BSE Odisha 6th Class Political Science Important Questions Chapter 1 ଆମେ ଓ ଆମ ସମାଜ

Odisha State Board BSE Odisha 6th Class Political Science Important Questions Chapter 1 କେନ୍ଦ୍ର ସରକାର Important Questions and Answers.

BSE Odisha Class 6 Political Science Important Questions Chapter 1 ଆମେ ଓ ଆମ ସମାଜ

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

୧। ପରିବାର କେତେ ପ୍ରକାର ଓ ସେଗୁଡ଼ିକ କ’ଣ ?
Answer:

  • ପରିବାର ଦୁଇ ପ୍ରକାର
  • ସେଗୁଡ଼ିକ ହେଲା – ଏକକ ପରିବାର ଓ ଯୌଥ ପରିବାର ।

୨। ଏକକ ପରିବାର ଏବଂ ଯୌଥ ପରିବାର କାହାକୁ କହନ୍ତି ?
Answer:

  • ବାପା, ମା’ ଓ ସେମାନଙ୍କର ସନ୍ତାନଙ୍କୁ ନେଇ ଗଠିତ ପରିବାରକୁ ଏକକ ପରିବାର କହନ୍ତି ।
  • ବାପା, ମା’, ବଡ଼ବାପା, ବଡ଼ମାଆ, ଦାଦା, ଖୁଡ଼ୀ, ଅବିବାହିତ ଦାଦା ଓ ପିଉସୀ, ଜେଜେବାପା, ଜେଜେମା’ ଆଦି ଯେଉଁ ପରିବାରରେ ମିଳିମିଶି ରହନ୍ତି, ତାକୁ ଯୌଥ ପରିବାର କହନ୍ତି ।

୩ । ବଂଶ ଓ ଗୋତ୍ର କ’ଣ ?
Answer:

  • କେତେକ ପିଢ଼ିର ରକ୍ତ ସମ୍ପର୍କୀୟମାନଙ୍କୁ ନେଇ ବଂଶଗଠିତ । ବାପା, ବଡ଼ବାପା, ଦାଦାଙ୍କ ପରିବାର ଜେଜେବାପାଙ୍କ ପରିବାରରୁ ସୃଷ୍ଟି । ଏମାନଙ୍କ ମଧ୍ୟରେ ରକ୍ତସମ୍ପର୍କ ରହିଛି । ତେଣୁ ଏମାନେ ଗୋଟିଏ ବଂଶର ।
  • ପ୍ରତ୍ୟେକ ବଂଶର ଗୋତ୍ର ବିଭିନ୍ନ ପ୍ରକାର । ଗୋତ୍ର କହିଲେ କୁଳ ପ୍ରବର୍ତ୍ତକ ଋଷିଙ୍କୁ ବୁଝାଏ; ଯଥା— କାଶ୍ୟପ, ଭରଦ୍ଵାଜ ଓ ନାଗସ୍ୟ ।

BSE Odisha 6th Class Political Science Important Questions Chapter 1 ଆମେ ଓ ଆମ ସମାଜ

୪ । ସମାଜ କିପରି ସୃଷ୍ଟି ହେଲା ? ବ୍ୟକ୍ତି ସମାଜ ଉପରେ କାହିଁକି ନିର୍ଭର କରେ ?
Answer:

  • ଆଦିମ ମନୁଷ୍ୟ ସ୍ଵାଧୀନ ଭାବରେ ଚଳୁଥିଲା । ପରବର୍ତ୍ତୀ ସମୟରେ ଲୋକସଂଖ୍ୟା ବୃଦ୍ଧି ହେତୁ ସେମାନଙ୍କ ମଧ୍ୟରେ କଳହ ଓ ଶତ୍ରୁତା ସୃଷ୍ଟି ହେଲା । ତେଣୁ ମଣିଷ ନୀତିନିୟମ ସୃଷ୍ଟିକରି ସୁଖରେ ଚଳିବାକୁ ଚେଷ୍ଟାକଲା । ସେହି ଚଳଣିରୁ ସମାଜ ସୃଷ୍ଟି ହେଲା ।
  • ସମାଜ ବିନା ମନୁଷ୍ୟ ବଞ୍ଚିବା ଅସମ୍ଭବ । ବ୍ୟକ୍ତି ତା’ର ଆବଶ୍ୟକତା ପାଇଁ ସମାଜ ଉପରେ ନିର୍ଭର କରିଥାଏ । ଅପରପକ୍ଷରେ ସମାଜ ମଧ୍ୟ ବ୍ୟକ୍ତି ଉପରେ ନିର୍ଭର କରିଥାଏ । ତେଣୁ ବ୍ୟକ୍ତିର ଉନ୍ନତି ହେଲେ ସମାଜର ଉନ୍ନତି ହେଲା ।

୫। ଶିଶୁ ସମାଜରୁ କ’ଣ ଶିକ୍ଷା କରେ ଓ ସମାଜ ବ୍ୟକ୍ତିକୁ କିପରି ସାହାଯ୍ୟ କରେ ?
Answer:

  • ଶିଶୁ ସମାଜରୁ ସହଯୋଗ, ସହିଷ୍ଣୁତା, ପରିଚ୍ଛନ୍ନତା ଭଳି ସତ୍‌ଗୁଣ ଶିକ୍ଷାକରେ ।
  • ସମାଜ ବ୍ୟକ୍ତିକୁ ଜୀବିକା ଅର୍ଜନରେ ସାହାଯ୍ୟ କରେ । ବ୍ୟକ୍ତି ନିଜର ଧନଜୀବନର ସୁରକ୍ଷା ପାଇଁ ସମାଜ ଉପରେ ନିର୍ଭର କରେ ।

୬ । କ୍ଷୁଦ୍ରତମ ସାମାଜିକ ଅନୁଷ୍ଠାନ କିଏ ? ଶିଶୁ ସେଥିରୁ କ’ଣ ଶିକ୍ଷା କରେ ?
Answer:

  • ପରିବାର ହେଉଛି କ୍ଷୁଦ୍ରତମ ସାମାଜିକ ଅନୁଷ୍ଠାନ ।
  • ଶିଶୁ ପରିବାରରୁ ବିଭିନ୍ନ ଗୁଣ ଶିକ୍ଷା କରେ ।

୭ । ସଂଘ କାହାକୁ କହନ୍ତି ? ଗୋଟିଏ ସଂଘର ନାମ ଲେଖ ।
Answer:

  • କେତେକ ଲକ୍ଷ୍ୟ ହାସଲ କରିବା ଲାଗି ନିଜ ଇଚ୍ଛାରେ ଏକଜୁଟ ହୋଇ କାର୍ଯ୍ୟ କରିବାରୁ ସଂଘ ସୃଷ୍ଟି ହୁଏ । କେତେକ ନୀତିନିୟମ ଦ୍ବାରା ସଂଘର ସଦସ୍ୟମାନେ କାର୍ଯ୍ୟ କରନ୍ତି ।
  • ‘ପ୍ରାଥମିକ ଶିକ୍ଷକ ସଂଘ’ ସେହିପରି ଗୋଟିଏ ସଂଘ ।

BSE Odisha 6th Class Political Science Important Questions Chapter 1 ଆମେ ଓ ଆମ ସମାଜ

୮ | ବଂଶ ବିଭାଜନ କହିଲେ କ’ଣ ବୁଝ ?
Answer:

  • ବଂଶର ଲୋକ ସଂଖ୍ୟା ଅତ୍ୟଧିକ ହୋଇଗଲେ କେତେକ ନିକଟ ସମ୍ପର୍କୀୟ ପରିବାରର ମୂଳବଂଶରୁ ଅଲଗା ହୋଇ ନୂଆ ବଂଶ ସୃଷ୍ଟି କରନ୍ତି ଯାହାକୁ ‘ବଂଶ ବିଭାଜନ’ କୁହାଯାଏ ।
  • ବଂଶ ବିଭାଜନ ହେଉଥିଲେ ମଧ୍ୟ ସମଗ୍ର ବଂଶର ଏକ ସାଧାରଣ ପୂର୍ବ ପୁରୁଷ ଥାଏ ।

୯ । ଜନଜାତି କହିଲେ କ’ଣ ବୁଝ ? ଆମ ରାଜ୍ୟରେ ଥ‌ିବା କେତେକ ଜନଜାତିର ଉଦାହରଣ ଦିଅ ।
Answer:

  • ଆଦିବାସୀ ବା ବନବାସୀମାନଙ୍କ ଆମେ ସାଧାରଣତଃ ‘ଜନଜାତି’ ବୋଲି କହିଥାଉ । ଏମାନେ ଏକ ନିର୍ଦ୍ଦିଷ୍ଟ ଆଦିବାସୀ ବା ବନବାସୀମାନଙ୍କୁ ଆମେ ସାଧାରଣତଃ ‘ଜନଜାତି’ ବୋଲି କହିଥାଉ । ଏମାନେ ଏକ ନିର୍ଦ୍ଦିଷ୍ଟ ପାଳନ କରନ୍ତି ।
  • ଆମ ରାଜ୍ୟରେ ବଣ୍ଡା, ସାନ୍ତାଳ, କନ୍ଧ ଆଦି ଜନଜାତି ଦେଖାଯାଆନ୍ତି ।

୧୦। ଆମ ରାଜ୍ୟରେ କେତେ ପ୍ରକାର ଆଦିମ ଅସ୍ଵାସୀ ଦେଖାଯାଆନ୍ତି ? ସାନ୍ତାଳମାନଙ୍କ ଭାଷାକୁ କ’ଣ କୁହାଯାଏ ?
Answer:

  • ଆମ ରାଜ୍ୟରେ ପ୍ରାୟ ୬୨ ପ୍ରକାର ଆଦିମ ଅସ୍ଵାସୀ ଦେଖାଯାଆନ୍ତି ।
  • ସାନ୍ତାଳମାନଙ୍କ ଭାଷାକୁ ସାନ୍ତାଳୀ କୁହାଯାଏ । ଏହାର ନିଜସ୍ଵ ଲିପି ଅଛି ।

୧୧ । ସମୁଦାୟ କିପରି ଗଠିତ ହୁଏ ? ଏହାର ଦୁଇଟି ଉଦାହରଣ ଦିଅ ।
Answer:

  • ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକତା ମନୋଭାବ ନେଇ ବାସ କରୁଥିବା ଲୋକଙ୍କୁ ନେଇ ସମୁଦାୟ ଗଠିତ ହୁଏ । ଏହା ପ୍ରାକୃତିକ ଉପାୟରେ ସୃଷ୍ଟି ହୁଏ ।
  • ଏକ ସମୁଦାୟରେ ବାସ କରୁ ବା ବ୍ୟକ୍ତିମାନେ ଏକ ସର୍ବସାଧାରଣ ଜୀବନ ଧାରାରେ ସହଭାଗୀ ହୋଇଥାଆନ୍ତି ଯେପରି ଗ୍ରାମ ସମୁଦାୟ ଓ ପୌର ସମୁଦାୟ ଇତ୍ୟାଦି ।

BSE Odisha 6th Class Political Science Important Questions Chapter 1 ଆମେ ଓ ଆମ ସମାଜ

୧୨ । ସଂଘ କିପରି ଗଠିତ ହୋଇଥାଏ ? ବିଭିନ୍ନ ପ୍ରକାର ସଂଘର ଉଦାହରଣ ଦିଅ ।
Answer:

  • କେତେକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ କେତେକ ବ୍ୟକ୍ତି ଇଚ୍ଛାକୃତ ଭାବରେ ମିଶି ସଂଘ ଗଠନ କରିଥା’ନ୍ତି ।
  • କାର୍ଯ୍ୟ ଅନୁସାରେ ଏହା ଅନେକ ପ୍ରକାର, ଯଥା— ପରିବାର, ଓକିଲ ସଂଘ, ଶିକ୍ଷକ ସଂଘ, ଛାତ୍ର ସଂଘ, ହିନ୍ଦୁ ମହାସଭା ଇତ୍ୟାଦି ।

୧୬ । ଜନଜାତି କହିଲେ କ’ଣ ବୁଝ ?
Answer:

  • ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରୁଥିବା, ଏକ ସାଧାରଣ ଭାଷାରେ କଥାବାର୍ତ୍ତା କରୁଥିବା, ମିଳିମିଶି ପର୍ବପର୍ବାଣି ପାଳନ କରୁଥିବା ଓ ଜୀବିକା ନିର୍ବାହ କରୁଥିବା ଏକ ବଂଶର ଲୋକମାନେ ହିଁ ଜନଜାତି ।
  • ଆମ ରାଜ୍ୟରେ ବଣ୍ଡା, ସାନ୍ତାଳ, କନ୍ଧ ଆଦି ଜନଜାତି ଦେଖାଯାଆନ୍ତି ।

୧୭ । ସଂଘ କିପରି ଗଠିତ ହୋଇଥାଏ ? ଦୁଇଟି ସଂଘର ନାମ ଲେଖ ।
Answer:

  • କେତେକ ଲକ୍ଷ୍ୟ ହାସଲ କରିବା ଲାଗି ଲୋକମାନେ ନିଜ ଇଚ୍ଛାରେ ମିଶି ସଂଘ ଗଠନ କରିଥା’ନ୍ତି ।
  • ଦୁଇଟି ସଂଘର ନାମ ହେଲା ଓକିଲ ସଂଘ, ଶିକ୍ଷକ ସଂଘ ।

୧୮। ‘କ୍ଷୁଦ୍ର ସମୁଦାୟ’ ଓ ‘ବୃହତ୍ ସମୁଦାୟ’ ମଧ୍ୟରେ କେଉଁ କେଉଁ ପାର୍ଥକ୍ୟ ଦେଖାଯାଏ ?
Answer:

  • କ୍ଷୁଦ୍ର ସମୁଦାୟରେ ବ୍ୟକ୍ତିର ଆତ୍ମନିର୍ଭରଶୀଳତା, ନିବିଡ଼ ସମ୍ପର୍କ, ବନ୍ଧୁତା, ଆନ୍ତରିକତା ଦେଖାଯାଇଥାଏ ।
  • କିନ୍ତୁ ବୃହତ୍ ସମୁଦାୟଗୁଡ଼ିକ ବ୍ୟକ୍ତିକୁ ପ୍ରୟୋଜନୀୟ ଜିନିଷ ଯୋଗାଣ, ସାମାଜିକ ନିରାପତ୍ତା, ଅର୍ଥ ଉପାର୍ଜନ କ୍ଷମତା ଆଦି ପ୍ରଦାନ କରିଥାଏ ।

୧୯ । ସମାଜ ମନୁଷ୍ୟକୁ କିପରି ସାହାଯ୍ୟ କରେ ?
Answer:

  • ଶିଶୁ ସମାଜରୁ ସହଯୋଗ, ସହିଷ୍ଣୁତା, ପରିଚ୍ଛନ୍ନତା ଭଳି ଗୁଣ ଶିକ୍ଷା କରେ ।
  • ସମାଜ ବ୍ୟକ୍ତିକୁ ଜୀବିକା ଅର୍ଜନରେ ସାହାଯ୍ୟ କରେ । ବ୍ୟକ୍ତି ନିଜର ଧନଜୀବନର ସୁରକ୍ଷା ପାଇଁ ସମାଜ ଉପରେ ନିର୍ଭର କରେ ।

BSE Odisha 6th Class Political Science Important Questions Chapter 1 ଆମେ ଓ ଆମ ସମାଜ

୨୦ । ଗୋଟିଏ ସଂଘର କେତେବେଳେ ସାମୁଦାୟିକ ଗୁଣ ବୃଦ୍ଧି ପାଏ ?
Answer:
ଗୋଟିଏ ସଂଘ ନିଜସ୍ଵ ଲକ୍ଷ୍ୟ ବାଦ୍ ସର୍ବସାଧାରଣ ଉନ୍ନତିମୂଳକ କାର୍ଯ୍ୟକଲେ ତାହାର ସାମୁଦାୟିକ ଗୁଣ ବୃଦ୍ଧିପାଏ ।

୨୧ । ଚାରୋଟି ବିଭିନ୍ନ ପ୍ରକାର ସଂଘର ଉଦାହରଣ ଦିଅ ।
Answer:

  • ରକ୍ତ ସମ୍ପର୍କୀୟ ସଂଘ – ପରିବାର
  • ଧର୍ମୀୟ ସଂଘ – ହିନ୍ଦୁ ମହାସଭା
  • ଅବସର ବିନୋଦନ ସଂଘ – ବିଭିନ୍ନ ସଙ୍ଗୀତ, ନୃତ୍ୟ ଅନୁଷ୍ଠାନ
  • ବୃତ୍ତିଗତ ସଂଘ – ଓକିଲ ସଂଘ, ଶିକ୍ଷକ ସଂଘ

୨୨ । ଗୋତ୍ର କ’ଣ ? ତିନୋଟି ଗୋତ୍ରର ନାମ ଲେଖ ।
Answer:

  • କୁଳ ପ୍ରବର୍ତ୍ତକ ଋଷିଙ୍କୁ ନେଇ ଗୋତ୍ର ସୃଷ୍ଟି ହୁଏ ।
  • ତିନୋଟି ଗୋତ୍ରର ନାମ ହେଲା – କାଶ୍ୟପ, ଭରଦ୍ବାଜ, ନାଗସ୍ୟ ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଶିଶୁ କେଉଁଠାରୁ ବିଭିନ୍ନ ଗୁଣ ଶିକ୍ଷା କରେ ?
Answer:
ଶିଶୁ ପରିବାରରୁ ବିଭିନ୍ନ ଗୁଣ ଶିକ୍ଷା କରେ

BSE Odisha 6th Class Political Science Important Questions Chapter 1 ଆମେ ଓ ଆମ ସମାଜ

୨। ବଂଶ କେଉଁମାନଙ୍କୁ ନେଇ ଗଠିତ ?
Answer:
ରକ୍ତ ସମ୍ପର୍କ ଥ‌ିବା ପରିବାରଗୁଡ଼ିକୁ ନେଇ ବଂଶ ଗଠିତ ।

୩ । ଗୋତ୍ରର ସୃଷ୍ଟିକର୍ତ୍ତା କିଏ ?
Answer:
କୁଳ ପ୍ରବର୍ତ୍ତକ ଋଷି ହେଉଛନ୍ତି ଗୋତ୍ରର ସୃଷ୍ଟିକର୍ତ୍ତା ।

୪ । ସଂଘ କେଉଁମାନେ କାହିଁକି ଗଠନ କରିଥାଆନ୍ତି ?
Answer:
କେତେକ ବ୍ୟକ୍ତି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ ସଂଘ ଗଠନ କରିଥା’ନ୍ତି ।

୫ । ସମାଜ ସହିତ କାହାର ସମ୍ପର୍କ ଥାଏ ?
Answer:
ସମାଜ ସହିତ ବ୍ୟକ୍ତିର ସମ୍ପର୍କ ଥାଏ ।

୬| ଆମ ରାଜ୍ୟରେ ଥ‌ିବା ଜନଜାତିମାନଙ୍କ ମଧ୍ୟରୁ ଯେକୌଣସି ଦୁଇଟିର ନାମ ଲେଖ ।
Answer:
ଆମ ରାଜ୍ୟରେ ଥ‌ିବା ଦୁଇଟି ଜନଜାତିର ନାମ ହେଲା ବଣ୍ଡା ଓ ସାନ୍ତାଳ ।

୭ । ଯେକୌଣସି ଦୁଇଜଣ କୁଳ ପ୍ରବର୍ତ୍ତକ ଋଷିଙ୍କ ନାମ ଲେଖ ।
Answer:
କାଶ୍ୟପ ଓ ଭରଦ୍ବାଜ ହେଉଛନ୍ତି ଦୁଇଜଣ କୁଳ ପ୍ରବର୍ତ୍ତନ ଋଷି ।

BSE Odisha 6th Class Political Science Important Questions Chapter 1 ଆମେ ଓ ଆମ ସମାଜ

୮| କ୍ଷୁଦ୍ରତମ ସାମାଜିକ ଅନୁଷ୍ଠାନ କ’ଣ ?
Answer:
କ୍ଷୁଦ୍ରତମ ସାମାଜିକ ଅନୁଷ୍ଠାନ ହେଉଛି ପରିବାର ।

୯। କେଉଁମାନଙ୍କୁ ନେଇ ବଂଶ ଗଠିତ ?
Answer:
ରକ୍ତ ସମ୍ପର୍କୀୟ ପରିବାରମାନଙ୍କୁ ନେଇ ବଂଶ ଗଠିତ ।

୧୦। ଏକକ ପରିବାର କାହାକୁ କୁହାଯାଏ ?
Answer:
ବାପା, ମା’ ଓ ସେମାନଙ୍କର ସନ୍ତାନଙ୍କୁ ନେଇ ଗଠିତ ପରିବାରକୁ ଏକକ ପରିବାର କୁହାଯାଏ ।

୧୧। ଯୌଥ ପରିବାର କାହାକୁ କୁହାଯାଏ ?
Answer:
ବାପା, ମା’, ବଡ଼ବାପା, ବଡ଼ମା’, ଦାଦା, ଖୁଡ଼ୀ, ଅବିବାହିତ ଦାଦା ଓ ପିଉସୀ, ଜେଜେବାପା, ଜେଜେମା’ ଆଦି ମିଳିମିଶି ରହୁଥ‌ିବା ପରିବାରକୁ ଯୌଥ ପରିବାର କହନ୍ତି ।

୧୨। ବଂଶରକ୍ଷା କରିବା ପରିବାରର କେଉଁ କାର୍ଯ୍ୟ ଅଟେ ?
Answer:
ବଂଶରକ୍ଷା କରିବା ପରିବାରର ମୌଳିକ କାର୍ଯ୍ୟ ଅଟେ ।

୧୩। ବଂଶ ବିଭାଜନ କାହାକୁ କୁହାଯାଏ ?
Answer:
ବଂଶର ଲୋକସଂଖ୍ୟା ଅତ୍ୟଧିକ ହୋଇଗଲେ କେତେକ ନିକଟ ସମ୍ପର୍କୀୟ ପରିବାର ମୂଳବଂଶରୁ ଅଲଗା ହୋଇ ନୂଆ ବଂଶ ସୃଷ୍ଟି କରନ୍ତି । ଏହାକୁ ବଂଶ ବିଭାଜନ କୁହାଯାଏ ।

BSE Odisha 6th Class Political Science Important Questions Chapter 1 ଆମେ ଓ ଆମ ସମାଜ

୧୪। ‘ଜନଜାତି’ କାହାକୁ କୁହାଯାଏ ?
Answer:
ଏକ ସାଧାରଣ ନାମ ଥିବା ଦେଶୀୟ ଲୋକମାନଙ୍କର କ୍ଷୁଦ୍ର ସମୂହକୁ ‘ଜନଜାତି’ କୁହାଯାଏ ।

୧୫। ଆମ ରାଜ୍ୟରେ ପ୍ରାୟ କେତେ ପ୍ରକାର ଆଦିମ ଅସ୍ଵାସୀ ଦେଖାଯାଆନ୍ତି ?
Answer:
ଆମ ରାଜ୍ୟରେ ପ୍ରାୟ ୬୨ ପ୍ରକାର ଆଦିମ ଅସ୍ଵାସୀ ଦେଖାଯାଆନ୍ତି ।

୧୬। କେଉଁମାନଙ୍କୁ ନେଇ ‘ସମୁଦାୟ’ ଗଠିତ ହୁଏ ?
Answer:
ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକତା ମନୋଭାବ ନେଇ ବାସ କରୁଥିବା ଲୋକଙ୍କୁ ନେଇ ‘ସମୁଦାୟ’ ଗଠିତ ହୁଏ ।

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
୧। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ବ୍ୟକ୍ତି ନିଜର ଧନଜୀବନ ସୁରକ୍ଷା ପାଇଁ ଉପରେ ନିର୍ଭର କରେ । (ପ୍ରକୃତି, ସମାଜ, ପରିବାର)
Answer:
ସମାଜ

(ଖ) ‘ହିନ୍ଦୁ ମହାସଭା’ ଏକ ସଂଘ । (ସେବା, ଧର୍ମୀୟ, ବୃତ୍ତିଗତ)
Answer:
ଧର୍ମୀୟ

(ଗ) ମସିହାରେ ଆମେରିକାରେ ଆନ୍ନା ନାମ୍ନୀ ଏକ ପାଞ୍ଚବର୍ଷର ଝିଅକୁ ଆବିଷ୍କାର କରାଯାଇଥିଲା । (୧୯୨୫, ୧୯୩୮, ୧୯୪୬)
Answer:
୧୯୩୮

(ଘ) ଆମ ରାଜ୍ୟରେ ପ୍ରାୟ ପ୍ରକାର ଆଦିମ ଅଧ୍ୟାବାସୀ ଦେଖାଯା’ନ୍ତି । (ପଚାଶ, ଷାଠିଏ, ବାଷଠି)
Answer:
ବାଷଠି

BSE Odisha 6th Class Political Science Important Questions Chapter 1 ଆମେ ଓ ଆମ ସମାଜ

(ଙ) ଭାରତୀୟ ପରିବାରଗୁଡ଼ିକରେ ସାଧାରଣତଃ ହିଁ ମୁଖ୍ୟ ହୋଇଥାଆନ୍ତି । ( ଜେଜେବାପା, ପିତା, କୁଳ ପ୍ରବର୍ତ୍ତକ ଋଷି)
Answer:
ପିତା

BSE Odisha 6th Class History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

Odisha State Board BSE Odisha 6th Class History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ Textbook Exercise Questions and Answers.

BSE Odisha Class 6 History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କିପରି ନନ୍ଦବଂଶ ଲୋପ କରି ମଗଧରେ ମୌର୍ଯ୍ୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ?
Answer:

  • ପ୍ରାଚୀନ କାଳରେ ଉତ୍ତର ଭାରତର ମଗଧ ରାଜ୍ୟରେ ମୌର୍ଯ୍ୟ ବଂଶର ରାଜାମାନେ ରାଜତ୍ଵ କରୁଥିଲେ ।ମୌର୍ଯ୍ୟ ବଂଶର ଶାସନ ପୂର୍ବରୁ ସେଠାରେ ନନ୍ଦବଂଶ ଶାସନ କରୁଥିଲେ ।
  • ନନ୍ଦ ବଂଶର ଶାସକମାନେ ନିଷ୍ଠୁର ଓ ଅତ୍ୟାଚାରୀ ଥିଲେ । ସେମାନଙ୍କ କୁଶାସନରେ ଲୋକମାନେ ଅତିଷ୍ଠ ହୋଇପଡ଼ିଲେ ।
  • ଚାଣକ୍ୟ ନାମକ ଜଣେ ଜ୍ଞାନୀ ପଣ୍ଡିତ ମଗଧରୁ ନନ୍ଦବଂଶ ଲୋପକରିବା କରିବା ଉଦ୍ଦେଶ୍ୟରେ ମୌର୍ଯ୍ୟ ବଂଶରେ ଜନ୍ମିତ ଚନ୍ଦ୍ରଗୁପ୍ତଙ୍କ ସାହାଯ୍ୟ ନେଇଥିଲେ ।
  • ଚନ୍ଦ୍ରଗୁପ୍ତ ବର୍ତ୍ତମାନର ପଞ୍ଜାବ ଅଞ୍ଚଳର ଦୁର୍ଘର୍ଷଜାତି ଓ ଉପଜାତିର ଲୋକମାନଙ୍କୁ ନେଇ ଗଠିତ ଶକ୍ତିଶାଳୀ ସୈନ୍ୟବାହିନୀ ଦ୍ୱାରା ନନ୍ଦରାଜାଙ୍କୁ ପରାସ୍ତ କରି ମଗଧ ଅଧିକାର କଲେ ଏବଂ ମୌର୍ଯ୍ୟବଂଶର ଶାସନ ପ୍ରତିଷ୍ଠା କଲେ ।

(ଖ) ସେଲିଉକସ୍ ନିକ୍‌ତାର କିଏ ? ଚନ୍ଦ୍ରଗୁପ୍ତଙ୍କ ସହ ତାଙ୍କର ଯୁଦ୍ଧର ପରିଣତି କ’ଣ ହୋଇଥିଲା ?
Answer:

  • ସେଲିଉକ୍‌ ନିକତାର ଆଲେକ୍‌ଜାଣ୍ଡାରଙ୍କ ସେନାପତି ଥିଲେ । ସେ ଭାରତରେ ଗ୍ରୀକ୍ ଅଧ୍ଵତ ଅଞ୍ଚଳରେ ଶାସନ କରୁଥିଲେ ।
  • ଚନ୍ଦ୍ରଗୁପ୍ତ ସେଲିଉକସ୍‌ଙ୍କ ସହିତ ଯୁଦ୍ଧକରି ତାଙ୍କୁ ପରାସ୍ତ କରିଥିଲେ ।
  • ଯୁଦ୍ଧରେ ପରାସ୍ତ ହୋଇ ସେଲିଉକସ୍ ଚନ୍ଦ୍ରଗୁପ୍ତଙ୍କ ସହିତ ସନ୍ଧି କଲେ । ସନ୍ଧି ଅନୁଯାୟୀ ଗ୍ରୀକ୍ ଅଧ୍ୟାତ ଆଫଗାନିସ୍ଥାନ ଓ ବେଲୁଚିସ୍ଥାନ ପ୍ରଭୃତି ଭାରତର ଉତ୍ତର ପଶ୍ଚିମ ଅଞ୍ଚଳ ଚନ୍ଦ୍ରଗୁପ୍ତଙ୍କ ସାମ୍ରାଜ୍ୟରେ ମିଶିଯାଇଥିଲା ।
  • ଫଳରେ ସେହି ଅଞ୍ଚଳରେ ଗ୍ରୀକ୍ ଶାସନର ଅବସାନ ଘଟିଲା ।

BSE Odisha 6th Class History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

(ଗ) ଚାଣକ୍ୟଙ୍କଦ୍ଵାରା ଲିଖ୍ ‘ଅର୍ଥଶାସ୍ତ୍ର’’ରେ କେଉଁ ବିଷୟ ଉଲ୍ଲେଖ କରାଯାଇଛି ?
Answer:

  • ଚାଣକ୍ୟ ‘ଅର୍ଥଶାସ୍ତ୍ର’ ନାମକ ଏକ ଗ୍ରନ୍ଥର ରଚନା କରିଥିଲେ ।
  • ଏହି ଗ୍ରନ୍ଥରେ ମୌର୍ଯ୍ୟ ସାମ୍ରାଜ୍ୟର ଶାସନ ପଦ୍ଧତି ଏବଂ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା କରାଯାଇଛି ।

(ଘ) ମେଗାସ୍ଥିନିସ୍ କିଏ ? ତାଙ୍କ ବିବରଣୀରେ କ’ଣ ଉଲ୍ଲେଖ କରାଯାଇଛି ?
Answer:

  • ମେଗାସ୍ଥିନିସ୍ ହେଉଛନ୍ତି ଗ୍ରୀକ୍ଟର ଜଣେ ରାଜଦୂତ । ଗ୍ରୀକ୍ ରାଜା ସେଲିଉକସ୍ ନିକ୍‌ତାରଙ୍କ ନିର୍ଦ୍ଦେଶରେ ସେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦରବାରକୁ ଆସିଥିଲେ ।
  • ସେ ମୌର୍ଯ୍ୟ ଦରବାରରେ ଦୀର୍ଘ ପାଞ୍ଚବର୍ଷକାଳ ରହଣି ସମୟରେ ଭାରତର ବହୁ ଅଞ୍ଚଳ ବୁଲି ଦେଖିଲେ । ଭାରତ ସମ୍ବନ୍ଧରେ ସେ ଯେଉଁ ବିବରଣୀ ପୁସ୍ତକ ଲେଖିଥିଲେ, ତାହାର ନାମ ‘ଇଣ୍ଡିକା’ ।
  • ସେଥ୍ରେ ମୌର୍ଯ୍ୟ ରାଜତ୍ଵ ଓ ଶାସନ ବ୍ୟବସ୍ଥା ବିଶେଷକରି ପୌର ଶାସନ ବିଷୟରେ ଅନେକ ତଥ୍ୟ ବର୍ଣ୍ଣନା କରାଯାଇଛି ।
  • ଆହୁରି ମଧ୍ୟ ସେ ମୌର୍ଯ୍ୟ ରାଜପ୍ରାସାଦ ଓ ପାଟଳିପୁତ୍ର ନଗରର ବର୍ଣ୍ଣନା ଏଥରେ କରିଛନ୍ତି ।

(ଙ) କଳିଙ୍ଗ ଯୁଦ୍ଧର କାରଣ ଓ ଫଳାଫଳ କ’ଣ ଥିଲା ?
Answer:

  • ଖ୍ରୀଷ୍ଟପୂର୍ବ ୨୭୩ ମସିହାରେ ଅଶୋକ ମୌର୍ଯ୍ୟ ସାମ୍ରାଜ୍ୟର ଶାସକ ହୋଇଥିଲେ । ତାଙ୍କ ରାଜ୍ୟ ମଗଧ ନିକଟରେ ଥ‌ିବା ଏକ ସ୍ବାଧୀନ ଓ ଶକ୍ତିଶାଳୀ ରାଷ୍ଟ୍ର କଳିଙ୍ଗର ସ୍ଥିତିକୁ ସେ ସହ୍ୟ କରିପାରିନଥିଲେ ।
  • ଏହି କଳିଙ୍ଗ ରାଷ୍ଟ୍ର (ବର୍ତ୍ତମାନର ଓଡ଼ିଶା ରାଜ୍ୟ) ଥିଲା ବିପୁଳ ଐଶ୍ବର୍ଯ୍ୟର ଅଧିକାରୀ ଓ ବାଣିଜ୍ୟ କାରବାରର ପେଣ୍ଠସ୍ଥଳୀ । ମଗଧ ସାମ୍ରାଜ୍ୟର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଖ୍ରୀ.ପୂ. ୨୬୧ରେ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ । ଅନେକ ବିଶ୍ଵାସ କରନ୍ତି ଯେ ଶକ୍ତିଶାଳୀ କଳିଙ୍ଗ ବାହିନୀ ଭୁବନେଶ୍ଵରର ଦୟାନଦୀ କୂଳରେ ଥ‌ିବା ଧଉଳି ପାହାଡ଼ ନିକଟରେ ଅଶୋକଙ୍କ ସେନା ବାହିନୀକୁ ପ୍ରତିରୋଧ କରିଥିଲେ ।
  • କଳିଙ୍ଗ ସେନାର ପ୍ରବଳ ପରାକ୍ରମ ଅଶୋକଙ୍କ ସେନା ସମ୍ମୁଖରେ ପରଜୟ ବରଣ କରିଥିଲା । ଏହି ଯୁଦ୍ଧରେ ଏକ ଲକ୍ଷଲୋକ ନିହତ ହେଲେ ଏବଂ ଦେଢ଼ଲକ୍ଷ ଲୋକଙ୍କୁ ବନ୍ଦୀ କରାଯାଇଥିଲା ।
  • ଯୁଦ୍ଧ ଜନିତ ମୃତ୍ୟୁ, ରକ୍ତପାତ, କ୍ଷୟକ୍ଷତି ଓ ଆହତ ସୈନ୍ୟମାନଙ୍କର ଆର୍ତ୍ତନାଦ ଅଶୋକଙ୍କ ହୃଦୟକୁ ବ୍ୟଥିତ କରିଥିଲା । ତାଙ୍କର ହୃଦୟ ପରିବର୍ତ୍ତନ ହୋଇଥିଲା । ସେଠାରେ ସେ ଅସ୍ତ୍ରତ୍ୟାଗ କରି ଜୀବନରେ ଆଉ ଯୁଦ୍ଧ କରିବେ ନାହିଁ ବୋଲି ସ୍ଥିର କରିଥିଲେ । କଳିଙ୍ଗ ଯୁଦ୍ଧ ଅଶୋକଙ୍କ ଜୀବନଧାରାକୁ ସମ୍ପୂର୍ଣ୍ଣରୂପେ ବଦଳାଇ ଦେଇଥିଲା । କଳିଙ୍ଗଯୁଦ୍ଧ ଯୋଗୁ ହୋଇଥିବା ରକ୍ତପାତ ହିଁ ଅଶୋକଙ୍କୁ ‘ଚଣ୍ଡାଶେକ’ରୁ ‘ଧର୍ମାଶୋକ’ରେ ପରିଣତ କରାଇଥିଲା । ଏହି ଯୁଦ୍ଧ ପରେ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ।

BSE Odisha 6th Class History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

(ଚ) କଳିଙ୍ଗ ଯୁଦ୍ଧ ଅଶୋକଙ୍କ ମନରେ କାହିଁକି ପରିବର୍ତ୍ତନ ଆଣିଥିଲା ?
Answer:

  • କଳିଙ୍ଗ ଯୁଦ୍ଧ ଜନିତ ମୃତ୍ୟୁ, ରକ୍ତପାତ, କ୍ଷୟକ୍ଷତି ଓ ଆହତ ସୈନ୍ୟମାନଙ୍କରଆର୍ତ୍ତନାଦ ଅଶୋକଙ୍କ ହୃଦୟକୁ ବ୍ୟଥ୍‌ତ କରିଥିଲା ।
  • ଵାତାଙ୍କର ହୃଦୟ ପରିବର୍ତ୍ତନ ହୋଇଥିଲା । ସେଠାରେ ସେ ଅସ୍ତ୍ରତ୍ୟାଗ କରି ଜୀବନରେଆଉ ଯୁଦ୍ଧ କରିବେ ନାହିଁ ବୋଲି ସ୍ଥିର କରିଥିଲେ । କଳିଙ୍ଗଯୁଦ୍ଧ ଅଶୋକଙ୍କ ଜୀବନଧାରାକୁ ସମ୍ପୂଣ୍ଣରୂପେ ବଦଳାଇ ଦେଇଥିଲା ।
  • କଳିଙ୍ଗଯୁଦ୍ଧ ଯୋଗୁଁ ହୋଇଥ‌ିବା ରକ୍ତପାତ ହିଁ ଅଶୋକଙ୍କୁ ‘ଚଣ୍ଡାଶୋକ’ରୁ ‘ଧର୍ମାଶୋକରେ ପରିଣତ କରାଇଥିଲା ।
  • ଏହି ଯୁଦ୍ଧପରେ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଏବଂ ଏହାର ଉନ୍ନତି ଓ ପ୍ରସାର ପାଇଁ ନିଜକୁ ନିୟୋଜିତ କରିଥିଲେ ।

(ଛ) ଅଶୋକଙ୍କ ‘ଧମ୍ମ’ ନୀତି କ’ଣ ଥିଲା ?
Answer:

  • ଅଶୋକଙ୍କ ‘ଧମ୍ମ’ ନୀତି କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମକୁ ବୁଝାଉନଥିଲା । ଏହା ତାଙ୍କର ନୀତିବାଣୀ ଥିଲା ।
  • ଅଶୋକଙ୍କ ‘ଧମ୍ମ’ନୀତି ଗୁଡ଼ିକ ହେଲା– (୧) ଜୀବହତ୍ୟାରୁ ନିବୃତ୍ତ ରହିବା, (୨) ଜୀବ ପ୍ରତି ଅହିଂସା ଭାବ ପ୍ରଦର୍ଶନ କରିବା, (୩) ପିତାମାତା, ଗୁରୁଜନମାନଙ୍କର ଆଦେଶ ପାଳନ କରିବା, (୪) ଗୁରୁଜନମାନଙ୍କୁ ଭକ୍ତି କରିବା, (୫) ବନ୍ଧୁବର୍ଗ, ଆତ୍ମୀୟ ସ୍ୱଜନ, ବ୍ରାହ୍ମଣ, ବୃଦ୍ଧ ଓ ବିପଦଗ୍ରସ୍ତ ମାନଙ୍କ ପ୍ରତି ଉତ୍ତମ ଆଚରଣ ପ୍ରଦର୍ଶନ କରିବା, (୬) ଦାସ,ଦାସୀ ବା ଭୃତ୍ୟମାନଙ୍କ ପ୍ରତି ଦୟା କରିବା, (୭) ସତ୍ୟ କହିବା, (୮) ସାମାନ୍ୟ ସଞ୍ଚୟ କରିବା ଇତ୍ୟାଦି ।

(ଜ) ଅଶୋକ କେଉଁ ଧର୍ମ ଗ୍ରହଣ କରିଥିଲେ ଏବଂ ଏହାର ପ୍ରସାର ପାଇଁ କେଉଁ କେଉଁ ପଦକ୍ଷେପ ନେଇଥିଲେ ?
Answer:

  • କଳିଙ୍ଗ ଯୁଦ୍ଧପରେ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଏବଂ ଏହାର ଉନ୍ନତି ଓ ପ୍ରସାର ପାଇଁ ନିଜକୁ ନିୟୋଜିତ କରିଥିଲେ ।
  • ବୌଦ୍ଧଧର୍ମର ଅହିଂସା ନୀତି ପ୍ରତି ଆକୃଷ୍ଟ ହୋଇ ତାହାର ପ୍ରଚାର ପାଇଁ ସେ ଉଦ୍ୟମ କରିଥିଲେ । ସମସ୍ତେ -ବୁଝିବାଭଳି ପାଲି ଭାଷାରେ ବୌଦ୍ଧ ଧର୍ମର ନୀତିକୁ ସେ ପାହାଡ଼ ଗୁମ୍ଫା ଓ ପଥର ଖମ୍ବ ଦେହରେ ବ୍ରାହ୍ମୀ ଲିପିରେ ଖୋଦନ କରାଇଥିଲେ ।
  • ସେ ନିଜ ପୁତ୍ର ଓ କନ୍ୟାଙ୍କୁ ସିଂହଳ ଦେଶକୁ ପଠାଇ ସେଠାରେ ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର କରିବା ସହିତ ଭାତୃତ୍ଵ ଭାବ ସୃଷ୍ଟି କରିଥିଲେ । ସେହିପରି ବ୍ରହ୍ମଦେଶକୁ ଶୋତା ଓ ଉତ୍ତର ନାମକ ଦୁଇଜଣ ବୌଦ୍ଧ ଭିକ୍ଷୁଙ୍କୁ ପଠାଇଥିଲେ ।
  • ଅଶୋକ ବୌଦ୍ଧଧର୍ମ ପ୍ରଚାର ପାଇଁ ଲୁମ୍ବିନୀ, ସାରନାଥ, କୁଶୀନଗର (କୁଶୀନାରା) ଇତ୍ୟାଦି ସ୍ଥାନକୁ ନିଜେ ଯାତ୍ରା କରିଥିଲେ । ତାଙ୍କର ଏହି ଯାତ୍ରାକୁ ଧର୍ମଯାତ୍ରା କୁହାଯାଏ । ସେ ବୌଦ୍ଧ ଧର୍ମର ପ୍ରଧାନ ପୀଠ ସ୍ଥଳୀମାନଙ୍କୁ ଯାତ୍ରା କରିବା ଦ୍ବାରା ଅନେକ ଲୋକ ବୌଦ୍ଧ ଧର୍ମ ପ୍ରତି ଆକୃଷ୍ଟ ହୋଇ ଏହି ଧର୍ମ ଗ୍ରହଣ କରିଥିଲେ ।

BSE Odisha 6th Class History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

୨ । ସଂକ୍ଷେପରେ ଏଗୁଡ଼ିକ ବିଷୟରେ ଲେଖ ।

ଅଶୋକଙ୍କ ଶିଳାଲିପି, ଅଶୋକ ସ୍ତମ୍ଭ, ଧର୍ମ ମହାମାତ୍ର
ଅଶୋକଙ୍କ ଶିଳାଲିପି :

  • ଅଶୋକ ବୌଦ୍ଧଧର୍ମର ପ୍ରସାର ପାଇଁ ଅନେକ ସ୍ତମ୍ଭ,ସ୍ତୂପ ଓ ବିହାରମାନ ସାମ୍ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ କରିଥିଲେ ।
  • ଭୁବନେଶ୍ଵର ନିକଟବର୍ତ୍ତୀ ଧଉଳି ପାହାଡ଼ ଓ ଗଞ୍ଜାମ ଜିଲ୍ଲାର ଜଉଗଡ଼ଠାରେ ତାଙ୍କର ଏକ ଶିଳାଲିପି ଦେଖୁବାକୁ ମିଳେ ।
  • ତାଙ୍କ ନିର୍ଦ୍ଦେଶରେ ଶିଳା ଓ ସ୍ତମ୍ଭମାନଙ୍କରେ ପ୍ରଜା ଓ ରାଜକର୍ମଚାରୀମାନଙ୍କ ପ୍ରତି ଉଦ୍ଦିଷ୍ଟ ଅନୁଶାସନମାନ ଖୋଦିତ ହୋଇଥିଲା ।
  • ଏଥିରେ ଜନସାଧାରଣଙ୍କୁ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ କରାଇବା ପାଇଁ ନୀତିବାଣୀମାନ ଖୋଦିତ ହୋଇଥିଲା ।

ଅଶୋକ ସ୍ତମ୍ଭ :

  • ଅଶୋକ ନିର୍ମାଣ କରିଥିବା ପ୍ରାସାଦ, ସ୍ତୁପ, ସ୍ତମ୍ଭମାନଙ୍କ ମଧ୍ୟରୁ ସାରନାଥରେ ନିର୍ମିତ ସ୍ତମ୍ଭ ପ୍ରଧାନ । ଏହି ସ୍ତମ୍ଭର ଶୀର୍ଷ ଦେଶରେ ଚାରିଗୋଟି ସିଂହ ଅଛି । ସେହି ସିଂହ ଚାରିଦିଗକୁ ମୁହଁ କରି ରହିଛନ୍ତି । ଏହି ସ୍ତମ୍ଭର ଉଚ୍ଚତା ୨.୧୫ ମିଟର ଅଟେ ।
  • ଏହି ଅଶୋକ ସ୍ତମ୍ଭରେ ଚାରିଗୋଟି ସିଂହ, ଗୋଟିଏ ଘୋଡ଼ା, ଗୋଟିଏ ହାତୀ ଓ ଗୋଟିଏ ଷଣ୍ଢର ଚିତ୍ର ରହିଛି ଏଥ‌ିରେ ଥ‌ିବା ଧର୍ମଚକ୍ରଟି ସତ୍ୟର ପ୍ରତୀକ ଓ ଏଥ‌ିରେ ୨୪ଟି ଅର ରହିଛି ।
  • ଭାରତ ସରକାର ଅଶୋକ ସ୍ତମ୍ଭର ଏହି ସିଂହକୁ ଜାତୀୟ ସଂକେତ ରୂପେ ଗ୍ରହଣ କରିଛନ୍ତି ଓ ଚିହ୍ନ ମଧ୍ୟରେ ଥ‌ିବା ଚକ୍ରକୁ ଜାତୀୟ ପତାକାରେ ସ୍ଥାନ ଦିଆଯାଇଛି ।
  • ଏହି ସିଂହ ଚିହ୍ନଟିକୁ (ଅଶୋକ ସ୍ତମ୍ଭ) ଭାରତୀୟ ମୁଦ୍ରାମାନଙ୍କରେ ସ୍ଥାନ ଦିଆଯାଇଛି ।

ଧର୍ମ ମହାମାତ୍ର :

  • ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର ପାଇଁ ଅଶୋକ ଧର୍ମ ମହାମାତ୍ର ନାମକ କର୍ମଚାରୀମାନଙ୍କୁ ନିଯୁକ୍ତ କରିଥିଲେ ।
  • ସେମାନେ ସମଗ୍ର ଦେଶରେ ଭ୍ରମଣ କରି ଲୋକମାନଙ୍କୁ ତାଙ୍କଦ୍ୱାରା ପ୍ରବର୍ତ୍ତିତ ‘ଧମ୍ମ’ ନୀତି ଶୁଣାଉଥିଲେ ଓ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ କରିବା ପାଇଁ ଧମ୍ମନୀତିକୁ ବୁଝାଉଥିଲେ ।

BSE Odisha 6th Class History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

୩। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି ବାକ୍ୟରେ ଲେଖ ।

(କ) ଚନ୍ଦ୍ରଗୁପ୍ତ କେଉଁମାନଙ୍କୁ ନେଇ ଏକ ସୈନ୍ୟବାହିନୀ ଗଠନ କରିଥିଲେ ?
Answer:

  • ଚନ୍ଦ୍ରଗୁପ୍ତ ମଗଧ ଆକ୍ରମଣ କରିବା ପାଇଁ ଏକ ସୈନ୍ୟବାହିନୀ ଗଠନ କରିଥିଲେ ।
  • ବର୍ତ୍ତମାନର ପଞ୍ଜାବ ଅଞ୍ଚଳର ଦୁର୍ଦ୍ଧର୍ଷ ଜାତି ଓ ଉପଜାତିର ଲୋକମାନଙ୍କୁ ନେଇ ସେ ସେହି ସୈନ୍ୟବାହିନୀ ଗଠନ କରିଥିଲେ ।

(ଖ) ଅଶୋକ କଳିଙ୍ଗ ଆକ୍ରମଣ କରିବାର ଦୁଇଟି କାରଣ ଲେଖ ।
Answer:

  • ପ୍ରଥମତଃ ଅଶୋକ ନିଜ ସାମ୍ରାଜ୍ୟ ନିକଟରେ କଳିଙ୍ଗ ପରି ଏକ ସ୍ବାଧୀନ ଓ ଶକ୍ତିଶାଳା ରାଷ୍ଟ୍ରର ସ୍ଥିତିକୁ ସହ୍ୟ କରି ପାରିନଥିଲେ ।
  • ଦ୍ବିତୀୟତଃ କଳିଙ୍ଗ ବିପୁଳ ଐଶ୍ବର୍ଯ୍ୟର ଅଧିକାରୀ ଓ ବାଣିଜ୍ୟ କାରବାରର ପୀଠସ୍ଥଳୀ ଥିବାରୁ ଏହାକୁ ଅଧିକାର କରି ମଗଧ ସାମ୍ରାଜ୍ୟର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସେ କଳିଙ୍ଗ ଆକ୍ରମଣ କରିଥିଲେ ।

(ଗ) ବିନ୍ଦୁସାର ତକ୍ଷଶିଳାର ବିଦ୍ରୋହକୁ ଦମନ କରିବା ପାଇଁ କାହାକୁ ପଠାଇଥିଲେ ?
Answer:

  • ବିନ୍ଦୁସାରଙ୍କ ଶାସନ କାଳରେ ତକ୍ଷଶିଳାରେ ବିଦ୍ରୋହ ଦେଖା ଦେଇଥିଲା ।
  • ସେହି ବିଦ୍ରୋହକୁ ଦମନ କରିବାକୁ ବିନ୍ଦୁସାର ତାଙ୍କ ପୁତ୍ର ଅଶୋକଙ୍କୁ ପଠାଇଥିଲେ ।

(ଘ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସାମ୍ରାଜ୍ୟ କେଉଁଠାରୁ କେଉଁ ପର୍ଯ୍ୟନ୍ତ ବିସ୍ତୃତ ଥିଲା ?
Answer:

  • ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସାମ୍ରାଜ୍ୟ ଉତ୍ତର-ପଶ୍ଚିମରେ ପାରସ୍ୟ ପର୍ଯ୍ୟନ୍ତ ଓ ଦକ୍ଷିଣରେ କର୍ଣ୍ଣାଟକ ପର୍ଯ୍ୟନ୍ତ ବ୍ୟାପିଥିଲା ।
  • ଏହା ପୂର୍ବରେ ବିହାର ପଶ୍ଚିମରେ ସୌରାଷ୍ଟ୍ର ପର୍ଯ୍ୟନ୍ତ ବ୍ୟାପିଥିଲା ଓ ତାଙ୍କ ସାମ୍ରାଜ୍ୟର ରାଜଧାନୀ ଥିଲା ପାଟଳୀପୁତ୍ର (ବର୍ତ୍ତମାନର ବିହାରର ପାଟଣା) ।

BSE Odisha 6th Class History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

୪। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଗୋଟିଏ ବାକ୍ୟରେ ଲେଖ ।

(କ) ଅଶୋକ ବୌଦ୍ଧଧର୍ମ ପ୍ରଚାର ଓ ପ୍ରସାର ପାଇଁ ନିଜ ପୁତ୍ର ଓ କନ୍ୟାଙ୍କୁ କେଉଁଠାକୁ ପଠାଇଥିଲେ ?
Answer:
ଅଶୋକ ବୌଦ୍ଧଧର୍ମ ପ୍ରଚାର ଓ ପ୍ରସାର ପାଇଁ ନିଜ ପୁତ୍ର ଓ କନ୍ୟାଙ୍କୁ ସିଂହଳ ଦେଶକୁ ପଠାଇଥିଲେ ।

(ଖ) ଅଶୋକ ସ୍ତମ୍ଭ ମଧ୍ଯରେ ଥ‌ିବା ଚକ୍ରକୁ କ’ଣ କୁହାଯାଏ ?
Answer:
ଅଶୋକସ୍ତମ୍ଭ ମଧ୍ୟରେ ଥିବା ଧର୍ମ ଚକ୍ରକୁ ସତ୍ୟର ପ୍ରତୀକ କୁହାଯାଏ ।

(ଗ) ଅଶୋକଙ୍କ ନିଷ୍ଠୁର ପ୍ରକୃତି ପାଇଁ ତାଙ୍କୁ କ’ଣ କୁହାଯାଉଥିଲା ?
Answer:
ଅଶୋକଙ୍କ ନିଷ୍ଠୁର ପ୍ରକୃତି ପାଇଁ ତାଙ୍କୁ ‘ଚଣ୍ଡାଶୋକ’ କୁହାଯାଉଥିଲା ।

(ଘ) କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା ?
Answer:
କଳିଙ୍ଗ ଯୁଦ୍ଧ ଖ୍ରୀଷ୍ଟପୂର୍ବ ୨୬୧ ମସିହାରେ ହୋଇଥିଲା ।

(ଙ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କାହାକୁ ପରାସ୍ତ କରି ମଗଧର ଶାସକ ହୋଇଥିଲେ ?
Answer:
ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନନ୍ଦରାଜାଙ୍କୁ ପରାସ୍ତ କରି ମଗଧର ଶାସକ ହୋଇଥିଲେ ।

୫। ପ୍ରତ୍ୟେକ ଉକ୍ତିରେ ଥ‌ିବା ଭ୍ରମ ସଂଶୋଧନ କର ।

(କ) ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡାରଙ୍କ ସେନାପତି ମେଗାସ୍ଥିନିସ୍ ଥିଲେ ।
Answer:
ଗ୍ରୀକ୍‌ର ରାଜା ସେଲିଉକସ୍ ନିକ୍‌ତାରଙ୍କର ରାଜଦୂତ ମେଗାସ୍ଥିନିସ୍ ଥିଲେ । କିମ୍ବା, ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡାରଙ୍କ ସେନାପତି ସେଲିଉକସ୍ ନିଷ୍ଠାର ଥିଲେ ।

BSE Odisha 6th Class History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

(ଖ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଚାଣକ୍ୟଙ୍କୁ ସେନାପତି ରୂପେ ନିଯୁକ୍ତ କରିଥିଲେ ।
Answer:
ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଚାଣକ୍ୟଙ୍କୁ ମୁଖ୍ୟ ଉପଦେଷ୍ଟା ରୂପେ ନିଯୁକ୍ତ କରିଥିଲେ ।

(ଗ) ଅଶୋକ ‘ଧର୍ମ ମହାମାତ୍ର’’ ମାନଙ୍କୁ ଯୁଦ୍ଧ କାର୍ଯ୍ୟରେ ନିୟୋଜିତ କରିଥିଲେ ।
Answer:
ଅଶୋକ ‘‘ଧର୍ମ ମହାମାତ୍ର’’ ମାନଙ୍କୁ ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର କାର୍ଯ୍ୟରେ ନିୟୋଜିତ କରିଥିଲେ ।

(ଘ) ଅଶୋକ ସ୍ତମ୍ଭରେ ଚାରିଗୋଟି ବାଘର ଚିତ୍ର ରହିଛି ।
Answer:
ଅଶୋକ ସ୍ତମ୍ଭରେ ଚାରିଗୋଟି ସିଂହର ଚିତ୍ର ରହିଛି ।

୬। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ମଗଧର ନନ୍ଦ ବଂଶକୁ ଲୋପ କରିବା ପାଇଁ ________________ ଶପଥ ନେଇଥିଲେ । (ଚନ୍ଦ୍ରଗୁପ୍ତ, ଅଶୋକ, ଚାଣକ୍ୟ, ସେଲିଉକାସ୍ ନିକ୍‌ତାର)
Answer:
ଚାଣକ୍ୟ

(ଖ) ମେଗାସିନିସ୍ ଗ୍ରାକ୍ରର _____________ ଥିଲେ । (ରାଜଦୂତ, ରାଜା, ସେନାପତି, ଧର୍ମ ପ୍ରଚାରକ)
Answer:
ରାଜଦୂତ

(ଗ) ଅଶୋକ କଳିଙ୍ଗ ଯୁଦ୍ଧରେ ________________ ଲୋକଙ୍କୁ ବନ୍ଦୀ କରିଥିଲେ । (ପଚାଶ ହଜାର, ଏକଲକ୍ଷ, ଦେଢ଼ଲକ୍ଷ, ଦୁଇଲକ୍ଷ)
Answer:
ଦେଢ଼ଲକ୍ଷ

(ଘ) ସତ୍ୟର ପ୍ରତୀକ ଧର୍ମଚକ୍ରରେ _______________ ଟି ଅର ଅଛି । (୧୨, ୨୪, ୨୦, ୨୧)
Answer:
୨୪

BSE Odisha 6th Class History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

୭। ‘କ’ସ୍ତମ୍ଭର ପ୍ରତ୍ୟେକ ଶବ୍ଦ ସହିତ ‘ଖ’ ସ୍ତମ୍ଭର ସଂପର୍କିତ ଶବ୍ଦକୁ ମିଳାଇ ଲେଖ ।

‘କ’ସ୍ତମ୍ଭର ପ୍ରତ୍ୟେକ ଶବ୍ଦ ସହିତ ‘ଖ’ ସ୍ତମ୍ଭର ସଂପର୍କିତ ଶବ୍ଦକୁ ମିଳାଇ ଲେଖ ।

BSE Odisha 6th Class History Solutions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

Odisha State Board BSE Odisha 6th Class History Solutions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ Textbook Exercise Questions and Answers.

BSE Odisha Class 6 History Solutions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ବାକ୍‌ଟ୍ରିଆରେ ଶାସନ କରୁଥିବା ଗ୍ରୀକ୍‌ମାନେ ଭାରତ ଆକ୍ରମଣ କରିବାକୁ ବାଧ୍ୟ ହେଲେ କାହିଁକି ?
Answer:

  • ଶକମାନଙ୍କ ଚାପ ଯୋଗୁ ଗ୍ରୀକ୍ଳାମାନେ ନିଜର ଶାସନ କାର୍ଯ୍ୟ ଚଳାଇ ପାରିନଥିଲେ ।
  • ଏହି ସମୟରେ ଚୀନ୍‌ର ବୃହତ୍ ପ୍ରାଚୀର ନିର୍ମାଣ ହୋଇଯାଇଥିବାରୁ ଶକମାନେ ଚୀନ୍ ଆଡ଼କୁ ଅଗ୍ରସର ହୋଇପାରି ନଥିଲେ ।
  • ଫଳରେ ସେମାନେ ନିଜ ପଡ଼ୋଶୀ ଦେଶରେ ଶାସନ କରୁଥିବା ଗ୍ରୀକ୍ ଓ ପଲ୍ଲବ ଶାସକମାନଙ୍କ ଉପରେ ନଜର ପକାଇଲେ ।
  • ଶକମାନଙ୍କ ଚାପ ଫଳରେ ବାକ୍‌ଟ୍ରିଆରେ ଶାସନ କରୁଥିବା ଗ୍ରୀକ୍‌ମାନେ ଭାରତ ଆଡ଼କୁ ଅଗ୍ରସର ହେଲେ ଓ ଭାରତ ଆକ୍ରମଣ କରିବାକୁ ବାଧ୍ୟହେଲେ ।

(ଖ) ଶକମାନେ ଭାରତରେ କିପରି ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ?
Answer:

  • ଶକମାନେ ପ୍ରଥମେ ସରଦରିଆ ନଦୀର ପଶ୍ଚିମ ଭାଗରେ ବାସ କରୁଥିଲେ । ସେମାନଙ୍କୁ ସେଠାରୁ ୟୁ-ଚି ଜାତିର ଲୋକମାନେ ବିତାଡ଼ିତ କରିବାରୁ ସେମାନେ ଭାରତ ଆଡ଼କୁ ଅଗ୍ରସର ହେଲେ ଏବଂ ଭାରତୀୟ -ଗ୍ରୀକ୍ ରାଜ୍ୟ ଅସ୍ଵୀକାର କରି ନିଜର ଶାସନ ପ୍ରତିଷ୍ଠା କଲେ ।
  • ଶକମାନେ ପାଞ୍ଚଟି ଭାଗରେ ବିଭକ୍ତ ହୋଇ ଭାରତ ଓ ଆଫଗାନିସ୍ଥାନରେ ନିଜର ଶାସନ ପ୍ରତିଷ୍ଠା କଲେ ।
  • ଏମାନଙ୍କ ମଧ୍ୟରୁ ପ୍ରଥମଭାଗ ଆଫଗାନିସ୍ଥାନରେ, ଦ୍ବିତୀୟ ଭାଗ ଭାରତର ତକ୍ଷଶିଳାଠାରେ ନିଜର ରାଜଧାନୀ ପ୍ରତିଷ୍ଠା କରି ଶାସନ କଲେ । ତୃତୀୟ ଭାଗଟି ମଥୁରାରେ ରହି ପ୍ରାୟ ଦୁଇଶହ ବର୍ଷ, ଚତୁର୍ଥ ଶାଖାଟି ପଶ୍ଚିମ ଭାରତରେ ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀ ପର୍ଯ୍ୟନ୍ତ ଓ ପଞ୍ଚମ ଶାଖାଟି ଦାକ୍ଷିଣାତ୍ୟର ଉପର ଭାଗରେ ନିଜର ଶାସନ ପ୍ରତିଷ୍ଠା କରିଥିଲେ ।
  • ଏହିପରି ଶକମାନେ ଭାରତରେ ନିଜର ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ।

BSE Odisha 6th Class History Solutions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

(ଗ) କନିଷ୍କଙ୍କୁ କୁଶାଣ ବଂଶର ଶ୍ରେଷ୍ଠ ନରପତି କାହିଁକି କୁହାଯାଏ ?
Answer:

  • କନିଷ୍କ କୁଶାଣ ରାଜବଂଶର ତୃତୀୟ ଓ ସର୍ବଶ୍ରେଷ୍ଠ ରାଜାଥିଲେ । ସେ ଖୋଟାନ୍, କାଶ୍ମୀର, ଗାଙ୍ଗେୟ ଉପତ୍ୟକାର କିଛି ଅଂଶ, ମାଳବ ଇତ୍ୟାଦି ଜୟ କରି ନିଜ ସାମ୍ରାଜ୍ୟରେ ମିଶାଇଦେବା ସହିତ ତାଙ୍କର ସାମ୍ରାଜ୍ୟ ପଶ୍ଚିମରେ ପାରସ୍ୟଠାରୁ ପୂର୍ବରେ ପାଟଳିପୁତ୍ର (ବର୍ତ୍ତମାନ ବିହାରର ପାଟଣା) ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
  • ଅଶଘୋଷଙ୍କଦ୍ବାରା ପ୍ରଭାବିତ ହୋଇ କନିଷ୍କ ବୌଦ୍ଧଧର୍ମ ଗ୍ରହଣ କରି ଏହାର ପ୍ରଚାର ଓ ପ୍ରସାରପାଇଁ ଅନେକ ସ୍ତୂପ ଓ ବୌଦ୍ଧବିହାର ନିର୍ମାଣ କରିଥିଲେ ।
  • ତାଙ୍କ ସମୟରେ ସଂସ୍କୃତ ଭାଷାରେ ଅନେକ ଗ୍ରନ୍ଥ ରଚିତ ହୋଇଥିଲା ଓ ତାଙ୍କ ପ୍ରଚେଷ୍ଟାରେ କୁଶାଣ ସାମ୍ରାଜ୍ୟର ବହୁବିଧ ଉନ୍ନତି ଘଟିଥିଲା ।
  • ଚୀନ ଓ ରୋମ୍‌ସହ ତାଙ୍କ ସାମ୍ରାଜ୍ୟର ବାଣିଜ୍ୟିକ ସମ୍ପର୍କ ଥିଲା । ତାଙ୍କର ୨୮ ବର୍ଷ ରାଜତ୍ଵକାଳରେ କୁଣାଣ ସାମ୍ରାଜ୍ୟର ବହୁବିଧ ଉନ୍ନତି ଘଟିଥିଲା ।

(ଘ) ସାତବାହନମାନଙ୍କର ଶାସନ ପ୍ରଣାଳୀ କିପରି ଥୁଲା ?
Answer:

  • ସାତବାହନ ସାମ୍ରାଜ୍ୟର ରାଜା ସମସ୍ତ କ୍ଷମତାର ଅଧିକାରୀ ଥିଲେ ।
  • ସାମ୍ରାଜ୍ୟକୁ କେତୋଟି ପ୍ରଦେଶ ଓ ପ୍ରଦେଶଗୁଡ଼ିକୁ କେତୋଟି ଜନପଦରେ ବିଭକ୍ତ କରାଯାଇଥିଲା । ଏହି ସାମ୍ରାଜ୍ୟର ମଧ୍ଯ ଏସିଆ ଓ ରୋମ୍ ସାମ୍ରାଜ୍ୟ ସହିତ ବାଣିଜ୍ୟ କାରବାର ଥିଲା । ଆମଦାନୀ ତୁଳନାରେ ରପ୍ତାନୀ ଅଧିକ ହେଉଥିଲା ।
  • ସାତବାହନରବଣିକମାନେ ବୌଦ୍ଧଗୁମ୍ଫା, ଚୈତ୍ୟଗୃହ ଓ ସ୍ତୂପମାନ ନିର୍ମାଣ କରୁଥିଲେ ।
  • ସାତବାହନମାନେ ଶକମାନଙ୍କ ସହିତ ବୈବାହିକ ସଂପର୍କ ସ୍ଥାପନ କରିଥିଲେ ଓ ସେମାନେ ସଡ଼କ ପଥର ଉନ୍ନତି କରାଇଥିଲେ ।

(‍ଙ) ଖାରବେଳଙ୍କୁ ଜଣେ ଦିଗ୍‌ବିଜୟୀ ସମ୍ରାଟ ଓ ଜଣେ ଉତ୍ତମ ଶାସକ ବୋଲି କାହିଁକି କୁହାଯାଏ ?
Answer:

  • ଖାରବେଳ ରାଜ୍ୟଶାସନର ଦ୍ବିତୀୟ ବର୍ଷରେ ପଶ୍ଚିମ ଦିଗରେ କୃଷ୍ଣାନଦୀ ପର୍ଯ୍ୟନ୍ତ ଅଗ୍ରସର ହୋଇ ରାଷ୍ଟ୍ରକ ଓ ଭୋଜକମାନଙ୍କୁ ପରାସ୍ତ କରିଥିଲେ । ସେ ମଗଧ ରାଜାଙ୍କୁ ପରାସ୍ତ କରିବା ସହିତ ଆକ୍ରମଣକାରୀ ଯବନମାନଙ୍କୁ ମଥୁରା ପର୍ଯ୍ୟନ୍ତ ତଡ଼ିଦେଇଥିଲେ । ଦକ୍ଷିଣ ଦିଗରେ ପିମ୍ପୁଣ୍ଡ ଅଧ୍କାର କରିବା ସହିତ ଶକ୍ତିଶାଳୀ ତାମିଲ ରାଷ୍ଟ୍ରସଂଘକୁ ଧ୍ୱଂସ କରିଦେଇଥିଲେ ।
  • ପ୍ରଜାମାନଙ୍କ ହିତ ପାଇଁ ଖାରବେଳ ବହୁ ଅର୍ଥ ଖର୍ଚ୍ଚ କରିବା ସହିତ ବହୁ ଅର୍ଥ ବ୍ୟୟକରି ନିଜର ରାଜଧାନୀ କଳିଙ୍ଗନଗରୀର ଦୁର୍ଗ, ଅଟ୍ଟାଳିକା, ଉଦ୍ୟାନ ଓ ପୁଷ୍କରିଣୀର ଉନ୍ନତି କରିଥିଲେ ।
  • ନନ୍ଦରାଜାଙ୍କଦ୍ୱାରା ଖୋଳାଯାଇଥିବା କେନାଲକୁ ସେ ମରାମତି କରି ସେ କଳିଙ୍ଗନଗରୀ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଥିଲେ ।
  • ନଗର ଅଖଦଂସ ଓ କଣ୍ଠ ନାମକ ଉଚ୍ଚ କର୍ମଚାରୀ ତାଙ୍କର କର୍ମବିଭାଗ ଦାୟିତ୍ଵରେ ଥିଲେ ।

BSE Odisha 6th Class History Solutions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

(ଚ) ସଙ୍ଗମ ଯୁଗରେ ଦକ୍ଷିଣ ଭାରତର ସାମାଜିକ ଅବସ୍ଥା କିପରି ଥିଲା ?
Answer:

  • ସଙ୍ଗମ ଯୁଗରେ ସମାଜରେ ବ୍ରାହ୍ମଣମାନଙ୍କ ଅପେକ୍ଷା ଅରିଭାର (ଜ୍ଞାନୀଲୋକ) ମାନଙ୍କୁ ଅଧିକ ଉଚ୍ଚସ୍ଥାନ ଦିଆଯାଉଥିଲା । କୃଷକମାନଙ୍କୁ ‘ଭଲାଭାର’ କୁହାଯାଉଥିଲା ।
  • ସମାଜରେ ଶିକାରୀ, ମେଷପାଳକ ଓ ମତ୍ସ୍ୟଜୀବୀ ଇତ୍ୟାଦି ବାସ କରୁଥିଲେ ।
  • ଧନୀ ଲୋକମାନେ ଇଟା ତିଆର ଘରେ ଓ ଗରିବ ଲୋକମାନେ କୁଡ଼ିଆ ଘରେ ରହୁଥିଲେ ।
  • ସ୍ତ୍ରୀବା ନାରୀମାନଙ୍କୁ ପରିବାରର ‘ଆଲୋକ’ କୁହାଯାଉଥିଲା ।

୨। ସଂକ୍ଷିପ୍ତ ଟିପ୍‌ପଣୀ ଦିଅ ।

(କ) ମେନେଣ୍ଡର୍ (ମିଳିନ୍ଦ) –
Answer:

  • ଗ୍ରୀକ ଶାସନକର୍ତ୍ତାମାନଙ୍କ ମଧ୍ୟରେ ‘ମେନେଣ୍ଡର୍’ ପ୍ରମୁଖ ଥିଲେ । କେତେକ ତାଙ୍କୁ ‘ମିଳିନ୍ଦ’ ବୋଲି କରିଥିଲେ ।
  • ସେ ବୌଦ୍ଧଗୁରୁ ନାଗାର୍ଜୁନଙ୍କଦ୍ୱାରା ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ ଓ ‘ଶାକଳ’ଠାରେ ସେ ତାଙ୍କର ରାଜଧାନୀ ତିଆରି କରିଥିଲେ ।

(ଖ) ରୁଦ୍ରଦାମନ –
Answer:

  • ରୁଦ୍ରଦାମନ ଶକ ରାଜାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଥିଲେ । ସେ ମାଳବ, ସୌରାଷ୍ଟ୍ର, ଗୁଜରାଟର କଙ୍କଣ ଉପକୂଳ ଓ ନର୍ମଦା ଉପତ୍ୟକାରେ ଥିବା କେତେକ ରାଜ୍ୟ ଜୟ କରିଥିଲେ ।
  • ତାଙ୍କର ସଂସ୍କୃତ ଭାଷାରେ ଗଭୀର ପାଣ୍ଡିତ୍ୟ ଥିଲା ତାଙ୍କର ବ୍ୟାକରଣ, ରାଜନୀତି, ସଙ୍ଗୀତ ଓ ଦର୍ଶନ କ୍ଷେତ୍ରରେ ପର୍ଯ୍ୟାପ୍ତ ଜ୍ଞାନ ଥିଲା । ସେ ସାତବାହନ, ଲଚ୍ଛବୀ ରାଜବଂଶ ସହିତ ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ ।

(ଗ) ‘ୟୁ-ଚି’ –
Answer:

  • ଖ୍ରୀ.ପୂ. ଦ୍ବିତୀୟ ଶତାବ୍ଦୀରେ ଚୀନ୍‌ର ପଶ୍ଚିମ ଭାଗରେ ‘ୟୁ-ଚି’ ନାମକ ଏକ ଶକ୍ତିଶାଳୀ ଯାଯାବର ଜାତି ବାସ କରୁଥିଲେ । ହୁଣମାନଙ୍କ ଦ୍ୱାରା ୟୁ-ଚିମାନେ ବିତାଡ଼ିତ ହୋଇ ବାକ୍‌ଟ୍ରିଆରେ ଶକମାନଙ୍କୁ ପରାସ୍ତକରି ସେଠାରେ ଆଧ୍ୟାତ୍ୟ ବିସ୍ତାର କଲେ ।
  • ୟୁ-ଚି ଜାତି ପାଞ୍ଚଟି ଗୋଷ୍ଠୀରେ ବିଭକ୍ତ ହୋଇଥିଲେ ଓ ସେମାନଙ୍କ ମଧ୍ୟରେ କୁଶାଣ ଗୋଷ୍ଠୀ ପ୍ରସିଦ୍ଧ ଥିଲେ । ପରେ ସେମାନେ ହିନ୍ଦୁକୁଶ ପର୍ବତ ଅତିକ୍ରମ କରି ସିନ୍ଧୁ ଅବବାହିକା ଓ ଗାଙ୍ଗେୟ ଉପତ୍ୟକାରେ ଆଧ୍ୟତ୍ୟ ବିସ୍ତାର କରିଥିଲେ ।

BSE Odisha 6th Class History Solutions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

(ଘ) ଦ୍ଵିତୀୟ କାଡ୍‌ଫିସେସ୍ –
Answer:

  • କୁଶାଣ ଶାସକମାନଙ୍କ ମଧ୍ୟରେ ଭାରତରେ ସଫଳତାର ସହିତ ଶାସନ ପ୍ରତିଷ୍ଠା କରିଥିବା ଜଣେ ଶାସକଥିଲେ ଦ୍ଵିତୀୟ କାଡ଼ଫିସେସ୍ ।
  • ସେ ଭାରତରେ ସ୍ବର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ ଏବଂ ଏହାଥିଲା ଭାରତରେ ପ୍ରଚଳିତ ପ୍ରଥମ ସ୍ବର୍ଣ୍ଣମୁଦ୍ରା । କେତେକ ମୁଦ୍ରାରେ ଶିବ ମୂର୍ତ୍ତି ଥ‌ିବାରୁ ଦ୍ବିତୀୟ କାର୍ଡ଼ପିସେସ୍ ଶିବ ଉପାସକ ଥିଲେ ବୋଲି ଅନୁମାନ କରାଯାଏ ।

(ଙ) ମହାବିଭାଷା –
Answer:

  • କୁଶାଣ ରାଜା କନିଷ୍କଙ୍କଦ୍ବାରା ଆହୂତ ଚତୁର୍ଥ ବୌଦ୍ଧ ସମ୍ମିଳନୀରେ ବୌଦ୍ଧ ପଣ୍ଡିତମାନେ ବୌଦ୍ଧଗ୍ରନ୍ଥଗୁଡ଼ିକୁ ଅନୁଧ୍ୟାନ କରି ବ୍ୟାଖ୍ୟା କରିଥିଲେ ।
  • ଏହି ବ୍ୟାଖ୍ୟାଗୁଡ଼ିକ ‘ମହାବିଭାଷା’ ନାମରେ ପରିଚିତ ।

(ଚ) ଦ୍ଵିତୀୟ ସାତକର୍ଣ୍ଣୀ –
Answer:

  • ଖ୍ରୀଷ୍ଟୀୟ ଦ୍ବିତୀୟ ଶତାବ୍ଦୀର ପ୍ରଥମ ଭାଗରେ ଗୌତମୀ ପୁତ୍ର ସାତକଣ୍ଠୀ ବା ଦ୍ଵିତୀୟ ସାତକର୍ଣ୍ଣୀ ସାତବାହନ ଖ୍ୟାତି ବୃଦ୍ଧି କରିଥିଲେ ।
  • ସେ ଶକ, ଯବନ ଓ ପଲ୍ଲବମାନଙ୍କୁ ପରାସ୍ତ କରିବା ସହିତ ଶକମାନେ ଦଖଲ କରିଥିବା ଅଞ୍ଚଳଗୁଡ଼ିକୁ ଛଡ଼ାଇ ଆଣିଥିଲେ ।

୩। ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଲେଖ ।

(କ) ଭାରତୀୟ ଗ୍ରୀକ୍ ଶାସନକର୍ତ୍ତା ମେନେଣ୍ଡର୍‌ଙ୍କର ରାଜଧାନୀ ଶାକଳର ବର୍ତ୍ତମାନ ନାମ କ’ଣ ?
Answer:
ଭାରତୀୟ ଗ୍ରୀକ୍ ଶାସନକର୍ତ୍ତା ମେନେଣ୍ଡର୍‌ଙ୍କର ରାଜଧାନୀ ଶାକଳର ବର୍ତ୍ତମାନ ନାମ ‘ସିଆଲ୍‌କୋଟ୍’ ।

(ଖ) ଶକମାନେ ପ୍ରଥମେ କେଉଁଠାରେ ବାସ କରୁଥିଲେ ?
Answer:
ଶାକମାନେ ପ୍ରଥମେ ସରଦରିଆ ନଦୀର ପଶ୍ଚିମ ଭାଗରେ ବାସ କରୁଥିଲେ ।

BSE Odisha 6th Class History Solutions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

(ଗ) କେଉଁ କେଉଁ ଅଞ୍ଚଳ କୁଶାଣ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା ?
Answer:
(i) କୁଶାଣମାନଙ୍କ ସାମ୍ରାଜ୍ୟ ଆମୁଦରିଆଠାରୁ ଗଙ୍ଗା ପର୍ଯ୍ୟନ୍ତ ଏବଂ କେନ୍ଦ୍ର ଏସିଆର ଖୋରାସନଠାରୁ ଉତ୍ତର ପ୍ରଦେଶର ବାରାଣସୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
(ii) କେନ୍ଦ୍ର ଏସିଆର କେତେକ ଅଞ୍ଚଳ, ଆଫଗାନିସ୍ଥାନର କିଛି ଅଂଶ ଏବଂ ପାକିସ୍ତାନ ଓ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ କୁଶାଣ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା ।

(ଘ) କନିଷ୍କ କେଉଁ କେଉଁ ଅଞ୍ଚଳ ଜୟ କରି ନିଜ ସାମ୍ରାଜ୍ୟରେ ମିଶାଇଥିଲେ ?
Answer:
କନିଷ୍କ ଖୋଟାନ୍, କାଶ୍ମୀର, ଗାଙ୍ଗେୟ ଉପତ୍ୟକାର କେତେକ ଅଂଶ, ମାଳବ ଇତ୍ୟାଦି ଜୟ କରି ନିଜ ସାମ୍ରାଜ୍ୟରେ ମିଶାଇଥିଲେ ।

(ଙ) କୁଶାଣମାନେ କେଉଁ ମୂଳ ଯାଯାବର ଜାତିର ଲୋକ ଥିଲେ ?
Answer:
କୁଶାଣମାନେ ୟୁ-ଚି ଯାଯାବର ଜାତିର ଲୋକ ଥିଲେ ।

(ଚ) ସାତବାହନ ବଂଶର ପ୍ରତିଷ୍ଠାତା କିଏ ଥିଲେ ?
Answer:
ସାତବାହନ ବଂଶର ପ୍ରତିଷ୍ଠାତା ଥିଲେ ସିମୁକ ।

(ଛ) ଖାରବେଳଙ୍କ ରାଜ୍ୟର ରାଜଧାନୀ କେଉଁଠାରେ ଥିଲା ବୋଲି ବିଶ୍ଵାସ କରାଯାଏ ?
Answer:
ଖାରବେଳଙ୍କ ରାଜ୍ୟର ରାଜଧାନୀ କଳିଙ୍ଗନଗରୀ ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡ଼ଠାରେ ଥିଲା ବୋଲି ବିଶ୍ଵାସ କରାଯାଏ ।

BSE Odisha 6th Class History Solutions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

୪। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଚାରୋଟିକରି ସମ୍ଭାବ୍ୟ ଉତ୍ତର ପ୍ରତ୍ୟେକ ପ୍ରଶ୍ନତଳେ ଦିଆଯାଇଛି ।
ସେଥ‌ିରୁ ଯେଉଁ ଉତ୍ତରଟି ଠିକ୍ ତା’ ପାଖରେ (✓) ଚିହ୍ନ ଦିଅ ।
(ଠିକ୍ ଉତ୍ତର ପାଖ କୋଠରିରେ ‘/’ ଚିହ୍ନ ଦିଆଯାଇଛି ।)

(କ) ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀରେ କିଏ ପ୍ରଥମେ ଭାରତ ଆକ୍ରମଣ କରିଥିଲେ ?
(୧) ଶକ
(୨) କୁଶାଣ
(୩) ସାତବାହନ
(୪) ଗ୍ରୀକ୍
Answer:
(୪) ଗ୍ରୀକ୍

(ଖ) କେଉମାନେ ମଙ୍ଗୋଲୀୟ ମହାଶାଖାର ଲୋକ ଥିଲେ ?
(୧) ଶକ
(୨) କୁଶାଣ
(୩) ସୁଙ୍ଗ
(୪) ସାତବାହନ
Answer:
(୧) ଶକ

(ଗ) କିଏ ଭାରତରେ ପ୍ରଥମେ ସ୍ଵର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ ?
(୧) ରୁଦ୍ରଦାମନ
(୨) କନିଷ୍କ
(୩) ପ୍ରଥମ କାଡ୍‌ଫିସେସ୍
(୪) ଦ୍ୱିତୀୟ କାଡ୍‌ଫିସେସ୍
Answer:
(୪) ଦ୍ୱିତୀୟ କାଡ୍‌ଫିସେସ୍

(ଘ) ଖାରବେଳ ରାଜତ୍ଵର କେଉଁ ବର୍ଷରେ ମହାବିଜୟ ପ୍ରାସାଦ ନିର୍ମାଣ କରିଥିଲେ ?
(୧) ସପ୍ତମ
(୨) ପଞ୍ଚମ
(୩) ଚତୁର୍ଥ
(୪) ନବମ
Answer:
(୪) ନବମ

(ଙ) କେଉଁ ଯୁଗକୁ ତାମିଲ ସାହିତ୍ୟର ସୁବର୍ଣ୍ଣ ଯୁଗ କୁହାଯାଏ ?
(୧) ଗୁପ୍ତ ଯୁଗ
(୨) ବୈଦିକ ଯୁଗ
(୩) ସଙ୍ଗମ ଯୁଗ
(୪) ମୌର୍ଯ୍ୟ ଯୁଗ
Answer:
(୩) ସଙ୍ଗମ ଯୁଗ

BSE Odisha 6th Class History Solutions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

(ଚ) ବାହାର ଦେଶରୁ ତାମିଲ ରାଜ୍ୟକୁ କେଉଁ ଜିନିଷ ଆମଦାନୀ କରାଯାଉଥିଲା ?
(୧) ସୁନା
(୨) ତମ୍ବା ୬
(୩) ପିତ୍ତଳ ୬
(୪) କଂସା
Answer:
(୧) ସୁନା

୫। ସାତବାହନ ବଂଶର ରାଜାମାନଙ୍କୁ ସେମାନେ ଶାସନ କରିଥିବା ସମୟ କ୍ରମରେ ସଜାଅ ।
ଯଜ୍ଞଶ୍ରୀ ସାତକର୍ମୀ
ଗୌତମୀପୁତ୍ର ସାତକର୍ଣ୍ଣୀ
ବାଶିଷ୍ଟିପୁତ୍ର ପୁଲମାବୀ
ସିମୁକ
ସିମୁକ
Answer:
(୧) ସିମୁକ
(୨) ସିମୁକ
(୩) ଗୌତମୀପୁତ୍ର ସାତକର୍ଣ୍ଣୀ
(୪) ବାଶିଷ୍ଟିପୁତ୍ର ପୁଲମାବୀ
(୫) ଯଜ୍ଞଶ୍ରୀ ସାତକର୍ମୀ

୬। ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ବାଛି ସଂଯୋଗ କର ।

‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ବାଛି ସଂଯୋଗ କର । Question And Answer
୭ । ଠିକ୍ ଉକ୍ତି ପାଖରେ ଠିକ୍ (✓) ଚିହ୍ନ ଓ ଭୁଲ୍ ଉକ୍ତ ପାଖରେ ଭୁଲ୍ (x) ଚିହ୍ନ ଦିଅ ।
(ପ୍ରଶ୍ନ ସହିତ ଉତ୍ତର ଦିଆଯାଇଛି)

(କ) ଚୀନ୍‌ର ବୃହତ୍ ପ୍ରାଚୀର ନିର୍ମାଣ ହୋଇଯାଇଥିବାରୁ ଗ୍ରୀକ୍‌ମାନେ ଚୀନ୍ ଆଡ଼କୁ ଅଗ୍ରସର ହୋଇପାରି ନଥିଲେ ।
Answer:
x

(ଖ) ରୁଦ୍ରଦାମନ ପାଲିଭାଷାର ପୃଷ୍ଠପୋଷକତା କରିଥିଲେ ।
Answer:
x

(ଗ) ଦ୍ଵିତୀୟ କାଡ୍‌ଫିସେସ୍ ସ୍ୱର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ ।
Answer:

BSE Odisha 6th Class History Solutions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

(ଘ) ସଙ୍ଗମ ଯୁଗରେ ‘ତୋଲକାପିୟମ୍’ ନାମକ ଏକ ତାମିଲ ବ୍ୟାକରଣ ରଚନା କରାଯାଇଥିଲା ।
Answer:

(ଙ) ତାମିଲ କବି ଓ ପଣ୍ଡିତମାନଙ୍କର ସଭାକୁ ସଙ୍ଗମ କୁହାଯାଉଥିଲା ।
Answer:

(ଚ) ଖାରବେଳ ରାଜକର୍ମଚାରୀମାନଙ୍କ ରହିବା ପାଇଁ ଭୁବନେଶ୍ୱରର ଉଦୟଗିରି ପାହାଡ଼ରେ ଗୁମ୍ଫା ଖୋଳାଇଥିଲେ ।
Answer:
x

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

Odisha State Board BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ Important Questions and Answers.

BSE Odisha Class 6 History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ପାରସିକ ଆକ୍ରମଣ ଓ ଏହାର ଫଳାଫଳ ବର୍ଣ୍ଣନା କର ।
Answer:

  • ଖ୍ରୀ. ପୂ. ୫୨୨ରେ ଭାରତର ଉତ୍ତର ପଶ୍ଚିମରେ ଥ‌ିବା ପାରସ୍ୟ ଦେଶର ଶ୍ରେଷ୍ଠ ସମ୍ରାଟ ଡେରାୟସ ଶାସନଭାର ଗ୍ରହଣ କଲାପରେ, ଭାରତର ଅତୁଳଧନ ସମ୍ପଦରେ ଆକୃଷ୍ଟ ହୋଇ ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳକୁ ଆକ୍ରମଣ କରି ପଞ୍ଜାବ, ସିନ୍ଧୁ ପ୍ରଦେଶ ଓ ସିନ୍ଧୁ ନଦୀର ପଶ୍ଚିମାଞ୍ଚଳ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ ।
  • ପାରସ୍ୟ ଅଧିକୃତ ଭାରତୀୟ ଅଞ୍ଚଳ ଅତ୍ୟନ୍ତ ଉର୍ବର ଓ ଜନବହୁଳ ଥିଲା । ପାରସ୍ୟର ରାଜାମାନେ ଏହି ଅଞ୍ଚଳରୁ ପ୍ରଚୁର କର ଆଦାୟ କରୁଥିଲେ ।
  • ଡେରାୟାସଙ୍କ ପରେ ରାଜା ଜେରକ୍‌ସ୍ ଭାରତୀୟମାନଙ୍କ ପାରସ୍ୟ ସୈନ୍ୟବାହିନୀରେ ନିଯୁକ୍ତି ଦେଇ ଗ୍ରୀକ୍‌ମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ ।
  • ପାରସ୍ୟ ଆକ୍ରମଣ ଫଳରେ ଭାରତ ଓ ପାରସ୍ୟ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉଭୟ ଜଳ ଓ ସ୍ଥଳ ପଥରେ ବୃଦ୍ଧି ପାଇଥିଲା । ଫଳରେ ଉଭୟଦେଶ ମଧ୍ୟରେ ଶିଳ୍ପକଳା ଓ ସଂସ୍କୃତିର ମଧ୍ୟ ଆଦାନ ପ୍ରଦାନ ହୋଇଥିଲା ।

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୨ । ଭାରତରେ ପାରସ୍ୟ ଆକ୍ରମଣର ପ୍ରଭାବ ଲେଖ ।
Answer:

  • ପ୍ରାୟ ୨୦୦ ବର୍ଷ ଧରି ଭାରତ ସହିତ ପାରସ୍ୟ ଦେଶର ସମ୍ପର୍କ ରହିଥିଲା । ଏହି ଦୁଇଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉଭୟ ଜଳ ଓ ସ୍ଥଳ ପଥରେ ବୃଦ୍ଧି ପାଇଥିଲା ।
  • ପାରସ୍ୟବାସୀଙ୍କଠାରୁ ଭାରତୀୟମାନେ ଏକ ନୂତନ ଲିପି ଶିଖୁଲେ ଯାହାର ନାମ ଥିଲା ଖରୋଷ୍ଟି । ଏହି ଲିପିର ଅକ୍ଷରଗୁଡ଼ିକ ଡାହାଣରୁ ବାମକୁ ଲେଖାଯାଉଥିଲା ।
  • ଉତ୍ତର-ପଶ୍ଚିମାଞ୍ଚଳରେ ଅଶୋକଙ୍କ କେତେକ ଶିଳାଲିପି ଖରୋଷ୍ଟି ଲିପିରେ ଲେଖାଯାଇଛି ।
  • ଅଶୋକଙ୍କ ଦ୍ବାରା ନିର୍ମିତ ସ୍ତମ୍ଭମାନଙ୍କରେ ପାରସ୍ୟ ସଭ୍ୟତାର ପ୍ରଭାବ ପଡ଼ିଥ‌ିବାର ଦେଖାଯାଏ । ଅଶୋକଙ୍କ ଅନୁଶାସନ ଗୁଡ଼ିକରେ ପାରସିକ ଶବ୍ଦର ବ୍ୟବହାର ଦେଖିବାକୁ ମିଳେ ।

୩ । ହାଇଦାସ୍ପେସ୍ ଯୁଦ୍ଧ କାହାକୁ କୁହାଯାଏ ? ଏହି ଯୁଦ୍ଧର କାରଣ ଓ ଫଳାଫଳ ଉଲ୍ଲେଖ କର ।
Answer:

  • ଆଲେକ୍‌ଜାଣ୍ଡାର ଗୋଟିଏ ପରେ ଗୋଟିଏ ରାଜ୍ୟ ଜୟ କରି ଭାରତ ବିଜୟ କରୁଥିବାବେଳେ ପୌରବ ରାଜା ପୁରୁ ତାଙ୍କର ଗତିପଥରେ ପ୍ରତିବନ୍ଧକ ହୋଇଥିଲେ । ଫଳରେ ପୁରୁଙ୍କ ସୈନ୍ୟ ଓ ଆଲେକ୍‌ଜାଣ୍ଡାରଙ୍କ ସୈନ୍ୟମାନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଏହି ଯୁଦ୍ଧକୁ ହାଇଦାସ୍ପେସ୍ ଯୁଦ୍ଧ କୁହାଯାଏ ।
  • ଆଲେକ୍‌ଜାଣ୍ଡାର ମହାନ ଯୋଦ୍ଧା ଥିଲେ । ସେ ସମଗ୍ର ପୃଥ‌ିବୀକୁ ଜୟ କରିବାର ସ୍ବପ୍ନ ଦେଖୁଥିଲା । ଭାରତର ଧନସମ୍ପତ୍ତି ତାଙ୍କୁ ଆକୃଷ୍ଟ କରିଥିବାରୁ ସେ ଭାରତ ଅଭିମୁଖେ ଅଗ୍ରସର ହେବା ସମୟରେ ପୁରୁ ରାଜା ତାଙ୍କର ବଶତା ସ୍ବୀକାର ନକରିବାରୁ ଏହି ଯୁଦ୍ଧ ହୋଇଥିଲା ।
  • ଏହି ଯୁଦ୍ଧ ଫଳରେ ଭାରତରେ ରାଜନୈତିକ ଏକତା ଆସିଥଲା । ଏହି ଆକ୍ରମଣ ଦ୍ବାରା ଭାରତ ଓ ଇଉରୋପ ମଧ୍ୟରେ ବାଣିଜ୍ୟ ପ୍ରସାର ହେଲା । ଭାରତ ଓ ଗ୍ରୀକ୍ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ସ୍ଥାପିତ ହେଲା ।
  • ଭାରତକୁ ୩ଟି ସ୍ଥଳପଥ ଓ ଗୋଟିଏ ଜଳପଥ ଆବିଷ୍କୃତ ହେଲା । ଭାରତ ଓ ଗ୍ରୀକ୍ କଳାର ମିଶ୍ରଣରେ ଗାନ୍ଧାର କଳା ସୃଷ୍ଟି ହେଲା । ଆଲେକ୍‌ଜାଣ୍ଡାରଙ୍କ ଦ୍ବାରା ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇପାରିଥିଲା ।

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୪ । ଆଲେକ୍‌ଜାଣ୍ଡାର କେବେ ଓ କେଉଁଠି ଜନ୍ମଗ୍ରହଣ କରିଥିଲେ ? ତାଙ୍କୁ କାହିଁକି ଦିଗ୍‌ବିଜୟୀ ବୀର କୁହାଯାଏ ?
Answer:

  • ଖ୍ରୀ.ପୂ. ୩୫୬ ମସିହାରେ ଆଲେକ୍‌ଜାଣ୍ଡାର ଗ୍ରୀସର ମାସିଡୋନିଆ ନାମକ ଏକ କ୍ଷୁଦ୍ର ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଫିଲିପ୍ ମାସିଡ଼ୋନିଆ ରାଜ୍ୟର ରାଜା ଥିଲେ ।
  • ବାଲ୍ୟକାଳରେ ଆଲେକ୍‌ଜାଣ୍ଡାର ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲଙ୍କଠାରୁ ବିଦ୍ୟା ଶିକ୍ଷା କରିଥିଲେ ଏବଂ ପିତାଙ୍କ ମୃତ୍ୟୁପରେ ମାତ୍ର ୨୦ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ ।
  • ସିଂହାସନ ଆରୋହଣ କରିବାର ଅଳ୍ପଦିନ ମଧ୍ୟରେ ସେ ଏସିଆ ମାଇନର, ପାରସ୍ୟ, ସିରିଆ, ମିଶର ଓ ଆଫଗାନିସ୍ଥାନ ଆଦି ଅଞ୍ଚଳ ଜୟ କରିଥିଲେ ।
  • ତାଙ୍କର ବୀରତ୍ଵ ଓ ସାହସିକତା ପାଇଁ ଆଲେକ୍‌ଜାଣ୍ଡାରଙ୍କୁ ଦିଗ୍‌ବିଜୟୀ ବୀର କୁହାଯାଏ ।

୫ । ଆଲେକ୍ଜାଣ୍ଡାରଙ୍କ ରାଜ୍ୟ ଜୟ ସଂକ୍ଷେପରେ ଉଲ୍ଲେଖ କର ।
Answer:

  • ଖ୍ରୀ.ପୂ. ୩୩୪ ମସିହାରେ ନିଜର ଚାଳିଶ ହଜାର ସୈନ୍ୟଙ୍କ ସହିତ ଏସିଆ ମାଇନ୍‌ର ଆକ୍ରମଣ କରିଥିଲେ । ସେଠାରୁ ସେ ପାରସ୍ୟ ଅଭିମୁଖେ ଅଗ୍ରସର ହୋଇ ପାରସ୍ୟ ସମ୍ରାଟ ତୃତୀୟ ଡେରାୟସ୍‌ଙ୍କୁ ପରାସ୍ତ କରିଥିଲେ । ସେ ସିରିଆ ଓ ମିଶରକୁ ମଧ୍ୟ ଆକ୍ରମଣ କରିଥିଲେ । ପାରସ୍ୟମାନଙ୍କ ଅଧୀନରୁ ମିଶରକୁ ମୁକ୍ତ କରି ସେଠାରେ ‘‘ଆଲେକ୍‌ଜାଣ୍ଡ୍ରିଆ’’ ନଗର ସ୍ଥାପନ କରିଥିଲେ ।
  • ଖ୍ରୀ.ପୂ. ୩୨୬ ମସିହାରେ ଆଲେକ୍‌ଜାଣ୍ଡାର ଭାରତ ଅଭିମୁଖେ ଅଭିଯାନ ଆରମ୍ଭ କରିଥିଲେ । ସେ ଖାଇବର ଗିରିପଥ ଦେଇ ଭାରତକୁ ପ୍ରବେଶ କଲେ ଏବଂ ଉତ୍ତର ପଶ୍ଚିମାଞ୍ଚଳର ସୀମାନ୍ତ ପ୍ରଦେଶଗୁଡ଼ିକୁ ଆକ୍ରମଣ କଲେ ।
  • ଭାରତର ଉତ୍ତର-ପଶ୍ଚିମରେ ଥ‌ିବା ଅନେକ ରାଜ୍ୟ ସହିତ ତକ୍ଷଶିଳାର ରାଜା ଅମ୍ବି ଆଲେକ୍‌ଜାଣ୍ଡାରଙ୍କ ବଶ୍ୟତା ସ୍ଵୀକାର କରିଥିଲେ ମଧ୍ୟ ପୌରବ ରାଜ୍ୟର ରାଜା ପୁରୁ ତାଙ୍କର ବଶ୍ୟତା ସ୍ୱୀକାର କଲେ ନାହିଁ । ଫଳରେ ପୁରୁ ଓ ଆଲେକ୍‌ଜାଣ୍ଡାରଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଏହାକୁ ହାଇଦାସ୍ପେସ୍ ଯୁଦ୍ଧ କୁହାଯାଏ ।
  • ଏହି ଯୁଦ୍ଧରେ ପୁରୁ ପରାଜିତ ହୋଇ ବନ୍ଦୀ ହେଲେ ମଧ୍ୟ ଆଲେକ୍‌ଜାଣ୍ଡାର ପୁରୁଙ୍କ ବୀରତ୍ଵ ଓ ସାହସିକତାରେ ମୁଗ୍ଧ ହୋଇ ତାଙ୍କୁ ତାଙ୍କର ରାଜ୍ୟ ଫେରାଇ ଦେଇଥିଲେ ।

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ବୈଦେଶିକ ଶକ୍ତିମାନେ କାହିଁକି ଭାରତ ଆକ୍ରମଣ କରିଥିଲେ ?
Answer:

  1. ଅତୀତରେ ଭାରତକୁ ସୁନାର ଦେଶ ବୋଲି ବର୍ଣ୍ଣନା କରାଯାଇଥିଲା । କାରଣ ଏହା ବିପୁଳ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ଥିଲା ।
  2. ଏହି ଧନ ସମ୍ପତ୍ତି ପାଇବା ପାଇଁ ଏବଂ ନିଜ ରାଜ୍ୟର ସାମ୍ରାଜ୍ୟ ବିସ୍ତାର କରିବା ଉଦ୍ଦେଶ୍ୟରେ କେତେକ ବୈଦେଶିକ ଶକ୍ତିମାନେ ଭାରତ ଆକ୍ରମଣ କରିଥିଲେ ।

୨ । ଅତୀତରେ କେଉଁମାନେ ଓ କାହିଁକି ଭାରତ ଆକ୍ରମଣ କରିଥିଲେ ?
Answer:

  • ଅତୀତରେ ପାରସିକ ଓ ଗ୍ରୀକ୍ ଆଦି ବୈଦେଶିକ ଶକ୍ତି ଭାରତ ଆକ୍ରମଣ କରିଥିଲେ ।
  • କାରଣ ସେତେବେଳେ ଭାରତ ବିପୁଳ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ଥ‌ିବାରୁ ଏହି ଧନ ସମ୍ପତ୍ତି ପାଇବା ଆଶାରେ ଏବଂ ନିଜ ସାମ୍ରାଜ୍ୟର ବିସ୍ତାର ଉଦ୍ଦେଶ୍ୟରେ ସେମାନେ ଭାରତ ଆକ୍ରମଣ କରିଥିଲେ ।

୩ । କେବେ ପାରସ୍ୟ ଦେଶରେ ଏକ ବିଶାଳ ସାମ୍ରାଜ୍ୟ ଗଢି ଉଠିଥିଲା ? ଏହିଦେଶ କାହାଦ୍ଵାରା ଶାସିତ ହେଉଥିଲା ?
Answer:

  • ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ପ୍ରଥମ ଭାଗରେ ମଧ୍ୟ ଏସିଆର ପାରସ୍ୟ ଦେଶରେ ଏକ ବିଶାଳ ସାମ୍ରାଜ୍ୟ ଗଢି ଉଠିଥିଲା ।
  • ଏହିଦେଶ ଆକାମେନିଡ୍ ଶାସକଙ୍କ ଦ୍ବାରା ଶାସିତ ହେଉଥିଲା ।

୪। ଭାରତ ସହିତ ପାରସ୍ୟ ଦେଶର ସମ୍ପର୍କ କେତେ ବର୍ଷଧରି ରହିଥିଲା ? କେଉଁ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ଘଟିଥିଲା ?
Answer:

  • ପ୍ରାୟ ୨୦ ବର୍ଷ ଧରି ଭାରତ ସହିତ ପାରସ୍ୟ ଦେଶର ସମ୍ପର୍କ ରହିଥିଲା ।
  • ଏହି ଦୁଇଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉଭୟ ଜଳ ଓ ସ୍ଥଳ ପଥରେ ବୃଦ୍ଧି ପାଇଥିଲା ।

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୫ । ପାରସ୍ୟ ସମ୍ରାଟ ଡେରାୟସ୍ କେବେ ପାରସ୍ୟର ଶାସନଭାର ଗ୍ରହଣ କରିଥିଲେ ଓ ଭାରତ କେଉଁ ଅଞ୍ଚଳଗୁଡ଼ିକୁ ସେ ନିଜ ସାମ୍ରାଜ୍ୟଭୁକ୍ତ କରାଇଥିଲେ ?
Answer:

  • ଖ୍ରୀ.ପୂ. ୫୨୨ରେ ପାରସ୍ୟ ସମ୍ରାଟ ଡେରାୟସ ପାରସ୍ୟର ଶାସନଭାର ଗ୍ରହଣ କରିଥିଲେ ।
  • ସେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଥ‌ିବା ପଞ୍ଜାବ, ସିନ୍ଧୁ ପ୍ରଦେଶ ଓ ସିନ୍ଧୁ ନଦୀର ପଶ୍ଚିମାଞ୍ଚଳକୁ ନିଜ ସାମ୍ରାଜ୍ୟଭୁକ୍ତ କରାଇଥିଲେ ।

୬ । ଆଲେକ୍‌ଜାଣ୍ଡାର କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? ତାଙ୍କର ପିତାଙ୍କ ନାମ କ’ଣ ଥିଲା ?
Answer:

  • ଖ୍ରୀ.ପୂ. ୩୫୬ ମସିହାରେ ଆଲେକ୍‌ଜାଣ୍ଡାର ଗ୍ରୀସର ମାସିଡେନିଆ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ ।
  • ତାଙ୍କର ପିତାଙ୍କ ନାମ ଥିଲା ‘ଫିଲିପ୍’ । ସେ ମାସିଡେନିଆ ରାଜ୍ୟର ରାଜା ଥିଲେ ।

୭ । ଆଲେକ୍‌ଜାଣ୍ଡାରଙ୍କ ଆକ୍ରମଣର ଦୁଇଟି ପ୍ରଭାବ ଲେଖ ।
Answer:

  • ଆଲେକ୍‌ଜାଣ୍ଡାରଙ୍କ ଆକ୍ରମଣ ଦ୍ଵାରା ଭାରତ ଓ ଇଉରୋପ ମଧ୍ଯରେ ବାଣିଜ୍ୟର ପ୍ରସାର ହେଲା ।
  • ଭାରତ ଓ ଗ୍ରୀକ୍ କଳାର ମିଶ୍ରଣରେ ‘ଗାନ୍ଧାର କଳା’ ସୃଷ୍ଟି ହେଲା ।

୮ । ଆଲେକ୍‌ଜାଣ୍ଡାର କେଉଁ ନଗର ପ୍ରତିଷ୍ଠା କରିଥିଲେ ? ତାଙ୍କର ଶିକ୍ଷାଗୁରୁଙ୍କ ନାମ କ’ଣ ?
Answer:

  • ଆଲେକ୍‌ଜାଣ୍ଡାର ମିଶର ଦେଶରେ ‘ଆଲେକ୍‌ଜାଣ୍ଡ୍ରିଆ’’ ନାମକ ନଗର ପ୍ରତିଷ୍ଠା କରିଥିଲେ ।
  • ତାଙ୍କର ଶିକ୍ଷାଗୁରୁ ହେଉଛନ୍ତି ଗ୍ରୀକ୍ ଦାର୍ଶନିକ ‘ଆରିଷ୍ଟଟଲ’ ।

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୯ । ହାଇଦାସ୍ପେସ୍ ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା ଓ ଏଥିରେ କିଏ ବିଜୟୀ ହୋଇଥିଲେ ?
Answer:

  • ହାଇଦାସ୍ପେସ୍ ଯୁଦ୍ଧ ଆଲେକ୍‌ଜାଣ୍ଡାର ଓ ପୁରୁଙ୍କ ମଧ୍ୟରେ ହୋଇଥିଲା ।
  • ଏହି ଯୁଦ୍ଧରେ ଆଲେକ୍‌ଜାଣ୍ଡାର ବିଜୟୀ ହୋଇଥିଲେ ।

୧୦ । ଆଲେକ୍‌ଜାଣ୍ଡାର କେବେ ଓ କେଉଁଠି ମୃତ୍ୟୁବରଣ କରିଥିଲେ ?
Answer:
ଖ୍ରୀ.ପ ୩୨୩ ମସିହାରେ ମାତ୍ର ୩୨ ବର୍ଷ ବୟସରେ ବାବିଲୋନ୍‌ଠାରେ ଆଲେକ୍‌ଜାଣ୍ଡାର ମୃତ୍ୟୁ ବରଣ କରିଥିଲେ ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଅତୀତରେ ଭାରତକୁ କ’ଣ କୁହାଯାଉଥିଲା ?
Answer:
ଅତୀତରେ ଭାରତକୁ ସୁନାର ଦେଶ କୁହାଯାଉଥିଲା ।

୨। ଫିଲିଫ୍ କେଉଁ ରାଜ୍ୟର ରାଜା ଥିଲେ ?
Answer:
ଫିଲିଫ୍ ଗ୍ରୀସ୍‌ର ମାସିଡ଼ୋନିଆ ନାମକ ଏକ କ୍ଷୁଦ୍ର ରାଜ୍ୟର ରାଜା ଥିଲେ ।

୩ । ଆଲେକ୍‌ଜାଣ୍ଡାରଙ୍କ ଶିକ୍ଷାଗୁରୁ କିଏ ଥିଲେ ?
Answer:
ଆଲେକ୍‌ଜାଣ୍ଡାରଙ୍କ ଶିକ୍ଷାଗୁରୁ ଥିଲେ ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲ୍ ।

୪। ଆଲେକ୍‌ଜାଣ୍ଡାର କେଉଁ ନଗର ପ୍ରତିଷ୍ଠା କରିଥିଲେ ?
Answer:
ଆଲେକ୍‌ଜାଣ୍ଡାର ‘ଆଲେକ୍‌ଜାଣ୍ଡ୍ରିଆ’ ନାମକ ନଗର ପ୍ରତିଷ୍ଠା କରିଥିଲେ ।

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୫ । ଅମ୍ବା କେଉଁ ଦେଶର ରାଜା ଥିଲେ ?
Answer:
ଅମ୍ବି ଭାରତର ଉତ୍ତର-ପଶ୍ଚିମରେ ଥ‌ିବା ଗାନ୍ଧାର ରାଜ୍ୟର ରାଜା ଥିଲେ ।

୬ | ଉତ୍ତର ଭାରତର ସବୁଠାରୁ ଶକ୍ତିଶାଳୀ ରାଜା କିଏ ଥିଲେ ?
Answer:
ଉତ୍ତର ଭାରତର ସବୁଠାରୁ ଶକ୍ତିଶାଳୀ ରାଜା ଥିଲେ ମଗଧର ନନ୍ଦ ସାମ୍ରାଜ୍ୟର ରାଜା ।

୭ | ଭାରତୀୟମାନେ ପାରସ୍ୟବାସୀଙ୍କଠାରୁ କେଉଁ ଲିପି ଶିଖିଲେ ?
Answer:
ଭାରତୀୟମାନେ ପାରସ୍ୟବାସୀଙ୍କଠାରୁ ଖରୋୱି ଲିପି ଶିଖୁଥିଲେ ।

୮ | ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ମଧ୍ଯ ଏସିଆର ପାରସ୍ୟ ଦେଶ କେଉଁମାନଙ୍କଦ୍ୱାରା ଶାସିତ ହେଉଥିଲା ?
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ମଧ୍ଯ ଏସିଆର ପାରସ୍ୟ ଦେଶ ଆକାମେନିଡ଼ ଶାସକମାନଙ୍କଦ୍ଵାରା ଶାସିତ ହେଉଥିଲା ।

୯ | ଡେରାୟସ୍‌ଙ୍କ ପରେ ପାରସ୍ୟର କେଉଁ ରାଜା ଭାରତୀୟମାନଙ୍କୁ ପାରସ୍ୟ ସୈନ୍ୟବାହିନୀରେ ନିଯୁକ୍ତି ଦେଇଥିଲେ ?
Answer:
ଡେରାୟସ୍‌ଙ୍କ ପରେ ପାରସ୍ୟର ରାଜା ଜେରକ୍‌ସ୍ ଭାରତୀୟମାନଙ୍କୁ ପାରସ୍ୟ ସୈନ୍ୟବାହିନୀରେ ନିଯୁକ୍ତି ଦେଇଥିଲେ ।

୧୦ । ଖରୋଷ୍ଟି ଲିପିର ଅକ୍ଷରଗୁଡ଼ିକ କିପରି ଲେଖାଯାଉଥିଲା ?
Answer:
ଖରୋଷ୍ଟି ଲିପିର ଅକ୍ଷରଗୁଡ଼ିକ ଡାହାଣପଟରୁ ବାମପଟକୁ ଲେଖାଯାଉଥିଲା ।

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୧୧ । ଉତ୍ତର-ପଶ୍ଚିମାଞ୍ଚଳରେ ଅଶୋକଙ୍କ କେତେକ ଶିଳାଲିପି କେଉଁ ଲିପିରେ ଲେଖାଯାଇଛି ?
Answer:
ଉତ୍ତର-ପଶ୍ଚିମାଞ୍ଚଳରେ ଅଶୋକଙ୍କ କେତେକ ଶିଳାଲିପି ଖରୋଷ୍ଟି ଲିପିରେ ଲେଖାଯାଇଛି ।

୧୨ । ଅଶୋକଙ୍କ ଅନୁଶାସନଗୁଡ଼ିକରେ କେଉଁ ଭାଷାର ଶବ୍ଦର ବ୍ୟବହାର ଦେଖିବାକୁ ମିଳେ ?
Answer:
ଅଶୋକଙ୍କ ଅନୁଶାସନଗୁଡ଼ିକରେ ପାରସିକ ଭାଷାର ଶବ୍ଦର ବ୍ୟବହାର ଦେଖିବାକୁ ମିଳେ ।

୧୩ । ଆଲେକ୍‌ଜାଣ୍ଡାରଙ୍କୁ କାହିଁକି ଦିଗ୍‌ବିଜୟୀ ବୀର କୁହାଯାଏ ?
Answer:
ଆଲେକ୍‌ଜାଣ୍ଡାରଙ୍କ ବୀରତ୍ୱ ଓ ସାହସିକତା ପାଇଁ ତାଙ୍କୁ ଦିଗ୍‌ବିଜୟୀ ବୀର କୁହାଯାଏ ।

୧୪ । ଆଲେକ୍‌ଜାଣ୍ଡାର ପାରସ୍ୟର କେଉଁ ସମ୍ରାଟଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ ?
Answer:
ଆଲେକ୍‌ଜାଣ୍ଡାର ପାରସ୍ୟର ସମ୍ରାଟ ତୃତୀୟ ଡେରାୟସ୍‌ଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ ।

୧୫ । ତକ୍ଷଶିଳା କେଉଁ ରାଜ୍ୟର ରାଜଧାନୀ ଥିଲା ?
Answer:
ତକ୍ଷଶିଳା ଗାନ୍ଧାର ରାଜ୍ୟର ରାଜଧାନୀ ଥିଲା ।

୧୬ । ଆଲେକ୍‌ଜାଣ୍ଡାର କେଉଁଠାରେ ମୃତ୍ୟୁବରଣ କରିଥିଲେ ?
Answer:
ଆଲେକ୍‌ଜାଣ୍ଡାର ବାବିଲୋନ୍‌ଠାରେ ମୃତ୍ୟୁବରଣ କରିଥିଲେ ।

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୧୭ । ଭାରତ ଓ ଗ୍ରୀକ୍ କଳାର ମିଶ୍ରଣରେ କେଉଁ କଳା ସୃଷ୍ଟି ହୋଇଥିଲା ?
Answer:
ଭାରତ ଓ ଗ୍ରୀକ୍ କଳାର ମିଶ୍ରଣରେ ଗାନ୍ଧାର କଳାର ସୃଷ୍ଟି ହୋଇଥିଲା ।

୧୮। ପୁରୁଙ୍କର କେଉଁ ଗୁଣ ଆଲେକ୍‌ଜାଣ୍ଡାରଙ୍କ ହୃଦୟକୁ ଜୟ କରିଥିଲା ?
Answer:
ପୁରୁଙ୍କର ସାହସ ଓ ବୀରତ୍ଵ ଗୁଣ ଆଲେକ୍‌ଜାଣ୍ଡାରଙ୍କ ହୃଦୟକୁ ଜୟ କରିଥିଲା ।

୧୯ । ଆଲେକ୍‌ଜାଣ୍ଡାର କେବେ ଭାରତ ଅଭିମୁଖେ ଅଭିଯାନ ଆରମ୍ଭ କରିଥିଲେ ?
Answer:
ଆଲେକ୍‌ଜାଣ୍ଡାର ଖ୍ରୀ.ପୂ. ୩୨୬ ମସିହାରେ ଭାରତ ଅଭିମୁଖେ ଅଭିଯାନ ଆରମ୍ଭ କରିଥିଲେ ।

୨୦ । ଆଲେକ୍‌ଜାଣ୍ଡାର କେତେ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ?
Answer:
ଆଲେକ୍‌ଜାଣ୍ଡାର ୩୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

୨୧ । ପାରସ୍ୟର ସମ୍ରାଟ୍ ପ୍ରଥମ ଡେରାୟସ୍ କେବେ ଶାସନଭାର ଗ୍ରହଣ କରିଥିଲେ ?
Answer:
ପାରସ୍ୟର ସମ୍ରାଟ୍ ପ୍ରଥମ ଡେରାୟସ୍ ଖ୍ରୀ.ପୂ. ୫୨୨ରେ ଶାସନଭାର ଗ୍ରହଣ କରିଥିଲେ ।

୨୨ । ପୁରୁ କେଉଁ ବଂଶର ରାଜା ଥିଲେ ?
Answer:
ପୁରୁ ପୌରବ ବଂଶର ରାଜା ଥିଲେ ।

୨୩ । ହାଇଦାସ୍ପେସ୍ ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା ?
Answer:
ହାଇଦାସ୍ପେସ୍ ଯୁଦ୍ଧ ପୁରୁ ଓ ଆଲେକ୍‌ଜାଣ୍ଡାରଙ୍କ ମଧ୍ୟରେ ହୋଇଥିଲା ।

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୨୪ । ପ୍ରଥମ ଡେରାୟସ୍ କାହିଁକି ଭାରତର ଉତ୍ତର-ପଶ୍ଚିମାଞ୍ଚଳକୁ ଆକ୍ରମଣ କରିଥିଲେ ?
Answer:
ପ୍ରଥମ ଡେରାୟସ୍ ଧନ ଲୋଭରେ ଆକର୍ଷିତ ହୋଇ ଭାରତର ଉତ୍ତର-ପଶ୍ଚିମାଞ୍ଚଳକୁ ଆକ୍ରମଣ କରିଥିଲେ ।

୨୫ । ଭାରତ ସହିତ ପାରସ୍ୟ ଦେଶର ସମ୍ପର୍କ ପ୍ରାୟ କେତେବର୍ଷ ଧରି ରହିଥିଲା ?
Answer:
ଭାରତ ସହିତ ପାରସ୍ୟ ଦେଶର ସମ୍ପର୍କ ପ୍ରାୟ ୨୦୦ ବର୍ଷ ଧରି ରହିଥିଲା ।

୨୬ । ଆଲେକ୍‌ଜାଣ୍ଡାରଙ୍କ ପିତାଙ୍କ ନାମ କ’ଣ ?
Answer:
ଆଲେକ୍‌ଜାଣ୍ଡାରଙ୍କ ପିତାଙ୍କ ନାମ ଥିଲା ଫିଲିଫ୍ ।

୨୭ । ଆଲେକ୍‌ଜାଣ୍ଡାର କେତେ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ ?
Answer:
ଆଲେକ୍‌ଜାଣ୍ଡାର ୨୦ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ ।

୨୮ । ଆଲେକ୍‌ଜାଣ୍ଡାରଙ୍କ ଭାରତ ଆକ୍ରମଣଦ୍ଵାରା କେଉଁ କେଉଁ ଅଞ୍ଚଳ ମଧ୍ୟରେ ବାଣିଜ୍ୟର ପ୍ରସାର ହୋଇଥିଲା ?
Answer:
ଆଲେକ୍‌ଜାଣ୍ଡାରଙ୍କ ଭାରତ ଆକ୍ରମଣଦ୍ୱାରା ଭାରତ ଓ ଇଉରୋପ ମଧ୍ଯରେ ବାଣିଜ୍ୟର ପ୍ରସାର ହେଲା ।

Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।

୧। ତକ୍ଷଶିଳା ________ ରାଜ୍ୟର ରାଜଧାନୀ ଥିଲା ।
Answer:
ଗାନ୍ଧାର

୨। ପ୍ରଥମ ଡେରାୟସ୍ ________ ରେ ପାରସ୍ୟର ଶାସନଭାର ଗ୍ରହଣ କଲେ ।
Answer:
ଖ୍ରୀ.ପୂ. ୫୨୨

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୩ । ଆଲେକ୍‌ଜାଣ୍ଡାର ________ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ ।
Answer:
୨୦

୪। ଡେରାୟସ୍‌ଙ୍କ ପରେ _________ ପାରସ୍ୟର ଶାସନଭାର ଗ୍ରହଣ କଲେ ।
Answer:
ଜେରକ୍‌ସ୍

୫ । __________ ଭାରତୀୟମାନଙ୍କୁ ପାରସ୍ୟ ସୈନ୍ୟବାହିନୀରେ ନିଯୁକ୍ତି ଦେଇଥିଲେ ।
Answer:
ଜେରକ୍‌ସ୍

୬ । ରାଜା ଜେରକ୍‌ସ୍ ________ ମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ ।
Answer:
ଗ୍ରୀକ୍

୭ । ଭାରତ ସହିତ ପାରସ୍ୟ ଦେଶର ସମ୍ପର୍କ ପ୍ରାୟ _________ ବର୍ଷ ଧରି ରହିଥିଲା ।
Answer:
୨୦୦

୮ | ___________ ମାନଙ୍କଠାରୁ ଭାରତୀୟମାନେ ଏକ ନୂତନ ଲିପି ଶିଖୁଥିଲେ ।
Answer:
ପାରସ୍ୟବାସୀ

୯। _________ ଲିପି ପାରସ୍ୟବାସୀମାନଙ୍କଠାରୁ ଭାରତୀୟମାନେ ଶିଖୁଲେ ।
Answer:
ଖରୋଷ୍ଟି

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୧୦ । ଖରୋଷ୍ଟି ଲିପି ________ ରୁ __________ ପାର୍ଶ୍ଵକୁ ଲେଖାଯାଉଥିଲା ।
Answer:
ଡାହାଣ, ବାମ

୧୧ । ଭାରତର _________ ଅଞ୍ଚଳରେ ଅଶୋକଙ୍କ ଶିଳାଲିପି ଲେଖାଯାଇଛି ।
Answer:
ଉତ୍ତର-ପଶ୍ଚିମ

୧୨ । ଅଶୋକଙ୍କ ଅନୁଶାସନଗୁଡ଼ିକରେ ________ ଶବ୍ଦର ବ୍ୟବହାର ଦେଖିବାକୁ ମିଳେ ।
Answer:
ପାରସିକ

୧୩ । ଆଲେକ୍‌ଜାଣ୍ଡାର ଖ୍ରୀ.ପୂ. ________ ମସିହାରେ ଜନ୍ମଗ୍ରହଣ କରିଥିଲେ ।
Answer:
୩୫୬

୧୪ । ଆଲେକ୍‌ଜାଣ୍ଡାର ________ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ ।
Answer:
ଗ୍ରୀସ୍‌ର ମାସିଡ଼ୋନିଆ

୧୫ । ଆଲେକ୍‌ଜାଣ୍ଡାରଙ୍କ ପିତାଙ୍କ ନାମ _________ ଥିଲ ।
Answer:
ଫିଲିପ୍

୧୬ । ବାଲ୍ୟକାଳରେ ଆଲେକ୍‌ଜାଣ୍ଡାର _________ ଙ୍କଠାରୁ ବିଦ୍ୟାଶିକ୍ଷା କରିଥିଲେ ।
Answer:
ଆରିଷ୍ଟଟଲ୍

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୧୭ । ଖ୍ରୀ.ପୂ. __________ ମସିହାରେ ଆଲେକ୍‌ଜାଣ୍ଡାର ଏସିଆ ମାଇନର ଆକ୍ରମଣ କଲେ ।
Answer:
୩୩୪

୧୮ । ଆଲେକ୍‌ଜାଣ୍ଡାର _________ ସଂଖ୍ୟକ ସୈନ୍ୟଙ୍କୁ ନେଇ ଏସିଆ ମାଇନର ଆକ୍ରମଣ କରିଥିଲେ ।
Answer:
୪୦ ହଜାର ।

B. ଠିକ୍ ଉତ୍ତର ବାଛି ଲେଖ ।

୧ । ପୁରୁଙ୍କର କେଉଁ ଗୁଣ ଆଲେକ୍‌ଜାଣ୍ଡାରଙ୍କ ହୃଦୟକୁ ଜୟ କରିଥିଲା ?
(୧) ଗର୍ବ ଓ ଅହଂକାର
(୨) ଦମ୍ଭ ଓ ଅଭିମାନ
(୩) ସାହସ ଓ ବୀରତ୍ଵ
(୪) ଛଳନା ଓ କପଟ
Answer:
(୩) ସାହସ ଓ ବୀରତ୍ଵ

୨ । ଆଲେକ୍‌ଜାଣ୍ଡାର ଏସିଆ ମାଇନର ଆକ୍ରମଣ କଲାବେଳେ ତାଙ୍କ ସୈନ୍ୟବାହିନୀରେ କେତେ ସଂଖ୍ୟକ ସୈନ୍ୟ ଥିଲେ ?
(୧) ଦଶ ହଜାର
(୨) ଚାଳିଶ ହଜାର
(୩) ବାର ହଜାର
(୪) ପଚାଶ ହଜାର
Answer:
(୨) ଚାଳିଶ ହଜାର

୩ । କେବେ ଆଲେକ୍‌ଜାଣ୍ଡାର ଭାରତ ଅଭିମୁଖେ ଅଭିଯାନ ଆରମ୍ଭ କରିଥିଲେ ?
(୧) ଖ୍ରୀ.ପୂ. ୩୨୬ ମସିହା
(୩) ଖ୍ରୀ.ପୂ. ୪୨୨ ମସିହା
(୨) ଖ୍ରୀ.ପୂ. ୩୩୪ ମସିହା
(୪) ଖ୍ରୀ.ପୂ. ୩୨୨ ମସିହା
Answer:
(୧) ଖ୍ରୀ.ପୂ. ୩୨୬ ମସିହା

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୪ । ତକ୍ଷଶିଳା ନିମ୍ନୋକ୍ତ କେଉଁ ନଦୀଦ୍ୱୟ ମଧ୍ୟରେ ଅବସ୍ଥିତ ଥିଲା ?
(୨) ଚନ୍ଦ୍ରଭାଗା ଓ ଇରାବତୀ
(୧) ଶତବ୍ଦୀ ଓ ରାବୀ
(୩) ସିନ୍ଧୁ ଓ ବିତସ୍ତା
(୪) ବିପାଶା ଓ ଶତଲେଜ
Answer:
(୩) ସିନ୍ଧୁ ଓ ବିତସ୍ତା

୫ । ଆଲେକ୍‌ଜାଣ୍ଡାର କେତେ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ?
(୧) ୩୦ ବର୍ଷ
(୨) ୩୨ ବର୍ଷ
(୩) ୪୦ ବର୍ଷ
(୪) ୪୮ ବର୍ଷ
Answer:
(୨) ୩୨ ବର୍ଷ

୬ । ଭାରତ ଓ ଗ୍ରୀକ୍ କଳାର ମିଶ୍ରଣରେ କେଉଁ କଳାର ସୃଷ୍ଟି ହୋଇଥିଲା ?
(୧) ଓଡ଼ିଶୀ
(୨) ନାଗରୀ
(୩) ଗାନ୍ଧାର
(୪) ଦକ୍ଷଣୀ
Answer:
(୩) ଗାନ୍ଧାର

୭ । ପୁରୁ କେଉଁ ବଂଶର ରାଜା ଥିଲେ ?
(୧) ଲିଚ୍ଛବି
(୨) କୁଶାଣ
(୩) ସାତବାହନ
(୪) ପୌରବ
Answer:
(୪) ପୌରବ

C. ରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମ ସଂଶୋଧନ କର ।

୧ । ତକ୍ଷଶିଳା ମଗଧ ରାଜ୍ୟର ରାଜଧାନୀ ଥିଲା ।
Answer:
ଗାନ୍ଧାର

BSE Odisha 6th Class History Important Questions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୨ । ଆଲେକଜାଣ୍ଡାର ୧୮ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ ।
Answer:
୨୦ ବର୍ଷ

୩ । ଖରୋଷ୍ଟି ଲିପିର ଅକ୍ଷରଗୁଡ଼ିକ ବାମପଟରୁ ଡାହାଣପଟକୁ ଲେଖାଯାଉଥିଲା ।
Answer:
ଡାହାଣପଟରୁ ବାମପଟକୁ

୪। ପୁର ସାତବାହନ ବଂଶର ରାଜା ଥିଲେ ।
Answer:
ପୌରବ

୫ | ଆଲେକଜାଣ୍ଡାର ୨୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
Answer:
ଆଲେକଜାଣ୍ଡାର ୩୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

BSE Odisha 6th Class Geography Solutions Chapter 4 ପୃଥିବୀର ଗତି

Odisha State Board BSE Odisha 6th Class Geography Solutions Chapter 4 ପୃଥିବୀର ଗତି Textbook Exercise Questions and Answers.

BSE Odisha Class 6 Geography Solutions Chapter 4 ପୃଥିବୀର ଗତି

୧। ନିମ୍ନଲିଖତ ବାକ୍ୟଗୁଡ଼ିକରେ ଥ‌ିବା ଶୂନ୍ୟସ୍ଥାନ ପୂରଣ କର।

(କ) ବିଷୁବ ବୃତ୍ତଠାରେ ପୃଥ‌ିବୀର ଆବର୍ତ୍ତନର ବେଗ ଘଣ୍ଟା ପ୍ରତି ______ କିଲୋମିଟର।
Answer:
୧୭୭୦

(ଖ) ପୃଥ‌ିବୀର ଦୁଇମେରୁଠାରେ ଆବର୍ତ୍ତନର ବେଗ ଘଣ୍ଟାକୁ ____________ କି,ମି.।
Answer:
ଶୂନ

BSE Odisha 6th Class Geography Solutions Chapter 4 ପୃଥିବୀର ଗତି

(ଗ) ପୃଥ‌ିବୀର ଅକ୍ଷ ତା’ର କକ୍ଷ ତଳ ସହିତ ___________ ଡିଗ୍ରୀ କୋଣ କରି ଆନତ ଥାଏ।
Answer:
୬୬ ୧/୨

(ଘ) ସାଧାରଣତଃ ଦୁଇଟି ଅଧ୍ବବର୍ଷ ମଧ୍ୟରେ ବ୍ୟବଧାନ _______ ବର୍ଷ ଅଟେ।
Answer:
୪ ବର୍ଷ

୨। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଲେଖ।

(କ) ପୃଥ‌ିବୀର କେତେ ପ୍ରକାର ଗତି ଅଛି ଓ ସେଗୁଡ଼ିକ କ’ଣ କ’ଣ?
Answer:
ପୃଥ‌ିବୀର ଦୁଇ ପ୍ରକାର ଗତି ଅଛି । ସେଗୁଡ଼ିକ ହେଉଛି– ଆବର୍ତ୍ତନ ବା ଦୈନିକ ଗତି ଓ ପରିକ୍ରମଣ ବା ବାର୍ଷିକ ଗତି।

(ଖ) ପୃଥ‌ିବୀର ଆବର୍ତ୍ତନର ବେଗ ଭୂପୃଷ୍ଠର କେଉଁଠାରେ ସର୍ବାଧ‌ିକ ଓ କାହିଁକି ?
Answer:
ପୃଥ‌ିବୀର ଆବର୍ତ୍ତନର ବେଗ ବିଷୁବବୃତ୍ତଠାରେ ସର୍ବାଧିକ, କାରଣ ବିଷୁବ ବୃତ୍ତର ପରିସ୍ ସବୁଠାରୁ ଅଧିକ । ତେଣୁ ଏହା ସେଠାରେ ସର୍ବାଧ‌ିକ ବେଗରେ ଆବର୍ତ୍ତନ କରିଥାଏ।

BSE Odisha 6th Class Geography Solutions Chapter 4 ପୃଥିବୀର ଗତି

(ଗ) ପୃଥ‌ିବୀର ଆବର୍ତ୍ତନର ବେଗ ଖୁବ୍ ଅର୍ଧ ହୋଇଥିଲେ ମଧ୍ୟ ଆମେ କାହିଁକି ତାହା ଅନୁଭବ କରିପାରୁନାହିଁ ?
Answer:
ପୃଥ‌ିବୀ ଅଧ୍ବକ ବେଗରେ ଗତି କରୁଥିଲେ ମଧ୍ୟ ତାହା ଆମକୁ ଜଣାପଡ଼େ ନାହିଁ । କାରଣ, ପୃଥ‌ିବୀର ଆକାର ବହୁତ ବଡ଼ । ତା’ର ଆୟତନ ତୁଳନାରେ ଆମର ସ୍ଥିତି ଏକ ଗ୍ଲୋବ୍‌ରେ ସାମାନ୍ୟ ବିନ୍ଦୁ ସଦୃଶ। ତେଣୁ ଆମେ ପୃଥ‌ିବୀର ଆବର୍ତ୍ତନର ବେଗ ଖୁବ୍ ଅଧିକ ହୋଇଥିଲେ ମଧ୍ୟ ତାହା ଅନୁଭବ କରିପାରୁନାହୁଁ ।

(ଘ) ପୃଥ‌ବୀର ଆବର୍ତ୍ତନର ବେଗ କେଉଁଠାରେ ସର୍ବନିମ୍ନ ଓ କାହିଁକି ?
Answer:
ମେରୁଠାରେ ପୃଥ‌ିବୀର ଆବର୍ତ୍ତନର ବେଗ ସର୍ବନିମ୍ନ ହୋଇଥାଏ। କାରଣ ଆବର୍ତ୍ତନ ସମୟରେ ଏହାର ମେରୁ ଦୁଇଟି ସ୍ଥିର ରହିଥାଏ।

(ଙ) ପୃଥ‌ିବୀର ପରିକ୍ରମଣକୁ କାହିଁକି ତା’ର ବାର୍ଷିକ ଗତି ବୋଲି କୁହାଯାଏ ?
Answer:
ପୃଥ‌ିବୀର ପରିକ୍ରମଣ ଗତି ଫଳରେ ବର୍ଷ ସଂଘଟିତ ହେଉଥ‌ିବାରୁ ଏହା ପୃଥ‌ିବୀର ବାର୍ଷିକ ଗତି ବୋଲି ମଧ୍ୟ କୁହାଯାଏ।

BSE Odisha 6th Class Geography Solutions Chapter 4 ପୃଥିବୀର ଗତି

୩। ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର୍ ଉତ୍ତର ଲେଖ ।
(କ) ପୃଥ‌ିବୀର ଉତ୍ତର ଗୋଲାର୍ଦ୍ଧ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ବର୍ଷର କେଉଁ କେଉଁ ସମୟରେ କିପରି ସଂଘଟିତ ହୁଏ ଚିତ୍ର ସହ ବୁଝାଇ ଲେଖ।
BSE Odisha 6th Class Geography Solutions Chapter 4 ପୃଥିବୀର ଗତି

ପୃଥ‌ିବୀର ପରିକ୍ରମଣ ଗତ୍ର ପରିବୀର୍ତ୍ତନ
(୧) ଜୁନ୍ ମାସ ୨୧ ତାରିଖ ବେଳକୁ ପୃଥ‌ିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଆନତ ହୋଇ ରହିଥାଏ। ଏହି ଦିନ କର୍କଟ କ୍ରାନ୍ତି ଉପରେ ସୂର୍ଯ୍ୟକିରଣ ଲମ୍ବଭାବରେ ପଡ଼ିଥାଏ। ଏହି ଦିବସକୁ ଗ୍ରୀଷ୍ମ ଅୟନାନ୍ତ ଦିବସ କୁହାଯାଏ। ସେତେବେଳେ ଉତ୍ତର ଗୋଲାର୍ଦ୍ଧରେ ତାପମାତ୍ରା ଅଧିକ ହୋଇଥାଏ। ତେଣୁ ସେଠାରେ ଗ୍ରୀଷ୍ମଋତୁ ହୋଇଥାଏ।
(୨) ଠିକ୍ ସେହିପରି ଡିସେମ୍ବର ୨୨ ତାରିଖ ବେଳକୁ ପୃଥ‌ିବୀର ଦକ୍ଷିଣ ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଆନତ ହୋଇ ରହିଥାଏ ଏବଂ ମକରକ୍ରାନ୍ତି ଉପରେ ସୂର୍ଯ୍ୟକିରଣ ଲମ୍ବଭାବରେ ପଡ଼ିଥାଏ। ତେଣୁ ସେଠାରେ ତାପମାତ୍ର ଅଧୂକ ହୁଏ ଏବଂ ଗ୍ରୀଷ୍ମଋତୁ ହୋଇଥାଏ।

BSE Odisha 6th Class Geography Solutions Chapter 4 ପୃଥିବୀର ଗତି

(ଖ) ପୃଥ‌ିବୀରେ ଦିନରାତି କିପରି ସଂଘଟିତ ହୁଏ ଚିତ୍ର ସହ ବୁଝାଇ ଲେଖ।
Answer:
(୧) ଆବର୍ତ୍ତନ ଫଳରେ ପୃଥ‌ିବୀର ପୃଷ୍ଠଭାଗରେ ଥ‌ିବା ପ୍ରତ୍ୟେକ ସ୍ଥାନ ଦିନର ୨୪ ଘଣ୍ଟାରୁ ପ୍ରାୟ ୧୨ ଘଣ୍ଟା ପାଇଁ ଆଲୋକିତ ଅକ୍ଷାଂଶରେ ଓ ଅବଶିଷ୍ଟ ୧୨ ଘଣ୍ଟା ପାଇଁ ଅନ୍ଧକାର ଅକ୍ଷାଂଶରେ ରହେ। ଏହି ଦୁଇ ଅକ୍ଷାଂଶର ସନ୍ଧିସ୍ଥଳରେ ସୃଷ୍ଟି ହେଉଥ‌ିବା ବୃତ୍ତାକାର ଆଲୋକ ବଳୟକୁ ଆଲୋକ ବୃତ୍ତ କୁହାଯାଏ।
BSE Odisha 6th Class Geography Solutions Chapter 4 ପୃଥିବୀର ଗତି Q .1
(୨) ଆବର୍ତ୍ତନ ସମୟରେ ପୃଥ‌ିବୀର ପ୍ରତ୍ୟେକ ଦ୍ରାଘିମା ଓ ତାହା ଉପରିସ୍ଥ ପ୍ରତ୍ୟେକ ସ୍ଥାନ ପ୍ରତିଦିନ ଦୁଇଥର ପାଇଁ ଆଲୋକ ବୃତ୍ତକୁ ଅତିକ୍ରମ କରିଥାଏ।
(୩) ଯେତେବେଳେ ସଂପୃକ୍ତ ଦ୍ରାଘିମା ରେଖାଟି ପୃଥ‌ିବୀର ଅନ୍ଧକାର ଅକ୍ଷାଂଶ ପରିତ୍ୟାଗ କରି ଆଲୋକିତ ଅକ୍ଷାଂଶରେ ପ୍ରବେଶ କରେ ସେତେବେଳେ ସେହି ଦ୍ରାଘିମା ରେଖା ଉପରେ ଅବସ୍ଥିତ ସମସ୍ତ ସ୍ଥାନରେ ସୂର୍ଯ୍ୟୋଦୟ ହୋଇଥାଏ। ଏହା ପୂର୍ବଦିଗରେ ଘଟିଥାଏ।
(୪) ତା’ପରେ ସଂପୃକ୍ତ ଦ୍ରାଘିମାଟି ଆବର୍ତ୍ତନ କ୍ରମରେ ପୂର୍ବ ଦିଗକୁ ଅଧିକରୁ ଅଧ୍ଵ ଅଗ୍ରଗତି କରିବା ହେତୁ ସେହି ଦ୍ରାଘିମା ଉପରିସ୍ଥ ସବୁ ସ୍ଥାନରେ ଦିନ କ୍ରମଶଃ ବଢ଼ି ବଢ଼ି ଚାଲେ । ମଧ୍ୟାହ୍ନ ହେଲେ ଦ୍ରାଘିମାଟି ସିଧାସଳଖ ସୂର୍ଯ୍ୟର ସମ୍ମୁଖୀନ ହୋଇଥାଏ।
(୫) ସୂର୍ଯ୍ୟୋଦୟଠାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସମୟକୁ ପୂର୍ବାହ୍ନ କୁହାଯାଏ। ମଧ୍ୟାହ୍ନ ପରଠାରୁ ପୃଥ‌ିବୀ କ୍ରମଶଃ ଅଧୂକ ପୂର୍ବ ଦିଗକୁ ଗତି କରିବା ଫଳରେ ସେହି ସ୍ଥାନ ଉପରେ ଅପରାହ୍ନ, ସନ୍ଧ୍ୟା, ମଧ୍ୟରାତ୍ରି ଏବଂ ପୁନଃ ସକାଳ ହୋଇଥାଏ। ଏହିପରି ପୃଥ‌ିବୀରେ ଦିନରାତି ସଂଘଟିତ ହୁଏ।

BSE Odisha 6th Class Geography Solutions Chapter 4 ପୃଥିବୀର ଗତି

(ଗ) ପୃଥ‌ିବୀର ଅକ୍ଷଦଣ୍ଡ ତା’ର କକ୍ଷତଳ ସହିତ ଲମ୍ବଭାବରେ ଥିଲେ ଭୂପୃଷ୍ଠରେ କ’ଣ ଘଟନ୍ତା ବୁଝାଇ ଲେଖ ।
Answer:
ପୃଥ‌ିବୀର ଅକ୍ଷଦଣ୍ଡ ତା’ର କକ୍ଷତଳ ସହିତ ଲମ୍ବଭାବରେ ଥିଲେ ଋତୁ ପରିବର୍ତ୍ତନ ସଙ୍ଗଠିତ ହୋଇପାରନ୍ତା ନାହିଁ ଏବଂ ଦିନ ଓ ରାତ୍ରିର ଅବସ୍‌ରେ ତାରତମ୍ୟ ରହନ୍ତା ନାହିଁ।

୪। ପାର୍ଥକ୍ୟ ଦର୍ଶାଅ :
(କ) ଆବର୍ତ୍ତନ ଓ ପରିକ୍ରମଣ
Answer:

ଆବର୍ତ୍ତନ ପରିକ୍ରମଣ
(୧) ପୃଥ‌ିବୀ ତା’ର ଅକ୍ଷ ଚତୁଃପାର୍ଶ୍ଵରେ ଘୂରିବାକୁ| ଆବର୍ତ୍ତନ କୁହାଯାଏ ।
(୨) ଏକ ପୂର୍ଣ୍ଣ ଆବର୍ତ୍ତନ କରିବାକୁ ପୃଥ‌ିବୀ ପ୍ରାୟ ୨୪ ଘଣ୍ଟା ସମୟ ନିଏ।
(୩) ପୃଥ‌ିବୀର ଆବର୍ତ୍ତନ ଗତି ଯୋଗୁ ଦିନ ଓ ରାତି ସଙ୍ଗଠିତ ହୁଏ।
(୧) ପୃଥ‌ିବୀ ଏକ ଉପବୃତ୍ତାକାର କକ୍ଷପଥରେ ସୂର୍ଯ୍ୟଙ୍କ ଚାରିପଟେ ପ୍ରଦକ୍ଷିଣ କରିବାକୁ ପରିକ୍ରମଣ କୁହାଯାଏ ।
(୨)  ଏକ ପୂର୍ଣ୍ଣ ପରିକ୍ରମଣ ପାଇଁ ପୃଥ‌ିବୀ ପ୍ରାୟ ୩୬୫ ୧/୪ ଦିନ ବା୧ ବର୍ଷ ସମୟ ନିଏ ।
(୩) ପୃଥ‌ିବୀର ପରିକ୍ରମଣ ଗତି ଯୋଗୁ ଋତୁ ପରିବର୍ତ୍ତନ ସଙ୍ଗଠିତ ହୁଏ ।

BSE Odisha 6th Class Geography Solutions Chapter 4 ପୃଥିବୀର ଗତି
(ଖ) ଗ୍ରୀଷ୍ମ ଅୟନାନ୍ତ ଦିବସ ଓ ଶୀତ ଅୟନାନ୍ତ ଦିବସ
Answer:

ଗ୍ରୀଷ୍ମ ଅୟନାନ୍ତ ଦିବସ ଶୀତ ଅୟନାନ୍ତ ଦିବସ
(୧) ଜୁନ୍ ମାସ ୨୧ ତାରିଖ ଦିନଟିକୁ ଗ୍ରୀଷ୍ମ ଅୟନାନ୍ତ ଦିବସ କୁହାଯାଏ।
(୨) ଏହିଦିନ ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଆନତ ହୋଇଥାଏ ଏବଂ କର୍କ ଟକ୍ରାନ୍ତି ଉପରେ ସୂର୍ଯ୍ୟକିରଣ ଲମ୍ବଭାବେ ପଡ଼ିଥାଏ।
(୩) ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଶୀତଋତୁ ହୋଇଥାଏ।
(୧) ଡିସେମ୍ବର ମାସ ୨୨ ତାରିଖ ଦିନଟିକୁ ଶୀତ ଅୟନାନ୍ତ ଦିବସ କୁହାଯାଏ।
(୨) ଏହି ଦିନ ଦକ୍ଷିଣ ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଆନତ ହୋଇଥାଏ ଏବଂ ମକର କ୍ରାନ୍ତି ଉପରେ ସୂର୍ଯ୍ୟକିରଣ ଲମ୍ବଭାବେ ପଡ଼ିଥାଏ।
(୩) ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ହୋଇଥାଏ।

BSE Odisha 6th Class Geography Solutions Chapter 4 ପୃଥିବୀର ଗତି
୫। ଯଦି ପୃଥ‌ିବୀ ନିଜ ମେରୁଦଣ୍ଡ ଚାରିପଟେ ଆବର୍ତ୍ତନ କରୁ ନଥା’ନ୍ତା ତେବେ ଆମେ କି କି ସୁବିଧା ଓ ଅସୁବିଧାର ସମ୍ମୁଖୀନ ହୁଅନ୍ତେ ?
Answer:
(୧) ପୃଥ‌ିବୀ ନିଜ ମେରୁଦଣ୍ଡ ଚାରିପଟେ ଆବର୍ତ୍ତନ କରୁନଥୁଲେ ଦିନ ଓ ରାତି ସଂଘଟିତ ହୁଅନ୍ତା। ନାହିଁ।
(୨) ପୃଥ‌ିବୀର ଗୋଟିଏ ପାର୍ଶ୍ଵରେ ସର୍ବଦା ଦିନ ଓ ଅପର ପାର୍ଶ୍ଵରେ ସର୍ବଦା ରାତି ହୋଇଥା’ନ୍ତା। ପୃଥ‌ିବୀର ଦିନ ହେଉଥ‌ିବା ପାର୍ଶ୍ବରେ ଅତିଶୟ ତାପମାତ୍ରା ଓ ରାତ୍ରି ହେଉଥିବା ଅତିଶୟ ଶୀତଳତା ଯୋଗୁଁ ଜୀବଜଗତ ବଞ୍ଚିବା ସମ୍ଭବ ହୁଅନ୍ତା ନାହିଁ।
(୩) ବାୟୁ ପ୍ରବାହରେ ବାଧା ସୃଷ୍ଟି ହୋଇଥା’ନ୍ତା।
(୪) ଜଳବାୟୁରେ ଗୁରୁତର ପରିବର୍ତ୍ତନ ସଂଘଟିତ ହୋଇଥା’ନ୍ତା।

BSE Odisha 6th Class Geography Notes Chapter 4 ପୃଥିବୀର ଗତି

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

BSE Odisha 6th Class Geography Notes Chapter 4 ପୃଥିବୀର ଗତି

  • ପୃଥ‌ିବୀକୁ ନିଜର ଅକ୍ଷ ଚତୁଃପାର୍ଶ୍ବରେ ଥରେ ଘୂରି ଆସିବାକୁ ପ୍ରାୟ ୨୪ ଘଣ୍ଟା (ବାସ୍ତବରେ ୨୩ ଘଣ୍ଟା ୫୬ ମିନିଟ୍ ୪ ସେକେଣ୍ଡ) ସମୟ ଲାଗେ । ଏହାକୁ ପୃଥ‌ିବୀର ଆବର୍ତ୍ତନ ବା ଦୈନିକ ଗତି କୁହାଯାଏ। ପୃଥ‌ିବୀ ନିଜର ଉପବୃତ୍ତାକାର କକ୍ଷପଥରେ ସୂର୍ଯ୍ୟଙ୍କୁ ଥରେ ପ୍ରଦକ୍ଷିଣ କରିବାକୁ ଏକ ବର୍ଷ (୩୬୫୧/୪ଦିନ) ଲାଗେ । ଏହାକୁ ପୃଥ‌ିବୀର ପରିକ୍ରମଣ ବା ବାର୍ଷିକ ଗତି କୁହାଯାଏ।
  • ପୃଥ‌ିବୀର ବେଗ ବିଷୁବ ବୃତ୍ତଠାରେ ସର୍ବାଧ‌ିକ । ପ୍ରତି ଏକ ଘଣ୍ଟାରେ ଏହି ବେଗ ପ୍ରାୟ ୧୭୭୦ କି.ମି. ହୋଇଥାଏ।
  • ପୃଥ‌ିବୀର ଆବର୍ତ୍ତନ ଫଳରେ ତାହାର ପୃଷ୍ଠଭାଗରେ ଥିବା ପ୍ରତ୍ୟେକ ସ୍ଥାନ ଦିନର ୨୪ ଘଣ୍ଟା ମଧ୍ୟରୁ ପ୍ରାୟ ୧୨ଘଣ୍ଟା ପାଇଁ ଆଲୋକିତ ଅବାଂଶରେ ଏବଂ ଅବଶିଷ୍ଟ ୧୨ ଘଣ୍ଟା ପାଇଁ ଅନ୍ଧକାର ଅକ୍ଷାଂଶରେ ରହିଥାଏ । ଫଳରେ ଦିନ ଓ ରାତି ହୋଇଥାଏ।
  • ସୂର୍ଯ୍ୟକୁ ସମ୍ପୂର୍ଣ୍ଣଭାବେ ଥରେ ପ୍ରଦକ୍ଷିଣ କରି ଆସିବାକୁ ପୃଥିବୀକୁ ପ୍ରାୟ ୩୬୫୧/୪ ଦିନ ବା ଏକ ବର୍ଷ ସମୟ ଲାଗେ। ଏହି ବଳକା ୬ ଘଣ୍ଟା ସମୟ ପ୍ରତି ୪ ବର୍ଷରେ ୨୪ ଘଣ୍ଟା ବା ୧ ଦିନ ହୁଏ । ଏହାକୁ ସେହି ବର୍ଷର ୨୯ ଦିନ ଫେବୃଆରୀ ମାସରେ ଯୋଗ କରାଯାଏ। ଫଳରେ ଏହାର ଦିନ ସଂଖ୍ୟା ୨୯ହୋଇଥାଏ। ସେହି ବର୍ଷକୁ ଅଧୂବର୍ଷ କୁହାଯାଏ।
  • ପୃଥ‌ିବୀ ସୂର୍ଯ୍ୟ ଚତୁଃପାର୍ଶ୍ବରେ ପରିକ୍ରମଣ କରୁଥିବା ସମୟରେ ତା’ର ଅକ୍ଷଦଣ୍ଡ କକ୍ଷତଳ ସହିତ ସମକୋଣରେ ନରହି ଲମ୍ବଠାରେ ୨୩ ୧/୨ ଡିଗ୍ରୀ କୋଣ ସୃଷ୍ଟି କରି ଘୂର୍ଶନ କରୁଥାଏ। ଅର୍ଥାତ୍‌ ପରିକ୍ରମଣ କରୁଥିବା ସମୟରେ ପୃଥ‌ିବୀର ଅକ୍ଷ ତା’ର କକ୍ଷ ତଳ ସହିତ ଲମ୍ବଭାବରେ ନଥାଇ ୬୬ ୧/୨ ଡିଗ୍ରୀ ଆନତ ଥାଏ। ପୃଥ‌ିବୀର ଉତ୍ତର ମେରୁ ସଦାବେଳେ ଉତ୍ତରଦିଗସ୍ଥ ଧ୍ରୁବ ନକ୍ଷତ୍ର ଆଡ଼କୁ ଥାଏ।
  • ଗୋଟିଏ ବର୍ଷ ମଧ୍ୟରେ ଛଅଟି ଋତୁ ଯଥାକ୍ରମେ ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଓ ବସନ୍ତ ସଂଘଟିତ ହୋଇଥାଏ ବୋଲି ଆମେ ଜାଣୁ। ମାତ୍ର ପୃଥ‌ିବୀର ପରିକ୍ରମଣ ଯୋଗୁଁ ମୁଖ୍ୟତଃ ଚାରୋଟି ଋତୁ; ଯଥା— ଗ୍ରୀଷ୍ମ, ଶରତ, ଶୀତ ଓ ବସନ୍ତ ସଂଘଟିତ ହୋଇଥାଏ।
  • ପୃଥ‌ିବୀର କକ୍ଷପଥ ସମ୍ପୂର୍ଣ୍ଣ ବୃତ୍ତାକାର ନହୋଇ ଉପବୃତ୍ତାକାର ହୋଇଥାଏ। ତେଣୁ ଉତ୍ତର ମେରୁ ସୂର୍ଯ୍ୟଙ୍କ ଆଡ଼କୁ ଆନତ ଥିବା ସମୟରେ ଦକ୍ଷିଣ ମେରୁ ସୂର୍ଯ୍ୟଠାରୁ ଦୂରେଇ ରହେ। ତେଣୁ ମୁଖ୍ୟତଃ କକ୍ଷପଥରେ ପୃଥିବୀର ଆନତ ଅବସ୍ଥିତ ଏବଂ ଉପବୃତ୍ତାକାର କକ୍ଷପଥ ହେତୁ ପୃଥ‌ିବୀ ପୃଷ୍ଠରେ ଋତୁ ପରିବର୍ତ୍ତନ ସଂଘଟିତ ହୋଇଥାଏ।
  • ଜୁନ୍ ୨୧ ତାରିଖ ବେଳକୁ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଆଡ଼କୁ ଆନତ ରହିଥାଏ ଓ କର୍କଟକ୍ରାନ୍ତି ଉପରେ ସୂର୍ଯ୍ୟକିରଣ ଲମ୍ବଭାବେ ପଡ଼େ। ଏହାକୁ ଗ୍ରୀଷ୍ମ ଅୟନାନ୍ତ ଦିବସ କୁହାଯାଏ। ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଋତୁ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଶୀତଋତୁ ହୋଇଥାଏ।
  • ଡିସେମ୍ବର ୨୨ ତାରିଖ ବେଳକୁ ଦକ୍ଷିଣ ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡ଼କୁ ଢଳି ରହିଥାଏ ଓ ସୂର୍ଯ୍ୟଙ୍କ ଲମ୍ବ କିରଣ ମକରକ୍ରାନ୍ତି ଉପରେ ପଡ଼ିଥାଏ। ତେଣୁ ସେଠାକାର ତାପମାତ୍ରା ଅଧିକ ହୋଇଥାଏ। ସେଠାରେ ଗ୍ରୀଷ୍ମଋତୁ ହୋଇଥାଏ। ତେଣୁ ଉତ୍ତର ଗୋଲାର୍ଦ୍ଧରେ ଏହାର ବିପରୀତ ଅବସ୍ଥା ଅର୍ଥାତ୍ ଶୀତଋତୁ ହୋଇଥାଏ। ଏହି ଦିବସଟି ଶୀତ ଅୟନାନ୍ତ ଦିବସ ରୂପେ ପରିଚିତ।
  • ମାର୍ଚ୍ଚ ୨୧ ତାରିଖ ଓ ସେପ୍ଟେମ୍ବର ୨୩ ତାରିଖ ଦିନ ବିଷୁବ ବୃତ୍ତ ଉପରେ ସୂର୍ଯ୍ୟକିରଣ ଲମ୍ବଭାବେ ପଡ଼େ ଓ ଉଭୟ ଗୋଲାର୍ଦ୍ଧ ସୂର୍ଯ୍ୟଠାରୁ ସମାନ ଦୂରରେ ଥାଏ। ତେଣୁ ଏହି ଉଭୟ ତାରିଖରେ ଦିନ ଓ ରାତି ସମାନ ହେଉଥ‌ିବାରୁ ଏହାକୁ ସମଦିବାରାତ୍ର ଦିବସ କୁହାଯାଏ।
  • ମାର୍ଚ୍ଚ ୨୧ ତାରିଖଠାରୁ ଉତ୍ତର ଗୋଲାର୍ଦ୍ଧା ସୂର୍ଯ୍ୟଙ୍କ ଆଡ଼କୁ ଅଧିକ ଆନତ ହୁଏ ଏବଂ ଏହି ଆନତ ଅବସ୍ଥା ଜୁନ୍ ୨୧ ତାରିଖକୁ ସର୍ବାଧ୍ଵକ ହୁଏ। ଏହାକୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି କୁହାଯାଏ। ସେହିପରି ସେପ୍ଟେମ୍ବର ୨୩ ତାରିଖରୁ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଦକ୍ଷିଣ ଦିଗକୁ ପ୍ରତୀୟମାନ ଗତିକୁ ଦକ୍ଷିଣାୟନ ଗତି କୁହାଯାଏ।

BSE Odisha 6th Class Geography Solutions Chapter 3 ମାନଚିତ୍ର ଅଧ୍ୟୟନ

Odisha State Board BSE Odisha 6th Class Geography Solutions Chapter 3 ମାନଚିତ୍ର ଅଧ୍ୟୟନ Textbook Exercise Questions and Answers.

BSE Odisha Class 6 Geography Solutions Chapter 3 ମାନଚିତ୍ର ଅଧ୍ୟୟନ

୧। ଭୂଗୋଲକ ଅପେକ୍ଷା ମାନଚିତ୍ର କିପରି ଅଧ୍ବକ ଉପଯୋଗୀ ?
Answer:
(୧) ଭୂଗୋଲକ ପୃଥ‌ିବୀର ଏକ ପ୍ରତିରୂପ। ଏଥୁରୁ ପୃଥ‌ିବୀର ବିଭିନ୍ନ ମହାଦେଶ, ମହାସାଗରର ଅବସ୍ଥିତି, ଆକାର, ଆକୃତି ସମ୍ବନ୍ଧରେ ଧାରଣା କରିହୁଏ। ମାତ୍ର ବିଶାଳ ପୃଥ‌ିବୀ ତୁଳନାରେ ଏହା ଅନେକ ଛୋଟ। ଫଳରେ ଛୋଟ ଛୋଟ ସ୍ଥାନଗୁଡ଼ିକର ସବିଶେଷ ତଥ୍ୟ ଏଥୁରୁ ମିଳି ନଥାଏ।
(୨) ଛୋଟ ତଥା ବଡ଼ ଅଞ୍ଚଳ ପାଇଁ ବିଭିନ୍ନ ମାନର ମାନଚିତ୍ର ପ୍ରସ୍ତୁତ କରାଯାଇଥାଏ। ମାନଚିତ୍ରରେ ସମଗ୍ର ପୃଥ‌ିବୀ ଅଥବା ଏହାର ଅଂଶକୁ ଏକ ସମତଳ କାଗଜ ଉପରେ ଏକ ନିର୍ଦ୍ଦିଷ୍ଟ ମାନରେ ଦର୍ଶାଯାଇଥାଏ। ତେଣୁ ଭୂଗୋଲକ ଅପେକ୍ଷା ମାନଚିତ୍ର ଅଧୂକ ଉପଯୋଗୀ ହୋଇଥାଏ। ଫଳରେ ମାନଚିତ୍ରରୁ ବିଭିନ୍ନ ଅଞ୍ଚଳର ସବିଶେଷ ତଥ୍ୟ ମିଳିଥାଏ । ପୁନଶ୍ଚ ଏହାକୁ ଯେକୌଣସି ସ୍ଥାନକୁ ସହଜରେ ନେଇହୁଏ।

BSE Odisha 6th Class Geography Solutions Chapter 3 ମାନଚିତ୍ର ଅଧ୍ୟୟନ

୨। ମାନ କହିଲେ କ’ଣ ବୁଝାଏ ?
Answer:
ପୃଥ‌ିବୀ ପୃଷ୍ଠର ଦୁଇଟି ସ୍ଥାନର ପ୍ରକୃତ ଦୂରତା ଏବଂ ମାନଚିତ୍ର ଉପରେ ଥ‌ିବା ସ୍ଥାନ ଦୁଇଟିର ଦୂରତାର ଅନୁପାତକୁ ମାନ କୁହାଯାଏ।

୩। ମାନଚିତ୍ରରେ ଥ‌ିବା ମୁଖ୍ୟ ଦିଗ ଓ ମଧ୍ୟବର୍ତ୍ତୀ ଦିଗଗୁଡ଼ିକର ନାମ ଲେଖ।
Answer:
ମାନଚିତ୍ରର ଉପରିଭାଗ ଉତ୍ତର ଦିଗ ଓ ନିମ୍ନଭାଗ ଦକ୍ଷିଣ ଦିଗ ଅଟେ । ମାନଚିତ୍ର ଆଡ଼କୁ ମୁହଁ କରି ଛିଡ଼ା ହେଲେ ଡାହାଣ ହାତ ଆଡ଼କୁ ପୂର୍ବ ଦିଗ ଏବଂ ବାମହାତ ଆଡ଼କୁ ପଶ୍ଚିମ ଦିଗ ହୋଇଥାଏ । ସୁତରାଂ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ହେଉଛି ମାନଚିତ୍ରର ଚାରୋଟି ମୁଖ୍ୟ ଦିଗ । ଏହି ମୁଖ୍ୟ ଦିଗଗୁଡ଼ିକର ଆଉ ଚାରୋଟି ମଧ୍ୟବର୍ତ୍ତୀ ଦିଗ ରହିଛି । ସେଗୁଡ଼ିକ ହେଲା ଉତ୍ତର-ପୂର୍ବ (ଐଶାନ୍ୟ), ଦକ୍ଷିଣ-ପୂର୍ବ (ଅଗ୍ନି), ଦକ୍ଷିଣ-ପଶ୍ଚିମ (ନୈଋତ) ଏବଂ ଉତ୍ତର-ପଶ୍ଚିମ (ବାୟୁ) । ଯେକୌଣସି ସ୍ଥାନର ସଠିକ୍ ଅବସ୍ଥିତି ଦର୍ଶାଇବା ପାଇଁ ଏହି ମଧ୍ୟବର୍ତ୍ତୀ ଦିଗଗୁଡ଼ିକ ଯଥେଷ୍ଟ ସାହାଯ୍ୟ କରିଥାଆନ୍ତି।

୪। ମାନଚିତ୍ରର ତିନୋଟି ମୌଳିକ ବୈଶିଷ୍ଟ୍ୟ କ’ଣ ?
Answer:
ମାନଚିତ୍ରର ତିନୋଟି ମୌଳିକ ବୈଶିଷ୍ଟ୍ୟ ହେଲା— ଦୂରତା, ଦିଗ ଓ ସଙ୍କେତ।

୫। କେଉଁ ମାନବିଶିଷ୍ଟ ମାନଚିତ୍ର ସବିଶେଷ ବିବରଣୀ ଦେଇଥାଏ ?
Answer:
ବୃହତ୍ତମାନବିଶିଷ୍ଟ ମାନଚିତ୍ରରେ ଛୋଟ ଅଞ୍ଚଳ ତଥା ସହର, ନଗର, ଗ୍ରାମ ଆଦି ଦର୍ଶାଯାଇଥାଏ। ଏଥୁରେ ବିଭିନ୍ନ ସ୍ଥାନର ସବିଶେଷ ବିବରଣୀ ମିଳିଥାଏ।

BSE Odisha 6th Class Geography Solutions Chapter 3 ମାନଚିତ୍ର ଅଧ୍ୟୟନ

୬। ମାନଚିତ୍ରରେ ସଙ୍କେତ ବ୍ୟବହାର କାହିଁକି ହୋଇଥାଏ ?
Answer:
ମାନଚିତ୍ରରେ ଘର, ରାସ୍ତା, ମନ୍ଦିର, ପୋଲ, ବୃକ୍ଷ ଆଦିର ଆକାର ଓ ଆକୃତି ସଠିକ୍ ଭାବେ ଦର୍ଶାଇବା ସମ୍ଭବ ନୁହେଁ। ଏଗୁଡ଼ିକୁ ଅକ୍ଷର, ଛାୟାଚିତ୍ର, ଚିତ୍ର, ରଙ୍ଗ, ରେଖା ଆଦି ସଙ୍କେତଦ୍ୱାରା ମାନଚିତ୍ରରେ ଦର୍ଶାଇ ଦିଆଯାଇଥାଏ । ଭିନ୍ନ ଭିନ୍ନ ବିଷୟକୁ ଭିନ୍ନ ଭିନ୍ନ ସଙ୍କେତ ମାଧ୍ୟମରେ ଦର୍ଶାଇବା ମାନଚିତ୍ରର ବିଶେଷତ୍ଵ।

୭। ‘କ’ ସ୍ତମ୍ଭରେ ଥ‌ିବା ରଙ୍ଗଗୁଡ଼ିକୁ ‘ଖ’ ସ୍ତମ୍ଭରେ ଥ‌ିବା ଭୂମିରୂପ ସହିତ ଯୋଡ଼।

BSE Odisha 6th Class Geography Solutions Chapter 3 ମାନଚିତ୍ର ଅଧ୍ୟୟନ Q. 1
BSE Odisha 6th Class Geography Solutions Chapter 3 ମାନଚିତ୍ର ଅଧ୍ୟୟନ Q. 2

BSE Odisha 6th Class Geography Solutions Chapter 3 ମାନଚିତ୍ର ଅଧ୍ୟୟନ

୮ । ନିମ୍ନରେ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନ ପାଇଁ ତିନୋଟି ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ଠିକ୍ ଉତ୍ତରଟିକୁ ବାଛି ଲେଖ।

(କ) କମ୍ପାସ୍ ଯନ୍ତ୍ର କେଉଁଥିପାଇଁ ବ୍ୟବହାର କରାଯାଏ?
(୧) ସଙ୍କେତ
(୨) ଦିଗ
(୩) ଦୂରତା
Answer:
(୨) ଦିଗ

(ଖ) କେଉଁ ମାନଚିତ୍ରରେ ଦେଶ ଦେଶ ମଧ୍ୟରେ ଥ‌ିବା ସୀମା ଦର୍ଶାଯାଇଥାଏ?
(୧) ରାଜନୀତିକ
(୨) ପ୍ରାକୃତିକ
(୩) ତଥ୍ୟଭିଭିକ
Answer:
ରାଜନୀତିକ

BSE Odisha 6th Class Geography Solutions Chapter 3 ମାନଚିତ୍ର ଅଧ୍ୟୟନ

(ଗ) କେଉଁଥ୍ରେ ମାନ ବ୍ୟବହାର କରାଯାଇଥାଏ ?
(୧) ରେଖାଚିତ୍ର
(୨) ମାନଚିତ୍ର
(୩) ସଙ୍କେତ
Answer:
(୧) ରାଜନୀତିକ

BSE Odisha 6th Class Geography Notes Chapter 3 ମାନଚିତ୍ର ଅଧ୍ୟୟନ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

BSE Odisha 6th Class Geography Notes Chapter 3 ମାନଚିତ୍ର ଅଧ୍ୟୟନ

  • ପୃଥ‌ିବୀ ବିଷୟରେ ସବିଶେଷ ଜାଣିବାପାଇଁ ଭୂ-ଗୋଲକ ଏବଂ ମାନଚିତ୍ର ଆବଶ୍ୟକ ପଡ଼ିଥାଏ। ଭୂ-ଗୋଲକରେ ବିଶାଳ ପୃଥ‌ିବୀର ଛୋଟ ଛୋଟ ସ୍ଥାନଗୁଡ଼ିକର ସବିଶେଷ ତଥ୍ୟ ମିଳିବା କଷ୍ଟକର। ତେଣୁ ମାନଚିତ୍ର ବ୍ୟବହାର କରାଯାଇଥାଏ। ଛୋଟ ତଥା ବଡ଼ ଅଞ୍ଚଳ ପାଇଁ ବିଭିନ୍ନ ମାନର ମାନଚିତ୍ର ପ୍ରସ୍ତୁତ କରାଯାଇଥାଏ। ମାନଚିତ୍ରରେ ସମଗ୍ର ପୃଥ‌ିବୀ ଅଥବା ଏହାର ଅଂଶକୁ ଏକ ସମତଳ କାଗଜ ଉପରେ ଏକ ନିର୍ଦ୍ଦିଷ୍ଟ ମାନରେ ଦର୍ଶାଯାଇଥାଏ। ମାନ ବା ସ୍କେଲ୍‌ର ବ୍ୟବହାର କରାଯାଉଥିବାରୁ ଏହାକୁ ମାନଚିତ୍ର କୁହାଯାଏ।
  • ବିଭିନ୍ନ ପ୍ରକାରର ଅନେକ ମାନଚିତ୍ର ପୁସ୍ତକ ଆକାରରେ ପ୍ରକାଶିତ ହେଲେ ତାହାକୁ ଆଟ୍‌ଲାସ୍ କୁହାଯାଏ। ମାନଚିତ୍ର ବିଭିନ୍ନ ପ୍ରକାରର ହୋଇଥାଏ। ଯଥା—
    (୧) ପ୍ରାକୃତିକ ମାନଚିତ୍ର
    (୨) ରାଜନୀତିକ ମାନଚିତ୍ର
    (୩) ତଥ୍ୟଭିଭିକ ବା ପ୍ରାସଙ୍ଗିକ ମାନଚିତ୍ର
  • ପ୍ରାକୃତିକ ମାନଚିତ୍ର – ପ୍ରାକୃତିକ ତଥ୍ୟାବଳୀକୁ ନେଇ ପ୍ରସ୍ତୁତ ମାନଚିତ୍ରକୁ ପ୍ରାକୃତିକ ମାନଚିତ୍ର କୁହାଯାଏ।
  • ରାଜନୀତିକ ମାନଚିତ୍ର – ରାଜନୀତିକ ତଥ୍ୟାବଳୀକୁ ନେଇ ପ୍ରସ୍ତୁତ ମାନଚିତ୍ରକୁ ରାଜନୀତିକ ମାନଚିତ୍ର କୁହାଯାଏ।
  • ତଥ୍ୟଭିତ୍ତିକ ମାନଚିତ୍ର – ଏହି ମାନଚିତ୍ରରେ କୌଣସି ଗୋଟିଏ ପ୍ରସଙ୍ଗ ବା ତଥ୍ୟ ଉପସ୍ଥାପନ କରାଯାଇଥାଏ। ଉଦାହରଣସ୍ୱରୂପ ଶିଳ୍ପ ମାନଚିତ୍ର, ରେଳପଥ ମାନଚିତ୍ର, ସଡ଼କ ମାନଚିତ୍ର ଓ ଅରଣ୍ୟ ମାନଚିତ୍ର ଇତ୍ୟାଦି।
  • ପ୍ରତ୍ୟେକ ମାନଚିତ୍ରରେ ତିନୋଟି ମୌଳିକ ବୈଶିଷ୍ଟ୍ୟ ଥାଏ; ଯଥା— ଦୂରତା, ଦିଗ ଓ ସଙ୍କେତ।
  • ମାନର ବ୍ୟବହାରଦ୍ଵାରା ଦୂରତା ମପାଯାଏ। ପୃଥ‌ିବୀ ପୃଷ୍ଠରେ ଅବସ୍ଥିତ ଦୁଇଟି ସ୍ଥାନ ମଧ୍ୟରେ ଥିବା ଦୂରତାକୁ ମାନଚିତ୍ର ଉପରେ ମାତ୍ର ଅଳ୍ପ କେତେ ସେଣ୍ଟିମିଟରରେ ଦେଖାଯାଇଥାଏ।
    ମାନ ଭିତ୍ତିରେ ମାନଚିତ୍ର ଦୁଇଟି ଶ୍ରେଣୀରେ ବିଭକ୍ତ; ଯଥା – ବୃହତ୍ ମାନବିଶିଷ୍ଟ ମାନଚିତ୍ର ଓ କ୍ଷୁଦ୍ର ମାନବିଶିଷ୍ଟ ମାନଚିତ୍ର। ବୃହତ୍ ମାନବିଶିଷ୍ଟ ମାନଚିତ୍ରରେ ଛୋଟ ଅଞ୍ଚଳ ତଥା ସହର, ନଗର, ଗ୍ରାମ ଆଦି ଦର୍ଶାଯାଇଥାଏ। ବଡ଼ ବଡ଼ ଅଞ୍ଚଳ ତଥା ଦେଶ, ମହାଦେଶ, ମହାସାଗର ଆଦିକୁ କ୍ଷୁଦ୍ର ମାନବିଶିଷ୍ଟ ମାନଚିତ୍ରରେ ଦର୍ଶାଯାଇଥାଏ।
  • ପ୍ରତ୍ୟେକ ମାନଚିତ୍ରର ଦକ୍ଷିଣ ପାର୍ଶ୍ଵର ଉପରିଭାଗରେ ଏକ ତୀର ଚିହ୍ନ ଥାଏ। ଏହାକୁ ଦିଗସୂଚକ ରେଖା ବା ଉତ୍ତର ରେଖା କୁହାଯାଏ। ଏହା ଉତ୍ତର ଦିଗକୁ ସୂଚାଏ।
  • କମ୍ପାସ୍ ଯନ୍ତ୍ର ସାହାଯ୍ୟରେ ମଧ୍ୟ ଦିଗ ନିରୂପଣ କରିହୁଏ। ଏଥିରେ ଥିବା ଚୁମ୍ବକୀୟ ସୂଚକରେ ଥିବା ତୀରଚିହ୍ନ ଉତ୍ତର ଦିଗ ଦର୍ଶାଇଥାଏ। ସ୍ଥିର ଅବସ୍ଥାରେ ମଧ୍ୟ ସୂଚକଟି ସର୍ବଦା ଉତ୍ତର-ଦକ୍ଷିଣ ହୋଇ ରହିଥାଏ।
  • ମାନଚିତ୍ରରେ ଘର, ରାସ୍ତା, ମନ୍ଦିର, ପୋଲ, ବୃକ୍ଷ ଆଦିର ଆକାର ଓ ଆକୃତି ସଠିକ୍ ଭାବେ ଦର୍ଶାଇବା ସମ୍ଭବ ନୁହେଁ। ଏଗୁଡ଼ିକୁ ଅକ୍ଷର, ଛାୟାଚିତ୍ର, ଚିତ୍ର, ରଙ୍ଗ, ରେଖା ଆଦି ସଙ୍କେତଦ୍ୱାରା ମାନଚିତ୍ରରେ ଦର୍ଶାଯାଇଥାଏ।
  • ରେଖାଗୁଡ଼ିକ ସାହାଯ୍ୟରେ ବିଭିନ୍ନ ସ୍ଥାନର ଓ ପଦାର୍ଥର ଅବସ୍ଥିତି ଜାଣିବାପାଇଁ ମନରୁ ଯେଉଁ ଚିତ୍ର ଅଙ୍କଯାଏ, ତାହାକୁ ରେଖାଚିତ୍ର କୁହାଯାଏ। ଏଥିରେ ମାନ ବ୍ୟବହୃତ ହୁଏ ନାହିଁ।

BSE Odisha 6th Class Geography Solutions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

Odisha State Board BSE Odisha 6th Class Geography Solutions Chapter 2 ଭୂଗୋଲକ: ଅକ୍ଷାଂଶ ଓ ଦ୍ରାଘିମା Textbook Exercise Questions and Answers.

BSE Odisha Class 6 Geography Solutions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

୧। (କ) ପୃଥ‌ବୀରେ କେତୋଟି ତାପମଣ୍ଡଳ ଅଛି ଏବଂ ସେଗୁଡ଼ିକର ନାମ କ’ଣ ?
Answer:
(୧) ପୃଥ‌ିବୀରେ ତିନିଗୋଟି ତାପମଣ୍ଡଳ ଅଛି।
(୨) ସେଗୁଡ଼ିକର ନାମ ହେଲା – ଗ୍ରୀଷ୍ମମଣ୍ଡଳ, ନାତିଶୀତୋଷ୍ଣ ମଣ୍ଡଳ ଓ ହିମମଣ୍ଡଳ।

BSE Odisha 6th Class Geography Solutions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

(ଖ) ହିମମଣ୍ଡଳର ଉତ୍ତାପ ସବୁଠାରୁ କମ୍ କାହିଁକି ?
Answer:
(୧) ହିମମଣ୍ଡଳ ଉଭୟ ଗୋଲାର୍ଦ୍ଧରେ ମେରୁବୃତ୍ତ ଏବଂ ମେରୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ପଡ଼ିଥାଏ।
(୨) ଫଳରେ ଏହି ଅଞ୍ଚଳଦ୍ୱୟ କମ୍ ସୂର୍ଯ୍ୟତାପ ଓ ସୂର୍ଯ୍ୟାଲୋକ ପାଇଥାଏ ଏବଂ ସର୍ବଦା ବରଫାଚ୍ଛନ୍ନ ରହିଥାଏ। ତେଣୁ ହିମମଣ୍ଡଳର ଉତ୍ତାପ ସବୁଠାରୁ କମ୍ ହୋଇଥାଏ।

(ଗ) ସମାକ୍ଷରେଖା ଓ ଦ୍ରାଘିମାରେଖା କହିଲେ କ’ଣ ବୁଝ ?
Answer:
(୧) ଗ୍ଲୋବ୍ ଉପରେ କେତେକ ବୃତ୍ତାକାର ରେଖା ପୂର୍ବ-ପଶ୍ଚିମ ଦିଗରେ ପରସ୍ପର ସମାନ୍ତରାଳ ଭାବରେ ଅଙ୍କିତ ହୋଇଛି। ଏଗୁଡ଼ିକୁ ସମାକ୍ଷରେଖା କୁହାଯାଏ।
(୨) ଗ୍ଲୋବ ଉପରେ କିଛି ଅଦ୍ଧବୃତ୍ତାକାର ରେଖା ଉତ୍ତର-ଦକ୍ଷିଣ ଭାବେ ଉତ୍ତରମେରୁଠାରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ ବିସ୍ତୃତ ହୋଇଛି । ଏଗୁଡ଼ିକୁ ଦ୍ରାଘିମା ରେଖା ବା ମଧ୍ଯନ୍ଦିନ ରେଖା କୁହାଯାଏ।

(ଘ) ଲଣ୍ଡନରେ ଦିନ ୧୨ ଘଣ୍ଟା ସମୟରେ ଦିଲ୍ଲୀରେ ସନ୍ଧ୍ୟା ୫ ଘଣ୍ଟା ୩୦ ମିନିଟ୍ କାହିଁକି ହୋଇଥାଏ ?
Answer:
ଗ୍ରୀନିଟ୍ ସମୟ ହେଉଛି ଇଂଲଣ୍ଡର ପ୍ରମାଣ ସମୟ । ଆମ ଦେଶର ପ୍ରମାଣ ଦ୍ରାଘିମା ହେଉଛି ୮୨ ଡିଗ୍ରୀ ୩୦ ମିନିଟ୍ ପୂର୍ବ । ଅର୍ଥାତ୍ ମୂଳ ଦ୍ରାଘିମାଠାରୁ ୮୨ ଡିଗ୍ରୀ ୩୦ ମିନିଟ୍ ପୂର୍ବ । ଏକ ଡିଗ୍ରୀ ଦ୍ରାଘିମାର ବ୍ୟବଧାନକୁ ୪ ମିନିଟ୍ ହିସାବରେ ଆମ ସମୟ ଗ୍ରୀନିଟ୍ ବା ଇଂଲଣ୍ଡଠାରୁ ୫ଘ, ୩୦ ମିନିଟ୍ ଆଗୁଆ ହୋଇଥାଏ । ତେଣୁ ଲଣ୍ଡନରେ ଦିନ ୧୨ ଘଣ୍ଟା ୩୦ ମିନିଟ୍ ସମୟ ହୋଇଥାଏ।

BSE Odisha 6th Class Geography Solutions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

୨। ଠିକ୍ ଉତ୍ତରରେ ✓ ଚିହ୍ନ ଦିଅ।

(କ) ମୂଳ ଦ୍ରାଘିମାରେଖା କେତେ ଡିଗ୍ରୀ?
(କ)୯୦°
(ଖ) ୦°
(ଗ) ୬୦°
(ଘ) ୧୮୦°
Answer:
(ଖ) ୦° ✓

(ଖ) ଗ୍ରୀଷ୍ମମଣ୍ଡଳ ମଝିରେ ନିମ୍ନଲିଖ୍ କେଉଁଟି ଅଛି?
(କ) କର୍କଟକ୍ରାନ୍ତି
(ଖ) ବିଷୁବରେଖା
(ଗ) ମକର କ୍ରାନ୍ତି
(ଘ) କ୍ରମେରୁବୃତ୍ତ
Answer:
(ଖ) ବିଷୁବରେଖା ✓

BSE Odisha 6th Class Geography Solutions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

(ଗ) ସର୍ବମୋଟ ଦ୍ରାଘିମା ରେଖା କେତୋଟି ରହିଛି?
(କ) ୩୬୦
(ଖ) ୧୮୦
(ଗ) ୯୦
(ଘ) ୨୪୦
Answer:
(କ) ୩୬୦ ✓

(ଘ) କୁମେରୁ ବୃତ୍ତର ଅବସ୍ଥିତି?
(କ) ଉତ୍ତର ଗୋଲାର୍ଦ୍ଧ
(ଖ) ଦକ୍ଷିଣ ଗୋଲାର୍ଦ୍ଧ
(ଗ) ପୂର୍ବ ଗୋଲାର୍ଦ୍ଧ
(ଘ) ପଶ୍ଚିମ ଗୋଲାର୍ଦ୍ଧ
Answer:
(ଖ) ଦକ୍ଷିଣ ଗୋଲାର୍ଦ୍ଧ ✓

BSE Odisha 6th Class Geography Solutions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

୩। ଗୋଟିଏ ଗ୍ଲୋବ୍‌ର ଚିତ୍ର ଅଙ୍କନ କରି ପୃଥ‌ିବୀର ମୁଖ୍ୟ ସାତୋଟି ସମାକ୍ଷରେଖା ଦର୍ଶାଅ।
Answer:
ମୁଖ୍ୟ ସାତଗୋଟି ସମାକ୍ଷରେଖା ହେଲା—
୦ ଅକ୍ଷାଂଶ, ୫° ଉତ୍ତର ଓ ଦକ୍ଷିଣ ଅକ୍ଷାଂଶ,
BSE Odisha 6th Class Geography Solutions Chapter 2 ଭୂଗୋଲକ ଅକ୍ଷାଂଶ ଓ ଦ୍ରାଘିମା Q.1
BSE Odisha 6th Class Geography Solutions Chapter 2 ଭୂଗୋଲକ ଅକ୍ଷାଂଶ ଓ ଦ୍ରାଘିମା Q. 2
BSE Odisha 6th Class Geography Solutions Chapter 2 ଭୂଗୋଲକ ଅକ୍ଷାଂଶ ଓ ଦ୍ରାଘିମା

BSE Odisha 6th Class Geography Notes Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

ଭୂଗୋଲକ :

  • ପୃଥବୀର ପ୍ରତିରୂପକୁ ଗ୍ଲୋବ୍ ବା ଭୂଗୋଲକ କୁହାଯାଏ। ଏଥରେ ପୃଥ‌ିବୀ ପୃଷ୍ଠର ବିଭିନ୍ନ ଭୂମିରୂପ, ଜଳ ଓ ସ୍ଥଳଭାଗର ବଣ୍ଟନ, ଦେଶ, ମହାଦେଶ ପ୍ରଭୃତିର ଅବସ୍ଥିତି ଦର୍ଶାଯାଇଥାଏ।
  • ଗ୍ଲୋବ୍‌ରେ ଦର୍ଶାଯାଇଥ‌ିବା ଉଭୟ ମେରୁ ଓ ଦକ୍ଷିଣ ମେରୁକୁ ଏକ ଦଣ୍ଡଦ୍ୱାରା ସଂଯୁକ୍ତ କରାଯାଇଥାଏ, ଯାହାକୁ ଅକ୍ଷ କୁହାଯାଏ।
  • ଗ୍ଲୋବଟି ଯେପରି ତା’ର ଅକ୍ଷ ଚତୁଃପାର୍ଶ୍ଵରେ ଘୂରିପାରେ, ପୃଥ‌ିବୀ ସେହିପରି ଏକ କାଳ୍ପନିକ ଅକ୍ଷ ଚତୁଃପାର୍ଶ୍ଵରେ ପଶ୍ଚିମରୁ ପୂର୍ବକୁ ଅନବରତ ଘୁରୁଥାଏ। ପୃଥ‌ିବୀର ଏହି ଘୂର୍ଶନକୁ ଆବର୍ତ୍ତନ ଗତି କୁହାଯାଏ।
  • ପୃଥ‌ିବୀ ନିଜର ଆବର୍ତ୍ତନ ଗତି ସହିତ ସୂର୍ଯ୍ୟ ଚାରିପାଖେ ଏକ ନିର୍ଦ୍ଦିଷ୍ଟ ପଥରେ ପ୍ରଦକ୍ଷିଣ କରିଥାଏ । ପୃଥ‌ିବୀର ଏହି ଗତିକୁ ପରିକ୍ରମଣ କୁହାଯାଏ। ଏହି ନିର୍ଦ୍ଦିଷ୍ଟ ପଥକୁ କକ୍ଷପଥ କୁହାଯାଏ।
  • ପୃଥ‌ିବୀର ଅକ୍ଷ ତାହାର କକ୍ଷତଳ ସହ ୬୬,୧°/୨ ଆନତ ରହିଲା ଭଳି ଗ୍ଲୋବ୍‌ର ଅକ୍ଷଦଣ୍ଡ ଭୂପୃଷ୍ଠ ସହ ୬୬,୧°/୨ ଆନତ ହୋଇ ରହିଥାଏ।
  • ଭୂପୃଷ୍ଠରେ ଥବା ଦେଶ, ମହାଦେଶ ଏବଂ ସାଗର, ମହାସାଗର ଇତ୍ୟାଦିକୁ ଉପଯୁକ୍ତ ମାନ ଅନୁଯାୟୀ ଗ୍ଲୋବ୍‌ରେ ଦର୍ଶାଯାଇଥାଏ।

BSE Odisha 6th Class Geography Notes Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

→ ଅକ୍ଷାଂଶ :

  • ଭୂପୃଷ୍ଠରେ ଅବସ୍ଥିତ କୌଣସି ସ୍ଥାନ ଭୂ-କେନ୍ଦ୍ରଠାରେ ବିଷୁବ ରେଖା ସହିତ ଯେଉଁ କୋଣ ସୃଷ୍ଟିକରେ ତାହାକୁ ସେହି ସ୍ଥାନର ଅକ୍ଷାଂଶ କୁହାଯାଏ।
  • ଭୂପୃଷ୍ଠରେ ଅବସ୍ଥିତ କୌଣସି ସ୍ଥାନ ଭୂ-କେନ୍ଦ୍ରଠାରେ ବିଷୁବ ରେଖା ସହିତ ଯେଉଁ କୋଣ ସୃଷ୍ଟିକରେ ତାହାକୁ ସେହି ସ୍ଥାନର ଅକ୍ଷାଂଶ କୁହାଯାଏ।
  • ସବୁଠାରୁ ବଡ଼ ସମାକ୍ଷରେଖା ହେଉଛି ବିଷୁବ ରେଖା ବା ବିଷୁବ ବୃତ୍ତ । ଏହା ଭୂପୃଷ୍ଠର ମଧ୍ୟଭାଗରେ ଅବସ୍ଥିତ । ବୃତ୍ତ କୁହାଯାଏ । ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ୨୩,୧/୨ ଡିଗ୍ରୀ ଓ ୬୬,୧/୨ ଡିଗ୍ରୀ
  • ସମାକ୍ଷରେଖାକୁ ଯଥାକ୍ରମେ ମକରକ୍ରାନ୍ତି ଏବଂ କୁମେରୁ ବୃତ୍ତ କୁହାଯାଏ।
  • ଉତ୍ତରମେରୁର ଅକ୍ଷାଂଶକୁ ୯୦ ଡିଗ୍ରୀ ଉତ୍ତର ଓ ଦକ୍ଷିଣମେରୁର ଅକ୍ଷାଂଶକୁ ୯୦ ଡିଗ୍ରୀ ଦକ୍ଷିଣ କୁହାଯାଏ । ବିଷୁବରେଖାର ଅକ୍ଷାଂଶ ହେଉଛି ୦ ଡ଼ିଗ୍ରୀ।

→ ପୃଥ‌ିବୀର ତାପମଣ୍ଡଳ :

  • ୦ ଡ଼ିଗ୍ରୀ ଅକ୍ଷାଂଶଠାରୁ ଉଭୟ ଗୋଲାର୍ଦ୍ଧରେ ୨୩, ଡିଗ୍ରୀ ଅକ୍ଷାଂଶ ପର୍ଯ୍ୟନ୍ତ ଅଞ୍ଚଳକୁ ଗ୍ରୀଷ୍ମ ମଣ୍ଡଳ କୁହାଯାଏ। ଏଠାରେ ତାପମାତ୍ରା ସର୍ବାଧିକ ହୋଇଥାଏ। ଏଠାରେ ସୂର୍ଯ୍ୟଙ୍କର ଲମ୍ବ କିରଣ ପଡ଼ିଥାଏ।
  • ଉଭୟ ଗୋଲାର୍ଦ୍ଧରେ ୨୩,୧/୨ ଡିଗ୍ରୀ ଅକ୍ଷାଂଶଠାରୁ ୬୬,୧/୨ ଡିଗ୍ରୀ ଅକ୍ଷାଂଶ ପର୍ଯ୍ୟନ୍ତ ଅଞ୍ଚଳକୁ ନାତିଶୀତୋଷ୍ଣ ମଣ୍ଡଳ କୁହାଯାଏ।
  • ଉଭୟ ଗୋଲାର୍ଦ୍ଧରେ ୬୬, ଡିଗ୍ରୀ ଅକ୍ଷାଂଶରୁ ୯୦ ଡିଗ୍ରୀ ଅକ୍ଷାଂଶ ପର୍ଯ୍ୟନ୍ତ ଅଞ୍ଚଳକୁ ହିମ ମଣ୍ଡଳ କୁହାଯାଏ। ଏଠାରେ ପ୍ରବଳ ଥଣ୍ଡା ଅନୁଭୂତ ହୁଏ।

BSE Odisha 6th Class Geography Notes Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

→ ଦ୍ରାଘିମା :

  • ବିଷୁବ ରେଖାର ଉତ୍ତର ଓ ଦକ୍ଷିଣରେ ଅବସ୍ଥିତ ସ୍ଥାନର ଦୂରତ୍ବ ଯେପରି ଅକ୍ଷାଂଶଦ୍ଵାରା ନିର୍ଣ୍ଣୀତ ହୁଏ ସେହିପରି ୦ ଡିଗ୍ରୀ ପ୍ରଧାନ ମଧଦିନ ରେଖାଠାରୁ ପୂର୍ବ ଓ ପଶ୍ଚିମରେ ଅବସ୍ଥିତ ସ୍ଥାନଗୁଡ଼ିକର ଦୂରତ୍ୱ
  • ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ମପାଯାଏ। ଏହି ଦୂରତ୍ବକୁ ସେହି ସ୍ଥାନର କୌଣିକ ଦୂରତ୍ବ ବା ଦ୍ରାଘିମା କୁହାଯାଏ।
  • ପୃଥ‌ିବୀର ସବୁଦେଶର ସମ୍ମତିକ୍ରମେ ଇଂଲଣ୍ଡର ଗ୍ରୀନିଟ୍‌ରେ ସ୍ଥାପିତ ବ୍ରିଟିଶ ରୟାଲ୍ ଅବଜରଭେଟୋରି କେନ୍ଦ୍ର ଦେଇ କଳ୍ପିତ ରେଖାକୁ ୦ ଡିଗ୍ରୀ ବା ମୂଳ ଦ୍ରାଘିମାରେଖା ରୂପେ ମାନି ନିଆଯାଇଛି।

→ ଦ୍ରାଘିମା ଓ ସମୟ :

  • ପୃଥ‌ିବୀ ୧ ଡିଗ୍ରୀ ବୁଲିବା ପାଇଁ ୪ ମିନିଟ୍ ସମୟ ନିଏ । ଅର୍ଥାତ୍‌ ଗ୍ରୀନିଚ୍‌ର ପଶ୍ଚିମରେ ଥିବା ୧ ଡିଗ୍ରୀ ଦ୍ରାଘିମା ରେଖା ଉପରେ ସମୟ ୪ ମିନିଟ୍ ପଛୁଆ ଏବଂ ୧ ଡିଗ୍ରୀ ପୂର୍ବରେ ଥ‌ିବା ଦ୍ରାଘିମା ଉପରେ
  • ସମୟ ୪ ମିନିଟ୍ ଆଗୁଆ ହେବ। ଗ୍ରୀନିଚ୍ ଦ୍ରାଘିମା ଦେଇ ଯାଇଥବା ମୂଳ ଦ୍ରାଘିମାର ସମୟକୁ ଗ୍ରୀନିତ୍‌ ପ୍ରମାଣ ସମୟ କୁହାଯାଏ । ଆହାବାଦ୍ ସହର ନିକଟରେ ଯାଇଥିବା ୮୨ ଡିଗ୍ରୀ ୩୦ ମିନିଟ୍ ପୂର୍ବ ଦ୍ରାଘିମାକୁ ଭାରତର ପ୍ରମାଣ ଦ୍ରାଘିମା ଏବଂ ଏହାର ସ୍ଥାନୀୟ ସମୟକୁ ଭାରତର ପ୍ରମାଣ ସମୟ କୁହାଯାଏ।

BSE Odisha 6th Class Geography Notes Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

→ ଆନ୍ତର୍ଜାତିକ ତାରିଖ ରେଖା :

  • ଆନ୍ତର୍ଜାତିକ ତାରିଖ ରେଖାର ଗୁରୁତ୍ଵ ଯଥେଷ୍ଟ ବେଶି। ଆପାତତଃ ୧୮୦ ଡିଗ୍ରୀ ପୂର୍ବ ତଥା ୧୮୦ ଡିଗ୍ରୀ ପଶ୍ଚିମ ଦ୍ରାଘିମା ରେଖାକୁ ଏକ ତାରିଖ ରେଖା ଭାବରେ ଗ୍ରହଣ କରାଯାଇଥାଏ।
  • ୧୮୦ ଡିଗ୍ରୀ ଦ୍ରାଘିମାରେଖା ସ୍ଥଳଭାଗ ଓ ଜଳଭାଗ ଉପରଦେଇ ଯାଇଥାଏ। ଏହା ଏକ ଦ୍ବୀପ କିମ୍ବା ଦେଶ ମଧ୍ୟଦେଇ ଗଲାବେଳେ ସେଠାରେ ଉକ୍ତ ଦ୍ରାଘିମାର ପୂର୍ବ ଓ ପଶ୍ଚିମ ଉଭୟ ପାର୍ଶ୍ଵରେ ତାରିଖର ତାରତମ୍ୟ ଦେଖାଯାଇଥାଏ। ଏହି ଅସୁବିଧା ଦୂର କରିବା ପାଇଁ ସେହି ଦ୍ବୀପ ବା ଦେଶଠାରେ ଏହି ଦ୍ରାଘିମାର ଦିଗ ସାମାନ୍ୟ ପରିବର୍ତ୍ତନ କରାଯାଇ ଜଳଭାଗ ଉପରେ ଟଣାଯାଇଛି। ଏହାକୁ ଆନ୍ତର୍ଜାତିକ ତାରିଖ ରେଖା କୁହାଯାଏ।

BSE Odisha 6th Class Geography Solutions Chapter 1 ପୃଥିବୀ ଓ ସୌର ଜଗତ

Odisha State Board BSE Odisha 6th Class Geography Solutions Chapter 1 ପୃଥିବୀ ଓ ସୌର ଜଗତ Textbook Exercise Questions and Answers.

BSE Odisha Class 6 Geography Solutions Chapter 1 ପୃଥିବୀ ଓ ସୌର ଜଗତ

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ବାକ୍ୟରେ ଲେଖ ।

(କ) ସୌରଜଗତ କହିଲେ କ’ଣ ବୁଝ ?
Answer:
ସୂର୍ଯ୍ୟଙ୍କଠାରୁ ଉତ୍ପନ୍ନ ହୋଇ ଶୂନ୍ୟରେ ଘୂରିବୁଲୁଥିବା ଆଠଟି ଗ୍ରହ, ତିନୋଟି ବାମନ ଗ୍ରହ, ଅନେକ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅସଂଖ୍ୟ ଉଲ୍‌କା ଓ ଧୂମକେତୁକୁ ନେଇ ସୂର୍ଯ୍ୟ ସହିତ ଗଠିତ ହୋଇଥ‌ିବା ପରିବାରକୁ ସୌର ଜଗତ କୁହାଯାଏ।

BSE Odisha 6th Class Geography Solutions Chapter 1 ପୃଥିବୀ ଓ ସୌର ଜଗତ

(ଖ) ଦୂରତା କ୍ରମରେ ସୌର ଜଗତରେ ଗ୍ରହଗୁଡ଼ିକର ନାମ ଲେଖ।
Answer:
ଦୂରତା କ୍ରମରେ ସୌର ଜଗତରେ ଥ‌ିବା ଗ୍ରହଗୁଡ଼ିକର ନାମ ହେଲା – ବୁଧ, ଶୁକ୍ର, ପୃଥ‌ିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନ୍ସ ଓ ନେପ୍‌ଚ୍ୟୁନ୍।

(ଗ) ପୃଥ‌ିବୀକୁ କାହିଁକି ଅଦ୍ବିତୀୟ ଗ୍ରହ କୁହାଯାଏ ?
Answer:
ପୃଥ‌ିବୀକୁ ଏକ ଅଦ୍ବିତୀୟ ଗ୍ରହ କୁହାଯାଏ, କାରଣ :
(୧) ପୃଥ‌ିବୀ ପୃଷ୍ଠରେ ଅଧ‌ିକ ଗରମ ବା ଥଣ୍ଡା ଅନୁଭୂତ ହୁଏ ନାହିଁ।
(୨) ଏଥିରେ ବାୟୁ, ଜଳ ଓ ଅନ୍ୟାନ୍ୟ ଉପାଦାନ ରହିଥ‌ିବାରୁ ଏହା ପୃଷ୍ଠରେ ଜୀବଜଗତର ସୃଷ୍ଟି ହୋଇପାରିଛି ଓ ଏହା ବିଭିନ୍ନ ପ୍ରକାର ଜୀବଜନ୍ତୁ ଏବଂ ବୃକ୍ଷଲତାମାନଙ୍କର ଆଶ୍ରୟସ୍ଥଳୀ ହୋଇପାରିଛି।

(ଘ) ଆମେ ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ଦେଖୁ କାହିଁକି ?
Answer:
(୧) ଚନ୍ଦ୍ର ନିଜ ଅକ୍ଷ ଚାରିପଟେ ଘୂରିବା ପାଇଁ ଏବଂ ପୃଥ‌ିବୀ ଚାରିପାଖରେ ପରିକ୍ରମଣ କରିବା ପାଇଁ ପ୍ରାୟ ୨୭ଦିନ ୮ ଘଣ୍ଟା ସମୟ ନେଇଥାଏ।
(୨) ତେଣୁ ଏହାର ଆବର୍ତ୍ତନ ଓ ପରିକ୍ରମଣ ସମୟ ପ୍ରାୟ ସମାନ ହୋଇଥିବାରୁ ଆମେ ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ଦେଖୁଥାଉ।

BSE Odisha 6th Class Geography Solutions Chapter 1 ପୃଥିବୀ ଓ ସୌର ଜଗତ

ଙ) ବିଶ୍ୱବ୍ରହ୍ମାଣ୍ଡ କାହାକୁ ନେଇ ଗଠିତ ?
Answer:
ଅନେକ ଛାୟାପଥ, ନୀହାରିକା ବା ନକ୍ଷତ୍ରପୁଞ୍ଜ, ତାରକା ବା ନକ୍ଷତ୍ର, ଗ୍ରହ, ଗ୍ରହାଣୁପୁଞ୍ଜ, ଉପଗ୍ରହ, ଉଲ୍‌କା, ଧୂମକେତୁ ଇତ୍ୟାଦିକୁ ନେଇ ବିଶ୍ବବ୍ରହ୍ମାଣ୍ଡ ଗଠିତ ହୋଇଛି।

(ଚ) ଉପଗ୍ରହ କାହାକୁ କୁହାଯାଏ ?
Answer:
(୧) ନିଜସ୍ଵ ଆଲୋକ ନଥିବା, ସ୍ଥିର ଆଲୋକ ଦେଉଥ‌ିବା ଯେଉଁ ଜ୍ୟୋତିଷଗୁଡ଼ିକ କୌଣସି ଗ୍ରହ ଚାରିପଟେ ପରିକ୍ରମଣ କରୁଥା’ନ୍ତି, ସେଗୁଡ଼ିକୁ ଉପଗ୍ରହ କୁହାଯାଏ।
(୨) ଚନ୍ଦ୍ର ପୃଥ‌ିବୀର ଏକ ଉପଗ୍ରହ।

(ଛ) ସପ୍ତର୍ଷି ମଣ୍ଡଳ ସାହାଯ୍ୟରେ ତୁମେ ଧ୍ରୁବତାରାର ଅବସ୍ଥାନ କିପରି ନିର୍ଣ୍ଣୟ କରିବ ?
Answer:
ସପ୍ତର୍ଷିମଣ୍ଡଳ ମଧ୍ୟରୁ ପୁଲହ ଓ କ୍ରତୁ ନକ୍ଷତ୍ର ଦୁଇଟିକୁ ଏକ କାଳ୍ପନିକ ରେଖାରେ ଯୋଗକରି ବ୍ରତ ଦିଗରେ ଉତ୍ତରକୁ ବଢ଼ାଇଲେ ତାହା ଯେଉଁ ଉଜ୍ଜ୍ଵଳ ତାରକା ପାଖରେ ପହଞ୍ଚି, ତାହାହିଁ ହେଉଛି ଧ୍ରୁବତାରା।

(ଜ) ଚନ୍ଦ୍ର ପୃଷ୍ଠ କେଉଁ କେଉଁ ପଦାର୍ଥରେ ଗଠିତ ?
Answer:
ଚନ୍ଦ୍ରପୃଷ୍ଠ ଅନେକ ଶିଳା, ସୁପ୍ତ ଆଗ୍ନେୟଗିରି, ଗହ୍ଵର, ପର୍ବତ ଓ ଧୂସର ବର୍ଷର ବିସ୍ତୀର୍ଣ୍ଣ ବାଲୁକାରାଶିକୁ ନେଇ ଗଠିତ।

(ଝ) ଗ୍ରହାଣୁପୁଞ୍ଜ କାହାକୁ କୁହାଯାଏ ?
Answer:
(୧) ସୌରଜଗତର ମଙ୍ଗଳ ଓ ବୃହସ୍ପତି ଗ୍ରହ ମଧ୍ଯରେ ରହିଥ‌ିବା ଅସଂଖ୍ୟ ଛୋଟ ଛୋଟ ଉଜ୍ଜ୍ବଳ ପିଣ୍ଡ ଯେଉଁଗୁଡ଼ିକ ନିଜ ନିଜର କକ୍ଷ ପଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରିଥା’ନ୍ତି, ସେଗୁଡ଼ିକୁ ଗ୍ରହାଣୁପୁଞ୍ଜ କୁହାଯାଏ।
(୨) ଏଗୁଡ଼ିକ ଏକ ବୃହତ୍ ଗ୍ରହର ବିଭାଜନଜନିତ ଭଗ୍ନ ଅଂଶ ସମୂହ ବୋଲି ଜଣାପଡ଼ିଛି ।

BSE Odisha 6th Class Geography Solutions Chapter 1 ପୃଥିବୀ ଓ ସୌର ଜଗତ

(ଞ) ଛାୟାପଥ କହିଲେ କ’ଣ ବୁଝ ?
Answer:
(୧) ଶୀତଦିନେ ଆକାଶରେ ଉତ୍ତର ଦକ୍ଷିଣ ଭାବରେ ରହି ଧଳା ଦିଶୁଥ‌ିବା ଏକ ବିସ୍ତୃତ ଆଲୋକପଥ ଦେଖାଯାଏ, ଯାହା ଅସଂଖ୍ୟ ନକ୍ଷତ୍ର ପୁଞ୍ଜ ବା ନୀହାରିକାକୁ ନେଇ ଗଠିତ।
(୨) ତାହାକୁ ଛାୟାପଥ କୁହାଯାଏ।

୨। ଶୂନ୍ୟସ୍ଥାନ ପୂରଣ କର।

(କ) ଉଲ୍‌କା ___________ ରେ ଗଠିତ।
Answer:
ଧୂମକେତୁର ସଲଫାଇଡ୍।

(ଖ) ଆମ ସୌର ଜଗତ _____________ ଛାୟାପଥରେ ଅବସ୍ଥିତ।
Answer:
(ଖ) ଆକାଶ ଗଙ୍ଗା

(ଗ) ଦୂରତା ଅନୁସାରେ __________ ଗ୍ରହ ସୂର୍ଯ୍ୟଙ୍କର ନିକଟତମ।
Answer:
ବୁଧ

BSE Odisha 6th Class Geography Solutions Chapter 1 ପୃଥିବୀ ଓ ସୌର ଜଗତ

(ଘ) ପୃଥ‌ିବୀର ___________ ଟି ପ୍ରାକୃତିକ ଉପଗ୍ରହ ରହିଅଛି।
Answer:

(ଙ) ମହାକାଶ ବିଜ୍ଞାନୀମାନେ ____________ ଗ୍ରହକୁ ସୌଜଗତରୁ ବାଦ୍ ଦେଇଛନ୍ତି।
Answer:
ପ୍ଲା ଟୋ

୩। ନିମ୍ନଲିଖ ଉକ୍ତିଗୁଡ଼ିକ ମଧ୍ୟରୁ ଠିକ୍ ଭକ୍ତି ପାଖରେ √ ଚିହ୍ନ ଦିଅ।

(କ) ନକ୍ଷତ୍ରମାନଙ୍କର ନିଜର ଆଲୋକ ଓ ଉତ୍ତାପ ରହିଅଛି।
(ଖ) ଗ୍ରହମାନଙ୍କର କକ୍ଷପଥ ସଂପୂର୍ଣ୍ଣ ବୃତ୍ତାକାର।
(ଗ) ଗ୍ରହମାନେ ସୂର୍ଯ୍ୟ ଚତୁଃପାର୍ଶ୍ବରେ ପରିକ୍ରମଣ କରିଥାଆନ୍ତି।
(ଘ) ୟୁରେନ୍ସ ଗ୍ରହର ପରିକ୍ରମଣ ସମୟ ୪୮ ବର୍ଷ।
(ଙ) କୃତ୍ରିମ ଉପଗ୍ରହଗୁଡ଼ିକୁ ପୃଥ‌ିବୀ ତଥା ଅନ୍ୟ ଗ୍ରହଗୁଡ଼ିକୁ ପରିକ୍ରମଣ କରନ୍ତି।

Answers
(କ) (√)
(ଖ) (×)
(ଗ) (√)
(ଘ) (×)
(ଙ) (√)

BSE Odisha 6th Class Geography Solutions Chapter 1 ପୃଥିବୀ ଓ ସୌର ଜଗତ

୪। ନିମ୍ନଲିଖତ ପ୍ରତ୍ୟେକ ଯୋଡ଼ା ମଧ୍ଯରେ ପାର୍ଥକ୍ୟ ନିରୂପଣ କର।
(କ) ଗ୍ରହ ଓ ନକ୍ଷତ୍ର
Answer:

ଗ୍ରହ ନକ୍ଷତ୍ର
(୧) ଗ୍ରହଗୁଡ଼ିକର ନିଜର ଆଲୋକ ଓ ଉତ୍ତାପ ନଥାଏ।
(୨) ଏଗୁଡ଼ିକ ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହୋଇ  ସ୍ଥିର ଆଲୋକ ଦେଇଥା’ନ୍ତି।
(୩) ଗ୍ରହଗୁଡ଼ିକ ସୂର୍ଯ୍ୟଙ୍କଠାରୁ ଏକ ନିର୍ଦ୍ଦିଷ୍ଟ ଦୂରତାରେ ରହିଥା’ନ୍ତି।
(୧) ନକ୍ଷତ୍ରଗୁଡ଼ିକର ନିଜର ଆଲୋକ ଓ ଉତ୍ତାପ ଥାଏ।
(୨) ଏଗୁଡ଼ିକର ନିଜର ଆଲୋକ ଥିବାରୁ ସର୍ବଦା ମିଞ୍ଜି ମିଞ୍ଜି ଭାବରେ ଦେଖାଯାଆନ୍ତି।
(୩) ନକ୍ଷତ୍ରଗୁଡ଼ିକ ମଧ୍ୟରେ ସେପରି ନିର୍ଦ୍ଦିଷ୍ଟ ଦୂରତା ନ ଥାଏ।

(ଖ) ପ୍ରାକୃତିକ ଉପଗ୍ରହ ଓ କୃତ୍ରିମ ଉପଗ୍ରହ
Answer:

ପ୍ରାକୃତିକ ଉପଗ୍ରହ କୃତ୍ରିମ ଉପଗ୍ରହ
(୧) ପ୍ରାକୃତିକ ଉପଗ୍ରହଗୁଡ଼ିକ ସୂର୍ଯ୍ୟଙ୍କଠାରୁ ଉତ୍ପତ୍ତି ହୋଇଥାଏ। (୧) କୃତ୍ରିମ ଉପଗ୍ରହଗୁଡ଼ିକ ମନୁଷ୍ୟଦ୍ଵାରା ତିଆରି ହୋଇଥାଏ।
(୨) ଏହି ଉପଗ୍ରହଗୁଡ଼ିକ ସର୍ବଦା ନିଜ ଅକ୍ଷ ଚାରିପଟେ ଆବର୍ତ୍ତନ ଓ ଗ୍ରହ ଚାରିପାଖରେ ପରିକ୍ରମଣ କରିବା ସହ ସୂର୍ଯ୍ୟଙ୍କ ଚାରିପଟେ ଘୂରିଥା’ନ୍ତି । ସହ ସୂର୍ଯ୍ୟଙ୍କ ଚାରିପଟେ ଘୂରିଥା’ନ୍ତି। (୨) କୃତ୍ରିମ ଉପଗ୍ରହଗୁଡ଼ିକୁ ବିଶ୍ବବ୍ରହ୍ମାଣ୍ଡ ବିଷୟରେ ତଥ୍ୟ ସଂଗ୍ରହ ପାଇଁ ରକେଟ୍ ସାହାଯ୍ୟରେ ପ୍ରେରଣ କରାଯାଇ ପୃଥ‌ିବୀପୃଷ୍ଠରୁ ଉର୍ଦ୍ଧ୍ବରେ ନିଜସ୍ଵ କକ୍ଷ ପଥରେ ସ୍ଥାପିତ କରାଯାଇଥାଏ।
(୩) ପ୍ରାକୃତିକ ଉପଗ୍ରହଗୁଡ଼ିକର ଆବର୍ତ୍ତନ ଓ ପରିକ୍ରମଣ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ହୋଇଥାଏ। (୩) ଏମାନଙ୍କର ନିର୍ଦ୍ଦିଷ୍ଟ ଆବର୍ତ୍ତନ ଓ ପରିକ୍ରମଣ ସମୟ ନଥାଏ।
(୪) ଚନ୍ଦ୍ର ପୃଥ‌ିବୀର ଏକ ପ୍ରାକୃତିକ ଉପଗ୍ରହ। (୪) INSAT, IRS ଇତ୍ୟାଦି କୃତ୍ରିମ ଉପଗ୍ରହ।

BSE Odisha 6th Class Geography Solutions Chapter 1 ପୃଥିବୀ ଓ ସୌର ଜଗତ
(ଗ) ନକ୍ଷତ୍ର ଓ ନୀହାରିକା
Answer:

ନକ୍ଷତ୍ର ନୀହାରିକା
(୧) ରାତ୍ରିରେ ମିଞ୍ଜି ମିଞ୍ଜି ଦେଖାଯାଉଥ‌ିବା ମହାଜାଗତିକ ପିଣ୍ଡଗୁଡ଼ିକୁ ନକ୍ଷତ୍ର କୁହାଯାଏ।
(୨) ସୂର୍ଯ୍ୟ ଏକ ନକ୍ଷତ୍ର।
(୧) ନକ୍ଷତ୍ର ମାନଙ୍କର ବା ନକ୍ଷତ୍ରପୁଞ୍ଜର ସମଷ୍ଟିକୁ ନୀହାରିକା କୁହାଯାଏ।
(୨) ନୀହାରିକାରୁ ଅସଂଖ୍ୟ ସୂର୍ଯ୍ୟ ସୃଷ୍ଟି ହୋଇପାରେ।

 

BSE Odisha 6th Class Geography Notes Chapter 1 ପୃଥିବୀ ଓ ସୌର ଜଗତ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

  • ପୃଥ‌ିବୀ ଏକ ଗ୍ରହ । ଆମେ ସମସ୍ତେ ପୃଥ‌ିବୀ ପୃଷ୍ଠରେ ବାସ କରିଥାଉ । ଦିନବେଳେ ପୃଥ‌ିବୀ ସୂର୍ଯ୍ୟଙ୍କଠାରୁ ଆଲୋକ ଓ ଉତ୍ତାପ ପାଇଥାଏ।
  • ଆକାଶରେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯା’ନ୍ତି।
  • ଆକାଶରେ ଚନ୍ଦ୍ରର ଆକାର, ଉଦୟ ସମୟ ଓ ଅବସ୍ଥିତି ପ୍ରତିଦିନ ବଦଳିଥାଏ।
  • ଚନ୍ଦ୍ରର ଆକାର ବୃଦ୍ଧି ପାଇ ପୂର୍ଣ୍ଣମୀ ଦିନ ସମ୍ପୂର୍ଣ୍ଣ ଗୋଲ ଚନ୍ଦ୍ର ଦେଖାଯା’ନ୍ତି ଓ ଏହାପରେ ଦିନକୁ ଦିନ ହ୍ରାସ ପାଇ ଅମାବାସ୍ୟା ଦିନ ଚନ୍ଦ୍ର ଆଦୌ ଦେଖାଯା’ନ୍ତି ନାହିଁ।
  • ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ସହିତ ମହାକାଶରେ ଦେଖାଯାଉଥିବା ଅସଂଖ୍ୟ ଉଜ୍ଜ୍ବଳ ପିଣ୍ଡଗୁଡ଼ିକୁ ମହାଜାଗତିକ ପିଣ୍ଡ କୁହାଯାଏ।
  • ଏହି ମହାଜାଗତିକ ପିଣ୍ଡଗୁଡ଼ିକ ମଧ୍ୟରୁ କେତେକଙ୍କର ନିଜସ୍ବ ଆଲୋକ ଓ ଉତ୍ତାପ ଥାଏ ଓ ପୃଥ‌ିବୀ ପୃଷ୍ଠରୁ ଦୂରତା ଅନୁସାରେ ସେଗୁଡ଼ିକର ଆକାର ଛୋଟ ବା ବଡ଼ ଦେଖା ଯାଇଥାଏ।
  • ଆକାଶରେ ରାତ୍ରିରେ ମିଞ୍ଜି ମିଞ୍ଜି କରୁଥିବା ଏହି ଉଜ୍ଜ୍ଵଳ ପିଣ୍ଡଗୁଡ଼ିକୁ ନକ୍ଷତ୍ର ବା ତାରକା କୁହାଯାଏ।
  • ମହାଜାଗତିକ ପିଣ୍ଡଗୁଡ଼ିକର ଦୂରତ୍ବକୁ ଜ୍ୟୋତିର୍ବିଜ୍ଞାନୀମାନେ ଆଲୋକ ବର୍ଷ ସାହାଯ୍ୟରେ ମାପିଥା’ନ୍ତି।

BSE Odisha 6th Class Geography Notes Chapter 1 ପୃଥିବୀ ଓ ସୌର ଜଗତ

→ ଆଲୋକ ପ୍ରତି ସେକେଣ୍ଡରେ ପ୍ରାୟ ୩,୦୦, ୦୦୦ କିଲୋମିଟର ବେଗରେ ଗତି କରେ । ଏକ ବର୍ଷ ମଧ୍ୟରେ ଆଲୋକ ଯେତେ ଦୂରତ୍ୱ ଅତିକ୍ରମ କରେ, ତାହାକୁ ଏକ ଆଲୋକ ବର୍ଷ କୁହାଯାଏ । ଅର୍ଥାତ୍ ଏକ ଆଲୋକ ବର୍ଷ = ୩,୦୦,୦୦୦ x ୬୦ x ୬୦ x ୨୪x ୩୬୫ କିଲୋମିଟର।

  • ସୂର୍ଯ୍ୟ ଏକ ନକ୍ଷତ୍ର।
  • ସୂର୍ଯ୍ୟଙ୍କଠାରୁ ସହସ୍ର ଗୁଣ ଅଧିକ ବଡ଼ ନକ୍ଷତ୍ର ମଧ୍ୟ ଅଛନ୍ତି; ମାତ୍ର ସେଗୁଡ଼ିକ ପୃଥ‌ିବୀଠାରୁ ବହୁ ଦୂରରେ ଥିବାରୁ ଆକାରରେ ଛୋଟ ଦେଖାଯାଆନ୍ତି।
  • ଆକାଶରେ ସୂର୍ଯ୍ୟଙ୍କ ପରି କେତେକ ନକ୍ଷତ୍ର ପାଖାପାଖି ହୋଇ ବିଭିନ୍ନ ଆକାରରେ ସଜ୍ଜିତ ହୋଇ ରହିଥା’ଛି। ଏମାନଙ୍କୁ ନକ୍ଷତ୍ର ମଣ୍ଡଳ ବା ନକ୍ଷତ୍ର ପୁଞ୍ଜ କୁହାଯାଏ । ସପ୍ତର୍ଷି ମଣ୍ଡଳ, କ୍ଷୁଦ୍ର ସପ୍ତର୍ଷି ମଣ୍ଡଳ (ଶିଶୁମାର) ଏହାର ଉଦାହରଣ ଅଟେ।
  • ଆକାଶରେ ରାତିରେ ସପ୍ତର୍ଷି ମଣ୍ଡଳ ଏକ ପ୍ରଶ୍ନବାଚୀ (?) ଚିହ୍ନ ପରି ଦେଖାଯା’ନ୍ତି । ଏଥ‌ିରେ କ୍ରତୁ, ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା, ବଶିଷ୍ଟ ଓ ମରୀଚି ନାମକ ସାତଟି ନକ୍ଷତ୍ର ରହିଥା’ନ୍ତି।
  • ପୁଲହ ଓ କ୍ରତୁ ନକ୍ଷତ୍ର ଦୁଇଟିକୁ ଏକ କାଳ୍ପନିକ ରେଖାରେ ଯୋଗକରି କ୍ରତୁ ଦିଗରେ ଉତ୍ତରକୁ ବଢ଼ାଇଲେ ତାହା ଏକ ଉଜ୍ଜ୍ଵଳ ତାରକା ପାଖରେ ପହଞ୍ଚିବ। ଏହି ତାରକାକୁ ଧ୍ରୁବତାରା କୁହାଯାଏ।
  • ଧ୍ରୁବତାରା ସାହାଯ୍ୟରେ ଉତ୍ତର ଦିଗ ନିର୍ଣ୍ଣୟ କରାଯାଏ । ଏହାକୁ ମେରୁ ତାରକା ମଧ୍ୟ କୁହାଯାଏ।
  • କେତେକ ମହାଜାଗତିକ ପିଣ୍ଡଗୁଡ଼ିକର ନିଜସ୍ଵ ଆଲୋକ ଓ ଉତ୍ତାପ ନଥାଏ। ସେଗୁଡ଼ିକ ସୂର୍ଯ୍ୟଙ୍କର ଆଲୋକରେ ଆଲୋକିତ ହୋଇଥା’ନ୍ତି। ସେମାନଙ୍କୁ ଗ୍ରହ କୁହାଯାଏ।
  • ପୃଥ‌ିବୀ ଏକ ଗ୍ରହ । ଏହା ଉପରେ ସୂର୍ଯ୍ୟଙ୍କ କିରଣ ପ୍ରତିଫଳିତ ହୋଇ ଆଲୋକିତ ହୋଇଥାଏ।

BSE Odisha 6th Class Geography Notes Chapter 1 ପୃଥିବୀ ଓ ସୌର ଜଗତ

→ ସୌର ଜଗତ :

  • ସୂର୍ଯ୍ୟଙ୍କ ପରିବାରରେ ଥ‌ିବା ଆଠଟି ଗ୍ରହ, ତିନୋଟି ବାମନ ଗ୍ରହ, ଅନେକ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅସଂଖ୍ୟ ଉଲ୍‌କା ଓ ଧୂମକେତୁ ଇତ୍ୟାଦିକୁ ସୌର ଜଗତ କୁହାଯାଏ।
  • ସୂର୍ଯ୍ୟ ସୌର ଜଗତର କେନ୍ଦ୍ରରେ ଅବସ୍ଥିତ । ଏହାର ପୃଥ‌ିବୀଠାରୁ ୧୩୦ ନିୟୁତ କି.ମି. ଦୂରରେ ଅବସ୍ଥିତ।
  • ସୂର୍ଯ୍ୟଙ୍କ ଆଲୋକ ପୃଥ‌ିବୀରେ ପ୍ରାୟ ୮ ମିନିଟ୍‌ରେ ପହଞ୍ଚୁଥାଏ।
  • ଏହାର ଆୟତନ ପୃଥ‌ିବୀର ଆୟତନଠାରୁ ୧୩ ଲକ୍ଷ ଗୁଣ ବଡ଼।
  • ପ୍ରତ୍ୟେକ ମହାଜାଗତିକ ପିଣ୍ଡ ନିଜର କେନ୍ଦ୍ର ଆଡ଼କୁ ଆକର୍ଷଣ କରୁଥିବା ଶକ୍ତିକୁ ମାଧ୍ୟାକର୍ଷଣ ଶକ୍ତି ଓ ସେମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ଆକର୍ଷଣ ଶକ୍ତିକୁ ମହାକର୍ଷଣ ଶକ୍ତି କୁହାଯାଏ।
  • ସୂର୍ଯ୍ୟଙ୍କ ମହାକର୍ଷଣ ଶକ୍ତି ପୃଥ‌ିବୀର ମାଧ୍ୟାକର୍ଷଣ ଶକ୍ତିର ପ୍ରାୟ ୨୭ ଗୁଣ।
  • ବୁଧ, ଶୁକ୍ର, ପୃଥ‌ିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନ୍ସ ଓ ନେପଚୁନ୍ ଆଦି ଆଠଟି ଗ୍ରହ ନିଜ ନିଜର ଉପବୃତ୍ତାକାର କକ୍ଷ ପଥରେ ସୂର୍ଯ୍ୟଙ୍କ ଚାରିପାଖରେ ବୁଲିବାକୁ ପରିକ୍ରମଣ ଓ ନିଜ ଅକ୍ଷ ଚାରିପାଖରେ ବୁଲିବାକୁ ଆବର୍ତ୍ତନ କୁହାଯାଏ।
  • ବୃହସ୍ପତି ଆୟତନରେ ସବୁଠାରୁ ବଡ଼ ଗ୍ରହ ଓ ବୁଧ ସବୁଠାରୁ ସାନ ଗ୍ରହ।
  • ଶନି ଗ୍ରହ ଚାରିପାଖରେ ବଳୟ ଥିବାରୁ ଏହାକୁ ବଳୟ ଗ୍ରହ କୁହାଯାଏ।
  • ବୁଧ, ଶୁକ୍ର, ପୃଥ‌ିବୀ ଓ ମଙ୍ଗଳ ଏହି ଚାରୋଟି ଗ୍ରହ ସୂର୍ଯ୍ୟଙ୍କର ନିକଟବର୍ତ୍ତୀ ହୋଇଥିବାରୁ ଏଗୁଡ଼ିକୁ‘ଅନ୍ତଃଗ୍ରହ’ କୁହାଯାଏ।
  • ବୃହସ୍ପତି, ଶନି, ୟୁରେନ୍ସ ଓ ନେପଚୁନ୍‌ ସୂର୍ଯ୍ୟଙ୍କଠାରୁ ଦୂରରେ ରହିଥିବାରୁ ଏଗୁଡ଼ିକୁ ‘ବହିଃଗ୍ରହ’ କୁହାଯାଏ।

BSE Odisha 6th Class Geography Notes Chapter 1 ପୃଥିବୀ ଓ ସୌର ଜଗତ

BSE Odisha 6th Class Geography Notes Chapter 1 ପୃଥିବୀ ଓ ସୌର ଜଗତ Q. 1

BSE Odisha 6th Class Geography Notes Chapter 1 ପୃଥିବୀ ଓ ସୌର ଜଗତ

→ ପୃଥ‌ିବୀ :

  • ପୃଥ‌ିବୀ ଏକ ଗ୍ରହ । ଏହା ଆୟତନରେ ପଞ୍ଚମ ବୃହତ୍ତମ ଗ୍ରହ।
  • ଏହାର ଉତ୍ତର ବିନ୍ଦୁକୁ ଉତ୍ତର ମେରୁ ଓ ଦକ୍ଷିଣ ବିନ୍ଦୁକୁ ଦକ୍ଷିଣ ମେରୁ କୁହାଯାଏ।
  • ଉଭୟ ମେରୁକୁ କେନ୍ଦ୍ର ସହିତ ଯୋଗକରି ଯେଉଁ କାଳ୍ପନିକ ରେଖା କଳ୍ପନା କରାଯାଏ, ତାହାକୁ ପୃଥ‌ିବୀର ଅକ୍ଷ ବା ମେରୁଦଣ୍ଡ କୁହାଯାଏ।
  • ପୃଥ‌ିବୀର ଆକାର ଏକ ଅଭିଗତ ଗୋଲକ ପରି।
  • ପୃଥ‌ିବୀର ଉଭୟ ମେରୁ ଅଞ୍ଚଳ ସାମାନ୍ୟ ଚେପ୍‌ଟା ଓ ମଧ୍ୟଭାଗ ସ୍ତ୍ରୀତ ହୋଇଥିବାରୁ ଏହାର ମେରୁ ବ୍ୟାସ ଓ ବିଷୁବ ବ୍ୟାସ ସମାନ ନୁହେଁ।
  • ପୃଥ‌ିବୀ ପୃଷ୍ଠର ଚାରିଭାଗରୁ ତିନିଭାଗ ଜଳଦ୍ଵାରା ଆଚ୍ଛାଦିତ ହୋଇଥିବାରୁ ଏହାକୁ ଜଳୀୟ ଗ୍ରହ କୁହାଯାଏ ଓ ମହାକାଶରୁ ଏହାର ରଙ୍ଗ ନୀଳ ଦିଶୁଥିବାରୁ ଏହାକୁ ମଧ୍ୟ ‘ନୀଳ ଗ୍ରହ’ କୁହାଯାଏ।

BSE Odisha 6th Class Geography Notes Chapter 1 ପୃଥିବୀ ଓ ସୌର ଜଗତ

→ ଚନ୍ଦ୍ର :

  • ଚନ୍ଦ୍ର ପୃଥ‌ିବୀର ଏକମାତ୍ର ଉପଗ୍ରହ ଅଟେ।
  • ଏହାର ଆୟତନ ପୃଥ‌ିବୀର ପ୍ରାୟ ୪୯ ଭାଗରୁ ଏକଭାଗ।
  • ଏଠାରେ ଜଳ ବା ବାୟୁ ନଥିବାରୁ ଜୀବଜଗତ ଦେଖାଯାଏ ନାହିଁ।
  • ଚନ୍ଦ୍ର ନିଜ ଅକ୍ଷ ଚାରିପାଖରେ ବୁଲିବାପାଇଁ ଏବଂ ପୃଥ‌ିବୀ ଚାରିପାଖରେ ପରିକ୍ରମଣ କରିବା ପାଇଁ ୨୭ ଦିନ ୮ ଘଣ୍ଟା ସମୟ ନେଇଥାଏ । ଏହାର ଆବର୍ତ୍ତନ ଓ ପରିକ୍ରମଣ ସମୟ ପ୍ରାୟ ସମାନ।

* ବୈଜ୍ଞାନିକମାନେ ବିଶ୍ୱବ୍ରହ୍ମାଣ୍ଡ ବିଷୟରେ ଅଧ୍ଵକ ଜାଣିବା ପାଇଁ ଏବଂ ଯୋଗାଯୋଗ ସ୍ଥାପନ ତଥା ପାଣିପାଗ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ପାଇଁ କୃତ୍ରିମ ଉପଗ୍ରହ ତିଆରି କରି ମହାକାଶକୁ ପଠାଉଛନ୍ତି । ଏଗୁଡ଼ିକ ରକେଟ୍‌ ମାଧ୍ୟମରେ ପ୍ରେରିତ ହୋଇ ପୃଥ‌ିବୀ ପୃଷ୍ଠରୁ ଉର୍ଦ୍ଧ୍ବରେ ନିଜସ୍ବ କକ୍ଷ ପଥରେ ସ୍ଥାପିତ ହୋଇଥାଆନ୍ତି । ଉଦାହରଣ – INSAT, IRS ଇତ୍ୟାଦି କୃତ୍ରିମ ଉପଗ୍ରହ । ୨୦୦୮ ମସିହା ଅକ୍ଟୋବର ୨୨ ତାରିଖରେ ଭାରତ ‘ଚନ୍ଦ୍ରଯାନ’ ମାଧ୍ୟମରେ ନିଜର ଚନ୍ଦ୍ର ଅଭିଯାନ ଆରମ୍ଭ କରିଛି ।

→ ଗ୍ରହାଣୁପୁଞ୍ଜ :

  • ସୌରଜଗତର ମଙ୍ଗଳ ଗ୍ରହ ଓ ବୃହସ୍ପତି ଗ୍ରହ ମଧ୍ୟରେ ଥ‌ିବା ଅସଂଖ୍ୟ ଛୋଟ ଛୋଟ ଉଜ୍ଜ୍ବଳ ପିଣ୍ଡ ବା ଗ୍ରହାଣୁ ନିର୍ଦ୍ଦିଷ୍ଟ କକ୍ଷ ପଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରିଥା’ନ୍ତି । ଏହାକୁ ଗ୍ରହାଣୁପୁଞ୍ଜ କୁହାଯାଏ।
  • ଏଗୁଡ଼ିକ ଏକ ବୃହତ୍ ଗ୍ରହର ବିଭାଜନଜନିତ ଭଗ୍ନଅଂଶ ସମୂହ ବୋଲି ଜଣାଯାଇଛି।

BSE Odisha 6th Class Geography Notes Chapter 1 ପୃଥିବୀ ଓ ସୌର ଜଗତ

→ ଧୂମକେତୁ :

  • ସୌରଜଗତରେ ଥିବା ଏକ ଜ୍ୟୋତିଷ୍କର ସମ୍ମୁଖ ଭାଗ ଏକ ଝାପ୍‌ସା କୁହୁଡ଼ିପରି ଆବରଣଦ୍ୱାରା ଆବୃତ ଓ ପଶ୍ଚାତ୍‌ଭାଗ ବହୁ ଦୂର ପର୍ଯ୍ୟନ୍ତ ଏକ ଲାଞ୍ଜ ପରି ବିସ୍ତୃତ ହୋଇ ରହିଥାଏ । ଏହାକୁ ଲଞ୍ଜାତାରା ବା ଧୂମକେତୁ କୁହାଯାଏ ।
  • ଏଗୁଡ଼ିକ ଯେତେବେଳେ ପୃଥିବୀ ନିକଟକୁ ଚାଲିଆସନ୍ତି, ଆମେ ସେମାନଙ୍କୁ ଖାଲି ଆଖ‌ିରେ ଦେଖିପାରୁ।

→ ଉଲ୍‌କା :

  • ବେଳେବେଳେ ରାତିରେ ଆକାଶରୁ ଏକ ଉଜ୍ଜ୍ୱଳ ଆଲୋକପିଣ୍ଡ ତୀବ୍ର ଗତିରେ ପୃଥିବୀକୁ ଖସି ପଡ଼ିଥାଏ। ଏହାକୁ ଉଲ୍‌କା କୁହାଯାଏ। ପ୍ରକୃତରେ ଉଲ୍‌କାଗୁଡ଼ିକ ଧୂମକେତୁର ଭଗ୍ନାବଶେଷ। ଏହା ବାୟୁ ସହିତ ଘର୍ଷଣ ଯୋଗୁ ଉତ୍ତପ୍ତ ହୋଇ ଜଳି ଉଠନ୍ତି।
  • କେତେକ ବଡ଼ ବଡ଼ ଉଲ୍‌କା ସମ୍ପୂର୍ଣ ଜଳି ନପାରି ପୃଥ‌ିବୀ ଉପରେ ପଡ଼ନ୍ତି ଓ ପଡ଼ିଥିବା ସ୍ଥାନରେ ଗର୍ଭ ସୃଷ୍ଟି ହୋଇଥାଏ।

→ ନୀହାରିକା :

  • ସୂର୍ଯ୍ୟ ପରି ଅନେକ ନକ୍ଷତ୍ରପୁଞ୍ଜର ସମଷ୍ଟିରେ ନୀହାରିକା ଗଠିତ।
  • ଗୋଟିଏ ଗୋଟିଏ ନୀହାରିକାରୁ ଅସଂଖ୍ୟ ସୂର୍ଯ୍ୟ ସୃଷ୍ଟି ହୋଇଥାଏ।

BSE Odisha 6th Class Geography Notes Chapter 1 ପୃଥିବୀ ଓ ସୌର ଜଗତ

→ ଛାୟାପଥ :

  • ଶୀତଦିନେ ଆକାଶରେ ଉତ୍ତର ଦକ୍ଷିଣଭାବେ ଧଳା ଦିଶୁଥ‌ିବା ଏକ ଆଲୋକ ପଥ ଦେଖାଯାଏ ଯାହା ଅନେକ ଗ୍ରହାଣୁପୁଞ୍ଜ ବା ନୀହାରିକାକୁ ନେଇ ଗଠିତ। ଏହାକୁ ଛାୟାପଥ କୁହାଯାଏ।
  • ଆମର ସୌରଜଗତ ଯେଉଁ ଛାୟାପଥରେ ଅବସ୍ଥିତ ତାହାକୁ ଆକାଶଗଙ୍ଗା କୁହାଯାଏ।

BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

Odisha State Board BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ Textbook Exercise Questions and Answers.

BSE Odisha Class 6 History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ଦ୍ଵିତୀୟ ଚନ୍ଦ୍ରଗୁପ୍ତ ନିଜକୁ କେଉଁ ଉପାଧ୍ଧରେ ଭୂଷିତ କରିଥିଲେ ଏବଂ ସେ କିପରି ନିଜ ସାମ୍ରାଜ୍ୟକୁ ବିସ୍ତୃତ କରିଥିଲେ ?
Answer:

  • ସମୁଦ୍ରଗୁପ୍ତଙ୍କ ପରେ ତାଙ୍କର ଯୋଗ୍ୟପୁତ୍ର ଦ୍ବିତୀୟ ଚନ୍ଦ୍ରଗୁପ୍ତ ନିଜକୁ ‘ବିକ୍ରମାଦିତ୍ୟ’ ଉପାଧିରେ ଭୂଷିତ କରିଥିଲେ ।
  • ସେ ପଶ୍ଚିମ ଭାରତରେ ଶକମାନଙ୍କ ବିରୋଧରେ ବିଜୟ ଅଭିଯାନ ଚଳାଇ ପଶ୍ଚିମ ମାଳବ ଓ ସୌରାଷ୍ଟ୍ର ଅଧ୍ୟାର କରିଥିଲେ ।
  • ଏହା ଫଳରେ ଗୁପ୍ତ ସାମ୍ରାଜ୍ୟ ଆରବ ସାଗର ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ।
  • ତେଣୁ ଭାରତର ପଶ୍ଚିମ ଉପକୂଳରେ ଥ‌ିବା ବନ୍ଦର ଗୁପ୍ତ ସାମ୍ରାଜ୍ୟଭୁକ୍ତ ହୋଇଥିଲା ।

(ଖ) ଫା-ସିଆଙ୍କ ଭାରତ ଭ୍ରମଣ ବିବରଣୀରୁ ସେହି ସମୟରେ ଲୋକମାନଙ୍କର ଅର୍ଥନୈତିକ ଓ ସାମାଜିକ ଅବସ୍ଥା କପରି ଥିଲା, ଉଲ୍ଲେଖ କର ।
Answer:

  • ଫା-ସିଆଙ୍କ ବିବରଣୀରୁ ଜଣାପଡ଼େ ଯେ ଭାରତୀୟମାନେ ସେତେବେଳେ ଖୁସିରେ ଥିଲେ । ସେମାନେ ବିଭିନ୍ନ ସ୍ଥାନକୁ ଅବାଧରେ ଯାତାୟାତ କରିପାରୁଥିଲେ । ଲୋକମାନଙ୍କର ଆର୍ଥିକ ଅବସ୍ଥା ଭଲଥିଲା ।
  • ରାଜାମାନେ ସୁଶାସକ ଥିଲେ । ପ୍ରାଣଦଣ୍ଡର ବ୍ୟବସ୍ଥା ନଥିଲା । ଗୁରୁତର ଅପରାଧରେ କିମ୍ବା ବାରମ୍ବାର ବିଦ୍ରୋହକଲେ ଅଙ୍ଗଚ୍ଛେଦ କରାଯାଉଥିଲା । ଦୋଷୀମାନେ ଅର୍ଥଦଣ୍ଡରେ ଦଣ୍ଡିତ ହେଉଥିଲେ ।
  • ଗ୍ରାମମାନଙ୍କର ସଂଖ୍ୟା ଅନେକ ଥିଲା । ରାଜା ଚାଷୀମାନଙ୍କଠାରୁ ଏକ ଚତୁର୍ଥାଂଶ ଫସଲ କର ଆକାରରେ ଗ୍ରହଣ କରୁଥିଲେ ।
  • ଭାରତରେ ଅନେକ ଧର୍ମଶାଳା ଥ‌ିବା କଥା ମଧ୍ୟ ସେ କହିଛନ୍ତି । ଉଭୟ ବୌଦ୍ଧଧର୍ମାବଲମ୍ବୀ ଲୋକ ଓ ବ୍ରାହ୍ମଣମାନେ ଶାନ୍ତିପୂର୍ଣ୍ଣ ଭାବରେ ରହୁଥିଲେ ।

BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

(ଗ) ଗୁପ୍ତଯୁଗରେ ବୌଦ୍ଧଧର୍ମର ଅବନତି ଓ ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍‌ଥାନ କିପରି ହୋଇଥିଲା ?
Answer:

  • ଦୁଇ ଶହରୁ ଅଧ୍ଵ ବର୍ଷ ଶାସନ କରିଥିବା ଗୁପ୍ତରାଜାମାନେ ବ୍ରାହ୍ମଣ ଧର୍ମର ପୃଷ୍ଠପୋଷକତା କରିବାରୁ ଓ ସଂସ୍କୃତ ଭାଷାରେ ଲିଖ୍ ଅନେକ ବ୍ରାହ୍ମଣ୍ୟ ଧର୍ମଗ୍ରନ୍ଥର ବିକାଶ ଦ୍ବାରା ବୌଦ୍ଧ ଧର୍ମର ପୂର୍ବ ଗୌରବ ହ୍ରାସ ପାଇଲା ।
  • ସେ ସମୟରେ ମହାଯାନ ପନ୍ଥାର ଅଭ୍ୟୁଦୟ ଯୋଗୁ ବୌଦ୍ଧଧର୍ମ ଓ ବ୍ରାହ୍ମଣ୍ୟ ଧର୍ମ ମଧ୍ୟରେ ଥ‌ିବା ପ୍ରଭେଦ ହ୍ରାସ ପାଇଲା । ଏପରିକି ବୁଦ୍ଧଙ୍କୁ ବିଷ୍ଣୁଙ୍କର ଏକ ଅବତାର ରୂପେ ପରିଗଣିତ କରାଗଲା ।
  • ଶଙ୍କରଙ୍କଦ୍ଵାରା ପ୍ରଚାରିତ ଅଦୈତବାଦର ପ୍ରଚାର ଓ ତାଙ୍କର ବଳିଷ୍ଠ ଦାର୍ଶନିକ ତର୍କ ନିକଟରେ ବୌଦ୍ଧ ପଣ୍ଡିତମାନେ ତାଙ୍କର ସମକକ୍ଷ ହୋଇ ପାରିଲେ ନାହିଁ ।
  • ହିନ୍ଦୁଧର୍ମର ପ୍ରଭାବରେ ବୌଦ୍ଧଧର୍ମରେ ତନ୍ତ୍ର ପ୍ରବେଶ କରିବାରୁ ବଜ୍ରଯାନର ଆବିର୍ଭାବ ହେଲା । ଏଣୁ ଏହିସବୁ କାରଣମାନ ଯୋଗୁଁ ବୌଦ୍ଧଧର୍ମର ଅବନତି ଘଟିଥୁଲା ଓ ବ୍ରାହ୍ମଣଧର୍ମର ପୁନରୁତ୍‌ଥାନ ହୋଇଥିଲା ।

(ଘ) ଗୁପ୍ତଯୁଗର ଶାସକମାନଙ୍କ ସମୟରେ ସାହିତ୍ୟ, କଳା ଓ ସ୍ଥାପତ୍ୟର କିପରି ଉନ୍ନତି ହୋଇଥିଲା, ଲେଖ ।
Answer:

  • ଗୁପ୍ତ ଯୁଗରେ ପ୍ରସିଦ୍ଧ କବି ଓ ନାଟ୍ୟକାର ଥିଲେ କାଳିଦାସ । ସେ ସଂସ୍କୃତ ଭାଷାରେ ଅଭିଜ୍ଞାନ ଶାକୁନ୍ତଳମ୍, ମାଳବିକାଗ୍ନିମିତ୍ରମ୍, ରଘୁବଂଶମ୍, କୁମାରସମ୍ଭବମ୍ ଓ ମେଘଦୂତମ୍ ଆଦି କାଳଜୟୀ ନାଟକ ରଚନା କରିଥିଲେ ।
  • ସେହିପରି ଶୁଦ୍ରକଙ୍କଦ୍ଵାରା ଲିଖ୍ ‘ମୃଚ୍ଛକଟିକମ୍’ ଏକ ସାମାଜିକ ନାଟକ, ବିଷ୍ଣୁଶର୍ମାଙ୍କଦ୍ୱାରା ‘ପଞ୍ଚତନ୍ତ୍ର’, ଅମରସିଂହଙ୍କ ‘ଅମରକୋଷ’ ରାମାୟଣ, ମହାଭାରତ ଓ ପୁରାଣଗୁଡ଼ିକର ସଙ୍କଳନ ଇତ୍ୟାଦି ଗୁପ୍ତଯୁଗର ସାହିତ୍ୟର ଉତ୍କର୍ଷତା ବହନ କରିଥିଲା ।
  • ଗୁପ୍ତଯୁଗର କଳା ଓ ସ୍ଥାପତ୍ୟ ପୂଣ୍ଣଭାବରେ ବିକାଶ ଲାଭ କରିଥିଲା । ଏହି ଯୁଗରେ ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍‌ଥାନ ଯୋଗୁଁ ଉତ୍ତର ପ୍ରଦେଶର ଝାନ୍ସୀ ଜିଲ୍ଲାର ଦେଓଗଡ଼ଠାରେ ଦଶାବତାର ମନ୍ଦିର, ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ତିମ୍ୱାଠାରେ ଥ‌ିବା ବିଷ୍ଣୁମନ୍ଦିର, ଭୂମାରାଠାରେ ଥ‌ିବା ଶିବମନ୍ଦିର ଓ ଭିତରଗାଓଁର ଇଟାରେ ତିଆରି ମନ୍ଦିର ଆଦି ଗୁପ୍ତଯୁଗ ସ୍ଥାପତ୍ୟର ନିଦର୍ଶନ ।
  • ଏହି ସମୟରେ ଅନେକ ବୌଦ୍ଧ ଚୈତ୍ୟଗୃହ ଓ ବିହାର ନିର୍ମାଣ କରାଯାଇଥିଲା ।

(ଙ) ଭାରତୀୟ ସଂସ୍କୃତିକୁ ଚାଲୁକ୍ୟମାନଙ୍କର ଅବଦାନ ବିଷୟ ଉଲ୍ଲେଖ କର ।
Answer:

  • ଭାରତୀୟ ସଂସ୍କୃତିକୁ ଚାଲୁକ୍ୟମାନଙ୍କର ଅବଦାନ ଅତୁଳନୀୟ ଥିଲା । ସେହି ସମୟରେ ଚାଲୁକ୍ୟ ରାଜ୍ୟର ରାଜଧାନୀ ବାତାପି (କର୍ଣ୍ଣାଟକ ରାଜ୍ୟ) ଏକ ସମୃଦ୍ଧିଶାଳୀ ସହରଥୁଲା ଓ ବାଣିଜ୍ୟଗତ ସମ୍ପର୍କ ଚାଲୁକ୍ୟର ଅର୍ଥନୈତିକ ଉନ୍ନତି ଘଟାଇଥିଲା ।
  • ଚାଲୁକ୍ୟ ବଣିକମାନେ ଇରାନ୍, ଆରବ ଦେଶ ଏବଂ ଲୋହିତ ସାଗରସ୍ଥିତ ବିଭିନ୍ନ ବନ୍ଦର ସହିତ ବ୍ୟବସାୟ ସମ୍ପର୍କ ସ୍ଥାପନ କରିଥିଲା ।
  • ହାଡ଼ଖୋଳି ମନ୍ଦିର ନିର୍ମାଣ କରିବା ଚାଲୁକ୍ୟର ରାଜ୍ୟରେ ହୋଇଥିଲା । ବାତାପି ବା ବାଦାମିରେ ଥ‌ିବା ବିଭିନ୍ନ ମନ୍ଦିରରେ ବିଷ୍ଣୁ, ବ୍ରହ୍ମା ଓ ଶିବଙ୍କର ଅତିକମନୀୟ ମୂର୍ତ୍ତି ଦେଖିବାକୁ ମିଳେ ।
  • ଏହି ସମୟରେ ଅଜନ୍ତାର ଚୈତ୍ୟଗୃହଗୁଡ଼ିକ ପାହାଡ଼ରେ ଖୋଦିତ ହୋଇଥିଲା । ଏଲୋରା, ମେଗୁତି, ଅହିହୋଲ୍ ଏବଂ ପଟ୍ଟଦକଲଠାରେ ମନ୍ଦିର ଚାଲୁକ୍ୟ ରାଜତ୍ଵ କାଳରେ ନିର୍ମିତ ହୋଇଥିଲା ।

(ଚ) ଦକ୍ଷିଣ ଭାରତର ସାଂସ୍କୃତିକ କ୍ଷେତ୍ରରେ ପଲ୍ଲବ ରାଜବଂଶର ଶାସକମାନଙ୍କର ଦାନ କିପରି ଅତୁଳନୀୟ ଥିଲା ?
Answer:

  • ପଲ୍ଲବମାନଙ୍କ ରାଜତ୍ଵ ସମୟରେ ସଂସ୍କୃତ ଭାଷାକୁ ଯଥେଷ୍ଟ ସମ୍ମାନ ଦିଆଯାଉଥିଲା । ଭାରବୀ ଓ ଦଣ୍ଡୀଙ୍କ ପରି ମହାନ୍ ପଣ୍ଡିତମାନେ ପଲ୍ଲବ ରାଜସଭାରେ ଥିଲେ ।
  • ଭାରବୀଙ୍କ ରଚିତ ‘ଜୀରାତାର୍ଜନୀୟମ’ ଏବଂ ‘ଦଶକମାର ଚରିତମ’ ସଂସ୍କୃତ ଭାଷାର ଦୁଇଟି ସବିଦିତ ଗ୍ରନ୍ଥ ଏବଂ ରାଜା ପ୍ରଥମ ମହେନ୍ଦ୍ର ବର୍ମନଙ୍କଦ୍ୱାରା ରଚିତ ‘ମତ୍ତବିଳାସ ପ୍ରହସନ’ ଏକ ସାମାଜିକ ନାଟକ ।
  • ସେ ସମୟରେ କାଞ୍ଚି ସାଂସ୍କୃତିକ ଓ ଶିକ୍ଷାର ଏକ ଶ୍ରେଷ୍ଠ କେନ୍ଦ୍ର ଏବଂ କାଞ୍ଚ୍ ବିଶ୍ଵବିଦ୍ୟାଳୟ ଆର୍ଯ୍ୟ ସଂସ୍କୃତି ପ୍ରସାରର ଏକ କେନ୍ଦ୍ର ଥିଲା ।
  • ଧର୍ମ କ୍ଷେତ୍ରରେ ଭକ୍ତି ଆନ୍ଦୋଳନ ବୈଷ୍ଣବ ଓ ଶୈବ ସନ୍ଥମାନଙ୍କଦ୍ୱାରା ପ୍ରଥମେ ପଲ୍ଲବ ରାଜ୍ୟରେ ଆରମ୍ଭ ହୋଇଥିଲା । ଦକ୍ଷିଣ ଭାରତର ସଂସ୍କୃତିକୁ ସେମାନଙ୍କ ଦାନ ଅତୁଳନୀୟ ଥିଲା ।

BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

(ଛ) ଜୁଆଇ-ଜାଈ (ହୁଏନ୍‌ସାଂ) କିଏ ? ସେ ତାଙ୍କ ଭ୍ରମଣ ବୃତ୍ତାନ୍ତରେ କ’ଣ ଲେଖିଛନ୍ତି ?
Answer:

  • ହର୍ଷବର୍ଦ୍ଧନଙ୍କ ସମୟରେ ଭାରତକ ଆସିଥିବା ଚୀନ ପରିବ୍ରାଜକ ଜୁଆଙ୍ଗ-ଜାଈ ବା ହୁଏନସାଙ୍ଗଙ୍କ ବିବରଣୀରୁ ଜଣାଯାଏ ଲୋକମାନଙ୍କ ଜୀବନ ସରଳଥିଲା ଓ ସେମାନେ ନିରାମିଶ ଖାଦ୍ୟପ୍ରିୟ ଥିଲେ । ସେ ସମୟରେ ଜାତିପ୍ରଥା ଅତି କଠୋର ଥିଲା ।
  • ବୌଦ୍ଧ ଧର୍ମର ଅଠରଟି ଶାଖା ମଧ୍ୟରୁ ମହାଯାନ ଓ ହୀନଯାନ ଶାଖା ଦୁଇଟି ପ୍ରଧାନ ଥିଲା ।
  • ହର୍ଷଙ୍କ ସମୟରେ ପ୍ରତିଷ୍ଠାତା ନାଳନ୍ଦା ବିଶ୍ଵବିଦ୍ୟାଳୟ ଏକ ଶ୍ରେଷ୍ଠ ଓ ସମ୍ମାନଜନକ ଶିକ୍ଷାକେନ୍ଦ୍ର ଥିଲା, ଯେଉଁଥରେ
  • ଜୁଆଙ୍ଗ୍-ଜାଙ୍ଗ୍ ହର୍ଷବର୍ଦ୍ଧନଙ୍କୁ ଜଣେ ପ୍ରଜାବତ୍ସଳ ଶାସକ ଭାବରେ ବର୍ଣ୍ଣନା କରିବା ସହିତ ହର୍ଷଙ୍କ ଦ୍ବାରା ଆୟୋଜିତ କନୌଜ ସଭା ଓ ପ୍ରୟୋଗ ଧର୍ମସଭାର ବିଶେଷ ବିବରଣୀ ଦେଇଛନ୍ତି ।

(ଜ) ହର୍ଷବର୍ଦ୍ଧନଙ୍କ ରାଜ୍ୟଶାସନ ପ୍ରଣାଳୀ କିପରି ଥିଲା ?
Answer:

  • ବଦ୍ଧନ ରାଜବଂଶର ରାଜା ହର୍ଷବର୍ଦ୍ଧନ ଗୁପ୍ତ ଶାସନ ବ୍ୟବସ୍ଥାକୁ ସାମାନ୍ୟ ପରିବର୍ତ୍ତନ କରି ନିଜ ସାମ୍ରାଜ୍ୟରେ ପ୍ରଚଳନ କରିଥିଲେ । ସୁଶାସନ ପ୍ରତିଷ୍ଠା କରିବାପାଇଁ ସେ ବହୁ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ ।
  • ଅଶୋକଙ୍କ ଭଳି ସେ ତାଙ୍କ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତକରି ପ୍ରତ୍ୟକ୍ଷ ଭାବରେ ଶାସନ ବ୍ୟବସ୍ଥାକୁ ନିରୀକ୍ଷଣ କରୁଥିଲେ ।
  • ସେ ଉତ୍ପନ୍ନ ଶସ୍ୟର ଏକ-ଷତାଂଶ କର ରୂପରେ ଆଦାୟ କରୁଥିଲେ ।
  • ଗୁରୁତର ଅପରାଧ ପାଇଁ ଝଟ୍ଟ ଅଙ୍ଗଚ୍ଛେଦର ବ୍ୟବସ୍ଥା ଥିଲା ।

(ଝ) ସମୁଦ୍ରଗୁପ୍ତ କିପରି ନିଜ ରାଜ୍ୟକୁ ସଂଗଠିତ କରିଥିଲେ ?
Answer:

  • ସମୁଦ୍ରଗୁପ୍ତ ଉତ୍ତର ଭାରତରେ ନଅଜଣ ରାଜାଙ୍କୁ ପରାସ୍ତ କରି ସେମାନଙ୍କ ରାଜ୍ୟକୁ ନିଜ ରାଜ୍ୟ ସହିତ ମିଶାଇ ଦେଇଥିଲେ । ସମୁଦ୍ରଗୁପ୍ତ ଦକ୍ଷିଣ ଭାରତକୁ ଯୁଦ୍ଧ ଅଭିଯାନରେ ଯାଇ ବାରଜଣ ରାଜାଙ୍କୁ ପରାସ୍ତ କରିଥିଲେ । ପରାଜିତ ରାଜାମାନେ ସମୁଦ୍ରଗୁପ୍ତଙ୍କ ବଶତା ସ୍ବୀକାର କରିଥିଲେ ।
  • ଗୁପ୍ତ ସାମ୍ରାଜ୍ୟର ସୀମାକୁ ଲାଗିଥିବା ସମତଟ, ଦାବକ, କାମରୂପ, ନେପାଳ ପ୍ରଭୃତି ରାଜ୍ୟର ନରପତିମାନେ ସ୍ଵଇଚ୍ଛାରେ ସମୁଦ୍ରଗୁପ୍ତଙ୍କ ବଶତା ସ୍ବୀକାର କରିଥିଲେ ।
  • ସୀମାନ୍ତରେ ଥ‌ିବା ନଅଟି ଜନଜାତିମାନଙ୍କର ମୁଖ୍ୟମାନେ ସମୁଦ୍ରଗୁପ୍ତଙ୍କର ବଶତା ସ୍ବୀକାର କରିଥିଲେ । ସେମାନେ ସମୁଦ୍ରଗୁପ୍ତଙ୍କୁ କର ଓ ଉପହାର ଦେବା ସହିତ ତାଙ୍କ ଆଦେଶ ପାଳନ କଲେ ।
  • ଶକ, କୁଶାଣ ଏବଂ ମୁରୁଣ୍ଡମାନଙ୍କର ମୁଖ୍ୟ ଓ ସିଂହଳର ରାଜା ମେଘବର୍ଣ୍ଣ ସମୁଦ୍ରଗୁପ୍ତଙ୍କ ସହ ବନ୍ଧୁତ୍ଵପୂର୍ଣ ସନ୍ଧିରେ ଆବଦ୍ଧ ହେଲେ । ଫଳରେ ସମୁଦ୍ରଗୁପ୍ତଙ୍କ ରାଜନୈତିକ ପ୍ରଭାବ ଭାରତବର୍ଷର ଅଧିକାଂଶ ଅଞ୍ଚଳରେ ସ୍ଥାପିତ ହେବା ସହିତ ସିଂହଳ ବା ବର୍ତ୍ତମାନର ଶ୍ରୀଲଙ୍କା ପର୍ଯ୍ୟନ୍ତ ବ୍ୟାପିଥିଲା । ଏହିପରି ‘ସମୁଦ୍ରଗୁପ୍ତ ତାଙ୍କ ସାମ୍ରାଜ୍ୟକୁ ସଂଗଠିତ କରିଥିଲେ ।

(ଞ ) ଗୁପ୍ତଯୁଗକୁ ଭାରତର ସୁବର୍ଣ୍ଣଯୁଗ କୁହାଯାଏ କାହିଁକି ?
Answer:

  • ଫାହିୟାନଙ୍କ ଭାରତ ବିବରଣୀ ପୁସ୍ତକରେ ଗୁପ୍ତଯୁଗକୁ ସୁବର୍ଣ୍ଣଯୁଗ ଭାବରେ ବର୍ଣ୍ଣନା କରାଯାଇଛି । ଏହି ସମୟରେ ରାଜ୍ୟରେ ସୁଖଶାନ୍ତି ବିରାଜମାନ କରୁଥିଲା । ବାହ୍ୟ ଶତ୍ରୁ ଆକ୍ରମଣ ନଥିଲା କିମ୍ବା ଚୋରି ଡକାୟତିର ଭୟ ଇଥିଲା ।
  • କୃଷି ଶିଳ୍ପ, ବାଣିଜ୍ୟ, କଳା, ଭାଷା, ସାହିତ୍ୟ ଓ ବିଜ୍ଞାନ ଆଦି ସବୁକ୍ଷେତ୍ରରେ ଦେଶର ଉନ୍ନତି ସାଧୂତ ହୋଇଥିଲା ।
  • ଲୋକମାନଙ୍କୁ ଅଳ୍ପ କରି ଦେବାକୁ ପଡ଼ୁଥିଲା । ଲୋକମାନଙ୍କର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ଥିଲା । ରାଜାମାନେ ଅତ୍ୟାଚାରୀ ନଥିଲେ ଓ ପ୍ରଜାମାନଙ୍କ ଅଭିଯୋଗର ନ୍ୟାୟପୂର୍ଣ୍ଣ ବିଚାର କରାଯାଉଥିଲା ।
  • ଦାତବ୍ୟ ଚିକିତ୍ସାଳୟମାନ ଖୋଲା ହୋଇ ରୋଗୀମାନଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯାଉଥିଲା । ଧନୀକ ଶ୍ରେଣୀର ଲୋକମାନେ ଧର୍ମଶାଳାମାନ ସ୍ଥାପନ କରିଥିଲେ ।

BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୨। ନିମ୍ନଲିଖ ପ୍ରଶର ଉତ୍ତର ସଂକ୍ଷେପରେ ଲେଖ । (ତିନୋଟି କରି ବାକ୍ୟ ମଧ୍ୟରେ)

(କ) ପ୍ରଥମ ଚନ୍ଦ୍ରଗୁପ୍ତ କେଉଁ ବଂଶର ରାଜକୁମାରୀଙ୍କୁ ବିବାହ କରିଥିଲେ ଏବଂ ଏହାଦ୍ଵାରା ତାଙ୍କର ପ୍ରଭାବ କିପରି ବୃଦ୍ଧି ଘଟିଥିଲା ?
Answer:

  • ପ୍ରଥମ ଚନ୍ଦ୍ରଗୁପ୍ତ ଲଚ୍ଛବୀ ବଂଶର ରାଜକୁମାରୀ କୁମାରଦେବୀଙ୍କୁ ବିବାହ କରିଥିଲେ ।
  • ଏହାଦ୍ଵାରା ଉତ୍ତର ଭାରତରେ ତାଙ୍କର ପ୍ରଭାବ ବୃଦ୍ଧି ଘଟିଥିଲା ।
  • ତାଙ୍କର ରାଜ୍ୟ ବିହାର, ବଙ୍ଗଳା ଓ ଉତ୍ତର ଭାରତର କେତେକ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ।

(ଖ) ଆହ୍ଲାବାଦ ସ୍ତମ୍ଭଲେଖକୁ କିଏ ରଚନା କରିଥିଲେ ଏବଂ ଏହାକୁ କାହିଁକି ପ୍ରଶସ୍ତି କୁହାଯାଏ ?
Answer:

  • ଆହ୍ଲାବାଦ ସ୍ତମ୍ଭଲେଖକୁ ସମୁଦ୍ରଗୁପ୍ତଙ୍କ ମନ୍ତ୍ରୀ ହରିସେଣ ରଚନା କରିଥିଲେ ।
  • ଏହି ସ୍ତମ୍ଭଲେଖରେ ଗୁପ୍ତବଂଶର ରାଜା ସମୁଦ୍ରଗୁପ୍ତଙ୍କ ପ୍ରଶସ୍ତି ଗାନ କରାଯାଇଥିଲା ।
  • ଏଣୁ ଏହାକୁ ପ୍ରଶସ୍ତି କୁହାଯାଏ ।

(ଗ) ସମୁଦ୍ରଗୁପ୍ତଙ୍କ ସଙ୍ଗୀତ ପ୍ରତି ଅନୁରାଗ ଥୁଲା, ଏହା କିପରି ଜଣାପଡ଼େ ?
Answer:

  • ତାଙ୍କଦ୍ବାରା ପ୍ରଚଳିତ ଏକ ମୁଦ୍ରାର ଗୋଟିଏ ପାର୍ଶ୍ଵରେ ଖୋଦିତ ବୀଣା ସଦୃଶ ଏକ ବାଦ୍ୟଯନ୍ତ୍ର ସେ ବଜାଉ ଥିବାର ଚିତ୍ରରୁ ଜଣାପଡ଼େ ।
  • ତେଣୁ ସମୁଦ୍ରଗୁପ୍ତ ସଙ୍ଗୀତାନୁରାଗୀ ଥ‌ିବାର ପ୍ରମାଣ ମିଳେ ।
  • ସେ ମଧ୍ୟ ‘କବିରାଜ’ ଉପାଧ୍ ଧାରଣ କରିଥିଲେ ।

BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

(ଘ) ଫା-ସିଅଁଙ୍କ ଭାରତ ଭ୍ରମଣ ବିବରଣୀରେ ଗୁପ୍ତଯୁଗରେ ଦୋଷୀମାନେ କିପରି ଦଣ୍ଡିତ ହେଉଥିଲେ ବୋଲି ଜଣାପଡ଼େ ?
Answer:

  • ଫା-ସିଆଁଙ୍କ ଭାରତ ଭ୍ରମଣ ବିବରଣୀରେ ବର୍ଣ୍ଣିତ ହୋଇଛି ଯେ ସେତେବେଳେ ପ୍ରାଣଦଣ୍ଡର ବ୍ୟବସ୍ଥା ନଥିଲା ।
  • ଗୁରୁତର ଅପରାଧ କିମ୍ବା ବାରମ୍ବାର ବିଦ୍ରୋହ କଲେ ଦୋଷୀମାନଙ୍କର ଅଙ୍ଗଚ୍ଛେଦନ କରାଯାଉଥିଲା ।
  • ଅନ୍ୟ ଦୋଷୀମାନେ ଅର୍ଥଦଣ୍ଡରେ ଦଣ୍ଡିତ ହେଉଥିଲେ ।

(ଙ) ପ୍ରସିଦ୍ଧ କବି ଓ ନାଟ୍ୟକାର କାଳିଦାସ କ’ଣ କ’ଣ ରଚନା କରିଥିଲେ ?
Answer:

  • ପ୍ରସିଦ୍ଧ କବି ଓ ନାଟ୍ୟକାର କାଳିଦାସ ‘ଅଭଜ୍ଞାନ ଶାକୁନ୍ତଳମ୍’, ‘ମାଳବିକାଗ୍ନିମିତ୍ରମ୍’ ଓ ‘ବିକ୍ରମୋର୍ବଶୀୟମ୍’ ନାଟକ ରଚନା କରିଥିଲେ ।
  • ଏଗୁଡ଼ିକ ମଧ୍ୟରୁ ‘ଅଭିଜ୍ଞାନ ଶାକୁନ୍ତଳମ୍’ ନାଟକ ଖୁବ୍ ପ୍ରସିଦ୍ଧି ଲାଭ କରିଥିଲା ।
  • ସେ ‘ରଘୁବଂଶମ୍’, ‘କୁମାରସମ୍ଭବମ୍’, ‘ମେଘଦୂତମ୍’ କାବ୍ୟ ରଚନା କରିଥିଲେ ।

(ଚ) ଗୁପ୍ତଯୁଗରେ ବିଜ୍ଞାନର ବିକାଶ କିପରି ହୋଇଥିଲା ?
Answer:

  • ଗଣିତ କ୍ଷେତ୍ରରେ ଦଶମିକ ପଦ୍ଧତି, ଶୂନ୍ୟର ପ୍ରଚଳନ ଆଦି ଗୁପ୍ତଯୁଗର ଅବଦାନ ଅଟେ ।
  • ବିଖ୍ୟାତ ଗଣିତ ବିଶାରଦ ଆର୍ଯ୍ୟଭଟ୍ଟ ଗଣିତ ଓ ଜ୍ୟୋତିର୍ବିଜ୍ଞାନରେ ପାରଙ୍ଗମ ଥିଲେ । ସେ ‘ଆର୍ଯ୍ୟଭଙ୍ଗୀୟମ୍’ ପୁସ୍ତକ ରଚନା କରିଥିଲେ ।
  • ଆଉ ଜଣେ ଜ୍ୟୋତିର୍ବିଜ୍ଞାନୀ ବରାହମିହିର ‘ବୃହତ୍ ସଂହିତା’ ରଚନା କରିଥିଲେ । ସେ ‘ସିଦ୍ଧାନ୍ତିକା’ରେ ‘ରୋମକ ସିଦ୍ଧାନ୍ତ’ କଥା ଉଲ୍ଲେଖ କରିଛନ୍ତି ଏବଂ ଚିକିତ୍ସାଶାସ୍ତ୍ର ବିଶାରଦ ବାଗଭଟ୍ଟ ଗୁପ୍ତଯୁଗର ଥିଲେ ବୋଲି ବିଶ୍ଵାସ କରାଯାଏ ।

(ଛ) ମହମ୍ମଦ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ଇସ୍‌ଲାମ୍ ଧର୍ମ ସମ୍ବନ୍ଧରେ କ’ଣ କହିଥିଲେ ?
Answer:

  • ମହମ୍ମଦ ୫୭୦ ଖ୍ରୀଷ୍ଟାବ୍ଦରେ ମକ୍କାରେ ଜନ୍ମଗ୍ରହଣ କରିଥିଲେ ।
  • ତାଙ୍କ ପ୍ରଚାରିତ ଇସ୍‌ଲାମ୍ ଧର୍ମ ସମ୍ବନ୍ଧରେ ସେ କହିଥିଲେ ଯେ ଭଗବାନ ଏକ ଓ ଅଦ୍ୱିତୀୟ ।
  • ଆଲ୍ଲା ହେଉଛନ୍ତି ଭଗବାନ ଓ ମହମ୍ମଦ ତାଙ୍କର ପ୍ରତିନିଧୂ ।

(ଜ) କେଉଁ ଉଦ୍ଦେଶ୍ୟରେ ଖଲିଫାମାନେ ଭାରତ ଆକ୍ରମଣ କରିଥିଲେ ?
Answer:

  • ରାଜ୍ୟ ବିସ୍ତାର ଉଦ୍ଦେଶ୍ୟରେ ଖଲିଫାମାନେ ଭାରତ ଆକ୍ରମଣ କରିଥିଲେ ।
  • ସେମାନେ ଭାରତର ଧନରତ୍ନ ପ୍ରତି ଆକୃଷ୍ଟ ହୋଇଥିଲେ ।
  • ତତ୍‌କାଳୀନ ରାଜନୈତିକ ଅବସ୍ଥା ସେମାନଙ୍କୁ ମଧ୍ୟ ଭାରତ ଆକ୍ରମଣ କରିବାକୁ ଉତ୍ସାହିତ କରିଥିଲା ।

BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

(ଝ) ଇସ୍‌ଲାମ୍‌ର ଆବିର୍ଭାବ ପୂର୍ବରୁ ଆରବ ବଣିକମାନେ ଭାରତ ସହିତ କିପରି ବାଣିଜ୍ୟ ସମ୍ପର୍କ ରଖିଥିଲେ ?
Answer:

  • ଇସ୍‌ଲାମ୍‌ର ଆବିର୍ଭାବ ପୂର୍ବରୁ ଆରବୀୟ ବଣିକମାନଙ୍କ ମଧ୍ୟରୁ ଅନେକ କେରଳର ଉପକୂଳବର୍ତ୍ତୀ ଅଞ୍ଚଳ ସହିତ ବାଣିଜ୍ୟଗତ ସମ୍ପର୍କ ଆରମ୍ଭ କରିଥିଲେ ।
  • ସେଠାରୁ ଭାରତୀୟ ମସଲା ଓ ଅନ୍ୟାନ୍ୟ ମୂଲ୍ୟବାନ୍ ସାମଗ୍ରୀକୁ କିଣି ବିଭିନ୍ନ ଦେଶର ବଜାରରେ ବିକ୍ରୟ କରିବା ସହିତ ନିଜ ଦେଶକୁ ମଧ୍ୟ ନେଉଥିଲେ।
  • ଏହିପରି ଭାବରେ ଇସ୍‌ଲାମ୍‌ର ଆବିର୍ଭାବ ପୂର୍ବରୁ ଆରବ ସହିତ ଭାରତର ବାଣିଜ୍ୟଗତ ସମ୍ପର୍କ ଆରମ୍ଭ ନେଉଥିଲେ।

୩। ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଗୋଟିଏ ବାକ୍ୟରେ ଲେଖ ।

(କ) ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ପୂର୍ବରୁ ଥ‌ିବା ଦୁଇଜଣ ଗୁପ୍ତବଂଶର ରାଜାଙ୍କ ନାମ ଲେଖ ।
Answer:
ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ପୂର୍ବରୁ ଥ‌ିବା ଦୁଇଜଣ ଗୁପ୍ତବଂଶର ରାଜା ଥିଲେ – ଶ୍ରୀଗୁପ୍ତ ଓ ଘଟୋତ୍କଚ ଗୁପ୍ତ ।

(ଖ) ଗୁପ୍ତବଂଶର ତୃତୀୟ ରାଜା ପ୍ରଥମ ଚନ୍ଦ୍ରଗୁପ୍ତ କେଉଁ ଉପାଧ୍ଧରେ ଭୂଷିତ ହୋଇଥିଲେ ?
Answer:
ଗୁପ୍ତବଂଶର ତୃତୀୟ ରାଜା ପ୍ରଥମ ଚନ୍ଦ୍ରଗୁପ୍ତ ମହାରାଜାଧୁରାଜ ଉପାଧିରେ ଭୂଷିତ ହୋଇଥିଲେ ।

BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

(ଗ) କେଉଁ ବର୍ଷଠାରୁ ଭାରତରେ ଗୁପ୍ତାବ୍ଦ ଆରମ୍ଭ ହେଲା ?
Answer:
ଖ୍ରୀ.ଅ. ୩୨୦ଠାରୁ ଭାରତରେ ଗୁପ୍ତାବ୍ଦ ଆରମ୍ଭ ହେଲା ।

(ଘ) ସମୁଦ୍ରଗୁପ୍ତ କେଉଁ ଯଜ୍ଞ କରି ନିଜକୁ ସାର୍ବଭୌମ ରାଜା ବା ସମ୍ରାଟ ବୋଲି ପ୍ରତିପାଦିତ କରିଥିଲେ ?
Answer:
ସମୁଦ୍ରଗୁପ୍ତ ଅଶ୍ଵମେଧ ଯଜ୍ଞ କରି ନିଜକୁ ସାର୍ବଭୌମ ରାଜା ବା ସମ୍ରାଟ ବୋଲି ପ୍ରତିପାଦିତ କରିଥିଲେ ।

(ଡ) ଗୁପ୍ତସମ୍ରାଟ ଚନ୍ଦ୍ରଗୁପ୍ତ ଚାଷୀମାନଙ୍କଠାରୁ କିପରି କର ଗ୍ରହଣ କରୁଥିଲେ ?
Answer:
ଗୁପ୍ତସମ୍ରାଟ ଚନ୍ଦ୍ରଗୁପ୍ତ ଚାଷୀମାନଙ୍କଠାରୁ ଉତ୍ପନ୍ନ ଶସ୍ୟର ଏକ-ଚତୁର୍ଥାଂଶ କର ଆକାରରେ ଗ୍ରହଣ କରୁଥିଲେ ।

(ଚ) ଶଙ୍କରଙ୍କଦ୍ଵାରା ପ୍ରଚାରିତ ଅଦ୍ୱୈତବାଦର ପ୍ରଭାବ କେଉଁ ଧର୍ମ ଉପରେ ପଡ଼ିଥିଲା ?
Answer:
ଶଙ୍କରଙ୍କଦ୍ବାରା ପ୍ରଚାରିତ ଅଦ୍ୱୈତବାଦର ପ୍ରଭାବ ବୌଦ୍ଧଧର୍ମ ଉପରେ ପଡ଼ିଥିଲା ।

(ଛ) ‘ପଞ୍ଚତନ୍ତ୍ରାଂ’ କିଏ ରଚନା କରିଥିଲେ ?
Answer:
‘ପଞ୍ଚତନ୍ତ୍ର’ ବିଷ୍ଣୁଶର୍ମା ରଚନା କରିଥିଲେ ।

(ଜ) କେଉଁ ଗୁପ୍ତରାଜାଙ୍କ ଦରବାରରେ କାଳିଦାସ ଥିଲେ ?
Answer:
ଦ୍ବିତୀୟ ଚନ୍ଦ୍ରଗୁପ୍ତ ବା ବିକ୍ରମାଦିତ୍ୟଙ୍କ ଦରବାରରେ କାଳିଦାସ ଥିଲେ ।

(ଝ) କେଉଁ ପଲ୍ଲବ ରାଜା ‘ବାତାପିକେଣ୍ଡା’ ଉପାଧ୍ ଧାରଣ କରିଥିଲେ ?
Answer:
ପଲ୍ଲବ ରାଜା ପ୍ରଥମ ନରସିଂହ ବର୍ମନ ‘ବାତାପିକୋଣ୍ଡା’ ଉପାଧ୍ ଧାରଣ କରିଥିଲେ ।

BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

(ଞ) ହର୍ଷବର୍ଦ୍ଧନଙ୍କ ପିତାଙ୍କ ନାମ କ’ଣ ଥିଲା ?
Answer:
ହର୍ଷବର୍ଦ୍ଧନଙ୍କ ପିତାଙ୍କ ନାମ ଥିଲା ପ୍ରଭାକର ବର୍ଶନ ।

(ଟ) ହର୍ଷଙ୍କଦ୍ୱାରା ଲିଖିତ ନାଟକଗୁଡ଼ିକର ନାମ ଲେଖ ।
Answer:
ହର୍ଷଙ୍କଦ୍ଵାରା ଲିଖିତ ନାଟକଗୁଡ଼ିକ ହେଉଛି ‘ନାଗାନନ୍ଦ’, ‘ରତ୍ନାବଳୀ’ ଏବଂ ‘ପ୍ରିୟଦର୍ଶିକା’ ।

(୦) ମହମ୍ମଦ କେତେ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ?
Answer:
ମହମ୍ମଦ ୫୭୦ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ।

ଡ) ଇସ୍‌ଲାମ୍ ଧର୍ମର ପବିତ୍ର ଗ୍ରନ୍ଥର ନାମ କ’ଣ ?
Answer:
ଇସ୍‌ଲାମ୍ ଧର୍ମର ପବିତ୍ର ଗ୍ରନ୍ଥର ନାମ ‘କୋରାନ୍’ ।

୪। ‘କ’ସ୍ତମ୍ଭରେ ଥ‌ିବା ଶବ୍ଦଗୁଡ଼ିକୁ ‘ଖ’ ସ୍ତମ୍ଭରେ ଥ‌ିବା ଉପଯୁକ୍ତ ଶବ୍ଦ ସହ ଗାର ଟାଣି ଯୋଡ଼ ।

‘କ’ସ୍ତମ୍ଭରେ ଥ‌ିବା ଶବ୍ଦଗୁଡ଼ିକୁ ‘ଖ’ ସ୍ତମ୍ଭରେ ଥ‌ିବା ଉପଯୁକ୍ତ ଶବ୍ଦ ସହ ଗାର ଟାଣି ଯୋଡ଼ ।
‘କ’ସ୍ତମ୍ଭରେ ଥ‌ିବା ଶବ୍ଦଗୁଡ଼ିକୁ ‘ଖ’ ସ୍ତମ୍ଭରେ ଥ‌ିବା ଉପଯୁକ୍ତ ଶବ୍ଦ ସହ ଗାର ଟାଣି ଯୋଡ଼ । Answer

BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୫। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ଦ୍ବିତୀୟ ଚନ୍ଦ୍ରଗୁପ୍ତ ପଶ୍ଚିମ ଭାରତରେ ________________ ମାନଙ୍କୁ ପରାସ୍ତ କରିଥିଲେ । (ଶକ, ହୁଣ, ଗ୍ରୀକ୍, କୁଶାଣ)
Answer:
ଶକ

(ଖ) ଶଶାଙ୍କ ______________ ଦେଶର ରାଜା ଥିଲେ । (ଗୌଡ଼, ପାଞ୍ଚାଳ, କଳିଙ୍ଗ, କାମରୂପ)
Answer:
ଗୌଡ଼

(ଗ) ରାମାୟଣ, ମହାଭାରତ ଓ ପୁରାଣଗୁଡ଼ିକ _______________ ଯୁଗରେ ସଂକଳନ ସଂପତ୍ତି କରାଯାଇଥିଲା । (ମୌର୍ଯ୍ୟ, ନନ୍ଦ, ଗୁପ୍ତ, ବୈଦିକ)
Answer:
ଗୁପ୍ତ

(ଘ) ପ୍ରଭାକର ବଦ୍ଧନ ______________ ଉପାଧ୍ଧରେ ଭୂଷିତ ହୋଇଥିଲେ ( ବାତାପିକୋଣ୍ଡା, ମହାରାଜାଧରାଜ, କବିରାଜ, ଗଜରାଜ)
Answer:
ମହାରାଜାଧୁରାଜ

(ଙ) ଜୁଆଙ୍ଗ-ଜାଙ୍ଗ୍ ________________ ଖ୍ରୀଷ୍ଟାବ୍ଦରେ ସ୍ଵଦେଶ ଫେରିଯାଇଥିଲେ । (୬୨୯ ଖ୍ରୀଷ୍ଟାବ୍ଦ, ୬୪୪ ଖ୍ରୀଷ୍ଟାବ୍ଦ, ୫୭୦ ଖ୍ରୀଷ୍ଟାବ୍ଦ, ୭୧୦ ଖ୍ରୀଷ୍ଟାବ୍ଦ)
Answer:
୬୪୪ ଖ୍ରୀଷ୍ଟାବ୍ଦ

(ଚ) ଦ୍ଵିତୀୟ ପୁଲକେଶୀନ୍ _______________ ବଂଶର ସର୍ବଶ୍ରେଷ୍ଠ ରାଜା ଥିଲେ । (ଗୁପ୍ତ, ପଲ୍ଲବ, ଚାଲୁକ୍ୟ, ବର୍ଦ୍ଧନ)
Answer:
ଚାଲୁକ୍ୟ

(ଛ) ହର୍ଷ ପ୍ରତି ପାଞ୍ଚବର୍ଷରେ ________________ ଠାରେ ଏକ ଧର୍ମ ଉତ୍ସବ ପାଳନ କରୁଥିଲେ । (କନୌଜ, ପ୍ରୟାଗ, ଥାନେଶ୍ଵର, ଏଲୋରା)
Answer:
ପ୍ରୟାଗ

BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

(ଜ) ‘ସକଳାଭର ପଥନାଥ’ ________________ ଙ୍କୁ କୁହାଯାଉଥିଲା । (ସମୁଦ୍ରଗୁପ୍ତ, ଦ୍ବିତୀୟ ଚନ୍ଦ୍ରଗୁପ୍ତ, ହର୍ଷବର୍ଦ୍ଧନ, ଶଶାଙ୍କ)
Answer:
ହର୍ଷବର୍ଦ୍ଧନ

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

Odisha State Board BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ Textbook Exercise Questions and Answers.

BSE Odisha Class 6 History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ‘ଉପନିଷଦ’ରୁ ଆମେ କ’ଣ ଜାଣିପାରିବା ?
Answer:

  • ଆମେ ‘ଉପନିଷଦ’ରୁ ଜାଣିପାରିବା ଯେ ମରିଗଲା ପରେ ଲୋକମାନେ କେଉଁଠାକୁ ଯାଆନ୍ତି ଓ ମଲାପରେ ସେମାନଙ୍କର ଅବସ୍ଥା କ’ଣ ହୁଏ ଇତ୍ୟାଦି ପ୍ରଶ୍ନର ଉତ୍ତର ।
  • ଉପନିଷଦ ଗ୍ରନ୍ଥରେ ଭାରତୀୟ ଦର୍ଶନର ମୌଳିକ ତଥ୍ୟଗୁଡ଼ିକ ଆଲୋଚନା କରାଯାଇଛି ।
  • ଆମ ମନରେ, ଆଧାତ୍ମକ ଭାବ ଜାଗ୍ରତ କରିବା ଦିଗରେ ଉପନିଷଦର ଭୂମିକା ଗୁରୁତ୍ୱପୂର୍ଣ୍ଣ ।
  • ଉପନିଷଦରୁ ବ୍ରହ୍ମଜ୍ଞାନ ବିଷୟରେ ଜାଣିହୁଏ ।

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଖ) ଉପନିଷଦରେ କେଉଁ ବିଷୟ ଉପରେ ଆଲୋଚନା କରାଯାଇଛି ?
Answer:

  • ଉପନିଷଦ ହେଉଛି ବେଦର ଏକ ଅଂଶ । ବୈଦିକ ଯୁଗର ଶେଷଭାଗରେ ଏହା ରଚନା କରାଯାଇଛି ।
  • ଗୁରୁ ଓ ଶିଷ୍ୟ ମଧ୍ୟରେ କଥୋପକଥନ ମାଧ୍ୟମରେ ବହୁ ତତ୍ତ୍ୱର ଗୂଢ଼ ରହସ୍ୟ ଉପନିଷଦରେ ବର୍ଣ୍ଣନା କରାଯାଇଛି ।
  • ଏଥିରେ ବହୁ ଜଟିଳ ତତ୍ତ୍ବ ଯଥା – ଜୀବାତ୍ମା, ପରାମାତ୍ମା ଓ ପୃଥ‌ିବୀ ସୃଷ୍ଟିର ରହସ୍ୟ ଆଦି ବିଷୟରେ ଆଲୋଚନା
  • ବ୍ରହ୍ମ ହେଉଛି ପରମାତ୍ମା ବା ପରମେଶ୍ଵର । ଏହି ବ୍ରହ୍ମଜ୍ଞାନ ବିଷୟରେ ଉପନିଷଦରେ ଆଲୋଚନା କରାଯାଇଛି ।

(ଗ) କଠୋପନିଷଦରେ କେଉଁ ବିଷୟ ଉଲ୍ଲେଖ ଅଛି ?
Answer:

  • ‘ନଚିକେତା ଉପାଖ୍ୟାନ’ ହେଉଛି କଠୋପନିଷଦର ଏକ ଉଦାହରଣ ।
  • ନଚିକେତା କିପରି ନିଜର ଶ୍ରଦ୍ଧା, ଭକ୍ତି, ନିଷ୍ଠା ଓ ସେବା ବଳରେ ଧର୍ମରାଜ ଯମଙ୍କଠାରୁ ବ୍ରହ୍ମଜ୍ଞାନ ଲାଭ କରିଥିଲେ କଠୋପନିଷରେ ଏହା ବର୍ଣ୍ଣନା କରାଯାଇଛି ।

(ଘ) ପାର୍ଶ୍ଵନାଥ କିଏ ? ସେ କ’ଣ କହିଥିଲେ ?
Answer:

  1. ପାର୍ଶ୍ଵନାଥ ହେଉଛନ୍ତି ମହାବୀରଙ୍କର ପୂର୍ବବର୍ତ୍ତୀ ତୀର୍ଥଙ୍କର ।
  2. ସେ ମହାବୀରଙ୍କ ୨୫୦ ବର୍ଷ ପୂର୍ବେ ଆବିର୍ଭାବ ହୋଇଥଲେ ।
  3. ସେ କାଶୀରାଜା ଅଶ୍ଵସେନଙ୍କ ପୁତ୍ର ଥିଲେ ।
  4. ସେ ଜୈନଧର୍ମର ଚାରିଗୋଟି ନୀତି ପ୍ରଚାର କରିଥିଲେ । ସେଗୁଡ଼ିକ ହେଲା – (୧) ଜୀବପ୍ରତି ହିଂସା ଆଚରଣ ନକରିବା, (୨) ମିଥ୍ୟା ନ କହିବା, (୩) ଚୋରି ନକରିବା ଓ (୪) ସମ୍ପଭି ପ୍ରତି ଅନାଗ୍ରହ ହେବା । ତେଣୁ ପାର୍ଶ୍ଵନାଥଙ୍କ ପ୍ରଚାରିତ ଧର୍ମକୁ ‘ଚତୁର୍ଯ୍ୟାମଧର୍ମ’’ କୁହାଯାଏ ।

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଙ) ମହାବୀରଙ୍କ ଜନ୍ମ ପରିଚୟ ପ୍ରଦାନ କର ।
Answer:

  • ଆଜକୁ ପ୍ରାୟ ୨୫୦୦ ବର୍ଷ ତଳେ ଅର୍ଥାତ୍ ଖ୍ରୀ. ପୂ. ଷଷ୍ଠ ଶତାବ୍ଦୀରେ ଭାରତରେ ମହାବୀର ଜନ୍ମଗ୍ରହଣ କରିଥିଲେ । ସେ ଜୈନଧର୍ମର ପ୍ରଚାରକ ଥିଲେ ।
  • ସେ ବୈଶାଳୀ ନଗରର କୁନ୍ଦଗ୍ରାମର ଏକ କ୍ଷତ୍ରୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜନ୍ମବେଳେ ତାଙ୍କର ନାମ ଥିଲା ବର୍ତମାନ ।
  • ତାଙ୍କର ପିତାଙ୍କ ନାମ ସିଦ୍ଧାର୍ଥ ଏବଂ ମାତାଙ୍କ ନାମ ତ୍ରିଶଳା ଥିଲା ।
  • ବର୍ଦ୍ଧମାନ ଯଶୋଦା ନାମ୍ନୀ ଏକ କନ୍ୟାକୁ ବିବାହ କରିଥିଲେ । ତାଙ୍କର ଗୋଟିଏ କନ୍ୟା ଜାତ ହୋଇଥିଲା ।

(ଚ) ଜୈନଧର୍ମର ପ୍ରସାର କେଉଁ କାରଣରୁ ହୋଇପାରିଥିଲା ?
Answer:

  • ଜୈନଧର୍ମର ନୀତିଗୁଡ଼ିକୁ ପାଲି ଓ ପ୍ରାକୃତ ଭାଷାରେ ଲେଖାଯାଇଥିବାରୁ ଲୋକମାନେ ଏହାକୁ ସହଜରେ ଜାଣିପାରୁଥିଲେ । ତେଣୁ ଏହା କାଳକ୍ରମେ ଲୋକପ୍ରିୟହେଲା ଓ ଭାରତର ବିଭିନ୍ନ ଅଞ୍ଚଳକୁ ପ୍ରସାରିତ ହେଲା ।
  • ମହାବୀର ବିଭିନ୍ନ ସ୍ଥାନ ବୁଲି ଜୈନଧର୍ମ ପ୍ରଚାର କରିଥିଲେ । ସେ ମଗଧର ରାଜା ବିମ୍ବିସାର ଓ ଅଜାତଶତ୍ରୁଙ୍କୁ ଜୈନଧର୍ମ ପ୍ରତି ଆକୃଷ୍ଟ କରାଇଥିଲେ ।
  • ଜୈନଧର୍ମର ପ୍ରଚାରକମାନେ ଭାରତର ବିଭନ୍ନ ଅଞ୍ଚଳକୁ ଯାଇ ଏହି ଧର୍ମର ପ୍ରସାର ଘଟାଇଥିଲେ ।
  • ମଗଧର ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ କଳିଙ୍ଗର ରାଜା ଖାରବେଳ ଜୈନଧର୍ମ ଗ୍ରହଣ କରି ଏହାର ପୃଷ୍ଠପୋଷକତା ଲାଭ କରିଥିଲେ । ବର୍ତ୍ତମାନ ଗୁଜରାଟ ଓ ରାଜସ୍ଥାନ ରାଜ୍ୟରେ ଜୈନ ଧର୍ମାବଲମ୍ବୀ ଅଧ୍ଵ ସଂଖ୍ୟାରେ ଦେଖାଯାଆନ୍ତି ।

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଛ) ମହାବୀର ଜିନ କର୍ମବାଦ ଉପରେ କ’ଣ କହିଛନ୍ତି ?
Answer:

  • ମହାବୀରଙ୍କ ମତରେ ପ୍ରତ୍ୟେକଙ୍କର ସୁକର୍ମ ଓ କୁକର୍ମ ଉପରେ ତା’ର ପୁନର୍ଜନ୍ମ ନିର୍ଭର କରେ ।
  • ସୁକର୍ମ କଲେ ପୁନର୍ଜନ୍ମ ହୁଏ ନାହିଁ ।
  • ଆମ୍ବ ସଂଯମ, ଶୁଦ୍ଧପୂତ ଆଚରଣ ଓ ନୀତିମୟ ଜୀବନଯାପନ ଦ୍ୱାରା ଆତ୍ମା ମୁକ୍ତି ଲାଭ କରେ ।
  • ଆତ୍ମାର କର୍ମ ବନ୍ଧନରୁ ମୁକ୍ତି ହେଉଛି ନିର୍ବାଣ ଓ ଏହା କେବଳ ଉପବାସ, ଧ୍ୟାନ ଓ କଠୋର ସଂଯମ ଦ୍ବାରା ସମ୍ଭବ ହୋଇଥାଏ ।

(ଜ) ଜୈନ ‘ପଞ୍ଚମହାବ୍ରତ’ କ’ଣ ?
Answer:

  • ପାର୍ଶ୍ଵନାଥ ଜୈନଧର୍ମର ଚାରିଗୋଟି ନୀତି ପ୍ରଚାର କରିଥିଲେ । ସେଗୁଡ଼ିକ ହେଲା – (୧) ଜୀବପ୍ରତି ହିଂସା ଆଚରଣ ନକରିବା, (୨) ମିଥ୍ୟା ନକହିବା, (୩) ଚୋରି ନକରିବା, (୪) ସମ୍ପତ୍ତି ପ୍ରତି ଅନାଗ୍ରହ ହେବା ।
  • ତେଣୁ ପାର୍ଶ୍ଵନାଥଙ୍କ ପ୍ରଚାରିତ ଧର୍ମକୁ ‘ଚତୁର୍ଯ୍ୟାମ ଧର୍ମ’’ କୁହାଯାଉଥିଲା ।
  • ମହାବୀର ସେଥ‌ିରେ ଆଉ ଗୋଟିଏ ନୀତି ‘ବ୍ରହ୍ମଚର୍ଯ୍ୟ’ ଯୋଗ କରିବାରୁ ଏହା ‘ପଞ୍ଚଯାମ ଧର୍ମ’’ରେ ପରିଣତ ହେଲା ।
  • ତେଣୁ ଏହି ପାଞ୍ଚଟି ନୀତିକୁ ଜୈନମାନେ ‘ପଞ୍ଚମହାବ୍ରତ’ ଭାବରେ ପାଳନ କରିଥାନ୍ତି ।

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଝ) ଜୈନଧର୍ମର କୀର୍ତ୍ତି ଥ‌ିବା କେତୋଟି ସ୍ଥାନର ନାମ ଲେଖ ।
Answer:

  1. ଭାରତର ବିଭିନ୍ନ ସ୍ଥାନରେ ଜୈନ କୀର୍ତ୍ତିମାନ ନିର୍ମିତ ହୋଇଥିଲା ।
  2. ସେଗୁଡ଼ିକ ମଧ୍ୟରେ ପ୍ରସିଦ୍ଧ ହେଉଛି – କର୍ଣ୍ଣାଟକ ଶ୍ରାବଣ ବେଲଗୋଲାର ଜୈନ କୀର୍ତ୍ତି, ମହାରାଷ୍ଟ୍ରର ଏଲୋରା ପାହାଡରେ ଥ‌ିବା ଜୈନଗୁମ୍ଫା ଏବଂ ରାଜସ୍ଥାନର ଆବୁ ପର୍ବତରେ ଥ‌ିବା ଜୈନ ମନ୍ଦିର ।
  3. ଓଡିଶାର ଭୁବନେଶ୍ୱରର ଉଦୟଗିରି ଓ ଖଣ୍ଡଗିରି ପାହାଡ଼ରେ ଜୈନ ମନ୍ଦିର ଏବଂ ରାଣୀ ଓ ହାତୀ ଗୁମ୍ଫା ରହିଛି ।

(ଞ) ବୁଦ୍ଧଦେବଙ୍କ ଜନ୍ମ ଓ ବାଲ୍ୟାବସ୍ଥା ବର୍ଣ୍ଣନା କର ।
Answer:

  • ଗୌତମ ବୁଦ୍ଧ ନେପାଳ ଦେଶର ହିମାଳୟ ପାଦଦେଶରେ ଅବସ୍ଥିତ କପିଳବାସ୍ତୁ ନଗରୀ ନିକଟବର୍ତ୍ତୀ ଲୁମ୍ବିନୀ ଉଦ୍ୟାନରେ ଜନ୍ମଗ୍ରହଣ କରିଥିଲେ ।
  • ତାଙ୍କ ପିତା ଶୁଦ୍ଧୋଦନ ଶାକ୍ୟ ନାମକ ଏକ କ୍ଷତ୍ରୀୟ ବଂଶର ରାଜାଥିଲେ । ମାତା ମାୟାଦେବୀ ପୁତ୍ରର ଜନ୍ମର ସାତଦିନ ପରେ ମୃତ୍ୟୁ ବରଣ କରିଥିଲେ ।
  • ସେହି ସାତଦିନର ଶିଶୁପୁତ୍ର ତାଙ୍କର ମାଉସୀ ଗୌତମୀଙ୍କ ଦ୍ବାରା ଲାଳିତପାଳିତ ହୋଇଥିବାରୁ ଶିଶୁପୁତ୍ରଟିର ନାମ ଗୌତମୀ ରଖାଗଲା ।
  • ଗୌତମଙ୍କର ଅନ୍ୟନାମ ଥିଲା ସିଦ୍ଧାର୍ଥ ।

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଟ) ଗୌତମ ଗୃହତ୍ୟାଗ କରିବାର କାରଣ କ’ଣ ଥିଲା ?
Answer:

  • ଗୌତମ ବୁଦ୍ଧ ଏକ ସମ୍ଭ୍ରାନ୍ତ ରାଜବଂଶରେ ଜନ୍ମହୋଇ ମଧ୍ଯ ସଂସାର ପ୍ରତି ତାଙ୍କର ବିରାଗ ମନୋଭାବ ଦେଖାଦେଇଥିଲା । ସେ ରାଜକୀୟ ପରିବେଶରୁ ସର୍ବଦା ଦୂରେଇ ରହୁଥିଲେ । ତାଙ୍କର ଏପରି ଅନାଗ୍ରହ ଭାବଦେଖ୍ ପିତା ଶୁଦ୍ଧୋଦନ ଯଶୋଧାରା ନାମ୍ନୀ ଏକ ସୁନ୍ଦରୀ ରାଜକନ୍ୟା ସହ ତାଙ୍କର ବିବାହ କରାଇଦେଲେ । ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା ।
  • ଦିନେ ଗୌତମ ନଗର ପରିକ୍ରମା କରୁଥିବା ସମୟରେ ଏକ ବୃଦ୍ଧ, ଏକରୋଗୀ ଓ ଏକ ଶବକୁ ଦେଖୁ ତାଙ୍କ ମନରେ ବିରାଗ ଭାବ ଜାତ ହେଲା । ସଂସାରରେ ରହିଲେ ଦୁଃଖ ଭୋଗ କରିବାକୁ ହେବ ବୋଲି ସେ ଭାବିଲେ ।
  • ଏହାପରେ ଦିନେ ଜଣେ ଗୈରିକ ବସ୍ତ୍ର ପରିହିତ ସାଧୁଙ୍କୁ ଦେଖ୍ ଉପଲବ୍ଧ କଲେ ଯେ ସାଂସାରିକ ଦୁଃଖ କଷ୍ଟରୁ ମୁକ୍ତି ପାଇବାର ଏକମାତ୍ର ମାର୍ଗ ହେଲା ସନ୍ୟାସ ।
  • ତେଣୁ ସେ ୨୯ ବର୍ଷ ବୟସରେ ଏକ ଗଭୀର ରାତିରେ ନିଜର, ସ୍ତ୍ରୀ, ପୁତ୍ର ଓ ରାଜପ୍ରାସାଦ ଛାଡି ସତ୍ୟର ସନ୍ଧାନ ପାଇଁ ଗୃହତ୍ୟାଗ କଲେ ।

(୦) ଗୌତମ କାହିଁକି ବୁଦ୍ଧ ନାମରେ ପରିଚିତ ହେଲେ ?
Answer:

  • ଗୌତମ ଗୃହତ୍ୟାଗ କରି ୬ ବର୍ଷ ଧରି ବିଭିନ୍ନ ସ୍ଥାନ ବୁଲି ଜ୍ଞାନ ଆହରଣ କରିବାର ମାର୍ଗ ଖୋଜିଥିଲେ । ସେ -ଆରାଦକାଳାମ ଏବଂ ରୁଦ୍ରକ ରାମପୁତ୍ର ନାମକ ସନ୍ୟାସୀମାନଙ୍କ ଶିଷ୍ୟ ହେଲେ ।
  • କିନ୍ତୁ ସେଥ‌ିରେ ସନ୍ତୁଷ୍ଟ ନହେବାରୁ ଗୟାକୁ ଯାଇ ନିରଞ୍ଜନା ନଦୀ କୂଳରେ ଥ‌ିବା ଏକ ଅଶ୍ଵତ୍‌ଥ ଗଛ ମୂଳରେ ଧ୍ୟାନମଗ୍ନ ହେଲେ ।
  • ବହୁଦିନ ଧ୍ୟାନମଗ୍ନ ହେବାପରେ ତାଙ୍କର ଜ୍ଞାନପ୍ରାପ୍ତି ହେଲା । ତେଣୁ ସେ ‘ବୁଦ୍ଧ’ ନାମରେ ପରିଚିତ ହେଲେ ।
  • ଯେଉଁ ଅଶ୍ୱତ୍‌ଥ ବୃକ୍ଷମୂଳରେ ଧ୍ୟାନ କରୁଥିଲେ ସେହି ବୃକ୍ଷକୁ ‘ବୋଧେମ’ ଓ ସେହି ସ୍ଥାନକୁ ‘ବୁଦ୍ଧଗୟା’ କୁହାଗଲା ।

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଡ) ବୁଦ୍ଧଦେବ ତାଙ୍କ ଧର୍ମ କିପରି ପ୍ରଚାର କରିଥିଲେ ?
Answer:

  • ବୁଦ୍ଧଦେବ ଜ୍ଞାନଲାଭ କଲାପରେ ପ୍ରଥମେ ସାରନାଥର ହରିଣ ଉଦ୍ୟାନରେ ପାଞ୍ଚଜଣଙ୍କୁ ଧର୍ମବାଣୀ ପ୍ରଚାର କରିଥିଲେ । ବୁଦ୍ଧଦେବ ତାଙ୍କର ଦିବ୍ୟଜ୍ଞାନକୁ ବିତରଣ କରିବା ଉଦ୍ଦେଶ୍ୟରେ ଭାରତର ବିଭିନ୍ନ ସ୍ଥାନକୁ ଯାଇଥିଲେ ।
  • ମଗଧକୁ ଯାତ୍ରା କରି ରାଜା ବିମ୍ବିସାର ଓ ଅଜାତଶତ୍ରୁଙ୍କୁ ତାଙ୍କ ଧର୍ମରେ ଦୀକ୍ଷିତ କରାଇଥିଲେ ଏବଂ କୋଶଳ ଯାତ୍ରା କରି ରାଜା ପ୍ରସେନ୍‌ଜିତ୍ ଓ ରାଣୀ ମଲ୍ଲିକାଙ୍କୁ ତାଙ୍କର ଶିଷ୍ୟକରାଇଥିଲେ ।
  • ସେ କପିଳବାସ୍ତୁକୁ ଯାଇ ପିତା ଶୁଦ୍ଧୋଦନ ଓ ପୁତ୍ର ରାହୁଳଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରାଇଥିଲେ ।
  • ସମୟକ୍ରମେ ସେ ଶ୍ରୀବସ୍ତୀ, ନାଳନ୍ଦା, କୌଶାୟୀ, ଚମ୍ପା, ପାବା ଓ କୁଶୀ ନଗର ଆଦି ସ୍ଥାନ ଭ୍ରମଣ କରି ନିଜର ଧର୍ମମତ ସରଳ ଭାଷାରେ ପ୍ରଚାର କରିଥିଲେ ।

(ଢ) ବୌଦ୍ଧଧର୍ମର ସତ୍ୟଗୁଡ଼ିକ କ’ଣ ?
Answer:

  1. ବୁଦ୍ଧଦେବ ଚାରୋଟି ସତ୍ୟ ପ୍ରଚାର କରିଥିଲେ । ଏହାକୁ ‘ଚତୁଃ ଆର୍ଯ୍ୟସତ୍ୟ’ କୁହାଯାଏ ।
  2. ସେଗୁଡ଼ିକ ହେଲା – ମନୁଷ୍ୟ ଜୀବନ ଦୁଃଖପୂର୍ଣ୍ଣ ।
  3. ଏହି ଦୁଃଖର କାରଣ ହେଉଛି କାମନା ।
  4. କାମନାର ବିନାଶରେ ଦୁଃଖର ବିନାଶ । ଆର୍ଯ୍ୟ ଅଷ୍ଟାଙ୍ଗମାର୍ଗ ମାଧ୍ୟରେ କାମନାର ବିନାଶ ହୋଇପାରିବ । କାମନାର ବିନାଶ ହେଲେ ନିର୍ବାଣ ହେବ ।

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଣ) ‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’ କ’ଣ ?
Answer:

  • ମନୁଷ୍ୟ ଜୀବନ ଦୁଃଖପୂର୍ଣ୍ଣ । ଏହି ଦୁଃଖର କାରଣ ହେଉଛି କାମନା । କାମନାର ବିନାଶରେ ଦୁଃଖର ବିନାଶ ହୁଏ ।
  • ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ ମାଧ୍ୟମରେ କାମନାର ବିନାଶ ହୋଇପାରିବ ।
  • ସେହି ଅଷ୍ଟାଙ୍ଗମାର୍ଗ ହେଉଛି – (୧) ସତ୍ ବିଶ୍ଵାସ, (୨) ସଚିନ୍ତା, (୩) ସତ୍‌କର୍ମ, (୪) ସବାକ୍ୟ, (୫) ସତ୍ ଆଚାର, (୬) ସତ୍ ଉଦ୍ୟମ, (୭) ସତ୍ ଜୀବିକା, (୮) ସତ୍ ସଂକଳ୍ପ ।
  • ଏହା ବ୍ରାହ୍ମଣ ଧର୍ମର କୋମଳତା ଓ ଜୈନଧର୍ମର କଠୋରତାର ମଧ୍ୟବର୍ତ୍ତୀ ହୋଇଥିବାରୁ ଏହାକୁ ‘ମଧ୍ୟମପଥ କୁହାଯାଏ ।

୨ । ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନ ପାଇଁ ଚାରିଗୋଟି ସମ୍ଭାବ୍ୟ ଉତ୍ତର ରହିଛି । ସେଥୁରୁ ଉପଯୁକ୍ତ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ଅର୍ଜୁନ ଶ୍ରୀକୃଷ୍ଣଙ୍କଠାରୁ ________ ଲାଭ କରିଥିଲେ ।
(୧) କର୍ମଜ୍ଞାନ
(୨) ଶାସ୍ତ୍ରଜ୍ଞାନ
(୩) ବ୍ରହ୍ମଜ୍ଞାନ କହନ୍ତି ।
(୪) ସୃଷ୍ଟିଜ୍ଞାନ
Answer:
ବ୍ରହ୍ମଜ୍ଞାନ

(ଖ) ଯାହାକୁ ଅଧ୍ୟୟନ କରିବାଦ୍ଵାରା ବ୍ରହ୍ମପ୍ରାପ୍ତି ହୁଏ ତାକୁ ______ କହନ୍ତି ।
(୧) ବ୍ରାହ୍ମଣ
(୨) ଉପନିଷଦ
(୩) ଆରଣ୍ୟକ
(୪) ବେଦ
Answer:
ଉପନିଷଦ

(ଗ) ଭାରତୀୟ ଦାର୍ଶନିକ _________ ଅଦ୍ଵୈତବାଦର ପ୍ରବର୍ତ୍ତକ ।
(୧) ଶଙ୍କରାଚାର୍ଯ୍ୟ
(୨) ବଲ୍ଲଭାଚାର୍ଯ୍ୟ
(୩) ମାଧ୍ଵଚାର୍ଯ୍ୟ
(୪) ରାମାନୁଜ
Answer:
ଶଙ୍କରାଚାର୍ଯ୍ୟ

(ଘ) ଜୈନଧର୍ମର ପ୍ରସାର ପାଇଁ ରାଜା ________ ବିଭିନ୍ନ ପଦକ୍ଷେପ ନେଇଥିଲେ ।
(୧) ବିନ୍ଦୁସାର
(୨) ଅଜାତଶତ୍ରୁ
(୩) ଅଶୋକ
(୪) ଖାରବେଳ
Answer:
ଖାରବେଳ

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଙ) __________ ଶ୍ରେଣୀର ଜୈନ ସନ୍ନ୍ୟାସୀମାନେ ଶ୍ଵେତବସ୍ତ୍ର ପରିଧାନ କରନ୍ତି ।
(୧) ଦିଗମ୍ବର
(୨) ଶ୍ଵେତାମ୍ବର
(୩) ଆଜିବୀକ
(୪) ନିର୍ଗଛ
Answer:
ଶ୍ଵେତାମ୍ବର

(ଚ) ସାରନାଥଠାରେ ବୁଦ୍ଧଦେବ _____ ଜଣ ଶିଷ୍ୟଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରାଇଥିଲେ ।
(୧) ୨
(୨) ୫
(୩) ୧୧
(୪) ୨୩
Answer:

(ଛ) ଓଡ଼ିଶାରେ ବୌଦ୍ଧକୀର୍ତ୍ତି _________ ଠାରେ ରହିଅଛି ।
(୧) ରଗିରି
(୨) ଖଣ୍ଡଗିରି
(୩) ନିୟମଗିରି
(୪) ମହେନ୍ଦ୍ରଗିରି
Answer:
ରଗିରି

୩ । ନିମ୍ନୋକ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି ବାକ୍ୟରେ ପ୍ରଦାନ କର ।

(କ) ଭାରତୀୟ ଋଷି ଓ ମହର୍ଷିମାନେ ଉପନିଷଦକୁ କିପରି ବ୍ୟାଖ୍ୟା କରିଛନ୍ତି ?
Answer:

  • ଭାରତୀୟ ଋଷି ଓ ମହର୍ଷିମାନେ ଉପନିଷଦକୁ ବିଭିନ୍ନ ଚିନ୍ତାଧାରାରେ ବ୍ୟାଖ୍ୟା କରିଛନ୍ତି ।
  • ସଂସାର ସହିତ ଅଧ୍ଵ ସଂପୃକ୍ତ ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତବାଦମୂଳକ ବ୍ୟାଖ୍ୟାକୁ ଦର୍ଶନଶାସ୍ତ୍ର ପଣ୍ଡିତମାନେ ଅଧିକ ସମ୍ମାନ ଦେଉଥୁଲାବେଳେ ବଲ୍ଲଭାଚାର୍ଯ୍ୟ, ମାଲ୍ଟାଚାର୍ଯ୍ୟ ଓ ରାମାନୁଜ ଆଦି ଦାର୍ଶନିକଗଣ ଉପନିଷଦକୁ ଭିନ୍ନ ଭାବେ ଉପସ୍ଥାପନ କରିଛନ୍ତି ।

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଖ) ମହାବୀରଙ୍କ ପୂର୍ବରୁ କେତେଜଣ ଜୈନ ତୀର୍ଥଙ୍କର ଥିଲେ ? ପ୍ରଥମ ଓ ମହାବୀରଙ୍କ ପୂର୍ବ ତୀର୍ଥଙ୍କରଙ୍କ ନାମ ଲେଖ ।
Answer:

  • ମହାବୀରଙ୍କ ପୂର୍ବରୁ ୨୩ ଜଣ ଜୈନ ତୀର୍ଥଙ୍କର ଥିଲେ।
  • ପ୍ରଥମ ତୀର୍ଥଙ୍କରଙ୍କ ନାମ ଋଷଭନାଥ ଏବଂ ମହାବୀରଙ୍କ ପୂର୍ବ ତୀର୍ଥଙ୍କରଙ୍କ ନାମ ହେଉଛି ପାର୍ଶ୍ଵନାଥ ।

(ଗ) ‘ଜିନ୍’ ଶବ୍ଦର ଅର୍ଥ କ’ଣ ? ମହାବୀରଙ୍କ ପ୍ରଚାରିତ ଧର୍ମକୁ କ’ଣ କୁହାଗଲା ?
Answer:

  • ‘ଜିନ୍’ ଶବ୍ଦର ଅର୍ଥ ହେଉଛି ‘ପ୍ରକୃତ ଜ୍ଞାନର ଅଧିକାରୀ’ ।
  • ମହାବୀରଙ୍କ ପ୍ରଚାରିତ ଧର୍ମକୁ ଜୈନଧର୍ମ କୁହାଗଲା ।

(ଘ) ମହାବୀର କେଉଁ ସ୍ଥାନରେ ଦେହତ୍ୟାଗ କରିଥିଲେ ?
Answer:
ମହାବୀର ପାବା ନାମକ ସ୍ଥାନରେ ଦେହତ୍ୟାଗ କରିଥିଲେ ।

(ଙ) ମହାବୀର କର୍ମବାଦ ସମ୍ବନ୍ଧରେ କ’ଣ କହିଥିଲେ ?
Answer:

  • ମହାବୀର କର୍ମବାଦ ସମ୍ବନ୍ଧରେ କହୁଥିଲେ ଯେ ପ୍ରତ୍ୟେକଙ୍କର ସୁକର୍ମ ଓ କୁକର୍ମ ଉପରେ ତା’ର ପୁନର୍ଜନ୍ମ ନିର୍ଭର କରେ ।
  • ସୁକର୍ମ କଲେ ପୁନର୍ଜନ୍ମ ହୁଏ ନାହିଁ ଏବଂ ଆତ୍ମସଂଯମ, ଶୁଦ୍ଧପୂତ ଆଚରଣ ଓ ନୀତିମୟ ଜୀବନଯାପନଦ୍ୱାରା ଆତ୍ମା ମୁକ୍ତିଲାଭ କରେ ।

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଚ) ବୁଦ୍ଧଙ୍କ ନାମ ଗୌତମ କାହିଁକି ହୋଇଥିଲା ?
Answer:

  • ବୁଦ୍ଧଙ୍କ ଜନ୍ମର ସାତଦିନ ପରେ ତାଙ୍କ ମାତା ମାୟାଦେବୀଙ୍କ ମୃତ୍ୟୁ ହୋଇଥିଲା ।
  • ସେ ତାଙ୍କ ମାଉସୀ ଗୌତମୀଙ୍କଦ୍ବାରା ଲାଳିତପାଳିତ ହୋଇଥିବାରୁ ତାଙ୍କ ନାମ ଗୌତମ ହୋଇଥିଲା ।

(ଛ) ବୁଦ୍ଧଦେବ କୋଶଳ ରାଜ୍ୟ ଓ କପିଳବାସ୍ତୁ ରାଜ୍ୟରେ କେଉଁମାନଙ୍କୁ ନିଜ ଧର୍ମରେ ଦୀକ୍ଷିତ କରାଇଲେ ?
Answer:

  • ବୁଦ୍ଧଦେବ କୋଶଳ ରାଜ୍ୟର ରାଜା ପ୍ରସେନ୍‌ତ ଓ ରାଣୀ ମଲ୍ଲିକାଙ୍କୁ ନିଜ ଧର୍ମରେ ଦୀକ୍ଷିତ କରାଇଥିଲେ ।
  • ସେ କପିଳବାସ୍ତୁରେ ତାଙ୍କ ପିତା ଶୁଦ୍ଧୋଦନ ଓ ପୁତ୍ର ରାହୁଳଙ୍କୁ ନିଜ ଧର୍ମରେ ଦୀକ୍ଷିତ କରାଇଥିଲେ ।

(ଜ) ତ୍ରିପିଟକ କ’ଣ?
Answer:
ବୌଦ୍ଧ ଧର୍ମଗ୍ରନ୍ଥକୁ ତ୍ରିପିଟକ କୁହାଯାଏ ।

୪। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଗୋଟିଏ ବାକ୍ୟରେ ଲେଖ ।

(କ) ଉପନିଷଦରେ ଆଲୋଚିତ ଜଟିଳ ତତ୍ତ୍ଵଗୁଡ଼ିକ କ’ଣ ?
Answer:
ଉପନିଷଦରେ ଆଲୋଚିତ ଜଟିଳତତ୍ତ୍ଵଗୁଡ଼ିକ ହେଲା– ଜୀବାତ୍ମା, ପରମାତ୍ମା ଓ ପୃଥ‌ିବୀ ସୃଷ୍ଟିର ରହସ୍ୟ ।

(ଖ) ଉପନିଷଦର ବ୍ରହ୍ମତତ୍ତ୍ବର କଥୋପକଥନ କାହା କାହା ମଧ୍ୟରେ କରାଯାଇଛି ?
Answer:
ଉପନିଷଦର ବ୍ରହ୍ମତତ୍ତ୍ଵର କଥୋପକଥନ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ କରାଯାଇଛି ।

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଗ) ଜୈନଧର୍ମର ମୂଳମନ୍ତ୍ର କ’ଣ ଥିଲା ?
Answer:
ଜୈନଧର୍ମର ମୂଳମନ୍ତ୍ର ଥିଲା ଅହିଂସା ।

(ଘ) ଜୈନଧର୍ମାବଲମ୍ବୀମାନେ କେତେ ଭାଗରେ ବିଭକ୍ତ ହୋଇଥିଲେ ?
Answer:
ଜୈନଧର୍ମାବଲମ୍ବୀମାନେ ଦୁଇ ଭାଗରେ ବିଭକ୍ତ ହୋଇଥିଲେ ।

(ଙ) ମହାଭିନିଷ୍କ୍ରମଣର ଅର୍ଥ କ’ଣ ?
Answer:
ସତ୍ୟର ସନ୍ଧାନ ପାଇଁ ବୁଦ୍ଧଦେବଙ୍କର ସଂସାର ତ୍ୟାଗକୁ ମହାଭିନିଷ୍କ୍ରମଣ କୁହାଯାଏ ।

(ଚ) ଧର୍ମଚକ୍ର ପ୍ରବର୍ତ୍ତନ କହିଲେ କ’ଣ ବୁଝ ?
Answer:
ଜ୍ଞାନ ଲାଭ ପରେ ବୁଦ୍ଧଦେବ ପ୍ରଥମେ ସାରନାଥର ହରିଣ ଉଦ୍ୟାନରେ ପାଞ୍ଚଜଣଙ୍କୁ ଧର୍ମବାଣୀ ପ୍ରଚାର କରିଥିଲେ ଓ ଏହି ପ୍ରଥମ ଧର୍ମ ପ୍ରଚାରକୁ ବୌଦ୍ଧଧର୍ମରେ ଧର୍ମଚକ୍ର ପ୍ରବର୍ତ୍ତନ ବୋଲି କୁହାଯାଏ ।

୫ | ‘କ’ ସ୍ତମ୍ଭର ଶବ୍ଦମାନଙ୍କ ସହ ‘ଖ’ ସ୍ତମ୍ଭର ସମ୍ପର୍କିତ ଶବ୍ଦକୁ ଗାର ଟାଣି ଘୋଡ଼ ।

ନୂତନ ଚିନ୍ତାଧାରାର ଅଭ୍ୟୁଦୟ Chapter 6
Answer:

ନୂତନ ଚିନ୍ତାଧାରାର ଅଭ୍ୟୁଦୟ Chapter 6.1

BSE Odisha 6th Class History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

Odisha State Board BSE Odisha 6th Class History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ Textbook Exercise Questions and Answers.

BSE Odisha Class 6 History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

୧। ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଉତ୍ତର ଦିଅ ।

(କ) ବେଦର ଅନ୍ୟ ନାମ କ’ଣ ?
Answer:
ବେଦର ଅନ୍ୟ ନାମ ଶ୍ରୁତି ।

(ଖ) ଚାରୋଟି ବେଦର ନାମ ଲେଖ ।
Answer:
ଚାରୋଟି ବେଦର ନାମ ହେଲା — ଋକ୍‌ବେଦ, ସାମବେଦ, ଯଜୁର୍ବେଦ ଓ ଅଥର୍ବ ବେଦ ।

(ଗ) କେଉଁ ବେଦରେ ଗୁଣି, ଗାରେଡ଼ି ଆଦି ରହିଛି ?
Answer:
ଅଥର୍ବ ବେଦରେ ଗୁଣି ଗାରେଡ଼ି ଆଦି ରହିଛି ।

BSE Odisha 6th Class History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

(ଘ) ଜନ ଓ ବିଶ୍ବର ଅର୍ଥ କ’ଣ ?
Answer:
(୧) ଆର୍ଯ୍ୟମାନଙ୍କର ଦଳରେ ଥିବା ସମସ୍ତ ଲୋକଙ୍କୁ ଜନ କୁହାଯାଉଥିଲା ।
(୨) ଦଳର କେତେକ ସଙ୍ଗଠନକୁ ବିଶ୍ କୁହାଯାଉଥିଲା ।

(ଙ) ଯଜ୍ଞାନୁଷ୍ଠାନରେ କେଉଁ ପଦାର୍ଥ ବ୍ୟବହାର କରାଯାଉଥିଲା ?
Answer:
ଯଜ୍ଞାନୁଷ୍ଠାନରେ ଘିଅ, ଦୁଧ ଆଦି ପଦାର୍ଥ ବ୍ୟବହୃତ ହେଉଥିଲା ।

(ଚ) ଋକ୍‌ବେଦର ମନ୍ତ୍ରଗୁଡ଼ିକ କେଉଁ ଅଞ୍ଚଳରେ ରଚନା କରାଯାଇଥିଲା ?
Answer:
ଋକ୍‌ବେଦର ମନ୍ତ୍ରଗୁଡ଼ିକ ପଞ୍ଜାବ ଅଞ୍ଚଳରେ ରଚନା କରାଯାଇଥିଲା ।

(ଛ) ପରବର୍ତୀ ବୈଦିକ ଯୁଗର ସମୟ ଲେଖ ।
Answer:
ପରବର୍ତୀ ବୈଦିକ ଯୁଗର ସମୟ ଆନୁମାନିକ ଖ୍ରୀ.ପୂ. ୧୦୦୦ରୁ ୬୦୦ ମସିହା ମଧ୍ୟରେ ଥିଲା ।

(ଜ) ଇନାମ୍‌ଗାଓଁଠାରେ କେଉଁ ସଭ୍ୟତା ଆବିଷ୍କାର କରାଯାଇଛି ?
Answer:
ଇନାମ୍‌ଗାଓଁଠାରେ ବୈଦିକ ଯୁଗର ସମସାମୟିକ ତାମ୍ର-ପ୍ରସ୍ତର ଯୁଗର ସଭ୍ୟତା’ ଆବିଷ୍କାର କରାଯାଇଛି ।

(ଝ) କୃଷ୍ଣ ଆୟସର ଅର୍ଥ କ’ଣ ?
Answer:
କୃଷ୍ଣ ଆୟସର ଅର୍ଥ ଲୁହା ।

BSE Odisha 6th Class History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

୨ । ସଂକ୍ଷେପରେ ଉତ୍ତର ଦିଅ ।

(କ) ଚାରିଗୋଟି ବେଦରେ କ’ଣ ସବୁ ଲେଖାଯାଇଛି ଲେଖ ।
Answer:

  • ଋକ୍‌ବେଦରେ ଇନ୍ଦ୍ର, ବରୁଣ, ଅଗ୍ନି, ମିତ୍ର ଆଦି ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ରହିଛି ।
  • ସାମବେଦରେ ଅନେକ ସଙ୍ଗୀତମୟ ପ୍ରାର୍ଥନା ରହିଛି ।
  • ଯଜୁର୍ବେଦରେ ଧର୍ମ ଓ ପୂଜା କର୍ମର ପଦ୍ଧତି ରହିଛି ।
  • ଅଥର୍ବବେଦରେ ଭୂତପ୍ରେତ ଦୂର କରିବା ପାଇଁ ମନ୍ତ୍ର, ଗୁଣି ଗାରେଡ଼ି ଆଦି ରହିଛି । ସମ୍ବନ୍ଧରେ ଲେଖ ।

(ଖ) ଋକ୍‌ବେଦୀୟ ସଭ୍ୟତାର ଶାସନ ବ୍ୟବସ୍ଥା
Answer:

  • ଋକ୍‌ବେଦୀୟ ସଭ୍ୟତାରେ ଦଳରେ ଥିବା ସମସ୍ତ ଲୋକଙ୍କୁ ‘ଜନ’ କୁହାଯାଉଥିଲା । ଦଳର କେତେକ ସଙ୍ଗଠନକୁ ‘ବିଶ୍’ କୁହାଯାଉଥିଲା ।
  • ଦଳର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତିଙ୍କୁ ‘ରାଜନ୍’ କୁହାଯାଉଥିଲା । ସେ ସମୟର ମୁଖ୍ୟ ଶାସନ ବ୍ୟବସ୍ଥା ଥିଲା ରାଜତନ୍ତ୍ର ଏବଂ ରାଜା ଖୁବ୍ କ୍ଷମତାଶାଳୀ ଥିଲେ ।
  • କେତେଗୁଡ଼ିଏ ପରିବାର ବା କୁଳକୁ ନେଇ ଗ୍ରାମର ସୃଷ୍ଟି ହୋଇଥିଲା ।
  • ପରିବାରର ମୁଖ୍ୟଙ୍କୁ ‘କୁଳପ’ ଓ ଗ୍ରାମର ମୁଖ୍ୟଙ୍କୁ ‘ବ୍ରଜପତି’ ବା ‘ଗ୍ରାମଣୀ’ କୁହାଯାଉଥିଲା ।

(ଗ) ବୈଦିକ ଯୁଗର ନାରୀମାନଙ୍କ ସ୍ଥାନ ନିରୂପଣ କର ।
Answer:

  • ବୈଦିକ ଯୁଗରେ ନାରୀମାନଙ୍କ ସ୍ଥାନ ଅତ୍ୟନ୍ତ ଉଚ୍ଚରେ ଥିଲା ।
  • ନାରୀମାନେ ପୁରୁଷମାନଙ୍କ ସହିତ ବିଭିନ୍ନ କାର୍ଯ୍ୟ, ଯାଗଯଜ୍ଞରେ ଯୋଗ ଦେଉଥିଲେ ।
  • ଲୋପାମୁଦ୍ରା, ଘୋଷ ଆଦି ନାରୀମାନେ ବୈଦିକ ମନ୍ତ୍ର ରଚନା କରିଥିଲେ ।

BSE Odisha 6th Class History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

(ଘ) ବୈଦିକ ସଭ୍ୟତାର ଧର୍ମ ବିଷୟରେ ଲେଖ ।
Answer:

  1. ବୈଦିକ ସଭ୍ୟତାର ଲୋକମାନେ ପ୍ରକୃତିର ବିଭିନ୍ନ ଶକ୍ତିକୁ ପୂଜା କରୁଥିଲେ
  2. ପ୍ରକୃତିର ଦୃଶ୍ୟାବଳୀ ପଛରେ ଯେ ଦେବତାମାନଙ୍କର ସତ୍ତା ଅଛି, ଏ ପ୍ରକାର ଧାରଣା ଓ ବିଶ୍ୱାସ ସେମାନଙ୍କର ଥିଲା ।
  3. ସେମାନେ ଉଷା, ସୂର୍ଯ୍ୟ, ଅଗ୍ନି, ବରୁଣ, ଇନ୍ଦ୍ର ଆଦି ଦେବତାମାନଙ୍କୁ ଉପାସନା କରୁଥୁଲେ
  4. ପୃଥ‌ିବୀକୁ ମାତୃଦେବୀ ରୂପେ ପୂଜା କରୁଥିଲେ ।
  5. ଦେବଦେବୀଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ସେମାନେ ଯଜ୍ଞାନୁଷ୍ଠାନର ଆୟୋଜନ କରୁଥିଲେ ଓ ସେଥ‌ିପାଇଁ ଅଗ୍ନିରେ ଘିଅ, ଦୁଧ ଆଦି ଦ୍ରବ୍ୟ ସମର୍ପଣ କରୁଥିଲେ ।

(ଙ) ଇନାମ୍‌ଗାଓଁରୁ ମିଳିଥିବା ମାଟିରେ ତିଆରି ମୂର୍ତ୍ତିମାନଙ୍କ ସମ୍ବନ୍ଧରେ ଲେଖ ।
Answer:

  • ଇନାମ୍‌ଗାଓଁରୁ ମାଟିର ମୂର୍ଭିସବୁ ଆବିଷ୍କାର କରାଯାଇଛି ।
  • ପୋଡ଼ାଇଟାରେ ତିଆରି ପଶୁମାନଙ୍କର ଛୋଟ ଛୋଟ ମୂର୍ତ୍ତିସବୁ ସେଠାରୁ ମିଳିଛି ।
  • ସେଗୁଡ଼ିକୁ ଖେଳନା ଅଥବା ଧର୍ମକାର୍ଯ୍ୟରେ ବ୍ୟବହାର କରାଯାଉଥିଲା ।
  • ବୃଷଭ ଚିତ୍ରଥିବା ମାଟି ପାତ୍ରର ସନ୍ଧାନ ମିଳିଛି ।

(ଚ) ଇନାମ୍‌ଗାଓଁରୁ କେଉଁ କେଉଁ ପ୍ରାଣୀମାନଙ୍କର ଅସ୍ଥି ମିଳିଛି ?
Answer:

  • ଇନାମ୍‌ଗାଓଁରୁ ଗୋରୁ, ମଇଁଷି, ଛେଳି, ମେଣ୍ଢା, କୁକୁର, ଘୋଡ଼ା, ଗଧ, ଘୁଷୁରି, ହରିଣ, ଗୁଣ୍ଡିଚିମୂଷା ପ୍ରଭୃତି ପ୍ରାଣୀମାନଙ୍କର ଅସ୍ଥି ମିଳିଛି ।
  • ସେଠାରେ କୁମ୍ଭୀର, କଇଁଚ, କଙ୍କଡ଼ା ଓ ମାଛ ଆଦି ଅସ୍ଥିର ସନ୍ଧାନ ମିଳିଛି ।
  • ଏତଦ୍‌ବ୍ୟତୀତ ସେଠାରେ ଥ‌ିବା କେତେକ ସମାଧୁରୁ ପୁରୁଷ ଲୋକମାନଙ୍କର ଅସ୍ଥି ମିଳିଛି ।

BSE Odisha 6th Class History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

(ଛ) ଲୌହଯୁଗ ସମ୍ବନ୍ଧରେ ଏକ ବିବରଣୀ ପ୍ରଦାନ କର ।
Answer:

  • ପ୍ରାୟ ଖ୍ରୀ.ପୂ. ୧୮୦୦ରୁ ୧୨୦୦ ମସିହା ମଧ୍ୟରେ ବେବିଲୋନ ଓ ତାହାର ନିକଟବର୍ତ୍ତୀ ସ୍ଥାନମାନଙ୍କରେ ହିଟାଇଟ୍ ନାମକ ଲୋକମାନେ ଲୁହାପଥରକୁ ତରଳାଇ ଲୁହା ବାହାର କରିବାର କୌଶଳ ଜାଣିପାରିଥିଲେ । କାଳକ୍ରମେ ଏହି କୌଶଳ ପାରସ୍ୟର ଲୋକମାନେ ଜାଣିଲେ ।
  • ଯେଉଁ ଆର୍ଯ୍ୟଦଳ ପାରସ୍ୟରୁ ହିନ୍ଦୁକୁଶ ପାରହୋଇ ଭାରତକୁ ପ୍ରବେଶ କରିଥିଲେ, ସେମାନେ ବୋଧହୁଏ ଲୁହାର ବ୍ୟବହାର ଜାଣିଥିଲେ । ଖ୍ରୀ.ପୂ. ୧୦୦୦ ମସିହା ବେଳକୁ ଭାରତର ଉତ୍ତର-ପଶ୍ଚିମାଞ୍ଚଳ, ବିଶେଷକରି ଗାନ୍ଧାର ଅଞ୍ଚଳରେ ଲୁହା ବ୍ୟବହାର ହେଉଥ‌ିବାର ପ୍ରମାଣ ମିଳିଛି ।
  • ପରବର୍ତୀ ବୈଦିକ ଯୁଗରେ ଗଙ୍ଗାନଦୀର ଅବବାହିକା ଅଞ୍ଚଳରେ ଲୁହାର ବ୍ୟବହାର ପ୍ରସାର ଲାଭ କରିଥିଲା । ସେହି ଅଞ୍ଚଳରେ ଜଙ୍ଗଲ ସଫା କରିବା ପାଇଁ ସମ୍ଭବତଃ ଲୁହାର କୁରାଢ଼ି ବ୍ୟବହାର ହେଉଥିଲା । ପରବର୍ତ୍ତୀ ବେଦରେ ଶ୍ୟାମ ବା କୃଷ୍ଣ ଆୟସ (ଲୁହା)ର ଉଲ୍ଲେଖ ରହିଛି ।
  • ଲୁହାର ଅସ୍ତ୍ରଶସ୍ତ୍ରଦ୍ଵାରା ଆର୍ଯ୍ୟମାନେ କୃଷ୍ଣକାୟ ମୂଳ ଭାରତୀୟମାନଙ୍କୁ ସହଜରେ ପରାସ୍ତ କରିଥିଲେ ଏବଂ କୁରାଢ଼ିଦ୍ଵାରା ଜଙ୍ଗଲ ସଫାକରି ଅଧ୍ବକ ଜମି ଚାଷ କରି ଅଧିକ ଶସ୍ୟ ଉତ୍ପାଦନ କରି ପାରିଥିଲେ ।

୩ । ‘କ’ ସ୍ତମ୍ଭରେ ଥ‌ିବା ଶବ୍ଦଗୁଡ଼ିକୁ ‘ଖ’ ସ୍ତମ୍ଭରେ ଥ‌ିବା ସମ୍ପର୍କିତ ଶବ୍ଦ ସହ ଗାର ଟାଣି ଯୋଡ଼ ।

ବିଭିନ୍ନ ଜୀବନଧାରଣ ପ୍ରଣାଳୀ Chapter 5
Answer:

ବିଭିନ୍ନ ଜୀବନଧାରଣ ପ୍ରଣାଳୀ Chapter 5.1