Class 6 Social Science Chapter 8 Notes Odia Medium ବିବିଧତା ମଧ୍ୟରେ ଏକତା, ବା ‘ଅନେକରେ ଏକ’

Go through BSE Odisha Class 6 Social Science Notes Odia Medium Chapter 8 ବିବିଧତା ମଧ୍ୟରେ ଏକତା, ବା ‘ଅନେକରେ ଏକ’ to understand important topics more clearly.

6th Class Social Science Chapter 8 Notes Odia Medium

BSE Odisha Class 6 Social Science Chapter 8 Notes Odia Medium

‘ହେ ବନ୍ଧୁ, ମୋ ପ୍ରାର୍ଥନା ସ୍ଵୀକାର କର, ଯେପରି ମୁଁ ଅନେକଙ୍କ ମଧ୍ୟରେ ମଧ୍ୟ ଜଣଙ୍କ ସ୍ପର୍ଶର ଆନନ୍ଦ କେବେବି ହରାଇବି ନାହିଁ ।”
ରବୀନ୍ଦ୍ରନାଥ ଠାକୁର

‘ବିବିଧତା ମଧ୍ୟରେ ଏକତାର ନୀତି ଯାହା ଭାରତ ପାଇଁ ସର୍ବଦା ସ୍ଵାଭାବିକ ରହି ଆସିଛି ଏବଂ ଏହାକୁ ଚରିତାର୍ଥ କରିବା ଭାରତର ଅସ୍ତିତ୍ଵର ମୌଳିକ ଗତିପଥ ଏବଂ ଏହାର ପ୍ରକୃତି, ଅନେକରେ ଏକ, ଏହା ଭାରତକୁ ତାହାର ସ୍ଵଭାବ ଓ ସ୍ଵଧର୍ମର ନିଶ୍ଚିତ ଭିତ୍ତିଭୂମିରେ ସ୍ଥାପନ କରିବା ।’’
ଶ୍ରୀ ଅରବିନ୍ଦ

ବିଷୟଭିତ୍ତିକ ସୂଚନା ଓ ବିଶ୍ଳେଷଣ

ଏକ ସମୃଦ୍ଧ ବିବିଧତା :
ଆମ ଦେଶ ଭାରତବର୍ଷ ପ୍ରାୟ ପୃଥ‌ିବୀରେ ଅନ୍ୟ ଦେଶମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏ ଦେଶରେ ଭରି ରହିଛି । ଏକ ବିବିଧତା ଯାହାକୁ ଆମେ ଖାଦ୍ୟ, ପୋଷାକ, ଭାଷା, ଧର୍ମ, ଲିଖନ ପ୍ରଣାଳୀ ଇତ୍ୟାଦି କ୍ଷେତ୍ରରେ ଦେଖିବାକୁ ପାଇଥାଉ । ଏତଦ୍‌ବ୍ୟତୀତ ଭାରତୀୟ ସଂସ୍କୃତିରେ ବିଭିନ୍ନ ପ୍ରଥା ପରମ୍ପରା, ଧାର୍ମିକ ରୀତିନୀତିରେ ମଧ୍ୟ ଅନେକ ବିବିଧତା ପରିଲକ୍ଷିତ ହୁଏ ।

ବିଂଶ ଶତାବ୍ଦୀର ଶେଷ ଭାଗରେ ଜାତୀୟ ସଂଗଠନ ଆଷ୍ଟ୍ରୋପୋଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଭାରତୀୟ ନୃତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା) ନାମକ ଏକ ଜାତୀୟ ସଂଗଠନ ଦେଶର ପ୍ରାୟ ୪୬୩୫ ଗୋଷ୍ଠୀକୁ ନେଇ ଏକ ‘ପିପୁଲ ଅଫ୍ ଇଣ୍ଡିଆ ପ୍ରୋଜେକ୍ଟ’ ନାମକ ଏକ ସର୍ଭେ କରାଯାଇଥିଲା । ଏଥୁରୁ ଜଣାପଡ଼ିଲା ଯେ ସମଗ୍ର ଭାରତବର୍ଷରେ ୩୨୫ଟି ଭାଷା, ୨୫ଟି ଲିପି ପ୍ରଚଳିତ ଅଛି ଏବଂ ଅଧିକାଂଶ ଲୋକ ନିଜ ଜନ୍ମସ୍ଥାନରେ ବାସ କରୁନାହାଁନ୍ତି । ସେମାନେ ମୂଳ ସମ୍ପ୍ରଦାୟଠାରୁ ଭିନ୍ନ ହୋଇ ଭାରତର ବିଭିନ୍ନ ଅଂଶରେ ନିଜ ବୃଦ୍ଧିକୁ ନେଇ ବସବାସ କରୁଛନ୍ତି ।

ବିବିଧତା ପ୍ରକୃତରେ ସୁନ୍ଦର ହୋଇଥିଲେ ମଧ୍ୟ ଏହାକୁ ବୁଝିବା ଏତେ ସହଜ ନୁହେଁ । ଏକ ଶତାବ୍ଦୀ ତଳେ ବ୍ରିଟିଶ ଐତିହାସିକ୍ ଭିନ୍ସେଣ୍ଟ ସ୍ମିଥ୍ ଆଶ୍ଚର୍ଯ୍ୟ ହୋଇଥିଲେ ।

ସମସ୍ତଙ୍କ ପାଇଁ ଖାଦ୍ୟ :
ସମଗ୍ର ଦେଶରେ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ଏହି ଖାଦ୍ୟ ସାଧାରଣତଃ ଚାଉଳ, ବାର୍ଲି, ଗହମ, ବାଜରା, ଜୁଆର, ମାଣ୍ଡିଆ ପରି ଶସ୍ୟରୁ ପ୍ରସ୍ତୁତ ହୋଇଥାଏ । ଏତଦ୍‌ବ୍ୟତୀତ ବିଭିନ୍ନ ପ୍ରକାରର ଡାଲି, ଚଣା ଆଦି ଖାଦ୍ୟସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ ହୁଏ ।

ଏସବୁକୁ ‘ମୁଖ୍ୟ ଶସ୍ୟ’ କୁହାଯାଏ । କାରଣ ଏହା ଅଧିକାଂଶ ଭାରତୀୟଙ୍କ ପାଇଁ ମୌଳିକ ଖାଦ୍ୟ ।

ସେହିଭଳି ହଳଦୀ, ଜିରା, ଅଳେଇଚ, ଅଦା ଭଳି କିଛି ସାଧାରଣ ମସଲା ମଧ୍ୟ ସାରା ଦେଶରେ ବ୍ୟବହୃତ ହୋଇଥାଏ । କିଛି ସାଧାରଣ ପନିପରିବା, ସାଧାରଣ ତେଲ ଇତ୍ୟାଦି ସହିତ ଆମେ ଏହି ମସଲା ତାଲିକା ଜାରି କରିପାରିବା ।

ବୟନ ଏବଂ ପୋଷାକ :
Class 6 Social Science Chapter 8 Notes Odia Medium ବିବିଧତା ମଧ୍ୟରେ ଏକତା, ବା ‘ଅନେକରେ ଏକ’-1
ଭାରତର ପ୍ରତ୍ୟେକ ଅଞ୍ଚଳ ଏବଂ ଗୋଷ୍ଠୀ ନିଜର ପୋଷାକ ଏବଂ ପୋଷାକ ପରିଧାନ ଶୈଳୀ ବିକଶିତ କରିଛନ୍ତି । ତଥାପି ଆମେ କିଛି ପାରମ୍ପରିକ ଭାରତୀୟ ପୋଷାକରେ ସମାନତା ଦେଖିବାକୁ ପାଇଥାଉ । ଏହାର ଏକ ସ୍ପଷ୍ଟ ଉଦାହରଣ ହେଉଛି ଶାଢ଼ି, ଯାହାକୁ ଭାରତର ଅଧିକାଂଶ ସ୍ଥାନରେ ସ୍ତ୍ରୀ ଲୋକମାନେ ପିନ୍ଧୁଥୁବାର ପ୍ରମାଣ ମିଳେ ।

ଅଧିକାଂଶ ଶାଢ଼ୀ କପା କିମ୍ବା ରେଶମ ସୂତାରେ ପ୍ରସ୍ତୁତ ହୁଏ କିନ୍ତୁ ଆଜିକାଲି ସିନ୍ଥେଟିକ୍ କପଡ଼ାରେ ଶାଢ଼ି ଅଧୂକ ସଂଖ୍ୟାରେ ଉପଲବ୍‌ଧ ହେଲାଣି । ବିଭିନ୍ନ କିସମର ଶାଢ଼ି ମଧ୍ୟରେ ବନାରସୀ, କାଞ୍ଜିବରମ୍, ପାଇଥାନୀ, ପାଟଣା ପୋଟେଲା, ମୁଗା କିମ୍ବା ମହୀଶୂର ଇତ୍ୟାଦି ପ୍ରସିଦ୍ଧି ଲାଭ କରିଛି ଯାହା ରେଶମ ଶାଢ଼ି ଅଟେ । ଆହୁରି ଅନେକ ପ୍ରକାର ସୂତା ଶାଢ଼ି ମଧ୍ୟ ରହିଛି ।

ବିଭିନ୍ନ ସ୍ଥାନର ପ୍ରସିଦ୍ଧ ଶାଢ଼ୀର ନାମ – (୧) ସମ୍ବଲପୁରୀ (୨) ବ୍ରହ୍ମପୁରୀ (୩) ବମକେଇ ପାଟ (୪) ମିରଗାନ୍ ଶାଢ଼ି (କୋଟପାଡ଼) (୫) ପଟ୍ଟଚିତ୍ର ଶାଢ଼ୀ (ରଘୁରାଜପୁର) (୬) ମାଣିଆବନ୍ଧ ପାଟ ।
Class 6 Social Science Chapter 8 Notes Odia Medium ବିବିଧତା ମଧ୍ୟରେ ଏକତା, ବା ‘ଅନେକରେ ଏକ’-2
ଶାଢ଼ି ବିଭିନ୍ନ ପ୍ରକାରର ହୋଇଥାଏ । ସେଗୁଡ଼ିକ ବୁଣିବା ଚିତ୍ର ୮.୩ : ରଙ୍ଗୀନ ପାରମ୍ପରିକ ଭାରତୀୟ ବସ୍ତ୍ରର କିଛି ନମୁନା ଏବଂ ବିଭିନ୍ନ ଡିଜାଇନ୍ କରି ପିନ୍ଧିବା ପାଇଁ ପ୍ରସ୍ତୁତ କରାଯାଏ । କିଛି ଡିଜାଇନ୍ କପଡ଼ାର ଅଂଶ ହୋଇଥିଲାବେଳେ ଆଉ କିଛି କପଡ଼ା ବୁଣିଲାପରେ ଚିତ୍ର ଆକାରରେ ଛପା ଯାଇଥାଏ । ଶାଢ଼ିଗୁଡ଼ିକର ରଙ୍ଗରେ ମଧ୍ୟ ଭିନ୍ନତା ରହିଛି, ଯାହା ଅନେକ ପ୍ରକାର ରଙ୍ଗରୁ ଉତ୍ପାଦିତ ହୁଏ ।

Class 6 Social Science Chapter 8 Notes Odia Medium ବିବିଧତା ମଧ୍ୟରେ ଏକତା, ବା ‘ଅନେକରେ ଏକ’

ଶାଢ଼ିର ଏକ ଲମ୍ବା ଇତିହାସ ରହିଛି । ବୈଶାଳୀ (ବର୍ତ୍ତମାନ ବିହାର)ର ଏହି ପଥର କାର୍ଯ୍ୟ ବା ରିଲିଫ ଖ୍ରୀଷ୍ଟପୂର୍ବ କିଛି ଶତାବ୍ଦୀ ପୁରୁଣା ଅଟେ ।

ଦୀର୍ଘଦିନ ଧରି ଭାରତ ବିଶ୍ଵରେ ସବୁଠାରୁ ଭଲ କପା ଉତ୍ପାଦନ କରୁଥିଲା ଏବଂ ଭାରତୀୟ ବସ୍ତ୍ର ୟୁରୋପ ପର୍ଯ୍ୟନ୍ତ ରପ୍ତାନି କରାଯାଉଥିଲା । ସପ୍ତଦଶ ଶତାବ୍ଦୀର ୟୁରୋପରେ ଛିଟ ଲୁଗା (Chintz) ନାମକ ଏକ ପ୍ରକାର ସୁନ୍ଦର ଚିତ୍ର ଥବା କପଡ଼ା ଏତେ ଲୋକପ୍ରିୟ ହୋଇଥିଲା ଯେ କିଛି ୟୁରୋପୀୟ ପୋଷାକର ବିକ୍ରି ଦ୍ରୁତ ଗତିରେ ହ୍ରାସ ପାଇଥିଲା । ଶେଷରେ ନିଜ ଉତ୍ପାଦକୁ ସୁରକ୍ଷିତ ରଖୁବାପାଇଁ ଇଂଲଣ୍ଡ ଓ ଫ୍ରାନ୍ସ ଭାରତରୁ ଛିଟ ଲୁଗା (Chintz) ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ ।
Class 6 Social Science Chapter 8 Notes Odia Medium ବିବିଧତା ମଧ୍ୟରେ ଏକତା, ବା ‘ଅନେକରେ ଏକ’-3

ବିଭିନ୍ନ ପ୍ରକାର ପର୍ବପର୍ବାଣି :
ଭାରତରେ ବିଭିନ୍ନ ପ୍ରକାରର ପର୍ବପର୍ବାଣି ପାଳିତ ହୁଏ । ନିମ୍ନୋକ୍ତ ଚିତ୍ରରୁ ଏହା ସ୍ପଷ୍ଟ ଭାବରେ ବୁଝିହୁଏ ।
Class 6 Social Science Chapter 8 Notes Odia Medium ବିବିଧତା ମଧ୍ୟରେ ଏକତା, ବା ‘ଅନେକରେ ଏକ’-4
ସାଧାରଣ ଭାବରେ ସମଗ୍ର ଦେଶରେ ପାଳନ ହେଉଥ‌ିବା ଏକ କୃଷିଭିତ୍ତିକ ପର୍ବ ହେଉଛି ମକର ସଂକ୍ରାନ୍ତି । କିନ୍ତୁ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଏହାର ନାମ ଅଲଗା ଅଲଗା ଥାଏ । ଏହା ବିଶେଷତଃ ପ୍ରତି ବର୍ଷ ଜାନୁୟାରୀ ୧୪ ତାରିଖରେ ପଡ଼େ ଏବଂ ଏହା ଶସ୍ୟ ଅମଳ ଋତୁର ଆରମ୍ଭକୁ ସୂଚିତ କରେ ।

ଅକ୍ଟୋବର, ନଭେମ୍ବର ମାସରେ ଅନେକ ପର୍ବ ପାଳନ କରାଯାଏ । ସେଗୁଡ଼ିକ ମଧ୍ୟରେ ଗଣେଶ ଚତୁର୍ଥୀ, ଦଶହରା, ଦୀପାବଳୀ ଇତ୍ୟାଦି ପ୍ରଧାନ ।

ମକର ସଂକ୍ରାନ୍ତି ପର୍ବ ତାମିଲନାଡୁରେ ପୋଙ୍ଗଲ, ଆସାମରେ ବିହୁ, ପଞ୍ଜାବରେ ଲୋହରୀ, ଗୁଜରାଟରେ ଉତ୍ତରାୟନ ପର୍ବ ଭାବରେ ପାଳନ କରାଯାଏ ।

ମହାକାବ୍ୟର ପ୍ରସାର :
ସାହିତ୍ୟ ହେଉଛି ବିବିଧତା ମଧ୍ୟରେ ଏକତାର ଏକ ମୁଖ୍ୟ ଅଂଶ, ଭାରତୀୟ ସାହିତ୍ୟରେ ବହୁଳ ବିବିଧତା ଦେଖାଯାଏ ।

ପଞ୍ଚତନ୍ତ୍ର ହେଉଛି ବିଭିନ୍ନ ପ୍ରକାରର ମଜାଦାୟକ ଗଳ୍ପ, ଯେଉଁଥିରେ ପଶୁମାନଙ୍କୁ ମୁଖ୍ୟ ଚରିତ୍ର ରୂପେ ବର୍ଣ୍ଣନା କରାଯାଇଥାଏ । ଏହି ଗଳ୍ପଗୁଡ଼ିକ ଆବଶ୍ୟକୀୟ ଜୀବନ ଦକ୍ଷତା ଏବଂ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଇଥାଏ । ପଞ୍ଚତନ୍ତ୍ରର ପାଖାପାଖୁ ୨୦୦ଟି ରୂପାନ୍ତର ୫୦ରୁ ଅଧିକ ଭାଷାରେ ଅଛି ।

ରାମାୟଣ, ମହାଭାରତ – ଏହି ଦୁଇଟି ମହାକାବ୍ୟ ଭାରତୀୟ ସାହିତ୍ୟର ମୁଖ୍ୟ ଆଧାର ସ୍ୱରୂପ । ଏହି ଦୁଇଟି ମହାକାବ୍ୟକୁ ଭାରତର ବିଭିନ୍ନ ଭାଷାରେ ଅନୁବାଦ କରାଯାଇଛି । ସାଧାରଣ ନିରକ୍ଷର ଲୋକେ ବି ଏହାକୁ ଶୁଣି ଏବଂ ବୁଝି ବିଭିନ୍ନ ପ୍ରସଙ୍ଗରେ ଉତ୍‌ପନ କରି ଜୀବନ ଦର୍ଶନର ମାର୍ଗ ଦର୍ଶାଇଥା’ନ୍ତି ।

ଏହି ଦୁଇଟି ସଂସ୍କୃତ ମହାକାବ୍ୟର ମୂଳ ସଂସ୍କୃରଣ ପ୍ରାୟତଃ ୭୦୦୦ ପୃଷ୍ଠା ବିଶିଷ୍ଟ ଅଟେ, ଯେଉଁଥରେ କି ଏହି ମହାକାବ୍ୟର ନାୟକ ଧର୍ମ ସଂସ୍ଥାପନ ପାଇଁ ତଥା ପାପ ବିନାଶନ ପାଇଁ ଯୁଦ୍ଧ କରିଥିଲେ । ମହାଭାରତରେ ପାଣ୍ଡବମାନେ, ଶ୍ରୀକୃଷ୍ଣଙ୍କ ସାହାଯ୍ୟରେ ନିଜ ସମ୍ପର୍କୀୟ ଭାଇ କୌରବମାନଙ୍କ ସହିତ, ସେମାନେ ହରାଇଥୁବା ତାଙ୍କ ପ୍ରାପ୍ୟ ରାଜ୍ୟ ପାଇଁ ଯୁଦ୍ଧ କରିଥିଲେ । ରାମାୟଣରେ ପ୍ରଭୁ ଶ୍ରୀରାମ ତାଙ୍କ ଭାଇ ଲକ୍ଷ୍ମଣ ଓ ପରମଭକ୍ତ ହନୁମାନ ସହାୟତାରେ, ପନ୍ଥୀ ସୀତାଙ୍କୁ ଅପହରଣ କରିଥିବା ରାକ୍ଷସ ରାବଣକୁ ଯୁଦ୍ଧରେ ପରାସ୍ତ ଓ ନିହତ କରିଥିଲେ ।

ଉପରୋକ୍ତ କାହାଣୀଗୁଡ଼ିକରେ ଅନେକ ଛୋଟ ଛୋଟ କାହାଣୀ ରହିଛି ଯାହା ମାନବିକ ମୂଲ୍ୟବୋଧ ଉପରେ ଆଧାରିତ ହୋଇଥାଏ । ଭାରତୀୟ ସଂସ୍କୃତି ବିବିଧତାକୁ ଗ୍ରହଣ କରି ଦେଶର ଏକତ୍ଵ ପ୍ରତିଷ୍ଠା ଦିଗରେ ଏକ ସନ୍ତୁଳନ ସୃଷ୍ଟି କରିଛି ।

ମହାକାବ୍ୟ (Epic) : ସାଧାରଣତଃ ନାୟକ ଏବଂ ଅତୀତର ଅନ୍ୟ ମହାନ୍ ବ୍ୟକ୍ତିତ୍ୱଙ୍କ ଦୁଃସାହସିକ କାହାଣୀ ବର୍ଣ୍ଣନା କରୁଥିବା ଏକ ଲମ୍ବା କବିତା ।

କାଶ୍ମୀର ସମେତ ଭାରତର ଉତ୍ତର – ପୂର୍ବ ଏବଂ ହିମାଳୟ ଅଞ୍ଚଳର ଅଧିକାଂଶ ଜନଜାତି ଙ୍କର ଏ ଦୁଇ ମହାକାବ୍ୟ ମଧ୍ୟରୁ ଗୋଟିଏ କିମ୍ବା ଅନ୍ୟଟି କିମ୍ବା ଉଭୟର ନିଜସ୍ଵ ସଂସ୍କରଣ ରହିଛି । ଏହି ଜନଜାତି ସଂସ୍କ ର ଣ ରୁ ଡ଼ି କ ମୌଖ୍ୟକ ଭାବରେ ପ୍ରଚାରିତ ଏବଂ କିମ୍ବଦନ୍ତୀ ଅନୁସାରେ ରାମାୟଣ ମ ହା। ଭାର ତ ର ନ । ୟ କ ମା ନେ (ସାଧାରଣତଃ ପଞ୍ଚ-ପାଣ୍ଡବଙ୍କ ମଧ୍ୟରୁ ଯେକୌଣସି ପାଣ୍ଡ ବ କି ମ୍ବା ସେମାନଙ୍କର ପତ୍ନୀ ଦ୍ରୌପଦୀ ସହିତ ସେମାନଙ୍କର ସମ୍ପର୍କୀୟ ଭାଇ ତଥା ଶତ୍ରୁ ଦୁର୍ଯ୍ୟୋଧନ ) କି ପରି ଜନ ଜାତି ମାନଙ୍କର ଅଞ୍ଚଳ ଗୁ ଡ଼ି କ ପରିଦର୍ଶନ କରିଥିଲେ ତାହା ବର୍ଣ୍ଣନା କରେ ।
Class 6 Social Science Chapter 8 Notes Odia Medium ବିବିଧତା ମଧ୍ୟରେ ଏକତା, ବା ‘ଅନେକରେ ଏକ’-5
ନୃତତ୍ତ୍ୱବିତ୍ ଜେ.ଏସ୍.ସିଂହ ‘ପିପୁଲ ଅଫ୍ ଇଣ୍ଡି ଆ’ ପ୍ର କ ଳ୍ପ ର ନିର୍ଦ୍ଦେଶ ନ। ଦେଇଥିଲେ । ସେ ମହାଭାରତ କ୍ଷେତ୍ରରେ ଅନୁଧ୍ୟାନ ପୂର୍ବକ କହିଥିଲେ, ଲୋକକଥା ଅନୁସାରେ ଦେଶରେ ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ପାଣ୍ଡବଙ୍କ ଭଳି ବୀରମାନେ ପରିଦର୍ଶନ କରିନାହାନ୍ତି । ରାମାୟଣ ବିଷୟରେ ମଧ୍ୟ ସମାନ କଥା କୁହାଯାଇପାରେ ।

Class 6 Social Science Chapter 8 Notes Odia Medium ବିବିଧତା ମଧ୍ୟରେ ଏକତା, ବା ‘ଅନେକରେ ଏକ’

ବିଷୟ ସାରାଂଶ

  • ଭାରତ ଏହାର ପ୍ରାକୃତିକ ଦୃଶ୍ୟ, ଲୋକ, ଭାଷା, ପୋଷାକ, ଖାଦ୍ୟ, ପର୍ବପର୍ବାଣୀ ଏବଂ ରୀତିନୀତିରେ ବିବିଧତା ପ୍ରଦାନ କରେ ।
  • ବିବିଧତା ଅନେକ କ୍ଷେତ୍ରରେ ସହଜରେ ଅନୁଭବ କରାଯାଏ, କିନ୍ତୁ ଏଥ‌ିରେ ଅନ୍ତର୍ନିହିତ ଏକତା ମଧ୍ୟ ରହିଛି ।
  • ଭାରତର ଏକତା ବିବିଧତାକୁ ପାଳନ କରେ କାରଣ ବିବିଧତା ବିଭାଜନ କରେ ନାହିଁ – ଏହା ସମୃଦ୍ଧ କରେ ।

Class 6 Social Science Chapter 7 Notes Odia Medium ଭାରତର ସାଂସ୍କୃତିକ ଆଧାର

Go through BSE Odisha Class 6 Social Science Notes Odia Medium Chapter 7 ଭାରତର ସାଂସ୍କୃତିକ ଆଧାର to understand important topics more clearly.

6th Class Social Science Chapter 7 Notes Odia Medium

BSE Odisha Class 6 Social Science Chapter 7 Notes Odia Medium

ଭାଗ ସମ୍ପର୍କରେ
ଭାରତର ଏକ ସମୃଦ୍ଧ ଓ ପ୍ରାଚୀନ ସଂସ୍କୃତି ରହିଛି ବୋଲି କୁହାଯାଇଛି । ଏହାର ବୈଶିଷ୍ଟ୍ୟ, ମାର୍ଗଦର୍ଶକ ନୀତି ଏବଂ ଭାରତ ଇତିହାସରେ ଏହା କିପରି ପ୍ରକାଶ ପାଇଛି ଏବଂ ଏହା କିପରି ଆମକୁ ଆମ ସମୟର ସମସ୍ୟାର ମୁକାବିଲା କରିବାରେ ସାହାଯ୍ୟ କରିଛି ତାହା ଏହି ଭାଗରେ ଦର୍ଶାଯାଇଛି ।

ଏହି ପ୍ରଶ୍ନଗୁଡ଼ିକୁ ଅନ୍ଵେଷଣ କରିବା ଏହି ବିଷୟବସ୍ତୁର ଉଦ୍ଦେଶ୍ୟ ଯାହାଦ୍ଵାରା ପ୍ରତ୍ୟେକ ଛାତ୍ର ଆମ ସଭ୍ୟତାର କିଛି ସାଂସ୍କୃତି ଭିତ୍ତିଭୂମିକୁ ବୁଝିବା ସହିତ ଏହାର ମୂଲ୍ୟକୁ ପ୍ରଶଂସା କରିପାରିବେ ।

ଭାରତର ସାଂସ୍କୃତିକ ଆଧାର
‘ଜ୍ଞାନ ହେଉଛି ପ୍ରକୃତ ସମ୍ପଭି ଓ ସବୁଠାରୁ ବଡ଼ ଧନ ଯାହା ଚୋରି ହୋଇପାରିବ ନାହିଁ, ଯାହାକୁ ଶାସକମାନେ ବାଜ୍ୟାପ୍ତି କରିପାରିବେ ନାହିଁ, …. ଯାହା ଏକ ବୋଝ ନୁହେଁ କାରଣ ଏହାର କୌଣସି ଓଜନ ନାହିଁ, ଯାହାକୁ ବ୍ୟବହାର କରାଯାଉଥିଲେ ମଧ୍ୟ ଏହା ସର୍ବଦା ବୃଦ୍ଧି ପାଏ ।”
ଶୁଭାଷିତ (ନୀତି ଶତକ)

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ଭାରତୀୟ ସଂସ୍କୃତି ଅନେକ ସହସ୍ରାବ୍ଦର ପୁରୁଣା ଅଟେ । ଏହାର ଭିନ୍ନ ଭିନ୍ନ ରୂପ ଥିଲେ ମଧ୍ୟ ଏହା ଏକତ୍ରିତ ଅଟେ ।

ଭାରତୀୟ ସଂସ୍କୃତିର କଳା, ସାହିତ୍ୟ, ବିଜ୍ଞାନ, ଦର୍ଶନ, ଚିକିତ୍ସା ଓ ଔଷଧ, ଧର୍ମ, ଶାସନ କଳା, ଯୁଦ୍ଧକଳା ଇତ୍ୟାଦି ଅନେକ ବିଷୟରେ ଶାଖା ରହିଛି । ଏଠାରେ ଦର୍ଶନ କହିଲେ ଆମେ ଆଧ୍ୟାତ୍ମିକ ସନ୍ଧାନୀ ଗୋଷ୍ଠୀଙ୍କୁ ବୁଝାଏ ଯେଉଁମାନେ ମାନବ ଜୀବନ ତଥା ଜଗତ ଇତ୍ୟାଦି ବିଷୟରେ ଚିନ୍ତା କରିଥାନ୍ତି ।
Class 6 Social Science Chapter 7 Notes Odia Medium ଭାରତର ସାଂସ୍କୃତିକ ଆଧାର-1
ଅନେକ ପ୍ରକୃତତ୍ତ୍ୱବିତ୍ ଏବଂ ପଣ୍ଡିତ ଦର୍ଶାଇଛନ୍ତି ଯେ ଭାରତର କିଛି ସାଂସ୍କୃତିକ ମତ ମୂଳ ସିନ୍ଧୁ କିମ୍ବା ହରପ୍ପା କିମ୍ବା ସିନ୍ଧୁ–ସରସ୍ଵତୀ ସଭ୍ୟତା ଉପରେ ପର୍ଯ୍ୟବସିତ ।

ବେଦ ଓ ବୈଦିକ ସଂସ୍କୃତି : (କ) ବେଦ କ’ଣ ?
ସଂସ୍କୃତ ଶବ୍ଦ ‘ବିଦ୍’ରୁ ‘ବେଦ’ ଶବ୍ଦର ସୃଷ୍ଟି ହୋଇଅଛି । ବେଦର ଅର୍ଥ ହେଉଛି ଜ୍ଞାନ । ବେଦ ଚାରିପ୍ରକାରର ଅଟେ, ଯଥା ଋଗ୍‌ଵେଦ, ସାମ୍ବବେଦ, ଯଜୁର୍ବେଦ ଏବଂ ଅଥର୍ବ ବେଦ । ଋଗ୍‌ଵେଦ ବିଶ୍ଵର ସବୁଠାରୁ ପ୍ରାଚୀନ ଗ୍ରନ୍ଥ ଅଟେ ।

ବେଦର ଅନ୍ୟନାମ ଶ୍ରୁତି ଅଟେ । ଏଥୁରେ ହଜାର ହଜାର ମନ୍ତ୍ର ରହିଛି, ଯାହାକି ଗୀତ ଆକାରରେ ଗାନ କରାଯାଏ । ବିଶେଷଜ୍ଞମାନଙ୍କ ମତରେ ଖ୍ରୀ.ପୂ. ୫ମରୁ ୨ୟ ସହସ୍ରାବ୍ଦ ମଧ୍ୟରେ ଏହି ବେଦର ରଚନା ହୋଇଥିଲା ।

୨୦୦୮ ମସିହାରେ ୟୁନେସ୍କୋ ବୈଦିକ ଉଚ୍ଚାରଣକୁ ମାନବିକତାର ମୌଖକ ଏବଂ ଅସ୍ପୃଶ୍ୟ ଐତିହ୍ୟର ଏକ ଶ୍ରେଷ୍ଠକୃତି ଭାବରେ ସ୍ଵୀକୃତି ଦେଇଥିଲା ।

ବୈଦିକ ମନ୍ତ୍ରଗୁଡ଼ିକ ଋଷି ଏବଂ ଋଷିକାଙ୍କଦ୍ଵାରା ସଂସ୍କୃତ ଭାଷାରେ ରଚିତ ହୋଇଥିଲା । ଏଥ‌ିରେ ଇନ୍ଦ୍ର, ଅଗ୍ନି, ବରୁଣ, ମିତ୍ର, ସରସ୍ଵତୀ ଆଦି ଅନେକ ଦେବତାଙ୍କୁ କବିତାତ୍ମକ ରୂପରେ ସମ୍ବୋଧୂ କରାଯାଇଛି ।

ପ୍ରାରମ୍ଭିକ ଋଷି ଓ ଋଷିକାମାନେ ସେହି ଦେବଦେବୀମାନଙ୍କୁ ଅଲଗା ଭାବରେ ନୁହେଁ ବରଂ ଏକ ଭାବରେ ଦେଖୁଥିଲେ । ଏକ ପ୍ରସିଦ୍ଧ ମନ୍ତ୍ରରେ ଦର୍ଶାଯାଇଛି – ‘ଏବଂ ସତ୍ ବିପ୍ରା ବହୁଧା ବଦନ୍ତି ।’’ ଅର୍ଥାତ୍ ପରମ ସଭା (ପରମ ବାସ୍ତବତା) ଗୋଟିଏ କିନ୍ତୁ ଋଷିମାନେ ଏହାକୁ ଅନେକ ନାମ ଦିଅନ୍ତି ।

ଋକ୍‌ବେଦର ଶେଷ ମନ୍ତ୍ର (ପଦ) ମଧ୍ୟ ଲୋକମାନଙ୍କ ମଧ୍ୟରେ ଏକତା ପାଇଁ ଆହ୍ଵାନ ଦେଇଥାଏ ।
“ଏକତ୍ରିତ ହୁଅ, ଏକତ୍ରିତ କଥା ହୁଅ, ତୁମର ମନ ଏକ ହେଉ, ତୁମର ଚିନ୍ତାଧାରା ଏକ ହେଉ …. ଏକଜୁଟ ହେବା ତୁମର ଉଦ୍ଦେଶ୍ୟ ହେଉ, ତୁମର ହୃଦୟକୁ ଏକଜୁଟ କର…. ତୁମର ଚିନ୍ତାଧାରା ଏକ ହେଉ, ସମସ୍ତେ ସହମତି ହୁଅ ।’’

ଆଧ୍ୟାମିକ (Spiritual) – ଆତ୍ମା ସହିତ ସମ୍ବନ୍ଧିତ (ସଂସ୍କୃତ ଏବଂ ଅନେକ ଭାରତୀୟ ଭାଷାରେ ଆତ୍ମନ୍) ଆଧ୍ୟାତ୍ମିକତା ହେଉଛି ଆମର ବର୍ତ୍ତମାନର ବ୍ୟକ୍ତିତ୍ଵ ବାହାରେ ଏକ ଗଭୀର କିମ୍ବା ଉଚ୍ଚ ଦିଗର ଅନୁସନ୍ଧାନ ।

ସାଧକ (Seeker) – ଯିଏ ଏ ଦୁନିଆର ସତ୍ୟକୁ ଖୋଜୁଛି । ସେ ଜଣେ ଋଷି, ସାଧୁ, ଯୋଗୀ, ଦାର୍ଶନିକ ଇତ୍ୟାଦି ହୋଇପାରନ୍ତି ।

ୟୁନେସ୍କୋ (UNESCO) – ୟୁନେସ୍କୋର ଅର୍ଥ ହେଉଛି ମିଳିତ ଜାତିସଂଘ ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଙ୍ଗଠନ । ଏହା ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଙ୍ଗଠନ । ଏହା ଶିକ୍ଷା, ବିଜ୍ଞାନ ଏବଂ ସଂସ୍କୃତି ମାଧ୍ୟମରେ ଲୋକ ଏବଂ ରାଷ୍ଟ୍ର ମଧ୍ୟରେ ବାର୍ତ୍ତାଳାପକୁ ପ୍ରୋତ୍ସାହିତ କରେ ।

ବ୍ରହ୍ମାଣ୍ଡ (Cosmos) – ସଂସାର ବା ବ୍ରହ୍ମାଣ୍ଡ ଏକ ଶୃଙ୍ଖଳିତ ଏବଂ ସୌହାର୍ଘ୍ୟପୂର୍ଣ୍ଣ ବ୍ୟବସ୍ଥା ଭାବରେ ସ୍ୱୀକୃତ ।

ବିଶ୍ଵଦର୍ଶନ (Worldview) – ପୃଥ‌ିବୀ, ଏହାର ଉତ୍ପତ୍ତି, କିମ୍ବା ଏହାର କାର୍ଯ୍ୟକଳାପ ବିଷୟରେ ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣ ।

(ଖ) ବୈଦିକ ସମାଜ :
ପ୍ରାରମ୍ଭିକ ବୈଦିକ ସମାଜ ବିଭିନ୍ନ ‘ଜନ’ ବା ‘ବଂଶ’ରେ ଅର୍ଥାତ୍ ବୃହତ୍ତର ଜନଗୋଷ୍ଠୀରେ ସଙ୍ଗଠିତ ହୋଇଥିଲା ।

କେବଳ ଋକ୍ ବେଦରେ ଏଭଳି ୩୦ରୁ ଅଧିକ ‘ଜନ’ଙ୍କୁ ତାଲିକାଭୁକ୍ତ କରାଯାଇଛି । ଉଦାହରଣ ସ୍ଵରୂପ- ଭରତ, ପୁରୁଷ କୁରୁ, ଯଦୁ, ତୁର୍ବସସ୍ ପ୍ରମୁଖ । ପ୍ରତ୍ୟେକ ବଂଶ ଉପମହାଦେଶର ଉତ୍ତର-ପଶ୍ଚିମ ଭାଗର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ସହିତ ଜଡ଼ିତ ଥିଲେ ।
Class 6 Social Science Chapter 7 Notes Odia Medium ଭାରତର ସାଂସ୍କୃତିକ ଆଧାର-2
ଏହି ଜନମାନେ ସେମାନଙ୍କ ସମାଜକୁ କିପରି ଶାସନ କରୁଥିଲେ ସେ ବିଷୟରେ ଅଧ‌ିକ କିଛି ଜଣାନାହିଁ । ବେଦରେ ଆମକୁ କେବଳ ରାଜା (ରାଜା ବା ଶାସକ), ସଭା ଓ ସମିତି ଭଳି ଶବ୍ଦ ମାଧ୍ୟମରେ କିଛି ସୂତ୍ର ମିଳେ, ଯାହା ଉଭୟ ସାମୂହିକ ସମାବେଶକୁ ସୂଚାଇଥାଏ ।

ବୈଦିକ ଗ୍ରନ୍ଥରେ ଅନେକ ବୃତ୍ତି ବିଷୟରେ ଉଲ୍ଲେଖ ଅଛି, ଯେପରିକି କୃଷିବିତ୍, ବୁଣାକାର, କୁମ୍ଭାର, ନିର୍ମାତା, ବଢ଼େଇ, ବୈଦ, ନୃତ୍ୟଶିଳ୍ପୀ, ବାରିକ, ପୂଜକ ଇତ୍ୟାଦି ।

ବୈଦ (Healer) – ଯିଏ ରୋଗରୁ ମୁକ୍ତି କିମ୍ବା ଉପଶମ ପାଇଁ ପାରମ୍ପରିକ ଉପଚାର ବ୍ୟବହାର କରୁଥିବା ବ୍ୟକ୍ତି ।

(ଗ) ବୈଦିକ ଚିନ୍ତାଧାରା :
ବୈଦିକ ସଂସ୍କୃତିରେ ବ୍ୟକ୍ତିଗତ କିମ୍ବା ସାମୂହିକ ଲାଭ ଏବଂ କଲ୍ୟାଣ ପାଇଁ ବିଭିନ୍ନ ଦେବତାଙ୍କ ପାଇଁ ଉଦ୍ଦିଷ୍ଟ ଅନେକ ରୀତିନୀତି ‘ଯଜ୍ଞ’ ଆଦି ବିକଶିତ ହୋଇଥିଲା । ଦୈନନ୍ଦିନ ରୀତିନୀତି ସାଧାରଣତଃ ଅଗ୍ନି ସହ ଜଡ଼ିତ ଦେବତା ଅଗ୍ନିଙ୍କୁ ପ୍ରାର୍ଥନା ଓ ଅର୍ପଣ ଆକାରରେ ହେଉଥୁଲା ଯାହାକି ସମୟକ୍ରମେ ଅଧିକରୁ ଅଧିକ ଜଟିଳ ହୋଇଗଲା ।

ବୈଦିକ ଧାରଣା ଉପରେ ରଚିତ ‘ଉପନିଷଦ’ ନାମକ ଏକ ଗ୍ରନ୍ଥ ମଣିଷର ପୁନର୍ଜନ୍ମ ଏବଂ କର୍ମ ଘେନି ଫଳ ଉପରେ ସୂଚନା ଦେଇଥାଏ । ଉପନିଷଦ ମଧ୍ଯ ଆତ୍ମାର ଧାରଣା ସମ୍ବନ୍ଧରେ ପ୍ରଚାର କରିଥାଏ । ଏହା ସମସ୍ତଙ୍କୁ ରୋଗ ଏବଂ ଦୁଃଖରୁ ମୁକ୍ତ ହେବାପାଇଁ କାମନା କରିଥାଏ ।

ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାବ୍ଦର ପ୍ରାରମ୍ଭରେ ବେଦରୁ ଆହୁରି ଅନେକ ଚିନ୍ତାଧାରା ସୃଷ୍ଟି ହୋଇଥିଲା । ସେଥୁମଧ୍ୟରୁ ଗୋଟିଏ ଥିଲା ଯୋଗ, ଯାହା ବ୍ୟକ୍ତିର ଚେତନାରେ ବ୍ରହ୍ମର ଅନୁଭବ ହାସଲ କରିବା ଉଦ୍ଦେଶ୍ୟରେ ବିକଶିତ ହୋଇଥିଲା । ଏହି ଚିନ୍ତାଧାରାଗୁଡ଼ିକ ସନାତନ ଧର୍ମର ମୂଳଭିଭି, ଯାହାକୁ ଆମେ ହିନ୍ଦୁଧର୍ମ ବୋଲି ଗ୍ରହଣ କରିନେଇଛୁ ।

ଚେତନା (Consciousness) – ସଚେତନ ହେବାର ଗୁଣ ବା ଅବସ୍ଥା, ଉଦାହରଣ ସ୍ୱରୂପ ନିଜ ଭିତରେ ଥିବା ସ୍ଵୟଂ ସମ୍ପର୍କରେ ଅବଗତ ହେବା ।

ଉପନିଷଦର କାହାଣୀ : ଶ୍ଵେତକେତୁ ଏବଂ ବାସ୍ତବତାର ବୀଜ (ଛାନ୍ଦୋଗ୍ୟ ଉପନିଷଦ)
ଋଷି ଉଦ୍ଦାଳକ ଆରୁଣି ବେଦ, ଶିଖୁବା ପାଇଁ ତାଙ୍କ ପୁତ୍ର ଶ୍ୱେତକେତୁଙ୍କୁ ଏକ ଗୁରୁକୁଳକୁ ପଠାଇଥିଲେ । ୧୨ ବର୍ଷ ପରେ ଯେତେବେଳେ ଶ୍ଵେତକେତୁ ଫେରିଲେ, ତାଙ୍କ ପିତା ଅନୁଭବ କଲେ ଯେ, ସେ ତାଙ୍କ ଶିକ୍ଷାକୁ ନେଇ ବହୁତ ଗର୍ବିତ ହୋଇଯାଇଛନ୍ତି । ତେଣୁ ଉଦ୍ଦାଳକ ତାଙ୍କୁ ବ୍ରହ୍ମଙ୍କ ପ୍ରକୃତି ଉପରେ ପ୍ରଶ୍ନ ପଚାରି ପରୀକ୍ଷା କରିଥିଲେ, ଯାହାର ଉତ୍ତର ଶ୍ଵେତକେତୁ ଦେଇପାରି ନଥିଲେ ।

ଉଦ୍ଦାଳକ ବର୍ଣ୍ଣନା କରିବାକୁ ଲାଗିଲେ ଯେ, ବ୍ରହ୍ମ ଅଦୃଶ୍ୟ ଯେମିତି ବରଫଳର ମଞ୍ଜିକୁ ଯଦି ଖୋଲିବା ତାହା ଶୂନ୍ଯ ରହିଛି କିମ୍ବା ଯେମିତି ଗୋଟିଏ ମାଟିର ଭିନ୍ନ ଭିନ୍ନ ପାତ୍ର ହୋଇଥିଲେ ମଧ୍ୟ ସବୁସ୍ଥାନରେ କିପରି ଅଛନ୍ତି, ଲାଗେ, କିନ୍ତୁ ତା’ ମଧ୍ୟରେ ବିଷ୍ୟତର ବରଗଛ ତିଆରି କରାଯାଇପାରିବ ।

ସେହିଭଳି ଆମ ଆଖପାଖରେ ଥ‌ିବା ସବୁ କିଛି ସେହି ସମାନ ତତ୍ତ୍ଵରୁ ଉଭା ହୋଇଛି, ତାହା ହିଁ ବ୍ରହ୍ମ । ସେ ଏହି ଶବ୍ଦଗୁଡ଼ିକ ମାଧ୍ୟମରେ ତାଙ୍କର ଶିକ୍ଷା ଶେଷ କରିଥିଲେ, ‘ସବୁକିଛି ଏହି ସୂକ୍ଷ୍ମ ବ୍ରହ୍ମ ତତ୍ତ୍ଵରେ ଗଠିତ ।…. ତୁମେ ମଧ୍ୟ, ଶ୍ଵେତକେତୁ ।’’

ନଚିକେତା ଏବଂ ତାଙ୍କର ଅନୁସନ୍ଧାନ (କଥୋପନିଷଦ)
ଥରେ ଜଣେ ବ୍ୟକ୍ତି ନିଜର ସମସ୍ତ ସମ୍ପତ୍ତି ଏକ ଯଜ୍ଞରେ ଦାନ ଦେଉଥିଲେ । ଯେତେବେଳେ ତାଙ୍କ ପୁତ୍ର ନଚିକେତା ତାଙ୍କୁ ପଚାରିଲେ ଯେ, ସେ ତାଙ୍କୁ କେଉଁ ଭଗବାନଙ୍କୁ ଅର୍ପଣ କରିବେ ? ପିତା କ୍ରୋଧୃତ ହୋଇ ଉତ୍ତର ଦେଲେ, ‘ମୁଁ ତମୁକୁ ଯମକୁ ଦେବି’’ – ଅର୍ଥାତ୍ ମୃତ୍ୟୁର ଦେବତାଙ୍କୁ ।

ତା’ପରେ ନଚିକେତା ଯମଙ୍କ ଦୁନିଆକୁ ଗଲେ ଏବଂ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶକ୍ତିଶାଳୀ ଯମ ଦେବତାଙ୍କୁ ଭେଟିଲେ । ତାଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା – ‘ଦେହର ମୃତ୍ୟୁ ପରେ କ’ଣ ହୁଏ ?’’

ଯମ ଉତ୍ତର ନଦେଇ, ଟାଲିବାକୁ ଚେଷ୍ଟା କଲେ, କିନ୍ତୁ ବାଳକଟି ଅଟଳ ରହିଲା । ପ୍ରସନ୍ନ ହୋଇ ଯମ ବୁଝାଇଲେ ଯେ, ଆତ୍ମା ସବୁ ଜୀବଙ୍କ ଭିତରେ ଗୁପ୍ତରେ ରହିଥାଏ । ଏହା ଜନ୍ମ ହୁଏ ନାହିଁ, ନା ମରିଥାଏ । ଏହା ଅମର ଅଟେ । ଏହି ଗଭୀର ଜ୍ଞାନ ହାସଲ କରିବା ପରେ ନଚିକେତା ତାଙ୍କ ପିତାଙ୍କ ପାଖକୁ ଫେରିଆସିଲେ, ଯିଏ ତାଙ୍କୁ ଖୁସିରେ ସ୍ଵାଗତ କରିଥିଲେ ।

ଗାର୍ଗୀ ଏବଂ ଯାଜ୍ଞବଲ୍ୟ ସମ୍ବାଦ (ବୃହଦାରଣ୍ୟକ ଉପନିଷଦ)
ଥରେ ଜ୍ଞାନୀ ରାଜା ଜନକ ଏକ ଦାର୍ଶନିକ ବିତର୍କର ବିଜେତାଙ୍କୁ ପୁରସ୍କାର ଘୋଷଣା କଲେ । ପ୍ରଖ୍ୟାତ ଋଷି ଯାଜ୍ଞବଳ୍କ ରାଜାଙ୍କ ଦରବାରକୁ ଆସି ଅନେକ ପଣ୍ଡିତଙ୍କୁ ପରାସ୍ତ କରିଥିଲେ ଯେପର୍ଯ୍ୟନ୍ତ ଋଷିକା ଗାର୍ଗୀ ତାଙ୍କୁ ସଂସାରର ପ୍ରକୃତି ଉପରେ ଏବଂ ଶେଷରେ ବ୍ରହ୍ମର ପ୍ରକୃତି ଉପରେ ଅନେକ ପ୍ରଶ୍ନ ପଚାରି ନଥିଲେ ।

Class 6 Social Science Chapter 7 Notes Odia Medium ଭାରତର ସାଂସ୍କୃତିକ ଆଧାର

ଏହି ସମୟରେ ଯାଜ୍ଞବଲ୍ୟ ତାଙ୍କୁ ଅଧ‌ିକ ପ୍ରଶ୍ନ ପଚାରିବା ବନ୍ଦ କରିବାକୁ କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଗାର୍ଗୀ ନିଜର ପ୍ରଶ୍ନ ପୁନର୍ବାର ଆରମ୍ଭ କଲେ ଏବଂ ଯାଜ୍ଞବଲ୍ୟ ବୁଝାଇଲେ ଯେ ବ୍ରହ୍ମ ହିଁ ସଂସାର, ଯାହାକି ଋତୁ, ନଦୀ ଏବଂ ଅନ୍ୟ ସବୁକିଛିର ମୂଳ କାରଣ ଅଟନ୍ତି ।

ବୌଦ୍ଧ ଧର୍ମ :
ପରବର୍ତୀ ସମୟରେ ବେଦର କର୍ତ୍ତୃତ୍ଵକୁ ଅନେକ ଧର୍ମ ଓ ଚିନ୍ତାଧାରା ଗ୍ରହଣ କରିନଥିଲେ ଏବଂ ନିଜର ବିକାଶ କରିଥିଲେ । ସେମାନଙ୍କ ମଧ୍ୟରୁ ବୌଦ୍ଧଧର୍ମ ଅନ୍ୟତମ ଥିଲା । ଆଜିକୁ ପ୍ରାୟ ଅଢ଼େଇ ହଜାର ବର୍ଷ ପୂର୍ବେ ସିଦ୍ଧାର୍ଥ ବା ଗୌତମ ନେପାଳର କପିଳବାସ୍ତ ନଗରର ଲୁମ୍ବିନିଠାରେ ଜନ୍ମଗ୍ରହଣ କରିଥିଲେ, ଯେକି ବୌଦ୍ଧଧର୍ମର ପ୍ରତିଷ୍ଠାତା ଥିଲେ ।

୨୯ ବର୍ଷ ବୟସରେ ରଥରେ ସହର ପରିକ୍ରମା କରୁଥିଲାବେଳେ ଚାରିଗୋଟି ଦୃଶ୍ୟ ବୁଦ୍ଧଦେବଙ୍କ ଜୀବନରେ ପରିବର୍ତ୍ତନ ଆଣିଥିଲା । ଏହି ଦୃଶ୍ୟଗୁଡ଼ିକ ଥୁଲା, ଜଣେ ବୃଦ୍ଧ ବ୍ୟକ୍ତି, ଅସୁସ୍ଥ ବ୍ୟକ୍ତି, ମୃତବ୍ୟକ୍ତିର ଶୋଭାଯାତ୍ରା ଏବଂ ଗୃହତ୍ୟାଗୀ ସନ୍ନ୍ୟାସୀ । ଏସବୁ ଦୃଶ୍ୟ ତାଙ୍କ ମନ ଭିତରେ ସଂସାର ପ୍ରତି ବୈରାଗ୍ୟଭାବ ଜାତ କରିଥିଲା ଏବଂ ସେ ରାଜମହଲ ତ୍ୟାଗ କରି ସତ୍ୟର ଅନୁସନ୍ଧାନ ପାଇଁ ନିଷ୍ପଭି ନେଇଥିଲେ ।

୩୫ ବର୍ଷ ବୟସରେ ବୋଧଗୟାଠାରେ ଏକ ପିପ୍ପଳ ଗଛ ତଳେ ଅନେକ ଦିନ ଧ୍ୟାନ କରିବାପରେ ସେ ଜ୍ଞାନପ୍ରାପ୍ତି କରିଥିଲେ ।

ସେ ଅନୁଭବ କରିଥିଲେ ଯେ, ଅବିଦ୍ୟା ଏବଂ ଆକର୍ଷଣ ହେଉଛି ମନୁଷ୍ୟ ଦୁଃଖର ଉତ୍ସ ଏବଂ ଏହି ଦୁଇଟି କାରଣକୁ ଦୂର କରିବାପାଇଁ ଏକ ନିୟମ ପରିକଳ୍ପନା କରିଥିଲେ । ଏହାପରଠାରୁ ସିଦ୍ଧାର୍ଥ ବୁଦ୍ଧ ନାମରେ ପରିଚିତ ହୋଇଥିଲେ ଯାହାର ଅର୍ଥ ହେଲା ‘ଜାଗ୍ରତ ବ୍ୟକ୍ତି’ ।
Class 6 Social Science Chapter 7 Notes Odia Medium ଭାରତର ସାଂସ୍କୃତିକ ଆଧାର-3
ବୁଦ୍ଧଦେବ ନିଷ୍ଠାପରଭାବେ ଆନ୍ତରିକ ଶୃଙ୍ଖଳା ତଥା ସଂଯମତା ଉପରେ ଗୁରୁତ୍ୱାରୋପ କରିଥିଲେ । ତାଙ୍କ ଉପଦେଶରେ ଅହିଂସାର ସୂତ୍ର ନିହିତ ଥିଲା ।

‘ଜଳଦ୍ଵାରା ବ୍ୟକ୍ତି ଶୁଦ୍ଧ ହୋଇପାରେ ନାହିଁ, ଯଦିଓ ଅନେକ ଲୋକ ପବିତ୍ର ନଦୀରେ ଗାଧୋଇ ଥାଆନ୍ତି । କିନ୍ତୁ ସେ ହିଁ ପବିତ୍ର, ଯାହା ପାଖରେ ସତ୍ୟ ଓ ଧର୍ମ ବାସ କରେ । ଯୁଦ୍ଧ କ୍ଷେତ୍ରରେ ହଜାରେ ଲୋକଙ୍କୁ ହଜାର ଥର ଜିତିବାଠାରୁ ନିଜକୁ ନିଜେ ଜିତିବା ହେଉଚି ସବୁଠାରୁ ବଡ଼ ଉପଲବ୍ଧି ।’’ ଏହି କଥା ତାଙ୍କ କଥାକୁ ସରଳ ଭାବରେ ପ୍ରକାଶ କରେ ।
Class 6 Social Science Chapter 7 Notes Odia Medium ଭାରତର ସାଂସ୍କୃତିକ ଆଧାର-4
ବୌଦ୍ଧଧର୍ମର ସନ୍ନ୍ୟାସୀ ଏ ବଂ ସନ୍ନ୍ୟାସିନୀମାନଙ୍କପାଇଁ ବୁଦ୍ଧଦେବ ମଠ ବ୍ୟବସ୍ଥାର ପ୍ରଚଳନ କରିଥିଲେ ।

ବୁଦ୍ଧ ସଂଘ ପ୍ରତିଷ୍ଠା କରିଥିଲେ, ଯାହା ସନ୍ନ୍ୟାସୀ ବା ଭିକ୍ଷୁ (ଏବଂ ପରବର୍ତୀ ସମୟରେ, ଭିକ୍ଷୁଣୀ ବା ସାୟୀ) ମାନଙ୍କର ଏକ ସମ୍ପ୍ରଦାୟ, ଯେଉଁମାନେ ତାଙ୍କ ବାଣୀ ଓ ଉପଦେଶର ଅଭ୍ୟାସ ଏବଂ ପ୍ରସାର ପାଇଁ ନିଜକୁ ଉତ୍ସର୍ଗ କରିଥିଲେ ।

ଭାରତ ଏବଂ ସମଗ୍ର ଏସିଆ ଉପରେ ବୌଦ୍ଧଧର୍ମର ପ୍ରଭାବ ବହୁମାତ୍ରାରେ ଥିଲା । ଏହାର ପ୍ରଭାବ ଆଜି ବି ଅନୁଭବ କରାଯାଇପାରୁଛି ।

ସନ୍ନ୍ୟାସୀ (Ascetic) – ଯିଏ ଉଚ୍ଚ ଚେତନାପ୍ରାପ୍ତି ପାଇଁ କଠୋର ଶୃଙ୍ଖଳାରେ ନିୟୋଜିତ ହୁଏ ।

ଆକର୍ଷଣ (Attachment) – ସାଧାରଣତଃ ଭାବନା ବା ଅଭ୍ୟାସ ମାଧ୍ୟମରେ କାହା ସହିତ କିମ୍ବା କୌଣସି ଜିନିଷ ସହିତ ବନ୍ଧନରେ ରହିବାର ବ୍ୟବସ୍ଥା ।

ସାଧୁ (Monk) – ଏମିତି ଜଣେ ବ୍ୟକ୍ତି ଯିଏ ସଂସାରର ସ୍ଵାଭାବିକ ଜୀବନକୁ ତ୍ୟାଗ କରି ଧାର୍ମିକ କିମ୍ବା ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତି । ଜଣେ ସାଧୁ ସାଧାରଣତଃ ଦୀକ୍ଷା ଗ୍ରହଣ କରନ୍ତି, ଅର୍ଥାତ୍ ଶୃଙ୍ଖଳିତ ଜୀବନ ପାଇଁ କଠୋର ନିୟମ ପାଳନ କରିବାକୁ ନିଜକୁ ପ୍ରତିଶ୍ରୁତି ଦିଅନ୍ତି ।

ସାଧୁ (Nun) – ଜଣେ ସାଧୁଙ୍କ ସମକକ୍ଷର ନାରୀ ।

ଜୈନ ଧର୍ମ :
ଜୈନଧର୍ମର ପ୍ରତିଷ୍ଠାତା ଥିଲେ ବର୍ଦ୍ଧମାନ ମହାବୀର ।

ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଏକ ରାଜପରିବାରରେ ଆଧୁନିକ ବିହାରର ବୈଶାଳୀ ସହରରେ ରାଜକୁମାର ବର୍ତମାନ ଜନ୍ମଗ୍ରହଣ କରିଥିଲେ ।

ମାତ୍ର ୩୦ ବର୍ଷ ବୟସରେ ଆଧ୍ୟାତ୍ମିକ ଜ୍ଞାନ ସନ୍ଧାନରେ ଯିବାକୁ ସ୍ଥିରକରି ସେ ଗୃହତ୍ୟାଗ କରିଥିଲେ ଏବଂ ୧୨ ବର୍ଷ ପରେ ଅସୀମ ଜ୍ଞାନ ବା ସର୍ବୋଚ୍ଚ ଜ୍ଞାନ ହାସଲ କରିଥିଲେ । ସେ ମହାବୀର ବା ମହାନାୟକ ନାମରେ ପରିଚିତ ହୋଇଥିଲେ ଏବଂ ଅର୍ଜିତ ଜ୍ଞାନରୁ ଯାହା ଅନୁଭବ କରିଥିଲେ ତାହା ପ୍ରଚାର କରିବା ଆରମ୍ଭ କରିଥିଲେ ।

ଜୈନ ଶିକ୍ଷା ମଧ୍ୟରେ ଅହିଂସା, ଅନେକାନ୍ତବାଦ ଓ ଅପରିଗ୍ରହ ଅନ୍ତର୍ଭୁକ୍ତ । ବୌଦ୍ଧ ଧର୍ମ ଓ ବେଦାନ୍ତିକ ଚିନ୍ତାଧାରା ସହିତ ବହୁ ମାତ୍ରାରେ ସମାନ ହୋଇଥ‌ିବା ଏହି ଧାରଣାଗୁଡ଼ିକ ଭାରତୀୟ ସଂସ୍କୃତିର କେନ୍ଦ୍ରବିନ୍ଦୁ ଅଟେ । ମହାବୀରଙ୍କ ପ୍ରଥମ ବିଚାରଧାରାକୁ ଏହି ଉକ୍ତିଦ୍ଵାରା ବୁଝାଯାଇପାରେ –
Class 6 Social Science Chapter 7 Notes Odia Medium ଭାରତର ସାଂସ୍କୃତିକ ଆଧାର-5
‘‘ ନି ଶ୍ଵାସ ନେଉଥ‌ିବା, ବିଦ୍ୟମାନ୍, ଜବିତ, ସମ୍ବେଦନଶୀଳ କୌଣସି ପ୍ରାଣୀମାନଙ୍କୁ ହତ୍ୟା କରାଯିବା ଉଚିତ ନୁହେଁ, ହିଂସା ବ୍ୟବହାର କରାଯିବା ଉଚିତ ନୁହେଁ, ଅପମାନ ଦିଆଯିବା ଉଚିତ ନୁହେଁ, କଷ୍ଟ ଦେବା ଉଚିତ ନୁହେଁ କିମ୍ବା ହେୟଜ୍ଞାନ କରିବା ଉଚିତ ନୁହେଁ ।’’

ଅପରିଗ୍ରହର ଅର୍ଥ ହେଉଛି ‘ଅନ-ଅଧିକାର’ ଏବଂ ଏହା ଭୌତିକ ସମ୍ପଭିଠାରୁ ଅଲଗା ହେବାକୁ ପରାମର୍ଶ ଦିଏ, ଜୀବନରେ ପ୍ରକୃତରେ ଯାହା ଆବଶ୍ୟକ ସେଥିରେ ନିଜକୁ ସୀମିତ ରଖୁବା ଉଚିତ । ଜୈନଧର୍ମ ମଧ୍ଯ ମନୁଷ୍ୟଠାରୁ ଆରମ୍ଭ କରି ଅଦୃଶ୍ୟ ଜୀବ ପର୍ଯ୍ୟନ୍ତ ସମସ୍ତ ପ୍ରାଣୀଙ୍କ ପରସ୍ପର ସହ ସମ୍ପର୍କ ଏବଂ ପରସ୍ପର ନିର୍ଭରଶୀଳତା ଉପରେ ଗୁରୁତ୍ୱାରୋପ କରେ, କାରଣ ସେମାନେ ପରସ୍ପରକୁ ସମର୍ଥନ କରନ୍ତି ଏବଂ ପରସ୍ପର ବିନା ବଞ୍ଚି ପାରିବେ ନାହିଁ । ପ୍ରକୃତି, ଉଭିଦ ଓ ଜୀବଜନ୍ତୁଙ୍କ ଉପରେ ଅଧ୍ୟୟନ କରୁଥ‌ିବା ବୈଜ୍ଞାନିକମାନେ ଏହି ଗଭୀର ସତ୍ୟକୁ ବାରମ୍ବାର ପ୍ରମାଣିତ କରିଛନ୍ତି ।

‘ଜୈନ୍ ବା ଜୈନ ଶବ୍ଦଟି ‘ଜିନ’ରୁ ଆସିଛି, ଯାହାର ଅର୍ଥ ହେଉଛି ‘ବିଜେତା’ । ଏହା କୌଣସି ସ୍ଥାନ ବା ଶତ୍ରୁଙ୍କ ଉପରେ ବିଜୟକୁ ବୁଝାଏ ନାହିଁ, ବରଂ ଅଜ୍ଞତା ଏବଂ ମୋହର ବିଜୟକୁ ସୂଚିତ କରେ, ଯାହାଦ୍ଵାରା କି ଜ୍ଞାନର ପ୍ରାପ୍ତି ସମ୍ଭବ ହୋଇଥାଏ ।

ଏକ ବୌଦ୍ଧ କାହାଣୀ :
ଭାରତୀୟ ପିଲା ଓ ବୟସ୍କଙ୍କ ପିଢ଼ିକୁ ଆନନ୍ଦିତ କରିଥିବା ଜାତକ କାହାଣୀକୁଗଡ଼ିକ ବୁଦ୍ଧଙ୍କ ପୂର୍ବଜନ୍ମର କାହାଣୀ କହେ ଏବଂ ବୌଦ୍ଧ ମୂଲ୍ୟବୋଧକୁ ସରଳ ଶବ୍ଦରେ ପ୍ରକାଶ କରିଥାଏ ।

ଏକ ଜଣାଶୁଣା କାହାଣୀରେ ବୁଦ୍ଧ ମାଙ୍କଡ଼ମାନଙ୍କର ଏକ ବିଶାଳ ସୈନ୍ୟବାହିନୀର ରାଜା ଥିଲେ । ସେମାନେ ଏକ ବିରାଟ ଗଛ ନିକଟରେ ରହୁଥିଲେ ଯାହା ଦିବ୍ୟ ସୁଗନ୍ଧ ଏବଂ ସ୍ଵାଦିଷ୍ଟ ଫଳଯୁକ୍ତ ଥିଲା । ମାଙ୍କଡ଼ ରାଜାଙ୍କ ନିର୍ଦ୍ଦେଶ ବିନା କୌଣସି ଫଳ ତୋଳା ହେଉ ନଥୁଲା, ତା’ ସତ୍ତ୍ୱେ ଦିନେ ତଳେ ବହିଯାଉଥୁବା ଝରଣାରେ ଏକ ପାଚିଲା ଫଳ ଖସିପଡ଼ିଲା । ସ୍ରୋତରେ ବହିଯାଇ ଏହା ଜାଲରେ ଲାଗିବାରୁ ମହଲକୁ ନିଆଯାଇଥିଲା । ରାଜା ଏହାର ସ୍ଵାଦରେ ଏତେ ଆକର୍ଷିତ ହୋଇଥିଲେ ଯେ ସେ ତାଙ୍କ ସୈନ୍ୟମାନଙ୍କୁ ସେହି ଗଛକୁ ଠାବ କରିବାକୁ ଆଦେଶ ଦେଲେ ଯେଉଁଥୁରୁ ଏହା ଆସିଥିଲା ।

ବହୁ ଖୋଜାଖୋଜି କରିବା ପରେ ସେମାନେ ଗଛଟିକୁ ପାଇଲେ ଏବଂ ମାଙ୍କଡ଼ମାନେ ଗଛର ଫଳକୁ ଉପଭୋଗ କରୁଥିବାର ଦେଖ‌ିଲେ । ସୈନିକମାନେ ମାଙ୍କଡ଼ମାନଙ୍କ ଉପରେ ଆକ୍ରମଣ କଲେ । ମାଙ୍କଡ଼ ରାଜା ନିଜ ମାଙ୍କଡ଼ମାନଙ୍କୁ ବଞ୍ଚାଇବାର ଏକମାତ୍ର ଉପାୟ ଥିଲା ଯେ, ସେମାନଙ୍କୁ ଝରଣା ଅତିକ୍ରମ କରିବାରେ ସାହାଯ୍ୟ କରିବା, କିନ୍ତୁ ସେମାନେ ନିଜେ ତାହା କରିପାରିଲେ ନାହିଁ ।
Class 6 Social Science Chapter 7 Notes Odia Medium ଭାରତର ସାଂସ୍କୃତିକ ଆଧାର-6
ସେମାନଙ୍କଠାରୁ ବହୁତ ବଡ଼ ହୋଇଥିବାରୁ ମାଙ୍କଡ଼- ରାଜା ଅନ୍ୟ କୂଳରେ ଥିବା ଏକ ଗଛକୁ ଧରି ନିଜ ଶରୀରକୁ ଝରଣା ଅତିକ୍ରମ କରିବା ପାଇଁ ଏକ ପୋଲ ଭାବରେ ବ୍ୟବହାର କରିବାକୁ ଦେଇଥିଲେ, ଯଦିଓ ଏହି ପ୍ରକ୍ରିୟାରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ଶେଷରେ ତାଙ୍କର ମୃତ୍ୟୁ ମଧ୍ଯ ଘଟିଥିଲା ।

ଦୂରରୁ ଏହି ଦୃଶ୍ୟ ଦେଖୁଥ‌ିବା ରାଜା, ମାଙ୍କଡ଼-ରାଜାଙ୍କ ନିଃସ୍ୱାର୍ଥପର ବଳିଦାନରେ ବହୁତ ପ୍ରଭାବିତ ହୋଇଥିଲେ । ସେ ନିଜ ପ୍ରଜାଙ୍କ ପ୍ରତି ରାଜାର ଭୂମିକା ବିଷୟରେ ଚିନ୍ତା କଲେ ।

ଏକ ଜୈନ କାହାଣୀ :
ରୋହିଣେୟ ଜଣେ ଅସାଧାରଣ ଦକ୍ଷ ଚୋର ଥିଲା । ତାଙ୍କୁ ଧରିବା ପାଇଁ ସମସ୍ତ ପ୍ରୟାସକୁ ବିଫଳ କରି ଦେଇଥିଲା । ଏକ ସହରକୁ ଯିବା ବାଟରେ ସେ ହଠାତ୍ ମହାବୀରଙ୍କ ଏକ ଉପଦେଶରୁ କିଛି ବାକ୍ୟ ଶୁଣିଲା ଯାହା କି ଅଜ୍ଞାନ ରୂପକ ଅଜ୍ଞାନତାର ସାଧାରଣ ଜୀବନରୁ ମୁକ୍ତି ପାଇବା ପାଇଁ ଦେଉଥିଲେ ।
Class 6 Social Science Chapter 7 Notes Odia Medium ଭାରତର ସାଂସ୍କୃତିକ ଆଧାର-7
ସହରରେ ରୋହିଣେୟଙ୍କ ଚିହ୍ନଟ କରାଯାଇ ଗିରଫ କରାଗଲା । ସେ ଜଣେ ସରଳ କୃଷକ ବୋଲି ପରିଚୟ ଦେଇଥିଲେ । ଜଣେ ମନ୍ତ୍ରୀ ତାଙ୍କୁ ନିଜର ପରିଚୟ ସ୍ଵୀକାର କରିବାକୁ ବାଧ୍ୟ କରିବା ପାଇଁ ଏକ ଚତୁର ଯୋଜନା ପ୍ରସ୍ତୁତ କରିଥିଲେ । କିନ୍ତୁ ରୋହିଣେୟ ମହାବୀରଙ୍କ କଥାକୁ ମନେ ପକାଇ ମନ୍ତ୍ରୀଙ୍କ ଯୋଜନାକୁ ଠାବ କରି ଏହାକୁ ବିଫଳ କରିବାରେ ସମର୍ଥ ହୋଇଥିଲେ ।

ଦୁଃଖ ଅନୁଭବ କରି ରୋହିଣେୟ ମହାବୀରଙ୍କ ପାଖକୁ ଯାଇ ନିଜର ଅପରାଧ ସ୍ଵୀକାର କରିବା ସହ ସେ ଚୋରି କରିଥିବା ଧନ ଫେରସ୍ତ କରିବା ସହ କ୍ଷମା ମାଗିଥିଲେ । ସେ ଜଣେ ସାଧୁ ହୋଇଗଲେ, ସେ ଯେଉଁ ଭ୍ରମରେ ରହୁଛନ୍ତି ତାହା ଅନୁଭବ କଲେ ଏବଂ ଉଚ୍ଚ ଜ୍ଞାନ ଅର୍ଜନ କରିବା ଉପରେ ଧ୍ୟାନ ଦେଲେ ।

କାହାଣୀଟି ସଠିକ୍ କାର୍ଯ୍ୟ ଏବଂ ସଠିକ୍ ଚିନ୍ତାଧାରାର ଗୁରୁତ୍ଵକୁ ଦର୍ଶାଏ ଏବଂ ସମସ୍ତଙ୍କୁ ଜୀବନରେ ଦ୍ଵିତୀୟ ସୁଯୋଗ ମିଳିବା ଉଚିତ ବୋଲି ମଧ୍ୟ ଦର୍ଶାଏ ।

ଉଭୟ ବୌଦ୍ଧ ଓ ଜୈନ ଧର୍ମରେ ଅହିଂସା ହେଉଛି ଜଣେ ବ୍ୟକ୍ତି କିମ୍ବା ପଶୁଙ୍କ ପ୍ରତି ଶାରୀରିକ ହିଂସା ନ କରିବା ଠାରୁ ଅଧିକ । ଏହାର ଅର୍ଥ ହେଉଛି ଚିନ୍ତାରେ ହିଂସାରୁ ସଂଯମ ରହିବା, ଯେପରିକି କାହା ପ୍ରତି ଖରାପ ଭାବନା ନ ରଖୁବା । ଯଦି ଆମେ ନିଜକୁ ଧାନର ସହ ଅନୁଧ୍ୟାନ କରିଥାଉ, ତେବେ ଆମେ ଏଭଳି ନକରାତ୍ମକ ଚିନ୍ତାଧାରାକୁ ଲକ୍ଷ୍ୟ କରିପାରିବା ଏବଂ ଏହାକୁ ସକାରାତ୍ମକ ଚିନ୍ତାଧାରାରେ ପରିଣତ କରିବାକୁ ଶିଖୁପାରିବା । ବେଳେବେଳେ ଏଭଳି ନକାରାତ୍ମକ ଚିନ୍ତାଧାରା ମଧ୍ୟ ନିଜ ପ୍ରତି ନିର୍ଦ୍ଦେଶିତ ହୋଇଥାଏ ।

ଉଭୟ ବୌଦ୍ଧ ଓ ଜୈନଧର୍ମରେ ସାଧୁ ଓ ବେଳେ ବେଳେ ସାଧୁମାନେ ମଧ୍ୟ ନିଜ ନିଜ ଶିକ୍ଷାକୁ ଦୂର ଦୂର । ନ୍ତ ରେ ପ୍ର ସା ର କରିବାପାଇଁ ଦେଶବ୍ୟାପୀ ଭ୍ରମଣ କରିବା ଆରମ୍ଭ କରି ଥ୍ଲେ । ସେମାନଙ୍କ ମଧ୍ୟରୁ କେତେକ ଦୂର ସ୍ଥାନରେ ନୂତନ ମଠ ସୃ ଷ୍ଟି କରିଥିବାବେଳେ ଆଉ କେତେକ ପଥରରେ କଟାଯାଇଥିବା ଗୁମ୍ଫାରେ ସନ୍ନ୍ୟାସୀ ଜୀବନ ବିତାଉଥିଲେ ।
Class 6 Social Science Chapter 7 Notes Odia Medium ଭାରତର ସାଂସ୍କୃତିକ ଆଧାର-8

ସେହି ସମୟରେ ଅନେକ ଚିନ୍ତାଧାରା ମଧ୍ୟ ଥିଲା । ଉଦାହରଣ ସ୍ଵରୂପ, ସେମାନଙ୍କ ମଧ୍ୟରୁ ଜଣେ ଯାହାକୁ ‘ଚାର୍ବାକ’ ସମ୍ପ୍ରଦାୟ (ବେଳେବେଳେ ‘ଲୋକାୟତ’ ମଧ୍ୟ କୁହାଯାଏ) ବିଶ୍ୱାସ କରୁଥିଲେ ଯେ ଏହି ଭୌତିକ ଜଗତ ହେଉଛି ଏକମାତ୍ର ଜିନିଷ ଯାହା ବିଦ୍ୟମାନ ଅଛି, ଏବଂ ମୃତ୍ୟୁପରେ କୌଣସି ଜୀବନ ହୋଇପାରିବ ନାହିଁ । ଏହି ସମ୍ପ୍ରଦାୟଟି ବିଶେଷ ଲୋକପ୍ରିୟତା ହାସଲ କରିପାରି ନଥିଲା ଏବଂ ସମୟ କ୍ରମେ ଏହା ଅଦୃଶ୍ୟ ହୋଇଗଲା ।

ଇଂରାଜୀରେ ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ୍ ଧର୍ମକୁ ‘ଧର୍ମ’ ବୋଲି କୁହାଯାଏ । ଭାରତୀୟ ସଭ୍ୟତା ପରିପ୍ରେକ୍ଷୀରେ ‘ଧର୍ମ ଶବ୍ଦ’ ଅତ୍ୟନ୍ତ ସୀମିତ ବୋଲି ଅନେକ ପଣ୍ଡିତ ଏକମତ ହୁଅନ୍ତି ।

ଜୈନ ଧର୍ମ ଓ ଖାରବେଳ :
ପ୍ରାଚୀନ ଭାରତୀୟ ଇତିହାସରେ ସମ୍ରାଟ ଖାରବେଳଙ୍କ ରାଜତ୍ଵ ସମୟରେ ଜୈନଧର୍ମକୁ ଅଧୀକ ପୃଷ୍ଠପୋଷକତା ମିଳିଥିଲା । ସେ ପ୍ରଥମ ଶତାବ୍ଦୀ (CE) ରେ କଳିଙ୍ଗରେ ଶାସନ କରିଥିଲେ । ଭୁବନେଶ୍ଵର ନିକଟସ୍ଥ ଉଦୟଗିରି ପାହାଡ଼ରେ ଖୋଦିତ ହାତୀଗୁମ୍ଫା ଶିଳାଲେଖରୁ ଏହାର ପ୍ରମାଣ ମିଳିଥାଏ ।
Class 6 Social Science Chapter 7 Notes Odia Medium ଭାରତର ସାଂସ୍କୃତିକ ଆଧାର-9
ସେ ଜୈନ ଆଦର୍ଶକୁ ପ୍ରୋତ୍ସାହିତ କରିଥିଲେ, ଜୈନ ଭିକ୍ଷୁମାନଙ୍କୁ ସମର୍ଥନ କରିବା ସହିତ ପୂର୍ବ ଭାରତରେ ଜୈନଧର୍ମର ପ୍ରସାରରେ ଅବଦାନ ରଖୁଥିଲେ ।

ବ୍ରାହ୍ମୀ ଲିପିରେ ପ୍ରାକୃତ ଶିଳାଲେଖ ତାଙ୍କ ରାଜତ୍ଵ ଏବଂ ଧାର୍ମିକ କାର୍ଯ୍ୟକଳାପ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରେ ।

ସେ ପୂର୍ବ ଆକ୍ରମଣକାରୀମାନଙ୍କଠାରୁ ଜୈନମୂର୍ତ୍ତିକୁ ଫେରାଇ ଆଣିଥିଲେ । ବିଶେଷକରି ଉଦୟଗିରି ଏବଂ ଖଣ୍ଡଗିରି ପାହାଡ଼ରେ ଥ‌ିବା ଜୈନ ଗୁମ୍ଫା ଏବଂ ମନ୍ଦିରଗୁଡ଼ିକୁ ପୁନରୁଦ୍ଧାର ଏବଂ ବୃଦ୍ଧି କରିଥିଲେ ।

ଖାରବେଳ ଜୈନ ତପସ୍ଵୀ (ଶ୍ରମଣ)ଙ୍କ ପ୍ରତିପାଳନ ପାଇଁ ଭୂମି ଏବଂ ସମ୍ପଦ ପ୍ରଦାନ କରିଥିଲେ ଏବଂ ସେ ଜୈନ ଧର୍ମର ଧାର୍ମିକ ଭିତ୍ତିଭୂମିକୁ ସୁଦୃଢ଼ କରି ଜୈନ ଶ୍ରାବକ ଏବଂ ସନ୍ନ୍ୟାସୀଙ୍କ ସୁରକ୍ଷା ଏବଂ ସମ୍ମାନ ସୁନିଶ୍ଚିତ କରିଥିଲେ ।

Class 6 Social Science Chapter 7 Notes Odia Medium ଭାରତର ସାଂସ୍କୃତିକ ଆଧାର

ଖାରବେଳଙ୍କ ପୃଷ୍ଠପୋଷକତାରେ ଉଦୟଗିରି ଖଣ୍ଡିଗିରି ଅଞ୍ଚଳରେ ଜୈନ ଭିକ୍ଷୁମାନଙ୍କ ପାଇଁ ଅନେକ ପଥରକଟା ଗୁମ୍ଫା ସୃଷ୍ଟି କରାଯାଇଥିଲା ।

ରାଣୀଗୁମ୍ଫା, ହାତୀଗୁମ୍ଫା, ଏବଂ ଗଣେଶ ଗୁମ୍ଫା ଭଳି ଉଲ୍ଲେଖନୀୟ ଗୁମ୍ଫାରେ ଜୈନ ବିଷୟବସ୍ତୁକୁ ପ୍ରତିଫଳିତ କରିଥିବା ଶିଳାଲେଖ ଏବଂ କାରୁକାର୍ଯ୍ୟ ଦେଖ‌ିବାକୁ ମିଳେ ।

ଉଦୟଗିରି ଏବଂ ଖଣ୍ଡଗିରି ଗୁମ୍ଫାର ଇତିହାସ :
ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫା ପ୍ରଥମ ଓ ଦ୍ୱିତୀୟ ଶତାବ୍ଦୀରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ମହାମେଘବାହନ ରାଜବଂଶର ରାଜା ଖାରବେଳଙ୍କ ଆଦେଶରେ ନିର୍ମିତ ହୋଇଥିଲା ।

ଜୈନ ଭିକ୍ଷୁମାନଙ୍କୁ ବିଶ୍ରାମ ଏବଂ ଧ୍ୟାନ କରିବାପାଇଁ ଏହି ସ୍ଥାନ ଯୋଗାଇବା ପାଇଁ ଏହି ଆକର୍ଷଣୀୟ ଗୁମ୍ଫା ନିର୍ମାଣ କରାଯାଇଥିଲା ।

ପ୍ରାରମ୍ଭରେ ମୋଟ ୧୧୭ଟି ଗୁମ୍ଫା ଥୁଲା, ଯାହା ମଧ୍ଯରୁ ଆଜି କେବଳ ୩୩ଟି ଗୁମ୍ଫା ଦେଖାଯାଉଛି । ଏହି ୩୩ଟି ଗୁମ୍ଫା ମଧ୍ୟରୁ ୧୫ଟି ଖଣ୍ଡଗିରି ପାହାଡରେ ଅବସ୍ଥିତ ଏବଂ ସେମାନଙ୍କ ମଧ୍ୟରୁ ୧୮ଟି ଉଦୟଗିରି ପାହାଡ଼ରେ ଅବସ୍ଥିତ । ଏହି ଯମଜ ଗୁମ୍ଫା ଦୁଇଟି ସଂଲଗ୍ନ ପାହାଡରେ ଅବସ୍ଥିତ, ଯାହା କୁମାରୀ ପର୍ବତମାଳାର ଅଂଶବିଶେଷ ।

ଏହି ବହୁସ୍ତରୀୟ ପଥର-କଟା ଗୁମ୍ଫାଗୁଡ଼ିକ ଓଡ଼ିଶାର ଇତିହାସରେ ଜୈନ ଧର୍ମର ଗୁରୁତ୍ଵକୁ ଦର୍ଶାଏ । ପୂର୍ବରୁ କଟକ କିମ୍ବା କଟକ ଗୁମ୍ଫା ଭାବରେ ଜଣାଶୁଣା, ଉଦୟଗିରି ଏବଂ ଖଣ୍ଡଗିରି ଗୁମ୍ଫାଗୁଡ଼ିକୁ ୧୯ ଶତାବ୍ଦୀରେ ଜଣେ ଯୁବ ବ୍ରିଟିଶ ଅଧିକାରୀ ଆଣ୍ଠୁ ଷ୍ଟର୍ଲିଙ୍ଗ ଆବିଷ୍କାର କରିଥିଲେ ।

ଜୈବ ଭିକ୍ଷୁମାନେ ଯାଯାବର ଜୀବନଯାପନ କରୁଥିଲେ ଏବଂ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରୁଥିଲେ । ବର୍ଷା ଋତୁରେ ଓଡ଼ିଶାରେ ସେମାନଙ୍କର ରହଣି ସମୟରେ, ରାଜା ଖାରବେଳ ସେମାନଙ୍କ ପାଇଁ ଏବ ସ୍ଥାନ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ, ଯେଉଁଠାରେ ସେମାନେ ବିଶ୍ରାମ ନେବେ ଏବଂ ଧ୍ୟାନ କରିପାରିବେ ।

ପ୍ରତ୍ୟେକ ଗୁମ୍ଫାରେ ଏକ ଉତ୍ସ ମାଧ୍ୟମରେ ଏକ ଛୋଟ ନାଳ ଆକାରରେ ପାଣି ମିଳୁଥିଲା । ପ୍ରତ୍ୟେକ ଗୁମ୍ଫାରେ ସହଜ ଯୋଗାଯୋଗ ପାଇଁ ଗାତ ଥିଲା, ଦୀପ ଜଳାଇବାପାଇଁ ଏକ ସ୍ଥାନ ଏବଂ ମୁଣ୍ଡ ବିଶ୍ରାମ ଭାବରେ କାମ କରିବାପାଇଁ ଏକ ମହଲା ସାମାନ୍ୟ ଢଳିଥିଲା । ଏହି ଗୁମ୍ଫାଗୁଡ଼ିକ ମଧ୍ୟରୁ ଅନେକର ଉପର କୋଠରୀ ଥୁଲା, ଯେଉଁଠାରେ ବିଶ୍ଵାସ କରାଯାଏ ଯେ ଭିକ୍ଷୁମାନେ ଗଭୀର ଧ୍ୟାନରେ ସେଠାକୁ ଯାଉଥିଲେ ।

ଜୈନ ପରମ୍ପରା ଅନୁଯାୟୀ, ଏପରି ଏକ ସମୟ ଥିଲା ଯେତେବେଳେ ଜୈନ ଧର୍ମର ୨୪ତମ ତୀର୍ଥଙ୍କର (ଆଧ୍ୟାତ୍ମିକ ଗୁରୁ) ମହାବୀର ଜୈନ କୁମାରୀ ପର୍ବତକୁ ଆସିଥିଲେ ଏବଂ ତାଙ୍କର ସିଦ୍ଧାନ୍ତ ପ୍ରଚାର କରିଥିଲେ । ସେହି ସମୟଠାରୁ ଏହି ସ୍ଥାନ ଜୈନ ଧର୍ମର ଅନୁଗାମୀମାନଙ୍କ ପାଇଁ ପବିତ୍ର ହୋଇଆସିଛି ।

ଶିଳାଲେଖ – ଏହି ଗୁମ୍ଫାର କାନ୍ଥରେ ଅନେକ ଶିଳାଲେଖ ରହିଛି । ସମସ୍ତଙ୍କ ମଧ୍ୟରୁ ହାତୀଗୁମ୍ଫା ଶିଳାଲେଖ ଅନ୍ୟତମ ଯାହାକି ରାଜା ଖାରବେଳଙ୍କ ନିର୍ଦ୍ଦେଶରେ ଦ୍ୱିତୀୟ ଶତାବ୍ଦୀରେ ଖୋଦିତ ହୋଇଥିଲା ବୋଲି ବିଶ୍ଵାସ କରାଯାଏ ।

ଜନଜାତି :
ପ୍ରାଚୀନ ଭାରତରେ ଜନଜାତି ପାଇଁ ଗୋଟିଏ ଶବ୍ଦ ନଥୁଲା — ଜନଜାତିମାନେ କେବଳ ଏକ ନିର୍ଦ୍ଦିଷ୍ଟ ପରିବେଶରେ ଯେପରିକି ଜଙ୍ଗଲ କିମ୍ବା ପର୍ବତରେ ବସବାସ କରୁଥିବା ଭିନ୍ନ ଭିନ୍ନ ‘ଜନ’ ଥିଲେ । ଭାରତୀୟ ସମ୍ବିଧାନରେ ଇଂରାଜୀରେ ‘ଟ୍ରାଇବ୍’ ଓ ‘ଟ୍ରାଇବାଲ୍ କମ୍ୟୁନିଟି’ ଏବଂ ହିନ୍ଦୀରେ ‘ଜନଜାତି’ ଶବ୍ଦ ବ୍ୟବହାର କରାଯାଇଛି ।

ସରକାରୀ ତଥ୍ୟ ଅନୁଯାୟୀ, ୨୦୧୧ରେ ଭାରତ ଅଧିକାଂଶ ରାଜ୍ୟରେ ୭୦୫ଟି ଜନଜାତି ଥିଲେ, ଯାହାର ଜନସଂଖ୍ୟା ପ୍ରାୟ ୧୦୪ ନିୟୁତ ଥିଲା, ଯାହାକି ଅଷ୍ଟ୍ରେଲିଆ ଏବଂ ବ୍ରିଟେନ୍‌ର ଜନସଂଖ୍ୟାଠାରୁ ଅଧୂକ ।

ଭାରତୀୟ ଗଣରାଜ୍ୟର ସମ୍ବିଧାନରେ, ଆମ ଭାଷା ଓଡ଼ିଶା ଆନୁଷ୍ଠାନିକ ଭାବେ ମୋଟ ୬୪ଟି ଭିନ୍ନ ଜନଜାତିକୁ ଅନୁସୂଚିତ ଜନଜାତି ଭାବରେ ସ୍ଵୀକୃତି ଦେଇଛି, ଏହି ୬୪ଟି ଭିନ୍ନ ଜନଜାତିକୁ ଅନୁସୂଚିତ ଜନଜାତି ଭାବରେ ସ୍ଵୀକୃତି ଦେଇଛି । ଏହି ୬୪ଟି ଜନଜାତି ମଧ୍ୟରୁ, ୧୩ଟି ‘ବିଶେଷକରି ଦୁର୍ବଳ ଅବହେଳିତ ଜନାଜତି’ ଗୋଷ୍ଠୀ ଭାବରେ ନାମିତ ।

ଊନବିଂଶ ଶତାବ୍ଦୀରେ ଜନଜାତି ଅଧ୍ୟୟନ କରୁଥିବା ମାନବବିଜ୍ଞାନୀମାନେ ସେମାନଙ୍କୁ ସଭ୍ୟ ଲୋକଙ୍କଠାରୁ ‘ଆଦିମ’ ବା ‘ନିମ୍ନ’ ବୋଲି ବର୍ଣ୍ଣନା କରୁଥିଲେ ।

ଜନଜାତି ଓ ସେମାନଙ୍କ ପରମ୍ପରା :
ଲୋକ ଏବଂ ଜନଜାତି ପରମ୍ପରା ତଥା ପ୍ରମୁଖ ବିଚାରଧାରା ମଧ୍ଯରେ ନିରନ୍ତର ସମ୍ପର୍କ ବଳବତ୍ତର ରହିଛି । ଉଭୟ ଦିଗରେ ଦେବଦେବୀ, ଧାରଣା, କିମ୍ବଦନ୍ତୀ ଓ ରୀତିନୀତିର ମଧ୍ଯରେ ଅବାଧ ଭାବ ବିନିମୟ ହୋଇଆସିଛି । ଉଦାହରଣ ସ୍ଵରୂପ ପରମ୍ପରା ଅନୁଯାୟୀ ପୁରୀ (ଓଡ଼ିଶା)ରେ ପୂଜା ପାଉଥିବା ଜଗନ୍ନାଥ ମୂଳତଃ ଜଣେ ଆଦିବାସୀ ଦେବାତ ଥିଲେ ।
Class 6 Social Science Chapter 7 Notes Odia Medium ଭାରତର ସାଂସ୍କୃତିକ ଆଧାର-10

Class 6 Social Science Chapter 7 Notes Odia Medium ଭାରତର ସାଂସ୍କୃତିକ ଆଧାର-11

Class 6 Social Science Chapter 7 Notes Odia Medium ଭାରତର ସାଂସ୍କୃତିକ ଆଧାର-12
ସମଗ୍ର ଭାରତବର୍ଷରେ ମାତୃଦେବୀଙ୍କ ପୂଜାର୍ଚ୍ଚନା ମଧ୍ଯ ବିଭିନ୍ନ ରୂପରେ ହୋଇଆସୁଛି । ଅପର ପକ୍ଷରେ କେତେକ ଜନଜାତି ବହୁପୂର୍ବରୁ ହିନ୍ଦୁ ଦେବତାମାନଙ୍କୁ ଗ୍ରହଣ କରିଥିଲେ ଏବଂ ମହାଭାରତ ଏବଂ ରାମାୟଣରେ ଭାରତର ଉତ୍ତର-ପୂର୍ବ ରାଜ୍ୟଠାରୁ ଆରମ୍ଭ କରି ତାମିଲନାଡୁ ପର୍ଯ୍ୟନ୍ତ ଭଲ ଭଳବରେ ବର୍ଣ୍ଣିତ ହୋଇଛି ।

ଜନଜାତିମାନେ ସାଧାରଣତଃ ପ୍ରାକୃତିକ ଉପାଦାନ ସହିତ ଜଡ଼ିତ ଅନେକ ଦେବତାଙ୍କୁ ପୂଜା କରନ୍ତି । ତାମିଲନାଡୁର ନୀଳଗିରିର ତୋଡ଼ା ଆଦିବାସୀ ପାଇଁ, ଏହି ପର୍ବତମାଳାର ତିରିଶରୁ ଅଧ୍ଵ ଶିଖର ଦେବତା କିମ୍ବା ଦେବୀଙ୍କ ବାସସ୍ଥାନ, ସେହି ଶିଖରଗୁଡ଼ିକ ଏତେ ପବିତ୍ର ଯେ ତୋଡ଼ା ଜନଜାତିମାନେ ଆଙ୍ଗୁଠି ଦେଖାଇ ସେମାନଙ୍କ ଆଡ଼କୁ ଇଙ୍ଗିତ କରିବାରୁ ଦୂରେଇ ରୁହନ୍ତି ।

ଅରୁଣାଚଳ ପ୍ରଦେଶର ଅନେକ ଜନଜାତି ସୂର୍ଯ୍ୟଙ୍କର ଏକ ମିଳିତ ରୂପ ଡୋନିଯୋଲୋଙ୍କୁ ଏବଂ ଚନ୍ଦ୍ରଙ୍କୁ ଯିଏକି ପରବର୍ତ୍ତୀ ସମୟରେ ସର୍ବୋଚ୍ଚ ଭଗବାନଙ୍କ ଉଚ୍ଚ ମାନ୍ୟତା ହାସଲ କରିଥିଲେ, ତାଙ୍କୁ ପୂଜା କରନ୍ତି । ଏହା ମଧ୍ୟ ଭାରତର କିଛି ଅଂଶରେ ଖଣ୍ଡୋବା ଦେବତାଙ୍କ କ୍ଷେତ୍ରରେ ଦେଖାଯାଏ ।

ପୂର୍ବ ଭାରତରେ ମୁଣ୍ଡା ଓ ସାନ୍ତାଳ ଆଦିବାସୀମାନେ ଏହି ସମଗ୍ର ବିଶ୍ଵକୁ ସୃଷ୍ଟି କରିଥିବା ସର୍ବୋଚ୍ଚ ଦେବତା ସିଙ୍ଗବଙ୍ଗାଙ୍କୁ ପୂଜା କରନ୍ତି । ନିୟମଗିରି ପର୍ବତକୁ ଡଙ୍ଗରିଆମାନେ ଦେବତା ବା ରକ୍ଷାକର୍ତ୍ତା ଭାବେ ଗ୍ରହଣ କରିଛନ୍ତି ।

ଭାରତୀୟ ଉପମହାଦେଶର ହଜାର ହଜାର ଜାତି ଓ ଜନଜାତି ଇତିହାସର ପ୍ରାରମ୍ଭରୁ ଏବଂ ପୂର୍ବରୁ ପରସ୍ପରକୁ ସେମାନଙ୍କ ଧାର୍ମିକ ବିଶ୍ଵାସ ଓ ପ୍ରଥାରେ ପ୍ରଭାବିତ କରିଛନ୍ତି । ହିନ୍ଦୁଧର୍ମଦ୍ଵାରା ଜନଜାତି ଧର୍ମ ପ୍ରଭାବିତ ହୋଇଛି ବୋଲି ସମସ୍ତେ ସ୍ଵୀକାର କରିଛନ୍ତି, କିନ୍ତୁ ଏହା ମଧ୍ୟ ସତ ଯେ ହିନ୍ଦୁ ଧର୍ମ କେବଳ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ନୁହେଁ ବରଂ ଏହାର ସମଗ୍ର ବିକାଶ ସମୟରେ ଜନଜାତି ଧର୍ମଦ୍ଵାରା ପ୍ରଭାବିତ ହୋଇଛି ।

ବିପ୍ଳବୀ ଧରଣୀଧର ନାଏକ :
ଧରଣୀଧର ନାୟକ ଓଡ଼ିଶାର କେଉଁଝର ଅଞ୍ଚଳର ଜଣେ ସାହସୀ ଆଦିବାସୀ ନେତା ଏବଂ ସ୍ଵାଧୀନତା ସଂଗ୍ରାମୀ ଥିଲେ ।
Class 6 Social Science Chapter 7 Notes Odia Medium ଭାରତର ସାଂସ୍କୃତିକ ଆଧାର-13
ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଅର୍ଥାତ୍ ୧୮୬୦-୭୦ ଦଶକରେ ସ୍ଥାନୀୟ ରାଜାଙ୍କ ସାମନ୍ତବାଦୀ ଅତ୍ୟାଚାର ଏବଂ ବ୍ରିଟିଶ୍ ଉପନିବେଶବାଦୀ ଶାସନ ବିରୁଦ୍ଧରେ ଏକ ଦୃଢ଼ ଆଦିବାସୀ ବିଦ୍ରୋହରେ ନେତୃତ୍ଵ ନେଇଥୁଲେ ଧରଣୀଧର ନାୟକ । ତାଙ୍କ ବିଦ୍ରୋହ କେଉଁଝର ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ ସାମନ୍ତବାଦୀ ଏବଂ ବ୍ରିଟିଶ୍ ବିରୋଧୀ ଭାବନାକୁ ପ୍ରେରଣା ଦେଇଥିଲା ।

ଏହି ବିଦ୍ରୋହ ଓଡ଼ିଶାରେ ଆଦିବାସୀ ପ୍ରତିରୋଧର ପ୍ରାରମ୍ଭିକ ଅଭିବ୍ୟକ୍ତି ମଧ୍ୟରୁ ଗୋଟିଏ ଥିଲା । ବଢୁଥିବା ଅଶାନ୍ତିରେ ବ୍ରିଟିଶମାନେ ଆତଙ୍କିତ ହୋଇ ଆନ୍ଦୋଳନକୁ ଦମନ କରିଥିଲେ ଏବଂ ଧରଣୀଧର ନାଏକଙ୍କୁ ଗିରଫ କରାଯାଇଥିଲା ।

ଧରଣୀଧର ନାୟକଙ୍କୁ ଆଦିବାସୀ ଚେତନାର ପ୍ରବର୍ତ୍ତକ ଏବଂ ଓଡ଼ିଶାର ସ୍ଵାଧୀନତା ଆନ୍ଦୋଳନରେ ସାହସର ପ୍ରତୀକ ଭାବରେ ଓଡ଼ିଶାବାସୀମାନେ ମନେରଖୁଛନ୍ତି ।

ଓଡ଼ିଶାରେ ଜନଜାତିଙ୍କ ଧର୍ମୀୟ ଭାବନା :
ମକର ପର୍ବ ଓଡ଼ିଶାରେ ମୂଖ୍ୟତଃ ସାଧାରଣ ବର୍ଗ ଏବଂ ଆଦିବାସୀ (ଜନଜାତି)ଙ୍କ ଦ୍ଵାରା ପାଳନ କରାଯାଏ । ଏହି ପର୍ବ ଓଡ଼ିଶାରେ ଧାନ ଫସଲ ଅମଳ ପରେ ପଡ଼ିଥାଏ । ମୟୂରଭଞ୍ଜ, କେଉଁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଏହି ପର୍ବ ପାଳନ କରାଯାଏ ।

ମକର ସଂକ୍ରାନ୍ତିକୁ ଉତ୍ତର-ପୂର୍ବ ଓଡ଼ିଶାରେ ଟୁସୁ ପର୍ବ ଭାବରେ ମଧ୍ୟ ପାଳନ କରାଯାଏ । ଚାଉଳ ଏବଂ ଧାନ ହେଉଛି ଏହି କୃଷିଭିତ୍ତିକ ପର୍ବର ମୁଖ୍ୟ ଉପାଦାନ ଏବଂ ପରିବାରର ମୁଖ୍ୟଙ୍କଦ୍ଵାରା କ୍ଷେତରୁ ଅଣାଯାଇଥିବା ଶେଷ ଧନା ଗଦା, ଟୁସୁକୁ ଯୁବତୀମାନେ ପୂଜା କରନ୍ତି । ପୌଷ ମାସର ଶେଷ ଦିନରେ ଅନୁଷ୍ଠିତ ହେଉଥ‌ିବା ଉତ୍ସଗୁଡ଼ିକରେ ଖାଦ୍ୟ, ମେଳା, ସଙ୍ଗୀତ ଆଦି ଅନ୍ତର୍ଭୁକ୍ତ । ଆଦିବାସୀ ସମ୍ପ୍ରଦାୟ ମୁଖ୍ୟତଃ କୁଡୁମି ସମ୍ପ୍ରଦାୟର ମହିଳାମାନେ ଏହି ପର୍ବକୁ ପାଳନ କରନ୍ତି ।

ବିଷୟ ସାରାଂଶ
ଭାରତରେ ପ୍ରାରମ୍ଭକ ଗ୍ରନ୍ଥ ବେଦ ଅନେକ ଚିନ୍ତାଧାରାକୁ ଜନ୍ମ ଦେଇଥିଲା । ବେଦାନ୍ତ ଏବଂ ଯୋଗ ସବୁଠାରୁ ଜଣାଶୁଣା ।

ବୌଦ୍ଧ ଓ ଜୈନଧର୍ମ ବେଦର କର୍ତ୍ତୃତ୍ଵରୁ ଦୂରେଇ ଯାଇ କିଛି ନିର୍ଦ୍ଦିଷ୍ଟ ମୂଲ୍ୟବୋଧ ଓ ପ୍ରଥା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଯଦିଓ ଏହି ସମ୍ପ୍ରଦାୟଗୁଡ଼ିକର ଭିନ୍ନ ଭିନ୍ନ ନୀତି ଏବଂ ପଦ୍ଧତି ଥୁଲା, ତଥାପି ସେମାନେ କିଛି ଗୁରୁତ୍ଵପୂର୍ଣ୍ଣ ଧାରଣା ବିନିମୟ କରୁଥିଲେ । ସେମାନେ ସମସ୍ତେ ଦୁଃଖର କାରଣ ଏବଂ ଅଜ୍ଞତା ଦୂର କରିବାର ଉପାୟ ମଧ୍ୟ ଖୋଜୁଥିଲେ ।

Class 6 Social Science Chapter 7 Notes Odia Medium ଭାରତର ସାଂସ୍କୃତିକ ଆଧାର

ଜନଜାତିଙ୍କ କଳା ବା ପ୍ରଥା ଓ ବିଶ୍ଵାସ ପ୍ରଣାଳୀ ହିନ୍ଦୁ ଧର୍ମ ସହ ବହୁ ଶତାବ୍ଦୀ ଧରି ସମ୍ପର୍କ ରଖୁଛି । ଆଦିବାସୀ ବିଶ୍ଵାସ ପ୍ରଣାଳୀ ସାଧାରଣତଃ ଭୂମି ଏବଂ ଏହାର ବୈଶିଷ୍ଟ୍ୟକୁ ପବିତ୍ର ଭାବରେ ବିବେଚନା କରେ, ଏହା ସହ ଭୂମିରେ, ସେମାନେ ଦେବତ୍ଵର ଏକ ଉଚ୍ଚତର ଧାରଣାରେ ବ୍ରତୀ ହୋଇଥାନ୍ତି ।

Class 6 Social Science Chapter 6 Notes Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ

Go through BSE Odisha Class 6 Social Science Notes Odia Medium Chapter 6 ଭାରତୀୟ ସଭ୍ୟତାର ପ୍ରାରମ୍ଭ to understand important topics more clearly.

6th Class Social Science Chapter 6 Notes Odia Medium

BSE Odisha Class 6 Social Science Chapter 6 Notes Odia Medium

‘ହରପ୍ପା, ସିନ୍ଧୁ ବା ସିନ୍ଧୁ-ସରସ୍ଵତୀ ସଭ୍ୟତା ନାମରେ ପରିଚିତ ଭାରତର ସବୁଠାରୁ ପ୍ରାଚୀନ ସଭ୍ୟତା ବାସ୍ତବରେ, ବିଭିନ୍ନ ଦୃଷ୍ଟିକୋଣରୁ ଉଲ୍ଲେଖନୀୟ ଥିଲା … (ଏହା ଦର୍ଶାଏ) ଏକ ସନ୍ତୁଳିତ ଗୋଷ୍ଠୀ ଜୀବନଯାପନ – ଯେଉଁଥରେ ଧନୀ ଏବଂ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ ସ୍ପଷ୍ଟ ହୋଇ ନଥିଲା, ସାରାଂଶରେ ହରପ୍ପାର ସାମାଜିକ ଦୃଶ୍ୟ ‘ଶୋଷଣ’ର ନୁହେଁ, ବରଂ ପାରସ୍ପରିକ ସହାବସ୍ଥାନର ଥିଲା ।’- ବ୍ରଜବାସୀ ଲାଲ (B.B.Lai)

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ

ସଭ୍ୟତା କ’ଣ ?
ମାନବ ସମାଜର ଏକ ଉନ୍ନତ ପର୍ଯ୍ୟାୟକୁ ସଭ୍ୟତା କୁହାଯାଏ । ମାନବ ଗୋଷ୍ଠୀ ପ୍ରଥମେ ଗୋଟିଏ ସ୍ଥାନରେ ବସବାସ କରି ସେଠାରେ କୃଷି ଅଭ୍ୟାସ ଏବଂ କିଛି ଜ୍ଞାନକୌଶଳ ଯଥା ନିର୍ମାଣ କାର୍ଯ୍ୟ, ଧାତୁବିଜ୍ଞାନ, ପରି ବହନ ଇତ୍ୟାଦିର ବିକାଶ କରି ନିଜ ନିଜର ଜୀବନଶୈଳୀକୁ ଉନ୍ନତ କରିବାକୁ ଆରମ୍ଭ କରିଥିଲେ । ସଂକ୍ଷେପରେ କହିଲେ ଏହାହିଁ ମାନବ ସଭ୍ୟତା । ନିମ୍ନରେ ମାନବ ସଭ୍ୟତାର ବୈଶିଷ୍ଟ୍ୟଗୁଡ଼ିକ ପ୍ରଦାନ କରାଯାଇଛି ।
Class 6 Social Science Chapter 6 Notes Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ-1
ଏକ ଅଧ୍ବକ ଜଟିଳ ସମାଜ ଏବଂ ଏହାର ଅନେକ କାର୍ଯ୍ୟକଳାପ ପରିଚାଳନା କରିବାପାଇଁ ସରକାର ଏବଂ ପ୍ରଶାସନର କିଛି ରୂପ ।

ସହରୀକରଣ – ସହର –ଯୋଜନା, ସହରର ଅଭିବୃଦ୍ଧି ଏବଂ ଏହାର ପରିଚାଳନା, ଯେଉଁଥରେ ସାଧାରଣତଃ ଜଳ ପରିଚାଳନା ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ଅନ୍ତର୍ଭୁକ୍ତ ଅଟେ ।

ବିଭିନ୍ନ ପ୍ରକାରର ଶିଳ୍ପ– କଞ୍ଚାମାଲ (ଯେପରିକି ପଥର କିମ୍ବା ଧାତୁ) ପରିଚାଳନା ଏବଂ ପ୍ରସ୍ତୁତ ସାମଗ୍ରୀ (ଯେପରିକି ଅଳଙ୍କାର ଏବଂ ଉପକରଣ) ଉତ୍ପାଦନ ସମେତ ବିଭିନ୍ନ କାରିଗରୀ ବିଦ୍ୟାର ବିନିମୟ ।

ଉଭୟ ଆଭ୍ୟନ୍ତରୀଣ (ଏକ ସହର କିମ୍ବା ଅଞ୍ଚଳ ମଧ୍ୟରେ) ଏବଂ ବାହ୍ୟ (ଦୂର ଅଞ୍ଚଳ କିମ୍ବା ପୃଥ‌ିବୀର ଅନ୍ୟାନ୍ୟ ଅଂଶ ସହିତ) ବାଣିଜ୍ୟଦ୍ଵାରା ସମସ୍ତ ପ୍ରକାର ସାମଗ୍ରୀର ଆଦାନ ପ୍ରଦାନ କରିବା ।

ବିଭିନ୍ନ ପ୍ରକାର ରଚନା-ରେକର୍ଡ଼ ବା ଲିପିବଦ୍ଧ କରି ରଖୁବା ଏବଂ ଯୋଗାଯୋଗ କରିବାପାଇଁ ଆବଶ୍ୟକ ହୋଇଥାଏ ।

ସାଂସ୍କୃତିକ ଧାରଣା କଳା, ସ୍ଥାପତ୍ୟ, ସାହିତ୍ୟ, ମୌ ଜୀବନ ଏବଂ ଜଗତ ବିଷୟରେ ସାଂସ୍କୃତିକ ଧାରଣା ଏକ ଉତ୍ପାଦନଶୀଳ କୃଷି – କେବଳ ଗାଁ ନୁହେଁ, ବରଂ ଅଟେ ।

ଧାତୁବିଜ୍ଞାନ (Metallurgy) : ପ୍ରକୃତିରୁ ଧାତୁ ବାହାର କରିବା, ସେଗୁଡ଼ିକୁ ଶୁଦ୍ଧ କରିବା କିମ୍ବା ମିଶ୍ରଣ କରିବାର କୌଶଳ ସହିତ ଧାତୁ ଏବଂ ଏହାର ଗୁଣର ବୈଜ୍ଞାନିକ ଅଧ୍ୟୟନ ଅନ୍ତର୍ଭୁକ୍ତ ।

ଉପରୋକ୍ତ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରୁ ସହରୀକରଣ ସହର – ଯୋଜନା, ସହରର ଅଭିବୃଦ୍ଧି ଏବଂ ଏହାର ପରିଚାଳନା, ପାନୀୟ ଜଳ ଯୋଗାଣ ଓ ଜଳ ନିଷ୍କାସନ ପଦ୍ଧତି ମାନବ ସଭ୍ୟତାର ବିକାଶପାଇଁ ଏକ ମୁଖ୍ୟ ବୈଶିଷ୍ଟ୍ୟ ଅଟେ ।

ଉପରୋକ୍ତ ସମସ୍ତ ବୈଶିଷ୍ଟ୍ୟ ଆଜି ପୃଥ‌ିବୀର ଅଧୁକାଂଶ ସମାଜରେ ଦେଖିବାକୁ ମିଳେ ।

ଇତିହାସରୁ ଜଣାଯାଏ ଯେ ପୃଥ‌ିବୀର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଅନେକ ସଭ୍ୟତାର ସୃଷ୍ଟି ହୋଇଥିଲା ।

ଆଜକୁ ଛଅହଜାର ବର୍ଷତଳେ ମେସୋପଟାମିଆ ସଭ୍ୟତା ଆଧୁନିକ ଇରାକ୍ ଏବଂ ସିରିଆ ଅଞ୍ଚଳରେ ଗଢ଼ି ଉଠିଥିଲା ଏବଂ ଏହାର କିଛି ଶତାବ୍ଦୀ ପରେ ପ୍ରାଚୀନ ଇଜିପ୍‌ଟରେ ମିଶରୀୟ ସଭ୍ୟତାର ଆରମ୍ଭ ହୋଇଥିଲା ।

Class 6 Social Science Chapter 6 Notes Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ

ନିମ୍ନରେ ପ୍ରଦତ୍ତ ଚିତ୍ରରେ ଆମେ ଭାରତୀୟ ଉପମହ। ଦେ ଶକୁ ଦେଖିବା ଏବଂ ଏହାର ଉତ୍ତର ପଶ୍ଚିମଞ୍ଚଳ ହେଉଛି ସେହି ସ୍ଥାନ ଯେଉଁଠାରୁ ଆମ ସଭ୍ୟତାର ସୂତ୍ରପାତ ହୋଇଛି ।
Class 6 Social Science Chapter 6 Notes Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ-2

ଗାଁରୁ ସହର ପର୍ଯ୍ୟନ୍ତ :
ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିଭକ୍ତ ପଞ୍ଜାବର ବିଶାଳ ସମତଳ ଅଞ୍ଚଳ ପାକିସ୍ତାନର ସିନ୍ଧ ଅଞ୍ଚଳ ସିନ୍ଧୁ ନଦୀ ଏବଂ ଏହାର ଉ ପ ନ ଦୀ ଦ୍ଵା। ର। ହୋଇଥାଏ ।

କିଛି ଶହ ବର୍ଷ ପୂର୍ବେ ଆଉ ଏକ ନଦୀ ସରସ୍ୱତୀ, ହିମାଳୟର ପାଦଦେଶରୁ ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟର କିଛି ଅଂଶ ଦେଇ ପ୍ରବାହିତ ହେଉଥିଲା । ଫଳରେ ସମତଳଭୂମି ଉର୍ବର ହେବାସହ କୃଷି ପାଇଁ ଅନୁକୂଳ ହୋଇଥିଲା । ଏହିସବୁ ଅଞ୍ଚଳ ଖ୍ରୀ.ପୂ. ୩୫୦୦ରୁ କାଳକ୍ରମେ ଗ୍ରାମରୁ ସହରକୁ ପରିଣତ ହେବାରେ ଲାଗିଲା ।

ପ୍ରାୟ ଖ୍ରୀ.ପୂ. ୨୬୦୦ ବେଳକୁ ବିଭିନ୍ନ ବାଣିଜ୍ୟ ଓ ଅନ୍ୟାନ୍ୟ ବିନିମୟ ବୃଦ୍ଧି ପାଇବା ସହିତ ଏହି ସହରଗୁଡ଼ିକ ବୃହତ୍ ସହରରେରେ ପରିଣତ ହୋଇଥିଲା ।

ପ୍ରନୃତତ୍ତ୍ଵବିତ୍‌ମାନେ ଏହି ସଭ୍ୟତାକୁ ସିନ୍ଧୁ, ହରପ୍‌, ଇନ୍ଦ୍ରସ୍-ସରସ୍ଵତୀ ବା ସିନ୍ଧୁ-ସରସ୍ଵତୀ ସଭ୍ୟତା ନାମରେ ନାମିତ କରିଛନ୍ତି । ସିନ୍ଧୁ ସଭ୍ୟତାର ବାସିନ୍ଦାଙ୍କୁ ହରପିୟାନ୍ସ କୁହାଯାଏ ଏବଂ ଏହି ସଭ୍ୟତା ପୃଥ‌ିବୀର ସର୍ବପୁରାତନ ସଭ୍ୟତା ମଧ୍ୟରୁ ଅନ୍ୟତମ ।

ସିନ୍ଧୁ ସଭ୍ୟତାର ବାସିନ୍ଦାମାନଙ୍କୁ ‘ହରସ୍କାନସ୍’ କୁହାଯାଏ, କାରଣ ହରପ୍ପା ସହର (ବର୍ତ୍ତମାନ ପାକିସ୍ତାନର ପଞ୍ଜାବରେ) ଏହି ସଭ୍ୟତାର ପ୍ରଥମ ସହର । ୧୯୨୦-୨୧ ମସିହାରେ ଏହି ସ୍ଥାନ ଖୋଳା ହେଲାପରେ ଜଣାପଡ଼ିଲା ଯେ, ବହୁବର୍ଷ ପୂର୍ବେ ଏଠାରେ ଏକ ସହରୀ ସଭ୍ୟତା ଗଢ଼ି ଉଠିଥିଲା ।

ସିନ୍ଧୁନଦୀ କୂଳରେ ଗଢ଼ିଉଠିଥ‌ିବା ଏହି ବିକାଶକୁ ଭାରତର ପ୍ରଥମ ସହରୀକରଣ ବୋଲି କୁହାଯାଏ ।

ଉପନଦୀ (Tributary) : ଏକ ନଦୀ ଯାହା ଏକ ପ୍ରଧାନ ନଦୀକୁ ଜଳ ଯୋଗାଏ । ଉଦାହରଣ ସ୍ୱରୂପ ଯମୁନା ହେଉଛି ଗଙ୍ଗା ନଦୀର ଉପନଦୀ, ସେହିପରି ଇବ୍ ଓ ତେଲ୍ ମଧ୍ୟ ମହାନଦୀର ଉପନଦୀ ଅଟନ୍ତି ।
Class 6 Social Science Chapter 6 Notes Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ-3

ସରସ୍ଵତୀ ନଦୀ :
ମାନଚିତ୍ର (ଚିତ୍ର ୬.୩)ରେ ଇଣ୍ଡସ୍ (ବା ସିନ୍ଧୁ) ଏବଂ ଏହାର ପାଞ୍ଚଟି ମୁଖ୍ୟ ଶାଖା ନଦୀକୁ ଦର୍ଶାଯାଇଛି । ମହେଞ୍ଜୋଦାରୋ ଏବଂ ହରପ୍ପା ଭଳି ନଦୀପାର୍ଶ୍ଵରେ ଗୁରୁତ୍ଵପୂର୍ଣ୍ଣ ସହରଗୁଡ଼ିକ ବୃଦ୍ଧି ପାଇଥିଲା ।

ସରସ୍ଵତୀ ନଦୀ କୂଳରେ ଅନେକ ସ୍ଥାନ ଏବେ ଭାରତରେ ‘ଘଗର’ ଏବଂ ପାକିସ୍ତାନରେ ‘ହାକ୍ରା’ ନାମରେ ପରିଚିତ । ଏହି ଅଞ୍ଚଳରେ ଏହି ନଦୀକୁ ‘ଘଗର-ହାକୁ’ ନଦୀ କୁହାଯାଏ । କେବଳ ବର୍ଷା ଋତୁରେ ଏହି ନଦୀର ପାଣି ଅସୁଥ‌ିବାରୁ ଏହା ଏକ ଋତୁକାଳୀନ ନଦୀ ଅଟେ ।

ସରସ୍ଵତୀ ନଦୀ ବିଷୟରେ ପ୍ରଥମେ ଏକ ପ୍ରାଚୀନ ପ୍ରାର୍ଥନା ‘ଋକ୍ ବେଦ’ରେ ଉଲ୍ଲେଖ କରାଯାଇଛି । ଏହି ଗ୍ରନ୍ଥରେ ସରସ୍ଵତୀଙ୍କୁ ଉଭୟ ଦେବୀ ଏବଂ ‘ପର୍ବତରୁ ସମୁଦ୍ରକୁ ପ୍ରବାହିତ ନଦୀ’ ଭାବରେ ପୂଜା କରାଯାଏ ।

ସହର ଯୋଜନା :
ଦୁର୍ଗପ୍ରାଚୀର ( Fortification) : ଫୋର୍ଟିଫିକେସନ୍ ସାଧାରଣତଃ ସୁରକ୍ଷା ଭଦ୍ଦେଶ୍ୟରେ ଏକ ବସ୍ତି କିମ୍ବା ସହର ଚାରିପଟେ ଏକ ବିଶାଳ କାନ୍ଥ ।

ସମ୍ଭ୍ରାନ୍ତ (Elite) ଏଲିଟ୍ ଏଠାରେ ଏହି ଶବ୍ଦରେ ସମାଜର ଉଚ୍ଚସ୍ତର, ଯେପରିକି ଶାସକ, ଅଧିକାରୀ ପ୍ରଶାସକ ଏବଂ ଅଧିକାଂଶ ସମୟରେ ପୂଜକମାନଙ୍କୁ ବୁଝାଏ ।

୧୯୨୪ ମସିହାରେ ଭୂଖନନ ପରେ ବର୍ତ୍ତମାନ ପାକିସ୍ତାନରେ ଅବସ୍ଥିତ ସିନ୍ଧୁ ସଭ୍ୟତାର ଦୁଇଟି ସହର ହରପ୍‌ପା ଏବଂ ମୋହେଞ୍ଜୋଦାରୋ ଆବିଷ୍କୃତ ହୋଇଛି ।

ସିନ୍ଧୁ ନଦୀ ଉପତ୍ୟକାରେ ଏହି ସଭ୍ୟତା ଗଢ଼ି ଉଠିଥିବାରୁ ଏହାକୁ ‘ସିନ୍ଧୁ ଉପତ୍ୟକା ସଭ୍ୟତା’ ବୋଲି କୁହାଯାଇଥାଏ ।

ପରବର୍ତୀ ସମୟରେ କେତେକ ପ୍ରମୂଖ ସହର ଯଥା ଧୋଲାବିରା (ଗୁଜରାଟ), ରାକ୍ଷୀଗଡ଼ୀ (ହରିୟାଣା) ଗାନୱେରିୱାଲା (ପାକିସ୍ତାନର ଚୋଲିଲି . ମରୁଭୂମିର) ଏବଂ ଶତାଧ‌ିକ କ୍ଷୁଦ୍ର ସ୍ଥାନ (ଯେପରିକି ଗୁଜୁରାଟର ଲୋଥାଲ୍) ଆବିଷ୍କୃତ ହୋଇଥିଲା ଓ କିଛି ଅଂଶ ଖୋଦିତ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ସରସ୍ଵତୀ ନଦୀ ଅବବାହିକାରେ ଅନେକ ଛୋଟ ସହର ହରିୟାଣାର ଫର୍ମାନା, ରାଜସ୍ଥାନର କାଲିବଙ୍ଗନ ଏବଂ କିଛି ବଡ଼ ସହର ଯଥା ହରିୟାଣାର ଭିରାନା ଏବଂ ବନୱାଲୀ, ରାକ୍ଷୀଗଡ଼ା ଏବଂ ଗାନୱେରିୱେଲା ଆଦି ଆବିଷ୍କୃତ ହୋଇଛି । ଦିଆଯାଇଥ‌ିବା ମାନଚିତ୍ର (ଚିତ୍ର ୬.୩)ରେ ସେହି ଅଞ୍ଚଳର ସ୍ଥାନଗୁଡ଼ିକର ଉଚ୍ଚ ଘନତ୍ଵକୁ ସ୍ପଷ୍ଟ କରେ ।

ନଗର ଯୋଜନା :
ହରପ୍‌ପା ଥିଲା ଏକ ସୁପରିକଳ୍ପିତ ସହର ବା ନଗର । ସେଗୁଡ଼ିକର ଓସାରିଆ ରାସ୍ତା ଥିଲା । ଏହି ସହର ଅଗଣିତ ଅଟ୍ଟାଳିକାରେ ଅଳଂକୃତ ହୋଇଥିଲା । ସେଗୁଡ଼ିକ ଥିଲା ସାର୍ବଜନୀନ ଓ ବ୍ୟକ୍ତିଗତ ।
Class 6 Social Science Chapter 6 Notes Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ-4
ଏକ ବିଶାଳ କାନ୍ଥ ବା ଦୁର୍ଗ ଅଧିକାଂଶ ସହରକୁ ଘେରି ରହିଥ‌ିବା ଜଣାପଡ଼ିଛି ଏବଂ ଏହାର ଦୁଇଟି ଭିନ୍ନ ଅଂଶ ଥୁଲା- ‘ଉପର ସହର’, ଯେଉଁଠାରେ ସମ୍ଭବତଃ ସ୍ଥାନୀୟ ଏଲିଟ୍ ବା ସମ୍ଭ୍ରାନ୍ତ ସମାଜ ରହୁଥିଲେ ଏବଂ ନି ମ୍ନ ସହର, ଯେଉଁଠାରେ ସାଧାରଣ ଲୋକ ରହୁଥିଲେ ।

ସହରର ଉପର ଭାଗରେ ଥିବା କେତେକ ବଡ଼ କୋଠା ସାମୂହିକ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥ‌ିବା ପରି ମନେହୁଏ । ଉଦାହରଣ ସ୍ଵରୂପ, ଗୋଦାମ ଘର, ଯେଉଁଠାରେ ପରି ବହ ନ ସାମଗ୍ରୀ ଗଚ୍ଛିତ ଭାବରେ ରଖାଯାଉଥିଲା ।

ସହରର ସମସ୍ତ ଗଳିରେ ବିଭିନ୍ନ ଆକାରର ଘରମାନ ନିର୍ମାଣ କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ଥୁଲା କି, ଛୋଟବଡ଼ ଘର ପାଇଁ ନିର୍ମାଣର ମାନ ସମାନ ଥିଲା ।

ସହରର ସମସ୍ତ କୋଠା ସାଧାରଣତଃ ଇଟାରେ ନିର୍ମିତ ହେଉଥିଲା ।

କାଲିବାଙ୍ଗାନ୍ ଏବଂ ଧୋଲାବିରାର ସମସ୍ତ କୋଠାର ମୂଳଦୁଆ ପଥରରେ ନିର୍ମିତ ହୋଇଥିଲା ।

ସହରଗୁଡ଼ିକରେ ଓସାରିଆ ରାସ୍ତା ନିର୍ମିତ ହୋଇଥୁଲା ଯାହାକି ପ୍ରାୟତଃ ମୁଖ୍ୟ ଦିଗକୁ ଆକର୍ଷିତ ହେଉଥିଲା ।
Class 6 Social Science Chapter 6 Notes Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ-5
ସହରର ଭଗ୍ନରୂପରୁ ଏକ ବିରାଟ ସ୍ନାନାଗାର ମଧ୍ୟ ଉଦ୍ଧାର କରାଯାଇଛି । ଏଥ‌ିରେ ଏକ ବିରାଟ ଚଟାଣ, ମଧ୍ୟଭାଗରେ ଏକ ଜଳଭଣ୍ଡାର ଓ ତା’ର ଚାରିପଟରେ ଗ୍ୟାଲେରୀ ଓ ଛୋଟ ଛୋଟ କୋଠରି ରହିଥ‌ିବାର ଦେଖାଯାଏ । ମୋହେଞ୍ଜୋଦାରୋର ପ୍ରସିଦ୍ଧ ଗ୍ରେଟ୍ ବାଥ୍ ବା ମହାସ୍ନାନାଗାରର ମାପ ୧୨ × ୭ ମିଟର ଥିଲା ଏବଂ ଏଥ‌ିରେ ସତର୍କତାର ସହ ରଖାଯାଇଥ‌ିବା ଇଟା ଉପରେ ଜଳ ନିରୋଧକ ପଦାର୍ଥ (ଯେପରିକି ପ୍ରାକୃତିକ ବିଟୁମେନ୍, ଏକ ପ୍ରକାର ଆଲକାତରା) ପ୍ରୟୋଗ କରାଯାଉଥିଲା ।

ସ୍ନାନାଗାରକୁ କେତେକ ଛୋଟ ଛୋଟ କୋଠରୀର ଘେରି ରହିଥିଲା, ସେଥୁମଧ୍ୟରୁ ଗୋଟିଏରେ ଏକ କୂଅ ଥିଲା । ସ୍ନାନାଗାରର ଗୋଟିଏ ପାର୍ଶ୍ଵରେ ଏକ ଡ୍ରେନ୍ ବା ନାଳ ଥୁଲା, ଏହାକୁ ସମୟ ସମୟରେ ଖାଲି କରି ମଧୁର ଜଳ ଭର୍ତ୍ତି କରିବାରେ ବ୍ୟବହାର କରାଯାଇଥିଲା ।

ପ୍ରଦାନ କରିଛନ୍ତି । ଲୋକଙ୍କ ପାଇଁ ଧାର୍ମିକ ରୀତିନୀତି ପାଇଁ ବ୍ୟବହୃତ ଏଭଳି ଢାଞ୍ଚାକୁ ନେଇ ପ୍ରତ୍ନତତ୍ତ୍ୱବିତ୍‌ମାନେ ଅନେକ ସମ୍ଭାବ୍ୟ ବ୍ୟାଖ୍ୟା ସର୍ବସାଧାରଣ ସ୍ନାନ, କେତେକ ରାଜପରିବାର ପାଇଁ ସ୍ଥାନ, କିମ୍ବା ହେଉଥ‌ିବା ପୋଖରୀ । ଏହି ସହରରେ ଅଧିକାଂଶ ଘରେ ବ୍ୟକ୍ତିଗତ ଶୌଚାଳୟ ଥିବାରୁ ପ୍ରଥମ ବ୍ୟାଖ୍ୟାକୁ ଏବେ ପ୍ରତ୍ୟାଖ୍ୟାନ କରାଯାଇଛି ।

ଜଳ ପରିଚାଳନା :
ହରପ୍‌ପାବାସୀମାନେ ଜଳର ସ୍ଵଚ୍ଛତା ଉପରେ ଅଧିକ ଗୁରୁତ୍ଵ ଦେଉଥିଲେ ।

ପ୍ରତ୍ୟେକ ହରପ୍‌ପାବାସୀଙ୍କ ଗୃହରେ ସ୍ନାନାଗାର ରହିଥିଲା । ଏହା ଏକ ବୃହତ୍ ଡ୍ରେନ୍ ବା ନାଳ ସହିତ ସଂଯୁକ୍ତ ଥିଲା, ଯାହା ସାଧାରଣତଃ ରାସ୍ତା ତଳକୁ ଚାଲିଯାଇଥିଲା ଏବଂ ବର୍ଜ୍ୟଜଳକୁ ନିଷ୍କାସିତ କରୁଥିଲା ।

ମୋହେ ଞ୍ଜୋଦାରେ! ରେ ଲୋକ ମା ନେ ଇଟାରେ ନିର୍ମିତ ଶତାଧ୍ଵକ କୂଅରୁ ପାଣି ଆଣି ବ୍ୟବହାର କରୁଥିଲେ । କେତେକ ଅଞ୍ଚଳରେ ପୋଖରୀ, ଝରଣା କିମ୍ବା କୃତ୍ରିମ ଜଳଭଣ୍ଡାରର ପାଣି ମଧ୍ୟ ଲୋକମାନେ ନିତ୍ୟ ନୈମିତିକ ଜୀବନରେ ବ୍ୟବହାରରେ ଲଗାଉଥିଲେ ।
Class 6 Social Science Chapter 6 Notes Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ-6
ଗୁଜରାଟର କଚ୍ଛ ଜିଲ୍ଲାର ଧୋଲାବିରା ଅଞ୍ଚଳରୁ ଏକ ବୃହତ୍ ଜଳଭଣ୍ଡାର ଆବିଷ୍କୃତ ହୋଇଛି । ଏହାର ଦୈର୍ଘ୍ୟ ୭୩ ମିଟର ଅଟେ । ପଥର କ ଟା ଯାଇ ଏ ହି ଣ୍ଡା ର ନି ର୍ମି ତ ହୋଇଥିଲା ।
Class 6 Social Science Chapter 6 Notes Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ-7
ଧୋଲାବିରାଠାରେ ଅତି କମ୍‌ରେ ଛଅଟି ବଡ଼ ଜଳଭଣ୍ଡାର ପଥରରେ ନିର୍ମିତ ହୋଇଥିଲା କିମ୍ବା ଶିଳାକୁ କାଟି ନିର୍ମାଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଜଳ ସଂରକ୍ଷଣ ଏବଂ ବିତରଣ ପାଇଁ ଭୂତଳ ନାଳ ମାଧ୍ୟମରେ ସଂଯୋଗ କରାଯାଇଥିଲା ।

ହରପ୍ପାନ୍‌ମାନେ କ’ଣ ଖାଉଥିଲେ ?
ହରପ୍‌ପାବାସୀମାନେ ବଡ଼ କିମ୍ବା ଛୋଟ ନଦୀ କୂଳରେ ବସତି ସ୍ଥାପନ କରିଥିଲେ ।

ନଦୀକୂଳର ଉର୍ବର ମୃତ୍ତିକା କୃଷି ପାଇଁ ଉପଯୋଗୀ ଥିଲା । ହରପ୍ତାନ୍‌ମାନେ ଡାଲି ଏବଂ ବିଭିନ୍ନ ପ୍ରକାର ପନିପରିବା ବ୍ୟତୀତ ବାର୍ଲି, ଗହମ, କିଛି ବାଜରା ଏବଂ ବେଳେବେଳେ ଧାନପରି ଶସ୍ୟ ଉତ୍ପାଦନ କରୁଥିଲେ ।

Class 6 Social Science Chapter 6 Notes Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ

ୟୁ ରେ ସି ଆରେ ପ୍ରଥମେ ହର ୱାନ୍ ମାନେ କପାଚାଷ କରିଥିଲେ, ଯାହାକି ସେମାନଙ୍କୁ ପୋଷାକ ପ୍ରସ୍ତୁତ କରି ବାରେ ସାହାଯ୍ୟ କରିଥିଲା ।
Class 6 Social Science Chapter 6 Notes Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ-8
କେବଳ ସେତିକି ନୁହେଁ କୃଷିର ଉପକରଣ ମଧ୍ୟ ନିର୍ମାଣ କରି ସେମାନେ ତାକୁ କାର୍ଯ୍ୟରେ ଲଗାଉଥିଲେ, ଯେଉଁଥୁରୁ କିଛି ଆଧୁନିକ ସମୟର କୃଷକମାନେ ବ୍ୟବହାର କରୁଛନ୍ତି ।

ଏହି ସମସ୍ତ କୃଷିକାର୍ଯ୍ୟ ଶହ ଶହ କ୍ଷୁଦ୍ର ଗ୍ରାମ ସମୀପରେ ବା ଗ୍ରାମାଞ୍ଚଳରେ ପରିଚାଳିତ ହେଉଥିଲା ।

ଭୂଖନନରୁ ଆବିଷ୍କୃତ ବହୁସଂଖ୍ୟକ ପଶୁର ଅସ୍ଥି ଏବଂ ମାଛକଣ୍ଟାରୁ ଜଣାଯାଏ ଯେ ହରୱାନ୍‌ମାନେ ମାଂସାହାରୀ ଥିଲେ । ସେମାନେ ଉଭୟ ନଦୀ ଏବଂ ସମୁଦ୍ରରେ ମାଛ ଧରୁଥିଲେ ।

ହରପ୍ପାବାସୀମାନେ ମାଟିର ପାତ୍ର ବ୍ୟବହାର କରୁଥିଲେ । ବୈଜ୍ଞାନିକ ପରୀକ୍ଷଣରୁ ଜଣାଯାଏ ଯେ ଦୁଗ୍‌ଧଜାତ ଦ୍ରବ୍ୟ, ହଳଦୀ, ଅଦା ଏବଂ କଦଳୀକୁ ସେମାନେ ଖାଦ୍ୟରେ ବ୍ୟବହାର କରୁଥିଲେ । ଏଥିରୁ ଜଣାଯାଏ ଯେ ସେମାନଙ୍କ ଖାଦ୍ୟରେ ବିବିଧତା ଥିଲା । ସେମାନେ ବହୁ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଉଥିଲେ ।

ଏକ ଦ୍ରୁତ ବାଣିଜ୍ୟ :
ହରପ୍ପା ସମାଜ ଯେ କେବଳ ମାତ୍ର କୃଷି ଓ ଶିଳ୍ପ ପ୍ରଧାନ ଥିଲା ତା’ ନୁହେଁ, ସେମାନେ ମଧ୍ୟ ବାଣିଜ୍ୟ ବ୍ୟବସାୟରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ।
Class 6 Social Science Chapter 6 Notes Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ-9
ସେମାନେ ଭାରତ ଭିତରେ ଏବଂ ଭାରତ ବାହାରେ ଅନ୍ୟ ସଭ୍ୟତା ଏବଂ ସଂସ୍କୃତି ସହିତ ସକ୍ରିୟ ବାଣିଜ୍ୟରେ ନିୟୋଜିତ ଥିଲେ ।

ସେମାନେ ଅଳଙ୍କାର, କାଠ, ଦୈନନ୍ଦିନ ବ୍ୟବହୃତ କିଛି ଜିନିଷ, ସମ୍ଭବତଃ ସୁନା ଏବଂ କପା ଏବଂ ସମ୍ଭବତଃ କିଛି ଖାଦ୍ୟ ସାମଗ୍ରୀ ରପ୍ତାନି କରୁଥୁଲେ ।

ଗୁ ଜରାଟରେ ମି ଳୁଥ‌ିବ। କର୍ନେଲି ଆନ୍ ର ମଣି ହରପ୍‌ମାନଙ୍କର ପସନ୍ଦଯୋଗ୍ୟ ଅଳଙ୍କାର ଥିଲା ।

ସେମାନେ ଶଙ୍ଖ ଖୋଳପାରେ ସୁନ୍ଦର ବୁଡ଼ି ତିଆରି କରୁଥିଲେ ।

ରପ୍ତାନି ସାମଗ୍ରୀ ବଦଳରେ ହରପ୍ପା ମାନେ କ’ଣ ଆମଦାନୀ କରୁଥିଲେ ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏଥୁରେ ବୋଧହୁଏ ତମ୍ବା ଅନ୍ତର୍ଭୁକ୍ତ ଥୁଲ, କାରଣ ଏହି ଧାତୁ ସେତେବେଳେ ଘରେ ଘରେ ଏତେ ସାଧାରଣ ନଥିଲା ।
Class 6 Social Science Chapter 6 Notes Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ-10

ହରପ୍‌ପାମାନେ ତମ୍ବା, – ଏକ ନରମ ଧାତୁ, କାମ କରିବାର କଳାରେ ପାରଦର୍ଶିତା ଅର୍ଜନ କରିଥିଲେ । ଯଦି ତମ୍ବାରେ ଟିଣ ମିଶାଯାଏ, ତାହା ବ୍ରୋଞ୍ଜ୍ (କଂସା)ରେ ପରିଣତ ହୁଏ, ଯାହା ତମ୍ବାଠାରୁ କଠିନ ଅଟେ । ହରପ୍ପାମାନେ ବ୍ରୋଞ୍ଜ୍ ବ୍ୟବହାର କରି ଯନ୍ତ୍ରପାତି, ପାତ୍ର ଏବଂ ମାପ ତରାଜୁ ତିଆରି କରୁଥିଲେ ଏବଂ ପରବର୍ତ୍ତୀ ସମୟରେ ଆମେ ଦେଖୁ ଯେ କିଛି ମୂର୍ତ୍ତି ମଧ୍ୟ ତିଆରି କରୁଥିଲେ ।

ହରପ୍‌ପାବାସୀମାନେ ଉଭୟ ସ୍ଥଳପଥ ଏବଂ ଜଳପଥରେ ବାଣିଜ୍ୟ ବ୍ୟବସାୟ କରୁଥିଲେ ।

ଗୁଜରାଟର ଲୋଥାଲଠାରେ ଆବିଷ୍କୃତ ହୋଇଥିବା ୨୧୭ ମିଟର ଲମ୍ବ ଏବଂ ୩୬ ମିଟର ପ୍ରସ୍ତ ଥ‌ିବା ପୋତାଶ୍ରୟରୁ ଜଣାଯାଏ ଯେ ସେ ସମୟରେ ପଣ୍ୟଦ୍ରବ୍ୟ ପରିବହନ ପାଇଁ ନୌକାରେ ସାମଗ୍ରୀଗୁଡ଼ିକ ଆଣିବା ବା ପଠାଇବା କାର୍ଯ୍ୟ କରାଯାଉଥିଲା । ଏହି ପୋତାଶ୍ରୟର ଲମ୍ବ ଦୁଇଟି ଫୁଟବଲ୍ ପଡ଼ିଆଠାରୁ ଟିକେ ଅଧୂକ । ଏହି ଅବବାହିକା ନିଶ୍ଚୟ ଏକ ପୋତାଶ୍ରୟ ହୋଇଥିବ, ଯେଉଁଠାରୁ ପଣ୍ୟ ଦ୍ରବ୍ୟ ପରିବହନ ପାଇଁ ନୌକାରେ ସାମଗ୍ରୀଗୁଡ଼ିକୁ ଆଣିବା ବା ପଠାଇବା କାର୍ଯ୍ୟ କରାଯାଉଥିଲା ।

ଖନନରୁ ବାହାରିଥିବା ହଜାର ହଜାର ଛୋଟ ସିଲ୍ ବା ମୋହର ଏହାର ଜ୍ଵଳନ୍ତ ଉଦାହରଣ ଅଟେ ।
Class 6 Social Science Chapter 6 Notes Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ-11

ଲିଖନ ପ୍ରଣାଳୀ ଓ ଲିପି :
ସେ ସମୟରେ ସିଲ୍‌ଗୁଡ଼ିକ ସାଧାରଣତଃ ଷ୍ଟେଟାଇଟ୍‌ରେ (ନରମ ଖଡ଼ିରେ) ନିର୍ମିତ ହେଉଥିଲା, ଯାହା ଏକ ନରମ ପଥର, ତାହା ଗରମ ହେବାଦ୍ଵାରା ଟାଣ ହେଉଥିଲା ।

ମୋହରଗୁଡ଼ିକ ସ୍ଵଳ୍ପ ସେଣ୍ଟିମିଟର ବିଶିଷ୍ଟ ଥିଲା । ସେଗୁଡ଼ିକ ଉପରେ ସେମାନଙ୍କର ଲିଖନ ପ୍ରଣାଳୀର କିଛି ସଙ୍କେତ ସହିତ ପଶୁମାନଙ୍କର ଚିତ୍ର ଖୋଦିତ ହେଉଥିଲା । ଦୁର୍ଭାଗ୍ୟର ବିଷୟ ଏହିକି ଯେ ଆଜି ପର୍ଯ୍ୟନ୍ତ ଏହି ଲିପି ବୋଧଗମ୍ୟ ହୋଇପାରିନାହିଁ ।
Class 6 Social Science Chapter 6 Notes Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ-12
Class 6 Social Science Chapter 6 Notes Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ-13
Class 6 Social Science Chapter 6 Notes Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ-14
Class 6 Social Science Chapter 6 Notes Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ-15
Class 6 Social Science Chapter 6 Notes Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ-16

ସମାପ୍ତ-ନା–ଏକ ନୂତନ ପ୍ରାରମ୍ଭ ?
ଖ୍ରୀ.ପୂ. ୧୯୦୦ ବେଳକୁ ଏହି ସିନ୍ଧୁ-ସରସ୍ଵତୀ ସଭ୍ୟତାର ବିଲୟ ଘଟିବାକୁ ଆରମ୍ଭ କଲା । ଗୋଟିଏ ପରେ ଗୋଟିଏ ସହର ପରିତ୍ୟକ୍ତ ହୋଇଯାଇଥିଲା । ଧୀରେ ଧୀରେ ହରପ୍‌ମାନଙ୍କର ହଜାର ହଜାର ସଂଖ୍ୟାର କ୍ଷୁଦ୍ର ଗ୍ରାମୀଣ ବସ୍ତି ବିଚ୍ଛିନ୍ନ ହୋଇଯାଇଥିଲା ।

ନିମ୍ନଲିଖୂତ କାରଣଗୁଡ଼ିକ ଯୋଗୁଁ ହରପ୍‌ପା ସଭ୍ୟତାର ବିଲୟ ଘଟିଥିଲା ।

  1. ପ୍ରଥମତଃ, ଖ୍ରୀ.ପୂ. ୨୨୦୦ ପରଠାରୁ ଜଳବାୟୁ ପରିବର୍ତ୍ତନ ପୃଥ‌ିବୀର ଅଧିକାଂଶ ଅଞ୍ଚଳକୁ ପ୍ରଭାବିତ କରିଥିଲା, ଯାହା ବୃଷ୍ଟିପାତକୁ ହ୍ରାସ କରିଥିଲା ଏବଂ ଶୁଖୁଲା ବା ଶୁଷ୍କ ପର୍ଯ୍ୟାୟ ସୃଷ୍ଟି କରିଥିଲା । ଏହାଦ୍ଵାରା କୃଷିକାର୍ଯ୍ୟରେ ବାଧା ଉପୁଜିଥିଲା ଓ ସହରକୁ ଖାଦ୍ୟ ଯୋଗାଣ ହ୍ରାସ ପାଇଥିଲା ।
  2. ଦ୍ଵିତୀୟତଃ, ସରସ୍ଵତୀ ନଦୀ ଏହାର କେନ୍ଦ୍ରୀୟ ଅବବାହିକାରେ ଶୁଖୁଲା, ଯାହାଫଳରେ କାଲିବଙ୍ଗନ ବା ବନୱାଲୀ ଭଳି ସହରଗୁଡ଼ିକ ପରିତ୍ୟକ୍ତ ହୋଇଗଲା ।

ଏତଦ୍‌ବ୍ୟତୀତ, ଆହୁରି ଅନେକ କାରଣ ଅଛି, କିନ୍ତୁ ଏହି ଦୁଇଟି ଘଟଣା ଆମକୁ ମନେ ପକାଇଦିଏ ଯେ, ଆମେ ଆମର ମଙ୍ଗଳ ପାଇଁ ଜଳବାୟୁ ଏବଂ ପରିବେଶ ଉପରେ କେତେକ ନିର୍ଭରଶୀଳ । ହରପ୍‌ପା ସଭ୍ୟତାର ବିଲୟ ଘଟିଥିଲେ ମଧ୍ୟ ହରପ୍ପା ସଂସ୍କୃତି ଓ ସେମାନଙ୍କର ବୈଷୟିକ ଜ୍ଞାନକୌଶଳ ସୂଚାଇଦିଏ ଯେ ଆଜିକୁ ହଜାର ହଜାର ବର୍ଷ ତଳେ ଏକ ସମୃଦ୍ଧ ନଗର ସଭ୍ୟତା ଗଢ଼ିଉଠିଥିଲା ।

ବିଷୟ ସାରାଂଶ
ସିନ୍ଧୁ, ହରପ୍‌ପା ବା ସିନ୍ଧୁ-ସରସ୍ଵତୀ ସଭ୍ୟତା ପୃଥ‌ିବୀର ସବୁଠାରୁ ପୁରୁଣା ସଭ୍ୟତା ମଧ୍ୟରୁ ଅନ୍ୟତମ । ଏହାର ବାସିନ୍ଦା ହରପ୍ପାମାନେ ଦକ୍ଷ ଜଳ ପରିଚାଳନା, ବିବିଧ କାରିଗରୀ ଏବଂ ଦ୍ରୁତ ବାଣିଜ୍ୟ ସହିତ ଯୋଜନାବଦ୍ଧ ସହର ସୃଷ୍ଟି କରିଥିଲେ ।

ଏକ ଉତ୍ପାଦନଶୀଳ କୃଷି ସହରକୁ ବିଭିନ୍ନ ପ୍ରକାର ଫସଲ ଆଣିଥିଲା ।

ସମ୍ଭବତଃ ଜଳବାୟୁ ଏବଂ ପରିବେଶ ପରିବର୍ଭନ କାରଣରୁ ସଭ୍ୟତା ଶେଷରେ ହ୍ରାସ ପାଇଲା, ଲୋକମାନେ ଗ୍ରାମୀଣ ଜୀବନଶୈଳୀକୁ ଫେରି ଆସିଲେ ।

Class 6 Social Science Chapter 5 Notes Odia Medium ଇଣ୍ଡିଆ, ଅର୍ଥାତ୍ ଭାରତ

Go through BSE Odisha Class 6 Social Science Notes Odia Medium Chapter 5 ଇଣ୍ଡିଆ, ଅର୍ଥାତ୍ ଭାରତ to understand important topics more clearly.

6th Class Social Science Chapter 5 Notes Odia Medium

BSE Odisha Class 6 Social Science Chapter 5 Notes Odia Medium

‘ଭାରତର ପ୍ରାରମ୍ଭିକ ସମୟରେ ଆଧାୟିକ ଏବଂ ସାଂସ୍କୃତିକ ଏକତା ସମ୍ପୂର୍ଣ୍ଣ ହୋଇଥିଲା ଏବଂ ହିମାଳୟ ଓ ଦୁଇ ସମୁଦ୍ର ମଧ୍ୟରେ ମାନବ ଜାତିର ମହାନ ଭଡାନ ଘଟିଥିଲା ।’
ଶ୍ରୀ ଅରବିନ୍ଦ

ବିଷୟଭିତ୍ତିକ ସୂଚନା ଓ ବିଶ୍ଳେଷଣ
Class 6 Social Science Chapter 5 Notes Odia Medium ଇଣ୍ଡିଆ, ଅର୍ଥାତ୍ ଭାରତ-1
ପୃଥ‌ିବୀ ପୃଷ୍ଠରେ ଆମ ଦେଶ ଭାରତ ଏକ ଯୁଗାନ୍ତକାରୀ ଗୌରବମୟ ଦେଶ ଯାହା ମାନବ ସଭ୍ୟତାର ଅନ୍ୟତମ ସର୍ବପ୍ରାଚୀନ ଦେଶ ।

ଶ୍ରୀଅରବିନ୍ଦଙ୍କ ଭାଷାରେ ‘ଭାରତରେ ପ୍ରାରମ୍ଭିକ ସମୟରେ’’ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଏକତା ସମ୍ପୂର୍ଣ୍ଣ ହୋଇଥିଲା ଏବଂ ହିମାଳୟ ଓ ଦୁଇ ସମୁଦ୍ର ମଧ୍ୟରେ ମାନବ ଜାତିର ଉତ୍ଥାନ ଘଟିଥିଲା ।’’

ବର୍ତ୍ତମାନ ଭାରତ ଏକ ଆଧୁନିକ ରାଷ୍ଟ୍ର ଯାହାର ନିର୍ଦ୍ଦିଷ୍ଟ ସୀମା, ନିର୍ଦ୍ଦିଷ୍ଟ ରାଜ୍ୟସମୂହ ଏବଂ ଏକ ଜ୍ଞାତ ଜନସଂଖ୍ୟା ରହିଛି ।

କିନ୍ତୁ ୨୦୦୦ ରୁ ୫୦୦୦ ବର୍ଷ ପୂର୍ବେ ପୃଥ‌ିବୀର ଏହି ଅଞ୍ଚଳ ଥିଲା ଭିନ୍ନ ଏବଂ ଭିନ୍ନ ଭିନ୍ନ ନାମରେ ନାମିତ ହୋଇଥିଲା । ଆକାର ଦୃଷ୍ଟିରୁ ଏହା ଏକ ଉପମହାଦେଶ ।
Class 6 Social Science Chapter 5 Notes Odia Medium ଇଣ୍ଡିଆ, ଅର୍ଥାତ୍ ଭାରତ-2

Class 6 Social Science Chapter 5 Notes Odia Medium ଇଣ୍ଡିଆ, ଅର୍ଥାତ୍ ଭାରତ-3

ଅଧ୍ୟାବାସୀ (Inhabitants) – ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବସବାସ କରନ୍ତି ।

ଭାରତୀୟମାନେ କିପରି ଭାରତର ନାମକରଣ କରିଥିଲେ ?
ଋକ୍‌ବେଦ ଅନୁସାରେ ଭାରତ ଉପମହାଦେଶର ଉତ୍ତର-ପଶ୍ଚିମ ଅଞ୍ଚଳକୁ ‘ସପ୍ତ ସିନ୍ଧବ’ ଅର୍ଥାତ୍ ‘ସାତଟି ନଦୀର ଭୂମି’ ବୋଲି ନାମିତ କରାଯାଇଛି । ‘ସିନ୍ଧବ’ ଶବ୍ଦ ‘ସିନ୍ଧୁ’ରୁ ଆସିଛି, ଯାହା ସିନ୍ଧୁ ନଦୀକୁ ବୁଝାଏ, କିମ୍ବା ବେଳେବେଳେ ସାଧାରଣତଃ କୌଣସି ଏକ ନଦୀକୁ ବୁଝାଏ ।

ମହାଭାରତ ଗ୍ରନ୍ଥରେ କାଶ୍ମୀର (ଆଜିର କାଶ୍ମୀର ), କୁରୁକ୍ଷେତ୍ର ( ଆଜି ହରି ୟାଣାର କିଛି ଅଂଶ), ବକ୍ସ (ବଙ୍ଗଳାର କିଛି ଅଂଶ), ପ୍ରାଗ୍ ଜ୍ୟୋତିଷ (ପ୍ରାୟ ଆଜିର ଆସାମ), କଚ୍ଛ ( ଆଜିର କୁ ଚ୍ଛ), କେରଳ (ପ୍ରାୟତଃ ଆଜିର କେରଳ) ଆଦି ଅନେକ ଅଞ୍ଚଳକୁ ତାଲିକାଭୁକ୍ତ କରାଯାଇଛି ।
Class 6 Social Science Chapter 5 Notes Odia Medium ଇଣ୍ଡିଆ, ଅର୍ଥାତ୍ ଭାରତ-4

ଭାରତ ଇତିହାସରେ ଏହାର ନାମକରଣ ଅନେକ ପ୍ରକାରର ହୋଇଛି । ମହାଭାରତରେ ଏହାର ନାମ ଭାରତବର୍ଷ ଏବଂ ଜମ୍ବୁଦୀପ ନାମରେ ବର୍ଣ୍ଣନା କରାଯାଇଛି ।

‘ଭାରତବର୍ଷ’ର ଅର୍ଥ ହେଉଛି ‘ଭରତଙ୍କ ଦେଶ’ । ‘ଭରତ’ ହେଉଛି ଏକ ନାମ ଯାହ ପ୍ରଥମେ ଋକ୍‌ବେଦରେ ଉଲ୍ଲିଖତ, ଯାହା ଏକ ମୁଖ୍ୟ ବୈଦିକ ଗୋଷ୍ଠୀର ଲୋକଙ୍କୁ ସୂଚିତ କରେ । ପରବର୍ତୀ ସାହିତ୍ୟରେ ‘ଭରତ’ ନାମରେ ଅନେକ ରାଜାଙ୍କ ନାମ ଉଲ୍ଲେଖ ରହିଛି ।

‘ଜମ୍ବୁଦ୍ଵୀପ’ର ଅର୍ଥ ହେଉଛି ‘ଜାମୁ-କୋଳି ଗଛର ଦ୍ଵୀପ’ । ଏହା ପ୍ରକୃତରେ ଭାରତର ଏକ ସାଧାରଣ ବୃକ୍ଷ, ଯାହାକୁ ‘ଜମ୍ବୁଲ ଗଛ’, ‘ମାଲାବାର ଗଛ’ ଇତ୍ୟାଦି ମଧ୍ୟ କୁହାଯାଏ । ‘ଜମ୍ବୁଦ୍ଵୀପ’ ଅର୍ଥ ଭାରତୀୟ ଉପମହାଦେଶକୁ ଅବିହିତ କରାଯାଇଥିଲା ।

ଅଶୋକଙ୍କ ଶିଳାଲିପି ମଧ୍ୟରୁ ଗୋଟିଏ ଶିଳାଲିପିରେ ‘ଭାରତବର୍ଷ’କୁ ବର୍ଣ୍ଣନା କରିବା ପାଇଁ ଅଶୋକ ସମାନ ନାମ ‘ଜମ୍ବୁଦ୍ଵୀପ’ ବ୍ୟବହାର କରିଥିଲେ, ଯେଉଁଥିରେ ସେତେବେଳେ ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନର କିଛି ଅଂଶ ସାମିଲ ଥିଲା । ଏହାର କିଛି ଶତାବ୍ଦୀ ପରେ ଭାରତୀୟ ଉପମହାଦେଶ ପାଇଁ ସାଧାରଣତଃ ବ୍ୟବହୃତ ନାମ ହେଲା ‘ଭାରତ’ । ବିଷପୁରାଣରେ ଏ ବିଷୟରେ ଆମେ ପଢ଼ିଛୁ ।

Class 6 Social Science Chapter 5 Notes Odia Medium ଇଣ୍ଡିଆ, ଅର୍ଥାତ୍ ଭାରତ

‘ଭାରତ’ ନାମ ଆଜି ମଧ୍ୟ ବ୍ୟବହୃତ ହେଉଛି । ଉତ୍ତର ଭାରତରେ ଏହାକୁ ସାଧାରଣତଃ ‘ଭାରତ’ ନାମରେ ଲେଖାଯାଇଥିବାବେଳେ ଦକ୍ଷିଣ ଭାରତରେ ଏହାକୁ ପ୍ରାୟତଃ ‘ଭାରତମ୍’ ଭାବରେ ଲେଖାଯାଏ ।

୨୦୦୦ ବର୍ଷ ପୂର୍ବେ ପ୍ରାଚୀନ ତାମିଲ ସାହିତ୍ୟର ଏକ କବିତା, ଜଣେ ରାଜାଙ୍କ ପ୍ରଶଂସାରେ ର ଚି ତ ହୋଇଥିଲା । ଯାହାଙ୍କ ନାମ ‘ଦକ୍ଷିଣରେ କୁମାରୀ ଅନ୍ତରୀପ (କେପ୍)ଠାରୁ, ଉତ୍ତରରେ ଥ‌ିବା ମହାନ ପର୍ବତ ସହିତ ପୂର୍ବ ଏବଂ ପଶ୍ଚିମରେ ଥିବା ସମୁଦ୍ର’’ ଯାଏ ଖ୍ୟାତ ଥିଲେ ।

ଆମ ଭାରତର ସମ୍ବିଧାନ ପ୍ରଥମେ ଇଂରାଜୀରେ ଲେଖାଯାଇଥିଲା । ଯାହାର ଆରମ୍ଭରେ ‘ଇଣ୍ଡିଆ’, ଅର୍ଥାତ୍ ‘ଭାରତ’ ଶବ୍ଦ ବ୍ୟବହାର କରାଯାଇଛି । ସେହିଭଳି ସମ୍ବିଧାନର ହିନ୍ଦୀ ସଂସ୍କରଣରେ ମଧ୍ୟ ଏହା ‘ଭାରତ ଅର୍ଥାତ୍ ଇଣ୍ଡିଆ’ ବୋଲି ଉଲ୍ଲେଖ କରାଯାଇଛି ।

ବିଦେଶୀମାନେ ଭାରତର ନାମକରଣ କିପରି କଲେ ?
ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଜଣେ ପାର୍ସୀ ସମ୍ରାଟ ସାମରିକ ଅଭିଯାନ ଆରମ୍ଭ କରି ସିନ୍ଧୁ ନଦୀର ଅଞ୍ଚଳ ନିଜ ନିୟନ୍ତ୍ରଣକୁ ନେଇଥିଲେ, ଯାହାକୁ ପୂର୍ବରୁ ସିନ୍ଧୁ କୁହାଯାଉଥିଲା । ପଥର ଶିଳାଲେଖରେ ପାରସୀମାନେ ଭାରତକୁ ‘ହିନ୍ଦ’, ‘ହିନ୍ଦୁ’ କିମ୍ବା ‘ହିନ୍ଦୁ’ ବୋଲି ସମ୍ବୋଧତ କରିଥିଲେ, ଯାହାକି ତାଙ୍କ ଭାଷାରେ ‘ସିନ୍ଧୁ’ର ରୂପାନ୍ତରଣ ମାତ୍ର ।

ପ୍ରାଚୀନ ଗ୍ରୀକ୍‌ମାନେ ଭାରତକୁ ଇଣ୍ଡିଆ, ଇଣ୍ଡୋଇ କିମ୍ବା ‘ଇଣ୍ଡିକେ’ ବୋଲି କହୁଥିଲେ । ଏହି ଅକ୍ଷର ସେମାନଙ୍କ ଗ୍ରୀକ୍ ଭାଷାରେ ନଥୁବାରୁ ସେମାନେ ‘ହିନ୍ଦୁ’ର ପ୍ରାରମ୍ଭିକ ଅକ୍ଷର ‘ହ’ ଛାଡ଼ି ଦେଇଥିଲେ । ସିନ୍ଧୁ → ହିନ୍ଦୁ →ଇଣ୍ଡୋଇ / ଇଣ୍ଡିକେ

ଚୀନାମାନେ ଭାରତକୁ ‘ୟିଣ୍ଟୁ’ କିମ୍ବା ‘ୟିନ୍ଦୁ’ ବୋଲି କହୁଥିଲେ । ଏହି ଶବ୍ଦଟି ମଧ୍ୟ ନିମ୍ନଲିଖୂତ ଢଙ୍ଗରେ ‘ସିନ୍ଧୁ’ରୁ ଆସିଛି ।
ସିନ୍ଧୁ ହିନ୍ଦୁ → ଇନ୍ଦୁ → ୟିନ୍ଦୁ

ସମ୍ବିଧାନ (Constitution) – ଏକ ଦସ୍ତାବିଜ୍ ଯେଉଁଥରେ ମୌଳିକ ସିଦ୍ଧାନ୍ତ ଏବଂ ଏକ ରାଷ୍ଟ୍ରର ନିୟମଗୁଡ଼ିକୁ ବର୍ଣନା କରାଯାଇଛି । ଆମ ଦେଶର ସମ୍ବିଧାନ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ କାର୍ଯ୍ୟକାରୀ ହୋଇଥିଲା ।

ଜୁଆନଜାଙ୍ଗ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ଚୀନ୍‌ରୁ ଭାରତକୁ ଯାତ୍ରା କରିଥିଲେ । ସେ ଭାରତରେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ, ପଣ୍ଡିତମାନଙ୍କୁ ଭେଟିଥିଲେ, ବୌଦ୍ଧ ପୁସ୍ତକ ସଂଗ୍ରହ କରିଥିଲେ ଏବଂ ୧୭ ବର୍ଷ ପରେ ଚୀନକୁ ଫେରିଥିଲେ । ସେଠାରେ ସେ ନିଜ ସହ ନେଇଥିବା ପାଣ୍ଡୁଲିପିଗୁଡ଼ିକୁ ସଂସ୍କୃତରୁ ଚାଇନିଜ୍ ଭାଷାରେ ଅନୁବାଦ କରିଥିଲେ । ଶତାବ୍ଦୀ ଶତାବ୍ଦୀ ଧରି ଚୀନ୍‌ର ଅନେକ ପଣ୍ଡିତମାନେ ଭାରତ ଗସ୍ତରେ ଆସିଥିଲେ ।

ଆଉ ଏକ ଚାଇନିଜ୍ ଶବ୍ଦ, ଯାହା ‘ସିନ୍ଧୁ’ରୁ ମଧ୍ୟ ଉତ୍ପନ୍ନ ହୋଇଛି, ତାହା ହେଲା! ‘ଡିଆଟୁ’ କିନ୍ତୁ ଏହି ଶବ୍ଦକୁ ‘ଦିବ୍ୟ ଗୁରୁ’ ଭାବରେ ମଧ୍ୟ ବୁଝାଯାଇପାରେ । ବୁଦ୍ଧଙ୍କ ଦେଶ ଭାବରେ ଭାରତ ପ୍ରତି ପ୍ରାଚୀନ ଚୀନର ସମ୍ମାନ ଏହି ଶବ୍ଦରୁ ପ୍ରତିଫଳିତ ହୁଏ ।

୧୮୦୦ ବର୍ଷ ପୂର୍ବେ ଏକ ପାର୍ସି ଶିଳାଲେଖରେ ‘ହିନ୍ଦୁସ୍ତାନ’ ଶବ୍ଦ ପ୍ରଥମ ଥରପାଇଁ ଲେଖା ଯାଇଥିଲା ।

ଏହାପରେ ଭାରତକୁ ଆସିଥିବା ଅଧିକାଂଶ ଆକ୍ରମଣକାରୀ ଏହି ହିନ୍ଦୁସ୍ତାନ ନାମ ବ୍ୟବହାର କରିଛନ୍ତି ।

ବିଷୟ ସାରାଂଶ
ଭାରତ ଏକ ପ୍ରାଚୀନ ଭୂମି, ଯାହାର ଇତିହାସରେ ଅନେକ ନାମ ରହିଛି ।

ଭାରତର ପ୍ରାଚୀନ ଅଧ୍ଵବାସୀମାନଙ୍କଦ୍ଵାରା ଦିଆଯାଇଥିବା ନାମଗୁଡ଼ିକ ହେଲା ‘ଜମ୍ବୁଦ୍ଵୀପ’ ଏବଂ ‘ଭାରତ’ ଅନ୍ତର୍ଭୁକ୍ତ । ପରବର୍ତୀ ସମୟରେ ଏହା ବ୍ୟାପକ ହୋଇଥିଲା ଏବଂ ଅଧିକାଂଶ ଭାରତୀୟ ଭାଷାରେ ଏହାର ନାମ ଭାରତ ଅଟେ ।

Class 6 Social Science Chapter 5 Notes Odia Medium ଇଣ୍ଡିଆ, ଅର୍ଥାତ୍ ଭାରତ

ଭାରତକୁ ଆସୁଥ‌ିବା ବିଦେଶୀ ପର୍ଯ୍ୟଟକ ଓ ଆକ୍ରମଣକାରୀମାନେ ମୁଖ୍ୟତଃ ସିନ୍ଧୁ ବା ଇଣ୍ଡୁ ନଦୀରୁ ଉତ୍ପନ୍ନ ନାମ ଗ୍ରହଣ କରିଥିଲେ, ଫଳରେ ‘ହିନ୍ଦୁ’, ‘ଇଣ୍ଡୋଇ’ ଏବଂ ଶେଷରେ ‘ଇଣ୍ଡିଆ’ ଭଳି ନାମ ପ୍ରକାଶ ପାଇଥିଲା ।

Class 6 Social Science Chapter 4 Notes Odia Medium ଇତିହାସର ସମୟସୀମା ଏବଂ ଉତ୍ସ

Go through BSE Odisha Class 6 Social Science Notes Odia Medium Chapter 4 ଇତିହାସର ସମୟସୀମା ଏବଂ ଉତ୍ସ to understand important topics more clearly.

6th Class Social Science Chapter 4 Notes Odia Medium

BSE Odisha Class 6 Social Science Chapter 4 Notes Odia Medium

ଭାଗ ସମ୍ପର୍କରେ
ଟେପେଷ୍ଟ୍ରି ହେଉଛି କାନ୍‌ସ୍ ପରି କପଡ଼ାର ଏକ ବଡ଼ ଖଣ୍ଡ ଯାହା ସାଧାରଣତଃ କାନ୍ଥ ଭାବରେ ଝୁଲୁଥାଏ, ଯେଉଁଥରେ ଚିତ୍ର ଏବଂ ଡିଜାଇନ୍ ବା ନକ୍‌ସା ଥାଏ, ବେଳେବେଳେ ଏକ ଐତିହାସିକ କାହାଣୀକୁ ସୂଚାଏ । ଆମର ଟେପେପ୍ସି ବା ସ୍ମୃତିଫର୍ଦ୍ଦ ଭାରତର ଅତୀତଠାରୁ ଆରମ୍ଭ କରି ଆମେ ଅତୀତର ଦୃଶ୍ୟ ଚିତ୍ରଣ କରିବା ।

ଅତୀତ ହେଉଛି ବର୍ତ୍ତମାନକୁ ବୁଝିବାର ଚାବିକାଠି ଏବଂ ଏହି ବିଷୟବସ୍ତରେ ଥ‌ିବା ଅଧ୍ୟାୟଗୁଡ଼ିକ ଏହି ସମ୍ପର୍କକୁ ସ୍ପଷ୍ଟ କରୁଛି ।

ଅତୀତ ଏବେ ବି ଆମ ପାଖରେ ରହିଛି ଏବଂ ଦୁଃଖର କଥା ଯେ ଇତିହାସ ସବୁବେଳେ ସୁଖଦ ବିକାଶ ସମ୍ବନ୍ଧରେ ଆଲୋଚନା କରିନଥାଏ, ତେଣୁ ଲୋକ, ସରକାର କିମ୍ବା ଶାସକମାନେ କେଉଁଠାରେ ଏବଂ କାହିଁକି ଭୁଲ୍ କରିଛନ୍ତି ତାହା ବୁଝିବା ଉପଯୋଗୀ ହୋଇଥାଏ । ତା’ହେଲେ ହିଁ ଆମେ ସେହି ତ୍ରୁଟିଗୁଡ଼ିକର ପୁନରାବୃତ୍ତିରୁ ବଞ୍ଚିପାରିବା ବୋଲି ଆଶା କରିପାରିବା ।

‘ଇତିହାସ ହେଉଛି, ‘ବର୍ତ୍ତମାନ ଏବଂ ଅତୀତ ମଧ୍ଯରେ ଏକ ଅସୀମ ବାର୍ତ୍ତାଳାପ….. ଆଜିର ସମାଜ ଓ ଗତକାଲିର ସମାଜ ମଧ୍ୟରେ …… କେବଳ ଅତୀତକୁ ଦୃଷ୍ଟିରେ ରଖୁଲେ ହିଁ ଆମେ ବର୍ତ୍ତମାନକୁ ସମ୍ପୂର୍ଣ୍ଣ ଭାବରେ ବୁଝିପାରିବା ।’
– ଏଡଓ୍ବାର୍ଡ଼ ହେଲେଟ୍‌ କାର୍ (E.H.Carr)

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
Class 6 Social Science Chapter 4 Notes Odia Medium ଇତିହାସର ସମୟସୀମା ଏବଂ ଉତ୍ସ-1
ଜାତୀୟ ସଂଗ୍ରହାଳୟ ନୂଆଦିଲ୍ଲୀରେ ଅବସ୍ଥିତ । ଏହା ଏକ ସାଂସ୍କୃତିକ ପ୍ରତିଷ୍ଠାନ, ଯାହାକି ଏକ ସମୃଦ୍ଧ ଐତିହ୍ୟ ଅଟେ । ଏହି ସଂଗ୍ରହାଳୟ ଅତୀତର ମୂର୍ତ୍ତି, ମୁଦ୍ରା ଓ ଅଳଙ୍କାର ଭଳି ବସ୍ତୁଗୁଡ଼ିକୁ ସଂରକ୍ଷଣ କରିଥାଏ, ଯାହାକି ଆମ ଇତିହାସକୁ ବୁଝିବାରେ ସାହାଯ୍ୟ କରିଥାଏ ।

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଭୁବନେଶ୍ଵରଠାରେ ଅବସ୍ଥିତ । ୧୯୩୨ ମସିହାରେ ଏହା ପ୍ରତିଷ୍ଠା ହୋଇଥିଲା ଏବଂ ୧୯୬୦ ମସିହାରେ ନୂତନ କୋଠାଘରକୁ ସ୍ଥାନାନ୍ତରିତ ହୋଇଥିଲା । ଏହି ସଂଗ୍ରହାଳୟକୁ ଏଗାରଟି ବିଭାଗରେ ବିଭକ୍ତ କରାଯାଇଛି ।

ଆମେ ଅତୀତ ବିଷୟରେ କିପରି ଜାଣିବା ?
Class 6 Social Science Chapter 4 Notes Odia Medium ଇତିହାସର ସମୟସୀମା ଏବଂ ଉତ୍ସ-2
ପୃଥ‌ିବୀର ଏକ ଲମ୍ବା ଇତିହାସ ଅଛି ଯେଉଁଥିରେ ମାନବ ଏବଂ ଛୋଟ ଅଂଶ ଅଧିକାର କରିଛି । ବହୁତ ଲୋକ ଇତିହାସ ପଢ଼ନ୍ତି କିନ୍ତୁ ଖୁବ୍ କମ୍ ଲୋକ ପୃଥିବୀର ଭୂପୃଷ୍ଠତଳେ ଲୁଚି ରହିଥ‌ିବା ଗୁପ୍ତ କଥାକୁ ବାହାର କରିଛନ୍ତି ଏବଂ ଇତିହାସକୁ ଶିକ୍ଷା କରିବାପାଇଁ ବା ଅତୀତ ବିଷୟରେ ଜାଣିବାପାଇଁ ସହାୟକ ହୋଇଛନ୍ତି ।
Class 6 Social Science Chapter 4 Notes Odia Medium ଇତିହାସର ସମୟସୀମା ଏବଂ ଉତ୍ସ-3
ଭୂ-ତତ୍ତ୍ଵ ବିଜ୍ଞାନୀମାନେ (Geologists) (ଚିତ୍ର ୪.୨.୧) ପୃଥ‌ିବୀର ଭୌତିକ ବୈଶିଷ୍ଟ୍ୟ ଯଥା ମାଟି, ପଥର, ପାହାଡ଼, ପର୍ବତ, ନଦୀ, ସମୁଦ୍ର, ମହାସାଗର ଏବଂ ପୃଥ‌ିବୀର ଅନ୍ୟାନ୍ୟ ଅଂଶର ଅଧ୍ୟୟନ କରିଛନ୍ତି ।

ଜୀବାଶ୍ମବିଜ୍ଞାନୀମାନେ (Palacontologists) (ଚିତ୍ର ୪.୨.୨) ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ଉଭିଦ, ଜୀବଜନ୍ତୁ ଓ ମନୁଷ୍ୟର ଅବଶେଷକୁ ଜୀବାଶ୍ମ ଆକାରରେ ଅଧ୍ୟୟନ କରନ୍ତି ।

ନୃତତ୍ତ୍ୱବିତ୍‌ମାନେ (Arthropologists) (ଚିତ୍ର ୪.୨.୩) ପୁରାତନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ମାନବ ସମାଜ ଓ ସଂସ୍କୃତିର ଅଧ୍ୟୟନ କରନ୍ତି ।

ପ୍ରନ୍ସତତ୍ତ୍ଵବିତ୍‌ମାନେ (Archecologists) (ଚିତ୍ର ୪.୨.୪) ପଶୁ ଓ ମଣିଷର ଉପକରଣ, ପାତ୍ର, ମାଳି, ମୂର୍ତ୍ତି, ଖେଳନା, ହାଡ଼ ଓ ଦାନ୍ତ, ପୋଡ଼ିଯାଇଥିବା ଶସ୍ୟ, ଘର କିମ୍ବା ଇଟା ଆଦି ଭଳି ଲୋକ, ଗଛ ଓ ଜୀବଜନ୍ତୁମାନେ ଛାଡ଼ିଯାଇଥବା ଅବଶିଷ୍ଟ ଅଂଶକୁ ଖୋଳି ଅତୀତର ଅଧ୍ୟୟନ କରନ୍ତି ।

ଇତିହାସ (History) – ମାନବ ଅତୀତର ଅଧ୍ୟୟନକୁ ଇତିହାସ କୁହନ୍ତି ।

ଜୀବାଶ୍ମ (Fossils) – ମୃତ ଉଦ୍ଭିଦ ଓ ପ୍ରାଣୀଙ୍କର ଶରୀରର ଅଂଶ ଯାହା ମାଟି ବା ପଥର ସ୍ତର ମଧ୍ଯରେ ସଂରକ୍ଷିତ ଥ‌ିବା ଦେଖିବାକୁ ମିଳେ, ସେଗୁଡ଼ିକୁ ଜୀବାଶ୍ମ କୁହାଯାଏ ।

ଯୁଗ (Era) – କାଳ ବା ସମୟର ଏକ ନିର୍ଦ୍ଦିଷ୍ଟ ଅବଧୂକୁ ଯୁଗ କୁହାଯାଏ ।

ଇତିହାସରେ ସମୟକୁ କିପରି ଗଣନା କରାଯାଏ ?
ପ୍ରତ୍ୟେକ ସମାଜ ଓ ସଂସ୍କୃତିରେ ସମୟକୁ ମାପ କରିବାପାଇଁ ନିଜସ୍ୱ ପନ୍ଥା ଅବଲମ୍ବନ କରାଯାଇଥାଏ । କୌଣସି ଏକ ମୁଖ୍ୟ ଘଟଣା ଯଥା କୌଣସି ମହାପୁରୁଷଙ୍କ ଜନ୍ମଦିନ ବା ଶାସକଙ୍କ ଶାସନ ଗାଦିରେ ଅଧ୍ୟଷ୍ଠିତ ହେବା ଦିନଠାରୁ ଏକ ଯୁଗ ବା ଅବ୍ଦର ପ୍ରଚଳନ କରି ସମୟକୁ ଗଣନା କରାଯାଏ ।

ସାମାଜିକ ବିଜ୍ଞାନ ଅଧ୍ୟୟନ : ଭାରତ ଓ ଆମ ପୃଥ‌ିବୀ (SOCIAL STUDIES) – VI MBD ବର୍ତ୍ତମାନ ବିଶ୍ଵରେ ସାଧାରଣ ଭାବରେ ଗ୍ରେଗୋରିଆନ କ୍ୟାଲେଣ୍ଡର ବ୍ୟବହାର କରାଯାଇଛି । ଉକ୍ତ କ୍ୟାଲେଣ୍ଡରକୁ ପୋପ ଗ୍ରେଗୋରୀ ତ୍ରୟୋଦଶ ପ୍ରଚଳନ କରିଥିଲେ । ଏତଦ୍ ବ୍ୟତୀତ ଆମେ ହିନ୍ଦୁ, ଇସଲାମିକ୍, ଜିୟୁସ, ଚାଇନିଜ୍ ଆଦି କ୍ୟାଲେଣ୍ଡରମାନ ବ୍ୟବହାର କରୁ । ସେଥୁରୁ ଆମେ ତାରିଖ ଗଣନା କରିବାସହ ପର୍ବପର୍ବାଣି ଇତ୍ୟାଦି ପାଳନର ଦିନ ନିର୍ଣ୍ଣୟ କରିଥାଉ ।

ପାଶ୍ଚାତ୍ୟଦେଶରେ ଭଗବାନ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନକୁ ଏକ ଯୁଗର ଆରମ୍ଭ ବୋଲି ଧରି ସେହିଠାରୁ ଖ୍ରୀଷ୍ଟପୂର୍ବ ଓ ଖ୍ରୀଷ୍ଟାବ୍ଦର ହିସାବ କରାଯାଏ । ଯୀଶୁଙ୍କ ଜନ୍ମ ପୂର୍ବର ସମୟକୁ BC ବା BCE ଏବଂ ଯୀଶୁଙ୍କ ଜନ୍ମ ପରର ସମୟକୁ AD କିମ୍ବା CE ଭାବେ ଧରାଯାଏ । ଏହାକୁ ସମଗ୍ର ବିଶ୍ଵରେ କମନ୍ ଏରା ବା (CE) କୁହାଯାଉଛି ।

ଉଦାହରଣ ସ୍ଵରୂପ, ୧୯୪୭ ମସିହା, ଯେଉଁବର୍ଷ ଭାରତ ସ୍ଵାଧୀନତା ଲାଭ କରିଥିଲା, ତାହାକୁ ୧୯୪୭ ଖ୍ରୀଷ୍ଟାବ୍ଦ (ଖ୍ରୀଷ୍ଟାବ୍ଦ ୧୯୪୭) କିମ୍ବା ୧୯୪୭ କମନ୍ ଏରା (CE) ଭାବରେ ଲେଖାଯାଇପାରିବ ।

ଯୀଶୁଙ୍କ ଜନ୍ମ ପାଇଁ ପାରମ୍ପରିକ ତାରିଖର ପୂର୍ବ ବର୍ଷଗୁଡ଼ିକୁ ପଛୁଆ ଭାବେ ବର୍ଣ୍ଣନା କରାଯାଏ ଏବଂ ଖ୍ରୀଷ୍ଟପୂର୍ବ (କିମ୍ବା ଖ୍ରୀଷ୍ଟଙ୍କ ପୂର୍ବରୁ) ଦ୍ଵାରା ଚିହ୍ନିତ କରାଯାଏ । ବର୍ତ୍ତମାନ ଏହାକୁ ବିଫୋର କମନ୍ ଏରା ବା (BCE) କୁହାଯାଉଛି । ଉଦାହରଣ ସ୍ୱରୂପ ଖ୍ରୀଷ୍ଟପୂର୍ବ ୫୬୦ ହେଉଛି ଗୌତମ ବୁଦ୍ଧଙ୍କ ଜନ୍ମର ଏକ ଆନୁମାନିକ ବର୍ଷ ।
ବିଶ୍ବରେ ରକ୍ ଆର୍ଟ ବା ପ୍ରସ୍ତୁତ ଚିତ୍ର ପ୍ରଥମ ଉଦାହରଣ ବରଫ ଯୁଗ
Class 6 Social Science Chapter 4 Notes Odia Medium ଇତିହାସର ସମୟସୀମା ଏବଂ ଉତ୍ସ-4

ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ କୌଣସି ବର୍ଷ ‘ଶୂନ୍ୟ ବର୍ଷ’ ଭାବେ ଗଣନା କରାଯାଇନାହିଁ । ପରନ୍ତୁ ପ୍ରଥମ ଖ୍ରୀଷ୍ଟପୂର୍ବର ଅବଧୂ ପରେ ପ୍ରଥମ ଖ୍ରୀଷ୍ଟାବ୍ଦ ସଙ୍ଗେସଙ୍ଗେ ଗଣନା ହୋଇଥାଏ । ଖ୍ରୀଷ୍ଟପୂର୍ବ ୨ରୁ ୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ, ପ୍ରତିବର୍ଷକୁ ଚିହ୍ନଟ କରି ଏକ ସମୟରେଖା ପ୍ରସ୍ତୁତ କଲେ ଆମେ ଜାଣିବା ଯେ, ସେହି ଦୁଇଟି ତାରିଖ ମଧ୍ୟରେ ମାତ୍ର ୩ ବର୍ଷ ହୋଇଛି ।

Class 6 Social Science Chapter 4 Notes Odia Medium ଇତିହାସର ସମୟସୀମା ଏବଂ ଉତ୍ସ

ତେଣୁ ଏକ ବିଫୋର କମନ୍ ଏରା (BCE) ବା ଖ୍ରୀଷ୍ଟପୂର୍ବର ତାରିଖ ଏବଂ କମନ୍ ଏରା (CE) ବା ଖ୍ରୀଷ୍ଟାବ୍ଦ ତାରିଖ ମଧ୍ୟରେ ବର୍ଷ ସଂଖ୍ୟା ଗଣନା କରିବାକୁ, ସେଗୁଡ଼ିକୁ ଯୋଗ କରି ୧ ବିୟୋଗ କରିବ । ଉପରୋକ୍ତ କ୍ଷେତ୍ରରେ ୨ + ୨ – ୧ = ୩ ଉତ୍ତର ଅଟେ ।

ଉଦାହରଣ ସ୍ଵରୂପ, ବୁଦ୍ଧଙ୍କ ଜନ୍ମ ବିଷୟରେ ଜାଣିବା ପାଇଁ ମନେକର ଯେ ଆମେ ବର୍ତ୍ତମାନ ୨୦୨୬ ଖ୍ରୀଷ୍ଟାବ୍ଦରେ ଅଛନ୍ତି, ତେବେ ବୁଦ୍ଧ ୫୬୦ + ୨୦୨୬ – ୧ = ୨,୫୮୫ ବର୍ଷ ପୂର୍ବେ ଜନ୍ମଗ୍ରହଣ କରିଥିଲେ ।

ଗ୍ରେଗୋରିଅନ୍ ପାଞ୍ଜି (Gregorian calander) ଗ୍ରେଗୋରି ପାଞ୍ଜି ଅନୁସାରେ ଏହି କ୍ୟାଲେଣ୍ଡର ଏବେ ସାରା ବିଶ୍ଵରେ ବ୍ୟବହୃତ ହେଉଛି । ଏଥ‌ିରେ ୩୬୫ ଦିନକୁ ମିଶାଇ ୧୨ମାସ ଏବଂ ପ୍ରତି ଚାରିବର୍ଷରେ ଗୋଟିଏ ଅଧୂବର୍ଷ ରହିଛି । କିନ୍ତୁ ସମସ୍ତ ଶତାବ୍ଦୀ ବର୍ଷଗୁଡ଼ିକ ଅଧୂବର୍ଷ ନୁହନ୍ତି । ଉଦାହରଣ ସ୍ଵରୂପ, ୧୮୦୦, ୧୯୦୦, ୨୦୦୦ କେବଳ ୪୦୦ର ଗୁଣିତକ ହେଲେ ଯାଇ ତାକୁ ଅଧୂବର୍ଷ କହିପାରିବା, ତେଣୁ ଉପରୋକ୍ତ ତିନୋଟି ଶତାବ୍ଦୀ ବର୍ଷରେ କେବଳ ୨୦୦୦ ଏକ ଅଧ୍ବବର୍ଷ ଅଟେ ।
ଜାଣିଛ କି ?
ପୂର୍ବରୁ – ବର୍ତ୍ତମାନ
(i) AD – Anno Domini ବା ଖ୍ରୀଷ୍ଟାବ୍ଦ – C.E. (Common era) ବା ଖ୍ରୀଷ୍ଟାବ୍ଦ
(ii) BC – Before Christ ବା ଖ୍ରୀଷ୍ଟପୂର୍ବ – BCE (Before Common era) ବା ଖ୍ରୀ.ପୂ.

ମାଙ୍ଗଳିକ (Auspicious) – ଅନୁକୂଳ କିମ୍ବା ଆଗମନ । ଉଦାହରଣ ସ୍ଵରୂପ ‘ଏକ ଶୁଭ ଆରମ୍ଭ’ ।
Class 6 Social Science Chapter 4 Notes Odia Medium ଇତିହାସର ସମୟସୀମା ଏବଂ ଉତ୍ସ-5
ଏକ ସମୟରେଖା, ଏପରି ଘଟଣାଗୁଡ଼ିକୁ ଚିହ୍ନିତ କରିବା ପାଇଁ ଏକ ସୁବିଧାଜନକ ଉପକରଣ ଅଟେ, କାରଣ ଏହା କୌଣସି ନିର୍ଦ୍ଦିଷ୍ଟ ଅବଧୂ ବା ସମୟସୀମାକୁ ଅନ୍ତର୍ଭୁକ୍ତ କରୁଥିବା ତାରିଖ ଏବଂ ଘଟଣାକ୍ରମ ଦେଖାଏ । ଏହା ମାନବ ଜାତିର ପ୍ରାରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲି ଆସିଛି, ଯେଉଁଥ‌ିରେ କିଛି ଗୁରୁତ୍ଵପୂର୍ଣ୍ଣ ଘଟଣାବଳୀ ରହିଛି । ଏହି ଚିହ୍ନିତ ଅଂଶ ଏକ ବାଦ୍ ଦିଆଯାଇଥ‌ିବା ଅବଧ‌ିକୁ ଚିହ୍ନିତ କରେ, ନଚେତ୍ ଏହି ସମୟରେଖା ପାଖାପାଖୁ ୩ ମିଟର ଲମ୍ବା ହୋଇଥାନ୍ତା ।
Class 6 Social Science Chapter 4 Notes Odia Medium ଇତିହାସର ସମୟସୀମା ଏବଂ ଉତ୍ସ-6

ଏକ ବର୍ଷ ଏବଂ ଏକ ଦଶନ୍ଧି (ଦଶ ବର୍ଷର ଅବଧୂ) ସହିତ, ଆମେ ପ୍ରାୟତଃ ସମୟର ଲମ୍ବା ଅବଧୂ ବୁଝିବା ପାଇଁ ଅନ୍ୟ ଶବ୍ଦ ବ୍ୟବହାର କରିଥାଉ । ଇତିହାସ ବିଷୟରେ ଜାଣିବା ସମୟରେ ଏଗୁଡ଼ିକ ମଧ୍ୟରୁ ଦୁଇଟି ଶବ୍ଦ ସାଧାରଣତଃ ବ୍ୟବହୃତ ହୁଏ ।

ଶତାବ୍ଦୀ (Century) – ପ୍ରତି ୧୦୦ ବର୍ଷକୁ ଏକ ଶତାବ୍ଦୀ କୁହାଯାଏ । ପ୍ରଥମ ଶତାବ୍ଦୀର ଆରମ୍ଭ ୧ ଖ୍ରୀଷ୍ଟାବ୍ଦରୁ ହୋଇ ୧୦୦ ଖ୍ରୀଷ୍ଟାବ୍ଦରେ ଶେଷ ହେଲା । ଅର୍ଥାତ୍ ଖ୍ରୀଷ୍ଟାବ୍ଦ ୧୦୧ରୁ ଦ୍ଵିତୀୟ ଶତାବ୍ଦୀର ଆରମ୍ଭ ହେଲା । ଏହିପରି ଆମେ ବର୍ତ୍ତମାନ ୨୦୦୦ ଖ୍ରୀଷ୍ଟାବ୍ଦ ପାର ହୋଇ ୨୦୦୧ରୁ ଆଜି ୨୦୨୫ରେ ପହଞ୍ଚିଲେଣି । ଅର୍ଥାତ୍ ଆମେ ବର୍ତ୍ତମାନ ଏକବିଂଶ ଶତାବ୍ଦୀରେ ଅଛୁ ।

ସେହିପରି ଖ୍ରୀଷ୍ଟପୂର୍ବ (BCE) ଶତାବ୍ଦୀ ଗଣନା ନିମନ୍ତେ ପ୍ରଥମ ବର୍ଷ (1 BCE)ରୁ ଆରମ୍ଭ କରି ସମୟକ୍ରମରେ ପଛକୁ ପଛ ହିସାବ କରାଯାଏ । ଯଥା ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ନିମନ୍ତେ ଗଣନା କରାଯାଇଥିବା ବର୍ଷଗୁଡ଼ିକ ୩୦୦ BCE ରୁ ୨୦୧ BCE ମଧ୍ୟରେ ସୀମିତ ରହିଥାନ୍ତି ।

ସହସ୍ରାବ୍ଦ (Millenium) – ୧୦୦୦ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟସୀମାକୁ ସହସ୍ରାବ୍ଦ କୁହାଯାଏ । ଇତିହାସରେ ଖ୍ରୀଷ୍ଟାବ୍ଦ ୧ ତାରିଖରୁ ପ୍ରତି ୧୦୦୦ ବର୍ଷରେ ନିର୍ଦ୍ଦିଷ୍ଟ ସହସ୍ରାବ୍ଦ ଗଣନା କରାଯାଏ । ଉଦାହରଣ ସ୍ୱରୂପ ଆମେ ବର୍ତ୍ତମାନ ତୃତୀୟ ସହସ୍ରାବ୍ଦରେ ଅଛୁ ଯାହାକି ୨୦୦୧ରୁ ଆରମ୍ଭ ହୋଇ ୩୦୦୦ ଖ୍ରୀଷ୍ଟାବ୍ଦରେ ଶେଷ ହେବ । ଖ୍ରୀଷ୍ଟାବ୍ଦ ଶତାବ୍ଦୀ ଭଳି ଖ୍ରୀଷ୍ଟପୂର୍ବ ସହସ୍ରାବ୍ଦ ୧ ଶତାବ୍ଦୀରୁ ଆରମ୍ଭ ହୋଇ ପଛକୁ ଗଣନା କରାଯାଏ । ତେଣୁ ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାବ୍ଦରେ ଖ୍ରୀଷ୍ଟପୂର୍ବ ୧ରୁ ଖ୍ରୀଷ୍ଟପୂର୍ବ ୧୦୦୦ ପର୍ଯ୍ୟନ୍ତ ବର୍ଷ ଅନ୍ତର୍ଭୁକ୍ତ ହୋଇଥାଏ ।

ଖ୍ରୀଷ୍ଟାବ୍ଦ ସହସ୍ରାବ୍ଦ ଭଳି ଖ୍ରୀଷ୍ଟପୂର୍ବ ସହସ୍ରାବ୍ଦ ମଧ୍ୟ ୧ ଶତାବ୍ଦୀରୁ ଆରମ୍ଭ ହୋଇ ପଛକୁ ଗଣନା କରାଯାଏ । ତେଣୁ ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାବ୍ଦରେ ଖ୍ରୀଷ୍ଟପୂର୍ବ ୧ ରୁ ଖ୍ରୀଷ୍ଟପୂର୍ବ ୧୦୦୦ ପର୍ଯ୍ୟନ୍ତ ବର୍ଷ ଅନ୍ତର୍ଭୁକ୍ତ ହୋଇଥାଏ ।

ଅନେକ ଭାରତୀୟ, କ୍ୟାଲେଣ୍ଡର ବର୍ଷର ମାସଗୁଡ଼ିକୁ ନିର୍ଦ୍ଧାରଣ କରିବା ପାଇଁ ସୂର୍ଯ୍ୟ ଏବଂ ଚନ୍ଦ୍ରର ସ୍ଥିତି ଉପରେ ନିର୍ଭର କରନ୍ତି ।

ପଞ୍ଚାଙ୍ଗ ବା ପଞ୍ଚ ଅଙ୍ଗ ଏକ ସଂସ୍କୃତ ଶବ୍ଦ । ଏଠାରେ ପଞ୍ଚ ଶବ୍ଦର ଅର୍ଥ ପାଞ୍ଚ ଏବଂ ଅଙ୍ଗର ଅର୍ଥ ଅଂଶ ବା ଭାଗ । ଯାହାକି, ଗୁରୁତ୍ଵପୂର୍ଣ୍ଣ ଜ୍ୟୋତିଷ ଶାସ୍ତ୍ର ତଥ୍ୟ ପ୍ରଦାନ କରେ । ଏହି ପାଞ୍ଚଟି ଭାଗ ହେଉଛି ଚନ୍ଦ୍ର ଦିବସ (ତିଥୁ), ଚନ୍ଦ୍ର ଘର (ନକ୍ଷତ୍ର), ସପ୍ତାହର ଦିନ (ବାର), ଯୋଗ ଏବଂ କରଣ । ପଞ୍ଚାଙ୍ଗ ହେଉଛି ସାରଣୀର ଏକ ପୁସ୍ତକ ଯେଉଁଥିରେ ସମ୍ପୃକ୍ତ ଜ୍ୟୋତିର୍ବିଜ୍ଞାନୀ ତଥ୍ୟ ସହିତ ପ୍ରତ୍ୟେକ ମାସର ଦିନଗୁଡ଼ିକୁ ତାଲିକାଭୁକ୍ତ କରାଯାଏ ।

ଉଦାହରଣ ସ୍ଵରୂପ, ଏହା ସୂର୍ଯ୍ୟ ଏବଂ ଚନ୍ଦ୍ରଗ୍ରହଣ, ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟ ଇତ୍ୟାଦି ଘଟଣାଗୁଡ଼ିକର ସଠିକ୍ ପୂର୍ବାନୁମାନ କରେ । ଭାରତରେ ଏବେ ବି ବହୁଳ ଭାବରେ ବ୍ୟବହୃତ ହେଉଥ‌ିବା ପଞ୍ଚାଙ୍ଗଗୁଡ଼ିକ ପ୍ରାୟତଃ ବର୍ଷ, ତାରିଖ ଏବଂ ସମୟ ପାଇଁ ପାଣିପାଗର ପୂର୍ବାନୁମାନ, ପୂର୍ବପର୍ବାଣି ଏବଂ ଆହୁରି ଅନେକ ତଥ୍ୟ ମଧ୍ୟ ଦେଇଥାଏ ।

ଇତିହାସର ଉତ୍ସଗୁଡ଼ିକ କ’ଣ ?
ଇତିହାସର ଉତ୍ସ (Sources of history) : ଏହା ସ୍ଥାନ, ବ୍ୟକ୍ତି କିମ୍ବା କିଛି ଲେଖା କିମ୍ବା ଏକ ବସ୍ତ ଯେଉଁଠାରୁ ଆମେ କୌଣସି ଅତୀତର ଘଟଣା କିମ୍ବା ଅବଧୂ ବିଷୟରେ କିଛି ସୂଚନା ସଂଗ୍ରହ କରିଥାଉ ।

ଜିଗୋ ପକଲ୍ – ଜିଗ୍ଲୋ ପଜଲ୍ ହେଉଛି ବିଭିନ୍ନ ଆକାରର ତଥା ପ୍ରକାରର କାଠ ଅଥବା କାର୍ଡ଼ବୋର୍ଡ଼ର ଅଂଶ ଯାହାକୁ ଏକତ୍ରିତ କରି ଚିତ୍ର କିମ୍ବା ମାନଚିତ୍ର ପ୍ରସ୍ତୁତ କରାଯାଏ ।
Class 6 Social Science Chapter 4 Notes Odia Medium ଇତିହାସର ସମୟସୀମା ଏବଂ ଉତ୍ସ-7

  • ଇତିହାସର ଉପାଦାନଗୁଡ଼ିକ ସାଧାରଣତଃ ପାଞ୍ଚ ପ୍ରକାର । ଯଥା- ମୌଳିକ ଉତ୍ସ, ପ୍ରନୃତାତ୍ତ୍ଵିକ ଉତ୍ସ, ସାହିତ୍ୟିକ ଉତ୍ସ, କଳାତ୍ମକ ଉତ୍ସ ଏବଂ ଅଭିଲେଖ ।
  • ମୌଳିକ ଉତ୍ସ ଦୁଇ ପ୍ରକାରର ଅଟେ; ଯଥା- ବଶାନୁକ୍ରମିକ, ଲୋକକଥା ।
  • ପ୍ରନୃତାତ୍ତ୍ଵିକ ଉତ୍ସଗୁଡ଼ିକ ସାଧାରଣତଃ ତିନି ପ୍ରକାର; ଯଥା- ଅଭିଲେଖ, ସ୍ତୁପ/ସୌଧ ଖନନ କାର୍ଯ୍ୟ ।
  • ସାହିତ୍ୟିକ ଉତ୍ସଗୁଡ଼ିକ ହେଲା – ଭାରତୀୟ ସାହିତ୍ୟ, କୈଦେଶିକ ବିବରଣୀ ।
  • କଳାତ୍ମକ ଉତ୍ସଗୁଡ଼ିକ ହେଲା- ଚିତ୍ରକଳା, ମୂର୍ତ୍ତି ଓ ପ୍ୟାନେଲ ବା ଧାର ।
  • ଅଭିଲେଖଗାରୀୟ ଉତ୍ସଗୁଡ଼ିକ ହେଲା- ପାଣ୍ଡୁଲିପି, ତମ୍ବାପାତ୍ର, ମୁଦ୍ରା ।

ଐତିହାସିକ (Historian) – ଜଣେ ବ୍ୟକ୍ତି ଯିଏ ଅତୀତ ବିଷୟରେ ଅଧ୍ୟୟନ କରନ୍ତି ଏବଂ ଲେଖନ୍ତି ।

ଜେନେଟିକ୍ସ (Genetics) – ଜୀବ ବିଜ୍ଞାନର ଏକ ଶାଖା ଯେଉଁଥିରେ ଉଭିଦ, ପ୍ରାଣୀ କିମ୍ବା ମନୁଷ୍ୟଙ୍କଠାରେ କେତେକ ବୈଶିଷ୍ଟ୍ୟ ଓ ବୈଶିଷ୍ଟ୍ୟ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ କିପରି ଯାଇଥାଏ, ତାହା ଅଧ୍ୟୟନ କରାଯାଏ ।

ମାନବ ଇତିହାସର ଆରମ୍ଭ
ପୃଥ‌ିବୀ ପୃଷ୍ଠରେ ବୁଦ୍ଧିମାନ ମଣିଷ (ହୋମୋ ସେପିୟନ୍ସ) ପାଖାପାଖ୍ ୩,୦୦,୦୦୦ (ତିନି ଲକ୍ଷ) ବର୍ଷ ଧରି ଜୀବନଯାପନ କରିଲାଣି । ଯଦିଓ ଏହା ବହୁତ ଲମ୍ବା ସମୟ ମନେହୁଏ, ବାସ୍ତବରେ ଦେଖିବାକୁ ଗଲେ ପୃଥ‌ିବୀ ଇତିହାସରେ ଏହା ଏକ କମ୍ ଅବଧୂ ।

ଆଦିମାନବମାନେ ପ୍ରକୃତିର ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥିଲେ ଏବଂ ପରସ୍ପରକୁ ସାହାଯ୍ୟ କରିବାପାଇଁ ଦଳବଦ୍ଧ ଜୀବନଯାପନ କରୁଥିଲେ । ସେମାନେ ମୁଖ୍ୟତଃ ଏକ ଶିଳାଲୀ ଓ ସଂଗ୍ରହକାରୀ ଜୀବନ ବିତାଉଥିଲେ । ଖାଦ୍ୟ ଅନ୍ଵେଷଣରେ ସେମାନେ ବାରମ୍ବାର ଆଶ୍ରୟସ୍ଥଳ ପରିବର୍ତ୍ତନ କରୁଥିଲେ । ଅନେକ ବର୍ଷ ପରେ ସେମାନେ କୃଷି ଉତ୍ପାଦନ କରିବା ଶିଖୁଲେ । ତା’ପରେ ସ୍ଥାୟୀ ବସତି ସ୍ଥାପନ କରିବା ଆରମ୍ଭ କଲେ ।

ପରବର୍ତୀ ଜୀବନ (After life) – ଏହି ଜୀବନ ଯାହା ଆରମ୍ଭ ହୁଏ ମୃତ୍ୟୁ ପରେ ।

ପ୍ରଥମ ଫସଲ :
ସମୟକ୍ରମେ ପୃଥ୍ବୀର ଜଳବାୟୁରେ ଅନେକ ପରିବର୍ତ୍ତନ ଆସିଛି । ଏକଦା ବହୁତ ଥଣ୍ଡା କାରଣରୁ ପୃଥ‌ିବୀର ଅଧିକାଂଶ ଅଂଶ ବରଫରେ ଆଚ୍ଛାଦିତ ଥିଲା । ସେଥ୍ ପାଇଁ ଏହାକୁ ବରଫ ୟୁଗ (Ice Age) କୁହାଯାଉଥିଲା ।

ଶେଷ ବରଫଯୁଗ ୧,୦୦,୦୦୦ (ଏକ ଲକ୍ଷ) ବର୍ଷ ପୂର୍ବରୁ ୨୦୦୦ ବର୍ଷ ମଧ୍ୟରେ ସମାପ୍ତ ହୋଇଥିଲା
Class 6 Social Science Chapter 4 Notes Odia Medium ଇତିହାସର ସମୟସୀମା ଏବଂ ଉତ୍ସ-8
ପରବର୍ତୀ ସମୟରେ ମଣିଷର ଜୀବନଶୈଳୀରେ ଉନ୍ନତି ଘଟିଥିଲା । ପୃଥ‌ିବୀର ଅନେକ ସ୍ଥାନରେ ସେମାନେ ବସବାସ କରିବାସହ ଖାଦ୍ୟଶସ୍ୟ ଚାଷ କରିବା ଆରମ୍ଭ କଲେ । ସେମାନେ ଗାଈଗୋରୁ, ଛେଳି, ମେଣ୍ଢା ଓ ଘୁଷୁରି ଇତ୍ୟାଦି ପଶୁଙ୍କୁ ମଧ୍ୟ ଗୃହରେ ପାଳନ କରୁଥିଲେ ।

ମାନବ ଗୋଷ୍ଠୀ ବଢ଼ିବା ସହିତ ସାମାଜିକ ଜଟିଳତା ବଢ଼ିବାକୁ ଲାଗିଲା । ବିଭିନ୍ନ ଗୋଷ୍ଠୀରେ ମୁଖ୍ୟ ବଛାହେଲେ ଯେକି ଲୋକମାନଙ୍କ ମଙ୍ଗଳ ପାଇଁ ଦାୟୀ ରହିଲେ । ଜନସାଧାରଣ ମିଳିତ ଭାବରେ ମୁଖୁଆଙ୍କ ନେତୃତ୍ଵରେ ସଂପ୍ରଦାୟର ଜନମଙ୍ଗଳ ପାଇଁ କାର୍ଯ୍ୟ କଲେ ।

Class 6 Social Science Chapter 4 Notes Odia Medium ଇତିହାସର ସମୟସୀମା ଏବଂ ଉତ୍ସ

ଫସିଲ୍ (Fossils) – ଉଭିଦ ଓ ପ୍ରାଣୀମାନଙ୍କର ଜୀବାଶ୍ମ ମାଟି କିମ୍ବା ପଥରତଳେ ସଂରକ୍ଷିତ ହୋଇ ରହିଥାଏ ।

କଲ୍ୟାଣ (Welfare) : ସ୍ୱାସ୍ଥ୍ୟ, ସମୃଦ୍ଧି ଓ ସୁସ୍ଥତା ।

ବସ୍ତି ବା ପଢ଼ା (Hamlet) : ଏକ ଛୋଟ ବସ୍ତି ବା ଛୋଟ ଗାଁ ।

ବିଷୟ ସାରାଂଶ
ଆମେ ଆମର ଅତୀତ ବିଷୟରେ ଅଧ‌ିକ ଜାଣିବା ପାଇଁ କିଛି ଉପାୟ ଅନୁସନ୍ଧାନ କରିଛୁ । ଏକ ସମୟରେଖା / ସମୟସୀମାର ଧାରଣା ଆମକୁ ବିଭିନ୍ନ ସମୟରେ ଐତିହାସିକ ଘଟଣାର କ୍ରମକୁ ବୁଝିବାରେ ସାହାଯ୍ୟ କରେ ।

ସମୟକୁ ମାପିବାର ଭିନ୍ନ ଭିନ୍ନ ଉପାୟ ଅଛି । ବର୍ଷ, ଦଶନ୍ଧି, ଶତାବ୍ଦୀ, ସହସ୍ରାବ୍ଦ ।

ଇତିହାସର ଉତ୍ସ ଅନେକ । ସେଗୁଡ଼ିକୁ ଆମକୁ ଐତିହାସିକ ଘଟଣାଗୁଡ଼ିକର ପୁନଃ ନିର୍ମାଣ ଏବଂ ବ୍ୟାଖ୍ୟା କରିବାରେ ସାହାଯ୍ୟ କରନ୍ତି ।

ଆଦି ମାନବମାନଙ୍କ ଜୀବନ ଏବଂ ସମୟକ୍ରମେ ମାନବ ସମାଜ କିପରି ଅଧ‌ିକ ଜଟିଳ ହେଲା ସେ ବିଷୟରେ ମଧ୍ୟ ଆମେ ଏକ ସଂକ୍ଷିପ୍ତ ଅନୁଧ୍ୟାନ କରିଛୁ ।

Class 6 Social Science Chapter 3 Notes Odia Medium ଭୂମିରୂପ ଏବଂ ଜୀବନ

Go through BSE Odisha Class 6 Social Science Notes Odia Medium Chapter 3 ଭୂମିରୂପ ଏବଂ ଜୀବନ to understand important topics more clearly.

6th Class Social Science Chapter 3 Notes Odia Medium

BSE Odisha Class 6 Social Science Chapter 3 Notes Odia Medium

‘ମନୁଷ୍ୟର ଭାରରୁ ମୁକ୍ତ ହୋଇ, ଅନେକ ଉଚ୍ଚତା, ଢାଲୁ ଓ ବିଶାଳ ସମତଳଭୂମି ବିଶିଷ୍ଟ ପୃଥବୀ ବିବିଧ ଶକ୍ତିସମ୍ପନ୍ନ ଉଦ୍ଭଦ ଧାରଣ କରି ଆମ ପାଇଁ ବିସ୍ତାରିତ ହେଉ ଏବଂ ଆମକୁ ତା’ର ଧନଧାନ୍ୟ ଦେଖାଉ । …. ପୃଥ‌ିବୀ ମୋର ମା’ ଏବଂ ମୁଁ ତା’ର ସନ୍ତାନ ।’’
ଅଥର୍ବ ବେଦ, ଭୂମି ଶୁକ୍ତ (‘ପୃଥ‌ିବୀର ମନ୍ତ୍ର’)

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ

ଉପକ୍ରମ :
ଭୂମିରୂପ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ବହୁତ ବଦଳିଯାଏ । ମନେକର ଜଣେ ଝାଡ଼ଖଣ୍ଡର ଛୋଟନାଗପୁର ଅଞ୍ଚଳରୁ ସଡ଼କ ପଥରେ ଯାତ୍ରା କରି ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପହଞ୍ଚିଛି ଏବଂ ସେଠାରୁ ଉତ୍ତରାଖଣ୍ଡର ଆଲମୋଡ଼ାକୁ ଯାଉଛି, ବାସ୍ତବରେ ସେ ତିନୋଟି ପ୍ରମୁଖ ଭୂମିରୂପ ସହ (Landscape) ସମ୍ମୁଖୀନ ହେବ ।

ଭୂମିରୂପ ପୃଥ‌ିବୀ ପୃଷ୍ଠରେ ଥିବା ଏକ ଭୌତିକ ଅଂଶ ଅଟେ । ଭୂମିରୂପ ଗଠନ ପାଇଁ ଲକ୍ଷ ଲକ୍ଷ ବର୍ଷ ନେଇଥାଏ ଏବଂ ଏହାର ପରିବେଶ ଓ ଜୀବନ ସହିତ ଏକ ଗୁରୁତ୍ଵପୂର୍ଣ୍ଣ ସମ୍ପର୍କ ରହିଛି ।

ଭୂମିରୂପକୁ ମୁଖ୍ୟତଃ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ, ଯଥା- ପର୍ବତ, ମାଳଭୂମି ଏବଂ ସମତଳଭୂମି ।

ଭୂମିରୂପଗୁଡ଼ିକର ଜଳବାୟୁ ଭିନ୍ନ ଅଟେ ଏବଂ ଏଠାରେ ବିଭିନ୍ନ ପ୍ରକାରର ଉଭିଦ ଓ ଜୀବଜନ୍ତୁ ବାସ କରନ୍ତି ।

ମନୁଷ୍ୟ ସବୁପ୍ରକାର ଭୂମିରୂପ ସହ ନିଜକୁ ଖାପଖୁଆଇ ପାରିଛି । କେବଳ ଜନସଂଖ୍ୟା ବିଭିନ୍ନ ଭୂମିରୂପ ଅନୁଯାୟୀ କମ୍ ବେଶୀ ହୋଇଥାଏ ।

ପର୍ବତ :
Class 6 Social Science Chapter 3 Notes Odia Medium ଭୂମିରୂପ ଏବଂ ଜୀବନ-1
ପୃଥ‌ିବୀ ପୃଷ୍ଠରେ ଆମେ ଦେଖୁଥ‌ିବା ବିଶାଳକାୟ ଏବଂ ଉଚ୍ଚ ଭୂମିରୂପକୁ ପର୍ବତ କୁହାଯାଏ । ଏ ଗୁ ଡ଼ି କ ର ଆଧାର-ଭୂମି ପ୍ରଶସ୍ତ ଏବଂ ଉଚ୍ଚତା ବଢ଼ିବା ସହ କ୍ରମଶଃ ସଂକୀର୍ଣ୍ଣ ହୋଇ ଶଙ୍କୁ ଆକାରରେ ହୋଇଥାଏ । ଉଚ୍ଚତା ଅନୁଯାୟୀ କେତେକ ପର୍ବତର ଶିଖର ବରଫରେ ଆଚ୍ଛାଦିତ ହୋଇରହିଥାଏ । ନିମ୍ନ ଉଚ୍ଚତାରେ (Low altitude) ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ବରଫ ତରଳି ଯାଇ ନଦୀଗୁଡ଼ିକୁ ଜଳ ପ୍ରବାହିତ ହୋଇଥାଏ ।

କେତେକ ପର୍ବତ ଲଗାଲଗି ହୋଇ ସୁଦୀର୍ଘ ଲମ୍ବି ଥ‌ିବାରୁ ସେମାନଙ୍କୁ ପର୍ବତଶ୍ରେଣୀ କୁହାଯାଏ, ଯଥା – ହିମାଳୟ ପର୍ବତଶ୍ରେଣୀ, ଆଲପସ୍ ପର୍ବତମାଳା ଇତ୍ୟାଦି ।

ଅତି ଉଚ୍ଚ ପର୍ବତଗୁଡ଼ିକରେ ତୁଷାର ତରଳି ନଥାଏ । ଯାହାଫଳରେ ଏହି ପର୍ବତଗୁଡ଼ିକରେ ତୁଷାର ସ୍ଥାୟୀଭାବେ ଆଚ୍ଛାଦିତ ହୋଇ ରହିଥାଏ ।

ଅଳ୍ପ ଉଚ୍ଚତା, ଅଳ୍ପ ଢାଲୁ ଏବଂ ଗୋଲାକାର ଶୀର୍ଷ ବିଶିଷ୍ଟ ଭୂମିରୂପକୁ ପାହାଡ଼ କୁହାଯାଏ ।

ଭାରତର ଅଧିକାଂଶ ଅଞ୍ଚଳରେ ବୃଷ୍ଟିପାତ ବର୍ଷା ଓ କୁଆପଥର ଆକାରରେ ହୋଇଥାଏ । କିନ୍ତୁ ଅଧ୍ଵକ ଉଚ୍ଚତାରେ, ଯଥେଷ୍ଟ ଥଣ୍ଡା ହୁଏ ଏବଂ ଏକ ନରମ ଓ ସୁନ୍ଦର ଧଳା କମ୍ବଳ ସଦୃଶ ତୁଷାରଗୁଡ଼ିକ ଜମାହୋଇ ସେଠାରେ ବରଫର ଏକ ଆବରଣ ସୃଷ୍ଟି କରି ତୁଷାରଜମାଟ (Snow cap) ଓ ପରବର୍ତୀ ସମୟରେ ବଡ଼ ବରଫଖଣ୍ଡ (Glacier)ରେ ପରିଣତ ହୋଇଥାଏ । ତୁଷାରପାତ (Snowfall) ଓ କରକାପାତ (Hailstone) ବୃଷ୍ଟିପାତର ଏକ କଠିନ ରୂପ ।

ପୃଥ‌ିବୀର ଅଧିକାଂଶ ପର୍ବତଗୁଡ଼ିକ ସଂଯୋଜିତ ହୋଇ ଏକାଠି ପର୍ବତମାଳା ଭାବରେ ରହିଥାନ୍ତି, ଯେପରିକି ଏସିଆର ହିମାଳୟ, ୟୁରୋପର ଆଲପସ୍ ଏବଂ ଦକ୍ଷିଣ ଆମେରିକାର ଆଣ୍ଡିଜ୍ । ଏଥୁମଧ୍ୟରୁ କିଛି ପର୍ବତଶ୍ରେଣୀ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ।

ଚିତ୍ର ୩.୨ ରେ ପୃଥ‌ିବୀର ୬ଟି ପର୍ବତର ଚିତ୍ର ଦର୍ଶାଯାଇଛି । ଚିତ୍ର ୩.୩ ସେମାନଙ୍କୁ ଏକାଠି କରି ଉପରରୁ ତଳ ପର୍ଯ୍ୟନ୍ତ ସେମାନଙ୍କର ଆପେକ୍ଷିକ ଉଚ୍ଚତାକୁ ଦର୍ଶାଯାଇଛି ।
Class 6 Social Science Chapter 3 Notes Odia Medium ଭୂମିରୂପ ଏବଂ ଜୀବନ-2

Class 6 Social Science Chapter 3 Notes Odia Medium ଭୂମିରୂପ ଏବଂ ଜୀବନ-3

Class 6 Social Science Chapter 3 Notes Odia Medium ଭୂମିରୂପ ଏବଂ ଜୀବନ-4
ବୃଷ୍ଟିପାତ : ବାୟୁମଣ୍ଡଳର ଜଳ ଯେକୌଣସି ରୂପରେ ସ୍ଥଳଭାଗରେ ପହଞ୍ଚିଥାଏ, ତାହାକୁ ବୃଷ୍ଟିପାତ କୁହାଯାଏ । ବର୍ଷା, ତୁଷାରପାତ ଏବଂ କୁଆପଥର ଏହାର ସାଧାରଣ ରୂପ ।

ଏଭରେଷ୍ଟ୍ ଗିରିଶୃଙ୍ଗ, ତିବ୍ବତ (ଚୀନ୍) ଏବଂ ନେପାଳ ଏବଂ କାଞ୍ଚନଜଙ୍ଗା ଗିରିଶୃଙ୍ଗ (ନେପାଳ ଏବଂ ଭାରତୀୟ ରାଜ୍ୟ ସିକ୍କିମ୍ ମଧ୍ୟରେ ଅବସ୍ଥିତ) ହିମାଳୟ ପର୍ବତର ଦୁଇଟି ସର୍ବୋଚ୍ଚ ଗିରିଶୃଙ୍ଗ ଅଟେ । ଆକନକାଗୁଆ ଗିରିଶୃଙ୍ଗ (ଦକ୍ଷିଣ ଆମେରିକାରେ) ଆଣ୍ଡିଜ୍ ପର୍ବତମାଳାର ସର୍ବୋଚ୍ଚ ଗିରିଶୃଙ୍ଗ ଅଟେ ।

ପୂର୍ବ ଆଫ୍ରିକାର କିଲିମଞ୍ଜାରୋ ପର୍ବତ ଏକ ବିଚ୍ଛିନ୍ନ ପର୍ବତ ଯାହା କୌଣସି ପର୍ବତମାଳାର ଅଂଶ ନୁହେଁ । ପଶ୍ଚିମ ୟୁରୋପର ବ୍ଲାଙ୍କ୍ ଗିରିଶୃଙ୍ଗ ଆଲପସ୍ ପର୍ବତମାଳାର ସର୍ବୋଚ୍ଚ ଗିରିଶୃଙ୍ଗ ।

ଆନାମୁଡ଼ି (କେରଳରେ, ‘ଅନାଇ ଶିଖର’ ନାମରେ ପରିଚିତ) ଦକ୍ଷିଣ ଭାରତର ଉଚ୍ଚତମ ଗିରିଶୃଙ୍ଗ ଓ ଦେଓମାଳି ପର୍ବତ ଯାହା ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ ଅଟେ ।
Class 6 Social Science Chapter 3 Notes Odia Medium ଭୂମିରୂପ ଏବଂ ଜୀବନ-5

ହିମାଳୟ ପର୍ବତଶ୍ରେଣୀକୁ ତରୁଣ ଭଙ୍ଗିଳ ପର୍ବତ କୁହାଯାଏ, କାରଣ ଏହି ପର୍ବତଶ୍ରେଣୀର ଗଠନ ଭୂ-ତାତ୍ତ୍ୱିକ ଦୃଷ୍ଟିରୁ ୨୦-୩୦ ନିୟୁତ ବର୍ଷ ପୂର୍ବେ ହୋଇଛି । କିଛି ଛୋଟ ଓ ଗୋଲାକାର ପର୍ବତଶ୍ରେଣୀ ଯେପରି ଆରାବଳୀ ପର୍ବତଶ୍ରେଣୀ ବହୁତ ପୁରୁଣା ଅଟେ, ଯାହା କ୍ଷୟକାର୍ଯ୍ୟ (erosion) ଫଳରେ ବର୍ତ୍ତମାନ ସମୟରେ ଗୋଲାକାର ଆକୃତି ହୋଇଛି ।

  • ପାର୍ବତୀୟ ଅରଣ୍ୟ (Mountane Forest): ଏକ ପ୍ରକାର ଜଙ୍ଗଲ ଯାହା ପାହାଡ଼ିଆ ଅଞ୍ଚଳରେ ବଢ଼ିଥାଏ ।
  • ହିମଗୁଳ୍ମ (Moss) : ଫୁଲ କିମ୍ବା ଚେର ବିହୀନ ଏକ ଛୋଟ ସବୁଜ ଗଛ, ଯାହା ପ୍ରାୟତଃ କୁସନ ପରି ଆଚ୍ଛାଦନରେ ବ୍ୟାପିଥାଏ ।
  • ଶୈବାଳ (lichen) : ଏକ ଉଦ୍ଭବ ପରି ଜୀବ ଯାହା ସାଧାରଣତଃ ପଥର, କାନ୍ଥ କିମ୍ବା ଗଛରେ ଚିପି ହୋଇ ରହିଥାଏ ।

ପାର୍ବତୀୟ ପରିବେଶ :
ପର୍ବତ ଢାଲୁକୁ ପ୍ରାୟତଃ ଏକ ପ୍ରକାର ଜଙ୍ଗଲ ଆଚ୍ଛାଦିତ କରିଥାଏ, ଯାହାକୁ ପାର୍ବତୀୟ ଅ ର ଣ୍ୟ ନ କୁ ହା ଯାଏ, ଯେଉଁ ଠାରେ ଇନ, ସିଲଭର, ଫର, ସେଦାର, ଦେବଦାରୁ ଏବଂ କୋନିଫର ଗଛ ଦେଖାଯାଏ । ଏହି କୋନିଫର ଗଛଗୁଡ଼ିକ ଲମ୍ବା ଆକୃତି ର ଏବଂ ଶ ଙ୍କୁ ହୋଇଥାଏ, ଯେଉଁ ଥ୍ ରେ ପତଳା, ମୁନିଆ ପତ୍ର ଥାଏ । ଅଧ୍ଵ ଉଚ୍ଚତାରେ ଏହି ଗଛ ଧୀରେ ଧୀରେ ଅଦୃଶ୍ୟ ହୋଇ, ଏହା ବ ଦ ଳ ରେ ଘାସ, ଶୈବାଳ ଓ ହିମଗୁଳ୍ମ ଆଦି ଦେଖାଯାଏ ।
Class 6 Social Science Chapter 3 Notes Odia Medium ଭୂମିରୂପ ଏବଂ ଜୀବନ-6

Class 6 Social Science Chapter 3 Notes Odia Medium ଭୂମିରୂପ ଏବଂ ଜୀବନ-7
ପର୍ବତର ଘନଜଙ୍ଗଲ, ପ୍ରବାହିତ ନଦୀ, ହ୍ରଦ, ତୃଣଭୂମି ଏବଂ ପର୍ବତରେ ଥ‌ିବା ଗୁମ୍ଫାଗୁଡ଼ିକ ବିଭିନ୍ନ ଜୀବଜନ୍ତୁଙ୍କ ବାସସ୍ଥାନ ଅଟେ । ଉଦାହରଣ ସ୍ଵରୂପ ଗୋଲ୍ଡେନ୍ ଇଗଲ୍, ପେରେରାଇନ୍ ଫାଲକନ୍, କାନାଡ଼ାର ଲିନକ୍ସ, ଧଳା ଚିତାବାଘ, ଆଇବେକ୍ସ, ହିମାଳୟର ତାହାର, ପର୍ବତ ଠେକୁଆ, ଚମରୀ ଗାଈ, ଧୂସର ଶିଆଳ ଏବଂ କଳାଭାଲୁ ପାର୍ବତୀୟ ଅଞ୍ଚଳରେ ବସବାସ କରନ୍ତି ।

ହିମାଳୟରୁ ଉତ୍ପନ୍ନ ହୋଇଥିବା ଭାରତୀୟ ନଦୀମାନଙ୍କ ଭିତରେ ଗଙ୍ଗା ବୃହତ୍ତମ ଅଟେ । ଏହାକୁ ‘Ganga’ ବା ଗଙ୍ଗେସ୍ କୁହାଯାଏ । ଏହା ପାଖାପାଖୁ ୨୫୦୦ କିଲୋମିଟର ଲମ୍ବା । ଏହି ନଦୀରେ ଅନେକ ଉପନଦୀ (tributaries) (ଏଥରେ ଆସି ମିଶିଥିବା ନଦୀ) ରହିଛି । ସେମାନଙ୍କ ମଧ୍ୟରୁ ଯମୁନା ଏବଂ ଘାଗରା ଭଳି କିଛି ନଦୀ ମଧ୍ୟ ହିମାଳୟରୁ ଉତ୍ପନ୍ନ । ସୋନ ଭଳି ଅନ୍ୟ କେତେଗୁଡ଼ିଏ ନଦୀ ଗଙ୍ଗା ସମତଳର ଦକ୍ଷିଣରେ ଥିବା ବିନ୍ଧ୍ୟ ପର୍ବତରୁ ଉତ୍ପନ୍ନ ।

ଅତିକମ୍‌ରେ ୧୫୦୦ ବର୍ଷ ପୂର୍ବେ ପ୍ରାଚୀନ ଭାରତର ସର୍ବଶ୍ରେଷ୍ଠ କବି ଭାବରେ ବିବେଚନା କରାଯାଉଥ‌ିବା କାଳିଦାସଙ୍କ ଏକ ଲମ୍ବା କବିତାର ଦୁଇଟି ଶ୍ଳୋକ ଏଠାରେ ଦିଆଯାଇଛି । କୁମାରସମ୍ଭବଂ ନାମକ ଏହି ମହାକାବ୍ୟ ହିମାଳୟର ବର୍ଣ୍ଣନାରୁ ଆରମ୍ଭ ହୋଇଛି । ଏହା ସଂସ୍କୃତର ଏକ ସରଳ ଅନୁବାଦ ।

Class 6 Social Science Chapter 3 Notes Odia Medium ଭୂମିରୂପ ଏବଂ ଜୀବନ

ଭାରତବର୍ଷର ଉତ୍ତର ଭାଗରେ ଗିରିରାଜ ହିମାଳୟ,
ପଶ୍ଚିମରୁ ପୂର୍ବ ସମୁଦ୍ର ପର୍ଯ୍ୟନ୍ତ ଅଟଇ ଯା ପରିଚୟ ।।
ଯାର ସଂଦର୍ଶନେ ମନର ଭାବନା ହୁଅଇ ଜାତ,
ସତେ ଏ ପର୍ବତ ମାପ ମାନଦଣ୍ଡ, ମାପିବାକୁ ଏ ଭାରତ ।।
ଗଙ୍ଗାନଦୀ ଝରେ ବକ୍ଷରୁ ଯାହାର ବୃକ୍ଷରାଜ ଦେବଦାରୁ
ଶାନ୍ତ ସୁଶୀଳେ ଯାହାର ଅନଳ ସତେ ଚନ୍ଦନ ଅଗୁରୁ ।।
ଶୁଭ୍ର ଅଭ୍ର ଖଣ୍ଡ ଧବଳ ଆଚ୍ଛନ୍ନ ଅଟଇ ଯା’ର ବଳୟ,
ପର୍ଯ୍ୟଟକଙ୍କର ହରେ ବିତ୍ତଚିତ୍ତ ପୁଣ୍ୟ ଗିରି ହିମାଳୟ ।।
ଏହି ଶ୍ଳୋକର ଆଧାରରେ ନିମ୍ନ ପ୍ରଶ୍ନର ଆଲୋଚନା କର ।

ପ୍ରାକୃତିକ ଭୂଭାଗ (Terrian) – ଭୌତିକ ବୈଶିଷ୍ଟ୍ୟ ଦୃଷ୍ଟିକୋଣରୁ ଭୂମିର ଏକ ଖଣ୍ଡ ବା ଜମିର ବିସ୍ତୃତି ।

ପାର୍ବତୀୟ ଜୀବନ :
ପାର୍ବତୀୟ ଜୀବନ କଷ୍ଟକର କିନ୍ତୁ ସୁଖଦାୟକ । ପର୍ବତ ଅଞ୍ଚଳ ର ଅଧ୍ୟାବାସୀ କୃଷି ସହିତ ପଶୁପାଳନ ମଧ୍ୟ କରନ୍ତି । ପାର୍ବତ୍ୟ ଅଞ୍ଚଳ ଢାଲୁପୂର୍ଣ୍ଣ ହେବା ସହିତ ଆବଢ଼ା ଖାବଡ଼ା କିମ୍ବା ଉଚ୍ଚ – ନୀଚ ହୋଇଥାଏ । ଢାଲୁ ଅଞ୍ଚଳର ପାଦଦେଶକୁ କାଟି ଚାଷ କରାଯାଏ । ଏହାକୁ ସୋପାନ କୃଷି (Terrace farming) କୁହାଯାଏ ।
Class 6 Social Science Chapter 3 Notes Odia Medium ଭୂମିରୂପ ଏବଂ ଜୀବନ-8
ପାର୍ବତ୍ୟାଞ୍ଚଳରେ ଅନେକ ପର୍ଯ୍ୟଟନସ୍ଥଳୀ ନିର୍ମାଣ କରାଯାଇଥିବାରୁ ହଜାର ହଜାର ପର୍ଯ୍ୟଟକ ପ୍ରତିବର୍ଷ ଏସବୁ ସ୍ଥାନକୁ ଆସିଥା’ନ୍ତି । ଏହା ସେଠାକାର ଅଧ‌ିବାସୀଙ୍କୁ ଉତ୍ତମ ରୋଜଗାର କରିବାର ସୁଯୋଗ ଦେଇଥାଏ ।

ପର୍ଯ୍ୟଟକମାନେ ଏହି ଅଞ୍ଚଳରେ ଏକ ମନୋରମ ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସହିତ କିଛି କ୍ରୀଡ଼ା ଯଥା ସ୍କାଇଂ (Sking), ହାଇପିଂ (Hiking), ପର୍ବତାରୋହଣ ଓ ପାରାସ୍ଲାଇଡିଂ ମଧ୍ୟ କରିଥା’ନ୍ତି ।

ବଚେନ୍ଦ୍ରୀ ପାଲ୍ ଛୋଟ ବେଳୁ ପର୍ବତ ଚଢ଼ିବା ଆରମ୍ଭ କରିଥିଲେ ଏବଂ ସେ ମହିଳାମାନଙ୍କ ପର୍ବତ ଆରୋହଣ ଅଭିଯାନର ନେତୃତ୍ୱ ନେଇଥିଲେ । ସେ ୧୯୮୪ ମସିହାରେ ଏଭରେଷ୍ଟ ଗିରିଶୃଙ୍ଗ ଆରୋହଣ କରିବାରେ ପ୍ରଥମ ଭାରତୀୟ ମହିଳା ଥିଲେ ଏବଂ ସେହି ବର୍ଷ ପଦ୍ମଶ୍ରୀ ଏବଂ ୨୦୧୯ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ଅରୁଣିମା ସିହ୍ନା ୩୧ ବର୍ଷ ବୟସରେ ଏକ ଦୁର୍ଘଟଣାରେ ନିଜର ଗୋଡ଼ ହରାଇଥିଲେ । ବଚେନ୍ଦ୍ରୀ ପାଲଙ୍କ ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ବଳରେ ସେ ୨୦୧୩ରେ ଏଭରେଷ୍ଟ ଗିରିଶୃଙ୍ଗ ଆରୋହଣ କରିବାରେ ସଫଳ ହୋଇଥିଲେ ଏବଂ ଆଣ୍ଟାର୍କଟିକାର ଭିନ୍‌ସନ୍‌ ଗିରିଶୃଙ୍ଗ ସମେତ ପ୍ରତ୍ୟେକ ମହାଦେଶର ସର୍ବୋଚ୍ଚ ଶିଖର ଆରୋହଣ କରିଥିଲେ । ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।

ଆକସ୍ମିକ ବନ୍ୟା (Flash Flood) – ହଠାତ୍ ସ୍ଥାନୀୟ ବନ୍ୟା ଆସିଥାଏ, ଯାହା ଅନେକ ସମୟରେ ବାଦଲଫଟା ବର୍ଷା କାରଣରୁ ହୋଇଥାଏ ।
ଭୂସ୍ଖଳନ (Landslide) – ହଠାତ୍ ପର୍ବତ ପାର୍ଶ୍ଵରୁ ମାଟି କିମ୍ବା ପଥରଖଣ୍ଡମାନ ଭୁଶୁଡ଼ି ପଡ଼େ ।
ହିମସ୍ଖଳନ (Avalanche) – ହଠାତ୍ ପାହାଡ଼ ପାର୍ଶ୍ଵରୁ ବରଫଖଣ୍ଡମାନ ଖସିଥାଏ ।
ବାଦଲଫଟା ବର୍ଷା (Cloud Blast) – ହଠାତ୍‌ ପ୍ରବଳ ବର୍ଷା ହୋଇଥାଏ ।

ପୃଥିବୀର ଅନେକ ପାରମ୍ପରିକ ସମ୍ପ୍ରଦାୟ ପର୍ବତକୁ ପବିତ୍ର ସ୍ଥାନ ଭାବରେ ବିବେଚନା କରନ୍ତି ଏବଂ ସେମାନଙ୍କୁ ପୂଜା କରନ୍ତି । ୮.୮୪୯ ମିଟର ଉଚ୍ଚତା ବିଶିଷ୍ଟ ବିଶ୍ଵର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟର ଅନେକ ନାମ ରହିଛି । ତିବ୍ବତୀୟମାନେ ଏହାକୁ ‘ଚୋମୋଲୁଙ୍ଗମା’ ବୋଲି କୁହନ୍ତି, ଯାହାର ଅର୍ଥ ହେଉଛି ‘ବିଶ୍ଵର ଦେବୀ’ ଏବଂ ପର୍ବତକୁ ଦେବୀ ମନେକରି ପୂଜା କରନ୍ତି । ନେପାଳୀମାନେ ଏହାକୁ ‘ସାଗରମଥା’ ଅର୍ଥାତ୍ ‘ଆକାଶର ଦେବୀ’ ବୋଲି କୁହନ୍ତି । ସେହିପରି ତିବ୍ବତର କୈଳାସ ପର୍ବତର ହିନ୍ଦୁ, ବୌଦ୍ଧ, ଜୈନ ଧର୍ମ ଏବଂ ବନ ସମ୍ପ୍ରଦାୟ (ଏକ ପ୍ରାଚୀନ ତିବ୍ବତୀୟ ଧର୍ମ)ର ଅନୁଗାମୀମାନେ ପବିତ୍ର ବୋଲି ବିବେଚନା କରନ୍ତି । ପର୍ବତ ଶିଖର ପ୍ରତି ଏପରି ଶ୍ରଦ୍ଧା ଭାରତ ତଥା ବିଶ୍ଵର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଦେଖିବାକୁ ମିଳେ ।

ସାଧାରଣତଃ ମାଳଭୂମିଗୁଡ଼ିକର ପାର୍ଶ୍ଵ ପର୍ବତଠାରୁ ଅଧ‌ିକ ଢାଲୁ ଓ ଏହାର ଉପରିଭାଗ ଟେବୁଲ ଭଳି ଦେଖାଯାଉଥ‌ିବାରୁ ମାଳଭୂମିକୁ ଟେବୁଲ ଲ୍ୟାଣ୍ଡ କୁହାଯାଏ ।

ମାଳଭୂମି :
ମାଳଭୂମି ହେଉଛି ଏକ ଭୂମିରୂପ ଯାହା ଚତୁଃପାର୍ଶ୍ୱସ୍ଥ ଭୂମିରୁ ତୀଖଭାବେ ଉପରକୁ ଉଠିଥାଏ । ଏହାର ଉଚ୍ଚତା କିଛି ଶହ ମିଟରରୁ ଅନେକ ହଜାର ମିଟର ପର୍ଯ୍ୟନ୍ତ ହୋଇପାରେ । ମାଳଭୂମିର ଦୁଇଟି ଉଦାହରଣ ହେଉଛି ତିବ୍ଦତୀୟ ମୂଳଭୂମି ଏବଂ ଡେକାନ ମାଳଭୂମି ।

ତିବ୍ବତୀୟ ମାଳଭୂମିର ହାରାହାରି ଉଚ୍ଚତା ୪,୫୦୦ ମିଟର, ଯେଉଁଥିପାଇଁ ଏହାକୁ ‘ବିଶ୍ଵର ଛାତ ନାମରେ ନାମିତ କରାଯାଇଛି । ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଏହା ପ୍ରାୟ ୨,୫୦୦ କିଲୋମିଟର ଲମ୍ବା – ଯାହାକି ଚଣ୍ଡିଗଡ଼ରୁ କୁମାରୀକା (କନ୍ୟାକୁମାରୀ) ପର୍ଯ୍ୟନ୍ତ ଦୂରତା ।

ମଧ୍ୟ ଏବଂ ଦକ୍ଷିଣ ଭାରତର ଡେକାନ୍ ମାଳଭୂମି ବିଶ୍ଵର ସବୁଠାରୁ ପୁରୁଣା ମାଳଭୂମି ମଧ୍ୟରୁ ଅନ୍ୟତମ, ଯାହା ଲକ୍ଷଲକ୍ଷ ବର୍ଷ ପୂର୍ବେ ଆଗ୍ନେୟ ଉଦ୍‌ଗୀରଣ ମାଧ୍ୟମରେ ଗଠିତ ହୋଇଥିଲା ।

ପର୍ବତ ଭଳି ମାଳଭୂମି ମଧ୍ଯ ଖଣିଜ ପଦାର୍ଥରେ ଭରପୂର । ଏଗୁଡ଼ିକୁ ‘ଖଣିଜ ପଦାର୍ଥର ଭଣ୍ଡାର’ ବୋଲି କୁହାଯାଏ ।

ଖଣି ଖନନ କାର୍ଯ୍ୟ ମାଳଭୂମିରେ ଏ କ ପ୍ର ମୁ ଖ ଘଟଣା । ଉଦାହରଣସ୍ୱରୂପ, ପୂର୍ବ ଆଫ୍ରିକୀୟ ମାଳଭୂମି ସୁନା ଏବଂ ହୀରା ଖନନ ପାଇଁ ପ୍ରସିଦ୍ଧ । ସେହିପରି ଭାରତର ଛୋଟ ନାଗପୁର ମାଳଭୂମିରେ ଲୁହା, କୋଇଲା ଏବଂ ମାଙ୍ଗାନିଜର ବିପୁଳ ଭଣ୍ଡାର ଦେଖିବାକୁ ମିଳେ ।
Class 6 Social Science Chapter 3 Notes Odia Medium ଭୂମିରୂପ ଏବଂ ଜୀବନ-9

କିନ୍ତୁ ମାଳଭୂମିରେ ପଥୁରିଆ ମାଟି ଥାଏ, ଯାହା କୃଷି ଉପଯୋଗୀ ହୋଇନଥାଏ । ଅନ୍ୟ କେତେକ ମାଳଭୂମିରେ ଅଗ୍ନେୟଗିରି ଥିବାରୁ ସମୟ ସମୟରେ ଲାଭା ଉଦ୍‌ଗୀରଣ ହୋଇ ମାଳଭୂମିର ମାଟିକୁ ଉର୍ବର କରିଥାଏ, ଫଳରେ ଏହି ମୃର୍ତ୍ତିକା କପା ଚାଷ ପାଇଁ ବିଶେଷ ଉପଯୋଗୀ ହୋଇଥାଏ ।

ଏତଦ୍‌ବ୍ୟତୀତ ମାଳଭୂମିରେ ଅନେକ ଆକର୍ଷଣୀୟ ଜଳପ୍ରପାତ ମଧ୍ୟ ଦେଖିବାକୁ ମିଳିଥାଏ । ଦକ୍ଷିଣ ଆଫ୍ରିକାର ଜାମ୍ବେଜୀ ନଦୀ ଉପରେ ‘ଭିକ୍ଟୋରିଆ’’ ଜଳପ୍ରପାତ, ଛୋଟନାଗପୁର ମାଳଭୂମିରେ ସୁବର୍ଣ୍ଣରେଖା ନଦୀ ଉପରେ ‘‘ହିନ୍ଦୁ’’ ଜଳପ୍ରପାତ ଏବଂ ପଶ୍ଚିମଘାଟରେ ସରାବତୀ ନଦୀ ଉପରେ ‘ଯୋଗ’’ ଜଳପ୍ରପାତ, ଓଡ଼ିଶାର ମାଛକୁଣ୍ଡ ନଦୀରେ ‘ଡୁଡୁମା ଜଳପ୍ରପାତ’’ ରହିଅଛି । ‘ନହକାଲୀକାଇ ଜଳପ୍ରପାତ’’ ଚେରାପୁଞ୍ଜି ମାଳଭୂମିର (ମେଘାଳୟ)ରେ ଏକ ଜଳପ୍ରପାତ ୩୪୦ ମିଟର ଉଚ୍ଚତାରୁ ତଳକୁ ପଡ଼ିଛି ।

ସମୁଦ୍ର ପତ୍ତନ (Sea leavel) ସମୁଦ୍ର ପୃଷ୍ଠରେ ହାରାହାରି ସ୍ତର, ଯାହାକୁ ହାରାହାରି ସମୁଦ୍ର ପତ୍ତନ ମଧ୍ୟ କୁହାଯାଏ ।

ସମତଳ ଅଞ୍ଚଳ :
ସମୁଦ୍ର ପତ୍ତନରୁ (sea level) ୩୦୦ ମିଟର ବା କମ୍ ଉଚ୍ଚତାରେ ଥ‌ିବା ବିସ୍ତୀର୍ଣ୍ଣ ସମପ୍ରାୟ ଭୂମିକୁ ସମତଳ ଭୂମି କୁହାଯାଏ । ଏଗୁଡ଼ିକର ପୃଷ୍ଠଭୂମି ଚଟକା ଏବଂ ଅତି କମ୍ ଢାଲୁ ବିଶିଷ୍ଟ ଅଟେ ।

ସମତଳ ଅଞ୍ଚଳ ସାଧାରଣତଃ କୃଷି ଉପଯୋଗୀ ହୋଇଥାଏ, କାରଣ ଅନେକ ନଦୀ ଏହି ଅଞ୍ଚଳରେ ପ୍ରବାହିତ ହୋଇ ପଟୁମାଟିଦ୍ଵାରା ମାଟିକୁ ଉର୍ବର କରିବା ସହିତ କୃଷି ପାଇଁ ଜଳ ଯୋଗାଇଥାଏ । ଆମ ଦେଶ ଭାରତରେ ଅଧିକାଂଶ ସମତଳଭୂମି ଅଛି ।

ସମତଳ ଭୂମି ବିଭିନ୍ନ ପ୍ରକାରର ଉଭିଦ ଏବଂ ଜୀବଜନ୍ତୁଙ୍କ ବସତି ପାଇଁ ଉପଯୋଗୀ ଅଟେ ।

ସମତଳ ଅଞ୍ଚଳରେ ଜୀବନ :
ହଜାର ହଜାର ବର୍ଷ ପୂର୍ବେ ସମତଳ ଅଞ୍ଚଳରେ ନଦୀ କୂଳରେ ପ୍ରଥମେ ମାନବ ସଭ୍ୟତାମାନ ବିକଶିତ ହୋଇଥିଲା । ପୃଥ‌ିବୀ ଜଳସଂଖ୍ୟାର ଏକ ବଡ଼ ଅଂଶ ସମତଳ ଅଞ୍ଚଳରେ ବସବାସ କରନ୍ତି ।

ଭାରତର ଗଙ୍ଗାନଦୀର ଅବବାହିକାରେ ଗଢ଼ିଉଠିଥିବା ସମତଳ ଅଞ୍ଚଳରେ ପ୍ରାୟ ୪୦ କୋଟି ଲୋକ ବସବାସ କରୁଛନ୍ତି ।

ସମତଳ ଅଞ୍ଚଳର ଲୋକମାନଙ୍କର ପ୍ରମୁଖ ଜୀବିକା ହେଉଛି କୃଷି, ଗୋପାଳନ ଏବଂ ମାଛ ଧରିବା । ଏହି ଅଞ୍ଚଳମାନଙ୍କରେ ସାଧାରଣତଃ ଧାନ, ଗହମ, ମକା, ବାର୍ଲି ଓ ବାଜରା ଭଳି ଖାତ୍ୟଶସ୍ୟ ଚାଷ କରାଯାଏ । ଏତଦ୍‌ବ୍ୟତୀତ ଗାଙ୍ଗେୟ ସମତଳ ଅଞ୍ଚଳରେ କପା, ଝୋଟ, ଛଣପଟ ଇତ୍ୟାଦି ତନ୍ତୁଜାତୀୟ ଫସଲ ମଧ୍ଯ ଚାଷ କରାଯାଏ ।

ପାରମ୍ପରିକ ଚାଷ ମୁଖ୍ୟତଃ ବର୍ଷା ଉପରେ ନିର୍ଭରଶୀଳ, କିନ୍ତୁ ବିଗତ ଦଶନ୍ଧିରେ ଏହା ଜଳସେଚନ ଉପରେ ନିର୍ଭରଶୀଳ ହୋଇଛି । ଭାରତର ଗଙ୍ଗାନଦୀର ଅବବାହିକାରେ ବିଶେଷ କରି ଅନେକ ପର୍ବପର୍ବାଣି, ସମାରୋହ ଓ ରୀତିନୀତି ଆଦି ଅନୁଷ୍ଠିତ ହୋଇଥାଏ ।

ସମତଳ ଅଞ୍ଚଳ କମ୍ ଢାଲୁ ହୋଇଥିବାରୁ, ଏଠାରେ ନଦୀ ପରିବହନ ସହଜ ହୁଏ ଓ ଏହାଦ୍ଵାରା ଅର୍ଥନୈତିକ କାର୍ଯ୍ୟକଳାପ ସହଜ ଓ ସୁଗମ ହୋଇଥାଏ । ପୁରାତନ ଦିନମାନଙ୍କରେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ନଦୀଗୁଡ଼ିକର ବହୁଳ ବ୍ୟବହାର କରୁଥିଲେ ।

ସଙ୍ଗମ (Confluence) – ଦୁଇ କିମ୍ବା ଅଧ୍ବକ ନଦୀର ମିଳନସ୍ଥଳକୁ ସଙ୍ଗମ କୁହାଯାଏ ।

ସହନଶୀଳତା( Resillence) – ଅସୁବିଧା ଓ କଠିନତାକୁ ସାମ୍‌ନାକରିବା, ସେଥୁରେ ଖାପ ଖୁଆଇବା କାର୍ଯ୍ୟ ।

ଓଡ଼ିଶାର ଭୂମିରୂପ :
ଭାରତର ଭୂମିରୂପ ଭଳି ଓଡ଼ିଶାର ଭୂମିରୂପ ମଧ୍ୟ ବୈଚିତ୍ରମୟ । ଏହାର ବିଭିନ୍ନ ସ୍ଥାନରେ ନଦୀ, ହ୍ରଦ, ପାହାଡ଼ପର୍ବତ, ବଣଜଙ୍ଗଲ, ସମତଳଭୂମି, ମାଳଭୂମି, ଉପକୂଳବର୍ତୀ ଅଞ୍ଚଳ, ଅଭୟାରଣ୍ୟ ଆଦି ଭିନ୍ନ ଭିନ୍ନ ଭୂମିରୂପ ଦେଖିବାକୁ ମିଳିଥାଏ ।

ସୁତରାଂ ଏହାର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଲୋକମାନଙ୍କର ଚଳଣି, ଜୀବିକା ଏବଂ ଜୀବନଶୈଳୀରେ ମଧ୍ୟ ଭିନ୍ନତା ପରିଲକ୍ଷିତ ହୋଇଥାଏ ।

Class 6 Social Science Chapter 3 Notes Odia Medium ଭୂମିରୂପ ଏବଂ ଜୀବନ

୨୦୧୯ ମସିହାର ସର୍ଭେ ଅନୁସାରେ ଓଡ଼ିଶାର ରାଉରକେଲା ସହର ସ୍ଵଚ୍ଛତା ଭାରତର ୪୫ତମ ସ୍ଥାନରେ ରହିଛି ।

ବିଷୟ ସାରାଂଶ
ଭୂମିରୂପକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରାଯାଇଛି, ଯଥା- ପାର୍ବତ୍ୟଭୂମି, ମାଳଭୂମି ଏବଂ ସମତଳଭୂମି । ଏମାନଙ୍କର ଗଠନ ଶୈଳୀ ଏବଂ ପରିବେଶରେ ଭିନ୍ନତା ପରିଲକ୍ଷିତ ହୋଇଥାଏ ।

ସମଗ୍ର ପୃଥ‌ିବୀରେ ଲୋକମାନେ କେଉଁ ପ୍ରକାରର ଭୂମିରୂପରେ ରହୁଛନ୍ତି ସେହି ଅନୁସାରେ ସେମାନଙ୍କ ଜୀବନ ଏବଂ କାର୍ଯ୍ୟକଳାପ ବହୁଳଭାବେ ପ୍ରଭାବିତ ହୋଇଥାଏ । ଏହି ଭୂମିରୂପ ସମଗ୍ର ବିଶ୍ଵରେ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ବିଶେଷ କରି ଭାରତୀୟ ସଂସ୍କୃତି ଏହାକୁ ବିଭିନ୍ନ ଉପାୟରେ ପାଳନ କରିଆସିଛି ।

ପ୍ରତ୍ୟେକ ଭୂମିରୂପ ଭିନ୍ନ ଭିନ୍ନ ସମସ୍ୟା ତଥା ସୁଯୋଗ ପ୍ରଦାନ କରିଥାଏ ।

ମୁଖ୍ୟ ଶତାଂଶ :

  1. ସମୁଦ୍ର ପତ୍ତନରୁ ଉଚ୍ଚତା (Altitude) – ସମୁଦ୍ର ପତ୍ତନଠାରୁ କୌଣସି ବସ୍ତର ଉଚ୍ଚତାକୁ ଆଲଟିଚ୍ଯୁଡ୍ କୁହାଯାଏ । ଉଦାହରଣ ସ୍ଵରୂପ – ପର୍ବତର ଉଚ୍ଚତା, ଏରୋପ୍ଲେନ ଉଡ଼ାଣ ମୟରେ ପକ୍ଷୀ କିମ୍ବା ବିମାନ ଉଡୁଥୁବାର ଉଚ୍ଚତା, ଉପଗ୍ରହର ଉଚ୍ଚତା । ଏହିସବୁ ଉଚ୍ଚତା ସମୁଦ୍ର ପତ୍ତନଠାରୁ ନିର୍ଣ୍ଣୟ କରାଯାଏ ।
  2. ବୃଷ୍ଟିପାତ (Precipitation) – ବାୟୁମଣ୍ଡଳର ଜଳ ଯେକୌଣସି ରୂପରେ ସ୍ଥଳଭାଗରେ ପହଞ୍ଚିଥାଏ, ତାହାକୁ ବୃଷ୍ଟିପାତ କୁହାଯାଏ । ବର୍ଷା, ତୁଷାରପାତ ଏବଂ କୁଆପଥର ଏହା ସାଧାରଣ ରୂପ ।
  3. ପାର୍ବତୀୟ ଅରଣ୍ୟ (Mountain Forest) – ଏକ ପ୍ରକାର ଜଙ୍ଗଲ ଯାହା ପାହାଡ଼ିଆ ଅଞ୍ଚଳରେ ବଢ଼ିଥାଏ ।
  4. ହିମଗୁଳ୍ମ (Moss) – ଫୁଲ କିମ୍ବା ଚେରବିହୀନ ଏକ ଛୋଟ ସବୁଜଗଛ, ଯାହା ପ୍ରାୟତଃ କୁସନପରି ଆଚ୍ଛାଦନରେ ବ୍ୟାପିଥାଏ ।
  5. ଶୈବାଳ (Lichen) ଏକ ଉଦ୍ଭଦ୍ର ପରି ଜୀବ ଯାହା ସାଧାରଣତଃ ପଥର, କାନ୍ଥ କିମ୍ବା ଗଛରେ ଚିପି ହୋଇ ରହିଥାଏ ।
  6. ପ୍ରାକୃତିକ ଭୂଭାଗ (Terrian) – ଭୌତିକ ବୈଶିଷ୍ଟ୍ୟ ଦୃଷ୍ଟିକୋଣରୁ ଭୂମିର ଏକ ଖଣ୍ଡ ବା ଜମିର ବିସ୍ତୃତି ।
  7. ଉପତ୍ୟକା (Valley) – ପାହାଡ଼ କିମ୍ବା ପର୍ବତ ମଧ୍ଯରେ ଏକ ନିମ୍ନ ଅଞ୍ଚଳ ପ୍ରାୟତଃ ଏହା ମଧ୍ୟଦେଇ ଏକ ନଦୀ କିମ୍ବା ଝରଣା ପ୍ରବାହିତ ହୁଏ ।
  8. ମାଳଭୂମି (Platteau) ମାଳଭୂମି ହେଉଛି ଏକ ଭୂମିରୂପ ଯାହା ଚତୁଃପାର୍ଶ୍ୱସ୍ଥ ଭୂମିରୁ ତୀଖଭାବେ ଉପରକୁ ଉଠିଥାଏ ।
  9. ଆକସ୍ମିକ ବନ୍ୟା (Flash Flood) – ହଠାତ୍ ସ୍ଥାନୀୟ ବନ୍ୟା ଆସିଥାଏ, ଯାହା ଅନେକ ସମୟରେ ବାଦଲଫଟା ବର୍ଷା କାରଣରୁ ହୋଇଥାଏ ।
  10. ଭୂସ୍ଖଳନ (Landslide) – ହଠାତ୍ ପର୍ବତ ପାର୍ଶ୍ବରୁ ମାଟି କିମ୍ବା ପଥରଖଣ୍ଡମାନ ଭୁଶୁଡ଼ି ପଡ଼େ ।
  11. ହିମସ୍ଖଳନ (Avalanche) – ହଠାତ୍ ପାହାଡ଼ ପାର୍ଶ୍ବରୁ ବରଫଖଣ୍ଡମାନ ଖସିଥାଏ ।
  12. ବାଦଲଫଟା ବର୍ଷା (Cloud Blast) – ହଠାତ୍ ପ୍ରବଳ ବର୍ଷା ହୋଇଥାଏ ।
  13. ଟେବୁଲ ଲ୍ୟାଣ୍ଡ (Table land) ସାଧାରଣତଃ ମାଳଭୂମିଗୁଡ଼ିକର ପାର୍ଶ୍ଵ ପର୍ବତଠାରୁ ଅଧ୍ଵକ ଢାଲୁ ଓ ଏହାର ଉପରିଭାଗ ଟେବୁଲ ଭଳି ଦେଖାଯାଉଥିବାରୁ ମାଳଭୂମିକୁ ଟେବୁଲ ଲ୍ୟାଣ୍ଡ କୁହାଯାଏ ।
  14. ସମୁଦ୍ର ପତ୍ତନ (Sea leavel) – ସମୁଦ୍ର ପୃଷ୍ଠରେ ହାରାହାରି ସ୍ତର, ଯାହାକୁ ହାରାହାରି ସମୁଦ୍ର ପତ୍ତନ ମଧ୍ଯ କୁହାଯାଏ ।
  15. ସଙ୍ଗମ୍ (Confluence) – ଦୁଇ କିମ୍ବା ଅଧିକ ନଦୀର ମିଳନସ୍ଥଳକୁ ସଙ୍ଗମ କୁହାଯାଏ ।
  16. ସହନଶୀଳତା (Resillence) – ଅସୁବିଧା ଓ କଠିନତାକୁ ସାମ୍‌ନାକରିବା, ସେଥୁରେ ଖାପ ଖୁଆଇବା କାର୍ଯ୍ୟ ।

Class 6 Social Science Chapter 2 Notes Odia Medium ମହାସାଗର ଏବଂ ମହାଦେଶ

Go through BSE Odisha Class 6 Social Science Notes Odia Medium Chapter 2 ମହାସାଗର ଏବଂ ମହାଦେଶ to understand important topics more clearly.

6th Class Social Science Chapter 2 Notes Odia Medium

BSE Odisha Class 6 Social Science Chapter 2 Notes Odia Medium

‘‘ମସହାସାଗର ହିଁ ସବୁକିଛି । ଏହା ଭୂପୃଷ୍ଠର ସାତ ଦଶମାଂଶକୁ ଅନ୍ତର୍ଭୁକ୍ତ କରେ । ଏହାର ବାୟୁ ଶୁଦ୍ଧ ଓ ସ୍ଵାସ୍ଥ୍ୟକର ହୋଇଥାଏ । ଏହା ଏକ ବିଶାଳ ଶୂନ୍ୟ ପ୍ରାନ୍ତ ଯେଉଁଠାରେ ମନୁଷ୍ୟ କେବେ ଏକା ନୁହେଁ । କାରଣ ସେ ସବୁଠି ଜୀବନର ସୃଷ୍ଟି ବା ପରିବ୍ୟାପ୍ତିକୁ ଅନୁଭବ କରେ । ସମୁଦ୍ର ହେଉଛି ବିଶାଳ ଗନ୍ତାଘର । ପୃଥ‌ିବୀ ସମୁଦ୍ରରୁ ଆରମ୍ଭ ହୋଇଥିଲା, ତେଣୁ କହିବାକୁ ଗଲେ, କିଏ ଜାଣେ ଏହା ସହିତ ଶେଷ ହେବ ନାହିଁ ତ ।…
ଜୁଲ୍ସ ବର୍ନ (୧୮୭୦)

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ଚିତ୍ର ୨.୧ରେ ପୃଥ‌ିବୀ ପ୍ରଶାନ୍ତ ମହାସାଗର ଉପରେ କେନ୍ଦ୍ରୀଭୂତ ହୋଇଥ୍ ବାବେଳେ ବାମପଟେ ଆଫ୍ରିକା, ଶୀର୍ଷରେ ଭାରତ ଓ ଏସିଆର କିଛି ଅଂଶ, ଡାହାଣରେ ଅଷ୍ଟ୍ରେଲିଆ ଏବଂ ତଳ ଭାଗରେ ଆଣ୍ଟାର୍କଟିକା ରହିଛି ।
Class 6 Social Science Chapter 2 Notes Odia Medium ମହାସାଗର ଏବଂ ମହାଦେଶ-1
ମହାକାଶରୁ ପୃଥ‌ିବୀକୁ ଦେଖିଲେ ଏହା ମୁଖ୍ୟତଃ ନୀଳ ଦେଖାଯାଏ । ତେଣୁ ପ୍ରଥମରୁ ମହାକାଶଚାରୀମାନେ ପୃଥ‌ିବୀକୁ ‘ନୀଳଗ୍ରହ’ ବୋଲି କହିଥା’ନ୍ତି ।
ପୃଥ‌ିବୀରେ ଆମେ ଦେଖୁଥ‌ିବା ବୃହତ୍ତ ମ ଜଳାଶୟକୁ ମହାସାଗର କୁହାଯାଏ ।

ଚିତ୍ରରେ ପୃଥ‌ିବୀର କିଛି ଅଂଶରେ ବାଦାମୀ ରଙ୍ଗ ଦେଖାଯାଉଛି । ଏହି ରଙ୍ଗ ହେଉଛି ଭୂମିରୂପ, ଯାହା ପୃଥ‌ିବୀର ଏକ ଚତୁର୍ଥାଂଶରୁ କିଛି ଅଧ୍ବକ ଅଞ୍ଚଳକୁ ବ୍ୟାପିଛି । ଏକ ବିଶାଳ ଭୂମିକୁ ‘ଭୂଖଣ୍ଡ’ କୁହାଯାଏ ଏବଂ ଏହାର ନିରନ୍ତର ବିସ୍ତାରିତ ଭୂଖଣ୍ଡକୁ ‘ମହାଦେଶ’ କୁହାଯାଏ ।

ପୃଥ‌ିବୀର ଜଳବାୟୁ ଗଠନରେ ଉଭୟ ମହାସାଗର ଓ ମହାଦେଶ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତି । ଏହା ସମସ୍ତ ଉଭିଦ ଓ ପ୍ରାଣୀ ଜୀବନର ସମସ୍ତ ଦିଗକୁ ପ୍ରଭାବିତ କରିବା ସହିତ ମନୁଷ୍ୟ ଜୀବନକୁ ମଧ୍ଯ ପ୍ରଭାବିତ କରିଥାଏ । ଆମର ଇତିହାସ, ସଂସ୍କୃତି ସମେତ ଦୈନନ୍ଦିନ ଜୀବନରେ ଏହାର ପ୍ରଭାବ ଦେଖ‌ିବାକୁ ମିଳେ ।

ଭାରତୀୟ ନୌସେନାର ପ୍ରତୀକରେ ‘ସଂ ନୌ ବରୁନଃ’’ ଲେଖାଯାଇଛି, ଯାହାର ଅର୍ଥ ହେଉଛି, ‘ହେ ବରୁଣ, ଆମ ପାଇଁ ଶୁଭ ହୁଅ’’ । ଏହା ସମୁଦ୍ର, ଆକାଶ ଏବଂ ଜଳ ସହିତ ଜଡ଼ିତ ବୈଦିକ ଦେବତା ବରୁଣଙ୍କ ପାଇଁ ଏକ ସ୍ତତି ବା ସମ୍ମାନ ।

ପୃଥ‌ିବୀରେ ଜଳଭାଗ ଓ ସ୍ଥଳଭାଗର ବଣ୍ଟନ :
ସାଧାରଣତଃ ମହାସାଗର ଏବଂ ମହାଦେଶଗୁଡ଼ିକର ବଣ୍ଟନ ଉତ୍ତର ଏବଂ ଦକ୍ଷିଣ ଗୋଲାର୍ଦ୍ଧ ମଧ୍ୟରେ ସମାନ ନୁହେଁ ।
Class 6 Social Science Chapter 2 Notes Odia Medium ମହାସାଗର ଏବଂ ମହାଦେଶ-2
ଏହି ଦୁଇଟି ମାନଚିତ୍ରରେ ନୀଳରଙ୍ଗରେ ମହାସାଗର ଏବଂ ଛୋଟ ଛୋଟ ବିସ୍ତାରିତ ଜଳରାଶି, ଯେପରି ସାଗର, ଉପସାଗରକୁ ଦର୍ଶାଯାଇଛି ।

ମହାସାଗର :
ଚିତ୍ର ୨.୩ରେ ଦିଆଯାଇଥିବା ପୃଥ‌ିବୀ ମାନଚିତ୍ରରେ ଆମେ ପାଞ୍ଚଟି ମହାସାଗର, ଯଥା– ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍ ମହାସାଗର, ଭାରତ ମହାସାଗର, ଆର୍କଟିକ୍ ମହାସାଗର ଏବଂ ଦକ୍ଷିଣ (କିମ୍ବା ଆଣ୍ଟାର୍କଟିକା) ମହାସାଗରକୁ ଦେଖୁଛେ ।
Class 6 Social Science Chapter 2 Notes Odia Medium ମହାସାଗର ଏବଂ ମହାଦେଶ-3
ମାନଚିତ୍ରରୁ ଏହା ସ୍ପଷ୍ଟ ଯେ, ‘ସେମାନେ ପରସ୍ପରଠାରୁ ବିଚ୍ଛିନ୍ନ ନୁହଁନ୍ତି । ମାନଚିତ୍ରରେ ମହାସାଗରଗୁଡ଼ିକର ବିଭାଜିତ ସୀମା ଏକ ପ୍ରଚଳିତ (convention) ବ୍ୟବସ୍ଥାଠାରୁ ଅଧିକ କିଛି ନୁହେଁ । ପ୍ରାକୃତିକ ଦୁନିଆ ଏପରି ସୀମା ଅନୁସରଣ କରେ ନାହିଁ । ଉଦାହରଣ ସ୍ଵରୂପ, ସମୁଦ୍ର ଜଳ କ୍ରମାଗତ ଭାବରେ ବିଭିନ୍ନ ସମୁଦ୍ରରେ ପ୍ରବାହିତ ହୁଏ, ଯାହା ସାମୁଦ୍ରିକ ଜୀବନର ଏକ ସମୃଦ୍ଧ ବିବିଧତାକୁ ବଜାୟ ରଖୁଥାଏ ।

ମହାସାଗରଗୁଡ଼ିକରେ ଅନେକ ପ୍ରକାର ଉଭିଦ ଓ ପ୍ରାଣୀମାନଙ୍କର ପ୍ରଜାତି ଦେଖୁବାକୁ ମିଳେ। ସାମୁଦ୍ରିକ ଉଦ୍ଭଦ ଜଗତରେ ଛୋଟ ଛୋଟ ଗଛ ଏବଂ ସମସ୍ତ ସାମୁଦ୍ରିକ ଶୈବାଳ (Algae and seaneeds) ଅନ୍ତର୍ଭୁକ୍ତ ।

ସାମୁଦ୍ରିକ ଜୀବଜନ୍ତୁ ମଧ୍ଯରେ ହଜାର ହଜାର ପ୍ରଜାତିର ରଙ୍ଗୀନ ମାଛ, ଡଲ୍‌ଫିନ୍, ତିମି ଏବଂ ଅଗଣିତ ରହସ୍ୟମୟ ଗଭୀର ସମୁଦ୍ର ଜୀବ ରହିଛନ୍ତି ।

ମାନଚିତ୍ରରେ ଏହା ସ୍ପଷ୍ଟ ଯେ ପ୍ରଶାନ୍ତ ମହାସାଗର ସବୁଠାରୁ ବଡ଼ ଏବଂ ଏହାପରେ ଆଟ୍‌ଲାଣ୍ଟିକ୍ ମହାସାଗର ରହିଛି । ଭାରତ ମହାସାଗର ତୃତୀୟ ବୃହତ୍ତମ ହୋଇଥିବାବେଳେ ଦକ୍ଷିଣ ମହାସାଗର ଚତୁର୍ଥ । ସବୁଠାରୁ ଛୋଟ ହେଉଛି ଆର୍କଟିକ୍ ମହାସାଗର ।

  • ପୃଥୁବୀ ମାନଚିତ୍ରରୁ ଏହା ସ୍ପଷ୍ଟ ଯେ, ଭାରତ ମହାସାଗର ମୁଖ୍ୟତଃ ଉତ୍ତରରେ ଏସିଆ, ପଶ୍ଚିମରେ ଆଫ୍ରିକା, ପୂର୍ବରେ ଅଷ୍ଟ୍ରେଲିଆ ଓ ଦକ୍ଷିଣରେ ଦକ୍ଷିଣ ମହାସାଗର ପର୍ଯ୍ୟନ୍ତ ବିସ୍ତୃତ ।
  • ଭାରତର ଉତ୍ତର ପାର୍ଶ୍ଵରେ ଆମେ ଭାରତ ମହାସାଗରର ଦୁଇଟି ଅଂଶ ଦେଖ‌ିବାକୁ ପାଉଛୁ– ପଶ୍ଚିମରେ ଆରବ ସାଗର ଏବଂ ପୂର୍ବରେ ବଙ୍ଗୋପସାଗର ।

ସମୁଦ୍ର ଓ ବିପର୍ଯ୍ୟୟ :
ଭାରତରେ ପ୍ରତି ଗ୍ରୀଷ୍ମଋତୁରେ ଯେଉଁ ମୌସୁମୀ ବର୍ଷା ହୋଇଥାଏ, ତାହା ସମୁଦ୍ରରେ ଉତ୍ପନ୍ନ ହୁଏ । ଏଭଳି ବର୍ଷା ନହେଲେ, ଆମର ଚାଷ ଏବଂ ସମସ୍ତ ଜୀବନ କ୍ଷତିଗ୍ରସ୍ତ ହେବ ।

ସମୁଦ୍ର ମଧ୍ୟରେ ଅନେକ ସମୟରେ ଝଡ଼ ସୃଷ୍ଟି ହୋଇଥାଏ । ଅତ୍ୟଧିକ ବୃଷ୍ଟିପାତ କିମ୍ବା ଅତି ପ୍ରବଳ ପବନ ସହିତ ଉଗ୍ରରୂପ ନେଇ ଉପକୂଳ ଅଞ୍ଚଳରେ ତାଣ୍ଡବ ରଚି ବ୍ୟାପକ କ୍ଷୟକ୍ଷତି କରିଥାଏ ।

ସୁନାମି ହେଉଛି ସମୁଦ୍ରରେ ସୃଷ୍ଟି ହେଉଥ‌ିବା ଏକ ପ୍ରାକୃତିକ ବିପର୍ଯ୍ୟୟ । ଏହା ଏକ ବିରାଟ ଏବଂ ଶକ୍ତିଶାଳୀ ତରଙ୍ଗ, ଯାହା ସାଧାରଣତଃ ସମୁଦ୍ରର ତଳ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ କିମ୍ବା ଆଗ୍ନେୟଗିରି ବିସ୍ଫୋରଣ କାରଣରୁ ହୋଇଥାଏ । ସୁନାମି ହଜାର ହଜାର କିଲୋମିଟର ଅତିକ୍ରମ କରି ଉପକୂଳବର୍ତ୍ତୀ ଅଞ୍ଚଳକୁ ଜଳମଗ୍ନ କରି ବ୍ୟାପକ କ୍ଷୟକ୍ଷତି କରିଥାଏ ।

Class 6 Social Science Chapter 1 Notes Odia Medium ମହାସାଗର ଏବଂ ମହାଦେଶ

୨୬ ଡିସେମ୍ବର ୨୦୦୪ ମସିହାରେ ଭାରତ ଓ ଭାରତ ମହାସାଗର ଚାରିପାଖରେ ଥିବା ୧୩ଟି ଦେଶ ଏକ ଶକ୍ତିଶାଳୀ ସୁନାମିଦ୍ଵାରା ପ୍ରଭାବିତ ହୋଇଥିଲା । ଏହା ଇଣ୍ଡୋନେସିଆରେ ସୃଷ୍ଟି ହୋଇଥିବା ଭୂମିକମ୍ପ କାରଣରୁ ହୋଇଥିଲା । ଏଥିରେ ୨ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଭାରତରେ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ, ତାମିଲନାଡୁ ଓ କେରଳ ଉପକୂଳ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା ଏବଂ ବହୁ କ୍ଷୟକ୍ଷତି ଓ ଧନଜୀବନ ହାନି ହୋଇଥିଲା ।

ଏଭଳି ସୁନାମି ବେଳେବେଳେ ଅତ୍ୟନ୍ତ ବିନାଶକାରୀ ହୋଇଥାଏ । ସୌଭାଗ୍ୟବଶତଃ, ଉପକୂଳ ଛୁଇଁବା ପୂର୍ବରୁ ଏହାକୁ ପ୍ରାୟତଃ ଠାବ କରାଯାଇପାରିଥାଏ । ଏଭଳି ‘ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା’ରେ ଅନେକ ଦେଶ ସହଯୋଗ କରିଥାନ୍ତି । ବିଶେଷକରି ଭାରତ ମହାସାଗରରେ ସୁନାମି ପୂବର୍ବରୀ ସୂଚନା ପ୍ରଣାଳୀ (Pre warning system) ରହିଛି, ଯେଉଁଥ‌ିରେ ଭାରତ ସମେତ ଅନେକ ଦେଶର ଯୋଗଦାନ ରହିଛି । ଏହାଦ୍ଵାରା ଧନଜୀବନ ଓ ସମ୍ପତ୍ତିର ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇପାରୁଛି ।

ଧନଜୀବନ ଓ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ଘଟାଉଥବା ଘଟଣାର ନିୟନ୍ତ୍ରଣ କରିବା ବ୍ୟବସ୍ଥାକୁ ବିପର୍ଯ୍ୟୟ ପରିଚାଳନା କୁହାଯାଏ । ସବୁପ୍ରକାର ବିପର୍ଯ୍ୟୟର ମୁକାବିଲା ପାଇଁ ଭାରତର ନିଜସ୍ୱ ‘ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧ୍ୱକରଣ’ (National Disaster Management Authority) ଅଛି ।

ମହାଦେଶ :
ସମଗ୍ର ସ୍ଥଳଭାଗକୁ ୭ଟି ମହାଦେଶରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା- ଏସିଆ, ଆଫ୍ରିକା, ୟୁରୋପ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା । ମହାଦେଶଗୁଡ଼ିକୁ ଆମେ ୪ରୁ ୭ ମଧ୍ୟରେ ତାଲିକାଭୁକ୍ତ କରିପାରିବା (ଚିତ୍ର ୨.୩) । କାରଣ –

ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକାକୁ ସାଧାରଣତଃ ଦୁଇଟି ମହାଦେଶ ଭାବରେ ବିବେଚନା କରାଯାଏ, କିନ୍ତୁ ଯଦି ସେ ଦୁଇକୁ ଏକକ ଭୂଖଣ୍ଡ ଭାବରେ ଦେଖାଯାଏ, ତେବେ ଏହାକୁ ମଧ୍ୟ ଗୋଟିଏ ଭାବରେ ବିବେଚନା କରାଯାଇପାରେ ।

ୟୁରୋପ ଓ ଏସିଆକୁ ସାଧାରଣତଃ ଦୁଇଟି ମହାଦେଶ ଭାବରେ ବିବେଚନା କରାଯାଏ, ଯଦିଓ ମାନଚିତ୍ରରୁ ଏହା ସ୍ପଷ୍ଟ ଯେ ମହାଦେଶ ଦୁଇଟି ଗୋଟିଏ ଭୂଖଣ୍ଡ ଗଠନ କରନ୍ତି । ଐତିହାସିକ ଏବଂ ସାଂସ୍କୃତିକ କାରଣରୁ ୟୁରୋପର ବିକାଶ ଏସିଆଠାରୁ ବହୁତ ଭିନ୍ନ ଯେଉଁଥିପାଇଁ ଏହାକୁ ଦୁଇଟି ମହାଦେଶ ଭାବରେ ଦେଖାଯାଇପାରେ । ତେବେ ଭୂତତ୍ତ୍ୱବିଜ୍ଞାନୀମାନେ ଏହାକୁ ‘ୟୁରେସିଆ’ ନାମକ ଏକ ମହାଦେଶ ବୋଲି ବେଚନା କରନ୍ତି ।

ଆଫ୍ରିକା ଓ ୟୁରେସିଆକୁ ସାଧାରଣତଃ ଦୁଇଟି ମହାଦେଶ ଭାବରେ ବିବେଚନା କରାଯାଏ, କିନ୍ତୁ ବେଳେବେଳେ ଗୋଟିଏ ଭାବରେ ମଧ୍ଯ ବିଚାର କରାଯାଏ ।

ନିମ୍ନ ସାରଣୀରେ ମହାଦେଶଗୁଡ଼ିକର ଗଣନାକୁ ସଂକ୍ଷିପ୍ତ କରିବା :
Class 6 Social Science Chapter 2 Notes Odia Medium ମହାସାଗର ଏବଂ ମହାଦେଶ-4
ସାତଟି ମହାଦେଶର ଶେଷ ତାଲିକା ସବୁଠାରୁ ଅଧ‌ିକ ଗ୍ରହଣୀୟ ଏବଂ ବ୍ୟବହୃତ ।

ଅଲିମ୍ପିକ୍ କ୍ରୀଡ଼ାର ଅନ୍ୟତମ ପ୍ରତୀକ ପାଞ୍ଚଟି ଅଲିମ୍ପିକ୍ ଚକ୍ର ବା ରିଙ୍ଗ୍ ସମଗ୍ର ବିଶ୍ଵର କ୍ରୀଡ଼ାବିତ୍ ସମାବେଶର ପ୍ରତୀକ । ଆଫ୍ରିକା, ଆମେରିକା, ଏସିଆ, ଅଷ୍ଟ୍ରେଲିଆ ଏବଂ ୟୁରୋପ ଭଳି ପାଞ୍ଚଟି ଜନବହୁଳ ମହାଦେଶକୁ ପ୍ରତିନିଧୃତ୍ଵ କରିବା ପାଇଁ ଏହି ଚକ୍ର ବା ରିଙ୍ଗ୍ ଚୟନ କରାଯାଇଥିଲା ।

ଦ୍ବୀପପୁଞ୍ଜ
ଚିତ୍ର ୨.୨ ଏବଂ ୨.୩ର ମାନଚିତ୍ରକୁ ଦେଖ‌ିଲେ ଜାଣିବ ଯେ, ମହାଦେଶଗୁଡ଼ିକରେ ସମସ୍ତ ଭୂଖଣ୍ଡ ଅନ୍ତର୍ଭୁକ୍ତ କରାଯାଇନାହିଁ । କିଛି ଛୋଟ ଭୂଭାଗ ବାଦ୍ ପଡ଼ିଛି, ଯାହାକୁ ଜଳଭାଗ ଚାରିପାଖରୁ ଘେରି ରହିଛି ଏବଂ ଏଗୁଡ଼ିକୁ ଦ୍ଵୀପପୁଞ୍ଜ (Islands) କୁହାଯାଏ । ମହାଦେଶଗୁଡ଼ିକ ମଧ୍ୟ ଜଳଦ୍ଵାରା ଘେରି ରହିଛି କିନ୍ତୁ ସେମାନେ ଏତେ ବଡ଼ ହୋଇଥିବାରୁ ସେମାନଙ୍କୁ ଦ୍ଵୀପଭାବରେ ବିବେଚନା କରାଯାଏ ନାହିଁ ।

ପୃଥିବୀରେ ଲକ୍ଷ ଲକ୍ଷ ଦ୍ଵୀପ ରହିଛି, ଯେଉଁମାନଙ୍କର ଆକାର ଭିନ୍ନ ଭିନ୍ନ ।

ଗ୍ରୀନଲ୍ୟାଣ୍ଡ ହେଉଛି ପୃଥ‌ିବୀ ସର୍ବବୃହତ୍ ଦ୍ଵୀପ (ଏହାକୁ ଏକ ଗ୍ଲୋବ କିମ୍ବା ମାନଚିତ୍ରରେ ଚିହ୍ନଟ କର ।) ଏହାର ଆକାର ଭାରତର ୧୦ଟି ବୃହତ୍ତମ ରାଜ୍ୟର କ୍ଷେତ୍ରଫଳ ସହ ପ୍ରାୟତଃ ସମାନ ।

ଭାରତରେ ୩୦୦ରୁ ଅଧିକ କ୍ଷୁଦ୍ର ଦ୍ୱୀପ ରହିଛି । ସେଗୁଡ଼ିକ ମଧ୍ୟରେ ଦୁଇଟି ପ୍ରମୁଖ ଦ୍ଵୀପପୁଞ୍ଜ ଅନ୍ତର୍ଭୁକ୍ତ – ବଙ୍ଗୋପସାଗରର ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ଏବଂ ଆରବ ସାଗରର ଲାକ୍ଷାଦ୍ଵୀପ ଦ୍ଵୀପପୁଞ୍ଜ ।

୧୯୮୧ ମସିହାରୁ ‘ଭାରତୀୟ ଆଣ୍ଟାର୍କଟିକା କାର୍ଯ୍ୟକ୍ରମ’ ଆଣ୍ଟାର୍କଟିକାରେ ବିଭିନ୍ନ ଅନୁସନ୍ଧାନ ଓ ଗବେଷଣା କରୁଛି, ଯାହା ଅତ୍ୟନ୍ତ ଶୀତଳ ଜଳବାୟୁ ଏବଂ କଠୋର ପରିବେଶ ବିଶିଷ୍ଟ ଏକ ମହାଦେଶ । ୧୯୮୩ ମସିହାରେ ଭାରତ ସେଠାରେ ନିଜର ପ୍ରଥମ ବୈଜ୍ଞାନିକ ଗବେଷଣା କେନ୍ଦ୍ର (ବେସ୍ ଷ୍ଟେସନ) ପ୍ରତିଷ୍ଠା କରିଥିଲା, ଯାହାର ନାମ ଥିଲା ‘ଦକ୍ଷିଣ ଗଙ୍ଗୋତ୍ରୀ’ । ପରବର୍ତୀ ସମୟରେ ଆଉ ଦୁଇଟି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଭାରତୀୟ ବୈଜ୍ଞାନିକଙ୍କ ପ୍ରାୟ ୪୦ ଟିମ୍ ଏହି ଦୁର୍ଗମ ଅଞ୍ଚଳରେ ବିଶେଷ କରି ଜଳବାୟୁ ଓ ପରିବେଶର ବିକାଶ ଉପରେ ଗବେଷଣା କରିଛନ୍ତି । ବୈଜ୍ଞାନିକମାନେ ରହୁଥ‌ିବା ସ୍ଥାନରେ ଏକ ପାଠାଗାର ଏବଂ ଡାକଘର ମଧ୍ୟ ଅଛି ।

ମହାସାଗର ଏବଂ ଜୀବନ :
ସମୁଦ୍ର ଯୋଗୁଁ ସ୍ଥଳଭାଗରେ ବର୍ଷା ହୋଇଥାଏ, ଏହା ପୃଥ‌ିବୀର ଜଳଚକ୍ରର ଏକ ଅଂଶ ।

ଯଦି ସମୁଦ୍ର ନଥା’ନ୍ତା, ତେବେ ପୃଥ‌ିବୀ ଏକ ମରୁଭୂମିରେ ପରିଣତ ହୋଇଥାନ୍ତା । ଏହା ବ୍ୟତୀତ ପୃଥ‌ିବୀର ଅଧାରୁ ଅଧିକ ଅମ୍ଳଜାନ ସମୁଦ୍ରର ଉଦ୍ଭଦଦ୍ଵାରା ଉତ୍ପନ୍ନ ହୋଇଥାଏ, ଯେଉଁଥପାଇଁ ସେମାନଙ୍କୁ ‘ଗ୍ରହର ଫୁସଫୁସ୍’ (Planet’s lungs) କୁହାଯାଏ ।

ତେଣୁ ଜଳବାୟୁକୁ ନିୟନ୍ତ୍ରଣ କରିବା ଏବଂ ପୃଥ‌ିବୀରେ ଜୀବନକୁ ବଜାୟ ରଖିରେ ମହାସାଗର ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଥାଏ ।

Class 6 Social Science Chapter 1 Notes Odia Medium ମହାସାଗର ଏବଂ ମହାଦେଶ

ଲୋକମାନେ ଅତୀତ କାଳରୁ ମହାସାଗର ଓ ସାଗରକୁ ବ୍ୟବହାର କରି ଅନ୍ୟ ଅଞ୍ଚଳକୁ ଗସ୍ତ କରିବା, ବାଣିଜ୍ୟ ବ୍ୟବସାୟ କରିବା, ସାମରିକ ଅଭିଯାନ ଚଳାଇବା ଏବଂ ମାଛ ଧରିବା ମାଧ୍ୟମରେ ଖାଦ୍ୟର ଉତ୍ସ ଭାବରେ ବ୍ୟବହାର କରିବା ଆଦି କରିଆସୁଛନ୍ତି ।

ମହାସାଗର ସମଗ୍ର ପୃଥ‌ିବୀର ଉପକୂଳବର୍ତ୍ତୀ ଲୋକଙ୍କ ସଂସ୍କୃତି ସହିତ ଜଡ଼ିତ ।

ଦୈନନ୍ଦିନ ଜୀବନରେ ମହାସାଗରର ପ୍ରମୁଖ ଭୂମିକାକୁ ମନେ ପକାଇବା ପାଇଁ ଜାତିସଂଘ ଜୁନ୍ ୮କୁ ‘ବିଶ୍ଵ ମହାସାଗର ଦିବସ’ ଭାବେ ଘୋଷଣା କରିଛି । ଏହା ଆମ ଗ୍ରହର ଫୁସ୍‌ଫୁସ୍ ଅଟେ । ଖାଦ୍ୟ ଓ ଔଷଧର ଏହା ଏକ ପ୍ରମୁଖ ଉତ୍ସ ଏବଂ ଜୈବମଣ୍ଡଳର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଭାବରେ କାର୍ଯ୍ୟ କରେ । ମନୁଷ୍ୟର ବହୁମୁଖୀ କାର୍ଯ୍ୟକଳାପଦ୍ଵାରା ସାଗର ଓ ମହାସାଗର ପ୍ରଦୂଷିତ ହୁଏ । ଆମେ ପ୍ରତିବର୍ଷ ଅନେକ ନିୟୁତ ଟନ୍ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମୁଦ୍ରକୁ ଫିଙ୍ଗିଥାଉ, ଯାହା ସାମୁଦ୍ରିକ ଜୀବନକୁ ଦୂଷିତ କରିବା ସହିତ ବିପଦରେ ପକାଇଥାଏ । ଅତ୍ୟଧ‌ିକ ମାଛ ଧରିବା ସାମୁଦ୍ରିକ ଜୀବନ ହ୍ରାସର ଅନ୍ୟ ଏକ କାରଣ । ପୃଥ‌ିବୀ ଓ ମାନବ ଜାତିର ଭବିଷ୍ୟତ ପାଇଁ ସମୁଦ୍ରର ସୁରକ୍ଷା କରିବା ଆମର ସାମୂହିକ ଦାୟିତ୍ଵ ।

ବିଷୟ ସାରାଂଶ
ପୃଥ‌ିବୀର ଦୁଇଟି ଗୁରୁତ୍ଵପୂର୍ଣ୍ଣ ଅଂଶ ହେଉଛି ମହାସାଗର ଏବଂ ମହାଦେଶ ଯାହାକୁ ନେଇ ଜୀବଜଗତ, ଉଭିଦ ଜଗତ ଏବଂ ମାନବ ଜଗତ ତିଷ୍ଠି ରହିଛି ।

ପୃଥ‌ିବୀର ତିନି ଭାଗ ଅଂଶ ମହାସାଗର ଥିବାରୁ ଏହା ବିଶେଷ ଗୁରୁତ୍ଵ ବହନ କରିଥାଏ ।

ଜୁଲ୍‌ ବର୍ଡ଼ (୧୮୭୦)ଙ୍କ ଭାଷାରେ, ‘ମସିହାସାଗର ହିଁ ସବୁକିଛି । ଏହା ଭୂପୃଷ୍ଠର ସାତ ଦଶମାଂଶକୁ ଅନ୍ତର୍ଭୁକ୍ତ କରେ । ଏହାର ବାୟୁ ଶୁଦ୍ଧ ଓ ସ୍ଵାସ୍ଥ୍ୟକର ହୋଇଥାଏ । ଏହା ଏକ ବିଶାଳ ଶୂନ୍ୟ ପ୍ରାନ୍ତ ଯେଉଁଠାରେ ମନୁଷ୍ୟ କେବେ ଏକା ନୁହେଁ । କାରଣ ସେ ସବୁଠି ଜୀବନର ସୃଷ୍ଟି ବା ପରିବ୍ୟାପ୍ତିକୁ ଅନୁଭବ କରେ । ସମୁଦ୍ର ହେଉଛି ବିଶାଳ ଗନ୍ତାଘର । ପୃଥ‌ିବୀ ସମୁଦ୍ରରୁ ଆରମ୍ଭ ହୋଇଥିଲା, ତେଣୁ କହିବାକୁ ଗଲେ, କିଏ ଜାଣେ ଏହା ସହିତ ଶେଷ ହେବ ନାହିଁ ତ ।

ଚନ୍ଦ୍ରପୃଷ୍ଠରୁ ପୃଥ‌ିବୀକୁ ଲକ୍ଷ୍ୟକଲେ ଏକ ବିସ୍ତାରିତ ନୀଳ ରଙ୍ଗ ତା’ ଉପରେ ଦେଖାଯାଏ । ଏହାର କାରଣ ହେଉଛି ପୃଥ‌ିବୀ ପୃଷ୍ଠରେ ତିନିଭାଗ ଅଂଶରେ ମହାସାଗର ରହିଥିବାବେଳେ ମାତ୍ର ୧ ଭାଗ ବା ଏକ ଚତୁର୍ଥାଂଶ ସ୍ଥଳଭାଗ ରହିଅଛି ।

ସେଥ‌ିପାଇଁ ପୃଥ‌ିବୀକୁ ନୀଳଗ୍ରହ କୁହାଯାଏ ।

ବିସ୍ତୀର୍ଣ୍ଣ ଜଳରାଶିର ଅଙ୍ଗକୁ ମହାସାଗର କୁହାଯାଉଥିବାବେଳେ ବିସ୍ତିର୍ଣ୍ଣ ସ୍ଥଳଭାଗକୁ ମହାଦେଶ କୁହାଯାଏ ।

ମହାସାଗର (Oceans) ସମଗ୍ର ପୃଥ‌ିବୀରେ ପାଞ୍ଚଟି ମହାସାଗର ରହିଅଛି । ସେଗୁଡ଼ିକ ହେଲା (୧) ପ୍ରଶାନ୍ତ ମହାସାଗର, (୨) ଆଟଲାଣ୍ଟିକ୍ ମହାସାଗର, (୩) ଭାରତ ମହାସାଗର, (୪) ଆର୍କଟିକ ମହାସାଗର, (୫) ଦକ୍ଷିଣ ବା ଆଣ୍ଟାର୍କଟିକ୍ ମହାସାଗର । ଏହି ମହାସାଗରଗୁଡ଼ିକ ମାନଚିତ୍ରରେ ଅଲଗା ଦର୍ଶାଉଥିଲେ ମଧ୍ୟ ଏହା ବାସ୍ତବରେ ପରସ୍ପର ସହ ସଂଶ୍ଳିଷ୍ଟ ।

ମହାଦେଶ (Continents) – ସମଗ୍ର ପୃଥ‌ିବୀରେ ସାତଟି ମହାଦେଶ ଅଛି । ସେଗୁଡ଼ିକ ହେଲା ଆଫ୍ରିକା, ଆଣ୍ଟାର୍କଟିକା, ଏସିଆ, ଅଷ୍ଟ୍ରେଲିଆ, ୟୁରୋପ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ।

ମହାଦେଶମାନଙ୍କ ମଧ୍ୟରେ ଏସିଆ ସ ସବୁଠାରୁ ବଡ଼ ଏବଂ ଅଷ୍ଟ୍ରେଲିଆ ସବୁଠାରୁ ସାନ ।

ଦ୍ଵୀପ (Islands) – ଯେଉଁ ଛୋଟ ଛୋଟ ସ୍ଥଳଭାଗ ଚତୁଃପାର୍ଶ୍ଵରେ ଜଳରାଶି ଘେରି ରହିଥାଏ ସେଗୁଡ଼ିକୁ ଦ୍ଵୀପ କୁହାଯାଏ । ଗ୍ରୀନଲ୍ୟାଣ୍ଡ ହେଉଛି ସବୁଠାରୁ ବଡ଼ ଦ୍ଵୀପ ।

ପାଠ୍ୟ ପୁସ୍ତକର ବିଷୟବସ୍ତରେ ଥିବା ମୁଖ୍ୟ ଶବ୍ଦ :

  1. ମହାସାଗର ବିଶାଳ ଜଳରାଶି
  2. ମହାଦେଶ – ଏକ ସୀମା ମଧ୍ୟରେ ଥ‌ିବା ବିଶାଳ ସ୍ଥଳଭାଗ ଯେଉଁଥରେ ଅନେକ ଦେଶ ଅନ୍ତର୍ଭୁକ୍ତ ।
  3. ପୃଥ‌ିବୀ – ତୀଳଗ୍ରହ
  4. ବରୁଣ – ଜଣେ ବୈଦିକ ଦେବତା
  5. ସମୁଦ୍ର – ବିଶାଳ ଜଳରାଶି
  6. ସୁନାମି – ଏକ ପ୍ରାକୃତିକ ଦୁର୍ବିପାକ, ଯାହା ସମୁଦ୍ରରୁ ସୃଷ୍ଟି ହୋଇଥାଏ ।
  7. ‘ସଂ ମୋ ବରୁଣ’’ – ଏହି ଶବ୍ଦମାଳା ଭାରତୀୟ ନୌସେନାର ପ୍ରତୀକ ଯାହାର ଅର୍ଥ ହେଉଛି, ‘ହେ ବରୁଣ, ଆମ ପାଇଁ ଶୁଭ ହୁଅ’’ । ଏହା ସମୁଦ୍ର, ଆକାଶ ଏବଂ ଜଳ ସହିତ ଜଚିତ ବୈଦିକ ଦେବତା ବରୁଣଙ୍କ ପାଇଁ ଏକ ସ୍ତତି ବା ସମ୍ମାନ ।
  8. ସାଗର (Bay) – ଭୂପୃଷ୍ଠରେ ମହାସାଗରଠାରୁ ଅପେକ୍ଷାକୃତ କମ୍ କ୍ଷେତ୍ରଫଳ ଓ ଗଭୀରତା ବିଶିଷ୍ଟ ଲବଣାକ୍ତ ଜଳରାଶିକୁ ସାଗର କୁହାଯାଏ ।
  9. ଉପସାଗର (Gulf) – ଯେଉଁ ଜଳଭାଗ ତିନିପାର୍ଶ୍ବରେ ବିସ୍ତୀର୍ଣ୍ଣ ସ୍ଥଳଭାଗଦ୍ଵାରା ବେଷ୍ଟିତ, ତାହାକୁ ଉପସାଗର କୁହାଯାଏ ।
  10. ସାମୁଦ୍ରିକ (Marine) – ସମୁଦ୍ର ଏବଂ ସମୁଦ୍ର ସହିତ ସମ୍ବନ୍ଧିତ ।
  11. ଉଦ୍ଭିଦ (Flora) – ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ସମୟର ଉଭିଦ ଜୀବନ ।
  12. ଜୀବଜନ୍ତୁ (Fauna) ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ସମୟର ପ୍ରାଣୀ ଜୀବନ ।

Class 6 Social Science Chapter 1 Notes Odia Medium ପୃଥିବୀରେ ସ୍ଥାନ ଚିହ୍ନଟ କରିବା

Go through BSE Odisha Class 6 Social Science Notes Odia Medium Chapter 1 ପପୃଥିବୀରେ ସ୍ଥାନ ଚିହ୍ନଟ କରିବା to understand important topics more clearly.

6th Class Social Science Chapter 1 Notes Odia Medium

BSE Odisha Class 6 Social Science Chapter 1 Notes Odia Medium

ଭାଗ ସମ୍ପର୍କରେ
ଏଥରେ ଆମ ଚାରିପାଖରେ ଥ‌ିବା ଭୌଗୋଳିକ ଜଗତରେ ମୌଳିକତା ଅନ୍ତର୍ଭୁକ୍ତ ତଥା ଆମ ଗ୍ରହର କେତେକ ମୁଖ୍ୟ ବୈଶିଷ୍ଟ୍ୟ ଏବଂ ମାନଚିତ୍ରରେ ସେମାନଙ୍କୁ ପ୍ରତିନିଧ୍ୟ କରିବାର ଉପାୟ ସମ୍ପର୍କରେ ଆଲୋଚନା କରାଯାଇଛି ।

ସମୁଦ୍ର, ପର୍ବତ, ନଦୀ ଇତ୍ୟାଦି ଭୌଗୋଳିକ ବୈଶିଷ୍ଟ୍ୟ କିପରି ସମଗ୍ର ସଭ୍ୟତାକୁ ସେମାନଙ୍କ ଇତିହାସରେ ଆକାର ଦେଇଛି ତାହା ମଧ୍ୟ ବର୍ଣ୍ଣନା କରାଯାଇଛି ।

ଭାରତ କ୍ଷେତ୍ରରେ ଏହାର ପ୍ରାକୃତିକ ପରିବେଶ କିପରି ପ୍ରାଚୀନ ସଭ୍ୟତାକୁ ଏକ ସ୍ଵତନ୍ତ୍ର ପରିଚୟ ଦେବାରେ ସହାୟକ ହୋଇଛି ତାହା ଦର୍ଶାଇ ଦିଆଯାଇଛି ।

‘ଜଳ, ଭୂମି, ଅଗ୍ନି ଏବଂ ବାୟୁକୁ ନେଇ ଗଠିତ ଆମ ଗୋଲାକାର ପୃଥିବୀ ମହାକାଶର ଏକ ଅଂଶ । ଏହା ସମସ୍ତ ସ୍ଥଳଚର ଓ ଜଳଚର ଜୀବମାନଙ୍କଦ୍ଵାରା ଘେରି ରହିଛି ।’’
ଆର୍ଯ୍ୟଭଟ୍ଟ (ଆନୁମାନିକ ୫୦୦ ଖ୍ରୀଷ୍ଟାବ୍ଦ)

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ନିମ୍ନରେ ଦିଆଯାଇଥିବା ରେଖାଚିତ୍ର ବା ସ୍କର୍‌ଟିକୁ ଅନୁଧ୍ୟାନ କର (ଚିତ୍ର ୧.୧) ।

ଏହା ଏକ ଛୋଟ ସହରର ମାନଚିତ୍ର । ଏହି ମାନଚିତ୍ରରେ ବିଭିନ୍ନ ସ୍ଥାନକୁ ଦର୍ଶାଇ ଦିଆଯାଇଛି, ଯଥା – ରେଳଷ୍ଟେସନ, ପୁଷ୍କରିଣୀ, ନଗର ପଞ୍ଚାୟତ, ସର୍ବସାଧାରଣ ବଗିଚା, ବ୍ୟାଙ୍କ, ବିଦ୍ୟାଳୟ, ବଜାର ଏବଂ ସଂଗ୍ରହାଳୟ । ଏହି ସ୍ଥାନଗୁଡ଼ିକୁ ଆମେ ଦୂରତା, ଦିଗ ଓ ସଂକେତଦ୍ଵାରା ଚିହ୍ନଟ କରିପାରିବା ।
Class 6 Social Science Chapter 1 Notes Odia Medium ପୃଥିବୀରେ ସ୍ଥାନ ଚିହ୍ନଟ କରିବା-1

ଚିତ୍ରଟି ଏକ ଛୋଟ ଡ୍ରଇଙ୍ଗ୍ ପେପରରେ ଅଙ୍କାଯାଇଛି । ବିଭିନ୍ନ ସ୍ଥାନ ମଧ୍ୟରେ ଦୂରତାକୁ ସେ.ମି. ଏକକରେ ଦର୍ଶାଯାଇଛି; କିନ୍ତୁ ତାହାର ବାସ୍ତବ ଦୂରତା ମିଟର କିମ୍ବା କିଲୋମିଟର ଏକକରେ ପ୍ରକାଶ କରାଯାଏ । ସେହିପରି ସହରର ଚାରୋଟି ଦିଗକୁ ବ୍ୟବହାର କରି ପ୍ରତ୍ୟେକ ସ୍ଥାନର ଦିଗ ନିରୂପଣ କରାଯାଏ ।

ଘଣ୍ଟାଭଳି ଚିତ୍ରକୁ ଦେଖୁ ସେଥ‌ିରେ ଥିବା ତୀର ଚିହ୍ନରୁ ଉତ୍ତର, ଉତ୍ତର-ପୂର୍ବ, ପୂର୍ବ, ଦକ୍ଷିଣ-ପୂର୍ବ, ଦକ୍ଷିଣ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗ ଇତ୍ୟାଦି ବିଭିନ୍ନ ଦିଗ ନିର୍ଣ୍ଣୟ କରି ସ୍ଥାନଗୁଡ଼ିକର ଅବସ୍ଥିତି ନିରୂପଣ କରାଯାଇଥାଏ ।

ଫଳରେ ସମସ୍ତ ସ୍ଥାନ ଓ ଅନୁଷ୍ଠାନଗୁଡ଼ିକର ଦୂରତା ଓ ଦିଗ ସୂଚିତ କରିହୁଏ । ସେହିପରି ବଡ଼ ବଡ଼ ସହର ଓ ନଗରଗୁଡ଼ିକର ମାନଚିତ୍ରରେ ସଙ୍କେତଦ୍ଵାରା ସ୍ଵଳ୍ପସ୍ଥାନରେ ବିଭିନ୍ନ ସ୍ଥାନକୁ ଚିହ୍ନଟ କରିହୁଏ । ବିଭିନ୍ନ ସଙ୍କେତ ଦେଖୁ ରେଳଷ୍ଟେସନ, ବିଦ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନର ଅବସ୍ଥିତି ଅନୁମାନ କରିହୁଏ । ରେଖାଚିତ୍ର ବା ସ୍କେଚ୍ ଏକ ମାର୍ଗଦର୍ଶକ ପରି କାର୍ଯ୍ୟ କରିଥାଏ । ଏହା ଆମକୁ ଯେକୌଣସି ସ୍ଥାନକୁ ଯିବାପାଇଁ ରାସ୍ତା କଢ଼ାଇଥାଏ । ମାନଚିତ୍ର ଉପରେ ଡାହାଣ କୋଣରେ ଥ‌ିବା ତୀର ଚିହ୍ନ ଦିଗକୁ ଦର୍ଶାଇଥାଏ ।

ମାନଚିତ୍ର ଏବଂ ଏହାର ଉପାଦାନ :

ମାନଚିତ୍ର ହେଉଛି କୌଣସି ଅଞ୍ଚଳର ଏକ ଚିତ୍ର ବା ଚିତ୍ରିତ ଉପସ୍ଥାପନା ଯାହା ଆମେ ଏକ ଡ୍ରଇଂ କାଗଜ ଉପରେ ଅଙ୍କନ କରିଥାଉ । ସେଇଟା ଏକ ଛୋଟ ଅଞ୍ଚଳ ଯଥା ଏକ ଗାଁ କିମ୍ବା ଏକ ସହର ହୋଇପାରେ କିମ୍ବା ସମଗ୍ର ବିଶ୍ଵ କିମ୍ବା ଏକ ବୃହତ୍ ଅଞ୍ଚଳ ଯଥା ଏକ ରାଜ୍ୟ ବା ଦେଶ ହୋଇପାରେ । ଆମେ ଆମ ରାଜ୍ୟ ଓଡ଼ିଶା କିମ୍ବା ଆମ ଦେଶ ଭାରତର ମାନଚିତ୍ର ଅଙ୍କନ କରିଥାଉ । ସେହିପରି ଅନେକଗୁଡ଼ିଏ ମାନଚିତ୍ରର ଏକ ସମନ୍ବିତ ପୁସ୍ତକକୁ ଭୂଚିତ୍ରାବଳୀ (Atlas) କହିଥାଉ । ମାନଚିତ୍ର ବିଭିନ୍ନ ପ୍ରକାରର, ଯଥା-

  1. ଭୌତିକ ବା ପ୍ରାକୃତିକ ମାନଚିତ୍ର – ଏହି ମାନଚିତ୍ର ପୃଥବୀର ପ୍ରାକୃତିକ ବୈଶିଷ୍ଟ୍ୟ ଯଥା ପର୍ବତ, ମହାସାଗର, ନଦୀ ଓ ନଙ୍ଗଳ ଇତ୍ୟାଦିକୁ ପ୍ରଦର୍ଶନ କରିଥାଏ ।
  2. ରାଜନୈତିକ ମାନଚିତ୍ର – ଏହି ମାନଚିତ୍ର’ରୁ . . ି, ରାଜ୍ୟ ଓ ଅସ୍ତ କେନ୍ଦ୍ରଶାସିତ ଅଞ୍ଚଳକୁ ସେମାନଙ୍କ ରାଜଧାନୀ ସହିତ ପ୍ରଦର୍ଶିତ କରିଥାଏ ।
  3. ତଥ୍ୟଭିତ୍ତିକ ମାନଚିତ୍ର – ଏହିମାନଚିତ୍ର ତଥ୍ୟଭିଭିକ ହୋଇଥିବାରୁ ଏକ ନିର୍ଦ୍ଦିଷ୍ଟ ତଥ୍ୟର ସୂଚନା ଦେଇଥାଏ । ଉଦାହରଣ ସ୍ଵରୂପ କୋଇଲା ଖଣିର ମାନଚିତ୍ର ।

ପ୍ରତ୍ୟେକ ମାନଚିତ୍ରର ତିନୋଟି ମୌଳିକ ଉପାଦାନ ରହିଛି । ସେଗୁଡ଼ିକ ହେଉଛି ଦୂରତା, ଦିଗ ଓ ସଙ୍କେତ । ଚିତ୍ର ୧.୧ରେ କେବଳ ଦିଗଟି ଥ‌ିବାରୁ, ଏହାକୁ ମାନଚିତ୍ର କୁହାନଯାଇ ରେଖାଚିତ୍ର ବା ସ୍କେଚ୍ ବୋଲି ଦର୍ଶାଯାଇଛି । ଦୂରତା ସାଧାରଣତଃ ମାନ (Scale) ମାଧ୍ୟମରେ ମାନଚିତ୍ରରେ ଦର୍ଶାଯାଇଥାଏ ।

ମାନଚିତ୍ରରେ ଥ‌ିବା ପ୍ରତ୍ୟେକ ସେଣ୍ଟିମିଟର, ଭୂମିରେ ଏକ ନିର୍ଦ୍ଦିଷ୍ଟ ଦୂରତାକୁ ଦର୍ଶାଏ । ଆସ ଅନୁମାନ କରିବା ଯେ ଏହା ୫୦୦ ମିଟର । ତେଣୁ ଏଠାରେ ମାନ ବା ସ୍କେଲ୍ ହେଉଛି ୧ ସେ.ମି. = ୫୦୦ ମିଟର ।

ପୃଥ‌ିବୀର ମାନଚିତ୍ର :
ପୃଥ‌ିବୀର ମାନଚିତ୍ର ଅଙ୍କନ କାହିଁକି କଷ୍ଟକର ? : ପୃଥ‌ିବୀ ଯଦିଓ ଗୋଲାକାର ପରି ଦୃଶ୍ୟମାନ ହୁଏ ତା’ ବାସ୍ତବରେ ଗୋଲାକାର ନୁହେଁ କାରଣ ଏହା ମେରୁରେ ସାମାନ୍ୟ ଚେପ୍‌ଟା ଓ ବିଷୁବ ବୃତ୍ତ ବା ମଧ୍ୟରେ ସ୍ତ୍ରୀତ ହୋଇଥାଏ । ସୁତରାଂ ଏହାକୁ ଏକ ସମତଳ କାଗଜ ଉପରେ ସଠିକ୍ ଭାବରେ ଉପସ୍ଥାପନ କରିବା ସମ୍ଭବ ନୁହେଁ । ମାନଚିତ୍ର ସାଧାରଣତଃ ଏକ ସମତଳ ପୃଷ୍ଠା ଉପରେ ଅଙ୍କନ ହୋଇଥାଏ, ମାତ୍ର ଆମ ପୃଥ‌ିବୀ ଏକ ପାଖାପାଖୁ ଗୋଲାକାର ବସ୍ତ ହୋଇଥିବାରୁ ଏହାର ଅଙ୍କନ କଷ୍ଟକର ହୋଇଥାଏ । ଏକ ଗ୍ଲୋବ୍‌କୁ ଅନୁଧ୍ୟାନ କଲେ ଆମେ ଜାଣୁ ଯେ ଏହା ଆମ ପୃଥିବୀର ଆକୃତି ଅଟେ । ସୌର ମଣ୍ଡଳରେ ଅବସ୍ଥିତ ଆମ ପୃଥ‌ିବୀ ଅନ୍ୟ ଗ୍ରହ ନକ୍ଷତ୍ରମାନଙ୍କ ସହ ରହିଅଛି । ତେଣୁ ପୃଥ‌ିବୀକୁ ଚିହ୍ନଟ କରି ଏହାର ଚିତ୍ର ଅଙ୍କନ କରିବା କଷ୍ଟକର ହୋଇଥାଏ ।

ଏକ ସମତଳ କାଗଜ ଉପରେ ଏକ ଗୋଲକୁ ସଠିକ୍ ଭାବରେ ଉପସ୍ଥାପନ କରିବା ସମ୍ଭବ ନୁହେଁ । ଏହାର କାରଣ ବୁଝିବା ପାଇଁ ଗୋଟିଏ କମଳାକୁ ଏପରି ଭାବରେ ଛଡ଼ାଇ ଦିଅ ଯେ ତା’ର ଚୋପା ତିନି ଚାରୋଟି ବଡ଼ ଖଣ୍ଡ ଥ‌ିବ, ତା’ପରେ ଏହି ଚୋପାକୁ ଟେବୁଲ ଉପରେ ସିଧା (Flat) କରିବାକୁ ଚେଷ୍ଟା କର । ମାତ୍ର ଏହାକୁ ସାମାନ୍ୟ ନଚିରି ବା ଖଣ୍ଡଖଣ୍ଡ ନକରି କମଳାର ଚୋପାକୁ ସମତଳ କରିହେବ ନାହିଁ ।

ବର୍ତ୍ତମାନ ଏକ ଗ୍ଲୋବ୍ ବିଷୟରେ ବିଚାର କର, ଯାହା ଏକ ଗୋଲକ ଏବଂ ଏହା ଉପରେ ଏକ ମାନଚିତ୍ର ଅଙ୍କାଯାଇଛି । ଏହା ପୃଥ‌ିବୀ, ଚନ୍ଦ୍ର, ମଙ୍ଗଳ ଗ୍ରହ ଓ ଆକାଶରେ ଥିବା ନକ୍ଷତ୍ର କିମ୍ବା ସୌରମଣ୍ଡଳ ଇତ୍ୟାଦିର ମାନଚିତ୍ର ହୋଇପାରେ ।
Class 6 Social Science Chapter 1 Notes Odia Medium ପୃଥିବୀରେ ସ୍ଥାନ ଚିହ୍ନଟ କରିବା-2

ଯେହେତୁ ଗ୍ଲୋବ ଏବଂ ପୃଥ‌ିବୀର ଗୋଲାକାର ଆକୃତି ପ୍ରାୟତଃ ସମାନ, ତେଣୁ ସମତଳ ମାନଚିତ୍ର ଅପେକ୍ଷା ଗ୍ଲୋବ୍, ପୃଥ‌ିବୀର ଭୂଗୋଲକ କୁ ଭଲ ଭାବରେ ପ୍ରତିନିଧ୍ୟାତ୍ଵ କରିବ ଓ ବୁଝାଇପାରିବ ।

Class 6 Social Science Chapter 1 Notes Odia Medium ପୃଥିବୀରେ ସ୍ଥାନ ଚିହ୍ନଟ କରିବା

(କ) ଯୋଡ଼ି ସ୍ଥାନାଙ୍କଙ୍କୁ (Coordinates) ବୁଝିବା :
ପୃଥ୍ବୀ ମାନଚିତ୍ରରେ ଯେକୌଣସି ସ୍ଥାନକୁ ଚିହ୍ନଟ କରିବାପାଇଁ ଯୋଡ଼ିସ୍ଥାନାଙ୍କକୁ ବ୍ୟବହାର କରାଯାଏ । ଏହି ଯୋଡ଼ିସ୍ଥାନାଙ୍କ ହେଉଛି ଅକ୍ଷାଂଶ ଏବଂ ଦ୍ରାଘିମା ଯାହାକୁ ବ୍ୟବହାର କରି ଆମେ ପୃଥ‌ିବୀ ମାନଚିତ୍ରରେ ବିଭିନ୍ନ ସ୍ଥାନର ନିରୁପଣ କରିଥାଉ । ଆମ ଗ୍ଲୋବ୍ ଉପରେ ଏହି ଦୁଇଟି ରେଖା ଯଦିଓ କାଳ୍ପନିକ ଅଟେ ତଥାପି ଏହାକୁ ବ୍ୟବହାର କରି ସ୍ଥାନଗୁଡ଼ିକୁ ସ୍ଥିର କରାଯାଏ ।
Class 6 Social Science Chapter 1 Notes Odia Medium ପୃଥିବୀରେ ସ୍ଥାନ ଚିହ୍ନଟ କରିବା-3

ଏକ ଚେସ୍ ବୋର୍ଡ଼ ଖେଳରେ ଆଗକୁ ବଢ଼ୁଥିବା ଖେଳାଳିଙ୍କ ଗତିବିଧ‌ି ରେକର୍ଡ଼ କରିବା ପାଇଁ, ଦୁଇ ଦଳ ମଧ୍ୟରେ ମୁଖ୍ୟ ଖଣ୍ଡ (‘କ’ରୁ ‘ଜ’) ଏବଂ ସଂଖ୍ୟା (୧ ରୁ ୮ ପର୍ଯ୍ୟନ୍ତ) ସହିତ ଅକ୍ଷର ରଖାଯାଇଥାଏ । ଏହି ପ୍ରଣାଳୀ ଖେଳାଳିମାନଙ୍କୁ ପ୍ରତ୍ୟେକ ଗତିବିଧ‌ିକୁ ଲିପିବଦ୍ଧ କରିବାକୁ ସହଜ କରିଦିଏ । ଏଠାରେ ଧଳା ଦଳ, ରାଣାଙ୍କ ସମ୍ମୁଖରେ ଥ‌ିବା ସୈନ୍ୟକୁ ଦୁଇପାଦ ଆଗେଇ ନେଇ ଖେଳ ଆରମ୍ଭ କରିଛନ୍ତି । ତେଣୁ ଗୋଟିଏ ଘରୁ ‘ଘ’ ୨ ରୁ ‘ଘ’ ୪କୁ ଚାଲିଯାଇଥିବା କୁହାଯାଉଛି ।

(ଖ) ଅକ୍ଷାଂଶ :
ଅକ୍ଷାଂଶ କ’ଣ – ଆମେ ବ୍ୟବହାର କରୁଥିବା ଗ୍ଲୋବ୍ ହେଉଛି ଆମ ପୃଥ‌ିବୀର ଏକ ନମୁନା । ଗ୍ଲୋବ୍‌ ଉପରେ ଦୁଇଟି ମେରୁ ରହିଛି; ଯଥା- ଉତ୍ତର ମେରୁ ଏବଂ ଦକ୍ଷିଣ ମେରୁ । ଏହାର ମଧ୍ୟବର୍ତ୍ତୀ ଅଞ୍ଚଳରେ ଯେଉଁ ରେଖା ପୃଥ‌ିବୀକୁ ସମାନ ଦୁଇଭାଗରେ ବିଭକ୍ତ କରିଛି ତାହା ବିଷୁବ ରେଖା (Equator) ଅଟେ । ଏହା ପୃଥ‌ିବୀକୁ ଦୁଇଟି ସମାନ ଅର୍ଦ୍ଧଗୋଲକରେ ବିଭକ୍ତ କରିଅଛି ।

ଅକ୍ଷାଂଶ ଏକ କୌଣିକ ଦୂରତ୍ଵ । ପୃଥ‌ିବୀ ପୃଷ୍ଠରେ ଅବସ୍ଥିତ ଯେକୌଣସି ସ୍ଥାନ ତା’ର କେନ୍ଦ୍ରଠାରେ ବିଷୁବ ସମତଳ ସହ ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଣ ସୃଷ୍ଟି କରେ ତାହାକୁ ସେହି ସ୍ଥାନରେ ଅକ୍ଷାଂଶ କୁହାଯାଏ । ବାସ୍ତବରେ ଅକ୍ଷାଂଶ ଡିଗ୍ରୀରେ ପ୍ରକାଶିତ ହୁଏ । ପାରମ୍ପରିକ ଭାବେ ବିଷୁବ ରେଖା ୦° (ଶୂନ୍ଯ ଡ଼ିଗ୍ରୀ) ଅକ୍ଷାଂଶ ହୋଇଥିବାବେଳେ ଦୁଇ ମେରୁର ଅକ୍ଷାଂଶ ଯଥାକ୍ରମେ ୯୦° ଉତ୍ତର ଏବଂ ୯୦° ଦକ୍ଷିଣ ରୂପେ ଚିହ୍ନିତ ହୋଇଅଛି ।
Class 6 Social Science Chapter 1 Notes Odia Medium ପୃଥିବୀରେ ସ୍ଥାନ ଚିହ୍ନଟ କରିବା-4

ସେହିପରି 23% ଉତ୍ତର ଏବଂ 23 1/2° ଦକ୍ଷିଣକୁ ବିଷୁବରେଖା ସହ ଯେଉଁ ଦୁଇଟି ସମାନ୍ତରାଳ ରେଖା ରହିଛି ତାହାକୁ ଯଥାକ୍ରମେ କର୍କଟ କ୍ରାନ୍ତି ଏବଂ ମକର କ୍ରାନ୍ତି କୁହାଯାଏ । ପୁନଶ୍ଚ, ପୃଥ‌ିବୀର 66% ଉତ୍ତରକୁ ଆର୍କଟିକ୍ ବୃତ୍ତ ରହିଥ‌ିବାବେଳେ 66 ଦକ୍ଷିଣକୁ ଆଣ୍ଟାର୍କଟିକ୍ ବୃତ୍ତ ରହିଅଛି ।

ଅକ୍ଷାଂଶ ଓ ଜଳବାୟୁ ମଧ୍ୟରେ ସମ୍ପର୍କ :
ଉଭୟଙ୍କ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସମ୍ପର୍କ ରହିଅଛି । ବିଷୁବରେଖା ନିକଟରେ ଜଳବାୟୁ ସାଧାରଣତଃ ଗରମ ହୋଇଥାଏ । ଏହାକୁ ଉଷ୍ମମଣ୍ଡଳ (Torrid Zone) କୁହାଯାଏ । ଯେତେବେଳେ, ଜଣେ ବିଷୁବ ରେଖାରୁ ଦୁଇଟି ମେରୁ ମଧ୍ୟରୁ ଗୋଟିଏ ଆଡ଼କୁ ଯାତ୍ରା କରିବ ଅକ୍ଷାଂଶ ବଢ଼ିବା ସହିତ ଜଳବାୟୁର ଉଷ୍ମତା କମି କମି ମଧ୍ୟମ କିମ୍ବା ସମଶୀତୋଷ୍ଣ (Temperate zone) ହୋଇଥାଏ ।

ସେହିପରି ଉଭୟ ଉତ୍ତର ଓ ଦକ୍ଷିଣ ମେରୁ ଅଞ୍ଚଳରେ ଅଧ୍ଵ ଥଣ୍ଡା ହୁଏ । ଏହାକୁ ହିମମଣ୍ଡଳ (Frigid zone) କୁହାଯାଏ । ଅକ୍ଷାଂଶ ବଢ଼ିଲେ ତାପମାତ୍ରା କମେ ।
Class 6 Social Science Chapter 1 Notes Odia Medium ପୃଥିବୀରେ ସ୍ଥାନ ଚିହ୍ନଟ କରିବା-5
ଅକ୍ଷାଂଶ ଏକ କୌଣସି ଦୂରତ୍ବ । ଭୂପୃଷ୍ଠରେ ଅବସ୍ଥିତ ଯେକୌଣସି ସ୍ଥାନ ପୃଥ‌ିବୀର କେନ୍ଦ୍ରଠାରେ ବିଷୁବ ସମତଳ ସହ, ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଣ ସୃଷ୍ଟି କରେ, ତାହାକୁ ସେହି ସ୍ଥାନର ଅକ୍ଷାଂଶ କୁହାଯାଏ ।

(ଗ) ଦ୍ରାଘିମା :
ଅକ୍ଷାଂଶ ଭଳି ଦ୍ରାଘିକା ମଧ୍ୟ ଏକ କୌଣିକ ଦୂରତ୍ୱ । ଭୂପୃଷ୍ଠରେ ଅବସ୍ଥିତ ଯେକୌଣସି ସ୍ଥାନ ପୃଥ‌ିବୀର ମୂଳ ମଧ୍ୟନ୍ଦିନ ରେଖା ବା ଗ୍ରୀନ୍ୱିଚ୍ ରେଖାଠାରୁ କେନ୍ଦ୍ରରେ ପୂର୍ବ ଓ ପଶ୍ଚିମ ଦିଗରେ ଯେଉଁ କୋଣ ସୃଷ୍ଟି କରେ ତାହାକୁ ଦ୍ରାଘିମା କୁହାଯାଏ । ଏଗୁଡ଼ିକ ସାଧାରଣତଃ ଅର୍ଥବୃତ୍ତ ।

ଚିତ୍ର ୧.୩ ପ୍ରଦତ୍ତ ଗ୍ଲୋବକୁ ଲକ୍ଷ୍ୟକଲେ ଦେଖୁବ ଯେ ଅନେକଗୁଡ଼ିଏ ଅର୍ଥବୃତ୍ତ ଉତ୍ତର ମେରୁଠାରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ ବିଷୁବ ବୃତ୍ତକୁ ଲମ୍ବଭାବରେ ଛେଦ କରିଅଛି । ଏଗୁଡ଼ିକ ମୂଳ ମଧ୍ୟନ୍ଦିନ ରେଖାଠାରୁ ପୂର୍ବ ଓ ପଶ୍ଚିମ ଦିଗରେ ବିସ୍ତୃତ ହୋଇ ରହିଅଛି । ଏସବୁକୁ ଦ୍ରାଘିମା ବା ମଧ୍ଯନ୍ଦିନ ରେଖା କୁହାଯାଏ । ପୂର୍ବରେ ଥବା ଦ୍ରାଘିମାକୁ ପୂର୍ବ ଦ୍ରାଘିମା ଓ ପଶ୍ଚିମରେ ଥବା ଦ୍ରାଘିମାକୁ ପଶ୍ଚିମ ଦ୍ରାଘିମା କୁହାଯାଏ ।

କୌଣସି ସ୍ଥାନରେ ଦ୍ରାଘିମା ଜାଣିବାପାଇଁ ଆମକୁ ମୂଳ ଦ୍ରାଘିମା (Prime Meridian) ନାମକ ଏକ ସୂଚକ ବିନ୍ଦୁ ଜାଣିବା ଆବଶ୍ୟକ । ୧୮୮୪ ମସିହାରେ କିଛି ଦେଶର ନିଷ୍ପତ୍ତି କ୍ରମେ ଲଣ୍ଡନ ନିକଟବର୍ତ୍ତୀ ଏକ ସହର ଗ୍ରୀନ୍‌ଚ୍ ଦେଇ ଯାଇଥୁବା ରେଖାକୁ ମୂଳଦ୍ରାଘିମା ବା ପ୍ରାଇମ୍ ମେରିଡ଼ିଆନ ଭାବେ ଆନ୍ତର୍ଜାତୀୟ ସୂଚକ ରୂପେ ଗ୍ରହଣ କରାଯାଇଛି । ଏହାକୁ ୦° ଦ୍ରାଘିମା ବା ମୂଳ ଦ୍ରାଘିମା କୁହାଯାଏ ।

ଅକ୍ଷାଂଶ ଭଳି ଦ୍ରାଘିମା ମଧ୍ଯ ଡିଗ୍ରୀରେ ମାପ କରାଯାଏ । ପଶ୍ଚିମ କିମ୍ବା ପୂର୍ବ ଦିଗରେ ଏହାର ମୂଲ୍ୟ ୧୮୦° ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ, ଯେଉଁଥରେ ‘ପ’ କିମ୍ବା ‘ପୂ’ ଅକ୍ଷର ଯୋଡ଼ାଯାଏ ।

ଉଦାହରଣ ସ୍ଵରୂପ ନ୍ୟୁୟର୍କର ଦ୍ରାଘିମା ୭୪° ପଶ୍ଚିମ ହୋଇଥିବାବେଳେ ଦିଲ୍ଲୀର ଦ୍ରାଘିମା ୭୭ ପୂର୍ବ ଏବଂ ଟୋକିଓର ଦ୍ରାଘିମା ୧୪୦° ପୂର୍ବ ଅଟେ ।

୧୮୦ ପୂର୍ବ ଏବଂ ୧୮୦ ପଶ୍ଚିମ ଦ୍ରାଘିମା ଏକ ଓ ଅଭିନ୍ନ ହୋଇଥିବାରୁ ୧୮୦° ଦ୍ରାଘିମା କ୍ଷେତ୍ରରେ ପୂର୍ବ ବା ପଶ୍ଚିମ ଲେଖାଯାଏ ନାହିଁ ।

ଅକ୍ଷାଂଶ ଏବଂ ଦ୍ରାଘିମା ଏକାଠି ହୋଇ ଗୋଟିଏ ସ୍ଥାନର ‘ଯୋଡ଼ିସ୍ଥାନାଙ୍କ’କୁ ସୂଚାଏ । ତୁମେ ଏହା ସାହାଯ୍ୟରେ ପୃଥିବୀର ଯେକୌଣସି ସ୍ଥାନ ଚିହ୍ନଟ କରିବାକୁ ସକ୍ଷମ ହୋଇପାରିବ । ବର୍ତ୍ତମାନ ‘ଦିଲ୍ଲୀ ୨୯ ଉତ୍ତର ଅକ୍ଷାଂଶ ଏବଂ ୭୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ’’ ଏହି ଉକ୍ତିରୁ ଭଲ ଭାବରେ ବୁଝିପାରିବ ।

ଚିତ୍ର ୧.୩ରେ ଗ୍ଲୋବ୍‌ରେ ଅକ୍ଷାଂଶ ଓ ଦ୍ରାଘିମାକୁ ନୀଳରେଖା ଭାବରେ ଦର୍ଶାଯାଇଛି । ଦ୍ରାଘିମା ଏକ କୌଣିକ ଦୂରତ୍ଵ । ଭୂପୃଷ୍ଠରେ ଅବସ୍ଥିତ ଯେକୌଣସି ସ୍ଥାନ ପୃଥୁବୀର ମୂଳ ମଧ୍ୟନ୍ଦିନ ରେଖା ବା ଗ୍ରୀନ୍‌ଚ୍ ରେଖାଠାରୁ କେନ୍ଦ୍ରରେ ପୂର୍ବ ଓ ପଶ୍ଚିମ ଦିଗରେ ଯେଉଁ କୋଣ ସୃଷ୍ଟି କରେ ତାହାକୁ ଦ୍ରାଘିମା କୁହାଯାଏ । ଏଗୁଡ଼ିକ ସାଧାରଣତଃ ଅର୍ଦ୍ଧବୃତ୍ତ । ଏହିସବୁ ରେଖା ଏକାଠି ହୋଇ ଗ୍ଲୋବ୍‌ ପାଇଁ ଏକ ଗ୍ରୀଡ୍ ବା ଜାଲକ ଗଠନ କରନ୍ତି, ସେମାନଙ୍କୁ ଗ୍ରୀଡ୍ ଲାଇନ୍ ବା ଜାଲିକ ରେଖା ମଧ୍ୟ କୁହାଯାଏ ।

ଗ୍ରୀନୱିଚ୍ ମେରିଡ଼ିଆନ୍‌କୁ ମୂଳ ମଧ୍ୟନ୍ଦିନ ରେଖା ଭାବରେ ଗ୍ରହଣ ପୂର୍ବରୁ ଅତୀତରେ ଭାରତର ନିଜର ଏକ ପ୍ରମୁଖ ମେରିଡିଆନ୍ ଥିଲା । (ଚିତ୍ର ୧.୫) ଏହାକୁ ମଧ୍ଯରେଖା (ମଧ୍ୟମରେଖା) କୁହାଯାଏ ଏବଂ ଉଜ୍ଜୟିନୀ (ବର୍ତ୍ତମାନ ଭଜୈନ) ସହର ଦେଇ ଅତିକ୍ରମ କରିଥିଲା, ଯାହା ଅନେକ ଶତାବ୍ଦୀ ଧରି ଜ୍ୟୋତିର୍ବିଜ୍ଞାନର ଏକ୍ ପ୍ରତିଷ୍ଠିତ କେନ୍ଦ୍ର ଥିଲା । ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ବରାହମିହିର ପ୍ରାୟ ୧୫୦୦ ବର୍ଷ ପୂର୍ବେ ସେଠାରେ ରହୁଥିଲେ ଓ କାମ କରୁଥିଲେ ।
Class 6 Social Science Chapter 1 Notes Odia Medium ପୃଥିବୀରେ ସ୍ଥାନ ଚିହ୍ନଟ କରିବା-6

ଭାରତୀୟ ଜ୍ୟୋତିର୍ବିଜ୍ଞାନୀମାନେ ଅକ୍ଷାଂଶ ଓ ଦ୍ରାଘିମାର ଧାରଣା ବିଷୟରେ ଅବଗତ ଥିଲେ, ଯେଉଁଥିରେ ମୂଳ ମଧ୍ୟନ୍ଦିନରେଖାର ଆବଶ୍ୟକତା ମଧ୍ୟ ସାମିଲ ଥିଲା । ମଧ୍ୟନ୍ଦିନ ରେଖା ସମସ୍ତ ଭାରତୀୟ ଜ୍ୟୋତିର୍ବିଜ୍ଞାନ ଗ୍ରନ୍ଥରେ ଗଣନା ପାଇଁ ଏକ ସୂଚକ ରୂପେ କାର୍ଯ୍ୟ କରୁଥିଲା ।

ଏହି ମାନଚିତ୍ରରେ ଉଜ୍ଜୟିନୀ ମଧ୍ଯନ୍ଦିନରେଖା ନିକଟରେ ଥ‌ିବା କିଛି ପ୍ରାଚୀନ ଭାରତୀୟ ସହରକୁ ଦର୍ଶାଯାଇଛି । କେତେକ ଏହାର ଅତି ନିକଟରେ ଥ‌ିବାବେଳେ ଆଉ କେତେକ ଟିକିଏ ଦୂରରେ ଅଛନ୍ତି । କାରଣ ଦ୍ରାଘିମା ମାପିବା ପାଇଁ ସେତେବେଳେ ବର୍ତ୍ତମାନ ପରି ଠିକ୍ ସମୟ ଗଣନା ଓ ଏହାର ପରିଚାଳନା ନଥିଲା ।

ବର୍ତ୍ତମାନ ଉଜ୍ଜୟିନୀ ସହର ଦେ ଇ (୭୫.୮° ପୂ ) ଦ୍ରାଘିମାକୁ ମୂଳ ମଧ୍ୟନ୍ଦିନ ବା ମୂଳ ଦ୍ରାଘି ମା ନେ ଲେ ୧୦୪.୨° ପଶ୍ଚିମ ଦ୍ରାଘି ମା ଅନ୍ତର୍ଜାତୀୟ ତାରି ଖ ସୀମାରେ ଖା ହୋଇ ଯି ବ, ଯାହାଦ୍ଵାରା କାନାଡ଼ା, ଉତ୍ତର ଆମେରିକାର କେତେକ ସହର ଦେଇ ୧୮୦° ଦ୍ରା । ଘି ମା ଯିବାଦ୍ଵାରା ଗୋଟିଏ ଦେଶରେ ଦୁଇଟି ତାରିଖ ପ୍ରଚ ଳ ନ ର ଅସୁବିଧା ହେବ ।
Class 6 Social Science Chapter 1 Notes Odia Medium ପୃଥିବୀରେ ସ୍ଥାନ ଚିହ୍ନଟ କରିବା-7

ସମୟ ମଣ୍ଡଳ ବୁଝିବା

ଗ୍ଲୋବକୁ ପଶ୍ଚିମରୁ ପୂର୍ବ ଦିଗକୁ ଘୂରାଇଲେ ପୃଥ‌ିବୀ ଏହାର ଅକ୍ଷରେ ବୁଲି ପ୍ରତି ୨୪ ଘଣ୍ଟାରେ ଏକ ପୂର୍ଣ୍ଣ ପରିକ୍ରମା କରେ । ଅର୍ଥାତ୍ ପୃଥ‌ିବୀ ୨୪ ଘଣ୍ଟାରେ ୩୬୦° ଘୂର୍ଣ୍ଣ ନ କ ରି ଥାଏ । ତେବେ ୧ ଘଣ୍ଟାରେ ପୃଥ‌ିବୀ ୧୫° ଦ୍ରାଘିମା ବ୍ୟବଧାନ ଅତିକ୍ରମ କରିଥାଏ ।
(୩୬୦ ÷ ୨୪ = ୧୫°) । ଏହି ବ୍ୟବଧାନକୁ ଏକ ସମୟ ମଣ୍ଡଳ (Time zone) କୁହାଯାଏ ।

ଏହିପରି ଭୂପୃଷ୍ଠରେ ୨୪ଟି ସମୟ ମଣ୍ଡଳ ରହିଛି । ପ୍ରତି ୧୫° ଦ୍ରାଘିମା ବ୍ୟବଧାନରେ ମଧ୍ୟନ୍ଦିନ ରେଖା ଚିହ୍ନିତ କରିବା । ମୂଳ ଦ୍ରାଘିମାରୁ ପୂର୍ବ ଦିଗକୁ ଗତି କରି ଆମେ ପ୍ରତି ୧୫ରୁ ୧୮୦° ପୂର୍ବ ପର୍ଯ୍ୟନ୍ତ ୦°, ୧୫° ପୂର୍ବ, ୩୦° ପୂର୍ବ, ୪୫° ପୂର୍ବ ଇତ୍ୟାଦି ପାଇଥାଉ ।

ଏହା ପ୍ରତ୍ୟେକ ମଧ୍ୟନ୍ଦିନ ରେଖା (ମେରିଡ଼ିୟନ୍) ଏକ ଘଣ୍ଟା ସ୍ଥାନୀୟ ସମୟ ଯୋଡ଼ିବା ସହିତ ସମାନ । ଯଦି ଗ୍ରୀନ୍ୱର୍‌ରେ ରାତି ୧୨ଟା କିମ୍ବା ମଧ୍ୟାହ୍ଣ ହୁଏ, ତେବେ ଏହାର ୧୫ ଡିଗ୍ରୀ ପୂର୍ବରେ ଅପରାହ୍ନ ୧ଟା ୩୦ ଡିଗ୍ରୀ ପୂର୍ବରେ ଅପରାହ୍ନ ୨ଟା ସମୟ ହେବ ଇତ୍ୟାଦି ।

କିନ୍ତୁ ୧୫ ଡିଗ୍ରୀ ପଶ୍ଚିମରେ ସକାଳ ୧୧ଟା, ୩୦° ପଶ୍ଚିମରେ ସକାଳ ୧୦ଟା ଇତ୍ୟାଦି ହେବ । ଅର୍ଥାତ୍ ମୂଳ ଦ୍ରାଘିମାର ପୂର୍ବ ୧° ଦ୍ରାଘିମା ପାଇଁ ୪ ମିନିଟ୍ ଆଗୁଆ (+), ପଶ୍ଚିମର ୧° ଦ୍ରାଘିମା ପାଇଁ ୪ ମିନିଟ୍ ପଛୁଆ (-) ହୋଇଥାଏ ।
Class 6 Social Science Chapter 1 Notes Odia Medium ପୃଥିବୀରେ ସ୍ଥାନ ଚିହ୍ନଟ କରିବା-8

ଏହି ସମସ୍ତ ପ୍ରମାଣ ସମୟକୁ ସମୟ ମଣ୍ଡଳ ମଧ୍ୟରେ ସ୍ଥାନିକ କରାଯାଇଛି । ଏହି ସମୟମଣ୍ଡଳଗୁଡ଼ିକୁ ୧୫° ବ୍ୟବଧାନରେ ସ୍ଥିରୀକୃତ କରାଯାଇଅଛି । (ଚିତ୍ର ୧.୭ରେ ଦର୍ଶାଯାଇଛି) ।
Class 6 Social Science Chapter 1 Notes Odia Medium ପୃଥିବୀରେ ସ୍ଥାନ ଚିହ୍ନଟ କରିବା-9
ଚିତ୍ର ୧.୮ରେ ଆମେ ଦେଖିପାରିବା ଯେ ସମୟ ମଣ୍ଡଳ ବିଭାଜନ କରୁଥିବା ରେଖାଗୁଡ଼ିକ ସମ୍ପୂର୍ଣ୍ଣ ସିଧା ନୁହେଁ । କାରଣ ଏହାକୁ ପ୍ରତ୍ୟେକ ଦେଶର ପ୍ରମାଣ ସମୟକୁ (Standard Time) ଗୁରୁତ୍ୱ ଦେବାକୁ ପଡ଼ିବ ଏବଂ ସେଥୁପାଇଁ ସମୟ ମଣ୍ଡଳଗୁଡ଼ିକ ଅନ୍ତର୍ଜାତୀୟ ସୀମା ଅନୁସାରେ ନିର୍ଦ୍ଧାରିତ ହୋଇଥାଏ ।

ପ୍ରତ୍ୟେକ ଦେଶର ଗୋଟିଏ ପ୍ରମାଣ ସମୟ ଅଛି । କିନ୍ତୁ ଏହା ସବୁ ଦେଶ ପାଇଁ ପ୍ରଯୁଜ୍ୟ ନୁହେଁ । ରୁଷିଆ, କାନାଡ଼ା କିମ୍ବା ଯୁକ୍ତରାଷ୍ଟ୍ର ଆମେରିକା ଭଳି କେତେକ ଦେଶ ଏତେ ବିସ୍ତୃତ ଯେ ଏଗୁଡ଼ିକର ଗୋଟିଏ ସମୟମଣ୍ଡଳ ନାହିଁ ।

Class 6 Social Science Chapter 1 Notes Odia Medium ପୃଥିବୀରେ ସ୍ଥାନ ଚିହ୍ନଟ କରିବା

ଯୁକ୍ତରାଷ୍ଟ୍ର ଆମେରିକାରେ ୬ଟି ସମୟମଣ୍ଡଳ ଓ ରୁଷିଆରେ ୧୧ଟି ସମୟ ମଣ୍ଡଳ ରହିଛି- ଅର୍ଥାତ୍ ପୂର୍ବରୁ ପଶ୍ଚିମ ଆଡ଼କୁ ରୁଷିଆରେ ଭ୍ରମଣ କଲେ, ତୁମକୁ ସ୍ଥାନୀୟ ସମହ ସହ ଯୋଡ଼ି ହେବାପାଇଁ ୧୦ଥର ତୁମ ଘଣ୍ଟାର ସମୟକୁ ବଦଳାଇବାକୁ ପଡ଼ିବ ।

ଚିତ୍ର ୧.୯ରେ ଦର୍ଶାଯାଇଥିବା ଗ୍ଲୋବ୍‌ରେ ଭାରତକୁ କେନ୍ଦ୍ରିତ କରାଯାଇଛି, ଯେଉଁଥିରେ ଦେଶଗୁଡ଼ିକର ପ୍ରମାଣ ସମୟକୁ GMT ଆଧାରରେ ନିର୍ଦ୍ଧାରଣ କରାଯାଇଛି ।
Class 6 Social Science Chapter 1 Notes Odia Medium ପୃଥିବୀରେ ସ୍ଥାନ ଚିହ୍ନଟ କରିବା-10
ଗ୍ରୀନ୍‌ସ୍‌ରେ ପ୍ରଧାନ ମଧ୍ଯନ୍ଦିନ ରେଖା ସ୍ଥିର ହୋଇଥିବାବେଳେ ଏହାର ବିପରୀତ ପାର୍ଶ୍ଵରେ ୧୮୦° ଦ୍ରାଘିମାରେଖା ରହିଛି । ଏହାକୁ ଆନ୍ତର୍ଜାତୀୟ ତାରିଖ ରେଖା କୁହାଯାଏ ।

ତୁମେ ଯଦି ଆନ୍ତର୍ଜାତୀୟ ତାରିଖ ରେଖାକୁ ଅତିକ୍ରମ କରି ପୂର୍ବ ଦିଗକୁ ଯାତ୍ରା କର, ତେବେ ତୁମକୁ ଗୋଟିଏ ଦିନ ହ୍ରାସ କରିବାକୁ ପଡ଼ିବ (ସୋମବାରରୁ ରବିବାର), ଯଦି ତୁମେ ଏହାକୁ ଅତିକ୍ରମ କରି ପଶ୍ଚିମ ଦିଗକୁ ଯାଅ, ତେବେ ତୁମେ ଅଧ୍ବକ ଗୋଟିଏ ଦିନ ଯୋଡ଼ିବାକୁ ହେବ । (ରବିବାରରୁ ସୋମବାର) । ଅନ୍ତର୍ଜାତୀୟ ତାରିଖ ରେଖା ୧୮୦° ଦ୍ରାଘିମାରେ ‘ପ୍ରାୟ’ ଅଛି ଏବଂ କେତେକ ଦେଶକୁ ଦୁଇଟି ଭିନ୍ନଭିନ୍ନ ଦିନରେ ବିଭକ୍ତ ନ କରିବା ପାଇଁ ଏହା କେତେକ ସ୍ଥାନରେ ସାମାନ୍ୟ ପରିବର୍ତ୍ତିତ ହୋଇଛି ।

ବିଷୟ ସାରାଂଶ
ପୃଥ‌ିବୀର ଏକ ଅଞ୍ଚଳକୁ ପ୍ରତିନିଧ୍ଵତ୍ଵ କରିବା ପାଇଁ ବୃହତ୍ ଓ କ୍ଷୁଦ୍ର ମାନବିଶିଷ୍ଟ ମାନଚିତ୍ର ଏକ ଅତ୍ୟନ୍ତ ଉପଯୋଗୀ ଉପକରଣ । ମାନଚିତ୍ରର ମୁଖ୍ୟ ଉପାଦାନ ହେଉଛି ଦୂରତା, ଦିଗ ଏବଂ ସଙ୍କେତ ।

ପୃଥ‌ିବୀର ପ୍ରତ୍ୟେକ ସ୍ଥାନର ଏକ ଅବସ୍ଥିତି ଅଛି ଯାହାକୁ ଅକ୍ଷାଂଶ ଏବଂ ଦ୍ରାଘିମାର ଏକ ଜାଲକ ସାହାଯ୍ୟରେ ଠିକ୍ ଭାବରେ ନିରୂପଣ କରାଯାଇଥାଏ । ପୂର୍ବରୁ ପଶ୍ଚିମକୁ ଯାଇଥିବା କାଳ୍ପନିକ ରେଖା, ଯାହା ବିଷୁବ ରେଖା ସହ ସମାନ୍ତରାଳ ଭାବରେ ଥାଏ, ତାହା ଅକ୍ଷାଂଶ ଏବଂ ଉତ୍ତରରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ ଅର୍ଦ୍ଧବୃତ୍ତଗୁଡ଼ିକ ଦ୍ରାଘିମା ଅଟେ ।

ଦ୍ରାଘିମା ସମୟ ଚିହ୍ନିତ କରିବା ସହ ସମୟ ମଣ୍ଡଳ ନିର୍ଦ୍ଧାରଣ କରିଥାଏ ।

ଆନ୍ତର୍ଜାତିକ ତାରିଖ ରେଖା ପ୍ରାୟ ୧୮୦° ଦ୍ରାଘିମାରେ ଅବସ୍ଥିତ, ଯାହା କି ପ୍ରଧାନ ମଧ୍ୟନ୍ଦିନ ରେଖାର ବିପରୀତ । ଅନ୍ତର୍ଜାତୀୟ ତାରିଖ ରେଖା ଅତିକ୍ରମ କରିବାଦ୍ଵାରା ତାରିଖ ଗୋଟିଏ ଦିନ ବଦଳିଯାଏ ।

BSE Odisha Class 6 Social Science Notes Odia Medium

BSE Odisha Guru Class 6 Social Science Notes

BSE Odisha Class 6 Social Science Notes

BSE Odisha 6th Class Social Science Notes

Also Read BSE Odisha Class 6 Social Science Solutions

Class 6 Social Science Chapter 14 Question Answer Odia Medium ଆମ ଚତୁଃପାର୍ଶ୍ଵର ଅର୍ଥନୈତିକ କାର୍ଯ୍ୟକଳାପ

Go through Class 6 Social Science Solutions Odia Medium and Class 6 Social Science Chapter 14 Question Answer Odia Medium ଆମ ଚତୁଃପାର୍ଶ୍ଵର ଅର୍ଥନୈତିକ କାର୍ଯ୍ୟକଳାପ to understand textbook questions more clearly.

6th Class Social Science Chapter 14 Question Answer Odia Medium

Class 6 Social Science Chapter 14 Odia Medium

ପ୍ରଶ୍ନ, ଅଭ୍ୟାସକାର୍ଯ୍ୟ ଏବଂ ପ୍ରକଳ୍ପ :

Question 1.
ପ୍ରାଥମିକ କ୍ଷେତ୍ର କ’ଣ ? ଏହା ଦ୍ଵିତୀୟକ କ୍ଷେତ୍ରଠାରୁ କିପରି ଭିନ୍ନ ? ଦୁଇଟି ଉଦାହରଣ ଦିଅ ।
Answer:
(i) ପ୍ରାଥମିକ କ୍ଷେତ୍ର : ଯେଉଁ ଅର୍ଥନୈତିକ କାର୍ଯ୍ୟକଳାପରେ ଲୋକମାନେ ଦ୍ରବ୍ୟ ଉତ୍ପାଦନ ପାଇଁ ସିଧାସଳଖ ପ୍ରକୃତି ଉପରେ ନିର୍ଭର କରନ୍ତି, ସେମାନଙ୍କୁ ପ୍ରାଥମିକ କାର୍ଯ୍ୟକଳାପ ବା ପ୍ରାଥମିକ କ୍ଷେତ୍ରର (Primary Sector) ଅର୍ଥନୈତିକ କାର୍ଯ୍ୟକଳାପ କୁହାଯାଏ ।

(ii) ଉଦାହରଣ ସ୍ଵରୂପ, କୃଷି କ୍ଷେତ୍ରରେ ଶସ୍ୟ ଓ ପନିପରିବା ଚାଷ, ଜଙ୍ଗଲରୁ କାଠ ସଂଗ୍ରହ, ଖଣିରୁ କୋଇଲା ଉତ୍ତୋଳନ, ମତ୍ସ୍ୟଚାଷରୁ ମାଛ, କୁକୁଡ଼ା ପାଳନରୁ ଅଣ୍ଡା ଇତ୍ୟାଦି ପ୍ରାଥମିକ କ୍ଷେତ୍ର ଅର୍ଥନୈତିକ କାର୍ଯ୍ୟକଳାପ ଅଟେ । କୃଷି, ଖଣିଖନନ, ମାଛ ଧରିବା, ପଶୁପାଳନ, ବନୀକରଣ ଇତ୍ୟାଦି ହେଉଛି କେତେକ ସାଧାରଣ ପ୍ରାଥମିକ କାର୍ଯ୍ୟ ।

(iii) ଦ୍ଵିତୀୟକ ସଂସ୍ଥାଗୁଡ଼ିକ ଉତ୍ପାଦନକୁ ରୂପାନ୍ତରିତ କରି ନୂତନ ଦ୍ରବ୍ୟ ନିର୍ମାଣ କରିଥାନ୍ତି । (iv) ଏହି ସଂସ୍ଥାଦ୍ଵାରା ବିଭିନ୍ନ କୋଠା, ସଡ଼କ ନିର୍ମାଣ ହୋଇଥାଏ ।

(v) ଏହି ସଂସ୍ଥା ପ୍ରାଥମିକ କ୍ଷେତ୍ରରୁ ତିଆରି କଞ୍ଚାମାଲକୁ କାରଖାନା ଓ ଉତ୍ପାଦନ ୟୁନିଟ୍‌ଗୁଡ଼ିକରେ ପ୍ରକ୍ରିୟାକରଣ କରାଯାଇ ଉତ୍ପାଦନକୁ ବିକ୍ରୟ ଓ ବ୍ୟବହାର କରାଯାଏ ।

(vi) ଉଦାହରଣ : ଅଟା ତିଆରି ପାଇଁ କୃଷି କ୍ଷେତ୍ରରୁ ଉତ୍ପନ୍ନ ଶସ୍ୟର ପ୍ରକ୍ରିୟାକରଣ, ଚିନାବାଦାମରୁ ତେଲ ଉତ୍ପାଦନ ।

Question 2.
ଦ୍ଵିତୀୟକ କ୍ଷେତ୍ର ତୃତୀୟକ କ୍ଷେତ୍ର ଉପରେ କିପରି ନିର୍ଭର କରେ ? କିଛି ଉଦାହରଣ ଦେଇ ବର୍ଣ୍ଣନା କର ।
Answer:
ଦ୍ଵିତୀୟକ କ୍ଷେତ୍ର କଞ୍ଚାମାଲକୁ ସଂଗ୍ରହ କରିବା ଓ ବିକ୍ରିୟ ପାଇଁ ବଜାରକୁ ପଠାଇବା ପାଇଁ ଯାନବାହନର ଆବଶ୍ୟକ ହୋଇଥାଏ । ଉଦାହରଣ ସ୍ଵରୂପ – ଅମୁଲ ଉତ୍ପାଦନକାରୀ ସଂସ୍ଥା ଉତ୍ପନ୍ନ କରୁଥିବା କ୍ଷୀର ଜାତୀୟ ସାମଗ୍ରୀକୁ ଟ୍ରକ୍, ରେଳ, ଜାହାଜ ଓ ଉଡ଼ାଜାହାଜ ମାଧ୍ୟମରେ ସହରକୁ ପଠାଇଥାଏ । ବିକ୍ରୟ ସଂସ୍ଥା ବା ଦୋକାନଗୁଡ଼ିକ ଏଗୁଡ଼ିକର ବିକ୍ରିପାଇଁ ବ୍ୟବସ୍ଥା କରିଥାନ୍ତି । ଏଠାରେ ଯାନବାହନ, ବାଣିଜ୍ୟ, ବିକ୍ରୟ ଇତ୍ୟାଦି ତୃତୀୟକ କ୍ଷେତ୍ରର ଉଦାହରଣ ।

Question 3.
ପ୍ରାଥମିକ, ଦ୍ଵିତୀୟକ ଓ ତୃତୀୟକ କ୍ଷେତ୍ର ମଧ୍ୟରେ ପରସ୍ପର ମଧ୍ୟରେ ନିର୍ଭରଶୀଳତାର ଉଦାହରଣ ଦିଅ । ଏକ ଫ୍ଲୋଚାର୍ଟ ବ୍ୟବହାର କରି ଏହାକୁ ଦେଖାଅ ।
Answer:

ପ୍ରାଥମିକ କ୍ଷେତ୍ର → ଦ୍ଵିତୀୟକ କ୍ଷେତ୍ର → ତୃତୀୟକ କ୍ଷେତ୍ର
ଚାଷୀମାନେ କ୍ଷୀର ସଂଗ୍ରହ କରନ୍ତି । କ୍ଷୀରକୁ ପ୍ରକ୍ରିୟାକରଣ କରାଯାଇ ସେଥୁରୁ ଅମୁଲ, ଘିଅ, ବଟର ଲବଣୀ, ଛେନା ପ୍ରସ୍ତୁତ ହୋଇଥାଏ । ଉତ୍ପାଦନ ପଦାର୍ଥଗୁଡ଼ିକୁ ଟ୍ରକ, ରେଳ, ଜାହାଜ ଓ ଉଡ଼ାଜାହାରେ ବିକ୍ରୟକାରୀ ସଂସ୍ଥାମାନଙ୍କ ନିକଟକୁ ପଠାଇଥାନ୍ତି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଅର୍ଥନୈତିକ କାର୍ଯ୍ୟକଳାପଗୁଡ଼ିକ କିପରି ଶ୍ରେଣୀଭୁକ୍ତ କରାଯାଏ ?
Answer:
(i) ଅର୍ଥନୈତିକ କାର୍ଯ୍ୟକଳାପଗୁଡ଼ିକୁ ତିନୋଟି କ୍ଷେତ୍ରରେ ଶ୍ରେଣୀଭୁକ୍ତ କରାଯାଇଥାଏ । ଯଥା- ପ୍ରାଥମିକ କ୍ଷେତ୍ର, ଦ୍ଵିତୀୟକ କ୍ଷେତ୍ର ଓ ତୃତୀୟକ କ୍ଷେତ୍ର ।

(ii) ପ୍ରାଥମିକ କ୍ଷେତ୍ରଗୁଡ଼ିକ ସିଧାସଳଖ ପ୍ରାକୃତିକ ପରିବେଶରୁ ଜମିରୁ ଶସ୍ୟ ଉତ୍ପାଦନ, ନଦୀ, ଜଳାଶୟ, ସମୁଦ୍ରରୁ ମାଛ ସଂଗ୍ରହ, ଜଙ୍ଗଲରୁ କାଠ, ବାଉଁଶ, ଫଳ, ଝୁଣା ଓ ମହୁ ଆଦି ସଂଗ୍ରହ କରିଥାନ୍ତି ।

(iii) ଦ୍ଵିତୀୟକ କ୍ଷେତ୍ରରେ ବିଭିନ୍ଦ ଦ୍ରବ୍ୟକୁ ଯାନ୍ତ୍ରିକ ଉପାୟରେ ପରିଦର୍ଶନ କରି ଧାନରୁ ଚାଉଳ, ଗହମରୁ ଅଟା, କପାରୁ ତୁଳା, ଆଖୁରୁ ଚିନି, ବାଉଁଶରୁ କାଗଜ, ତୈବୀଜରୁ ତେଲ ଆଦି ବ୍ୟବହାର ଉପଯୋଗୀ ସାମଗ୍ରୀ ପ୍ରସ୍ତୁତ ହୁଏ ।

(iv) ତୃତୀୟକ କ୍ଷେତ୍ରରେ ଉତ୍ପାଦନ ହୋଇଥିବା ଦ୍ରବ୍ୟଗୁଡ଼ିକୁ ଟ୍ରାକ୍ଟର ବା ଟ୍ରକ୍ ଇତ୍ୟାଦି ପରିବହନ ସେବା ଦ୍ଵାରା ଅନ୍ୟ ସ୍ତାନକୁ ପଠାଇବା କାର୍ଯ୍ୟ ହୋଇଥାଏ ।

Question 2.
ଏହି ତିନି ପ୍ରକାର କ୍ଷେତ୍ର (ସେକ୍ଟର) କିପରି ପରସ୍ପର ସହିତ ସମ୍ପର୍କିତ ଅଟନ୍ତି ?
Answer:
(i) ପ୍ରାଥମିକ କ୍ଷେତ୍ର ବିଭିନ୍ନ କଞ୍ଚାମାଲଗୁଡ଼ିକ ଦ୍ଵିତୀୟ କ୍ଷେତ୍ରକୁ ଯୋଗାଇ ଥାଏ । ଉଦାହରଣ ସ୍ଵରୂପ କଳକାରଖାନାରେ ଲୁଗା, ପୋଷାକ ଇତ୍ୟାଦି ତିଆରି କରିବା ପାଇଁ ସୂତା ଆବଶ୍ୟକ, ଯାହା ପ୍ରାଥମିକ କ୍ଷେତ୍ରରୁ ସଂଗ୍ରହ ହୋଇଥାଏ । ଗୁଡ଼, ଚିନି ତିଆରି ପାଇଁ ଆଖୁ ସିଧାସଳଖ ପ୍ରାଥମିକ କ୍ଷେତ୍ରରୁ ଉତ୍ପନ୍ନ ହୋଇଥାଏ । ବିଭିନ୍ନ ଆସବାବ ଜିନିଷ ପ୍ରସ୍ତୁତି ପାଇଁ କାଠ ଆବଶ୍ୟକ ହୋଇଥାଏ । ସେହିପରି ବିଭିନ୍ନ ସାର, ରାସାୟନିକ ଦ୍ରବ୍ୟ, ବିଦ୍ୟୁତ୍, ଜଳ ଓ ବିଭିନ୍ନ ଯନ୍ତ୍ରପାତିର ଦ୍ଵିତୀୟକ କ୍ଷେତ୍ର ପ୍ରାଥମିକ କ୍ଷେତ୍ରରୁ ଯୋଗାଇଥାଏ ।

(ii) ତୃତୀୟକ କ୍ଷେତ୍ର ସଂସ୍ଥାଗୁଡ଼ିକ ଉଭୟ ପ୍ରାଥମିକ ଓ ଦ୍ୱିତୀୟକ କ୍ଷେତ୍ରର ଉପଯୋଗୀ ଦ୍ରବ୍ୟ ଉପରେ ସେବା ଯୋଗାଇ ଥାଆନ୍ତି । ଯଥା- ଉଭୟ କ୍ଷେତ୍ର ପାଇଁ ଆବଶ୍ୟକ ପାଣ୍ଠି, ଗମନାଗମନ, ବିକ୍ରୟ ଇତ୍ୟାଦି କାର୍ଯ୍ୟକଳାପ ପ୍ରାଥମିକ କ୍ଷେତ୍ର ଓ ଦ୍ଵିତୀୟକ କ୍ଷେତ୍ରକୁ ଯୋଗାଇଥାଏ ।

Class 6 Social Science Chapter 14 Question Answer Odia Medium ଆମ ଚତୁଃପାର୍ଶ୍ଵର ଅର୍ଥନୈତିକ କାର୍ଯ୍ୟକଳାପ

ଆସ ଅନୁସନ୍ଧାନ କରିବା :

Question 1.
ବର୍ତ୍ତମାନ ଆମେ ଦ୍ଵିତୀୟକ କ୍ଷେତ୍ର କାର୍ଯ୍ୟକଳାପର କିଛି ଉଦାହରଣ ଦେଖୁଲେ, ତୁମେମାନେ ଦ୍ଵିତୀୟକ କ୍ଷେତ୍ର ଆଉ ଦୁଇଟି ଅର୍ଥନୈତିକ କାର୍ଯ୍ୟକଳାପ ବିଷୟରେ କହିପାରିବ କି ?
Answer:

  1. ଖାଦ୍ୟ ଉତ୍ପାଦନ – ଫଳ ଓ ପନିପରିବାକୁ କଞ୍ଚାମାଲ ରୂପେ ବ୍ୟବହାର କରି ଜାମ୍, ସସ୍ ଓ ଖଟା ପ୍ରସ୍ତୁତ କରିବା ।
  2. ରାସାୟନିକ କାରଖାନା – ବିଭିନ୍ନ ତେଲ, ପ୍ରାକୃତିକ ଗ୍ୟାସ, ବାୟୁ, ଜଳ, ଧାତୁ ଓ ବିଭିନ୍ନ ଖଣିଜ ପଦାର୍ଥକୁ କଞ୍ଚାମାଲରୂପେ ନେଇ ବିଭିନ୍ନ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ ।

Question 2.
ଚିତ୍ର ୧୪.୧ରେ ଦର୍ଶାଯାଇଥିବା ଚିତ୍ରଗୁଡ଼ିକୁ ନାମକରଣ କରି :
୧. ପ୍ରାଥମିକ କ୍ଷେତ୍ର,
୨. ଦ୍ଵିତୀୟକ କ୍ଷେତ୍ର
୩. ତୃତୀୟକ କ୍ଷେତ୍ର
Answer:
୧. ପ୍ରାଥମିକ କ୍ଷେତ୍ର
୨. ଦ୍ଵିତୀୟକ କ୍ଷେତ୍ର
୩. ତୃତୀୟକ କ୍ଷେତ୍ର
୪. ତୃତୀୟକ କ୍ଷେତ୍ର
୫. ଦ୍ଵିତୀୟକ କ୍ଷେତ୍ର
୬. ତୃତୀୟକ କ୍ଷେତ୍ର
୭. ଦ୍ଵିତୀୟକ କ୍ଷେତ୍ର
୮. ତୃତୀୟକ କ୍ଷେତ୍ର

Question 3.
ତୁମ ଆଖପାଖର ଅର୍ଥନୈତିକ କାର୍ଯ୍ୟକଳାପଗୁଡ଼ିକୁ ତାଲିକାଭୁକ୍ତ କର ଏବଂ ସେଗୁଡ଼ିକୁ ପ୍ରାଥମିକ, ଦ୍ଵିତୀୟକ ଓ ତୃତୀୟକ କାର୍ଯ୍ୟକଳାପର ଅଂଶ ଭାବରେ ତାଲିକା କର । ସେମାନେ କିପରି ପରସ୍ପର ସହିତ ସମ୍ବନ୍ଧିତ ଦେଖାଇବା ପାଇଁ ତୀର ଚିହ୍ନ ବ୍ୟବହାର କର । ସେମାନେ କେଉଁ ଉପାୟରେ ପରସ୍ପର ଉପରେ ନିର୍ଭରଶୀଳ ? ଯଦି ଗୋଟିଏ କାର୍ଯ୍ୟକଳାପ ବନ୍ଦ ହୋଇଯାଏ ତେବେ କ’ଣ ସମସ୍ୟା ହେବ ?
Answer:
ଶିକ୍ଷକଙ୍କ ସହାୟତାରେ ଛାତ୍ରଛାତ୍ରୀମାନେ ନିଜେ କରିବେ ।

ଏହା ବିଷୟରେ ଚିନ୍ତା କର :

Question 1.
ତୁମେ ଅତୀତରେ ଦେଖୁଥବା କୌଣସି ପ୍ରାଥମିକ କାର୍ଯ୍ୟକଳାପ ବିଷୟରେ ଚିନ୍ତା କର । ଏହି କାର୍ଯ୍ୟରେ କେଉଁ ପ୍ରାକୃତିକ ସମ୍ପଦଗୁଡ଼ିକ ବ୍ୟବହୃତ ହୁଏ ? ସେଗୁଡ଼ିକ ମଧ୍ୟରୁ ଦୁଇଟିର ନାମ କୁହ ଓ ତୁମ ସହପାଠୀଙ୍କ ସହିତ ନିଜର ଅନୁଭୂତି ଆଲୋଚନା କର ।
Answer:
ପ୍ରଥମିକ କାର୍ଯ୍ୟକଳାପରେ ଲୋକମାନେ କୌଣସି ଦ୍ରବ୍ୟ ଉତ୍ପାଦନ କରିବା ପାଇଁ ସିଧାସଳଖ ପ୍ରକୃତି ଉପରେ ନିର୍ଭର କରିଥାନ୍ତି । ଏଥ‌ିରେ ଜଙ୍ଗଲରୁ ବିଭିନ୍ନ ପ୍ରାକୃତିକ କଞ୍ଚାମାଲ ସଂଗ୍ରହ କରି ଚାଷ କରିବା, ମାଛ ଚାଷ କରିବା, ପଶୁପାଳନ ଇତ୍ୟାଦି କାର୍ଯ୍ୟରେ ନିୟୋଜିତ କରିଥାନ୍ତି । ଚାଷ କରିବା ସମୟରେ ଜଙ୍ଗଲରୁ କାଠ ସଂଗ୍ରହ କରି ବିଭିନ୍ନ ଚାଷ ଉପକରଣ ତିଆରି କରିଚାଷ କରିଥାନ୍ତି । ଯଥା- ଲଙ୍ଗଳ ଓ ଜୁଆଳୀ ଇତ୍ୟାଦି ।

Question 2.
ଚିତ୍ର ୧୪.୧ରେ ଦର୍ଶାଯାଇଥିବା ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟକୁ ଲକ୍ଷ୍ୟକର ଏବଂ ତୁମ ସାଥୀ ସହପାଠୀମାନଙ୍କ ସହିତ ଆଲୋଚନା କର ।
Answer:
ପାଠ୍ୟ ପୁସ୍ତକଗୁଡ଼ିକ ତିଆରି କରିବା ପାଇଁ କାଗଜର ଆବଶ୍ୟକ ହୋଇଥାଏ । ଏହି କାଗଜର ପ୍ରସ୍ତୁତି ପ୍ରଣାଳୀ ଚିତ୍ର ୧୪.୧ରେ ଦର୍ଶାଇ ଦିଆଯାଇଛି । ଏହି ଚିତ୍ରରେ କାଗଜ ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲଠାରୁ ଆରମ୍ଭ କରି ବିଭିନ୍ନ ପର୍ଯ୍ୟାୟରେ କିପରି କାଗଜ ପ୍ରସ୍ତୁତି ହୋଇଥାଏ, ତାହା ଦର୍ଶାଯାଇଛି । ତା’ପରେ ଆମେ କାଗଜକୁ ପାଇଥାଉ ।

Class 6 Social Science Chapter 13 Question Answer Odia Medium କାର୍ଯ୍ୟର ମୂଲ୍ୟ

Go through Class 6 Social Science Solutions Odia Medium and Class 6 Social Science Chapter 13 Question Answer Odia Medium କାର୍ଯ୍ୟର ମୂଲ୍ୟ to understand textbook questions more clearly.

6th Class Social Science Chapter 13 Question Answer Odia Medium

Class 6 Social Science Chapter 13 Odia Medium

ପ୍ରଶ୍ନ, ଅଭ୍ୟାସକାର୍ଯ୍ୟ ଏବଂ ପ୍ରକଳ୍ପ :

Question 1.
ଅଣ-ଅର୍ଥନୈତିକ କାର୍ଯ୍ୟକଳାପଠାରୁ ଅର୍ଥନୈତିକ କାର୍ଯ୍ୟକଳାପ କିପରି ଭିନ୍ନ ?
Answer:
ଅଣ-ଅର୍ଥନୈତିକ କାର୍ଯ୍ୟକଳାପଠାରୁ ଅର୍ଥନୈତିକ କାର୍ଯ୍ୟକଳାପ ଭିନ୍ନ ହୋଇଥାଏ । ଯଥା-
ଅର୍ଥନୈତିକ କାର୍ଯ୍ୟକଳାପ :

  1. ଏହି କାର୍ଯ୍ୟକଳାପରେ ବଞ୍ଚିବା ପାଇଁ ଅର୍ଥ ରୋଜଗାର ହୋଇଥାଏ ।
  2. ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଅର୍ଥ ରୋଜଗାର କରିବା ।

ଉଦାହରଣ – ଓକିଲ, ବ୍ୟବସାୟୀ, ଡାକ୍ତର ଇତ୍ୟାଦି ।

ଅଣ-ଅର୍ଥନୈତିକ କାର୍ଯ୍ୟକଳାପ :

  1. ଏହା ଦୟା, ଭଲପାଇବା ଓ ଅନୁଗ୍ରହକୁ ପ୍ରୋତ୍ସାହିତ କରିଥାଏ ।
  2. ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା – ଆତ୍ମ ସନ୍ତୋଷ ଲାଭ କରିବା ।

ଉଦାହରଣ – ବାପା ପୁଅକୁ ପାଠ ପଢ଼ାଇବା, ମଆ ଘରେ ପିଲାମାନଙ୍କ ରୋଷେଇ କରିବା ।

Question 2.
ଲୋକମାନେ କେଉଁ ପ୍ରକାର ଅର୍ଥନୈତିକ କାର୍ଯ୍ୟକଳାପରେ ନିୟୋଜିତ ହୁଅନ୍ତି, ଉଦାହରଣ ସହ ବର୍ଣ୍ଣନା କର ।
Answer:
ଲୋକମାନେ ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକଳାପରେ ନିୟୋଜିତ ହୋଇଥାନ୍ତି, ଯଥା—

  1. ଲୋକମାନେ ଟଙ୍କା ରୋଜଗାର କରି ଜୀବିକା ନିର୍ବାହ କରିବା ପାଇଁ ଅର୍ଥନୈତିକ କାର୍ଯ୍ୟ କଳାପର ନିୟୋଜିତ ହୋଇ ଥାଆନ୍ତି ।
  2. ବିଭିନ୍ନ ଲୋକମାନେ ଅନେକ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକରେ ଚାକିରିକରି ଅର୍ଥ ଉପାର୍ଜନ କରିଥାନ୍ତି ।
  3. ଲୋକମାନେ ଚାଷ କରି, ମାଛଚାଷ କରି, ବେପାର ବାଣିଜ୍ୟ ଅର୍ଥ ଉପାର୍ଜନ କରିଥାନ୍ତି ।
  4. ନିଜର ଡାକ୍ତର, ଇଂଜିନିୟର ଓ ଓକିଲ ଆଦି ବୃତ୍ତିକରି ଅର୍ଥ ଉପାର୍ଜନ କରିଥାନ୍ତି ।

Question 3.
ଯେଉଁମାନେ ସମାଜସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେମାନଙ୍କର ବହୁତ ମୂଲ୍ୟ ଓ ସମ୍ମାନ ରହିଛି । ଏହି ବିବୃତ୍ତି ଉପରେ ମନ୍ତବ୍ୟ ଦିଅ ।
Answer:
ଯେଉଁମାନେ ବିଭିନ୍ନ ସାମୁହିକ କାର୍ଯ୍ୟକ୍ରମ, ଯଥା- ମନ୍ଦିର, ମସଜିଦ୍, ଗୁରୁଦ୍ଵାରା, ଚର୍ଜ ଇତ୍ୟାଦିର ସେବା ମନୋଭାବ ନେଇ କାର୍ଯ୍ୟ କରିଥାନ୍ତି । ସେମାନଙ୍କର ବହୁତ ସମ୍ମାନ ରହିଛି । ବିଭିନ୍ନ ମନ୍ଦିରରେ ଲୋକମାନଙ୍କୁ ମାଗଣାରେ ଖାଦ୍ୟ ବାଣ୍ଟିଥାନ୍ତି । ଏହି କାର୍ଯ୍ୟ ପାଇଁ ସେମାନେ ଅର୍ଥ ଉପାର୍ଜନ ନକରି ସମାଜରେ ସେବା କରିବା ମନୋବୃତ୍ତି ରହିଥାଏ । ଏଥ‌ିପାଇଁ ସେମାନଙ୍କୁ କୌଣସି ଉପାର୍ଜନର ଆଶା ରଖୁ ନଥାନ୍ତି । ୪।

Class 6 Social Science Chapter 13 Question Answer Odia Medium କାର୍ଯ୍ୟର ମୂଲ୍ୟ

Question 4.
ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ଲୋକଙ୍କୁ ପାରିଶ୍ରମିକ ଦେବାର ବିଭିନ୍ନ ଉପାୟଗୁଡ଼ିକ କ’ଣ ? କିଛି ଉଦାହରଣ ଦିଅ ।
Answer:
ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ଲୋକମାନଙ୍କୁ ପାରିଶ୍ରମିକ ଦେବାର ବିଭିନ୍ନ ଉପାୟଗୁଡ଼ିକ ହେଲା-

  1. ମଜୁରୀ – ଅଳ୍ପ ସମୟ ପାଇଁ କାମ କରୁଥିବା ଲୋକମାନଙ୍କୁ ସିଧାସଳଖ ସେମାନଙ୍କର ପ୍ରାପ୍ୟ ଦେବାକୁ ମଜୁରୀ କହନ୍ତି ।
  2. ଦରମା – ମାସିକ ବେତନ ଆକାରରେ କାମ କରୁଥିବା ସ୍ଥାୟୀ ଚାକିରିଆମାନଙ୍କ ପ୍ରାପ୍ୟକୁ ଦରମା କହନ୍ତି ।
  3. ପାଉଣା – ପାଉଣା ଏକ ପ୍ରକାର ପଇଠ, ଯାହା କୌଣସି ଲୋକ ଏକ ଅନୁଷ୍ଠାନ ମଧ୍ୟରେ ଅର୍ଥ ଆଦାୟ କରିଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଲୋକମାନେ କେଉଁ ପ୍ରକାରର କାର୍ଯ୍ୟକଳାପରେ ନିୟୋଜିତ ହୁଅନ୍ତି ?
Answer:
(i) ଲୋକମାନେ ଦୁଇ ପ୍ରକାରର କାର୍ଯ୍ୟକଳାପ ଉପରେ ନିୟୋଜିତ ହୋଇଥାନ୍ତି । ସେଗୁଡ଼ିକ ହେଲା – ଅର୍ଥନୈତିକ କାର୍ଯ୍ୟକଳାପ ଓ ଅଣ-ଅର୍ଥନୈତିକ କାର୍ଯ୍ୟକଳାପ ।

(ii) ଅର୍ଥନୈତିକ କାର୍ଯ୍ୟକଳାପରେ ଟଙ୍କା କିମ୍ବା ଅର୍ଥ ବିନିମୟରେ କିଛି କାର୍ଯ୍ୟ କରାଯାଇଥାଏ । ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପାଇଁ ଅର୍ଥ ରୋଜଗାରର ଲକ୍ଷ୍ୟ ହୋଇଥାଏ ।

(iii) ଅଣ – ଅର୍ଥନୈତିକ କାର୍ଯ୍ୟକଳାପରେ ସମ୍ପତ୍ତି ସୃଷ୍ଟି ହୋଇ ନଥାଏ । କୃତଜ୍ଞତା, ପ୍ରେମ, ଯନ୍ ଓ ସମ୍ମାନ ପରି ଭାବନାକୁ ବୁଝି ଲୋକମାନେ କାର୍ଯ୍ୟ କରିଥାନ୍ତି । ଉଦାହରଣ – ପିତାମାତା ଓ ପରିବାର ।

Question 2.
ଆମର ଦୈନନ୍ଦିନ ଜୀବନରେ ସେମାନଙ୍କର ଅବଦାନ କ’ଣ ?
Answer:
(i) ଅର୍ଥନୈତିକ କାର୍ଯ୍ୟକଳାପ ଲୋକମାନଙ୍କୁ ଅର୍ଥ ଉପାର୍ଜନ କରିବା ପାଇଁ ପ୍ରବର୍ତ୍ତାଇ ଥାଏ । ଏହି କାର୍ଯ୍ୟ କଳାପରେ ଲୋକମାନେ ବିଭିନ୍ନ ବୃଷ୍ଟିକରି ଅର୍ଥ ରୋଜଗାର କରି ପରିବାରକୁ ଭରଣ ପୋଷଣ କରିଥାନ୍ତି । ଏଥୁରେ ଲୋକମାନେ ପରିଶ୍ରମ କରି ଅର୍ଥ ଉପାର୍ଜନ କରିଥାନ୍ତି ।

(ii) ଅଣ – ଅର୍ଥନୈତିକ କାର୍ଯ୍ୟକଳାପ ଲୋକମାନଙ୍କୁ ସନ୍ତୋଷ ଦେଇଥାଏ । ସମାଜରେ ଲୋକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ବିନା ପାରିଶ୍ରମିକରେ ସେବା ଯୋଗାଇ ଦେଇଥାନ୍ତି ।

ଆସ ଅନୁସନ୍ଧାନ କରିବା :

Question 1.
ଅନୁ ଓ କବୀରଙ୍କ କାହାଣୀରେ ଲୋକମାନେ କେଉଁ କାର୍ଯ୍ୟକଳାପରେ ନିୟୋଜିତ ଥିଲେ ? ନିମ୍ନରେ ଦିଆଯାଇଥବା ସାରଣୀରେ ସେଗୁଡ଼ିକ ଉଲ୍ଲେଖ କର । (ପ୍ରଶ୍ନ ସହିତ ଉତ୍ତର)
Class 6 Social Science Chapter 13 Question Answer Odia Medium କାର୍ଯ୍ୟର ମୂଲ୍ୟ 1
Answer:

କାହାଣୀର ଚରିତ୍ର ନିୟୋଜିତ ହୋଇଥିବା କାର୍ଯ୍ୟ
ଅନୁ ଓ କବୀର ଭାଇ ଭଉଣୀ ପାର୍କରେ ଖେଳୁଥିଲେ ଓ ଏକ ବିଦ୍ୟାଳୟର ପାଠ ପଢୁଥିଲେ ।
ଗୀତା ମାଉସୀ ବାୟୁସେନାର ଜଣେ ଜଣାଶୁଣା ପାଇଲଟ
ଅନୁର ଜେଜେବାପା ସୀମା ସୁରକ୍ଷା ବଳରୁ ଅବସରପ୍ରାପ୍ତ କର୍ମଚାରୀ
ଅନୁର ବାପା ଡ୍ରେସ୍ ଦୋକାନୀ, ବିଭିନ୍ନ ପୋଷାକ ବିକ୍ରି କରନ୍ତି ।
ଅନୁର ମାଆର ସ୍ଵେଚ୍ଛାସେବୀ ସଂଗଠନରେ ଯୋଗଦାନ କରି ଗୋଷ୍ଠୀର ମହିଳାମାନଙ୍କୁ ସିଲେଇ ଓ ହାତବୁଣା କାମ ଶିଖାନ୍ତି ।
ଅନୁର ଭାଇ ରୋହନ ଜଣେ ସଫ୍ଟୱେର ଇଞ୍ଜିନିୟର ଏବଂ କମ୍ପ୍ୟୁଟର ଆପ୍ଲିକେଶନ୍ ତିଆରି କରୁଥିବା ଏକ କମ୍ପାନୀରେ କାମ କରନ୍ତି ।

Question 2.
ପୃଷ୍ଠା ୧୯୩ରେ ଦିଆଯାଇଥିବା ସାରଣୀରେ, ତୁମେ ତୃତୀୟ ସ୍ତମ୍ଭଟିକୁ ଖାଲି ରହିଥ‌ିବା ଦେଖୁଥୁବ ? ଏହି ସମ୍ଭକୁ ଅର୍ଥନୈତିକ କାର୍ଯ୍ୟକଳାପ | ଅଣ-ଅର୍ଥନୈତିକ କାର୍ଯ୍ୟକଳାପ ଭାବେ ନାମକରଣ କର । ବର୍ତ୍ତମାନ ସେମାନଙ୍କୁ କାର୍ଯ୍ୟକଳାପର ପ୍ରକୃତି ଅନୁଯାୟୀ ବର୍ଗୀକରଣ କର ।
Answer:

କାହାଣୀର ଚରିତ୍ର ନିୟୋଜିତ ହୋଇଥ‌ିବା କାର୍ଯ୍ୟ କାର୍ଯ୍ୟକଳାପ
ଅନୁ ଓ କବୀର ଭାଇ ଭଉଣୀ ପାର୍କରେ ଖେଳୁଥିଲେ ଅଣ – ଅର୍ଥନୈତିକ
ଗୀତା ମାଉସୀ ବାୟୁସେନାର ଜଣେ ପାଇଲଟ ଅର୍ଥନୈତିକ
ଅନୁର ଜେଜେବାପା ସୀମା ସୁରକ୍ଷା ବଳରୁ ଅବସରପ୍ରାପ୍ତ କର୍ମଚାରୀ ଅର୍ଥନୈତିକ
ଅନୁର ବାପା ଡ୍ରେସ୍ ଦୋକାନୀ ଅର୍ଥନୈତିକ
ଅନୁର ମାଆ ସ୍ଵେଚ୍ଛାସେବୀ ସଂଗଠନରେ ଯୋଗଦାନ କରି ଗୋଷ୍ଠୀର ମହିଳାମାନଙ୍କୁ ସିଲେଇ ଓ ହାତବୁଣା ଶିଖାନ୍ତି । ଅଣ – ଅର୍ଥନୈତିକ
ରେଶନ ସଫ୍ଟୱେର ଇଞ୍ଜିନିୟର ଏବଂ କମ୍ପ୍ୟୁଟର ଆପ୍ଲିକେଶନ୍ ତିଆରି କରୁଥିବା ଏକ କମ୍ପାନୀରେ କାମ କରନ୍ତି । ଅର୍ଥନୈତିକ

Question 3.
ସେହି କାର୍ଯ୍ୟକଳାପ ବା ବୃତ୍ତି ଯାହାକୁ ତୁମେ ଭାବୁଛ ଯେ, ଏହା ଆର୍ଥିକ ମୂଲ୍ୟ ସୃଷ୍ଟି କରେ ସେଠାରେ ଏକ ଠିକ୍ (✓)ଚିହ୍ନ ଦିଅ । ଶେଷରେ ଦୁଇଟି ଖାଲି ଧାଡ଼ିରେ ତୁମେ ଦୁଇଟି କାର୍ଯ୍ୟକଳାପ ଏବଂ ଅର୍ଥ ସମ୍ବନ୍ଧୀୟ ମୂଲ୍ୟ ସୃଷ୍ଟିର ଉଦାହରଣ ଦିଅ ।
Class 6 Social Science Chapter 13 Question Answer Odia Medium କାର୍ଯ୍ୟର ମୂଲ୍ୟ 2
Answer:

କାର୍ଯ୍ୟକଳାପ / ବୃତ୍ତି ଅର୍ଥ ସମ୍ବନ୍ଧୀୟ ମୂଲ୍ୟ ସୃଷ୍ଟିର ଉଦାହରଣ
୧। ବେକର (Baker), ପାଉରୁଟି, କେକ୍ ତିଆରି ଅଟାକୁ ବ୍ୟବହାର କରି ସେଥୁରୁ ରୁଟି, ପାଉରୁଟି ଓ କେକ୍ ତିଆରି କରି ଏହାକୁ ମେଳା ଓ ପର୍ବପର୍ବାଣିରେ ବିକିଥାନ୍ତି ।
୨ । ଦର୍ଜି କନାକୁ କାଟି ସେଥୁରୁ ବିଭିନ୍ନ ଆକୃତିର ପୋଷାକ ତିଆରି କରିଥାନ୍ତି ।
୩ । ଜଣେ ଚାଷୀ ତାଙ୍କର ଟ୍ରାକ୍ଟର ମରାମତି କରୁଛନ୍ତି ଅଣ – ଅର୍ଥନୈତିକ
୪ । ଡାକ୍ତର ରୋଗୀକୁ ଦେଖ୍ ତାଙ୍କୁ ଔଷଧ ଦେଇ ଉପସମ କରିଥାନ୍ତି ।
୫ । ପିତାମାତାମାନେ ନିଜ ପରିବାର ପାଇଁ ରାତ୍ରିଭୋଜନ ରୋଷେଇ କରନ୍ତି ଅଣ – ଅର୍ଥନୈତିକ
୬ । ବୈଜ୍ଞାନିକ ପରୀକ୍ଷଣ କରି ନୂତନ ତଥ୍ୟ ଉଦ୍ଭାବନ କରିଥାନ୍ତି ।
୭। ଅସୁସ୍ଥ ଜେଜେମା’ଙ୍କ ଯନ୍ ନେଉଥ‌ିବା ବ୍ୟକ୍ତି ଅଣ – ଅର୍ଥନୈତିକ
୮ । ଡ୍ରାଇଭର (ଗାଡ଼ି ଚାଳକ) କାର ଓ ବସକୁ ଚଳାଇଥାନ୍ତି ।
୯ । ମାଳି ବଗିଚାରେ ଗଛଗୁଡ଼ିକର ଯନ୍ ନେଇଥାନ୍ତି ।

Class 6 Social Science Chapter 13 Question Answer Odia Medium କାର୍ଯ୍ୟର ମୂଲ୍ୟ

ଏହା ବିଷୟରେ ଚିନ୍ତା କର :

Question 1.
କବୀରଙ୍କ ଜେଜେବାପା ସ୍ଵେଚ୍ଛାକୃତ ଭାବରେ ପଡ଼ୋଶୀ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦିଅନ୍ତି । ଏହା ଏକ ଅର୍ଥନୈତିକ କାର୍ଯ୍ୟକଳାପ ନା ଅଣ–ଅର୍ଥନୈତିକ କାର୍ଯ୍ୟକଳାପ ? ତୁମର ବିଦ୍ୟାଳୟରେ ଶିକ୍ଷା ଦେଉଥୁବା ତୁମ ଶିକ୍ଷକଙ୍କଠାରୁ ଏହା କିପରି ଭିନ୍ନ ? ସହପାଠୀଙ୍କ ସହ ଆଲୋଚନା କର ।
Answer:
(i) ଯେତେବେଳେ କବୀରଙ୍କ ଜେଜେବାପା ସ୍ଵେଚ୍ଛାକୃତ ଭାବରେ ପଡ଼ୋଶୀ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରନ୍ତି, ତାହା ଏକ ଅଣ-ଅର୍ଥନୈତିକ କାର୍ଯ୍ୟକଳାପ । କାରଣ ଏହି କାର୍ଯ୍ୟକଳାପ ଟଙ୍କା ସହିତ ସିଧାସଳଖ ଅନ୍ତର୍ଭୁକ୍ତ ନୁହେଁ । ଜେଜେବାପା ତାଙ୍କର ଅବସର ସମୟରେ ସ୍ୱେଚ୍ଛାକୃତ ଭାବରେ ପିଲାମାନଙ୍କୁ ପଢ଼ାନ୍ତି । ଏହି କାର୍ଯ୍ୟକଳାପ ପାଇଁ କୌଣସି ଅର୍ଥ ରୋଜଗାର କରନ୍ତି ନାହିଁ ।

(ii) ଯେତେବେଳେ ଶିକ୍ଷକ ଶ୍ରେଣୀରେ ପଢ଼ାନ୍ତି, ସେତେବେଳେ ସେ ମାସିକ ଦରମା ଆକାରରେ ରୋଜଗାର କରନ୍ତି । ବିଦ୍ୟାଳୟ ଶିକ୍ଷାଦାନ ଟଙ୍କା ବଦଳରେ ହୋଇଥାଏ । ତେଣୁ ଏହା ଏକ ଅର୍ଥନୈତିକ କାର୍ଯ୍ୟକଳାପ ଅଟେ ।

Question 2.
କିଛି ଅଣ-ଅର୍ଥନୈତିକ କାର୍ଯ୍ୟକଳାପର ନାମ କୁହ ଯାହା ତୁମ ଏବଂ ତୁମ ପରିବାର ପାଇଁ ଗୁରୁତ୍ଵପୂର୍ଣ୍ଣ ? ସେଗୁଡ଼ିକ କାହିଁକି ମୂଲ୍ୟବାନ ?
Answer:
(i) ଅନେକ ଅଣ – ଅର୍ଥନୈତିକ କାର୍ଯ୍ୟକଳାପଗୁଡ଼ିକ ପରିବାର ପାଇଁ ଗୁରୁତ୍ଵପୂର୍ଣ୍ଣ । ପରିବାର ସଦସ୍ୟମାନଙ୍କ ମଧ୍ୟରୁ ବାପା ଓ ମାଆ ଘରେ ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ପ୍ରସ୍ତତ, ଲୁଗା ସଫା କରିବା, ସେମାନଙ୍କର ଶାରୀରିକ ଦାୟିତ୍ଵ ଘର ସଫା ସୁତୁରା କରିବା ସହିତ ପିଲାମାନଙ୍କ ଯନ୍ତ୍ର ନେବା ତଥା ବହନ କରିଥାନ୍ତି ।

(ii) ଏହି କାର୍ଯ୍ୟକଳାପଗୁଡ଼ିକ ପରିବାର ପାଇଁ ଯଥେଷ୍ଟ ତଥା ସମାଜ ପାଇଁ ମୂଲ୍ୟବାନ ହୋଇଥାଏ । ଏହା ସାମାଜିକ, ସାଂସ୍କୃତିକ ବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ।

Question 3.
ଆଜି ତୁମ ଘରୁ ସ୍କୁଲ ଯିବା ବାଟରେ ଲୋକମାନେ କେଉଁ ସବୁ ଅର୍ଥନୈତିକ କାର୍ଯ୍ୟରେ ନିୟୋଜିତ ଅଛିନ୍ତି, ତାହା ମନେ ପକାଇପାରିବ କି ? ସେହି ଲୋକମାନଙ୍କୁ କେଉଁ ଉପାୟରେ ତାଙ୍କର ପ୍ରାପ୍ୟ ଦିଆଯାଏ ବୋଲି ତୁମେ ଭାବୁଛ ?
Answer:
ଆମ ଘରୁ ସ୍କୁଲକୁ ଯିବା ବାଟରେ ଅର୍ଥନୈତିକ ଓ ଅଣ-ଅର୍ଥନୈତିକ କାର୍ଯ୍ୟକଳାପଗୁଡ଼ିକ ଦେଖୁଥାଉ । ଅର୍ଥନୈତିକ କାର୍ଯ୍ୟ :

(୧) ସରକାରଙ୍କଠାରୁ ଦରମା ପାଇ ଟ୍ରାଫିକ୍ ପୋଲିସ୍ ନିୟନ୍ତ୍ରଣ କରୁଥିବାର ଦେଖିଲୁ ।
(୨) ଦୈନିକ ମଜୁରିଆ କୋଠାବାଡ଼ି ଓ ରାସ୍ତା କାମ କରୁଥିଲେ । ସେ ଏଥିପାଇଁ ତାଙ୍କର ପ୍ରାପ୍ୟ ନେଉଥିଲେ ।
(୩) ପରିବା ବିକାଳି ଲୋକମାନଙ୍କଠାରୁ ପଇସା ନେଇ ରାସ୍ତାରେ ପରିବା ବିକ୍ରି କରୁଥିଲେ ।
(୪) ଆଇସକ୍ରିମ୍ ବିକାଳି ନିଜର ପ୍ରାପ୍ୟ ନେଇ ଆଇସ୍‌କ୍ରିମ୍ ବିକୁଥିଲେ ।

Question 4.
ଭାରତରେ ଅନେକ ଗୋଷ୍ଠୀ ମଧ୍ୟରେ ସହଭାଗିତାର ପରମ୍ପରା ସମାନ ଅଟେ । ତୁମେ ତୁମ ଅଞ୍ଚଳରୁ ଏହି ପ୍ରକାର ପରମ୍ପରା ବିଷୟରେ କିଛି କହିପାରିବ କି ?
Answer:
ଗୋଷ୍ଠୀ ସହଭାଗିତା କାର୍ଯ୍ୟକଳାପ ଯଥା- ପଡ଼ିଆରେ ଯୋଗ ଓ ପ୍ରାଣାୟମ କରିବା, ଜନ୍ମଦିନ ପାଳନ କରିବା, ବିବାହ ବ୍ରତ ଆଦି ଉତ୍ସବ ପାଳନ କରିବା, ଧାର୍ମିକ ଅନୁଷ୍ଠାନରେ ବିଭିନ୍ନ ଉତ୍ସବ ପାଳନ କରିବା, ଆଞ୍ଚଳିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନିମନ୍ତେ ଅର୍ଥ ଦାନ କରି ବା ଇତ୍ୟାଦି ପରମ୍ପରା ଅଟେ ।

Question 5.
ଆମ ଭାରତରେ ଓ ଆମ ରାଜ୍ୟ ଓଡ଼ିଶାରେ ଅନେକ ପର୍ବପର୍ବାଣୀ ପାଳନ କରିଥାଉ । ଏହି ପର୍ବପର୍ବାଣୀ ସମୟରେ, ଲୋକମାନେ ଏକାଠି ହୋଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି । ସେମାନେ ଉତ୍ସବ ସ୍ଥାନକୁ ସଜାଇଥାନ୍ତି ଏବଂ ରୋଷେଇ ହୋଇଥବା ଖାଦ୍ୟକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟିଥାନ୍ତି । ଏହା ଅଣ- ଅର୍ଥନୈତିକ କାର୍ଯ୍ୟକଳାପ କି ? ତୁମେ ଭାବୁନାହିଁ କି ଏହାର ମଧ୍ୟ ମୂଲ୍ୟ ରହିଛି ?
Answer:
ବିଭିନ୍ନ ପର୍ବପର୍ବାଣି ପାଳନ କରିବା ଏକ ଅଣ-ଅର୍ଥନୈତିକ କାର୍ଯ୍ୟକଳାପ । କାରଣ ଏଥିରେ କୌଣସି ଟଙ୍କା ରୋଜଗାର ହୋଇ ନଥାଏ । ପର୍ବପର୍ବାଣି ସମୟରେ ଆମେ ଘରଦ୍ଵାର ସଫା କରି ବିଭିନ୍ନ ଆଲୋକରେ ସଜାଇ ଥାଉ । ଏଥିରେ ଲୋକମାନେ ଏକାଠି ହୋଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା- ଗୀତ, ନାଚ ଆଦି କରିଥାନ୍ତି । ଏହା ଆମ ଦେଶ ଓ ଆମ ରାଜ୍ୟର ଏକତା, ଭକ୍ତି, ସମ୍ମାନର ପ୍ରତୀକ ହୋଇଥାଏ ।

Class 6 Social Science Chapter 13 Question Answer Odia Medium କାର୍ଯ୍ୟର ମୂଲ୍ୟ

Question 6.
ତୁମ ବିଦ୍ୟାଳୟ କିମ୍ବା ତୁମ ଅଞ୍ଚଳରେ ଆୟୋଜିତ ହୋଇଥିବା ସାମୂହିକ କାର୍ଯକ୍ରମଗୁଡ଼ିକ ତୁମେ ଚିହ୍ନଟ କରିପାରିବ କି ? ଏହି କାର୍ଯ୍ୟକ୍ରମଗୁଡ଼ିକରେ ତୁମେ କ’ଣ ଦେଖିବାକୁ ପାଇଲ ?
Answer:
ଆମ ବିଦ୍ୟାଳୟରେ ବିଭିନ୍ନ ସାମୂହିକ କାର୍ଯ୍ୟକ୍ରମ କରାଯାଇଥାଏ । ଯଥା- ପରିବେଶ କ୍ଲବ୍ : ଏହି କ୍ଲବ୍ ମାଧ୍ୟମରେ ପିଲାମାନେ ପରିବେଶକୁ ସଫା କରିଥାନ୍ତି । ଏହା ସହିତ ପାଖ ଗାଁ, ରାସ୍ତା, ନଦୀ ଓ ନାଳ ଇତ୍ୟାଦି ସଫା କରି ପରିବେଶକୁ ବିପଦମୁକ୍ତ କରିଥାନ୍ତି ।