ବଜେଟ୍‌ର ସମର୍ଥକ ।

2. ବଳକା ବଜେଟ ଜାତୀୟ ଆୟ ବୃଦ୍ଧି କରେ ।
Answer:
ଭୁଲ୍ ।
ଠିକ୍ – ବଳକା ବଜେଟ୍ ଜାତୀୟ ଆୟ ହ୍ରାସ କରେ ।

3. ବଳକା ବଜେଟ୍ର ନୀତିକାରୀ ।
Answer:
ଭୁଲ୍ ।
ଠିକ୍ – ବଳକା ବଜେଟ୍ ଅବସ୍ତୀତିକାରୀ ।

4. ନିଅଣ୍ଟିଆ ବଜେଟ ଅନାବଶ୍ୟକ ବ୍ୟୟ ପାଇଁ ପ୍ରୋତ୍ସାହିତ କରେ ।
Answer:
ଠିକ୍ ।

5. ନିଅଣ୍ଟିଆ ବଜେଟ୍ ଋଣବୋଝ ହ୍ରାସ କରେ
Answer:
ଭୁଲ୍ ।
ଠିକ୍ – ବଳକା ବଜେଟ୍ ଋଣବୋଝ ହ୍ରାସ କରେ ।

6. ବଳକା ବଜେଟ୍ ସରକାରଙ୍କ ସ୍ବାଧୀନତା ହ୍ରାସ କରେ
Answer:
ଭୁଲ୍ ।
ଠିକ୍ – ସମତୁଲ ବଜେଟ୍ ସରକାରଙ୍କ ସ୍ବାଧୀନତା ହ୍ରାସ କରେ ।

7. ନିଅଣ୍ଟିଆ ବଜେଟର ଅଭିବୃଦ୍ଧିକାରୀ ପ୍ରଭାବ ରହିଛି ।
Answer:
ଠିକ୍ ।

8. ସମତୁଲ ବଜେଟ୍ ନିଅଣ୍ଟିଆ ବା ବଳକା ହୋଇଥାଏ
Answer:
ଭୁଲ୍ ।
ଠିକ୍ – ଅସମତୁଲ ବଜେଟ୍ ନିଅଣ୍ଟିଆ ବା ବଳକା ହୋଇଥାଏ ।

9. ରାଜସ୍ଵ ବାୟର ରାଜସ୍ଵ ଆୟକ ବାଦଦେଲେ ରାଜସ୍ବ ନିଅଣ୍ଟ ହିସାବ କରାଯାଏ ।
Answer:
ଠିକ୍ ।

10. ଯେଉଁ ବଜେଟରେ ପ୍ରସ୍ତାବିତ ବ୍ୟୟ ଏବଂ ପ୍ରତ୍ୟାଶିତ ଆୟ ସମାନ ହୋଇଥାଏ, ତାହାକୁ ଅସନ୍ତୁଳିତ ବଜେଟ୍ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଯେଉଁ ବଜେଟ୍‌ରେ ପ୍ରସ୍ତାବିତ ବ୍ୟୟ ଓ ପ୍ରତ୍ୟାଶିତ ଆୟ ସମାନ ହୋଇଥାଏ, ତାହାକୁ ସନ୍ତୁଳିତ ବଜେଟ୍ କୁହାଯାଏ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ବଜେଟ୍ କ’ଣ ?
Answer:
ବଜେଟ୍, ସର୍ବସାଧାରଣ ସଂସ୍ଥାଗୁଡ଼ିକର କୌଣସି ଆର୍ଥିକ ବର୍ଷ ଆରମ୍ଭରୁ ସେହି ବର୍ଷ ଲାଗି ଏକ ଆୟ-ବ୍ୟୟର ଅଟକଳ ଅଟେ ।

2. ଭାରତରେ ଓ ଆମେରିକା ମଧ୍ୟରେ ଆର୍ଥିକବର୍ଷ ଆରମ୍ଭ ସ୍ଥଳେ ପୃଥକତା କ’ଣ ?
Answer:
ଭାରତରେ ଆର୍ଥିକ ବର୍ଷ ଏପ୍ରିଲ୍ ମାସ ପ୍ରଥମ ଦିନରୁ ଆରମ୍ଭ ହେଲାବେଳେ ତାହା ଆମେରିକାରେ ଜୁଲାଇ ମାସ ପ୍ରଥମ ଦିନରୁ ଆରମ୍ଭ ହୁଏ ।

CHSE Odisha Class 12 Economics Chapter 17 Questions and Answers in Odia Medium

3. ଅସମତୁଲ ବଜେଟ୍ କେତେ ପ୍ରକାରର ?
Answer:
ଅସମତୁଲ ବଜେଟ୍ ଦୁଇ ପ୍ରକାରର; ଯଥା – ନିଅଣ୍ଟିଆ ଓ ବଳକା ବଜେଟ୍ ।

4. ସମତୁଲ ବଜେଟ୍ କହିଲେ କ’ଣ ବୁଝ ?
Answer:
ଯେଉଁ ବଜେଟ୍‌ରେ ଆୟ ବ୍ୟୟ ମଧ୍ୟରେ ସମାନତା ଦେଖାଯାଏ, ତାକୁ ସମତୁଲ ବଜେଟ୍ କୁହାଯାଏ ।

5. ନିଅଣ୍ଟିଆ ବଜେଟ୍କୁ ଅଭିବର୍ଷକ କାହିଁକି କୁହାଯାଏ ?
Answer:
ନିଅଣ୍ଟିଆ ବଜେଟ୍ ଅଧୃକ କ୍ରୟ କ୍ଷମତା ସୃଷ୍ଟି କରୁଥିବାରୁ ଏହାକୁ ଅଭିବର୍ଷକ କୁହାଯାଏ ।

6. ନିଅଣ୍ଟିଆ ବଜେଟ୍‌ର ଏକ ଦୁର୍ଗୁଣ ଦର୍ଶାଅ ।
Answer:
ଋଣ ବୋଝ ବା ଅପଚୟ ବୃଦ୍ଧି, ନିଅଣ୍ଟିଆ ବଜେଟ୍‌ର ଏକ ଦୁର୍ଗୁଣ ।

7. ସମତୁଲ ବଜେଟ୍‌ର ଏକ ସୁଗୁଣ ଉପସ୍ଥାପନ କର ।
Answer:
ସମତୁଲ ବଜେଟ୍‌ର ଏକ ସୁଗୁଣ ହେଲା, ଏହା ଅପଚୟ ହ୍ରାସ କରେ ବା ଆର୍ଥନୀତିକ ସ୍ଥିରତା ରକ୍ଷା କରେ ।

8. କେଉଁ ବଜେଟ୍ ବେକାରି ନିୟନ୍ତ୍ରଣ କରିପାରେ ?
Answer:
ନିଅଣ୍ଟିଆ ବଜେଟ୍ ବେକାରି ନିୟନ୍ତ୍ରଣ କରିପାରେ ।

9. କେଉଁ ବଜେଟ୍ ମୁଦ୍ରା ସ୍ତୀତି ନିୟନ୍ତ୍ରଣ କରିପାରେ ?
Answer:
ବଳକା ବଜେଟ୍ ମୁଦ୍ରା ସ୍ତ୍ରୀତି ନିୟନ୍ତ୍ରଣ କରିପାରେ ।

10. ସଙ୍ଗଠିତ ପାଣ୍ଠି କ’ଣ ?
Answer:
ଯେଉଁ ପାଣ୍ଠି ସରକାରଙ୍କ ସମସ୍ତ ରାଜସ୍ଵ ଓ ଆଣିଥିବା ଋଣର ପରିମାଣ ଦର୍ଶାଇଥାଏ, ତାହାକୁ ସଙ୍ଗଠିତ ପାଣ୍ଠି କୁହାଯାଏ ।

11. ଆକସ୍ମିକ ପାଣ୍ଠି କ’ଣ ?
Answer:
ଯେଉଁ ପାଣ୍ଠି ରାଷ୍ଟ୍ରପତିଙ୍କ ଅଧୀନରେ ରହେ ଏବଂ ଯାହା ଆକସ୍ମିକ ବ୍ୟୟକୁ ସାମ୍ନା କରିବା ପାଇଁ ଉଦ୍ଦିଷ୍ଟ, ତାହାକୁ ଆକସ୍ମିକ ପାଣ୍ଠି କୁହାଯାଏ ।

12. ରାଜସ୍ଵ ନିଅଣ୍ଟ କ’ଣ ?
Answer:
ରାଜସ୍ବ ବ୍ୟୟରୁ ରାଜସ୍ବ ଆୟକୁ ବାଦ୍ ଦେଲେ ଯେଉଁ ଅତିରିକ୍ତ ରାଜସ୍ବ ବ୍ୟୟ ଦେଖାଯାଏ, ତାହାକୁ ରାଜସ୍ଵ ନିଅଣ୍ଟ କୁହାଯାଏ ।

13. ବଜେଟ୍ ନିଅଣ୍ଟ କ’ଣ ?
Answer:
ମୋଟ ଆୟକୁ ଓ ମୋଟ ବ୍ୟୟରୁ ବାଦ୍ ଦେଲେ ଯେଉଁ ଅତିରିକ୍ତ ବ୍ୟୟ ରହେ, ତାହାକୁ ବଜେଟ୍ ନିଅଣ୍ଟ କୁହାଯାଏ ।

14. ବିତ୍ତୀୟ ନିଅଣ୍ଟ କ’ଣ ?
Answer:
ମୋଟ ବ୍ୟୟ ଏବଂ ମୋଟ ଆୟ ମଧ୍ୟରେ ଥିବା ପାର୍ଥକ୍ୟ ସହିତ ପୁଞ୍ଜି ବିନିଯୋଗକୁ ମିଶାଇବା ସହ ମୋଟ ଋଣ ଏବଂ ଅନ୍ୟାନ୍ୟ ଦେୟକୁ ବାଦ୍ ଦେବାପରେ ଯାହା ରହେ, ତାହାକୁ ବିତ୍ତୀୟ ନିଅଣ୍ଟ କୁହାଯାଏ ।

15. ମୌଦ୍ରିକ ନିଅଣ୍ଟ କ’ଣ ?
Answer:
ମୌଦ୍ରିକ ନିଅଣ୍ଟ ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ର ସରକାରଙ୍କୁ ଦିଆଯାଉଥିବା ବଦ୍ଧିତ ନିଟ୍ ଋଣକୁ ବୁଝାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି/ତିନୋଟି ବାକ୍ୟ ମଧ୍ଯରେ ଦିଅ ।

1. ବଜେଟ୍ କ’ଣ ?
Answer:
ବଜେଟ୍ ସରକାରୀ ରାଜସ୍ଵ ଓ ବ୍ୟୟର ପ୍ରାଥମିକ ଅନୁମୋଦିତ ଯୋଜନା ସମ୍ପର୍କିତ ନଥପତ୍ର । ଅର୍ଥାତ୍‌ ଏକ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ସରକାରଙ୍କ ଆୟ ଓ ବ୍ୟୟର ରୂପରେଖ ବଜେଟ୍‌ରେ ସ୍ଥାନ ପାଇଥାଏ । ସରକାରୀ ଆୟବ୍ୟୟର ଅଟକଳ ବଜେଟ୍‌ର ମୁଖ୍ୟ ଅଂଶ ହୋଇ ରହିଥାଏ ।

CHSE Odisha Class 12 Economics Chapter 17 Questions and Answers in Odia Medium

2. ସମତୁଲ ବଜେଟ୍ କ’ଣ ?
Answer:
ଯେଉଁ ବଜେଟ୍‌ରେ ସରକାରୀ ଆୟର ପରିମାଣ ଏହାର ବ୍ୟୟ ପରିମାଣ ସହ ସମତୁଲ ହୋଇଥାଏ, ତାହାକୁ ସମତୁଲ ବଜେଟ୍ କୁହାଯାଏ । ଏକ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ପ୍ରସ୍ତୁତ ସରକାରୀ ବ୍ୟୟ ଅଟକଳରେ ବିଭିନ୍ନ ସୂତ୍ରରୁ ସଂଗୃହୀତ ହେବାକୁ ଥିବା ପ୍ରତ୍ୟାଶିତ ଆୟ ଓ ବିଭିନ୍ନ ଉଦ୍ଦେଶ୍ୟରେ ହେବାକୁ ଥିବା ପ୍ରସ୍ତାବିତ ବ୍ୟୟ ସହ ସମାନ ହୋଇଥାଏ ।

3. ବଳକା ବଜେଟ୍ କ’ଣ ?
Answer:
ଯେଉଁ ବଜେଟ୍‌ରେ ସରକାରୀ ଆୟ, ସରକାରୀ ବ୍ୟୟଠାରୁ ଅଧିକ ହୁଏ, ତାହାକୁ ବଳକା ବଜେଟ୍ କୁହାଯାଏ । ଏ କ୍ଷେତ୍ରରେ ସରକାରୀ ପ୍ରତ୍ୟାଶିତ ଆୟ, ପ୍ରସ୍ତାବିତ ବ୍ୟୟଠାରୁ ଅଧିକ ହୋଇଥାଏ । ଫଳରେ ସରକାରୀ ଆୟର ଏକ ଅଂଶ ସରକାରଙ୍କଦ୍ଵାରା ଉପଯୋଗ ନ ହୋଇ ଗଚ୍ଛିତ ହୋଇ ରହିଥାଏ ।

4. ନିଅଣ୍ଟିଆ ବଜେଟ୍ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ଯଦି ସରକାରଙ୍କ ପ୍ରସ୍ତାବିତ ବ୍ୟୟ ଅଟକଳ ପ୍ରତ୍ୟାଶିତ ଆୟଠାରୁ ଅଧିକ ହୁଏ, ତେବେ ସେ ବଜେଟ୍‌କୁ ନିଅଣ୍ଟିଆ ବଜେଟ୍ କୁହାଯାଏ । ଏହା ଏକ ଅସମତୁଲ ବଜେଟ୍ ଯେଉଁଥରେ ସରକାରୀ ବ୍ୟୟ ସରକାରୀ ଆୟଠାରୁ ଅତ୍ୟଧ୍ଵ ହୋଇଥାଏ ।

5. ରାଜସ୍ଵ ନିଅଣ୍ଟ କ’ଣ ?
Answer:
ରାଜସ୍ବ ବ୍ୟୟରୁ ରାଜସ୍ଵ ଆୟକୁ ବାଦ୍ ଦେଲେ ଯେଉଁ ଅତିରିକ୍ତ ରାଜସ୍ବ ବ୍ୟୟ ଦେଖାଯାଏ, ତାହାକୁ ରାଜସ୍ୱ ନିଅଣ୍ଟ କୁହାଯାଏ । କେନ୍ଦ୍ର ସରକାରଙ୍କ ଚଳନ୍ତି ରାଜସ୍ବ ବ୍ୟୟରେ ଉଭୟ ଯୋଜନା ବ୍ୟୟ ଓ ଅଣଯୋଜନା ବ୍ୟୟ ଅନ୍ତର୍ଭୁକ୍ତ କରାଯାଇଥାଏ । ଚଳନ୍ତି ରାଜସ୍ବ ଆୟ ଯାହାକି ଉଭୟ ଟିକସ ଆୟ ଓ ଅଣଟିକସ ଆୟରୁ ମିଳେ, ତାହା ରାଜସ୍ବ ବ୍ୟୟ ବାବଦରେ ଖର୍ଚ୍ଚ କରାଯାଇଥାଏ ।

6. ବଜେଟ୍ ନିଅଣ୍ଟ କ’ଣ ?
Answer:
ମୋଟ ଆୟକୁ, ମୋଟ ବ୍ୟୟରୁ ବାଦ୍ ଦେଲେ ଯେଉଁ ଅତିରିକ୍ତ ବ୍ୟୟ ରହେ, ତାହାକୁ ବଜେଟ୍ ନିଅଣ୍ଟ କୁହାଯାଏ ।ମୋଟାମୋଟି ଭାବେ ବଜେଟ୍ ନିଅଣ୍ଟ ହିସାବ କରାଗଲାବେଳେ, ସରକାର ସବୁପ୍ରକାରର ବ୍ୟୟକୁ (ରାଜସ୍ଵ ହିସାବ ଓ ପୁଞ୍ଜିବିନିଯୋଗ ହିସାବ) ଏବଂ ସମସ୍ତ ଆୟ (ରାଜସ୍ୱ ଆୟ ଏବଂ ପୁଞ୍ଜି ବିନିଯୋଗ ବ୍ୟୟ, ଯାହାକି ଖୋଲାବଜାରରୁ ଉଠାଇଥିବା ଋଣ ଏବଂ ଅନ୍ୟାନ୍ୟ ଦେୟ)କୁ ହିସାବ ଅନ୍ତର୍ଭୁକ୍ତ କରିଥା’ନ୍ତି । ଭାରତ ସରକାରଙ୍କ ପାରମ୍ପରିକ ବଜେଟ୍ ନିଅଣ୍ଟ, ସରକାରଙ୍କ ନିଅଣ୍ଟିଆ ଅର୍ଥ ବ୍ୟବସ୍ଥାରେ ପ୍ରତିଫଳିତ ହେଉଥିଲା ।

7. ବିତ୍ତୀୟ ନିଅଣ୍ଟ କ’ଣ ?
Answer:
ବିତ୍ତୀୟ ନିଅଣ୍ଟ ହେଉଛି ବଜେଟ୍ ନିଅଣ୍ଟଯୁକ୍ତ ଖୋଲାବଜାରରୁ ଉଠାଇଥିବା ଋଣ ଏବଂ ଅନ୍ୟାନ୍ୟ ଦେୟସମୂହ । ପ୍ରକାରାନ୍ତରେ କହିଲେ ବିତ୍ତୀୟ ନିଅଣ୍ଟ (କ) ମୋଟ ବ୍ୟୟ ଏବଂ ମୋଟ ଆୟ ମଧ୍ୟରେ ଥିବା ପାର୍ଥକ୍ୟ ସହିତ ପୁଞ୍ଜି ବିନିଯୋଗକୁ ମିଶାଇବା ସହ ମୋଟ ଋଣ ଏବଂ ଅନ୍ୟାନ୍ୟ ଦେୟକୁ ବାଦ୍ ଦେବାପରେ ଯାହା ରହେ ତାହାକୁ ବୁଝାଏ, (ଖ) ଏହା ମଧ୍ୟ ମୋଟ ବଜେଟ୍ ନିଅଣ୍ଟ ସହିତ ମୋଟ ଋଣ ଓ ଅନ୍ୟାନ୍ୟ ଦେୟ ମିଶାଇଲେ, ଯାହା ମିଳେ ତାହାକୁ ବୁଝାଏ ।

8. ପ୍ରାଥମିକ ନିଅଣ୍ଟ କ’ଣ ?
Answer:
ମୋଟ ବିତ୍ତୀୟ ନିଅଣ୍ଟରୁ ମୋଟ ସୁଧ ବାବଦ ଅର୍ଥ ପ୍ରଦାନକୁ ବାଦ୍ ଦେଲେ ଯାହା ରହେ, ତାହାକୁ ପ୍ରାଥମିକ ନିଅଣ୍ଟ ବୋଲି ଧରାଯାଏ । ସଂକ୍ଷେପରେ କହିଲେ, ମୋଟ ବିତ୍ତୀୟ ନିଅଣ୍ଟରୁ ସୁଧ ବାବଦ ଅର୍ଥ ପ୍ରଦାନକୁ ବାଦ୍ ଦେଲେ ଯାହା ଉଦ୍‌ବୃତ୍ତ ଆକାରରେ ରହେ, ତାହା ହିଁ ପ୍ରାଥମିକ ନିଅଣ୍ଟ ।

9. ମୌଦ୍ରିକ ନିଅଣ୍ଟ କ’ଣ ?
Answer:
ଏହା ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ର ସରକାରଙ୍କୁ ଦେଉଥବା ବର୍ଷିତ ନିଟ୍ ଋଣକୁ ବୁଝାଏ । ଏହା (କ) ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ସରକାରଙ୍କ ରାଜକୋଷୀୟ ପତ୍ରର ନିଟ୍ ବୃଦ୍ଧିର ପରିମାଣ, (ଖ) ସରକାରଙ୍କ ତରଫରୁ କେନ୍ଦ୍ରୀୟ ବ୍ୟାଙ୍କ ବଜାରରୁ ଉଠାଇଥିବା ଋଣର ପରିମାଣକୁ ବୁଝାଇଥାଏ ।

10. କିପରି ସମତୁଲ ବଜେଟ୍ ସରକାରଙ୍କ ସ୍ଵାଧୀନତା ହ୍ରାସ କରେ ?
Answer:
ଆଧୁନିକ ରାଷ୍ଟ୍ର ଜନମଙ୍ଗଳକାରୀ ରାଷ୍ଟ୍ର ହୋଇଥିବାରୁ ଜନମଙ୍ଗଳ ପାଇଁ ଏହାକୁ ବିଭିନ୍ନ ଦିଗରେ ବ୍ୟୟ କରିବାକୁ ହୋଇଥାଏ । ସ୍ବାଭାବିକଭାବେ, ସରକାରୀ ବ୍ୟୟ ବହୁଗୁଣିତ ହୁଏ । କିନ୍ତୁ ଏହା ସମତୁଲ ବଜେଟ୍ କ୍ଷେତ୍ରରେ ଅସମ୍ଭବ । ସମତୁଲ ବଜେଟ୍ ଅନୁସରଣ କରୁଥିବା ରାଷ୍ଟ୍ର ପକ୍ଷେ ଆବଶ୍ୟକ ମୁତାବକ ବ୍ୟୟ କରିବା ସମ୍ଭବ ହେଉନଥିବାରୁ ଏହା ଜନମଙ୍ଗଳ କରିପାରେ ନାହିଁ, ଫଳରେ ସରକାରଙ୍କ ଭୂମିକା ହ୍ରାସ ପାଏ ।

B. ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ବଜେଟ୍ କ’ଣ ?
Answer:
ବଜେଟ୍ ସରକାରଙ୍କର ଏକ ଗୁରୁତ୍ବପୂର୍ଣ ଅର୍ଥନୈତିକ ଦସ୍ତାବିଜ୍‌ । ଆଗାମୀ ଆର୍ଥିକ ବର୍ଷ ପାଇଁ ଏହା ସରକାରଙ୍କ ଆୟ-ବ୍ୟୟ ଅଟକଳ । ସରକାର କେଉଁ କେଉଁ ଉତ୍ସରୁ ଆୟ କରିବାପାଇଁ ଆଶା ରଖୁଛନ୍ତି ଏବଂ କେଉଁ କେଉଁ କ୍ଷେତ୍ରରେ କେତେ ବ୍ୟୟ କରିବାପାଇଁ ପ୍ରସ୍ତାବ ରଖୁଛନ୍ତି ତାହାର ବଜେଟ୍ ସୂଚନା ଦିଏ ।

ପରବର୍ତ୍ତୀ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ଆଭିମୁଖ୍ୟ କ’ଣ, ତାହା ଏଥିରୁ ସ୍ପଷ୍ଟ ହୋଇଥାଏ । ପ୍ରତିବର୍ଷ ଫେବୃୟାରୀ ମାସର ଅନ୍ତିମ ଦିବସରେ ଭାରତର କେନ୍ଦ୍ର-ସରକାର ପାର୍ଲିଆମେଣ୍ଟରେ ବଜେଟ୍ ଉପସ୍ଥାପନ କରନ୍ତି । ପ୍ରଫେସର ଗ୍ଲାଡ଼ଷ୍ଟୋନ୍‌ଙ୍କ ମତରେ-ବଜେଟ୍ ସରକାରଙ୍କ ଆୟ-ବ୍ୟୟର ଏକ ଗାଣିତିକ ହିସାବ କେବଳ ନହେଁ, ଏହା ମଧ୍ୟ ଅନେଇ ଗଣରେ ଇରସାଧାରଣଙ୍କ ଉଇଲି ପାଇଁ ଅଭିଯୋଲ ।

2. ସମତୁଲ ବଜେଟ୍ କ’ଣ ?
Answer:
ଯେଉଁ ବଜେଟ୍‌ର ଆନୁମାନିକ ଆୟ ଓ ବ୍ୟୟ ସମାନ ତାହା ସମତୁଲ ବଜେଟ୍ । ଏହାକୁ ସନ୍ତୁଳିତ ବଜେଟ୍ ମଧ୍ୟ କୁହାଯାଏ । ପ୍ରଫେସର ଡାଲଟନ୍‌ଙ୍କ ମତରେ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯଦି ରାଜସ୍ବ ବ୍ୟୟଠାରୁ କମ୍ ହୁଏ ନାହିଁ, ତେବେ ତାହା ସମତୁଲ ବଜେଟ୍ । ସଂସ୍ଥାପିତ ଅର୍ଥଶାସ୍ତ୍ରୀଗଣ ସମତୁଲ ବଜେଟ୍‌ର ଦୃଢ଼ ସମର୍ଥକ ଥିଲେ ।

ସେମାନେ ସର୍ବନିମ୍ନ କର ଓ ସର୍ବନିମ୍ନ ସରକାରୀ ବ୍ୟୟରେ ବିଶ୍ୱାସ କରୁଥିବାରୁ ସ୍ବାଭାବିକ ଆର୍ଥିକ ଅବସ୍ଥା ପାଇଁ ସମତୁଲ ବଜେଟ୍ ଉପରେ ଗୁରୁତ୍ୱ ଆରୋପ କରୁଥିଲେ । ସେମାନଙ୍କ ମତରେ, ସମତୁଲ ବଜେଟ୍‌ର ନିରପେକ୍ଷ ପ୍ରଭାବ ଦରଦାମ୍ ବୃଦ୍ଧି କିମ୍ବା ହ୍ରାସ କରିପାରେ ନାହିଁ । ଫଳରେ ଅର୍ଥନୈତିକ ସ୍ଥିରତା ସହିତ ଅର୍ଥବ୍ୟବସ୍ଥା ସ୍ଵାଭାବିକ ରହେ ।

CHSE Odisha Class 12 Economics Chapter 17 Questions and Answers in Odia Medium

3. ନିଅଣ୍ଟିଆ ବଜେଟ୍ କ’ଣ ?
Answer:
ନିଅଣ୍ଟିଆ ବଜେଟ୍ କ୍ଷେତ୍ରରେ ଆନୁମାନିକ ବ୍ୟୟ ଆୟଠାରୁ ଅଧିକ । ଅଧ୍ୟାପକ ଟେଲରଙ୍କ ମତରେ ବଜେଟ୍ ଅବଧୂ ମଧ୍ଯରେ ଯଦି ଆୟ ବ୍ୟୟଠାରୁ କମ୍ ହୁଏ, ତାହାକୁ ନିଅଣ୍ଟିଆ ବଜେଟ୍ କହନ୍ତି । ଋଣ, ନୂତନ ମୁଦ୍ରାସୃଷ୍ଟି, ପୂର୍ବ ସଂରକ୍ଷିତ ପାଣ୍ଠିରୁ ଅର୍ଥ ପ୍ରତ୍ୟାହାର ଇତ୍ୟାଦିର ସହାୟତାରେ ସରକାର ବଜେଟ୍‌ର ନିଅଣ୍ଟ ଭରଣା କରନ୍ତି । ଏହି ନିଅଣ୍ଟ ଭରଣା ପ୍ରକ୍ରିୟାକୁ ନିଅଣ୍ଟିଆ ବିତ୍ତ ବ୍ୟବସ୍ଥା କୁହାଯାଏ ।

ନିଅଣ୍ଟିଆ ବଜେଟ୍‌ର ଅଭିବୃଦ୍ଧିକାରୀ ପ୍ରଭାବ ରହିଛି । ଯେତେବେଳେ ସରକାର ଆୟଠାରୁ ଅଧ୍ୟକ ବ୍ୟୟ କରନ୍ତି, ଜାତୀୟ ଆୟ ବହୁଗୁଣିତ ହୋଇଥାଏ । ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ସାଧୁ ହୋଇପାରେ । ଏହା ମଧ୍ୟ ଅବସ୍ତୀତି ନିୟନ୍ତ୍ରଣ କରି ଅର୍ଥନୈତିକ ସ୍ଥିରତା ଆଣିପାରେ ! ତେଣୁ ଅଧିକାଂଶ ବିକାଶଶୀଳ ରାଷ୍ଟ୍ର ଉଦ୍ଦେଶ୍ୟମୂଳକ ଭାବେ ନିଅଣ୍ଟିଆ ବଜେଟ୍ ଅନୁସରଣ କରନ୍ତି ।

4. ବଳକା ବଜେଟ୍ କ’ଣ ?
Answer:
ଯେଉଁ ବଜେଟ୍‌ରେ ରାଷ୍ଟ୍ରର ଆନୁମାନିକ ଆୟ ଆନୁମାନିକ ବ୍ୟୟଠାରୁ ଅଧ୍ବକ, ତାହାକୁ ବଳକା ବଜେଟ୍ କୁହାଯାଏ । ଏଠାରେ ସରକାର ଜନସାଧାରଣଙ୍କଠାରୁ ଯେଉଁ ଅର୍ଥ ଆଦାୟ କରନ୍ତି, ତା’ଠାରୁ କମ୍ ବ୍ୟୟ କରନ୍ତି । ଫଳରେ ଜାତୀୟ ଆୟ କିଛି ଗୁଣ ହ୍ରାସ ପାଏ ଏବଂ ଏହା ମୁଦ୍ରାସ୍ପତି ନିୟନ୍ତ୍ରଣ କରିବାରେ ସହାୟତା ପ୍ରଦାନ କରେ । ଏହା ମଧ୍ୟ ଅଣଉତ୍ପାଦୀ ଓ ଅନାବଶ୍ୟକ ବ୍ୟୟ ହ୍ରାସ କରେ ।

ରାଷ୍ଟ୍ରର ଋଣଭାର ଲାଘବ ହୋଇପାରେ; କିନ୍ତୁ ବଳକା ବଜେଟ୍ ରାଷ୍ଟ୍ରର ଉତ୍ପାଦନ ଓ ନିୟୋଜନ ହ୍ରାସ କରେ । ଆୟ ହ୍ରାସ ପାଇବାରୁ ରାଷ୍ଟ୍ରର ଚାହିଦା ମଧ୍ୟ ହ୍ରାସ ପାଏ । ଫଳରେ ନିବେଶ, ନିୟୋଜନ ଏବଂ ଉତ୍ପାଦନ ହ୍ରାସ ପାଇବାରେ ଲାଗେ । ଏହା କ୍ରମଶଃ ରାଷ୍ଟ୍ରକୁ ଅବସ୍ତୀତି ଆଡ଼କୁ ଅଗ୍ରସର କରାଏ । ଆଧୁନିକ ବିଶ୍ବରେ ବଳକା ବଜେଟ୍‌ର ଗୁରୁତ୍ଵ ହ୍ରାସ ପାଇଛି ଏବଂ ଏହାର ପ୍ରଚଳନ ସୀମିତ ।

5. ନିଅଣ୍ଟିଆ ବଜେଟ୍ କିପରି ସମ୍ପଦ ଓ ଆୟ ବଣ୍ଟନରେ ଅସମାନତା ସୃଷ୍ଟି କରେ ?
Answer:
ଅଧ୍ୟାପକ ଟେଲର୍‌ଙ୍କ ମତରେ, ବଜେଟ୍ ଅବଧୂ ମଧ୍ଯରେ ଯଦି ଆୟ ବ୍ୟୟଠାରୁ କମ୍ ହୁଏ, ତାହାକୁ ନିଅଣ୍ଟିଆ ବଜେଟ୍ କହନ୍ତି । ତେଣୁ ନିଅଣ୍ଟିଆ ବଜେଟ୍ ଯୋଗୁଁ ମୁଦ୍ରାଙ୍ଗୀତି ସୃଷ୍ଟି ହୋଇଥାଏ । ଏହାଦ୍ଵାରା ବ୍ୟବସାୟୀ ଓ ଉତ୍ପାଦନକାରୀ ବ୍ୟକ୍ତି ଉପକୃତ ହୋଇଥା’ନ୍ତି । ମଜୁରି ଆକାରରେ ନିର୍ଦ୍ଦିଷ୍ଟ ପରିମାଣରେ ମୁଦ୍ରା ପାଉଥିବା ଶ୍ରମିକ ଗୋଷ୍ଠୀମାନଙ୍କୁ କ୍ଷତି ସହିବାକୁ ପଡ଼ିଥାଏ । ତେଣୁ ଧନୀ ଅଧ୍ବକ ଧନୀ ହେବା ସଙ୍ଗେ ସଙ୍ଗେ ଗରିବ ଅଧୂକ ଗରିବ ହୋଇଥାଏ । ଏହାଦ୍ଵାରା ଅର୍ଥନୈତିକ ଅସମାନତା ବୃଦ୍ଧି ପାଏ ।

6. ନିଅଣ୍ଟିଆ ବଜେଟ୍କୁ କାହିଁକି ଆର୍ଥିକ ବିଧ୍ୱଂସୀ କୁହାଯାଏ ?
Answer:
ନିଅଣ୍ଟିଆ ବଜେଟ୍ କ୍ଷେତ୍ରରେ ସରକାରୀ ବ୍ୟୟ ସରକାରୀ ଆୟଠାରୁ ଅଧ‌ିକ ହୋଇଥାଏ । ନିଅଣ୍ଟିଆ ବଜେଟ୍‌ର ମାତ୍ରା ଅଧ‌ିକ ହୋଇଗଲେ ତାହା ଦେଶକୁ ଆର୍ଥିର୍କ ବିଧ୍ୱଂସ ଆଡ଼କୁ ନେଇଥାଏ । ଦେଶରୁ ବୈଦେଶିକ ମୁଦ୍ରା ଚାଲିଯିବାକୁ ଆରମ୍ଭ କରେ । ଆନ୍ତର୍ଜାତିକ ପୁଞ୍ଜିନିବେଶକାରୀଙ୍କର ସେ ଦେଶରେ ପୁଞ୍ଜିନିବେଶ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ ।

ଦେଶ ତା’ର ଆର୍ଥିକ ସ୍ଥିତି ହରାଇଥାଏ । ଏପରି ଅବସ୍ଥା ଭାରତରେ ୧୯୯୧ ମସିହା ଜୁନ୍ ମାସରେ ଦେଖାଦେଇଥିଲା । ଯାହାଫଳରେ ନୂତନ ଆର୍ଥିକ ସଂସ୍କାର ପ୍ରଣୟନ କରାଗଲା ଏବଂ ଯାହାର ମୂଳ ଲକ୍ଷ୍ୟ ଥିଲା ବଜେଟ୍ ନିଅଣ୍ଟକୁ ହ୍ରାସ କରିବା ।

7. ସମତୁଲ ବଜେଟ୍‌ରେ ସରକାରଙ୍କ ଭୂମିକା କାହିଁକି ସୀମିତ ?
Answer:
ଯେଉଁ ବଜେଟ୍‌ର ଆନୁମାନିକ ଆୟ ଓ ବ୍ୟୟ ସମାନ ତାହା ସମତୁଲ ବଜେଟ୍ । ତେଣୁ ସମତୁଲ ବଜେଟ୍‌ରେ ବ୍ୟୟର ପ୍ରସ୍ତାବନା ଆୟ ଅନୁସାରେ କରାଯାଏ । ସରକାର ନିଜ କାର୍ଯ୍ୟକଳାପ ସୀମିତ ରଖୁବାପାଇଁ ବାଧ୍ୟ ହୁଅନ୍ତି । ଫଳରେ ଘରୋଇ ସଂସ୍ଥାର ଭୂମିକା ବୃଦ୍ଧି ପାଏ । ଅଳଂକାଂଶ ଅର୍ଥନୈତିକ କାର୍ଯ୍ୟକଳାପ ସରକାରୀ କ୍ଷେତ୍ରରୁ ଘରୋଇ କ୍ଷେତ୍ରକୁ ହସ୍ତାନ୍ତରିତ ହୁଏ ।

ସରକାରଙ୍କ ଭୂମିକା ହ୍ରାସ ପାଏ । ଆଧୁନିକ ରାଷ୍ଟ୍ରମାନଙ୍କରେ ସମୟକ୍ରମେ ସରକାରଙ୍କ ଭୂମିକା ସୀମିତ ହେଉଥିବାରୁ ଏହା ସମତୁଲ ବଜେଟ୍ ପାଇଁ ପ୍ରୋତ୍ସାହିତ କରିବ ବୋଲି କୁହାଯାଏ ।

C. ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖି ପାର୍ଥକ୍ୟ ଦର୍ଶାଅ ।

1. ବଳକା ବଜେଟ୍ ଓ ନିଅଣ୍ଟିଆ ବଜେଟ୍ :
Answer:
ବଳକା ବଜେଟ୍‌ରେ ସରକାରୀ ଆୟ ସରକାରୀ ବ୍ୟୟଠାରୁ ଅଧିକ ହୋଇଥାଏ । ବଳକା ବଜେଟ୍ କ୍ଷେତ୍ରରେ ସରକାରଙ୍କ ଦେୟ ହ୍ରାସ ହୋଇଥାଏ । ଏହା ମୁଦ୍ରାଣ୍ଡୀତି ରୋକିବାରେ ସାହାଯ୍ୟ କରେ ଏବଂ ସରକାର ଦାୟିତ୍ୱବାନ୍ ହୋଇଥା’ନ୍ତି । ବଳକା ବଜେଟ୍ ବିକାଶଶୀଳ ଦେଶ ପାଇଁ ଉପଯୋଗୀ ନୁହେଁ । ଏହା ଆୟ ଓ ନିୟୋଜନ ବୃଦ୍ଧିରେ ସହାୟକ ହୋଇ ନ ଥାଏ । ନିଆଣ୍ଟିଆ ବଜେଟ୍‌ରେ ସରକାରୀ ବ୍ୟୟ ସରକାରୀ ଆୟଠାରୁ ଅଧିକ ହୋଇଥାଏ ।

ଏହି ବଜେଟ୍‌ରେ ସରକାରଙ୍କର ଦେୟ ବୃଦ୍ଧି ହୋଇଥାଏ । ନିଅଣ୍ଟିଆ ବଜେଟ୍ ମୁଦ୍ରାଷ୍ଟୀତିକୁ ତ୍ବରାନ୍ବିତ କରିଥାଏ, ଫଳରେ ସରକାରଙ୍କ ସଂରକ୍ଷିତ ପାଣ୍ଠି ହ୍ରାସ ପାଇଥାଏ । ଏହି ବଜେଟ୍ କ୍ଷେତ୍ରରେ ସରକାର ଦାୟିତ୍ବହୀନତାର ପରିଚୟ ଦେଇଥା’ନ୍ତି । ଏହି ବଜେଟ୍ ବିକାଶଶୀଳ ଦେଶ ପାଇଁ ବିଶେଷ ଉପଯୋଗୀ କାରଣ ଏହା ଆୟ ଓ ନିୟୋଜନ ବୃଦ୍ଧି କରିଥାଏ ।

2. ସମତୁଲ ଓ ଅସମତୁଲ ବଜେଟ୍ :
Answer:
ସମତୁଲ ବଜେଟ୍‌ରେ ପ୍ରସ୍ତାବିତ ସରକାରୀ ବ୍ୟୟ ଓ ପ୍ରସ୍ତାବିତ ସରକାରୀ ଆୟ ପରସ୍ପର ସମାନ ହୋଇଥା’ନ୍ତି । ଏହା ସରକାରଙ୍କର ଅଣଉତ୍ପାଦୀ ଓ ଅନାବଶ୍ୟକ ଖର୍ଚ୍ଚକୁ କମାଇଥାଏ । ଏହା ବିକାଶଶୀଳ ଦେଶ ପାଇଁ ଉପଯୁକ୍ତ ନୁହେଁ । କାରଣ ଏହା ଗୋଟିଏ ଦେଶକୁ ଅର୍ଦ୍ଧ-ନିୟୋଜନରୁ ପୂର୍ଣ୍ଣ ନିୟୋଜନ ଅବସ୍ଥାକୁ ନେବାରେ ସହାୟକ ହୁଏ ନାହିଁ । ଯୁଦ୍ଧ ଓ ଜରୁରୀକାଳୀନ ପରିସ୍ଥିତି ପାଇଁ ଏହା ଉପଯୁକ୍ତ ନୁହେଁ ।

ଅସମତୁଲ ବଜେଟ୍ କ୍ଷେତ୍ରରେ ପ୍ରସ୍ତାବିତ ସରକାରୀ ବ୍ୟୟ ଓ ପ୍ରସ୍ତାବିତ ସରକାରୀ ଆୟ ସମାନ ହୋଇ ନ ଥା’ନ୍ତି । ଏହା ସରକାରଙ୍କର ଅଣଉତ୍ପାଦୀ ଓ ଅନାବଶ୍ୟକ ଖର୍ଚ୍ଚକୁ ବୃଦ୍ଧି କରିଥାଏ । ଏହା ବିକାଶଶୀଳ ଦେଶ ପାଇଁ ଉପଯୁକ୍ତ ହୋଇଥାଏ କାରଣ ଏହା ଗୋଟିଏ ଦେଶକୁ ପୂର୍ଣ୍ଣ ନିୟୋଜନ ସ୍ତରରେ ପହଞ୍ଚାଇବା ପାଇଁ ଫଳପ୍ରଦ ହୋଇଥାଏ । ଯୁଦ୍ଧ ଓ ଜରୁରୀକାଳୀନ ପରିସ୍ଥିତି ପାଇଁ ଏହା ଉପଯୁକ୍ତ ହୋଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ବଜେଟ୍ ହେଉଛି ଆର୍ଥନୀତିକ ପ୍ରଗତିର ଏକ ଅସ୍ତ୍ର – ଆଲୋଚନା କର ।
Answer:
ବିଜେଟ୍ ସରକାରଙ୍କ ଏକ ଗୁରୁତ୍ବପୂର୍ଣ ଅର୍ଥନୈତିକ ଦସ୍ତାବିଜ୍ । ଆଗାମୀ ଆର୍ଥିକ ବର୍ଷ ପାଇଁ ଏହା ସରକାରଙ୍କ ଆୟ-ବ୍ୟୟ ଅଟକଳ । ସରକାର କେଉଁ କେଉଁ ଭତ୍ସରୁ ଆୟ କରିବା ପାଇଁ ଆଶା ରଖୁଛନ୍ତି ଏବଂ କେଉଁ କେଉଁ କ୍ଷେତ୍ରରେ କେତେ ବ୍ୟୟ କରିବାପାଇଁ ପ୍ରସ୍ତାବ ରଖୁଛନ୍ତି ତାହା ବଜେଟ୍ ସୂଚନା ଦିଏ । ପରବର୍ତ୍ତୀ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ଆଭିମୁଖ୍ୟ କ’ଣ, ତାହା ଏଥିରୁ ସ୍ପଷ୍ଟ ହୋଇଥାଏ ।

ପ୍ରଫେସର ପ୍ଲାଡ଼ଷ୍ଟୋନ୍ ବଜେଟ୍‌ରେ ସଂଜ୍ଞା ଉପସ୍ଥାପନ କରି କହିଛନ୍ତି, ବଜେଟ୍ ସରକାରଙ୍କ ଆୟ-ବ୍ୟୟର କେବଳ ଏକ ଗାଣିତିକ ହିସାବ ନୁହେଁ, ଏହା ମଧ୍ୟ ଅନେକ ଗୁଣରେ ଜନସାଧାରଣଙ୍କ ଉନ୍ନତି ପାଇଁ ଅଭିପ୍ରେତ ।

ପୂର୍ବରୁ, ସରକାରଙ୍କ ସୀମିତ କାର୍ଯ୍ୟକ୍ରମ ସହ ବଜେଟ୍ ପ୍ରତି ବିଶେଷ ଗୁରୁତ୍ଵ ପ୍ରକାଶ ପାଉ ନ ଥିଲା । ବରଂ ଏହାକୁ ବ୍ୟବସ୍ଥାପିକା ପାଇଁ ଏକ ସାଧାରଣ ସୂଚନା ରୂପେ ବିବେଚନା କରାଯାଉଥିଲା । ମାତ୍ର ଜନମଙ୍ଗଳ ରାଷ୍ଟ୍ରଗୁଡ଼ିକରେ ରାଷ୍ଟ୍ରର ଗରତପର୍ଣ ଭୂମିକାକ ବିଚାର କରି ବଳେଟକ ଆର୍ଥଳ ପଗଡିର ମଧ୍ୟ ଆମ ରପେ ବିବେଚନା କରାଯାଏ ।

ବିକଶିତ ଦେଶମାନଙ୍କରେ ଅର୍ଥବ୍ୟବସ୍ଥା ପୂର୍ଣ୍ଣ ନିୟୋଜନ ଅବସ୍ଥାରେ ଥିବାରୁ ସେଠାରେ ସାଧନମାନ ଅନିୟୋଜିତ ନଥା’ନ୍ତି । କିନ୍ତୁ ସେସବୁ ଅର୍ଥବ୍ୟବସ୍ଥା ବାଣିଜ୍ୟ ତରଙ୍ଗରୁ ମୁକ୍ତ ହୋଇନଥିବାରୁ ମଝିରେ ମଝିରେ ମାନ୍ଦାବସ୍ଥା, ବେକାରୀ ଓ ମୁଦ୍ରାଙ୍ଗୀତି ବା ଅତ୍ୟଧୂକ କ୍ରୟଶକ୍ତିର ଚାପ ବହନ କରିଥା’ନ୍ତି । କିନ୍ତୁ ବିକାଶଶୀଳ ଦେଶମାନଙ୍କର ଅର୍ଥବ୍ୟବସ୍ଥା ପୂର୍ଣ ନିୟୋଜନଠାରୁ କମ୍ ସ୍ତରରେ ଥିବାରୁ ଆର୍ଥନୀତିକ ଅଭିବୃଦ୍ଧି ଲାଭ ସେମାନଙ୍କର ପ୍ରମୁଖ ଲକ୍ଷ୍ୟ ହୋଇଥାଏ ।

ଏହିସବୁ ଦରିଦ୍ର ଦେଶମାନଙ୍କରେ ଅଭିବୃଦ୍ଧି ଲାଭ ସମସ୍ୟା ଗୁରୁତର ହୋଇଥାଏ। ଏହିସବୁ ସମସ୍ୟାଗୁଡ଼ିକ ହେଲା ବଣ୍ଟନଜନିତ ସମସ୍ୟା, ବିତରଣଜନିତ ସମସ୍ୟା ଓ ସ୍ଥିରତା ରକ୍ଷା ସମ୍ବନ୍ଧୀୟ ସମସ୍ୟା । ଏହିସବୁ ଦେଶମାନଙ୍କରେ ଆର୍ଥନୀତିକ ବିକାଶ ହାସଲ ପାଇଁ ବଜେଟ୍‌କୁ ଏକ ପ୍ରଧାନ ଅସ୍ତ୍ର ଭାବରେ ପ୍ରୟୋଗ କରାଯାଇଥାଏ । ନିମ୍ନଲିଖ୍ ଉପାୟମାନଙ୍କ ମାଧ୍ୟମରେ ବଜେଟ୍ ଦେଶମାନଙ୍କର ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିଥାଏ ।

ପ୍ରଥମତଃ, ସରକାର ତାଙ୍କର ରାଜକୋଷୀୟ କର୍ତ୍ତବ୍ୟ ସମ୍ପାଦନ କରିବାପାଇଁ ପର୍ଯ୍ୟାପ୍ତ ପରିମାଣର ରାଜସ୍ୱ ଆବଶ୍ୟକ କରିଥା’ନ୍ତି । ଆଧୁନିକ ରାଷ୍ଟ୍ରଗୁଡ଼ିକ କଲ୍ୟାଣକାରୀ ହୋଇଥିବାରୁ ଜନମଙ୍ଗଳ ପାଇଁ ଏହାକୁ ବିଭିନ୍ନ ଦିଗରେ ବ୍ୟୟ କରିଥାନ୍ତି । ତେଣୁ ସ୍ଵାଭାବିକଭାବେ, ସରକାରୀ ବ୍ୟୟ ବହୁଗୁଣିତ ହୋଇଥାଏ । ଏଥିପାଇଁ ସରକାର ଯଥେଷ୍ଟ ସମ୍ବଳ ଆବଶ୍ୟକ କରିଥା’ନ୍ତି । ଏକ ବିତ୍ତୀୟ ଯୋଜନା ସାହାଯ୍ୟରେ ବଜେଟ୍ ଏହି ଲକ୍ଷ୍ୟ ପୂରଣ କରିବାରେ ସମର୍ଥ ହୋଇଥାଏ । ସରକାରଙ୍କ କାର୍ଯ୍ୟକଳାପ ପାଇଁ ଆବଶ୍ୟକ ହେଉଥିବା ସମ୍ବଳର ଉତ୍ସମାନ ବିଜେଟ୍‌ରେ ସ୍ପଷ୍ଟଭାବେ ଉଲ୍ଲେଖ ଥାଏ ।

ଦ୍ଵିତୀୟତଃ, ବଜେଟ୍‌ରେ ଉଲ୍ଲେଖ ଥିବା ଆୟ-ବ୍ୟୟ, କୃଷି ଓ ଶିଳ୍ପ କ୍ଷେତ୍ରରେ ଆର୍ଥନୀତିକ କାର୍ଯ୍ୟକଳାପକୁ ବ୍ୟାପକଭାବେ ପ୍ରଭାବିତ କରିଥା’ନ୍ତି । ଟିକସ ରିହାତି ପ୍ରଦାନ କରି ଏବଂ ଉଚିତ ଟିକସ ବସାଇ କୃଷି ଓ ଶିଳ୍ପ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ବଜେଟ୍ ସହାୟକ ହୋଇଥାଏ । ଅଗ୍ରାଧ୍ୟାର ଲାଭ କରିଥିବା ଶିଳ୍ପମାନଙ୍କୁ ଆକର୍ଷିତ କରିବାପାଇଁ ଏହିସବୁ ଶିଳ୍ପକୁ ବଜେଟ୍‌ରେ ଟିକସ ରିହାତି ଦିଆଯାଇପାରେ । ସେହିପରି ମାଗଣା ବା ରିହାତି ଦରରେ କୃଷି ଉପକରଣ, ସାର, ପୋକମରା ଔଷଧ ଇତ୍ୟାଦି ସାଧନମାନ ଯୋଗାଇ ଦେବାପାଇଁ ବଜେଟ୍‌ରେ ବ୍ୟବସ୍ଥା କଲେ କୃଷି ଉତ୍ପାଦନ ବୃଦ୍ଧି ହୋଇଥାଏ ।

ତୃତୀୟତଃ, ମାନବୀୟ ପୁଞ୍ଜି ଗଠନ ହେଉଛି ଦେଶର ଆର୍ଥନୀତିକ ବିକାଶର ଚାବିକାଠି । ଅର୍ଥବିକଶିତ ଦେଶମାନଙ୍କରେ ଶିକ୍ଷା, ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ମାନବ ସମ୍ବଳ ଯୋଗାଣର ସ୍ତର ଅତ୍ୟନ୍ତ ନିମ୍ନ ମାନର । ନାଗରିକମାନେ ଶିକ୍ଷିତ ଓ ସ୍ୱାସ୍ଥ୍ୟବାନ ନ ହେଲେ କାର୍ଯ୍ୟଦକ୍ଷ ଶ୍ରମିକ ହୋଇପାରନ୍ତି ନାହିଁ ଓ ସେମାନଙ୍କ ଉତ୍ପାଦନଶୀଳତା ବୃଦ୍ଧି ପାଇପାରେ ନାହିଁ । ବଜେଟ୍ ବ୍ୟବସ୍ଥା ମାଧ୍ୟମରେ ଏହି କ୍ଷେତ୍ରରେ ଉନ୍ନତି ଅଣାଯାଇପାରେ ।

CHSE Odisha Class 12 Economics Chapter 17 Questions and Answers in Odia Medium

ଏହିସବୁ କ୍ଷେତ୍ରରେ ମାନବ ସମ୍ବଳ ବିକାଶ ପାଇଁ ଅଧିକ ପୁଞ୍ଜି ବିନିଯୋଗ ଆବଶ୍ୟକ ହେଉଥିବାରୁ ଏବଂ ଏଥିପାଇଁ ଅଧିକ ସମୟ ଆବଶ୍ୟକ ହେଉଥିବାରୁ ଘରୋଇ କ୍ଷେତ୍ରରୁ ଏଥୁକୁ ଅଧ‌ିକ ପୁଞ୍ଜି ଆସିନଥାଏ । ତେଣୁ କେବଳ ସରକାର ହିଁ ବଜେଟ୍ ବ୍ୟବସ୍ଥା ମାଧ୍ୟମରେ ବୈଷୟିକ ଶିକ୍ଷା ଓ ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ମାନବସମ୍ବଳ ବିକାଶ ପାଇଁ ପୁଞ୍ଜି ବିନିଯୋଗ କରିଥା’ନ୍ତି ।

ଚତୁର୍ଥତଃ, ଉପଯୁକ୍ତ ଆର୍ଥନୀତିକ ଭିତ୍ତିଭୂମିର ଅଭାବ ହେଉଛି ଏହିସବୁ ଦରିଦ୍ର ଦେଶର ସ୍ୱଳ୍ପବିକାଶର ପ୍ରମୁଖ କାରଣ । ପରିବହନ ଓ ଯୋଗାଯୋଗ, ବିଜୁଳି ଶକ୍ତି ଉତ୍ପାଦନ, ମୌଳିକ ଶିଳ୍ପର ଅଭାବ ଏବଂ ଶ୍ରମିକ ଓ ଉଦ୍ୟୋକ୍ତାମାନଙ୍କର ଉପଯୁକ୍ତ ପ୍ରଶିକ୍ଷଣ ବିନା ଶିଳ୍ପ ବିକାଶ ସମ୍ଭବ ହୋଇପାରେ ନାହିଁ । ସେହିଭଳି ଉପଯୁକ୍ତ ଜଳସେଚନ ସୁବିଧା, ବନ୍ୟା ନିୟନ୍ତ୍ରଣ ଉପାୟ ପର୍ଯ୍ୟାପ୍ତ ପରିମାଣର ରାସାୟନିକ ସାର, କୀଟନାଶକ ଔଷଧ, ଅଧିକ ଅମଳକ୍ଷମ ବିହନର ଯୋଗାଣ, ନୂତନ କୃଷିପଦ୍ଧତି ବିନା କୃଷି ଉତ୍ପାଦନ ଓ ଉତ୍ପାଦିକା ଶକ୍ତିରେ ଉନ୍ନତି ସମ୍ଭବ ହୋଇପାରେ ନାହିଁ ।

କିନ୍ତୁ ଏହସବୁ ସୁବିଧା ସରକାର ହିଁ ଯୋଗାଇ ଦେଇଥାନ୍ତି । ଏହିସବୁ ସୁବିଧା ଯୋଗାଣର ଖର୍ଚ୍ଚ ଅତ୍ୟଧିକ ହୋଇଥିବାରୁ ବ୍ୟବହାରକା ବ୍ୟବହାରକାରୀମାନଙ୍କଠାରୁ ତାହା ଆଦାୟ କରିବା ଅସମ୍ଭବ ଅଟେ । ତେଣୁ ବଜେଟ୍ ବ୍ୟବସ୍ଥା ମାଧ୍ୟମରେ ସରକାର ଏଥିପାଇଁ ସମ୍ବଳ ଯୋଗାଇ ଦେଇଥା’ନ୍ତି । ଅତଏବ ଶିଳ୍ପ ଓ କୃଷି ଉନ୍ନୟନ କ୍ଷେତ୍ରରେ ବଜେଟ୍ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରେ ।

ପଞ୍ଚମତଃ, ମୁକ୍ତ ବଜାର ବ୍ୟବସ୍ଥାରେ ଯେଉଁସବୁ ଦ୍ରବ୍ୟ ଉତ୍ପାଦନ ହୋଇଥାଏ, ତାହା ବେସରକାରୀ ଉଦ୍ୟୋକ୍ତାମାନଙ୍କୁ ସର୍ବାଧ୍ଵ ଲାଭ ପ୍ରଦାନ କରିଥାଏ । ତେଣୁ ସାଧାରଣ ଭାବରେ ବେସରକାରୀ ନିବେଶ ବିଳାସ ଦ୍ରବ୍ୟ ଉତ୍ପାଦନରେ ହିଁ ନିୟୋଜିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଉପରୋକ୍ତ କ୍ଷେତ୍ରରେ ନିୟୋଜିତ ସମ୍ବଳକୁ ସର୍ବସାଧାରଣଙ୍କ ଉପଯୋଗରେ ନିୟୋଜିତ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଉତ୍ପାଦନକୁ ପ୍ରବାହିତ କରିବାର ଆବଶ୍ୟକତା ଅନୁଭୂତ ହୋଇଥାଏ ।

ବଜେଟ୍ ମାଧ୍ୟମରେ ସରକାରୀ ହସ୍ତକ୍ଷେପ ବଳରେ ଏହି କାର୍ଯ୍ୟ ସହଜରେ କରାଯାଇପାରେ । ବିଳାସ ଦ୍ରବ୍ୟ ଓ ସାମାଜିକ ଦୃଷ୍ଟିରୁ କ୍ଷତିକାରକ ଦ୍ରବ୍ୟ ଉପରେ ଅଧୂକ ଟିକସ ବସାଇ ଏବଂ ସାଧାରଣ ବ୍ୟବହାର ଉପଯୋଗୀ ହିତକାରକ ଦ୍ରବ୍ୟ ପାଇଁ ଟିକସ ରିହାତିର ବ୍ୟବସ୍ଥା କରି ବଜେଟ୍ ଏହି ଲକ୍ଷ୍ୟ ପୂରଣ କରିପାରେ ।

ଷଷ୍ଠତଃ, ପ୍ରାନ୍ତୀୟ ପରିବ୍ୟୟ ଓ ଦରର ସମାନତା ମଧ୍ୟରେ ସବୁଠାରୁ ଦକ୍ଷ ସମ୍ବଳ ବିନିଯୋଗ କରାଯାଇଥାଏ । ଅବଶ୍ୟ ଏହା କେବଳ ପୂର୍ଣ୍ଣ ପ୍ରତିଯୋଗିତାରେ ସମ୍ଭବ ହୁଏ । ସ୍ଵଳ୍ପ ବିକଶିତ ଦେଶଗୁଡ଼ିକରେ ସମ୍ବଳର ତ୍ରୁଟିପୂର୍ଣ୍ଣ ବିନିଯୋଗ ହୋଇଥାଏ । ବେସରକାରୀ କ୍ଷେତ୍ରର ବଜାରଗୁଡ଼ିକରେ ଏକାଧିକାର, ଏକାସ୍କାରମୂଳକ ପ୍ରତିଯୋଗିତା ଓ ଅଚ୍ଛାଧ୍ୟାର ବଜାର ଥାଏ । ଏଭଳି ଅସମ ବିନିଯୋଗକୁ ବଦଳାଇବାକୁ ହେଲେ ସରକାରୀ କ୍ଷେତ୍ରରେ ଉତ୍ପାଦନ ବ୍ୟବସ୍ଥା କରିବାକୁ ହୁଏ ।

ଏହା କଲେ ହିଁ ହାରାହାରି ଆୟ (ଦର) ଓ ପ୍ରାନ୍ତୀୟ ପରିବ୍ୟୟ ମଧ୍ୟରେ ଥିବା ପାର୍ଥକ୍ୟ ହ୍ରାସ ପାଏ । ଏହି କାରଣରୁ ଅଧ‌ିକ ନିବେଶ ଆବଶ୍ୟକ କରୁଥିବା ଜନକଲ୍ୟାଣକାରୀ ଶିଳ୍ପଗୁଡ଼ିକ କ୍ରମେ ସରକାରୀ କ୍ଷେତ୍ରଭୁକ୍ତ ହେଉଛନ୍ତି ।

ସପ୍ତମ, ସ୍ଵଳ୍ପ ବିକଶିତ ଦେଶଗୁଡ଼ିକରେ ଆଞ୍ଚଳିକ ବୈଷମ୍ୟ ଉତ୍କଟ ହୋଇଥାଏ । ବେସରକାରୀ କ୍ଷେତ୍ର ଲାଭ ମନୋବୃତ୍ତି ଦ୍ଵାରା ପରିଚାଳିତ ହେଉଥିବାରୁ ଏହି କ୍ଷେତ୍ରର ଶିଳ୍ପଗୁଡ଼ିକ ସହରାଞ୍ଚଳ ବା ବିକଶିତ ଅଞ୍ଚଳରେ ଗଢ଼ିଉଠନ୍ତି । ଏହି ବୈଷମ୍ୟ ଦୂରକରିବା ପାଇଁ ସରକାରୀ କ୍ଷେତ୍ରର ଶିଳ୍ପସଂସ୍ଥାଗୁଡ଼ିକୁ ପଛୁଆ ଅଞ୍ଚଳରେ ସ୍ଥାପନ କରାଯାଇଥାଏ ଏବଂ ସରକାରୀ ସହାୟତା, ଭିତ୍ତିଭୂମି ଯୋଗାଣ ଓ ଅନ୍ୟାନ୍ୟ ସରକାରୀ ପ୍ରୋତ୍ସାହନଦ୍ଵାରା କୃଷି ଓ ଗ୍ରାମ୍ୟ ଶିଳ୍ପର ବିକାଶ ମଧ୍ଯ ସମ୍ଭବ ହୋଇପାରିବ ।

ଏହା କଲେ ଗ୍ରାମାଞ୍ଚଳର ଅର୍ଥନୀତି ବିକଶିତ ହୋଇଥାଏ ଏବଂ ଏଥିପାଇଁ ବଜେଟ୍‌ରେ ବ୍ୟବସ୍ଥା କରି ଏହି ଲକ୍ଷ୍ୟ ପୂରଣ କରାଯାଇପାରେ ।

ଅଷ୍ଟମ, ସ୍ଵଳ୍ପବିକଶିତ ଦେଶଗୁଡ଼ିକ ଅଳ୍ପ ଆୟକାରୀ ହୋଇଥିବାରୁ ତା’ର ଜନସାଧାରଣ ଦରିଦ୍ର ହୋଇଥା’ନ୍ତି ଏବଂ ସେଠାରେ ସଞ୍ଚୟ ଓ ନିବେଶ କମ୍ ହୋଇଥାଏ । ତେଣୁ ବଜେଟ୍‌ରେ ବ୍ୟବସ୍ଥା କରି ଜାତୀୟ ଆୟକୁ ବହୁଗୁଣିତ କରାଯାଇପାରେ, ଫଳରେ ଫଳପ୍ରଦ ଚାହିଦା ବୃଦ୍ଧି ପାଏ । ଏହା ଅଧ୍ବକ ନିବେଶ ଓ ନିୟୋଜନ ପାଇଁ ପ୍ରୋତ୍ସାହିତ କରେ । ରାଷ୍ଟ୍ରୀୟ ନିୟୋଜନ ପରିମାଣ ବହୁଗୁଣିତ ହୁଏ । ତେଣୁ, ବେକାର ଶ୍ରମିକମାନଙ୍କୁ ନିଯୁକ୍ତି ପ୍ରଦାନ କରି ପ୍ରାକୃତିକ ସମ୍ବଳର ଇଷ୍ଟତମ ବିନିଯୋଗ କରାଯାଇପାରେ ।

2. ବଜେଟ୍ କ’ଣ ? ବିଭିନ୍ନ ପ୍ରକାର ବଜେଟ୍‌ର ବୈଶିଷ୍ଟ୍ୟ ପ୍ରତିପାଦନ କର ।
Answer:
ବଜେଟ୍ ଶବ୍ଦଟି ଫ୍ରାନ୍ସ ଭାଷାରେ ‘Bougett’ ଶବ୍ଦରୁ ଉଦ୍ଧୃତ ଯାହାର ଅର୍ଥ କ୍ଷୁଦ୍ର ଚମଡ଼ା ବ୍ୟାଗ । ଅର୍ଥଶାସ୍ତ୍ରୀମାନେ ବଜେଟ୍ ସମ୍ପର୍କରେ ବିଭିନ୍ନ ଅର୍ଥନୈତିକ ବିଭିନ୍ନ ସଂଜ୍ଞା ନିରୂପଣ କରିଛନ୍ତି । ଏହା ସରକାରୀ ରାଜସ୍ବ ଓ ବ୍ୟୟର ପ୍ରାଥମିକ ଅନୁମୋଦିତ ଯୋଜନା ସମ୍ପର୍କିତ ନଥୂପତ୍ର । ସଂକ୍ଷେପରେ କହିବାକୁ ଗଲେ ‘ଏକ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ସରକାରଙ୍କ ଆୟ ଓ ବ୍ୟୟର ରୂପରେଖ’, ବଜେଟ୍‌ରେ ସ୍ଥାନ ପାଇଥାଏ । ସରକାରୀ ଆୟ-ବ୍ୟୟର ଅଟକଳ ବଜେଟ୍‌ର ମୁଖ୍ୟ ଅଂଶ ହୋଇ ରହିଥାଏ ।

ଅନ୍ୟ ଅର୍ଥରେ ପ୍ରକାଶ କଲେ ବଜେଟ୍ ହେଉଛି ସରକାରଙ୍କଦ୍ଵାରା ପ୍ରତ୍ୟାଶିତ ଆୟ ଓ ପ୍ରସ୍ତାବିତ ବ୍ୟୟର ଏକ ଉପସ୍ଥାପନା ଯାହା ଏକ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ଉଦ୍ଦିଷ୍ଟ ।

  • ବଜେଟ୍ ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ଆୟବ୍ୟୟର ଅଟକଳ ।
  • ଏହା ସରକାରୀ କର୍ତ୍ତୃପକ୍ଷଙ୍କଦ୍ୱାରା ଅନୁମୋଦିତ ।
  • ଏହା ଆୟ ସଂଗ୍ରହର ଉତ୍ସ ଓ ପ୍ରକ୍ରିୟା ଏବଂ ବ୍ୟୟ ପରିଚାଳନା ସମ୍ପର୍କରେ ସୂଚନା ଦେଇଥାଏ ।
  • ଏହା ଅର୍ଥନୈତିକ ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ।

ବଜେଟ୍‌ର ପ୍ରସ୍ତୁତି ଓ ଉପସ୍ଥାପନା, ଯୋଜନାର ସଫଳ ରୂପାୟନ, ପୁଞ୍ଜି ସଂଗ୍ରହ, ବ୍ୟୟ ପରିଚାଳନା, ଉପାଦାନମାନଙ୍କର ସୁବିନିଯୋଗ ଏବଂ ବିଶେଷଭାବରେ ଅର୍ଥନୈତିକ ବିକାଶ ପାଇଁ ଅପରିହାର୍ଯ୍ୟ ହୋଇଥାଏ ।

ପ୍ରକାରଭେଦ – ସରକାରୀ ବଜେଟ୍‌କୁ ସାଧାରଣତଃ ତିନୋଟି ଶ୍ରେଣୀରେ (ପ୍ରକାରରେ) ବିଭାଗୀକରଣ କରାଯାଇଥାଏ ।

  1. ସମତୁଲ ବଜେଟ୍ (Balanced Budget)
  2. ନିଅଣ୍ଟିଆ ବଜେଟ୍ (Deficit Budget)
  3. ବଳକା ବଜେଟ୍ (Surplus Budget)

ସମତୁଲ ବଜେଟ୍ :
ଯେଉଁ ବଜେଟ୍‌ରେ ସରକାରୀ ଆୟର ପରିମାଣ ଏହାର ବ୍ୟୟ ପରିମାଣ ସହ ସମତୁଲ ହୋଇଥାଏ, ତାହାକୁ ସମତୁଲ ବଜେଟ୍ କୁହାଯାଏ । ସେହି ନିର୍ଦ୍ଦିଷ୍ଟ ବର୍ଷ ପାଇଁ ପ୍ରସ୍ତୁତ ସରକାରୀ ବ୍ୟୟ ଅଟକଳରେ ବିଭିନ୍ନ ସୂତ୍ରରୁ ସଂଗୃହୀତ ହେବାକୁ ଥିବା ପ୍ରତ୍ୟାଶିତ ଆୟ ଓ ବିଭିନ୍ନ ଉଦ୍ଦେଶ୍ୟରେ ହେବାକୁ ଥିବା ପ୍ରସ୍ତାବିତ ବ୍ୟୟ ସମାନ ହୋଇଥାଏ । ସଂକ୍ଷେପରେ ଉପସ୍ଥାପନ କରାଗଲେ ଯେଉଁ ସରକାରୀ ବ୍ୟୟ ଅଟକଳ ସରକାରୀ ପ୍ରତ୍ୟାଶିତ ଆୟ ସହ ସମାନ ତାହାକୁ ସମତୁଲ ବଜେଟ୍ କୁହାଯାଏ ।

ଏହି ବଜେଟ୍‌ରେ କେତେକ ସୁପ୍ରଭାବ ପରିଲକ୍ଷିତ ହୋଇଥାଏ ଯାହା ନିମ୍ନରେ ବର୍ଣ୍ଣନା କରାଗଲା ।

  • ସମତୁଲ ବଜେଟ୍, ସରକାରୀ କର୍ତ୍ତୃପକ୍ଷଙ୍କଦ୍ୱାରା ହେଉଥିବା ଅନାବଶ୍ୟକ ଅଦରକାରୀ ବ୍ୟୟକୁ ନିୟନ୍ତ୍ରଣ କରିଥାଏ ।
  • ଏହା ଅର୍ଥନୈତିକ ସମସ୍ୟାପାଇଁ ଏକ ସତର୍କ ଘଣ୍ଟି ସଦୃଶ ।
  • ମାନ୍ଦାବସ୍ଥା ସମୟରେ ସମତୁଲ ବଜେଟ୍ ବିଶେଷ ସହଯୋଗୀ ହୋଇଥାଏ ।
  • ଏହା ମୁଦ୍ରାଙ୍ଗୀତି ଘଟାଇ ନଥାଏ ।

ଏହି ସୁଗୁଣ ସତ୍ତ୍ବେ ଏହାର କେତେକ ସୀମାବଦ୍ଧତା ପରିଲକ୍ଷିତ ହୋଇଥାଏ; ଯଥା –

  • ସମତୁଲ ବଜେଟ୍‌ରେ ଆୟବ୍ୟୟ ସମାନ ହୋଇଥିବାରୁ ଏହା ଅର୍ଥନୈତିକ ଦୃଷ୍ଟିକୋଣରୁ ପ୍ରଭାବଶୂନ୍ୟ ହୋଇଥାଏ । ତେଣୁ ଅର୍ଥନୈତିକ ଅଭିବୃଦ୍ଧି ଘଟାଇବା କ୍ଷେତ୍ରରେ ଏହି ବଜେଟ୍ ଅନୁକୂଳ ବା ଲାଭଦାୟକ ନୁହେଁ ।
  • ଅର୍ଥନୈତିକ ସଙ୍କଟର ମୁକାବିଲା କରିବା ଦିଗରେ ଏହି ବଜେଟ୍ ଅନୁପଯୁକ୍ତ ହୋଇଥାଏ, କାରଣ ଏହାର ବ୍ୟୟ ବିଶେଷଭାବରେ ସଂକୁଚିତ ।
  • ଏହା ସରକାରୀ କର୍ତ୍ତୃପକ୍ଷଙ୍କର ସ୍ବାଧୀନତା କ୍ଷୁଣ୍ଣ କରିଥାଏ ।
  • ବାସ୍ତବରେ ଏହି ବଜେଟ୍ ମାନ୍ଦାବସ୍ଥା ଦୂର କରିବା କ୍ଷେତ୍ରରେ ଅନୁପଯୁକ୍ତ ।

ଅନ୍ୟ ପ୍ରକାରଭେଦରେ ବଜେଟ୍ ଅସମତୁଲ ହୋଇଥାଏ, ଯେଉଁଥରେ ସରକାରୀ ଆୟବ୍ୟୟରେ ବୈଷମ୍ୟ ପରିଲକ୍ଷିତ ହୋଇଥାଏ । ଏହି ସରକାରୀ ଆୟବ୍ୟୟର ପାର୍ଥକ୍ୟକୁ ବିଚାର କରି ଅସମତୁଲ ବଜେଟ୍‌କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଏ; ଯଥା – ନିଅଣ୍ଟିଆ ବଜେଟ୍ ଓ ଉଦ୍‌ବୃତ୍ତ (ବଳକା ବଜେଟ) ।

ନିଅଣ୍ଟିଆ ବଜେଟ୍ (Deficit Budget) :
ଏକ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ଯଦି ସରକାରଙ୍କର ପ୍ରସ୍ତାବିତ ବ୍ୟୟ ଅଟକଳ ପ୍ରତ୍ୟାଶିତ ଆୟଠାରୁ ଅଧିକ ହୁଏ, ତେବେ ସେ ବଜେଟ୍‌ ନିଅଣ୍ଟିଆ ବଜେଟ୍ କୁହାଯାଏ । ଏହି ଏକ ଅସମତୁଲ ବଜେଟ୍ ଯେଉଁଥିରେ ସରକାରୀ ବ୍ୟୟ ସରକାରୀ ଆୟଠାରୁ ଅତ୍ୟଧିକ ହୋଇଥାଏ ।

ବ୍ୟୟ ଅଧ‌ିକ ହେଲେ ହେଁ ଆଧୁନିକ ଅର୍ଥବ୍ୟବସ୍ଥାରେ ଏହା ଅନେକ ସୁଫଳ ପ୍ରଦାନ କରିଥାଏ; ଯଥା –

  • ନିଅଣ୍ଟିଆ ବଜେଟ୍ ଆୟ ସ୍ତର ଓ ନିଯୁକ୍ତି ସ୍ତର ବୃଦ୍ଧି କରିବାରେ ସହାୟକ ହୋଇଥାଏ ।
  • ବେକାରୀ ସମସ୍ୟା ଦୂରୀକରଣ କ୍ଷେତ୍ରରେ ଏହା ଏକ ଶକ୍ତିଶାଳୀ ଆୟୁଧ ।
  • ଏହା ଅବସ୍କ୍ରୀତି ଦୂର କରିବା ଦିଗରେ ସହାୟକ ହୋଇଥାଏ ।
  • ଅର୍ଥନୈତିକ ଅଭିବୃଦ୍ଧି ହାସଲ ଦିଗରେ ଏହି ବଜେଟ୍ ଅନେକାଂଶରେ ସଫଳ ହୋଇଥାଏ ।

CHSE Odisha Class 12 Economics Chapter 17 Questions and Answers in Odia Medium

ଏତଦ୍‌ଭିନ୍ନ ଏହି ବଜେଟ୍‌ରେ କେତେକ ଦୋଷତ୍ରୁଟି ପରିଲକ୍ଷିତ ହୋଇଥାଏ; ଯଥା –
ନିଅଣ୍ଟିଆ ବଜେଟ୍‌ରେ ବ୍ୟୟର ମାତ୍ରା ଅତ୍ୟଧିକ ହେଲେ ଏହା ମୁଦ୍ରାଙ୍ଗୀତି ଘଟାଇଥାଏ ଯାହା ଅର୍ଥନୈତିକ ଲକ୍ଷ୍ୟ ହାସଲପାଇଁ ନିରୁତ୍ସାହିତ ହୋଇଥାଏ । ଏହି ଅବସ୍ଥାରେ ଆୟ ତାରତମ୍ୟ ବୃଦ୍ଧି ଘଟିବାରେ ଆଶଙ୍କା ରହିଥାଏ ଏବଂ ବଡ଼ଖର୍ଚ୍ଚକୁ ପ୍ରୋତ୍ସାହନ ଦେଇଥାଏ ।

ବଳକା ବଜେଟ୍ (Surplus Budget) :
ଯେଉଁ ବଜେଟ୍‌ରେ ସରକାରୀ ଆୟ, ସରକାରୀ ବ୍ୟୟଠାରୁ ଅଧିକ ହୁଏ, ତାହାକୁ ବଳକା ବଜେଟ୍ (Surplus Budget) କୁହାଯାଏ । ଏ କ୍ଷେତ୍ରରେ ସରକାରୀ ପ୍ରତ୍ୟାଶିତ ଆୟ ପ୍ରସ୍ତାବିତ ବ୍ୟୟଠାରୁ ଅଧିକ ହୋଇଥାଏ, ଫଳରେ ସରକାରୀ ଆୟର ଏକ ଅଂଶ ସରକାରଙ୍କଦ୍ଵାରା ଉପଯୋଗ ନ ହୋଇ ଗଚ୍ଛିତ ହୋଇ ରହିଥାଏ । ତେଣୁ ଏହାକୁ ବଳକା ବଜେଟ୍ କୁହାଯାଏ ।

ଏହି ବଜେଟ୍‌ର ବ୍ୟାବହାରିକ ଗୁରୁତ୍ଵ ବିଶେଷ ଉପଲବ୍‌ଧି କରାଯାଇ ନଥାଏ । ତେଣୁ ଏହି ବଜେଟ୍‌ରେ ପ୍ରୟୋଗାତ୍ମକ ଓ ବ୍ୟାବହାରିକ ଦିଗଟି ଅତିମାତ୍ରାରେ ସୀମିତ । ତଥାପି ଏହି ବଜେଟ୍‌ର କେତେକ ସୁଫଳ ପରିଲକ୍ଷିତ ହୁଏ ।

ବଳକା ବଜେଟ୍ ମୁଦ୍ରାଙ୍ଗୀତିକୁ ଅବଦମିତ କରିବା କ୍ଷେତ୍ରରେ ଏକ ଉପଯୁକ୍ତ ବଜେଟ୍ ଭାବରେ ଗ୍ରହଣ କରାଯାଏ । ଦ୍ଵିତୀୟରେ ଏହା ସରକାରୀ ଖର୍ଚ୍ଚରେ ଅଙ୍କୁଶ ଲଗାଏ ଓ ଅନାବଶ୍ୟକ ବ୍ୟୟକୁ ନିରୁତ୍ସାହିତ ବା ନିୟନ୍ତ୍ରଣ କରିଥାଏ ।

ମାତ୍ର ଏହି ବଜେଟ୍‌ରେ ବ୍ୟୟର ପରିସର ସୀମିତ ହୋଇଥିବାରୁ ଅର୍ଥନୈତିକ ଅଭିବୃଦ୍ଧି ଘଟିପାରେ ନାହିଁ । ସରକାରୀ ଆୟର ଏକ ଅଂଶ (ଯାହା ଖର୍ଚ୍ଚ ହୋଇ ନଥାଏ) ଅଣଉତ୍ପାଦନଶୀଳ ହୋଇ ରହିଥାଏ ।

ବାସ୍ତବ ଦୃଷ୍ଟିକୋଣରୁ ଅନୁନ୍ନତ ଦେଶମାନଙ୍କର ଅର୍ଥନୈତିକ ପ୍ରଗତି ହାରକୁ ତ୍ୱରାନ୍ବିତ କରିବା କ୍ଷେତ୍ରରେ ଏହି ବଜେଟ୍ ଅନୁପଯୁକ୍ତ । ଲକ୍ଷ୍ୟ କରାଯାଏ; କାରଣ ଏହା ଅର୍ଥନୈତିକ ବିକାଶ ଧାରାକୁ ଅବ୍ୟାହତ ଓ ନିରବଚ୍ଛିନ୍ନ ରଞ୍ଝାରେ ସାହାଯ୍ୟ କରେ ।

CHSE Odisha Class 12 Economics Chapter 9 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 9 ଯୋଗାଣ Long Answer Questions.

CHSE Odisha 12th Class Economics Chapter 9 Long Answer Questions in Odia Medium

1. ଯୋଗାଣ ସୂତ୍ର ବ୍ୟାଖ୍ୟା କର । ଏହାର ସୀମାବଦ୍ଧତାଗୁଡ଼ିକ ଦର୍ଶାଅ ।
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ଦାମ୍‌ରେ ବଜାରକୁ ବିକ୍ରୟ ପାଇଁ ଅର୍ପିତ ହେଉଥିବା ଦ୍ରବ୍ୟର ପରିମାଣକୁ ସେହି ଦ୍ରବ୍ୟର ଯୋଗାଣ କୁହାଯାଏ । ଏହି ଅର୍ଥରୁ ପ୍ରତୀୟମାନ ହୁଏ ଯେ, ଦ୍ରବ୍ୟର ଯୋଗାଣ ସହ ଏହାର ଦାମ୍‌ର ଏକ ନିବିଡ଼ ସମ୍ପର୍କ ରହିଛି । ଦ୍ରବ୍ୟର ଦାମ୍ ଓ ଏହାର ଯୋଗାଣ ମଧ୍ୟରେ ଥିବା ସମ୍ପର୍କକୁ ଯେଉଁ ସୂତ୍ର ସାହାଯ୍ୟରେ ଅନୁଧ୍ୟାନ ବା ଅଧ୍ୟୟନ କରାଯାଏ ତାହାକୁ ‘ଯୋଗାଣ ସୂତ୍ର’ କୁହାଯାଏ । ଅନ୍ୟ ଅର୍ଥରେ ଦ୍ରବ୍ୟର ଦାମ୍ ଓ ଏହାର ଯୋଗାଣ ମଧ୍ୟରେ ଥିବା ସମ୍ପର୍କକୁ ଯୋଗାଣ ସୂତ୍ର ଅଧ୍ୟୟନ କରିଥାଏ ।

ବ୍ୟାଖ୍ୟା – ଯୋଗାଣ ସୂତ୍ର ଅନୁସାରେ, ‘‘ଅପରିବର୍ତ୍ତନୀୟ ପରିସ୍ଥିତିରେ କୌଣସି ଦ୍ରବ୍ୟର ଦାମ୍ ହ୍ରାସ ପାଇଲେ ଏହାର ଯୋଗାଣର ପରିମାଣ ହ୍ରାସ ଏବଂ ଦାମ୍ ବୃଦ୍ଧି ପାଇଲେ ଏହାର ଯୋଗାଣର ପରିମାଣ ବୃଦ୍ଧି ପାଇଥାଏ । ’’ ଅନ୍ୟପକ୍ଷରେ ଯୋଗାଣ ସୂତ୍ର, ଦ୍ରବ୍ୟର ଯୋଗାଣ ଓ ଏହାର ଦାମ୍ ମଧ୍ୟରେ ଥ‌ିବା ପ୍ରତ୍ୟକ୍ଷ ସମ୍ପର୍କକୁ ଅନୁଧ୍ୟାନ ବା ଅନୁଶୀଳନ କରିଥାଏ । ଏହି ସୂତ୍ରକୁ ବିଶ୍ଳେଷଣ କଲେ ଜଣାଯାଏ ଯେ, କୌଣସି ଦ୍ରବ୍ୟର ଯୋଗାଣ ଏହାର ଦାମ୍ ଉପରେ ନିର୍ଭରଶୀଳ ଓ ଉଚ୍ଚତର ଦାମ୍‌ରେ ଯୋଗାଣର ପରିମାଣ ଅଧିକ ହୋଇଥିବାସ୍ଥଳେ ନିମ୍ନତର ଦାମ୍‌ରେ ଯୋଗାଣର ପରିମାଣ କମ୍ ହୋଇଥାଏ ।

ବିଶ୍ଳେଷଣ – ଦାମ୍ ଓ ଦ୍ରବ୍ୟର ଯୋଗାଣ ମଧ୍ୟରେ ଥ‌ିବା ଏହି ପ୍ରତ୍ୟକ୍ଷ ସମ୍ପର୍କକୁ ଯୋଗାଣସୂଚୀ ମାଧ୍ୟମରେ ବିଶ୍ଳେଷଣ କରାଯାଇପାରେ ।

ବିଭିନ୍ନ ଦାମ୍‌ରେ ବିକ୍ରି ପାଇଁ ଉପଲବ୍‌ଧ ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ବିଭିନ୍ନ ପରିମାଣକୁ ଯେଉଁ ସାରଣୀ ସାହାଯ୍ୟରେ ପ୍ରକାଶ କରାଯାଏ ତାହାକୁ ଯୋଗାଣସୂଚୀ କୁହାଯାଏ । କୌଣସି ନିର୍ଦ୍ଦିଷ୍ଟ ବଜାରରେ ସମସ୍ତ ବିକ୍ରେତା ବିଭିନ୍ନ ଦାମ୍‌ରେ ଗୋଟିଏ ଦ୍ରବ୍ୟର ଯେଉଁ ବିଭିନ୍ନ ପରିମାଣ ଯୋଗାଇଥା’ନ୍ତି ସେଗୁଡ଼ିକୁ ଏକତ୍ର ମିଶାଇ ବଜାର ଯୋଗାଣସୂଚୀ ପ୍ରସ୍ତୁତ କରାଯାଇଥାଏ । ଅର୍ଥାତ୍ ବଜାର ଯୋଗାଣସୂଚୀ, ବ୍ୟକ୍ତିଗତ ଯୋଗାଣ ସୂଚୀର ସମଷ୍ଟି ମାତ୍ର । ବଜାର ଯୋଗାଣସୂଚୀ ଏକ ସାରଣୀ ମାଧ୍ୟମରେ ଯୋଗାଣ ସୂତ୍ରକୁ ପ୍ରତିଫଳିତ କରାଏ ।

‘X’ ଦ୍ରବ୍ୟର ବଜାର ଯୋଗାଣସୂଚୀ

‘‘X” ଦ୍ରବ୍ୟର ଏକକ ପ୍ରତି ଦାମ୍ (ଟଙ୍କା)  ଯୋଗାଣର ପରିମାଣ  (ଏକକ)
1 10
2 20
3 30
4 40
5 50

ଉପରୋକ୍ତ ସାରଣୀକୁ ଅନୁଶୀଳନ କଲେ ସ୍ପଷ୍ଟ ହୁଏ ଯେ, ବଜାରରେ ‘X” ଦ୍ରବ୍ୟର ମୂଲ୍ୟ ଟ. 1.00 ରୁ ଟ.5.00 ପର୍ଯ୍ୟନ୍ତ କ୍ରମାଗତ ବୃଦ୍ଧିହେବା ଫଳରେ ବଜାରର ‘X” ଦ୍ରବ୍ୟର ଯୋଗାଣ 10 ଏକକରୁ 50 ଏକକକୁ କ୍ରମାଗତଭାବେ ବୃଦ୍ଧିପାଇଛି । ଏଥୁରୁ ପ୍ରତୀୟମାନ ଯେ, ଉଚ୍ଚଦାମ୍‌ରେ ବଜାରରେ ଯୋଗାଣ ଅଧିକ ହୋଇଥିବାବେଳେ କମ୍ ଦାମ୍‌ରେ ଯୋଗାଣ ସ୍ଵଳ୍ପ ହୋଇଛି । ଏହିପରି ଭାବରେ ଦ୍ରବ୍ୟର ଦାମ୍ ବୃଦ୍ଧି ହେଲେ ଏହାର ଯୋଗାଣ ବୃଦ୍ଧି ପାଏ ଓ ଦାମ୍ ହ୍ରାସ ହେଲେ ଯୋଗାଣ ହ୍ରାସ ହୋଇଥାଏ ।

CHSE Odisha Class 12 Economics Chapter 9 Long Answer Questions in Odia Medium

ଯୋଗାଣ ସୂତ୍ରର ବିଶ୍ଳେଷଣ ରେଖାଚିତ୍ର ମାଧ୍ୟମରେ ମଧ୍ୟ କରାଯାଇପାରେ । ଯୋଗାଣସୂଚୀର ଗାଣିତିକ ତଥ୍ୟକୁ ଜ୍ୟାମିତିକ ପରିଭାଷାରେ ପ୍ରକାଶ କରାଯାଇ ଯୋଗାଣ ସୂତ୍ରର ବିଶ୍ଳେଷଣ ବା ଯୋଗାଣରେଖାର ଅଙ୍କନ କରାଯାଇପାରେ ।

ବୈଖ୍ୟକ ଉପସ୍ଥାପନା – ପାର୍ଶ୍ୱସ୍ଥ ଚିତ୍ରରେ OX ଅକ୍ଷରେ ଯୋଗାଣର ପରିମାଣ ଓ OY- ଅକ୍ଷରେ ଦ୍ରବ୍ୟର ଦାମ୍ ପରିମାପ କରାଯାଇଛି । ଦ୍ରବ୍ୟର ଦାମ୍ ଟ 1.00 ବେଳେ ଦ୍ରବ୍ୟ ଯୋଗାଣର ପରିମାଣ 10 ଏକକ ହୋଇଅଛି । ସେହିପରି ଦ୍ରବ୍ୟର ଦାମ୍ ବୃଦ୍ଧି ପାଇ ଟ 2.00 ହେଲାବେଳେ ଯୋଗାଣର ପରିମାଣ 20 ଏକକକୁ ବୃଦ୍ଧିପାଇଛି । ଚିତ୍ରରେ ପ୍ରଦର୍ଶିତ ଦ୍ରବ୍ୟ ଦାମ୍‌ର କ୍ରମାଗତ ବୃଦ୍ଧି ଫଳରେ ଦ୍ରବ୍ୟ ଯୋଗାଣର ପରିମାଣ କ୍ରମାଗତଭାବେ ବୃଦ୍ଧି ପାଇଛି ।
CHSE Odisha Class 12 Economics Chapter 9 Long Answer Questions in Odia Medium
ଦ୍ରବ୍ୟର ଦାମ୍ ଓ ଯୋଗାଣକୁ ଭିଭିକରି ଚିତ୍ରରେ ମିଳୁଥିବା ବିନ୍ଦୁର ସଂଯୋଗ କରାଯାଇ ‘SS’ ଯୋଗାଣରେଖା ଅଙ୍କନ କରାଯାଇଛି । ‘SS’ ଯୋଗାଣରେଖା, ଯୋଗାଣସୂଚୀର ଏକ ଜ୍ୟାମିତିକ ପରିପ୍ରକାଶ । ଏହି ଯୋଗାଣରେଖା ବାମରୁ ଡାହାଣକୁ ଊର୍ଦ୍ଧ୍ୱଗାମୀ ହୋଇଛି । ଏହାର ଧନାତ୍ମକ ଅଧୋଗତିରୁ ସ୍ପଷ୍ଟ ହୁଏ ଯେ, ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଦ୍ରବ୍ୟ ଯୋଗାଣ ବୃଦ୍ଧି ପାଏ ଓ ଦ୍ରବ୍ୟର ଦାମ୍ ହ୍ରାସ ପାଇଲେ ଦ୍ରବ୍ୟ ଯୋଗାଣ ହ୍ରାସ ପାଏ ।

ଯୋଗାଣରେଖା କାହିଁକି ଊର୍ଦ୍ଧ୍ୱଗାମୀ ହୋଇଥାଏ – ଯୋଗାଣ ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଯୋଗାଣର ପରିମାଣ ମଧ୍ଯରେ ପ୍ରତ୍ୟକ୍ଷ ତଥା ଧନାତ୍ମକ ସମ୍ପର୍କ ରହିଛି । ଏହି ସମ୍ପର୍କର ସୂତ୍ରପାତ ନିମ୍ନଲିଖୁ କାରଣରୁ ଘଟିଥାଏ ।

ପ୍ରଥମତଃ, କୌଣସି ଅର୍ଥବ୍ୟବସ୍ଥାରେ ଉତ୍ପାଦନ ଲାଭ-ପ୍ରତ୍ୟାଶାଦ୍ଵାରା ବିଶେଷଭାବରେ ପ୍ରଭାବିତ ହୋଇଥାଏ । କୌଣସି ଦ୍ରବ୍ୟର ପ୍ରଚଳିତ ଦାମ୍ ଅଧିକ ହେଲେ ତାହାର ଲାଭ-ପ୍ରତ୍ୟାଶା ବୃଦ୍ଧି ପାଏ । ଦାମ୍-ବର୍ଦ୍ଧିଷ୍ଣୁ ପରିସ୍ଥିତିରେ ଉତ୍ପାଦନକାରୀ ଲାଭ- ପ୍ରତ୍ୟାଶାଦ୍ୱାରା ପ୍ରଭାବିତ ହୋଇ ଯୋଗାଣ ବୃଦ୍ଧି କରିବାକୁ ଉତ୍ସାହିତ ହୋଇଥାଏ । ତେଣୁ ଦାମ୍ ବୃଦ୍ଧି ସମୟରେ ଯୋଗାଣର ପରିମାଣ ଅଧିକ ହୁଏ । ଅନ୍ୟ ପକ୍ଷରେ ଦାମ୍ ହ୍ରାସ ସମୟରେ ଲାଭ-ପ୍ରତ୍ୟାଶା ହ୍ରାସ ପାଉଥିବାରୁ ଦ୍ରବ୍ୟର ଯୋଗାଣ ହ୍ରାସ ପାଏ ।

ଦ୍ଵିତୀୟତଃ, କୌଣସି ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଉତ୍ପାଦନକାରୀ ନିଜସ୍ଵ ସମ୍ବଳ ସେହି ଦ୍ରବ୍ୟ ପାଇଁ ବିନିଯୋଗ କରିଥା’ନ୍ତି ଯଦ୍ବାରା ସେହି ଦ୍ରବ୍ୟର ଯୋଗାଣ ଅତିରିକ୍ତ ସମ୍ବଳର ବିନିଯୋଗ ଯୋଗୁଁ ବୃଦ୍ଧି ପାଇଥାଏ । କାରଣ ଉଚ୍ଚ ଦାମ୍ ଲାଭ-ପ୍ରତ୍ୟାଶା ବୃଦ୍ଧି କରେ । ଅନ୍ୟ ପକ୍ଷରେ ଦାମ୍ ହ୍ରାସ ହେଲେ ସମ୍ବଳର ବିନିଯୋଗ କମ୍ ଲାଭ-ପ୍ରତ୍ୟାଶା ଯୋଗୁଁ ହ୍ରାସ ପାଏ ଯଦ୍ବାରା ଯୋଗାଣର ପରିମାଣ ହ୍ରାସ ପାଏ ।

ତୃତୀୟତଃ, ଉତ୍ପାଦନର ପରିମାଣ ଏକ ନିର୍ଦ୍ଦିଷ୍ଟ ସ୍ତର ପରେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ପ୍ରଭାବରୁ ଦ୍ରବ୍ୟର ହାରାହାରି ପରିବ୍ୟୟ ଓ ପ୍ରାନ୍ତୀୟ ପରିବ୍ୟୟରେ ବୃଦ୍ଧି ଘଟେ । ତେଣୁ ଏହା ଯଥାର୍ଥ ଯେ ଦ୍ରବ୍ୟର ଦରବୃଦ୍ଧି ଘଟିଲେ ହିଁ ଅଧିକ ଉତ୍ପାଦନ ଓ ଅଧ‌ିକ ବିକ୍ରୟ ସମ୍ଭବ ହୋଇପାରିବ । କାରଣ ଭଚ୍ଚ ଦାମ୍ ହିଁ ଉଚ୍ଚ ପରିବ୍ୟୟକୁ ଭରଣା କରିପାରିବ ।

ସର୍ଭାବଳୀ :
ଯୋଗାଣ ସୂତ୍ରର କାର୍ଯ୍ୟକାରିତା କେତୋଟି ସର୍ଭ ଉପରେ ନିର୍ଭରଶୀଳ । ଯୋଗାଣ ସୂତ୍ରର ବ୍ୟାଖ୍ୟା ଉପସ୍ଥାପନା ସମୟରେ ‘ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ’ ରହିବାର ସର୍ଭ ଆରୋପ କରାଯାଇଥାଏ । ଏହି ‘ଅନ୍ୟାନ୍ୟ ବିଷୟ’ ଯୋଗାଣ ସୂତ୍ରର ସର୍ଭାବଳୀ ରୂପେ ପରିଚିତ । ଏହି ଅନ୍ୟାନ୍ୟ ବିଷୟରେ ସ୍ଥାନ ପାଇଥିବା ଉପାଦାନଗୁଡ଼ିକ ହେଲା – ବନ୍ୟା, ବାତ୍ୟା, ମରୁଡ଼ିରହିତ ସ୍ଵାଭାବିକ ପରିସ୍ଥିତି, ଅପରିବର୍ତ୍ତିତ ଉତ୍ପାଦନ ପରିବ୍ୟୟ, ଅପରିବର୍ତ୍ତିତ ଉତ୍ପାଦନ କୌଶଳ, ଅନ୍ୟାନ୍ୟ ଦ୍ରବ୍ୟର ସ୍ଥିର ଦାମ୍, ଅପରିବର୍ତ୍ତିତ କର ଓ ସବ୍‌ସିଡ଼ି, ସ୍ଥିର ଶିଳ୍ପନୀତି, ଅପରିବର୍ତ୍ତିତ ଉତ୍ପାଦନକାରୀଙ୍କ ସଂଖ୍ୟା, ଭବିଷ୍ୟତ୍ ଦର ପ୍ରତ୍ୟାଶା ଇତ୍ୟାଦି ।

ବ୍ୟତିକ୍ରମ / ସୀମାବଦ୍ଧତା :
ଯୋଗାଣ ସୂତ୍ରର ବ୍ୟାପକତା ସତ୍ତ୍ଵେ ଏହି ସୂତ୍ରର କାର୍ଯ୍ୟକାରିତାରେ କେତେକ ବ୍ୟତିକ୍ରମ ଦୃଶ୍ୟମାନ ହୋଇଥାଏ ଯାହା ନିମ୍ନରେ ବର୍ଣ୍ଣନା କରାଯାଇଛି ।

(1) ବ୍ୟାବସାୟିକ ପତନ ବା ମାନ୍ଦା ଅବସ୍ଥା (Depression)ରେ ଦରଦାମ୍ ଦ୍ରୁତଗତିରେ ହ୍ରାସ ପାଇବାକୁ ଆରମ୍ଭ କରେ ଯାହା ବ୍ୟବସାୟରେ କ୍ଷତିର ପୂର୍ବାଭାସ ଏହି କ୍ଷତିର ଆଶଙ୍କାରେ ବ୍ୟତିବ୍ୟସ୍ତ ହୋଇ ଉତ୍ପାଦନକାରୀ ଏହାକୁ ଏଡ଼ାଇବାପାଇଁ କମ୍ ଦାମ୍‌ରେ ସେମାନେ ଗଚ୍ଛିତ ରଖିଥ‌ିବା ଦ୍ରବ୍ୟକୁ ବିକ୍ରୟ କରିବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସୁତରାଂ ଦାମ୍ ହ୍ରାସଜନିତ ପରିସ୍ଥିତିରେ ଯୋଗାଣର ପରିମାଣ ବୃଦ୍ଧି ପାଏ । ଏହାଦ୍ଵାରା ଯୋଗାଣ ସୂତ୍ରରେ ବ୍ୟତିକ୍ରମ ଦେଖାଦିଏ ।

(2) ଦୁଷ୍ଟ୍ରାପ୍ୟ ଓ ବିରଳ ଦ୍ରବ୍ୟମାନଙ୍କର ଯୋଗାଣ ସୀମିତ ହୋଇଥିବାରୁ ଏହି ସୂତ୍ର କାର୍ଯ୍ୟ କରି ନଥାଏ । କାରଣ ଏହିସବୁ ଦ୍ରବ୍ୟର ବିଶେଷ ସ୍ଵଳ୍ପତା ଯୋଗୁଁ ଦାମ୍ ଯେତେ ବୃଦ୍ଧିପାଇଲେ ହେଁ ଏମାନଙ୍କର ଯୋଗାଣର ପରିମାଣ ବୃଦ୍ଧି ନହୋଇ ସ୍ଥିର ରହିଥାଏ । ତେଣୁ ଯୋଗାଣ ସୂତ୍ରର ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ ।

(3) ଶ୍ରମ ବଜାରରେ ଯୋଗାଣ ସୂତ୍ରର ବ୍ୟତିକ୍ରମ କେତେକ ସମୟରେ ଅନୁଭୂତ ହୋଇଥାଏ । ଶ୍ରମର ଦାମ୍ ବା ମଜୁରି ବୃଦ୍ଧି ହେଲେ ଶ୍ରମର ଯୋଗାଣ ହ୍ରାସର ସମ୍ଭାବନା ଦେଖାଦିଏ । କାରଣ ମଜୁରି ବୃଦ୍ଧି ଶ୍ରମିକମାନଙ୍କର ଅବସର ନେବାର ଇଚ୍ଛାକୁ ବଳବତ୍ତର ରଖୁଥାଏ ଓ କମ୍ ସମୟ କାର୍ଯ୍ୟରୁ ସେମାନଙ୍କର ଅତ୍ୟାବଶ୍ୟକ ଆବଶ୍ୟକତା ପୂରଣ କରିବାକୁ ସମର୍ଥ ହୋଇଥା’ନ୍ତି ।

ସୁତରାଂ ସେମାନଙ୍କର ଆତ୍ମୀୟମାନଙ୍କୁ ଶ୍ରମ ବଜାରକୁ ପ୍ରବେଶ କରିବାର ଆବଶ୍ୟକତା ଅନୁଭବ କରିନଥା’ନ୍ତି, ଯଦ୍ବାରା ମଜୁରି ବୃଦ୍ଧି ଶ୍ରମିକ ଯୋଗାଣ ହ୍ରାସ କରେ ବୋଲି ପ୍ରତୀୟମାନ ହୋଇଥାଏ ।

(4) ପୁରୁଣା ଦ୍ରବ୍ୟର ଗଚ୍ଛିତ ପରିମାଣକୁ ବିକ୍ରି କରିବାପାଇଁ ଦ୍ରବ୍ୟର ପ୍ରଚଳିତ ଦାମ୍ଭିକୁ ଉତ୍ପାଦନକାରୀ ହ୍ରାସ କରନ୍ତି । ଫଳରେ ନିମ୍ନ ଦାମ୍‌ରେ ଯୋଗାଣର ପରିମାଣ ଅଧିକ ହୋଇଥାଏ । ପୁନଶ୍ଚ ଦ୍ରବ୍ୟ ନିଲାମ କ୍ଷେତ୍ରରେ କମ୍ ଦାମ୍ରେ ଯୋଗାଣର ପରିମାଣ ଅଧ୍ଵକ ହୋଇଥାଏ । ଏସବୁ ଯୋଗାଣ ସୂତ୍ରର ବ୍ୟତିକ୍ରମର ସୂଚନା ଦେଇଥାଏ ।

CHSE Odisha Class 12 Economics Chapter 9 Long Answer Questions in Odia Medium

(5) ଭବିଷ୍ୟତ୍ର ଦାମ-ପ୍ରତ୍ୟାଶ ଯୋଗାଣ ସୂତ୍ରରେ ବ୍ୟତିକ୍ରମ ଘଟାଇଥାଏ । ଉତ୍ପାଦନକାରୀ ଯଦି ଭବିଷ୍ୟତ୍‌ର ଦ୍ରବ୍ୟର ଦାମ୍‌ର ଦ୍ରୁତ ହ୍ରାସ ଆଶଙ୍କା କରନ୍ତି, ତେବେ ସେ ପ୍ରଚଳିତ ଦାମ୍ କିମ୍ବା କମ୍ ଦାମ୍‌ରେ ବର୍ତ୍ତମାନ ପରିସ୍ଥିତିରେ ଅଧ‌ିକ ଦ୍ରବ୍ୟ ବିକ୍ରୟ କରିବାକୁ ଚେଷ୍ଟା କରନ୍ତି । ଫଳରେ କମ୍ ଦାମ୍‌ରେ ଯୋଗାଣର ପରିମାଣ ବୃଦ୍ଧି ଘଟେ । ଏହା ଯୋଗାଣ ସୂତ୍ରର ଅନ୍ୟତମ ବ୍ୟତିକ୍ରମ ।

ଏସବୁ ସୀମାବଦ୍ଧତା ସତ୍ତ୍ଵେ ‘ଯୋଗାଣ ସୂତ୍ର’ ବ୍ୟାପକ ବ୍ୟାବହାରିକ ମୂଲ୍ୟ ଯୋଗୁଁ ଅର୍ଥଶାସ୍ତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ମୌଳିକ ସୂତ୍ରଭାବେ ଗ୍ରହଣୀୟ ହୋଇପାରିଛି ।

2. ଯୋଗାଣରେ ପରିବର୍ତ୍ତନ ଓ ଯୋଗାଣ ପରିମାଣରେ ପରିବର୍ତ୍ତନ ମଧ୍ଯରେ ପାର୍ଥକ୍ୟ କାରଣ ସହ ରେଖାଚିତ୍ରଦ୍ୱାରା ବୁଝାଅ ।
କିମ୍ବା, ଯୋଗାଣର ବୃଦ୍ଧି ବା ହ୍ରାସ ଏବଂ ଯୋଗାଣର ସଂପ୍ରସାରଣ ବା ସଂକୋଚନ ମଧ୍ୟରେ ଥ‌ିବା ପାର୍ଥକ୍ୟ କାରଣ ସହ ପ୍ରତିପାଦନ କର ।
Answer:
ଯୋଗାଣ ସୂତ୍ର ଅନୁସାରେ ‘ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ’ ରହି କୌଣସି ଏକ ଦ୍ରବ୍ୟର ଦାମ୍ ବୃଦ୍ଧି ହେଲେ ଯୋଗାଣର ବୃଦ୍ଧି ଓ ଦାମ୍ ହ୍ରାସ ହେଲେ ଯୋଗାଣର ହ୍ରାସ ଘଟିଥାଏ । ଏହି ସୂତ୍ରକୁ ନିବିଡ଼ଭାବରେ ଅନୁଧ୍ୟାନ କରାଗଲେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଦୃଷ୍ଟିକୁ ଆସିଥାଏ । ପ୍ରଥମତଃ, ‘ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ’ ଓ ଦ୍ୱିତୀୟରେ, ଦ୍ରବ୍ୟର ଦାମ୍ ପରିବର୍ତ୍ତନ (ହ୍ରାସ ବା ବୃଦ୍ଧି) । ପ୍ରଥମ ଦୃଷ୍ଟିକୋଣରୁ ଅନୁଶୀଳନ କଲେ ସୂଚନା ମିଳେ ଯେ, ଯୋଗାଣ ସୂତ୍ରର କାର୍ଯ୍ୟକାରିତା ପାଇଁ କେତେକ ସର୍ଭ ପୂରଣର ଆବଶ୍ୟକତା ପଡ଼ିଥାଏ ।

ଏହି ଆରୋପିତ ସର୍ଭାବଳୀ ଅନ୍ୟାନ୍ୟ ବିଷୟଭାବରେ ଯୋଗାଣ ସୂତ୍ରରେ ଉପସ୍ଥାପିତ । ଯଦି ଏହି ସର୍ଭାବଳୀର ଲଙ୍ଘନ କରାଯାଏ ବା ଅନ୍ୟାନ୍ୟ ବିଷୟ ପରିବର୍ତ୍ତିତ ହୁଏ ତେବେ ଦ୍ରବ୍ୟର ଦାମ୍ ଓ ଯୋଗାଣର ପରିମାଣ ମଧ୍ୟରେ ଥ‌ିବା ପ୍ରତ୍ୟକ୍ଷ ସମ୍ପର୍କର ବିଲୋପ ଘଟେ ବା ଯୋଗାଣସୂତ୍ର କାର୍ଯ୍ୟ କରେ ନାହିଁ । କାରଣ ଏସବୁ ବିଷୟ ବାରମ୍ବାର ପରିବର୍ତ୍ତନ ହେଲେ ଦ୍ରବ୍ୟର ଦାମ୍‌ର ପରିବର୍ତ୍ତନ ନ ହୋଇ ସୁଦ୍ଧା ଯୋଗାଣରେ ହ୍ରାସ ବା ବୃଦ୍ଧି ପରିଲକ୍ଷିତ ହୁଏ । ଯୋଗାଣର ଏହି ହ୍ରାସ ବା ବୃଦ୍ଧିକୁ ‘ଯୋଗାଣରେ ପରିବର୍ତ୍ତନ’ କୁହାଯାଏ ଯାହା ଦର ବ୍ୟତିରେକେ ଅନ୍ୟାନ୍ୟ ବିଷୟର ପରିବର୍ତ୍ତନରୁ ହିଁ ଘଟିଥାଏ ।

ଦ୍ଵିତୀୟ ଦୃଷ୍ଟିକୋଣରୁ ବିଚାର କରାଗଲେ ଅନ୍ୟାନ୍ୟ ବିଷୟ ଅପରିବର୍ତିତ ରହି ଦ୍ରବ୍ୟର ଦାମ୍ ପରିବର୍ତ୍ତନ (ବୃଦ୍ଧି ବା ହ୍ରାସ) ହେଲେ ଏହାର ଯୋଗାଣର ପରିମାଣରେ ପରିବର୍ତ୍ତନ (ବୃଦ୍ଧି ଓ ହ୍ରାସ) ଘଟେ । ଯୋଗାଣର ଏହି ପରିବର୍ତ୍ତନ ଦାମ୍ ପରିବର୍ତ୍ତନଜନିତ ଏବଂ ଏହାକୁ ଯୋଗାଣର ପରିମାଣରେ ପରିବର୍ତ୍ତନ ବା ଯୋଗାଣର ସଂପ୍ରସାରଣ ବା ସଂକୋଚନ କୁହାଯାଏ
ଏହି ତତ୍ତ୍ଵର ବିଶଦ ଆଲୋଚନା ନିମ୍ନରେ ବର୍ଣ୍ଣନା କରାଗଲା ।

(a) ଯୋଗାଣର ପରିବର୍ତ୍ତନ ବା ଯୋଗାଣରେ ବୃଦ୍ଧି ଓ ହ୍ରାସ :
(i) ଯୋଗାଣର ବୃଦ୍ଧି – ଦାମ୍ ବ୍ୟତିରେକ ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ହେଲେ ଯୋଗାଣରେ ପରିବର୍ତ୍ତନ ବା ଯୋଗାଣରେ ବୃଦ୍ଧି ବା ହ୍ରାସ ପରିଲକ୍ଷିତ ହୁଏ । ପ୍ରଥମତଃ, ଯୋଗାଣର ବୃଦ୍ଧି ସୂଚନା ମୁଖ୍ୟତଃ ଦୁଇଟି କାରଣରୁ ମିଳିଥାଏ;
ଯଥା-

  • ଅପରିବର୍ତିତ ଦାମ୍‌ରେ ଅଧ‌ିକ ପରିମାଣର ଦ୍ରବ୍ୟ ଯୋଗାଣ,
  • କମ୍ ଦାମ୍‌ରେ ସମପରିମାଣର ଦ୍ରବ୍ୟ ଯୋଗାଣ ।

ଏହି ଦୁଇଟି ଅବସ୍ଥାକୁ ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନ କରାଯାଇ ପାରେ ।

ଉପରୋକ୍ତ ଚିତ୍ରରେ ଅନ୍ୟାନ୍ୟ ବିଷୟରେ ପରିବର୍ତ୍ତନ ଘଟି ମୂଳ ଯୋଗାଣ ରେଖା ‘SS’ ଡାହାଣକୁ ଅପସାରିତ ହୋଇ S1S1 ଯୋଗାଣ ରେଖା ଧାରଣ କରିଛି । ଏହା ଦକ୍ଷିଣକୁ ଅପସାରଣ ଫଳରେ ଅପରିବର୍ତ୍ତିତ ମୂଳ ଦାମ୍ (OP) ରେ ଦ୍ରବ୍ୟର ଯୋଗାଣ OQ1 କୁ ବୃଦ୍ଧିପାଇଛି ଯାହା ମୂଳ ଯୋଗାଣଠାରୁ QQ1 ଅଧିକ । ଦ୍ବିତୀୟତଃ ଯୋଗାଣ ରେଖା (SS) ର ଅପସାରଣଦ୍ଵାରା କମ୍ ଦାମ୍ (QP1) ରେ ଦ୍ରବ୍ୟର ଯୋଗାଣ ମୂଳ ଯୋଗାଣ ସହ ସମାନ ରହିଛି ଅର୍ଥାତ୍ ଅପରିବର୍ତ୍ତିତ (OQ) ରହିଛି ଯାହା ପୂର୍ବରୁ ଉଚ୍ଚ ଦାମ୍ (OP) ରେ ଯୋଗାଣ କରାଯାଉଥିଲା ।
CHSE Odisha Class 12 Economics Chapter 9 Long Answer Questions in Odia Medium 1
(ii) ଯୋଗାଣ ହ୍ରାସ – ଦାମ୍ ଅପରିବର୍ତ୍ତିତ ରହି ଅନ୍ୟାନ୍ୟ ବିଷୟର ପରିବର୍ତ୍ତନ ଯୋଗୁଁ ଯଦି କମ୍ ପରିମାଣର ଦ୍ରବ୍ୟ ଯୋଗାଣ କରାଯାଏ ବା ଦାମ୍ ବୃଦ୍ଧି ହୋଇ ସମପରିମାଣ ଦ୍ରବ୍ୟର ଯୋଗାଣ ହୁଏ, ତେବେ ସେହି ଅବସ୍ଥାକୁ ‘ଯୋଗାଣର ହ୍ରାସ’ କୁହାଯାଏ ।

ଅନ୍ୟାନ୍ୟ ବିଷୟର ପରିବର୍ତ୍ତନ ଯୋଗୁଁ ମୂଳ ଯୋଗାଣ ରେଖା (SS) ବାମକୁ ଅପସାରିତ ହୋଇଛି । ଯଦ୍ବାରା ମୂଳ ଦାମ୍ (OP) ରେ ଯୋଗାଣର ପରିମାଣ OQ (ମୂଳ ଯୋଗାଣ)ରୁ OQ1 କୁ ହ୍ରାସ ପାଇଛି । ଦ୍ଵିତୀୟରେ, ଏହି ଅପସାରଣର ଫଳସ୍ଵରୂପ ଉଚ୍ଚଦାମ୍ (OP1) ରେ ଯୋଗାଣର ପରିମାଣ ମୂଳ ଯୋଗାଣ (OQ) ସହ ସମାନ ହୋଇଛି । ଏହି ଦୁଇଟି ଅବସ୍ଥା ଯୋଗାଣ ହ୍ରାସର ସୂଚନା ଦେଇଥାଏ ।
CHSE Odisha Class 12 Economics Chapter 9 Long Answer Questions in Odia Medium 2
(b) ଯୋଗାଣ ପରିମାଣରେ ପରିବର୍ତ୍ତନ ବା ଯୋଗାଣର ସଂପ୍ରସାରଣ ଓ ସଂକୋଚନ :
ଯୋଗାଣର ପରିମାଣରେ ପରିବର୍ତ୍ତନ ବା ଯୋଗାଣର ସଂପ୍ରସାରଣ ଓ ସଂକୋଚନ ଦାମ୍‌ର ପରିବର୍ତ୍ତନ ଯୋଗୁ ହିଁ ଘଟିଥାଏ । ଅପରିବର୍ତ୍ତନୀୟ ପରିସ୍ଥିତିରେ ଦାମ୍ ବୃଦ୍ଧି ହେଲେ ଯୋଗାଣର ପରିମାଣ ସଂପ୍ରସାରିତ ଓ ଦାମ୍ ହ୍ରାସ ହେଲେ ଯୋଗାଣର ପରିମାଣ ସଂକୁଚିତ ହୋଇଥାଏ ।
CHSE Odisha Class 12 Economics Chapter 9 Long Answer Questions in Odia Medium 3
ଉପରୋକ୍ତ ରେଖାଚିତ୍ରରେ ଦ୍ରବ୍ୟର ପ୍ରଚଳିତ ଦାମ୍ OP ରେ ଯୋଗାଣର ପରିମାଣ OQ ଅଟେ । ମାତ୍ରା ଦ୍ରବ୍ୟର ଦାମ୍ OP1 କୁ ହ୍ରାସ ପାଇଥିବା ସମୟରେ ଯୋଗାଣ ପରିମାଣ OQ1 କୁ ହ୍ରାସ ପାଇଛି । ଦାମ୍ ହ୍ରାସଜନିତ ଯୋଗାଣ ପରିମାଣର ଏହି ହ୍ରାସକୁ ‘ଯୋଗାଣ ସଂକୋଚନ’ କୁହାଯାଏ । ଅନ୍ୟପକ୍ଷରେ ଦ୍ରବ୍ୟର ଦାମ୍ OP2 କୁ ବୃଦ୍ଧି ହେବା ଫଳରେ ଯୋଗାଣ ପରିମାଣ OQ2 କୁ ବୃଦ୍ଧି ପାଇଛି । ଦାମ୍ ବୃଦ୍ଧିଜନିତ ଯୋଗାଣର ପରିମାଣର ଏହି ବୃଦ୍ଧିକୁ ‘ଯୋଗାଣର ସଂପ୍ରସାରଣ’ କୁହାଯାଏ ।

ପରିଶେଷରେ ଉପରୋକ୍ତ ଅନୁଶୀଳନରୁ ଅନୁଧ୍ୟାନ କରାଯାଏ ଯେ, ଯୋଗାଣ ପରିବର୍ତ୍ତନ କ୍ଷେତ୍ରରେ ଏକ ନୂତନ ଯୋଗାଣ ରେଖାର ଉତ୍ପତ୍ତି ଘଟେ ଯାହା ମୂଳରେଖାର ବାମ ବା ଡାହାଣକୁ ଅପସାରିତ ହୋଇଥାଏ । କିନ୍ତୁ ଯୋଗାଣର ପରିମାଣ ପରିବର୍ତ୍ତନ (ସଂପ୍ରସାରଣ ଓ ସଂକୋଚନ) କ୍ଷେତ୍ରରେ ସେହି ନିର୍ଦ୍ଦିଷ୍ଟ ଯୋଗାଣ ରେଖା ଅପରିବର୍ତ୍ତିତ ରହି ଏହାର ଅଗ୍ରଗତି ଓ ଅଧୋଗତି ହୋଇଥାଏ ।

ଯୋଗାଣ ପରିବର୍ତ୍ତନର କାରଣ – ଯୋଗାଣର ପରିବର୍ତ୍ତନ (ବୃଦ୍ଧି ବା ହ୍ରାସ) ନିମ୍ନଲିଖୁ କାରଣ ଯୋଗୁଁ ହୋଇଥାଏ ।
(1) ପ୍ରାକୃତିକ କାରଣ – ପର୍ଯ୍ୟାପ୍ତ ବୃଷ୍ଟିପାତ ଯୋଗୁଁ ଆବଶ୍ୟକ ଜଳଯୋଗାଣ, ଉପଯୁକ୍ତ ପାଗ ଯୋଗୁଁ କୃଷିକ୍ଷେତ୍ରରେ ଅତ୍ୟଧିକ ଉତ୍ପାଦନ ହୁଏ । ଫଳରେ ଦାମ୍‌ର ବୃଦ୍ଧି ବିନା କୃଷିଜାତ ଦ୍ରବ୍ୟର ଯୋଗାଣ ବୃଦ୍ଧି ପାଏ । ଅପରପକ୍ଷରେ ବନ୍ୟା, ବାତ୍ୟା, ମରୁଡ଼ି ଯୋଗୁଁ କୃଷି ଉତ୍ପାଦନ ହ୍ରାସ ପାଇଥାଏ । ତେଣୁ ଦାମ୍ ହ୍ରାସ ନହୋଇ ମଧ୍ୟ ଦ୍ରବ୍ୟର ଯୋଗାଣ ହ୍ରାସ ପାଇଥାଏ ।

(2) ଉତ୍ପାଦନ ପରିବ୍ୟୟରେ ପରିବର୍ତ୍ତନ – ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ଉପାଦାନମାନଙ୍କର ମୂଲ୍ୟବୃଦ୍ଧି ଘଟିଲେ ଯୋଗାଣ ହ୍ରାସ ପାଏ । ଅନ୍ୟପକ୍ଷରେ ଉତ୍ପାଦନ ପରିବ୍ୟୟ ହ୍ରାସ ହେଲେ ଯୋଗାଣ ବୃଦ୍ଧି ହୁଏ । ଯୋଗାଣର ଏହି ବୃଦ୍ଧି ବା ହ୍ରାସ କ୍ଷେତ୍ରରେ ଦ୍ରବ୍ୟର ଦାମ୍‌ର କୌଣସି ପ୍ରଭାବ ପରିଲକ୍ଷିତ ହୁଏ ନାହିଁ ।

CHSE Odisha Class 12 Economics Chapter 9 Long Answer Questions in Odia Medium

(3) ଉତ୍ପାଦନ କୌଶଳ – ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ଉତ୍ପାଦନ କୌଶଳରେ ପରିବର୍ତ୍ତନ; ଯଥା – ଉନ୍ନତ ଉତ୍ପାଦନ ପ୍ରଣାଳୀ ତଥା ନୂତନ ଯନ୍ତ୍ରପାତିର ବ୍ୟବହାର ଉତ୍ପାଦନ ତଥା ଯୋଗାଣର ପରିମାଣ ବୃଦ୍ଧି କରିଥାଏ । ଏ କ୍ଷେତ୍ରରେ ଦ୍ରବ୍ୟର ଦାମ୍ର କୌଣସି ଭୂମିକା ନଥାଏ ।

(4) ସରକାରଙ୍କ କର ଓ ସବ୍‌ସିଡ଼ି ନୀତି – କୌଣସି ଉତ୍ପାଦିତ ସାମଗ୍ରୀ ଉପରେ ସରକାର କରଧାର୍ଯ୍ୟ କଲେ ଏହାର ଉତ୍ପାଦନ ଉପରେ କୁପ୍ରଭାବ ପଡ଼େ; ଫଳରେ ଯୋଗାଣର ପରିମାଣ ହ୍ରାସ ପାଏ । ଅନ୍ୟପକ୍ଷରେ କୌଣସି ଦ୍ରବ୍ୟର ଉତ୍ପାଦନ ପାଇଁ ସରକାର ସବ୍‌ସିଡ଼ି ପ୍ରଦାନ କଲେ ଉତ୍ପାଦନ ବୃଦ୍ଧି ପାଏ ଯଦ୍ବାରା ଯୋଗାଣ ମଧ୍ୟ ବୃଦ୍ଧି ପାଏ ।

(5) ଶିଳ୍ପନୀତି – ସରକାରଙ୍କଦ୍ବାରା ପ୍ରଣୀତ ଶିଚ୍ଛନୀତି କେତେକ ଦ୍ରବ୍ୟ ଉତ୍ପାଦନ ନିମନ୍ତେ ସରକାରୀ ପ୍ରୋତ୍ସାହନ ପ୍ରଦାନ କରିଥାଏ । ଫଳରେ ସେସବୁ ଦ୍ରବ୍ୟର ଯୋଗାଣ ବୃଦ୍ଧି ପାଏ । ଅନ୍ୟପକ୍ଷରେ ଶିଳ୍ପନୀତିରେ କେତେକ ଦ୍ରବ୍ୟ ଉତ୍ପାଦନ ଉପରେ କଠୋର କଟକଣା ଜାରି କରାଯାଇଥାଏ ଯାହା ଦ୍ରବ୍ୟର ଯୋଗାଣକୁ ହ୍ରାସ କରିଥାଏ ।

(6) ଆଭ୍ୟନ୍ତରୀଣ ଶାନ୍ତି ଓ ସ୍ଥିରତା ଆଭ୍ୟନ୍ତରୀଣ ଆଇନ ଶୃଙ୍ଖଳା ଓ ରାଜନୈତିକ ସ୍ଥିରତା ଉତ୍ପାଦନ ବୃଦ୍ଧିରେ ସହାୟକ ହୁଏ, ଯଦ୍ବାରା ଦ୍ରବ୍ୟଯୋଗାଣ ବୃଦ୍ଧି ପାଏ । ରାଜନୈତିକ ଅସ୍ଥିରତା ଉତ୍ପାଦନ ବ୍ୟାହତ କରେ, ଫଳରେ ଯୋଗାଣ ହ୍ରାସ ପାଏ ।

(7) ଭବିଷ୍ୟତ୍ ଦାମ୍ ପ୍ରତ୍ୟାଶ। – ଭବିଷ୍ୟତ୍‌ରେ ଦାମ୍ ହ୍ରାସର ଆଶଙ୍କା ପ୍ରକଟିତ ହେଲେ ଉତ୍ପାଦନକାରୀ ପ୍ରଚଳିତ ଦାମ୍‌ରେ ଅଧ‌ିକ ବିକ୍ରି କରିଥା’ନ୍ତି । ଫଳରେ ଦ୍ରବ୍ୟ ଯୋଗାଣ ବୃଦ୍ଧି ପାଏ । ଅପରପକ୍ଷରେ ଭବିଷ୍ୟତ୍ ଦାମ୍ ବୃଦ୍ଧିର ସମ୍ଭାବନା ଥିଲେ ବିକ୍ରେତା ବା ଉତ୍ପାଦନକର୍ତ୍ତା ପ୍ରଚଳିତ ଦାମ୍‌ରେ ଦ୍ରବ୍ୟ ବିକ୍ରି ନକରି ଗଚ୍ଛିତ କରି ରଖୁ’ନ୍ତି । ଫଳରେ ଦ୍ରବ୍ୟ ଯୋଗାଣ ହ୍ରାସ ପାଏ ।
ଉପରୋକ୍ତ କାରଣରୁ ଦାମ୍ ବ୍ୟତିରେକେ ଦ୍ରବ୍ୟ ଯୋଗାଣ ପ୍ରଭାବିତ ହୋଇଥାଏ ।

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 9 ଯୋଗାଣ Objective & Short Answer Questions.

CHSE Odisha 12th Class Economics Chapter 9 Objective & Short Answer Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ଏକ ସ୍ଵାଭାବିକ ଯୋଗାଣ ରେଖା :
(A) ନିମ୍ନଗାମୀ ହୋଇଥାଏ
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ଉଲ୍ଲମ୍ବା ହୋଇଥାଏ
(D) ଆନୁଭୂମିକ ହୋଇଥାଏ
Answer:
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ

2. ଦର ଓ ଯୋଗାଣ ପରିମାଣ ମଧ୍ଯରେ କେଉଁ ସମ୍ପର୍କ ପରିଲକ୍ଷିତ ହୋଇଥାଏ ?
(A) ପ୍ରତ୍ୟକ୍ଷ
(B) ପରୋକ୍ଷ
(C) ପ୍ରଥମେ ପରୋକ୍ଷ ଓ ତତ୍ପରେ ପ୍ରତ୍ୟକ୍ଷ
(D) ପ୍ରଥମେ ପ୍ରତ୍ୟକ୍ଷ ଓ ତତ୍ପରେ ପରୋକ୍ଷ
Answer:
(A) ପ୍ରତ୍ୟକ୍ଷ

3. ସମ୍ପୂର୍ଣ ସ୍ଥିତିସ୍ଥାପକ ଯୋଗାଣ ରେଖା :
(A) ନିମ୍ନଗାମୀ ହୋଇଥାଏ
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ଉଲ୍‌ମ୍ ହୋଇଥାଏ
(D) ଆନୁଭୂମିକ ହୋଇଥାଏ
Answer:
(D) ଆନୁଭୂମିକ ହୋଇଥାଏ

4. ନିର୍ଦ୍ଦିଷ୍ଟ ଦରରେ ଗଚ୍ଛିତ ପରିମାଣର ଯେଉଁ ଅଂଶ ଉତ୍ପାଦନକାରୀ ବିକ୍ରୟ ଲାଗି ଇଚ୍ଛା ପ୍ରକାଶ କରେ ସେହି ପରିମାଣ ହେଉଛି :
(A) ଚାହିଦା
(B) ମୋଟ ଉତ୍ପାଦ
(C) ପରୋକ୍ଷ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ପରୋକ୍ଷ

5. ଦର ପରିବର୍ତ୍ତନଠାରୁ ଯୋଗାଣ ପରିମାଣରେ ପରିବର୍ତ୍ତନର ତୀବ୍ରତା ଅଧ୍ବକ ହେଲେ ଯୋଗାଣ ସ୍ଥିତିସ୍ଥାପକତା କ’ଣ ହୁଏ ?
(A) ଏକଠାରୁ ଅଧ୍ଵ
(B) ଏକ ସଙ୍ଗେ ସମାନ
(C) ଏକଠାରୁ କମ୍
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ଏକଠାରୁ ଅଧ୍ଵ

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

6. ଯୋଗାଣ ରେଖା ବାମରୁ ଦକ୍ଷିଣକୁ ଉର୍ଦ୍ଧ୍ୱଗାମୀ ହୋଇଥାଏ, ଏହା କେଉଁ ସମ୍ପର୍କ ସ୍ଥାପନ କରେ ?
(A) ଋଣାତ୍ମକ ସମ୍ପର୍କ
(B) ଧନାତ୍ମକ ସମ୍ପର୍କ
(C) କୌଣସି ସମ୍ପର୍କ ସ୍ଥାପନ କରେ ନାହିଁ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ଧନାତ୍ମକ ସମ୍ପର୍କ

7. ଯୋଗାଣ ସ୍ଥିର ଥାଇ ଚାହିଦା ବୃଦ୍ଧି ପାଇଲେ ଦାମ୍ :
(A) ସ୍ଥିର ରହେ
(B) ବୃଦ୍ଧି ପାଏ
(C) ହ୍ରାସ ପାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ବୃଦ୍ଧି ପାଏ

8. ଚାହିଦା ସ୍ଥିର ରହି ଯୋଗାଣ ବୃଦ୍ଧି ପାଇଲେ, ଦାମ୍ :
(A) ସ୍ଥିର ରହେ
(B) ବୃଦ୍ଧି ପାଏ
(C) ହ୍ରାସ ପାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ହ୍ରାସ ପାଏ

9. ଯେତେବେଳେ ଉଭୟ ଚାହିଦା ଓ ଯୋଗାଣ ସମାନ ହାରରେ ବୃଦ୍ଧି ବା ହ୍ରାସ ହୁଅନ୍ତି, ସେତେବେଳେ ଦାମ୍ :
(A) ସ୍ଥିର ରହେ
(B) ବୃଦ୍ଧି ପାଏ
(C) ହ୍ରାସ ପାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ସ୍ଥିର ରହେ

10. କେଉଁ ବଜାରରେ ଦାମ୍ ଏକ ପ୍ରକାର ଥାଏ ?
(A) ପୂର୍ଣ୍ଣ ପ୍ରତିଯୋଗିତା
(B) ଏକାଧିକାର
(C) ଅଚ୍ଛାଧ୍ୟାକାର
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ପୂର୍ଣ୍ଣ ପ୍ରତିଯୋଗିତା

11. ଚାହିଦାର ବୃଦ୍ଧି ହାର ଯୋଗାଣର ବୃଦ୍ଧି ହାରଠାରୁ ଅଧିକ ହେଲେ, ଦାମ୍ :
(A) ବୃଦ୍ଧି ପାଏ
(B) ହ୍ରାସ ପାଏ
(C) ସ୍ଥିର ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ବୃଦ୍ଧି ପାଏ

12. ଯେତେବେଳେ ଦର ପରିବର୍ତ୍ତନର ଶତକଡ଼ା ହାର ଯୋଗାଣ ପରିମାଣ ପରିବର୍ତ୍ତନର ଶତକଡ଼ା ହାରର ଅନୁପାତ ଏକ (୧) ହୁଏ; ତାହାକୁ କ’ଣ କୁହାଯାଏ ?
(A) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଯୋଗାଣ
(B) ଅପେକ୍ଷାକୃତ ସ୍ଥିତିସ୍ଥାପକ ଯୋଗାଣ
(C) ଏକକ ସ୍ଥିତିସ୍ଥାପକ ଯୋଗାଣ
(D) ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଯୋଗାଣ
Answer:
(C) ଏକକ ସ୍ଥିତିସ୍ଥାପକ ଯୋଗାଣ

13. ଦର ପରିବର୍ତ୍ତନ ପ୍ରତି ଯୋଗାଣର ସମ୍ବେଦନଶୀଳତା ମାତ୍ରାର ପରିମାପକୁ ଯୋଗାଣର କ’ଣ କୁହାଯାଏ ?
(A) ଯୋଗାଣର ସ୍ଥିତିସ୍ଥାପକତା
(B) ଯୋଗାଣ
(C) ଚାହିଦା
(D) ଚାହିଦାର ସ୍ଥିତିସ୍ଥାପକତା
Answer:
(A) ଯୋଗାଣର ସ୍ଥିତିସ୍ଥାପକତା

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

14. ଯେତେବେଳେ ଦର ପରିବର୍ତ୍ତନର ଶତକଡ଼ା ହାର ଯୋଗାଣ ପରିମାଣ ପରିବର୍ତ୍ତନର ଶତକଡ଼ା ହାରଠାରୁ କମ୍ ହୁଏ, ସେତେବେଳେ ଯୋଗାଣର ସ୍ଥିତିସ୍ଥାପକତା କ’ଣ ହୋଇଥାଏ ?
(A) ସମ୍ପୂର୍ଣ ସ୍ଥିତିସ୍ଥାପକ ଯୋଗାଣ
(B) ସମ୍ପୂର୍ଣ ଅସ୍ଥିତିସ୍ଥାପକ ଯୋଗାଣ
(C) ଅପେକ୍ଷାକୃତ ସ୍ଥିତିସ୍ଥାପକ ଯୋଗାଣ
(D) ଏକକ ସ୍ଥିତିସ୍ଥାପକ ଯୋଗାଣ
Answer:
(C) ଅପେକ୍ଷାକୃତ ସ୍ଥିତିସ୍ଥାପକ ଯୋଗାଣ

B. ଶୂନ୍ୟସ୍ଥାନ ପୂରଣ କର ।

1. ଏକ ନିର୍ଦ୍ଦିଷ୍ଟ ସମୟକାଳରେ ଦ୍ରବ୍ୟର ବିଭିନ୍ନ ଦରରେ ବିକ୍ରୟ ପାଇଁ ଉଦ୍ଦିଷ୍ଟ ପରିମାଣକୁ _____________ କୁହାଯାଏ ।_
Answer:
ଯୋଗାଣ

2. ଦ୍ରବ୍ୟର ଦର ଓ ଯୋଗାଣର ପରିମାଣ ମଧ୍ଯରେ _________ ସହସମ୍ବନ୍ଧ ଥାଏ ।
Answer:
ଧନାତ୍ମକ

3. ପ୍ରତିସ୍ଥାପନକ୍ଷମ ଦ୍ରବ୍ୟ କ୍ଷେତ୍ରରେ ଗୋଟିଏ ଦ୍ରବ୍ୟର ଦର ବୃଦ୍ଧି ପାଇଲେ ଅନ୍ୟ ଦ୍ରବ୍ୟର ଯୋଗାଣ ପରିମାଣ _____________ ହୁଏ ।
Answer:
ହ୍ରାସ

4. ଅନୁପୂରକ ଦ୍ରବ୍ୟର ଦରବୃଦ୍ଧି ହେଲେ ଅନ୍ୟ ଗୋଟିଏ ଦ୍ରବ୍ୟର ଯୋଗାଣ _______________ ଘଟିଥାଏ ।
Answer:
ବୃଦ୍ଧି

5. ଉପାଦାନଗୁଡ଼ିକର ଦାମ୍ ବୃଦ୍ଧି ପାଇଲେ ଉତ୍ପାଦନ ପରିବ୍ୟୟ ବୃଦ୍ଧି ପାଏ, ଫଳରେ ଦ୍ରବ୍ୟର ଯୋଗାଣ ________________ ପାଏ ।
Answer:
ହ୍ରାସ

6. ନୂତନ ଓ ଉନ୍ନତ ମାନର ଉତ୍ପାଦନ କୌଶଳ ପ୍ରୟୋଗଦ୍ଵାରା ଯୋଗାଣ____________ ପାଏ ।
Answer:
ବୃଦ୍ଧି

7. ଯୋଗାଣକୁ ପ୍ରଭାବିତ କରୁଥିବା ଅନ୍ୟ ଉପାଦାନଗୁଡ଼ିକ ସ୍ଥିର ରହିଲେ, ଗୋଟିଏ ଦ୍ରବ୍ୟର ଯୋଗାଣ ପରିମାଣ, _____________ ଭାବରେ ଦର ସହିତ ପରିବର୍ତ୍ତିତ ହୋଇଥାଏ ।
Answer:
ପ୍ରତ୍ୟକ୍ଷ

8. ଯୋଗାଣରେଖା ଡାହାଣକୁ ______________ ହୋଇଥାଏ ।
Answer:
ଊର୍ଦ୍ଧ୍ୱଗାମୀ

9. ବଜାରରେ ଦ୍ରବ୍ୟର ସର୍ବମୋଟ ଯୋଗାଣକୁ _______________ କୁହାଯାଏ ।
Answer:
ବଜାର ଯୋଗାଣ

10. ବଜାର ଦାମ୍‌ରେ ପରିବର୍ତ୍ତନ ସହିତ ଯୋଗାଣ ପରିମାଣର ସମ୍ବେଦନଶୀଳତାର ମାତ୍ରାକୁ ଯୋଗାଣର ______________ କୁହାଯାଏ।
Answer:
ସ୍ଥିତିସ୍ଥାପକତା

11. ଦରର ସାମାନ୍ୟ ପରିବର୍ତ୍ତନ ଯୋଗୁଁ ଯୋଗାଣର ପରିମାଣରେ ପରିବର୍ତ୍ତନ ଯଦି________________ ହୁଏ ତେବେ ଯୋଗାଣକୁ ସମ୍ପୂର୍ଣ ସ୍ଥିତିସ୍ଥାପକ କୁହାଯାଏ ।
Answer:
ଅସୀମ

12. ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଯୋଗାଣ କ୍ଷେତ୍ରରେ ଯୋଗାଣରେଖା _________________ ରେଖା ସହିତ ସମାନ୍ତରାଳ ହୋଇ ଗତିକରେ ।
Answer:
ଆନୁଭୂମିକ

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

13. ଦର ପରିବର୍ତ୍ତନ ଯୋଗୁଁ ଯୋଗାଣର ପରିମାଣ ଆଦୌ ପରିବର୍ତ୍ତିତ ନ ହେଲେ, ଯୋଗାଣକୁ _____________ କୁହାଯାଏ ।
Answer:
ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ

14. ସମ୍ପୂର୍ଣ ଅସ୍ଥିତିସ୍ଥାପକ ଯୋଗାଣ କ୍ଷେତ୍ରରେ ଯୋଗାଣର ସ୍ଥିତିସ୍ଥାପକତା ____________ ଅଟେ ।
Answer:
ଶୂନ୍ୟ

15. ସମ୍ପୂର୍ଣ ଅସ୍ଥିତିସ୍ଥାପକ ଯୋଗାଣ କ୍ଷେତ୍ରରେ ଯୋଗାଣରେଖା _____________ ଅଟେ ।
Answer:
ଉଲ୍ଲମ୍ବ

16. ଦର ପରିବର୍ତ୍ତନ ହେଲେ ଯଦି ଯୋଗାଣର ପରିମାଣ ଅଧିକ ଅନୁପାତରେ ପରିବର୍ତ୍ତିତ ହୁଏ, ତେବେ ଯୋଗାଣର ସ୍ଥିତିସ୍ଥାପକତାର _____________ ହୁଏ ।
Answer:
ଏକରୁ ଅଧ୍ଵ

17. ଦର ପରିବର୍ତ୍ତନ ହେଲେ ଯଦି ଯୋଗାଣର ପରିମାଣ କମ୍ ଅନୁପାତରେ ପରିବର୍ତ୍ତିତ ହୁଏ, ତେବେ ଯୋଗାଣର ସ୍ଥିତିସ୍ଥାପକତାର _____________ ହୁଏ ।
Answer:
ଏକରୁ କମ୍

18. ଦର ପରିବର୍ଭନ ହେଲେ ଯଦି ଯୋଗାଣର ପରିମାଣ ସମାନୁପାତରେ ପରିବର୍ତ୍ତିତ ହୁଏ, ତେବେ ଯୋଗାଣର ସ୍ଥିତିସ୍ଥାପକତାର ମୂଲ୍ୟ ______________ ହୁଏ ।
Answer:
ଏକ

19. ଯୋଗାଣ ଗଚ୍ଛିତ ପରିମାଣର _____________ ଅଟେ ।
Answer:
ଅଂଶ

20. ଯୋଗାଣ ସ୍ଥିର ରହି ଚାହିଦାର ବୃଦ୍ଧି ଘଟିଲେ _____________ ବୃଦ୍ଧି ପାଏ ।
Answer:
ଦାମ

21. ଚାହିଦା ସ୍ଥିର ରହି _____________ ରେ ହ୍ରାସ ଘଟିଲେ ଦାମ୍ ବୃଦ୍ଧି ଘଟିଥାଏ ।
Answer:
ଯୋଗାଣ ।

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ଯୋଗାଣ ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଯୋଗାଣ ମଧ୍ୟରେ ବିପରୀତମୁଖୀ ସମ୍ପର୍କ ରହିଛି ।
Answer:
ଭୁଲ୍ ।
ଠିକ୍ – ଯୋଗାଣ ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଯୋଗାଣ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ରହିଛି ।

2. ଯୋଗାଣରେଖା ବାମରୁ ଡାହାଣୁକୁ ନିମ୍ନଗାମୀ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ଯୋଗାଣରେଖା ବାମରୁ ଡାହାଣକୁ ଉର୍ଦ୍ଧ୍ୱଗାମୀ ହୋଇଥାଏ ।

3. ଉତ୍ପାଦନ ପରିବ୍ୟୟ ବୃଦ୍ଧି ହେଲେ ଦ୍ରବ୍ୟର ଯୋଗାଣ ବୃଦ୍ଧି ପାଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦନ ପରିବ୍ୟୟ ବୃଦ୍ଧି ହେଲେ ଦ୍ରବ୍ୟର ଯୋଗାଣ ହ୍ରାସ ପାଏ ।

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

4. ଭବିଷ୍ୟତରେ ଦ୍ରବ୍ୟର ଦାମ୍‌ରେ ଅସ୍ଵାଭାବିକ ହାସର ଆଶଙ୍କା ହେଲେ ଦ୍ରବ୍ୟର ଯୋଗାଣ ହ୍ରାସ ହୁଏ ।
Answer:
ଭୁଲ୍ ।
ଠିକ୍ – ଭବିଷ୍ୟତରେ ଦ୍ରବ୍ୟର ଦାମ୍‌ରେ ଅସ୍ଵାଭାବିକ ହ୍ରାସର ଆଶଙ୍କା ହେଲେ ଦ୍ରବ୍ୟର ଯୋଗାଣ ବୃଦ୍ଧି ହୁଏ ।

5. ଦ୍ରବ୍ୟର ଦାମ୍ ହ୍ରାସ ଯୋଗୁଁ ଯୋଗାଣର ହ୍ରାସକୁ ଯୋଗାଣର ସଂକୋଚନ କୁହାଯାଏ ।
Answer:
ଠିକ୍

6. ଉତ୍ପାଦନକାରୀଙ୍କ ସଂଖ୍ୟା ବୃଦ୍ଧି ହେଲେ ଯୋଗାଣର ସମ୍ପ୍ରସାରଣ ହୁଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦନକାରୀଙ୍କ ସଂଖ୍ୟା ବୃଦ୍ଧି ହେଲେ ଯୋଗାଣର ବୃଦ୍ଧି ହୁଏ ।

7. ଯୋଗାଣର ପରିବର୍ତ୍ତନ ହେଲେ ଯୋଗାଣରେଖାର ସ୍ଥାନାନ୍ତର ଘଟେ ।
Answer:
ଠିକ୍ ।

8. ଏକକ ସ୍ଥିତିସ୍ଥାପକତାରେ ଯୋଗାଣରେଖା ଆନୁଭୂମିକ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ଏକକ ସ୍ଥିତିସ୍ଥାପକତାରେ ଯୋଗାଣରେଖା 45 ହୋଇ ଊର୍ଦ୍ଧ୍ୱଗାମୀ ହୋଇଥାଏ ।

9. ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକତାରେ ଯୋଗାଣରେଖା ଆନୁଭୂମିକ ।
Answer:
ଭୁଲ୍ ।
ଠିକ୍ – ସମ୍ପୂର୍ଣ ଅସ୍ଥିତିସ୍ଥାପକତାରେ ଯୋଗାଣରେଖା ଭଲୁମ୍ବ ହୋଇଥାଏ ।

10. ଅପେକ୍ଷାକୃତ ସ୍ଥିତିସ୍ଥାପକତାରେ ଯୋଗାଣରେଖା ଊର୍ଦ୍ଧ୍ୱଗାମୀ ଓ ତୀଖ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ଅପେକ୍ଷାକୃତ ସ୍ଥିତିସ୍ଥାପକତାରେ ଯୋଗାଣ ରେଖା ଓ ର୍ଦ୍ଧ୍ୱଗାମୀ ଓ ଚଟକା ହୋଇଥାଏ ।

11. କୌଣସି ଏକ ଦ୍ରବ୍ୟର ଗଚ୍ଛିତ ପରିମାଣ ଯେଉଁ ସର୍ବନିମ୍ନ ଦାମରେ ଆଂଶିକ ବା ସମ୍ପୂର୍ଣ୍ଣ ପରିମାଣକୁ ବିକ୍ରୟ ପାଇଁ ଉତ୍ସର୍ଗ କରାଯାଏ ଏବଂ ସେହି ଦାମଠାରୁ ନିମ୍ନରେ ଏପରିକି ଦ୍ରବ୍ୟର ଗୋଟିଏ ଏକକ ବିକ୍ରୟ ହୁଏ ନାହିଁ, ତାହାକୁ ବଜାର ଦାମ୍ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – କୌଣସି ଏକ ଦ୍ରବ୍ୟର ଗଚ୍ଛିତ ପରିମାଣରୁ ଯେଉଁ ସର୍ବନିମ୍ନ ଦାମ୍‌ରେ ଆଂଶିକ ବା ସମ୍ପୂର୍ଣ୍ଣ ପରିମାଣକୁ ବିକ୍ରୟ ପାଇଁ ଉତ୍ସର୍ଗ କରାଯାଏ ଏବଂ ସେହି ଦାମଠାରୁ ନିମ୍ନରେ ଏପରିକି ଦ୍ରବ୍ୟର ଗୋଟିଏ ଏକକ ବିକ୍ରୟ ହୁଏ ନାହିଁ, ତାହାକୁ ସଂରକ୍ଷିତ ଦାମ୍ କୁହାଯାଏ ।

12. ଦରରେ ପରିବର୍ତ୍ତନ ଘଟିଲେ ଯୋଗାଣରେଖା ପରିବର୍ତ୍ତିତ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ଦର ବ୍ୟତୀତ ଅନ୍ୟ ଉପାଦାନଗୁଡ଼ିକର ପରିବର୍ତ୍ତନ ଘଟିଲେ ଯୋଗାଣରେଖା ପରିବର୍ତ୍ତିତ ହୋଇଥାଏ ।

13. ଦୁଷ୍ପାପ୍ୟ ଦ୍ରବ୍ୟ କ୍ଷେତ୍ରରେ ଯୋଗାଣରେଖା ଉଲ୍ଲମ୍ବ ହୋଇଥାଏ ।
Answer:
ଠିକ୍ ।

14. ବୈଷୟିକ ପ୍ରଗତି ଫଳରେ ଯୋଗାଣ ବୃଦ୍ଧି ହୁଏ ।
Answer:
ଠିକ୍ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଯୋଗାଣ କାହାକୁ କହନ୍ତି ?
Answer:
ଏକ ନିର୍ଦ୍ଦିଷ୍ଟ ସମୟକାଳରେ ଦ୍ରବ୍ୟର ବିଭିନ୍ନ ଦରରେ ବିକ୍ରୟ ପାଇଁ ଉଦ୍ଦିଷ୍ଟ ପରିମାଣକୁ ଯୋଗାଣ କୁହାଯାଏ ।

2. ଯୋଗାଣ ସୂତ୍ରର ସଂଜ୍ଞା ପ୍ରଦାନ କର ।
Answer:
ଯୋଗାଣ ସୂତ୍ରର ସଂଜ୍ଞା ହେଲା, ‘ଅନ୍ୟାନ୍ୟ ଅବସ୍ଥା ଅପରିବର୍ତିତ ଥାଇ, ଅଧିକ ଦାମରେ ଯୋଗାଣ ଅଧିକ ଏବଂ କମ୍ ଦାମ୍‌ରେ ଯୋଗାଣ କମ୍ ହୋଇଥାଏ। ସଂକ୍ଷେପରେ କହିବାକୁ ଗଲେ, ଦର ବୃଦ୍ଧି ହେଲେ ଯୋଗାଣ ବୃଦ୍ଧି ହୁଏ ଏବଂ ଦର ହ୍ରାସ ହେଲେ ଯୋଗାଣ ହ୍ରାସ ହୁଏ।’’

3. ଯୋଗାଣକୁ ପ୍ରଭାବିତ କରୁଥ‌ିବା ଦୁଇଟି ଉପାଦାନର ନାମ ଲେଖ ।
Answer:
ଯୋଗାଣକୁ ପ୍ରଭାବିତ କରୁଥିବା ଦୁଇଟି ଉପାଦାନ ହେଲା – (i) ଦ୍ରବ୍ୟର ଦର (ii) ଉତ୍ପାଦନ କୌଶଳ

4. ସାଧାରଣତଃ ଯୋଗାଣରେଖାର ଆକାର କିପରି ?
Answer:
ସାଧାରଣତଃ ଯୋଗାଣରେଖା ବାମରୁ ଡାହାଣକୁ ଉର୍ଦ୍ଧ୍ୱଗାମୀ ହୋଇଥାଏ ।

5. ଯୋଗାଣର ସ୍ଥିତିସ୍ଥାପକତା କ’ଣ ?
Answer:
ଦାମ୍ ପରିବର୍ତ୍ତନ ପ୍ରତି ଯୋଗାଣର ସମ୍ବେଦନଶୀଳତାର ମାତ୍ରାର ପରିମାପ ହିଁ ଯୋଗାଣର ସ୍ଥିତିସ୍ଥାପକତା ।

6. କେତେବେଳେ ଯୋଗାଣରେଖା ପରିବର୍ତ୍ତିତ ହୋଇଥାଏ ?
Answer:
ଦ୍ରବ୍ୟର ଦର ବ୍ୟତୀତ ଅନ୍ୟ କେତେଗୁଡ଼ିଏ ଉପାଦାନ; ଯଥା – ଉପାଦାନର ଦର, ଉତ୍ପାଦନର କୌଶଳ ଇତ୍ୟାଦିର ପରିବର୍ତ୍ତନ ହେଲେ ଯୋଗାଣରେଖା ବାମକୁ ବା ଡାହାଣକୁ ପରିବର୍ତ୍ତିତ ହୋଇଥାଏ ।

7. କେଉଁ ସ୍ଥିତିସ୍ଥାପକତାରେ ଯୋଗାଣରେଖା ଉଲ୍ଲମ୍ବ ହୋଇଥାଏ ?
Answer:
ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକତାରେ ଯୋଗାଣରେଖା ଉଲ୍ଲମ୍ବ ହୋଇଥାଏ ।

8. କେଉଁ ପରିସ୍ଥିତିରେ ଯୋଗାଣର ସ୍ଥିତିସ୍ଥାପକତା 1 ଠାରୁ ଅଧିକ ?
Answer:
ଦର ପରିବର୍ତ୍ତନ ହେଲେ ଯଦି ଯୋଗାଣର ପରିମାଣ ଅଧିକ ଅନୁପାତରେ ପରିବର୍ତ୍ତିତ ହୁଏ, ତେବେ ଯୋଗାଣର ସ୍ଥିତିସ୍ଥାପକତା ‘ଏକ’ରୁ ଅଧିକ ହେବ ।

9. ଦ୍ରବ୍ୟ ଯୋଗାଣ ଓ ଦ୍ରବ୍ୟ ଭଣ୍ଡାର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
କୌଣସି ଦ୍ରବ୍ୟ ଭଣ୍ଡାରର ଯେଉଁ ଅଂଶ ବିକ୍ରୟ ଉଦ୍ଦେଶ୍ୟରେ ବଜାରକୁ ପ୍ରେରଣ କରାଯାଏ, ତାହାକୁ ଦ୍ରବ୍ୟ ଯୋଗାଣ କୁହାଯାଏ ।

10. ଯୋଗାଣ ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଯୋଗାଣ ମଧ୍ୟରେ କି ପ୍ରକାର ସମ୍ପର୍କ ରହିଛି ?
Answer:
ଯୋଗାଣ ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଯୋଗାଣ ମଧ୍ୟରେ ପ୍ରତ୍ୟକ୍ଷ ଓ ଧନାତ୍ମକ ସମ୍ପର୍କ ରହିଛି ।

11. କେଉଁ ଦୁଇଟି କ୍ଷେତ୍ରରେ ଯୋଗାଣ ସୂତ୍ର କାର୍ଯ୍ୟ କରେ ନାହିଁ ।
Answer:
ଦୁଶ୍ରାପ୍ୟ, ବିରଳ ଦ୍ରବ୍ୟ ଓ ଶ୍ରମବଜାର କ୍ଷେତ୍ରରେ ଯୋଗାଣ ସୂତ୍ର କାର୍ଯ୍ୟ କରେ ନାହିଁ ।

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

12. କୌଣସି ଦ୍ରବ୍ୟର ଭବିଷ୍ୟତ ଦାମ୍ ବୃଦ୍ଧି ହେବା ଆଶା କରାଯାଉଥିଲେ ଦ୍ରବ୍ୟର ଯୋଗାଣରେ କି ପରିବର୍ତ୍ତନ ଘଟିଥାଏ ?
Answer:
କୌଣସି ଦ୍ରବ୍ୟର ଭବିଷ୍ୟତ ଦାମ୍ ବୃଦ୍ଧି ହେବା ଆଶା କରାଯାଉଥିଲେ, ପ୍ରଚଳିତ ଦାମ୍‌ରେ ଦ୍ରବ୍ୟ ଯୋଗାଣ ହ୍ରାସ ପାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି| ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ଯୋଗାଣ କହିଲେ କ’ଣ ବୁଝ ?
Answer:
ଉତ୍ପାଦିତ ଦ୍ରବ୍ୟର ଯେଉଁ ପରିମାଣ ଏକ ନିର୍ଦ୍ଦିଷ୍ଟ ସମୟକାଳ ମଧ୍ଯରେ ଭିନ୍ନଭିନ୍ନ ଦରରେ ଦ୍ରବ୍ୟର ଯେଉଁ ପରିମାଣ ବଜାରରେ ବିକ୍ରୟ ପାଇଁ ପ୍ରେରଣ କରାଯାଇଥାଏ, ତାହାକୁ ଯୋଗାଣ କୁହାଯାଏ ।

2. ଯୋଗାଣକୁ ପ୍ରଭାବିତ କରୁଥିବା ଦୁଇଟି ଉପାଦାନ ଲେଖ ।
Answer:
ଯୋଗାଣକୁ ପ୍ରଭାବିତ କରୁଥିବା ଦୁଇଟି ଉପାଦାନ ହେଲା- ଯୋଗାଣ ପ୍ରଯୁକ୍ତି କୌଶଳର ସ୍ତରଦ୍ଵାରା ପ୍ରଭାବିତ ହୁଏ ଓ ସରକାରଙ୍କ ଅନୁସୃତ କରନୀତି, ଶିଳ୍ପନୀତି ଓ ଗମନାଗମନ ନୀତି ଇତ୍ୟାଦି ଯୋଗାଣକୁ ପ୍ରଭାବିତ କରିଥାଏ ।

3. ଯୋଗାଣ ସୂତ୍ରର ସଂଜ୍ଞା ଉଲ୍ଲେଖ କର ।
Answer:
ଯୋଗାଣ ସୂତ୍ର ହେଉଛି କୌଣସି ଏକ ନିର୍ଦ୍ଦିଷ୍ଟ ବଜାରରେ ଏକ ନିର୍ଦ୍ଦିଷ୍ଟ ସମୟରେ ବିକ୍ରୟ ପାଇଁ ଯୋଗାଇ ଦିଆଯାଇଥିବା ଦ୍ରବ୍ୟର ପରିମାଣ ପ୍ରତ୍ୟକ୍ଷ ଭାବରେ ଦାମ୍ ସହିତ ପରିବର୍ତ୍ତିତ ହୋଇଥାଏ । ଅର୍ଥାତ୍ ଦାମ୍ ଓ ଦ୍ରବ୍ୟର ପ୍ରତ୍ୟକ୍ଷ ସମ୍ପର୍କକୁ ହିଁ ଯୋଗାଣ କ୍ରିୟା କୁହାଯାଏ ।

4. ଯୋଗାଣ ସୂଚୀ କହିଲେ କ’ଣ ବୁଝ ?
Answer:
ଯୋଗାଣ ସୂଚୀ କହିଲେ ଜଣେ ନିର୍ଦ୍ଦିଷ୍ଟ ବିକ୍ରେତା ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ପ୍ରକାର ଦାମରେ ବିକ୍ରି ପାଇଁ ଅର୍ପଣ କରୁଥିବା ଦ୍ରବ୍ୟର ପରିମାଣକୁ ବୁଝାଏ । ଏହି ସୂଚୀ ଦର ଓ ଯୋଗାଣର ପ୍ରତ୍ୟକ୍ଷ ସମ୍ପର୍କକୁ ପ୍ରତିପାଦନ କରିଥାଏ । ଏହାର ଅର୍ଥ ହେଉଛି, ଅଧ୍ବକ ଦରରେ ଯୋଗାଣର ପରିମାଣ ଅଧିକ ଓ କମ୍ ଦରରେ ଯୋଗାଣର ପରିମାଣ କମ୍ ହୁଏ ।

5. କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ଯୋଗାଣ ନିୟମର ବ୍ୟତିକ୍ରମ କାହିଁକି ଦେଖାଯାଏ ?
Answer:
କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ଦାମ୍ ବୃଦ୍ଧି ପାଉଥିଲେ ମଧ୍ୟ ଯୋଗାଣ ବୃଦ୍ଧି କରିବା ସମ୍ଭବ ନୁହେଁ । କାରଣ କୃଷିଜାତ ଦ୍ରବ୍ୟଗୁଡ଼ିକର ଉତ୍ପାଦନ ସମୟସାପେକ୍ଷ ଏବଂ କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ଦର ଅଧିକ ହେଲେ କୃଷକମାନଙ୍କର ଆୟ ବୃଦ୍ଧି ହୁଏ । ସେମାନେ ସେମାନଙ୍କର ଉପଜାତ ଦ୍ରବ୍ୟକୁ ଅଧିକ ଉପଭୋଗ କରନ୍ତି । ଫଳରେ ଦ୍ରବ୍ୟର ଯୋଗାଣ ବଜାରରେ ହ୍ରାସ ପାଏ ।

6. ସ୍ଥିର ଯୋଗାଣ କ୍ଷେତ୍ରରେ ଯୋଗାଣ ନିୟମର ବ୍ୟତିକ୍ରମ ଦେଖାଯାଏ କାହିଁକି ?
Answer:
ଏପରି କେତେକ ଦ୍ରବ୍ୟ ଅଛି; ଯଥା- ପୁରାତନ ପାଣ୍ଡୁଲିପି, ମୂଲ୍ୟବାନ୍ ପଥର, ପୁରାତନ ମୁଦ୍ରା ଇତ୍ୟାଦି ଯାହାର ଯୋଗାଣ ସ୍ଥିର । ତେଣୁ ଏଗୁଡ଼ିକର ଦାମ୍ ଯେତେ ବୃଦ୍ଧି ହେଲେ ମଧ୍ୟ ଯୋଗାଣ ବୃଦ୍ଧି କରାଯାଇପାରେ ନାହିଁ । ତେଣୁ ଏସବୁ କ୍ଷେତ୍ରରେ ଯୋଗାଣ ସୂତ୍ର ଲାଗୁ ହୁଏ ନାହିଁ ।

7. ଦ୍ରବ୍ୟର ଦାମ୍ ଏବଂ ଯୋଗାଣ ମଧ୍ଯରେ କେଉଁ ସମ୍ପର୍କ ଅଛି ?
Answer:
ଯଦି କୌଣସି ଦ୍ରବ୍ୟର ଦାମ୍ ବୃଦ୍ଧି ପାଏ, ଉତ୍ପାଦନ ଅଧିକ ଲାଭଜନକ ହୋଇଥାଏ । ତେଣୁ ଦ୍ରବ୍ୟର ଯୋଗାଣ ଅଧିକ ହୁଏ । ଅନ୍ୟପକ୍ଷରେ, ଯଦି ଦ୍ରବ୍ୟର ଦାମ୍ ହ୍ରାସ ହୁଏ, ତାହାହେଲେ ଉତ୍ପାଦନ କମ୍ ଲାଭଜନକ ହୁଏ ଏବଂ ଯୋଗାଣ ହ୍ରାସ ପାଇଥାଏ । ତେଣୁ ଦ୍ରବ୍ୟର ଦାମ୍ ଏବଂ ଯୋଗାଣ ମଧ୍ୟରେ ଏକ ପ୍ରତ୍ୟକ୍ଷ ସମ୍ପର୍କ ରହିଥାଏ ।

8. ଯୋଗାଣ କିପରି ପ୍ରଯୁକ୍ତି କୌଶଳଦ୍ଵାରା ପ୍ରଭାବିତ ହୋଇଥାଏ ?
Answer:
ଯୋଗାଣ ପ୍ରଯୁକ୍ତି କୌଶଳର ସ୍ତରଦ୍ୱାରା ପ୍ରଭାବିତ ହୁଏ । ଯେତେବେଳେ କୌଣସି ନୂତନ ପ୍ରଯୁକ୍ତି କୌଶଳର ଉଦ୍ଭାବନ ବା ଆବିଷ୍କାର ହୁଏ, ସେତେବେଳେ ଉତ୍ପାଦନର ପରିବ୍ୟୟ କମିଯାଏ । ତେଣୁ କମ୍ ଖର୍ଚ୍ଚରେ ଉତ୍ପାଦନ ବହୁ ପରିମାଣରେ ହେବା ଫଳରେ ଯୋଗାଣରେ ବୃଦ୍ଧି ଦେଖାଯାଏ ।

9. ଯୋଗାଣର ପରିବର୍ତ୍ତନ କହିଲେ କ’ଣ ବୁଝ ?
Answer:
ଯୋଗାଣର ସଂପ୍ରସାରଣ ଓ ସଙ୍କୋଚନ ଦ୍ରବ୍ୟର ଦୂର ପରିବର୍ତ୍ତନ ଯୋଗୁଁ ଦେଖାଦେଇଥାଏ, ଯେଉଁଥରେ ଅନ୍ୟ ସମସ୍ତ ଯୋଗାଣକୁ ପ୍ରଭାବିତ କରୁଥିବା ଉପାଦାନଗୁଡିକ ସ୍ଥିର ରହିବ ବୋଲି ସର୍ଭ ରଖାଯାଇଥାଏ । ଏହାକୁ ମଧ୍ୟ ଯୋଗାଣର ପରିମାଣରେ ପରିବର୍ତ୍ତନ ବୋଲି କୁହାଯାଏ । ଏହି ସ୍ଥିତିରେ ଯୋଗାଣ ରେଖାର ସ୍ଥାନ ପରିବର୍ତ୍ତନ ହୋଇନଥାଏ ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ଯୋଗାଣର ଅର୍ଥ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ଜଣେ ଉତ୍ପାଦନକାରୀ ଯେଉଁ ପରିମାଣର ଦ୍ରବ୍ୟ ବିକ୍ରି ପାଇଁ ବଜାରକୁ ଯୋଗାଇଦିଏ, ତାହାକୁ ସେହି ଉତ୍ପାଦନକାରୀଙ୍କର ଯୋଗାଣ ବୋଲି କୁହାଯାଏ । ଗୋଟିଏ ଦ୍ରବ୍ୟର ସମସ୍ତ ଉତ୍ପାଦନକାରୀ ଏକ ନିର୍ଦ୍ଦିଷ୍ଟ ସମୟରେ ଓ ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ବିକ୍ରି ପାଇଁ ବଜାରକୁ ଯେଉଁ ପରିମାଣ ଦ୍ରବ୍ଯ ଛାଡ଼ନ୍ତି, ତାହାକୁ ମୋଟ ଯୋଗାଣ ବା ବଜାର ଯୋଗାଣ ବୋଲି କୁହାଯାଏ । ତେଣୁ ଯୋଗାଣ କହିଲେ ଏକ ନିର୍ଦ୍ଦିଷ୍ଟ ସମୟ, ଏକ ନିର୍ଦ୍ଦିଷ୍ଟ ଦାମ୍, ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ, ଏକ ନିର୍ଦ୍ଦିଷ୍ଟ ବଜାର ଓ ଏକ ନିର୍ଦ୍ଦିଷ୍ଟ ପରିମାଣର ସମାହାରକୁ ବୁଝାଇଥାଏ ।

ଯୋଗାଣ, ଦର ଓ ସମୟର ଆଧାରରେ ନିର୍ଦ୍ଧାରଣ ହୁଏ । ଯୋଗାଣର ଅର୍ଥ ଦ୍ରବ୍ୟର ଗଚ୍ଛିତ ପରିମାଣ ନୁହେଁ । ଏକ ନିର୍ଦ୍ଦିଷ୍ଟ ସମୟରେ ଗଚ୍ଛିତ ପରିମାଣର ଯେଉଁ ଅଂଶ ବିକ୍ରୟ ପାଇଁ ଛଡ଼ାଯାଏ, ତାହାକୁ ଯୋଗାଣ କୁହାଯାଏ । ପ୍ରଫେସର ହାନ୍‌ସେନ୍‌ଙ୍କ ଭାଷାରେ, ‘ଭିନ୍ନ ଭିନ୍ନ ଦରରେ ବଜାରରେ ଯେତିକି ପରିମାଣ ଦ୍ରବ୍ୟ ବିକ୍ରି ପାଇଁ ବଜାରକୁ ଆସିଥାଏ, ତାହାକୁ ଯୋଗାଣ କୁହାଯାଏ ।’’

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

2. ଯୋଗାଣ ସୂତ୍ର କ’ଣ ?
Answer:
ଯୋଗାଣ ସୂତ୍ର ବା ଯୋଗାଣ ନିୟମ ଗୋଟିଏ ଦ୍ରବ୍ୟର ଦର ଓ ଯୋଗାଣର ପରିମାଣ ମଧ୍ୟରେ ଥିବା ସମ୍ପର୍କକୁ ଅନୁଧ୍ୟାନ କରେ । ଯୋଗାଣକୁ ପ୍ରଭାବିତ କରୁଥିବା ଅନ୍ୟ ଉପାଦାନଗୁଡ଼ିକ ସ୍ଥିର ରହିଲେ, ଗୋଟିଏ ଦ୍ରବ୍ୟର ଯୋଗାଣ ପରିମାଣ ପ୍ରତ୍ୟକ୍ଷ ଭାବରେ ଦର ସହିତ ପରିବର୍ତ୍ତିତ ହୋଇଥାଏ । ଯୋଗାଣକୁ ପ୍ରଭାବିତ କରୁଥିବା ଅନ୍ୟ ଉପାଦାନଗୁଡ଼ିକର ଅର୍ଥ ହେଉଛି ଦର ବ୍ୟତୀତ ଯୋଗାଣର ଅନ୍ୟ ନିର୍ଦ୍ଧାରକ ସମୂହ । ସମ୍ପର୍କିତ ଦ୍ରବ୍ୟଗୁଡ଼ିକର ଦର, ଉପାଦାନଗୁଡ଼ିକର ଦର, ଉତ୍ପାଦନ କୌଶଳ ଇତ୍ୟାଦି ଯୋଗାଣକୁ ପ୍ରଭାବିତ କରୁଥିବା ଅନ୍ୟ ଉପାଦାନ ।

ଏହିସବୁ ଉପାଦାନକୁ ସ୍ଥିର ବୋଲି ଧରି ନେଇ ଦ୍ରବ୍ୟର ଦର ଓ ଯୋଗାଣର ପରିମାଣ ମଧ୍ଯରେ ଥିବା ସମ୍ପର୍କକୁ ଅଧ୍ୟୟନ କରିବା ଯୋଗାଣ ସୂତ୍ରର ଲକ୍ଷ୍ୟ । ଦର ଓ ଯୋଗାଣର ପରିମାଣ ମଧ୍ୟରେ ଧନାତ୍ମକ ସହସମ୍ବନ୍ଧ ଥାଏ । ଦର ବୃଦ୍ଧି ହେଲେ ଯୋଗାଣର ପରିମାଣ ବୃଦ୍ଧି ହୁଏ ଏବଂ ଦର ହ୍ରାସ ହେଲେ ଯୋଗାଣର ପରିମାଣ ହ୍ରାସ ହୁଏ

3. ଯୋଗାଣ ସୂଚୀ କ’ଣ ?
Answer:
ଯୋଗାଣ ସୂଚୀ, ଏକ ନିର୍ଦ୍ଦିଷ୍ଟ ସମୟରେ ଦର ଓ ଦ୍ରବ୍ୟର ଯୋଗାଣ ମଧ୍ୟରେ ଥ‌ିବା ସମ୍ପର୍କକୁ ପ୍ରକାଶ କରେ । ଦର ଓ ଦ୍ରବ୍ୟ ଯୋଗାଣର ପରିମାଣ ମଧ୍ଯରେ ଥିବା ସମ୍ପର୍କକୁ ଏକ ସାରଣୀ ସାହାଯ୍ୟରେ ପ୍ରକାଶ କଲେ, ତାହାକୁ ଯୋଗାଣ ସୂଚୀ କୁହାଯାଏ । ଯୋଗାଣ ସୂଚୀ ଦୁଇ ପ୍ରକାରର; ଯଥା- ବ୍ୟକ୍ତିଗତ ଯୋଗାଣ ସୂଚୀ ଓ ବଜାର ଯୋଗାଣ ସୂଚୀ । ବ୍ୟକ୍ତିଗତ ଯୋଗାଣ ସୂଚୀ କହିଲେ ଜଣେ ନିର୍ଦ୍ଦିଷ୍ଟ ବିକ୍ରେତା ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ପ୍ରକାର ଦାମରେ ବିକ୍ରି ପାଇଁ ଅର୍ପଣ କରୁଥିବା ଦ୍ରବ୍ୟର ପରିମାଣକୁ ବୁଝାଯାଏ ।

କିନ୍ତୁ କୌଣସି ଦ୍ରବ୍ୟର ବଜାର ଯୋଗାଣ ସମ୍ବନ୍ଧୀୟ ତଥ୍ୟ ପାଇବାକୁ ହେଲେ ସେହି ଦ୍ରବ୍ୟର ସମସ୍ତ ବିକ୍ରେତାଙ୍କର ଯୋଗାଣ ପରିମାଣର ସମଷ୍ଟି ହିସାବ କରିବାକୁ ହେବ । ଅର୍ଥାତ୍ ବଜାରରେ ଉପସ୍ଥିତ ସମସ୍ତ ବିକ୍ରେତାଙ୍କର ବ୍ୟକ୍ତିଗତ ଯୋଗାଣ ସୂଚୀର ସମଷ୍ଟିକୁ ବଜାର ଯୋଗାଣ ସୂଚୀ କୁହାଯାଏ ।

4. ଯୋଗାଣରେଖା କ’ଣ ?
Answer:
ଦ୍ରବ୍ୟର ଦାମ୍ ଓ ଯୋଗାଣ ମଧ୍ୟରେ ଥିବା ସମ୍ପର୍କକୁ ଯେଉଁ ରେଖା ମାଧ୍ୟମରେ ପ୍ରକାଶ କରାଯାଏ; ତାହାକୁ ଯୋଗାଣ – ରେଖା କୁହାଯାଏ । ଅର୍ଥାତ୍ ଯୋଗାଣରେଖା ଯୋଗାଣ ସୂଚୀର କେବଳ ଏକ ରୈଖ୍କ ପରିପ୍ରକାଶ । ଯୋଗାଣରେଖା ସାଧାରଣତଃ ବାମରୁ ଡାହାଣକୁ ଊର୍ଦ୍ଧ୍ୱଗାମୀ ହୋଇଥାଏ । ଦାମ୍ ଓ ଦ୍ରବ୍ୟର ଯୋଗାଣ ପରିମାଣ ମଧ୍ଯରେ ଏହା ଏକ ଧନାତ୍ମକ ସମ୍ପର୍କ ସ୍ଥାପନ କରିଥାଏ । ଅର୍ଥାତ୍ ଅଧୂକ ଦାମ୍‌ରେ ଅଧ‌ିକ ଯୋଗାଣ ଓ କମ୍ ଦାମ୍‌ରେ କମ୍ ଯୋଗାଣ ହୋଇଥାଏ ।

ବ୍ୟକ୍ତିଗତ ଯୋଗାଣ ସୂଚୀ ଭଳି ବଜାର ଯୋଗାଣ ସୂଚୀ ଦର ଓ ଯୋଗାଣର ପ୍ରତ୍ୟକ୍ଷ ସମ୍ପର୍କକୁ ପ୍ରତିପାଦନ କରିଥାଏ । ବଜାର ଯୋଗାଣରେଖା ବ୍ୟକ୍ତିଗତ ଯୋଗାଣରେଖାର ଆନୁଭୂମିକ ସମଷ୍ଟି ମାତ୍ର । ଏହା ଦ୍ରବ୍ୟର ଦର ଓ ବଜାରରେ ମୋଟ ଯୋଗାଣ ମଧ୍ୟରେ ଥିବା ସମ୍ପର୍କର ରେଖାଙ୍କିତ ପ୍ରତିଫଳନ ଅଟେ ।

5. ଯୋଗାଣର ସ୍ଥିତିସ୍ଥାପକତା କ’ଣ ?
Answer:
ଯୋଗାଣର ସ୍ଥିତିସ୍ଥାପକତା କହିଲେ ବଜାର ଦାମ୍‌ରେ ପରିବର୍ତ୍ତନ ସହିତ ଯୋଗାଣ ପରିମାଣର ସମ୍ବେଦନଶୀଳତାର ମାତ୍ରାକୁ ବୁଝାଏ । ଏହା ଯୋଗାଣ ପରିମାଣର ଅନୁପାତିକ ପରିବର୍ତ୍ତନ ଓ ଦରରେ ଆନୁପାତିକ ପରିବର୍ତ୍ତନର ଅନୁପାତ ସହିତ ସମାନ ।

ଯୋଗାଣର ସ୍ଥିତିସ୍ଥାପକତା (E) = \(\frac{ଯୋଗାଣ ପରିମାଣରେ ଆନୁପାତିକ ପରିବର୍ତ୍ତନ}{ଦରରେ ଆନୁପାତିକ ପରିବର୍ତ୍ତନ}\)

ଦର ଏବଂ ଯୋଗାଣ ପରିମାଣ ଏକ ଦିଗରେ ଗତି କରନ୍ତି । ଦର ବୃଦ୍ଧି ହେଲେ ଯୋଗାଣ ପରିମାଣ ବୃଦ୍ଧି ହୁଏ ଓ ଦର ହ୍ରାସ ହେଲେ ଯୋଗାଣ ପରିମାଣ ହ୍ରାସ ହୁଏ । ତେଣୁ, ଯୋଗାଣର ସ୍ଥିତିସ୍ଥାପକତା ସର୍ବଦା ଧନାତ୍ମକ ହୁଏ । ଏହାର ମୂଲ୍ୟ ଶୂନ୍ୟରୁ ଅସୀମ ମଧ୍ୟରେ ରହିଥାଏ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ଯୋଗାଣ ଓ ଭଣ୍ଡାର :
Answer:
ଯୋଗାଣ ଏକ ପ୍ରବାହ ଧାରଣା ! ଭଣ୍ଡାର କହିଲେ ଜଣେ ଯୋଗାଣକାରୀଙ୍କ ପାଖରେ ଥ‌ିବା ସମସ୍ତ ଦ୍ରବ୍ୟକୁ ବୁଝାଏ । ଦ୍ରବ୍ୟ ଭଣ୍ଡାରର ଯେଉଁ ଅଂଶ ବିଭିନ୍ନ ଦରରେ ଉତ୍ପାଦକ ବିକ୍ରୟ କରନ୍ତି, ତାହାକୁ ଯୋଗାଣ କହନ୍ତି । ତେଣୁ ବାସ୍ତବରେ ଗଚ୍ଛିତ ପରିମାଣ ହିଁ ଯୋଗାଣର ମୂଳଭିତ୍ତି । ଗଚ୍ଛିତ ପରିମାଣ ବ୍ୟତିରେକ ଯୋଗାଣ ସମ୍ଭବ ନୁହେଁ । କିନ୍ତୁ ଯୋଗାଣର ଅର୍ଥ ଦ୍ରବ୍ୟର ଗଚ୍ଛିତ ପରିମାଣ ନୁହେଁ । ଏକ ନିର୍ଦ୍ଦିଷ୍ଟ ସମୟରେ ଗଚ୍ଛିତ ପରିମାଣର ଯେଉଁ ଅଂଶ ବିକ୍ରୟ ପାଇଁ ଛଡ଼ାଯାଏ, ତାହାକୁ ଯୋଗାଣ କୁହାଯାଏ ।

2. ଯୋଗାଣ ପରିମାଣରେ ପରିବର୍ତ୍ତନ ଓ ଯୋଗାଣରେ ପରିବର୍ତ୍ତନ :
Answer:
ଦ୍ରବ୍ୟର ଦର ବୃଦ୍ଧି ଯୋଗୁଁ ତା’ର ଯୋଗାଣର ପରିମାଣର ବୃଦ୍ଧିକୁ ଯୋଗାଣ ପରିମାଣରେ ବୃଦ୍ଧି ବା ଯୋଗାଣର ସମ୍ପ୍ରସାରଣ କୁହାଯାଏ । ଏଠାରେ ଯୋଗାଣ ରେଖାର ପରିବର୍ତ୍ତନ ହୁଏ ନାହିଁ । ସେହିପରି ଦ୍ରବ୍ୟର ଦର ହ୍ରାସ ପାଇଲେ ଯୋଗାଣର ପରିମାଣ ହ୍ରାସ ହୁଏ । ଏହାକୁ ଯୋଗାଣି ପରିମାଣରେ ହ୍ରାସ ବା ଯୋଗାଣର ସଂକୋଚନ କୁହାଯାଏ ।

ଦ୍ରବ୍ୟର ଯୋଗାଣ ତା’ର ଦର ବ୍ୟତୀତ ଅନ୍ୟ କେତେଗୁଡ଼ିଏ ଉପାଦାନଦ୍ୱାରା ପ୍ରଭାବିତ ହୋଇଥାଏ । ସେଗୁଡ଼ିକ ହେଲା ଉପାଦାନର ଦର, ଉତ୍ପାଦନର କୌଶଳ ଇତ୍ୟାଦି । ଏହିସବୁ ଉପାଦାନରେ ପରିବର୍ତ୍ତନ ହେଲେ ଦ୍ରବ୍ୟର ଯୋଗାଣରେ ମଧ୍ୟ ପରିବର୍ତ୍ତନ ହୁଏ । ଏହାକୁ ଯୋଗାଣରେ ପରିବର୍ଭନ କୁହାଯାଏ । ଏହାଦ୍ବାରା ଯୋଗାଣରେଖା ବାମକୁ ବା ଡାହାଣକୁ ସ୍ଥାନାନ୍ତରିତ ହୁଏ ।

3. ସମ୍ପୂର୍ଣ ସ୍ଥିତିସ୍ଥାପକ ଯୋଗାଣ ଓ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଯୋଗାଣ :
Answer:
ଦରର ସାମାନ୍ୟ ପରିବର୍ତ୍ତନ ଯୋଗୁଁ ଯୋଗାଣର ପରିମାଣରେ ପରିବର୍ତ୍ତନ ଯଦି ଅସୀମ ହୁଏ, ତେବେ ଯୋଗାଣକୁ ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ କୁହାଯାଏ । ଏହି ଅବସ୍ଥାରେ ଯୋଗାଣରେଖା ଆନୁଭୂମିକ ହୋଇଥାଏ । ଏଠାରେ ଯୋଗାଣର ସ୍ଥିତିସ୍ଥାପକତାର ମୂଲ୍ୟ ଅସୀମ (∞) ।

ଦର ପରିବର୍ତ୍ତନ ଯୋଗୁଁ ଯୋଗାଣର ପରିମାଣ ଆଦୌ ପରିବର୍ତ୍ତନ ନ ହେଲେ, ଯୋଗାଣକୁ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ କୁହାଯାଏ । ଏହି କ୍ଷେତ୍ରରେ ଯୋଗାଣ ରେଖା Y-ଅକ୍ଷ ସହିତ ଭଲ୍ଲମ୍ବାକୃତି ବିଶିଷ୍ଟ ହୋଇଥାଏ । ଏଠାରେ ଯୋଗାଣର ସ୍ଥିତିସ୍ଥାପକତାର ମୂଲ୍ୟ ଶୂନ୍ୟ ହୋଇଥାଏ ।

4. ଅପେକ୍ଷାକୃତ ସ୍ଥିତିସ୍ଥାପକ ଯୋଗାଣ ଓ ଅପେକ୍ଷାକୃତ ଅସ୍ଥିତିସ୍ଥାପକ ଯୋଗାଣ :
Answer:
ଦାମ୍‌ରେ ସାମାନ୍ୟ ପରିବର୍ତ୍ତନ ହେବା ଫଳରେ ଯୋଗାଣର ପ୍ରଭୂତ ପରିବର୍ତ୍ତନ ହେଲେ ଯୋଗାଣକୁ ଅପେକ୍ଷାକୃତ ସ୍ଥିତିସ୍ଥାପକ କୁହାଯାଏ । ଯଦି ଦାମ୍‌ରେ 5% ବୃଦ୍ଧି ହେବା ଯୋଗୁଁ ଯୋଗାଣ 15% ବୃଦ୍ଧି ହେବ, ତେବେ ଯୋଗାଣ ଅପେକ୍ଷାକୃତ ସ୍ଥିତିସ୍ଥାପକ ହେବ । ଏଠାରେ ଯୋଗାଣର ସ୍ଥିତିସ୍ଥାପକତା ‘ଏକ’ର ଅଧ୍ଵ । ଯୋଗାଣରେଖାର ଆକୃତି ଅପେକ୍ଷାକୃତ ଚଟକା ହେବ ।

ଦାମ୍‌ରେ ପ୍ରଭୂତ ପରିବର୍ତ୍ତନ ହୋଇ ଯୋଗାଣରେ ଯେତେବେଳେ ସ୍ଵଳ୍ପ ପରିବର୍ତ୍ତନ ହୁଏ, ସେତେବଳେ ଯୋଗାଣକୁ ଅପେକ୍ଷାକୃତ ଅସ୍ଥିତିସ୍ଥାପକ କୁହାଯାଏ । ଯଦି ଦାମ୍‌ରେ 15% ବୃଦ୍ଧି ହେବାଯୋଗୁଁ ଯୋଗାଣରେ ମାତ୍ର 5% ବୃଦ୍ଧି ହୁଏ, ତେବେ ଏହି କ୍ଷେତ୍ରରେ ଯୋଗାଣ ଅପେକ୍ଷାକୃତ ଅସ୍ଥିତିସ୍ଥାପକ ହେବ । ଏଠାରେ ଯୋଗାଣର ସ୍ଥିତିସ୍ଥାପକତା ଏକରୁ ‘କମ୍’ । ଏ କ୍ଷେତ୍ରରେ ଯୋଗାଣରେଖା ଊର୍ଦ୍ଧ୍ୱଗାମୀ ଓ ତୀଖ ହେବ ।

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

5. ଯୋଗାଣ ଓ ଯୋଗାଣ ଫଳନ :
Answer:
ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ଜଣେ ଉତ୍ପାଦନକାରୀ ଯେଉଁ ପରିମାଣର ଦ୍ରବ୍ୟ ବିକ୍ରି ପାଇଁ ବଜାରକୁ ଯୋଗାଇଦିଏ, ତାହାକୁ ସେହି ଉତ୍ପାଦନକାରୀଙ୍କ ଯୋଗାଣ ବୋଲି କୁହାଯାଏ । ଗୋଟିଏ ଦ୍ରବ୍ୟର ସମସ୍ତ ଉତ୍ପାଦନକାରୀ ଏକ ନିର୍ଦ୍ଦିଷ୍ଟ ସମୟରେ ଓ ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ବିକ୍ରି ପାଇଁ ବଜାରକୁ ଯେଉଁ ପରିମାଣ ଦ୍ରବ୍ୟ ଛାଡ଼ନ୍ତି, ତାହାକୁ ମୋଟ ଯୋଗାଣ ବା ବଜାର ଯୋଗାଣ ବୋଲି କୁହାଯାଏ ।
ଚାହିଦା ପରି ଦ୍ରବ୍ୟର ଯୋଗାଣ ମଧ୍ୟ କେତେକ ଉପାଦାନଦ୍ୱାରା ପ୍ରଭାବିତ ହୋଇଥାଏ । ସେଗୁଡ଼ିକ ହେଲା– ଦ୍ରବ୍ୟର ଦର, ଅନ୍ୟାନ୍ୟ ସମ୍ପର୍କିତ ଦ୍ରବ୍ୟମାନଙ୍କର ଦର, ପ୍ରଯୁକ୍ତ ଜ୍ଞାନକୌଶଳ, ଉଦ୍ୟୋକ୍ତାଙ୍କର ଆଭିମୁଖ୍ୟ ଇତ୍ୟାଦି । ଏହି ଉପାଦାନଗୁଡ଼ିକ ଓ ଯୋଗାଣ ମଧ୍ୟରେ ଥିବା ଗାଣିତିକ ସମ୍ପର୍କକୁ ଯୋଗାଣ ଫଳନ କୁହାଯାଏ ।

Sx = f(Px, F, P1 …… Px-1, T, G)

ଯେଉଁଠାରେ ‘Sx’ = x ଦ୍ରବ୍ୟର ଯୋଗାଣ, Px = x ଦ୍ରବ୍ୟର ଦାମ୍, F = ଉପାଦାନର ଦାମ୍, P1 …… Px-1 ଅନ୍ୟାନ୍ୟ ଦ୍ରବ୍ୟର ଦାମ୍, T = ପ୍ରଯୁକ୍ତି ବିଦ୍ୟାର ସ୍ତର, ଓ = ପ୍ରତିଷ୍ଠାନର ଆଭିମୁଖ୍ୟକୁ ଦର୍ଶାଇଥାଏ । ଉପରୋକ୍ତ ଉପାଦାନଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ବା ଏକାଧ୍ଵକ ଉପାଦାନର ପରିବର୍ତ୍ତନ ହେଲେ ଦ୍ରବ୍ୟର ଯୋଗାଣରେ ପରିବର୍ତ୍ତନ ହୋଇଥାଏ । ଦ୍ରବ୍ୟର ଯୋଗାଣ ଉପରେ ଉକ୍ତ ଉପାଦାନମାନଙ୍କ ମଧ୍ୟରୁ କୌଣସି ଗୋଟିକର ପ୍ରଭାବ ଆକଳନ କରିବାକୁ ହେଲେ ଅନ୍ୟ ଉପାଦାନଗୁଡ଼ିକୁ ସ୍ଥିର ରଖୁବାକୁ ପଡ଼ିଥାଏ ।

6. ଗୋଦାମଖାଲି ବିକ୍ରି ଓ ନିଲାମ ବିକ୍ରି :
Answer:
ଗୋଦାମଖାଲି ବିକ୍ରି କ୍ଷେତ୍ରରେ ଯୋଗାଣ ସୂତ୍ର କାର୍ଯ୍ୟକାରୀ ହୁଏ ନାହିଁ । ବିକ୍ରେତା ପୁରୁଣା ଦ୍ରବ୍ୟ ଭଣ୍ଡାରକୁ ନିଃଶେଷ କରିବାକୁ ଇଚ୍ଛା କଲେ ସ୍ଵଚ୍ଛ ଦରରେ ଅଧ୍ଵ ଯୋଗାଣ କରିବେ । ଯଦି କୌଣସି ଏକ କମ୍ପାନୀ କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ନିଜର ପୁରୁଣା ଦ୍ରବ୍ୟ କମ୍ ଦରରେ ବିକ୍ରୟ କରିଥା’ନ୍ତି, ତେବେ ସ୍ଵଳ୍ପ ଦରରେ ଅଧ‌ିକ ଯୋଗାଣ ହୁଏ । ସେହିପରି କୌଣସି କମ୍ପାନୀ ବା ବ୍ୟବସାୟୀ ଯଦି ନିଜର ବ୍ୟବସାୟ ବନ୍ଦ କରନ୍ତି, ସେତେବେଳେ ସେ ସ୍ଵଳ୍ପ ଦରରେ ଅଧିକ ଯୋଗାଣ କରନ୍ତି ।

ନିଲାମ ବିକ୍ରୟ କ୍ଷେତ୍ରରେ ଯୋଗାଣ ନିୟମ ମଧ୍ଯ ପ୍ରଯୁଜ୍ୟ ହେବ ନାହିଁ । କାରଣ ନିଲାମ ହେଉଥିବା ଦ୍ରବ୍ୟ ଯେକୌଣସି ଦରରେ ବିକ୍ରୟ ହୁଏ।

7.ବଜାର ଯୋଗାଣସୂଚୀ ଓ ବଜାର ଯୋଗାଣରେଖା :
Answer:
କୌଣସି ଦ୍ରବ୍ୟର ବଜାର ଯୋଗାଣ ସମ୍ବନ୍ଧୀୟ ତଥ୍ୟ ଜାଣିବାକୁ ହେଲେ ସେହି ଦ୍ରବ୍ୟର ସମସ୍ତ ବିକ୍ରେତାଙ୍କର ଯୋଗାଣ ପରିମାଣର ସମଷ୍ଟି ହିସାବ କରିବାକୁ ହୋଇଥାଏ । ଅର୍ଥାତ୍ ବଜାରରେ ଉପସ୍ଥିତ ସମସ୍ତ ବିକ୍ରେତାଙ୍କର ବ୍ୟକ୍ତିଗତ ଯୋଗାଣସୂଚୀର ସମଷ୍ଟିକୁ ବଜାର ଯୋଗାଣ ସୂଚୀ କୁହାଯାଏ । ତେଣୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଭିନ୍ନ ସମ୍ଭାବ୍ୟ ଦରରେ ବଜାରକୁ ବିକ୍ରୟ ପାଇଁ ଅର୍ପିତ ହେଉଥିବା ଦ୍ରବ୍ୟର ଭିନ୍ନ ଭିନ୍ନ ପରିମାଣର ତାଲିକାକୁ ବଜାର ଯୋଗାଣସୂଚୀ କୁହାଯାଏ ।

ଅର୍ଥାତ୍ ବ୍ୟକ୍ତିଗତ ଯୋଗାଣସୂଚୀ ଭଳି ବଜାର ଯୋଗାଣସୂଚୀ ଦର ଓ ଯୋଗାଣର ପ୍ରତ୍ୟକ୍ଷ ସମ୍ପର୍କକୁ ପ୍ରତିପାଦନ କରିଥାଏ । କିନ୍ତୁ ବଜାର ଯୋଗାଣରେଖା ବ୍ୟକ୍ତିଗତ ଯୋଗାଣରେଖାର ଆନୁଭୂମିକ ସମଷ୍ଟି ମାତ୍ର । ଏହା ଦ୍ରବ୍ୟର ଦର ଓ ବଜାରରେ ମୋଟ ଯୋଗାଣ ମଧ୍ୟରେ ଥିବା ସମ୍ପର୍କର ରେଖାଙ୍କିତ ପ୍ରତିଫଳନ ଅଟେ । ବଜାର ଯୋଗାଣରେଖା ବ୍ୟକ୍ତିଗତ ଯୋଗାଣରେଖା ପରି ବାମରୁ ଡାହାଣକୁ ଊର୍ଦ୍ଧ୍ୱଗାମୀ ହୋଇଥାଏ ।

CHSE Odisha Class 12 Economics Chapter 16 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 16 ରାଷ୍ଟ୍ରବିତ୍ତ Long Answer Questions.

CHSE Odisha 12th Class Economics Chapter 16 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ରାଷ୍ଟ୍ରବିତ୍ତ କ’ଣ ? ରାଷ୍ଟ୍ରବିତ୍ତ ଓ ବ୍ୟକ୍ତିବିତ୍ତ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଆଧୁନିକ ରାଷ୍ଟ୍ରକୁ କଲ୍ୟାଣକାରୀ ରାଷ୍ଟ୍ର ଆଖ୍ୟା ଦିଆଯାଇଥାଏ । ଏକ ଆଧୁନିକ କଲ୍ୟାଣକାରୀ ରାଷ୍ଟ୍ରର କାର୍ଯ୍ୟାବଳୀ ବହୁଗୁଣରେ ବୃଦ୍ଧି ପାଇଛି । ଏହିସବୁ କାର୍ଯ୍ୟାବଳୀର ସୁଗ୍ଧ ସମ୍ପାଦନ ନିମନ୍ତେ ରାଷ୍ଟ୍ର ସମ୍ବଳ ଆବଶ୍ୟକ କରିଥାଏ । ତେଣୁ ରାଷ୍ଟ୍ରବିତ୍ତ କହିଲେ, କେନ୍ଦ୍ରୀୟ, ରାଜ୍ୟ ବା ସ୍ଥାନୀୟ ସ୍ତରରେ ବିଭିନ୍ନ ସର୍ବସାଧାରଣ ସଂସ୍ଥାମାନେ ଆବଶ୍ୟକ କରୁଥିବା ବିଭକୁ ବୁଝାଏ ।

ଏଠାରେ ସର୍ବସାଧାରଣ ସଂସ୍ଥା କହିଲେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ପୌରସଭା ବା ପଞ୍ଚାୟତ ସମିତି ପରି ସ୍ୱାୟତ୍ତଶାସନ ସଂସ୍ଥା ଇତ୍ୟାଦିକୁ ବୁଝାଏ ।

ରାଷ୍ଟ୍ରବିଭକୁ ଲୋକବିର ମଧ୍ୟ କୁହାଯାଏ । ‘ବିଭ’’ ଶବ୍ଦଟି ଏଠାରେ ଅର୍ଥସଂକ୍ରାନ୍ତୀୟ ପ୍ରଶାସନ ଓ ପରିଚାଳନାକୁ ମଧ୍ଯ ସୂଚୀତ କରିଥାଏ । ତେଣୁ ରାଷ୍ଟ୍ରବିତ୍ତ କହିଲେ ସର୍ବସାଧାରଣ କର୍ତ୍ତୃପକ୍ଷଙ୍କର ଆର୍ଥିକ କ୍ରିୟାକଳାପର ନିୟନ୍ତ୍ରଣ ଓ ପରିଚାଳନାକୁ ମଧ୍ୟ ସୂଚୀତ କରିଥାଏ ।

ତେଣୁ ରାଷ୍ଟ୍ରବିତ୍ତ କହିଲେ ସର୍ବସାଧାରଣ କର୍ତ୍ତୃପକ୍ଷଙ୍କର ଆର୍ଥିକ କ୍ରିୟାକଳାପର ନିୟନ୍ତ୍ରଣ ଓ ପରିଚାଳନାକୁ ବୁଝାଇଥାଏ । ଏହା ଅର୍ଥଶାସ୍ତ୍ରର ସେହି ବିଭାଗର ସୂଚନା ଦିଏ; ଯାହା ସର୍ବସାଧାରଣ କର୍ତ୍ତୃପକ୍ଷଙ୍କର ଆୟ, ବ୍ୟୟ ଓ ତତ୍ ସଂକ୍ରାନ୍ତୀୟ ନିୟମାବଳୀ ସମସ୍ୟା ଓ ନୀତି ଇତ୍ୟାଦି ସହିତ ସମ୍ପୃକ୍ତ ।

ଅନେକ ଆଧୁନିକ ଅର୍ଥଶାସ୍ତ୍ରୀ ରାଷ୍ଟ୍ରବିତ୍ତକୁ ସରକାରୀ ଚିର (Government finance) ଭାବରେ ମଧ୍ଯ ନାମିତ କରିଛନ୍ତି । ଏହି ସରକାର ଜାତୀୟ ସ୍ତରରେ, ରାଜ୍ୟସ୍ତରରେ ବା ସ୍ଥାନୀୟ ସ୍ତରରେ କାର୍ଯ୍ୟ କରିପାରେ । ପ୍ରତ୍ୟେକ ସରକାର ବିଭିନ୍ନ କାର୍ଯ୍ୟ ସମ୍ପାଦନ ନିମନ୍ତେ ବିପୁଳ ପରିମାଣ ଅର୍ଥ ଆବଶ୍ୟକ କରନ୍ତି । ଏହି ଅର୍ଥ ସଂଗ୍ରହର ଉପାୟ ଓ ଅର୍ଥବ୍ୟୟର ପଦ୍ଧତି ରାଷ୍ଟ୍ରବିତ୍ତର ପ୍ରଧାନ ଆଲୋଚ୍ୟ ବିଷୟବସ୍ତୁ ।

ବାଷ୍ଟାବଲଙ୍କ ମତରେ, ‘‘ରାଷ୍ଟ୍ରବିତ୍ତ ସର୍ବସାଧାରଣ କର୍ତ୍ତୃପକ୍ଷଙ୍କର ବ୍ୟୟ ଓ ଆୟ ଓ ସେମାନଙ୍କର ପାରସ୍ପରିକ ସମ୍ପର୍କ ଓ ଆର୍ଥିକ ପ୍ରଶାସନ ଓ ନିୟନ୍ତ୍ରଣକୁ ବୁଝାଏ ।’’

CHSE Odisha Class 12 Economics Chapter 16 Long Answer Questions in Odia Medium

ଶ୍ରୀମତୀ ଉତ୍ସୁଳା ହିକ୍‌ସ୍ କହିଛନ୍ତି ଯେ- ‘ଯେଉଁ ଉପାୟ ସାହାଯ୍ୟରେ ସରକାର ଅଭାବର ସମଷ୍ଟିଗତ ପରିତୃପ୍ତି ସାଧନ କରିଥାନ୍ତି ଓ ସେମାନଙ୍କ ଉଦ୍ଦେଶ୍ୟ ପୂରଣ ନିମନ୍ତେ ଆବଶ୍ୟକୀୟ ପାଣ୍ଠି ଆହରଣ କରନ୍ତି । ଅର୍ଥଶାସ୍ତ୍ର ପ୍ରଧାନତଃ ତାହାର ପର୍ଯ୍ୟାଲୋଚନା ଓ ମୂଲ୍ୟାୟନ ସହିତ ସମ୍ପୃକ୍ତ ।’’

ଅଧ୍ୟାପକ ଫିଣ୍ଡଲେ ସିରାଜଙ୍କ ମତରେ ସର୍ବସାଧାରଣ କର୍ତ୍ତୃପକ୍ଷଙ୍କ ଦ୍ୱାରା ପାଣ୍ଠି ସଂଗ୍ରହ ଓ ବ୍ୟୟ ସଂକ୍ରାନ୍ତୀୟ ନୀତିର ଅଧ୍ୟୟନ ହିଁ ରାଷ୍ଟ୍ରୀୟ କର୍ତ୍ତୃପକ୍ଷଙ୍କ ଆୟ ବ୍ୟୟ ଓ ସେଗୁଡ଼ିକର ପାରସ୍ପରିକ ସମଯୋଜକ ସହିତ ସମ୍ପୃକ୍ତ ।’’ (Public finance is concerned with the income and expenditure of public authorities and with the adjustment of one to the other).

ଉପରୋକ୍ତ ଆଲୋଚନାରୁ ଜଣାପଡ଼େ ଯେ ରାଷ୍ଟ୍ରବିତ୍ତ କେନ୍ଦ୍ରୀୟ, ରାଜ୍ୟ ଓ ସ୍ଥାନୀୟ ସମସ୍ତ ସ୍ତରରେ କାର୍ଯ୍ୟ କରୁଥିବା ସରକାରଙ୍କର ଆୟ ଓ ବ୍ୟୟ ସମ୍ପର୍କରେ ଅନୁଧ୍ୟାନ କରିଥାଏ ।

ରାଷ୍ଟ୍ରବିତ୍ତ ଓ ବ୍ୟକ୍ତିବିର :- ରାଷ୍ଟ୍ରବିତ୍ତ ବା ସରକାରଙ୍କ ବିର ସହିତ ବ୍ୟକ୍ତିବିତ୍ତ ବା ଘରୋଇବିତ୍ତର ତୁଳନାରୁ ରାଷ୍ଟ୍ରବିତ୍ତର ଅଧ୍ୟୟନ ଓ ଅନୁଧ୍ୟାନ ସହଜ ହୁଏ । ଏହି ତୁଳନାରୁ ଆମେ ରାଷ୍ଟ୍ରର ଓ ବ୍ୟକ୍ତିର ଆର୍ଥିକ ସମ୍ପର୍କରେ ଅବଗତ ହୋଇଥାଉ ।

ପାର୍ଥକ୍ୟ :
(୧) ବ୍ୟକ୍ତିବିଶେଷ ନିଜର ବ୍ୟୟକୁ ଆୟ ସହିତ ସମତୁଲ କରିବାକୁ ଚେଷ୍ଟା କରିଥାଏ । ତାହାର ବ୍ୟୟ, ଆୟ ଦ୍ବାରା ନିର୍ଦ୍ଧାରିତ ହୋଇଥାଏ । ତାହାର ଆୟ ଅଧ‌ିକ ହେଲେ, ସେ ଅଧିକ ବ୍ୟୟ କରିବାକୁ ସକ୍ଷମ ହୁଏ । ଅବଶ୍ୟ ସାମୟିକ ଭାବରେ ସେ ନିଜ ଆୟରୁ ଅଧିକ ବ୍ୟୟ କରିପାରେ । କିନ୍ତୁ ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ ଅଧ୍ବକ ବ୍ୟୟ କରି ଚାଲି ବା ତାଙ୍କ ପକ୍ଷରେ ସମ୍ଭବପର ନୁହେଁ । ତେଣୁ ସେ ନିଜର ସୀମିତ ସାଧନ ମଧ୍ଯରେ ଜୀବନ ନିର୍ବାହ କରନ୍ତି ।

ସେ ତାଙ୍କର କନାର ପରିମାଣ ଅନୁଯାୟୀ ଜାମାର ଆବର ସ୍ଥିର କରନ୍ତି । କିନ୍ତୁ ସରକାରଙ୍କ କ୍ଷେତ୍ରରେ ବ୍ୟୟ, ଆୟର ପରିମାଣ ନିର୍ଦ୍ଧାରଣ କରିଥାଏ । ସରକାର ପ୍ରଥମେ ସମ୍ଭାବ୍ୟ ବ୍ୟୟକୁ ଅଟକଳ କରି ତାହାପରେ ସେହି ବ୍ୟୟ ନିର୍ବାହ କରିବାପାଇଁ ସଂଗ୍ରହ କରନ୍ତି । ବ୍ୟକ୍ତି ବିଶେଷଙ୍କର ଆୟ ପ୍ରାୟ ସୀମିତ ହୋଇଥିବାରୁ, ଲଗାମଛଡ଼ା ବ୍ୟୟ ତାଙ୍କ ପକ୍ଷରେ ସମ୍ଭବପର ନୁହେଁ; କିନ୍ତୁ ସରକାର ଇଚ୍ଛା କଲେ ବିଭିନ୍ନ ସୂତ୍ରରୁ ଅତିରିକ୍ତ ସମ୍ବଳ ସଂଗ୍ରହ କରିପାରନ୍ତି ।

ଅବଶ୍ୟ ବେଳେବେଳେ ବ୍ୟକ୍ତିବିଶେଷ କରି ସରକାରଙ୍କୁ ମଧ୍ୟ ନିଜ ଆୟ ଅନୁସାରେ ବ୍ୟୟ କରିବାକୁ ପଡ଼େ । ସରକାର ଯେତେବେଳେ ଅନୁଭବ କରନ୍ତି ଯେ ବିଭିନ୍ନ ସୂତ୍ରରୁ ଅତିରିକ୍ତ ସମ୍ବଳ ସଂଗ୍ରହ ଆଉ ସମ୍ଭବପର ନୁହେଁ, ସେତେବେଳେ ସରକାରଙ୍କୁ ମଧ୍ୟ ଖର୍ଚ୍ଚ କାଟ କରିବାକୁ ପଡ଼େ । ଅନ୍ୟ ପକ୍ଷରେ ବ୍ୟକ୍ତିବିଶେଷ ମଧ୍ଯ ବେଳେବେଳେ ତାଙ୍କର ବ୍ୟୟ ନିର୍ଦ୍ଧାରଣ କରି ସେହି ଆର୍ଥିକ ଦାୟିତ୍ବ ତୁଲାଇବାପାଇଁ ଅଧିକ ଆୟ ଉପାର୍ଜନ କରିବାକୁ ଚେଷ୍ଟା କରିଥା’ନ୍ତି ।

କୌଣସି ବ୍ୟକ୍ତିଙ୍କର ଆର୍ଥିକ ଦାୟିତ୍ଵ ଅଧୂକ ହୋଇଥିଲେ, ସେ କଠିନ ପରିଶ୍ରମ କରି ଅଧୂକ ଉପାର୍ଜନ କରିବାକୁ ବ୍ରତୀ ହୁଅନ୍ତି । ଅବଶ୍ୟ ବେଳେବେଳେ ବ୍ୟକ୍ତିବିଶେଷ କରି ସରକାରଙ୍କୁ ମଧ୍ୟ ନିଜ ଆୟ ଅନୁସାରେ ବ୍ୟୟ କରିବାକୁ ପଡ଼େ । ସରକାର ଯେତେବେଳେ ଅନୁଭବ କରନ୍ତି ବିଭିନ୍ନ ସୂତ୍ରରୁ ଅତିରିକ୍ତ ସମ୍ବଳ ସଂଗ୍ରହ ଆଉ ସମ୍ଭବପର ନୁହେଁ, ସେତେବେଳେ ସରକାରଙ୍କୁ ମଧ୍ୟ ଖର୍ଚ୍ଚ କାଟ କରିବାକୁ ପଡ଼େ ।

ଅନ୍ୟପକ୍ଷରେ ବ୍ୟକ୍ତିବିଶେଷ ମଧ୍ଯ ବେଳେବେଳେ ତାଙ୍କର ବ୍ୟୟ ନିର୍ଦ୍ଧାରଣ କରି ସେହି ଆର୍ଥିକ ଦାୟିତ୍ଵ ଅଧ୍ଵ ହୋଇଥିଲେ, ସେ କଠିନ ପରିଶ୍ରମ କରି ଅଧ୍ବକ ଉପାର୍ଜନ କରିବାକୁ ବ୍ରତୀ ହୁଅନ୍ତି ।

(୨) ବେଳେବେଳେ ନିଅଣ୍ଟିଆ ଭରଣା କରିବାପାଇଁ ଉଭୟ ସରକାର ଓ ବ୍ୟକ୍ତିବିଶେଷଙ୍କୁ ଋଣର ଆଶ୍ରୟ ଗ୍ରହଣ କରିବାକୁ ପଡ଼ିଥାଏ । ତେଣୁ ଆର୍ଥିକ ଅସୁବିଧା ସୃଷ୍ଟି ହେଲେ ସରକାର ନିଜର ନାଗରିକମାନଙ୍କଠାରୁ ଆଭ୍ୟନ୍ତରୀଣ ଋଣ ସଂଗ୍ରହ କରିପାରନ୍ତି ।

ସେହିପରି ସରକାର ବିଦେଶରୁ ମଧ୍ୟ ବୈଦେଶିକ ଋଣ ନେଇପାରନ୍ତି, କିନ୍ତୁ ବ୍ୟକ୍ତିବିଶେଷଙ୍କ ପକ୍ଷରେ ଆଭ୍ୟନ୍ତରୀଣ ଋଣ ସଂଗ୍ରହ ସମ୍ଭବ ନୁହେଁ । ଅର୍ଥାତ୍ ସେ ନିଜେ ନିଜ ପାଖରୁ ଋଣ ନେଇପାରନ୍ତି ନାହିଁ । ସେ କେବଳ ଅନ୍ୟମାନଙ୍କ ନିକଟରୁ ଅର୍ଥାତ୍ ବାହ୍ୟିକ ଋଣ ଗ୍ରହଣ କରିପାରନ୍ତି ।

(୩) ସରକାର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଲେ, ନୋଟ୍ ଛପାଇ ତାହାର ସମାଧାନ କରିପାରନ୍ତି । ଅଧ‌ିକ ନୋଟ ପ୍ରଚଳନ, ସରକାରୀ ଆୟର ଏକ ଅତିରିକ୍ତ ଉତ୍ସ ଭାବରେ କାର୍ଯ୍ୟ କରେ । ଯୁଦ୍ଧକାଳୀନ ଅବସ୍ଥାରେ ବା କ୍ରମାଗତ ନିଅଣ୍ଟିଆ ବଜେଟ୍ ଭରଣାପାଇଁ ସରକାର ଅତିରିକ୍ତ ମୁଦ୍ରା ପ୍ରଚଳନ କରି ଆର୍ଥିକ ସଙ୍କଟର ମୁକାବିଲା କରିଥା’ନ୍ତି । କିନ୍ତୁ ବ୍ୟକ୍ତିବିଶେଷଙ୍କ ପକ୍ଷରେ ଅତିରିକ୍ତ ମୁଦ୍ରା ପ୍ରଚଳନ ସମ୍ଭବ ନୁହେଁ ।

(୪) ସରକାର ତାଙ୍କ ବଜେଟ୍ ବା ଆୟବ୍ୟୟର ଅଟକଳ ବାର୍ଷିକ ଭିଭିରେ ପ୍ରସ୍ତୁତ କରନ୍ତି । ଏହି ବଜେଟ୍ ଏକ ଆର୍ଥିକ ବର୍ଷପାଇଁଉଦ୍ଦିଷ୍ଟ ହୋଇଥାଏ । କିନ୍ତୁ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଏପରି କୌଣସି ସମୟ ସୀମା ନ ଥାଏ । ତାଙ୍କ ଆୟବ୍ୟୟର ଅଟକଳ ସ୍ଵଳ୍ପକାଳୀନ ଦୀର୍ଘକାଳୀନ ହୋଇପାରେ ।

(୫) ସରକାର ଓ ବ୍ୟକ୍ତିବିଶେଷଙ୍କର ବ୍ୟୟର ଉଦ୍ଦେଶ୍ୟରେ ମଧ୍ୟ ପାର୍ଥକ୍ୟ ଦେଖାଯାଏ । ପ୍ରତ୍ୟେକ ବ୍ୟକ୍ତି ଲାଭପାଇଁ ଲାଳାୟିତ । ବ୍ୟକ୍ତିଗତ ଲାଭକୁ ସର୍ବାଧ‌ିକ କରିବା ତାଙ୍କର ବ୍ୟବସାୟିକ କାର୍ଯ୍ୟାବଳୀର ପ୍ରଧାନ ଉଦ୍ଦେଶ୍ୟ । ଅନ୍ୟପକ୍ଷରେ ରାଷ୍ଟ୍ରୀୟ ବ୍ୟୟ ସାମୂହିକ କଲ୍ୟାଣ ବୃଦ୍ଧିର ଉଦ୍ଦେଶ୍ୟ ଦ୍ବାରା ପରିଚାଳିତ । ତେଣୁ ଯେଉଁ ସବୁ କ୍ଷେତ୍ରରେ ଦୀର୍ଘକାଳ ପରେ ଲାଭର ଉଦ୍ଭବ ହୁଏ; ସେ ସବୁ କ୍ଷେତ୍ରରେ ଘରୋଇ ବିନିଯୋଗରେ ସମ୍ଭାବନା କ୍ଷୀଣ ହୋଇଥାଏ ।

ବ୍ୟକ୍ତିବିଶେଷ କୌଣସି ଅନୁନ୍ନତ ଅଞ୍ଚଳରେ ରେଳରାସ୍ତା ନିର୍ମାଣ କରିବାକୁ ଆଦୌ ଆଗ୍ରହ ହେବ ନାହିଁ । କାରଣ ଏ ଧରଣର ପ୍ରକଳ୍ପରୁ ଲାଭର ପ୍ରତ୍ୟାଶା ଅତି କ୍ଷୀଣ । କିନ୍ତୁ ସାମାଜିକ ଦୃଷ୍ଟିକୋଣରୁ ସେହି ରେଳରାସ୍ତାର ଆବଶ୍ୟକତା ଥିଲେ ସରକାରଙ୍କୁ ତାହାର ନିର୍ମାଣ ଦାୟିତ୍ଵ ଗ୍ରହଣ କରିବାକୁ ପଡିପାରେ ।

(୬) ଲୋକମାନେ ସର୍ବଦା ନିଜ ଆୟ ବ୍ୟୟ ସମ୍ପର୍କରେ ଗୋପନୀୟତା ରକ୍ଷା କରିବାକୁ ଚାହାନ୍ତି । ଜଣେ ବ୍ୟକ୍ତି ସର୍ବଦା ନିଜର ଆୟର ପରିମାଣ ବା ଋଣ ପରିମାଣ ଅନ୍ୟମାନଙ୍କ ନିକଟରୁ ଗୋପନ ରଖୁବାକୁ ଚେଷ୍ଟା କରିଥାଏ । କିନ୍ତୁ ରାଷ୍ଟ୍ରବିତ୍ତ କ୍ଷେତ୍ରରେ ଗୋପନୀୟତା ରକ୍ଷାର କୌଣସି ପ୍ରଶ୍ନ ନ ଥାଏ । ସର୍ବସାଧାରଣଙ୍କ ଗୋଚରାର୍ଥେ ସରକାର ବାର୍ଷିକ ବଜେଟ୍ ଉପସ୍ଥାପିତ କରିଥା’ନ୍ତି ।

ସରକାରଙ୍କ ଆୟ ବ୍ୟୟ ସଂକ୍ରାନ୍ତରେ ସଂସଦରେ ବିଶଦ ଆଲୋଚନା ହୁଏ । ଖବରକାଗଜ, ଟି.ଭି. ଓ ରେଡ଼ିଓ ପ୍ରଭୃତି ମାଧ ଜରିଆରେ ବଜେଟ୍‌ର ବିଭିନ୍ନ ଦିଗକୁ ଘେରି ଆଲୋଚନା ହୋଇଥାଏ । ତେଣୁ ରାଷ୍ଟ୍ରବିତ୍ତଙ୍କୁ ସର୍ବସାଧାରଣ ବିତ୍ତ ଓ ବ୍ୟକ୍ତିବିରକୁ ଘରୋଇ (ଗୋପନୀୟ) ବିତ୍ତ ଆଖ୍ୟା ଦିଆଯାଇଥାଏ ।

(୭) ଜଣେ ସାଧାରଣ ବ୍ୟକ୍ତି ହାତରେ ମୋଟ୍ ବ୍ୟୟ ଉପରେ କିଛି ବଳକା ଆୟ ରହିଲେ, ତାହା ତାଙ୍କର ବିଜ୍ଞତା ବୋଲି ବିଚାର କରାଯାଏ । ସେ ଆୟଠାରୁ ବ୍ୟୟ କମ୍ କରିବାକୁ ଚେଷ୍ଟା କରେ । ଅଧ‌ିକ ସଞ୍ଚୟ କରି ଜଣେ ବ୍ୟକ୍ତି ବିତ୍ତଶାଳୀ ହୋଇ ନିଜ ସାମାଜିକ ପଦମର୍ଯ୍ୟାଦା ବୃଦ୍ଧି କରିପାରେ । କିନ୍ତୁ ରାଷ୍ଟ୍ରବିତ୍ତରେ ବଳକା ବଜେଟ୍ ସର୍ବଦା ଶୁଭପ୍ରଦ ବୋଲି ଗୃହୀତ ହୁଏନାହିଁ ।

ଉଦାହରଣସ୍ୱରୂପ ଦେଶରେ ମାନ୍ଦାବସ୍ଥା ବିଦ୍ୟମାନ ଥିଲେ ନିଅଣ୍ଟିଆ ବଜେଟ୍ ହିଁ ବାଞ୍ଛନୀୟ । ସରକାର ମୋଟ ବ୍ୟୟର ପରିମାଣ ବର୍ଷିତ କଲେ, ଅଧ୍ଵକ କ୍ରୟକ୍ଷମତା ସୃଷ୍ଟି ହୁଏ । ମୋଟ ଚାହିଦା ବୃଦ୍ଧି ପାଏ । ଅଧ୍ୟାପକ କେନସ୍ ମତ ଦେଇଥିଲେ ଯେ ସରକାର ସର୍ବଦା ନିଅଣ୍ଟିଆ ବଜେଟ୍ କରିବା ଉଚିତ୍ । ସାଧାରଣ ପରିସ୍ଥିତିରେ ସରକାର ବଳକା ବଜେଟ୍ କରିପାରନ୍ତି ।

(୮) ରାଷ୍ଟ୍ର ଏବଂ ବ୍ୟକ୍ତିବିଶେଷ ଉଭୟ ସେମାନଙ୍କ ବ୍ୟୟରୁ ଲବ୍‌ଧ ଉପଯୋଗିତାକୁ ସର୍ବାଧ୍ଵକ କରିବାକୁ ତତ୍ପର ହୋଇଥାଆନ୍ତି । ସମସୀମାନ୍ତ ଉପଯୋଗିତା ସୂତ୍ରର ନୀତିକୁ ଅନୁସରଣ କରି ପରିତୃପ୍ତିକୁ ସର୍ବାଧ୍ଵ କରାଯାଇପାରେ । ଜଣେ ବ୍ୟକ୍ତି ତାହାର ବ୍ୟୟକୁ ଏପରି ଭାବରେ ବିନ୍ୟାସ କରେ, ତଦ୍ବାରା ସେ ପ୍ରତ୍ୟେକ ପ୍ରକାର ବ୍ୟୟରୁ ସମାନ ଉପଯୋଗିତା ଲାଭ କରିଥାଏ । ଅର୍ଥାତ୍ ବ୍ୟକ୍ତି ପକ୍ଷରେ ସମସୀମାନ୍ତ ଉପଯୋଗିତା ସୂତ୍ରକୁ ଯଥାଯଥ ଭାବରେ ପାଳନ କରିବା ସମ୍ଭବପର ହୋଇଥାଏ ।

ସରକାର ମଧ୍ୟ ଏହି ନିୟମ ଅନୁସାରେ ଚଳୁଥିଲେ ସୁଦ୍ଧା, ସର୍ବଦା ଏହାକୁ ଯଥାଯଥ ଭାବରେ ମାନିବା ସମ୍ଭବ ହୁଏ ନାହିଁ । କାରଣ ସରକାର ଅନେକ ସମୟକ ହୁଏନାହିଁ । କାରଣ ସରକାର ଅନେକ ସମୟରେ ଅଣ-ଅର୍ଥନୈତିକ କାରଣ ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ବିଭିନ୍ନ ରାଜନୈତିକ ଓ ଅର୍ଥନୈତିକ ଗୋଷ୍ଠୀର ଅଯୌକ୍ତିକ ଚାହିଦା ଆଗରେ ସରକାର ରେଲେଇଲେ ନୀରି ସ୍ଵୀକାର କରିବାକୁ ବାଧ୍ୟ ହୁଅନ୍ତି ।

(୯) ବ୍ୟକ୍ତିବିଶେଷ ଆୟ ସଂଗ୍ରହ ନିମନ୍ତେ କାହାକୁ ବାଧ୍ୟ କରିପାରନ୍ତି ନାହିଁ । କିନ୍ତୁ ସରକାରଙ୍କର ବଳପ୍ରୟୋଗର କ୍ଷମତା ରହିଛି । ସରକାର କାହାରି ଉପରେ କରଧାର୍ଯ୍ୟ କଲେ, ସେ କର ଦେବାକୁ ଅସ୍ବୀକାର କରିପାରିବେ ନାହିଁ ।

CHSE Odisha Class 12 Economics Chapter 16 Long Answer Questions in Odia Medium

(୧୦) ବ୍ୟକ୍ତିବିଶେଷଙ୍କ ପକ୍ଷରେ ଦେବାଳିଆ ହୋଇଯିବା ସମ୍ଭବ । ତାଙ୍କର ମୋଟ ଦେୟର ପରିମାଣ ଯଦି ମୋଟ ପରିସମ୍ପତ୍ତି ଠାରୁ ବଳିଯାଏ; ତେବେ ତାଙ୍କୁ ଦେବାଳିଆ ଘୋଷଣା କରାଯାଏ; କିନ୍ତୁ କୌଣସି ରାଷ୍ଟ୍ରର ପରିସମ୍ପତ୍ତିକୁ ଏତେ ସହଜରେ ନିର୍ଦ୍ଧାରିତ କରିହୁଏ ନାହିଁ । କୌଣସି ରାଷ୍ଟ୍ରର ମୋଟ ପରିସମ୍ପତ୍ତିର ପରିମାଣ ତାହାର ନାଗରିକମାନଙ୍କର ମୋଟ ପରିସମ୍ପତ୍ତି ସହିତ ସମାନ । ତେଣୁ ସାଧାରଣ ଅର୍ଥରେ କୌଣସି ରାଷ୍ଟ୍ରର ଦେବାଳିଆ ହେବା ସମ୍ଭବ ନୁହେଁ ।

(୧୧) ବ୍ୟକ୍ତିବିଶେଷଙ୍କ ପକ୍ଷରେ ଭବିଷ୍ୟତ ଅପେକ୍ଷା ବତ୍ତର୍ମାନ ଅଧିକ ଗୁରୁତ୍ଵପୂର୍ଣ୍ଣ । ଭବିଷ୍ୟତକୁ ସେମାନେ ଅବହେଳା କରିଥାଆନ୍ତି । ସେମାନେ ତେଣୁ ସତ୍ତ୍ବର ଲାଭ ପାଇବାକୁ ତତ୍ପର । ସେମାନଙ୍କ ନିକଟରେ ଭବିଷ୍ୟତର ଆୟ ଅପେକ୍ଷା ବର୍ତ୍ତମାନର ଆୟ ଅଧୁକ କାମ୍ୟ । କିନ୍ତୁ ରାଷ୍ଟ୍ରର କଥା ଅଲଗା । ରାଷ୍ଟ୍ର ଏକ ଚିରସ୍ଥାୟୀ ଅନୁଷ୍ଠାନ । ତେଣୁ ରାଷ୍ଟ୍ରର ଉଭୟ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ପ୍ରତି ସମାନ ଦାୟିତ୍ଵ ରହିଥାଏ । ତେଣୁ ଅନେକ ସମୟରେ ସରକାର କେବଳ ବର୍ତ୍ତମାନ ପାଇଁ ବ୍ୟୟ ନିର୍ବାହ ନ ଭାର ନ୍ୟସ୍ତ ହୁଏ ସତ, କିନ୍ତୁ ଭବିଷ୍ୟତରେ ତାହାର ସୁଫଳ ମିଳେ ।

2. ରାଷ୍ଟ୍ରୀୟ ଆୟର ବିଭିନ୍ନ ଉତ୍ସଗୁଡ଼ିକ ବର୍ଣ୍ଣନା କର ।
Answer:
ରାଷ୍ଟ୍ରୀୟ ଆୟ ବା ରାଜସ୍ବ ରାଷ୍ଟ୍ରବିତ୍ତର ଏକ ପ୍ରଧାନ ଅଂଶ । ସମୂହ କଲ୍ୟାଣ ଉଦ୍ଦେଶ୍ୟରେ ରାଷ୍ଟ୍ର ବିପୁଳ ପରିମାଣର ସମ୍ବଳ ବା ରାଜସ୍ବ ଦରକାର କରିଥାଏ । ସାଧାରଣଭାବେ ବର୍ଣ୍ଣନା କଲେ ସରକାର ନିଜର ଆର୍ଥିକ ଆବଶ୍ୟକତାର ପରିପୂରଣ ନିମନ୍ତେ ସମସ୍ତ ସୂତ୍ରରୁ ସଂଗୃହୀତ ଅର୍ଥକୁ ରାଷ୍ଟ୍ରୀୟ ଆୟର ଆଖ୍ୟା ଦିଆଯାଇଥାଏ । ବ୍ୟାପକ ଅର୍ଥରେ ସରକାରୀ ଋଣ, ଅଧିକ ନୋଟ୍ ପ୍ରଚଳନ, ସରକାରୀ ଉଦ୍ୟୋଗରୁ ମିଳୁଥିବା ଲାଭାଂଶ ଇତ୍ୟାଦି ରାଷ୍ଟ୍ରୀୟ ଆୟପ୍ରାପ୍ତିର ଅନ୍ତର୍ଭୁକ୍ତ । କିନ୍ତୁ ରାଷ୍ଟ୍ରୀୟ ରାଜସ୍ଵ ଏକ ସୀମିତ ଧାରଣ କାରଣ କେତେକ ବିଧ‌ିବଦ୍ଧ ସୂତ୍ରରୁ ମିଳୁଥିବା ଆୟ ହିଁ ରାଷ୍ଟ୍ରୀୟ ରାଜସ୍ବର ଅନ୍ତର୍ଭୁକ୍ତ ।

ସରକାରୀ ରାଜସ୍ବକୁ ସାଧାରଣଭାବେ ନିମ୍ନଲିଖ ଶ୍ରେଣୀରେ ବିଭକ୍ତ କରାଯାଇଥାଏ ।
(1) କର (Tax) – କର ହେଉଛି ସରକାରୀ ରାଜସ୍ବର ଏକ ସର୍ବବୃହତ୍ ଅଂଶ । ‘ଜଣେ ବ୍ୟକ୍ତି ବା ବ୍ୟକ୍ତସମୂହ ସରକାରଙ୍କ ସେବା ନିମନ୍ତେ ନିଜ ସମ୍ପରିରୁ ଯେଉଁ ବାଧ୍ୟତାମୂଳକ ଦେୟ ପ୍ରଦାନ କରନ୍ତି, ତାହାକୁ କର କୁହାଯାଏ ।’’ ଅନ୍ୟ ଅର୍ଥରେ, ‘କୌଣସି ବିଶେଷ ସୁବିଧା ସହ ସମ୍ପର୍କ ନ ଥାଇ ସର୍ବସାଧାରଣ ସ୍ଵାର୍ଥ ଦୃଷ୍ଟିରୁ ବ୍ୟୟ ନିର୍ବାହ ନିମନ୍ତେ ବ୍ୟକ୍ତିବିଶେଷ ସରକାରଙ୍କୁ ଯେଉଁ ବାଧ୍ୟତାମୂଳକ ଦେୟ ଦିଅନ୍ତି, ତାହାକୁ ‘କର’ କୁହାଯାଏ ।’’

କର ଏକ ବାଧ୍ୟତାମୂଳକ ଦେୟ ହୋଇଥିବାରୁ କରଦାତାଙ୍କର ଏହା ଏକ ଆଇନଗତ କର୍ତ୍ତବ୍ୟ ବୋଲି ବିଚାର କରାଯାଏ । ଏହାକୁ ପ୍ରତ୍ୟାଖ୍ୟାନ କଲେ ଆଇନ ଦୃଷ୍ଟିରେ ଏହା ଅପରାଧ ବୋଲି ବିବେଚିତ ହୋଇଥାଏ । କରରୁ ସଂଗୃହୀତ ଅର୍ଥ ସାମୂହିକ କଲ୍ୟାଣ ଉଦ୍ଦେଶ୍ୟରେ ବ୍ୟୟ କରାଯାଇଥାଏ । କର ପ୍ରଦାନ ବ୍ୟକ୍ତିମାନଙ୍କର ଏକ ନିଜସ୍ବ ଦାୟିତ୍ଵ ।

(2) ପ୍ରଶାସନିକ ରାଜସ୍ଵ (Administrative Revenue) – ପି, ଲାଇସେନ୍ସ ଫି, ଜୋରିମାନା, ବାଜ୍ୟାପ୍ତି, ବିଶେଷ ନିର୍ଦ୍ଧାରଣ (Special Assessment) ଆଦିକୁ ପ୍ରଶାସନିକ ରାଜସ୍ୱ କୁହାଯାଏ ।
(a) ଫିଜ୍ (Fees) – ସର୍ବସାଧାରଣ ସ୍ଵାର୍ଥ ନିହିତ ଥିବା ଏକ ନିର୍ଦ୍ଦିଷ୍ଟ ସେବା ନିମନ୍ତେ ଦିଆଯାଉଥିବା ବାଧ୍ୟତାମୂଳକ ଦେୟକୁ ଫିଜ୍ କୁହାଯାଏ । ଫିଦାତାଙ୍କୁ ଫିଜର ପ୍ରତିବଦଳରେ ପ୍ରତ୍ୟକ୍ଷ ସୁବିଧା, ପ୍ରାପ୍ତି ହୋଇଥାଏ । ଉଦାହରଣ ସ୍ଵରୂପ, କଲେଜ ଫି, କଲେଜରେ ପଢୁଥିବା ଛାତ୍ରଙ୍କ ନିମନ୍ତେ ଏକ ବାଧ୍ୟତାମୂଳକ ଦେୟ ଅଟେ ।

(b) ଲାଇସେନ୍ସ ଫିଜ୍ (Licence Fees) – ସରକାର ନିଜେ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦନ ନ କରି ଫିଦାତାଙ୍କୁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ନିମନ୍ତେ ଅନୁମତି ବା ବିଶେଷ ସୁବିଧା ପ୍ରଦାନ କରିଥା’ନ୍ତି; ଯଥା – ଏକ ମୋଟରଚାଳକ ଗାଡ଼ି ଚଳାଇବା ପାଇଁ ଲାଇସେନ୍ସ ଫି ପ୍ରଦାନ କରି ସରକାରଙ୍କଠାରୁ ବିଶେଷ ଅନୁମତି ପ୍ରାପ୍ତ ହୋଇଥା’ନ୍ତି । କେତେକ ଧରଣର କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ଏହି ଫି’ର ପ୍ରଧାନ ଉଦ୍ଦେଶ୍ୟ । ମାଦକ ଦ୍ରବ୍ୟର ବିକ୍ରୟ ନିମନ୍ତେ ଲାଇସେନ୍ସ ପ୍ରଚଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ସେସବୁ ଦ୍ରବ୍ୟର କ୍ରୟ ବିକ୍ରୟ ଉପରେ ଯଥେଷ୍ଟ ନିୟନ୍ତ୍ରଣ ଜାରି କରିବା ।

(c) ଜୋରିମାନା (Penalty) କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଆଇନର ବିରୁଦ୍ଧାଚରଣ କଲେ ତାହାର ଶାସ୍ତି ସ୍ବରୂପ କର୍ତ୍ତୃପକ୍ଷଙ୍କଦ୍ୱାରା ଅର୍ଥଦଣ୍ଡରେ ଦଣ୍ଡିତ ହୋଇଥା’ନ୍ତି । ଏହା ଜୋରିମାନା ନାମରେ ପରିଚିତ । ଏହାଦ୍ୱାରା ସରକାର କିଛି ରାଜସ୍ୱ ସଂଗ୍ରହ କରିଥା’ନ୍ତି ।

(d) ବାଜ୍ୟାପ୍ତି (Forleitures) – କେତେକ କ୍ଷେତ୍ରରେ ଚୁକ୍ତିଭଙ୍ଗ ଯୋଗୁଁ ବା ଦାୟିତ୍ୱ ପାଳନରେ ଅକ୍ଷମତା ଯୋଗୁଁ ଅର୍ଥଦଣ୍ଡ ଭାବରେ ବାଜ୍ୟାପ୍ତି କାର୍ଯ୍ୟ କରେ । ଏହା ରାଜସ୍ୱ ସଂଗ୍ରହର ଏକ ନଗଣ୍ୟ ଉତ୍ସ ।

(e) ବିଶେଷ ନିର୍ଦ୍ଧାରଣ (Special Assessment) – ସରକାରଙ୍କ ରାସ୍ତାଘାଟ ନିର୍ମାଣ, ନଦୀବନ୍ଧ ନିର୍ମାଣ ପରି କେତେକ ସ୍ଥାନୀୟ ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ଉପକୃତ ହେଉଥିବା ସ୍ଥାନୀୟ ଅଧିବାସୀଙ୍କଠାରୁ ଏକ ସମୁନ୍ନତ କର ଆଦାୟ କରିଥା’ନ୍ତି ଯାହାକୁ ବିଶେଷ ନିର୍ଦ୍ଧାରଣ କୁହାଯାଏ । ଏହି ରାଜସ୍ବ ସାଧାରଣଭାବେ ସରକାରୀ କାର୍ଯ୍ୟକ୍ରମରୁ ଲାଭବାନ୍ ହେଉଥିବା ବ୍ୟକ୍ତିମାନଙ୍କଠାରୁ ସଂଗୃହୀତ ହୋଇଥାଏ ।

(3) ବାଣିଜ୍ୟିକ ରାଜସ୍ୱ (Commercial Revenue) – ବାଣିଜ୍ୟିକ ରାଜସ୍ଵ ଦୁଇଟି ଉତ୍ସରୁ ସୃଷ୍ଟି ହୋଇଥାଏ; ଯଥା – ସରକାରୀ ସମ୍ପତ୍ତି କିମ୍ବା ସରକାରୀ ଉଦ୍ୟୋଗ ।
(a) ସରକାରୀ ସମ୍ପରି ରାଜସ୍ବ – ପ୍ରତ୍ୟେକ ଦେଶରେ ଭୂମି, ଖଣି, ଜଙ୍ଗଲ ପରି କେତେକ ସମ୍ପରି ସରକାରଙ୍କ ଅଧିକାରଭୁକ୍ତ ହୋଇଥାଏ । ଏସବୁ ସମ୍ପତ୍ତି ବିକ୍ରୟ କରି କିମ୍ବା ଲିଜ୍ ପ୍ରଦାନ କରି ସରକାର ରାଜସ୍ୱ ଆହରଣ କରିଥା’ନ୍ତି ।

(b) ସରକାରୀ ଉଦ୍ୟୋଗ ରାଜସ୍ଵ – ଆଧୁନିକ ମିଶ୍ରିତ ଅର୍ଥନୀତିରେ ସରକାର ବିଭିନ୍ନ ଦ୍ରବ୍ୟ ସାମଗ୍ରୀ ଓ ସେବାର ଉତ୍ପାଦନ ଓ ବିକ୍ରୟ କରିଥା’ନ୍ତି । ଏହା ସରକାରୀ ଉଦ୍ୟୋଗଲବ୍‌ଧ ଆୟ ଭାବରେ ବିବେଚିତ ହୋଇଥାଏ । ରେଳବାଇ, ଡାକ ବ୍ୟବସ୍ଥା, ରାଷ୍ଟ୍ରୀୟ ପରିବହନ ଓ ଅନ୍ୟାନ୍ୟ ଶିକ୍ଷୋଦ୍ୟୋଗ ପ୍ରଭୃତିରୁ ଲାଭକୁ ସରକାରୀ ରାଜସ୍ବର ଅନ୍ତର୍ଭୁକ୍ତ କରାଯାଇଥାଏ ।

(4) ଦାନ ଏବଂ ଅନୁଦାନ (Gifts & Grants) – ବ୍ୟକ୍ତିବିଶେଷ, ଘରୋଇ ସଂସ୍ଥା କିମ୍ବା ଅନୁଷ୍ଠାନମାନଙ୍କ ନିକଟରୁ ଦାନ ମିଳିଥାଏ ଯାହା ସମ୍ପୂର୍ଣ ସ୍ବେଚ୍ଛାକୃତ ଅଟେ । ବାତ୍ୟା, ବନ୍ୟା, ମରୁଡ଼ି ପ୍ରପୀଡ଼ିତଙ୍କୁ ସହାୟତା ପ୍ରଦାନ ପ୍ରଭୃତି ନିର୍ଦ୍ଦିଷ୍ଟ କାରଣ ନିମନ୍ତେ ଏହି ଦାନ ମିଳିଥାଏ । ସେହିପରି ଜାତୀୟ ପ୍ରତିରକ୍ଷା ପାଣ୍ଠି, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ମଧ୍ଯ ଦାନ ମିଳିଥାଏ । ଏହା ସରକାରୀ ରାଜସ୍ବର ଅନ୍ତର୍ଭୁକ୍ତ ।

କୌଣସି ସରକାର ଅନ୍ୟ ଏକ ସରକାରଙ୍କୁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ଦେଇଥିବା ଆର୍ଥିକ ସହାୟତାକୁ ଅନୁଦାନ କୁହାଯାଏ । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କେତେକ କ୍ଷେତ୍ରରେ ଅନୁଦାନ ପ୍ରଦାନ କରିଥା’ନ୍ତି । ସେହିପରି ବିଦେଶୀ ରାଷ୍ଟ୍ର ବା ସଂସ୍ଥା ଅନୁଦାନ ପ୍ରଦାନ କରିଥା’ନ୍ତି ଯାହା ସରକାରୀ ରାଜସ୍ବର ଅଂଶବିଶେଷ ହୋଇଥାଏ ।

ଉପରୋକ୍ତ ଆଲୋଚନାରୁ ପ୍ରତୀୟମାନ ହୁଏ ଯେ, ସରକାରୀ ରାଜସ୍ବର ଶ୍ରେଣୀ ପ୍ରକରଣ କଠୋର ନୁହେଁ, ବରଂ ବିଭିନ୍ନ ରାଜସ୍ବ ମଧ୍ୟରେ ଥିବା ପାର୍ଥକ୍ୟ ଅତ୍ୟନ୍ତ କ୍ଷୀଣ ।

CHSE Odisha Class 12 Economics Chapter 16 Long Answer Questions in Odia Medium

3. ପ୍ରତ୍ୟକ୍ଷ କର କାହାକୁ କୁହାଯାଏ ? ପ୍ରତ୍ୟକ୍ଷ କରର ସୁବିଧା ଓ ଅସୁବିଧାଗୁଡ଼ିକ ସଂକ୍ଷେପରେ ବର୍ଣ୍ଣନା କର ।
Answer:
କୌଣସି କରର ସଂଘାତ (ପ୍ରାରମ୍ଭିକ ବୋଝ) ଓ ଆପାତ ( ଅନ୍ତିମ ବୋଝ) ଯେତେବେଳେ ଜଣେ ବ୍ୟକ୍ତିଙ୍କ ଉପରେ ପଡ଼େ, ସେତେବେଳେ ସେହି କରକୁ ପ୍ରତ୍ୟକ୍ଷ କର କୁହାଯାଏ । ପ୍ରକାରାନ୍ତରେ କହିଲେ, ଯେଉଁ କରର ବୋଝକୁ ହସ୍ତାନ୍ତର କରାଯାଇପାରେ ନାହିଁ, ତାହାକୁ ପ୍ରତ୍ୟକ୍ଷ କର କୁହାଯାଏ । ଅଧ୍ୟାପକ ଡାଲ୍‌ଟନ୍‌ ଏହି ପ୍ରକାର ଶ୍ରେଣୀବିଭାଜନକୁ ସମର୍ଥନ କରନ୍ତି ନାହିଁ । ତାଙ୍କ ମତରେ, ବ୍ୟକ୍ତିଗତ ସେବା ବ୍ୟତୀତ ଅନ୍ୟ ଯେଉଁସବୁ ଦ୍ରବ୍ୟ ଓ ସେବା କ୍ରୟବିକ୍ରୟ ଉପରେ କରଧାର୍ଯ୍ୟ କରାଯାଏ ତାହାକୁ ପରୋକ୍ଷ କର ଏବଂ ଅନ୍ୟ ସମସ୍ତ କରକୁ ପ୍ରତ୍ୟକ୍ଷ କର କୁହାଯାଏ ।

ପ୍ରତ୍ୟକ୍ଷ କରର ନିମ୍ନଲିଖ୍ ସୁବିଧାମାନ ପରିଲକ୍ଷିତ ହୁଏ :
(a) ନ୍ୟାୟୋଚିତ – ପ୍ରତ୍ୟକ୍ଷ କର ଧାର୍ଯ୍ୟ କଲାବେଳେ ବ୍ୟକ୍ତିବିଶେଷଙ୍କ ଆୟ ଓ ସଞ୍ଚୟକୁ ବିଚାର କରାଯାଇ କରଧାର୍ଯ୍ୟ କରାଯାଉଥିବାରୁ ଏହି କର ନ୍ୟାୟୋଚିତ ବିବେଚିତ ହୁଏ । ଏହାଫଳରେ ଧନୀଲୋକମାନଙ୍କ ଉପରେ ଅଧିକ ହାରରେ କର ଧାର୍ଯ୍ୟ କରାଯାଇପାରେ ଅଥବା କରମୁକ୍ତ କରାଯାଇପାରେ । ମୋଟ ଉପରେ କରଦାତାଙ୍କ ସାମର୍ଥ୍ୟ ଅନୁଯାୟୀ ଏହି କର ଧାର୍ଯ୍ୟ କରାଯାଉଥିବାରୁ ଏହାକୁ ନ୍ୟାୟୋଚିତ ବିବେଚନା କରାଯାଏ ।

(b) ନିଶ୍ଚିତତା – କର କର୍ତ୍ତୃପକ୍ଷ ଓ କରଦାତା ଉଭୟ କର ବିଷୟରେ ନିଶ୍ଚିତଭାବରେ ଜାଣିଥା’ନ୍ତି । ଅର୍ଥାତ୍ କେତେ କର ଦେବାକୁ ହେବ ତାହା କରଦାତାମାନଙ୍କୁ ଜଣାଥାଏ । ସେହିପରି ପ୍ରତ୍ୟକ୍ଷ କରସୂତ୍ରରୁ କେତେ ରାଜସ୍ୱ ଆଦାୟ ହେବ ତାହା ସରକାର ଜାଣିଥା’ନ୍ତି । ତେଣୁ କର ଦେୟ ଓ ଆଦାୟରେ ନିଶ୍ଚିତତା ପ୍ରତ୍ୟକ୍ଷ କରର ଏକ ପ୍ରଧାନ ସୁବିଧା ।

(c) ମିତବ୍ୟୟିତା – ପ୍ରତ୍ୟକ୍ଷ କର ଆଦାୟ କରିବାରେ ମିତବ୍ୟୟିତା ଆଚରଣ କରାଯାଇପାରେ । ଏହି ପ୍ରକାର କରକୁ ଆୟର ଉତ୍ପତ୍ତିସ୍ଥଳରୁ ଆଦାୟ କରାଯାଉଥିବାରୁ ଏଥୁ ନିମନ୍ତେ ପ୍ରଶାସନିକ ଖର୍ଚ୍ଚ ସ୍ଵଳ୍ପ ହୋଇଥାଏ ।

(d) ସ୍ଥିତିସ୍ଥାପକ – ପ୍ରତ୍ୟକ୍ଷ କର ସାହାଯ୍ୟରେ ସରକାରଙ୍କ ପକ୍ଷରେ ସହଜରେ ଅଧ୍ବକ ସମ୍ବଳ ସଂଗ୍ରହ କରିବା ସମ୍ଭବପର ହେଉଥିବାରୁ ଏହି କରକୁ ସ୍ଥିତିସ୍ଥାପକ ବୋଲି ବିଚାର କରାଯାଏ । ଉଦାହରଣସ୍ୱରୂପ, ଆୟ କର ବା ମୃତ୍ୟୁ କର ହାର ହ୍ରାସବୃଦ୍ଧି ହୁଏ । କର ହାର ବୃଦ୍ଧି ହେବା ଭୟରେ କେହି ଅଧୁକ ଆୟ କରିବାକୁ ସଙ୍କୁଚିତ ହୁଅନ୍ତି ନାହିଁ ।

(e) ନାଗରିକ ଚେତନାର ବିକାଶ – ପ୍ରତ୍ୟକ୍ଷ କର ନାଗରିକ ଚେତନାର ବିକାଶ ଘଟାଏ । କରଦାତା କରବୋଝ ପ୍ରତ୍ୟକ୍ଷଭାବରେ ବହନ କରୁଥିବାରୁ ସରକାରଙ୍କ ରାଜସ୍ୱ କିପରି ଭାବରେ ଓ କେଉଁ ଉଦ୍ଦେଶ୍ୟରେ ବ୍ୟୟିତ ହେଉଛି ସେଥ୍ୟପ୍ରତି ସଜାଗ ଦୃଷ୍ଟି ରଖୁ’ନ୍ତି ।

ଅସୁବିଧା – ପ୍ରତ୍ୟକ୍ଷ କରର ନିମ୍ନଲିଖତ ଅସୁବିଧାମାନ ଦୃଷ୍ଟିଗୋଚର ହୁଏ ।
(1) ଅସୁବିଧାଜନକ – ପ୍ରତ୍ୟକ୍ଷ କର ମୋଟା ଆକାରରେ ଦେବାକୁ ହୋଇଥାଏ । ଏକକାଳୀନ ବହୁପରିମାଣରେ କର ଦେବାକୁ ହେଉଥିବାରୁ କରଦାତାଙ୍କୁ ଏହି କର ସୁବିଧାଜନକ ମନେହୁଏ ନାହିଁ । ପୁନଶ୍ଚ କରଦାତାଙ୍କୁ କର ସମ୍ବନ୍ଧୀୟ ନିୟମ ବିଷୟରେ ଅବଗତ ହେବାକୁ ପଡ଼ିଥାଏ ଏବଂ ତଦନୁଯାୟୀ ଆୟର ବିବରଣୀ ସରକାରଙ୍କୁ ଦାଖଲ କରିବାକୁ ହୁଏ । ଏହା ମଧ୍ୟ କରଦାତାଙ୍କୁ କେତେକ ଅସୁବିଧାର ସମ୍ମୁଖୀନ କରାଇଥାଏ ।

(2) ସାଧୁତା ଉପରେ ଏକ କର – ଯେଉଁମାନେ ସରକାରଙ୍କୁ ଆୟ ସମ୍ବନ୍ଧୀୟ ଭୁଲ୍ ତଥ୍ୟ ଦେଇ କର ଫାଙ୍କିଦେବାକୁ ସମର୍ଥ ହୁଅନ୍ତି, ସେମାନେ କରବୋଝରୁ ନିସ୍ତାର ପାଆନ୍ତି । ମାତ୍ର ଯେଉଁମାନେ ଆୟର ସଠିକ୍ ବିବରଣୀ ସରକାରଙ୍କୁ ଦିଅନ୍ତି ଏବଂ କର ଦେବାରେ ସାଧୁତା ଆଚରଣ କରନ୍ତି ସେମାନଙ୍କୁ କରବୋଝ ବହନ କରିବାକୁ ହୁଏ । ଏହି କାରଣରୁ ସମାଲୋଚକମାନେ କରନ୍ତି, ତାହା ମନମୁଖୀ ହୋଇଥାଏ ।

(4) ପ୍ରୋତ୍ସାହନ ଅଭାବ – ଉଚ୍ଚ ହାରରେ ପ୍ରତ୍ୟକ୍ଷ କର ଆରୋପିତ ହେଉଥିବାରୁ ଲୋକମାନଙ୍କର ସଞ୍ଚୟ ଓ ବିନିଯୋଗ ଶକ୍ତି ହ୍ରାସପ୍ରାପ୍ତ ହୁଏ । ଫଳତଃ ଦେଶରେ ପୁଞ୍ଜି ଗଠନ ବାଧାପ୍ରାପ୍ତ ହୁଏ ଓ ଉତ୍ପାଦନ ହ୍ରାସ ପାଏ ।

(5) ଲୋକପ୍ରିୟତାର ଅଭାବ – ପ୍ରତ୍ୟକ୍ଷ କର କରଦାତାମାନଙ୍କ ମଧ୍ୟରେ ଆଦୃତ ହୁଏ ନାହିଁ । କାରଣ ସରକାର ବର୍ଦ୍ଧିଷ୍ଣୁ ଆବଶ୍ୟକତାକୁ ମେଣ୍ଟାଇବାପାଇଁ କର ହାର ବାରମ୍ବାର ପରିବର୍ତ୍ତନ କରିଥା’ନ୍ତି । ପ୍ରତିଥର କର ହାର ବୃଦ୍ଧି ପାଉଥିବାରୁ କରଦାତାଙ୍କ ତରଫରୁ ପ୍ରତିବାଦ ପ୍ରକାଶ ପାଏ । ତେଣୁ ପ୍ରତ୍ୟକ୍ଷ କର ଲୋକପ୍ରିୟ ହୋଇପାରେ ନାହିଁ ।

(6) ପାତରଅନ୍ତର ବିଚାର – ଆୟ ଓ ସମ୍ପଦ ଉପରେ କରଧାର୍ଯ୍ୟ କଲାବେଳେ ସରକାର କେତେକଙ୍କୁ କର ପରିସରଭୁକ୍ତ କଲାବେଳେ ଅନ୍ୟ କେତେକଙ୍କୁ କରମୁକ୍ତ କରିଥା’ନ୍ତି । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତେ ସମାନ ସୁବିଧା ଓ ସୁଯୋଗର ଅଧିକାରୀ ହୋଇଥିବାରୁ ସମସ୍ତଙ୍କର କିଛି ନା କିଛି ତ୍ୟାଗ ସ୍ବୀକାର କରିବା ଉଚିତ ।

4. ପ୍ରତ୍ୟକ୍ଷ କର ଓ ପରୋକ୍ଷ କର ପରସ୍ପର ପ୍ରତିଯୋଗୀ ନୁହଁନ୍ତି, ସହଯୋଗୀ – ଆଲୋଚନା କର ।
Answer:
ପରୋକ୍ଷ କର ଓ ପ୍ରତ୍ୟକ୍ଷ କର ପରସ୍ପର ପ୍ରତିଯୋଗୀ ନୁହଁନ୍ତି । କର ବ୍ୟବସ୍ଥାରେ ସେମାନେ ପରସ୍ପରକୁ ସହାୟତା କରିଥା’ନ୍ତି । ପରୋକ୍ଷ କରର ସୁବିଧା ଓ ଅସୁବିଧା ସମୂହ ଆଲୋଚନା କଲେ ଏହି ଉକ୍ତିର ସତ୍ୟତା ପ୍ରତିପାଦନ ହୁଏ ।
(1) ସୁବିଧାଜନକ – ପରୋକ୍ଷ କର ସାଧାରଣତଃ ଦ୍ରବ୍ୟ ଓ ସାମଗ୍ରୀ ଉପରେ ଧାର୍ଯ୍ୟ କରାଯାଇଥାଏ । ବିକ୍ରେତା କରକୁ ଦ୍ରବ୍ୟର ଦାମ୍ରେ ଅନ୍ତର୍ଭୁକ୍ତ କରି ଦ୍ରବ୍ୟକୁ ବର୍ଦ୍ଧିତ ଦାମରେ ବିକ୍ରୟ କରିଥା’ନ୍ତି । କ୍ରେତାମାନେ ଦ୍ରବ୍ୟ କ୍ରୟ କଲାବେଳେ ବର୍ଣ୍ଣିତ ଦାମ୍ ଦେଇ କ୍ରୟ କରୁଥିବାରୁ ସେମାନେ କର ବୋଝ ବହନ କରୁଥିବା ଅନୁଭବ କରନ୍ତି ନାହିଁ; କିନ୍ତୁ ପ୍ରତ୍ୟକ୍ଷ କର ଦେବାରେ କରଦାତା କରର ବୋଝ ବିଷୟରେ ସଚେତନ ଥାଆନ୍ତି ।

(2) ପ୍ରଶସ୍ତ ଭିତ୍ତି – ପରୋକ୍ଷ କରର ଉତ୍ସ ବ୍ୟାପକ ଏବଂ ଭିଭି ପ୍ରଶସ୍ତ । କାରଣ ଦେଶରେ ଧନୀ, ଦରିଦ୍ର ସମସ୍ତେ ଏହି କର ପରିସରଭୁକ୍ତ ହୋଇଥା’ନ୍ତି । ଯେଉଁମାନେ ଅଧିକ ପରିମାଣରେ ଦ୍ରବ୍ୟ କ୍ରୟ କରନ୍ତି, ସେମାନଙ୍କୁ ଅଧିକ କରବୋଝ ବହନ କରିବାକୁ ହୋଇଥାଏ ଏବଂ ଯେଉଁମାନେ କମ୍ ପରିମାଣର ଦ୍ରବ୍ୟ କ୍ରୟ କରନ୍ତି, ସେମାନେ କମ୍ କର ଦେଇଥା’ନ୍ତି । ମାତ୍ର ଧନୀ, ଦରିଦ୍ର ସମସ୍ତଙ୍କୁ ଏହି କର ଦେବାକୁ ହୋଇଥାଏ ।

(3) ସ୍ଥିତିସ୍ଥାପକ – ପରୋକ୍ଷ କରରୁ ମିଳୁଥିବା ଆୟ ଅପେକ୍ଷାକୃତ ଅଧ୍ଵ ସ୍ଥିତିସ୍ଥାପକ । ସରକାର ଚାହିଁଲେ କର ପରିସର ବୃଦ୍ଧି କରି ବା କର ହାର ବୃଦ୍ଧି କରି ଅକ୍ଳେଶରେ ଅଧୂକ ସମ୍ବଳ ସଂଗ୍ରହ କରିପାରନ୍ତି । ଉଦାହରଣସ୍ୱରୂପ, ଅତ୍ୟାବଶ୍ୟକ ଦ୍ରବ୍ୟ ଉପରେ କର ବସାଇ ସରକାର ଅଧିକ ସମ୍ବଳ ସଂଗ୍ରହ କରିବାକୁ ସମର୍ଥ ହୋଇଥା’ନ୍ତି । କାରଣ ଅତ୍ୟାବଶ୍ୟକ ଦ୍ରବ୍ୟର ଚାହିଦା ଅସ୍ଥିତିସ୍ଥାପକ ହୋଇଥିବାରୁ କରଜନିତ ଦାମ୍ ବୃଦ୍ଧି ହେଲେ ସେସବୁର ଚାହିଦା ହ୍ରାସ ହୁଏ ନାହିଁ । ତେଣୁ ଅଧିକ ସମ୍ବଳ ସଂଗ୍ରହ କରିବାପାଇଁ ସରକାର ପରୋକ୍ଷ କର ଉପରେ ଭରସା କରିଥା’ନ୍ତି।

(4) କ୍ଷତିକାରକ ଦ୍ରବ୍ୟର ନିୟନ୍ତ୍ରଣ – ପରୋକ୍ଷ କର ସାହାଯ୍ୟରେ ସରକାର କ୍ଷତିକାରକ ମାଦକ ଦ୍ରବ୍ୟର ଉତ୍ପାଦନ ଓ ଉପଭୋଗକୁ ନିୟନ୍ତ୍ରଣ କରିଥା’ନ୍ତି । ମାଦକ ଦ୍ରବ୍ୟ ଉପରେ କର ହାର ବୃଦ୍ଧି ହେଲେ ତାହାର ଦାମ୍ ବୃଦ୍ଧି ହୋଇ ଚାହିଦାକୁ ହ୍ରାସ କରାଏ । ଏହି କାରଣରୁ ପରୋକ୍ଷ କରକୁ ବ୍ୟୟ ନିୟନ୍ତ୍ରଣକାରୀ କର କୁହାଯାଏ ।

CHSE Odisha Class 12 Economics Chapter 16 Long Answer Questions in Odia Medium

(5) କର ଫାଙ୍କିବା କଷ୍ଟକର – ପରୋକ୍ଷ କରକୁ ଫାଙ୍କିଦେବା ସହଜ ନୁହେଁ । ପରୋକ୍ଷ କର ଦ୍ରବ୍ୟସାମଗ୍ରୀ ଉପରେ ଆରୋପିତ ହେଉଥିବାରୁ କ୍ରେତା ଦ୍ରବ୍ୟ କ୍ରୟ କଲାବେଳେ କର ଦେବାକୁ ବାଧ୍ୟ ହୋଇଥା’ନ୍ତି । ଦ୍ରବ୍ୟ ଉପଭୋଗରୁ ଯେଉଁମାନେ ବିରତ ହୋଇପାରନ୍ତି କେବଳ ସେହିମାନେ କରରୁ ମୁକ୍ତି ପାଇଥା’ନ୍ତି । ସୁତରାଂ ପରୋକ୍ଷ କରକୁ ଫାଙ୍କିଦେବା ସହଜସାଧ୍ୟ ନୁହେଁ ।

(6) ଆୟ ବୈଷମ୍ୟ ହ୍ରାସ – ପ୍ରଗାମୀ ପରୋକ୍ଷ କରକୁ ଆୟ ବୈଷମ୍ୟ ଦୂର କରିବାପାଇଁ ଅସ୍ତ୍ରରୂପେ ବ୍ୟବହାର କରାଯାଇପାରେ । ଧନିକ ଶ୍ରେଣୀ ଉପଭୋଗ କରୁଥିବା ବିଳାସ ସାମଗ୍ରୀ ଉପରେ ଉଚ୍ଚହାରରେ କର ଆରୋପ କରି ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟକୁ କରମୁକ୍ତ କରି ସରକାର ଧନୀ ଓ ଦରିଦ୍ର ମଧ୍ୟରେ ଥିବା ଆୟର ବୈଷମ୍ୟକୁ ଦୂର କରିଥା’ନ୍ତି ।

(7) ଦେଶଜ ଶିଳ୍ପର ସୁରକ୍ଷା – ଆମଦାନି କରାଯାଉଥିବା ଦ୍ରବ୍ୟ ଉପରେ କର ଧାର୍ଯ୍ୟ କରି ସରକାର ଦେଶୀୟ ଶିଳ୍ପକୁ ଉତ୍ସାହିତ କରିପାରନ୍ତି । ଆମଦାନୀ ଶୁଳ୍‌କ ଆରୋପିତ ହେବା ଫଳରେ ବିଦେଶାଗତ ଦ୍ରବ୍ୟର ଦାମ୍ ବୃଦ୍ଧି ହୋଇ ଚାହିଦାକୁ ହ୍ରାସ କରାଏ । ଏହାଫଳରେ ଦେଶଜ ଦ୍ରବ୍ୟର ଚାହିଦା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଉତ୍ପାଦନ ଓ ନିଯୁକ୍ତି କ୍ଷେତ୍ର ସାମ୍ପ୍ରସାରିତ ହୁଏ ।

ପରୋକ୍ଷ କରର ଅସୁବିଧା:
(1) ଅନ୍ୟାୟୋଚିତ – ପରୋକ୍ଷ କର ଧନୀ ଓ ଦରିଦ୍ର ନିର୍ବିଶେଷରେ ଆରୋପିତ ହେଉଥିବାରୁ ଅପେକ୍ଷାକୃତ ସ୍ଵଚ୍ଛ ଆୟକାରୀମାନେ ଅଧିକ ଆକ୍ରାନ୍ତ ହୁଅନ୍ତି । କରର ବାସ୍ତବ ବୋଝ ଦରିଦ୍ର ଲୋକମାନଙ୍କ ଉପରେ ଅଧିକ ପରିମାଣରେ ପଡୁଥିବାରୁ ଏହି କରକୁ ଅନ୍ୟାୟୋଚିତ ବୋଲି ସମାଲୋଚକମାନେ ମତ ଦେଇଥା’ନ୍ତି ।

(2) ଆୟ ଅନିଶ୍ଚିତ – ପରୋକ୍ଷ କରରୁ ମିଳୁଥିବା ଆୟ ଅନିଶ୍ଚିତ ହୋଇଥାଏ । କାରଣ ଏହି ସୂତ୍ରରୁ ମିଳୁଥିବା ଆୟ ଦ୍ରବ୍ୟ ପାଇଁ ଚାହିଦାର ସ୍ଥିତିସ୍ଥାପକତା ଉପରେ ନିର୍ଭର କରେ । ଦ୍ରବ୍ୟ ପାଇଁ ଚାହିଦା ଯଦି ସ୍ଥିତିସ୍ଥାପକ ହୋଇଥାଏ, ତେବେ କରଜନିତ ଯେଉଁ ଦାମ୍ ବୃଦ୍ଧି ହୁଏ ତାହା ଚାହିଦାକୁ ବହୁଳାଶରେ ଅଥବା ସମ୍ପୂର୍ଣ୍ଣଭାବରେ ହ୍ରାସ କରିଥାଏ । ଚାହିଦା ହ୍ରାସ ହେଲେ ସରକାରଙ୍କ ପରୋକ୍ଷ କର ସୂତ୍ରରୁ ଆୟ ଅନିଶ୍ଚିତ ହୋଇଥାଏ ।

(3) ଅମିତବ୍ୟୟିତା – ପରୋକ୍ଷ କର ପରିସର ଅତି ବ୍ୟାପକ ହୋଇଥିବାରୁ କରି ପ୍ରଶାସନ ବ୍ୟୟବହୁଳ ହୋଇଥାଏ । କାରଣ ବହୁସଂଖ୍ୟକ କର୍ମଚାରୀଙ୍କୁ କର ଆଦାୟ କରିବା ଓ କର ଫାଙ୍କିବାରୁ ନିରୁତ୍ସାହିତ କରିବାପାଇଁ ନିଯୁକ୍ତି କରିବାକୁ ହୁଏ । ସେମାନଙ୍କ ବେତନ ଓ ଭତ୍ତା ବାବଦ ସରକାରଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ହୁଏ । ଏପରି ଘୋଡ଼ା ଛ’ଟଙ୍କାକୁ ଦାନା ନ’ଟଙ୍କା ହେଲାଭଳି ଅବସ୍ଥା ସୃଷ୍ଟି ହୁଏ ।

(4) ସାମାଜିକ ଚେତନା – ପରୋକ୍ଷ କର ନାଗରିକମାନଙ୍କ ମଧ୍ୟରେ ସାମାଜିକ ଚେତନା ଓ ସ୍ଵଦେଶବତ୍ସଳତା ସୃଷ୍ଟି କରିପାରେ ନାହିଁ । କାରଣ କର ଦ୍ରବ୍ୟର ଦାମ୍‌ରେ ଲୁକ୍‌କାୟିତ ହୋଇ ରହିଥାଏ । ଦେଶବାସୀ କରି ଦେଉଥୁବାଜନିତ ବୋଝକୁ ଅନୁଭବ କରନ୍ତି ନାହିଁ । ତେଣୁ ସେମାନଙ୍କ ମଧ୍ୟରେ ସାମାଜିକ ଚେତନା ବିକାଶଲାଭ କରିପାରେ ନାହିଁ ।

(5) ସମ୍ବଳ ବଣ୍ଟନ କ୍ଷେତ୍ରରେ କୁଫଳ – ପରୋକ୍ଷ କର ଦେଶରେ ସମ୍ବଳ ବଣ୍ଟନର ଧାରାକୁ ବିଶୃଙ୍ଖଳିତ କରିବାର ଆଶଙ୍କା ରହିଥାଏ । ସେଥ୍ପାଇଁ ଏହି କରକୁ ବିଜ୍ଞତାର ସହିତ ପରିଚାଳନା କରିବା ଆବଶ୍ୟକ ହୁଏ । ସରକାର କରଧାର୍ଯ୍ୟ କଲାବେଳେ କେଉଁ ଦ୍ରବ୍ୟ କର ପରିସରଭୁକ୍ତ ହେବା ବାଞ୍ଛନୀୟ ଓ କେଉଁ ଦ୍ରବ୍ୟ ନୁହେଁ, ତାହା ବିଚାରକୁ ନେଇ ନ ଥା’ନ୍ତି । କରଧାର୍ଯ୍ୟ ହେବା ଫଳରେ କରଭୁକ୍ତ ଦ୍ରବ୍ୟର ଦାମ୍ ବୃଦ୍ଧି ହୋଇ ଚାହିଦା ହ୍ରାସ କରାଏ ।

ଚାହିଦା ହ୍ରାସ ହେଲେ ଉତ୍ପାଦନ ହ୍ରାସ ହୁଏ । ଉତ୍ପାଦନର ଉପାଦାନସମୂହ ନିଯୁକ୍ତି କ୍ଷେତ୍ରରୁ ବିତାଡ଼ିତ ହୋଇଥା’ନ୍ତି । ଫଳରେ ବେକାର ସମସ୍ୟା ଦେଖାଦିଏ । ଉପାଦାନସମୂହ ଅବାଞ୍ଛିତ ଦିଗକୁ ପରିଚାଳିତ ହେବା ଆଶଙ୍କା ମଧ୍ୟ ସର୍ବଦା ରହିଥାଏ ।

ଏହି ଦୁଇ ପ୍ରକାରର କର ମଧ୍ୟରେ ତୁଳନାତ୍ମକ ବିଚାର କଲେ ଜଣାଯାଏ ଯେ ପ୍ରତ୍ୟକ୍ଷ କର ସପକ୍ଷରେ ଯୁକ୍ତି ଖୁବ୍ ବଳିଷ୍ଠ । କାରଣ ପ୍ରତ୍ୟକ୍ଷ କର ବିପକ୍ଷରେ ଥିବା ଯୁକ୍ତି ସଂଶୋଧନକ୍ଷମ । ସରକାର ଅବଶ୍ୟ କେତେକ ଦୃଷ୍ଟିରୁ ପ୍ରତ୍ୟକ୍ଷ କର ଉପରେ ଗୁରୁତ୍ୱ ଆରୋପ କରିଥା’ନ୍ତି । ମାତ୍ର ଏହାର ତାତ୍ପର୍ଯ୍ୟ ନୁହେଁ ଯେ କେବଳ ପ୍ରତ୍ୟକ୍ଷ କର ଜରିଆରେ ଦେଶର ସମ୍ବଳ ବୃଦ୍ଧି କରାଯାଇପାରେ । ରାଜସ୍ୱ ସଂଗ୍ରହ ବ୍ୟତୀତ ଅନ୍ୟାନ୍ୟ ଦୃଷ୍ଟିକୋଣରୁ ପରୋକ୍ଷ କର ବାଞ୍ଛନୀୟ ବିବେଚିତ ହୁଏ ।

ଉଦାହରଣସ୍ୱରୂପ, ଆମଦାନିକୁ ନିୟନ୍ତ୍ରଣ କରିବା ଓ ରପ୍ତାନିକୁ ଉତ୍ସାହିତ କରିବା, କ୍ଷତିକାରକ ଦ୍ରବ୍ୟ ଉତ୍ପାଦନ ନିୟନ୍ତ୍ରଣ କରିବା ଓ ଦେଶୀୟ ଶିଳ୍ପକୁ ସୁରକ୍ଷା ପ୍ରଦାନ କରିବା ପ୍ରଭୃତି କାରଣରୁ ଦେଶରେ ପରୋକ୍ଷ କରର ଗୁରୁତ୍ଵ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ପରୋକ୍ଷ କର ଓ ପ୍ରତ୍ୟକ୍ଷ କର – ଉଭୟର ଦେଶ ପାଇଁ ଆବଶ୍ୟକତା ରହିଛି । ଏହି ଅର୍ଥବ୍ୟବସ୍ଥାରେ ପ୍ରତ୍ୟକ୍ଷ କର, ପରୋକ୍ଷ କର ପରସ୍ପର ସହଯୋଗୀ ରୂପେ କାର୍ଯ୍ୟ କରନ୍ତି ।

5. ସରକାରୀ ବ୍ୟୟ କହିଲେ କ’ଣ ବୁଝ ? ରାଜସ୍ଵ ବ୍ୟୟ (Revenue expenditure) ଓ ପୁଞ୍ଜି ବ୍ୟୟ (Capital expenditure) ସମ୍ପର୍କରେ ଆଲୋକପାତ କର ।
Answer:
ସରକାରୀ ବ୍ୟୟ କହିଲେ ସରକାରୀ କର୍ତ୍ତୃପକ୍ଷ, ଯଥା – କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ସ୍ଥାନୀୟ ସରକାର (ପୌର ପରିଷଦ, ଗ୍ରାମପଞ୍ଚାୟତ)ଙ୍କ ଦ୍ବାରା ସାମୁହିକ ଅଭାବ ବା ଆବଶ୍ୟକତାର ପରିତୃପ୍ତି ପାଇଁ କିମ୍ବା ଅର୍ଥନୈତିକ ଏବଂ ସାମାଜିକ କଲ୍ୟାଣ ସାଧନ ପାଇଁ କରାଯାଉଥିବା ଖର୍ଜଗୁଡ଼ିକୁ ହିଁ ବୁଝାଇଥାଏ ।

ସରକାରୀ ବ୍ୟୟ ରାଷ୍ଟ୍ରବିତ୍ତର ଏକ ପ୍ରମୁଖ ଅଂଶ ଯାହା ଆଧୁନିକ ଅର୍ଥବ୍ୟବସ୍ଥାର ସାମୂହିକ ଅର୍ଥନୈତିକ ତଥା ସାମାଜିକ କଲ୍ୟାଣ ସାଧନ ନିମନ୍ତେ ଉଦ୍ଦିଷ୍ଟ । ବର୍ତ୍ତମାନ ପରିସ୍ଥିତିରେ ରାଷ୍ଟ୍ରର ଅର୍ଥନୈତିକ କ୍ରିୟା ଦୃତଗତିରେ ବୃଦ୍ଧିପାଇ ଚାଲୁଥିବାରୁ ସରକାରୀ ବ୍ୟୟର ପ୍ରାଧାନ୍ୟ ବହୁଗୁଣିତ ହୋଇଛି; ଯଥା –
(1) ରାଷ୍ଟ୍ରଦ୍ୱାରା ସମ୍ପାଦିତ ଅର୍ଥନୈତିକ କ୍ରିୟାର ଦୃତ ସମ୍ପ୍ରସାରଣ ।
(2) ସରକାରୀ ବ୍ୟୟ ଅର୍ଥନୈତିକ ପ୍ରକ୍ରିୟାଗୁଡ଼ିକ; ଯଥା – ଉତ୍ପାଦନ, ବଣ୍ଟନ ଓ ସାଧାରଣ ଅର୍ଥନୈତିକ କାର୍ଯ୍ୟକଳାପକୁ ବହୁଭାବରେ ପ୍ରଭାବିତ କରୁଅଛି । ଉପରୋକ୍ତ କାରଣରୁ ସରକାରୀ ବ୍ୟୟର ଅର୍ଥ ପ୍ରକରଣ କରାଗଲେ କୁହାଯାଇ ପାରିବ ଯେ ସରକାରଙ୍କ ପରିଚାଳନା ନିମନ୍ତେ ଓ ସାମାଜିକ କଲ୍ୟାଣର ସୁରକ୍ଷା ନିମନ୍ତେ ଯେଉଁ ବ୍ୟୟ ସଂଘଟିତ ହୁଏ ତାହାହିଁ ସରକାରୀ ବ୍ୟୟ ।

ଏହି ବ୍ୟୟ ସାଧାରଣଭାବେ ସରକାରଙ୍କଦ୍ଵାରା କରାଯାଇଥାଏ ଏବଂ ଦ୍ଵିତୀୟରେ ଏହା ସାମୂହିକ କଲ୍ୟାଣ ସାଧନ ନିମନ୍ତେ ଉଦ୍ଦିଷ୍ଟ । ବାସ୍ତବରେ ସରକାର ନିଜର ସାମାଜିକ ଓ ଅର୍ଥନୈତିକ ପରିସୀମାର ପ୍ରଶସ୍ତୀକରଣ ନିମନ୍ତେ ଏହି ସରକାରୀ ବ୍ୟୟ ଘଟାଇଥା’ନ୍ତି ।

ମୁଖ୍ୟତଃ ସରକାରୀ ବ୍ୟୟକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଥାଏ ; ଯଥା –
(a) ରାଜସ୍ବ ହିସାବ ଫର୍ଦ୍ଦରେ ବ୍ୟୟ ( ରାଜସ୍ବ ବ୍ୟୟ)
(b) ପୁଞ୍ଜି ହିସାବ ଫର୍ଦ୍ଦରେ ବ୍ୟୟ (ପୁଞ୍ଜି ବ୍ୟୟ)

(a) ରାଜସ୍ଵ ହିସାବ ଫର୍ଦ୍ଦରେ ବ୍ୟୟ ରାଜସ୍ୱ ବ୍ୟୟ (Revenue Expenditure) – ଯେଉଁ ବ୍ୟୟ ସରକାରଙ୍କଦ୍ଵାରା ସଂଗୃହୀତ ଅର୍ଥଦ୍ଵାରା ସଂଘଟିତ ହୋଇଥାଏ, ତାହାକୁ ରାଜସ୍ୱ ବ୍ୟୟ କୁହାଯାଏ । ଏହି ବ୍ୟୟ ସାଧାରଣତଃ ସରକାରଙ୍କ ଚିରାଚରିତ ରାଜସ୍ବ ଉତ୍ସରୁ ପ୍ରାପ୍ତ ଅର୍ଥରୁ ହିଁ ବହନ କରାଯାଇଥାଏ । ସରକାରଙ୍କ ବିଭିନ୍ନ ବିଭାଗ ଓ ପ୍ରାଶାସନ ତଥା ଅନ୍ୟାନ୍ୟ ସ୍ଥାୟୀ ସେବା ପ୍ରଦାନକାରୀ କ୍ଷେତ୍ରର ସ୍ଵାଭାବିକ ପରିଚାଳନା ନିମନ୍ତେ ରାଜସ୍ବ ବ୍ୟୟ କରାଯାଇଥାଏ ।

ସଂକ୍ଷେପରେ କହିବାକୁ ଗଲେ, ସରକାରଙ୍କ ଯେଉଁ ବ୍ୟୟ ପରିସମ୍ପତ୍ତି ବା ସମ୍ପଦ ସୃଷ୍ଟି କରିବାରେ ଉପଯୋଗ ହୁଏ ନାହିଁ, ତାହାକୁ ରାଜସ୍ୱ ବ୍ୟୟ କୁହାଯାଏ । ସରକାରଙ୍କର ପରିଚାଳନା ବାବଦ ବ୍ୟୟ, ବିଭିନ୍ନ ସ୍ଥାୟୀ ସେବା କ୍ଷେତ୍ର ନିମନ୍ତେ ବ୍ୟୟ, ସରକାରୀ ଋଣ ଉପରେ ସୁଧ ପ୍ରଦାନଜନିତ ବ୍ୟୟ, ରାଜ୍ୟ ସରକାରଙ୍କୁ ଅନୁଦାନ ପ୍ରଦାନଜନିତ ବ୍ୟୟ ଆଦି ଏହି ରାଜସ୍ୱ ବ୍ୟୟର ଅନ୍ତର୍ଭୁକ୍ତ । ରାଜସ୍ବ ବ୍ୟୟର ଗଠନ – ନିମ୍ନଲିଖତ ସରକାରୀ କାର୍ଯ୍ୟ ସାଧନ ନିମନ୍ତେ ଏହି ରାଜସ୍ବ ବ୍ୟୟ କରାଯାଇଥାଏ ।

(1) ସାଧାରଣ ସେବା (General Services) – ପାର୍ଲାମେଣ୍ଟ ପରିଚାଳନା, ନ୍ୟାୟପାଳିକା, ନିର୍ବାଚନ, ମୁଖ୍ୟ ହିସାବ ନିରୀକ୍ଷକଙ୍କ ପରିଚାଳନା ଓ ସରକାଙ୍କଦ୍ୱାରା ନିୟନ୍ତ୍ରିତ ଓ ପରିଚାଳିତ ଅନୁଷ୍ଠାନମାନଙ୍କ ନିମନ୍ତେ ଖର୍ଚ୍ଚ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ଅନ୍ୟ ସାଧାରଣ ସେବା ଅନ୍ତର୍ଭୁକ୍ତ ବ୍ୟୟଗୁଡ଼ିକ ହେଲା – କର ସଂଗ୍ରହଜନିତ ବ୍ୟୟ, ନୋଟ୍ ପ୍ରଚଳନଜନିତ ବ୍ୟୟ ଓ ସରକାରୀ ଋଣ ଉପରେ ସୁଧ ପ୍ରଦାନଜନିତ ବ୍ୟୟ । ଏତଦ୍‌ବ୍ୟତୀତ ପ୍ରଶାସନିକ ସେବା, ପୋଲିସ୍, ଜେଲ୍, ଯୋଗାଣ, ଜନସ୍ୱାସ୍ଥ୍ୟ ସେବା, ବୈଦେଶିକ ବ୍ୟାପାର ନିମନ୍ତେ ବ୍ୟୟ ଏହି ସାଧାରଣ ସେବାଜନିତ ବ୍ୟୟର ଅନ୍ତର୍ଭୁକ୍ତ ହୋଇଥାଏ ।

CHSE Odisha Class 12 Economics Chapter 16 Long Answer Questions in Odia Medium

(2) ପ୍ରତିରକ୍ଷା ବାବଦ ବ୍ୟୟ (Defence Expenditure) – ବାହ୍ୟଶକ୍ତିଙ୍କ ଆକ୍ରମଣରୁ ରାଷ୍ଟ୍ରକୁ ସୁରକ୍ଷା ଦେବା ନିମନ୍ତେ ପ୍ରତିରକ୍ଷା ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଜାତୀୟ ସମ୍ପତ୍ତିର ସୁରକ୍ଷା, ଦେଶ ଭିତରେ ଶୃଙ୍ଖଳା ରକ୍ଷା ପାଇଁ ପ୍ରତିରକ୍ଷା ବିଭାଗ ବାବଦ ଖର୍ଚ୍ଚ ଏକାନ୍ତ ଅପରିହାର୍ଯ୍ୟ । ଆଧୁନିକ ଯୁଦ୍ଧ ସରଞ୍ଜାମ କ୍ରୟ, ସ୍ଥଳସେନା, ଜଳସେନା ଓ ବାୟୁସେନା ବାହିନୀଙ୍କ ନିମନ୍ତେ ବିପୁଳ ବ୍ୟୟ ଏହି ଶ୍ରେଣୀଭୁକ୍ତ ହୋଇଥା’ନ୍ତି । ସେନାବାହିନୀରେ କାର୍ଯ୍ୟରତ ଯବାନମାନଙ୍କର ଦରମା, ଭତ୍ତା ବାବଦରେ ଖର୍ଚ୍ଚ ଏହି ବ୍ୟୟଭୁକ୍ତ ହୋଇଥାଏ ।

(3) ସାମାଜିକ ସେବା (Social Services) – ଏହି ବିଭାଗର ବ୍ୟୟ ସାଧାରଣଭାବେ ସଚିବାଳୟ, ଶିକ୍ଷା ଓ ସାମାଜିକ କଲ୍ୟାଣ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଶ୍ରମ ଓ ନିଯୁକ୍ତି, ଆଣବିକ ଶକ୍ତି ଆଦି ମନ୍ତ୍ରଣାଳୟ ନିମନ୍ତେ ସଂଘଟିତ ହୋଇଥାଏ ।

(4) ଅର୍ଥନୈତିକ ସେବା (Economic Services) – ଅର୍ଥନୈତିକ ପ୍ରଗତି ତଥା ଅଭିବୃଦ୍ଧି ହାରକୁ ଦୃତଗତିରେ ତ୍ୱରାନ୍ବିତ କରିବା ନିମନ୍ତେ ସରକାର ଅର୍ଥନୈତିକ ସେବାକ୍ଷେତ୍ର ନିମନ୍ତେ ବ୍ୟୟବହନ କରିଥା’ନ୍ତି । ଏଥସହ ସଂପୃକ୍ତ ବିଭାଗଗୁଡ଼ିକ ହେଲା – ବାଣିଜ୍ୟ, ପରିବହନ, ଜାହାଜ ଚଳାଚଳ, ଜଳସେଚନ, ଶକ୍ତି, ରାସାୟନିକ ସାର, ଶିଳ୍ପ, କୃଷି, ଇଲେକ୍‌ଟ୍ରୋନିକ୍‌ସ । ଏହି ବିଭାଗ ନିମନ୍ତେ ବ୍ୟୟ ଅର୍ଥନୈତିକ ସେବା ଅନ୍ତର୍ଭୁକ୍ତ ହୋଇଥାଏ ।

(5) ରାଜ୍ୟମାନଙ୍କୁ ଅନୁଦାନ (Grants-in Aid to States) – ରାଜ୍ୟମାନଙ୍କର ପ୍ରଶାସନିକ ସୁପରିଚାଳନା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଅନୁଦାନ ପ୍ରଦାନ କରିଥା’ନ୍ତି; ଯାହା ରାଜ୍ୟରେ କାର୍ଯ୍ୟରତ ସରକାରୀ ସର୍ମଚାରୀମାନଙ୍କ ବେତନ ଓ ଭତ୍ତା ନିମନ୍ତେ ବ୍ୟୟ କରାଯାଇଥାଏ ।

ଏତଦ୍‌ବ୍ୟତୀତ ସରକାରୀ ଋଣ ଉପରେ ସୁଧ ପ୍ରଦାନଜନିତ ବ୍ୟୟ ଓ କରସଂଗ୍ରହଜନିତ ବ୍ୟୟ ରାଜସ୍ବ ବ୍ୟୟର ଅନ୍ୟତମ ଉପାଂଶ ।

ପୁଞ୍ଜି ବ୍ୟୟ (Capital Expenditure) – ଯେଉଁ ବ୍ୟୟ ପୁଞ୍ଜି ସଂଗ୍ରହଜନିତ ପ୍ରାପ୍ତି (ଆୟ); ଯଥା – ଖୋଲାବଜାର ଋଣ, ରିଜର୍ଭ ବ୍ୟାଙ୍କଦ୍ୱାରା ସରକାରଙ୍କୁ ପ୍ରଦତ୍ତ ଋଣ ଏବଂ ଦେଶ ଭିତରେ ଓ ବାହାରେ ଥିବା ଅନୁଷ୍ଠାନମାନଙ୍କଦ୍ୱାରା ପ୍ରଦତ୍ତ ଋଣଦ୍ୱାରା ଭରଣା କରାଯାଇଥାଏ, ତାହାକୁ ପୁଞ୍ଜି ବ୍ୟୟ ବା ପୁଞ୍ଜି ହିସାବ ଫର୍ଦ୍ଦରେ ବ୍ୟୟ (Expenditure on Capital Account) କୁହାଯାଏ ।

ଏତଦ୍‌ବ୍ୟତୀତ ଏହି ବ୍ୟୟ ଭାର ବୈଦେଶିକ ଋଣ, ଆନ୍ତର୍ଜାତୀୟ ଅନୁଷ୍ଠାନମାନଙ୍କଦ୍ୱାରା ପ୍ରଦତ୍ତ ଋଣ ଓ ରାଜ୍ୟ ସରକାରଙ୍କଦ୍ବାରା ପରିଶୋଧ କରାଯାଇଥିବା ଋଣଦ୍ଵାରା ମଧ୍ୟ ବହନ କରାଯାଇଥାଏ । ଏହି ବ୍ୟୟ ସାଧାରଣଭାବେ ଭୂମି ଅଧ୍ଵକୃତ, କୋଠାବାଡ଼ି ନିର୍ମାଣ, ଯନ୍ତ୍ରପାତି ଓ କଳକବ୍‌ଜା କ୍ରୟ, ଅଂଶଧନରେ ବିନିଯୋଗ ଏବଂ ରାଜ୍ୟ ସରକାରଙ୍କ ଅଗ୍ରୀମ ନିମନ୍ତେ କରାଯାଇଥାଏ ।

(b) ପୁଞ୍ଜି ବ୍ୟୟର ଗଠନ :
(1) ସାଧାରଣ ସେବା (General Services) – କେନ୍ଦ୍ର ସରକାରଙ୍କଦ୍ୱାରା ପରିଚାଳିତ ମୁଦ୍ରା ପ୍ରସ୍ତୁତି, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଓ ଅନ୍ୟାନ୍ୟ ଆନ୍ତର୍ଜାତୀୟ ଅନୁଷ୍ଠାନମାନଙ୍କୁ ଚାନ୍ଦା ପ୍ରଦାନ ନିମନ୍ତେ କରାଯାଉଥିବା ବ୍ୟୟ ଏହି ସାଧାରଣ ସେବାଜନିତ ବ୍ୟୟର ଅଂଶବିଶେଷ ଅଟେ । ଅଧିକନ୍ତୁ ଏହି ବ୍ୟୟ କାର୍ଯ୍ୟାଳୟ, ପ୍ରଶାସନିକ ଗୃହ, ଜନସମ୍ପର୍କିତ କାର୍ଯ୍ୟ ନିମନ୍ତେ ମଧ୍ୟ କରାଯାଇଥାଏ ।

(2) ପ୍ରତିରକ୍ଷା ବାବଦ ଖର୍ଚ (Defence Expenditures) – କେନ୍ଦ୍ର ସରକାରଙ୍କଦ୍ଵାରା ପରିଚାଳିତ ସ୍ଥଳ, ଜଳ ଓ ଆକାଶ ବାହିନୀ ନିମନ୍ତେ ଖର୍ଜ ଏହି ଶ୍ରେଣୀଭୁକ୍ତ । ଏହାଛଡ଼ା ବିଭିନ୍ନ କାର୍ଯ୍ୟାଳୟ, ଗୋଳାବାରୁଦ କାରଖାନା, ମେସିନ୍, ଯନ୍ତ୍ରପାତି ଉଦ୍ଦେଶ୍ୟରେ ଏହି ବ୍ୟୟ ସଂଘଟିତ ହୋଇଥାଏ ।

(3) ସାମାଜିକ ସେବା (Social Services) – ମାନବ ସମ୍ବଳର ଦକ୍ଷତା ଓ ଉତ୍ପାଦନଶୀଳତାର ବୃଦ୍ଧି ନିମନ୍ତେ ସାମଜିକ ସେବା ଏକାନ୍ତ ଆବଶ୍ୟକ । ଏହା ମଧ୍ୟ ଜୀବନଧାରଣ ମାନର ଉନ୍ନତି ସାଧନ ନିମନ୍ଦେ ଉଦ୍ଦିଷ୍ଟ । ତେଣୁ ଶିକ୍ଷା, ସଂସ୍କୃତି, ସ୍ୱାସ୍ଥ୍ୟସେବା, ପରିବାର କଲ୍ୟାଣ, ଜଳଯୋଗାଣ , ପରିମଳ ବ୍ୟସସ୍ଥା, ଗୃହନିର୍ମାଣ, ନଗର ଉନ୍ନୟନ, ସାମଜିକ ନିରାପତ୍ତା, ବିଜ୍ଞାନର ବିକାଶ ଆଦି କ୍ଷେତ୍ରରେ ସରକାର ବ୍ୟୟ ବହନ କରିଥା’ନ୍ତି ।

(4) ଅର୍ଥନୈତିକ ସେବା (Economic Services) – ଏହି ବ୍ୟୟ ସାଧାରଣଭାବେ ବୈଦେଶିକ ବାଣିଜ୍ୟ, କୃଷି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସେବା; ଯଥା – କ୍ଷୁଦ୍ର ଜଳସେଚନ, ପଶୁପାଳନ, ମତ୍ସ୍ୟଚାଷ ନିମନ୍ତେ କରାଯାଇଥାଏ । ଏତଦ୍‌ଭିନ୍ନ ଶିଳ୍ପ ଓ ଖଣିଜଦ୍ରବ୍ୟର ବିକାଶ, ଡାକ ଓ ତାର ବିଭାଗ, ପରିବହନ ଓ ଯୋଗାଯୋଗ ଆଦି କ୍ଷେତ୍ରରେ ଏହି ବ୍ୟୟ କରାଯାଇଥାଏ । ଏହାବ୍ୟତୀତ ରାଜ୍ୟ ସରାକାରଙ୍କୁ କେନ୍ଦ୍ର ସରକାରଙ୍କଦ୍ଵାରା ପ୍ରଦତ୍ତ ଋଣ ମଧ୍ୟ ଏହି ବ୍ୟୟଭୁକ୍ତ ହୋଇଥାଏ ।

CHSE Odisha Class 12 Economics Chapter 16 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 16 ରାଷ୍ଟ୍ରବିତ୍ତ Short Answer Questions.

CHSE Odisha 12th Class Economics Chapter 16 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

1. ରାଷ୍ଟ୍ରବିତ୍ତ କାହାକୁ କୁହାଯାଏ ?
Answer:
ସମସ୍ତ ସରକାରୀ ସଂସ୍ଥାର ଆୟ-ବ୍ୟୟ ସମ୍ବନ୍ଧୀୟ ବିଜ୍ଞାନ ହିଁ ରାଷ୍ଟ୍ରବିତ୍ତ । ଅତଏବ ରାଷ୍ଟ୍ରୀୟ ବିତ୍ତ କହିଲେ ସରକାରୀ କର୍ତ୍ତୃପକ୍ଷଙ୍କ ସମ୍ପଦ ବିନିଯୋଗ, ଏହାର ବଣ୍ଟନ, ଆର୍ଥିକ ସ୍ଥିରତା ଏବଂ ଜନକଲ୍ୟାଣ କାର୍ଯ୍ୟକୁ ବୁଝାଏ । ଅର୍ଥାତ୍ ଏହା ସରକାରଙ୍କ ଆୟବ୍ୟୟ କାର୍ଯ୍ୟାବଳୀର ଆଲୋଚନା କରେ ।

2. ଉନ୍ନୟନ ବ୍ୟୟ କ’ଣ ?
Answer:
ଯେଉଁ ସରକାରୀ ବ୍ୟୟ ଅର୍ଥନୈତିକ ବିକାଶ ନିମନ୍ତେ ସହାୟତା ପ୍ରଦାନ କରେ, ତାହା ଉନ୍ନୟନ ବ୍ୟୟ । ଜାତୀୟ ଆୟ ବୃଦ୍ଧି ସହିତ ସାମାଜିକ ଓ ଅର୍ଥନୈତିକ ବିକାଶ ଉନ୍ନୟନ ବ୍ୟୟର ପ୍ରମୁଖ ଆଭିମୁଖ୍ୟ । କୃଷି, ଶିଳ୍ପ, ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ଇତ୍ୟାଦିର ଉନ୍ନତି ପାଇଁ ହେଉଥ‌ିବା ସରକାରୀ ବ୍ୟୟକୁ ଉନ୍ନୟନ ବ୍ୟୟ କୁହାଯାଏ ।

3. ଅଣଉନ୍ନୟନ ବ୍ୟୟ କ’ଣ ?
Answer:
ସରକାର ଏପରି କେତେକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟୟ କରିଥା’ନ୍ତି ଯେଉଁଗୁଡ଼ିକ ଅତ୍ୟାବଶ୍ୟକ ହୋଇଥିଲେ ମଧ୍ୟ ବିକାଶ କ୍ଷେତ୍ରରେ ସହାୟତା ପ୍ରଦାନ କରନ୍ତି ନାହିଁ । ଏପରି ସମସ୍ତ ସରକାରୀ ବ୍ୟୟକୁ ଅଣଉନ୍ନୟନ ବ୍ୟୟ କୁହାଯାଏ । ଆଇନ ଓ ଶୃଙ୍ଖଳା, ପ୍ରତିରକ୍ଷା, ପ୍ରଶାସନ ଇତ୍ୟାଦି ପାଇଁ ସରକାର କରୁଥିବା ବ୍ୟୟ ଅଣଉନ୍ନୟନ ବ୍ୟୟରେ ଅନ୍ତର୍ଭୁକ୍ତ ।

CHSE Odisha Class 12 Economics Chapter 16 Short Answer Questions in Odia Medium

4. ରାଜସ୍ବ ବ୍ୟୟ କ’ଣ ?
Answer:
ରାଷ୍ଟ୍ରର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ନିମନ୍ତେ କରାଯାଉଥ‌ିବା ରାଷ୍ଟ୍ରୀୟ ବ୍ୟୟକୁ ରାଜସ୍ୱ ବ୍ୟୟ କୁହାଯାଏ । କୌଣସି ପରିସମ୍ପତ୍ତି ସୃଷ୍ଟି ଏହାର ଉଦ୍ଦେଶ୍ୟ ନୁହେଁ । ବିଭିନ୍ନ ସରକାରୀ ବିଭାଗର ସାଧାରଣ କାର୍ଯ୍ୟ ସମ୍ପାଦନ ପାଇଁ ରାଜସ୍ଵ ବ୍ୟୟ କରାଯାଏ ।

5. ପୁଞ୍ଜି ବ୍ୟୟ କ’ଣ ?
Answer:
ରାଷ୍ଟ୍ର ପରିସମ୍ପତ୍ତି ସୃଷ୍ଟି ପାଇଁ ଯେଉଁ ବ୍ୟୟ କରିଥାଏ, ତାହାକୁ ପୁଞ୍ଜି ବ୍ୟୟ କୁହାଯାଏ । ଏହି ବ୍ୟୟ ରାଷ୍ଟ୍ରର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ସହାୟତା ପ୍ରଦାନ କରେ । ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ରାଷ୍ଟ୍ର ଯେଉଁ ବ୍ୟୟ ବରାଦ କରିଥାଏ, ତାହା ପୁଞ୍ଜି ବ୍ୟୟରେ   ଅନ୍ତର୍ଭୁକ୍ତ ।

6. ଯୋଜନା ବ୍ୟୟ କ’ଣ ?
Answer:
ଯେଉଁ ବ୍ୟୟ ପାଇଁ ରାଷ୍ଟ୍ରୀୟ ଯୋଜନାର ଅନୁମୋଦନ ଆବଶ୍ୟକ, ତାହା ଯୋଜନା ବ୍ୟୟ । ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଆବଶ୍ୟକତା ଅନୁସାରେ ନୂତନ ଭାବେ ପ୍ରସ୍ତାବିତ ଓ ଅନୁମୋଦିତ ବ୍ୟୟକୁ ଯୋଜନା ବ୍ୟୟ କୁହାଯାଏ । ନୂତନ ରାସ୍ତା, ବନ୍ଧ ଇତ୍ୟାଦିର ନିର୍ମାଣଜନିତ ବ୍ୟୟ ହେଉଛି ଯୋଜନା ବ୍ୟୟ ।

7. ଅଣଯୋଜନା ବ୍ୟୟ କ’’ଣ ?
Answer:
ଯେଉଁ ସରକାରୀ ବ୍ୟୟ ନିମନ୍ତେ ରାଷ୍ଟ୍ରୀୟ ଯୋଜନାର ଅନୁମୋଦନ ଆବଶ୍ୟକ ହୋଇନଥାଏ, ତାହା ଅଣଯୋଜନା ବ୍ୟୟ । ଏହି ବ୍ୟୟଭାର ବହନ କରିବାପାଇଁ ସରକାର ବାଧ୍ୟ । ସ୍ଥାୟୀ କର୍ମଚାରୀମାନଙ୍କ ଦରମା ଓ ପେନ୍‌ସନ୍, ସୁଧ, ପରିଶୋଧ, ଦେଶରକ୍ଷା ପାଇଁ ହେଉଥ‌ିବା ବ୍ୟୟ ହେଉଛି ଅଣଯୋଜନା ବ୍ୟୟ ।

8. କରାଘାତ କ’ଣ ?
Answer:
କରାଘାତ ହେଉଛି କରର ମୂଳ ବୋଝ । ଏହା ମୂଳ କର ଧାର୍ଯ୍ୟ ବିନ୍ଦୁ । ଯେଉଁ ବ୍ୟକ୍ତି ପ୍ରଥମେ କରର ବୋଝ ବହନ କରେ କିମ୍ବା ସରକାରଙ୍କୁ ପ୍ରତ୍ୟକ୍ଷ ଭାବେ କର ପ୍ରଦାନ କରେ, ତାଙ୍କ ଉପରେ କରାଘାତ ହେଲା ବୋଲି କୁହାଯାଏ ।

9. କରାପାତ କ’ଣ ?
Answer:
ପରିଶେଷରେ କର ବୋଝ ବହନ କରୁଥିବା ବ୍ୟକ୍ତିଙ୍କ ଉପରେ କରାପାତ ହୋଇଥାଏ । ଏହା କର ସ୍ଥାନାନ୍ତରଣର ଅନ୍ତିମ ପରିଣାମ । କରାନ୍ତକରଣର ଶେଷ ବିନ୍ଦୁ ହେଉଛି କରାପାତ ।

10. କର ସ୍ଥାନାନ୍ତରଣ କ’ଣ ?
Answer:
ଯେଉଁ ପ୍ରକ୍ରିୟାରେ କରଭାର ବାରମ୍ବାର ସ୍ଥାନାନ୍ତର ଘଟେ, ତାହାକୁ କର ସ୍ଥାନାନ୍ତରଣ କୁହାଯାଏ । କ୍ରୟ-ବିକ୍ରୟ ମାଧ୍ୟମରେ ସ୍ଥାନାନ୍ତରଣ ସମ୍ଭବ ହୋଇଥାଏ । ଯଦି କରଭାର ଉତ୍ପାଦନକାରୀଠାରୁ ଖାଉଟି ନିକଟକୁ ସ୍ଥାନାନ୍ତର ଘଟେ, ତାହାକୁ ଅଗ୍ରଗାମୀ ସ୍ଥାନାନ୍ତରଣ କୁହାଯାଏ । ଯେତେବେଳେ କରଭାର ଉତ୍ପାଦନକାରୀଠାରୁ କଞ୍ଚାମାଲ ମାଲିକ ନିକଟକୁ ସ୍ଥାନାନ୍ତର ଘଟେ, ତାହାକୁ ପଶ୍ଚାତ୍ମାମୀ ସ୍ଥାନାନ୍ତରଣ
କୁହାଯାଏ ।

11. ପ୍ରତ୍ୟକ୍ଷ କର କ’ଣ ?
Answer:
ଯେଉଁ କରର କରାଘାତ ଓ କରାପାତ ଜଣେ ବ୍ୟକ୍ତି ହିଁ ବହନ କରନ୍ତି, ତାହାକୁ ପ୍ରତ୍ୟକ୍ଷ କର କୁହାଯାଏ । ଏଠାରେ କର ସ୍ଥାନାନ୍ତରଣ ସମ୍ଭବ ନୁହେଁ । ପ୍ରତ୍ୟକ୍ଷ କରର ଦାତା ଓ ବୋଝ ବହନକାରୀ ଜଣେ । ଆୟକର ପ୍ରତ୍ୟକ୍ଷ କରର ଉଦାହରଣ ।

12. ପରୋକ୍ଷ କର କ’ଣ ?
Answer:
ଯେଉଁ କରର କରାଘାତ ଓ କରାପାତ ବିଭିନ୍ନ ବ୍ୟକ୍ତି ବହନ କରିଥା’ନ୍ତି, ତାହାକୁ ପରୋକ୍ଷ କର କୁହାଯାଏ । ଏଠାରେ ‘କରଦାତା’ ଓ କରଭାର ବହନକାରୀ ଭିନ୍ନ ବ୍ୟକ୍ତି ଅଟନ୍ତି । ପରୋକ୍ଷ କର ସ୍ଥାନାନ୍ତରକ୍ଷମ । ତେଣୁ ଜଣେ ବ୍ୟକ୍ତି ଉପରେ କରାଘାତ ହେଲାବେଳେ ଅନ୍ୟ ଜଣେ ବ୍ୟକ୍ତି ଉପରେ କରାପାତ ହୋଇଥାଏ ।

13. ପ୍ରଗାମୀ କର କ’ଣ ?
Answer:
ଯେଉଁ କ୍ଷେତ୍ରରେ ଆୟର ବୃଦ୍ଧି ସଙ୍ଗେ ସଙ୍ଗେ କରର ହାର ବୃଦ୍ଧି ହୁଏ, ସେହି କରକୁ ପ୍ରଗାମୀ କର କୁହାଯାଏ । ଆୟକର ପ୍ରଗାମୀ କରର ଏକ ଜ୍ଵଳନ୍ତ ଉଦାହରଣ । ଏଠାରେ ବିଭିନ୍ନ ଆୟ ସ୍ତର ପାଇଁ ବିଭିନ୍ନ କର ହାର ପ୍ରଚଳିତ ହୋଇଥାଏ ।

CHSE Odisha Class 12 Economics Chapter 16 Short Answer Questions in Odia Medium

14. ପ୍ରତିଗାମୀ କର କ’ଣ ?
Answer:
ଆୟ ବୃଦ୍ଧି ହେଲେ ଯଦି କରର ହାର ହ୍ରାସ ହୁଏ, ତେବେ ଏହି କରକୁ ପ୍ରତିଗାମୀ କର କୁହାଯାଏ । ପ୍ରତିଗାମୀ କର କ୍ଷେତ୍ରରେ କରଦାତାଙ୍କର ଆୟ ବୃଦ୍ଧି ହେବାଫଳରେ କରର ହାର ହ୍ରାସ ହୁଏ ଏବଂ ଆୟ ହ୍ରାସ ହେବା ଫଳରେ କରର ହାର ବୃଦ୍ଧି ହୁଏ । ଏହି କରର ବୋଝ ଧନୀମାନଙ୍କ ଉପରେ କମ୍ ଓ ଦରିଦ୍ରମାନଙ୍କ ଉପରେ ବେଶି ପଡ଼ିଥାଏ । ବିକ୍ରିକର, ଅବକାରୀ ଶୁଳ୍‌କ ପ୍ରଭୃତି ପ୍ରତିଗାମୀ କରର ଉଦାହରଣ ।

15. ଆନୁପାତିକ କର କ’ଣ ?
Answer:
ଯେତେବେଳେ କରହାର ଆୟର ହ୍ରାସ ଓ ବୃଦ୍ଧି ସହିତ ସମ୍ପର୍କିତ ନ ହୋଇ ଏକ ନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥିର ରହେ, ସେହି ପ୍ରକାର କରକୁ ଆନୁପାତିକ କର କୁହାଯାଏ । ଏ କ୍ଷେତ୍ରରେ କରଦାତାଙ୍କୁ ଏକ ନିର୍ଦ୍ଦିଷ୍ଟ ହାରରେ କର ଦେବାକୁ ହୋଇଥାଏ । ବ୍ୟକ୍ତିବିଶେଷଙ୍କର ଆୟ ବୃଦ୍ଧି ସଙ୍ଗେ ସଙ୍ଗେ କର ଆଦାୟ ବୃଦ୍ଧି ହୁଏ; କିନ୍ତୁ କରର ହାରରେ କୌଣସି ପରିବର୍ତ୍ତନ ହୁଏ ନାହିଁ ।

16. ଫିଡ୍ କ’ଣ ?
Answer:
କୌଣସି ନିର୍ଦ୍ଦିଷ୍ଟ ସେବା ନିମନ୍ତେ ସରକାରଙ୍କୁ ଦିଆଯାଉଥିବା ବାଧ୍ୟତାମୂଳକ ଦେୟକୁ ଫିଜ୍ କୁହାଯାଏ । ଫିଦାତାଙ୍କୁ ବିଶେଷ ସୁବିଧା ଦେବାପାଇଁ ହେଉଥ‌ିବା ବ୍ୟୟର କିଛି ଅଂଶ ସରକାର ଫିଜ୍ ଆକାରରେ ଆଦାୟ କରିଥା’ନ୍ତି । କୋର୍ଟ ଫିଡ୍ ରେଜିଷ୍ଟ୍ରୀକରଣ ଫିଜ୍, ଲାଇସେନ୍ସ ଫିଜ୍ ଇତ୍ୟାଦି ଫିଜ୍‌ର ଉଦାହରଣ ।

17. ଜୋରିମାନା କ’ଣ ?
Answer:
ନ୍ୟାୟପ୍ରଦାନ ଓ ସୁସ୍ଥ ପ୍ରଶାସନ ପାଇଁ ସରକାର ଜୋରିମାନା ଆଦାୟ କରିଥା’ନ୍ତି । ଏହା ଆଇନ ଭଙ୍ଗକାରୀଙ୍କ ପାଇଁ ଅର୍ଥଦଣ୍ଡ । ଜୋରିମାନା ରାଷ୍ଟ୍ରୀୟ ରାଜସ୍ବର ଏକ ଅଂଶ ହେଲେ ମଧ୍ୟ ମୋଟ ରାଜସ୍ୱରେ ଏହାର ଅଂଶ ଖୁବ୍ କମ୍ ।

18. ବାଜ୍ୟାପ୍ତି କ’ଣ ?
Answer:
ଚୁକ୍ତିଭଙ୍ଗ କିମ୍ବା ସ୍ଥିରୀକୃତ କାର୍ଯ୍ୟ ସମ୍ପାଦନ କରିନଥିବା ବ୍ୟକ୍ତିବିଶେଷଙ୍କଠାରୁ ସରକାର ଦଣ୍ଡସ୍ଵରୂପ ସେମାନେ ଅମାନତ ରୂପେ ରଖୁଥ‌ିବା ଅର୍ଥ ଫେରସ୍ତ କରନ୍ତି ନାହିଁ । ତାହାକୁ ବାଜ୍ୟାପ୍ତି କୁହାଯାଏ । ଉଦାହରଣସ୍ୱରୂପ, ସାଧାରଣ ନିର୍ବାଚନରେ ପ୍ରତ୍ୟେକ ପ୍ରାର୍ଥୀ କିଛି ଅମାନତ ଜମା ଦିଅନ୍ତି । ସର୍ଭେ ମୁତାବକ ଯଦି ଜଣେ ପ୍ରାର୍ଥୀ ମୋଟ ଭୋଟର ଏକ ନିର୍ଦ୍ଦିଷ୍ଟ ଶତାଂଶ ଭୋଟ ଆକାରରେ ପାଆନ୍ତି ନାହିଁ, ତେବେ ରଖୁଥ‌ିବା ଅମାନତରୁ ସେ ବଞ୍ଚତ ହୁଅନ୍ତି ଏବଂ ଉକ୍ତ ଅମାନତ ରାଷ୍ଟ୍ରୀୟ ରାଜସ୍ବର ଏକ ଅଂଶରେ ପରିଣତ ହୁଏ ।

19. ରାଜଭୁକ୍ତି କ’ଣ ?
Answer:
ଆଇନାନୁମୋଦିତ ଉତ୍ତରାଧିକାରୀ ନଥ‌ିବା କୌଣସି ବ୍ୟକ୍ତିର ମୃତ୍ୟୁ ଘଟିଲେ ତାଙ୍କ ସମ୍ପରି ସରକାରଙ୍କଦ୍ୱାରା ଅଧିକୃତ ହୋଇଥାଏ । ଏହାକୁ ରାଜଭୁକ୍ତି କୁହାଯାଏ । ଆଇନ ଶୃଙ୍ଖଳା ରକ୍ଷା ପାଇଁ ସରକାର ଉତ୍ତରାଧ୍ୟାକାରୀ ବିହୀନ ସମ୍ପରିକୁ ନିଜ ମାଲିକାନାକୁ ଆଣନ୍ତି ।

20. କର କ’ଣ ?
Answer:
କର ରାଷ୍ଟ୍ରୀୟ ରାଜସ୍ବର ସର୍ବବୃହତ୍ ଉତ୍ସ । କୌଣସି ବିଶେଷ ସୁବିଧା ସହ ସମ୍ପର୍କ ନଥାଇ, ସର୍ବସାଧାରଣଙ୍କ ସ୍ବାର୍ଥରେ ବ୍ୟୟ କରିବାପାଇଁ ବ୍ୟକ୍ତିବିଶେଷ ସରକାରଙ୍କୁ ଦେଉଥ‌ିବା ବାଧ୍ୟତାମୂଳକ ଦେୟକୁ କର କୁହାଯାଏ । ତେଣୁ, କୌଣସି ପ୍ରତ୍ୟକ୍ଷ ସୁବିଧାର ଆଶା ନରଖ୍ ଜନସାଧାରଣ ସରକାରଙ୍କୁ ଦେଉଥ‌ିବା ବାଧ୍ୟତାମୂଳକ ଦେୟକୁ କର କହନ୍ତି ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି| / ଛଅଟି ବାକ୍ୟରେ ଦିଅ ।

1. ବିଶେଷ ନିର୍ଦ୍ଧାରଣ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଜନସାଧାରଣଙ୍କୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରି ସରକାର ସେମାନଙ୍କଠାରୁ ଯେଉଁ ଦେୟ ଆଦାୟ କରନ୍ତି, ତାହାକୁ ବିଶେଷ ନିର୍ଦ୍ଧାରଣ କୁହାଯାଏ । ରାସ୍ତା ନିର୍ମାଣ, ଜଳଯୋଗାଣ, ନଦୀବନ୍ଧ ନିର୍ମାଣ ଇତ୍ୟାଦି ଉନ୍ନୟନମୂଳକ କାର୍ଯ୍ୟକ୍ରମଦ୍ୱାରା ନିର୍ଦ୍ଦିଷ୍ଟ ଅଞ୍ଚଳର ବିକାଶ ଘଟେ । କେତେକ ନିର୍ଦ୍ଦିଷ୍ଟ ସମ୍ପତ୍ତି ମାଲିକ ସ୍ଵତନ୍ତ୍ର ସୁବିଧା ପାଆନ୍ତି ।

ସେମାନଙ୍କ ସମ୍ପତ୍ତିର ମୂଲ୍ୟରେ ହଠାତ୍‌ ବୃଦ୍ଧି ଘଟେ । ସ୍ଵତନ୍ତ୍ର ସୁବିଧା ପାଉଥବା ସମ୍ପଭି ମାଲିକଙ୍କଠାରୁ ସରକାର ଆନୁପାତିକ ହାରରେ ସ୍ୱତନ୍ତ୍ର ନିର୍ଦ୍ଧାରଣ ଆଦାୟ କରନ୍ତି । ଏହା ଉନ୍ନୟନମୂଳକ କାର୍ଯ୍ୟରେ ହୋଇଥିବା ସରକାରୀ ବ୍ୟୟର ଏକ ଅଂଶ । ଏହାକୁ ସମନ୍ବିତ କର ମଧ୍ୟ କୁହାଯାଏ ।

2. ପ୍ରତ୍ୟକ୍ଷ କର କ’ଣ ?
Answer:
ଯେଉଁ କରର କରାଘାତ ଓ କରାପାତ ଜଣେ ବ୍ୟକ୍ତି ହିଁ ବହନ କରନ୍ତି, ତାହାକୁ ପ୍ରତ୍ୟକ୍ଷ କର କୁହାଯାଏ । ଏଠାରେ କର ସ୍ଥାନାନ୍ତରଣ ସମ୍ଭବ ନୁହେଁ । ପ୍ରତ୍ୟକ୍ଷ କରର ଦାତା ଓ ବୋଝ ବହନକାରୀ ଜଣେ । ତେଣୁ ଯେଉଁ ବ୍ୟକ୍ତିବିଶେଷଙ୍କ ଉପରେ ସରକାର ପ୍ରତ୍ୟକ୍ଷ କର ଧାର୍ଯ୍ୟ କରନ୍ତି ସେ ନିଜେ କରଦାତା ଓ କରଭାର ବହନକାରୀ ।

ଆୟକର, ସମ୍ପରି କର, ବୃତ୍ତି କର ଇତ୍ୟାଦି ପ୍ରତ୍ୟକ୍ଷ କରର ଉଦାହରଣ । ପ୍ରତ୍ୟକ୍ଷ କର କ୍ଷେତ୍ରରେ ନାଗରିକ ମୂଲ୍ୟବୋଧର ବିକାଶ ସାଧୂ ହୋଇଥାଏ । ଫଳରେ ସେ ସରକାରଙ୍କ କାର୍ଯ୍ୟକଳାପ୍ ପ୍ରତି ସଚେତନ ରହେ ।

3. ପ୍ରତ୍ୟକ୍ଷ କର ସାଧୁତା ଉପରେ ଏକ କର – ଏପରି କାହିଁକି କୁହାଯାଏ ?
Answer:
ପ୍ରତ୍ୟକ୍ଷ କର କ୍ଷେତ୍ରରେ କରାଘାତ ଓ କରାପାତ ଜଣେ ବ୍ୟକ୍ତି ବହନ କରନ୍ତି । ପ୍ରତ୍ୟକ୍ଷ କରର ଦାତା ଓ ବୋଝ ବହନକାରୀ ଜଣେ । ପ୍ରତ୍ୟକ୍ଷ କର କରଦାତାଙ୍କ ନିଜସ୍ୱ ଆୟ ଓ ସମ୍ପତ୍ତି ସମ୍ବନ୍ଧୀୟ ସ୍ଵେଚ୍ଛାକୃତ ଘୋଷଣା ଉପରେ ପର୍ଯ୍ୟବସିତ । ତେଣୁ ଅସାଧୁ ବ୍ୟକ୍ତିଙ୍କ ପାଇଁ କର ଠକେଇର ସମ୍ଭାବନା ଅଧିକ ।

ପ୍ରକୃତରେ, ଜଣେ ସାଧୁ ଓ ସଟ କିମ୍ବା ନିଜ ଆୟ ବା ସମ୍ପତ୍ତି ଲୁଚାଇ ପାରୁନଥିବା ବ୍ୟକ୍ତି ପ୍ରତ୍ୟକ୍ଷ କର ଦେଇଥାନ୍ତି । ତେଣୁ, କୁହାଯାଏ ଯେ ପ୍ରତ୍ୟକ୍ଷ କର ସାଧୁତା ଉପରେ ଏକ କର ।

4. ବିନିଯୋଗରେ ରାଷ୍ଟ୍ରର ଆଭିମୁଖ୍ୟ କିପରି ହୋଇଥାଏ ?
Answer:
ଜଣେ ବ୍ୟକ୍ତି ପାଇଁ ଭବିଷ୍ୟତ ସର୍ବଦା ଅନିଶ୍ଚିତ । ତାଙ୍କ ପାଇଁ ବର୍ତ୍ତମାନର ଗୁରୁତ୍ଵ ଅଧିକ । ଭବିଷ୍ୟତର ଆୟ ଅପେକ୍ଷା ବର୍ତ୍ତମାନର ଆୟ ଅଧିକ କାମ୍ୟ । କିନ୍ତୁ, ରାଷ୍ଟ୍ରର ଆଭିମୁଖ୍ୟ ସ୍ୱତନ୍ତ୍ର । ରାଷ୍ଟ୍ର ଚିରସ୍ଥାୟୀ । ଏହାର ଉଭୟ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ୀ ପ୍ରତି ସମାନ ଦାୟିତ୍ୱ ରହିଛି । ତେଣୁ ରାଷ୍ଟ୍ର କେବଳ ବର୍ତ୍ତମାନ ପାଇଁ ବିନିଯୋଗ ନ କରି ଭବିଷ୍ୟତ ପାଇଁ ମଧ୍ଯ ବିନିଯୋଗ କରିଥାଏ । ରାଷ୍ଟ୍ରୀୟ ବିନିଯୋଗ ଉଭୟ ସ୍ଵଳ୍ପକାଳୀନ ଓ ଦୀର୍ଘକାଳୀନ ହୋଇପାରେ ।

5. କିପରି ରାଷ୍ଟ୍ରୀୟ ରାଜସ୍ବ ରାଷ୍ଟ୍ରୀୟ ଆୟର ଏକ ଅଂଶବିଶେଷ ।
Answer:
ଆଧୁନିକ ରାଷ୍ଟ୍ର ଜନକଲ୍ୟାଣକାରୀ । ଜନକଲ୍ୟାଣ ପାଇଁ ପ୍ରତ୍ୟେକ ରାଷ୍ଟ୍ର ପ୍ରଚୁର ଆୟ ଆବଶ୍ୟକ କରିଥାଏ । ଯେଉଁ ରାଷ୍ଟ୍ରର ଆୟ ଯେତେ ଅଧ୍ଯକ, ସେହି ରାଷ୍ଟ୍ରର ବ୍ୟୟ ପରିସୀମା ସେତେ ବ୍ୟାପକ । ରାଷ୍ଟ୍ରୀୟ ରାଜସ୍ଵ, ରାଷ୍ଟ୍ରୀୟ ଆୟର ଏକ ଅଂଶ । ରାଷ୍ଟ୍ରୀୟ ଆୟ ସରକାରଙ୍କ ସମସ୍ତ ପ୍ରାପ୍ତିକୁ ବୁଝାଏ ।

ରାଜସ୍ୱ ସହିତ ରାଷ୍ଟ୍ରୀୟ ଋଣ, ଅଧ‌ିକ ନୋଟ୍ ପ୍ରଚଳନ, ସରକାରୀ ଉଦ୍ୟୋଗରୁ ହେଉଥ‌ିବା ଲାଭ ଇତ୍ୟାଦି ରାଷ୍ଟ୍ରୀୟ ଆୟର ଅନ୍ତର୍ଭୁକ୍ତ । ସରକାର କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରୁ କରୁଥିବା ଆୟ ହିଁ ରାଷ୍ଟ୍ରୀୟ ରାଜସ୍ବ । ଏହା ଏକ ସୀମିତ ଧାରଣା । ରାଷ୍ଟ୍ରୀୟ ରାଜସ୍ବର ବିଭିନ୍ନ ଉତ୍ସ ରହିଛି ।

6. କର କ’ଣ ?
Answer:
କର ରାଷ୍ଟ୍ରୀୟ ରାଜସ୍ବର ସର୍ବବୃହତ୍ ଉତ୍ସ । ସର୍ବସାଧାରଣଙ୍କ ସ୍ବାର୍ଥରେ ବ୍ୟୟ କରିବାପାଇଁ ବ୍ୟକ୍ତିବିଶେଷ ସରକାରଙ୍କୁ ଦେଉଥ‌ିବା ବାଧ୍ୟତାମୂଳକ ଦେୟକୁ କର କୁହାଯାଏ । କର ସରକାରଙ୍କ ପ୍ରତି ଜନସାଧାରଣଙ୍କ ଏକ ବାଧ୍ୟତାମୂଳକ ଦେୟ । କର ନ ଦେବା ଆଇନତଃ ଏକ ଦଣ୍ଡନୀୟ ଅପରାଧ । କର ପ୍ରଦାନ କରି କରଦାତା କୌଣସି ସ୍ଵତନ୍ତ୍ର ସୁବିଧା ପାଇନଥାଏ । ଅର୍ଥାତ୍, କର ବିନିମୟରେ ସରକାର କରଦାତାଙ୍କୁ କୌଣସି ପ୍ରତ୍ୟକ୍ଷ ସୁବିଧା ପ୍ରଦାନ କରନ୍ତି ନାହିଁ । କରପ୍ରଦାନ ଏକ ବ୍ୟକ୍ତିଗତ ଦାୟିତ୍ଵ ।

CHSE Odisha Class 12 Economics Chapter 16 Short Answer Questions in Odia Medium

7. ରାଷ୍ଟ୍ରୀୟ ବ୍ୟୟ କ’ଣ ?
Answer:
ଆଧୁନିକ ରାଷ୍ଟ୍ର ଏକ ଜନକଲ୍ୟାଣକାରୀ ରାଷ୍ଟ୍ର । ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଅନ୍ତି ଏବଂ ସେଥ‌ିପାଇଁ ବ୍ୟୟ କରିଥା’ନ୍ତି । ଏହାକୁ ରାଷ୍ଟ୍ରୀୟ ବ୍ୟୟ ବା ସରକାରୀ ବ୍ୟୟ କୁହାଯାଏ । ସୁତରାଂ, ସର୍ବସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ କଲ୍ୟାଣ ନିମନ୍ତେ ରାଷ୍ଟ୍ର ଯେଉଁ ବ୍ୟୟ କରେ, ତାହାକୁ ରାଷ୍ଟ୍ରୀୟ ବ୍ୟୟ କୁହାଯାଏ ।

ରାଷ୍ଟ୍ରୀୟ ବ୍ୟୟ ସମୟରେ ପ୍ରତ୍ୟେକ ସରକାର ବିଚାରବନ୍ତ ହେବା ଉଚିତ । ତେଣୁ ରାଷ୍ଟ୍ର ନିଜସ୍ଵ ସମ୍ବଳକୁ ଏପରି ବାଣ୍ଟିବା ଆବଶ୍ୟକ ଯଦ୍ବାରା ଜନସାଧାରଣଙ୍କର ମୋଟ ସୁବିଧା ସର୍ବାଧ‌ିକ ହୋଇପାରିବ ।

8. ବାଣିଜ୍ୟିକ ରାଜସ୍ୱ କ’ଣ ?
Answer:
ସରକାର ଏକ ଉଦ୍ୟୋକ୍ତା ମଧ୍ୟ । ସରକାରୀ ଉଦ୍ୟୋଗରେ ଉତ୍ପାଦିତ ବିଭିନ୍ନ ଦ୍ରବ୍ୟ ଓ ସେବା! ବିକ୍ରୟ କରି ସରକାର ଯେଉଁ ରାଜସ୍ଵ ପାଇଥା’ନ୍ତି, ତାହାକୁ ବାଣିଜ୍ୟିକ ରାଜସ୍ୱ କୁହାଯାଏ । ସରକାରୀ ଦ୍ରବ୍ୟ ଓ ସେବା ପ୍ରତିବଦଳରେ ଜନସାଧାରଣ ଦର ଦେଇଥା’ନ୍ତି । ତେଣୁ ଦର ବାଣିଜ୍ୟିକ ରାଜସ୍ବର ଅନ୍ୟ ନାମ ।

ରେଳବାଇ, ଡାକ ବ୍ୟବସ୍ଥା, ରାଷ୍ଟ୍ରୀୟ ପରିବହନ ବ୍ୟବସ୍ଥା, ସରକାରୀ ଉଦ୍ୟୋଗ,ଖଣି ଜଙ୍ଗଲ ଇତ୍ୟାଦିରୁ ମିଳୁଥିବା ରାଜସ୍ବ ବାଣିଜ୍ୟିକ ରାଜସ୍ଵର ଅଂଶବିଶେଷ । ଏହା ରାଷ୍ଟ୍ରୀୟ ରାଜସ୍ବର ଏକ ପ୍ରମୁଖ ଉତ୍ସ ।

9. ଫିଜ୍ କ’ଣ ?
Answer:
କୌଣସି ନିର୍ଦ୍ଦିଷ୍ଟ ସେବା ନିମନ୍ତେ ସରକାରଙ୍କୁ ଦିଆଯାଉଥ‌ିବା ବାଧ୍ୟତାମୂଳକ ଦେୟକୁ ଫିଜ୍ କୁହାଯାଏ । ଫିଦାତାଙ୍କୁ ବିଶେଷ ସୁବିଧା ଦେବାପାଇଁ ହେଉଥ‌ିବା ବ୍ୟୟର କିଛି ଅଂଶ ସରକାର ଫିଜ୍ ଆକରରେ ଆଦାୟ କରିଥା’ନ୍ତି ! ଫିଜ୍ ପ୍ରଦାନକାରୀ ପ୍ରତ୍ୟକ୍ଷ ସୁବିଧା ପାଇଥା’ନ୍ତି । ସୁବିଧା ଓ ଫିଜ୍ ସମାନୁପାତିକ ନୁହଁନ୍ତି ।

ଫିଲ୍ମ୍ ଅପେକ୍ଷା ସୁବିଧାର ମୂଲ୍ୟ ଅଧିକ । କେବଳ ବିଶେଷ ସୁବିଧା ଲାଭ କରୁଥିବା ବ୍ୟକ୍ତିଙ୍କ ପାଇଁ ଫିଜ୍ ଏକ ବାଧ୍ୟତାମୂଳକ ଦେୟ । କୋର୍ଟ ଫିଜ୍, ରେଜିଷ୍ଟ୍ରୀକରଣ ଫିଜ୍, ଲାଇସେନ୍ସ ଫିଜ୍ ଇତ୍ୟାଦି ଫିଜ୍‌ର ଉଦାହରଣ ।

10. ପ୍ରତ୍ୟକ୍ଷ କର କ’ଣ ?
Answer:
ଯେଉଁ କରର କରାଘାତ ଓ କରାପାତ ଜଣେ ବ୍ୟକ୍ତି ହିଁ ବହନ କରନ୍ତି ତାହାକୁ ପ୍ରତ୍ୟକ୍ଷ କର କୁହାଯାଏ । ପ୍ରତ୍ୟକ୍ଷ କରର ଦାତା ଓ ବୋଝ ବହନକାରୀ ଜଣେ । ପ୍ରତ୍ୟକ୍ଷ କର କରାଦାତାର ଦେଇ ପାରିବାର ସାମର୍ଥ୍ୟ ଉପରେ ପର୍ଯ୍ୟବସିତ । ତେଣୁ ଧନୀକ ଶ୍ରେଣୀ ଅଧ୍ଵ କର ଦେଇଥା’ନ୍ତି । ଫଳରେ ପ୍ରତ୍ୟକ୍ଷ କର ସମାନତା ସହିତ ସାମାଜିକ ନ୍ୟାୟ ପ୍ରତିଷ୍ଠା କ୍ଷେତ୍ରରେ ସହାୟତା ପ୍ରଦାନ କରେ ।

ପ୍ରତ୍ୟକ୍ଷ କର କ୍ଷେତ୍ରରେ କରଦାତା ଓ ସରକାରଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ରହିଥାଏ । ସେ ସରକାରଙ୍କ କାର୍ଯ୍ୟକଳାପ ପ୍ରତି ସଚେତନ ରହେ । ଫଳରେ ନାଗରିକ ମୂଲ୍ୟବୋଧର ବିକାଶ ସାଧୂତ ହୋଇଥାଏ ।

11. ପରୋକ୍ଷ କର କ’ଣ ?
Answer:
ଯେଉଁ କରର କରାଘାତ ଓ କରାପାତ ବିଭିନ୍ନ ବ୍ୟକ୍ତି ବହନ କରିଥା’ନ୍ତି; ତାହାକୁ ପରୋକ୍ଷ କର କୁହାଯାଏ । ଏଠାରେ କରଦାତା ଓ କରଭାର ବହନକାରୀ ଭିନ୍ନ ବ୍ୟକ୍ତି ଅଟନ୍ତି । ପରୋକ୍ଷ କର ସ୍ଥାନାନ୍ତରଣକ୍ଷମ । ତେଣୁ ଜଣେ ବ୍ୟକ୍ତି ଉପରେ କରାଘାତ ହେଲାବେଳେ ଅନ୍ୟ ଜଣେ ବ୍ୟକ୍ତି ଉପରେ କରାପାତ ହୋଇଥାଏ ।

ଦ୍ରବ୍ୟକର ଉତ୍ପାଦନକାରୀ ପ୍ରଥମେ ସରକାରଙ୍କ ନିକଟରେ ପଇଠ କରିଥା’ନ୍ତି । କିନ୍ତୁ, ତତ୍ପରେ ଦ୍ରବ୍ୟର ଦାମ୍‌ରେ କର ମିଶାଇ ଖାଉଟିକୁ ଅଧିକ ଦରରେ ବିକ୍ରି କରିବାଦ୍ୱାରା କର ସ୍ଥାନାନ୍ତରଣ ହୋଇଥାଏ । ତେଣୁ ଦ୍ରବ୍ୟକର ଏକ ପରୋକ୍ଷ କର । ବିକ୍ରିକର, ଉତ୍ପାଦନ ଶୁଳ୍‌କ, ସୀମା ଶୁଳ୍‌କ, ପ୍ରମୋଦ କର, ମୂଲ୍ୟଯୁକ୍ତ କର ଇତ୍ୟାଦି ପରୋକ୍ଷ କରର ଉଦାହରଣ ।

12. ରାଜସ୍ବ ବ୍ୟୟ କ’ଣ ?
Answer:
ସରକାର ନିଜର ଦୈନନ୍ଦିନ କାର୍ଯ୍ୟନିର୍ବାହ ସକାଶେ ଯେଉଁ ବ୍ୟୟ ବରାଦ କରିଥା’ନ୍ତି, ତାହାକୁ ରାଜସ୍ବ ବ୍ୟୟ ବୋଲି କୁହାଯାଏ । ଉକ୍ତ ବ୍ୟୟଦ୍ବାରା ରାଷ୍ଟ୍ରର କୌଣସି ପରିସମ୍ପତ୍ତି ସୃଷ୍ଟି ହେବାର ସମ୍ଭାବନା ନଥାଏ । ସରକାରଙ୍କ ଅନ୍ତିମ ଉପଭୋଗ ବ୍ୟୟ ଏହି ଶ୍ରେଣୀଭୁକ୍ତ ହୋଇଥାଏ । ବିଭିନ୍ନ ସରକାରୀ ବିଭାଗର ସାଧାରଣ କାର୍ଯ୍ୟ ସମ୍ପାଦାନ ପାଇଁ ରାଜସ୍ବ ବ୍ୟୟ କରାଯାଏ ।

ଅତଏବ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇବାପାଇଁ ସରକାରୀ ବିଭାଗଗୁଡ଼ିକ ଯେଉଁ ଦୈନନ୍ଦିନ ବ୍ୟୟ କରିଥା’ନ୍ତି, ତାହାକୁ ରାଜସ୍ବ ବ୍ୟୟ ବୋଲି କୁହାଯାଏ । ଏହି ରାଜସ୍ବ ବ୍ୟୟ, ରାଜସ୍ବ ଆୟରୁ ଭରଣା କରାଯାଇଥାଏ ।

13. ଉନ୍ନୟନ ବ୍ୟୟ କ’ଣ ?
Answer:
ଯେଉଁ ସରକାରୀ ବ୍ୟୟଦ୍ୱାରା ଦେଶରେ ଉତ୍ପାଦନ ଓ ବାସ୍ତବ ଆୟ ବୃଦ୍ଧି ହୋଇ ଆର୍ଥନୀତିକ ଅଭିବୃଦ୍ଧି ହୋଇଥାଏ, ସେହି ବ୍ୟୟକୁ ଉନ୍ନୟନ ବ୍ୟୟ କୁହାଯାଏ । ଏହାକୁ ମଧ୍ୟ ଉତ୍ପାଦୀ ବ୍ୟୟ କୁହାଯାଇଥାଏ । ଭାରତ ଭଳି ଏକ ବିକାଶମୁଖୀ ରାଷ୍ଟ୍ରରେ ଉନ୍ନୟନ ବ୍ୟୟର ଗୁରୁତ୍ଵ ସର୍ବାଧ‌ିକ ।

ମୋଟ ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧିର ଲକ୍ଷ୍ୟ ଆମ ଦେଶର ଆର୍ଥିକ ନୀତିର ମୁଖ୍ୟ ଉଦ୍ଦେଶ୍ୟ । ୧୯୫୧ ମସିହାଠାରୁ ଆମ ଦେଶରେ ଏହି ବ୍ୟୟର ଗୁରୁତ୍ବ ବୃଦ୍ଧି ପାଇଅଛି । ଶିକ୍ଷା, ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ଶ୍ରମ ଓ ନିଯୁକ୍ତି, କୃଷି, ଶିଳ୍ପ, ପରିବହନ ଇତ୍ୟାଦି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବହନ କରାଯାଉଥ‌ିବା ସରକାରୀ ଖର୍ଚ୍ଚକୁ ଉନ୍ନୟନ ବ୍ୟୟ ବୋଲି ବିଚାର କରାଯାଇଥାଏ ।

C. ପାଞ୍ଚଟି/ଛଅଟି ବାକ୍ୟରେ ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ଦାନ ଓ ଅନୁଦାନ :
Answer:
ବ୍ୟକ୍ତିବିଶେଷ କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ସ୍ୱେଚ୍ଛାକୃତ ଭାବେ ସରକାରଙ୍କୁ ଦେଉଥ‌ିବା ଅର୍ଥ ବା ସମ୍ପତ୍ତିକୁ ଦାନ କୁହାଯାଏ । ସାଧାରଣତଃ କୌଣସି ବିପତ୍ତିର ମୁକାବିଲା ପାଇଁ ବଦାନ୍ୟ ବ୍ୟକ୍ତିବିଶେଷ ସରକାରଙ୍କୁ ଦାନ ଦେଇଥା’ନ୍ତି । ଯୁଦ୍ଧ, ବାତ୍ୟା, ବନ୍ୟା ଇତ୍ୟାଦିର ମୁକାବିଲା ପାଇଁ ଦାନ ସରକାରଙ୍କୁ ସହାୟତା ଯୋଗାଇଥାଏ । ଅବଶ୍ୟ, ରାଷ୍ଟ୍ରୀୟ ରାଜସ୍ୱରେ ଦାନର ଗୁରୁତ୍ଵ ନଗଣ୍ୟ ।

ଅନ୍ୟପକ୍ଷରେ ଗୋଟିଏ ସରକାର ଅନ୍ୟ ଏକ ସରକାରଙ୍କୁ କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ହେଉଥ‌ିବା ସହାୟତାକୁ ଅନୁଦାନ କୁହାଯାଏ । ଆମ ଦେଶରେ କେନ୍ଦ୍ର ସରକାର ସ୍ବାସ୍ଥ୍ୟ ଓ ଶିକ୍ଷାର ବିକାଶ, ରାସ୍ତା ଓ ଗୃହ ନିର୍ମାଣ ଇତ୍ୟାଦି ନିମନ୍ତେ ରାଜ୍ୟମାନଙ୍କୁ ଅନୁଦାନ ଦେଇଥା’ନ୍ତି । ଆମ ଦେଶ ମଧ୍ୟ ବିଦେଶରୁ ଅନୁଦାନ ପାଇପାରେ । ଏହାକୁ ବିଦେଶୀ ଅନୁଦାନ କୁହାଯାଏ । ଅନୁଦାନ ରାଷ୍ଟ୍ରୀୟ ରାଜସ୍ଵରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ ।

2. କର ଓ ସ୍ୱତନ୍ତ୍ର ନିର୍ଦ୍ଧାରଣ :
Answer:
କର ସମସ୍ତଙ୍କ ପାଇଁ ଏକ ବାଧ୍ୟତାମୂଳକ ଦେୟ; କିନ୍ତୁ ସ୍ୱତନ୍ତ୍ର ନିର୍ଦ୍ଧାରଣ କେବଳ ସ୍ବତନ୍ତ୍ର ସୁବିଧା ପାଉଥ‌ିବା ବ୍ୟକ୍ତିବିଶେଷଙ୍କ ପାଇଁ ବାଧ୍ୟତାମୂଳକ ଦେୟ । କର କରଦାତାଙ୍କୁ କୌଣସି ପ୍ରତ୍ୟକ୍ଷ ସୁବିଧା ଦେଇନଥାଏ; କିନ୍ତୁ ବିଶେଷ ନିର୍ଦ୍ଧାରଣରୁ ସ୍ୱତନ୍ତ୍ର ସୁବିଧା ମିଳିଥାଏ । କରର ପରିସର ସମଗ୍ର ରାଷ୍ଟ୍ର । ସରକାର ସମଗ୍ର ରାଷ୍ଟ୍ରରୁ କର ଆଦାୟ କରନ୍ତି; କିନ୍ତୁ ସ୍ବତନ୍ତ୍ର କରିଥା’ନ୍ତି । କର ସର୍ବଦା ସମାନୁପାତୀ ହୋଇନଥାଏ; କିନ୍ତୁ ସ୍ବତନ୍ତ୍ର ନିର୍ଦ୍ଧାରଣ ସର୍ବଦା ସମାନୁପାତୀ ହୋଇଥାଏ । କର ବାରମ୍ବାର ଧାର୍ଯ୍ୟ କରାଯାଏ କିନ୍ତୁ ସ୍ବତନ୍ତ୍ର ନିର୍ଦ୍ଧାରଣ ଥରେ ମାତ୍ର ଧାର୍ଯ୍ୟ କରାଯାଏ ।

CHSE Odisha Class 12 Economics Chapter 16 Short Answer Questions in Odia Medium

3. ଫିଜ୍ ଓ ସ୍ଵତନ୍ତ୍ର ନିର୍ଦ୍ଧାରଣ :
Answer:
ଫିଲ୍ମର ପରିଚାଳନା କ୍ଷେତ୍ର ବ୍ୟାପକ । ଏକ ନିର୍ଦ୍ଦିଷ୍ଟ ସେବା ପାଇଁ ଯେକୌଣସି ସ୍ଥାନରେ ଏହା ଧାର୍ଯ୍ୟ କରାଯାଏ; କିନ୍ତୁ ସ୍ବତନ୍ତ୍ର ନିର୍ଦ୍ଧାରଣର ପରିଚାଳନା କ୍ଷେତ୍ର ସୀମିତ । ଏହା ଆଞ୍ଚଳିକ ଉନ୍ନୟନ ନିମନ୍ତେ ଧାର୍ଯ୍ୟ କରାଯାଇଥାଏ । ନିର୍ଦ୍ଦିଷ୍ଟ ସୁବିଧା ଉପଭୋଗ ପାଇଁ ପ୍ରତ୍ୟେକ ଥର ଫିଜ୍ ଦେବାକୁ ହୋଇଥାଏ । ତେଣୁ ଫିଜ୍ ବାରମ୍ବାର ଦିଆଯାଏ; କିନ୍ତୁ ବିଶେଷ ନିର୍ଦ୍ଧାରଣ ଥରେ ମାତ୍ର ଦେବାକୁ ହୋଇଥାଏ ।

ଯେକୌଣସି ବ୍ୟକ୍ତିବିଶେଷ ନିର୍ଦ୍ଦିଷ୍ଟ ସେବାପାଇଁ ସରକାରଙ୍କଦ୍ଵାରା ଧାର୍ଯ୍ୟ ଫିଜ୍ ଦେଇଥା’ନ୍ତି; କିନ୍ତୁ ସ୍ବତନ୍ତ୍ର ନିର୍ଦ୍ଧାରଣ କେବଳ ବିଶେଷ ସୁବିଧା ଲାଭ କରିଥିବା ବ୍ୟକ୍ତିମାନଙ୍କ ପାଇଁ ଧାର୍ଯ୍ୟ କରାଯାଏ ।

4. କର ଓ ଦର :
Answer:
କରି ସମସ୍ତଙ୍କ ପାଇଁ ଏକ ବାଧ୍ୟତାମୂଳକ ଦେୟ; କିନ୍ତୁ ଦର ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । କେବଳ ସରକାରଙ୍କଦ୍ଵାରା ପ୍ରସ୍ତୁତ ଦ୍ରବ୍ୟ ଓ ସେବା କ୍ରୟ କରୁଥିବା ବ୍ୟକ୍ତିବିଶେଷ ଦର ଦେଇଥା’ନ୍ତି । ଏହା ସ୍ୱେଚ୍ଛାକୃତ । କର କରଦାତାଙ୍କୁ କୌଣସି ପ୍ରତ୍ୟକ୍ଷ ସୁବିଧା ଦେଇନଥାଏ; କିନ୍ତୁ ଦର ପ୍ରତ୍ୟକ୍ଷ ସୁବିଧା ଦେଇଥାଏ । ସେବା ପରିବ୍ୟୟ ସହ କରର କୌଣସି ସମ୍ପର୍କ ନଥାଏ, କିନ୍ତୁ ସେବା ପରିବ୍ୟୟ ସହିତ ଦରର ପୂର୍ଣ ସମ୍ପର୍କ ରହିଛି । ସର୍ବସାଧାରଣଙ୍କ କଲ୍ୟାଣ ନିମନ୍ତେ କର ଦିଆଯାଏ; କିନ୍ତୁ କେବଳ ବ୍ୟକ୍ତିଗତ ସନ୍ତୋଷ ନିମନ୍ତେ ଦର ଦିଆଯାଏ ।

5. କର ଓ ଫିଜ୍ :
Answer:
କର ସମସ୍ତଙ୍କ ପାଇଁ ଏକ ବାଧ୍ୟତାମୂଳକ ଦେୟ; କିନ୍ତୁ, ଅନ୍ୟପକ୍ଷରେ କୌଣସି ନିର୍ଦ୍ଦିଷ୍ଟ ସେବା ଉପଭୋଗ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଫିଜ୍ ଏକ ବାଧ୍ୟତାମୂଳକ ଦେୟ । ସରକାରଙ୍କ ବ୍ୟୟ ତୁଲାଇବା ନିମନ୍ତେ କର ଆଦାୟ କରାଯାଏ; କିନ୍ତୁ ପ୍ରଶାସନିକ ନିୟନ୍ତ୍ରଣ ଫିଜ୍ ଆଦାୟର ମୁଖ୍ୟ ଉଦ୍ଦେଶ୍ୟ । ସାଧାରଣ ସୁବିଧା ପାଇଁ କର ଧାର୍ଯ୍ୟ କରାଯାଇଥାଏ; କିନ୍ତୁ ଏକ ନିର୍ଦ୍ଦିଷ୍ଟ ସୁବିଧା ପାଇଁ ଫିଜ୍ ଧାର୍ଯ୍ୟ କରାଯାଏ । ସରକାରଙ୍କଦ୍ୱାରା ପ୍ରଦତ୍ତ ସେବା ପାଇଁ ଦେଉଥ‌ିବା ବ୍ୟୟ ସହିତ କରର କୌଣସି ସମ୍ପର୍କ ନଥିଲାବେଳେ ସେବା ପରିବ୍ୟୟ ସହିତ ଫିଡ୍‌ର ସମ୍ପର୍କ ଦେଖ‌ିବାକୁ ମିଳେ ।

6. ରାଜସ୍ଵ ବ୍ୟୟ ଓ ପୁଞ୍ଜି ବ୍ୟୟ :
Answer:
ଯେଉଁ ବ୍ୟୟ ସରକାରଙ୍କଦ୍ଵାରା ସଂଗୃହୀତ ରାଜସ୍ୱ; ଯଥା – କର, ରେଳବାଇ, ଡାକ ଓ ତାର, ଅନ୍ୟାନ୍ୟ ସରକାରୀ କାର୍ଯ୍ୟରୁ ସଂଗୃହୀତ ଅର୍ଥଦ୍ଵାରା ସଂଘଟିତ ହୋଇଥାଏ, ତାହାକୁ ରାଜସ୍ବ ବ୍ୟୟ କୁହାଯାଏ । ସରକାରଙ୍କ ବିଭିନ୍ନ ବିଭାଗ ଓ ପ୍ରଶାସନ ତଥା ଅନ୍ୟାନ୍ୟ ସ୍ଥାୟୀ ସେବା ପ୍ରଦାନକାରୀ କ୍ଷେତ୍ରରେ ସ୍ଵାଭାବିକ ପରିଚାଳନା ନିମନ୍ତେ ରାଜସ୍ୱ ବ୍ୟୟ କରାଯାଇଥାଏ ।

ସଂକ୍ଷେପରେ କହିବାକୁ ଗଲେ ସରକାରଙ୍କ ଯେଉଁ ବ୍ୟୟ ପରିସମ୍ପତ୍ତି ବା ସମ୍ପଦ ସୃଷ୍ଟି କରିବାରେ ଉପଯୋଗ ହୁଏ ନାହିଁ, ତାହାକୁ ରାଜସ୍ବ ବ୍ୟୟ କୁହାଯାଏ । ସରକାରଙ୍କର ପରିଚାଳନା ବାବଦ ବ୍ୟୟ, ବିଭିନ୍ନ ସ୍ଥାୟୀ ସେବାକ୍ଷେତ୍ର ନିମନ୍ତେ ବ୍ୟୟ, ସରକାରୀ ଋଣ ଉପରେ ସୁଧ ପ୍ରଦାନଜନିତ ବ୍ୟୟ, ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଉଥ‌ିବା ଅନୁଦାନ ଏହାର ଅନ୍ତର୍ଭୁକ୍ତ ।

ଯେଉଁ ବ୍ୟୟ, ପୁଞ୍ଜି ସଂଗ୍ରହଜନିତ ପ୍ରାପ୍ତି; ଯଥା – ଖୋଲାବଜାର ରଣ, ରିଜର୍ଭ ବ୍ୟାଙ୍କଦ୍ୱାରା ସରକାରଙ୍କୁ ପ୍ରଦତ୍ତ ଋଣ ଓ ଦେଶ ଭିତରେ ଓ ବାହାରେ ଥ‌ିବା ଅନୁଷ୍ଠାନମାନଙ୍କଦ୍ଵାରା ପ୍ରଦତ୍ତ ଋଣଦ୍ବାରା ଭରଣା କରାଯାଇଥାଏ, ତାହାକୁ ପୁଞ୍ଜି ବ୍ୟୟ କୁହାଯାଏ । ଏହି ବ୍ୟୟଭାର ବୈଦେଶିକ ଋଣ, ଆନ୍ତର୍ଜାତୀୟ ଅନୁଷ୍ଠାନମାନଙ୍କଦ୍ୱାରା ପ୍ରଦତ୍ତ ଋଣ ଓ ରାଜ୍ୟ ସରକାରଙ୍କଦ୍ବାରା ପରିଶୋଧ କରାଯାଉଥ‌ିବା ଋଣଦ୍ଵାରା ମଧ୍ୟ ବହନ କରାଯାଇଥାଏ । ଏହି ବ୍ୟୟ ସାଧାରଣଭାବେ ଭୂମି ଅଧୃତ, କୋଠାବାଡ଼ି ନିର୍ମାଣ, ଯନ୍ତ୍ରପାତି ଓ କଳକବ୍‌ଜା କ୍ରୟ, ଅଂଶଧନରେ ବିନିଯୋଗ ଏବଂ ରାଜ୍ୟ ସରକାରଙ୍କ ଅଗ୍ରିମ ନିମନ୍ତେ କରାଯାଇଥାଏ ।

7. ପ୍ରତ୍ୟକ୍ଷ କର ଓ ପରୋକ୍ଷ କର :
Answer:
ଯେଉଁ ବ୍ୟକ୍ତି ଉପରେ କର ଧାର୍ଯ୍ୟ କରାଯାଇଥାଏ ସେ ଯଦି କରଭାର ବହନ କରେ, ତାହାହେଲେ ସେ ପ୍ରକାର କର ଏକ ପ୍ରତ୍ୟକ୍ଷ କର । ସେ ଅନ୍ୟ କୌଣସି ବ୍ୟକ୍ତିଙ୍କୁ କରଭାର ହସ୍ତାନ୍ତର କରିପାରେ ନାହିଁ । ଆୟକର ଏକ ପ୍ରତ୍ୟକ୍ଷ କରର ଦୃଷ୍ଟାନ୍ତ । ଏହାର କରାଘାତ ଓ କରାପାତ ସମାନ ବ୍ୟକ୍ତି ଉପରେ ପଡ଼େ । ଡାଲଟନ୍‌ଙ୍କ ଭାଷାରେ, ‘ପ୍ରତ୍ୟକ୍ଷ କର ତାହାକୁ କୁହାଯାଏ ଯେଉଁ କ୍ଷେତ୍ରରେ, ଆଇନ ଅନୁଯାୟୀ ଯେଉଁ ବ୍ୟକ୍ତି ଉପରେ ଟିକସ ଧାର୍ଯ୍ୟ କରାଯାଏ, ସେହିଁ ପ୍ରକୃତରେ ଏହା ଭରଣା କରେ ।’

ଯେଉଁ କରଗୁଡ଼ିକ ପ୍ରଥମେ ଜଣେ ବ୍ୟକ୍ତି ଦେଇଥା’ନ୍ତି; କିନ୍ତୁ ପରେ ଅନ୍ୟ କୌଣସି ଜଣେ ବ୍ୟକ୍ତିଙ୍କ ଉପରକୁ ଖସାଇ ଦିଆଯାଇଥାଏ, ସେଗୁଡ଼ିକୁ ପରୋକ୍ଷ କର କୁହାଯାଏ । ଏଠାରେ କରାଘାତ ପ୍ରଥମ ବ୍ୟକ୍ତି ଉପରେ ପଡ଼ିଥାଏ ଓ କରାପାତ ଦ୍ବିତୀୟ ବ୍ୟକ୍ତିଙ୍କ ଉପରେ ପଡ଼ିଥାଏ । କେତେକ କ୍ଷେତ୍ରରେ ମୋଟ କରାପାତ ଦ୍ବିତୀୟ ବ୍ୟକ୍ତି ଉପରେ ପୂରା ଭାବରେ ପଡ଼ିନଥାଏ ।

ଡାଲଟନ୍‌ଙ୍କ ମତରେ, ‘ପରୋକ୍ଷ କର ଜଣେ ବ୍ୟକ୍ତି ଉପରେ ବସାଯାଏ, କିନ୍ତୁ ପ୍ରକୃତ କରଦାତା ଓ ଅନ୍ୟାନ୍ୟ ସମ୍ପର୍କୀୟ ପୂର୍ବ ସର୍ଭାବଳୀରେ ଏକ ଆନୁଷଙ୍ଗିକ ପରିବର୍ତ୍ତନ ଯୋଗୁଁ ନିର୍ଦ୍ଧାରିତ କରର ପୁରା ଭାଗ ବା ଏହାର କିଛି ଅଂଶ ପ୍ରକୃତରେ ଅନ୍ୟକୁ ଦେବାକୁ ପଡ଼ିଥାଏ ।’

8. କରାଘାତ ଓ କରାପାତ :
Answer:
କରଧାର୍ଯ୍ୟ ହେବା ପରେ ଯେଉଁମାନଙ୍କୁ ପ୍ରଥମେ କର ଦେବାକୁ ହୋଇଥାଏ ସେମାନଙ୍କ ଉପରେ କରାଘାତ ହେଲା ବୋଲି କୁହାଯାଏ । ଅନ୍ୟପକ୍ଷରେ ଯେଉଁମାନେ ପରିଶେଷରେ କର ଭାର ବହନ କରନ୍ତି ସେମାନଙ୍କ ଉପରେ କରାପାତ ହୋଇଥାଏ । କରାଘାତ କହିଲେ କରର ଧାର୍ଯ୍ୟ ବିନ୍ଦୁକୁ ବୁଝାଉଥିବାବେଳେ କରାଘାତ କହିଲେ କରର ଅନ୍ତିମ ଭାରବିନ୍ଦୁକୁ ବୁଝାଇଥାଏ । କରାପାତ କର ସ୍ଥାନାନ୍ତରଣ ଅନ୍ତିମ ପରିଣାମ ।

ଯେଉଁ ଲୋକମାନଙ୍କ ଉପରେ କରାଘାତ ହୁଏ, ସେମାନେ କରର ପ୍ରାଥମିକ ଭାର ବହନ କରନ୍ତି । ଅନ୍ୟ ପକ୍ଷରେ ଯେଉଁମାନଙ୍କ ଉପରେ କରାପାତ ହୁଏ ସେମାନେ କରର ଅନ୍ତିମ ଭାର କରଥା’ନ୍ତି ।

9. ଉପାର୍ଜିତ ରାଜସ୍ଵ ଓ ଅନୁପାର୍ଜିତ ରାଜସ୍ଵ :
Answer:
ରାଷ୍ଟ୍ର ନିଜ ମାଲିକାନାରେ ଥିବା ପ୍ରାକୃତିକ ସମ୍ବଳଗୁଡ଼ିକର ଉପଯୋଗ କରି ଯେଉଁ ରାଜସ୍ୱ ସଂଗ୍ରହ କରିଥାଏ, ତାହାକୁ ଉପାର୍ଜିତ ରାଜସ୍ୱ ଆଖ୍ୟା ଦିଆଯାଇଥାଏ । ଏତଦ୍‌ବ୍ୟତୀତ ରାଷ୍ଟ୍ରାୟତ୍ତ ବାଣିଜ୍ୟିକ ଓ ଔଦ୍ୟୋଗିକ ସଂସ୍ଥାମାନଙ୍କରୁ ରାଷ୍ଟ୍ର ଯେଉଁ ଆୟ ଅର୍ଜନ କରିଥାଏ, ତାହାକୁ ଉପାର୍ଜିତ ରାଜସ୍ୱ କୁହାଯାଏ । ସରକାର ମଧ୍ୟ ଏକ ଉଦ୍ୟୋକ୍ତା । ସରକାରୀ ଉଦ୍ୟୋଗରେ ଉତ୍ପାଦିତ ବିଭିନ୍ନ ଦ୍ରବ୍ୟ ଓ ସେବା ବିକ୍ରୟ କରି ସରକାର ଯେଉଁ ରାଜସ୍ବ ପାଇଥା’ନ୍ତି, ତାହାକୁ ଉପାର୍ଜିତ ରାଜସ୍ୱ କୁହାଯାଏ ।

ଅନ୍ୟପକ୍ଷରେ ରାଷ୍ଟ୍ରର ଅନୁପାର୍ଜିତ ରାଜସ୍ବ ମୁଖ୍ୟତଃ ବ୍ୟକ୍ତି, ପରିବାର ଓ ପ୍ରତିଷ୍ଠାନମାନଙ୍କଠାରୁ ମିଳିଥାଏ । କର, ପ୍ରଶାସନିକ ଆୟ, ଉପହାର ଓ ଅନୁଦାନ ଆଦିକୁ ସରକାରଙ୍କ ଅନୁପାର୍ଜିତ ଆୟ ବୋଲି କୁହାଯାଇଥାଏ ।

CHSE Odisha Class 12 Economics Chapter 16 Short Answer Questions in Odia Medium

10. ରାଷ୍ଟ୍ରବିତ୍ତ ଓ ବ୍ୟକ୍ତିବିର :
Answer:
ଜଣେ ବ୍ୟକ୍ତିଙ୍କ ଆୟ ପ୍ରାୟତଃ ସ୍ଥିର, ତେଣୁ ତାଙ୍କୁ ଆୟ ଅନୁସାରେ ବ୍ୟୟ କରିବାକୁ ପଡ଼େ; କିନ୍ତୁ ରାଷ୍ଟ୍ର ପ୍ରଥମେ ବ୍ୟୟ ପରିମାଣ ଆକଳନ କରି ବ୍ୟୟ ଭରଣା ପାଇଁ ବିଭିନ୍ନ ଆୟର ପନ୍ଥା ନିର୍ଦ୍ଧାରଣ କରେ ।

ଜଣେ ବ୍ୟକ୍ତି ପାଇଁ ଲାଭ ବ୍ୟୟର ମୁଖ୍ୟ ଉଦ୍ଦେଶ୍ୟ; କିନ୍ତୁ ଲାଭ ପ୍ରତ୍ୟାଶା ରାଷ୍ଟ୍ରର ମୁଖ୍ୟ ଆଭିମୁଖ୍ୟ ନୁହେଁ । ସର୍ବାଧିକ ଜନକଲ୍ୟାଣ ରାଷ୍ଟ୍ର ବ୍ୟୟର ଲକ୍ଷ୍ୟ ।

ଜଣେ ବ୍ୟକ୍ତିର ବଜେଟ୍ ତା’ର ନିଜସ୍ବ । ଏହା ସାଧାରଣରେ ପ୍ରକାଶିତ ହୋଇନଥାଏ ଏବଂ ଗୋପନ ରହିଥାଏ; କିନ୍ତୁ ସରକାରୀ ବଜେଟ୍ ଗୋପନୀୟ ନୁହେଁ ଏବଂ ଏହା ସର୍ବସାଧାରଣ ପାଇଁ ଖୋଲା ।

11. ଯୋଜନା ବ୍ୟୟ ଓ ଅଣଯୋଜନା ବ୍ୟୟ :
Answer:
ଯେଉଁ ବ୍ୟୟ ପାଇଁ ରାଷ୍ଟ୍ରୀୟ ଯୋଜନାର ଅନୁମୋଦନ ଆବଶ୍ୟକ, ତାହା ଯୋଜନା ବ୍ୟୟ । ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଆବଶ୍ୟକତା ଅନୁସାରେ ନୂତନ ଭାବେ ପ୍ରସ୍ତାବିତ ଓ ଅନୁମୋଦିତ ବ୍ୟୟକୁ ଯୋଜନା ବ୍ୟୟ କୁହାଯାଏ । ନୂତନ ରାସ୍ତା, ବନ୍ଧ ଇତ୍ୟାଦିର ନିର୍ମାଣଜନିତ ବ୍ୟୟ ହେଉଛି ଯୋଜନା ବ୍ୟୟ ଅଟେ ।

ଯେଉଁ ସରକାରୀ ବ୍ୟୟ ନିମନ୍ତେ ରାଷ୍ଟ୍ରୀୟ ଯୋଜନାର ଅନୁମୋଦନ ଆବଶ୍ୟକ ହୋଇନଥାଏ ତାହା ଅଣଯୋଜନା ବ୍ୟୟ । ଏହି ବ୍ୟୟଭାର ବହନ କରିବାପାଇଁ ସରକାର ବାଧ୍ୟ । ସ୍ଥାୟୀ କର୍ମଚାରୀମାନଙ୍କ ଦରମା ଓ ପେନ୍‌ସନ୍, ସୁଧ ପରିଶୋଧ, ଦେଶରକ୍ଷା ଇତ୍ୟାଦି ପାଇଁ ହେଉଥିବା ବ୍ୟୟ ହେଉଛି ଅଣଯୋଜନା ବ୍ୟୟ ।

12. ଉନ୍ନୟନ ବ୍ୟୟ ଓ ଅଣଉନ୍ନୟନ ବ୍ୟୟ :
Answer:
ଯେଉଁ ସରକାରୀ ବ୍ୟୟ ଅର୍ଥନୈତିକ ବିକାଶ ନିମନ୍ତେ ସହାୟତା ପ୍ରଦାନ କରେ, ତାହା ଉନ୍ନୟନ ବ୍ୟୟ । ଜାତୀୟ ଆୟ ବୃଦ୍ଧି ସହିତ ସାମାଜିକ ଓ ଅର୍ଥନୈତିକ ବିକାଶ ଉନ୍ନୟନ ବ୍ୟୟର ପ୍ରମୁଖ ଆଭିମୁଖ୍ୟ । କୃଷି, ଶିଳ୍ପ, ସ୍ବାସ୍ଥ୍ୟ, ଗମନାଗମନ ଇତ୍ୟାଦିର ଉନ୍ନତି ପାଇଁ ହେଉଥ‌ିବା ସରକାରୀ ବ୍ୟୟକୁ ଉନ୍ନୟନ ବ୍ୟୟ କୁହାଯାଏ ।

ସରକାର ଏପରି କେତେକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟୟ କରିଥା’ନ୍ତି ଯେଉଁଗୁଡ଼ିକ ଅତ୍ୟାବଶ୍ୟକ ହୋଇଥିଲେ ମଧ୍ୟ ବିକାଶ କ୍ଷେତ୍ରରେ ସହାୟତା ପ୍ରଦାନ କରନ୍ତି ନାହିଁ । ଏପରି ସମସ୍ତ ସରକାରୀ ବ୍ୟୟକୁ ଅଣଉନ୍ନୟନ ବ୍ୟୟ କୁହାଯାଏ । ଆଇନ୍ ଓ ଶୃଙ୍ଖଳା, ପ୍ରତିରକ୍ଷା, ପ୍ରଶାସନ ଇତ୍ୟାଦି ପାଇଁ ସରକାର କରୁଥିବା ବ୍ୟୟ ଅଣଉନ୍ନୟନ ବ୍ୟୟର ଅନ୍ତର୍ଭୁକ୍ତ ।

CHSE Odisha Class 12 Economics Chapter 1 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 1 ଅର୍ଥଶାସ୍ତ୍ରର ସଂଜ୍ଞା, ପରିସର ଓ ବିଷୟବସ୍ତୁ Long Answer Questions

CHSE Odisha 12th Class Economics Chapter 1 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ସମ୍ପଦ ସଂଜ୍ଞାର ବୈଶିଷ୍ଟ୍ୟ ଆଲୋଚନା କର ।
Answer:
‘ଅର୍ଥଶାସ୍ତ୍ର’ ଅଧ୍ୟୟନର ଭିନ୍ନ ବିଷୟବସ୍ତୁ ହିସାବରେ 1776 ମସିହାରେ ଜନ୍ମଲାଭ କଲା । ଇଂରେଜ ଅର୍ଥଶାସ୍ତ୍ରୀ ଆଡ଼ାମ ସ୍ମିଥ୍ ତାଙ୍କର ବିଖ୍ୟାତ ପୁସ୍ତକ ‘ରାଷ୍ଟ୍ର ସମ୍ପଦର ପ୍ରକୃତି ଓ କାରଣର ଅନୁସନ୍ଧାନ’ (An Enquiry into the Nature and Causes of Wealth of Nations) ଉକ୍ତ ବର୍ଷ ପ୍ରକାଶ କରି ଅର୍ଥନୀତିର ପିତା ହିସାବରେ ପ୍ରସିଦ୍ଧିଲାଭ କଲେ । ତାଙ୍କ ମତରେ ଅର୍ଥଶାସ୍ତ୍ର ଏକ ‘ସଂପଦର ବିଜ୍ଞାନ’ ବୋଲି ବ୍ୟାଖ୍ୟା କରିଥିଲେ । ସ୍ମିଥ୍ଙ୍କର ଶିଷ୍ୟମାନେ ମଧ୍ୟ ଏହି ସଂଜ୍ଞାର ପ୍ରଚାର ଓ ପ୍ରସାର କଲେ ।

ସେଥିମଧ୍ୟରୁ ଆମେରିକାର A.A.Walker ଅର୍ଥଶାସ୍ତ୍ର ସଂପଦ ସମ୍ବନ୍ଧୀୟ ଜ୍ଞାନ ବୋଲି ପ୍ରଚାର କଲେ । ଫ୍ରାନ୍ସର J.B.Sayଙ୍କ ମତରେ ଅର୍ଥଶାସ୍ତ୍ର ସଂପଦକୁ ନିୟନ୍ତ୍ରଣ କରୁଥିବା ଏକ ବିସ୍‌ର ଅଧ୍ୟୟନ ବୋଲି କହିଥିଲେ । ପ୍ରସିଦ୍ଧ ଦାର୍ଶନିକ ଜିନ୍ ଷ୍ଟୁଆର୍ଟ ମିଲ୍‌ଙ୍କ ମତରେ ମାନବୀୟ ସଂପଦର ଜ୍ଞାନକୁ ଅର୍ଥଶାସ୍ତ୍ର କୁହାଯାଏ ଅର୍ଥନୀତିର ଏହି ସମ୍ପଦ ସଂଜ୍ଞାକୁ ଅନେକ ଅର୍ଥଶାସ୍ତ୍ରୀଙ୍କଦ୍ୱାରା ସମାଲୋଚିତ ହୋଇଛି ।

ସମ୍ପଦ ସଂଜ୍ଞାର ବୈଶିଷ୍ଟ୍ୟ :
(i) ସଂପଦ କହିଲେ ଏଠାରେ କେବଳ ଭୌତିକ ବସ୍ତୁଗୁଡିକୁ ବୁଝାଏ ।
(ii) ସଂପଦ କିପରି ଉତ୍ପାଦିତ ହୁଏ ଓ ଉପଯୋଗ ହୁଏ, ଅର୍ଥଶାସ୍ତ୍ର ତାହା ଅନୁଧ୍ୟାନ କରେ । ତେଣୁ ଅର୍ଥଶାସ୍ତ୍ର ଯଥାର୍ଥରେ ସଂପଦର ଏକକ ଅଧ୍ୟୟନ ଅଟେ ।
(iii) ସେବା ସମୂହ ବା କଲ୍ୟାଣ ସାଧନସ୍ଥଳେ ଏହା ଉଦାସୀନତା ପ୍ରକାଶ କରେ ।
(iv) ମଣିଷର କାର୍ଯ୍ୟକଳାପକୁ ସର୍ବପ୍ରଧାନ ଲକ୍ଷ୍ୟ ହେଲା- ସଂପଦ ଅର୍ଜନ କରିବା ଓ ବ୍ୟୟ କରିବା । ଏହା ଫଳରେ ଜାତୀୟ ସଂପଦର ବୃଦ୍ଧି ସମ୍ଭବ ହୋଇପାରିବ ।
(v) ଚାହିଦା ତୁଳନାରେ ଭୌତିକ ଦ୍ରବ୍ୟଗୁଡ଼ିକ ସ୍ଵଳ୍ପ ହୋଇଥିବା ବିଧେୟ ।
(vi) ଅଭାବ ପରିତୃପ୍ତି ନିମନ୍ତେ ଭୌତିକ ବସ୍ତୁ ବା ସମ୍ପଦଗୁଡ଼ିକ ଆବଶ୍ୟକ ହୁଅନ୍ତି ।

ଆଡ଼ାମ ସ୍ମିଥଙ୍କଦ୍ୱାରା ପ୍ରଦତ୍ତ ଅର୍ଥଶାସ୍ତ୍ରର ଏହି ସଂପଦ ସଂଜ୍ଞାକୁ ଅନେକ ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀମାନେ ସମର୍ଥନ କରିଥିଲେ । ସେମାନଙ୍କ ମଧ୍ୟରେ ଆମେରିକାର A.A.Walker ଏବଂ J.B.Say ଆଦି ଅନ୍ୟତମ।
ପରବର୍ତ୍ତୀ କାଳରେ ଏହି ସଂଜ୍ଞାକୁ ବିଭିନ୍ନ କାରଣରୁ ବିଚାର କରାଯାଇ ସଂପଦ ସଂଜ୍ଞାକୁ ଅର୍ଥଶାସ୍ତ୍ରର ଏକ ଅସମ୍ପୂର୍ଣ ସଂଜ୍ଞାର ଆଖ୍ୟା ଦିଆଯାଇଥିଲା ଏବଂ ବିଭିନ୍ନ ଆଧାର ତତ୍ତ୍ଵଗୁଡିକୁ ମଧ୍ୟ ସମାଲୋଚନା କରାଯାଇଥିଲା । ସେଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା

(1) ମାନବ କଲ୍ୟାଣକୁ ଉପେକ୍ଷା : ଅର୍ଥଶାସ୍ତ୍ରର ସମ୍ପଦ ସଂଜ୍ଞାରେ ମାନବ କଲ୍ୟାଣକୁ ଉପେକ୍ଷା କରାଯାଇଥିଲା । ସମ୍ପଦକୁ ଅଧିକ ଗୁରୁତ୍ଵ ଦେବାଦ୍ୱାରା ତତ୍କାଳୀନ ଅର୍ଥଶାସ୍ତ୍ର ଓ ଅର୍ଥଶାସ୍ତ୍ରୀମାନେ ସମାଲୋଚକମାନଙ୍କଦ୍ୱାରା ନିନ୍ଦିତ ହୋଇଥିଲେ ।
ସମ୍ପଦ ମନୁଷ୍ୟ ପାଇଁ ଉଦ୍ଦିଷ୍ଟ । ମାନବ କଲ୍ୟାଣର ଅଗ୍ରଗତି ଅର୍ଥଶାସ୍ତ୍ରର ମୂଳ ଲକ୍ଷ୍ୟ । ସମ୍ପଦ ଏକ ମାଧ୍ୟମ ମାତ୍ର । ସମ୍ପଦ ଉପରେ ମାତ୍ରାଧ‌ିକ ଗୁରୁତ୍ବ ଆରୋପ କରି ଅର୍ଥଶାସ୍ତ୍ରର ସଂପଦ ସଂଜ୍ଞା ମାନବ ଓ ତା’ର କଲ୍ୟାଣ ସାଧନକୁ ଉପେକ୍ଷା କଲା ।

(2) ଅର୍ଥନୀତିକ ମାନବ : ଶ୍ରେଣୀୟ ଅର୍ଥଶାସ୍ତ୍ରୀମାନେ ବିଶ୍ୱାସ କରୁଥିଲେ ଯେ ଆର୍ଥନୀତିକ ମାନବ ସର୍ବଦା ସ୍ୱାର୍ଥପର । ବ୍ୟକ୍ତିଗତ ସ୍ଵାର୍ଥସାଧନ ନିମିତ୍ତ ସେ ସର୍ବଦା ସମ୍ପଦ ଅର୍ଜନ ପାଇଁ ଚେଷ୍ଟା କରିଥାଏ । ବ୍ୟକ୍ତିଗତ ସ୍ଵାର୍ଥ ଓ ସାମାଜିକ ସ୍ଵାର୍ଥ ପରସ୍ପର ପରିପୂରକ । ମାତ୍ର ଏହା ସତ୍ୟର ଅପଳାପ କହିଲେ ଅତ୍ୟୁକ୍ତି ହେବ ନାହିଁ । ସମ୍ପଦ ଅର୍ଜନ ଓ ପରିବ୍ୟୟବେଳେ ବ୍ୟକ୍ତିଗତ ସ୍ଵାର୍ଥ ଓ ସାମାଜିକ ସ୍ଵାର୍ଥ ପରସ୍ପର ପରିପନ୍ଥୀ ହୋଇପାରନ୍ତି । ସୁତରାଂ ମାନବୀୟ ଆଚରଣର ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟା ପାଇଁ ଉକ୍ତ ସଂଜ୍ଞା | ସମାଲୋଚକଙ୍କଦ୍ବାରା ପ୍ରତ୍ୟାଖ୍ତ ହେଲା ।

(3) ସ୍ଵଚ୍ଛତା ଓ ଚୟନର ଉପେକ୍ଷା : ସମ୍ପଦ ସଂଜ୍ଞାରେ ସ୍ଵଳ୍ପତା ଓ ଚୟନକୁ ଉପେକ୍ଷା କରାଯାଇଛି । ମାତ୍ର ଆଧୁନିକ ଅର୍ଥଶାସ୍ତ୍ରୀମାନଙ୍କ ମତରେ ଅର୍ଥଶାସ୍ତ୍ର ମୁଖ୍ୟତଃ ସମ୍ପଦର ସ୍ଵଚ୍ଛତା ଓ ଚୟନ ବିଷୟରେ ଅଧ୍ୟୟନ କରିଥାଏ ।

(4) ସମ୍ପଦର ସଂକୀର୍ଣ୍ଣ ବ୍ୟାଖ୍ୟା : ଆଡ଼ାମ ସ୍ମିଥ୍ ଓ ତାଙ୍କର ଅନୁଗତମାନଙ୍କଦ୍ୱାରା ନିରୂପଣ ସଂଜ୍ଞା, ସମ୍ପଦର ସଂକୀର୍ଣ୍ଣ ବ୍ୟାଖ୍ୟା ଉପରେ ପର୍ଯ୍ୟବସିତ ଥିଲା । କେବଳ ଭୌତିକ ଦ୍ରବ୍ୟଗୁଡ଼ିକ ସଂପଦ ପଦବାଚ୍ୟ ହେଉଥିଲା । ଡାକ୍ତରଙ୍କ ସେବା, ଅଧ୍ୟାପକଙ୍କ ଅଧ୍ୟାପନା, ବୈଜ୍ଞାନିକଙ୍କ ଗବେଷଣା ଆଦି ଅଭୌତିକ ଦ୍ରବ୍ୟଗୁଡ଼ିକ ସମ୍ପଦ ପଦବାଚ୍ୟ ହେଉନଥିଲା । ସଂପଦର ଏହି ସଂକୀର୍ଣ୍ଣ ବ୍ୟାଖ୍ୟା ଯୋଗୁ ଏହି ସଂଜ୍ଞା ପ୍ରତ୍ୟାଖ୍ୟାତ ହେଲା ।

(5) ବିମର୍ଷ ବିଜ୍ଞାନ : ସଂପଦ ସଂଜ୍ଞାରୁ ଧାରଣା ସୃଷ୍ଟି ହେଲା ଯେ, ସମ୍ପଦ ଅର୍ଜନ ହିଁ ମଣିଷର ଏକମାତ୍ର ଲକ୍ଷ୍ୟ । ପ୍ରତ୍ୟେକ ମଣିଷ କେବଳ ଲାଭକ୍ଷତି, ଦରଦାମ ନେଇ ବ୍ୟସ୍ତ ବୋଲି ଏହି ସଂଜ୍ଞା ପ୍ରତିପାଦିତ କଲା । ସଂପଦକୈନ୍ଦ୍ରିକ ମନୁଷ୍ୟ ସ୍ୱଭାବତଃ ସ୍ବାର୍ଥପର ଓ ହୃଦୟହୀନ । ଯଦି ସମାଜରେ ଧନ ହିଁ ସବୁକିଛି ତାହାହେଲେ ମଣିଷର ସ୍ନେହ, ସେବା, ସଦ୍‌ଭାବ ଆଦି ଉଚ୍ଚ ଆଦର୍ଶର ସ୍ଥାନ କାହିଁ ? ଅନ୍ୟ ଅର୍ଥରେ କହିଲେ ଏହି ସଂଜ୍ଞାରୁ ସୃଷ୍ଟି ଜଣାଯାଉଛି ଯେ ଅର୍ଥାନ୍ଵେଷୀ, ସ୍ୱାର୍ଥପର ମନୁଷ୍ୟର କାର୍ଯ୍ୟକଳାପର ଆଲୋଚନା ହିଁ ଅର୍ଥଶାସ୍ତ୍ରର ବିଷୟବସ୍ତୁ । ମନୁଷ୍ୟକୁ ସ୍ୱାର୍ଥାନ୍ଧ ହେବାପାଇଁ ପ୍ରେରଣା କରୁଥିବାରୁ ଓ ଉଚ୍ଚତର ଆଦର୍ଶ ବିଷୟରେ ନୀରବ ରହୁଥ‌ିବାରୁ ରସ୍କିନ୍ (Ruskin) ଅର୍ଥଶାସ୍ତ୍ରକୁ ଏକ ନୀଚ ଓ ବିମର୍ଷ ଶାସ୍ତ୍ର (Dismal Science) ବୋଲି ଅଭିହିତ କରିଥିଲେ ।

ଏହିସବୁ କାରଣରୁ ସମ୍ପଦ ସଂଜ୍ଞା ଆଧୁନିକ ଅର୍ଥଶାସ୍ତ୍ରୀ- ମାନଙ୍କଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛି । ସେମାନଙ୍କ ପ୍ରଦତ୍ତ ସଂଜ୍ଞାରେ ମନୁଷ୍ୟ ଓ ତାହାର କାର୍ଯ୍ୟାବଳୀ ମୁଖ୍ୟ ଓ ସମ୍ପଦ ଗୌଣ ସ୍ଥାନ ଅଧିକାର କରିଛି ।

CHSE Odisha Class 12 Economics Chapter 1 Long Answer Questions in Odia Medium

2. ‘ଅର୍ଥଶାସ୍ତ୍ର ଏକ ମନୋନୟନ ବିଜ୍ଞାନ’’ – ଆଲୋଚନା କର ।
Answer:
ଇଂରେଜ ଅର୍ଥଶାସ୍ତ୍ରୀ ପ୍ରଫେସର୍ ଲିଓନେଲ୍ ରବିନ୍‌ସଙ୍କ ଦ୍ବାରା ରଚିତ ପୁସ୍ତକ “Nature and Significance of Economics Science” (ଅର୍ଥନୀତିକ ବିଜ୍ଞାନର ପ୍ରକୃତି ଓ ଗୁରୁତ୍ଵ) । 1932 ମସିହାରେ ପ୍ରକାଶିତ ହେବା ପର୍ଯ୍ୟନ୍ତ ମାର୍ଶାଲ୍‌ଙ୍କଦ୍ବାରା ପ୍ରଦତ୍ତ କଲ୍ୟାଣକାରୀ ସଂଜ୍ଞା ସାଧାରଣତଃ ଅର୍ଥଶାସ୍ତ୍ରର ସଂଜ୍ଞା ରୂପେ ଗ୍ରହଣୀୟ ହୋଇଥିଲା । ମାତ୍ର ଲଣ୍ଡନ ବିଶ୍ଵ ବିଦ୍ୟାଳୟର ପ୍ରଫେସର ରବିନ୍ସ ଅର୍ଥଶାସ୍ତ୍ରର କଲ୍ୟାଣକାରୀ ସଂଜ୍ଞାର ଦୃଢ଼ ସମାଲୋଚନାକରିବା ସଙ୍ଗେସଙ୍ଗେ ଜୀବନର କେତେକ ମୌଳିକ ବୈଶିଷ୍ଟ୍ୟରୁ ହିଁ ଅର୍ଥଶାସ୍ତ୍ରକୁ ଜନ୍ମ ଦେବାକୁ ଯାଇ ଏହାର ଏକ ଅଧ୍ଵ ଯଥାଯଥ ଓ ପ୍ରମାଣଯୋଗ୍ୟ ସଂଜ୍ଞା ଉକ୍ତ ପୁସ୍ତକରେ ପ୍ରଦାନ କରିଥିଲେ ।

ସେ ଉପଲବ୍‌ କଲେ ଯେ, ସାମାଜିକ ଅର୍ଥନୀତିକ କ୍ଷେତ୍ର ସମସ୍ୟାବହୁଳ ଓ ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆର୍ଥନୀତିକ କାର୍ଯ୍ୟକ୍ରମଗୁଡ଼ିକ ସଂଘଟିତ ହୁଏ । ତେଣୁ ଅର୍ଥଶାସ୍ତ୍ର ଅଧ୍ୟୟନର ମୂଳଲକ୍ଷ୍ୟ ହେଲା- ଆର୍ଥନୀତିକ ସମସ୍ୟାଗୁଡ଼ିକୁ ସମାଧାନ କରିବା । ଏହାକୁ ଆଧାର କରି ରବିନ୍ସଙ୍କ ସଂଜ୍ଞା ପ୍ରଦାନ କରାଯାଇଅଛି ।

ରବିନ୍ସଙ୍କ ଭାଷାରେ ‘ଅସୀମ ଅଭାବ ଓ ବିକଳ୍ପ ବ୍ୟବହାରଯୁକ୍ତ ସସୀମ ସମ୍ବଳ ମଧ୍ୟରେ ଥିବା ସମ୍ପର୍କ ପରିପ୍ରେକ୍ଷୀରେ ମାନବିକ ଆଚରଣ ଅଧ୍ୟୟନ କରୁଥିବା ବିଜ୍ଞାନକୁ ହିଁ ଅର୍ଥଶାସ୍ତ୍ର କୁହାଯାଏ ।’ ରବିସଙ୍କ ସଂଜ୍ଞା ବିଶ୍ଳେଷଣ କଲେ ମାନବ ଜୀବନର କେତୋଟି ମୌଳିକ ବୈଶିଷ୍ଟ୍ୟ ଓ ସେମାନଙ୍କର ପାରସ୍ପରିକ ସମ୍ପର୍କରୁ ହିଁ ଯେ ଅର୍ଥଶାସ୍ତ୍ର ସୃଷ୍ଟି ଏକଥା ସ୍ପଷ୍ଟ ଅନୁମାନ କରିହେବ ।

ବୈଶିଷ୍ଟ୍ୟ :
(1) ଅସୀମ ଅଭାବ – ମାନବର ଅଭାବ ଅସୀମ । ଗୋଟିଏ ଅଭାବ ପରିତୃପ୍ତି ହେବାମାତ୍ର ଅନ୍ୟ ଏକ ଅଭାବ ଦେଖାଦିଏ । ଏହା ମାନବ ଜୀବନର ଏକ ମୌଳିକ ବୈଶିଷ୍ଟ୍ୟ । ଯଦି ଆମର ଅଭାବ ଅସୀମ ହୋଇନଥାନ୍ତା, ତେବେ ଆମ ପାଇଁ କୌଣସି ଅର୍ଥନୈତିକ ସମସ୍ୟା ଦେଖାଦିଅନ୍ତା ନାହିଁ । ଯେହେତୁ ମାନବର ଅଭାବ ଅସୀମ, ଆମେ ସମସ୍ତେ ସମସ୍ତ ଅଭାବକୁ ପରିତୃପ୍ତି କରିବା ଅସମ୍ଭବ । ଆମକୁ ଜରୁରୀ ଅଭାବଗୁଡ଼ିକୁ ନିର୍ବାଚନ କରି କମ୍ ଜରୁରୀ ଅଭାବଗୁଡ଼ିକୁ ସ୍ଥଗିତ ରଖିବାକୁ ପଡ଼ିବ ବା “ସ୍ଥଳବିଶେଷରେ ପରିତ୍ୟାଗ କରିବାକୁ ପଡ଼ିବ ।

(2) ସୀମିତ ସମ୍ବଳ ସମ୍ବଳ ମାଧ୍ୟମରେ ଅଭାବର ପରିତୃପ୍ତି ସମ୍ଭବ । କିନ୍ତୁ ଆମ ପାଖରେ ଥିବା ସମ୍ବଳ ସସୀମ ! ସମ୍ବଳ କହିଲେ ଆମ ପାଖରେ ଥ‌ିବା ଅର୍ଥ, ସମୟ, ଶକ୍ତି, ଦ୍ରବ୍ୟ ଓ ସେବା ଆଦିକୁ ବୁଝାଏ । ଏହାର ଯୋଗାଣ ଚାହିଦା ତୁଳନାରେ ସୀମିତ ହୋଇଥବାରୁ ଅର୍ଥନୈତିକ ସମସ୍ୟା ସୃଷ୍ଟିହୁଏ । ଯଦି ସମ୍ବଳ ଅସୀମ ହୋଇଥାନ୍ତା ତେବେ ଆମକୁ ଯେକୌଣସି ଅଭାବର ପରିତୃପ୍ତି ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ନ୍ତା ନାହିଁ ।

(3) ସମ୍ବଳର ବିକଳ୍ପ ବ୍ୟବହାର – ସୀମିତ ସମ୍ବଳର ବିକଳ୍ପ ବ୍ୟବହାର ରବିନ୍ସଙ୍କ ସଂଜ୍ଞାର ତୃତୀୟ ଉପାଦାନ । ଭୂମିକୁ ଶସ୍ୟ ବା ପରିବା ଚାଷ କରିବା ପାଇଁ ବ୍ୟବହାର କରାଯାଇପାରେ । ଏହାକୁ ବାସଗୃହ ନିର୍ମାଣ ବା ଖେଳପଡ଼ିଆ ପାଇଁ ମଧ୍ୟ ଉପଯୋଗ କରିହୁଏ । ଗୋଟିଏ ଏକଶହ ଟଙ୍କା ସାହାଯ୍ୟରେ ବହିଟିଏ କିଣାଯାଇପାରେ ବା ମୋବାଇଲ ସେବା ଉପଭୋଗ କରାଯାଇପାରେ । ସମ୍ବଳର ବିକଳ୍ପ ବ୍ୟବହାର ଆମକୁ ଅଗ୍ରାଧ୍ୟାକାର ଭିଭିରେ ଅଭାବର ମନୋନୟନ ପାଇଁ ବାଧ୍ୟ କରିଥାଏ । ସୀମିତ ସମ୍ବଳର ବିକଳ୍ପ ବ୍ୟବହାର ଆର୍ଥନୈତିକ ସମସ୍ୟାକୁ ତୀବ୍ରତର କରିଥାଏ ।

(4) ସମାଧାନ – ମଣିଷର ଅଭାବ ଅସୀମ ହେଲେ ହେଁ ପ୍ରତ୍ୟେକ ଅଭାବର ତୀବ୍ରତା ସର୍ବଦା ସମାନ ନୁହେଁ । ସେଥୁମଧ୍ଯରୁ କେତେକ ଅଭାବ ଅଧିକ ଗୁରୁତ୍ଵପୂର୍ଣ୍ଣ ହେଲେ ଅନ୍ୟ କେତେକ ଗୌଣ ବୋଲି ବିବେଚିତ ହୁଅନ୍ତି । ତେଣୁ ରବିନ୍ସ ଦର୍ଶାଇଛନ୍ତି ଯେ ପ୍ରଥମେ ଅଭାବଗୁଡ଼ିକର ଗୁରୁତ୍ଵ ଆଧାରରେ ଏକ ତାଲିକା ପ୍ରସ୍ତୁତ କରିବା ଦରକାର । ଯେଉଁ ଅଭାବର ଆବଶ୍ୟକତା ସବୁଠାରୁ ଅଧ‌ିକ, ତାହା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବୋଲି ବିବେଚିତ ହୋଇ ତାଲିକାର ଶୀର୍ଷସ୍ଥାନ ଅଧିକାର କରିବ ଓ ଅନ୍ୟାନ୍ୟ ଅଭାବଗୁଡ଼ିକ ସେହିପରି କ୍ରମରେ ସ୍ଥାନିତ ହେବେ । ଶେଷ ସ୍ଥାନ ଅଧିକାର କରୁଥିବା ଅଭାବ ପ୍ରତି ନିଶ୍ଚିତ ସର୍ବନିମ୍ନ ଆବଶ୍ୟକତା ପ୍ରକାଶ ପାଇବ ।

ଏହାପରେ ଉପଲବ୍‌ଧ ସ୍ଵଳ୍ପ ସମ୍ବଳର ବିନିଯୋଗ କରାଯାଇ ଯଥାସମ୍ଭବ ଗୁରୁତ୍ଵଭିଭିକ ବା କ୍ରମିକ ଅଭାବଗୁଡିକୁ ପୂରଣ କରାଯିବ ଓ ଯଥାସମ୍ଭବ ପୂରଣ କରାଯିବ । ଏହାକୁ ଅଭାବର ମନୋନୟନ ପ୍ରକ୍ରିୟା କୁହାଯାଏ । ଆର୍ଥନୀତିକ ସମସ୍ୟାର ସମାଧାନର ସୂତ୍ର ଏକ ନିର୍ବାଚନ ପ୍ରକ୍ରିୟାରେ ସ୍ଵଳ୍ପ ସମ୍ବଳକୁ ସର୍ବାଧ‌ିକ ପରିତୃପ୍ତି ପ୍ରଦାନ କରି ବ୍ୟକ୍ତି ତଥା ରାଷ୍ଟ୍ର ସମସ୍ୟାର ସମାଧାନ କରେ । ଏହି କାରଣରୁ ଅର୍ଥଶାସ୍ତ୍ରକୁ ଏକ ଚୟନ ବା ମନୋନୟନ ବିଜ୍ଞାନ କୁହାଯାଏ ତଥାପି ରବିନସ୍‌ଙ୍କ ସଂଜ୍ଞା ମଧ୍ୟ ।

ସମାଲୋଚନା :
(i) ରବିନ୍ସଙ୍କ ସଂଜ୍ଞା ବ୍ୟକ୍ତିଙ୍କ ଚୟନ ଉପରେ ଗୁରୁତ୍ୱ ଆରୋପ କରେ ଏବଂ ଅର୍ଥବ୍ୟବସ୍ଥାକୁ ମଣିଷ ଓ ଅର୍ଥନୀତିକ ଦ୍ରବ୍ୟ ମଧ୍ୟ ପରସ୍ପର ନିର୍ଭରଶୀଳ ସମ୍ପର୍କର ଏକ କ୍ରମିକ ଧାରା ରୂପେ ବିଚାର କରେ । ତେଣୁ ଏହା ସାମାଜିକ ପସନ୍ଦର ଗୁରୁତ୍ବକୁ ନ୍ୟୁନ କରିଦେଇଛି ।
(ii) ଉକ୍ତ ସଂଜ୍ଞା ଆର୍ଥନୀତିକ ସମସ୍ୟା କ୍ଷେତ୍ରରେ ସମ୍ବଳ ଦୁଷ୍ପାପ୍ୟତା ପ୍ରତି ବିଶେଷ ଧ୍ୟାନ ଆକର୍ଷଣ କଲେ ହେଁ ବିକାଶ ପ୍ରତି ଦୃଷ୍ଟି ନିକ୍ଷେପ କରିନାହିଁ । ମାତ୍ର ବିକାଶ ଆମକୁ ଏହି ସମସ୍ୟାର ସମାଧାନ କ୍ଷେତ୍ରରେ ବିଶେଷ ସହାୟକ ହୋଇଥାଏ ।
(iii) ଏଠାରେ ଅର୍ଥଶାସ୍ତ୍ର ବିଭିନ୍ନ ଲକ୍ଷ୍ୟ, ଭଲ ବା ମନ୍ଦ ସ୍ଥଳେ ନିରପେକ୍ଷତା ଅବଲମ୍ବନ କରେ, ଯାହାର ପ୍ରଭାବ ମାନବିକ କଲ୍ୟାଣ ଉପରେ ଅନୁକୂଳ ବା ପ୍ରତିକୂଳ ପ୍ରଭାବ ପକାଇପାରେ । ତେଣୁ ଅର୍ଥଶାସ୍ତ୍ର ସର୍ବଦା ସମାଜ କଲ୍ୟାଣ ଲକ୍ଷ୍ୟ ପୋଷଣ କରିପାରି ନଥ୍‌ରୁ ନୈତିକ ମୂଲ୍ୟବୋଧକୁ ଆଂଶିକ ଉପେକ୍ଷା କରେ ।
(iv) ରବିନ୍ସଙ୍କ ମତରେ ସମ୍ବଳ ସ୍ଵଳ୍ପତା ଯାହା ଅର୍ଥନୀତିକ ସମସ୍ୟାର କାରଣ, ପ୍ରକୃତରେ ତାହା ଏକମାତ୍ର କାରଣ ନୁହେଁ । ଅନ୍ୟ କେତେକ ଅବସ୍ଥା ମଧ୍ୟ ଏହି ସମସ୍ୟାର କାରଣ, ଯାହା ରବିନ୍ସଙ୍କ ସଂଜ୍ଞାରେ ଉଲ୍ଲେଖ ହୋଇନାହିଁ । ତାହା ହେଲା ଅର୍ଥନୈତିକ ଉତ୍‌ଥାନ ଓ ପତନ, ଚାହିଦା ତୁଳନାରେ ଉତ୍ପାଦନ ସମ୍ପର୍କ ଇତ୍ୟାଦି ।
(v) ‘ଚୟନ ବିଜ୍ଞାନ’ ଅର୍ଥଶାସ୍ତ୍ରର ପରିସର ପ୍ରତି ଧ୍ୟାନ ଦିଏ ନାହିଁ । ତେଣୁ ଜେ.ଏଲ୍.ହାନ୍‌ସେନ୍‌ଙ୍କ ମତରେ ରବିନ୍‌ସଙ୍କ ସଂଜ୍ଞା ଅର୍ଥଶାସ୍ତ୍ରୀମାନଙ୍କ ନିମନ୍ତେ ଅଭିପ୍ରେତ ।

ଏହି ଦୃଷ୍ଟିରୁ ରବିନ୍‌ସଙ୍କ ସଂଜ୍ଞାରେ କେତେକ ତ୍ରୁଟି ଦେଖିବାକୁ ମିଳେ । ବିଶେଷ କରି ଆଧୁନିକ ଅର୍ଥବ୍ୟବସ୍ଥାର ଦୁଇଟି ମୁଖ୍ୟ ସମସ୍ୟା ହେଲା- ଅର୍ଥନୈତିକ ଅଗ୍ରଗତି ଓ ଅସ୍ଥିରତା ଯାହା ପ୍ରତି ଏହି ସଂଜ୍ଞା ଉପଯୁକ୍ତ ଗୁରୁତ୍ଵ ଦେଇ ନଥାଏ । ତଥାପି ଏହା ଆଧୁନିକ ଅର୍ଥଶାସ୍ତ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରେ ବୋଲି ବିଶ୍ଵାସ କରାଯାଇପାରେ ।

CHSE Odisha Class 12 Economics Chapter 1 Long Answer Questions in Odia Medium

3. ମାର୍ଶାଲଙ୍କଦ୍ୱାରା ପ୍ରଦତ୍ତ ଅର୍ଥଶାସ୍ତ୍ରର କଲ୍ୟାଣକାରୀ ସଂଜ୍ଞା ଆଲୋଚନା କର ।
Answer:
ଆଡ଼ାମ୍ ସ୍ମିଥ୍ଙ୍କଦ୍ୱାରା ପ୍ରଦତ୍ତ ଅର୍ଥଶାସ୍ତ୍ରର ସଂପଦ ସଂଜ୍ଞା ପ୍ରତ୍ୟାଖ୍ ହେବା ପରେ ଅନ୍ୟ ଏକ ଖ୍ୟାତିସମ୍ପନ୍ନ ଇଂରେଜ ଅର୍ଥଶାସ୍ତ୍ରୀ ପ୍ରଫେସର୍ ଆଲଫ୍ରେଡ୍‌ ମାର୍ଶାଲ ଅର୍ଥନୀତିର ଏକ ନୂତନ ସଂଜ୍ଞା ନିରୂପଣ କରିଥିଲେ । 1890 ମସିହାରେ ପ୍ରକାଶିତ ତାଙ୍କର ସ୍ଵରଚିତ ପୁସ୍ତକ ‘ଅର୍ଥଶାସ୍ତ୍ରର ତତ୍ତ୍ଵାବଳୀ’ (Principles of Economics)ରେ ସେ ଅର୍ଥଶାସ୍ତ୍ରର ଯେଉଁ ସଂଜ୍ଞା ପ୍ରଦାନ କରିଥିଲେ, ତାହା କଲ୍ୟାଣକାରୀ ସଂଜ୍ଞା ରୂପେ ବିଖ୍ୟାତ ହେଲା ।

ମାର୍ଶାଲଙ୍କ ମତରେ ‘ଅର୍ଥଶାସ୍ତ୍ର ହେଉଛି ମାନବ ସମାଜର ଦୈନନ୍ଦିନ କାର୍ଯ୍ୟକଳାପର ଏକ ଅଧ୍ୟୟନ । ଅର୍ଥଶାସ୍ତ୍ର ମାନବର ବ୍ୟକ୍ତିଗତ ଓ ସାମାଜିକ କାର୍ଯ୍ୟାବଳୀର ସେହି ଅଂଶକୁ ଅନୁଧ୍ୟାନ କରେ ଯାହାକି କଲ୍ୟାଣ ପାଇଁ ଆବଶ୍ୟକ ଭୌତିକ ବସ୍ତୁର ପ୍ରାପ୍ତି ଓ ବ୍ୟବହାର ସହିତ ଘନିଷ୍ଠ ଭାବରେ ଜଡ଼ିତ । ତେଣୁ ଗୋଟିଏ ଦିଗରେ ଏହା ସଂପଦର ଅଧ୍ୟୟନ ଓ ଅନ୍ୟ ଏକ ଅଧିକ ଗୁରୁତ୍ଵପୂର୍ଣ୍ଣ ଦିଗରେ ମଣିଷର ଅଧ୍ୟୟନର ଅଂଶବିଶେଷ ଅଟେ ।

ମାର୍ଶାଲଙ୍କ ପ୍ରଦତ୍ତ ସଂଜ୍ଞାରେ ମୁଖ୍ୟତଃ ତିନୋଟି ଦିଗକୁ ଗୁରୁତ୍ଵ ଦିଆଯାଇଅଛି ।

  • ଭୌତିକ ବସ୍ତୁଗୁଡ଼ିକ ମଣିଷର କଲ୍ୟାଣ ସାଧନ ନିମନ୍ତେ ଉପଯୋଗୀ ।
  • ଅର୍ଥଶାସ୍ତ୍ର ମାନବ ଜୀବନର ସାଧାରଣ କାର୍ଯ୍ୟାବଳୀକୁ ଅନୁଧ୍ୟାନ କରେ ।
  • ସେହି ସାଧାରଣ କାର୍ଯ୍ୟାବଳୀ ପାର୍ଥିବ ବସ୍ତୁଗୁଡ଼ିକର ଅର୍ଜନ ଓ ବିନିଯୋଗ ସହ ଘନିଷ୍ଠ ଭାବେ ଜଡ଼ିତ ।

ସମାଲୋଚନା :
ମାର୍ଶାଲଙ୍କ ସଂଜ୍ଞା ଅନେକ ଅର୍ଥଶାସ୍ତ୍ରୀମାନଙ୍କଦ୍ୱାରା ସମାଲୋଚିତ ହୋଇଥିଲା । ସେଥ୍ମଧ୍ୟରୁ ଲିଓନେଲ୍ ରବିନ୍ସ ଅନ୍ୟତମ । ଅର୍ଥଶାସ୍ତ୍ରର କଲ୍ୟାଣକାରୀ ସଂଜ୍ଞା ନିମ୍ନୋକ୍ତ କାରଣରୁ ସମାଲୋଚିତ ହୋଇଛି ।

(1) ମାର୍ଶାଲଙ୍କ କଲ୍ୟାଣକାରୀ ସଂଜ୍ଞାରେ କେବଳ କଲ୍ୟାଣ ବୃଦ୍ଧିକାରୀ ଦ୍ରବ୍ୟଗୁଡ଼ିକୁ ହିଁ ବିଚାରକୁ ନିଆଯାଇଛି । ମାତ୍ର ଅନ୍ୟପାର୍ଶ୍ଵରେ ମଦ୍ୟ, ସିଗାରେଟ୍ ଓ ଅଫିମ ଆଦି କେତେକ କ୍ଷତିକାରକ ଦ୍ରବ୍ୟ ମାନବର କଲ୍ୟାଣକୁ ଲୋପ କରିବାରେ ସହାୟକ ହୋଇଥାଏ । ଏହିଗୁଡ଼ିକୁ ମଧ୍ୟ ଅର୍ଥଶାସ୍ତ୍ର ଅଧ୍ୟୟନ କରେ । କାରଣ ସେଗୁଡିକ ମଣିଷର ଅଭାବକୁ ପରିତୃପ୍ତ କରିଥାନ୍ତି ।

(2) ମାର୍ଶାଲଙ୍କ ପ୍ରଦତ୍ତ ସଂଜ୍ଞା ସମ୍ପୂର୍ଣ ନୁହେଁ । କାରଣ ଏହା କେବଳ ପାର୍ଥିବ ଦ୍ରବ୍ୟର ଅର୍ଜନ ଓ ଏହାର ବ୍ୟବହାର ସମ୍ପର୍କରେ ଅଧ୍ୟୟନ କରେ । ଶିକ୍ଷକଙ୍କ ଶିକ୍ଷାଦାନ, ଡାକ୍ତରଙ୍କ ରୋଗୀ ସେବା ଆଦି ଅପାର୍ଥିବ ଦ୍ରବ୍ୟ ମାନବର ଅଭାବର ପରିପୂରିରେ ସହାୟକ କରେ । ଏହି ଅପାର୍ଥିବ ଦ୍ରବ୍ୟଗୁଡିକ ମାର୍ଶାଲଙ୍କ ସଂଜ୍ଞାରୁ ବାଦ ପଡ଼ିବା ଫଳରେ ଅର୍ଥଶାସ୍ତ୍ରର ସଜ୍ଞା ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଗଲା ।

(3) କଲ୍ୟାଣ ଏକ ସାମାଜିକ ଧାରଣା ଓ ବ୍ୟକ୍ତିବିଶେଷ ସ୍ଥଳେ ଭିନ୍ନ ଭିନ୍ନ ହୋଇଥିବାରୁ ଏହା ସଠିକ୍ ପରିମାପ ମଧ୍ୟ ସମ୍ଭବ ନୁହେଁ । ପିଗୁ ଏହି ସମାଜ କଲ୍ୟାଣକୁ ମୁଦ୍ରା ଆକାରରେ ମାପ କରିବାରେ ଚେଷ୍ଟା କରିଥିଲେ ହେଁ ଏହା ଏକ ପରିମାପ ନୁହେଁ ।

(4) ମାର୍ଶାଲଙ୍କ କଲ୍ୟାଣକାରୀ ସଂଜ୍ଞା ଅର୍ଥଶାସ୍ତ୍ରକୁ ଏକ ସାମାଜିକ ବିଜ୍ଞାନ ରୂପେ ବିଚାର କରିଛି । ସମାଜରେ ଥ‌ିବା ମନୁଷ୍ୟମାନଙ୍କର କାର୍ଯ୍ୟାବଳୀକୁ ଏହା ଅନୁଧ୍ୟାନ କରିଥାଏ । ଏହି ସଂଜ୍ଞାକୁ ଗ୍ରହଣ କଲେ ନିର୍ଜନ ଦ୍ଵୀପରେ ଏକାକୀ ବାସ କରୁଥିବା ରବିନସନ୍ କୁଶେ ଅର୍ଥନୀତିର ପରିସର ବାହାରେ ରହିଯିବେ । ଏହା ଗ୍ରହଣଯୋଗ୍ୟ ନୁହେଁ । କାରଣ ଏକାକୀ ବାସ କଲେ ମଧ୍ୟ ଅର୍ଥଶାସ୍ତ୍ର କେତେକ ମୌଳିକ ସୂତ୍ରଦ୍ଵାରା ପରିଚାଳିତ ହୋଇଥାଏ । ଜରୁରୀ ଆବଶ୍ୟକତାକୁ ସେ ଅଗ୍ରାଧ‌ିକାର ଦେଇ ତାଙ୍କର ସୀମିତ ସମ୍ବଳକୁ ବିନିଯୋଗ କରିଥାନ୍ତି । ତେଣୁ କେତେକ ଅର୍ଥଶାସ୍ତ୍ରୀଙ୍କ ମତରେ ଅର୍ଥଶାସ୍ତ୍ରକୁ ଏକ ସାମାଜିକ ବିଜ୍ଞାନ ଅପେକ୍ଷା ମାନବ ବିଜ୍ଞାନ ରୂପରେ ବିଚାର କରାଯିବା ଆବଶ୍ୟକ ।

4. ବ୍ୟଷ୍ଟି ଅର୍ଥନୀତି ସମ୍ପର୍କରେ ଆଲୋଚନା କର ।
Answer:
ବିଶିଷ୍ଟ ଇଂରେଜ ଅର୍ଥଶାସ୍ତ୍ରୀ ଆଡ଼ାମ୍ ସ୍ମିଥ୍ ଅର୍ଥଶାସ୍ତ୍ରର ସ୍ରଷ୍ଟା ରୂପେ ସମ୍ମାନିତ । ଅର୍ଥଶାସ୍ତ୍ର ଏକ ସାମାଜିକ ବିଜ୍ଞାନ । ସାମାଜିକ ବିଜ୍ଞାନର ପରିସର ଓ ବିଷୟବସ୍ତୁ ଅତି ବ୍ୟାପକ । ଏହାର ରାଜନୈତିକ, ସାମାଜିକ, ଐତିହାସିକ, ଅର୍ଥନୈତିକ ଆଦି ବିଭିନ୍ନ ଦିଗ ରହିଅଛି । ରାଜନୀତି ବିଜ୍ଞାନ ବ୍ୟକ୍ତିର ରାଜନୈତିକ ଜୀବନକୁ ଅଧ୍ୟୟନ କରେ । ସମାଜ ବିଜ୍ଞାନ ସାମାଜିକ ଜୀବନକୁ ଆଲୋଚନା କରିଥାଏ । ସେହିପରି ଅର୍ଥଶାସ୍ତ୍ର ସମାଜରେ ବ୍ୟକ୍ତିବିଶେଷଙ୍କର ଅର୍ଥନୈତିକ ଦିଗକୁ ଅଧ୍ୟୟନ ଓ ଆଲୋଚନା କରେ ।

ଦୁଇଟି ପୁରାତନ ଗ୍ରୀକ୍ ଶବ୍ଦରୁ ଅର୍ଥଶାସ୍ତ୍ର (Economics) ଶବ୍ଦର ଉତ୍ପତ୍ତି ଘଟିଅଛି । ଗ୍ରୀକ୍ ଶବ୍ଦ ଓଇକୋସ୍ (Oikos), ଯାହାର ଅର୍ଥ ପରିବାର ଏବଂ ନେମେନ୍ (Nemein), ଯାହାର ଅର୍ଥ ପରିଚାଳନାକୁ ନେଇ ଅର୍ଥଶାସ୍ତ୍ର (Economics)ର ସୃଷ୍ଟି ହୋଇଅଛି । ଏହାର ସମ୍ପୂର୍ଣ୍ଣ ଅର୍ଥ ହେଲା, ‘ପରିବାର ପରିଚାଳନା’ । ପରିବାରର ସମ୍ବଳ ସୀମିତ ଓ ଅଭାବ ଅନେକ । ତେଣୁ ପରିବାରକୁ ସଠିକ୍‌ଭାବେ ପରିଚାଳନା କରିବାପାଇଁ ବ୍ୟକ୍ତି ସର୍ବଦା ନିଜର ସୀମିତ ସମ୍ବଳ ଓ ଅସୀମ ଅଭାବ ମଧ୍ଯରେ ସଂଯୋଜନା ସ୍ଥାପନ କରି ପରିତୃପ୍ତିର ସର୍ବାଧ୍ଵରଣ ନିମିତ୍ତ ଚେଷ୍ଟିତ ହୋଇଥାଏ । ସେହିପରି ବ୍ୟକ୍ତିକୁ ନେଇ ଗଠିତ ମଣିଷ ସମାଜ ମଧ୍ୟ ସର୍ବଦା ସୀମିତ ସମ୍ବଳ ଓ ଅସୀମ ଲକ୍ଷ୍ୟର ସଂଯୋଜନା କରି ସାମାଜିକ ପରିତୃପ୍ତିର ସର୍ବାଧ୍ଵରଣ ନିମିତ୍ତ ପ୍ରୟାସୀ ହୋଇଥାଏ ।

ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ୍‌ଙ୍କ ମତରେ, ଅର୍ଥଶାସ୍ତ୍ର ପରିବାର ଓ ରାଜ୍ୟ ପରିଚାଳନାକୁ ବୁଝାଏ । ଭାରତୀୟ ରାଜନୀତିଜ୍ଞ ଚାଣକ୍ୟ ଏହାକୁ ଉଭୟ ଆର୍ଥନୀତିକ ଓ ରାଜନୈତିକ କାର୍ଯ୍ୟକଳାପରେ ବ୍ୟବହାର କରିଥିଲେ । ମାର୍ଶାଲ୍‌ଙ୍କ ମତରେ ‘ସମ୍ପଦର ଉତ୍ପାଦନ, ଉପଭୋଗ, ବିନିମୟ ଓ ବଣ୍ଟନ ସମ୍ବନ୍ଧୀୟ ମାନବୀୟ କାର୍ଯ୍ୟକଳାପ ଏବଂ ବସ୍ତୁଗତ ଘଟଣାବଳୀ ସମ୍ବନ୍ଧରେ ଅଧ୍ୟୟନ କରିବା ହେଉଛି ଅର୍ଥନୀତିର ଅଭିପ୍ରାୟ ।’’

ଆଧୁନିକ ଅର୍ଥନୀତିଜ୍ଞ ସୁମେଟର (Schumpeter) ଓ ବୋଲ୍‌ (Boulding)ଙ୍କ ମତରେ, ଏହା ସମସ୍ତ ଆର୍ଥନୀତିକ କାର୍ଯ୍ୟକଳାପ, ଯଥା – ଉତ୍ପାଦନ, କାର୍ଯ୍ୟକୁଶଳତା, ଉତ୍ପାଦିକା ଶକ୍ତିରେ ହ୍ରାସ, ଅର୍ଥନୈତିକ ମାନ୍ଦା ଅବସ୍ଥା, ବେକାରି, ଦାରିଦ୍ର୍ୟ ଆଦିର କାରଣ ଉପରେ ମଧ୍ୟ ଆଲୋଚନା କରିଥାଏ ।

ଅର୍ଥନୈତିକ କାର୍ଯ୍ୟାବଳୀକୁ ନିମ୍ନୋକ୍ତ ପ୍ରକାରରେ ବିଭକ୍ତ କରାଯାଏ; ଯଥା –
(i) ଉପଭୋଗ, (ii) ଉତ୍ପାଦନ, (iii) ବିନିମୟ, (iv) ବଣ୍ଟନ । ଏହିସବୁ କାର୍ଯ୍ୟାବଳୀକୁ ଦୁଇଟି ପ୍ରକାରରେ ଅଧ୍ୟୟନ କରାଯାଇପାରେ – ବ୍ୟଷ୍ଟି ଅର୍ଥନୀତି ଓ ସମଷ୍ଟି ଅର୍ଥନୀତି।

1933 ମସିହାରେ ପ୍ରଫେସର ଫ୍ରିସିକ୍ ସର୍ବପ୍ରଥମେ ଅର୍ଥନୀତିକୁ ବ୍ୟଷ୍ଟି ଓ ସମଷ୍ଟି ଅର୍ଥନୀତି ନାମରେ ଦୁଇ ଭାଗରେ ବିଭକ୍ତ କରିଥିଲେ । ବ୍ୟଷ୍ଟି ବା Micro ଗ୍ରୀକ୍ ଶବ୍ଦ Mikros ରୁ ଉଦ୍ଧୃତ । Mikros ର ଅର୍ଥ କ୍ଷୁଦ୍ର । ତେଣୁ ବ୍ୟଷ୍ଟି ଅର୍ଥନୀତି କୌଣସି ଏକ ଉପଭୋକ୍ତା, ଏକ ପ୍ରତିଷ୍ଠାନ, ଏକ ବଜାର, ଏକ ଦ୍ରବ୍ୟର ଦାମ୍ ଇତ୍ୟାଦି ସମ୍ପର୍କରେ ଅଧ୍ୟୟନ କରିଥାଏ । ଏଠାରେ ଆଲୋଚନାର ପରିସର କ୍ଷୁଦ୍ର ଯାହା ସମୁଦାୟ ନୁହେଁ; ବରଂ ଏହା ସମୁଦାୟର ଏକ ଅଂଶ ।

ବ୍ୟଷ୍ଟି ଅର୍ଥନୀତି ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ରହିବ ବୋଲି ସର୍ଭ ରଖୁଥାଏ । ଉଦାହରଣସ୍ୱରୂପ, ଆୟକୁ ସ୍ଥିର ରଖ୍ ଉପଭୋକ୍ତାଙ୍କ ସନ୍ତୁଳନ ବ୍ୟଷ୍ଟି ଅର୍ଥନୀତି ନିର୍ଦ୍ଧାରଣ କରିଥାଏ । ବ୍ୟଷ୍ଟି ଅର୍ଥନୀତି ଅର୍ଥବ୍ୟବସ୍ଥାରେ ଆଂଶିକ ସନ୍ତୁଳନ ନିର୍ଦ୍ଧାରଣ କରେ । ଅନ୍ୟାନ୍ୟ ବିଷୟ ସ୍ଥିର ରଖ୍ ଏହା ପୂର୍ଣ୍ଣ ସନ୍ତୁଳନ ସମ୍ବନ୍ଧରେ ଅଧ୍ୟୟନ ନ କରି ଏକ ନିର୍ଦ୍ଦିଷ୍ଟ ଅଂଶର ସନ୍ତୁଳନ ସମ୍ବନ୍ଧରେ ଆଲୋକପାତ କରେ । ଉପଭୋକ୍ତାଙ୍କ ସନ୍ତୁଳନ, ଉତ୍ପାଦନକାରୀଙ୍କ ସନ୍ତୁଳନ, ପ୍ରତିଷ୍ଠାନର ସନ୍ତୁଳନ ଇତ୍ୟାଦି ଆଂଶିକ ସନ୍ତୁଳନର ଉଦାହରଣ ।

ସାଧାରଣ ଭାବରେ ବ୍ୟଷ୍ଟି ଅର୍ଥନୀତି ସାଧରଣ ଦର ସ୍ତର ସ୍ଥିର ରଖ୍ ଆପେକ୍ଷିକ ଦରର ପରିବର୍ତ୍ତନ ସମ୍ବନ୍ଧରେ ଅଧ୍ୟୟନ କରେ । ଏହା ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ଦର ନିର୍ଦ୍ଧାରଣ କରେ ଏବଂ ବ୍ୟଷ୍ଟି ଅର୍ଥନୀତି ତତ୍ତ୍ବ ଉପରେ ଗୁରୁତ୍ୱ ଆରୋପ କରିଥାଏ ।

CHSE Odisha Class 12 Economics Chapter 1 Long Answer Questions in Odia Medium

5. ଅର୍ଥଶାସ୍ତ୍ରର ପରିସର ଓ ବିଷୟବସ୍ତୁ ବିଷୟରେ ଆଲୋଚନା କର ।
Answer:
ଅର୍ଥଶାସ୍ତ୍ରର ପରିସର ‘ଅଭାବ’ ନାମକ ଅର୍ଥନୈତିକ ସମସ୍ୟାରୁ ହିଁ ଆରମ୍ଭ । ମାନବ ସଭ୍ୟତାର ବୃଦ୍ଧି ସଙ୍ଗେ ସଙ୍ଗେ ଅର୍ଥନୈତିକ ଅଭିବୃଦ୍ଧି ଘଟିଲା । ଯାହାଫଳରେ ଅର୍ଥଶାସ୍ତ୍ରର ପରିସର ବୃଦ୍ଧି ପାଇଲା । ମାନବର ଦୈନନ୍ଦିନ ଜୀବନରେ ଘଟୁଥ‌ିବା ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପ ଅର୍ଥଶାସ୍ତ୍ରର ପରିସର ଅନ୍ତର୍ଭୁକ୍ତ ହେଲା – ଏହାର ପରିସର ଏକ ପକ୍ଷରେ ଏକ ବ୍ୟକ୍ତିର ସମସ୍ୟା ସହିତ ଜଡ଼ିତ ହେଲାବେଳେ ଅନ୍ୟପକ୍ଷରେ ସାମୂହିକ ଅର୍ଥନୈତିକ ସମସ୍ୟା ସହିତ ଜଡ଼ିତ ହେଲା । ତେଣୁ ପ୍ରଥମ କରି ପ୍ରଫେସର ଫ୍ରିସିକଦ୍ବାରା ଅର୍ଥଶାସ୍ତ୍ରର ବିଷୟବସ୍ତୁକୁ ଦୁଇଭାଗରେ ବିଭକ୍ତ କରାଗଲା; ଯଥା – Micro Economics (ବ୍ୟଷ୍ଟି ଅର୍ଥନୀତି) ଓ Macro Economics (ସମଷ୍ଟି ଅର୍ଥନୀତି) । ନିମ୍ନରେ ବ୍ୟଷ୍ଟି ଓ ସମଷ୍ଟି ଅର୍ଥନୀତିର ବିଷୟବସ୍ତୁଗୁଡ଼ିକ ବିଷୟରେ ଆଲୋଚନା କରାଯାକଛି ।

A. ବ୍ୟଷ୍ଟି ଅର୍ଥନୀତି (Micro Economics) – ଏହି ଅର୍ଥନୀତି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି, ପ୍ରତିଷ୍ଠାନ ବା ଶିଳ୍ପକ୍ଷେତ୍ରର ଅର୍ଥନୈତିକ କାର୍ଯ୍ୟାବଳୀ ଅଧ୍ୟୟନ କରେ । ମୁଖ୍ୟତଃ ଏହା ଉପଭୋକ୍ତାର ଆଚରଣ ତତ୍ତ୍ବ, ଉତ୍ପାଦକର ଆଚରଣ ତତ୍ତ୍ବ ଏବଂ ଦରତ ବିଷୟରେ ଅଧ୍ୟୟନ କରିଥାଏ । ତେବେ ବ୍ୟଷ୍ଟି ଅର୍ଥନୀତି ପ୍ରଧାନତଃ ନିମ୍ନରେ ଆଲୋଚିତ ଚାରୋଟି ବିଷୟରେ ଅଧ୍ୟୟନ କରିଥାଏ ।

(1) ଉପଭୋଗ (Consumption) – ଅର୍ଥଶାସ୍ତ୍ରରେ ଉପଭୋଗର ଅର୍ଥ ହେଲା କୌଣସି ବସ୍ତୁର ବ୍ୟବହାର ଯୋଗୁଁ ଉପଯୋଗିତାର ଧ୍ଵଂସକୁ ବୁଝାଏ । ମାନବ କେଉଁ ନିୟମ ଉପଭୋଗ ପାଳନ କରିବାଦ୍ୱାରା ସର୍ବାଧ‌ିକ ଆତ୍ମତୃପ୍ତି ପାଇଥାଏ ତାହା ଆଲୋଚନା କରିଥାଏ । ଏହି ସମ୍ବନ୍ଧରେ ଆମେ କ୍ରମହ୍ରାସମାନ ଉପଯୋଗିତା ସୂତ୍ର, ସମସୀମାନ୍ତ ଉପଯୋଗିତା ସୂତ୍ର, ଚାହିଦା ସୂତ୍ର ଆଦି ଅଧ୍ୟୟନ କରିଥାଉ ।
(2) ଉତ୍ପାଦନ (Production) – ଉପଯୋଗିତାର ସୃଷ୍ଟିକୁ ଉତ୍ପାଦନ କୁହାଯାଏ । ଏହି ବିଷୟରେ ଆମେ ଉତ୍ପାଦନ ତତ୍ତ୍ବ, ଯୋଗାଣ ତତ୍ତ୍ବ ଆଦି ଅଧ୍ୟୟନ କରିଥାଉ ଯଦ୍ବାରା ଉତ୍ପାଦକ କିପରି ଲାଭବାନ ହୋଇପାରିବ ତାହା ଜାଣିହୁଏ ।
(3) ବିନିମୟ (Exchange) – ଶ୍ରମ ବିଭାଜନ ଫଳରେ ବିନିମୟ ବ୍ୟବସ୍ଥା ଏକାନ୍ତ ଆବଶ୍ୟକ ହୋଇପଡ଼ିଛି । ମୁଦ୍ରାର ପ୍ରଚଳନ ବ୍ୟାଙ୍କ ବ୍ୟବସ୍ଥାର ପ୍ରସାର ଦେଶମାନଙ୍କ ମଧ୍ୟରେ ବାଣିଜ୍ୟ କରିଛି । ଏହି ବିଷୟରେ ଆମେ ଦ୍ରବ୍ୟର ବିନିମୟ ବ୍ୟବସ୍ଥା, ଏହାର ଚାହିଦା ଓ ଯୋଗାଣ ଏବଂ ବିଶେଷତଃ ଦ୍ରବ୍ୟର ମୂଲ୍ୟ ନିରୂପଣ ଓ ବଜାରର ଅନ୍ୟାନ୍ୟ ଆନୁଷଙ୍ଗିକ ପରିସ୍ଥିତିକୁ ଆଲୋଚନା କରିଥାଉ ।
(4) ବଣ୍ଟନ (Distribution) – ଉତ୍ପାଦନରେ ବ୍ୟବହୃତ ଉପାଦାନ ଯଥା – ଭୂମି, ଶ୍ରମ, ପୁଞ୍ଜି ଓ ସଙ୍ଗଠନର ଅବଦାନ ଯୋଗୁଁ ଯେଉଁ ପ୍ରାପ୍ୟ ଅଧୂଶେଷ, ମଜୁରି, ସୁଧ ଓ ଲାଭ ଆକାରରେ ପାଇଥା’ନ୍ତି, ତାହାର ପରିମାପ ଏହି ବଣ୍ଟନ ବିଷୟରେ ଆଲୋଚିତ ହୋଇଥାଏ ।

B. ସମଷ୍ଟି ଅର୍ଥନୀତି (Macro Economics) – ଏହି ଅର୍ଥନୀତି ଅର୍ଥବ୍ୟବସ୍ଥାର ବିଭିନ୍ନ ସାମୂହିକ ଏକକମାନଙ୍କର ସାମଗ୍ରିକ ଅଧ୍ୟୟନ ହିଁ ସମଷ୍ଟି ଅର୍ଥନୀତିର ବିଷୟବସ୍ତୁ । ଜାତୀୟ ଆୟ, ନିୟୋଜନ, ସାମୂହିକ ଉତ୍ପାଦନ, ସାମୂହିକ ଚାହିଦା ଓ ଯୋଗାଣ । ରାଷ୍ଟ୍ରୀୟ ସଞ୍ଚୟ ଓ ନିବେଶ ଆଦି ସାମୂହିକ ଏକକମାନଙ୍କର ଅଧ୍ୟୟନ ଓ ବିଶ୍ଳେଷଣ ସମଷ୍ଟି ଅର୍ଥନୀତିରେ ଆଲୋଚିତ ହୋଇଥାଏ । ଉପରୋକ୍ତ ବିଷୟଗୁଡ଼ିକ ସଂକ୍ଷେପରେ ନିମ୍ନରେ ଆଲୋଚନା କରାଯାଇଛି । ଜାତୀୟ ଆୟ – ଏକ ନିର୍ଦ୍ଦିଷ୍ଟ ଆକଳନ ବର୍ଷରେ ଉତ୍ପାଦିତ ହୋଇଥ‌ିବା ଅନ୍ତିମ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟ ସହ ନିଟ୍ ବୈଦେଶିକ ଉପାଦାନ ଆମ୍ଭର ସମଷ୍ଟିକୁ ଜାତୀୟ ଆୟ କୁହାଯାଏ । ଏହି ବିଷୟରେ ଜାତୀୟ ଆୟ କିପରି ଆକଳନ କରାଯାଏ ତାହା ଆଲୋଚନା କରାଯାଏ ।

(1) ଜାତୀୟ ଆୟ – ଏକ ନିର୍ଦ୍ଦିଷ୍ଟ ଆକଳନ ବର୍ଷରେ ଉତ୍ପାଦିତ ହୋଇଥ‌ିବା ଅନ୍ତିମ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟ ସହ ନିଟ୍ ବୈଦେଶିକ ଉପାଦାନ ଆମ୍ଭର ସମଷ୍ଟିକୁ ଜାତୀୟ ଆୟ କୁହାଯାଏ । ଏହି ବିଷୟରେ ଜାତୀୟ ଆୟ କିପରି ଆକଳନ କରାଯାଏ ତାହା ଆଲୋଚନା କରାଯାଏ ।
(2) ସାମଗ୍ରିକ ଚାହିଦା – ଉପଭୋଗ ଚାହିଦା (C) ବିନିଯୋଗ ଚାହିଦା ସରକାରୀ ବ୍ୟୟ (C) ଓ ନିଟ୍ ରପ୍ତାନୀ (X – M)କୁ ନେଇ ଗଠିତ ସାଙ୍କେତିକ ଭାଷାରେ ସାମୂହିକ ଚାହିଦା (A.D.) = C + I + G + (X – M) ।
(3) ସାମୂହିକ ଯୋଗାଣ (Aggregate Supply) – କୌଣସି ନିର୍ଦ୍ଦିଷ୍ଟ ବର୍ଷରେ କୌଣସି ଅର୍ଥ ବ୍ୟବସ୍ଥାରେ ଦ୍ରବ୍ୟ ଓ ସେବାର ସାମଗ୍ରିକ ପ୍ରବାହକୁ ସାମୁହିକ ଯୋଗାଣ କୁହାଯାଏ । ସାଙ୍କେତିକ ଭାଷାରେ AS = ଉପଭୋଗ (C) + ସଞ୍ଚୟ (S) ।
ଏତଦ୍‌ବ୍ୟତୀତ ଅର୍ଥଶାସ୍ତ୍ର ମୁଦ୍ରା, ବ୍ୟାଙ୍କ, ଆନ୍ତର୍ଜାତିକ ବାଣିଜ୍ୟ ଓ ରାଷ୍ଟ୍ରୀୟ ବିତ୍ତ ଆଦି ବିଷୟରେ ମଧ୍ଯ ଅଧ୍ୟୟନ କରିଥାଏ ।

CHSE Odisha Class 12 Economics Chapter 7 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 7 ପରିବ୍ୟୟ Long Answer Questions.

CHSE Odisha 12th Class Economics Chapter 7 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଉତ୍ପାଦନ ପରିବ୍ୟୟ କହିଲେ କ’ଣ ବୁଝାଏ ? ସ୍ଵଳ୍ପକାଳୀନ ମୋଟ ପରିବ୍ୟୟର ଉପାଦାନଗୁଡ଼ିକ ବର୍ଣନା କରି ମୋଟ ପରିବ୍ୟୟ କିପରି ନିର୍ଦ୍ଧାରଣ କରାଯାଏ ରେଖାଚିତ୍ର ସାହାଯ୍ୟରେ ବୁଝାଅ । କିମ୍ବା, ଉତ୍ପାଦନ ପରିବ୍ୟୟ କାହାକୁ କୁହାଯାଏ ? ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ଏହା କିପରି ସ୍ଵଳ୍ପକାଳରେ ମୋଟ ପରିବ୍ୟୟ ନିର୍ଣ୍ଣୟ କରିଥାଏ ବର୍ଣ୍ଣନା କର ।
Answer:
ପରିବ୍ୟୟ – ଅର୍ଥଶାସ୍ତ୍ରରେ ପରିବ୍ୟୟ ଅଭିଧାରଣା ଏକ ଗୁରୁତ୍ୱପୂର୍ଣ୍ଣ ଧାରଣାଭାବେ ସୁସ୍ପଷ୍ଟ । ଉତ୍ପାଦନ ପ୍ରକ୍ରିୟାରେ ‘ପରିବ୍ୟୟ’ ଶବ୍ଦର ଗୁରୁତ୍ଵ ଓ ବ୍ୟାପକତା ଭରିରହିଛି । ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନକର୍ତ୍ତା ଉତ୍ପାଦନର ଉପାଦାନ; ଯଥା- ଭୂମି, ଶ୍ରମ ଓ ପୁଞ୍ଜି ସହାୟତାରେ ଦ୍ରବ୍ୟ ସାମଗ୍ରୀ ଉତ୍ପାଦନ କରିଥା’ନ୍ତି ।

ଅର୍ଥାତ୍ ଭୂମି, ଶ୍ରମ ଓ ପୁଞ୍ଜି ଆଦିର ଭୂମିକା ଉତ୍ପାଦନ ପ୍ରକ୍ରିୟାରେ ସ୍ପଷ୍ଟଭାବରେ ଅନୁଭବ କରିହୁଏ । ଏହି ଉପାଦାନମାନଙ୍କର ଉତ୍ପାଦନ ପ୍ରକ୍ରିୟାରେ ନିଜସ୍ଵ ଅବଦାନ ପାଇଁ ଏହାର ବ୍ୟୟଭାର ବହନ କରିଥା’ନ୍ତି । ତେଣୁ ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନକର୍ତ୍ତା ଉପାଦାନମାନଙ୍କର ନିୟୋଜନ ଯୋଗୁଁ ଯେଉଁ ବ୍ୟୟ ସାଧନ କରିଥା’ନ୍ତି, ତାହାକୁ ଅର୍ଥଶାସ୍ତ୍ରରେ ‘ଉତ୍ପାଦନର ପରିବ୍ୟୟ’ କୁହାଯାଏ ।

ଉତ୍ପାଦନ ପରିବ୍ୟୟକୁ ବିଭିନ୍ନଭାବରେ ବ୍ୟାଖ୍ୟା କରାଯାଇଥାଏ । ଅର୍ଥାତ୍ ଉତ୍ପାଦନ ପରିବ୍ୟୟକୁ ବିଭିନ୍ନଭାବରେ ପରିପ୍ରକାଶ କରାଯାଇଥାଏ; ଯଥା- ମୁଦ୍ରାଗତ ପରିବ୍ୟୟ ଓ ବାସ୍ତବ ପରିବ୍ୟୟ; ସୁବ୍ୟକ୍ତ ପରିବ୍ୟୟ ଓ ଅବ୍ୟକ୍ତ ପରିବ୍ୟୟ, ବିକଳ୍ପ ବା ସୁଯୋଗ ପରିବ୍ୟୟ ଇତ୍ୟାଦି । ମାତ୍ର ସମସ୍ତ ପ୍ରକାରର ପରିବ୍ୟୟ ଗୋଟିଏ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଉପରେ ପର୍ଯ୍ୟବସିତ, ତାହାହେଲା ଦ୍ରବ୍ୟ ଉତ୍ପାଦନ । ତେଣୁ ପରିବ୍ୟୟକୁ ସର୍ବସମ୍ମତଭାବେ ଉତ୍ପାଦନଜନିତ ବ୍ୟୟ ବୋଲି ବିବେଚନା କରାଯାଇଥାଏ ।

ମୋଟ ପରିବ୍ୟୟ – ସରଳ ଭାଷାରେ, କୌଣସି ନିର୍ଦ୍ଦିଷ୍ଟ ପରିମାଣର ଦ୍ରବ୍ୟ ଉତ୍ପାଦନ ପାଇଁ ସାମଗ୍ରିକଭାବେ ଯେଉଁ ବ୍ୟୟ ଉତ୍ପାଦନର ଉପାଦାନମାନଙ୍କ ଉଦ୍ଦେଶ୍ୟରେ କରାଯାଏ ତାହାକୁ ମୋଟ ପରିବ୍ୟୟ କୁହାଯାଏ । ଅନ୍ୟ ଅର୍ଥରେ ଉତ୍ପାଦନ ପ୍ରକ୍ରିୟାରେ ସାମଗ୍ରିକଭାବେ ସମସ୍ତ ମୌଦ୍ରିକ ପରିବ୍ୟୟର ସମଷ୍ଟିକୁ ମୋଟ ପରିବ୍ୟୟ କୁହାଯାଏ । ଅଧ୍ୟାପକ ଡୋଲେଙ୍କ ଭାଷାରେ, ‘‘ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରବ୍ୟ ଉତ୍ପାଦନ ନିମନ୍ତେ କରାଯାଉଥିବା ସମସ୍ତ ପ୍ରକାର ବ୍ୟୟର ସମଷ୍ଟିକୁ ମୋଟ ପରିବ୍ୟୟ କୁହାଯାଏ ।’’

ମୋଟ ପରିବ୍ୟୟର ସ୍ଵଳ୍ପକାଳୀନ ବିଶ୍ଳେଷଣ – ମୋଟ ପରିବ୍ୟୟର ବିଶ୍ଳେଷଣ ସାଧାରଣତଃ ସମୟ ଭିଭିରେ କରାଯାଇଥାଏ । ଉତ୍ପାଦନ ପ୍ରକ୍ରିୟାରେ ସମୟ ଉପାଦାନର ଗୁରୁତ୍ବ ରହିଥ‌ିବାରୁ ଏହି ସମୟ ଉପାଦାନକୁ ସ୍ଵଳ୍ପକାଳ ଓ ଦୀର୍ଘକାଳ ଆଖ୍ୟା ଦିଆଯାଇଥାଏ । ଯେଉଁ ସମୟ ମଧ୍ୟରେ ପ୍ରତିଷ୍ଠାନର ଆୟତନରେ କୌଣସି ପରିବର୍ତ୍ତନ କରିବା ସମ୍ଭବପର ନୁହେଁ ତାହାକୁ ସ୍ଵଳ୍ପକାଳ କୁହାଯାଏ । ସ୍ବକାଳରେ ସମସ୍ତ ଉପାଦାନ ପରିବର୍ତ୍ତନଶୀଳ ନୁହନ୍ତି; କେତେକ ଉପାଦାନ ସ୍ଥିର ରହି କେତେକ ଉପାଦାନ ପରିବର୍ତ୍ତିତ ହୋଇଥା’ନ୍ତି । ମାତ୍ର ଦୀର୍ଘକାଳରେ ସମସ୍ତ ଉପାଦାନ ପରିବର୍ତ୍ତନଶୀଳ ହୋଇଥା’ନ୍ତି ।

CHSE Odisha Class 12 Economics Chapter 7 Long Answer Questions in Odia Medium

ତେଣୁ ସ୍ଵଳ୍ପକାଳରେ ପରିବ୍ୟୟକୁ ଦୁଇଟି ସ୍ଵତନ୍ତ୍ର ଶ୍ରେଣୀରେ ବିଭକ୍ତ କରାଯାଇଥାଏ; ଯଥା- ସ୍ଥିର ପରିବ୍ୟୟ (Fixed cost) ଓ ପରିବର୍ତ୍ତନୀୟ ପରିବ୍ୟୟ (Variable cost)

ସ୍ଥିର ପରିବ୍ୟୟ – ସ୍ଵଳ୍ପକାଳରେ ସ୍ଥିର ରହୁଥ‌ିବା ଉପାଦାନମାନଙ୍କ ଉଦ୍ଦେଶ୍ୟରେ ଯେଉଁ ବ୍ୟୟ କରାଯାଏ, ତାହାକୁ ସ୍ଥିର ପରିବ୍ୟୟ କୁହାଯାଏ । ଏହି ସ୍ବତନ୍ତ୍ର ସ୍ଵଳ୍ପକାଳୀନ ପରିବ୍ୟୟ ଉତ୍ପାଦର ପରିମାଣ ପରିବର୍ତନ ସହ ପରିବର୍ତ୍ତିତ ହୋଇନଥାଏ । ଉତ୍ପାଦନର ପରିମାଣ ନିର୍ବିଶେଷରେ ଏହି ସ୍ଥିର ପରିବ୍ୟୟ ଅପରିବର୍ତିତ ରହିଥାଏ । ସ୍ଥିର ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ (Supplementary cost) କିମ୍ବା ଉପରି ପରିବ୍ୟୟ (Overhead cost) କୁହାଯାଏ । ଉତ୍ପାଦିତ ଦ୍ରବ୍ୟର ସମସ୍ତ ଏକକ ପାଇଁ ଏହି ସ୍ଥିର ପରିବ୍ୟୟ ସମାନ ରହିଥାଏ ।

ପରିବର୍ତ୍ତନୀୟ ପରିବ୍ୟୟ – ସ୍ଵଳ୍ପକାଳରେ ଉତ୍ପାଦନ ପ୍ରକ୍ରିୟାରେ ଯେଉଁ ପରିବ୍ୟୟ ଉତ୍ପାଦନ ପରିମାଣର ବୃଦ୍ଧି ବା ହ୍ରାସ ସହ ବୃଦ୍ଧି ବା ହ୍ରାସ ହୋଇଥାଏ, ତାହାକୁ ପରିବର୍ତ୍ତନୀୟ ପରିବ୍ୟୟ କୁହାଯାଏ । ଅର୍ଥାତ୍ ଉତ୍ପାଦର ପରିବର୍ତ୍ତନ ସହ ଏହା ପରିବର୍ତ୍ତିତ ହୋଇଥାଏ । ପରିବର୍ତ୍ତନୀୟ ପରିବ୍ୟୟକୁ ପ୍ରତ୍ୟକ୍ଷ ପରିବ୍ୟୟ ( Direct cost) ବା ପ୍ରଧାନ ପରିବ୍ୟୟ (Prime cost) କୁହାଯାଏ ।

ଉପରୋକ୍ତ ବିଶ୍ଳେଷଣରୁ ପ୍ରତିଫଳିତ ହୁଏ ଯେ, ସ୍ଵଳ୍ପକାଳରେ ମୋଟ ପରିବ୍ୟୟର ଦୁଇଟି ଉପାଦାନ ବା ଉପାଂଶ ରହିଛି । ତାହା ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟ । ତେଣୁ ମୋଟ ପରିବ୍ୟୟ ହେଉଛି ମୋଟ ସ୍ଥିର ପରିବ୍ୟୟ ଓ = ମୋଟ ସ୍ଥିର ପରିବ୍ୟୟ + ମୋଟ ପରିବର୍ତ୍ତନୀୟ ପରିବ୍ୟୟ ।

ମୋଟ ପରିବ୍ୟୟ, ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟର ସମ୍ମିଶ୍ରଣ ଅଟେ । ଉତ୍ପାଦନର ମୋଟ ପରିବ୍ୟୟ ଉତ୍ପାଦର ସ୍ତର ଉପରେ ନିର୍ଭର କରେ । ଉତ୍ପାଦନ ପରିମାଣର ବୃଦ୍ଧି ସହ ମୋଟ ପରିବ୍ୟୟ ବୃଦ୍ଧି ପାଏ ଓ ହ୍ରାସ ସହ ମୋଟ ପରିବ୍ୟୟ ହ୍ରାସ ପାଏ । କିନ୍ତୁ ଉତ୍ପାଦନ ପ୍ରକ୍ରିୟାରେ ମୋଟ ସ୍ଥିର ପରିବ୍ୟୟ ଅପରିବର୍ତିତ ରହୁଥ‌ିବାରୁ କେବଳ ପରିବର୍ତ୍ତନୀୟ ପରିବ୍ୟୟ ଯୋଗୁ ହିଁ ମୋଟ ପରିବ୍ୟୟରେ ପରିବର୍ତ୍ତନ ଘଟିଥାଏ । ତେଣୁ ସ୍ୱଳ୍ପକାଳରେ ପରିବ୍ୟୟର ବୃଦ୍ଧି ପରିବର୍ତ୍ତନୀୟ ପରିବ୍ୟୟର ବୃଦ୍ଧି ଯୋଗୁଁ ଘଟିଥାଏ ।

ମୋଟ ପରିବ୍ୟୟ, ମୋଟ ପରିବର୍ତ୍ତନୀୟ ପରିବ୍ୟୟ ଓ ମୋଟ ସ୍ଥିର ପରିବ୍ୟୟ ମଧ୍ୟରେ ଥ‌ିବା ସମ୍ପର୍କକୁ ନିମ୍ନଲିଖ୍ ଗାଣିତିକ ବିଶ୍ଳେଷଣ ଓ ରୈଖ୍ୟକ ଉପସ୍ଥାପନାଦ୍ଵାରା ପ୍ରଦର୍ଶିତ କରାଯାଇପାରେ ।

ଉତ୍ପାଦର ଏକକ ମୋଟ ସ୍ଥିର ପରିବ୍ଯୟ (ଟଙ୍କା) ମୋଟ ପରିବର୍ତ୍ତନୀୟ ପରିବ୍ଯୟ (ଟଙ୍କା) ମୋଟ ପରିବ୍ଯୟ (ମୋଟ ସ୍ଥିର ପରିବ୍ଯୟ

+ ମୋଟ ପରିବର୍ତ୍ତନୀୟ ପରିବ୍ଯୟ)

0 10 0 10
1 10 10 20
2 10 18 28
3 10 25 35
4 10 31 41
5 10 36 46
6 10 40 50
7 10 60 70
8 10 90 100

ଉପରୋକ୍ତ ସାରଣୀରୁ ପ୍ରତୀୟମାନ ହୁଏ ଯେ, ମୋଟ ସ୍ଥିର ଉପାଦାନ ଉତ୍ପାଦନର ଯେକୌଣସି ପରିମାଣ ପାଇଁ ସ୍ଥିର (10 ଟଙ୍କା) ରହିଛି । ଏପରିକି ଉତ୍ପାଦର ପରିମାଣ ‘ଶୂନ୍ୟ’ ହେଲେ ମଧ୍ୟ ମୋଟ ସ୍ଥିର ପରିବ୍ୟୟ ସେହି 10 ଟଙ୍କା ରହିଛି । ଦ୍ବିତୀୟତଃ, ଉତ୍ପାଦନ ପରିମାଣର ବୃଦ୍ଧି ସହ ପରିବର୍ଭନୀୟ ପରିବ୍ୟୟର ପରିମାଣ ବୃଦ୍ଧି ପାଇଛି । ଉତ୍ପାଦନର ପରିମାଣ ‘ଶୂନ୍ୟ’ବେଳେ ମୋଟ ପରିବର୍ତ୍ତନୀୟ ମଧ୍ଯ ‘ଶୂନ୍ୟ’ ରହିଛି । କ୍ରମଶଃ ମୋଟ ଉତ୍ପାଦର ପରିମାଣ ବୃଦ୍ଧି ସହ ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି (ଚତୁର୍ଥ ସ୍ତମ୍ଭ) ଏବଂ ଏହି ପରିବ୍ୟୟର ବୃଦ୍ଧି କେବଳ ପରିବର୍ତ୍ତନୀୟ ଉପାଦାନର ବୃଦ୍ଧି ଯୋଗୁଁ ଘଟିଥାଏ । ନିମ୍ନସ୍ଥ ଚିତ୍ରରେ OX- ଅକ୍ଷ ଉତ୍ପାଦର ପରିମାଣ ଓ OY- ଅକ୍ଷ ପରିବ୍ୟୟର ପରିମାଣକୁ ପ୍ରତିଫଳିତ କରୁଅଛି ।

ରୈଖ୍ୟକ ଉପସ୍ଥାପନା – ନିମ୍ନସ୍ଥ ଚିତ୍ରରେ OX- ଅକ୍ଷ ଉତ୍ପାଦର ପରିମାଣ ଓ OY- ଅକ୍ଷ ପରିବ୍ୟୟର ପରିମାଣକୁ ପ୍ରତିଫଳିତ କରୁଅଛି ।
FW ସରଳରେଖାଟି ମୋଟ ସ୍ଥିର ପରିବ୍ୟୟ ସୂଚିତ କରୁଛି । ଏହି ରେଖାଟି OX ଅକ୍ଷ ସହ ସମାନ୍ତର ହୋଇଥ‌ିବାରୁ ଉତ୍ପାଦର ଯେକୌଣସି ପରିବର୍ତ୍ତନ ଏହି ପରିବ୍ୟୟ ଉପରେ କୌଣସି ପ୍ରଭାବ ପକାଇ ପାରୁନାହିଁ । ଅର୍ଥାତ୍ ଯେକୌଣସି ପରିମାଣର ଉତ୍ପାଦ କ୍ଷେତ୍ରରେ ମୋଟ ସ୍ଥିର ପରିବ୍ୟୟ ଅପରିବର୍ତ୍ତିତ ରହିଛି । ଏପରିକି ମୋଟ ଉତ୍ପାଦ ‘ଶୂନ୍ୟ’ ହେଲେ ମଧ୍ୟ ଉତ୍ପାଦନକର୍ତ୍ତା OF ପରିମାଣର ସ୍ଥିର ପରିବ୍ୟୟ ବହନ କରୁଛନ୍ତି । ସେହିପରି OM, ON ଓ OQ ପରିମାଣର ଉତ୍ପାଦ ପାଇଁ ସେହି ଏକା ପରିମାଣର ସ୍ଥିର ପରିବ୍ୟୟ (OF) ବ୍ୟୟ କରାଯାଇଛି ।

ମୋଟ ପରିବ୍ୟୟର ଦ୍ବିତୀୟ ଉପାଂଶ (ପରିବର୍ତ୍ତନୀୟ ପରିବ୍ୟୟ)ଟି OV ରେଖାଦ୍ଵାରା ସୂଚିତ ହୋଇଛି । ମୋଟ ପରିବର୍ତ୍ତନୀୟ ପରିବ୍ୟୟ ଉତ୍ପାଦ ପରିମାଣର ବୃଦ୍ଧି ସହ ବୃଦ୍ଧିପ୍ରାପ୍ତ ହୋଇଛି । ଉତ୍ପାଦର ପରିମାଣ ଶୂନ୍ୟ ଥିବାବେଳେ ମୋଟ ପରିବର୍ଭନୀୟ ପରିବ୍ୟୟ ମଧ୍ୟ ଶୂନ୍ୟ ହୋଇଛି (OV ଚକ୍ରରୁ ପ୍ରମାଣିତ) । ସେହିପରି OM, ON, OQ ପରିମାଣର ଉତ୍ପାଦ ପାଇଁ ଯଥାକ୍ରମେ MA, NB ଓ QC ପରିମାଣର ପରିବର୍ତ୍ତନୀୟ ପରିବ୍ୟୟ ଖର୍ଚ୍ଚ ହୋଇଛି ।
ଏଠାରେ OQ > ON > OM
QC > NB > MA

CHSE Odisha Class 12 Economics Chapter 7 Long Answer Questions in Odia Medium

ମୋଟ ପରିବର୍ତ୍ତନୀୟ ପରିବ୍ୟୟ ସମାନ ହାରରେ ବୃଦ୍ଧି ପାଏ ନାହିଁ । କାରଣ ସ୍ଵଳ୍ପକାଳରେ ଉତ୍ପାଦନ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ବଶବର୍ତୀ ହୋଇଥାଏ । ଫଳରେ ଏହି ସୂତ୍ରର ତିନୋଟି ପର୍ଯ୍ୟାୟରେ ଯଥାକ୍ରମେ ବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର, ସମାନୁପାତିକ ଉତ୍ପନ୍ନ ସୂତ୍ର ଓ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରରେ କାର୍ଯ୍ୟକାରୀ ହୋଇଥାଏ । ଏହି କାରଣରୁ ପରିବର୍ତ୍ତନୀୟ ପରିବ୍ୟୟ ରେଖାର

ଏହି ସ୍ବତନ୍ତ୍ର ଆକୃତି ହୋଇଥାଏ (OV ରେଖା) । ପରିବର୍ତ୍ତନୀୟ ପରିବ୍ୟୟର ବୃଦ୍ଧିର ହାର ପ୍ରଥମେ ମନ୍ଥର ହୋଇଥିବାବେଳେ ପରବର୍ତ୍ତୀ ସ୍ତରରେ ତୀଖ ହୋଇଥାଏ ।
CHSE Odisha Class 12 Economics Chapter 7 Long Answer Questions in Odia Medium
ଚିତ୍ରରେ ମୋଟ ପରିବ୍ୟୟ ରେଖା FG ଦ୍ଵାରା ଚିହ୍ନିତ ହୋଇଛି । ଏହି ରେଖାଟି ସ୍ଥିର ପରିବ୍ୟୟ ରେଖା ଓ ପରିବର୍ତ୍ତନୀୟ = ମୋଟ ସ୍ଥିର ପରିବ୍ୟୟ + ମୋଟ ପରିବର୍ତ୍ତନୀୟ ପରିବ୍ୟୟ । ତେଣୁ ଉତ୍ପାଦର ବିଭିନ୍ନ ସ୍ତରରେ ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ଥିବା ଉଲମ୍ବ ଦୂରତ୍ବକୁ ଯୋଗ କରାଯାଇ ମୋଟ ପରିବ୍ୟୟ ସ୍ଥିର କରାଯାଏ; ଯଥା-

ଉତ୍ପାଦର ପରିମାଣ ‘ଶୂନ୍ୟ’ ହେଲେ,
ମୋଟ ପରିବ୍ୟୟ = ମୋଟ ସ୍ଥିର ପରିବ୍ୟୟ (OF) + ମୋଟ ପରିବର୍ତ୍ତନୀୟ ପରିବ୍ୟୟ (0) = OF
ଉତ୍ପାଦର ପରିମାଣ OM ହେଲେ,
ମୋଟ ପରିବ୍ୟୟ = ସ୍ଥିର ପରିବ୍ୟୟ (MP) + ପରିବର୍ତ୍ତନୀୟ ପରିବ୍ୟୟ (PR) = MR
ଉତ୍ପାଦର ପରିମାଣ ଠQ ହେଲେ,
ମୋଟ ପରିବ୍ୟୟ = ସ୍ଥିର ପରିବ୍ୟୟ (QK) + ପରିବର୍ତ୍ତନୀୟ ପରିବ୍ୟୟ (KL) = QL
ମୋଟ ପରିବ୍ୟୟ = ସ୍ଥିର ପରିବ୍ୟୟ (QK) + ପରିବର୍ତ୍ତନୀୟ ପରିବ୍ୟୟ (KL) = QL

ଉପରୋକ୍ତ ପର୍ଯ୍ୟାଲୋଚନାରୁ ଜଣାଯାଏ ଯେ, ସ୍ଵଳ୍ପକାଳରେ ମୋଟ ପରିବ୍ୟୟର ଦୁଇଟି ଉପାଂଶ ବା ଉପାଦାନ ରହିଛି । ତାହାକୁ ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟ ନାମରେ ନାମିତ କରାଯାଇଛି । ଏହି ଦୁଇ ପରିବ୍ୟୟର ସମଷ୍ଟିରୁ ମୋଟ ପରିବ୍ୟୟ ସ୍ଥିର କରାଯାଇଥାଏ ।

2. ସ୍ଵଳ୍ପକାଳୀନ ମୋଟ ହାରାହାରି ବକ୍ରରେଖା କାହିଁକି (U) ଆକୃତିର – କାରଣ ଦର୍ଶାଅ
କିମ୍ବା, ସ୍ଵଳ୍ପକାଳୀନ ହାରାହାରି ପରିବ୍ୟୟ ରେଖାଗୁଡ଼ିକର ଆକୃତି କାରଣ ସହ ବର୍ଣନା କର ଓ ଏମାନଙ୍କ ମଧ୍ୟରେ କି ପ୍ରକାର ସଂପର୍କ ରହିଛି ?
କିମ୍ବା, ମୋଟ ହାରାହାରି ପରିବ୍ୟୟ କ’ଣ ? ଏହାର ଉପାଂଶଗୁଡ଼ିକ ବ୍ୟାଖ୍ୟା କରି ଏହା କିପରି ମୋଟ ହାରାହାରି ପରିବ୍ୟୟ ନିର୍ଦ୍ଧାରଣ କରନ୍ତି ଦର୍ଶାଅ ।
କିମ୍ବା, ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ । ଏହା କିପରି ମୋଟ ହାରାହାରି ପରିବ୍ୟୟ ନିର୍ଣ୍ଣୟ କରିଥାଏ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ବ୍ୟୟ କରାଯାଉଥିବା ସମସ୍ତ ଅର୍ଥକୁ ମୋଟ ପରିବ୍ୟୟର ଆଖ୍ୟା ଦିଆଯାଇଥାଏ । ଏହାର ପରିମାଣ ଉତ୍ପାଦ ବୃଦ୍ଧିର ପରିମାଣ ସହ ବୃଦ୍ଧିପ୍ରାପ୍ତ ହୋଇଥାଏ । ମାତ୍ର ସ୍ଵଳ୍ପକାଳରେ ମୋଟ ପରିବ୍ୟୟକୁ ମୋଟ ସ୍ଥିର ପରିଦ୍ୟାୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି କୁହାଯାଏ । ତେଣୁ ସ୍ଥିର ପରିବ୍ୟୟ ଓ ପରିବର୍ଭନୀୟ ପରିବ୍ୟୟ ମୋଟ ପରିବ୍ୟୟର ଦୁଇଟି ପ୍ରଧାନ ଅଂଶରୂପେ ବିବେଚିତ ହୁଏ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉତ୍ପାଦର ପରିମାଣ ବୃଦ୍ଧି ସହ ଏକକ ପିଛା ଉତ୍ପାଦନ ପରିବ୍ୟୟର ପରିବର୍ତ୍ତନ ଘଟିଥାଏ । କାରଣ ଉତ୍ପାଦର ଏକକ ବୃଦ୍ଧି ପାଇଲେ ଏକକ ପିଛା ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ଏସବୁ ତତ୍ତ୍ଵର ଆଲୋଚନା ହାରାହାରି ପରିବ୍ୟୟ ଅଭିଧାରଣା ମାଧ୍ୟମରେ କରାଯାଇପାରେ ।

ମୋଟ ହାରହାରି ପରିବ୍ୟୟ (Average Total Cost) (AC) :
ପ୍ରତି ଏକକ ଉତ୍ପାଦନ ପାଇଁ ଯେଉଁ ପରିବ୍ୟୟ ଉତ୍ପାଦନକର୍ତ୍ତା ବହନ କରିଥା’ନ୍ତି, ତାହାକୁ ହାରାହାରି ମୋଟ ପରିବ୍ୟୟ (AC) କୁହାଯାଏ । ଅର୍ଥାତ୍ ଏକକ ପ୍ରତି ଉତ୍ପାଦନ ପରିବ୍ୟୟକୁ ହାରାହାରି ମୋଟ ପରିବ୍ୟୟ କୁହାଯାଏ । ମୋଟ ପରିବ୍ୟୟ (AC) କୁ ଉତ୍ପାଦର ମୋଟ ପରିମାଣ (q) ସହ ଭାଗ କରି ହାରାହାରି ପରିବ୍ୟୟ ନିର୍ଣ୍ଣୟ କରାଯାଏ; ଯଥା –
ହାରାହାରି ମୋଟ ପରିବ୍ୟୟ (AC) = \(\frac{ମୋଟ ପରିବ୍ୟୟ (TC)}{ମୋଟ ଉତ୍ପାଦର ପରିମାଣ (q)}\)

ମୋଟ ହାରାହାରି ପରିବ୍ୟୟର ଆଲୋଚନା ସମୟରେ ଏହାର ଦୁଇ ପ୍ରଧାନ ଅଂଶ; ଯଥା – ହାରାହାରି ସ୍ଥିର ପରିବ୍ୟୟ (Average Fixed Cost) ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (Average Variable Cost) ଉପରେ ଗୁରୁତ୍ବ ଆରୋପ କରାଯାଇଥାଏ ।

ହାରାହାରି ସ୍ଥିର ପରିବ୍ୟୟ (Average Fixed Cost) (AFC) :
ଏକକ ପ୍ରତି ବ୍ୟୟ କରାଯାଉଥବା ସ୍ଥିର ପରିବ୍ୟୟକୁ ହାରାହାରି ସ୍ଥିର ପରିବ୍ୟୟ (AFC) କୁହାଯାଏ । ଉତ୍ପାଦନ ପ୍ରକ୍ରିୟାରେ ସ୍ଵଳ୍ପକାଳରେ ମୋଟ ସ୍ଥିର ପରିବ୍ୟୟ ସାମଗ୍ରିକଭାବେ ଅପରିବର୍ତ୍ତିତ ରହିଥାଏ । ତେଣୁ ଉତ୍ପାଦର ପରିମାଣ ବୃଦ୍ଧି ଘଟିଲେ ମୋଟ ସ୍ଥିର ପରିବ୍ୟୟରେ କୌଣସି ବୃଦ୍ଧି ପରିଲକ୍ଷିତ ହୁଏ ନାହିଁ । ମାତ୍ର ସମପରିମାଣର ମୋଟ ସ୍ଥିର ପରିବ୍ୟୟ ଅଧ‌ିକ ସଂଖ୍ୟକ ଏକକ ମଧ୍ୟରେ ବଣ୍ଟିତ ହୋଇଯାଏ । ଫଳରେ ଉତ୍ପାଦର ଏକକ ପ୍ରତି ସ୍ଥିର ପରିବ୍ୟୟ ବା ହାରାହାରି ସ୍ଥିର ପରିବ୍ୟୟ ଉତ୍ପାଦନର ବୃଦ୍ଧି ସହ କ୍ରମଶଃ ହ୍ରାସ ପାଏ । ମୋଟ ସ୍ଥିର ପରିବ୍ୟୟକୁ ମୋଟ ଉତ୍ପାଦଦ୍ୱାରା ବିଭାଜିତ କରି ହାରାହାରି ସ୍ଥିର ପରିବ୍ୟୟ ନିର୍ଣ୍ଣୟ କରାଯାଏ ।

ହାରାହରି ସ୍ଥିର ପରିବ୍ୟୟ (AFC) = \(\frac{ମୋଟ ସ୍ଥିର ପରିବ୍ୟୟ (TFC)}{ମୋଟ ଉତ୍ପାଦର ପରିମାଣ (q)}\)

CHSE Odisha Class 12 Economics Chapter 7 Long Answer Questions in Odia Medium

ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (Average Variable Cost) (AVC) :
ଉତ୍ପାଦର ଏକକ ପ୍ରତି ବ୍ୟୟ କରାଯାଉଥ‌ିବା ପରିବର୍ଭନୀୟ ପରିବ୍ୟୟକୁ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ କୁହାଯାଏ । ମୋଟ ପରିବର୍ତ୍ତନୀୟ ପରିବ୍ୟୟକୁ ମୋଟ ଉତ୍ପାଦନର ପରିମାଣଦ୍ୱାରା ବିଭାଜିତ କରି ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ନିର୍ଦ୍ଧାରଣ କରଯାଇଥାଏ; ଯଥା –
ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) = \(\frac{ମୋଟ ପରିବର୍ତ୍ତନୀୟ ପରିବ୍ୟୟ (AVC)}{ମୋଟ ଉତ୍ପାଦର ପରିମାଣ (q)}\)

ଉତ୍ପାଦନର ବିଭିନ୍ନ ସ୍ତରରେ ମୋଟ ପରିବର୍ତ୍ତନୀୟ ପରିବ୍ୟୟରେ ବିଭିନ୍ନତା ଦେଖାଦିଏ । ଏହା ଉତ୍ପାଦନର ପରିମାଣ ଅନୁଯାୟୀ ଭିନ୍ନ ହୋଇଥାଏ । କିନ୍ତୁ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ହ୍ରାସମାନ ଉତ୍ପନ୍ନ ସୂତ୍ର ଅନୁସାରେ ହିଁ ହୋଇଥାଏ । ପ୍ରାଥମିକ ଅବସ୍ଥାରେ ଅର୍ଥାତ୍ ହ୍ରାସମାନ ଉତ୍ପନ୍ନ ସୂତ୍ରର ପ୍ରଥମ ପର୍ଯ୍ୟାୟରେ (କ୍ରମବର୍ଦ୍ଧିଷ୍ଣୁ ଉତ୍ପନ୍ନ ପର୍ଯ୍ୟାୟ ) ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ଉତ୍ପାଦନର ବୃଦ୍ଧି ସହିତ ହ୍ରାସ ପାଏ । ଅନ୍ୟ ପକ୍ଷରେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ଦ୍ବିତୀୟ ପର୍ଯ୍ୟାୟରେ ଏହା ଉତ୍ପାଦର ବୃଦ୍ଧି ସହିତ ବୃଦ୍ଧିପ୍ରାପ୍ତ ହୋଇଥାଏ । ତେଣୁ ହାରାହାରି ପରିବର୍ତ୍ତନୀୟ ରେଖା ଥାଳିଆ ଆକୃତି ପରି ପରିଦୃଷ୍ଟ ହୋଇଥାଏ ।

ଉପରୋକ୍ତ ଆଲୋଚନାରେ ହାରାହାରି ପରିବ୍ୟୟ (AC), ହାରାହାରି ସ୍ଥିର ପରିବ୍ୟୟ (AFC) ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ର ସମଷ୍ଟି ମାତ୍ର ।
ମୋଟ ହାରାହାରି ପରିବ୍ୟୟ (AC) = \(\frac{ମୋଟ ପରିବ୍ୟୟ (TC)}{ମୋଟ ଉତ୍ପାଦର ପରିମାଣ (q)}\)
⇒ AC = \(\frac{\mathrm{TC}}{\mathrm{q}}=\frac{\mathrm{TFC}+\mathrm{TVC}}{\mathrm{q}}\) (∴ TC = TFC + TVC)
⇒ AC = \(\frac{\text { TFC }}{q}+\frac{\text { TVC }}{\mathrm{q}}\) = AFC + AVC

କୌଣସି ଏକ ଉତ୍ପାଦନ ପ୍ରକ୍ରିୟାରେ ହାରାହାରି ସ୍ଥିର ପରିବ୍ୟୟ, ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ଓ ମୋଟ ପରିବ୍ୟୟର ଗତିବିଧ‌ି ଏକ ଗାଣିତିକ ବିଶ୍ଳେଷଣ ଓ ପୈଖ୍ୟକ ଉପସ୍ଥାପନାଦ୍ୱାରା ଆଲୋଚନା କରାଯାଇପାରେ ।
CHSE Odisha Class 12 Economics Chapter 7 Long Answer Questions in Odia Medium 1
ଉପରୋକ୍ତ ଗାଣିତିକ ସାରଣୀରେ ହାରାହାରି ସ୍ଥିର ପରିବ୍ୟୟ, ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ଓ ମୋଟ ପରିବ୍ୟୟ ଗତିବିଧ୍ ଆଲୋଚିତ ହୋଇଛି ।

ସାରଣୀକୁ ଅନୁଧ୍ୟାନ କଲେ ପ୍ରତୀୟମାନ ହୁଏ ଯେ, ମୋଟ ସ୍ଥିର ପରିବ୍ୟୟ (TFC) ଉତ୍ପାଦନର ପରିମାଣ ନିର୍ବିଶେଷରେ ସ୍ଥିର ହୋଇରହିଛି (100) ଟଙ୍କା) । ମାତ୍ର ହାରାହାରି ସ୍ଥିର ପରିବ୍ୟୟ (AFC), ଉତ୍ପାଦର ବୃଦ୍ଧି ସହ କ୍ରମାଗତଭାବେ ହ୍ରାସ ପାଇ ଚାଲିଛି । ଦ୍ୱିତୀୟରେ ମୋଟ ପରିବର୍ତ୍ତନୀୟ ପରିବ୍ୟୟ (TVC), ଉତ୍ପାଦର ବୃଦ୍ଧି ସହ ବୃଦ୍ଧିପ୍ରାପ୍ତ ହୋଇଚାଲିଛି । ମାତ୍ର ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ପ୍ରଥମାବସ୍ଥାରେ (ଚତୁର୍ଥ ଏକକ ପର୍ଯ୍ୟନ୍ତ) ଉତ୍ପାଦର ବୃଦ୍ଧି ସହ ହ୍ରାସ ପାଇଛି (50 ଟଙ୍କାରୁ 35 ଟଙ୍କା) ଓ ପରବର୍ତ୍ତୀ ପର୍ଯ୍ୟାୟରେ (ପଞ୍ଚମ ଏକକଠାରୁ) ଏହା (AVC) ଉତ୍ପାଦର ବୃଦ୍ଧି ସହ ବୃଦ୍ଧିପ୍ରାପ୍ତ ହୋଇଛି ।

ମାତ୍ର ମୋଟ ହାରାହାରି ପରିବ୍ୟୟ (AC) ଏକାଦିକ୍ରମେ ପଞ୍ଚମ ଏକକ ପର୍ଯ୍ୟନ୍ତ ହ୍ରାସ ପାଇଛି ଓ ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ପାଦର ବୃଦ୍ଧି ସହ ବୃଦ୍ଧି ପାଇଛି । ସାରଣୀର ଷଷ୍ଠ ସ୍ତମ୍ଭର (AC), ହାରାହାରି ସ୍ଥିର ପରିବ୍ୟୟ (AFC) ତୃତୀୟ ସ୍ତମ୍ଭ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ପଞ୍ଚମ ସ୍ତମ୍ଭର ଯୋଗଫଳ ।

AC = AFC + AVC

ନୈକ ଉପସ୍ଥାପନା :
ପାର୍ଶ୍ୱସ୍ଥ ଚିତ୍ରରେ ଉତ୍ପାଦର ପରିମାଣକୁ OX ଅକ୍ଷରେ ଓ ପରିବ୍ୟୟକୁ OY ଅକ୍ଷରେ ପରିମାପ କରାଯାଇଛି ।
ଏହି ଚିତ୍ରରେ ଗାଣିତିକ ସାରଣୀ ଭଳି ହାରାହାରି ସ୍ଥିର ପରିବ୍ୟୟ (AFC ଦ୍ଵାରା ଚିହ୍ନିତ) ଉତ୍ପାଦର ବୃଦ୍ଧି ସହ କ୍ରମାଗତ ଭାବେ ହ୍ରାସ ପାଇଛି, ମାତ୍ର ଏହା OX ଅକ୍ଷକୁ ନାହିଁ । ତେଣୁ ଏଥୁରୁ ସୂଚିତ ହେଉଛି ଯେ AFC କଦାପି ଶୂନ୍ୟ ହେବ ନାହିଁ । ଦ୍ଵିତୀୟତଃ, ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) { ପ୍ରଥମ ଅବସ୍ଥାରେ ଉତ୍ପାଦର ବୃଦ୍ଧି ସହ ହ୍ରାସ ପାଉଛି ଓ ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ପାଦର ବୃଦ୍ଧି ସହ ବୃଦ୍ଧି ପାଉଛି ।

ସେହିପରି ମୋଟ ହାରାହାରି ପରିବ୍ୟୟ (AC) ପ୍ରାଥମିକ ଅବସ୍ଥାରେ ଉତ୍ପାଦର ବୃଦ୍ଧି ସହ ହ୍ରାସ ପାଉଛି । ଠୁ ଏହାର ସର୍ବନିମ୍ନ ବିନ୍ଦୁ । ମାତ୍ର OM ଉତ୍ପାଦର ପରିମାଣ ପରେ AC ଉତ୍ପାଦର ବୃଦ୍ଧି ସହ ବୃଦ୍ଧିପ୍ରାପ୍ତ ହୋଇଛି ।
CHSE Odisha Class 12 Economics Chapter 7 Long Answer Questions in Odia Medium 2
ହାରାହାରି ସ୍ଥିର ପରିବ୍ୟୟ (AFC), ହାରହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ଓ ମୋଟ ପରିବ୍ୟୟ (AC) ମଧ୍ଯରେ ସମ୍ପର୍କ :
AFC, AVC ଓ AC ମଧ୍ୟରେ ଥ‌ିବା ସଂପର୍କ ଉପରୋକ୍ତ ଗାଣିତିକ ସାରଣୀ ଓ ରେଖାଚିତ୍ରରେ ଅତ୍ୟନ୍ତ ସ୍ପଷ୍ଟ । ଗାଣିତିକ ସାରଣୀରେ ବିଶ୍ଳେଷଣ ଓ ରୈଖ୍ୟକ ଉପସ୍ଥାପନା ମଧ୍ୟରେ ସାଦୃଶ୍ୟ ପରିଲକ୍ଷିତ ହୋଇଥାଏ ।

ଉପରୋକ୍ତ ଦ୍ୱୈତ ଉପସ୍ଥାପନାରେ ହାରାହାରି ସ୍ଥିର ପରିବ୍ୟୟ ଉତ୍ପାଦର ବୃଦ୍ଧି ସହ ନିୟମିତ ଭାବେ ହ୍ରାସ ପାଇଛି, ମାତ୍ର ଏହା OX ଅକ୍ଷକୁ ସ୍ପର୍ଶ କରୁନଥିବାରୁ AFC କଦାପି ‘ଶୂନ୍ୟ’ ହୁଏ ନାହିଁ । ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ପ୍ରାଥମିକ ଅବସ୍ଥାରେ ସ୍ଥିର ଉପାଦାନର ଅସମ୍ପୂର୍ଣ୍ଣ ଉପଯୋଗ ଯୋଗୁଁ ଅଧିକ ହୋଇଥାଏ । ମାତ୍ର ଉତ୍ପାଦର ବୃଦ୍ଧି ଯୋଗୁଁ ପ୍ରତିଷ୍ଠାନ ବିଭିନ୍ନ ଆଭ୍ୟନ୍ତରୀଣ ସୁବିଧା ଉପଭୋଗ କରିଥାଏ ଯଦ୍ବାରା AVC କ୍ରମଶଃ ହ୍ରାସ ପାଏ । କିନ୍ତୁ AVC ସର୍ବନିମ୍ନ ବିନ୍ଦୁ (N) ରେ ପହଞ୍ଚିବା ପରେ ଏହା କ୍ରମଶଃ ବୃଦ୍ଧି ପାଏ । କାରଣ ଉତ୍ପାଦନ ପରିମାଣ ବୃଦ୍ଧିଜନିତ ପରିସ୍ଥିତିରେ ପ୍ରତିଷ୍ଠାନ କେତେକ ଅସୁବିଧାର ସମ୍ମୁଖୀନ ହୋଇଥାଏ । ଏହି କାରଣରୁ AVC ରେଖା ‘U’ ଆକୃତି ବିଶିଷ୍ଟ ହୋଇଥାଏ ।

CHSE Odisha Class 12 Economics Chapter 7 Long Answer Questions in Odia Medium

AVC ରେଖାଭଳି AC ରେଖା ମଧ୍ଯ ‘U’ ଆକୃତିବିଶିଷ୍ଟ; ମାତ୍ର ଏହା AVC ରେଖାଭଳି ଅଧିକ ଚଟକା ହୋଇନଥାଏ । ସ୍ଵଳ୍ପକାଳୀନ ହାରାହାରି ପରିବ୍ୟୟ କାହିଁକି ‘U’ ଆକୃତିବିଶିଷ୍ଟ ତାହାର କାରଣ ନିମ୍ନରେ ପ୍ରଦାନ କରାଗଲା ।

ପ୍ରଥମତଃ, ହାରାହାରି ପରିବ୍ୟୟ (AC), ହାରାହାରି ସ୍ଥିର ପରିବ୍ୟୟ (AFC) ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ର ସମଷ୍ଟି ମାତ୍ର । ଉତ୍ପାଦନର ପ୍ରାରମ୍ଭିକ ପର୍ଯ୍ୟାୟରେ ଉଭୟେ AFC ଓ AVC ହ୍ରାସମାନ ଅବସ୍ଥାରେ ରହିଥା’ନ୍ତି (ଗାଣିତିକ ସାରଣୀ ଓ ରେଖାଚିତ୍ର ଦ୍ରଷ୍ଟବ୍ୟ) । ଗାଣିତିକ ସାରଣୀ ଅନୁସାରେ ଚତୁର୍ଥ ଏକକ ପର୍ଯ୍ୟନ୍ତ AVC ହ୍ରାସ ପାଇଛି । ସେହିପରି ରେଖାଚିତ୍ରରେ OS ଉତ୍ପାଦ ପର୍ଯ୍ୟନ୍ତ AVC ହ୍ରାସ ପାଇଛି । OS ଉତ୍ପାଦ ବା ଚତୁର୍ଥ ଏକକ ପରେ AVC ବୃଦ୍ଧି ପାଇବା ଆରମ୍ଭ ହୋଇଛି ।

କିନ୍ତୁ AFC କ୍ରମାଗତ ହ୍ରାସ ପାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, AFC ର ହ୍ରାସର ହାର AVC ର ବୃଦ୍ଧିର ହାରଠାରୁ ବୃହତ୍ତର । ତେଣୁ AVC ବୃଦ୍ଧି ପାଇବା ସତ୍ତ୍ବେ ମୋଟ ହାରାହାରି ପରିବ୍ୟୟ (AC) ହ୍ରାସ ପାଇଥାଏ । ରେଖାଚିତ୍ରରେ OM ଉତ୍ପାଦ ପର୍ଯ୍ୟନ୍ତ AC ହ୍ରାସ ପାଉଥିବା ସ୍ଥଳେ AVC, OS ଉତ୍ପାଦ ପର୍ଯ୍ୟନ୍ତ ହ୍ରାସ ପାଇଛି । ତେଣୁ AC ର ସର୍ବନିମ୍ନ ବିନ୍ଦୁ (Q), AVC ର ସର୍ବନିମ୍ନ ବିନ୍ଦୁ (N) ର ଡାହାଣକୁ ଅବସ୍ଥିତ ।

ଏ ପ୍ରସଙ୍ଗରେ ଦୁଇଟି କାରଣ ଉଲ୍ଲେଖଯୋଗ୍ୟ । AVC ରେଖାର ନିମ୍ନତମ ବିନ୍ଦୁ (N), AC, ରେଖାର ନିମ୍ନତମ ବିନ୍ଦୁ (Q) ଅପେକ୍ଷା ପୂର୍ବରୁ ପହଞ୍ଚେ । ଦ୍ୱିତୀୟତଃ, AVC, AC ରେଖାର ଯେତେ ନିକଟବର୍ତ୍ତୀ ହେଲେହେଁ ତାହାକୁ ସ୍ପର୍ଶ କରେ ନାହିଁ । ହାରାହାରି ପରିବ୍ୟୟ (AC) ରେଖା ଓ AVC ରେଖା ମଧ୍ୟରେ ଦୂରତ୍ୱ AFC ର ପରିମାପକ ଅଟେ । AFC ଶୂନ୍ୟ ହେଉନଥିବାରୁ AVC ରେଖା ଓ AC ରେଖା ମଧ୍ୟରେ ସର୍ବଦା ସମଦୂରତ୍ୱ ବଜାୟ ରହେ ଓ ସେମାନେ ପରସ୍ପରକୁ ଛେଦ କରନ୍ତି ନାହିଁ ।

ଦଉପାଦାନ ଅପରିବର୍ତ୍ତିତ ରହୁଥ‌ିବାରୁ ପରିବର୍ତ୍ତନୀୟ ଉପାଦାନର ଉପଯୋଗକୁ ହ୍ରାସ-ବୃଦ୍ଧି କରାଯାଇ ମୋଟ ଉତ୍ପାଦନର ହ୍ରାସ-ବିତୀୟତଃ, ସ୍ଵଳ୍ପକାଳୀନ ହାରାହାରି ପରିବ୍ୟୟ ରେଖା ପରିବର୍ତ୍ତନୀୟ ଅନୁପାତ ସୂତ୍ରର ଅଧୀନ । ସ୍ଵଳ୍ପକାଳରେ ସ୍ଥିର ବୃଦ୍ଧି କରାଯାଇପାରେ । ତେଣୁ ପରିବର୍ଭନୀୟ ସୂତ୍ର ବିଶେଷ ଭାବରେ କାର୍ଯ୍ୟକରେ । ଯାହା ଫଳରେ ପ୍ରାଥମିକ ପର୍ଯ୍ୟାୟରେ କ୍ରମବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ବଶବର୍ତ୍ତୀ ହୋଇ AC ପ୍ରଥମରୁ ହ୍ରାସ ପାଇ ପରେ ବୃଦ୍ଧି ପାଇଥାଏ । ତେଣୁ ଏହାର ଆକୃତି ‘U’ ଆକାରର ହୋଇଥାଏ ।

ତୃତୀୟତଃ, ସ୍ୱଳ୍ପକାଳରେ ସ୍ଥିର ଉପାଦାନ ଅବିଭାଜ୍ୟ ହୋଇଥିବାରୁ ପ୍ରଥମ ଅବସ୍ଥାରେ ଏହାର ପୂର୍ଣ୍ଣ ବିନିଯୋଗ ହୋଇପାରି ନଥାଏ । ଉତ୍ପାଦର ପରିମାଣ ସଂପ୍ରସାରିତ ହେଲେ ଏହି ଅବିଭାଜ୍ୟ ଉପାଦାନଗୁଡ଼ିକୁ ଯଥାର୍ଥ ଉପଯୋଗ କରାଯାଇଥାଏ । ତେଣୁ ହାରାହାରି ପରିବ୍ୟୟ ହ୍ରାସମାନ ହୋଇଥାଏ । ମାତ୍ର ସର୍ବୋତ୍ତମ ଉତ୍ପାଦ ସ୍ତର ଅତିକ୍ରମ ହେଲେ ହାରାହାରି ପରିବ୍ୟୟ ବୃଦ୍ଧି ପାଏ । ତେଣୁ AC ରେଖା ‘U’ ଆକୃତିବିଶିଷ୍ଟ ହୋଇଥାଏ ।

3. ଉତ୍ପାଦନ ପରିବ୍ୟୟ କହିଲେ କ’ଣ ବୁଝାଏ ? ହାରାହାରି ପରିବ୍ୟୟ ଓ ପ୍ରାନ୍ତୀୟ ପରିବ୍ୟୟ ମଧ୍ୟରେ ଥିବା ସମ୍ପର୍କ ଦର୍ଶାଅ ।
Answer:
ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ହେଉଥ‌ିବା ସମସ୍ତ ଉପାଦାନ; ଯଥା- ଭୂମି, ଶ୍ରମ ଓ ପୁଞ୍ଜି ନିମନ୍ତେ ଉତ୍ପାଦନକର୍ତ୍ତା ଏହାର ମାଲିକମାନଙ୍କୁ ଯେଉଁ ପାରିତୋଷିକ ପ୍ରଦାନ କରନ୍ତି ତାହାକୁ ‘ଉତ୍ପାଦନ ପରିବ୍ୟୟ’ କୁହାଯାଏ । ସରଳ ଭାଷାରେ, ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନକର୍ତ୍ତାଙ୍କଦ୍ବାରା ବହନ କରାଯାଉଥ‌ିବା ସାମଗ୍ରିକ ବ୍ୟୟକୁ ଉତ୍ପାଦନ ପରିବ୍ୟୟ କୁହାଯାଏ । ମୋଟ ଉପରେ ଉତ୍ପାଦନ ଉଦ୍ଦେଶ୍ୟରେ କରାଯାଉଥ‌ିବା ବ୍ୟୟକୁ ଉତ୍ପାଦନ ପରିବ୍ୟୟ କୁହାଯାଏ ।

ଉତ୍ପାଦନ ପରିବ୍ୟୟକୁ ସାଧାରଣତଃ ତିନୋଟି ଦୃଷ୍ଟିକୋଣରୁ ବିଚାର କରାଯାଇଥାଏ; ଯଥା- ମୌଦ୍ରିକ ପରିବ୍ୟୟ, ବାସ୍ତବ ପରିବ୍ୟୟ ଓ ବିକଳ୍ପ (ସୁଯୋଗ ) ପରିବ୍ୟୟ ।
ଉତ୍ପାଦନ ପ୍ରକ୍ରିୟାରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦନ ନିମନ୍ତେ ବହନ କରାଯାଉଥ‌ିବା ସମସ୍ତ ବ୍ୟୟର ସମଷ୍ଟିକୁ ମୋଟ ପରିବ୍ୟୟର ଆଖ୍ୟା ଦିଆଯାଇଥାଏ । ଏହି ମୋଟ ପରିବ୍ୟୟ ଉତ୍ପାଦନର ବୃଦ୍ଧି ସହ ବୃଦ୍ଧି ପାଇଥାଏ ।

ହାରାହାରି ପରିବ୍ୟୟ- ପ୍ରତି ଏକକ ଉତ୍ପାଦ ପାଇଁ ଉତ୍ପାଦନ ପରିବ୍ୟୟକୁ ହାରାହାରି ପରିବ୍ୟୟ କୁହାଯାଇଥାଏ । ଅନ୍ୟ ଅର୍ଥରେ ପ୍ରତି ଏକକ ଉତ୍ପାଦନ ପାଇଁ ବହନ କରାଯାଉଥ‌ିବା ପରିବ୍ୟୟକୁ ହାରାହାରି ପରିବ୍ୟୟ କୁହାଯାଇଥାଏ । ମୋଟ ପରିବ୍ୟୟକୁ ମୋଟ ଉତ୍ପାଦର ପରିମାଣଦ୍ୱାରା ବିଭାଜିତ କରି ହାରାହାରି ପରିବ୍ୟୟ ନିର୍ଣ୍ଣୟ କରାଯାଇଥାଏ; ଯଥା-
ହାରାହାରି ପରିବ୍ୟୟ (AC) = \(\frac{ମୋଟ ପରିବ୍ୟୟ (TC)}{ମୋଟ ଉତ୍ପାଦ (q)}\)

ହାରାହାରି ପରିବ୍ୟୟର ଦୁଇଟି ପ୍ରଧାନ ଉପାଂଶ; ଯଥା- ହାରାହାରି ସ୍ଥିର ପରିବ୍ୟୟ (AFC) ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ରହିଛି । ହାରାହାରି ସ୍ଥିର ପରିବ୍ୟୟ (AFC) ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC)ର ସମଷ୍ଟିଦ୍ୱାରା ହାରାହାରି ପରିବ୍ୟୟ (AC) ନିର୍ଣ୍ଣୟ କରାଯାଏ ।
i.e. AC = AFC + AVC

ପ୍ରାନ୍ତୀୟ ପରିବ୍ୟୟ (Marginal Cost MC) :
ଉତ୍ପାଦନ ପ୍ରକ୍ରିୟାରେ କୌଣସି ଦ୍ରବ୍ୟର ଅତିରିକ୍ତ ଏକକ ଉତ୍ପାଦନ ଫଳରେ ମୋଟ ପରିବ୍ୟୟ ଯେଉଁ ପରିମାଣରେ ବୃଦ୍ଧି ପାଏ ତାହାକୁ ପ୍ରାନ୍ତୀୟ ପରିବ୍ୟୟ (MC) କୁହାଯାଏ । ଅନ୍ୟ ଅର୍ଥରେ ଦ୍ରବ୍ୟର ଅତିରିକ୍ତ ଏକକ ଉତ୍ପାଦନ ଫଳରେ ଉପସ୍ଥିତ ମୋଟ ପରିବ୍ୟୟ ଓ ଏହାର ପୂର୍ବ ଏକକ ପାଇଁ ମୋଟ ପରିବ୍ୟୟ ମଧ୍ୟରେ ଯେଉଁ ପାର୍ଥକ୍ୟ ଦେଖାଯାଏ, ତାହାକୁ ପ୍ରାନ୍ତୀୟ ପରିବ୍ୟୟ କୁହାଯାଏ ।
i.e. MCn = TCn – TCn-1
n → ଉତ୍ପାଦିତ ଦ୍ରବ୍ୟର ଏକକ ।
ଅନ୍ୟ ଅର୍ଥରେ MC = \(\frac{ΔΤC}{Δq}\) = \(\frac{ମୋଟ ପରିବ୍ୟୟରେ ପରିବର୍ତ୍ତନ }{ଉତ୍ପାଦରେ ପରିବର୍ତ୍ତନ}\)

CHSE Odisha Class 12 Economics Chapter 7 Long Answer Questions in Odia Medium

ପ୍ରାନ୍ତୀୟ ପରିବ୍ୟୟ ସର୍ବଦା ପରିବର୍ତ୍ତନୀୟ ପରିବ୍ୟୟ ସହ ସଂଶ୍ଳିଷ୍ଟ ଓ ଏହା ସ୍ଥିର ପରିବ୍ୟୟ ସହ ସଂପର୍କିତ ନୁହେଁ ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦର ବୃଦ୍ଧି ସହ ଏହାର ହାରାହାରି ପରିବ୍ୟୟ ଓ ପ୍ରାନ୍ତୀୟ ପରିବ୍ୟୟର ଆଚରଣରେ ଭିନ୍ନତା ପରିଲକ୍ଷିତ ହୋଇଥାଏ । ଏତଦ୍‌ବ୍ୟତୀତ, ହାରାହାରି ପରିବ୍ୟୟ (AC) ଓ ପ୍ରାନ୍ତୀୟ ପରିବ୍ୟୟ ମଧ୍ୟରେ ଏକ ସଂପର୍କ ରହିଛି । ନିମ୍ନଲିଖୂ ଗାଣିତିକ ସାରଣୀ ଓ ରେଖାଚିତ୍ରରୁ ଦୁହିଁଙ୍କ ମଧ୍ୟରେ ଥ‌ିବା ସଂପର୍କର ସ୍ପଷ୍ଟ ଚିତ୍ର ମିଳିପାରେ ।

ଗାଣିତିକ ବିଶ୍ଳେଷଣ :
CHSE Odisha Class 12 Economics Chapter 7 Long Answer Questions in Odia Medium 3
ଉପରୋକ୍ତ ସାରଣୀରେ ଉପସ୍ଥାପିତ ତଥ୍ୟରୁ ପ୍ରତୀୟମାନ ହୁଏ ଯେ ମୋଟ ପରିବ୍ୟୟ (ସ୍ତମ୍ଭ 2) ଉତ୍ପାଦର ବୃଦ୍ଧି ସହ ବୃଦ୍ଧି ପାଉଛି । ଏହି ଉତ୍ପାଦର ବୃଦ୍ଧି ସହ ପ୍ରାନ୍ତୀୟ ପରିବ୍ୟୟ ପ୍ରାଥମିକ ଅବସ୍ଥାରେ ଚତୁର୍ଥ ଏକକ ଉତ୍ପାଦନ ପର୍ଯ୍ୟନ୍ତ ହ୍ରାସ ପାଇଛି (ସ୍ତମ୍ଭ -3) । ଏହାର ଅନୁରୂପ ହାରାହାରି ପରିବ୍ୟୟ ମଧ୍ୟ ଉତ୍ପାଦର ବୃଦ୍ଧି ସହ ହ୍ରାସ ପାଇଛି । ମାତ୍ର ପ୍ରାନ୍ତୀୟ ପରିବ୍ୟୟର ହ୍ରାସ ହେବା ହାର ହାରାହାରି ପରିବ୍ୟୟର ହ୍ରାସ ହେବା ହାରଠାରୁ ଅଧିକ ।

ପଞ୍ଚମ ଏକକ ଉତ୍ପାଦନ ହେବା ଅବସ୍ଥାରେ ପ୍ରାନ୍ତୀୟ ପରିବ୍ୟୟ (MC) ଓ ହାରାହାରି ପରିବ୍ୟୟ (AC) ପରସ୍ପର ସମାନ । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥାତ୍ ଷଷ୍ଠ ଏକକଠାରୁ ଉତ୍ପାଦର ବୃଦ୍ଧି ସହ ମୋଟ ପରିବ୍ୟୟ (ସ୍ତମ୍ଭ-2), ହାରାହାରି ପରିବ୍ୟୟ (ସ୍ତମ୍ଭ-4) ଓ ପ୍ରାନ୍ତୀୟ ପରିବ୍ୟୟ (ସ୍ତମ୍ଭ -3) ବୃଦ୍ଧି ପାଇଛି । ମାତ୍ର ହାରାହାରି ପରିବ୍ୟୟ ବୃଦ୍ଧି ହାରଠାରୁ ପ୍ରାନ୍ତୀୟ ପରିବ୍ୟୟ ବୃଦ୍ଧିର ହାର ଅଧିକ ।

ବୈଖ୍ୟକ ଉପସ୍ଥାପନ :
ନିମ୍ନସ୍ଥ ଚିତ୍ରରେ ଉତ୍ପାଦର ପରିମାଣ OX– ଅକ୍ଷରେ ଓ ପରିବ୍ୟୟର ପରିମାଣ OY– ଅକ୍ଷରେ ପରିମାପ କରାଯାଇଛି । AC ରେଖା ହାରାହାରି ପରିବ୍ୟୟକୁ ଓ MC ରେଖା ପ୍ରାନ୍ତୀୟ ପରିବ୍ୟୟକୁ ଚିହ୍ନିତ କରୁଅଛି ।
CHSE Odisha Class 12 Economics Chapter 7 Long Answer Questions in Odia Medium 4
ପାର୍ଶ୍ୱସ୍ଥ ଚିତ୍ରକୁ ବିଶ୍ଳେଷଣ କଲେ ଜଣାଯାଏ ଯେ, ଉତ୍ପାଦନର ପ୍ରାରମ୍ଭିକ ଅବସ୍ଥାରେ ହାରାହାରି ପରିବ୍ୟୟ ଓ ପ୍ରାନ୍ତୀୟ ପରିବ୍ୟୟ ହ୍ରାସ ପାଇଥାଏ । ମାତ୍ର ପ୍ରାନ୍ତୀୟ ପରିବ୍ୟୟର ହ୍ରାସର ହାର ହାରାହାରି ପରିବ୍ୟୟର ହ୍ରାସର ହାରଠାରୁ ଅଧ୍ଵ । ତେଣୁ ପ୍ରାନ୍ତୀୟ ପରିବ୍ୟୟ ସର୍ବପ୍ରଥମେ ଏହାର ସର୍ବନିମ୍ନ ବିନ୍ଦୁ (N) ହାସଲ କରିଥାଏ ଯେଉଁ ସମୟରେ କି AC ରେଖା ହ୍ରାସମାନ ଅବସ୍ଥାରେ ରହିଥାଏ । AC ରେଖାର ସର୍ବନିମ୍ନ ବିନ୍ଦୁ ‘M’ ପ୍ରାନ୍ତୀୟ ପରିବ୍ୟୟ ରେଖାର ଡାହାଣକୁ ଅବସ୍ଥିତ ।

ଉତ୍ପାଦର ପରିମାଣ OQ ଥ‌ିବାବେଳେ ସୀମାନ୍ତ ପରିବ୍ୟୟ ଓ ହାରାହାରି ପରିବ୍ୟୟ ପରସ୍ପର ସମାନ ହୋଇଥା’ନ୍ତି (M ବିନ୍ଦୁ) ।
ଏହାର ପରବର୍ତ୍ତୀ ପର୍ଯ୍ୟାୟରେ (OQ ଉତ୍ପାଦ ପରେ) ପ୍ରାନ୍ତୀୟ ଉତ୍ପାଦର ବୃଦ୍ଧିର ହାର ହାରାହାରି ଉତ୍ପାଦର ବୃଦ୍ଧିର ହାରଠାରୁ ଅଧ୍ଵ । ଫଳରେ MC ରେଖା AC ରେଖାର ଊର୍ଦ୍ଧ୍ବରେ ଅବସ୍ଥିତ ।
ଗାଣିତିକ ବା ଜ୍ୟାମିତିକ ଦୃଷ୍ଟିକୋଣରୁ ପ୍ରାନ୍ତୀୟ ପରିବ୍ୟୟ (MC) ଓ ହାରାହାରି ପରିବ୍ୟୟ (AC) ମଧ୍ୟରେ ଥିବା ନିମ୍ନଲିଖୂ ସଂପର୍କ ଦୃଷ୍ଟିଗୋଚର ହୋଇଥାଏ ।

(1) ହାରାହାରି ପରିବ୍ୟୟ ଓ ପ୍ରାନ୍ତୀୟ ପରିବ୍ୟୟ ଉଭୟେ ମୋଟ ପରିବ୍ୟୟରୁ ହିଁ ନିର୍ଣ୍ଣୟ କରାଯାଇଥା’ନ୍ତି । ହାରାହାରି ପରିବ୍ୟୟ କ୍ଷେତ୍ରରେ ମୋଟ ପରିବ୍ୟୟକୁ ମୋଟ ଉତ୍ପାଦରେ ବିଭାଜିତ କରାଯାଇଥାଏ; ଯଥା-
AC = \(\frac{TC}{q}\)
ଏବଂ ପ୍ରାନ୍ତୀୟ ପରିବ୍ୟୟ କ୍ଷେତ୍ରରେ ମୋଟ ପରିବ୍ୟୟର ପରିବର୍ତ୍ତନକୁ ଉତ୍ପାଦର ପରିବର୍ତ୍ତନଦ୍ୱାରା ବିଭାଜିତ କରାଯାଇଥାଏ; ଯଥା-
MC = \(\frac{ΔTC}{Δq}\)
କିମାୃ, MCn = TCn – TCn-1,

(2) ଉଭୟ ଗାଣିତିକ ବିଶ୍ଳେଷଣ ଓ ରେଖାଚିତ୍ରରୁ ଏହା ପ୍ରତିଫଳିତ ହୁଏ ଯେ ଯେଉଁ ଉତ୍ପାଦର ସ୍ତର ପର୍ଯ୍ୟନ୍ତ ହାରାହାରି ପରିବ୍ୟୟ ହ୍ରାସ ପାଉଥାଏ ସେହି ଅବସ୍ଥାରେ ପ୍ରାନ୍ତୀୟ ପରିବ୍ୟୟ ରେଖା, ହାରାହାରି ପରିବ୍ୟୟ ରେଖାର ନିମ୍ନରେ ଅବସ୍ଥାନ କରେ ବା AC > MC କାରଣ ହାରାହାରି ପରିବ୍ୟୟ, ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ହୋଇଥିବାସ୍ଥଳେ ପ୍ରାନ୍ତୀୟ ପରିବ୍ୟୟ କେବଳ ପରିବର୍ତ୍ତନୀୟ ପରିବ୍ୟୟ ସହ ସଂପୃକ୍ତ ।

(3) ଉପରୋକ୍ତ ବିଶ୍ଳେଷଣରୁ ସ୍ପଷ୍ଟ ଯେ, ଯେଉଁ ଉତ୍ପାଦର ସ୍ତରରେ ହାରାହାରି ପରିବ୍ୟୟ ବୃଦ୍ଧି ପାଏ (OQ ଉତ୍ପାଦର ପରବର୍ତୀ ଅବସ୍ଥା), ସେହି ସ୍ତରରେ ପ୍ରାନ୍ତୀୟ ପରିବ୍ୟୟ ମଧ୍ୟ ବୃଦ୍ଧି ପାଏ; ମାତ୍ର ପ୍ରାନ୍ତୀୟ ପରିବ୍ୟୟର ବୃଦ୍ଧିର ହାର, ହାରାହାରି ପରିବ୍ୟୟର ବୃଦ୍ଧିର ହାରଠାରୁ ଅଧିକ ।

(4) ପ୍ରାନ୍ତୀୟ ପରିବ୍ୟୟ ରେଖା, ହାରାହାରି ପରିବ୍ୟୟ ରେଖାର ସର୍ବନିମ୍ନ ବିନ୍ଦୁରେ ଛେଦ କରିଥାଏ (ଚିତ୍ରରେ M ବିନ୍ଦୁ) ଓ ଗାଣିତିକ ସାରଣୀରେ (ପଞ୍ଚମ ଏକକ)। ଏ କ୍ଷେତ୍ରରେ ପ୍ରାନ୍ତୀୟ ପରିବ୍ୟୟ ଚେଖାର ସର୍ବନିମ୍ନ ବିନ୍ଦୁ (N), ହାରାହାରି ପରିବ୍ୟୟ ରେଖାର ସର୍ବନିମ୍ନ ବିନ୍ଦୁ (M)ଠାରୁ ସଅଳ ଘଟିଥାଏ ।

(5) ହାରାହାରି ପରିବ୍ୟୟ (AC) ଓ ପ୍ରାନ୍ତୀୟ ପରିବ୍ୟୟ (MC) ମଧ୍ୟରେ ପାରସ୍ପରିକ ସଂପର୍କ ରହିଛି । ଯେତେବେଳେ MC > AC ବା ପ୍ରାନ୍ତୀୟ ପରିବ୍ୟୟ ରେଖା, ହାରାହାରି ପରିବ୍ୟୟ ରେଖାର ଊର୍ଦ୍ଧ୍ବରେ ରହିଥାଏ, ସେ ଅବସ୍ଥାରେ ହାରାହାରି ପରିବ୍ୟୟର ବୃଦ୍ଧି ପ୍ରକ୍ରିୟା ଜାରି ରହିଥାଏ । ଅନ୍ୟପକ୍ଷରେ, ଯେତେବେଳେ AC > MC, ସେ ଅବସ୍ଥାରେ ହାରାହାରି ପରିବ୍ୟୟରେ ହ୍ରାସମାନ ଲକ୍ଷଣ ପରିଲକ୍ଷିତ ହୋଇଥାଏ । ପରିଶେଷରେ ଯେତେବେଳେ AC = MC, ହାରାହାରି ପରିବ୍ୟୟରେ ସ୍ଥିରତା ପ୍ରତିଫଳିତ ହୋଇଥାଏ ।
ଉପରୋକ୍ତ ଆଲୋଚନା ଆର୍ଥନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ।