BSE Odisha 6th Class Geography Solutions Chapter 6(c) ଉତ୍ତର ଆମେରିକା

Odisha State Board BSE Odisha 6th Class Geography Solutions Chapter 6(c) ଉତ୍ତର ଆମେରିକା Textbook Exercise Questions and Answers.

BSE Odisha Class 6 Geography Solutions Chapter 6(c) ଉତ୍ତର ଆମେରିକା

୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ସଂକ୍ଷିପ୍ତ ଉତ୍ତର ଦିଅ।

(କ) ଉତ୍ତର ଆମେରିକାକୁ କେଉଁ କେଉଁ ପ୍ରାକୃତିକ ବିଭାଗରେ ବିଭାଜିତ କରାଯାଇଅଛି ?
Answer:
ଉତ୍ତର ଆମେରିକାକୁ ଚାରିଗୋଟି ପ୍ରାକୃତିକ ବିଭାଗରେ ବିଭକ୍ତ କରାଯାଇଛି; ଯଥା
(୧) ପଶ୍ଚିମ ଉପକୂଳରେ ପ୍ରଶାନ୍ତ ମହାସାଗର ସହ ସମାନ୍ତରାଳ ଭାବରେ ରକି ପର୍ବତଶ୍ରେଣୀ
(୨) ପୂର୍ବ ଉପକୂଳରେ ଆଟ୍‌ଲାଣ୍ଟିକ୍ ମହାସାଗର କୂଳରେ ଆପେଲେସିଆନ୍ ପର୍ବତଶ୍ରେଣୀ
(୩) କେନ୍ଦ୍ରଭାଗରେ ବୃହତ୍ ସମତଳଭୂମି
(୪) ଉତ୍ତର ପୂର୍ବ ଭାଗରେ କାନାଡ଼ା ମାଳଭୂମି।

BSE Odisha 6th Class Geography Solutions Chapter 6(c) ଉତ୍ତର ଆମେରିକା

(ଖ) ଏହି ମହାଦେଶରେ ପ୍ରବାହିତ ଚାରିଗୋଟି ନଦୀର ନାମ ଲେଖ।
Answer:
ଏହି ମହାଦେଶରେ ପ୍ରବାହିତ ଚାରିଗୋଟି ନଦୀର ନାମ ହେଲା – ମିଶୋରୀ, ମିସିସିପି, ସେଣ୍ଟଲରେନ୍ସ ଓ କଲମ୍ବିଆ।

(ଗ) ଉତ୍ତର ଆମେରିକାର ମେରୁ ନିକଟବର୍ତ୍ତୀ ଅଞ୍ଚଳରେ କି ପ୍ରକାର ଉଭିଦ ଦେଖାଯାଏ?
Answer:
ଉତ୍ତର ଆମେରିକାର ମେରୁ ନିକଟବର୍ତ୍ତୀ ଅଞ୍ଚଳରେ ତାପମାତ୍ରା ହିମାଙ୍କ ଊର୍ଷରେ ମାତ୍ର ୧୦° ସେଲ୍‌ସିୟସ୍ ମଧ୍ୟରେ ରହୁଥ‌ିବାରୁ ଏଠାରେ କୌଣସି ପ୍ରକାର ବୃକ୍ଷ ଦେଖାଯାଏ ନାହିଁ ।

(ଘ) ଟାଇଗା ଅଞ୍ଚଳରେ ଦେଖାଯାଉଥ‌ିବା ବନ୍ୟପ୍ରାଣୀ ଦୁଇଟିର ନାମ ଲେଖ।
Answer:
ଟାଇଗା ଅଞ୍ଚଳରେ ଦେଖାଯାଉଥ‌ିବା ବନ୍ୟପ୍ରାଣୀ ଦୁଇଟିର ନାମ ହେଲା ବିଭର ଓ ଧଳା କୋକିଶିଆଳି।

(ଙ) ଉତ୍ତର ଆମେରିକାରେ ଅବସ୍ଥିତ ୪ଟି ଦେଶର ନାମ ଲେଖ।
Answer:
ଉତ୍ତର ଆମେରିକାରେ ଅବସ୍ଥିତ ୪ଟି ଦେଶର ନାମ ହେଲା – କାନାଡ଼ା, ଯୁକ୍ତରାଷ୍ଟ୍ର ଆମେରିକା, ମେକ୍ସିକୋ, ନିକାରାଗୁଆ।

BSE Odisha 6th Class Geography Solutions Chapter 6(c) ଉତ୍ତର ଆମେରିକା

୨। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର।

(କ) ଉତ୍ତର ଆମେରିକାରେ ଥିବା ତୃଣଭୂମିକୁ ________ କୁହାଯାଏ।
(ଡାଉନ୍ସ, ଷ୍ଟେପ୍, ପ୍ରେରୀ, ପମ୍ପାସ)
Answer:
ପ୍ରେରୀ

(ଖ) ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀର ନାମ _____________ ଅଟେ।
(ଚିକାଗୋ, ୱାଶିଙ୍ଗଟନ୍ ଡି.ସି., ନିଉୟର୍କ, ଲଞ୍ଜେଲସ୍ )
Answer:
ୱାଶିଙ୍ଗଟନ ଡି.ସି.

(ଗ) ଉତ୍ତର ଆମେରିକାର ପଶ୍ଚିମରେ ___________ ମହାସାଗର ଅଛି।
(ପ୍ରଶାନ୍ତ, ଭାରତ, ଆଟ୍‌ଲାଣ୍ଟିକ୍, ସୁମେରୁ)
Answer:
ପ୍ରଶାନ୍ତ

BSE Odisha 6th Class Geography Solutions Chapter 6(c) ଉତ୍ତର ଆମେରିକା

(ଘ) କ୍ଷେତ୍ରଫଳ ଦୃଷ୍ଟିରୁ ଉତ୍ତର ଆମେରିକା ପୃଥ‌ିବୀର ____________ ବୃହତ୍ତମ ମହାଦେଶ ।
(ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ)
Answer:
ତୃତୀୟ

(ଙ) ଉତ୍ତର ଆମେରିକାର ବୃହତ୍ ଗୋପାଳନ କେନ୍ଦ୍ରକୁ ____________________ କୁହାଯାଏ ।
(ପ୍ରେରୀ, ବ୍ୟାଞ୍ଚ, କ୍ୟାମ୍ବୋସ୍, ହାନୋସ )
Answer:
ଚ୍ୟାଞ୍ଚ୍

BSE Odisha 6th Class Geography Notes Chapter 6(c) ଉତ୍ତର ଆମେରିକା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

BSE Odisha 6th Class Geography Notes Chapter 6(c) ଉତ୍ତର ଆମେରିକା

  • ଉତ୍ତର ଆମେରିକା ପୃଥ‌ିବୀର ତୃତୀୟ ବୃହତ୍ତମ ମହାଦେଶ। ଏହି ମହାଦେଶ ୭ ଡିଗ୍ରୀ ଉତ୍ତର ଅକ୍ଷାଂଶରୁ ୮୪ ଡିଗ୍ରୀ ଉତ୍ତର ଅକ୍ଷାଂଶ ମଧ୍ଯରେ ଏବଂ ୧୨ ଡିଗ୍ରୀ ପଶ୍ଚିମ ଦ୍ରାଘିମାରେଖାଠାରୁ ୧୭୩ ଡିଗ୍ରୀ ପଶ୍ଚିମ ଦ୍ରାଘିମାରେଖା ପର୍ଯ୍ୟନ୍ତ ବିସ୍ତୃତ। ଉତ୍ତର ପଶ୍ଚିମରେ ବେରଂ ପ୍ରଣାଳୀ ଏହାକୁ ଏସିଆ ମହାଦେଶଠାରୁ ବିଚ୍ଛିନ୍ନ କରୁଅଛି।
  • ଏହାର ପଶ୍ଚିମ ଉପକୂଳରେ ପ୍ରଶାନ୍ତ ମହାସାଗର ସହ ସମାନ୍ତରାଳ ଭାବେ ରକି ପର୍ବତଶ୍ରେଣୀ, ପୂର୍ବ ଉପକୂଳରେ ଆଟ୍‌ଲାଣ୍ଟିକ୍ ମହାସାଗର କୂଳରେ ଆପେଲେସିଆନ୍ ପର୍ବତଶ୍ରେଣୀ, କେନ୍ଦ୍ରଭାଗରେ ବୃହତ୍ ସମତଳଭୂମି ଏବଂ ଉତ୍ତର ପୂର୍ବ ଭାଗରେ କାନାଡ଼ା ମାଳଭୂମି ଅବସ୍ଥିତ।
  • ଉତ୍ତର ଆମେରିକାରେ ସେଣ୍ଟଲରେନ୍ସ୍, ମିଶୋରୀ, ମସିସିପି, କଲମ୍ବିଆ ଓ କଲୋରାଡୋ ଆଦି ନଦୀ ପ୍ରବାହିତ ହେଉଛନ୍ତି।
  • ଉତ୍ତର ଆମେରିକାର ଉତ୍ତର ଭାଗରେ ବର୍ଷସାରା ଶୀତ ଓ ଦକ୍ଷିଣ ଭାଗ ବିଷୁବରେଖାର ନିକଟବର୍ତ୍ତୀ ହୋଇଥିବାରୁ ଅଧିକ ଗରମ ଅନୁଭୂତ ହୋଇଥାଏ।
  • ଉତ୍ତର ଆମେରିକାର ଉତ୍ତରାଂଶରେ ଥିବା ତୁଦ୍ରାଞ୍ଚଳରେ ତୁଦ୍ରାଜାତୀୟ ଉଭିଦ ଜନ୍ମେ । ତୁନ୍ଦ୍ରା ଅଞ୍ଚଳର ଦକ୍ଷିଣକୁ ଟାଇଗା ବା ସରଳବର୍ଗୀୟ ଅରଣ୍ୟ ଦେଖାଯାଏ।
  • ବନ୍ୟଜନ୍ତୁମାନଙ୍କ ମଧ୍ୟରେ ବିଭର, ଧଳା କୋକିଶିଆଳୀ, ଲିଙ୍କ୍ସ, ମିଙ୍କ ଓ ଗଧ୍ଵ ଦେଖାଯା’ନ୍ତି। ଏଠାରେ ଏସ୍କିମୋ ଓ ଲୋହିତ ଭାରତୀୟମାନେ ବାସ କରନ୍ତି। ଏସ୍କିମୋମାନେ ଗ୍ରୀନ୍‌ଲ୍ୟାଣ୍ଡ ଓ ଲାବ୍ରାଡ଼ର ଉପକୂଳବର୍ତୀ ଅଞ୍ଚଳ ଓ ଲୋହିତ ଭାରତୀୟମାନେ ପ୍ରେରୀ ଅଞ୍ଚଳରେ ବାସକରନ୍ତି।

BSE Odisha 6th Class Geography Solutions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

Odisha State Board BSE Odisha 6th Class Geography Solutions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ Textbook Exercise Questions and Answers.

BSE Odisha Class 6 Geography Solutions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ସଂକ୍ଷିପ୍ତ ଉତ୍ତର ଦିଅ ।
(କ) ଭାରତର ପ୍ରାକୃତିକ ବିଭାଗଗୁଡ଼ିକର ନାମ ଲେଖ ।
Answer:
ଭାରତକୁ ଚାରିଗୋଟି ପ୍ରାକୃତିକ ବିଭାଗରେ ବିଭକ୍ତ କରାଯାଇଅଛି; ଯଥା –
(୧) ଉତ୍ତରସ୍ଥ ହିମାଳୟ ପର୍ବତମାଳା
(୨) ଉତ୍ତର ଭାରତର ସମତଳ ଭୂମି
(୩) ଦକ୍ଷିଣ ଭାରତର ମାଳଭୂମି
(୪) ଉପକୂଳବର୍ତ୍ତୀ ସମତଳ ଭୂମି

(ଖ) ଭାରତର ସାତଟି ଦେଶ ସହ ସ୍ଥଳ ସୀମାରେଖା ଲାଗିରହିଛି । ସେଗୁଡ଼ିକର ନାମ ଲେଖ ।
Answer:
ଭାରତର ଯେଉଁ ସାତଟି ଦେଶ ସହ ସ୍ଥଳ ସୀମାରେଖା ଲାଗି ରହିଛି ସେଗୁଡ଼ିକ ହେଲା – ଚୀନ୍, ନେପାଳ, ଭୁଟାନ୍, ମିଆଁମାର, ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ଥାନ ।

(ଗ) ଭାରତର କେଉଁ ମୁଖ୍ୟ ନଦୀ ଦୁଇଟି ଆରବ ସାଗରରେ ପଡ଼ିଛନ୍ତି ?
Answer:
ଭାରତର ନର୍ମଦା ଓ ତାୟୀ ମୁଖ୍ୟ ନଦୀଦ୍ୱୟ ଆରବ ସାଗରରେ ପଡ଼ିଛନ୍ତି ।

(ଘ) ଗଙ୍ଗା-ବ୍ରହ୍ମପୁତ୍ର ନଦୀଦ୍ୱୟର ତ୍ରିକୋଣଭୂମିର ନାମ କ’ଣ ?
Answer:
ଗଙ୍ଗା-ବ୍ରହ୍ମପୁତ୍ର ନଦୀଦ୍ୱୟର ତ୍ରିକୋଣଭୂମିର ନାମ ହେଲା ସୁନ୍ଦରବନ ତ୍ରିକୋଣଭୂମି ।

BSE Odisha 6th Class Geography Solutions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

(ଙ) ଭାର ତରେ କେତୋଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରହିଛି ?
Answer:
ଭାରତରେ ୨୮ ଗୋଟି ରାଜ୍ୟ ଓ ୭ ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ।

(ଚ) ଉତ୍ତର ଭାରତ ସମତଳ ଅଞ୍ଚଳରେ ଅଧ୍ଵ ଜନସଂଖ୍ୟାର କାରଣ କ’ଣ ?
Answer:
(୧) ଉତ୍ତର ଭାରତ ସମତଳ ଅଞ୍ଚଳ ଗଙ୍ଗା, ସିନ୍ଧୁ, ବ୍ରହ୍ମପୁତ୍ର ଓ ଏହାର ଉପନଦୀଗୁଡ଼ିକଦ୍ବାରା ସଞ୍ଚ ପଟୁମାଟିରେ ଗଠିତ ହୋଇଥିବାରୁ ଅଧ‌ିକ ଉର୍ବର ଓ କୃଷି ଉପଯୋଗୀ ।
(୨) ସେଥ‌ିପାଇଁ ଏହି ଅଞ୍ଚଳରେ ଘନ ଜନବସତି ଦେଖାଯାଏ ।

୨ । ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଦିଅ ।
(କ) ହିମାଳୟ ଅନ୍ତର୍ଗତ ଦକ୍ଷିଣତମ ପର୍ବତଶ୍ରେଣୀର ନାମ :
ସିଲିକ୍, ହିମାଦ୍ରି, ହିମାଚଳ
Answer:
ସିଲିକ୍

(ଖ) ସହ୍ୟାଦ୍ରିର ଅନ୍ୟ ନାମ :
ଆରାବଳୀ, ପଶ୍ଚିମଘାଟ, ପୂର୍ବଘାଟ
Answer:
ପଶ୍ଚିମଘାଟ

(ଗ) ପକ୍ ପ୍ରଣାଳୀ ଦୁଇ ପାର୍ଶ୍ଵରେ ଥ‌ିବା ଦେଶର ନାମ :
ଶ୍ରୀଲଙ୍କା ଓ ମାଳଦ୍ୱୀପ, ଭାରତ ଓ ଶ୍ରୀଲଙ୍କା, ଭାରତ ଓ ମାଳଦ୍ୱୀପ
Answer:
ଭାରତ ଓ ଶ୍ରୀଲଙ୍କା

(ଘ) ଆରବ ସାଗରରେ ଅବସ୍ଥିତ ଭାରତୀୟ ଦ୍ୱୀପର ନାମ :
ଆଣ୍ଡାମାନ ଓ ନିକୋବର ଦ୍ବୀପ, ମାଳଦୀପ, ଲାକ୍ଷାଦ୍ବୀପ
Answer:
ଲାକ୍ଷାଦ୍ବୀପ

BSE Odisha 6th Class Geography Solutions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

(ଙ) ଭାରତର ସର୍ବପୁରାତନ ପର୍ବତଶ୍ରେଣୀ :
ଆରାବଳୀ, ବିନ୍ଧ୍ୟ, ସାତପୁରା
Answer:
ଆରାବଳୀ

୩। ଶୂନ୍ୟସ୍ଥାନ ପୂରଣ କର ।
(କ) ଭାରତର କ୍ଷେତ୍ରଫଳ ପ୍ରାୟ ________________ ବର୍ଗ କିଲୋମିଟର ।
Answer:
୩.୨୮ ନିୟୁତ

(ଖ) ଉଚ୍ଚ ହିମାଳୟର ଅନ୍ୟ ନାମ ________________ ।
Answer:
ହିମାଦ୍ରି

(ଗ) କ୍ଷେତ୍ରଫଳ ଦୃଷ୍ଟିରୁ ଭାରତର ସବୁଠାରୁ ବଡ଼ ରାଜ୍ୟ ________________ ।
Answer:
ରାଜସ୍ଥାନ

(ଘ) ମହାନଦୀ ____________ ରେ ପଡ଼ିଛି ।
Answer:
ବଙ୍ଗୋପସାଗର

(ଙ) ଭାରତର ମଧ୍ୟଭାଗ ଦେଇ ଯାଇଥ‌ିବା ଅକ୍ଷାଂଶ ___________ ଅଟେ ।
Answer:
କର୍କଟକ୍ରାନ୍ତି

BSE Odisha 6th Class Geography Solutions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

BSE Odisha 6th Class Geography Notes Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

  • ଭାରତର ଉତ୍ତରରେ ସୁଉଚ୍ଚ ହିମାଳୟ ପର୍ବତମାଳା, ପଶ୍ଚିମରେ ଆରବ ସାଗର, ପୂର୍ବରେ ବଙ୍ଗୋପସାଗର ଓ ଦକ୍ଷିଣରେ ଭାରତ ମହାସାଗର ଅବସ୍ଥିତ । ଏହାର ଦକ୍ଷିକାଂଶ ଏକ ଉପଦ୍ୱୀପ ।
  • ଭାରତର କ୍ଷେତ୍ରଫଳ ୩.୨୮ ନିୟୁତ ବର୍ଗ କିଲୋମିଟର । ଏହା ପୃଥିବୀର ସପ୍ତମ ବୃହତ୍ତମ ଦେଶ । ଭାରତ ୮ଡିଗ୍ରୀ ୪ ମିନିଟ୍ ଉତ୍ତର ଅକ୍ଷାଂଶରୁ ୩୭ ଡିଗ୍ରୀ ୬ ମିନିଟ୍ ଉତ୍ତର ଅକ୍ଷାଂଶ ମଧ୍ଯରେ ଏବଂ
  • ୬୮ ଡିଗ୍ରୀ ୭ ମିନିଟ୍ ପୂର୍ବ ଦ୍ରାଘିମାରୁ ୯୭ ଡିଗ୍ରୀ ୨୫ ମିନିଟ୍ ପୂର୍ବ ଦ୍ରାଘିମା ମଧରେ ବିସ୍ତୃତ ।
  • ଭାରତର ଉତ୍ତର-ଦକ୍ଷିଣ ଦୂରତା ୩୨୧୪ କିଲୋମିଟର ଏବଂ ପୂର୍ବ-ପଶ୍ଚିମ ଦୂରତା ୨୯୩୩ କିଲୋମିଟର । ଆଲ୍ହାବାଦ ନିକଟରେ ଯାଇଥିବା ୮୨ ଡିଗ୍ରୀ ୩୦ ମିନିଟ୍ ପୂର୍ବ ଦ୍ରାଘିମାରେଖାର ସ୍ଥାନୀୟ ସମୟକୁ ଭାରତର ପ୍ରମାଣ ସମୟ ରୂପେ ନିଆଯାଇଛି ।
  • ୨୦୦୧ ମସିହାରେ ଭାରତର ଜନସଂଖ୍ୟା ଏକ ଶହ କୋଟିରେ ପହଞ୍ଚିଛି ।
  • ଚୀନ୍, ନେପାଳ, ଭୁଟାନ, ମିଆଁମାର, ବାଂଲାଦେଶ, ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ଥାନ ଆଦି ଭାରତର ପଡ଼ୋଶୀ ଦେଶ ।
  • ପକ୍ ପ୍ରଣାଳୀଦ୍ଵାରା ଏହା ଶ୍ରୀଲଙ୍କାଠାରୁ ପୃଥକ୍ ହୋଇଛି ।
  • ଭାରତରେ ୨୮ ଟି ରାଜ୍ୟ ଓ ୭ ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି । କ୍ଷେତ୍ରଫଳ ଦୃଷ୍ଟିରୁ ରାଜସ୍ଥାନ ସବୁଠାରୁ ବଡ଼ ରାଜ୍ୟ ଏବଂ ଗୋଆ ସବୁଠାରୁ ଛୋଟ ରାଜ୍ୟ ।
  • ଭାରତର ଉତ୍ତରରେ ହିମାଳୟ ପର୍ବତଶ୍ରେଣୀ, ହିମାଳୟ ପର୍ବତମାଳାର ଦକ୍ଷିଣକୁ ଉତ୍ତର ଭାରତ ସମତଳଭୂମି, ଏହାର ଦକ୍ଷିଣରେ ଦକ୍ଷିଣ ଭାରତ ମାଳଭୂମି ଓ ପଶ୍ଚିମରେ ବୃହତ୍ ଭାରତୀୟ ମାଳଭୂମି ‘ଥର୍’ ଏବଂ ଉପକୂଳରେ ଉପକୂଳବର୍ତୀ ସମତଳଭୂମି ଦେଖାଯାଏ ।
  • ଆରବ ସାଗରରେ ଥିବା ଲାକ୍ଷାଦ୍ୱୀପ ଦ୍ବୀପପୁଞ୍ଜ, ବଙ୍ଗୋପସାଗରରେ ଥିବା ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ଭାରତର କର୍ତ୍ତୃତ୍ବାଧୀନ ଅଟେ ।
  • ୨୦୦୪ ମସିହା ସୁନାମିଦ୍ଵାରା ବଙ୍ଗୋପସାଗର ଉପକୂଳ ଏବଂ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ।
  • ଉତ୍ତର ଭାରତର ନଦୀଗୁଡ଼ିକ ହିମାଳୟରୁ ଉତ୍ପତ୍ତି ଲାଭ କରିଥିବାରୁ ଏଗୁଡ଼ିକ ଚିରସ୍ରୋତା । ଗଙ୍ଗା, ବ୍ରହ୍ମପୁତ୍ର ଓ ସିନ୍ଧୁ ଉତ୍ତର ଭାରତର ପ୍ରଧାନ ନଦୀ ଅଟନ୍ତି ।
  • ଦକ୍ଷିଣ ଭାରତର ନଦୀ ମଧ୍ୟରେ କାବେରୀ, ମହାନଦୀ, ଗୋଦାବରୀ, କୃଷ୍ଣ, ନର୍ମଦା ଓ ତାଷୀ ଆଦି ମୁଖ୍ୟ ଅଟନ୍ତି । ଏଗୁଡ଼ିକ ବୃଷ୍ଟିପୁଷ୍ଟ ଅଟନ୍ତି ।

BSE Odisha 6th Class Geography Solutions Chapter 6(g) ଅଷ୍ଟ୍ରେଲିଆ

Odisha State Board BSE Odisha 6th Class Geography Solutions Chapter 6(g) ଅଷ୍ଟ୍ରେଲିଆ Textbook Exercise Questions and Answers.

BSE Odisha Class 6 Geography Solutions Chapter 6(g) ଅଷ୍ଟ୍ରେଲିଆ

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ।

(କ) ଅଷ୍ଟ୍ରେଲିଆ ମହାଦେଶ କେଉଁ ଅକ୍ଷାଂଶ ଓ ଦ୍ରାଘିମାରେଖା ମଧ୍ଯରେ ଅବସ୍ଥିତ ଲେଖ।
Answer:
ଅଷ୍ଟ୍ରେଲିଆ ମହାଦେଶ ୧୦ ଡିଗ୍ରୀ ୪୧ ମିନିଟ୍ ଦକ୍ଷିଣ ଅକ୍ଷାଂଶ ଓ ୪୩ ଡିଗ୍ରୀ ୩୯ ମିନିଟ୍ ଦକ୍ଷିଣ ଅକ୍ଷାଂଶ ଏବଂ ୧୧୩ ଡିଗ୍ରୀ ୯ ମିନିଟ୍ ପୂର୍ବ ଦ୍ରାଘିମା ଓ ୧୫୬ ଡିଗ୍ରୀ ୩୯ ମିନିଟ୍ ପୂର୍ବ ଦ୍ରାଘିମା ମଧ୍ଯରେ ଅବସ୍ଥିତ।

BSE Odisha 6th Class Geography Solutions Chapter 6(g) ଅଷ୍ଟ୍ରେଲିଆ

(ଖ) ବୃହତ୍ ପ୍ରବାଳ ପ୍ରାଚୀର ଅଷ୍ଟ୍ରେଲିଆର କେଉଁଠି ଅଛି ?
Answer:
ଅଷ୍ଟ୍ରେଲିଆର ପୂର୍ବ ଉପକୂଳରେ ସ୍ଥଳଭାଗରୁ ପ୍ରାୟ ୩୦ କି.ମି. ଦୂରରେ ପ୍ରଶାନ୍ତ ମହାସାଗର ମଧ୍ଯରେ ପୃଥ‌ିବୀର ବୃହତ୍ ପ୍ରବାଳ ପ୍ରାଚୀର ରହିଛି।

(ଗ) ଅଷ୍ଟ୍ରେଲିଆର ତିନୋଟି ବିଚିତ୍ର ପ୍ରାଣୀଙ୍କର ନାମ ଲେଖ।
Answer:
ଅଷ୍ଟ୍ରେଲିଆର ତିନୋଟି ବିଚିତ୍ର ପ୍ରାଣୀଙ୍କର ନାମ ହେଲା – କଙ୍ଗାରୁ, କୋଆଲା ଓ ପ୍ଲାଟିପସ୍।

(ଘ) ଅନ୍ତଃସ୍ଥଳୀୟ ନଦୀ କହିଲେ କ’ଣ ବୁଝାଯାଏ?
Answer:
ଯେଉଁ ନଦୀ ସମୁଦ୍ରରେ ନ ପଡ଼ି ତା’ର ଗତିପଥରେ ଥିବା କୌଣସି ହ୍ରଦରେ ପଡ଼ିଥାଏ ବା ସମୁଦ୍ର ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ ତାହାକୁ ଅନ୍ତଃସ୍ଥଳୀୟ ନଦୀ କୁହାଯାଏ।

BSE Odisha 6th Class Geography Solutions Chapter 6(g) ଅଷ୍ଟ୍ରେଲିଆ

୨। ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ।

(କ) ଅଷ୍ଟ୍ରେଲିଆ ମହାଦେଶକୁ କେତୋଟି ପ୍ରାକୃତିକ ବିଭାଗରେ ବିଭକ୍ତ କରାଯାଇଛି ? ସେଗୁଡ଼ିକର ନାମ ଲେଖ।
Answer:
ଅଷ୍ଟ୍ରେଲିଆ ମହାଦେଶକୁ ତିନୋଟି ପ୍ରାକୃତିକ ବିଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା –
(୧) ପଶ୍ଚିମ ଭାଗର ମାଳଭୂମି
(୨) ମଧ୍ୟଭାଗର ସମତଳ ଭୂମି
(୩) ପୂର୍ବଭାଗର ଉଚ୍ଚଭୂମି

(ଖ) ଅଷ୍ଟ୍ରେଲିଆର ତୃଣଭୂମିକୁ କ’ଣ କୁହାଯାଏ ?
Answer:
ଅଷ୍ଟ୍ରେଲିଆର ତୃଣଭୂମିକୁ ‘ଡାଉନ୍ସ’ କୁହାଯାଏ।

(ଗ) ଅଷ୍ଟ୍ରେଲିଆର ଚାରୋଟି ବଡ଼ ବଡ଼ ସହରର ନାମ ଲେଖ।
Answer:
ଅଷ୍ଟ୍ରେଲିଆର ଚାରୋଟି ବଡ଼ ବଡ଼ ସହରର ନାମ ହେଲା – ସିଡ୍‌ନି, ମେଲବୋର୍ଡ଼, ପର୍ଥ ଓ କାବେରା।

BSE Odisha 6th Class Geography Solutions Chapter 6(g) ଅଷ୍ଟ୍ରେଲିଆ

(ଘ) ଅଷ୍ଟ୍ରେଲିଆ କେଉଁ ବୃକ୍ଷ ପାଇଁ ପ୍ରସିଦ୍ଧ ?
Answer:
ଅଷ୍ଟ୍ରେଲିଆ ଇଉକାଲିପଟାସ ବୃକ୍ଷପାଇଁ ପ୍ରସିଦ୍ଧ।

୩। ଉତ୍ତର ଦିଅ।

(କ) ଅଷ୍ଟ୍ରେଲିଆ ଲୋକେ କାହିଁକି ଗ୍ରୀଷ୍ମ ଋତୁରେ ‘ବଡ଼ଦିନ’ ପାଳନ କରନ୍ତି ?
Answer:
(୧) ଅଷ୍ଟ୍ରେଲିଆ ମହାଦେଶ ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ। ତେଣୁ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ଦେଶଗୁଡ଼ିକର ଶୀତଋତୁ ହୋଇଥିବାବେଳେ ଅଷ୍ଟ୍ରେଲିଆରେ ଗ୍ରୀଷ୍ମଋତୁ ହୋଇଥାଏ।
(୨) ‘ବଡ଼ଦିନ’ ଡିସେମ୍ବର ମାସରେ ପଡ଼ିଥାଏ। ସେତେବେଳେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁ ହୋଇଥାଏ ଏବଂ ଅଷ୍ଟ୍ରେଲିଆରେ ଗ୍ରୀଷ୍ମଋତୁ ହୋଇଥାଏ। ତେଣୁ ଅଷ୍ଟ୍ରେଲିଆ ଲୋକେ ଗ୍ରୀଷ୍ମଋତୁରେ ‘ବଡ଼ଦିନ’ ପାଳନ କରନ୍ତି।

(ଖ) ଅଷ୍ଟ୍ରେଲିଆର ଜୀବଜନ୍ତୁ ଅନ୍ୟ ମହାଦେଶରେ ଥ‌ିବା ଜୀବଜନ୍ତୁ ମାନଙ୍କଠାରୁ କାହିଁକି ଭିନ୍ନ?
Answer:
ଅଷ୍ଟ୍ରେଲିଆ ମହାଦେଶ ବହୁକାଳ ଧରି ପୃଥ‌ିବୀର ଅନ୍ୟ ଭୂଖଣ୍ଡଠାରୁ ବିଚ୍ଛିନ୍ନ ରହିବାଦ୍ୱାର ଏହାର ଉଭିଦ ଓ ଜୀବଜନ୍ତୁ ଅନ୍ୟ ମହାଦେଶଗୁଡ଼ିକଠାରୁ ଭିନ୍ନ ଅଟନ୍ତି।

BSE Odisha 6th Class Geography Solutions Chapter 6(g) ଅଷ୍ଟ୍ରେଲିଆ

(ଗ) ଏହି ମହାଦେଶକୁ ଦ୍ବୀପ ମହାଦେଶ କାହିଁକି କୁହାଯାଏ ?
Answer:
ଅଷ୍ଟ୍ରେଲିଆ ମହାଦେଶର ଚତୁର୍ଦ୍ଦିଗରେ ଜଳରାଶି ଘେରି ରହିଥ‌ିବାରୁ ଏହାକୁ ଦ୍ବୀପ ମହାଦେଶ କୁହାଯାଏ।

BSE Odisha 6th Class Geography Notes Chapter 6(g) ଅଷ୍ଟ୍ରେଲିଆ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

BSE Odisha 6th Class Geography Notes Chapter 6(g) ଅଷ୍ଟ୍ରେଲିଆ

  • ଅଷ୍ଟ୍ରେଲିଆ ପୃଥ‌ିବୀର କ୍ଷୁଦ୍ରତମ ମହାଦେଶ। ଏହା ୧୦ ଡିଗ୍ରୀ ୪୧ ମିନିଟ୍ ଦକ୍ଷିଣ ଅକ୍ଷାଂଶରୁ ୪୩ ଡିଗ୍ରୀ ୩୯ ମିନିଟ୍ ଦକ୍ଷିଣ ଅକ୍ଷାଂଶ ଏବଂ ୧୧୩ ଡିଗ୍ରୀ ୯ ମିନିଟ୍ ପୂର୍ବ ଦ୍ରାଘିମାଠାରୁ ୧୫୬ ଡିଗ୍ରୀ ୩୯ ମିନିଟ୍ ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ।
  • ଚତୁର୍ଦ୍ଦିଗରେ ଜଳରାଶି ଘେରି ରହିଥିବାରୁ ଏହାକୁ ଦ୍ବୀପ ମହାଦେଶ କୁହାଯାଏ।
  • ଅଷ୍ଟ୍ରେଲିଆ, ନିଉଜିଲ୍ୟାଣ୍ଡ ଏବଂ ନିକଟବର୍ତ୍ତୀ ଦ୍ବୀପମାନଙ୍କୁ ନେଇ ଅଷ୍ଟ୍ରେଲିଆ ମହାଦେଶକୁ ଓସେନିଆ କୁହାଯାଏ।
  • ଅଷ୍ଟ୍ରେଲିଆର ପୂର୍ବ ଉପକୂଳରେ ସ୍ଥଳଭାଗଠାରୁ ପ୍ରାୟ ୩୦ କି.ମି. ଦୂରରେ ପ୍ରଶାନ୍ତ ମହାସାଗରରେ ପୃଥ‌ିବୀର ବୃହତ୍ତମ ପ୍ରବାଳ ପ୍ରାଚୀର ରହିଛି।
  • ମରେ, ଡାଲିଂ ଏହି ମହାଦେଶର ପ୍ରଧାନ ନଦୀ।
  • ଏହି ମହାଦେଶର ଉତ୍ତର ଭାଗରେ ଗ୍ରୀଷ୍ମମଣ୍ଡଳ ଓ ଦକ୍ଷିଣ ଭାଗରେ ନାତିଶୀତୋଷ ମଣ୍ଡଳ ରହିଛି।
  • ଅଷ୍ଟ୍ରେଲିଆ ନାତିଶୀତୋଷ୍ଣ ତୃଣଭୂମିକୁ ଡାଉନ୍ସ କୁହାଯାଏ। ଇଉକାଲିପଟାସ୍ ଏହି ମହାଦେଶର ମୁଖ୍ୟ ବୃକ୍ଷ। ଏହାର ଉଭିଦ ଓ ଜୀବଜନ୍ତୁ ଅନ୍ୟ ମହାଦେଶଗୁଡ଼ିକଠାରୁ ଭିନ୍ନ। ଏଠାରେ କଙ୍ଗାରୁ ଓ କୋଆଲା ଆଦି ଜୀବଜନ୍ତୁ ଦେଖାଯା’ଛି।
  • ଏହି ମହାଦେଶର ଦେଶଗୁଡ଼ିକ ମଧ୍ୟରେ ଅଷ୍ଟ୍ରେଲିଆ, ନିଉଜିଲ୍ୟାଣ୍ଡ, ପାପୁଆନିଉଗିନି, ଟୋଙ୍ଗା, ଫିଜି ଆଦି ପ୍ରଧାନ। ସିଡ଼ନି, ମେଲବୋର୍ଡ଼, ପର୍ଥ, କାନବେରା, ୱେଲିଂଟନ୍‌, ଏଡ଼ିଲେଡ୍, ଖ୍ରୀଷ୍ଟଚର୍ଚ୍ଚ, ହୋଵାର୍ଟ, ଅକ୍‌ଲ୍ୟାଣ୍ଡ ଆଦି ଏହି ମହାଦେଶର ପ୍ରଧାନ ସହର।
  • ଏହି ମହାଦେଶର ଅର୍ଦ୍ଧାଧ‌ିକ ଲୋକ ବଡ଼ ବଡ଼ ସହରରେ ବସବାସ କରନ୍ତି। ଅଳ୍ପ ଲୋକ ଚାଷବାସ କରନ୍ତି। ଚାଷ କାର୍ଯ୍ୟ ମେସିନ୍ ସାହାଯ୍ୟରେ କରାଯାଏ। ଅଧିକାଂଶ ଲୋକ ଶିଳ୍ପ, ବାଣିଜ୍ୟ, ଶିକ୍ଷା, ଗବେଷଣା, ଗମନାଗମନ ଆଦି କ୍ଷେତ୍ରରେ ନିଯୁକ୍ତି ପାଇଥା’ନ୍ତି।

BSE Odisha 6th Class Geography Solutions Chapter 6(f) ଇଉରୋପ

Odisha State Board BSE Odisha 6th Class Geography Solutions Chapter 6(f) ଇଉରୋପ Textbook Exercise Questions and Answers.

BSE Odisha Class 6 Geography Solutions Chapter 6(f) ଇଉରୋପ

୧। ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।

(କ) ଇଉରୋପର ପ୍ରଧାନ ପ୍ରାକୃତିକ ବିଭାଗଗୁଡ଼ିକର ନାମ ଲେଖ।
Answer:
ଇଉରୋପକୁ ତିନୋଟି ପ୍ରଧାନ ପ୍ରାକୃତି ବିଭାଗରେ ବିଭକ୍ତ କରାଯାଇଛି । ଯଥା –
(୧) ଉତ୍ତର-ପଶ୍ଚିମ ଭାଗର ମାଳଭୂମି
(୨) ମଧ୍ୟଭାଗର ସମତଳଭୂମି
(୩) ଦକ୍ଷିଣ ଭାଗର ଭଙ୍ଗିଳ ପର୍ବତଶ୍ରେଣୀ ଓ ମାଳଭୂମି

BSE Odisha 6th Class Geography Solutions Chapter 6(f) ଇଉରୋପ

(ଖ) ଇଉରୋପକୁ କାହିଁକି ଏକ ଉପଦ୍ଵୀପ କୁହାଯାଏ ?
Answer:
ଇଉରୋପ ମହାଦେଶର ଉତ୍ତରରେ ସୁମେରୁ ମହାସାଗର, ଦକ୍ଷିଣରେ ଭୂମଧ୍ଯସାଗର ଏବଂ ପଶ୍ଚିମରେ ଆଟ୍‌ଲାଣ୍ଟିକ୍ ମହାସାଗର ଅବସ୍ଥିତ । ତେଣୁ ଏହି ମହାଦେଶ ତିନିପଟେ ଜଳରାଶିଦ୍ୱାରା ପରିବେଷ୍ଟିତ ହୋଇଥିବାରୁ ଏହାକୁ ଉପଦ୍ବୀପ କୁହାଯାଏ ।

(ଗ) କେଉଁ ପର୍ବତଶ୍ରେଣୀ ଏହି ମହାଦେଶକୁ ଏସିଆଠାରୁ ଅଲଗା କରୁଛି ?
Answer:
ୟୁରାଲ ପର୍ବତଶ୍ରେଣୀ ଇଉରୋପ ମହାଦେଶକୁ ଏସିଆଠାରୁ ଅଲଗା କରୁଛି।

(ଘ) ରାଇନ୍ ନଦୀ କେଉଁ ଜଳରାଶିରେ ପଡ଼ିଅଛି ?
Answer:
ରାଇନ୍ ନଦୀ ଉତ୍ତର ସାଗରରେ ପଡ଼ିଅଛି।

(ଙ) ଟାଇଗା ଅରଣ୍ୟର ଦୁଇଟି ପ୍ରାକୃତିକ ଉଦ୍ଭଦର ନାମ ଲେଖ।
Answer:
ଟାଇଗା ଅରଣ୍ୟର ଦୁଇଟି ପ୍ରାକୃତିକ ଉଦ୍ଭଦ ହେଲା ଓକ୍ ଓ ପାଇନ୍।

BSE Odisha 6th Class Geography Solutions Chapter 6(f) ଇଉରୋପ

(ଚ) ତୁନ୍ଦ୍ରା ଅଞ୍ଚଳରେ ରହୁଥ‌ିବା ଚାରୋଟି ବନ୍ୟପ୍ରାଣୀଙ୍କର ନାମ ଲେଖ।
Answer:
ତୁନ୍ଦ୍ରା ଅଞ୍ଚଳରେ ରହୁଥ‌ିବା ଚାରୋଟି ବନ୍ୟପ୍ରାଣୀ ହେଲେ ବଲ୍‌ଗାହରିଣ, ଧଳାଭାଲୁ, ସିଲ୍ ଓ ୱାଲ୍‌ରସ୍।

(ଛ) ପୃଥ‌ିବୀର ସବୁଠାରୁ ସାନ ଦେଶର ନାମ କ’ଣ ?
Answer:
ଇଉରୋପ ମହାଦେଶ ଅନ୍ତର୍ଗତ ଭାଟିକାନ ସିଟି ପୃଥ‌ିବୀର ସବୁଠାରୁ ସାନ ଦେଶ।

(ଜ) ଟାଇଗାର ୪ଟି ପ୍ରଧାନ ବନ୍ୟଜନ୍ତୁଗୁଡ଼ିକର ନାମ ଲେଖ।
Answer:
ଟାଇଗାର ୪ଟି ପ୍ରଧାନ ବନ୍ୟଜନ୍ତୁଙ୍କର ନାମ ହେଲା ଲିଙ୍କସ୍, ଧଳା କୋକିଶିଆଳୀ, ମିଙ୍କ୍ ଓ ୱାଲ୍‌ରସ୍।

(ଝ) କେଉଁ ଦେଶ ଉଭୟ ଏସିଆ ଓ ଇଉରୋପ ମହାଦେଶରେ ଅବସ୍ଥିତ ?
Answer:
ରୁଷିଆ ଦେଶ ଉଭୟ ଏସିଆ ଓ ଇଉରୋପ ମହାଦେଶ ମଧ୍ୟରେ ଅବସ୍ଥିତ।

BSE Odisha 6th Class Geography Solutions Chapter 6(f) ଇଉରୋପ

(ଞ) ଇଉରୋପର ଅଧ୍ବବାସୀମାନେ କେଉଁ କେଉଁ କ୍ଷେତ୍ରରେ କାମ କରି ଜୀବିକାର୍ଜନ କରିଥା’ନ୍ତି?
Answer:
(୧) ଇଉରୋପ ମହାଦେଶର ଅସ୍ଵାସୀମାନେ ଶିଳ୍ପ, ବାଣିଜ୍ୟ, ଖଣିକାର୍ଯ୍ୟ, ଗମନାଗମନ, ଶିକ୍ଷା, ଚିକିତ୍ସା କ୍ଷେତ୍ରରେ କାମ କରି ନିଜର ଜୀବିକାର୍ଜନ କରିଥା’ନ୍ତି।
(୨) କେତେକ ଲୋକ କୃଷିକାର୍ଯ୍ୟରେ ନିୟୋଜିତ ହୋଇଥା’ନ୍ତି । ଚାଷକାର୍ଯ୍ୟ ପ୍ରାୟତଃ ମେସିନ୍‌ ସହାଯ୍ୟରେ କରାଯାଏ।

୨। କାରଣ ଦର୍ଶାଅ :

(କ) ଇଉରୋପର ମଧ୍ୟଭାଗରେ ସାମୁଦ୍ରିକ ପ୍ରଭାବ କମ୍ ପଡ଼େ।
Answer:
ଇଉରୋପର ମଧ୍ୟଭାଗ ସମୁଦ୍ରଠାରୁ ଦୂରରେ ଥ‌ିବାରୁ ସେଠାରେ ସାମୁଦ୍ରିକ ପ୍ରଭାବ କମ୍ ପଡ଼େ।

BSE Odisha 6th Class Geography Solutions Chapter 6(f) ଇଉରୋପ

(ଖ) ଇଉରୋପର ପୂର୍ବଭାଗରେ ତୃଣ ଓ ଗୁଳ୍ମ ଜନ୍ମେ।
Answer:
ଇଉରୋପର ପୂର୍ବଭାଗରେ କମ୍ ବର୍ଷା ହେଉଥ‌ିବାରୁ ସେଠାରେ ତୃଣ ଓ ଗୁଳ୍ମ ଜନ୍ମେ।

୩। ଇଉରୋପର ଜୀବଜନ୍ତୁ ସମ୍ବନ୍ଧରେ ଏକ ବିବରଣୀ ପ୍ରସ୍ତୁତ କର।
Answer:
(୧) ବଲ୍‌ଗାହରିଣ, ଧଳାଭାଲୁ, ସିଲ୍, ୱାଲ୍‌ରସ୍ ଇତ୍ୟାଦି ପ୍ରାଣୀ ଇଉରୋପର ତୁନ୍ଦ୍ରା ଅଞ୍ଚଳରେ ଦେଖାଯାଆନ୍ତି।
(୨) ଲିଙ୍କସ୍‌, ମିକ୍, ଏରମିନ୍, ଧଳା କୋକିଶାଆଳୀ ଇତ୍ୟାଦି ପ୍ରାଣୀ ଇଉରୋପର ଟାଇଗା ଅଞ୍ଚଳରେ ଦେଖାଯାଆନ୍ତି।

BSE Odisha 6th Class Geography Solutions Chapter 6(f) ଇଉରୋପ

୪। ପାର୍ଥକ୍ୟ ଦର୍ଶାଅ।
ତୁନ୍ଦ୍ରା ଏବଂ ଟାଇଗା

ତୁନ୍ଦ୍ରା ଟାଇଗା
(୧) ଇଉରୋପର ଉତ୍ତରାଞ୍ଚଳ ମେରୁ ନିକଟବର୍ତ୍ତୀ ହୋଇଥିବାରୁ ତାହାକୁ ତୁନ୍ଦ୍ରାଞ୍ଚଳ କୁହାଯାଏ।
(୨) ଏଠାରେ ଲାଇକେନ୍ ଜାତୀୟ ଶୈବାଳ ଓ ହିମଗୁଳ୍ମ ଆଦି ତୁନ୍ଦ୍ରା ଉଭିଦ ଜନ୍ମେ।
(୩) ବଲ୍ଗାହରିଣ, ଧଳାଭାଲୁ, ସିଲ୍, ୱାଲ୍ରସ୍ ଇତ୍ୟାଦି ତୁନ୍ଦ୍ରାଞ୍ଚଳର ମୁଖ୍ୟ ପ୍ରାଣୀ।
(୧) ତୁନ୍ଦ୍ରାଞ୍ଚଳର ଦକ୍ଷିଣରେ ଟାଇଗା ଅଞ୍ଚଳ ଅବସ୍ଥିତ।
(୨) ଏହି ଅଞ୍ଚଳରେ ଓକ୍, ପାଇନ୍, ସ୍ପୃଶ୍ ଓ ଫିର୍ ଇତ୍ୟାଦି ପ୍ରାକୃତିକ ଉଦ୍ଭଦ ଦେଖାଯାଆନ୍ତି।
(୩) ଲିଙ୍କସ୍, ମିକ୍ସ୍, ଏରମିନ୍, ଧଳା କୋକିଶିଆଳୀ ଇତ୍ୟାଦି ଟାଇଗା ଅଞ୍ଚଳର ମୁଖ୍ୟ ପ୍ରାଣୀ।

 

BSE Odisha 6th Class Geography Solutions Chapter 6(f) ଇଉରୋପ

BSE Odisha 6th Class Geography Notes Chapter 6(f) ଇଉରୋପ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

BSE Odisha 6th Class Geography Notes Chapter 6(f) ଇଉରୋପ

  • ଇଉରୋପ ପୃଥ‌ିବୀର ଷଷ୍ଠ ବୃହତ୍ତମ ମହାଦେଶ। ଏହା ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ।
  • ଏହା ୩୫ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୭୧ ଡିଗ୍ରୀ ଉତ୍ତର ଅକ୍ଷାଂଶ ମଧ୍ଯରେ ଏବଂ ୧୦ ଡିଗ୍ରୀ ପଶ୍ଚିମ ଦ୍ରାଘିମା ଓ ୬୫ ଡିଗ୍ରୀ ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ।
  • ଇଉରୋପ ମହାଦେଶର ଉତ୍ତର-ପଶ୍ଚିମ ଭାଗରେ ମାଳଭୂମି, ମଧ୍ୟଭାଗରେ ସମତଳଭୂମି ଏବଂ ଦକ୍ଷିଣ ଭାଗରେ ଭଙ୍ଗିଳ ପର୍ବତଶ୍ରେଣୀ ଓ ମାଳଭୂମି ଅବସ୍ଥିତ।
  • ଆଲପ୍‌ସ ଇଉରୋପର ପ୍ରଧାନ ପର୍ବତମାଳା।
  • ରାଇନ୍, ପୋ, ଟେମ୍‌, ରୁର୍, ଏଲ୍‌ବ, ଡାଡ୍ୟୁବ, ଭଲ୍‌ଗା, ଡନ୍, ନିପର ଆଦି ଏହାର ମୁଖ୍ୟ ନଦୀ।
  • ଏହି ମହାଦେଶର ଜଳବାୟୁ ନାତିଶୀତୋଷ । ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ସାମୁଦ୍ରିକ ପ୍ରଭାବ ପଡ଼ିଥାଏ।
  • ଇଉରୋପର ଉତ୍ତରାଂଶରେ ତୁନ୍ଦ୍ରା ଜାତୀୟ ଉଦ୍ଭଦ ଜନ୍ମେ। ତୁନ୍ଦ୍ରାଞ୍ଚଳର ଦକ୍ଷିଣକୁ ଟାଇଗା ଅଞ୍ଚଳ ଅବସ୍ଥିତ। ଇଉରୋପର ତୃଣଭୂମି ଅଞ୍ଚଳକୁ ଷ୍ଟେପ୍ କୁହାଯାଏ।
  • ଇଉରୋପର ତୁନ୍ଦ୍ରାଞ୍ଚଳରେ ବଲ୍‌ଗାହରିଣ, ଧଳାଭାଲୁ, ସିଲ୍ ଓ ୱାଲରସ୍ ଆଦି ପ୍ରାଣୀ ଦେଖାଯାନ୍ତି। ଟାଇଗା ଅଞ୍ଚଳରେ ଲିଙ୍କସ୍‌, ମିଙ୍କ୍, ଏରମିନ୍, ଧଳା କୋକିଶିଆଳି ଆଦି ପ୍ରାଣୀ ବାସ କରନ୍ତି।
  • ଫ୍ରାନ୍ସ, ଯୁକ୍ତରାଜ୍ୟ, ସ୍ପେନ୍, ବେଲ୍‌ଜିୟମ୍, ଜର୍ମାନୀ, ପୋଲାଣ୍ଡ, ନରୱେ, ଇଟାଲୀ, ସୁଇଜରଲ୍ୟାଣ୍ଡ ପ୍ରଭୃତି ଇଉରୋପ ମହାଦେଶର ପ୍ରଧାନ ଦେଶ ଅଟନ୍ତି।
  • ଇଉରୋପ ମହାଦେଶର ଭାଟିକାନ ସିଟି ପୃଥ‌ିବୀର କ୍ଷୁଦ୍ରତମ ଦେଶ। ରୋମ, ଲଣ୍ଡନ, ପ୍ୟାରିସ୍, ବର୍ଲିନ୍, ମସ୍କୋ, ଫ୍ରାଙ୍କଫୋର୍ଟ ଆଦି ଇଉରୋପ ମହାଦେଶର ବଡ଼ ବଡ଼ ସହର।
  • ଏହି ମହାଦେଶର ଅସ୍ଵାସୀମାନେ ଧନୀ ଏବଂ ସମୃଦ୍ଧ। ଶିଳ୍ପ, ବାଣିଜ୍ୟ, ଶିକ୍ଷା, ଗମନାଗମନ, ଚିକିତ୍ସା କ୍ଷେତ୍ରରେ ଅଧୁକାଂଶ ଲୋକ ନିୟୋଜିତ ହୋଇଥା’ନ୍ତି। ଚାଷ କାର୍ଯ୍ୟ ପ୍ରାୟତଃ ମେସିନ୍ ସାହାଯ୍ୟରେ କରାଯାଇଥାଏ।

BSE Odisha 6th Class Geography Solutions Chapter 6(d) ଦକ୍ଷିଣ ଆମେରିକା

Odisha State Board BSE Odisha 6th Class Geography Solutions Chapter 6(d) ଦକ୍ଷିଣ ଆମେରିକା Textbook Exercise Questions and Answers.

BSE Odisha Class 6 Geography Solutions Chapter 6(d) ଦକ୍ଷିଣ ଆମେରିକା

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ସଂକ୍ଷିପ୍ତ ଉତ୍ତର ଦିଅ।

(କ) ଉଦାହରଣ ସହ ‘ଯୋଜକ’ର ପରିଭାଷା ଲେଖ।
Answer:
ଯୋଜକ ହେଉଛି ଏକ ସଂକୀର୍ଣ୍ଣ ସ୍ଥଳଭାଗ ଯେଉଁଟି ଦୁଇଟି ବୃହତ୍ ସ୍ଥଳଭାଗକୁ ଯୋଗ କରେ।
ଉଦାହରଣସ୍ୱରୂପ, ଦକ୍ଷିଣ ଆମେରିକା ସହିତ ଉତ୍ତର ଆମେରିକା ପାନାମା ଯୋଜକଦ୍ୱାରା ସଂଯୁକ୍ତ ଥିଲା।

BSE Odisha 6th Class Geography Solutions Chapter 6(d) ଦକ୍ଷିଣ ଆମେରିକା

(ଖ) ଦକ୍ଷିଣ ଆମେରିକାର ବେଶୀ ଭାଗ କେଉଁ ଗୋଲାର୍ଦ୍ଧରେ ରହିଅଛି ?
Answer:
ଦକ୍ଷିଣ ଆମେରିକାର ବେଶୀ ଭାଗ ଦକ୍ଷିଣ ଗୋଲାର୍ଦ୍ଧରେ ରହିଅଛି।

(ଗ) ଆଣ୍ଡିଜ୍ ପର୍ବତମାଳା ଦକ୍ଷିଣ ଆମେରିକାର କେଉଁ ଦିଗରେ ଅବସ୍ଥିତ?
Answer:
ଆଣ୍ଡିଜ୍ ପର୍ବତମାଳା ଦକ୍ଷିଣ ଆମେରିକାର ପଶ୍ଚିମ ଦିଗରେ ଅବସ୍ଥିତ।

(ଘ) କେଉଁ ନଦୀ ପୃଥ‌ିବୀର ସବୁଠାରୁ ବଡ଼ ନଦୀ ?
Answer:
ଦକ୍ଷିଣ ଆମେରିକାରେ ପ୍ରବାହିତ ଆମାଜନ ନଦୀ ପୃଥ‌ିବୀର ସବୁଠାରୁ ବଡ଼ ନଦୀ।

BSE Odisha 6th Class Geography Solutions Chapter 6(d) ଦକ୍ଷିଣ ଆମେରିକା

(ଙ) ଦକ୍ଷିଣ ଆମେରିକାରେ ପ୍ରବାହିତ ୪ଟି ନଦୀର ନାମ ଲେଖ।
Answer:
ଦକ୍ଷିଣ ଆମେରିକାରେ ପ୍ରବାହିତ ୪ଟି ନଦୀର ନାମ ହେଲା – ଆମାଜନ, ଓରିନୋକୋ, ପାରାନା – ପାରାଗୁଏ ଓ ଉରୁଗୁଏ।

(ଚ) ଆର୍ଜେଣ୍ଟିନାର ନାତିଶୀତୋଷ୍ଣ ତୃଣଭୂମିର ନାମ କ’ଣ ?
Answer:
ଆର୍ଜେଣ୍ଟିନାର ନାତିଶୀତୋଷ୍ଣ ତୃଣଭୂମିର ନାମ ପମ୍ପାସ୍।

(ଛ) ଦକ୍ଷିଣ ଆମେରିକାର ବିଷୁବ ମଣ୍ଡଳୀୟ ଅରଣ୍ୟକୁ କ’ଣ କୁହାଯାଏ ?
Answer:
ଦକ୍ଷିଣ ଆମେରିକାର ବିଷୁବମଣ୍ଡଳୀୟ ଚିରହରିତ୍‌ ଅରଣ୍ୟକୁ ସେଲ୍‌ଭା କୁହାଯାଏ।

(ଜ) ଦକ୍ଷିଣ ଆମେରିକାର ୪ଟି ବଡ଼ ବଡ଼ ସହରର ନାମ ଲେଖ।
Answer:
ଦକ୍ଷିଣ ଆମେରିକାର ୪ଟି ବଡ଼ ବଡ଼ ସହରର ନାମ ହେଲା – ବ୍ରାସିଲିଆ, ବୁଏନ୍ସଏୟାରିସ୍, ସାଣ୍ଟିଆଗୋ, ସାଓପାଓଲା।

(ଝ) ଦକ୍ଷିଣ ଆମେରିକାର ନାତିଶୀତୋଷ୍ଣ ମରୁଭୂମିକୁ କ’ଣ କୁହାଯାଏ ?
Answer:
ଦକ୍ଷିଣ ଆମେରିକାର ନାତିଶୀତୋଷ୍ଣ ମରୁଭୂମିକୁ ପାଟାଗୋନିଆ କୁହାଯାଏ।

BSE Odisha 6th Class Geography Solutions Chapter 6(d) ଦକ୍ଷିଣ ଆମେରିକା

୨। କାରଣ ଦର୍ଶାଅ :

(କ) ଦକ୍ଷିଣ ଆମେରିକାର ଅଧୁକାଂଶ ଅଞ୍ଚଳରେ ଜଳବାୟୁ ଉଷ୍ଣ।
Answer:
ଦକ୍ଷିଣ ଆମେରିକାର ବିଷୁବ ବୃତ୍ତ ଏବଂ ମକର କ୍ରାନ୍ତି ମଧ୍ୟରେ ଅଧିକାଂଶ ଅଞ୍ଚଳ ଅବସ୍ଥିତ ଥ‌ିବାରୁ ଏସବୁ ଅଞ୍ଚଳର ଜଳବାୟୁ ଉଷ୍ଣ ହୋଇଥାଏ।

(ଖ) ଦକ୍ଷିଣ ଆମେରିକାର ଦକ୍ଷିଣ ପ୍ରାନ୍ତରେ ଅଧ୍ଵ ଥଣ୍ଡା ପଡ଼େ ।
Answer:
ଦକ୍ଷିଣ ଆମେରିକାର ଦକ୍ଷିଣ ପ୍ରାନ୍ତ କୁମେରୁ ବୃତ୍ତର ନିକଟବର୍ତ୍ତୀ ହୋଇଥିବାରୁ ସେଠାରେ ଅତ୍ୟଧିକ ଥଣ୍ଡା ପଡ଼େ।

BSE Odisha 6th Class Geography Solutions Chapter 6(d) ଦକ୍ଷିଣ ଆମେରିକା

(ଗ) ଆମାଜନ୍ ଉପତ୍ୟକାରେ ଚିରହରିତ୍‌ ଅରଣ୍ୟ ଦେଖାଯାଏ।
Answer:
ଆମାଜନ୍ ନଦୀ ଉପତ୍ୟକା ଅଞ୍ଚଳରେ ବର୍ଷସାରା ପ୍ରଚୁର ବୃଷ୍ଟିପାତ ହେଉଥିବାରୁ ସେଠାରେ ଚିରହରିତ୍‌ ଅରଣ୍ୟ ଦେଖାଯାଏ।

୩। ଦକ୍ଷିଣ ଆମେରିକାରେ ଦେଖାଯାଉଥ‌ିବା ବନ୍ୟପ୍ରାଣୀଗୁଡ଼ିକର ଏକ ବିବରଣୀ ପ୍ରଦାନ କର।
Answer:
(୧) ଦକ୍ଷିଣ ଆମେରିକାର ସେଲ୍‌ଭା ଅରଣ୍ୟରେ ବିଭିନ୍ନ ପ୍ରକାର ସରୀସୃପ, ମାଙ୍କଡ଼, ଜାଗୁଆର ଓ ପୁମା ପରି ହିଂସ୍ର ଜନ୍ତୁ ଏବଂ ବଜ୍ରକାପ୍ତା ଓ ଅନେକ ଜାତିର ପକ୍ଷୀ ବାସ କରନ୍ତି।
(୨) କାସ ତୃଣଭୂମିରେ ବଜ୍ରକାପ୍ତା, ବଣଘୁଷୁରୀ, ହରିଣ ଓ ପୁମା ଆଦି ବନ୍ୟପ୍ରାଣୀ ବାସ କରନ୍ତି।
(୩) ପାଟାଗୋନିଆରେ ବିଭିନ୍ନ ପ୍ରଜାତିର ମୂଷା, ଏଣ୍ଡୁଅ, ସାପ ଇତ୍ୟାଦି ଦେଖାଯାଆନ୍ତି। ଦକ୍ଷିଣ ଆମେରିକାରେ ଲାମା, ଆଲପ୍‌, ଭିକୁନା ପ୍ରଭୃତି ଲୋମଶ ଜନ୍ତୁ ବାସ କରନ୍ତି। ଆଣ୍ଟିଜ୍‌ର ଉଚ୍ଚ ଶୃଙ୍ଗମାନଙ୍କରେ ଶାଗୁଣା ଜାତୀୟ ପକ୍ଷୀ କଣ୍ଡର ବାସ କରନ୍ତି।
(୫) ଏହି ମହାଦେଶରେ ଦେଖାଯାଉଥ‌ିବା ରିଆପକ୍ଷୀ ଉଡ଼ିପାରେ ନାହିଁ। ଜାଗୁଆର ହେଉଛି ଦକ୍ଷିଣ ଆମେରିକାର ଚିତାବାଘ ଯିଏ ଗଛ ଚଢ଼ିପାରେ ଓ ପାଣିରେ ପହଁରିପାରେ। ପୁମା ଦକ୍ଷିଣ ଆମେରିକାର ଏକ ବଡ଼ ହିଂସ୍ର ଓ ବଳବାନ୍ ପ୍ରାଣୀ। ଏଠାରେ ବାସ କରୁଥିବା ଆର୍ମାଡ଼ିଲେ ନାମକ ଦନ୍ତହୀନ ପ୍ରାଣୀର ଜିଭ ଓ ମୁହଁ ଲମ୍ବା ଏବଂ ଏହା କୀଟପତଙ୍ଗ ଓ ଜନ୍ଦା ପ୍ରଭୃତି ଖାଇ ବଞ୍ଚେ।

BSE Odisha 6th Class Geography Solutions Chapter 6(d) ଦକ୍ଷିଣ ଆମେରିକା

୪। କେଉଁ କେଉଁ ସଂପ୍ରଦାୟର ଲୋକେ ଦକ୍ଷିଣ ଆମେରିକାର ଅଧ୍ବବାସୀ ?
Answer:
ଲୋହିତ ଭାରତୀୟ, ନିଗ୍ରୋ ଓ ୟୁରୋପୀୟ (ପର୍ତ୍ତୁଗୀଜ୍, ସ୍ପେନୀୟ) ଆଦି ସମ୍ପ୍ରଦାୟର ଲୋକେ ଦକ୍ଷିଣ ଆମେରିକାର ଅଧ୍ୟାବାସୀ।

BSE Odisha 6th Class Geography Notes Chapter 6(d) ଦକ୍ଷିଣ ଆମେରିକା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

BSE Odisha 6th Class Geography Notes Chapter 6(d) ଦକ୍ଷିଣ ଆମେରିକା

  • ଦକ୍ଷିଣ ଆମେରିକା ମହାଦେଶ ଉତ୍ତର ଆମେରିକାର ଦକ୍ଷିଣକୁ ଅବସ୍ଥିତ। ଏହା ୧୨ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୫୫ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶ ଏବଂ ୩୫ ଡିଗ୍ରୀ ପଶ୍ଚିମ ଦ୍ରାଘିମା ଓ ୮୧ ଡିଗ୍ରୀ ପଶ୍ଚିମ ଦ୍ରାଘିମା ମଧ୍ୟରେ ଅବସ୍ଥିତ।
  • ଉତ୍ତର ଆମେରିକା ସହିତ ଏହି ମହାଦେଶ ପାନାମା ଯୋଜକଦ୍ବାରା ସଂଯୁକ୍ତ ଥିଲା। ବର୍ତ୍ତମାନ ଏଠାରେ ପାନାମା କେନାଲ ଖନନ କରି ପ୍ରଶାନ୍ତ ମହାସାଗର ଓ ଆଟ୍‌ଲାଣ୍ଟିକ୍ ମହାସାଗରକୁ ସଂଯୋଗ କରାଯାଇଛି।
  • ବିଷୁବରେଖା ଓ ମକରକ୍ରାନ୍ତି ଏହି ମହାଦେଶ ଉପର ଦେଇ ଯାଇଛନ୍ତି।
  • ଦକ୍ଷିଣ ଆମେରିକାରେ ପ୍ରବାହିତ ଆମାଜନ ନଦୀ ପୃଥ‌ିବୀର ବୃହତ୍ତମ ନଦୀ। ଓରିନୋକୋ, ପାରାନା-ପାରାଗୁଏ ଓ ଉରୁଗୁଏ ଆଦି ଏହି ମହାଦେଶର ଅନ୍ୟ ନଦୀସମୂହ।
  • ଏହି ମହାଦେଶର ବିଷୁବବୃତ୍ତ ଓ ମକରକ୍ରାନ୍ତି ମଧ୍ୟବର୍ତ୍ତୀ ଅଞ୍ଚଳରେ ଉଷ୍ଣ ଜଳବାୟୁ, କୁମେରୁ ନିକଟବର୍ତ୍ତୀ ଅଞ୍ଚଳ ଓ ପାର୍ବାତ୍ୟାଞ୍ଚଳରେ ଅତ୍ୟଧ୍ୱ ଶୀତ ଅନୁଭୂତ ହୁଏ। ସମଗ୍ର ମହାଦେଶରେ ଉତ୍ତମ ବୃଷ୍ଟିପାତ ହୁଏ।
  • ଏହି ମହାଦେଶର ଚିରହରିତ୍‌ ଅରଣ୍ୟକୁ ସେଲ୍‌ଭା ଓ ତୃଣଭୂମିକୁ ସାଭାନ୍ନା କୁହାଯାଏ। ବ୍ରାଜିଲ୍‌ରେ ଏହି ସାଭାନ୍ନା ତୃଣଭୂମିକୁ କାର୍ମୋସ୍, ଏବଂ ଓରିନୋକୋ ନଦୀ ଉପତ୍ୟକାରେ ଲାନୋସ୍ କୁହାଯାଏ। ଆର୍ଜେଣ୍ଟିନାରେ ନାତିଶୀତୋଷ୍ଣ ତୃଣଭୂମିକୁ ପମ୍ପାସ କୁହାଯାଏ।
  • ଦକ୍ଷିଣ ଆମେରିକାରେ ଉଡ଼ି ପାରୁନଥିବା ରିଆପକ୍ଷୀ ଦେଖାଯାଏ। ସେଲ୍‌ଭା ଅରଣ୍ୟରେ ବିଭିନ୍ନ ପ୍ରକାର ସରୀସୃପ, ମାଙ୍କଡ଼, ଜାଗୁଆର, ପୁମା ଆଦି ପଶୁ ଦେଖାଯାଆନ୍ତି। କାମୋସ ତୃଣଭୂମିରେ ବଜ୍ରକାପ୍ତା,ବଣଘୁଷୁରୀ, ହରିଣ ଓ ପୁମା ଦେଖାଯାଆନ୍ତି।
  • ଲୋହିତ ଭାରତୀୟ, ନିଗ୍ରୋ ଓ ୟୁରୋପୀୟ ଏହି ମହାଦେଶର ଅସ୍ଵାସୀ। ଏହାର ଅଧିବାସୀମାନେ ଖଣିଜ ଉତ୍ତୋଳନ, ଶିଳ୍ପ, ଶିକ୍ଷା, ଗମନାଗମନ ଆଦି କ୍ଷେତ୍ରରେ ନିଯୁକ୍ତି ପାଇଥା’ନ୍ତି। କୃଷି, ଗୋପାଳନ ଓ ମେଷପାଳନ ଏଠାକାର ଅଧ‌ିବାସୀମାନଙ୍କର ପ୍ରଧାନ ଜୀବିକା।

BSE Odisha 6th Class Geography Solutions Chapter 6(e) ଆଣ୍ଟାର୍କଟିକା

Odisha State Board BSE Odisha 6th Class Geography Solutions Chapter 6(e) ଆଣ୍ଟାର୍କଟିକା Textbook Exercise Questions and Answers.

BSE Odisha Class 6 Geography Solutions Chapter 6(e) ଆଣ୍ଟାର୍କଟିକା

୧। ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।

(କ) କ୍ଷେତ୍ରଫଳ ଦୃଷ୍ଟିରୁ ଆଣ୍ଟାର୍କଟିକା ପୃଥ‌ିବୀରେ କେଉଁ ସ୍ଥାନରେ ରହିଛି ?
Answer:
କ୍ଷେତ୍ରଫଳ ଦୃଷ୍ଟିରୁ ଆଣ୍ଟାର୍କଟିକା ପୃଥ‌ିବୀରେ ପଞ୍ଚମ ସ୍ଥାନରେ ରହିଛି।

BSE Odisha 6th Class Geography Solutions Chapter 6(e) ଆଣ୍ଟାର୍କଟିକା

(ଖ) ଭାରତଦ୍ବାରା ଆଣ୍ଟାର୍କଟିକାରେ ପ୍ରତିଷ୍ଠିତ ଗବେଷଣାଗାର ଦୁଇଟିର ନାମ ଲେଖ।
Answer:
ଭାରତଦ୍ବାରା ଆଣ୍ଟାର୍କଟିକାରେ ପ୍ରତିଷ୍ଠିତ ଗବେଷଣାଗାର ଦୁଇଟିର ନାମ ହେଲା – ଦକ୍ଷିଣ ଗଙ୍ଗୋତ୍ରୀ ଏବଂ ମୈତ୍ରୀ।

(ଗ) ଏହି ମହାଦେଶ କେଉଁ ଦୁଇଟି ମୁଖ୍ୟ ଅକ୍ଷାଂଶ ମଧ୍ଯରେ ଅବସ୍ଥିତ?
Answer:
ଏହି ମହାଦେଶ ୬୬୧/୨ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶ ଓ ଦକ୍ଷିଣ ମେରୁ ମଧ୍ୟରେ ଅବସ୍ଥିତ।

BSE Odisha 6th Class Geography Solutions Chapter 6(e) ଆଣ୍ଟାର୍କଟିକା

(ଘ) ଆଣ୍ଟାର୍କଟିକାକୁ କେଉଁ କେଉଁ ପ୍ରାକୃତିକ ବିଭାଗରେ ବିଭକ୍ତ କରାଯାଇଛି ?
Answer:
ପ୍ରାକୃତିକ ଗଠନ ଦୃଷ୍ଟିରୁ ଆଣ୍ଟାର୍କଟିକା ଦୁଇଭାଗରେ ବିଭକ୍ତ; ଯଥା— ପୂର୍ବ ଆଣ୍ଟାର୍କଟିକା ଓ ପଶ୍ଚିମ ଆଣ୍ଟାର୍କଟିକା।

(ଙ) ଆଣ୍ଟାର୍କଟିକାର ଜଳବାୟୁ କିଭଳି ?
Answer:
ସମଗ୍ର ଆଣ୍ଟାର୍କଟିକା ମହାଦେଶରେ ବର୍ଷସାରା ଥଣ୍ଡା ଅନୁଭୂତ ହୁଏ। ଏହା ସବୁବେଳେ ବରଫାବୃତ ରହେ। ଆଣ୍ଟାର୍କଟିକାର ଭୋଷ୍ଟକ ପୃଥ‌ିବୀର ଶୀତଳତମ ସ୍ଥାନ। ଏଠାରେ ସର୍ବଦା ତୁଷାରପାତ ହୁଏ। ସମୟେ ସମୟେ ପ୍ରବଳ ବରଫଝଡ଼ ହୁଏ। ଏଠାରେ ଗ୍ରୀଷ୍ମକାଳ ସ୍ଵସ୍ଥାୟୀ।

BSE Odisha 6th Class Geography Solutions Chapter 6(e) ଆଣ୍ଟାର୍କଟିକା

୨। କାରଣ ଦର୍ଶାଅ।

(କ) ଆଣ୍ଟାର୍କଟିକାରେ ସ୍ଥାୟୀ ବାସିନ୍ଦା ନାହାନ୍ତି।
Answer:
ଏହି ମହାଦେଶ ସବୁବେଳେ ବରଫାବୃତ ରହେ। ସର୍ବଦା ତୁଷାରପାତ ଓ ସମୟେ ସମୟେ ପ୍ରବଳ ବରଫଝଡ଼ ହେଉଥ‌ିବାରୁ ଏଠାରେ ସ୍ଥାୟୀ ବାସିନ୍ଦା ନାହାନ୍ତି।

(ଖ) ଆଣ୍ଟାର୍କଟିକାରେ ଅସ୍ଥାୟୀ ବସତି ଅଛି।
Answer:
(୧) ପୃଥ‌ିବୀ ଓ ମହାକାଶ ସମ୍ବନ୍ଧୀୟ ଗବେଷଣା ପାଇଁ ଆଣ୍ଟାର୍କଟିକାରେ ବିଭିନ୍ନ ଦେଶ ଗବେଷଣାଗାରମାନ ସ୍ଥାପନ କରିଛନ୍ତି।
(୨) ଗବେଷଣା ଉଦ୍ଦେଶ୍ୟରେ ଯାଉଥ‌ିବା ଗବେଷକ ଓ ବୈଜ୍ଞାନିକମାନେ ସେଠାରେ ଅସ୍ଥାୟୀ ବସତି ସ୍ଥାପନ କରି ବସବାସ କରୁଥିବାରୁ ଆଣ୍ଟାର୍କଟିକାରେ ଅସ୍ଥାୟୀ ବସତି ଦେଖାଯାଏ।

BSE Odisha 6th Class Geography Solutions Chapter 6(e) ଆଣ୍ଟାର୍କଟିକା

(ଗ) ଆଣ୍ଟର୍କଟିକା ମହାଦେଶ ସମଗ୍ର ପୃଥ‌ିବୀର ସାର୍ବଜନୀନ ସମ୍ପତ୍ତି।
Answer:
(୧) ଆନ୍ତର୍ଜାତୀୟ ଚୁକ୍ତିନାମା ଅନୁସାରେ ଆଣ୍ଟାର୍କଟିକା ମହାଦେଶକୁ କେହି ଅଧ୍ୟାର କରିପାରିବେ ନାହିଁ।
(୨) ପୃଥ‌ିବୀ ଓ ମହାକାଶ ସମ୍ବନ୍ଧୀୟ ଗବେଷଣା ପାଇଁ ବିଭିନ୍ନ ଦେଶ ଏଠାରେ ଗବେଷଣାଗାରମାନ ନିର୍ମାଣ କରିଛନ୍ତି। ତେଣୁ ଆଣ୍ଟାର୍କଟିକା ମହାଦେଶ ସମଗ୍ର ପୃଥ‌ିବୀର ଏକ ସାର୍ବଜନୀନ ସମ୍ପଭିରୂପେ ବିବେଚିତ ହେଉଛି।

BSE Odisha 6th Class Geography Notes Chapter 6(e) ଆଣ୍ଟାର୍କଟିକା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

BSE Odisha 6th Class Geography Notes Chapter 6(e) ଆଣ୍ଟାର୍କଟିକା

  • ଆଣ୍ଟାର୍କଟିକା ମହାଦେଶ ଦକ୍ଷିଣ ମେରୁକୁ ଘେରି ରହିଅଛି। ଏହି ମହାଦେଶ ପଞ୍ଚମ ବୃହତ୍ତମ ମହାଦେଶ। ଏହା ସବୁବେଳେ ବରଫଦ୍ବାରା ଆବୃତ ହୋଇ ରହିଥାଏ।
  • ଆନ୍ତର୍ଜାତୀୟ ଚୁକ୍ତିନାମା ଅନୁସାରେ ଏହି ଭୂଖଣ୍ଡକୁ କେହି ଅଧିକାର କରିପାରିବେ ନାହିଁ। ପୃଥ‌ିବୀ ଓ ମହାକାଶ ସମ୍ବନ୍ଧୀୟ ଗବେଷଣା ପାଇଁ ବିଭିନ୍ନ ଦେଶ ଏଠାରେ ଗବେଷଣାଗାରମାନ ନିର୍ମାଣ କରିଛନ୍ତି। ଭାରତ ମଧ୍ୟ ଏଠାରେ ସ୍ଥାୟୀ ଗବେଷଣାଗାର ନିର୍ମାଣ କରିଛି। ଏଗୁଡ଼ିକର ନାମ ଦକ୍ଷିଣ ଗଙ୍ଗୋତ୍ରୀ ଏବଂ ମୈତ୍ରୀ।
  • ପୂର୍ବ ଆଣ୍ଟାର୍କଟିକା ଏକ ବିସ୍ତୀର୍ଣ୍ଣ ବରଫାବୃତ ମାଳଭୂମି। ପଶ୍ଚିମ ଆଣ୍ଟାର୍କଟିକାରେ କେତେକ ପର୍ବତମାଳା ରହିଛି।
  • ଆଣ୍ଟାର୍କଟିକାର ଭୋଷ୍ଟକ ପୃଥ‌ିବୀର ଶୀତଳତମ ସ୍ଥାନ।
  • ଏଠାରେ ବର୍ଷସାରା ଅତ୍ୟନ୍ତ ଥଣ୍ଡା ଅନୁଭୂତ ହୁଏ। ଏଠାରେ କୌଣସି ଉଭିଦ ଜନ୍ମେ ନାହିଁ।
  • ସମୁଦ୍ରକୂଳରେ ପେଙ୍ଗୁଇନ୍ ପକ୍ଷୀ ବହୁ ସଂଖ୍ୟାରେ ଦେଖାଯାଆନ୍ତି। ଏଠାରେ ସ୍ଥାୟୀ ଭାବରେ କେହି ବସବାସ କରନ୍ତି ନାହିଁ।

BSE Odisha 6th Class Geography Solutions Chapter 6(b) ଆଫ୍ରିକା

Odisha State Board BSE Odisha 6th Class Geography Solutions Chapter 6(b) ଆଫ୍ରିକା Textbook Exercise Questions and Answers.

BSE Odisha Class 6 Geography Solutions Chapter 6(b) ଆଫ୍ରିକା

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ ।

(କ) ଆଫ୍ରିକା ମହାଦେଶର ଉତ୍ତର ପଶ୍ଚିମ ଭାଗରେ କେଉଁ ପର୍ବତ ଅବସ୍ଥିତ ?
Answer:
ଆଫ୍ରିକା ମହାଦେଶର ଉତ୍ତର ପଶ୍ଚିମ ଭାଗରେ ଆଟ୍‌ଲାସ ପର୍ବତମାଳା ଅବସ୍ଥିତ।

BSE Odisha 6th Class Geography Solutions Chapter 6(b) ଆଫ୍ରିକା

(ଖ) ଆଫ୍ରିକା ମହାଦେଶରେ ପ୍ରବାହିତ ଦୁଇଟି ନଦୀର ନାମ ଲେଖ।
Answer
ଆଫ୍ରିକା ମହାଦେଶରେ ପ୍ରବାହିତ ଦୁଇଟି ନଦୀର ନାମ ହେଲା – ନୀଳନଦୀ ଓ ଜାଇରେ।

(ଗ) ପୃଥ‌ିବୀର ବୃହତ୍ତମ ମରୁଭୂମିର ନାମ କ’ଣ ?
Answer:
ପୃଥ‌ିବୀର ବୃହତ୍ତମ ମରୁଭୂମିର ନାମ ହେଲା ସାହାରା।

(ଘ) କେଉଁମାନେ ଆଫ୍ରିକାର ମୂଳ ଅଧିବାସୀ ?
Answer:
ନିଟ୍ରୋମାନେ ଆଫ୍ରିକାର ମୂଳ ଅଧିବାସୀ।

BSE Odisha 6th Class Geography Solutions Chapter 6(b) ଆଫ୍ରିକା

(ଇ) ପୃଥ‌ିବୀର ଦୀର୍ଘତମ ନଦୀର ନାମ ଲେଖ। ଏହା କେଉଁ ସାଗରରେ ପଡ଼ିଅଛି ?
Answer:
ପୃଥ‌ିବୀର ଦୀର୍ଘତମ ନଦୀର ନାମ ହେଲା ନୀଳନଦୀ। ଏହା ଭୂମଧ୍ୟ ସାଗରରେ ପଡ଼ିଅଛି।

(ଚ) ମରୁଦ୍ୟାନ କେଉଁଠି ଦେଖାଯାଏ ?
Answer:
ମରୁଭୂମିରେ ଯେଉଁଠି ଝରଣା ରହିଥାଏ ସେହିଠାରେ ହିଁ ମରୂଦ୍ୟାନ ଦେଖାଯାଏ।

(ଛ) ପିରାମିଡ୍ କେଉଁ ଦେଶରେ ଦେଖିବାକୁ ମିଳେ ?
Answer:
ମିଶର ଦେଶରେ ପିରାମିଡ୍ ଦେଖିବାକୁ ମିଳେ।

BSE Odisha 6th Class Geography Solutions Chapter 6(b) ଆଫ୍ରିକା

୨। ଆଫ୍ରିକାର ଅଧ୍ୟାବାସୀଙ୍କର ପ୍ରଧାନ ଜୀବିକାଗୁଡ଼ିକ କ’ଣ କ’ଣ ବର୍ଣ୍ଣନା କର।
Answer:
(୧) ନୀଳନଦୀର ଉପତ୍ୟକା ଏବଂ ତା’ର ତ୍ରିକୋଣଭୂମି ଅଞ୍ଚଳରେ ମୁଭିକା ଉର୍ବର ଓ ଜଳସେଚନର ସୁବିଧା ଥ‌ିବା ଯୋଗୁଁ ଲୋକମାନେ କୃଷିକାର୍ଯ୍ୟ ଓ ଗୋପାଳନ କରି ଜୀବିକା ନିର୍ବାହ କରନ୍ତି।
(୨) ଭୂମଧ୍ଯସାଗର ତୀରବର୍ତ୍ତୀ ଅଞ୍ଚଳର ଲୋକେ ଅଙ୍ଗୁର,କମଳାଲେମ୍ବୁ ଇତ୍ୟାଦି ଫଳଚାଷ କରି ଜୀବିକା ନିର୍ବାହ କରନ୍ତି।
(୩) ତୃଣଭୂମିମାନଙ୍କରେ ଗୋରୁ, ମେଷ ଇତ୍ୟାଦି ପଶୁପାଳନ କରାଯାଏ।
(୪) ସୁନା, ହୀରା ଇତ୍ୟାଦି ଖଣି; ରବର, ଫଳ ଆଦି କୃଷି; ଶିଳ୍ପ, ବାଣିଜ୍ୟ, ଗମନାଗମନ ଆଦି କ୍ଷେତ୍ରରେ ଅନେକ ଲୋକ ନିଯୁକ୍ତି ପାଇ ଜୀବିକା ନିର୍ବାହ କରନ୍ତି।

BSE Odisha 6th Class Geography Notes Chapter 6(b) ଆଫ୍ରିକା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

BSE Odisha 6th Class Geography Notes Chapter 6(b) ଆଫ୍ରିକା

  • ଆଫ୍ରିକା ମହାଦେଶ ପୃଥ‌ିବୀର ଦ୍ଵିତୀୟ ବୃହତ୍ତମ ମହାଦେଶ। ଏହା ୩୫° ଦକ୍ଷିଣ ଅକ୍ଷାଂଶରୁ ୩୭° ଉତ୍ତର ଅକ୍ଷାଂଶ ଏବଂ ୫୧° ପୂର୍ବ ଦ୍ରାଘିମାରୁ ୨୦° ପଶ୍ଚିମ ଦ୍ରାଘିମା ମଧ୍ଯରେ ଅବସ୍ଥିତ।
  • ଆଫ୍ରିକା ମହାଦେଶର ଉତ୍ତର-ପଶ୍ଚିମାଞ୍ଚଳରେ ଆଟ୍‌ଲାସ ପର୍ବତମାଳା, ଉତ୍ତରରେ ସାହାରା ମରୁଭୂମି ଏବଂ ଉପକୂଳବର୍ତୀ ଓ ନଦୀ ଉପତ୍ୟକା ଅଞ୍ଚଳରେ ସମତଳଭୂମି ଦେଖାଯାଏ।
  • ଆଫ୍ରିକା ମହାଦେଶରେ ପ୍ରବାହିତ ନୀଳନଦୀ ପୃଥ‌ିବୀର ଦୀର୍ଘତମ ନଦୀ। ଅନ୍ୟାନ୍ୟ ନଦୀ ମଧ୍ୟରେ ଜାଇରେ, ନାଇଜର, ଜାମ୍ବେଜୀ ଓ ଅରେଞ୍ଜ ଆଦି ମୁଖ୍ୟ।
  • ଆଫ୍ରିକାର ଜଳବାୟୁ ଉଷ୍ମ ଓ ବର୍ଷସାରା ଅଧିକ ତାପମାତ୍ରା ଅନୁଭୂତ ହୁଏ। ଆଲ ଆଜିଜିୟାଠାରେ ପୃଥ‌ିବୀର ସର୍ବୋଚ୍ଚ ତାପମାତ୍ରା ୫୮ ଡିଗ୍ରୀ ସେଲ୍‌ସିୟସ୍ ରେକର୍ଡ କରାଯାଇଛି।
  • ଆଫ୍ରିକାର ଅରଣ୍ୟରେ ସିମ୍ପାଞ୍ଜି, ମାଙ୍କଡ଼, ହସ୍ତୀ, ଜଳହସ୍ତୀ, ଗଣ୍ଡା, କୁମ୍ଭୀର, ବିଭିନ୍ନ ପ୍ରକାର ସାପ ଓ ପକ୍ଷୀ ବାସ କରନ୍ତି।
  • ଦକ୍ଷିଣ ଆଫ୍ରିକା, ଜାଇରେ, ନାଇଜେରିଆ, ସୁଦାନ, ତାଞ୍ଜାନିଆ, ଘାନା, ଜାମ୍ବିଆ, ଆଲଜେରିଆ, ମରକୋ, ଇଜିପ୍‌ଟ, ଇଥ୍‌ଓପିଆ ଆଦି ଏହି ମହାଦେଶର ପ୍ରଧାନ ରାଷ୍ଟ୍ର।
  • ଆଫ୍ରିକା ମହାଦେଶର ପ୍ରଧାନ ସହରଗୁଡ଼ିକ ହେଉଛି ଜୋହାନସ୍‌ବର୍ଗ, ଆଲେକ୍‌ଜାଣ୍ଡ୍ରିଆ, ଆଦିସଆବାବା, ପ୍ରିଟୋରିଆ, କାଇରୋ, ତ୍ରିପୋଲି, ଖାଋତୁମ, ଲାଗୋସ୍ ଇତ୍ୟାଦି । କାଇରୋ ମିଶରର ରାଜଧାନୀ ଓ ଆଫ୍ରିକା ମହାଦେଶର ବୃହତ୍ତମ ସହର।
  • ଏହି ମହାଦେଶରେ ସାଧାରଣତଃ ଆଫ୍ରିକୀୟ ଏବଂ ଅଣଆଫ୍ରିକୀୟ ଅଧ୍ବବାସୀ ବାସ କରନ୍ତି। ନିଗ୍ରୋମାନେ ଆଫ୍ରିକାର ପ୍ରାଚୀନ ଅଧ୍ଵସୀ। ଏହି ଅଧ୍ବବାସୀମାନେ କୃଷି, ଶିଳ୍ପ, ବାଣିଜ୍ୟ ଓ ଗମନାଗମନ ଆଦି କ୍ଷେତ୍ରରେ ନିଯୁକ୍ତି ପାଇଥା’ଛି।

BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ

Odisha State Board BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ will enable students to study smartly.

BSE Odisha Class 6 History Notes Chapter 2 ସର୍ବପ୍ରାଚୀନ ସମାଜ

ବିଷୟ ବସ୍ତୁ :
ପ୍ରସ୍ତରଯୁଗ, ପୁରାତନ ପ୍ରସ୍ତରଯୁଗ, ହାତହତିଆର, ବସ୍ତ୍ର ଓ ବାସଗୃହ, ନିଆଁର ବ୍ୟବହାର, ଚିତ୍ରକଳା, ନୂତନ ପ୍ରସ୍ତର ଯୁଗ, ପଶୁପାଳନ, ଚକରବ୍ୟବହାର, ମାଟିପାତ୍ର, ହାତହତିଆର, ଧର୍ମବିଶ୍ବାସ.

→ (୧) ପ୍ରସ୍ତର ଯୁଗ :

  • ଆଜକୁ ପ୍ରାୟ ପନ୍ଦର ଲକ୍ଷ ବର୍ଷ ତଳେ ବଣମଣିଷ ସଦୃଶ ନୂବାନରରୁ ଆଦିମାନବ ସୃଷ୍ଟି ହୋଇଥିଲା ।
  • ଏହି ଆଦି ମାନବର ବୁଦ୍ଧି କେବଳ ଖାଦ୍ୟ ସଂଗ୍ରହ ଓ ନିଜର ସୁରକ୍ଷା ପର୍ଯ୍ୟନ୍ତ ସୀମିତ ଥିଲା । ସେ ଜୀବଜନ୍ତୁମାନଙ୍କ କଞ୍ଚାମାଂସ ଖାଉଥିଲା ।
  • ବସ୍ତ୍ରର ବ୍ୟବହାର ଏହି ଆଦିମାନବକୁ ଜଣାନଥିବାରୁ ସେମାନଙ୍କୁ ଉଲଗ୍ନ ହୋଇ ବୁଲିବାକୁ ପଡୁଥିଲା ।
  • ଏହି ଆଦିମାନବ କଥା କହି ଶିଖ୍ ନଥିବାରୁ ଠାର ମାଧ୍ୟମରେ ନିଜର ମନରଭାବ ଅନ୍ୟକୁ ପ୍ରକାଶ କରୁଥିଲା । ଏମାନେ ଯାଯାବର ଜୀବନଯାପନ କରୁଥିଲେ ।
  • ପ୍ରସ୍ତର ନିର୍ମିତ ହାତ ହତିଆର ବ୍ୟବହାରକୁ ନେଇ ଏ ଯୁଗକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯଥା (କ) ପୁରାତନ ପ୍ରସ୍ତର ଯୁଗ, (ଖ) ନୂତନ ପ୍ରସ୍ତର ଯୁଗ ।

BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ

ମନେରଖ:
ଆଦି ମାନବ ନିଜ ଜୀବଜନ୍ତୁକୁ ସୁରକ୍ଷା ଦେବାପାଇଁ ପଥରକୁ ଅସ୍ତ୍ରରୂପେ ବ୍ୟବହାର କରୁଥିବାରୁ ଏହି ଯୁଗକୁ ‘ପ୍ରସ୍ତର ଯୁଗ’ କୁହାଯାଏ ।

→ (୨) ପୁରାତନ ପ୍ରସ୍ତର ଯୁଗ :

  • ପୁରାତନ ପ୍ରସ୍ତର ଯୁଗରେ ମନୁଷ୍ୟ ଖାଦ୍ୟ ସଂଗ୍ରହ ଓ ନିରାପତ୍ତା ପାଇଁ ପ୍ରସ୍ତରକୁ ପ୍ରଧାନ ଅସ୍ତ୍ରରୂପେ ବ୍ୟବହାର କରୁଥିଲା । ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକ ଚିକ୍‌କଣ ବା ସୁନ୍ଦର ନଥିଲା । ତେଣୁ ଏଯୁଗକୁ ପୁରାତନ ପ୍ରସ୍ତର ଯୁଗ କୁହାଯାଏ ।
  • ଯାଯାବର ଜୀବନଯାପନ ପାଇଁ ଏହି ଯୁଗର ମନୁଷ୍ୟକୁ କେତୋଟି ଦିଗ ଦେଇ ଗତି କରିବାକୁ ପଡୁଥିଲା ।
  • ଏହି ଯୁଗର ମନୁଷ୍ୟ ଯେଉଁ ସ୍ଥାନରେ କିଛି ସମୟ ରହୁଥିଲେ ସେହି ସ୍ଥାନରେ ଫଳମୂଳ ଓ ଶିକାରର ଅଭାବ ହେଲେ ସେମାନେ ଅନ୍ୟତ୍ର ଚାଲିଯାଉଥିଲେ ।
  • ଋତୁ ଅନୁସାରେ ଏହି ଯୁଗର ମନୁଷ୍ୟ ବାସସ୍ଥାନ ପରିବର୍ତ୍ତନ କରୁଥିଲେ ।
  • ପଶୁ ଶିକାର ପାଇଁ ଏମାନେ ଗୋଟିଏ ନଦୀକୂଳରୁ ଅନ୍ୟ ନଦୀକଳକୁ ଯାଉଥିଲେ । କାରଣ, ପ୍ରଚୁର ଜଳ ଓ ଉର୍ବର ଚାରଣଭୂମି ପାଇଁ ନଦୀକୂଳ ପଶୁପକ୍ଷୀମାନଙ୍କ ବାସସ୍ଥଳ ହୋଇଥାଏ ।

→ (୩) ହାତ ହତିଆର

  • ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ପଥର ନିର୍ମିତ କୁରାଢି, କାଙ୍କ, ବର୍ଚ୍ଛା ଓ ହାତୁଡ଼ି ଆଦି ହାତହତିଆର ବ୍ୟବହାର କରୁଥିଲା ।
  • ଏହି ହାତ ହତିଆର ଗୁଡ଼ିକୁ ସେମାନେ ଖୋଳିବା, କାଟିବା, ଛେଚିବା ଓ ଶିକାର କରିବା ଆଦି କାର୍ଯ୍ୟରେ ବ୍ୟବହାର କରୁଥିଲେ ।

ମନେରଖ :
ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଗୁଡ଼ିକ ପଞ୍ଜାବର ସୋନନଦୀ, ଉତ୍ତର ପ୍ରଦେଶର ବିଲାନଦୀ ଉପତ୍ୟକା, ଦାକ୍ଷିଣାତ୍ୟ ମାଳଭୂମିର କେତେକ ସ୍ଥାନ ଓ ଚେନ୍ନାଇ ଆଦି ସ୍ଥାନରୁ ଆବିଷ୍କୃତ ହୋଇଛି ।

BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ

→ (୪) ବସ୍ତ୍ର ଓ ବାସଗୃହ :

  • ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ପ୍ରଥମେ ଲଙ୍ଗଳା ହୋଇ ରହୁଥିଲା ।
  • କାଳକ୍ରମେ ସେମାନେ ପଶୁର ଚମଡ଼ା ବା ଗଛର ବକ୍‌କଳକୁ ବସ୍ତ୍ରରୂପେ ବ୍ୟବହାର କରି ଶିଖୁଲା ।
  • ଜୀବଜନ୍ତୁଙ୍କ ଆକ୍ରମଣରୁ ନିଜକୁ ରକ୍ଷାକରିବା ପାଇଁ ଗଛର କୋରଡ଼ ଓ ପାହାଡ଼ର ପ୍ରାକୃତିକ ଗୁମ୍ଫାରେ ଆଶ୍ରୟ ନେଉଥିଲେ ।

→ (୫) ନିଆଁର ବ୍ୟବହାର :

  • ଏହି ଯୁଗର ମନୁଷ୍ୟ ପ୍ରଥମେ ପଥରରେ ପଥରକୁ ଘଷି ନିଆଁ ବାହାର କରିବା ଶିଖୁଲା ।
  • ଫଳରେ ନିଆଁର ବ୍ୟବହାର ତାର ଜୀବନ ପ୍ରଣାଳୀରେ ବହୁ ପରିବର୍ତ୍ତନ ଆଣିଲା ।
  • ନିଆଁ ଦ୍ବାରା ମନୁଷ୍ୟ ନିଜ ଶରୀରକୁ ଶୀତରୁ ରକ୍ଷା କରିବା, ହିଂସ୍ରଜନ୍ତୁଙ୍କ ଆକ୍ରମଣରୁ ରକ୍ଷା କରିବା ଓ କଞ୍ଚାମାଂସ ପୋଡ଼ି ଖାଇବା ଆଦି ସାହାଯ୍ୟ ପାଇଲା ।

→ (୬) ଚିତ୍ରକଳା :

  • ପୁରାତନ ପ୍ରସ୍ତୁର ଯୁଗର ଚିତ୍ରକଳାର ସନ୍ଧାନ ବିଭିନ୍ନ ପାହାଡ ଓ ଗୁମ୍ଫାରୁ ମିଳିଛି ।
  • ଓଡ଼ିଶାର ଗୁଡ଼ହାଣ୍ଡି, ବିକ୍ରମଖୋଲ, ମାଣିକପଡ଼ା ଓ ଯୋଗୀମଠ ଇତ୍ୟାଦି ପାହାଡ଼ରେ ଏହି ଚିତ୍ରକଳା ଦେଖିବାକୁ ମିଳେ ।
  • ଫ୍ରାନ୍ସ, ସ୍ପେନ୍, ଇଟାଲୀ ଓ ଜର୍ମାନୀର ବିଭିନ୍ନ ଗୁମ୍ଫା ଓ ପାହାଡ଼ରେ ବିଭିନ୍ନ ପଶୁପକ୍ଷୀ, ବଲ୍‌ଗା ହରିଣ ଶିକାର ଓ ଧାବମାନ ବଣ ମଇଁଷିର ଚିତ୍ର ଦେଖିବାକୁ ମିଳେ ।

BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ

ମନେରଖ :
କେରଳରେ ବାସକରୁଥିବା ପାଣ୍ଡାରାମ ଓ ଓଡ଼ିଶାର କୋରାପୁଟର ବଣ୍ଡା ଜାତିର ଆଦିବାସୀମାନେ ସେହି ପ୍ରାଚୀନ ସଂସ୍କୃତିକୁ ନେଇ ଏବେ ମଧ୍ୟ ବଞ୍ଚି ରହିଛନ୍ତି ।

→ (୭) ନୂତନ ପ୍ରସ୍ତର ଯୁଗ :

  • ନୂତନ ପ୍ରସ୍ତର ଯୁଗରେ ମନୁଷ୍ୟ ସ୍ଥାୟୀ ବସବାସ ଆରମ୍ଭ କରିଲା ।
  • ମାଟି ଭିତରେ ପୋଡିହୋଇ ମଞ୍ଜି ଗଜାହୋଇ ପାଣିପାଇ ଗଛରେ ପରିଣତ ହେଉଥିବା ଲକ୍ଷ୍ୟକରି, ସେମାନେ କୃଷିକାର୍ଯ୍ୟ ଆରମ୍ଭ କଲେ ।
  • ନଦୀ କୂଳରେ ପ୍ରଚୁର ଜଳ ଓ କୃଷି ଉପଯୋଗୀ ଉର୍ବର ଚାରଣଭୂମି ଥିବାରୁ, ଏ ଯୁଗର ମନୁଷ୍ୟ ଯାଯାବର ଜୀବନଯାପନ ତ୍ୟାଗ କରି ଏହି ଅଞ୍ଚଳରେ ସ୍ଥାୟୀ ବସବାସ କରିବାକୁ ଲାଗିଲେ ।
  • ପରବର୍ତ୍ତୀ ସମୟରେ ଗହମ, ଯଅ, ଧାନ, ଫଳ ଓ ପନିପରିବା ଚାଷ କଲେ ।

→ (୮) ପଶୁପାଳନ :

  • ନୂତନ ପ୍ରସ୍ତରଯୁଗର ମନୁଷ୍ୟ କୃଷି କାର୍ଯ୍ୟରେ ସାହାଯ୍ୟ କରିବାପାଇଁ ପ୍ରଥମେ ପଶୁପାଳନ କଲା । ଏହି ସମୟରେ ସେମାନେ ଶିକାର କାର୍ଯ୍ୟରେ ସାହାଯ୍ୟ ପାଇଁ କୁକୁର ପାଳନ କଲା ।
  • ସେମାନେ ପଶୁମାନଙ୍କଠାରୁ ପାଉଥିବା କ୍ଷୀର ଓ ମାଂସକୁ ଖାଦ୍ୟ ରୂପେ ବ୍ୟବହାର କଲା ।
  • ପୋଷାକ ପ୍ରସ୍ତୁତ କରିବାପାଇଁ ସେମାନେ ପଶୁ ଚମଡ଼ା ଓ ମେଣ୍ଢାର ଲୋମ ବ୍ୟବହାର କଲେ ।
  • ସେମାନେ ଗଧ, ଘୋଡ଼ା ଓ ବଳଦମାନଙ୍କୁ ମାଲ ପରିବହନ ପାଇଁ ବ୍ୟବହାର କଲେ ।
  • ପଶୁମାନଙ୍କ ଗୋବରକୁ ସାରରୂପେ କୃଷି କ୍ଷେତ୍ରରେ ବ୍ୟବହାର କଲେ ।

BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ

→ (୯) ଚକର ବ୍ୟବହାର :

  • ନୂତନ ପ୍ରସ୍ତର ଯୁଗର ଲୋକମାନେ ଚକର ବ୍ୟବହାର କରି ବିଭିନ୍ନ ପ୍ରକାରର ମାଟିପାତ୍ର ନିର୍ମାଣ କରିପାରିଲେ ।
  • କାଳକ୍ରମେ ସେମାନେ ଚକକୁ ଗାଡ଼ିରେ ବ୍ୟବହାର କରି ମାଲ ପରିବହନ କାର୍ଯ୍ୟ ଶୀଘ୍ର ଓ ସୁବିଧାରେ କରିପାରିଲେ ।
  • ପରବର୍ତ୍ତୀ ସମୟରେ ସେମାନେ ଚକକୁ ତନ୍ତ ପ୍ରସ୍ତୁତିରେ ବ୍ୟବହାର କରି ସୂତାକାଟି ଲୁଗା ବୁଣିପାରିଲେ ।

→ (୧୦) ମାଟିପାତ୍ର :

  • ନୂତନ ପ୍ରସ୍ତର ଯୁଗର ମନୁଷ୍ୟମାନେ ମାଟିପାତ୍ରକୁ ପ୍ରସ୍ତୁ କରୁଥିଲେ ଓ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିଲେ ।
  • ସେମାନେ ଏହି ମାଟିପାତ୍ରଗୁଡ଼ିକୁ ରାନ୍ଧିବା ଓ ଶସ୍ୟକୁ ସାଇତିରଖୁବା କାର୍ଯ୍ୟରେ ବ୍ୟବହାର କରୁଥିଲେ ।

→ (୧୧) ହାତହତିଆର

  • ନୂତନ ପ୍ରସ୍ତର ଯୁଗର ମନୁଷ୍ୟମାନେ ବ୍ୟବହାର ଅସ୍ତ୍ରଶସ୍ତ୍ରଗୁଡ଼ିକ ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଅପେକ୍ଷା ଅଧିକ ଉନ୍ନତ, ସନ୍ଦର, ଧାରଆ ଓ ଚିକକଣ ଥିଲା ।
  • ପଥର ଓ ଅସ୍ଥିର କାଠବେଣ୍ଟ ଲଗାଯାଇଥିବା ଅସ୍ତ୍ରଶସ୍ତ୍ର, ବାଉଁଶର ଧନୁ, ପାତିଆର ଗୁଣ, ହାଡ଼ରୁ ତିଆରି ଛୁଞ୍ଚି ତିଆରି କରି ଚମଡ଼ା ଲୁଗା ସିଲେଇ କରୁଥିଲେ ।

ମନେରଖ :
ଓଡିଶାର ମୟୁରଭଞ୍ଜ ଜିଲ୍ଲାର କୁଚେଇ, କୁଳିଅଣା, ବଇଦିପୁର ପ୍ରଭୃତି କେତେକ ଯାଗାରୁ ନୂତନ ପ୍ରସ୍ତର ଯୁଗର ହାତ ହତିଆର ମିଳିଛି ।

BSE Odisha 6th Class History Notes Chapter 2 ସର୍ବପ୍ରାଚୀନ ସମାଜ

→ (୧୨) ଧର୍ମବିଶ୍ଵାସ :

  • ନୂତନପ୍ରସ୍ତର ଯୁଗର ଲୋକମାନେ ପ୍ରକୃତିର ଉପାସକ ଥିଲେ ।
  • ସେମାନେ ନଦୀ, ପର୍ବତ, ସୂର୍ଯ୍ୟ, ବୃକ୍ଷ ଆଦିକୁ ପୂଜା କରୁଥିଲେ ।
  • ଏହି ଯୁଗର ମନୁଷ୍ୟ ପରଜନ୍ମରେ ବିଶ୍ୱାସ କରୁଥିଲେ ।
  • ସେମାନେ ବ୍ୟକ୍ତି ମରିଗଲେ, ତା’ସହିତ ସେ ବ୍ୟବହାର କରୁଥିବା ଖାଦ୍ୟଦ୍ରବ୍ୟ ଓ ହାତହତିଆର ଆଦି ପୋତି ଦେଉଥିଲେ ।

BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

Odisha State Board BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା will enable students to study smartly.

BSE Odisha Class 6 History Notes Chapter 1 ଇତିହାସ ବିଷୟରେ ଧାରଣା

ବିଷୟବସ୍ତୁ :
ଇତିହାସର ଅର୍ଥ, ଇତିହାସ ପଠନର ଉପାଦେୟତା, ଇତିହାସ ଜାଣିବାର ଆବଶ୍ୟକୀୟ ଉପାଦାନ, ଇତିହାସର ଶ୍ରେଣୀ ବିଭାଗ, ଭାରତର ଭୌଗୋଳିକ ଅବସ୍ଥାସହ ଇତିହାସର ସମ୍ପର୍କ, ଭାରତର ପ୍ରାକୃତିକ ବିଭାଗ, ଭାରତର ଇତିହାସକୁ ପ୍ରଭାବିତ କରୁଥିବା ପ୍ରଧାନ ପ୍ରାକୃତିକ ଅଞ୍ଚଳ ।

  • ଅଜା ଲିପିକୁ ଗପଟିଏ ଶୁଣାଇ କହିଲେ, ଗ୍ରୀସ୍ ଦେଶର ଜଣେ ଶକ୍ତିଶାଳୀ ରାଜା ଆଲେକ୍‌ଜାଣ୍ଡାର ପୃଥିବୀର ଅନେକ ରାଜ୍ୟ ଜୟ କଲାପରେ ଭାରତ ଜୟ କରିବାକୁ ଇଚ୍ଛା କଲେ ।
  • ସେତେବେଳେ ଭାରତର ଉତ୍ତର-ପଶ୍ଚିମ ପଟେ ରାଜତ୍ଵ କରୁଥିବା ରାଜାମାନଙ୍କ ମଧ୍ୟରୁ ଅମ୍ବୀ ଓ ପୁରୁ ଦୁଇଜଣ ବିଖ୍ୟାତ ରାଜା ଥିଲେ ।
  • ଅମ୍ବୀ ଆଲେକ୍‌ଜାଣ୍ଡାରଙ୍କ ବୀରତ୍ୱ ଆଗରେ ମୁଣ୍ଡ ନୁଆଇଁ ତାଙ୍କ ଶରଣାପନ୍ନ ହେଲେ; ମାତ୍ର ପୁରୁ ବୀରତ୍ଵର ସହିତ ତାଙ୍କ ସହ ଯୁଦ୍ଧ କଲେ ।
  • ଯୁଦ୍ଧରେ ପୁରୁ ହାରିଗଲେ ଓ ଆଲେକ୍‌ଜାଣ୍ଡାରଙ୍କଦ୍ଵାରା ବନ୍ଦୀ ହେଲେ । ତାଙ୍କଠାରୁ ପୁରୁ କିପରି ବ୍ୟବହାର ଆଶା କରନ୍ତି ବୋଲି ଆଲେକ୍‌ଜାଣ୍ଡାର ପଚାରିଲେ ।
  • ଜଣେ ରାଜା ଅନ୍ୟ ଜଣେ ରାଜାଠାରୁ ଯେଉଁ ବ୍ୟବହାର ଆଶାକରେ, ତାହା ସେ ଆଶା କରନ୍ତି ବୋଲି ପୁରୁ ନିର୍ଭିକ ଭାବରେ ଉତ୍ତର ଦେଲେ ।
  • ଆଲେକ୍‌ଜାଣ୍ଡାର ପୁରୁଙ୍କ ଏଭଳି ଉତ୍ତରରେ ଖୁସି ହୋଇ ତାଙ୍କୁ ବନ୍ଦୀମୁକ୍ତ କରିବା ସହିତ ତାଙ୍କ ରାଜ୍ୟ ମଧ୍ୟ ଫେରାଇଦେଲେ ।

BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

  • ଏହିସବୁ କଥା ଅଜା କିପରି କେଉଁଠାରୁ ଜାଣିଲେ ବୋଲି ତାଙ୍କ ନାତୁଣୀ ଲିପିର ପ୍ରଶ୍ନର ଉତ୍ତରରେ ଅଜା ଏହିସବୁ କଥା ଇତିହାସରୁ ଜାଣିଛନ୍ତି ବୋଲି କହିଲେ । ପରେ ଲିପି ଇତିହାସ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରିଲା ଓ ଅଜା ସେସବୁର ଉତ୍ତର ଦେଲେ । ଅଜା କହିଲେ –
  • ଆଜକୁ ପ୍ରାୟ ପନ୍ଦର ଲକ୍ଷ ବର୍ଷ ପୂର୍ବେ ପୃଥ‌ିବୀରେ ମନୁଷ୍ୟର ସୃଷ୍ଟି ହୋଇଥିଲା ।
  • ନୃବାନରମାନଙ୍କର କ୍ରମବିକାଶ ଘଟି ମନୁଷ୍ୟ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ପୃଥ‌ିବୀ ପୃଷ୍ଠରେ ସେହି ପ୍ରକାର ନୃ- ବାନର ନାହାନ୍ତି ।
  • ଆଜିକାଲି ଗିବନ୍, ଓରାଙ୍ଗଓଟାଙ୍ଗ, ଗରିଲା ଓ ସିମ୍ପାଞ୍ଜି– ଏ ଚାରିପ୍ରକାର ନୁ-ବାନର ଦେଖାଯାଉଛନ୍ତି । ଗରିଲା ସହ ମଣିଷର ଶାରୀରିକ ଓ ସିମ୍ପାଞ୍ଜି ସହ ବୌଦ୍ଧିକ ସାମଞ୍ଜସ୍ୟ ରହିଛି ।
  • ସାମାଜିକ ରୀତିନୀତି ଓ ଅସ୍ତ୍ରଶସ୍ତ୍ର ତିଆରିରୁ ମନୁଷ୍ୟ ସଂସ୍କୃତିର ଉଦ୍ଭବ ହୋଇଛି ।
  • ମନୁଷ୍ୟର ଅତୀତ ଘଟଣାଗୁଡ଼ିକର ନିରବଚ୍ଛିନ୍ନ ଅଗ୍ରଗତି ହେଉଛି ଇତିହାସ ।

→ (୧) ଇତିହାସର ଅର୍ଥ :

  • ଇତିହାସର ଅର୍ଥ ଅତୀତ ବିଷୟରେ ଜାଣିବା । ଏହା ଏକ ବାସ୍ତବ ଘଟଣାବଳୀ ଯାହା ଅତୀତରେ ବାସ କରୁଥିବା ମନୁଷ୍ୟମାନଙ୍କର ଜୀବନଯାପନ ପ୍ରଣାଳୀ ବିଷୟରେ ତଥ୍ୟ ପ୍ରଦାନକରେ ।
    ଇଂରାଜୀରେ ଇତିହାସକୁ (History) କୁହାଯାଏ । ଏହି ଶବ୍ଦଟି ଗ୍ରୀକ୍ ଶବ୍ଦ Histo (ହିଷ୍ଟୋ)ରୁ ଆସିଛି ।
  • ଇତିହାସ (History) ଶବ୍ଦଟି ଗ୍ରୀକ୍ ଶବ୍ଦ ହିଷ୍ଟୋ (Histo)ରୁ ଆସିଛି, ଯାହାର ଅର୍ଥ ହେଉଛି ‘ଅତୀତ ବିଷୟରେ ଜାଣିବା ।
  • ବୈଜ୍ଞାନିକମାନଙ୍କ ମତରେ ଆଜକୁ ପ୍ରାୟ ପନ୍ଦର ଲକ୍ଷ ବର୍ଷ ପୂର୍ବେ ପୃଥ‌ିବୀରେ ମନୁଷ୍ୟର ସୃଷ୍ଟି ହୋଇଥିଲା । ନୃବାନରମାନଙ୍କର କ୍ରମବିକାଶ ଘଟି ମନୁଷ୍ୟ ସୃଷ୍ଟି ହୋଇଥିଲା । ସେହି ଜାତିର ଗିବନ, ଓରାଙ୍ଗ ଓଟାଙ୍ଗ, ଗରିଲା ଓ ସିମ୍ପାଞ୍ଜିମାନେ ଏବେ ପୃଥ‌ିବୀରେ ଦେଖାଯାଉଛନ୍ତି ।

ମନେରଖ:

  • ଗରିଲାର ଦେହର ଗଠନ ଭଳି ମନୁଷ୍ୟର ଦେହର ଗଠନ ହୋଇଛି । ସିମ୍ଫାଜିର ବୁଦ୍ଧି ସହିତ ମନୁଷ୍ୟର ବୁଦ୍ଧି ମେଳ ଖାଇବାର ଦେଖାଯାଏ ।
  • ମନୁଷ୍ୟମାନଙ୍କର ସଂସ୍କୃତି, ସାମାଜିକ ରୀତିନୀତି, ଅସ୍ତ୍ରଶସ୍ତ୍ର ତିଆରି, କୃଷିକାର୍ଯ୍ୟ, ଅଗ୍ନିର ଆବିଷ୍କାର ଓ ବ୍ୟବହାର, ଚକର ଉଦ୍ଭାବନ, ବିଭିନ୍ନ ଧାତୁର ବ୍ୟବହାର, ଶାସନ ପ୍ରଣାଳୀ ଓ ପରିଚାଳନା ଇତ୍ୟାଦି ବିଭିନ୍ନ ଉପାଦାନ ଦେଇ ମନୁଷ୍ୟର ଏହି ଅତି ପ୍ରାଚୀନ ସଂସ୍କୃତି ଆଗକୁ ଆଗକୁ ଗତି କରିଚାଲିଛି ।
  • ଏଣୁ ମନୁଷ୍ୟର ଅତୀତ ଘଟଣାଗୁଡ଼ିକର ନିରବଚ୍ଛିନ୍ନ ଅଗ୍ରଗତିର ହେଉଛି ଇତିହାସ ।

BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

→ (୨) ଇତିହାସ ପଠନର ଉପାଦେୟତା :

  • ଆମେ ଇତିହାସ ପଠନଦ୍ୱାରା ଅତୀତର ଘଟଣାଗୁଡ଼ିକ ଜାଣିପାରୁ ।
  • ସଭ୍ୟତାର କ୍ରମ ବିକାଶ, କୁପ୍ରଥା, ଅନ୍ଧବିଶ୍ଵାସ ଆଦି ବିଷୟରେ ଇତିହାସ ପଠନ ସାହାଯ୍ୟ କରେ ।
  • ଅତୀତର ବିଭିନ୍ନ ପ୍ରଥା, ରାଜ୍ୟଗଠନ, ଶାସନପ୍ରଣାଳୀ ଆଦି ବିଷୟରେ ଜାଣି ସେଥୁରୁ ଦରକାରୀ ବିଷୟ ଗ୍ରହଣ କରିପାରିବା ।
  • ବର୍ତ୍ତମାନ ଓ ଭବିଷ୍ୟତକୁ ଠିକ୍ ଭାବରେ ଗଠନ କରିପାରିବା ।
  • ସୁଖ ଶାନ୍ତିରେ ରହିବାପାଇଁ ଅତୀତରେ ଘଟିଥିବା ଦରକାରୀଗୁଡ଼ିକୁ ବାଛିଗ୍ରହଣ କରିବା ।
  • ଇତିହାସ ହେଉଛି ଏକ ବାସ୍ତବ ଘଟଣାବଳୀ ଯାହା ଅତୀତରେ ବାସ କରୁଥିବା ମନୁଷ୍ୟମାନଙ୍କର ଜୀବନଯାପନ ପ୍ରଣାଳୀ ବିଷୟରେ ଆଲୋଚନା କରିଥାଏ ।

→ (୩) ଇତିହାସ ଜାଣିବାର ଆବଶ୍ୟକୀୟ ଉପାଦାନ :

  • ପ୍ରମାଣ କରାଯାଇପାରୁଥିବା ତଥ୍ୟ ଉପରେ ଇତିହାସ ଆଧାରିତ ।
  • ଦୁଇଟି ଉପାଦାନରୁ ଇତିହାସ ଜାଣିବା ସମ୍ଭବ ହୋଇଥାଏ । ଯଥା – (କ) ପ୍ରତ୍ନତାତ୍ତ୍ଵିକ ଉପାଦାନ, (ଖ) ସାହିତ୍ୟିକ ଉପାଦାନ ।
  • ପ୍ରତ୍ନତାତ୍ତ୍ଵିକ ଉପାଦାନ– ଭାରତର ବିଭିନ୍ନ ସ୍ଥାନରେ ମାଟିତଳେ ଓ ମାଟି ଉପରେ ଥ‌ିବା ପ୍ରାଚୀନ ଯୁଗର ବିଭିନ୍ନ ଐତିହାସିକ ବସ୍ତୁ ଓ ଅବଶେଷ ସମୂହକୁ ଇତିହାସ ଜାଣିବାରପ୍ରତ୍ନତାତ୍ତ୍ଵିକ ଉପାଦାନ କୁହାଯାଏ । ଏହାକୁ ଚାରିଭାଗରେ ବିଭକ୍ତ କରାଯାଇଛି । ଯଥା – (କ) ଖୋଦିତ ଲେଖା ବା ଲିପି, (ଖ) କୀର୍ତ୍ତି ଓ କଳା କୃତି, (ଗ) ଭୌତିକ ଅବଶେଷ, (ଘ) ମୁଦ୍ରା
  • (କ) ଖୋଦିତ ଲେଖା ବା ଲିପି – ଅତୀତର ବିଭିନ୍ନ ଘଟଣା, ଶାସନପ୍ରଣାଳୀ, ସାମାଜିକ ପ୍ରଥା, ପରମ୍ପରା ଓ ଚଳଣି ଆଦି ତମ୍ବା ପଟା, ପଶୁ ଚମଡ଼ା, ଲୁଗା, ସ୍ତମ୍ଭ, ମାଟିର ଟାଇଲ୍ ଓ ଇଟା, ମନ୍ଦିର କାନ୍ଥ, ପଥର, ଗଛର ପତ୍ରଓ ଛାଲ ତଥା ତାଳପତ୍ରରେ ଲେଖାଯାଉଥିଲା ।

ମନେରଖ :
ଓଡ଼ିଶାର ଭୁବନେଶ୍ଵର ନିକଟରେ ଧଉଳିପାହାଡ଼ ଓ ଗଞ୍ଜାମର ଜଉଗଡ଼ଠାରେ ପଥର ଉପରେ ଆଜକୁ ପ୍ରାୟ ବାଇଶିଶହ ବର୍ଷ ତଳର ଲେଖା ଦେଖିବାକୁ ମିଳେ । ପୁନଶ୍ଚ ଇରାନ୍, ଇରାକ୍, ମିଶର, ଚୀନ, ଗ୍ରୀସ ତଥା ଭାରତର ବିଭିନ୍ନ ସ୍ଥାନରେ ଅତୀତରେ ଲେଖାମାନ ଦେଖିବାକୁ ମିଳେ ।

BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

→ (ଖ) କୀର୍ତ୍ତି ଓ କଳାକୃତି :

  • ଆମ ଦେଶରେ ଅନେକ ଐତିହାସିକ କୀର୍ତ୍ତି, ଯଥା – ମନ୍ଦିର, ଦୁର୍ଗ, ରାଜପ୍ରସାଦ, ସ୍ତୁପ ଓ ମଠ ଇତ୍ୟାଦି ଦେଖାଯାଏ ।
  • ଏହିସବୁ କୀର୍ତ୍ତିରୁ ଆମେ ସେହି ସମୟର ସାମାଜିକ, ସାଂସ୍କୃତିକ, ଧାର୍ମିକ ଓ ବୈଜ୍ଞାନିକ ଚିନ୍ତାଧାରା ବିଷୟରେ ଜାଣିପାରୁ ।

→ (ଗ) ଭୌତିକ ଅବଶେଷ :
ପ୍ରତ୍ନତାତ୍ତ୍ୱିକ ଖନନରୁ ମିଳୁଥିବା ମାଟିପାତ୍ର, ଧାତୁପାତ୍ର, ହାତହତିଆର, ଅଳଙ୍କାର, ଅସ୍ତ୍ରଶସ୍ତ୍ର, ମୂର୍ତି ଆଦି ଆମକୁ ବହୁ ତଥ୍ୟ ଯୋଗାଇଥାଏ ।

→ (ଘ) ମୁଦ୍ରା :
ପ୍ରାଚୀନ ମୁଦ୍ରାରୁ ଏହାକୁ ପ୍ରଚଳିତ କରିଥିବା ଶାସକଙ୍କ ନାମ, ତାଙ୍କ ରାଜ୍ୟର ଅର୍ଥନୀତି, ବେପାର ବାଣିଜ୍ୟ, ରାଜ୍ୟର ବିସ୍ତୃତି ଇତ୍ୟାଦି ଅନେକ ତଥ୍ୟ ମିଳିବା ସହିତ ଏହା ଇତିହାସ ଜାଣିବାରେ ଅନେକ ସାହାଯ୍ୟ କରିଥାଏ ।

→ ସାହିତ୍ୟିକ ଉପାଦାନ :

  • ସାହିତ୍ୟିକ ଉପାଦନ ତିନି ଶ୍ରେଣୀରେ ବିଭକ୍ତ । ଯଥା – (କ) ଧର୍ମ ସମ୍ବନ୍ଧୀୟ ସାହିତ୍ୟ, (ଖ) ଐହିକ ସାହିତ୍ୟ, (ଗ) ବୈଦେଶିକ ବିବରଣୀ ।
  • (କ) ଧର୍ମ ସମ୍ବନ୍ଧୀୟ ସାହିତ୍ୟ – ଏହି ଗ୍ରନ୍ଥଗୁଡ଼ିକରେ ଧର୍ମ ବିଷୟରେ ଆଲୋଚନା ହୋଇଥାଏ । ଦେବ, ଉପନିଷଦ, ପୁରାଣ, ମହାଭାରତ ଓ ରାମାୟଣ ଇତ୍ୟାଦି ଏହି ଶ୍ରେଣୀର ଅଟନ୍ତି ।
  • ଐହିକ ସାହିତ୍ୟ – ପ୍ରାଚୀନ କାଳରେ ରଚିତ ସାହିତ୍ୟ ଗୁଡ଼ିକ ଐହିକ ସାହିତ୍ୟ କୁହାଯାଏ । ବିଭିନ୍ନ ଧର୍ମସୂତ୍ର ଓ ସ୍ତୁତି, ପାଣିନି ଓ ପତଞ୍ଜଳିଙ୍କ ଲିଖ୍ତ ବ୍ୟାକରଣ, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, କାଳିଦାସଙ୍କ ରଚନାବଳୀ, ବାଣଭଟ୍ଟଙ୍କ ହର୍ଷଚରିତଂ ଇତ୍ୟାଦି ଐହିକ ସାହିତ୍ୟ ଅଟେ ।
  • (ଗ) ଅନେକ ବୈଦେଶିକ ପରିବ୍ରାଜକ ଭାରତ ଭ୍ରମଣ ସମୟରେ ଭାରତ ସାମାଜିକ ଅବସ୍ଥା, ଧର୍ମ, ରାଜ୍ୟଶାସନ ପ୍ରଣାଳୀ, ଅର୍ଥନୀତି ଆଦି ବିଷୟରେ ଯେଉଁ ଭ୍ରମଣ ବିବରଣୀ ଲେଖିଯାଇଛନ୍ତି ତାହା ବୈଦେଶିକ ବିବରଣୀ ରୂପେ ପରିଚିତ । ଏଥୁରୁ ଇତିହାସ ବିଷୟରେ ଅନେକ ତଥ୍ୟ ଜଣାପଡ଼େ । ଏହିସବୁ ପରିବ୍ରାଜକମାନେ ହେଲେ ମେଗାସ୍ଥିନିସ୍, ଫା-ସିଆଁ, ଜୁଆଙ୍ଗ୍‌-ଜାଙ୍ଗ୍, ଆଲ୍‌ବେରୁଣୀ ଓ ଇବନ୍ ବହୁତା ଇତ୍ୟାଦି । ଏମାନଙ୍କ ମଧ୍ୟରୁ ଚୀନର ପରିବ୍ରାଜକ ଜୁଆଙ୍ଗ୍-ଜାଇଁ ଓଡ଼ିଶାକୁ ଆସିଥିଲେ ।

BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

→ (୪) ଇତିହାସର ଶ୍ରେଣୀବିଭାଗ :

  • ସମୟ ଅନୁସାରେ ଇତିହାସକୁ ତିନି ଭାଗରେ ବିଭକ୍ତ କରାଯାଏ । (କ) ପ୍ରାକ୍-ଐତିହାସିକ ଯୁଗ, (ଖ) ଆଦ୍ୟ ଐତିହାସିକ ଯୁଗ, (ଗ) ଐତିହାସିକ ଯୁଗ ।
  • (କ) ପ୍ରାକ୍-ଐତିହାସିକ ଯୁଗ – ବହୁ ପୁରାତନ କାଳରେ ମଣିଷ ଯେତେବେଳେ ଲେଖିପଢ଼ି ଜାଣିନଥିଲା, ସେହି ସ ମୟକୁ ପ୍ରାକ୍-ଐତିହାସିକ ଯୁଗ କୁହାଯାଏ । ସେ ସମୟରେ ଲୋକମାନଙ୍କର ମାଟିପାତ୍ର, ଅଳଙ୍କାର, ହାତହତିଆର, ଗୁମ୍ଫାରେ ଅଙ୍କିତ ଚିତ୍ରରୁ ଏହି ଯୁଗର ତଥ୍ୟ ମିଳେ ।
  • (ଖ) ଆଦ୍ୟ ଐତିହାସିକ ଯୁଗ – ମନୁଷ୍ୟ ଲେଖୁ ଶିଖୁବାପରେ ବିଭିନ୍ନ ଘଟଣାକୁ ଯେବେଠାରୁ ଲେଖାଦ୍ୱାରା ପ୍ରକାଶ କରିପାରିଲା, ସେହି ସମୟକୁ ଆଦ୍ୟ ଐତିହାସିକ ଯୁଗ କୁହାଯାଏ । ଏହି ସମୟରେ ସିନ୍ଧୁ ନଦୀ କୂଳରେ ଏକ ସଭ୍ୟତା ଗଢି ଉଠିଥିଲା ।
  • (ଗ) ଐତିହାସିକ ଯୁଗ – ଲେଖାର ଉନ୍ନତି ହେବାପରେ ମନୁଷ୍ୟ ବିଭିନ୍ନ ଘଟଣାକୁ ପଥର କାନ୍ଥ, ଖମ୍ବ, ତମ୍ବାପଟା, ତାଳପତ୍ର, ମାଟିପାତ୍ର ଇତ୍ୟାଦିରେ ଲେଖୁପାରିଲା | ଏହି ସମୟକୁ ଐତିହାସିକ ଯୁଗ କୁହାଯାଏ ।

→ (୫) ଭାରତର ଭୌଗୋଳିକ ଅବସ୍ଥା ସହ ଇତିହାସର ସମ୍ପର୍କ :

  • ପୃଥ‌ିବୀର ଉତ୍ତର ଗୋଲାର୍ଦ୍ଧରେ ଭାରତ ଅବସ୍ଥିତ । ଏହା ଏସିଆ ମହାଦେଶର ଦକ୍ଷିଣ ଉପକୂଳରେ ପ୍ରାୟ ମଧ୍ୟ ଭାଗରେ ଅବସ୍ଥିତ ।
  • ଭାରତର ଦକ୍ଷିଣ ଭାଗକୁ ତିନିଦିଗରୁ ସମୁଦ୍ର ଘେରି ରହିଛି । ତେଣୁ ଏହାକୁ ଉପଦ୍ୱୀପ ବୋଲି କୁହାଯାଏ ।
  • ଆଫ୍ରିକା, ଅଷ୍ଟ୍ରେଲିଆ ଓ ୟୁରୋପଠାରୁ ଭାରତର ଦୂରତା ପ୍ରାୟ ସମାନ ।

→ (୬) ଭାରତର ପ୍ରାକୃତିକ ବିଭାଗ :

  • ପ୍ରାକୃତିକ ଗଠନର ବିବିଧତା ଅନୁସାରେ ଭାରତକୁ ଛଅଟି ଅଞ୍ଚଳରେ ବିଭକ୍ତ କରାଯାଇଛି । ଯଥା – ହିମାଳୟ ପାର୍ବତ୍ୟଅଞ୍ଚଳ, ଉତ୍ତରସ୍ଥ ସମତଳ ଅଞ୍ଚଳ, କେନ୍ଦ୍ରସ୍ଥ ମାଳଭୂମି ଅଞ୍ଚଳ, ଉପକୂଳସ୍ଥ ସମତଳ ଅଞ୍ଚଳ, ସମୁଦ୍ର ମଧ୍ୟସ୍ଥ ଦ୍ବୀପସମୂହ, ପଶ୍ଚିମସ୍ଥ ମରୁଭୂମି ।
  • ଏଗୁଡ଼ିକ ମଧ୍ୟରୁ କେନ୍ଦ୍ରସ୍ଥ ମାଳଭୂମି ବୃହତ୍ତମ ପ୍ରାକୃତିକ ଅଞ୍ଚଳ ଓ ପଶ୍ଚିମସ୍ଥ ମରୁଭୂମି କ୍ଷୁଦ୍ରତମ ପ୍ରାକୃତିକ ଅଞ୍ଚଳ ଅଟେ ।

BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

→ (୭) ଭାରତର ପ୍ରାକୃତିକ ବୈଶିଷ୍ଟ୍ୟ :

  • ଭାରତର ଇତିହାସକୁ ଏହାର ପ୍ରାକୃତିକ ବିଭାଗଗୁଡ଼ିକ ଅନେକାଂଶରେ ପ୍ରଭାବିତ କରିଆସିଛି । ଭାରତର ଚାରିଟି ପ୍ରଧାନ ପ୍ରାକୃତିକ ଅଞ୍ଚଳ ରହିଛି । ସେଗୁଡ଼ିକ ହେଲା (କ) ପାର୍ବତ୍ୟ ଅଞ୍ଚଳ, (ଖ) ନଦୀ ଉପତ୍ୟକା ଅଞ୍ଚଳ, (ଗ) ଜଙ୍ଗଲ, (ଘ) ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ।
  • (କ) ପାର୍ବତ୍ୟ ଅଞ୍ଚଳ – ଭାରତର ଉତ୍ତର ସୀମାରେ ଅତ୍ୟଚ୍ଚ ହିମାଳୟ ପର୍ବତଶ୍ରେଣୀ ଭାରତକୁ କେନ୍ଦ୍ର ଏସିଆଠାରୁ ପୃଥକ କରୁଅଛି ।
  • ଏହି ପର୍ବତମାଳା ଅତିକ୍ରମ କରି ଉତ୍ତର ଦିଗରୁ ଭାରତ ମଧ୍ୟରେ ପ୍ରବେଶ କରିବା କଷ୍ଟ ସାଧ୍ୟ ।
  • ଉତ୍ତର ପଶ୍ଚିମ ପାର୍ଶ୍ଵରେ ଥିବା ପାର୍ବତ୍ୟ ଅଞ୍ଚଳରେ ଅନେକ ଗିରିପଥ ରହିଛି ।
  • ଫଳରେ ସେମାନଙ୍କ ଚଳଣି, ଦର୍ଶନ, ଭାଷା ଓ ସାହିତ୍ୟ ଆଦିଦ୍ୱାରା ଭାରତର ସଂସ୍କୃତି ପ୍ରଭାବିତ ହୋଇଛି ।
  • ହିମାଳୟ ପର୍ବତଶ୍ରେଣୀର ପାଦଦେଶୀୟ ଅଞ୍ଚଳ ଓ ଉପତ୍ୟକା ଅଞ୍ଚଳର ମୃତ୍ତିକା ଉର୍ବର ଓ ଜଳ ସମ୍ପଦରେ ପରିପୂର୍ଣ ଥିବାରୁ ଏହି ଅଞ୍ଚଳ କୃଷି ଉପଯୋଗୀ ଓ ଘନ ଜନବସତି ପରିପୂର୍ଣ୍ଣ ।
  • ଦକ୍ଷିଣ ଭାରତ ମାଳଭୂମିର ପୂର୍ବପାର୍ଶ୍ବରେ ପୂର୍ବଘାଟ ପର୍ବତମାଳା ଓ ପଶ୍ଚିମପାର୍ଶ୍ବରେ ପଶ୍ଚିମ ଘାଟ ପର୍ବତମାଳା ଅବସ୍ଥିତ ଓ ଏହି ପର୍ବତମାଳାଭାରତର ମଧ୍ୟ ଭାଗରୁ ଦକ୍ଷିଣ ପ୍ରାନ୍ତ ଯାଏ ବିସ୍ତୃତ ।
  • ନଦୀ ଉପତ୍ୟକା ସମୂହ – ଆମଦେଶରେ ହିମାଳୟ ଅଞ୍ଚଳର ଓ ଦକ୍ଷିଣ ଭାତର ମାଳଭୂମି ମଧ୍ୟରେ ଏକ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ପୂର୍ବ ପଶ୍ଚିମ ଭାବେ ବିସ୍ତୃତ ।
  • ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ଆଦି ଚିରସ୍ରୋତା ନଦୀଗୁଡ଼ିକର ପଟୁମାଟି ଦ୍ଵାରା ଏହି ସମତଳ ଅଞ୍ଚଳ ସୃଷ୍ଟି ହୋଇଛି ।
  • ଏହି ଅଞ୍ଚଳର ମୃତ୍ତିକା ଉର୍ବର ଏବଂ ଏଠାରେ ପ୍ରଚୁର ଜଳ ମିଳୁଥିବାରୁ ବିଭିନ୍ନ ଶସ୍ୟ ଉତ୍ପାଦନ କରାଯାଇଥାଏ । ତେଣୁ ଏଠାରେ ପ୍ରାଚୀନ ସଭ୍ୟତାମାନ ଗଢି ଉଠିଥିଲା ।

→ ଜଙ୍ଗଲ :

  • ଭାରତର ହିମାଳୟ ପାର୍ବତ୍ୟାଞ୍ଚଳର ପାଦଦେଶ ଏବଂ ପଶ୍ଚିମଘାଟ ପର୍ବତମାଳାର ପଶ୍ଚିମ ପାର୍ଶ୍ଵରେ ପ୍ରଚୁର ବୃଷ୍ଟିପାତ ଯୋଗୁଁ ସେଠାରେ ଘଞ୍ଚ ଅରଣ୍ୟ ଦେଖାଯାଏ ।
  • ଦକ୍ଷିଣ ଭାରତର ଅଧୁକାଂଶ ଅଞ୍ଚଳ, ପୂର୍ବ ଓ ଉତ୍ତରପୂର୍ବ ଭାରତର କେତେକ ଅଞ୍ଚଳରେ ମଧ୍ଯ ଅରଣ୍ୟ ଦେଖାଯାଏ ।
  • ଏହି ଅରଣ୍ୟରେ ଶାନ୍ତ ପରିବେଶ ଆମ ଦେଶ ସଭ୍ୟତାର ଧର୍ମ, ଦର୍ଶନ ଏବଂ ସାହିତ୍ୟର ଉନ୍ନତି କରିବାରେ ସାହାଯ୍ୟ କରିଥିଲା ।

BSE Odisha 6th Class History Notes Chapter 1 ଇତିହାସ ବିଷୟରେ ଧାରଣା

→ (ଘ) ଉପକୂଳବର୍ତ୍ତୀ ଅଞ୍ଚଳ :

  • ଭାରତର ପଶ୍ଚିମ ପାର୍ଶ୍ବରେ ଆରବ ସାଗର ଓ ପୂର୍ବ ପାର୍ଶ୍ବରେ ବଙ୍ଗୋପସାଗର ଉପକୂଳରେ ସମତଳ ଅଞ୍ଚଳ ଦେଖାଯାଏ ।
  • ପଶ୍ଚିମ ଉପକୂଳସ୍ଥ ସମତଳଭୂମି ଗୁଜରାଟଠାରୁ କେରଳ ପର୍ଯ୍ୟନ୍ତ ବିସ୍ତୃତ । ଏହି ସମତଳଭୂମି ସାବରମତୀ, ମାହୀ, ନର୍ମଦା, ତାଷୀ ଆଦି ନଦୀ ଗୁଡ଼ିକର ପଟୁମାଟିଦ୍ୱାରା ଗଠିତ ।
  • ପୂର୍ବ ଉପକୂଳସ୍ଥ ସମତଳ ଭୂମି ଓଡ଼ିଶାରୁ ତାମିଲନାଡୁ ପର୍ଯ୍ୟନ୍ତ ବିସ୍ତୃତ ।
  • ମହାନଦୀ, କୃଷ୍ଣା, କାବେରୀ, ଗୋଦାବରୀ ଆଦି ନଦୀର ପଟୁ ମାଟିଦ୍ଵାରା ପୂର୍ବ ଉପକୂଳ ସମତଳ ଭୂମି ଗଠିତ ।
  • ସମୁଦ୍ର କୂଳବର୍ତ୍ତୀ ସମତଳଭୂମି ଅତ୍ୟନ୍ତ ଉର୍ବର ଓ କୃଷିପାଇଁ ବିଶେଷ ଉପଯୋଗୀ ହୋଇଥିବାରୁ ଏହି ଅଞ୍ଚଳରେ ଘନ ଜନବସତି ଦେଖାଯାଏ ।

ମନେରଖ :
ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ଅବସ୍ଥିତ ନଦୀ ମୁହାଣଗୁଡ଼ିକରେ ଅତୀତରେ ଅନେକ ସହର ଗଢି ଉଠିଥିଲା । ଏହାଦ୍ୱାରା ସାମୁଦ୍ରିକ ବାଣିଜ୍ୟର ଉନ୍ନତି ଘଟିଥିଲା ଓ ଏହି ଅଞ୍ଚଳଗୁଡ଼ିକରେ ଅନେକ ଐତିହାସିକ ସହର ମଧ୍ୟ ଦେଖାଯାଏ ।

BSE Odisha 6th Class History Notes Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

Odisha State Board BSE Odisha 6th Class History Notes Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ will enable students to study smartly.

BSE Odisha Class 6 History Notes Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

ବିଷୟ ବସ୍ତୁ
ଉପକ୍ରମ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଚାଣକ୍ୟ, ମେଗାସ୍ଥିନିସ୍, ବିନ୍ଦୁସାର, ଅଶୋକ, କଳିଙ୍ଗ ଯୁଦ୍ଧ, ଅଶୋକଙ୍କ ବୌଦ୍ଧଧର୍ମ ଗ୍ରହଣ ଓ ପ୍ରଚାର, ଶିଳାଲିପି, ଧର୍ମ ମହାପାତ୍ର, ଲୋକହିତକର କାର୍ଯ୍ୟ, ଭାରତ ବାହାର ଦେଶ ସହ ସମ୍ପର୍କ, ଅଶୋକ ସ୍ତମ୍ଭ ।

→ କ) ଉପକ୍ରମ

  • ପ୍ରାଚୀନ କାଳରେ ଉତ୍ତର ଭାରତରେ ମୌର୍ଯ୍ୟ ବଂଶର ରାଜାମାନଙ୍କ ଦ୍ବାରା ଦୀର୍ଘ ୨୦୦ ବର୍ଷ କାଳ ମଗଧ ନାମକ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ତିଷ୍ଠି ରହିଥିଲା ।
  • ମୌର୍ଯ୍ୟ ବଂଶର ଶାସନ ପୂର୍ବରୁ ଏଠାରେ ନିଷ୍ଠୁର ଓ ଅତ୍ୟାଚାରୀ ନନ୍ଦବଂଶର ଶାସକମାନେ ଶାସନ କରୁଥିଲେ ।
  • ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସହାୟତାରେ ଚାଣକ୍ୟ ମଗଧରୁ ନନ୍ଦବଂଶର ଶାସନ ଲୋପ କରିଥିଲେ । ଏହା ଫଳରେ ମଗଧରେ ମୌର୍ଯ୍ୟଶାସନ ପ୍ରତିଷ୍ଠିତ ହେଲା ।
  • ମନେରଖ : ମୌର୍ଯ୍ୟ ସାମ୍ରାଜ୍ୟ ଓ ଶାସନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମୋଗାସ୍ଥିନିସ୍‌ଙ୍କ ଦ୍ବାରା ଲିଖତ ‘ଇଣ୍ଡିକା’ ଚାଣକ୍ୟଙ୍କ ‘ଅର୍ଥଶାସ୍ତ୍ର’’ ଓ ଅଶୋକଙ୍କ ଶିଳାଲେଖମାନଙ୍କରୁ ମିଳିଛି ।

→ (ଖ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ:

  • ନନ୍ଦ ରାଜା ଧନ ନନ୍ଦଙ୍କୁ ପରାସ୍ତ କରି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ମଗଧରେ ମୌର୍ଯ୍ୟ ଶାସନ ଆରମ୍ଭ କରିଥିଲେ ।
  • ଏହି ସମୟରେ ଆଲେକ୍‌ଜାଣ୍ଡାରଙ୍କ ସେନାପତି ସେଲିଭକସ୍ ନିକ୍‌ତାରଙ୍କୁ ଚନ୍ଦ୍ରଗୁପ୍ତ ପରାସ୍ତ କରି ଗ୍ରୀକ୍ ଅଧୂକୃତ, ଆଫଗାନିସ୍ଥାନ, ବେଲୁଚିସ୍ଥାନ ପ୍ରଭୃତି ଅଞ୍ଚଳକୁ ନିଜ ସାମ୍ରାଜ୍ୟଭୁକ୍ତ କରାଇଥିଲେ ।
  • ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସାମ୍ରାଜ୍ୟ ଉତ୍ତର ପଶ୍ଚିମରେ ପାରସ୍ୟ ପର୍ଯ୍ୟନ୍ତ, ପୂର୍ବରେ ବିହାର, ପଶ୍ଚିମରେ ସୌରାଷ୍ଟ୍ର ଏବଂ ଦକ୍ଷିଣରେ କର୍ଣ୍ଣାଟକ ପର୍ଯ୍ୟନ୍ତ ବ୍ୟାପିଥିଲା ।
  • ଅତୀତରେ ପାଟଳୀପୁତ୍ର (ବର୍ତ୍ତମାନ ବିହାରର ପାଟଣା) ଥିଲା ତାଙ୍କ ସାମ୍ରାଜ୍ୟର ରାଜଧାନୀ ।
  • ସେ ଦୀର୍ଘ ୨୫ ବର୍ଷ କାଳ ରାଜତ୍ଵ କରି ଖ୍ରୀଷ୍ଟପୂର୍ବ ୨୯୮ ମସିହାରେ ମୃତ୍ୟୁବରଣ କରିଥିଲେ ।

BSE Odisha 6th Class History Notes Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

→ (ଗ) ଚାଣକ୍ୟ :

  • ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ମୁଖ୍ୟ ଉପଦେଷ୍ଟା ଥିଲେ ଚାଣକ୍ୟ ।
  • ତାଙ୍କର ଅନ୍ୟନାମ ଥିଲା କୌଟିଲ୍ୟ ।
  • ଚାଣକ୍ୟ ‘ଅର୍ଥଶାସ୍ତ୍ର’ ନାମକ ଏକ ମହାନ୍ ଗ୍ରନ୍ଥ ରଚନା କରିଥିଲେ ।
  • ଏହି ଗ୍ରନ୍ଥରେ ମୌର୍ଯ୍ୟ ସାମ୍ରାଜ୍ୟର ଶାସନ ପଦ୍ଧତି ଏବଂ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ସମ୍ପର୍କରେ ବର୍ଣ୍ଣିତ ହୋଇଛି ।

→ (ଘ) ମେଗାସ୍ଥିନିସ୍

  • ଗ୍ରୀକ୍‌ର ରାଜଦୂତ ମୋଗସ୍ଥିନିସ୍ ସେଲିଉକସ୍ ନପିକ୍‌ତାରଙ୍କ ନିର୍ଦ୍ଦେଶରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦରବାରକୁ ଆସିଥିଲେ ।
  • ସେ ମୌର୍ଯ୍ୟଙ୍କ ଦରବାରରେ ୫ ବର୍ଷର ରହଣି ସମୟରେ ଭାରତ ସମ୍ବନ୍ଧରେ ଯେଉଁ ବିବରଣୀ ଲେଖୁଥିଲେ ତାହାର ନାମ ଥିଲା ‘ଇଣ୍ଡିକା’।
  • ସେଥୁରେ ମୌର୍ଯ୍ୟ ରାଜତ୍ଵ ଓ ଶାସନ ବ୍ୟବସ୍ଥା, ରାଜପ୍ରାସାଦ ଓ ପାଟଳୀପୁତ୍ର ନଗରର ବର୍ଣ୍ଣନା କରାଯାଇଛି ।

→ (ଙ) ବିନ୍ଦୁସାର :

  • ଚନ୍ଦ୍ରଗୁପ୍ତଙ୍କ ପରେ ତାଙ୍କର ପୁତ୍ର ବିନ୍ଦୁସାର ସିଂହାସନ ଆରୋହଣ କରିଥିଲେ ।
  • ସେ ଜଣେ ପରାକ୍ରମଶାଳୀ ସମ୍ରାଟ ରୂପେ ପିତାଙ୍କ ବିଶାଳ ସାମ୍ରାଜ୍ୟକୁ ଶାସନ କରୁଥିଲେ ।
  • ତାଙ୍କର ରାଜତ୍ଵକାଳରେ ସେ ୧୬ ଜଣ ରାଜାଙ୍କୁ ପରାସ୍ତ କରି ସେମାନଙ୍କର ରାଜ୍ୟକୁ ନିଜ ସାମ୍ରାଜ୍ୟଭୁକ୍ତ କରିଥିଲେ ।
  • ମନେରଖ: ଗ୍ରୀକ୍‌ମାନେ ବିନ୍ଦୁସାରଙ୍କୁ ‘ଅମିତ୍ରଘାତ’ ଉପାଧ୍ ଦେଇଥିଲେ ।

→ ଅଶୋକ :

  • ଖ୍ରୀ.ପୂ. ୨୭୩ ମସିହାରେ ବିନ୍ଦୁସାରଙ୍କ ପରେ ଅଶୋକ ମୌର୍ଯ୍ୟ ସାମ୍ରାଜ୍ୟର ଶାସକ ହୋଇଥିଲେ । ସେ ତକ୍ଷଶୀଳା ଓ ଉଜ୍ଜୟିନୀର ପ୍ରାଦେଶିକ ଶାସନକର୍ତ୍ତା ରୂପେ ନିଯୁକ୍ତ ହୋଇଥିଲେ ।
  • ଅଶୋକଙ୍କ ନିଷ୍ଠୁର ଓ ଭୟଙ୍କର ପ୍ରକୃତି ପାଇଁ ତାଙ୍କୁ ‘ଚଣ୍ଡାଶୋକ’ ବୋଲି କୁହାଯାଉଥିଲା ।
  • ବିନ୍ଦୁସାରଙ୍କ ମୃତ୍ୟୁପରେ ଅଶୋକ ମଗଧ ସିଂହାସନ ଆରୋହଣ କରିଥିଲେ; କିନ୍ତୁ ତାଙ୍କର ଅଭିଷେକ ଚାରିବର୍ଷପରେ ହୋଇଥିଲା ।

→ (ଛ) କଳିଙ୍ଗ ଯୁଦ୍ଧ

  • ସୁବର୍ଣ୍ଣରେଖା ନଦୀଠାରୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ ପୂର୍ବ ସାଗର କୂଳବର୍ତୀ ଅଞ୍ଚଳ ପ୍ରାଚୀନ ଭାରତର ଏକ ଶକ୍ତିଶାଳୀ ସ୍ଵାଧୀନରାଷ୍ଟ୍ର କଳିଙ୍ଗ ରାଷ୍ଟ୍ର ଅନ୍ତର୍ଭୁକ୍ତ ଥିଲା ।
  • ଅଶୋକ ନିଜ ସାମ୍ରାଜ୍ୟର ନିକଟରେ ଥିବା ଏକ ସ୍ବାଧୀନ ଓ ଶକ୍ତିଶାଳୀ ରାଷ୍ଟ୍ରର ସ୍ଥିତିକୁ ସହ୍ୟ କରିପାରିନଥିଲେ ।
  • ମନେରଖ : ମଗଧ ସାମ୍ରାଜ୍ୟର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଅଶୋକ ଖ୍ରୀ.ପୂ. ୨୬୧ ମସିହାରେ କଳିଙ୍ଗ ଆକ୍ରମଣ କରିଥିଲେ ।
  • ଏହି ଯୁଦ୍ଧରେ ପ୍ରବଳ ପ୍ରତାପୀ କଳିଙ୍ଗ ବାହିନୀ ଅଶୋକଙ୍କ ନିକଟରେ ପରାଜୟ ସ୍ବୀକାର କରିଥିଲେ ।
  • ଯୁଦ୍ଧ ଜନିତ ମୃତ୍ୟୁ, କ୍ଷୟକ୍ଷତି ଓ ଆହତ ସୈନ୍ୟମାନଙ୍କର ଆର୍ତ୍ତନାଦ ଅଶୋକଙ୍କ ହୃଦୟକୁ ପରିବର୍ତ୍ତନ କରିଥିଲା ଓ ସେ ଆଉ ଯୁଦ୍ଧ କରିବେ ନାହିଁ ବୋଲି ସ୍ଥିର କରିଥିଲେ ।

BSE Odisha 6th Class History Notes Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

→ (ଜ) ଅଶୋକଙ୍କ ବୌଦ୍ଧଧର୍ମ ଗ୍ରହଣ ଓ ପ୍ରଚାର

  • କଳିଙ୍ଗ ଯୁଦ୍ଧ ଅଶୋକଙ୍କ ଜୀବନ ଧାରାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା । ଫଳରେ ସେ ‘ଚଣ୍ଡାଶୋକ’ରୁ ଧର୍ମାଶୋକରେ ପରିଣତ ହେଲେ ।
  • କଳିଙ୍ଗ ଯୁଦ୍ଧପରେ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରି ଏହାର ଉନ୍ନତି ଓ ପ୍ରସାର ପାଇଁ ନିଜକୁ ନିୟୋଜିତ କରିଥିଲେ ।
  • ଏପରିକି ସେ ବୌଦ୍ଧଧର୍ମର ଅହିଂସା ନୀତି ପ୍ରତି ଆକୃଷ୍ଟ ହୋଇ ଏହାର ପ୍ରଚାର ପାଇଁ ଚେଷ୍ଟା କରିଥିଲେ ।
  • ମନେରଖ: ଅଶୋକ ଲୁମ୍ବିନୀ, ସାରନାଥ, କୁଶୀନଗର (କୁଶୀନାରା) ଇତ୍ୟାଦି ସ୍ଥାନକୁ ନିଜେ ଯାତ୍ରା କରି ଧର୍ମପ୍ରଚାର କରିଥିଲେ । ଏହି ଯାତ୍ରାକୁ ‘ଧର୍ମଯାତ୍ରା’ କୁହାଯାଏ ।

→ (ଝ) ଶିଳାଲିପି

  • ଅଶୋକ ବୌଦ୍ଧଧର୍ମର ପ୍ରସାର ପାଇଁ ଅନେକ ସ୍ତମ୍ଭ, ସ୍ତୂପ ଓ ବିହାରମାନ ସାମ୍ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ କରିଥିଲେ ।
  • ତାଙ୍କ ନିର୍ଦ୍ଦେଶରେ ଶିଳା ଓ ସ୍ତମ୍ଭମାନଙ୍କର ଖୋଦିତ ଲେଖାର ବିଷୟବସ୍ତୁ ହେଉଛି ପ୍ରଜା ଓ ରାଜକର୍ମଚାରୀମାନଙ୍କ ପ୍ରତି ଉଦ୍ଦିଷ୍ଟ ଅନୁଶାସନ ।
  • ଭୁବନେଶ୍ୱର ନିକଟରେ ଧଉଳି ପାହାଡ଼ରେ ଏବଂ ଗଞ୍ଜାମ ଜିଲ୍ଲାର ଜଉଗଡ଼ଠଶରେ ତାଙ୍କର ଶିଳାଲେଖ ଦେଖିବାକୁ ମିଳେ ।
  • ଅଶୋକଙ୍କ ଧର୍ମନୀତି କୌଣସି ଏକ ନିର୍ଦ୍ଧିଷ୍ଟ ଧର୍ମକୁ ବୁଝାଉନଥିଲା । ଏହା ତାଙ୍କର ନୀତିବାଣୀ ଥିଲା ।

→ (ଞ) ଧର୍ମ ମହାମାତ୍ର

  • ଅଶୋକ ‘ଧର୍ମ ମହାପାତ୍ର’ ନାମକ କର୍ମଚାରୀଙ୍କୁ ନିଯୁକ୍ତ କରି ଏମାନଙ୍କ ଦ୍ବାରା ସମଗ୍ର ଭାରତରେ ଲୋକମାନଙ୍କୁ ତାଙ୍କ ଦ୍ବାରା ପ୍ରବର୍ତ୍ତିତ ‘ଧର୍ମନୀତି’ ଶୁଣାଉଥଲେ ଓ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ କରିବାପାଇଁ ଏହି ନୀତିକୁ ବୁଝାଉଥିଲେ ।
  • ଏତଦ୍‌ବ୍ୟତୀତ ସେ ରାଜୁକ, ପ୍ରାଦେଶିକ ଓ ଯୁକ୍ତ ନାମକ କର୍ମଚାରୀମାନଙ୍କୁ ନିଯୁକ୍ତ କରିଥିଲେ ।

→ (ଟ) ଲୋକହିତକର କାର୍ଯ୍ୟ

  • ଅଶୋକ ପ୍ରଜାମାନଙ୍କୁ ନିଜର ସନ୍ତାନ ଭଳି ପାଳୁଥିଲେ ।
  • ସେ ଲୋକଙ୍କ ସୁବିଧା ପାଇଁ ରାସ୍ତାଘାଟ ନିର୍ମାଣ, ରାସ୍ତା କଡ଼ରେ ଗଛ ଲଗାଇବା, ଆଶ୍ରୟ ପାଇଁ ଘରସବୁ ତିଆରି କରିଥିଲେ ।
  • ପାଣି ପିଇବା ପାଇଁ କୂଅମାନ ଖୋଳାଇଥିଲେ ।
  • ମନୁଷ୍ୟ ଓ ପଶୁ ଚିକିତ୍ସା ପାଇଁ ଡାକ୍ତରଖାନାମାନ ପ୍ରତିଷ୍ଠା କରିଥିଲେ ।
  • ତାଙ୍କ ଶାସନରେ ଦଣ୍ଡ ନୀତି କୋହଳ ଥିଲା । ପରସ୍ପର ମିଳିମିଶି ଚଳିବାପାଇଁ ସେ ଲୋକମାନଙ୍କୁ ଉପଦେଶ ଦେଉଥିଲେ ।

→ (୦) ଭାରତ ବାହାର ଦେଶ ସହ ସମ୍ପର୍କ :

  • ମୌର୍ଯ୍ୟ ଶାସକ ଅଶୋକଙ୍କ ପ୍ରଚେଷ୍ଟାରେ ପଶ୍ଚିମ ଏସିଆର ଲୋକମାନଙ୍କ ମଧ୍ୟରେ ଭ୍ରାତୃତ୍ୱ, ଅହିଂସା ଓ ଶାନ୍ତି ପ୍ରଭୃତି ମାନବିକ ଗୁଣାବଳୀର ବିକାଶ ହୋଇଥିଲା ।
  • ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର ପାଇଁ ସେ ନିଜ ପୁତ୍ର ଓ କନ୍ୟାଙ୍କୁ ସିଂହଳ ଦେଶକୁ ପଠାଇଥିଲେ ।
  • ଅଶୋକ ଦୁଇଜଣ ବୌଦ୍ଧଭିକ୍ଷୁ ଶ୍ରୋତା ଓ ଉତ୍ତରଙ୍କୁ ବ୍ରହ୍ମଦେଶକୁ ପଠାଇଥିଲେ ।

BSE Odisha 6th Class History Notes Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

→ (‍ଡ)ଅଶୋକ ସ୍ତମ୍ଭ :

  • ଅଶୋକ କଳା ଓ ସ୍ଥାପତ୍ୟର ପୃଷ୍ଠପୋଷକ ଥିବାରୁ ସେ ଅନେକ ସ୍ତୁପ, ପ୍ରାସାଦ, ସ୍ତମ୍ଭ, ବୌଦ୍ଧ ବିହାର ମାନ ନିର୍ମାଣ କରାଇଥିଲେ ।
  • ସେଗୁଡ଼ିକ ମଧ୍ୟରୁ ସାରନାଥର ସ୍ତମ୍ଭ ପ୍ରଧାନ ଅଟେ । ଭାରତ ସରକାର ଅଶୋକ ସ୍ତମ୍ଭର ଏହି ସିଂହକୁ ଜାତୀୟ ସଙ୍କେତ ରୂପେ ଗ୍ରହଣ କରିଛନ୍ତି ।
  • ଏହି ଚିହ୍ନ ମଧ୍ଯରେ ଥବା ଚକ୍ରକୁ ଜାତୀୟ ପତାକାରେ ସ୍ଥାନ ଦିଆଯାଇଛି ।

BSE Odisha 6th Class History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

Odisha State Board BSE Odisha 6th Class History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ will enable students to study smartly.

BSE Odisha Class 6 History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

ବିଷୟ ସାରାଂଶ
ବିଷୟ ବସ୍ତୁ :

ନୂତନ ପ୍ରସ୍ତର ଯୁଗର ଚାଷ ବା କୃଷି କାର୍ଯ୍ୟ, ପଶୁପାଳନ, ହାତ ହତିଆର, ମାଟିପାତ୍ର, ଧାତୁର ବ୍ୟବହାର, ମେହରଗଡ଼, ବୁର୍‌ଜାହମ୍, ଉତ୍ତରପୂର୍ବ ଭାରତରେ ନୂତନ ପ୍ରସ୍ତର ଯୁଗର ସୂଚନା ।

→ (୧) ନୂତନ ପ୍ରସ୍ତର ଯୁଗର ଚାଷ ବା କୃଷିକାର୍ଯ୍ୟ :

  • ପ୍ରାୟ ୧୦,୦୦୦ ବର୍ଷ ପୂର୍ବେ ଇସ୍ରାଏଲର ପ୍ରେରିନୋ ନାମକ ସ୍ଥାନରେ ଲୋକମାନେ ପ୍ରଥମେ ଚାଷକାର୍ଯ୍ୟ ଆରମ୍ଭ କରିଥିବାର ପ୍ରମାଣ ମିଳେ ।
  • ଆଜକୁ ପ୍ରାୟ ୧୨,୦୦୦ ବର୍ଷ ପୂର୍ବେ ପୃଥ‌ିବୀରେ ଜଳବାୟୁର ବିରାଟ ପରିବର୍ତ୍ତନ ଦେଖାଯାଇଥିଲା । ଫଳରେ ଏହି ସମୟରେ ଲୋକମାନେ ଯାଯାବର ଜୀବନ ପରିତ୍ୟାଗ କରି ଗୋଟିଏ ସ୍ଥାନରେ ସ୍ଥାୟୀ ଜୀବନଯାପନ ଆରମ୍ଭ କରିଥିଲେ ।
  • ଫଳରୁ ମଞ୍ଜି ମାଟିରେ ପଡ଼ି ଗଛ ହେବାର ଦେଖ୍ ଏହି ସମୟରେ ମଣିଷ ଚାଷ କାର୍ଯ୍ୟ ଆରମ୍ଭ କରିଥିବାର ଅନୁମାନ କରାଯାଏ ।
  • ମନୁଷ୍ୟ ଏହି ସମୟରେ ପ୍ରଥମେ ଗହମ ଓ ଯଅର ଚାଷ ଆରମ୍ଭ କରିଥିଲା ।
  • କୃଷିକାର୍ଯ୍ୟ ଯୋଗୁଁ ଲୋକମାନେ ଗୋଟିଏ ସ୍ଥାନରେ ନିଜର ଘର ତିଆରି କରି ଚାଷ ସହିତ ବନ୍ୟଜନ୍ତୁ ଶିକାର କଲେ ।

BSE Odisha 6th Class History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

→ (୨) ପଶୁପାଳନ

  • ଜଳବାୟୁରେ ତାପମାତ୍ରା ବୃଦ୍ଧିଯୋଗୁଁ ଘାସ ଜାତୀୟ ଗଛ ଦେଖାଗଲା । ତେଣୁ ସେଠାରେ ହରିଣ, ଛେଳି, ମେଣ୍ଢା, ଗାଈଗୋରୁ ଆଦି ପଶୁମାନେ ବାସକଲେ ।
  • ଚାଷ କରିବା ସହିତ ସେମାନେ ପଶୁପାଳନ କଲେ । ପ୍ରଥମେ କୁକୁରକୁ ପୋଷା ପ୍ରାଣୀ ରୂପେ ରଖାଯାଇଥିଲା । ତା’ପରେ ମଣିଷମାନେ ଘୁଷୁରୀ, ଛେଳି, ମେଣ୍ଢା, ଗାଈ, ଗଧ ପ୍ରଭୃତି ପୋଷିଲେ ।
  • ପଶୁମାନଙ୍କର ଆବଶ୍ୟକତା ଜାଣି ସେମାନଙ୍କୁ ଦଳବଦ୍ଧ ଭାବରେ ରଖାଗଲା । ଗୃହପାଳିତ ପଶୁମାନଙ୍କୁ ହିଂସ୍ରଜନ୍ତୁମାନଙ୍କଠାରୁ ରକ୍ଷା କରିବାପାଇଁ ଚେଷ୍ଟା କରାଗଲା ।
  • ଫଳରେ ପଶୁପାଳନ ସେମାନଙ୍କର ଏକ ନିୟମିତ କାର୍ଯ୍ୟରୂପେ ପରିଗଣିତ ହେଲା ।

→ ହାତ ହତିଆର :

  • ଭାରତରେ ନୂତନ ପ୍ରସ୍ତର ଯୁଗ ବିଳମ୍ବରେ ଆରମ୍ଭ ହୋଇଥିଲା ବୋଲି ଅନୁମାନ କରାଯାଏ ।
  • ଦକ୍ଷିଣ ଭାରତ ଓ ପୂର୍ବ ଭାରତରେ ନୂତନ ପ୍ରସ୍ତର ଯୁଗ ଉତ୍ତର ଭାରତଠାରୁ ବିଳମ୍ବରେ ଆରମ୍ଭ ହୋଇଥିଲା ବୋଲି ବିଶ୍ଵାସ କରାଯାଏ ।
  • ଏହି ନୂତନ ପ୍ରସ୍ତର ଯୁଗର ହାତ ହତିଆର ଚିକ୍‌କଣ, ସୁନ୍ଦର ଓ ଧାରୁଆ ଥିଲା ।
  • ପଶୁମାନଙ୍କ ହାଡରେ ବେଣ୍ଟଥିବା ଅସ୍ତ୍ରଶସ୍ତ୍ର ଏହି ସମୟରେ ନିର୍ମାଣ କରାଯାଇଥିଲା ।

BSE Odisha 6th Class History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

→ (୪) ମାଟିପାତ୍ର

  • ନୂତନ ପ୍ରସ୍ତର ଯୁଗରେ ମାଟିପାତ୍ର ନିର୍ମାଣ ଅନ୍ୟ ଏକ ବୃତ୍ତି ଥିଲା ।
  • ଏହି ମାଟି ପାତ୍ରକୁ ସେମାନେ କୁମ୍ଭାର ଚକ ସାହାଯ୍ୟରେ ଗଢ଼ି ଚିକ୍‌କଣ ଓ ସୁନ୍ଦର ରୂପେ ଚିତ୍ରିତ କରୁଥିଲେ ।
  • ଏହି ମାଟିପାତ୍ରକୁ ଲୋକମାନେ ଖାଦ୍ୟଶସ୍ୟ, ପିଇବାପାଣି, ପଶୁମାନଙ୍କର କ୍ଷୀର ସାଇତି ରଖୁବା ଓ ଖାଦ୍ୟ ରାନ୍ଧିବା ପାଇଁ ବ୍ୟବହାର କରୁଥିଲେ ।

→ (୫) ଧାତୁର ବ୍ୟବହାର

  • ନୂତନ ପ୍ରସ୍ତର ଯୁଗର ଶେଷଭାଗରେ ମନୁଷ୍ୟ ପଥର ନିର୍ମିତ ଓ ପଶୁମାନଙ୍କର ଅସ୍ଥିରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ବ୍ୟବହାର ସହିତ ଧାତୁର ବ୍ୟବହାର ମଧ୍ୟ ଜାଣିଥିଲେ ।
  • ପ୍ରଥମେ ମନୁଷ୍ୟ ତମ୍ବାଧାତୁ ବ୍ୟବହାର କରିଥିଲା ।
  • ପରେ ତମ୍ବା ସହିତ ଟିଣ ଓ ଦସ୍ତା ମିଶାଯାଇ ବ୍ରୋଞ୍ଜ ବା କଂସା ଧାତୁ ତିଆରି କଲା ।
  • ତେଣୁ ଏହି ଯୁଗକୁ ତାମ୍ର-ପ୍ରସ୍ତର ଯୁଗ କୁହାଯାଏ ।

ମନେରଖ:
କର୍ଣ୍ଣାଟକର ମହୀଶୂର ନିକଟସ୍ଥ ବ୍ରହ୍ମଗିରିଠାରେ ଏହି ଧାତୁ ନିର୍ମିତ ଛୁରୀ ଓ ହାତୁଡ଼ି ଦେଖିବାକୁ ମିଳିଛି ।

BSE Odisha 6th Class History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

→ (୬) ମେହରଗଡ଼

  • ପ୍ରାୟ ଖ୍ରୀଷ୍ଟପୂର୍ବ ୭୦୦୦ ବର୍ଷ ପୂର୍ବେ ପାକିସ୍ଥାନର ମେହରଗଡ଼ଠାରେ ଲୋକମାନେ ପ୍ରଥମ ଥର ପାଇଁ ଚାଷ କାର୍ଯ୍ୟ ଓ ସ୍ଥାୟୀ ବସବାସ ପାଇଁ ଗ୍ରାମ ସ୍ଥାପନ କରିଥିଲେ ।
  • ମେହରଗଡ଼ର ଗୃହଗୁଡ଼ିକ ବର୍ଗାକାର ଅଥବା ସମକୋଣୀ ଚତୁର୍ଭୁଜ ଆକାରରେ ମାଟିରେ ତିଆରି ହୋଇଥିଲା ।
  • ସେଠାରୁ ପଥର ହାତୁଡ଼ି, ଶାମୁକା ତିଆରି ଅଳଙ୍କାର, ଚୂନପଥର, ନୀଳକାନ୍ତ ମଣି, ଗାଢ ନୀଳବର୍ଣ୍ଣ ପଥର ଓ ବାଲିପଥର ଆଦି ଆବିଷ୍କୃତ କରାଯାଇଛି ।
  • ସେମାନେ କାଚର ମାଳି ଓ ଚିତ୍ରିତ ମାଟିପାତ୍ର ଗୁଡ଼ିକର ବ୍ୟବହାର କରୁଥିଲେ ।
  • ଏଠାରୁ ପୋଡାଶସ୍ୟ, ହରିଣ, ଘୁଷୁରୀ, ଛେଳି, ମେଣ୍ଢା ଆଦି ପଶୁମାନଙ୍କର ଅସ୍ଥି ଉଦ୍ଧାର କରାଯାଇଛି ।
  • ମୃତ୍ୟୁପରେ ଜୀବନ ଫେରି ଆସିବ ବୋଲି ସେମାନଙ୍କର ଦୃଢ଼ ବିଶ୍ୱାସ ଥିଲା ।
  • ତେଣୁ ସେମାନେ ମୃତ ଶରୀରକୁ ଯତ୍ନର ସହିତ ସମାଧ୍ ଦେଉଥିଲେ ।

→ (୭) ବୁରଜାହମ୍

  • ଜାମ୍ମୁ କାଶ୍ମୀରର ଶ୍ରୀନଗରଠାରୁ ପ୍ରାୟ ୨୦ କି.ମି. ଦୂରରେ ବୁର୍‌ଜାହମଠାରେ ନୂତନ ପ୍ରସ୍ତର ଯୁଗର ଏକ ବସତି ଥିଲା ।
  • ଏଠାରେ ଲୋକମାନେ ଗାତକରି ଘର ତିଆରି କରି ରହୁଥିଲେ । ଏହାକୁ ଗର୍ଭଗୃହ କୁହାଯାଉଥିଲା ।
  • ଗୃହର ଗୋଲାକାର ପ୍ରବେଶ ଦ୍ବାର ଥିଲା ଓ ପାହାଚ ସାହାଯ୍ୟରେ ଗର୍ଭଗୃହ ଭିତରକୁ ଯିବାର ବ୍ୟବସ୍ଥା ଥିଲା ।
  • ପୋଡ଼ା ପାଉଁଶ, କାଠ କୋଇଲା, ଚିକ୍‌କଣ ପାତ୍ରର ଭଗ୍ନାବଶେଷ ଓ ଅସ୍ଥିରେ ନିର୍ମିତ ହୋଇଥିବା ବିଭିନ୍ନ ହାତହତିଆର ଏଠାରୁ ମିଳିଛି ।

BSE Odisha 6th Class History Notes Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

→ (୮) ଉତ୍ତରପୂର୍ବ ଭାରତରେ ନୂତନ ପ୍ରସ୍ତର ଯୁଗର ସୂଚନା :

  • ଭାରତର ଉତ୍ତର-ପୂର୍ବ ଭାଗରେ କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ବସତିମାନ ଆବିଷ୍କାର କରାଯାଇଛି । ସେଥୁମଧ୍ୟରୁ ଆସାମର ପାର୍ବତ୍ୟାଞ୍ଚଳ ଅନ୍ୟତମ ।

ମନେରଖ :
ଆସାମର ଦୁଜାଲି ହାଡିଂ ନୂତନ ପ୍ରସ୍ତର ଯୁଗର ଏକ ପ୍ରସିଦ୍ଧ ସ୍ଥାନ ।

  • ଏଠାରୁ ଚିକ୍‌କଣ ପଥରରେ ନିର୍ମିତ ହାତହତିଆର, ମାଟିପାତ୍ର, ରୋଷେଇ ସାମଗ୍ରୀ ଆଦି ଜିନିଷ ଆବିଷ୍କାର କରାଯାଇଛି ।
  • ଜେଡ୍ ନାମକ ଏକ ମୂଲ୍ୟବାନ ପଥର ଚୀନ ଦେଶରୁ ଆସିଥିବା ଅନୁମାନ କରାଯାଏ ।
  • ଜୀବାବଶେଷରୁ ତିଆରି ବିଭିନ୍ନ ହାତହତିଆର, ପେଷଣଯନ୍ତ୍ର ଏଠାରୁ ଆବିଷ୍କାର କରାଯାଇଛି ।
  • ମେଘାଳୟରେ ଥିବା ଗାରୋ ପର୍ବତମାଳା ଏବଂ ତ୍ରିପୁରାର କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ଅବଶେଷ ଦେଖିବାକୁ ମିଳେ ।
  • ରୋଷେଇ କରିବା ଓ ଶସ୍ୟକୁ ସାଇତି ରଖୁବା ପାଇଁ ଅନେକ ମାଟିପାତ୍ର ବ୍ୟବହାର କରାଯାଉଥିଲା ।

ମନେରଖ:
ଭାରତ ଓ ପାକିସ୍ଥାନର କେତେକ ସ୍ଥାନରେ ଏକ ଗ୍ରାମୀଣ ସଭ୍ୟତା ବିକାଶଲାଭ କରିଥିଲା । ପରେ ଏହା ସହରୀ ସଭ୍ୟତାରେ ପରିଣତ ହେଲା ।