Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

Go through Class 6 Social Science Solutions Odia Medium and Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର to understand textbook questions more clearly.

6th Class Social Science Chapter 11 Question Answer Odia Medium

Class 6 Social Science Chapter 11 Odia Medium

ପ୍ରଶ୍ନ, ଅଭ୍ୟାସକାର୍ଯ୍ୟ ଏବଂ ପ୍ରକଳ୍ପ :

Question 1.
ନିଜକୁ ନିଜେ ପରୀକ୍ଷା କର୍ ଉପରୋକ୍ତ ଲେଖାକୁ ନ ଦେଖ୍, ତୁମେ ପଞ୍ଚାୟତିରାଜ ବ୍ୟବସ୍ଥାର ତିନୋଟି ସ୍ତରର ନାମ କହିପାରିବ କି ? ତିନୋଟି ସ୍ତରର ପ୍ରତ୍ୟେକର ମୁଖ୍ୟକାର୍ଯ୍ୟଗୁଡ଼ିକ କ’ଣ ?
Answer:
ପଞ୍ଚାୟତିରାଜ ବ୍ୟବସ୍ଥାର ତିନୋଟି ସ୍ତରର ନାମ ହେଲା

  1. ଗ୍ରାମପଞ୍ଚାୟତ ଗ୍ରାମ ସ୍ତରରେ
  2. ବ୍ଲକ୍ ସମିତି / ପଞ୍ଚାୟତ କମିଟି / ମଣ୍ଡଳ ପରିଷଦ – ବ୍ଲକ୍ ସ୍ତରରେ
  3. ଜିଲ୍ଲା ପରିଷଦ – ଜିଲ୍ଲା ସ୍ତରରେ

ଗ୍ରାମ ପଞ୍ଚାୟତର କାର୍ଯ୍ୟ :

  1. ରାସ୍ତାଘାଟ ନିର୍ମାଣ ଓ ମରାମ୍ତି
  2. ଶୁଦ୍ଧ ପାନୀୟ ଜଳ ଯୋଗାଣ
  3. ନଳକୂପ, କୂପ ଓ ପୋଖରୀ ଖନନ
  4. ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା
  5. କୃଷି ଏବଂ ଶିକ୍ଷା ବ୍ୟବସ୍ଥା ।

ପଞ୍ଚାୟତ ସମିତିର କାର୍ଯ୍ୟ :

  1. ସରକାରଙ୍କ ଉନ୍ନୟନ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରିବା ।
  2. ପଞ୍ଚାୟତ ସମିତି ବୈଠକରେ ଗୃହୀତ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ।
  3. ଗ୍ରାମପଞ୍ଚାୟତଗୁଡ଼ିକର ଆୟବ୍ୟୟ ଅଟକଳ ପ୍ରସ୍ତୁତ କରିବା ।

ଜିଲ୍ଲା ପରିଷଦର କାର୍ଯ୍ୟ :

  1. ଜିଲ୍ଲା ମଧ୍ୟରେ ଥ‌ିବା ଶିକ୍ଷାନୁଷ୍ଠାନ, ସର୍ବସାଧାରଣ ପାଠାଗାର ଇତ୍ୟାଦିକୁ ଆର୍ଥିକ ମଞ୍ଜୁରୀ ପ୍ରଦାନ କରିବା ।
  2. କୃଷି, ଶିଳ୍ପ, ପଶୁପାଳନ, ଗ୍ରାମ୍ୟ ବିଦ୍ୟୁତ୍‌ରଣ, ସାମାଜିକ ବନୀକରଣ ଓ ବିଭିନ୍ନ ସ୍ତରୀୟ ଶିକ୍ଷାପାଇଁ ପଦକ୍ଷେପ ଗ୍ରହଣ କରିବା ।

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

Question 2.
ଗାଁରେ ରାସ୍ତା କଡ଼ରେ ପଡ଼ିଥ‌ିବା ପ୍ଲାଷ୍ଟିକ୍ ବ୍ୟାଗ୍ ପ୍ରସଙ୍ଗରେ ସରପଞ୍ଚଙ୍କୁ ଚିଠି ଲେଖ ।
Answer:
ପ୍ରାପ୍ତେଷୁ,

ଶ୍ରୀଯୁକ୍ତ ନରହରି ବେହେରା
ସରପଞ୍ଚ, ନାଗପୁର, ଗ୍ରାମପଞ୍ଚାୟତ
ଜିଲ୍ଲା – ପୁରୀ, ଓଡ଼ିଶା

ବିଷୟ – ଗାଁ ରାସ୍ତା କଡ଼ରେ ପଡ଼ିଥିବା ପ୍ଲାଷ୍ଟିକ୍ ବ୍ୟାଗ୍ ସମ୍ପର୍କରେ ଦୃଷ୍ଟିଦୋବକୁ ଅନୁରୋଧ ମହାଶୟ,

ଉକ୍ତ ପତ୍ର ଲେଖୁ ଆପଣଙ୍କ ଗୋଚରାର୍ଥେ ଜଣାଇବାକୁ ଚାହୁଁଛୁ କି ଆମ୍ଭ ଗ୍ରାମ ନାଗପୁରର ରାସ୍ତା କଡ଼ରେ ବହୁ ପରିମାଣରେ ପ୍ଲାଷ୍ଟିକ୍ ବ୍ୟାଗ୍ ଓ ଜରି ଇତ୍ୟାଦି ପଡ଼ି ରହିଅଛି । ଏହାଦ୍ଵାରା ଉଭୟ ଜନସାଧାରଣ ଏବଂ ପଶୁଙ୍କର ସ୍ଵାସ୍ଥ୍ୟ ପ୍ରତି ବିପଦ ରହିଅଛି । ଦୀର୍ଘଦିନ ଧରି ଏହି ଆବର୍ଜନା ପଡ଼ି ରହିବାଦ୍ଵାରା ପ୍ରଦୁଷିତ ହେଉଅଛି । ପ୍ଲାଷ୍ଟିକ୍ ଜରିଗୁଡ଼ିକ ନର୍ଦମାରେ ପଡ଼ି ଜଳ ନିଷ୍କାସନ ପ୍ରକ୍ରିୟାକୁ ଅବରୋଧ କରିବାସହ ମଶା ସଂଖ୍ୟା କଡ଼ାଉଛି ।

ଏଣୁ ବୀନିତ ଅନୁରୋଧ କରୁ କି ଆପଣଙ୍କ ନେତୃତ୍ୱରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଇ ପ୍ଲାଷ୍ଟିକ୍ ବ୍ୟାଗ୍ ଏବଂ ଦ୍ରବ୍ୟଗୁଡ଼ିକୁ ସ୍ତାନାନ୍ତକରଣ କରାଗଲେ ରାସ୍ତାକଡ଼ ପ୍ରଦୁଷଣମୁକ୍ତ ହେବା ସଙ୍ଗେ ସଙ୍ଗେ ପରିବେଶ ସ୍ଵାସ୍ଥ୍ୟକର ହେବ । ଏତଦ୍‌ବ୍ୟତୀତ, ପ୍ଲାଷ୍ଟିକ୍ ବ୍ୟାଗ୍ ପରିବର୍ତ୍ତେ କର୍ଟନ ବ୍ୟାଗ୍ ବ୍ୟବହାରପାଇଁ ସଚେତନତା କରାଯିବା ଆବଶ୍ୟକ । ଆଶା କରୁକି ଏହି କାର୍ଯ୍ୟ ତୁରନ୍ତ କରାଗଲେ ଆମ୍ଭେମାନେ ଆପଣଙ୍କ ନିକଟରେ ଚିରୋପକୃତ ରହିବୁ ।
ଇତି ଆପଣଙ୍କର ବିଶ୍ୱସ୍ତ
ବିଶ୍ଵମ୍ବର ଦାସ
ଏବଂ ଅନ୍ୟାନ୍ୟ ଗ୍ରାମବାସୀ

Question 3.
ତୁମ ମତରେ କେଉଁ ପ୍ରକାରର ବ୍ୟକ୍ତି ଗ୍ରାମ ପଞ୍ଚାୟତ ସଭ୍ୟ ହେବା ଉଚିତ ?
Answer:

  1. ମୋ ମତରେ ଗ୍ରାମ ପଞ୍ଚାୟତର ସଭ୍ୟହେବାକୁ ହେଲେ ସାଧୁ, କଠିନ ପରିଶ୍ରମୀ, ଭଲ ଶ୍ରୋତା, ସମସ୍ୟା ସମାଧାନକାରୀ ଦୂରଦୃଷ୍ଟି ସମ୍ପନ୍ନ ଏବଂ ନେତୃତ୍ଵ ନେବାର ସମସ୍ତ ଯୋଗ୍ୟତା ଥ‌ିବା ଆବଶ୍ୟକ ।
  2. ତାକୁ ୨୧ ବର୍ଷରୁ ଅଧ‌ିକ ହୋଇଥିବ ଏବଂ ଭାରରେ ନାଗରିକ ହୋଇଥବ ।

Question 4.
ଧରିନିଅ ଯେ ତୁମେ ଏକ ଗାଁ ବିଦ୍ୟାଳୟରେ ପଢୁଛ । ଏହି ବିଦ୍ୟାଳୟ ଏକ ରାଜପଥ କଡ଼ରେ ଅବସ୍ଥିତ ଏବଂ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସିବା ଓ ସ୍କୁଲକୁ ଫେରିବା ବେଳେ ରାସ୍ତା ଅତିକ୍ରମ କରିବାରେ ଅସୁବିଧା ସମ୍ମୁଖୀନ ହୁଅନ୍ତି । ଏହି ସମସ୍ୟାର ସମାଧାନ ପାଇଁ କ’ଣ ବିକଳ୍ପ ଅଛି ? ଏ ପରିସ୍ଥିତିରେ ପଞ୍ଚାୟତିରାଜରେ କେଉଁ ଅନୁଷ୍ଠାନ ତୁମକୁ ସାହାଯ୍ୟ କରିପାରିବ ? ଛାତ୍ରଛାତ୍ରୀମାନେ ଏଥ ନିମନ୍ତେ କ’ଣ କରିପାରିବେ ?
Answer:
ଜାତୀୟ ରାଜପଥ ଅତିକ୍ରମ କରିବା ଜନିତ ସମସ୍ୟାକୁ ବିଭିନ୍ନ ବାଟରେ ସମାଧାନ କରାଯାଇପାରେ ।

  1. ରାସ୍ତା ଉପରେ ବେଗ ପ୍ରତିରୋଧକ (ହମ୍‌ସ) ଏବଂ ଜେବ୍ରା କ୍ରସିଂ କରାଯିବା ଉଚିତ୍ ।
  2. ପିଲାମାନଙ୍କୁ ରାସ୍ତା ଅତିକ୍ରମ କରିବା ସମୟରେ ସହାୟତା କରିବାପାଇଁ ଗାର୍ଡ଼ ନିଯୁକ୍ତି ହେବା ଦରକାର ।
  3. ପିଲାମାନେ ରାସ୍ତା ଅତିକ୍ରମ କରିବା ସମୟରେ ଟ୍ରାଫିକ୍‌କୁ ଦଶମିନିଟ୍ ରୋକାଯିବା ଦରକାର ।
  4. ଭୂତଳ ସଡ଼କ କିମ୍ବା ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ହେବା ଆବଶ୍ୟକ ।
  5. ଯେହେତୁ ଏହା ଏକ ଜାତୀୟ ରାଜପଥର ପ୍ରସଙ୍ଗ ତେଣୁ ଗ୍ରାମପଞ୍ଚାୟତର ସରପଞ୍ଚ ସ୍କୁଲର ପ୍ରିନ୍ସପାଲଙ୍କ ସହିତ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କଦ୍ଵାରା ଜାତୀୟ ରାଜପଥ ଅଧିକାରୀଙ୍କୁ ଜଣାଇ ବିହିତ କାର୍ଯ୍ୟାନୁଷ୍ଠାନ କରିବା ଉଚିତ ।
  6. ଏହି କାର୍ଯ୍ୟରେ ଜିଲ୍ଲା ପରିଷଦ ସହିତ ସଂଯୋଗ କରାଯାଇ ଜିଲ୍ଲାପାଳଙ୍କ ସହାୟତା ନେବା ଆବଶ୍ୟକ ।
  7. ଏହି ଘଟଣାକୁ ଲୋକଲୋଚନକୁ ଆଣିବାପାଇଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଅଧିକାରୀମାନଙ୍କ ମାଧ୍ୟମରେ ପୋଷ୍ଟର ମାରି ଚିଠି ଲେଖୁ ଜାଗରଣ ସୃଷ୍ଟି କରିବା ମଧ୍ୟ ଆବଶ୍ୟକ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ କ’ଣ ?
Answer:
ଆମ ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥା ଏକ ସ୍ତାନୀୟ ସରକାର ଭାବେ କାର୍ଯ୍ୟ କରୁଅଛି । ଏହି ବ୍ୟବସ୍ଥା ଅନୁଯାୟୀ ତିନୋଟି ସ୍ତରରେ ଶାସନ ସୁବିଧା କରାଯାଇଅଛି, ଯଥା- ଗ୍ରାମ ପଞ୍ଚରାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ । ଏହାକୁ ତ୍ରିସ୍ତରୀୟ ବ୍ୟବସ୍ଥା କୁହାଯାଏ । ଗ୍ରାମ ପଞ୍ଚାୟତ ଗ୍ରାମ୍ୟ ସ୍ତରରେ, ପଞ୍ଚାୟତ ସମିତି ବ୍ଲକ୍ ସ୍ତରରେ ଏବଂ ଜିଲ୍ଲା ପରିଷଦ ଜିଲ୍ଲା ସ୍ତରରେ କାର୍ଯ୍ୟ କରିଥାଏ । ଏହି ତ୍ରିସ୍ତରୀୟ ବ୍ୟବସ୍ଥାରେ ଲୋକପ୍ରତିନିଧୂମାନେ ନିର୍ବାଚିତ ହୋଇ ଜନମଙ୍ଗଳକାରୀ କାର୍ଯ୍ୟ କରିଥା’ନ୍ତି ।

Question 2.
ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକର କାର୍ଯ୍ୟକ’ଣ ?
Answer:
ପଞ୍ଚାୟତରାଜ ବ୍ୟବସ୍ଥାରେ ଥ‌ିବା ତ୍ରିସ୍ତରୀୟ ସରକାର ଅନେକ କାର୍ଯ୍ୟ କରିଥା’ନ୍ତି । ଏହି ଅନୁଷ୍ଠାନଗୁଡ଼ିକର ଦାୟିତ୍ଵ ମଧ୍ଯରେ କୃଷି, ବାସଗୃହ, ରାସ୍ତାର ରକ୍ଷଣାବେକ୍ଷଣ, ଜଳ ସମ୍ପଦ ପରିଚାଳନା, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସାମାଜିକ କଲ୍ୟାଣଠାରୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକଳାପ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଅନ୍ତର୍ଭୁକ୍ତ ।

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

Question 3.
ଶାସନ ଓ ଗଣତନ୍ତ୍ରରେ ପଞ୍ଚାୟତିରାଜ ବ୍ୟବସ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ ?
Answer:
ପଞ୍ଚାୟତରାଜ ବ୍ୟବସ୍ଥା ଶାସନ ଏବଂ ଗଣତନ୍ତ୍ର ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ ଅଟେ । ଏହାର କାରଣ ହେଲା ଯେ ସ୍ଥାନୀୟ ସମସ୍ୟାକୁ ସମାଧାନ କଲାବେଳେ ଲୋକମାନଙ୍କ ସମର୍ଥନ ଓ ସାହାଯ୍ୟ ଆବଶ୍ୟକ । ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚନ ମାଧ୍ୟମରେ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାର ପ୍ରତିନିଧୂମାନେ ନିର୍ବାଚିତ ହୁଅନ୍ତି । ପଞ୍ଚାୟତରାଜର ତ୍ରିସ୍ତରୀୟ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧୂମାନେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦରେ ପ୍ରତିନିଧୃତ୍ଵ କରି ସ୍ଥାନୀୟ ସମସ୍ୟାଗୁଡ଼ିକୁ ସମାଧାନ କରିବା ସହିତ ଅନେକ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ଵିତ କରିଥା’ନ୍ତି । ବର୍ତ୍ତମାନ ଏହି ବ୍ୟବସ୍ଥାରେ ଅଧିକ ମାତ୍ରାରେ ମହିଳାମାନଙ୍କ ପ୍ରତିନିଧୁତ୍ଵ ସଂରକ୍ଷଣ ମାଧ୍ୟମରେ କରାଯାଉଥ‌ିବାରୁ ସେମାନଙ୍କର ଯୋଗଦାନ ପ୍ରତ୍ୟେକ ସ୍ତରରେ ଦେଖ‌ିବାକୁ ମିଳିଛି । ଏହାଦ୍ଵାରା ତୃଣମୂଳ ସ୍ତରରେ ଗଣତନ୍ତ୍ର ମଜ୍‌ବୁତ୍ ହେବାସହ ଶାସନ ବ୍ୟବସ୍ଥା ସକ୍ରିୟ ହୋଇଅଛି ।

Question 4.
ଶିଶୁ ଅନୁକୁଳ ପଞ୍ଚାୟତ ଉପରେ ସଂକ୍ଷେପରେ ଲେଖ ।
Answer:
ଆଜିର ଶିଶୁ କାଲି ଦେଶର ଭବିଷ୍ୟତ ବୋଲି କୁହାଯାଇଥାଏ । ତେଣୁ ଶିଶୁମାନେ ସେମାନଙ୍କ ପଞ୍ଚାୟତରେ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବା ଆବଶ୍ୟକ ।
(i) ପଞ୍ଚାୟତଗୁଡ଼ିକ ସମସ୍ତଙ୍କ କଥା ସହିତ ଶିଶୁମାନଙ୍କରର ନିଜସ୍ଵ କଥାକୁ ମଧ୍ୟ ଶୁଣିବା ଉଚିତ ।
(ii) ପ୍ରତି ଗ୍ରାମରେ ଶିଶୁ ଅନୁକୁଳ ପଞ୍ଚାୟତ କାର୍ଯ୍ୟକ୍ରମ ପିଲାମାନଙ୍କ କଲ୍ୟାଣ ନିମନ୍ତେ କରାଯିବା ଆବଶ୍ୟକ ।

(iii) ଗ୍ରାମରେ ନିୟମିତ ଶିଶୁ ସଭା ଓ ଶିଶୁ ପଞ୍ଚାୟତରେ ପିଲାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବାପାଇଁ ପଦକ୍ଷେପ ନେବା ସହିତ, ଗ୍ରାମର ବୟସ୍କମାନେ ସେମାନଙ୍କ ସମସ୍ୟାର ସମାଧାନ କରିବା ଆବଶ୍ୟକ ।

(iv) ପିଲାମାନେ ସେମାନଙ୍କର କାର୍ଯ୍ୟକ୍ରମକରି ପଢ଼ା ଛାଡ଼ିଥିବା ପିଲାମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିଛନ୍ତି ଏବଂ ବିଶେଷ କରି ଝିଅମାନଙ୍କୁ ଅଳ୍ପ ବୟସରେ ବାହାଘର ନ କରିବାପାଇଁ ପିତାମାତାଙ୍କୁ ବୁଝାଇଛନ୍ତି ।

(v) ସେମାନେ ଅନେକ ଶିଶୁ ଅନୁକୁଳ କାର୍ଯ୍ୟକ୍ରମ କରି ପୁରସ୍କାରମାନ ଜିତିଛନ୍ତି ।

(vi) ପଶ୍ଚିମ ସିକ୍କିମ୍ ସାଙ୍ଗଖୁ ରାଧୁ ଖାଣ୍ଡୁ ଗ୍ରାମ ପଞ୍ଚାୟତରେ ପିଲାଙ୍କ ଆବଶ୍ୟକତା ଏବଂ ଅଧିକାରକୁ ଗୁରୁତ୍ଵ ଦେଇଛି ।

(vii) ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ପଞ୍ଚାୟତ ପକ୍ଷରୁ ବିଦ୍ୟାଳୟର ଚାରିପାଖରେ ପାଚେରି ନିର୍ମାଣ କରାଯାଇଛି । ପିଲାଙ୍କର ମଧ୍ୟାହ୍ନ ଭୋଜନପାଇଁ ବିଦ୍ୟାଳୟଗୁଡ଼ିକରେ ରୋଷେଇ ଘର ନିର୍ମାଣ କରାଯାଇଛି ।

(viii) ସେହିପରି ରାଜସ୍ଥାନରେ ବେୟାରଫୁଟ କଲେଜ କାର୍ଯ୍ୟକ୍ରମ ଶିଶୁସଂସଦ ରାଜସ୍ତାନର ବିଭିନ୍ନ ସୁବିଧାରୁ ବଞ୍ଚତ ଗରିବ ପିଲାମାନଙ୍କୁ ଶିକ୍ଷା ଏବଂ ଗଣତାନ୍ତ୍ରିକ ଭାଗିଦାରୀ ମାଧ୍ୟମରେ ଶକ୍ତ କରିଥିଲା । ଫଳସ୍ଵରୂପ ପିଲାଙ୍କର ନେତୃତ୍ୱ ନେବାର ଦକ୍ଷତା ଏବଂ ସାମାଜିକ ସଚେତନତାକୁ ପ୍ରୋତ୍ସାହିତ କରିବାର ଦକ୍ଷିତା ବୃଦ୍ଧି ପାଇଥିଲେ ।

ଆସ ଅନୁସନ୍ଧାନ କରିବା :

Question 1.
ଶିକ୍ଷଣ କାର୍ଯ୍ୟଭାବରେ, ଚାରି କିମ୍ବା ପାଞ୍ଚଜଣ ଛାତ୍ରଛାତ୍ରୀ ଏକ ଶିଶୁ ପଞ୍ଚାୟତ ଗଠନ କରନ୍ତୁ ଏବଂ ବାକି ଶ୍ରେଣୀର ପିଲାମାନେ ଭାବନ୍ତୁ ଯେ ସେମାନେ ଗ୍ରାମବାସୀ ଅଟନ୍ତି । ଗ୍ରାମ ସଭାରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ? ଏହା କେଉଁ ଆହ୍ଵାନର ସମ୍ମୁଖୀନ ହୋଇପାରେ ? ଏହା କି ପ୍ରକାର ସମାଧାନ ପ୍ରସ୍ତାବ ଦେବ ?
Answer:
ଶ୍ରେଣୀଗୃହରେ ଚାରି ପାଞ୍ଚଜଣ ପିଲାଙ୍କୁ ନେଇ ଶିଶୁ ପଞ୍ଚାୟତ ଗଠନ କରିବା ଏବଂ ଶ୍ରେଣୀର ଅନ୍ୟ ଛାତ୍ରଛାତ୍ରୀଙ୍କୁ ଗ୍ରାମବାସୀ କରି ପ୍ରଦତ୍ତ ତିନୋଟି ସମସ୍ୟାର ସମାଧାନ କରିବାର କାର୍ଯ୍ୟ ନିଶ୍ଚିତ ଭାବରେ ଚିତ୍ତାକର୍ଷକ ତେବେ ପ୍ରଥମେ ଗ୍ରାମସଭାରେ ପ୍ରସଙ୍ଗ ବା ଘଟଣା ଉପରେ ଆଲୋକପାତ କରାଯାଉ ।
(କ) ବିଦ୍ୟାଳୟରୁ ବିଶେଷ କରି ବାଳିକାମାନଙ୍କର ପାଠ ଛାଡ଼ିବା ଘଟଣା ।
(ଖ) ଗ୍ରାମର ସନ୍ଧ୍ୟାରେ ପ୍ରୌଢ଼ଶିକ୍ଷାର ବ୍ୟବସ୍ଥା
(ଗ) ଗ୍ରାମରେ ସ୍ଵଚ୍ଛତା ଏବଂ ଅଳିଆ ଆବର୍ଜନାର ସଠିକ୍ ନିଷ୍କାସନ
(ଘ) ପଶୁମାନଙ୍କପାଇଁ ଗୋଚାରଣ ଭୂମିର କ୍ଷୟ
(ଙ) ମରୁଡ଼ି ଏବଂ ବନ୍ୟାର ମୁକାବିଲା

କାରଣ :
(କ) ଦାରିଦ୍ର୍ୟ ଓ ଅନ୍ଧବିଶ୍ଵାସ କାରଣରୁ ଗ୍ରାମରେ ନାରୀଶିକ୍ଷାକୁ ସମର୍ଥନ ନ ମିଳିବା ।
(ଖ) ପ୍ରୌଢ଼ ଶିକ୍ଷାପାଇଁ ବରିଷ୍ଠ ନାଗରିକଙ୍କ ମନରେ ଦ୍ଵିଧା ଏବଂ ପ୍ରେରଣାର ଅଭାବ ।
(ଗ) ସୀମିତ ସମ୍ବଳ ଏବଂ ଲୋକଶକ୍ତିର ଅଭାବ
(ଘ) ଲୋକମାନଙ୍କ ଅଜ୍ଞତା
(ଙ) ସ୍ଥାନୀୟ ସରକାରୀ ଅଧିକାରୀଙ୍କ ସମର୍ଥନର ଅଭାବ

ସମ୍ଭାବ୍ୟ ସମାଧାନ :
(କ) ଗ୍ରାମବାସୀମାନଙ୍କର ସମ୍ବଳର ବୃଦ୍ଧି ଏବଂ ସଚେତନତା କରାଯିବା ।
(ଖ) ଗ୍ରାମବାସୀମାନଙ୍କୁ ଶିକ୍ଷାର ଉପକାର ବିଷୟରେ ଜଣାଇବା ।
(ଗ) ଗ୍ରାମରେ ବୟସ୍କ ଲୋକମାନଙ୍କର ନିୟମିତ ସଭା କରିବା ।
(ଘ) ଗ୍ରାମରେ ଯୁବ, ମହିଳା ଏବଂ ବୟସ୍କ ବ୍ୟକ୍ତିଙ୍କୁ ନେଇ ଏକ ତଦାରଖ କମିଟି ଗଠନ କରିବା ।
(ଙ) ସ୍ଥାନୀୟ ଅଧିବାସୀଙ୍କୁ ନିଯୁକ୍ତ କରିବା ସହିତ ସେମାନଙ୍କୁ ସମର୍ଥନ ଯୋଗାଇଦେବା ।

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

Question 2.
କେନ୍ଦ୍ର ସରକାର ଏବଂ ପଞ୍ଚାୟତ ସ୍ତରରେ ଶାସନ ବ୍ୟବସ୍ଥା ମଧ୍ୟରେ କେଉଁ ସମାନତା ଏବଂ ପାର୍ଥକ୍ୟ ତୁମେ ଲକ୍ଷ୍ୟ କରୁଛ ?
Answer:
କେନ୍ଦ୍ର ସରକାର ଏବଂ ପଞ୍ଚାୟତ ସ୍ତରରେ ଶାସନ ବ୍ୟବସ୍ଥା ମଧ୍ୟରେ ସମାନତା –
(କ) ଉଭୟ ସ୍ତରୀୟ ଶାସନ ବ୍ୟବସ୍ଥାରେ ପ୍ରତିନିଧୂମାନେ ପାଞ୍ଚବର୍ଷ ପାଇଁ ନିର୍ବାଚିତ ହୋଇଥା’ନ୍ତି । ପ୍ରତ୍ୟେକ ନିର୍ବାଚନରେ ଲଢ଼ିବାର ସୁଯୋଗ ପାଇଥା’ନ୍ତି ।
(ଖ) ଉଭୟ ସରକାର ଜନମଙ୍ଗଳ ପାଇଁ କାର୍ଯ୍ୟ କରନ୍ତି । ସେମାନେ ଉଭୟ ଜନସାଧାରଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟ ଜଳ ଇତ୍ୟାଦି ଯୋଗାଣ କ୍ଷେତ୍ରରେ ସେବା ଦେଇଥାନ୍ତି ।
(ଗ) ଉଭୟ ସରକାର ସମାଜର ଗରୀବ ଅବହେଳିତ ଲୋକଙ୍କପାଇଁ ଉତ୍ତମ ନୀତି ନିର୍ଦ୍ଧାରଣ କରିଥାନ୍ତି ।

ପାର୍ଥକ୍ୟ :
(କ) କେନ୍ଦ୍ରସରକାର ସମଗ୍ର ଦେଶପାଇଁ ନୀତି ନିର୍ଦ୍ଧାରଣ କରୁଥିଲାବେଳେ ପଞ୍ଚାୟତ ଗ୍ରାମାଞ୍ଚଳପାଇଁ ନୀତି ନିର୍ଦ୍ଧାରଣ କରେ ।
(ଖ) କେନ୍ଦ୍ର ସରକାରଙ୍କ ପାଖରେ ଅମାପ ସମ୍ବଳ ଥିଲାବେଳେ ପଞ୍ଚାୟତ ସରକାରଙ୍କର ସୀମିତ ସମ୍ବଳ ଥାଏ ।
(ଗ) କେନ୍ଦ୍ର ସରକାର ସମଗ୍ର ଦେଶର ନିରାପତ୍ତା ଓ ବୈଦେଶିକ ସମ୍ପର୍କ ପ୍ରତିଷ୍ଠା ଦାୟିତ୍ଵରେ ଥିଲାବେଳେ ପଞ୍ଚାୟତ କେବଳ ଅଧୀନସ୍ଥ ଗ୍ରାମଗୁଡ଼ିକ ମଧ୍ୟରେ ସମ୍ପର୍କ ପ୍ରତିଷ୍ଠା କରିଥାଏ ।

Question 3.
ଯଦି ତୁମକୁ କିଛି ପଞ୍ଚାୟତ ସଭ୍ୟଙ୍କୁ ଭେଟିବାର ସୁଯୋଗ ମିଳେ, ତେବେ ତୁମେ ସେମାନଙ୍କୁ କ’ଣ ପ୍ରଶ୍ନ ପଚାରିବାକୁ ଚାହୁଁଛ ? ଛୋଟ ଛୋଟ ଦଳରେ ଆଲୋଚନା କରି ଏକ ପ୍ରଶ୍ନବଳୀ ତିଆରି କର । କିଛି ଗ୍ରାମପଞ୍ଚାୟତ ସଭ୍ୟଙ୍କୁ ଭେଟି କିମ୍ବା ସେମାନଙ୍କୁ ତୁମ ବିଦ୍ୟାଳୟକୁ ନିମନ୍ତ୍ରଣ କର, ତୁମ ପ୍ରଶ୍ଵାବଳୀ ଅନୁସାରେ ସେମାନଙ୍କୁ ପ୍ରଶ୍ନ ପଚାର ଏବଂ ଏକ ସଂକ୍ଷିପ୍ତ ବିବରଣୀ ପ୍ରସ୍ତୁତ କର ।
Answer:
ପଞ୍ଚାୟତ ସଭ୍ୟଙ୍କୁ ପ୍ରଶ୍ନବଳୀ –

  1. ଗ୍ରାମପଞ୍ଚାୟତରେ କେଉଁମାନେ ସଭ୍ୟ ଥାଆନ୍ତି ।
  2. ପଞ୍ଚାୟତ ସଭ୍ୟମାନଙ୍କର ଭୂମିକା ଏବଂ କାର୍ଯ୍ୟଗୁଡ଼ିକ କ’ଣ ?
  3. ଉନ୍ନତି ପ୍ରକ୍ରିୟାପାଇଁ ସମ୍ବଳ କିପରି ସଂଗ୍ରହ କରାଯାଏ ?
  4. ପଞ୍ଚାୟତଦ୍ଵାରା ଅଦ୍ୟାବଧୂ ସଂପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ସବୁ କ’ଣ ?
  5. ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ସମୟରେ କେଉଁ ସମସ୍ୟାକୁ ସାମ୍‌ନା କରିବାକୁ ପଡ଼ିଥିଲା ?
  6. ନାରୀ ସଦସ୍ୟମାନଙ୍କ ଭୂମିକା କ’ଣ ? ପଞ୍ଚାୟତର ଭବିଷ୍ୟତ କାର୍ଯ୍ୟପନ୍ଥା ଏବଂ ନୀତି କ’ଣ ଅଟେ ?
  7. ପଞ୍ଚୟତ ସହିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ କିପରି ଯୋଡ଼ି ହୋଇଥା’ନ୍ତି ?
  8. ସରକାରୀ କର୍ମଚାରୀଙ୍କ ସହିତ କିଏ ସଂଯୋଗ ରକ୍ଷାକରେ ?
  9. ଆମ୍ଭେମାନେ କିପରି ପଞ୍ଚାୟତର ଏକ ଅଂଶ ହୋଇପାରିବୁ ?

ପଞ୍ଚାୟତିରାଜ ଅନୁଷ୍ଠାନର ଢାଞ୍ଚା ଏବଂ କାର୍ଯ୍ୟ, ସବୁ ରାଜ୍ୟରେ ଟିକେ ଅଲଗା ଅଲଗା । କାରଣ ସେହି ଅନୁଷ୍ଠାନଗୁଡ଼ିକ ଉପରେ ରାଜ୍ୟଗୁଡ଼ିକର ଅଧୁକାର ରହିଛି । କିନ୍ତୁ ସେମାନଙ୍କର ଉଦ୍ଦେଶ୍ୟ ସମାନ – ଏହା ଗ୍ରାମବାସୀଙ୍କୁ ସେମାନଙ୍କ ଗାଁ ଏବଂ ସ୍ଥାନୀୟ ଅଞ୍ଚଳର ପରିଚାଳନା ଏବଂ ବିକାଶରେ ସକ୍ରିୟ ଅଂଶଗ୍ରହଣ କରିବାକୁ ସମର୍ଥ କରିଥାଏ ।

ଏହା ବିଷୟରେ ଚିନ୍ତା କର :

Question 1.
ସମାଜର ଅବହେଳିତ ବର୍ଗଙ୍କ ଆବଶ୍ୟକତା ଓ ସମସ୍ୟା ପ୍ରତି ସରକାର ଅଧ୍ବକ ଧ୍ୟାନଦେବା ଆବଶ୍ୟକ ବୋଲି ତୁମେ କାହିଁକି ଭାବୁଛ ?
Answer:
ସମାଜର ଅବହେଳିତ ବର୍ଗଙ୍କ ଆବଶ୍ୟକତା ଓ ସମସ୍ୟା ପ୍ରତି ସରକାର ଅଧିକ ଧ୍ୟାନଦେବା ଆବଶ୍ୟକ । ଏହାର କାରଣ ଯେ ପ୍ରତ୍ୟେକଙ୍କୁ ଏକ ସୁନ୍ଦର ଜୀବନ ବଞ୍ଚିବାର ଅଧିକାର ରହିଛି । ଅବହେଳିତ ବର୍ଗଙ୍କର ସୀମିତ ସମ୍ବଳ, ନିରକ୍ଷରତା, କମ୍ ଦକ୍ଷତା ଏବଂ ସମାନ ସୂଯୋଗରୁ ବଞ୍ଚିତ ହୋଇ ରହିଥ‌ିବାରୁ ସେମାନେ ଜୀବନରେ ଉନ୍ନତି କରିପାରୁ ନାହାଁନ୍ତି । ସରକାର ଏସବୁକୁ ଦୃଷ୍ଟିରେ ରଖୁ ସେମାନଙ୍କୁ ଶିକ୍ଷା ଓ ସମ୍ବଳ ଏବଂ ଦକ୍ଷତା ଦେବା ସହିତ ସମାନ ସୁଯୋଗ ମଧ୍ୟ ଦେବା ଦରକାର । ସେମାନଙ୍କର ଦାରିଦ୍ର୍ୟ ଦୂରୀକରଣ ପାଇଁ ମଧ୍ୟ ଯଥେଷ୍ଟ ସମୂଳ ସରକାର ଯୋଗାଇଦେବା ଉଚିତ୍ । ଏହାଦ୍ଵାରା ସେମାନେ ସମାଜର ମୁଖ୍ୟ ସ୍ରୋତକୁ ଆସିପାରିବେ ଏବଂ ସ୍ଵଭାବିକ ଜୀବନଯାପନ କରିପାରିବେ ।

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

Question 2.
ଏହି ପୁରୁଣା ମାନଚିତ୍ର ଓ ନକ୍‌ଗୁଡ଼ିକ ଆମ ପାଇଁ କିପରି ସହାୟକ ହୋଇପାରିବ ବୋଲି ତୁମେ ଭାବିଛ କି ? ଏଗୁଡ଼ିକ ଆମକୁ ଅତୀତ ଏବଂ ବର୍ତ୍ତମାନ ବିଷୟରେ ସୂଚନା ପ୍ରଦାନ କରିପାରିବ କି ?
Answer:
ପୁରୁଣା ମାନଚିତ୍ର କିମ୍ବା ନକ୍‌ସାରୁ ଆମେ ଜାଣିବାକୁ ପାଉ ଯେ କିପରି ସ୍ଥାନଗୁଡ଼ିକ ସମୟ କ୍ରମେ ବଦଳିଯାଉଛି । ସେଗୁଡ଼ିକ କେତେଗୁଡ଼ିଏ ଗୁରୁତ୍ଵପୂର୍ଣ ଐତିହାସିକ ଘଟଣା ଏବଂ ଲେଖକମାନଙ୍କର ସ୍ଥାନାନ୍ତକରଣକୁ ମୃଭିକା, ନଦୀ, ଜନସଂଖ୍ୟାର ଆକାର ଏବଂ ଘନତ୍ଵ ସହ ତୁଳନା କରିବାରେ ଆବଶ୍ୟକ ହୋଇଥାଏ । ଅଧିକନ୍ତୁ ଯେତେବେଳେ ଗ୍ରାମମାନଙ୍କରେ କୌଣସି ଏକ ଜମିର ମାଲିକାନା ସ୍ୱତ୍ତ୍ଵକୁ ନେଇ ବିବାଦ ଉପୁଜିଥାଏ, ସେତେବେଳେ ଏହି ପୁରୁଣା ନକ୍‌ କିମ୍ବା ମାନଚିତ୍ର ବିବାଦର ଅନ୍ତ ଘଟାଇବାପାଇଁ ବ୍ୟବହାର ହୋଇଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଲକ୍ଷ୍ମଣପୁର ଗ୍ରାମ ସମ୍ପର୍କରେ ଏକ ସଂକ୍ଷୀପ୍ତ ବିବରଣୀ ଦିଅ ।
Answer:
ଲକ୍ଷ୍ମଣପୁର ଗ୍ରାମଟି ହିମାଳୟର ପାଦଦେଶରେ ଅବସ୍ଥିତ ।

  1. ଏହାର ଜନସଂଖ୍ୟା ପ୍ରାୟ ୭୦୦ ଏବଂ ଅଧିକାଂଶ କୃଷକ ଅଟନ୍ତି ।
  2. ସେମାନେ ମଧ୍ୟ ଗୋରୁଗୋଈ ଏବଂ ଛେଳିପାଳନ କରନ୍ତି । ସେମାନଙ୍କର କିଛି ସମ୍ପର୍କୀୟ ସଶସ୍ତ୍ର ବାହିନୀରେ କାମ କରନ୍ତି । ସେମାନଙ୍କ ମଧ୍ୟରୁ ଅନ୍ୟ କେତେକ ସହରକୁ ଚାକିରି ଉଦ୍ଦେଶ୍ୟରେ ସ୍ଥାନାନ୍ତରିତ ହୋଇଛନ୍ତି ।

Question 2.
ମହାରାଷ୍ଟ୍ରରେ ଶିଶୁ ପଞ୍ଚାୟତର ଉଦ୍ୟମକୁ ବୁଝାଇ ଲେଖ ।
Answer:
ମହାରାଷ୍ଟ୍ରର ଶିଶୁ ପଞ୍ଚାୟତର କିଛି ଉଦ୍ୟମ ନିମ୍ନରେ ପ୍ରଦାନ କରାଗଲା ।

  1. ମହାରାଷ୍ଟ୍ରର କିଛି ଶିଶୁ ପଞ୍ଚାୟତ ଗ୍ରାମରୁ ଶିଶୁ ଶ୍ରମିକ ଏବଂ ବାଲ୍ୟବିବାହ ଇତ୍ୟାଦି ଦୂର କରିବାପାଇଁ ଏକତ୍ର କାର୍ଯ୍ୟ କରିଛନ୍ତି ।
  2. ସେମାନେ ପାଠ ଛାଡ଼ିଥିବା ବହୁ ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିଛନ୍ତି ।
  3. ସେମାନେ ମଧ୍ୟ ବାଲ୍ୟବିବାହ ନ କରିବାପାଇଁ କନ୍ୟାମାନଙ୍କ ପିତାମାତାଙ୍କୁ ବୁଝାଇ ପୁନଶ୍ଚ ସେମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିଛନ୍ତି ।

Question 3.
ସାଙ୍ଗଖୁ ରାଧୁ ଖାଣ୍ଡୁ ଗ୍ରାମପଞ୍ଚାୟତ ପିଲାମାନଙ୍କୁ କିପରି ସହାୟତା କରିଥିଲା ?
Answer:

  1. ସାଙ୍ଗଖୁ ରାଧୁ ଖାଣ୍ଡୁ ଗ୍ରାମ ପଞ୍ଚାୟତ ବିଦ୍ୟାଳୟଗୁଡ଼ିକର ଚାରିପଟେ ପାଚେରି ନିର୍ମାଣ କରି ପିଲାମାନଙ୍କୁ ନିରାପତ୍ତା ଯୋଗାଇ ଦେଇଥିଲେ ।
  2. ଏହି ପଞ୍ଚାୟତ ଛାତ୍ରଛାତ୍ରୀଙ୍କୁ ଓ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇ ଦେବାପାଇଁ ବିଦ୍ୟାଳୟରେ
    ରୋଷେଇଘର ନିର୍ମାଣ କରିଥିଲା ।

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

Question 4.
ରାଜସ୍ଥାନର ‘ବେୟାର ଫୁଟ କଲେଜ’ କାର୍ଯ୍ୟକ୍ରମ ‘ଶିଶୁ ସଂସଦ’ କ’ଣ ?
Answer:
(i) ବଙ୍କର ରାୟଙ୍କଦ୍ଵାରା ଆରମ୍ଭ କରାଯାଇଥିବା ‘ବେୟାର୍ ଫୁଟ କଲେଜ’ କାର୍ଯ୍ୟକ୍ରମ ଶିଶୁ ସଂସଦ ରାଜସ୍ଥାନର ଗ୍ରାମାଞ୍ଚଳର ବିଭିନ୍ନ ସୁବିଧାରୁ ବଞ୍ଚତ ଗରିବ ପିଲାମାନଙ୍କୁ ଶିକ୍ଷା ଏବଂ ଗଣତାନ୍ତ୍ରିକ ଭାଗିଦାରୀ ମାଧ୍ୟମରେ ସଶକ୍ତ କରିଥିଲା ।

(ii) ଏହି ସଂସଦ ୮ ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ନାଇଟ୍ ସ୍କୁଲ୍ ଓ ସଂସଦ ଭଳି ନିର୍ବାରବ ମାଧ୍ୟମରେ ଶାସନ ପ୍ରକ୍ରିୟା, ଗଣତନ୍ତ୍ର ଓ ସାମାଜିକ ଦାୟିତ୍ୱବୋଧ ବିଷୟରେ ସଚେତନ କରି ପାରିଥିଲା ।

Question 5.
ପଞ୍ଚାୟତିରାଜ ବ୍ୟବସ୍ଥା କାହାକୁ କୁହନ୍ତି ?
Answer:
(i) ବଳବନ୍ତରାୟ ମେହେଟ୍ଟା କମିଟି ସୁପାରିଶ ଅନୁସାରେ ଗଣତନ୍ତ୍ରର ବିକେନ୍ଦ୍ରୀକରଣ ଜରିଆରେ ଗ୍ରାମ ସ୍ତରରେ ଗ୍ରାମ ପଞ୍ଚାୟତ, ବ୍ଲକ୍ ସ୍ତରରେ ପଞ୍ଚାୟତ ସମିତି ଓ ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦ ଗଠନ କରାଯାଇ ପ୍ରତ୍ୟେକଙ୍କୁ ସ୍ଵାଧୀନ ଭାବରେ କ୍ଷମତା ପ୍ରୟୋଗ କରିବାକୁ ସୁଯୋଗ ଦିଆଯାଇଛି ।

(ii) ଆମ ଦେଶରେ ଏହି ବ୍ୟବସ୍ଥାକୁ ପଞ୍ଚାୟତିରାଜ ବ୍ୟବସ୍ଥା କୁହାଯାଏ ।

Question 6.
ଗ୍ରାମ ପଞ୍ଚାୟତର ଗଠନ କିପରି ହୁଏ ଲେଖ ।
Answer:
(i) ଦୁଇ ହଜାରରୁ ଦଶହଜାର ଲୋକସଂଖ୍ୟା ବିଶିଷ୍ଟ ଏକ ବା ପାଖାପାଖୁ ଏକାଧିକ ଗ୍ରାମକୁ ନେଇ ଗ୍ରାମପଞ୍ଚାୟତ ଗଠିତ ହୋଇଥାଏ ।

(ii) ଗୋଟିଏ ଗ୍ରାମପଞ୍ଚାୟତକୁ କେତେଗୁଡ଼ିଏ ୱାର୍ଡ଼ରେ ବିଭକ୍ତ କରାଯାଇଥାଏ । ଏହି ୱାର୍ଡମାନଙ୍କରେ ବାସ କରୁଥିବା ସାବାଳକ ଭୋଟରମାନେ ଭୋଟ ଦେଇ ସେମାନଙ୍କ ୱାର୍ଡ଼ରୁ ଜଣେ ଲେଖାଏଁ (ୱାର୍ଡମେମ୍ବର) ଜଣେ ପ୍ରତିନିଧ୍ବ ବାଛନ୍ତି ।

(iii) ପଞ୍ଚାୟତର ସାବାଳକ ଭୋଟରମାନଙ୍କର ସଂଖ୍ୟାଧ୍ଵ ଭୋଟରେ ସରପଞ୍ଚ ନିର୍ବାଚିତ ହୁଅନ୍ତି । ସେ ଗ୍ରାମ ପଞ୍ଚାୟତର ମୁଖ୍ୟ ଅଟନ୍ତି ।

(iv) ସମସ୍ତ ୱାର୍ଡମେମ୍ବର ଓ ସରପଞ୍ଚକୁ ନେଇ ଗ୍ରାମପଞ୍ଚାୟତରେ ସଭାବସେ ଓ ସେହି ସଭାରେ ୱାର୍ଡ଼ମ୍ବେରମାନଙ୍କ ମଧ୍ୟରୁ ଜଣକୁ ନାଏବ ସରପଞ୍ଚଭାବରେ ନିର୍ବାଚିତ କରାଯାଏ ।

(v) ସରପଞ୍ଚ, ନାଏବ ସରପଞ୍ଚ ଓ ୱାର୍ଡ଼ମେମ୍ବରମାନଙ୍କୁ ନେଇ ଗ୍ରାମପଞ୍ଚାୟତ ଗଠିତ ହୁଏ ।

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

Question 7.
ପଞ୍ଚାୟତ ସମିତି ଚେୟାରମ୍ୟାନ୍ କିପରି ନିର୍ବାଚିତ ହୁଅନ୍ତି ?
Answer:

  1. ସାବାଳକ ଭୋଟପ୍ରଥାଦ୍ଵାରା ପଞ୍ଚାୟତ ସମିତି ଅନ୍ତର୍ଗତ ପ୍ରତ୍ୟେକ ପଞ୍ଚାୟତରୁ ପଞ୍ଚାୟତସମିତି ପାଇଁ ଜଣେ ଲେଖାଏଁ ସଭ୍ୟ/ ସଭ୍ୟ ନିର୍ବାଚିତ ହୋଇଥାନ୍ତି । ଏମାନଙ୍କୁ ସମିତି ସଭ୍ୟ କୁହାଯାଏ ।
  2. ଏହି ସଭ୍ୟମାନଙ୍କ ମଧ୍ୟରୁ ହରିଜନ, ଆଦିବାସୀ ଓ ମହିଳା ସଭ୍ୟ/ ସଭ୍ୟାମାନେ ଆନୁପାତିକ ଦୃଷ୍ଟିରୁ ରହିଥା’ନ୍ତି ।
  3. ଏହି ସଭ୍ୟମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ପଞ୍ଚାୟତ ସମିତିର ଅଧ୍ୟକ୍ଷ ବା ଚେୟାରମ୍ୟାନ୍ ଭାବରେ ନିର୍ବାଚିତ କରିଥାନ୍ତି ।

Question 8.
ଜିଲ୍ଲା ପରିଷଦ କିପରି ଗଠିତ ହୁଏ ?
Answer:

  1. ପ୍ରତି ଜିଲ୍ଲାକୁ କେତେଗୁଡ଼ିଏ ଜିଲ୍ଲା ପରିଷଦ ଜୋନ୍‌ରେ ବିଭକ୍ତ କରାଯାଇଥାଏ ।
  2. ପ୍ରତ୍ୟେକ ଜୋନ୍‌ରୁ ସାବାଳକ ଭୋଟ ପ୍ରଥା ଜରିଆରେ ଜଣେ ଜଣେ ସଭ୍ୟ ନିର୍ବାଚିତ ହୋଇଥା’ନ୍ତି, ତାଙ୍କୁ ଜିଲ୍ଲା ପରିଷଦ ସଭ୍ୟ କୁହାଯାଏ ।
  3. ଏହି ଜିଲ୍ଲା ପରିଷଦ ସଭ୍ୟମାନେ ସେମାନଙ୍କ ମଧ୍ୟରୁ ଜଣକୁ ଅଧ୍ୟକ୍ଷ ଏବଂ ଆଉ ଜଣଙ୍କୁ ଉପାଧ୍ଯକ୍ଷ ଭାବରେ ନିର୍ବାଚିତ କରିଥା’ନ୍ତି ।
  4. ପଞ୍ଚାୟତ ସମିତି ପରି ଜିଲ୍ଲା ପରିଷଦକୁ ଆଦିବାସୀ, ହରିଜନ ଓ ମହିଳା ସଭ୍ୟ ନିର୍ବାଚିତ ହୋଇଥା’ନ୍ତି ।
  5. ଏହିସବୁ ସଭ୍ୟମାନଙ୍କୁ ନେଇ ଜିଲ୍ଲା ପରିଷଦ ଗଠିତ ହୁଏ ।

Question 9.
ଜିଲ୍ଲା ପରିଷଦ କି କି କାର୍ଯ୍ୟ କରିଥାନ୍ତି ?
Answer:

  1. ଜିଲ୍ଲା ପରିଷଦ ଜିଲ୍ଲା ସ୍ତରୀୟ ଯୋଜନା ପ୍ରସ୍ତୁତ କରନ୍ତି ।
  2. ପଞ୍ଚାୟତ ସମିତି ଓ ଗ୍ରମ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରନ୍ତି ।
  3. ଜିଲ୍ଲା ମଧ୍ୟରେ ଥ‌ିବା ଶିକ୍ଷାନୁଷ୍ଠାନ, ସର୍ବସାଧାରଣ ପାଠାଗାର ଓ ଜନମଙ୍ଗଳ ସଂସ୍ଥାକୁ ଆର୍ଥିକ ସାହାଯ୍ୟ ମଞ୍ଜୁର କରନ୍ତି ।
  4. କୃଷି, ଶିଳ୍ପ, ସାମାଜିକ ବନୀକରଣ, ପଶୁପାଳନ, ସମବାୟ, ଗ୍ରାମ୍ୟ ବିଦ୍ୟୁତ୍ଵରଣ, କ୍ଷୁଦ୍ର ଜଳସେଚନ ଯୋଜନା, ପ୍ରାଥମିକ, ମାଧ୍ୟମିକ ଓ ପ୍ରୌଢ଼ଶିକ୍ଷାର ଉନ୍ନତି ପାଇଁ ପଦକ୍ଷେପ ନିଅନ୍ତି ।

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

Question 10.
ଗ୍ରାମପଞ୍ଚାୟତର କାର୍ଯ୍ୟଗୁଡ଼ିକ ଉଲ୍ଲେଖ କର । ଗ୍ରାମପଞ୍ଚାୟତକୁ ଆସୁଥିବା ଅର୍ଥର ମାଧ୍ୟମ କ’ଣ ?
Answer:

  1. ଗ୍ରାମପଞ୍ଚାୟତର କାର୍ଯ୍ୟଗୁଡ଼ିକ ହେଲା, ରାସ୍ତା ନିର୍ମାଣ ଓ ମରାମତି, ଜଳଯୋଗାଣ ଓ ନିଷ୍କାସନ, ବିଦ୍ୟାଳୟର ଗୃହନିର୍ମାଣ ଇତ୍ୟାଦି ।
  2. ସ୍ଥାନୀୟ କର ଆଦାୟ ।
  3. ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରି ଗ୍ରାମରେ ନିଯୁକ୍ତି ସୃଷ୍ଟି କରିବା ।

ପଞ୍ଚାୟତକୁ ଅର୍ଥ ଉତ୍ସ :

  1. ଗୃହ, ବନାରରୁ କର ସଂଗ୍ରହ, ସରକାରଙ୍କ ବିଭିନ୍ନ ବିଭାଗର ଯୋଜନାରୁ ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ମାଧ୍ୟମରେ ଅର୍ଥ ଆଣିବା ।
  2. ଗୋଷ୍ଠୀ କାର୍ଯ୍ୟପାଇଁ ଦାନ ସଂଗ୍ରହ ।

Question 11.
ସ୍ୱାୟତ୍ତ ଶାସନ କ’ଣ ?
Answer:

  1. ଗ୍ରାମ ବା ସହରଗୁଡ଼ିକର ଲୋକମାନେ ନିଜର ପ୍ରତିନିଧ୍ବ ବାଛି ଏକ ଜନଗୋଷ୍ଠୀ ତିଆରି କରିଥା’ନ୍ତି ।
  2. ଏହି ଜନଗୋଷ୍ଠୀ ନିଜକୁ ନିଜେ ଶାସନ କରିବାକୁ ସ୍ୱାୟତ୍ତ ଶାସନ କୁହାଯାଏ ।

Question 12.
ଗ୍ରାମ ପଞ୍ଚାୟତର ମୁଖ୍ୟ କିଏ ? ସେ କିପରି ନିର୍ବଚିତ ହୁଅନ୍ତି ?
Answer:

  1. ଗ୍ରାମ ପଞ୍ଚାୟତର ମୁଖ୍ୟ ହେଉଛନ୍ତି ସରପଞ୍ଚ ।
  2. ସେ ପଞ୍ଚାୟତର ସାବାଳକ ଭୋଟରମାନଙ୍କଦ୍ଵାରା ସଂଖ୍ୟାଧିକ ଭୋଟରେ ନିର୍ବାଚିତ ହୁଅନ୍ତି ।

Question 13.
ଗ୍ରାମ ସଭା କିପରି ଗଠିତ ହୁଏ ? ଏହି ସଭାରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:

  1. ଗ୍ରାମପଞ୍ଚାୟତର ଅନ୍ତର୍ଭୁକ୍ତ ସମସ୍ତ ସାବାଳକ ଭୋଟର, ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ଼ ସଭ୍ୟ ଓ ସରପଞ୍ଚଙ୍କୁ ନେଇ ଗ୍ରାମସଭା ଗଠିତ ହୁଏ ।
  2. ସରପଞ୍ଚ ଏହି ସଭାରେ ଅଧ୍ଯକ୍ଷତା କରନ୍ତି ।

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

Question 14.
ଜିଲ୍ଲା ସ୍ତରରେ ଗଠିତ ହେଉଥ‌ିବା ସ୍ୱାୟତ୍ତ ଶାସନ ସଂସ୍ଥାକୁ କ’ଣ କୁହାଯାଏ ? ଏହାର ମୂଖ୍ୟ କିଏ ?
Answer:

  1. ଜିଲ୍ଲା ସ୍ତରରେ ଗଠିତ ହେଉଥ‌ିବା ସ୍ୱାୟତ୍ତ ଶାସନ ସଂସ୍ଥାକୁ ଜିଲ୍ଲା ପରିଷଦ କୁହାଯାଏ ।
  2. ସଭାପତି ବା ଅଧ୍ଯକ୍ଷ ଏହାର ମୁଖ୍ୟ ଅଟନ୍ତି ।

Question 15.
ପଞ୍ଚାୟତିରାଜ ବ୍ୟବସ୍ଥାର ଦ୍ଵିତୀୟ ସୋପାନଟି କ’ଣ ? ଏହି ବିଭାଗରେ ଉନ୍ନୟନମୂଳକ କାର୍ଯ୍ୟ ତୁଲାଇବାପାଇଁ ସରକାର କାହାକୁ ନିଯୁକ୍ତି ଦିଅନ୍ତି ?
Answer:

  1. ପଞ୍ଚାୟତିରାଜ ବ୍ୟବସ୍ଥାର ଦ୍ଵିତୀୟ ସୋପାନ ହେଉଛି ପଞ୍ଚାୟତ ସମିତି ।
  2. ଏହି ବିଭାଗରେ ଉନ୍ନୟନମୂଳକ କାର୍ଯ୍ୟ ତୁଲାଇବାପାଇଁ ସରକାର ପ୍ରତି ବ୍ଲକ୍‌ରେ ଜଣେ ବ୍ଲକ୍ ଉନ୍ନୟନ ଅଧିକାରୀ (ବି.ଡ଼ି.ଓ.)ଙ୍କୁ ନିଯୁକ୍ତି କରିଥାନ୍ତି ।

Question 16.
ପଞ୍ଚାୟତ ସମିତିର ମୁଖ୍ୟ କିଏ ? ସେ କିପରି ନିର୍ବାଚିତ ହୁଅନ୍ତି ?
Answer:

  1. ଅଧ୍ୟକ୍ଷ ବା ଚେୟାରମ୍ୟାନ୍ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଟନ୍ତି ।
  2. ପ୍ରତ୍ୟେକ ପଞ୍ଚାୟତରୁ ନିର୍ବାଚିତ ସମିତି ସଭ୍ୟ ବା ସଭ୍ୟମାନଙ୍କ ଦ୍ଵାରା ସେ ନିର୍ବାଚିତ ହୋଇଥା’ନ୍ତି ।

Question 17.
ସମିତି ସଭ୍ୟ କାହାକୁ କୁହାଯାଏ ? ଓଡ଼ିଶାରେ କେତୋଟି ପଞ୍ଚରାୟତ ସମିତି କାର୍ଯ୍ୟ କରୁଛି ?
Answer:

  1. ସାବାଳକ ଭୋଟ ପ୍ରଥା ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତରୁ ପଞ୍ଚରାୟତସମିତି ପାଇଁ ଜଣେ ଲେଖାଏଁ ସଭ୍ୟ/ ସଭ୍ୟ ନିର୍ବାଚିତ ହୋଇଥାନ୍ତି । ଏମାନଙ୍କୁ ସମିତି ସଭ୍ୟ କୁହାଯାଏ । ଏହି ସଭ୍ୟ ବା ସଭ୍ୟାମାନଙ୍କ ମଧ୍ୟରୁ ହରିଜନ, ଆଦିବାସୀ ଓ ମହିଳା ସଭ୍ୟ ବା ସଭ୍ୟାମାନେ ଆନୁପାତିକ ଦୃଷ୍ଟିରୁ ରହିଥାନ୍ତି ।
  2. ଓଡ଼ିଶାରେ ୩୧୪ଟି ପଞ୍ଚାୟତ ସମିତି କାର୍ଯ୍ୟ କରୁଛି ।

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

ଗୋଟିଏ ବାକ୍ୟ / ଶବ୍ଦରେ ଉତ୍ତର ଦିଅ ।

Question 1.
ଗ୍ରାମର ସ୍ଥାନୀୟ ସରକାରଙ୍କୁ କ’ଣ କୁହାଯାଏ ?
Answer:
ଗ୍ରାମର ସ୍ଥାନୀୟ ସରକାରଙ୍କୁ ପଞ୍ଚାୟତ କୁହାଯାଏ ।

Question 2.
ଗ୍ରାମ ପରିଷଦ କେଉଁ ଅନୁଷ୍ଠାନକୁ କୁହାଯାଏ ?
Answer:
ପଞ୍ଚାୟତକୁ ମଧ୍ୟ ଗ୍ରାମ ପରିଷଦ କୁହାଯାଏ ।

Question 3.
ଗ୍ରାମ ପଞ୍ଚାୟତର ସଭ୍ୟମାନଙ୍କୁ କିଏ ନିର୍ବାଚିତ କରନ୍ତି ?
Answer:
ଗ୍ରାମ ପଞ୍ଚାୟତର ସଭ୍ୟମାନଙ୍କୁ ଲୋକମାନେ ନିର୍ବାଚିତ କରନ୍ତି ।

Question 4.
ଗ୍ରାମପଞ୍ଚାୟତର କାର୍ଯ୍ୟକାଳ କେତେ ବର୍ଷ ?
Answer:
ଗ୍ରାମପଞ୍ଚାୟତର କାର୍ଯ୍ୟକାଳ ୫ ବର୍ଷ ।

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

Question 5.
ସାଙ୍ଗଖୁ ରାଧୁ ଖାଣ୍ଡୁ ଗ୍ରାମପଞ୍ଚାୟତ କେଉଁଠାରେ ଅଛି ?
Answer:
ସାଙ୍ଗଖୁ ରାଧୁ ଖାଣ୍ଡୁ ପଶ୍ଚିମ ସିକ୍କିମ୍‌ରେ ଅଛି ।

Question 6.
ଜିଲ୍ଲା ପରିଷଦ କ’ଣ ?
Answer:
ଜିଲ୍ଲା ପରିଷଦ ହେଉଛି ଜିଲ୍ଲା ସ୍ତରୀୟ ସ୍ଥାନୀୟ ସରକାର ।

Question 7.
ପଞ୍ଚାୟତିରାଜ ବ୍ୟବସ୍ଥାର ଉଚ୍ଚତମ ସ୍ତର କିଏ ?
Answer:
ପଞ୍ଚାୟତିରାଜ ବ୍ୟବସ୍ଥାର ଉଚ୍ଚତମ ସ୍ତର ହେଉଛି ଜିଲ୍ଲା ପରିଷଦ ।

Question 8.
ଗ୍ରାମ ପଞ୍ଚାୟତର ମୁଖ୍ୟ କିଏ ଅଟନ୍ତି ?
Answer:
ଗ୍ରାମ ପଞ୍ଚାୟତର ମୁଖ୍ୟ ସରପଞ୍ଚ ଅଟନ୍ତି ।

Question 9.
ସରପଞ୍ଚ କିପରି ନିର୍ବାଚିତ ହୁଅନ୍ତି ?
Answer:
ଗ୍ରାମପଞ୍ଚାୟତର ଲୋକମାନଙ୍କଦ୍ଵାରା ପ୍ରତ୍ୟକ୍ଷ ଭାବରେ ସରପଞ୍ଚ ନିର୍ବାଚିତ ହୋଇଥା’ନ୍ତି ।

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

Question 10.
ଦୃଷ୍ଟାନ୍ତମୂଳକ ସରପଞ୍ଚମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ଖାନଖଣ୍ଡଭି ଗ୍ରାମର ସରପଞ୍ଚ କିଏ ଥିଲେ ?
Answer:
ଦୃଷ୍ଟାନ୍ତମୂଳକ ସରପଞ୍ଚମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ଖାନଖଣ୍ଡଭି ଗ୍ରାମର ସରପଞ୍ଚ ବନ୍ଦନା ବାହାଦୂର ମୈଦା ଥିଲେ ।

Question 11.
କେଉଁ ଦୃଷ୍ଟାନ୍ତମୂଳକ ସରପଞ୍ଚ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଏକ ଗ୍ରାମରେ ବାରମ୍ବାର ମରୁଡ଼ି ଯୋଗୁଁ ‘ଆନ୍ନା ହଜାରେ’ଙ୍କ ବର୍ଷାଜଳ ଅମଳ ପ୍ରକଳ୍ପକୁ ଆପଣେଇଥିଲେ ?
Answer:
ଦୃଷ୍ଟାନ୍ତମୂଳକ ସରପଞ୍ଚ ପୋପଟରା ବାଗୁଜୀ ପାୱାର ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଏକ ଗ୍ରାମରେ ବାରମ୍ବାର ମରୁଡ଼ି ଯୋଗୁଁ ‘ଆନ୍ନା ହଜାରେ’ଙ୍କ ବର୍ଷାଜଳ ଅମଳ ପ୍ରକଳ୍ପକୁ ଆପଣେଇଥିଲେ ?

Question 12.
ଦୃଷ୍ଟାନ୍ତମୂଳକ ସରପଞ୍ଚ ରୁକ୍ମିଣୀ ଗଦ୍‌ବା କେଉଁ ଗ୍ରାମପଞ୍ଚାୟତର ସରପଞ୍ଚ ଥିଲେ ?
Answer:
ଦୃଷ୍ଟାନ୍ତମୂଳକ ସରପଞ୍ଚ ରୁକ୍ମିଣୀ ଗଦ୍‌ବା କୋରାପୁଟ ଜିଲ୍ଲାର ଜୟପୁର ପଞ୍ଚାୟତ ସମିତି ଅଧୀନରେ ଥିବା ଟାଙ୍କୁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଥୁଲେ ।

ନିମ୍ନଲିଖ ମଧ୍ୟରୁ ସଠିକ୍ ଉତ୍ତର ବାଛି ଲେଖ ।

Question 1.
ଜିଲ୍ଲା ପରିଷଦଙ୍କ କାର୍ଯ୍ୟକାଳ ହେଉଛି
(କ) ୪ ବର୍ଷ
(ଖ) ୫ ବର୍ଷ
(ଗ) ୬ ବର୍ଷ
(ଘ) ୭ ବର୍ଷ
Answer:
(ଖ) ୫ ବର୍ଷ

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

Question 2.
ଦ୍ୟାନେଶ୍ୱର କାମ୍ବଲେ ୨୦୧୭ ମସିହାରେ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର __________ ଗ୍ରାମର ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ ।
(କ) ବେଗୁନିପାଲ
(ଖ) ତରଙ୍ଗଫାଲ
(ଗ) ଖାନଖଣ୍ଡ ଭି
(ଘ) ଶିମିଳିପାଳ
Answer:
(ଖ) ତରଙ୍ଗଫାଲ

Question 3.
ଗଞ୍ଜାମ ଜିଲ୍ଲାର ଆରତୀ ଦେବୀ ୨୦୧୪ ମସିହାରେ ନିମ୍ନୋକ୍ତ କେଉଁ ପୁରସ୍କାର ପାଇଥିଲେ ?
(କ) ଅଶୋକଚକ୍ର
(ଖ) ପଦ୍ମଭୂଷଣ
(ଗ) ପଦ୍ମଶ୍ରୀ
(ଘ) ରାଜୀବଗାନ୍ଧି ନେତୃତ୍ୱ ପୁରସ୍କାର
Answer:
(ଖ) ପଦ୍ମଭୂଷଣ

Question 4.
୨୦୧୭ ମସିହାରେ ଟାଙ୍କୁଆ ଗ୍ରାମପଞ୍ଚାୟତର ସରପଞ୍ଚ କିଏ ଥିଲେ ?
(କ) ରୁକ୍ମିଣୀ ଗାଟ୍
(ଖ) ରଶ୍ମି ଗାଟର
(ଗ) ରୁକ୍ମିଣୀ ଗଦବା
(ଘ) ଆରତୀ ଦେବୀ
Answer:
(ଗ) ରୁକ୍ମିଣୀ ଗଦବା

Question 5.
__________ ମସିହାରେ ଶ୍ରୀ ପୋପଟରାଓ ପାୱାରଙ୍କୁ ପଦ୍ମଶ୍ରୀ ଉପାଧ୍ଧରେ ଭୂଷିତ କରାଯାଇଥିଲା ।
(କ) १०१०
(ଖ) ୨୦୨୧
(ଗ) ୨୦୨୫
(ଘ) ୧୯୮୦
Answer:
(କ) १०१०

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

Question 6.
ଗ୍ରାମ ପଞ୍ଚାୟତର ମୁଖ୍ୟଙ୍କୁ କ’ଣ କୁହାଯାଏ ?
(କ) ସରପଞ୍ଚ
(ଖ) ବିଡ଼ିଓ
(ଗ) ମନ୍ତ୍ରୀ
(ଘ) ପଟରୀ
Answer:
(କ) ସରପଞ୍ଚ

Question 7.
ନିମ୍ନୋକ୍ତ କେତେ ମାସରେ ଥରେ ପଞ୍ଚାୟତ ସମିତି ବୈଠକ କରିଥାଏ ?
(କ) ଦୁଇ ମାସରେ ଥରେ
(ଖ) ତିନି ମାସରେ ଥରେ
(ଗ) ଚାରି ମାସରେ ଥରେ
(ଘ) ପାଞ୍ଚ ମାସରେ ଥରେ
Answer:
(କ) ଦୁଇ ମାସରେ ଥରେ

Question 8.
ଜିଲ୍ଲା ସ୍ତରରେ ଗଠିତ ହୋଇଥିବା ସ୍ଵାୟତ୍ତ ଶାସନ ସଂସ୍ଥାକୁ କ’ଣ କୁହାଯାଏ ?
(କ) ଜିଲ୍ଲା ପରିଷଦ
(ଖ) ପଲ୍ଲୀସଭା
(ଗ) ଗ୍ରାମପଞ୍ଚାୟତ
(ଘ) ପଞ୍ଚାୟତ ସମିତି
Answer:
(କ) ଜିଲ୍ଲା ପରିଷଦ

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

Question 9.
ଓଡ଼ିଶାରେ କେତୋଟି ଗ୍ରାମ ପଞ୍ଚାୟତ କାର୍ଯ୍ୟ କରୁଛି ?
(କ) ୫୪୬୮
(ଖ) ୬୭୯୮
(ଗ) ୮୯୭୬
(ଘ) ୯୮୭୬
Answer:
(ଖ) ୬୭୯୮

Question 10.
ଓଡ଼ିଶାରେ କେତୋଟି ଜିଲ୍ଲା ପରିଷଦ ଅଛି ?
(କ) ୨୮
(ଖ) ୩୦
(ଗ) ୩୮
(ଘ) ୪୨
Answer:
(ଖ) ୩୦

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

Question 11.
ଓଡ଼ିଶାରେ କେତୋଟି ପଞ୍ଚାୟତ ସମିତି କାର୍ଯ୍ୟ କରୁଛି ?
(କ) ୨୫୮
(ଖ) ୩୧୨
(ଗ) ୩୧୪
(ଘ) ୩୨୪
Answer:
(ଗ) ୩୧୪

Question 12.
କେଉଁ ଶାସନ ବ୍ୟବସ୍ଥା ଫଳରେ ଗ୍ରାମାଞ୍ଚଳରେ ତ୍ରିସ୍ତରୀୟ ଶାସନ ବ୍ୟବସ୍ଥା ପ୍ରଚଳିତ ହୋଇଅଛି ?
(କ) ପଞ୍ଚାୟତିରାଜ ବ୍ୟବସ୍ଥା
(ଗ) ଜିଲ୍ଲା ପରିଷଦ
(ଖ) ପୌର ପରିଷଦ
(ଘ) ଗ୍ରାମ ପଞ୍ଚାୟତ
Answer:
(କ) ପଞ୍ଚାୟତିରାଜ ବ୍ୟବସ୍ଥା

Question 13.
ଶତକଡ଼ା କେତେ ଭାଗ ସିଟ୍ ମହିଳାମାନଙ୍କ ପାଇଁ ଉଭୟ ପଞ୍ଚାୟତିରାଜ ଏବଂ ସହରାଞ୍ଚଳର ସ୍ଥାନୀୟ ସରକାରରେ ରଖାଯାଇଛି ?
(କ) ୩୩%
(ଖ) ୨୫%
(ଗ) ୫୦%
(ଘ) ୬୦%
Answer:
(କ) ୩୩%

Question 14.
ଗ୍ରାମପଞ୍ଚାୟତ ସମ୍ପର୍କରେ ନିମ୍ନଲିଖ ମଧ୍ୟରୁ ଭୁଲ୍ ବାକ୍ୟକୁ ସୂଚାଅ ।
(କ) ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଗ୍ରାମ ପଞ୍ଚାୟତ ସବୁଠାରୁ ନିକଟତର
(ଖ) ଏହାର ସଭ୍ୟମାନେ ଗ୍ରାମର ସାବାଳକ ଭୋଟରମାନଙ୍କଦ୍ଵାରା ନିର୍ବାଚିତ ହୁଅନ୍ତି ।
(ଗ) ବର୍ତ୍ତମାନ ଅଧୂକରୁ ଅଧୂକ ମହିଳା ସରପଞ୍ଚ ହେଉଛନ୍ତି ।
(ଘ) ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଜଣେ ମୁଖ୍ୟଙ୍କୁ ବାଛନ୍ତି, ଯେକି ଜଣେ ବିଧାୟକ ।
Answer:
(ଘ) ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଜଣେ ମୁଖ୍ୟଙ୍କୁ ବାଛନ୍ତି, ଯେକି ଜଣେ ବିଧାୟକ ।

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

ଶୂନ୍ୟସ୍ଥାନ ପୂରଣ କର ।

Question 1.
ଆମ ଦେଶ ଶାସନର ମୁଖ୍ୟ କାର୍ଯ୍ୟାଳୟ ଠାରେ ଅଛି ।
Answer:
ଦିଲ୍ଲୀ

Question 2.
‘ବେୟାରଫୁଟ କଲେଜ’ କାର୍ଯ୍ୟକ୍ରମ ‘ଶିଶୁ ସଂସଦ’ ___________ ଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ।
Answer:
ବଙ୍କର ରାୟ

Question 3.
ପଞ୍ଚାୟତିରାଜର ସର୍ବୋଚ୍ଚ ସ୍ତରରେ ____________ କାର୍ଯ୍ୟ କରିଥାଏ ।
Answer:
ଜିଲ୍ଲା ପରିଷଦ

Question 4.
ଗ୍ରାମପଞ୍ଚାୟତର କାର୍ଯ୍ୟକାଳ ___________ ବର୍ଷ |
Answer:
୫

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

Question 5.
ବ୍ଲକ୍‌ର ଦୈନନ୍ଦିନ କାର୍ଯ୍ୟ ବୁଝିବାପାଇଁ ସରକାର __________ ଙ୍କୁ ନିଯୁକ୍ତି ଦେଇଥା’ନ୍ତି ।
Answer:
ବି.ଡ଼ି.ଓ

Question 6.
ଜିଲ୍ଲା ପରିଷଦର କାର୍ଯ୍ୟକାଳ __________ ବର୍ଷ ଅଟେ |
Answer:
୫

Question 7.
ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ __________ ରହି ଗ୍ରାମ ପଞ୍ଚାୟତ ଓ ପଞ୍ଚୟତ ସମିତି ମାଧ୍ୟମରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ କାର୍ଯ୍ୟ କରିଥାଏ ।
Answer:
ଜିଲ୍ଲା ପରିଷଦ

Question 8.
ଗ୍ରାମ ପଞ୍ଚାୟତ ଓ ଜିଲ୍ଲା ପରିଷଦ ମଧ୍ଯରେ ______________ ଏକ ସଂଯୋଗ ସଦୃଶ ।
Answer:
ପଞ୍ଚାୟତ ସମିତି

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

Question 9.
ଗ୍ରାମାଞ୍ଚଳରେ _____________ ସରକାରକୁ ତ୍ରିସ୍ତରୀୟ ବ୍ୟବସ୍ଥାରେ ସଙ୍ଗଠିତ କରାଯାଇଛି ।
Answer:
ସ୍ଥାନୀୟ

Question 10.
ଓଡ଼ିଶାରେ _______________ ଟି ଜିଲ୍ଲା ପରିଷଦ, ___________ ଟି ପଞ୍ଚାୟତ ସମିତି ଓ ___________ ଟି ଗ୍ରାମ ପଞ୍ଚାୟତ କାର୍ଯ୍ୟ କରୁଅଛି ।
Answer:
୩୦, ୩୧୪, ୬୭୯୮

Question 11.
ଅର୍ଥଶାସ୍ତ୍ରର ରଚୟିତା _____________ |
Answer:
କୌଟଲ୍ୟ

Question 12.
କୌଟଲ୍ୟ ପରବର୍ତ୍ତୀ ସମୟରେ ____________ ନାମରେ ପରିଚିତ ହୋଇଥିଲେ ।
Answer:
ଚାଣକ୍ୟ

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

Question 13.
ପଞ୍ଚାୟତିରାଜ ବ୍ୟବସ୍ଥା ____________ କୁ ଲୋକଙ୍କ ପାଖକୁ ଆଣିଥାଏ, ଯେଉଁଥରେ ସେମାନେ ସକ୍ରିୟ ଅଂଶଗ୍ରହଣ କରି ___________ ନିଅନ୍ତି ।
Answer:
ଶାସନ, ନିଷ୍ପଭି

Question 14.
ପୋପଟରା ବାଗୁଜୀ ପାୱାର ___________ ହେଲାପରେ ଆନ୍ନା ହଜାରେଙ୍କ ମଡେଲରେ ‘ବର୍ଷାଜଳ ଅମଳ’, ଜଳଛାୟା ସଂରକ୍ଷଣ ପ୍ରକଳ୍ପ ଏବଂ ବ୍ୟାପକ ବୃକ୍ଷରୋପଣର ମଡେଲଗୁଡ଼ିକୁ ଗ୍ରହଣ କରି ହିରେ ହଜାର ଗ୍ରାମକୁ ଏକ ସମୃଦ୍ଧ ଗ୍ରାମରେ ପରିଣତ କରିଥିଲେ ।
Answer:
ସରପଞ୍ଚ

Question 15.
ସୋଲାପୁର ଜିଲ୍ଲାର ତରଙ୍ଗପାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଦ୍ୟାନେଶ୍ୱର କାମ୍ବଲେଙ୍କ ଉଦ୍ଦେଶ୍ୟ ଅଟେ ।
Answer:
ଗ୍ରାମସେବା

ସତ୍ୟ କିମ୍ବା ମିଥ୍ୟା ଦର୍ଶାଅ ।

Question 1.
ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକମାନଙ୍କଦ୍ଵାରା ନିର୍ବାଚିତ ହୁଅନ୍ତି ।
Answer:
ମିଥ୍ୟା

Question 2.
ପଞ୍ଚାୟତିରାଜର ସର୍ବୋଚ୍ଚ ସ୍ତରରେ ଗ୍ରାମପଞ୍ଚାୟତ ଥାଏ ।
Answer:
ମିଥ୍ୟା

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

Question 3.
ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାରକୁ ତ୍ରିସ୍ତରୀୟ ବ୍ୟବସ୍ଥାରେ ସଙ୍ଗଠିତ କରାଯାଇଛି ।
Answer:
ସତ୍ୟ

Question 4.
ଓଡ଼ିଶାରେ ୩୦ଟି ଜିଲ୍ଲା ପରିଷଦ କାର୍ଯ୍ୟ କରୁଅଛି ।
Answer:
ସତ୍ୟ

Question 5.
୨୦୧୯ ମସିହାରେ ଗଞ୍ଜାମ ଜିଲ୍ଲାର ଆରତୀ ଦେବୀ ରାଜୀବଗାନ୍ଧି ନେତୃତ୍ୱ ପୁରସ୍କାର ପାଇଥିଲେ ।
Answer:
ମିଥ୍ୟା

Question 6.
ଗ୍ରାମବାସୀଙ୍କ ଜମି ରେକର୍ଡ଼ର ରକ୍ଷଣାବେକ୍ଷଣ ଦାୟିତ୍ଵ ପତରୀ ନାମକ ଜଣେ ଅଧିକାରୀଙ୍କ ଉପରେ ନ୍ୟସ୍ତ ଥାଏ ।
Answer:
ସତ୍ୟ

Question 7.
ଦ୍ୟାନେଶ୍ୱର କାମ୍ବଲେ ଥିଲେ ଜଣେ କିନ୍ନର ଯେକି ୨୦୧୭ରେ ବ୍ଲକ୍ ଉନ୍ନୟନ ଅଧିକାରୀ ଭାବରେ ନିଯୁକ୍ତି ହୋଇଥିଲେ ।
Answer:
ମିଥ୍ୟା

Question 8.
୨୦୨୦ ମସିହାରେ ମହାରାଷ୍ଟ୍ରର ଶ୍ରୀ ପୋପଟରା ବାଗୁଜୀ ପାୱାରଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ।
Answer:
ମିଥ୍ୟା ।

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭର ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଲକ୍ଷ୍ମଣପୁର ସ୍ଥାନୀୟ ସରକାର
ପଞ୍ଚାୟତ ମହାରାଷ୍ଟ୍ର
ବନ୍ଦନା ବାହାଦୂର ମୈଦା ରୁକ୍ମଣି ଗଦ୍‌
ପୋପଟରା ବାଗୁଜୀ ପାୱାର ହିମାଳୟ
ଟାଙ୍କୁଆ ଗ୍ରାମପଞ୍ଚାୟତ ମଧ୍ୟପ୍ରଦେଶ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଲକ୍ଷ୍ମଣପୁର ହିମାଳୟ
ପଞ୍ଚାୟତ ସ୍ଥାନୀୟ ସରକାର
ବନ୍ଦନା ବାହାଦୂର ମୈଦା ମଧ୍ୟପ୍ରଦେଶ
ପୋପଟରା ବାଗୁଜୀ ପାୱାର ମହାରାଷ୍ଟ୍ର
ଟାଙ୍କୁଆ ଗ୍ରାମପଞ୍ଚାୟତ ରୁକ୍ମଣି ଗଦ୍‌

Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଗ୍ରାମପଞ୍ଚାୟତର କାର୍ଯ୍ୟକାଳ ବଙ୍କର ରାୟ
ସାଙ୍ଗଖୁ ରାଧୁ ଖାଣ୍ଡୁ ଅର୍ଥଶାସ୍ତ୍ର
ଶିଶୁ ସଂସଦ ଓଡ଼ିଶା
କୌଟିଲ୍ଯ ପଶ୍ଚିମ ସିକ୍କିମ୍
୩୧୪ଟି ପଞ୍ଚାୟତ ସମିତି ୫ ବର୍ଷ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଗ୍ରାମପଞ୍ଚାୟତର କାର୍ଯ୍ୟକାଳ ୫ ବର୍ଷ
ସାଙ୍ଗଖୁ ରାଧୁ ଖାଣ୍ଡୁ ପଶ୍ଚିମ ସିକ୍କିମ୍
ଶିଶୁ ସଂସଦ ବଙ୍କର ରାୟ
କୌଟିଲ୍ଯ ଅର୍ଥଶାସ୍ତ୍ର
୩୧୪ଟି ପଞ୍ଚାୟତ ସମିତି ଓଡ଼ିଶା

Class 6 Maths Chapter 7 Question Answer Odia Medium ଭଗ୍ନାଂଶ

Students can use Class 6 Math Solution Odia Medium and Class 6 Maths Chapter 7 Question Answer Odia Medium ଭଗ୍ନାଂଶ to check their answers after solving exercises.

6th Class Maths Chapter 7 Question Answer Odia Medium

Class 6 Maths Chapter 7 Odia Medium

Page No. 150

Question 1.
ଯଦି ଗୋଟିଏ ରୁଟିକୁ ଦୁଇଜଣ ପିଲାଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯାଏ, ତେବେ ପ୍ରତ୍ୟେକ କେତେ ରୁଟି ପାଇବେ?
Solution:
ପ୍ରତ୍ୟେକ ପିଲା ରୁଟିର ଅଧା ପାଇବେ।

Question 2.
ଯଦି ଗୋଟିଏ ରୁଟିକୁ 4 ଜଣ ପିଲାଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଯାଏ, ତେବେ ପ୍ରତ୍ୟେକ ପିଲା କେତେ ରୁଟି ପାଇବେ?
Solution:
ପ୍ରତ୍ୟେକ ପିଲାଙ୍କ ଭାଗ ହେଉଛି \(\frac {1}{4}\) (ଏକ-ଚତୁର୍ଥାଂଶ) ରୁଟି।

Class 6 Maths Chapter 7 Question Answer Odia Medium ଭଗ୍ନାଂଶ

Question 3.
\(\frac {1}{2}\) ରୁଟି ଓ \(\frac {1}{4}\) ରୁଟି ମଧ୍ୟରେ କେଉଁଟି ବଡ଼?
Solution:
ଯେତେବେଳେ ଦୁଇଜଣ ପିଲାଙ୍କ ମଧ୍ୟରେ ଗୋଟିଏ ରୁଟିକୁ ସମାନ ଭାବରେ ଭାଗ କରାଯାଏ, ପ୍ରତ୍ୟେକ ପିଲା \(\frac {1}{2}\) (ଅଧା) ରୁଟି ପାଆନ୍ତି । ଆଉ ଯେତେବେଳେ ସେହି ରୁଟିକୁ 4 ଜଣ ପିଲାଙ୍କ ମଧ୍ୟରେ ସମାନ ଭାବରେ ଭାଗ କରାଯାଏ, ପ୍ରତ୍ୟେକ ପିଲା \(\frac {1}{4}\) (ଏକ-ଚତୁର୍ଥାଂଶ) ରୁଟି ପାଆନ୍ତି । ଯେହେତୁ ଦ୍ଵିତୀୟ ଥରରେ ସେହି ସମାନ ରୁଟିକୁ ଅଧୂକ ପିଲାଙ୍କ ମଧ୍ୟରେ ଭାଗକରି ଦିଆଗଲା, ତେଣୁ ପ୍ରତ୍ୟେକ ପିଲା ଭାଗରେ ପଡୁଥୁବା ରୁଟିର ଅଂଶ କମିଯିବ। ତେଣୁ ରୁଟିର \(\frac {1}{2}\) ସେହି ରୁଟିର \(\frac {1}{4}\) ଠାରୁ ଅଧିକ।
∴ \(\frac {1}{2}\) > \(\frac {1}{4}\)

7.1 ଏକକ ଭଗ୍ନସଂଖ୍ୟା ଓ ସମାନ ବଣ୍ଟନ / ଭାଗ (Fractional Units & Equal Shares)

Page No. 151

Question 1.
କେଉଁ ଭଗ୍ନସଂଖ୍ୟାଟି ବଡ଼ \(\frac {1}{5}\) ନା \(\frac {1}{9}\)?
Solution:
ମନେକର ଗୋଟିଏ ରୁଟିକୁ 5 ଜଣଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଯାଏ, ତେବେ ଜଣଙ୍କ ଭାଗରେ ପ୍ରତ୍ୟେକ ରୁଟିର \(\frac {1}{5}\) ଅଂଶ ମିଳିବ। ସେହିପରି ଯଦି ଗୋଟିଏ ରୁଟିକୁ 9 ଜଣ ପିଲାଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଯାଏ, ପ୍ରତ୍ୟେକ ରୁଟିର \(\frac {1}{9}\) ଅଂଶ ପଡ଼ିବ।
∴ \(\frac {1}{5}\) > \(\frac {1}{9}\) ଅର୍ଥାତ୍‌, \(\frac {1}{5}\) ଓ, \(\frac {1}{9}\) ଠାରୁ ବଡ଼।
ସେହିପରି \(\frac {1}{100}\), \(\frac {1}{200}\) ଠାରୁ ବଡ଼।

ଆସ ବୁଝିବା: (Page No. 152-153)

ଖାଲି ସ୍ଥାନଗୁଡ଼ିକରେ ଉପଯୁକ୍ତ ଭଗ୍ନସଂଖ୍ୟା ଲେଖ।

Question 1.
ତିନୋଟି ପିଜୁଳିର ଓଜନ 1 କି.ଗ୍ରା.। ଯଦି ପ୍ରତ୍ୟେକ ପିଜୁଳି ପ୍ରାୟତଃ ସମାନ ଆକାରର ହୋଇଥାନ୍ତି, ତେବେ ପ୍ରତ୍ୟେକ ପିଜୁଳିର ଓଜନ ପ୍ରାୟ ________ କି.ଗ୍ରା. ହେବ।
Solution:
\(\frac {1}{3}\)

Question 2.
ଜଣେ ପାଇକାରୀ ବ୍ୟବସାୟୀ 1 କିଲୋଗ୍ରାମ୍ ଚାଉଳକୁ 4 ପ୍ୟାକେଟ୍‌ରେ ସମାନ ଭାବରେ ବାଣ୍ଟିକି ରଖିଲେ। ପ୍ରତ୍ୟେକ ପ୍ୟାକେଟ୍‌ର ଓଜନ ________ କି.ଗ୍ରା.।
Solution:
\(\frac {1}{4}\)

Question 3.
ଚାରି ଜଣ ସାଙ୍ଗ 3 ଗ୍ଲାସ୍ ଆଖୁ ରସ କିଣିଲେ ଏବଂ ଏହାକୁ ନିଜ ଭିତରେ ସମାନ ଭାଗକରି ବାଣ୍ଟି ପିଇଲେ। ପ୍ରତ୍ୟେକ ସାଙ୍ଗ ________ ଗ୍ଲାସ ଆଖୁ ରସ ପିଇଲେ।
Solution:
\(\frac {3}{4}\)

Question 4.
ଗୋଟିଏ ବଡ଼ ମାଛର ଓଜନ \(\frac {1}{2}\) କି.ଗ୍ରା.। ଗୋଟିଏ ଛୋଟ ମାଛର ଓଜନ \(\frac {1}{4}\) କି.ଗ୍ରା.। ଉଭୟ ମାଛକୁ
ଏକାଠି ଓଜନ କଲେ ________ କି.ଗ୍ରା. ହେବ।
Solution:
ବଡ଼ ମାଛର ଓଜନ \(\frac {1}{2}\) କି.ଗ୍ରା.। ଛୋଟ ମାଛର ଓଜନ \(\frac {1}{4}\) କି.ଗ୍ରା.।
ଦୁଇଟି ମାଛର ଓଜନ = \(\frac{1}{2}+\frac{1}{4}=\frac{2+1}{4}\) କି.ଗ୍ରା. = \(\frac {3}{4}\) କି.ଗ୍ରା.।

Question 5.
ଭଗ୍ନାଂଶ ଓ ଭଗ୍ନ ସଂଖ୍ୟା ପାଇଁ ତୁମ ଘର, ସହର ବା ରାଜ୍ୟରେ ବିଭିନ୍ନ ପ୍ରକାର ବ୍ୟବହାର ହେଉଥ‌ିବା ଶବ୍ଦଗୁଡ଼ିକୁ ଖୋଜ ଓ ସେ ସମ୍ପର୍କରେ ଆଲୋଚନା କର। ବିଭିନ୍ନ ଭଗ୍ନାଂଶ ଓ ଭଗ୍ନ ସଂଖ୍ୟା ପାଇଁ (ଯେପରି – ଏକ ଓ ଅଧା, ତିନି ଚଉଠ, ଏକ ଓ ଚଉଠ, ଅଧା, ଚଉଠ, ଦୁଇ ଓ ଅଧା ଇତ୍ୟାଦି) କେଉଁ ଶବ୍ଦ ବ୍ୟବହାର କରୁଛନ୍ତି, ସେ ସମ୍ପର୍କରେ ତୁମ ଜେଜେବାପା, ଜେଜେ ମା’, ବାପା ମାଆ, ଶିକ୍ଷକ ଓ ସହପାଠୀକୁ ପଚାର। ସେଗୁଡ଼ିକୁ ଏଠାରେ ଲେଖ।
Solution:
ଛାତ୍ରଛାତ୍ରୀମାନେ ନିଜେ କରିବେ।

Class 6 Maths Chapter 7 Question Answer Odia Medium ଭଗ୍ନାଂଶ

Question 6.
ଏକ ଭଗ୍ନାଂଶ ଶବ୍ଦଗୁଡ଼ିକୁ ଆକାର ଅନୁସାରେ କ୍ରମରେ ନିମ୍ନ ଖାଲି କୋଠରିରେ ଲେଖ।
ତିନି ଚତୁର୍ଥାଂଶ, ଦେଢ଼ ଚତୁର୍ଥାଂଶ, ଅଧା, ଏକ ଚତୁର୍ଥାଂଶ, ଅଢ଼େଇ ଇତ୍ୟାଦି।
ଏକ ଓ ଅଧା, ତିନୋଟି ଚଉଠ, ଏକ ଓ ଚଉଠ, ଅଧା, ଚଉଠି, ଦୁଇ ଓ ଅଧା।
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 152 Q6
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 152 Q6.1

7.2 ପୂର୍ବର ଅଂଶ ଭାବରେ ଭଗ୍ନସଂଖ୍ୟା (Fractional Units as Parts of a Whole)

Page No. 154

Question 1.
ଗୋଟିଏ ପୁରା ବାଦାମ ଖଜାକୁ ଦୁଇଟି ଭିନ୍ନ ଉପାୟରେ ଛଅ ସମାନ ଭାଗ କରିବାଦ୍ୱାରା ଆମେ ବିଭିନ୍ନ ଆକୃତିର \(\frac {1}{6}\) ଅଂଶ ବିଶିଷ୍ଟ ବାଦାମ ଖଜା ପାଇବା। ସେଗୁଡ଼ିକ ସମାନ ଆକାର କି? ନିମ୍ନ ଚିତ୍ରରେ ବାଦାମ ଖଜାର ଖଣ୍ଡଟିକୁ କିପରି ଏକକ ଭଗ୍ନସଂଖ୍ୟାରେ ପ୍ରକାଶ କରାଯିବ?
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 154 Q1

ଆସ ବୁଝିବା: (Page No. 155)

Question 1.
ନିମ୍ନଚିତ୍ରଗୁଡ଼ିକ ଗୋଟିଏ ପୁରା ବାଦାମ ଖଜାର କିଛି ଅଂଶ ଅଟନ୍ତି। ଏଗୁଡ଼ିକୁ ଭଗ୍ନସଂଖ୍ୟାରେ ପ୍ରକାଶ କଲେ ପୁରା ଖଜାର କେତେ ଅଂଶ ହେବ? (ପ୍ରଶ୍ନସହିତ ଉତ୍ତର)
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 155 Q1
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 155 Q1.1

7.3 ଏକକ ଭଗ୍ନସଂଖ୍ୟା ବ୍ୟବହାର କରି ମାପିବା (Measuring using Fractional Units)

Page No. 156

Question 1.
ବର୍ତ୍ତମାନ କାଗଜପଟିଟିକୁ ଦୁଇ ସମାନ ଭାଗରେ ଭାଙ୍ଗି ଦିଅ। ତା’ଦ୍ଵାରା କାଗଜ ପଟିଟି ଯେଉଁ 2 ଟି ନୂତନ ଭାଗରେ ବିଭକ୍ତ ହେଲା। ଯଦି କାଗଜ ପଟିର ଲମ୍ବ 1 ଏକକ ହୁଏ, ତେବେ ପ୍ରତ୍ୟେକଙ୍କର ଲମ୍ବ
କେତେ ଲମ୍ବ ହେବ?
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 156 Q1

Question 2.
ଆଉ ଥରେ ସେହିଭଳି ଜାରି ରଖ। ଖାଲି ଘର ପୂରଣ କର। (ପ୍ରଶ୍ନ ସହିତ ଉତ୍ତର)
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 156 Q2
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 156 Q2.1

ଆସ ବୁଝିବା: (Page No. 158)

Question 1.
ଉପରୋକ୍ତ ସାରଣୀକୁ ଦେଖ୍ ଆଉ ଦୁଇ ସୋପାନ ଆଗକୁ ବଢ଼ାଅ।
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 158 Q1

Question 2.
\(\frac {1}{4}\) କୁ ନେଇ ତୁମେ ସେହିଭଳି ସାରଣୀ ପ୍ରସ୍ତୁତ କରିପାରିବ କି?
Solution:
ହଁ, ଆମେ ଏକ-ଚତୁର୍ଥାଂଶ ବା \(\frac {1}{4}\) ପାଇଁ ଏକ ସାଦୃଶ୍ୟ ସାରଣୀ ପ୍ରସ୍ତୁତ କରିପାରିବା। ଏଠାରେ ଚିତ୍ରଟି ଗୋଟିଏ (ପୂର୍ଣ୍ଣ) ରୁଟିକୁ ସୂଚାଉଛି।
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 158 Q2

Question 3.
ଗୋଟିଏ କାଗଜ ପଟି ନେଇ \(\frac {1}{3}\) ଅଂଶକୁ ଦେଖାଅ। ତୁମେ ଏହାକୁ ବ୍ୟବହାର କରି \(\frac {1}{6}\) ନିର୍ଣ୍ଣୟ କରିପାରିବ କି?
Solution:
ହଁ, ଆମେ କାଗଜ ପଟିର \(\frac {1}{3}\) ଅଂଶକୁ ବ୍ୟବହାର କରି \(\frac {1}{6}\) ଗଠନ କରିପାରିବା।
ଗୋଟିଏ କାଗଜ ପଟିର \(\frac {1}{3}\) ଅଂଶ
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 158 Q3
ଗୋଟିଏ କାଗଜ ପଟିର \(\frac {1}{6}\) ଅଂଶ
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 158 Q3.1

Question 4.
ଗୋଟିଏ ଚିତ୍ର ତିଆରି କର ଏବଂ ଉପରେ ଦେଖାଯାଇଥ‌ିବା ଭଳି ମିଶାଣ ଭକ୍ତି ଲେଖ।
(କ) ଗୋଟିଏ ପୂର୍ଣ ରୁଟିର \(\frac {1}{4}\) ଅଂଶର 5 ଗୁଣ।
(ଖ) ଗୋଟିଏ ପୂର୍ଷ ରୁଟିର \(\frac {1}{4}\) ଅଂଶର 9 ଗୁଣ।
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 158 Q4

Class 6 Maths Chapter 7 Question Answer Odia Medium ଭଗ୍ନାଂଶ

Question 5.
ଉପଯୁକ୍ତ ଭଗ୍ନସଂଖ୍ୟାକୁ ଠିକ୍ ଚିତ୍ର ସହ ଗାର ଟାଣି ଯୋଡ଼।
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 158 Q5
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 158 Q5.1

7.4 ସଂଖ୍ୟାରେଖାରେ ଭଗ୍ନସଂଖ୍ୟାର ସ୍ଥାନ ନିରୂପଣ (Marking Fraction Lengths on the Number Line)

ବର୍ତ୍ତମାନ ତୁମେ ନିମ୍ନରେ ଦର୍ଶାଯାଇଥିବା ନୀଳରେଖାଗୁଡ଼ିକର ଦୈର୍ଘ୍ୟ କେତେ ହେବ କୋଠରିରେ ଲେଖ। (Page No. 159)

Question 1.
ଏଠାରେ ଭଗ୍ନ ଅଂଶଟି ଗୋଟିଏ ଏକକର ସମାନ ତିନି ସମାନ ଭାଗରୁ ଗୋଟିଏ ଭାଗକୁ ସୂଚାଉଛି। କଳା ରେଖାର ଲମ୍ବକୁ ସୂଚାଉଥ‌ିବା ଭଗ୍ନସଂଖ୍ୟାଟି କେତେ ହେବ? (ପ୍ରଶ୍ନ ସହିତ ଉତ୍ତର)
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 159 Q1
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 159 Q1.1
∴ କଳାରଙ୍ଗ ରେଖାର ଅଂଶଟି = \(\frac{1}{3}+\frac{1}{3}=\frac{2}{3}\)

Question 2.
ଏଠାରେ ଗୋଟିଏ ଏକକକୁ 5 ଟି ସମାନ ଭାଗରେ ଭାଗ କରାଯାଇଛି। ନୀଳ ରେଖାଗୁଡ଼ିକର ଲମ୍ବକୁ ସୂଚାଉଥୁବା ଭଗ୍ନସଂଖ୍ୟାଗୁଡ଼ିକ ଉପଯୁକ୍ତ କୋଠରିରେ ଲେଖ। (ପ୍ରଶ୍ନ ସହିତ ଉତ୍ତର)
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 159 Q2
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 159 Q2.1
∴ \(\frac {1}{5}\) ଦୁଇଥର = \(\frac{1}{5}+\frac{1}{5}=\frac{2}{5}\)
\(\frac {1}{5}\) ଚାରିଥର = \(\frac{1}{5}+\frac{1}{5}+\frac{1}{5}+\frac{1}{5}=\frac{4}{5}\)

Question 3.
ବର୍ତ୍ତମାନ ଗୋଟିଏ ଏକକକୁ ୫ଟି ସମାନ ଭାଗରେ ଭାଗ କରାଯିବ। ଏହି ଚିତ୍ରଟିକୁ ତୁମ ଖାତାରେ କରି ଉପଯୁକ୍ତ ଭଗ୍ନସଂଖ୍ୟାଗୁଡ଼ିକୁ ଲେଖ।
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 159 Q3

ଆସ ବୁଝିବା: (Page No. 160)

Question 1.
ଗୋଟିଏ ସଂଖ୍ୟା ରେଖା ଅଙ୍କନ କର। ସଂଖ୍ୟାରେଖା ଉପରେ \(\frac{1}{10}, \frac{3}{10}\) ଓ \(\frac {4}{5}\) ଦୈର୍ଘ୍ୟର ରେଖାଖଣ୍ଡ ଅଙ୍କନ କର।
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 160 Q1

Question 2.
ନିଜ ପସନ୍ଦର ଆଉ 5 ଟି ଭଗ୍ନସଂଖ୍ୟା ଲେଖ ଓ ସେଗୁଡ଼ିକୁ ସଂଖ୍ୟାରେଖାରେ ଦର୍ଶାଅ।
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 160 Q2

Question 3.
‘0’ ଓ ‘1’ ମଧ୍ଯରେ କେତୋଟି ଭଗ୍ନସଂଖ୍ୟା ଅଛି? ତୁମର ସହପାଠୀଙ୍କ ସହ ଆଲୋଚନା କରି ଲେଖ।
Solution:
‘0’ ଓ ‘1’ ମଧ୍ୟରେ ଅସଂଖ୍ୟ ଭଗ୍ନସଂଖ୍ୟା ଅଛି।
ଉଦାହରଣ: \(\frac{3}{5}, \frac{4}{5}, \frac{7}{10}, \frac{1}{2}\) ଇତ୍ୟାଦି।

Question 4.
ନିମ୍ନରେ ଦିଆଯାଇଥିବା ନୀଳଗାର ଓ କଳାଗାରର ଦୈର୍ଘ୍ୟ କେତେ? ‘0’ ଓ ‘1’ ମଧ୍ୟରେ ଥ‌ିବା ଦୂରତାକୁ ଏକ ଏକକ ରୂପେ ନିଆଯାଇଛି ଏବଂ ଏହାକୁ ସମାନ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଭାଗର ଦୈର୍ଘ୍ୟ ହେଉଛି \(\frac {1}{2}\)। ତେଣୁ ନୀଳଗାରର ଦୈର୍ଘ୍ୟ \(\frac {1}{2}\) ଏକକ। କଳାଗାରର ଲମ୍ବକୁ ସୂଚାଉଥିବା ଭଗ୍ନସଂଖ୍ୟାଟିକୁ କୋଠରି ମଧ୍ୟରେ ଲେଖ।
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 160 Q4
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 160 Q4.1
କଳାଗାରର ଲମ୍ବ ହେଉଛି = \(\frac{1}{2}+\frac{1}{2}+\frac{1}{2}=\frac{3}{2}\)

Question 5.
କଳାଗାରଗୁଡ଼ିକର ଦୈର୍ଘ୍ୟକୁ ସୂଚାଉଥ‌ିବା ଭଗ୍ନସଂଖ୍ୟାଗୁଡ଼ିକୁ ଯଥାକ୍ରମେ କୋଠରି ମଧ୍ଯରେ ଲେଖ।
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 160 Q5
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 160 Q5.1

7.5 ମିଶ୍ର ଭଗ୍ନସଂଖ୍ୟା (Mixed Fractions)

Page No. 161

Question 1.
ଏହି ଭଗ୍ନସଂଖ୍ୟାଗୁଡ଼ିକରେ କେତୋଟି ପୂର୍ବସଂଖ୍ୟା ବା ପୂର୍ଣ୍ଣ ଏକକ ରହିଛି?
Solution:
\(\frac{3}{2}=\frac{1}{2}+\frac{1}{2}+\frac{1}{2}=1+\frac{1}{2}, \frac{5}{2}=\frac{1}{2}+\frac{1}{2}+\frac{1}{2}+\frac{1}{2}+\frac{1}{2}=2+\frac{1}{2}\)
ଆମେ ଜାଣୁ = \(\frac{1}{3}+\frac{1}{3}+\frac{1}{3}=\frac{3}{3}\) = 1, ଯଦି ଆଉ ଗୋଟିଏ \(\frac {1}{3}\) ଯୋଗ କରାଯିବ, ସଂଖ୍ୟାଟି 1 ରୁ ଅଧିକ ହେବ।
\(1+\frac{1}{3}=\frac{3}{3}+\frac{1}{3}=\frac{4}{3}\)।
ତେଣୁ \(\frac {4}{3}\) > 1

ଆସ ବୁଝିବା: (Page No. 162)

Question 1.
\(\frac {7}{2}\) ରେ କେତୋଟି ଏକକ ଅଛି?
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 162 Q1

Question 2.
\(\frac {4}{3}\) ଓ \(\frac {7}{3}\) ରେ କେତୋଟି ଲେଖାଏଁ ପୂର୍ଣ୍ଣ ଏକକ ଅଛି?
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 162 Q2

ଆସ ବୁଝିବା: (Page No. 162)

Question 1.
ନିମ୍ନୋକ୍ତ ପ୍ରତ୍ୟେକ ଭଗ୍ନସଂଖ୍ୟାରେ ପୂର୍ଣ୍ଣ ଏକକକୁ ସ୍ଥିର କର।
(a) \(\frac {8}{3}\)
(b) \(\frac {11}{5}\)
(c) \(\frac {9}{4}\)
ଆମେ ଦେଖୁଲୁ ଯେ,
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 162 Q1.1
ଏହି ସଂଖ୍ୟାକୁ ଆମେ 2 ପୂର୍ବ 2 ବିଭକ୍ତ 3 ଭାବେ ପଢ଼ୁ। ଏହାକୁ 2\(\frac {2}{3}\) ରୂପେ ଲେଖୁ।
Solution:
(a) \(\frac{8}{3}=\frac{3}{3}+\frac{3}{3}+\frac{2}{3}=1+1+\frac{2}{3}=2 \frac{2}{3}\)
∴ \(\frac {8}{3}\) ରେ 2ଟି ପୂର୍ଣ୍ଣ ଏକକ ଅଛି।

(b) \(\frac{11}{5}=\frac{5}{5}+\frac{5}{5}+\frac{1}{5}=1+1+\frac{1}{5}=2 \frac{1}{5}\)
∴ \(\frac {11}{5}\) ରେ 2ଟି ପୂର୍ଣ୍ଣ ଏକକ ଅଛି।

(c) \(\frac{9}{4}=\frac{4}{4}+\frac{4}{4}+\frac{1}{4}=1+1+\frac{1}{4}=2 \frac{1}{4}\)
∴ \(\frac {9}{4}\) ରେ 2ଟି ପୂର୍ଣ୍ଣ ଏକକ ଅଛି।

Question 2.
1 ଠାରୁ ବଡ଼ ସବୁ ଭଗ୍ନସଂଖ୍ୟାକୁ ଆମେ ଏହିପରି ମିଶ୍ର ଭଗ୍ନସଂଖ୍ୟା ରୂପେ ପ୍ରକାଶ କରିପାରିବା କି?
(ଗୋଟିଏ ମିଶ୍ର ସଂଖ୍ୟା ବା ମିଶ୍ର ଭଗ୍ନସଂଖ୍ୟାରେ ଗୋଟିଏ ପୂର୍ବସଂଖ୍ୟା ଓ ଗୋଟିଏ। ଠାରୁ ସାନ ଭଗ୍ନସଂଖ୍ୟା ରହିଥାଏ।)
Solution:
ହଁ, ଠିକ୍।

Class 6 Maths Chapter 7 Question Answer Odia Medium ଭଗ୍ନାଂଶ

Question 3.
ନିମ୍ନୋକ୍ତ ଭଗ୍ନସଂଖ୍ୟାଗୁଡ଼ିକୁ ମିଶ୍ରସଂଖ୍ୟାରେ ପରିଣତ କର। (\(\frac {9}{2}\) ଯେପରି = 4\(\frac {1}{2}\))
(a) \(\frac {9}{2}\)
(b) \(\frac {9}{5}\)
(c) \(\frac {21}{19}\)
(d) \(\frac {47}{9}\)
(e) \(\frac {12}{11}\)
(f) \(\frac {19}{6}\)
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 162 Q3

ସମାଧାନ କର: (Page No. 163)

Question 1.
ନିମ୍ନୋକ୍ତ ମିଶ୍ର ସଂଖ୍ୟାଗୁଡ଼ିକୁ ଭଗ୍ନ ସଂଖ୍ୟାରେ ପରିଣତ କର।
(କ) 3\(\frac {1}{4}\)
(ଖ) 7\(\frac {2}{3}\)
(ର) 9\(\frac {4}{9}\)
(ପ୍ର) 3\(\frac {1}{6}\)
(ତ) 2\(\frac {3}{11}\)
(ର) 3\(\frac {9}{10}\)
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 163 Q1

7.6 ସମ ଭଗ୍ନସଂଖ୍ୟା (Equivalent Fractions)

ଦିଆଯାଇଥବା ଚିତ୍ରିତ ଅଂଶକୁ ଲକ୍ଷ୍ୟକର ଓ ଉତ୍ତର ଦିଅ। (Page No. 164)
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 164 Q1

Question 1.
\(\frac {1}{2}\) ଓ \(\frac {2}{4}\) ର ଦୈର୍ଘ୍ୟ ସମାନ କି?
Solution:
ହଁ, \(\frac {1}{2}\) ଓ \(\frac {2}{4}\) ର ଦୈର୍ଘ୍ୟ ସମାନ।

Question 2.
\(\frac {2}{4}\) ଓ \(\frac {4}{8}\) ର ଦୈର୍ଘ୍ୟ ସମାନ କି?
Solution:
ହଁ, \(\frac {2}{4}\) ଓ \(\frac {4}{8}\) ର ଦୈର୍ଘ୍ୟ ସମାନ।
∴ ଆମେ କହିପାରିବା = \(\frac{1}{2}=\frac{2}{4}=\frac{4}{8}\)

Page No. 164

Question 1.
ଭଗ୍ନସଂଖ୍ୟା କାନ୍ଥକୁ ଦେଖୁ ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 164 Q2
1. \(\frac {1}{2}\) ଓ \(\frac {3}{6}\) ର ଦୈର୍ଘ୍ୟ ସମାନ କି?
2. \(\frac {2}{3}\) ଓ \(\frac {4}{6}\) ସମ ଭଗ୍ନାଂଶ କି? କାହିଁକି?
3. କେତେ ଖଣ୍ଡ \(\frac {1}{6}\) ମିଶିଲେ \(\frac {1}{2}\) ହେବ?
4. କେତେ ଖଣ୍ଡ \(\frac {1}{6}\) ମିଶିଲେ \(\frac {1}{3}\) ହେବ?
Solution:
1. \(\frac {1}{2}\) ଓ \(\frac {3}{6}\) ର ଦୈର୍ଘ୍ୟ = \(\frac {1}{2}\)
∴ \(\frac {1}{2}\) ଓ \(\frac {3}{6}\) ର ଦୈର୍ଘ୍ୟ ସମାନ।

2. \(\frac {2}{3}\) ଓ \(\frac {4}{6}\) ର ଦୈର୍ଘ୍ୟ = \(\frac {1}{3}\)
∴ \(\frac {2}{3}\) ଓ \(\frac {4}{6}\) ସମ ଭଗ୍ନାଂଶ।

3. ସମୁଦାୟ ଖଣ୍ଡ = \(\frac{\frac{1}{2}}{\frac{1}{6}}=\frac{1}{2} \times \frac{6}{1}=\frac{6}{2}=3\)
∴ ତିନି ଖଣ୍ଡ \(\frac {1}{6}\) ମିଶିଲେ \(\frac {1}{2}\) ହେବ।

4. ସମୁଦାୟ ଖଣ୍ଡ = \(\frac{\frac{1}{3}}{\frac{1}{6}}=\frac{1}{3} \times \frac{6}{1}=\frac{6}{3}=2\)
∴ ଦୁଇ ଖଣ୍ଡ \(\frac {1}{6}\) ମିଶିଲେ \(\frac {1}{3}\) ହେବ।

Page No. 165

Question 1.
ଆମେ \(\frac {1}{10}\) ଭଗ୍ନ ସଂଖ୍ୟାକୁ ନେଇ ଏକ ଭଗ୍ନ ସଂଖ୍ୟାର କାନ୍ଥ ତିଆରି କର।
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 165 Q1

ଆସ ବୁଝିବା: (Page No. 165)

Question 1.
\(\frac{3}{6}, \frac{4}{8}, \frac{5}{10}\) ସମଦ୍ଭଗ୍ନ ସଂଖ୍ୟା କି? କାହିଁକି?
Solution:
\(\frac{3}{6}=\frac{3 \div 3}{6 \div 3}=\frac{1}{2}\) (∵ ଯେହେତୁ 3 ଓ 6 ର ଗ.ସା.ଗୁ. = 3)
\(\frac{4}{8}=\frac{4 \div 4}{8 \div 4}=\frac{1}{2}\) (∵ ଯେହେତୁ 4 ଓ 8 ର ଗ.ସା.ଗୁ. = 4)
\(\frac{5}{10}=\frac{5 \div 5}{10 \div 5}=\frac{1}{2}\) (∵ ଯେହେତୁ 5 ଓ 10 ର ଗ.ସା.ଗୁ. = 4)

Question 2.
\(\frac {2}{6}\) ର ଦୁଇଟି ସମ ଭଗ୍ନସଂଖ୍ୟା ଲେଖ।
Solution:
\(\frac{2}{6}=\frac{2 \times 2}{6 \times 2}, \frac{2 \times 3}{6 \times 3}, \frac{2 \times 4}{6 \times 4}=\frac{4}{12}, \frac{6}{18}, \frac{8}{24}\)
∴ \(\frac {2}{6}\) ର ଦୁଇଟି ସମ ଭଗ୍ନସଂଖ୍ୟା ଗୁଡ଼ିକ ହେଲେ, \(\frac{4}{12}, \frac{6}{18}, \frac{8}{24}\)

Class 6 Maths Chapter 7 Question Answer Odia Medium ଭଗ୍ନାଂଶ

Question 3.
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 165 Q3 (ଏହିପରି ଯେତେଗୁଡ଼ିଏ ଭଗ୍ନସଂଖ୍ୟା ଲେଖୁ ପାରିବ ସେଗୁଡ଼ିକୁ ଲେଖ।)
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 165 Q3.1

ସମାନ ଭାଗରେ ବାଣ୍ଟିବାଦ୍ଵାରା ସମ ଭଗ୍ନସଂଖ୍ୟାକୁ ବୁଝିବା: (Page No. 165)

Question 1.
ଯଦି ଗୋଟିଏ ରୁଟିକୁ ଚାରି ଜଣ ପିଲାଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟନ କରାଯାଏ, ପ୍ରତ୍ୟେକ ପିଲା ମୋଟ ରୁଟିର କେତେ ଅଂଶ ପାଇବେ?
Solution:
ପ୍ରତ୍ୟେକ ପିଲା ଗୋଟିଏ ରୁଟିର \(\frac {1}{4}\) ଅଂଶ ପାଇବେ।

ଆସ ବୁଝିବା: (Page No. 166)

Question 1.
ତିନୋଟି ରୁଟିକୁ ଚାରିଜଣ ପିଲାଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଗଲା। ଏହି ବାଣ୍ଡବା କାମକୁ ଦର୍ଶାଅ ଏବଂ ପ୍ରତ୍ୟେକ ପିଲା କେତେ ରୁଟି ପାଇବେ ତା’କୁ ଭଗ୍ନସଂଖ୍ୟାରେ ପ୍ରକାଶ କର। ଏହି ଘଟଣାକୁ ହରଣ ଉକ୍ତି, ଯୋଗ ଉକ୍ତି ଓ ଗୁଣନ ଉକ୍ତିରେ ଲେଖ।
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 166 Q1
ପ୍ରତ୍ୟେକ ପିଲା ପାଇଥିବା ରୁଟିକୁ ଭଗ୍ନସଂଖ୍ୟାରେ ଲେଖୁଲେ ________ ହେବ।
ହରଣ ଭକ୍ତି:
ମିଶାଣ ଉକ୍ତି:
ଗୁଣନ ଉକ୍ତି:
ତୁମେ ତିଆରି କରୁଥିବା ଚିତ୍ର ଓ ଉତ୍ତରକୁ ତୁମ ସହପାଠୀମାନଙ୍କ ସହ ତୁଳନା କର।
Solution:
ପ୍ରତ୍ୟେକ ପିଲା ପାଇଥିବା ରୁଟିକୁ ଭଗ୍ନସଂଖ୍ୟାରେ ଲେଖିଲେ \(\frac {3}{4}\) ହେବ।
ହରଣ ଉକ୍ତି: 3ଟି ରୁଟିକୁ 4 ଜଣ ପିଲାଙ୍କ ମଧ୍ୟରେ ବଣ୍ଟାଗଲା।
3 ÷ 4 = \(\frac {3}{4}\)
ମିଶାଣ ଭକ୍ତ: \(\frac{3}{4}+\frac{3}{4}+\frac{3}{4}+\frac{3}{4}=\frac{12}{4}\) = 3, ଗୁଣନ ଭକ୍ତ: 4 × \(\frac {3}{4}\) = 3

Question 2.
ଦୁଇଟି ରୁଟିକୁ ଚାରିଜଣ ପିଲାଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟନ କରାଗଲେ, ପ୍ରତ୍ୟେକ ପିଲା କେତେ ପାଇବେ ଚିତ୍ର ମାଧ୍ୟମରେ ଦର୍ଶାଅ। ଏହାର ଅନୁରୂପ ହରଣ ଉକ୍ତି, ଯୋଗ ଉକ୍ତିକୁ ଲେଖ।
Solution:
ହରଣ ଭକ୍ତି: 2ଟି ରୁଟିକୁ 4 ଜଣ ପିଲାଙ୍କ ମଧ୍ୟରେ ବଣ୍ଡାଗଲା।
2 ÷ 4 or \(\frac{2}{4}=\frac{1}{2}\)
ମିଶାଣ ଭକ୍ତି: \(\frac{2}{4}+\frac{2}{4}+\frac{2}{4}+\frac{2}{4}=\frac{8}{4}\) = 2
ଗୁଣନ ଉକ୍ତି: 4 × \(\frac {2}{4}\) = 2
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 166 Q2

Question 3.
ଅନିଲ ଏକ ଦଳରେ ଥୁଲା ଯେଉଁଥରେ ଦୁଇଟି କେକ୍‌କୁ ପାଞ୍ଚଜଣ ପିଲା ଥିଲେ। ସେହି ପାଞ୍ଚଜଣ ପିଲାଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଗଲା। ଅନିଲ୍ କେତେ କେକ୍ ପାଇଲା?
Solution:
ଅନିଲ୍ ଯେଉଁ ଦଳରେ ଥୁଲା ସେଠାରେ ଦୁଇଟି କେକ୍‌କୁ 5 ଜଣ ପିଲାଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଗଲା।
ପ୍ରତ୍ୟେକ କେକ୍ 5 ଭାଗରେ ବିଭକ୍ତ କରାଯିବ ଏବଂ ଅନିଲ୍ ପ୍ରତ୍ୟେକ କେକ୍‌ର ଗୋଟିଏ ଭାଗ ପାଇବ
⇒ \(\frac{1}{5}+\frac{1}{5}=\frac{2}{5}\)
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 166 Q3

Page No. 166

Question 1.
ଏବେ, ଯଦି ମୋ ଦଳରେ 10 ଜଣ ପିଲା ଅଛନ୍ତି, ତେବେ ଅନିଲ ଯେତିକି ପାଇଥିଲା, ସେହି ପରିମାଣର କେକ୍ ପ୍ରତ୍ୟେକଙ୍କୁ ଦେବାକୁ ହେବ, ତେବେ ମୋତେ କେତୋଟି କେକ୍ ଦରକାର ପଡ଼ିବ?
ଯଦି ଏହିପରି 2ଟି ଦଳ ନିଆଯିବ ତେବେ କ’ଣ ହେବ? ଗୋଟିଏ ଦଳରେ ଯଦି 5 ଜଣ ପିଲାଙ୍କ ମଧ୍ୟରେ ଦୁଇଟି କେକ୍‌କୁ ସମାନ ଭାବରେ ବାଣ୍ଟି ଦିଆଯିବ ଏବଂ ଅନ୍ୟ ଦଳରେ 4ଟି କେକ୍‌କୁ 10 ଜଣ ପିଲାଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯିବ?
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 166 Q4
ତେଣୁ \(\frac{2}{5}=\frac{4}{10}\)। ତେଣୁ ଉଭୟ ପରିସ୍ଥିତିରେ ପ୍ରତ୍ୟେକ ପିଲା ସମାନ ଭାଗ ପାଇବେ।

Page No. 167

Question 1.
ନିମ୍ନୋକ୍ତ ପରିସ୍ଥିତିଗୁଡ଼ିକରେ ପ୍ରତ୍ୟେକ ପିଲାଙ୍କ ରୁଟିର ଭାଗ କେତେ?
ଗୋଟିଏ ରୁଟିକୁ ଦୁଇଜଣ ପିଲାଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଗଲା।
ଦୁଇଟି ରୁଟିକୁ ଚାରିଜଣ ପିଲାଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଗଲା।
ତିନୋଟି ରୁଟିକୁ ଛଅଜଣ ପିଲାଙ୍କ ମଧ୍ୟରେ ସମାନ ଭାବରେ ମଣ୍ଡାଗଲା।
Solution:
ଏଠାରେ ଆମେ ଲକ୍ଷ୍ୟ କରିବା ଯେ, ପ୍ରତ୍ୟେକ ପରିସ୍ଥିତିରେ ପ୍ରତ୍ୟେକ ପିଲାଙ୍କ ଭାଗ ସମାନ? ତେଣୁ ଆମେ କହିପାରିବା \(\frac{1}{2}=\frac{2}{4}=\frac{3}{6}\)
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 167 Q1

Page No. 168

Question 1.
\(\frac {1}{2}\) ର ଆଉ କେତେଗୁଡ଼ିକ ସମ-ଭଗ୍ନସଂଖ୍ୟା ନିର୍ଣ୍ଣୟ କର। ସେଗୁଡ଼ିକୁ ନିମ୍ନ କୋଠରିଗୁଡ଼ିକ ମଧ୍ୟରେ ଲେଖ।
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 168 Q1
Solution:
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 168 Q1.1
\(\frac{1}{2}=\frac{1 \times 4}{2 \times 4}=\frac{4}{8}\)
\(\frac{1}{2}=\frac{1 \times 5}{2 \times 5}=\frac{5}{10}\)
\(\frac{1}{2}=\frac{1 \times 6}{2 \times 6}=\frac{6}{12}\)
\(\frac{1}{2}=\frac{1 \times 7}{2 \times 7}=\frac{7}{14}\)
\(\frac{1}{2}=\frac{1 \times 8}{2 \times 8}=\frac{8}{16}\)

Class 6 Maths Chapter 7 Question Answer Odia Medium ଭଗ୍ନାଂଶ

Question 2.
ସେହିପରି ନିମ୍ନୋକ୍ତ ପରିସ୍ଥିତିଗୁଡ଼ିକରେ ରୁଟିକୁ ବାଣ୍ଟିଲେ ପ୍ରତ୍ୟେକ ପିଲାଙ୍କ ଭାଗରେ କେତେ ପଡ଼ିବ? ପ୍ରତ୍ୟେକ କ୍ଷେତ୍ରରେ ପିଲାଙ୍କ ଭାଗଗୁଡ଼ିକ ସମାନ କି? କାହିଁକି? (ପ୍ରଶ୍ନ ସହିତ ଉତ୍ତର)
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 168 Q2
Solution:
ହଁ, ପ୍ରତ୍ୟେକ କ୍ଷେତ୍ରରେ ପିଲାଙ୍କ ଭାଗଗୁଡ଼ିକ ସମାନ ହେବ।
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 168 Q2.1
∴ \(\frac {4}{6}\) ର ସରଳ / ଲଘିଷ୍ଠ ରୂପ ହେଉଛି \(\frac{2}{3}, \frac{6}{9}\) ର ସରଳ / ଲଘିଷ୍ଟ ରୂପ \(\frac {2}{3}\) ଅଟେ।
\(\frac{4 \div 2}{6 \div 2}=\frac{2}{3}, \frac{6 \div 3}{9 \div 3}=\frac{2}{3}\)

ଆସ ବୁଝିବା: (Page No. 168-169)

Question 1.
ଖାଲି ଘର ପୂରଣ କର।
(କ) ଚାରି ଜଣ ସାଙ୍ଗଙ୍କ ମଧ୍ୟରେ ପାଞ୍ଚ ଗ୍ଲାସ୍ ଜୁସ୍ (ଫଳରସ) ସମାନ ଭାବରେ ବଣ୍ଟନ କରିବା, ଓ ________ ଗ୍ଲାସ୍ ଜୁସ୍‌କୁ ଆଠଜଣ ସାଙ୍ଗଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବା ସହ ସମାନ।
ତେଣୁ
Solution:
ଦଶ ଗ୍ଲାସ୍। ତେଣୁ \(\frac{5}{4}=\frac{10}{8}\)

(ଖ) 4 କି.ଗ୍ରା. ଆଳୁକୁ ତିନୋଟି ବ୍ୟାଗ୍‌ରେ ସମାନ ଭାବରେ ବାଣ୍ଟି ରଖୁବା ଯାହା 12 କି.ଗ୍ରା. ଆଳୁକୁ ________ ଟି ବ୍ୟାଗରେ ସମାନ ଭାବରେ ବାଣ୍ଟିବା ତାହା।
ତେଣୁ
Solution:
9 ଟି ବ୍ୟାଗରେ। ତେଣୁ \(\frac{4}{3}=\frac{12}{9}\)

(ଗ) 5 ଜଣ ପିଲାଙ୍କ ମଧ୍ୟରେ 7ଟି ରୁଟିକୁ ସମାନ ଭାବରେ ଭାଗକଲେ ଯାହା ମିଳିବ ________ ଜଣ ପିଲାଙ୍କ ମଧ୍ଯରେ ________ ଟିକୁ ରୁଟିକୁ ସମାନ ଭାବରେ ବାଣ୍ଟିଲେ ସେତିକି ମିଳିବ।
ତେଣୁ
Solution:
10 ଜଣ ପିଲା। ତେଣୁ \(\frac{7}{5}=\frac{14}{10}\)

Page No. 169

Question 1.
ଉଦାହରଣ 1: ଯଦି ଗୋଟିଏ ବାଦାମ ଖଜାକୁ 2 ଜଣ ପିଲାଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବା ବା 5ଟି ବାଦାମ ଖଜାକୁ ୫ ଜଣ ପିଲାଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବା। କେଉଁ ଦଳର ପିଲାମାନେ ଅଧିକ ଖଜା ପାଇବେ?
Solution:
ଏବେ ଆମକୁ \(\frac {1}{2}\) ଓ \(\frac {5}{8}\) ମଧ୍ୟରେ ତୁଳନା କରିବାକୁ ପଡ଼ିବ। କେଉଁଟି ଅଧିକ?
ଆମେ ଜାଣୁ \(\frac{1}{2}=\frac{4}{8}\) ଏବଂ \(\frac{4}{8}<\frac{5}{8}\)।
ତେଣୁ ଯେଉଁଠି 5 ଟି ଖଜାକୁ 8 ଜଣ ପିଲାଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଗଲା, ସେଠାରେ ପିଲାମାନେ ଅଧିକ ଖଜା ପାଇବେ।
ଦ୍ଵିତୀୟ ପରିସ୍ଥିତିରେ ପିଲାମାନେ ଅଧ୍ବକ ଖଜା ପାଇବେ।

Question 2.
ଉଦାହରଣ 2: ଗୋଟିଏ ଖଜାକୁ 2 ଜଣ ପିଲାଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଗଲା ଏବଂ 4ଟି ଖଜାକୁ 7 ଜଣ ପିଲାଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଗଲା। କେଉଁ ଦଳର ପିଲାମାନେ ଅଧ୍ବକ ଖଜା ପାଇବେ?
Solution:
\(\frac {1}{7}\) ଓ \(\frac {4}{7}\) ମଧ୍ୟରେ ତୁଳନା କରିବାକୁ ହେବ।
\(\frac{1 \times 4}{2 \times 4}=\frac{4}{8}\) ତେଣୁ \(\frac{1}{2}=\frac{4}{8}\)
ଯେତେବେଳେ 4ଟି ଖଜାକୁ 7 ଜଣଙ୍କ ମଧ୍ୟରେ ବଣ୍ଟାଗଲା, ପ୍ରତ୍ୟେକ ପିଲା \(\frac {4}{7}\) ଖଜା ପାଇଲେ।
ଯେତେବେଳେ 4 ଟି ଖଜାକୁ 8 ଜଣ ମଧ୍ୟରେ ସମାନ ଭାବରେ ବଣ୍ଟାଗଲା, ପ୍ରତ୍ୟେକ ପିଲା \(\frac {4}{8}\) ଖଜା ପାଇଲେ।
ତେଣୁ \(\frac{4}{7}>\frac{4}{8}\)
∴ \(\frac{4}{7}>\frac{1}{2}\) [ଯେହେତୁ \(\frac{1}{2}=\frac{4}{8}\)]

ଆସ ବୁଝିବା: (Page No. 172)

Question 1.
ନିମ୍ନରେ ଦିଆଯାଇଥବା ପ୍ରତ୍ୟେକ ଯୋଡ଼ି ଭଗ୍ନସଂଖ୍ୟା ପାଇଁ ସମ ଭଗ୍ନ ସଂଖ୍ୟା ନିର୍ଣ୍ଣୟ କର, ଯେପରି ସେମାନଙ୍କ ଏକକ ଭଗ୍ନସଂଖ୍ୟା ସମାନ ରହିବ (ବା ହର ସମାନ ରହିବ)।
(କ) \(\frac {7}{2}\) ଓ \(\frac {3}{5}\)
(ଖ) \(\frac {8}{3}\) ଓ \(\frac {5}{6}\)
(ଗ) \(\frac {3}{4}\) ଓ \(\frac {3}{5}\)
(ଘ) \(\frac {6}{7}\) ଓ \(\frac {8}{5}\)
(ଙ) \(\frac {9}{4}\) ଓ \(\frac {5}{2}\)
(ଚ) \(\frac {1}{10}\) ଓ \(\frac {2}{9}\)
(ଛ) \(\frac {8}{3}\) ଓ \(\frac {11}{4}\)
(କ) \(\frac {13}{6}\) ଓ \(\frac {1}{9}\)
Solution:
(କ) \(\frac {7}{2}\) ଓ \(\frac {3}{5}\) ଭଗ୍ନ ସଂଖ୍ୟାରେ ହର = 2 ଓ 5
ଆମକୁ ସମହର ବିଶିଷ୍ଟ ଭଗ୍ନ ସଂଖ୍ୟା କରିବାକୁ ପଡ଼ିବ।
2 ଓ 5ର ଲଘିଷ୍ଠ ସାଧାରଣ ଗୁଣିତକ = 10
\(\frac {7}{2}\) ଓ \(\frac {3}{5}\) ଭଗ୍ନ ସଂଖ୍ୟାକୁ 10 ହର ବିଶିଷ୍ଟ ଭଗ୍ନ ସଂଖ୍ୟାରେ ପରିଣତ କରିବାକୁ ହେବ।
ବର୍ତ୍ତମାନ \(\frac {7}{2}\) ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 5 ଦ୍ଵାରା ଗୁଣନ କଲେ,
\(\frac{7}{2}=\frac{7 \times 5}{2 \times 5}=\frac{35}{10}\)
\(\frac {3}{5}\) ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 2 ଦ୍ଵାରା ଗୁଣନ କଲେ,
\(\frac{3}{5}=\frac{3 \times 2}{5 \times 2}=\frac{6}{10}\)
∴ \(\frac {7}{2}\) ଓ \(\frac {3}{5}\) ର ସମ ଭଗ୍ନସଂଖ୍ୟାଗୁଡ଼ିକ, ଯେଉଁମାନଙ୍କର ହର ସମାନ, ସେଗୁଡ଼ିକ \(\frac {35}{10}\) ଓ \(\frac {6}{10}\)।

(ଖ) \(\frac {8}{3}\) ଓ \(\frac {5}{6}\) ଭଗ୍ନ ସଂଖ୍ୟାରେ ହର = 3 ଓ 6
ଆମକୁ ସମହର ବିଶିଷ୍ଟ ଭଗ୍ନ ସଂଖ୍ୟା କରିବାକୁ ପଡ଼ିବ।
3 ଓ ରେ ଲଘିଷ୍ଠ ସାଧାରଣ ଗୁଣିତକ = 6
\(\frac {8}{3}\) ଓ \(\frac {5}{6}\) ଭଗ୍ନ ସଂଖ୍ୟାକୁ 6 ହର ବିଶିଷ୍ଟ ଭଗ୍ନ ସଂଖ୍ୟାରେ ପରିଣତ କରିବାକୁ ହେବ।
ବର୍ତ୍ତମାନ \(\frac {8}{3}\) ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 2 ଦ୍ଵାରା ଗୁଣନ କଲେ,
\(\frac{8}{3}=\frac{8 \times 2}{3 \times 2}=\frac{16}{6}\)
\(\frac {5}{6}\) ଭଗ୍ନ ସଂଖ୍ୟାରେ ହର 6 ଅଛି।
∴ \(\frac {8}{3}\) ଓ \(\frac {5}{6}\) ର ସମ ଭଗ୍ନସଂଖ୍ୟାଗୁଡ଼ିକ, ଯେଉଁମାନଙ୍କର ହର ସମାନ, ସେଗୁଡ଼ିକ \(\frac {16}{6}\) ଓ \(\frac {5}{6}\)।

(ଗ) \(\frac {3}{4}\) ଓ \(\frac {3}{5}\) ଭଗ୍ନ ସଂଖ୍ୟାରେ ହର = 4 ଓ 5
ଆମକୁ ସମହର ବିଶିଷ୍ଟ ଭଗ୍ନ ସଂଖ୍ୟା କରିବାକୁ ପଡ଼ିବ।
4 ଓ 5ର ଲଘିଷ୍ଠ ସାଧାରଣ ଗୁଣିତକ = 20
\(\frac {3}{4}\) ଓ \(\frac {3}{5}\) ଭଗ୍ନ ସଂଖ୍ୟାକୁ 20 ହର ବିଶିଷ୍ଟ ଭଗ୍ନ ସଂଖ୍ୟାରେ ପରିଣତ କରିବାକୁ ହେବ।
ବର୍ତ୍ତମାନ \(\frac {3}{4}\) ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 5 ଦ୍ଵାରା ଗୁଣନ କଲେ,
\(\frac{3}{4}=\frac{3 \times 5}{4 \times 5}=\frac{15}{20}\)
\(\frac {3}{5}\) ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 4 ଦ୍ଵାରା ଗୁଣନ କଲେ,
\(\frac{3}{5}=\frac{3 \times 4}{5 \times 4}=\frac{12}{20}\)
∴ \(\frac {3}{4}\) ଓ \(\frac {3}{5}\) ର ସମ ଭଗ୍ନସଂଖ୍ୟାଗୁଡ଼ିକ, ଯେଉଁମାନଙ୍କର ହର ସମାନ, ସେଗୁଡ଼ିକ \(\frac {15}{20}\) ଓ \(\frac {12}{20}\)।

(ଘ) \(\frac {6}{7}\) ଓ \(\frac {8}{5}\) ଭଗ୍ନ ସଂଖ୍ୟାରେ ହର = 7 ଓ 5
ଆମକୁ ସମହର ବିଶିଷ୍ଟ ଭଗ୍ନ ସଂଖ୍ୟା କରିବାକୁ ପଡ଼ିବ।
7 ଓ 5ର ଲଘିଷ୍ଠ ସାଧାରଣ ଗୁଣିତକ = 35
\(\frac {6}{7}\) ଓ \(\frac {8}{5}\) ଭଗ୍ନ ସଂଖ୍ୟାକୁ 35 ହର ବିଶିଷ୍ଟ ଭଗ୍ନ ସଂଖ୍ୟାରେ ପରିଣତ କରିବାକୁ ହେବ।
ବର୍ତ୍ତମାନ \(\frac {6}{7}\) ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 5 ଦ୍ଵାରା ଗୁଣନ କଲେ,
\(\frac{6}{7}=\frac{6 \times 5}{7 \times 5}=\frac{30}{35}\)
\(\frac {8}{5}\) ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 7 ଦ୍ଵାରା ଗୁଣନ କଲେ,
\(\frac{8}{5}=\frac{8 \times 7}{5 \times 7}=\frac{56}{35}\)
∴ \(\frac {6}{7}\) ଓ \(\frac {8}{5}\) ର ସମ ଭଗ୍ନସଂଖ୍ୟାଗୁଡ଼ିକ, ଯେଉଁମାନଙ୍କର ହର ସମାନ, ସେଗୁଡ଼ିକ \(\frac {30}{35}\) ଓ \(\frac {56}{35}\)।

(ଙ) \(\frac {9}{4}\) ଓ \(\frac {5}{2}\) ଭଗ୍ନ ସଂଖ୍ୟାରେ ହର = 4 ଓ 2q
ଆମକୁ ସମହର ବିଶିଷ୍ଟ ଭଗ୍ନ ସଂଖ୍ୟା କରିବାକୁ ପଡ଼ିବ।
4 ଓ 2ର ଲଘିଷ୍ଠ ସାଧାରଣ ଗୁଣିତକ = 4
\(\frac {9}{4}\) ଓ \(\frac {5}{2}\) ଭଗ୍ନ ସଂଖ୍ୟାକୁ 4 ହର ବିଶିଷ୍ଟ ଭଗ୍ନ ସଂଖ୍ୟାରେ ପରିଣତ କରିବାକୁ ହେବ।
ବର୍ତ୍ତମାନ \(\frac {9}{4}\) ଭଗ୍ନ ସଂଖ୍ୟାରେ ହର 4 ଅଛି।
\(\frac {5}{2}\) ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 2 ଦ୍ଵାରା ଗୁଣନ କଲେ,
\(\frac{5}{2}=\frac{5 \times 2}{2 \times 2}=\frac{10}{4}\)
∴ \(\frac {9}{4}\) ଓ \(\frac {5}{2}\) ର ସମ ଭଗ୍ନସଂଖ୍ୟାଗୁଡ଼ିକ, ଯେଉଁମାନଙ୍କର ହର ସମାନ, ସେଗୁଡ଼ିକ \(\frac {9}{4}\) ଓ \(\frac {10}{4}\)।

(ଚ) \(\frac {1}{10}\) ଓ \(\frac {2}{9}\) ଭଗ୍ନ ସଂଖ୍ୟାରେ ହର = 10 ଓ 9
ଆମକୁ ସମହର ବିଶିଷ୍ଟ ଭଗ୍ନ ସଂଖ୍ୟା କରିବାକୁ ପଡ଼ିବ।
10 ଓ 9 ର ଲଘିଷ୍ଠ ସାଧାରଣ ଗୁଣିତକ = 90
\(\frac {1}{10}\) ଓ \(\frac {2}{9}\) ଭଗ୍ନ ସଂଖ୍ୟାକୁ 90 ହର ବିଶିଷ୍ଟ ଭଗ୍ନ ସଂଖ୍ୟାରେ ପରିଣତ କରିବାକୁ ହେବ।
ବର୍ତ୍ତମାନ \(\frac {1}{10}\) ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 9 ଦ୍ଵାରା ଗୁଣନ୍ତି କଲେ,
\(\frac{1}{10}=\frac{1 \times 9}{10 \times 9}=\frac{9}{90}\)
\(\frac {2}{9}\) ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 10 ଦ୍ଵାରା ଗୁଣନ କଲେ,
\(\frac{2}{9}=\frac{2 \times 10}{9 \times 10}=\frac{20}{90}\)
∴ \(\frac {1}{10}\) ଓ \(\frac {2}{9}\) ର ସମ ଭଗ୍ନସଂଖ୍ୟାଗୁଡ଼ିକ, ଯେଉଁମାନଙ୍କର ହର ସମାନ, \(\frac {9}{90}\) ଓ \(\frac {20}{90}\)।

(ଛ) \(\frac {8}{3}\) ଓ \(\frac {11}{4}\) ଭଗ୍ନ ସଂଖ୍ୟାରେ ହର = 3 ଓ 4
ଆମକୁ ସମହର ବିଶିଷ୍ଟ ଭଗ୍ନ ସଂଖ୍ୟା କରିବାକୁ ପଡ଼ିବ।
3 ଓ 4 ର ଲଘିଷ୍ଠ ସାଧାରଣ ଗୁଣିତକ = 12
\(\frac {8}{3}\) ଓ \(\frac {11}{4}\) ଭଗ୍ନ ସଂଖ୍ୟାକୁ 12 ହର ବିଶିଷ୍ଟ ଭଗ୍ନ ସଂଖ୍ୟାରେ ପରିଣତ କରିବାକୁ ହେବ।
ବର୍ତ୍ତମାନ \(\frac {8}{3}\) ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 4 ଦ୍ଵାରା ଗୁଣନ କଲେ,
\(\frac{8}{3}=\frac{8 \times 4}{3 \times 4}=\frac{32}{12}\)
\(\frac {11}{4}\) ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 3 ଦ୍ଵାରା ଗୁଣନ କଲେ,
\(\frac{11}{4}=\frac{11 \times 3}{4 \times 3}=\frac{33}{12}\)
∴ \(\frac {8}{3}\) ଓ \(\frac {11}{4}\) ର ସମ ଭଗ୍ନସଂଖ୍ୟାଗୁଡ଼ିକ, ଯେଉଁମାନଙ୍କର ହର ସମାନ, ସେଗୁଡ଼ିକ \(\frac {32}{12}\) ଓ \(\frac {33}{12}\)।

(କ) \(\frac {13}{6}\) ଓ \(\frac {1}{9}\) ଭଗ୍ନ ସଂଖ୍ୟାରେ ହର = 6 ଓ 9
ଆମକୁ ସମହର ବିଶିଷ୍ଟ ଭଗ୍ନ ସଂଖ୍ୟା କରିବାକୁ ପଡ଼ିବ।
6 ଓ 9ର ଲଘିଷ୍ଠ ସାଧାରଣ ଗୁଣିତକ = 18
\(\frac {13}{6}\) ଓ \(\frac {1}{9}\) ଭଗ୍ନ ସଂଖ୍ୟାକୁ 18 ହର ବିଶିଷ୍ଟ ଭଗ୍ନ ସଂଖ୍ୟାରେ ପରିଣତ କରିବାକୁ ହେବ।
ବର୍ତ୍ତମାନ \(\frac {13}{6}\) ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 3 ଦ୍ଵାରା ଗୁଣନ କଲେ,
\(\frac{13}{6}=\frac{13 \times 3}{6 \times 3}=\frac{39}{18}\)
\(\frac {1}{9}\) ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 2 ଦ୍ଵାରା ଗୁଣନ କଲେ,
\(\frac{1}{9}=\frac{1 \times 2}{9 \times 2}=\frac{2}{18}\)
∴ \(\frac {7}{2}\) ଓ \(\frac {3}{5}\) ର ସମ ଭଗ୍ନସଂଖ୍ୟାଗୁଡ଼ିକ, ଯେଉଁମାନଙ୍କର ହର ସମାନ, ସେଗୁଡ଼ିକ \(\frac {39}{18}\) ଓ \(\frac {2}{18}\)।

Page No. 172

Question 1.
ଉଦାହରଣ: \(\frac {16}{20}\) ଭଗ୍ନସଂଖ୍ୟାଟି ଲଘିଷ୍ଠ ରୂପରେ ଅଛି କି?
Solution:
ନା, \(\frac {16}{20}\) ଭଗ୍ନସଂଖ୍ୟାର ଲବ ଓ ହର ଯଥାକ୍ରମେ 16 ଓ 20।
ଏହାର ସାଧାରଣ ଗୁଣନୀୟକ ହେଉଛି 4।
ଆମେ ଜାଣୁ ଉଭୟ 16 (ଲବ) ଓ 20 (ହର), 4 ଦ୍ଵାରା ବିଭାଜ୍ୟ।
ତେଣୁ \(\frac{16 \div 4}{20 \div 4}=\frac{4}{5}\)
ବର୍ତ୍ତମାନ, 4 ଓ 5 ମଧ୍ୟରେ ଅନ୍ୟ କୌଣସି ସାଧାରଣ ଗୁଣନୀୟକ ନାହିଁ।
ତେଣୁ \(\frac {16}{20}\) ର ଲଘିଷ୍ଠ ରୂପ ହେଉଛି \(\frac {4}{5}\)। ଅର୍ଥାତ୍‌ \(\frac {4}{5}\) ହେଉଛି \(\frac {16}{20}\) ର ଲଘିଷ୍ଠ ରୂପ।
କାରଣ 4 ଓ 5 ମଧ୍ଯରେ 1 ବ୍ୟତୀତ ଅନ୍ୟ କୌଣସି ସାଧାରଣ ଗୁଣନୀୟକ ନାହିଁ।

ଆସ ବୁଝିବା: (Page No. 173)

Question 1.
ନିମ୍ନୋକ୍ତ ଭଗ୍ନସଂଖ୍ୟାଗୁଡ଼ିକର ଲଘିଷ୍ଠ ରୂପ ନିର୍ଣ୍ଣୟ କର।
(କ) \(\frac {17}{51}\)
(ଖ) \(\frac {64}{144}\)
(ଗ) \(\frac {126}{147}\)
(ଘ) \(\frac {525}{112}\)
Solution:
(କ) ଏଠାରେ 51, 17 ଦ୍ଵାରା ବିଭାଜ୍ୟ। ତେଣୁ \(\frac {51}{17}\) = 3
∴ \(\frac{17}{51}=\frac{17}{17 \times 3}=\frac{1}{3}\) = ଲଘିଷ୍ଟ ରୂପ।

(ଖ) \(\frac {64}{144}\) ର ଉଭୟ ଲବ ଓ ହର 16 ର ଗୁଣିତକ।
∴ \(\frac{64}{144}=\frac{64 \div 16}{144 \div 16}=\frac{4}{9}\)

(ଗ) 126 ଓ 147 ର ଗ.ସା.ଗୁ = 7 × 3 = 21
∴ \(\frac{126}{147}=\frac{126 \div 7}{147 \div 7}=\frac{18 \div 3}{21 \div 3}=\frac{6}{7}\)

(ଘ) \(\frac {525}{112}\) ର ଉଭୟ ଲବ ଓ ହର 7ର ଗୁଣିତକ।
∴ \(\frac{525}{112}=\frac{525 \div 7}{112 \div 7}=\frac{75}{16}\)

7.7 ଭଗ୍ନସଂଖ୍ୟାଗୁଡ଼ିକର ତୁଳନା (Comparising Fractions)

Page No. 173

Question 1.
\(\frac {4}{5}\) ଓ \(\frac {7}{9}\) ମଧ୍ୟରେ କେଉଁଟି ବଡ଼?
Solution:
5 ଓ 9 ର ଲଘିଷ୍ଠ ସାଧାରଣ ଗୁଣିତକ ହେଉଛି 45। ତେଣୁ 45 କୁ ଉଭୟ ଭଗ୍ନସଂଖ୍ୟାର ସାଧାରଣ ହର ରୂପେ ପରିଣତ କରାଯିବ।
\(\frac{4}{5}=\frac{4 \times 9}{5 \times 9}=\frac{36}{45}, \frac{7}{9}=\frac{7 \times 5}{9 \times 5}=\frac{35}{45}\)
ଆମେ ଜାଣୁ ଯେ, \(\frac{36}{45}>\frac{35}{45}\)।
ତେଣୁ \(\frac{4}{5}>\frac{7}{9}\)।

Page No. 174

Question 1.
\(\frac {7}{9}\) ଓ \(\frac {17}{21}\) ମଧ୍ୟରେ ତୁଳନା କର।
Solution:
63 ହେଉଛି 9 ଓ 21 ର ସାଧାରଣ ଗୁଣିତକ।
ଆମେ ଏହିପରି ଲେଖୁରିବା
\(\frac{7}{9}=\frac{7 \times 7}{9 \times 7}=\frac{49}{63}, \frac{17}{21}=\frac{17 \times 3}{21 \times 3}=\frac{51}{63}\)
ଏଥୁରୁ ସ୍ପଷ୍ଟ \(\frac{49}{63}<\frac{51}{63}\)। ତେଣୁ \(\frac{7}{9}<\frac{17}{21}\)

ଆସ ବୁଝିବା: (Page No. 174)

Question 1.
ଦିଆଯାଇଥବା ଭଗ୍ନସଂଖ୍ୟାଗୁଡ଼ିକୁ ତୁଳନା କର ଓ ତୁମ ଉତ୍ତରର ଯଥାର୍ଥତା ପ୍ରତିପାଦନ କର।
(କ) \(\frac{8}{3}, \frac{5}{2}\)
(ଖ) \(\frac{4}{9}, \frac{3}{7}\)
(ଗ) \(\frac{7}{10}, \frac{9}{14}\)
(ଘ) \(\frac{12}{5}, \frac{8}{5}\)
(ଙ) \(\frac{9}{4}, \frac{5}{2}\)
Solution:
(କ) \(\frac {8}{3}\) ଓ \(\frac {5}{2}\) ଭଗ୍ନ ସଂଖ୍ୟାରେ ହର 3 ଓ 2।
3 ଓ 2 ର ଲ.ସା.ଗୁ = 6
\(\frac {8}{3}\) ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 2 ଦ୍ଵାରା ଗୁଣନ କଲେ,
\(\frac{8}{3}=\frac{8 \times 2}{3 \times 2}=\frac{16}{6}\) \(\frac {5}{2}\)
ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 3 ଦ୍ଵାରା ଗୁଣନ କଲେ,
\(\frac{5}{2}=\frac{5 \times 3}{2 \times 3}=\frac{15}{6}\)
⇒ \(\frac{16}{6}>\frac{15}{6}\)
∴ \(\frac{8}{3}>\frac{5}{2}\)

(ଖ) \(\frac {4}{9}\) ଓ \(\frac {3}{7}\) ଭଗ୍ନ ସଂଖ୍ୟାରେ ହର 9 ଓ 7।
9 ଓ 7 ର ଲ.ସା.ଗୁ = 63
\(\frac {4}{9}\) ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 7 ଦ୍ଵାରା ଗୁଣନ କଲେ,
\(\frac{4}{9}=\frac{4 \times 7}{9 \times 7}=\frac{28}{63}\)
\(\frac {3}{7}\) ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 9 ଦ୍ଵାରା ଗୁଣନ କଲେ,
\(\frac{3}{7}=\frac{3 \times 9}{7 \times 9}=\frac{27}{63}\)
⇒ \(\frac{28}{63}>\frac{27}{63}\)
∴ \(\frac{4}{9}>\frac{3}{7}\)

(ଗ) \(\frac {7}{10}\) ଓ \(\frac {9}{14}\) ଭଗ୍ନ ସଂଖ୍ୟାରେ ହର 10 ଓ 14।
10 ଓ 14 ର ଲ.ସା.ଗୁ = 70
\(\frac {7}{10}\) ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 7 ଦ୍ଵାରା ଗୁଣନ କଲେ,
\(\frac{7}{10}=\frac{7 \times 7}{10 \times 7}=\frac{49}{70}\)
\(\frac {9}{14}\) ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 5 ଦ୍ଵାରା ଗୁଣନ କଲେ,
\(\frac{9}{14}=\frac{9 \times 5}{14 \times 5}=\frac{45}{70}\)
⇒ \(\frac{49}{70}>\frac{45}{70}\)
∴ \(\frac{7}{10}>\frac{9}{14}\)

(ଘ) \(\frac {12}{5}\) ଓ \(\frac {8}{5}\) ଭଗ୍ନସଂଖ୍ୟାରେ ହର ସମାନ ଥ‌ିବାରୁ \(\frac{12}{5}>\frac{8}{5}\)

(ଙ) \(\frac {9}{4}\) ଓ \(\frac {5}{2}\) ଭଗ୍ନ ସଂଖ୍ୟାରେ ହର 4 ଓ 2 ଏବଂ 4 ଓ 2 ର ଲ.ସା.ଗୁ = 4
\(\frac {9}{4}\) ଭଗ୍ନ ସଂଖ୍ୟାରେ ହର 4 ଅଛି।
\(\frac {5}{2}\) ଭଗ୍ନ ସଂଖ୍ୟାରେ ଲବ ଓ ହରକୁ 2 ଦ୍ଵାରା ଗୁଣନ କଲେ,
\(\frac{5}{2}=\frac{5 \times 2}{2 \times 2}=\frac{10}{4}\)
⇒ \(\frac{9}{4}<\frac{10}{4}\)
∴ \(\frac{9}{4}<\frac{5}{2}\)

Class 6 Maths Chapter 7 Question Answer Odia Medium ଭଗ୍ନାଂଶ

Question 2.
ଦିଆଯାଇଥିବା ଭଗ୍ନସଂଖ୍ୟାଗୁଡ଼ିକୁ ସାନରୁ ବଡ଼ କ୍ରମରେ ସଜାଇ ଲେଖ।
(କ) \(\frac{7}{10}, \frac{11}{15}, \frac{2}{5}\)
(ଖ) \(\frac{19}{24}, \frac{5}{6}, \frac{7}{12}\)
Solution:
(କ) \(\frac{7}{10}, \frac{11}{15}\) ଓ \(\frac {2}{5}\) ଭଗ୍ନ ସଂଖ୍ୟାରେ ହର ଯଥାକ୍ରମେ 10, 15 ଓ 5।
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 174 Q2
∴ 10, 15 ଓ 5 ର ଲ.ସା.ଗୁ = 2 × 3 × 5 = 30
ଭଗ୍ନସଂଖ୍ୟାଗୁଡ଼ିକୁ ସମହର ବିଶିଷ୍ଟ ଭଗ୍ନସଂଖ୍ୟାରେ ପରିଣତ କଲେ,
\(\frac{7}{10}=\frac{7 \times 3}{10 \times 3}=\frac{21}{30}, \frac{11}{15}=\frac{11 \times 2}{15 \times 2}=\frac{22}{30}, \frac{2}{5}=\frac{2 \times 6}{5 \times 6}=\frac{12}{30}\)
⇒ \(\frac{12}{30}<\frac{21}{30}<\frac{22}{30}\)
∴ \(\frac{2}{5}<\frac{7}{10}<\frac{11}{15}\)
∴ \(\frac{7}{10}, \frac{11}{15}\) ଓ \(\frac {2}{5}\) ଭଗ୍ନ ସଂଖ୍ୟାକୁ ସାନରୁ ବଡ଼ କ୍ରମରେ ସଜାଇଲେ \(\frac{2}{5}, \frac{7}{10}\) ଓ \(\frac {11}{15}\) ହେବ।

(ଖ) \(\frac{19}{24}, \frac{5}{6}\) ଓ \(\frac {7}{12}\) ଭଗ୍ନ ସଂଖ୍ୟାରେ ହର ଯଥାକ୍ରମେ 24, 6 ଓ 12।
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 174 Q2.1
∴ 24, 6 ଓ 12 ର ଲ.ସା.ଗୁ = 2 × 2 × 3 × 2 = 24
ଭଗ୍ନସଂଖ୍ୟାଗୁଡ଼ିକୁ ସମହର ବିଶିଷ୍ଟ ଭଗ୍ନସଂଖ୍ୟାରେ ପରିଣତ କଲେ,
\(\frac{19}{24}=\frac{19 \times 1}{24 \times 1}=\frac{19}{24}, \frac{5}{6}=\frac{5 \times 4}{6 \times 4}=\frac{20}{24}, \frac{7}{12}=\frac{7 \times 2}{12 \times 2}=\frac{14}{24}\)
⇒ \(\frac{14}{24}<\frac{19}{24}<\frac{20}{24}\)
∴ \(\frac{7}{12}<\frac{19}{24}<\frac{5}{6}\)
∴ \(\frac{19}{24}, \frac{5}{6}\) ଓ \(\frac {7}{12}\) ଭଗ୍ନ ସଂଖ୍ୟାକୁ ସାନରୁ ବଡ଼ କ୍ରମରେ ସଜାଇଲେ \(\frac{7}{12}, \frac{19}{24}\) ଓ \(\frac {5}{6}\) ହେବ।

Question 3.
ଦିଆଯାଇଥବା ଭଗ୍ନସଂଖ୍ୟାଗୁଡ଼ିକୁ ବଢ଼ରୁ ସାନ କ୍ରମରେ ସଜାଇ ଲେଖ।
(କ) \(\frac{25}{16}, \frac{7}{8}, \frac{13}{4}, \frac{17}{32}\)
(ଖ) \(\frac{3}{4}, \frac{12}{5}, \frac{7}{12}, \frac{5}{4}\)
Solution:
(କ) \(\frac{25}{16}, \frac{7}{8}, \frac{13}{4}\) ଓ \(\frac {17}{32}\) ଭଗ୍ନ ସଂଖ୍ୟାରେ ହର ଯଥାକ୍ରମେ 16, 8, 4 ଓ 32।
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 174 Q3
∴ 16, 8, 4 ଓ 32 ର ଲ.ସା.ଗୁ = 2 × 2 × 2 × 2 × 2 = 32
ଭଗ୍ନସଂଖ୍ୟାଗୁଡ଼ିକୁ ସମହର ବିଶିଷ୍ଟ ଭଗ୍ନସଂଖ୍ୟାରେ ପରିଣତ କଲେ,
\(\frac{25}{16}=\frac{25 \times 2}{16 \times 2}=\frac{50}{32}, \frac{7}{8}=\frac{7 \times 4}{8 \times 4}=\frac{28}{32}\)
\(\frac{13}{4}=\frac{13 \times 4}{8 \times 4}=\frac{52}{32}, \frac{17}{32}=\frac{17 \times 1}{32 \times 1}=\frac{17}{32}\)
⇒ \(\frac{52}{32}>\frac{50}{32}>\frac{28}{32}>\frac{17}{32}\)
∴ \(\frac{13}{4}>\frac{25}{16}>\frac{7}{8}>\frac{17}{32}\)
∴ \(\frac{25}{16}, \frac{7}{8}, \frac{13}{4}\) ଓ \(\frac {17}{32}\) ଭଗ୍ନ ସଂଖ୍ୟାକୁ ବଡ଼ରୁ ସାନ କ୍ରମରେ ସଜାଇଲେ \(\frac{13}{4}, \frac{25}{16}, \frac{7}{8}\) ଓ \(\frac {17}{32}\) ହେବ।

(ଖ) \(\frac{3}{4}, \frac{12}{5}, \frac{7}{12}\) ଓ \(\frac {5}{4}\) ଭଗ୍ନ ସଂଖ୍ୟାରେ ହର ଯଥାକ୍ରମେ 4, 5, 12 ଓ 4।
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 174 Q3.1
∴ 4, 5, 12 ଓ 4 ର ଲ.ସା.ଗୁ = 2 × 2 × 5 × 3 = 60
ଭଗ୍ନସଂଖ୍ୟାଗୁଡ଼ିକୁ ସମହର ବିଶିଷ୍ଟ ଭଗ୍ନସଂଖ୍ୟାରେ ପରିଣତ କଲେ,
\(\frac{3}{4}=\frac{3 \times 15}{4 \times 15}=\frac{45}{60}, \frac{12}{5}=\frac{12 \times 12}{5 \times 12}=\frac{144}{60}\)
\(\frac{7}{12}=\frac{7 \times 5}{12 \times 5}=\frac{35}{60}, \frac{5}{4}=\frac{5 \times 15}{4 \times 15}=\frac{75}{60}\)
⇒ \(\frac{144}{60}>\frac{75}{60}>\frac{45}{60}>\frac{35}{60}\)
∴ \(\frac{12}{5}>\frac{5}{4}>\frac{3}{4}>\frac{7}{12}\)
∴ \(\frac{3}{4}, \frac{12}{5}, \frac{7}{12}\) ଓ \(\frac {5}{4}\) ଭଗ୍ନ ସଂଖ୍ୟାକୁ ବଡ଼ରୁ ସାନ କ୍ରମରେ ସଜାଇଲେ \(\frac{12}{5}, \frac{5}{4}, \frac{3}{4}\) ଓ \(\frac {7}{12}\) ହେବ।

7.8 ଭଗ୍ନସଂଖ୍ୟାଗୁଡ଼ିକର ଯୋଗ ଓ ବିୟୋଗ (Addition of Fractions)

Page No. 176

Question 1.
ଉଦାହରଣ: \(\frac {2}{5}\) ଓ \(\frac {1}{5}\) ର ଯୋଗଫଳ ନିର୍ଣ୍ଣୟ କର।
Solution:
ଉଭୟ ଭଗ୍ନସଂଖ୍ୟାରେ ଏକକ ଭଗ୍ନସଂଖ୍ୟା ସମାନ, ଯାହା ଭଗ୍ନାଂଶ \(\frac {1}{5}\)। ତେଣୁ ପ୍ରତ୍ୟେକ କାଗଜପଟିକୁ ସମାନ ପାଞ୍ଚ ଭାଗ କରିବା।
\(\frac {2}{5}\) କୁ ଆମେ ଏହିଭଳି ଉପସ୍ଥାପନ କରିପାରିବା।
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 176 Q1
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 176 Q1.1
ଏବଂ \(\frac {1}{5}\) କୁ ଆମେ ଏହିପରି ଦେଖାଇପାରିବା।
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 176 Q1.2

Question 2.
ଉଦାହରଣ: \(\frac {4}{7}\) ଓ \(\frac {6}{7}\) ର ଯୋଗଫଳ ନିଶ୍ଚୟ କର।
Solution:
ଉଭୟ ଭଗ୍ନସଂଖ୍ୟାକୁ ଆୟତାକୃତି କାଗଜପଟିରେ ଦର୍ଶାଇବା। ଏଠାରେ ଉଭୟ ଭଗ୍ନସଂଖ୍ୟାର ସମାନ ଏକକ ଭଗ୍ନ ସଂଖ୍ୟା ଅଛି, ଯାହା \(\frac {1}{7}\)। ତେଣୁ ପ୍ରତ୍ୟେକ କାଗଜପଟି 7 ସମାନ ଭାଗ ହୋଇଛି।

ଭିନ୍ନ ହର ବିଶିଷ୍ଟ ଭଗ୍ନସଂଖ୍ୟାଗୁଡ଼ିକର ଯୋଗ: (Page No. 177)

Question 1.
ଉଦାହରଣ: \(\frac {1}{4}\) ଓ \(\frac {1}{3}\) କୁ ଯୋଗ କର।
Solution:
ଭିନ୍ନ ହର ତଥା ଭିନ୍ନ ଏକକ ଭଗ୍ନସଂଖ୍ୟାଗୁଡ଼ିକୁ ଯୋଗ କରିବାକୁ ହେଲେ ଭଗ୍ନସଂଖ୍ୟାଗୁଡ଼ିକୁ ସମହର ବିଶିଷ୍ଟ ଭଗ୍ନସଂଖ୍ୟାରେ ପ ରିଣତ କରିବାକୁ ହେବ, ଏହି କ୍ଷେତ୍ରରେ ଆମେ ସାଧାରଣ ହର ରୂପେ 12 କୁ (3 × 4) ନେଇ ପାରିବା।

Page No. 178-179

Question 1.
ଉଦାହରଣ–1: \(\frac {2}{3}\) ଓ \(\frac {1}{5}\) ଯୋଗଫଳ ନିଶ୍ଚର୍ୟ କର।
Solution:
ଦିଆଯାଇଥ‌ିବା ଭଗ୍ନସଂଖ୍ୟାଗୁଡ଼ିକର ହର ହେଉଛି 3 ଓ 5।
3 ଓ 5 ର ଲ.ସା.ଗୁ. ହେଉଛି 15।
ଆମେ ଦେଖୁବା \(\frac{2}{3}=\frac{2 \times 5}{3 \times 5}=\frac{10}{15}, \frac{1}{5}=\frac{1 \times 3}{5 \times 3}=\frac{3}{15}\)
ତେଣୁ \(\frac{2}{3}+\frac{1}{5}=\frac{10}{15}+\frac{3}{15}=\frac{13}{15}\)

Class 6 Maths Chapter 7 Question Answer Odia Medium ଭଗ୍ନାଂଶ

Question 2.
ଉଦାହରଣ–2: \(\frac {1}{6}\) ଓ \(\frac {1}{3}\) ର ଯୋଗଫଳ ନିଶ୍ଚୟ କର।
Solution:
6 ଓ 3 ର ଲଘିଷ୍ଠ ସାଧାରଣ ଗୁଣିତକ = 6
\(\frac {1}{6}\) ର ହର 6, ତେଣୁ ଏହା ସେହପରି ରହିବ।
\(\frac{1}{3}=\frac{1 \times 2}{3 \times 2}=\frac{2}{6}\) ତେଣୁ \(\frac{1}{6}+\frac{1}{3}=\frac{1}{6}+\frac{2}{6}=\frac{3}{6}\)
\(\frac {3}{6}\) ଭଗ୍ନସଂଖ୍ୟାକୁ ମଧ୍ୟ ଲଘିଷ୍ଠ ଆକାରରେ ପରିଣତ କରିପାରିବା। ସେଥୁପାଇଁ ଲବ ଓ ହରକୁ 3 ଦ୍ଵାରା ଭାଗ କରିବା (ଯେହେତୁ 3 ଓ 6 ରେ ଗରିଷ୍ଠ ସାଧାରଣ ଗୁଣନୀୟକ (ଗ.ସା.ଗୁ). ହେଉଛି 3)
\(\frac{3}{6}=\frac{3 \div 3}{6 \div 3}=\frac{1}{2}\) ତେଣୁ \(\frac{1}{6}+\frac{1}{3}=\frac{1}{2}\)

ଆସ ବୁଝିବା: (Page No. 179)

Question 1.
ବ୍ରହ୍ମଗୁପ୍ତଙ୍କ ପ୍ରଣାଳୀକୁ ଅନୁସରଣ କରି ନିମ୍ନୋକ୍ତ ଭଗ୍ନସଂଖ୍ୟାଗୁଡ଼ିକର ଯୋଗଫଳ ନିର୍ଣ୍ଣୟ କର।
(କ) \(\frac{2}{7}+\frac{5}{7}+\frac{6}{7}\)
(ଖ) \(\frac{3}{4}+\frac{1}{3}\)
(ଗ) \(\frac{2}{3}+\frac{5}{6}\)
(ଘ) \(\frac{2}{3}+\frac{2}{7}\)
(ଙ) \(\frac{3}{4}+\frac{1}{3}+\frac{1}{5}\)
(ଚ) \(\frac{2}{3}+\frac{4}{5}\)
(ଛ) \(\frac{4}{5}+\frac{2}{3}\)
(ଜ) \(\frac{3}{5}+\frac{5}{8}\)
(ଝ) \(\frac{9}{2}+\frac{5}{4}\)
(ଞ) \(\frac{8}{3}+\frac{2}{7}\)
(ଟ) \(\frac{3}{4}+\frac{1}{3}+\frac{1}{5}\)
(0) \(\frac{2}{3}+\frac{4}{5}+\frac{3}{7}\)
(କ) \(\frac{9}{2}+\frac{5}{4}+\frac{7}{6}\)
Solution:
(କ) \(\frac{2}{7}+\frac{5}{7}+\frac{6}{7}=\frac{2+5+6}{7}=\frac{13}{7}=\frac{7+6}{7}=\frac{7}{7}+\frac{6}{7}==1+\frac{6}{7}=1 \frac{6}{7}\)

(ଖ) \(\frac{3}{4}+\frac{1}{3}\)। ଦିଆଯାଇଥିବା ଭଗ୍ନସଂଖ୍ୟାଗୁଡ଼ିକର ହର ହେଉଛି 4 ଓ 3।
4 ଓ 3 ର ଲ.ସା.ଗୁ. ହେଉଛି 12।
ଆମେ ପାଇବା \(\frac{3}{4}=\frac{3 \times 3}{4 \times 3}=\frac{9}{12}, \frac{1}{3}=\frac{1 \times 4}{3 \times 4}=\frac{4}{12}\)
∴ \(\frac{3}{4}+\frac{1}{3}=\frac{9}{12}+\frac{4}{12}=\frac{13}{12}=\frac{12+1}{12}=1+\frac{1}{12}=1 \frac{1}{12}\)

(ଗ) \(\frac{2}{3}+\frac{5}{6}\)। ଦିଆଯାଇଥିବା ଭଗ୍ନସଂଖ୍ୟାଗୁଡ଼ିକର ହର ହେଉଛି 3 ଓ 6।
3 ଓ 6 ର ଲ.ସା.ଗୁ. ହେଉଛି 6।
ଆମେ ପାଇବା \(\frac{2}{3}=\frac{2 \times 2}{3 \times 2}=\frac{4}{6}, \frac{5}{6}=\frac{5 \times 1}{6 \times 1}=\frac{5}{6}\)
∴ \(\frac{2}{3}+\frac{5}{6}=\frac{4}{6}+\frac{5}{6}=\frac{4+5}{6}=\frac{9}{6}=\frac{6+3}{6}=\frac{6}{6}+\frac{3}{6}=1+\frac{3}{6}=1+\frac{1}{2}=1 \frac{1}{2}\)

(ଘ) \(\frac{2}{3}+\frac{2}{7}\)। ଦିଆଯାଇଥିବା ଭଗ୍ନସଂଖ୍ୟାଗୁଡ଼ିକର ହର ହେଉଛି 3 ଓ 7।
3 ଓ 7 ର ଲ.ସା.ଗୁ. ହେଉଛି 21।
ଆମେ ପାଇବା \(\frac{2}{3}=\frac{2 \times 7}{3 \times 7}=\frac{14}{21}, \frac{2}{7}=\frac{2 \times 3}{7 \times 3}=\frac{6}{21}\)
∴ \(\frac{2}{3}+\frac{2}{7}=\frac{14}{21}+\frac{6}{21}=\frac{20}{21}\)

(ଙ) \(\frac{3}{4}+\frac{1}{3}+\frac{1}{5}\)। ଦିଆଯାଇଥିବା ଭଗ୍ନସଂଖ୍ୟାଗୁଡ଼ିକର ହର ହେଉଛି 4, 3 ଓ 5।
4, 3 ଓ 5 ର ଲ.ସା.ଗୁ. ହେଉଛି 60।
ଆମେ ପାଇବା \(\frac{3}{4}=\frac{3 \times 15}{4 \times 15}=\frac{45}{60}, \frac{1}{3}=\frac{1 \times 20}{3 \times 20}=\frac{20}{60}, \frac{1}{5}=\frac{1 \times 12}{5 \times 12}=\frac{12}{60}\)
∴ \(\frac{3}{4}+\frac{1}{3}+\frac{1}{5}=\frac{45}{60}+\frac{20}{60}+\frac{12}{60}=\frac{77}{60}=\frac{60+17}{60}=1+\frac{17}{60}=1 \frac{17}{60}\)

(ଚ) \(\frac{2}{3}+\frac{4}{5}\)। ଦିଆଯାଇଥିବା ଭଗ୍ନସଂଖ୍ୟାଗୁଡ଼ିକର ହର ହେଉଛି 3 ଓ 5।
3 ଓ 5 ର ଲ.ସା.ଗୁ. ହେଉଛି 15।
ଆମେ ପାଇବା \(\frac{2}{3}=\frac{2 \times 5}{3 \times 5}=\frac{10}{15}, \frac{4}{5}=\frac{4 \times 3}{5 \times 3}=\frac{12}{15}\)
∴ \(\frac{2}{3}+\frac{4}{5}=\frac{10}{15}+\frac{12}{15}=\frac{22}{15}=\frac{15}{15}+\frac{7}{15}=1+\frac{7}{15}=1 \frac{7}{15}\)

(ଛ) \(\frac{4}{5}+\frac{2}{3}\)। ଦିଆଯାଇଥିବା ଭଗ୍ନସଂଖ୍ୟାଗୁଡ଼ିକର ହର ହେଉଛି 5 ଓ 3।
5 ଓ 3 ର ଲ.ସା.ଗୁ. ହେଉଛି 15।
ଆମେ ପାଇବା \(\frac{4}{5}=\frac{4 \times 3}{5 \times 3}=\frac{12}{15}, \frac{2}{3}=\frac{2 \times 5}{3 \times 5}=\frac{10}{15}\)
∴ \(\frac{4}{5}+\frac{2}{3}=\frac{12}{15}+\frac{10}{15}=\frac{22}{15}=\frac{15}{15}+\frac{7}{15}=1+\frac{7}{15}=1 \frac{7}{15}\)

(କ) \(\frac{3}{5}+\frac{5}{8}\)। ଦିଆଯାଇଥିବା ଭଗ୍ନସଂଖ୍ୟାଗୁଡ଼ିକର ହର ହେଉଛି 5 ଓ 8।
5 ଓ 8 ର ଲ.ସା.ଗୁ. ହେଉଛି 40।
ଆମେ ପାଇବା \(\frac{3}{5}=\frac{3 \times 8}{5 \times 8}=\frac{24}{40}, \frac{5}{8}=\frac{5 \times 5}{8 \times 5}=\frac{25}{40}\)
∴ \(\frac{3}{5}+\frac{5}{8}=\frac{24}{40}+\frac{25}{40}=\frac{49}{40}=\frac{40+9}{40}=\frac{40}{40}+\frac{9}{40}=1+\frac{9}{40}=1 \frac{9}{40}\)

(ଝ) \(\frac{9}{2}+\frac{5}{4}\)। ଦିଆଯାଇଥିବା ଭଗ୍ନସଂଖ୍ୟାଗୁଡ଼ିକର ହର ହେଉଛି 2 ଓ 4।
2 ଓ 4 ର ଲ.ସା.ଗୁ. ହେଉଛି 4।
ଆମେ ପାଇବା \(\frac{9}{2}=\frac{9 \times 2}{2 \times 2}=\frac{18}{4}, \frac{5}{4}=\frac{5 \times 1}{4 \times 1}=\frac{5}{4}\)
∴ \(\frac{9}{2}+\frac{5}{4}=\frac{18}{4}+\frac{5}{4}=\frac{23}{4}=\frac{20+3}{4}=\frac{20}{4}+\frac{3}{4}=5+\frac{3}{4}=5 \frac{3}{4}\)

(ଞ) \(\frac{8}{3}+\frac{2}{7}\)। ଦିଆଯାଇଥିବା ଭଗ୍ନସଂଖ୍ୟାଗୁଡ଼ିକର ହର ହେଉଛି 3 ଓ 7।
3 ଓ 7 ର ଲ.ସା.ଗୁ. ହେଉଛି 21।
ଆମେ ପାଇବା \(\frac{8}{3}=\frac{8 \times 7}{3 \times 7}=\frac{56}{21}, \frac{2}{7}=\frac{2 \times 3}{7 \times 3}=\frac{6}{21}\)
∴ \(\frac{8}{3}+\frac{2}{7}=\frac{56}{21}+\frac{6}{21}=\frac{62}{21}=\frac{42+20}{21}=\frac{42}{21}+\frac{20}{21}=2+\frac{20}{21}=2 \frac{20}{21}\)

(ଟ) \(\frac{3}{4}+\frac{1}{3}+\frac{1}{5}\)। ଦିଆଯାଇଥିବା ଭଗ୍ନସଂଖ୍ୟାଗୁଡ଼ିକର ହର ହେଉଛି 4, 3 ଓ 5।
4, 3 ଓ 5 ର ଲ.ସା.ଗୁ. ହେଉଛି 60।
ଆମେ ପାଇବା \(\frac{3}{4}=\frac{3 \times 15}{4 \times 15}=\frac{45}{60}, \frac{1}{3}=\frac{1 \times 20}{3 \times 20}=\frac{20}{60}, \frac{1}{5}=\frac{1 \times 12}{5 \times 12}=\frac{12}{60}\)
∴ \(\frac{3}{4}+\frac{1}{3}+\frac{1}{5}=\frac{45}{60}+\frac{20}{60}+\frac{12}{60}=\frac{45+20+12}{60}\) = \(\frac{77}{60}=\frac{60+17}{60}=\frac{60}{60}+\frac{17}{60}=1+\frac{17}{60}=1 \frac{17}{60}\)

(O) \(\frac{2}{3}+\frac{4}{5}+\frac{3}{7}\)। ଦିଆଯାଇଥିବା ଭଗ୍ନସଂଖ୍ୟାଗୁଡ଼ିକର ହର ହେଉଛି 3, 5 ଓ 7।
3, 5 ଓ 7 ର ଲ.ସା.ଗୁ. ହେଉଛି 105।
ଆମେ ପାଇବା \(\frac{2}{3}=\frac{2 \times 35}{3 \times 35}=\frac{70}{105}, \frac{4}{5}=\frac{4 \times 21}{5 \times 21}=\frac{84}{105}, \frac{3}{7}=\frac{3 \times 15}{7 \times 15}=\frac{45}{105}\)
∴ \(\frac{2}{3}+\frac{4}{5}+\frac{3}{7}=\frac{70}{105}+\frac{84}{105}+\frac{45}{105}=\frac{70+84+45}{105}=\frac{199}{105}\) = \(\frac{105+94}{105}=\frac{105}{105}+\frac{94}{105}=1+\frac{94}{105}=1 \frac{94}{105}\)

(କ) \(\frac{9}{2}+\frac{5}{4}+\frac{7}{6}\)। ଦିଆଯାଇଥୁବା ଭଗ୍ନସଂଖ୍ୟାଗୁଡ଼ିକର ହର ହେଉଛି 2, 4 ଓ 6।
2, 4 ଓ 6 ର ଲ.ସା.ଗୁ. ହେଉଛି 12।
ଆମେ ପାଇବା \(\frac{9}{2}=\frac{9 \times 6}{2 \times 6}=\frac{54}{12}, \frac{5}{4}=\frac{5 \times 3}{4 \times 3}=\frac{15}{12}, \frac{7}{6}=\frac{7 \times 2}{6 \times 2}=\frac{14}{12}\)
∴ \(\frac{9}{2}+\frac{5}{4}+\frac{7}{6}=\frac{54}{12}+\frac{15}{12}+\frac{14}{12}=\frac{54+15+14}{12}=\frac{83}{12}\) = \(\frac{72+11}{12}=\frac{72}{12}+\frac{11}{12}=6+\frac{11}{12}=6 \frac{11}{12}\)

Question 2.
ଅରବିନ୍ଦ \(\frac {2}{3}\) ଲିଟର ହଳଦିଆ ଓ \(\frac {3}{4}\) ଲିଟର ନୀଳ ରଙ୍ଗକୁ ମିଶାଇ ସବୁଜ ରଙ୍ଗ ତିଆରି କଲେ। ତେବେ ଅରବିନ୍ଦ କେତେ ଲିଟର ସବୁଜ ରଙ୍ଗ ତିଆରି କଲେ?
Solution:
ହଳଦିଆ ରଙ୍ଗ = \(\frac {2}{3}\) ଲିଟର। ନୀଳ ରଙ୍ଗ = \(\frac {3}{4}\) ଲିଟର।
ସବୁଜ ରଙ୍ଗ = \(\frac {2}{3}\) ଲିଟର + \(\frac {3}{4}\) ଲିଟର = \(\left(\frac{2}{3}+\frac{3}{4}\right)\) ଲିଟର।
ଭଗ୍ନସଂଖ୍ୟାଗୁଡ଼ିକୁ ସମହର ବିଶିଷ୍ଟ ଭଗ୍ନାଂଶରେ ପରିଣତ କରିବାକୁ ହେବ।
3 ଓ 4 ର ଲ.ସା.ଗୁ. 12।
\(\frac{2}{3}=\frac{2 \times 4}{3 \times 4}=\frac{8}{12}, \frac{3}{4}=\frac{3 \times 3}{4 \times 3}=\frac{9}{12}\)
∴ \(\frac{2}{3}+\frac{3}{4}==\frac{8}{12}+\frac{9}{12}=\frac{17}{12}=\frac{12+5}{12}=\frac{12}{12}+\frac{5}{12}=1+\frac{5}{12}=1 \frac{5}{12}\) ଲିଟର।
∴ ଅରବିନ୍ଦ \(1 \frac{5}{12}\) ଲିଟର ସବୁଜ ରଙ୍ଗ ତିଆରି କଲେ।

Class 6 Maths Chapter 7 Question Answer Odia Medium ଭଗ୍ନାଂଶ

Question 3.
ଏକ ମିଟର ପରିସୀମା ବିଶିଷ୍ଟ ଟେବୁଲ କ୍ଲଥର ଚାରିପାଖରେ ଲଗାଇବା ପାଇଁ ଗୀତା ଗୋଟିଏ ଫିତାରୁ \(\frac {2}{5}\) ମିଟର ଓ ଶ୍ୟାମ ସେହି ଫିତାରୁ \(\frac {3}{4}\) ମିଟର କିଣିଲେ। ଉଭୟ କିଣିଥିବା ଫିତାର ମୋଟ ଦୈର୍ଘ୍ୟ କେତେ? ଏତିକି ଫିତା ଟେବୁଲ କ୍ଲଥର ଚାରିପାଖକୁ ସମ୍ପୂର୍ଣ୍ଣ ରୂପେ ପାଇଯିବ କି?
Solution:
ଗୀତା କିଣିଲେ = \(\frac {2}{5}\) ମିଟର। ଶ୍ୟାମ କିଣିଲେ = \(\frac {3}{4}\) ମିଟର।
ଉଭୟ ତାର ମୋଟ ଦୈର୍ଘ୍ୟ = \(\left(\frac{2}{5}+\frac{3}{4}\right)\) ମିଟର।
ଦିଆଯାଇଥୁବା ଭଗ୍ନସଂଖ୍ୟାଗୁଡ଼ିକୁ ସମହର ବିଶିଷ୍ଟ ଭଗ୍ନସଂଖ୍ୟାରେ ପରିଣତ କରିବାକୁ ହେବ।
5 ଓ 4 ର ଲ.ସା.ଗୁ. ହେଉଛି 20।
\(\frac{2}{5}=\frac{2 \times 4}{5 \times 4}=\frac{8}{20}, \frac{3}{4}=\frac{3 \times 5}{4 \times 5}=\frac{15}{20}\)
\(\frac{2}{5}+\frac{3}{4}==\frac{8}{20}+\frac{15}{20}=\frac{23}{20}=\frac{20+3}{20}=\frac{20}{20}+\frac{3}{20}=1+\frac{3}{20}=1 \frac{3}{20}\) ମିଟର।
∴ ଉଭୟ ଫିତାର ମୋଟ ଦୈର୍ଘ୍ୟ \(1 \frac{3}{20}\) ମିଟର। ଟେବୁଲର ପରିସୀମା 1 ମିଟର।
∴ ଏତିକି ଫିତା ଟେବୁଲ କ୍ଲଥର ଚାରିପାଖକୁ ସମ୍ପୂର୍ଣ୍ଣରୂପେ ପାଇଯିବ।

ସମହର ବିଶିଷ୍ଟ ଭଗ୍ନସଂଖ୍ୟାର ବିୟୋଗ: (Page No. 180)

Question 1.
\(\frac {6}{7}\) ରୁ \(\frac {4}{7}\) କୁ ବିୟୋଗ କରିବା, ଅର୍ଥାତ୍ \(\frac{6}{7}-\frac{4}{7}\) = ?
Solution:
ଏହି ସମସ୍ୟାର ସମାଧାନ ପାଇଁ ଆୟତାକୃତ କାଗଜ ପଟିର ବ୍ୟବହାର କରିବା। ଉଭୟ ଭଗ୍ନସଂଖ୍ୟାରେ ଭଗ୍ନାଂଶ ଏକକଗୁଡ଼ିକ ବା ଏକକ ଭଗ୍ନସଂଖ୍ୟା ସମାନନ୍ତ ଅର୍ଥାତ୍ \(\frac {1}{7}\)। ଆସି,ପ୍ରଥମେ ବଡ଼ ଭଗ୍ନସଂଖ୍ୟାକୁ ନିମ୍ନ ଚିତ୍ରପରି ଆୟତାକୃତି କାଗଜ ପଟିରେ ଦର୍ଶାଇବା।
Class 6 Maths Chapter 7 Question Answer Odia Medium ଭଗ୍ନାଂଶ Page 180 Q1

ଆସ ବୁଝିବା: (Page No. 181)

Question 1.
\(\frac{5}{8}-\frac{3}{8}\)
Solution:
\(\frac{5}{8}-\frac{3}{8}=\frac{5-3}{8}=\frac{2}{8}=\frac{1}{4}\)

Question 2.
\(\frac{7}{9}-\frac{5}{9}\)
Solution:
\(\frac{7}{9}-\frac{5}{9}=\frac{7-5}{9}=\frac{2}{9}\)

Question 3.
\(\frac{10}{27}-\frac{1}{27}\)
Solution:
\(\frac{10}{27}-\frac{1}{27}=\frac{10-1}{27}=\frac{9}{27}=\frac{1}{3}\)

ଭିନ୍ନହର ବିଶିଷ୍ଟ ଭଗ୍ନସଂଖ୍ୟାଗୁଡ଼ିକର ବିୟୋଗ: (Page No. 181)

Question 1.
ଉଦାହରଣ: \(\frac{3}{4}-\frac{2}{3}\) କେତେ ହେବ?
Solution:
ଆମେ ଭିନ୍ନ ହର ଥିବା ଭଗ୍ନସଂଖ୍ୟାଗୁଡ଼ିକର ସମ ଭଗ୍ନ ସଂଖ୍ୟା ନିର୍ଣ୍ଣୟ କରିବା, ଯେଉଁଠି ସେମାନଙ୍କର ହର ସମାନ ନଥ‌ିବ।
\(\frac{3}{4}=\frac{3 \times 3}{4 \times 3}=\frac{9}{12}\)
ଠିକ୍ ସେହିପରି \(\frac{2}{3}=\frac{2 \times 4}{3 \times 4}=\frac{8}{12}\)
ତେଣୁ \(\frac{3}{4}-\frac{2}{3}=\frac{9}{12}-\frac{8}{12}=\frac{1}{12}\)

ଆସ ବୁଝିବା: (Page No. 182)

Question 1.
ବ୍ରହ୍ମଗୁପ୍ତଙ୍କ ପ୍ରଣାଳୀ ବ୍ୟବହାର କରି ନିମ୍ନ ଭଗ୍ନସଂଖ୍ୟାଗୁଡ଼ିକର ବିୟୋଗ ଳ ନିର୍ଣ୍ଣୟ କର।
(କ) \(\frac{8}{15}-\frac{3}{15}\)
(ଖ) \(\frac{2}{5}-\frac{4}{15}\)
(ଗ) \(\frac{5}{6}-\frac{4}{9}\)
(ଘ) \(\frac{2}{3}-\frac{1}{2}\)
Solution:
(କ) \(\frac{8}{15}-\frac{3}{15}=\frac{8-3}{15}=\frac{5}{15}=\frac{1}{3}\)

(ଖ) \(\frac{2}{5}-\frac{4}{15}\)। ଦିଆଯାଇଥିବା ଭଗ୍ନସଂଖ୍ୟାଗୁଡ଼ିକର ହର ହେଉଛି 5 ଓ 15।
5 ଓ 15 ର ଲ.ସା.ଗୁ. ହେଉଛି 15।
ଆମେ ପାଇବା \(\frac{2}{5}=\frac{2 \times 3}{5 \times 3}=\frac{6}{15}, \frac{4}{15}=\frac{4 \times 1}{15 \times 1}=\frac{4}{15}\)
∴ \(\frac{2}{5}-\frac{4}{15}=\frac{6}{15}-\frac{4}{15}=\frac{6-4}{15}=\frac{2}{15}\)

(ଗ) \(\frac{5}{6}-\frac{4}{9}\)। ଦିଆଯାଇଥ‌ିବା ଭଗ୍ନସଂଖ୍ୟାଗୁଡ଼ିକର ହର ହେଉଛି 6 ଓ 9।
6 ଓ 9 ର ଲ.ସା.ଗୁ. ହେଉଛି 18।
ଆମେ ପାଇବା \(\frac{5}{6}=\frac{5 \times 3}{6 \times 3}=\frac{15}{18}, \frac{4}{9}=\frac{4 \times 2}{9 \times 2}=\frac{8}{18}\)
∴ \(\frac{5}{6}-\frac{4}{9}=\frac{15}{18}-\frac{8}{18}=\frac{15-8}{18}=\frac{7}{18}\)

(ଘ) \(\frac{2}{3}-\frac{1}{2}\)। ଦିଆଯାଇଥିବା ଭଗ୍ନସଂଖ୍ୟାଗୁଡ଼ିକର ହର ହେଉଛି 3 ଓ 2।
3 ଓ 2 ର ଲ.ସା.ଗୁ. ହେଉଛି 6।
ଆମେ ପାଇବା \(\frac{2}{3}=\frac{2 \times 2}{3 \times 2}=\frac{4}{6}, \quad \frac{1}{2}=\frac{1 \times 3}{2 \times 3}=\frac{3}{6}\)
∴ \(\frac{2}{3}-\frac{1}{2}=\frac{4}{6}-\frac{3}{6}=\frac{4-3}{6}=\frac{1}{6}\)

Question 2.
ବିୟୋଗଫଳ ନିଶ୍ଚୟ କର।
(କ) \(\frac {10}{3}\) ରୁ \(\frac {13}{4}\)
(ଖ) \(\frac {23}{3}\) ରୁ \(\frac {18}{5}\)
(ଗ) \(\frac {45}{7}\) ରୁ \(\frac {29}{7}\)
Solution:
(କ) \(\frac {10}{3}\) ରୁ \(\frac {13}{4}\) = \(\frac{10}{3}-\frac{13}{4}\)
ଦିଆଯାଇଥିବା ଭଗ୍ନସଂଖ୍ୟାଗୁଡ଼ିକର ହର ହେଉଛି 3 ଓ 4।
3 ଓ 4 ର ଲ.ସା.ଗୁ. ହେଉଛି 12।
ଆମେ ପାଇବା \(\frac{10}{3}=\frac{10 \times 4}{3 \times 4}=\frac{40}{12}, \frac{13}{4}=\frac{13 \times 3}{4 \times 3}=\frac{39}{12}\)
∴ \(\frac{10}{3}-\frac{13}{4}=\frac{40}{12}-\frac{39}{12}=\frac{40-39}{12}=\frac{1}{12}\)

(ଖ) \(\frac {23}{3}\) ରୁ \(\frac {18}{5}\) = \(\frac{23}{3}-\frac{18}{5}\)
ଦିଆଯାଇଥିବା ଭଗ୍ନସଂଖ୍ୟାଗୁଡ଼ିକର ହର ହେଉଛି 3 ଓ 5।
3 ଓ 5 ର ଲ.ସା.ଗୁ. ହେଉଛି 15।
ଆମେ ପାଇବା \(\frac{23}{3}=\frac{23 \times 5}{3 \times 5}=\frac{115}{15}, \frac{18}{5}=\frac{18 \times 3}{5 \times 3}=\frac{54}{15}\)
∴ \(\frac{23}{3}-\frac{18}{5}=\frac{115}{15}-\frac{54}{15}=\frac{115-54}{15}=\frac{61}{15}=\frac{60}{15}+\frac{1}{15}=4+\frac{1}{15}=4 \frac{1}{15}\)

(ଗ) \(\frac {45}{7}\) ରୁ \(\frac {29}{7}\) = \(\frac{45}{7}-\frac{29}{7}\)
∴ \(\frac {45}{7}\) ଫ \(\frac {29}{7}\) = \(\frac{45-297}{7}=\frac{16}{7}=\frac{14+2}{7}=\frac{14}{7}+\frac{2}{7}=2+\frac{2}{7}=2 \frac{2}{7}\)

Class 6 Maths Chapter 7 Question Answer Odia Medium ଭଗ୍ନାଂଶ

Question 3.
ନିମ୍ନ ସମସ୍ୟାଗୁଡ଼ିକର ସମାଧାନ କର।
(a) ଜୟାର ଘରଠାରୁ ବିଦ୍ୟାଳୟର ଦୂରତା \(\frac {7}{10}\) କି.ମି.। ସେ ପ୍ରତିଦିନ ଅଟୋରେ ଘରଠାରୁ \(\frac {1}{2}\) କି.ମି. ଯାଏ, ଅବଶିଷ୍ଟ ବାଟକୁ ଚାଲିଚାଲି ଯାଇ ବିଦ୍ୟାଳୟରେ ପହଞ୍ଚିଥାଏ। ତେବେ ସେ ବିଦ୍ୟାଳୟରେ ପହଞ୍ଚିବା ପାଇଁ କେତେ ବାଟ ଚାଲିଚାଲି ଯାଏ?
Solution:
ଜୟାର ଘରଠାରୁ ବିଦ୍ୟାଳୟର ଦୂରତା \(\frac {7}{10}\) କି.ମି.।
ସେ ପ୍ରତିଦିନ ଅଟୋରେ ଘରଠାରୁ \(\frac {1}{2}\) କି.ମି. ଯାଏ।
ଅବଶିଷ୍ଟ ବାଟକୁ ଚାଲିଚାଲି ଯାଇ ବିଦ୍ୟାଳୟରେ ପହଞ୍ଚିଥାଏ।
ସେ ଚାଲିଚାଲି ଯାଏ = \(\left(\frac{7}{10}-\frac{1}{2}\right)\) କି.ମି.।
ଦିଆଯାଇଥ‌ିବା ଭଗ୍ନସଂଖ୍ୟାଗୁଡ଼ିକର ହର ହେଉଛି 10 ଓ 2।
10 ଓ 2 ର ଲ.ସା.ଗୁ. ହେଉଛି 10।
ଆମେ ପାଇବା \(\frac{7}{10}=\frac{7 \times 1}{10 \times 1}=\frac{7}{10}, \frac{1}{2}=\frac{1 \times 5}{2 \times 5}=\frac{5}{10}\)
∴ \(\left(\frac{7}{10}-\frac{1}{2}\right)\) କି.ମି. = \(\left(\frac{7}{10}-\frac{5}{10}\right)\) କି.ମି. = \(\frac{7-5}{10}\) କି.ମି. = \(\frac {2}{10}\) କି.ମି. = \(\frac {1}{5}\) କି.ମି.
∴ ସେ ବିଦ୍ୟାଳୟରେ ପହଞ୍ଚିବା ପାଇଁ \(\frac {1}{5}\) କି.ମି. ବାଟ ଚାଲିଚାଲି ଯାଏ।

(b) ପାର୍କରେ ଏକ ଘେରା ବୁଲି ଆସିବା ପାଇଁ ଦୀପିକା ନମିତା \(\frac {10}{3}\) ମିନିଟ୍ ସମୟ ନେଉଥ‌ିବା ବେଳେ ନମିତା \(\frac {13}{4}\) ମିନିଟ୍ ସମୟ ନିଏ। ତେବେ କିଏ କମ୍ ସମୟରେ ପାର୍କରେ ଏକ ଘେରା ବୁଲି ଆସିପାରେ ଏବଂ କେତେ କମ୍ ସମୟ ନିଏ?
Solution:
ପାର୍କରେ ଏକ ଘେରା ବୁଲି ଆସିବା ପାଇଁ ଦୀପିକା ସମୟ ନିଏ = \(\frac {10}{3}\) ମିନିଟ୍।
ପାର୍କରେ ଏକ ଘେରା ବୁଲି ଆସିବା ପାଇଁ ନମିତା ସମୟ ନିଏ = \(\frac {13}{4}\) ମିନିଟ୍।
ପାର୍କରେ ଏକ ଘେରା ବୁଲି ଆସିବା ପାଇଁ କମ୍ ସମୟ ନିଏ = \(\frac {10}{3}\) ମିନିଟ୍ – \(\frac {13}{4}\) ମିନିଟ୍।
ଦିଆଯାଇଥ‌ିବା ଭଗ୍ନସଂଖ୍ୟାଗୁଡ଼ିକର ହର ହେଉଛି 3 ଓ 4।
3 ଓ 4 ର ଲ.ସା.ଗୁ. ହେଉଛି 12।
ଆମେ ପାଇବା \(\frac{10}{3}=\frac{10 \times 4}{3 \times 4}=\frac{40}{12}\) ମିନିଟ୍, \(\frac{13}{4}=\frac{13 \times 3}{4 \times 3}=\frac{39}{12}\) ମିନିଟ୍।
∴ \(\frac {10}{3}\) ମିନିଟ୍ – \(\frac {13}{4}\) ମିନିଟ୍ = \(\frac {40}{12}\) ମିନିଟ୍ – \(\frac {39}{12}\) ମିନିଟ୍ = \(\frac{40}{12}-\frac{39}{12}\) ମିନିଟ୍ = \(\frac{40-39}{12}\) ମିନିଟ୍ = \(\frac {1}{12}\) ମିନିଟ୍।
∴ ତେବେ ନମିତା ଦୀପକ ଠାରୁ କମ୍ ସମୟରେ ପାର୍କରେ ଏକ ଘେରା ବୁଲି ଆସିପାରେ ଏବଂ \(\frac {1}{12}\) ମିନିଟ୍ କମ୍ ସମୟ ନିଏ।

Class 6 Social Science Chapter 10 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୧: ଶାସନବିଧି

Go through Class 6 Social Science Solutions Odia Medium and Class 6 Social Science Chapter 10 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୧: ଶାସନବିଧି to understand textbook questions more clearly.

6th Class Social Science Chapter 10 Question Answer Odia Medium

Class 6 Social Science Chapter 10 Odia Medium

ପ୍ରଶ୍ନ, ଅଭ୍ୟାସ କାର୍ଯ୍ୟ ଏବଂ ପ୍ରକଳ୍ପ :

Question 1.
ନିଜକୁ ନିଜେ ପରୀକ୍ଷା କର– ଗଣତନ୍ତ୍ରର ଅର୍ଥ କ’ଣ ? ପ୍ରତ୍ୟକ୍ଷ ଗଣତନ୍ତ୍ର ଏବଂ ପ୍ରତିନିଧୂମୂଳକ ଗଣତନ୍ତ୍ର ମଧ୍ୟରେ ପାର୍ଥକ୍ୟ କ’ଣ ?
Answer:
ଗଣତନ୍ତ୍ର କହିଲେ ଆମେ ଲୋକମାନଙ୍କର ଶାସନ ବୋଲି ବୁଝିଥାଉ । ଏହା ଏକ ପଦ୍ଧତି ଯେଉଁଥରେ ଲୋକମାନେ ସେମାନଙ୍କର ପ୍ରତିନିଧ‌ିମାନଙ୍କୁ ବାଛନ୍ତି ଏବଂ ସେମାନଙ୍କ ମାଧ୍ୟମରେ ଦେଶ ଚଳାଇଥାନ୍ତି । ଗଣତନ୍ତ୍ର ଏବଂ ପ୍ରତିନିଧୂମୂଳକ ଗଣତନ୍ତ୍ର ମଧ୍ୟରେ ପାର୍ଥକ୍ୟ ପ୍ରତ୍ୟକ୍ଷ ନିମ୍ନ ପ୍ରକାରର –
ପ୍ରତ୍ୟକ୍ଷ ଗଣତନ୍ତ୍ର :

  1. ଏହି ଗଣତନ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତିଙ୍କର ମତାମତ ସିଧାସଳଖ ଭାବରେ ଶୁଣାଯାଏ ଏବଂ ନିଷ୍ପଭି ନେବାରେ ଗଣାଯାଏ ।
  2. ଉଦାହରଣ – ବିଦ୍ୟାଳୟରେ ଏକ ବଣଭୋଜି ସ୍ଥାନକୁ ଯିବା ନିଷ୍ପତ୍ତିରେ ଛାତ୍ରଛାତ୍ରୀଙ୍କର ସିଧାସଳଖ ମତାମତ ନେବା ।

ପ୍ରତିନିଧୁମୂଳକ ଗଣତନ୍ତ୍ର :

  1. ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଲୋକମାନେ ଭୋଟ ମାଧ୍ୟମରେ ମତଦାନ କରି ନିଜର ନିଷ୍ପତ୍ତିକୁ ଜଣାଇଥାନ୍ତି ।
  2. ଉଦାହରଣ – ଭୋଟ ମାଧ୍ଯମରେ ବିଧାୟକ ଏବଂ ସାଂସଦକୁ ବାଛିବା ।

Question 2.
ସରକାରଙ୍କ ତିନୋଟି ଅଙ୍ଗକୁ ମନେପକାଅ । ସେମାନଙ୍କର ଭିନ୍ନ ଭୂମିକାମାନ କ’ଣ ?
Answer:
ସରକାରଙ୍କର ତିନୋଟି ଅଙ୍ଗ ଅଛି । ଯଥା- ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ।
ବ୍ୟବସ୍ଥାପିକା :

  • ବ୍ୟବସ୍ଥାପିକା ହେଉଛି ଏକ ଅଙ୍ଗ, ଯାହା ନୂତନ ନିୟମ ବା ଆଇନ ତିଆରି କରେ ।
  • ବେଳେବେଳେ ଏହା ପ୍ରଚଳିତ ଆଇନର ସଂଶୋଧନ, ଉନ୍ନତିକରଣ କିମ୍ବା ଅପସାରଣ ମଧ୍ୟ କରିଥାଏ ।
  • ଏହା ଜନସାଧାରଣଙ୍କ ପ୍ରତିନିଧ୍ଵ କରୁଥିବା ଏକ ସଭାଦ୍ୱାରାରା କରାଯାଏ ।

କାର୍ଯ୍ୟପାଳିକା :

  • ବ୍ୟବସ୍ଥାପିକାଦ୍ୱାରା ସୃଷ୍ଟି ହୋଇଥିବା ଆଇନଗୁଡ଼ିକୁ କାର୍ଯ୍ୟପାଳିକା କାର୍ଯ୍ୟକାରୀ କରିଥାଏ ।
  • ରାଷ୍ଟ୍ରମୁଖ୍ୟ (ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ହୋଇପାରନ୍ତି, ମନ୍ତ୍ରିମଣ୍ଡଳ ଏବଂ ଆଇନ ଶୃଙ୍ଖଳା ରକ୍ଷା ବା କାର୍ଯ୍ୟକାରୀ କରିବାପାଇଁ ଉଦ୍ଦିଷ୍ଟ କୌଣସି ସଂସ୍ଥା ଏଥୁରେ ଅନ୍ତର୍ଭୁକ୍ତ ।

ନ୍ୟାୟପାଳିକା :

  • ନ୍ୟାୟପାଳିକା ହେଉଛି ଏକ ଅଦାଲତ ବ୍ୟବସ୍ଥା ଯାହା ଆଇନ୍‌କୁ ତର୍ଜମା କରେ, ଏହାର ସୁରକ୍ଷା କରେ ଓ ଆବଶ୍ୟକ ପଡ଼ିଲେ ଆଇନ ଭଙ୍ଗ କରିଥିବା ବ୍ୟକ୍ତି ବା ସଂସ୍ଥା ବିରୋଧରେ ଉଚିତ ପଦକ୍ଷେପ ଗ୍ରହଣ କରେ ।

ବେଳେବେଳେ ଏହା କାର୍ଯ୍ୟପାଳିକା ନେଇଥ‌ିବା ନିଷ୍ପତ୍ତି ଠିକ୍ କି ନୁହେଁ, ବ୍ୟବସ୍ଥାପିକାଦ୍ଵାରା ପାରିତ ଆଇନ ସମସ୍ତଙ୍କ ପାଇଁ ସୁନିଶ୍ଚିତ ଏବଂ ନିରପେକ୍ଷ କି ନୁହେଁ, ତାହାକୁ ଯାଞ୍ଚ କରି ସମ୍ବିଧାନର ସୁରକ୍ଷା ପାଇଁ ପଦକ୍ଷେପ ନେଇଥାଏ ।

Question 3.
ତ୍ରିସ୍ତରୀୟ ସରକାରରର ଆବଶ୍ୟକତା କ’ଣ ?
Answer:
ଭାରତରେ ତ୍ରିସ୍ତରୀୟ ସରକାର ବ୍ୟବସ୍ଥା ଅଛି । ଯଥା- ସ୍ଥାନୀୟ ସରକାର, ରାଜ୍ୟ ସରକାର ଓ କେନ୍ଦ୍ର ସରକାର । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ଥାନୀୟ ସରକାର ଭାବେ ଯଥାକ୍ରମେ ଗ୍ରାମ ପଞ୍ଚାୟତ ଓ ମ୍ୟୁନିସିପାଲିଟି କାର୍ଯ୍ୟକରେ । ଏମାନେ ସ୍ଥାନୀୟ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରନ୍ତି । ରାଜ୍ୟ ସରକାର ରାଜ୍ୟ ସ୍ତରରେ ସମସ୍ୟା ସାମାଧାନ କରନ୍ତି । ଜାତୀୟ ସ୍ତରରେ ବା ସମଗ୍ର ଦେଶର ସୁବିଧା ଅସୁବିଧା ବୁଝିବା କାମ କେନ୍ଦ୍ର ସରକାରଙ୍କର । ଭାରତ ଏକ ବିଶାଳ ଦେଶ ହୋଇଥ‌ିବାରୁ ଦିଲ୍ଲୀରେ ଥ‌ିବା କେନ୍ଦ୍ର ସରକାର ଦେଶର କୋଣ ଅନୁକୋଣ ଏପରିକି ପ୍ରତି ରାଜ୍ୟର ସମସ୍ୟା କଥା ବୁଝିବା ଅସମ୍ଭବ ବ୍ୟାପାର । ତେଣୁ ତ୍ରିସ୍ତରୀୟ ସରକାର ବ୍ୟବସ୍ଥା ଏ ସମସ୍ୟାର ସମାଧାନ କରିଥାଏ । ପୁନଶ୍ଚ ଏହି ବ୍ୟବସ୍ଥାଦ୍ଵାରା ଆମ ଦେଶରେ ତୃଣମୂଳ ସ୍ତରରୁ ଗଣତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥାଏ । ଫଳରେ ଲୋକମାନେ ଗଣତନ୍ତ୍ର ଶାସନର ମହତ୍ତ୍ଵ ବୁଝିବାରେ ସକ୍ଷମ ହୁଅନ୍ତି ।

Question 4.
ପ୍ରକଳ୍ପ : ତୁମମାନଙ୍କ ମଧ୍ୟରୁ ଅନେକଙ୍କ କୋଭିଡ୍-୧୯ ମହାମାରୀ ସମୟରେ ହୋଇଥିବା ଲକ୍‌ଡାଉନ୍ ମନେଥ‌ିବ । ସେହି ସମୟରେ କ’ଣସବୁ ପଦକ୍ଷେପ ନିଆଯାଇଥିଲା ତାହାର ଏକ ତାଲିକା ପ୍ରସ୍ତୁତ କର । ପରିସ୍ଥିତିକୁ ପରିଚାଳନା କରିବାରେ କେଉଁ ସ୍ତରର ସରକାର ସଂପୃକ୍ତ ଥିଲେ ? ସରକାରଙ୍କ ପ୍ରତ୍ୟେକ ଅଙ୍ଗର ଭୂମିକା କ’ଣ ଥିଲା ?
Answer:
ମହାମାରୀ କୋଭିଡ଼-୧୯ ସମୟରେ ଦେଶରେ ଲକ୍‌ଡାଉନ୍ ବ୍ୟବସ୍ଥା କରାଯାଇଥିଲା । ସେ ସମୟରେ ହୋଇଥିବା କାର୍ଯ୍ୟାନୁଷ୍ଠାନମାନ ନିମ୍ନରେ ପ୍ରଦତ୍ତ କରାଗଲା ।
(i) ପ୍ରତ୍ୟେକଙ୍କୁ ଘରେ ରହିବାପାଇଁ ପଡୁଥିଲା ।
(ii) ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଏବଂ କାର୍ଯ୍ୟାଳୟଗୁଡ଼ିକ ବନ୍ଦ କରାଯାଇଥିଲା ।
(iii) ଜରୁରୀ ଆବଶ୍ୟକତା ବ୍ୟତୀତ ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ବସ୍, ରେଳ କିମ୍ବା ଅଟୋରେ ଯାତାୟାତ କରିବା ବାରଣ କରାଯାଇଥିଲା ।
(iv) କୌଣସି ଉତ୍ସବ କିମ୍ବା ଜନସମାଗମ ପାଇଁ ଅନୁମତି ନଥିଲା ।
(v) କେବଳ ଆବଶ୍ୟକୀୟ ସଉଦା ଏବଂ ପରିବା ଦୋକାନମାନ ଖୋଲା ଥିଲା ।
(vi) ରୋଗୀଙ୍କୁ ସେବା କରିବାପାଇଁ ଡାକ୍ତର ନର୍ସମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡୁଥିଲା ।
(vii) ସମସ୍ତଙ୍କୁ ମାସ୍କ ପିନ୍ଧିବା ଏବଂ ସାନିଟାଇଜର ବ୍ୟବହାର କରିବାକୁ ପଡୁଥିଲା ।
(viii) ଲୋକମାନଙ୍କୁ ସୁରକ୍ଷା ପାଇଁ ଭ୍ୟାକ୍‌ସିନ୍ ଦିଆଯାଉଥିଲା ।

ଉପରୋକ୍ତ କାର୍ଯ୍ୟମାନ କରିବାପାଇଁ ଆମ ଦେଶରେ ତ୍ରିସ୍ତରୀୟ ପ୍ରଶାସନ ସଜାଗ ଥିଲା । କେନ୍ଦ୍ର ସରକାରରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଦଳ ନିୟମିତ କାର୍ଯ୍ୟାନୁଷ୍ଠାନ କରୁଥିଲେ ।

(ix) ସେହିପରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ଦଳ କାର୍ଯ୍ୟ କରୁଥିଲେ । ସ୍ଥାନୀୟ ସରକାରରେ ମେୟର ତାଙ୍କ ଦଳ ଏବଂ ଗ୍ରାମ ପଞ୍ଚାୟତରେ ଚେୟାରମ୍ୟାନ୍ ଏବଂ ତାଙ୍କ ଦଳ ଅନବରତ କାର୍ଯ୍ୟରତ ଥିଲେ ।

(x) ସରକାରଙ୍କର ତିନୋଟି ଅଙ୍ଗ କାର୍ଯ୍ୟରତ ଥିଲା । ବ୍ଯବସ୍ଥାପକ ସଭାଦ୍ଵାରା କୋଭିଡ଼-୧୯ ପାଇଁ ନୂତନ ଆଇନମାନ ତିଆରି କରାଯାଇଥିଲା । ଚାକିରି ହରାଇଥିବା ଲୋକମାନଙ୍କୁ ମଧ୍ୟ ଅର୍ଥ ବ୍ୟବସ୍ଥା କରାଯାଇଥିଲା ।

(xi) କାର୍ଯ୍ୟପାଳିକା – କେନ୍ଦ୍ର କାର୍ଯ୍ୟପାଳିକାଦ୍ଵାରା ସମସ୍ତଙ୍କୁ ଘରେ ରହିବାପାଇଁ କୁହାଯାଇଥିଲା । ରାଜ୍ୟ ସରକାରଙ୍କୁ ସମସ୍ତ ଡାକ୍ତରଖାନାମାନଙ୍କରେ ରୋଗୀମାନଙ୍କ ପାଇଁ ସମସ୍ତ ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ରାଜ୍ୟ ସରକାରଙ୍କଦ୍ଵାରା ସମସ୍ତ କୋଭିଡ୍ ନିୟମକୁ କାର୍ଯ୍ୟକାରୀ କରାଯାଇଥିଲା । ପୋଲିସ୍ ବାହିନୀ ୨୪ ଘଣ୍ଟା କାର୍ଯ୍ୟରେ ଯୋଗ ଦେଇଥିଲେ । ସମଗ୍ର ରାଜ୍ୟରେ ଉତ୍ସବ ଏବଂ ଜନସମାଗମକୁ କାରଣ କରାଯାଇଥିଲା, ସ୍ଥାନୀୟ ସରକାରମାନେ ଜନତାଙ୍କ ସେବାପାଇଁ ଜାଗ୍ରତ ପ୍ରହରୀ ଭାବରେ ଚିକିତ୍ସାଳୟ ଏବଂ କ୍ଵାରେନ୍‌ଇମ୍ ସେଣ୍ଟରରେ କାର୍ଯ୍ୟରତ ଥିଲେ ।

ନ୍ୟାୟପାଳିକା – ଦେଶରେ କୋର୍ଟଗୁଡ଼ିକ ଲକ୍‌ଡାଉନ୍ ସମୟରେ ସରକାରଙ୍କର ନୀତିକୁ ତର୍ଜମା କରୁଥିଲେ ଏବଂ ସମସ୍ୟା ସମାଧାନରେ ସହାୟତା କରୁଥିଲେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଶାସନର ଅର୍ଥ କ’ଣ ?
Answer:

  1. ଶାସନ ହେଉଛି ଏକ ପ୍ରକ୍ରିୟା ଯାହାଦ୍ଵାରା ସମାଜର ବିଭିନ୍ନ ଘଟଣାବଳୀକୁ ପରିଚାଳନା କରାଯାଏ ।
  2. ଏକ ରାଷ୍ଟ୍ରରେ ଜନହିତ ପାଇଁ ନିର୍ବାଚିତ ପ୍ରତିନିଧୁମାନେ ଅମଲାତନ୍ତ୍ର ଆରକ୍ଷୀ ବାହିନୀ, ସାମରିକ, ବାହିନୀ ଇତ୍ୟାଦିଙ୍କଦ୍ଵାରା କାର୍ଯ୍ୟ କରାଇ ଥାଆନ୍ତି ।
  3. ଏଥ‌ିପାଇଁ ଅନେକଗୁଡ଼ିଏ ନିୟମ ଏବଂ ଆଇନ ସରକାରଙ୍କଦ୍ଵାରା ତିଆରି କରାଯାଇଥାଏ ।
  4. ଗଣତନ୍ତ୍ରର ମୂଳନୀତି ହେଉଛି ଜନମଙ୍ଗଳପାଇଁ ଏକ ଉନ୍ନତ ଏବଂ ସନ୍ତୋଟ ଶାସନ ବ୍ୟବସ୍ତା ତିଆରି କରିବା ।

Class 6 Social Science Chapter 10 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୧: ଶାସନବିଧି

Question 2.
ଆମକୁ କାହିଁକି ସରକାର ଦରକାର ?
Answer:
ସରକାର ହେଉଛି ସର୍ବଶ୍ରେଷ୍ଠ ଗୁରୁତ୍ଵପୂର୍ଣ୍ଣ ଅନୁଷ୍ଠାନ, ଯାହା ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ସହିତ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ କରିଥାଏ । ସେଗୁଡ଼ିକ ହେଲା, –
(i) ଆଇନ ଶୃଙ୍ଖଳା ରକ୍ଷା କରିବା – ଦେଶ ବା ରାଜ୍ୟରେ ଏକ ଶୃଙ୍ଖଳିତ ସମାଜ ପ୍ରତିଷ୍ଠା କରିବା ହେଉଛି ସରକାରଙ୍କର ପ୍ରାରମ୍ଭିକ କାର୍ଯ୍ୟ ।

(ii) ଜନସେବା ଯୋଗାଇଦେବା – ସରକାରଙ୍କର ଅନ୍ୟତମ ଆବଶ୍ୟକୀୟ କର୍ତ୍ତବ୍ୟ ହେଉଛି ଜନସାଧାରଣତଙ୍କୁ ଜରୁରୀ ସେବା ଯୋଗାଇଦେବା, ଯଥା – ଡାକ୍ତରଖାନା, ଶିକ୍ଷା, ଉଚ୍ଚତର ଶିକ୍ଷା, ପରିମଳ ବ୍ୟବସ୍ଥା ଇତ୍ୟାଦି ।

(iii) ଯେଉଁ ଲୋକମାନେ ଉଚିତ ମୂଲ୍ୟରେ ଶସ୍ୟ, ସ୍ଵାସ୍ଥ୍ୟସେବା ଏବଂ ଶିକ୍ଷା ଯୋଗାଇ ଦେଉଛନ୍ତି ସେମାନଙ୍କର ଯନେବା ।

(iv) ପରିବେଶ ଜଙ୍ଗଲ, ପଶୁ, ପକ୍ଷୀ ଏବଂ ଅନ୍ୟାନ୍ୟ ଜୀବମାନଙ୍କର ସୁରକ୍ଷା କରିବା ।

(v) ଦେଶକୁ ବୈଦେଶିକ ଆକ୍ରମଣ ଏବଂ ସନ୍ତ୍ରାସବାଦରୁ ସୁରକ୍ଷା ପ୍ରଦାନ କରିବା । ଏହିସବୁ କାର୍ଯ୍ୟପାଇଁ ଆମକୁ ଏକ ସରକାର ଦରକାର ପଡ଼ିଥାଏ ।

Question 3.
ଗଣତନ୍ତ୍ରର ଅର୍ଥ କ’ଣ ? ଏହା କାହିଁକି ଗୁରୁତ୍ଵପୂର୍ଣ୍ଣ ?
Answer:
(i) ଗଣତନ୍ତ୍ର ଏପରି ଏକ ବ୍ୟବସ୍ଥା, ଯେଉଁଥିରେ ଲୋକମାନେ ସେମାନଙ୍କର ଶାସକଙ୍କୁ ବାଛିଥା’ନ୍ତି ।

(ii) ଗଣତନ୍ତ୍ର ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ ଡେମୋସ୍ ଏବଂ କ୍ରାଟୋସରୁ ଆସିଅଛି ଯାହାର ଅର୍ଥ ହେଉଛି ଲୋକମାନଙ୍କର ଶାସନ ।

(iii) ଗଣତନ୍ତ୍ର ନିଶ୍ଚିତ କରେ ଯେ ସମସ୍ତଙ୍କୁ ସମାନ ଭାବରେ ବ୍ୟବହାର କରାଯିବ ଏବଂ କାହା ପ୍ରତି ପକ୍ଷପାତିତା କରାଯାଉ ନାହିଁ ।

(iv) ଗଣତନ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯେକୌଣସି ଉଚ୍ଚ ପଦପଦବୀପାଇଁ ସମାନ ସୁଯୋଗ ପ୍ରଦାନ କରାଯାଏ । ଏପରିକି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଭାରତର ମୁଖ୍ୟ ବିଚାରପତି ପର୍ଯ୍ୟନ୍ତ ପଦବୀ ଯେକୌଣସି ସ୍ତରର ଯୋଗ୍ୟ ବ୍ୟକ୍ତି ଅଧ୍ୟଷ୍ଠିତ ହୋଇପାରନ୍ତି ।

(v) ପ୍ରତ୍ୟେକଙ୍କୁ ସ୍ଵାଧୀନତା ଦିଆଯାଏ ଯେ ସେମାନେ ମୁକ୍ତ ଭାବରେ ନିଜର ମତାମତ ପ୍ରକାଶ କରିପାରିବେ, ନିଜର ଧର୍ମ ବାଛିପାରିବେ ଇତ୍ୟାଦି ।

(vi) ଗଣତନ୍ତ୍ର ଲୋକଙ୍କୁ ଅଧିକାର ଦେଇଛି ଯେ ସେମାନେ ନିଜ ସରକାରଙ୍କୁ ବାଛିପାରିବେ, ପରିବର୍ତ୍ତନ କରିପାରିବେ ଏବଂ ସମାଲୋଚନା ମଧ୍ୟ କରିପାରିବେ ।

Question 4.
କ୍ଷମତା ପୃଥକୀକରଣର ଗୁରୁତ୍ଵକୁ ବିଶ୍ଳେଷଣ କର ।
Answer:
(i) ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଏବଂ ସମ୍ବିଧାନ ଅନୁସାରେ ସରକାରଙ୍କର ତିନୋଟି ଅଙ୍ଗ ଯଥା— ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାକୁ ପୃଥକ୍ କରାଯାଇଛି ।

(ii) ଏଗୁଡ଼ିକ ପରସ୍ପର ସହିତ ସଂଯୋଗ ରଖୁ ଏକତ୍ର କାର୍ଯ୍ୟ କରନ୍ତି । କ୍ଷମତାର ପୃଥକୀକରଣର ନିୟମାନୁସାରେ ଜଣେ ଅନ୍ୟଜଣଙ୍କୁ ତଦାରଖ କରିବା ସହିତ ସେମାନଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିଥା’ନ୍ତି, ଅର୍ଥାତ୍ ଗୋଟିଏ ଅଙ୍ଗ ଆଶାନୁରୂପ କାର୍ଯ୍ୟ ଅଙ୍ଗ କ’ଣ କରୁଛି ତାହା ଯାଞ୍ଚ କରିପାରିବ ଏବଂ
କଲେ ସରକାରଙ୍କର ପ୍ରତ୍ୟେକ ଅଙ୍ଗ, ଅନ୍ୟ ସନ୍ତୁଳନ ରକ୍ଷା କରିପାରିବ ।

Question 5.
ନ୍ୟାୟପାଳିକା କିପରି ଦେଶରେ ଗଣତାନ୍ତ୍ରିକ ଗଠନକୁ ଦୃଢ଼ କରିଛି ?
Answer:
(i) ଆମ ଦେଶରେ ନ୍ୟାୟପାଳିକା ବିଭିନ୍ନ ସ୍ତରରେ କାର୍ଯ୍ୟ ଉଚ୍ଚ ନ୍ୟାୟାଳୟ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ରହିଛି ।

(ii) ଏମାନେ ନିଷ୍ପତ୍ତି ନିଅନ୍ତି ଯେ ଅପରାଧୀ ନିୟମକୁ ଭାଙ୍ଗିଛି ନା ନାହିଁ, ତଦନୁଯାୟୀ ଆବଶ୍ୟକ ପଡ଼ିଲେ ଆଇନ ଭଙ୍ଗକାରୀଙ୍କ ପ୍ରତି ଦଣ୍ଡବିଧାନ କରିଥା’ନ୍ତି ।

(iii) ସମୟ ସମୟରେ କାର୍ଯ୍ୟପାଳିକାଦ୍ଵାରା ନିଆଯାଇଥିବା ନିଷ୍ପଭିକୁ ମଧ୍ଯ ତର୍ଜମା କରନ୍ତି (iv) ଯେଉଁଠାରେ ଭୁଲ୍ ପରିଲକ୍ଷିତ ହୁଏ ଏବଂ ତାହା ନ୍ୟାୟାଳୟର ପରିସରକୁ ଆସିଲେ ସମ୍ମାଧାନର ବିଧ୍ ବ୍ୟବସ୍ଥା ଅନୁସାରେ ନ୍ୟାୟାଳୟ ତା’ ଉପରେ ନିଷ୍ପତ୍ତି ନିଅନ୍ତି ଏବଂ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦିଅନ୍ତି ।

(v) ସେହିପରି ବ୍ୟବସ୍ଥାପକ ସଭାଦ୍ୱାରା ବେଳେବେଳେ ନିଆଯାଇଥ‌ିବା ନିଷ୍ପତ୍ତି ଯଦି ସମ୍ବିଧାନ ପରିସରଭୁକ୍ତ ହୋଇନଥାଏ ତେବେ ତାକୁ କାର୍ଯ୍ୟକାରୀ ନ କରିବାପାଇଁ ନ୍ୟାୟାଳୟରୁ ନିର୍ଦ୍ଦେଶ ଆସିଥାଏ । ଏହାଦ୍ଵାରା ଦେଶର ଗଣତନ୍ତ୍ର ଦୃଢ଼ୀଭୂତ ହୋଇଥାଏ ।

Question 6.
ସରକାରଙ୍କର ତ୍ରିସ୍ତରୀୟ ବ୍ୟବସ୍ଥାକୁ ଉଲ୍ଲେଖ କର । ଏହାର ପ୍ରତ୍ୟେକ ସ୍ତରର ଯେକୌଣସି ଦୁଇଟି କାର୍ଯ୍ୟ ବର୍ଣ୍ଣନା କର ।
Answer:
ଆମ ଦେଶ ଭାରତରେ ତ୍ରିସ୍ତରୀୟ ସରକାର ଅଛି ଯଥା କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ସ୍ଥାନୀୟ ସରକାର । ପ୍ରତ୍ୟେକ ସ୍ତରର ଦୁଇଟି କାର୍ଯ୍ୟ ନିମ୍ନରେ ପ୍ରଦତ୍ତ କରାଗଲା ।
(i) କେନ୍ଦ୍ର ସରକାର – କେନ୍ଦ୍ର ସରକାରଙ୍କର ମୁଖ୍ୟ କାର୍ଯ୍ୟ ଦୁଇଟି ହେଲା ସମଗ୍ର ଦେଶକୁ ସୁରକ୍ଷା ଦେବା ଏବଂ ଦେଶର ଆର୍ଥିକ ଉନ୍ନତି ପାଇଁ କାର୍ଯ୍ୟ କରିବା ।

(ii) ରାଜ୍ୟ ସରକାର – ଆମ ଦେଶର ରାଜ୍ୟମାନଙ୍କରେ ଜନସାଧାରଣଙ୍କର ଉନ୍ନତି କଳ୍ପେ ଏବଂ ବିଭିନ୍ନ କାର୍ଯ୍ୟକୁ କରିବାପାଇଁ ଯଥା ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଆଉନ ଶୃଙ୍ଖଳା ଇତ୍ୟାଦି ପାଇଁ ଏକ ରାଜ୍ୟ ସରକାର ପ୍ରତି ରାଜ୍ୟରେ ରହିଛି ।

(iii) ସ୍ଥାନୀୟ ସରକାର ଆମ ଦେଶରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଉନ୍ନତି ପାଇଁ ଗ୍ରାମପଞ୍ଚାୟତ ଏବଂ ମ୍ୟୁନିସ୍ପାଲିଟି ରହିଅଛି । ଏଗୁଡ଼ିକୁ ସ୍ଥାନୀୟ ସରକାର କୁହାଯାଏ ।

Class 6 Social Science Chapter 10 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୧: ଶାସନବିଧି

Question 7.
ଭାରତର କାହିଁକି ପ୍ରତିନିଧ୍ଵ ମୂଳକ ଗଣତନ୍ତ୍ର ରହିଅଛି ? ତୁମ ଉତ୍ତରର କାରଣ ଦର୍ଶାଅ ।
Answer:
(i) ଭାରତର ଜନସଂଖ୍ୟା ୧୪୦ କୋଟିରୁ ପ୍ରାୟ ୯୭ କୋଟି ଲୋକ ଭୋଟ ଦେବାର ଅଧିକାର ପାଇଛନ୍ତି । ଏହିଭଳି ବହୁଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ପ୍ରତ୍ୟକ୍ଷ ଗଣତନ୍ତ୍ର ସମ୍ଭବପର ନୁହେଁ । ତେଣୁ ଜନସାଧାରଣ ସେମାନଙ୍କ ପ୍ରତିନିଧୂଙ୍କଦ୍ଵାରା ଦେଶର ଶାସନ, କାର୍ଯ୍ୟ ଚଳାଇଥାନ୍ତି ।

(ii) ଭାରତ ଭଳି ବିଶାଳ ଦେଶରେ ଅନେକ ସମସ୍ୟା ଆର୍ଥିକ ସ୍ଥିତିଠାରୁ ଆରମ୍ଭ କରି ରାଜନୀତିକ ଏବଂ ଅନେକ ଘଟଣା ଘଟିଥାଏ । ଦେଶର ସାମାଜିକ ସ୍ତରରେ ଅନେକ ସମସ୍ୟା ଲାଗି ରହିଛି । ଏହିସବୁ ସମସ୍ୟା ଓ ଘଟଣାବଳୀକୁ ସମାଧାନ କରିବାପାଇଁ ସମଗ୍ର ପ୍ରଦେଶରୁ ବିଭିନ୍ନ ରାଜ୍ୟରୁ ନିର୍ବାଚିତ ପ୍ରତିନିଧୁମାନେ ସଂସଦ ଗୃହକୁ ଆସିଥା’ନ୍ତି ।

(iii) ଏହି ନିର୍ବାଚିତ ପ୍ରତିନିଧୁମାନେ ଦଳବିଶେଷରେ ସରକାର ଗଠନ କରି ଦେଶ ଶାସନ କରିଥାନ୍ତି । ସଦସ୍ୟ ସଂଖ୍ୟା କମ୍ ଥ‌ିବା ରାଜନୈତିକ ଦଳର ପ୍ରତିନିଧୁମାନେ ବିରୋଧୀ ଆସନରେ ବସି ସରକାରଙ୍କ କାର୍ଯ୍ୟକୁ ସମାଲୋଚନା କରି ସେଥୁରେ ସୁଧାର ଆଣିବାରେ ପ୍ରୟାସ କରିଥା’ନି । ସୁତରାଂ, ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ ପ୍ରତିନିଧୂମୂଳକ ଗଣତନ୍ତ୍ର ପ୍ରତିଷ୍ଠା କରାଯାଇଛି ।

Question 8.
ଗଣତାନ୍ତ୍ରିକ ସରକାରର କେତେକ ଗୁରୁତ୍ଵପୂର୍ଣ୍ଣ ବୈଶିଷ୍ଟ୍ୟକୁ ଉଲ୍ଲେଖ କର ।
Answer:

  1. ଏକ ଗଣତାନ୍ତ୍ରିକ ସରକାରର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଲା- ଏହା ଏକ ସରକାର ଯାହା ନିର୍ବାଚିତ ପ୍ରତିନିଥଙ୍କଦ୍ଵାରା ଗଠିତ ହୋଇଥାଏ ।
  2. ଏକ ପ୍ରତିନିଧୂମୂଳକ ଗଣତନ୍ତ୍ରରେ ପ୍ରତି ପାଞ୍ଚବର୍ଷରେ ନିୟମିତ, ମୁକ୍ତ ଏବଂ ଅବାଧ ନିର୍ବାଚନ ହୋଇଥାଏ ।
  3. ଦେଶରେ ସମ୍ବିଧାନ ହେଉଛି ସର୍ବୋଚ୍ଚ ଆଇନ । ସମ୍ବିଧାନରେ ଉଲ୍ଲିଖତ ଧାରା ଅନୁସାରେ ଆଇନ ପ୍ରଣୀତ ହୁଏ । ଏହି ଆଇନରେ ସମସ୍ତେ ସମାନ ।
  4. ନାଗରିକମାନଙ୍କର ମୌଳିକ ଅଧିକାର ଲାଭ କରିଥା’ନ୍ତି ।
  5. ଦେଶରେ ଏକ ସ୍ଵାଧୀନ ନିରପେକ୍ଷ ନ୍ୟାୟାଳୟ ଅଛି ଯାହା ନ୍ୟାୟଦାନ କ୍ଷେତ୍ରରେ ସୁନିଶ୍ଚିତ ନ୍ୟାୟ ପ୍ରଦାନ କରିଥାଏ ।

Question 9.
କୌଣସି ଦେଶ ବିନା ଶାସନ ଏବଂ ସରକାରରେ ଚାଲିପାରିବ ନାହିଁ ? ତୁମେ ଏଥରେ ସହମତ କି ?
Answer:
ହଁ ମୁଁ ଏଥ‌ିରେ ସହମତ ଯେ ବିନା ଶାସନ ଏବଂ ସରକାରରେ କୌଣସି ଦେଶ ଚାଲିପାରିବ ନାହିଁ ।

  1. ଜନମଙ୍ଗଳ ପାଇଁ ଶାସନ ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ ବ୍ୟବସ୍ଥା । ଲୋକମାନଙ୍କ ମନରେ ଶାନ୍ତି, ସେମାନଙ୍କ ସୁରକ୍ଷା, ଏବଂ ପ୍ରଗତି ପାଇଁ ଏକ ସରକାର ଆବଶ୍ୟକ ହୋଇଥାଏ ।
  2. ସରକାର ଆଇନ ଶୃଙ୍ଖଳାକୁ ଏକ ମୁଖ୍ୟ କାର୍ଯ୍ୟ ଭାବରେ ଗ୍ରହଣ କରିଥା’ନ୍ତି । ଲୋକମାନଙ୍କ ପାଇଁ ଚାକିରି ଓ ସୁଯୋଗ ସୃଷ୍ଟି କରିଥା’ନ୍ତି ।
  3. ସରକାର ଦେୟମୁକ୍ତ ଶିକ୍ଷା ଏବଂ ସ୍ଵାସ୍ଥ୍ୟ ସୁବିଧା ଯୋଗାଇ ଦେଇଥା’ନ୍ତି ।
  4. ଦେଶକୁ ଆଭ୍ୟନ୍ତରୀଣ ଓ ବାହ୍ୟ ବିପଦରୁ ମୁକ୍ତ ରଖୁ’ନ୍ତି ।

ସୁତରାଂ ଏହା ପ୍ରମାଣିତ କରେ ଯେ ବିନା ଶାସନ ଓ ସରକାରରେ ଦେଶ ଚାଲିବା ସମ୍ଭବପର ନୁହେଁ ।

ଆସ ଅନୁସନ୍ଧାନ କରିବା :

Question 1.
ଚିତ୍ର ୧୦.୧ରେ ଦିଆଯାଇଥବା ଦୁଇଟି ଚିତ୍ରକୁ ବର୍ଣ୍ଣନା କର– ତୁମେ ସେମାନଙ୍କ ମଧ୍ୟରେ କ’ଣ ପାର୍ଥକ୍ୟ ଦେଖୁଛ ?
Class 6 Social Science Chapter 10 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୧ ଶାସନବିଧି-1
Class 6 Social Science Chapter 10 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୧ ଶାସନବିଧି-2
Answer:
ଚିତ୍ର ୧୦.୧କୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଦୁଇଟି ଚିତ୍ର ଏକ ସହରର ଟ୍ରାଫିକ୍ ଦୃଶ୍ୟପଟ୍ଟ । କିନ୍ତୁ ଦୁଇଟି ଚିତ୍ର ପରସ୍ପରର ବିପରୀତ ଅଟେ । ଚିତ୍ର-୧ରେ ଯାନଗୁଡ଼ିକର ଶୃଙ୍ଖଳିତ ଯିବା ଆସିବା ଦେଖିବାକୁ ମିଳିଥିଲାବେଳେ ଦ୍ଵିତୀୟ ଚିତ୍ରରେ ଟ୍ରାଫିକ୍‌ ନିୟମ କେହି ମାନୁନଥ‌ିବାର ଦୃଶ୍ୟ ଦେଖାଯାଉଛି । ଉଭୟ ଚିତ୍ରରେ ଦେଖିବାକୁ ମିଳୁଥିବା ପାର୍ଥକ୍ୟ ନିମ୍ନରେ ପ୍ରଦାନ କରାଯାଇଛି ।

ପ୍ରଥମ ଚିତ୍ ଦ୍ଵିତୀୟ ଚିତ୍ର
(i) ଯାନ କାର୍, ସାଇକେଲ୍ ଏବଂ ମଟରସାଇକେଲ୍ (କମ୍ ସଂଖ୍ୟକ) କାର୍, ସାଇକେଲ୍ ମଟରସାଇକେଲ୍ (ଅଧ୍ବକ ସଂଖ୍ୟକ)
(ii) ନିୟମ ସଠିକ୍ ନିୟମକୁ ଅନୁସରଣ କରାଯାଇଛି ଟ୍ରାଫିକ୍ ନିୟମ ପୂର୍ଣ୍ଣମାତ୍ରାରେ ଉଲଂଘନ
(iii) ଗାଡ଼ି ଉତ୍ତମ ଗାଡ଼ି ଚାଳନା ଅଭିଜ୍ଞତା ଚଳାଇବାରେ ଆରାମ ଗାଡ଼ି ଚାଳନାରେ ଅଧ‌ିକ ଚାପ ଏବଂ ବାରମ୍ବାର ଦୁର୍ଘଟଣାର ସମ୍ଭାବନା

Class 6 Social Science Chapter 10 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୧: ଶାସନବିଧି

Question 2.
ନିୟମ ଉପରେ ହେଉଥୁବା ଆମର ଆଲୋଚନା ସହିତ ତୁମେ ଏହାକୁ କିପରି ସଂଯୋଗ କରିବ ।
Answer:
ସାମାଜିକ ଶୃଙ୍ଖଳା ଏବଂ ଉତ୍ତମ ଜୀବନଯାପନ ପାଇଁ ନିୟମଗୁଡ଼ିକ ଅତ୍ୟାବଶ୍ୟକ । ସମୟକ୍ରମେ ଅଧିକ ଉନ୍ନତି ପାଇଁ ତିଆରି ହୋଇଥିବା ଆଇନ ବଦଳାଯାଇପାରେ । ବିଦ୍ୟାଳୟ ଏବଂ ଘରେ ମଧ୍ୟ ଆମର ନିୟମ ରହିଛି । ପ୍ରଥମ ଚିତ୍ରରେ ନିୟମ ପଳନ କରାଯାଉଥିବାରୁ ଯିବା ଆସିବା ନିରାପଦ ମନେ ହେଉଛି । ମାତ୍ର ଦ୍ଵିତୀୟ ଚିତ୍ରରେ ନିୟମ ଉଲଂଘନ ହେଉଥିବାରୁ ଯିବା ଆସିବା ବିପଦପୂର୍ଣ୍ଣ ଜଣାପଡ଼ୁଛି ।

Question 3.
ତୁମ ବିଦ୍ୟାଳୟର ନିୟମଗୁଡ଼ିକ କ’ଣ ? ସେଗୁଡ଼ିକ କିଏ ତିଆରି କରିଛନ୍ତି ?
Answer:
ପ୍ରତ୍ୟେକ ସ୍କୁଲରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ନିୟମମାନ ରହିଥାଏ । ଏଗୁଡ଼ିକ ଏକ ନିରାପଦ, ଉତ୍ତମ ଏବଂ ଉନ୍ନତ ଶିକ୍ଷା ପରିବେଶ ସୃଷ୍ଟି ପାଇଁ କରାଯାଇଥାଏ ।
ସାଧାରଣ ସ୍କୁଲ୍ ନିୟମ –

  1. ଉପସ୍ଥାନ – ନିୟମିତ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଆସିବା ବାଧ୍ୟତାମୂଳକ ।
  2. ଶୃଙ୍ଖଳା – ଶ୍ରେଣୀଗୃହରେ ଉତ୍ତମ ଶିକ୍ଷାଦାନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବା ଜରୁରୀ ।
  3. ୟୁନିଫର୍ମ – ଛାତ୍ରଛାତ୍ରୀମାନେ ୟୁନିଫର୍ମ ପରିଧାନ କରିବା ଆବଶ୍ୟକ । ଏହା ତାଙ୍କର ଏକତ୍ଵର ପରିଚୟ ।

ଶ୍ରେଣୀଗୃହର ବ୍ୟବହାର – ଉତ୍ତମ ଶିକ୍ଷା ଗ୍ରହଣ ପାଇଁ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ବ୍ୟବହାର ସୌଜନ୍ୟମୂଳକ ହେବା ଆବଶ୍ୟକ ।
କେତେକ କାର୍ଯ୍ୟକୁ ବାରଣ କରିବା ପାଇଁ ମଧ୍ଯ ନିୟମ ରହିଛି । ଯଥା-

  1. ମୋବାଇଲ୍, ଲାପ୍‌ଟପ୍‌ର ବ୍ୟବହାର ନିଷିଦ୍ଧ ।
  2. ଶ୍ରେଣୀଗୃହରେ ଥଟ୍ଟାମଜା ଏବଂ ପକ୍ଷପାତିତା କରିବା ଅନୁଚିତ ।

ସ୍କୁଲର ପ୍ରଶାସନ ଯଥା ଅଧ୍ୟକ୍ଷ, ସେକ୍ରେଟାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ କର୍ମଚାରୀମାନେ ସ୍କୁଲର ନିୟମଗୁଡ଼ିକ ତିଆରି କରିଥା’ନ୍ତି ।

Question 4.
ତୁମେ ଚିତ୍ର ୧୦.୨ରେ ଦଶଟି ଚିତ୍ରରେ ଦର୍ଶାଯାଇଥିବା ଜନସେବା କିମ୍ବା ଅନ୍ୟାନ୍ୟ କାର୍ଯ୍ୟକଳାପଗୁଡ଼ିକ ଚିହ୍ନଟ କରିପାରିବ କି ?
Class 6 Social Science Chapter 10 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୧ ଶାସନବିଧି-3

Class 6 Social Science Chapter 10 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୧ ଶାସନବିଧି-4
Answer:
ଚିତ୍ର – ୧ : ରାସ୍ତା ନିର୍ମାଣ
ଚିତ୍ର – ୨ : ରେଳ ଚଳାଚଳ
ଚିତ୍ର – ୩ : କର୍ତ୍ତବ୍ୟରତ ସାମରିକ ବାହିନୀ
ଚିତ୍ର – ୪ : ସ୍ଵାସ୍ଥ୍ୟସେବା
ଚିତ୍ର – ୫ : ଅଗ୍ନିଶମ ବାହିନୀଙ୍କଦ୍ଵାରା ଉଦ୍ଧାର କାର୍ଯ୍ୟ
ଚିତ୍ର – ୬ : ଟ୍ରାଫିକ୍ ନିରାପତ୍ତା
ଚିତ୍ର – ୭ : ସୁପ୍ରିମକୋର୍ଟ (ନ୍ୟାୟିକ ସେବା)
ଚିତ୍ର – ୮ : ଶିକ୍ଷାଦାନ ସେବା
ଚିତ୍ର – ୯ : ଡାକସେବା
ଚିତ୍ର – ୧୦ : ବ୍ୟାଙ୍କ ସେବା

Question 5.
ଏସବୁ କାର୍ଯ୍ୟରେ ସରକାର କେଉଁ ଭୂମିକା ଗ୍ରହଣ କରନ୍ତି ବୋଲି ତୁମେ ଭାବୁଛ ?
Answer:
ସରକାର ଏସବୁ କାର୍ଯ୍ୟରେ ସେବାଦେବା ପାଇଁ ସିଧା ସଳଖ ସମ୍ପୃକ୍ତ ଥାଆନ୍ତି ଏବଂ ଏହି ସେବାଗୁଡ଼ିକ ଠିକ୍ ସମୟରେ ଏବଂ ବିନା ବାଧାରେ ଦିଆଯାଇଥାଏ । ଏଥ‌ିପାଇଁ ବହୁମାତ୍ରାରେ ସରଞ୍ଜାମ ଏବଂ ପ୍ରଶିକ୍ଷିତ କର୍ମଚାରୀଙ୍କୁ ରଖାଯାଇଥାଏ ।

Question 6.
ତୁମେ ତୁମ ଦୈନନ୍ଦିନ ଜୀବନର ଅନ୍ୟାନ୍ୟ ଦିଗ ବିଷୟରେ ଚିନ୍ତା କରିପାରିବ କି ? ଯେଉଁଠାରେ ସରକାର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ?
Answer:
ଆମେ ଆମ ଦୈନନ୍ଦିନ ଜୀବନର କିଛି ଅନ୍ୟାନ୍ୟ ଦିଗ ରହିଛି ଯାହାକୁ ସରକାର ଗୁରୁତ୍ଵ ଦେଇଥା’ନ୍ତି । ସେଗୁଡ଼ିକ ହେଲା (କ) ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ ଏପରିକି ଦୁଗ୍‌ଧର ମାନ ଏବଂ ମୂଲ୍ୟ ଉପରେ ନିୟନ୍ତ୍ରଣ ରଖିବା, (ଖ) ପରିବେଶ ଏବଂ ପ୍ରଦୂଷଣରୁ ଜନତାଙ୍କୁ ସୁରକ୍ଷା ଦେବା ଏବଂ ଜଙ୍ଗଲକୁ ସୁରକ୍ଷିତ ରଖୁବା, (ଗ) ବିଦ୍ୟୁତ୍ ଏବଂ ଜଳଯୋଗାଣକୁ ନିୟମିତ ଭାବରେ ନିଶ୍ଚିତ କରିବା, (ଘ) ଯାତାୟାତ ପାଇଁ ସରକାରୀ ବସ୍‌ର ସୁବିଧା ଦେବା, (ଙ) ସ୍ଵଚ୍ଛତା ଉପରେ ନଜର ଦେବା, ଶେଷରେ ପାର୍କ ଏବଂ ରାସ୍ତାର ମରାମତି କରିବା ।

Question 7.
ଉପରୋକ୍ତ ବର୍ଣ୍ଣିତ ସାଇବର ଅପରାଧୀଙ୍କ କ୍ଷେତ୍ରରେ ତିନୋଟି ସରକାରୀ ଅଙ୍ଗ କିପରି କାର୍ଯ୍ୟ କରୁଛି ତାହା ବର୍ଣ୍ଣନା କର । ସେମାନେ କିପରି ଏଥରେ ହସ୍ତକ୍ଷେପ କରିବେ ?
Answer:
ସରକାରଙ୍କର ତିନୋଟି ଅଙ୍ଗ ସାଇବର ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ନିମ୍ନଲିଖ୍ତ ପଦକ୍ଷେପ ନେଇଥାନ୍ତି ।
(୧) ବ୍ୟବସ୍ଥାପକ – ସାଇବର ଅପରାଧକୁ ନିୟନ୍ତ୍ରଣ କରିବାପାଇଁ ବ୍ୟବସ୍ଥାପକ ସଭା ନୂତନ ଆଇନ ପ୍ରଣୟନ କରେ ।
(୨) କାର୍ଯ୍ୟପାଳିକା – ଉକ୍ତ ଆଇନ ବଳରେ କାର୍ଯ୍ୟପାଳିକା ସାଇବର ପୋଲିସ୍ ମୁତୟନ କରି ଅପରାଧୀକୁ ଧରିବା ସହିତ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇଥାଏ ।
(୩) ନ୍ୟାୟପାଳିକା – ନ୍ୟାୟପାଳିକା ଏହି ଅପରାଧ ଘଟଣାକୁ ତର୍ଜମା କରି ଅପରାଧୀମାନଙ୍କୁ ଦୋଷୀ କରିବା ସହିତ ଦଣ୍ଡବିଧାନ କରିଥାଏ ।

Class 6 Social Science Chapter 10 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୧: ଶାସନବିଧି

Question 8.
ଏକ ଶ୍ରେଣୀ ଶିକ୍ଷକତା ଅଭ୍ୟାସ ଭାବରେ, ତୁମେ କଳ୍ପନା କରିପାରିବ କି ଯଦି ତିନୋଟି ଅଙ୍ଗ ସମାନ ଗୋଷ୍ଟୀର ନିୟନ୍ତ୍ରଣରେ ରହିଥାନ୍ତା ତେବେ ଆମେ କେଉଁ ପ୍ରକାରର ବିଶୃଙ୍ଖଳା ଦେଖୁଥା’ନ୍ତେ ? ତୁମେ ଶୁଣିଥ‌ିବା ଏଭଳି କୌଣସି ବାସ୍ତବ ପରିସ୍ଥିତି ବିଷୟରେ ବର୍ଣ୍ଣନା କର ।
Answer:
ଏକ ଶ୍ରେଣୀ ଶିକ୍ଷଣ ଭାବରେ ଆମେ ସରକାରଙ୍କର ତିନୋଟି ଅଙ୍ଗ ଯଥା- ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ହାତରେ ଟେକିଦେବା ଫଳରେ କ’ଣସବୁ ଘଟିବ ସେ ସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଗଲା ।

  1. ବ୍ୟବସ୍ଥାପିକାଦ୍ଵାରା ପ୍ରଣୟନ ହୋଇଥିବା ଆଇନରେ ପକ୍ଷପାତିତା ଥିବାରୁ ଏହା କେବଳ ଦାୟିତ୍ଵରେ ଥ‌ିବା ବ୍ୟକ୍ତିଙ୍କ ଉପକାରରେ ଆସେ ।
  2. ଉକ୍ତ ଆଇନକୁ କାର୍ଯ୍ୟକାରୀ କରୁଥିବା ବ୍ୟକ୍ତିବିଶେଷ ସେହି ଗୋଷ୍ଠୀର ହୋଇଥିବାରୁ ସେମାନେ କରୁଥ‌ିବା ବେନିୟମକୁ କେହି ଅଟକାଇ ପାରିବେ ନାହିଁ ।
  3. ନ୍ୟାୟପାଳିକାର ଦାୟିତ୍ଵରେ ଥିବା ବ୍ୟକ୍ତିବିଶେଷ ଏପରିକି ବିଚାରପତିମାନେ ସେହି ଗୋଷ୍ଠୀର ହୋଇଥିବାରୁ ନ୍ୟାୟ ମିଳିବା ସମ୍ଭବପର ହୋଇନଥାଏ ।

ଏହାର ଏକ ଜ୍ଵଳନ୍ତ ଉଦାହରଣ ଦେଉଛି ଉତ୍ତର କୋରିଆର ନେତା ‘କିଙ୍ଗ ଜଙ୍ଗ୍ ଅନ୍’ । ତାଙ୍କ ହସ୍ତରେ ସରକାରଙ୍କର ଏହି ତିନୋଟି ଅଙ୍ଗର କ୍ଷମତା ପୂର୍ଣ୍ଣ ମାତ୍ରାରେ ରହିଛି ସେ ନିଜେ ଆଇନ ତିଆରି କରନ୍ତି ଓ ତାକୁ କାର୍ଯ୍ୟକାରୀ କରନ୍ତି ଓ ସେ ନିଜେ ମଧ୍ୟ ବିଚାରପତି ହୋଇ ବିଚାର କରନ୍ତି । ତେଣୁ ଆଉନ ଭଙ୍ଗର ସମ୍ଭାବନା ଓ ଆଶଙ୍କା ଅନେକ । ତେଣୁ ଜନସାଧାରଣଙ୍କର ଇଚ୍ଛା ବା କହିବାର ସ୍ୱାଧୀନତା ବା ନ୍ୟାୟପାଇବାର ଆଶା କିଛି ନଥାଏ । ସୁତରାଂ ଏଭଳି ସ୍ଥିତିରେ କେବଳ ଏକଛତ୍ରବାଦୀ ଶାସନ ପ୍ରତିଷ୍ଠା ହୋଇଥାଏ ।

Question 9.
ସାରଣୀକୁ ନିରୀକ୍ଷଣ କର (ଚିତ୍ର ୧୦.୫) । ତୁମ ଜୀବନକୁ ସର୍ବାଧ‌ିକ ପ୍ରଭାବିତ କରୁଥିବା କାର୍ଯ୍ୟ ଏବଂ ଦାୟିତ୍ଵ ଉପରେ ଆଲୋକପାତ କର ।
Answer:
ଆମ ଜୀବନକୁ ସର୍ବାଧ‌ିକ ପ୍ରଭାବିତ କରୁଥିବା କାର୍ଯ୍ୟ ଏବଂ ଦାୟିତ୍ଵ ନିମ୍ନରେ ପ୍ରଦତ୍ତ କରାଗଲା ।
(i) ସୁରକ୍ଷା – ଆମ ଦେଶର ସୁରକ୍ଷା ବାହିନୀ ଆମକୁ ନିରାପଦରେ ରହିବା ସହିତ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ସୁଯୋଗ ଦେଇଛନ୍ତି ।

(ii) ଯୋଗାଯୋଗ – ଯୋଗାଯୋଗ କ୍ଷେତ୍ରରେ ଆମ୍ଭେମାନେ ଦୂରଦର୍ଶନ, ଟେଲିଫୋନ୍, ଇଣ୍ଟରନେଟ୍ ମାଧ୍ୟମରେ ସମଗ୍ର ବିଶ୍ଵର ଦୂରାନ୍ତ ଅଞ୍ଚଳ ସହିତ ଯୋଗାଯୋଗ ରଖୁବା ସହିତ ବିଭିନ୍ନ ସ୍ଥାନରେ ଘଟୁଥ‌ିବା ଘଟଣାମାନ ଜାଣିପାରୁଛୁ ।

(iii) ମୁଦ୍ରା ସରକାରଙ୍କଦ୍ଵାରା ଛପାଯାଇଥିବା ମୁଦ୍ରା ବିନିମୟର ଏକ ମାଧ୍ୟମ ହୋଇଥିବାରୁ ଆମେ ଦୈନନ୍ଦିନ ଜୀବନରେ ଏହାର ବ୍ୟବହାର କରି ବଜାରରୁ ବିଭିନ୍ନ ଦ୍ରବ୍ୟ ପାଇପାରିଥାଉ ।

(iv) ଶିକ୍ଷା – ଶିକ୍ଷା ହେଉଛି ମାନବ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଯାହାକୁ ସରକାର ପୁରଣ କରିବାପାଇଁ ପ୍ରୟାସ କରିଥାଏ । ବିନା ଶିକ୍ଷାରେ ଜୀବନ କଷ୍ଟସାଧ୍ୟ ହେବାସହିତ ଦିଗହରା ହୋଇଯାଏ ।

(v) ପୋଲିସ୍ ଏବଂ ଆଇନ ଶୃଙ୍ଖଳା – ଏକ ଶାନ୍ତ ସ୍ଵାଭାବିକ ଜୀବନଯାପନ କରିବାପାଇଁ ସମାଜରେ ଆଇନ ଶୃଙ୍ଖଳା ରହିବା ନିହାତି ଆବଶ୍ୟକ । ଏହି କାର୍ଯ୍ୟ ସରକାର ପୋଲିସ ମାଧ୍ୟମରେ କରିଥାଏ ।

(vi) ସାଧାରଣ ସ୍ଵାସ୍ଥ୍ୟସେବା – ସାଧାରଣ ଜନତାଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସରକାରଙ୍କର ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ, ଯାହା ସେମାନେ କରିଥା’ନ୍ତି ।

Question 10.
ଦୁଇ ତିନିଜଣ ବୟସ୍କ ବ୍ୟକ୍ତିଙ୍କୁ ସରକାରଙ୍କ ସହ ସେମାନଙ୍କର ସମ୍ପର୍କ କିମ୍ବା ଅନୁଭବ ବିଷୟରେ ପଚାର । ଏହା କେଉଁ ସ୍ତରରେ ଏବଂ କେଉଁ ଉଦ୍ଦେଶ୍ୟରେ ହେଉଛି ?
Answer:
ମୁଁ ତିନିଜଣ ବୟସ୍କ ବ୍ୟକ୍ତିଙ୍କୁ ସରକାରଙ୍କ ସହ ସେମାନଙ୍କର ସମ୍ପର୍କ ବା ଅନୁଭବ ସମ୍ପର୍କରେ ପଚାରିଲି । ସେମାନଙ୍କ କଥା ନିମ୍ନରେ ପ୍ରଦତ୍ତ କରାଗଲା –
(i) ଜଗବନ୍ଧୁ ନାମକ ଜଣେ ବ୍ୟବସାୟୀଙ୍କୁ ପଚାରିବାରୁ ସେ କହିଲେ ମୁଁ ମୋ ବ୍ୟବସାୟ ପାଇଁ ସରକାରଙ୍କୁ କର ଦେଉଛି ଏବଂ ବ୍ୟବସାୟ ଚଳାଇବାପାଇଁ ତାଙ୍କଠାରୁ ଅନୁମତି ପାଇଛି ।

(ii) ଗାୟତ୍ରୀ ନାମକ ଏକ ବୟସ୍କ ମହିଳାଙ୍କୁ ପଚାରିବାରୁ ସେ କହିଲେ ମୁଁ ଏକ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁଛି ଏବଂ ମୁଁ ସରକାରଙ୍କୁ କର ଦେଉଛି ।

(iii) ମୁଁ ରଘୁନାଥ ନାମକ ଜଣେ ବୟସ୍କ କୃଷକଙ୍କୁ ପଚାରିବାରୁ ସେ କହିଲେ ମୁଁ ମୋ କୃଷିକାର୍ଯ୍ୟ ପାଇଁ ସରକାରଙ୍କଠାରୁ ସାର ଓ ମଞ୍ଜିର ସହାୟତା ଯାଉଛି ଏବଂ କୃଷିକରି ପରିବାର ପ୍ରତିପୋଷଣ କରିବା ସହିତ ମୁଁ ଅନ୍ୟମାନଙ୍କୁ ଖାଦ୍ୟଶସ୍ୟ ବିକ୍ରୟକରି ମୋ ପାଉଣା ପାଉଛି ଏବଂ ସେ ତା’ର ଶସ୍ୟ ଦ୍ରବ୍ୟର ଏକ ବୀମା କରିଛି ।

ଏହା ବିଭିନ୍ନ ସ୍ତରରେ ଓ ବିଭିନ୍ନ ଉଦ୍ଦେଶ୍ୟରେ ହେଉଥ‌ିବାର ସେମାନେ କହିଲେ ।

  1. ସରକାରଙ୍କଠାରୁ ରାସ୍ତା ଏବଂ ଜଳ ଉପଲବ୍‌ଧର ସୁବିଧା ।
  2. ଶିକ୍ଷା ଏବଂ ସ୍ଵାସ୍ଥ୍ୟ କ୍ଷେତ୍ରରେ ସୁବିଧାପ୍ରାୟ ହେବା ।
  3. ଦେଶର ନିୟମ ମାନିବା ଏବଂ ନିଜ ଦ୍ରବ୍ୟର ନିରାପତ୍ତାପାଇଁ ବୀମା କରିବା ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ବ୍ୟବସ୍ଥାପିକ ସଭା କାହିଁକି ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ? ଏହା କିପରି ନିଶ୍ଚିତ କରେ ଯେ ଆଇନଗୁଡ଼ିକ ଜନସାଧାରଣ ମଙ୍ଗଳ ହିଁ କରିଥାଏ ?
Answer:
ବ୍ୟବସ୍ଥାପିକା ସଭା ଏଥ‌ିପାଇଁ ଗୁରୁତ୍ଵପୂର୍ଣ୍ଣ କାରଣ ଦେଶକୁ ଶାସନ କରିବାପାଇଁ ଏହା ଆଇନ ତିଆରି କରେ । ଜନସାଧାରଣଙ୍କ ମଙ୍ଗଳ ପାଇଁ ଆଇନଗୁଡ଼ିକ କାର୍ଯ୍ୟ କରିଥାଏ । ବ୍ୟବସ୍ଥାପିକାର କେତେଗୁଡ଼ିଏ କାର୍ଯ୍ୟ ନିମ୍ନରେ ଉଲ୍ଲେଖ କରାଗଲା ।

  1. ଏହା କୌଣସି ଆଇନକୁ ସ୍ୱୀକୃତି ଦେବା ପୂର୍ବରୁ ସଂସଦରେ ଆଲୋଚନା କରାଯାଇଥାଏ ।
  2. ଜନସାଧାରଣଙ୍କ ପ୍ରତିନିଧ୍ଵ କରୁଥ‌ିବା ନାଗରିକମାନେ ବ୍ୟବସ୍ଥାପକ ସଭାକୁ ସେମାନଙ୍କଦ୍ୱାରା ନିର୍ବାଚିତ ହୋଇ ଆସିଥା’ନ୍ତି । ତେଣୁ ସେମାନଙ୍କ ନିଷ୍ପତ୍ତି ସମଗ୍ର ଦେଶର ନିଷ୍ପତ୍ତି ବୋଲି ଧରାଯାଏ ।
  3. ବ୍ୟବସ୍ଥାପିକା ସଭା ସରକାରଙ୍କ କାର୍ଯ୍ୟକୁ ତର୍ଜମା କରି ଆବଶ୍ୟକ ପଡ଼ିଲେ ସରକାରଙ୍କୁ ଦାୟୀ କରିଥା’ନ୍ତି ।

Question 2.
ଆଇନଗୁଡ଼ିକୁ କାର୍ଯ୍ୟକାରୀ କରିବାରେ କାର୍ଯ୍ୟପାଳିକାର ଭୂମିକା କ’ଣ ? ଏହାର ଦୁଇଟି ଉଦାହରଣ କିପରି ଲୋକଙ୍କର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରେ ?
Answer:
ବ୍ୟବସ୍ଥାପକ ସଭାଦ୍ଵାରା ପ୍ରଣୀତ ହୋଇଥିବା ଆଇନକୁ ସରକାର କାର୍ଯ୍ୟପାଳିକା ଭାବରେ ପ୍ରୟୋଗ କରିଥାଏ । ଏହାର ମୁଖ୍ୟ ଦୁଇଟି ଭୂମିକା ହେଲା –

  1. ପୋଲିସ ମାଧ୍ୟମରେ ଦେଶରେ ଆଇନଶୃଙ୍ଖଳା ରକ୍ଷା କରିବା ।
  2. ଶିକ୍ଷା, ସ୍ଵାସ୍ଥ୍ୟ ଏବଂ ଗମନାଗମନ କ୍ଷେତ୍ରରେ ସେବା ଯୋଗାଇଦେବା ।

Class 6 Social Science Chapter 10 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୧: ଶାସନବିଧି

Question 3.
ନ୍ୟାୟପାଳିକା କିପରି ନାଗରିକର ଅଧୁକାର ସୁରକ୍ଷା ଗୁରୁତ୍ବପୂର୍ଣ୍ଣ ? ଏକ ସ୍ଵାଧୀନ ନ୍ୟାୟପାଳିଢ଼ା କାହିଁକି ଗୁରୁତ୍ଵପୂର୍ଣ୍ଣ ?
Answer:
ଆମ ଦେଶରେ ନ୍ୟାୟାଳୟଗୁଡ଼ିକ ନିରପେକ୍ଷ ବିଚାରକରି ଜନସାଧାରଣଙ୍କ ଅଧିକାରକୁ ସୁରକ୍ଷା ଦେଇଥାନ୍ତି ।
ଏକ ସ୍ଵାଧୀନ, ନିରପେକ୍ଷ, ନ୍ୟାୟପାଳିକା ଆବଶ୍ୟକ ଗୁରୁତ୍ଵପୂର୍ଣ୍ଣ ଅଟେ । କାରଣ –

  1. ଏହା ସରକାରଙ୍କଦ୍ଵାରା କ୍ଷମତାର ଅପପ୍ରୟୋଗକୁ ପ୍ରତିରୋଧ କରେ ।
  2. ଆଇନ ଆଗରେ ସମସ୍ତେ ସମାନ ବୋଲି ନ୍ୟାୟାଳୟ ନିଶ୍ଚିତ କରେ ।
  3. ଯଦି କୌଣସି ଆଇନ ତ୍ରୁଟିପୂର୍ଣ୍ଣ ବା ସମ୍ବିଧାନ ବିରୋଧୀ ହୋଇନଥାଏ ତେବେ, ସୁପ୍ରିମ୍ କୋର୍ଟ ତାକୁ ଅଣସାମ୍ବିଧାନିକ ବୋଲି ଘୋଷଣା କରନ୍ତି ।

ନିମ୍ନଲିଖତ ମଧ୍ୟରୁ ସଠିକ୍ ଉତ୍ତର ବାଛି ଲେଖ ।

Question 1.
ଏକ ଦଳ ବ୍ୟକ୍ତି ବିଶେଷ କିମ୍ବା ପଦ୍ଧତି ଯାହା, ଆଇନ ତିଆରି କରେ
(କ) ବ୍ୟବସ୍ଥାପିକା
(ଖ) କାର୍ଯ୍ୟପାଳିକା
(ଗ), ନ୍ୟାୟପାଳିକା
(ଘ) ପୋଲିସ୍
Answer:
(କ) ବ୍ୟବସ୍ଥାପିକା

Question 2.
ଡଃ ଅବ୍‌ଦୁଲ୍ କାଲାମ୍ ଭାରତର ରାଷ୍ଟ୍ରପତି ଭାବରେ ନିମ୍ନୋକ୍ତ କେଉଁ ସମୟରେ ଥିଲେ ?
(କ) ୨୦୦୨ ରୁ ୨୦୦୭
(ଖ) ୨୦୦୪ ରୁ ୨୦୦୯
(ଗ) ୨୦୦୯ ରୁ ୨୦୧୪
(ଘ) ୨୦୧୪ ରୁ ୨୦୧୯
Answer:
(କ) ୨୦୦୨ ରୁ ୨୦୦୭

Question 3.
କେଉଁ ସରକାର ଦେଶର ଆଭ୍ୟନ୍ତରୀଣ ବାଣିଜ୍ୟ ଏବଂ ବୈଦେଶିକ ସମ୍ପର୍କ ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିବାର ଅଧିକାର ପାଇଥାଏ ?
(କ) ଗ୍ରାମ ପଞ୍ଚାୟତ
(ଖ) ରାଜ୍ୟସରକାର
(ଗ) ମ୍ୟୁନିସ୍‌ପାଲ ନିଗମ
(ଘ) କେନ୍ଦ୍ର ସରକାର
Answer:
(ଘ) କେନ୍ଦ୍ର ସରକାର

Question 4.
ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେଉଁଠାରେ ଅଛି ?
(କ) ମୁମ୍ବାଇ
(ଖ) ନୁଆଦିଲ୍ଲୀ
(ଗ) କଲିକତା
(ଘ) ଚେନ୍ନାଇ
Answer:
(ଖ) ନୁଆଦିଲ୍ଲୀ

Question 5.
ସଂସଦର ସଭ୍ୟମାନେ କେଉଁ ଗୃହକୁ ନିର୍ବାଚିତ ହୋଇଥା’ନ୍ତି ?
(କ) କେବଳ ଲୋକସଭାକୁ
(ଖ) କେବଳ ରାଜ୍ୟସଭାକୁ
(ଗ୍) ଲୋକସଭା ଓ ରାଜ୍ୟସଭାକୁ
(ଘ) ରାଜ୍ୟ ବ୍ୟବସ୍ଥାପିକା ସଭାକୁ
Answer:
(ଗ୍) ଲୋକସଭା ଓ ରାଜ୍ୟସଭାକୁ

Class 6 Social Science Chapter 10 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୧: ଶାସନବିଧି

Question 6.
___________ ଏବଂ________ ରାଜ୍ୟ ସରକାରଙ୍କ କାର୍ଯ୍ୟପାଳିକାର ମୁଖ୍ୟ ଅଟନ୍ତି ।
(କ) ରାଜ୍ୟପାଳ ଏବଂ ପ୍ରଧାନମନ୍ତ୍ରୀ
(ଖ) ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ
(ଗ) ରାଜ୍ୟପାଳ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତି
(ଘ) ରାଜ୍ୟପାଳ ଏବଂ ରାଷ୍ଟ୍ରପତି
Answer:
(ଖ) ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ

Question 7.
‘ସତ୍ୟମେବ ଜୟତେ’ର ନିମ୍ନୋକ୍ତ କାହାର ଆଦର୍ଶ ବାକ୍ୟ (motto) ଅଟେ ?
(କ) ସର୍ବୋଚ୍ଚ ନ୍ୟାୟାଳୟ
(ଖ) ଭାରତୀୟ ସାମରିକ ବାହିନୀ
(ଗ) ଭାରତ ସରକାର
(ଘ) ରାଜ୍ୟ ସଚିବାଳୟ
Answer:
(ଗ) ଭାରତ ସରକାର

Question 8.
ପ୍ରତିନିଧୂମୂଳକ ଗଣତନ୍ତ୍ରର ସମ୍ବନ୍ଧରେ ନିମ୍ନୋକ୍ତ କେଉଁ ବାକ୍ୟଟି ସତ୍ୟ ଅଟେ ?
(କ) ଏଥିରେ ଲୋକମାନଙ୍କୁ ସିଧାସଳଖ ଶାସନ କରିବାକୁ ଅନୁମତି ଦିଏ ।
(ଖ) ଏଥିରେ ଜନସାଧାରଣଙ୍କ ତରଫରୁ ନିଷ୍ପତ୍ତି ନେବାପାଇଁ ପ୍ରତିନିଧିମାନେ ନିର୍ବାଚିତ ହୋଇଥା’ନ୍ତି ।
(ଗ) ଏଥରେ ଏକ ମୁଷ୍ଟିମେୟ ଲୋକଙ୍କୁ କ୍ଷମତା
(ଘ) ଏଥରେ ଆଇନର ଆବଶ୍ୟକତାକୁ ଗ୍ରହଣ କରିନଥାଏ ।
Answer:
(ଖ) ଏଥିରେ ଜନସାଧାରଣଙ୍କ ତରଫରୁ ନିଷ୍ପତ୍ତି ନେବାପାଇଁ ପ୍ରତିନିଧିମାନେ ନିର୍ବାଚିତ ହୋଇଥା’ନ୍ତି ।

ଶୂନ୍ୟସ୍ଥାନ ପୂରଣ କର ।

Question 1.
ବ୍ୟବସ୍ଥାପିକାଦ୍ଵାରା ପ୍ରଣୀତ ଆଇନଗୁଡ଼ିକୁ _________ କାର୍ଯ୍ୟକାରୀ କରିଥାଏ ।
Answer:
କାର୍ଯ୍ୟପାଳିକା

Question 2.
ଯେକୌଣସି ସରକାର ଦୁଇଟି ସ୍ତରରେ କାର୍ଯ୍ୟ କରନ୍ତି, ଯଥା ସ୍ଥାନୀୟ ସ୍ତର ଏବଂ __________ |
Answer:
ଜାତୀୟ ସ୍ତର

Class 6 Social Science Chapter 10 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୧: ଶାସନବିଧି

Question 3.
ଗଣତନ୍ତ୍ରର ଅର୍ଥ ହେଉଛି _____________ |
Answer:
ଲୋକମାନଙ୍କର ଶାସନ

Question 4.
___________ ବିଶ୍ଵର ସର୍ବବୃହତ୍ ଗଣତନ୍ତ୍ର ଅଟେ ।
Answer:
ଭାରତ

Question 5.
ନିର୍ବାଚନରେ ଭୋଟ ଦେବାକୁ ହେଲେ ପ୍ରତ୍ୟେକ ନାଗରିକକୁ __________ ବର୍ଷ ହୋଇଥ‌ିବା ଦରକାର ।
Answer:
୧୮

Question 6.
_____________ ଙ୍କୁ ମିଶାଇଲ୍ ମ୍ୟାନ୍ ଅଫ୍ ଇଣ୍ଡିଆ ନାମରେ ନାମିତ କରାଯାଇଛି ।
Answer:
ଡକ୍ଟର ଏପିଜି -ଅବଦୁଲ୍ କାଲାମ୍

Question 7.
ଆମ ଦେଶର ପ୍ରଧାନମନ୍ତ୍ରୀ ___________ ଙ୍କ ଦ୍ଵାରା ନିଯୁକ୍ତ ହୋଇଥା’ନ୍ତି ।
Answer:
ରାଷ୍ଟ୍ରପତି

Question 8.
ସୁପ୍ରିମ୍ କୋର୍ଟର ଆଦର୍ଶ ବାକ୍ୟ ହେଉଛି _______________ |
Answer:
ଯତୋଧର୍ମସ୍ତତୋ

Question 9.
________ ୧୯୩୧ ମସିହାରେ ତାମିଲନାଡୁର ରାମେଶ୍ଵରରେ ଏକ ସାଧାରଣ ପରିବାରରେ ଜନ୍ମ ହୋଇଥୁଲେ, ଯେକି ଭାରତର ଏଗାରତମ ରାଷ୍ଟ୍ରପତି ହେଲେ ।
Answer:
ଡକ୍ଟର ଏପିଜେ ଅବଦୁଲ୍ କାଲାମ୍

Question 10.
ମିଶାଇଲ୍ ବୈଜ୍ଞାନିକ _______________ ଭାରତର ଏଗାରତମ ରାଷ୍ଟ୍ରପତି ଥିଲେ ।
Answer:
ଡକ୍ଟର ଏପିଜେ ଅବଦୁଲ୍ କାଲାମ୍

ଭୁଲ୍ ଠିକ୍ ଲେଖ ।

Question 1.
ଜନସେବାଗୁଡ଼ିକୁ ଘରୋଇ ସଂସ୍ଥାମାନେ ବିନାମୂଲ୍ୟରେ ଯୋଗାଇଦେଇଥାନ୍ତି ।
Answer:
ଭୁଲ ଭୁଲ

Question 2.
ସବୁ ରାଜ୍ୟରେ ଗୋଟିଏ ବିଧାନସଭା ଅଛି ।
Answer:
ଭୁଲ ଭୁଲ

Question 3.
ନିର୍ବାଚନରେ ଭୋଟ ଦେବାକୁ ହେଲେ ଜଣେ ବ୍ୟକ୍ତି ୨୫ ବର୍ଷ ହୋଇଥିବା ଆବଶ୍ୟକ ।
Answer:
ଭୁଲ

Class 6 Social Science Chapter 10 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୧: ଶାସନବିଧି

Question 4.
ରାଜ୍ୟ ବ୍ୟବସ୍ଥାପକ ସଭାର ସଦସ୍ୟମାନେ ଜାତୀୟ ସ୍ତରରେ କାର୍ଯ୍ୟ କରନ୍ତି ।
Answer:
ଭୁଲ

Question 5.
ଆଇନ ଏବଂ ନିୟମମାନ ଥରେ ପ୍ରଣୟନ ହେଲେ ତାହା ସବୁଦିନପାଇଁ ଅପରିବର୍ତ୍ତିତ ରହେ ।
Answer:
ଭୁଲ

Question 6.
ଭାରତର ରାଷ୍ଟ୍ରପତିଙ୍କର ଦେଶ ଚଳାଇବାର ପ୍ରକୃତ କ୍ଷମତା ରହିଛି ।
Answer:
ଭୁଲ

Question 7.
ଡଃ ଏପିଜେ ଅବ୍‌ଦୁଲ୍ କାଲାମ୍ ଭାରତର ଏକାଦଶତମ ରାଷ୍ଟ୍ରପତି ଥିଲେ ।
Answer:
ଠିକ୍

‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭର ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
କେନ୍ଦ୍ର ସରକାର ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳ
ରାଜ୍ୟ ସରକାର ଜାତୀୟ ସ୍ତର
ସ୍ଥାନୀୟ ସରକାର ରାଜ୍ୟ ସ୍ତର
ଉଚ୍ଚ ନ୍ୟାୟାଳୟ ରାଜ୍ୟରେ ଆଇନପ୍ରଣୟନ କରେ
ପ୍ରଧାନମନ୍ତ୍ରୀ ଜାତୀୟ ଆଇନ ପ୍ରଣୟନ କରେ
ଲୋକସଭା ନ୍ୟାୟପାଳିକା
ବିଧାନସଭା କାର୍ଯ୍ୟପାଳିକା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
କେନ୍ଦ୍ର ସରକାର ଜାତୀୟ ସ୍ତର
ରାଜ୍ୟ ସରକାର ରାଜ୍ୟସ୍ତର
ସ୍ଥାନୀୟ ସରକାର ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳ
ଉଚ୍ଚ ନ୍ୟାୟାଳୟ ନ୍ୟାୟପାଳିକା
ପ୍ରଧାନମନ୍ତ୍ରୀ କାର୍ଯ୍ୟପାଳିକା
ଲୋକସଭା ଜାତୀୟ ଆଇନପ୍ରଣୟନ କରେ
ବିଧାନସଭା ରାଜ୍ୟରେ ଆଇନ ପ୍ରଣୟନ କରେ

Class 6 Social Science Chapter 9 Question Answer Odia Medium ପରିବାର ଓ ଗୋଷ୍ଠୀ

Go through Class 6 Social Science Solutions Odia Medium and Class 6 Social Science Chapter 9 Question Answer Odia Medium ପରିବାର ଓ ଗୋଷ୍ଠୀ to understand textbook questions more clearly.

6th Class Social Science Chapter 9 Question Answer Odia Medium

Class 6 Social Science Chapter 9 Odia Medium

ପ୍ରଶ୍ନ, ଅଭ୍ୟାସକାର୍ଯ୍ୟ ଏବଂ ପ୍ରକଳ୍ପ :

Question 1.
ତୁମ ପରିବାର ଏବଂ ପଡ଼ୋଶୀ ଅଞ୍ଚଳରେ ତୁମେ କେଉଁ ନିୟମ ପାଳନ କର ? ସେଗୁଡ଼ିକ କାହିଁକି ଗୁରୁତ୍ଵପୂର୍ଣ୍ଣ ?
Answer:
ଆମେ ଆମ ପରିବାର ଏବଂ ପଡ଼ୋଶୀଅଞ୍ଚରେ ମଧ୍ଯରେ ସାଧାରଣତଃ କେତେଗୁଡ଼ିଏ ନିୟମ ପାଳନ କରୁ । ସେଗୁଡ଼ିକ ସମ୍ପର୍କରେ ନିମ୍ନରେ ପ୍ରଦତ୍ତ ହୋଇଛି ।
ପରିବାରରେ

  1. ସମ୍ମାନଜନକ ଯୋଗାଯୋଗ ପରିବାରର ସଦସ୍ୟମାନଙ୍କ ସମ୍ମାନଜନକ ବ୍ୟବହାର ଏବଂ ଆଦରପୂର୍ଣ୍ଣ ସମ୍ପର୍କଦ୍ଵାରା ବୁଝାମଣା ଠିକ୍ ରହେ ।
  2. କାର୍ଯ୍ୟ ଏବଂ ଦାୟିତ୍ୱ – ପରିବାରର କାର୍ଯ୍ୟଗୁଡ଼ିକ ସଦସ୍ୟମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ । ସମସ୍ତେ ନିଜ ନିଜ କାର୍ଯ୍ୟ ସମୟ ଅନୁସାରେ ସମ୍ପାଦନ କରନ୍ତି ।
  3. ସମୟାନୁବର୍ତ୍ତିତା – ପରିବାରରେ ଏହି ନିୟମ ଜଣେ ସଦସ୍ୟଙ୍କୁ ସମୟାନୁବର୍ତ୍ତୀ କରିଥାଏ ଏବଂ ସେ ନିଜ କାର୍ଯ୍ୟକୁ ସଠିକ୍ ସମୟରେ ସମ୍ପାଦନ କରିବା ସହିତ ନିଜ ସ୍ଵାସ୍ଥ୍ୟ ଓ ନିରାପତ୍ତା ପ୍ରତି ଯବାନ ଥାଏ ।
  4. ସାଧୁତା ଏବଂ ସତ୍ୟବହିତା – ପରିବାରରେ ପରସ୍ପର ମଧ୍ୟରେ ବିଶ୍ୱାସ ଜନ୍ମାଇବା ନିହାତି ଆବଶ୍ୟକ । ପିଲାର ସାଧୁତା ଯୋଗୁଁ ପିତାମାତା ତାକୁ ଆବଶ୍ୟକ ସମୟରେ ସମର୍ଥନ ଦେବା ସହିତ ମାର୍ଗଦର୍ଶନ ମଧ୍ୟ ଦେଇଥା’ନ୍ତି ।

ପଡ଼ୋଶୀ ଅଞ୍ଚଳ ଉତ୍ତମ ପରିବାରରେ ସଦସ୍ୟମାନେ ପରସ୍ପର ମଧ୍ୟରେ ଭଲ ସମ୍ପର୍କ ରଖୁଲାଭଳି ପଡ଼ୋଶୀମାନଙ୍କ ସହିତ ସେହିପରି ସୁସମ୍ପର୍କ ରଖୁବା ଉଚିତ । ପଡ଼ୋଶୀଙ୍କ ସମ୍ପତ୍ତିରେ କ୍ଷତି ନ ପହଞ୍ଚାଇବା, କୋଳାହଳପୂର୍ଣ୍ଣ ବାତାବରଣ ସୃଷ୍ଟି ନ କରିବା, ପଡ଼ୋଶୀଙ୍କ ସହିତ ମିଶି ରହୁଥ‌ିବା ଅଞ୍ଚଳକୁ ପରିଷ୍କାର ରଖୁବା ଇତ୍ୟାଦି କାର୍ଯ୍ୟ କରିବା ଉଚିତ । ଏହି ନିୟମଗୁଡ଼ିକୁ ମାନି ଆମେ ସମାଜର ଏକ ଦାୟିତ୍ଵସମ୍ପନ୍ନ ବ୍ୟକ୍ତି ହେବା ସଙ୍ଗେ ସଙ୍ଗେ ଉତ୍ତମ ନାଗରିକ ହୋଇପାରିବା ।

Question 2.
ତୁମେ ଭାବୁଛ କି କିଛି ନିୟମ ପରିବାର କିମ୍ବା ଗୋଷ୍ଠୀର କିଛି ଲୋକଙ୍କ ପ୍ରତି ଅନ୍ୟାୟ କାହିଁକି ?
Answer:
ହଁ, ସମୟ ସମୟରେ କିଛି ନିୟମ ଯୋଗୁଁ ପରିବାର କିମ୍ବା ଗୋଷ୍ଠୀର କିଛି ଲୋକଙ୍କ ପ୍ରତି ଅନ୍ୟାୟ ହୋଇଥାଏ । ଏହାର କାରଣ ନିମ୍ନରେ ପ୍ରଦାନ କରାଯାଇଛି ।

(i) ପରିବାରରେ ଭେଦଭାବ କାର୍ଯ୍ୟ – ବେଳେବେଳେ ପରିବାରର ପିଲାମାନଙ୍କ ମଧ୍ୟରେ ଛୋଟ ପିଲାଟିଏ ଭାବିଥାଏ ଯେ ତା’ ସହିତ ଭେଦଭାବ କରାଯାଇଛି । ସେ ଭାବେ ଯେ କିଛି ସୁବିଧା ବଡ଼ଙ୍କୁ ଦିଆଗଲାବେଳେ ସେଥୁରୁ ତାକୁ ବଞ୍ଚିତ କରାଯାଇଛି । ତେଣୁ ତାର ମନରେ ପ୍ରତିକ୍ରିୟା ଏବଂ ବିରୋଧଭାବ ସୃଷ୍ଟି ହୁଏ । ସେ ଭାବେ ଯେ ତା’ପ୍ରତି ଅନ୍ୟାୟ କରାଯାଇଛି ।

(ii) ବୁଝାମଣାର ଅଭାବ – ପରିବାରରେ ଯେଉଁ ନିୟମ ଥାଏ, ସେହି ନିୟମକୁ ସମସ୍ତ ସଦସ୍ୟଙ୍କୁ ଭଲ ଭାବରେ ବୁଝାଇଦେବା ଉଚିତ । ତା’ ନହେଲେ ପରସ୍ପର ମଧ୍ୟରେ ବୁଝାମଣାର ଅଭାବ ଦେଖାଦିଏ । ଯେହେତୁ କିଛି ସଦସ୍ୟ ନିୟମର ଉଦ୍ଦେଶ୍ୟ ଠିକ୍ ଭାବରେ ବୁଝିନଥା’ନ୍ତି ସେମାନେ ଭାବନ୍ତି ଯେ ଏହି ନିୟମ ଅନ୍ୟାୟ ଏବଂ ତାଙ୍କ ଉପରେ ଜୋରଜବରଦସ୍ତ ଲଦି ଦିଆଯାଇଛି । ଉଦାହରଣ ସ୍ଵରୂପ, ଛୋଟ ପିଲାଯିଏ ଭାବେ ଏକ ନିର୍ଦ୍ଦିଷ୍ଟ ସମୟରେ ଘରକୁ ଫେରିବାପାଇଁ କୁହାଯାଇଛି ? କାହିଁକି ତାକୁ ବାହାରର କିଛି ସାଙ୍ଗଙ୍କ ସହିତ ମିଶିବାପାଇଁ ବାରଣ କରାଯାଇଛି । ଏହି କଥାକୁ ପିଲାଟି ସଠିକ୍ ଭାବରେ ବୁଝିନଥିବାରୁ ତା’ ମନରେ ପ୍ରତିକ୍ରିୟା ସୃଷ୍ଟି ହୁଏ

(iii) ପକ୍ଷପାତିତା – ଯଦି ପରିବାରର ସଦସ୍ୟ କିମ୍ବା ପଡ଼ୋଶୀଙ୍କ ଧାରଣା ସୃଷ୍ଟି ହୁଏ ଯେ ସେମାନଙ୍କୁ କିଛି ସୁବିଧାରୁ ବଞ୍ଚିତ କରାଯାଇ ଅନ୍ୟମାନଙ୍କୁ ଦିଆଯାଉଛି । ତେବେ ନିୟମଭଙ୍ଗ କରିବା କଥା ସେମାନଙ୍କ ମନକୁ ଆସିଥାଏ । ତେଣୁ ପରିବାରରେ ପିତାମାତାମାନେ ଏବଂ ଗୋଷ୍ଠୀରେ ବାସ କରୁଥିବା ଲୋକମାନେ କେତେଗୁଡ଼ିଏ
ପନ୍ଥା ଆପଣେଇବା ଦରକାର । ସେଗୁଡ଼ିକ ହେଲା – (୧) ମୁକ୍ତ ଯୋଗାଯୋଗ, (୨) ନ୍ୟାୟପୂର୍ଣ୍ଣ ନିୟମର ପ୍ରୟୋଗ, (୩) କାର୍ଯ୍ୟ କଲାବେଳେ ବୟସ ଏବଂ ପରିପକ୍ଵତାକୁ ହିସାବକୁ ନେବା ଆବଶ୍ୟକ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ପରିବାର ମଧ୍ୟରେ ଏକତା କାହିଁକି ଗୁରୁତ୍ଵପୂର୍ଣ୍ଣ ?
Answer:
ପରିବାରର ଏକତା ସଦସ୍ୟମାନଙ୍କର ଉନ୍ନତି ପାଇଁ ଆବଶ୍ୟକ । ପରିବାର ମଧ୍ୟରେ ଏକତାଦ୍ଵାରା ସମାଜର ମଧ୍ଯ ମଙ୍ଗଳ ହୋଇଥାଏ । ଏହାର କେତୋଟି କାରଣ ନିମ୍ନରେ ଲେଖାଯାଇଛି ।

  1. ପରିବାର ପ୍ରତିପୋଷଣ ଏବଂ ଏକ ଭାବପୂର୍ଣ୍ଣ ସମର୍ଥନ ପରିବାର ମଧ୍ୟରେ ପ୍ରେମ, ଯନ୍ତ୍ର ଏବଂ ନିରାପତ୍ତା ଭାବନା ସୃଷ୍ଟି କରିଥାଏ ।
  2. ସାମାଜିକକରଣ ଏବଂ ମୂଲ୍ୟବୋଧ ସାମାଜିକକରଣ ଏବଂ ମୂଲ୍ୟବୋଧ ଶିକ୍ଷାଦ୍ୱାରା ନାଗରିକମାନେ ସାମାଜିକ ରୀତିନୀତି, ନୀତିଶାସ୍ତ୍ର ଉପରେ ଶିକ୍ଷା ପାଇଥା’ନ୍ତି ।
  3. ପରିଚୟ ଏବଂ ଆତ୍ମମର୍ଯ୍ୟାଦା – ପରିବାରରେ ସଦସ୍ୟମାନେ ନିଜର ବ୍ୟକ୍ତିଗତ ପରିଚୟ ଏବଂ ଆତ୍ମମର୍ଯ୍ୟାଦା ଲାଭ କରିଥା’ନ୍ତି ।
  4. ବାସ୍ତବିକ ସମର୍ଥନ – ପରିବାର ସଦସ୍ୟମାନଙ୍କୁ ଆର୍ଥିକ ଏବଂ ଦୈନନ୍ଦିନ ଜୀବନରେ ସହଯୋଗ ମିଳିଥାଏ ।
  5. ଗୋଷ୍ଠୀ ଗଠନ – ପରିବାରଗୁଡ଼ିକ ଏକ ବିଶାଳ ସାମାଜିକ ବ୍ୟବସ୍ଥା ପାଇଁ ଅବଦାନ ଦେଇଥାନ୍ତି ।
  6. ପରିବାର ସଦସ୍ୟମାନଙ୍କୁ ଜୀବନର ପ୍ରତିକୂଳ ମୂହୁର୍ତ୍ତରେ ସହଯୋଗ କରିଥାଏ ।

Question 3.
ଗୋଷ୍ଠୀ କହିଲେ କ’ଣ ବୁଝ ? ଏହାର ଭୂମିକା କ’ଣ ?
Answer:
ଗୋଷ୍ଠୀ କହିଲେ ଏକ ଦଳ ଲୋକଙ୍କୁ ବୁଝାଏ, ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ର ବସବାସ କରିଥା’ନ୍ତି ଏବଂ ସେମାନଙ୍କର ସମୂହ ସ୍ଵାର୍ଥ ଥାଏ । ଭୌଗୋଳିକ ଦୃଷ୍ଟିକୋଣରୁ ଏହା ଏକ ଗ୍ରାମ, ସହର କିମ୍ବା ନଗର ହୋଇପାରେ । ଏତଦ୍‌ବ୍ୟତୀତ ଧର୍ମ, ଧର୍ମୀୟ ଦଳ, ସାଂସ୍କୃତିକ ଦଳ, ଖେଳ ଦଳ ଇତ୍ୟାଦିକୁ ମଧ୍ଯ ଗୋଷ୍ଠୀ ପର୍ଯ୍ୟାୟଭୁକ୍ତ କରାଯାଇଥାଏ ।
ଏକ ଗୋଷ୍ଠୀର ମୁଖ୍ୟ ଭୂମିକା :

  1. ସମସ୍ୟା ସମାଧନ ଏବଂ ସହଯୋଗିତା – ଗୋଷ୍ଠୀଗୁଡ଼ିକ ସାମଜରେ ଥ‌ିବା ସାଧାରଣ ଆହ୍ଵାନଗୁଡ଼ିକୁ ମିଳିତ ଭାବରେ ସମ୍ମୁଖୀନ ହୋଇଥା’ନ୍ତି । ସେମାନେ ସମାଜର ବିଭିନ୍ନ କାର୍ଯ୍ୟ ଯଥା ସ୍ୱଚ୍ଛତା, ପରିବେଶ ସୁରକ୍ଷା, ଅପରାଧ ରୋକିବା ଇତ୍ୟାଦି କାର୍ଯ୍ୟ ମିଳିମିଶି କରିଥା’ନ୍ତି ।
  2. ସଂସ୍କୃତି ଏବଂ ପରମ୍ପରାର ସଂରକ୍ଷଣ– ଗୋଷ୍ଠୀଗତ ଜୀବନରେ ମନୁଷ୍ୟ ନିଜ ନିଜର ସଂସ୍କୃତି ଓ ଦମାନଙ୍କୁ ଦେଇଥା’ନ୍ତି । ପରମ୍ପରାକୁ ପାଳନ କରିବା ସହ ଉତ୍ତରାଧିକାରୀ ସୂତ୍ରରେ ନିଜର ଦାୟା
  3. ସମ୍ବଳ ଏବଂ ସେବା ବଣ୍ଟନ – ଏକ ଗୋଷ୍ଠୀ ଭାବରେ ବିଦ୍ୟାଳୟ, ଡାକ୍ତରଖାନା, ପରିବହନ ବ୍ୟବସ୍ଥା, ଜନମଙ୍ଗଳ କାର୍ଯ୍ୟ ସମସ୍ତେ ମିଳିମିଶି କରିଥା’ନ୍ତି । ସୁତରାଂ ଏକ ଗୋଷ୍ଠୀ ସମାଜରେ ନିଜର ଭୂମିକାକୁ ଦାୟିତ୍ଵର ସହ ତୁଲାଇଥାଏ ।
  4.  ସମସ୍ୟା ସମାଧାନ ଏବଂ ମିଳିତ ଉଦ୍ୟୋଗ – ଗୋଷ୍ଠୀଗୁଡ଼ିକ ସମାଜର ପରିବେଶ ସୁରକ୍ଷା, ଅପରାଧ ନିୟନ୍ତ୍ରଣ ଏବଂ ସ୍ୱଚ୍ଛତା ପାଇଁ ଏକତ୍ର କାର୍ଯ୍ୟ କରିଥା’ନ୍ତି । ସମସ୍ୟା ସମାଧାନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ମିଳିତ ଉଦ୍ୟୋଗରେ ହୋଇଥାଏ ।

ଆସ ଅନୁସନ୍ଧାନ କରିବା

Question 1.
ତୁମ ସାହି ପଡ଼ିଶାରେ ତୁମେ କେଉଁ ପ୍ରକାରର ପରିବାର ଦେଖୁଛ ? ପ୍ରତ୍ୟେକ ପ୍ରକାର ପରିବାର ଓ ଏହାର ସଂଖ୍ୟାକୁ ନେଇ ତାଲିକା ପ୍ରସ୍ତୁତ କର ।
Answer:
ଆମ ସାହି ପଡ଼ିଶାରେ ସାଧାରଣତଃ ତିନି ପ୍ରକାରର ପରିବାର ଦେଖିବାକୁ ମିଳିଥାଏ । ସେଗୁଡ଼ିକ ସାଧାରଣତଃ ଯୌଥ ପରିବାର, ଏକକ ପରିବାର ଏବଂ ଏକପିତା କିମ୍ବା ଏକ ମାତା ଓ ସନ୍ତାନ ଥ‌ି ପରିବାର ।

ଯୌଥ ପରିବାର – ଭାରତରେ ଏକ ପ୍ରାଚୀନ ସାମାଜିକ ବ୍ୟବସ୍ଥା ହେଉଛି ଯୌଥ ପରିବାର । ଏହି ପରିବାରରେ ଜେଜେବାପା, ଜେଜେମା’, ବଡ଼ବାପା, ବଡ଼ମା’, ଦାଦାଖୁଡ଼ି, ବାପା, ମା’, ଭାଇ ଓ ଭଉଣୀମାନେ ଏକତ୍ର ବାସ କରିଥା’ନ୍ତି । ଏପରିକି ନାତି ନାତୁଣୀମାନେ ମଧ୍ଯ ରହିଥା’ନ୍ତି । ସେଥ‌ିରେ ତିନି ପିଢ଼ିର ସମାଗମ ହୋଇଥାଏ । ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ଭଲପାଇବା ଥାଏ ।

ଏକକ ପରିବାର – ଏକକ ପରିବାରରେ ସାଧାରଣତଃ ପିତା ଓ ମାତା ଓ ସେମାନଙ୍କର ପିଲାମାନେ ରହିଥା’ନ୍ତି । ଆଜିକାଲି ଏଭଳି ପରିବାର ବହୁସଂଖ୍ୟାରେ ଦେଖିବାକୁ ମିଳୁଛି ।

ଏକ ପିତା କିମ୍ବା ଏକ ମାତା ଓ ସନ୍ତାନ ଥିବା ପରିବାର – ଏଭଳି ପରିବାରରେ ପିତା ଓ ମାତାଙ୍କ ମଧ୍ୟରୁ ଜଣେ ନଥା’ନ୍ତି ବା ତାଙ୍କର ଦେହାନ୍ତ ହୋଇଥାଏ । ସେଭଳି କ୍ଷେତ୍ରରେ ଜଣେ ମାତା କିମ୍ବା ଜଣେ ପିତା ତାଙ୍କ ସନ୍ତାନଙ୍କ ସହିତ ପାରିବାରିକ ଜୀବନଯାପନ କରିଥା’ନ୍ତି । ଏଭଳି ପରିବାର କ୍ଵଚିତ୍ ଦେଖୁବାକୁ ମିଳିଥାଏ । ଏତଦ୍‌ବ୍ୟତୀତ ଆଉ ଏକ ପରିବାର ଦେଖିବାକୁ ମିଳିଥାଏ, ଯାହାକୁ ସନ୍ତାନବିହୀନ ପରିବାର କୁହନ୍ତି । ଭବ, ପରିବାରରେ କେବଳ ସ୍ଵାମୀ ଓ ସ୍ତ୍ରୀ ଏକ ଦମ୍ପତ୍ତି ଭାବରେ ବିନା ସନ୍ତାନରେ ରହିଥା’ନ୍ତି ।

Question 2.
ତୁମ ସାହି ପଡ଼ିଶାରେ କେଉଁ ପ୍ରକାର ପରିବାର ଅଧିକ ଦେଖାଯାଏ ? ତୁମ ମତରେ ଏପରି କାହିଁକି ହୋଇଛି ବୋଲି ଭାବୁଛ ?
Answer:
ଆମ ସାହିପଡ଼ିଶାରେ ମୁଖ୍ୟତଃ ଏକକ ପରିବାର ଦେଖାଯାଏ । ପୁରାତନ କାଳର ଯୌଥ ପରିବାର ଭାଙ୍ଗିଯିବା ଫଳରେ ବହୁତଗୁଡ଼ିଏ ଏକକ ପରିବାର ସୃଷ୍ଟି ହେଉଛି । ଏହାର କାରଣଗୁଡ଼ିକ ହେଉଛି ସାଧାରଣତଃ ସହରୀକରଣ, ଅର୍ଥନୈତିକ ସ୍ଥିତି ଏବଂ ପରିବର୍ତ୍ତିତ ଜୀବନଶୈଳୀ । ପୁନଶ୍ଚ ଏକକ ପରିବାରଗୁଡ଼ିକ ସ୍ଵାଧୀନତା, ସୁଖସୁବିଧା ଏବଂ ଉତ୍ତମ ଆର୍ଥିକ ପରିଚାଳନା ଚାହିଁଥାନ୍ତି । ଏତଦ୍‌ବ୍ୟତୀତ ଚାକିରି ଓ ଶିକ୍ଷା ଅନ୍ଵେଷଣରେ ଦୂରଦୂରାନ୍ତକୁ ଯିବା ଫଳରେ ଏକକ ପରିବାରମାନେ ସୃଷ୍ଟି ହେଲା ।

Question 3.
ଏକ ଶିକ୍ଷଣ କାର୍ଯ୍ୟ ଭାବରେ, ତୁମେ ସହପାଠୀଙ୍କ କାର୍ଯ୍ୟ ସହିତ ତୁଳନା କରି ଆଲୋଚନା କର ।
Answer:
ଏକ ତୁଳନା କରି ଦେଖାଯାଇଛି ଯେ ଅଧ‌ିକ ସଂଖ୍ୟାରେ ଏକକ ପରିବାର ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଦେଖାଯାଉ ।

Class 6 Social Science Chapter 9 Question Answer Odia Medium ପରିବାର ଓ ଗୋଷ୍ଠୀ

Question 4.
କିଛି ଦୂର ସମ୍ପର୍କୀୟଙ୍କ ସମେତ ତୁମେ ପରିବାରର ସମସ୍ତ ସଦସ୍ୟଙ୍କ ତାଲିକା ପ୍ରସ୍ତୁତ କର । ତୁମ ମାତୃଭାଷା କିମ୍ବା ଆଞ୍ଚଳିକ ଭାଷାରେ ସେମାନଙ୍କ ସମ୍ବୋଧନର ତାଲିକା କର ଏବଂ ଓଡ଼ିଆରେ ସମକକ୍ଷ ଶବ୍ଦ ଖୋଜିବାକୁ ଚେଷ୍ଟା କରି । ଦୁଇଟି ଉଦାହରଣ ନିମ୍ନରେ ଦିଆଯାଇଛି ।
Answer:
ନିମ୍ନରେ ପରିବାରର ସମସ୍ତ ସଦସ୍ୟଙ୍କ ସହ କିଛି ଦୂର ସମ୍ପର୍କୀୟ ତାଲିକା ପ୍ରଦତ୍ତ କରାଯାଇଛି ଏବଂ ସେମାନଙ୍କର ଭାଷା ମଧ୍ୟ ଲେଖାଯାଇଛି ।

ନାମ ଓଡ଼ିଆରେ ଶବ୍ଦ ଓଡ଼ିଆରେ ବର୍ଣ୍ଣନା / ଶବ୍ଦ
ସବିତା ଭଉଣୀ ଇଂରାଜୀରେ କଜିନ୍ (Cousin) ଯେପରିକି ଓଡ଼ିଆରେ ମାମୁ ଝିଅ- ଭଉଣୀ, ଦାଦା-ଝିଅ ଭଉଣୀ, ପିଉସୀ ଝିଅ ଭଉଣୀ
ସମୀର ଦାଦା ବାପାଙ୍କର ସାନଭାଇ (ଦାଦା ବା କାକା)
ସୁମିତ୍ରା ମାଆ ବାପାଙ୍କ ସ୍ତ୍ରୀ
ଅଶୋକ ବାପା ଜେଜେଙ୍କର ପୁଅ
ସୋନି ପିଉସୀ ବାପାଙ୍କ ଭଉଣୀ
ନିନି ଦେଠେଇ, ବଡ଼ବୋଉ ବାପାଙ୍କ ବଡ଼ ଭାଇଙ୍କ ସ୍ତ୍ରୀ
ସୁରେଶ ଦଦେଇ, ବଡ଼ବାପା ବାପାଙ୍କ ବଡ଼ଭାଇ
ସୁନୀଲ ପିଉସା ବାପାଙ୍କ ଭଉଣୀଙ୍କ ସ୍ଵାମୀ
ରୋହନ ମାମୁ ମା’ଙ୍କ ଭାଇ
ରୀତା ମାଈଁ ମା’ଙ୍କ ଭାଇଙ୍କ ସ୍ତ୍ରୀ
ଜ୍ଯୋତି ମାଉସୀ ମା’ଙ୍କ ଭଉଣୀ
ଅଙ୍କିତ ମଉସା ମା’ଙ୍କ ଭଉଣୀଙ୍କ ସ୍ଵାମୀ
ମନୋଜ ଅଜା ମା’ଙ୍କ ବାପା
ସ୍ଥିତା ଆଈ ମା’ଙ୍କ ମା
ଅରୁଣ ଜେଜେବାବା ବାପାଙ୍କ ବାପା
ଅରୁଣା ଜେଜେମା’ ବାପାଙ୍କ ମା’

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ଏବଂ ତୁମ ଉତ୍ତରକୁ କିଛି ସହପାଠୀଙ୍କ ଉତ୍ତର ସହିତ ତୁଳନା କର ।
Question 5.
ବଜାରରୁ କ’ଣ କିଣାଯିବ, ସେ ବିଷୟରେ ତୁମ ପରିବାରର କିଏ ନିଷ୍ପତ୍ତି ନିଅନ୍ତି ?
Answer:
ଆମ ଘରେ ଉଭୟ ପିତାମାତା ଏକତ୍ର ବଜାରରୁ କ’ଣ କିଣାଯିବ ସେ ବିଷୟରେ ନିଷ୍ପତ୍ତି ନିଅନ୍ତି ।

Question 6.
ତୁମ ଘରେ କିଏ ରୋଷେଇ କରନ୍ତି ?
Answer:
ମୋ ମା’ ଆମ ଘରେ ରୋଷେଇ କରନ୍ତି ଏବଂ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ପରିବା କାଟିବା ଏବଂ ଅନ୍ୟାନ୍ୟ କାମରେ ସାହାଯ୍ୟ କରନ୍ତି ।

Question 7.
ତୁମ ପରିବାରରେ ସବୁଠାରୁ ବୟସ୍କ ବ୍ୟକ୍ତି କିଏ ?
Answer:
ଆମ ପରିବାରରେ ସବୁଠାରୁ ବୟସ୍କ ବ୍ୟକ୍ତି ଜେଜେବାପା ଅଟନ୍ତି ।

Question 8.
ତୁମ ଘରର ଚଟାଣ କିଏ ସଫା କରନ୍ତି ?
Answer:
ଆମ ଘରର ଚଟାଣ ବାପା କିମ୍ବା ବଡ଼ଭାଇ ସଫା କରେ ।

Question 9.
ତୁମ ଘରେ ବାସନକୁସନ କିଏ ଧୁଅନ୍ତି ?
Answer:
ଆମ ଘରେ ବାସନକୁସନ ମାଆ ଧୁଅନ୍ତି ।

Question 10.
ତୁମକୁ ଘରେ ପାଠପଢ଼ାରେ କିଏ ସାହାଯ୍ୟ କରନ୍ତି ?
Answer:
ଆମ ଘରେ ପାଠପଢ଼ାରେ ମୋ ପିତାମାତା ସାହାଯ୍ୟ କରନ୍ତି ।

Question 11.
ସାତ ଜଣିଆ ଏହି ପରିବାରର ଏକ ସରଳ ପରିବାର ବୃକ୍ଷ ତିଆରି କର ।
Answer:
ଛାତ୍ରଛାତ୍ରୀମାନେ ନିଜେ କରନ୍ତୁ ।

Question 12.
ବର୍ଷାଙ୍କ ପିତାମାତା କାହିଁକି ସମସ୍ତଙ୍କ ପାଇଁ ପୋଷାକ କିଣିଲେ ବୋଲି ତୁମେ ଭାବୁଛ ?
Answer:
ପାରିବାରିକ ସମ୍ପର୍କ ପ୍ରେମ, ସ୍ନେହ ଏବଂ ଯନ୍ ଉପରେ ନିର୍ଭର କରିଥାଏ । ପରିବାରରେ ପ୍ରତ୍ୟେକ ସଦସ୍ୟଙ୍କର ଭୂମିକା ଏବଂ ଦାୟିତ୍ଵ ଅନ୍ୟ
ପାଇଁ ପୋଷାକ କିଣିଲେ କାରଣ ସେ ସଦସ୍ୟଙ୍କ ଉପରେ ଥାଏ । ତେଣୁ ବର୍ଷାଙ୍କ ପିତାମାତା ସମସ୍ତଙ୍କ ପ୍ରତ୍ୟେକଙ୍କ ପ୍ରତି ତାଙ୍କର ଭଲପାଇବା ଏବଂ ସମର୍ଥନ ଥିଲା ।
ବର୍ଷାଙ୍କର ଦାଦା, ଖୁଡ଼ୀ ମଧ୍ୟ ସେଥିରେ ସନ୍ତୁଷ୍ଟ ଥିଲେ ।

Class 6 Social Science Chapter 9 Question Answer Odia Medium ପରିବାର ଓ ଗୋଷ୍ଠୀ

Question 13.
ଯଦି ତୁମେ ବର୍ଷାଙ୍କ ସ୍ଥାନରେ ଥାନ୍ତ ତେବେ ତୁମେ କ’ଣ କରିଥା’ନ୍ତ ?
Answer:
ମୁଁ ଯଦି ବର୍ଷାଙ୍କ ସ୍ଥାନରେ ଥା’ନ୍ତି, ମୁଁ ନିଶ୍ଚିତ ଭାବରେ ଖୁସି ହୋଇଥାନ୍ତି ଯେ ମୋର ପିତାମାତା ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ବସ୍ତ୍ର କିଣିଛନ୍ତି ଏବଂ ଏହି ବସ୍ତ୍ରମାନ ପର୍ବ ପରିପ୍ରେକ୍ଷୀରେ ସମସ୍ତଙ୍କ ପାଇଁ ଅଣାଯାଇଥିଲା ।

Question 14.
ଓଡ଼ିଶାର ଯେକୌଣସି ଅଞ୍ଚଳର ଏକ ପରିବାରର କାହାଣୀ ତିଆରି କର ଯେଉଁଠାରେ ଆମେ କିଛି ପାରିବାରିକ ମୂଲ୍ୟବୋଧ ପାଳନ ହେଉଥ‌ିବା ଦେଖିପାରିବା । ଲିଖନ ବା ଚିନ୍ତାଙ୍କନ ମାଧ୍ୟମରେ ଏହାକୁ ତୁମେ ତୁମ ଶ୍ରେଣୀରେ ସାଙ୍ଗସାଥୀମାନଙ୍କ ସହିତ ବିନିମୟ କର ।
Answer:
ଓଡ଼ିଶାର ପୁରୀ ଜିଲ୍ଲାର ପିପିଲି ନିକସ୍ଥ ଏକ ଗ୍ରାମରେ ବିଶ୍ଵମୋହନ ନାମକ ଏକ ବ୍ୟକ୍ତିଙ୍କ ପରିବାର ବସବାସ କରୁଥିଲେ । ବିଶ୍ଵମୋହନଙ୍କର ନାତି କୀର୍ତ୍ତିରଞ୍ଜନ ଷଷ୍ଠ ଶ୍ରେଣୀର ଜଣେ ଛାତ୍ର । କୀର୍ତ୍ତିରଞ୍ଜନଙ୍କ ପିତା ଦୀପ୍ତିରଞ୍ଜନ ଜଣେ ସମବାୟ ସମିତିର କର୍ମଚାରୀ । ଅନେକ ଲୋକଙ୍କର ପୁଞ୍ଜି ସମବାୟ ବ୍ୟାଙ୍କରେ ଜମା କରିବା ଏବଂ ସେମାନଙ୍କର ଟଙ୍କା ପଇସାର ହିସାବ ଆଦି କାମ ସେ ସଠିକ୍ ଭାବରେ କରୁଥିଲେ । ଜଣେ ସମ୍ଭୋଟ ବ୍ୟକ୍ତି ଭାବରେ ଦୀପ୍ତିରଞ୍ଜନଙ୍କୁ ସେ ଅଞ୍ଚଳର ସମସ୍ତ ଲୋକ ଜାଣିଥିଲେ ଏବଂ ଶ୍ରଦ୍ଧା ଓ ସମ୍ମାନ ଦେଉଥିଲେ ।

ଦିନକର ଘଟଣା । ଦୀପ୍ତିରଞ୍ଜନ ବାବୁ ତାଙ୍କ କାର୍ଯ୍ୟାଳୟର ପହଞ୍ଚି ଦେଖ‌ିଲେ ଯେ ତାଙ୍କ ତହବିଲରୁ ଏକ ହଜାର ଟଙ୍କରା ଗାଏବ ହୋଇଯାଇଛି । ସମବାୟ ବ୍ୟାଙ୍କର ମ୍ୟାନେଜର ତାଙ୍କ ଉପରେ ବିରକ୍ତ ହୋଇ ସର୍ବଶେଷରେ ତାଙ୍କୁ ପୋଲିସ୍‌କୁ ହସ୍ତାନ୍ତର କରିଥିଲେ । ଏହିକଥା ଚାରିଆଡ଼େ ବ୍ୟାପିଗଲା ଏବଂ ତାଙ୍କୁ ଭଲ ପାଉଥ‌ିବା କିଛି ଲୋକେ ବିସ୍ମିତ ହେଲେ ଏବଂ ଆଉ କିଛି ଲୋକ ନିନ୍ଦା ବି କଲେ । ଦୀପ୍ତିରଞ୍ଜନ କିନ୍ତୁ ଜାଣିଥିଲେ ଯେ ସେ ସଟ ଏବଂ ନୀତିନିଷ୍ଠ । ସେ ତାଙ୍କର ଏହି ଦୁଃଖ ଜଗନ୍ନାଥଙ୍କୁ ଜଣାଇଲେ ଏବଂ ତାଙ୍କ ଉପରେ ହୋଇଥିବା ଦଣ୍ଡକୁ ମଥାପାତି ସହିନେଲେ ।

କିଛିଦିନ ବିତିଗଲା । ଚାକିରିରୁ ବହିଷ୍କାର ହୋଇଥିବାରୁ ଅନେକ ଦୁଃଖ ଭିତରେ ତାଙ୍କ ସଂସାର ଚାଲିଥିଲା । ଜଗନ୍ନାଥଙ୍କର ପରମଭକ୍ତ ହୋଇଥିବାରୁ ସବୁଦିନ ତାଙ୍କର ଦୁଃଖ ସେ ପ୍ରଭୁଙ୍କୁ ଜଣାଇଥିଲେ । ତାଙ୍କ ଦୁର୍ଦ୍ଦିନରେ ତାଙ୍କ ପରିବାର ତାଙ୍କ ସହିତ ଛିଡ଼ା ହୋଇଥିଲେ । ତାଙ୍କ ପିତା ବିଶ୍ଵମୋହନ ପୁତ୍ରର ସନ୍ତୋଟତା ବିଷୟରେ ନିଶ୍ଚିନ୍ନ ଥିଲେ । ସେ ତାଙ୍କ ନାତି କୀର୍ତ୍ତିରଞ୍ଜନକୁ କହୁଥିଲେ, ଦେଖ ତୋର ପିତା, ଯେ କି ମୋର ପୁତ୍ର ଜଣେ ନୀତିନିଷ୍ଠ ଓ ସଛୋଟ ଲୋକ । ପ୍ରଭୁ ଜଗନ୍ନାଥ ତାଙ୍କୁ ନିଶ୍ଚୟ ନ୍ୟାୟ ଦେବେ ।

ରଥଯାତ୍ରା ଦିନ ଦୀପ୍ତିରଞ୍ଜନ ଜଗନ୍ନାଥଙ୍କୁ ରଥରେ ଦର୍ଶନ କରି ମନଦୁଃଖରେ ଘରକୁ ଫେରିଥା’ନ୍ତି । ଏହି ସମୟରେ ସମବାୟ ବ୍ୟାଙ୍କର ମ୍ୟାନେଜର ହଠାତ୍ ଆସି ତାଙ୍କ ଘରେ ପହଞ୍ଚିଲେ ଏବଂ ତାଙ୍କୁ କହିଲେ, ‘‘ଦୀପ୍ତିରଞ୍ଜନ ବାବୁ, ତୁମେ ବର୍ତ୍ତମାନ ନିଘୋଷ ବୋଲି ପ୍ରମାଣିତ ହୋଇ ତହବିଲ୍‌ରୁ ଗାଏବ ହୋଇଥିବା ଅର୍ଥ ଅଫିସ୍‌ର ପିଅନ ଚୋରି କରିଥିବା କଥା ମାନି ସାରିଛି ।’’ ଏ କଥା ଶୁଣିଲାପରେ ଆନନ୍ଦରେ କାନ୍ଦି ପକାଇଲେ ଦୀପ୍ତିରଞ୍ଜନ । ତାଙ୍କ ପରିବାର, ପଡ଼ୋଶୀ ଏବଂ ଆଖପାଖ ଗ୍ରାମର ଲୋକମାନେ ରୁଣ୍ଡହୋଇ ତାଙ୍କୁ ବଧେଇ ଜଣାଇଲେ । ତାଙ୍କର ସମ୍ମାନ ଆହୁରି ବଢ଼ିଗଲା ।

କୀର୍ତ୍ତିରଞ୍ଜନର ଛାତି ମଧ୍ୟ ଗର୍ବରେ ଫୁଲିଉଠିଲା । ଏହି କଥା ତାଙ୍କ ଶିକ୍ଷକ ଶ୍ରେଣୀରେ ଆଲୋଚନା କରି କହିଲେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ସଚ୍ଚୋଟତା ରହିବା ଆବଶ୍ୟକ ଏବଂ ପ୍ରତି ପରିବାରରେ ପରସ୍ପର ପ୍ରତି ସ୍ନେହ, ସହଯୋଗ, ସମ୍ମାନ ଏବଂ ଅନୁକମ୍ପା ରହିଲେ ପରିବାର ସ୍ଵର୍ଗ ପରି ମନେହେବ ।

Question 15.
ଦୁଇ ତିନିଟି ପରିବାରକୁ ବିଚାରକୁ ନେଇ ସମସ୍ତ ସହପାଠୀଙ୍କ ସହ ଏକ ଛୋଟ ନାଟକ ପରିବେଷଣ କର । ତୁମେ ଲେଖୁଥିବା ନାଟକରେ କିଛି ଆହ୍ବାନ ମୂଳକ ପରିସ୍ଥିତି ଅନ୍ତର୍ଭୁକ୍ତ କରାଯାଇପାରେ, ଯାହା ପରିବାର ସମ୍ମୁଖୀନ ହେଉଥ‌ିବା ସମସ୍ୟା ଓ ଏହାର ସମାଧାନ ଉପରେ ଉଦ୍ଦିଷ୍ଟ ଥ‌ିବ ।
Answer:
ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ପରାମର୍ଶ ନେଇ ନିଜେ କରିବେ ।

Question 16.
ବର୍ଷା ଏବଂ ପଙ୍କଜଙ୍କ କାହାଣୀରେ ଆମେ ଯୌଥ ପରିବାରର ଉଦାହରଣ ଦେଖୁଲେ । ଆଧୁନିକ ଜୀବନଶୈଳୀରେ କେଉଁ ଦିଗଗୁଡ଼ିକ କିଛି ପିତାମାତାଙ୍କୁ ଏକକ ପରିବାର (ଅର୍ଥାତ୍ ବୟସ୍କ ପିଢ଼ି କିମ୍ବା ଅନ୍ୟ ସହକର୍ମୀଙ୍କଠାରୁ ଅଲଗା ରହିବା) ପସନ୍ଦ କରିବାକୁ ବାଧ୍ୟ କରାଏ ବୋଲି ତୁମେ ଭାବୁଛ ? ଦୁଇପ୍ରକାର ପରିବାରର କିଛି ଭଲ ବା ଖରାପ ଦିଗଗୁଡ଼ିକ କ’ଣ ହୋଇପାରେ ବୋଲି ତୁମେ ଭାବୁଛ ?
Answer:
ବର୍ଷା ଏବଂ ପଙ୍କଜଙ୍କ କାହାଣୀରେ ଆମେ ଯୌଥ ପରିବାରର ଉଦାହରଣ ଦେଖୁଲେ କିନ୍ତୁ ଆଧୁନିକ ଜୀବନଶୈଳୀରେ ଏକକ ପରିବାର ଦେଖିବାକୁ ମିଳୁଛି । ବୟସ୍କ ଲୋକମାନଙ୍କୁ ପରିବାରରୁ ଅଲଗା ରହିବାକୁ ପଡ଼ୁଛି । ତେବେ ଉଭୟ ଯୌଥ ଏବଂ ଏକକ ପରିବାରର କିଛି ଉପକାର ଏବଂ ଅପକାରକୁ ଆମେ ଆଲୋଚନା କରିବା, ସେଥ‌ିପାଇଁ ନିମ୍ନରେ ଏକ ସାରଣୀ ପ୍ରସ୍ତୁତ ହୋଇଛି ।

ପରିବାର ପଦ୍ଧତି ଉପକାର ଅପକାର
ଯୌଥ ପରିବାର ଦାୟିତ୍ଵ ବଣ୍ଟନ କରାଯାଇଥାଏ ଏବଂ ଅସୁବିଧା ସମୟରେ ସମସ୍ତେ ଏକତ୍ର ଛିଡ଼ା ହୋଇଥା’ନ୍ତି । ଗୋପନୀୟତା କମ୍ ଥାଏ, ଏବଂ ପରସ୍ପର ମଧ୍ୟରେ କଳହ ଅଧ‌ିକ ଥାଏ ।
ଏକକ ପରିବାର ଅଧ୍ଵ ସ୍ଵାଧୀନତା ମିଳେ ଏବଂ ଖର୍ଚ୍ଚ କମ୍ ହୋଇଥାଏ । ଅସୁବିଧା ସମୟରେ ସମର୍ଥନ ମିଳି ନ ଥାଏ । ପରି ବ । ର ର ୟୁବ ସଦସ୍ୟମାନେ ପାରମ୍ପରିକ ମୂଲ୍ୟ ବୁଝି ନଥା’ନ୍ତି ।

Question 17.
ତୁମେ ଶ୍ରେଣୀରେ ଏହି କାହାଣୀ ବିଷୟରେ ଆଲୋଚନା କର । ଗୋଷ୍ଠୀ ପ୍ରତି ଏହା କି ପ୍ରକାର ମନୋଭାବ ପ୍ରକାଶ କରେ ।
Answer:
ଶ୍ରେଣୀରେ ଏହି କାହାଣୀ ବିଷୟରେ ଆଲୋଚନା କରିବା ଫଳରେ ଛାତ୍ରଛାତ୍ରୀଙ୍କ ମନରେ ଗୋଷ୍ଠୀ ପ୍ରତି ଏକ ଦାୟିତ୍ଵପୂର୍ଣ୍ଣ ମନୋଭାବ ସୃଷ୍ଟି ହେଲା । ସମସ୍ତଙ୍କ ମଧ୍ୟରେ ସମାଜର ମଙ୍ଗଳ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା ମନୋଭାବ ସୃଷ୍ଟି ହେଲା ଏବଂ ଗୋଷ୍ଠୀରେ ରହୁଥ‌ିବା ବିଭିନ୍ନ ପ୍ରକାର ନିଷ୍ପେଷିତ ବ୍ୟକ୍ତିଙ୍କ ପ୍ରତି ଅନୁକମ୍ପା ଏବଂ ଦୟାଳୁଭାବ ଜାଗ୍ରତ ହେଲା ।

Question 18.
କମଲ ପରମାରଙ୍କ ପଦକ୍ଷେପରେ କେଉଁ ମୂଲ୍ୟବୋଧ ପ୍ରତିଫଳିତ ହୁଏ ?
Answer:
କମଲ ପରମାର ଏକ ଛୋଟ ଅଟୋ ମରାମତି ଗ୍ୟାରେଜର ମାଲିକ ହୋଇ ମଧ୍ୟ କେତେକ ଗରିବ ଅସହାୟ ପିଲାଙ୍କୁ ପାଠ ପଢ଼ାଇବାର ଯେଉଁ ମହତ୍ତ୍ଵପୂର୍ଣ୍ଣ ଉଦ୍ୟମ କରିଥିଲେ ତାହା ବାସ୍ତବିକ ସମାଜ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ । ତାଙ୍କ ଭିତରେ ଥିବା ଅନୁକମ୍ପା ଏବଂ ଦୟାଳୁ ଭାବନା ପିଲାମାନଙ୍କ ସମାଜର ଏହି ବଞ୍ଚତ ହୃଦୟରେ ପ୍ରଗାଢ଼ ସମ୍ମାନ ଓ କୃତଜ୍ଞତା ଆଣିଦେଲା ।

Question 19.
ସୁବିଧାରୁ ବଞ୍ଚତ ସେହି ଗରିବ ପିଲାମାନଙ୍କ ବିଷୟରେ ଚିନ୍ତା କର । ସମାଜ ସେମାନଙ୍କ ପ୍ରତି ଅନ୍ୟାୟ କରିଛି ବୋଲି ତୁମେ ଭାବୁଝ କି ?
Answer:
ଏହା ନିଶ୍ଚିତ ଯେ ସମାଜ ଗରିବ ପିଲାମାନଙ୍କୁ ସମସ୍ତ ସୁବିଧାରୁ ବଞ୍ଚିତ କରି ଅନ୍ୟାୟ କରିଛି । ସେମାନଙ୍କ ପାଇଁ ଶିକ୍ଷା, ସ୍ଵାସ୍ଥ୍ୟ ଏବଂ ଜୀବିକାର କୌଣସି ସୁବିଧା ଦିଆଯାଇ ନାହିଁ ।

Question 20.
ସମସ୍ତ ପିଲାଙ୍କ ଶିକ୍ଷାଗ୍ରହଣ ସୁନିଶ୍ଚିତ କରିବା ନିମନ୍ତେ ସମାଜ କ’ଣ କରିବା ଉଚିତ ?
Answer:
ସମସ୍ତ ପିଲାଙ୍କ ଶିକ୍ଷାଗ୍ରହଣ ସୁନିଶ୍ଚିତ କରିବା ନିମନ୍ତେ ସମାଜ ନିମ୍ନଲିଖତ ପଦକ୍ଷେପ ନେବା ଆବଶ୍ୟକ ।
(୧) ଏହି ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ନିଶ୍ଚିତ ହେବା ଦରକାର ।
(୨) ବିନା ମୂଲ୍ୟରେ ସ୍କୁଲ ୟୁନିଫର୍ମ, ପୁସ୍ତକ ଖାତା ଇତ୍ୟାଦି ଆବଶ୍ୟକୀୟ ଷ୍ଟେସନାରୀ ଜିନିଷ ଯୋଗାଇଦେବା ଆବଶ୍ୟକ ।
(୩) ଯଦି ସମ୍ଭବ ହୁଏ, ଗରିବ ପିଲାମାନଙ୍କପାଇଁ ରହିବାର ସୁବିଧା ମଧ୍ୟ କରାଯିବା ଉଚିତ । ଫଳରେ ସେମାନେ ବିନା ଦେୟରେ ଶିକ୍ଷା ଲାଭ କରିପାରିବେ ।

Question 21.
ତୁମ ପରିବାର ବାହାରେ ଥିବା ସମସ୍ତ ଲୋକଙ୍କର ଏକ ତାଲିକା ପ୍ରସ୍ତୁତ କର ଯେଉଁମାନେ କୌଣସି ନା କୌଣସି ଭାବରେ ସେମାନଙ୍କ କାର୍ଯ୍ୟ ମାଧ୍ୟମରେ ତୁମକୁ ସମର୍ଥନ କରୁଛନ୍ତି ?
Answer:
ପରିବାର ମଧ୍ୟରେ ଥ‌ିବା ଲୋକଙ୍କର ସାହାଯ୍ୟ ମିଳିବା ସଙ୍ଗେ ସଙ୍ଗେ ପରିବାରର ବାହାରେ ଥ‌ିବା ଲୋକ ମଧ୍ୟ ଆମକୁ ସାହାଯ୍ୟ କରିଥା’ନ୍ତି । ସେମାନେ ହେଲେ ଯଥା- ଶିକ୍ଷକ, ଡାକ୍ତର, ନର୍ସ, ଫର୍ମାଶିଷ୍ଟ, କୃଷକ, ପୋଲିସ୍, ନିରାପତ୍ତା କର୍ମଚାରୀ, ସ୍ଵେଚ୍ଛାସେବୀ କର୍ମଚାରୀ, ପୋଷ୍ଟମ୍ୟାନ୍, ଖାଦ୍ୟ ପାର୍ସଲ ଯୋଗାଣକାରୀ, ଇଲେକ୍ଟ୍ରି ସିଆନ୍, ପାଇପ୍ ମିସ୍ତ୍ରୀ, ସଫେଇ ଇତ୍ୟାଦି ।

ଏହା ବିଷୟରେ ଚିନ୍ତା କର :

Question 1.
ପଙ୍କଜଙ୍କ ବାପା କାହିଁକି ବିଶେଷ ଖର୍ଚ୍ଚ ପାଇଁ ପତ୍ନୀଙ୍କ ସହ ପରାମର୍ଶ କରନ୍ତି ?
Answer:
ପଙ୍କଜଙ୍କ ବାପା ବିଶେଷ ଖର୍ଚ୍ଚ ପାଇଁ ପତ୍ନୀଙ୍କ ସହ ପରାମର୍ଶ କରନ୍ତି କାରଣ ସେ କିଛି ଖର୍ଚ୍ଚକୁ କାଟ କରି ସଞ୍ଚୟ କରିବାକୁ ଚାହାଁନ୍ତି, ଯାହାଫଳରେ ସେ ଜରୁରୀ ପରିସ୍ଥିତିକୁ ସାମନା କରିପାରିବେ ।

Question 2.
ଘର କାମରେ ବାପାଙ୍କର ଅଂଶଗ୍ରହଣ ବିଷୟରେ ତୁମର ମତ କ’ଣ ?
Answer:
ଘରକାମ ବିଭିନ୍ନ ପ୍ରକାରର ହୋଇଥିବାରୁ ଜଣେ ବ୍ୟକ୍ତିଦ୍ଵାରା ସବୁ କାମ ସମ୍ଭବପର ନୁହେଁ । ଘର ଭିତର କାର୍ଯ୍ୟ ଏବଂ ଘର ବାହାରର କାର୍ଯ୍ୟ କରିବାରେ ପିତାମାତା ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରିଥା’ନ୍ତି । ବାପା କିନ୍ତୁ ବିଶେଷ ଭାବରେ ଘର ବାହାରର କାର୍ଯ୍ୟ କରିଥାନ୍ତି । ସୁତରାଂ ଘର କାମରେ ବାପା ବିଶେଷ ଅଂଶଗ୍ରହଣ କରିଥାନ୍ତି ।

Class 6 Social Science Chapter 9 Question Answer Odia Medium ପରିବାର ଓ ଗୋଷ୍ଠୀ

Question 3.
ଜେଜେବାପା କେଉଁ ଭୂମିକା ନିର୍ବାହ କରନ୍ତି ?
Answer:
ଜେଜେବାପା ଘରର ବୟୋଜ୍ୟେଷ୍ଠ ବ୍ୟକ୍ତି ହୋଇଥିବାରୁ ଘରର ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେବା ପାଇଁ ସେ ଉପଦେଶ ଦେଇଥା’ନ୍ତି । ତାଙ୍କର ଅଧ‌ିକ ଅଭିଜ୍ଞତା ଥ‌ିବାରୁ ଅସୁବିଧାର ସମ୍ମୁଖୀନ ହେଲେ ବାପା ଓ ମାଆ ଉଭୟ ତାଙ୍କଠାରୁ ପରାମର୍ଶ ଗ୍ରହଣ କରନ୍ତି ।

ଅନୁସନ୍ଧାନ କରିବା :

Question 1.
ତୁମେ କେଉଁ ପ୍ରକାର ଗୋଷ୍ଠୀର ଅଂଶ ?
Answer:
ଛାତ୍ରଛାତ୍ରୀମାନେ ନିଜେ କରିବେ ।

Question 2.
ବିଦ୍ୟାଳୟରେ ଏପରି କୌଣସି କ୍ଲବ୍ ଅଛି କି ଯାହାର ତୁମେ ସଦସ୍ୟ ଅଟେ ? ଏହା କିପରି କାର୍ଯ୍ୟ କରେ ?
Answer:
ଆମ ବିଦ୍ୟାଳୟରେ ତର୍କ ପ୍ରତିଯୋଗୀତା କ୍ଲବ, ସ୍ପୋର୍ଟସ୍ କ୍ଲବ୍ ଏବଂ ସ୍କାଉଟ୍ ଏବଂ ଗାଇଡ଼୍ ଅଛି । ପ୍ରତ୍ୟେକ କ୍ଲବ୍‌ରେ କିଛି କିଛି ଛାତ୍ରଛାତ୍ରୀ ଅଛନ୍ତି ଯାହାର ପରିଚାଳନା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କରିଥା’ନ୍ତି । ମୁଁ ସ୍ପୋର୍ଟଡ୍ କ୍ଲବ୍‌ର ଜଣେ ସଦସ୍ୟ ଅଟେ ।

Class 6 Social Science Chapter 8 Question Answer Odia Medium ବିବିଧତା ମଧ୍ୟରେ ଏକତା, ବା ‘ଅନେକରେ ଏକ’

Go through Class 6 Social Science Solutions Odia Medium and Class 6 Social Science Chapter 8 Question Answer Odia Medium ବିବିଧତା ମଧ୍ୟରେ ଏକତା, ବା ‘ଅନେକରେ ଏକ’ to understand textbook questions more clearly.

6th Class Social Science Chapter 8 Question Answer Odia Medium

Class 6 Social Science Chapter 8 Odia Medium

ପ୍ରଶ୍ନ, ଅଭ୍ୟାସ କାର୍ଯ୍ୟ ଏବଂ ପ୍ରକଳ୍ପ :

Question 1.
ଅଧ୍ୟାୟ ଆରମ୍ଭରେ ଦିଆଯାଇଥବା ଦୁଇଟି ଉଦାହରଣ ଉପରେ ଶ୍ରେଣୀରେ ଏକ ଆଲୋଚନା ଚକ୍ର ଆୟୋଜନ କର ।
Answer:
ବିଷୟ ଆରମ୍ଭରେ ଦୁଇଟି ଉଦାହରଣ ପ୍ରଦତ୍ତ ଅଛି । ଗୋଟିଏ ରବୀନ୍ଦ୍ରନାଥ ଠାକୁରଙ୍କର ହୋଇଥିଲାବେଳେ ଅନ୍ୟଟି ଶ୍ରୀଅରବିନ୍ଦଙ୍କର । ଉଭୟଙ୍କର ଉଦାହରଣରେ ଭାରତୀୟ ସଂସ୍କୃତିର ବିବିଧତା ମଧ୍ୟରେ ଏକତ୍ଵକୁ ଦର୍ଶାଯାଇଛି । ତେବେ ଆମେ ପ୍ରଥମେ ରବୀନ୍ଦ୍ରନାଥ ଠାକୁରଙ୍କର ଉଦାହରଣକୁ ବିଶ୍ଳେଷଣ କରିବା ।

‘ହେ ବନ୍ଧୁ, ମୋ ପ୍ରାର୍ଥନା ସ୍ଵୀକାର କର, ଯେପରି ମୁଁ ଅନେକଙ୍କ ମଧ୍ୟରେ ମଧ୍ୟ ଜଣଙ୍କ ସ୍ପର୍ଶର ଆନନ୍ଦ କେବେ ବି ହରାଇବି ନାହିଁ”? – ରବୀନ୍ଦ୍ରନାଥ ଠାକୁର ।

ଏହି ଉକ୍ତିରେ ରବୀନ୍ଦ୍ରନାଥ ଠାକୁର ପ୍ରାର୍ଥନା କରି କହିଛନ୍ତି ଯେ ‘ହେ ପ୍ରଭୁ, ମୋର ଭାବନାକୁ ସ୍ଵୀକାର କର ଯାହାଫଳରେ ମୁଁ ଅନେକ ବିବିଧତା ମଧ୍ୟରେ ଜଣକର ସ୍ପର୍ଶର ଆନନ୍ଦ ପାଇପାରିବି । ଏହାର ଅର୍ଥ ସମଗ୍ର ଭାରତବର୍ଷରେ ଥ‌ିବା ବିବିଧତା ଯେପରି ତା’ର ଏକତ୍ଵକୁ ବଜାୟ ରଖୁବ । ବାସ୍ତବରେ ଆମ ଦେଶ ଭାରତବର୍ଷ ଅନେକ ଭାଷା, ଧର୍ମ, ସଂସ୍କୃତି, ପ୍ରଥା ଓ ପରମ୍ପରାରେ ବିଭିନ୍ନତା ଦର୍ଶାଇଲେ ବି ଏ ସମସ୍ତଙ୍କ ଭିତରେ ଏକ ଅଦେଖା ଡୋରି ରହିଛି ଯାହା ସେସବୁକୁ ବାନ୍ଧି ରଖୁଛି । ଏହି ସତ୍ତାକୁ ଅନୁଭବ କରିବାପାଇଁ ରବୀନ୍ଦ୍ରନାଥ ଠାକୁର ଇଚ୍ଛା କରିଛନ୍ତି ।

ଦ୍ଵିତୀୟ ଉଦାହରଣଟି ହେଉଛି ଶ୍ରୀ ପାଇଁ ସର୍ବଦା ସ୍ଵାଭାବିକ ରହି ଆସିଛି ଏବଂ ଏହାର ପ୍ରକୃତି, ଅନେକରେ ଏକ, ଏହା କରିବ ।””

ଅରବିନ୍ଦଙ୍କର । ‘ବିବିଧତା ମଧ୍ୟରେ ଏକତାର ନୀତି ଯାହା ଭାରତ ଏହାକୁ ଚରିତାର୍ଥ କରିବା ଭାରତର ଅସ୍ତିତ୍ଵର ମୌଳିକ ଗତିପଥ ଏବଂ ଭାରତକୁ ତାହାର ସ୍ଵଭାବ ଓ ସ୍ଵଧର୍ମର ନିଶ୍ଚିତ ଭିଭିଭୂମିରେ ସ୍ଥାପନ ଶ୍ରୀଅରବିନ୍ଦଙ୍କର ଏହି ଉକ୍ତି ଭାରତର ନିଜସ୍ଵ ସ୍ଵଭାବ ଏବଂ ସାମର୍ଥ୍ୟ ଯାହା ବିବିଧତା ମଧ୍ୟରେ ଏକତ୍ଵକୁ ପ୍ରତିଷ୍ଠା କରିପାରିଛି । ବିବିଧତା ମଧ୍ୟରେ ନିଜର ମୌଳିକ ଅସ୍ତିତ୍ଵକୁ ସେ ଚରିତାର୍ଥ କରିଛି ଏବଂ ପ୍ରକୃତି ମଧ୍ୟରେ ଥ‌ିବା ଅନେକ ପାର୍ଥକ୍ୟ ମଧ୍ୟରେ ଏକତ୍ଵ ସୃଷ୍ଟି କରିପାରିଛି । ଏହାହିଁ ଭାରତବର୍ଷକୁ ସ୍ଵଭାବ ଏବଂ ସ୍ଵଧର୍ମରେ ଭିତ୍ତିଭୂମି ସ୍ଥାପନ କରିବାରେ ସହାୟକ ହୋଇଛି ।

Question 2.
ଏହି ପାଠ୍ୟପୁସ୍ତକର ପ୍ରାରମ୍ଭିକ ପୃଷ୍ଠାଗୁଡ଼ିକରେ ଜାତୀୟ ସଙ୍ଗୀତ ଏବଂ ଏହାର ଅନୁବାଦ ପଢ଼ । ତୁମେ କେଉଁଠାରେ ବିବିଧତାକୁ ଦେଖୁଛ ? ଆଉ କେଉଁଠି ଏକତା ? ଏହା ଉପରେ ଏକ ପୃଷ୍ଠା ଲେଖ ।
Answer:
ପାଠ୍ୟପୁସ୍ତକରେ ପ୍ରଦତ୍ତ ଜାତୀୟ ସଙ୍ଗୀତରେ ଲେଖାଥ‌ିବା ‘ଜନଗଣ ମନ ଅଧିନାୟକ ଜୟ ହେ’ ସୁନ୍ଦର ଭାବରେ ଭାରତର ବିବିଧତା ମଧ୍ୟରେ ଏକତ୍ଵର ଭାବନାକୁ ପ୍ରତିଷ୍ଠା କରିଛି । ଏହା ରବୀନ୍ଦ୍ରନାଥ ଠାକୁରଙ୍କଦ୍ଵାରା ବେଙ୍ଗଲୀ ଭାଷାରେ ଲେଖାଯାଇଛି ।

ସେହିପରି ଜାତୀୟ ସଙ୍ଗୀତରେ ଲିଖୁତ ପଞ୍ଜାବ, ସିନ୍ଧୁ, ଗୁଜରାଟ, ମରାଠା, ଦ୍ରାବିଡ଼, ଉତ୍କଳ, ବଙ୍ଗ ଦର୍ଶାଇଦିଏ ଯେ କିପରି ଭାରତବର୍ଷରେ ବିଭିନ୍ନ ଅଞ୍ଚଳ ଏବଂ ଭାଷାଭାଷୀର ଲୋକ ଏକତ୍ର ବସବାସ କରିଛନ୍ତି । ଏହା ଏକ ବିବିଧତାର ପ୍ରସଙ୍ଗ ହେଲେ ବି ତା’ ମଧ୍ୟରେ ଏକ ଏକତ୍ଵର ଭାବନା ସୃଷ୍ଟି କରିଛି ।

ଭୌଗୋଳିକ ଦୃଷ୍ଟିକୋଣରୁ ଜାତୀୟ ସଙ୍ଗୀତରେ ହିମାଳୟ ପର୍ବତମାଳା, ଗଙ୍ଗା, ଯମୁନା ଆଦି ପବିତ୍ର ନଦୀ ଓ ଭାରତ ମହାସାଗର ମଧ୍ଯ ଭୌଗୋଳିକ ବିବିଧତା ଦର୍ଶାଇଛି । ଏସବୁ ସତ୍ତ୍ଵେ ଭାରତବାସୀଙ୍କ ମନ ଭିତରେ ଜାତୀୟ ସଙ୍ଗୀତ ଆଣିଦେଇଛି ଏକ ଜାତୀୟ ଏକତ୍ଵ । ଏହି ଭାବନା ବିଶେଷକରି ଭାରତୀୟମାନଙ୍କ ମନରେ ସୃଷ୍ଟି ହୋଇଛି ଜାତୀୟ ସଙ୍ଗୀତରେ ଥ‌ିବା ଲେଖା, ‘ଜୟ ହେ, ଜୟ ହେ, ଜନଗଣ ମଙ୍ଗଳ ଦାୟକ ଜୟ ହେ’’, ଏହା ଭାରତର ବିଜୟର ବାର୍ତ୍ତା ଦେବା ସଙ୍ଗେ ସଙ୍ଗେ ସମଗ୍ର ଜନତାର ମଙ୍ଗଳ କାମନା କରିଛି ।

ଦେଶର ଏହି ଜାତୀୟ ସଙ୍ଗୀତ ଭାରତର ବିବିଧତା ମଧ୍ୟରେ ଏକତ୍ଵର ଏକ ଶକ୍ତିଶାଳୀ ସଙ୍କେତ ।

Question 3.
ପଞ୍ଚତନ୍ତ୍ରରୁ କିଛି କାହାଣୀ ଚୟନ କର ଏବଂ ସେମାନଙ୍କର ବାର୍ତ୍ତା କିପରି ଆଜି ବି ପ୍ରାସଙ୍ଗିକତା ବହନ କରେ ସେ ବିଷୟରେ ଆଲୋଚନା କର । ତୁମ ଅଞ୍ଚଳର ଏହିପରି କୌଣସି ସମାନ କାହାଣୀ ବିଷୟରେ ତୁମେ ଜାଣ କି ?
Answer:
ପଞ୍ଚତନ୍ତ୍ର ଗପଗୁଡ଼ିକ ହେଉଛି କାଳାତୀତ ଜ୍ଞାନ । ଏଠାରେ ସେଗୁଡ଼ିକ ମଧ୍ୟରୁ କିଛି ବର୍ଣ୍ଣନା କରାଯାଇଛି ଯାହାକି ଆଜି ମଧ୍ୟ ପ୍ରାସଙ୍ଗିକ ।

(୧) ସିଂହ ଏବଂ ଶୃଗାଳ – ଏହି ଗପରେ ନିଜର ଉପସ୍ଥିତ ବୁଦ୍ଧିକୁ ଗୁରୁତ୍ୱାରୋପ କରାଯାଇଛି । ଦୁର୍ବଳ ଶୃଗାଳ ଶକ୍ତିଶାଳୀ ସିଂହକୁ ନିଜର ଚତୁରତା ବଳରେ ହରାଇ ଦେଇଛି । ଆଧୁନିକ ଯୁଗରେ ଏହା ସ୍ଵୀକାର୍ଯ୍ୟ ଯେ ଜଣେ ନିଜର କୌଶଳ ଓ ସମସ୍ୟା ସମାଧାନ କରିବାର ସାମର୍ଥ୍ୟ ବଳରେ ଦୁଷ୍ଟ ଶକ୍ତି ଉପରେ ମଧ୍ୟ ବିଜୟ ହାସଲ କରିପାରିବ ।

(୨) କୁଆ ଓ ମାଠିଆ : ପଞ୍ଚତନ୍ତ୍ରରେ ଲିଖ୍ ଅନ୍ୟତମ ଗଳ୍ପ ହେଉଛି ‘‘କୁଆ ଏବଂ ମାଠିଆ’ । ଏହି ଗଳ୍ପ ଶିକ୍ଷା ଦିଏ ଯେ ନିଜର ଅଧ୍ୟବସାୟ ଏବଂ ସମ୍ବଳ ବଳରେ ତୁମେ ନିଜର କାର୍ଯ୍ୟ ସମ୍ପାଦନ କରିପାରିବ । ଯେପରି ଏକ ତୃଷାର୍ଥ କୁଆ ସ୍ଵଳ୍ପ ପାଣି ଥିବା ମାଠିଆ ମଧ୍ୟକୁ ଛୋଟ ଛୋଟ ଗୋଡ଼ି ପଥର ପକାଇ ପାଣିର ସ୍ତରକୁ ଉପରକୁ ଉଠାଇ ପିଇପାରିଲା, ସେହିଭଳି ଆମେ ଏହି ଶିକ୍ଷାକୁ ଆମ ଜୀବନର ନିଜସ୍ୱ ସଂଗ୍ରାମକୁ ଅବ୍ୟାହତ ରଖ୍ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବା ।

(୩) ନିର୍ବୋଧ ସିଂହ ଏବଂ ଚତୁର ଠେକୁଆ – ପଞ୍ଚତନ୍ତ୍ରରେ ଲିଖୁ ଏହି ଗଳ୍ପ ଶିକ୍ଷା ଦିଏ ଯେ ନିଜର ବୁଦ୍ଧି ଏବଂ ଜ୍ଞାନ ବଳରେ ତୁମେ ଶକ୍ତିଶାଳୀ ଓ କ୍ଷମତାଶାଳୀ ବ୍ୟକ୍ତିଙ୍କୁ ମଧ୍ୟ ପରାହତ କରିପାରିବ, ଯେପରି ନିଜର ଚତୁରତା ପ୍ରଦର୍ଶନ କରି ଠେକୁଆ ସିଂହକୁ ବୋକା ବନାଇପାରିଲା । ସେହିପରି ନିଜର ଧୈର୍ଯ୍ୟ, ଉପସ୍ଥିତ ବୁଦ୍ଧି ଏବଂ ସମସ୍ୟା ସମାଧାନର ଦକ୍ଷତା ବଳରେ ମନୁଷ୍ୟ କଷ୍ଟସାଧ୍ୟ ସମୟରେ ନିଜକୁ ସଫଳ କରିପାରିବ । ପଞ୍ଚତନ୍ତ୍ରର ଏହି ଗଳ୍ପମାନଙ୍କରୁ ଆମେ ସାର୍ବଜନୀନ ବିଜ୍ଞତା ଶିକ୍ଷା କରିଥାଉ ଯାହା ଜୀବନର ଆହ୍ଵାନକୁ ସାମନା କରିପାରିବ ।

Question 4.
ତୁମ ଅଞ୍ଚଳରୁ କିଛି ଲୋକକାହାଣୀ ସଂଗ୍ରହ କର ଏବଂ ସେଗୁଡ଼ିକରେ ଥ‌ିବା ବାର୍ତ୍ତା ବିଷୟରେ ଆଲୋଚନା କର ।
Answer:
ଏହି ପ୍ରଶ୍ନ ଉପରେ ବିଦ୍ୟାର୍ଥୀମାନେ ନିଜ ନିଜ ଅଞ୍ଚଳରେ ଥ‌ିବା ଲୋକକାହାଣୀ ସଂଗ୍ରହ କରି ଲେଖୁବେ । କିନ୍ତୁ ସେମାନଙ୍କୁ ବୁଝିବାପାଇଁ ଆମେ କିଛି ଲୋକକାହାଣୀ ନିମ୍ନରେ ଉପସ୍ଥାପନ କରିଛୁ ।

ଲୋଭୀ ତନ୍ତୀ : ଏହି ଗଳ୍ପଟି ପୁରାତନ ଯୁଗର ବିଦର୍ଭ ଅଞ୍ଚଳର । ବର୍ତ୍ତମାନ ଏହି ଅଞ୍ଚଳ ମହାରାଷ୍ଟ୍ରରେ ଅବସ୍ଥିତ । ଏକଦା ଏହି ଅଞ୍ଚଳରେ ଏକ ତନ୍ତୀ ବସବାସ କରୁଥିଲା ଯେ କି ଅତ୍ୟନ୍ତ ଲୋଭୀ ପ୍ରକୃତିର ଥିଲା ।

ଜୀବନର ପ୍ରାରମ୍ଭରେ ସେ ଏକ ସରଳ ଜୀବନ ଯାପନ କରୁଥିଲା । କାଳକ୍ରମେ ଲୋଭ ମୋହର ବଶବର୍ତ୍ତୀ ହୋଇ ସେ ସର୍ବଦା ଅଧ୍ବକ ଧନପ୍ରାପ୍ତି ପାଇଁ ଇଚ୍ଛା କଲା । ଦିନ ରୁ ଦିନ ସେ ଅଧିକ ଧନ ରୋଜଗାର କଲା; କିନ୍ତୁ ସେ ଅଧିକ ଧନଲୋଭରେ ଅସୁଖୀ ରହିଲା । କାରଣ ଧନର ଲାଳସା ତା ମନରେ ଶାନ୍ତି ଆଣିପାରିଲା ନାହିଁ । ଶେଷରେ ସେ ନିଜର ଲୋଭ ପାଇଁ ସମସ୍ତ ଧନକୁ ହରାଇଲା । ଏହି ଗଳ୍ପରୁ ଶିକ୍ଷା ମିଳେ ଯେ ଲୋଭ କିପରି ଭୟଙ୍କର ପରିସ୍ଥିତିରେ ପକାଇଦିଏ ଏବଂ ଏଥୁରୁ ମଧ୍ଯ ଶିକ୍ଷା ମିଳେ ଯେ କିପରି ଅଳ୍ପରେ ସନ୍ତୁଷ୍ଟି ଲାଭ କରିବାର ଗୁରୁତ୍ଵ କ’ଣ ? ସାଧୁ ଉପାୟରେ ରୋଜଗାର କରି ଅଳ୍ପରେ ସନ୍ତୁଷ୍ଟ ରହିବା ହେଉଛି ଏକ ମୂଲ୍ୟବୋଧକ ଜୀବନ ।

ସାବିତ୍ରୀ ଏବଂ ସତ୍ୟବାନ : ଏହି ଲୋକକାହାଣୀ ସାତରା ଜିଲ୍ଲାରେ ଏକ ଜନପ୍ରିୟ ଲୋକକଥା । ଏହି ଗଳ୍ପରେ ଦର୍ଶାଯାଇଛି ଯେ ସାବିତ୍ରୀ କିଭଳି ନିଜର ପତି ସତ୍ୟବାନଙ୍କ ପ୍ରତି ନିଷ୍ଠା ଓ ଭକ୍ତି ପ୍ରଦର୍ଶନ କରିଛନ୍ତି । ମୃତ ସତ୍ୟବାନଙ୍କୁ ନେବାପାଇଁ ଯମରାଜ ନିଜେ ଆସିଛନ୍ତି ଏବଂ ଯମରାଜଙ୍କ ପଛରେ ସେ ଧାଇଁଛନ୍ତି ଏବଂ ନିଜର ପ୍ରେମ ଏବଂ ସାହସ ବଳରେ ସେ ଯମରାଜାଙ୍କଠାରୁ ନିଜର ସ୍ଵାମୀଙ୍କର ଜୀବନ ଫେରାଇ ଆଣିପାରିଛନ୍ତି ।

ଏହି କାହାଣୀ ବାର୍ତ୍ତା ଦିଏ ଯେ ବାସ୍ତବ ପ୍ରେମ ଓ ଉକ୍ତି ବଳରେ ତୁମେ ଯେକୌଣସି ଅସାଧ୍ୟ କାର୍ଯ୍ୟକୁ ସାଧ୍ଯ କରିପାରିବ ।

Question 5.
ଏମିତି କିଛି ପୁରାତନ କାହାଣୀ ଅଛି କି ଯାହାକୁ ତୁମେ କଳା ମାଧ୍ୟମରେ ଚିତ୍ରିତ ହୋଇଥିବା ଦେଖୁଛ ? ଏହା ଏକ ମୂର୍ତ୍ତି, ଏକ ଚିତ୍ରକଳା, ଏକ ନୃତ୍ୟ ପ୍ରଦର୍ଶନ, ଏକ ଚଳଚ୍ଚିତ୍ର ହୋଇପାରେ ……….. ସହପାଠୀଙ୍କ ସହ ଆଲୋଚନା କର ।
Answer:
କଳାକାରମାନେ ସେମାନଙ୍କର ଚିତ୍ର କିମ୍ବା ମୂର୍ତ୍ତି ଆଙ୍କିବାପାଇଁ କିଛି ପୁରାତନ କାହାଣୀ ପଞ୍ଚତନ୍ତ୍ରରୁ ପାଇଥା’ନ୍ତି । ଏହାର ଏକ ଉଦାହରଣ ହେଉଛି ସିଂହ ଏବଂ ମୂଷା ।

କଳାକୃତି – କଳାକୃତି ହେଉଛି ଭାସ୍କର୍ଯ୍ୟ ବା ମୂର୍ତ୍ତି । ଆମ ଦେଶ ଭାରତବର୍ଷରେ ଅଧିକାଂଶ କଳାକୃତି ଦେଶର ପ୍ରଥା ଏବଂ ପରମ୍ପରା ଉପରେ ପର୍ଯ୍ୟବସିତ ହୋଇଥାଏ । ରାମାୟଣର ଅଧିକାଂଶ ଗୁରୁତ୍ଵପୂର୍ଣ୍ଣ ଘଟଣା ଚିତ୍ର, କଳା ଏବଂ ଭାସ୍କର୍ଯ୍ୟ, ନୃତ୍ୟନାଟିକା, ଥୁଟର ଏବଂ ସିନେମାରେ ପ୍ରଦର୍ଶିତ ହୋଇଥାଏ ।

ବିହାରର ପ୍ରସିଦ୍ଧ ମଧୁବାଣୀ ଚିତ୍ରକଳା, ରାମାୟଣର ଗଳ୍ପକୁ ଚିତ୍ରକଳା ମାଧ୍ୟମରେ ବର୍ଣ୍ଣନା କରିଛି । ସେହିପରି ମହାରାଷ୍ଟ୍ରର ଅଜନ୍ତା ଏଲୋରା ଗୁମ୍ଫାରେ ରାମ ରାବଣ ଯୁଦ୍ଧର ପ୍ରତିମୂର୍ତ୍ତି ଦେଖିବାକୁ ମିଳିଥାଏ ।

ଏହିଭଳି ଅଗଣିତ ଗଳ୍ପ କଳା ଆକାରରେ ସମଗ୍ର ଦେଶରେ ସ୍ଥାନୀୟ ସଂସ୍କୃତି ଅନୁସାରେ ଦେଖ‌ିବାକୁ ମିଳିଥାଏ ।

Class 6 Social Science Chapter 8 Question Answer Odia Medium ବିବିଧତା ମଧ୍ୟରେ ଏକତା, ବା ‘ଅନେକରେ ଏକ’

Question 6.
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ସ୍ଵାଧୀନତା ପୂର୍ବରୁ ଭାରତର ଅନେକ ଅଞ୍ଚଳ ଭ୍ରମଣ କରିବା ସମୟରେ ହୋଇଥିବା ନିମ୍ନଲିଖତ ବକ୍ତବ୍ୟକୁ ଶ୍ରେଣୀରେ ଆଲୋଚନା କର ।

‘‘ସବୁଠି ମୁଁ ଏକ ସାଂସ୍କୃତିକ ପୃଷ୍ଠଭୂମି ପାଇଲି ଯାହା ସେମାନଙ୍କ ଜୀବନ ଉପରେ ଏକ ଶକ୍ତିଶାଳୀ ପ୍ରଭାବ ପକାଇଥିଲା । … ଭାରତର ପୁରୁଣା ମହାକାବ୍ୟ, ରାମାୟଣ ଓ ମହାଭାରତ ଏବଂ ଅନ୍ୟାନ୍ୟ ପୁସ୍ତକ, ଲୋକପ୍ରିୟ ଅନୁବାଦ ଏବଂ ବର୍ଣ୍ଣନା, ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ଭାବରେ ପରିଚିତ ଥିଲା ଏବଂ ସେଥ‌ିରେ ଥ‌ିବା ପ୍ରତ୍ୟେକ ଘଟଣା, କାହାଣୀ ଏବଂ ନୈତିକତା ଲୋକାମନରେ ଲିପିବଦ୍ଧ ହୋଇଥିଲା ଏବଂ ଏହାକୁ ଏକ ସମୃଦ୍ଧ ବିଷୟବସ୍ତୁ ଦେଇଥିଲା । ନିରକ୍ଷର ଗ୍ରାମବାସୀମାନେ ହୃଦୟରୁ ଶତାଧିକ ଶବ୍ଦ ଜାଣିଥ‌ିବେ ଏବଂ ସେମାନଙ୍କ କଥାବାର୍ତ୍ତା ସେଗୁଡ଼ିକର ଉଦାହରଣରେ କିମ୍ବା କିଛି ପୁରୁଣଶ ଶାସ୍ତ୍ରରେ ଥିବା ନୀତିବାଣୀ ସହିତ କୌଣସି କାହାଣୀରେ ପରିପୂର୍ଣ୍ଣ ହେବ ।’’
Answer:
ଜବାହାରଲାଲ ନେହେରୁଙ୍କ ଉପରୋକ୍ତ ବକ୍ତବ୍ୟରୁ ଜଣାପଡ଼େ ଯେ ସମଗ୍ର ଭାରତବର୍ଷରେ ଏକ ସମୃଦ୍ଧ ଏବଂ ସାଂସ୍କୃତିକ ପରମ୍ପରା ହଜାର ହଜାର ବର୍ଷ ଧରି ତିଷ୍ଠି ରହିଛି ଯାହା ଭାରତୀୟମାନଙ୍କ ଜୀବନକୁ ବହୁଳ ଭାବରେ ପ୍ରଭାବିତ କରିଛି ।

ସେ ତାଙ୍କ ବକ୍ତବ୍ୟରେ ରାମାୟଣ ଓ ମହାଭାରତ ଭଳି କାବ୍ୟର ଜନପ୍ରିୟତା ନିରକ୍ଷର ଗ୍ରାମବାସୀଙ୍କ ମନରେ ରହିଛି ବୋଲି କହିଛନ୍ତି ଏବଂ ଏହି ମହାକାବ୍ୟ ଓ ପୁରାଣର ଅନୁବାଦ ଭାରତରେ ବିଭିନ୍ନ ଭାଷାରେ ହେବାଦ୍ଵାରା ଏହା ଜନମାନସରେ ଏବଂ ଦୈନନ୍ଦିନ ଜୀବନ ଉପରେ ବହୁତ ପ୍ରଭାବ ପକାଇଛି । ନିରକ୍ଷର ଗ୍ରାମବାସୀମାନେ କଥାକଥାକେ ଏହାର ନୀତିବାଣୀର ଉଦାହରଣ ଦେଇ ବିଭିନ୍ନ ପ୍ରସଙ୍ଗ ଓ ସମସ୍ୟାକୁ ସମାଧାନ କରିଥା’ନ୍ତି । ବାସ୍ତବରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ଭାରତ ଭ୍ରମଣ ଏବଂ ତାଙ୍କର ଏହି ଅନୁଭୁତି ଅତ୍ୟନ୍ତ ମୂଲ୍ୟବୋଧକ ଅଟେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଭାରତୀୟ ପରିପ୍ରେକ୍ଷୀରେ ‘ବିବିଧତା ମଧ୍ୟରେ ଏକତା’ର ଅର୍ଥ କ’ଣ ?
Answer:
ବିବିଧତା ମଧ୍ୟରେ ଏକତାର ନୀତି ଭାରତରେ ଏକ ସ୍ଵାଭାବିକ ପ୍ରକ୍ରିୟା । ଅନେକରେ ଏକ ଭାବନା ସମଗ୍ର ଭାରତବାସୀଙ୍କୁ ଏକତ୍ର କରିରଖୁଛି । ଆମ ଦେଶରେ ଅନେକ କ୍ଷେତ୍ରରେ ବିବିଧତା ଅଛି । ଭାରତରେ ପ୍ରଚଳିତ ପରମ୍ପରା, ଭାଷା, ପର୍ବପର୍ବାଣି, ଜାତି, ଧର୍ମ ଏବଂ ଜୀବନଶୈଳୀ ପରିପ୍ରେକ୍ଷୀରେ ଭାରତୀୟମାନେ ପରସ୍ପରଠାରୁ ଅଲଗା, କିନ୍ତୁ ଏହା ସତ୍ତ୍ୱେ ଏକତାର ଭାବନାରେ ସମଗ୍ର ଭାରତବାସୀ ବାନ୍ଧିହୋଇ ରହିଛନ୍ତି । ଏକ ଉଦାହରଣଦ୍ଵାରା ଆମେ ଏହାକୁ ଭଲଭାବରେ ବୁଝିପାରିବା । ଆମେ ଏକ ଟ୍ରେନ୍‌ରେ ଯାତ୍ରା କଲାବେଳେ ଅନେକ ପ୍ରକାରର ଭାଷା ଶୁଣିଥାଉ, ବିଭିନ୍ନ ପ୍ରକାରର ଖାଦ୍ୟ ମଧ୍ୟ ଦେଖିବାକୁ ପାଇଥାଉ । ଅନେକ ଧର୍ମର ଲୋକ ମଧ୍ୟ ଟ୍ରେନ୍‌ରେ ଯାତ୍ରା କରୁଥା’ନ୍ତି କିନ୍ତୁ ସମସ୍ତଙ୍କ ମଧ୍ୟରେ ଏକ ଭାରତୀୟ ଭାବନା ପରିଲକ୍ଷିତ ହୋଇଥାଏ । କୌଣସି ପ୍ରସଙ୍ଗ ଆଲୋଚନାରେ ଏହି ଭାବନା ପ୍ରତିଫଳିତ ହେବାର ମଧ୍ୟ ଅନୁଭବ ପ୍ରାୟ ସମସ୍ତଙ୍କ ପାଖରେ ରହିଥାଏ ।

୧.୪ ବିଲିୟନ ଲୋକଙ୍କ ମଧ୍ୟରେ ଏଭଳି ବିବିଧତା ଆଶ୍ଚର୍ଯ୍ୟଜନକ ନୁହେଁ, ବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତୀୟ ନୃତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ନାମକ ଏକ ଜାତୀୟ ସଙ୍ଗଠନ ଦେଶର ସମସ୍ତ ରାଜ୍ୟର ୪୬୩୫ଟି ଗୋଷ୍ଠୀକୁ ନେଇ ଏକ ସର୍ବେକ୍ଷଣ କରିଥିଲା । ଏହି ଗବେଷଣାର ନାମ ଥଲା, “ People of India Project’ । ଏଥୁରୁ ଜଣାପଡ଼ିଥିଲା ଯେ, ଏସବୁ ଗୋଷ୍ଠୀର ଲୋକମାନେ ୨୫ଟି ଲିପି ଏବଂ ୩୨୫ଟି ଭାଷା ବ୍ୟବହାର କରୁଛନ୍ତି । ଏତେ ଭିନ୍ନତା ସତ୍ତ୍ଵେ ଏମାନଙ୍କ ମଧ୍ୟରେ ଏକ ଏକତ୍ଵର ଭାବନା ପରିଲକ୍ଷିତ ହୋଇଛି ।

Question 2.
ଭାରତର ବିବିଧତାର କେଉଁ ଦିଗ ସବୁଠାରୁ ଆକର୍ଷଣୀୟ ?
Answer:
ଭାରତର ବିବିଧତାରେ ଅନେକ ଆକର୍ଷଣୀୟ ଦିଗ ଦେଖିବାକୁ ମିଳିଥାଏ । ନିମ୍ନରେ ସେ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।

  1. ଭାଷା – ସମଗ୍ର ଦେଶରେ ୩୨୫ଟି ଭାଷା ଏବଂ ୨୫ଟି ଲିପି ରହିଥିଲାବେଳେ କେବଳ ୨୨ଟି ଭାଷାକୁ ସରକାରୀ ସ୍ତରରେ ସ୍ଵୀକୃତି ମିଳିଛି ।
  2. ଧର୍ମ – ଭାରତର ନିଜସ୍ଵ କେତେଗୁଡ଼ିଏ ଧର୍ମ ଥିଲାବେଳେ ବାହାରୁ ଆସିଥିବା କିଛି ଧର୍ମକୁ ମଧ୍ୟ ଭାରତ ଆପଣେଇ ନେଇଛି । ହିନ୍ଦୁଧର୍ମ, ବୌଦ୍ଧଧର୍ମ, ଜୈନଧର୍ମ ଏବଂ ଶିଖୁଧର୍ମ ଏଠାରେ ଜନ୍ମଲାଭ କରିଥିଲାବେଳେ ଇସଲାମ୍ ଧର୍ମ, ଖ୍ରୀଷ୍ଟଧର୍ମ ଇତ୍ୟାଦି ବିଦେଶରୁ ଏଠାକୁ ଆସିଥିଲା ।
  3. ପର୍ବପର୍ବାଣି – ପର୍ବପର୍ବାଣି ଭାରତୀୟ ବିବିଧତାର ଅନ୍ୟ ଏକ ଆକର୍ଷଣୀୟ ଦିଗ । ଆମ ଦେଶରେ ଦୀପାବଳୀ ଖ୍ରୀଷ୍ଟମାସ, ଇସ୍୍, ପୋଙ୍ଗଲ, ବୈଶାଖୀ ଇତ୍ୟାଦି ପର୍ବପର୍ବାଣି ମହାସମାରୋହରେ ପାଳନ କରାଯାଏ ।
  4. ଖାଦ୍ୟ – ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଶୈଳୀରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ଉତ୍ତର ଭାରତର ଖାଦ୍ୟ ଗହମ ଉପରେ ପର୍ଯ୍ୟବସିତ ହୋଇଥିଲାବେଳେ ଦକ୍ଷିଣ ଭାରତର ଖାଦ୍ୟ ଧାନ ଉପରେ ନିର୍ଭରଶୀଳ ହୋଇଥାଏ । ଏତଦ୍‌ବ୍ୟତୀତ ଭାରତୀୟ ସଂସ୍କୃତିରେ ବିଭିନ୍ନ ପ୍ରକାର ପିଠାପଣା ଖାଦ୍ୟ ରୂପରେ ପ୍ରସ୍ତୁତ କରାଯାଇଥାଏ ।
  5. ଭୂମିରୂପ – ଭାରତରେ ବିଭିନ୍ନ ଭୂମିରୂପ ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିବାକୁ ମିଳିଥାଏ । ଏହା ମୁଖ୍ୟତଃ ୩ ପ୍ରକାରର; ଯଥା- ସମତଳଭୂମି, ମାଳଭୂମି ଏବଂ ପାର୍ବତ୍ୟାଞ୍ଚଳ । ଏତଦ୍‌ବ୍ୟତୀତ ମରୁଭୂମି ମଧ୍ୟ ରହିଅଛି ।

ଏହି ସମସ୍ତ ଜିନିଷ ଅନୁଧ୍ୟାନ କଲେ ଭାରତୀୟ ବିବିଧତାର କିଛି ଆକର୍ଷଣୀୟ ଦିଗ ପରିଲକ୍ଷିତ ହୋଇଥାଏ ।

Question 3.
ବିବିଧତା ଭିତରେ ଥିବା ଏକତାକୁ ଆମେ କିପରି ବାହାର କରିପାରିବା ?
Answer:
ଭାରତରେ ବିବିଧତା ମଧ୍ୟରେ ଥିବା ଏକତାକୁ ସ୍ପଷ୍ଟ ଭାବରେ ଅନୁମେୟ କରାଯାଇପାରେ । ୧.୪ ବିଲିୟନ୍ ଜନସାଧାରଣ ବିଭିନ୍ନ ଧର୍ମ, ଭାଷାର ଲୋକ ହେଲେ ବି ସେମାନଙ୍କ ମଧ୍ୟରେ ଏକତ୍ଵଭାବ ଲୁଚି ରହିଥାଏ । ଏହା ଆମେ ଅନେକ ସମୟରେ କ୍ରିକେଟ୍ ଖେଳ, ଯୁଦ୍ଧ ଅନ୍ୟ ଦେଶ ସହିତ ତୁଳନାତ୍ମକ ସ୍ତରରେ ଦେଖ‌ିବାକୁ ମିଳିଥାଏ । ଏକ ସୌହାର୍ଯ୍ୟପୂର୍ଣ୍ଣ ଶାନ୍ତ ବାତାବରଣ ମଧ୍ୟରେ ସମନ୍ଵୟ ଭାବନା ସୃଷ୍ଟି ହୋଇଥାଏ ।

ପୋଷାକ – ପୋଷାକପତ୍ର ପରିଧାନ କ୍ଷେତ୍ରରେ ବିଭିନ୍ନତା ଦେଖିବାକୁ ମିଳିଥାଏ । ଶାଢ଼ି, କୁର୍ତା, ପାଇଜାମା, ଧୋତି ଏବଂ ଲୁଙ୍ଗି ସାଧାରଣ ସ୍ତରର ବ୍ୟବହୃତ ପୋଷାକ ହୋଇଥିଲାବେଳେ ଅନେକ କିଛି ଆଧୁନିକ ପୋଷାକ ନୂତନ ପିଢ଼ି ପିନ୍ଧିବାର ଦେଖିବାକୁ ମିଳିଥାଏ । ଏସବୁ ଭାରତୀୟ ପୋଷାକର ଭାବନା ସମସ୍ତଙ୍କର ମନ ଭିତରେ ଥାଏ ।

Question 4.
ଭୌଗୋଳିକ ତାରତମ୍ୟ କିପରି ଭାରତୀୟ ବିବିଧତାକୁ ଦାନ କରିଥାଏ ?
Answer:
ଭାରତର ଭୌଗୋଳିକ ବୈଶିଷ୍ଟ୍ୟ ବିବିଧତା ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଦେଶର ଭୌତିକ ବୈଶିଷ୍ଟ୍ୟଗୁଡ଼ିକ ବିଭିନ୍ନ ପ୍ରକାରର, ଯଥା- ସମତଳଭୂମି, ପାର୍ବତ୍ୟାଞ୍ଚଳ, ମାଳଭୂମି, ଉପକୂଳ ଅଞ୍ଚଳ ।

ମରୁଭୂମି, ଦ୍ଵୀପାଞ୍ଚଳ ଏବଂ ହିମାଳୟ ପାର୍ବତ୍ୟାଞ୍ଚଳରେ ପରିଧାନ କରିଥା’ନ୍ତି ଏବଂ ଜଳବାୟୁ ଅଧିକ ଥଣ୍ଡା । ସେଠାରେ ଲୋକମାନେ ଗରମ ପୋଷାକ ମଜବୁତ୍ ଘରେ ବାସ କରିଥା’ନ୍ତି । ସେମାନଙ୍କର ଖାଦ୍ୟ ବାର୍ଲି ଏବଂ ଦୁଗ୍‌ଧରୁ ପ୍ରାୟ ପ୍ରସ୍ତତ କେହାଇଥାଏ ।

ଗଙ୍ଗାନଦୀର ଅବବାହିକାର ସମତଳଭୂମିରେ ଜମି ଉର୍ବର ଥିବାରୁ କୃଷି ପାଇଁ ଉପଯୋଗୀ ହୋଇଥାଏ । ସେଥ‌ିପାଇଁ ସେଠାରେ ବହୁଳ ପରିମାଣରେ ଧାନ ଏବଂ ଗହମ ଚାଷ କରାଯାଇଥାଏ ।

ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ଜନସାଧାରଣ ସମୁଦ୍ର ମାଛ ଏବଂ ନଡ଼ିଆରେ ତିଆରି ବିଭିନ୍ନ ଖାଦ୍ୟ ଖାଇଥା’ନ୍ତି । ସେମାନେ ହାଲ୍‌କା ଓଜନର ପୋଷାକ ପରିଧାନ କରିଥା’ନ୍ତି । ଏହି ଅଞ୍ଚଳର ଜଳବାୟୁ ମୁଖ୍ୟତଃ ଆର୍ଦ୍ର ଥାଏ ।

ରାଜସ୍ଥାନର ମରୁଭୂମି ଅଞ୍ଚଳର ଲୋକମାନେ ସେଠାକାର ପରିବେଶ ସହିତ ନିଜକୁ ଖାପ ଖୁଆଇଥା’ନ୍ତି । ସେମାନେ ଖାଦ୍ୟରୂପେ ବାଜରା, ରୁଟି ଏବଂ ଲହୁଣୀଯୁକ୍ତ ଦୁଗ୍‌ଧ ପ୍ରାୟ ଖାଇଥା’ନ୍ତି ଏବଂ ସେମାନଙ୍କୁ ଜଳାଭାବର ସାମ୍‌ନା କରିବାକୁ ପଡ଼ିଥାଏ । ମରୁଭୂମିର ମରୂଦାନ ସେମାନଙ୍କପାଇଁ ଏକ ସାନ୍ତନା ।

ଏ ପ୍ରକାର ଭୌଗୋଳିକ ତାରତମ୍ୟ କିନ୍ତୁ ଭାରତର ସମୃଦ୍ଧ ବିବିଧତାକୁ ତା’ର ସଂସ୍କୃତି, ଖାଦ୍ୟ, ବସ୍ତ୍ର ଏବଂ ପରମ୍ପରାରେ ପ୍ରକାଶିତ କରିଥାଏ ।

Question 5.
‘‘ବିବିଧତା ମଧ୍ୟରେ ଏକତ୍ଵ ଭାରତୀୟ ସାହିତ୍ୟ ପ୍ରଦାନ କରିଥାଏ ।’’ ଏହି ବାକ୍ୟଟିର ତାତ୍ପର୍ଯ୍ୟ ବୁଝାଇ ଲେଖ ।
Answer:
ଭାରତୀୟ ସାହିତ୍ୟ ପୂର୍ଣ୍ଣମାତ୍ରାରେ ଭିନ୍ନ ଏବଂ ବିଭିନ୍ନ ପ୍ରକାରର । କିନ୍ତୁ ଏହା ଭାରତୀୟମାନଙ୍କର ଆଦର୍ଶକୁ ପ୍ରକାଶିତ କରିଥାଏ, ଯାହା ଭିତରେ ଏକତ୍ଵର ଭାବନା ଭରି ରହିଥାଏ ।

ପଞ୍ଚତନ୍ତ୍ର – ପଞ୍ଚତନ୍ତ୍ର ହେଉଛି ଅନେକ ପ୍ରକାର ମଜାଦାୟକ ଗଳ୍ପ ଯାହାର ମୁଖ୍ୟ ଚରିତ୍ରରେ ପଶୁମାନଙ୍କୁ ପ୍ରଦର୍ଶିତ କରାଯାଇଥାଏ । ଏହା ଆମକୁ ବହୁତ ଗୁରୁତ୍ଵପୂର୍ଣ୍ଣ ଜୀବନ ଦକ୍ଷତା ସମ୍ପର୍କରେ ଶିଖାଇଥାଏ । ଏହି ଗଳ୍ପଗୁଡ଼ିକ ପ୍ରାୟ ଭାରତର ସ୍ଥାନୀୟ ଭାଷାରେ ଅନୁବାଦିତ ହୋଇଥାଏ ଏବଂ ଏହାକୁ ସମସ୍ତ ଭାରତବାସୀ ପଢ଼ିବାର ସୁଯୋଗ ପାଇଥା’ନ୍ତି ।

ସବୁଠାରୁ ଅଧ‌ିକ ଗୁରୁତ୍ଵପୂର୍ଣ୍ଣ ଭାରତୀୟ ସାହିତ୍ୟ ହେଉଛି ଏହାର ଦୁଇଟି ମହାକାବ୍ୟ, ରାମାୟଣ ଏବଂ ମହାଭାରତ । ରାମାୟଣ ହେଉଛି ଏକ ପ୍ରାଚୀନ ଭାରତୀୟ କାବ୍ୟ ଯାହା, ପ୍ରଭୁ ରାମଚନ୍ଦ୍ରଙ୍କର ଜୀବନଯାତ୍ରାକୁ ବର୍ଣ୍ଣନା କରିଥାଏ । ଅଯୋଧ୍ୟାର ରାଜକୁମାର ଭାବରେ ସେ ସୀତାଙ୍କୁ ବିବାହ କରି ଘଟଣାଚକ୍ରରେ ବନବାସୀ ହୁଅନ୍ତି ଏବଂ ସେ ନିଜର ପତ୍ନୀଙ୍କୁ ଉଦ୍ଧାର କରିବାପାଇଁ ରାକ୍ଷସ ରାଜା ରାବଣକୁ ବିନାଶ କରନ୍ତି । ଏହି କାହାଣୀ ଭାରତରେ ପ୍ରତିଟି ପରିବାରରେ ପାଠ କରାଯାଏ । ଯାହାକି ଏକ ଏକତ୍ଵ ଭାବନା ସୃଷ୍ଟି କରିଥାଏ । ଏହା ମଧ୍ୟ ବିଭିନ୍ନ ସ୍ଥାନୀୟ ଭାଷାରେ ଅନୁବାଦିତ ହୋଇଛି ।

ଯେଉଁଥରେ ପ୍ରଭୁ ଶ୍ରୀକୃଷ୍ଣ କୌରବ ବଂଶକୁ ବିନାଶ ଶିଖାଇଥାଏ ଏବଂ ଭୁଲ୍ ସେହିପରି ମହାଭାରତ ମଧ୍ୟ ପ୍ରାଚୀନ ଭାରତର ଏକ ମହାନ୍ କାବ୍ୟ ପାଣ୍ଡବମାନଙ୍କ ସାହାଯ୍ୟରେ ଧର୍ମସଂସ୍ଥାପନ ପାଇଁ ଦୁର୍ଯ୍ୟୋଧନ ଏବଂ କରିଛନ୍ତି । ଏହି କାହାଣୀ ମଧ୍ୟ ଭାରତର ଘରେ ଘରେ ସୁପରିଚିତ ।

ଏହି ଗଳ୍ପ ଏବଂ ସାହିତ୍ୟ ଆମକୁ ମୂଲ୍ୟବୋଧକ ଜୀବନଯାପନ କରିବା ଏବଂ ଠିକ୍‌ର ମାର୍ଗ ପ୍ରଦର୍ଶିତ କରିଥାଏ । ସୁତରାଂ ଭାରତୀୟ ସାହିତ୍ୟ ପ୍ରତିଷ୍ଠା ବିବିଧତା ମଧ୍ୟରେ ଏକତ୍ଵ କରିବା ଦିଗରେ ଯଥେଷ୍ଟ ସହାୟକ ହୋଇଛି ।

Question 6.
ଭାରତରେ ପାଳିତ ବିଭିନ୍ନ ପର୍ବପର୍ବାଣି, ପ୍ରଥା ଓ ପରମ୍ପରା କିପରି ବିବିଧତା ମଧ୍ୟରେ ଏକଳ୍ପ ପ୍ରତିଷ୍ଠା କରିଥାଏ ବୁଝାଇ ଲେଖ ।
Answer:
ଭାରତବର୍ଷ ଏଭଳି ଏକ ଦେଶ ଯାହାର ସଂସ୍କୃତି ଅତି ପ୍ରାଚୀନ ଏବଂ ଗୌରବମୟ । ବର୍ଷସାରା ଏ ଦେଶରେ ପାଳିତ ହୁଏ ଅନେକ ପ୍ରକାରର ପର୍ବ-ପର୍ବାଣି । କେତେକ ପର୍ବ ଆଞ୍ଚଳିକ କ୍ଷେତ୍ରରେ, କେତେକ ପର୍ବ ମଧ୍ଯ ସର୍ବଭାରତୀୟ ସ୍ତରରେ ପାଳନ କରାଯାଏ ।

ସର୍ବପ୍ରଥମେ ସମଗ୍ର ଭାରତରେ ପାଳିତ ହେଉଥ‌ିବା ପର୍ବ ହେଉଛି ଦୀପାବଳୀ ଏବଂ ଦଶହରା । ଦୀପାବଳୀକୁ ଆମେ ଆଲୋକର ପର୍ବଭାବରେ ପାଳନ କରିଥାଉ । ଏହିଦିନ ପ୍ରଭୁ ରାମଚନ୍ଦ୍ର ରାକ୍ଷସ ରାବଣର ନିଧନ କରି ମାତା ସୀତାଙ୍କ ସହ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ ।

ସେହିପରି ଦଶହରା ପର୍ବରେ ଦଶଦିନ ଧରି ମା ଦୁର୍ଗାଙ୍କୁ ଆରାଧନା କରାଯାଇଥାଏ । ଏହିଦିନ ମା’ ମହିଷାସୁରକୁ ବଧକରି ସ୍ଵର୍ଗ, ମର୍ତ୍ତ୍ୟରେ ଶାନ୍ତି ପ୍ରତିଷ୍ଠା କରିଥିଲେ । ଏହି ପର୍ବ ସମସ୍ତ ଭାରତୀୟମାନେ ପାଳନ କରିଥା’ନ୍ତି ଯାହା ଭିତରେ ଏକତ୍ଵ ଭାବନା ଭରି ରହିଥାଏ । ଏତଦ୍‌ବ୍ୟତୀତ ଭାରତବାସୀ ଆଞ୍ଚଳିକ ସ୍ତରରେ ଅନେକ ପର୍ବପର୍ବାଣି ପାଳନ କରି ଖୁସି ମନାଉଥା’ନ୍ତି । ଘରେ ଘରେ ମିଷ୍ଟାନ୍ନ, ପିଠାପଣା ଇତ୍ୟାଦି ପ୍ରସ୍ତତକରି ପରସ୍ପର ମଧ୍ୟରେ ବଣ୍ଟନ କରିଥା’ନ୍ତି ଯାହାକି ଏକ ଜାତୀୟ ଏକତ୍ଵର ଭାବନା ସୃଷ୍ଟି କରିଥାଏ । ସୁତରାଂ ଏହି ପର୍ବପର୍ବାଣିଗୁଡ଼ିକ ମଧ୍ୟ ଭାରତରେ ବିବିଧତା ମଧ୍ୟରେ ଏକତ୍ଵର ପ୍ରମାଣ ଦେଇଥାଏ ।

ଆସ ଅନୁସନ୍ଧାନ କରିବା :

Question 1.
ଅତି କମ୍‌ରେ ୫ଜଣ ସହପାଠୀଙ୍କ ଜନ୍ମସ୍ଥାନ ଏବଂ ସେମାନଙ୍କ ପିତାମାତାଙ୍କ ଜନ୍ମସ୍ଥାନର ତାଲିକା ପ୍ରସ୍ତୁତ କର ।
Answer:
ବିଦ୍ୟାର୍ଥୀମାନେ ଶ୍ରେଣୀ ସାଙ୍ଗଙ୍କ ସହିତ କଥାବାର୍ତ୍ତା ହୋଇ ଏହି କାର୍ଯ୍ୟଟି କରିବା ଉଚିତ । ନିମ୍ନରେ ସେମାନଙ୍କର ବୁଝିବାପାଇଁ ଏକ ନମୁନା ପ୍ରଦାନ କରାଯାଇଛି ।

  • ସାଙ୍ଗଙ୍କ ନାମ – ଅଶୋକ ସେନଗୁପ୍ତା, କିଞ୍ଜଲ ସିଂ, ଶ୍ରୁତି ପାଶୱାନ, ମେଧା ନାଇଡୁ, ଦୀପ୍ତି ରାଓ ।
  • ସାଙ୍ଗଙ୍କ ଜନ୍ମସ୍ଥାନ – କୋଲକତା, ଚଣ୍ଡୀଗଡ଼ (ପଞ୍ଜାବ), ସେରଗଡ଼ (ବିହାର), ଶିଲଂ (ମେଘାଳୟ), ଅହମଦାବାଦ (ଗୁଜରାଟ)
  • ପିତାଙ୍କ ଜନ୍ମସ୍ଥାନ – ମେଦିନିପୁର (କୋଲକତା), ହରିଆନା (ପଞ୍ଜାବ) ସୁଜନପୁର (ବିହାର), ସିଲଂ (ମେଘାଳୟ), ଅହମ୍ମଦାବାଦ (ଗୁଜରାଟ)
  • ମାତାଙ୍କ ଜନ୍ମସ୍ଥାନ – ଦୁର୍ଗାପୁର (କୋଲକତା), ହରିଆନା (ପଞ୍ଜାବ), ସୁଜନପୁର (ବିହାର), ସିଲଂ (ମେଘାଳୟ), ପୋରବନ୍ଦର (ଗୁଜରାଟ)

Class 6 Social Science Chapter 8 Question Answer Odia Medium ବିବିଧତା ମଧ୍ୟରେ ଏକତା, ବା ‘ଅନେକରେ ଏକ’

Question 2.
ଛାତ୍ରଛାତ୍ରୀଙ୍କ ମାତୃଭାଷା ଓ ସେମାନଙ୍କ ପରିଚିତ ଅନ୍ୟାନ୍ୟ ଭାଷା ତାଲିକା ପ୍ରସ୍ତୁତ କରି ବିବିଧତା ଦୃଷ୍ଟିରୁ ଫଳାଫଳ ବିଷୟରେ ଆଲୋଚନା କର ।
Answer:

ଶ୍ରେଣୀ ସାଙ୍ଗଙ୍କ ନାମ ମାତୃଭାଷା ସେମାନେ ଜାଣିଥିବା ଭାଷା
ବିବେକ ପାଶୱାନ ଗଡ଼ୱାଲୀ ଇଂରାଜୀ, ହିନ୍ଦୀ
ସ୍ୱାତୀ ଶୁଭଦ୍ରିକା ଓଡ଼ିଆ ହିନ୍ଦୀ, ଇଂରାଜୀ, ବଙ୍ଗଳା
ମୀରା ପୈଥାରନ ହିନ୍ଦୀ ଇଂରାଜୀ, ଓଡ଼ିଆ, ତେଲୁଗୁ
ଟୁଲୁ ଶ୍ରୀବାସ୍ତବ ହିନ୍ଦୀ ମାଲୟାଲାମ୍, ଇଂରାଜୀ
ରାନୀ ରାଓ ତେଲୁଗୁ ଓଡ଼ିଆ, ଇଂରାଜୀ

Question 3.
ଏକ ଶ୍ରେଣୀ କାର୍ଯ୍ୟ ଭାବରେ, ତୁମ ଘରେ ବ୍ୟବ ହୃ ତ ଉପାଦାନ (ଖାଦ୍ୟଶସ୍ୟ, ମସଲା ଇତ୍ୟାଦି)ର ଏକ ତାଲିକା ପ୍ରସ୍ତୁତ କର ।
Class 6 Social Science Chapter 8 Question Answer Odia Medium ବିବିଧତା ମଧ୍ୟରେ ଏକତା, ବା ‘ଅନେକରେ ଏକ’-1
Answer:
ପ୍ରଧାନ ଶସ୍ୟ – ଧାନ, ଗହମ, ମାଣ୍ଡିଆ, ବାଜରା, ଯଅ ।
ଡାଲି – ହ ର ଡ଼ ଡାଲି, ବୁଟଡାଲି, ଚଣା ଡାଲି, ମସୁର ଡାଲି, ରାଜମା ।
ମସଲା – ହଳଦୀ, ଅଦା, ର ସୁଣ, ଜି ର । , ଧନି ଆ, ସୋରି ଷ , ଲ ଙ୍କା ଗୁ ଣ୍ଡ ପାଉଡ଼ର, ଗୋଲ ମରିଚ, ଗରମ ମସଲା, ଡାଲଚିନି, ଅଳେଇଚ, ଗୁଜୁରାତି, ଲବଙ୍ଗ ।
ଅନ୍ୟ ବ୍ୟବହୃତ ସାମଗ୍ରୀ – ଲୁଣ, କଞ୍ଚାଲଙ୍କା, ତେଲ, ଘିଅ, ପନିପରିବା ।

Question 4.
ଯେକୌଣସି ଗୋଟିଏ ପନିପରିବା ନିଅ ଏବଂ ଏହାକୁ ନେଇ ତୁମେ କେତେ ଭିନ୍ନ ଭିନ୍ନ ଖାଦ୍ୟ ପ୍ରସ୍ତୁତ କରିପାରିବ ତାହା ଚିନ୍ତା କର ।
Answer:
ପାଳଙ୍ଗ ଶାଗକୁ ନିଆଯାଉ ଏବଂ ଏଥିରେ ପ୍ରସ୍ତୁତ ହେଉଥ‌ିବା ବିଭିନ୍ନ ପ୍ରକାର ଖାଦ୍ୟ ନିମ୍ନରେ ବର୍ଣ୍ଣନା କରାଯାଇଛି । ଯଥା- (୧) ପାଳଙ୍ଗ ଶାଗ ଭଜା, (୨) ପନୀର ପାଳଙ୍ଗ, (୩) ପାଳଙ୍ଗ ସୁପ୍, (୪) ପାଳଙ୍ଗ ପରମ, (୫) ପାଳଙ୍ଗ ଡାଲି, (୬) ଆଳୁ ପାଳଙ୍ଗ, (୭) ପାଳଙ୍ଗ ପକୋଡ଼ା, (୮) ସମସ୍ତ ପରିବାରେ ପାଳଙ୍ଗ ମିଶାଇ ତରକାରି ।

Question 5.
ଶାଢ଼ିର ଉଦାହରଣ କିପରି ଉଭୟ ଏକତା ଏବଂ ବିବିଧତାକୁ ପ୍ରତିଫଳିତ କରେ ଉଦାହରଣ ସହ (୧୦୦- ୧୫୦ ଶବ୍ଦ ମଧ୍ୟରେ) ଲେଖ ।
Answer:
ଆମ ଦେଶ ଭାରତରେ ମହିଳାମାନେ ପିନ୍ଧୁଥିବା ଶାଢ଼ି ଉଭୟ ଦେଶର ଏକତା ଓ ବିବିଧତାକୁ ପ୍ରତିଫଳିତ କରିଛି । ଏହା ଏକ ଏକତାର ପ୍ରତୀକ, କାରଣ ସମଗ୍ର ଦେଶର ନାରୀମାନେ ଏହାକୁ ବ୍ୟବହାର କରନ୍ତି । ଯେଉଁ ରାଜ୍ୟର ତଥା ଯେଉଁ ଭାଷାର ମହିଳା ହେଉନା କାହିଁକି ଜଣେ ନାରୀ ଶାଢ଼ି ପିନ୍ଧି ନିଜର ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ ଏବଂ ନିଜକୁ ଏକ ସୁସଂସ୍କୃତି ସମ୍ପନ୍ନ ମହିଳା ରୂପେ ପରିଚୟ ଦେଇଥାଏ । ବାସ୍ତବରେ କହିବାକୁ ଗଲେ ଏହାକୁ ଭାରତୀୟ ସଂସ୍କୃତିର ଐତିହ୍ୟ ବୋଲି କୁହାଯାଏ ।

Question 6.
ଉପରୋକ୍ତ ଫଟୋଗୁଡ଼ିକରେ, ତୁମେ ଜାଣିପାରିବ କି ଅନ୍ୟ କେଉଁ କେଉଁ କାର୍ଯ୍ୟ ପାଇଁ ଆମେ ଶାଢ଼ିକୁ ବ୍ୟବହାର କରିଥାଉ ?
Answer:
ଫଟୋଗୁଡ଼ିକରେ ଶାଢ଼ିଗୁଡ଼ିକର ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟରେ ପ୍ରୟୋଗ କରାଯାଇଥିବାର ଦୃଶ୍ୟ ଦେଖେଇ ଦିଆଯାଇଛି । ଯଦିଓ ନାରୀମାନେ ଶାଢ଼ିକୁ ସେମାନଙ୍କ ବସ୍ତ୍ରରୂପେ ବ୍ୟବହାର କରିଥା’ନ୍ତି ତଥାପି ଏହା ଆବଶ୍ୟକ ବେଳେ ଅନ୍ୟାନ୍ୟ କାର୍ଯ୍ୟରେ ଲାଗିଥାଏ । ଉପରୋକ୍ତ ୬ ଗୋଟି ଫଟୋରୁ ଆମେ ଶାଢ଼ିର ବିଭିନ୍ନ ପ୍ରୟୋଗ ସମ୍ପର୍କରେ ଜାଣିବାକୁ ପାଉ ।

  1. ଫଟୋ− ୧ରେ ଥ‌ିବା ଶାଢ଼ିଟିକୁ ଗଛରେ ବନ୍ଧାଯାଇ ଏକ ଦୋଳି କରି ଦିଆଯାଇଛି ଏବଂ ଦୋଳିରେ ଏକ ଶିଶୁକୁ ତା’ର ମା ଶୁଆଇ ଦେଇ ତା’ ନିକଟରେ କାର୍ଯ୍ୟ କରୁଛି ।
  2. ଫଟୋ– ୨ରେ ଶାଢ଼ିକୁ ବ୍ୟବହାର କରି ଦୁଇ ଜଣ ମହିଳା ମାଛ ଧରୁଛନ୍ତି ।
  3. ଫଟୋ– ୩ରେ ଜଣେ ମହିଳା ଶାଢ଼ୀକୁ ଗୁଡ଼ାଇ ମୁଣ୍ଡରେ ଠେକା କରି ତା’ ଉପରେ ଜଳ ଭର୍ତ୍ତି ଗରା ରଖ୍ ବୋହି ନେଇଛି । ଏହାଦ୍ଵାରା ଜଳ ବୋହିବା କାର୍ଯ୍ୟ ସହଜ ହେଉଛି ।
  4. ଫଟୋ− ୪ରେ ପିନ୍ଧିଥିବା ଶାଢ଼ୀର ପଣତରେ ଶସ୍ୟକୁ ବାନ୍ଧି ବୋହି କରି ଦେବାରେ ବ୍ୟବହାର କରାଯାଇଛି ।
  5. ଫଟୋ– ୫ରେ ଜଣେ ମହିଳା ଶାଢ଼ୀକୁ ମୁଣ୍ଡରୁ ତଳକୁ ଟାଣି ମୁହଁକୁ ଘୋଡ଼ାଇ ନିଜକୁ ସୂର୍ଯ୍ୟକିରଣରୁ ଅଥବା ଧୂଳିରୁ ସୁରକ୍ଷା ଦେଉଛି । ନାରୀମାନେ ମଧ୍ୟ ଏହିପରି ଓଢ଼ଣାଟାଣି
  6. ଅପରିଚିତ ବ୍ୟକ୍ତି ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସାମ୍‌ନାରେ ଚଳପ୍ରଚଳ ହୋଇଥା’ନ୍ତି । ନାରୀ ଏପରି କରି ବୟସ୍କ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ମାନ ପ୍ରଦର୍ଶନ କରିଥା’ନ୍ତି ।
  7. ଫଟୋ- ୬ରେ ଜଣେ ମହିଳା ପଡ଼ିଆରେ ଶାଢ଼ିକୁ ତଳେ ପକାଇ ଏବଂ ମୁଣ୍ଡ ପାଖରେ ଅନ୍ୟ ଏକ ଶାଢ଼ିକୁ ତକିଆ କରି ଶୋଇ ପାଇଛନ୍ତି । ନିକଟରେ ଗାଈଟିଏ ଚରୁଛି ।

ଅତଏବ ଏଥୁରୁ ପ୍ରତୀୟମାନ ହୁଏ ଯେ ଶାଢ଼ି କେବଳ ନାରୀଙ୍କ ପରିଧାନ ନୁହେଁ ବରଂ ଅନେକ ସମୟରେ ତାଙ୍କ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର ହୋଇଥାଏ ।

Question 7.
ତୁମେ ଶାଢ଼ିର ଅଧ୍ବକ ବ୍ୟବହାର ବିଷୟରେ ଜାଣିଛ କି ଚିନ୍ତା କରି କୁହ ।
Answer:
ହଁ, ଶାଢ଼ିର ଅନ୍ୟାନ୍ୟ ବ୍ୟବହାର ହୋଇପାରିବ ।

  1. ଶାଢ଼ିକୁ ପର୍ଦା ଭାବରେ ବ୍ୟବହାର କରାଯାଇପାରିବ ।
  2. ଶାଢ଼ିକୁ ଗଣ୍ଠିଲି ଭାବରେ ବ୍ୟବହାର କରାଯାଇପାରିବ ।
  3. ଶାଢ଼ିକୁ ଥଣ୍ଡା ପାଗରେ ଶାଲ୍ କିମ୍ବା କମ୍ବଳ ଭଳି ବ୍ୟବହାର କରିହେବ ।

Question 8.
ଶାଢ଼ିର ଉଦାହରଣ ଭଳି ତୁମେ ଦେଖୁଥ‌ିବା ବିଭିନ୍ନ ଶୈଳୀର ଲୁଗା ଓ ଧୋତିର ବ୍ୟବହାର ଉପରେ ଏକ ତାଲିକା ପ୍ରସ୍ତୁତ କର । ତୁମେ କେଉଁ ସିଦ୍ଧାନ୍ତରେ ଉପନୀତ ହେଲା ?
Answer:
ଶାଢ଼ି ଭଳି ଧୋତିର ମଧ୍ୟ ଅନେକ ବ୍ୟବହାର ହୋଇଥାଏ । ଏହା ସାଧାରଣତଃ ପୁରୁଷମାନଙ୍କର ବସ୍ତ୍ର । ଏହା ସାଧାରଣ ସୂତା, ସିନ୍ଥେଟିକ୍ କି ସିଲ୍‌ ସୂତାରେ ବୁଣାଯାଇଥାଏ । ଭାରତବର୍ଷରେ ଏହାକୁ ଏକମାତ୍ର ପୁରୁଷ ଲୋକମାନେ ବ୍ୟବହାର କରିଥା’ନ୍ତି । ଭାରତବର୍ଷର ବିଭିନ୍ନ ରାଜ୍ୟରେ ପୁରୁଷ ଲୋକମାନେ ଭିନ୍ନ ଭିନ୍ନ ଢଙ୍ଗରେ ବ୍ୟବହାର କରିଥା’ନ୍ତି । ଅନେକ ବ୍ୟକ୍ତି ମଧ୍ଯ ପୂଜାପାର୍ବଣ ରୀତିନୀତି କାର୍ଯ୍ୟରେ ଧୋତି ପରିଧାନ କରିଥା’ନ୍ତି ।

ଗୋଟିଏ ଶାଢ଼ିକୁ ନାରୀମାନେ ନିଜର ଅପାଦମସ୍ତକରେ ଘୋଡ଼ାଇ ଥିଲାବେଳେ ପୁରୁଷମାନେ ଧୋତିକୁ କେବଳ ଅଣ୍ଟା ପର୍ଯ୍ୟନ୍ତ ଘୋଡ଼ାଇ ପିନ୍ଧିଥା’ନ୍ତି ଏବଂ ତା’ ଉପରେ ସେମାନେ ଏକ କୁର୍ତ୍ତା ପରିଧାନ କରିଥା’ନ୍ତି ।

ଧୋତି ଭଳି ଲୁଙ୍ଗିକୁ ମଧ୍ୟ ସମଗ୍ର ଭାରତବର୍ଷରେ ପୁରୁଷ ଲୋକମାନେ ସାର୍ବଜନୀନ ବ୍ୟବହାର କରିଥା’ନ୍ତି । ମହାରାଷ୍ଟ୍ରରେ ଏହାକୁ ଅଣ୍ଟାଠାରୁ ଅଳ୍ପ ତଳକୁ ଛୋଟ ଢଙ୍ଗରେ ଧୋତାର ରୂପେ ବ୍ୟବହାର ହୋଇଥାଏ, ଯେଉଁଥରେ ଅଣ୍ଟାର ଆଗପଟ ଏବଂ ପଛପଟରେ ପ୍ଲେଭଳି ସେମାନେ ବାନ୍ଧି ରଖୁ’ନ୍ତି । ଧୋତିକୁ ମଧ୍ୟ ପର୍ବପର୍ବାଣି ତଥା ପାରମ୍ପରିକ ନୃତ୍ୟ ସମୟରେ ମଧ୍ୟ ପୁରୁଷ ବ୍ୟକ୍ତିମାନେ ପରିଧାନ କରିଥା’ନ୍ତି । ଏହା ବିଶେଷତଃ ଦକ୍ଷିଣ ଭାରତରେ ଦେଖିବାକୁ ମିଳିଥାଏ ।

ଭାରତର ବିଭିନ୍ନ ଅଞ୍ଚଳରେ ଧୋତିର ନାମକରଣ ମଧ୍ଯ ଭିନ୍ନ ଭିନ୍ନ ହୋଇଥାଏ । ଆମ ଦେଶର ଆସାମ ରାଜ୍ୟରେ ଧୋତିକୁ ମେଖଲା, କେରଳରେ ମୁଣ୍ଡୁ ଏବଂ ସମଗ୍ର ଦକ୍ଷିଣ ଭାରତରେ ଭେସ୍ତି ବୋଲି କହିଥା’ନ୍ତି ।

ସର୍ବଶେକ୍ଷରେ ଏହା କୁହାଯାଇପାରେ ଯେ ଧୋତି ଆମ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ, ପର୍ବପର୍ବାଣି, ବାହାଘର ଆଦି ଧର୍ମୀୟ କାର୍ଯ୍ୟରେ ବହୁଳ ବ୍ୟବହାର ହୋଇଥାଏ । ଏହାକୁ ମଧ୍ୟ ଅନେକ ବୟସ୍କ ବ୍ୟକ୍ତି ସାଧାରଣ ଭାବରେ ବ୍ୟବହାର କରିଥା’ନ୍ତି । ଆମ ଦେଶର ଅଧିକାଂଶ ଲୋକଙ୍କର ଧୋତି ପିନ୍ଧିବାର ପସନ୍ଦ, କିନ୍ତୁ ବିଭିନ୍ନ ଆଞ୍ଚଳିକ ପ୍ରଥା, ପରମ୍ପରା ଅନୁସାରେ ସେମାନେ ଏହା ପରିଧାନ କରିଥା’ନ୍ତି ।

Question 9.
ତୁମର ପ୍ରିୟ ପର୍ବର ନାମ କ’ଣ ? ଏହା ତୁମ ଅଞ୍ଚଳରେ କିପରି ପାଳନ କରାଯାଏ ? ଏହା ଭାରତର ଅନ୍ୟ କୌଣସି ସ୍ଥାନରେ ଭିନ୍ନ ନାମରେ ପାଳନ କରାଯାଏ ବୋଲି ତୁମେ ଜାଣ କି ?
Answer:
(i) ମୋର ପ୍ରିୟ ପର୍ବର ନାମ ଦୁର୍ଗାପୂଜା । ଏହିଦିନ ଦେବୀ ଦୁର୍ଗାଙ୍କୁ ପୂଜା ଅର୍ଚ୍ଚନା କରାଯାଏ । କୋଲକତା, ବିହାର, ଆସାମ, ଓଡ଼ିଶା, ତ୍ରିପୁରା ଏବଂ ଭାରତର ଅନ୍ୟାନ୍ୟ ଅନେକ ଅଞ୍ଚଳରେ ଦୁର୍ଗାପୂଜା ମହାସମାରୋହରେ ପାଳିତ ହୁଏ ।

(ii) ଦୁର୍ଗାପୂଜା ସମୟରେ ମଣ୍ଡପ ବହୁତ ସୁନ୍ଦର ଭାବେ ସଜାଯାଏ । ମା’ ଦୁର୍ଗାଙ୍କ ସହିତ ଲକ୍ଷ୍ମୀ, ସରସ୍ଵତୀ, ଗଣେଶ, କାର୍ତ୍ତିକେୟ ଆଦି ଠାକୁରଙ୍କ ମୂର୍ତ୍ତିମାନ ମଧ୍ୟ ଏହି ମଣ୍ଡପରେ ପୂଜା ପାଆନ୍ତି ।

(iii) ଦଶହରା ପୂଜା ବା ଦୁର୍ଗାପୂଜା ମହାଳୟାଠାରୁ ଆରମ୍ଭ ହୋଇଥାଏ । ବିଭିନ୍ନ ପ୍ରକାର ସାଂସ୍କୃତିକ ସମାରୋହ ପ୍ରତ୍ୟେକ ଦିନ ପୂଜା ସରିଲାପରେ ରାତିରେ ପାଳନ କରାଯାଏ । ନାଚଗୀତର ବଡ଼ ଆସର ଜମେ । ଖେଚେଡ଼ି, ମିଠା, ସନ୍ଦେଶ, ରସଗୋଲା ଆଦି ‘ମା’ଙ୍କୁ ପୂଜାରେ ସମର୍ପଣ କରାଯାଏ ।

(iv) ଦଶହରା ପୂଜା ଦଶଦିନଯାଏଁ ପାଳିତ ହୁଏ । ପୂଜାର ଶେଷଦିନ ଅର୍ଥାତ୍ ବିଜୟା ଦଶମୀ ଦିନ ଦଶଦିନ ଧରି ମା’ ଦୁର୍ଗାଙ୍କର ପୂଜା ହେବାପରେ ଶେଷରେ ମା’ଙ୍କୁ ନିକଟସ୍ଥ ପୋଖରୀରେ ବିସର୍ଜନ କରାଯାଏ । ଏହିଦିନ ବହୁତ ବଡ଼ ଉତ୍ସବ ହୋଇଥାଏ ।

(v) ଦଶହରା ପର୍ବ ଦେଶର ବିଭିନ୍ନ କୋଣରେ ବିଭିନ୍ନ ନାମରେ ପରିଚିତ । ଉତ୍ତର ପ୍ରଦେଶରେ ତଥା ଉତ୍ତର ଭାରତରେ ଏହି ପୂଜା ନନରାତ୍ରି ନାମରେ, କର୍ଣ୍ଣାଟକରେ ଦଶହରା, ଗୁଜରାଟରେ ନବରାତ୍ରି, ମହାରାଷ୍ଟ୍ରରେ ନବରାତ୍ରି ଏବଂ ହିମାଚଳ ପ୍ରଦେଶରେ କୁଲୁ ଦଶହରା ନାମରେ ପାଳିତ ହୋଇଥାଏ ।

Class 6 Social Science Chapter 8 Question Answer Odia Medium ବିବିଧତା ମଧ୍ୟରେ ଏକତା, ବା ‘ଅନେକରେ ଏକ’

Question 10.
ଅକ୍ଟୋବର–ନଭେମ୍ବର ମାସରେ ଭାରତରେ ଅନେକ ପ୍ରମୁଖ ପର୍ବ ପାଳନ କରାଯାଏ । ଦେଶର ବିଭିନ୍ନ ସ୍ଥାନରେ ଥ‌ିବା ଅଳ୍ପ କେତୋଟି ମୁଖ୍ୟ ପର୍ବ ଏବଂ ସେମାନଙ୍କର ବିଭିନ୍ନ ନାମର ଏକ ତାଲିକା ପ୍ରସ୍ତୁତ କର ।
Answer:
ଅକ୍ଟୋବର–ନଭେମ୍ବର ମାସରେ ଅନେକଗୁଡ଼ିଏ ମୁଖ୍ୟ ପର୍ବ ଭାରତରେ ପାଳନ କରାଯାଏ । ନିମ୍ନରେ ସେହି ପର୍ବଗୁଡ଼ିକର ନାମ ସହିତ ସେହି ପର୍ବର ଆଞ୍ଚଳିକ ନାମଗୁଡ଼ିକ ଦର୍ଶାଯାଇଛି ।

(୧) ଦୀପାବଳୀ – (ଦିୱାଲୀ)
ଉତ୍ତର ଭାରତ – ଦିଲୀ ଦକ୍ଷିଣ ଭାରତ – ଦୀପାବଳୀ
ପଶ୍ଚିମ ଭାରତ (ମହାରାଷ୍ଟ୍ର) – ଦିଲୀ ପଶ୍ଚିମ ଭାରତ – ଲକ୍ଷ୍ମୀପୂଜା
ପୂର୍ବ ଭାରତ (ବେଙ୍ଗଲ)- କାଳୀପୂଜା, ଶ୍ୟାମାପୂଜା

(୨) ଦଶହରା (ବିଜୟା ଦଶମୀ)
ଉତ୍ତର ଭାରତ – ଦଶହରା ଦକ୍ଷିଣ ଭାରତ (କର୍ଣ୍ଣାଟକ) – ଦଶହରା
ପଶ୍ଚିମ ଭାରତ – ଦୁର୍ଗାପୂଜା ମହାରାଷ୍ଟ୍ର – ଦଶହରା
ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା – ବିଜୟା ଦଶମୀ

(୩) ଭାଇ ଦୁଜ
ଉତ୍ତର ଭାରତ – ଭାଇ ଦୁଜ୍ ପଶ୍ଚିମ ଭାରତ – ଭାଇ ଫୋଣ୍ଟା
ମହାରାଷ୍ଟ୍ର – ଭାଇ ବୀଜ୍ ଗୁଜରାଟ – ଭାଇ ବୀଜ୍

(୪) ଛଠ୍ ପୂଜା –
ବିହାର, ଝାଡ଼ଖଣ୍ଡ – ଛଠ୍ପୂଜା ଉତ୍ତର ପ୍ରଦେଶ – ସୂର୍ଯ୍ୟ ଶାସ୍ତ୍ର

ଶେଷରେ ଏତିକି କୁହାଯାଇପାରେ ଯେ ଆମ ଦେଶ ଭାରତରେ ଏକ ସାଂସ୍କୃତିକ ବୈଷମ୍ୟ ରହିଛି । ପ୍ରତିଟି ପର୍ବ ତା’ର ନିଜସ୍ଵ ପ୍ରଥା, ତୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥାଏ । ଏହା ସତ୍ତ୍ବେ ପ୍ରତିଟି ସାଂସ୍କୃତିକ କାର୍ଯ୍ୟକ୍ରମ ଆନନ୍ଦ, ଉକ୍ତି ଏବଂ ଗୋଷ୍ଠୀଗତ ଭାବନାଦ୍ଵାରା ସମସ୍ତଙ୍କୁ ଏକ ଡୋରୀରେ ବାନ୍ଧି ରଖୁଥାଏ, ଯାହାର ପ୍ରକୃତ ଭାବ ହେଉଛି ଅନେକରେ ଏକ ବା ଏକତ୍ଵ ।

Question 11.
ଶ୍ରେଣୀରେ ଏକ ଆଲୋଚନାରେ, ଉପରୋକ୍ତ ଚିତ୍ର ୮.୬ରେ ଦର୍ଶାଯାଇଥିବା ଘଟଣାବଳୀ ଏବଂ ଏହା ସହିତ ଜଡ଼ିତ ଗୁରୁତ୍ଵପୂର୍ଣ୍ଣ ବିବରଣୀକୁ ଚିହ୍ନଟ କରିବାକୁ ଚେଷ୍ଟା କର ।
Class 6 Social Science Chapter 8 Question Answer Odia Medium ବିବିଧତା ମଧ୍ୟରେ ଏକତା, ବା ‘ଅନେକରେ ଏକ’-2
Answer:
ପ୍ରଦତ୍ତ ଚିତ୍ର ଅଷ୍ଟାଦଶ ଶତାବ୍ଦୀର ହିମାଚଳ ପ୍ରଦେଶର ଯାହା ରାମାୟଣର ଏକ ଘଟଣାକୁ ଦର୍ଶାଇଛି । ଚିତ୍ରରେ ଦର୍ଶାଯାଇଛି ଯେ ଲଙ୍କାର ରାଜା ରାବଣ ଦେବୀ ସୀତାଙ୍କୁ ଏକ ରଥରେ ହରଣ କରି ନେଇଯାଉଛି । ଅନ୍ୟ ଏକ ଐଶ୍ଵରୀୟ ଶାଗୁଣା ପକ୍ଷୀ ଜଟାୟୁର ଚିତ୍ର ଦର୍ଶାଯାଇଛି ଯେକି ମାତା ସୀତାଙ୍କୁ ଉଦ୍ଧାର କରିବାପାଇଁ ରାବଣ ସହିତ ଯୁଦ୍ଧ କରୁଛି । ଅଧୂକନ୍ତୁ ସେ ଘଟଣାଚକ୍ରରେ କ୍ଷତବିକ୍ଷତ ହେଉଛି ଏବଂ ତା’ର କାର୍ଯ୍ୟରେ ସଫଳ ହୋଇପାରି ନାହିଁ ।

ଏହି ଦୃଶ୍ୟର ଗୁରୁତ୍ଵ ରାମାୟଣ କାହାଣୀର ଏକ ପରିବର୍ତ୍ତନର ସମୟ । ରାକ୍ଷସ ରାବଣଦ୍ଵାରା ଦେବୀ ସୀତାଙ୍କ ହରଣ ପ୍ରଭୁ ରାମଚନ୍ଦ୍ରଙ୍କୁ ତାଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ଅନ୍ଵେଷଣ କରିବାକୁ ପଡ଼ିଛି । ସର୍ବଶେଷରେ ପୁରାଣରେ ବର୍ଣ୍ଣିତ ଅଛି ଯେ ପ୍ରଭୁ ରାମ ରାକ୍ଷସ ରାବଣ ଉପରେ ବିଜୟପ୍ରାପ୍ତ କରି ପାପର ବିନାଶ ଘଟାଇବା ସହ ଧର୍ମ ସ୍ଥାପନ କରିଛନ୍ତି । ସର୍ବଶେଷରେ ଦେବୀ ସୀତା ଉଦ୍ଧାର ହୋଇ ସ୍ଵାମୀ ରାମଚନ୍ଦ୍ର ଏବଂ ଦିଅର ଲକ୍ଷ୍ମଣଙ୍କ ସହିତ ଅଯୋଧ୍ୟାରେ ପ୍ରବେଶ କରିଛନ୍ତି ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଭାରତ ତା’ର ବିବିଧତା ପାଇଁ କେଉଁ କ୍ଷେତ୍ରରେ ପ୍ରସିଦ୍ଧ ?
Answer:
ଭାରତ ତା’ର ବିବିଧତା ପାଇଁ ଧର୍ମ, ଭାଷା, ସଂସ୍କୃତି, ଖାଦ୍ୟ ବେଶପୋଷାକ, ପର୍ବପର୍ବାଣି, ପ୍ରଥା ଓ ପରମ୍ପରା ଏବଂ ଭୌଗୋଳିକ ବୈଶିଷ୍ଟ୍ୟ କ୍ଷେତ୍ରରେ ପ୍ରସିଦ୍ଧିଲାଭ କରିଛି ।

Question 2.
ଭାରତୀୟ ଖାଦ୍ୟରେ କେଉଁ ପ୍ରକାର ବିଭିନ୍ନତା ଦେଖାଯାଏ ?
Answer:
ଭାରତରେ ଖାଦ୍ୟପେୟରେ ଅନେକ ବିଭିନ୍ନତା ଦେଖାଯାଏ । ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ଭାରତୀୟମାନେ ଖାଇଥା’ନ୍ତି । ଦକ୍ଷିଣ ଭାରତରେ ଲୋକମାନେ ପ୍ରାୟ ନିରାମିଷ ଖାଦ୍ୟ ଖାଆନ୍ତି । କିନ୍ତୁ ସେମାନଙ୍କ ଖାଦ୍ୟରେ ସେମାନେ ଘିଅ, ଦହି ଓ ଲହୁଣୀ ନେଇଥା’ନ୍ତି । ସେହିପରି ଉତ୍ତର ଭାରତରେ ମଧ୍ୟ ଉଭୟ ନିରାମିଷ ଓ ଆମିଷ ଭୋଜନ କରିଥା’ନ୍ତି । କିନ୍ତୁ ସେମାନଙ୍କ ଖାଦ୍ୟ ଅଧିକ ମସଲାଯୁକ୍ତ ହୋଇଥାଏ । ସର୍ବୋପରି ଭାରତୀୟମାନେ ଧାନ, ଗହମ, ବାଜରା ଏବଂ ଡାଲି ଜାତୀୟ ଶସ୍ୟକୁ ପ୍ରଧାନ ଖାଦ୍ୟରୂପେ ଖାଇଥା’ନ୍ତି ।

Question 3.
ଭାରତର ବିଭିନ୍ନ ଅଞ୍ଚଳରେ ପ୍ରଧାନ ଖାଦ୍ୟରେ କିପରି ତାରତମ୍ୟ ଦେଖାଯାଏ ?
Answer:
ଧାନ ଦକ୍ଷିଣ ଭାରତ ଏବଂ ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ପ୍ରଧାନ ଖାଦ୍ୟ ଏବଂ ପଶ୍ଚିମ ଭାରତରେ ପ୍ରଧାନ ଖାଦ୍ୟ ଅଟେ । ଗହମରୁ ରୋଟି, ଖାଦ୍ୟ ପ୍ରସ୍ତୁତ ହୁଏ ।
ହୋଇଥିଲାବେଳେ ଗହମ ଉତ୍ତର ଚପାତି ଏବଂ ପରଟା ଆଦି ବିଭିନ୍ନ

Question 4.
ଭାରତରେ କିପରି ଜଳବାୟୁ ଦୃଷ୍ଟିରୁ ବେଶପୋଷାକରେ ବିଭିନ୍ନତା ଦେଖାଦେଇଥାଏ ?
Answer:
ଭାରତରେ ଜଳବାୟୁ ଦୃଷ୍ଟିରୁ ଉଷ୍ମ ଜଳବାୟୁ ଥିବା ଅଞ୍ଚଳରେ ଜନସାଧାରଣ ସୂତା ଏବଂ ହାଲୁକା ବସ୍ତ୍ର ପରିଧାନ କରିଥା’ନ୍ତି ସେହିପରି ଥଣ୍ଡା ଅଞ୍ଚଳରେ ଲୋକମାନେ ଉଲ୍, ସିଲ୍‌କରୁ ନିର୍ମିତ ବସ୍ତ୍ର ପରିଧାନ କରିଥା’ନ୍ତି ।

Question 5.
ଭାରତୀୟମାନଙ୍କ ପ୍ରଧାନ ଖାଦ୍ୟରେ ଭିନ୍ନତା ଦେଖାଯାଏ କାହିଁକି ?
Answer:
ଭାରତ ଏକ ଉପମହାଦେଶ ହୋଇଥିବାରୁ ଏହାର ବିଭିନ୍ନ ଅଞ୍ଚଳରେ ପାଣିପାଗ ଓ ଭୂମିରୂପ ଅନୁଯାୟୀ ବିଭିନ୍ନ ଫସଲ ଚାଷ କରି ଅମଳ କରାଯାଇଥାଏ । ସେଥ‌ିପାଇଁ ଭାରତୀୟମାନଙ୍କ ପ୍ରଧାନ ଖାଦ୍ୟରେ ଭିନ୍ନତା ଦେଖାଯାଇଥାଏ ।

Question 6.
ଭାରତର କିଛି ବିବିଧତା ସମ୍ପର୍କରେ ଉଲ୍ଲେଖ କର ।
Answer:
ଭାରତର ମୁଖ୍ୟ ବିବିଧତା ଭାଷା, ଧର୍ମ ଏବଂ ତା’ର ଭୌଗୋଳିକ ଅବସ୍ଥିତି କ୍ଷେତ୍ରରେ ଦେଖାଯାଇଥାଏ । ଭାଷା ଦୃଷ୍ଟିରୁ ବିଚାର କଲେ ପ୍ରାୟ ୨୨ଟି ସ୍ଵୀକୃତିପ୍ରାପ୍ତ ଭାଷା ଥିଲାବେଳେ ୧୬୦୦ କଥିତ ଭାଷା ରହିଛି ।

ସେହିପରି ଧର୍ମ ଦୃଷ୍ଟିକୋଣରୁ ଅନେକ ପ୍ରସିଦ୍ଧ ଧର୍ମର ଲୋକମାନେ ଭାରତରେ ବସବାସ କରନ୍ତି । ସେଗୁଡ଼ିକ ହେଲା- ହିନ୍ଦୁଧର୍ମ, ଇସଲାମ୍ ଧର୍ମ, ଶିଙ୍ଖଧର୍ମ, ବୌଦ୍ଧଧର୍ମ, ଖ୍ରୀଷ୍ଟଧର୍ମ, ଜୈନଧର୍ମ ଏବଂ ଅନ୍ୟାନ୍ୟ ଧର୍ମ ।

ଭୌଗୋଳିକ ଦୃଷ୍ଟିକୋଣରୁ ଭାରତର ଉତ୍ତରରେ ହିମାଳୟ ପର୍ବତଶ୍ରେଣୀ ରହିଥିଲାବେଳେ ପୂର୍ବ, ଦକ୍ଷିଣ ଏବଂ ପଶ୍ଚିମରେ ଉପକୂଳ ଅଞ୍ଚଳ ରହିଛି । ସେହିପରି ଉତ୍ତର ପଶ୍ଚିମରେ ମରୁଭୂମି ରହିଛି । ପ୍ରାୟ ସମସ୍ତ ସ୍ଥାନରେ ସବୁଜିମା ଭରି ରହିଥିଲାବେଳେ ଅନେକ ପ୍ରକାରର ଉଭିଦ ଏବଂ ପ୍ରାଣୀ ରହିଛନ୍ତି ।

Question 7.
ଭାରତକୁ କାହିଁକି ପର୍ବପର୍ବାଣିର ଦେଶ କୁହାଯାଏ ?
Answer:
ଭାରତକୁ ପର୍ବପର୍ବାଣିର ଦେଶ କୁହାଯାଏ କାରଣ ଏହି ଦେଶରେ ବର୍ଷସାରା ବିଭିନ୍ନ ପ୍ରକାରର ପର୍ବ ପାଳନ କରାଯାଇଥାଏ । ଦୀପାବଳୀ, ହୋଲି, ଦଶହରା, ମକର ସଂକ୍ରାନ୍ତି, ପୋଙ୍ଗଲ, ଓନମ୍, ବିହୁ, ଗଣେଶ, ଚତୁର୍ଥୀ, ଖ୍ରୀଷ୍ଟମାସ, ଇଦ୍ ଆଦି କେତେକ ପ୍ରଧାନ ପର୍ବ ଦେଶର ଭିନ୍ନ ଭିନ୍ନ କୋଣରେ ପାଳନ କରାଯାଇଥିବାରୁ ଏହାକୁ ପର୍ବପର୍ବାଣିର ଦେଶ କୁହାଯାଏ ।

Question 8.
ରାମାୟଣର ମୁଖ୍ୟ ବିଷୟବସ୍ତ କ’ଣ ଥିଲା ?
Answer:

  1. ରାମାୟଣ ଏକ ମହାକାବ୍ୟ । ଏହା ବାଲ୍ମିକୀଙ୍କଦ୍ଵାରା ରଚିତ ହୋଇଥିଲା । ଏହି କାବ୍ୟର ବର୍ଣ୍ଣନା ଅନୁସାରେ ପ୍ରଭୁ ଶ୍ରୀରାମ ଦୁଷ୍ଟ ରାବଣକୁ ବଧ କରି ମାତା ସୀତାଙ୍କୁ ଅଯୋଧ୍ୟା ଫେରାଇ ଆଣିଥିଲେ ।
  2. ଏହି କାବ୍ୟ ଅଧର୍ମ ଉପରେ ଧର୍ମର ବିଦାୟ ସୂଚାଇଥାଏ ।
  3. ଏହା ଆମକୁ କର୍ଭବ୍ୟ, ସମ୍ମାନ, ତ୍ୟାଗ ଇତ୍ୟାଦି ନୈତିକତା ଶିକ୍ଷା ଦେଇଥାଏ, ଯାହାକି ଭାରତୀୟ ସଂସ୍କୃତିର ମୂଳପିଣ୍ଡ ଅଟେ ।

Question 9.
ଭାରତର ମୁଖ୍ୟ ଖାଦ୍ୟଶସ୍ୟଗୁଡ଼ିକ କ’ଣ ?
Answer:
ଧାନ– ଏହା ଅଧିକାଂଶ ଭାରତୀୟ ବିଶେଷ କରି ଦକ୍ଷିଣ ଭାରତ ଏବଂ ପୂର୍ବ ଭାରତରେ ଲୋକମାନେ ଖାଇଥା’ନ୍ତି ।
ଗହମ— ଏହା ମୁଖ୍ୟତଃ ପ୍ରଧାନ ଖାଦ୍ୟଭାବେ ଉତ୍ତର ଏବଂ ମଧ୍ୟଭାରତରେ ଲୋକମାନେ ଖାଇଥା’ନ୍ତି ।
ମାଣ୍ଡିଆ – ଏହା ବାଜରା, ଯଅ, ରାଗୀ, ଇତ୍ୟାଦି ଅଟେ । ରାଜସ୍ଥାନ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ଏହା ମୁଖ୍ୟ ଖାଦ୍ୟ ଅଟେ ।
ଡାଲି – ମୁଗ, ହରଡ଼, ଚଣା, ମସୁର ଇତ୍ୟାଦି ଡାଲି ଜାତୀୟ ଫସଲ ଅଟେ । ଏହାକୁ ସର୍ବଭାରତୀୟ ସ୍ତରରେ ଲୋକ ଖାଇଥା’ନ୍ତି ।

ଶୂନ୍ୟସ୍ଥାନ ପୂରଣ କର ।

Question 1.
ଭାରତ ଏକ ଅନେକ ___________ ର ଦେଶ ।
Answer:
ବିବିଧତା

Question 2.
ଖାଦ୍ୟପେୟରେ ବିଭିନ୍ନତା ଭାରତର ______________ କୁ ପ୍ରତିଫଳିତ କରେ ।
Answer:
ଏକତ୍ଵ

Class 6 Social Science Chapter 8 Question Answer Odia Medium ବିବିଧତା ମଧ୍ୟରେ ଏକତା, ବା ‘ଅନେକରେ ଏକ’

Question 3.
ଭାରତୀୟ ନାରୀମାନଙ୍କର ପାରମ୍ପରିକ ପୋଷାକ ହେଉଛି _____________ |
Answer:
ଶାଢ଼ି

Question 4.
ଆଲୋକର ପର୍ବ ଭାବରେ ସାରା ଭାରତରେ ___________ ପାଳନ କରାଯାଏ ।
a
ଦୀପାବଳୀ

Question 5.
____________ ପର୍ବ କେରଳରେ ଫସଲ ଅମଳ ପର୍ବ ଭାବରେ ପାଳନ କରାଯାଏ ।
Answer:
ଓନମ୍

Question 6.
ଭାରତବର୍ଷର ରାମାୟଣ ଓ ମହାଭାରତ ଦୁଇଟି ପ୍ରସିଦ୍ଧ ______________ ଅଟେ ।
Answer:
ମହାକାବ୍ୟ

Question 7.
ମସଲାଯୁକ୍ତ ଖାଦ୍ୟ ଭାରତର ________________ ଅଞ୍ଚଳର ଲୋକେ ଖାଇଥା’ନ୍ତି ।
Answer:
ଉତ୍ତର

Question 8.
କେରଳରେ ପାଳିତ ହେଉଥ‌ିବା ପର୍ବମାନଙ୍କ ମଧ୍ୟରେ ___________ ପର୍ବ ପ୍ରଧାନ ଅଟେ ।
Answer:
ଓନମ୍

Question 9.
ସପ୍ତଦଶ ଶତାବ୍ଦୀରେ ୟୁରୋପରେ ___________ ନାମକ ଏକ ପ୍ରକାର ସୁନ୍ଦର ଚିତ୍ର ଥ‌ିବା କପଡ଼ା ଏତେ ଲୋକପ୍ରିୟ ହୋଇଥିଲା ଯେ କିଛି ୟୁରୋପୀୟ ପୋଷାକର ବିକ୍ରି ଦ୍ରୁତଗତିରେ ହ୍ରାସ ପାଇଥିଲା ।
Answer:
ଛିଟଲୁଗା ।

ନିମ୍ନଲିଖ ମଧ୍ୟରୁ ସଠିକ୍ ଉତ୍ତର ବାଛି ଲେଖ ।

Question 1.
ନିମ୍ନଲିଖୁ କେଉଁଟି ଭାରତ ବିଭିନ୍ନ ଜନସଂଖ୍ୟାକୁ ଦାନ କରିଛି ?
(କ) ବିଭିନ୍ନ ଭାଷା କହୁଥ‌ିବା ଅଞ୍ଚଳ
(ଖ) ବିଭିନ୍ନ ଜଳବାୟୁ ଥିବା ଅଞ୍ଚଳ
(ଗ) ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଥ‌ିବା ଅଞ୍ଚଳ
(ଘ) ଉପରୋକ୍ତ ସମସ୍ତ ଉତ୍ତର ଠିକ୍
Answer:
(ଘ) ଉପରୋକ୍ତ ସମସ୍ତ ଉତ୍ତର ଠିକ୍

Question 2.
ମିରଗାନ୍ ଶାଢ଼ି କେଉଁ ଅଞ୍ଚଳର ପାରମ୍ପରିକ ଶାଢ଼ି ଅଟେ ?
(କ) ରଘୁରାଜପୁର
(ଖ) କୋଟପାଡ଼
(ଗ) ସମ୍ବଲପୁର
(ଘ) ବ୍ରହ୍ମପୁର
Answer:
(ଖ) କୋଟପାଡ଼

Class 6 Social Science Chapter 8 Question Answer Odia Medium ବିବିଧତା ମଧ୍ୟରେ ଏକତା, ବା ‘ଅନେକରେ ଏକ’

Question 3.
ବିଶ୍ଵରେ ସବୁଠାରୁ ଭଲ କପା ଉତ୍ପାଦନ ହେଉଥ‌ିବା ଦେଶ ___________ |
(କ) ପାକିସ୍ତାନ
(ଖ) ଭାରତ
(ଗ) ଆମେରିକା
(ଘ) ଜାପାନ
Answer:
(ଖ) ଭାରତ

Question 4.
ମକର ସଂକ୍ରାନ୍ତି _____________ ଦିନ ପାଳନ କରାଯାଏ ।
(କ) ଜାନୁୟାରୀ ୬
(ଖ) ଜାନୁୟାରୀ ୧୪
(ଗ) ଜାନୁୟାରୀ ୨୯
(ଘ) ଫେବୃୟାରୀ ୪
Answer:
(ଖ) ଜାନୁୟାରୀ ୧୪

Question 5.
କେ. ଏସ୍. ସିଂହ କିଏ ?
(କ) ନୃତତ୍ତ୍ବବିତ୍
(ଖ) ପ୍ରନୃତତ୍ତ୍ବବିତ୍
(ଗ) ଐତିହାସିକ
(ଘ) ପ୍ରଶାସକ
Answer:
(କ) ନୃତତ୍ତ୍ବବିତ୍

Question 6.
କେଉଁ ଅଞ୍ଚଳର ପଟ୍ଟଚିତ୍ର ଶାଢ଼ି ଭାରତ ପ୍ରସିଦ୍ଧ ?
(କ) କୋଟପାଡ଼
(ଖ) ସାଲେପୁର
(ଗ) ରଘୁରାଜପୁର
(ଘ) ବ୍ରହ୍ମପୁର
Answer:
(ଗ) ରଘୁରାଜପୁର

Question 7.
ବିଶ୍ଵରେ ସବୁଠାରୁ ଭଲ କପା ଉତ୍ପାଦନ କରୁଥିବା ଦେଶ ___________ ଥିଲା ।
(କ) ଆମେରିକା
(ଖ) ଜାପାନ
(ଗ) ଭାରତ
(ଘ) ଇଂଲଣ୍ଡ
Answer:
(ଗ) ଭାରତ

Question 8.
ଇଂଲଣ୍ଡ ଓ ଫ୍ରାନ୍ସ ଭାରତର କେଉଁ ଜିନିଷର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପଭି ନେଇଥିଲେ ?
(କ) ସିଲ୍‌ ଲୁଗା
(ଖ) ସୁନା ଅଳଙ୍କାର
(ଗ) ଛିଟ ଲୁଗା
(ଘ) ମାଳି
Answer:
(ଗ) ଛିଟ ଲୁଗା

Question 9.
ଭାରତର ଅଧିକାଂଶ ଅଞ୍ଚଳର ମୁଖ୍ୟ ଖାଦ୍ୟ କ’ଣ ଥିଲା ?
(କ) ମାଂସ
(ଖ) ଚାଉଳ
(ଗ) ମଇଦା
(ଘ) ଆଖୁ
Answer:
(ଖ) ଚାଉଳ

Question 10.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ଶସ୍ୟ ଅମଳ ପର୍ବ, ଯାହା ଭାରତର କିଛି ଭାଗରେ ପାଳିତ ହୁଏ ?
(କ) ହୋଲି
(ଖ) ଦଶହରା
(ଗ) ପୋଙ୍ଗଲ
(ଘ) ଇଦ୍-ଉଲ୍-ଫିତର୍
Answer:
(ଗ) ପୋଙ୍ଗଲ

ଭୁଲ୍ ଥିଲେ ଠିକ୍ କର ।

Question 1.
ଖାଦ୍ୟପେୟର ବିଭିନ୍ନତା ଭାରତର ଭିନ୍ନତାକୁ ପ୍ରତିଫଳିତ କରେ ।
Answer:
ଭୁଲ୍ : ଖାଦ୍ୟପେୟର ବିଭିନ୍ନତା ଭାରତର ଏକତ୍ଵକୁ ପ୍ରତିଫଳିତ କରେ ।

Class 6 Social Science Chapter 8 Question Answer Odia Medium ବିବିଧତା ମଧ୍ୟରେ ଏକତା, ବା ‘ଅନେକରେ ଏକ’

Question 2.
ଭାରତୀୟ ନାରୀମାନଙ୍କର ପାରମ୍ପରିକ ପୋଷାକ କହିଲେ ସାଲୱାର ସୁଟ୍‌କୁ ବୁଝାଇଥାଏ ।
Answer:
ଭୁଲ୍ : ଭାରତୀୟ ନାରୀମାନଙ୍କର ପାରମ୍ପରିକ ପୋଷାକ କହିଲେ ଶାଢ଼ିକୁ ବୁଝାଇଥାଏ ।

Question 3.
ଆମ ଦେଶ ଭାରତରେ ଆଲୋକର ପର୍ବ କହିଲେ ଗଣେଶ ପୂଜାକୁ ବୁଝାଇଥାଏ ।
Answer:
ଭୁଲ୍ : ଆମ ଦେଶ ଭାରତରେ ଆଲୋକର ପର୍ବ କହିଲେ ଦୀପାବଳୀକୁ ବୁଝାଇଥାଏ ।

Question 4.
ରଘୁରାଜପୁର ସମ୍ବଲପୁର ଶାଢ଼ି ପାଇଁ ପ୍ରସିଦ୍ଧ ।
Answer:
ଭୁଲ୍ : ରଘୁରାଜପୁର ପଟ୍ଟଚିତ୍ର ଶାଢ଼ିପାଇଁ ପ୍ରସିଦ୍ଧ ।

Question 5.
‘ପିପୁଲ ଅଫ୍ ଇଣ୍ଡିଆ ପ୍ରୋଜେକ୍ଟ’ ନାମକ ଏକ ବିଶାଳ ସର୍ବେକ୍ଷଣରେ ୫୨୫ଟି ଭାଷା ଗଣନା କରାଯାଇଥିଲା ।
Answer:
ଭୁଲ୍ : ‘ପିପୁଲ ଅଫ୍ ଇଣ୍ଡିଆ ପ୍ରୋଜେକ୍ଟ’ ନାମକ ଏକ ବିଶାଳ ସର୍ବେକ୍ଷଣରେ ୩୨୫ଟି ଭାଷା ଗଣନା କରାଯାଇଥିଲା ।

‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭ ମିଳନ କର ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଅଷ୍ଟ୍ରୋପୋଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ମସଲା
ଜିରା ରଘୁରାଜପୁର
ପଟ୍ଟଚିତ୍ର ଶାଢ଼ି ୟୁରୋପ
କେରଳ ବ୍ରହ୍ମପୁର
ଜାନୁୟାରୀ ୧୪ ମହାକାବ୍ୟ
ଛିଟଲୁଗା ଓନମ୍
ବ୍ରହ୍ମପୁରୀ ପାଟ ପିପୁଲ୍ ଅଫ୍ ଇଣ୍ଡିଆ ପ୍ରୋଜେକ୍ଟ
ରାମାୟଣ ମକର ସଂକ୍ରାନ୍ତି

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଅଷ୍ଟ୍ରୋପୋଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ପିପୁଲ୍ ଅଫ୍ ଇଣ୍ଡିଆ ପ୍ରୋଜେକ୍ଟ
ଜିରା ମସଲା
ପଟ୍ଟଚିତ୍ର ଶାଢ଼ି ରଘୁରାଜପୁର
କେରଳ ଓନମ୍
ଜାନୁୟାରୀ ୧୪ ମକର ସଂକ୍ରାନ୍ତି
ଛିଟଲୁଗା ୟୁରୋପ
ବ୍ରହ୍ମପୁରୀ ପାଟ ବ୍ରହ୍ମପୁର
ରାମାୟଣ ମହାକାବ୍ୟ

Class 6 Social Science Chapter 7 Question Answer Odia Medium ଭାରତର ସାଂସ୍କୃତିକ ଆଧାର

Go through Class 6 Social Science Solutions Odia Medium and Class 6 Social Science Chapter 7 Question Answer Odia Medium ଭାରତର ସାଂସ୍କୃତିକ ଆଧାର to understand textbook questions more clearly.

6th Class Social Science Chapter 7 Question Answer Odia Medium

Class 6 Social Science Chapter 7 Odia Medium

ପ୍ରଶ୍ନ, ଅଭ୍ୟାସ କାର୍ଯ୍ୟ ଏବଂ ପ୍ରକଳ୍ପ :

Question 1.
ଯଦି ତୁମେ ନଚିକେତା ହୋଇଥାନ୍ତ, ତେବେ ତୁମେ ଯମଙ୍କୁ କେଉଁ ପ୍ରଶ୍ନ ପଚାରିବାକୁ ଇଚ୍ଛା କରିଥା’ନ୍ତ ? ସେଗୁଡ଼ିକୁ ୧୦୦–୧୫୦ ଶବ୍ଦରେ ଲେଖ ।
Answer:
ମୁଁ ନଚିକେତା ହୋଇଥିଲେ ଯମ ସହ ମୋର ଭେଟ ହୋଇଥା’ନ୍ତା ଏବଂ ମୁଁ ତାଙ୍କୁ ନିମ୍ନୋକ୍ତ ପ୍ରଶ୍ନମାନ ପଚାରିଥା’ନ୍ତି ।
(୧) ଜଣେ ଲୋକର ମୃତ୍ୟୁ ପରେ ତା’ର କ’ଣ ହୋଇଥାଏ ?
(୨) ଆତ୍ମା କ’ଣ ?
(୩) ମୃତ୍ୟୁ ପରେ ଆତ୍ମାର କ’ଣ ହୋଇଥାଏ ?
(୪) ମୃତ୍ୟୁ ପରେ ଶରୀରର ଅନ୍ତ ସହ ଆତ୍ମାର ମୃତ୍ୟୁ ହୋଇଥାଏ କି, ଯଦି ନୁହେଁ, ତେବେ ଏହା କୁଆଡ଼େ ଯାଏ ?
(୫) ଆତ୍ମା ପୁନର୍ଜନ୍ମ ନେଇ ଅନ୍ୟ ଏକ ଶରୀରରେ ପ୍ରବେଶ କରେ କି ?

Question 2.
ବୌଦ୍ଧଧର୍ମର କିଛି ମୁଖ୍ୟ ଧାରଣା ବର୍ଣ୍ଣନା କର । ସେଗୁଡ଼ିକ ଉପରେ ସଂକ୍ଷିପ୍ତ ମନ୍ତବ୍ୟ ଦିଅ ।
Answer:
ଗୌତମ ବୁଦ୍ଧ ବୌଦ୍ଧଧର୍ମର ପ୍ରତିଷ୍ଠାତା ଥିଲେ । ସେ ଲୋକଙ୍କୁ ଏକ ସରଳ ଜୀବନ ମାର୍ଗ ପ୍ରଦର୍ଶନ କରିଥିଲେ । ସେ ବେଦକୁ ଅସ୍ୱୀକାର କରୁଥିଲେ ।

ସେ ଅନୁଭବ କରିଥିଲେ ଯେ, ଅଜ୍ଞତା ଏବଂ ଆକର୍ଷଣ ହେଉଛି ମନୁଷ୍ୟ ଦୁଃଖର ଉତ୍ସ ଏବଂ ଏହି ଦୁଇଟି କାରଣକୁ ଦୂର କରିବାପାଇଁ ସେ ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗକୁ ଅନୁସରଣ କରିବାପାଇଁ ଲୋକଙ୍କୁ ଉପଦେଶ ଦେଇଥିଲେ । ସେ ଅହିଂସା ନୀତିକୁ ପ୍ରଚାର କରିବା ସହିତ ନିଷ୍ଠାପର ଭାବେ ଆନ୍ତରିକ ଶୃଙ୍ଖଳା ତଥା ସଂଯମତା ଉପରେ ଗୁରୁତ୍ୱାରୋପ କରିଥିଲେ ।

Question 3.
ବୁଦ୍ଧଙ୍କ ଉକ୍ତି ‘ଜଳଦ୍ଵାରା ଜଣେ ଶୁଦ୍ଧ ହୋଇ ନ ଥାଏ, ଯଦିଓ ଅନେକ ଲୋକ ଏଠାରେ (ପବିତ୍ର ନଦୀରେ) ସ୍ନାନ କରିପାରନ୍ତି’, ଏହାର ଅର୍ଥକୁ ସମସ୍ତେ ବୁଝିପାରିଛନ୍ତି ବୋଲି ଶ୍ରେଣୀରେ ଆଲୋଚନା କର ।
Answer:
ବୁଦ୍ଧଙ୍କର ଉପରୋକ୍ତ ଉକ୍ତି ବାସ୍ତବରେ ତାତ୍ପର୍ଯ୍ୟପୂର୍ଣ୍ଣ ଏବଂ ଗୁରୁତ୍ଵପୂର୍ଣ୍ଣ ଅଟେ । ଏହାଦ୍ଵାରା ସେ କହିଛନ୍ତି ଯେ ଜଣେ ଅନେକ ଖରାପ କାର୍ଯ୍ୟ କରି ପବିତ୍ର ନଦୀରେ (ଗଙ୍ଗାଭଳି ନଦୀରେ) ସ୍ନାନ କଲେ ସେ ଶୁଦ୍ଧ ହୋଇ ପାରେନା । ଏହା ନିର୍ଭର କରେ ନିଜର ଆସାର ଶୁଦ୍ଧି ଓ ପବିତ୍ରତା ଉପରେ । ଜଣେ ବ୍ୟକ୍ତି ଯଦି ଅହିଂସା ମାର୍ଗରେ ଯାଇ ନିଜର ଅନ୍ତରର ଶୁଦ୍ଧତା ବଜାୟ ରଖେ ଏବଂ ମନକୁ ଜୟ କରେ ତେବେ ସେ ଶୁଦ୍ଧ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ଉପରେ ମଧ୍ୟ ନିଜର ଆତ୍ମୀୟତା ଭାବ, ଆଚରଣ ଇତ୍ୟାଦି ପ୍ରଦର୍ଶିତ କରିଥାଏ । ଜଣେ ଜ୍ଞାନ ବଳରେ ନିଜର ମନକୁ ଜୟ କରିପାରିବ ବୋଲି ସେ ମତ ଦେଇଛନ୍ତି ।

Question 4.
ଜୈନଧର୍ମର କିଛି ମୁଖ୍ୟ ଧାରଣା ବର୍ଣ୍ଣନା କର । ସେଗୁଡ଼ିକ ଉପରେ ସଂକ୍ଷିପ୍ତ ମନ୍ତବ୍ୟ ଦିଅ ।
Answer:
ମହାବୀର ଜୈନଧର୍ମର ଶେଷ ପ୍ରଚାରକ ଥିଲେ । ତାଙ୍କର ପ୍ରଚାରିତ ବାଣୀ ପଞ୍ଚବ୍ରତ ନାମରେ ପରିଚିତ ହୋଇଥିଲା । ଜୀବନକୁ ନୀତିମୟ କରିବାପାଇଁ ମହାବୀର ପାଞ୍ଚଗୋଟି ଉପଦେଶ ପ୍ରଦାନ କରିଥିଲେ । ଅହିଂସା, ସତ୍ୟ, ଅଚୌର୍ଯ୍ୟ, ଅପରିଗ୍ରହ ଏବଂ ବ୍ରହ୍ମଚର୍ଯ୍ୟ ଥୁଲା ପଞ୍ଚବ୍ରତର ପାଞ୍ଚଗୋଟି ନୀତି । ଏଥସହିତ ସେ ମଧ୍ୟ ତ୍ରିରନ୍ ପ୍ରଚାର କରିଥିଲେ । ଏହା ଥିଲା ସତ୍‌ଜ୍ଞାନ, ସତ୍ ଆଚରଣ ଓ ସତ୍ ବିଶ୍ଵାସର ସମାହାର । ଏହି ତ୍ରିରକୁ ଅନୁସରଣ କଲେ ଆତ୍ମା ନିର୍ବାଣ ଲାଭ କରି ଚରମ ଶାନ୍ତି ପାଇଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ ।

ମହାବୀର ପିତୁଳା ପୂଜା, ଆଡ଼ମ୍ବରପୂର୍ଣ୍ଣ ପୂଜା ପଦ୍ଧତି ଓ ବ୍ରାହ୍ମଣମାନଙ୍କର ଉପସ୍ଥିତିକୁ ଅସ୍ଵୀକାର କରିଥିଲେ । ଏପରିକି ନିର୍ବାଣପ୍ରାପ୍ତି ପାଇଁ କଠୋର ଆତ୍ମସଂଯମ ଓ ସନ୍ନ୍ୟାସବ୍ରତ ପାଳନ ପାଇଁ ସେ ଶିଷ୍ୟମାନଙ୍କୁ ଶିକ୍ଷା ଦେଇଥିଲେ ।

Question 5.
ଆନ୍ଧ୍ର ବେଟେଲ୍‌ଙ୍କ ଚିନ୍ତାଧାରାକୁ ଶ୍ରେଣୀରେ ବିଚାର କର ଏବଂ ଆଲୋଚନା କର ।
Answer:
ଆଡ୍ରେ ବେଟେଲ ହେଉଛନ୍ତି ଜଣେ ଭାରତୀୟ ସମାଜବିଜ୍ଞାନୀ । ତାଙ୍କ ଚିନ୍ତାଧାରା ଅନୁଯାୟୀ ପ୍ରାଚୀନ ଭାରତବର୍ଷରେ ହଜାର ହଜାର ଜାତି ଓ ଜନଜାତି ହିନ୍ଦୁଧର୍ମକୁ ସେମାନଙ୍କର ଧାର୍ମିକ ବିଶ୍ଵାସଦ୍ଵାରା ପ୍ରଭାବିତ କରିଛନ୍ତି । ସେ କହିଛନ୍ତି ପ୍ରତ୍ୟେକ ଆଦିବାସୀଙ୍କ ଧର୍ମ ହିନ୍ଦୁ ଧର୍ମଦ୍ଵାରା ପ୍ରଭାବିତ ହୋଇଛି । ସେହିଭଳି ହିନ୍ଦୁଧର୍ମ ମଧ୍ୟ ଆଦିବାସୀ ଧର୍ମକୁ ଗ୍ରହଣ କରିବା ସହିତ ସେମାନଙ୍କର ପ୍ରଥା ଓ ପରମ୍ପରାକୁ ମଧ୍ୟ ଗ୍ରହଣ କରିଛି । ଶେଷରେ ସେ କହିଛନ୍ତି । ଯେ ହିନ୍ଦୁଧର୍ମ ଏକ ଧର୍ମ ଭାବରେ ପ୍ରାଚୀନ ଭାରତରେ ବିଭିନ୍ନ ଜାତି ଏବଂ ଜନଜାତିଙ୍କର ବିଶ୍ଵାସ, ପ୍ରଥା ଏବଂ ପରମ୍ପରାର କ୍ରମ ବିକାଶରେ ଗଢ଼ିଉଠିଛି, ଯାହାକୁ ହିନ୍ଦୁମାନେ ଜୀବନର ପଥ ଭାବରେ ବାଛି ନେଇଛନ୍ତି ।

Question 6.
ନିଜ ଅଞ୍ଚଳର ଲୋକପ୍ରିୟ ଦେବଦେବୀଙ୍କ ତାଲିକା ପ୍ରସ୍ତୁତ କର ଏବଂ ସେମାନେ ଯେଉଁ ପର୍ବପର୍ବାଣି ସହିତ ଜଡ଼ିତ ଅଛନ୍ତି ତାହାର ବିବରଣୀ ପ୍ରସ୍ତୁତ କର ।
Answer:
ନିମ୍ନରେ ଆମ ଅଞ୍ଚଳରେ ଥିବା ଲୋକପ୍ରିୟ ଦେବଦେବୀଙ୍କର ତାଲିକା ପ୍ରସ୍ତୁତ କରିବା ସହିତ ସେମାନେ ଯେଉଁ ପର୍ବପର୍ବାଣି ସହିତ ଜଡ଼ିତ ଅଛନ୍ତି, ସେ ବିଷୟରେ ଏକ ବିବରଣୀ ପ୍ରଦାନ କରାଯାଇଛି ।

(i) ଭଗବାନ୍ ରାମ – ଭଗବାନ୍ ରାମଙ୍କୁ ଭାରତୀୟ ସଂସ୍କୃତିରେ ମର୍ଯ୍ୟାଦା ପୁରୁଷ ଭାବରେ ଅଭିହିତ କରାଯାଇଛି । ସେ ଅତ୍ୟନ୍ତ ପାପୀ ରାକ୍ଷସ ରାବଣକୁ ବଧ କରି ନିଜର ପତ୍ନୀ ସୀତାଙ୍କୁ ମୁକ୍ତ କରି ଅଯୋଧ୍ୟାକୁ ଫେରିଥିଲେ, ସେହି ଦିନକୁ ଦୀପାବଳି ପର୍ବ ଭାବରେ ଭାରତବର୍ଷରେ ତଥା ବିଦେଶରେ ମଧ୍ୟ ପାଳନ କରାଯାଏ ।

(ii) ପ୍ରଭୁ ଗଣେଶ ଏହି ଦେବତାଙ୍କ ଜନ୍ମ ତିଥିରେ ଗଣେଶ ଚତୁର୍ଥୀ ପର୍ବ ପାଳନ କରାଯାଏ । ସେ ବିଦ୍ୟାଦାତା ଅଟନ୍ତି ।

(iii) ଭଗବାନ୍ ଶିବ – ଭଗବାନ୍ ଶିବଙ୍କର ଜନ୍ମଦିନକୁ ଶିବରାତ୍ରି ଭାବରେ ପାଳନ କରାଯାଏ ।

(iv) ଦେବୀ ଦୁର୍ଗା – ଦେବୀ ଦୁର୍ଗା ହେଉଛନ୍ତି ଶକ୍ତିର ପ୍ରତୀକ । ମହିଷାସୁର ଭଳି ରାକ୍ଷସକୁ ବଧକରି ସେ ଦେବତା ଓ ମାନବମାନଙ୍କୁ ସୁରକ୍ଷା ଦେଇଥିବାରୁ ପ୍ରତ୍ୟେକବର୍ଷ ଦଶହରାରେ ମା’ଙ୍କର ପୂଜା ଆରାଧନା କରାଯାଏ । ଏହାକୁ ବିଜୟା ଦଶମୀ କୁହାଯାଏ । ଏହା ଭାରତବର୍ଷରେ ପାଳନ କରାଯାଏ ।

(v) ଭଗବାନ୍ କୃଷ୍ଣ – ଭଗବାନ୍ କୃଷ୍ଣଙ୍କର ଜନ୍ମତିଥ୍ୟରେ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଏ ।

(vi) ମା’ଲକ୍ଷ୍ମୀ – ମା’ ଲକ୍ଷ୍ମୀଙ୍କୁ ଧନ ଏବଂ ସମୃଦ୍ଧିର ଦେବୀ ଭାବରେ ପୂଜା କରାଯାଏ । ବିଶେଷତଃ ଦୀପାବଳୀ ସମୟରେ ଲକ୍ଷ୍ମୀପୂଜା ହୋଇଥାଏ । ଓଡ଼ିଆ ଘରମାନଙ୍କରେ ମାର୍ଗଶୀର ମାସ ଗୁରୁବାର ଦିନ ମା’ଲକ୍ଷ୍ମୀଙ୍କୁ ପୂଜା ଅର୍ଚ୍ଚନା କରାଯାଏ ।

(vii) ଭଗବାନ୍ ହନୁମାନ୍ – ଭଗବାନ୍ ହନୁମାନଙ୍କୁ ବଜ୍ରଙ୍ଗବାଲୀ ବୋଲି କୁହାଯାଏ । ତାଙ୍କ ଜନ୍ମଦିନକୁ ମହାବୀର ଜୟନ୍ତୀ ଭାବରେ ପାଳନ କରାଯାଏ । (ଛାତ୍ରଛାତ୍ରୀମାନେ ସେମାନଙ୍କ ଅଞ୍ଚଳରେ ପାଳିତ ପର୍ବପର୍ବାଣି ଓ ଦେବଦେବୀଙ୍କ ନାମ ମଧ୍ୟ ଲେଖୁପାରିବେ ।)

Question 7.
ଏକ ଶ୍ରେଣୀ କାର୍ଯ୍ୟକଳାପ ଭାବରେ, ତୁମ ଅଞ୍ଚଳ କିମ୍ବା ରାଜ୍ୟର ଦୁଇ କିମ୍ବା ତିନୋଟି ଆଦିବାସୀ ଗୋଷ୍ଠୀକୁ ତାଲିକାଭୁକ୍ତ କର । ସେମାନଙ୍କର କିଛି ପରମ୍ପରା ଏବଂ ବିଶ୍ବାସ ପ୍ରଣାଳୀକୁ ଲିପିବଦ୍ଧ କର ।
Answer:
ଏକ ଶ୍ରେଣୀ କାର୍ଯ୍ୟକଳାପ ଭାବରେ ଛାତ୍ରଛାତ୍ରୀମାନେ ଗଣ୍ଡ, ଭିଲି, ସାନ୍ତାଳ, ମୁଣ୍ଡା ଏବଂ ଆଣ୍ଡାମାନିଜ୍ ଆଦିବାସୀଙ୍କ ନାମ ତାଲିକାଭୁକ୍ତ କରିପାରିବେ । ଯଦିଓ ଅନେକ ଆଦିବାସୀ ଭାରତରେ ବସବାସ କରୁଛନ୍ତି ତନ୍ମଧ୍ୟରୁ ଉପରୋକ୍ତ ଉଦାହରଣ କେବଳ ଜାଣିବାପାଇଁ ପ୍ରଦାନ କରାଗଲା । ଗଣ୍ଡ, ସାନ୍ତାଳ, ମୁଣ୍ଡାମାନେ ଭାରତର ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ରହିଛନ୍ତି । ସେମାନଙ୍କର ଜୀବନଶୈଳୀ ସରଳ ଓ ନିରାଡ଼ମ୍ବର । ସେମାନେ ବିଭିନ୍ନ କଳାକୁ ସେମାନଙ୍କର ସଂସ୍କୃତି ଏବଂ ପରମ୍ପରାରେ ପ୍ରଦର୍ଶିତ କରିଥା’ନ୍ତି । ସେମାନେ ନିଜ ଘରର କାନ୍ଥ, ଚଟାଣ ଏବଂ ପୋଷାକରେ ବିଭିନ୍ନ ଚିତ୍ର ଆଙ୍କି ନିଜକୁ ମଧ୍ଯ ତଦନୁଯାୟୀ ବେଶଭୂଷା କରିଥା’ନ୍ତି । ସେମାନଙ୍କ ନୃତ୍ୟ ମଧ୍ୟରେ ଡାଲଖାଇ ନୃତ୍ୟ ବିଶେଷ ଜଣାଶୁଣା । ଆଣ୍ଡାମାନ ଦ୍ଵୀପପୁଞ୍ଜରେ ରହୁଥ‌ିବା ଆଦିବାସୀମାନେ ମଧ୍ୟ ଆମ ଦେଶର ଅନ୍ୟତମ ମୂଳବାସିନ୍ଦା ଭାବରେ ପରିଗଣିତ ହୁଅନ୍ତି । (ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ନିଜ ଅଞ୍ଚଳର ଆଦିବାସୀ ସଂପ୍ରଦାୟଙ୍କ ସମ୍ପର୍କରେ ପୂର୍ଣ୍ଣାଙ୍ଗ ତଥ୍ୟ ଉଲ୍ଲେଖ କରିପାରିବେ ।)

ଭୁଲ୍ କିମ୍ବା ଠିକ୍ ଲେଖ ।
Question (i).
ବେଦିକ ମନ୍ତ୍ର ପାଣ୍ଡୁଲିପି ତାଳପତ୍ରରେ ଲେଖାଯାଇଥିଲା ।
Answer:
ଭୁଲ୍

Question (ii)
ବେଦ ହେଉଛି ଭାରତର ସର୍ବ ପୁରାତନ ଗ୍ରନ୍ଥ ।
Answer:
ଠିକ୍

Question (iii).
ବୈଦିକ ବକ୍ତବ୍ୟ ‘ଏବଂ ସଦ୍ ବିପ୍ରା ବହୁଧା ବଦନ୍ତି’ ମହାଜାଗତିକ ଶକ୍ତିର ଏକତା ଉପରେ ବିଶ୍ଵାସକୁ ପ୍ରତିଫଳିତ କରେ ।
Answer:
ଠିକ୍

Class 6 Social Science Chapter 7 Question Answer Odia Medium ଭାରତର ସାଂସ୍କୃତିକ ଆଧାର

Question (iv).
ବୌଦ୍ଧ ଧର୍ମ ବେଦଠାରୁ ପୁରାତନ ।
Answer:
ଭୁଲ୍

Question (v).
ଜୈନ ଧର୍ମ, ବୌଦ୍ଧ ଧର୍ମର ଏକ ଶାଖା ଭାବରେ ଉଭା ହୋଇଥିଲା
Answer:
ଭୁଲ୍

Question (vi).
ଉଭୟ ବୌଦ୍ଧ ଓ ଜୈନ ଧର୍ମ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏବଂ ସମସ୍ତ ଜୀବଜନ୍ତୁଙ୍କ କ୍ଷତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ ।
Answer:
ଠିକ୍

Question (vii).
ଆଦିବାଦୀମାନଙ୍କ ବିଶ୍ଵାସ ପରମ୍ପରା ଆତ୍ମା ଏବଂ ଛୋଟ ଛୋଟ ଦେବଦେବୀଙ୍କ ପର୍ଯ୍ୟନ୍ତ ସୀମିତ ।
Answer:
ଭୁଲ୍

ଶ୍ରେଣୀ କାର୍ଯ୍ୟକଳାପ :
Question 1.
ମୃତ୍ୟୁର ଦେବତା ଯମଙ୍କ ସହ ଏକ ଛୋଟ ନାଟକ ମଞ୍ଚସ୍ଥ କର, ଯେଉଁଠି ଅନେକ ନଚିକେତା ଯମଙ୍କୁ ଘେନି ଜୀବନ ବିଷୟରେ ପ୍ରଶ୍ନ ପଚାରିବେ ।
Answer:
ଛାତ୍ରଛାତ୍ରୀମାନେ ନିଜେ ଶିକ୍ଷକଙ୍କ ସହାୟତାରେ କରିବେ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ବେଦଗୁଡ଼ିକ କ’ଣ ? ସେମାନଙ୍କର ବାର୍ତ୍ତା କ’ଣ ?
Answer:
ବେଦ ହେଉଛି ସଂସ୍କୃତରେ ଲିଖ୍ତ ପବିତ୍ର ଧର୍ମୀୟ ଗ୍ରନ୍ଥ, ଯାହାକି ପ୍ରାଚୀନ ଭାରତରେ ସୃଷ୍ଟି ହୋଇ ହିନ୍ଦୁଧର୍ମକୁ ପ୍ରତିଷ୍ଠା କରିଥିଲା । ସେଗୁଡ଼ିକ ଖ୍ରୀ.ପୂ. ୧୫୦୦ ରୁ ଖ୍ରୀ.ପୂ. ୫୦୦ ମଧ୍ଯରେ ରଚିତ ହୋଇଥିଲା ଏବଂ ପୃଥ‌ିବୀରେ ଏହା ହେଉଛି ସର୍ବପ୍ରାଚୀନ ପୁସ୍ତକ । ବେଦ ଚାରି ପ୍ରକାରର ଅଟେ, ଯଥା- ଋଗ୍‌ଵେଦ, ସାମବେଦ, ଯଜୁର୍ବେଦ ଏବଂ ଅଥର୍ବ ବେଦ । ଋଗ୍‌ବେଦ ସମସ୍ତ ଭଜନକୁ ଧାରଣ କରିଛି, ଯାହାକି ଈଶ୍ବରଙ୍କୁ ପ୍ରଶଂସା କରାଯାଇ ଭକ୍ତିପୂର୍ଣ୍ଣ ଭାବରେ ଲେଖାଯାଇଛି । ଯଜୁର୍ବେଦ ସମସ୍ତ ରୀତିନୀତି, ପରମ୍ପରା ଓ କର୍ମକାଣ୍ଡ ସମ୍ପର୍କରେ ସୂଚନା ଦେଇଛି, ସାମବେଦ ସମସ୍ତ ମନ୍ତ୍ର, ପ୍ରାର୍ଥନା ଓ ଭଜନ ଇତ୍ୟାଦି ଯାହକି ଧର୍ମୀୟ ରୀତିନୀତି ପାଇଁ ଆବଶ୍ୟକ ସେ ସମ୍ପର୍କରେ ବର୍ଣ୍ଣନା କରିଛି । ଅଥର୍ବ ବେଦ ସମସ୍ତ ରୋଗବ୍ୟାଧ ଏବଂ ଶତ୍ରୁ ଭୟକୁ ନାଶ କରିବାପାଇଁ ସବୁ ପ୍ରକାର ମହୌଷଧ୍ ସମ୍ପର୍କରେ ସୂଚନା ଦେଇଛି ।

ବେଦଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ମାନବକୁ ଦିବ୍ୟଜ୍ଞାନ ପ୍ରଦାନ କରି ଏକ ବାସ୍ତବିକ ଅର୍ଥବୋଧକ ଏବଂ ସୁଖୀ ଧର୍ମୀୟ ଜୀବନଯାପନ କରିବାପାଇଁ ପଥ ପ୍ରଦର୍ଶନ କରିବା । ଏହାଦ୍ଵାରା ଭୌତିକ ଜୀବନର ପ୍ରଭାବ ମଧ୍ୟ ହ୍ରାସ ହୋଇପାରିବ ।

Question 2.
ଖ୍ରୀ.ପୂ. ପ୍ରଥମ ସହସ୍ରାବ୍ଦରେ (BCE) ଭାରତରେ କେଉଁ ନୂତନ ଚିନ୍ତାଧାରାର ଆବିର୍ଭାବ ହୋଇଥିଲା ? ସେମାନଙ୍କର ମୂଳ ନୀତି କ’ଣ ?
Answer:
ଖ୍ରୀ.ପୂ. ପ୍ରଥମ ସହସ୍ରାବ୍ଦରେ କେତେଗୁଡ଼ିଏ ନୂତନ ଚିନ୍ତାଧାରାର ଆବିର୍ଭାବ ହୋଇଥିଲା ଏବଂ ଏସବୁ ବେଦରୁ ବାହାରିଥିଲା ।

  1. ଯୋଗ – ଏହା ମାନବକୁ ସୁସ୍ଥ ରଖିବା ସହିତ ଉତ୍ତମ ଚେତନା ମଧ୍ୟ ଦେଇଥାଏ । ।
  2. ବେଦାନ୍ତ – ଉପନିଷଦ ମାଧ୍ୟମରେ ଏହାର ଚିନ୍ତାଧାରା ପ୍ରକାଶିତ ହୋଇଛି । ଉପନିଷଦର କେତେଗୁଡ଼ିଏ ପୁସ୍ତକ ଅଛି ଯାହା ବୈଦିକ ରୀତିନୀତିକୁ ଲିଷ୍କୃତ ଆକାରରେ ଲିପିବଦ୍ଧ କରିବା ସହ ମାନବର କର୍ମ ଏବଂ ପୁନର୍ଜନ୍ମ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଛି । ଏତଦ୍‌ବ୍ୟତୀତ ଏହା ମାନବ ଜୀବନର ନୀତି, ନୈତିକତା ପ୍ରକୃତି ଏବଂ ବିଶ୍ଵ ବ୍ରହ୍ମାଣ୍ଡ ସମ୍ପର୍କରେ ଆଲୋକପାତ କରିଛି । ଏହାର ଐଶ୍ଵରିକ ସଭା ବ୍ରାହ୍ମଣକୁ ସର୍ବଶ୍ରେଷ୍ଠ ସ୍ଥିତି ଭାବରେ ବର୍ଣ୍ଣନା କରିଛି । ଏହି ଚିନ୍ତାଧାରାଗୁଡ଼ିକ ଏକତ୍ର ହୋଇ ହିନ୍ଦୁଧର୍ମର ପ୍ରତିଷ୍ଠା କରିଛନ୍ତି ।

ଅନ୍ୟ ଚିନ୍ତାଧାରାଗୁଡ଼ିକ ମଧ୍ୟରେ ବୌଦ୍ଧଧର୍ମ ଜୈନଧର୍ମ ଏବଂ ଚାର୍ବକ ଇତ୍ୟାଦି ଅଛନ୍ତି । ବୌଦ୍ଧଧର୍ମର ମୂଳନୀତି ହେଉଛି ଅହିଂସା । ଏହା ବେଦକୁ ଅସ୍ଵୀକାର କରିଛି କିନ୍ତୁ ମାନବର ଆଭ୍ୟନ୍ତରୀଣ ଶୃଙ୍ଖଳା ଏବଂ ସିଦ୍ଧି ଉପରେ ଗୁରୁତ୍ୱାରୋପ କରିଛି । ବୌଦ୍ଧଧର୍ମ ଭଳି ଜୈନଧର୍ମ ମଧ୍ଯ ତା’ର ଚିନ୍ତାଧାରାରେ ଅହିଂସାକୁ ଶ୍ରେଷ୍ଠ ସ୍ଥାନ ଦେଇଛି । ଏତଦ୍‌ବ୍ୟତୀତ ଜୈନ ତ୍ରିରନ୍ ଏବଂ ପଞ୍ଚ ପ୍ରତିଜ୍ଞାକୁ ମାନବର ଶ୍ରେଷ୍ଠ ଧର୍ମ ବୋଲି ଘୋଷଣା କରିଛି ।

ଚାର୍ଜକଙ୍କ ଚିନ୍ତାଧାରାରେ ମୃତ୍ୟୁପରେ କିଛି ଜୀବନ ନାହିଁ ବୋଲି ପ୍ରକାଶିତ ହୋଇଛି । କିନ୍ତୁ ତାଙ୍କ ଚିନ୍ତାଧାରାର ସମୟକ୍ରମେ ଜନପ୍ରିୟତା ହ୍ରାସ ଘଟିବାରୁ ତାହା ଲୋକଲୋଚନରୁ ଅପସରି ଯାଇଛି ।

Question 3.
ଭାରତୀୟ ସଂସ୍କୃତିରେ ଲୋକ ଓ ଆଦିବାସୀ ପରମ୍ପରାର ଅବଦାନ କ’ଣ ?
Answer:
ଭାରତୀୟ ସଂସ୍କୃତିରେ ଲୋକ ଓ ଆଦିବାସୀ ପରମ୍ପରାର ଅବଦାନ ଅତୁଳନୀୟ । ଭାରତବର୍ଷରେ ବହୁ ଆଦିବାସୀ ସମ୍ପ୍ରଦାୟ ବସବାସ କରିଛନ୍ତି, ଯେଉଁମାନେ ପ୍ରାକୃତିକ ପରିବେଶରେ ଜନ୍ମ ହୋଇ ନିଜକୁ ପ୍ରାକୃତିକ ଦ୍ରବ୍ୟ ସହିତ ସାମିଲ କରିଛନ୍ତି । ସେମାନେ ଏସବୁ ଜିନିଷରେ ପବିତ୍ରତା ଥିବାର ବିଶ୍ଵାସ କରନ୍ତି । ସେମାନଙ୍କ ପାଇଁ ନଦୀ, ପର୍ବତ, ବୃକ୍ଷ, ଉଭିଦ, ପ୍ରାଣୀ ଏପରିକି ପଥର ମଧ୍ଯ ପବିତ୍ର ଧର୍ମୀୟ ଭାବନାର ଅଂଶ ଅଟନ୍ତି । ଏ ସମସ୍ତ ଭିତରେ ସେମାନେ ଜୀବନ, ଚେତନା ଏବଂ ଐଶ୍ଵରିକ ସତ୍ତାକୁ ଅନୁଭବ କରନ୍ତି । ସେମାନଙ୍କର ଏହିଭଳି ଭାବନା ମଧ୍ୟ ହିନ୍ଦୁଧର୍ମର ଏକ ଅଂଶ ହୋଇ ଅଦ୍ୟାବଧୂ ରହିଅଛି । ଅନେକ ଆଦିବାସୀ ଦେବୀ ଓ ଦେବତା ଆଜି ସର୍ବଗଣ୍ୟ ହୋଇଛନ୍ତି । ଉଦାହରଣ ସ୍ଵରୂପ, ପ୍ରଭୁ ଶ୍ରୀଜଗନ୍ନାଥ ଏକ ଆଦିବାସୀ ଦେବତା ରୂପେ ଗିରିକନ୍ଦରରେ ପୂଜା ପାଉଥିଲେ । କେତେକ ଆଦିବାସୀ ମଧ୍ଯ ହିନ୍ଦୁଧର୍ମର ସର୍ବଶ୍ରେଷ୍ଠ ପୁରାଣ, ମହାଭାରତ ଏବଂ ରାମାୟଣକୁ ବିଶ୍ଵାସ କରନ୍ତି । ଏହିସବୁ ଆଦିବାସୀ ଭାବନା ଲୋକ ଏବଂ ସାଂସ୍କୃତିକ ପରମ୍ପରା ସାର୍ବଜନୀନ ଭାବରେ ହିନ୍ଦୁ ପରମ୍ପରାରେ ସାମିଲ ହୋଇଯାଇଛି ଏବଂ ଭାରତୀୟ ସଂସ୍କୃତିର ମୂଳ ପରମ୍ପରାରେ ମଧ୍ୟ ସ୍ଥାନ ପାଇଛି ।

Question 4.
ଲୋକ, ଆଦିବାସୀ ଏବଂ ହିନ୍ଦୁ ବିଶ୍ଵାସରେ ସମାନତାଗୁଡ଼ିକ କ’ଣ ଅଛି ?
Answer:
ଲୋକ, ଆଦିବାସୀ ଏବଂ ହିନ୍ଦୁ ବିଶ୍ଵାସର ସମସ୍ତ ଲକ୍ଷଣରେ ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହେଉଅଛି । ଏହି ତିନୋଟିରେ ପ୍ରକୃତି; ଯଥା- ପର୍ବତ, ବୃକ୍ଷ, ନଦୀ, ଉଭିଦ, ପ୍ରାଣୀ ଏପରିକି ପଥରକୁ ପବିତ୍ରଭାବେ ଗ୍ରହଣ କରାଯାଇଅଛି ।

ଆଦିବାସୀମାନେ ପୂଜା କରୁଥିବା ଅନେକ ଦେବଦେବୀ ପ୍ରକୃତିର ପଦାର୍ଥ ସହିତ ଜଡ଼ିତ ଅଟନ୍ତି । ଉଦାହରଣ ସ୍ଵରୂପ, ତାମିଲନାଡୁର ନୀଳଗିରି ପାହାଡ଼ରେ ରହୁଥ‌ିବା ତୋଡ଼ା ଆଦିବାସୀମାନେ ବିଶ୍ଵାସ କରନ୍ତି ଯେ ତାଙ୍କର ଦେବଦେବୀ ପାହାଡ଼ର ଶିଖରରେ ରହୁଛନ୍ତି । ଏହି ଶିଖରଗୁଡ଼ିକ ସେମାନଙ୍କ ପାଇଁ ପବିତ୍ର ସ୍ଥାନ ଥୁବାରୁ ସେମାନେ କେବେହେଲେ ଶିଖର ଆଡ଼କୁ ଆଙ୍ଗୁଠି ପ୍ରଦର୍ଶନ କରି ନଥାନ୍ତି ।

ହିନ୍ଦୁଧର୍ମ ଭଳି ଅନେକ ଆଦିବାସୀଗୋଷ୍ଠୀ ବିଶ୍ଵାସ କରନ୍ତି ଯେ ଅନେକ ଦେବଦେବୀଙ୍କ ଅବସ୍ଥିତି ସତ୍ତ୍ଵେ ଜଣେ ମୁଖ୍ୟ ଐଶ୍ଵରିକ ସତ୍ତା ରହିଛି । ଅରୁଣାଚଳ ପ୍ରଦେଶର ଅନେକ ଆଦିବାସୀ ଡୋନିପୋଲୋଙ୍କୁ ପୂଜା କରନ୍ତି । କାରଣ ସେମାନଙ୍କ ବିଶ୍ଵାସ ଯେ ସୂର୍ଯ୍ୟ ଏବଂ ଚନ୍ଦ୍ର ମିଳିତ ଭାବରେ ଏବଂ ସର୍ବଶ୍ରେଷ୍ଠ ଦେବତା ଭାବରେ ଏଥ‌ିରେ ଅଛନ୍ତି ।

ସେହିପରି ମଧ୍ଯ ଭାରତରେ ଖଣ୍ଡାବା ଦେବତାଙ୍କର ମଧ୍ଯ ଏକାପରି ମର୍ଯ୍ୟାଦା ରହିଛି । ପୂର୍ବ ଭାରତର ମୁଣ୍ଡା ଏବଂ ସାନ୍ତାଳ ଆଦିବାସୀ ସିଂବଙ୍ଗାଙ୍କୁ ନିଜର ସର୍ବଶ୍ରେଷ୍ଠ ଦେବତା ଭାବେ ପୂଜା କରନ୍ତି ଏବଂ ସେ ସମଗ୍ର ଦେଶର ସୃଷ୍ଟିକର୍ତ୍ତା ବୋଲି ଭାବନ୍ତି ।

Question 5.
ଆଦିବାସୀ ଶବ୍ଦର ଅନେକ ସଂଜ୍ଞା ଅଛି । ଏହି ଉକ୍ତିକୁ ବ୍ୟାଖ୍ୟା କର ।
Answer:
ନୃତତ୍ତ୍ଵବିତ୍‌ମାନେ ଆଦିବାସୀମାନଙ୍କ ଉପରେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ଏମାନେ ହେଲେ ଏକ ପାରିବାରିକ ଦଳ ଯେଉଁମାନଙ୍କର ଏକ ପ୍ରକାର ସଂସ୍କୃତି, ଏକ ପ୍ରକାର ଭାଷା ଏବଂ ଉତ୍ପତ୍ତି ମଧ୍ୟ ଏକପ୍ରକାର ହୋଇଛି । ସେମାନେ ପାହାଡ଼, ଜଙ୍ଗଲର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦଳ ଏକ ମୁଖ୍ୟଙ୍କ ଅଧୀନରେ ରହିଥା’ନ୍ତି ଏବଂ କୌଣସି ବ୍ୟକ୍ତିଗତ ସମ୍ପତ୍ତି ରଖ୍ ନଥା’ନ୍ତି ।

ପ୍ରାଚୀନ ଭାରତରେ ଆଦିବାସୀମାନଙ୍କୁ ସାଧାରଣ ଭାବରେ ‘ଜନ’ କୁହାଯାଉଥିଲା ଯାହା ଏକ ଦଳକୁ ବୁଝାଏ । ସେମାନଙ୍କର ବସତି ସ୍ଥାନ ଥିଲା ଜଙ୍ଗଲ ଏବଂ ପାର୍ବତ୍ୟାଞ୍ଚଳ । ପରବର୍ତ୍ତୀ ସମୟରେ ଭାରତୀୟ ସମ୍ବିଧାନ ଆଦିବାସୀମାନଙ୍କୁ ଇଂରାଜୀରେ ଟ୍ରାଇବାଲ୍ କମ୍ୟୁନିଟିଜ ଏବଂ ହିନ୍ଦୀରେ ଜନଜାତି ଆଖ୍ୟା ଦେଇଥିଲା ।

୨୦୧୧ ମସିହା ଭାରତୀୟ ଜନଗଣନାରୁ ଜଣାପଡୁଛି ଯେ ସମଗ୍ର ଦେଶରେ ସାତଶହ ପାଞ୍ଚ ପ୍ରକାରର ଆଦିବାସୀ ବା ଜନଜାତି ଅଛନ୍ତି । ଯେଉଁମାନଙ୍କର ସଂଖ୍ୟା ଦଶକୋଟି ଚାଳିଶ ଲକ୍ଷ । ପୂର୍ବରୁ ନୃତତ୍ତ୍ୱବିତ୍‌ମାନେ ଆଦିବାସୀମାନଙ୍କୁ ଆଦିମ ଅଧ୍ୟାବାସୀ କିମ୍ବା ନିକୃଷ୍ଟ ମାନବ ବୋଲି ବିବେଚନା କରିଥିଲେ । ବର୍ତ୍ତମାନ ଏହି ପ୍ରକାରର ପକ୍ଷପାତିତା ମତକୁ ପ୍ରତ୍ୟାଖ୍ୟାନ କରାଯାଇଛି । ଅଧୁନା ସେମାନଙ୍କର ଉଚ୍ଚକୋଟିର ସଂସ୍କୃତିକୁ ସମଗ୍ର ବିଶ୍ଵରେ ପ୍ରତିପାଦିତ କରାଯାଇଛି ।

Question 6.
ମହାବୀରଙ୍କର ମୁଖ୍ୟ ଧର୍ମବାଣୀଗୁଡ଼ିକ କ’ଣ ଥିଲା ?
Answer:
ମହାବୀର ଜୈନଧର୍ମର ଶେଷ ପ୍ରଚାରକ ଥିଲେ । ସେ ପାର୍ଶ୍ଵନାଥଙ୍କ ପ୍ରଚାରିତ ବାଣୀକୁ ସମ୍ମାନ ଜଣାଇ ବ୍ରହ୍ମଚର୍ଯ୍ୟ ନାମକ ଏକ ନୂତନ ନୀତି ଏଥୁସହିତ ସଂଯୋଗ କରିଥିଲେ । ଫଳତଃ ମହାବୀରଙ୍କ ପ୍ରଚାରିତ ବାଣୀ ‘ପଞ୍ଚବ୍ରତ’ ନାମରେ ପରିଚିତ ହୋଇଥିଲା । ଜୀବନକୁ ନୀତିମୟ କରିବାପାଇଁ ମହାବୀର ପାଞ୍ଚଗୋଟି ଉପଦେଶ ପ୍ରଦାନ କରିଥିଲେ । ସତ୍ୟ, ଅହିଂସା, ଅଚୌର୍ଯ୍ୟ, ଅପରିଗ୍ରହ ଓ ବ୍ରହ୍ମଚର୍ଯ୍ୟ ଥିଲା ପାଞ୍ଚବ୍ରତର ପାଞ୍ଚଗୋଟି ନୀତି ।

ମହାବୀର ତ୍ରିରନ୍ ପ୍ରଚାର କରିଥିଲେ । ଏହା ଥିଲା ସତ୍‌ଜ୍ଞାନ, ସତ୍ ଆଚରଣ ଓ ସତ୍ ବିଶ୍ଵାସର ସମାହାର ସେ ମୂର୍ତ୍ତିପୂଜା, ବେଦ ଏବଂ ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟକୁ ଅସ୍ଵୀକାର କରିବା ସହିତ କଠୋର ଆତ୍ମସଂଯମ ଓ ସନ୍ୟାସବ୍ରତ ପାଳନ ପାଇଁ ସେ ଶିଷ୍ୟମାନଙ୍କୁ ଶିକ୍ଷା ଦେଇଥିଲେ ।

Question 7.
ଗୌତମ ବୁଦ୍ଧଙ୍କର ଧର୍ମବାଣୀ କ’ଣ ଥିଲା ?
Answer:
ଗୌତମ ବୁଦ୍ଧ ଲୋକଙ୍କୁ ଏକ ସରଳ ଜୀବନ ମାର୍ଗ ପ୍ରଦର୍ଶନ କରିଥିଲେ । ସେ କହିଥିଲେ ଯେ ପୃଥ‌ିବୀ ନାନାପ୍ରକାର ଦୁଃଖରେ ପରିପୂର୍ଣ୍ଣ । କାମନା ହେଉଛି ସବୁ ଦୁଃଖର କାରଣ । ମନୁଷ୍ୟ ନିଜର କାମନାକୁ ସମ୍ପୂର୍ଣ୍ଣରୂପେ ଜୟକରି ନିର୍ବାଣ ଲାଭ କରିପାରେ ।

ନିର୍ବାଣ ଲାଭ ପାଇଁ ମନୁଷ୍ୟକୁ ମଧ୍ଯମ ମାର୍ଗ ଅନୁସରଣ କରିବାକୁ ହେବ । ଏହାଛଡ଼ା ଅହିଂସା ନୀତି ଅନୁସରଣ ଏବଂ ଶୁଦ୍ଧପୂତ ଜୀବନଯାପନ ପାଇଁ ସେ ଶିଷ୍ୟମାନଙ୍କୁ ଉପଦେଶ ଦେଇଥିଲେ । ସେ ବେଦକୁ ଅସ୍ୱୀକାର କରୁଥିଲେ । ନିରର୍ଥକ ବିଧ‌ିବିଧାନର ନିନ୍ଦା କରିବା ସଙ୍ଗେ ସଙ୍ଗେ ପବିତ୍ର ଜୀବନ ଓ ସଂଯମତା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ ।

ଆସ ଅନୁସନ୍ଧାନ କରିବା :

Question 1.
ଯେଉଁ ସମାଜରେ ଲୋକମାନେ ନିଜର ନେତା ଚୟନ କରନ୍ତି ତା’ପାଇଁ କୌଣସି କୌଶଳ ତୁମେ ଜାଣ କି ? ତୁମ ମତରେ ଏଭଳି ପରିସ୍ଥିତିରେ ଲୋକମାନେ କିପରି ଉପକୃତ ହୋଇପାରିବେ ? ଯଦି ସେମାନେ ଚୟନ କରିନଥୁବା ନେତାଙ୍କ ଅଧୀନରେ ରହୁଛନ୍ତି ତେବେ କ’ଣ ହୋଇପାରେ ? (ସଙ୍କେତ: ‘ଶାସନ ଏବଂ ଗଣତନ୍ତ୍ର’ ବିଷୟବସ୍ତୁରେ ତୁମେ ଯାହା ଶିଖୁଛ ତାହା ଉପରେ ଚିନ୍ତା କର ।) ନିଜର ଚିନ୍ତାଧାରା ୧୦୦–୧୫୦ ଶବ୍ଦର ଏକ ପୃଷ୍ଠାରେ ୧୦୦ରୁ ୧୫୦ ମଧ୍ୟରେ ଲେଖ ।
Answer:
ଇତିହାସକୁ ଅନୁଧ୍ୟାନ କଲେ ଆମେ ପ୍ରତ୍ୟକ୍ଷ ଗଣତନ୍ତ୍ର ସମ୍ପର୍କରେ ଆସିଥାଉ ଯେଉଁଠି ଜନସାଧାରଣ ସିଧାସଳଖ ଭାବରେ ନିଜର ପ୍ରତିନିଧ୍ ବାଛିଥା’ନ୍ତି । ଏଭଳି ପ୍ରଥା ଭାରତୀୟ ବୈଦିକ ପରମ୍ପରାରେ ସଭା ଓ ସମିତି ଭଳି ଜନସଭାରେ ଦେଖିବାକୁ ମିଳିଥାଏ । ଏତଦ୍‌ବ୍ୟତୀତ ପ୍ରତ୍ୟକ୍ଷ ଗଣତନ୍ତ୍ର ଗ୍ରୀକ୍ ପରମ୍ପରାରେ ମଧ୍ୟ ଦେଖ‌ିବାକୁ ମିଳିଥାଏ ।

ଏଭଳି ପରିସ୍ଥିତିରେ ଲୋକମାନେ ବାସ୍ତବିକ ଉପକୃତ ହୋଇପାରିବେ କାରଣ ସେମାନେ ସିଧାସଳଖ ଭାବରେ ଯେଉଁ ପ୍ରତିନିଧୁକୁ ଚୟନ କରିଛନ୍ତି, ଆବଶ୍ୟକ ପଡ଼ିଲେ ସେମାନଙ୍କୁ ମଧ୍ୟ ଗାଦିଚ୍ୟୁତ କରିପାରିବେ ତେଣୁ ଜନତାଙ୍କ ସ୍ଵର ସେମାନଙ୍କ ପାଖରେ ପହଞ୍ଚିବାରେ କୌଣସି ଅସୁବିଧା ନଥାଏ । ଅପରପକ୍ଷେ ସେମାନେ ଜନତାଙ୍କ ନିକଟରେ ସେମାନଙ୍କ କାର୍ଯ୍ୟ ପାଇଁ ଉତ୍ତରଦାୟୀ ରହିବା ସହିତ ସୁପ୍ରଶାସନ ଏବଂ ଜନମଙ୍ଗଳ କାର୍ଯ୍ୟ କରିଥା’ନ୍ତି ।

ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଜନସାଧାରଣଙ୍କର ସମର୍ଥନ ସହଯୋଗ ତଥା ସଚେତନତାର ଆବଶ୍ୟକତା ରହିଛି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ପ୍ରତିନିଧୂମାନଙ୍କର କାର୍ଯ୍ୟକଳାପକୁ ତର୍ଜମା, ସମୀକ୍ଷା କରିବା ସହିତ ସେମାନଙ୍କଠାରୁ ମଧ୍ୟ ଏକ ସୁଶାସନ ଦାବି କରିପାରିବେ, ଯଦି ସେମାନେ ପ୍ରତିନିଧୁ ନିର୍ବାଚିତ କରିନଥା’ନ୍ତି ତେବେ ସେମାନଙ୍କୁ ପ୍ରତିନିଧୂମାନଙ୍କର ଦୟା ଏବଂ ଅନୁକମ୍ପାରେ ରହିବାକୁ ପଡ଼ିଥାଏ । ପ୍ରତିନିଧୂମାନେ ମଧ୍ୟ ସ୍ଵେଚ୍ଛାଚାରୀ ହେବାର ସୁଯୋଗ ପାଆନ୍ତି, ଯାହାସବୁ ଭାରତରେ ରାଜାରାଜୁଡ଼ା ଶାସନ ଥିଲାବେଳେ ପରିଲକ୍ଷିତ ହୋଇଥିଲା । ଯଦିଓ କିଛି ରାଜା ଉତ୍ତମ ମାନବୀୟ ଗୁଣର ଅଧିକାରୀ ହୋଇଥିବାରୁ ଏକ ସୁନ୍ଦରର ପ୍ରଶାସନ ଦେବା ସହିତ ପ୍ରଜାହିତକର କାର୍ଯ୍ୟ କରିଯାଇଛନ୍ତି ।

Class 6 Social Science Chapter 7 Question Answer Odia Medium ଭାରତର ସାଂସ୍କୃତିକ ଆଧାର

Question 2.
ଉପରୋକ୍ତ ଚିତ୍ର (୭.୫)ରେ ବୁଦ୍ଧଙ୍କୁ କିପରି ଚିତ୍ରିତ କରିଯାଇଛି ସେ ବିଷୟରେ ଆଲୋଚନା କର ।
Answer:
ବୁଦ୍ଧଙ୍କର ଉପରୋକ୍ତ ପଥର ଚିତ୍ରକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ବୁଦ୍ଧ ଦଣ୍ଡାୟମାନ ଅବସ୍ଥାରେ ଅଛନ୍ତି ଏବଂ ତାଙ୍କର ଦୁଇପାର୍ଶ୍ଵରେ ଶିଷ୍ୟମାନେ ଠିଆ ହୋଇ ତାଙ୍କଠାରୁ ଧର୍ମଶିକ୍ଷା ଗ୍ରହଣ କରିଛନ୍ତି । ଏହା ପ୍ରାୟ ୧୮୦୦ ବର୍ଷ ପୁରୁଣା ପଥର ଚିତ୍ର ବୋଲି ଐତିହାସିକମାନେ ମତ ଦେଇଛନ୍ତି । ମହାତ୍ମା ବୁଦ୍ଧଙ୍କର ବାଣୀ ମୁଖ୍ୟତଃ ମାନବମାନେ ଅହିଂସା ଆଚରଣ ସହ ନିଜର ଆଭ୍ୟନ୍ତରୀଣ ଶୃଙ୍ଖଳାରେ ନିଷ୍ପାବାନ ହେବା ଉପରେ ପର୍ଯ୍ୟବସିତ ଥିଲା ।

Question 3.
ତୁମେ ଭାରତର କିଛି ରାଜ୍ୟ କିମ୍ବା ଅନ୍ୟ କେତେକ ଦେଶର ନାମ କହିପାରିବ କି ଯେଉଁଠାରେ ବୌଦ୍ଧଧର୍ମ ଆଜିବି ଏକ ପ୍ରମୁଖ ଧର୍ମ ଅଟେ ? ଏଗୁଡ଼ିକୁ ବିଶ୍ଵ ମାନଚିତ୍ରରେ ଚିହ୍ନଟ କରିବାକୁ ଚେଷ୍ଟା କର ।
Answer:
ବୌଦ୍ଧଧର୍ମ ଆଜି ଭାରତର କେତେକ ରାଜ୍ୟରେ ଏକ ମୁଖ୍ୟ ଧର୍ମରୂପେ ତିଷ୍ଠି ରହିଅଛି । ସେହି ରାଜ୍ୟଗୁଡ଼ିକ ହେଲା, ଅରୁଣାଚଳ ପ୍ରଦେଶ, ମିନୋରାମ୍, ନାଗାଲାଣ୍ଡ, ସିକିମ୍, ମହାରାଷ୍ଟ୍ର, ତ୍ରିପୁରା ଏବଂ ଲଦାଖ୍ (କେନ୍ଦ୍ରଶାସିତ ଅଞ୍ଚଳ) । ବୌଦ୍ଧଧର୍ମ ଚାରୋଟି ଦେଶରେ ଦେଶୀୟ ଧର୍ମ ଭାବରେ ବା ସରକାରୀ ଧର୍ମ ଭାବରେ ସ୍ଥାନ ପାଇଛି । ସେହି ଦେଶଗୁଡ଼ିକ ହେଲା, ଭୁଟାନ୍, ଶ୍ରୀଲଙ୍କା, ମିଆଁମାର, କାମ୍ବୋଡ଼ିଆ । ଏତଦ୍‌ବ୍ୟତୀତ ଥାଇଲାଣ୍ଡ ଓ ଲାଓସ୍ ଭଳି ଦେଶରେ ବୌଦ୍ଧଧର୍ମକୁ ଏକ ସ୍ଵତନ୍ତ୍ର ପ୍ରାଧାନ୍ୟତା ଦିଆଯାଇଛି । ଅନେକ ଦେଶ ମଧ୍ୟ ବୌଦ୍ଧଧର୍ମକୁ ଅନୁସରଣ କରିବା ସହିତ ଏହି ଧର୍ମର ଗୁରୁତ୍ଵକୁ ମଧ୍ୟ ବଜାୟ ରଖୁଛନ୍ତି, ସେହି ଦେଶଗୁଡ଼ିକ ହେଲା, ଚୀନ୍, ଜାପାନ୍, ହଂକଂ ଏବଂ ମଙ୍ଗୋଲିଆ ।

Question 4.
ଉପରୋକ୍ତ ଚିତ୍ରକୁ (ନୂଆଦିଲ୍ଲୀର ଏକ ଜୈନ ମନ୍ଦିର) ନିରୀକ୍ଷଣ କର । ଏଥୁରେ କ’ଣ ବିଶେଷତା ପରିଲକ୍ଷିତ ହେଉଛି ? ଏହା କେଉଁ ବାର୍ତ୍ତା ବହନ କରୁଛି ?
Answer:
ଉପରୋକ୍ତ ଚିତ୍ର ନୂଆଦିଲ୍ଲୀର ଏକ ଜୈନ ମନ୍ଦିର ଅଟେ । ଏଥ‌ିରେ ଗୋଟିଏ ସିଂହ ଏବଂ ଗୋଟିଏ ଗାଈ ଗୋଟିଏ ପାତ୍ରରୁ ପାଣି ପିଉଥ‌ିବାର ଦୃଶ୍ୟ ପ୍ରଦର୍ଶନ କରାଯାଇଛି । ଏଥୁରୁ ପ୍ରତୀୟମାନ ହେଉଛି ଯେ ଉଭୟ ପଶୁ ପ୍ରାକୃତିକ ଦୃଷ୍ଟିକୋଣରୁ ଜଣେ ଖାଦ୍ୟ ଏବଂ ଆଉ ଜଣେ ଖାଦକ, କିନ୍ତୁ ସେମାନେ କିପରି ଏକତ୍ର ରହୁଛନ୍ତି । ପ୍ରାକୃତିକ ଭାବେ ଶତ୍ରୁ ହେଲେ ବି ଯଦି ସେମାନଙ୍କୁ ଉଚିତ୍ ସତ୍କାର ସହିତ ଅନୁକମ୍ପା ଓ ସମ୍ମାନ ପ୍ରଦାନ କରାଯାଏ, ତେବେ ଧର୍ମୀୟ ଦୃଷ୍ଟିକୋଣରୁ ପଶୁ ହେଲେ ବି ସେମାନଙ୍କ ମଧ୍ୟରେ ବନ୍ଧୁତ୍ଵଭାବ ସୃଷ୍ଟି ହୋଇଥାଏ । ଏହା ଜୈନ ଧର୍ମର ଅହିଂସା ଆଚରଣକୁ ପ୍ରମାଣିତ କରେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଭାରତୀୟ ସଂସ୍କୃତିକୁ ଲୋକ ଏବଂ ଆଦିବାସୀ ପରମ୍ପରାର ଦାନ କ’ଣ ?
Answer:
ଭାରତୀୟ ସଂସ୍କୃତିକୁ ଲୋକ ଏବଂ ଆଦିବାସୀ ପରମ୍ପରାର ଦାନ ବାସ୍ତବିକ ଅତୁଳନୀୟ । ପ୍ରଥମତଃ କହିବାକୁ ଗଲେ ଲୋକ ଏବଂ ଆଦିବାସୀ ପରମ୍ପରାଗୁଡ଼ିକ ଭାରତୀୟ ସଂସ୍କୃତିରେ ଐତିହ୍ୟ ବହନ କରିଛି । ସେମାନଙ୍କ ପରମ୍ପରାରେ ସରଳ ବିଶ୍ଵାସ, ମୂଲ୍ୟବୋଧ ଇତ୍ୟାଦି ଭରି ରହିଛି । ଏକ ପ୍ରାକୃତିକ ଜୀବନଶୈଳୀରେ ବଞ୍ଚିବା ସେମାନେ ପୃଥ‌ିବୀବାସୀଙ୍କୁ ଶିଖାଇଛନ୍ତି । ଆମ ଦେଶର ବିଶେଷକରି ଓଡ଼ିଶାର ଜଗନ୍ନାଥ ସଂସ୍କୃତି ଏହି ଆଦିବାସୀ ପରମ୍ପରାରୁ ଅଥବା ସଂସ୍କୃତିରୁ ଉତ୍ପନ୍ନ ହୋଇ ଆଜି ସମଗ୍ର ବିଶ୍ଵରେ ପ୍ରସିଦ୍ଧି ଲାଭ କରିଛି ।

Question 2.
ଉପନିଷଦ କହିଲେ କ’ଣ ବୁଝ ଏବଂ ଏହାର ଦୁଇଟି ମୁଖ୍ୟ ଆଧାର ଦର୍ଶାଅ ।
Answer:
ଉପନିଷଦ କହିଲେ ଗୁରୁଙ୍କ ନିକଟରେ ବସି ତାଙ୍କଠାରୁ ନିର୍ଦ୍ଦେଶ ଗ୍ରହଣ କରିବାକୁ ବୁଝାଇଥାଏ । ଏହା ମୁଖ୍ୟତଃ ଦୁଇଟି ଆଧାର ଉପରେ ଗୁରୁତ୍ୱାରୋପ କରିଥାଏ । ପ୍ରଥମଟି ହେଲା ବ୍ରହ୍ମ ଏବଂ ଦ୍ଵିତୀୟ ହେଲା- ଆସନ । ବ୍ରହ୍ମ କହିଲେ ଏହା ଶେଷ ସତ୍ୟ ଯାହା ସମସ୍ତ ପ୍ରାଣୀ ଓ ଜୀବଜଗତର ଅବସ୍ଥିତିର ଉତ୍ସକୁ ବୁଝାଏ । ଏହା ମଧ୍ୟ ଅସୀମ, ନିରାକାର ଏବଂ ଅବୋଧ । ସେହିପରି ଆସନ ବ୍ରହ୍ମଦ୍ଵାରା ମୋକ୍ଷ ହୋଇ ମୁକ୍ତ ହୋଇଯାଏ ।

Question 3.
ବୈଦିକ ସମାଜ କିପରି ସଂଗଠିତ ହୋଇଥିଲା ଏବଂ ସେଗୁଡ଼ିକ କିପରି ଶାସିତ ହେଉଥିଲା ?
Answer:
ଆଦିବୈଦିକ ସମାଜ ବିଭିନ୍ନ ‘ଜନ’ରେ ଗଢ଼ି ଉଠିଥିଲା । ଋଗ୍‌ବେଦରେ ପ୍ରାୟ ୩୦ରୁ ଉର୍ଦ୍ଧ୍ଵ ଜନକୁ ତାଲିକାଭୁକ୍ତ କରାଯାଇଛି । ଉଦାହରଣ ସ୍ଵରୂପ, ଭାରତ, କୁରୁ, ପୁରୁଷ କୁରୁ ଇତ୍ୟାଦି । ପ୍ରତ୍ୟେକ ଜନ ଭାରତର ଉତ୍ତର ପଶ୍ଚିମ ଅଂଶରେ ବିଶେଷକରି ଗଢ଼ି ଉଠିଥିଲା । ଜନଗୁଡ଼ିକ ସମ୍ଭବତଃ ରାଜାମାନଙ୍କଦ୍ୱାରା ଶାସିତ ହେଉଥିଲା । ରାଜାଙ୍କର ମୁଖ୍ୟ କାର୍ଯ୍ୟ ଥୁଲା ତାଙ୍କର ପ୍ରଜାମାନଙ୍କୁ ଶତ୍ରୁଠାରୁ ସୁରକ୍ଷା ଦେବା ସହ ଅନ୍ୟାନ୍ୟ ପ୍ରଜାହିତକର କାର୍ଯ୍ୟ କରିବା । ଉକ୍ତ କାର୍ଯ୍ୟରେ ରାଜାଙ୍କୁ ସହାୟତା କରିବାପାଇଁ ସଭା, ସମିତି ନାମକ ଦୁଇଟି ସଦନ ଥିଲା । ସଭା କେତେକ ବରିଷ୍ଠ ସଦସ୍ୟଙ୍କୁ ନେଇ ସଭା ଗଢ଼ା ହୋଇଥିଲାବେଳେ ସମିତିରେ ସମୁଦାୟ ସମ୍ପ୍ରଦାୟର ଜନସାଧାରଣ ସାମିଲ ହେଉଥିଲେ ।

Question 4.
ବୈଦିକ ମନ୍ତ୍ରଗୁଡ଼ିକ କିଏ ରଚନା କରିଥିଲେ ଏବଂ ସେଗୁଡ଼ିକ କାହାକୁ ସମ୍ବୋଧନ କରି ଲେଖାଯାଇଥିଲା ?
Answer:
ବୈଦିକ ମନ୍ତ୍ରଗୁଡ଼ିକ ଋଷି ଏବଂ ଋଷିକାମାନଙ୍କଦ୍ୱାରା ସଂସ୍କୃତରେ ରଚନା କରାଯାଇଥିଲା । ସେଗୁଡ଼ିକ ସଙ୍ଗୀତ ଆକାରରେ ବିଭିନ୍ନ ଦେବଦେବୀଙ୍କୁ ସେମାନଙ୍କ ଆରାଧନା ପାଇଁ ସମ୍ବୋଧନ କରାଯାଇଥିଲା । ଏହି ଦେବଦେବୀଗୁଡ଼ିକ ମଧ୍ୟରେ ଇନ୍ଦ୍ର, ବରୁଣ, ସରସ୍ଵତୀ ଏବଂ ଅଗ୍ନି ଇତ୍ୟାଦି ପ୍ରମୁଖ ଥିଲେ । ଏହି ଦେବଦେବୀଗୁଡ଼ିକ ପ୍ରକୃତିର ଶକ୍ତିର ପ୍ରତୀକ ଥିଲେ । ଉଦାହରଣ ସ୍ୱରୂପ ଇନ୍ଦ୍ରଙ୍କୁ ବର୍ଷା ଦେବତା, ଅଗ୍ନିଙ୍କୁ ନିଆଁର ଦେବତା କୁହାଯାଉଥିଲା । ପୁନଶ୍ଚ ବିଶ୍ଵାସ କରାଯାଉଥିଲା ଯେ ସମସ୍ତ ଦେବଦେବୀ ଏକ ଏବଂ ଅଭିନ୍ନ । ସୁତରାଂ ପୂଜାବିଧ୍ ସମୟରେ ବିଭିନ୍ନ ସ୍ତତିଦ୍ୱାରା ସବୁ ଦେବଦେବୀଙ୍କୁ ସନ୍ତୁଷ୍ଟ କରିବାପାଇଁ ପ୍ରୟାସ କରାଯାଉଥିଲା ।

ନିମ୍ନଲିଖତ ମଧ୍ୟରୁ ସଠିକ୍ ଉତ୍ତର ବାଛି ଲେଖ ।

Question 1.
ପ୍ରାଗ୍ ବୈଦିକ ସମାଜର ମୂଳ ଆଧାର କ’ଣ ଥିଲା ?
(କ) ବିଦ୍ୟାଳୟ
(ଖ) ପରିବାର
(ଗ) ମନ୍ଦିର
(ଘ) ବଜାର
Answer:
(ଖ) ପରିବାର

Question 2.
ବୈଦିକ ସଭ୍ୟତାର ମୂଳ ଉପାଦାନ କ’ଣ ଥିଲା ?
(କ) ଗୀତା
(ଖ) ଭାଗବତ
(ଗ) ପୁରାଣ
(ଘ) ବେଦ
Answer:
(ଘ) ବେଦ

Question 3.
ବୈଦିକ ମନ୍ତ୍ରଗୁଡ଼ିକ କେଉଁ ଭାଷାରେ ପ୍ରାରମ୍ଭିକ ରୂପରେ ଋଷି ଏବଂ ଋଷିବାଙ୍କଦ୍ୱାରା ରଚନା କରାଯାଇଥିଲା ?
(କ) ହିନ୍ଦୀ
(ଖ) ସଂସ୍କୃତ
(ଗ) ଓଡ଼ିଆ
(ଘ) ଇଂରାଜୀ
Answer:
(ଖ) ସଂସ୍କୃତ

Question 4.
ସର୍ବପ୍ରାଚୀନ ବେଦର ନାମ କ’ଣ ?
(କ) ଋଗ୍‌ଵେଦ
(ଖ) ସାମ୍ବବେଦ
(ଗ) ଯଜୁର୍ବେଦ
(ଘ) ଅଥର୍ବ ବେଦ
Answer:
(କ) ଋଗ୍‌ଵେଦ

Question 5.
ଗୌତମ ବୁଦ୍ଧ କେଉଁ ଧର୍ମର ପ୍ରତିଷ୍ଠାତା ଥିଲେ ?
(କ) ଜୈନଧର୍ମ
(ଖ) ବୌଦ୍ଧଧର୍ମ
(ଗ) ହିନ୍ଦୁଧର୍ମ
(ଘ) ଶିଙ୍ଖଧର୍ମ
Answer:
(ଖ) ବୌଦ୍ଧଧର୍ମ

Question 6.
କେଉଁ ଧର୍ମରେ ପ୍ରଥମେ ମଠ ବ୍ୟବସ୍ଥାର ପ୍ରଚଳନ ଆରମ୍ଭ ହୋଇଥିଲା ?
(କ) ହିନ୍ଦୁଧର୍ମ
(ଖ) ଜୈନଧର୍ମ
(ଗ) ବୌଦ୍ଧଧର୍ମ
(ଘ) ଶିଖଧର୍ମ
Answer:
(ଗ) ବୌଦ୍ଧଧର୍ମ

Class 6 Social Science Chapter 7 Question Answer Odia Medium ଭାରତର ସାଂସ୍କୃତିକ ଆଧାର

Question 7.
ନିମ୍ନୋକ୍ତଙ୍କ ମଧ୍ୟରୁ କିଏ ଲୁମ୍ବିନୀ ଉଦ୍ୟାନରେ ଜନ୍ମଗ୍ରହଣ କରିଥିଲେ ?
(କ) ବର୍ଷମାନ
(ଖ) ନଚିକେତା
(ଗ) ଗୌତମ ବୁଦ୍ଧ
(ଘ) କେହି ନୁହେଁ
Answer:
(ଗ) ଗୌତମ ବୁଦ୍ଧ

Question 8.
କେଉଁ ନଦୀ କୂଳରେ ମହାବୀର ସର୍ବଶ୍ରେଷ୍ଠ ଆଧ୍ୟାମ୍ବିକ ଜ୍ଞାନଲାଭ କରିଥିଲେ ?
(କ) ରଜ୍ଜୁପାଳିକା
(ଖ) ଋଷିକୁଲ୍ୟା
(ଗ) ଗଙ୍ଗା
(ଘ) ଗୋଦାବରୀ
Answer:
(କ) ରଜ୍ଜୁପାଳିକା

Question 9.
ବୁଦ୍ଧଦେବ କେଉଁ ଗଛ ତଳେ ଦିବ୍ୟଜ୍ଞାନ ଲାଭ କରିଥିଲେ ?
(କ) ବର
(ଖ) ପିପ୍ପଳ
(ଗ) ଆମ୍ବ
(ଘ) ପଣସ
Answer:
(ଖ) ପିପ୍ପଳ

Question 10.
ନିମ୍ନୋକ୍ତ କେଉଁ ଶତାବ୍ଦୀରେ ବର୍ଦ୍ଧମାନ ମହାବୀର ଜନ୍ମଗ୍ରହଣ କରିଥିଲେ ?
(କ) ଖ୍ରୀ.ପୂ. ତୃତୀୟ ଶତାବ୍ଦୀ
(ଖ) ଖ୍ରୀ.ପୂ. ଚତୁର୍ଥ ଶତାବ୍ଦୀ
(ଗ) ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ
(ଘ) ଖ୍ରୀ.ପୂ. ନବମ ଶତାବ୍ଦୀ
Answer:
(ଗ) ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ

Question 11.
କେଉଁ ସମ୍ପ୍ରଦାୟକୁ ଲୋକାୟତ ମଧ୍ୟ କୁହାଯାଏ ?
(କ) ଚାର୍ବାକ୍ ସମ୍ପ୍ରଦାୟ
(ଖ) ଜୈନ ସମ୍ପ୍ରଦାୟ
(ଗ) ଶିଖ୍ ସମ୍ପ୍ରଦାୟ
(ଘ) ହିନ୍ଦୁ ସମ୍ପ୍ରଦାୟ
Answer:
(କ) ଚାର୍ବାକ୍ ସମ୍ପ୍ରଦାୟ

Question 12.
ବୋଧଗୟା ଆଜି କେଉଁଠାରେ ଅବସ୍ଥିତ ?
(କ) ଓଡ଼ିଶା
(ଖ) ବିହାର
(ଗ) ରାଜସ୍ଥାନ
(ଘ) ପଞ୍ଜାବ
Answer:
(ଖ) ବିହାର

Question 13.
ବିପ୍ଳବୀ ଧରଣୀଧର ନାୟକ ଓଡ଼ିଶାର କେଉଁ ଅଞ୍ଚଳର ଜଣେ ସାହସୀ ଆଦିବାସୀ ନେତା ଥିଲେ ?
(କ) କେଉଁଝର
(ଖ) ସୁନ୍ଦରଗଡ଼
(ଗ) ମୟୂରଭଞ୍ଜ
(ଘ) ବଲାଙ୍ଗୀର
Answer:
(ଖ) ସୁନ୍ଦରଗଡ଼

ଶୂନ୍ୟସ୍ଥାନ ପୂରଣ କର ।

Question 1.
ବହୁତ ଚିନ୍ତାଧାରାକୁ ___________ ଉତ୍‌ଥାପନ କରିଥିଲେ ।
Answer:
ବେଦ

Question 2.
ଶ୍ଵେତକେତୁଙ୍କର ଗଳ୍ପ __________ ଉପନିଷଦରେ ପଢ଼ିବାକୁ ମିଳେ ।
Answer:
ଛାନ୍ଦୋଗ୍ୟ

Question 3.
______ ବାସ୍ତବରେ ଜଣେ ଆଦିବାସୀ ଦେବତା ଥିଲେ ।
Answer:
ଜଗନ୍ନାଥ

Question 4.
ମୁଣ୍ଡା ଓ ସାନ୍ତାଳ ଅଧିବାସୀମାନେ _____________ ଙ୍କୁ ପୂଜା କରନ୍ତି ।
Answer:
ସିଗ୍‌ଙ୍ଗା

Class 6 Social Science Chapter 7 Question Answer Odia Medium ଭାରତର ସାଂସ୍କୃତିକ ଆଧାର

Question 5.
___________ ଜଣେ ଭାରତୀୟ ସମାଜବିଜ୍ଞାନୀ ଥିଲେ ।
Answer:
ଆନ୍ଦ୍ର ବେଟେଲ୍

Question 6.
ବୈଦିକ ଧାରଣା ଉପରେ ରଚିତ ____________ ଗ୍ରନ୍ଥରୁ ପୁନର୍ଜନ୍ମ ଏବଂ କର୍ମ ବିଷୟରେ ଆମକୁ ଜାଣିବାକୁ ପଡ଼ିଥାଏ ।
Answer:
ଉପନିଷଦ

Question 7.
ଜୈନ ଶବ୍ଦ ______________ ଶବ୍ଦରୁ ଆସିଅଛି ।
Answer:
ଜିନ୍

Question 8.
କଳିଙ୍ଗର ସମ୍ରାଟ _______________ ଥିଲେ ଜୈନଧର୍ମର ପୃଷ୍ଠପୋଷକ ।
Answer:
ଖାରବେଳ

Question 9.
ଭୁବନେଶ୍ଵର ନିକଟସ୍ଥ ଉଦୟଗିରି ପାହାଡ଼ରେ ଖୋଦିତ _________ ଶିଳାଲେଖରୁ ସମ୍ରାଟ ଖାରବେଳଙ୍କ ରାଜତ୍ଵ ବିଷୟରେ ଜାଣିବାକୁ ମିଳିଥାଏ ।
Answer:
ହାତୀଗୁମ୍ଫା

Question 10.
ଜୈନମାନେ _________ ଭାଷାରେ ତାଙ୍କର ଧର୍ମପ୍ରଚାର କରୁଥିଲେ ।
Answer:
ପ୍ରାକୃତ

Question 11.
ବର୍ତମାନ ମହାବୀର ଜୈନଧର୍ମର ___________ ତମ ତୀର୍ଥଙ୍କର ଥିଲେ ।
Answer:
୨୪

Question 12.
ଡଙ୍ଗରିଆମାନେ _______________ ପର୍ବତକୁ ଦେବତା ବା ରକ୍ଷାକର୍ତ୍ତା ଭାବରେ ଗ୍ରହଣ କରିଛନ୍ତି ।
Answer:
ନିୟମଗିରି

Question 13.
ମକର ସଂକ୍ରାନ୍ତିକୁ ଉତ୍ତର ପୂର୍ବ ଓଡ଼ିଶାରେ ___________ ପର୍ବ ଭାବରେ ପାଳନ କରାଯାଏ ।
Answer:
ଟୁସୁ

Question 14.
_________ ସମ୍ପ୍ରଦାୟର ମହିଳାମାନେ ଟୁସୁ ପର୍ବକୁ ପାଳନ କରିଥା’ନ୍ତି ।
Answer:
କୁଡୁମି

ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
ବେଦ ଶବ୍ଦଟି କେଉଁ ସଂସ୍କୃତ ଶବ୍ଦରୁ ଆନୀତ ?
Answer:
ବିଦ୍

Class 6 Social Science Chapter 7 Question Answer Odia Medium ଭାରତର ସାଂସ୍କୃତିକ ଆଧାର

Question 2.
ଜିନ୍ ଶବ୍ଦର ଅର୍ଥ କ’ଣ ?
Answer:
ବିଜେତା

Question 3.
ବିପ୍ଳବୀ ଧରଣୀଧର ନାୟକ ଓଡ଼ିଶାର କେଉଁ ଅଞ୍ଚଳର ଜଣେ ସାହସୀ ଯୁବକ ଥିଲେ ?
Answer:
କେଉଁଝର

Question 4.
ଧରଣୀଧର ଜଣେ ବିପ୍ଳବୀ ଭାବରେ କାହା ବିରୁଦ୍ଧରେ ବିଦ୍ରୋହ କରିଥିଲେ ?
Answer:
ବ୍ରିଟିଶ୍

Question 5.
ମକର ପର୍ବ ମୁଖ୍ୟତଃ କେଉଁମାନଙ୍କର ପର୍ବ ଅଟେ ?
Answer:
ଆଦିବାସୀ

Question 6.
ମକର ସଂକ୍ରାନ୍ତିକୁ ଉତ୍ତର-ପୂର୍ବ ଓଡ଼ିଶାରେ କେଉଁ ପର୍ବ ଭାବରେ ପାଳନ କରାଯାଏ ?
Answer:
ଟୁସୁ

Question 7.
ଜୈନଧର୍ମର ପ୍ରତିଷ୍ଠାତା ମହାବୀରଙ୍କର ବାଲ୍ୟନାମ କ’ଣ ଥିଲା ?
Answer:
ବର୍ଦ୍ଧମାନ

Question 8.
ବର୍ତ୍ତମାନ ମହାବୀର କେବେ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
ଖ୍ରୀ.ପୂ. ୫୪୦ରେ ବୈଶାଳୀ ନିକଟବର୍ତ୍ତୀ କୁନ୍ଦଗ୍ରାମରେ

Question 9.
ଦିବ୍ୟଜ୍ଞାନ ପରେ ବର୍ତ୍ତମାନ କେଉଁ ନାମରେ ପରିଚିତ ହେଲେ ?
Answer:
ମହାବୀର

Question 10.
ଡ଼ୋନିପୋଲୋ କିଏ ?
Answer:
ଅରୁଣାଚଳ ପ୍ରଦେଶର ଜନଜାତିଙ୍କ ଦେବତା ସୂର୍ଯ୍ୟଙ୍କର ଏକ ମିଳିତ ରୂପ

Question 11.
ଖାରବେଳ କେଉଁ ଧର୍ମର ପୃଷ୍ଠପୋଷକତା କରିଥିଲେ ?
Answer:
ଜୈନ

Question 12.
ଓଡ଼ିଶାରେ କେତୋଟି ଜନଜାତି ଅଛନ୍ତି ?
Answer:
୬୪

Question 13.
ପ୍ରସିଦ୍ଧ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା କେଉଁଠାରେ ଅବସ୍ଥିତ ?
Answer:
ଭୁବନେଶ୍ଵର

Question 14.
ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଗୁଡ଼ିକ କେଉଁ ଧର୍ମର ଗୁରୁତ୍ଵ ବହନ କରିଥା’ନ୍ତି ?
Answer:
ଜୈନ

Question 15.
ଊନବିଂଶ ଶତାବ୍ଦୀରେ କିଏ ଉଦୟଗିରି ଖଣ୍ଡଗିରି ଗୁମ୍ଫାଗୁଡ଼ିକୁ ଆବିଷ୍କାର କରିଥିଲେ ?
Answer:
ଆଣ୍ଠୁ ଷ୍ଟଲିଂ

ଭୁଲ୍ ଥିଲେ ଠିକ୍ କର ।

Question 1.
ବେଦ ୨ ପ୍ରକାରର ଅଟେ ।
Answer:
ଭୁଲ୍ : ବେଦ ଚାରିପ୍ରକାରର ଅଟେ ।

Question 2.
ପୁନର୍ଜନ୍ମ ବିଷୟରେ ଆମକୁ ମହାଭାରତରୁ ଜାଣିବାକୁ ମିଳିଥାଏ ।
Answer:
ଭୁଲ୍ : ପୁନର୍ଜନ୍ମ ବିଷୟରେ ଆମକୁ ଉପନିଷଦରୁ ଜାଣିବାକୁ ମିଳିଥାଏ ।

Question 3.
ଗୌତମ ବୁଦ୍ଧ ବରଗଛ ତଳେ ଦିବ୍ୟଜ୍ଞାନ ପ୍ରାପ୍ତ ହୋଇଥିଲେ ।
Answer:
ଭୁଲ୍ : ଗୌତମ ବୁଦ୍ଧ ଅଶ୍ଵତ୍‌ଥ ଗଛ ତଳେ ଦିବ୍ୟଜ୍ଞାନ ପ୍ରାପ୍ତ ହୋଇଥିଲେ ।

Question 4.
ମହାବୀର ସଂଘ ପ୍ରତିଷ୍ଠା କରିଥିଲେ ।
Answer:
ଭୁଲ୍ : ବୁଦ୍ଧଦେବ ସଂଘ ପ୍ରତିଷ୍ଠା କରିଥିଲେ

Question 5.
ରୋହିଣେୟ ଜଣେ ସନ୍ନ୍ୟାସୀ ଥିଲେ ।
Answer:
ଭୁଲ୍ : ରୋହିଣେୟ ଜଣେ ଚୋର ଥିଲା ।

Question 6.
ଓଡ଼ିଶାରେ ଏଲୋରା ଗୁମ୍ଫା ଅବସ୍ଥିତ ।
Answer:
ଭୁଲ୍ : ମହାରାଷ୍ଟ୍ରରେ ଏଲୋରା ଗୁମ୍ଫା ଅବସ୍ଥିତ ।

Question 7.
ସମ୍ରାଟ ଖାରବେଳ ବୌଦ୍ଧଧର୍ମାବଲମ୍ବୀ ଥିଲେ ।
Answer:
ଭୁଲ୍ : ସମ୍ରାଟ ଖାରବେଳ ଜୈନଧର୍ମାବଲମ୍ବୀ ଥିଲେ ।

Class 6 Social Science Chapter 7 Question Answer Odia Medium ଭାରତର ସାଂସ୍କୃତିକ ଆଧାର

Question 8.
ଖଣ୍ଡଗିରି ଗୁମ୍ଫା ଯାଜପୁରରେ ଅବସ୍ଥିତ ।
Answer:
ଭୁଲ୍ : ଖଣ୍ଡଗିରି ଗୁମ୍ଫା ଭୁବନେଶ୍ଵରରେ ଅବସ୍ଥିତ ।

‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭ ମିଳାଅ ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବେଦ ଶ୍ଵେତକେତୁ
ଜୈନଧର୍ମ ବୃହଦାରଣ୍ୟକ ଉପନିଷଦ
ବୌଦ୍ଧଧର୍ମ ଖାରବେଳ
ଋଷି ଉଦ୍ଦାଳକ ବିହାର
ଗାର୍ଗୀ ଗୌତମ ବୁଦ୍ଧ
ବୋଧଗୟା ମହର୍ଷି ବ୍ୟାସଦେବ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବେଦ ମହର୍ଷି ବ୍ୟାସଦେବ
ଜୈନଧର୍ମ ଖାରବେଳ
ବୌଦ୍ଧଧର୍ମ ଗୌତମ ବୁଦ୍ଧ
ଋଷି ଉଦ୍ଦାଳକ ଶ୍ଵେତକେତୁ
ଗାର୍ଗୀ ବୃହଦାରଣ୍ୟକ ଉପନିଷଦ
ବୋଧଗୟା ବିହାର

Class 6 Social Science Chapter 6 Question Answer Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ

Go through Class 6 Social Science Solutions Odia Medium and Class 6 Social Science Chapter 6 Question Answer Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ to understand textbook questions more clearly.

6th Class Social Science Chapter 6 Question Answer Odia Medium

Class 6 Social Science Chapter 6 Odia Medium

ପ୍ରଶ୍ନ, ଅଭ୍ୟାସକାର୍ଯ୍ୟ ଏବଂ ପ୍ରକଳ୍ପ :

Question 1.
ଏହି ଅଧ୍ୟାୟରେ ଅଧ୍ୟୟନ କରାଯାଇଥିବା ସଭ୍ୟତାର ଅନେକ ନାମ କାହିଁକି ଅଛି ? ଏହାର ମହତ୍ତ୍ଵ ବିଷୟରେ ଆଲୋଚନା କର ।
Answer:
ଏହି ଅଧ୍ୟାୟରେ ଅଧ୍ୟୟନ କରାଯାଇଥିବା ସଭ୍ୟତାର ଅନେକ ନାମ ଦିଆଯାଇଛି । ଏହାର ପ୍ରଥମ ନାମ ହରପ୍‌ପା ସଭ୍ୟତା ରଖାଯାଇଛି କାରଣ ପ୍ରନୃତତ୍ତ୍ଵବିଦ୍‌ମାନେ ସିନ୍ଧୁନଦୀର ଅବବାହିକାରେ ଖନନ କାର୍ଯ୍ୟ ଆରମ୍ଭ କରି ହରପ୍‌ପାଠାରେ ପ୍ରଥମେ ଏହି ପ୍ରାଚୀନ ମାନବ ସଭ୍ୟତାକୁ ଆବିଷ୍କାର କରିଥିଲେ । ପରେ ଏହି ସଭ୍ୟତାର ମୋହେଞ୍ଜୋଦାରୋ ସହିତ ଅନ୍ୟାନ୍ୟ ଅନେକ ସ୍ଥାନ ଆବିଷ୍କୃତ ହୋଇଅଛି ।

ସିନ୍ଧୁ ଓ ସରସ୍ଵତୀ ନଦୀର ଅବବାହିକାରେ ଏହି ପ୍ରାଚୀନ ସଭ୍ୟତା ଆବିଷ୍କୃତ ହୋଇଥିବାରୁ ପନ୍‌ତ୍ତ୍ୱ – ବିତ୍‌ମାନେ ଉକ୍ତ ସଭ୍ୟତାକୁ ‘ସିନ୍ଧୁ’, ‘ହରପ୍‌ପା’, ‘ଇଣ୍ଡସ୍-ସରସ୍ଵତୀ’ ବା ‘ସିନ୍ଧୁ-ସରସ୍ଵତୀ’ ସଭ୍ୟତା ନାମରେ ଅଭିହିତ କରିଛନ୍ତି ।

ଏହା ପୃଥ‌ିବୀର ସର୍ବପୁରାତନ ସଭ୍ୟତା ମଧ୍ୟରୁ ଅନ୍ୟତମ ।

Question 2.
ସିନ୍ଧୁ ସରସ୍ଵତୀ ସଭ୍ୟତାର କିଛି ସଫଳତା ଉପଲବ୍ଧିର ସୂଚନା ଦେଇ ଏକ ସଂକ୍ଷିପ୍ତ ବିବରଣୀ (୧୫୦ରୁ ୨୦୦ ଶବ୍ଦ) ଲେଖ ।
Answer:
ସିନ୍ଧୁ ସରସ୍ଵତୀ ସଭ୍ୟତା ମାନବ ଜାତି ପାଇଁ ଏକ ଅନ୍ୟତମ ସର୍ବପ୍ରାଚୀନ ସଭ୍ୟତା । ପ୍ରନୃତତ୍ତ୍ଵବିଦ୍‌ମାନେ ଉକ୍ତ ସଭ୍ୟତାର ଖନନ କାର୍ଯ୍ୟ କରି ଅନେକ ମହତ୍ତ୍ଵପୂର୍ଣ୍ଣ ଘଟଣାକୁ ଇତିହାସରେ ଲିପିବଦ୍ଧ କରି ରଖୁଛନ୍ତି ।
ପ୍ରଥମତଃ, ହରପ୍‌ପା ସଭ୍ୟତାର ଲୋକମାନେ ସହରୀ ଜୀବନଯାପନ କରୁଥିବାର ପ୍ରମାଣ ମିଳିଛି । ଏହାର ଅଧ୍ଵବାସୀମାନେ ଏକପ୍ରକାର ଶୈଳୀରେ ରହିବା ଘର ନିର୍ମାଣ କରିବା ସହିତ ସୁନ୍ଦର ଜଳ ନିଷ୍କାସନ ପଦ୍ଧତି, ପ୍ରଶସ୍ତ ରାସ୍ତା ସହିତ ଉନ୍ନତ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦେଇଥିଲେ ।

ଦ୍ଵିତୀୟତଃ, ହରପ୍‌ପାର ଅସ୍ଵାସୀମାନେ ଧାତୁ କାର୍ଯ୍ୟରେ ଦକ୍ଷ ଥ‌ିବାରୁ ସେମାନେ ଅନେକ ବ୍ରୋଞ୍ଜ ସରଞ୍ଜାମ ଏବଂ ବିଭିନ୍ନ ପ୍ରକାର ଅଳଙ୍କାରମାନ ନିର୍ମାଣ କରି ସେଗୁଡ଼ିକୁ ବ୍ୟବହାର କରୁଥିଲେ ।

ତୃତୀୟତଃ, ଉକ୍ତ ସଭ୍ୟତାରେ ଲୋକମାନେ ବାଣିଜ୍ୟ ବ୍ୟବସାୟରେ ମଧ୍ଯ ସିଦ୍ଧହସ୍ତ ଥିଲେ । ମିଳିଥିବା ବିଭିନ୍ନ ସିଲ୍ ଓ ମୋହରରୁ ପ୍ରମାଣ କରାଯାଇଛି ଯେ, ସିନ୍ଧୁ ସଭ୍ୟତାର ଲୋକମାନେ ସୁଦୂର ମିଶର, ମେସୋପଟାମିଆ ସହିତ ବାଣିଜ୍ୟ କାରବାର କରୁଥିଲେ ।

ଚତୁର୍ଥତଃ, ହରପ୍‌ପା ଅଧ୍ବବାସୀମାନେ ସେମାନଙ୍କ ଉଚ୍ଚକୋଟିର ପ୍ରଯୁକ୍ତିବିଦ୍ୟାଦ୍ଵାରା ସୁନ୍ଦର ମାଟିପାତ୍ର ଏବଂ ମାଳି ତିଆରି କରୁଥିଲେ ।

ପଞ୍ଚମତଃ ହରପ୍‌ପାବାସୀଙ୍କଦ୍ଵାରା ଲେଖାଯାଇଥିବା ସ୍କ୍ରିପ୍‌ଟରୁ ଜଣାଯାଏ ଯେ ସେମାନେ ଏକ ଶୃଙ୍ଖଳିତ ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ଜୀବନ ବିତାଉଥିଲେ ।

Question 3.
କଳ୍ପନା କର ତୁମକୁ ହରପ୍ପା ସହରରୁ କାଲିବଙ୍ଗନକୁ ଯାତ୍ରା କରିବାକୁ ପଡ଼ିବ । ତୁମର ବିଭିନ୍ନ ବିକଳ୍ପ କ’ଣ ? ପ୍ରତ୍ୟେକ ବିକଳ୍ପ କେତେ ସମୟ ନେଇପାରେ ତାହାର ଏକ ମୋଟାମୋଟି ଆକଳନ କରିପାରିବ କି ?
Answer:
ହରପ୍‌ପା ସହରରୁ କାଲିବଙ୍ଗନକୁ ପୁରାତନ କାଳରେ ଯାତ୍ରା କରିବାପାଇଁ ମୁଖ୍ୟତଃ ସ୍ଥଳପଥ ଉପରେ ନିର୍ଭର କରିବାକୁ ପଡୁଥିଲା । କିନ୍ତୁ ଯାତ୍ରାର ପ୍ରାରମ୍ଭିକ ପର୍ଯ୍ୟାୟରେ ସିନ୍ଧୁନଦୀରେ ଜଳଯାତ୍ରା କରିବା ସବୁଠାରୁ ଉତ୍ତମ ଅଟେ । ଏହାର କାରଣ ଜଳପଥରେ ଯାତ୍ରା ସୁଗମ ଏବଂ ବିପଦଶୂନ୍ୟ । ଯେଉଁମାନେ ସ୍ଥଳପଥରେ ଯାତ୍ରା କରୁଥିଲେ, ସେମାନେ ଏହି ୨୫୦-୨୮୦ ମାଇଲ୍ ଯାତ୍ରାକୁ ଘୋଡ଼ା, ବଳଦଗାଡ଼ି ଏବଂ ପାଦରେ ଚାଲି ଚାଲି ଅତିକ୍ରମ କରୁଥିଲେ । ଏହା ସମୟ ସାପେକ୍ଷ ଥିଲା । କାରଣ ଯାତ୍ରାପଥ ସୁଗମ ନଥ‌ିବା ସହିତ ପାଗ ମଧ୍ଯ ସମୟେ ସମୟେ ସହଯୋଗ କରୁନଥିଲା ।

Question 4.
ଆଜିର ଭାରତରେ ଏକ ସାଧାରଣ ରୋଷେଇ ଘରକୁ ଜଣେ ହରପ୍ପାନ୍ ପୁରୁଷ କିମ୍ବା ମହିଳାଙ୍କୁ ନିଆଯାଇଛି ବୋଲି ତୁମେ କଳ୍ପନା କର । କେଉଁ ୪ଟି ବା ୫ଟି ଆଶ୍ଚର୍ଯ୍ୟଜନକ ଜିନିଷ ସେମାନେ ସେଠାରେ ଦେଖୁବେ ବୋଲି ତୁମେ ଭାବୁଛ ?
Answer:
ଆଜିର ଭାରତରେ ଏକ ସାଧାରଣ ରୋଷେଇ ଘରକୁ ଯଦି ଏକ ହରପ୍‌ପାନ୍ ପୁରୁଷ କିମ୍ବା ମହିଳାକୁ ନିଆଯାଏ, ତେବେ ସେମାନେ ନିଶ୍ଚିତ ଭାବରେ କିଛି ଦ୍ରବ୍ୟ ଦେଖୁ ଆଚମ୍ବିତ ହେବେ । ପ୍ରଥମତଃ, ସେମାନେ ଆମ ରୋଷେଇ ଘରେ ଥ‌ିବା ବୈଦ୍ୟୁତିକ ଯନ୍ତ୍ରପାତି ଯଥା ଫ୍ରିଜ୍ ଏବଂ ମାଇକ୍ରୋଓଭନ୍ ଏବଂ ଗ୍ୟାସ୍ ଚୁଲାକୁ ଦେଖୁ ଆଶ୍ଚର୍ଯ୍ୟ ହେବେ । ଦ୍ଵିତୀୟତଃ, ସେମାନେ ବିଭିନ୍ନ ପ୍ରକାରର ପ୍ରକ୍ରିୟାକରଣ ଖାଦ୍ୟ ଯଥା ଦୁଗ୍‌ଧ ପ୍ୟାକେଟ୍ ଏବଂ କଳରୁ ବାହାରୁଥ‌ିବା ପାଣି ଦେଖ୍ ଆଚମ୍ବିତ ହେବେ । ତୃତୀୟତଃ, ସେମାନେ ଆଧୁନିକ ବାସନକୁସନ ଯଥା ଷ୍ଟିଲ ବାସନକୁସନ ଏବଂ ନନ୍‌ଷ୍ଟିକ୍ ବାସନ ଦେଖୁ ଆଶ୍ଚର୍ଯ୍ୟ ପ୍ରକଟ କରିବେ ।

Question 5.
ଏହି ଅଧ୍ୟାୟରେ ଥ‌ିବା ସମସ୍ତ ଚିତ୍ରକୁ ଦେଖ୍ ଆମ ଏକବିଂଶ ଶତାବ୍ଦୀରେ ଏ ପର୍ଯ୍ୟନ୍ତ ମଧ୍ୟ ପରିଚିତ ଥ‌ିବା ଅଳଙ୍କାର | ଅଙ୍ଗଭଙ୍ଗୀ |ବସ୍ତୁଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କର ।
Answer:
ଏହି ଅଧ୍ୟାୟରେ ଥ‌ିବା ସମସ୍ତ ଚିତ୍ରକୁ ଦେଖି ଆମେ ଏକବିଂଶ ଶତାବ୍ଦୀଓରେ ବ୍ୟବହାର କରୁଥିବା ଅଳଙ୍କାର, ଅଙ୍ଗଭଙ୍ଗୀ ଏବଂ କିଛି ବସ୍ତର ସାମଞ୍ଜସ୍ୟ ଦେଖୁବାକୁ ପାଇଛୁ । ସେଗୁଡ଼ିକ ମଧ୍ୟରେ ଆମେ ବର୍ତ୍ତମାନ ବ୍ୟବହାର କରୁଥିବା କଙ୍କଣ ଏବଂ ମାଳି ଦେଖିବାକୁ ମିଳେ । ଏତଦ୍‌ବ୍ୟତୀତ ଆମେ କରୁଥିବା ‘ନମସ୍ତେ’ ମଧ୍ୟ ସେ ସମୟର ଅଙ୍ଗଭଙ୍ଗୀର ସୂଚନା ଦେଇଥାଏ । ସେମାନେ ବ୍ୟବହାର କରୁଥିବା ଦର୍ପଣ ଏବଂ ଖେଳନା ଆଜି ମଧ୍ୟ ଆମ ସମାଜରେ ବ୍ୟବହାର କରାଯାଉଛି । ସୁତରାଂ ଅଳଙ୍କାର, ଅଙ୍ଗଭଙ୍ଗୀ ଏବଂ ବସ୍ତର ବ୍ୟବହାର କ୍ଷେତ୍ରରେ ପ୍ରତୀୟମାନ ହୁଏ ଯେ ହରପ୍‌ପାଠାରୁ ଆଜି ପର୍ଯ୍ୟନ୍ତ ଆମ ସଭ୍ୟତାର ଧାରା ଅବ୍ୟାହତ ରହିଛି ।

Question 6.
ଧୋଲାବିରାର ଜଳଭଣ୍ଡାର ବ୍ୟବସ୍ଥା କେଉଁ ମାନସିକତାକୁ ପ୍ରତିଫଳିତ କରେ ?
Answer:
(କ) ଧୋଲାବିରାର ଜଳଭଣ୍ଡାର ସ୍ପଷ୍ଟଭାବରେ ନିମ୍ନଲିଖ୍ ପଦ୍ଧତିକୁ ପ୍ରତିଫଳିତ କରେ । ଏହି ଜଳଭଣ୍ଡାରଦ୍ଵାରା ସେମାନେ ଭବିଷ୍ୟତ ଦାୟାଦମାନଙ୍କ ପାଇଁ ସବୁ ସମୟ ପାଇଁ ଏକ ଧାରାବାହିକ ଜଳଯୋଗାଣ ବ୍ୟବସ୍ଥା ସୃଷ୍ଟି କରିଥିଲେ ।

(ଖ) ଉନ୍ନତ ଯୋଜନା ଏବଂ କାରିଗରୀ କୌଶଳ– ହରପ୍‌ପାର ଅଧିବାସୀମାନେ ଏଭଳି ଏକ ଜଳଭଣ୍ଡାର ନିର୍ମାଣ କରିଥିଲେ, ଯାହା ମଧ୍ଯରେ ସେମାନଙ୍କ କାରିଗରୀ ଦକ୍ଷତା ଏବଂ ଉନ୍ନତ ଯୋଜନାର ପ୍ରମାଣ ମିଳେ ।

(ଗ) ଜଳ ସଂରକ୍ଷଣ ଏଭଳି ଜଳଭଣ୍ଡାରର ନିର୍ମାଣ ପ୍ରମାଣ ଦିଏ ଯେ ହରପ୍‌ପାର ଅଧିବାସୀମାନେ ଜଳସଂରକ୍ଷଣର ଆବଶ୍ୟକତାକୁ ଉପଲବ୍ଧ କରିଥିଲେ ।

(ଘ) ସାମାଜିକ ସହଯୋଗ ଓ ଜ୍ଞାନ ହରପ୍‌ପାର ଅଧ୍ୟାବାସୀମାନେ ଧୋଲାବିରାର ଜଳଭଣ୍ଡାରର ବ୍ୟବସ୍ଥା କରି ସେମାନଙ୍କ ମଧ୍ୟରେ ଏକ ସାମାଜିକ ସହଭାଗିତା ଏବଂ ସାମାଜିକ ଜ୍ଞାନର ପ୍ରମାଣ ମାନବ ଜାତିକୁ ଦେଇ ଯାଇଛନ୍ତି ।

(ଛ) ଅବାଧ ଏବଂ ସ୍ଥିର ଜଳଯୋଗାଣ ଉକ୍ତ ଜଳଭଣ୍ଡାର ନିର୍ମାଣ କରି ହରପ୍‌ପାର ଅଧିବାସୀମାନେ ଏକ ଅବାଧ ଏବଂ ସ୍ଥିର ଜଳଯୋଗାଣ ବ୍ୟବସ୍ଥା କରିଥିଲେ । ଶେଷରେ ସେମାନେ ପର୍ଯ୍ୟାପ୍ତ ପରିମାଣର୍ ଜଳଯୋଗାଣ ବ୍ୟବସ୍ଥା ସୃଷ୍ଟିକରି ହରପ୍‌ପା ଅଧ୍ଵବାସୀମାନେ ସାଧାରଣ ସ୍ଵାସ୍ଥ୍ୟ ଏବଂ ବିଶୋଧୃତ ଜଳ ଯୋଗାଣ କ୍ଷେତ୍ରରେ ନିଜର ପାରଦର୍ଶିତାର ପ୍ରମାଣ ଦେଇଥିଲେ ।

Question 7.
ମୋହେଞ୍ଜୋଦାରୋରେ ଇଟାରେ ନିର୍ମିତ ପ୍ରାୟ ୭୦୦ କୂଅକୁ ଗଣନା କରାଯାଇଛି । ଅନେକ ଶତାବ୍ଦୀ ଧରି ଏହାର ନିୟମିତ ରକ୍ଷଣାବେକ୍ଷଣ ଏବଂ ବ୍ୟବହାର କରାଯାଉଥିବା ଜଣାପଡ଼ିଛି । ଏହାର ପ୍ରଭାବ ବିଷୟରେ ଆଲୋଚନା କର ।
Answer:
ମୋହେଞ୍ଜୋଦାରୋଠାରେ ଇଟାରେ ନିର୍ମିତ ପ୍ରାୟ ୭୦୦ କୁଅକୁ ଶତାବ୍ଦୀ ଶତାବ୍ଦୀ ଧରି ନିୟମିତ ରକ୍ଷଣାବେକ୍ଷଣ କରାଯିବାର କାରଣକୁ ନିମ୍ନରେ ଉଲ୍ଲେଖ କରାଯାଇଛି ।
(କ) ଉନ୍ନତ ସହର ଯୋଜନା – ୭୦୦ କୂଅର ନିର୍ମାଣଦ୍ଵାରା ସହରକୁ ଜଳପ୍ରବାହ ଅବ୍ୟାହତ ରଖିବାପାଇଁ ବ୍ୟବସ୍ଥା କରାଯାଇଥିଲା ।

(ଖ) ଏକ ନିର୍ଭରଯୋଗ୍ୟ ଜଳଯୋଗାଣ – ମୋହେଞ୍ଜୋଦାରୋ ଅଧିବାସୀମାନେ ୭୦୦ କୂଅର ନିର୍ମାଣ କରି ସହର ନିମନ୍ତେ ଏକ ନିର୍ଭରଯୋଗ୍ୟ ଜଳଯୋଗାଣ ବ୍ୟବସ୍ଥା କରିପାରିଥିଲେ ।

(ଗ) ସୁସଙ୍ଗଠିତ ପ୍ରଶାସନ – ୭୦୦ କୂଅର ନିୟମିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପ୍ରମାଣ ଦିଏ ଯେ ମୋହେଞ୍ଜୋଦାରୋବାସୀ ଏକ ସୁସଙ୍ଗଠିତ ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ଜୀବନ ବିତାଉଥିଲେ । ।

Class 6 Social Science Chapter 6 Question Answer Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ

Question 8.
ପ୍ରାୟତଃ କୁହାଯାଏ ଯେ ହରଗାମାନଙ୍କର ଉଚ୍ଚ ନାଗରିକ ଭାବନା ଥୁଲା ଏହି ବିବୃତିର ମହତ୍ତ୍ବ ବିଷୟରେ ଆଲୋଚନା କର । ତୁମେ ଏଥ‌ିରେ ସହମତ କି ? ସାମ୍ପ୍ରତିକ ଭାରତର ଏକ ବିଶାଳ ସହରର ନାଗରିକଙ୍କ ସହ ତୁଳନା କର ।
Answer:
ହରପ୍‌ପା ସଭ୍ୟତାର ଅଧିବାସୀମାନଙ୍କର ଏକ ଉଚ୍ଚ ନାଗରିକ ଭାବନା ଥିବାର ଅନେକ ପ୍ରମାଣ ମିଳିଅଛି । ସେଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା ।

(କ) ବିଶେଷ ସହର ଯୋଜନା ହରପ୍‌ପା ସଭ୍ୟତାର ଅଧିବାସୀମାନେ ଏକପ୍ରକାର ରହିବା ଗୃହ ନିର୍ମାଣ କରିବା ସହିତ ପ୍ରଶସ୍ତ ରାସ୍ତା ଏବଂ ଏକ ସୁନ୍ଦର ପରିମଳ ବ୍ୟବସ୍ଥା ସୃଷ୍ଟି କରିପାରିଥିଲେ । ଏଥ‌ିରୁ ସ୍ପଷ୍ଟ ଜଣାପଡ଼େ ଯେ ସେମାନଙ୍କର ଏକ ଉଚ୍ଚ ନାଗରିକ ଭାବନା ଥିଲା ।

(ଖ) ନିର୍ମାଣ କ୍ଷେତ୍ରରେ ଏକତ୍ଵ ଗୁଣ– ହରପ୍‌ପା ସଭ୍ୟତାରୁ ମିଳିଥିବା ଗୃହ, ରାସ୍ତା ପରିବେଶ ଇତ୍ୟାଦିରୁ ଜଣାପଡ଼େ ଯେ ସେମାନେ ନିର୍ମାଣ କ୍ଷେତ୍ରରେ ଏକତ୍ଵ ଉପରେ ଗୁରୁତ୍ଵ ଦେଉଥିଲେ ।

(ଗ) ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ଵ – ହରପ୍‌ପା ସଭ୍ୟତାର ଅଧିବାସୀମାନେ ସୁନ୍ଦର ଏବଂ ପ୍ରଶସ୍ତ ନିଷ୍କାସନ ପଦ୍ଧତିର ବ୍ୟବସ୍ଥା କରି ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଥିଲେ ।

ଭାରତର ଆଧୁନିକ ସହର ସହ ଏହାର ତୁଳନା :
ହରପ୍‌ପାର ସହର ବ୍ୟବସ୍ଥାକୁ ବର୍ତ୍ତମାନ ଭାରତର ଆଧୁନିକ ସହର ସହିତ ତୁଳନା କଲେ ଆମକୁ ଅନେକ କ୍ଷେତ୍ରରେ ଆହ୍ଵାନ ମିଳିଥାଏ । ଏହାର କାରଣ ବର୍ତ୍ତମାନ ଭାରତୀୟ ସହରମାନଙ୍କରେ ଜଳଯୋଗାଣ, ବର୍ଜ୍ୟବସ୍ତ ପରିଚାଳନା ଏବଂ ସାଧାରଣ ସ୍ଵାସ୍ଥ୍ୟ କ୍ଷେତ୍ରରେ ଅନେକ ଆହ୍ଵାନର ଶିକାର ହେବାକୁ ପଡ଼ିଥାଏ ।

ସାମାଜିକ ଦାୟିତ୍ୱବୋଧତାରେ ବ୍ୟତିକ୍ରମ – ଭାରତର ଆଧୁନିକ ସହରର ଜନସାଧାରଣ ସେମାନଙ୍କ ସାମାଜିକ ଦାୟିତ୍ଵବୋଧତା କ୍ଷେତ୍ରରେ ହରପ୍‌ପା ଅଧିବାସୀମାନଙ୍କଠାରୁ ନିମ୍ନ ଅଟନ୍ତି । ସେଥ‌ିପାଇଁ ଭାରତର ଆଧୁନିକ ସହରମାନଙ୍କରେ ପରିବେଷ ପ୍ରଦୂଷଣ, ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଅନେକ ଅବହେଳା ଦେଖିବାକୁ ମିଳିଥାଏ ।

ଐତିହାସିକ ମାନବ – ହରପ୍‌ପା ଅଧ୍ଵବାସୀମାନେ ସେମାନଙ୍କ ସହର ପରିଯୋଜନା ଓ ସାମାଜିକ ଦାୟିତ୍ୱବୋଧତାର ପ୍ରମାଣ ଦେଇ ଏକ ଐତିହାସିକ ମାନକ ସୃଷ୍ଟି କରିଯାଇଛନ୍ତି । ଏହାକୁ ଭାରତର ଆଧୁନିକ ସହରର ଜନସାଧାରଣ ଏକ ଉଦାହରଣ ଭାବେ ନେଇ ନିଜ ନିଜ ସହରର ସମସ୍ୟାକୁ ସମାଧାନ ପାଇଁ ଆଗେଇ ଆସିବା ଉଚିତ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ସଭ୍ୟତା କ’ଣ ?
Answer:
ସଭ୍ୟତା କହିଲେ ଆମେ ସାଧାରଣତଃ ମାନବ ସମାଜର ଏକ ଉନ୍ନତ ପର୍ଯ୍ୟାୟକୁ ବୁଝିଥାଉ । ଏକ ମାନବ ଗୋଷ୍ଠୀ ପ୍ରଥମେ ଗୋଟିଏ ସ୍ଥାନରେ ବସବାସ କରି କୃଷି, ଗୋପାଳନ, ବାଣିଜ୍ୟ ବ୍ୟବସାୟ, କାରିଗରୀ କାର୍ଯ୍ୟ ଇତ୍ୟାଦି କରି କ୍ରମେ ବିକଶିତ ହୁଅନ୍ତି । ଏହାଦ୍ଵାରା ଏକ ସୁନ୍ଦର ସାମାଜିକ ବ୍ୟବସ୍ଥା ନିର୍ମାଣ କରି ସଂସ୍କୃତିସମ୍ପନ୍ନ ହେବା ସହିତ ମୂଲ୍ୟବୋଧକ ଜୀବନଯାପନ କରି ସଭ୍ୟତାର ବିକାଶ ଘଟାଇଥା’ନ୍ତି ।
ସଠିକ୍ ଭାବରେ କହିବାକୁ ଗଲେ ଏକ ସଭ୍ୟତା ଅତି କମ୍‌ରେ ନିମ୍ନଲିଖ୍ ବୈଶିଷ୍ଟ୍ୟ ପ୍ରଦର୍ଶନ କରିଥାଏ ।

  • ପ୍ରଥମତଃ, ଏକ ଜଟିଳ ସମାଜ ଏବଂ ଏହାର ବିଭିନ୍ନ କାର୍ଯ୍ୟ ପରିଚାଳନା ପାଇଁ ସରକାର ଏବଂ ପ୍ରଶାସନିକ ସଂସ୍ଥା ବ୍ୟବସ୍ଥା କରିବା ।
  • ଦ୍ଵିତୀୟତଃ, ସହରୀକରଣ ଏବଂ ସହର ଯୋଜନା ଏବଂ ଏହାର ବିକାଶ, ଜଳଯୋଗାଣ ଏବଂ ପରିମଳ ବ୍ୟବସ୍ଥା ସୃଷ୍ଟି କରିବା ।
  • ତୃତୀୟତଃ, ବିଭିନ୍ନ ପ୍ରକାର ଶିଳ୍ପର ପ୍ରତିଷ୍ଠା ଏବଂ କଞ୍ଚାମାଲ୍ ଯୋଗାଣ ବ୍ୟବସ୍ଥା କରିବା ।
  • ଚତୁର୍ଥତଃ, ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ ବାଣିଜ୍ୟ କାରବାର ମାଧ୍ୟମରେ ସାମଗ୍ରୀର ଆଦାନ ପ୍ରଦାନ କରିବା ।
  • ପଞ୍ଚମତଃ, କଳା, ସ୍ଥାପତ୍ୟ, ସାହିତ୍ୟ, ପରମ୍ପରା ଓ ସାମାଜିକ ରୀତିନୀତି ପାଳନ ମାଧ୍ଯମରେ ସାଂସ୍କୃତିକ ବିକାଶ ସାଧନ କରିବା ।
  • ଶେଷରେ ଏକ ଉତ୍ପାଦନଶୀଳ କୃଷି ବ୍ୟବସ୍ଥା ଯାହା ସହରକୁ ଖାଦ୍ୟଶସ୍ୟ ଯୋଗାଣ କରିଥାଏ ।

Question 2.
ସିନ୍ଧୁ ସଭ୍ୟତାର ପ୍ରମୁଖ ସଫଳତା କ’ଣ ଥିଲା ?
Answer:
ସିନ୍ଧୁ ସଭ୍ୟତା ବା ହରପ୍‌ପା ସଭ୍ୟତାର ଅନେକ ବୃହତ୍ ସଫଳତା ଦେଖିବାକୁ ମିଳିଥିଲା ।
(କ) ସହର ନିର୍ମାଣ : ଏହା ଏକ ସହର ସଭ୍ୟତା ଥିବାରୁ ଏକ ସୁନ୍ଦର ସହର ପରିକଳ୍ପନା ଏଠାରେ କରାଯାଇଥିଲା । ଏକ ପ୍ରକାର ବାସଗୃହ ସହିତ ପ୍ରଶସ୍ତ ରାସ୍ତା ଏବଂ ସ୍ୱାସ୍ଥ୍ୟକର ପରିମଳ ବ୍ୟବସ୍ଥା ଏଠାରେ କରାଯାଇଥିଲା ।

(ଖ) ଉନ୍ନତ କାରିଗରୀ କାର୍ଯ୍ୟ– ଏହି ସହରରେ ବାସଗୃହକୁ ବାଦ୍ ଦେଲେ ଉଚ୍ଚ କୋଠା ଏବଂ ବିଶାଳ ଶସ୍ୟାଗାର ମଧ୍ୟ ପ୍ରତିଷ୍ଠିତ ଥିଲା । ସେଗୁଡ଼ିକ ପୋଡ଼ା ଇଟାରେ ତିଆରି ହୋଇଥିଲା, ଯାହାକି ଉନ୍ନତ କାରିଗରୀ କୌଶଳର ପ୍ରମାଣ ଦିଏ ।

(ଗ) ହସ୍ତଶିଳ୍ପ ଏବଂ ପ୍ରଯୁକ୍ତି ବିଦ୍ୟା – ହରପ୍‌ପା ସଭ୍ୟତାର ଲୋକମାନେ ବିଭିନ୍ନ ପ୍ରକାରର ଧାତୁକାର୍ଯ୍ୟ, ମାଟିପାତ୍ର ନିର୍ମାଣ ଏବଂ ସିଲ୍ ତିଆରି କରିବାରେ ସିଦ୍ଧହସ୍ତ ଥିଲେ । ଏତଦ୍‌ବ୍ୟତୀତ ସେମାନେ ଓଜନ ଓ ମାପର ପଦ୍ଧତି ଜାଣିଥିଲେ ।

(ଘ) ବାଣିଜ୍ୟ – ହରପ୍‌ପା ଅଧିବାସୀମାନେ ସୁଦୂର ମେସୋପଟାମିଆ ଏବଂ ଅନ୍ୟାନ୍ୟ ଅଞ୍ଚଳ ସହିତ ଏକ ବ୍ୟାପକ ବାଣିଜ୍ୟ ବ୍ୟବସାୟରେ ଲିପ୍ତ ଥିଲେ । ଏହା ମିଳିଥିବା ବିଭିନ୍ନ ଦ୍ରବ୍ୟ, ସରଞ୍ଜାମ ଓ ମାଳିରୁ ଜଣାଯାଏ ।

(ଙ) ଲିଖନ ପଦ୍ଧତି – ହରପ୍‌ପା ସଭ୍ୟତାର ଅଧିବାସୀମାନେ ଏକ ଉନ୍ନତ ଲିଖନ ପଦ୍ଧତି ସୃଷ୍ଟି କରିଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ଯେ ଉକ୍ତ ଲିଖନକୁ ଏପର୍ଯ୍ୟନ୍ତ ପଢ଼ାଯାଇ ପାରିନାହିଁ ।

ଆସ ଅନୁସନ୍ଧାନ କରିବା :

Question 1.
ଉପରୋକ୍ତ ତାଲିକାର ପ୍ରତ୍ୟେକ ବୈଶିଷ୍ଟ୍ୟ ପାଇଁ, ତୁମେ ଏପରି ସମାଜରେ ଥ‌ିବା ବୃତ୍ତି (occupation)ର କିମ୍ବା ପେଷା (profession)ର ଏକ ତାଲିକା ପ୍ରସ୍ତୁତ କରିପାରିବ କି ?
Answer:
ଛାତ୍ରଛାତ୍ରୀମାନେ ନିଜେ କରିବେ ।

Question 2.
ଏହି ସଭ୍ୟତାର କେତେକ ଗୁରୁତ୍ଵପୂର୍ଣ୍ଣ ସହର ମାନଚିତ୍ରରେ ଚିହ୍ନିତ ହୋଇଛି । ଏକ ଶ୍ରେଣୀ ଶିକ୍ଷଣକାର୍ଯ୍ୟ ଭାବରେ, ତୁମେ ପରବର୍ତ୍ତୀ ପୃଷ୍ଠାର ଟେବୁଲ୍‌ରେ ଥ‌ିବା ଆଧୁନିକ ରାଜ୍ୟ କିମ୍ବା ଅଞ୍ଚଳ ସହିତ ଏହି ସହରଗୁଡ଼ିକୁ ମିଳାଇବାକୁ ଚେଷ୍ଟା କରିପାରିବ କି ?
Class 6 Social Science Chapter 6 Question Answer Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ-1
Answer:

ହରପ୍ପା ସହର ଆଧ୍ୟାମିକ ରାଜ୍ୟ / ଅଞ୍ଚଳ
ଧୋଲାସିରା ଗୁଜରାଟ
ହରପ୍ପା ପଞ୍ଜାବ
କାଳିବାଙ୍ଗନ ରାଜସ୍ଥାନ
ମୋହେଞ୍ଜୋଦାରୋ ସିନ୍ଧ
ରାକ୍ଷୀଗଡ଼ୀ ହରିୟାଣା

Question 3.
ଶେଷ ଦୁଇଟି ବ୍ୟାଖ୍ୟା ବିଷୟରେ ଶ୍ରେଣୀରେ ବିତର୍କ କରାଯାଉ । ତୁମେ ଅନ୍ୟ କୌଣସି ବିକଳ୍ପ ବିଷୟରେ ଭାବୁଛ କି ? ମନେରଖ ଯେ, ଏହି କ୍ଷେତ୍ର ବିଷୟରେ ଅଧ‌ିକ ଜାଣିବାପାଇଁ ଆମ ପାଖରେ ଇତିହାସର ଅନ୍ୟ କୌଣସି ଉତ୍ସ ନାହିଁ- କୌଣସି ଶିଳାଲେଖ ନାହିଁ, କୌଣସି ଲେଖା ନାହିଁ, କୌଣସି ଯାତ୍ରୀଙ୍କ ବିବରଣୀ ନାହିଁ ।
Answer:
ଏହି କାର୍ଯ୍ୟଟିକୁ ଶିକ୍ଷକଙ୍କ ପରାମର୍ଶ ନେଇ ଛାତ୍ରଛାତ୍ରୀମାନେ କରିବେ ।

Question 4.
ଏକ ଶ୍ରେଣୀ କାର୍ଯ୍ୟକଳାପ ଭାବରେ, କୌଣସି ମାପକ ଟେପ୍ ସାହାଯ୍ୟରେ ତୁମ ଶ୍ରେଣୀଗୃହର ଲମ୍ବ, ଏକ ସ୍କୁଲ କରିଡ଼ର କିମ୍ବା ଖେଳ ପଡ଼ିଆ ମାପ କର । ଏହି ଲମ୍ବକୁ
ଧୋଲାବିରାର ବୃହତ୍ତମ ଜଳଭଣ୍ଡାରର ଲମ୍ବ ସହିତ ତୁଳନା କର ।
Answer:
ଶ୍ରେଣୀ ଶି କ୍ଷ କ ଙ୍କ ସହାୟତାରେ ଛାତ୍ରଛାତ୍ରୀମାନେ ନିଜେ କରିବେ ।

Class 6 Social Science Chapter 6 Question Answer Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ

Question 5.
କଳ୍ପନା କର ତୁମେ ଏକ ହରୱାନ୍‌ଙ୍କ ଘରେ ଭୋଜନ ପାଇଁ ରୋଷେଇ କରୁଛ । ଉପରୋକ୍ତ ତଥ୍ୟ ଆଧାରରେ ତୁମେ କେଉଁ ବ୍ୟଞ୍ଜନ କିମ୍ବା ଖାଦ୍ୟ ପ୍ରସ୍ତୁତ କରିବ ?
Answer:
ହରପ୍ସରୁ ମିଳିଥିବା ତଥ୍ୟ ଅନୁସାରେ ମୁଁ ଯଦି ଏକ ହରୱାନ୍‌ଙ୍କ ଘରେ ରୋଷେଇ କରେ ତେବେ ମୁଁ ମାଟି ପାତ୍ରରେ ମାଛ, ମାଂସ ଏବଂ ପନିପରିବା ରୋଷେଇ କରିବି ଏବଂ ତତ୍ସହିତ ଦୁଗ୍‌ଧଜାତ ଦ୍ରବ୍ୟ ଦହି ଆଦି ମଧ୍ୟ ଭୋଜନରେ ବ୍ୟବହାର କରିବି ।

Question 6.
ଏହି ତିନୋଟି ହରପ୍ପା ସିଲ୍‌କୁ କିଛି ଲେଖା ଚିହ୍ନ ସହ ଦେଖ‌ିଲେ, ତୁମ ମନକୁ କ’ଣ ଆସେ ? ତୁମେ କୌଣସି ପ୍ରସ୍ତାବକୁ ବ୍ୟାଖ୍ୟା କରିବାକୁ ଚାହିଁ କି ? ତୁମ କଳ୍ପନାକୁ ବିକଶିତ କର ।
Answer:
ଉପରୋକ୍ତ ହରପ୍‌ପା ସିଲ୍‌ରେ ତିନୋଟି ପଶୁଙ୍କର ଚିତ୍ର ପ୍ରଦାନ କରାଯାଇଛି । ଯାହା ମନେହୁଏ, ଏହି ପଶୁମାନେ ହରପ୍ପାବାସୀଙ୍କ ପାଇଁ ପବିତ୍ର ଥିଲେ । କୁଜଥିବା ପଶୁଟି ଏକ ଷଣ୍ଢ ଅଟେ, ଯାହାକୁ ହରପ୍ପାବାସୀ ପୂଜା କରୁଥିଲେ ଏବଂ ଆଧୁନିକ ଭାରତରେ ଉକ୍ତ ପଶୁକୁ ଶିବଙ୍କ ବାହନ ରୂପେ ମଧ୍ୟ ପୂଜା କରାଯାଏ । ଅନ୍ୟ ଦୁଇଟି ସିଲ୍‌ରେ ଥୁବା ପଶୁ ଘୋଡ଼ା ଏବଂ ବ୍ୟାଘ୍ର ହରୱାବାସୀଙ୍କ ପାଇଁ ଧାର୍ମିକ ଦୃଷ୍ଟିରୁ ଥିଲେ ଗୁରୁତ୍ଵପୂର୍ଣ୍ଣ । ଏହି ସିଲ୍‌ଗୁଡ଼ିକ ବାଣିଜ୍ୟ ବ୍ୟବସାୟ କାର୍ଯ୍ୟରେ ବିନିମୟର ମୂଲ୍ୟ ହିସାବରେ ବ୍ୟବହାର ହେଉଥିଲା ।

Question 7.
ଲୋଥାରୁ ପ୍ରାପ୍ତ ପାତ୍ର ଅନୁସାରେ କାହାଣୀ ସଂପୂର୍ଣ୍ଣ କର । ତୁମ ମତରେ ୪୦୦୦ ବର୍ଷରୁ ଅଧୁକ ସମୟ ପାଇଁ ଏହା କିପରି ସ୍ମରଣୀୟ ଥିଲା ?
Answer:
ଲୋଥାଲ୍‌ରୁ ପ୍ରାପ୍ତ ପାତ୍ରରେ ଥ‌ିବା ଚିତ୍ରର କାହାଣୀ– ଲୋଥାଲ୍‌ରୁ ମିଳିଥିବା ମାଟିପାତ୍ରର ଚିତ୍ରରେ ଥିବା କାହାଣୀ ଦୀର୍ଘ ଚାରିହଜାର ବର୍ଷରୁ ଆଜି ପର୍ଯ୍ୟନ୍ତ ଜନସମାଜରେ ପ୍ରଚଳିତ ଅଛି । ଏକଦା ଏକ ଶୋଷିଲା କୁଆ ଜଳ ଅନ୍ଵେଷଣରେ ଏକ ପାତ୍ର ନିକଟରେ ପହଞ୍ଚିଲା । ପାତ୍ରଟି ଗାଡ଼ୁଆ ଥିଲା ଏବଂ ପାଣି ଅଧିକ ତଳକୁ ଥୁଲା, ଯାହାଫଳରେ କୁଆର ଥଣ୍ଟ ଗଭୀର ମାଟିପାତ୍ର ଭିତରେ ଥିବା ଜଳ ନିକଟକୁ ପହଞ୍ଚିପାରି ନଥିଲା । କୁଆ ଟିକିଏ ବୁଦ୍ଧିଆ ଥଲା । ତେଣୁ ସେ ଛୋଟ ଛୋଟ ପଥର ଥଣ୍ଟରେ ଆଣି ମାଟି ପାତ୍ର ମଧ୍ୟରେ ପକାଇଲା । ଏହିପରି କରିବାଦ୍ଵାରା ଜଳର ସ୍ତର ଆସ୍ତେ ଆସ୍ତେ ଉପରକୁ ଉଠିଲା ଏବଂ କାଉଟି ସହଜରେ ପାଣି ପିଇଲା । ଏହି ଗଳ୍ପଟି ଏସପ୍ ଗଳ୍ପ ପୁସ୍ତକରେ ଅଛି, ଯାହାକି ଖ୍ରୀ.ପୂ. ୪୦୦୦ ବର୍ଷ ପୂର୍ବେ ଘଟିଥିଲା ।

Question 8.
‘ନୃତ୍ୟରତ’ ମୂର୍ତ୍ତିକୁ ବିଚାର କର । ମୂର୍ତ୍ତି ପ୍ରକାଶ କରୁଥିବା ମନୋଭାବ ବିଷୟରେ ତୁମେ କ’ଣ ଚିନ୍ତା କରୁଛ ? ଦେଖ ତାଙ୍କ ବାହୁବନ୍ଧ (ମୋଟା ଚୁଡ଼ି) କିପରି ପୂରା ହାତକୁ ଆଚ୍ଛାଦିତ କରୁଛି ଯାହା ଗୁଜରାଟ ଓ ରାଜସ୍ଥାନର କିଛି ଅଞ୍ଚଳରେ ଏବେ ବି ଦେଖିବାକୁ ମିଳୁଛି । ଏହି ଅଧ୍ୟାୟରେ ଆଉ କେଉଁଠି ତୁମେ ଏହି ଉପାୟରେ ପିନ୍ଧିଥ‌ିବା ଚୁଡ଼ି ଦେଖିପାରିବ । ଏଥୁରୁ ଆମେ କେଉଁ ସିଦ୍ଧାନ୍ତ ବାହାର କରିବା ଉଚିତ ?
Answer:
ହରପ୍ପାରୁ ମିଳିଥିବା ନୃତ୍ୟରତା ମୂର୍ତ୍ତି ହେଉଛି ଏକ ଯୁବାନାରୀ ଯାହାର କେଶ କୁଞ୍ଚିତ ଥିଲା ଏବଂ ହାତରେ ବାହୁବନ୍ଧ ପିନ୍ଧିଥିଲା ଏବଂ ସେ ଗୋଟିଏ ହାତକୁ ଅଣ୍ଟାରେ ଲଗାଇଥିଲା ଏବଂ ଅନ୍ୟ ହସ୍ତକୁ ଆଣ୍ଠୁପର୍ଯ୍ୟନ୍ତ ଲମ୍ବାଇ ରଖୁଥୁଲା, ଯାହାର ମୁଖମଣ୍ଡଳ ଉପରକୁ ରହିଥିଲା ଏବଂ ଏକ ଆତ୍ମବିଶ୍ୱାସର ନୃତ୍ୟରତା ମହିଳାଭାବେ ପ୍ରତୀୟମାନ ହେଉଥିଲା । ଏଥିରୁ ଜଣାପଡ଼େ ହରପ୍ପା ଅଧ‌ିବାସୀଙ୍କର ନୃତ୍ୟ ଏକ ଅବସର ବିନୋଦନ କାର୍ଯ୍ୟ ଥିଲା । ପିନ୍ଧିଥିବା ବାହୁବନ୍ଧନରୁ ଜଣାପଡ଼େ ହରପ୍ପାର ନାରୀମାନେ ଅଳଙ୍କାରପ୍ରିୟ ଥିଲେ ଏବଂ ଅନେକ ପିନ୍ଧିବା ସେମାନଙ୍କ ସଂସ୍କୃତିର ଏକ ଅଂଶ ଥିଲା ।

ଏହା ବିଷୟରେ ଚିନ୍ତା କର :

Question 1.
ଉପରୋକ୍ତ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରୁ କେଉଁଟି ସବୁଠାରୁ ମୌଳିକ ବୋଲି ତୁମେ ଭାବୁଛ– ଅର୍ଥାତ୍ ଅନ୍ୟ ସମସ୍ତଙ୍କ ବିକାଶ ପାଇଁ ଏକ ବୈଶିଷ୍ଟ୍ୟ ?
Answer:
ଉପରୋକ୍ତ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରୁ କୃଷି, ସହରୀକରଣ, ସରକାର ଏବଂ ପ୍ରଶାସନିକ ବ୍ୟବସ୍ଥା ଇତ୍ୟାଦି ଏକ ମାନବ ସମାଜ ପାଇଁ ମୌଳିକ ଆବଶ୍ୟକତା ଅଟେ ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ସିନ୍ଧୁ ସଭ୍ୟତାର ଅଧ୍ବବାସୀମାନଙ୍କୁ କାହିଁକି ହରପ୍ପାନ୍ କୁହାଯାଏ ?
Answer:
ଏହି ସଭ୍ୟତାଟି ପ୍ରଥମେ ହରୱାଠାରେ ଖନନ କରାଯାଇ ଆବିଷ୍କାର କରାଯାଇଥିଲା । ତେଣୁ ଏହି ସଭ୍ୟତାର ଅଧିବାସୀମାନଙ୍କୁ ହରୱାନ୍ କୁହାଯାଏ ।

Question 2.
ହରପ୍ପା ଅଧିବାସୀମାନେ ବ୍ୟବହାର କରୁଥିବା ଚାରୋଟି ପଦାର୍ଥର ନାମ ଲେଖ ।
Answer:
ହରପ୍ପା ଅଧ୍ଵବାସୀମାନେ ବ୍ୟବହାର କରୁଥିବା ଚାରୋଟି ଦ୍ରବ୍ୟର ନାମ ହେଲା– ମାଟି, ବ୍ରୋଞ୍ଜ, ତମ୍ବା, ଟେରାକୋଟା |

Question 3.
ହରପ୍ପା ସଭ୍ୟତାର ଯେକୌଣସି ଚାରୋଟି ସହରର ନାମ ଲେଖ ।
Answer:
ହରପ୍ପା ସହରର ଚାରୋଟି ସହରର ନାମ ହେଲା, ମୋହେଞ୍ଜୋଦାରୋ, ଲେଥାଲ୍ କାଲିବାଙ୍ଗାନ୍, ଧୋଲାବିରା ।

Question 4.
ହରିୟାଣାରେ ଖନନ କରାଯାଇଥିବା ହରପ୍ପା ସଭ୍ୟତାର ଚାରୋଟି ସ୍ଥାନର ନାମ ଲେଖ ।
Answer:
ହରିୟାଣାରେ ଖନନ କରାଯାଇଥିବା ହରପ୍ପା ସଭ୍ୟତାର ଚାରୋଟି ସ୍ଥାନର ନାମ ହେଲା ବରଣପୁରା ଭିରାନା, ଫାର୍ମାନ ଏବଂ ବନୱାଲୀ ।

Question 5.
ସଭ୍ୟତା କ’ଣ ?
Answer:
ସଭ୍ୟତା ହେଉଛି ମାନବ ସମାଜର ଏକ ଉନ୍ନତ ପର୍ଯ୍ୟାୟ ଯାହା ଏକ ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳରେ ଗଢ଼ି ଉଠିଥାଏ । ଏଥ‌ିରେ ଏକ ସାମାଜିକ, ସାଂସ୍କୃତିକ ଓ ଏକ ପ୍ରଶାସନିକ ବ୍ୟବସ୍ଥା ଥାଏ ।

Class 6 Social Science Chapter 6 Question Answer Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ

Question 6.
ହରପ୍ପା ସଭ୍ୟତା କେବେ ଆରମ୍ଭ ହୋଇଥିଲା ?
Answer:
ହରପ୍ପା ସଭ୍ୟତା ଯାହା ସିନ୍ଧୁନଦୀ ଅବବାହିକାରେ ଗଢ଼ି ଉଠିଥିଲା ତାହା ପ୍ରାୟ ଖ୍ରୀ.ପୂ. ୩୫୦୦ରୁ ଆରମ୍ଭ ହୋଇଥିଲା ।

Question 7.
ହରପ୍ପା ସଭ୍ୟତାର ଦୁଇଟି ମୁଖ୍ୟ ବୈଶିଷ୍ଟ୍ୟର ନାମ ଲେଖ ।
Answer:
ହରପ୍‌ପା ସଭ୍ୟତାର ‘ଦୁଇଟି ମୁଖ୍ୟ ବୈଶିଷ୍ଟ୍ୟ ହେଲା- ସହର ପରିକଳ୍ପନା, ବୃହତ୍ ଶସ୍ୟାଗାର ।

Question 8.
ପଞ୍ଜାବ ସମତଳଭୂମି କାହିଁକି ଉର୍ବର ?
Answer:
ସିନ୍ଧୁ ନଦୀ ଏବଂ ତା’ର ଶାଖାନଦୀର ଅବବାହିକାରେ ପଞ୍ଜାବର ସମତଳ ଅଞ୍ଚଳ ଅବସ୍ଥିତ ଥ‌ିବାରୁ ଏହା ପଟୁମାଟିଦ୍ଵାରା ଉର୍ବର ହୋଇଥାଏ ।

Question 9.
ସିନ୍ଧୁ ସଭ୍ୟତାର ଅବବାହିକାରେ ଗଢ଼ି ଉଠିଥୁବା ବନ୍ଦର ସହରର ନାମ ଲେଖ ଏବଂ ଏହା କେଉଁଠାରେ ଅବସ୍ଥିତ ?
Answer:
ସିନ୍ଧୁ ସଭ୍ୟତାର ଅବବାହିକାରେ ଗଢ଼ି ଉଠିଥୁବା ବନ୍ଦର ସହରର ନାମ ହେଲା ଲୋଥାଲ୍ । ଏହା ଗୁଜରାଟରେ ଅବସ୍ଥିତ ।

Question 10.
ସରସ୍ଵତୀ ନଦୀ ସମ୍ପର୍କରେ ପ୍ରଥମେ କେଉଁଠାରେ ଲେଖା ହୋଇଥିଲା ?
Answer:
ସରସ୍ଵତୀ ନଦୀ ସମ୍ପର୍କରେ ପ୍ରଥମେ ଋଗ୍‌ବେଦରେ ଲେଖା ହୋଇଥିଲା ।

Question 11.
ସିନ୍ଧୁ ସଭ୍ୟତାରେ ପ୍ରଥମେ କେଉଁ ଦୁଇଟି ସହର ଆବିଷ୍କୃତ ହୋଇଥିଲା ?
Answer:
ହରପ୍‌ପା ଓ ମୋହେଞ୍ଜୋଦାରୋ

Question 12.
ପ୍ରତତ୍ତ୍ଵବିଦ୍‌ଙ୍କଦ୍ଵାରା ସିନ୍ଧୁ ସଭ୍ୟତାରୁ ମିଳିଥିବା ଚାରୋଟି ଦ୍ରବ୍ୟର ନାମ ଲେଖ ।
Answer:
ପ୍ରତ୍ତ୍ଵବିଦ୍‌ଙ୍କଦ୍ଵାରା ସିନ୍ଧୁ ସଭ୍ୟତାରୁ ମିଳିଥିବା ଚାରୋଟି ଦ୍ରବ୍ୟର ନାମ ହେଲା ବ୍ରୋଞ୍ଜ ଦର୍ପଣ, ଟେରାକୋଟା ପାତ୍ର, ବିଶିଷ୍ଟ, ଖୋଦିତ ଖେଳପଟି ଏବଂ ଟେରାକୋଟା ହୁଇସିଲ୍ ।

Question 13.
ଅଧୁନା ସରସ୍ଵତୀ ନଦୀ କେଉଁ ନାମରେ ପରିଚିତ ?
Answer:
ସରସ୍ଵତୀ ନଦୀ ଅଦ୍ୟାବଧୂ ଭାରତରେ ଘଗର ଏବଂ ପାକିସ୍ତାନରେ ହାକ୍ରା ନାମରେ ପରିଚିତ ।

Question 14.
ପ୍ରତତ୍ତ୍ଵବିଦ୍ୟାମାନେ ଏହି ସଭ୍ୟତାକୁ କେଉଁ ନାମସବୁ ଦେଇଛନ୍ତି ?
Answer:
ପ୍ରକୃତତ୍ତ୍ଵବିଦ୍ୟାମାନେ ଏହି ସଭ୍ୟତାକୁ ଅନେକ ନାମ ଦେଇଛନ୍ତି ଯଥା- ସିନ୍ଧୁ, ଇନ୍ଦ୍ରସ୍–ସରସ୍ଵତୀ ସିନ୍ଧୁ, ସରସ୍ଵତୀ ଏବଂ ହରପ୍ପା I

Question 15.
ବୃହତ୍ ସ୍ନାନାଗାର କେଉଁଠାରେ ଥିଲା ଓ ଏହାର ନିର୍ମାଣ କୌଶଳ କ’ଣ ଥିଲା ?
Answer:
ମୋହେଞ୍ଜୋଦାରୋରେ ଗ୍ରେଟ୍ ବାଥ୍ ବା ମହାସ୍ନାନାଗାର ଅବସ୍ଥିତ ଥିଲା । ଏହାର ଦୈର୍ଘ୍ୟ ୧୨ ମିଟର × ୭ ମିଟର ଥିଲା ଏବଂ ଏଥିରେ ସତର୍କତାର ସହ ରଖାଯାଇଥିବା ଇଟା ଉପରେ ଜଳ ନିରୋଧକ ପଦାର୍ଥ (ଯେପରିକି ପ୍ରାକୃତିକ ବିଟୁମେନ୍ ଏକପ୍ରକାର ରାଳ ଆଲକାତରା) ପ୍ରୟୋଗ କରାଯାଇଥିଲା ।

Question 16.
ହରପ୍‌ପା ସଭ୍ୟତାର ଲୋକମାନେ କ’ଣ ଖାଉଥିଲେ ?
Answer:
ହରପ୍‌ପା ସଭ୍ୟତାର ଲୋକମାନେ ଡାଲି ଏବଂ ବିଭିନ୍ନ ପ୍ରକାର ପନିପରିବା ବ୍ୟତୀତ ବାର୍ଲି, ଗହମ, ବାଜରାକୁ ଖାଦ୍ୟ ଭାବରେ ଗ୍ରହଣ କରୁଥିଲେ ।

Question 17.
ଭାରତୀୟ ଉପମହାଦେଶରେ ଗଢ଼ି ଉଠିଥ‌ିବା ପ୍ରାରମ୍ଭିକ ସଭ୍ୟତାର ନାମ କ’ଣ ଥିଲା ?
Answer:
ଭାରତୀୟ ଉପମହାଦେଶରେ ଗଢ଼ି ଉଠିଥିବା ପ୍ରାରମ୍ଭିକ ସଭ୍ୟତା ନାମ ଥିଲା ସିନ୍ଧୁ ସଭ୍ୟତା ବା ହରପ୍ପା ସତ୍ୟତା ।

Question 18.
ହରପ୍‌ପା ସଭ୍ୟତାର ଅଧିବାସୀମାନେ ରପ୍ତାନି କରୁଥିବା ଚାରୋଟି ଦ୍ରବ୍ୟର ନାମ ଲେଖ ।
Answer:
ହରପ୍‌ପା ସଭ୍ୟତାର ଅଧିବାସୀମାନେ ରପ୍ତାନୀ କରୁଥିବା ଚାରୋଟି ଦ୍ରବ୍ୟର ନାମ ହେଲା, ସୁନା, ଅଳଙ୍କାର, କାଠ, କପା ।

Class 6 Social Science Chapter 6 Question Answer Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ

Question 19.
ଏହି ସଭ୍ୟତାକୁ କାହିଁକି ବ୍ରୋଞ୍ଜ ସଭ୍ୟତା କୁହାଯାଏ ?
Answer:
ଏହି ସଭ୍ୟତାରେ ବ୍ରୋଞ୍ଜ ଧାତୁର ବ୍ୟବହାର ଅଧ‌ିକ ହୋଇଥିବାରୁ ଏହାକୁ ବ୍ରୋଞ୍ଜ ସଭ୍ୟତା କୁହାଯାଏ ।

ନିମ୍ନଲିଖତ ମଧ୍ୟରୁ ସଠିକ୍ ଉତ୍ତର ବାଛି ଲେଖ ।

Question 1.
ହରପ୍ପା ସଭ୍ୟତା କେବେ ଆବିଷ୍କୃତ ହୋଇଥିଲା ?
(କ) ୧୯୧୮-୧୯
(ଖ) ୧୯୨୦-୨୧
(ଗ) ୧୯୨୩-୨୫
(ଘ) ୧୯୨୭-୩୨
Answer:
(ଖ) ୧୯୨୦-୨୧

Question 2.
ବୃହତ୍ ସ୍ନାନାଗାର କେଉଁଠାରେ ଆବିଷ୍କୃତ ହୋଇଥିଲା ?
(କ) ହରପ୍ପା
(ଖ) ମୋହେଞ୍ଜୋଦାରୋ
(ଗ) କାଲିବାଙ୍ଗନ୍
(ଘ) ଲୋଥାଲ୍
Answer:
(ଖ) ମୋହେଞ୍ଜୋଦାରୋ

Question 3.
ଲୋଥାଲ୍ କେଉଁ ରାଜ୍ୟରେ ଅବସ୍ଥିତ ?
(କ) ସିନ୍
(ଖ) ଗୁଜରାଟ
(ଗ) ରାଜସ୍ଥାନ
(ଘ) ହରିୟାଣା
Answer:
(ଖ) ଗୁଜରାଟ

Question 4.
ହରୱାନ୍‌ମାନେ କ’ଣ ବ୍ୟବହାର କରି ଯନ୍ତ୍ରପାତି, ପାତ୍ର ଏବଂ ମାପ ତରାଜୁ ତିଆରି କରୁଥିଲେ ?
(କ) ସ୍ଵର୍ଣ୍ଣ
(ଖ) ତମ୍ବା
(ଗ) ବ୍ରୋଞ୍ଜ
(ଘ) ଟିଣ
Answer:
(ଗ) ବ୍ରୋଞ୍ଜ

Question 5.
ହରପ୍‌ପାନ୍‌ମାନେ ବ୍ୟବହାର କରୁଥିବା ହାତୀଦାନ୍ତର ପାନିଆ କେଉଁଠାରୁ ଆବିଷ୍କୃତ ହୋଇଛି ?
(କ) ଲୋଥାଲ୍
(ଖ) କାଲିବାଙ୍ଗାନ୍
(ଗ) ଓମାନ୍
(ଘ) ତେହେରାନ୍
Answer:
(ଗ) ଓମାନ୍

Question 6.
ହରପ୍‌ପା ସଭ୍ୟତାର କେଉଁ ସ୍ଥାନରୁ ଏକ ପୋତାଶ୍ରୟ ଆବିଷ୍କୃତ ହୋଇଅଛି ?
(କ) କାଲିବାଙ୍ଗାନ୍
(ଖ) ଧୋଲାବିରା
(ଗ) ଲୋଥାଲ୍
(ଘ) ଓମାନ୍
Answer:
(ଗ) ଲୋଥାଲ୍

Question 7.
ସିନ୍ଧୁ ସଭ୍ୟତାର ଖନନ ସମୟରେ ମିଳିଥିବା ବହୁସଂଖ୍ୟକ ପଶୁ ଓ ମାଛ ଅସ୍ଥିରୁ ପ୍ରମାଣିତ ହୁଏ ଯେ ହରପ୍‌ପାନ୍‌ମାନେ ମଧ୍ୟ ___________ ଥିଲେ ।
(କ) ମାଂସାହାରୀ
(ଖ) ସ୍ଵରୀ
(ଗ) ଶାକାହାରୀ
(ଘ) କୌଣସିଟି ନୁହେଁ
Answer:
(କ) ମାଂସାହାରୀ

Question 8.
ହରପ୍ପା ନାଗରିକଙ୍କର ପସନ୍ଦଯୋଗ୍ୟ ଅଳଙ୍କାର କାର୍ନେଲିଆନର ମଣି କେଉଁଠାରୁ ଆବିଷ୍କୃତ ହୋଇଥିଲା ?
(କ) ଧୋଲାବିରା
(ଖ) କାଲିବାଙ୍ଗାନ୍
(ଗ) ରାକ୍ଷୀଗଡ଼ୀ
(ଘ) ଗୁଜରାଟ
Answer:
(ଘ) ଗୁଜରାଟ

Class 6 Social Science Chapter 6 Question Answer Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ

Question 9.
ହରପ୍‌ପାନ୍‌ମାନେ ଶଙ୍ଖ ଖୋଳପାରେ କ’ଣ ତିଆରି କରୁଥିଲେ ?
(କ) ହାର
(ଖ) ଚୁଡ଼ି
(ଗ) ରୋଷେଇଘର ପାତ୍ର
(ଘ) କୃଷି ପାଇଁ ବ୍ୟବହୃତ ସାମଗ୍ରୀ
Answer:
(ଖ) ଚୁଡ଼ି

ଶୂନ୍ୟସ୍ଥାନ ପୂରଣ କର ।

Question 1.
ଭାରତର ପ୍ରଥମ ସହରୀକରଣ ସଭ୍ୟତା ______________ କୁ କୁହାଯାଏ ।
Answer:
ସିନ୍ଧୁ ସଭ୍ୟତା

Question 2.
ହରପ୍ପା ସଭ୍ୟତାର ବାସିନ୍ଦାଙ୍କୁ _______________ କୁହାଯାଏ ।
Answer:
ହରପିୟାନ୍ସ

Question 3.
ହରୱାନ୍‌ମାନଙ୍କର ପସନ୍ଦଯୋଗ୍ଯ ଅଳଙ୍କାର ____________ ମଣି ଥିଲା ।
Answer:
କାର୍ନେଲିଆନ୍

Question 4.
ହରପ୍ପା ସହର ବର୍ତ୍ତମାନ ପାକିସ୍ତାନର ___________ ରେ ଅବସ୍ଥିତ ।
Answer:
ପଞ୍ଜାବ

Question 5.
ଓମାନ୍ ଉପକୂଳରେ ମିଳିଥିବା ହରପ୍ପା ହାତୀଦାନ୍ତର ପାନିଆର ଲମ୍ବ __________ ଥିଲା ।
Answer:
୭ ସେଣ୍ଟିମିଟର

Question 6.
ସିନ୍ଧୁ ସଭ୍ୟତାରୁ ଆବିଷ୍କୃତ ହୋଇଥିବା ଛୋଟ ଛୋଟ ସିଲ୍ ବା ମୋହରଗୁଡ଼ିକ ___________ ରେ ନିର୍ମିତ ହୋଇଥିଲା ।
Answer:
ଷ୍ଟେଟାଇଟ୍

Question 7.
ମୋହେଞ୍ଜୋଦାରୋ ____________ ନଦୀ କୂଳରେ ଅବସ୍ଥିତ ।
Answer:
ସିନ୍ଧୁ

Question 8.
ସିନ୍ଧୁ ସଭ୍ୟତାର ____________ ନାମକ ସ୍ଥାନକୁ ପ୍ରଥମେ ଖନନ କରାଯାଇଥିଲା ।
Answer:
ହରପ୍ପା

Question 9.
ପ୍ରଥମେ କପାଚାଷ _______________ ରେ ହୋଇଥିଲା ।
Answer:
ୟୁରେସିଆ

Question 10.
ମୋହେଞ୍ଜୋଦାରୋର ଲୋକମାନେ ____________ ରେ ନିର୍ମିତ ଶତାଧ୍ଵକ କୂଅରୁ ପାଣି ପିଉଥିଲେ ।
Answer:
ଇଟା ।

ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
ହରପ୍ପା ସହର ବର୍ତ୍ତମାନ କେଉଁଠାରେ ଅବସ୍ଥିତ ?
Answer:
ପାକିସ୍ତାନର ପଞ୍ଜାବରେ

Question 2.
ହରପ୍ପା ଅଧ‌ିବାସୀଙ୍କୁ କ’ଣ କୁହାଯାଏ ?
Answer:
ହରପିୟାନ୍ସ

Question 3.
ସିନ୍ଧୁ ସଭ୍ୟତାର ଅବଧୂ କେତେ ?
Answer:
ଖ୍ରୀ.ପୂ. ୨୬୦୦ ରୁ ଖ୍ରୀ.ପୂ. ୧୯୦୦ ପର୍ଯ୍ୟନ୍ତ

Question 4.
ସିନ୍ଧୁ ସଭ୍ୟତାର ସହରକୁ ଘେରି ରହିଥ‌ିବା ଦୁର୍ଗରେ କେଉଁମାନେ ବାସ କରୁଥିଲେ ?
Answer:
ସମ୍ଭ୍ରାନ୍ତ ବ୍ୟକ୍ତିମାନେ

Question 5.
ଧୋଲାବିରା ଅଞ୍ଚଳରୁ ଆବିଷ୍କୃତ ହୋଇଥିବା ବଡ଼ ବଡ଼ ଜଳଭଣ୍ଡାରମାନ କେଉଁଥରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ ?
Answer:
ପଥରରେ

Question 6.
ହରୱାନ୍‌ମାନେ ପ୍ରଥମେ କପାଚାଷ କେଉଁଠାରେ କରିଥିଲେ ?
Answer:
ୟୁରେସିଆ

Question 7.
ହରପ୍‌ପିନ୍‌ମାନେ କୃଷିରେ ବ୍ୟବହାର କରୁଥିବା ହଳର ଏକ ମାଟି ମଡେଲ କେଉଁ ସ୍ଥାନରୁ ମିଳିଛି ?
Answer:
ହରିୟାଣାର ବନୱାଲି ଅଞ୍ଚଳରୁ

Class 6 Social Science Chapter 6 Question Answer Odia Medium ଭାରତୀୟ ସଭ୍ୟତାର ପ୍ରାରମ୍ଭ

Question 8.
କାର୍ନେଲିଆନ୍ ମଣି ଦେଖୁବାକୁ କିପରି ଥିଲା ?
Answer:
ଏହା ଲାଲ ରଙ୍ଗର ସ୍ଵଳ୍ପ ମୂଲ୍ୟବାନ୍ ପଥର

Question 9.
ସିନ୍ଧୁ ଅଧ୍ୟାବାସୀଙ୍କର ଆମଦାନୀ ଦ୍ରବ୍ୟ କ’ଣ ଥିଲା ?
Answer:
ତମ୍ବା

Question 10.
ହରପ୍‌ପାନ୍‌ମାନେ ତମ୍ବାରେ କ’ଣ ମିଶାଇ ତାକୁ ବ୍ରୋଞ୍ଜରେ ପରିଣତ କରୁଥିଲେ ?
Answer:
ଟିଣ

Question 11.
ଗୁଜରାଟର ଲୋଥାଠାରେ ମିଳିଥିବା ପୋତାଶ୍ରୟର ଦୈର୍ଘ୍ୟ ଏବଂ ପ୍ରସ୍ଥ ଯଥାକ୍ରମେ କେତେ ମିଟର ଥିଲା ?
Answer:
ଦୈର୍ଘ୍ୟ ୨୧୭ ମିଟର ଏବଂ ପ୍ରସ୍ଥ ୩୬ ମିଟର ଥିଲା

Question 12.
ଷ୍ଟେଟାଇଟ୍ କ’ଣ ?
Answer:
ନରମ ଖଡ଼ି

Question 13.
ଆବିଷ୍କୃତ ହରପ୍ପା ସିଲ୍‌ରେ କେଉଁ ପ୍ରାଣୀର ଚିତ୍ର ଦେଖିବାକୁ ମିଳୁଛି ?
Answer:
ୟୁନିକର୍ମ ବା ଏକଶିଙ୍ଗ ଥିବା କାଳ୍ପନିକ ଘୋଡ଼ା

Question 14.
ଆବିଷ୍କୃତ ହରପ୍ପା ମୋହରରେ କେଉଁ ପଶୁର ଚିତ୍ର ଦେଖିବାକୁ ମିଳେ ?
Answer:
ଶିଙ୍ଗଥିବା ବାଘ

Question 15.
ମହେଞ୍ଜୋଦାରୋ କେଉଁ ନଦୀକୂଳରେ ଅବସ୍ଥିତ ?
Answer:
ସିନ୍ଧୁ

Question 16.
କେଉଁଠାରୁ କାଂସ୍ୟ ନିର୍ମିତ ଏକ ନୃତ୍ୟରତା ବାଳିକାର ମୂର୍ତ୍ତି ଆବିଷ୍କାର କରାଯାଇଛି ।
Answer:
ମୋହେଞ୍ଜୋଦାରେ

ସ୍ତମ୍ଭ ମିଳନ କର ।

Question 1.
‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭର ମିଳନ କର ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(କ) ହଳର ଏକ ଛୋଟ ମାଟି ମଡେଲ (୧) ମୋହେଞ୍ଜୋଦାରୋ
(ଖ) ଜଳ ସଂରକ୍ଷଣ (୨) ହରପ୍‌ପା
(ଗ) ବୃହତ୍ ଶସ୍ୟାଗାର (୩) ସୁସା
(ଘ) ବୃହତ୍ ସ୍ଵାନାଗାର (୪) ବନୱାଲି
(ଙ) କାର୍ନେଲିଆନ୍ ମଣି (୫) ଧୋଲାବିରା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(କ) ହଳର ଏକ ଛୋଟ ମାଟି ମଡେଲ (୪) ବନୱାଲି
(ଖ) ଜଳ ସଂରକ୍ଷଣ (୫) ଧୋଲାବିରା
(ଗ) ବୃହତ୍ ଶସ୍ୟାଗାର (୨) ହରପ୍‌ପା
(ଘ) ବୃହତ୍ ସ୍ନାନାଗାର (୧) ମୋହେଞ୍ଜୋଦାରୋ
(ଙ) ମଣି (୩) ସୁସା

Question 2.
‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭର ମିଳନ କର ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(କ) କପା (୧) ଖେଳନାପଟି
(ଖ) ଷ୍ଟେଟାଇଟ୍ (୨) ନୃତ୍ୟରତା ବାଳିକା
(ଗ) ବ୍ରୋଞ୍ଜ (୩) ହୁଇସିଲ୍
(ଘ) ଟେରାକୋଟା (୪) ବସ୍ତ୍ର
(ଙ) ପଥର (୫) ସିଲ୍

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(କ) କପା (୪) ବସ୍ତ୍ର
(ଖ) ଷ୍ଟେଟାଇଟ୍ (୫) ସିଲ୍
(ଗ) ବ୍ରୋଞ୍ଜ (୨) ନୃତ୍ୟରତା ବାଳିକା
(ଘ) ଟେରାକୋଟା (୩) ହୁଇସିଲ୍
(ଙ) ପଥର (୧) ଖେଳନାପଟି

Class 6 Social Science Chapter 5 Question Answer Odia Medium ଇଣ୍ଡିଆ, ଅର୍ଥାତ୍ ଭାରତ

Go through Class 6 Social Science Solutions Odia Medium and Class 6 Social Science Chapter 5 Question Answer Odia Medium ଇଣ୍ଡିଆ, ଅର୍ଥାତ୍ ଭାରତ to understand textbook questions more clearly.

6th Class Social Science Chapter 5 Question Answer Odia Medium

Class 6 Social Science Chapter 5 Odia Medium

ପ୍ରଶ୍ନ, ଅଭ୍ୟାସକାର୍ଯ୍ୟ ଏବଂ ପ୍ରକଳ୍ପ:

Question 1.
ଅଧ୍ୟାୟ ଆରମ୍ଭରେ ଥିବା ଉଦ୍ଧୃତି (quotation) ଅର୍ଥ କ’ଣ ହୋଇପାରେ ସେ ବିଷୟରେ ଆଲୋଚନା କର ।
Answer:
ଅଧ୍ୟାୟର ଆରମ୍ଭରେ ଥ‌ିବା ଉଦ୍ଧୃତି ସୂଚାଇଦିଏ ଯେ ପ୍ରାଚୀନ ଭାରତରେ ଯେଉଁ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଏକତ୍ଵର ମୂଳଦୁଆ ନିର୍ମାଣ ହୋଇଥିଲା ତାହା ହଜାର ହଜାର ବର୍ଷଧରି ଅଦ୍ୟାବଧୂ ଜୀବନର ମାର୍ଗ ହୋଇ ରହିଛି । ଉଦାହରଣ ସ୍ୱରୂପ ଭାରତର ବେଦ, ଉପନିଷଦ, ବୌଦ୍ଧଧର୍ମ ଓ ଜୈନଧର୍ମର ନୀତିବାଣୀ ଏହାର ଆଧାର ହୋଇ ରହିଅଛି । ଏତଦ୍‌ବ୍ୟତୀତ ମହାପୁରାଣଗୁଡ଼ିକ ମଧ୍ୟ ଆଧ୍ୟାମ୍ବିକ ଚେତନାକୁ ଜାଗ୍ରତ କରିଥାଏ । ଏକ ବସ୍ତୁବାଦୀ ଚିନ୍ତାଧାରାରୁ ମୁକ୍ତ ହୋଇ ଜୀବନର ବାସ୍ତବ ମୂଲ୍ୟକୁ ବୁଝାଇଥାଏ । ପୁନଶ୍ଚ, ଆମ ଦେଶର ସଂସ୍କୃତି ବିଭିନ୍ନ ଧର୍ମର ବିଶ୍ୱାସକୁ ଆରମ୍ଭ କରିଛି ଏବଂ ଐତିହ୍ୟ, କଳା, ଭାସ୍କର୍ଯ୍ୟ ଓ ସଙ୍ଗୀତକୁ ଋଦ୍ଧିମନ୍ତ କରିଛି ।

Question 2.
ଭୁଲ୍ କିମ୍ବା ଠିକ୍ ଲେଖ ।
(କ) ଋକ୍‌ବେଦରେ ଭାରତର ସମଗ୍ର ଭୂଗୋଳ ବିଷୟରେ ବର୍ଣ୍ଣନା କରାଯାଇଛି ।
(ଖ) ବିଷ୍ଣୁ ପୁରାଣରେ ସମଗ୍ର ଉପମହାଦେଶର ବର୍ଣ୍ଣନା କରାଯାଇଛି ।
(ଗ) ଅଶୋକଙ୍କ ସମୟରେ ‘ଜମ୍ବୁଦ୍ଵୀପ’ରେ ଆଜିର ଭାରତ, ଆଫଗାନିସ୍ତାନର କିଛି ଅଂଶ, ବାଂଲାଦେଶ ଏବଂ ପାକିସ୍ତାନର କିଛି ଅଂଶ ଅନ୍ତର୍ଭୁକ୍ତ ଥୁଲା ।
(ଘ) ମହାଭାରତରେ କାଶ୍ମୀର, କଚ୍ଛ ଓ କେରଳ ସମେତ ଅନେକ ଅଞ୍ଚଳର ତାଲିକା ରହିଛି ।
(ଙ) ହିନ୍ଦୁସ୍ଥାନ ଶବ୍ଦଟି ୨୦୦୦ ବର୍ଷ ପୂର୍ବେ ଏକ ଗ୍ରୀକ୍ ଶିଳାଲେଖରେ ପ୍ରଥମେ ଉଲ୍ଲେଖ କରାଯାଇଥିଲା ।
(ଚ) ପ୍ରାଚୀନ ପାରସୀ ଭାଷାରେ ହିନ୍ଦୁ ଶବ୍ଦ ହିନ୍ଦୁ ଧର୍ମକୁ ବୁଝାଏ ।
(ଛ) ବିଦେଶୀ ପର୍ଯ୍ୟଟକମାନେ ଭାରତକୁ ଦେଇଥ‌ିବା ଏକ ନାମ ହେଉଛି ‘ଭାରତ’ ।
Answer:
(କ) ଭୁଲ୍
(ଖ) ଠିକ୍
(ଗ) ଭୁଲ୍
(ଘ) ଠିକ୍
(ଙ) ଭୁଲ୍
(ଚ) ଭୁଲ୍
(ଛ) ଭୁଲ୍ ।

Question 3.
ଯଦି ତୁମେ ପ୍ରାୟ ୨୦୦୦ ବର୍ଷ ପୂର୍ବେ ଜନ୍ମଗ୍ରହଣ କରିଥା’ନ୍ତ ଏବଂ ଆମ ଦେଶର ନାମ ରଖୁବାର ସୁଯୋଗ ପାଇଥା’ନ୍ତି, ତେବେ ତୁମେ କେଉଁ ନାମ ଚୟନ କରିଥା’ନ୍ତ ଏବଂ କାହିଁକି ? ତୁମ କଳ୍ପନାର ବ୍ୟବହାର କର ।
Answer:
ଯଦି ମୁଁ ୨୦୦୦ ବର୍ଷ ପୂର୍ବେ ଜନ୍ମଗ୍ରହଣ କରିଥା’ନ୍ତି ଏବଂ ଆମ ଦେଶର ନାମ ରଖୁବାର ସୂଯୋଗ ପାଇଥା’ନ୍ତି, ତେବେ ମୁଁ ଆମ ଦେଶର ନାମ ଭାରତବର୍ଷ ରଖୁଥା’ନ୍ତି ଏବଂ ଏହି ପ୍ରାଚୀନ ଦେଶ ସମସ୍ତ ଗୌରବ, ଜ୍ଞାନ ଓ ସଂସ୍କୃତିର ଗନ୍ତାଘର ହୋଇଥିବାରୁ ସମଗ୍ର ପୃଥ‌ିବୀରେ ଏହା ଏକ ଅନନ୍ୟ ଦେଶରୂପେ ଏପରି ଭାବନା ମୋ ଭିତରେ ସୃଷ୍ଟି ହୋଇଥା’ନ୍ତା ।

Question 4.
ପ୍ରାଚୀନ କାଳରେ ପୃଥ‌ିବୀର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଭାରତକୁ କାହିଁକି ଯାତ୍ରା କରୁଥିଲେ ? ଏତେ ଲମ୍ବା ଯାତ୍ରା କରିବାରେ ସେମାନଙ୍କର ପ୍ରେରଣା କ’ଣ ହୋଇପାରେ ?
(ସୂଚନା : ଅତି କମ୍‌ରେ ଚାରି କିମ୍ବା ପାଞ୍ଚଟି ଅଭିପ୍ରେରଣା ହୋଇପାରେ)
Answer:

  1. ପ୍ରାଚୀନ କାଳରେ ପୃଥ‌ିବୀର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଭାରତକୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ଆସୁଥିଲେ ।
  2. ଭାରତ ଏକ ମୁନିଋଷିର ଦେଶ ହୋଇଥିବାରୁ କେତେକ ଜ୍ଞାନ ଆହରଣ କରିବା ଉଦ୍ଦେଶ୍ୟରେ ଆସୁଥିଲେ ।
  3. ଧର୍ମ ଉଦ୍ଦେଶ୍ୟରେ ଯଥା ବୌଦ୍ଧଧର୍ମ, ଜୈନଧର୍ମ ସମ୍ବନ୍ଧରେ ଜାଣିବାପାଇଁ କେତେକ ଆସୁଥିଲେ ।
  4. ଧନରନ୍ ଲୁଣ୍ଠନ ଉଦ୍ଦେଶ୍ୟରେ ଏବଂ ଶେଷରେ ଦେଶକୁ ଆକ୍ରମଣ କରିବାପାଇଁ ଅନେକ ଭାରତକୁ ଆସୁଥିଲେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଇତିହାସର ଗତିରେ ଭାରତକୁ ତାର ଅଧ୍ଵବାସୀମାନେ ବହୁତ ନାମରେ ନାମିତ କରିଛନ୍ତି । ସେଗୁଡ଼ିକୁ ବୁଝାଅ ।
Answer:
ଇତିହାସରେ ଆମ ଦେଶ ଭାରତକୁ ବିଭିନ୍ନ ନାମରେ ନାମିତ କରାଯାଇଛି । ଭାରତୀୟ ଉପମହାଦେଶର ଉତ୍ତର-ପଶ୍ଚିମ ଅଞ୍ଚଳକୁ ‘ସପ୍ତସିନ୍ଧୁ’ ବା ସାତୋଟି ନଦୀର ଅଞ୍ଚଳ କୁହାଯାଏ । ‘ସିନ୍ଧକ’ ଶବ୍ଦଟି ‘ସିନ୍ଧି’ରୁ ଆସିଛି ଯାହା ‘ସିନ୍ଧୁ’ ନଦୀକୁ ବୁଝାଏ । ପରବର୍ତ୍ତୀ କାଳରେ ମହାଭାରତରେ ଭାରତକୁ ଦୁଇଟି ନାମରେ ଦର୍ଶାଯାଇଛି ଯଥା ଭାରତବର୍ଷ ଏବଂ ଜମ୍ବୁଦ୍ଵୀପ ।

ଦ୍ଵିତୀୟତଃ ଭାରତକୁ ଜମ୍ବୁଦ୍ଵୀପ ମଧ୍ଯ କୁହାଯାଏ । ସମଗ୍ର ଭାରତରେ ଜାମୁକୋଳି ଗଛ ପ୍ରଚୁର ପରିମାଣରେ ଥ‌ିବାରୁ ଏହି ଦେଶକୁ ଜମ୍ବୁଦ୍ଵୀପ ବୋଲି କୁହାଯାଏ । ମୌର୍ଯ୍ୟ ସମ୍ରାଟ ଅଶୋକ ତାଙ୍କର ଗୋଟିଏ ଶିଳାଲିପିରେ ‘ଭାରତବର୍ଷ’କୁ ବର୍ଣ୍ଣନା କରିବା ପାଇଁ ‘ଜମ୍ବୁଦ୍ଵୀପ’ ନାମ ବ୍ୟବହାର କରିଥିଲେ । ବିଷ୍ଣୁ ପୁରାଣରେ ମଧ୍ଯ ‘ଭାରତ’ ନାମଟିର ବର୍ଣ୍ଣନା କରାଯାଇଛି । ଦକ୍ଷିଣ ଭାରତର ‘ଭାରତମ’ ମଧ୍ୟ କୁହାଯାଏ । ସବୁଠାରୁ ଗ୍ରହଣଯୋଗ୍ୟ କଥା ହେଲା ଯେ ଭାରତବର୍ଷର ନାମ ପ୍ରସିଦ୍ଧ ରାଜା ଭରତଙ୍କ ନାମ ଅନୁସାରେ ରଖାଯାଇଛି ।

Question 2.
ଭାରତର ଅନେକ ଭିନ୍ନ ନାମ ବୈଦେଶିକମାନଙ୍କଦ୍ଵାରା ଦିଆଯାଇଛି । ସେମାନେ ଏସବୁ ସିନ୍ଧୁ ଶବ୍ଦରୁ ଆଣିଛନ୍ତି । ଆଲୋଚନା କର ।
Answer:
ପାରସ୍ୟର ସମ୍ରାଟ ସାଇରସ୍ ଭାରତର ଉତ୍ତର-ପଶ୍ଚିମ ଅଂଶକୁ ଅଧ‌ିକାର କରିଥିଲେ ଯାହା ସେ ସମୟରେ ସିନ୍ଧୁ ନାମରେ ପରିଚିତ ଥିଲା । ସିନ୍ଧୁ ଶବ୍ଦକୁ ସେମାନେ ପାର୍ସୀ ଭାଷାରେ ହିନ୍ଦ୍, ହିନ୍ଦୁ ବା ହିନ୍ଦୁ ବୋଲି କହୁଥିଲେ । ସେଥ‌ିପାଇଁ ପାରସ୍ୟ ବା ପାର୍ସୀ ଭାଷାରେ ଥିବା ନଥିପତ୍ର ଏବଂ ପ୍ରସ୍ତର ଅଭିଲେଖରୁ ଜଣାପଡ଼େ ଯେ ସେମାନେ ଭାରତକୁ ହିନ୍ଦ ବା ହିନ୍ଦୁ ବୋଲି କହୁଥିଲେ । ସେହିପରି ଗ୍ରୀକ୍ରାମାନେ ପାର୍ସୀଭାଷାରେ ଲେଖାଥ‌ିବା ହିନ୍ଦ୍ ବା Hindu ଶବ୍ଦରୁ hକୁ ନକହି ଏହି ଅଞ୍ଚଳର ନାମ ‘ଇଣ୍ଡୋଇ’ ବା ‘ଇଣ୍ଡିକେ’ ରଖେ । ପୁନଶ୍ଚ, ଚୀନାମାନେ ସିନ୍ଧୁ ଶବ୍ଦକୁ ୟୁଣ୍ଟୁ ବା ୟୁନ୍ଦୁ ବୋଲି ଉଚ୍ଚାରଣ କରିଥିଲେ ।

ବର୍ତ୍ତମାନ ଭାରତକୁ ହିନ୍ଦୁସ୍ତାନ ବୋଲି କୁହାଯାଇଛି । ଏହି ‘ହିନ୍ଦୁସ୍ତାନ’ ଶବ୍ଦ ୧୮୦୦ ବର୍ଷ ତଳେ ଏକ ପାର୍ସୀ ଅଭିଲେଖରେ ବର୍ଦ୍ଧିତ ଥିଲା । ପରବର୍ତୀ ସମୟରେ ଆକ୍ରମଣକାରୀମାନେ ଭାରତକୁ ହିନ୍ଦୁସ୍ଥାନ ବା ଇଣ୍ଡିଆ ନାମରେ ବର୍ଣ୍ଣନା କରିଥିଲେ ।

Class 6 Social Science Chapter 5 Question Answer Odia Medium ଇଣ୍ଡିଆ, ଅର୍ଥାତ୍ ଭାରତ

Question 3.
ପ୍ରାଚୀନ ଚୀନ ଦେଶରେ ଭାରତକୁ କ’ଣ କୁହାଯାଇଥିଲା ?
Answer:
ପ୍ରାଚୀନ ଚୀନ ଦେଶରୁ ଅନେକ ଧର୍ମଗୁରୁ ବା ସନ୍ନ୍ୟାସୀ ଭାରତକୁ ପରିଭ୍ରମଣରେ ଆସିଥିଲେ । ଜୁଆନଜାଙ୍ଗ ବା ହୁଏନ୍‌ସାଙ୍ଗ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ଚୀନରୁ ଭାରତକୁ ଯାତ୍ରା କରିଥିଲେ । ସେ ଭାରତର ଉତ୍ତର-ପଶ୍ଚିମ ସୀମାନ୍ତ ବା ସିନ୍ଧୁ ଅଞ୍ଚଳ ଦେଇ ଭାରତକୁ ପ୍ରବେଶ କରିଥିଲେ । ସେ ଭାରତରେ ଦୀର୍ଘ ୧୭ ବର୍ଷ ରହି ବୌଦ୍ଧ ଧର୍ମସ୍ଥଳୀ ପରିଦର୍ଶନ ପୂର୍ବକ ବହୁତ ଜ୍ଞାନ ଅର୍ଜନ କରିଥିଲେ । ଚୀନର ଅନେକ ପୁରାତନ ଗ୍ରନ୍ଥରେ ସେମାନେ ଭାରତକୁ ‘ୟୁଣ୍ଟୁ’ ବା ‘ୟିନ୍ଦୁ’ ବୋଲି ସମ୍ବୋଧନ କରିଥିଲେ । ଏହି ଶବ୍ଦ ‘ସିନ୍ଧୁ’ ଶବ୍ଦରୁ ଆସିଅଛି ।

ଆଉ ଏକ ଚାଇନିଜ୍ ଶବ୍ଦ ଯାହା ‘ସିନ୍ଧୁ’ ଶବ୍ଦରୁ ମଧ୍ଯ ଆସିଅଛି, ତାହା ହେଲା ‘ତିଆନ୍‌ଟୁ’ ଯାହାକୁ ଦିବ୍ୟଗୁରୁ ଭାବରେ ମଧ୍ୟ ବୁଝାଯାଏ । ବୁଦ୍ଧଙ୍କ ଦେଶ ଭାବରେ ଭାରତ ପ୍ରତି ପ୍ରାଚୀନ ଚୀନ୍‌ର ସମ୍ମାନ ଏହି ଶବ୍ଦରୁ ପ୍ରତିଫଳିତ ହୁଏ ।

Question 4.
କେଉଁ ପରିବ୍ରାଜକ ବା ତୀର୍ଥଯାତ୍ରୀମାନେ ଚୀନ୍‌ରୁ ଭାରତକୁ ଭ୍ରମଣରେ ଆସିଥିଲେ ?
Answer:
ପ୍ରାଚୀନ ଚୀନ୍‌ରୁ ଭାରତକୁ ତିନିଜଣ ପ୍ରମୁଖ ପରିବ୍ରାଜକ ବା ଧର୍ମଗୁରୁ ଆସିଥିଲେ । ସେମାନେ ଥିଲେ ଫାହିୟାନ, ହୁଏନ୍‌ସାଂ ଏବଂ ଇସିଂ । ସେମାନେ ସମସ୍ତେ ଭାରତର ଅନେକ ବୌଦ୍ଧସ୍ଥଳୀ ଭ୍ରମଣ କରି ବୁଦ୍ଧ ଓ ବୌଦ୍ଧ ଧର୍ମ ଉପରେ ତଥ୍ୟ ସଂଗ୍ରହ କରି ସ୍ଵଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେମାନେ ମଧ୍ୟ କିଛି ବୌଦ୍ଧ ପୁସ୍ତକ ଓ ବୁଦ୍ଧଙ୍କ ମୂର୍ତ୍ତି ମଧ୍ୟ ନେଇଥିଲେ ।

ଫାହିୟାନ ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ସମୟରେ ଆସିଥିଲାବେଳେ ହୁଏନ୍‌ସାଂ ସମ୍ରାଟ ହର୍ଷବର୍ଦ୍ଧନଙ୍କ ସମୟରେ ଆସିଥିଲେ ।

Question 5.
ଭାରତକୁ ବିଷ୍ଣୁ ପୁରାଣରେ କିପରି ବର୍ଣ୍ଣନା କରାଯାଇଛି ? ଏହି ସଂଜ୍ଞାର ଗୁରୁତ୍ଵ କ’ଣ ?
Answer:
ବିଷ୍ଣ ପୁରାଣ ହେଉଛି ଭାରତର ଏକ ପୁରାତନ ଧର୍ମପୁସ୍ତକ । ଏଥ‌ିରେ ବର୍ଣ୍ଣିତ ଅଛି ଯେ ଯେଉଁ ଅଞ୍ଚଳ ଦକ୍ଷିଣରେ ଥ‌ିବା ମହାସାଗରର ଉତ୍ତରକୁ ଏବଂ ହିମାଳୟରର ଦକ୍ଷିଣକୁ ଅଛି- ତାହାକୁ ଭାରତ କୁହାଯାଏ । ଏହି ପୁରାଣରେ ଥିବା ଶ୍ଳୋକରୁ ଜଣାପଡ଼େ ଯେ ଏଠାକାର ଅଧିବାସୀ ହେଉଛନ୍ତି ଏକ ମହାନ ପୁରାତନ ରାଜା ଭରତଙ୍କ ପ୍ରଜାଙ୍କ ବଂଶଧର ଓ ଉତ୍ତରାଧିକାରୀ । ପୁରାଣରେ ମଧ୍ୟ ସମଗ୍ର ଉପମହାଦେଶର ଭୌଗୋଳିକ ବୈଶିଷ୍ଟ୍ୟ ବର୍ଣ୍ଣନା କରାଯାଇଛି । ଏହି ଦେଶର ସଂସ୍କୃତି, ପରମ୍ପରା ଓ ପ୍ରାକୃତିକ ଉତ୍ସ ଉପରେ ମଧ୍ୟ ପୁରାଣ ଆଲୋକପାତ କରିଅଛି ।

ଆସ, ଅନୁସନ୍ଧାନ କରିବା

Question 1.
ଚିତ୍ର ୫.୪ ମାନଚିତ୍ରରେ ଦିଆଯାଇଥ‌ିବା କୌଣସି ଅଞ୍ଚଳର ନାମ ଚିହ୍ନି ପାରିବ କି ? ଯାହା ବିଷୟରେ ତୁମେ ଶୁଣିଛ ସେଗୁଡ଼ିକର ତାଲିକା ପ୍ରସ୍ତୁତ କର ।
Class 6 Social Science Chapter 5 Question Answer Odia Medium ଇଣ୍ଡିଆ, ଅର୍ଥାତ୍ ଭାରତ-1
Answer:
ମୁଁ ଶୁଣିଥିବା କେତେକ ଅଞ୍ଚଳର ନାମ ନିମ୍ନରେ ପ୍ରଦାନ କରାଗଲା ।
(୧) ପାଞ୍ଚାଳ,
(୨) କାଶୀ,
(୩)ଅଙ୍ଗ,
(୪) ବଙ୍ଗ,
(୫) କୋଶଳ,
(୬) ଚେଦି,
(୭) କଳିଙ୍ଗ,
(୮) ଚୋଳ,
(୯) ପାଣ୍ଡ୍ଯ,
(୧୦) ମତ୍ସ୍ୟ ।

Question 2.
ଚିତ୍ର ୫.୫ରେ ଥିବା ମୂଳ ସମ୍ବିଧାନର ପ୍ରଥମ ପୃଷ୍ଠାର ଏହି ପୁନଃପ୍ରକାଶନରେ ତୁମେ ଇଣ୍ଡିଆ ଅର୍ଥାତ୍ ଭାରତ ଶବ୍ଦ ବାହାର କରିପାରିବ କି ?
Class 6 Social Science Chapter 5 Question Answer Odia Medium ଇଣ୍ଡିଆ, ଅର୍ଥାତ୍ ଭାରତ-2
Answer:
ଭାରତ ସମ୍ବିଧାନର ପ୍ରଥମ ପୃଷ୍ଠାର ଧାରା ୧ ରେ ଲେଖାଯାଇଛି, ଇଣ୍ଡିଆ ଅର୍ଥାତ୍ ଭାରତ ଏକ ରାଜ୍ୟମାନଙ୍କର ସଙ୍ଘ ।

Question 3.
ବିଭିନ୍ନ ଭାଷା ଅନୁସାରେ ଭାରତର ବିଭିନ୍ନ ନାମ ଲେଖୁ ଏହି ସାରଣୀକୁ ତୁମେ ସମ୍ପୂର୍ଣ୍ଣ କରିପାରିବ କି ? (ପ୍ରଶ୍ନ ସହିତ ଉତ୍ତର)
Class 6 Social Science Chapter 5 Question Answer Odia Medium ଇଣ୍ଡିଆ, ଅର୍ଥାତ୍ ଭାରତ-3
Answer:

ପର୍ସିଆନ ହିନ୍ଦ୍, ହିନ୍ଦୁ, ହିନ୍ଦୁ
ଗ୍ରୀକ ଇଣ୍ଡୋଇ, ଇଣ୍ଡିକେ
ଲାଟିନ୍ ଇଣ୍ଡିଆ
ଚାଇନିଜ ୟିଣ୍ଡୁ, ୟିନ୍ଦୁ
ଆରବୀ ଓ ପାର୍ସି ହିନ୍ଦ୍, ହିନ୍ଦୁସ୍ଥାନ
ଇଂରାଜୀ ଇଣ୍ଡିଆ
ଫ୍ରେଞ୍ଚ ଇଣ୍ଡ

ଏହା ବିଷୟରେ ଚିନ୍ତାକର :

Question 1.
ଅଧ୍ୟାୟ ଆରମ୍ଭରେ ଭାରତୀୟ ଉପମହାଦେଶର ଭୌତିକ ମାନଚିତ୍ର ଉପରେ ବିଚାର କରାଯାଉ । ଏହାର ପ୍ରାକୃତିକ ସୀମାଗୁଡ଼ିକ କ’ଣ ଯାହା ତୁମେ ତିଆରି କରିପାରିବ ।
Answer:
ଭାରତର ଭୌଗୋଳିକ ଅବସ୍ଥିତିକୁ ଅବଲୋକନ କଲେ ଦେଖ‌ିବାକୁ ମିଳେ ଯେ ଏହାର ଚାରିପଟେ ପ୍ରାକୃତିକ ସୁରକ୍ଷା ବଳୟ ରହିଅଛି । ଏହାର ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଦିଗରେ ସମୁଦ୍ର ଘେରି ରହିଅଛି । ଏହାର ଉତ୍ତରରେ ହିମାଳୟ ଓ ହିନ୍ଦୁକୁଶ ପାର୍ବତ୍ୟମାଳା ରହିଅଛି ।

Question 2.
ତୁମେ ହିମାଳୟକୁ ଚିହ୍ନଟ କରିଛ କି ? ଭାରତର ଏହି ସଂକ୍ଷିପ୍ତ ବର୍ଣ୍ଣନା ଠିକ୍ ବୋଲି ତୁମେ ଭାବୁଛ କି ?
Answer:
ବିଷ୍ଣ ପୁରାଣର ବର୍ଣ୍ଣନା ଅନୁସାରେ ତୁଷାର ଆଚ୍ଛାଦିତ ପର୍ବତମାଳା ହିମାଳୟର ଦକ୍ଷିଣରେ ଏବଂ ସମୁଦ୍ରର ଉତ୍ତରରେ ଭାରତବର୍ଷ ଅବସ୍ଥିତ । ସୁତରାଂ ଭାରତର ଉତ୍ତର ପାର୍ଶ୍ଵ ସୁଉଚ୍ଚ ପର୍ବତ ହିମାଳୟଦ୍ଵାରା ଏବଂ ଦକ୍ଷିଣ ପାର୍ଶ୍ଵ ସମୁଦ୍ରଦ୍ଵାରା ସୁରକ୍ଷିତ ରହିଛି ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଋଗ୍‌ବେଦ କ’ଣ ?
Answer:
ଭାରତବର୍ଷର ସର୍ବପୁରାତନ ବେଦ ହେଉଛି ଋଗ୍‌ବେଦ ଯାହାକି ଅନେକ ହଜାର ବର୍ଷତଳେ ଲେଖାଯାଇଥିଲା ।

Question 2.
କେଉଁ ଅଞ୍ଚଳ ‘ସପ୍ତ ସିନ୍ଧକ’ ନାମରେ ପରିଚିତ ?
Answer:
ଭାରତୀୟ ଉପମହାଦେଶର ଉତ୍ତର-ପଶ୍ଚିମ ଅଞ୍ଚଳ ‘ସପ୍ତ ସିନ୍ଧକ’ ନାମରେ ପରିଚିତ । ଏହା ସାତୋଟି ନଦୀର ଭୂମି ଅଟେ ।

Question 3.
ମହାଭାରତରେ ବର୍ଣ୍ଣିତ ଯେକୌଣସି ତିନୋଟି ଅଞ୍ଚଳର ନାମ ଲେଖ ।
Answer:
ମହାଭାରତରେ ବର୍ଣ୍ଣିତ ତିନୋଟି ଅଞ୍ଚଳ ହେଉଛି କାଶ୍ମୀର, ବଙ୍ଗ ଏବଂ କଚ୍ଛ ।

Class 6 Social Science Chapter 5 Question Answer Odia Medium ଇଣ୍ଡିଆ, ଅର୍ଥାତ୍ ଭାରତ

Question 4.
ସମ୍ପୂର୍ଣ୍ଣ ଭାରତୀୟ ଉପମହାଦେଶର ନାମ ପ୍ରଥମେ କେଉଁଠି ଉଲ୍ଲେଖ ଥିଲା ?
Answer:
ସମଗ୍ର ଭାରତୀୟ ଉପମହାଦେଶର ନାମ ମହାଭାରତରେ ପ୍ରଥମେ ଉଲ୍ଲେଖ ଥିଲା ।

Question 5.
ମହାଭାରତରେ ଭାରତୀୟ ଉପମହାଦେଶକୁ ବର୍ଣ୍ଣନା କରିବାରେ ବା ନାମିତ କରିବାରେ କେଉଁ ଦୁଇଟି ଶବ୍ଦ ବ୍ୟବହାର କରାଯାଇଥିଲା ?
Answer:
ମହାଭାରତରେ ଭାରତୀୟ ଉପମହାଦେଶକୁ ବର୍ଣ୍ଣନା ବା ନାମିତ କରିବାରେ ବ୍ୟବହୃତ ଦୁଇଟି ଶବ୍ଦ ହେଉଛି ଯଥା— ‘ଭାରତବର୍ଷ’ ଏବଂ ଜମ୍ବୁଦ୍ଵୀପ ।

Question 6.
‘ଭାରତବର୍ଷ’ କହିଲେ କ’ଣ ବୁଝ ?
Answer:
ଭାରତବର୍ଷ କହିଲେ ଭାରତ ଦେଶକୁ ବୁଝାଏ ।

Question 7.
ଜମ୍ବୁଦ୍ଵୀପ କହିଲେ କ’ଣ ବୁଝ ?
Answer:
‘ଜମ୍ବୁଦ୍ଵୀପ’ କହିଲେ ଜାମୁକୋଳି ଗଛର ଦ୍ଵୀପକୁ ବୁଝାଏ । ଏହି ଦେଶରେ ପ୍ରଚୁର ଜାମୁଗଛ ଥିବାରୁ ଏପରି ନାମକରଣ କରାଯାଇଛି ।

Question 8.
ଭାରତୀୟ ଉପମହାଦେଶକୁ କେଉଁ ସମ୍ରାଟ ଜମ୍ବୁଦ୍ୱୀପ ବୋଲି ବର୍ଣ୍ଣନା କରିଥିଲେ ?
Answer:
ମହାନ୍ ମୌର୍ଯ୍ୟ ସମ୍ରାଟ ଅଶୋକ ଭାରତୀୟ ଉପମହାଦେଶକୁ ଜମ୍ବୁଦ୍ଵୀପ ବୋଲି ବର୍ଣ୍ଣନା କରିଥିଲେ ।

Question 9.
ପାରସ୍ୟର ଅଧ୍ଵବାସୀମାନେ ଭାରତକୁ କେଉଁ ନାମରେ ଡାକୁଥିଲେ ?
Answer:
ପାରସ୍ୟର ଅଧିବାସୀମାନେ ଭାରତକୁ ହିନ୍ଦ୍, ହିନ୍ଦୁ କିମ୍ବା ହିନ୍ଦୁ ବୋଲି ଡାକୁଥିଲେ । ସେମାନେ ‘ସିନ୍ଧୁ’ ଶବ୍ଦର ସଠିକ୍ ଉଚ୍ଚାରଣ ନ କରିପାରି ଏପରି କହୁଥିଲେ ।

Question 10.
ପ୍ରାଚୀନ ଗ୍ରୀକ୍ ଭାରତକୁ କେଉଁ ନାମରେ ସମ୍ବୋଧନ କରୁଥିଲେ ?
Answer:
ପ୍ରାଚୀନ ଗ୍ରୀକ୍‌ମାନେ ଭାରତକୁ ଇଣ୍ଡୋଇ ବା ଇଣ୍ଡିକେ ନାମରେ ସମ୍ବୋଧନ କରୁଥିଲେ ।

Question 11.
ଚୀନାମାନେ ଭାରତକୁ କେଉଁ ନାମରେ ନାମିତ କରିଥିଲେ ?
Answer:
ଚୀନମାନେ ଭାରତକୁ ୟିଣ୍ଟୁ ବା ୟିନ୍ଦୁ ନାମରେ ନାମିତ କରିଥିଲେ ।

Question 12.
କେବେ ‘ହିନ୍ଦୁସ୍ତାନ’ ଶବ୍ଦଟି ଭାରତକୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହୋଇଥିଲା ?
Answer:
ପ୍ରାୟ ୧୮୦୦ ବର୍ଷ ତଳେ, ହିନ୍ଦୁସ୍ତାନ ଶବ୍ଦଟି ଏକ ପାର୍ସି ଶିଳାଲେଖରେ ଭାରତକୁ ବର୍ଣ୍ଣନା କରିବାପାଇଁ ବ୍ୟବହୃତ ହୋଇଥିଲା ।

Question 13.
ଭାରତୀୟ ସମ୍ବିଧାନ ପ୍ରଥମେ କେଉଁ ଭାଷାରେ ଲେଖାଯାଇଥିଲା ?
Answer:
ଭାରତୀୟ ସମ୍ବିଧାନ ପ୍ରଥମେ ଇଂରାଜୀ ଭାଷାରେ ଲେଖାଯାଇଥିଲା ।

Question 14.
ଭାରତୀୟ ସମ୍ବିଧାନ କେଉଁ ନାମରେ ଭାରତକୁ ସମ୍ବୋଧନ କରିଅଛି ?
Answer:
ଭାରତୀୟ ସମ୍ବିଧାନ ଦେଶକୁ ଇଣ୍ଡିଆ ଅର୍ଥାତ୍ ଭାରତ ବୋଲି ସୂଚିତ କରିଛି ।

Question 15.
ହିନ୍ଦୀ ଭାଷାରେ ସମ୍ବିଧାନରେ ଭାରତକୁ କେଉଁ ନାମରେ ବର୍ଣ୍ଣନା କରାଯାଇଛି ?
Answer:
ହିନ୍ଦୀ ଭାଷାରେ ସମ୍ବିଧାନରେ ଭାରତକୁ ଭାରତ ଅର୍ଥାତ୍ ଇଣ୍ଡିଆ ବୋଲି ବର୍ଣ୍ଣନା କରାଯାଇଛି ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଆମେ ଭାରତର ସଂଜ୍ଞା କିପରି ନିରୂପଣ କରିବା ?
Answer:
ଭାରତ ଏକ ବୃହତ୍ ପ୍ରାଚୀନ ଦେଶ ଯାହାର ଗୌରବମୟ ଅତୀତ, ଉଚ୍ଚ ସଂସ୍କୃତି ଏବଂ ଆଧ୍ୟାତ୍ମିକ ଇତିହାସ ପ୍ରାୟ ହଜାର ହଜାର ବର୍ଷ ତଳର ଯାହାକି ବୈଦିକ ଯୁଗ ଓ ସିନ୍ଧୁ ସଭ୍ୟତାଠାରୁ ଆରମ୍ଭ ହୋଇଛି ।

Question 2.
ଭାରତର ପୁରାତନ ନାମଗୁଡ଼ିକ କ’ଣସବୁ ଥିଲା ?
Answer:
ଭାରତର ପୁରାତନ ନାମଗୁଡ଼ିକ ଥିଲା ଯଥା ଭାରତବର୍ଷ, ଜମ୍ବୁଦୀପ ଓ ଭାରତ ।

Class 6 Social Science Chapter 5 Question Answer Odia Medium ଇଣ୍ଡିଆ, ଅର୍ଥାତ୍ ଭାରତ

Question 3.
‘ଭାରତବର୍ଷ’ ଏବଂ ‘ଜମ୍ବୁଦ୍ଵୀପ’ ଏହି ଦୁଇଟି ଶବ୍ଦର ଅର୍ଥ କ’ଣ ଅଟେ ?
Answer:
‘ଭାରତବର୍ଷ’ ଶବ୍ଦର ଅର୍ଥ ହେଉଛି ଭରତଙ୍କ ଭୂମି । ଭାରତର କିମ୍ବଦନ୍ତୀ ସମ୍ରାଟ ଭରତଙ୍କ ନାମ ଅନୁସାରେ ଏହି ଦେଶର ନାମ ଭାରତବର୍ଷ ରଖାଯାଇଛି । ମହାଭାରତ ଏବଂ ବିଷ୍ଣୁ ପୁରାଣରେ ମଧ୍ୟ ଏହି ନାମ ବର୍ଣ୍ଣିତ ହୋଇଛି । ଏହି ନାମ ପ୍ରଥମେ ସର୍ବପୁରାତନ ବେଦ ଋଗ୍‌ଵେଦରେ ଉଲ୍ଲେଖ କରାଯାଇଛି । ସେହିପରି ଭାରତକୁ ମଧ୍ୟ ଜମ୍ବୁଦ୍ଵୀପ କୁହାଯାଏ କାରଣ ଏହି ଦେଶର ବଣ ଜଙ୍ଗଲ ଏବଂ ପାହାଡ଼ ପର୍ବତରେ ପ୍ରଚୁର ପରିମାଣରେ ଜାମୁକୋଳି ଗଛ ଦେଖିବାକୁ ମିଳେ । ସୁତରାଂ ଭାରତବର୍ଷ ଓ ଜମ୍ବୁଦ୍ଵୀପ କହିଲେ ଭାରତକୁ ହିଁ ବୁଝାଏ ।

Question 4.
ଜମ୍ବୁଦ୍ଵୀପ କିପରି ଭାରତୀୟ ଉପମହାଦେଶକୁ ବୁଝାଏ ?
Answer:
ଜାମୁକୋଳି ଗଛ ଭାରତୀୟ ଉପମହାଦେଶରେ ସାଧାରଣଭାବେ ସର୍ବତ୍ର ଦେଖିବାକୁ ମିଳେ । ସୁତରାଂ ଏହି ଦେଶକୁ ଜମ୍ବୁଦ୍ଵୀପ ବୋଲି ଆଖ୍ୟା ଦିଆଯାଇଛି ।
ସମ୍ରାଟ ଅଶୋକ ମଧ୍ୟ ଭାରତକୁ ଜମ୍ବୁଦ୍ଵୀପ ବୋଲି ତାଙ୍କ ଅଭିଲେଖରେ ଉଲ୍ଲେଖ କରିଛନ୍ତି ।

Question 5.
କେଉଁ ପ୍ରଥମ ବୈଦେଶିକମାନେ ଭାରତ ବିଷୟରେ ଉଲ୍ଲେଖ କରିଥିଲେ ? ସେମାନେ ଭାରତର କେଉଁ ତିନୋଟି ନାମ ଦେଇଛନ୍ତି ?
Answer:
ଭାରତ ବିଷୟରେ ଉଲ୍ଲେଖ କରିଥିବା ପ୍ରଥମ ବୈଦେଶିକମାନେ ଥିଲେ ପାରସ୍ୟର ଅଧିବାସୀ । ଖ୍ରୀ.ପୂ. ୫୩୫ରେ ପାରସ୍ୟର ସମ୍ରାଟ ସାଇରସ୍ ଭାରତକୁ ଆକ୍ରମଣ କରି ଉତ୍ତର-ପଶ୍ଚିମରେ ଥ‌ିବା ସିନ୍ଧୁନଦୀର ଅବବାହିକା ଅଞ୍ଚଳକୁ ଅଧିକାର କରିଥିଲେ । ସେମାନେ ସିନ୍ଧୁ ନଦୀକୁ ‘ହିନ୍ଦ୍’ ବୋଲି ସମ୍ବୋଧନ କରିବା ଫଳରେ ଭାରତ ନାମକୁ ହିନ୍ଦ୍, ହିନ୍ଦୁ କିମ୍ବା ହିନ୍ଦୁ ବୋଲି ବିବେଚନା କଲେ । ପାରସିକମାନେ ଭାରତକୁ ଏହି ତିନୋଟି ନାମ ଦେଇଥିଲେ ।

Question 6.
ତିଆଟୁ ଶବ୍ଦର ଅର୍ଥ କ’ଣ ? ଏହା କେଉଁ ଭାରତୀୟ ଶବ୍ଦରୁ ଉଦ୍ଧୃତ ହୋଇଛି ? ଏହି ଶବ୍ଦ କ’ଣ ସୂଚନା ଦେଇଛି ?
Answer:
ତିଆଟୁ ଶବ୍ଦର ଅର୍ଥ ହେଉଛି ଦିବ୍ୟଗୁରୁ । ଏହା ସିନ୍ଧୁ ଶବ୍ଦରୁ ଆନୀତ ହୋଇଅଛି । ଏହା ସୂଚନା ଦେଉଛି ଯେ ପୁରାତନ ଚୀନ୍ ଅଧ‌ିବାସୀମାନେ ଭାରତକୁ ସମ୍ମାନପୂର୍ଣ୍ଣ ଦୃଷ୍ଟିରେ ଦେଖୁଥିଲେ ।

Question 7.
ହୁଏନ୍‌ସାଂ କିଏ ଥିଲେ ? ସେ କେବେ ଭାରତ ଆସିଥିଲେ ?
Answer:
ଉଦ୍ଭ ହୁଏନ୍‌ସାଂ ଥିଲେ ଚୀନର ଜଣେ ବୌଦ୍ଧ ସନ୍ୟାସୀ । ସେ ଭାରତକୁ ସପ୍ତମ ଶତାବ୍ଦୀରେ ଆସିଥିଲେ । ସେ ଭାରତର ଅନେକ ବୌଦ୍ଧ ସ୍ଥଳ ପରିଭ୍ରମଣ କରି ବହୁତ ତଥ୍ୟ ସଂଗ୍ରହ କରି ଚୀନକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

ଶୂନ୍ୟସ୍ଥାନ ପୂରଣ କର ।
Question 1.
ଭାରତର ଅନ୍ୟନାମଟି ______________ ଅଟେ ।
Answer:
ଭାରତ

Question 2.
ଭାରତ ସହ ପାକିସ୍ତାନ, ବାଲଂଲାଦେଶ ଓ ଆଫଗାନିସ୍ତାନର କେତେକ ଅଂଶ ମିଶି ____________ ନାମରେ ପରଚିତ ଥିଲେ ।
Answer:
ଭାରତୀୟ ଉପମହାଦେଶ

Question 3.
____________ ବେଦରେ ଭାରତକୁ ସପ୍ତ ସିନ୍ଧବ ବା ସାତଟି ନଦୀର ଭୂମି ବୋଲି ବର୍ଣ୍ଣନା କରାଯାଇଛି ।
Answer:
ଋକ୍‌ବେଦ

Question 4.
ଇଣ୍ଡସ ନଦୀ କହିଲେ _____________ ନଦୀକୁ ବୁଝାଏ ।
Answer:
ସିନ୍ଧୁ

Question 5.
ସିନ୍ଧୁ ଅଞ୍ଚଳଟି ଭାରତର __________ ଦିଗରେ ଅଛି ।
Answer:
ଉତ୍ତର-ପଶ୍ଚିମ

Question 6.
___________ ପୁରାଣରେ ଭାରତର ନାମ ଭାରତବର୍ଷ ଓ ଜମ୍ବୁଦ୍ଵୀପ ଭାବେ ବର୍ଣ୍ଣିତ ଅଛି ।
Answer:
ମହାଭାରତ

Question 7.
ଭାରତବର୍ଷର ନାମକରଣ ରାଜା ___________ ଙ୍କ ନାମ ଅନୁସାରେ ନାମିତ ହୋଇଛି ।
Answer:
ଭରତ

Class 6 Social Science Chapter 5 Question Answer Odia Medium ଇଣ୍ଡିଆ, ଅର୍ଥାତ୍ ଭାରତ

Question 8.
ଜମ୍ବୁଦ୍ଵୀପର ଅର୍ଥ ହେଉଛି ______________ ଦ୍ଵୀପ ।
Answer:
ଜାମୁକୋଳି ଗଛର

Question 9.
ଭାରତର ଜଣେ ସମ୍ରାଟ ___________ ଙ୍କ ଏକ ଶିଳାଲିପିରେ ଜମ୍ବୁଦ୍ଵୀପର ନାମ ଉଲ୍ଲେଖ କରାଯାଇଛି ।
Answer:
ଅଶୋକ

Question 10.
ଦକ୍ଷିଣ ଭାରତରେ ଭାରତର ନାମ ________________ ଲେଖାଯାଇଛି ।
Answer:
ଭାରତମ୍

Question 11.
ସିନ୍ଧୁ ଶବ୍ଦକୁ ହିନ୍ଦ, ହିନ୍ଦୁ କି ହିନ୍ଦୁ ରୂପରେ _____________ ଭାଷାରେ ଲିଖୁ ଥ‌ିବାର ଦେଖିବାକୁ ମିଳିଥିଲା ।
Answer:
ପାର୍ସୀ

Question 12.
ପ୍ରାଚୀନ ___________ ଲୋକ ସିନ୍ଧୁ ଅଞ୍ଚଳକୁ ଇଣ୍ଡୋଇ ବା ଇଣ୍ଡିକୋ ନାମରେ ଲେଖୁଥିଲେ ।
Answer:
ଗ୍ରୀକ୍

Question 13.
ଚାଇନିଜ ଶବ୍ଦ ତିଆଟୁର ଅର୍ଥ ______________ ଅଟେ ।
Answer:
ଦିବ୍ୟଗୁରୁ

Question 14.
ଜୁଆନଜାଙ୍ଗ ଭାରତରେ ______________ ନାମରେ ପରିଚିତ ।
Answer:
ହୁଏନ୍‌ସାଂ

Question 15.
_____________ ବର୍ଷ ପୂର୍ବେ ଏକ ପାର୍ସୀ ଶିଳାଲେଖରେ ହିନ୍ଦୁସ୍ତାନ ନାମ ବ୍ୟବହୃତ ହୋଇଥିଲା ।
Answer:
୧୮୦୦

Question 16.
_______________ ଗଛ ଜମ୍ବୁଦ୍ଵୀପ ସହିତ ସଂଶ୍ଳିଷ୍ଟ ।
Answer:
ଜାମୁକୋଳି ଗଛ

Question 17.
ଚୀନାମାନେ ଭାରତପାଇଁ ବ୍ୟବହାର କରିଥିବା ନାମ _____________ ଅଟେ ।
Answer:
ଯିଣ୍ଟ ବା ୟିନ୍ଦୁ

Question 18.
‘ସପ୍ତ ସିନ୍ଧବ’ର ଅର୍ଥ _____________ ଅଟେ ।
Answer:
ସାତଟି ନଦୀର ଭୂମି

Question 19.
ହିନ୍ଦୁସ୍ତାନ ଶବ୍ଦ ପ୍ରଥମେ ______________ ଅଭିଲେଖରେ ବ୍ୟବହୃତ ହୋଇଥିଲା ।
Answer:
ପାର୍ସି

Question 20.
ଆରବ ସାଗର ଭାରତର _____________ ଦିଗରେ ଅବସ୍ଥିତ ।
Answer:
ପଶ୍ଚିମ

ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ତିଆଟୁ ଶବ୍ଦର ଅର୍ଥ କ’ଣ ?
(କ) ଦିବ୍ଯମୂର୍ତ୍ତି
(ଖ) ଦିବ୍ୟଗୁରୁ
(ଗ) ଦିବ୍ଯ ବ୍ରହ୍ମ
(ଘ) କୌଣସିଟି ନୁହେଁ
Answer:
(ଖ) ଦିବ୍ୟଗୁରୁ

Class 6 Social Science Chapter 5 Question Answer Odia Medium ଇଣ୍ଡିଆ, ଅର୍ଥାତ୍ ଭାରତ

Question 2.
ଚୀନ୍ ପରିବ୍ରାଜକ ଫାହିୟାନ କେଉଁ ରାଜାଙ୍କ ଶାସନ କାଳରେ ଭାରତକୁ ଆସିଥିଲେ ?
(କ) ଦ୍ଵିତୀୟ-ଚନ୍ଦ୍ରଗୁପ୍ତ
(ଖ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ
(ଗ) ହର୍ଷବର୍ଦ୍ଧନ
(ଘ) କନିଷ୍ଠ
Answer:
(କ) ଦ୍ଵିତୀୟ-ଚନ୍ଦ୍ରଗୁପ୍ତ

Question 3.
କେଉଁ ବୈଦେଶିକମାନେ ଭାରତକୁ ଇଣ୍ଡୋଇ ବା ‘ଇଣ୍ଡିକେ’ ଆଖ୍ୟା ଦେଇଥିଲେ ?
(କ) ଚୀନାମାନେ
(ଖ) ପାର୍ସୀମାନେ
(ଗ) ଜର୍ମାନମାନେ
(ଘ) ଗ୍ରୀକ୍ଳାମାନେ
Answer:
(ଘ) ଗ୍ରୀକ୍ଳାମାନେ

Question 4.
ସିନ୍ଧୁଶବ୍ଦକୁ ହିନ୍ଦ, ହିନ୍ଦୁ କିମ୍ବା ହିନ୍ଦୁ ରୂପେ କେଉଁ ଭାଷାରେ ଲେଖାଯାଇଥିଲା ?
(କ) ଗ୍ରୀକ୍
(ଖ) ଲାଟିନ
(ଗ) ପାର୍ସି
(ଘ) ଊର୍ଦ୍ଧ୍ବ
Answer:
(ଗ) ପାର୍ସି

Question 5.
କେଉଁ ଦେଶର ଗ୍ରନ୍ଥରେ ଭାରତକୁ ୟିଣ୍ଟୁ ବା ‘ୟିନ୍ଦୁ’ ବୋଲି ଲେଖାଯାଇଛି ?
(କ) ମିଶର
(ଖ) ଚୀନ
(ଗ) ମେସୋପଟାମିଆ
(ଘ) ଘାନା
Answer:
(ଖ) ଚୀନ

Question 6.
ଆମ ଦେଶର ସମ୍ବିଧାନର ହିନ୍ଦୀ ସଂସ୍କରଣରେ ନିମ୍ନୋକ୍ତ କେଉଁ କଥାଟି ଲେଖାଯାଇଛି ?
(କ) ଭାରତ ଅର୍ଥାତ୍ ଇଣ୍ଡିଆ
(ଗ) ସିନ୍ଧୁ ଅର୍ଥାତ୍ ଭାରତ
(ଖ) ଇଣ୍ଡିଆ ଅର୍ଥାତ୍ ଭାରତ
(ଘ) ସିନ୍ଧୁ ଅର୍ଥାତ୍ ଇଣ୍ଡିଆ
Answer:
(କ) ଭାରତ ଅର୍ଥାତ୍ ଇଣ୍ଡିଆ

Question 7.
ଭାରତର ନାମକୁ ଦକ୍ଷିଣ ଭାରତରେ କ’ଣ କୁହାଯାଏ ?
(କ) ଭାରତ
(ଖ) ମହାନ୍ ଭାରତ
(ଗ) ଭାରତମ୍
(ଘ) ହିନ୍ଦୁସ୍ଥାନ
Answer:
(ଗ) ଭାରତମ୍

Question 8.
ନିମ୍ନୋକ୍ତ କେଉଁ ପୁରାଣରେ ଭାରତ ବିଷୟରେ ବର୍ଣ୍ଣନା କରାଯାଇଛି ?
(କ) ସ୍କନ୍ଦ ପୁରାଣ
(ଖ) ବିଷ୍ଣୁ ପୁରାଣ
(ଗ) ଲକ୍ଷ୍ମୀ ପୁରାଣ
(ଘ) ରାମାୟଣ
Answer:
(ଖ) ବିଷ୍ଣୁ ପୁରାଣ

Question 9.
ନିମ୍ନୋକ୍ତ କେଉଁଟି ‘ଭାରତବର୍ଷ’ର ପ୍ରକୃତ ଅର୍ଥ ?
(କ) ଭରତ ଦେଶ
(ଖ) ଅନେକ ବର୍ଷର ଭାରତ
(ଗ) ଭାରତ ରାଷ୍ଟ୍ର
(ଘ) ଭରତଙ୍କ ଦେଶ
Answer:
(ଘ) ଭରତଙ୍କ ଦେଶ

Class 6 Social Science Chapter 5 Question Answer Odia Medium ଇଣ୍ଡିଆ, ଅର୍ଥାତ୍ ଭାରତ

Question 10.
ନିମ୍ନୋକ୍ତ କେଉଁଟି ଜମ୍ବୁଦ୍ଵୀପର ପ୍ରକୃତ ଅର୍ଥ ଅଟେ ?
(କ) ଜାମ୍ବବାନଙ୍କ ଦ୍ଵୀପ
(ଗ) ଯବାନମାନଙ୍କ ଦ୍ଵୀପ
(ଖ) ଜାମୁକୋଳି ଗଛର ଦ୍ଵୀପ
(ଘ) ଭାରତ ମହାସାଗରରେ ଥିବା ଦ୍ଵୀପ
Answer:
(ଖ) ଜାମୁକୋଳି ଗଛର ଦ୍ଵୀପ

Question 11.
ନିମ୍ନୋକ୍ତ କେଉଁ ବେଦରେ ‘ସପ୍ତ ସିନ୍ଧବ’ ବା ସାତଟି ନଦୀର ଭୂମି ଭାରତ ବିଷୟରେ ବର୍ଣ୍ଣନା କରାଯାଇଛି ?
(କ) ଋଗ୍‌ ବେଦ
(ଖ) ସାମ୍ବବେଦ
(ଗ) ଯଜୁର୍ବେଦ
(ଘ) ଅଥର୍ବ ବେଦ
Answer:
(କ) ଋଗ୍‌ ବେଦ

Question 12.
ହିମାଳୟ ପର୍ବତମାଳା ଭାରତର କେଉଁ ଦିଗରେ ଅବସ୍ଥିତ ?
(କ) ପୂର୍ବ
(ଖ) ପଶ୍ଚିମ
(ଗ) ଦକ୍ଷିଣ
(ଘ) ଉତ୍ତର
Answer:
(ଘ) ଉତ୍ତର

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବିଷ୍ଣ ପୁରାଣ ଉତ୍ତର-ପଶ୍ଚିମ ଭାରତ
ସପ୍ତସିନ୍ଧବ ଆଜିର ଆସାମ
ପ୍ରାଗ୍ତିଷ ଭାରତ
ବିଷ୍ଣୁ ପୁରାଣ ପ୍ରାଗ୍ତିଷ
ମହାଭାରତ ହିମାଳୟ
ତୁଷାର ଆଚ୍ଛାଦିତ ପର୍ବତ ଜମ୍ବୁଦ୍ବୀପ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବିଷ୍ଣ ପୁରାଣ ଭାରତ
ସପ୍ତସିନ୍ଧବ ଉତ୍ତର-ପଶ୍ଚିମ ଭାରତ
ପ୍ରାଗ୍ତିଷ ଆଜିର ଆସାମ
ମହାଭାରତ ଜମ୍ବୁଦ୍ବୀପ
ତୁଷାର ଆଚ୍ଛାଦିତ ପର୍ବତ । ହିମାଳୟ

Class 6 Social Science Chapter 4 Question Answer Odia Medium ଇତିହାସର ସମୟସୀମା ଏବଂ ଉତ୍ସ

Go through Class 6 Social Science Solutions Odia Medium and Class 6 Social Science Chapter 4 Question Answer Odia Medium ଇତିହାସର ସମୟସୀମା ଏବଂ ଉତ୍ସ to understand textbook questions more clearly.

6th Class Social Science Chapter 4 Question Answer Odia Medium

Class 6 Social Science Chapter 4 Odia Medium

ପ୍ରଶ୍ନ, ଅଭ୍ୟାସ କାର୍ଯ୍ୟ ଏବଂ ପ୍ରକଳ୍ପ :

Question 1.
ଏକ ପ୍ରକଳ୍ପ ଭାବରେ ତୁମ ପାଖରେ ଥିବା ଇତିହାସର ଉତ୍ସ ବ୍ୟବହାର କରି ତୁମ ପରିବାର କିମ୍ବା ଯଦି ତୁମେ ଗ୍ରାମରେ ରହୁଛ, ତେବେ ତୁମ ଗ୍ରାମର ଇତିହାସ ଲେଖ । ତୁମ ଶିକ୍ଷକଙ୍କୁ ତୁମକୁ ମାର୍ଗ ଦର୍ଶନ କରିବାକୁ କୁହ ।
Answer:
(ଏହି ପ୍ରଶ୍ନକୁ ଛାତ୍ରଛାତ୍ରୀମାନେ ନିଜେ କରିବେ । ଏଠାରେ ଆମେ ଏକ ନମୁନା ପ୍ରଦାନ କରୁଛୁ ଯାହା ସେମାନଙ୍କୁ ସାହାଯ୍ୟ କରିବ ।)

ଆମେ ସିଂହପୁର ନାମକ ଓଡ଼ିଶାର ଏକ ଗ୍ରାମରେ ବାସ କରୁଅଛୁ । ଗ୍ରାମ ପଞ୍ଚାୟତ ମାଧ୍ୟମରେ ଆମେ ଏହି ଗ୍ରାମର କେତେକ ଐତିହାସିକ ତଥ୍ୟ ଜାଣିବାକୁ ପାଇଲୁ । ଏହି ଗ୍ରାମର ପୂର୍ବଜମାନେ ପ୍ରାୟ ୧୭୦୦ ବର୍ଷ ପୂର୍ବେ ଅର୍ଥାତ୍‌ ପ୍ରାୟ ୮୦୦ ଖ୍ରୀଷ୍ଟାବ୍ଦରେ ଏଠାକୁ ଆସିଥିଲେ । ମୋର ଜେଜେଙ୍କ ନାମ ଥିଲା ଗୁଲାବର ସିଂହ ଯେକି ୧୯୦୯ ମସିହାରେ ଏହି ଗ୍ରାମରେ ଜନ୍ମ ହୋଇଥିଲେ । ମୁଁ ଏହି ଖବର ଆମ ପରିବାର କାହାଣୀରୁ ଜାଣିଲି । ତାଙ୍କର ଦୁଇପୁତ୍ର ଓ ଦୁଇ ଝିଅ ଥିଲେ । ତାଙ୍କର ଦୁଇ ପୁତ୍ର ମଧ୍ୟରୁ ମୋର ପିତା ଅମର ସିଂହ ଥିଲେ ତାଙ୍କର କନିଷ୍ଠ ପୁତ୍ର । ବର୍ତ୍ତମାନ ଯଦିଓ ଆମେ ବାହାରେ ବସବାସ କରୁଛ ତଥାପି ଗ୍ରାମ ସହିତ ଆମର ସମ୍ପର୍କ ରହିଛି ଓ ଯିବା ଆସିବା ଅଛି । ମୋର ଜେଜେଙ୍କୁ ମୁଁ ଦେଖୁନାହିଁ ତାଙ୍କର ୧୯୯୪ ମସିହାରେ ଦେହାନ୍ତ ହୋଇଥିଲା ।

Question 2.
ଆମେ ଐତିହାସିକମାନଙ୍କୁ ଗୁପ୍ତଚରମାନଙ୍କ ସହ ତୁଳନା କରିପାରିବା କି ?
Answer:
ହଁ ଐତିହାସିକମାନେ ଗୁପ୍ତଚରମାନଙ୍କ ସହ ତୁଳନା ହୋଇପାରିବେ କାରଣ ଉଭୟଙ୍କର ଲକ୍ଷ୍ୟ ହେଉଛି ସତ୍ୟର ଅନୁସନ୍ଧାନ । ସେମାନଙ୍କ ମଧ୍ୟରେ ଏକ ତୁଳନାତ୍ମକ ବିବରଣୀ ନିମ୍ନରେ ପ୍ରଦାନ କରାଗଲା । ଐତିହାସିକ :

(୧) ଐତିହାସିକମାନେ ପ୍ରାଥମିକ ଏବଂ ଅନ୍ୟାନ୍ୟ ଗୌଣ ତଥ୍ୟ ଯଥା ଚିଠିପତ୍ର, ଡାଇରୀ, ସରକାରୀ କାଗଜପତ୍ର ଓ. ଦ୍ରବ୍ୟ, ଅନ୍ୟାନ୍ୟ କାଗଜପତ୍ର, ରାଜିନାମା ଇତ୍ୟାଦିକୁ ବିଶ୍ଳେଷଣ କରିଥା’ନ୍ତି ।

(୨) ଐତିହାସିକମାନେ ବିଶ୍ୱସନୀୟତା ଏବଂ ପ୍ରଭାବିତ ଉତ୍ସକୁ ପରୀକ୍ଷା କରନ୍ତି, ମିଳିଥିବା ତଥ୍ୟକୁ ପୁନଃ ଅନୁଧ୍ୟାନ କରନ୍ତି ଏବଂ ତା’ପରେ ଘଟଣାକୁ ତା’ର ଐତିହାସିକ ପରିପ୍ରେକ୍ଷୀରେ ଉପସ୍ଥାପନା କରନ୍ତି ।

(୩) ଐତିହାସିକମାନେ ସେମାନଙ୍କୁ ମିଳିଥିବା ତଥ୍ୟର ସଙ୍ଗତ ବିବରଣୀ ତିଆରି କରନ୍ତି ଯାହାକି ବ୍ୟକ୍ତିବିଶେଷଙ୍କ କାର୍ଯ୍ୟାବଳୀ ଏବଂ ଐତିହାସିକ ଘଟଣାର ଏକ ଗ୍ରହଣୀୟ କାରଣ ଦର୍ଶାଇଥା’ନ୍ତି ।

(୪) ଐତିହାସିକମାନେ କାଗଜପତ୍ର ଏବଂ ଦ୍ରବ୍ୟଗୁଡ଼ିକୁ ଅତି ନିକଟରୁ ଦେଖୁ ବିଶ୍ଳେଷଣ କରନ୍ତି ।

(୫) ଐତିହାସିକମାନେ ଅତୀତର ଘଟଣାକୁ ଇତିହାସରେ ସ୍ଥାନ ଦେଲାବେଳେ ରହିଯାଇଥିବା ଘଟଣାକୁ ମଧ୍ୟ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରନ୍ତି ।

ଗୁପ୍ତଚର :
(୧) ଗୁପ୍ତଚରମାନେ ତଥ୍ୟ ସଂଗ୍ରହ କରନ୍ତି, ସାକ୍ଷୀମାନଙ୍କୁ ପଚରାଉଚରା କରନ୍ତି, ଅପରାତ୍ମକ ଦୃଶ୍ୟକୁ ବିଶ୍ଳେଷଣ କରି ବୁଝିବାକୁ ଚେଷ୍ଟା କରନ୍ତି ଯେ ଏହା କ’ଣ ପାଇଁ ଘଟିଲା ।

(୨) ଗୁପ୍ତଚରମାନେ ତଥ୍ୟର ବିଶ୍ଵସନୀୟତାକୁ ସମୀକ୍ଷା କରନ୍ତି ଏବଂ ସତ୍ୟତା ବାହାର କରିବାପାଇଁ ପାରିପାର୍ଶ୍ଵକ ପ୍ରମାଣକୁ ବିଶ୍ଳେଷଣ କରନ୍ତି ।

(୩) ଗୁପ୍ତଚରମାନେ ଏକ ଅପରାଧ୍ଵକ ଘଟଣାକୁ ପୁନଃ ତିଆରି କରି ତା’ର କ୍ରମ ନିର୍ଦ୍ଧାରଣ କରିଥା’ନ୍ତି ଏବଂ କାହିଁକି ଅପରାଧୀ ଏହି ଅପରାଧ କଲା ତାର ଏକ ତର୍କୀୟ ଉପସଂହାର ବାହାର କରିଥା’ନ୍ତି । ଛୋଟ ଛୋଟ ଘଟଣାକୁ ଅନୁସନ୍ଧାନ କରିଥା’ନ୍ତି ।

(୪) ଗୁପ୍ତଚରମାନେ ଏକ ଅପରାଧରେ ଘଟିଥିବା

(୫) ଗୁପ୍ତଚରମାନେ ବିଭ୍ରାନ୍ତିକୁ ଦୂରକରିବା ସହ ଛୋଟ ଛୋଟ ଘଟଣାକୁ ଏକାଠି କରି ଅପରାଧୀର ଉଦ୍ଦେଶ୍ୟକୁ ବୁଝିବାକୁ ଚେଷ୍ଟା କରିଥା’ନ୍ତି ।

Question 3.
ତାରିଖ ସହିତ କିଛି ଅଭ୍ୟାସ କାର୍ଯ୍ୟ :
Question (i)
ଏହି ତାରିଖଗୁଡ଼ିକୁ ସମୟରେଖାରେ କ୍ରମାନ୍ୱୟରେ ରଖନ୍ତୁ । ୩୨୩ ଖ୍ରୀଷ୍ଟାବ୍ଦ, ୩୨. ଖ୍ରୀଷ୍ଟପୂର୍ବ, ୧୦୦ ଖ୍ରୀଷ୍ଟାବ୍ଦ, ୧୦୦ ଖ୍ରୀଷ୍ଟପୂର୍ବ, ୧୯୦୦ ଖ୍ରୀଷ୍ଟପୂର୍ବ, ୧୦୯୦ ଖ୍ରୀଷ୍ଟାବ୍ଦ, ୨୦୨୪ ଖ୍ରୀଷ୍ଟାବ୍ଦ
Answer:

ଖ୍ରୀଷ୍ଟପୂର୍ବ ଖ୍ରୀଷ୍ଟାବ୍ଦ
୧୯୦୦ ୩୨୩ ୧୦୦ ୧୦୦ ୩୨୩ ୧୦୯୦ ୨୦୨୪
BCE/BC BCE BCE/BC AD/CE AD/CE AD/CE AD/CE

Question (ii).
ଯଦି ରାଜା ଚନ୍ଦ୍ରଗୁପ୍ତ ୩୨୦ ଖ୍ରୀଷ୍ଟାବ୍ଦରେ (CE) ଜନ୍ମଗ୍ରହଣ କରିଥା’ନ୍ତେ, ତେବେ ସେ କେଉଁ ଶତାବ୍ଦୀର ବୋଲି ଗଣାଯାଆନ୍ତି ଏବଂ ବୁଦ୍ଧଙ୍କ ଜନ୍ମ ପରେ ଏହା କେତେ ବର୍ଷ ଥିଲା ?
Answer:
ପ୍ରଶ୍ନ ଅନୁଯାୟୀ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଚତୁର୍ଥ ଶତାବ୍ଦୀରେ ଜନ୍ମଗ୍ରହଣ କରିଥା’ନ୍ତେ । ସେ ଯଦି ୩୨୦ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରନ୍ତି ଏବଂ ବୁଦ୍ଧ ୫୬୦ ଖ୍ରୀଷ୍ଟପୂର୍ବରେ ଜନ୍ମଗ୍ରହଣ କରିଥାନ୍ତି, ତେବେ ବୁଦ୍ଧ
ଚନ୍ଦ୍ରଗୁପ୍ତଙ୍କଠାରୁ ୩୨୦ + ୫୬୦ – ୧ = ୮୮୦ – ୧ = ୮୭୯ ବର୍ଷ ବଡ଼ ।
ଏହାର ଅର୍ଥ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ବୁଦ୍ଧଦେବ ଜନ୍ମ ହେବାର ୮୭୯ ବର୍ଷ ପରେ ଜନ୍ମ ହୋଇଛନ୍ତି ।

Question (iii).
ଝାନ୍ସୀର ରାଣୀ ୧୮୨୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ କେଉଁ ଶତାବ୍ଦୀର ଥିଲେ ? ଭାରତର ସ୍ଵାଧୀନତା ପୂର୍ବରୁ ଏହା କେତେ ବର୍ଷ ଥିଲା ?
Answer:
ଝାନ୍‌ସୀର ରାଣୀ ୧୮୨୮ ମସିହାରେ ଜନ୍ମଗ୍ରହଣ କରିଥିଲେ ଅର୍ଥାତ୍ ସେ ଉନବିଂଶ ଶତାବ୍ଦୀରେ ଥିଲେ । ଭାରତ ୧୯୪୭ ମସିହାରେ ସ୍ଵାଧୀନତା ଲାଭକଲା । ଏହା ରାଣୀ ଲକ୍ଷ୍ମୀବାଈଙ୍କ ଜନ୍ମର ୧୯୪୭ – ୧୮୨୮ = ୧୧୯ ବର୍ଷ ପରେ ।
ତେବେ, ରାଣୀ ଲକ୍ଷ୍ମୀବାଈ ଭାରତ ସ୍ଵାଧୀନତା ହେବାର ୧୧୯ ବର୍ଷ ପୂର୍ବେ ଜନ୍ମହୋଇଥିଲେ ।

Question (iv).
୧୨,୦୦୦ ବର୍ଷ ପୂର୍ବକୁ ଏକ ତାରିଖରେ ପରିଣତ କର ।
Answer:
ବର୍ତ୍ତମାନ ୨୦୨୫ ମସିହାକୁ ଧରି ୧୨୦୦୦ ବର୍ଷ ପୂର୍ବେ ଏକ ତାରିଖ ସ୍ଥିର କରିବା ।
୧୨୦୦୦ – ୨୦୨୫ = ୯୯୭୫ + ୧ = ୯୯୭୬ BCE, ଅର୍ଥାତ୍ ଖ୍ରୀଷ୍ଟପୂର୍ବ ୯୯୭୬

Class 6 Social Science Chapter 4 Question Answer Odia Medium ଇତିହାସର ସମୟସୀମା ଏବଂ ଉତ୍ସ

Question 4.
ନିକଟସ୍ଥ ସଂଗ୍ରହାଳୟ ପରିଦର୍ଶନ ପାଇଁ ଯୋଜନା କର । ସଂଗ୍ରହାଳୟରେ କେଉଁ ପ୍ରକାରର ପ୍ରଦର୍ଶନୀ ରହିଛି ସେ ବିଷୟରେ କିଛି ପୂର୍ବ ଗବେଷଣା ସହିତ ପରିଦର୍ଶନ ପାଇଁ ପ୍ରସ୍ତୁତ କରାଯିବା ଉଚିତ । ଭ୍ରମଣ ସମୟର ଅନୁଭୂତିକୁ ଖାତାରେ ଲେଖ । ପରିଦର୍ଶନ ଏବଂ ପ୍ରଦର୍ଶନୀ ବିଷୟରେ କ’ଣ ଅପ୍ରତ୍ୟାଶିତ ଆକର୍ଷଣୀୟ |ମଜାଦାର ଥିଲା ତାହା ଉପରେ ଆଲୋକପାତ କରି ପରେ ଏକ ସଂକ୍ଷିପ୍ତ ବିବରଣୀ ଲେଖ ।
Answer:
ଏହି ପ୍ରଶ୍ନର ଉତ୍ତର ଛାତ୍ରଛାତ୍ରୀମାନେ ନିଜେ କରିବା ଆବଶ୍ୟକ ।
ତଥାପି ସେମାନଙ୍କ ବୁଝିବାପାଇଁ ଏକ ଉଦାହରଣ ପ୍ରଦାନ କରାଗଲା ।

ସଂଗ୍ରହାଳୟ ପରିଦର୍ଶନ :
ପ୍ରସ୍ତୁତି (Preparation) : ଓଡ଼ିଶା ସରକାରଙ୍କ ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ ପୂର୍ବରୁ ମୁଁ ପ୍ରଥମେ ୱେବ୍‌ସାଇଟ୍‌ରେ ଜାଣିବାକୁ ପାଇଲି ଯେ ସଂଗ୍ରହାଳୟରେ ଅନେକ ପୁରାତନ ଜିନିଷ ବା ଦ୍ରବ୍ୟ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ସଂଗ୍ରହ କରି ରଖାଯାଇଛି । ସେଗୁଡ଼ିକ ମଧ୍ୟରେ ଅନେକ ପୁରାତନ ଦ୍ରବ୍ୟ ଯଥା ବିଭିନ୍ନ ସମୟର ଟେରାକୋଟା ମୂର୍ତ୍ତି, ମାଟିପାତ୍ର, ସିଲ୍ ଓ ଅଳଙ୍କାର ରଖାଯାଇଛି । ଏତଦ୍‌ବ୍ୟତୀତ ରାଜା ଓ ମହାରାଜାମାନେ ବ୍ୟବହାର କରୁଥିବା ଖଡ୍‌ଗ, ମୁକୁଟ, ଢାଲ, ବର୍ଚ୍ଛା, ଜାମା ଇତ୍ୟାଦି ଅଛି ।

ପରିଦର୍ଶନ ସମୟରେ (During the visit) : ମୁଁ ଆଉ ମୋର କିଛି ସାଙ୍ଗ ସଂଗ୍ରହାଳୟ ପରିଦର୍ଶନ ସମୟରେ ପ୍ରତ୍ୟେକ ଦ୍ରବ୍ୟକୁ ଭଲଭାବରେ ଦେଖୁଥିଲୁ । ଏହା କେଉଁ ସମୟର ଓ କେଉଁଠାରୁ ସଂଗ୍ରହ କରାଯାଇଛି ତାହାସବୁ ଏକ ନୋଟ୍ ଖାତାରେ ମୁଁ ଲେଖୁଲି । ଓଡ଼ିଶାରେ ଶାସନ କରୁଥିବା ଭୌମବଂଶ, ଗଙ୍ଗବଂଶ, ସୂର୍ଯ୍ୟବଂଶର ରାଜାମାନଙ୍କର କିଛି ତଥ୍ୟ ସଂଗ୍ରହ କଲୁ । ଓଡ଼ିଶାରେ ଜୈନଧର୍ମ ଓ ବୌଦ୍ଧଧର୍ମର କିଛି ଦ୍ରବ୍ୟ ଓ ମୂର୍ତ୍ତି ମଧ୍ୟ ଦେଖୁଲୁ । ଭାରତର ମଧ୍ୟଯୁଗର କିଛି କଳା, ଭାସ୍କର୍ଯ୍ୟ ଓ ବସ୍ତ୍ର ମଧ୍ୟ ଦେଖୁଲୁ ।

ବିବରଣୀ (Report) : ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ ବହୁତ ଶିକ୍ଷଣୀୟ ଥିଲା । ସବୁଠାରୁ ମଜାଦାର ଥିଲା ଟେରାକୋଟା ମୂର୍ତ୍ତି ଏବଂ ରାଜା ଓ ମହାରାଜାଙ୍କ ଖଡ୍‌ଗ । ଏତଦ୍‌ବ୍ୟତୀତ ମାଟିପାତ୍ରର ବିଭିନ୍ନ ସୁନ୍ଦର ଦ୍ରବ୍ୟ, ସିଲ୍, ଅଳଙ୍କାର, ବୌଦ୍ଧମୂର୍ତ୍ତି, ଚିତ୍ରକଳା ଥୁଲା ମନୋମୁଗ୍‌ଧକର । ଓଡ଼ିଆ ସଂସ୍କୃତିର କିଛି ଝଲକ ଆମ ଆଖୁ ଖୋସି ଦେଇଥିଲା ।

Question 5.
ତୁମ ବିଦ୍ୟାଳୟକୁ ଜଣେ ପ୍ରତତ୍ତ୍ବବିତ୍ କିମ୍ବା ଐତିହାସିକଙ୍କୁ ନିମନ୍ତ୍ରଣ କର ଏବଂ ସେମାନଙ୍କୁ ତୁମ ଅଞ୍ଚଳର ଇତିହାସ ବିଷୟରେ ଏବଂ ଏହା ଜାଣିବା କାହିଁକି ଆବଶ୍ୟକ ଅଟେ, ସେ ବିଷୟରେ କହିବାକୁ କୁହ ।
Answer:
ଏହା ଶ୍ରେଣୀଗୃହର କାର୍ଯ୍ୟ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଆମେ ଐତିହାସିକ ସମୟକୁ କିପରି ମାପ କରୁ ?
Answer:
ଐତିହାସିକ ସମୟକୁ ବିଭିନ୍ନ ଉପାୟରେ ମାପ କରାଯାଏ । ମୁଖ୍ୟ ଘଟଣାମାନ ଯଥା ଜଣେ ରାଜାଙ୍କର ରାଜତ୍ଵ ଆରମ୍ଭର ଦିନକୁ ଏକ ନୂଆଯୁଗର ଆରମ୍ଭ ବୋଲି ମନେକରି ସେହିଦିନଠାରୁ ସମୟ ବା ତାରିଖକୁ ଗଣନା କରାଯାଏ ବା ଅବ୍ଦ ପ୍ରଚଳନ କରାଯାଏ । ସେହିପରି ବିଭିନ୍ନ ପ୍ରକାରର କ୍ୟାଲେଣ୍ଡର ବା ଦିନ ପଞ୍ଜିକା ଅନୁସାରେ ସମୟର ଗଣନା କରାଯାଏ । ଭାରତୀୟ କ୍ୟାଲେଣ୍ଡରର ପଞ୍ଚାଙ୍ଗ ଏବଂ ଗ୍ରେଗୋରିୟାନ କ୍ୟାଲେଣ୍ଡର ଅନୁସାରେ ମଧ୍ୟ ସମୟକୁ ମାପକରାଯାଏ ।

ଗ୍ରେଗୋରିଆନ କ୍ୟାଲେଣ୍ଡର ଯୀଶୁଙ୍କ ଜନ୍ମ ବର୍ଷଠାରୁ ଆରମ୍ଭ ହୋଇଛି । ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ପରଠାରୁ ସମୟକୁ AD ବା CE (Common Era) କୁହାଯାଏ । ସେହିପରି ଯୀଶୁଙ୍କ ଜନ୍ମ ପୂର୍ବର ସମୟକୁ ଖ୍ରୀଷ୍ଟପୂର୍ବ BCE କୁହାଯାଏ ।

Question 2.
ଇତିହାସକୁ ବୁଝିବା ବା ଜାଣିବାପାଇଁ କିପରି ବିଭିନ୍ନ ଉପାଦାନ ବା ଉତ୍ସ ସହାୟକ ହୋଇଥାଏ ?
Answer:
ଇତିହାସକୁ ବୁଝିବାପାଇଁ ବା ଜାଣିବା ପାଇଁ ଅନେକଗୁଡ଼ିଏ ଉପାଦାନ ଆମର ସହାୟକ ହୋଇଥା’ନ୍ତି । ସେଗୁଡ଼ିକ ଆମକୁ ଅନେକ ପ୍ରାମାଣିକ ତଥ୍ୟ, ବିଭିନ୍ନ ଦୃଷ୍ଟିଭଙ୍ଗୀ ଓ ପାରିପାର୍ଶ୍ବକ ଧାରଣା ଯୋଗାଇ ଦେଇଥା’ନ୍ତି । ନିମ୍ନରେ ବିଭିନ୍ନ ପ୍ରକାରର ଉପାଦାନ ସମ୍ପର୍କରେ ତଥ୍ୟ ପ୍ରଦାତ୍ତ କରାଯାଇଛି ।

(୧) ପ୍ରାଥମିକ ଉପାଦାନ – ମୂଳ ପାଣ୍ଡୁଲିପି ବା ଲିଖ୍ କାଗଜପତ୍ର ଏବଂ ଭୌତିକ ବସ୍ତୁଗୁଡ଼ିକର ଅଧ୍ୟୟନ । ଉଦାହରଣ ସ୍ଵରୂପ- ଅଭିଲେଖମାନ, ପ୍ରାଚୀନ ସାହିତ୍ୟ, ଚିଠିପତ୍ର, ଡାଇରୀ, ସରକାରୀ କାଗଜପତ୍ର, ଫଟୋଚିତ୍ର, ପୁରାତନ ଦ୍ରବ୍ୟ ଏବଂ ଖବରକାଗଜ ଇତ୍ୟାଦି ପ୍ରାଥମିକ ଉପାଦାନଗୁଡ଼ିକ ଇତିହାସକୁ ଜାଣିବା ବା ଲେଖିବାରେ ସହାୟକ ହୋଇଥାଏ ।

(୨) ଦ୍ଵିତୀୟ ବା ପରବର୍ତୀ ଉପାଦାନ – ଯେଉଁସବୁ କାର୍ଯ୍ୟଗୁଡ଼ିକ ପ୍ରାଥମିକ ଉପାଦାନକୁ ବ୍ୟାଖ୍ୟା, ବିଶ୍ଳେଷଣ କିମ୍ବା ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବାରେ ସହାୟକ ହୋଇଥାଏ ସେଗୁଡ଼ିକୁ ସେକେଣ୍ଡାରୀ ଉପାଦାନ କୁହାଯାଏ । ଉଦାହରଣ ସ୍ଵରୂପ- ପୁସ୍ତକ, ଲେଖା, ଦଲିଲ୍ ଓ ଦସ୍ତାବିଜ୍ ଓ ସମୀକ୍ଷାଦ୍ୱାରା ଇତ୍ୟାଦିଦ୍ୱାରା ଇତିହାସକୁ ବୁଝିବା ସହଜ ହୋଇଥାଏ ।

(୩) ମୌଖ୍ୟକ ଇତିହାସ – ଅଭିଜ୍ଞ ବ୍ୟକ୍ତି ବା ଐତିହାସିକମାନଙ୍କର ରେକର୍ଡ଼ କରି ରଖାଯାଇଥ‌ିବା ସାକ୍ଷାତକାର କିମ୍ବା ସେମାନଙ୍କର କଥ୍ତ ବିବରଣୀ ଇତ୍ୟାଦିକୁ ଇତିହାସର ଉପାଦାନ ରୂପେ ମଧ୍ୟ ଗ୍ରହଣ କରାଯାଏ ।

Question 3.
ଆଦିମ ମାନବମାନେ କିପରି ବସବାସ କରୁଥିଲେ ?
Answer:
ଆଦିମ ମାନବକୁ ମଧ୍ଯ ପୁରାତନ ପ୍ରସ୍ତର ଯୁଗର ମାନବ କୁହାଯାଏ, ଯେଉଁମାନଙ୍କର ଆବିର୍ଭାବ ପୃଥ‌ିବୀ ପୃଷ୍ଠରେ ୨.୫ ଲକ୍ଷ ବର୍ଷରୁ ୧୦,୦୦୦ ବର୍ଷ ମଧ୍ୟରେ ହୋଇଥିଲା । ନିମ୍ନରେ ସେମାନଙ୍କ ବିଷୟରେ ସୂଚନା ଦିଆଯାଇଛି ।

(୧) ଯାଯାବର ଓ ଶିକାରୀ–ସଂଗ୍ରହକାରୀ ଏମାନେ ଦଳ ଦଳ ହୋଇ ଭ୍ରମଣ କରୁଥିଲେ । ବାଟରେ ଗଲାବେଳେ ପଥରେ ଅସ୍ଥାୟୀ ବସତି ସ୍ଥାପନ କରୁଥିଲେ । ପଶୁପକ୍ଷୀ ଶିକାର କରି କିମ୍ବା ଫଳମୂଳ ସଂଗ୍ରହ କରି ପେଟ ପୋଷୁଥିଲେ । ମାଛ ଧରି ମଧ୍ୟ ଖାଉଥିଲେ ।

(୨) ବାସସ୍ଥାନ – ସେମାନେ ଗଛର ଡାଳ, ପଥର, ପଶୁଚମଡ଼ା ଓ ଅନ୍ୟାନ୍ୟ ପ୍ରାକୃତିକ ଦ୍ରବ୍ୟ ବ୍ୟବହାର କରି ଘର ନିର୍ମାଣ କରି ଅସ୍ଥାୟୀଭାବେ ବସବାସ କରୁଥିଲେ ।

(୩) ସରଞ୍ଜାମ – ସେମାନେ ପଥରରେ ବିଭିନ୍ନ ସରଞ୍ଜାମ ଯଥା- ମୁଣ୍ଡିଆ ଛୁରୀ, ହାତ କୁରାଢ଼ି ଏବଂ ରାଞ୍ଚିବା ସରଞ୍ଜାମ ଇତ୍ୟାଦି ତିଆରି କରି ପଶୁ ଶିକାର ଏବଂ ଖାଦ୍ୟ ସଂଗ୍ରହ ଓ ପ୍ରସ୍ତୁତି କାର୍ଯ୍ୟରେ ବ୍ୟବହାର କରୁଥିଲେ ।

(୪) ପୋଷାକ ପରିଧାନ – ସେମାନେ ସାଧାରଣତଃ ପଶୁ ଚମଡ଼ା, ଲୋମ ଏବଂ ଗଛତନ୍ତୁରେ ତିଆରି ପୋଷାକ ପରିଧାନ କରୁଥିଲେ । ହିଂସ୍ରଜନ୍ତୁଙ୍କ ଆକ୍ରମଣରୁ ସୁରକ୍ଷା ପାଇଁ ମୁଣ୍ଡା ପଥର ଓ ଅଗ୍ନିର ବ୍ୟବହାର କରୁଥିଲେ ।

Question 4.
କୃଷି ଉତ୍ପାଦନ କରିବାର ପ୍ରକ୍ରିୟା ଆବିଷ୍କାର ପରେ ଆଦିମାନବଙ୍କ ଜୀବନରେ କି ପରିବର୍ତ୍ତନମାନ ଆସିଥିଲା ?
Answer:
ଆଦିମ ମାନବ ପ୍ରାଥମିକ ଅବସ୍ଥାରେ ବଣ ଜଙ୍ଗଲରେ ବାସ କରୁଥିଲା । ଦଳବଦ୍ଧଭାବେ ଖାଦ୍ୟ ଅନ୍ଵେଷଣରେ ଏ ସ୍ଥାନରୁ ସେ ସ୍ଥାନକୁ ଭ୍ରମଣ କରୁଥିଲା । ମୁଖ୍ୟତଃ ସେତେବେଳେ ସେମାନଙ୍କର ଜୀବନ ଥିଲା ଶିକାରୀ ଓ ଖାଦ୍ୟ ସଂଗ୍ରହକାରୀର ଜୀବନ । ପ୍ରକୃତିରେ ଗଚ୍ଛିତ ଫଳ ଓ ମୂଳ ଇତ୍ୟାଦିକୁ ସେମାନେ ସଂଗ୍ରହ କରି ଖାଉଥିଲେ । ତା’ ସାଙ୍ଗକୁ ସେମାନେ ପଶୁ ଓ ପକ୍ଷୀ ଶିକାର କରି ସେମାନଙ୍କ ମାଂସ ଆହରଣ କରୁଥିଲେ ଆଦିମ ମାନବ ବିଶେଷକରି ପୁରାତନ ପ୍ରସ୍ତର ଯୁଗରେ ହଜାର ହଜାର ବର୍ଷ ଏହି ଜୀବନ ବିତାଉଥିଲା ।

କାଳକ୍ରମେ ସେମାନେ କୃଷି ଉତ୍ପାଦନ କରିବା ଶିଖୁଲେ । ଫଳ ଖାଇ ଫୋପାଡ଼ି ଦେଉଥ‌ିବା ମଞ୍ଜିରୁ ଗଛ ହେବାର ଦେଖିବାପରେ ଆସ୍ତେ ଆସ୍ତେ କୃଷିଭିତ୍ତିକ ଜ୍ଞାନ ପ୍ରାପ୍ତ ହେଲେ । କୃଷିର ଉନ୍ନତି ସେମାନଙ୍କ ଜୀବନର ଏକ ବିରାଟ ପରିବର୍ତ୍ତନ ଆଣିଲା । ସେମାନେ ଯଯାବର ଜୀବନକୁ ପରିତ୍ୟାଗ କରି ଏକ ସ୍ଥାନରେ ସ୍ଥାୟୀ ବସତି ସ୍ଥାପନ କରି ରହିବା ଆରମ୍ଭ କଲେ । ବିଶେଷକରି ସେମାନେ ନଦୀ, ଝରଣା ଇତ୍ୟାଦି ଜଳ ଉପଲବ୍ଧ ହେଉଥ‌ିବା ସ୍ଥାନକୁ ଉଚିତ ମନେକରି ସେଠାରେ ସ୍ଥାୟୀ ବାସିନ୍ଦା ଭାବରେ ରହିଲେ । ଏକ ବିସ୍ତୀର୍ଣ୍ଣ ଅଞ୍ଚଳକୁ ହାଣି ମାଟିକୁ ସମତୁଲ କରି ମଞ୍ଜି ବୁଣି କୃଷି କଲେ । କାଳକ୍ରମେ ସେମାନେ ବିଭିନ୍ନ ପ୍ରକାରର ଫସଲ ଚାଷ କରିବା ସହିତ ଗୋପାଳନ କଲେ । ଅନ୍ୟାନ୍ୟ ପଶୁ ଯଥା ଛେଳି, ମେଣ୍ଢା, ମଇଁଷି ଇତ୍ୟାଦିକୁ ପ୍ରାଣୀକୁ ମଧ୍ୟ ଗୃହପାଳିତ କଲେ ।

ସେମାନେ ବାଉଁଶ, ନଡ଼ା, କାଠ, ମାଟିରେ କୁଡ଼ିଆଘର କରି ରହିଲେ ଏବଂ କାଳକ୍ରମେ ସେଥୁରେ ସେମାନେ ପରିବର୍ତ୍ତନ ଆଣି ଅଧୂକ ଘର ସହିତ ବଡ଼ ବଡ଼ ଘର କଲେ । ଲୋକସଂଖ୍ୟା ବଢ଼ିବାରୁ କ୍ରମେ ଗ୍ରାମ ସୃଷ୍ଟିହେଲା । ଗ୍ରାମରେ ଏକ ସାମାଜିକ ଜୀବନ ବ୍ୟବସ୍ଥା ସୁସଙ୍ଘଟିତ ହେବା ସହିତ ଅନେକ ସାଂସ୍କୃତିକ କାର୍ଯ୍ୟ, ପୂଜା, ବିଧ୍ଵ ରୀତିନୀତି ଗଢ଼ିଉଠିଲା । ଆସ୍ତେ ଆସ୍ତେ ଅଧ‌ିକ ଗ୍ରାମ ସୃଷ୍ଟିହେବା ସହିତ ମାନବ ସମାଜ ସୃଷ୍ଟି ହେବାକୁ ଲାଗିଲା । ବିବାହ ଆଦି ଆନୁଷ୍ଠାନିକ କାର୍ଯ୍ୟ ସମ୍ପାଦିତ ହେଲା । କ୍ରମେ ବୈଦିକଯୁଗର ପ୍ରବେଶ ଏବଂ ବୈଦିଗ୍ ରୀତିନୀତିର ଜୀବନ ମଣିଷକୁ ସୁସଭ୍ୟ କରି ଗଢ଼ିତୋଳିଲା । ଗ୍ରାମର ମୁଖୁଆମାନେ ଚୟନ ହୋଇ ଶାନ୍ତିଶୃଙ୍ଖଳା ଏବଂ ଧନ ଜୀବନର ସୁରକ୍ଷା କରାଯାଇପାରିଲା ।

Question 5.
ଇତିହାସର ବିଭିନ୍ନ ଉପାଦାନଗୁଡ଼ିକ କ’ଣ ? ସାହିତ୍ୟିକ ଉପାଦାନ କିପରି ଇତିହାସ ଲିଖନରେ ସହାୟକ ହୋଇଥିଲା ?
Answer:
ସାଧାରଣତଃ ଇତିହାସର ଚାରୋଟି ମୁଖ୍ୟ ଉପାଦାନ ଅଛି । ସେଗୁଡ଼ିକ ହେଲା- (୧) ମୌକ ଉପାଦାନ, (୨) ପ୍ରନ୍‌ତ୍ଵିକ ଉପାଦାନ, (୩) ସାହିତ୍ୟିକ ଉପାଦାନ, (୪) କଳାକୃତି ଉପାଦାନ । ମୌକ ଉପାଦାନ ବିଭିନ୍ନ କାହାଣୀ ଓ ଲୋକକଥାକୁ ନେଇ ସୃଷ୍ଟି ହୋଇଥାଏ ଯାହା ମୌଖ୍ୟକ ଭାବରେ ପୁରୁଷ ପୁରୁଷ ଧରି ଶୁଣାକଥା ରୂପେ ସମାଜରେ ରହିଥାଏ । ପ୍ରନୃତାତ୍ତ୍ଵିକ ଉପାଦାନଗୁଡ଼ିକ ହେଲା ଅତୀତର ବସ୍ତୁ ରୂପରେ ରହିଥିବା ବିଭିନ୍ନ ଜିନିଷର ଅବଶିଷ୍ଟାଶ ଯଥା- ସୌଧ, ସ୍ତୁପ, ମାନବ ଓ ପ୍ରାଣୀଙ୍କ କଙ୍କାଳ, ଉଭିଦର ଜୀବାଶ୍ମ, ଅସ୍ତ୍ରଶସ୍ତ୍ର, ସରଞ୍ଜାମ, ଟେରାକୋଟା ମୂର୍ତ୍ତି ଇତ୍ୟାଦି । ସେହିପରି ସାହିତ୍ୟିକ ଉପାଦାନଗୁଡ଼ିକ ହେଲା ବେଦ, ପୁରାଣ, ଧର୍ମଗ୍ରନ୍ଥ, କାବ୍ୟ, ନାଟକ, ଇତିହାସ ପୁସ୍ତକ, କାହାଣୀ, ଭ୍ରମଣ ବୃତ୍ତାନ୍ତ ବିବରଣୀ ଇତ୍ୟାଦି । କଳାକୃତି ଉପାଦାନଗୁଡ଼ିକ ହେଲା ଚିତ୍ରକଳା, ଭାସ୍କର୍ଯ୍ୟ ଓ ପ୍ୟାନେଲ୍ ଇତ୍ୟାଦି ।

ସାହିତ୍ୟିକ ଉପାଦାନଗୁଡ଼ିକ ହେଲା ଇତିହାସର ଲିଖ୍ ଉପାଦାନ । ଧର୍ମଗ୍ରନ୍ଥକୁ ବାଦେଲେ, ଅନେକଗୁଡ଼ିଏ, ଧର୍ମନିରପେକ୍ଷ ପୁସ୍ତକ ବା ଲେଖା ରହିଛି, ତାହା ଇତିହାସ ରଚନା ପାଇଁ ଅତ୍ୟନ୍ତ ଉପାଦେୟ, ଯଥା- କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର । ଏହି ପୁସ୍ତକଟିରେ ମୌର୍ଯ୍ୟଯୁଗର ପ୍ରଶାସନିକ ବ୍ୟବସ୍ଥା ଉପରେ ଆଲୋକପାତ କରାଯାଇଛି । ସେହିପରି ବୈଦେଶିକ ବିବରଣୀ ଯଥା ମେଘାସ୍ଥିନିସ୍‌ଙ୍କ ଇଣ୍ଡିକା ଯାହାକି ମୌର୍ଯ୍ୟ ଶାସନ ଉପରେ ବିବରଣୀ ପ୍ରଦାନ କରେ । ଏତଦ୍‌ବ୍ୟତୀତ ଫାହିୟାନ ଓ ହୁଏନ୍‌ସାଂଙ୍କ ବିବରଣୀ ମଧ୍ୟ ଭାରତ ଇତିହାସ ଲିଖନ କ୍ଷେତ୍ରରେ ବିଶେଷ ସହାୟକ ହୋଇଅଛି । ଧର୍ମପୁସ୍ତକ ରୂପେ ବେଦ, ପୁରାଣ, ଉପନିଷଦ, ତ୍ରିପିଟକ ଆଦି ଭାରତ ଇତିହାସ ପୁନଃଗଠନରେ ବିଶେଷ ସହାୟକ ହୋଇଅଛି । ସୁତରାଂ ସାହିତ୍ୟିକ ଉପାଦାନ ଇତିହାସ ରଚନାରେ ବିଶେଷ ଗୁରୁତ୍ଵ ବହନ କରେ ।

Class 6 Social Science Chapter 4 Question Answer Odia Medium ଇତିହାସର ସମୟସୀମା ଏବଂ ଉତ୍ସ

ଆସ ଅନୁସନ୍ଧାନ କରିବା :

Question 1.
ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ କୌଣସି ବର୍ଷ ‘ଶୂନ୍ୟ ବର୍ଷ’ ଭାବେ ଗଣନା କରାଯାଇନାହିଁ । ପରନ୍ତୁ ପ୍ରଥମ ଖ୍ରୀଷ୍ଟପୂର୍ବର ଅବଧୂ ପରେ ପ୍ରଥମ ଖ୍ରୀଷ୍ଟାବ୍ଦ ସଙ୍ଗେସଙ୍ଗେ ଗଣନା ହୋଇଥାଏ । ଖ୍ରୀଷ୍ଟପୂର୍ବ ୨ରୁ ୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ, ପ୍ରତିବର୍ଷକୁ ଚିହ୍ନଟ କରି ଏକ ସମୟରେଖା ପ୍ରସ୍ତୁତ କଲେ ଆମେ ଜାଣିବା ଯେ, ସେହି ଦୁଇଟି ତାରିଖ ମଧ୍ୟରେ ମାତ୍ର ୩ ବର୍ଷ ହୋଇଛି ।

Question 2.
ତେଣୁ ଏକ ବିଫୋର କମନ୍ ଏରା (BCE) ବା ଖ୍ରୀଷ୍ଟପୂର୍ବର ତାରିଖ ଏବଂ କମନ୍ ଏରା (CE) ବା ଖ୍ରୀଷ୍ଟାବ୍ଦ ତାରିଖ ମଧ୍ୟରେ ବର୍ଷ ସଂଖ୍ୟା ଗଣନା କରିବାକୁ, ସେଗୁଡ଼ିକୁ ଯୋଗ କରି ୧ ବିୟୋଗ କରିବ । ଉପରୋକ୍ତ କ୍ଷେତ୍ରରେ ୨ + ୨ – ୧ = ୩ ଉତ୍ତର ଅଟେ ।

Question 3.
ଉଦାହରଣ ସ୍ଵରୂପ, ବୁଦ୍ଧଙ୍କ ଜନ୍ମ ବିଷୟରେ ଜାଣିବା ପାଇଁ ମନେକର ଯେ ଆମେ ବର୍ତ୍ତମାନ ୨୦୨୬ ଖ୍ରୀଷ୍ଟାବ୍ଦରେ ଅଛନ୍ତି, ତେବେ ବୁଦ୍ଧ ୫୬୦ + ୨୦୨୬ – ୧ = ୨,୫୮୫ ବର୍ଷ ପୂର୍ବେ ଜନ୍ମଗ୍ରହଣ କରିଥିଲେ ।

Question 4.
୧୯୦୦ ଖ୍ରୀଷ୍ଟାବ୍ଦରୁ ଚଳିତ ବର୍ଷ ପର୍ଯ୍ୟନ୍ତ ଏକ ସମୟରେଖା ପ୍ରସ୍ତୁତ କର ଏବଂ ତୁମ ଜେଜେବାପା, ଜେଜେମାଆ, ବାପାମାଆ, ଭାଇଭଉଣୀ ଏବଂ ତୁମ ଜନ୍ମତାରିଖ । ଏହା ବ୍ୟତୀତ ବିଂଶ ଶତାବ୍ଦୀର ଆରମ୍ଭ ହେଉଥ‌ିବା ବର୍ଷ ଏବଂ ଶେଷ ହେଉଥ‌ିବା ବର୍ଷକୁ ଚିହ୍ନଟ କର ।
Answer:
ଶିକ୍ଷକଙ୍କ ସହାୟତାରେ ଛାତ୍ରଛାତ୍ରୀମାନେ ନିଜେ କରନ୍ତୁ ।

Question 5.
ତୁମେ ତୁମ ମା’ ଏବଂ ବାପାଙ୍କ ପାଖରୁ ତୁମ ପରିବାରର ଅତି କମରେ ତିନି ପିଢ଼ି ବିଷୟରେ ସୂଚନା ସଂଗ୍ରହ କରିପାରିବ କି ? ତୁମ ବାପା ମାଆ, ଜେଜେ ବାପା, ଜେଜେମା, ଗୋସେଇଁ ଜେଜେବାପା ଏବଂ ଗୋସେଇଁ ଜେଜେମା’ଙ୍କ ସହିତ ଏକ ପାରିବାରିକ ବଂଶ ବୃକ୍ଷ ତିଆରି କର । ସେମାନଙ୍କ ନାମ, ଜୀବିକା ପାଇଁ ସେମାନେ କ’ଣ କରିଥିଲେ ଏବଂ କେଉଁଠାରେ ଜନ୍ମଗ୍ରହଣ କରିଥିଲେ । ତାହା ଜାଣିବାକୁ ଚେଷ୍ଟାକର ଏଥିସହ ତୁମେ କେଉଁ ସୂତ୍ରରୁ ଏହି ସୂଚନା ପାଇଲ ତାହା ଲେଖ ।
Class 6 Social Science Chapter 4 Question Answer Odia Medium ଇତିହାସର ସମୟସୀମା ଏବଂ ଉତ୍ସ-1
ତୁମ ପରିବାରର ଅତୀତ ବିଷୟରେ ତୁମେ କିପରି ବିବରଣୀ ପାଇଲ ? ତୁମେ ଫଟୋଗ୍ରାଫି, ଡାଏରୀ, ପରିଚୟପତ୍ର କିମ୍ବା ତୁମ ପିତାମାତା ଏବଂ ସମ୍ପର୍କୀୟଙ୍କ ସ୍ମୃତି ଭଳି ଜିନିଷ ଉପରେ ନିର୍ଭର କରିଛ କି ?
Answer:
ଛାତ୍ରଛାତ୍ରୀମାନେ ନିଜେ କରିବେ ।

Question 6.
ନିମ୍ନରେ ଇତିହାସର ବିଭିନ୍ନ ଉତ୍ସର କିଛି ଚିତ୍ର ଅଛି । ବସ୍ତଗୁଡ଼ିକ କ’ଣ ଏବଂ କାହାକୁ ସୂଚାଏ ବୋଲି ତୁମେ ଭାବୁଛ ? ତୁମେ ଏହି ବସ୍ତୁଗୁଡ଼ିକରୁ ପାଇଥିବା କୌଣସି ଏକ ସୂଚନା ଛବି ପାଖରେ ଥ‌ିବା ବାକ୍ସଗୁଡ଼ିକରେ ଲେଖ ।
Class 6 Social Science Chapter 4 Question Answer Odia Medium ଇତିହାସର ସମୟସୀମା ଏବଂ ଉତ୍ସ-2

Class 6 Social Science Chapter 4 Question Answer Odia Medium ଇତିହାସର ସମୟସୀମା ଏବଂ ଉତ୍ସ-3
Answer:
ଚିତ୍ର (୧) – ଏହା ଏକ ପୁରାତନ ମୁଦ୍ରାର ଚିତ୍ର । ଏଥରେ ସେତେବେଳର ଶାସକଙ୍କ ଫଟୋ ମୁଦ୍ରିତ ହୋଇଛି । ମୁଦ୍ରାରେ ଖଚିତ ଧାତୁ ଅନୁସାରେ ସେ ସମୟର ସମାଜର ଆର୍ଥିକ ସ୍ଥିତିକୁ ମଧ୍ୟ ଆକଳନ କରିହୁଏ । ମୁଦ୍ରାରେ ଥ‌ିବା ମୂର୍ତ୍ତିରୁ ମଧ୍ୟ ଲୋକମାନଙ୍କର ଧର୍ମୀୟ ଧାରଣ ଉପରେ ତଥ୍ୟ ମିଳିଥାଏ । ମୁଦ୍ରାରେ ଥ‌ିବା ମୂର୍ତ୍ତି ସେ ରାଜ୍ୟ, ରାଜା ଓ ତାଙ୍କ କାର୍ଯ୍ୟଦକ୍ଷତା, ଯୁଗ ବା ସମୟ ଉପରେ ମଧ୍ୟ ତଥ୍ୟ ପ୍ରଦାନ କରିଥାଏ । ଇତିହାସ ଲିଖନରେ ମୁଦ୍ରା ଏକ ଉତ୍ସ ବା ଉପାଦାନ ଭଳି କାର୍ଯ୍ୟ କରିଥାଏ ।

ଚିତ୍ର (୨) – ଏହା ଏକ ମନ୍ଦିର ପାର୍ଶ୍ଵ କାନ୍ଥର କେତେଗୁଡ଼ିଏ ମୂର୍ତ୍ତି । ଏହି ମୂର୍ତ୍ତିଗୁଡ଼ିକ ଯେଉଁ ଧାତୁ ଏବଂ ଯେଉଁ ଦେବତାମାନଙ୍କର ସୂଚନା ଦେଇଥାଏ ସେଥୁରୁ ତତ୍‌କାଳୀନ ସମାଜର ଧର୍ମଧାରଣା ସମ୍ପର୍କରେ ଜଣାପଡ଼େ । ଏତଦ୍‌ବ୍ୟତୀତ ଏହା କେଉଁ ସମୟର ମଧ୍ୟ ସୂଚାଇଥାଏ । ଏହା ମଧ୍ୟ ସଂସ୍କୃତିର ବାର୍ତ୍ତା ବହନ କରେ ।

ଚିତ୍ର (୩) – ଏହା ସାରନାଥଠାରେ ଥ‌ିବା ସମ୍ରାଟ ଅଶୋକଙ୍କ ସିଂହ ସ୍ତମ୍ବ (Lion pillar) । ଏହା ମୌର୍ଯ୍ୟ ଭାସ୍କର୍ଯ୍ୟର ଏକ ବିଶେଷ ଉଦାହରଣ । ବର୍ତ୍ତମାନ ଏହା ଆମ ଦେଶର ଜାତୀୟ ପ୍ରତୀକ (National emblem) ଅଟେ ।

ଚିତ୍ର (୪) – ଛାତ୍ରଛାତ୍ରୀମାନେ ଚିତ୍ରକୁ ଅନୁଧ୍ୟାନ କରି ନିଜେ ଲେଖନ୍ତୁ ।

ଚିତ୍ର (୫) – ଛାତ୍ରଛାତ୍ରୀମାନେ ଚିତ୍ରକୁ ଅନୁଧ୍ୟାନ କରି ନିଜେ ଲେଖନ୍ତୁ ।

ଚିତ୍ର (୬) – ଛାତ୍ରଛାତ୍ରୀମାନେ ଚିତ୍ରକୁ ଅନୁଧ୍ୟାନ କରି ନିଜେ ଲେଖନ୍ତୁ ।

Question 7.
Class 6 Social Science Chapter 4 Question Answer Odia Medium ଇତିହାସର ସମୟସୀମା ଏବଂ ଉତ୍ସ-4
ଉପରୋକ୍ତ ଚିତ୍ରରେ (ଚିତ୍ର ୪.୪) ଏକ ପଥର ଆଶ୍ରୟସ୍ଥଳୀରେ ଆଦିମାନବର କିଛି କାର୍ଯ୍ୟକଳାପକୁ ଦେଖ । କେଉଁଗୁଡ଼ିକ ତୁମେ ଚିହ୍ନିପାରୁଛ ? ପ୍ରତ୍ୟେକ ପାଇଁ ଏକ ସଂକ୍ଷିପ୍ତ ବିବରଣୀ ଦିଅ ।
Answer:
ଉପରୋକ୍ତ ଚିତ୍ରକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଏହା ଏକ ଆଦିମ ମାନବ ବା ପୁରାତନ ପ୍ରସ୍ତର ଯୁଗର ମାନବଙ୍କ ଆଶ୍ରୟସ୍ଥଳୀ ଓ ସେମାନେ ଜୀବିକା ନିର୍ବାହପାଇଁ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରୁଅଛି ।

(୧) ଶିକାରୀ ଓ ସଂଗ୍ରହକାରୀ ଜୀବନ (Hunting and Gathering life) – ଆଦିମାନବମାନେ ଖାଦ୍ୟ ଉତ୍ପାଦନ ଜାଣିନଥିଲେ । ତେଣୁ ସେମାନେ ପ୍ରକୃତିରେ ଗଚ୍ଛିତ ଖାଦ୍ୟ ଫଳ ଓ ମୂଳ ଇତ୍ୟାଦି ସଂଗ୍ରହକରି ଖାଉଥିଲେ । ଏତଦ୍‌ବ୍ୟତୀତ ସେମାନେ ଜୀବଜନ୍ତୁଙ୍କୁ ଶିକାର କରି ମାଂସ ଖାଉଥିଲେ ।

(୨) ସରଞ୍ଜାମ ନିର୍ମାଣ (Tool making) – ପ୍ରାଚୀନ ପ୍ରସ୍ତର ଯୁଗରେ ଆଦିମାନବମାନେ ପଥରରେ ବିଭିନ୍ନ ସରଞ୍ଜାମ ନିର୍ମାଣ କରୁଥିଲେ । ସେମାନେ ପଥରରେ ହାତ କୁରାଢ଼ି, ମୁଣ୍ଡିଆ ଛୁରୀ, ହାତୁଡ଼ି, ରାଞ୍ଚିବା ସରଞ୍ଜାମ ଏବଂ ମୁନିଆ ତୀର ଇତ୍ୟାଦି ତିଆରି କରୁଥିଲେ । ଏହି ସରଞ୍ଜାମଗୁଡ଼ିକୁ ସେମାନେ ଶିକାର କରିବା ଏବଂ ଖାଦ୍ୟ ପ୍ରସ୍ତୁତି କରିବା କାର୍ଯ୍ୟରେ ବ୍ୟବହାର କରୁଥିଲେ । ପୁରାତନ ଆଶ୍ରୟସ୍ଥଳମାନଙ୍କରୁ ମିଳୁଥିବା ଛୋଟ ଛୋଟ ପଥର ଗୁଣ୍ଡ, ଜୀବଜନ୍ତୁଙ୍କ ଗୁଣ୍ଡ ହାତ, ଫଳ ଭିତରୁ ବାହାର କରାଇଥୁବା ମଞ୍ଜି ଇତ୍ୟାଦି ପ୍ରମାଣ ଦିଏ ଯେ ସେମାନେ ପଥରରୁ ସରଞ୍ଜାମ ତିଆରି କରି ତାକୁ ବ୍ୟବହାର କରୁଥିଲେ ।

(୩) ଅଗ୍ନି ତିଆରି କରିବା ଏବଂ ତା’ର ବ୍ୟବହାର (Fire making and usage) – ଆଦିମାନବଙ୍କ ଜୀବନରେ ଅଗ୍ନି ମଧ୍ୟ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ପଥରକୁ ପଥରରେ ଘଷି ସେମାନେ ପ୍ରଥମେ ଅଗ୍ନି ତିଆରି କରିବା ଶିଖୁଲେ । ପରେ ସେମାନେ ବିଭିନ୍ନ ଉପାୟରେ ଅଗ୍ନିକୁ ବଞ୍ଚାଇ ରଖିଲେ । ସେମାନେ ମୁଖ୍ୟତଃ ଅଗ୍ନି ସଂଯୋଗ କରି ପଶୁଶିକାର ପରେ ମାଂସକୁ ପୋଡ଼ି ଖାଉଥିଲେ । ହିଂସ୍ରଜନ୍ତୁଙ୍କଠାରୁ ସୁରକ୍ଷା ପାଇଁ ସେମାନେ ନିଆଁର ହୁଳା ବ୍ୟବହାର କରୁଥିଲେ । କେତେକ ପଥର ଆଶ୍ରୟସ୍ଥଳ (Rock shelter)ରେ ମଧ୍ଯ ଚୁଲି ମିଳିଥିବାର ପ୍ରମାଣ ମିଳେ । ଅର୍ଥାତ୍ ପୁରାତନ ପ୍ରସ୍ତର ଯୁଗରେ ମାନବ ଅଗ୍ନିର ବ୍ୟବହାର ଜାଣିସାରିଥିଲା ।

(୪) କଳା ଏବଂ ସଂକେତ (Art & Symbolism) – ପଥର ଶିଳା ଆଶ୍ରୟସ୍ଥଳୀମାନଙ୍କରେ କାନ୍ଥରେ ପ୍ରାଗ୍ଐତିହାସିକ ଯୁଗର କଳା ଯଥା- ଚିତ୍ର ବା ପଥରକଟା ଚିତ୍ର ଦେଖିବାକୁ ମିଳିଥିଲା । ଏହି ଚିତ୍ରଗୁଡ଼ିକ ପଶୁ, ମଣିଷ, ସଂସ୍କୃତି ଓ ବିଶ୍ଵାସର ଥିଲା । ଏହା ମଧ୍ୟ ସେମାନଙ୍କୁ ପରସ୍ପର ମଧ୍ୟରେ ଯୋଗାଯୋଗ କରିବାରେ ସହାୟକ ହେଉଥିଲା ।

(୫) ଆଶ୍ରୟସ୍ଥଳ ଏବଂ ରହିବାସ୍ଥାନ – ଆଦିମାନବମାନଙ୍କର ଗୁମ୍ଫାଜୀବନ ସହିତ ଆମେ ପନରିଚିତ । ସେମାନେ ପଥର ଗୁମ୍ଫାରେ ବସବାସ କରୁଥିଲେ । ଏହା ସେମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଏବଂ ହିଂସ୍ରଜନ୍ତୁଙ୍କ ଆକ୍ରମଣରୁ ସୁରକ୍ଷା ଦେଇପାରୁଥିଲା ।

(୬) ସାମାଜିକ ରୀତିନୀତି ଏବଂ ପରମ୍ପରା – ଆଦିମାନବମାନେ ସେମାନଙ୍କ ସାମାଜିକ ରୀତିନୀତି ଅନୁସାରେ ବିଭିନ୍ନ କାର୍ଯ୍ୟ ଆଶ୍ରୟସ୍ଥଳମାନଙ୍କରେ କରୁଥିଲେ । ଏକତ୍ର ଏକାଠି ହୋଇ ବିଭିନ୍ନ ପାରମ୍ପରିକ କାର୍ଯ୍ୟ କରିବା ସହିତ ଭୋଜିଭାତ କରୁଥିଲେ । ମୃତ୍ୟୁପରେ ମଶାଣି ବା କବର ସ୍ଥାନର ମଧ୍ୟ ବ୍ୟବସ୍ଥା କରିଥିଲେ ।

(୭) ଖାଦ୍ୟ ପ୍ରସ୍ତୁତି ଆଦିମାନ ସେମାନଙ୍କର ଖାଦ୍ୟ ପ୍ରସ୍ତୁତିକରଣ ସେମାନଙ୍କ ଆଶ୍ରୟସ୍ଥଳରେ କରୁଥିଲେ । ତେଣୁ ଖାଦ୍ୟଶସ୍ୟ ଗୁଣ୍ଡ କରିବାର ସରଞ୍ଜାମ, ଚୁଲି, ଅନ୍ୟାନ୍ୟ ଅବଶେକ୍ଷାଂଶ ଦେଖିବାକୁ ମିଳିଥିଲା ।

ଏହା ବିଷୟରେ ଚିନ୍ତାକର :

Question 1.
ତୁମେ କେବେ ତୁମ ଘର ଭିତରେ ବା ତୁମ ଚାରିପାଖରେ ପୁରୁଣା ମୁଦ୍ରା, ବହି, ପୋଷାକ, ଅଳଙ୍କାର କିମ୍ବା ବାସକୁସନ ଦେଖୁଛ କି ? ଏଭଳି ପୁରୁଣା ଘର କିମ୍ବା କୋଠା ଭଳି ବସ୍ତୁରୁ ଆମେ କେଉଁ ପ୍ରକାରର ସୂଚନା ପାଇପାରିବା ?
Answer:
ଛାତ୍ରଛାତ୍ରୀମାନେ ନିଜେ କରିବେ ।

ଜିଗୋ ପଜଲ୍ – ଜିରୋ ପଜଲ୍ ହେଉଛି ବିଭିନ୍ନ ଆକାରର ତଥା ପ୍ରକାରର କାଠ ଅଥବା କାର୍ଡ଼ବୋର୍ଡ଼ର ଅଂଶ ଯାହାକୁ ଏକତ୍ରିତ କରି ଚିତ୍ର କିମ୍ବା ମାନଚିତ୍ର ପ୍ରସ୍ତୁତ କରାଯାଏ ।

Question 2.
ପୂର୍ବରୁ ପ୍ରଦର୍ଶିତ ହୋଇଥ‌ିବା ପଥର ଆଶ୍ରୟସ୍ଥଳ ଓ ଏହି ପୃଷ୍ଠାରେ ଦିଆଯାଇଥ‌ିବା ଉଭୟ ଚିତ୍ରରେ ପୁରୁଷ ଏବଂ ମହିଳାମାନଙ୍କର ଏକ ନିର୍ଦ୍ଦିଷ୍ଟ ଭୂମିକାକୁ ଦର୍ଶାଯାଇଛି । ଯଦିଓ ଚିତ୍ରରେ ସେମାନେ ସ୍ଵଭାବିକ ଭାବେ ପ୍ରତୀୟମାନ ହେଉଛନ୍ତି ତଥାପି ଏହା ପୂରାପୂରି ଠିକ୍ ନୁହେଁ ଓ ଏଠାରେ ସମସ୍ତ ଅବସ୍ଥା ସମ୍ପୂର୍ଣ୍ଣରୂପେ ପ୍ରଦର୍ଶିତ ହୋଇନାହିଁ । ଉଦାହରଣ ସ୍ୱରୂପ – ଏକ ପଥରର ଆଶ୍ରୟସ୍ଥଳୀରେ, ମହିଳାମାନେ ପଥରକୁ ରଙ୍ଗ କରିବା ପାଇଁ ରଙ୍ଗ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଇପାରନ୍ତି କିମ୍ବା କିଛି ଚିତ୍ରକଳା କରିଥାଇପାରନ୍ତି । ଉଭୟ ଦୃଶ୍ୟରେ ପୁରୁଷମାନେ କିଛି ରୋଷେଇ କରିଥାଇପାରନ୍ତି କିମ୍ବା ପିଲାମାନଙ୍କର ଯନ୍ ନେବାରେ ସାହାଯ୍ୟ କରିଥାଇପାରନ୍ତି । ଆମ ପାଖରେ କେବଳ ସେ ସମୟର ସୀମିତ ସୂଚନା ଉପଲବ୍ଧ ଅଛି । ଏଭଳି ଭୂମିକା ଏବଂ ପରିସ୍ଥିତି ବିଷୟରେ ଚିନ୍ତାକରି ଏବଂ ଶ୍ରେଣୀରେ ଆଲୋଚନା କର ।
Answer:
ପ୍ରଦତ୍ତ ଚିତ୍ରରେ ଆଦିମ ମାନବମାନଙ୍କ ବାସସ୍ଥାନ ଏବଂ ସେମାନଙ୍କର କୃଷି ଓ ଗୋପାଳନର ଦୃଶ୍ୟ ପରିଲକ୍ଷିତ ହେଉଛି । ପରିବାରର ମହିଳା ସଦସ୍ୟା ରନ୍ଧନ କାର୍ଯ୍ୟରେ ଲିପ୍ତ ଅଛନ୍ତି । ଏହା ଏକ ନୂତନ ପ୍ରସ୍ତର ଯୁଗର ଦୃଶ୍ୟପଟ ବୋଲି ଅନୁମାନ କରାଯାଏ । ନିକଟରେ ଏକ ଜଳାଶୟ ମଧ୍ୟ ଦେଖାଯାଉଛି । ଲୋକମାନେ କୃଷି ସରଞ୍ଜାମ ବ୍ୟବହାରକରି ଫସଲ ଉତ୍ପାଦନ କରୁଛନ୍ତି ।

  • ମେଣ୍ଢାଗୁଡ଼ିକ ଚରୁଛନ୍ତି ଏବଂ କୁକୁରଟିଏ ଉପସ୍ଥିତ ଅଛି ।
  • ଏହା ଗୃହପାଳିତ ପଶୁ ବୋଲି ପ୍ରତ୍ୟୟମାନ ହେଉଛି ।
  • ଜଣେ ବ୍ୟକ୍ତି କାଠ କାଟୁଛନ୍ତି ବା ଖଣ୍ଡ ଖଣ୍ଡ କରୁଛନ୍ତି ।
  • ଜଣେ ସ୍ତ୍ରୀଲୋକ ମାଟି ଚୁଲିରେ ରୋଷେଇ କରୁଛନ୍ତି ।
  • ପିଲାମାନେ ଖେଳିବା ଦେଖାଯାଉଛି ।
  • ଅନେକଗୁଡ଼ିଏ ଚାଳଘର ଦେଖାଯାଉଛି ।

ସୁତରାଂ ଏଥୁରୁ ପ୍ରତୀୟମାନ ହୁଏ ଯେ ପ୍ରାଚୀନ ଯୁଗ ଅନେକ ବାଟ ଆଗକୁ ଆସିସାରିଛି । ମାନବ ନୂତନ
ପ୍ରସ୍ତର ଯୁଗରେ ପହଞ୍ଚି ସାରିଛି ।

Class 6 Social Science Chapter 4 Question Answer Odia Medium ଇତିହାସର ସମୟସୀମା ଏବଂ ଉତ୍ସ

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଇତିହାସରେ ସମୟକୁ କିପରି ମପାଯାଉଛି ?
Answer:
ବର୍ତ୍ତମାନ ସମୟରେ ପୃଥ‌ିବୀସାରା ଗ୍ରେଗୋରିୟନ କ୍ୟାଲେଣ୍ଡରକୁ ବ୍ୟବହାର କରି ଇତିହାସର ତାରିଖ, ମସିହା ଓ ଯୁଗର ମାପ ବା ହିସାବ କରାଯାଉଛି ।

Question 2.
ଶତାବ୍ଦୀ କ’ଣ ?
Answer:
ଶହେ (୧୦୦) ବର୍ଷର ସମୟ ଅବଧ‌ିକୁ ଶତାବ୍ଦୀ କୁହାଯାଏ ।

Question 3.
ସହସ୍ରାବ୍ଦ କ’ଣ ବୁଝାଅ ?
Answer:
ଏକ ହଜାର (୧୦୦୦) ବର୍ଷର ସମୟ ଅବଧ‌ିକୁ ସହସ୍ରାବ୍ଦ କୁହାଯାଏ ।

Question 4.
କିଏ ଫସିଲ ବା ଜୀବାଶ୍ମ ଉପରେ ଅଧ୍ୟୟନ କରନ୍ତି ?
Answer:
ପାଲିଓଣ୍ଟୋଲୋଜିଷ୍ଟ ବା ଜୀବାଶ୍ମ ବିଜ୍ଞାନୀ ଫସିଲ ବା ଜୀବାଶ୍ମ ଉପରେ ଅଧ୍ୟୟନ କରନ୍ତି ଯାହାକି ହଜାର ହଜାର ବର୍ଷ ତଳର ।

Question 5.
ନୂତନତ୍ତ୍ଵବିତ୍‌ମାନେ କ’ଣ ଅଧ୍ୟୟନ କରନ୍ତି ?
Answer:
ନୃତତ୍ତ୍ୱବିତ୍‌ମାନେ ମାନବ ସମାଜ ଓ ସଂସ୍କୃତି ଉପରେ ଅଧ୍ୟୟନ କରନ୍ତି ।

Question 6.
ପ୍ରତତ୍ତ୍ବବିତ୍‌ମାନେ କ’ଣ ଅଧ୍ୟୟନ କରନ୍ତି ?
Answer:
ପ୍ରନୃତତ୍ତ୍ଵବିତ୍‌ମାନେ ପୁରାତନ କାଳର ଦ୍ରବ୍ୟ, ସ୍ଥାନ, ସଂସ୍କୃତି, ସଭ୍ୟତା, ଭୂଖନନ, ଅଭିଲେଖ ପଠନ, ଇତ୍ୟାଦି ଅଧ୍ୟୟନ କରନ୍ତି ।

Question 7.
ଆଦିମାନବମାନେ ମୁଖ୍ୟତଃ କେଉଁ କାର୍ଯ୍ୟରେ ନିଜକୁ ନିଯୁକ୍ତ ରଖୁଥିଲେ ?
Answer:
ଆଦିମାନବମାନେ ମୁଖ୍ୟତ ପଶୁଶିକାର ଓ ଫଳମୂଳ ସଂଗ୍ରହ କାର୍ଯ୍ୟରେ ନିଜକୁ ନିଯୁକ୍ତ ରଖୁଥିଲେ । ଏହାର କାରଣ ଖାଦ୍ୟ ଥିଲା ସେମାନଙ୍କର ପ୍ରଥମ ଆବଶ୍ୟକତା ।

Question 8.
ବରଫ ଯୁଗ କ’ଣ ଅଟେ ?
Answer:
ଅତୀତର ଏକ ସମୟ ଯେତେବେଳେ ପୃଥ‌ିବୀ ବରଫଦ୍ଵାର ଆଚ୍ଛାଦିତ ହୋଇ ରହିଥିଲା, ତାହା ବରଫ ଯୁଗ ନାମରେ ପରିଚିତ ଥିଲା ।

Question 9.
ଆଦିମ ମାନବ ପ୍ରଯୁକ୍ତିବିଦ୍ୟାର ଉନ୍ନତି କିପରି କରିଥିଲ ?
Answer:
ଆଦିମ ମାନବ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରି ତା’ର ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟରେ ଉନ୍ନତି ଆଣିଥିଲା । ଅନେକ ସରଞ୍ଜାମ ଯଥା ଉନ୍ନତ ମାନର ପଥରର କୁରାଢ଼ି, ବ୍ଲେଡ ଓ ମାଟିପାତ୍ର ନିର୍ମାଣ କରିଥିଲା ।

Question 10.
ପ୍ରାଚୀନ ସଭ୍ୟତାଗୁଡ଼ିକୁ ଅଧ୍ୟୟନ କରିବାପାଇଁ କେଉଁ ଉପାଦାନଗୁଡ଼ିକର ଆବଶ୍ୟକ ?
Answer:
ପ୍ରାଚୀନ ସଭ୍ୟତାଗୁଡ଼ିକର ଅଧ୍ୟୟନ ପାଇଁ ପୁରାତନ ଦ୍ରବ୍ୟ, ଅଭିଲେଖ, ସାହିତ୍ୟ ଏବଂ ବୈଜ୍ଞାନିକ ବିଶ୍ଳେଷଣର ଆବଶ୍ୟକତା ଅଛି ।

Class 6 Social Science Chapter 4 Question Answer Odia Medium ଇତିହାସର ସମୟସୀମା ଏବଂ ଉତ୍ସ

Question 11.
ଐତିହାସିକମାନେ କିପରି ବିରୋଧୋକ୍ତି ଉତ୍ସକୁ ଉପସ୍ଥାପନା କରନ୍ତି ?
Answer:
ଐତିହାସିକମାନେ ମିଳିଥିବା ବିପରୀତ ଉପାଦାନକୁ ତର୍ଜମା କରି ସେଗୁଡ଼ିକର ଯଥାର୍ଥତା ଇତିହାସ ଦୃଷ୍ଟିକୋଣରୁ ଉପସ୍ଥାପନା କରିଥା’ନ୍ତି ।

Question 12.
ଭାରତରେ ଦିନପଞ୍ଜିକା ବା କ୍ୟାଲେଣ୍ଡରଗୁଡ଼ିକ କିପରି କାର୍ଯ୍ୟ କରିଥାଏ ?
Answer:
ଭାରତୀୟ ଦିନପଞ୍ଜିକାଗୁଡ଼ିକ ସୂର୍ଯ୍ୟୋପରାଗ, ଚନ୍ଦ୍ରଗ୍ରହଣ ଓ ଅନ୍ୟାନ୍ୟ ପୂଜାପାର୍ବଣର ଗଣନା କରି ତାରିଖ ନିର୍ଦ୍ଧାରିତ କରିଥା’ନ୍ତି ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଗ୍ରେଗୋରିୟାନ କ୍ୟାଲେଣ୍ଡର କ’ଣ ?
Answer:
ଏହା ହେଉଛି ଆଜିକାଲି ସବୁଠାରୁ ଅଧିକ ବ୍ୟବହୃତ କ୍ୟାଲେଣ୍ଡର । ଏହାକୁ ପୋପ ତ୍ରୟୋଦଶ ଗ୍ରେଗୋରୀ (Gregory – XIII) ୧୫୮୨ରେ ପ୍ରଚଳନ କରିଥିଲେ । ଯୀଶୁଙ୍କ ଜନ୍ମଦିନଠାରୁ ଏହି କ୍ୟାଲେଣ୍ଡରରେ ଖ୍ରୀଷ୍ଟାବ୍ଦ (ବା AD or CE)ର ଗଣନା ହୋଇଆସୁଛି । ସେହିପରି ଯୀଶୁଙ୍କ ଜନ୍ମ ପୂର୍ବରୁ ଘଟଣା ଖ୍ରୀଷ୍ଟପୂର୍ବଭାବେ ଏହି କ୍ୟାଲେଣ୍ଡର ଅନୁଯାୟୀ ଗଣନା କରାଯାଉଛି ଯାହାକୁ (BC or BCE) କୁହାଯାଏ ।

Question 2.
ଖ୍ରୀଷ୍ଟପୂର୍ବ ଏବଂ ଖ୍ରୀଷ୍ଟାବ୍ଦ ମଧ୍ୟରେ ତାରିଖର ତଫାତକୁ ଐତିହାସିକମାନେ କିପରି ଗଣନା କରନ୍ତି ?
Answer:
ଖ୍ରୀଷ୍ଟପୂର୍ବର ସମୁଦାୟ ବର୍ଷ ଏବଂ ଖ୍ରୀଷ୍ଟାବ୍ଦର ସମୁଦାୟ ବର୍ଷକୁ ମିଶ୍ରଣ କରି ୧ ବିଯୁକ୍ତ କଲେ ଯାହା ବାହାରିବ ତାହା ହେଉଛି ଉଭୟ ମଧ୍ୟରେ ଥିବା ତଫାତର ବର୍ଷ ।

Question 3.
ଇତିହାସର ଉପାଦାନ ବା ଉତ୍ସଗୁଡ଼ିକ କ’ଣ ?
Answer:
ଇତିହାସର ଉପାଦାନଗୁଡ଼ିକ ହେଲା (୧) ପ୍ରସ୍ତାତ୍ତ୍ଵିକ ଉତ୍ସ, (୨) ସାହିତ୍ୟିକ ଉପାଦାନ, (୩) ଅଭିଲେଖ- ଗାରୀୟ ଉପାଦାନ ।

Question 4.
ଆଧୁନିକ ମାନବ ଆନୁମାନିକ ପୃଥ‌ିବୀରେ କେତେ ବର୍ଷ ହେବ ଆବିର୍ଭାବ କଲାଣି ?
Answer:
ଏହା ବିଶ୍ଵାସ କରାଯାଏ ଯେ ଆଧୁନିକ ମାନବ ପୃଥ‌ିବୀ ପୃଷ୍ଠରେ ପ୍ରାୟ ୩,୦୦,୦୦୦ (ତିନି ଲକ୍ଷ) ବର୍ଷ ପୂର୍ବେ ଆବିର୍ଭାବ ଘଟିଥିଲା ।

Question 5.
ଆଦିମାନବ ସମାଜକୁ କୃଷିର ଉନ୍ନତି କିପରି ପରିବର୍ତ୍ତିତ କରିଥିଲା ?
Answer:
ଆଦିମାନବ ପ୍ରଥମେ ଶିକାରୀ–ସଂଗ୍ରହକାରୀ ଜୀବନଧାରଣ କରି ଏକ ଯାଯାବର ରୂପେ ଜୀବନ ବିତାଉଥିଲା । କିନ୍ତୁ କୃଷି ଉତ୍ପାଦନ କରିବା ଶିଖୁବା ପରେ ଆଦିମାନବ ସ୍ଥାୟୀ ବସତି ସ୍ଥାପନ କରିବା ସହିତ ଅନେକ ସାମାଜିକ ଶୃଙ୍ଖଳାରେ ନିଜକୁ ଆବଦ୍ଧ କଲା

Question 6.
ଐତିହାସିକ ଉପାଦାନଗୁଡ଼ିକର ପରିସୀମା ସବୁ କ’ଣ ?
Answer:
ଐତିହାସିକ ଉପାଦାନଗୁଡ଼ିକର କିଛି ସୀମା ଥାଏ । ସମୟ ସମୟରେ ତଥ୍ୟ ଅସମ୍ପୂର୍ଣ୍ଣ, ଅସ୍ପଷ୍ଟ ଓ ପ୍ରଭାବିତ ହୋଇଥାଏ ଯାହାଫଳରେ ଇତିହାସରେ ପୂର୍ଣ୍ଣାଙ୍ଗ ସତ୍ୟ ପ୍ରକାଶିତ ହୋଇନଥାଏ ।

Question 7.
ଐତିହାସିକମାନେ ଇତିହାସ ଲିଖନରେ କାହିଁକି ବହୁପ୍ରକାରର ଉପାଦାନକୁ ବ୍ୟବହାର କରିଥା’ନ୍ତି ?
Answer:
ଇତିହାସ ଲିଖନ ଏକ କଷ୍ଟକର କାର୍ଯ୍ୟ । ଅତୀତର ଯେକୌଣସି ରାଜବଂଶ ହେଉ କିମ୍ବା କୌଣସି ପୁରାତନ ମନ୍ଦିର କିମ୍ବା ସୌଧ ହେଉ ତା’ ବିଷୟରେ ସଠିକ୍ ତଥ୍ୟ ଉପସ୍ଥାପନା କରିବାପାଇଁ ଐତିହାସିକମାନେ ଏକାଧିକ ଉତ୍ସ ବା ଉପାଦାନ ଉପରେ ନିର୍ଭର କରିଥା’ନ୍ତି । ଯଦି ଅଧିକାଂଶ ଉପାଦାନ କୌଣସି ବିଷୟବସ୍ତ ଉପରେ ପାଖାପାଖୁ ଏକମତ ହୁଏ ତେବେ ଐତିହାସିକ ସତ୍ୟତା ପ୍ରତିପାଦିତ ହୋଇଥାଏ । ଯଦି ମିଳିଥିବା ଉପାଦାନରେ ବିରୁଦ୍ଧତା ଆସେ ତେବେ କେଉଁଟି ଅଧ‌ିକ ଗ୍ରହଣୀୟ ତାହା ମଧ୍ୟ ବିଚାରକୁ ନିଆଯାଏ । କିନ୍ତୁ ସାଧାରଣତଃ ଅଧିକ ଉତ୍ସରୁ ମିଳିଥିବା ଐତିହାସିକ ତଥ୍ୟ ସର୍ବଦା ଗ୍ରହଣୀୟ ହୋଇଥାଏ ।

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
Question 1.
ପ୍ରାଥମିକ ପର୍ଯ୍ୟାୟରେ ପୃଥ‌ିବୀର ଜଳବାୟୁ ପ୍ରବଳ ଥଣ୍ଡା ଥିଲା ଏବଂ ପୃଥ‌ିବୀପୃଷ୍ଠ ତୁଷାର ଆଚ୍ଛାଦିତ ହୋଇଥିଲା । ତେବେ ସେହି ଯୁଗକୁ କ’ଣ କୁହାଯାଉଥିଲା ?
(କ) ଥଣ୍ଡା ଯୁଗ
(ଖ) ବରଫ ଯୁଗ
(ଗ) ଉଭୟ ‘କ’ ଓ ‘ଖ’
(ଘ) ଏଥୁମଧ୍ୟରୁ କୌଣସିଟି ନୁହେଁ
Answer:
(ଖ) ବରଫ ଯୁଗ

Question 2.
ଇତିହାସରେ ସମୟକୁ କିପରି ଗଣନା କରାଯାଏ ?
(କ) ଦିନ ଗଣନା କରି
(ଖ) ବର୍ଷ ଗଣନା କରି
(ଗ) ଘଣ୍ଟା ଗଣନା କରି
(ଘ) ମିନିଟ୍ ଗଣନା କରି
Answer:
(ଖ) ବର୍ଷ ଗଣନା କରି

Class 6 Social Science Chapter 4 Question Answer Odia Medium ଇତିହାସର ସମୟସୀମା ଏବଂ ଉତ୍ସ

Question 3.
ସହସ୍ରାବ୍ଦ କ’ଣ ?
(କ) ୧୦ ବର୍ଷ ସମୟ
(ଖ) ୧୦୦ ବର୍ଷ ସମୟ
(ଗ) ୧୦୦୦ ବର୍ଷ ସମୟ
(ଘ) ୧ ମିଲିୟନ ବର୍ଷ ସମୟ
Answer:
(ଗ) ୧୦୦୦ ବର୍ଷ ସମୟ

Question 4.
ନୃତତ୍ତ୍ୱବିତ୍ କ’ଣ ଅଧ୍ୟୟନ କରନ୍ତି ?
(କ) ପୃଥ‌ିବୀର ଭୌତିକ ବୈଶିଷ୍ଟ୍ୟ
(ଖ) ମାନବ ସମାଜ ଓ ସଂସ୍କୃତି
(ଗ) ଉଦ୍ଭିଦ ଓ ପ୍ରାଣୀଙ୍କ ଜୀବାଶ୍ମ
(ଘ) ଖନନଦ୍ଵାରା ପ୍ରାପ୍ତ ଭଗ୍ନାବଶେଷ
Answer:
(ଖ) ମାନବ ସମାଜ ଓ ସଂସ୍କୃତି

Question 5.
ଏକ ଶତାବ୍ଦୀ କ’ଣ ?
(କ) ୧୦ ବର୍ଷ ସମୟ
(ଖ) ୧୦୦ ବର୍ଷ ସମୟ
(ଗ) ୧୦୦୦ ବର୍ଷ ସମୟ
(ଘ) ନିୟୁତ ବର୍ଷ ସମୟ
Answer:
(ଖ) ୧୦୦ ବର୍ଷ ସମୟ

Question 6.
ହଜାର ହଜାର ବର୍ଷ ତଳର ଉଭିଦ, ପ୍ରାଣୀ ଓ ମାନବ ଜୀବାଶ୍ମ କିଏ ଅଧ୍ୟୟନ କରନ୍ତି :
(କ) ପ୍ରନୃତତ୍ତ୍ୱବିତ୍
(ଖ) ଭୂତତ୍ତ୍ବବିତ୍
(ଗ) ପାଲି ଓଣ୍ଟୋଲୋଜିଷ୍ଟ
(ଘ) ନୃତତ୍ତ୍ୱବିତ୍
Answer:
(ଗ) ପାଲି ଓଣ୍ଟୋଲୋଜିଷ୍ଟ

Question 7.
ପ୍ରାଚୀନ କାଳରେ ମାନବ ସଂପ୍ରଦାୟ ବଢ଼ିଗଲା ପରେ ଜନତାଙ୍କ ସୁରକ୍ଷା, ସମାଜର ମଙ୍ଗଳ କାର୍ଯ୍ୟ ଓ ଶାନ୍ତିଶୃଙ୍ଖଳା ଇତ୍ୟାଦି କାର୍ଯ୍ୟ ତଦାରଖ କରିବାପାଇଁ କିଏ ଦାୟୀ ରହୁଥିଲେ ?
(କ) ପ୍ରତ୍ୟେକ ବ୍ୟକ୍ତି
(ଖ) କେହି ନ ଥିଲେ
(ଗ) ମୁଖ୍ୟ
(ଘ) ସମସ୍ତ ସମାଜ
Answer:
(ଗ) ମୁଖ୍ୟ

Question 8.
ଆଧୁନିକ ମାନବକୁ ନିମ୍ନୋକ୍ତ ମଧ୍ଯରୁ କେଉଁଟି କୁହାଯାଉଥିଲା ?
(କ) ଅସ୍ତ୍ରୋପିଥେକସ୍ ମାନବ
(ଖ) ଜାଭା ମାନବ
(ଗ) ଏରେକ୍ଟସ୍ ମାନବ
(ଘ) ହୋମୋ ସାପିୟନସ୍
Answer:
(ଘ) ହୋମୋ ସାପିୟନସ୍

Question 9.
ଇତିହାସର ବିଭିନ୍ନ ଉପାଦାନକୁ କିଏ ଉପସ୍ଥାପନା କରିଛନ୍ତି ?
(କ) ଐତିହାସିକମାନେ
(ଖ) ପ୍ରନୃତତ୍ତ୍ଵବିତ୍‌ମାନେ
(ଗ) ନୃତତ୍ତ୍ୱବିତ୍ ଏବଂ ଅଭିଲେଖ ଅଧ୍ୟୟନକାରୀମାନେ
(ଘ) ଉପରୋକ୍ତ ସମସ୍ତେ
Answer:
(ଘ) ଉପରୋକ୍ତ ସମସ୍ତେ

Class 6 Social Science Chapter 4 Question Answer Odia Medium ଇତିହାସର ସମୟସୀମା ଏବଂ ଉତ୍ସ

Question 10.
କିଏ ପୃଥୁବୀର ଭୌତିକ ବୈଶିଷ୍ଟ୍ୟ ଯଥା ମାଟି, ପଥର, ପାହାଡ଼ ଓ ପର୍ବତ, ନଦୀ, ସମୁଦ୍ର ଇତ୍ୟାଦି ଅଂଶକୁ ଅଧ୍ୟୟନ କରନ୍ତି ।
(କ) ପ୍ରକୃତତ୍ତ୍ବବିତ୍
(ଖ) ଭୂତତ୍ତ୍ବବିତ୍
(ଗ) ଜୀବାଶ୍ମ ବିଜ୍ଞାନୀ
(ଘ) ନୃତତ୍ତ୍ୱବିତ୍
Answer:
(ଖ) ଭୂତତ୍ତ୍ବବିତ୍

Class 6 Social Science Chapter 3 Question Answer Odia Medium ଭୂମିରୂପ ଏବଂ ଜୀବନ

Go through Class 6 Social Science Solutions Odia Medium and Class 6 Social Science Chapter 3 Question Answer Odia Medium ଭୂମିରୂପ ଏବଂ ଜୀବନ to understand textbook questions more clearly.

6th Class Social Science Chapter 3 Question Answer Odia Medium

Class 6 Social Science Chapter 3 Odia Medium

ପ୍ରଶ୍ନ, ଅଭ୍ୟାସକାର୍ଯ୍ୟ ଏବଂ ପ୍ରକଳ୍ପ :

Question 1.
ତୁମ ଗ୍ରାମ, ସହର ଓ ମହାନଗରରେ କେଉଁ ପ୍ରକାର ଭୂମିରୂପ ଦେଖୁଛ ? ଏହି ଅଧ୍ୟାୟରେ ଉଲ୍ଲେଖ କରାଯାଇଥିବା କେଉଁ ବୈଶିଷ୍ଟ୍ୟଗୁଡ଼ିକ ତୁମେ ଆଖପାଖରେ ଦେଖୁଛ ?
Answer:
ମୁଁ ଏକ ଗ୍ରାମରେ ବାସ କରୁଛି ଯେଉଁଠାରେ ଭୂମିରୂପ ସମତଳ ଅଟେ । ଆମର ଏହି ଭୂମି ଉପରେ କୃଷି କାର୍ଯ୍ୟ ହୁଏ । ପାଖରେ ଥ‌ିବା ନଦୀର ଜଳ ବଢ଼ି ସମୟରେ କ୍ଷେତକୁ ମାଡ଼ିଆସି ତାହାକୁ ପଟୁମାଟିଦ୍ଵାରା ଉର୍ବର କରିଥାଏ । ଆମ ଅଞ୍ଚଳର କୃଷକମାନେ ଉଭୟ ଖରିଫ୍ ଓ ରବି ଫସଲ ଋତୁ ଅନୁସାରେ ଚାଷ କରିଥା’ନ୍ତି । ଅନେକ ଚାଷୀ ମଧ୍ଯ ପନିପରିବା ଚାଷ କରିଥା’ନ୍ତି । କିନ୍ତୁ ଆମ ଦେଶର ଅନ୍ୟ ସ୍ଥାନମାନଙ୍କରେ ମାଳଭୂମି ରହିଛି । ସେହିପରି ପର୍ବତ ମଧ୍ୟ କିଛି ସ୍ଥାନରେ ରହିଅଛି । ମରୁଭୂମିମଧ୍ୟ ଏକ ଭୂମିରୂପ ଯାହା ଆମ ଦେଶରେ ଥର୍ ମରୁଭୂମି ଭାବେ ରହିଅଛି ।

Question 2.
ଆସ ଛୋଟନାଗପୁରରୁ ପ୍ରୟାଗରାଜ ଏବଂ ଆଲମୋଡ଼ାକୁ କରିଥିବା ପ୍ରାରମ୍ଭିକ ଯାତ୍ରାକୁ ଆଉଥରେ ପଢ଼ିବା ଓ ଦେଖ‌ିବା । ବାଟରେ ଦେଖାଯାଉଥ‌ିବା ତିନୋଟି ଭୂମିରୂପକୁ ବର୍ଣ୍ଣନା କର ।
Answer:
ଆମେ ଛୋଟନାଗପୁରରୁ ପ୍ରୟାଗରାଜ ଏବଂ ଆଲମୋଡ଼ାକୁ ଯାତ୍ରା କଲେ ସାଧାରଣତଃ ତିନୋଟି ଭୂମିରୂପ ଦେଖୁଥାଉ ।
(୧) ଛୋଟନାଗପୁର ଏକ ମାଳଭୂମି ଅଟେ । ଏହା ପଥୁରିଆ କିନ୍ତୁ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଅଟେ । ଏଠାରେ ଛୋଟ ଛୋଟ ପାହାଡ଼ ସହିତ ନଦୀ ଉପତ୍ୟକା ଅଛି । ଏହା ଭାରତର ପୂର୍ବରେ ଅଛି ଏବଂ ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗର କିଛି କିଛି ଅଂଶ ଏହା ମଧ୍ଯରେ ଅଛି ।

(୨) ପ୍ରୟାଗରାଜ ଉତ୍ତରପ୍ରଦେଶର ଗଙ୍ଗାନଦୀ ସମତଳ ଅଞ୍ଚଳରେ ଅଛି ଯାହାର ମୃତ୍ତିକା କୃଷି ପାଇଁ ଅତ୍ୟନ୍ତ ଉପଯୋଗୀ । ଏହା ଏକ ପ୍ରସିଦ୍ଧ ତୀର୍ଥସ୍ଥାନ ।

(୩) ଆଲମୋଡ଼ା ଉତ୍ତରାଖଣ୍ଡର ଏକ ସୁନ୍ଦରତମ ସ୍ଥାନ ଯାହାକି କୁମାୟୁନ ପର୍ବତଶ୍ରେଣୀରେ ଅଛି ।

Question 3.
ଭାରତର କେତେକ ପ୍ରସିଦ୍ଧ ତୀର୍ଥସ୍ଥାନ ସହିତ ସେଗୁଡ଼ିକ କେଉଁ ଭୂମିରୂପରେ ଦେଖିବାକୁ ମିଳେ ତାହାର ତାଲିକା କର ।
Answer:
ଭାରତର କେତେଗୁଡ଼ିଏ ପ୍ରସିଦ୍ଧ ତୀର୍ଥସ୍ଥାନ ଏବଂ ସେମାନଙ୍କର ଭୂମିରୂପ ନିମ୍ନରେ ପ୍ରଦାନ କରାଯାଇଛି ।
(କ) ପାର୍ବତ୍ୟାଞ୍ଚଳରେ ଥିବା ତୀର୍ଥସ୍ଥାନଗୁଡ଼ିକ ହେଲା ଅମରନାଥ, ବୈଷୋଦେବୀ, ବଦ୍ରିନାଥ, ମାଉଣ୍ଟଆବୁ ଇତ୍ୟାଦି ।
(ଖ) ସମତଳ ଅଞ୍ଚଳରେ ଥିବା ତୀର୍ଥସ୍ଥାନଗୁଡ଼ିକ ହେଲା ପ୍ରୟାଗରାଜ, ହରିଦ୍ଵାର, ଋଷିକେଶ, ମଥୁରା, ଅମୃତସର, ବାରାଣସୀ ।
(ଗ) ମାଳଭୂମି ଅଞ୍ଚଳରେ ଥିବା ତୀର୍ଥସ୍ଥାନଗୁଡ଼ିକ ହେଲା ଦେବଗଡ଼, ଉଜ୍ଜୟିନୀ ଇତ୍ୟାଦି ।
(ଘ) ଉପକୂଳ ଅଞ୍ଚଳରେ ଥିବା ତୀର୍ଥସ୍ଥାନଗୁଡ଼ିକ ହେଲା ପୁରୀ, ରାମେଶ୍ଵରମ୍ ଇତ୍ୟାଦି ।

Question 4.
ଭୁଲ୍ କି ଠିକ୍ କୁହ ।
(କ) ହିମାଳୟ ହେଉଛି ଗୋଲାକାର ଶୀର୍ଷ ଥ‌ିବା ଯୁବ ଭଙ୍ଗିଳ ପର୍ବତ ।
(ଖ) ଗୋଟିଏ ପଟୁ ମାଳଭୂମି ପ୍ରାୟ ଉଠିକରି ଥାଏ ।
(ଗ) ପର୍ବତ ଓ ପାହାଡ଼ ସମାନ ଭୂମିରୂପ ଅଟେ ।
(ଘ) ଭାରତର ପର୍ବତ, ମାଳଭୂମି ଓ ନଦୀରେ ସମାନ ପ୍ରକାରର ଉଭିଦ ଓ ଜୀବଜନ୍ତୁ ବାସ କରନ୍ତି ।
(ଙ) ଗଙ୍ଗାନଦୀ, ଯମୁନାର ଏକ ଉପନଦୀ ଅଟେ ।
(ଚ) ମରୁଭୂମିରେ ସ୍ଵତନ୍ତ୍ର ଉଭିଦ ଓ ଜୀବଜନ୍ତୁ ଦେଖିବାକୁ ମିଳେ ।
(ଛ) ବରଫ ତରଳିବା ହେତୁ ନଦୀର ଜଳସ୍ତର ବୃଦ୍ଧି ପାଇଥାଏ ।
(ଜି) ସମତଳ ଅଞ୍ଚଳରେ ଜମା ହୋଇଥିବା ନଦୀଗୁଡ଼ିକର ପଟୁମାଟିରୁ ଉର୍ବର ଜମି ପ୍ରସ୍ତୁତ ହୋଇଥାଏ ।
(ଝ) ସବୁ ମରୁଭୂମି ଗରମ ଓ ଉଷ୍ଣ ।
Answer:
(କ) ଭୁଲ୍,
(ଖ) ଭୁଲ୍,
(ଗ) ଠିକ୍,
(ଘ) ଭୁଲ୍,
(ଙ) ଭୁଲ୍,
(ଚ) ଠିକ୍,
(ଛ) ଠିକ୍,
(କ) ଠିକ୍,
(ଝ) ଭୁଲ୍ ।

Question 5.
ସାରଣୀର ବାମ ପଟରେ ଥ‌ିବା ଶବ୍ଦଗୁଡ଼ିକୁ ଡାହାଣ ପଟର ଠିକ୍ ଶବ୍ଦ ସହିତ ମିଳାଅ ।
Class 6 Social Science Chapter 3 Question Answer Odia Medium ଭୂମିରୂପ ଏବଂ ଜୀବନ-4
Answer:

ଏଭେରେଷ୍ଟ ଗିରିଶୃଙ୍ଗ ପର୍ବତାରୋହଣ
ଭେଳା ନଦୀ
ଓଟ ମରୁଭୂମି
ମାଳଭୂମି ପୃଥ‌ିବୀର ଛାତ
ଗାଙ୍ଗେୟ ସମତଳ ଅଞ୍ଚଳ ଧାନକ୍ଷେତ
ଜଳପଥ ଗଙ୍ଗା
କିଲିମଞ୍ଜର ଗିରିଶୃଙ୍ଗ ଆଫ୍ରିକା
ଯମୁନା ଉପନଦୀ

Class 6 Social Science Chapter 3 Question Answer Odia Medium ଭୂମିରୂପ ଏବଂ ଜୀବନ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ମୁଖ୍ୟ ଭୂମିରୂପଗୁଡ଼ିକ କ’ଣ ? ଏହା ମନୁଷ୍ୟର ଜୀବନ ଓ ସଂସ୍କୃତି ପାଇଁ କିପରି ମହତ୍ତ୍ଵପୂର୍ଣ୍ଣ ଅଟେ ?
Answer:
ପୃଥ‌ିବୀର ଭୂପୃଷ୍ଠରେ ଥ‌ିବା ମୁଖ୍ୟ ଭୂମିରୂପଗୁଡ଼ିକ ହେଉଛି, ପର୍ବତ ବା ପର୍ବତମାଳା, ମାଳଭୂମି ଏବଂ ସମତଳଭୂମି ।
ପର୍ବତ – ଚତୁଃପାର୍ଶ୍ଵସ୍ଥ ଭୂମିରୂପଠାରୁ ହଠାତ୍ ଉପରକୁ ଉଠିଥିବା ଉଚ୍ଚଭୂମିଗୁଡ଼ିକୁ ପର୍ବତ କୁହାଯାଏ । ଏଗୁଡ଼ିକର ଆଧାର ଭୂମି ପ୍ରଶସ୍ତ ଏବଂ ଉଚ୍ଚତା ବଢ଼ିବା ସହ କ୍ରମଶଃ ସଂକୀର୍ଣ୍ଣ ହୋଇ ଶଙ୍କୁ ଆକାରର ହୋଇଥାଏ । କିଛି ପର୍ବତର ଶିଖର ଅଧୂକ ଉଚ୍ଚତାରେ ଥ‌ିବାରୁ ତାହା ସର୍ବଦା ବରଫାବୃତ ହୋଇ ରହିଥାଏ । କିନ୍ତୁ ଅଳ୍ପ ଉଚ୍ଚତାରେ ଥ‌ିବା ପର୍ବତର ବରଫ ଗ୍ରୀଷ୍ମଋତୁରେ ତରଳି ଏହା ନଦୀରେ ମିଶିଥାଏ । ଅଳ୍ପ ଉଚ୍ଚତା, ଅଳ୍ପ ଢାଲୁ ଏବଂ ଗୋଲାକାର ଶୀର୍ଷଭୂମିକୁ ପାହାଡ଼ କୁହାଯାଏ ।

ମାଳଭୂମି : ମାଳଭୂମି ହେଉଛି ଏକ ଭୂମିରୂପ ଯାହା ଚତୁଃପାର୍ଶ୍ୱସ୍ଥ ଭୂମିରୁ ତୀଖ ଭାବରେ ଉପରକୁ ଉଠିଥାଏ । ଆମ ଦେଶ ଭାରତରେ ଦୁଇଟି ପୁରାତନ ମାଳଭୂମି ଅଛି ଯଥା, ତିବ୍ଦତୀୟ ମାଳଭୂମି ଯାହାକି ବିଶ୍ୱର ସର୍ବବୃହତ୍ ଏବଂ ସର୍ବୋଚ୍ଚ ଏବଂ ଅନ୍ୟଟି ଡେକାନ୍ ମାଳଭୂମି ।

ସମତଳ ଅଞ୍ଚଳ : ସମୁଦ୍ର ପତ୍ତନରୁ ୩୦୦ ମିଟର ବା କମ୍ ଉଚ୍ଚତାରେ ଥ‌ିବା ବିସ୍ତୀର୍ଣ୍ଣ ସମୟ ପ୍ରାୟ ଭୂମିକୁ ସମତଳଭୂମି କୁହାଯାଏ । ଏଗୁଡ଼ିକର ପୃଷ୍ଠଭୂମି ଚଟକା ଏବଂ ଅତି କମ୍ ଢାଲୁ ବିଶିଷ୍ଟ । ଏଗୁଡ଼ିକରେ କୌଣସି ବଡ଼ ପାହାଡ଼ କିମ୍ବା ଗଭୀର ଉପତ୍ୟକା ଦେଖାଯାଏ ନାହିଁ ।
ଭୂପୃଷ୍ଠର ଯେକୌଣସି ଭୂମିରୂପ ମାନବ ଜୀବନ ଧାରଣ ଏବଂ

(୧) ପାର୍ବତ୍ୟ ଅଞ୍ଚଳରେ ଜୀବନ – ଅଧିକାଂଶ ପାର୍ବତ୍ୟ ସଂସ୍କୃତିପାଇଁ ଅନେକ ମହତ୍ତ୍ଵପୂର୍ଣ୍ଣ ଅଟେ । ଅଞ୍ଚଳରେ ଜୀବନ କଷ୍ଟକର ହେଲେ ମଧ୍ୟ ସୁଖଦାୟକ ଅଟେ । ଯଦିଓ ଏ ଅଞ୍ଚଳରେ ଜନସଂଖ୍ୟା କମ୍ ଥାଏ ତଥାପି ସେମାନେ କୃଷି, ଗୋପାଳନ ଇତ୍ୟାଦି କାର୍ଯ୍ୟକରି ଜୀବିକା ନିର୍ବାହ କରନ୍ତି । ବର୍ତ୍ତମାନ ଯୁଗରେ ପର୍ଯ୍ୟଟନରୁ ଏମାନେ ଉତ୍ତମ ରୋଜଗାର କରୁଛନ୍ତି । ପାର୍ବତ୍ୟ ଅଞ୍ଚଳଗୁଡ଼ିକ ଅନେକ ଉଦ୍ଭଦ ଏବଂ ଜୀବଜନ୍ତୁରେ ପରିପୂର୍ଣ ହୋଇଥାଏ । ଏହିମାନଙ୍କ ଗହଣରେ ପାର୍ବତ୍ୟ ଅଞ୍ଚଳର ଅଧ‌ିବାସୀମାନେ ବଞ୍ଚିବା ସହ ନିଜର ସଂସ୍କୃତିକୁ ମଧ୍ୟ ବଞ୍ଚାଇ ରଖୁଛନ୍ତି ।

(୨) ମାଳଭୂମି – ମାଳଭୂମିମାନଙ୍କରେ ମଧ୍ଯ ଜୀବିକା ନିର୍ବାହର ବିଭିନ୍ନ ପନ୍ଥା ରହିଛି । କାରଣ ଏଗୁଡ଼ିକ ପ୍ରାୟତଃ ଖଣିଜ ସମ୍ପଦ ଭରା । ଉଦାହରଣ ସ୍ଵରୂପ, ଆଫ୍ରିକୀୟ ମାଳଭୂମି ଅଞ୍ଚଳରେ ସୁନା ଓ ହୀରାଖଣି ଦେଖିବାକୁ ମିଳେ । ସେହିପରି ଭାରତର ଛୋଟନାଗପୁର ମାଳଭୂମି ଅଞ୍ଚଳରେ ପ୍ରଚୁର ପରିମାଣରେ ଲୌହ ଓ କୋଇଲା ଖଣି ରହିଅଛି ।

ମାଳଭୂମିର ପରିବେଶ ଭିନ୍ନ ପ୍ରକାରର ଅଟେ । ଅଧିକାଂଶ ମାଳଭୂମିରେ ପଥୁରିଆ ମାଟି ଥୁବାରୁ ତାହା କୃଷି ପାଇଁ ସହାୟକ ହୋଇନଥାଏ । ତେଣୁ ଅଧିକାଂଶ ଅଧ୍ୟାବାସୀ ଖଣିରେ କାର୍ଯ୍ୟକରି ଜୀବିକା ନିର୍ବାହ କରିଥା’ନ୍ତି ।

ମାଳଭୂମିଗୁଡ଼ିକରେ ଅଧ୍ବକ ଆକର୍ଷଣୀୟ ଜଳପ୍ରପାତ ଦେଖିବାକୁ ମିଳିଥାଏ ।
ସମତଳଭୂମିରେ ଜୀବନ – ହଜାର ହଜାର ବର୍ଷ ତଳେ ନଦୀଗୁଡ଼ିକର ଅବବାହିକାରେ, ଉର୍ବର ସମତଳ ଭୂମିରେ ମାନବ ସଭ୍ୟତାମାନ ଗଢ଼ି ଉଠିଥିଲା । ପୃଥିବୀର ଜନସଂଖ୍ୟାର ଅଧିକାଂଶ ଭାଗ ସମତଳ ଅଞ୍ଚଳରେ ବସବାସ କରନ୍ତି । ପୃଥ‌ିବୀର ଅଧିକାଂଶ ବଡ଼ ନଗରୀ ସମତଳଭୂମି ଉପରେ ନଦୀ ଅବବାହିକାରେ ଗଢ଼ି ଉଠିଛି । ସମତଳ ଅଞ୍ଚଳର ଅଧିକାଂଶ ଅଧିବାସୀଙ୍କର ମୁଖ୍ୟ ଜୀବିକା ହେଉଛି କୃଷି । କୃଷି ସହିତ ସମତଳ ଅଞ୍ଚଳରେ ବାଣିଜ୍ୟ ବ୍ୟବସାୟ ବିଶେଷକରି ନୌବାଣିଜ୍ୟ, ଅର୍ଥନୈତିକ କାର୍ଯ୍ୟକଳାପକୁ ବିଶେଷ ସହାୟକ ହୋଇଥାଏ । ସମତଳ ଅଞ୍ଚଳର ଜନସାଧାରଣଙ୍କର ସଂସ୍କୃତିକ ଜୀବନ ଯେତିକି ଋଦ୍ଧିମନ୍ତ ସେତିକି ଗୌରବମୟ । ଅନେକ ରୀତିନୀତି, ପର୍ବପର୍ବାଣି, ନୃତ୍ୟଗୀତରେ ଏମାନେ ଜୀବନ ବିତାଇଥା’ନ୍ତି । ସୁତରାଂ ମୋଟାମୋଟି ଭାବରେ କହିବାକୁ ଗଲେ ପ୍ରତ୍ୟେକ ଭୂମିରୂପରେ ପାର୍ବତ୍ୟାଞ୍ଚଳ ହେଉ କିମ୍ବା ମାଳଭୂମି କିମ୍ବା ସମତଳ ଭୂମିରେ ମାନବ ତା’ର ଜୀବନ ଧାରଣ ଏବଂ ଜୀବିକା ନିର୍ବାହ କରିପାରିଛି । ଏହା ସହିତ ଏକ ଉଚ୍ଚକୋଟୀର ସାଂସ୍କୃତିକ ପରମ୍ପରାରେ ସେ ହୋଇଛି ଋଦ୍ଧିମନ୍ତ ।

Question 2.
ପ୍ରତ୍ୟେକ ଭୂମିରୂପ ସହିତ ଜଡ଼ିତ ଜୀବନର ଆହ୍ବାନ ଏବଂ ସୁଯୋଗଗୁଡ଼ିକ କ’ଣ ?
Answer:
ଭୂପୃଷ୍ଠର ପ୍ରତ୍ୟେକ ଭୂମିରୂପରେ ଜୀବନ ଅନେକ ଆହ୍ଵାନ ଏବଂ ସୁଯୋଗ ଦେଇ ଗତି କରିଥାଏ । ତା’ ଭିତରେ ମନୁଷ୍ୟ ଅନେକ ବାଧାବିଘ୍ନ ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ମଧ୍ୟ ସାମ୍ନା କରିଥାଏ ।

ପାର୍ବତ୍ୟ ଅଞ୍ଚଳରେ ବିପଦପୂର୍ଣ୍ଣ ଜୀବନ ପାର୍ବତ୍ୟ ଅଞ୍ଚଳରେ ଜୀବନଧାରଣ ଏକ ଆହ୍ୱାନ । ଏହାର ମୁଖ୍ୟ କାରଣ ହେଲା, ଏସବୁ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ଯଥା, ତୁଷାରପାତ, ଭୂସ୍ଖଳନ, ବାଦଲଫଟା ବର୍ଷା ଏବଂ ହଠାତ୍ ବନ୍ୟା ମାଡ଼ି ଆସିଥାଏ । ଏତଦ୍‌ବ୍ୟତୀତ ପାହାଡ଼ିଆ ଅଞ୍ଚଳ ଅତ୍ୟନ୍ତ ଆବଡ଼ାଖାବଡ଼ା, ତୀଖ, ଅଣଓସାରିଆ ରାସ୍ତା ହୋଇଥିବାରୁ ଜୀବନ ସର୍ବଦା ବିପଦସଙ୍କୁଳ ହୋଇଥାଏ । ଅନେକ କଷ୍ଟରେ ସେମାନେ ସୋପାନ କୃଷି କରିଥା’ନ୍ତି ।

ପାର୍ବତ୍ୟ ଅଞ୍ଚଳରେ ସୁଯୋଗ କ’ଣ ? : ପାର୍ବତ୍ୟ ଅଞ୍ଚଳରେ ପ୍ରକୃତିର ସୌନ୍ଦର୍ଯ୍ୟ ଭରି ରହିଛି, ବିଭିନ୍ନ ପ୍ରକାର ଉଭିଦ, ଜୀବଜନ୍ତୁ ଏଠାରେ ଦେଖିବାକୁ ମିଳିଛି । ସବୁଠାରୁ ବଡ଼ କଥା, ଏବେ ଏହି ସ୍ଥାନଗୁଡ଼ିକ ପର୍ଯ୍ୟଟନସ୍ଥଳୀ ହୋଇଥ‌ିବାରୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିଥା’ନ୍ତି । ଯାହାଫଳରେ ସ୍ଥାନୀୟ ଲୋକ ଏକ ଉତ୍ତମ ରୋଜଗାରର ସୁଯୋଗ ପାଇଥା’ନ୍ତି ।

ମାଳଭୂମିରେ ଜୀବନ – ମାଳଭୂମିରେ ମଧ୍ଯ ଜନଜୀବନ ଅନେକ ସମୟରେ ବିପଦସଙ୍କୁଳ ହୋଇଥାଏ । ଏହି ସ୍ଥାନମାନଙ୍କରେ ଥ‌ିବା ତୀଖ ପାହାଡ଼ର କ୍ଷୟ ହୋଇଥାଏ, ଯାହାକି ଅନେକ ସମୟରେ କୃଷିକୁ ବାଧାପ୍ରାପ୍ତ କରିଥାଏ । ମାଳଭୂମିକୁ କାଟି ରାସ୍ତା ନିର୍ମାଣ କରିବାଦ୍ଵାରା ବିକାଶର ପଥ ଖୋଲିଥିଲେ ମଧ୍ୟ ତାହା ମୃତ୍ତିକାକ୍ଷୟର କାରଣ ହୋଇଥିଲା ।

ମାଳଭୂମିରେ ସୁଯୋଗ – ମାଳଭୂମି ସାଧାରଣତଃ ଖଣିଜ ପଦାର୍ଥରେ ଭରପୂର । ଏହାକୁ ଖଣିଜ ପଦାର୍ଥର ଭଣ୍ଡାର ବୋଲି କୁହାଯାଏ । ଏସବୁ ଅଞ୍ଚଳରେ ଖଣି ଖନନ ଏବଂ ଖଣିଜ ପଦାର୍ଥର ଉତ୍ତୋଳନ ଇତ୍ୟାଦି ଏକ ଅର୍ଥନୈତିକ କାର୍ଯ୍ୟ ହୋଇଥିବାରୁ ଅନେକ ଲୋକଙ୍କୁ ଏଠାରେ କାର୍ଯ୍ୟ; କରିବାର ସୁଯୋଗ ମିଳିବା ସହିତ ରୋଜଗାର ମିଳିଥାଏ ।

ସମତଳ ଅଞ୍ଚଳରେ ଜୀବନର ଆହ୍ବାନ ଓ ସୁଯୋଗ ସମତଳ ଅଞ୍ଚଳ କୃଷି, ବାଣିଜ୍ୟ, ବ୍ୟବସାୟ, ଗୋପାଳନ ଏବଂ ଅନ୍ୟାନ୍ୟ ଛୋଟବଡ଼ ବୃଦ୍ଧି ପାଇଁ ଅନେକ ସୁଯୋଗ ଆଣି ଦେଇଥାଏ । ତେଣୁ ପୃଥ‌ିବୀର ଅଧିକାଂଶ ଲୋକ ସମତଳ ଅଞ୍ଚଳରେ ବସବାସ କରିବାକୁ ପସନ୍ଦ କରିଥା’ନ୍ତି । କିନ୍ତୁ ଅନେକ ସମୟରେ ବନ୍ୟା, ବଢ଼ି, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ମଧ୍ୟ ସେମାନଙ୍କୁ ସାମ୍‌ନା କରିବାକୁ ପଡ଼ିଥାଏ । ଏତଦ୍‌ବ୍ୟତୀତ ଜନସଂଖ୍ୟା ବୃଦ୍ଧି, ପ୍ରଦୂଷଣ ଇତ୍ୟାଦି ମଧ୍ଯ ଜନଜୀବନକୁ କ୍ଷତି ପହଞ୍ଚାଇଥାଏ ।

ଆସ ଅନୁସନ୍ଧାନ କରିବା :

Question 1.
ପାର୍ଶ୍ୱସ୍ଥ ଚିତ୍ରଗୁଡ଼ିକ ପର୍ବତରେ ବାସ କରୁଥିବା ଲୋକମାନେ ସମ୍ମୁଖୀନ ହେଉଥ‌ିବା କିଛି ଆହ୍ବାନ ଦର୍ଶାଉଛି । ଶ୍ରେଣୀରେ ଦଳଗତ ଭାବରେ ଆଲୋଚନା କରି, ପ୍ରତ୍ୟେକ ଚିତ୍ର ଉପରେ ଗୋଟିଏ ଅନୁଚ୍ଛେଦ ଲେଖ । ଏପରି ଅନେକ ଆହ୍ବାନ ଅସୁବିଧା ସେତ୍ତ୍ୱେ ଲୋକମାନେ କାହିଁକି ଏବେ ବି ପାହାଡ଼ରେ ରହିବାକୁ ପସନ୍ଦ କରୁଛନ୍ତି ସେ ବିଷୟରେ ମଧ୍ୟ ଆଲୋଚନା କର ।
Class 6 Social Science Chapter 3 Question Answer Odia Medium ଭୂମିରୂପ ଏବଂ ଜୀବନ-1

Class 6 Social Science Chapter 3 Question Answer Odia Medium ଭୂମିରୂପ ଏବଂ ଜୀବନ-2
Answer:
ଉପରୋକ୍ତ ଚିତ୍ର ଦର୍ଶାଏ ଯେ କିଭଳି ଭାବରେ ପାର୍ବତ୍ୟ ଅଞ୍ଚଳର ଲୋକେ ଏହିସବୁ ବିପଦକୁ ସାମ୍‌ନା କରିଥାନ୍ତି । ଏହା ସତ୍ତ୍ବେ ସେମାନେ ସେଠାରେ ଜୀବନଯାପନ କରନ୍ତି ଏବଂ ସେଠାକାର ପରି ବେଶ ସହିତ ନି ଜକୁ ଖାପ ଖୁଆଇ ଚାଲି ଥା’ନ୍ତି । ଏହି ସବୁ ସ୍ଥାନମାନଙ୍କରେ ହଠାତ୍ ଆକସ୍ମିକ ବନ୍ୟା ହୁଏ, ହିମ ସ୍ଖଳନ ହୁଏ, ବାଦଲଫଟା ବର୍ଷା, ଭୂସ୍ଖଳନ, ପ୍ରବଳ ତୁଷାର ପାତ ଏବଂ ଥଣ୍ଡା ଲାଗି ରହିଥାଏ । ବେଳେବେଳେ ପର୍ଯ୍ୟଟନ ବ୍ୟବସ୍ଥା ମଧ୍ୟ ନିୟନ୍ତ୍ରଣ ବାହାରକୁ ଚାଲିଯାଏ । ଏସବୁ ସତ୍ତ୍ବେ ଏଠାରେ ମାନବ ଜୀବନଧାର ଣ କରିଥାଏ ।

Question 2.
ଚିତ୍ର ୩.୮ରେ ଦର୍ଶାଯାଇଥିବା ଭୂମିରୂପଗୁଡ଼ିକର ରଙ୍ଗ ପାଇଁ ଦିଆଯାଇଥିବା ନିର୍ଦ୍ଦିଷ୍ଟ କୋଡ଼କୁ ବ୍ୟବହାର କର । ଉଦାହରଣ ସ୍ୱରୂପ ‘ତିବ୍ବତୀୟ ମାଳଭୂମି’, ‘ରକି ପର୍ବତଶ୍ରେଣୀ’, ନୀଳନଦୀର ସମତଳ ଭାଗ’ ।
Class 6 Social Science Chapter 3 Question Answer Odia Medium ଭୂମିରୂପ ଏବଂ ଜୀବନ-3
Answer:
(୧) ତିବ୍ଦତୀୟ ମାଳଭୂମି ପାଇଁ ଆମେ ଗାଢ଼ ଧୂସର ରଙ୍ଗ ବ୍ୟବହାର କରିବା ।
(୨) ପଥୁରିଆ ରକି ପର୍ବତଶ୍ରେଣୀ ପାଇଁ ଫିକା ଧୂସର ରଙ୍ଗ ବ୍ୟବହାର କରିବା ।
(୩) ନୀଳନଦୀ, ଆମାଜନ ନଦୀ, ମସିସିପି ଏବଂ ଗଙ୍ଗାନଦୀର ସମତଳ ଅଞ୍ଚଳ ପାଇଁ ଫିକା ସବୁଜ ରଙ୍ଗ ବ୍ୟବହାର କରିବା ।

ଚିତ୍ର ୩.୯ରେ ଉତ୍ତର ଭାରତର ଏକ ଅଂଶକୁ ଉପଗ୍ରହଦ୍ଵାର ବହୁ ଉଚ୍ଚରୁ ଉତ୍ତୋଳ ନ କରାଯାଇଥ୍ ବା ଫଟୋଚିତ୍ର ମାଧ୍ୟମରେ ଦର୍ଶାଯାଇଛି । ଶିକ୍ଷଣ କାର୍ଯ୍ୟ ଭାବରେ ଏହାକୁ ଅନୁଧ୍ୟାନ କର ।

Question 3.
ଗାଙ୍ଗେୟ ସମତଳ କେଉଁ ରଙ୍ଗର ?
Answer:
ଗାଙ୍ଗେୟ ସମତଳ ସବୁଜ ରଙ୍ଗର ଅଟେ ।

Question 4.
ଧଳା ରଙ୍ଗ କ’ଣ ଦର୍ଶାଉଛି ?
Answer:
ଚିତ୍ରରେ ପର୍ବତମାନଙ୍କର ଶିଖରରେ ଦେଖାଯାଉଥ‌ିବା ଧଳା ରଙ୍ଗ ଦର୍ଶାଉଛି ଯେ ସେଗୁଡ଼ିକ ବରଫ ଆଚ୍ଛାଦିତ ।

Question 5.
ଚିତ୍ରର ନିମ୍ନରେ ବାମପଟେ ଥିବା ଧୂସର ରଙ୍ଗ କ’ଣ ଦର୍ଶାଉଛି ?
Answer:
ଏହା ଦାକ୍ଷିଣାତ୍ୟ ମାଳଭୂମିକୁ ଦର୍ଶାଉଛି ।

Class 6 Social Science Chapter 3 Question Answer Odia Medium ଭୂମିରୂପ ଏବଂ ଜୀବନ

Question 6.
ତୁମେ ତୁମ ଅଞ୍ଚଳର ନଦୀ ଉତ୍ସ କିମ୍ବା ସଙ୍ଗମର ଉଦାହରଣ ଦେଇପାରିବ କି ଯାହାକୁ କୌଣସି ସମ୍ପ୍ରଦାୟ ପବିତ୍ର ଭାବରେ ବିବେଚନା କରନ୍ତି ?
Answer:
ଗଙ୍ଗାନଦୀ ହିନ୍ଦୁମାନଙ୍କ ପାଇଁ ସବୁଠାରୁ ପବିତ୍ରତମ ନଦୀ । ଏହି ନଦୀ ବାହାରିଥିବା ଗଙ୍ଗୋତ୍ରୀ କ୍ଲାସିୟରକୁ ପବିତ୍ର ମନେକରାଯାଏ । ଗଙ୍ଗାନଦୀକୁ ଦେବୀ ଗଙ୍ଗାମାତା ବୋଲି ହିନ୍ଦୁମାନେ ମାନି ତା’ କୂଳରେ ସ୍ନାନ କରି ସମସ୍ତ ପୂଜା କ୍ରିୟାକାର୍ଯ୍ୟ କରିଥା’ନ୍ତି । ଗଙ୍ଗା ଓ ଯମୁନା ନଦୀର ସଙ୍ଗମ ସ୍ଥଳକୁ ପ୍ରୟୋଗରାଜ ବା ତ୍ରିବେଣୀ ସଙ୍ଗମ କୁହାଯାଏ । ଏଠି ଅନୁଷ୍ଠିତ କୁମ୍ଭମେଳା ବିଶ୍ଵପ୍ରସିଦ୍ଧ । ଏହି ସ୍ଥାନକୁ ହିନ୍ଦୁ ସମ୍ପ୍ରଦାୟ ପବିତ୍ର ଭାବରେ ବିବେଚନା କରନ୍ତି ।

Question 7.
ନିକଟସ୍ଥ ନଦୀକୁ ଯାଅ ଏବଂ ସେଠାରେ ଅର୍ଥନୈତିକ ହେଉ କି ସାଂସ୍କୃତିକ ସମସ୍ତ କାର୍ଯ୍ୟକଳାପ ଅନୁଧ୍ୟାନ କର । ସେଗୁଡ଼ିକ ଲିପିବଦ୍ଧ କର ଏବଂ ତୁମ ସହପାଠୀଙ୍କ ସହିତ ଆଲୋଚନା କର ।
Answer:
(ଛାତ୍ରଛାତ୍ରୀମାନେ ନିଜେ କରିବେ ।)

Question 8.
ଭାରତର କେତେକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀର ତାଲିକା ପ୍ରସ୍ତୁତ କର ଏବଂ ସେହି ସ୍ଥାନରେ କେଉଁ ପ୍ରକାର ଭୂମିରୂପ ଦେଖାଯାଏ, ତାହାକୁ ଚିହ୍ନଟ କର ।
Answer:
ଭାରତରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି । କେତେକ ପର୍ବତ ଉପରେ, କେତେକ ମାଳଭୂମିରେ ଏବଂ କେତେକ ସମତଳଭୂମି ଉପରେ ଗଢ଼ିଉଠିଛି । ଉଦାହରଣ ସ୍ଵରୂପ ସିମଳା, ମନାଲି, ଲେହ ହିମାଳୟ ପର୍ବତରେ ରହିଅଛି । ସେହିପରି ଜୟସାଲମେର, ବିକାନୀର ଥର୍ ମରୁଭୂମିରେ ରହିଅଛି । ସେହିପରି ବନାରସ, ଋଷିକେଶ ଏବଂ ହରିଦ୍ଵାର ଗଙ୍ଗାନଦୀର ସମତଳଭୂମି ଉପରେ ରହିଅଛି ।

ମରୁଭୂମି – କମ୍ ଦୃଷ୍ଟିପାତ ସହିତ ବିସ୍ତୀର୍ଣ୍ଣ ଶୁଖୁଲା ଅଞ୍ଚଳକୁ ମରୁଭୂମି କୁହାଯାଏ । ଏଗୁଡ଼ିକର ଉଭିଦ ଓ ଜୀବଜନ୍ତୁ ମଧ୍ଯ ଅନନ୍ୟ ଅଟନ୍ତି । ଆଫ୍ରିକାର ସାହାରା ମରୁଭୂମି, ଭାରତର ଥର୍ ମରୁଭୂମି ଅତ୍ୟନ୍ତ ଗରମ ଅଟେ । କିନ୍ତୁ ଏସିଆର ଗୋବି ମରୁଭୂମି ଥଣ୍ଡା ଅଟେ । କେତେକ ବିଶେଷଜ୍ଞ ଆଣ୍ଟର୍କଟିକା ମହାଦେଶକୁ ମଧ୍ୟ ମରୁଭୂମି ବୋଲି ବର୍ଣ୍ଣନା କରିଛନ୍ତି । ଜୀବନଯାପନ ପାଇଁ କଠିନ ପରିସ୍ଥିତି ସତ୍ତ୍ଵେ ଅଧିକାଂଶ ମରୁଭୂମିରେ ଲୋକମାନେ ମଧ୍ୟ ବସଦ. 2 କରନ୍ତି । ମନୁଷ୍ୟ ସମସ୍ତ ଭୂମିରୂପକୁ ନିଜର ଘର କରିପାରିଛି ।

ଆସ ଜାଣିବା :

Question 1.
ଶିକ୍ଷଣ କାର୍ଯ୍ୟ– ଚାରି କିମ୍ବା ପାଞ୍ଚଜଣ ଛାତ୍ରଛାତ୍ରୀଙ୍କୁ ନେଇ ଦଳ ଗଠନ କରି ପ୍ରତ୍ୟେକ ଦଳକୁ ବିଦ୍ୟାଳୟ ଆଖପାଖକୁ ନିରୀକ୍ଷଣ କରିବାପାଇଁ ସୂଚନା ଦିଆଯିବ ଏବଂ ନିମ୍ନ ପ୍ରଶ୍ନଗୁଡ଼ିକୁ ଆଲୋଚନା କରି ଅନ୍ୟ ଦଳ ସହ ତୁଳନା କର । ତୁମେ କେଉଁ ପ୍ରକାରର ଭୂମିରୂପ ଦେଖୁଛ ? କିଛି କିଲୋମିଟର ଦୂରରେ ବା ପାଖାପାଖୁ ୫୦ କିଲୋମିଟର ଭିତରେ ଏହା ବଦଳି ଯିବ କି ?
Answer:
ଆମ ଚତୁଃପାର୍ଶ୍ଵରେ ଆମେ ଯେଉଁ ଭୂମିରୂପ ଦେଖୁଛୁ, ସେଥ‌ିରେ କିଛିଟା ଫରକ ରହିଛି, କେଉଁଠି ସମତଳ ଭୂମି ତ କେଉଁଠି ଢାଲୁ ଅଞ୍ଚଳ ଏବଂ କେଉଁଠି ମାଳଭୂମିର ତୀଖ ପାହାଡ଼ିଆ ଅଞ୍ଚଳ ଇତ୍ୟାଦି । କିନ୍ତୁ ଯେକୌଣସି ଭୂମିରୂପ ପ୍ରାୟ ୫୦ କିଲୋମିଟର ଭିତରେ ବଦଳି ନଥାଏ ।

Question 2.
ଦଳରେ, ତୁମମାନଙ୍କ ମଧ୍ୟରୁ କେହି ଜଣେ ଓଡ଼ିଶାର ଏକ ଅଞ୍ଚଳ ଦେଇ କରିଥିବା ଯାତ୍ରା ବିଷୟରେ ଆଲୋଚନା କର । ବାଟରେ ଦେଖୁଥ‌ିବା ବିଭିନ୍ନ ଭୂମିରୂପର ତାଲିକା ପ୍ରସ୍ତୁତ କର । ଅନ୍ୟ ଦଳ ସହ ତୁଳନା କର ।
Answer:
ଯେତେବେଳେ ଆମେ ଓଡ଼ିଶାର କୌଣସି ଏକ ଅଞ୍ଚଳ ମଧ୍ୟଦେଇ ଯାତ୍ରା କରୁ ଆମେ ବାଟରେ ବିଭିନ୍ନ ଭୂମିରୂପ ଦେଖୁ; ଯଥା- ପର୍ବତ, ମାଳଭୂମି, ସମତଳ ଅଞ୍ଚଳ ଏବଂ ଉପକୂଳ ଅଞ୍ଚଳ । ଓଡ଼ିଶା ମଧ୍ଯରେ ଏକ ଦୀର୍ଘ ଯାତ୍ରା କଲେ ଏସବୁ ଭୂମିରୂପ ଦେଖିବା ଏକ ପ୍ରକାର ନିଶ୍ଚିତ ହୋଇଥାଏ ।

ଭୂମିରୂପ ପୃଥ‌ିବୀ ପୃଷ୍ଠରେ ଥିବା ଏକ ଭୌତିକ ଅଂଶ ଅଟେ । ଭୂମିରୂପ ଗଠନ ପାଇଁ ଲକ୍ଷ ଲକ୍ଷ ବର୍ଷ ନେଇଥାଏ ଏବଂ ଏହାର ପରିବେଶ ଓ ଜୀବନ ସହିତ ଏକ ଗୁରୁତ୍ଵପୂର୍ଣ୍ଣ ସମ୍ପର୍କ ରହିଛି ।

ଭୂମିରୂପକୁ ମୁଖ୍ୟତଃ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ, ଯଥା- ପର୍ବତ, ମାଳଭୂମି ଏବଂ ସମତଳଭୂମି ।

ଭୂମିରୂପଗୁଡ଼ିକର ଜଳବାୟୁ ଭିନ୍ନ ଅଟେ ଏବଂ ଏଠାରେ ବିଭିନ୍ନ ପ୍ରକାରର ଉଭିଦ ଓ ଜୀବଜନ୍ତୁ ବାସ କରନ୍ତି ।

ମନୁଷ୍ୟ ସବୁପ୍ରକାର ଭୂମିରୂପ ସହ ନିଜକୁ ଖାପଖୁଆଇ ପାରିଛି । କେବଳ ଜନସଂଖ୍ୟା ବିଭିନ୍ନ ଭୂମିରୂପ ଅନୁଯାୟୀ କମ୍ ବେଶୀ ହୋଇଥାଏ ।

ଏହି ଶ୍ଳୋକର ଆଧାରରେ ନିମ୍ନ ପ୍ରଶ୍ନର ଆଲୋଚନା କର ।

Question 1.
ପଶ୍ଚିମରୁ ପୂର୍ବ ମହାସାଗରର ଅର୍ଥ କ’ଣ ? ତୁମେ ଚିତ୍ର ୫.୨ରେ ଏହି ମହାସାଗର ଏବଂ ପର୍ବତର ଦେବତାଙ୍କୁ ଚିହ୍ନଟ କରିପାରିବ କି ‘?
Answer:
ପଶ୍ଚିମରୁ ପୂର୍ବ ମହାସାଗର ସୂଚାଏ ଯେ ଭାରତରେ ପଶ୍ଚିମରେ ଆରବ ସାଗର ଓ ପୂର୍ବରେ ବଙ୍ଗୋପସାଗର ରହିଅଛି । ସେହିପରି ପର୍ବତ ଦେବତା କହିଲେ ଆମ ଦେଶର ‘ହିମାଳୟ ପର୍ବତମାଳାକୁ’’ ବୁଝାଏ ଯାହା ଉତ୍ତର ଦିଗରେ ବିଦ୍ୟମାନ ଅଛି ।

Question 2.
ଗଙ୍ଗା ସମ୍ପର୍କରେ କାହିଁକି ଉଲ୍ଲେଖ କରାଯାଇଛି ? (ସୂଚନା : ଏହାର ଅନେକ କାରଣ ଥାଇପାରେ)
Answer:
ମହାକବି କାଳିଦାସ ତାଙ୍କ କୁମାରସମ୍ଭବଂ କାବ୍ୟରେ ଗଙ୍ଗାନଦୀକୁ ଭାରତର ପବିତ୍ର ଓ ପୁଣ୍ୟତୋୟା ନଦୀ ଭାବରେ ଅନେକ କାରଣପାଇଁ ବର୍ଣନା କରିଛନ୍ତି । ତାଙ୍କ ଭାଷାରେ ଗଙ୍ଗାନଦୀ ହେଉଛି ପବିତ୍ରତା ଏବଂ ଐଶ୍ୱରୀକତାର ପ୍ରତୀକ ଯାହାକି ପୃଥ‌ିବୀକୁ ଦେବୀ ରୂପେ ବହିଆସିଛି ଓ କୁମାର କାର୍ତ୍ତିକେୟଙ୍କ ଜନ୍ମ ପାଇଁ ଏକ ବିଶେଷ ଭୂମିକା ଗ୍ରହଣ କରିଛି । ଏହାର ପବିତ୍ର ପାଣିକୁ ଆମେ ଅନେକ ଆଧ୍ୟାତ୍ମିକ କାର୍ଯ୍ୟରେ ଲଗାଇଥାଉ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଭୂମିରୂପ କେତେ ଭାଗରେ ବିଭକ୍ତ ଓ କ’ଣ କ’ଣ ?
Answer:
ପୃଥ‌ିବୀର ଭୂମିରୂପ ସାଧାରଣତଃ ତିନି (୩) ଭାଗରେ ବିଭକ୍ତ; ଯଥା- ପାର୍ବତ୍ୟଭୂମି, ମାଳଭୂମି ଓ ସମତଳ ଭୂମି ।

Class 6 Social Science Chapter 3 Question Answer Odia Medium ଭୂମିରୂପ ଏବଂ ଜୀବନ

Question 2.
ଏପରି ଏକ ପର୍ବତର ନାମ ଲେଖ ଯାହା ଏକ ପର୍ବତମାଳାର ଅନ୍ତର୍ଗତ ନୁହେଁ ।
Answer:
ଆଫ୍ରିକାର କିଲିମଞ୍ଜର ଗିରିଶୃଙ୍ଗ ଯାହା ଏକ ଗୋଟିକିଆ ପର୍ବତ । ଏହା କୌଣସି ପର୍ବତମାଳାର ଅଂଶ ନୁହେଁ ।

Question 3.
ପାହାଡ଼ କାହାକୁ କୁହାଯାଏ ? ଉଦାହରଣ ସହ ବୁଝାଅ ।
Answer:
ପାହାଡ଼ କହିଲେ ସମତଳଠାରୁ ଉଚ୍ଚ ସ୍ଥାନକୁ ବୁଝାଏ । କିନ୍ତୁ ପର୍ବତ ତୁଳନାରେ ସେଗୁଡ଼ିକ ଉଚ୍ଚତାରେ ବହୁତ କମ୍ ଅଟନ୍ତି । ଏଗୁଡ଼ିକର ଉପରିଭାଗ ଗୋଲାକାର ଥାଏ ଏବଂ ତଳୁ ଉପରକୁ ସୋପାନଗୁଡ଼ିକ ମଧ୍ୟ କମ୍ ଥାଏ । ଉଦାହରଣ ସ୍ଵରୂପ କାର୍ଡ଼ମମ୍ ପାହାଡ଼, ଆନାମଲାଇ ପାହାଡ଼ ।

Question 4.
ମାଳଭୂମିଗୁଡ଼ିକ ସମତଳ ଅଞ୍ଚଳମାନଙ୍କଠାରୁ ସେମାନଙ୍କ ଭୂମିରୂପ ଅନୁସାରେ ଭିନ୍ନ ଅଟନ୍ତି । କାରଣ ଦର୍ଶାଅ ।
Answer:
ଯଦିଓ ଉଭୟ ମାଳଭୂମି ଓ ସମତଳଭୂମିର ପୃଷ୍ଠଭାଗ ଚଟକା ଏବଂ ଭୂସମାନ୍ତର ତଥାପି ମାଳଭୂମିଗୁଡ଼ିକର ଏକ ପାଖି ତୀଖ ଏବଂ ଉଚ୍ଚା ମାଳଭୂମିର ଅଧିକାଂଶ ଅଞ୍ଚଳ ପଥୁରିଆ ଅଟେ ।

Question 5.
ତୁଷାର କ’ଣ ?
Answer:
ଜଳର କଠିନ ଅବସ୍ଥାକୁ ତୁଷାର କୁହାଯାଏ । ଏହା ଯେତେବେଳେ ପାହାଡ଼ର ଶିଖରରେ ବର୍ଷଣ ହୋଇ ପଡ଼ି ରହିଥାଏ ତାହା ଏକ ଧବଳ ଚାଦର ଭଳି ଦେଖାଯାଏ ।

Question 6.
ତୁଷାର ବର୍ଷଣ ବା ବୃଷ୍ଟି କେଉଁ ଆକାରରେ ହୋଇଥାଏ ?
Answer:
ଅଧିକାଂଶ ତୁଷାର ବର୍ଷଣ ବର୍ଷା ଏବଂ ନୂଆପଥର ରୂପରେ ହୋଇଥାଏ ।

Question 7.
ଭାରତରେ ତୁମେ କେଉଁ ସ୍ଥାନମାନଙ୍କରେ ଏହିସବୁ ତୁଷାର ବର୍ଷଣ ଦେଖୁଛ ଲେଖ ।
Answer:
ଭାରତରେ ତୁଷାର ବୃଷ୍ଟି ଅନେକ ସ୍ଥାନରେ ଯଥା ଲଦାଖ୍, କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍ ଏବଂ ଅରୁଣାଚଳ ପ୍ରଦେଶରେ ହୋଇଥାଏ ।

Class 6 Social Science Chapter 2 Question Answer Odia Medium ମହାସାଗର ଏବଂ ମହାଦେଶ

Go through Class 6 Social Science Solutions Odia Medium and Class 6 Social Science Chapter 2 Question Answer Odia Medium ମହାସାଗର ଏବଂ ମହାଦେଶ to understand textbook questions more clearly.

6th Class Social Science Chapter 2 Question Answer Odia Medium

Class 6 Social Science Chapter 2 Odia Medium

ପ୍ରଶ୍ନ, ଅଭ୍ୟାସକାର୍ଯ୍ୟ ଏବଂ ପ୍ରକଳ୍ପ :

Question 1.
ନିମ୍ନଲିଖତ ଶବ୍ଦର ଅର୍ଥ ବର୍ଣ୍ଣନା କର ।
(କ) ମହାଦେଶ
(ଖ) ମହାସାଗର
(ଗ) ଦ୍ଵୀପ
Answer:
(କ) ମହାଦେଶ – ଏକ ନିରନ୍ତର ବିସ୍ତାରିତ ଭୂଖଣ୍ଡ (ବିଶାଳ ଭୂମି)କୁ ମହାଦେଶ କୁହାଯାଏ, ଯଥା- ଏସିଆ, ୟୁରୋପ ଓ ଉତ୍ତର ଆମେରିକା ।
(ଖ) ମହାସାଗର – ପୃଥ‌ିବୀ ପୃଷ୍ଠରେ ଥ‌ିବା ବିଶାଳ ଜଳରାଶିକୁ ମହାସାଗର କୁହାଯାଏ । ଉଦାହରଣ- ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଆଟ୍‌ଲାଣ୍ଟିକ୍ ମହାସାଗର ।
(ଗ) ଦ୍ଵୀପ – ଯେଉଁ ସ୍ଥଳଦ ଗର ଚତୁଃପାର୍ଶ୍ଵରେ ଜଳ ଘେରିକର ଥାଏ ତାକୁ ନୀପ କୁହାଯାଏ । ଉଦାହରଣ ସ୍ଵରୂପ, ଆମ- ସୁଞ୍ଜ ଇତ୍ୟାଦି ।

Question 2.
ଆସ ଚିତ୍ର ଆଙ୍କିବା – ଏହି ଅଧ୍ୟାୟରେ ଥ‌ିବା ମାନଚିତ୍ରଗୁଡ଼ିକୁ ନ ଦେଖ୍, ଏକ କାଗଜରେ ମହାଦେଶଗୁଡ଼ିକୁ ଅଙ୍କନ କର ଏବଂ ସେଗୁଡ଼ିକୁ ରଙ୍ଗ କର । ତା’ପରେ ଏହି ଅଧ୍ୟାୟରେ ଦିଆଯାଇଥିବା ମହାସାଗର ଏବଂ ମହାଦେଶର ମାନଚିତ୍ର ସହିତ ତୁମ ଚିତ୍ରକୁ ତୁଳନା କର ।
Answer:
ଛାତ୍ରଛାତ୍ରୀମାନେ ନିଜେ କରିବେ ।

Question 3.
ଆସ କରିବା – ନିମ୍ନରେ ଦିଆଯାଇଥବା ପୃଥ‌ିବୀର ରେଖାଙ୍କିତ ମାନଚିତ୍ରରେ ମହାଦେଶ ଓ ମହାସାଗରଗୁଡ଼ିକର ନାମ ଲେଖ ।
Class 6 Social Science Chapter 2 Question Answer Odia Medium ମହାସାଗର ଏବଂ ମହାଦେଶ-2
Answer:
ଛାତ୍ରଛାତ୍ରୀମାନେ ନିଜେ କରିବେ ।

Question 4.
ନିମ୍ନରେ ଦିଆଯାଇଥୁବା ତଥ୍ୟ ଅନୁସାରେ ଗ୍ରୀଡ଼କୁ ବନ୍ଧନୀ ମଧ୍ଯରେ ଦିଆଯାଇଥିବା ଇଂରାଜୀ ଶବ୍ଦକୁ ବ୍ୟବହାର କରି ପୂରଣ କର । (ପ୍ରଶ୍ନ ସହିତ ଉତ୍ତର)
(ISLAND, PACIFIC, ANTARCTICA, PLASTIC, AUSTRALIA, CONTINENT, OXYGEN, GREENLAND, EURASIA, T-SUNAMI)
Class 6 Social Science Chapter 2 Question Answer Odia Medium ମହାସାଗର ଏବଂ ମହାଦେଶ-3

Class 6 Social Science Chapter 2 Question Answer Odia Medium ମହାସାଗର ଏବଂ ମହାଦେଶ-4
Answer:
Class 6 Social Science Chapter 2 Question Answer Odia Medium ମହାସାଗର ଏବଂ ମହାଦେଶ-5

ସମଗ୍ର ଅଞ୍ଚଳରେ ତଳକୁ ଖସି ଯାଆନ୍ତୁ
୧। ସମୁଦ୍ରରୁ ପ୍ରଚୁର ପରିମାଣରେ ଉତ୍ପାଦିତ ହୁଏ । ୨। ପୃଥିବୀର ସବୁଠାରୁ ବଡ଼ ଦ୍ଵୀପ
୩ । ଭୂଖଣ୍ଡର ଏକ ବିଶାଳ ବିସ୍ତୃତି ୪ । ସମୁଦ୍ରରୁ ଏକ ବିରାଟ ବିନାଶକାରୀ ତରଙ୍ଗ ବା ସୁନାମୀ ।
୬ । ଏକ ବିଶାଳ ମହାଦେଶ ଯାହାର ଭାରତ ଏକ ଅଂଶ ଅଟେ । ୫ । ସବୁଠାରୁ ଛୋଟ ମହାଦେଶ
୮ । ସମୁଦ୍ର ପ୍ରଦୂଷଣର ଏକ ପ୍ରମୁଖ ଉତ୍ସ । ୭। ପୃଥିବୀର ସବୁଠାରୁ ବଡ଼ ଜଳଭଣ୍ଡାର ।
୧୦ । ସବୁଠାରୁ ଥଣ୍ଡା ମହାଦେଶ ୯ । ସମୁଦ୍ରଦ୍ଵାରା ଘେରି ରହିଥ‌ିବା ଏକ ଭୂଖଣ୍ଡ
(କିନ୍ତୁ ଏକ ମହାଦେଶ ନୁହେଁ)

 

Class 6 Social Science Chapter 2 Question Answer Odia Medium ମହାସାଗର ଏବଂ ମହାଦେଶ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ମହାସାଗର ଏବଂ ମହାଦେଶ କ’ଣ ? ସେଗୁଡ଼ିକ କିପରି ନାମିତ ହୋଇଛନ୍ତି ଏବଂ ସେମାନଙ୍କର ବଣ୍ଟନ କିପରି ହୋଇଛି ?
Answer:
ସମଗ୍ର ପୃଥ‌ିବୀକୁ ସାଧାରଣତଃ ମହାସାଗର ଏବଂ ମହାଦେଶଗୁଡ଼ିକରେ ବଣ୍ଟନ କରାଯାଇଛି । କିନ୍ତୁ ଏହାର ଜଳଭାଗ ତିନି ଚତୁର୍ଥାଂଶ Class 6 Social Science Chapter 2 Question Answer Odia Medium ମହାସାଗର ଏବଂ ମହାଦେଶ-6 ଥିବାବେଳେ ସ୍ଥଳଭାଗ ଏକ ଚତୁର୍ଥାଂଶ Class 6 Social Science Chapter 2 Question Answer Odia Medium ମହାସାଗର ଏବଂ ମହାଦେଶ-7 ଅଛି ।

ପୃଥ‌ିବୀ ପୃଷ୍ଠରେ ଥିବା ବିଶାଳ ଜଳରାଶିକୁ ମହାସାଗର କୁହାଯାଏ । ଏହା ପାଞ୍ଚଟି ମହାସାଗର ଭାବେ ନାମିତ ହୋଇଥିଲେ ମଧ୍ୟ ବାସ୍ତବରେ ଏଗୁଡ଼ିକ ପରସ୍ପର ସହ ସଂଶ୍ଳିଷ୍ଟ ଅଟନ୍ତି ।

ସେହିପରି ସମଗ୍ର ସ୍ଥଳଭାଗକୁ ୭ଟି ମହାଦେଶରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା ଏସିଆ, ଆଫ୍ରିକା, ୟୁରୋପ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା ।

ଏସିଆ ମହାଦେଶ – ଏସିଆ ମହାଦେଶ ସବୁଠାରୁ ବଡ଼ ମହାଦେଶ ଏବଂ ଏହା ଆୟତନରେ ପୃଥ‌ିବୀର ଏକ ତୃତୀୟାଂଶ । ଏହା ୟୁରୋପଠାରୁ ଉରାଲ ପର୍ବତଦ୍ଵାରା ଅଲଗା ହୋଇଛି । ଉଭୟ ଏସିଆ ଏବଂ ୟୁରୋପକୁ ଏକତ୍ର ରୂପରେ ୟୁରେସିଆ କୁହାଯାଏ । ଏହି ମହାଦେଶକୁ ତିନୋଟି ମହାସାଗର ଘେରି ରହିଛି । ଏହାର ଉତ୍ତରରେ ଆର୍କଟିକ୍ ମହାସାଗର, ପୂର୍ବରେ ପ୍ରଶାନ୍ତ ମହାସାଗର ଏବଂ ଦକ୍ଷିଣରେ ଭାରତ ମହାସାଗର ରହିଅଛି ।

ଆଫ୍ରିକା ମହାଦେଶ – ଏହି ମହାଦେଶ ମଧ୍ୟରେ ତିନୋଟି ଅକ୍ଷାଂଶ ଯାଇଅଛି । ସେଗୁଡ଼ିକ ହେଲା କର୍କଟ କ୍ରାନ୍ତି, ବିଷୁବରେଖା ଏବଂ ମକରକ୍ରାନ୍ତି । ପ୍ରାମାଣିକ ମଧ୍ଯରେଖା (ପ୍ରାଇମ୍ ମେରିଡ଼ିଆନ୍) ମଧ୍ୟ ଏହି ମହାଦେଶ ଦେଇଯାଇଅଛି । ଏସିଆ ମହାଦେଶ ଭଳି ଏହାର ମଧ୍ୟ ତିନିପାର୍ଶ୍ଵରେ ଜଳରାଶି ରହିଅଛି । ଏସିଆ ଏବଂ ଆଫ୍ରିକାକୁ ସୁଏଜ୍ କେନାଲ ଅଲଗା କରିଅଛି ।

ଉତ୍ତର ଆମେରିକା – ଉତ୍ତର ଆମେରିକା ମଧ୍ୟ ତିନୋଟି ମହାସାଗର ଦ୍ଵାରା ଆବଦ୍ଧ ହୋଇ ରହିଛି । ଏହାର ଉତ୍ତରରେ ଆର୍କଟିକ୍ ମହାସାଗର, ପୂର୍ବରେ ଆଟ୍‌ଲାଣ୍ଟିକ୍ ମହାସାଗର ଏବଂ ପଶ୍ଚିମରେ ପ୍ରଶାନ୍ତ ମହାସାଗର ରହିଅଛି । ପୂର୍ବରୁ ଉତ୍ତର ଓ ଦକ୍ଷିଣ ଆମେରିକା ପାନାମା ଇସ୍ତମାସ୍‌ଦ୍ୱାରା ଯୁକ୍ତ ହୋଇ ରହିଥିଲା, କିନ୍ତୁ ବର୍ତ୍ତମାନ ଏହା ତାକୁ ଅଲଗା କରି ରଖୁଛି ।

ଦକ୍ଷିଣ ଆମେରିକା : ଏହାର ମଧ୍ୟ ତିନିପଟେ ପ୍ରାୟ ମହାସାଗରମାନ ଘେରି ରହିଛି । ଏହାର ପଶ୍ଚିମ ପାର୍ଶ୍ଵରେ ପ୍ରଶାନ୍ତ ମହାସାଗର, ପୂର୍ବରେ ଆଟଲାଣ୍ଟିକ୍ ମହାସାଗର ଏବଂ ଦକ୍ଷିଣରେ ଦକ୍ଷିଣ ମହାସାଗର ରହିଅଛି ।

ଆଣ୍ଟାର୍କଟିକା : ଏହି ମହାଦେଶ ପୂର୍ଣ୍ଣମାତ୍ରାରେ ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ । ଦକ୍ଷିଣ ମେରୁ ଏହାର କେନ୍ଦ୍ରରେ ଅଛି । ଏହି ମହାଦେଶ ପୂର୍ଣ୍ଣ ବରଫାବୃତ ରହୁଥ‌ିବାରୁ ଏହାକୁ ବରଫ ମହାଦେଶ ବା ଧବଳ ମହାଦେଶ କୁହାଯାଏ । ଏହି ମହାଦେଶରେ ମନୁଷ୍ୟ ବାସ କରନ୍ତି ନାହିଁ ।

ୟୁରୋପ : ଏହି ମହାଦେଶ ଏସିଆ ମହାଦେଶ ନିକଟରେ ଅବସ୍ଥିତ । ଏହାର ପଶ୍ଚିମରେ ଆଟଲାଣ୍ଟିକ୍ ମହାସାଗର, ଉତ୍ତରରେ ଆର୍କଟିକ୍ ମହାସାଗର ଏବଂ ଦକ୍ଷିଣରେ ଭୂମଧ୍ଯସାଗର ରହିଅଛି ।

ଅଷ୍ଟ୍ରେଲିଆ : ଏହି ମହାଦେଶ ସବୁଠାରୁ ସାନ ମହାଦେଶ । ଏହା ଏକ ଦ୍ଵୀପ ହୋଇଥିବାରୁ ଏହାର ଚାରିପଟେ ସମୁଦ୍ର ରହିଅଛି ।

ପଞ୍ଚ ମହାସାଗର : ସମଗ୍ର ପୃଥ‌ିବୀରେ ଏକ ବିଶାଳ ଜଳରାଶି ରହିଅଛି । ଏହାର ତିନି ଚତୁର୍ଥାଂଶ ଜଳମଗ୍ନ ହୋଇ ରହିଅଛି । ଏହି ଜଳରାଶିକୁ ପାଞ୍ଚଟି ମହାସାଗରରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା- ପ୍ରଶାନ୍ତ ମହାସାଗର, ଆଟ୍‌ଲାଣ୍ଟିକ୍ ମହାସାଗର, ଭାରତ ମହାସାଗର, ଦକ୍ଷିଣ ମହାସାଗର, ଉତ୍ତର ମହାସାଗର (ଆର୍କଟିକ୍ ମହାସାଗର ।

ପ୍ରଶାନ୍ତ ମହାସାଗର : ସମସ୍ତ ମହାସାଗର ମଧ୍ଯରେ ପ୍ରଶାନ୍ତ ମହାସାଗର ସବୁଠାରୁ ବଡ଼ । ଏହି ମହାସାଗର ପୃଥ‌ିବୀର ଶତକଡ଼ା ୩୦ ଭାଗ ସ୍ଥାନ ପୁରଣ କରିଛି । ଏହା ଆକୃତିରେ ବୃତ୍ତାକାର ଏବଂ ଗଭୀରତମ ମହାସାଗର । ଏହା ମଧ୍ୟରେ ମାରିଆନା ଟ୍ରେଞ୍ଚ ଗଭୀରତମ ସ୍ଥାନ ଅଟେ । ଏହି ପ୍ରଶାନ୍ତ ମହାସାଗରର ପଶ୍ଚିମରେ ଏସିଆ ଓ ଅଷ୍ଟ୍ରେଲିଆ ମହାଦେଶ ରହିଥିଲାବେଳେ ପୂର୍ବରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ମହାଦେଶ ରହିଛି ।

ଆଟଲାଣ୍ଟିକ୍ ମହାସାଗର : ଏହି ମହାସାଗର ପୃଥ‌ିବୀର ଦ୍ଵିତୀୟ ବୃହତ୍ତମ ମହାସାଗର ଅଟେ । ଏହା ଆକୃତିରେ ଇଂରାଜୀ ଅକ୍ଷର ‘S’’ ସଦୃଶ ଅଟେ । ଏହାର ପଶ୍ଚିମ ପାର୍ଶ୍ଵରେ ଉତ୍ତର ଏବଂ ଦକ୍ଷିଣ ଆମେରିକା ରହିଥ‌ିବାବେଳେ ପୂର୍ବ ପାର୍ଶ୍ବରେ ୟୁରୋପ ଏବଂ ଆଫ୍ରିକା ମହାଦେଶ ଅଛି । ଏହି ମହାସାଗରରେ ଅନେକ ପ୍ରାକୃତିକ ପୋତାଶ୍ରୟ ଦେଖିବାକୁ ମିଳିଥାଏ । ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଏହି ମହାସାଗର ସବୁବେଳେ ବ୍ୟସ୍ତଥାଏ ।

ଭାରତ ମହାସାଗର : ଭାରତ ମହାସାଗର ହେଉଛି ତୃତୀୟ ବୃହତ୍ତମ ମହାସାଗର । ଏହା ଆମ ଦେଶ ଭାରତ ନାମରେ ନାମିତ ହୋଇଛି । ଏହି ମହାସାଗର ତ୍ରିଭୂଜାକାର ଅଟେ । କିନ୍ତୁ କେତେକ ଏହାକୁ ଇଂରାଜୀ ଅକ୍ଷର ‘M’’ ଆକୃତିର କହିଥା’ନ୍ତି । ଏହାର ଉତ୍ତରରେ ଏସିଆ, ପଶ୍ଚିମରେ ଆଫ୍ରିକା, ପୂର୍ବରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣରେ ଦକ୍ଷିଣ ମହାସାଗର ରହିଛି । ଏହାର ପଶ୍ଚିମରେ ଆରବସାଗର ଏବଂ ପୂର୍ବରେ ବଙ୍ଗୋପସାଗର ରହିଛି ।

ଦକ୍ଷିଣ ମହାସାଗର : ଏହି ମହାସାଗର ଆଣ୍ଟାର୍କଟିକା ମହାଦେଶକୁ ଘେରିକରି ରହିଅଛି । ଏହି ମହାସାଗର ଅନ୍ୟ ତିନୋଟି ମହାସାଗରର ଜଳରାଶିକୁ ଲାଗି ରହିଅଛି । ଏହାକୁ ଲୋକେ ଆଣ୍ଟାର୍କଟିକା ମହାସାଗର ବୋଲି ମଧ୍ୟ କହିଥା’ନ୍ତି ।

ଆର୍କଟିକ୍ ମହାସାଗର ବା ଉତ୍ତର ମହାସାଗର : ଏହି ମହାସାଗର ସବୁଠାରୁ କ୍ଷୁଦ୍ରତମ ମହାସାଗର । ଏହା ଉତ୍ତର ମେରୁକୁ ଘେରି ରହିଅଛି । ଏହି ମହାସାଗର ବାସ୍ତବରେ ଆଟ୍‌ଲାଣ୍ଟିକ୍ ମହାସାଗରର ଉତ୍ତର ଆଡ଼କୁ ବର୍ଷିତ ହୋଇ ରହିଛି । ଏହି ମହାସାଗରରୁ ଏକ ଅଣଓସାରିଆ ଜଳରାଶି ବେଜିଂ ଷ୍ଟେଟ୍ ପ୍ରଶାନ୍ତ ମହାସାଗରକୁ ସଂଯୁକ୍ତ କରିଛି । ଏହା ଉତ୍ତର ଆମେରିକା ଏବଂ ୟୁରେସିଆର ଉତ୍ତର ଉପକୂଳ ରୂପେ ରହିଅଛି ।

ଉପସଂହାର ଏହିଭଳି ଭାବରେ ସପ୍ତ ମହାଦେଶ ଏବଂ ପଞ୍ଚ ମହାସାଗର ପୃଥ‌ିବୀ ପୃଷ୍ଠରେ ରହିଅଛି ।

Question 2.
ମହାସାଗର ଓ ମହାଦେଶ ମାନବ ଜୀବନ ସମେତ ପୃଥ‌ିବୀର ଅନ୍ୟାନ୍ୟ ଜୀବଜଗତକୁ କେଉଁ ଉପାୟରେ ପ୍ରଭାବିତ କରିଥାଏ ?
Answer:
ମହାସାଗର ଏବଂ ମହାଦେଶ ମାନବ ଜୀବନ ସହିତ ପୃଥ‌ିବୀର ଅନ୍ୟାନ୍ୟ ଜୀବଜଗତକୁ ଅନେକ ଉପାୟରେ ପ୍ରଭାବିତ କରିଥାଏ । ସେମାନେ ପୃଥ‌ିବୀର ଜଳବାୟୁର ଆକୃତିକୁ ପରିଚାଳନା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥା’ନ୍ତି । ମହାସାଗରଗୁଡ଼ିକ ନିଜର ସାମୁଦ୍ରିକ କରେଣ୍ଟଦ୍ଵାରା ଉତ୍ତାପକୁ ବିଷୁବରେଖା ପାଖରୁ ମେରୁ ଆଡ଼କୁ ତ୍ୱରାନ୍ଵିତ କରିଥା’ନ୍ତି । ଏଥ‌ିରେ ଉତ୍ତାପ କ୍ରମେ ହ୍ରାସପାଇ ମେରୁ ଅଞ୍ଚଳରେ ପ୍ରବଳ ଥଣ୍ଡା କରିଥାଏ । ମହାସାଗରଗୁଡ଼ିକ ସୂର୍ଯ୍ୟଙ୍କର ଉତ୍ତାପର ଶତକଡ଼ା ୯୮ ଭାଗକୁ ଗ୍ରହଣ କରିଥା’ନ୍ତି ।

ସେମାନେ ମହାଦେଶଗୁଡ଼ିକରେ ବର୍ଷା କରାଇବାରେ ସହାୟକ ହୋଇଥା’ନ୍ତି । ସମୟ ଅନୁସାରେ ବର୍ଷା କୃଷିଉପଯୋଗୀ ହୋଇଥାଏ ।

ମହାସାଗରଗୁଡ଼ିକ ଆମେ ପୃଥ‌ିବୀରେ ବ୍ୟବହାର କରୁଥିବା ଅମ୍ଳଜାନର ଅଧା ଅଂଶ ଉତ୍ପାଦନ କରିଥା’ନ୍ତି । ମହାସାଗର ଆମକୁ ଅନେକ ସାମୁଦ୍ରିକ ଖାଦ୍ୟ ମତ୍ସ୍ୟ ଇତ୍ୟାଦି ଯୋଗାଇଥା’ତ୍ତି ଏବଂ ଅନେକ ଲୋକ ମତ୍ସ୍ୟଜୀବୀ ଭାବରେ ଜୀବିକା ନିର୍ବାହ କରିଥା’ନ୍ତି । ଏତଦ୍‌ବ୍ୟତୀତ ଆମେମାନେ ସାମୁଦ୍ରିକ ବାଣିଜ୍ୟ ବ୍ୟବସାୟର ସୁଯୋଗ ପାଇଥାଉ ।

ସମୂଦ୍ର ଯେ କେବଳ ମାନବକୁ ଲାଭ ଦେଇଥାଏ, ତା’ନୁହେଁ, ଅନେକ ବିପର୍ଯ୍ୟୟର କାରଣ ମଧ୍ୟ ହୋଇଥାଏ । ଅନେକ ସମୟରେ ସାମୁଦ୍ରିକ ଝଡ଼, ଜୁଆର ଓ ସୁନାମି ଇତ୍ୟାଦି ଭୟଙ୍କର ବିପର୍ଯ୍ୟୟ ଘଟାଇଥାଏ ।

ମହାସାଗର ଭଳି ମହାଦେଶ ମଧ୍ଯ ପୃଥ‌ିବୀର ଜୀବଜଗତକୁ ପ୍ରଭାବିତ କରିଥା’ନ୍ତି ।

ଭୂପୃଷ୍ଠରେ ସ୍ଥଳଭାଗ ପୃଥ‌ିବୀର ଏକ ଚତୁର୍ଥାଂଶ ହେଲେ ବି ଏହା ସାତଟି ମହାଦେଶରେ ବିଭକ୍ତ ହୋଇଛି ।

ପ୍ରତ୍ୟେକ ମହାଦେଶରେ ଭୂପୃଷ୍ଠର ବିଭିନ୍ନ ଭୂମିରୂପ ଦେଖାଯାଏ, ଯଥା- ପାହାଡ଼ ପର୍ବତ, ମାଳଭୂମି ଏବଂ ସମତଳଭୂମି । ଏତଦ୍‌ବ୍ୟତୀତ କେତେଗୁଡ଼ିଏ ମରୁଭୂମି ବି ରହିଛି । ବିଭିନ୍ନ ଭୂମିରୂପ ଏବଂ ତା’ ଉପରେ ଜନ୍ମିତ ଉଭିଦ ଓ ପ୍ରାଣୀମାନେ ଏକ ସୁନ୍ଦର ପ୍ରାକୃତିକ ପରିବେଶ ସୃଷ୍ଟି କରିଛନ୍ତି । କୃଷି ଏବଂ ମାନବର ସ୍ଥାୟୀ ବସତି ସ୍ଥାପନ କ୍ଷେତ୍ରରେ ଭୂପୃଷ୍ଠର ସ୍ଥଳଭାଗ ଅନେକ ସହାୟକ ହୋଇଛି । ବିଭିନ୍ନ ମହାଦେଶରେ ଆଧୁନିକ ମାନବ ବର୍ତ୍ତମାନ ବୈଜ୍ଞାନିକ ପଦ୍ଧତିରେ ଅନେକ ଅଗ୍ରଗତି କରି ସୁନ୍ଦର ସୁନ୍ଦର ପ୍ରାସାଦ ନିର୍ମାଣ ସହ ବିଦ୍ୟୁତ୍ରାଳିତ ଯାନବାହନର ବ୍ୟବହାର କରୁଛି । ବର୍ତ୍ତମାନ ପରିବେଶକୁ ସୁସ୍ଥ ରଖୁ ସମଗ୍ର ପୃଥ‌ିବୀକୁ ସବୁଦିନ ପାଇଁ ଜୀବଜଗତ ରହିବା ଉପଯୋଗୀ କରିବା ମାନବର ପରମ ଧର୍ମ ହେବା ଆବଶ୍ୟକ ।

ଆସ ଅନୁସନ୍ଧାନ କରିବା :

Question 1.
ପ୍ରତ୍ୟେକ ମାନଚିତ୍ରରେ ଥ‌ିବା ବୃତ୍ତାକାର ରେଖାଗୁଡ଼ିକୁ କ’ଣ କୁହାଯାଏ ? ଏହା ତୁମେ ଜାଣ କି ଦୁଇଟି ମେରୁକୁ ଯୋଗ କରୁଥିବା ରେଖାଗୁଡ଼ିକୁ କ’ଣ କୁହାଯାଏ ?
Answer:
ମାନଚିତ୍ରରେ ଥୁବା ବୃତ୍ତାକାର ରେଖାଗୁଡ଼ିକୁ ଅକ୍ଷାଂଶର ସମାନ୍ତରାଳ ବା ସମାକ୍ଷରେଖା କୁହାଯାଏ । ଦୁଇ ମେରୁ ଅଞ୍ଚଳରୁ ଯୋଗ କରୁଥିବା ରେଖାଗୁଡ଼ିକୁ ଦ୍ରାଘିମା ବା ମଧ୍ଯରେଖା କୁହାଯାଏ ।

Class 6 Social Science Chapter 2 Question Answer Odia Medium ମହାସାଗର ଏବଂ ମହାଦେଶ

Question 2.
କେଉଁ ଗୋଲାର୍ଦ୍ଧରେ ଅଧ୍ବକ ଜଳ ରହିଛି ?
Answer:
ଦକ୍ଷିଣ ଗୋଲାର୍ଦ୍ଧରେ ଅଧୂକ ଜଳ ରହିଛି ।

Question 3.
ଉତ୍ତର ଗୋଲାର୍ଦ୍ଧ ଏବଂ ଦକ୍ଷିଣ ଗୋଲାର୍ଦ୍ଧର ଜଳଭାଗ ଓ ସ୍ଥଳଭାଗର ଆନୁମାନିକ ଅନୁପାତ କ’ଣ ହୋଇପାରେ ବୋଲି ତୁମେ ଭାବୁଛ ? ନିଜ ଦଳରେ ଆଲୋଚନା କର ।
Answer:
ଉତ୍ତର ଗୋଲାର୍ଦ୍ଧରେ ଆନୁମାନିକ ଶତକଡ଼ା ୪୦ ଭାଗ ସ୍ଥଳ ଏବଂ ଶତକଡ଼ା ୬୦ ଭାଗ ଜଳ ରହିଛି, ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ଆନୁମାନିକ ଶତକଡ଼ା ୨୦ ଭାଗ ସ୍ଥଳ ଥିବାବେଳେ ଶତକଡ଼ା ୮୦ ଭାଗ ଜଳ ରହିଛି ।

Question 4.
ସବୁ ମହାସାଗର ପରସ୍ପର ସହ ସଂଯୁକ୍ତ କି ? ହଁ ନା । ମାନଚିତ୍ର ଦେଖୁ ଏହାର କାରଣ ବର୍ଣ୍ଣନା କର
Answer:
ହଁ, ସବୁ ମହାସାଗର ପରସ୍ପର ସହ ସଂଯୁକ୍ତ । କିଛି ମହାସାଗର ଆର୍କଟିକ୍ ମହାସାଗରଦ୍ଵାରା ସଂଯୁକ୍ତ । ଆର୍କଟିକ୍ ମହାସାଗର ମଧ୍ୟରେ ଥ‌ିବା ବେଲିଂ ଷ୍ଟ୍ରେଟ୍ ଉଭୟ ପ୍ରଶାନ୍ତ ମହାସାଗର ଏବଂ ଆର୍କଟିକ୍ ମହାସାଗରକୁ ସଂଯୁକ୍ତ କରିଛି । ତଥାପି ଅନ୍ୟ କିଛି ମହାସାଗର ଏକ ଅଣଓସାରିଆ ସ୍ଥଳଦ୍ଵାରା ଦକ୍ଷିଣ ଆମେରିକା ଏବଂ ଆଣ୍ଟର୍କଟିକାକୁ ସଂଯୁକ୍ତ କରିଛି ।

ପୃଥ‌ିବୀ ପୃଷ୍ଠରେ ଥ‌ିବା ସମୁଦାୟ ଜଳଭାଗର ପ୍ରାୟ ଅଧିକାଂଶ ଭାଗ ମହାସାଗର ଓ ସାଗରରେ ରହିଛି । ଏହି ଜଳ ଲୁଣିଆ । ସୁତରାଂ ଏହା ମନୁଷ୍ୟ ତଥା ଜୀବଜଗତର ସିଧାସଳଖ ବ୍ୟବହାର ଉପଯୋଗୀ ନୁହେଁ ।

ମଧୁର ଜଳ ପୃଥ‌ିବୀର ଜଳ ସମ୍ପଦର ବହୁତ କମ୍ ଅଂଶ ଅଟେ । ପର୍ବତ ଶିଖରରେ ହିମବାହ (Glacier), ନଦୀ, ହ୍ରଦ, ପୁଷ୍କରିଣୀ ଇତ୍ୟାଦି ଏହି ପ୍ରକାର ଜଳର ମୁଖ୍ୟ ଉତ୍ସ । ବାୟୁମଣ୍ଡଳରେ ଜଳୀୟବାଷ୍ପ ଓ ଭୂତଳ ଜଳ ମଧ୍ୟ ମଧୁର ଜଳର ଅନ୍ତର୍ଭୁକ୍ତ ।

Question 5.
ମାନଚିତ୍ର ଦେଖୁ ପାଞ୍ଚଟି ମହାସାଗରକୁ ଚିହ୍ନଟ କର ଏବଂ ନିମ୍ନରେ ଥ‌ିବା ସାରଣୀରେ, କେଉଁଟି କେଉଁ ଗୋଲାର୍ଦ୍ଧରେ ଅବସ୍ଥିତ ତାହା ଚିହ୍ନଟ କରି ଲେଖ । (ପ୍ରଶ୍ନ ସହିତ ଉତ୍ତର)
Class 6 Social Science Chapter 2 Question Answer Odia Medium ମହାସାଗର ଏବଂ ମହାଦେଶ-1
Answer:

ଉତ୍ତର ଗୋଲାର୍ଦ୍ଧ ଦକ୍ଷିଣ ଗୋଲାର୍ଦ୍ଧ
ପ୍ରଶାନ୍ତ ମହାସାଗର ଉତ୍ତର ଗୋଲାର୍ଦ୍ଧ ଦକ୍ଷିଣ ଗୋଲାର୍ଦ୍ଧ
ଆଟ୍‌ଲାଣ୍ଟିକ୍ ମହାସାଗର ଉତ୍ତର ଗୋଲାର୍ଦ୍ଧ ଦକ୍ଷିଣ ଗୋଲାର୍ଦ୍ଧ
ଭାରତ ମହାସାଗର ଉତ୍ତର ଗୋଲାର୍ଦ୍ଧ ଦକ୍ଷିଣ ଗୋଲାର୍ଦ୍ଧ
ଦକ୍ଷିଣ ମହାସାଗର ଦକ୍ଷିଣ ଗୋଲାର୍ଦ୍ଧ
ଆର୍କଟିକ୍ ମହାସାଗର ଉତ୍ତର ଗୋଲାର୍ଦ୍ଧ

Question 6.
ପାର୍ଶ୍ୱସ୍ଥ ବର୍ଗର ସଂଖ୍ୟା ଗଣନା କରି ବୃହତ୍ତମ ଏବଂ କ୍ଷୁଦ୍ରତମ ମହାଦେଶର ନାମ ଲେଖ ।
Answer:
ଉପରୋକ୍ତ ବର୍ଗର ସଂଖ୍ୟା ଗଣନା କରିବାରୁ ଜଣାପଡ଼ିଲା ଯେ ଏସିଆ ମହାଦେଶରେ ସର୍ବାଧ‌ିକ ୪୪ଟି ବର୍ଗ ରହିଛି ଏବଂ ଅଷ୍ଟ୍ରେଲିଆ ମହାଦେଶରେ ସର୍ବନିମ୍ନ ୯ଟି ବର୍ଗ ରହିଛି । ସୁତରାଂ ଏସିଆ ମହାଦେଶ ସବୁଠାରୁ ବଡ଼ ଏବଂ ଅଷ୍ଟ୍ରେଲିଆ ମହାଦେଶ ସବୁଠାରୁ ସାନ ।

Question 7.
କେଉଁଟି ବଡ଼ ?
(କ) ଉତ୍ତର ଆମେରିକା ନା ଦକ୍ଷିଣ ଆମେରିକା ?
(ଖ) ଆଫ୍ରିକା ନା ଉତ୍ତର ଆମେରିକା
(ଗ) ଆଣ୍ଟାର୍କଟିକା ନା ଅଷ୍ଟ୍ରେଲିଆ ?
Answer:
ଉତ୍ତର ଆମେରିକାଠାରୁ ଦକ୍ଷିଣ ଆମେରିକା ବଡ଼, (ଖ) ଉତ୍ତରର ଆମେରିକାଠାରୁ ଆଫ୍ରିକା ବଡ଼ (ଗ) ଅଷ୍ଟ୍ରେଲିଆଠାରୁ ଆଣ୍ଟାର୍କଟିକା ବଡ଼ ।

Class 6 Social Science Chapter 2 Question Answer Odia Medium ମହାସାଗର ଏବଂ ମହାଦେଶ

Question 8.
ୟୁରୋପ ଏବଂ ଏସିଆ ପାଇଁ ଗୋଟିଏ ରଙ୍ଗ ଦେଇ ଚିତ୍ରକୁ ପୁନଶ୍ଚ ରଙ୍ଗ କର ଏବଂ ଏହାକୁ ୟୁରେସିଆ ନାମରେ ନାମିତ କର । ଏହାର ଆକାରକୁ ଦକ୍ଷିଣ ଆମେରିକା ସହ ତୁଳନା କର ।
Answer:
ୟୁରେସିଆ ୫୪ ବର୍ଗ ଏବଂ ଦକ୍ଷିଣ ଆମେରିକା ୧୮ ବର୍ଗ । ସୁତରାଂ ୟୁରେସିଆ ଦକ୍ଷିଣ ଆମେରିକାଠାରୁ ତିନିଗୁଣ ବଡ଼ ।

Question 9.
କ୍ଷୁଦ୍ରରୁ ବୃହତ୍ତମ କ୍ରମରେ ମହାଦେଶଗୁଡ଼ିକର ତାଲିକା କର ।
Answer:
ସାତଟି ମହାଦେଶକୁ କ୍ଷୁଦ୍ରରୁ ବୃହତ୍ତମ କ୍ରମରେ ନିମ୍ନରେ ପ୍ରଦତ୍ତ କରାଗଲା । (୧) ଅଷ୍ଟ୍ରେଲିଆ, (୨) ୟୁରୋପ, (୩) ଆଣ୍ଟାର୍କଟିକା, (୪) ଉତ୍ତର ଆମେରିକା, (୫) ଦକ୍ଷିଣ ଆମେରିକା, (୬) ଆଫ୍ରିକା, (୭) ଏସିଆ

ଏହି ବିଷୟରେ ଚିନ୍ତା କର :

Question 1.
ପୃଥ‌ିବୀରେ ଯଦି ଏତେ ପରିମାଣର ଜଳ ଅଛି, ‘ଜଳ ଅଭାବ’ ବା ଜଳ ସଙ୍କଟ ବିଷୟରେ ଏତେ ଚର୍ଚ୍ଚା କାହିଁକି ?
Answer:
(i) ବାସ୍ତବରେ ପୃଥ‌ିବୀରେ ବହୁ ପରିମାଣରେ ଜଳ ଅଛି କିନ୍ତୁ ଏହା ସତ୍ତ୍ଵେ ଜଳାଭାବ ଓ ଜଳ ସଙ୍କଟ ଦେଖାଦେଇଛି । ଏହାର କାରଣ କାହାକୁ ଅଛପା ନାହିଁ । ପ୍ରଥମତଃ, ପୃଥ‌ିବୀରେ ଥିବା ତିନି ଚତୁର୍ଥାଂଶ ଜଳ ମହାସାଗରରେ ଅଛି, କିନ୍ତୁ ଏହା ବାସ୍ତବରେ ଲୁଣିଆ ଏବଂ ପ୍ରାଣୀଜଗତ ଏବଂ ମାନବର ବ୍ୟବହାର ପାଇଁ ଅନୁପଯୁକ୍ତ ।

(ii) ମଧୁର ଜଳ ମାତ୍ର ଶତକଡ଼ା ୩ ଭାଗ ରହିଛି । ସେଥୁରୁ ନଦୀ ଏବଂ ହ୍ରଦରୁ ଆମେ ୧.୨% ପାଇଥାଉ । ବାକି ଜଳ ବରଫବୃତ ହୋଇ ରହିଥାଏ ।

(iii) ମଧୁର ଜଳର ଅଭାବ ସାଧାରଣତଃ ଅନୁଭବ ହୋଇଥାଏ । ଏହାର ମୁଖ୍ୟ କାରଣ ଜନସଂଖ୍ୟା ବୃଦ୍ଧି ଏବଂ କଳକାରଖାନାମାନଙ୍କରେ ଜଳର ବ୍ୟବହାର । ବର୍ତ୍ତମାନ ପୃଥ‌ିବୀରେ ଜଳର ଅଭାବ ଅନେକ ସ୍ଥାନରେ ଦେଖ‌ିବାକୁ ମିଳୁଛି ।

(iv) ଜଳ ଅଭାବର ଅନ୍ୟ ଏକ କାରଣ ହେଉଛି ପ୍ରଦୂଷଣ । କଳକାରଖାନାମାନଙ୍କ ଯୋଗୁଁ ଯେଉଁଭଳି ଭାବରେ ଜଳ ପ୍ରଦୂଷିତ ହେଉଛି ତାହା ବ୍ୟବହାର ନ ହୋଇ ନଷ୍ଟ ହେଉଛି । ସୁତରାଂ ପୃଥ‌ିବୀରେ ଜଳର ଅଭାବ ଦେଖାଯାଉଛି ।

Question 2.
ଜଳ ସଂରକ୍ଷଣର କେଉଁ ଉପାୟ ବିଷୟରେ ତୁମେ ଜାଣିଛ ? ତୁମେ ତୁମ ଘରେ, ବିଦ୍ୟାଳୟରେ ଏବଂ ଗାଁ କିମ୍ବା ସହରରେ ଜଳ ସଂରକ୍ଷଣର ବିଭିନ୍ନ ଉପାୟ ଅବଲମ୍ବନ ହେଉଥ‌ିବା ଦେଖୁଛ କି ?
Answer:
(i) ଜଳ ହେଉଛି ପ୍ରକୃତିର ଅମୂଲ୍ୟ ଦାନ ଏବଂ ଜଳ ହିଁ ଜୀବନ । ଏହାର ସଂରକ୍ଷଣ ଏବଂ ସୁଚାରୁ ବ୍ୟବହାର ଆମ୍ଭମାନଙ୍କୁ ଜଳକଷ୍ଟରୁ ରକ୍ଷା କରିପାରିବ । ଆମକୁ ସାଧାରଣତଃ ଘରେ ଜଳର ବ୍ୟବହାର କଲାବେଳେ ଅନେକ ସାବଧାନତା ଆଚରଣ କରିବାକୁ ପଡ଼େ ।

(ii) ବକେଟ୍ ଏବଂ ମଗ୍ ସାହାଯ୍ୟରେ ପାଣିର ବ୍ୟବହାର, ଲିକ୍ ହେଉଥ‌ିବା ପାଣିକୁ ବନ୍ଦ କରିବା, କଳକୁ ଖୋଲିଲାବେଳେ ଖୁବ୍ ଜୋର୍‌ରେ ନ ଖୋଲିବା ଏବଂ କଳକୁ ଭଲ ଭାବରେ ବନ୍ଦ କରିବା ଉଚିତ । ଦାନ୍ତ ଘଷିବା ଏବଂ ଗାଧେଇବାବେଳେ କଳକୁ ଖୋଲା ଛାଡ଼ି ନଦେବା, ବର୍ଷା ଦିନେ ଜଳକୁ ବିଭିନ୍ନ ଉପାୟରେ ସଂରକ୍ଷଣ କରିବା, ବ୍ୟବହାର ହୋଇଥିବା ଜଳକୁ ବାଡ଼ିବଗିଚାରେ ଥିବା ଗଛକୁ ଜଳ ଦେବା ଉଦ୍ଦେଶ୍ୟରେ ପୁନଃ ବ୍ୟବହାର କରିବା । ପାଣି ଟାଙ୍କିରୁ ଜଳ ଭର୍ତ୍ତି ହୋଇ ବାହାରକୁ ନ ପଡ଼ିବା, ଗାଡ଼ି ମଟର ଧୋଇଲାବେଳେ ଅଧିକ ଜଳ ବ୍ୟବହାର ନ କରିବା ଆବଶ୍ୟକ ।

(iii) ସେହିପରି ବିଦ୍ୟାଳୟରେ ମଧ୍ୟ ଆମେ ବ୍ୟବହାର କରୁଥିବା ପାଣିକଳକୁ ବ୍ୟବହାର କରି ସାରିବା ପରେ ତତ୍‌କ୍ଷଣାତ୍ ବନ୍ଦ କରିଦେବା, ଲିକ୍ କରୁଥୁବା କଳକୁ ଠିକ୍ ସମୟରେ ସଜାଡ଼ିବା, ବିଦ୍ୟାଳୟରେ ପାଣି ବ୍ୟବହାର ପାଇଁ ଏକ କାର୍ଯ୍ୟକାରୀ ଦଳ ଗଠନ କରିବା, ଛାତ୍ରଛାତ୍ରୀମାନଙ୍କୁ ଜଳର ଉଚିତ ବ୍ୟବହାର କରିବାପାଇଁ ଶିଖାଇବା, ପାଇଖାନାରେ ବାରମ୍ବାର ଅନାବଶ୍ୟକଭାବେ ପାଣି ନ ଢାଳିବା, ସର୍ବଶେଷରେ ପାଣିର ଉଚିତ ବ୍ୟବହାର କରିବାପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ।

(iv) ସେହିପରି ଗ୍ରାମ ଏବଂ ସହରମାନଙ୍କରେ ପାଣିର ବ୍ୟବହାର ପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଉତିତ । ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ଜଳର ଉଚିତ ବ୍ୟବହାର କରିବାପାଇଁ ଶିଖାଇବା ଉଚିତ । ଜଳସେଚନ ମାଧ୍ୟମରେ କୃଷିକ୍ଷେତ୍ରକୁ ସଠିକ୍ ପରିମାଣର ଜଳ ଯୋଗାଇବା ଦରକାର ।

(v) ପୋଖରୀ, କେନାଲ ଇତ୍ୟାଦି ଖନନ କରି ଜଳସଞ୍ଚୟର ବ୍ୟବସ୍ଥା କରିବା, ମଇଳା ଜଳକୁ ସଠିକ୍ ଭାବରେ ପୁନଃବ୍ୟବହାର ପାଇଁ ବୈଜ୍ଞାନିକ ପଦ୍ଧତି ଆପଣେଇବା ସାବଧାନତା ଅବଲମ୍ବନ କଲେ ଆମେ ଜଳ ସଂରକ୍ଷଣ ସହିତ ଜଳର ଅଭାବକୁ ଦୂର କରିପାରିବା ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଗ୍ଲୋବ୍‌ କିମ୍ବା ପୃଥ‌ିବୀର ମାନଚିତ୍ରରେ କେଉଁ ରଙ୍ଗ ଅଧୁକ ସ୍ଥାନ ଗ୍ରହଣ କରିଥିବାର ଦେଖାଯାଏ ? ଏହା କ’ଣ ସୂଚନା ଦେଇଥାଏ ?
Answer:
ଗ୍ଲୋବ୍ ବା ପୃଥ‌ିବୀର ମାନଚିତ୍ରରେ ଅଧିକ ସ୍ଥାନ ଗ୍ରହଣ କରିଥିବା ରଙ୍ଗ ହେଉଚି ନୀଳ (Blue) । ଏହା ପୃଥ‌ିବୀ ପୃଷ୍ଠରେ ଥ‌ିବା ଜଳରାଶିକୁ ସୂଚାଇଥାଏ ।

Class 6 Social Science Chapter 2 Question Answer Odia Medium ମହାସାଗର ଏବଂ ମହାଦେଶ

Question 2.
ଏକ ବିସ୍ତୃତ ଭୂମିକୁ କ’ଣ କୁହାଯାଏ ? ଏକ ବିଶାଳ ଓ କ୍ରମଶଃ ବଦ୍ଧିତ ଭୂମିକୁ କ’ଣ କୁହାଯାଏ ?
Answer:
ଏକ ବିସ୍ତୃତ ଭୂମିକୁ ଭୂମିରୂପର ସ୍ଥଳଭାଗ କୁହାଯାଏ ଏବଂ ଏକ କ୍ରମଶଃ ବଦ୍ଧିତ ଭୂମି ଯାହାକି ବିଭିନ୍ନ ଦେଶକୁ ତା’ର ଅନ୍ତର୍ଗତ କରିଥାଏ ତାହାକୁ ମହାଦେଶ କୁହାଯାଏ ।

Question 3.
ମହାସାଗରର ଜଳ କାହିଁକି ମାନବ ବ୍ୟବହାର ପାଇଁ ଅନୁପଯୁକ୍ତ ?
Answer:
ମହାସାଗର ବା ସମୁଦ୍ରର ଜଳ ଲବଣଯୁକ୍ତ ବା ଲୁଣିଆ ହୋଇଥିବାରୁ ଏହା ମାନବ ବ୍ୟବହାର ପାଇଁ ଅନୁପଯୁକ୍ତ ।

Question 4.
ସାମୁଦ୍ରିକ ବୃକ୍ଷଲତା ଏବଂ ସାମୁଦ୍ରିକ ପ୍ରାଣୀ ମଧ୍ୟରେ ଗୋଟିଏ ତଫାତ ଲେଖ ।
Answer:
ସାମୁଦ୍ରିକ ବୃକ୍ଷଲତା କହିଲେ ସମୁଦ୍ର କୂଳରେ ଓ ସମୁଦ୍ର ମଧ୍ୟରେ ଜନ୍ମିଥିବା ବିଭିନ୍ନ ପ୍ରକାରର ଗଛଲତା ଅଟେ । କିନ୍ତୁ ସାମୁଦ୍ରିକ ପ୍ରାଣୀ କହିଲେ ଅନେକ ପ୍ରକାରର ମା’ମନ୍ଦିନ ମାଛ, ତିମି ମାଛ ଏବଂ ଅନେକ ପ୍ରକାରର ରହସ୍ୟମୟ ଜୀବଜନ୍ତୁଙ୍କୁ ବୁଝାଏ ।

Question 5.
ଭାରତ ମହାସାଗରର ସୀମା ନିର୍ଦ୍ଧାରଣ କର ।
Answer:
ଭାରତ ମହାସାଗର ସୀମା ନିର୍ଦ୍ଧାରଣ କଲେ ଦେଖାଯାଏ ଏହାର ଉତ୍ତରରେ ଏସିଆ, ପଶ୍ଚିମରେ ଆଫ୍ରିକା, ପୂର୍ବରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣରେ ଦକ୍ଷିଣ ମହାସାଗର ରହିଛି ।

Question 6.
ଭାରତ ମହାସାଗର ଦୁଇଟି ଅଂଶ ଭାରତର ପୂର୍ବ ଓ ପଶ୍ଚିମରେ ଅଛି । ସେଗୁଡ଼ିକର ନାମ କ’ଣ ?
Answer:
ଭାରତ ମହାସାଗରର ଦୁଇଟି ଅଂଶ ଭାରତର ପୂର୍ବ ଓ ପଶ୍ଚିମରେ ଅବସ୍ଥିତ । ସେମାନଙ୍କ ମଧ୍ୟରୁ ପୂର୍ବରେ ଥ‌ିବା ଅଂଶର ନାମ ବଙ୍ଗୋପସାଗର ଏବଂ ପଶ୍ଚିମରେ ଥିବା ଅଂଶର ନାମ ଆରବ ସାଗର ଅଟେ ।

Question 7.
ତୁମ ପୁସ୍ତକର ପୃଷ୍ଠା ୩୩ରେ ପ୍ରଦତ୍ତ ଭାରତ ମାନଚିତ୍ରକୁ ଦେଖ ଏବଂ ଭାରତର ଦ୍ଵୀପପୁଞ୍ଜଗୁଡ଼ିକର ନାମ ଲେଖ ।
Answer:
ଭାରତ ମାନଚିତ୍ରରେ ଦର୍ଶାଯାଇଥିବା ଦ୍ଵୀପପୁଞ୍ଜଗୁଡ଼ିକ ହେଲା ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ଯାହାକି ବଙ୍ଗୋପସାଗରରେ ଅଛି । ସେହିପରି ଲାକ୍ଷାଦ୍ଵୀପ ଦ୍ଵୀପପୁଞ୍ଜ ଯାହାକି ଆରବ ସାଗରରେ ଅଛି ।

Question 8.
ଭାରତ ସରକାରଙ୍କ କେଉଁ ସଂସ୍ଥା ସମସ୍ତ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କରିଥାଏ ?
Answer:
ଭାରତରେ ସମସ୍ତ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟକୁ ପରିଚାଳନା କରିବାପାଇଁ ଏକ ସଂସ୍ଥା ଗଠନ କରାଯାଇଛି ଯାହାର ନାମ ହେଉଛି ‘ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧ୍ଵକରଣ ବା ନ୍ୟାସିନାଲ ଡିଜାଷ୍ଟର ମ୍ୟାନଜମେଣ୍ଟ ଅଥରିଟି (NDMA)

Class 6 Social Science Chapter 2 Question Answer Odia Medium ମହାସାଗର ଏବଂ ମହାଦେଶ

Question 9.
ପୃଥ‌ିବୀର ବୃହତ୍ତମ ଦ୍ଵୀପ କେଉଁଟି ? ଭାରତ ସହିତ ଏହାର ଆକାର ତୁଳନା କର ।
Answer:
ପୃଥିବୀର ବୃହତ୍ତମ ଦ୍ଵୀପ ହେଉଛି ଗ୍ରୀନଲ୍ୟାଣ୍ଡ । ଏହାର ଆକାର ଭାରତର ୧୦ଟି ବଡ଼ ରାଜ୍ୟର ସମଷ୍ଟି ସହିତ ସମାନ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ପୃଥ‌ିବୀର ମାନଚିତ୍ରରେ ଧୂସର ବା ବ୍ରାଉନ ରଙ୍ଗର ଅଂଶମାନ ଦେଖିବାକୁ ମିଳେ । ଏହା କି ସୂଚନା ଦିଏ ?
Answer:

  1. ପୃଥ‌ିବୀ ମାନଚିତ୍ରରେ ପ୍ରଦର୍ଶିତ ଧୂସର ରଙ୍ଗ ହେଉଛି ଭୂମିରୂପ । ଏହା ପୃଥ‌ିବୀର ଏକ ଚତୁର୍ଥାଂଶ Class 6 Social Science Chapter 2 Question Answer Odia Medium ମହାସାଗର ଏବଂ ମହାଦେଶ-7 ଅଟେ ।
  2. ଏଥରେ ପର୍ବତ, ମାଳଭୂମି ଓ ସମତଳଭୂମି ଅଛି ।
  3. ଏଥରେ ସାତଟି ମହାଦେଶ ଗଢ଼ିଉଠିଛି ।
  4. ସେମାନଙ୍କ ମଧ୍ୟରେ ଏସିଆ ମହାଦେଶ ବୃହତ୍ତମ ଏବଂ ଅଷ୍ଟ୍ରେଲିଆ କ୍ଷୁଦ୍ରତମ ଅଟେ ।
  5. ଅନ୍ୟ ମହାଦେଶଗୁଡ଼ିକ ହେଲା ଆଫ୍ରିକା, ଦକ୍ଷିଣ ଆମେରିକା, ଉତ୍ତରର ଆମେରିକା, ଆଣ୍ଟାର୍କଟିକା ଏବଂ ୟୁରୋପ ।
  6. ଏତଦ୍‌ବ୍ୟତୀତ ଅନେକ ପାହାଡ଼, ପର୍ବତ ଓ ମାଳଭୂମି ରହିଅଛି ।
  7. ହିମାଳୟ, ଆଲକସ୍ ଓ ଆଣ୍ଡିଜ୍ ଭଳି ପର୍ବତଶ୍ରେଣୀ ଅଛି ।

Question 2.
ଆଣ୍ଟାର୍କଟିକା ମହାଦେଶ ସହିତ ଭାରତର କିଛି ସମ୍ପର୍କକୁ ସଂକ୍ଷେପରେ ଲେଖ ।
Answer:
(i) ଆଣ୍ଟାର୍କଟିକା ମହାଦେଶ ହେଉଛି ଏକ ଥଣ୍ଡାପ୍ରବଣ ଏବଂ ନୈରାଶ୍ୟଜନକ ପରିବେଶ । ଏହି ମହାଦେଶରେ ଭାରତ ୧୯୮୧ ମସିହାରୁ ଏକ ଅଭିଯାନ ଆରମ୍ଭ କରିଅଛି ଯାହାର ନାମ ହେଉଛି Exploring Antarctica |

(ii) ୧୯୮୩ ମସିହାରେ ଭାରତ ଏଠାରେ ତା’ର ପ୍ରଥମ ବୈଜ୍ଞାନିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଥିଲା ଯାହାର ନାମ ‘ଦକ୍ଷିଣ ଗଙ୍ଗୋତ୍ରୀ’ ଅଟେ । ତାପରଠାରୁ ଭାରତ ସେଠାରେ ଅନ୍ୟ ଦୁଇଟି ଗବେଷଣାକେନ୍ଦ୍ର ପ୍ରତିଷ୍ଠା କରିଛି । ସେଗୁଡ଼ିକ ହେଲା ‘ମୈତ୍ରୀ ଏବଂ ଭାରତ’ ।

(iii) ଏବେସୁଦ୍ଧା ସେଠାରେ ପ୍ରାୟ ୪୦ଟି ଭାରତୀୟ ବୈଜ୍ଞାନିକ ଦଳ କାମ କରୁଛନ୍ତି । ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିପରି ସେମାନେ ସେଠାରେ ଜଳବାୟୁର ପରିବର୍ତ୍ତନ ଆଣିବା ସହିତ ପରିବେଶରେ ସୁଧାର ଆଣିପାରିବେ ।

Question 3.
ଜଳବାୟୁ ଉପରେ ମହାସାଗର କିପରି ପ୍ରଭାବ ପକାଏ ?
Answer:

  1. ମହାସାଗର ସୂର୍ଯ୍ୟ ଉତ୍ତାପକୁ ଗ୍ରହଣ କରି ପୃଥ‌ିବୀର ଜଳବାୟୁ ଉପରେ ପ୍ରଭାବ ପକାଇଥାଏ । ସୂର୍ଯ୍ୟ ଉତ୍ତାପର ଶତକଡ଼ା ୯୮ ଭାଗ ଉତ୍ତାପ ମହାସାଗରଗୁଡ଼ିକ ଗ୍ରହଣ କରି ଜଳବାୟୁର ତାପମାତ୍ରାକୁ ନିୟନ୍ତ୍ରଣ କରିଥା’ନ୍ତି ।
  2. ତା’ପରେ ସେମାନେ ଉତ୍ତାପକୁ ପୁନଃ ପୃଥ‌ିବୀରେ ବଣ୍ଟନ କରିଥା’ନ୍ତି । ଏହାକୁ ମହାସାଗର ତା’ର ମହାସାଗରୀୟ ପ୍ରବାହଦ୍ଵାରା କରିଥାଏ ।
  3. ମହାସାଗରଗୁଡ଼ିକ ମଧ୍ୟ ବାୟୁମଣ୍ଡଳରୁ ପ୍ରାୟ ୪୦% C୦, ଗ୍ରହଣ କରିଥା’ନ୍ତି ।
  4. ସେମାନେ ମଧ୍ୟ ବାୟୁମଣ୍ଡଳର ଆର୍ଦ୍ରତାକୁ ବଢ଼ାଇଥା’ନ୍ତି ଏବଂ ମହାଦେଶଗୁଡ଼ିକୁ ବର୍ଷା ପଠାଇଥା’ନ୍ତି । ଉଦାହରଣ ସ୍ଵରୂପ ଭାରତରେ ମୌସୁମୀ ବାୟୁପ୍ରବାହ ସମୁଦ୍ରରୁ ହିଁ ହୋଇଥାଏ ।

Question 4.
୨୬ ଡିସେମ୍ବର ୨୦୦୪ ମସିହା କାହିଁକି ପ୍ରାକୃତିକ ବିପର୍ଯ୍ୟୟ ସହିତ ଜଡ଼ିତ କାରଣ ଦର୍ଶାଅ l
Answer:

  1. ୨୬ ଡିସେମ୍ବର ୨୦୦୪ ମସିହା ଦିନ ଭାରତ ମହାସାଗରରେ ଏକ ଶକ୍ତିଶାଳୀ ସୁନାମି ସୃଷ୍ଟି ହୋଇ ଭାରତ ସମେତ ୧୩ଗୋଟି ଦେଶକୁ କ୍ଷତି ପହଞ୍ଚାଇଥିଲା ଯେଉଁଥିରେ ଲକ୍ଷାଧ୍ଵ ଲୋକ ସମୁଦ୍ରକୁ ଭାସିଯାଇ ପ୍ରାଣ ହରାଇଥିଲେ ।
  2. ଇଣ୍ଡୋନେସିଆ ସମୁଦ୍ରରେ ଏକ ଭୂମିକମ୍ପ ହେବାଦ୍ଵାରା ଯେଉଁ ସୁନାମି ସୃଷ୍ଟି ହେଲା ସେଥ୍ରେ ପ୍ରାୟ ୨ଲକ୍ଷ ଲୋକ ପ୍ରାଣ ହରାଇଲେ ।
  3. ଭାରତରେ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ସହ କେରଳ ଓ ତାମିଲନାଡୁ ଉପକୂଳ ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଏଥିରେ ଧନସମ୍ପତ୍ତି ନଷ୍ଟ ହେବା ସହ ଅନେକ ଲୋକ ପ୍ରାଣ ହରାଇଥିଲେ ।

Question 5.
ସୁନାମି କ’ଣ ପ୍ରାୟ ଘଟିଥାଏ କି ? ସୁନାମି ସମୟରେ ଆମ୍ଭେ କିପରି ଧନ ଓ ଜୀବନ ସୁରକ୍ଷା କରିପାରିବା ?
Answer:
(i) ସୁନାମି କ୍ଵଚିତ୍ ଘଟିଥାଏ, କିନ୍ତୁ ସେଗୁଡ଼ିକ କିଛିବର୍ଷ ବ୍ୟବଧାନରେ ହୋଇଥାଏ । ସୁନାମିରେ ସମୁଦ୍ର ଜଳ ପ୍ରାୟ କୂଳରୁ ୨୦ ରୁ ୨୫ କିଲୋମିଟର ସ୍ଥଳଭାଗକୁ ମାଡ଼ିଆସିଥାଏ । ଫଳରେ ଅନେକ ଧନ ଓ ଜୀବନର କ୍ଷତି ଘଟିଥାଏ । ୨୦୦୪ ମସିହା ଡିସେମ୍ବର ୨୬ ତାରିଖରେ ଭାରତ ମହାସାଗରରେ ସୃଷ୍ଟି ହୋଇଥ‌ିବା ସୁନାମି ଥିଲା ବିରଳ ।

(ii) ତେବେ ସୁନାମି ସମୁଦ୍ରକୂଳକୁ ମାଡ଼ି ଆସିବାର ପ୍ରାୟ କିଛି ସମୟ ପୂର୍ବରୁ ଜାଣିପାରି ହେବ । ବହୁତ ଦେଶ ଏବେ ସୁନାମି ସତର୍କ ଯନ୍ତ୍ରର ବ୍ୟବହାର କଲେଣି ।

(iii) ଭାରତ ମହାସାଗରରେ ସୁନାମି ସତର୍କ ପାଇଁ ଭାରତ ସମେତ କିଛି ଦେଶ ସୁନାମି ସତର୍କ ପଦ୍ଧତି ଆପଣେଇବା ସହ ଧନ ଓ ଜୀବନ ସୁରକ୍ଷା ପାଇଁ ପଦକ୍ଷେପ ନେଇଛନ୍ତି ।