BSE Odisha 6th Class Odia Solutions Chapter 12 ବିଶ୍ଵବିଜୟୀ ବିବେକାନନ୍ଦ

Odisha State Board BSE Odisha 6th Class Odia Solutions Chapter 12 ବିଶ୍ଵବିଜୟୀ ବିବେକାନନ୍ଦ Textbook Exercise Questions and Answers.

BSE Odisha Class 6 Odia Solutions Chapter 12 ବିଶ୍ଵବିଜୟୀ ବିବେକାନନ୍ଦ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ବିଲେ କଦଳୀ ବାଡ଼ିରେ ବସିବାର କାରଣ କ’ଣ ?
Answer:
ବିଲେ ମାଆଙ୍କ ପାଖରୁ ରାମାୟଣ କାହାଣୀରୁ ଶୁଣିଥିଲେ ଯେ ହନୁମାନ କଦଳୀ ଖାଇବାକୁ ସୁଖ ପାଆନ୍ତି । ହନୁମାନ ରାତିରେ କଦଳୀ ଖାଇବାକୁ ଆସିବେ ଭାବି ବିଲେ କଦଳୀ ବାଡ଼ିରେ ତାଙ୍କୁ ଦେଖିବାପାଇଁ ବସିଥିଲା ।

(ଖ) ବିଲେର ଏପରି ନାଁ କାହିଁକି ଦିଆଯାଇଥିଲା ?
Answer:
ବିଲେଙ୍କର ମାଆ ଭୁବନେଶ୍ୱରା ଜାଶାର ବାରେଶ୍ଵର ମହାଦେବଙ୍କୁ ପୂଅଟିଏ ପାଇଥାବାରୁ ତାଙ୍କର ନାଁ ‘ବିଲେ’ ଦିଆଯାଇଥିଲା ।

(ଗ) ରାମକୃଷ୍ଣ ନରେନ୍‌ଙ୍କୁ କ’ଣ ବୁଝାଇ ଦେଇଥିଲେ ?
Answer:
ରାମକୃଷ୍ଣ ନରେନ୍‌ଙ୍କୁ ବୁଝାଇ ଦେଇଥିଲେ ଯେ, ପୃଥ‌ିବୀରେ ସବୁଧର୍ମ ସମାନ । ମାନବର ସେବା ହିଁ ଭଗବାନଙ୍କର ପ୍ରକୃତ ପୂଜା ।

(ଘ) ନରେନ୍ ନିଜ ପରିବାରର ଦାୟିତ୍ଵ କିପରି ସମ୍ଭାଳି ଥିଲେ ?
Answer:
ନରେନ୍ ଶିକ୍ଷକତା କରି ନିଜ ପରିବାରର ଦାୟିତ୍ଵ ସମ୍ଭାଳି ଥିଲେ । କିନ୍ତୁ ସବୁବେଳେ ଅଭାବ ଅସୁବିଧା ସବୁ ଲାଗି ରହିଥିଲା ।

(ଙ) ନରେନ୍ ନିଜ ଜୀବନର ଲକ୍ଷ୍ୟକୁ କିପରି ଗ୍ରହଣ କଲେ ?
Answer:
ଶ୍ରୀରାମକୃଷ୍ଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସେବାକୁ ହିଁ ନରେନ୍ ନିଜ ଜୀବନର ଲକ୍ଷ୍ୟ ଭାବରେ ଗ୍ରହଣ କଲେ ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୨।
(କ) ବିଶ୍ଵ ଧର୍ମସଭା ଆମେରିକାର କେଉଁ ସ୍ଥାନରେ ହୋଇଥିଲା ?
Answer:
ଆମେରିକାର ଚିକାଗୋ ସହରରେ ବିଶ୍ଵ ଧର୍ମସଭା ହୋଇଥିଲା ।

(ଖ ) ବିବେକାନନ୍ଦ ଶ୍ରୋତାମାନଙ୍କୁ କିପରି ମନ୍ତ୍ରମୁଗ୍‌ଧ କଲେ ?
Answer:
ବିବେକାନନ୍ଦ ସର୍ବପ୍ରଥମେ ଶ୍ରୋତାମାନଙ୍କୁ ‘ଭାଇ ଓ ଭଉଣୀ’ ବୋଲି ସମ୍ବୋଧନ କଲେ । ତା’ପରେ ଭାରତୀୟ ଧର୍ମ ଓ ଦର୍ଶନ, ହିନ୍ଦୁଧର୍ମର ବିଶେଷତ୍ଵ ଓ ବିଶ୍ଵଭ୍ରାତୃତ୍ଵର ବାଣୀ ଇତ୍ୟାଦି ଚମତ୍କାର ଭାବରେ ବୁଝାଇଦେଇ ବିବେକାନନ୍ଦ ଶ୍ରେ।ତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଲୋ

(ଗ) ପଣ୍ଡିତମାନେ ତାହାଙ୍କୁ ମାନବଜାତିର ଅଳଙ୍କାର ବୋଲି କାହିଁକି କହିଥିଲେ ?
Answer:
ବିବେକାନନ୍ଦ ଭାରତୀୟ ଧର୍ମ ଓ ଦର୍ଶନ, ହିନ୍ଦୁଧର୍ମର ବିଶେଷତ୍ଵ, ବିଶ୍ୱଭ୍ରାତୃତ୍ବର ବାଣୀ ବିଶ୍ଵ ଧର୍ମସଭାରେ ଚମତ୍କାରଭାବେ ବୁଝାଇ ଦେଇଥିଲେ । ସବୁ ମଣିଷ ଈଶ୍ଵରଙ୍କ ସନ୍ତାନ, ସମସ୍ତେ ଭାଇ ଭାଇ, ମାନବର ସେବାହିଁ ଈଶ୍ଵରଙ୍କ ସେବା – ଏହା ସେ ବୁଝାଇଦେଲେ । ଏଭଳି କଥା ଶୁଣି ପଣ୍ଡିତମାନେ ତାଙ୍କୁ ମାନବ ଜାତିର ଅଳଙ୍କାର ବୋଲି କହିଥିଲେ ।

(ଘ) ‘ରାମକୃଷ୍ଣ ମିଶନ’ ଅନୁଷ୍ଠାନଟି କି କି ଲୋକହିତକର କାର୍ଯ୍ୟ କରୁଛି ?
Answer:
୧୮୯୭ ମସିହାରେ ବିବେକାନନ୍ଦ ‘ରାମକୃଷ୍ଣ ମିଶନ’ ନାମକ ସେବା ଅନୁଷ୍ଠାନଟିକୁ ଗଠନ କରିଥିଲେ । ଏହା ଅସ୍ପୃଶ୍ୟତା ନିବାରଣ, ନାରୀଶିକ୍ଷାର ପ୍ରସାର, ସାମ୍ପ୍ରଦାୟିକ ସଦ୍‌ଭାବ ରକ୍ଷା ଓ ଦରିଦ୍ରମାନଙ୍କ ସେବା କାର୍ଯ୍ୟ କରୁଛି ।

(ଙ) ବିବେକାନନ୍ଦ ସାରା ଦେଶରେ କେଉଁ ବାର୍ତ୍ତା ପ୍ରଚାର କରିଥିଲେ ?
Answer:
ଅସ୍ପୃଶ୍ୟତା ନିବାରଣ, ନାରୀଶିକ୍ଷାର ପ୍ରସାର, ଦରିଦ୍ରମାନଙ୍କର ସେବା ଓ ସାଂପ୍ରଦାୟିକ ସଦ୍‌ଭାବ ରକ୍ଷା ଆଦିର ବାର୍ତ୍ତା ବିବେକାନନ୍ଦ ସାରା ଦେଶରେ ପ୍ରଚାର କରିଥିଲେ ।

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ମାନବର ସେବା ହିଁ ହେଉଛି ଭଗବାନଙ୍କର ପ୍ରକୃତ ପୂଜା ।
Answer:
ମାନବର ସେବା ………………………….. ପ୍ରକୃତ ପୂଜା ।
ଉଦ୍ଧୃତାଂଶଟି ଡକ୍ଟର ଶୁଭେନ୍ଦ୍ରମୋହନ ଶ୍ରୀଚନ୍ଦନ ସିଂଙ୍କ ରଚିତ ‘ବିଶ୍ବବିଜୟୀ ବିବେକାନନ୍ଦ’ ପ୍ରବନ୍ଧରୁ ଉଦ୍ଧୃତ ।ଏଠାରେ ଲେଖକ, ‘ମାନବର ସେବା ଯେ ପ୍ରକୃତ ଭଗବାନଙ୍କର ପୂଜା’ ଭାରତ।ୟ ଦର୍ଶନର ଏହି ତତ୍ତ୍ଵକୁ ପ୍ରମାଣିତ କରିଛନ୍ତି । ବିବେକାନନ୍ଦ ଜଣେ ପ୍ରତିଭାବାନ୍ ଛାତ୍ର ଥିଲେ । ପାଠ୍ୟପୁସ୍ତକ ବ୍ୟତୀତ ଅନ୍ୟାନ୍ୟ ବହୁ ପୁସ୍ତକ ସେ ପଢ଼ିଥିଲେ । ବୟସ ବଢ଼ିବା ସହିତ ବିଭିନ୍ନ ବିଷୟରେ ତାଙ୍କ ମନରେ ଅନେକ ପ୍ରଶ୍ନ ଜାତ ହେଲା । ଶ୍ରୀରାମକୃଷ୍ଣଙ୍କ ସହ ତାଙ୍କର ସାକ୍ଷାତ୍ ହୋଇଥିଲା । ସେ ତାଙ୍କ ମନରେ ଜାତ ହୋଇଥିବା ସମସ୍ତ ପ୍ରଶ୍ନର ସମାଧାନ କରିଦେଇଥିଲେ । ପୃଥ‌ିବୀରେ ସବୁ ଧର୍ମ ସମାନ ଏବଂ ମାନବର ସେବାହିଁ ଭଗବାନଙ୍କର ପ୍ରକୃତ ପୂଜା ବୋଲି ସେ ବୁଝାଇ ଦେଇଥିଲେ ।

ପରବର୍ତ୍ତୀ ଜୀବନରେ ହୋଇ ସେ ଜନସେବାକୁ ହିଁ ଜୀବନର ବ୍ରତଭାବେ ଗ୍ରହଣ କରିଥିଲେ । ଚିକାଗୋଠାରେ ଅନୁଷ୍ଠିତ ବିଶ୍ଵ ଧର୍ମସଭାରେ ମଧ୍ୟ ମାନବ ସେବା ହିଁ ଈଶ୍ୱର ସେବା ବୋଲି ବୁଝାଇ ଦେଇ ସେ ଉପସ୍ଥିତ ପଣ୍ଡିତବର୍ଗଙ୍କର ପରିପୂରଣପାଇଁ ସେ ୧୮୯୭ ମସିହାରେ ‘ରାମକୃଷ୍ଣ ମିଶନ’ ନାମକ ଏକ ସେବା ଅନୁଷ୍ଠାନ ସ୍ଥାପନ କରିଥିଲେ । ଏହି ଅନୁଷ୍ଠାନଟି ଜନସେବାକୁ ମୁଖ୍ୟ ଲକ୍ଷ୍ୟଭାବେ ଗ୍ରହଣ କରିଆସିଛି । ବାସ୍ତବରେ ଲେଖକଙ୍କର ଏହି ଉକ୍ତି ଯଥାର୍ଥ ଅଟେ ।

(ଖ) ସେ ହେଉଛନ୍ତି ମାନବ ଜାତିର ଅଳଙ୍କାର ସଦୃଶ ।
Answer:
ସେ ହେଉଛନ୍ତି ………………………. ଅଳଙ୍କାର ସଦୃଶ
ଉଦ୍ଧୃତାଂଶଟି ଡକ୍ଟର ଶୁଭେନ୍ଦ୍ରମୋହନ ଶ୍ରୀଚନ୍ଦନ ସିଂଙ୍କ ରଚିତ ‘ବିଶ୍ୱବିଜୟୀ ବିବେକାନନ୍ଦ’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ପାଶ୍ଚାତ୍ୟ ପଣ୍ଡିତମାନେ ବିବେକାନନ୍ଦଙ୍କୁ କିପରି ମାନବଜାତିର ଅଳଙ୍କାର ସଦୃଶ ବୋଲି ମତାମତ ଦେଇଥିଲେ ତାହା ଆଲୋଚିତ ହୋଇଛି । ୧୮୯୩ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାର ଚିକାଗୋ ସହରରେ ବିଶ୍ଵ ଧର୍ମ ସଭାର ଆୟୋଜନ ହୋଇଥିଲା । ସଭା ଶେଷରେ ଭାରତର ତରୁଣ ସନ୍ନ୍ୟାସୀ ବିବେକାନନ୍ଦଙ୍କୁ ଅଳ୍ପ ସମୟ କହିବାପାଇଁ ସୁଯୋଗ ମିଳିଥିଲା । ସର୍ବପ୍ରଥମେ ‘ଭାଇ ଓ ଭଉଣୀ’ ବୋଲି ଉପସ୍ଥିତ ଶ୍ରୋତାଙ୍କୁ ସେ ସମ୍ବୋଧନ କଲେ ।

ପରେ ଭାରତୀୟ ଧର୍ମ ଓ ଦର୍ଶନ, ହିନ୍ଦୁଧର୍ମର ବିଶେଷତ୍ଵ ଏବଂ ବିଶ୍ୱଭ୍ରାତୃତ୍ଵର ବାଣୀ ସମ୍ପର୍କରେ ସେ ଏପରି ଚମତ୍କାର ଭାବରେ ବୁଝାଇଲେ ଯେ, ଶ୍ରୋତାମାନେ ମନ୍ତ୍ରମୁଗ୍‌ଧ ହୋଇଗଲେ । ସବୁ ମଣିଷ ଈଶ୍ଵରଙ୍କ ସନ୍ତାନ, ଆମେ ସମସ୍ତେ ଭାଇ ଭାଇ, ମାନବର ସେବା ତାଙ୍କର ଏଭଳି କଥା ଶୁଣି ସେଠାରେ ଉପସ୍ଥିତ ଥ‌ିବା ପଣ୍ଡିତମାନେ କହିଲେ, ‘ସେ ହେଉଛନ୍ତି ମାନବ ଜାତିର ଅଳଙ୍କାର ସଦୃଶ’’। କାରଣ ଏହା ପୂର୍ବରୁ ଅନ୍ୟ ସବୁ ଧର୍ମର ଯେଉଁ ପ୍ରତିନିଧୁମାନେ ଭାଷଣ ଦେଇଥିଲେ, ସେମାନେ ବିବେକାନନ୍ଦଙ୍କ ପରି କହି ନ ଥିଲେ । ତାଙ୍କର ଏହି ସାରଗର୍ଭକ ବାଣୀମାନ ପଣ୍ଡିତମାନଙ୍କୁ ବେଶ୍ ପ୍ରଭାବିତ କରିପାରିଥିଲା । ବାସ୍ତବରେ ଲେଖକଙ୍କର ଏହି ବକ୍ତବ୍ୟ ଯଥାର୍ଥ ଅଟେ ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୪।
‘ହନୁମାନ ଅମର । ହନୁମାନ କଦଳୀ ଖାଇବାକୁ ସୁଖ ପାଆନ୍ତି ।’’ ଏଥ‌ିରେ ଦ୍ଵିତୀୟ ବାକ୍ୟରେ ହନୁମାନ ବଦଳରେ ‘ସେ’ ବସାଇଲେ ବାକ୍ୟଟି ଶୁଣିବାକୁ ଭଲ ଲାଗିବ । ଏହି ‘ସେ’ ହେଉଛି ଏକ ସର୍ବମାନ ପଦ । ନିମ୍ନରେ ଥ‌ିବା ରେଖାଙ୍କିତ ପଦ ସ୍ଥାନରେ ଉପଯୁକ୍ତ ସର୍ବନାମ ବ୍ୟବହାର କରି ବାକ୍ୟଗୁଡ଼ିକ ସଜାଡ଼ି ଲେଖ ।
(କ) ନରେନ୍ଦ୍ର ଛାତ୍ର ଭାବରେ ଥିଲେ ବିଚକ୍ଷଣ । ଅତି ସହଜରେ ପାଠସବୁ ନରେନ୍ଦ୍ରଙ୍କର ମନେରହିଯାଏ ।
Answer:
ନରେନ୍ଦ୍ର ଛାତ୍ର ଭାବରେ ଥିଲେ ବିଚକ୍ଷଣ । ଅତି ସହଜରେ ପାଠସବୁ ତାଙ୍କର ମନେ ରହିଯାଏ ।

(ଖ) ନରେନ୍ ଶ୍ରୀରାମକୃଷ୍ଣଙ୍କୁ ସାକ୍ଷାତ୍ କଲେ । ଶ୍ରୀରାମକୃଷ୍ଣ ନରେନ୍‌ଙ୍କୁ ଶିଷ୍ୟ ଭାବରେ ଗ୍ରହଣ କଲେ ।
Answer:
ନରେନ୍ ଶ୍ରୀରାମକୃଷ୍ଣଙ୍କୁ ସାକ୍ଷାତ୍ କଲେ । ଶ୍ରୀରାମକୃଷ୍ଣ ତାଙ୍କୁ ଶିଷ୍ୟ ଭାବରେ ଗ୍ରହଣ କଲେ ।

Question ୫।
ନିମ୍ନରେ ଦୁଇଟି ବାକ୍ୟ ଦିଆଯାଇଛି । ସେଥ‌ିରେ ଥିବା ସ୍ଵରବର୍ଣ, ବ୍ୟଞ୍ଜନ ବର୍ଣ୍ଣ ଓ ଯୁକ୍ତ ବର୍ଷଗୁଡ଼ିକୁ ବାଛି ଲେଖ । ସେ ରାମକୃଷ୍ଣ ମିଶନ ନାମରେ ଏକ ସେବା ଅନୁଷ୍ଠାନ ଗଠନ କରିଥିଲେ । ଏଇ ସେବା ଅନୁଷ୍ଠାନର ପରିଚାଳନା ପାଇଁ ସେ ଦେଶ ବିଦେଶରୁ ଅନେକ ସାହାଯ୍ୟ ସଂଗ୍ରହ କରିଥିଲେ ।
Answer:

ସ୍ଵରବର୍ଣ୍ଣ ଗ୍ୟଞ୍ଜନ ବର୍ଣ୍ଣ ଯୁକ୍ତ ବର୍ଣ୍ଣ
ଏ, ଅ,ଇ, ଉ,ଆ ସ,ର,ମ,ଶ,ନ,କ,ବ,ଗ, ର, ପ,ଚ,ଦ,ହ, ଯ, ଥ, କ, ଲ କୃ,ଷ୍ଣ, ଷୃ ,ସଂ, ଗ୍ର

Question ୬।
ନିମ୍ନରେ ଯେଉଁ ଅନୁଚ୍ଛେଦଟି ଦିଆଯାଇଛି, ସେଥୁରେ ବିରାମ ଚିହ୍ନ ଦିଆଯାଇ ନାହିଁ । ଠିକ୍ ସ୍ଥାନରେ ଠିକ୍ ଚିହ୍ନଟିକୁ ବସାଇ ଲେଖା
ତାହାରି ମଧ୍ୟରେ ସେ ଶୁଣିପାରିଲେ ସତେ ଯେପରି ତାଙ୍କ ଗୁରୁ କହୁଛନ୍ତି ଯା ଲଙ୍ଘିଯା ଏ ସମୁଦ୍ର ଦୂରଦେଶରେ ଯାଇ ଭାରତର ବାଣୀ ପହଞ୍ଚାଇ ଦେ’ ।
Answer:
ତାହାରି ମଧ୍ୟରେ ସେ ଶୁଣିପାରିଲେ ସତେ ଯେପରି ତାଙ୍କ ଗୁରୁ କହୁଛନ୍ତି, ‘ଯା, ଲଙ୍ଘିଯା ଏ ସମୁଦ୍ର । ଦୂରଦେଶରେ ଯାଇ ଭାରତର ବାଣୀ ପହଞ୍ଚାଇ ଦେ ।’’

Question ୭।
ଯେପରି ‘ଡାକିବାରୁ’ ‘ଡାକି’, ‘କହିବାରୁ’ ‘କହି’ ପଦର ବ୍ୟବହାର କରାଯାଏ, ସେହିପରି ତଳପଦଗୁଡ଼ିକର ରୂପ କ’ଣ ହେବ ଲେଖ ।
ଶୁଣିବା, ଜାଣିବା, ବସିବା, ନେବା, ଦେବା, ଖାଇବା, ଦେଖିବା, କରିବା, ପଢ଼ିବା
Answer:
ଶୁଣିବା – ଶୁଣି,
ଜାଣିବା – ଜାଣି,
ବସିବା – ବସି,
ନେବା – ନେଇ,
ଦେବା – ଦେଇ,
ଖାଇବା – ଖାଇ,
ଦେଖୁବା – ଦେଖ୍,
କରିବା – କରି,
ପଢ଼ିବା – ପଢ଼ି ।

Question ୮।
‘ବେଳ’ ଶବ୍ଦର ପୂର୍ବରେ ‘ଅନେକ’ ଶବ୍ଦ ଯୋଡ଼ି ଯେପରି ‘ଅନେକ ବେଳ’ ହେଉଛି, ସେଇଭଳି ‘ଅନେକ’
ଶବ୍ଦ ଯୋଡ଼ି ଆଉ କେତୋଟି ନୂତନ ଶବ୍ଦ ଲେଖ ।
Answer:
ଅନେକ ଦିନ, ଅନେକ ବର୍ଷ, ଅନେକ ଲୋକ, ଅନେକ କାମ, ଅନେକ ସମୟ ।

Question ୯।
‘ମାତ୍ର’ ଶବ୍ଦଟି ବ୍ୟବହାର କରି ଆଉ ତିନୋଟି ବାକ୍ୟ ଲେଖ । ଯେପରି – ‘ରାମ ଖେଳପଡ଼ିଆକୁ ଗଲା; ମାତ୍ର ଖେଳିଲା ନାହିଁ ।
Answer:
ହରି ସ୍କୁଲକୁ ଗଲା; ମାତ୍ର ପଢ଼ିଲା ନାହିଁ ।
ରଘୁ ମନ୍ଦିରକୁ ଗଲା; ମାତ୍ର ଦିଅଙ୍କୁ ଦେଖିଲା ନାହିଁ ।
ରବି ପରିଶ୍ରମ କଲା; ମାତ୍ର ପରୀକ୍ଷାରେ ସଫଳ ହେଲାନାହିଁ ।

Question ୧୦।
ମୁଁ ଯାତ ଦେଖିବାକୁ ଯାଇଥିଲି । ଫୁଲରୁ ଫଳ ଜାତ ହୁଏ- ବାକ୍ୟଦୁଇଟିରେ ରେଖାଙ୍କିତ ପଦଦୁଇଟି ଶୁଣିବାକୁ ପ୍ରାୟ ଏକା ପରି; କିନ୍ତୁ ଅର୍ଥ ଅଲଗା । ସେ ଦୁଇଟି ଶବ୍ଦର ଅର୍ଥ ଲେଖ । ସେହିପରି ଏକାଭଳି ଶୁଣାଯାଉଥିବା ଅଥଚ ଭିନ୍ନ ଅର୍ଥ ବୁଝାଉଥବା ଆଉ କେତୋଟି ଶବ୍ଦ ବାକ୍ୟରେ ବ୍ୟବହାର କର ।
ଯାତ – ଯାତ୍ରା
ଜାତ – ଜନ୍ମ
Answer:
ସେହିପରି –
କୁଳ – ବଂଶ
କୂଳ – ତଟ
ଗୁଣି – ତନ୍ତ୍ରବିଦ୍ୟା
ଗୁଣୀ – ଗୁଣବାନ୍
ଚୁଡ଼ା – ଖାଦ୍ୟ ବିଶେଷ
ଚୂଡ଼ା – ଅଗ୍ରଭାଗ
ଚିର – ଦୀର୍ଘକାଳ
ଚୀର – ଚିରା

କୁଳ – ଉଚ୍ଚକୁଳରେ ରାମ ଜନ୍ମ ହୋଇଥିଲେ ।
କୂଳ – ମୁଁ ସମୁଦ୍ର କୂଳରେ ବୁଲୁଥୁଲି ।
ଗୁଣି – ଲୋକଟି ଗୁଣି ଅଭ୍ୟାସ କରୁଛି ।
ଗୁଣୀ – ଗୁଣୀଲୋକର ସମସ୍ତେ ଆଦର କରନ୍ତି ।
ଚୁଡ଼ା – ପିଲାଟି ଚୁଡ଼ା ଖାଉଛି ।
ଚୂଡ଼ା – ମନ୍ଦିର ଚୂଡ଼ାରେ ନେତ ଉଡୁଛି ।
ଚିର – ସେ ଚିରକାଳ ଧରି ରୁଗ୍ଣ ଅଟନ୍ତି ।
ଚୀର – ଦରିଦ୍ର ଲୋକଟି ଚୀର ବସ୍ତ୍ର ପିନ୍ଧିଛି ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୧୧।
‘ଚିନ୍ତା’ ଶବ୍ଦ ସହିତ ‘ଶୀଳ’ ଲାଗିଲେ ‘ଚିନ୍ତାଶୀଳ’ ହେବ । ସେହିପରି ଆଉ ପାଞ୍ଚଟି ଶବ୍ଦ ସହିତ ‘ଶୀଳ’ ଲଗାଇ ନୂଆ ଶବ୍ଦ ଲେଖ ।
Answer:
ଦୟାଶୀଳ, କ୍ଷମାଶୀଳ, ଦାନଶୀଳ, ଧର୍ମଶୀଳ, ମନନଶୀଳ ।

Question ୧୨।
ଉଦାହରଣକୁ ଲକ୍ଷ୍ୟକରି ଶୂନ୍ୟସ୍ଥାନ ପୂରଣ କର ।
(କ) ପିଲାଟି ଆନନ୍ଦିତ ହେଲା । ପିଲାମାନେ _____________।
(ଖ) ମୁଁ କଟକ ଯାଇଥୁଲି । ଆମ୍ଭେ କଟକ _____________ ।
(ଗ) ସେ ଦିଲ୍ଲୀ ଯିବ । ସେମାନେ ଦିଲ୍ଲୀ _____________।
Answer:
(କ) ପିଲାଟି ଆନନ୍ଦିତ ହେଲା । ପିଲାମାନେ ଆନନ୍ଦିତ ହେଲେ ।
(ଖ) ମୁଁ କଟକ ଯାଇଥୁଲି । ଆମ୍ଭେ କଟକ ଯାଇଥିଲୁ ।
(ଗ) ସେ ଦିଲ୍ଲୀ ଯିବ । ସେମାନେ ଦିଲ୍ଲୀ ଯିବେ ।

ତୁମ ପାଇଁ କାମ:

୧। ସ୍ଵାମୀ ବିବେକାନନ୍ଦଙ୍କ ସମ୍ପର୍କରେ ବିଭିନ୍ନ ଲେଖା ସଂଗ୍ରହ କରି ଘରେ ପଢ଼ ।
୨। ପାଠରେ ଥ‌ିବା ଛବି ଭଳି ବିବେକାନନ୍ଦଙ୍କର ଛବିଟିଏ ଅଙ୍କନ କର ।
୩ ।ଶୁଭେନ୍ଦ୍ରମୋହନ ଶ୍ରୀଚନ୍ଦନ ସିଂହଙ୍କର ଅନ୍ୟାନ୍ୟ ଲେଖା ସଂଗ୍ରହ କରି ପଢ଼ ।

ପରାକ୍ଷା ଉପରଯାଗା ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ଏକ ପଦରେ କ’ଣ ହେବ ?
ଯାହାର କିଛି କାମ ନାହିଁ ସେ
Answer:
ବେକାର

ବ୍ୟବସାୟ କରେ ଯେ ସେ
Answer:
ପୂରସାୟା

ଯେଉଁ ଲୋକ ଭ୍ରମଣ କରେ ସେ
Answer:
ଭ୍ରମଣକାରା

ଯାହା ସବୁଠାରୁ ଭଲ
Answer:
ସର୍ବେ।ତ୍ତମ

ଯାହା ସମସ୍ତଙ୍କ ପାଇଁ ପ୍ରୟୋଜନୀୟ
Answer:
ସାର୍ବଜନାନ

ଯେ ବିଜ୍ଞାନ ଜାଣନ୍ତି ସେ
Answer:
ବୈଜ୍ଞାନିକ

ବକ୍ତୃତା ଦେବାରେ ଯାହାର ଦକ୍ଷତା ଅଛି ସେ
Answer:
ବାଗ୍ମୀ

ହଠାତ୍ ଯାହା ଆଶା କରାଯାଇ ନଥାଏ
Answer:
ଅପ୍ରତ୍ୟାଶିତ

ବିକାରହୀନ ଯେ
Answer:
ନିର୍ବିକାର

ସ୍ଵାମୀ ଓ ସ୍ତ୍ରୀ
Answer:
ଦମ୍ପତି

ଜାବନର ଶେଷଭାଗ
Answer:
ଉତ୍ତରଜୀବନ

ପିଲିଠାରୁ ବୁଢ଼ା ପର୍ଯ୍ୟନ୍ତ୍ରି
Answer:
ଆବାକବୃଦ୍ଧିବନିତା

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୨।
ବିପରୀତ ଶବ୍ଦ ଲେଖ ।
ବିଜୟ, ବିକାର, ଦୟାଳୁ, ଧନୀ, ଦୋଷୀ, ଅନୁରାଗ, ଭୀରୁ, ଅଭାବ, ଆଶା, ପୂର୍ବ, ପଣ୍ଡିତ, ରତ !
Answer:
ବିଜୟ – ପରାଜୟ
ବିକାର – ନିବିକାର
ଦୟାଳୁ – ନିର୍ଦ୍ଦୟ
ଧନୀ – ନିର୍ଦ୍ଧିନ
ଦୋଷୀ – ନିର୍ଦ୍ଦୋଷ
ଅନୁରାଗ – ବିରାଗ
ଭୀରୁ – ନିର୍ଭାକ
ଅଭାବ – ଭାବ
ଆଶା – ନିରାଶା
ପୂର୍ବ – ଶୂନ୍ୟ
ପଣ୍ଡିତ – ମୂର୍ଖ
ରତ! – ବିରତ

Question ୩।
‘କ’ ସ୍ତମ୍ଭର ଶବ୍ଦଗୁଡ଼ିକ ସହିତ ‘ଖ’ ସ୍ତମ୍ଭର ଶବ୍ଦଗୁଡ଼ିକର ମେଳ କରାଅ ।

‘କ’ ସ୍ତମ୍ଭ ‘ଖ’
ସମୃଦ୍ଧ ପାଶ୍ରିତ୍ୟ
ପାଥେୟ ସାମାହାନ
ବିତ୍ବତ୍ତା ସ୍ନେହ
ଲଙ୍ଗାକାର ଉନ୍ନତ
ଅନୁରାଗ ସ୍ଵାକାର
ଅସାମ ବାଟଖର୍ଚ୍ଚ

Answer:

‘କ’ ସ୍ତମ୍ଭ ‘ଖ’
ସମୃଦ୍ଧ ଉନ୍ନତ
ପାଥେୟ ବାଟଖର୍ଚ୍ଚ
ବିତ୍ବତ୍ତା ପାଶ୍ରିତ୍ୟ
ଲଙ୍ଗାକାର ସ୍ଵାକାର
ଅନୁରାଗ ସ୍ନେହ
ଅସାମ ସାମାହାନ

Question ୪।
ସଂକ୍ଷେପରେ ଉତ୍ତର ଦିଅ ।
(କ) ବିବେକାନନ୍ଦ କନ୍ୟାକୁମାରୀଠାରେ କି ଅଲୌକିକ ଚେତନା ଲାଭ କଲେ ?
କନ୍ୟାକୁମାରାଠାରେ ସାଗର ମଧ୍ୟସ୍ଥ ବିରାଟ ଶିଳାଖଣ୍ତ ଉପରେ ଧ୍ୟାନରେ ବସିଥିବାବେଳେ ସେ ଶୁଣିପାରିଲେ ଗୁରୁ ଶ୍ରୀରାମକୃଷ୍ଣଙ୍କ ନିର୍ଦ୍ଦେଶ, ସମୁଦ୍ର ପାରି ହୋଇ ଅନ୍ୟ ଦେଶରେ ଭାରତୀୟ ଦର୍ଶନକୁ ଉପସ୍ଥାପନ କରିବାର ପ୍ରେରଣା । ଏହାଦ୍ଵାରା ସେ ଅଲୌକିକ ଚେତନା ଲାଭ କଲେ ।

(ଖ) ଶ୍ରୀରାମକୃଷ୍ଣ କିଏ ?
ଶ୍ରୀରାମକୃଷ୍ଣ ପରମହଂସ ବିଖ୍ୟାତ ଯୋଗସିଦ୍ଧ ସନ୍ୟାସୀ ଥିଲେ । ଦକ୍ଷିଣେଶ୍ବର ତାଙ୍କର ସାଧନାପୀଠ ଥିଲା ଏବଂ ସେ ଶକ୍ତିର ଉପାସକ ଥିଲେ । ନରେନ୍ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ପରବର୍ତ୍ତୀ ଜୀବନରେ ବିଶ୍ୱବିଜୟା ଖିବେକାନନ୍ଦ ହୋଇପାରିଥ୍ ଲୋ

(ଗ) ସ୍ଵାମୀ ବିବେକାନନ୍ଦ କେଉଁଠାରେ ଧ୍ୟାନରେ ବସିଥିଲେ ?
ତିନୋଟି ସାଗରର ମିଳନସ୍ଥଳ କନ୍ୟାକୁମାରୀର କୁମାରୀ ମନ୍ଦିରଠାରୁ ଅଳ୍ପ ଦୂରରେ ଏକ ଶିଳାଖଣ୍ଡ ଉପରେ ସ୍ଵାମୀଜୀ ଧ୍ୟାନରେ ବସିଥିଲେ ଓ ଦିବ୍ୟଜ୍ୟୋତି ଲାଭ କରିଥିଲେ । ସେହି ସ୍ଥାନରେ ଥ‌ିବା ବିବେକାନନ୍ଦ ମଣ୍ଡପଟିରେ ଏବେ ସ୍ଵାମୀଜୀଙ୍କର ପୂର୍ଣାବୟବ ପ୍ରତିମୂର୍ତ୍ତି ରହିଅଛି ।

(ଘ) ‘ମାର୍ଗାରେଟ୍ ନୋବେଲ’ଙ୍କ ବିଷୟରେ ଯାହା ଜାଣ ଲେଖ ।
Answer:
ବିବେକାନନ୍ଦଙ୍କ ବିଦେଶୀ ଶିଷ୍ୟଙ୍କ ମଧ୍ୟରେ ମାର୍ଗାରେଟ୍ ନୋବେଲ ଅନ୍ୟତମ ଥିଲେ । ସେ ତାଙ୍କର ପ୍ରିୟ ଶିଷ୍ୟା ହୋଇ ପାରିଥିଲେ । ସେ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ପରେ ସେ ଭଗିନୀ

(ଙ) ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କର ଶିଷ୍ୟ ହେଲେ କାହିଁକି ?
Answer:
ଅଧୂକରୁ ଅଧିକ ପଢ଼ିବାରୁ ବିବେକାନନ୍ଦଙ୍କ ମନ ଅଧ୍ଵ ପ୍ରଶ୍ମିଳ ହୋଇଉଠିଲା । ସେ ଚିନ୍ତାଶୀଳ ହୋଇ ପଡ଼ିଲେ । ଏମିତି ଚିନ୍ତାକୁଳିତ ଥିବା ସମୟରେ ଥରେ ରାମକୃଷ୍ଣଙ୍କ ସହିତ ତାଙ୍କର ଦେଖାହୋଇଗଲା । ଶ୍ରୀରାମକୃଷ୍ଣ ନରେନ୍‌ଙ୍କ ମନରେ ଜାତ ହୋଇଥିବା ସମସ୍ତ ପ୍ରଶ୍ନର ସମାଧାନ କରିଦେଲେ । ସେ ତାଙ୍କୁ ବୁଝାଇଦେଲେ, ପୃଥ‌ିବୀରେ ସବୁଧର୍ମ ସମାନ । ମାନବ ସେବାହିଁ ଈଶ୍ୱର ସେବା । ତେଣୁ ବିବେକାନନ୍ଦ ରାମକୃଷ୍ଣଙ୍କୁ ଗୁରୁ ଭାବରେ ଗ୍ରହଣ କରି ତାଙ୍କର ଶିଷ୍ୟ ହୋଇଗଲେ ।

(ଚ) କେତେବେଳେ ଓ କେଉଁଠାରେ ଭାରତର ବାଣା ଲୋକଙ୍କୁ ଦେବାପାଇଁ ବିବେକାନନ୍ଦଙ୍କୁ ନିର୍ଦ୍ଦେଶ ଆସିଲା ?
Answer:
ସାରା ଭାରତରେ ବୁଲିବୁଲି ବିବେକାନନ୍ଦ ଧର୍ମ, ସେବା ଓ କର୍ତ୍ତବ୍ୟ ସମ୍ପର୍କରେ ଲୋକଙ୍କୁ ବୁଝାଇଲେ । ଦକ୍ଷିଣ ଭାରତ ଭ୍ରମଣ ଶେଷରେ ସେ ରାମେଶ୍ଵରଠାରୁ କନ୍ୟାକୁମାରୀକୁ ସମୁଦ୍ରରେ ପହଁରି ପହଁରି ଯାଇ ସେଠାରେ ଥବା ଗୋଟିଏ ପ୍ରଶସ୍ତ ଶିଳା ଉପରେ ବସି ଧ୍ୟାନ ମଗ୍ନ ହୋଇଗଲେ । ଏହି ସମୟରେ ଏକ ଅପୂର୍ବ ଆନନ୍ଦ ଦିବ୍ୟ ଆଲୋକରେ ତାଙ୍କର ଅନ୍ତର ଉଛୁଳି ଉଠିଲା । ତାଙ୍କୁ ଭାରତର ବାଣୀ ସମୁଦ୍ର ଲଙ୍ଘନ କରି ଦୂରଦେଶରେ ପହଞ୍ଚାଇ ଦେବାପାଇଁ ନିର୍ଦ୍ଦେଶ ଆସିଲା ।

Question ୫।
ସରଳ ଭାଷାରେ ବୁଝାଇ ଲେଖ ।
(କ) ଏକାଧାରରେ ସେ ଥିଲେ ଦେଶପ୍ରେମୀ, ବିଶ୍ଵପ୍ରେମୀ ଓ ମାନବପ୍ରେମୀ ଗୁରୁ ।
ଏକାଧାରରେ …………………………………. ମାନବପ୍ରେମା ଗୁରୁ।
ଶଂସିତ ଗଦ୍ୟାଶଟି ଡ. ଶୁଭେନ୍ଦ୍ରମୋହନ ଶ୍ରୀଚନ୍ଦନ ସିଂଙ୍କ ଲିଖିତ ‘ବିଶ୍ୱବିଜୟୀ ବିବେକାନନ୍ଦ’ ପ୍ରବନ୍ଧରୁ ଆନୀତ । ବିବେକାନନ୍ଦଙ୍କ ପ୍ରତିଭା ବିଷୟରେ ଲେଖକ ଏଠାରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ତାଙ୍କର ସୁନାମ ଓ ଜ୍ଞାନ ଗରିମା ପୃଥ‌ିବୀସାରା ବ୍ୟାପିଗଲା । ସେ ସ୍ଵଦେଶକୁ ପ୍ରତ୍ୟାବର୍ତ୍ତନ କଲାପରେ ୧୮୯୭ ମସିହାରେ ରାମକୃଷ୍ଣ ମିଶନ ନାମକ ଏକ ସେବା ଅନୁଷ୍ଠାନ ଗଢ଼ିଥିଲେ । ଏହାର ପରିଚାଳନା ପାଇଁ ସେ ଦେଶ ବିଦେଶରୁ ବହୁ ସାହାଯ୍ୟ ସଂଗ୍ରହ କରିଥିଲେ । ଅସ୍ପୃଶ୍ୟତା ନିବାରଣ, ନାରୀଶିକ୍ଷାର ପ୍ରସାର, ସାମ୍ପ୍ରଦାୟିକ ସଭାବ ଓ ଦରିଦ୍ରର ସେବା ଇତ୍ୟାଦି ବାର୍ତ୍ତା ସେ ଦେଶସାରା ପ୍ରଚାର କରିଥିଲେ ।

ସାରା ମାନବ ଜାତିକୁ ସେ ଏକ ବୋଲି ଭାବୁଥିଲେ । ଅକ୍ଳାନ୍ତ ପରିଶ୍ରମ ଫଳରେ ତାଙ୍କ ସ୍ଵାସ୍ଥ୍ୟ ଭଗ୍ନ ହେଲା। ସେ ୧୯୦୨ ମସିହା ଜୁଲାଇ ୪ ତାରିଖରେ ଦେହତ୍ୟାଗ କଲେ । ସେ ଏକାଧାରରେ ଥିଲେ ଦେଶପ୍ରେମୀ, ବିଶ୍ୱପ୍ରେମୀ ଓ ମାନବପ୍ରେମୀ ଗୁରୁ । ନିଜ ଜ୍ଞାନ ବଳରେ ସେ କେବଳ ବିଶ୍ବଜୟ କରି ନଥିଲେ, ବରଂ ସାରା ବିଶ୍ଵରେ ମାନବ ପ୍ରେମର ନୂତନ ବାର୍ତ୍ତା ପ୍ରଚାର କରିଥିଲେ । ବାସ୍ତବରେ ଲେଖକ ବିବେକାନନ୍ଦଙ୍କର ଯେଉଁ ସବୁ ଗୁଣାବଳୀ ବର୍ଣ୍ଣନା କରିଛନ୍ତି ତାହା ଯଥାର୍ଥ ଅଟେ ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୬।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ସ୍ଵାମୀ ବିବେକାନନ୍ଦଙ୍କୁ କାହିଁକି ବିଶ୍ଵବିଜୟୀ କୁହାଯାଇଛି ?
Answer:
ଆମେରିକାର ଚିକାଗୋ ସହରରେ ଅନୁଷ୍ଠିତ ଧର୍ମ ମହାସଭାରେ ଭାଷଣ ଦେଇ ବିବେକାନନ୍ଦ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଭାରତୀୟ ଧର୍ମ ଓ ଦର୍ଶନ, ହିନ୍ଦୁଧର୍ମର ବିଶେଷତ୍ଵ ଓ ବିଶ୍ୱଭ୍ରାତୃତ୍ଵର ବାଣୀ ସେ ଏଭଳି ଚମତ୍କାର ଭାବେ ବୁଝାଇଦେଲେ ଯେ ତାଙ୍କ ଉପରେ ପ୍ରଶଂସା ଅଜାଡ଼ି ହୋଇପଡ଼ିଲା । ସେଠାରେ ଉପସ୍ଥିତ ପଣ୍ଡିତମାନେ ତାଙ୍କୁ ‘ସମଗ୍ର ମାନବ ଜାତିର ଅଳଙ୍କାର’ ବୋଲି କହିଲେ । ଏହି ଘଟଣା ପରେ ସ୍ବାମିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଦେଶର ବହୁ ନରନାରୀ ତାଙ୍କ ଶିଷ୍ୟତ୍ବ ଗ୍ରହଣ କଲେ । ସେ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କଲାପରେ ରାମକୃଷ୍ଣ ମିଶନ ନାମକ ସେବା ଅନୁଷ୍ଠାନ ଗଢ଼ି ସେବା କାର୍ଯ୍ୟ କରିଥିଲେ । ସେ ଏକାଧାରରେ ଥିଲେ ଦେଶପ୍ରେମୀ, ବିଶ୍ଵପ୍ରେମୀ ଓ ମାନବପ୍ରେମୀ । ସେ ସମଗ୍ର ବିଶ୍ଵକୁ ଜୟ କରି ଭାରତର ଗୌରବ ବଢ଼ାଇଥିଲେ । ଯୁଗ ଯୁଗ ପାଇଁ ସାରା ବିଶ୍ବକୁ ମାନବ ପ୍ରେମର ଏକ ନୂତନ ବାର୍ତ୍ତା ଶୁଣାଇ ଯାଇଥିଲେ । ତେଣୁ ତାଙ୍କୁ ଯଥାର୍ଥରେ ବିଶ୍ଵବିଜୟୀ ବୋଲି କୁହାଯାଇଛି ।

(ଖ) ସାରା ଦେଶରେ ବିବେକାନନ୍ଦ କେଉଁ ବାର୍ତ୍ତା ପ୍ରଚାର କରିଥିଲେ ?
Answer:
୧୮୯୩ ମସିହା ସେପ୍ଟେମ୍ବର ୧୧ରେ ଆମେରିକାର ଚିକାଗୋ ସହରରେ ଆୟୋଜିତ ଧର୍ମ ସମ୍ମିଳନୀରେ ଭାଷଣ ଦେଇ ବିବେକାନନ୍ଦ ଶ୍ରୋତାମାନଙ୍କୁ ମୁଗ୍ଧ କରିପାରିଥିଲେ । ବିଦେଶର ବହୁ ନରନାରୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ଶିଷ୍ୟତ୍ବ ଗ୍ରହଣ କରିଥିଲେ । ସେ ୧୮୯୭ ମସିହାରେ ରାମକୃଷ୍ଣ ମିଶନ ନାମକ ଏକ ସେବା ଅନୁଷ୍ଠାନ ଗଢ଼ିଥିଲେ । ମାନବ ଜାତିର ସେବା କରିବା ଏହି ଅନୁଷ୍ଠାନର ଲକ୍ଷ୍ୟ ଥିଲା । ଅସ୍ପୃଶ୍ୟତା ନିବାରଣ, ନାରୀଶିକ୍ଷାର ପ୍ରସାର, ସାମ୍ପ୍ରଦାୟିକ ସଭାବ ରକ୍ଷା, ତଥା ଦରିଦ୍ରମାନଙ୍କର ସେବା ଇତ୍ୟାଦିର ବାର୍ତ୍ତା ସେ ସାରା ଦେଶରେ ପ୍ରଚାର କରିଥିଲେ । ସାରା ମାନବ ଜାତିକୁ ସେ ଏକ ବୋଲି କହିଥିଲେ ଏବଂ ସବୁଧର୍ମ ପ୍ରତି ତାଙ୍କର ସମ୍ମାନ ଥିଲା ।

(ଗ) ବିବେକାନନ୍ଦଙ୍କ ବାଲ୍ୟଜୀବନ କିପରି ଥିଲା ?
Answer:
୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ ବିବେକାନନ୍ଦ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ବିଶ୍ବନାଥ ଦତ୍ତ କଲିକତା ଉଚ୍ଚ ବିଚାରାଳୟରେ ଓକିଲାତି କରୁଥିଲେ । ଜ୍ଞାନୀ ଓ ଦାନୀ ଭାବେ ତାଙ୍କର ଯଥେଷ୍ଟ ସୁନାମ ଥିଲା । ମା’ ଭୁବନେଶ୍ଵରୀ ଦେବୀ ଦାନଶୀଳା ଓ ଧର୍ମପରାୟଣା ଥିଲେ । ତାଙ୍କ ପିଲାଦିନର ନାମ ଥିଲା ନରେନ୍ଦ୍ର । ଛାତ୍ର ଭାବରେ ସେ ଖୁବ୍ ବିଚକ୍ଷଣ ଥଲେ । ପାଠସବୁ ତାଙ୍କର ସହଜରେ ମନେ ରହିଯାଉଥିଲା । ପାଠ୍ୟପୁସ୍ତକ ବ୍ୟତୀତ ସେ ଅନ୍ୟସବୁ ପୁସ୍ତକ ମଧ୍ଯ ପଢ଼ି ପକାଉଥିଲେ । ଦୁଃଖୀ ଦରିଦ୍ରମାନଙ୍କୁ ସେ ଖୁବ୍ ଦୟାଭାବ ଦେଖାଉଥିଲେ । ସେ ଘରୁ ଯାହା ପାଉଥିଲେ ସେମାନଙ୍କ ମଧ୍ୟରେ ବାଣ୍ଟି ଦେଉଥିଲେ ।

(ଘ) ବିଲେ କଦଳୀ ବାଡ଼ିରେ ଲୁଚି ବସିଥିଲେ କାହିଁକି ?
Answer:
ଅନେକ ବେଳୁ ସଞ୍ଜ ବୁଡ଼ି ରାତି ହେଲାଣି । ବିଲେ ଘରକୁ ଫେରି ନ ଥିଲା । ବିଲେକୁ ନ ପାଇ ସମସ୍ତେ ବ୍ୟସ୍ତ ହୋଇପଡ଼ିଲେ । ରାତି ଅଧ ହେଲା । କେହି ଜଣେ କଦଳୀ ବାଡ଼ିକୁ କୌଣସି କାମରେ ଯାଇଥିଲା । ସେ ଦେଖିଲା ବିଲେ କଦଳୀ ବାଡ଼ିରେ ଚକାପକାଇ ବସିଛି । ବିଲେକୁ ଘରକୁ ଅଣାଗଲା । ଏହାପରେ ପ୍ରକୃତ କଥା ଜଣାପଡ଼ିଲା । ମାଆ ପୁଅକୁ ରାମାୟଣ କାହାଣୀ କହନ୍ତି । ମା’ ଥରେ କହିଥିଲେ ଯେ ହନୁମାନ ଅମର ଓ ସେ କଦଳୀ ଖାଇବାକୁ ଭଲ ପାଆନ୍ତି । ବିଲେର ଧାରଣା ହେଲା ଯେ ହନୁମାନ ନିଶ୍ଚେ ରାତିରେ କଦଳୀ ଖାଇବାକୁ ଆସିବେ । ତେଣୁ ସେ ହନୁମାନଙ୍କୁ ଦେଖିବାପାଇଁ କଦଳୀ ବାଡ଼ିରେ ଲୁଚି ବସିଥିଲେ ।

(ଙ‍) ବିବେକାନନ୍ଦ ରାମକୃଷ୍ଣଙ୍କର ଶିଷ୍ୟ ହେଲେ କିପରି ?
Answer:
ପିଲାଦିନରୁ ବିବେକାନନ୍ଦ ଅସାଧାରଣ ଶକ୍ତିସମ୍ପନ୍ନ ଥିଲେ ସେ ପାଠ୍ୟପୁସ୍ତକ ବ୍ୟତୀତ ଅନ୍ୟାନ୍ୟ ଅନେକ ବହି ପଢୁଥିଲେ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ଚିନ୍ତାଶୀଳ ହୋଇପଡ଼ିଲେ । ବିଭିନ୍ନ ବିଷୟରେ ଜାଣିବାପାଇଁ ତାଙ୍କ ମନରେ ଆଗ୍ରହ ବଢ଼ିଲା। ଥରେ ବିବେକାନନ୍ଦଙ୍କର ଶ୍ରୀରାମକୃଷ୍ଣଙ୍କ ସହିତ ସାକ୍ଷାତ୍ ହେଲା । ଶ୍ରୀରାମକୃଷ୍ଣ ତାଙ୍କ ମନର ସବୁ ପ୍ରଶ୍ନର ସମାଧାନ କରିଦେଲେ । ମାନବସେବା ଈଶ୍ୱର ସେବା ବୋଲି ବୁଝାଇଦେଲେ । ବିବାହ କରି ଘରସଂସାର କରିବା କି ବିଳାସୀ ଜୀବନଯାପନ କରିବାକୁ ବିବେକାନନ୍ଦଙ୍କର ଇଚ୍ଛା ନଥିଲା । ତେଣୁ ଶ୍ରୀରାମକୃଷ୍ଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସେବାକୁ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିଥିଲେ । ଏହାପରେ ସେ ଶ୍ରୀରାମକୃଷ୍ଣଙ୍କର ସାଧନାପୀଠ କଲିକତା ନିକଟସ୍ଥ ଦକ୍ଷିଣେଶ୍ଵର କାଳୀ ମନ୍ଦିରକୁ ଚାଲିଗଲେ । ସେଠାରେ ସେ ରାମକୃଷ୍ଣଙ୍କ ଶିଷ୍ୟଭାବେ ତାଙ୍କ ପାଖରେ ରହିଲେ ।

(ଚ) ବିବେକାନନ୍ଦଙ୍କୁ ପଣ୍ଡିତମାନେ ମାନବ ଜାତିର ଅଳଙ୍କାର ବୋଲି କାହିଁକି କହିଲେ ?
Answer:
୧୮୯୩ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାର ଚିକାଗୋ ସହରରେ ଅନୁଷ୍ଠିତ ଧର୍ମ ସମ୍ମିଳନୀରେ ବିବେକାନନ୍ଦଙ୍କୁ ଭାଷଣ ଦେବାପାଇଁ ଅଳ୍ପକିଛି ସମୟ ମିଳିଥିଲା । ସେ ଭାରତୀୟ ଧର୍ମ ଓ ଦର୍ଶନ, ହିନ୍ଦୁ ଧର୍ମର ବିଶେଷତ୍ଵ, ବିଶ୍ଵଭ୍ରାତୃତ୍ୱର ବାଣୀ ଇତ୍ୟାଦି ଏଭଳି ଚମତ୍କାର ଭାବରେ ବୁଝାଇଦେଲେ ଯେ ଶ୍ରୋତାମାନେ ମନ୍ତ୍ରମୁଗ୍ଧ ହୋଇଗଲେ । ତାଙ୍କ ଉପରେ ପ୍ରଶଂସା ଅଜାଡ଼ି ହୋଇପଡ଼ିଲା । ସବୁ ମଣିଷ ଈଶ୍ବରଙ୍କ ସନ୍ତାନ, ସମସ୍ତେ ଭାଇ ଭାଇ, ମାନବର ସେବାହିଁ ଈଶ୍ଵରଙ୍କ ସେବା — ଏହା ସେ ବୁଝାଇଦେଲେ । ତାଙ୍କର ଏଭଳି ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ ଶୁଣି ସେଠାରେ ଉପସ୍ଥିତ ଥ‌ିବା ପଣ୍ଡିତମାନେ କହିଲେ, ‘ସେ ହେଉଛନ୍ତି ମାନବ ଜାତିର ଅଳଙ୍କାର ସଦୃଶ’’।

ଲେଖକ ପରିଚୟ:

ଡକ୍ଟର ଶୁଭେନ୍ଦ୍ରମୋହନ ଶ୍ରୀଚନ୍ଦନ ସିଂ (୧୯୩୩) ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ପାପସରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଜଣେ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ଓ ଭାଷା ବିଶାରଦ ଭାବରେ ଓଡ଼ିଶାରେ ସେ ବେଶ୍ ଜଣାଶୁଣା । ତାଙ୍କ ଲିଖ ଶତାଧ୍ଵକ ପୁସ୍ତକ ମଧ୍ୟରେ ‘ସ୍ଵପ୍ନଗନ୍ଧା’, ‘ରତନ ଟାପୁର କାହାଣୀ’, ‘ଆମେ ସବୁଜ’, ‘ଶତାବ୍ଦୀ ପୁରୁଷ’ ଇତ୍ୟାଦି ପ୍ରଧାନ । ବିଷୟ ସୂଚନା

ବିଷୟ ସୂଚନା:

‘ବିଶ୍ୱବିଜୟୀ ବିବେକାନନ୍ଦ’ ପ୍ରବନ୍ଧରେ ଲେଖକ ଭାରତର ସଂସ୍କୃତି ଓ ପରମ୍ପରାର ମହତ୍ତ୍ଵ ଉଲ୍ଲେଖ କରିଛନ୍ତି । ଏଥ‌ିରେ ସ୍ଵାମୀଜୀଙ୍କ ଜୀବନାଦର୍ଶ, ଚିନ୍ତାଧାରା ଏବଂ ମହାନ୍ କାର୍ଯ୍ୟାବଳୀର ଉଲ୍ଲେଖ କରାଯାଇଛି ।

ସାରକଥା:

ଭାରତର ବରପୁତ୍ରମାନଙ୍କ ମଧ୍ୟରେ ସ୍ଵାମୀ ବିବେକାନନ୍ଦ ଅନ୍ୟତମ । ସ୍ଵାମୀଜୀଙ୍କର ପିଲାଦିନର ନାଁ ଥିଲା ‘ବିଲେ’ । ପିଲାଦିନେ ତାଙ୍କର କାର୍ଯ୍ୟକଳାପ ରହସ୍ୟମୟ ଥିଲା । ଦିନେ ରାତିରେ ବିଲେ ଘରକୁ ପଡ଼ିଲେ । କେହି ଜଣେ ରାତି ଅଧରେ କୌଣସି କାମରେ କଦଳୀବାଡ଼ିକୁ ଯିବାରୁ ବିଲେକୁ ସେଠାରେ ଧ୍ୟାନରେ ବସିଥିବାର ଦେଖିଲା । ମାଆଙ୍କ ପାଖରୁ ରାମାୟଣ କାହାଣୀରୁ ସେ ଶୁଣିଥିଲେ ଯେ, ହନୁମାନ କଦଳୀ ଖାଇବାକୁ ଭଲ ପାଆନ୍ତି । ତେଣୁ କଦଳୀ ବାଡ଼ିକୁ ଆସିଲେ ସେ ହନୁମାନଙ୍କୁ ଦେଖୁବେ ବୋଲି ବସି ରହିଥିଲେ । ପିଲାଦିନୁ ତାଙ୍କର ବିଚିତ୍ର କାର୍ଯ୍ୟକଳାପ ଦେଖ୍ ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ ।

ବିଲେଙ୍କର ପିତାଙ୍କ ନାମ ବିଶ୍ଵନାଥ ଦତ୍ତ ଓ ମା’ଙ୍କ ନାମ ଭୁବନେଶ୍ଵରୀ । କଲିକତା ଉଚ୍ଚ ବିଚାରାଳୟରେ ତାଙ୍କ ପିତା ଓକିଲାତି କରୁଥିଲେ । ସେମାନେ ଅତ୍ୟନ୍ତ ଦାନୀ ଓ ଧର୍ମପରାୟଣ ଥିଲେ । ବହୁଦିନ ପର୍ଯ୍ୟନ୍ତ ସେମାନଙ୍କର କୌଣସି ସନ୍ତାନସନ୍ତତି ନ ହେବାରୁ ଭୁବନେଶ୍ଵରୀ କାଶୀର ବୀରେଶ୍ଵର ମହାଦେବଙ୍କୁ ପୂଜାକରି ପୁଅଟିଏ ପାଇଥିଲେ । ସେଇ ପୁଅର ନାଁ ବିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ ବିଲେଙ୍କର ଜନ୍ମ । ପିଲାଦିନେ ତାଙ୍କ ନାଁ ଥିଲା ନରେନ୍ଦ୍ର ଓ ପରେ ତାଙ୍କର ନାଁ ହେଲା ବିବେକାନନ୍ଦ । ବଡ଼ ହେଲାପରେ ପାଠ୍ୟପୁସ୍ତକ ବ୍ୟତୀତ ଅନ୍ୟାନ୍ୟ ବହି ପଢ଼ି ସେ ଜ୍ଞାନଲାଭ କଲେ । କ୍ରମେ ତାଙ୍କ ମନରେ ବିଭିନ୍ନ ବିଷୟରେ ଅନେକ ପ୍ରଶ୍ନ ସୃଷ୍ଟି ହେଲା ! ଶ୍ରୀରାମକୃଷ୍ଣଙ୍କ ସହିତ ତାଙ୍କର ସାକ୍ଷାତ୍ ହେଲା ଏବଂ ସେ ତାଙ୍କ ମନରେ ଜାତ ହୋଇଥିବା ସବୁ ପ୍ରଶ୍ନର ସମାଧାନ କରିଦେଲେ । ସବୁ ଧର୍ମ ସମାନ ଏବଂ ମାନବର ସେବାହିଁ ଭଗବାନଙ୍କର ପ୍ରକୃତ ପୂଜା ବୋଲି ସେ ବୁଝାଇଦେଲେ ।

୧୮୮୫ ମସିହାରେ ନରେନ୍ ବି.ଏ. ପାସ୍କକଲେ । ହଠାତ୍ ତାଙ୍କ ପିତା ସ୍ୱର୍ଗାରୋହଣ କଲେ । ଘରକୁ ଚଳାଇବା ଭାର ତାଙ୍କ ଉପରେ ପଡ଼ିଲା । ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା, ତେଣୁ ଅର୍ଥ ଉପାର୍ଜନ କରି ଘର ଚଳାଇବା ନରେନ୍‌ଙ୍କ ପକ୍ଷେ ବହୁ କଷ୍ଟକର ହୋଇପଡ଼ିଲା । କିଛିଦିନ ଶିକ୍ଷକତା କରି ସେ ଗୁଜୁରାଣ ମେଣ୍ଟାଇବାକୁ ଚେଷ୍ଟା କଲେ, ମାତ୍ର ଅଭାବ ଦୂର ହେଲା ନାହିଁ । ଏତେ ଅଭାବ ସତ୍ତ୍ଵେ ସେ ବିଚଳିତ ହେଉ ନଥା’ନ୍ତି ।

ବିବାହ କରି ଘରସଂସାର କରିବା ଅଥବା ଅର୍ଥ ଉପାର୍ଜନ କରି ବିଳାସବ୍ୟସନରେ ଜୀବନ କଟାଇବାକୁ ସେ ଚାହିଁ ନଥିଲେ । ସେ ଶ୍ରୀରାମକୃଷ୍ଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିନେଲେ । ଶ୍ରୀରାମକୃଷ୍ଣଙ୍କ ସାଧନାପୀଠ ଦକ୍ଷିଣେଶ୍ବର କାଳିମନ୍ଦିରରେ ରହି ସେ ଗୁରୁଙ୍କ ଆଶୀର୍ବାଦ ଲାଭ କଲେ ।

୧୮୮୬ ମସିହାରେ ଶ୍ରୀରାମକୃଷ୍ଣ ପରମହଂସଙ୍କର ମହାପ୍ରୟାଣ ପରେ ସେ ଭାରତ ଭ୍ରମଣରେ ବାହାରିଲେ । ସେ ବହୁ ସ୍ଥାନରେ ଧର୍ମ ଓ ଈଶ୍ବରଙ୍କ ସମ୍ବନ୍ଧରେ ପାଣ୍ଡିତ୍ୟପୂର୍ଣ୍ଣ ଭାଷଣମାନ ଦେଲେ । ତାଙ୍କ ବକ୍ତୃତା ସମସ୍ତଙ୍କୁ ମୁଗ୍‌ଧ ଓ ପ୍ରଭାବିତ କଲା । ଶେଷରେ ସେ ରାମେଶ୍ବରରେ ପହଞ୍ଚିଲେ ଓ ସେଠାରୁ କନ୍ୟାକୁମାରୀ ଗଲେ । କୁମାରୀ ସାଗର ମଧ୍ୟରେ ଏକ ଶିଳାଖଣ୍ଡ ଉପରେ ବସି ଧ୍ୟାନସ୍ଥ ଥ‌ିବାବେଳେ ତାଙ୍କୁ ଶ୍ରୀରାମକୃଷ୍ଣଙ୍କ ବାଣୀ ଏ ସମୁଦ୍ର, ଦୂର ଦେଶରେ ଭାରତର ବାଣୀ ପହଞ୍ଚାଇ ଦେ’। ୧୮୯୩ ମସିହାରେ ଆମେରିକାର ଚିକାଗୋ ସହରରେ ଗୋଟିଏ ବିରାଟ ଧର୍ମସଭାର ଆୟୋଜନ ହେଉଥାଏ । ବିବେକାନନ୍ଦ ଚିକାଗୋ ଗଲେ । ଜାହାଜରେ ଆମେରିକାର ଜଣେ ବିଖ୍ୟାତ ଅଧ୍ୟାପକ ତାଙ୍କର ପାଣ୍ଡିତ୍ୟ ଦେଖୁ ସେହି ସମ୍ମିଳନୀରେ ଯୋଗ ଦେବାପାଇଁ ସୁବିଧା କରିଦେଲେ ।

୧୮୯୩ ମସିହା ସେପ୍ଟେମ୍ବର ୧୧ ତାରିଖ । ଚିକାଗୋର ବିଶ୍ବ ଧର୍ମସଭାରେ ବହୁ ପଣ୍ଡିତଙ୍କର ସମାଗମ ହୋଇଥାଏ । ସବୁଧର୍ମର ପ୍ରତିନଧୂମାନେ ସେମାନଙ୍କ ଭାଷଣ ଦେଇ ସାରିଥା’ନ୍ତି । ସଭାମଞ୍ଚରେ ଗଭୀର ନୀରବତା । ଭାରତର ଜଣେ ତରୁଣ ସନ୍ନ୍ୟାସୀ କିଛି କହିବେ । କମ୍ ସମୟ ଦିଆଯାଇଛି ତାଙ୍କୁ । ବିବେକାନନ୍ଦ ଆରମ୍ଭ କଲେ – ‘ଆମେରିକାବାସୀ ଭାଇ ଓ ଭଉଣୀମାନେ !’’ ଶ୍ରୋତାମାନେ ଆନନ୍ଦରେ ତାଳିମାରି ଅଭିନନ୍ଦନ ଜଣାଇଲେ । ଭାରତୀୟ ଧର୍ମ, ଦର୍ଶନ ସମ୍ପର୍କରେ ଭାଷଣ ଦେଇ ସେ ସମସ୍ତଙ୍କୁ ଚମତ୍କୃତ କରିଦେଲେ । ଆମେରିକାର ବିଭିନ୍ନ ସମ୍ବାଦପତ୍ରରେ ତାଙ୍କର ଭାଷଣ ଓ ଫଟୋଚିତ୍ରମାନ ପ୍ରକାଶ ପାଇଲା । ଏସବୁ ପରେ ପଣ୍ଡିତମାନେ ମୁକ୍ତକଣ୍ଠରେ କହିଲେ – ‘ସେ ହେଉଛନ୍ତି ମାନବ ଜାତିର ଅଳଙ୍କାର ସଦୃଶ ।’’ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଦେଶର ବହୁ ନରନାରୀ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କଲେ । ମାର୍ଗାରେଟ୍ ନୋବେଲ ନାମକ ଜଣେ ମହିଳା ତାଙ୍କର ପ୍ରିୟ ଶିଷ୍ୟା ଥିଲେ । ପରେ ସେ ଭଗିନୀ ନିବେଦିତା ନାମରେ ପରିଚିତା ହେଲେ ।

୧୮୯୭ ମସିହାରେ ‘ରାମକୃଷ୍ଣ ମିଶନ’ ପ୍ରତିଷ୍ଠା କଲେ । ଏହି ସେବା ଅନୁଷ୍ଠାନକୁ ଚଳାଇବାପାଇଁ ସ୍ଵାମୀଜୀ ଆଣିଥିଲେ । ଅସ୍ପୃଶ୍ୟତା ଦୂରୀକରଣ, ନାରୀଶିକ୍ଷାର ପ୍ରସାର, ସାମ୍ପ୍ରଦାୟିକ ସଦ୍‌ଭାବ ସେ ଦେଶରେ ପ୍ରଚାର କରିଥିଲେ । ଅକ୍ଲାନ୍ତ ପରିଶ୍ରମ କରିବାରୁ ତାଙ୍କର ସ୍ଵାସ୍ଥ୍ୟ ଭଗ୍ନ ହେଲା ଓ ୧୯୦୨ ମସିହା ଜୁଲାଇ ୪ ତାରିଖ ଦିନ ଧ୍ୟାନସ୍ଥ ଅବସ୍ଥାରେ ସେ ଇହଧାମ ତ୍ୟାଗ କଲେ । ଏକାଧାରରେ ସେ ଥିଲେ ଗୁରୁ, ଦେଶପ୍ରେମୀ, ମାନବବାଦୀ ଓ ବିଶ୍ଵପ୍ରେମୀ ।

କଠିନ ଶବ୍ଦାର୍ଥ:

  • ଶ୍ରୀରାମକୃଷ୍ଣ – ଶ୍ରୀରାମକୃଷ୍ଣ ପରମହଂସ ( ୧୮୩୬-୧୮୮୬) ବିଖ୍ୟାତ ଯୋଗସିଦ୍ଧ ସନ୍ନ୍ୟାସୀ ।
  • ଚିନ୍ତାଶୀଳ – ଯେ ଚିନ୍ତା କରେ ।
  • ଗୁଜୁରାଣ – ଦୈନିକ ଖର୍ଚ୍ଚ ।
  • ଅବିଚଳିତ – ବ୍ୟସ୍ତ ନହୋଇ ।
  • ଅନୁପ୍ରାଣିତ – ଉତ୍ସାହିତ, ପ୍ରଭାବିତ ।
  • ବାଲ୍ମିତା – ବକ୍ତୃତା ଦେବାର ଦକ୍ଷତା ।
  • ଅସ୍ପୃଶ୍ୟତା – ଛୁଆଁ ଅଛୁଆଁ ଭେଦଭାବ ।
  • ଅଧ୍ୟୟନ – ପାଠପଢ଼ା ।
  • ନିର୍ବିକାର – ବିକାରହୀନ ।
  • ବକ୍ତବ୍ୟ – ଯାହା କହିବା ଉଚିତ, ଭାଷଣ ।
  • ମୁଗ୍‌ଧ – ବିମୋହିତ ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Odisha State Board BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ Textbook Exercise Questions and Answers.

BSE Odisha Class 6 Odia Solutions Chapter 11 କିଏ ଭାସେ କିଏ ବୁଡ଼େ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ତାକବାଜି ଯନ୍ତ୍ରରେ ସକାଳୁ ଦୁଇଜଣ ଲୋକ କ’ଣ ପ୍ରଚାର କରୁଥିଲେ?

ସକାଳୁ ଦୁଇଜଣ ଲୋକ ଡାକବାଜି ଯନ୍ତ୍ରରେ ପ୍ରଚାର କରୁଥିଲେ ‘‘ଭାଇ ଓ ଭଉଣୀମାନେ, ଦେଖିବାକୁ ଭୁଲନ୍ତୁ ନାହିଁ । ଆଜି ରାତିରେ ଏକ ସମ୍ପୂର୍ଣ୍ଣ ନୂଆ ଧରଣର ନାଟକ ଅଭିନୀତ ହେବ। ମନକୁ ଚମକେଇ ଦେଖୁଲେ ଜୀବନସାରା ଭୁଲିହେବ ନାହିଁ । ଏଥ‌ିରେ ବଛାବଛା ଅଭିନେତା ଓ ଅଭିନେତ୍ରୀମାନେ ଅଭିନୟ କରିବେ ।’’

(ଖ) ସେମାନେ କେଉଁ ନାଟକ କଥା ପ୍ରଚାର କଲେ ?
Answer:
ସେମାନେ ଏକ ନୂଆ ଧରଣର ନାଟକ, ‘ଭାସିଲା ପଥର ବୁଡ଼ିଲା ଶୋଲ’ କଥା ପ୍ରଚାର କଲେ ।

(ଗ) ପୋଲିସ୍ କାହାକୁ ଧରି ନେଇଗଲା ?
Answer:
ପୋଲିସ୍ ନିରୀହ ଓ ନିଘୋଷ ଲୋକଟିକୁ ଭୁଲ୍‌ରେ ଧରି ନେଇଗଲା ।

(ଘ) ଆର୍କିମେଡ଼ିସ୍‌ କ’ଣ କହି କହି ଦାଣ୍ଡରେ ଧାଇଁଲେ ?
Answer:
ଆର୍କିମେଡ଼ିସ୍‌ ‘ଇଉରେକା, ଇଉରେକା’ କହି କହି ଦାଣ୍ଡରେ ଧାଇଁଲେ ।

(ଙ) ରାଜା କ’ଣ ପରୀକ୍ଷା କରିବାକୁ ଚାହିଁଥିଲେ ?
Answer:
ରାଜା ଯେଉଁ ସୁନାର ମୁକୁଟଟି ତିଆରି କରିଥିଲେ, ତାହା ଖାଣ୍ଟି ସୁନାର କିମ୍ବା କାରିଗର ସେଥୁରେ କିଛି ନକଲି ସୁନା ମିଶାଇଛି, ତାହା ପରୀକ୍ଷା କରିବାକୁ ଚାହିଁଥିଲେ ।

(ଚ) ଆର୍କିମେଡ଼ିସ୍‌ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
ଆର୍କିମେଡ଼ିସ୍‌ ଇଟାଲୀର ସିସିଲି ଦ୍ଵୀପ ଅନ୍ତର୍ଗତ ସିରାକ୍ୟୁଜ୍ ନାମକ ସହରରେ ଜନ୍ମଗ୍ରହଣ କରିଥିଲେ ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୨ ।
(କ) ନାଟକର ନାଁ ଶୁଣି ଲୋକମାନେ କାହିଁକି ଆଶ୍ଚର୍ଯ୍ୟାନ୍ବିତ ହେଲେ ?
Answer:
ନାଟକର ନାଁ ଥିଲା ‘ଭାସିଲା ପଥର ବୁଡ଼ିଲା ଶୋଲ’। ଯାତ୍ରାଦଳ ସମସ୍ତେ ଜାଣନ୍ତି ପଥର ବୁଡ଼େ ଓ ଶୋଲ ଭାସେ; ମାତ୍ର ଯାତ୍ରା ଦଳ କହୁଛନ୍ତି, ପଥର ଭାସିବ ଓ ଶୋଲ ବୁଡ଼ିବ । ଏହା ସମ୍ପୂର୍ଣ୍ଣ ବିପରୀତ କଥା! ହୋଇଥିବାରୁ ଲୋକମାନେ ଆଶ୍ଚର୍ଯ୍ୟାନ୍ବିତ ହେଲେ ।

(ଖ) କେଉଁ କାରଣରୁ ନାଟକ ଶେଷରେ ଲୋକମାନେ ନିରାଶ ହେଲେ ?
Answer:
ଯାତ୍ରାରେ ପଥର ନଥିଲା କି ଶୋଲ ନଥୁଲା, ପାଣି ମଧ୍ୟ ନଥିଲା । ନିତିଦିନିଆ ଘଟଣା ପରି ନାଟକର ବିଷୟବସ୍ତୁ, ଆଉ ଦୁଇଜଣକ ମଧ୍ୟରେ ଲଢ଼େଇକୁ ନେଇ ନାଟକ ଚାଲିଥିଲା । ଏଥିପାଇଁ ଲୋକେ ନିରାଶ ହେଲେ ।

(ଗ) ଲୋକମାନେ କେଉଁଥପାଇଁ ଆର୍କିମେଡ଼ିସ୍‌ଙ୍କୁ ପାଗଳ ବୋଲି ଭାବିଲେ ?
Answer:
ଆର୍କିମେଡ଼ିସ୍‌ ଗାଧୋଇଲାବେଳେ ବିଜ୍ଞାନର ନୂଆ ସତ୍ୟଟି ପାଇଯିବାରୁ ‘ଇଉରେକା, ଇଉରୋକା’ କହି ମଝିଦାଣ୍ଡରେ ଉଲଗ୍ନ ହୋଇ ଧାଇଁଥିଲେ । ତାଙ୍କୁ ଏପରି ଅବସ୍ଥାରେ ଦେଖ୍ ଲୋକେ ପାଗଳ ବୋଲି ଭାବିଲେ ।

(ଘ) ଆର୍କିମେଡ଼ିସ୍‌ ଏତେ ବିହ୍ବଳ ହେବାର କାରଣ କ’ଣ ?
Answer:
ବହୁଦିନ ଧରି ସେ ଖୋଜୁଥ‌ିବା ବିଜ୍ଞାନର ଗୋଟିଏ ତତ୍ତ୍ବ ଆର୍କିମେଡ଼ିସ୍‌ ହଠାତ୍ ପାଇଯିବାରୁ ଖୁସିରେ ଏତେ ବିହ୍ଵଳ ହୋଇ ଯାଇଥିଲେ ।

(ଙ) ଆର୍କିମେଡ଼ିସ୍‌ କେଉଁ ସକାଶେ ଚିନ୍ତିତ ଥିଲେ ?
Answer:
ରାଜା ତିଆରି କରିଥିବା ସୁନା ମୁକୁଟଟି ଖାଣ୍ଟି ସୁନାର କିମ୍ବା କାରିଗର କିଛି ନକଲି ସୁନା ମିଶାଇଛି, ସେ ତାହା ଜାଣିବାକୁ ଚାହୁଁଥିଲେ । ମୁକୁଟଟିକୁ ନ ଭାଙ୍ଗି ବା ନିଆଁରେ ନ ତରଳାଇ ଏକଥା କିପରି ଜାଣିହେବ ସେ ଦାୟିତ୍ଵ ଆର୍କିମେଡ଼ିସ୍‌ଙ୍କୁ ଦିଆଯାଇଥିଲା । ସେଥ‌ିପାଇଁ ଆର୍କିମେଡ଼ିସ୍‌ ଖୁବ୍ ଚିନ୍ତିତ ଥିଲେ ।

(ଚ) ଗାଧୋଇବା ସମୟରେ ଆକ୍ସିମେଡ଼ିସ୍‌ଙ୍କ ମୁଣ୍ଡକୁ କେଉଁ କଥା ଜୁଟିଗଲା ?
Answer:
ଗାଧୋଇବା ସମୟରେ ପାଣିଭର୍ତ୍ତି କୁଣ୍ଡରେ ଆର୍କିମେଡ଼ିସ୍‌ ପ୍ରବେଶ କରିବା ମାତ୍ରେ ସେଥୁରୁ କିଛି ପାଣି ଉଛୁଳି ବାହାରକୁ ଚାଲିଗଲା । ସେ କୁଣ୍ଡ ଭିତରେ ବସିଥିବା ବେଳେ ଅନୁଭବ କଲେ, କେହି ଯେପରି ତାଙ୍କୁ ଉପରକୁ ଠେଲି ଦେଉଛି । କୌଣସି ପଦାର୍ଥ ବା ବସ୍ତୁକୁ ପାଣିରେ ବୁଡ଼ାଇଲେ ତା’ର ଓଜନ କମିଗଲା ପରି ବୋଧହୁଏ । ପଦାର୍ଥ ବା ବସ୍ତୁ ପାଣି ଭିତରେ ଯେତିକି ସ୍ଥାନ ଅଧିକାର କରେ, ସେହି ସ୍ଥାନରେ ଥ‌ିବା ପାଣିର ଓଜନ ଯେତିକି, ପଦାର୍ଥ ବା ବସ୍ତୁର ଓଜନ ସେତିକି କମିଯାଏ । ଏହି କଥାଟି ଆର୍କିମେଡ଼ିସ୍‌ଙ୍କ ମୁଣ୍ଡକୁ ଜୁଟିଗଲା, ଯାହାକୁ ଆଧାର କରି ରାଜାଙ୍କ ସୁନା ମୁକୁଟଟି କେତେ ଖାଣ୍ଟି, ତାହା ସେ ଜାଣିପାରିଲେ ।

(ଛ) ଲୁହା କାହିଁକି ତଳକୁ ବୁଡ଼ିଯାଏ ?
ଲୁହା ଖଣ୍ଡେ ପାଣିରେ ପକାଇଲେ ଯେତିକି ପାଣି ଉଛୁଳାଏ, ସେଇ ପାଣିରେ ଓଜନ ଲୁହାଖଣ୍ଡର ଓଜନଠାରୁ କମ । ତେଣୁ ଲୁହା ପାଣିରେ ବୁଡ଼ିଯାଏ ।

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ସବୁ କଥାକୁ ଏମିତି ନିଠେଇ କରି ଧରୁଛି । ଆଜିକାଲି ପିଲାଙ୍କର ଲକ୍ଷଣ ହେଉଛି ଏଇଆ ।
Answer:
ସବୁ କଥାକୁ ……………………………….. ହେଉଛି ଏଇଆ ।
ଶଂସିତ ଗଦ୍ୟାଶଟି ପଠିତ ସାହିତ୍ୟ ବହିର ‘କିଏ ଭାସେ, କିଏ ବୁଡ଼େ ?’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ଲେଖକ ଡକ୍ଟର କୁଳମଣି ସାମଲ ଆଜିର ବିଜ୍ଞାନଯୁଗର ପିଲାଙ୍କର ଲକ୍ଷଣ ସମ୍ପର୍କରେ ଅଜାଙ୍କ ମୁହଁରେ ବର୍ଣ୍ଣନା କରାଇଛନ୍ତି । ଅଜାଙ୍କ ସହ ମୁନା ନାଟକ ଦେଖିବାକୁ ଯାଇଥିଲା । ସେ ଭାସିବା ବୁଡ଼ିବା କଥା କିଛି ବୁଝି ପାରିନଥିଲା । ସେ ଅଜାଙ୍କୁ ସେ ବିଷୟରେ ପଚାରିଲା । ଅଜା ତାକୁ ପଥର ପାଣିରେ ବୁଡ଼େ, ଶୋଲ ଭାସେ ବୋଲି କହିଲେ । ଶୋଲ କାହିଁକି ଭାସେ ଆଉ ପଥର କାହିଁକି ବୁଡ଼େ; ସେ ସମ୍ପର୍କରେ ମୁନା ଅଜାଙ୍କୁ ପ୍ରଶ୍ନ ପଚାରିଲା । ଅଜା ବୁଝାଇଲେ, ପଥର ଓଜନିଆ ହୋଇଥିବାରୁ ବୁଡ଼ିଯାଏ ଓ ଶୋଲ ହାଲୁକା ହୋଇଥିବାରୁ ଭାସେ ।

ମୁନା ପୁଣି ପଚାରିଲା, ଦୁଇ କିଲୋ ଓଜନର ଶୋଲ ବିଟି ଏକ କିଲୋ ଓଜନର ଲୁହା ଖଣ୍ଡଠାରୁ ଓଜନିଆ ହୋଇଥିବାରୁ ଶୋଲ ବିଡ଼ାଟି ତ ବୁଡ଼ିଯିବ ଓ ଲୁହା ଖଣ୍ଡଟି ଭାସିବ । ମୁନାର ଏଭଳି ପ୍ରଶ୍ନରେ ଅଜା ହଡ଼ବଡ଼େଇ ଗଲେ ଓ ମହା ଅଡ଼ୁଆରେ ପଡ଼ିଗଲେ । ତା’ର ଟିକିନିଖ୍ ପରୀକ୍ଷା କରିବା ଗୁଣକୁ ଦେଖୁ ଅଜା ଭାବିଲେ, ନାତି ତାଙ୍କର ବିଜ୍ଞାନ ପାଠ ପଢ଼ିଛି । ତେଣୁ ପ୍ରତିଟି କଥାକୁ ଭଲକରି ପରୀକ୍ଷା କରୁଛି । କେବଳ ମୁନା ନୁହେଁ, ଆଜିକାଲି ପ୍ରତ୍ୟେକ ପିଲାଙ୍କର ଲକ୍ଷଣ ଏଇଆ । ସେମାନେ ପ୍ରତିଟି କଥାକୁ ଟିକିନିଖ୍ ପରୀକ୍ଷା ନ କରି ଅନ୍ଧ ଭାବରେ ବିଶ୍ଵାସ କରନ୍ତି ନାହିଁ । କାରଣ ସେମାନେ ବିଜ୍ଞାନ ଯୁଗର ପିଲା ଅଟନ୍ତି । ବାସ୍ତବରେ ଲେଖକଙ୍କର ଏହି ମନ୍ତବ୍ୟ ଯଥାର୍ଥ ଅଟେ ।

(ଖ) ଗୋଟିଏ ଛୋଟିଆ ଘଟଣାରୁ କେମିତି ବିଜ୍ଞାନର ଏଡ଼େ ବଡ଼ ତଥ୍ୟଟିଏ ମିଳିଗଲା !
Answer:
ଗୋଟିଏ ଛୋଟିଆ …………………………………… ତଥ୍ୟଟିଏ ମିଳିଗଲା !
ଶଂସିତ ଗଦ୍ୟାଶଟି ଡକ୍ଟର କୁଳମଣି ସାମଲଙ୍କ ଲିଖ୍ ‘କିଏ ଭାସେ, କିଏ ବୁଡ଼େ ?’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ବିଜ୍ଞାନର ଗୁରୁତ୍ଵପୂର୍ଣ୍ଣ ତଥ୍ୟ କିପରି ଛୋଟିଆ ଘଟଣାରୁ ମିଳିଯାଏ, ସେ ସମ୍ପର୍କରେ ଲେଖକ ଆଲୋକପାତ କରିଛନ୍ତି । ରାଜା ତିଆରି କରିଥିବା ମୁକୁଟଟି ଖାଣ୍ଟି ସୁନାର ନା କାରିଗର କିଛି ନକଲି ସୁନା ମିଶାଇଛି ତାହା ଜାଣିବାକୁ ରାଜା ଆର୍କିମେଡ଼ିସ୍‌ଙ୍କୁ ଦାୟିତ୍ଵ ଦେଇଥିଲେ । ମୁକୁଟଟିକୁ ନ ଭାଙ୍ଗି କିମ୍ବା ନିଆଁରେ ନ ତରଳାଇ ଏ କଥା ଜାଣିବାକୁ ପଡ଼ିବ । ସେ ବହୁତ ଦିନ ଧରି ଏ ବିଷୟରେ ଚିନ୍ତାକଲା ପରେ ଥରେ ଗାଧୁଆ ଘରେ ପାଣି କୁଣ୍ଡରେ ପଶି ଗାଧୋଇବାବେଳେ ଏହି ବୈଜ୍ଞାନିକ ତଥ୍ୟଟିକୁ ଜାଣିପାରିଲେ ।

ପାଣିକୁଣ୍ଡରେ ବସିବା ଫଳରେ ଯେତିକି ପରିମାଣରେ ପାଣି ବାହାରକୁ ଉଛୁଳିଗଲା, ସେହି ପରିମାଣର ଠେଲାବଳ ପ୍ରୟୋଗକରି ପାଣି ତାଙ୍କୁ ଉପରକୁ ଠେଲୁଥ‌ିବାର ସେ ଅନୁଭବ କଲେ । ଏହି ତଥ୍ୟକୁ ଆଧାରକରି ଆର୍କିମେଡ଼ିସ୍‌ ରାଜାଙ୍କ ସୁନା ମୁକୁଟଟି କେତେ ଖାଣ୍ଟି ତାହା ଜାଣିପାରିଥିଲେ । ଆର୍କିମେଡ଼ିସ୍‌ ବୈଜ୍ଞାନିକ ଓ ଗଣିତଜ୍ଞ ଥିଲେ । ସେ ଗାଧୁଆଘରୁ ଯେଉଁ ତଥ୍ୟଟି ପାଇଥିଲେ, ତାହାକୁ ଆଧାର କରି ବସ୍ତୁଟିଏ କାହିଁକି ପାଣିରେ ବୁଡ଼େ ବା ଭାସେ, ସେ ସମ୍ପର୍କରେ ଏକ ବୈଜ୍ଞାନିକ ତଥ୍ୟ ବାହାର କରିପାରିଥିଲେ । ଏପରି ଏକ ଛୋଟିଆ ଘଟଣାରୁ ହିଁ ବିଜ୍ଞାନର ଏକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିପାରିଲା, ଯାହାପାଇଁ ସେହି ବୈଜ୍ଞାନିକ ପୃଥ‌ିବୀ ପ୍ରସିଦ୍ଧ ହୋଇପାରିଥିଲେ । ବାସ୍ତବରେ ଲେଖକଙ୍କର ଏହି ମନ୍ତବ୍ୟ ଯୁକ୍ତିଯୁକ୍ତ ଅଟେ ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୪।
ଏହି ପାଠରେ ‘ଠେଲାଠେଲି’ ପରି କେତେଗୁଡ଼ିଏ ଯୋଡ଼ା ଶବ୍ଦ ରହିଛି । ତାକୁ ଖୋଜି ବାହାର କର ।
Answer:
ଗଡ଼ାଗଡ଼ି, ମରାମରି, କୁହାକୁହି, ପୂରାପୂରି ।

Question ୫।
ତଳ ଅନୁଚ୍ଛେଦଟିରେ କୌଣସି ବିରାମ ଚିହ୍ନ ଦିଆଯାଇ ନାହିଁ । ଉପଯୁକ୍ତ ବିରାମ ଚିହ୍ନ ଲଗାଇ ଅନୁଚ୍ଛେଦଟିକୁ ଆଉ ଥରେ ଲେଖ ।
ମୁନା କିନ୍ତୁ ଛାଡ଼ିବା ପିଲା ନୁହେଁ ସେ କହିଲା ନାହିଁ ମ ଅଜା କେତେ ପରିମାଣର ଲୁହା ବା ଶୋଲକୁ କେତେ ପରିମାଣର ପାଣି ସେ କଥା ନ କହିଲେ କିଏ ଓଜନିଆ କିଏ ହାଲୁକା ଜାଣିହେବ କେମିତି
Answer:
ମୁନା କିନ୍ତୁ ଛାଡ଼ିବା ପିଲା ନୁହେଁ । ସେ କହିଲା, ‘ନାହିଁମ ଅଜା, କେତେ ପରିମାଣର ଲୁହା ବା ଶୋଲକୁ କେତେ ପରିମାଣର ପାଣି ଦରକାର, ସେକଥା ନ କହିଲେ, କିଏ ଓଜନିଆ, କିଏ ହାଲୁକା ଜାଣିହେବ କେମିତି ?’’

Question ୬।
ନିମ୍ନଲିଖ ଶବ୍ଦଗୁଡ଼ିକୁ ବ୍ୟବହାର କରି ମନରୁ ବାକ୍ୟ
ଅନତାପ, ପ୍ରତିଭାବାନ୍, ସ୍ୱତ୍ର, ଗଣିତଜ୍ଞ
Answer:
ଅନୁତାପ – ନିଜର ଦୋଷପାଇଁ ହରି ଅନୁତାପ
ପ୍ରତିଭାବାନ୍ – ରାମ ଗୋଟିଏ ପ୍ରତିଭାବାନ୍ ପିଲା ଅଟେ ।
ସୂତ୍ର – ଗଣିତର ସୂତ୍ର ନ ଜାଣିଲେ ଗଣିତ କଷି ହେବ ନାହିଁ ।
ଗଣିତଜ୍ଞ – ପିଥାଗୋରସ୍ ଜଣେ ମହାନ୍ ଗଣିତଜ୍ଞ ଥିଲେ ।

Question ୭ ।
‘କ’ ସ୍ତମ୍ଭର ଯେଉଁ ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥ‌ିବା ଶବ୍ଦର ସମ୍ପର୍କ ଅଛି, ତାକୁ ବାଛି ଲେଖ ।

‘କ’ ସ୍ତମ୍ଭ ‘ଖ’
ସୁନ୍ଦର ସୁନା
ଶାନ୍ତି ଯନ୍ତ୍ରି
ନିଶ୍ ଅବସ୍ଥା
ତାକବାଜି ଲୁଗା
ଉଲଗ୍ନ ସ୍ୱର
ଖାଣ୍ଟି ଶୃଙ୍ଖଳା

Answer:

‘କ’ ସ୍ତମ୍ଭ ‘ଖ’
ସୁନ୍ଦର ସ୍ୱର
ଶାନ୍ତି ଶୃଙ୍ଖଳା
ନିଶ୍ ଫୁଲାଇ
ତାକବାଜି ଯନ୍ତ୍ରି
ଉଲଗ୍ନ ଅବସ୍ଥା
ଖାଣ୍ଟି ସୁନା

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୮।
ନିମ୍ନଲିଖ୍ ଶବ୍ଦଗୁଡ଼ିକୁ ବ୍ୟବହାର କରି ଆର୍କିମେଡ଼ିସ୍‌ଙ୍କ ସମ୍ପର୍କରେ ଅନୁଚ୍ଛେଦଟିଏ ଲେଖ ।
ସିସିଲି, ମୂଲ୍ୟବାନ୍ ତଥ୍ୟ, ସିରାକ୍ୟୁଜ୍ ରାଜା, ଅନୁତାପ, ଶତ୍ରୁ ସୈନ୍ୟ, ସମ୍ମାନ, ପ୍ରତିଭାବାନ୍
Answer:
ମାନବ ଜଗତକୁ ଏଭଳି ଏକ ମୂଲ୍ୟବାନ୍ ତଥ୍ୟ ଦେଇଥ‌ିବା ବୈଜ୍ଞାନିକ ଆର୍କିମେଡ଼ିସ୍‌ ଇଟାଲୀର ସିସିଲି ଦ୍ବୀପ ଅନ୍ତର୍ଗତ ସିରାକ୍ୟୁଜ୍ ସହରରେ ଖ୍ରୀ.ପୂ. ୨୮୭ରେ ଜନ୍ମଗ୍ରହଣ କରିଥିଲେ ଓ ଖ୍ରୀ.ପୂ. ୨୧୨ରେ ମୃତ୍ୟୁବରଣ କରିଥିଲେ । ସେତେବେଳେ ସିରାକ୍ୟୁଜ୍‌ର ରାଜାଙ୍କ ସହିତ ରୋମୀୟମାନଙ୍କର ବରାବର ଯୁଦ୍ଧ ହେଉଥିଲା । ରୋମୀୟମାନେ ସିରାକ୍ୟୁଜ୍ ଦଖଲ କଲାବେଳେ ଚିହ୍ନି ନପାରି ଭୁଲ୍‌ରେ ତାଙ୍କୁ ହତ୍ୟା କଲେ । ଏକଥା ଜଣାପଡ଼ିବା ପରେ ସେମାନେ ଖୁବ୍ ଅନୁତାପ କରିଥିଲେ । କାରଣ ସେମାନେ ଆର୍କିମେଡ଼ିସ୍‌ଙ୍କୁ ଆଗରୁ ଦେଖୁ ନଥିଲେ ମଧ୍ୟ ତାଙ୍କ ନାଆଁ ଶୁଣିଥିଲେ । ଶତ୍ରୁ ସୈନ୍ୟ ହେଲେ ମଧ୍ୟ ଏଭଳି ଜଣେ ପ୍ରତିଭାବାନ୍ ବୈଜ୍ଞାନିକଙ୍କ ପାଖରେ ସେମାନଙ୍କର ମୁଣ୍ଡ ନଇଁଗଲା । ତାଙ୍କ ଉଦ୍ଦେଶ୍ୟରେ ଭକ୍ତି ଓ ସମ୍ମାନ ଜଣାଇ ଶବକୁ ନେଇ ସମାଧି ଦେଲେ ।

Question ୯।
‘ଅଭିନୟ’ ଶବ୍ଦରୁ ଯେପରି ‘ଅଭିନୀତ’ ହେଉଛି, ସେପରି ନିମ୍ନଲିଖ୍ ଶବ୍ଦଗୁଡ଼ିକର ନୂଆ ରୂପଟି କ’ଣ ହେବ ଲେଖ ।
ଆବିଷ୍କାର, ଶୃଙ୍ଖଳା, ପୁରସ୍କାର, ଅନୁମାନ, ଅନୁଭବ
Answer:
ଆବିଷ୍ଣାର – ଆରିଷ୍ଠତ
ଶୃଙ୍ଖଳା – ଣ୍ଠଙ୍ଖଳିତ
ପୁରସ୍କାର – ପୁରସୃତ
ଅନ୍ୟମାନ – ଅନୁମିତ
ଅନୁଭବ – ଅନୁଭୂତ

Question ୧୦।
‘ଗଣିତ ଯେ ଜାଣନ୍ତି’ ତାଙ୍କୁ ଗୋଟିଏ ଶବ୍ଦରେ କୁହାଯାଏ ‘ଗଣିତଜ୍ଞ’ । ସେହିପରି ଏମାନଙ୍କୁ ଗୋଟିଏ ଶବ୍ଦରେ କ’ଣ କୁହାଯାଏ, ଲେଖ ।
Answer:
ସଙ୍ଗୀତ ଯେ ଜାଣନ୍ତି – ସଙ୍ଗୀତଜ୍ଞ
ବେଦ ଯେ ଜାଣନ୍ତି – ବେଦଜ୍ଞ
ଶାସ୍ତ୍ର ଯେ ଜାଣନ୍ତି – ଶାସ୍ତ୍ରଜ୍ଞ
ଆଇନ ଯେ ଜାଣନ୍ତି – ଆଇନଜ୍ଞ
ରାଜନୀତି ଯେ ଜାଣନ୍ତି – ରାଜନୀତିଜ୍ଞ
ସଂସ୍କୃତ ଯେ ଜାଣନ୍ତି – ସଂସ୍କୃତଜ୍ଞ

ତୁମ ପାଇଁ କାମ:

୧। ଆର୍କିମିଡ଼ିସ୍‌ଙ୍କ ଫଟୋ ସଂଗ୍ରହ କରି ଶ୍ରେଣୀରେ ରଖ ।
୨। ଡକ୍ଟର କୂଳମଣି ସାମଲଙ୍କ ଲିଖ୍ ଅନ୍ୟ ବିଜ୍ଞାନଗଳ୍ପକୁ ସଂଗ୍ରହ କରି ପଢ଼ ।

ପରାକ୍ଷା ଉପଯୋଗା ଅତିରିକ୍ତ ପ୍ରଶ୍ନେ।ତ୍ତର:

Question ୧।
ଏକପଦରେ ପ୍ରକାଶ କର ।
Answer:
କଲ୍ୟାଣ କରେ ଯେ – କଲ୍ୟାଣକାରୀ
ନିଷ୍ଠା ଯାହାର ଅଛି – ନିଷ୍ଠାବାନ
ଯୁଦ୍ଧ କରିବା ଅଭ୍ୟାସ ଯାହାର – ପୁଦ୍ଧଖୋର
ଜଳକୁ ଧରନ୍ତି ଯେ – ଜଳଧର
ଶିକ୍ଷାନିମନ୍ତେ ଅନୁଷ୍ଠାନ – ଶିକ୍ଷାନୁଷ୍ଠାନ

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୨।
ଉପଯୁକ୍ତ ବିରାମ ଚିହ୍ନ ଦେଇ ଲେଖ ।
(କ) ଅଜା ପୁଣି ଆରମ୍ଭ କଲେ ଶୁଣ ତୁ ଯେଉଁ ପ୍ରଶ୍ନ ପଚାରିଥିଲୁ ତାହାରି ଉତ୍ତର ଦେବାପାଇଁ ମୁଁ ଏତେ କଥା କହୁଛି
Answer:
ଅଜା ପୁଣି ଆରମ୍ଭ କଲେ, ‘ଶୁଣ, ତୁ ଯେଉଁ ପ୍ରଶ୍ନ ପଚାରିଥିଲୁ ତାହାର ଉତ୍ତର ଦେବାପାଇଁ ମୁଁ ଏତେକଥା କହୁଛି ।’’

(ଖ) ସତକଥା ନାଟକର ନାଆଁ ଯିଏ ଶୁଣିଲା ସେ ଆଶ୍ଚର୍ଯ୍ୟାନ୍ବିତ ହେଲା ଏକି ବିପରୀତ କଥା ପଥରବୁଡ଼େ ଶୋଲ ଭାସେ ଏକଥା ବା କିଏ ନଜାଣେ ହେଲେ ଏଯାତ୍ରାଦଳ କହୁଛନ୍ତି ସଂପୂର୍ଣ୍ଣ ବିପରୀତ କଥା ।
Answer:
ସତକଥା, ନାଟକର ନାଆଁ ଯିଏ ଶୁଣିଲା, ସେ ଆଶ୍ଚର୍ଯ୍ୟାନ୍ବିତ ହେଲା । ଏ କି ବିପରୀତ କଥା ! ପଥର ବୁଡ଼େ, ଶୋଲ ଭାସେ, ଏ କଥା ବା କିଏ ନଜାଣେ ? ହେଲେ ଏ ଯାତ୍ରା ଦଳ କହୁଛନ୍ତି, ସଂପୂର୍ଣ୍ଣ ବିପରୀତ କଥା ।

Question ୩ ।
ସଂକ୍ଷେପରେ ଉତ୍ତର ଦିଅ ।
(କ) ନାଟକରେ କଥାଟା ଓଲଟା ହେଲା ବୋଲି ଲୋକେ କାହିଁକି କୁହାକୁହି ହେଲେ ?
Answer:
ନାଟକରେ ନିରୀହ ଓ ନିଘୋଷ ଲୋକଟିକୁ ପୋଲିସ୍ ଭୁଲ୍‌ରେ ଧରିନେଲା ଓ ଅଧିକ ଦୁଷ୍ଟ ଥ‌ି ଗୁଣ୍ଡାଟି କିଛି ଦଣ୍ଡ ନ ପାଇ ନିଶ ଫୁଲାଇ ଚାଲିଗଲା । ତେଣୁ ଲୋକେ ‘କଥାଟା ଓଲଟା ହୋଇଗଲା’ ବୋଲି କୁହାକୁହି ହେଲେ ।

(ଖ) ଅଜାଙ୍କ ସହ କିଏ ନାଟକ ଦେଖିବାକୁ ଯାଇଥିଲା ? ସେ କ’ଣ ବୁଝିପାରିଲା ନାହିଁ ?
Answer:
ମୁନା ଅଜାଙ୍କ ସହିତ ନାଟକ ଦେଖିବାକୁ ଯାଇଥିଲା । ସେ ଭାସିବା ବୁଡ଼ିବା କଥା କିଛି ବୁଝିପାରିଲା ନାହିଁ ।

(ଗ) କେଉଁଟି ପାଣିରେ ବୁଡ଼େ, କେଉଁଟି ପାଣିରେ ଭାସେ ବୋଲି ଅଜା କହିଲେ ?
Answer:
ପଥର ପାଣିରେ ବୁଡ଼େ ଓ ଶୋଲ ପାଣିରେ ଭାସେ ବୋଲି ଅଜା କହିଲେ ।

(ଘ) ଆଗକାଳରେ ଲୋକେ କ’ଣ ମାନି ନେଉଥିଲେ ?
Answer:
ଆଗକାଳରେ ଲୋକେ ଟିକିଏ ଅନ୍ଧବିଶ୍ଵାସୀ ଥିବା ହେତୁ ଯାହା ଶୁଣିଦେଲେ, ତାକୁ ନବୁଝି ନସୁଝି ସତ ବୋଲି ମାନି ନେଉଥିଲେ ।

(ଙ) ତରଳ ପାରଦରେ ଲୁହା ଭାସେ କାହିଁକି ?
Answer:
ଲୁହା ଖଣ୍ଡକୁ ତରଳ ପାରଦରେ ବୁଡ଼ାଇଲେ, ତାହା ଯେତିକି ପରିମାଣର ତରଳ ପାରଦକୁ ଉଚ୍ଛୁଳାଇ ଦିଏ, ତାହାର ଓଜନ ସେଇ ଲୁହା ଖଣ୍ଡିକର ଓଜନଠାରୁ ବେଶି ହେଉଥ‌ିବାରୁ ଲୁହା ଖଣ୍ଡଟି ବୁଡ଼ି ନଯାଇ ତରଳ ପାରଦରେ ଭାସିଥାଏ ।

(ଚ) ଶତ୍ରୁ ସୈନ୍ୟ ହେଲେ ମଧ୍ୟ ରୋମୀୟମାନେ ଅନୁତାପ କଲେ କାହିଁକି ?
Answer:
ରୋମୀୟମାନେ ଆର୍କିମେଡ଼ିସ୍‌ଙ୍କୁ ଆଗରୁ ଦେଖୁ ନଥିଲେ ମଧ୍ୟ ତାଙ୍କ ନାଆଁ ଶୁଣିଥିଲେ । ସେମାନେ ତାଙ୍କୁ ଚିହ୍ନି ନପାରି ଭୁଲ୍‌ରେ ହତ୍ୟାକରି ଦେଇଥ‌ିବାରୁ ଖୁବ୍ ଅନୁତାପ କରିଥିଲେ । ଶତ୍ରୁ ସୈନ୍ୟ ହେଲେ ମଧ୍ୟ ଏଭଳି ଜଣେ ପ୍ରତିଭାବାନ୍ ବୈଜ୍ଞାନିକଙ୍କ ନିକଟରେ ସେମାନଙ୍କ ମୁଣ୍ଡ ନଇଁ ଯାଇଥିଲା ।

BSE Odisha 6th Class Odia Solutions Chapter 11 କିଏ ଭାସେ କିଏ ବୁଡ଼େ

Question ୪।
ସରଳାର୍ଥ ଲେଖ ।
(କ) ‘‘ଇଏ ପରା ହେଉଛି ବିଜ୍ଞାନଯୁଗ । ସେ କଥା ଆଉ ଚଳିବ ନାହିଁ ।’’
Answer:
ଇଏ ପରା ……………………………. ନାହିଁ ।
ଶଂସିତ ଉଦ୍ଧତାଂଶଟି ‘କିଏ ଭାସେ, କିଏ ବଡେ’ ପ୍ରବନ୍ଧର ଆନୀତ । ଉକ୍ତ ପ୍ରସଙ୍ଗରେ ପ୍ରାବନ୍ଧିକ ଡକ୍ଟର କୁଳମଣି ସାମଲ ବିଜ୍ଞାନଯୁଗର ଗୁରୁତ୍ଵ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ପରିବର୍ତ୍ତିତ ପରିସ୍ଥିତିରେ ବିଜ୍ଞାନ ସବୁକ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆଜିକାଲିର ପିଲାମାନେ ପ୍ରତ୍ୟେକ କଥାକୁ ନିଠେଇ କରି ଧରୁଛନ୍ତି । ସେମାନେ ବିନାଯୁକ୍ତ ଓ ବିନା ପ୍ରମାଣରେ କୌଣସି କଥାକୁ ସତ୍ୟ ବୋଲି ମାନିବାକୁ ପ୍ରସ୍ତୁତ ନୁହନ୍ତି । ଆଗ କାଳରେ ଲୋକମାନେ ଟିକିଏ ଅନ୍ଧବିଶ୍ଵାସୀ ଥିଲେ । ଯାହା ଗୋଟିଏ ଶୁଣିଦେଲେ ନ ବୁଝି ନ ସୁଝି ସତବୋଲି ମାନି ନେଇଥିଲେ, କିନ୍ତୁ ଇଏ ପରା ବିଜ୍ଞାନଯୁଗ । ବର୍ତ୍ତମାନ ସବୁର ପ୍ରମାଣ ଆବଶ୍ୟକ । ବାସ୍ତବରେ ପ୍ରସଙ୍ଗଟି ଯୁକ୍ତିଯୁକ୍ତ ଅଟେ ।

(ଖ) ‘ଇଏ ପରା ହେଉଛି ବିଜ୍ଞାନ ଯୁଗ ।’’
Answer:
ଇଏ, …………………………………… ବିଜ୍ଞାନ ଯୁଗ ।
ଶଂସିତ ଗଦ୍ୟାଶଟି ଡକ୍ଟର କୁଳମଣି ସାମଲଙ୍କ ଲିଖିତ ‘କିଏ ଭାସେ, କିଏ ବୁଡ଼େ ?’ ବିଷୟରୁ ଉଦ୍ଧୃତ । ଉକ୍ତ ପ୍ରସଙ୍ଗରେ ବିଜ୍ଞାନ ଯୁଗର ଗୁରୁତ୍ଵ ଉପରେ ଆଲୋକପାତ କରାଯାଇଛି । ଆଗକାଳର ଲୋକେ ଅନ୍ଧବିଶ୍ଵାସୀ ଥିଲେ । ଯାହା ଶୁଣିଦେଲେ ନ ବୁଝି ନ ଶୁଝି ସତ ବୋଲି ମାନି ନେଉଥିଲେ । ଏବେ କିନ୍ତୁ ବିଜ୍ଞାନ ଯୁଗରେ ସେପରି ହେଉନାହିଁ । ଲୋକଙ୍କର ବିଜ୍ଞାନ ଜ୍ଞାନ ବଢ଼ିବା ଫଳରେ ଅନ୍ଧବିଶ୍ଵାସ କମିଯାଇଛି । ଲୋକେ ସତ୍ୟାସତ୍ୟ ପରୀକ୍ଷା ନକରି କିଛି ଗ୍ରହଣ କରିବାକୁ ନାରାଜ । ମାତ୍ର ଆଜିକାଲିର ପିଲାମାନେ ପ୍ରତ୍ୟେକ କଥାକୁ ନିଠେଇ କରି ଧରୁଛନ୍ତି । ସେମାନେ ବିନା ଯୁକ୍ତି ଓ ବିନା ପ୍ରମାଣରେ କୌଣସି କଥାକୁ ସତ୍ୟ ବୋଲି ମାନିବାକୁ ପ୍ରସ୍ତୁତ ନୁହନ୍ତି । ବର୍ତ୍ତମାନ ସବୁର ପ୍ରମାଣ ଦରକାର । ତେଣୁ ବିନା ଯୁକ୍ତି ବିନା ପ୍ରମାଣରେ ମୁନା ଅଜାଙ୍କ କଥା ମାନିବାକୁ ପ୍ରସ୍ତୁତ ନୁହେଁ । ଉକ୍ତ ପ୍ରସଙ୍ଗଟିର ବର୍ଣ୍ଣନା ବେଶ୍ ଶିକ୍ଷଣୀୟ ହୋଇଛି ।

Question ୫।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଆର୍କିମେଡ଼ିସ୍‌ କିପରି ରାଜାଙ୍କ ମୁକୁଟ ଖାଣ୍ଟି ସୁନାରେ ତିଆରି କି ନାହିଁ ଜାଣିଲେ ?
Answer:
ଆର୍କିମେଡ଼ିସ୍‌ ଗୋଟିଏ ପାତ୍ରରେ ପାଣି ପୂଣ୍ଡକରି ସେଥରେ ମୁକୁଟଟିକୁ ବୁଡ଼ାଇଲେ । ପାତ୍ରରୁ ଯେତିକି ପାଣି ଉଚ୍ଛୁଳି ପଡ଼ିଲା ତାକୁ ନେଇ ଓଜନ କଲେ । ତା’ପରେ ମୁକୁଟଟିକୁ ବାହାର କରିନେଇ ପାତ୍ରଟିକୁ ପୁଣି ଜଳପୂର୍ଣ୍ଣ କଲେ । ଏଥର ମୁକୁଟ ଓଜନର ଖାଣ୍ଟିସୁନା ଆଣି ସେହି ପାତ୍ରରେ ବୁଡ଼ାଇଲେ । ଏଥର ଯେତିକି ପାଣି ଉଛୁଳି ପଡ଼ିଲା ତାକୁ ଓଜନ କଲେ । ଦୁଇଥର ଉଛୁଳିଥ‌ିବା ପାଣିର ଓଜନ ଯଦି ସମାନ ହେଲା, ତେବେ ମୁକୁଟଟି ଖାଣ୍ଟି ସୁନାରେ ତିଆରି । ଯଦି ଓଜନ କମ୍ କିମ୍ବା ବେଶି ହେଲା ତେବେ ମୁକୁଟରେ ଖାଣ୍ଟି ସୁନା ବଦଳରେ କିଛି ନକଲି ଜିନିଷ ମିଶିଛି । ଏହି ସୂତ୍ର ବ୍ୟବହାର କରି ଆର୍କିମେଡ଼ିସ୍‌ ରାଜାଙ୍କ ମୁକୁଟ ଖାଣ୍ଟି ସୁନାରେ ତିଆରି କି ନୁହେଁ ଜାଣିପାରିଲେ ।

(ଖ) ଗାଧୋଇବା ସମୟରେ ଆର୍କିମେଡ଼ିସ୍‌ଙ୍କ ମୁଣ୍ଡକୁ କେଉଁକଥା ଜୁଟିଗଲା ?
Answer:
ଗାଧୋଇବା ସମୟରେ ପାଣିଭର୍ତ୍ତି କୁଣ୍ଡରେ ଆର୍କିମେଡ଼ିସ୍‌ ପ୍ରବେଶ କରିବା ମାତ୍ରେ ସେଥୁରୁ କିଛି ପାଣି ଉଚ୍ଛୁଳି ବାହାରକୁ ଚାଲିଗଲା । ସେ କୁଣ୍ଡ ଭିତରେ ବସିଥିବାବେଳେ ଅନୁଭବ କଲେ, କେହି ଯେପରି ତାଙ୍କୁ ଉପରକୁ ଠେଲି ଦେଉଛି । କୌଣସି ପଦାର୍ଥ ବା ବସ୍ତୁକୁ ପାଣିରେ ବୁଡ଼ାଇଲେ ତା’ର ଓଜନ କମିଗଲା ପରି ବୋଧହୁଏ । ପଦାର୍ଥ ବା ବସ୍ତୁ ପାଣି ଭିତରେ ଯେତିକି ସ୍ଥାନ ଅଧିକାର କରେ, ସେହି ସ୍ଥାନରେ ଥ‌ିବା ପାଣିର ଓଜନ ଯେତିକି, ପଦାର୍ଥ ବା ବସ୍ତୁର ଓଜନ ସେତିକି କମିଯାଏ । ଏହି କଥାଟି ଆର୍କିମେଡ଼ିସ୍‌ଙ୍କ ମୁଣ୍ଡକୁ ଜୁଟିଗଲା, ଯାହାକୁ ଆଧାର କରି ରାଜାଙ୍କ ସୁନା ମୁକୁଟଟି କେତେ ଖାଣ୍ଟି, ତାହା ସେ ଜାଣିପାରିଲେ ।

(ଗ) ନାଟକର ନାଁ ଶୁଣି ଲୋକେ କାହିଁକି ଆଶ୍ଚର୍ଯ୍ୟାନ୍ବିତ ହେଲେ ?
Answer:
ଲେଖକଙ୍କ ସହରକୁ ଥରେ ଏକ ଯାତ୍ରାଦଳ ଆସିଥିଲେ । ସେମାନେ ଭଲ ଭଲ ନାଟକ ଅଭିନୟ କରୁଥିଲେ । କେଉଁଦିନ କେଉଁ ନାଟକ ଅଭିନୀତ ହେବ, ଆଗରୁ ଘୋଷଣା କରୁଥିଲେ । ଦିନେ ସେମାନେ ଏକ ନୂଆ ଧରଣର ନାଟକ କଥା ପ୍ରଚାର କଲେ । ନାଟକର ନାମ ଥିଲା ‘ଭାସିଲା ପଥର ବୁଡ଼ିଲା ଶୁଣି ଲୋକେ ଆଶ୍ଚର୍ଯ୍ୟ ହେଲେ । ପଥର ବୁଡ଼େ, ଶୋଲ ଭାସେ ଏକଥା ଦଳ ବିପରୀତ କଥା ପ୍ରଚାର କରୁଥିବାରୁ ଲୋକେ ଆଶ୍ଚର୍ଯ୍ୟ ହେଲେ । ଶୋଲ’ । ନାଟକର ଏଭଳି ନାଁ ସମସ୍ତେ ଜାଣନ୍ତି । କିନ୍ତୁ ଏ ନାଟକ

(ଘ) ଲୋକମାନେ କେଉଁଥିପାଇଁ ଆର୍କିମେଡ଼ିସ୍‌ଙ୍କୁ ପାଗଳ ବୋଲି ଭାବିଲେ ?
Answer:
ଆଜିକୁ ଦୁଇହଜାର ବର୍ଷ ପୂର୍ବେ ଇଟାଲୀ ଦେଶରେ ଆର୍କିମେଡ଼ିସ୍‌ ନାମରେ ଜଣେ ବୈଜ୍ଞାନିକ ଥିଲେ । ସେହି ଦେଶର ରାଜା ଥରେ ନିଜ ପାଇଁ ଏକ ସୁନାମୁକୁଟ ତିଆରି କରିଥିଲେ । ମୁକୁଟଟି ଖାଣ୍ଟି ସୁନାରେ ତିଆରି କି ସେଥ‌ିରେ କିଛି ନକଲି ଜିନିଷ ମିଶିଛି ରାଜା ତାହା ଜାଣିବାକୁ ଚାହିଁଲେ । ମୁକୁଟଟିକୁ ନ ଭାଙ୍ଗି କି ନିଆଁରେ ନ ତରଳାଇ ଏହା ଜାଣିବାକୁ ଆର୍କିମେଡ଼ିସ୍‌ଙ୍କୁ ଦାୟିତ୍ଵ ଦିଆଗଲା । ସେ ଥରେ ଗାଧୁଆ କୁଣ୍ଡରେ ଉଲଗ୍ନ ହୋଇ ପଶିଥ‌ିବା ବେଳେ କିଛି ଜଳ ଉଛୁଳି ବାହାରିଗଲା । ସେ କୁଣ୍ଡ ଭିତରେ ବସିଥିବା ବେଳେ ତାଙ୍କୁ କିଏ ଉପରକୁ ଠେଲିବା ଭଳି ଲାଗିଲା । ସେଇଥୁରୁ ସେ ରାଜା ଦେଇଥ‌ିବା ଦାୟିତ୍ଵ ସମାଧାନର ସୂତ୍ର ପାଇଗଲେ । ସେ ହଠାତ୍ କୁଣ୍ଡରୁ ଉଠିପଡ଼ି ‘ଇଉରେକା’ ‘ଇଉରେକା’ କହି ଖୁସିରେ ଦାଣ୍ଡରେ ଧାଇଁଲେ । ସେ ଲୁଗା ପିନ୍ଧିବାକୁ ମଧ୍ୟ ଭୁଲିଯାଇଥିଲେ । ଆର୍କିମେଡ଼ିସ୍‌ଙ୍କ ଭଳି ବୈଜ୍ଞାନିକ ଉଲଗ୍ନ ହୋଇ ମଝିଦାଣ୍ଡରେ ଦୌଡୁଥ‌ିବା ଦେଖ୍ ଲୋକେ ତାଙ୍କୁ ପାଗଳ ବୋଲି ଭାବିଲେ ।

(ଙ) କେଉଁ କାରଣରୁ ନାଟକ ଶେଷରେ ଲୋକମାନେ ହତାଶ ହେଲେ ?
Answer:
‘ଭାସିଲା ପଥର ବୁଡ଼ିଲା ଶୋଲ’ ପରି ନାଟକ ନାଁ ଶୁଣି ଲୋକମାନଙ୍କ କୌତୂହଳ ବଢ଼ିଗଲା । ଯାତ୍ରା ଦେଖିବାପାଇଁ ବହୁଆଡୁ ବହୁଲୋକ ଆସି ଭିଡ଼ ଜମାଇଲେ । ଲୋକମାନେ ଟିକେଟ କାଟି ନାଟକ ଦେଖୁବାକୁ ଭିତରେ ପଶିଲେ । ପୁଲିସ ବାହାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ଜଗି ରହିଲା । ମାତ୍ର ନାଟକ ଦେଖୁରିବା ପରେ ଲୋକମାନେ ନିରାଶ ହେଲେ । କାରଣ ଯାତ୍ରାରେ ପଥର ନଥିଲା କି ଶୋଲ ନଥିଲା । ନାଟକର ବିଷୟବସ୍ତୁ ନିତିଦିନିଆ ଘଟଣା ପରି ଥିଲା । ନାଟକରେ ନିଘୋଷ ଲୋକଟିକୁ ପୋଲିସ୍ ଧରିନେଲା, ମାତ୍ର ଗୁଣ୍ଡାମି କରୁଥିବା ଲୋକଟି ନିଶ ଫୁଲାଇ ଚାଲିଗଲା ।

ଲେଖକ ପରିଚୟ:

ଡକ୍ଟର କୁଳମଣି ସାମଲ (୧୯୨୯) କଟକ ଜିଲ୍ଲାର ନୃତାଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଜଣେ ଲୋକପ୍ରିୟ ବିଜ୍ଞାନ ଲେଖକ ଭାବରେ ସେ ପରିଚିତ । ବିଜ୍ଞାନ ସାହିତ୍ୟ ପାଇଁ ସେ ଓଡ଼ିଶା ବିଜ୍ଞାନ ଏକାଡ଼େମୀ ଓ ଉତ୍କଳ ସାହିତ୍ୟ ସମାଜ ତରଫରୁ ପୁରସ୍କୃତ ହୋଇଛନ୍ତି । ବୁର୍ଲା ଇଞ୍ଜିନିୟରିଂ କଲେଜର ପଦାର୍ଥ ବିଜ୍ଞାନ ବିଭାଗରେ ପ୍ରଫେସର ଭାବରେ କାର୍ଯ୍ୟକରି ସେ ଅବସର ଗ୍ରହଣ କରିଛନ୍ତି । ତାଙ୍କ ଲିଖ୍ ଲୋକପ୍ରିୟ ବିଜ୍ଞାନ ପୁସ୍ତକଗୁଡ଼ିକ ମଧ୍ୟରେ ‘ମହାକାଶର ଆହ୍ଵାନ’, ‘ଆଈମା’ କାହାଣୀ ନୁହେଁ”, ‘ସଭ୍ୟତାର ତିନୋଟି ସୋପାନ’, ‘ବିଶ୍ୱବିଖ୍ୟାତ ବୈଜ୍ଞାନିକ’ ଆଦି ପ୍ରଧାନ ।

ବିଷୟ ସୂଚନା:

ଏହା ବିଜ୍ଞାନର ବିଷୟବସ୍ତୁ ଉପରେ ଆଧାରିତ ଏକ ବିଷୟ । ଜଳରେ କେଉଁ ବସ୍ତୁ ଭାସେ ଓ କେଉଁ ବସ୍ତୁ ବୁଡ଼େ, ତାହାର ବୈଜ୍ଞାନିକ ସିଦ୍ଧାନ୍ତକୁ ଗଳ୍ପ ମାଧ୍ୟମରେ ଏଥିରେ ଉପସ୍ଥାପନ କରାଯାଇଛି । ଏହି ତତ୍ତ୍ଵକୁ କିପରି ବୈଜ୍ଞାନିକ ଆର୍କିମେଡ଼ିସ୍‌ ବାହାର କରିଥିଲେ, ତାହାକୁ ଏଥିରେ ବର୍ଣ୍ଣନା କରାଯାଇଛି ।

ସାରକଥା:

ସେଥର ସହରରେ ଗୋଟିଏ ଯାତ୍ରାଦଳ ନୂଆ ନାଟକ ପରିବେଷଣ କରିବେ ବୋଲି ଘୋଷଣା କରିଥିଲେ । ନାଟକର ନାଁ ଥିଲା ‘ଭାସିଲା ପଥର ବୁଡ଼ିଲା ଶୋଲ’। ସନ୍ଧ୍ୟାବେଳେ ନାଟକ ଦେଖ‌ିବାକୁ ଲୋକମାନେ ଭିଡ଼ ଲଗାଇଲେ । ନାଟକ ଦେଖୁରି ଶେଷରେ ଲୋକମାନେ ନିରାଶ ହେଲେ । ସେଥ‌ିରେ ପଥର କି ଶୋଲ ନଥିଲା । ବରଂ ଦୁଇଜଣ ଲୋକଙ୍କ ଲଢ଼େଇକୁ ନେଇ ନାଟକଟି ହୋଇଥିଲା । ନିରୀହ ଲୋକଟିକୁ ପୋଲିସ୍ ଧରିନେଲା । ବିଚରା ଲୋକଟି ଦୁଃଖରେ ବୁଡ଼ିଗଲା । ମାତ୍ର ଦୁଷ୍ଟ ଗୁଣ୍ଡା ଲୋକଟା କିଛି ଦଣ୍ଡ ନପାଇ ଖୁସିରେ ଭାସିଲା।

ଅଜାଙ୍କ ସହ ମୁନା ନାଟକ ଦେଖୁବାକୁ ଯାଇଥିଲା । ସେ ଅଜାଙ୍କୁ ପଚାରିଲା, ପଥର କାହିଁକି ବୁଡ଼େ, ଶୋଲ କାହିଁକି ଭାସେ ? ଅଜା କହିଲେ, ପଥର ଓଜନିଆ, ତେଣୁ ସେ ବୁଡ଼ିଯାଏ; ମାତ୍ର ଶୋଲ ହାଲୁକା, ତେଣୁ ସେ ଭାସେ । ମୁନା କହିଲା, ତେବେ ଦୁଇକିଲୋ ଓଜନର ଶୋଲ ବିଡ଼ା ବେଶି ଓଜନିଆ ନା କିଲେ ଓଜନର ଖଣ୍ଡେ ଲୁହା ବେଶି ଓଜନିଆ । ଯଦି ଦୁଇକିଲୋ ଓଜନର ଶୋଲ ବିଡ଼ା ବେଶି ଓଜନିଆ ହୁଏ, ତେବେ ତାହା ପାଣିରେ ବୁଡ଼ିଯିବ । ଆଉ କିଲେ ଓଜନର ଲୁହା ଖଣ୍ଡକ ପାଣିରେ ଭାସିବ ।

ଅଜା ମୁନାର ଏଭଳି ପ୍ରଶ୍ନରେ ଟିକେ ହଡ଼ବଡ଼େଇ ଗଲେ । ମୁନା ଯେ ବିନା ଯୁକ୍ତି ଓ ବିନା ପ୍ରମାଣରେ କିଛି କଥାକୁ ସତ୍ୟ ବୋଲି ମାନିବାକୁ ପ୍ରସ୍ତୁତ ନୁହେଁ, ତାହା ଜାଣିଲେ । ଏ ବିଜ୍ଞାନ ଯୁଗରେ ଅନ୍ଧବିଶ୍ଵାସୀ ହେଲେ ଚଳିବ ନାହିଁ । ତେଣୁ ସେ କ’ଣ କହି ନାତିକୁ ବୁଝାଇବେ ଚିନ୍ତା କଲେ । ତାଙ୍କର ବୈଜ୍ଞାନିକ ଆର୍କିମେଡ଼ିସ୍‌ଙ୍କ କଥା ମନେପଡ଼ିଗଲା । ଆର୍କିମେଡ଼ିସ୍‌ ଥରେ ନିଜର ଗାଧୁଆଘରେ ବଡ଼ କୁଣ୍ଡରେ ପଶିଲାମାତ୍ରେ ସେଥୁରୁ କିଛି ପାଣି ବାହାରି ବାହାରକୁ ଚାଲିଗଲା । ଆଉ ସେ କୁଣ୍ଡ ଭିତରେ ବସିଥିଲାବେଳେ ଅନୁଭବ କଲେ ଯେ କେହି ଯେପରି ତାଙ୍କୁ ଉପରକୁ ଠେଲି ଦେଉଛି । ଏହିଥୁରୁ ସେ ହଠାତ୍‌

ବିଜ୍ଞାନର ଗୋଟିଏ ନୂତନ ସତ୍ୟ ପାଇଗଲେ ଓ ‘ଇଉରେକା, ଇଉରେକା’ କହି ଉଲଗ୍ନ ଅବସ୍ଥାରେ ଦାଣ୍ଡରେ ଧାଇଁଲେ । ‘ଇଉରେକା’ ଶବ୍ଦର ଅର୍ଥ ‘ମୁଁ ପାଇଗଲି’। ସେ ବହୁଦିନ ଧରି ଖୋଜୁଥ‌ିବା ବିଜ୍ଞାନର ଗୋଟିଏ ତତ୍ତ୍ଵ ହଠାତ୍ ପାଇଯିବାରୁ ଖୁସିରେ ଏପରି ବିହ୍ବଳ ହୋଇଯାଇଥିଲେ । ରାଜାଙ୍କ ସୁନାର ମୁକୁଟଟି ଖାଣ୍ଟି ସୁନାରେ ନା କିଛି ନକଲି ସୁନା ମିଶିଛି ତାହା ଜାଣିବାକୁ ସେ ଦେଶର ରାଜା ତାଙ୍କୁ ପଚାରିଥିଲେ । ମାତ୍ର ମୁକୁଟଟିକୁ ନ ଭାଙ୍ଗି ନିଆଁରେ ନ ତରଳାଇ ଏହା ଜାଣିବାକୁ ରାଜା କହିଥିଲେ। ଆର୍କିମେଡ଼ିସ୍‌ ବହୁଦିନଧରି ଖୁବ୍ ଚିନ୍ତାରେ ଥିଲେ ।

ଅଜା ଗୋଟିଏ କଥା କହିବାକୁ ଯାଇ ଅନ୍ୟ କେଉଁଆଡ଼େ ଯାଇ ପଶିଲେଣି, ତେଣୁ ମୁନା ବ୍ୟସ୍ତ ହୋଇପଡୁଥାଏ । ଅଜା କହିଲେ, ବସ୍ତୁଟି ପାଣି ଭିତରେ ଯେତିକି ସ୍ଥାନ ଦଖଲ କରେ, ସେହି ସ୍ଥାନରେ ଥ‌ିବା ପାଣିକୁ ଓଜନ କଲେ ଯେତିକି ହେବ, ବସ୍ତୁର ଓଜନ ସେତିକି କମେ । ଫଳରେ ମନେହୁଏ ବସ୍ତୁଟିକୁ ଯେପରି ସେତିକି ବଳରେ କିଏ ଉପରକୁ ଠେଲୁଛି । ଯେକୌଣସି ତରଳ ପଦାର୍ଥର ଏଭଳି ଗୁଣ ଅଛି । ଖଣ୍ଡେ ଲୁହାକୁ ପାଣିରେ ପକାଇଲେ ତାହା ବୁଡ଼ିଯାଉଥିବାବେଳେ ତରଳ ପାରଦରେ ତାହା ଭାସିବ । କାରଣ ପାଣିର ଠେଲା ବଳ ଲୁହାର ଓଜନଠାରୁ କମ୍ ହୋଇଥିବାବେଳେ ତରଳ ପାରଦର ଠେଲା ବଳ ଲୁହାର ଓଜନଠାରୁ ବେଶି ।

ଅଜା କିଛି କହିବା ଆଗରୁ ମୁନା କହିଲା ଯେ, ଯେଉଁ ବସ୍ତୁ ତା’ ସମାନ ଆୟତନର ଜଳ ବା ସେଇଭଳି କୌଣସି ତରଳ ପଦାର୍ଥଠାରୁ ଅଧିକ ଓଜନିଆ ତାହା ବୁଡ଼ିଯିବ, କମ୍ ଓଜନ ବା ହାଲୁକା ହେଲେ ଭାସିବ । ପଥର ଭିତରେ ଫମ୍ପା ଜାଗା ରହିଲେ ତାହା ଭାସିବ । ଶୋଲ ଭିତରେ ଲୁହାଖଣ୍ଡେ ରଖିଦେଲେ ବୁଡ଼ିଯିବ । ଆର୍କିମେଡ଼ିସ୍‌ ଜଣେ ବଡ଼ ଗଣିତଜ୍ଞ ଥିଲେ । ଗାଧୁଆଘର ପାଣିକୁଣ୍ଡରୁ ସେ ବିଜ୍ଞାନର ଯେଉଁ ତଥ୍ୟଟି ପାଇଲେ, ସେଇ ତଥ୍ୟକୁ ପ୍ରୟୋଗକରି ରାଜାଙ୍କ ମୁକୁଟ ଖାଣ୍ଟି ସୁନାରେ ତିଆରି କି ନାହିଁ ଜାଣିପାରିଲେ । ଗୋଟିଏ ଛୋଟିଆ ଘଟଣାରୁ କେମିତି ବିଜ୍ଞାନର ଏତେବଡ଼ ତଥ୍ୟଟିଏ ମିଳିଗଲା ଜାଣି ମୁନା ଖୁସିରେ ତାଳି ମାରିଲା ।

ବୈଜ୍ଞାନିକ ଆର୍କିମେଡ଼ିସ୍‌ ଇଟାଲୀର ସିସିଲି ଦ୍ବୀପ ଅନ୍ତର୍ଗତ ସିରାକ୍ୟୁଜ ନାମକ ସହରରେ ଖ୍ରୀ.ପୂ. ୨୮୭ରେ ଜନ୍ମଗ୍ରହଣ କରିଥିଲେ ଓ ଖ୍ରୀ.ପୂ. ୨୧୨ରେ ମୃତ୍ୟୁବରଣ କରିଥିଲେ । ରୋମୀୟ ସୈନ୍ୟମାନେ ସିରାକ୍ୟୁଜ୍ ଦଖଲ କଲାବେଳେ ଆର୍କିମେଡ଼ିସ୍‌ ମଝି ରାସ୍ତାରେ ବସି ବାଲିରେ ଗାର ଟାଣି ଅଙ୍କ କଷୁଥିଲେ । ସେମାନେ ତାଙ୍କୁ ଚିହ୍ନି ନପାରି ଭୁଲ୍‌ରେ ହତ୍ୟା କରିଥିଲେ । ଏହା ଜାଣିବାପରେ ସେମାନେ ଖୁବ୍ ଅନୁତାପ କରିଥିଲେ । ଶତ୍ରୁସୈନ୍ୟ ହୋଇ ମଧ୍ୟ ଏପରି ଜଣେ ପ୍ରତିଭାବାନ୍ ବୈଜ୍ଞାନିକଙ୍କ ପାଖରେ ସେମାନଙ୍କ ମୁଣ୍ଡ ନଇଁଗଲା । ତାଙ୍କୁ ସମାଧି ଦେଇ ସେ କଷୁଥ‌ିବା ଅଙ୍କର ଚିତ୍ରଟିକୁ ସମାଧ୍ ଉପରେ ଆଙ୍କି ଦିଆଗଲା ।

କଠିନ ଶବ୍ଦାର୍ଥ:

  • ନିଠେଇ – ଟିକିନିଖ୍ ।
  • ଉଚ୍ଛୁଳି – ବାହାରିଯିବା ।
  • ଉଲଗ୍ନ – ଲଙ୍ଗଳା ।
  • ବିହ୍ବଳ – ଖୁସିରେ ।
  • ବରାବର – ସବୁବେଳେ ।
  • ଗଣିତଜ୍ଞ – ଯିଏ ଗଣିତ ଜାଣେ ।
  • ପ୍ରତିଭାବାନ୍ – ଯାହାର ପ୍ରତିଭା ଅଛି ।

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Odisha State Board BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ Textbook Exercise Questions and Answers.

BSE Odisha Class 6 Odia Solutions Chapter 10 ଦେଶପ୍ରେମୀ କଏଦୀ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ସଭକର୍ ବନ୍ଦୀ ହେବାର କାରଣ କ’ଣ ?
Answer:
ଭାରତରୁ ଇଂରେଜ ଶାସନ ଲୋପ କରିବାପାଇଁ ସଂଗ୍ରାମ କରି ସଭର୍‌କର୍‌ ରାଜନୈତିକ ଅପରାଧରେ ବନ୍ଦି ହୋଇଥିଲେ ।

(ଖ) ଇଂରେଜ ସାମ୍ବାଦିକ ସଭକର୍‌ଙ୍କୁ କ’ଣ କହିଥିଲେ ?
Answer:
ଇଂରେଜ ସାମ୍ବାଦିକ ସଭର୍‌କରଙ୍କୁ କହିଥିଲେ, ‘ତୁମେ ତ ଏକା ନୁହଁ, ତୁମର ଆଉ ଦୁଇଜଣ ଭାଇଙ୍କୁ ମଧ୍ୟ ଜେଲ୍‌କୁ ନିଆଗଲାଣି ।’’

(ଗ) ବିପ୍ଳବୀ ଯୁବକ ବୀରଦର୍ପରେ କି ଉତ୍ତର ଦେଇଥିଲେ ?
Answer:
ବିପ୍ଳବୀ ଯୁବକ ବୀରଦର୍ପରେ ଉତ୍ତର ଦେଇଥିଲେ, ‘ଏ ତ ଗୌରବର କଥା । ମୋର ସୌଭାଗ୍ୟ ଯେ ଆମ ପରିବାରର ସମସ୍ତେ ଜନ୍ମଭୂମିର ପରାଧୀନତା ଶୃଙ୍ଖଳକୁ ଛିନ୍ନ କରିବା ଲାଗି ବଦ୍ଧପରିକର, ସର୍ବସ୍ଵ ତ୍ୟାଗ କରିବାପାଇଁ କୃତସଂକଳ୍ପ ।’

(ଘ) ଜାହାଜରୁ ଡେଇଁ ପଡ଼ିଥ‌ିବା କଏଦୀ ଜଣକ କିଏ ଥିଲେ ?
Answer:
ଜାହାଜରୁ ଡେଇଁ ପଡ଼ିଥିବା କଏଦୀ ଜଣକ ଥିଲେ ବିପ୍ଳବୀ ବିନାୟକ ଦାମୋଦର ସଭର୍‌କର୍ ।

(ଙ) ସଭର୍‌କର୍ କେଉଁ ଦଳ ଗଠନ କରିଥିଲେ ?
Answer:
ସଭକର୍ ‘ମିତ୍ରମେଳା’ ନାମରେ ଏକ ଦଳ ଗଠନ କରିଥିଲେ ।

(ଚ) ସମ୍ବାଦପତ୍ରରୁ ସଭର୍‌କର୍‌ଙ୍କ ଭାଷଣ ପଢ଼ି ତିଳକ କ’ଣ କହିଥିଲେ ?
Answer:
ସମ୍ବାଦପତ୍ରରୁ ସଭକର୍‌ଙ୍କ ଭାଷଣ ପଢ଼ି ତିଳକ କହିଥିଲେ, ‘ମହାରାଷ୍ଟ୍ରରେ କ’ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ !’’

(ଛ) ସଭର୍‌କର୍ କାହିଁକି ଲଣ୍ଡନ ଯାଇଥିଲେ ?
Answer:
ସଭର୍‌କର୍‌ ଆଇନ ଅଧ୍ୟୟନ ପାଇଁ ଲଣ୍ଡନ ଯାଇଥିଲେ ।

(ଜି) ସଭର୍‌କର୍ ଆଣ୍ଡାମାନ ଜେଲ୍‌ରେ କେତେ ବର୍ଷ କଟାଇଥିଲେ ?
Answer:
ସଭର୍‌କର୍‌ ଆଣ୍ଡାମାନ ଜେଲ୍‌ରେ ଦଶବର୍ଷ କାଳ କଟାଇଥିଲେ ।

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୨।
ଉତ୍ତର ଲେଖ ।
(କ) ବନ୍ଦୀ ନିଜ ଦେହରୁ ଜାମାଟି କାଢ଼ି ଦର୍ପଣ ଆଗରେ କାହିଁକି ଝୁଲେଇ ଦେଲେ ?
Answer:
ସ୍ନାନାଗାରର ଦର୍ପଣଟି ଏପରି ଭାବେ ଲାଗିଥିଲା ଯେ ବନ୍ଦୀ ଭିତରେ ଯାହା କରିବ, ପ୍ରହରୀ ବାହାରେ ଥାଇ ସବୁ ଦେଖିପାରିବ । ବନ୍ଦୀ ଜଣକ ସମୁଦ୍ରକୁ ଡେଇଁପଡ଼ି ପଳାଇବାକୁ ଚାହୁଁଥିବାରୁ ତା’ର କାର୍ଯ୍ୟକଳାପ ପ୍ରହରୀ ନ ଦେଖୁରିବା ପାଇଁ ସେ ଦେହରୁ ଜାମାଟି କାଢ଼ି ଦର୍ପଣ ଆଗରେ ଝୁଲାଇଦେଲେ ।

(ଖ) କେଉଁ ଉଦ୍ଦେଶ୍ୟରେ ସଭର୍‌କର୍‌ ଜାହାଜରୁ ସମୁଦ୍ରକୁ ଡେଇଁ ପଡ଼ିଥିଲେ ?
ସଭର୍‌କର୍ ଭାବିଥିଲେ ଜାହାଜରୁ ଖସିପଳାଇବେ ଓ ପୁନର୍ବାର ଇଂରେଜ ସରକାରଙ୍କ ବିରୋଧରେ ବିଦ୍ରୋହ କରିବେ । ତେଣୁ ସେ ଜାହାଜରୁ ସମୁଦ୍ରକୁ ଡେଇଁଥିଲେ ।

(ଗ) ମିତ୍ରମେଳାର ସଦସ୍ୟମାନେ ଭିକ୍ଟୋରିଆଙ୍କ ମୃତ୍ୟୁରେ ଶୋକଦିବସ ପାଳନ କଲେ ନାହିଁ କାହିଁକି ?
Answer:
ସଭର୍‌କର୍ ମିତ୍ରମେଳାର ବୈଠକରେ କହିଥିଲେ ଯେ ଆମ ଶତ୍ରୁଦେଶର ରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁରେ ଆମେ ଶୋକଦିବସ ପାଳନ କରିବା ଦରକାର ନାହିଁ । ତେଣୁ ମିତ୍ରମେଳାର ସଦସ୍ୟମାନେ ଭିକ୍ଟୋରିଆଙ୍କ ମୃତ୍ୟୁରେ ଶୋକଦିବସ ପାଳିଲେ ନାହିଁ ।

(ଘ) ସଭର୍‌କର୍‌ଙ୍କୁ କେଉଁ କାରଣରୁ ଆଣ୍ଡାମାନ ପଠାଯାଇଥିଲା ?
Answer:
ବନ୍ଦୀ ଅବସ୍ଥାରେ ଜାହାଜରୁ ଫେରାର ହେବା ଅପରାଧ ଯୋଗୁଁ ସଭର୍‌କରଙ୍କର ପୁଣି ବିଚାର ହୋଇ ଅଧ୍ୟକ କଠୋର ଦଣ୍ଡବିଧାନ କରାଗଲା । ସାରା ଜୀବନ ବନ୍ଦୀଭାବେ ଅତିବାହିତ କରିବା ପାଇଁ ତାଙ୍କୁ ‘କଳାପାଣି’ ପାରି କରାଇ ସୁଦୂର ଆଣ୍ଡାମାନ ଦ୍ଵୀପରେ ଥିବା ଜେଲ୍‌କୁ ପଠାଇ ଦିଆଗଲା ।

(ଙ) ଆଣ୍ଡାମାନରେ କଏଦୀମାନଙ୍କୁ କିପରି ଦଣ୍ଡଭୋଗ କରିବାକୁ ପଡୁଥିଲା ?
Answer:
ଆଣ୍ଡାମାନର ଜଳବାୟୁ ଖୁବ୍‌ ଅସ୍ବାସ୍ଥ୍ୟକର ଥିଲା । ବନ୍ଦୀମାନେ ବଳଦପରି ଘଣା ପେଲୁଥିଲେ । କଠିନ ଶ୍ରମ କରିବାକୁ ରାଜି ନ ହେଲେ ଚାବୁକ୍ ପାହାର ଖାଉଥିଲେ । ଦିନକୁ ସେମାନେ ପନ୍ଦର ସେର ତେଲ ପେଡ଼ିବାକୁ ବାଧ୍ୟ । କମ୍ ହେଲେ ଛୁଟି ମିଳେ ନାହିଁ । ଟିକେ ଠିଆହେଲେ ଠେଙ୍ଗିଣି ମାଡ଼ ବସେ । ଲୁହ ବୋହିଲେ ବି ଆଖ୍ ପୋଛିବାକୁ ମନା । ଦିନକୁ ଦୁଇତାଟିଆ ପାଣିରୁ ଅଧ୍ଵ କେହି ପିଇପାରିବେ ନହେଁ । ସ୍ନାନ କରିବା ସେମାନଙ୍କ ପାଇଁ ସ୍ବପ୍ନର କଥା । ଏହିପରି ଅକଥନୀୟ ଅତ୍ୟାଚାର ଭିତରେ କଏଦୀମାନଙ୍କୁ ଦଣ୍ଡଭୋଗ କରିବାକୁ ପଡୁଥିଲା।

(ଚ) ଜେଲ୍ ଯିବା ଗୌରବର କଥା ବୋଲି ସଭର୍‌କର୍ କାହିଁକି କହିଥିଲେ ?
Answer:
ସଭର୍‌କର୍‌ ଥିଲେ ଜଣେ ନିଃସ୍ବାର୍ଥପର ଦେଶପ୍ରେମୀ । ତେଣୁ ଦେଶକୁ ପରାଧୀନତାରୁ ମୁକ୍ତ କରିବାପାଇଁ ଜେଲ୍‌କୁ ଯିବା ଗୌରବର କଥା ବୋଲି ସଭର୍‌କରୁ କହିଥିଲେ ।

(ଛ) ଶେଷ ଜୀବନରେ ମଧ୍ୟ ସଭର୍‌କର୍‌ଙ୍କୁ ଆଉଥରେ କାହିଁକି କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା ?
Answer:
ନଜରବନ୍ଦୀରୁ ମୁକ୍ତ ହୋଇ ସଭର୍‌କର୍‌ ଦେଶସାରା ଭ୍ରମଣ କଲେ ଓ ମୁକ୍ତିକାମୀ ଜନତାଙ୍କୁ ଇଂରେଜ ସରକାର ବିରୋଧରେ ସଶସ୍ତ୍ର ସଂଗ୍ରାମ କରିବାକୁ ଆହ୍ଵାନ ଦେଲେ । ତେଣୁ ତାଙ୍କୁ ଜୀବନର ଶେଷ ପର୍ଯ୍ୟାୟରେ ମଧ୍ୟ ଆଉଥରେ କାରାବରଣ କରିବାକୁ ପଡ଼ିଥିଲା ।

(ଜି) ସ୍ଵାଧୀନତା ପରେ ଭାରତ ଦୁଇଭାଗ ହେବାରୁ କେଉଁ ନୂତନ ଦେଶଟି ସୃଷ୍ଟି ହେଲା ?
Answer:
ସ୍ଵାଧୀନତା ପରେ ଭାରତ ଦୁଇ ଭାଗ ହେବାରୁ ପାକିସ୍ତାନ ନାମକ ନୂତନ ଦେଶଟି ସୃଷ୍ଟି ହେଲା ।

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୩।
ନିମ୍ନଲିଖ ଉକ୍ତିଗୁଡ଼ିକ କିଏ କେତେବେଳେ କହିଛି ଲେଖ ।
(କ) ‘‘ବିଲାତର ରାଣୀ ଭିକ୍ଟୋରିଆ ଆମ ଶଙ୍ଖଦେଶର ରାଣୀ । ଆମେ କାହିଁକି ତାଙ୍କ ବିୟୋଗରେ ଶୋକ ପାଳିବା ???
Answer:
ଯେତେବେଳେ ବିଲାତର ରାଣୀଙ୍କ ମୃତ୍ୟୁରେ ଭାରତରେ ସର୍ବତ୍ର ଶୋକ ପାଳିତ ହେଲା, ସେହି ସମୟରେ ସଭର୍‌କର୍ ମିତ୍ରମେଳାର ସଦସ୍ୟମାନଙ୍କର ଏକ ବୈଠକ ଡାକି ଏହି କଥା କହିଥିଲେ ।

(ଖ) ‘‘ଆରେ ତାତ୍ୟା, ତୁ ଏଠାକୁ ଆସିଲୁ କିପରି ???
Answer:
ଦିନେ ଘଣା ପେଲିସାରି ସଭର୍‌କର୍‌ ନିଜର କୋଠରିକୁ ଫେରୁଥିଲେ । ହଠାତ୍ ସେଠାରେ କଏଦୀ ଥ‌ିବା ତାଙ୍କର ବଡ଼ଭାଇ ଗଣେଶଙ୍କ ସହିତ ଦେଖାହେଲା । ସେ ସଭକର୍‌ଙ୍କୁ ଆଲିଙ୍ଗନ କରି ଏହି କଥା କହିଥିଲେ ।

Question ୪।
ସରଳ ଭାଷାରେ ବୁଝାଇ ଲେଖ ।
(କ) ମହାରାଷ୍ଟ୍ରରେ କ’ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ !
Answer:
ମହାରାଷ୍ଟ୍ରରେ ……………………………….. ଗ୍ରହଣ କଲେ !
ଶଂସିତ ଗଦ୍ୟାଶଟି ରାମପ୍ରସାଦ ମହାନ୍ତିଙ୍କ ଲିଖ୍ ‘ଦେଶପ୍ରେମୀ କଏଦୀ’ ବିଷୟରୁ ଉଦ୍ଧୃତ । ଏଠାରେ ଲେଖକ ବାଳଗଙ୍ଗାଧର ତିଳକ ସଭର୍‌କର୍‌ଙ୍କର ସାହସିକତାରେ ମୁଗ୍‌ଧ ହୋଇ ଯେଉଁ ମନ୍ତବ୍ୟ ଦେଇଥିଲେ, ସେ ସମ୍ପର୍କରେ ଆଲୋକପାତ କରିଛନ୍ତ୍ରା ଅଠର ବର୍ଷ ବୟସରେ ସଭର୍‌କର୍ ମିତ୍ରମେଳା ନାମକ ଏକ ବିପ୍ଳବୀ ଦଳ ଗଢ଼ିଥିଲେ । ୧୯୦୧ ମସିହାରେ ବିଲାତର ରାଣୀ ଭିକ୍ଟୋରିଆଙ୍କର ମୃତ୍ୟୁ ହେଲା । ଭାରତର ସବୁଆଡ଼େ ଶୋକ ପାଳିତ ହେଲା । ମାତ୍ର ମିତ୍ରମେଳାର ସଦସ୍ୟମାନେ ଶୋକଦିବସ ପାଳି ନଥିଲେ । ସଭର୍‌କର୍ ଏକ ବୈଠକ ଡାକି ଶତ୍ରୁଦେଶର ରାଣୀ ଭିକ୍ଟୋରିଆଙ୍କର ମୃତ୍ୟୁରେ ଶୋକ ନ ପାଳିବାକୁ ନିଜର ଓଜସ୍ବିନୀ ଭାଷଣରେ କହିଥିଲେ ।

ତାଙ୍କର ଏହି ଭାଷଣ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇଲା । ସରକାର କ୍ଷୁବ୍‌ଧ ହୋଇ ତାଙ୍କୁ କଲେଜରୁ ବହିଷ୍କୃତ କଲେ । ଏହି ସମ୍ବାଦ ପଢ଼ି ଲୋକମାନ୍ୟ ତିଳକଙ୍କ ମୁଖରୁ ସ୍ଵତଃ ବାହାରି ପଡ଼ିଲା, ‘ମହାରାଷ୍ଟ୍ରରେ କ’ଣ ଶିବାଜୀ ପୁନର୍ଜନ୍ମ ‘ଗ୍ରହଣ କଲେ ।’ ଶିବାଜୀଙ୍କ ପରି ଅଦ୍ବିତୀୟ ବୀର ଓ ସାହସୀ ଆଉ କେହି ନଥିଲେ । ଠିକ୍ ସେପରି ସାହସିକତାର ପରିଚୟ ଦେଇଥିବାରୁ ତିଳକ ସଭର୍‌କର୍‌ଙ୍କୁ ଲକ୍ଷ୍ୟ କରି ଏପରି କହିଥିଲେ । ବାସ୍ତବରେ ତିଳକଙ୍କର ଏହି ଉକ୍ତି ସଭର୍‌କର୍‌ଙ୍କ ପାଇଁ ଯଥାର୍ଥ ଅଟେ ।

(ଖ) ମହାବଳବାନ୍ ସିଂହକୁ ପିଞ୍ଜରାମୁକ୍ତ କରି କିଏ ବା ନିଶ୍ଚିନ୍ତ ହୋଇପାରିବ ।
Answer:
ମହାବଳବାନ୍ ……………………………. ହୋଇପାରିବ ।
ଉଦ୍ଧୃତାଂଶଟି ରାମପ୍ରସାଦ ମହାନ୍ତିଙ୍କ ଲିଖ୍ ‘ଦେଶପ୍ରେମୀ କଏଦୀ’ ବିଷୟରୁ ଉଦ୍ଧୃତ । ଏଠାରେ ଲେଖକ ସଭରକର୍‌ଙ୍କ ସିଂହବିକ୍ରମ ସମ୍ପର୍କରେ ବର୍ଣ୍ଣନା କରିଛନ୍ତ୍ରି । ସଭରକରୁ ଆଣ୍ଡାମାନ ଦ୍ଵୀପରେ ‘କଳାପାଣି’ ଦଣ୍ଡାଦେଶ ପାଇ ଦୁଃଖଦ ଜୀବନ କାଟୁଥିବାବେଳେ ହଠାତ୍ ଦିନେ ବଡ଼ଭାଇ ଗଣେଶଙ୍କୁ ଦେଖ‌ିଲେ । ଦୁଇଭାଇ ବହୁ ସମୟ କାନ୍ଦିଲେ । ପରସ୍ପରକୁ ଆଲିଙ୍ଗନ କଲେ, କଥାବାର୍ତ୍ତା ହେଲେ; ମାତ୍ର ପ୍ରହରୀ ସେମାନଙ୍କୁ ଅଧିକ କଥାବାର୍ତ୍ତା ପାଇଁ ସୁଯୋଗ ଦେଲା ନାହିଁ । ଦୁଇଭାଇ ସେଠାରେ ଦଶବର୍ଷ କାଳ ଦଣ୍ଡ ଭୋଗକରି ଏକସଙ୍ଗେ ମୁକ୍ତ ହୋଇ ଫେରିଆସିଲେ ନିଜ ଦେଶକୁ । ସଭକର୍‌ଙ୍କ ଉପରେ ଇଂରେଜ ସରକାର ଦୃଢ଼ ନଜର ରଖୁଥାଆନ୍ତି ।

ତାଙ୍କର ସରକାର ବିରୋଧୀ କାର୍ଯ୍ୟକଳାପ ଶାସକଙ୍କ ମନରେ ଆତଙ୍କ ସୃଷ୍ଟି କରିଥାଏ । ଭାରତକୁ ପରାଧୀନତାରୁ ମୁକ୍ତ କରିବାପାଇଁ ସେ ଆନ୍ଦୋଳନାତ୍ମକ କାର୍ଯ୍ୟ କରୁଥିଲେ । ତେଣୁ ଇଂରେଜ ସରକାର ତାଙ୍କୁ କାରାମୁକ୍ତ କରି ନିଶ୍ଚିନ୍ତ ନଥିଲେ ।
ସର୍ବଦା ତାଙ୍କର ଚାଲିଚଳନକୁ ଲକ୍ଷ୍ୟ କରୁଥିଲେ । ତାଙ୍କୁ ପୁନର୍ବାର ବନ୍ଦି କରାଯାଇ ଅଲିପୁର ଜେଲ୍‌ରେ ନଜରବନ୍ଦୀଭାବେ ରଖାଗଲା।

Question ୫।
ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ଶବ୍ଦକୁ ବ୍ୟବହାର କରି ବାକ୍ୟ ଗଠନ କର ।
କୃତସଂକଳ୍ପ, ଆହ୍ଵାନ, ପ୍ରତ୍ୟାବର୍ତ୍ତନ, ଅବିସ୍ମରଣୀୟ, ଉନ୍ମତ୍ତ, ଓଜସ୍ବିନୀ, ଆଭାସ
Answer:
କୃତସଂକଳ୍ପ – କାର୍ଯ୍ୟଟିକୁ ସଫଳ କରିବାପାଇଁ ରାମ କୃତସଂକଳ୍ପ ହୋଇଛି ।
ଆହ୍ବାନ – ମହାତ୍ମାଗାନ୍ଧୀଙ୍କ ଆହ୍ବାନରେ ଦେଶବାସୀ ଏକଜୁଟ ହୋଇଥିଲେ ।
ପ୍ରତ୍ୟାବର୍ତ୍ତନ – ସନ୍ଧ୍ୟାରେ ପକ୍ଷୀମାନେ ବସାକୁ ପ୍ରତ୍ୟାବର୍ତ୍ତନ କରନ୍ତି ।
ଅବିସ୍ମରଣୀୟ – ଗୋପବନ୍ଧୁ ଆମ୍ଭମାନଙ୍କର ଅବିସ୍ମରଣୀୟ ହୋଇ ରହିଛନ୍ତି ।
ଉନ୍ମତ୍ତ – ଲୋକଟି ଉନ୍ମତ୍ତ ପରି ଘୂରି ବୁଲୁଛି ।
ଓଜସ୍ବିନୀ – ଗାନ୍ଧିଜୀଙ୍କ ଓଜସ୍ବିନୀ ଭାଷଣ ଲୋକଙ୍କୁ ମୁଗ୍‌ଧ କଲା ।
ଆଭାସ – ତାଙ୍କ ମୁହଁରୁ ଚିନ୍ତାର ଆଭାସ ଜଣାପଡୁଛି ।

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୬।
ନିମ୍ନରେ କେତୋଟି ଶବ୍ଦ ଦିଆଯାଇଛି । ସେଗୁଡ଼ିକର ଡାହାଣ ପାଖରେ ‘ରତ’ ଶବ୍ଦ ଯୋଗକରି ନୂଆ ଶବ୍ଦ ଲେଖ ଓ ସେଇ ନୂଆ ଶବ୍ଦକୁ ବ୍ୟବହାର କରି ଗୋଟିଏ ଗୋଟିଏ ବାକ୍ୟ ଗଠନ କର ।
ସଂଗ୍ରାମ, କାର୍ଯ୍ୟ, ଅଧ୍ୟୟନ, ସାଧନା
Answer:
ସଂଗ୍ରାମରତ – ନିଜର ଦାବି ହାସଲ ପାଇଁ ହରି ସର୍ବଦା ସଂଗ୍ରାମରତ ରହିଛି ।
କାର୍ଯ୍ୟରତ – କାର୍ଯ୍ୟରତ ମନୁଷ୍ୟ ହାରିଯାଏ ନାହିଁ ।
ଅଧ୍ୟୟନରତ – ଛାତ୍ର ସଫଳତା ପାଏ ।
ସାଧନାରତ – ଶିଳ୍ପୀ ନିଜର କଳାନିପୁଣତା ପ୍ରଦର୍ଶନ କଲେ ।

Question ୭।
ନିମ୍ନ ଗଦ୍ୟାଶରେ ଥ‌ିବା ଭିନ୍ନ ଭିନ୍ନ ମାତ୍ରା ଓ ଫଳାଗୁଡ଼ିକୁ ଚିହ୍ନଟ କର :
୧୯୦୧ ମସିହାରେ ଯେତେବେଳେ ବିଲାତର ରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁହେଲା ଭାରତରେ ସର୍ବତ୍ର ଶୋକ ପାଳିତ ହେଲା କିନ୍ତୁ, ମିତ୍ରମେଳାର ସଦସ୍ୟମାନେ ଶୋକଦିବସ ପାଳିଲେ ନାହିଁ । ସଭର୍‌କର୍ ଗୋଟିଏ ବୈଠକ ଡାକି ସେଥ‌ିରେ ଓଜସ୍ବିନୀ ଭାଷଣ ଦେଲେ । ସେ କହିଲେ ବିଲାତର ରାଣୀ ଭିକ୍ଟୋରିଆ ଆମ ଶତ୍ରୁଦେଶର ରାଣୀ ଆମେ କାହିଁକି ତାଙ୍କ ବିୟୋଗରେ ଶୋକ ପାଳିବା ।
Answer:
ଉକ୍ତ ଗଦ୍ୟାଂଶରେ ଥିବା

ମାତ୍ରା ଫଳା
‘ଏ’ କାର, ‘ଇ’ କାର, ‘ଈ’ କାର, ‘ଆ’ କାର, ‘ଉ’ କାର, ‘ଓ’ କାର, ‘ଐ’ କାର ‘ୟ’ ଫଳା, ‘ର’ ଫଳା, ‘ବ’ ଫଳା, ‘ର’ ଫଳା, ‘ଟ’ ଫଳା

Question ୮।
‘ଲୋକମାନେ ଶୋକ ପାଳନ କଲେ ।’ ଏହି ବାକ୍ୟକୁ ଭବିଷ୍ୟତ କାଳରେ ପରିବର୍ତ୍ତନ କଲେ ହେବ– ‘ଲୋକମାନେ ଶୋକ ପାଳନ କରିବେ ।’ ସେହିପରି ନିମ୍ନଲିଖ୍ ବାକ୍ୟଗୁଡ଼ିକୁ ଭବିଷ୍ୟତ କାଳରେ ପରିବର୍ତ୍ତନ କରି ଲେଖ ।
(କ) ସିପାହୀମାନେ ତାଙ୍କ ପାଖରେ ପହଞ୍ଚିଗଲେ ।
(ଖ) ସରକାର ତାଙ୍କ ଉପରୁ କଟକଣା ଉଠାଇନେଲେ ।
(ଗ) ରାଜଦ୍ରୋହ ଅପରାଧରେ ତାଙ୍କୁ ବନ୍ଦୀ କରାଗଲା ।
(ଘ) ସେ ଭାରତକୁ ପ୍ରତ୍ୟାବର୍ତ୍ତନ କଲେ ।
Answer:
(କ) ସିପାହୀମାନେ ତାଙ୍କ ପାଖରେ ପହଞ୍ଚିଯିବେ ।
(ଖ) ସରକାର ତାଙ୍କ ଉପରୁ କଟକଣା ଉଠାଇନେବେ ।
(ଗ) ରାଜଦ୍ରୋହ ଅପରାଧରେ ତାଙ୍କୁ ବନ୍ଦୀ କରାଯିବ ।
(ଘ) ସେ ଭାରତକୁ ପ୍ରତ୍ୟାବର୍ତ୍ତନ କରିବେ ।

Question ୯।
‘ବଳ’ ଶବ୍ଦରେ ‘ବାନ୍’ ଲଗାଇଲେ ‘ବଳବାନ୍’ ହେବ । ସେହିପରି ନିମ୍ନଲିଖ୍ ଶବ୍ଦରେ ‘ବାନ୍’ ଲଗାଇ ନୂଆ ଶବ୍ଦ ଲେଖ ।
ଧନ, ମୂଲ୍ୟ, ଜ୍ଞାନ, ଶ୍ରଦ୍ଧା, ନ୍ୟାୟ
Answer:
ଧନ – ଧନବାନ୍
ମୂଲ୍ୟ – ମୂଲ୍ୟବାନ୍
ଜ୍ଞାନ – ଜ୍ଞାନବାନ୍
ଶ୍ରଦ୍ଧା – ଶ୍ରଦ୍ଧାବାନ୍
ନ୍ୟାୟ – ନ୍ୟାୟବାନ୍

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୧୦।
‘‘କଳାପାଣି ନାଆଁ ଶୁଣିଲେ ଅନେକ ବନ୍ଦୀଙ୍କ ସେ ସ୍ନାନ କରିବ ।”’
ପାଠର ଏହି ଅନୁଚ୍ଛେଦଟି ପଢ଼ । ଏପରି ପ୍ରଶ୍ନଗୁଡ଼ିଏ ତିଆରି କର, ଯେଉଁଗୁଡ଼ିକର ଉତ୍ତର ସେହି ଅନୁଚ୍ଛେଦରୁ ହିଁ ମିଳିବ ।
Answer:
(୧) କଳାପାଣି ନାଁ ଶୁଣି ବନ୍ଦୀଙ୍କ ହୃତସ୍ପନ୍ଦନ ବଢ଼ି ଯାଉଥୁଲା କାହିଁକି ?
(୨) ବନ୍ଦୀମାନେ ସେଠାରେ କି କାର୍ଯ୍ୟ କରୁଥିଲେ ?
(୩) କଏଦୀଙ୍କ ପିଠିରେ ଚାବୁକ ପ୍ରହାର ବସୁଥିଲା କାହିଁକି ?
(୪) ପ୍ରତିଦିନ ଜଣେ କଏଦୀଙ୍କୁ କେତେ ତେଲ ପେଡ଼ିବାକୁ ପଡୁଥିଲା ?
(୫) ଦୈନିକ କେତେ ଜଳ ପିଇବାକୁ ମିଳୁଥିଲା ?
(୬) ଠେଙ୍ଗିଣି ମାଡ଼ କାହିଁକି ବସୁଥିଲା ?
(୭) କଏଦୀମାନେ କିପରି ସ୍ନାନ କରୁଥିଲେ ?

Question ୧୧।
ଯେପରି ଉଚ୍ଚ ଉଚ୍ଚତର ଉଚ୍ଚତମ ସେହିପରି ତଳ ଶବ୍ଦଗୁଡ଼ିକ କ’ଣ ହେବ ଲେଖ ।
କ୍ଷୁଦ୍ର, ପ୍ରିୟ, ଲଘୁ
Answer:
କ୍ଷୁଦ୍ର, – କ୍ଷୁବ୍ରତର- କ୍ଷୁଦ୍ରତମ
ପ୍ରିୟ, – ପ୍ରିୟତର – ପ୍ରିୟତମ
ଲଘୁ – ଲଘୁତର – ଲଘୁତମ

Question ୧୨।
‘ମହାରାଣୀ’ ଶବ୍ଦକୁ ପୁଂଲିଙ୍ଗରେ ଲେଖିଲେ ହେବ ‘ମହାରାଜା’ । ସେହିପରି ନିମ୍ନଲିଖ୍ ଶବ୍ଦଗୁଡ଼ିକର ପୁଂଲିଙ୍ଗ ରୂପ କ’ଣ ହେବ ଲେଖ ।
ସାହେବାଣୀ, ମୂଲିଆଣୀ, ସମୁଦୁଣୀ, ବାଘୁଣୀ, ଭିକାରୁଣୀ
Answer:
ସାହେବାଣୀ – ସାହେବ
ବାଘୁଣୀ – ବାଘ
ମୂଲିଆଣୀ – ମୂଲିଆ
ଭିକାରୁଣୀ – ଭିକାରି
ସମୁଦୁଣୀ – ସମୁଦି

Question ୧୩।
ତଳଲିଖତ ଶବ୍ଦଗୁଡ଼ିକୁ ବ୍ୟବହାର କରି ସଭର୍‌କର୍‌ଙ୍କ ସମ୍ପର୍କରେ ଅନୁଚ୍ଛେଦଟିଏ ଲେଖ ।
ଓଜସ୍ବିନୀ, ବହିଷ୍କାର, କ୍ଷୁବ୍ଧ, ସ୍ଵଦେଶ, ଆହ୍ଵାନ
Answer:
ସଭର୍‌କର୍ ଗୋଟିଏ ବୈଠକ ଡାକି ସେଥ୍ରେ ଓଜସ୍ବିନୀ ଭାଷଣ ଦେଲେ । ତାଙ୍କର ଭାଷଣ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇଲା । ସରକାର କ୍ଷୁବ୍‌ଧ ହୋଇ ଏହି ଯୁବକଙ୍କୁ କଲେଜରୁ ବହିଷ୍କାର କରିଦେଲେ । ଦିନେ ସଭର୍‌କର୍ ଲୋକମାନ୍ୟ ତିଳକଙ୍କଠାରୁ ଏକ ବାର୍ତ୍ତା ପାଇ ତାଙ୍କୁ ସାକ୍ଷାତ୍ କଲେ । ତାଙ୍କ ପାଦ ସ୍ପର୍ଶକରି ସ୍ଵଦେଶ ପାଇଁ କାମ କରିବାକୁ ସେ ତାଙ୍କର ଆଶୀର୍ବାଦ ଭିକ୍ଷାକଲେ । ଦେଶରେ ସ୍ଵାଧୀନତା ଆନ୍ଦୋଳନ ଚାଲିଥାଏ । ବିଦେଶୀ ଦ୍ରବ୍ୟ ବ୍ୟବହାର ନ କରିବାକୁ ଗାନ୍ଧିଜୀ ଆହ୍ବାନ ଦେଉଥା’ନ୍ତି । ସଭର୍‌କର୍ ସେହି ଆନ୍ଦୋଳନର ଅନ୍ୟତମ ଅଗ୍ରଣୀ ସାଜିଥିଲେ ।

ତୁମ ପାଇଁ କାମ:

୧। ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥ‌ିବା କିଛି ବିପ୍ଳବୀଙ୍କର ଏକ ତାଲିକା ପ୍ରସ୍ତୁତ କର ।
୨। ବାଳଗଙ୍ଗାଧର ତିଳକଙ୍କର ଜୀବନୀ ସଂଗ୍ରହ କରି ପଢ଼ ।
୩ । ସଭର୍‌କର୍‌ଙ୍କ ଜୀବନୀ ସଂଗ୍ରହ କରି ପଢ଼ ।

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ‘ସାୟାହ୍ନ’ର ଅର୍ଥ – ରାତ୍ରିକାଳ / ସନ୍ଧ୍ୟାକାଳ / ସକାଳ ସନ୍ଧ୍ୟାକାଳ

(ଖ) ବନାନ ଠିକ୍ କରି ଲେଖ ।
Answer:
(୧) ଓଜସ୍ବିନୀ – ଓଜସ୍ବିନୀ
(୨) ବହିସ୍ତୃତ – ବହିଷ୍କୃତ

(ଗ) ଘନ ସବୁଜ ବିସ୍ତୃତ ଅରଣ୍ୟରେ ଏହା ଆଚ୍ଛନ୍ନ । ଏହି ବାକ୍ୟରେ ‘ବନାନୀ’ ବ୍ୟବହାର କରି ବାକ୍ୟଟି
Answer:
ଘନ ସବୁଜ ବନାନୀରେ ଏହା ଆଚ୍ଛନ୍ନ ।

(ଘ) ବିପରୀତ ଶବ୍ଦ ଲେଖ ।
Answer:
(୧) ଜନାକୀର୍ୟ – ଜନବିରଳ
(୨) ମିତ୍ର – ଶତ୍ରୁ
(୩) ବୀର – ଭୀରୁ
(୫) ଆତ୍ମଗୋପନ – ଆତ୍ମପ୍ରକାଶ
(୪) ନିଶ୍ଚଳ – ଚଞ୍ଚଳ
(୬) ଅନୁଜ – ଅଗ୍ରଜ
(୭) ତ୍ୟାଗ – ଭୋଗ
(୮) ପିଞ୍ଜରାବଦ୍ଧ – ପିଞ୍ଜରାମୁକ୍ତ

(ଙ) ଲମ୍ଫ ପ୍ରଦାନର ଅର୍ଥ – ଡେଇଁବା / କୁଦା ମାରିବା / ଦୌଡ଼ିବା
Answer:
କୁଦା ମାରିବା

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଦେଶ ସ୍ଵାଧୀନ ହେଲା ପରେ ମଧ୍ୟ ସଭର୍‌କର୍‌ କାହିଁକି ଶାନ୍ତି ପାଇପାରିଲେ ନାହିଁ ?
Answer:
ଜୀବନସାରା ଜେଲ୍ସଦଣ୍ଡ ସହି, ବହୁ ସଂଗ୍ରାମ କରି ସଭର୍‌କର୍ ମାତୃଭୂମିକୁ ସ୍ଵାଧୀନ କରିବାକୁ ଚାହିଁଥିଲେ । ଭାରତ ସ୍ଵାଧୀନ ହେଲା ସତ, କିନ୍ତୁ ପାକିସ୍ତାନ ଓ ଭାରତ ଏହିପରି ଦୁଇ ଭାଗରେ ବିଭକ୍ତ ହେଲା । ଦେଶର ବିଭାଜନ ହେତୁ ସଭକର୍‌ ଶାନ୍ତି ପାଇପାରିଲେ ନାହିଁ ।

(ଖ) ସଭର୍‌କର୍ ବନ୍ଦୀ ଅବସ୍ଥାରେ ବିଲାତରୁ ଭାରତ ଆସୁଥ‌ିବା ଜାହାଜଟିର ନାମ କ’ଣ ଥିଲା ?
Answer:
ସଭର୍‌କର୍‌ ବନ୍ଦୀ ଅବସ୍ଥାରେ ବିଲାତରୁ ଭାରତ ଆସୁଥିବା ଜାହାଜଟିର ନାମ ‘ମେରିଆ’ ଥିଲା ।

(ଗ) ସଭର୍‌କର୍ ବିଲାତରେ ବନ୍ଦୀ ହୋଇଥିଲେ କାହିଁକି ?
Answer:
ଆଇନ ଅଧ୍ୟୟନ ନିମନ୍ତେ ସଭକର୍ ବିଲାତ ଯାଇ ସେଠାରେ ମଧ୍ୟ ଭାରତରୁ ଇଂରେଜ ଶାସନ ଲୋପ କରିବା ନିମନ୍ତେ ଉଦ୍ୟମ କରିଥିଲେ । ତେଣୁ ରାଜନୈତିକ ଅପରାଧରେ ସେ ସେଠାରେ ବନ୍ଦୀ ହୋଇଥିଲେ ।

(ଘ) ଇଂରେଜ ସାମ୍ବାଦିକ ଜଣକ କାହିଁକି ଜେଲ୍ସଦଣ୍ଡ ଭୋଗିଲେ ?
Answer:
ସଭର୍‌କର୍‌ଙ୍କର ନିଜର ଜନ୍ମଭୂମି ପ୍ରତି ମମତା ଓ ସର୍ବସ୍ଵ ତ୍ୟାଗ କରିବାର ସଙ୍କଳ୍ପ ଦେଖୁ ଇଂରେଜ ସାମ୍ବାଦିକ ବିସ୍ମୟାନ୍ଵିତ ହେଲେ ଏବଂ ତାଙ୍କର ଦେଶପ୍ରେମର ବିବରଣୀ ସେ ପ୍ରଶଂସାର ସହିତ ସମ୍ବାଦପତ୍ରରେ ପ୍ରକାଶ କରିଥିଲେ । ତେଣୁ ସରକାର ରାଗିଯାଇ ତାଙ୍କୁ ବନ୍ଦୀ କରିଥିଲେ ଓ ସଭର୍‌କର୍ ରହୁଥ‌ିବା ଜେଲ୍‌ରେ ଜେଣ୍ଡ ଭୋଗିବାକୁ ପଠାଇ ଦେଇଥିଲେ ।

(ଙ) ସ୍ଵାଧୀନତା ଆନ୍ଦୋଳନରେ କିପରି ସଭର୍‌କର୍ ଅଂଶଗ୍ରହଣ କରିଥିଲେ ?
Answer:
ଲୋକମାନ୍ୟ ବାଳ ଗଙ୍ଗାଧର ତିଳକଙ୍କୁ ସାକ୍ଷାତ୍ କରି ସଭର୍‌କର୍ ସ୍ବଦେଶ ପାଇଁ କାମ କରିବା ଲାଗି ତାଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ । ସେତେବେଳକୁ ସ୍ଵାଧୀନତା ଆନ୍ଦୋଳନ ଆରମ୍ଭ ହୋଇଥିଲା । ବିଦେଶୀ ଦ୍ରବ୍ୟ ବର୍ଜନ କରିବା, ବିଲାତି ବସ୍ତ୍ରରେ ନିଆଁ ଲଗାଇବା ଇତ୍ୟାଦି କାର୍ଯ୍ୟ ଦେଶସାରା ଚାଲିଥିଲା । ଯୁବକ ସଭର୍‌କର ଏହି ଆନ୍ଦୋଳନର ଅନ୍ୟତମ ଅଗ୍ରଣୀ ଥିଲେ ।

(ଚ) ସଭର୍‌କରଙ୍କ ପୂରାନାମ କ’ଣ ?
Answer:
ସଭର୍‌କରଙ୍କ ପୂରାନାମ ବିନାୟକ ଦାମୋଦର ସଭର୍‌କର୍ ।

(ଛ) ଲୋକମାନ୍ୟ ତିଲକଜୀ ଯୁବକ ସଭକର୍‌ଙ୍କୁ କାହିଁକି ଡକାଇଥିଲେ ?
Answer:
ସ୍ଵାଧୀନତା ଆନ୍ଦୋଳନର ଗୋଟିଏ ପର୍ଯ୍ୟାୟରେ ମହାତ୍ମାଗାନ୍ଧି ବିଦେଶୀ ଦ୍ରବ୍ୟ ବର୍ଜନ କରି ସ୍ଵଦେଶୀ ଜିନିଷ ବ୍ୟବହାର କରିବା ପାଇଁ ଡାକରା ଦେଇଥା’ନ୍ତି । ବିଦେଶୀ ଲୁଗା ଓ ଅନ୍ୟାନ୍ୟ ଜିନିଷମାନ ଲୋକେ ପୋଡ଼ି ଦେଉଥାନ୍ତି । ଏହି ପ୍ରବଳ ଜନ ଆନ୍ଦୋଳନକୁ ଠିକ୍ ଭାବରେ ପରିଚାଳିତ କରିବା ପାଇଁ ସଭର୍‌କର୍‌ଙ୍କ ପରି ଦେଶପ୍ରେମୀ ଯୁବକଙ୍କ ଆବଶ୍ୟକତା ଅନୁଭବ କରି ସେତେବେଳର ଆମ ଭାରତର ଅନ୍ୟତମ ବରେଣ୍ୟ ନେତା ଲୋକମାନ୍ୟ ବାଲଗଙ୍ଗାଧର ତିଳକ ସଭର୍‌କର୍‌ଙ୍କୁ ଡକାଇଥିଲେ ।

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୩ ।
ସରଳାର୍ଥ ଲେଖ ।
(କ) ଦେଶ ସ୍ଵାଧୀନ ହେଲା ପରେ ମଧ୍ୟ ସେ ଶାନ୍ତିଲାଭ କରିପାରିଲେ ନାହିଁ, କାରଣ ତାଙ୍କ ସ୍ଵପ୍ନର
ଭାରତ ଦ୍ୱିଖଣ୍ଡିତ ହୋଇଯାଇଥିଲା
Answer:
ଦେଶ ସ୍ଵାଧୀନ ………………………………… ହୋଇଯାଇଥିଲା ।
ଉଦ୍ଧୃତାଂଶଟି ରାମପ୍ରସାଦ ମହାନ୍ତିଙ୍କ ଲିଖ୍ ‘ଦେଶପ୍ରେମୀ କଏଦୀ’ ବିଷୟରୁ ଉଦ୍ଧୃତ । ଏଠାରେ ଲେଖକ ଦେଶ ସ୍ଵାଧୀନ ଓ ବିଭାଜନ ହେବା ସମ୍ପର୍କରେ ସଭର୍‌କରଙ୍କ ମନର ଅବସ୍ଥାକୁ ରୂପ ଦେଇଛନ୍ତି । ସଭର୍‌କର୍‌ ଥିଲେ ଦେଶପ୍ରେମୀ । ଦେଶକୁ ମୁକ୍ତ କରିବାପାଇଁ ବାରମ୍ବାର ଆନ୍ଦୋଳନ ଓ ବିପ୍ଳବର ଅଗ୍ରଦୂତ ସାଜି ସେ ଜେଲ୍ ଭୋଗିଥିଲେ । ଦେଶପାଇଁ ତାଙ୍କର ତ୍ୟାଗ ଅବିସ୍ମରଣୀୟ । ଦେଶର ସ୍ଵାଧୀନତାପାଇଁ ତାଙ୍କୁ ସାରାଜୀବନ ବିଦେଶୀ ସରକାରର ନିର୍ମମ ନିର୍ଯାତନା ଭୋଗିବାକୁ ପଡ଼ିଥିଲା । ଦେଶ ସ୍ଵାଧୀନ ହେଲା । ସୁଚତୁର ଇଂରେଜ ଶାସକ ବିଶାଳ ଭାରତ ଭୂଖଣ୍ଡକୁ ଦୁଇଭାଗରେ ବିଭକ୍ତ କରିଦେଲେ । ତାଙ୍କ ସ୍ବପ୍ନର ଭାରତ ଆଉ ପୂର୍ବଭଳି ଅଖଣ୍ଡ ରହିପାରିଲା ନାହିଁ । ପାକିସ୍ତାନ ସୃଷ୍ଟିକରି ଇଂରେଜମାନେ ଭାରତବର୍ଷକୁ ବିଭାଜିତ କରିଦେଲେ । ଫଳରେ ସ୍ଵାଧୀନତାର ଆନନ୍ଦ ସଭର୍‌କରଙ୍କୁ ଶାନ୍ତି ପ୍ରଦାନ କରିପାରିଲା ନାହିଁ । ଦେଶ ବିଭାଜନ ହେବା ଘଟଣାରେ ସେ ମର୍ମାହତ ହେଲେ ।

(ଖ) ‘ଦୁହେଁ ପରସ୍ପରକୁ ଚାହିଁ କିଛି ସମୟ ମୂକଭଳି ଠିଆହୋଇ ରହିଲେ ।’’
Answer:
‘ଦୁହେଁ ପରସ୍ପରକୁ …………………………….. ରହିଲେ ।’’
ଉକ୍ତ ଗଦ୍ୟାଶଟି ଆମ ସାହିତ୍ୟ ବହିର ‘ଦେଶ ପ୍ରେମୀ କଏଦୀ’ ବିଷୟରୁ ଆନୀତ । ଏଠାରେ ଲେଖକ ରାମଚନ୍ଦ୍ର ମହାନ୍ତି ସଭର୍‌କର୍‌ ଓ ତାଙ୍କ ବଡ଼ ଭାଇ ଗଣେଶଙ୍କର କିପରି ନାଟକୀୟ ଭାବରେ ଜେଲ୍ ଭିତରେ ଦେଖା ସାକ୍ଷାତ୍ ହୋଇଗଲା, ତାହା ବର୍ଣ୍ଣନା କରିଛନ୍ତି । ସଭର୍‌କର୍ ଓ ତାଙ୍କ ବଡ଼ଭାଇ ଗଣେଶ ଉଭୟ ଦେଶବତ୍ସଳ । ସେତେବେଳେ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଇଂରେଜ ସରକାର ଦୃଢ଼ ହସ୍ତରେ ଦମନ କରୁଥିଲେ । ନିଜର ଅତି ଆପଣାର ଦେଶ ଭାରତକୁ ସ୍ଵାର୍ଥପର ଇଂରେଜ ସରକାରଙ୍କ କବଳରୁ ମୁକ୍ତ କରିବାକୁ ଚେଷ୍ଟା କରୁଥିବା ଯୋଗୁ ସଭର୍‌କର କଳାପାଣି ପାରହୋଇ ଆଣ୍ଡାମାନ ଜେଲରେ ନିର୍ଯ୍ୟାତନା ଭୋଗୁଥା’ନ୍ତି ।

ସେତେବେଳେ ସେ ଜେଲ ଭିତରେ ଥାଇ ବାହ୍ୟ ଜଗତର କିଛି ଖୋଜଖବର ରଖ୍ଯାରୁ ନଥିଲେ । ତାଙ୍କର ବଡ଼ଭାଇ ମଧ୍ୟ ଦେଶପ୍ରେମୀର ଅପରାଧ ନେଇ ସେହି ଏକା ଜେଲ୍‌ରେ ଥା’ନ୍ତି; କିନ୍ତୁ କେହି କାହାର ଖବର ଜାଣିପାରୁନାହାନ୍ତି, ଦିନେ ହଠାତ୍ ଘଣା ପେଲିସାରି ନିଜ କୋଠରିକୁ ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ଏକ ନାଟକୀୟ ଭାବରେ ସଭର୍‌କରଙ୍କର ବଡ଼ଭାଇ ଗଣେଶଙ୍କ ସହ ଦେଖାହେଲା । କେହି କାହାରିକୁ ଜାଣି ନଥିବାରୁ ପ୍ରଥମେ ଦୁଇଭାଇ ପରସ୍ପରକୁ ଦେଖ୍ ବିସ୍ମିତ ହେଲେ । କାହାରି ପାଟିରୁ କଥା ବାହାରିଲା ନାହିଁ । ବଡ଼ଭାଇ ଗଣେଶ ଭାବିଥିଲେ, ସଭର୍‌କର୍ ହୁଏତ ଲଣ୍ଡନ କିମ୍ବା ପ୍ୟାରିସ୍‌ ଥ‌ିବା ଦେଶର ସ୍ଵାଧୀନତା ପାଇଁ ସେ ନିଶ୍ଚୟ ସେଠାରେ ସଂଗ୍ରାମ ଚଳାଉଥ‌ିବ ।

BSE Odisha 6th Class Odia Solutions Chapter 10 ଦେଶପ୍ରେମୀ କଏଦୀ

Question ୪।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଶେଷ ଜୀବନରେ ସଭର୍‌କରଙ୍କୁ କାହିଁକି ଆଉଥରେ କାରାବରଣ କରିବାକୁ ପଡ଼ିଥିଲା ?
Answer:
ଆଣ୍ଡାମାନରୁ ମୁକ୍ତହେବା ପରେ ସଭର୍‌କର୍ ସ୍ଵଦେଶକୁ ଫେରିଥିଲେ । ତଥାପି ସଭର୍‌କର୍‌ଙ୍କ ପ୍ରତି ଇଂରେଜମାନଙ୍କର ଖୁବ୍ ଭୟ ଥାଏ । ତେଣୁ ତାଙ୍କୁ ପୁନର୍ବାର ବନ୍ଦୀ କରାଯାଇ ବଙ୍ଗପ୍ରଦେଶର ଅଲିପୁର ଜେଲ୍‌କୁ ପଠାଇ ନଜରବନ୍ଦୀ ଭାବେ ରଖାଗଲା। ଏହାର ଷୋଳବର୍ଷ ପରେ ତାଙ୍କୁ ମୁକ୍ତ କରିଦିଆଗଲା । ବାର୍ଦ୍ଧକ୍ୟ ହେତୁ ସଭକର୍ କ୍ଳାନ୍ତ ଓ ଅବସନ୍ନ ହୋଇପଡ଼ିଥିବେ ବୋଲି ଇଂରେଜ ସରକାର ଭାବିଥିଲେ । ମାତ୍ର ଏହି ଧାରଣାକୁ ଭୁଲ୍ ପ୍ରମାଣିତ କରି ସଭର୍‌କର୍ ଦେଶସାରା ଭ୍ରମଣ କଲେ ଓ ସଶସ୍ତ୍ର ସଂଗ୍ରାମ ପାଇଁ ଲୋକମାନଙ୍କୁ ଆହ୍ଵାନ ଦେଲେ । ତେଣୁ ଇଂରେଜ ସରକାର ତାଙ୍କୁ ଆଉଥରେ ବନ୍ଦୀକଲେ । ତେଣୁ ତାଙ୍କୁ ଶେଷ ଜୀବନରେ ଆଉଥରେ କାରାବରଣ କରିବାକୁ ପଡ଼ିଥିଲା ।

(ଖ) ଆଣ୍ଡାମାନର କଏଦୀମାନଙ୍କୁ କିପରି ଦଣ୍ଡ ଭୋଗ କରିବାକୁ ପଡୁଥିଲା ?
Answer:
ଆଣ୍ଡାମାନର ଜଳବାୟୁ ଖୁବ୍‌ ଅସ୍ବାସ୍ଥ୍ୟକର ଥିଲା । ବନ୍ଦୀମାନେ ବଳଦ ପରି ଘଣା ପେଲୁଥିଲେ । କଠିନ ଶ୍ରମ କରିବାକୁ ରାଜି ନ ହେଲେ ଚାବୁକ ପାହାର ଖାଉଥିଲେ । ଦିନକୁ ସେମାନେ ପନ୍ଦର ସେର ତେଲ ପେଡ଼ିବାକୁ ବାଧ୍ୟ । କମ୍ ହେଲେ ଛୁଟି ମିଳେ ନାହିଁ । ଟିକେ ଠିଆହେଲେ ଠେଙ୍ଗିଣି ମାଡ଼ ବସେ । ଲୁହ ବୋହିଲେ ବି ଆଖ୍ ପୋଛିବାକୁ ମନା । ଦିନକୁ ଦୁଇତାଟିଆ ପାଣିରୁ ଅଧ‌ିକ କେହି ପିଇପାରିବେ ନାହିଁ । ସ୍ନାନ କରିବା ସେମାନଙ୍କ ପାଇଁ ସ୍ୱପ୍ନର କଥା । କଏଦୀ ଘଣା ପେଲୁଥ‌ିବାବେଳେ ଯଦି ଭାଗ୍ୟକୁ ବର୍ଷା ହୁଏ, ତେବେ ସେ ସେହି ବର୍ଷାଜଳରେ ସ୍ନାନ କରୁଥିଲା । ଏହିପରି ଅକଥନୀୟ ଅତ୍ୟାଚାର ଭିତରେ କଏଦୀମାନଙ୍କୁ ଦଣ୍ଡ ଭୋଗ କରିବାକୁ ପଡୁଥିଲା ।

(ଗ) ‘‘ମହାରାଷ୍ଟ୍ରରେ କ’ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ’’ ଏକଥା କିଏ କାହିଁକି କହିଥିଲେ ?
Answer:
ସଭର୍‌କର୍ ଆବାଲ୍ୟରୁ ଦେଶପ୍ରେମୀ ଥିଲେ । କଲେଜରେ ପଢୁଥିବାବେଳେ ମାତ୍ର ଅଠରବର୍ଷ ବୟସରେ ସେ ‘ମିତ୍ରମେଳା’ ନାମକ ଏକ ବିପ୍ଳବୀ ଦଳ ଗଢ଼ିଥିଲେ । ୧୯୦୧ ମସିହାରେ ଯେତେବେଳେ ବିଲାତର ରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁ ହେଲା, ସେତେବେଳେ ଭାରତରେ ସର୍ବତ୍ର ଶୋକ ପାଳନ କରାଗଲା; ମାତ୍ର ମିତ୍ରମେଳାର ସଦସ୍ୟମାନେ ଶୋକଦିବସ ପାଳିଲେ ନାହିଁ । ସଭର୍‌କର୍ ଏକ ବୈଠକ ଡାକି ସେଥ୍ରେ ଓଜସ୍ବିନୀ ଭାଷଣ ଦେଲେ । ସେ କହିଲେ ଯେ ଭିକ୍ଟୋରିଆ ଆମ ଶତ୍ରୁ ଦେଶର ରାଣୀ ହୋଇଥିବାରୁ ତାଙ୍କ ବିୟୋଗରେ ଆମର ଶୋକ ପାଳିବା ଆବଶ୍ୟକ ନାହିଁ । ତାଙ୍କ ଭାଷଣ ସମ୍ବାଦପତ୍ରଗୁଡ଼ିକରେ ପ୍ରକାଶିତ ହେଲା । ସରକାର କ୍ଷୁବ୍ଧ ହୋଇ ତାଙ୍କୁ କଲେଜରୁ ବହିଷ୍କାର କଲେ । ସେତେବେଳେ ଦେଶର ବିଶିଷ୍ଟ ନେତା ବାଳ ଗଙ୍ଗାଧର ତିଳକ ଏହି ସମ୍ବାଦ ପଢ଼ିଥିଲେ । ତାଙ୍କ ଦେଶପ୍ରୀତି ଓ ସାହସିକତା ବିଷୟରେ ପଢ଼ି ତାଙ୍କ ପାଟିରୁ ସ୍ଵତଃ ବାହାରି ପଡ଼ିଥିଲା – ‘ମହାରାଷ୍ଟ୍ରରେ କ’ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ ।’’

(ଘ) ସଭର୍‌କର୍ ଗଢ଼ିଥ‌ିବା ବିପ୍ଳବୀ ଦଳର ନାମ କ’ଣ ଥିଲା ? ଏହି ଦଳର ସଦସ୍ୟମାନେ ଭିକ୍ଟୋରିଆଙ୍କ ମୃତ୍ୟୁରେ ଶୋକଦିବସ ପାଳିଲେ ନାହିଁ କାହିଁକି ?
Answer:
ଦଳ ଗଢ଼ିଥିଲେ । ସେହି ଦଳର ନାମ ଥିଲା ‘ମିତ୍ରମେଳା’ । ୧୯୦୧ ମସିହାରେ ଇଂଲଣ୍ଡର ମହାରାଣୀ ଭିକ୍ଟୋରିଆଙ୍କ ମୃତ୍ୟୁ ହେଲା । ସେଥ‌ିପାଇଁ ଭାରତରେ ସର୍ବତ୍ର ଶୋକ ପାଳିତ ହେଲା । କିନ୍ତୁ ମିତ୍ରମେଳାର ସଦସ୍ୟମାନେ ଶୋକଦିବସ ପାଳିଲେ ନାହିଁ । ସଭର୍‌କର୍ ମିତ୍ରମେଳାର ଏକ ବୈଠକ ଡାକି ସେଥ‌ିରେ ଓଜସ୍ବିନୀ ଭାଷଣ ଦେଇଥିଲେ । ସେ କହିଲେ ଯେ ବିଲାତର ରାଣୀ ଭିକ୍ଟୋରିଆ ଆମ ଶତ୍ରୁଦେଶର ରାଣୀ । ତେଣୁ ତାଙ୍କ ମୃତ୍ୟୁରେ ଆମର ଶୋକ ପାଳିବାର ଆବଶ୍ୟକତା ନାହିଁ ।

(ଙ) ସଭକର୍‌ଙ୍କୁ କେଉଁ କାରଣରୁ ଆଣ୍ଡାମାନ ପଠା-ଯାଇଥିଲା ?
Answer:
କଲେଜ ଶିକ୍ଷା ଶେଷକଲା ପରେ ସଭକର୍‌ ଆଇନ ପଢ଼ିବାପାଇଁ ଲଣ୍ଡନ ଯାଇଥିଲେ । ବିଲାତରେ ଥାଇ ମଧ୍ୟ ସେ ଭାରତମାତାକୁ ସ୍ଵାଧୀନ କରିବାର ସ୍ବପ୍ନ ଦେଖୁଥା’ନ୍ତି । ସେ ବିଲାତରେ ସଙ୍ଗଠନ ଆରମ୍ଭ କରି ଇଂରେଜ ସରକାରଙ୍କ ବିରୋଧରେ ଆନ୍ଦୋଳନ ଚଳାଇଲେ । ତେଣୁ ତାଙ୍କୁ ରାଜଦ୍ରୋହ ଅପରାଧରେ ବନ୍ଦୀ କରାଗଲା ଓ ଜାହାଜରେ ଭାରତର କୌଣସି ଏକ କାରାଗାରକୁ ପଠାଇ ଦିଆଗଲା । କିନ୍ତୁ ସେ ଜାହାଜରୁ ସମୁଦ୍ରକୁ ଡେଇଁପଡ଼ି ପଳାଇଯିବାକୁ ଚେଷ୍ଟାକରି ଧରାପଡ଼ିଗଲେ । ବନ୍ଦୀ ଅବସ୍ଥାରେ ଫେରାର ହେବା ତାଙ୍କ ପ୍ରତି ଅଧ‌ିକ କଠୋର ଦଣ୍ଡବିଧାନ କରାଯାଇ କଳାପାଣି ପାରିକରି ଆଣ୍ଡାମାନ ଜେଲକୁ ପଠାଇ ଦିଆଗଲା ।

ଲେଖକ ପରିଚୟ:

ରାମପ୍ରସାଦ ମହାନ୍ତି (୧୯୨୦) ପୁରୀ ଜିଲ୍ଲାର ନିମାପଡ଼ା ଥାନା ଅନ୍ତର୍ଗତ କରିଲୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସ୍ଵାଧୀନତା ସଂଗ୍ରାମୀ । ସେ ଅନେକ ଦିନ ଧରି ‘ମୀନାବଜାର’ ଓ ‘ଶିଶୁଲେଖା’ ଆଦି ଶିଶୁ ପତ୍ରିକାର ସମ୍ପାଦକ ଥିଲେ । ବହୁ ଗଳ୍ପ ଓ କବିତାର ସେ ରଚୟିତା । ‘ଲୁଲୁ ଆମ ପାରିବାର’, ‘ଦେଶପ୍ରେମୀ କଏଦୀର କାହାଣୀ’ ଆଦି ଗଳ୍ପଗୁଡ଼ିକ ତାଙ୍କ ରଚନା । ତାଙ୍କ ରଚିତ ଶିଶୁସାହିତ୍ୟ ପୁସ୍ତକ ‘ବଜାରେ ବଜା’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛନ୍ତି।

ବିଷୟ ସୂଚନା:

ଲେଖା ଜରିଆରେ ଲୋକଙ୍କ ମନରେ ଦେଶପ୍ରେମ ସୃଷ୍ଟି କରିବା ଲେଖକଙ୍କର ଉଦ୍ଦେଶ୍ୟ । କଏଦୀ’ ବିଷୟରେ ସ୍ଵାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସଭର୍‌କରଙ୍କ ମାତୃଭୂମିର ମୁକ୍ତା ଆନ୍ଦୋଳନରେ ନିଃସ୍ୱାର୍ଥପର ସେବା ଓ ତ୍ୟାଗର କାହାଣୀ ବର୍ଣ୍ଣିତ ହୋଇଛି ।

ସାରକଥା:

ଦାମୋଦର ସଭର୍‌କର୍ ଜଣେ ସ୍ଵାଧୀନତା ସଂଗ୍ରାମୀ । ସେ ଜଣେ ଦେଶଭକ୍ତ ଏବଂ ବିପ୍ଳବୀ ଯୁବକ ଥିଲେ । ଜନ୍ମଭୂମିପାଇଁ ଜୀବନସାରା ଦୁଃଖ ସହିଥିଲେ । ବିଲାତରେ ଆଇନ ପଢ଼ିବା ପାଇଁ ଯାଇ ସେ ମାତୃଭୂମିକୁ ଶୃଙ୍ଖଳମୁକ୍ତ କରିବା ପାଇଁ ଉଦ୍ୟମ କରୁଥିବା ଅପରାଧରେ ରାଜନୈତିକ ବନ୍ଦୀ ସାଜି ଜାହାଜ ଯୋଗେ ଭାରତର ଏକ ଜେଲକୁ ଚାଲାଣ ହେଉଥାଆନ୍ତି । ସମୁଦ୍ରରେ ଜାହାଜ ଆସୁଥାଏ । ବନ୍ଦୀ ଜଣଙ୍କର ମୁହଁରେ ଅଜସ୍ର ଚିନ୍ତାର ଚିହ୍ନ । ତାଙ୍କୁ ଜାହାଜର ଯେଉଁ ପ୍ରକୋଷ୍ଠରେ ରଖାଯାଇଥାଏ, ସେହି ପ୍ରକୋଷ୍ଠ ଆଗରେ ସଶସ୍ତ୍ର ପ୍ରହରୀ ପଦଚାରଣ କରୁଥା’ନ୍ତି ।

ବିଲାତରେ ଗିରଫ ହୋଇ ସେ ଯେତେବେଳେ ହାଜତକୁ ଗଲେ, ସେତେବେଳେ ଜଣେ ଇଂରେଜ ସାମ୍ବାଦିକ ତାଙ୍କୁ ଜଣାଇଥିଲେ ଯେ, ତାଙ୍କର ଅନ୍ୟ ଦୁଇଭାଇଙ୍କୁ ମଧ୍ୟ ଜେଲ୍‌କୁ ନିଆଗଲାଣି । ଏହା ଶୁଣି ସେ ଆନନ୍ଦରେ କହିଲେ ଏ ତ ଗୌରବର କଥା । ମୋର ସୌଭାଗ୍ୟ ଯେ ଆମ ପରିବାରର ସମସ୍ତେ ଜନ୍ମଭୂମିର ପରାଧୀନତା ଶୃଙ୍ଖଳକୁ ଛିନ୍ନ କରିବାଲାଗି

ସଭର୍‌କର୍‌ଙ୍କ ପିଲାଦିନର ନାମ ଥିଲା ତାତ୍ୟା । ସେ ମହାରାଷ୍ଟ୍ରର ନାସିକ ଜିଲ୍ଲା ଅନ୍ତର୍ଗତ ଭଗ୍ନର ନାମକ ଗାଆଁରେ ୧୮୮୩ ମସିହା ମଇମାସ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦାମୋଦର ପଛ ସଭର୍‌କର୍ । ମାଆଙ୍କ ନାମ ରାଧାବାଈ । ତାଙ୍କର ବଡ଼ଭାଇ ଥିଲେ ଗଣେଶ ଦାମୋଦର ଓ ସାନଭାଇ ନାରାୟଣ ରାଓ । ତାଙ୍କର ମାତୃଭୂମି ପ୍ରତି ଏପରି ମମତା ଓ ସାହସିକତା ଦେଖୁ ସାମ୍ବାଦିକ ଜଣକ ପ୍ରଶଂସା କରି ଏକ ଲେଖା ଲେଖିଥିଲେ । ଫଳରେ ସାମ୍ବାଦିକଙ୍କୁ ମଧ୍ୟ ତାଙ୍କ ସହିତ ଏକ ଜେଲ୍‌ରେ ରହିବାକୁ ପଡ଼ିଥିଲା । ଜାହାଜରେ ଆସୁଥିବାବେଳେ ତାଙ୍କ ମନରେ ଅନେକ ସ୍ମୃତି ଉଙ୍କି ମାରୁଥାଏ । ସେ ଉଠି ସ୍ନାନାଗାରକୁ ଗଲେ । ସେଠାରେ ଗୋଟିଏ ଦର୍ପଣ ଏପରି ଭାବରେ ଲାଗିଥାଏ ଯେ, ଭିତରେ ଯିଏ ବଦ୍ଧପରିକର, ସର୍ବସ୍ଵ ତ୍ୟାଗ କରିବାପାଇଁ କୃତସଂକଳ୍ପ ।’’

ସଭର୍‌କର୍‌ଙ୍କ ପିଲାଦିନର ନାମ ଥିଲା ତାତ୍ୟା । ସେ ମହାରାଷ୍ଟ୍ରର ନାସିକ ଜିଲ୍ଲା ଅନ୍ତର୍ଗତ ଭଗୁର ନାମକ ଗାଆଁରେ ୧୮୮୩ ମସିହା ମଇମାସ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦାମୋଦର ପଛ ସଭର୍‌କର୍‌ । ମାଆଙ୍କ ନାମ ରାଧାବାଈ । ତାଙ୍କର ବଡ଼ଭାଇ ଥିଲେ ଗଣେଶ ଦାମୋଦର ଓ ସାନଭାଇ ନାରାୟଣ ରାଓ । ତାଙ୍କର ମାତୃଭୂମି ପ୍ରତି ଏପରି ମମତା ଓ ସାହସିକତା ଦେଖୁ ସାମ୍ବାଦିକ ଜଣକ ପ୍ରଶଂସା କରି ଏକ ଲେଖା ଲେଖିଥିଲେ । ଫଳରେ ସାମ୍ବାଦିକଙ୍କୁ ମଧ୍ୟ ତାଙ୍କ ସହିତ ଏକ ଜେଲ୍‌ରେ ରହିବାକୁ ପଡ଼ିଥିଲା । ଜାହାଜରେ ଆସୁଥିବାବେଳେ ତାଙ୍କ ମନରେ ଅନେକ ସ୍ମୃତି ଉଙ୍କି ମାରୁଥାଏ । ସେ ଉଠି ସ୍ନାନାଗାରକୁ ଗଲେ । ସେଠାରେ ଗୋଟିଏ ଦର୍ପଣ ଏପରି ଭାବରେ ଲାଗିଥାଏ ଯେ, ଭିତରେ ଯିଏ

ଯାହା କରିବ ବାହାରେ ଥ‌ିବା ପ୍ରହରୀ ସବୁ ଦେଖୁରିବ । ସେ ଚତୁରତାର ସହ ଦର୍ପଣ ଉପରେ ନିଜର ଜାମା କାଢ଼ି ଟାଙ୍ଗିଦେଲେ, ଫଳରେ ବାହାରକୁ କିଛି ଦିଶିଲା ନାହିଁ । ସେହି ଅବସରରେ ସେ ସମୁଦ୍ରକୁ ଲମ୍ଫ ଦେଇ ପଳାଇଯିବାକୁ ଚେଷ୍ଟାକଲେ । ପ୍ରହରୀ ଲମ୍ଫ ଦେବା ଶବ୍ଦ ଶୁଣି ଶୀଘ୍ରଯାଇ ପ୍ରକୋଷ୍ଠରେ ଦେଖିଲା ଯେ କଏଦୀ ନାହିଁ । ସମୁଦ୍ରକୁ ଚାହିଁ ଦେଖୁଲା ଦ୍ରୁତଗତିରେ କଏଦୀଜଣକ ପହଁରି ପଳେଇ ଯାଉଛି । ସେ ଗୁଳି ଚଳେଇଲା; ମାତ୍ର ଗୁଳି ଲକ୍ଷ୍ୟଭେଦ କରିପାରିଲା ନାହିଁ ।

ସଭର୍‌କର୍‌ କିଛି ଦୂର ଯାଇ ଗୋଟିଏ ଟାପୁରେ ଲାଗିଲେ । ଆତ୍ମଗୋପନ କରିବାପାଇଁ ସେଠାରେ କୌଣସି ସ୍ଥାନ ନଥିଲା । ଫଳରେ ଯନ୍ତ୍ରଚାଳିତ ନୌକାରେ ତାଙ୍କର ପିଛା କରୁଥିବା ସିପାହୀମାନେ ତାଙ୍କୁ ଧରି ଜାହାଜକୁ ଆଣିଲେ, ତାଙ୍କର ହାତ ଓ ପାଦରେ ବେଡ଼ି ପକାଇଦେଲେ । ବନ୍ଦୀ ଅବସ୍ଥାରେ ଜାହାଜରୁ ଫେରାର ହେବା ଅପରାଧର ବିଚାର ହୋଇ ତାଙ୍କୁ କଠୋର ଦଣ୍ଡ ଦିଆଗଲା ।

କଲେଜରେ ପଢୁଥ‌ିବାବେଳେ ସଭର୍‌କର୍ ଗୋଟିଏ ବିପ୍ଳବୀ ଦଳ ଗଢ଼ିଥିଲେ । ତା’ର ନାମ ଥିଲା ‘ମିତ୍ରମେଳା’ । ୧୯୦୧ ମସିହାରେ ଭିକ୍ଟୋରିଆଙ୍କ ମୃତ୍ୟୁରେ ଚାରିଆଡ଼େ ଶୋକ ପାଳିତ ହେଉଥିବାବେଳେ ମିତ୍ରମେଳାର ସଦସ୍ୟମାନେ ଶୋକ ପାଳିଲେ ନାହିଁ, କାରଣ ଶତ୍ରୁ ଦେଶର ରାଣୀଙ୍କପାଇଁ ସେମାନେ ଶୋକ କରିବେ ନାହିଁ । ତାଙ୍କର ଏହି କାର୍ଯ୍ୟ ସମ୍ବାଦପତ୍ରରେ ପ୍ରକାଶ ପାଇବା ପରେ ଲୋକମାନ୍ୟ ବାଳଗଙ୍ଗାଧର ତିଳକ ବିସ୍ମିତହୋଇ କହିଲେ – ‘ମହାରାଷ୍ଟ୍ରରେ କ’ଣ ଶିବାଜୀ ପୁନର୍ଜନ୍ମ ଗ୍ରହଣ କଲେ ।’’ କେତେବର୍ଷ ପରେ ଲୋକମାନ୍ୟଙ୍କ ପତ୍ରପାଇ ସଭର୍‌କର୍ ତାଙ୍କୁ ସାକ୍ଷାତ୍ କଲେ ଓ ଦେଶ ପାଇଁ କାମ କରିବାକୁ ଆଶୀର୍ବାଦ ଭିକ୍ଷାକଲେ । ସେତେବେଳେ ସ୍ଵାଧୀନତା ଆନ୍ଦୋଳନ ଚାଲିଥିଲା ଓ ବିଦେଶୀ ଦ୍ରବ୍ୟ ବର୍ଜନ କାମ ଚାଲିଥାଏ । ବିଭିନ୍ନ ସ୍ଥାନରେ ବିଦେଶୀ ଦ୍ରବ୍ୟ ପୋଡ଼ା ଯାଉଥାଏ । ସେହି କାର୍ଯ୍ୟରେ ଅଗ୍ରଣୀ ଥିଲେ ସଭକର୍ । ଲଣ୍ଡନରେ ଆଇନ ପଢ଼ିଲାବେଳେ ବିଦ୍ରୋହ କରି ରାଜଦ୍ରୋହ ଅପରାଧରେ ପ୍ରଥମେ ବନ୍ଦୀ ଓ ପରେ ଜାହାଜରୁ ଖସିଯିବା ଅପରାଧ ବିଚାରରେ ତାଙ୍କୁ କଳାପାଣି ପାରି କରାଇ ଆଣ୍ଡାମାନ ଦ୍ଵୀପର ଜେଲ୍‌କୁ ପଠାଗଲା ।

ସେଠାକାର ଜଳବାୟୁ ଅସ୍ଵାସ୍ଥ୍ୟକର ଥିଲା । ବନ୍ଦୀମାନେ ବଳଦ ପରି ଘଣାପେଲି ଜଣକେ ଦିନକୁ ପନ୍ଦର ସେର ତେଲ ବାହାର କରୁଥିଲେ । କମ୍ ହେଲେ ଛୁଟି ମିଳେ ନାହିଁ । ପିଠିରେ ଚାବୁକ୍‌ମାଡ଼ ବସେ । ଆଖୁ ଲୁହ ବୋହିଲେ ପୋଛିବାକୁ ମନା । ଦିନକୁ ଦି’ ତାଟିଆ ପାଣି ମିଳୁଥୁଲା ପିଇବାକୁ । ସ୍ନାନ ଥିଲା ସ୍ବପ୍ନ । ବର୍ଷାହେଲେ ଘଣା ପେଲୁଥିବା ଲୋକ ସେଥ‌ିରେ ଓଦା ହୋଇଯାଆନ୍ତି । ସଭର୍‌କର ଖୁବ୍ କଷ୍ଟରେ ସେହି ଜୀବନ ଅତିବାହିତ କଲେ । ହଠାତ୍ ଦିନେ ସେ ତାଙ୍କର ବଡ଼ଭାଇ ଗଣେଶଙ୍କୁ ମଧ୍ୟ ସେଠାରେ ଦେଖ‌ିଲେ । ଦୁଇଭାଇ ପରସ୍ପରକୁ ଦେଖ୍ ଅଶ୍ରୁ ଢାଳିଲେ, ଆଲିଙ୍ଗନ କଲେ । ପ୍ରହରୀ ସେମାନଙ୍କୁ ଅଲଗା କରି ନେଇଗଲା । ଦଶବର୍ଷ ପରେ ଦୁଇଭାଇ ଏକାଠି ବନ୍ଦିଶାଳାରୁ ମୁକ୍ତ ହୋଇଥିଲେ ।

ମୁକ୍ତ ହେଲାପରେ ମଧ୍ୟ ସଭର୍‌କର୍‌ଙ୍କୁ ଇଂରେଜ ସରକାର ଖୁବ୍ ଡରୁଥିଲେ, ତେଣୁ ପୁଣି ତାଙ୍କୁ ବନ୍ଦୀ କରାଗଲା । ଅଲିପୁର ଜେଲ୍‌ରେ ତାଙ୍କୁ ନଜରବନ୍ଦୀରେ ରଖାଗଲା । ଏହାର ଷୋହଳ ବର୍ଷ ପରେ ସରକାର ତାଙ୍କ ଉପରୁ କଟକଣା ଉଠାଇଦେଲେ । ବୟସର ଆଧ‌ିକ୍ୟ ହେତୁ କ୍ଳାନ୍ତ ଓ ଅବସନ୍ନ ହୋଇପଡ଼ିଥ‌ିବେ ଭାବି ଇଂରେଜ ସରକାର ତାଙ୍କୁ ମୁକ୍ତ କରିଦେଲେ; ମାତ୍ର ଏହି ଧାରଣାକୁ ଭ୍ରମାତ୍ମକ ପ୍ରମାଣ କରି ସଭର୍‌କର୍‌ ଦେଶସାରା ଘୂରିବୁଲି ମୁକ୍ତିକାମୀ ଜନତାଙ୍କୁ ସଶସ୍ତ୍ର ସଂଗ୍ରାମ କରିବାପାଇଁ ପ୍ରେରଣା ଯୋଗାଇଲେ । ସେଥ‌ିପାଇଁ ତାଙ୍କୁ ପୁନର୍ବାର କାରାବରଣ କରିବାକୁ ହେଲା ।

ଦେଶପ୍ରେମର ଉଜ୍ଜଳ ଦୃଷ୍ଟାନ୍ତ ଏହି ମହାପୁରୁଷଙ୍କଠାରୁ ମିଳେ । ଦେଶର ସ୍ଵାଧୀନତା ପାଇଁ ଲଢ଼ି ତାଙ୍କୁ ସାରାଜୀବନ ବିଦେଶୀ ସରକାରର ନିର୍ମମ ନିର୍ଯାତନା ଭୋଗ କରିବାକୁ ପଡ଼ିଥିଲା । ସାରା ଜୀବନ ଇଂରେଜ ସରକାରଙ୍କ ସହିତ ଲଢ଼ି ଶେଷରେ ୧୯୬୬ ମସିହା ଫେବୃଆରୀ ୩ ତାରିଖରେ ୮୩ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଥିଲେ ।

କଠିନ ଶବ୍ଦାର୍ଥ:

  • ବଦ୍ଧପରିକର – ସଂକଳ୍ପବଦ୍ଧ, ପ୍ରତିଜ୍ଞାବଦ୍ଧ ।
  • କୃତସଂକଳ୍ପ – ଦୃଢ଼ପ୍ରତିଜ୍ଞ ।
  • ଓଜସ୍ବିନୀ – ଶକ୍ତିଶାଳୀ ।
  • ନଜରବନ୍ଦୀ – ଯେଉଁ ବ୍ୟକ୍ତିକୁ ବନ୍ଦୀଶାଳା ବାହାରେ ରଖାଯାଇଥିଲେ ହେଁ ତା’ର ଗତିବିଧ‌ି ପ୍ରତି ସତର୍କ ଦୃଷ୍ଟି ରଖାଯାଇଥାଏ ।
  • ସାୟାହ୍ନ – ସନ୍ଧ୍ୟାକାଳ ।
  • କଳାପାଣି – ଅସ୍ବାସ୍ଥ୍ୟକର ଆଣ୍ଡାମାନ ଦ୍ବୀପକୁ ଘେରି ରହିଥିବା ଜଳରାଶି ।
  • ଅନୁଜ – ସାନଭାଇ ।
  • ମହାରାଣୀ ଭିକ୍ଟୋରିଆ – ବ୍ରିଟେନ୍‌ର ରାଣୀ ଓ ପରାଧୀନ ଭାରତର ମହାରାଣୀ ।
  • ଅବିସ୍ମରଣୀୟ – ଯାହା ଭୁଲିବାର ନାହିଁ ।
  • ପ୍ରକୋଷ୍ଠ – କୋଠରି ।
  • ନିଶ୍ଚଳ – ସ୍ଥିର, ଯାହା ଚଳଚଞ୍ଚଳ ନହେଁ ।
  • ସଶସ୍ତ୍ର – ଶସ୍ତ୍ର ସହିତ ।
  • କଏଦୀ – ବନ୍ଦୀ ।
  • ରାଜନୈତିକ – ରାଜନୀତି ସମ୍ବନ୍ଧୀୟ ।
  • ଛିନ୍ନ – ଛିଣ୍ଡାଇବା ।
  • ସର୍ବସ୍ଵ – ସବୁକିଛି ।
  • କ୍ରୋଧାନ୍ବିତ – ରାଗିଯାଇ ।
  • କକ୍ଷ – ବଖରା ।
  • ସଂଲଗ୍ନ – ସଂଯୁକ୍ତ, ଯୋଗ
  • ବେଡ଼ି – ଶିକୁଳି ।
  • ସର୍ବତ୍ର – ଚାରିଆଡ଼େ ।
  • କ୍ଷୁବ୍‌ଧ ହୋଇ – ରାଗିଯାଇ ।
  • ବିୟୋଗ – ମୃତ୍ୟୁ ।
  • ପୁନର୍ଜନ୍ମ – ପୁଣିଥରେ ଜନ୍ମନେବା ।
  • ଅଗ୍ରଣୀ – ଆଗୁଆ ।
  • ତୃଷ୍ଣା – ଶୋଷ ।
  • ପ୍ରତ୍ୟାବର୍ତ୍ତନ – ଫେରିଯିବା ।
  • ନିବଦ୍ଧ – ଲାଖୁରହିବା ।
  • ବାର୍ତ୍ତାଳାପ – ଖବର ଆଲୋଚନା ।
  • ଅତିବାହିତ – ବିତାଇବା ।
  • ଉନ୍ମତ୍ତ – ବିହ୍ଵଳ ।
  • ମୁକ୍ତିକାମୀ – ମୁକ୍ତି ଇଚ୍ଛା କରୁଥିବା ।

BSE Odisha 6th Class Odia Solutions Chapter 9 ସଡ଼କ ସୁରକ୍ଷା ଜୀବନ ରକ୍ଷା

Odisha State Board BSE Odisha 6th Class Odia Solutions Chapter 9 ସଡ଼କ ସୁରକ୍ଷା ଜୀବନ ରକ୍ଷା Textbook Exercise Questions and Answers.

BSE Odisha Class 6 Odia Solutions Chapter 9 ସଡ଼କ ସୁରକ୍ଷା ଜୀବନ ରକ୍ଷା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) କ’ଣ କଲେ ଆମେ ସଡ଼କ ଦୁର୍ଘଟଣାକୁ ଏଡ଼ାଇପାରିବା ?
Answer:
ଆମ୍ଭେମାନେ ରାସ୍ତାର ନିୟମ ମାନି ଗାଡ଼ି ଚଳାଇଲେ ସଡ଼କ ଦୁର୍ଘଟଣାକୁ ଏଡ଼ାଇପାରିବା ।

(ଖ) ଇଞ୍ଜିନ୍‌ଚାଳିତ ଗାଡ଼ି ଚଲାଇବାପାଇଁ ଚାଳକର ସର୍ବନିମ୍ନ ବୟସସୀମା କେତେ ?
Answer:
ଇଞ୍ଜିନ୍‌ଚାଳିତ ଗାଡ଼ି ଚଳାଇବାପାଇଁ ଚାଳକର ସର୍ବନିମ୍ନ ବୟସ ୧୮ ବର୍ଷ ହେବା ବିଧେୟ ।

(ଗ) ନାଗରିକର କର୍ତ୍ତବ୍ୟ ମଧ୍ୟରୁ କେଉଁ ନିୟମ ଜାଣିବା ତା’ ପାଇଁ ଗୁରୁତ୍ବପୂର୍ଣ ?
Answer:
ନାଗରିକର କର୍ତ୍ତବ୍ୟ ମଧ୍ୟରୁ ରାସ୍ତାର ସମସ୍ତ ନିୟମ ମାନି ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

(ଘ) ପାଦରେ ଚାଲି ଗଲାବେଳେ ରାସ୍ତାରେ କେଉଁ ପାଖେ ଚାଲିବ ?
Answer:
ପାଦରେ ଚାଲି ଚାଲି ଗଲାବେଳେ ନିଜର ଡାହାଣ ପାଖରେ ଚାଲିବ ।

(ଙ) ଦ୍ରୁତଗାମୀ ଗାଡ଼ିର ଚାଳକକୁ ମୋବାଇଲ ବ୍ୟବହାର କାହିଁକି ମନା ?
Answer:
ଦ୍ରୁତଗାମୀ ଗାଡ଼ି ଚଳାଇବାବେଳେ ମୋବାଇଲ ବ୍ୟବହାର କଲେ ଅନ୍ୟମନସ୍କ ହେବାକୁ ପଡ଼େ ଓ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେଣୁ ଦ୍ରୁତଗାମୀ ଗାଡ଼ିଚାଳକକୁ ମୋବାଇଲ ବ୍ୟବହାର କରିବା ମନା ।

BSE Odisha 6th Class Odia Solutions Chapter 9 ସଡ଼କ ସୁରକ୍ଷା ଜୀବନ ରକ୍ଷା

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ରାସ୍ତା ଦୁର୍ଘଟଣାଦ୍ଵାରା କି କ୍ଷତି ହୁଏ ?
Answer:
ରାସ୍ତାରେ ଗାଡ଼ି ଚଳାଇବାବେଳେ ଅନ୍ୟମନସ୍କ ଓ ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିଥାଏ । କେତେକ କ୍ଷେତ୍ରରେ ଜୀବନ ଚାଲିଯାଏ ଓ ଅନ୍ୟ କେତେକ କ୍ଷେତ୍ରରେ ଗୋଡ଼ହାତ ଭାଙ୍ଗି ମନୁଷ୍ୟ ପଙ୍ଗୁ ପାଲଟିଯାଏ । ବହୁ ଧନ ମଧ୍ୟ ବ୍ୟୟ ହୋଇଥାଏ।

(ଖ) ପାଦଚଲା ରାସ୍ତାରେ କେଉଁପଟେ କାହିଁକି ଯିବା ?
Answer:
ପାଦରେ ଚାଲି ଚାଲି ଗଲାବେଳେ ଗାଁ କି ସହରରେ ନିଜର ଡାହାଣ ପଟେ ଯିବା ସାମ୍‌ନା ପଟୁ ଆସୁଥିବା ଗାଡ଼ିମଟରକୁ ଦୂରରୁ ଦେଖିହେବ ଓ ଦ୍ରୁତଗାମୀ ଗାଡ଼ିକୁ ବାଟ ଛାଡ଼ି ନିରାପଦରେ ଆଗକୁ ଯାଇହେବ । ଏଥପ୍ରତି ଅସାବଧାନ ହେଲେ ଦୁର୍ଘଟଣାରେ ସାମ୍‌ନା ହେବାକୁ ପଡ଼ିବ ।

(ଗ) ଛକମାନଙ୍କରେ ପାର ହେବାକୁ କ’ଣ କରିବାକୁ ହେବ ?
Answer:
ଛକ ଜାଗାମାନଙ୍କରେ ରାସ୍ତା ବଦଳାଇବା ବା ପାର ହେବାକୁ ଥିଲେ ସେଠାରେ ଥ‌ିବା ଧଳାଦାଗ ଭଳି ଚିହ୍ନିତ ସ୍ଥାନକୁ ବ୍ୟବହାର କରିବା ଦରକାର । ଏପରି ସାବଧାନତା ଅବଲମ୍ବନ କଲେ ଦୁର୍ଘଟଣାକୁ ଏଡ଼ାଇ ଦେଇ ପାରିବା ।

(ଘ) ସାଇକେଲ ଚଳାଇବାବେଳେ କି ପ୍ରକାର ସାବଧାନତା ଅବଲମ୍ବନ କରିବା ଉଚିତ ?
Answer:
ରାସ୍ତାରେ ସାଇକେଲ୍ ଚଳାଇବାବେଳେ ରାସ୍ତା ଓ ଏହାର ପାର୍ଶ୍ଵରେ ଥ‌ିବା ଚିହ୍ନ ପ୍ରତି ଧ୍ୟାନ ଦେଇ ଆଗକୁ ଯିବା ଉଚିତ । ରାସ୍ତା ଉପରେ ଉଦ୍ଦିଷ୍ଟ ସ୍ଥାନରେ ଦିଆଯାଇଥ‌ିବା ସଂକେତ ପ୍ରତି ସତର୍କ ରହିବାକୁ ହେବ । ନାଲି ଆଲୁଅ ଜଳୁଥିଲେ ଅଟକିବା ଓ ସବୁଜ ଆଲୁଅ ଜଳିବାବେଳେ ଆଗକୁ ଯିବା ଦରକାର ।

(ଙ‍) ଦୁଇଚକିଆ ଯାନର ପଛରେ ବସିଲେ କି ପ୍ରକାର ସତର୍କ ହେବାକୁ ପଡ଼ିବ ?
Answer:
ଜଣକ ମଟର ସାଇକେଲ ପଛରେ ବସି ଗଲାବେଳେ ମଧ୍ୟ ସତର୍କ ହୋଇ ଯିବାକୁ ପଡ଼ିଥାଏ । ପଛରେ ବସି ଗପକରିବା, ଚାଳକକୁ ଅନ୍ୟମନସ୍କ କରିବା, ହାତଗୋଡ଼ ହଲାଇ ଭାରସାମ୍ୟ ନଷ୍ଟ କରିବା ଅନୁଚିତ । କାରଣ ଏପରି କଲେ ଦୁର୍ଘଟଣା ବା ବିପଦର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

Question ୩।
ପୂର୍ବାପର ସମ୍ପର୍କ ସହ ସରଳଭାଷାରେ ବୁଝାଇ ଲେଖ ।
(କ) ଏହାଦ୍ଵାରା ନିଜର ଓ ଦେଶର ଧନଜୀବନ ସୁରକ୍ଷିତ ହୋଇପାରିବ ।
Answer:
ଏହାଦ୍ଵାରା ନିଜର …………………………. ହୋଇପାରିବ ।
‘‘ଉଲ୍ଲିଖିତ ପଂକ୍ତିଟି ଆମ ପଠିତ ସାହିତ୍ୟ ବହିର ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ଲେଖକ ଜୀବନ ଓ ଧନର ସୁରକ୍ଷା ବିଷୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏବେ ଗାଁଠାରୁ ସହରଯାଏ ସବୁଆଡ଼େ ଗାଡ଼ିମଟର ବ୍ୟବହାର ବହୁ ପରିମାଣରେ ବଢ଼ିଯାଇଛି । ଗାଡ଼ିଚାଳକମାନଙ୍କ ଅନ୍ୟମନସ୍କତା ଓ ଅସାବଧାନତା ହେତୁ ପ୍ରତିଦିନ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଛି । ଫଳସ୍ବରୂପ ନିଜର, ପରିବାରର ତଥା ଦେଶର ଅକଳନ କ୍ଷତି ଘଟୁଛି । ତେଣୁ ରାସ୍ତାରେ ଚାଲି ଚାଲି ଗଲାବେଳେ କିମ୍ବା ଗାଡ଼ିମଟରରେ ଯିବାବେଳେ ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ ।

ଗାଡ଼ି ଚଲାଇବା ସମୟରେ ରାସ୍ତା ଓ ଏହାର ପାର୍ଶ୍ଵରେ ଥ‌ିବା ବିଭିନ୍ନ ସଂକେତ ପ୍ରତି ସତର୍କ ରହିବା ଆବଶ୍ୟକ । ବିଶେଷତଃ ଛକଜାଗାମାନଙ୍କର ଟ୍ରାଫିକ୍ ସଙ୍କେତମାନି ଗାଡ଼ଇ ଚଳାଇବା ଉଚିତ । ଆମେ ରାସ୍ତାରେ ଯିବା ଆସିବା କଲାବେଳେ ଯଦି ସତର୍କରହିବା ଓ ରାସ୍ତାର ନିୟମ ମାନିବା, ତେବେ ଦୁର୍ଘଟଣାକୁ ଏଡ଼ାଇ ପାରିବା । ଏହାଦ୍ଵାରା ନିଜର ତଥା ଦେଶର ଧନଜୀବନ ସୁରକ୍ଷିତ ହୋଇପାରିବ ।

(ଖ) ଆମେ ସମସ୍ତେ ସଚେତନ ଓ ସତର୍କ ହେଲେ, ଆମର ଓ ଆମ ଦେଶର ମଙ୍ଗଳ ସାଧୂ ହେବ।
Answer:
ଆମେ ସମସ୍ତେ ……………………………………….. ସାଧୁ ହେବ ।
ଉଲ୍ଲିଖିତ ପଂକ୍ତିଟି ଆମ ପଠିତ ସାହିତ୍ୟ ବହିର ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’’ ପ୍ରବନ୍ଧରୁ ଆନୀତ । ଏଠାରେ ପ୍ରାବନ୍ଧିକ ଦେଶର ମଙ୍ଗଳ ସାଧନ ନିମନ୍ତେ ସଚେତନ ଓ ସତର୍କତା ବିଷୟରେ ଦୃଷ୍ଟିପାତ କରିଛନ୍ତି । ଆମ୍ଭମାନେ ରାସ୍ତାରେ ଯିବାଆସିବା କରିବା ସମୟରେ ସଚେତନତା ଓ ସତର୍କତା ଅବଲମ୍ବନ କରିବା ଉଚିତ । ଏହାଦ୍ଵାରା ଆମ୍ଭେମାନେ ଦୁର୍ଘଟଣା ବା ବିପଦକୁ ଏଡ଼ାଇଯାଇ ପାରିବା । ଏଥ‌ିପାଇଁ ଆମ ଦେଶରେ ସୁନ୍ଦର ନିୟମମାନ ପ୍ରଣୟନ କରାଯାଇଛି । ରାସ୍ତା ଉପରେ ଓ ପାର୍ଶ୍ଵରେ ଅନେକ ସଙ୍କେତର ବ୍ୟବସ୍ଥା କରାଯାଇଛି । ଆମ୍ଭେମାନେ ନିରାପଦ ରହିବା ଦେଶର ଆପଦ ଦୂରେଇ ଯିବ। ସେସବୁର ଧାରଣା ରଖିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ । ଦେଶର ମଙ୍ଗଳ ସାଧନ ନିମିତ୍ତ ପ୍ରତ୍ୟେକ ନାଗରିକ ସତର୍କ ଓ ସଚେତନ ରହିବା ଆବଶ୍ୟକ । ଆମ୍ଭେମାନେ ସୁସ୍ଥ ଜୀବନଯାପନ କଲେ ଦେଶକୁ ସୁସ୍ଥ ରଖିପାରିବା ଓ ଦେଶର ମଙ୍ଗଳ ସାଧୁ ହେବ ।

BSE Odisha 6th Class Odia Solutions Chapter 9 ସଡ଼କ ସୁରକ୍ଷା ଜୀବନ ରକ୍ଷା

Question ୪।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକୁ ନେଇ ବାକ୍ୟ ଗଠନ କର । (ପ୍ରଶ୍ନ ସହ ଉତ୍ତର)
Answer:
ସଚେତନ – ପ୍ରତେକ୍ୟ ନାଗରିକ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଉଚିତ ।
ଦୁର୍ଘଟଣା – ରାସ୍ତାରେ ଗଲାବେଳେ ସତର୍କତା ଅବଲମ୍ବନ କଲେ ଓ ରାସ୍ତାର ନିୟମ ମାନିଲେ ଦୁର୍ଘଟଣା କୁ ଏଡ଼ାଇ ଯାଇ ପାରିବା ।
ଦ୍ରୁତଗାମୀ – ଦ୍ରୁତଗାମୀ ଗାଡ଼ିଚାଳକ ଟିକିଏ ଅସତର୍କ ହେଲେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାଏ ।
ଅନ୍ୟମନସ୍କ – ଶ୍ରେଣୀରେ ଅନ୍ୟମନସ୍କ ରହୁଥ‌ିବା ଛାତ୍ର ପାଠ ବୁଝି ପାରେ ନାହିଁ ।
ଗପସପ – ରାସ୍ତ୍ରୀରେ ଗାନଇ ଗଲାବେଳେ ପଛରେ ବସିଥିବା ଲୋକ ସହିତ ଗପସପ କରି ଯିବାଦ୍ଵାରା ଦୁର୍ଘଟଣା ଘଟିପାରେ ।

Question ୫।
ତଳ ଶବ୍ଦଗୁଡ଼ିକର ବିପରୀତ ଅର୍ଥ ବୁଝାଉଥ‌ିବା ଶବ୍ଦ ଲେଖ । (ପ୍ରଶ୍ନ ସହ ଉତ୍ତର)
Answer:
ସାମାନ୍ୟ – ଅସାମାନ୍ୟ
ହାନି – ଲାଭ
ନିୟମ – ବେନିୟମ
ବିପଦ – ସମ୍ପଦ
କର୍ତ୍ତବ୍ୟ – ଅକର୍ତ୍ତବ୍ୟ

Question ୬।
ପାଠରୁ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଆଜିର ପିଲା ଆସନ୍ତା କାଲିର ______________ ।
Answer:
ନାଗରିକ

(ଖ) ବଡ଼ ବଡ଼ ସହରରେ ପାଦରେ ଚାଲିବାକୁ ______________ ବ୍ୟବସ୍ଥା ଥାଏ ।
Answer:
ସ୍ବତନ୍ତ୍ର ପାଦଚଲା ରାସ୍ତାର

(ଗ) ସାଇକେଲ ସିଟ୍ ଉପରେ ବସିଲେ ______________ ରାସ୍ତାକୁ ଛୁଇଁ ପାରୁଥ‌ିବ।
ଦୁଇଗୋଡ଼ ଆଙ୍ଗୁଳି

(ଘ) ______________ ଆଲୁଅ ଜଳିଲେ ଆଗକୁ ଯିବାପାଇଁ ସୂଚନା ମିଳେ ।
Answer:
ସବୁଜ

(ଙ) ମଟରସାଇକେଲ ଇତ୍ୟାଦି ଦୁଇଚକିଆ ଯାନରେ ______________ ରୁ ଅଧିକ ସଂଖ୍ୟକ ଲୋକ ଯାତାୟାତ କରିବା ଉଚିତ ନୁହେଁ ।
Answer:
ଦୁଇ

ତୁମ ପାଇଁ କାମ:

୧। ବହିରେ ଦିଆଯାଇଥବା ଟ୍ରାଫିକ୍ ସଙ୍କେତ ବ୍ୟତୀତ ଅନ୍ୟ ସଙ୍କେତଗୁଡ଼ିକୁ ଅନ୍ୟମାନଙ୍କୁ ପଚାରି ବୁଝ ଓ ଅଙ୍କନ କର । ସେଗୁଡ଼ିକର ବ୍ୟବହାର ସମ୍ପର୍କରେ ଲେଖ ।

ପରାକ୍ଷା ଉପଯୋଗୀ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଯାନବାହନର ଆବଶ୍ୟକତା କ’ଣ ?
Answer:
କୌଣସି କାମରେ ଦୂରସ୍ଥାନକୁ ଆମ୍ଭେମାନେ ଚାଲିକରି ଗଲେ ବହୁତ ସମୟ ଲାଗିବ ଓ ଶରୀର ପୀଡ଼ା ମଧ୍ୟ ହେବ । କେବଳ ଯିବା ଆସିବାପାଇଁ ଅଧୂକ ସମୟ ନଷ୍ଟହେବ । ଫଳରେ କାମ କରିବା ପାଇଁ ସମୟ ନିଅଣ୍ଟ ହେବ । ଯାନଦ୍ୱାରା ଗଲେ ଆମେ ଠିକଣା ସ୍ଥାନରେ ଶୀଘ୍ର ପହଞ୍ଚି ପାରିବା ଓ ଠିକ୍ ସମୟରେ କାର୍ଯ୍ୟଯି ଶେଷ କରିପାରିବା । ତେଣୁ ଯାନବାହନର ଏକାନ୍ତ ଆବଶ୍ୟକତା ରହିଛି ।

Question ୨।
ସଡ଼କ ସୁରକ୍ଷାର କି ଆବଶ୍ୟକତା ରହିଛି ?
Answer:
ଆଜିକାଲି ଯାନବାହନର ବହୁଳ ବ୍ୟବହାର ହେତୁ ସାମାନ୍ୟ ଅସାବଧାନତା ହେତୁ ଦୁର୍ଘଟଣାମାନ ଘଟି ବହୁ ଧନଜୀବନ ହାନି ଘଟୁଛି । ଫଳରେ ବ୍ୟକ୍ତି, ପରିବାର ଓ ରାଷ୍ଟ୍ରର ଅକଳନ କ୍ଷତି ଘଟୁଛି । ତେଣୁ ଏସବୁ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସଢ଼କ ସୁରକ୍ଷାର ଆବଶ୍ୟକତା ଅଛି । ଚାଲିଲାବେଳେ ଓ ଗାଢ଼ି ଚଳାଇବାବେଳେ ଆମେ ସତର୍କ ରହିଲେ ଓ ରାସ୍ତାର ନିୟମ ମାନିଲେ ଦୁର୍ଘଟଣାକୁ ଏଡ଼ାଇଦେଇ ପାରିବା ।

BSE Odisha 6th Class Odia Solutions Chapter 9 ସଡ଼କ ସୁରକ୍ଷା ଜୀବନ ରକ୍ଷା

Question ୩।
ଗମନାଗମନରେ ଜୀବନ ପ୍ରତି କି ବିପଦ ରହିଥାଏ ?
Answer:
ଗମନାଗମନ ସମୟରେ ଅସାବଧାନତା ହେତୁ ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ । ଦୁର୍ଘଟଣାରେ କୌଣସି ଅଙ୍ଗହାନି କିମ୍ବା ପ୍ରାଣହାନି ଘଟିବାର ସମ୍ଭାବନା ଥାଏ । ତେଣୁ ଗମନାଗମନ ସମୟରେ ସତର୍କ ରହିବା ଓ ରାସ୍ତାର ନିୟମ ମାନିବା ଉଚିତ।

Question ୪।
ଶୀଘ୍ର ଗାଡ଼ି ଚଳାଇବାଦ୍ଵାରା କ’ଣ ହୁଏ ?
Answer:
ଶୀଘ୍ର ଗାଡ଼ି ଚଳାଇବାଦ୍ଵାରା ସମୟ ସମୟରେ ଗାଡ଼ିଚାଳକ ଗାଡ଼ି ଉପରୁ ନିଜର ନିୟନ୍ତ୍ରଣ ହରାଇବସେ । ଫଳରେ ଅନ୍ୟ ପଦଚାରୀ, ଯାନବାହନ କିମ୍ବା ରାସ୍ତାକଡ଼ର ଖୁଣ୍ଟି ସହିତ ଧକ୍କା ହୋଇ ଦୁର୍ଘଟଣା ଘଟିଥାଏ । ଏହାଦ୍ଵାରା ଜୀବନ ହାନିଙ୍କ କିମ୍ବା ଅଙ୍ଗହାନି ଘଟିଥାଏ ।

ପୃଷ୍ଠଭୂମି:

କ୍ଷୁଦ୍ରତିକ୍ଷୁଦ୍ର କୀଟପତଙ୍ଗଠାରୁ ପ୍ରାରମ୍ଭକରି ଶ୍ରେଷ୍ଠଜୀବ ମନୁଷ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କର ଜୀବନ ବା ପ୍ରାଣ ରହିଛି । ତେଣୁ ପ୍ରତ୍ୟେକ ଗୋଟିଏ ଗୋଟିଏ ପ୍ରାଣୀ । ଆମ୍ଭମାନଙ୍କ ନିକଟର ନିଜର ପ୍ରାଣର ସୁରକ୍ଷା ସର୍ବାଦୌ ପ୍ରଥମ କର୍ତ୍ତବ୍ୟ । ଜୀବନକୁ ବଞ୍ଚାଇବା ରଖୁବାପାଇଁ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟରେ ଲିପ୍ତରହୁ । କର୍ଭବ୍ୟ ନିମିତ୍ତ ଆମ୍ଭମାନଙ୍କୁ ସ୍ଥାନାନ୍ତର ହେବାକୁ ପଡ଼ିଥାଏ । ସ୍ଥାନାନ୍ତର ପ୍ରକ୍ରିୟା ବିଭିନ୍ନ ଉପାୟରେ ସମ୍ପାଦିତ ହୋଇଥାଏ । ପ୍ରାଣୀମାନଙ୍କର ଗମନାଗମନ ଏକାନ୍ତ ଅପରିହାର୍ଯ୍ୟ ।

ଗମନାଗମନ ସମୟରେ ଅନେକ ପ୍ରତିବନ୍ଧକ ବା ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଜଳପଥ,ସ୍ଥଳପଥ ଓ ଆକାଶପଥରେ ଗମନାଗମନ କାର୍ଯ୍ୟ କରାଯାଇଥାଏ । ଗମନାଗମନ ଓ ପରିବହନ ପାଇଁ ଜଳପଥରେ ଜାହାଜ, ଆକାଶପଥରେ ଉଡ଼ାଜାହାଜ ଓ ସ୍ଥଳପଥରେ ସାଇକେଲଠାରୁ ଆରମ୍ଭକରି ରେଳଗାଡ଼ି ପର୍ଯ୍ୟନ୍ତ ବ୍ୟବହାର କରାଯାଇଥାଏ । ପ୍ରତ୍ୟେକ ଗମନାଗମନ କାର୍ଯ୍ୟରେ ବିପଦ ରହିଛି । ବିପଦକୁ ଏଡ଼ାଇବା ନିମିତ୍ତ ବିହିତ ପ୍ରତିକାର ବା କରିବା ଏକାନ୍ତ ଆବଶ୍ୟକ । ତେଣୁ ସ୍ଥଳପଥରେ ସଡ଼କର ସୁରକ୍ଷା କରିପାରିଲେ ଜୀବନର ସୁରକ୍ଷା ହୋଇପାରିବ ।

ବିଷୟର ସାରକଥା:.

ଦିନ ରାତି ୨୪ ଘଣ୍ଟା ଅନବରତ ତଥା ଅବିଶ୍ରାନ୍ତ ଗତିରେ ଯାନବାହନଦ୍ୱାରା ଯିବାଆସିବା ଓ ଜିନିଷପତ୍ର ନେବାଆଣିବା କାର୍ଯ୍ୟ ଚାଲିଛି । ଗ୍ରାମଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ରାସ୍ତାରେ ଗମନାଗମନ କାର୍ଯ୍ୟ ଲାଗିରହିଛି । କେତେବେଳେ ଆମ୍ଭେମାନେ ଚାଲିକରି ଯାଉ ତ ଆଉ କେତେବେଳେ ଯିବାଆସିବା ପାଇଁ ମୋଟରଗାଡ଼ି ବ୍ୟବହାର କରୁ । ପ୍ରତ୍ୟେକ କ୍ଷେତ୍ରରେ ଆମ୍ଭମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିକଟରେ ଥ‌ିବା ବିଦ୍ୟାଳୟକୁ ଚାଲିକରି ଯାଇଥା’ନ୍ତି । ଦୂରବର୍ତ୍ତୀ ବିଦ୍ୟାଳୟ ହୋଇଥିଲେ ମୋଟରରେ ଯିବା ଆସିବା କରିଥା’ନ୍ତି । ବର୍ତ୍ତମାନର ପ୍ରତ୍ୟେକ ଛାତ୍ରଛାତ୍ରୀ ଆମ ଦେଶର ଭବିଷ୍ୟତ । ସଡ଼କପଥରେ ଯିବା ସମୟରେ କେତେକ ନିୟମ ପାଳନ କରିବାକୁ ପଡ଼ିଥାଏ ।

ରାସ୍ତାର ଡାହାଣପାର୍ଶ୍ଵରେ ଯିବା ଆସିବା କରିବା ହେଉଛି ପ୍ରଥମ ମୌଳିକ ନିୟମ । ବାମ ଓ ଡାହାଣ ଉଭୟ ପଟୁ ଗାଡ଼ିମଟର ଦେଖୁ ରାସ୍ତା ଅତିକ୍ରମ କରିବା ଉଚିତ । ବଡ଼ ବଡ଼ ସହରମାନଙ୍କରେ ସ୍ବତନ୍ତ୍ର ପାଦଚଲା ରାସ୍ତା ରହିଥାଏ । ଛକ ଜାଗାମାନଙ୍କରେ ଟ୍ରାଫିକ୍ ପୋଲିସ୍‌ର ନିର୍ଦ୍ଦେଶ ମାନି ଗତି କରିବାକୁ ପଡ଼ିଥାଏ । ନିଜର ସ୍ଥାନକୁ ନିଜ ନିୟନ୍ତ୍ରଣରେ ରଖିବାର ଦକ୍ଷତା ନିହାତି ଆବଶ୍ୟକ । ସେ ସାଇକେଲ ହେଉ ବା ମଟରଗାଡ଼ି ହେଉ, ପ୍ରତ୍ୟେକର ନିୟନ୍ତ୍ରଣରେ ରଖୁବା ଦକ୍ଷତା ଆମର ଦରକାର । ଗାଡ଼ିଚାଳନା ସମୟରେ ରାସ୍ତାରେ ଥ‌ିବା ଚିହ୍ନ ପ୍ରତି ଦୃଷ୍ଟି ରଖିବା ବିଧେୟ । ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରିବା ଅନୁଚିତ । କାରଣ ଏହା ଯୋଗୁଁ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ଆଗ ଓ ପଛକୁ ଚାହିଁ ରାସ୍ତାରେ ଗାଡ଼ି ବୁଲାଇବା ଦରକାର । ଟ୍ରାଫିକ୍ ପୋଲିସ୍‌ର ସଙ୍କେତ ମାନି ଗାଡ଼ି ଚଳାଇଲେ ବିପଦର ସାମନା କରିବାକୁ ପଡ଼େ ନାହିଁ । ମଟରଗାଡ଼ିରେ ଦୁଇଜଣରୁ ଅଧ୍ଵ ଯିବା ଆସିବା ବିପଦଜନକ ଅଟେ । ଏଥପ୍ରତି ପ୍ରତ୍ୟେକ ସତର୍କ ରହିବା ଉଚିତ । ଗାଡ଼ିରେ ଅଧ‌ିକ ଜିନିଷ ବୋହିନେବା ମଧ୍ୟ ବିପଦଜନକ ଅଟେ । କାରଣ ଓଜନ ଯୋଗୁଁ ଗାଡ଼ିର ଭାରସାମ୍ୟ ଠିକ୍ ରହେନାହିଁ । ଗାଡ଼ିରେ ଦୁଇଜଣ ଯାଉଥିବାବେଳେ ଗପସପ କରି ଯିବା ଅନୁଚିତ । ଏହାଦ୍ଵାରା କଥାବାର୍ତ୍ତାରେ ଅନ୍ୟମନସ୍କ ହେବା ଯୋଗୁଁ ଦୁର୍ଘଟଣା ଘଟିବାର ବିଶେଷ ସମ୍ଭାବନା ଥାଏ। ରାସ୍ତାର ନିୟମକୁ ସଠିକ୍‌ଭାବେ ପାଳନ କରିପାରିଲେ ଆମେ ବିପଦରୁ ରକ୍ଷା ପାଇବା ଓ ଜୀବନର ସୁରକ୍ଷା ହୋଇପାରିବ ।

କଠିନ ଶବ୍ଦାର୍ଥ:

  • ଅବଲମ୍ବନ – ଅନୁସରଣ ।
  • ଆବଶ୍ୟକ – ଦରକାର ।
  • ହାନି – କ୍ଷତି ।
  • ଅକଳନ – ଯାହା କଳନା କରାଯାଇ ନପାରେ ।
  • ଏଡ଼ାଇଦେବା – ଦୂରେଇଦେବା ।
  • ସତର୍କତା – ସାବଧାନତା ।
  • ସମାନାପଟୁ – ଆଗଆଡୁ ।
  • ନିରାପଦ – ବିପଦଶୂନ୍ୟ ।
  • ଆଶଙ୍କା – ଭୟ ।
  • ପରିବର୍ତ୍ତନ – ବଦଳାଇବା ।
  • ସୂଚନା – ସଙ୍କେତ ।
  • ସର୍ବାଦୌ – ସର୍ବପ୍ରଥମେ ।
  • ଭାରସାମ୍ୟ – ନିୟନ୍ତ୍ରଣ ସନ୍ତୁଳନ ।
  • ଦ୍ରୁତଗାମ – ଅତି ବେଗରେ ଯାଉଥ‌ିବା ।
  • ପ୍ରତିବାଦ – ବିରୋଧ ।
  • ସଚେତନ – ଜାଗ୍ରତ, ଚେଇଁ ରହିବା ।
  • ଚାଳକ – ଯେ ଚଳାଏ ।
  • ସହଯାତ୍ରୀ – ସାଙ୍ଗରେ ଯାଉଥିବା ଲୋକ ।
  • ପ୍ରଭୂତ – ବହୁତ, ଅନେକ ।
  • ପାର୍ଶ୍ଵରେ – ପାଖରେ ।
  • ଅନ୍ୟମନସ୍କ – ମନରେ ଅନ୍ୟ ଚିନ୍ତାକରି ଲକ୍ଷ୍ୟପଥରେ ଯିବା ।
  • ଯାତାୟାତ – ଯିବାଆସିବା ।

BSE Odisha 6th Class Odia Solutions Chapter 8 କ’ଣ ଶିଖୁବା

Odisha State Board BSE Odisha 6th Class Odia Solutions Chapter 8 କ’ଣ ଶିଖୁବା Textbook Exercise Questions and Answers.

BSE Odisha Class 6 Odia Solutions Chapter 8 କ’ଣ ଶିଖୁବା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ଲେଖକ ମଣିଷର ଦୋଷ ଓ ଗୁଣ ସମ୍ପର୍କରେ କ’ଣ କହିଛନ୍ତି ?
Answer:
ଦୋଷଗୁଣ ତ ସମସ୍ତଙ୍କର ଅଛି । ହେଲେ ଆମର କଥା ହେଉଛି ‘ଦୋଷକୁ ଛାଡ଼ି ଗୁଣ ଶିଖୁବା’। ଲେଖକ ମଣିଷର ଦୋଷ ଓ ଗୁଣ ସମ୍ପର୍କରେ ଏହା କହିଛନ୍ତି ।

(ଖ) ଲେଖକଙ୍କ ମତରେ ଆମେରିକାର ସବୁଠୁ ଭଲ କଥାଟି କ’ଣ ?
Answer:
ଲେଖକଙ୍କର ମତରେ ଆମେରିକାର ସବୁଠୁ ଭଲ କଥାଟି ହେଲା ଶାରୀରିକ ପରିଶ୍ରମର ମୂଲ୍ୟ ଜ୍ଞାନ ।

(ଗ) ଆମେରିକୀୟମାନଙ୍କର କେଉଁ ଗୁଣଟି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ?
Answer:
ପରିଶ୍ରମକୁ ସମ୍ମାନ ଦେଖାଇବା ପାଇଁ ଆମେରିକୀୟମାନେ କେମିତି ଶିଖୁଛନ୍ତି, ତାହା ଦେଖ‌ିଲେ ଆଶ୍ଚର୍ଯ୍ୟ ଲାଗେ ।

(ଘ) ଲେଖକ ବନ୍ଧୁଙ୍କୁ ଦେଖ୍ ସେ କିଏ ବୋଲି ଭାବିଲେ ?
Answer:
ଲେଖକ ବନ୍ଧୁଙ୍କୁ ଦେଖ୍ ଭାବିଲେ ସାଇ ପଡ଼ିଶାର କେହି ଜଣେ ଚିହ୍ନା କୁଲି ହୋଇଥ‌ିବ ।

BSE Odisha 6th Class Odia Solutions Chapter 8 କ’ଣ ଶିଖୁବା

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ମର୍ଗାନ୍ କାହିଁକି ଲେଖକଙ୍କ ପାଖରେ କ୍ଷମା ମାଗିଲେ ?
Answer:
ଲେଖକ ମର୍ଗାନ୍‌ଙ୍କ ପାଖକୁ ଯିବାବେଳକୁ ତାଙ୍କର ହାତଯାକ କାଦୁଅ ହୋଇଥିଲା । ସେ ଲେଖକଙ୍କ ସହିତ କରମର୍ଦ୍ଦନ କରିପାରିବେ ନାହିଁ ବୋଲି କହି କ୍ଷମା ମାଗିଲେ । (ପୁସ୍ତକସ୍ଥ ପ୍ରଶ୍ନରେ ତ୍ରୁଟି ଅଛି— ‘ମର୍ମାନ୍’ ବଦଳରେ ‘କଲଗେଟ୍ ବିଶ୍ବବିଦ୍ୟାଳୟର ଇଂରାଜୀ ଅଧ୍ୟାପକ’ ହେବ)

(ଖ) ବୁଢ଼ା ବୟସରେ ବେକର୍‌ କୋଡ଼ି ଶାବଳ ଧରି ଏତେ କାମ କରିବାର ଉଦ୍ଦେଶ୍ୟ କ’ଣ ?
Answer:
ବେକରଙ୍କ ବୁଢ଼ା ବୟସରେ କାମ କରିବାର ଉଦ୍ଦେଶ୍ୟ ହେଲା ଜୀବନକୁ ଉପଭୋଗ କରିବା । କାମ ଭିତରେ ଯେଉଁ ଆନନ୍ଦ ଲୁଚି ରହିଛି, ତାହାକୁ ଯିଏ ଥରେ ଚାଖୁଛି ସେ ଆଉ ଛାଡ଼ିପାରିବ ନାହିଁ ।

(ଗ) ଆମେରିକା ଲୋକଙ୍କଠାରୁ ଶିଖୁବା ଭଳି ସବୁଠୁଁ ବଡ଼ କଥାଟି କ’ଣ ?
Answer:
ଆମେରିକା ଲୋକଙ୍କଠାରୁ ଶିଖୁବା ଭଳି ସବୁଠୁ ବଡ଼କଥାଟି ହେଲା ଅନ୍ୟର ପ୍ରଶଂସା କରିବା । ଯିଏ ଯାହା କରୁ, ଲୋକେ ତା’ର ପ୍ରଶଂସା କରନ୍ତି । ଯିଏ ଘାସ କାଟୁଛି, ଲୋକେ ‘ବଢ଼ିଆ ଘାସକଟାଳି’ ବୋଲି କହି ତା’ର ପ୍ରଶଂସା କରିଥା’ନ୍ତି।

(ଘ) ଆମେରିକାର ଲୋକେ କ’ଣ ପାଇଁ ଅଧ‌ିକ ବ୍ୟସ୍ତ ?
Answer:
ଆନ୍ତର୍ଜାତିକ ଭାବ ବିନିମୟ ଲାଗି ଆମେରିକୀୟମାନେ ଖୁବ୍ ବ୍ୟସ୍ତ । ବିଶ୍ଵଶାସନ ଓ ବିଶ୍ଵମୈତ୍ରୀ ପାଇଁ ସେମାନେ ଖୁବ୍ ବ୍ୟାକୁଳ । ସେଥ‌ିପାଇଁ ସେମାନଙ୍କର ପ୍ରତ୍ୟେକ ସହରରେ ଆନ୍ତର୍ଜାତିକ ଅନୁଷ୍ଠାନ ଦେଖ‌ିବାକୁ ମିଳେ ।

(ଙ) ଲେଖକଙ୍କ ମତରେ ଆମେ ଦେଶ ଓ ଜାତି ପାଇଁ କ’ଣ କରିବା ଉଚିତ ?
Answer:
ଲେଖକଙ୍କ ମତରେ ଆମେ ଦେଶ ଓ ଜାତିର ମୁକ୍ତିପଥ ଖୋଜିବା, ମାଛି ନ ହୋଇ ମହୁମାଛି ହେବା । ଘାଆରେ ନ ବସି ଫୁଲରେ ବସିବା । ଉଚ୍ଚମନା ହେବା । ଘାଆରେ ନ ବସି ଫୁଲରେ ବସିବା । ଉଚ୍ଚମନା ହେବା ।

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ଶିକ୍ଷିତ ବଡ଼ଲୋକ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ନ ବୁଝିଲା ପର୍ଯ୍ୟନ୍ତ କେବଳ ଅଧାପେଟିଆ ଦୁର୍ବଳ ମୂଲିଆ ହାତରେ ଦେଶ ଉଠିପାରିବ ନାହିଁ ।
Answer:
ଶିକ୍ଷିତ ଚଢିଲେ।କ ………………………………. ଉଠିପାରିବ ନାର୍ହି।
ଶଂସିତ ଗଦ୍ୟାଶଟି ଗୋଲୋକବିହାରୀ ଧଳଙ୍କ ରଚିତ ‘କ’ଣ ଶିଖୁବା’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ଲେଖକ ଆମ ଦେଶର ଶିକ୍ଷିତ ଲୋକଙ୍କର ଶାରୀରିକ ପରିଶ୍ରମ ପ୍ରତି ଥ‌ିବା ହୀନମନ୍ୟତା ଭାବ ସମ୍ପର୍କରେ ଆଲୋକପାତ କରିଛନ୍ତି । ଆମେରିକାର ଲୋକେ ପରିଶ୍ରମକୁ ସମ୍ମାନ ଦିଅନ୍ତି । କାମ କରିବାକୁ କେହି ଲଜ୍ଜାବୋଧ କରନ୍ତି ନାହିଁ । ଏ ପ୍ରସଙ୍ଗରେ ଲେଖକ ଜଣେ ଇଂରାଜୀ ପ୍ରଫେସରଙ୍କ ଉଦାହରଣ ଦେଇଛନ୍ତି । ଦିନେ କଲ୍‌ଗେଟ୍ ବିଶ୍ଵବିଦ୍ୟାଳୟର ଇଂରାଜୀ ପ୍ରଫେସର

କିମ୍ବା ନିଜ କ୍ଷେତରେ ଆଳୁ ଖୋଳୁଥା’ନ୍ତି । ଅଥଚ ଆମ ଦେଶର ଶିକ୍ଷିତ ଲୋକେ ମାଟିକୁ ଭୁଲି ଯାଆନ୍ତି । ସେମାନେ ଶାରୀରିକ ପରିଶ୍ରମ କରିବାକୁ ନାକ ଟେକନ୍ତି । ଆମ ଦେଶର ଏହି ତଥାକଥ୍ ଶିକ୍ଷିତ ବଡ଼ଲୋକମାନେ ଯେ ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ବୁଝିନାହାନ୍ତି, ସେ ପର୍ଯ୍ୟନ୍ତ ଦେଶର ଉନ୍ନତି ହୋଇପାରିବ ନାହିଁ । କେବଳ ଅଧାପେଟ ଖାଇ ଦୁର୍ବଳ ଦିଶୁଥ‌ିବା ମୂଲିଆ କେବେହେଲେ ଦେଶକୁ ପ୍ରଗତି ପଥରେ ଆଗେଇ ନେଇପାରିବେ ନାହିଁ । ଅର୍ଥାତ୍‌ ଆମେରିକା ପରି ଆମ ଦେଶର ଶିକ୍ଷିତ ଲୋକେ ଶାରୀରିକ ପରିଶ୍ରମକୁ ମର୍ଯ୍ୟାଦା ଦେଲେ ହିଁ ଦେଶର ଉନ୍ନତି ହେବ । ବାସ୍ତବରେ ଲେଖକଙ୍କର ଏହି ଉକ୍ତି ଯଥାର୍ଥ ଅଟେ ।

(ଖ) କାମ ବ୍ୟତିରେକେ ଆମେରିକାନ୍‌ ଜୀବନରେ ସୁଖ କଳ୍ପନା ଅସମ୍ଭବ ।
Answer:
କାମ ବ୍ୟତିରେକେ …………………………………. ଅସମ୍ଭବ ।
ଶଂସିତ ଗଦ୍ୟାଶଟି ଗୋଲୋକବିହାରୀ ଧଳଙ୍କ ରଚିତ ‘କ’ଣ ଶିଖୁବା’ ପ୍ରବନ୍ଧରୁ ସଂଗୃହୀତ। ଏଠାରେ ଲେଖକ ଆମେରିକୀୟମାନେ କିପରି କାମ ବିନା ଜୀବନରେ ଅନ୍ୟକିଛି ସୁଖ ଆଶା କରନ୍ତି ନାହିଁ, ସେ ସମ୍ପର୍କରେ ଆଲୋକପାତ କରିଛନ୍ତି । ଥରେ ସକାଳେ ଶ୍ରୀମତୀ ବେକର୍ ଓ ଲେଖକ ଗାଡ଼ିଧରି ସଭାକୁ ଗଲାବେଳେ ଦେଖିଲେ ଶ୍ରୀ ବେକର୍‌ ନିଜର ଗାଡ଼ିରେ ଟାଙ୍ଗିଆ, କୋଡ଼ି, ଶାବଳ ଧରି ଚାଲିଛନ୍ତି । ସେ ଆମେରିକାର ଜଣେ ଅବସରପ୍ରାପ୍ତ ଇଞ୍ଜିନିୟର । ପର୍ବତ ଭାଙ୍ଗି ପଡ଼ିଆ କରି ସେଠାରେ ଘର କରିବା ତାଙ୍କର ଲକ୍ଷ୍ୟ । ଏପରି ପରିଣତ ବୟସରେ କୋଡ଼ି ଶାବଳ ପ୍ରତି ସଉକି ଥ‌ିବାର ଦେଖ୍ ଲେଖକ ଖୁବ୍ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ତାଙ୍କର ଏପରି ସଉକି ବିଷୟରେ ଲେଖକ ତାଙ୍କୁ ପଚାରିବାରୁ ସେ କହିଥିଲେ, ଆମେରିକା ଜୀବନର ମୂଳଦର୍ଶନ ହେଲା କାମରୁ ଆନନ୍ଦ ଉପଭୋଗ କରିବା । ଜୀବନକୁ ଉପଭୋଗ କରିବା ପାଇଁ ସେ କାମ କରିଥା’ନ୍ତି । କାମ ଭିତରେ ଯେଉଁ ଆନନ୍ଦ ଲୁଚିରହିଛି, ତାହାକୁ ଯିଏ ଥରେ ଚାଖୁଛି, ସେ ଆଉ ଛାଡ଼ିପାରିବ ନାହିଁ । ତେଣୁ କାମକୁ ଛାଡ଼ି ଆମେରିକୀୟମାନଙ୍କର ଜୀବନରେ ସୁଖ କଳ୍ପନା ଅସମ୍ଭବ ଅଟେ । ସେହି କାମରୁ ହିଁ ସେମାନେ ଆନନ୍ଦ ଲାଭ କରିଥା’ନ୍ତି । ବାସ୍ତବରେ ଆମେରିକୀୟମାନଙ୍କର ଏଇ ଆଦର୍ଶ ପୃଥ‌ିବୀରେ ବିରଳ ଅଟେ ।

(ଗ) ମାଛି ନ ହୋଇ ମହୁମାଛି ହେବା, ଘାଆରେ ନ ବସି ଫୁଲରେ ବସିବା ।
Answer:
ମାଛି ନ ହୋଇ ……………………………….. ଫୁଲରେ ବସିବା ।
ଶଂସିତ ଗବ୍ୟାଂଶଟି ପଠିତ ସାହିତ୍ୟ ବହିର ‘କ’ ଶ ଶିଖ୍ ବା’ ପ୍ରବନ୍ଧରୁ ଉଦ୍ଧ୍ୱତା ଏଠାରେ ଲେଖକ ଗୋଲୋକବିହାରା ଧଳ ଆମ ଦେଶବାସୀଙ୍କର କାର୍ଯ୍ୟଧାରା ସମ୍ପର୍କରେ ଯେଉଁ ଉଦାହରଣ ଦେଇଛନ୍ତି, ତାହା ଉପରେ ଆଲୋକପାତ କରାଯାଇଛି। ଆମେରିକାର ଲୋକେ ଅନ୍ୟର ପ୍ରଶଂସା କରନ୍ତି । ପ୍ରତ୍ୟେକ କାର୍ଯ୍ୟରେ ମୂଲ୍ୟ ଅଛି । ଏହା ଭାବି ସେମାନେ ଘାସକଟାଳିର ମଧ୍ୟ ପ୍ରଶଂସା କରି ‘ବଢ଼ିଆ ଘାସକଟାଳି’ ବୋଲି କହିଥା’ନ୍ତି। ଆମ ଦେଶପରି ନିରୁତ୍ସାହିତ କରୁଥିବା ଲୋକଙ୍କ ସଂଖ୍ୟା ସେଠାରେ ଖୁବ୍ କମ୍ । କାରଣ ସେମାନେ ଜାଣିଛନ୍ତି, ପରିଶ୍ରମୀ ମଣିଷର ପରିଶ୍ରମକୁ ପ୍ରଶଂସା କଲେ ସେ ଅଧ‌ିକ କାମ କରିବ ।

ତାକୁ ପ୍ରଶଂସା ନ କଲେ ସେ ନିରୁତ୍ସାହିତ ହେବ । ତେଣୁ ଆମ୍ଭେମାନେ ମଧ୍ୟ ସେମାନଙ୍କ ପରି ଅନ୍ୟର କାମକୁ ଦେଖୁ ପ୍ରଶଂସା କରିବାକୁ ଲେଖକ ପରାମର୍ଶ ଦେଇଛନ୍ତି । ସେ ମାଛି ଆଉ ମହୁମାଛିର ଉଦାହରଣ ଦେଇଛନ୍ତି । ମାଛି ଯେପରି ଘାଆରେ ବସେ, ସେହିପରି ହୀନମନାମାନେ ଅନ୍ୟର ଦୋଷ ଦେଖନ୍ତି । ମହୁମାଛିମାନେ ଫୁଲରେ ବସିଲାପରି ଉଚ୍ଚମନାମାନେ ଅନ୍ୟର ପ୍ରଶଂସା କରନ୍ତି । ତେଣୁ ଆମ୍ଭେମାନେ ଆମେରିକୀୟମାନଙ୍କର ଏହି ଭଲଗୁଣ ଶିକ୍ଷାକରିବା ଓ ଦେଶ ଜାତିର ମୁକ୍ତିପଥ ଖୋଜିବା ।

BSE Odisha 6th Class Odia Solutions Chapter 8 କ’ଣ ଶିଖୁବା

Question ୪।
ଆବଶ୍ୟକ ସ୍ଥଳେ ବିରାମ ଚିହ୍ନ ଦିଅ ।
(କ) ସେହି ମୂଲିଆମାନଙ୍କ ଭିତରୁ ଜଣେ ପାଟିକରି ଅଭିବାଦନ ଜଣାଉଛି ହାଏ ମର୍ଗାନ୍ ହାଓ ଆର୍ ଇଉ ଭାବିଲି ସାଇପଡ଼ିଶାର କେହି ଜଣେ ଚିହ୍ନା କୁଲି ହୋଇଥବ ମାତ୍ର ନିକଟକୁ ଗଲାରୁ ପ୍ରଫେସର ମର୍ଗାନ୍ ତାଙ୍କୁ କଲ୍‌ଗେଟ୍ ବିଶ୍ଵବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବୋଲି ମୋ ସହିତ ପରିଚିତ କରାଇଦେଲେ।
(ଖ) ମଣିଷ ଜୀବନରେ ଯେତେ କାମ ଅଛି ଘାସକଟାରୁ ଘୋଡ଼ାଚଢ଼ା ପର୍ଯ୍ୟନ୍ତ ସବୁ ବିଜ୍ଞାନ ଛାଞ୍ଚରେ ପକାଇ ଦିଆଯାଇଛି ପ୍ରତ୍ୟେକ କାର୍ଯ୍ୟର ମୂଲ୍ୟ ଅଛି ତେଣୁ ଯେ ଘାସ କାଟୁଛି ଲୋକେ ତାକୁ ବି ପ୍ରଶଂସା କରି କହନ୍ତି ସେ ଗୋଟାଏ ବଢ଼ିଆ ଘାସକଟାଳି ।
Answer:
(କ) ସେହି ମୂଲିଆମାନଙ୍କ ଭିତରୁ ଜଣେ ପାଟିକରି ଅଭିବାଦନ ଜଣାଉଛି, ‘ହାଏ ମର୍ମାନ୍, ହାଓ ଆର୍ ଇଉ ?’’ ଭାବିଲି ସାଇପଡ଼ିଶାର କେହି ଜଣେ ଚିହ୍ନା କୁଲି ହୋଇଥି; ମାତ୍ର ନିକଟକୁ ଗଲାରୁ ପ୍ରଫେସର ମର୍ଗାନ୍ ତାଙ୍କୁ କଲ୍‌ଗେଟ୍ ବିଶ୍ଵବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବୋଲି ମୋ ସହିତ ପରିଚିତ କରାଇଦେଲେ ।
(ଖ) ମଣିଷ ଜୀବନରେ ଯେତେ କାମ ଅଛି, ଘାସକଟାରୁ ଘୋଡ଼ାଚଢ଼ା ପର୍ଯ୍ୟନ୍ତ ସବୁ ବିଜ୍ଞାନ ଛାଞ୍ଚରେ ପକାଇ ଦିଆଯାଇଛି । ପ୍ରତ୍ୟେକ କାର୍ଯ୍ୟର ମୂଲ୍ୟ ଅଛି । ତେଣୁ ଯେ ଘାସ କାଟୁଛି, ଲୋକେ ତାକୁ ବି ପ୍ରଶଂସା କରି କହନ୍ତି, ‘ସେ ଗୋଟାଏ ବଢ଼ିଆ ଘାସକଟାଳି ।’’

Question ୫।
‘କ’ ସ୍ତମ୍ଭରେ ଦିଆଯାଇଥିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥ‌ିବା ଶବ୍ଦ ମିଳାଇ ନୂଆ ତିଆରି କର ।

‘କ’ ସ୍ତ୍ରମ୍ଭ ‘ଖ’ ସ୍ତ୍ରମ୍ଭ
ଶାରାରିକ ଜ୍ଞାନ
ବୁଢ଼ା ସମ୍ପତ୍ତି
ଧନ ପରିଶ୍ରମ
ଦାୟିତ୍ଵ ବୟସ

Answer:

‘କ’ ସ୍ତ୍ରମ୍ଭ ‘ଖ’ ସ୍ତ୍ରମ୍ଭ
ଶାରାରିକ ପରିଶ୍ରମ
ବୁଢ଼ା ବୟସ
ଧନ ସମ୍ପତ୍ତି
ଦାୟିତ୍ଵ ଜ୍ଞାନ

Question ୬।
‘ସାଇପଡ଼ିଶା’ – ଏହିପରି ଆଉ ୩ଟି ଯୁଗ୍ମ ଶବ୍ଦ ପଠିତାଂଶରୁ ବାଛି ଲେଖ ।
Answer:
ଭାବଭଙ୍ଗୀ, ଟଙ୍କାସୁନା, ଅଳ୍ପବହୁତ ।

Question ୭।
ନିମ୍ନଲିଖୂ ବାକ୍ୟାଶକୁ ବ୍ୟବହାର କରି ବାକ୍ୟ ଗଠନ କର ।
କଣ୍ଟାବାଡ଼ରେ ଲୁଗା ପକାଇବା, ପର ଉପରକୁ କାଦୁଅ ଫିଙ୍ଗିବା, ଲହୁ-ଲୁହ
Answer:
କଶୃବାଢ଼ରେ ଲୁଗା ପକାଇବା -କଣ୍ଟାବାଡ଼ରେ ଲୁଗା ପକାଇ କଳି କରିବା ସବିତାର ଅଭ୍ୟାସ ।
ପର ଉପରକୁ କାଦୁଅ ଫିଙ୍ଗିବା – ପର ଉପରକୁ କାଦୁଅ ଫିଙ୍ଗିବା ନୀତି ନ ଛାଡ଼ିଲେ ନିଜର ଉନ୍ନତି ଅସମ୍ଭବ ।
ଲହୁ-ଲୁହ – ଲୋକଟି ନିଜର ଲହୁ-ଲୁହ ଢାଳି ସମ୍ପତ୍ତି ଅର୍ଜନ କରିଛି ।

Question ୮।
ଯେପରି ‘ପଦାର୍ଥ’ ଶବ୍ଦ ପୂର୍ବରୁ ‘ଅ’ ଯୋଗହେଲେ ‘ଅପଦାର୍ଥ’ ହୁଏ, ସେହିପରି ପୂର୍ବରୁ ‘ଅ’ ଯୋଗକରି ଆଉ ୪ଟି ଶବ୍ଦ ଲେଖ ।
Answer:
ଅଯୋଗ୍ୟ, ଅସୁନ୍ଦର, ଅସଭ୍ୟ, ଅଦମନୀୟ ।

Question ୯।
ପଠିତ ପ୍ରବନ୍ଧରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ‘ଉଚ୍ଚମନା ଉଚ୍ଚ …………. ଲଭଇ, ………………. ଲଭେ ବିଷ ।’’
(ଖ) କାମ ହିଁ ଆମେରିକା ଜୀବନର …………………….. ।
(ଗ) ବେଳ ଆସିଛି ମାଛି ନ ହୋଇ ………………….. ହେବା, ଘାଆରେ ନ ବସି …………… ରେ ବସିବା ।
Answer:
(କ) ‘ଉଚ୍ଚମନା ଉଚ୍ଚ ଅମୃତ ଲଭଇ, ନୀଚମନା ଲଭେ ବିଷ ।’’
(ଖ) କାମ ହିଁ ଆମେରିକା ଜୀବନର ମୂଳମନ୍ତ୍ର।
(ଗ) ବେଳ ଆସିଛି ମାଛି ନ ହୋଇ ମହୁମାଛି ହେବା, ଘାଆରେ ନ ବସି ଫୁଲରେ ବସିବା ।

Question ୧୦।
‘ଜ୍ଞାନ’ ସହିତ ‘ସାପେକ୍ଷ’ ମିଶି ନୂତନ ଶବ୍ଦଟି ହେଉଛି ‘ଜ୍ଞାନସାପେକ୍ଷ’ । ଏହିପରି ‘ସାପେକ୍ଷ’ ବ୍ୟବହାର କରି ଆଉ ଦୁଇଟି ନୂଆ ଶବ୍ଦ ଲେଖ ।
Answer:
ବ୍ୟୟସାପେକ୍ଷ, କାର୍ଯ୍ୟସାପେକ୍ଷା

ତୁମ ପାଇଁ କାମ:

୧। ଲେଖକଙ୍କ ‘ଆମେରିକା ଅନୁଭୂତି’ ପୁସ୍ତକଟି ସଂଗ୍ରହ କରି ପଢ଼ ।
୨। ଲେଖକଙ୍କର ‘ଲଣ୍ଡନ ଚିଠି’, ‘ତାଜମହଲର ଦେଶେ’ ଇତ୍ୟାଦି ଅନ୍ୟ ଭ୍ରମଣ କାହାଣୀ ପୁସ୍ତକ ସଂଗ୍ରହ କରି ପଢ଼ ଓ ସାଙ୍ଗସାଥୀଙ୍କ ସହ ଆଲୋଚନା କର ।

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
‘ଛନ୍ଦାଛନ୍ଦି’ – ପରି ଆଉ ୩ଟି ଯୁଗ୍ମଶବ୍ଦ ଲେଖ ।
Answer:
ଲଗାଲଗି, ଲେଖାଲେଖି, ପିଟାପିଟି

Question ୨।
ବିପରୀତ ଶବ୍ଦ ଲେଖ ।
ପ୍ରଶଂସା – ନିନ୍ଦା
ଶାରାରିକ – ମାନସିକ
ସାପେକ୍ଷ – ନିରପେକ୍ଷ
ଆଦର – ଅନାଦର|ହତାଦର

Question ୩।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଶିକ୍ଷକଙ୍କ କେଉଁ କାର୍ଯ୍ୟ ଦେଖୁ ଲେଖକ ଆଶ୍ଚର୍ଯ୍ୟ ହେଲେ ?
Answer:
ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଶିକ୍ଷକ ଜଣକ ଛଅସ୍ତରି ବର୍ଷର ବୁଢ଼ା, ମୁହଁର ଚମ ଓହଳି ପଡ଼ିଲାଣି । ସେ ଦୁଇବର୍ଷ ଧରି ଶନିବାର ଓ ରବିବାର ଛୁଟିରେ ଲାଗି ନିଜ ହାତରେ ଘର ତିଆରି କରିଛନ୍ତି । ଛୋଟ ଟ୍ରାକ୍ଟର ଓ ବୁଲ୍‌ଜର ସାହାଯ୍ୟରେ ବଡ଼ ବଡ଼ ପଥର ଗଡ଼ାଇ ସେ କାମ କରିଛନ୍ତି । ଏହି କାର୍ଯ୍ୟ ଦେଖୁ ଲେଖକ ଆଶ୍ଚର୍ଯ୍ୟ ହେଲେ ।

(ଖ) ଆମ ଦେଶ କାହିଁକି ଉଠିପାରୁ ନାହିଁ ?
Answer:
ଆମ ଦେଶ ଉଠି ନ ପାରିବାର ମୂଳ କାରଣ ହେଲା ଆମ ଦେଶର ଶିକ୍ଷିତ ବଡ଼ଲୋକମାନେ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ବୁଝିନାହାନ୍ତି । ସେମାନେ ମାଟିକୁ ଭୁଲି ଯାଉଛନ୍ତି । ସେମାନେ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ନ ବୁଝିଲା ପର୍ଯ୍ୟନ୍ତ, କେବଳ ଅଧାପେଟିଆ ଦୁର୍ବଳ ମୂଲିଆ ହାତରେ ଦେଶ ଉଠିପାରିବ ନାହିଁ ।

(ଗ) ଡେଭିଡ୍‌ର କେଉଁ କାର୍ଯ୍ୟ ଦେଖୁ ସମସ୍ତେ କୃତକୃତ୍ୟ ହେଲେ ?
Answer:
ଲେଖକ ଏକଦା ଡେଭିଡ଼ ଓ ତା’ ବାପାବୋଉଙ୍କ ସହ ସହର ଅଭିମୁଖେ ଯାଉଥିବାବେଳେ ପ୍ରବଳ ବର୍ଷା ହେଲା । ତାଙ୍କ ମଟରଗାଡ଼ିର ପଛ ଚକଟା ଫାଟିଗଲା । ପନ୍ଦର ବର୍ଷର ପୁଅ ଡେଭିଡ୍ ବର୍ଷାରେ ରାସ୍ତାରେ ପାଣି ଭିତରେ ଶୋଇ ଅଧଘଣ୍ଟା ଭିତରେ ମଟରର ପଛ ଚକା ବଦଳାଇ ନୂଆ ଚକଟାଏ ଲଗାଇଦେଲା । ଏହା ଦେଖୁ ସମସ୍ତେ କୃତକୃତ୍ୟ ହେଲେ ।

୪। ସରଳାର୍ଥ ଲେଖ ।
(କ) ‘‘ଆମ ଦେଶରେ ଥରେ ଯେ ଦି’ଅକ୍ଷର ପଢ଼ିଛି, ସେ ମାଟିକୁ ଭୁଲିଯାଏ ।’’
Answer:
‘‘ଆମ ଦେଶରେ …………………………… ଭୁଲିଯାଏ ।’’
ଶଂସିତ-ଗଦ୍ୟାଶଟି ‘କ’ଣ ଶିଖୁବା’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏହି ପ୍ରସଙ୍ଗରେ ପ୍ରାବନ୍ଧିକ ଗୋଲୋକ ବିହାରୀ ଧଳ ଆଜିର ଶିକ୍ଷିତମାନଙ୍କର ପରିଶ୍ରମ କାତର ବିଷୟରେ ସୂଚନା ଦେଇଛନ୍ତି । ଲେଖକ ଆମେରିକା ଯିବା ଅବସରରେ ସେମାନଙ୍କର ପରିଶ୍ରମକୁ ସମ୍ମାନ ଦେଖାଇବା ଘଟଣାକୁ ଲକ୍ଷ୍ୟ କରିଛନ୍ତି । ସେମାନେ ଯେତେ ଉଚ୍ଚଶିକ୍ଷିତ ହେଲେ ମଧ୍ୟ ଯେକୌଣସି କାର୍ଯ୍ୟ କରିବାରେ କୁଣ୍ଠାବୋଧ କରନ୍ତି ନାହିଁ । କିନ୍ତୁ ଆମ ଦେଶରେ ଯିଏ ଦି’ଅକ୍ଷର ପାଠ ପଢ଼ିଛି ଯେ ମାଟିକୁ ଭୁଲିଯାଏ । ଅର୍ଥାତ୍ ଆଦୌ ଶାରୀରିକ ଶ୍ରମ କରେ ନାହିଁ । ବାସ୍ତବରେ ପ୍ରସଙ୍ଗଟି ବାସ୍ତବଧର୍ମୀ ଅଟେ ।

(ଖ) ଆମେରିକାର ଯେକୌଣସି ସହରକୁ ଗଲେ ଆନ୍ତର୍ଜାତିକ କୌଣସି ନା କୌଣସି ଅନୁଷ୍ଠାନ ଦେଖିବାକୁ ପାଇବ ।
Answer:
ଆମେରିକାର …………………… ଦେଖିବାକୁ ପାଇବ ।
ଶଂସିତ ଗଦ୍ୟାଶଟି ଗୋଲୋକବିହାରୀ ଧଳଙ୍କ ଲିଖିତ ‘କ’ଣ ଶିଖିବା’ ବିଷୟରୁ ଉଦ୍ଧୃତ । ଏଠାରେ ଆମେରିକୀୟମାନଙ୍କର ପୃଥ‌ିବୀ କ୍ଷେତ୍ରରେ ନେତୃତ୍ଵ ନେବାର ଆଗ୍ରହ ବିଷୟରେ ବର୍ଣ୍ଣିତ ହୋଇଛି । ଆମେରିକା ଲୋକେ ବହୁତ ଦିନ ପର୍ଯ୍ୟନ୍ତ ଏକୁଟିଆ ହୋଇ ରହୁଥିଲେ । ବିଶ୍ଵ ରାଜନୀତି ସହ ସେମାନଙ୍କର କୌଣସି ସମ୍ପର୍କ ନଥଲା । ଦ୍ୱିତୀୟ ବିଶ୍ଵଯୁଦ୍ଧ ପରଠାରୁ ସେମାନେ ପୃଥ‌ିବୀ କ୍ଷେତ୍ରରେ ଆଗୁଆ ହେବାରେ ଲାଗିଛନ୍ତି । ବିଶ୍ୱଶାନ୍ତି ଓ ବିଶ୍ଵମୈତ୍ରୀ ପାଇଁ ସେମାନେ ଏବେ ବଡ଼ ଉତ୍କଣ୍ଠିତ ଓ ଆଗ୍ରହୀ।

ଆମେରିକାର ଯେ କୌଣସି ସହରକୁ ଗଲେ ଆନ୍ତର୍ଜାତିକ କୌଣସି ନା କୌଣସି ଅନୁଷ୍ଠାନ ଦେଖିବାକୁ ମିଳିବ । ଆନ୍ତର୍ଜାତିକ ଭାବ ବିନିମୟ ପାଇଁ ଆମେରିକୀୟମାନେ ଖୁବ୍ ବ୍ୟାକୁଳ । ସେମାନେ ପୃଥ‌ିବୀର ପ୍ରତ୍ୟେକ ଦେଶ ସହ ସମ୍ପର୍କ ପ୍ରତିଷ୍ଠା କରିବାପାଇଁ ଉଦ୍ୟମ କରୁଛନ୍ତି । ଏବେ ଆମେରିକୀୟମାନେ ପୃଥ‌ିବୀର ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେବାରେ ଲାଗିଛନ୍ତି । କ୍ତ ପ୍ରସଙ୍ଗଟି ବାସ୍ତବିକ ବେଶ୍ ଶିକ୍ଷାପ୍ରଦ ହୋଇପାରିଛି ।

Question ୫।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଲେଖକଙ୍କ ମତରେ ଆମେ ଦେଶ ଓ ଜାତି ପାଇଁ କ’ଣ କରିବା ଉଚିତ ?
Answer:
ଆମ ଦେଶର ଶିକ୍ଷିତ ବଡ଼ଲୋକ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ନ ବୁଝିଲା ପର୍ଯ୍ୟନ୍ତ, କେବଳ ଅଧାପେଟିଆ ଦୁର୍ବଳ ମୂଲିଆଙ୍କ ହାତରେ ଦେଶ ଉଠିପାରିବ ନାହିଁ । ଶ୍ରମକୁ ମର୍ଯ୍ୟାଦା ଦେବା ଯେଉଁ ଜାତି ନ ଶିଖିଛି, ସେ ଜାତିର ଉନ୍ନତି ସମ୍ଭବ ନୁହେଁ । ଆମେରିକାର ଲୋକମାନେ ଶ୍ରମର ମୂଲ୍ୟ ବୁଝିଥିବାରୁ ସେ ଦେଶ ଆଜି ଏତେ ଉନ୍ନତ । ତେଣୁ ଆମ ସମସ୍ତଙ୍କୁ ଶ୍ରମକୁ ମର୍ଯ୍ୟାଦା ଦେବା ଶିକ୍ଷା କରିବାକୁ ହେବ । ଏହା ବ୍ୟତୀତ ଆମେ ପ୍ରତ୍ୟେକଙ୍କ ଦୋଷକୁ ଛାଡ଼ି ଗୁଣ ଦେଖିବା ଉଚିତ । ଆମେ ପରିଶ୍ରମକୁ ସମ୍ମାନ ଦେବା ଉଚିତ ଏବଂ ପରିଶ୍ରମ କରୁଥିବା ବ୍ୟକ୍ତିକୁ ପ୍ରଶଂସା କରିବା ଉଚିତ । ଲେଖକଙ୍କ ମତରେ ବେଳ ଆସିଛି, ମାଛି ନ ହୋଇ ମହୁମାଛି ହେବା, ଘାଆରେ ନ ବସି ଫୁଲରେ ବସିବା ଦେଶ ଓ ଜାତିର ମୁକ୍ତିପଥ ଖୋଜିବା ।

(ଖ) ଆମେରିକା ଲୋକେ କ’ଣ ପାଇଁ ଅଧିକ ବ୍ୟସ୍ତ ?
Answer:
ଆମେରିକା ଲୋକେ ଅନେକ ଦିନ ପର୍ଯ୍ୟନ୍ତ ଏକୁଟିଆ ହୋଇ ଚଳୁଥିଲେ । ପୃଥ‌ିବୀ ରାଜନୀତି ସହିତ ସେମାନଙ୍କର କୌଣସି ବିଶେଷ ସମ୍ପର୍କ ନଥିଲା । ଗତ ବିଶ୍ଵଯୁଦ୍ଧରୁ ସେମାନେ ପୃଥ‌ିବୀ କ୍ଷେତ୍ରରେ ଆଗୁଆ ହେବାରେ ଲାଗିପଡ଼ିଛନ୍ତି । ଏବେ ବିଶ୍ଵମୈତ୍ରୀ ଓ ବିଶ୍ଵଶାସନ ପାଇଁ ସେମାନେ ବଡ଼ ଉତ୍କଣ୍ଠିତ । ଆମେରିକାର ଯେକୌଣସି ସହରରେ କୌଣସି ନା କୌଣସି ଆନ୍ତର୍ଜାତିକ ଅନୁଷ୍ଠାନ ଦେଖିବାକୁ ମିଳିଥାଏ। କାରଣ ଆନ୍ତର୍ଜାତିକ ଭାବ-ବିନିମୟ ପାଇଁ ଆମେରିକୀୟମାନେ ବଡ଼ ବ୍ୟାକୁଳ ।

(ଗ) ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଶିକ୍ଷକଙ୍କ କେଉଁ କାର୍ଯ୍ୟ ଦେଖି ଲେଖକ ଆଶ୍ଚର୍ଯ୍ୟ ହେଲେ ?
Answer:
ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଶିକ୍ଷକ ଜଣକ ଛଅସ୍ତରି ବର୍ଷର ବୁଢ଼ା । ତାଙ୍କ ମୁହଁର ଚମ ଓହଳି ପଡ଼ିଲାଣି । ସେ ଦୁଇବର୍ଷ କାଳ କେବଳ ଶନିବାର ରବିବାର ଛୁଟିରେ ଲାଗି ଲାଗି ନିଜ ହାତରେ ଗୋଟିଏ ଘର ତିଆରି କରିଛନ୍ତି । ଛୋଟ ଟ୍ରାକ୍ଟର ଓ ବୁଲ୍‌ଡୋଜର୍ ସାହାଯ୍ୟରେ ବଡ଼ ବଡ଼ ପଥର ଗଡ଼ାଇ ସେ କେମିତି କାମ କରିଛନ୍ତି କହିଲାବେଳେ ତାଙ୍କ ଆଖିରେ ଯୁବସୁଲଭ ଜ୍ୟୋତି ଫୁଟି ଉଠୁଥିଲା । ମାତ୍ର ଆମ ଦେଶର ଜଣେ ଯୁବକ ପକ୍ଷେ ପଟା ଖଣ୍ଡେ କେମିତି ଯୋଡ଼ିବ, ପଥର ଖଣ୍ଡେ କେମିତି ଉଠାଇବ ଭାବିବାକୁ ବୁଦ୍ଧି ପାଏନା । ଆମ ଦେଶର ଯୁବକ ବ୍ୟକ୍ତି ପକ୍ଷରେ ଯାହା କରିବା ସମ୍ଭବ ନୁହେଁ, ଛଅସ୍ତରି ବର୍ଷର ବୁଢ଼ା ଜଣେ ତାହା କରିପାରୁଥିବା ଦେଖି ଲେଖକ ଆଶ୍ଚର୍ଯ୍ୟ ହୋଇଥିଲେ ।

(ଘ) ମର୍ମାନ୍‌ଙ୍କ ବନ୍ଧୁ କାହିଁକି ଲେଖକଙ୍କୁ କ୍ଷମା ମାଗିଲେ ?
Answer:
ଦିନେ ପ୍ରଫେସର ମର୍ଗାନ୍ ଲେଖକଙ୍କୁ ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ନେଇଗଲେ । ସେ ବନ୍ଧୁ ଜଣକ କଲଗେଟ୍ ବିଶ୍ବବିଦ୍ୟାଳୟର ଜଣେ ଇଂରେଜୀ ପ୍ରଫେସର । ଗୋଟିଏ ଅଧାତିଆରି ଘର ପାଖରେ ମଟରଗାଡ଼ି ଛିଡ଼ା ହେଲା । ଲେଖକ ଗାଡ଼ିରୁ ଓହ୍ଲାଇ ଦେଖ‌ିଲେ କେତେଜଣ ଲୋକ ରବର ବୁଟ୍ ପିନ୍ଧି, ଛିଣ୍ଡାକୋତରା କାମିଜ ପିନ୍ଧି ମାଟି ଚକଟୁଛନ୍ତି । ସେମାନଙ୍କ ଭିତରୁ ଜଣେ ମର୍ଗାଙ୍କୁ ସମ୍ଭାଷଣ ଜଣାଇଲେ । ଲେଖକ ଭାବିଲେ ସାଇପଡ଼ିଶାର କେହି କୁଲି ହୋଇଥ‌ିବ ବୋଧେ । କିନ୍ତୁ ମର୍ଗାନ୍ ସେହି ବ୍ୟକ୍ତି ଜଣଙ୍କୁ କଲଗେଟ୍ ବିଶ୍ୱବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବୋଲି ଲେଖକଙ୍କ ସହିତ ପରିଚୟ କରାଇଦେଲେ । ତାଙ୍କ ହାତଯାକ କାଦୁଅ ଲାଗିଥିବାରୁ ସେ କରମର୍ଦ୍ଦନ କରିପାରିବେ ନାହିଁ ବୋଲି କହି କ୍ଷମା ମାଗିଲେ ।

ଲେଖକ ପରିଚୟ:

ଅଧ୍ୟାପକ ଗୋଲୋକବିହାରୀ ଧଳ (୧୯୨୧-୧୯୭୪) ଢେଙ୍କାନାଳର ଗଞ୍ଜେଇଡ଼ିହ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଜଣେ ବିଶିଷ୍ଟ ଭାଷାତତ୍ତ୍ବବିତ୍ ଓ ଭ୍ରମଣ କାହାଣୀ ଲେଖକ ଭାବରେ ସେ ଓଡ଼ିଆ ସାହିତ୍ୟରେ ବେଶ୍ ସୁପରିଚିତ । ତାଙ୍କ ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ‘ଓଡ଼ିଆ କେବେ’ ‘ପେଟର ପବନ ପାଟିର କଥା’, ‘ଗଙ୍ଗାରୁ ଗୋଦାବରୀ’, ‘ଲଣ୍ଡନ ଚିଠି’, ‘ଅମର ମଣିଷ’, ‘ଅମରଯାତ୍ରୀ’, ‘ଆମେରିକା ଅନୁଭୂତି’, ‘ଧ୍ବନି ବିଜ୍ଞାନ’ (ହିନ୍ଦୀ) ଆଦି ପ୍ରଧାନ । ଇଂରାଜୀ ଓ ହିନ୍ଦୀ ଭାଷାରେ ଲିଖ୍ତ ଅନେକ ବହିର ସେ ଓଡ଼ିଆ ଅନୁବାଦ କରିଛନ୍ତି ।

ବିଷୟ ସୂଚନା:

ଲେଖକ ଉଚ୍ଚ ଶିକ୍ଷାପାଇଁ ଆମେରିକାରେ କିଛିଦିନ ରହିଥିଲେ । ସେହି ସମୟରେ ସେ ଯେଉଁ ଅନୁଭୂତି ଅର୍ଜନ କରିଥିଲେ, ତାହା ତାଙ୍କର ‘ଆମେରିକା ଅନୁଭୂତି’ ପୁସ୍ତକରେ ବର୍ଣ୍ଣନା କରିଛନ୍ତି । ପଠିତ ପାଠ୍ୟଶଟି ‘ଆମେରିକା ଅନୁଭୂତି’ ପୁସ୍ତକରୁ ନିଆଯାଇଛି । ଉକ୍ତ ପାଠ୍ୟଶରେ ଆମେରିକାବାସୀଙ୍କର ଶାରୀରିକ ପରିଶ୍ରମର ମୂଲ୍ୟ ସମ୍ବନ୍ଧୀୟ ଜ୍ଞାନ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ସେଠାକାର ଚାକିରିଆମାନେ କିପରି ଅବସର ସମୟରେ ଶାରୀରିକ ପରିଶ୍ରମ କରନ୍ତି, ତାହା ଏଥ‌ିରେ ସ୍ଥାନ ପାଇଛି । ସେମାନେ ଅନ୍ୟର ପ୍ରଶଂସା କରନ୍ତି । ସେମାନେ ଖୁବ୍ ପ୍ରଶଂସାମୁଖର ଜାତି । ଏହା ଏହି ବିଷୟରେ ବର୍ଣ୍ଣିତ ହୋଇଛି ।

ସାରକଥା:

ଲେଖକଙ୍କ ମତରେ, ଆମେରିକାର ସବୁଠୁଁ ଭଲ କୌଣସି ଆଶ୍ଚର୍ଯ୍ୟଜନକ ବସ୍ତୁ ନୁହେଁ, ବରଂ ଶାରୀରିକ ପରିଶ୍ରମର ମୂଲ୍ୟ । ପରିଶ୍ରମକୁ ସମ୍ମାନ ଦେଖାଇବା ପାଇଁ ସେ ଜାତି ଶିଖୁଛି । କାମ କରିବାକୁ କେହି ଲଜ୍ଜିତ ହୁଏନି । କଲଗେଟ୍ ବିଶ୍ଵବିଦ୍ୟାଳୟର ଇଂରାଜୀ ପ୍ରଫେସର ମଧ୍ୟ ମୂଲିଆଙ୍କ ସହିତ ମିଶି ମାଟି ଚକଟୁଥିବାର ଲେଖକ ଦେଖୁଥିଲେ । ହାତଯାକ କାଦୁଅ ହୋଇଥିବାରୁ ସେ ଲେଖକଙ୍କ ସହିତ କରମର୍ଦ୍ଦନ କରିପାରିବେ ନାହିଁ ବୋଲି କହି କ୍ଷମା ମାଗିଥିଲେ । ଗ୍ରୀଷ୍ମଛୁଟିରେ ଜଣେ ଶିକ୍ଷକ ନିଜେ ଦୋକାନରେ ପରିବା ବିକନ୍ତି ବା କ୍ଷେତରେ ଆଳୁ ଖୋଳନ୍ତି । ଅଥଚ ଆମ ଦେଶରେ ଥରେ ଯେ ଦି’ଅକ୍ଷର ପଢ଼ିଛି, ସେ ମାଟିକୁ ଭୁଲିଯାଏ । ଶିକ୍ଷିତ ବଡ଼ଲୋକ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ନ ବୁଝିଲା ପର୍ଯ୍ୟନ୍ତ କେବଳ ଅଧାପେଟିଆ ଦୁର୍ବଳ ମୂଲିଆ ହାତରେ ଦେଶ ଉଠିପାରିବ ନାହିଁ ।

ଜଶେ ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଶିକ୍ଷକ ଦୁଇବର୍ଷକାଳ କେବଳ ଶନିବାର ଛୁଟିରେ ଲାଗି ନିଜ ହାତରେ ଗୋଟିଏ ଘର ତିଆରି କରିଛନ୍ତି । ଛ’ସ୍ତରି ବର୍ଷର ବୁଢ଼ା ଛୋଟ ଟ୍ରାକ୍ଟର ଓ ବୁଲ୍‌ଡୋଜର୍ ସାହାଯ୍ୟରେ ବଡ ବଡ଼ ପଥର ଗଡ଼ାଇ କେମିତି ସେ କାମ କରିଛନ୍ତି ତାହା କହିଲାବେଳେ ତାଙ୍କ ଆଖିରେ ଯୁବସୁଲଭ ଜ୍ୟୋତି ଫୁଟିଉଠିଥିଲା । ଆମ ଦେଶର କୌଣସି ଶିକ୍ଷିତ ଯୁବକ ପକ୍ଷେ ଏସବୁ କାର୍ଯ୍ୟ କରିବା ଅସମ୍ଭବ ।

ଆମ ଦେଶରେ ଥରେ ବଡ଼ଦିନ ଛୁଟିରେ ଜଣେ ଅଧ୍ୟାପକ ଓ ତାଙ୍କ ସ୍ତ୍ରୀ ଘରକୁ ଚାଲିଯାଇ ଥାଆନ୍ତି । ତାଙ୍କ ଭଣଜା ଜଣେ ବି.ଏ. ଅନର୍ସ ଛାତ୍ର ତାଙ୍କ ଘରେ ଥା’ନ୍ତି। ତାଙ୍କୁ ତାଙ୍କ ଖାଇବା ବିଷୟରେ ଲେଖକ ପଚାରିବାରୁ ତାଙ୍କ ମୁହଁରେ ନୈରାଶ୍ୟର ଛାୟା ଖେଳିଗଲା । ସେ ଏତେ ପାଠ ପଢ଼ି ମଧ୍ଯ ନିଜ ହାତରେ ନିଜ କାମ କରିବା ଶିଖୁନାହାନ୍ତି । ଏପରି ଲୋକ ନିଜକୁ ଭଲ ବୋଲି ଡିଣ୍ଡିମ ପିଟିବାରେ କିଛି ଲାଭ ନାହିଁ ।

ମିଷ୍ଟର ବେକର୍ ଆମେରିକାର ଜଣେ ଅବସରପ୍ରାପ୍ତ ଇଞ୍ଜିନିୟର । ବୁଢ଼ା ବୟସରେ ସେ କୋଡ଼ି ଶାବଳ ଧରି କାମ କରନ୍ତି । ସେ କାମ କରନ୍ତି ଜୀବନ ଉପଭୋଗ କରିବା ପାଇଁ । କାମ ବିନା ଆମେରିକାନ୍ ଜୀବନରେ ସୁଖ କଳ୍ପନା ଅସମ୍ଭବ । ସେଠାରେ ପୁଅଝିଅମାନେ ମଧ୍ୟ ପରିଶ୍ରମ କରନ୍ତି । ଥରେ ଡେଭିଡ୍‌ର ପରିବାର ସହ ଲେଖକ ସହର ଅଭିମୁଖେ ଯାଉଥ‌ିବାବେଳେ ପ୍ରବଳ ବର୍ଷା ହେଲା । ହଠାତ୍‌ ମଟରର ପଛ ଚକାଟା ଫାଟିଗଲା । ବର୍ଷାରେ ଭିଜି ପନ୍ଦର ବର୍ଷର ପୁଅ ଡେଭିଡ୍ ରାସ୍ତା ଉପରେ ପାଣିରେ ଶୋଇ ଅଧଘଣ୍ଟାରେ ନୂଆ ଚକଟାଏ ମଟରରେ ଲଗାଇଥିଲା ।

ଆମେରିକାର ଲୋକେ ଅନେକ ଦିନଯାଏ ଏକୁଟିଆ ହୋଇ ଚଳୁଥିଲେ । ପୃଥ‌ିବୀ ରାଜନୀତି ସହିତ ସେମାନଙ୍କର ବିଶେଷ ସମ୍ପର୍କ ନଥିଲା । ଗତ ବିଶ୍ଵଯୁଦ୍ଧରୁ ସେମାନେ ପୃଥ‌ିବୀ କ୍ଷେତ୍ରରେ ଆଗୁଆ ହେବାରେ ଲାଗିଛନ୍ତି । ବିଶ୍ଵ ଶାସନ ଓ ବିଶ୍ବମୈତ୍ରୀ ପାଇଁ ସେମାନେ ବର୍ତ୍ତମାନ ବଡ଼ ଉତ୍କଣ୍ଠିତ । ଆନ୍ତର୍ଜାତିକ ଭାବ ବିନିମୟ ଲାଗି ଆମେରିକୀୟମାନେ ଖୁବ୍ ବ୍ୟାକୁଳ ।

ଆମେରିକାର ଲୋକେ ଅନ୍ୟକୁ ପ୍ରଶଂସା କରନ୍ତି । ଯିଏ ଯାହା କରୁ ପଛେ ଲୋକେ ତା’ର ପ୍ରଶଂସା କରନ୍ତି । ଆମପରି ସେଠାରେ ଖୁବ୍ କମ୍ ଲୋକ ‘କାମଗୁଡ଼ା ବେକାର କାହିଁକି କରୁଛି ?’’ ବୋଲି କହନ୍ତି । ଭାରତୀୟମାନଙ୍କୁ ଆଦର ଅଭ୍ୟର୍ଥନାରେ ସେମାନେ ପେଟ ପୂରାଇଦିଅନ୍ତ୍ରା ବେଳ ଆସିଛି, ମାଛି ନହୋଇ ମହୁମାଛି ହେବା, ଘାଆରେ ନ ବସି ଫୁଲରେ ବସିବା । ଦେଶ ଓ ଜାତିର ମୁକ୍ତିପଥ ଖୋଜିବା ।

କଠିନ ଶବ୍ଦାର୍ଥ:

  • ବରାବର – ସବୁବେଳେ ।
  • କରମର୍ଦ୍ଦନ – ହାତ ମିଳାଇବା ।
  • ଯୁବସୁଲଭ – ଯୁବକ ପରି ।
  • ନୈରାଶ୍ୟ – ଆଶାଶୂନ୍ୟ ।
  • କଣ୍ଟାବାଡ଼ରେ ଲୁଗା ପକାଇବା – ଅକାରଣରେ କଳି କରିବା ।
  • ପର ଉପରକୁ କାଦୁଅ ଫିଙ୍ଗିବା – ପର ନିନ୍ଦା କରିବା ।
  • ବ୍ୟତିରେକେ – ବିନା ।
  • ଲୁକ୍କାୟିତ – ଲୁଚିକରି ।
  • ଇତସ୍ତତଃ – ଏଣେତେଣେ ।
  • କୃତକୃତ୍ୟ – ଧନ୍ୟ ।
  • ବିଶ୍ଵମୈତ୍ରୀ – ସମଗ୍ର ପୃଥ‌ିବୀବାସୀଙ୍କୁ ନିଜର ବନ୍ଧୁ ବୋଲି ଭାବିବା ।

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Odisha State Board BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା  Textbook Exercise Questions and Answers.

BSE Odisha Class 6 Odia Solutions Chapter 7 ମୋ ଜୀବନର ଅଭୁଲା କଥା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ଲେଖକ ଚତୁର୍ଥ ଶ୍ରେଣୀରେ ପଢୁଥିବାବେଳେ ଦେଶର ଅବସ୍ଥା କିପରି ଥିଲା ?
Answer:
ଲେଖକ ଚତୁର୍ଥ ଶ୍ରେଣୀରେ ପଢ଼ୁଥ‌ିବାବେଳେ ମହାତ୍ମା ଗାନ୍ଧିଙ୍କର ସ୍ଵାଧୀନତା ଆନ୍ଦୋଳନର ଆହ୍ଵାନ ସାରା ଦେଶରେ ବ୍ୟାପି ଯାଇଥିଲା ।

(ଖ) ୧୯୨୧ ମସିହାରେ ଭାରତରେ ହୋଇଥିବା ଆନ୍ଦୋଳନର ନାମ କ’ଣ୍ ?
Answer:
୧୯୨୧ ମସିହାରେ ଭାରତରେ ହୋଇଥିବା ଆନ୍ଦୋଳନର ନାମ ଅସହଯୋଗ ଆନ୍ଦୋଳନ ।

(ଗ) ମହାତ୍ମା ଗାନ୍ଧି ପାରଳାଖେମୁଣ୍ଡି ଆସି କ’ଣ କଲେ ?
Answer:
ମହାତ୍ମା ଗାନ୍ଧି ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ଆସି ସଭା କଲେ ଓ ସେହି ସଭାରେ ଜାତୀୟତାର ବୀଜ ଲୋକମାନଙ୍କ ହୃଦୟରେ ରୋପଣ କରିଦେଲେ ।

(ଘ) ଛାତ୍ରମାନେ ଗାନ୍ଧିଜୀଙ୍କୁ କିପରି ସୁରକ୍ଷା ଦେଇଥିଲେ ?
Answer:
ଛାତ୍ରମାନେ ଚକ୍ରାକାରରେ ଘେର କରି ହାତକୁ ହାତ ଛନ୍ଦି ମଝିରେ ମହାତ୍ମାଙ୍କୁ ରଖ୍ ଜନଗହଳି ମଧ୍ୟରେ ମଞ୍ଚ ଉପରକୁ ନେବାକୁ ଚେଷ୍ଟା କଲେ ।

(ଙ) ଗାନ୍ଧିଜୀ ଲେଖକଙ୍କୁ କ’ଣ କହିଥିଲେ ?
Answer:
ଜନତାର ଚାପକୁ ସମ୍ଭାଳି ନପାରି ଲେଖକ ମହାତ୍ମାଙ୍କର ପିଠି ଆଡ଼କୁ ଠେଲି ହୋଇଯାଇଥିଲେ । ଗାନ୍ଧିଜୀ ଏପରି ଅବସ୍ଥାରେ ତାଙ୍କ ଆଡ଼କୁ ଚାହିଁ ଟିକେ ହସିଦେଇ ହିନ୍ଦୀରେ କହିଥିଲେ, ‘ଆରେ ପିଲା ! ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ, ମୋତେ ସମ୍ଭାଳିବୁ କିପରି ?’’

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୨।
ଉତ୍ତର ଲେଖ ।
(କ) ଲେଖକ କାହାକୁ ନିଜର ପିତାମହୀ ଓ କାହାକୁ ଜନନୀ ବୋଲି କହିଛନ୍ତି ?
Answer:
ଲେଖକ ଭାରତମାତାକୁ ନିଜର ପିତାମହୀ ଓ ଉତ୍କଳକୁ ଜନନୀ ବୋଲି କହିଛନ୍ତି ।

(ଖ) ଗରିବ ବାଳକଟିର ବେଶଭୂଷା କିପରି ଥୁଲା ?
Answer:
ଗରିବ ବାଳକଟି ଛିଣ୍ଡାଲୁଗା ଖଣ୍ଡେ ପିନ୍ଧିଥିଲା । ମଇଳା ବୁକୁଚାଟିଏ ହାତରେ ଧରିଥିଲା । ତା’ର ବର୍ଷ ଗୋରା । ସେ ସୁସ୍ଥସବଳ ଥିଲା । ମାତ୍ର ବହୁତଦିନ ଧରି ନ ଖାଇଥିବାରୁ ତା’ର ମୁହଁ ଶୁଖୁଲା

(ଗ) ଲେଖକ ପିଲାଟିକୁ କିପରି ସାହାଯ୍ୟ କଲେ ?
Answer:
ଲେଖକ ପିଲାଟି ସହ କଥାବାର୍ତ୍ତାରୁ ଜାଣିଲେ ଯେ ତା’ର ପଢ଼ିବାର ଆଗ୍ରହ ଅଛି । ତେଣୁ ଲେଖକ ତା’ର ବହିପତ୍ର, ଜାମା – ଲୁଗା, ଖାଇବା ପିଇବା, ଦରମା ପାଇଁ ସ୍କଲାରସିପ୍‌ର ବ୍ୟବସ୍ଥା କରି ପିଲାଟିର ପାଠ ପଢ଼ିବାର ବନ୍ଦୋବସ୍ତ କରିଦେଇଥିଲେ ।

(ଘ) ଉକ୍ତ ପିଲାଟି ସହ ଲେଖକଙ୍କର ପୁଣି କେଉଁ ପରିସ୍ଥିତିରେ ସାକ୍ଷାତ୍‌ ହେଲା ?
Answer:
୧୯୪୩ ମସିହାରେ ଲେଖକ ପୁରୀରୁ ପାରଳାଖେମୁଣ୍ଡି ଫେରୁଥିଲେ । ଖୋର୍ଦ୍ଧା ଷ୍ଟେସନରେ ସେ ମାନ୍ଦ୍ରାଜ ମେଲ୍‌କୁ ଅପେକ୍ଷା କରିଥିଲେ । ଏହି ସମୟରେ ଗୋଟିଏ ସ୍ବତନ୍ତ୍ର ମିଲିଟାରୀ ଗାଡ଼ି ମାନ୍ଦ୍ରାଜରୁ ଆସି ଖୋର୍ଦ୍ଧାରେ ପହଞ୍ଚିଲା । ପ୍ଲାଟଫର୍ମରେ ଛିଡ଼ା ହୋଇଥିବାବେଳେ ସେହି ପିଲାଟି ନିଜେ ସେହି ଗାଡ଼ିର ସ୍ବତନ୍ତ୍ର ବଗିରୁ ଓହ୍ଲାଇ ଆସି ଲେଖକଙ୍କୁ ନମସ୍କାର କଲା । ଏହିପରି ଭାବରେ ଲେଖକଙ୍କର ସେହି ପିଲାଟି ସହ ସାକ୍ଷାତ୍ ହେଲା ।

(ଙ) ମିଲିଟାରୀ ପୋଷାକ ପିନ୍ଧିଥିବା ସେଇ ଯୁବକଙ୍କର ନାଆଁ କ’ଣ ?
Answer:
ମିଲିଟାରୀ ପୋଷାକ ପିନ୍ଧିଥିବା ସେହି ଯୁବକଙ୍କର ନାମ ବ୍ରହ୍ମଚାରୀ ମୁଇଁ ।

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୩ ।
କେଉଁ ପ୍ରସଙ୍ଗରେ କୁହାଯାଇଛି ?
(କ) ‘ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ, ମୋତେ ସମ୍ଭାଳିବୁ କିପରି ???
Answer:
ଯେତେବେଳେ ଲେଖକ ଜନତାର ଭିଡ଼ ମଧ୍ଯରେ ଚାପିହୋଇ ସମ୍ଭାଳି ନ ପାରି ମହାତ୍ମାଙ୍କ ପିଠି ଆଡ଼କୁ ଠେଲି ହୋଇଗଲେ, ସେହି ସମୟରେ ଗାନ୍ଧିଜୀ ଲେଖକଙ୍କୁ ଏକଥା କହିଥିଲେ ।

(ଖ) ‘‘ମନୁଷ୍ୟର ଜ୍ଞାନ ଓ କର୍ମ ଏକା ସ୍ତରରେ ରହିବା ଆବଶ୍ୟକ । ତୁମର ଜ୍ଞାନ ପରିପକ୍ଵ ହେଲେ ଦେଶ ପାଇଁ କର୍ମ କରିବାକୁ ଶକ୍ତି ପାଇବ ।”
Answer:
ମହାତ୍ମା ଗାନ୍ଧିଙ୍କ ଭାଷଣରେ ପ୍ରଭାବିତ ହୋଇ ଲେଖକ ଯେତେବେଳେ ସ୍କୁଲରୁ ନିଜର ନାମକୁ କାଟି ରାଜନୀତିରେ ମାତିଲେ, ସେହି ପ୍ରସଙ୍ଗରେ ତାଙ୍କର ନାନା ତାଙ୍କୁ ସେହି ବାଟରୁ ଓହରିଯିବାକୁ ପରାମର୍ଶ ଦେଇ ଏକଥା କହିଥିଲେ ।

(ଗ) ‘ସୁବିଧା ଓ ପାରିପାର୍ଶ୍ଵକ ଅବସ୍ଥା ହିଁ ମନୁଷ୍ୟକୁ ଉଚ୍ଚ କିମ୍ବା ନୀଚ କରିଥାଏ ।’’
Answer:
ଲେଖକଙ୍କ ଉଦ୍ୟମ ବଳରେ ଭିକାରି ବ୍ରହ୍ମଚାରୀ ମୁଇଁ ସେନାବାହିନୀର ଲେଫ୍‌ଟନାଣ୍ଟ୍‌ ହୋଇପାରିଥିଲା । ଲେଖକଙ୍କ ଉଦ୍ୟମ ଓ ନିଙ ଭାଗ୍ୟ ବଳରେ ପିଲାଟି ଏତେ ଉଚ୍ଚକୁ ଉଠିପାରିଲା । ଏହାକୁ ଲକ୍ଷ୍ୟକରି ଲେଖକ ଏହିକଥା କହିଛନ୍ତି ।

Question ୪।
ନିମ୍ନଲିଖ୍ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଢ଼ ।
ବକ୍ତୃତା, ମହାତ୍ମା, ବୀଜ, ଅଧ୍ୟବସାୟ, ପରିପକ୍ବ
Answer:
ବକ୍ତୃତା – ହରି ସଭାରେ ବକ୍ତୃତା ଦେଲା ।
ମହାମ୍ବା – ଗୋପବନ୍ଧୁ ଓଡ଼ିଶାବାସୀଙ୍କ ପାଇଁ ଜଣେ ମହାତ୍ମା ଥିଲେ ।
ବାଜ – ପିଲାଟି ବୀଜ ରୋପଣ କରୁଛି ।
ଅଧ୍ୟବସାୟ – କଠିନ ଅଧ୍ୟବସାୟର ଫଳ ବ୍ୟର୍ଥ ହୁଏ ନାର୍ହି।
ପରିପକ୍ବ – ଜ୍ଞାନ ପରିପକ୍ଵ ହେଲେ କର୍ମ କରିବାର ଶକ୍ତି ମିଳେ ।

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୫।
ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(କ) ଅସହଯୋଗ ଆନ୍ଦୋଳନ ସମୟରେ ଲେଖକ କିପରି ସ୍ଵାଧୀନତା ସଂଗ୍ରାମ ସହିତ ସଂଶ୍ଳିଷ୍ଟ ଥିଲେ ?
Answer:
୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନ ଦେଶବ୍ୟାପି ଚାଲିଥିଲା । ସେହି ବର୍ଷ ମହାତ୍ମା ଗାନ୍ଧି ପାରଳାଖେମୁଣ୍ଡି ଆସିଥିଲେ । ମାତ୍ର ତାଙ୍କୁ ସଭା କରିବାକୁ ସ୍ଥାନ ମିଳି ନ ଥିଲା । ଲେଖକ ଓ ଅନ୍ୟ ଛାତ୍ରମାନେ ପୁରୁଣା ମାର୍କେଟ ପଡ଼ିଆରେ ଜୋର୍ କରି ସଭା କରିବାକୁ ସ୍ଥିର କଲେ । ଗାନ୍ଧିଜୀଙ୍କୁ ଲୋକଙ୍କ ଗହଳିରୁ ରକ୍ଷାକରି ସଭାମଞ୍ଚକୁ ନେବାର ଦାୟିତ୍ଵ ଲେଖକ ଅନ୍ୟ ଛାତ୍ରମାନଙ୍କ ସହିତ ଗ୍ରହଣ କରିଥିଲେ । ମହାତ୍ମା ଗାନ୍ଧିଙ୍କ ଭାଷଣରେ ଲେଖକ ବେଶ୍ ପ୍ରଭାବିତ ହୋଇଥିଲେ । ଫଳରେ ସଭାରୁ ଫେରି ସ୍କୁଲରୁ ନିଜର ନାମ କାଟି ରାଜନୀତିରେ ମାତିଥିଲେ । ପିତାଙ୍କ ହସ୍ତକ୍ଷେପ ଯୋଗୁଁ ସେ ସେଥୁରୁ ନିବୃତ୍ତ ହେଲେ । ବହୁ ଚିନ୍ତାକରି ସେ ମଧୁବାବୁ, ଗୋପବନ୍ଧୁଙ୍କ ଆଦର୍ଶ ଅନୁସରଣ କରି ଉତ୍କଳ ଜନନୀର ସେବା ଜନ୍ମଭୂମିର ସେବାକୁ ନିଜର ପ୍ରଥମ କର୍ତ୍ତବ୍ୟ ଭାବରେ ସେ ଗ୍ରହଣ କଲେ । ଜନ୍ମଭୂମିର ସେବାକୁ ନିଜର ପ୍ରଥମ କର୍ତ୍ତବ୍ୟ ଭାବରେ ସେ ଗ୍ରହଣ କଲେ ।

(ଖ) ‘ବ୍ରହ୍ମଚାରୀ ମୁଇଁ’ର ଭବିଷ୍ୟତ ଗଠନରେ ଲେଖକ କିପରି ସହାୟକ ହେଲେ ?
Answer:
କୌଣସି ଏକ ଦିନ ଲେଖକ ନିଜର ସାଙ୍ଗମାନଙ୍କ ସହ ଘରର ବାରଣ୍ଡାରେ ବସି ଗପ କରୁଥିଲେ । ଏତିକିବେଳେ ଜଣେ ଭିକାରି ବାଳକ ତାଙ୍କ ପାଖକୁ ଭିକ୍ଷା ପାଇବା ଆଶାରେ ଆସିଲା । ପିଲାଟି ଛିଣ୍ଡା ଲୁଗା ପିନ୍ଧିଥିଲା ଓ ଅନାହାରକ୍ଳିଷ୍ଟ ଥିଲା । ଲେଖକ ତା’ର ପରିଚୟ ବୁଝିଲେ । ସାହାଯ୍ୟ କଲେ ସେ ପାଠ ପଢ଼ିବ କି ନାହିଁ ବୋଲି ତାକୁ ପଚାରିଲେ । ତା’ର ପଢ଼ିବାରେ ଆଗ୍ରହ ଥ‌ିବା ଜାଣିପାରି ସାଙ୍ଗମାନଙ୍କଠାରୁ ଚାନ୍ଦାକରି ପିଲାଟିକୁ ପଢ଼ାଇବାକୁ ସ୍ଥିର କଲେ । ତାକୁ ତାଙ୍କର ସାଙ୍ଗମାନେ ବହିପତ୍ର ଓ ଜାମାଲୁଗା ଦେଲେ । ଲେଖକ ତା’ର ଖୁଆପିଆ ଓ ପାଠପଢ଼ା ପାଇଁ ସ୍କଲାର୍‌ସିପ୍ ବ୍ୟବସ୍ଥା କରାଇଦେଲେ। ବାପାଙ୍କୁ କହି ତା’ପାଇଁ ଗୋଟିଏ ଅବୈତନିକ ସ୍ଥାନ ଯୋଗାଡ଼ କରିଦେଲେ । ଏହିଭଳି ଭାବରେ ଲେଖକ ବ୍ରହ୍ମଚାରୀ ମୁଇଁର ଭବିଷ୍ୟତ ଗଠନରେ ସହାୟକ ହେଲେ ।

(ଗ) ପିଲାଟିର ଲେଖକଙ୍କ ପ୍ରତି ଥିବା କୃତଜ୍ଞତା କିପରି ପ୍ରମାଣିତ ହେଲା ?
Answer:
ପୁରୀରୁ ପାରଳାଖେମୁଣ୍ଡି ଯିବା ବାଟରେ ଖୋର୍ଦ୍ଧା ଷ୍ଟେସନ୍‌ରେ ମାନ୍ଦ୍ରାଜ ମେଲ୍‌କୁ ଅପେକ୍ଷା କରି ଲେଖକ ସେଠାରେ ଥ‌ିବା ପ୍ଲାଟଫର୍ମରେ ଠିଆ ହୋଇଥିଲେ । ଏତିକିବେଳେ ଏକ ସ୍ଵତନ୍ତ୍ର ମିଲିଟାରୀ ଗାଡ଼ି ମାନ୍ଦ୍ରାଜରୁ ଆସି ଖୋର୍ଦ୍ଧା ଷ୍ଟେସନ୍‌ରେ ପହିଞ୍ଚିଲା। ସେହି ଗାଡ଼ିରୁ ଏକ ସ୍ଵତନ୍ତ୍ର ବଗିରୁ ଓହ୍ଲାଇପଡ଼ି ମିଲିଟାରୀ ପୋଷାକ ପିନ୍ଧା ଜଣେ ଉଚ୍ଚ କର୍ମଚାରୀ ଲେଖକଙ୍କୁ ନମସ୍କାର କଲା ଏବଂ ସେ ବ୍ରହ୍ମଚାରୀ ମୁଇଁ ବୋଲି ନିଜର ପରିଚୟ ଦେଲା । ଲେଖକଙ୍କର କରୁଣାରୁ ସେ ଯେ ଆଜି ସେହି ଲେଫ୍‌ଟନାଣ୍ଡ୍ ପଦବୀରେ ନିଯୁକ୍ତ ହୋଇପାରିଛି, ତାହା ମଧ୍ୟ ଲେଖକଙ୍କୁ ଜଣାଇଥିଲା । ଏହି କଥାରୁ ପିଲାଟିର ଲେଖକଙ୍କ ପ୍ରତି ଥିବା କୃତଜ୍ଞତା ପ୍ରମାଣିତ ହୋଇ ପାରିଥିଲା ।

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୬।
ପ୍ରଭାବ ଶବ୍ଦର ବିଶେଷଣ ଯେପରି ପ୍ରଭାବିତ, ସେଇଭଳି ନିମ୍ନ ବିଶେଷ୍ୟ ପଦଗୁଡ଼ିକର ବିଶେଷଣ କ’ଣ ହେବ ଲେଖ ।
ପରିଚୟ, ନିର୍ବାଚନ, ଆମୋଦ, ପୁଲକ
Answer:
ବିଶେଷ ପରିଚୟ ନିର୍ବାଚନ ଆମୋଦ ପୁଲକ ବିଶେଷଣ ପରିଚିତ ନିର୍ବାଚିତ ଆମୋଦିତ ପୁଲକିତ

Question ୭।
ଲିଙ୍ଗ ପରିବର୍ତ୍ତନ କରି ଲେଖ ।
ପିତାମହୀ, ଜନନୀ, ଛାତ୍ର, ମହାରାଜା, ପିତା, ଭିକାରି
Answer:
ପିତାମହୀ – ପିତାମହ
ଜନନୀ – ଜନକ
ଛାତ୍ର – ଛାତ୍ରୀ
ମହାରାଜା – ମହାରାଣୀ
ପିତା – ମାତା
ଭିକାରି – ଭିକାରୁଣୀ

Question ୮।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ୧୯୨୧ ମସିହାରେ ମାହାତ୍ମା ଗାନ୍ଧି ପଚାର ଉଦ୍ଦେଶ୍ୟରେ କୁ ଆସିଥିଲେ ।
(ସମ୍ବଲପୁର, ପାରଳାଖେମୁଣ୍ଡି, ଖୋର୍ଦ୍ଧା, କଟକ)
Answer:
ପାରଳାଖେମୁଣ୍ଡି

(ଖ) କଠିନ ………………… ବଳରେ ସେ ଅଳ୍ପକାଳ ମଧ୍ୟରେ ତୃତୀୟ ଶ୍ରେଣୀ ପାଶ୍ କରିଥିଲା (ଅଧ୍ୟବସାୟ, ଶକ୍ତି, ବକ୍ତୃତା) ଉ
Answer:
ଅଧ୍ୟବସାୟ ।

Question ୯ ।
ଏକଥା କିଏ କାହାକୁ କହିଛନ୍ତି ?
(କ) ‘ତୁମ ଜ୍ଞାନ ପରିପକ୍ବ ହେଲେ ଦେଶପାଇଁ କାମ କରିବାକୁ ଶକ୍ତି ପାଇବ ।’’
Answer:
ଏକଥା ଲେଖକଙ୍କର ନନା ଲେଖକଙ୍କୁ କହିଥିଲେ ।

(ଖ) ‘‘ମୋର କେହି ନାହାନ୍ତି । ବୁଢ଼ୀ ମା’ ଥିଲେ, ମରିଗଲେ ।’’
Answer:
ଏକଥା ବ୍ରହ୍ମଚାରୀ ମୁଇଁ (ଭିକାରି ବାଳକ) ଲେଖକଙ୍କୁ କହିଛି ।

(ଗ) ‘‘ଆପଣଙ୍କ କରୁଣାରୁ ମୁଁ ଆଜି ଏହି ଲେଫ୍‌ଟନାଣ୍ଟ ପଦବୀରେ ନିଯୁକ୍ତ ହୋଇପାରିଛି ।??
Answer:
ଏକଥା ବ୍ରହ୍ମଚାରୀ ମୁଇଁ ଲେଖକଙ୍କୁ କହିଛି ।

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୧୦।
ଉପଯୁକ୍ତ ବିରାମଚିହ୍ନ ଦେଇ ତଳଲିଖୂତ ଗଦ୍ୟାଶଟିକୁ ଲେଖ । ସେ ମୋ ଆଡ଼େ ଚାହିଁ ସ୍ମିତହାସ୍ୟ କରି ହିନ୍ଦୀରେ କହିଲେ ଆରେ ପିଲା ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ ମୋତେ ସମ୍ଭଜିବୁ କିପରି।
Answer:
ସେ ମୋ ଆଡ଼େ ଚାହିଁ ସ୍ମିତହାସ୍ୟ କରି ହିନ୍ଦୀରେ କହିଲେ, ‘ଆରେ ପିଲା ! ତୁ ନିଜକୁ ନିଜେ ତ ସମ୍ଭାଳି ମୋତେ ସମ୍ଭାଳିବୁ କିପରି ?’’

ତ୍ରୁମ ପାଇଁ କାମ:

୧। ଲେଖକ ସତ୍ୟନାରାୟଣ ରାଜଗୁରୁଙ୍କ ଆତ୍ମଜୀବନୀ ‘ମୋ ଜୀବନ ସଂଗ୍ରାମ’ ସଂଗ୍ରହ କରି ପଢ଼ ।
୨। ନିଜ ଘର ପାଖରେ କେହି ଗରିବ ଅଥଚ ମେଧାବୀ ପିଲା ଥିଲେ, ତା’ର ପଢ଼ିବା ସକାଶେ କିଛି ସାହାଯ୍ୟ ବନ୍ଦୋବସ୍ତ କରିବାକୁ ନିଜର ଅଭିଭାବକଙ୍କୁ ଅନୁରୋଧ କର ।

ପରାକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ଲିଙ୍ଗ ପରିବର୍ତ୍ତନ କର ।
Answer:
ସହାୟକ – ସହାୟିକା
ଲେଖକ – ଲେଖୁ
ସଭାପତି – ସଭାନେତ୍ରୀ
ଛାତ୍ର – ଛାତ୍ରା
ଶିକ୍ଷକ – ଶିକ୍ଷିକା / ଶିକ୍ଷୟିତ୍ରା

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ରାଜନୀତିରେ ଭାଗ ନେବାର ଦେଖ୍ ଲେଖକଙ୍କ ନନା ଲେଖକଙ୍କୁ କ’ଣ କହିଥିଲେ ?
Answer:
ରାଜନୀତିରେ ଭାଗ ନେବାର ଦେଖ୍ ଲେଖକଙ୍କ ନନା ଆଦୌ ସହ୍ୟ କରିପାରିଲେ ନାହିଁ । ସେ ତାଙ୍କୁ ଏହି ମାର୍ଗରୁ ନିବୃତ୍ତ କରାଇ କହିଲେ, ‘ମନୁଷ୍ୟର ଜ୍ଞାନ ଓ କର୍ମ ଏକା ସ୍ତରରେ ରହିବା ଆବଶ୍ୟକ । ତୁମର ଜ୍ଞାନ ପରିପକ୍ବ ହେଲେ ଦେଶପାଇଁ କର୍ମ କରିବାକୁ ଶକ୍ତି ପାଇବ। ସେତେବେଳଯାଏ ତୁମେ ଅପେକ୍ଷା କରିବା ଆବଶ୍ୟକ ।’’

(ଖ) ଲେଖକଙ୍କର ମତରେ ପ୍ରଥମ କର୍ତ୍ତବ୍ୟଟି କ’ଣ ?
Answer:
(ଗ) ଦ୍ଵିତୀୟ ପୃଥ‌ିବୀ ମହାସମର ପୂର୍ବରୁ ମହାରାଜାଙ୍କ ଉପରେ କେଉଁ ଭାର ଦିଆଗଲା ?
Answer:
ଦ୍ଵିତୀୟ ପୃଥ‌ିବୀ ମହାସମର ପୂର୍ବରୁ ଗୋଟିଏ ଗୋଟିଏ ଇଣ୍ଡିଆନ୍ ବାଟାଲିୟନ୍ ଭାରତର ପ୍ରତି ଅଞ୍ଚଳରେ ଗଢ଼ିବା ନିୟମ ଥାଏ । ମାନ୍ଦ୍ରାଜର ପ୍ରତି ଜିଲ୍ଲାରୁ ସୁସ୍ଥସବଳ ଲୋକଙ୍କୁ ବାଛି ସେଥୁରେ ନାମ ଲେଖାଇବା କାର୍ଯ୍ୟ ଚାଲିଥାଏ । ଗଞ୍ଜାମରୁ ବାଳକମାନଙ୍କୁ ବାଛି ଯୁଦ୍ଧଶିକ୍ଷା କରିବାକୁ ପଠାଇବାପାଇଁ ମହାରାଜାଙ୍କ ଉପରେ ଭାର ଦିଆଗଲା ।

(ଘ) ବ୍ରହ୍ମଚାରୀ ମୁଇଁକୁ ଯୁଦ୍ଧଶିକ୍ଷାରେ ଭାଗ ନେବାର ଦେଖୁ ଲେଖକ କ’ଣ ଭାବିଲେ ?
Answer:
ବ୍ରହ୍ମଚାରୀ ମୁଇଁକୁ ଯୁଦ୍ଧଶିକ୍ଷାରେ ଭାଗ ନେବାର ଦେଖୁ ଲେଖକ ବେଶ୍ ବିବ୍ରତ ହୋଇପଡ଼ିଲେ । କାରଣ ସେ ଶ୍ରେଣୀରେ ଭଲ ପଢୁଥିଲା । ତାଙ୍କର ସାଥୀହୋଇ ସବୁ କାମ କରୁଥିଲା । ତାଙ୍କର ଅନୁଗତ ହୋଇ ରହିଥିଲା । ଏଥିରେ ଭାଗନେଲେ ଏସବୁ ଆଉ ହୋଇପାରିବ ନାହିଁ ବୋଲି ଲେଖକ ଭାବିଲେ ।

(ଙ) ଲେଖକ କାହାକୁ ଜନନୀ ଓ କାହାକୁ ପିତାମହୀ ବୋଲି କହିଛନ୍ତି ?
Answer:
ଲେଖକ ଜନ୍ମଭୂମି ଉତ୍କଳକୁ ନିଜର ଜନନୀ ଏବଂ ଭାରତମାତାକୁ ପିତାମହୀ ବୋଲି କହିଛନ୍ତି । ସେ ନିଜ ଜନନୀ ଉତ୍କଳର ସେବାକୁ ପ୍ରଥମ କର୍ତ୍ତବ୍ୟ ଭାବେ ସ୍ଥିର କରିଛନ୍ତି ।

(ଚ) ବ୍ରହ୍ମଚାରୀ ମୁଇଁ ଯୁଦ୍ଧଶିକ୍ଷାରେ ଭାଗନେବା ଦେଖୁ ଲେଖକ କାହିଁକି ବିବ୍ରତ ହେଲେ ?
Answer:
ବ୍ରହ୍ମଚାରୀ ମୁଇଁ ଭଲ ପାଠ ପଢୁଥିଲା, ଲେଖକଙ୍କ ସହ ସାଥୀ ହୋଇ ସବୁ କାମ କରୁଥିଲା ଓ ତାଙ୍କର ଏକାନ୍ତ ଅନୁଗତ ଥିଲା । ଯୁଦ୍ଧଶିକ୍ଷାରେ ଭାଗ ନେଲେ ଏସବୁ ହୋଇପାରିବ ନାହିଁ ଭାବି ଲେଖକ ବିବ୍ରତ ହେଲେ ।

(ଛ) ଲେଖକଙ୍କ ମନରେ କାହିଁକି ଗର୍ବ ସଞ୍ଚାର ହେଲା ?
Answer:
ଲେଖକଙ୍କ ସାହାଯ୍ୟ ଫଳରେ ବ୍ରହ୍ମଚାରୀ ମୁଇଁ ପରି ଜଣେ ଭିକାରି ପିଲା ଆଜି ଲେଫ୍ଟନାଣ୍ଟ ପଦବୀରେ ନିଯୁକ୍ତ ହୋଇପାରିଛି– ଏକଥା ଚିନ୍ତା କରି ଲେଖକଙ୍କ ମନରେ ଗର୍ବ ସଞ୍ଚାର ହେଲା ।

(ଜ) ମହାତ୍ମା ଗାନ୍ଧିଙ୍କୁ ସଭା କରିବାକୁ ସ୍ଥାନ ମିଳିଲା ନାହିଁ କାହିଁକି ?
Answer:
ମହାତ୍ମା ଗାନ୍ଧି ୧୯୨୧ ମସିହାରେ ଆନ୍ଦୋଳନର ପ୍ରଚାର ନିମନ୍ତେ ପାରଳାଖେମୁଣ୍ଡି ଆସିଥିଲେ । ସେତେବେଳେ ବ୍ରିଟିଶ ସରକାରଙ୍କ କଟକଣା ହେତୁ ତାଙ୍କୁ ସଭା କରିବାକୁ ସ୍ଥାନ ମିଳିଲା ନାହିଁ ।

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

Question ୩।
ସରଳାର୍ଥ ଲେଖ ।
(କ) ‘‘ସେଥ‌ିମଧ୍ୟରୁ ପ୍ରଥମ କର୍ତ୍ତବ୍ୟଟି ହେଉଛି ଜନ୍ମଭୂମି ମା’ଙ୍କର ସେବା’’
Answer:
‘‘ସେଥ‌ିମଧ୍ୟରୁ ………………………………… ସେବା’’ ।
ଶଂସିତ ଗଦ୍ୟାଶଟି ‘ମୋ ଜୀବନର ଅଭୁଲା କଥା’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଉକ୍ତ ପ୍ରସଙ୍ଗରେ ଲେଖକ ସତ୍ୟନାରାୟଣ ରାଜଗୁରୁ ନିଜର କର୍ତ୍ତବ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଲେଖକଙ୍କ ମନରେ ମାତୃଭୂମି ପ୍ରତି ଏକ ଦୃଢ଼ ଆକର୍ଷଣ ଥିଲା। ଉତ୍କଳ ସମ୍ମିଳନୀର ନେତୃତ୍ବବର୍ଗ ଓଡ଼ିଆ ଭାଷୀମାନଙ୍କର ଏକତ୍ରୀକରଣ ପାଇଁ ଯେଉଁ ଡାକରା ଦେଇଥିଲେ ତହିଁରେ ଅନୁପ୍ରାଣିତ ହୋଇ ଲେଖକ ଅନୁଭବ କରିଥିଲେ ଯେ ତାଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ଜନ୍ମଭୂମି ମା’ଙ୍କର ସେବା ।

(ଖ) ଭାରତମାତା ମୋର ପିତାମହୀ; କିନ୍ତୁ ଉତ୍କଳ ମୋର ଜନନୀ ।
Answer:
ଭାରତମାତା …………………………… ମୋର ଜନନୀ ।
ଶଂସିତ ଗଦ୍ୟାଶଟି ସତ୍ୟନାରାୟଣ ରାଜଗୁରୁଙ୍କ ଲିଖିତ ‘ମୋ ଜୀବନର ଅଭୁଲା କଥା’ ପ୍ରବନ୍ଧରୁ ଆସିଅଛି । ଏଠାରେ ଲେଖକ ଉତ୍କଳ ଜନନୀର ସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିନେଇଥିବା କଥା ବର୍ଣ୍ଣନା କରିଛନ୍ତି । ଲେଖକ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ରାଜନୀତିରେ ଭାଗ ନେବାକୁ ଆଗ୍ରହୀ ହୋଇଥିଲେ । ବହୁ ଚିନ୍ତା ପରେ ସେ ସ୍ଥିର କଲେ ଯେ ଭାରତୀୟ ରାଜନୀତିରେ ଭାଗନେବାକୁ ହେଲେ ପ୍ରଥମେ ନିଜକୁ ଓ ନିଜ ଜନ୍ମଭୂମି ଉତ୍କଳକୁ ବଳିଷ୍ଠ କରି ଗଢ଼ିବାକୁ ହେବ ।

ସେତେବେଳେ ଉତ୍କଳ ସମ୍ମିଳନୀର ନେତୃବର୍ଗମାନେ ଓଡ଼ିଆଭାଷୀମାନଙ୍କ ଏକତ୍ରୀକରଣ ନିମନ୍ତେ ଆହ୍ଵାନ ଦେଇଥା’ନ୍ତି । ସେଥ‌ିରେ ଅନୁପ୍ରାଣିତ ହୋଇ ସେ ଉତ୍କଳମାତାର ସେବା କରିବାକୁ ସ୍ଥିର କଲେ । ତାଙ୍କ ମତରେ, ଭାରତମାତା ତାଙ୍କର ପିତାମହୀ; ମାତ୍ର ଉତ୍କଳ ତାଙ୍କର ଜନନୀ । ଯଦିଓ ଉଭୟଙ୍କ ସେବା ତାଙ୍କର କର୍ତ୍ତବ୍ୟ, ତଥାପି ପ୍ରଥମ କର୍ତ୍ତବ୍ୟ ହେଲା ଜନନୀ ଉତ୍କଳର ସେବା । ତେଣୁ ସେ ମଧୁବାବୁ, ଉତ୍କଳମଣି ଗୋପବନ୍ଧୁଙ୍କ ଭଳି ଉତ୍କଳ ଜନନୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ଉକ୍ତ ପ୍ରସଙ୍ଗଟି ବେଶ୍ ଶିକ୍ଷାପ୍ରଦ ହୋଇପାରିଛି ।

(ଗ) ସେଦିନ ସେ ଯେଉଁ ନୀତିଦୀର୍ଘ ଭାଷଣରେ ଜାତୀୟତାର ବୀଜ ଆମମାନଙ୍କ ହୃଦୟରେ ରୋପଣ କଲେ, ତାହା କାଳକ୍ରମେ ଅଙ୍କୁରିତ ହୋଇ ତାଙ୍କର ଆଶୀର୍ବାଦ ତୁଲ୍ୟ ଆମକୁ ଯଥେଷ୍ଟ ପ୍ରଭାବିତ କଲା କହିଲେ ଚଳେ ।
Answer:
ସେଦିନ ସେ ……………………. କହିଲେ ଚଳେ ।
ଉକ୍ତ ଗଦ୍ୟାଶଟି ସତ୍ୟନାରାୟଣ ରାଜଗୁରୁଙ୍କ ରଚିତ ‘ମୋ ଜୀବନର ଅଭୁଲା କଥା’ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖକ ଗାନ୍ଧିଜାଙ୍କ ଭାଷଣ ପାରଳାଖେମୁଖ୍ରିର ଲୋକମାନଙ୍କୁ କିପରି ପ୍ରଭାବିତ କରିଥିଲା ତା’ଉପରେ ଆଲୋକପାତ କରିଛନ୍ତି । ୧୯୨୧ ମସିହାରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ଵରେ ଦେଶସାରା ଅସହଯୋଗ ଆନ୍ଦୋଳନ ଚାଲିଥିଲା । ସେହିବର୍ଷ ପ୍ରଚାର ଉଦ୍ଦେଶ୍ୟରେ ଗାନ୍ଧିଜୀ ପାରଳାଖେମୁଣ୍ଡି ଆସିଥିଲେ । ତାଙ୍କ ଭାଷଣ ଶୁଣିବାକୁ ହଜାର ହଜାର ଲୋକ ଆସିଥିଲେ । ଜନଗହଳିରେ ସଭାସ୍ଥଳଟି ମୁଖରିତ ହୋଇ ଉଠିଥିଲା ।

ସେଦିନ ଗାନ୍ଧିଜୀ ସେଠାରେ ଯେଉଁ ନୀତିଦୀର୍ଘ ଭାଷଣ ଦେଇଥିଲେ, ତାହା ଲୋକମାନଙ୍କୁ ଜାତୀୟତା ଭାବନାରେ ଉଦ୍‌ବୁଦ୍ଧ କରିଥିଲା । ନିଜେ ଲେଖକ ଏହାଦ୍ଵାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ଛାତ୍ରାବସ୍ଥାରୁ ସେ ସ୍ଵାଧୀନତା ସଂଗ୍ରାମରେ ଝାସଦେବାକୁ ଚାହିଁଥିଲେ । ପରବର୍ତ୍ତୀ ସମୟରେ ସେ ନିଜକୁ ଉତ୍କଳ ଜନନୀର ସେବାରେ ନିୟୋଜିତ କରିଥିଲେ । ଏଠାରେ ଲେଖକଙ୍କ ବର୍ଣ୍ଣନା ବେଶ୍ ଭାବଦ୍ୟୋତକ ହୋଇଛି ।

(ଘ) ‘‘ମନୁଷ୍ୟର ଜ୍ଞାନ ଓ କର୍ମ ଏକା ସ୍ତରରେ ରହିବା ଆବଶ୍ୟକ ।’’
Answer:
ମନୁଷ୍ୟର ଜ୍ଞାନ …………………….. ଆବଶ୍ୟକ ।
ଉକ୍ତ ଗଦ୍ୟାଶଟି ସତ୍ୟନାରାୟଣ ରାଜଗୁରୁଙ୍କ ଲିଖ୍ ‘ମୋ ଜୀବନର ଅଭୁଲା କଥା’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ଲେଖକଙ୍କୁ ଅଳ୍ପ ବୟସରୁ ରାଜନୀତିରେ ନ ମାତିବାକୁ ତାଙ୍କ ନନା ଦେଇଥିବା ପରାମର୍ଶ କଥା ବର୍ଣ୍ଣନା କରାଯାଇଛି । ୧୯୨୧ ମସିହାରେ ମହାତ୍ମା ଗାନ୍ଧି ପାରଳାଖେମୁଣ୍ଡି ଆସି ଏକ ପ୍ରଚାର ସଭା କରିଥିଲେ। ସେହି ସଭାରେ ସେ ଦେଇଥ‌ିବା ଭାଷଣ ଅଞ୍ଚଳବାସୀଙ୍କ ହୃଦୟରେ ଜାତୀୟତାର ବୀଜ ରୋପଣ କରିଥିଲା । ଲେଖକ ମଧ୍ୟ ସେହି ଭାଷଣଦ୍ଵାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ସେ ସଭାରୁ ଫେରିଆସି ସ୍କୁଲରୁ ନାଁ କାଟି ରାଜନୀତିରେ ମାତିଲେ ।

ତାଙ୍କ ନନା ଏହା ସହ୍ୟ କରିପାରିଲେ ନାହିଁ । ସେ ଲେଖକଙ୍କୁ ଏହି ପନ୍ଥାରୁ ନିବୃତ୍ତ କରାଇଥିଲେ । ସେ କହିଥିଲେ ଯେ ମନୁଷ୍ୟର ଜ୍ଞାନ ଓ କର୍ମ ଏକା ସ୍ତରରେ ରହିବା ଆବଶ୍ୟକ । ଏତେ ଅଳ୍ପ ବୟସରୁ ଦେଶସେବା ଭଳି କାମରେ ହାତଦେବା ଠିକ୍ ନୁହେଁ । ବୟସ ବଢ଼ିବା ସହ ଜ୍ଞାନ ପରିପକ୍ଵ ହେଲେ ଦେଶ ପାଇଁ କର୍ମ କରିବାକୁ ଶକ୍ତି ମିଳିବ । ଲେଖକ ମଧ୍ଯ ପିତାଙ୍କ ସୁପରାମର୍ଶକୁ ଗ୍ରହଣ କରିଥିଲେ । ଏହି ପ୍ରସଙ୍ଗଟି ବାସ୍ତବରେ ବେଶ୍ ଶିକ୍ଷଣୀୟ ହୋଇଛି ।

(ଙ) ‘‘ତାହା କାଳକ୍ରମେ ଅଙ୍କୁରିତ ହୋଇ ତାଙ୍କର ଆଶୀର୍ବାଦ ତୁଲ୍ୟ ଆମକୁ ଯଥେଷ୍ଟ ପ୍ରଭାବିତ କଲା ।””
Answer:
‘‘ତାହା କାଳକ୍ରମେ ……………………………. ପ୍ରଭାବିତ କଲା ।
ଶଂସିତ ଉଦ୍ଧୃତାଂଶଟି ସତ୍ୟନାରାୟଣ ରାଜଗୁରୁଙ୍କ ଲିଖ୍ ‘ମୋ ଜୀବନର ଅଭୁଲା କଥା’ ପ୍ରବନ୍ଧରୁ ଗୃହୀତ । ଏଠାରେ ପ୍ରାବନ୍ଧିକ ମହାତ୍ମାଗାନ୍ଧୀଙ୍କ ଭାଷଣର ପ୍ରଭାବ ବିଷୟରେ ଆଲୋଚନା କରିଛନ୍ତି । ୧୯୨୧ ମସିହାରେ ମହାତ୍ମାଗାନ୍ଧି ଭାରତବ୍ୟାପୀ ସ୍ଵାଧୀନତା ଆନ୍ଦୋଳନର ଆହ୍ଵାନ ଦେଇଥିଲେ । ନିଜେ ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ଆସିଥିଲେ । ବ୍ରିଟିଶ ସରକାରଙ୍କ କଟକଣା ସତ୍ତ୍ଵେ ସଭା ହୋଇଥିଲା ଏବଂ ହଜାର ହଜାର ଲୋକ ତାଙ୍କର ବକ୍ତୃତା ଶୁଣି ପ୍ରଭାବିତ ହୋଇଥିଲେ । ଲେଖକ ନିଜେ ସେ ସମୟରେ ସେହି ଭାଷଣ ଶୁଣି ଜାତୀୟତାରେ ଉଦ୍‌ବୁଦ୍ଧ ହୋଇଥିଲେ । ଗାନ୍ଧୀଙ୍କର ସେହି ପ୍ରଭାବ କାଳକ୍ରମେ ଅଙ୍କୁରିତ ହୋଇ ଲେଖକଙ୍କୁ ଆଶୀର୍ବାଦ ତୁଲ୍ୟ ପ୍ରଭାବିତ କଲା । ବାସ୍ତବରେ ପ୍ରାବନ୍ଧିକଙ୍କ ଏହି ଉକ୍ତିଟି ଜାତୀୟଭାବମୂଳକ ଅଟେ।

Question ୪।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଦ୍ଵିତୀୟ ପୃଥ୍ବୀ ମହାସମର ପୂର୍ବରୁ ପାରଳାର ମହାରାଜାଙ୍କ ଉପରେ କେଉଁ ଭାର ଦିଆଯାଇଥିଲା ?
Answer:
ଦ୍ବିତୀୟ ପୃଥ‌ିବୀ ମହାସମର ପୂର୍ବରୁ ଭାରତର ପ୍ରତି ଅଞ୍ଚଳରେ ଗୋଟିଏ ଗୋଟିଏ ଇଣ୍ଡିଆନ୍ ବାଟାଲିୟନ୍ ଗଢ଼ିବାର ନିୟମ ହୋଇଥିଲା । ମାନ୍ଦ୍ରାଜର ପ୍ରତି ଜିଲ୍ଲାର ସୁସ୍ଥସବଳ ଲୋକଙ୍କୁ ବାଛି ସେଥୁରେ ନାମ ଲେଖାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା । ଗଞ୍ଜାମରୁ ବାଳକମାନଙ୍କୁ ବାଛି ଯୁଦ୍ଧ ଶିକ୍ଷା କରିବାକୁ ପଠାଇବା ଭାର ପାରଳା ମହାରାଜାଙ୍କ ଉପରେ ଥିଲା । ସେହି କାର୍ଯ୍ୟରେ ମହାରାଜା ତତ୍ପରତା ପ୍ରକାଶ କରିଥିଲେ । ସେଥ୍‌ପାଇଁ କଲେଜରେ ଏକ ବିରାଟ ସଭାରେ ମହାରାଜା ଭାଷଣ ଦେଇ ସମର ଶିକ୍ଷା କରିବାକୁ କେଉଁ ଛାତ୍ରମାନେ ଇଚ୍ଛୁକ ଅଛନ୍ତି ଜାଣିବାକୁ ଇଚ୍ଛା କରିଥିଲେ ।

(ଖ) ଜନଗହଳି ସମ୍ଭାଳିବାକୁ ପୋଲିସ୍ କାହିଁକି ଅସମର୍ଥ ହେଲା ?
Answer:
୧୯୨୧ ମସିହାରେ ମହାତ୍ମା ଗାନ୍ଧିଙ୍କର ଆହ୍ଵାନରେ ସ୍ଵାଧୀନତା ଆନ୍ଦୋଳନ ଭାରତ ସାରା ବ୍ୟାପିଗଲା । ସ୍କୁଲ, କଲେଜ ଛାଡ଼ି ଅନେକ ଅସହଯୋଗ ଆନ୍ଦୋଳନରେ ଭାଗ ନେଲେ । ଠିକ୍ ସେହି ବର୍ଷ ମହାତ୍ମା ଗାନ୍ଧି ନିଜେ ତାଙ୍କର ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ଆସିଥିଲେ । ସେତେବେଳେ ବ୍ରିଟିଶ୍ ସରକାରଙ୍କ କଟକଣା ହେତୁ ତାଙ୍କୁ ସଭା କରିବାପାଇଁ ସ୍ଥାନଟିଏ ମିଳିଲା ନାହିଁ । ଦେଶପ୍ରେମୀ ସ୍ଵାଧୀନତା ସଂଗ୍ରାମୀ ଛାତ୍ରମାନେ ଜୋର୍ ଜବରଦସ୍ତ ପୁରୁଣା ମାର୍କେଟ ପଡ଼ିଆରେ ସଭା କରିବାପାଇଁ ସ୍ଥିର କଲେ । ମହାତ୍ମା ଗାନ୍ଧିଙ୍କ ଭାଷଣ ଶୁଣିବାକୁ ସମସ୍ତଙ୍କ ମନରେ ପ୍ରବଳ ଆଗ୍ରହ ଥିଲା । ତେଣୁ ବହୁ ସଂଖ୍ୟାରେ ଲୋକ ସମାଗମ ହେଲା । ଜନଗହଳି ଏତେ ଅଧ୍ଵକ ହେଲା ଯେ ପୋଲିସ୍ ସେମାନଙ୍କୁ ସମ୍ଭାଳିବାକୁ ଅସମର୍ଥ ହେଲା ।

(ଗ) ଲେଖକ କାହାକୁ ନିଜର ପିତାମହୀ ଓ କାହାକୁ ଜନନୀ ବୋଲି କହିଛନ୍ତି ?
Answer:
ଲେଖକ ମହାତ୍ମା ଗାନ୍ଧିଙ୍କ ଭାଷଣରେ ପ୍ରଭାବିତ ହୋଇ ସ୍କୁଲରୁ ନାମ କାଟି ରାଜନୀତିରେ ମାତିଲେ । କିନ୍ତୁ ତାଙ୍କ ପିତା ତାଙ୍କୁ ଏଥୁରୁ ବାରଣ କଲେ । ସେ ପିତାଙ୍କ ଆଦେଶକୁ ଅମାନ୍ୟ କରିପାରିଲେ ନାହିଁ । ସେ ବହୁ ଚିନ୍ତା ପରେ ସ୍ଥିର କଲେ ଯେ ଭାରତୀୟ ରାଜନୀତିରେ ଯୋଗଦେବାକୁ ହେଲେ ପ୍ରଥମେ ନିଜକୁ ଓ ନିଜ ଜନ୍ମଭୂମି ଉତ୍କଳକୁ ବଳିଷ୍ଠ କରି ଗଢ଼ିବା ଆବଶ୍ୟକ । ସେତେବେଳେ ଉତ୍କଳ ସମ୍ମିଳନୀର ନେତୃବର୍ଗ ଓଡ଼ିଆଭାଷୀମାନଙ୍କ ଏକତ୍ରୀକରଣ ପାଇଁ ଡାକରା ଦେଇଥା’ନ୍ତି । ଲେଖକ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ । ସେ ଉତ୍କଳ ମାତାର ସେବା କରିବାକୁ ପ୍ରଥମ ଲକ୍ଷ୍ୟ ଭାବେ ଗ୍ରହଣ କଲେ । ତାଙ୍କ ମତରେ ଭାରତ ଆମର ପିତାମହୀ; ମାତ୍ର ଉତ୍କଳ ଆମର ଜନନୀ । ତେଣୁ ଉଭୟଙ୍କର ସେବା କରିବା ତାଙ୍କର କର୍ତ୍ତବ୍ୟ ; କିନ୍ତୁ ପ୍ରଥମ କର୍ତ୍ତବ୍ୟଟି ହେଉଛି ଜନ୍ମଭୂମି ଉତ୍କଳ ଜନନୀଙ୍କର ସେବା । ତେଣୁ ସେ ମଧୁବାବୁ ଓ ଗୋପବନ୍ଧୁଙ୍କ ପରି ଉତ୍କଳ ଜନନୀଙ୍କ ସେବାରେ ମନୋନିବେଶ କଲେ ।

ଲେଖକ ପରିଚୟ:

ସତ୍ୟନାରାୟଣ ରାଜଗୁରୁ (୧୯୦୩ – ୧୯୯୭) ପାରଳାଖେମୁଣ୍ଡିରେ ଜନ୍ମଗ୍ରହଣ କରିଥିଲେ । ଜଣେ ଐତିହାସିକ ଓ ଲିପିତତ୍ତ୍ବବିତ୍ ଭାବରେ ସେ ସୁପରିଚିତ । ସେ ‘ଓଡ଼ିଆ ଭାଷାର ଉପଭାଷା’, ‘କଳିଙ୍ଗର ଆତ୍ମକଥା’, ‘ଗଙ୍ଗବଂଶର ଇତିହାସ’ ପ୍ରଭୃତି ପୁସ୍ତକ ରଚନା କରିଛନ୍ତି । ନିଜର ଆତ୍ମକାହାଣୀ ‘ମୋ ଜୀବନ ସଂଗ୍ରାମ’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ହୋଇଛନ୍ତି ।

ବିଷୟ ସୂଚନା

ଉକ୍ତ ପାଠ୍ୟଶଟି ଲେଖକଙ୍କର ଆତ୍ମକାହାଣୀ ‘ମୋ ଜୀବନ ସଂଗ୍ରାମ’ ପୁସ୍ତକରୁ ସଂଗୃହୀତ । ଏଥିରେ ଲେଖକଙ୍କର ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସହିତ ସାକ୍ଷାତ୍ ଓ ପିତାଙ୍କର ଆଦେଶ ପାଳନ, ତତ୍ ସହିତ ନିଜର ଲକ୍ଷ୍ୟପଥ ସ୍ଥିର କରିବା କଥା ବର୍ଣ୍ଣିତ ହୋଇଛି । ନିଜେ ଜଣେ ଭିକାରି ପିଲାକୁ ସାହାଯ୍ୟ କରିଥିବାରୁ ସେ କିପରି ସେନାବାହିନୀରେ ଲେଫ୍ଟନାଣ୍ଟ ହୋଇପାରିଲା ସେକଥା ଏଥିରେ ସ୍ଥାନ ପାଇଛି ।

BSE Odisha 6th Class Odia Solutions Chapter 7 ମୋ ଜୀବନର ଅଭୁଲା କଥା

ସାରକଥା:

୧୯୨୧ ମସିହାରେ ଲେଖକ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ । ସେତେବେଳେ ସାରା ଭାରତରେ ସ୍ଵାଧୀନତା ଆନ୍ଦୋଳନ ବ୍ୟାପି ଯାଇଥାଏ । ପାରଳାଖେମୁଣ୍ଡିରେ ମଧ୍ଯ ତା’ର ପ୍ରଭାବ ପଡ଼ିଥିଲା । ସମ୍ବଲପୁରର ଜଣେ ବକ୍ତାଙ୍କ ପ୍ରଭାବରେ ବହୁ ଯୁବକ ଛାତ୍ର ପ୍ରଭାବିତ ହୋଇ ସ୍କୁଲ କଲେଜ ଛାଡ଼ି ଅସହଯୋଗ ଆନ୍ଦୋଳନରେ ଭାଗ ନେଇଥିଲେ । ସେହିବର୍ଷ ମହାତ୍ମା ଗାନ୍ଧି ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ଆସିଥିଲେ । ବ୍ରିଟିଶ୍ ସରକାରଙ୍କର କଟକଣା ହେତୁ ସଭା କରିବାକୁ ସ୍ଥାନ ମିଳିଲା ନାହିଁ । ଲେଖକ କେତେଜଣ ଛାତ୍ରଙ୍କ ସହିତ ମିଶି ଜୋକରି ପୁରୁଣା ମାର୍କେଟ ପଡ଼ିଆରେ (ଏବେ ଯେଉଁଠାରେ ମ୍ୟୁନିସପାଲ ରିଡ଼ିଙ୍ଗୁରୁମ୍ ତିଆରି ହୋଇଛି) ସଭା କରିବାକୁ ସ୍ଥିର କଲେ ।

ମହାତ୍ମା ଗାନ୍ଧିଙ୍କୁ ଦେଖିବାକୁ ଓ ତାଙ୍କର ବକ୍ତୃତା ଶୁଣିବାକୁ ପ୍ରବଳ ଜନଗହଳି ହେଲା । ପୋଲିସ୍ ତାକୁ ସମ୍ଭାଳିବାକୁ ଅସମର୍ଥ ହେଲା । ଲେଖକ କେତେଜଣ ଛାତ୍ରଙ୍କ ସହିତ ମିଶି ଚକ୍ରାକାରରେ ଘେରକରି ହାତକୁ ହାତ ଛନ୍ଦି ମଝିରେ ମହାତ୍ମାଙ୍କୁ ରଖ୍ ସେହି ଜନଗହଳି ଭିତରେ ମଞ୍ଚ ଉପରକୁ ନେବାକୁ ଚେଷ୍ଟାକଲେ । ଲେଖକ ଠିକ୍ ମହାତ୍ମାଙ୍କର ପଛପଟେ ଚାଲିଥା’ନ୍ତି । ଜନତାର ଚାପ ଏତେ ବଢ଼ିଗଲା ଯେ ସେ ଆଉ ସମ୍ଭାଳି ନପାରି ମହାତ୍ମାଙ୍କର ପିଠି ଆଡ଼କୁ ଠେଲି ହୋଇଗଲେ । ମହାତ୍ମା ଲେଖକଙ୍କୁ ଅନାଇ ଟିକେ ହସିଦେଇ ହିନ୍ଦୀରେ କହିଲେ, ‘ଆରେ ପିଲା ! ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ, ମୋତେ ସମ୍ଭାଳିବୁ କିପରି ?’’

ଏତିକି କହି ସେ ସେହି ଭିଡ଼ରୁ ବାହାରି କିପରି ଲୋକମାନଙ୍କ ଭିତରେ ଗଳି ଗଳି ମଞ୍ଚ ଉପରକୁ ଚାଲିଗଲେ ତାହା କେହି ଜାଣିପାରିଲେ ନାହିଁ । ସେଦିନ ସେ ଯେଉଁ ଭାଷଣ ଦେଲେ, ସେଥ୍ରେ ଜାତୀୟତାର ବୀଜ ଲେଖକ ତଥା ଅନ୍ୟମାନଙ୍କ ହୃଦୟରେ ପୋତି ଦେଲେ । ତାହା ପରେ ଲେଖକଙ୍କୁ ବେଶ୍ ପ୍ରଭାବିତ କରିଥିଲା। ସଭାରୁ ଫେରି ଲେଖକ ନିଜର ନାମ ସ୍କୁଲରୁ କାଟିଦେଇ ରାଜନୀତିରେ ମାତିଲେ । ତାଙ୍କର ବାପା ଜ୍ଞାନ ପରିପକ୍ଵ ନ ହେଲା ଯାଏ କର୍ମ କରିବାକୁ ଶକ୍ତି ମିଳିବ ନାହିଁ ବୋଲି ବୁଝାଇ ତାଙ୍କୁ ସେଥୁରୁ ନିବୃତ୍ତ କରାଇଥିଲେ । ବାପାଙ୍କର ଏହି ଆଦେଶକୁ ସେ ଲଙ୍ଘନ କରି ନ ଥିଲେ । ବହୁ ଚିନ୍ତା ପରେ ସେ ସର୍ବପ୍ରଥମେ ଉତ୍କଳ ଜନନୀଙ୍କର ସେବା କରିବାକୁ ଠିକ୍ କଲେ । ସେ ମଧୁବାବୁ ଓ ଉତ୍କଳମଣି ଗୋପବନ୍ଧୁଙ୍କୁ ଅନୁସରଣ କରି ନିଜ ଜୀବନର ଲକ୍ଷ୍ୟ ସାଧନରେ ଅଗ୍ରସର ହେଲେ ।

ଦିନେ ଲେଖକ କେତେଜଣ ଛାତ୍ରଙ୍କ ସହିତ ବସି ନିଜ ଘରର ବାରଣ୍ଡାରେ ଗପ କରୁଥିଲେ । ଏତିକିବେଳେ ଗୋଟିଏ ଗରିବ ବାଳକ ଭିକ୍ଷା ପାଇବା ଆଶାରେ ତାଙ୍କ ପାଖକୁ ଆସିଲା । ଅନାଥ ପିଲାଟିର ନାମ ବ୍ରହ୍ମଚାରୀ ମୁଇଁ, ଆଉ ତା’ର ଘର ଖଲ୍ଲିକୋଟରେ । ତା’ର ବୟସ ବାରବର୍ଷ । ତାକୁ ସାହାଯ୍ୟ କଲେ ସେ ପାଠ ପଢ଼ିବ କି ନାହିଁ ବୋଲି ଲେଖକ ପଚାରିଲେ । ସେକଥା ଶୁଣି ତା’ର ମୁହଁ ଉତ୍‌ଫୁଲ୍ଲ ଦେଖାଗଲା । ଲେଖକ ନିଜର ସାଙ୍ଗମାନଙ୍କୁ ପ୍ରସ୍ତାବ ଦେଲେ ଯେ ସମସ୍ତେ ମିଶି ଚାନ୍ଦା କରି ତାକୁ ପାଠ ପଢ଼ାଇ ମଣିଷ କରାଇବେ ।

କଲେ । ଲେଖକ ତା’ର ଖୁଆପିଆର ବନ୍ଦୋବସ୍ତ ରାଧାକାନ୍ତ ପାଇଁ ସ୍କଲାରସିପ୍‌ର ବ୍ୟବସ୍ଥା କରିଦେଲେ । ନିଜର ବାପାଙ୍କୁ
ତାଙ୍କ କଥାରେ ସାଙ୍ଗମାନେ ଉତ୍ସାହିତ ହୋଇ ସାହାଯ୍ୟ ମଠର ମହନ୍ତଙ୍କୁ ଅନୁରୋଧ କରି କରାଇଲେ । ତା’ର ଦରମା କହି ବ୍ରହ୍ମଚାରୀ ପାଇଁ ଏକ ଅବୈତନିକ ସ୍ଥାନ ଯୋଗାଡ଼ କଲେ । ବ୍ରହ୍ମଚାରୀ ଅଧ୍ୟବସାୟ ବଳରେ ଅଳ୍ପକାଳ ମଧ୍ୟରେ ତୃତୀୟ ଶ୍ରେଣୀ ପାସ୍ କଲା । ବ୍ରହ୍ମଚାରୀ ଅଧ‌ିକ ପାଠ ନ ପଢ଼ି ଯୁଦ୍ଧଶିକ୍ଷା କରିବା ନିମିତ୍ତ ମହାରାଜାଙ୍କ ସୁପାରିସରେ ମାନ୍ଦ୍ରାଜ ଚାଲିଗଲା ।

ତାଙ୍କ କଥାରେ ସାଙ୍ଗମାନେ ଉତ୍ସାହିତ ହୋଇ ସାହାଯ୍ୟ କଲେ । ଲେଖକ ତା’ର ଖୁଆପିଆର ବନ୍ଦୋବସ୍ତ ରାଧାକାନ୍ତ ମଠର ମହନ୍ତଙ୍କୁ ଅନୁରୋଧ କରି କରାଇଲେ । ତା’ର ଦରମା ପାଇଁ ସ୍କଲାରସିପ୍‌ର ବ୍ୟବସ୍ଥା କରିଦେଲେ । ନିଜର ବାପାଙ୍କୁ କହି ବ୍ରହ୍ମଚାରୀ ପାଇଁ ଏକ ଅବୈତନିକ ସ୍ଥାନ ଯୋଗାଡ଼ କଲେ । ବ୍ରହ୍ମଚାରୀ ଅଧ୍ୟବସାୟ ବଳରେ ଅଳ୍ପକାଳ ମଧ୍ୟରେ ତୃତୀୟ ଶ୍ରେଣୀ ପାସ୍‌ କଲା । ବ୍ରହ୍ମଚାରୀ ଅଧିକ ପାଠ ନ ପଢ଼ି ଯୁଦ୍ଧଶିକ୍ଷା କରିବା ନିମିତ୍ତ ମହାରାଜାଙ୍କ ସୁପାରିସରେ ମାନ୍ଦ୍ରାଜ ଚାଲିଗଲା ।

୧୯୪୩ ମସିହାରେ ଲେଖକ ପୁରୀରୁ ପାରଳାଖେମୁଣ୍ଡି ଫେରୁଥିଲେ । ଖୋର୍ଦ୍ଧା ଷ୍ଟେସନରେ ମାନ୍ଦ୍ରାଜ ମେଲ୍‌କୁ ସେ ଅପେକ୍ଷା କରିଥିଲେ । ଏତିକିବେଳେ ଏକ ସ୍ଵତନ୍ତ୍ର ମିଲିଟାରୀ ଗାଡ଼ି ଆସି ଖୋର୍ଦ୍ଧାରେ ପହଞ୍ଚିଲା । ସେହି ଗାଡ଼ିର ଏକ ସ୍ଵତନ୍ତ୍ର ବଗିରୁ ଜଣେ ସାହେବ ଓହ୍ଲାଇ ପଡ଼ି ଲେଖକଙ୍କ ହାତକୁ ଧରି ନମସ୍କାର କଲେ । ନିଜର ପରିଚୟ ଦେଇ ସେ କହିଥିଲେ ଯେ ସେ ସେହି ବ୍ରହ୍ମଚାରୀ ମୁଇଁ । ତାଙ୍କ ଦୟାରୁ ଆଜି ଲେଫ୍ଟନାଣ୍ଟ ପଦବୀରେ ନିଯୁକ୍ତ ହୋଇ ଦେଶ ମାଆର ସେବାରେ ଉଚ୍ଚତମ ସ୍ଥାନ ଅଧିକାର କରିଛି । ତାଙ୍କ ଉଦ୍ୟମରୁ ଯେଉଁ ପିଲାଟି ସ୍କୁଲରେ ନାମ ଲେଖାଇ ପାରିଥିଲା, ଆଜି ସେ ଭାଗ୍ୟ ବଳରେ କେତେ ଉଚ୍ଚକୁ ଉଠିପାରିଛି । ତେଣୁ ସୁବିଧା ଓ ପାରିପାର୍ଶ୍ବକ ଅବସ୍ଥା ହିଁ ମଣିଷକୁ ଉଚ୍ଚ ବା ନୀଚ କରିଥାଏ ।

କଠିନ ଶବ୍ଦ।ର୍ଥ:

  • ଆହ୍ବାନ – ଡାକରା ।
  • ବକ୍ତା – ଯିଏ କହିପାରେ ।
  • ଚକ୍ରାକାର – ଗୋଲାକାର ।
  • ସ୍ମିତହାସ୍ୟ – ଅଳ୍ପ ହସି ।
  • ନୀତିଦୀର୍ଘ – ଯାହା ବେଶି ବଡ଼ ନୁହେଁ ।
  • ବୀଜ – ମଞ୍ଜି ।
  • ରୋପଣ – ପୋତିବା ।
  • ଅଙ୍କୁରିତ – ମଞ୍ଜିରୁ ଗଛ ହେବା ।
  • ନନା – ବାପା ।
  • ସହ୍ୟ – ସହିବାର ଯୋଗ୍ୟ ।
  • ପନ୍ଥା – ବାଟ ।
  • ନିବୃତ୍ତ କଲେ – ଅଟକାଇଲେ ।
  • ପରିପକ୍ବ – ପୂର୍ଣ୍ଣରୂପେ ପରିଣତିପ୍ରାପ୍ତ ।
  • ଲଙ୍ଘନ – କାଟିବା ।
  • ବଳିଷ୍ଠ – ସର୍ବାଧ୍ଵ ବଳୁଆ ।
  • ଉତ୍କଳ ସମ୍ମିଳନୀ – ବିଚ୍ଛିନ୍ନ ଓଡ଼ିଶାକୁ ଏକତ୍ରିତ କରି ଗଢ଼ି ତୋଳିବାପାଇଁ ଗଠିତ ହୋଇଥିବା ସଭାର ନାମ ।
  • ପିତାମହ – ଜେଜେମାଆ ।
  • ବୁକୁଚା – ଗଣ୍ଠିଲି ।
  • ଗୌରବର୍ଷ – ଗୋରା ରଙ୍ଗର ।
  • ଅନାହାରକ୍ଳିଷ୍ଟ – କିଛିଦିନ ଧରି ଖାଇନାହିଁ ।
  • ଶୁଷ୍କ – ଶୁଖିଲା ।
  • ଅନାଥ – ଯାହାର କେହି ନାହିଁ ।
  • ସ୍କଲାରସିପ୍ର – ବୃତ୍ତି ।
  • ମହାରାଜା – ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ।
  • ଅନୁଗ୍ରହ – ଦୟା ।
  • ମେଧାବୀ – ବୁଦ୍ଧିମାନ୍ ।
  • ଅବୈତନିକ – ଯେଉଁଥ‌ିରେ ଦରମା ଦେବାକୁ ପଡ଼େ ନାହିଁ ।
  • ଅଧ୍ୟବସାୟ – ଅବିରାମ ପରିଶ୍ରମ ।
  • ଭାର – ଦାୟିତ୍ଵ ।
  • ଅନୁଗତ – ଆଶ୍ରିତ ।
  • ସ୍ପେଶାଲ – ସ୍ଵତନ୍ତ୍ର ।
  • ମଣ୍ଡିତ – ପିନ୍ଧିଥିବା ।
  • ହ୍ୟାଟ୍ – ଟୋପି ।
  • ମହନ୍ତ – ମଠର ମୁଖ୍ୟ ।

BSE Odisha 6th Class Odia Solutions Chapter 6 ବନବାଣୀ

Odisha State Board BSE Odisha 6th Class Odia Solutions Chapter 6 ବନବାଣୀ Textbook Exercise Questions and Answers.

BSE Odisha Class 6 Odia Solutions Chapter 6 ବନବାଣୀ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧। ଉତ୍ତର କୁହା
(କ) ପୁରାତନ ଭାରତର ଛାତ୍ରମାନେ କେଉଁ ସ୍ଥାନରେ ରହି ଶିକ୍ଷାଲାଭ କରୁଥିଲେ ?
Answer:
ପୁରାତନ ଭାରତରେ ଛାତ୍ରମାନେ ଅରଣ୍ୟରେ ଆର୍ଯ୍ୟଋଷିମାନଙ୍କ ଚରଣତଳେ ବସି ଶିକ୍ଷାଲାଭ କରୁଥିଲେ ।

(ଖ) କେଉଁମାନଙ୍କର ପବିତ୍ର ସ୍ମୃତି ଏବେ ବି ଭାରତୀୟଙ୍କ ପ୍ରାଣରେ ଗୌରବ ଜନ୍ମାଉଛି ?
Answer:
ଭାରତୀୟ ଯୋଗୀ ଋଷିମାନଙ୍କର ପବିତ୍ର ସୂତି ଏବେ ମଧ୍ୟ ଭାରତୀୟଙ୍କ ପ୍ରାଣରେ ଗୌରବ ଜନ୍ମାଉଛି ।

(ଗ) ରାଜା ମହାରାଜାମାନେ ଜୀବନରେ କାହାର ଆଶ୍ରୟ ନେଇ ନିଜକୁ କୃତାର୍ଥ ମଣୁଥିଲେ ?
Answer:
ରାଜା ମହାରାଜାମାନେ ଜୀବନର ଶେଷ ଦଶାରେ ‘ମୁନିବନ ତରୁଛାୟା’ର ଆଶ୍ରୟ ନେଇ ନିଜକୁ କୃତାର୍ଥ ମଣୁଥିଲେ ।

(ଘ) ଭାରତର କେଉଁ ପ୍ରାଚୀନ କାବ୍ୟ, ନାଟକ ଆଦିରେ ଅରଣ୍ୟର କଥା କୁହାଯାଇଛି ?
Answer:
ପ୍ରାଚୀନ ନାଟକ ‘ଶକୁନ୍ତଳା’, ‘ଉତ୍ତର ରାମଚରିତ’ ଓ କାବ୍ୟ ‘କୁମାର ସମ୍ଭବ’ ରେ ଅରଣ୍ୟର କଥା କୁହାଯାଇଛିା

BSE Odisha 6th Class Odia Solutions Chapter 6 ବନବାଣୀ

Question ୨।
ପଠିତ ପ୍ରବନ୍ଧରୁ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜି ଲେଖ ।
(କ) ଭାରତୀୟ ଭାବୁକମାନେ କାହିଁକି ପ୍ରକୃତିକୁ ସମସ୍ତ ପ୍ରେରଣାର ଉତ୍ସ ବୋଲି ଗ୍ରହଣ କରିଛନ୍ତି ?
Answer:
ଦୃଷ୍ଟିରେ ପ୍ରକୃତି ନିର୍ଜୀବ ଓ ଜଡ଼ ନୁହେଁ । ବରଂ ତାହା ଏକ ମହାଶକ୍ତି ରୂପେ ବିଦ୍ୟମାନ ହୋଇ ପ୍ରତି ମୁହୂର୍ଭରେ ପ୍ରେରଣା ଦେଉଥିଲା । ଏହା ସଙ୍ଗେ ସେମାନଙ୍କର ପ୍ରକୃତି ସହିତ ଘନିଷ୍ଠ ମିଳନ ଘଟୁଥିବାରୁ ସେମାନେ ବିଶ୍ଵପ୍ରାଣରେ ନିଜ ପ୍ରାଣ ଏବଂ ନିଜ ପ୍ରାଣରେ ବିଶ୍ଵପ୍ରାଣକୁ ଅନୁଭବ କରି ପାରୁଥିଲେ ।

(ଖ) ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷମାନେ କାହିଁକି ଅରଣ୍ୟରେ ସମୟ ଅତିବାହିତ କରୁଥିଲେ ?
Answer:
ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷଗଣ ସଂସାର କ୍ଷେତ୍ରରେ ସମାଜର ନେତୃତ୍ଵ ନେବା ପୂର୍ବରୁ ଜୀବନର ସଂଯମ ଓ ସାଧନା ପାଇଁ ଅରଣ୍ୟ ମଧ୍ୟରେ ଦୀର୍ଘକାଳ ଅତିବାହିତ କରୁଥିଲେ । ଏଭଳି ଅବସ୍ଥାରେ ନ ପଡ଼ିଲେ ଜୀବନର ବାସ୍ତବିକତା ସମ୍ବନ୍ଧରେ ମନୁଷ୍ୟର ଯଥାର୍ଥ ଜ୍ଞାନ ଜନ୍ମିବ ନାହିଁ । ତେଣୁ ସେମାନେ ଅରଣ୍ୟରେ ଦୀର୍ଘ ସମୟ ଅତିବାହିତ କରୁଥିଲେ ।

(ଗ) ଭାରତୀୟ ସଭ୍ୟତାର ପରିବର୍ତ୍ତନ ଯୋଗୁଁ ବନପ୍ରଦେଶ କିପରି ବଦଳିଛି ?
Answer:
ସଭ୍ୟତାର ପରିବର୍ତ୍ତନ ଯୋଗୁଁ ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି । ଏବେ ଆଉ ଋଷି ଆଶ୍ରମ ଦେଖିବାକୁ ମିଳୁନାହିଁ କିମ୍ବା ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ ବନପ୍ରଦେଶ ମୁଖରିତ ହେଉନାହିଁ ।

(ଗ) ଭାରତୀୟ ସଭ୍ୟତାର ପରିବର୍ତ୍ତନ ଯୋଗୁଁ ବନପ୍ରଦେଶ କିପରି ବଦଳିଛି ?
Answer:
ସଭ୍ୟତାର ପରିବର୍ତ୍ତନ ଯୋଗୁଁ ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି । ଏବେ ଆଉ ଋଷି ଆଶ୍ରମ ଦେଖିବାକୁ ମିଳୁନାହିଁ କିମ୍ବା ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ ବନପ୍ରଦେଶ ମୁଖରିତ ହେଉନାହିଁ । ଆଜି ପୂର୍ବକାଳର ଋଷି ଆଶ୍ରମ ନଥିଲେ ଓ ଶିଷ୍ୟଗଣଙ୍କ ବେଦ ଧ୍ଵନିରେ ବନପ୍ରଦେଶ ମୁଖରିତ ହେଉ ନ ଥିଲେ ମଧ୍ୟ ସେହି ସହସ୍ର ସହସ୍ର ବର୍ଷ ପୂର୍ବର ସ୍ମୃତି ଏବେ ମଧ୍ୟ ଭାରତୀୟଙ୍କ ମନରୁ ଲୋପ ପାଇ ଯାଇନାହିଁ । ବନବାଣୀ ହିଁ ଏ ଦେଶର ସଭ୍ୟତାର ବିଶେଷତ୍ଵ । ଏହା ଭାରତୀୟଙ୍କ ହୃଦୟରେ ସର୍ବଦା ଚିରଜାଜ୍ୱଲ୍ୟ ହୋଇ ରହିଛି । ତେଣୁ ବନବାଣୀକୁ ଭାରତର ବାଣୀ ବୋଲି କୁହାଯାଇଛି ।

(ଘ) ବନବାଣୀକୁ କାହିଁକି ‘ଭାରତର ବାଣୀ’ ବୋଲି କୁହାଯାଇଛି ?
Answer:
ଆଜି ପୂର୍ବକାଳର ଋଷି ଆଶ୍ରମ ନଥିଲେ ଓ ଶିଷ୍ୟଗଣଙ୍କ ବେଦ ଧ୍ଵନିରେ ବନପ୍ରଦେଶ ମୁଖରିତ ହେଉ ନ ଥିଲେ ମଧ୍ୟ ସେହି ସହସ୍ର ସହସ୍ର ବର୍ଷ ପୂର୍ବର ସ୍ମୃତି ଏବେ ମଧ୍ୟ ଭାରତୀୟଙ୍କ ମନରୁ ଲୋପ ପାଇ ଯାଇନାହିଁ । ଏ ଦେଶର ସଭ୍ୟତାର ବିଶେଷତ୍ଵ। ଏହା ଭାରତୀୟଙ୍କ ହୃଦୟରେ ସର୍ବଦା ଚିରଜାଜ୍ୱଲ୍ୟ ହୋଇ ରହିଛି । ତେଣୁ ବନବାଣୀକୁ ଭାରତର ବାଣୀ ବୋଲି କୁହାଯାଇଛି ।

BSE Odisha 6th Class Odia Solutions Chapter 6 ବନବାଣୀ

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ପ୍ରକୃତି ସେମାନଙ୍କ ନିକଟରେ ନିର୍ଜୀବ ଏବଂ ଜଡ଼ ନୁହେଁ, ତାହା ଏକ ମହାଶକ୍ତି ।
Answer:
ପ୍ରକୃତି ସେମାନଙ୍କ ……………………….. ମହାଶକ୍ତି ।
ଶଂସିତ ଗଦ୍ୟାଶଟି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଲିଖିତ ‘ବନବାଣୀ’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ଲେଖକ ଭାରତୀୟ ଭାବୁକଙ୍କ ଦୃଷ୍ଟିରେ ପ୍ରକୃତି କିପରି ମହାଶକ୍ତି ଭାବରେ ପରିଚିତ, ସେ ସମ୍ପର୍କରେ ଆଲୋକପାତ କରିଛନ୍ତି । ଶାନ୍ତ କୋମଳ ଅରଣ୍ୟରେ ଭାରତର ସଭ୍ୟତା ଓ ସଂସ୍କୃତିର ବିକାଶ ଘଟିଥିଲା। ଏହି ଅରଣ୍ୟ ଥିଲା ମୁନିଋଷିଙ୍କର ସାଧନାର ପୀଠସ୍ଥଳୀ ଓ ରାଜା, ମହାରାଜାମାନଙ୍କର ଶେଷ ଜୀବନର ଆଶ୍ରୟସ୍ଥଳୀ । ଏହି ବନପ୍ରଦେଶର ଚିତ୍ର ଭାରତର କାବ୍ୟ, ନାଟକ, ପୁରାଣାଦିରେ ଚିତ୍ରିତ ହୋଇଛି ।

ସେଥ‌ିରେ ବର୍ଣ୍ଣିତ ଘଟଣା ସକଳ କବିଙ୍କର ପୂର୍ଣପ୍ରାଣତା ପ୍ରକାଶର ମାଧ୍ୟମ ହୋଇଛି । ଏହି ଅରଣ୍ୟ ପ୍ରକୃତି ଭାରତୀୟ ଭାବୁକମାନଙ୍କର ପ୍ରେରଣାର ମୂଳ କାରଣ ଭାବରେ ଗୃହୀତ । ପ୍ରକୃତି ସେମାନଙ୍କ ଦୃଷ୍ଟିରେ ନିର୍ଜୀବ ବା ଜଡ଼ ନୁହେଁ, ବରଂ ଏକ ମହାଶକ୍ତି । ପ୍ରକୃତି ସହିତ ଘନିଷ୍ଠ ମିଳନଦ୍ବାରା ସେମାନେ ବିଶ୍ଵପ୍ରାଣରେ ନିଜ ପ୍ରାଣ ଓ ନିଜ ପ୍ରାଣରେ ବିଶ୍ଵପ୍ରାଣକୁ ଅନୁଭବ କରିପାରୁଥିଲେ । ଏପରି ମହାନ୍ ଅନୁଭୂତି ପ୍ରଦାନ କରୁଥିବା ପ୍ରକୃତି କେବେହେଲେ ନିର୍ଜୀବ ବା ଜଡ଼ ହୋଇ ନ ପାରେ । ବାସ୍ତବରେ ଲେଖକଙ୍କର ଏହି ଉକ୍ତି ଯଥାର୍ଥ ଅଟେ ।

(ଖ) ଭାରତର ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି ।
Answer:
ଭାରତର ସଭ୍ୟତା …………………………… ପରିବର୍ତ୍ତିତ ହୋଇଛି ।
ଉଦ୍ଧୃତାଂଶଟି ପଠିତ ସାହିତ୍ୟ ବହିର ‘ବନବାଣୀ’ ପ୍ରବନ୍ଧରୁ ସଂଗୃହୀତ । ଏଠାରେ ଲେଖକ ପଣ୍ଡିତ ଗୋପବନ୍ଧୁ ଦାସ ବାହ୍ୟ ପ୍ରଭାବରେ ଭାରତୀୟ ସଭ୍ୟତା ଓ ଚିନ୍ତାର ଗତି କିପରି ପରିବର୍ତ୍ତିତ ହୋଇଛି, ତାହା ଉପରେ ଆଲୋକପାତ କରିଛନ୍ତି । ଦିନେ ବନ ଥିଲା ସମସ୍ତ ପ୍ରଗତିର ମୂଳଉତ୍ସ, ଭାରତୀୟ ଭାବୁକମାନଙ୍କର ପ୍ରେରଣାର ମୂଳ ନିଦାନ । ମହାକାବ୍ୟ ବର୍ଣ୍ଣିତ ମହାପୁରୁଷମାନଙ୍କର ସଂଯମ ତଥା ସାଧନାର ପରୀକ୍ଷାଗାର ଥିଲା ଏହି ଅରଣ୍ୟ । ଅରଣ୍ୟର ତରୁଲତାଗଣ ଭାବୁକ କାନରେ ନୀରବ ବାଣୀ ଶୁଣାଇ ଅନୁପ୍ରେରିତ କରୁଥିଲେ । ବନସ୍ପତିର ମାହାତ୍ମ୍ୟକୁ ସେମାନେ ମର୍ମେ ମର୍ମେ ଅନୁଭବ କରୁଥିଲେ ।

ହେଲେ ଆଜି ସେସବୁ ବାହାର ସଭ୍ୟତାର ପ୍ରଭାବରେ ପରିବର୍ତ୍ତିତ ହୋଇଯାଇଛି । ପୂର୍ବରୁ ସେ ଋଷି ଆଶ୍ରମ ନାହିଁ । ସେଠାରୁ ଆଉ ବେଦଧ୍ଵନି ଶୁଣାଯାଉନାହିଁ । ଏସବୁ ପ୍ରଭାବ ସତ୍ତ୍ଵେ ଏହି ଅରଣ୍ୟର ପବିତ୍ର ସ୍ମୃତି ଭାରତବାସୀଙ୍କ ହୃଦୟରୁ ସଂପୂର୍ଣ୍ଣ ଲୋପ ପାଇଯାଇ ନାହିଁ, ବରଂ ଏହି ବନବାଣୀ ଭାରତରବାଣୀ ପାଲଟି ଯାଇଛି । ସମୟ ସ୍ରୋତରେ ପ୍ରତ୍ୟେକ ସଭ୍ୟତାର ପରିବର୍ତ୍ତନ ଘଟିଛି । ହେଲେ ସେହି ସ୍ରୋତରେ ସଂପୂର୍ଣ୍ଣ ଭାସିଯାଇ ଦେଶ ସଭ୍ୟତାର ବିଶେଷତ୍ଵକୁ ହରାଇବା ଅନୁଚିତା ବାସ୍ତବରେ ଲେଖକଙ୍କର ଏହି ଉକ୍ତି ବେଶ୍ ହୃଦୟସ୍ପର୍ଶୀ ତଥା ସମୟୋପଯୋଗୀ ହୋଇପାରିଛି ।

BSE Odisha 6th Class Odia Solutions Chapter 6 ବନବାଣୀ

Question ୪।
ପ୍ରତ୍ୟେକ ଧାଡ଼ିରେ ତିନୋଟି ଏକଜାତୀୟ ଶବ୍ଦ ସହିତ ଗୋଟିଏ ଭିନ୍ନଜାତୀୟ ଶବ୍ଦ ମିଶି ରହିଛି । ଭିନ୍ନଜାତୀୟ ଶବ୍ଦଟିକୁ ଚିହ୍ନଟ କରି ଲେଖ ।
(କ) ଯୋଗୀ, ମୁନି, ଋଷି, ରୋଗୀ
(ଖ) ପ୍ରୌଢ଼, ନାଗରିକ, ବାଳକ, ଯୁବକ
(ଗ) ବନ, ଉପବନ, ଅରଣ୍ୟ, ପର୍ବତ
(ଘ) କାବ୍ୟ, କିମ୍ବଦନ୍ତୀ, ନାଟକ, ପୁରାଣ
(ଙ) ତରୁ, ବିହଙ୍ଗ, ଦ୍ରୁମ, ମହାଦ୍ରୁମ
Answer:
(କ) ଯୋଗୀ
(ଖ) ନାଗରିକ
(ଗ) ପର୍ବତ
(ଘ) କିମ୍ବଦନ୍ତୀ
(ଙ) ବିହଙ୍ଗ

Question ୫।
ତଳେ ‘କ’ ଓ ‘ଖ’ ସ୍ତମ୍ଭରେ କିଛି ଶବ୍ଦ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ପରସ୍ପର ସମ୍ପର୍କ ଥ‌ିବା ଶବ୍ଦକୁ ଯୋଡ଼ି ବାକ୍ୟ କର।

‘କ’ ‘ଖ’
ଅବଶ୍ୟ କ୍ଷେତ୍ର
ତରୁ ସ୍ରୋତ
ଚିନ୍ତ୍ରା ପାଠ
କାର୍ଯ୍ୟ ପ୍ରଦେଶ
ସାଧନା ଛାୟା

Answer:
ଅରଣ୍ୟପ୍ରଦେଶ, ତରୁଛାୟା, ଚିନ୍ତାସ୍ରୋତ, କାର୍ଯ୍ୟକ୍ଷେତ୍ର, ସାଧନାପୀଠ
ଅରଣ୍ୟପ୍ରଦେଶର – ଅରଣ୍ୟପ୍ରଦେଶର ଦୃଶ୍ୟ ଖୁବ୍ ମନୋରମ ।
ତରୁଛାୟା – ତରୁଛାୟା ତଳେ ବସି ଋଷି ବେଦପାଠ କରୁଛନ୍ତି ।
ଚିନ୍ତ୍ରାସ୍ରୋତ – ମନ ମଧ୍ୟରେ ଅଜସ୍ର ଚିନ୍ତାସ୍ରୋତ ଖେଳିଗଲା ।
କାର୍ଯ୍ୟକ୍ଷେତ୍ର – ରାମବାବୁ ନିଜର କାର୍ଯ୍ୟକ୍ଷେତ୍ରରେ ବେଶ୍ ନାଁ କରିଛନ୍ତି ।
ସାଧନାପାଠ – ଜଗନ୍ନାଥ ଦାସଙ୍କ ସାଧନାପୀଠ ଭାବରେ ବଡ଼ଓଡ଼ିଆ ମଠ ସୁପରିଚିତ ।

BSE Odisha 6th Class Odia Solutions Chapter 6 ବନବାଣୀ

Question ୬ ।
ବନ୍ଧନୀରୁ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କରି ପାଠଟିକୁ ପୂର୍ଣ୍ଣ ଭାବରେ ଲେଖ ।
ମହାଭାରତରେ ପଞ୍ଚୁପାଣ୍ଡବଙ୍କୁ ମଧ୍ୟ ରାଜ୍ୟଲାଭ ପୂର୍ବରୁ …………. ବନବାସରେ ଏହିପରି ଦୀର୍ଘ ………… ମଧ୍ୟଦେଇ ଯିବାକୁ ପଡ଼ିଅଛି । କେଜାଣି, ଅରଣ୍ୟର ତରୁଲତାଶ୍ରେଣୀ ଭାରତୀୟ ………….. କାନରେ କି …………. ବାଣୀ କହୁଥିଲେ । (ଅଜ୍ଞାତ, ନୀରବ, ଭାବୁକ, ସାଧନା)
Answer:
ମହାଭାରତରେ ପଞ୍ଚୁପାଣ୍ଡବଙ୍କୁ ମଧ୍ୟ ରାଜ୍ୟଲାଭ ପୂର୍ବରୁ ଅଜ୍ଞାତ ବନବାସରେ ଏହିପରି ଦୀର୍ଘ ସାଧନା ମଧ୍ୟଦେଇ ଯିବାକୁ ପଡ଼ିଅଛି । କେଜାଣି, ଅରଣ୍ୟର ତରୁଲତାଶ୍ରେଣୀ ଭାରତୀୟ ଭାବୁକ କାନରେ କି ନୀରବ ବାଣୀ କହୁଥିଲେ ।

Question ୭।
ତଳ କୋଠରିମାନଙ୍କରେ କେତୋଟି ଅକ୍ଷର ଦିଆଯାଇଛି । ପ୍ରତିଧାଡ଼ିରୁ ଅକ୍ଷରମାନଙ୍କୁ ନେଇ କେତୋଟି ଦୁଇ ଓ ତିନି ଅକ୍ଷରବିଶିଷ୍ଟ ଶବ୍ଦ ତିଆରି କର ।
BSE Odisha 6th Class Odia Solutions Chapter 6 ବନବାଣୀ 1
Answer:
ସାଧବ, ବନ, ସାଧନ, ବସା, ଧବ ସ୍ୱର, ନଗର, ନର, ଗର, ସ୍ଵନ ରସ, ସଭ୍ୟ, ମର,ସର, ସମ, ଅର୍କ, ସମ୍ପର୍କ ଦର୍ଶନ, ମନ, ଦମ, ଦମନ,

Question ୮।
ପ୍ରତି ବାକ୍ୟର କିଛି ଅଂଶ ‘କ’ ସ୍ତମ୍ଭରେ ଓ କିଛି ଅଂଶ ‘ଖ’ ସ୍ତମ୍ଭରେ ଦିଆଯାଇଅଛି । ଦୁଇ ସ୍ତମ୍ଭରେ ପରସ୍ପର ସମ୍ପର୍କ ଥ‌ିବା ବାକ୍ୟାଶକୁ ଏକାଠି ମିଳାଇ ଲେଖ ।
Answer:

‘କ’ ‘ଖ’
ପ୍ରକୃତି ସେମାନଙ୍କ ନିକଟରେ ଭାରତର ବାଣୀ
ବନ ବାଣୀ ହିଁ ବନପ୍ରଦେଶ ମୁଖରିତ ହେଉନାହିଁ
ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ ପ୍ରାଣରେ ଅନୁଭବ କରୁଥିଲେ
ବନସ୍ପତିର ମାହାତ୍ମ୍ୟ ସାଧନାପୀଠ ଥିଲା
ଅରଣ୍ୟ ହିଁ ସେମାନଙ୍କର ନିର୍ଜୀବ ଏବଂ ଜଡ଼ ନୁହେଁ

Answer:
(୧) ପ୍ରକୃତି ସେମାନଙ୍କ ନିକଟରେ ନିର୍ଜୀବ ଏବଂ ଜଡ଼ ନୁହେଁ ।
(୨) ବନବାଣୀ ହିଁ ଭାରତର ବାଣୀ ।
(୩) ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ ବନପ୍ରଦେଶ ମୁଖରିତ ହେଉନାହିଁ ।
(୪) ବନସ୍ପତିର ମାହାତ୍ମ୍ୟ ପ୍ରାଣରେ ଅନୁଭବ କରୁଥିଲେ ।
(୫) ଅରଣ୍ୟ ହିଁ ସେମାନଙ୍କର ସାଧନାପୀଠ ଥିଲା ।

BSE Odisha 6th Class Odia Solutions Chapter 6 ବନବାଣୀ

Question ୯।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକ ମଧ୍ୟରୁ ନିର୍ଭୁଲ ଶବ୍ଦଗୁଡ଼ିକୁ ବାଛି ଲେଖ ।
(କ) ଜାତିୟ, ଜାତୀୟ, ଯାତୀୟ
(ଖ) ବିଶେଷ, ବିଷେଶ, ବିସେଷ
(ଗ) ବାଲ୍ମିକୀ, ବାଲ୍ମୀକି, ବାଲ୍ମୀକି
(ଘ) ନୀର୍ଜିବ, ନିର୍ଜିବ, ନିର୍ଜୀବ
Answer:
(କ) ଜାତାୟ
(ଖ) ବିଶେଷ
(ଗ) ବାଲ୍ମ।କି
(ଘ) ନିର୍ଜାବ

ତୁମ ପାଇଁ କାମ:

୧। ଜଙ୍ଗଲ ସମ୍ପର୍କରେ ତୁମ ଅନୁଭୂତି ନିଜ ଭାଷାରେ ଲେଖ ।
୨। ଗୋପବନ୍ଧୁଙ୍କ ଅନ୍ୟାନ୍ୟ ରଚନାଗୁଡ଼ିକ ସଂଗ୍ରହ କରି ପଢ଼ ।

ପରାକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
(କ) ବିପରୀତ ଶବ୍ଦ ଲେଖ ।
Answer:
ବିକାଶ – ବିନାଶ
ପବିତ୍ର – ଅପବିତ୍ର
ମିଳନ – ବିଚ୍ଛେଦ
ଜଡ଼ – ଚେତନ
ଉତ୍କୃଷ୍ଟ – ନିକୃଷ୍ଟ

(ଖ) ପ୍ରତିଶବ୍ଦ ଲେଖ ।
Answer:
ଅରଣ୍ୟ – ବଣ, ବନାନୀ, ଜଙ୍ଗଲ
ମୁନି – ସନ୍ୟାସୀ, ତାପସ, ଋଷି
ବିହଙ୍ଗ – ବିହଗ, ବିହଙ୍ଗମ, ପକ୍ଷୀ, ଖଗ
ନଦୀ – ନଈ, ସ୍ରୋତସ୍ଵିନୀ, ତଟିନୀ

(ଗ) ଅର୍ଥଗତ ପାର୍ଥକ୍ୟ ଲେଖ ।
Answer:
ବାଣି – ରସି/ଦଉଡ଼ି
ସୁଧା – ଅମୃତ
ଭୀତି – ଭୟ
ବାଣୀ- କଥା
ସୁଦ୍ଧା – ତଥାପି
ଭିଭି – ମୂଳଦୁଆ

BSE Odisha 6th Class Odia Solutions Chapter 6 ବନବାଣୀ

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଭାରତର ମହାପୁରୁଷମାନେ ଅରଣ୍ୟକୁ କେଉଁ ରୂପେ ନିରୂପଣ କରିଥିଲେ ?
Answer:
ଭାରତର ମହାପୁରୁଷମାନେ ଅରଣ୍ୟକୁ ଆପଣାର ସାଧନା ଏବଂ ସିଦ୍ଧିର ସ୍ଥାନ ରୂପେ ନିରୂପଣ କରିଥିଲେ ।

(ଖ) ଅରଣ୍ୟ ଭାରତୀୟ ସଭ୍ୟତାର କେନ୍ଦ୍ର କିପରି ଥିଲା ?
Answer:
ଅରଣ୍ୟ ମୁନିଋଷିଙ୍କର ସାଧନା ଓ ସିଦ୍ଧିର ସ୍ଥାନ ଥିଲା । ଭାରତୀୟ ସଭ୍ୟତାର ମୂଳଭିତ୍ତିର ଆବିର୍ଭାବ ଏହି ବନପ୍ରଦେଶରେ ହିଁ ହୋଇଥିଲା । ଏହିଠାରେ ହିଁ ଋଷିଙ୍କର ପବିତ୍ର ସ୍ମୃତିପୀଠ ରହିଥିଲା । ବାଲ୍ୟାବସ୍ଥାରେ ଭାରତର ସନ୍ତାନମାନେ ଏହିଠାରେ ଆର୍ଯ୍ୟଋଷିମାନଙ୍କ ଚରଣତଳେ ବସି ଶିକ୍ଷାଲାଭ କରୁଥିଲେ । ଏଣୁ ଅରଣ୍ୟକୁ ଭାରତୀୟ ସଭ୍ୟତାର କେନ୍ଦ୍ରରୂପେ ବିବେଚନା କରାଯାଇଥିଲା ।

(ଗ) ରାମଚନ୍ଦ୍ରଙ୍କୁ କାହିଁକି ନାନାବିଧ ଦୁଃଖ ଦୁର୍ବିପାକ ଭୋଗ କରିବାକୁ ପଡ଼ିଥିଲା ?
Answer:
ସଂସାରକ୍ଷେତ୍ରରେ ସମାଜର ନେତୃତ୍ୱ ନେବା ପୂର୍ବରୁ ଜୀବନର ସଂଯମ ଓ ସାଧନା ଆବଶ୍ୟକ । ସେଥ‌ିପାଇଁ ରାମଚନ୍ଦ୍ରଙ୍କୁ ଅଯୋଧ୍ୟା। ସିଂହାସନରେ ବସିବା ଆଗରୁ ଅରଣ୍ୟ ପ୍ରଦେଶରେ ନାନାବିଧ ଦୁଃଖ ଦୁର୍ବିପାକ ଭୋଗ କରିବାକୁ ପଡ଼ିଥିଲା ।

(ଘ) ଭାବୁକମାନେ ବନସ୍ପତିର ମାହାତ୍ମ୍ୟ ପ୍ରାଣରେ ଏତେ ଅନୁଭବ କରୁଥିଲେ କିପରି ?
Answer:
ଅରଣ୍ୟର ତରୁଲତା ଶ୍ରେଣୀ ସେହି ଭାବୁକମାନଙ୍କ କାନରେ ନୀରବ ବାଣୀ କହୁଥିଲେ । ପବନର ସନ ସନ ଶବ୍ଦ, ନଦୀର କଳ କଳ ନାଦ ଓ ପକ୍ଷୀମାନଙ୍କର କଳକୂଜନ ସେମାନଙ୍କ ପ୍ରାଣରେ ଅପୂର୍ବ ଭାବ ସୃଷ୍ଟି କରୁଥୁଲା, ଯଦ୍ବାରା ସେମାନେ ବନସ୍ପତିର ମାହାତ୍ମ୍ୟ ପ୍ରାଣରେ ଅନୁଭବ କରୁଥିଲେ ।

(ଙ) ବର୍ତ୍ତମାନ ଅନେକଙ୍କ ହୃଦୟରେ କେଉଁ ଆଶା ଜାଗିଛି ?
Answer:
କୌଣସି ବିଶେଷତ୍ଵ ଲୋପ ପାଇବା ଅର୍ଥ ସେ ଦେଶ ବା ଜାତିର ବିଲୟ । ଆମ୍ଭମାନଙ୍କର ଅନ୍ୟାନ୍ୟ ଲୁପ୍ତ ପ୍ରାୟ ଜାତୀୟ ବିଶେଷତ୍ଵ ପରି ଏ ବିଶେଷତ୍ଵ ଆଡ଼କୁ କ୍ରମେ ଚିନ୍ତା ଫେରିଅଛି ଏବଂ ଏହାର ପୁନରୁଦ୍ଧାର ଆଶା ଅନେକଙ୍କ ହୃଦୟରେ ବର୍ତ୍ତମାନ ଜାଗିଅଛି ।

Question ୩ ।
ସଂକ୍ଷେପରେ ଉତ୍ତର ଦିଅ ।
(କ) ରାଜ୍ୟଲାଭ ପୂର୍ବରୁ ପଞ୍ଚୁପାଣ୍ଡବଙ୍କୁ କ’ଣ କରିବାକୁ ପଡ଼ିଥିଲା ?
Answer:
‘ମହାଭାରତ’ରେ ପଞ୍ଚୁପାଣ୍ଡବଙ୍କୁ ରାଜ୍ୟଲାଭ ପୂର୍ବରୁ ଅଜ୍ଞାତ ବନବାସରେ ଦୀର୍ଘ ସାଧନା ମଧ୍ୟଦେଇ ଯିବାକୁ ପଡ଼ିଥିଲା । କାରଣ ଏଭଳି ଅବସ୍ଥାରେ ନ ପଡ଼ିଲେ ଜୀବନର ବାସ୍ତବିକତା ସମ୍ବନ୍ଧରେ ଯଥାର୍ଥ ଜ୍ଞାନ ଜନ୍ମ ନାହିଁ ।

(ଖ) ଭାରତୀୟ ସଭ୍ୟତାର ବିଶେଷତ୍ବ କ’ଣ ?
Answer:
‘ବନବାଣୀ ହିଁ ଭାରତର ବାଣୀ ’- ଏହାହିଁ ଭାରତୀୟ ସଭ୍ୟତାର ବିଶେଷତ୍ଵ । ଭାରତର ସଭ୍ୟତା ଓ ଚିନ୍ତାଧାରା ବାହ୍ୟ ପ୍ରଭାବରେ ଯେତେ ପ୍ରଭାବିତ ହେଲେ ମଧ୍ୟ ବନପ୍ରଦେଶର ଅତୀତ ଗାଥା ଏବେ ମଧ୍ୟ ଭାରତବାସୀଙ୍କ ସ୍ମୃତରୁ ବିଲୁପ୍ତ ହୋଇନାର୍ହା

(ଗ) କେଉଁମାନେ ଅରଣ୍ୟକୁ ଆପଣାର ସାଧନା ଓ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ ?
Answer:
ଅରଣ୍ୟ ଭାରତୀୟ ସଭ୍ୟତାର ପ୍ରାଣକେନ୍ଦ୍ର ଅଟେ । ଆବହମାନ କାଳରୁ ଭାରତର ମହାପୁରୁଷମାନେ ଅରଣ୍ୟକୁ ଆପଣାର ସାଧନା ଓ ସିଦ୍ଧିର ସ୍ଥାନ ରୂପେ ନିରୂପଣ କରିଥିଲେ ।

(ଘ) କେଉଁ ସମସ୍ତ ତତ୍ତ୍ଵର ଆବିର୍ଭାବ ବନପ୍ରଦେଶରେ ଘଟିଥିଲା ?
Answer:
ପ୍ରାଚୀନ କାଳରେ ଭାରତର ଯେଉଁ ସମସ୍ତ ତତ୍ତ୍ଵ ପୃଥ‌ିବୀକୁ ଆଲୋକିତ କରିଥିଲା, ସେସବୁର ଆବିର୍ଭାବ

(ଙ) ଭାରତର କେଉଁ କାବ୍ୟ, ନାଟକ, ପୁରାଣାଦିରେ ଅରଣ୍ୟର ଗୌରବ ସନ୍ନିବେଶିତ ହୋଇଛି ?
Answer:
ଭାରତର କାବ୍ୟ, ନାଟକ, ପୁରାଣାଦିରେ ଅରଣ୍ୟର ଗୌରବ ବିଶେଷ ଭାବେ ପ୍ରକଟିତ ହୋଇଛି । ‘ଶକୁନ୍ତଳା’, ‘କୁମାରସମ୍ଭବ’ ଓ ‘ଉତ୍ତର ରାମଚରିତ’ ଆଦି ଉତ୍କୃଷ୍ଟ ଓ ସୁନ୍ଦର ସାହିତ୍ୟରେ ଅରଣ୍ୟର ଗୌରବ ସୁନ୍ଦର ଭାବେ ସନ୍ନିବେଶିତ ହୋଇଛି ।

Question ୪।
ସରଳାର୍ଥ ଲେଖ ।
(କ) କୌଣସି ବିଶେଷତ୍ଵ ଲୋପପାଇବା ଅର୍ଥ ସେ ଦେଶ ବା ଜାତିର ବିଲୟ ।
Answer:
କୌଣସି …………………………….. ଜାତିର ବିଲୟ ।
ଶଂସିତ ଗଦ୍ୟାଶଟି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରଚିତ ‘ବନବାଣୀ’ ପ୍ରବନ୍ଧରୁ ସଂଗୃହୀତ । ଏଠାରେ ଲେଖକ ଦେଶ ବା ଜାତିର ବିଲୟର କାରଣ ସମ୍ପର୍କରେ ଆଲୋକପାତ କରିଛନ୍ତି । ଭାରତୀୟ ସଭ୍ୟତା ଅନେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି । ଏହି ସଭ୍ୟତା ଓ ଚିନ୍ତାର ଗତି ମଧ୍ୟ ବାହାର ଦେଶର ସଭ୍ୟତା ପ୍ରଭାବରେ ପ୍ରଭାବିତ ହୋଇଛି । ଆଜି ଆଉ ଅତୀତର ଋଷି ଆଶ୍ରମ ନାହିଁ । ଶିଷ୍ୟଙ୍କ ବେଦଧ୍ଵନିରେ ବନପ୍ରଦେଶ ଆଉ ପୂର୍ବପରି ମୁଖରିତ ହେଉନାହିଁ । ତଥାପି ସେହି ଅନେକ ବର୍ଷର ସ୍ମୃତି ଏବେ ମଧ୍ୟ ଭାରତବାସୀଙ୍କ ହୃଦୟରେ ଅଲିଭା ସ୍ମୃତି ହୋଇରହିଛି । ଭାରତୀୟମାନଙ୍କ ମନ ବଚନରେ ବନବାଣୀର କଥା ମୁଖରିତ ହେଉଛି । କାରଣ ଏହା ହିଁ ଏ ଦେଶ ସଭ୍ୟତାର ବିଶେଷତ୍ଵ ଅଟେ । କୌଣସି ଦେଶର ବିଶେଷତ୍ଵ ଲୋପପାଇଯିବା ଅର୍ଥ ସେ ଦେଶ ବା ଜାତିର ବିଲୟ ଘଟିବା । ତେଣୁ ଯାହା ବା କିଛି ହେଉ, ଦେଶ ନିଜର ବିଶେଷତ୍ଵକୁ ହରାଇ ସଂପୂର୍ଣ୍ଣ ରୂପେ ବିଲୁପ୍ତ ହେବ ନାହିଁ । ବାସ୍ତବରେ ଲେଖକଙ୍କର ଏହି ଉକ୍ତି ଯେପରି ଗୁରୁତ୍ଵପୂର୍ଣ୍ଣ, ସେପରି ଯୁଗୋପଯୋଗୀ ଅଟେ ।

(ଖ) ଆବହମାନ କାଳରୁ ଭାରତର ମହାପୁରୁଷମାନେ ଅରଣ୍ୟକୁ ଆପଣାର ସାଧନା ଏବଂ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ ।
Answer:
ଆବହମାନ କାଳରୁ ………………………….. ନିରୂପଣ କରିଥିଲେ ।
ଉକ୍ତ ଗଦ୍ୟାଶଟି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଲିଖିତ ‘ବନବାଣୀ’ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖକ ଭାରତୀୟ ସଭ୍ୟତାର ବିକାଶ ଘଟାଇବାରେ ଅରଣ୍ୟର ଭୂମିକା ଉପରେ ଆଲୋକପାତ କରିଛନ୍ତି । ଅରଣ୍ୟ ଭାରତୀୟ ସଭ୍ୟତାର କେନ୍ଦ୍ର । ପାଶ୍ଚାତ୍ୟ ସଭ୍ୟତାର ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କ କାର୍ଯ୍ୟକ୍ଷେତ୍ର ପ୍ରଧାନତଃ ସହର ଥିଲା । ମାତ୍ର ଭାରତର ମହାପୁରୁଷମାନେ ଅରଣ୍ୟକୁ ନିଜ ସାଧନା ଓ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ । ପ୍ରାଚୀନ କାଳରେ ଯେଉଁସବୁ ତତ୍ତ୍ଵ ପୃଥ‌ିବୀକୁ ଆଲୋକ ଦେଇଥୁଲା, ସେ ସମସ୍ତର ଆବିର୍ଭାବ ବନପ୍ରଦେଶରେ ଘଟିଥିଲା ।

ବର୍ତ୍ତମାନ ମଧ୍ୟ ସେସବୁ ଭାରତୀୟ ସଭ୍ୟତାର ମୂଳଭିତ୍ତି ରୂପେ ବିଦ୍ୟମାନ । ପ୍ରାଚୀନ କାଳର ଯୋଗୀ ଋଷିମାନଙ୍କୁ ନେଇ ଆମେ ଗର୍ବ କରିଥାଉ । ସେମାନଙ୍କର ଅଧିଷ୍ଠାନ ଓ ସାଧନାପୀଠ ଥିଲା ଅରଣ୍ୟ । ବାଲ୍ୟାବସ୍ଥାରେ ଭାରତୀୟ ସନ୍ତାନମାନେ ଅରଣ୍ୟରେ ଯୋଗୀଋଷିଙ୍କ ପାଦତଳେ ବସି ବିଦ୍ୟାଶିକ୍ଷା କରୁଥିଲେ । ରାଜା ମହାରାଜାମାନେ ମଧ୍ୟ ଜୀବନର ଶେଷଦଶାରେ ରାଜ୍ୟ ଓ ଧନସଂପଦ ଛାଡ଼ି ଅରଣ୍ୟରେ ବାସ କରିବାକୁ ଶ୍ରେୟ ମଣୁଥିଲେ । ବାସ୍ତବରେ ଅରଣ୍ୟ ଥିଲା ଭାରତୀୟ ସଭ୍ୟତାର କେନ୍ଦ୍ର । ଉକ୍ତ ପ୍ରସଙ୍ଗରେ ଲେଖକଙ୍କ ବର୍ଣ୍ଣନା ବେଶ୍ ଭାବଗର୍ଭକ ହୋଇପାରିଛି ।

(ଗ) ‘ଅରଣ୍ୟ ହିଁ ସେମାନଙ୍କର ଅଧ୍ୟାନ ଏବଂ ସାଧନାପୀଠ ଥିଲା ।’’
ଅରଣ୍ୟ ହିଁ ………………………………… ସାଧନାପୀଠ ଥିଲା।
ଶଂସିତ ଗଦ୍ୟାଶଟି ଗୋପବନ୍ଧୁ ଦାସଙ୍କ ଲିଖ୍ତ ‘ବନବାଶା’ ପ୍ରବନ୍ଧରୁ ଗୃହାତା ଏଠାରେ ପ୍ରାବନ୍ଧିକ ଅରଶ୍ୟର ମହତ୍ତ୍ୱ ବର୍ଣ୍ଣନା କରିଛନ୍ତ୍ରା ଅରଣ୍ୟ ହେଉଛି ଭାରତୀୟ ସଭ୍ୟତାର କେନ୍ଦ୍ର । ଭାରତର ଯେଉଁ ସମସ୍ତ ତତ୍ତ୍ଵ ପ୍ରାଚୀନ କାଳରେ ପୃଥ‌ିବୀକୁ ଆଲୋକ ଦେଇଥୁଲା ସେ ସମସ୍ତର ଆବିର୍ଭାବ ସ୍ଥଳ ହେଉଛି ବନ ପ୍ରଦେଶ । ଯେଉଁ ଯୋଗୀ ଋଷିମାନଙ୍କର ପବିତ୍ର ସ୍ମୃତି ଭାରତ ପ୍ରାଣରେ ଜାତୀୟ ଗୌରବ ଜନ୍ମାଇଥାଏ, ଅରଣ୍ୟ ହିଁ ସେମାନଙ୍କର ଅଷ୍ଠାନ ଏବଂ ସାଧନା ପୀଠ ଥିଲା । ବାସ୍ତବରେ ଲେଖକଙ୍କର ଏହି ଉକ୍ତି ବେଶ୍ ହୃଦୟସ୍ପର୍ଶୀ ହୋଇପାରିଛି ।

BSE Odisha 6th Class Odia Solutions Chapter 6 ବନବାଣୀ

Question ୫।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) କେଉଁମାନେ ବନସ୍ପତିର ମାହାତ୍ମ୍ୟ ଅନୁଭବ କରୁଥିଲେ ?
Answer:
ଭାରତୀୟ ଭାବୁକମାନେ କାଳେ କାଳେ ପ୍ରକୃତିକୁ ପ୍ରେରଣାର ମୂଳ ନିଦାନ ବୋଲି ଗ୍ରହଣ କରିଛନ୍ତି । ସେମାନଙ୍କ ନିକଟରେ ନିର୍ଜୀବ ବା ଜଡ଼ ନୁହେଁ, ତାହା ଏକ ମହାଶକ୍ତି । ଜୀବନର ବାସ୍ତବତା ବୁଝିବା ନିମନ୍ତେ ଅରଣ୍ୟ ଜନସମାଜକୁ ପ୍ରେରଣା ଦେଉଥିଲା । ଅରଣ୍ୟର ତରୁଲତାଶ୍ରେଣୀ ଭାରତୀୟ ଭାବୁକ କାନରେ ନୀରବ ବାଣୀ କହୁଥିଲା । ପବନର ସନସନ ଶବ୍ଦ, ନଦୀର କଳକଳ ନାଦ ଓ ବିହଙ୍ଗକୁଳର କୋଳାହଳ ସେମାନଙ୍କ ପ୍ରାଣରେ ଅପୂର୍ବ ସ୍ପନ୍ଦନ ଜନ୍ମଉଥିଲା । ତହିଁରୁ ସେମାନେ ବନସ୍ପତିର ମାହାତ୍ମ୍ୟ ଅନୁଭବ କରୁଥିଲେ । ସେହି ବନସ୍ପତି ହିଁ ସେମାନଙ୍କୁ ବାସ୍ତବ ଜୀବନ ବିଷୟରେ ସଠିକ୍ ଜ୍ଞାନ ଦେଉଥିଲା । ବାସ୍ତବିକ ଅରଣ୍ୟ ହିଁ ଥିଲା ଭାରତୀୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ।

(ଖ) କେଉଁମାନେ କାହିଁକି ‘ମୁନିବନ ତରୁଛାୟା’ର ଆଶ୍ରୟ ନେଇ ଜୀବନକୁ କୃତାର୍ଥ ମଣୁଥିଲେ ?
Answer:
ବାଛିଥିଲେ । ବାଲ୍ୟାବସ୍ଥାରେ ଭାରତର ସନ୍ତାନମାନେ ଅରଣ୍ୟରେ ଗୁରୁକୁଳାଶ୍ରମରେ ରହି ମୁନିଋଷିଙ୍କଠାରୁ ବିଦ୍ୟା ଶିକ୍ଷା କରୁଥିଲେ । ଏହି ଅରଣ୍ୟରୁ ହିଁ ସେ କାଳରେ ପୃଥ‌ିବୀକୁ ଆଲୋକିତ କରିଥିବା ସମସ୍ତ ତତ୍ତ୍ଵର ଆବିର୍ଭାବ ଘଟିଥିଲା । ରାଜା ମହାରାଜାମାନେ ମଧ୍ୟ ଜୀବନର ଶେଷ ଦଶାରେ ରାଜ୍ୟ, ଧନସମ୍ପଦ ପରିତ୍ୟାଗ କରି ଅରଣ୍ୟ କୋଳରେ ଆଶ୍ରୟ ନେବାକୁ ଇଚ୍ଛା ପ୍ରକାଶ କରୁଥିଲେ । ମୁନିବନ ତରୁଛାୟାର ଆଶ୍ରୟ ନେଇ ସେମାନେ ଜୀବନକୁ କୃତାର୍ଥ ମଣୁଥିଲେ ।

(ଗ) ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷମାନେ କାହିଁକି ଅରଣ୍ୟରେ ସମୟ ଅତିବାହିତ କରୁଥିଲେ ?
Answer:
ଅରଣ୍ୟହିଁ ଥିଲା ଭାରତୀୟ ସଭ୍ୟତାର ଗୌରବର ମୂଳ ହେତୁ । ଅରଣ୍ୟ କବି ଓ ଭାବୁକମାନଙ୍କୁ ସୁନ୍ଦର ମହାକାବ୍ୟମାନ ରଚନା ପାଇଁ ପ୍ରେରଣା ଯୋଗାଇଥିଲା । ମହାକାବ୍ୟମାନଙ୍କରେ ଯେଉଁସବୁ ମହାପୁରୁଷମାନଙ୍କର ଆଲେଖ୍ୟ ଦିଆଯାଇଛି, ସେମାନେ ସଂସାର କ୍ଷେତ୍ରରେ ସମାଜର ନେତୃତ୍ୱ ନେବା ପୂର୍ବରୁ ଜୀବନର ସଂଯମ ଏବଂ ସାଧନା ନିମନ୍ତେ ଦୀର୍ଘକାଳ ଅରଣ୍ୟରେ ଅତିବାହିତ କରୁଥିଲେ । ଅଯୋଧ୍ୟାର ସିଂହାସନରେ ଅଧିଷ୍ଠିତ ହେବା ପୂର୍ବରୁ ରାମଚନ୍ଦ୍ରଙ୍କୁ ଚଉଦ ବର୍ଷ ପାଇଁ ବନବାସ କଷ୍ଟ ଭୋଗିବାକୁ ପଡ଼ିଥିଲା ।

ସେ ଅରଣ୍ୟରେ ନାନା ଦୁଃଖ ଓ ଦୁର୍ବିପାକ ଭୋଗିଥିଲେ । ଏଭଳି ଅବସ୍ଥାରେ କାଳାତିପାତ କରି ସେ ଜୀବନର ବାସ୍ତବିକତା ସମ୍ବନ୍ଧରେ ଜ୍ଞାନଲାଭ କରିଥିଲେ । ସେହିପରି ‘ମହାଭାରତ’ରେ ପଞ୍ଚୁପାଣ୍ଡବଙ୍କୁ ରାଜ୍ୟଲାଭ ପୂର୍ବରୁ ବନବାସରେ ଏହିପରି ଦୀର୍ଘ ସାଧନା ମଧ୍ୟଦେଇ ଗତି କରିବାକୁ ପଡ଼ିଥିଲା । କାରଣ ଏହି ଅବସ୍ଥା ତାଙ୍କୁ ରାଜ୍ୟଲାଭ ପରେ ସୁଶାସନ କରିବା ନିମନ୍ତେ ଯଥେଷ୍ଟ ସହାୟକ ହୋଇଥିଲା ।

(ଘ) ଭାରତୀୟ ଭାବୁକମାନେ କାହିଁକି ପ୍ରକୃତିକୁ ସମସ୍ତ ପ୍ରେରଣାର ଉତ୍ସ ବୋଲି ଗ୍ରହଣ କରିଛନ୍ତି ?
Answer:
ଭାରତର କାବ୍ୟ, ନାଟକ ଓ ପୁରାଣାଦିରେ ଅରଣ୍ୟର ଗୌରବ ବିଶେଷଭାବେ ପ୍ରକଟିତ ହୋଇଛି । ‘ଶକୁନ୍ତଳା’, ‘କୁମାର ସମ୍ଭବ’, ‘ଉତ୍ତର ରାମଚରିତ’ ପ୍ରଭୃତି ଲୋକପ୍ରିୟ ସାହିତ୍ୟରେ ବନପ୍ରଦେଶର ସୁନ୍ଦର ଚିତ୍ର ଓ ଘଟଣା ସକଳ ପ୍ରକାଶ ପାଇଛି । ସେସବୁ ବିନା ଏସବୁ କାବ୍ୟ ପରିପୂର୍ଣ୍ଣତା ପାଇପାରି ନଥା’ନ୍ତା । ଭାରତୀୟ କବି ଓ ଭାବୁକମାନଙ୍କ ନିକଟରେ ପ୍ରକୃତି ନିର୍ଜୀବ ଓ ଜଡ଼ ନୁହେଁ, ଏହା ଏକ ମହାଶକ୍ତି । ପ୍ରକୃତି ସହ ଘନିଷ୍ଠ ମିଳନଦ୍ୱାରା ସେମାନଙ୍କଠାରେ ବିଶ୍ଵକପ୍ରାଣତା ଭାବ ପ୍ରକାଶ ପାଇଥିଲା । ପ୍ରତ୍ୟେକ ସୁନ୍ଦର ସୃଷ୍ଟି ମୂଳରେ ପ୍ରକୃତିର ପ୍ରେରଣା ରହିଥିଲା । ତେଣୁ ଭାରତୀୟ ଭାବୁକମାନେ କାଳେ କାଳେ ପ୍ରକୃତିକୁ ପ୍ରେରଣାର ଉତ୍ସଭାବେ ଗ୍ରହଣ କରିଛନ୍ତି ।

(ଙ) ବନବାଣୀକୁ କାହିଁକି ‘ଭାରତର ବାଣୀ’ ବୋଲି କୁହାଯାଇଛି ?
Answer:
ଭାରତୀୟ ସଭ୍ୟତାର ପ୍ରାଣକେନ୍ଦ୍ର ହେଉଛି ଅରଣ୍ୟ । ଅତୀତରେ ଭାରତୀୟ ସଂସ୍କୃତିର ମୂଳାଧାର ଥିଲା ଅରଣ୍ୟ । ସେଦିନ ଆଜି ଅବଶ୍ୟ ଆଉ ନାହିଁ । ବାହ୍ୟିକ ପ୍ରଭାବରେ ଭାରତର ସଭ୍ୟତା ଓ ଚିନ୍ତାଧାରା ଅନେକ ପରିମାଣରେ ପରିବର୍ତ୍ତିତ ହୋଇଛି । ପୂର୍ବରୁ ସେ ଋଷି ଆଶ୍ରମ ଆଉ ନାହିଁ । ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ ବନପ୍ରଦେଶ ଆଉ ମୁଖରିତ ହେଉନାହିଁ । ତଥାପି ସେ କାଳର ସ୍ମୃତି ଏବେ ମଧ୍ୟ ଭାରତୀୟଙ୍କ ପ୍ରାଣରେ ସ୍କନ୍ଦିତ ହେଉଛି । ସେସବୁ କେବେ ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହେବ ନାହିଁ । କାରଣ ବନବାଣୀ ହିଁ ଭାରତର ବାଣୀ । ଏହାହିଁ ଏ ଦେଶ ସଭ୍ୟତାର ବିଶେଷତ୍ଵ । କୌଣସି ବିଶେଷତ୍ଵ ଲୋପ ପାଇବା ଅର୍ଥ ଜାତିର ବିଲୟ ଘଟିବା । ତେଣୁ ଏହି ବିଶେଷତ୍ଵ ଆଡ଼କୁ ଏବେ ଚିନ୍ତା ଫେରିଛି ଓ ଅଧୁନା ଅରଣ୍ୟ ସଭ୍ୟତାର ପୁନରୁଦ୍ଧାର ଆଶା ଅନେକଙ୍କ ହୃଦୟରେ ଜାଗିଅଛି ।

(ଚ) ଅରଣ୍ୟକୁ ଭାରତୀୟ ସଭ୍ୟତାର କେନ୍ଦ୍ର ବୋଲି କୁହାଯାଏ କାହିଁକି ? କିମ୍ବା, କେଉଁମାନେ କାହିଁକି ଆବହମାନ କାଳରୁ ଅରଣ୍ୟକୁ ଅପାଣାର ସାଧନା ଓ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ ?
Answer:
ଅରଣ୍ୟ ହିଁ ଭାରତୀୟ ସଭ୍ୟତାର କେନ୍ଦ୍ରବିନ୍ଦୁ । ଆବହମାନ କାଳରୁ ଭାରତର ମହାପୁରୁଷମାନେ ଅରଣ୍ୟକୁ ଆପଣାର ସାଧନା ଓ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ । ଯେଉଁସବୁ ତତ୍ତ୍ଵ ପ୍ରାଚୀନ କାଳରେ ପୃଥିବୀକୁ ଆଲୋକ ପ୍ରଦାନ କରିଥିଲା, ଯାହା ଏବେ ମଧ୍ୟ ଭାରତୀୟ ସଭ୍ୟତାର ମୂଳଭିତ୍ତି ହୋଇ ରହିଛି, ସେ ସମସ୍ତର ଆବିର୍ଭାବ ବନପ୍ରଦେଶରେ ହୋଇଥିଲା । ଭାରତର ଗର୍ବ ଓ ଗୌରବ ମୁନିଋଷିମାନଙ୍କର ଅଷ୍ଠାନ ଓ ସାଧନାପୀଠ ଥିଲା ବନପ୍ରଦେଶ । ଭାରତୀୟ ସନ୍ତାନଗଣ ବନପ୍ରଦେଶରେ ରହି ମୁନିଋଷିଙ୍କଠାରୁ ଶିକ୍ଷାଗ୍ରହଣ କରୁଥିଲେ । ରାଜା, ମହାରାଜାମାନେ ଜୀବନର ଅନ୍ତିମ ଭାଗରେ ରାଜ୍ୟ ଓ ଧନସମ୍ପଦକୁ ତୁଚ୍ଛ ମଣି ଅରଣ୍ୟର ତରୁଛାୟା ତଳେ ଆଶ୍ରୟ ନେବାକୁ ଶ୍ରେୟ ମଣୁଥିଲେ । ତେଣୁ ଅରଣ୍ୟକୁ ଭାରତୀୟ ସଭ୍ୟତାର କେନ୍ଦ୍ରବିନ୍ଦୁ ବୋଲି କୁହାଯାଇଥିଲା।

ଲେଖକ ପରିଚୟ:

ପଣ୍ଡିତ ଗୋପବନ୍ଧୁ ଦାସ (୧୮୭୭ – ୧୯୨୮) ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନିକଟବର୍ତ୍ତୀ ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ସେ ବହୁବାର କାରାବରଣ କରିଥିଲେ । ଏଥ୍ ସହିତ ସାହିତ୍ୟ, ସାଧନା ତାଙ୍କ ଜୀବନର ଅନ୍ୟତମ ଅଙ୍ଗ ଥିଲା। ସତ୍ୟବାଦୀ ବନବିଦ୍ୟାଳୟ, ‘ସତ୍ୟବାଦୀ’ ପତ୍ରିକା ଓ ଦୈନିକ ସମ୍ବାଦପତ୍ର ‘ସମାଜ’ ର ସେ ପ୍ରତିଷ୍ଠାତା । ସେ ‘ଉତ୍କଳମଣି’ ନାମରେ ପରିଚିତ । ତାଙ୍କ ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ‘ବନ୍ଦୀର ଆତ୍ମକଥା’, ‘କାରା କବିତା’, ‘ଧର୍ମପଦ’ ଓ ‘ଗୋ -ମାହାତ୍ମ୍ୟ’ ପ୍ରଧାନ ।

ବିଷୟ ସ୍ତଚନା:

ଭାରତୀୟ ସଂସ୍କୃତି ତଥା ସଭ୍ୟତାର ବିକାଶ ଦିଗରେ ଅରଣ୍ୟର ଭୂମିକା ଖୁବ୍ ଗୁରୁତ୍ଵପୂର୍ଣ୍ଣ ଅଟେ । ଯୋଗୀ ଋଷିମାନେ ଏହି ଅରଣ୍ୟରେ ଆଶ୍ରମ ସ୍ଥାପନ କରି ସାଧନାରତ ଥିଲେ । ଅରଣ୍ୟ ଥିଲା ଭାରତୀୟ ଶିକ୍ଷାକେନ୍ଦ୍ରର ପୀଠସ୍ଥଳ । ବହୁ କାବ୍ୟ- କବିତାରେ ଅରଣ୍ୟର ବର୍ଣ୍ଣନା ଦେଖିବାକୁ ମିଳେ । ଆଜି ଅରଣ୍ୟ ଲୋପ ପାଇଥିଲେ ମଧ୍ୟ ତା’ର ସ୍ମୃତି ଭାରତୀୟଙ୍କ ମନରୁ ଲୋପ ପାଇନାହିଁ । ବନବାଣୀ ହିଁ ଭାରତର ବାଣୀ । ଏହାର ପୁନରୁଦ୍ଧାର କରାଯିବା ଆବଶ୍ୟକ । ଏହା ହିଁ ଉକ୍ତ ‘ବନବାଣୀ’ ପ୍ରବନ୍ଧରେ ପ୍ରତିପାଦିତ ବିଷୟବସ୍ତୁ ।

ସାରକଥା :

ଅରଣ୍ୟ ଭାରତୀୟ ସଭ୍ୟତାର କେନ୍ଦ୍ର । ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ବର୍ତ୍ତମାନ ଭାରତ ପ୍ରଭାବିତ ହେଲେ ମଧ୍ୟ କେଉଁ ଅନାଦିକାଳରୁ ଭାରତର ମହାପୁରୁଷଗଣ ଅରଣ୍ୟକୁ ନିଜର ସାଧନା ଓ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ । ଭାରତୀୟ ସଭ୍ୟତାର ମୂଳଭିଭି ଓ ସମସ୍ତ ତତ୍ତ୍ଵ ଏହି ବନପ୍ରଦେଶରେ ହିଁ ଆବିର୍ଭୂତ ହୋଇଥିଲା । ଏହା ଯୋଗୀ ଋଷିଙ୍କର ସାଧନାର ପୀଠସ୍ଥଳୀ ଥିଲା । ବାଲ୍ୟକାଳରେ ଭାରତର ସନ୍ତାନଗଣ ଏହି ଆର୍ଯ୍ୟଋଷିଙ୍କର ଚରଣତଳେ ବସି ଶିକ୍ଷା ଲାଭ କରୁଥିଲେ । ଏପରିକି ରାଜା, ମହାରାଜାଗଣ ଜୀବନର ଅନ୍ତିମଭାଗରେ ରାଜ୍ୟ, ଧନସମ୍ପଦ ଛାଡ଼ି ଏହି ଅରଣ୍ୟରେ ଆଶ୍ରୟ ନେଇ ଜୀବନକୁ ଧନ୍ୟ ମଣୁଥିଲେ ।

ଭାରତର କାବ୍ୟ, ନାଟକ, ପୁରାଣ ଆଦିରେ ଅରଣ୍ୟର ଗୌରବ ବର୍ଣ୍ଣିତ ହୋଇଛି । ‘ଶକୁନ୍ତଳା’, ‘କୁମାର ସମ୍ଭବ’, ‘ଉତ୍ତର ରାମଚରିତ’ ପ୍ରଭୃତି ସାହିତ୍ୟରେ ଯଦି ବନର ଚିତ୍ର ସନ୍ନିବେଶିତ ହୋଇନଥା’ନ୍ତା, ତେବେ ସେଥ‌ିରେ କବିଙ୍କର ପୂର୍ଣପ୍ରାଣତା ପ୍ରକାଶ ପାଇଥା’ନ୍ତା କି ନା ସନ୍ଦେହ । ଭାରତୀୟ ଭାବୁକମାନେ ଯୁଗେ ଯୁଗେ ପ୍ରକୃତିକୁ ପବିତ୍ର ପ୍ରେରଣାର ମୂଳ ନିଦାନ ବୋଲି ଗ୍ରହଣ କରିଛନ୍ତି । ପ୍ରକୃତି ସେମାନଙ୍କ ପାଇଁ ଜଡ଼ ନହୋଇ ମହାଶକ୍ତି ପାଲଟିଛି । ସେମାନେ ପ୍ରକୃତି ସହିତ

ଏହି ଘନିଷ୍ଠ ମିଳନଦ୍ୱାରା ବିଶ୍ଵପ୍ରାଣରେ ନିଜ ପ୍ରାଣ ଏବଂ ନିଜ ପ୍ରାଣରେ ବିଶ୍ଵପ୍ରାଣକୁ ଅନୁଭବ କରିପାରୁଥିଲେ । ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷଗଣ ସମାଜର ନେତୃତ୍ୱ ନେବା ଆଗରୁ ଜୀବନର ସଂଯମ ଏବଂ ସାଧନା ନିମିତ୍ତ ଦୀର୍ଘକାଳ ଅରଣ୍ୟରେ ଅତିବାହିତ କରୁଥିଲେ । ରାମଚନ୍ଦ୍ରଙ୍କୁ ଅଯୋଧ ସିଂହାସନରେ ବସିବା ପୂର୍ବରୁ ଅରଣ୍ୟ ପ୍ରଦେଶରେ ଚଉଦବର୍ଷ କାଳ ନାନାବିଧ ଦୁଃଖ ଦୁର୍ବିପାକ ଭୋଗ କରିବାକୁ ପଡ଼ିଛି । କାରଣ ଏହିଭଳି ଅବସ୍ଥାରେ ନ ପଡ଼ିଲେ ଜୀବନର ବାସ୍ତବିକତା ସମ୍ବନ୍ଧରେ ମନୁଷ୍ୟର ଯଥାର୍ଥ ଜ୍ଞାନ ଜନ୍ମେ ନାହିଁ । ମହାଭାରତରେ ପଞ୍ଚୁପାଣ୍ଡବଙ୍କୁ ମଧ୍ୟ ରାଜ୍ୟଲାଭ ପୂର୍ବରୁ ଅଜ୍ଞାତ ବନବାସରେ ଏହିପରି ଦୀର୍ଘ ସାଧନା ମଧ୍ୟଦେଇ ଯିବାକୁ ପଡ଼ିଛି । ଅରଣ୍ୟର ଏହି ତରୁଲତାଗଣ ଭାରତୀୟ ଭାବୁକଙ୍କ କାନରେ ନୀରବ ବାଣୀ କହିବା ସହିତ ସେମାନଙ୍କ ପ୍ରାଣରେ କି ଅପୂର୍ବ ଭାବ ଜନ୍ମଉଥିଲେ ଯେ ସେମାନେ ବନସ୍ପତିର ମାହାତ୍ମ୍ୟ ପ୍ରାଣରେ ଅନୁଭବ କରୁଥିଲେ ।

ଆଜି ସେଦିନ ଆଉ ନାହିଁ । ଭାରତର ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି । ଆଜି ସିନା ଋଷି ଆଶ୍ରମ ନାହିଁ କି ବନପ୍ରଦେଶ ଶିଷ୍ୟଗଣଙ୍କ ବେଦଧ୍ଵନିରେ ମୁଖରିତ ହେଉନାହିଁ; ହେଲେ ତା’ର ସ୍ମୃତି ଭାରତବାସୀଙ୍କ ହୃଦୟରୁ ଏକାବେଳକେ ବିଲୁପ୍ତ ହୋଇନାହିଁ କି ହେବ ନାହିଁ । ବନବାଣୀ ହିଁ ଭାରତର ବାଣୀ । ଏହା ହିଁ ଏ ଦେଶ ସଭ୍ୟତାର ବିଶେଷତ୍ଵ । କୌଣସି ବିଶେଷତ୍ଵ ଲୋପ ପାଇବା ଅର୍ଥ ସେ ଦେଶ ବା ଜାତିର ବିଲୟ । ଏହି ଲୁପ୍ତପ୍ରାୟ ଜାତୀୟ ବିଶେଷତ୍ଵର ପୁନରୁଦ୍ଧାର ଆଶା ଅନେକଙ୍କ ହୃଦୟରେ ବର୍ତ୍ତମାନ ଜାଗିଅଛି ।

କଠିନ ଶବ୍ଦ।ର୍ଥ:

  • ଅରଣ୍ୟ – ବଣ।
  • ପାଶ୍ଚାତ୍ୟ – ବିଦେଶ (ଆମ ଦେଶର ପଶ୍ଚିମରେ ଥ‌ିବା ଦେଶ ) ।
  • ଆବହମାନ – ଚିରପ୍ରଚଳିତ ।
  • ଅଦ୍ୟାପି – ଏବେ ମଧ୍ୟ ।
  • ମୂଳଭିତ୍ତି – ମୂଳଦୁଆ ।
  • ବିଦ୍ୟମାନ – ରହିଛି ।
  • ଆବିର୍ଭାବ – ପ୍ରକାଶ ।
  • ଅଧୃଷ୍ଠାନ – ଅବସ୍ଥିତି ।
  • ଚରଣତଳେ – ପାଦତଳେ ।
  • ଏମନ୍ତ – ଏପରି ।
  • ଶେଷ ଦଶା – ଶେଷ ଭାଗ ।
  • କୃତାର୍ଥ – ଧନ୍ୟ, ଚରିତାର୍ଥ ।
  • ଗୌରବ – ଉତ୍କର୍ଷ ।
  • ପ୍ରକଟିତ – ପ୍ରକାଶିତ ।
  • ଘଟଣାସକଳ – ଘଟଣାସବୁ ।
  • ସନ୍ନିବେଶ – ଯୋଡ଼ିବା, ଏକାଠି କରିବା ।
  • ନିଦାନ – ମୂଳ କାରଣ ।
  • ଜଡ଼- ଯାହାର ଜୀବନ ନାହିଁ ।
  • ଆଲେଖ୍ୟ – ଚିତ୍ର ।
  • ଦୁର୍ବିପାକ – ଦୁର୍ଯୋଗ, ବିପତ୍ତି ।
  • ନିରୁଦ୍ଦେଶ୍ୟ – ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନଥ‌ିବା ।
  • ଅଜ୍ଞାତ – ଅଜଣା ।
  • ଭାବୁକ – ଯେ ଭାବନା କରେ ।
  • ସନସନ – ଗଛର ପତ୍ର ପବନରେ ହଲିବାର ଶବ୍ଦ ।
  • ବିହଙ୍ଗକୁଳ – ପକ୍ଷୀସମୂହ ।
  • କୋଳାହଳ – ଘୋ ଘୋ ଶବ୍ଦ ।
  • ବନସ୍ପତି – ବୃକ୍ଷ ।
  • ବାହ୍ୟିକ – ବାହାରର ।
  • ମାହାତ୍ମ୍ୟ – ମହତ୍ତ୍ବ, ଗୌରବ, ମହିମା।
  • ମୁଖରିତ – ଧ୍ଵନିତ ।
  • ବିଲୁପ୍ତ – ସଂପୂର୍ଣ୍ଣ ଲୋପ ।
  • ବିଲୟ – ବିଲୋପ ।
  • ପୁନରୁଦ୍ଧାର – ଆଉଥରେ ଉଦ୍ଧାର ।
  • ଜାଗିଅଛି – ଚେଇଁ ଉଠିଛି ।

ସୂଚନା:

ଶକୁନ୍ତଳା : ଏହା ଏକ ନାଟକ। ମହାକବି କାଳିଦାସ ଏହାର ଲେଖକ । ସଂସ୍କୃତରେ ଏହାର ନାମ ‘ଅଭିଜ୍ଞାନ ଶାକୁନ୍ତଳମ୍’ ଅଟେ । ଏଥିରେ ରାଜା ଦୁଷ୍ୟନ୍ତ ଓ ମୁନିକନ୍ୟା ଶକୁନ୍ତଳାଙ୍କ କଥା ବର୍ଣ୍ଣିତ ହୋଇଛି ।
କୁମାର ସମ୍ଭବ : ଏହା ମହାକବି କାଳିଦାସଙ୍କ ରଚିତ ଏକ ମହାକାବ୍ୟ । ଏଥରେ ପାର୍ବତୀଙ୍କର ତପସ୍ୟା, କାର୍ତ୍ତିକେୟଙ୍କ ଜନ୍ମ ଓ ସମ୍ବରାସୁର ବଧ କଥା ବର୍ଣ୍ଣିତ ହୋଇଛି ।
ଉତ୍ତର ରାମଚରିତ : ଏହି ସଂସ୍କୃତ ନାଟକର ଲେଖକ ଭବଭୂତି । ଏଥିରେ ରାମ ବନବାସ ପରେ ଘଟିଥିବା ଘଟଣା ବର୍ଣ୍ଣିତ ହୋଇଛି ।
ପଞ୍ଚୁପାଣ୍ଡବ : ମହାଭାରତର ପଞ୍ଚୁପାଣ୍ଡବ ହେଲେ ଯୁଧୁଷ୍ଠିର, ଭୀମ, ଅର୍ଜୁନ, ସହଦେବ ଓ ନକୁଳ ।

BSE Odisha 6th Class Odia Solutions Chapter 4 ଶରତ-ନଈ-କୂଳେ

Odisha State Board BSE Odisha 6th Class Odia Solutions Chapter 4 ଶରତ-ନଈ-କୂଳେ Textbook Exercise Questions and Answers.

BSE Odisha Class 6 Odia Solutions Chapter 4 ଶରତ-ନଈ-କୂଳେ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
କବିତାର ଗୋଟିଏ ଲେଖାଏଁ ପଦ ଆବୃତ୍ତି କର ।
Answer:
ଶିକ୍ଷକ/ଶିକ୍ଷିକାମାନେ ଏହି କବିତାରୁ ଗୋଟିଏ ଲେଖାଏଁ ପଦ ଆବୃତ୍ତି କରିବାକୁ ଛାତ୍ରଛାତ୍ରୀମାନଙ୍କୁ କହିବେ ।

Question ୨ ।
କବିତାର ଯେଉଁ ପଦରେ ଏକଥା କୁହାଯାଇଛି ସେହି ପଦକୁ ଆବୃତ୍ତି କର ।
(କ) ବଗ ଶିକାର ପାଇଁ ବସିଛି ।
Answer:
ସୁଅର ଏକ ପାଶେ
ମଉନ ବକ ବସିଛି ତାର
ଶିକାର ଅଭିଳାଷେ ।

ପାଉଛି ଯାହା, ଅତୁଳ ସୁଖେ
ଦେଉଚି ଭରି ଆପଣା ମୁଖେ ।

ଗେଣ୍ଡାଳିଆ
ଝାମ୍ପ ମାରି
ଉଠାଇ ନୀଳାକାଶେ ।

(ଖ) ଶଙ୍ଖଚିଲ ଆକାଶରେ ଉଡୁଛି ।
Answer:
ସେତିକି ବେଳେ ତହିଁ
ଶଙ୍ଖଚିଲ ଉଠଇ ଡାକି
ଆକାଶେ ରହି ରହି ।

ଦୂରେ ଯେ ଥିଲେ ବାଳକ ଦଳ
ଉଚ୍ଚ ମିଳି ତୋଳିଲେ ସ୍ବର,

‘ହେଇ ରେ ଭାଇ
ବିଜୟ-ଶିରୀ,
ଦେଖରେ ଦେଖ ଭାଇ ।’

(ଗ) ଗୋପାଳ ପିଲା ବଂଶୀ ବଜାଉଛି ।
Answer:
ନଈର ଆର ପାରେ
ଦିଶୁଛି ଗାଈ ବାଛୁରୀ ପଲ
ସବୁଜ ପଡ଼ିଆରେ ।

ଗୋପାଳ ପୁଅ ସେଇଠି କାହିଁ
ବଇଁଶୀ ସୁରେ ଦେଉଛି ଗାଇ,

ମୂର୍ଚ୍ଚନାଟି
ଉଠୁଚି ମାତି
ସତେ କି ତାଳେ ତାଳେ ।

(ଘ) ଶରତ -ଆକାଶରେ ନୀଳମେଘ ଅତି ସୁନ୍ଦର ଦେଖାଯାଉଛି ।
Answer:
ଶରତ ଲଗନରେ
ସୁନୀଳ ଏକ ବଉଦ ଉଡ଼େ
ଧୂସର ଗଗନରେ ।

ଉପରେ ମେଘ, ତଳେ ଏ ନଈ
ମନରେ ମୋର ଦିଅଇ କହି

‘ସୃଷ୍ଟି ଧାମେ
ସୁଷମା ଆମେ
ଭରୁଚୁ ଜୀବନରେ ।’

BSE Odisha 6th Class Odia Solutions Chapter 4 ଶରତ-ନଈ-କୂଳେ

Question ୩।
ନିମ୍ନଲିଖୂ ବାକ୍ୟଗୁଡ଼ିକୁ ଉତ୍ତର ମନେକରି ଏଗୁଡ଼ିକ ପାଇଁ କେତୋଟି ପ୍ରଶ୍ନ ପ୍ରସ୍ତୁତ କର ।
(କ) କବି ଶରତ ଋତୁରେ ନଈକୂଳ ଆମ୍ବଗଛ ମୂଳେ ବସିଥିଲେ ।
Answer:
(୧) କିଏ ଶରତ ଋତୁରେ ନଈକୂଳ ଆମ୍ବଗଛ ମୂଳେ ବସିଥିଲେ ?
(୨) କବି କେଉଁ ଋତୁରେ ନଈକୂଳ ଆମ୍ବଗଛ ମୂଳେ ବସିଥିଲେ ?
(୩) କବି ଶରତ ଋତୁରେ କେଉଁଠି ବସିଥିଲେ ?

(ଖ) ନଈର ଜଳଧାରା ମନୋହର ଦେଖାଯାଉଛି ।
Answer:
(୧) କାହାର ଜଳଧାରା ମନୋହର ଦେଖାଯାଉଛି ?
(୨) କ’ଣ ମନୋହର ଦେଖାଯାଉଛି ?
(୩) ନଈର ଜଳଧାରା କିପରି ଦେଖାଯାଉଛି ?

(ଗ) ବଗ ନଈ ସୁଅର ଗୋଟିଏ ପଟେ ଶିକାର ପାଇଁ ବସିଛି ।
Answer:
(୧) କିଏ ନଈ ସୁଅର ଗୋଟିଏ ପଟେ ଶିକାର ପାଇଁ ବସିଛି ?
(୨) ବଗ କେଉଁଠି ଶିକାର ପାଇଁ ବସିଛି ?
(୩) ବଗ ନଈ ସୁଅର ଗୋଟିଏ ପଟେ କ’ଣ ପାଇଁ ବସିଛି ?

(ଘ) ନଈକୂଳରେ ଶେଫାଳୀ ଫୁଲ ଫୁଟିଛି ।
Answer:
(୧) ନଈକୂଳରେ କେଉଁ ଫୁଲ ଫୁଟିଛି ?
(୨) ଶେଫାଳୀ ଫୁଲ କେଉଁଠି ଫୁଟିଛି ?

୪। ସବୁଜ କୋଳ, ମଉନ ବକ, ଧୀର ସମୀର ଶବ୍ଦରେ ଥ‌ିବା ବିଶେଷ୍ୟ ପଦଗୁଡ଼ିକ ଲେଖ ।
Answer:
ବିଶେଷ୍ୟ ପଦଗୁଡ଼ିକ ହେଲା – କୋଳ, ବକ, ସମୀର ।

୫। ନିମ୍ନଲିଖ ପ୍ରତ୍ୟେକ ଶବ୍ଦର ଅର୍ଥ ବୁଝାଉଥବା ଆଉ ଗୋଟିଏ ଶବ୍ଦ ଲେଖ ।
ନୟନ, ଢେଉ, ଗଛ, ଭ୍ରମର, ଜଳ, ସମୀର, ଶେଫାଳୀ
Answer:
ନୟନ – ଚକ୍ଷୁ, – ଢେଉ – ତରଙ୍ଗ, ଗଛ – ପାଦପ, ଭ୍ରମର – ଅଳି, ଜଳ – ନୀର, ସମୀର – ବାୟୁ, ଶେଫାଳୀ – ଗଙ୍ଗଶିଉଳି ।

Question ୬।
କବିତାରେ ଥ‌ିବା ପଦରୁ ଗୋଟିଏ ଧାଡ଼ି ଦିଆଯାଇଛି । ପରବର୍ତ୍ତୀ ଧାଡ଼ିକି ପୂରଣ କର ।
(କ) ମଧୁର ତାର ମହକ ରାଶି ___________________ ।
Answer:
ମଧୁର ତାର ମହକ ରାଶି ପବନ ସାଥେ ଆସୁଚି ଭାସି

(ଖ) ଦୂରେ ଯେ ଥିଲେ ବାଳକ ଦଳ ___________________ ।
Answer:
ଦୂରେ ଯେ ଥିଲେ ବାଳକ ଦଳ ଉଚ୍ଚ ମିଳି ତୋଲିଲେ ସୁର।

(ଗ) ସୁଅର ଏକ ପାଶେ ___________________ ।
Answer:
ସୁଅର ଏକ ପାଶେ ମଉନ ବକ ବସିଛି ତାର ଶିକାର ଅଭିଳାଷେ ।

(ଘ) ହଲାଇ ଗଛ ପତରରାଶି ___________________ ।
Answer:
ହଲାଇ ଗଛ ପତରରାଶି ସମୀର ଧୀରେ ପଡ଼ଇ ଝାସି ।

Question ୭।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ ।
ଚକର, ଲଗନ, ମଉନ, ମୂରୁଛନା
Answer:

ପଦ୍ୟରୂପ ଗଦ୍ୟରୂପ
ଚକର ଚକ୍ର
ଲଗନ ଲଗ୍ନ
ମଉନ ମୌନ
ମୂରୁଛନା ମୂଚ୍ଛନା

BSE Odisha 6th Class Odia Solutions Chapter 4 ଶରତ-ନଈ-କୂଳେ

୮। ‘ନୀଳ’ ଶବ୍ଦ ପୂର୍ବରୁ ‘ସୁ’ ଯୋଡ଼ିଲେ ସୁନୀଳ ହୁଏ । ସେହିପରି ‘ସୁ’ ଲଗାଇ ଆଉ ତିନିଗୋଟି ଶବ୍ଦ ତିଆରି କର ।
Answer:
ସୁପୁତ୍ର, ସୁଜନ, ସୁଗମ ।

Question ୯।
ତଳେ ଦିଆଯାଇଥ‌ିବା ପଦଟିରୁ ସ୍ଵରବର୍ଣ୍ଣଗୁଡ଼ିକୁ ବାଛି ଲେଖ ।
ସୁଅର ଏକ ପାଶେ
ମଉନ ବକ ବସିଛି ତାର
ଶିକାର ଅଭିଳାଷେ ।
Answer:
ଅ, ଏ, ଉ, ଆ, ଇା

ତୁମ ପାଇଁ କାମ:

  • କବି ରାଧାମୋହନ ଗଡ଼ନାୟକଙ୍କ ରଚିତ କବିତା ବହିଗୁଡ଼ିକର ନାମ ସଂଗ୍ରହ କର ।

ପରାକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଏହି କବିତାରେ ବଗ ଓ ଗେଣ୍ଡାଳିଆଙ୍କର କାର୍ଯ୍ୟ କଥା କିପରି ବର୍ଣ୍ଣନା ହୋଇଛି ?
Answer:
ସେହି ନଈ ସୁଅର ଏକ ପାଖରେ ବଗଟିଏ ମଉନରେ ଶିକାର ପାଇଁ ବସିଛି । ସେ ଯାହା ପାଉଛି, ତାହାକୁ ଅତି ଆନନ୍ଦରେ ଆପଣାର ମୁହଁରେ ଭରିଦେଉଛି । ଗେଣ୍ଡାଳିଆଟିଏ ଝାମ୍ପ ମାରି ନୀଳ ଆକାଶକୁ ଉଠିଯାଉଛି ।

(ଖ) ନଈ ଆରପାରିରେ ଗୋପାଳ ପୁଅ କ’ଣ କରୁଛି ?
Answer:
ନଈ ଆରପାରିରେ ଥ‌ିବା ସବୁଜ ଘାସ ପଡ଼ିଆରେ ଗାଈବାଛୁରୀ ପଲ ଦିଶୁଛନ୍ତି । ଗୋପାଳ ପୁଅ ସେଇଠି ଥାଇ ବଂଶୀର ସ୍ଵରରେ ଗୀତ ଗାଇ ଅପୂର୍ବ ମୂର୍ଦ୍ଧନା ତୋଳୁଛି ।

(ଗ) ଶେଫାଳୀ ଫୁଲର ବର୍ଣ୍ଣନା କବି କିପରି କରିଛନ୍ତି ?
Answer:
ନଈର ଏଇ କୂଳରେ ଦୂରରେ ଶେଫାଳୀ ଫୁଲ ଫୁଟିଛି । ତା’ର ମଧୁର ମହକ ପବନରେ ଭାସିଆସି କବିଙ୍କୁ ବେଶ୍ ଭାବବିହ୍ବଳ କରିଦେଉଛି।

(ଘ) ଶଙ୍ଖଚିଲକୁ ଦେଖୁ ପିଲାମାନେ କ’ଣ କହୁଛନ୍ତି ?
Answer:
ଆକାଶରେ ଶଙ୍ଖଚିଲ ଉଡ଼ିବୁଲିଲାବେଳେ ରହି ରହି ଡାକୁଛି। ଦୂରରେ ଥିବା ବାଳକମାନେ ତାକୁ ଦେଖୁ ଉଚ୍ଚସ୍ୱରରେ କହିବାରେ ଲାଗିଲେ, ‘ହେ ଭାଇ, ବିଜୟର ସମ୍ପଦ ଏହାକୁ ଦେଖ ।’’

(ଙ) ଶରତ ଆକାଶରେ ନୀଳମେଘ କଥା କିପରି ବର୍ଣ୍ଣନା ହୋଇଛି ?
Answer:
ଶରତ ଋତୁର ସେହି ଧୂସର ଆକାଶରେ ନୀଳମେଘ ଖଣ୍ଡେ ଉଡ଼ି ଉଡ଼ି ଯାଉଛି । ଉପରେ ମେଘର ଦୃଶ୍ୟ ଓ ତଳେ ନଦୀ ବହିଯାଉଥିବାର ଦୃଶ୍ୟ ବେଶ୍ ମନୋରମ ଦିଶୁଛି ।

(ଚ) କବିଙ୍କର ଆଖ୍କୁ ଭ୍ରମର ସହିତ ତୁଳନା କରାଯାଇଛି କାହିଁକି ?
ଭ୍ରମର ଯେପରି ଫୁଲ ଉପରେ ବସିବାପାଇଁ ସବୁ ଜାଗା ଖୋଜିବୁଲେ, ସେହିପରି କବିଙ୍କର ଆଖ୍ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖିବାପାଇଁ ବ୍ୟାକୁଳ ହୋଇଉଠୁଛ୍ଠା ତେଣୁ ନୟନକୁ ଭ୍ରମର ସହିତ ତୁଳନା କରାଯାଇଛି।

BSE Odisha 6th Class Odia Solutions Chapter 4 ଶରତ-ନଈ-କୂଳେ

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ସୃଷ୍ଟିରେ କିଏ ସୁଷମା ଭରୁଛନ୍ତି ବୋଲି କହୁଛନ୍ତି ?
Answer:
ଶରତ ଋତୁରେ କବି ନଦୀକୂଳର ଏକ ଆମ୍ବ ଗଛ ଛାଇରେ ବସିଥିଲେ । ସେ ଅନୁଭବ କରିଥିଲେ ଯେ ଧୂସର ଆକାଶରେ ଭାସି ଯାଉଥ‌ିବା ମେଘ ଓ ତଳେ ବହିଯାଉଥ‌ିବା ନଈ ଯେପରି ତାଙ୍କ କାନରେ ସୃଷ୍ଟିର ସୁଷମା

(ଖ) କବିଙ୍କ ନୟନ କାହାର ମାଧୁରୀ ଚାଖି ବୁଲୁଥିଲା ?
Answer:
କବି ଶରତ ଋତୁରେ ନଦୀକୂଳରେ ବସି ପ୍ରକୃତିର ସବୁଜିମା ଦେଖି ବିହ୍ବଳ ହୋଇ ପଡ଼ିଥିଲେ । ତାଙ୍କର ନୟନ ଏକ ଭ୍ରମର ପରି ପ୍ରକୃତିର ସୁଷମା ମାଧୁରୀ ଚାଖି ବୁଲୁଥିଲା ।

(ଗ) ଜଳଧାରା ନିକଟରେ ବଗଟିଏ ବସି କ’ଣ କରୁଛି ?
Answer:
ଜଳଧାରା ନିକଟରେ ବଗଟିଏ ମାଛ ଶିକାର ଆଶାରେ ମଉନ ହୋଇ ବସିରହିଛି । ଯେତେବେଳେ ଯାହା ମିଳୁଛି ତାହାକୁ ସିଏ ପରମ ସୁଖରେ ପାଟି ଭିତରେ ପୂରାଇ ଦେଉଛି ।

(ଘ) ନଈ ଆରପାରିରେ କବି କ’ଣ ଦେଖିଛନ୍ତି ?
Answer:
କବି ନଈ ଆରପାରିରେ ସବୁଜ ପଡ଼ିଆରେ ଗାଈ ବାଛୁରୀ ପଲ ଚରୁଥିବାର ଦେଖିଛନ୍ତି । ଗୋପାଳ ବାଳକଟିଏ ସେଠାରେ କେଉଁଠି ରହି ଅପୂର୍ବ ମୂଚ୍ଛନା ତୋଳି ବଂଶୀ ବଜାଉଛି ।

(ଙ) ଶେଫାଳୀ ଫୁଲଟି କେଉଁଠି ଫୁଟିଛି ଓ ତା’ର ମହକ କିପରି ଭାସି ଆସୁଛି ?
Answer:
ଶେଫାଳୀ ଫୁଲଟି ବହୁତ ଦୂରରେ ନଦୀର ଏଇପାଖ କୂଳରେ ଫୁଟିଛି । ତା’ର ମଧୁର ମହକ ପବନରେ ଭାସି ଭାସି କବିଙ୍କ ନିକଟକୁ ଚାଲି ଆସୁଛି।

Question ୩।
ସରଳାର୍ଥ ଲେଖ ।
(କ) ନୟନ ମମ ଭ୍ରମର ସମ
ମାଧୁରୀ ଚାଖୁ ବୁଲେ ।
Answer:
ନୟନ ମମ ……………………….. ଚାଖି ବୁଲେ ।
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଶରତ-ନଈ-କୂଳେ’ କବିତାରୁ ସଂଗୃହୀତ । ଏଠାରେ କବି ଡକ୍ଟର ରାଧାମୋହନ ଗଡ଼ନାୟକ ଶରତକାଳୀନ ପ୍ରାକୃତିକ ଶୋଭାଶ୍ରୀକୁ ଦେଖ୍ କିପରି ଆତ୍ମହରା ହୋଇଛନ୍ତି, ତାହା ବର୍ଣ୍ଣିତ ହୋଇଛି । ଶରତ ଋତୁରେ କବି ନଈକୂଳରେ ଥିବା ଏକ ଆମ୍ବଗଛର ସୁନ୍ଦର ଛାଇରେ ବସିଥିଲେ । ଚତୁର୍ଦ୍ଦିଗରେ ପ୍ରକୃତିର ସବୁଜିମାଭରା ଶୋଭାକୁ ଦେଖୁ ତାଙ୍କର ମନ ଆନ୍ଦୋଳିତ ହୋଇଛି । ସେ ସେହି ଅପୂର୍ବ ଶୋଭାଶ୍ରୀକୁ ଅବଲୋକନ କରି ଆତ୍ମବିଭୋର ହୋଇପଡ଼ିଛନ୍ତି । ନିଜର ଚକ୍ଷୁଯୁଗଳ ଭ୍ରମର ପରି ସେହି ଶୋଭାର ମାଧୁର୍ଯ୍ୟକୁ ଚାଖବାପାଇଁ ଘୂରି ବୁଲୁଛି । ଶରତର ଏଇ ନଦୀକୂଳର ଦୃଶ୍ୟ ବେଶ୍ ମନୋରମ ହୋଇଥିବାରୁ ସାମୟିକଭାବେ କବିଙ୍କର ଦୃଷ୍ଟି ସେହିଆଡ଼କୁ ଆକର୍ଷିତ ହୋଇଯାଇଛି । ବାସ୍ତବରେ କବିଙ୍କର ଏଇ ବର୍ଣ୍ଣନା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଛି ।

(ଖ) ‘ଆବେଗ-ଭୋଳ ଚିତ୍ତ ମୋର ତାହାରି ସାଥେ ଘୂରେ’’
Answer:
ଆବେଗ-ଭୋଳ ………………………….. ଘୂରେ ।
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଶରତ-ନଈ-କୂଳେ’ କବିତାରୁ ସଂଗୃହୀତ । ଏଠାରେ କବି ଡକ୍ଟର ରାଧାମୋହନ ଗଡ଼ନାୟକ ଶେଫାଳୀ ଫୁଲର ମଧୁର ମହକରେ କିପରି ବିଭୋର ହୋଇଛନ୍ତି, ତାହା ବର୍ଣ୍ଣନା କରିଛନ୍ତି । ଶରତ ଋତୁରେ କବି ଏକ ନଈକୂଳେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅବଲୋକନ କରୁଥିଲେ । ନଈର ଆରପଟରେ ଗୋପାଳ ବାଳକର ବଂଶୀର ମଧୁର ମୂର୍ଚ୍ଚନା ଯେପରି କବିକୁ ଆନମନା କରିଛି, ସେହିପରି ନଈର ଏପଟ କୂଳରେ ଦୂରରେ ଫୁଟିଥିବା ଶେଫାଳୀ ଫୁଲର ମହକ ମଧ୍ୟ ବେଶ୍ ବିଭୋର କରିଛି। ଶେଫାଳୀ ବହୁଦୂରରେ ଫୁଟିଛି, ହେଲେ ତା’ର ସୁମଧୁର ମହକ ପବନରେ ଭାସି ଆସି କବିକୁ ଆନମନା କରୁଛି । ଫୁଲକୁ ନ ଦେଖ‌ିଲେ ମଧ୍ୟ ତାହାର ମହକକୁ ପବନ ମାଧ୍ୟମରେ ଗ୍ରହଣ କରି କବିଙ୍କର ହୃଦୟ ବେଶ୍ ବିଭୋର ହୋଇ ଉଠୁଛି । ଏପରିକି ଶେଫାଳୀର ବାସ୍ନା ସହିତ କବିଙ୍କର ହୃଦୟ ପାଗଳି ପରି ଘୂରିବୁଲୁଛି । ବାସ୍ତବରେ କବିଙ୍କର ଏହି ବର୍ଣ୍ଣନା ବେଶ୍ ମନୋମୁଗ୍ଧକର ଓ ଭାବଗର୍ଭକ ହୋଇପାରିଛି ।

(ଗ) ମୂହଁନାଟି ଉଠୁଛି ମାତି ସତେ କି ତାଳେ ତାଳେ ।
Answer:
ମୂହଁନାଟି ……………………….. ତାଳେ ତାଳେ ।
ଶଂସିତ ପଦ୍ୟାଶଟି କବି ଡ. ରାଧାମୋହନ ଗଡ଼ନାୟକଙ୍କ ଲିଖିତ ‘ଶରତ-ନଈ-କୂଳ ଶୀର୍ଷକ କବିତାରୁ ଆନୀତ । ଉକ୍ତ ପ୍ରସଙ୍ଗରେ କବି ନଦୀର ଅପରପାର୍ଶ୍ଵରେ ଦୃଶ୍ୟମାନ ଦୃଶ୍ୟାବଳୀ ବିଷୟରେ ସୂଚନା ପ୍ରଦାନ କରିଛନ୍ତି । କବି ଶରତ ଋତୁର କୌଣସି ଏକ ଦିନରେ ନଈକୂଳେ ଆମ୍ବଗଛର ଛାଇ ତଳେ ବସିଛନ୍ତି । ସେଠାରେ ବସି ସେ ନଈର ଓ ନଈ ଦୁଇପାଖର ଶୋଭା ଅବଲୋକନ କରିଛନ୍ତି । ପ୍ରକୃତିର ଶୋଭାସମ୍ପଦ ତାଙ୍କ ଚିତ୍ତକୁ ଭାବବିହ୍ଵଳ କରିଦେଉଛି । କବିଙ୍କର ଦୃଷ୍ଟି ଧୀରେ ଧୀରେ ନଦୀ ଅପର ପାର୍ଶ୍ଵକୁ ପ୍ରସରି ଯାଇଛି । ନଈ ଆରପାରିରେ ସବୁଜ ପଡ଼ିଆରେ ଚରୁଥିବା ଗାଈ ବାଛୁରୀପଲ ତାଙ୍କ ଦୃଷ୍ଟି ଆକର୍ଷଣ କରିଛି । ସେଠାରେ କେଉଁଠି ଗୋପାଳ ବାଳକଟିଏ ଅଛି । ସେ ବଂଶୀ ବଜାଉଛି । ସେହି ବଂଶୀର ମୂର୍ଦ୍ଧନାର ତାଳେ ତାଳେ କବିଙ୍କ ମନ ନାଚି ଉଠିଛି । ସେ ଆତ୍ମବିଭୋର ହୋଇ ପଡ଼ିଛନ୍ତି । କବିଙ୍କ ବର୍ଣ୍ଣନା ବାସ୍ତବରେ ମନଛୁଆଁ ହୋଇପାରିଛି ।

(ଘ) ଗୋଟିକି ଗୋଟି ପଡୁଛି ଲୋଟି ଚପଳ ଢେଉମାଳା ।
Answer:
ଗୋଟିକି ……………………… ଢେଉମାଳା ।
ଶଂସିତ ପଦ୍ୟାଶଟି ରାଧାମୋହନ ଗଡ଼ନାୟକଙ୍କ ଲିଖିତ ‘ଶରତ-ନଈ-କୂଳେ ଶୀର୍ଷକ କବିତାରୁ ଉଦ୍ଧୃତ । ଏହି ପ୍ରସଙ୍ଗରେ କବି ଶରତ ଋତୁରେ ନଦୀର ଶୋଭା ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି । ଶରତ ଋତୁରେ କବି ନଈକୂଳର ଏକ ଆମ୍ବଗଛ ମୂଳେ ବସିଛନ୍ତି । ଗଛ ଛାଇତଳେ ବସି ସେ ପ୍ରାକୃତିକ ସୁଷମା ଉପଭୋଗ କରି ଚାଲିଛନ୍ତି । ନଈଟି କୁଳୁକୁଳୁ ନାଦକରି ବହିଯାଉଛି । ଛାଇ ଆଲୁଅ ତଳେ ପ୍ରବାହିତ ନଦୀର ଜଳଧାରା ଖୁବ୍ ସୁନ୍ଦର ଦେଖାଯାଉଛି । ପବନରେ ଗଛରୁ ପତ୍ରଗୁଡ଼ିକ ଧୀରେ ଧୀରେ ନଈ ଧାରରେ ଖସି ପଡୁଛି । ଗୋଟି ଗୋଟି ପତ୍ର ନଈର ଢେଉମାଳା ଦେହରେ ନାଚି ନାଚି ଭାସିଯାଉଛି । ଏହିସବୁ ଦୃଶ୍ୟ କବିଙ୍କ ହୃଦୟକୁ ସ୍ପର୍ଶ କରିଛି ଏ ପ୍ରସଙ୍ଗରେ କବିଙ୍କ ବର୍ଣ୍ଣନା ବେଶ୍ ହୃଦୟସ୍ପର୍ଶୀ ହୋଇପାରିଛି ।

BSE Odisha 6th Class Odia Solutions Chapter 4 ଶରତ-ନଈ-କୂଳେ

Question ୪।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) କବି ଶରତ ଋତୁରେ ଆମ୍ବଗଛ ମୂଳରେ ବସି ପ୍ରକୃତିର କି ଅପୂର୍ବ ଶୋଭା ଉପଭୋଗ କରୁଥିଲେ ?
Answer:
ଶରତ ଋତୁର ନିର୍ମଳ ଓ ସୁନ୍ଦର ପରିବେଶ ମନରେ ଭାବାନ୍ତର ସୃଷ୍ଟି କରେ । ଏଭଳି ଏକ ମନୋମୁଗ୍ଧକର ପରିବେଶ କବିଙ୍କୁ ସୌନ୍ଦର୍ଯ୍ୟ-ବିଳାସୀ କରିଛି । ସେ ନଦୀକୂଳରେ ଏକ ଆମ୍ବଗଛ ମୂଳରେ ବସି ପ୍ରକୃତିର ଶୋଭା ସନ୍ଦର୍ଶନ କରି ବିମୋହିତ ହୋଇଛନ୍ତି । ଫୁଲରୁ ମଧୁପାନ କରି ଭ୍ରମର ଆମୋଦିତ ହେବା ଭଳି କବିଙ୍କ ନୟନ ପ୍ରକୃତିର ରୂପ ମାଧୁରୀ ପାନ କରି ଆନନ୍ଦ ବିଭୋର ହୋଇଛି । ଛାଇ ଆଲୁଅ ତଳେ କ୍ଷୁଦ୍ର ନଦୀଟି ବହିଯାଉଛି । ଗଛରୁ ପତ୍ରମାନ ଖସିପଡ଼ି ଢେଉରେ ଭାସି ଦୂରକୁ ଦୂରକୁ ଯାଉଛି । ଜଳଧାରା ପାଖରେ ମଉନ ଭାବରେ ବଗଟିଏ ବସି ମୀନକୁ ଝାମ୍ପି ନେଉଛି । ଏସବୁ ଦୃଶ୍ୟକୁ କବି ଉପଭୋଗ କରୁଥିଲେ ।

(ଖ) ନଦୀର ଆରପାରିରେ କ’ଣ ଦେଖି କବି ଆତ୍ମବିଭୋର ହୋଇ ଉଠିଛନ୍ତି ?
Answer:
ଶରତ ଋତୁ ହେଉଛି ଶୋଭାର ଋତୁ। ଶରତର ଶାନ୍ତ ନିର୍ମଳ ପରିବେଶ ସମସ୍ତଙ୍କ ମନରେ ଭାବାନ୍ତର ସୃଷ୍ଟି କରିଥାଏ । କବିଙ୍କ ମନରେ ମଧ୍ୟ ଭାବାନ୍ତର ସୃଷ୍ଟି ହୋଇଛି । କବି ଦେଖିଛନ୍ତି ନଦୀର ଆରପାରିରେ ଗାଈ ବାଛୁରୀ ପଲ ସବୁଜ ପଡ଼ିଆରେ ଚରୁଛନ୍ତି । ଗୋପାଳ ବାଳକଟିଏ ସେଠାରେ ରହି ସୁମଧୁର ସ୍ଵରରେ ବଂଶୀ ବାଦନ କରୁଛି । ଆମୋଦିତ କରିଛି । ପ୍ରକୃତିର ଏଭଳି ଶୋଭା ତାଙ୍କ ହୃଦୟକୁ ବିହ୍ବଳିତ କରିଦେଇଛି ।

(ଗ) କବିଙ୍କ ଭାବୁକ ଚିତ୍ତ କାହା ସହ ଘୂରି ବୁଲିଛି ?
Answer:
ଶରତ ଋତୁର ଶୋଭା ପରିପୂର୍ଣ୍ଣ ପରିବେଶ କବିଙ୍କ ମନକୁ ଭାବବିହ୍ବଳ କରିଛି । କବି ନଈକୂଳରେ ଆମ୍ବଗଛ ମୂଳରେ ବସି ପ୍ରକୃତିର ଶୋଭା ନିରୀକ୍ଷଣ କରୁଛନ୍ତି । ତାଙ୍କ ଦୃଷ୍ଟି ପ୍ରସରି ଯାଇଛି ନଦୀକୂଳରେ ବହୁଦୂରରେ ଫୁଟିଥୁବା ଶେଫାଳୀ ଫୁଲ ଉପରକୁ । ସେଠାରୁ ଫୁଲର ମଧୁର ମହକ ପବନରେ କବିଙ୍କ ନିକଟକୁ ଭାସି ଆସୁଛି । ସେ ମହକ ଆଘ୍ରାଣରେ କବିଚିତ୍ତ ବିମୋହିତ ହୋଇଛି । ସେହି ମହକ ସହ ତାଙ୍କ ଭାବୁକ ଚିତ୍ତଟି ଘୂରି ବୁଲିଛି ।

(ଘ) ‘ଶରତ-ନଈ-କୂଳେ’ କବିତାରେ କବି ନଈର ଶୋଭା ବିଷୟରେ କି ବର୍ଣ୍ଣନା କରିଛନ୍ତି ?
Answer:
କବି ଡ. ରାଧାମୋହନ ଗଡ଼ନାୟକ ‘ଶରତ-ନଈ-କୂଳେ କବିତାରେ ନଈର ଉଭୟ ପାର୍ଶ୍ଵରେ ଦୃଶ୍ୟମାନ ଶୋଭାରାଶି ଉପରେ ଆଲୋକପାତ କରିଛନ୍ତି । ଶରତ ଋତୁର କୌଣ ସି ଏକ ଦିନରେ କବି ଏକ ଆମ୍ବଗଛ ମୂଳେ ବସି ଏହି ଶୋଭାରାଶିକୁ ଅବଲୋକନ କରି ଭାବବିହ୍ଵଳ ହୋଇଛନ୍ତି । ନଈର ସ୍ଵଚ୍ଛ ଜଳଧାରା ଛାଇ ଆଲୁଅ ତଳେ କୁଳୁକୁଳୁ ନାଦ କରି ବହିଯାଉଛି । ନଈର ସ୍ଵଚ୍ଛ ଜଳରାଶି ଧବଳ ହୀରକ ଭଳି ଦେଖାଯାଉଛି । ସୁଲୁସୁଲିଆ ପବନରେ ଗଛରୁ ପତ୍ରଗୁଡ଼ିକ ଜଳଧାରାରେ ଖସିପଡ଼ୁଛି । ନଈର ଚପଳ ତରଙ୍ଗରେ ସେଗୁଡ଼ିକ ନାଚି ନାଚି ବହୁଦୂରକୁ ଭାସି ଯାଉଛି । କବି ଏହି ଶୋଭାକୁ ଦର୍ଶନ କରି ଆତ୍ମହରା ହୋଇପଡ଼ିଛନ୍ତି ।

(ଙ) ବିଷୟରେ କବିତାରେ କ’ଣ କହିଛନ୍ତି ?
Answer:
ଶରତ ଋତୁର ଏକ ନିର୍ମଳ ଦିନରେ ବଗଟିଏ ମଉନ ହୋଇ ନଦୀକୂଳରେ ବସିଛି । ସେ ଶିକାର ଆଶାରେ ଏକ ଧ୍ୟାନରେ ନଦୀର ଜଳଧାରାକୁ ଚାହିଁ ରହିଛି । ଯେତେବେଳେ ସେ ଯାହା ଆହାର ପାଉଛି ସୁଖରେ ତାହାକୁ ପାଟିରେ ପୂରାଇ ଦେଉଛି । ଗେଣ୍ଡାଳିଆ ମଧ୍ୟ ଆହାର ସଂଗ୍ରହ ପାଇଁ ସେଠାରେ ଘୂରିବୁଲୁଛି । ସେ ଆହାର ପାଇଗଲେ ଝାମ୍ପମାରି ନୀଳାକାଶକୁ ଉଡ଼ିଯାଉଛି । ଶରତ ଋତୁରେ ପକ୍ଷୀମାନଙ୍କର ଖାଦ୍ୟସଂଗ୍ରହ ସହ ମନୋରମ ଜଳକ୍ରୀଡ଼ା କବି ପ୍ରାଣକୁ ଆମୋଦିତ କରିଛି । ସେ କବିତାରେ ଏହାକୁ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି ।

(8) ମେଘ ଓ ନଈ କବିଙ୍କ ମନରେ କ’ଣ କହି ଦେଇଛନ୍ତି ?
Answer:
ଏକ ଶାରଦୀୟ ଦିବସରେ କବି ରାଧାମୋହନ ଗଡ଼ନାୟକ ନଈ ଓ ଆକାଶର ମନୋଲୋଭା ପ୍ରାକୃତିକ ସୁଷମାରେ ଆକୃଷ୍ଟ ହୋଇ ପଡ଼ିଛନ୍ତି । ସେ ନଈକୂଳର ଏକ ଆମ୍ବଗଛ ମୂଳରେ ବସି ଏସବୁ ଦୃଶ୍ୟ ଦେଖ୍ ଆନନ୍ଦ ପାଇଛନ୍ତି । ନଦୀର ସ୍ଵଚ୍ଛ ଜଳଧାରା, ଆକାଶର ନୀଳିମା ଓ ସମୀରର ଶୀତଳ ସ୍ପର୍ଶ ତାଙ୍କ ମନକୁ ହରଣ କରିନେଇଛି । ଶରତ ଲଗ୍ନରେ ଧୂସର ଗଗନରେ ବଉଦମାଳା ଭାସିବୁଲୁଛି । ଏହି ବଉଦମାଳାର ଠିକ୍ ତଳେ ନଈଟି କୁଳୁକୁଳୁ ନାଦ କରି ବହିଯାଉଛି । କବି ଅନୁଭବ କରିଛନ୍ତି ଯେ ଉପରେ ମେଘମାଳ ଓ ତଳେ ନଈ ସତେ ଯେପରି ତାଙ୍କୁ କହୁଛନ୍ତି ଯେ ସେମାନେ ପ୍ରକୃତିରେ ନାନା ସୁଷମା ଭରି ଦେଉଛନ୍ତି ।

(ଛ) କେଉଁ ମୂର୍ଚ୍ଚନା ତାଳେ ତାଳେ ମାତି ଉଠୁଥିଲା ?
Answer:
କବି ରାଧାମୋହନ ଗଡ଼ନାୟକ ଏକ ପ୍ରାକୃତିକ ପରିବେଶରେ ଶରତ ଋତୁର ନଦୀକୂଳରେ ଆନନ୍ଦ ଉପଭୋଗ କରୁଥିଲେ । ତାଙ୍କର ମନ ବିଭୋର ହୋଇଉଠୁଥିଲା । ନଈର ଜଳଧାରା, ଢେଉମାଳା, ନୀଳଆକାଶ ଓ ନଈର ଆରପାରିର ଦୃଶ୍ୟ ତାଙ୍କୁ ଅଶେଷ ଆନନ୍ଦ ଦେଉଥିଲା। ନଈର ଆରପାରିରେ ଗାଈ ବାଛୁରୀ ପଲ ସବୁଜ ଘାସ ପଡ଼ିଆରେ ଚରିବୁଲୁଥିଲେ। ଗୋପାଳ ପୁଅ ମଧୁର ସ୍ଵରରେ ବଇଁଶୀ ବଜାଉଥିଲା। ସେହି ବଇଁଶୀ ସ୍ଵରର ମୂର୍ଚ୍ଚନା ତାଳେ ତାଳେ ମାତି ଉଠୁଥିଲା।

କବି ପରିଚୟ:

ଡକ୍ଟର ରାଧାମୋହନ ଗଡ଼ନାୟକ (୧୯୧୧-୨୦୦୦) ଆଧୁନିକ ଓଡ଼ିଆ କାବ୍ୟ-ସାହିତ୍ୟରେ ଜଣେ ଶ୍ରେଷ୍ଠ ଛନ୍ଦକବି ଭାବରେ ସୁପରିଚିତ। ଅନୁଗୁଳର କଲଣ୍ଡାପାଳ ଗ୍ରାମରେ କବି ଜନ୍ମଗ୍ରହଣ କରିଥିଲେ। ତାଙ୍କ ରଚିତ ‘କୈଶୋରିକା’, ‘ଉତ୍କଳିକା’, ‘ଶାମୁକାର ସ୍ବପ୍ନ’, ‘ପଶୁପକ୍ଷୀର କାବ୍ୟ’ ଆଦି କବିତା ପୁସ୍ତକ ବେଶ୍ ଲୋକପ୍ରିୟ ହୋଇପାରିଛି । ‘ସୂର୍ଯ୍ୟ ଓ ଅନ୍ଧକାର’ କାବ୍ୟଗ୍ରନ୍ଥ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।

କବିତାର ଆଦର୍ଶ:

ପଠିତ ‘ଶରତ-ନଈ-କୂଳେ’ କବିତାଟି କବିଙ୍କ ଲିଖ୍ ‘କୈଶୋରିକା’ କବିତା ଗ୍ରନ୍ଥରୁ ସଂଗୃହୀତ । ଶରତ ଋତୁରେ ପ୍ରକୃତିର ଶୋଭା ଅତୀବ ମନୋମୁଗ୍ଧକର । ବିଶେଷତଃ ଏହି ଋତୁରେ ନଈକୂଳରେ ଦୃଶ୍ୟମାନ ପ୍ରାକୃତିକ ଶୋଭାଶ୍ରୀ କବିଙ୍କୁ ବେଶ୍ ଆନମନା କରିଛି, ଯାହାକି ଉକ୍ତ କବିତାରେ ସ୍ଥାନ ପାଇଛି । ଶରତ ଋତୁରେ ନଦୀକୂଳରେ ଯେଉଁସବୁ ମନୋରମ ଦୃଶ୍ୟ ଦେଖ‌ିବାକୁ ମିଳେ, ତାହାହିଁ ଏ କବିତାରେ ବର୍ଣ୍ଣିତ ବିଷୟ ।

ସାରକଥା :

ଶରତ ଋତୁରେ ନଈକୂଳରେ ଥିବା ଏକ ସୁନ୍ଦର ଆମ୍ବଗଛର ଛାଇରେ କବି ବସିଛନ୍ତି । ପ୍ରକୃତିର ସବୁଜିମାଭରା ସୁନ୍ଦର ଦୃଶ୍ୟକୁ ଦେଖୁ ସେ ବେଶ୍ ବିଭୋର ହୋଇଉଠିଛନ୍ତି । ତାଙ୍କର ଆଖ୍ ଦୁଇଟି ଭ୍ରମର ପରି ସୌନ୍ଦର୍ଯ୍ୟକୁ ଦେଖ୍ ଚାଲିଛି । ଛାଇ ଆଲୁଅର ଲୁଚକାଳି ଖେଳ ମଧ୍ଯରେ ନଈର ଜଳଧାରା ବହିଚାଲିଛି ଓ ବେଶ୍ ମନୋହର ଦିଶୁଛି । ସେହି ନଈର ଲହରୀମାଳାରେ ପବନ ଧୀରେ ଧୀରେ ଗଛକୁ ହଲାଇ ପତ୍ରସବୁ ଝଡ଼ାଇ ପକାଇ ଦେଉଛି । ସେହି ନଈ ସୁଅର ଗୋଟିଏ ପାଖରେ ବଗଟିଏ ମଉନରେ ଶିକାର ଉଦ୍ଦେଶ୍ୟରେ ବସିଛି । ଯାହା ପାଉଛି, ବେଶ୍ ଆନନ୍ଦରେ ନିଜ ମୁହଁରେ ଭରି ଦେଉଛି। ଗେଣ୍ଡାଳିଆଟିଏ ସେଇ ନଈକୂଳରେ ଝାମ୍ପମାରି ନୀଳ ଆକାଶକୁ ଉଠିଯାଉଛି । ନଈ ଆରପାରିରେ ଗାଈବାଛୁରୀପଲ ସବୁଜ ପଡ଼ିଆରେ ଚରୁଥିବାର ଦେଖାଯାଉଛି । ସେହିଠାରେ ଗୋପାଳ ବାଳକ ରହି ବଂଶୀର ସ୍ଵରରେ ଗୀତ ଗାଉଛି, ଯାହାର ମାତିଉଠୁଛି ।

ନଈର ଏପଟରେ ଗଙ୍ଗଶିଉଳି ଫୁଲ ଫୁଟିଛି । ତା’ର ସୁମଧୁର ମହକ ପବନରେ ଭାସି ଆସୁଛି । ସେହି ସୁମଧୁର ମହକରେ କବିଙ୍କର ମନ ବିହ୍ଵଳ ହୋଇ ତା’ସହିତ ଘୂରି ବୁଲୁଛି । ସେହି ସମୟରେ ଆକାଶରେ ଶଙ୍ଖଚିଲ ଉଡ଼ିବୁଲି ରହି ରହି ଡାକୁଛି । ଦୂରରେ ଯେଉଁ ବାଳକମାନେ ଥିଲେ, ସେମାନେ ଉଚ୍ଚସ୍ବରରେ କହିଉଠିଲେ ‘ହେଇରେ ଭାଇ ! ବିଜୟ ସମ୍ପଦକୁ ଦେଖ ।’’ ଶରତର ଏଇ ଶୁଭ ଅବସରରେ ଧୂସର ଆକାଶରେ ସୁନୀଳ ବଉଦ ଉଡ଼ିଯାଉଛି । ଉପରେ ମେଘମାଳ, ତଳେ ନଈ ବହିଯାଉଛି । କବି କହୁଛନ୍ତି ଏପରି ଏକ ପରିବେଶକୁ ଦେଖୁ ମୋ ମନରେ ସତେ ଯେପରି କିଏ କହୁଛି ଏ ସୃଷ୍ଟିର ଜନଜୀବନରେ ଆମେ ସୌନ୍ଦର୍ଯ୍ୟକୁ ଭରିଦେଉଛୁ ।

କଠିନ ଶବ୍ଦାର୍ଥ :

  • ଛଇଳ – ସୁନ୍ଦର ।
  • ଆମ୍ରତରୁ – ଆମ୍ବଗଛ ।
  • ଭୋଳ – ବିହ୍ଵଳ ।
  • ନୟନ – ଆଖ୍ ।
  • ଭ୍ରମର – ଭଅଁର ।
  • ମମ – ମୋର ।
  • ସମ – ସମାନ ।
  • ମାଧୁରୀ – ମଧୁରତା ସୌନ୍ଦର୍ଯ୍ୟ ।
  • ପତରରାଶି – ପତ୍ରସମୂହ ।
  • ସମୀର – ପବନ ।
  • ଝାସି – ଝାସଦେଇ ।
  • ଲୋଟି – ଗଡ଼ି ପଡ଼ଛି ।
  • ଚପଳ – ଚଳଚଞ୍ଚଳ ।
  • ବକ – ବଗ ।
  • ଅଭିଳାଷେ – ଉଦ୍ଦେଶ୍ୟରେ ।
  • ଅତୁଳ – ଯାହାର ତୁଳନା
  • କରିହେବ – ନାହିଁ ।
  • ଆପଣା – ନିଜର ।
  • ମୁଖେ – ମୁହଁରେ ।
  • ଗୋପାଳ – ଗଉଡ଼ ।
  • ମୂର୍ଚ୍ଚନା – ସ୍ଵରର ସୁମଧୁର କମ୍ପନ ।
  • ଶେଫାଳୀ – ଗଙ୍ଗଶିଉଳି ।
  • ମହକ – ସୁଗନ୍ଧ ବାସ୍ନା ।
  • ଆଦେଶ – ବିହ୍ଵଳ ।
  • ଚିତ୍ତ – ସାଥେ ସହିତ ।
  • ଶିରୀ – ସମ୍ପଦ, ସୌନ୍ଦର୍ଯ୍ୟ ।
  • ସୃଷ୍ଟିଧାମେ – ଏ ପୃଥ‌ିବୀରେ ।
  • ସୁଷମା – ସୌନ୍ଦର୍ଯ୍ୟ ।

BSE Odisha 6th Class Odia Solutions Chapter 5 ଧୂଳି

Odisha State Board BSE Odisha 6th Class Odia Solutions Chapter 5 ଧୂଳି Textbook Exercise Questions and Answers.

BSE Odisha Class 6 Odia Solutions Chapter 5 ଧୂଳି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ଧୂଳିକଣା ନିଜକୁ କ’ଣ ବୋଲି କହୁଛି ?
Answer:
ଏ ପୃଥ‌ିବୀରେ ଧୂଳିକଣା ନିଜକୁ ଖୁବ୍ ଛୋଟ ବୋଲି କହୁଛି ।

(ଖ) ଧୂଳିକୁ କେଉଁମାନଙ୍କ ପାଦ ପୀଡ଼ା ଦିଏ ?
Answer:
ଧୂଳିକୁ ସବୁ ଜୀବଜନ୍ତୁଙ୍କର ପାଦ ପୀଡ଼ା ଦିଏ ।

(ଗ) ଧୂଳି କିଭଳି ଭାବରେ ପୃଥ‌ିବୀ ଉପରେ ପଡ଼ିରହିଛି ?
Answer:
ଧୂଳି ନିର୍ବିକାର ଭାବରେ ପୃଥ‌ିବୀ ଉପରେ ପଡ଼ିରହିଛି ।

(ଘ) ବିଶ୍ଵଜୀବଙ୍କ ବିଷୟରେ ଧୂଳି କ’ଣ କହିଛି ?
Answer:
ଜଗତର ଦୁଃଖସୁଖ ସହିତ ଧୂଳିର କିଛି ସମ୍ପର୍କ ନାହିଁ । ହେଲେ ବିଶ୍ଵର ଜୀବଗଣ ତା’ରି ଦେହରେ ମିଶୁଛନ୍ତି, ଏକଥା ସେ ଜାଣିଛି ।

(ଙ) ସୃଷ୍ଟିର ଆରମ୍ଭ ଦିନରୁ ଧୂଳିକଣା କ’ଣ ଦେଖୁଛି ?
Answer:
ସୃଷ୍ଟିର ଆରମ୍ଭ ଦିନରୁ ଯେତେସବୁ ଅଭିଯାନ, ପରିବର୍ତ୍ତନ ଘଟିଛି ବା ଘଟୁଅଛି ସେସବୁକୁ ଧୂଳିକଣା ଦେଖୁଛି ।

BSE Odisha 6th Class Odia Solutions Chapter 5 ଧୂଳି

Question ୨।
ତଳେ ଦିଆଯାଉଥ‌ିବା ପ୍ରଶ୍ନର ଉତ୍ତର ଲେଖ ।
(କ) ଧୂଳିକଣା ନିଜକୁ ଅତି ସାନ ମଣିବାର କାରଣ କ’ଣ ?
Answer:
ଏ ବିରାଟ ବିଶ୍ଵରେ ଅନ୍ୟାନ୍ୟ ଜୀବ ତୁଳନାରେ ଧୂଳିକଣାର ଆକାର ଖୁବ୍ ଛୋଟ । ବିଶାଳ ଆକାଶ ତଳେ ଥିଲାବେଳେ ତା’ର ଆକୃତି ଖୁବ୍ ନଗଣ୍ୟ ପରି ମନେହୁଏ । ତେଣୁ ସେ ନିଜକୁ ଅତି ସାନ ବୋଲି ମଣିଛି ।

(ଖ) ନିର୍ବିକାର ଭାବରେ ଧୂଳିକଣା କ’ଣ ସହେ ?
Answer:
ପୃଥ‌ିବୀର ସକଳ ଜୀବଜନ୍ତୁ ଧରାପଥରେ ପଡ଼ିଥିବା ଧୂଳିକଣା ଉପରେ ଯାତାୟାତ କରିଥା’ନ୍ତି । ତେଣୁ ଧୂଳିକଣା ଜୀବଜନ୍ତୁଙ୍କ ପାଦ ଆଘାତଜନିତ କଷ୍ଟକୁ ନିର୍ବିକାର ଭାବରେ ସହିଥାଏ ।

(ଗ) କେଉଁ କଥା ଧୂଳିକଣା ଭଲଭାବେ ଜାଣେ ?
Answer:
ଜଗତର ଦୁଃଖ ସୁଖ ସହିତ ଧୂଳିକଣାର କୌଣସି ସମ୍ପର୍କ ନାହିଁ । ସେ କିନ୍ତୁ ଭଲ ଭାବେ ଜାଣେ ଯେ ବିଶ୍ୱର ସମସ୍ତ ଜୀବଜନ୍ତୁ ମୃତ୍ୟୁ ପରେ ତା’ ଦେହରେ ମିଶି ଏକାକାର ହେଉଛନ୍ତି ।

(ଘ) ଧୂଳିକଣା କାହିଁକି ନିଜର ମଥାକୁ ଦକ୍ଷ ବୋଲି କହିଛି ?
Answer:
ଧୂଳିକଣା କିଛି କହିପାରେ ନାହିଁ । ସେ ଖୁବ୍ ଦରିଦ୍ର । ତା’ର କେହି ସାହା ଭରସା ନାହାନ୍ତି । ହେଲେ ପୃଥ‌ିବୀର ସକଳ ପ୍ରାଣୀଙ୍କ ପଦାଘାତଜନିତ ଚାପକୁ ସେ ମଥାପାତି ନିର୍ବିକାରଭାବେ ସହିନିଏ । ତେଣୁ ସେ ତା’ର ମଥାକୁ ଦକ୍ଷ ବୋଲି କହିଛି ।

Question ୩।
ନିମ୍ନରେ କେତୋଟି ପଦର କିଛି ଅଂଶ ଦିଆଯାଇଛି ଓ କିଛି ଅଂଶ ବାଦ୍ ଦିଆଯାଇଛି; ସଂପୂର୍ଣ୍ଣ ପଦ ଲେଖ ।
(କ) ……………………
ପୀଡ଼ଇ ନିତି ମତେ,
ନିର୍ବିକାର ତଥାପି ମୁହଁ
ପଡ଼ିଛି ଧରାପଥେ ।
Answer:
ଜନ୍ତୁ-ଜୀବ ସବୁରି ପାଦ
ପୀଡ଼ଇ ନିତି ମତେ,
ନିର୍ବିକାର ତଥାପି ମୁହଁ
ପଡ଼ିଛି ଧରାପଥେ ।

(ଖ) ଏତିକି ଜାଣେ ବିଶ୍ଵ ଜୀବ
…………………………..
Answer:
ଏତିକି ଜାଣେ ବିଶ୍ଵ ଜୀବ
ମିଶଇ ମୋର ବୁକେ ।

(ଗ) ସୃଷ୍ଟି ଦିନୁ ଦେଖୁଛି ବସି
…………………………
…………………………
ବିଶ୍ଵ ଅତି ସାନ ।
Answer:
ସୃଷ୍ଟି ଦିନୁ ଦେଖୁଛି ବସି
ସକଳ ଅଭିଯାନ,
ଆକାଶ ତଳେ ଧୂଳିକଣା ମୁଁ
ବିଶ୍ଵ ଅତି ସାନ ।

Question ୪।
ସରଳ ଭାଷାରେ ବୁଝାଇ ଲେଖ ।
(କ) ‘ଜୀବନେ ମୋର ନାହିଁ ତ କେବେ କା’
ସାଥେ ଅଭିମାନ ।’
Answer:
ଜୀବନେ ମୋର ……………………. ଅଭିମାନ ।
ଶଂସିତ ପଦ୍ୟାଶଟି ନାରୀକବି ବିଦ୍ୟୁତ୍ଵପ୍ରଭା ଦେବୀଙ୍କ ରଚିତ ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ ଧୂଳିକଣାର କାହା ଉପରେ କିଛି ମାନ ଅଭିମାନ ନାହିଁ ବୋଲି କବି ବର୍ଣ୍ଣନା କରିଛନ୍ତି । ଆକାଶତଳେ ଧରାପୃଷ୍ଠରେ ଧୂଳିକଣା ରହିଛି । ଏହି ବିଶ୍ଵରେ ସମସ୍ତ ପଦାର୍ଥ ତୁଳନାରେ ତାହା ଖୁବ୍ ସାନ ଅଟେ । ସେ ଏତେ ଛୋଟ ଯେ, ଅନ୍ୟ ସହିତ ନିଜକୁ ତୁଳନା କରିବାକୁ ଅବସର ପାଏ ନାହିଁ । ସେ ଜୀବନରେ କେବେ କାହା ସହିତ ମାନ ଅଭିମାନ, କଳିତ କରାଳ କରେ ନାହିଁ । ବରଂ ସେ ଏହି ବିଶ୍ଵରେ ସବୁକିଛି କଷ୍ଟକୁ ସହିନେଉଛି । ବାସ୍ତବରେ ଏହି କବିତାରେ ଧୂଳିକଣା ଯେ କେଡ଼େ ମହାନ୍ତି, ତାହା ସହଜରେ ଜାଣିହେଉଛି ।

(ଖ) ‘‘ଜନ୍ତୁ ଜୀବ ସବୁରି
ପାଦପୀଡ଼ଇ ନିତି ମତେ ।’’
Answer:
ଜନ୍ତୁ ଜୀବ ……………………………. ନିତି ମତେ ।
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ ନାରୀକବି ବିଦ୍ଯୁପ୍ରଭା ଦେବୀ ଧୂଳିକଣାର ଜାବନଧାରା ସମ୍ପାର୍କରେ ଆଲୋକପାତ କରିଛନ୍ତି। ଧୂଳିକଣା ଏ ବିଶ୍ଵରେ ସବୁଠାରୁ ସାନ ଅଟେ । ତା’ର କାହା ଉପରେ ମାନ ଅଭିମାନ ନାହିଁ । ବରଂ ପ୍ରତିଦିନ ଏ ସୃଷ୍ଟିର ପ୍ରତ୍ୟେକ ଜୀବଜନ୍ତୁ ନିଜର ପାଦ ଆଘାତରେ ତାକୁ ଅହରହ ପୀଡ଼ା ଦେଇଥା’ନ୍ତି । ସେହିମାନଙ୍କର ପଦାଘାତଜନିତ ପୀଡ଼ାକୁ ସେ ନିର୍ବିକାର ଭାବରେ ସହି ନେଇଥାଏ । ଧରାପୃଷ୍ଠରେ ସେହିପରି ସବୁକୁ ସହିନେଇ ସେ ପଡ଼ି ରହିଥାଏ । ନିଜର ମୁହଁ ଖୋଲି କାହାରିକୁ କିଛି ଅଭିଯୋଗ ଶୁଣାଏ ନାହିଁ । ବରଂ ଜୀବଜନ୍ତୁମାନଙ୍କୁ ସେ ଆପଣାର ସହନଶୀଳତା ଗୁଣର ଆଦର୍ଶକୁ ଦେଖାଇ ଚାଲିଛି । ବାବସ୍ତବରେ ଧୂଳିକଣାର ଏହି ମହାନ୍ ଗୁଣ ଆମ ସମସ୍ତଙ୍କର ଧେୟ ହେବା ଉଚିତ ।

(ଗ) ‘ଜଗତେ ମୋର କି ଯାଏ ଆସେ
ଦୁଃଖେ ଅବା ସୁଖେ ।’’
Answer:
ଜଗତେ ………………………….. ଅବା ସୁଖେ ।
ଶଂସିତ ପଦ୍ୟାଶଟି ନାରୀକବି ବିଦ୍ୟୁତ୍ରପ୍ରଭା ଦେବୀଙ୍କ ରଚିତ ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ କବି ଧୂଳିକଣା ମୁହଁରେ ଏ ସୃଷ୍ଟିର ଚିରନ୍ତନ ସତ୍ୟକୁ ଉପସ୍ଥାପନ କରିଛନ୍ତି । ଧୂଳିକଣା ଖୁବ୍ ସାନ ହେଲେ ମଧ୍ୟ ନିର୍ବିକାର ଭାବରେ ସମସ୍ତଙ୍କର ପଦାଘାତଜନିତ କଷ୍ଟକୁ ସହିନିଏ । ଏ ଦୁନିଆରେ କାହାର ଦୁଃଖ-ସୁଖରେ ସେ ଆଦୌ ଭାଗୀଦାର ନଥାଏ । ବରଂ ନିର୍ବିକାର ଭାବରେ ଧରାପୃଷ୍ଠରେ ପଡ଼ିରହି ସେ ଏସବୁକୁ ଦେଖୁଥାଏ । ତେବେ ଏ ପୃଥ‌ିବୀର ଗୋଟିଏ ସତ୍ୟକୁ ସେ ମର୍ମେ ମର୍ମେ ଅନୁଭବ କରିଥାଏ । ସମଗ୍ର ବିଶ୍ଵର ଜୀବଜଗତ ନିଜକୁ ଯେତେ ବଡ଼ ବୋଲି ବିଚାର କଲେ ମଧ୍ୟ ଦିନେ ସେମାନଙ୍କର ମୃତ୍ୟୁ ହେବ । ମୃତ୍ୟୁ ହେଲାପରେ ସେମାନେ ତା’ ସହିତ ଧୂଳିହୋଇ ମିଶିଯିବେ । ତେଣୁ ଏହି ସତ୍ୟକୁ ଅନୁଭବ କରି ସେ ନିଜ ମନରେ ଦୁଃଖ ପୋଷଣ କରିନାହିଁ । ବାସ୍ତବରେ ଧୂଳିକଣା ଅନୁଭବ କରିଥିବା ଚିରନ୍ତନ ସତ୍ୟଟିର ମହତ୍ତ୍ଵ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ ।

(ଘ) ‘‘ସକଳ ଚାପ ନେବାରେ ସହି
ଦକ୍ଷ ଏ ମୋ ଶିର ।’’
Answer:
ସକଳ ଚାପ ………………………… ମୋ ଶିର ।
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ ନାରୀକବି ବିଦ୍ୟୁତପ୍ରଭା ଦେବୀ ଧୂଳି କିପରି ସମସ୍ତ ଦୁଃଖଜନିତ ଚାପକୁ ସହିନେବାରେ ଦକ୍ଷ, ତାହା ବର୍ଣ୍ଣନା କରିଛନ୍ତି । ଧୂଳିକଣା ଖୁବ୍ ସାନ । ତଥାପି ସେ ସମସ୍ତଙ୍କର ପାଦର ଚାପ ସହୁଛି । କାହାର ଦୁଃଖ ସୁଖରେ ସେ ଭାଗୀଦାର ନୁହେଁ । ତା’ର ମୁହଁରୁ କଥା ବାହାରୁ ନାହିଁ । ସେ ଖୁବ୍ ଦରିଦ୍ର । ତାହାର କେହି ସାହାଭରସା ନାହାନ୍ତି । ଏସବୁ ସତ୍ତ୍ୱେ ଧୂଳିକଣା ପୃଥ‌ିବୀବାସୀଙ୍କର ସମସ୍ତ ଚାପକୁ ନିଜର ମଥାରେ ସହି ନେଉଛି, ଆଉ ରାଜରାସ୍ତାରେ ସେହିପରି ମଥାକୁ ଉନ୍ନତ କରି ପଡ଼ିରହିଛି । ନିଜେ ନିଃସ୍ଵ ହେଲେ ମଧ୍ୟ ସମସ୍ତଙ୍କର ଦୁଃଖକଷ୍ଟକୁ ଯେ ସେ ସହିପାରେ, ଏହା ସେ ମୁକ୍ତକଣ୍ଠରେ ଜଣାଇ ଦେଉଛି । ବାସ୍ତବରେ ଧୂଳିକଣାର ଏହି ଆତ୍ମବାଣୀ ବେଶ୍ ହୃଦୟସ୍ପର୍ଶୀ ଅଟେ ।

(ଙ) ‘‘ଆକାଶ ତଳେ ଧୂଳିକଣା ମୁଁ
ବିଶ୍ଵ ଅତି ସାନ।’’
Answer:
ଆକାଶ ତଳେ ……………………………… ଅତି ସାନ।
ଶଂସିତ ପଦ୍ୟାଶଟି ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ ନାରୀକବି ବିଦ୍ୟୁତପ୍ରଭା ଦେବୀ ଧୂଳିକଣାର କ୍ଷୁଦ୍ରତ୍ୱ ସମ୍ପର୍କରେ ସୂଚାଇଛନ୍ତି । ଏ ସୃଷ୍ଟିର ସମସ୍ତ ପଦାର୍ଥ ମଧ୍ଯରେ ଧୂଳିକଣା ଖୁବ୍ ସାନ ଓ ନଗଣ୍ୟ । ସେ ନିର୍ବିକାର ଭାବରେ ଧରାପୃଷ୍ଠରେ ପଡ଼ିରହି ଜୀବଜନ୍ତୁଙ୍କର ପାଦର ପୀଡ଼ାକୁ ସହିଚାଲିଛି । କାହାର ଦୁଃଖ ସୁଖରେ ସେ ଭାଗୀଦାର ନୁହେଁ । ବରଂ ଯେତେ ନିଃସ୍ଵ ହେଲେ ମଧ୍ୟ ସେ ସମସ୍ତ ଚାପକୁ ନିର୍ବିବାଦରେ ଆପଣାର ମଥାପାତି ସହିନେଉଛି । ସୃଷ୍ଟିର ଆରମ୍ଭରୁ ସେ ରହିଛି । ଯେତେସବୁ ପରିବତ୍ତର୍ନ ଏ ସୃଷ୍ଟିରେ ହେଉଛି, ତାହାକୁ ସେ ବସି ଦେଖୁଛି । ତଥାପି ନିଜେ ଖୁବ୍ ଛୋଟ ହେଲେ ମଧ୍ୟ ଏ ସୃଷ୍ଟିର ସର୍ବବିଧ ଲୀଳା ରହସ୍ୟକୁ ଦେଖିବାରେ ସେ ମୂକସାକ୍ଷୀ ପାଲଟିଛି ବାସ୍ତବରେ ଧୂଳିକଣାର ଭୂମିକା ଏ ସୃଷ୍ଟିରେ ଖୁବ୍ ଗୁରୁତ୍ଵପୂର୍ଣ ।

BSE Odisha 6th Class Odia Solutions Chapter 5 ଧୂଳି

Question ୫।
ସମାନ ଅର୍ଥ ବୁଝାଉଥବା ଆଉ ଗୋଟିଏ ଲେଖାଏଁ ଶବ୍ଦ ଲେଖ ।
(କ) ଜୀବନ
(ଖ) ଧରା
(ଗ) ଜନ୍ତୁ
(ଘ) ନିଃସ୍ବ
(ଙ) ଦକ୍ଷ
Answer:
(କ) ଜୀବନ – ପ୍ରାଣ
(ଖ) ଧରା – ବସୁଧା
(ଗ) ଜନ୍ତୁ – ପ୍ରାଣୀ
(ଘ) ନିଃସ୍ବ – ଦରିଦ୍ର
(ଙ) ଦକ୍ଷ – ସମର୍ଥ

Question ୬।
ଗଦ୍ଯ ଆକାରରେ ଲେଖ ।
(କ) ନିର୍ବିକାରେ ତଥାପି ମୁହିଁ ପଡ଼ିଛି ଧରାପଥେ ।
Answer:
ମୁଁ ତଥାପି ନିର୍ବିକାର ଭାବରେ ଧରାପଥରେ ପଡ଼ି ରହିଛି ।

(ଖ) ଜଗତେ ମୋର କି ଯାଏ ଆସେ ଦୁଃଖେ ଅବା ସୁଖେ ।
Answer:
ଜଗତର ଦୁଃଖ ସୁଖରେ ମୋର ବା କ’ଣ ଯାଏ ଆସେ ଅଛି ।

(ଗ) ବାକ୍ୟହୀନ ନିଃସ୍ବ ମୁହିଁ ଭରସାହୀନ ଚିର ।
Answer:
ମୁଁ ବାକ୍ୟହୀନ, ନିଃସ୍ଵ ଓ ସର୍ବଦା ଭରସାହୀନ ଅଟେ ।

(ଘ) ସକଳ ଚାପ ନେବାରେ ସହି ଦକ୍ଷ ଏ ମୋ ଶିର ।
Answer:
ମୋର ଏହି ମଥା ସବୁପ୍ରକାରର ଚାପକୁ ସହିନେବାକୁ ସମର୍ଥ ଅଟେ ।

BSE Odisha 6th Class Odia Solutions Chapter 5 ଧୂଳି

୭। ‘କ’ ସ୍ତମ୍ଭରେ ଥ‌ିବା ଶବ୍ଦର ଅର୍ଥ ‘ଖ’ ସ୍ତମ୍ଭରୁ ବାହାର କରି ଖାତାରେ ଲେଖ ଓ ‘କ’ ସ୍ତମ୍ଭର ପ୍ରତ୍ୟେକ ଶବ୍ଦକୁ ନେଇ ବାକ୍ୟ ଗଠନ କର ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଚିର ଯାହାର କିଛି ନାହିଁ
ଶିର ଦୁନିଆଁ
ଜଗତ ସର୍ବଦା
ନିଃସ୍ବ ମୁଣ୍ଡ
ଆକାଶ

Answer:
ଚିର – ସର୍ବଦା
ଶିର – ମୁଣ୍ଡ
ଜଗତ – ଦୁନିଆଁ
ନିଃସ୍ବ – ଯାହାର କିଛି ନାହିଁ

ଚିର – ମାର୍କୋନୀ ରେଡ଼ିଓ ଉଦ୍ଭାବନ କରି ଚିରକାଳ ପାଇଁ ଯଶ ରଖିଗଲେ ।
ଶିର- ରାଜାଙ୍କ ଶିରରେ ମୁକୁଟ ଶୋଭାପାଏ ।
ଜଗତ – ଜଗତରେ ବହୁ ପ୍ରାଣୀ ରହିଛନ୍ତି ।
ନିଃସ୍ଵ – ହରିବାବୁ ନିଃସ୍ୱ ହୋଇ କାଳ କାଟୁଛନ୍ତି ।

ତୁମ ପାଇଁ କାମ:

୧। ନାରୀକବି ବିଦ୍ୟୁତ୍‌ପ୍ରଭାଙ୍କର ଅନ୍ୟ କବିତା ବହି ସଂଗ୍ରହ କରି ପଢ଼ ।

ପରାକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଧୂଳିକଣା କେଉଁ ଚିରନ୍ତନ ସତ୍ୟକୁ ପ୍ରକାଶ କରିଛି ?
Answer:
ଏ ସୃଷ୍ଟିରେ ସମସ୍ତେ ତା’ଠାରୁ ବଡ଼ । ସେ ଖୁବ୍ ସାନ ଓ ନଗଣ୍ୟ । ମାତ୍ର ଜଗତର ସମସ୍ତ ବିରାଟ ଜୀବଜନ୍ତୁ ଶେଷରେ ତା’ରି ଦେହରେ ଧୂଳିହୋଇ ମିଶିଯିବେ । ଏହି ଚିରନ୍ତନ ସତ୍ୟକୁ ଧୂଳିକଣା ପ୍ରକାଶ କରିଛି ।

(ଖ) କବି ଧୂଳିକଣା ମାଧ୍ୟମରେ ଜଗତବାସୀଙ୍କୁ କେଉଁ ବାର୍ତ୍ତା ପ୍ରଦାନ କରିଛନ୍ତି ?
Answer:
ଧୂଳିକଣା ଯେପରି କାହାର ସୁଖ-ଦୁଃଖରେ ଭାଗୀଦାର ନୁହେଁ, ସେହିପରି ଆମ୍ଭେମାନେ ଅନ୍ୟର କଥାରେ ମୁଣ୍ଡ ପୂରାଇବା ଅନୁଚିତ । ନିର୍ବିକାର ଭାବରେ ସମସ୍ତ ଦୁଃଖ ସହି ଧୂଳିକଣା ଆପଣାର ମଥାକୁ ଉନ୍ନତ ରଖୁ ଉଚିତ ।

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ନିର୍ବିକାର ଭାବରେ ଧୂଳିକଣା କ’ଣ ସହେ ?
Answer:
ପୃଥ‌ିବୀର ସକଳ ଜୀବଜନ୍ତୁ ଧରାପଥରେ ପଡ଼ିଥିବା ଧୂଳିକଣା ଉପରେ ଯାତାୟାତ କରିଥା’ନ୍ତି । ତେଣୁ ଧୂଳିକଣା ଜୀବଜନ୍ତୁଙ୍କ ପାଦ ଆଘାତଜନିତ କଷ୍ଟକୁ ନିର୍ବିକାର ଭାବରେ ସହିଥାଏ ।

(ଖ) ଧୂଳିକଣା କେଉଁ କଥା ଭଲଭାବେ ଜାଣେ ?
Answer:
ଜଗତର ଦୁଃଖ ସୁଖ ସହିତ ଧୂଳିକଣାର କୌଣସି ସମ୍ପର୍କ ନାହିଁ । ସେ କିନ୍ତୁ ଭଲ ଭାବେ ଜାଣେ ଯେ ବିଶ୍ଵର ସମସ୍ତ ଜୀବଜନ୍ତୁ ମୃତ୍ୟୁ ପରେ ତା’ ଦେହରେ ମିଶି ଏକାକାର ହେଉଛନ୍ତି ।

(ଗ) ଧୂଳିକଣା କାହିଁକି ନିଜକୁ ନିଃସ୍ଵ ଓ ଭରସାହୀନ ବୋଲି କହିଛି ?
Answer:
ସୃଷ୍ଟିରେ ସବୁଠାରୁ କ୍ଷୁଦ୍ର ଧୂଳିକଣା ସମ୍ବଳହୀନ ଓ ନିଃସହାୟ । ତେଣୁ ଧୂଳିକଣା ନିଜକୁ ନିଃସ୍ଵ ଓ ଭରସାହୀନ ବୋଲି କହିଛି।

(ଘ) ଧୂଳିକଣା କାହିଁକି ନିଜର ମଥାକୁ ଦକ୍ଷ ବୋଲି କହିଛି ?
Answer:
ଧୂଳିକଣା ଖୁବ୍ ସାନ ହେଲେହେଁ ପୃଥ‌ିବୀର ସକଳ ପ୍ରାଣୀଙ୍କର ପଦାଘାତଜନିତ ଚାପକୁ ମଥାପାତି ସହିନିଏ । ତେଣୁ ସେ ନିଜର ମଥାକୁ ଦକ୍ଷ ବୋଲି କହିଛି ।

Question ୩।
ସରଳଭାଷାରେ ବୁଝାଇ ଲେଖ । ଏତିକି ଜାଣେ ବିଶ୍ୱଜୀବ ମିଶଇ ମୋର ବୁକେ ।’’
Answer:
‘‘ଏତିକି …………………………………. ବୁକେ ।’’
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଧୂଳି’ କବିତାରୁ ସଂଗୃହୀତ । ଏଠାରେ ନାରୀକବି ବିଦ୍ୟୁତପ୍ରଭା ଦେବୀ ମୃତ୍ୟୁପରେ ସକଳଜୀବ କିପରି ଧୂଳିକଣାରେ ମିଶିଯାଆନ୍ତି, ସେ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଧୂଳିକଣା ଆକାରରେ ଅତିକ୍ଷୁଦ୍ର । ତା’ର ମନରେ ଗର୍ବ ଅହଙ୍କାର ବୋଲି କିଛି ନାହିଁ । ପ୍ରତିଦିନ ସେ ଏ ଜଗତର ପ୍ରତିଟି ଜୀବର ପଦାଘାତକୁ ନିର୍ବିକାରରେ ସହିନେଉଛି । ଏ ଦୁନିଆରେ କିଏ କେତେ ସୁଖ ଭୋଗ କଲା ବା କିଏ କେତେ ପରିମାଣରେ ଦୁଃଖ ପାଇଲା, ସେସବୁ କଥାରେ ଧୂଳିକଣା ମୁଣ୍ଡ ଖେଳେଇବାକୁ ଚାହିଁନଥାଏ । ତା’ର ସେସବୁରୁ କିଛି ମିଳିନଥାଏ । ବରଂ ସେ ଗୋଟିଏ ଚିରନ୍ତନ ସତ୍ୟକୁ ମର୍ମେ ମର୍ମେ ଅନୁଭବ କରିଛି ଯେ ବିଶ୍ବର ପ୍ରତ୍ୟେକ ଜୀବ ନିଜର ଲୀଳା ଖେଳା ଶେଷ କରି ପରିଶେଷରେ ତାହାରି ବୁକୁରେ ଏକାକାର ହୋଇଯିବେ ଅର୍ଥାତ୍ ଏତେ ଅହଙ୍କାର କରୁଥିବା ବଡ଼ ବଡ଼ ପ୍ରାଣୀ ଶେଷରେ ତା’ସହିତ ଧୂଳିକଣା ହୋଇ ଏକାକାର ହୋଇଯିବେ । ଏହି ଚିରନ୍ତନ ସତ୍ୟକୁ ଧୂଳିକଣା ଭଲ ଭାବରେ ଅନୁଭବ କରି ସାରିଛି । ବାସ୍ତବରେ କବିଙ୍କର ଏହି ଉକ୍ତି ବେଶ୍ ଚିନ୍ତାମୂଳକ ।

BSE Odisha 6th Class Odia Solutions Chapter 5 ଧୂଳି

Question ୪।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।
(କ) କେଉଁ କଥା କିମ୍ବା, ବିଶ୍ୱଜୀବଙ୍କ ବିଷୟରେ ଧୂଳିକଣା କ’ଣ କହିଛି ?
ବିରାଟ ପୃଥ‌ିବୀରେ ଧୂଳିକଣା ନଗଣ୍ୟ ହେଲେ ବି ଅଭିମାନ ଭାବ ପ୍ରକାଶ କରିନାହିଁ । ସେ ମହତ୍‌କାର୍ଯ୍ୟ ସାଧନ କରି ଚାଲିଛି । ସକଳ ଜୀବଜନ୍ତୁଙ୍କ ପଦାଘାତ ତାକୁ ନିତି ଅଶେଷ ପୀଡ଼ା ଦେଉଛି । ତା’ର କଷ୍ଟ ଓ ସହିବାର ଶେଷ ନାହିଁ । ସେ ନିର୍ବିକାର ଭାବେ ସବୁ ସହି ନେଉଛି । ତା’ ମଧ୍ୟରେ ତା’ର ବିରାଟପଣ ଓ ଉଦାରତା ଲୁକ୍‌କାୟିତ ହୋଇ ରହିଛି। ଜଗତର ଦୁଃଖ ସୁଖ ସହ ତା’ର ମଧ୍ୟ କୌଣସି ସମ୍ପର୍କ ନାହିଁ । ସେ କାହା ଦୁଃଖରେ ଦୁଃଖୀ ବା କାହା ସୁଖରେ ସୁଖୀ ହୁଏ ନାହିଁ । ସେ କିନ୍ତୁ ଜଗତର ଚିରନ୍ତନ ସତ୍ୟକୁ ଭଲ ଭାବେ ଜାଣିଛି । ସଁମସ୍ତ ଜୀବ ଦିନେ ନା ଦିନେ ମୃତ୍ୟୁବରଣ କରିବେ ଓ ଧରାପୃଷ୍ଠରେ ଧୂଳିକଣା ବକ୍ଷରେ ମିଶିଯିବେ । ଧୂଳିକଣା ସେମାନଙ୍କୁ ସାଦରେ କୋଳେଇ ନେବ ।

(ଖ) ଧୂଳିକଣା କ’ଣ ଦେଖୁଛି ବୋଲି କହିଛି ?
Answer:
ନାରୀ କବି ବିଦ୍ୟୁତ୍‌ପ୍ରଭା ଦେବୀଙ୍କ ‘ଧୂଳି’ କବିତାଟି ଧୂଳିକଣାର ମହତ୍ତ୍ବ ବର୍ଣ୍ଣନାରେ ମୁଖରିତ । ଅନନ୍ତ ଆକାଶ ତଳେ ଅବସ୍ଥିତ ଧୂଳିକଣା ସାନ ହେଲେ ହେଁ ଅଭିମାନ ହୀନ । ପୃଥ‌ିବୀର ସକଳ ଜୀବଙ୍କର ପାଦପାତକୁ ନିର୍ବିକାର ଭାବେ ସହ୍ୟ କରି ସେ ଧରାପଥରେ ପଡ଼ିରହିଛି । ସେ ନିର୍ବାକ୍, ନିଃସ୍ବ, ନିଃସହାୟ ଓ ଭରସାହୀନ । ଜଗତର ଦୁଃଖ ସୁଖ ତାକୁ ସ୍ପର୍ଶ କରିପାରିନି । ସେ ଏ ସୃଷ୍ଟିର ଲୀଳାଖେଳା ଦେଖୁଛି । ବିଶ୍ଵର ସକଳ ଅଭିଯାନ ତା’ ଆଖି ଆଗରେ ଘଟୁଛି । ତେଣୁ ସେ ସୃଷ୍ଟିର ସକଳ ସତ୍ୟକୁ ଜାଣିପାରିଛି । ବିଶ୍ଵଜୀବଙ୍କର ଶେଷଗତି କେଉଁଠିକି ତାହା ତାକୁ ଭଲଭାବେ ଜାଣା । ସୃଷ୍ଟିର ଆରମ୍ଭ କାଳରୁ ସେ ଏସବୁ ଲୀଳାଖେଳା ଦେଖୁଛି ବୋଲି ସେ କହିଛି ।

(ଗ) ‘ଧୂଳି’ କବିତା ଆମକୁ କ’ଣ ଶିକ୍ଷା ଦେଉଛି ?
Answer:
ନାରୀ କବି ବିଦ୍ୟୁତପ୍ରଭା ଦେବୀଙ୍କ ରଚିତ ‘ଧୂଳି’ କବିତାଟି ଏକ ଶିକ୍ଷଣୀୟ କବିତା । କ୍ଷୁଦ୍ରଠାରେ କିପରି ମହାନତା ପ୍ରକାଶ ପାଏ ତାହା ଏହି କବିତାରେ ବର୍ଣ୍ଣିତ ହୋଇଛି । ଧୂଳିକଣା ପୃଥ‌ିବୀରେ ସବୁଠାରୁ କ୍ଷୁଦ୍ର ବସ୍ତୁ; ମାତ୍ର ସକଳ ଜୀବଜନ୍ତୁଙ୍କୁ ସେ ତା’ ବକ୍ଷରେ ଧାରଣ କରିଛି । ସେମାନଙ୍କ ପାଦର ଅସହ୍ୟ ଆଘାତକୁ ହସି ହସି ସହିଯାଉଛି । ଶେଷରେ ବିଶ୍ଵର ସମସ୍ତ ଜୀବ ମୃତ୍ୟୁପରେ ମଧ୍ୟ ତା’ ଦେହରେ ମିଶିଯାଉଛନ୍ତି । କୌଣସି ଘାତପ୍ରତିଘାତ ବା ଦୁଃଖ ତାକୁ ତା’ ଲକ୍ଷ୍ୟପଥରୁ ବିଚ୍ୟୁତ କରିପାରି ନାହିଁ । ତେଣୁ ଧୂଳିକଣା ଜୀବନରୁ ଆମେ ଶିକ୍ଷା ପାଉଛୁ ଯେ କ୍ଷୁଦ୍ର ହେୟ ନୁହେଁ । ଆମେ ସବୁ ଦୁଃଖ ଯାତନାକୁ ହସି ହସି ସହିଯିବା ଓ ପରୋପକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବା ।

(ଘ) ଧୂଳିକଣା ନିଜକୁ ଅତି ସାନ ମଣିବାର କାରଣ କ’ଣ ?
Answer:
ଏ ବିରାଟ ପୃଥ‌ିବୀରେ ଅନେକ ବିଶାଳକାୟ ଜୀବଜନ୍ତୁ ଅଛନ୍ତି । ସେମାନଙ୍କ ବିରାଟ ଆକାର ତୁଳନାରେ ଧୂଳିକଣାର ଆକାର ଖୁବ୍ ସାନ । କଣିକା ତୁଲ୍ୟ ଧୂଳିକଣା ପୃଥ‌ିବୀରେ ସବୁଠାରୁ କ୍ଷୁଦ୍ର ବସ୍ତୁ । ମାତ୍ର ସେଥ୍ପାଇଁ ଧୂଳିକଣା ମନରେ ଅବଶୋଷ କିମ୍ବା ଅଭିମାନ ନାହିଁ । କ୍ଷୁଦ୍ର ହେଲେ ବି ସେ ମହନୀୟ କାର୍ଯ୍ୟ କରି ମହୀୟାନ ହୋଇପାରିଛି । ପୃଥ‌ିବୀର ସବୁ ଜୀବଜନ୍ତୁଙ୍କୁ ସେ ନିଜ ବକ୍ଷରେ ସ୍ଥାନ ଦେଇଛି । ସମସ୍ତେ ତା’ ଉପରେ ପାଦ ପକାଇ ଆତଯାତ ହେଉଛନ୍ତି । ଏସବୁ ସତ୍ତ୍ଵେ ନିଜ ଉଦାର ଭାବନାରେ ଧୂଳିକଣା ନିଜକୁ ଖୁବ୍ ସାନ ମନେକରିଛି ।

(ଙ) ନିଜର ମଥାକୁ ଧୂଳିକଣା କାହିଁକି ଦକ୍ଷ ବୋଲି ଭାବିଛି ?
Answer:
ନାରୀକବି ବିଦ୍ୟୁତପ୍ରଭା ଦେବୀଙ୍କ ‘ଧୂଳି’ କବିତାଟି ଏକ ଉଦାର ଭାବନା ସମ୍ବଳିତ କବିତା । ଏ ବିଶାଳ ବିଶ୍ଵରେ ଧୂଳିକଣା ଖୁବ୍ ସାନ ଓ ନଗଣ୍ୟ । ତାକୁ କେହି ଗୁରୁତ୍ଵ ପ୍ରଦାନ କରନ୍ତି ନାହିଁ । ତଥାପି ସେ ନିଜ ଗୁଣରେ ଗରୀୟାନ । ନାରୀକବିଙ୍କ ବର୍ଣ୍ଣନାରେ ଧୂଳିକଣା ନିର୍ବାକ୍ । ସେ କିଛି କହିପାରେ ନାହିଁ । ସେ ନିଃସ୍ବ, ତା’ର କେହି ସାହା ଭରସା ନାହାନ୍ତି । ତଥାପି ସେ ଅନ୍ୟ ବିରାଟ ଓ କ୍ଷୁଦ୍ର ଜୀବମାନଙ୍କୁ ନିଜ ବକ୍ଷରେ ସ୍ଥାନ ଦେଇ ଭରସା ଦେଇଛି । ସେମାନଙ୍କ ପାଇଁ ସମ୍ବଳ ପାଲଟିଛି । ପୃଥ‌ିବୀର ସକଳ ଜୀବଙ୍କ ପଦାଘାତଜନିତ କଷ୍ଟକୁ ସେ ନିର୍ବିକାର ଚିତ୍ତରେ ସହି ନେଉଛି । କେବେ କୌଣସି ପ୍ରତିବାଦ କରିନି । ତେଣୁ ଧୂଳିକଣା ନିଜ ମଥାକୁ ଦକ୍ଷ ବୋଲି କହିଛି ।

(ଚ) ନିର୍ବିକାର ଭାବରେ ଧୂଳିକଣା କ’ଣ ସହେ ?
Answer:
ନାରୀକବି ବିଦ୍ୟୁତ୍ ପ୍ରଭାଦେବୀଙ୍କ ‘ଧୂଳି’ କବିତାରେ ଧୂଳିକଣାର ସହନଶୀଳ ଉଦାରଭାବ ପ୍ରକାଶ ଲାଭକରିଛି । ନୀଳାକାଶ ତଳେ ସ୍ଥିତ ପୃଥ‌ିବୀରେ ଧୂଳିକଣା ସବୁଠାରୁ କ୍ଷୁଦ୍ର । ହେଲେ ସେଥ‌ିପାଇଁ ତା’ର କାହା ଉପରେ ଅଭିମାନ ନାହିଁ । ସମସ୍ତେ ତାକୁ ହେୟ ମନେକରନ୍ତି; ମାତ୍ର ତା’ମନରେ କାହାପ୍ରତି ଅଭିମାନ ନାହିଁ । ସାନ ବୋଲି ଅବଶୋଷ କି ଅବସାଦ ତା’ମନକୁ ଛୁଇଁନାହିଁ । କୋଟି କୋଟି ଜୀବଜନ୍ତୁଙ୍କ ପଦାଘାତ ତାକୁ ନିତି ଅଶେଷ ପୀଡ଼ା ଦେଉଛି । ତଥାପି ସେ ପ୍ରତିବାଦ କରିନି । ନିର୍ବିକାର ଚିତ୍ତରେ ସେ ସେହି ପଦାଘାତଜନିତ କଷ୍ଟ ସହ୍ୟ କରୁଛି ଓ ଧରାପଥରେ ପଡ଼ିରହିଛି ।

(ଛ) ‘ଧୂଳି’ କବିତାର ବୈଶିଷ୍ଟ୍ୟ କ’ଣ ?
Answer:
ଧୂଳିକଣାଟିଏ ବିଶ୍ଵରେ ନିହାତି ସାନ ହେଲେ ମଧ୍ୟ ତା’ ପ୍ରାଣରେ ଅଭିମାନ ନାହିଁ । ସମସ୍ତ ଜୀବଜନ୍ତୁଙ୍କର ପୀଡ଼ା ସହ୍ୟକରି ସେ ନିର୍ବିକାର ରହେ । ସେ ଏତିକି ଜାଣେ ଯେ ସବା ଶେଷରେ ସମଗ୍ର ବିଶ୍ବର ଜୀବଜଗତ ତା’ ସହିତ ମିଶିଯିବେ । ସୃଷ୍ଟି ଆରମ୍ଭରୁ ଏଭଳି ସମସ୍ତ ଘଟଣାକୁ ସେ ଦେଖୁ ଆସିଛି । ଏକ ବାସ୍ତବ ସତ୍ୟ ହିଁ କବିତାର ବୈଶିଷ୍ଟ୍ୟ ।

କବି ପରିଚୟ;

ବିଦ୍ୟୁତ୍‌ପ୍ରଭା ଦେବୀ (୧୯୨୬-୧୯୭୭) ଆଧୁନିକ ଯୁଗର ଜଣେ ବିଶିଷ୍ଟ ନାରୀକବି । ସେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ନାଟରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଜଣେ ଗୃହିଣୀ ହେଲେ ମଧ୍ୟ ସେ ଯେଉଁ କାବ୍ୟକବିତା ରଚନା କରି ଓଡ଼ିଆ ବାଣୀ ଭଣ୍ଡାରକୁ ପରିପୁଷ୍ଟ କରିଛନ୍ତି, ତାହା ଅନ୍ୟତ୍ର ବିରଳ । ତାଙ୍କ ରଚିତ ‘ଉତ୍କଳ ସାରସ୍ଵତ ପ୍ରତିଭା’, ‘ସ୍ଵପ୍ନଦୀପ’, ‘ମରୀଚିକା’, ‘ଝରା ଶିଉଳି’, ‘ଯାହାକୁ ଯିଏ’, ‘ବନ୍ଦନିକା’ ପ୍ରଭୃତି କବିତାଗ୍ରନ୍ଥ ଓଡ଼ିଆ କାବ୍ୟ ସାହିତ୍ୟର ଏକ ଏକ ଅମୂଲ୍ୟ ସମ୍ପଦା

କବିତାର ଆଦର୍ଶ :

ପଠିତ ‘ଧୂଳି’ କବିତାଟି କବିଙ୍କ ରଚିତ ‘ମରୀଚିକା’ କବିତା ସଂକଳନରୁ ସଂଗୃହୀତ । ଧୂଳି ଅତି ନଗଣ୍ୟ ପଦାର୍ଥ ହେଲେ ମଧ୍ୟ ସୃଷ୍ଟିର ଆରମ୍ଭରୁ ତାହା ରହିଛି । ସୃଷ୍ଟିର ସମସ୍ତ ପରିବର୍ତ୍ତନକୁ ସେ ନିଜ ଆଖିରେ ଦେଖୁଛି । ଏ ସୃଷ୍ଟିର ଜୀବଜଗତ ଶେଷରେ ତା’ରି ଦେହରେ ମିଶିଥାଏ । ତଥାପି ମନରେ ଅହଙ୍କାର ନରଖୁ ସେ ସବୁ ଦୁଃଖକୁ ସହିନେଉଛି ।

ସାରକଥା:

ଆକାଶ ତଳେ ଥିବା ଧୂଳିକଣା ବିଶ୍ଵରେ ସବୁଠାରୁ କ୍ଷୁଦ୍ର ଅଟେ । ଜୀବନରେ ତା’ର କାହା ସହିତ କିଛି ମାନ ଅଭିମାନ ନାହିଁ । ପ୍ରତିଦିନ କେତେ ଜୀବଜନ୍ତୁ ସେମାନଙ୍କର ପାଦରେ ଦଳି ଚକଟି ତାକୁ କଷ୍ଟ ଦେଉଛନ୍ତି । ହେଲେ ମନରେ ଟିକେ ଦୁଃଖ ନକରି ସେ ବିକାରଶୂନ୍ୟ ହୋଇ ସେହିପରି ଏହି ଧରାପଥରେ ପଡ଼ି ରହିଛି । ଏ ପୃଥ‌ିବୀରେ ଘଟୁଥ‌ିବା ଦୁଃଖସୁଖ ସହିତ ତା’ର କୌଣସି ସମ୍ପର୍କ ନାହିଁ । ତେବେ ସେ ଖାଲି ଜାଣିଛି ଏ ବିଶ୍ବର ଜୀବଗଣ ତା’ରି ଦେହରେ ଶେଷରେ ବିଲୀନ ହେବେ । ତା’ର ମୁହଁରୁ କଥା ବାହାରୁ ନାହିଁ । ସେ ଅତି ଦରିଦ୍ର । ତା’ର କେହି ସାହା ଭରସା ନାହାନ୍ତି । ତଥାପି ସବୁପ୍ରକାରର ଚାପ ସହିନେବାରେ ତା’ର ମଥା ବେଶ୍ ଦକ୍ଷ ଅଟେ । ସୃଷ୍ଟିର ଆରମ୍ଭକାଳରୁ ଧୂଳି ସବୁକିଛି ଅଭିଯାନ ବସି ଦେଖୁଅଛି । ଆକାଶ ତଳେ ଥିବା ଧୂଳିକଣା ଏ ପୃଥ‌ିବୀରେ ଖୁବ୍ ସାନ ହେଲେ ମଧ୍ୟ ତା’ର ଆଦର୍ଶ ଅତ୍ୟନ୍ତ ମହାନ୍ତି ।

କଠିନ ଶବ୍ଦାର୍ଥ:

  • ଅଭିମାନ – ଅହଙ୍କାର ।
  • ଜନ୍ତୁ-ଜୀବ – ଜୀବଜନ୍ତୁ ।
  • ପୀଢ଼ଇ- କଷ୍ଟଦିଏ ।
  • ସବୁରି – ସମସ୍ତଙ୍କର ।
  • ନିତି – ସବୁଦିନେ ।
  • ନିର୍ବିକାରେ – ବିକାରଶୂନ୍ୟଭାବେ ।
  • ଧରାପଥେ – ପୃଥ‌ିବୀର ରାସ୍ତାରେ ।
  • ବୁକୁ – ଛାତିରେ ।
  • ନିଃସ୍ବ – ଦରିଦ୍ର ।
  • ଭରସାହୀନ – ସାହାଭରସାଶୂନ୍ୟ ।
  • ଚିର – ସର୍ବଦା ।
  • ଦକ୍ଷ – ଯୋଗ୍ୟ ।
  • ଶିର – ମଥା ।

BSE Odisha 6th Class Odia Solutions Chapter 3 ଜନ୍ମଭୂମି

Odisha State Board BSE Odisha 6th Class Odia Solutions Chapter 3 ଜନ୍ମଭୂମି Textbook Exercise Questions and Answers.

BSE Odisha Class 6 Odia Solutions Chapter 3 ଜନ୍ମଭୂମି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ଆମେ ଯେଉଁ ଦେଶରେ ଜନ୍ମଲାଭ କରିଛୁ ତାହାକୁ କ’ଣ ବୋଲି କହିବା ?
Answer:
ଆମେ ଯେଉଁ ଦେଶରେ ଜନ୍ମଲାଭ କରିଛୁ, ତାହାକୁ ଜନ୍ମଭୂମି ବୋଲି କହିବା ।

(ଖ) ଜୀବନ ଧାରଣ କରିବା ପାଇଁ ଜନ୍ମଭୂମି ଆମକୁ କ’ଣ ଦିଏ ?
Answer:
ଜୀବନ ଧାରଣ କରିବା ପାଇଁ ଜନ୍ମଭୂମି ଆମକୁ ଫଳ ଓ ଶସ୍ୟ ପ୍ରଦାନ କରେ । ତାହାର ବାୟୁ ଆମ ନିଃଶ୍ବାସ ପ୍ରଶ୍ଵାସରେ ପ୍ରବାହିତ ହୁଏ, ତାହାର ସ୍ନିଗ୍ଧ ସ୍ଵଚ୍ଛ ଜଳରେ ଆମର ଶୋଷ ଦୂର ହୁଏ ।

(ଗ) ଜନ୍ମଭୂମି କାହା ସହିତ ତୁଳନୀୟ ?
Answer:
ଜନ୍ମଭୂମି ମାଆ ସହିତ ତୁଳନୀୟ ।

(ଘ) ପରିବାରରେ ଫୁଟିଲା ଫୁଲମାନେ କିଏ ?
Answer:
ଫୁଟିଲା ଫୁଲ ଉଦ୍ୟାନର ଶୋଭା ବଢ଼ାଇଥାଏ । ସେହିପରି ସ୍ନେହର ପିତୁଳା ଭାଇଭଉଣୀମାନେ ଫୁଟିଲା ଫୁଲ ପରି ପରିବାରକୁ ସୁଖମୟ ଓ ସୁନ୍ଦର କରିଥା’ନ୍ତି ।

(ଙ) ମଣି ଓ ମୁକୁତା କେଉଁଠି ସାଇତା ହୋଇ ରହିଛି ?
Answer:
ଆମ ଦେଶରେ ଅନେକ ଖଣିଜ ସମ୍ପଦ ଭରପୂର ହୋଇ ରହିଛି । ଆମ ଦେଶର ଖଣିମାନଙ୍କରେ ମଣି ଓ ସାଗର ଗର୍ଭରେ ମୁକ୍ତା ସାଇତା ହୋଇ ରହିଛି ।

(ଚ) ଜନ୍ମଭୂମି ସ୍ମୃତି ଆମର କି କର୍ତ୍ତବ୍ୟ ରହିଛି ?
Answer:
ଜନ୍ମଭୂମି ଆମର ଜନନୀ ପରି । ଜନ୍ମଭୂମିର ଗୌରବ ରକ୍ଷା ତଥା ଦେଶବାସୀଙ୍କ ସେବା କରିବା ଆମ ଜାବନର ପରମ କର୍ତ୍ତବ୍ୟ ହେବା ଉଚିତା

(ଛ) କେଉଁମାନଙ୍କ ନାମ ଲୋକମୁଖରେ କାଳେ କାଳେ ରହେ ?
Answer:
ଯେଉଁ ମହାପୁରୁଷମାନେ ନିଜ ଦେଶର ମଙ୍ଗଳପାଇଁ ଆପଣାର ଶରୀରକୁ ଦାନ କରିଛନ୍ତି, ନିଜର ସୁଖଶାନ୍ତି, ଘର, ପରିବାରକୁ ଭୁଲି ଭିକ୍ଷାଥାଳ ଧରି ଘର ଘର ବୁଲିଛନ୍ତି, ଏପରିକି ଲୋକଙ୍କର ମଙ୍ଗଳ ପାଇଁ ବହୁ କଷ୍ଟ ସହିଛନ୍ତି; ସେହିମାନଙ୍କ ନାମ ଲୋକମୁଖରେ କାଳେ କାଳେ ରହେ ।

BSE Odisha 6th Class Odia Solutions Chapter 3 ଜନ୍ମଭୂମି

Question ୨।
ତିନୋଟି ଏକ ଜାତୀୟ ଶବ୍ଦ ସହିତ ଯେଉଁ ଭିନ୍ନ ଜାତୀୟ ଶବ୍ଦଟି ଅଛି, ତାହାକୁ ବାଛି ଅଲଗା କର ।
(କ) ବାୟୁ, ପବନ, ଆନନ୍ଦ, ଅନିଳ
(ଖ) ଜନନୀ, ମାତା, ମାଆ, ପିତା,
(ଗ) ରବି, କବି, ସୂର୍ଯ୍ୟ, ତପନ,
(ଘ) ବିହଗ, ନକ୍ଷତ୍ର, ବିହଙ୍ଗମ, ପକ୍ଷୀ
(ଙ) ବଣ, ଜଙ୍ଗଲ, ପର୍ବତ, କାନନ
Answer:
(କ) ଆନନ୍ଦ
(ଖ) ପିତା
(ଗ) କବି
(ଘ) ନକ୍ଷତ୍
(ଙ) ପର୍ବତ

Question ୩ ।
ମନେପକାଇ କବିତାଂଶକୁ ପୂରଣ କର ।
(କ) ଯା’ର ଫଳ ଶସ୍ୟ କରେ _____________ ଧାରଣ ।
(ଖ) ଯେ ଦେଶେ ଅଛନ୍ତି ମୋର ପ୍ରିୟ_____________ ।
(ଗ) ସ୍ନେହର ପିତୁଳା _____________ ସକଳୋ
(ଘ) ଅସଂଖ୍ୟ ନକ୍ଷତ୍ର ଶୋଭେ ସୁନୀଳ _____________ ।
(ଙ) ଯେ ଦେଶ କାନନେ ଶୋଭେ _____________ ।
Answer:
(କ) ଜାବନ
(ଖ) ପରିବାର
(ଗ) ଭାଇ ଉତ୍ତଶା
(ଘ) ଆକାଶେ
(ଙ) କେତେ ତୋରା ଫୁଲ

BSE Odisha 6th Class Odia Solutions Chapter 3 ଜନ୍ମଭୂମି

Question ୪।
ସରଳ ଭାବରେ ଅର୍ଥ ବୁଝାଇ ଲେଖ ।
(କ) ସେହି ମୋର ଜନ୍ମଭୂମି ଜନନୀ ସମାନ
ଧରାତଳେ କାହିଁ ଅଛି ତା’ ସମାନ ସ୍ଥାନ !
Answer:
ସେହି ମୋର ……………………………… ସମାନ ସ୍ଥାନ!
ଉକ୍ତ ପଦ୍ୟାଶଟି କବି ପଦ୍ମଚରଣ ପଟ୍ଟନାୟକଙ୍କ ଲିଖ୍ ‘ଜନ୍ମଭୂମି’ କବିତାରୁ ଉଦ୍ଧୃତ । ଏଠାରେ କବି ଜନ୍ମଭୂମିର ପରିଚୟ ପ୍ରଦାନ କରିବା ସହିତ ତା’ ସହିତ କେହି ତୁଳନୀୟ ନୁହନ୍ତି ବୋଲି ଉଲ୍ଲେଖ କରିଛନ୍ତି । କବିତାର ପ୍ରାରମ୍ଭିକ ପର୍ଯ୍ୟାୟରେ ଜନ୍ମଭୂମିର ପରିଚୟ ପ୍ରଦାନ କରିବାକୁ ଯାଇ କବି କହିଛନ୍ତି ଯେ, ଯେଉଁ ଦେଶରେ ମୁଁ ଜନ୍ମଗ୍ରହଣ କରିଛି, ଯାହାର ପବନ ମୋର ନିଃଶ୍ବାସ ପ୍ରଶ୍ଵାସରେ ବହୁଛି, ଏପରିକି ଯେଉଁ ଦେଶରେ ରବି କିରଣ ଓ ଉତ୍ତାପ ଦେଉଛନ୍ତି, ତାହା ମୋର ଜନ୍ମଭୂମି । ଯାହାର ସୁଶୀତଳ ସ୍ଵଚ୍ଛ ଜଳ ପାନ କରି ମୋର ଶୋଷ ଦୂର ହେଉଛି, ଯାହାର ଫଳ ଓ ଶସ୍ୟ ଖାଇ ମୁଁ ଜୀବନ ଧାରଣ କରୁଛି, ଏପରିକି ଯାହାର ବକ୍ଷଦେଶରେ ମୁଁ ସର୍ବଦା ଚଲାବୁଲା କରୁଛି, ସେହି ଦେଶ ମୋର ଜନନୀ ପରି, ସେ ମୋର ଜନ୍ମଭୂମି ଅଟେ । ଏ ପୃଥ‌ିବୀରେ ତାହା ସହିତ ସମାନ ହେଲାପରି ସ୍ଥାନ ଆଉ କେଉଁଠି ନାହିଁ । ବାସ୍ତବରେ ଜନନୀତୁଲ୍ୟା ଜନ୍ମଭୂମି ସହ କେହି ସମାନ ହୋଇପାରିବେ ନାହିଁ ।

(ଖ) ତାହା ଲାଗି ଶରୀରର ରକ୍ତବିନ୍ଦ ଦାନ
ଯେ ନ କରେ କୃତଘ୍ନ ସେ ପଶୁର ସମାନ ।
Answer:
ତାହା ଲାଗି ………………………………. ପଶୁର ସମାନା
ଶଂସିତ ପଦ୍ୟାଶଟି କବି ପଦ୍ମଚରଣ ପଟ୍ଟନାୟକଙ୍କ ଲିଖ୍ତ ‘ଜନ୍ମଭୂମି’ କବିତାରୁ ଆନୀତ । ଏଠାରେ ଜନ୍ମମାଟି ପାଇଁ ଯିଏ କିଛି ତ୍ୟାଗ ନ କରେ ସେ କିପରି କୃତଘ୍ନ ଓ ପଶୁତୁଲ୍ୟ ବିବେଚିତ ହୁଏ, ତାହା ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ମନୁଷ୍ୟ ଜନ୍ମଭୂମିର ଅନ୍ନ, ଜଳ ଖାଇ ଆପଣାର ଶରୀରକୁ ଜୀବିତ ରଖନ୍ତି। ସେହି ମାଟି ମାଆର ପରିଚୟରେ ଅନ୍ୟ ନିକଟରେ ପରିଚିତ ହୁଅନ୍ତି । ତା’ର ଗୌରବରେ ସେମାନଙ୍କର ସୁଖ ସୌଭାଗ୍ୟର ଉଦୟ ହୁଏ । ତା’ର ପତନରେ ସେମାନଙ୍କ ପତନ ଅବଶ୍ୟମ୍ଭାବୀ ହୋଇପଡ଼େ । ସେହି ଜନ୍ମମାଟିର କଥାକୁ ଦୂର ଦେଶରେ ଥାଇ ମନେ ପକାଇଲେ ମନଟା ଗୋଳେଇ ଘାଣ୍ଟି ହୁଏ । ମନ ଦୁଃଖରେ ତାକୁ ଦେଖିବାପାଇଁ ସର୍ବଦା ଝୁରିହେବାକୁ ପଡ଼େ । ସେହି ଜନ୍ମମାଟିଠାରୁ ବହୁଭାବେ ଉପକୃତ ହୋଇଥ‌ିବା ବ୍ୟକ୍ତି ଯଦି ଆପଣା ଶରୀରର ରକ୍ତବିନ୍ଦୁ ମାଟିମାଆ ପାଇଁ ଦାନ ନ କରେ, ତେବେ ସେ ପଶୁତୁଲ୍ୟ ବିବେଚିତ ହୁଏ । ତାକୁ କୃତଘ୍ନ ବୋଲି କୁହାଯାଏ । ଜନ୍ମମାଟି ପ୍ରତି ସର୍ବଦା କୃତଜ୍ଞ ହୋଇ ରହିବା ଉଚିତ । ବାସ୍ତବରେ କବିଙ୍କର ଏହି ଉକ୍ତି ଯଥାର୍ଥ ଅଟେ ।

(ଗ) ମୁଣ୍ଡଝାଳ ଗୋଡ଼େ ମାରି ସ୍ଵଦେଶ ମଙ୍ଗଳେ
ଲେଖିଯାଇଛନ୍ତି ନାମ ଅକ୍ଷୟ ଅକ୍ଷରେ।
Answer:
ମୁଣ୍ଡଝାଳ ……………………………. ଅକ୍ଷୟ ଅକ୍ଷରେ ।
ନିଜ ଜନ୍ମଭୂମିର ମଙ୍ଗଳ ବିଧାନ ପାଇଁ ଆପଣାର ଶରୀର ଦାନ କରିବାକୁ ପଛାଇ ନାହାନ୍ତି । ନିଜର ସୁଖଶାନ୍ତି, ପରିବାରକୁ ଭୁଲି ସେମାନେ ଭିକ୍ଷାଥାଳ ଧରି ଦ୍ଵାରେ ଦ୍ଵାରେ ବୁଲିଛନ୍ତି । ସେମାନେ ଏ ମାଟି ପାଇଁ ନିଃସ୍ଵ କାଙ୍ଗାଳ ହୋଇଯାଇଛନ୍ତି । ଅନ୍ୟର ମଙ୍ଗଳ ବିଧାନ ନିମିତ୍ତ ମୁଣ୍ଡଝାଳକୁ ଗୋଡ଼ରେ ମାରି ବହୁ କଷ୍ଟକର କାର୍ଯ୍ୟ କରିଛନ୍ତି । ଏପରି ବୀର ସନ୍ତାନମାନେ ନିଜର କର୍ମଦ୍ଵାରା ଅକ୍ଷୟ ଅକ୍ଷରରେ ଆପଣାର ନାମକୁ ଲେଖାଯାଇଛନ୍ତି । ଲୋକମୁଖରେ ଯୁଗ ଯୁଗ ଧରି ସେମାନଙ୍କର ଅମର ଗାଥା ପ୍ରଚାରିତ ହେଉଛି । ସେହିଭଳି ସନ୍ତାନ ଲାଭକରି ସେମାନଙ୍କର ପିତାମାତା ଓ ଜନ୍ମଭୂମି ଧନ୍ୟ ହୋଇଛି।
ବାସ୍ତବରେ ସେହି ମହାନ୍ ବୀରଙ୍କର ଅମରଗାଥାର ପଟ୍ଟାନ୍ତର ନାହିଁ ।

Question ୫।
ବିଶେଷଣ ପଦଗୁଡ଼ିକ ଚିହ୍ନାଇ ଦିଅ ।
ସ୍ଵଚ୍ଛ ଜଳ, ପ୍ରିୟ ପରିବାର, ଦୟାମୟ ପିତା, ଫୁଟିଲା ଫୁଲ, ସୁନୀଳ ଆକାଶ, ନବ ଜଳଧର, ତୋରା ଫୁଲ ।
Answer:
ବିଶେଷଶ ପଦଗୁଡ଼ିକ ହେଲା – ସ୍ୱଚ୍ଛ, ପ୍ରିୟ, ଦୟାମୟ, ଫୁଟିଲା, ସୁନାଳ, ନବ, ତୋରା ।

Question ୬।
ଉତ୍ତର ଲେଖ ।
(କ) ଜୀବନ ଧାରଣ ପାଇଁ କେଉଁ କେଉଁ ଜିନିଷ ଆମର ଅତି ଆବଶ୍ୟକ ?
Answer:
ଜୀବନ ଧାରଣ ପାଇଁ ଜନ୍ମଭୂମିର ପବନ, ସୂର୍ଯ୍ୟକିରଣ, ସ୍ଵଚ୍ଛ ଜଳ ଓ ଶସ୍ୟ-ଫଳ ଆମର ଅତି ଆବଶ୍ୟକ ।

(ଖ) ଜନ୍ମଭୂମି ଜନନୀ ସହିତ ସମାନ କାହିଁକି ?
Answer:
ମାଆ ଯେପରି ଆମକୁ ତା’ ବକ୍ଷର କ୍ଷୀର ଦିଏ, ଆମକୁ ଲାଳନପାଳନ କରେ, ସେହିପରି ଜନ୍ମଭୂମି ଆମକୁ ନିଜ ପାଖରେ ରଖିଥିବା ନାନାବିଧ ପଦାର୍ଥ ଦାନକରି ପାଳନ କରେ । ଜନ୍ମଭୂମିର ବାୟୁ, ସୂର୍ଯ୍ୟକିରଣ, ସ୍ଵଚ୍ଛ ଜଳ ଏବଂ ଶସ୍ୟ-ଫଳ ଆମ ଜୀବନ ଧାରଣପାଇଁ ନିତାନ୍ତ ଆବଶ୍ୟକ । ତେଣୁ ଜନ୍ମଭୂମିକୁ ଜନନୀ ସହିତ ତୁଳନା କରାଯାଏ ।

(ଗ) ପରିବାରର କେଉଁମାନେ ଆମର ପ୍ରିୟ ?
Answer:
ପରିବାର ସମସ୍ତଙ୍କ ପାଇଁ ଖୁବ୍ ଆପଣାର । ପରିବାରରେ ଦୟାମୟ ପିତା, ସ୍ନେହମୟୀ ଜନନୀ ଓ ସ୍ନେହର ପିତୁଳା ଭାଇଭଉଣୀ ଆମର ଅତି ପ୍ରିୟ ଅଟନ୍ତି ।

(ଘ) କାହାକୁ କବି କୃତଘ୍ନ ଓ ପଶୁର ସମାନ ବୋଲି କହିଛନ୍ତି ?
ଯେଉଁ ଲୋକ ଜନ୍ମଭୂମିଠାରୁ ନାନାବିଧ ଉପକାର ପାଇ ତା’ର ମଙ୍ଗଳ ବିଧାନ ପାଇଁ ଆପଣା ଶରୀରରୁ ରକ୍ତ ଦାନ ନ କରେ, ତାକୁ କବି କୃତଘ୍ନ ଓ ପଶୁ ସହିତ ସମାନ ବୋଲି ବିବେଚନା କରିଛନ୍ତି ।

(ଙ) ମହାପୁରୁଷମାନଙ୍କ ଜୀବନୀରୁ ଆମେ କି ଶିକ୍ଷା ପାଉ ?
Answer:
ଦେଶର ମଙ୍ଗଳ ବିଧାନ ପାଇଁ ନିଜର ଶରୀରକୁ ଦାନ କରିବା ଉଚିତ । ନିଜର ସୁଖଶାନ୍ତି, ଘର, ପରିବାରକୁ ଭୁଲିଯାଇ ଅନ୍ୟର ମଙ୍ଗଳ କରିବା ଉଚିତ । ଏପରିକି ନାନାବିଧ କଷ୍ଟ ସହି ଲୋକଙ୍କର ମଙ୍ଗଳ ସାଧନ କରିବା ଆବଶ୍ୟକ । ଏହାହିଁ ମହାପୁରୁଷମାନଙ୍କର ଜୀବନୀରୁ ଆମେ ଶିକ୍ଷାଲାଭ କରୁ ।

Question ୭।
‘ସ୍ନେହର ପିତୁଳା’ ଭଳି ‘ପିତୁଳା’ ଶବ୍ଦ ପୂର୍ବରୁ ଆଉ କେଉଁ ଶବ୍ଦଟି ବ୍ୟବହାର କରିହେବ ଭାବି ଲେଖ ।
Answer:
ନୟନ ପିତୁଳା ।

BSE Odisha 6th Class Odia Solutions Chapter 3 ଜନ୍ମଭୂମି

Question ୮।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନରେ ଲେଖ ।
(କ) ରବି ତାପ (ଶୋଭା ଧରେ, କିରଣ ବିତରେ, ବିଚରଣ କରେ)
(ଖ) କାନନେ ଶୋଭେ କେତେ (ବିହଙ୍ଗମ କୁଳ, ନବ ଜଳଧର, ତୋରା ଫୁଲ)
(ଗ) ଯାହାର ଗୌରବେ କେତେ (ଶରୀର ଜୀବିତ, ପତନ ନିଶ୍ଚୟ, ସୁଖର ଉଦୟ)
Answer:
(କ) ରବି ତାପ କିରଣ ବିତରେ ।
(ଖ) ଜ୍ଞାନନେ ଶୋଭେ କେତେ ତୋରା ଫୁଲ ।
(ଗ) ଯାହାର ଗୌରବ କେତେ ସୁଖର ଉଦୟ ।

Question ୯।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଅର୍ଥ ପ୍ରକାଶ କରୁଥିବା କେଉଁ କେଉଁ ଶବ୍ଦ କବିତାରେ ବ୍ୟବହାର କରାଯାଇଛି ଖୋଜି କରି ଲେଖ ।
ମେଘ, ବିଜୁଳି, ଚଢ଼େଇ, ତାରା, ପୃଥିବୀ
Answer:
ମେଘ ଜଳଧର, ବିଜୁଳି ସୌଦାମିନୀ, ଚଢ଼େଇ ବିହଙ୍ଗମ, ତାରା ନକ୍ଷତ୍ର, ପୃଥ‌ିବୀ ଧରା ।

ତୁମ ପାଇଁ କାମ:

  • ଜନ୍ମଭୂମି ସମ୍ପର୍କରେ ଅନ୍ୟ କବିମାନେ ଲେଖୁଥ‌ିବା କବିତାଗୁଡ଼ିକୁ ସଂଗ୍ରହ କରି ପଢ଼ ।
  • ନିଜ ମନରୁ ଜନ୍ମଭୂମି ସମ୍ପର୍କରେ କବିତାଟିଏ ଲେଖୁବାକୁ ଚେଷ୍ଟା କର ।
  • କବି ପଦ୍ମଚରଣ ପଟ୍ଟନାୟକଙ୍କର ଅନ୍ୟାନ୍ୟ କବିତା ସଂଗ୍ରହ କରି ପଢ଼ ।

ପରାକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଜନ୍ମଭୂମିର ପ୍ରାକୃତିକ ଚିତ୍ର କିପରି ବର୍ଣ୍ଣିତ ହୋଇଛି ?
Answer:
ଜନ୍ମଭୂମିର ପର୍ବତ ଓ ନଦୀଗୁଡ଼ିକ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରୂପରେ ଶୋଭା ପାଆନ୍ତି । ଏହାର ଖଣିରେ ମଣି ଓ ସାଗରରେ ମୁକ୍ତା ରହିଛି । ସୁନୀଳ ଆକାଶରେ ଅସଂଖ୍ୟ ତାରା, ନୂଆ ମେଘ ସହିତ ବିଜୁଳି ଶୋଭାପାଉଛି । ଏହାର ବଣରେ କେତେ ସୁନ୍ଦର ଫୁଲ ଶୋଭାପାଉଛି । ସେହି ବଣର ଗଛରେ ନାନାବିଧ ପକ୍ଷୀ କଳକଣ୍ଠ ସ୍ବରରେ ଗୀତ ଗାଇ ଏହାର ଶୋଭାକୁ ବହୁଗୁଣିତ କରୁଛନ୍ତି ।

(ଖ) ଦୂର ଦେଶରେ ଥାଇ ମନ କାହାକୁ ଝୁରେ ?
Answer:
ଦୂର ଦେଶରେ ଥାଇ ଜନ୍ମଭୂମି କଥା ମନେ ପକାଇଲେ ମନ ଖାଲି ଘାଣ୍ଟିହୁଏ । ଆଉ ତାକୁ ଦେଖିବାକୁ ଚକ୍ଷୁ ଦୁଇଟି ଦୁଃଖରେ ଝୁରି ହୁଏ ।

(ଗ) କେଉଁମାନଙ୍କର ପିତାମାତା ଓ ଜନ୍ମସ୍ଥାନ ଧନ୍ୟ ହୋଇଥାଏ ?
Answer:
ଯେଉଁ ମହାପୁରୁଷଗଣ ଆପଣାର ଜନ୍ମମାଟିର ମଙ୍ଗଳ ବିଧାନ ପାଇଁ ଜୀବନକୁ ଉତ୍ସର୍ଗ କରି ସ୍ଵର୍ଣ୍ଣାକ୍ଷରରେ ନିଜ ନାମକୁ ଇତିହାସର ପୃଷ୍ଠାରେ ଲେଖାଯାଇଛନ୍ତି, ଯେଉଁମାନଙ୍କ ନାମ ଲୋକମୁଖରେ ସଦା ପ୍ରଚାରିତ, ସେହିମାନଙ୍କର ପିତାମାତା ଓ ଜନ୍ମସ୍ଥାନ ଧନ୍ୟ ହୋଇଥାଏ।

(ଘ) ଖେଳସାଥୀ ମେଳକୁ ନନ୍ଦନକାନନ ବୋଲି କବି କାହିଁକି କହିଛନ୍ତି ?
Answer:
ନନ୍ଦନକାନନରେ ଯେପରି ଆନନ୍ଦରେ ବୁଲି ମଜାମଉଜ କରିହୁଏ । ସେହିପରି ଖେଳସାଥୀ ମେଳରେ ରହି ବେଶ ମଜାମଉଜ କରିହୁଏ । ତେଣୁ ଖେଳସାଥୀ ମେଳକୁ ନନ୍ଦନକାନନ ବୋଲି କୁହାଯାଇଛି ।

BSE Odisha 6th Class Odia Solutions Chapter 3 ଜନ୍ମଭୂମି

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଆମ ଦେଶର ଆକାଶ କିପରି ଶୋଭା ଧାରଣ କରିଥାଏ ?
Answer:
ଆମ ଦେଶର ସୁନୀଳ ଆକାଶରେ ଅସଂଖ୍ୟ ନକ୍ଷତ୍ର ଶୋଭାପାଆନ୍ତି । ପୁଣି ସୁନୀଳ ଆକାଶରେ ମେଘମାଳା ସହ ଚିକ୍‌ଚିକ୍ କରୁଥବା ବିଜୁଳି ଭାସି ବୁଲୁଥାଏ ଯାହାକି ଆକାଶର ଶୋଭାକୁ ଆହୁରି ବଢ଼ାଇଦିଏ ।

(ଖ) କବି କାହାକୁ କୃତଘ୍ନ ବୋଲି କହିଛନ୍ତି ?
Answer:
ସମସ୍ତେ ଜନ୍ମଭୂମିଠାରୁ ସକଳ ଆବଶ୍ୟକୀୟ ଜିନିଷ ପାଇ ଜୀବନ ଧାରଣ କରିଥା’ନ୍ତି । ତେଣୁ ସେହି ଜନ୍ମଭୂମିର ମଙ୍ଗଳ ବିଧାନ ପାଇଁ ଯିଏ ଆପଣା ଶରୀରରୁ ରକ୍ତଦାନ ନ କରେ, ତାକୁ କବି କୃତଘ୍ନ ବୋଲି କହିଛନ୍ତି ।

(ଗ) ଜୀବନଧାରଣ ପାଇଁ ଜନ୍ମଭୂମି ଆମକୁ କ’ଣ ଦିଏ ?
Answer:
ଜୀବନ ଧାରଣ ପାଇଁ ଜନ୍ମଭୂମି ଆମକୁ ଫଳ ଓ ଶସ୍ୟ ପ୍ରଦାନ କରେ । ତାହାର ବାୟୁ ଆମ ନିଃଶ୍ବାସ ପ୍ରଶ୍ଵାସରେ ପ୍ରବାହିତ ହୁଏ, ତାହାର ସ୍ନିଗ୍ଧ ସ୍ବଚ୍ଛ ଜଳରେ ଆମର ଶୋଷ ଦୂର ହୁଏ ।

(ଘ) କାହାର ଗୌରବ ଓ ପତନ ସହ ଆମ ସୁଖ ଦୁଃଖ ଜଡ଼ିତ ?
Answer:
ଜନ୍ମଭୂମିର ଅନ୍ନଜଳ ଗ୍ରହଣ କରି ଆମ ଶରୀର ପୁଷ୍ଟ ହୋଇଛି । ତେଣୁ ଜନ୍ମଭୂମିର ଗୌରବରେ ଆମର ସୁଖର ଉଦୟ ହୁଏ ଓ ତାହାର ପତନରେ ଆମର ମଧ୍ୟ ପତନ ଘଟିଥାଏ ।

Question ୩।
ସରଳ ଭାଷାରେ ବୁଝାଇ ଲେଖ ।
(କ) ‘‘ଯାର ଫଳଶସ୍ୟ କରେ ଜୀବନ ଧାରଣ
ଯାର ବକ୍ଷେ ସଦା ସୁଖେ କରେ ବିଚରଣ ।’’
Answer:
ଯାଇ ଫଳଶସ୍ୟ …………………………… କରେ ବିଚରଣ ।
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଜନ୍ମଭୂମି’ କବିତାରୁ ସଂଗୃହୀତ । ଏଠାରେ କବି ପଦ୍ମଚରଣ ପଟ୍ଟନାୟକ ଜନ୍ମମାଟିର ଖାଦ୍ୟଶସ୍ୟ ଖାଇ ଆମର କିପରି ଜୀବନଧାରଣ ହୋଇଥାଏ, ତାହା ବର୍ଣ୍ଣନା କରିଛନ୍ତି । ଜନ୍ମମାଟି ଆମକୁ ମାଆ ପରି ଲାଳନପାଳନ କରେ । ତା’ର ପବନ ଆମ ନିଃଶ୍ୱାସ-ପ୍ରଶ୍ଵାସରେ ପ୍ରବାହିତ ହୁଏ । ତା’ର ସ୍ୱଚ୍ଛଜଳ ପାନକରି ଆମର ତୃଷା ଦୂର ହୁଏ । ଆମର ଜୀବନଧାରଣ ପାଇଁ ସେ ତା’ ବକ୍ଷରେ ନାନାବିଧ ଖାଦ୍ୟଶସ୍ୟ ଓ ଫଳ ସାଇତି ରଖୁଛି, ଯାହାକୁ ଖାଇ ଆମେ ବଞ୍ଚି ରହିଥାଉ । ତା’ର ଛାତିରେ ଆମେ ଆନନ୍ଦରେ ଚଲାବୁଲା କରିଥାଉ । ତେଣୁ ସେହି ଜନ୍ମମାଟି ଆମର ମାତୃସମା, କଲ୍ୟାଣମୟୀ ଜନନୀ । ତା’ ସହିତ ପୃଥ‌ିବୀର ଅନ୍ୟ କୌଣସି ସ୍ଥାନ ସମାନ ହୋଇପାରିବ ନାହିଁ ।

(ଖ) ‘‘ଅସଂଖ୍ୟ ନକ୍ଷତ୍ର ଶୋଭେ ସୁନୀଳ ଆକାଶେ,
ନବ ଜଳଧର ସଙ୍ଗେ ସୌଦାମିନୀ ଭାସେ !??
Answer:
ଅସଂଖ୍ୟ …………………………ଭାସୋ
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଜନ୍ମଭୂମି’ କବିତାରୁ ସଂଗୃହୀତ । ଏଠାରେ କବି ପଦ୍ମଚରଣ ପଟ୍ଟନାୟକ ଜନ୍ମମାଟିର ପ୍ରାକୃତିକ ଶୋଭାକୁ ବର୍ଣ୍ଣନା କରିଛନ୍ତି । ଏହି ଜନ୍ମଭୂମିରେ ନଦୀ, ପାହାଡ଼, ପର୍ବତ, ଝରଣା ବଣଜଙ୍ଗଲ ଶୋଭାବର୍ଦ୍ଧନ କରିଥାଆନ୍ତି । ଖଣି ମଧ୍ୟରେ ମଣି ଓ ସମୁଦ୍ରରେ ମୁକୁତା ରହିଅଛି । ଜନ୍ମଭୂମିର ସୁନୀଳ ଆକାଶରେ ନକ୍ଷତ୍ରମାନ ଶୋଭା ପାଉଛନ୍ତି । ଏହି ସୁନୀଳ ଆକାଶ ବକ୍ଷରେ କଳାମେଘ ସହିତ ବିଜୁଳିର ଝଲକ ଭାବୁକ ପ୍ରାଣରେ ଅହେତୁକ ଭାବନା ରାଜି ଖେଳାଇଦିଏ । ଏହି ଦେଶର ବନ ଉପବନରେ ନାନା-ଜାତିର ଫୁଲ ଫୁଟି ବଶିକର ପ୍ରାଣକୁ ବିମୋହିତ କରିଥାଏ। ବନ ଉପବନର ଗହଳ ଲତାକୁଞ୍ଜ ଓ ପତ୍ର ଉହାଡ଼ରେ ଥାଇ ପକ୍ଷୀମାନଙ୍କର ମଧୁର କାକଳି ବେଶ୍ ଆନନ୍ଦ ଦେଇଥାଏ। ସେମାନଙ୍କର କଳନିନାଦିନୀ କଣ୍ଠରୁ ଝରିଆସୁଥିବା ଗୀତର ସ୍ଵର ଶ୍ରୋତାକୁ ବେଶ୍ ଆନନ୍ଦ ଦିଏ। ବାସ୍ତବରେ କବିଙ୍କର ଏହି ବର୍ଣ୍ଣନା ଅତ୍ୟନ୍ତ ମନୋମୁଗ୍ଧକର ଓ ହୃଦୟସ୍ପର୍ଶୀ ହୋଇପାରିଛି।

Question ୪।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଆମ ଦେଶରେ ବାସ କରୁଥିବା ପରିବାର ଓ ସାଥୀଙ୍କ ବିଷୟରେ କବି କ’ଣ କହିଛନ୍ତି ?
Answer:
ଆମ ଦେଶରେ ଆମର ପ୍ରିୟ ପରିବାର ବାସ କରନ୍ତି । ପରିବାରରେ ଆମର ଦୟାମୟ ପିତା ଓ ଦୟାମୟୀ ଜନନୀ ଅଛନ୍ତି । ପରିବାର ପ୍ରତି ସେମାନଙ୍କର ଅମାପ ସ୍ନେହ ଓ ଶ୍ରଦ୍ଧା ରହିଛି । ପରିବାରରେ ଆମର ସ୍ନେହର ପିତୁଳା ସଦୃଶ ଭାଇଭଉଣୀ ରହିଥା’ନ୍ତି । ସେମାନେ ପରିବାର ରୂପକ ଉଦ୍ୟାନରେ ପ୍ରସ୍ଫୁଟିତ ସୁନ୍ଦର ପୁଷ୍ପଭଳି ଶୋଭା ପାଉଛନ୍ତି । ଆମ ଦେଶରେ ଆମର ଖେଳସାଥୀ ଓ ପ୍ରିୟ ବନ୍ଧୁଗଣ ରହିଛନ୍ତି । ସେମାନଙ୍କ ସହ ହସି ଖେଳି ଆମ ଜୀବନ ଆନନ୍ଦମୟ ହୋଇଉଠୁଛି । ଏଭଳି ଜନ୍ମଭୂମି ମୋ ଦେଶ ପୃଥ‌ିବୀରେ ମହାନ୍ ।

(ଖ) ଜନ୍ମଭୂମିର ଶ୍ରୀ ଓ ଶୋଭାସମ୍ପଦ ବିଷୟରେ କବି କ’ଣ କହିଛନ୍ତି ?
Answer:
ଆମ ଜନ୍ମଭୂମି ମହାନ୍ । ଆମ ଦେଶର ଗିରି, ନଦନଦୀ, ବନ, ଝରଣା ସବୁଠାରେ ଶୋଭାସମ୍ପଦ ପୂରି ରହିଛି । ଆମ ଦେଶରେ ଥ‌ିବା ଖଣିଗୁଡ଼ିକ ମଧ୍ୟରେ ମଣି ଓ ସାଗର ଗର୍ଭରେ ମୁକ୍ତା ଶୋଭାପାଉଛି । ସୁନୀଳ ଗଗନରେ ଅସଂଖ୍ୟ ନକ୍ଷତ୍ର ଓ ନୂଆ ମେଘ କୋଳରେ ବିଜୁଳି ଆମ ଜନ୍ମଭୂମିର ଶୋଭାକୁ ବହୁଗୁଣିତ କରୁଛି। ଆମ ଦେଶର ବନ ଉପବନରେ ଅନେକ ସୁନ୍ଦର ସୁନ୍ଦର ଫୁଲ ଫୁଟେ । ବିହଙ୍ଗମ କୁଳର ସୁନ୍ଦର କାକଳି ମନକୁ ମୁଗ୍ଧ କରେ। ଆମ ଦେଶର ଶୋଭା ସମ୍ପଦ ପୃଥ‌ିବୀରେ ଅନନ୍ୟ। ପୃଥ‌ିବୀରେ ଏପରି ସ୍ଥାନ ଆଉ କେଉଁଠାରେ ନାହିଁ।

(ଗ) ଜନ୍ମଭୂମିକୁ ଜନନୀ ସହିତ କାହିଁକି ତୁଳନା କରାଯାଇଛି ?
Answer:
ଜନନୀ ନିଜ ସନ୍ତାନକୁ ସ୍ନେହ ଶ୍ରଦ୍ଧା ଦେଇ ପାଳି, ଖୁଆଇ ପିଆଇ ବଢ଼ାଇଥାଏ । ଜନନୀର ଆଦର ଯତ୍ନ ବିନା ସନ୍ତାନ ବଞ୍ଚିବା, ବଢ଼ିବା ସମ୍ଭବ ନୁହେଁ । ଜନ୍ମଭୂମି ଆମର ଲାଳନ ପାଳନରେ ସେହିପରି ଭୂମିକା ଗ୍ରହଣ କରିଥାଏ । ଜନ୍ମଭୂମିର ବାୟୁ ଆମେ ପ୍ରଶ୍ଵାସରେ ନେଉ। ଜନ୍ମଭୂମିର ସ୍ବଚ୍ଛ ଜଳଧାରା ଆମର ତୃଷା ମେଣ୍ଟାଏ। ଜନ୍ମଭୂମିର ଶସ୍ୟ ଓ ଫଳ ଆମର କ୍ଷୁଧା ନିବାରଣ କରେ। ତା’ର ବକ୍ଷରେ ଆମେ ବିଚରଣ କରୁ ଓ ତା’ର ଆଲୋକ ଆମ ଦେହରେ ଜୀବନୀ ଶକ୍ତି ଭରିଦିଏ। ସେଥ‌ିପାଇଁ ଜନ୍ମଭୂମିକୁ ଜନନୀ ସହିତ ତୁଳନା କରାଯାଇଛି।

(ଘ) ଜୀବନଧାରଣ ପାଇଁ ଜନ୍ମଭୂମି ଆମକୁ କେଉଁ କେଉଁ ଜିନିଷ ପ୍ରଦାନ କରିଛି ?
Answer:
ଜୀବନଧାରଣ ପାଇଁ ଆବଶ୍ୟକ ସମସ୍ତ ଉପାଦାନ ଆମେ ଜନ୍ମଭୂମିଠାରୁ ପାଇଥାଉ। ଜନ୍ମଭୂମିରେ ପ୍ରବାହିତ ବିଶୁଦ୍ଧ ବାୟୁକୁ ଆମେ ଶ୍ଵାସକ୍ରିୟାରେ ଗ୍ରହଣ କରୁ। ଜନ୍ମଭୂମିର ରବିକିରଣ ଆମ ପିଣ୍ଡରେ ଜୀବନୀଶକ୍ତି ଭରିଦିଏ। ତା’ର ସ୍ଵଚ୍ଛ ସ୍ନିଗ୍ଧ ଜଳ ପାନ କରି ଆମେ ତୃଷା ମେଣ୍ଟାଇଥାଉ। କ୍ଷୁଧା ନିବାରଣ ପାଇଁ ଆମେ ଆବଶ୍ୟକ କରୁଥିବା ଶସ୍ୟ ଓ ଫଳ ଜନ୍ମଭୂମି ଆମକୁ ଯୋଗାଇଦିଏ। ତେଣୁ ଆମ ଜନ୍ମଭୂମି ମହାନ୍। ସେ ଆମ ପାଇଁ ଜନନୀଠାରୁ ବି ମହୀୟାନ।

(ଙ) କବି କାହାକୁ କୃତଘ୍ନ ଓ ପଶୁ ସମାନ ବୋଲି କହିଛନ୍ତି ?
Answer:
ଜନ୍ମଭୂମି ଜନନୀ ସହ ସମାନ । ଜନ୍ମଭୂମିର ଅନ୍ତଜଳରେ ଆମ ଶରୀର ପରିପୁଷ୍ଟ ହୁଏ । ଆମେ ପୃଥ‌ିବୀରେ ଜନ୍ମଭୂମିର ନାମ ନେଇ ପରିଚିତ ହେଉ । ଜନ୍ମଭୂମିର ଗୌରବ ସହିତ ଆମର ଉନ୍ନତି ସାଧୂତ ହୋଇଥାଏ । ଜନ୍ମଭୂମିର ପତନରେ ଆମେ ଦୁଃଖ କଷ୍ଟ ବରଣ କରୁ। ଦୂର ଦେଶରେ ଥିଲେ ଆମେ ଆପଣା ଜନ୍ମଭୂମି ବା ଦେଶକୁ ମନେପକାଉ। ତା’ର ସ୍ମୃତି ଆମ ମନକୁ ଆନ୍ଦୋଳିତ କରେ। ତା’ର ସେବା କରିବା ଆମର କର୍ତ୍ତବ୍ୟ। ତା’ର ଗୌରବ ରକ୍ଷା ପାଇଁ ଆବଶ୍ୟକ ହେଲେ ଆମେ ଶରୀରର ରକ୍ତବିନ୍ଦୁ ଢାଳିଦେବା ଉଚିତ। ଯେଉଁ ବ୍ୟକ୍ତି ଦେଶସେବା କରିବା କ୍ଷେତ୍ରରେ ପଛଘୁଞ୍ଚା ଦିଏ, ଜନ୍ମଭୂମିର ସମ୍ମାନ ରକ୍ଷାପାଇଁ ଜୀବନ ଦାନ କରେ ନାହିଁ, ସେ କୃତଘ୍ନ ଓ ପଶୁତୁଲ୍ୟ ବୋଲି କବି କହିଛନ୍ତି।

(ଚ) ଆମ ଦେଶର ଶ୍ରୀ ଓ ଶୋଭା କିପରି ପ୍ରକାଶିତ ହୋଇଥାଏ ?
Answer:
ଆମ ଦେଶ ମହାନ୍ତି । ଏହାର ନଦନଦୀ, ଗିରି, ବନ, ନିର୍ଝର ଅମ୍ବର ସବୁଠାରେ ଶ୍ରୀ ଓ ଶୋଭା ପରିପ୍ରକାଶିତ ହୁଏ । ଆମ ଦେଶର ଗିରି ଓ ନଦୀରେ ଶୋଭା ପ୍ରକାଶିତ ହୁଏ। ଖଣି ମଧ୍ୟରେ ମଣି, ସାଗରରେ ମୁକ୍ତା, ସୁନୀଳ ଗଗନରେ ଅସଂଖ୍ୟ ନକ୍ଷତ୍ର ଶୋଭା ପାଆନ୍ତି। ନୂଆ ମେଘ କୋଳରେ ବିଜୁଳିର ଝଟକ ଆମ ଦେଶର ଶୋଭା ପ୍ରକଟ କରେ। କାନନରେ ବିକଶିତ କୁସୁମ, ବିହଙ୍ଗମକୁଳଙ୍କ କଳରବ ଅପୂର୍ବ ଶ୍ରୀ ଓ ଶୋଭାରେ ଆମ ଦେଶକୁ ସମୃଦ୍ଧ କରେ।

(ଛ) ଆମ ଦେଶର ପରିବାରର ସୁଖ ସମୃଦ୍ଧି କିଭଳି ?
Answer:
ଆମ ଦେଶ ମହାନ୍ତି । ଆମର ସଂସ୍କୃତି ସମୃଦ୍ଧ । ଆମର ପରିବାରର ସୁଖ ସମୃଦ୍ଧି ଅତୁଳନୀୟ। ଆମର ପ୍ରିୟ ପରିବାରରେ ପିତାମାତାଙ୍କର ଅମାପ ଦୟା ଓ ସ୍ନେହ ପ୍ରକାଶିତ ହୁଏ। ଭାଇ ଭଉଣୀଙ୍କର ଅନାବିଳ ସ୍ନେହ ଓ ମମତା ଝରିପଡ଼େ। ସମସ୍ତେ ସୁଶୋଭିତ ଉଦ୍ୟାନର ଫୁଟିଲା ଫୁଲପରି ପରିବାରରେ ଫୁଟି ଉଠୁଥା’ନ୍ତି। ସ୍ନେହ, ଶାନ୍ତି ଓ ସରାଗରେ ପରିବାର ପାଲଟିଯାଏ ବୈକୁଣ୍ଠ ପରି । ବାସ୍ତବିକ ଆମ ଦେଶର ପରିବାରର ସୁଖ ଓ ସମୃଦ୍ଧି ଅତ୍ୟନ୍ତ ମହାନ।

କବି ପରିଚୟକ :

କବି ପଦ୍ମଚରଣ ପଟ୍ଟନାୟକ (୧୮୮୫-୧୯୫୬) ଜଣେ ଜାତୀୟତାବାଦୀ କବି ଭାବରେ ସୁପରିଚିତ । ଗୁରୁ ‘ଖୋରଧା ପ୍ରଥମ ଦର୍ଶନେ’, ‘ତ୍ରିବେଣୀ ତଟେ’, ‘ପଦ୍ମପାଖୁଡ଼ା’, ‘ଆଶା ମଞ୍ଜରୀ’, ‘ସୂର୍ଯ୍ୟମୁଖୀ’, ‘ସୁନାର ଦେଶ’, ‘ଗୋଲାପ ଗୁଚ୍ଛ’ ଓ ‘ସ୍ପର୍ଶରେଣୁ’ ପ୍ରଭୃତି ଅନ୍ୟତମ । ଏହାଛଡ଼ା ସେ ‘ମାର୍ଟିନ୍ ଲୁଥର’, ‘ମହାତ୍ମାଗାନ୍ଧୀ’, ‘ନେପୋଲିୟନ’, ‘ଫକୀରମୋହନ’ ପ୍ରଭୃତି କେତୋଟି ଜୀବନୀ ପୁସ୍ତକ ମଧ୍ୟ ରଚନା କରିଛନ୍ତି ।

କବିତାର ଆଦର୍ଶ :

ଜନ୍ମଭୂମି ପ୍ରତ୍ୟେକ ମନୁଷ୍ୟ ପାଇଁ ମହାନ୍ ଅଟେ । ତା’ ସହିତ ଏ ପୃଥ‌ିବୀରେ ଆଉ କେହି ସମାନ ହୋଇପାରିବେ ନାହିଁ । ଇତିହାସର ଅନେକ ମହାବୀର ନିଜର ଜନ୍ମଭୂମିର ମହତ୍ତ୍ବ ରକ୍ଷା ପାଇଁ ଆତ୍ମବଳି ଦେଇ ଅକ୍ଷୟ ଅକ୍ଷରରେ ଆପଣାର ନାମକୁ ଲେଖିଯାଇଛନ୍ତି । ସେମାନଙ୍କ ପାଇଁ ଏ ମାଟି ଧନ୍ୟ ହୋଇଛି ।

ସାରକଥା :

ଯେଉଁ ଦେଶରେ ମୁଁ ଜନ୍ମ ନେଇଛି, ଯେଉଁ ଦେଶର ବାୟୁ ମୋର ନିଃଶ୍ବାସ ପ୍ରଶ୍ଵାସରେ ପ୍ରବାହିତ ହେଉଛି, ଯେଉଁ ଦେଶର ସୂର୍ଯ୍ୟ ଉତ୍ତାପ ଓ କିରଣ ବାଣ୍ଟନ୍ତି, ଯାହାର ସ୍ବଚ୍ଛ ଜଳରେ ମୋର ଶୋଷ ଦୂର ହୁଏ, ଯାହାର ଫଳ ଓ ଶସ୍ୟ ଗ୍ରହଣ କରି ମୁଁ ଜୀବନ ଧାରଣ କରେ, ଯାହା ଉପରେ ମୁଁ ଆନନ୍ଦରେ ଭ୍ରମଣ କରେ, ସେହି ସ୍ଥାନ ମୋର ଜନ୍ମଭୂମି । ସେ ମୋ ମାଆ ପରି । ଏ ପୃଥ‌ିବୀରେ ତା’ପରି ସ୍ଥାନ ଆଉ କେଉଁଠି ନାହିଁ ।

ଯେଉଁ ଦେଶରେ ମୋର ପରିବାର, ଦୟାଶୀଳ ପିତାମାତା ଅଛନ୍ତି, ଭାଇଭଉଣୀ ଫୁଟିଲା ଫୁଲପରି ମୋର ଘରେ ଶୋଭାପାଉଛନ୍ତି, ଯେଉଁ ଦେଶରେ ମୋର ପ୍ରିୟ ଖେଳସାଥୀ ବନ୍ଧୁଗଣ ନନ୍ଦନକାନନ ପରି ଶୋଭାପାଉଛନ୍ତି, ସେହି ମୋର ଜନ୍ମଭୂମି । ଏ ପୃଥ‌ିବୀରେ ତା’ପରି ସ୍ଥାନ ଆଉ କେଉଁଠି ନାହିଁ ।

ଯେଉଁ ଦେଶର ପର୍ବତ ନଦୀ ଅନେକ ଶୋଭା ଧାରଣ କରେ, ଯାହାର ଖଣିରେ ମଣି ଓ ସାଗରରେ ମୁକ୍ତା ରହିଛି, ଯାହାର ସୁନୀଳ ଆକାଶରେ ଅସଂଖ୍ୟ ନକ୍ଷତ୍ର ଶୋଭାପାଉଛନ୍ତି ଓ ନୂତନ ମେଘ ସହିତ ବିଜୁଳି ଭାସିଯାଉଛି, ଯେଉଁ ଦେଶର ବନରେ ସୁନ୍ଦର ଫୁଲ ଶୋଭାପାଏ ଓ ନାନାବିଧ ପକ୍ଷୀ କଳରବ କରି ଗୀତ ଗାଇଥା’ନ୍ତି, ସେହି ମୋର ଜନନୀତୁଲ୍ୟ ଜନ୍ମଭୂମି ଅଟେ । ତା’ ସମାନ ସ୍ଥାନ ଏ ପୃଥ‌ିବୀରେ ଆଉ କେଉଁଠି ନାହିଁ ।

ଯାହାର ଅନ୍ନ ଜଳ ଖାଇ ମୁଁ ଶରୀର ଧାରଣ କରିଛି, ଯାହାର ନାମରେ ଏ ପୃଥ‌ିବୀରେ ମୁଁ ପରିଚିତ, ଯାହାର ଗୌରବରେ କେତେ ସୁଖ ଫୁଟିଉଠେ, ଆଉ ଯାହାର ପତନରେ ମୋର ପତନ ଅବଶ୍ୟମ୍ଭାବୀ, ଦୂର ଦେଶରେ ଥାଇ ଯାହାକୁ ମନେପକାଇଲେ ମନ ଖାଲି ବିକଳ ହୁଏ, ଦୁଃଖରେ ଝୁରି ହେବାକୁ ପଡ଼େ, ତାହା ପାଇଁ ଯେଉଁ ଲୋକ ଆପଣାର ରକ୍ତବିନ୍ଦୁ ଦାନ ନ କରେ, ସେ କୃତଘ୍ନ ପଶୁ ସହିତ ସମାନ ଅଟେ ।

ଇତିହାସର ପୃଷ୍ଠା ଲେଉଟାଇଲେ ଜଣାପଡ଼େ କେତେ ମହାନ୍ ବୀର ନିଜ ଦେଶର ମଙ୍ଗଳ ପାଇଁ ଆପଣାର ଶରୀର ଦାନ କରିଛନ୍ତି । ନିଜର ସୁଖଶାନ୍ତି, ଘର, ପରିବାରକୁ ଭୁଲି ସେମାନେ ଭିକ୍ଷାଥାଳ ଧରି ଘର ଘର ବୁଲିଛନ୍ତି । ଅନ୍ୟ ଲୋକଙ୍କର ମଙ୍ଗଳ ବିଧାନ ପାଇଁ ମୁଣ୍ଡଝାଳ ଗୋଡ଼ରେ ମାରି ଆପଣାର ନାମକୁ ଅକ୍ଷୟ ଅକ୍ଷରରେ ଲେଖାଯାଇଛନ୍ତି । ଲୋକମୁଖରେ ସର୍ବଦା ସେମାନଙ୍କର ନାମ ପ୍ରଚାରିତ ହୁଏ । ସେମାନଙ୍କର ପିତାମାତା ତଥା ଜନ୍ମସ୍ଥାନ ଧନ୍ୟ ବୋଲି ପ୍ରଚାରିତ ହୁଏ ।

କଠିନ ଶବ୍ଦାର୍ଥ :

  • ରବି -ସୂର୍ଯ୍ୟ ।
  • ବିତରେ – ବାଣ୍ଟିଥାଏ ।
  • ତୃଷା – ଶୋଷ ।
  • ବର୍ଷେ – ଛାତିରେ ।
  • ବିଚରଣ – ବୁଲିବା ।
  • ଧରା – ପୃଥ‌ିବୀ ।
  • ଜନନୀ – ମାଆ ।
  • ପିତୁଳା – କଣ୍ଢେଇ ।
  • ସକଳେ – ସମସ୍ତେ ।
  • ଶୋଭନ୍ତି – ଶୋଭାପାଆନ୍ତି ।
  • ଯେହ୍ନେ – ଯେପରି ।
  • ଗିରି – ପର୍ବତ ।
  • ଶୋଭେ – ଶୋଭାପାଏ ।
  • ମୁକୁତା – ମୁକ୍ତା ।
  • ଜଳଧର – ମେଘ ।
  • ସୌଦାମିନୀ – ବିଜୁଳି ।
  • ତୋରା – ମନୋହର ।
  • କାନନ – ବଣ ।
  • ବିହଙ୍ଗମ – ପକ୍ଷୀ ।
  • ଅନ୍ନ – ଭାତ ।
  • ସ୍ମରଣ – ମନେପକାଇବା ।
  • ସ୍ବଚ୍ଛ – ନିର୍ମଳ ।
  • ସିଗ୍ଧ – ଆରାମଦାୟକ, ଶୀତଳତାକାରକ ।
  • କୃତଘ୍ନ – ଯେ ଉପକାରକୁ ସ୍ଵୀକାର କରେନାହିଁ ।
  • ଅକ୍ଷୟ – ଯାହା କ୍ଷୟ ହୁଏ ନାହିଁ (ଅମର) ।
  • ଲୋକମୁଖ – ଲୋକ ମୁହଁରେ ।

BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ

Odisha State Board BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ Textbook Exercise Questions and Answers.

BSE Odisha Class 6 Odia Solutions Chapter 2 ପ୍ରଭାତ ଅବକାଶ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହା
(କ) ସକାଳ ହେବାରୁ କେଉଁ କେଉଁ ପକ୍ଷୀ ରାବିଲେ ?
ସକାଳ ହେବାରୁ ଶୁଆ, କାଉ, କୋଇଲି ଓ କୁକୁଡ଼ା ଆଦି ପକ୍ଷୀମାନେ ରାବିଲେ ।

(ଖ) ମାତା ଯଶୋବନ୍ତୀ ଶ୍ରୀକୃଷ୍ଣଙ୍କୁ କେଉଁସବୁ ଖାଦ୍ୟ ଖୁଆଇବେ ବୋଲି କହିଛନ୍ତି ?
Answer:
ମାତା ଯଶୋବନ୍ତୀ ଶ୍ରୀକୃଷ୍ଣଙ୍କୁ କଦଳୀ, ଲହୁଣୀ ମିଶ୍ରିତ ପେଡ଼ା, ରାବିଡ଼ି ଏବଂ ଖଣ୍ଡ ଓ ସର ପ୍ରଭୃତି ଖୁଆଇବେ ବୋଲି କହିଛନ୍ତି ।

(ଗ ) ଶ୍ରୀକୃଷ୍ଣ କେଉଁ କାରଣରୁ ପଥଶ୍ରମ ପାଇ ଅଧ‌ିକ ସମୟ ଶୋଇଯାଇଛନ୍ତି ?
Answer:
ଶ୍ରୀକୃଷ୍ଣ ଗତକାଲି ବାଛୁରୀ ଚରାଇବାକୁ ଯାଇ ପଥଶ୍ରମ ପାଇ ଶରୀରରେ ଦୁର୍ବଳତା ଅନୁଭବ କରିଛନ୍ତି । ତେଣୁ ଅଳସରେ ଅଧିକ ସମୟ ଶୋଇଯାଇଛନ୍ତି ବୋଲି ଯଶୋଦା ଭାବିଛନ୍ତି ।

(ଘ) କେଉଁମାନେ ସିଂହଦ୍ଵାର ନିକଟରେ ଥାଇ ଶ୍ରୀକୃଷ୍ଣଙ୍କୁ ଡାକୁଛନ୍ତି ?
Answer:
ଗୋପାଳ ବାଳକମାନେ ସିଂହଦ୍ଵାର ନିକଟରେ ଥାଇ ଶ୍ରୀକୃଷ୍ଣଙ୍କୁ ଡାକୁଛନ୍ତି ।

BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ

Question ୨।
ଉତ୍ତର ଲେଖ ।
(କ) କେଉଁ କେଉଁ ପକ୍ଷୀ ଶ୍ରୀକୃଷ୍ଣଙ୍କୁ ରାତି ପାହିଯିବାର ସୂଚନା ଦେଉଛନ୍ତି ?
Answer:
ମନ୍ଦିରରେ ଶୁଆ, ଗଛରେ କାଉ ଓ କୋଇଲି ଏବଂ କୁକୁଡ଼ା ଭଳି ପକ୍ଷୀମାନେ ଶ୍ରୀକୃଷ୍ଣଙ୍କୁ ରାତି ପାହିଯିବାର ସୂଚନା ଦେଉଛନ୍ତି ।

(ଖ) ଶ୍ରୀକୃଷ୍ଣ ନିଦରୁ ଉଠିବା ପରେ ମା’ ଯଶୋଦା କ’ଣ କରିବେ କହୁଛନ୍ତି ?
ଶ୍ରୀକୃଷ୍ଣ ନିଦରୁ ଉଠିବା ପରେ ମାଆ ଯଶୋଦା ଝରିରେ ରଖୁଥ‌ିବା ସୁଗନ୍ଧଯୁକ୍ତ ଜଳରେ ତାଙ୍କର ଶ୍ରୀମୁଖକୁ ଧୋଇଦେବେ । ତା’ପରେ ତାଙ୍କୁ କଦଳୀ, ଲହୁଣୀ ମିଶ୍ରିତ ଗୋଟିକା, ଅଧାମ, ଖଣ୍ଡ ଏବଂ ସର ପ୍ରଭୃତି ଖୁଆଇବେ ବୋଲି କହୁଛନ୍ତି ।

(ଗ) ଶ୍ରୀକୃଷ୍ଣ କାହିଁକି ଏତେବେଳ ପର୍ଯ୍ୟନ୍ତ ଶୋଇଛନ୍ତି ବୋଲି ମାତା ଯଶୋଦା ଭାବୁଛନ୍ତି ?
Answer:
ଶ୍ରୀକୃଷ୍ଣ ଗତକାଲି ବାଛୁରୀ ଚରାଇବାକୁ ବନକୁ ଯାଇଥିଲେ । ବାଛୁରୀ ପଛେ ପଛେ ବୁଲି ପଥଶ୍ରମ ହେତୁ ତାଙ୍କ ଦେହ ଦୁର୍ବଳ ହୋଇପଡ଼ିଥିବ । ତେଣୁ ଆଳସ୍ୟ ହେତୁ ଶ୍ରୀକୃଷ୍ଣ ଏତେବେଳଯାଏ ଶୋଇଛନ୍ତି ବୋଲି ମାଆ ଯଶୋଦା ମନେ ମନେ ଭାବୁଛନ୍ତି ।

(ଘ) ଏହି କବିତାଟିରେ ଯଶୋଦାଙ୍କର ମାତୃସ୍ନେହ କିପରି ଫୁଟି ଉଠିଛି ?
Answer:
ମାଆ ଯଶୋଦା ଶ୍ରୀକୃଷ୍ଣଙ୍କର ଉଠିବାରେ ବିଳମ୍ବ ହେବାର ଦେଖ୍ ଖୁବ୍ ଶ୍ରଦ୍ଧାରେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଛନ୍ତି । ଉଠିବାମାତ୍ରେ ସୁଗନ୍ଧଯୁକ୍ତ ଜଳରେ ମୁହଁ ଧୁଆଇ ସ୍ବାଦିଷ୍ଟ ଖାଦ୍ୟ ଖୁଆଇବାର ଲୋଭ ଦେଖାଉଛନ୍ତି । ଏପରିକି ଗୋଚାରଣ ନିମିତ୍ତ ଯିବାବେଳେ ଦଧୂ ଅନ୍ନ ସଙ୍ଗରେ ନେବା କଥା ମଧ୍ୟ କହୁଛନ୍ତି । ତତ୍‌ସହିତ ଶ୍ରୀକୃଷ୍ଣଙ୍କର ଶାରୀରିକ ପରିଶ୍ରମ କଥା ମନେପକାଇ ନିଜେ ଯଶୋଦା ଚିନ୍ତିତ ହେଉଛନ୍ତି । ଏହିପରି ଭାବେ ଉକ୍ତ କବିତାରେ ଯଶୋଦାଙ୍କର ଅନାବିଳ ମାତୃସ୍ନେହର ଚିତ୍ର ଫୁଟି ଉଠିଛି ।

(ଙ‍) ଗୋପାଳ ବାଳକମାନେ କ’ଣ କହି ଶ୍ରୀକୃଷ୍ଣଙ୍କୁ ନିଦରୁ ଉଠାଉଛନ୍ତି ?
Answer:
ପ୍ରତିଦିନ ଗୋପାଳ ବାଳକମାନଙ୍କ ସହ ଶ୍ରୀକୃଷ୍ଣ ଗାଈ ଚରାଇବାକୁ ବଣକୁ ଯାଆନ୍ତି । ସେଦିନ ସୂର୍ଯ୍ୟୋଦୟ ହୋଇ ସାରିଥିଲେ ମଧ୍ୟ ଶ୍ରୀକୃଷ୍ଣ ଉଠିନଥିବାରୁ ସାଥୀ ଗୋପାଳ ବାଳକମାନେ ତାଙ୍କୁ ‘ଅଚ୍ୟୁତ ତୁ କେତେ ନିଦରେ ଶୋଇଛୁ’ ବୋଲି କହି ନିଜରୁ ଉଠାଇବାକୁ ଚେଷ୍ଟା କରିଛନ୍ତି ।

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ଅମୃତ ପାଣି କଦଳୀ, ଲବଶା ସଙ୍ଗତେ ଗୋଳି
ଅଧାମ ଗୋଟିକା ପୁଳି, ଖଣ୍ଡ ସଙ୍ଗେ ଭୁଞ୍ଜାଇବି ସର ହେ ।
Answer:
ଅମୃତ ପାଣି ……………………………………. ସର ହେ ।
ଶଂସିତ ପଦ୍ୟାଶଟି ଭକ୍ତକବି ବନମାଳୀ ଦାସଙ୍କ ରଚିତ ‘ପ୍ରଭାତ ଅବକାଶ’ କବିତାରୁ ସଂଗୃହୀତ । ଏଠାରେ ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଦ୍ରାରୁ ଉଠିଲା ପରେ ଯେଉଁସବୁ ସ୍ଵାଦିଷ୍ଟ ଦ୍ରବ୍ୟ ଭୋଜନ କରାଇବେ ବୋଲି କହିଛନ୍ତି, ସେ ସମ୍ପର୍କରେ ଆଲୋକପାତ କରାଯାଇଛି । ରାତି ପାହିଲାଣି, ଅଥଚ ଶ୍ରୀକୃଷ୍ଣ ନିଦ୍ରା ତ୍ୟାଗ କରିନାହାନ୍ତି । ତେଣୁ ତାଙ୍କୁ ଜଣାଇ ଦେବାପାଇଁ ମାଆ କହୁଛନ୍ତି ହେ ବଂଶୀଧର ! ମନ୍ଦିରରେ ଶୁଆ, ଗଛରେ କାଉ, କୋଇଲି ଓ କୁକୁଡ଼ାମାନେ ବାରମ୍ବାର ଡାକିଲେଣି । ତୁମେ ଶୀଘ୍ର ଉଠିଯାଅ । ତୁମେ ଉଠିଲେ ଝରିରେ ରଖୁଥ‌ିବା ସୁଗନ୍ଧଯୁକ୍ତ ଜଳରେ ମୁଁ ତୁମର ମୁହଁ ଧୋଇଦେବି । ତା’ପରେ ତୁମ ପାଇଁ ଅମୃତତୁଲ୍ୟ ଯେଉଁସବୁ ଖାଦ୍ୟ ପଦାର୍ଥ ରଖୁଛି, ତାହା ମଧ୍ୟ ଖୁଆଇବି । କଦଳୀ, ଲହୁଣୀ ମିଶ୍ରିତ ପେଡ଼ା, ସରପୁଳି ସହିତ ଖଣ୍ଡ ଓ ସର ମଧ୍ୟ ଖୁଆଇବି । ଯେଉଁସବୁ ଖାଦ୍ୟ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଅଟେ, ତାହାକୁ ଖୁଆଇବାର ଲୋଭ ମାଆ ଯଶୋଦା ଦେଖାଇଛନ୍ତି । ବାସ୍ତବରେ ମାଆ ଯଶୋଦା ପୁତ୍ରସ୍ନେହରେ ଆବଦ୍ଧ ହୋଇ ଯେଉଁପରି ସ୍ନେହପୂର୍ଣ ଅନ୍ୟତ୍ର ବିରଳ ।

(ଖ) ବାଛୁରୀ ଚରାଇ ଯାଇ, କାଲି ପଥଶ୍ରମ ପାଇ
ଅଳସରେ ଅଛୁ ଶୋଇ, ଅଶକତ ହୁଏ କି ଶରୀର ହେ ।
Answer:
ବାଛୁରା ……………………………………… ଶରୀର ହେ ।
ଉଦ୍ଧୃତାଂଶଟି ଭକ୍ତକବି ବନମାଳୀ ଦାସଙ୍କ ରଚିତ ‘ପ୍ରଭାତ ଅବକାଶ’ କବିତାରୁ ସଂଗୃହୀତ । ଏଠାରେ ଶ୍ରୀକୃଷ୍ଣଙ୍କ ଉଠିବାରେ ବିଳମ୍ବର କାରଣ ସମ୍ପର୍କରେ ମାଆ ଯଶୋଦାଙ୍କ ମନରେ ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ତାହା ବର୍ଣ୍ଣିତ ହୋଇଛି । ଦିନେ ଶ୍ରୀକୃଷ୍ଣଙ୍କର ଉଠିବାରେ ବିଳମ୍ବ ହୋଇଛି । ମାଆ ନିଜ ଆଦରର ପୁତ୍ର ଶ୍ରୀକୃଷ୍ଣଙ୍କୁ ନିଦରୁ ଉଠାଇବାପାଇଁ ଉଦ୍ୟମ କରୁଛନ୍ତି । ସେ କହିଛନ୍ତି ଯେ ପକ୍ଷୀମାନଙ୍କର କଳରବରେ ଚତୁର୍ଦ୍ଦିଗ ମୁଖରିତ ହେଲାଣି । ଏପର୍ଯ୍ୟନ୍ତ ଶ୍ରୀକୃଷ୍ଣ ଶଯ୍ୟାତ୍ୟାଗ କରୁନାହିଁ ! ତେଣୁ ମାଆ ତାଙ୍କୁ ଲୋଭଗ୍ରସ୍ତ କରାଉଛନ୍ତି । ବିଭିନ୍ନ ପ୍ରକାରର ସ୍ଵାଦିଷ୍ଟ ଖାଦ୍ୟ ଖୁଆଇବାର ଲୋଭ ଦେଖାଉଛନ୍ତି । ଏପରିକି ଡେରି ହେଲେ ଗାଈମାନଙ୍କୁ ଗୋଠକୁ ନେଇଯିବାରେ ବିଳମ୍ବ ହେବ ବୋଲି ମଧ୍ୟ ସେ କହିଛନ୍ତି । ତଥାପି ମାଆର ମନ ବୁଝିନାହିଁ । ତେଣୁ ସେ ଭାବୁଛନ୍ତି, ଗତକାଲି ବାଛୁରୀ ଚରାଇବାକୁ ଯାଇ ପୁଅ ପଥଶ୍ରମ ହେତୁ ଖୁବ୍ ଦୁର୍ବଳ ହୋଇପଡ଼ିଛି । ତେଣୁ ଶରୀରରେ ଦୁର୍ବଳତା ହେତୁ ଅଳସୁଆ ହୋଇ ସେ ଶୋଇପଡ଼ିଛି ! ସେଥ‌ିପାଇଁ ବୋଧହୁଏ ତା’ ର ଉଠିବାରେ ବିଳମ୍ବ ହେଉଛି । ବାସ୍ତବରେ ପୁତ୍ରବତ୍ସଳା ଜନନୀ ଯଶୋଦାଙ୍କର ଅନାବିଳ ପୁତ୍ର ସ୍ନେହର ପଟାନ୍ତର ନାହିଁ ।

BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ

Question ୪।
ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଦରୁ ଉଠାଇବାପାଇଁ ବ୍ୟସ୍ତ ହୋଇପଡ଼ିଛନ୍ତି । ଯେଉଁ ପଦଟିରୁ ଏହାର ସୂଚନା ମିଳୁଛି, ସେହି ପଦଟି ଲେଖ ।
Answer:
‘ସିଂହଦ୍ଵାରେ ଗୋପସୁତ, ଡାକନ୍ତି ଉଠ ଅଚ୍ୟୁତ
କେତେ ନିଦ୍ରାଯାଉ ତୁ ତ, ଆକାଶେ ଉଦୟ ଦିନକର ହେ ।’’

Question ୫।
ଶ୍ରୀକୃଷ୍ଣଙ୍କୁ କିଏ, କେଉଁ ନାମ ଧରି ଡାକିଛନ୍ତି, ସେହି ନାମଗୁଡ଼ିକ ଲେଖ ।
Answer:

କିଏ ଡାକିଛନ୍ତି କେଉଁ ନାମରେ
ଯଶୋଦା ବଂଶୀଧର, ବନମାଳୀ,ରାମ, ବାସୁଦେବ
ଗୋପସ୍ତୁତ ଅଚ୍ୟୁତ
କବି ବନମାଳୀ ଚକ୍ରଧର

Question ୬।
ବଂଶୀ ଧରନ୍ତି ଯେ, ସେ ‘ବଂଶୀଧର’; ଏହିଭଳି ଆଉ କେତୋଟି ଶବ୍ଦ ଲେଖ ।
Answer: ଚକ୍ର ଧରନ୍ତି ଯେ – ଚକ୍ରଧର
ଧରନ୍ତି ଯେ – ଧନୁର୍ଦ୍ଧର
ଶ୍ରୀ ଧରନ୍ତି ଯେ – ଶ୍ରୀଧର
ଭୂ ଧରନ୍ତି ଯେ – ଭୂଧର

BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ

Question ୭।
ଅସଜଡ଼ା ପଦକୁ ସଜାଡ଼ି ଲେଖ ।
(କ) ବାସୁଦେବ ଉଛୁର ଗୋ-ଗୋଷ୍ଠି ହେବ ରାମ ଉଠ ।
Answer:
ଉଠ ରାମ ବାସୁଦେବ, ଗୋ-ଗୋଷ୍ଠୀ ଉଛୁର ହେବ।

(ଖ) ଆହାର ନଦୀକୂଳେ ଦଧି ସାଥେ ଅନ୍ନ ନେବ କରିବ ହେ ।
Answer:
ଦଧି ଅନ୍ନ ସାଥେ ନେବ, ନଦୀକୂଳେ କରିବ ଆହାର ହେ।

ତୁମ ପାଇଁ କାମ:

  • ୧। କାଉ, କୁକୁଡ଼ା, ଶୁଆ, ମୟୂର ଓ ଅନ୍ୟ ପକ୍ଷୀମାନଙ୍କର ପର ସଂଗ୍ରହ କରି ଏବଂ ସେଗୁଡ଼ିକ ତୁମ ବିଦ୍ୟାଳୟରେ ରଖ ।
  • ୨। ଶ୍ରୀକୃଷ୍ଣଙ୍କ ପିଲାଦିନ ଉପରେ ଲେଖାଯାଇଥ‌ିବା ଅନ୍ୟ କବିତା ସଂଗ୍ରହ କର ଏବଂ ପଢ଼ି ।
  • ୩ । ବନମାଳୀ ଦାସଙ୍କ ଲିଖ୍ତ ଅନ୍ୟ କବିତାଗୁଡ଼ିକୁ ସଂଗ୍ରହ କରି ଶ୍ରେଣୀରେ ସାଙ୍ଗମାନଙ୍କ ସହିତ ଆବୃତ୍ତି କର ।
    [ ଛାତ୍ରଛାତ୍ରୀମାନେ ଶିକ୍ଷକ/ଅଭିଭାବକଙ୍କ ସାହାଯ୍ୟ ନେଇ ନିଜେ ଅଭ୍ୟାସ କରିବେ ।]

ପରାକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ସଂକ୍ଷେପରେ ଉତ୍ତର ଦିଅ ।
(କ) କବି ବନମାଳୀ କିପରି ଶ୍ରୀକୃଷ୍ଣଙ୍କୁ ଉଠିବାକୁ ନିବେଦନ କରିଛନ୍ତି ?
Answer:
ଭକ୍ତକବି ବନମାଳୀ କହୁଛନ୍ତି, ହେ ପ୍ରଭୁ ଚକ୍ରଧର ! ବଣକୁ ଯିବାକୁ ଡେରି ହେବ । ତେଣୁ ଶୀଘ୍ର ଉଠି ବଣକୁ ଗମନ କରନ୍ତୁ । ତୁମର ପାଦରେ ମୁଁ ଚାକର ପରି ନିବେଦନ କରୁଛି ।

(ଖ) ନଦୀକୂଳରେ କ’ଣ ଖାଇବାକୁ ଜନନୀ କହିଛନ୍ତି ?
Answer:
ନଦୀକୂଳରେ ଦହି ଭାତ ଖାଇବାକୁ ଜନନୀ କହିଛନ୍ତି ।

(ଗ) ‘‘ଆକାଶେ ଉଦୟ ଦିନକର ହେ’’
Answer:
ସୂର୍ଯ୍ୟ ଉଦୟ ହୋଇଗଲେଣି । ରାତି ପାହି ସାରିଲାଣି । ତେଣୁ ଆଉ ଶୋଇବା ଅନୁଚିତ । ଉକ୍ତିରୁ ଏହି କଥା ମାଆ କହିବାର ସୂଚନା ମିଳୁଛି ।

(ଘ) ଯଶୋଦା କିପରି ଶ୍ରୀକୃଷ୍ଣଙ୍କର ମୁହଁ ଧୋଇବାକୁ କହିଛନ୍ତି ?
Answer:
ଶ୍ରୀକୃଷ୍ଣ ନିଦରୁ ଉଠିଲେ ଝରିରେ ରଖୁବା ସୁଗନ୍ଧିତ ଜଳରେ ଯଶୋଦା ତାଙ୍କର ମୁହଁ ଧୋଇବାକୁ କହିଛନ୍ତି ।

(ଙ‍) ଭକ୍ତ କବିତାରେ କବି ଶ୍ରୀକୃଷ୍ଣଙ୍କର ଯେଉଁ ଯେଉଁ ନାମ ଉଲ୍ଲେଖ କରିଛନ୍ତି, ତାହାକୁ କ୍ରମାନ୍ୱୟରେ ଲେଖ ।
Answer:
ବଂଶୀଧର, ବନମାଳୀ, ରାମ, ବାସୁଦେବ, ଅଚ୍ୟୁତ ଓ ଚକ୍ରଧର – ଏହିସବୁ ନାମ କବି ଉକ୍ତ କବିତାରେ କ୍ରମାନ୍ୱୟରେ ଉଲ୍ଲେଖ କରିଛନ୍ତି ।

BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ‘ଉଠ ରାମ ବାସୁଦେବ’ ବୋଲି କିଏ କାହା ଉଦ୍ଦେଶ୍ୟରେ କହିଛନ୍ତି ?
Answer:
କୃଷ୍ଣ ଜନନୀ ଯଶୋଦାଙ୍କର ନୟନ ପିତୁଳା ଥିଲେ ।‘ଉଠ ରାମ ବାସୁଦେବ’ ବୋଲି କୃଷ୍ଣପ୍ରାଣା ଜନନୀ ଯଶୋଦା ବଳରାମ ଓ କୃଷ୍ଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।

(ଖ) ସକାଳ ହେବାରୁ କେଉଁ କେଉଁ ପକ୍ଷୀ ଭାବିଲେ ?
Answer:
ସକାଳ ହେବାରୁ ମନ୍ଦିରରେ ଶୁକପକ୍ଷୀ ଓ ବୃକ୍ଷଡାଳରେ କାଉ ରାବିଲେ । କୋଇଲି କୁହୁ କୁହୁ ତାନରେ ଓ କୁକୁଡ଼ା ଉଚ୍ଚ ସ୍ୱରରେ ରାବିଲେ ।

(ଗ) ଶ୍ରୀକୃଷ୍ଣ କେଉଁ କାରଣରୁ ପଥଶ୍ରମ ପାଇ ଅଧ୍ବ ସମୟ ଶୋଇଯାଇଛନ୍ତି ?
Answer:
ଶ୍ରୀକୃଷ୍ଣ ଗୋପାଳ ବାଳକମାନଙ୍କ ସହିତ ଗତକାଲି ବାଛୁରୀ ଚରାଇବାକୁ ଯାଇ ପଥଶ୍ରମ ପାଇ ଦୁର୍ବଳ ହୋଇ

(ଘ) ଯଶୋଦା କିପରି କୃଷ୍ଣଙ୍କ ମୁଖ ପଖାଳିବେ ବୋଲି କହିଛନ୍ତି ?
Answer:
ରାତି ପାହିଯିବାରୁ ଯଶୋଦା ଶ୍ରୀକୃଷ୍ଣଙ୍କୁ ଶଯ୍ୟା ତ୍ୟାଗ କରି ଉଠିବାକୁ କହିଛନ୍ତି । କୃଷ୍ଣ ଉଠିଲା ପରେ ସେ ଝରିରେ ରଖିଥ‌ିବା ସୁବାସିତ ପାଣିରେ ତାଙ୍କ ମୁଖ ପଖାଳିବେ ବୋଲି କହିଛନ୍ତି ।

(‍ଙ) ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ କ’ଣ କ’ଣ ଖୁଆଇବେ ବୋଲି କହିଛନ୍ତି ?
Answer:
ଶ୍ରୀକୃଷ୍ଣ ଶଯ୍ୟାତ୍ୟାଗ କରି ଉଠିବା ପରେ ମାତା ଯଶୋଦା ତାଙ୍କୁ ଅମୃତ ପାଣି କଦଳୀ, ଲବଣୀ, ଅଧାମ, ଗୋଟିକା, ଖଣ୍ଡ ଓ ପୁଳି ଆଦି ଖୁଆଇବେ ବୋଲି କହିଛନ୍ତି ।

Question ୩।
ସରଳ ଭାଷାରେ ବୁଝାଇ ଲେଖ ।
(କ) ‘‘ସିଂହଦ୍ଵାରେ ଗୋପସ୍ତୁତ, ଡାକନ୍ତ ଉଠ ଅଚ୍ୟୁତ ।’’
Answer:
ସିଂହଦ୍ଵାରେ …………………… ଅଚ୍ୟୁତ ।
ଶଂସିତ ପଦ୍ୟାଶଟି ବନମାଳୀ ଦାସଙ୍କ ରଚିତ ‘ପ୍ରଭାତ ଅବକାଶ’ କବିତାରୁ ସଂଗୃହୀତ । ଏଠାରେ ମାଆ ଯଶୋଦା ଶ୍ରୀକୃଷ୍ଣଙ୍କ ନିଦ୍ରାଭଙ୍ଗ କରିବାକୁ ଯେଉଁସବୁ କଥା କହିଛନ୍ତି, ତାହା ବର୍ଣ୍ଣିତ ହୋଇଛି । ରାତି ପାହିଯାଇଛି । ପକ୍ଷୀମାନେ ରାବ କରିଲେଣି। ତଥାପି ଶ୍ରୀକୃଷ୍ଣ ଅଳସୁଆ ହୋଇ ଶୋଇଛନ୍ତି । ମାଆ ଯଶୋଦା ତାଙ୍କୁ ତାଙ୍କ ପ୍ରିୟ ଖାଦ୍ୟର ପ୍ରଲୋଭନ ଦେଖାଇ ସାରିଲା ପରେ ଶ୍ରୀକୃଷ୍ଣ ନ ଉଠିବାରୁ ବାଧ୍ୟହୋଇ ସିଂହଦ୍ଵାରରେ ଗୋପବାଳକଙ୍କ ଭିଡ଼ ମଧ୍ଯ ଲାଗିବା କଥା କହିଛନ୍ତି । ଗୋପାଳ ବାଳକମାନେ କେତେବେଳରୁ ଆସି ‘ଅଚ୍ୟୁତ’ ବୋଲି ଡାକିଲେଣି । ତଥାପି ସେ ଶୋଇଛନ୍ତି ! ତତ୍ ସହିତ ପୂର୍ବଦିଗର ଆକାଶରେ ସୂର୍ଯ୍ୟ ଉଦୟ ମଧ୍ଯ ହୋଇସାରିଲେଣି । ତେଣୁ ଶ୍ରୀକୃଷ୍ଣ ଆଉ ଶୋଇବା ଅନୁଚିତ ବୋଲି ମାଆ ଯଶୋଦା କହିଛନ୍ତି । ବାସ୍ତବରେ ଯଶୋଦାଙ୍କର ଏହି ଉକ୍ତି ବେଶ୍ ଭାବପୂର୍ଣ୍ଣ ହୋଇପାରିଛି ।

BSE Odisha 6th Class Odia Solutions Chapter 2 ପ୍ରଭାତ ଅବକାଶ

Question ୪।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) କବି ବନମାଳୀ ନିଜକୁ କାହାର ଚରଣ କିଙ୍କର ବୋଲି କହିଛନ୍ତି ?
Answer:
କବି ବନମାଳୀ ଦାସ ଅଷ୍ଟାଦଶ ଶତାବ୍ଦୀର ଜଣେ ଶ୍ରେଷ୍ଠ କବି । ସେ କୃଷ୍ଣଲୀଳା ସମ୍ବଳିତ ଅନେକ ଭଜନ, ଜଣାଣ ଓ ପଦାବଳୀ ରଚନା କରିଥିଲେ । ସେ କୃଷ୍ଣଙ୍କ ଲୀଳା ବର୍ଣ୍ଣନାରେ ଏପରି ମଜ୍ଜି ଯାଉଥିଲେ ଯେ ତାଙ୍କୁ ସବୁକିଛି କୃଷ୍ଣମୟ ଦେଖାଯାଉଥିଲା । ସେ କୃଷ୍ଣଙ୍କୁ ନିଜର ପ୍ରଭୁ ମନେକରୁଥିଲେ । ସେ ନିଜକୁ ପ୍ରଭୁ କୃଷ୍ଣଙ୍କର ସେବକ ଓ ଦାସ ବୋଲି ମନେକରୁଥିଲେ । ପଠିତ ‘ପ୍ରଭାତ ଅବକାଶ’ କବିତାରେ କବି ନିଜକୁ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ କିଙ୍କର ବୋଲି ବର୍ଣ୍ଣନା କରିଛନ୍ତି ।

(ଖ) ଶ୍ରୀକୃଷ୍ଣ କାର୍ହିକି ଏତେବଳ ପର୍ଯ୍ୟନ୍ତ ଶଯ୍ୟାତ୍ୟାଗ କରିନାହାନ୍ତି ବୋଶାଦା ଭାବିଛନ୍ତି?
Answer:
ଯଶୋଦାଙ୍କ ହୃଦୟରେ ଶ୍ରୀକୃଷ୍ଣଙ୍କ ପାଇଁ ଅମାପ ସ୍ନେହ ଶ୍ରଦ୍ଧା ପୂରି ରହିଥିଲା । ସେ ସଦାସର୍ବଦା କୃଷ୍ଣଙ୍କ କଥା ହିଁ ଚିନ୍ତା କରୁଥିଲେ । ଅଲିଅଳ ପୁତ୍ର କୃଷ୍ଣଙ୍କୁ ଦଣ୍ଡେ ନ ଦେଖିଲେ ସେ ପାଗଳୀ ପ୍ରାୟ ହେଉଥିଲେ । ଶ୍ରୀକୃଷ୍ଣ ଶଯ୍ୟାତ୍ୟାଗ କରିବାରେ ବିଳମ୍ବ ହେବାରୁ ତାଙ୍କ ମନ ଚିନ୍ତାଗ୍ରସ୍ତ ହୋଇଛି । ସେ ଭାବିଛନ୍ତି ଯେ ଗତକାଲି ଶ୍ରୀକୃଷ୍ଣ ଗୋ-ବସାମାନଙ୍କୁ ଚାରଣ କରିବାକୁ ବନକୁ ଯାଇ ପଥଶ୍ରମ ପାଇଛନ୍ତି । ତେଣୁ ତାଙ୍କର ବିଳମ୍ବ ଘଟୁଛି । ତାଙ୍କ ଶରୀର ଦୁର୍ବଳ ହୋଇଯାଇଛି । ଏହିଭଳି ଆଶଙ୍କାରେ ଜନନୀ ଯଶୋଦା ବ୍ୟସ୍ତ ହୋଇଛନ୍ତି ।

(ଗ) ‘ପ୍ରଭାତ ଅବକାଶ’ କବିତାରେ କବି କିଭଳି ପ୍ରଭାତର ସୂଚନା ଦେଇଛନ୍ତି ବର୍ଣ୍ଣନା କର ।
Answer:
ଭକ୍ତକବି ବନମାଳୀ ଦାସ କୃଷ୍ଣକଥାକୁ ନେଇ ଅନେକ ଭଜନ ଓ ଜଣାଣ ରଚନା କରିଛନ୍ତି । ତାଙ୍କ ରଚନାରେ ପ୍ରକୃତିର ବର୍ଣ୍ଣନା ଦେଖିବାକୁ ମିଳେ । ‘ ପ୍ରଭାତ ଅବକାଶ’ କବିତାରେ କବି ପ୍ରଭାତର ସୁନ୍ଦର ସୂଚନା ଦେଇଛନ୍ତି । କବି ବର୍ଣ୍ଣନା କରିଛନ୍ତି ଯେ ରାତି ପାହିବା ପରେ ପ୍ରଭାତ ଆସିଛି । ପ୍ରଭାତ ହେବାରୁ ମନ୍ଦିରରେ ଶୁକପକ୍ଷୀ ଡାକ ଛାଡ଼ିଛି। କାଉ ବୃକ୍ଷ ଡାଳରେ କା’ କା’ ରାବଦେଇ ପ୍ରଭାତର ସୂଚନା ଦେଉଛି । କୋଇଲିର କୁହୁକୁହୁ ରାବ ପ୍ରଭାତକୁ ଅଧିକ ରମଣୀୟ କରୁଛି । କୁକୁଡ଼ାମାନେ ଉଚ୍ଚସ୍ଵରରେ ଡାକ ଛାଡ଼ି ରାତି ପାହିବାର ସୂଚନା ଦେଉଛନ୍ତି ।

(ଘ) ‘ପ୍ରଭାତ ଅବକାଶ’ କବିତାରେ ଜନନୀ ଯଶୋଦାଙ୍କ ମାତୃସ୍ନେହ କିପରି ଫୁଟିଉଠିଛି ବର୍ଣ୍ଣନା କର । କିମ୍ବା, ପ୍ରଭାତ ଅବକାଶ ପଦ୍ୟରୁ ଯଶୋଦାଙ୍କର ମାତୃସ୍ନେହ ବର୍ଣ୍ଣନା କର ।
Answer:
କୃଷ୍ଣ ଥିଲେ ମାତା ଯଶୋଦାଙ୍କ ପ୍ରାଣସ୍ୱରୂପ । ତାଙ୍କ ପାଇଁ ଯଶୋଦାଙ୍କ ହୃଦୟରେ ଅନାବିଳ ବାତ୍ସଲ୍ୟ ସ୍ନେହ ପୂରି ରହିଥିଲା । କୃଷ୍ଣଙ୍କୁ ନ ଦେଖିଲେ ସେ ପାଗଳୀ ପ୍ରାୟ ହେଉଥିଲେ । କୃଷ୍ଣଙ୍କର ମୁହୂର୍ଭକର ବିଳମ୍ବ ତାଙ୍କୁ ଯୁଗ ପରି ଲାଗୁଥିଲା । ପୂର୍ବଦିନ ସାଙ୍ଗସାଥୀଙ୍କ ସହ ଗୋଚାରଣ କରି କୃଷ୍ଣ ପଥଶ୍ରାନ୍ତ ହୋଇ ନିଦ୍ରା ଯାଇଛନ୍ତି । ତାଙ୍କ ଉଠିବାରେ ବିଳମ୍ବ ହୋଇଛି । ଯଶୋଦା ତାଙ୍କୁ ନିଦରୁ ଉଠାଇବା ପାଇଁ ବନମାଳୀ, ବଂଶୀଧର, ବାସୁଦେବ ଆଦି ସୁମଧୁର ସମ୍ବୋଧନ କରିଛନ୍ତି । ତାଙ୍କୁ ନିଦରୁ ଉଠାଇ ସୁବାସିତ ଜଳରେ ମୁଖ ଧୌତ କରାଇ କ୍ଷୀର ସଙ୍ଗେ କଦଳୀ, ଲହୁଣୀ, ସରପୁଳି, ଖଣ୍ଡସର ଖୁଆଇବାକୁ କହିଛନ୍ତି । କୃଷ୍ଣଙ୍କର ଗୋଷ୍ଠ ବାହୁଡ଼ାରେ ବିଳମ୍ବ ହେତୁ ସଙ୍ଗରେ ଦଧି ଅନ୍ନ ନେଇ ନଦୀକୂଳରେ ଆହାର କରିବାକୁ କହିଛନ୍ତି ।

(ଙ) କେଉଁ କେଉଁ ପକ୍ଷୀ ଶ୍ରୀକୃଷ୍ଣଙ୍କୁ ରାତି ପାହିଯିବାର ସୂଚନା ଦେଇଛନ୍ତି ?
Answer:
ଶ୍ରୀକୃଷ୍ଣ ଗୋପାଳ ବାଳକମାନଙ୍କ ସହ ଗୋଚାରଣ କରିବାକୁ ଯାଇ ପଥଶ୍ରମ ପାଇ ନିଦ୍ରା ଯାଇଛନ୍ତି । ରାତି ପାହିଯିବା ପରେ ମଧ୍ୟ ତାଙ୍କ ନିଦ ଭାଙ୍ଗିନାହିଁ । ପ୍ରଭାତ ସମୟରେ ବିଭିନ୍ନ ପକ୍ଷୀମାନେ ରାତି ପାହି ଦିବସ ଆଗମନ କରିବାର ସୂଚନା ଦେଉଛନ୍ତି । ତଥାପି କୃଷ୍ଣଙ୍କର ନିଦ୍ରାଭଙ୍ଗ ହେଉନାହିଁ । ତେଣୁ ମାତା ଯଶୋଦା କୃଷ୍ଣଙ୍କୁ ସକାଳ ହେଲାଣି ଓ ବିଭିନ୍ନ ପକ୍ଷୀମାନେ ରାବିଲେଣି ବୋଲି କହିଛନ୍ତି । ଶୁକପକ୍ଷୀ ମନ୍ଦିରରେ ଓ କାକ ପକ୍ଷୀ ବୃକ୍ଷ ଡାଳରେ ରାବିଛନ୍ତି । ପିକ କୁହୁକୁହୁ ତାନରେ ଓ କୁକୁଡ଼ା ଉଚ୍ଚସ୍ଵରରେ ଡାକଦେଇ ରାତି ପାହିବାର ସୂଚନା ଶ୍ରୀକୃଷ୍ଣଙ୍କୁ ଦେଇଛନ୍ତି ।

(ଚ) ଶ୍ରୀକୃଷ୍ଣ ନିଦରୁ ଉଠିବା ପରେ ମା’ ଯଶୋଦା କ’ଣ କରିବେ ବୋଲି କହିଛନ୍ତି ?
Answer:
କୃଷ୍ଣ ଥିଲେ ମା’ ଯଶୋଦାଙ୍କର ଅତି ଅଲିଅଳ ଓ ଆଦରର ପୁତ୍ର । କୃଷ୍ଣଙ୍କ ବିନା ତାଙ୍କୁ କିଛି ସୁଖ ଲାଗୁନଥିଲା । ଚାରିଆଡ଼ ଅନ୍ଧକାର ଦିଶୁଥିଲା । ସେ ସର୍ବଦା କୃଷ୍ଣଙ୍କ ସେବାଯତ୍ନରେ ଲାଗିଥିଲେ । ରାତି ପାହିଲା ପରେ ସେ ଶ୍ରୀକୃଷ୍ଣଙ୍କୁ ‘ବଂଶୀଧର’ ବୋଲି ସୁମଧୁର ସମ୍ବୋଧନ କରି ଶଯ୍ୟାତ୍ୟାଗ କରିବାକୁ କହିଛନ୍ତି । କୃଷ୍ଣ ନିଦରୁ ଉଠିବା ପରେ ସେ ସୁବାସିତ ଜଳରେ ତାଙ୍କ ମୁହଁ ଧୋଇଦେବେ । ତାଙ୍କୁ କ୍ଷୀର, କଦଳୀ ସହିତ ଲବଣୀ ଗୋଳାଇ ଖୁଆଇବେ । ଅଧାମ ସହିତ ସରପୁଳି ଓ ଖଣ୍ଡସର ଖୁଆଇବେ ବୋଲି କହିଛନ୍ତି ।

କବି ପରିଚୟ :

‘ପ୍ରଭାତ ଅବକାଶ’ କବିତାର ରଚୟିତା ବନମାଳୀ ଦାସ ଅଷ୍ଟାଦଶ ଶତାବ୍ଦୀର ଜଣେ ଭକ୍ତକବି । ସେ ପୁରୀରେ ବାସ କରୁଥିଲେ । ଜଗନ୍ନାଥଙ୍କର ସେବା କରିବା ସହିତ ସେ ବହୁ ଭଜନ ଓ ଜଣାଣ ରଚନା କରିଛନ୍ତି । କୃଷ୍ଣଙ୍କୁ ନେଇ ସେ ଅନେକ କବିତା ରଚନା କରିଛନ୍ତି । ତାଙ୍କର କବିତାଗୁଡ଼ିକ ଯେପରି ସରଳ, ସେହିପରି ସଙ୍ଗୀତମୟ । ତାଙ୍କ ରଚିତ ସମସ୍ତ କବିତାକୁ ‘ବନମାଳୀ ପଦ୍ୟାବଳୀ’ ନାମରେ ଏକତ୍ର କରି ପ୍ରକାଶ କରାଯାଇଛି ।

କବିତାର ଆଦର୍ଶ :

ଆଲୋଚ୍ୟ ‘ପ୍ରଭାତ ଅବକାଶ’ କବିତାଟି ‘ବନମାଳା ପଦ୍ୟାବଳା’ରୁ ସଂଗୃହାତା ଏଥିରେ ନିଦ୍ରାରତ ଶ୍ରାକୃଷ୍ଟଙ୍କର ନିଦ୍ରାଭଙ୍ଗ ନିମିତ୍ତ ଜନନୀ ଯଶୋଦାଙ୍କର ସ୍ନେହଶ୍ରଦ୍ଧାପୂର୍ଣ୍ଣ ବାଣୀର ସମାହାର ଦେଖିବାକୁ ମିଳେ । ଶ୍ରୀକୃଷ୍ଣଙ୍କର ନିଦ୍ରାଭଙ୍ଗ ହେବାରେ ବିଳମ୍ବ ହେବାର କାରଣ ମଧ୍ୟ ଏଥିରେ ବର୍ଣ୍ଣିତ ହୋଇଛି ।

ପାରକଥା :

ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ରାତି ପାହିବାର ସୂଚନା ଦେଉଛନ୍ତି । ମନ୍ଦିରରେ ଶୁଆ, ବୃକ୍ଷରେ କାଉ, କୋଇଲି ତଥା କୁକୁଡ଼ାର ଡାକ ଶୁଭିଲାଣି ବୋଲି କହୁଛନ୍ତି । ଯଶୋଦା ମାଆ ବନମାଳୀକୁ କହୁଛନ୍ତି ଯେ, ସେ ଉଠିଲେ ଗଡ଼ୁରେ ରଖୁଥ‌ିବା ସୁଗନ୍ଧଯୁକ୍ତ ଜଳରେ ତାଙ୍କ ମୁହଁ ଧୋଇଦେବେ । ଅମୃତ ପାଣି କଦଳୀ, ଲହୁଣୀ ସହିତ ମିଶ୍ରିତ ପେଡ଼ା, ସରପୁଳି ଓ ଖଣ୍ଡ(କନ୍ଦ) ସହିତ ସର ଖୁଆଇବେ । ହେ ରାମ ବାସୁଦେବ, ତୁମେ ଶୀଘ୍ର ଉଠ । କାରଣ ଗାଈଗୋଠ ଯିବାରେ ବିଳମ୍ବ ହେବ । ସାଙ୍ଗରେ ଦହିଭାତ ନେଇ ଯିବ । ନଈକୂଳରେ ଖାଇବ ।

ଗତକାଲି ବାଛୁରୀ ଚରାଇବାକୁ ଯାଇ ବୋଧହୁଏ ଖୁବ୍ ପରିଶ୍ରମ କରି କ୍ଲାନ୍ତ ହୋଇଛୁ । ତେଣୁ ଅଳସୁଆ ହୋଇ ଶୋଇରହିଛୁ। ଦେହ ଦୁର୍ବଳ ଲାଗୁଛି କି ? ସିଂହଦ୍ଵାରରେ ଗୋପାଳବାଳକେ ଡାକିଲେଣି । ଆଉ ତୁ କେତେ ସମୟ ଶୋଇବୁ ? ଆକାଶରେ ସୂର୍ଯ୍ୟ ଉଦୟ ହୋଇଗଲାଣି । ବନମାଳୀ କହୁଛନ୍ତି, ହେ ପ୍ରଭୁ ଚକ୍ରଧର ! ତୁମେ ଶୀଘ୍ର ଉଠ । ବନକୁ ଯିବାପାଇଁ ବିଳମ୍ବ ହେବ । ତୁମେ ବନକୁ ଗମନ କର । ତୁମର ଚରଣରେ ବନମାଳୀ ଦାସ ହୋଇଛି ।

କଠିନ ଶବ୍ଦାର୍ଥ :

  • ନିଶି – ରାତି ।
  • ବଂଶୀଧର – ଶ୍ରୀକୃଷ୍ଣ ।
  • ଶୁକ – ଶୁଆ ।
  • କାକ – କାଉ ।
  • ପିକ – କୋଇଲି ।
  • କୁକ୍‌କୁଟ – କୁକୁଡ଼ା
  • ପରଖର – ଖୁବ୍ ଜୋର୍‌ରେ ।
  • ଯଶୋବନ୍ତୀ – ଯଶୋଦା ।
  • ଭାଳି – ଚିନ୍ତିତ ହୋଇ ।
  • ପଖାଳି – ଧୋଇଦେବି ।
  • ଝରି – ନଳୀଯୁକ୍ତ ଜଳପାତ୍ର ।
  • ବାସ ନୀର – ସୁଗନ୍ଧିତ ଜଳ ।
  • ଲବଣୀ – ଲହୁଣୀ ।
  • ଅଧାମ – ରାବିଡ଼ି ।
  • ଗୋଟିକା – ପେଡ଼ା ।
  • ପୁଳି- ପିଠା (ଏଠାରେ ସରପୁଳି) ।
  • ଖଣ୍ଡ – କନ୍ଦ ।
  • ଭୁଞ୍ଜାଇବି – ଖୁଆଇବି ।
  • ଗୋ-ଗୋଷ୍ଠ – ଗାଈଗୋଠ ।
  • ଉଛୁର – ବିଳମ୍ବ ।
  • ଦଧୂ ଅନ୍ନ -ଦ ହି ଭାତ ।
  • ଆହାର -ଭୋଜନ ।
  • ଅଶକତ – ଦୁର୍ବଳ ।
  • ଗୋପସ୍ତୁତ – ଗୋପାଳ ବାଳକ ।
  • ଦିନକର – ସୂର୍ଯ୍ୟ ।
  • ଚରଣ – ପାଦ ।
  • କିଙ୍କର – ଚାକର ।