BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

Odisha State Board BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ Important Questions and Answers.

BSE Odisha Class 9 History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଆନ୍ତର୍ଜାତିକ ନ୍ୟାୟାଳୟର ଆଇନଗତ ଅଧିକାରକୁ କେତେ ଭାଗରେ ବିଭକ୍ତ କରାଯାଇଥିଲା ଓ କ’ଣ କ’ଣ ? ବୁଝାଇ ଲେଖ ।
Answer:

  • ଆନ୍ତର୍ଜାତିକ ନ୍ୟାୟାଳୟର ଆଇନଗତ ଅଧିକାରକୁ ୨ ଭାଗରେ ବିଭକ୍ତ କରାଯାଇଥିଲା । ସେଗୁଡ଼ିକ ହେଲା- ସ୍ୱେଚ୍ଛାକୃତ ଓ ବାଧ୍ୟତାମୂଳକ ।
  • ଯେତେବେଳେ ଦୁଇ ବା ତତୋଽଧ୍ଵକ ରାଷ୍ଟ୍ର ସେମାନଙ୍କ ମଧ୍ୟରେ ଥ‌ିବା ବିବାଦକୁ ସମାଧାନ କରିବୀପାଇ‍ଁ ନ୍ୟାୟାଳୟର ଉପସସ୍ଥ କରୁଥିଲେ ତାହା ନ୍ୟାୟାଳୟର ସ୍ୱେଚ୍ଛାକୃତ ଅଧ୍ କାର ପରିସର ଅନ୍ତର୍ଭୁକ୍ତ ହେଉଥିଲା ।
  • ଜାତି ସଂଘର ସଭ୍ୟ ହେବା ସମୟରେ କେତେକ ରାଷ୍ଟ୍ର ସେମାନଙ୍କର ବିବାଦର ନିଷ୍ପତ୍ତି ପାଇ‍ଁ ଆନ୍ତର୍ଜାତିକ ନ୍ୟାୟାଳୟର ଉପସସ୍ଥ କରିବେ ବୋଲି ଅଙ୍ଗୀକାରବଦ୍ଧ ହୋଇଥିଲେ ।
  • ଏପ୍ରକାର ବିବାଦର ସମାଧାନ କରିବା ନ୍ୟାୟାଳୟର ବାଧ୍ୟତାଧୂଳକ ଅଧ୍ କାର ପରିସର ଅନ୍ତର୍ଭୁକ୍ତ ଥିଲା ।

୨ । ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର କେତୋଟି ଅଙ୍ଗ ଥିଲା ଓ କ’ଣ କ’ଣ ? ବୁଝାଇ ଲେଖ ।
Answer:

  • ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ୩ଟି ଅଙ୍ଗ ଥିଲା । ସେଗୁଡ଼ିକ ହେଲା – ସାଧାରଣ ଆନ୍ତର୍ଜାତିକ ଶ୍ରମ କାର୍ଯ୍ୟାଳୟ ।
  • ସାଧାରଣ ସମ୍ମିଳନୀରେ ପ୍ରତ୍ୟେକ ସଦସ୍ୟ – ରାଷ୍ଟ୍ରର ଚାରି ଜଣ ପ୍ରତି ନିଜ୍ ଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ସରକାରଙ୍କଦ୍ୱାରା, ଜଣେ ଶିଳ୍ପପତିଙ୍କଦ୍ବାରା ଓ ଆନ୍ତର୍ଜାତିକ ଶ୍ରମ ହେଉଥିଲେ ।
  • ସାଧାରଣ ସମ୍ମିଳନୀର କୌଣସି ବୈଧାନିକ କ୍ଷମତା ନ ଥିଲା । ଏହା କେବଳ ଶ୍ରମିକମାନଙ୍କ ଅବସ୍ଥାର କେତେକ ତ୍ରୁଟି ଓ ସେଗୁଡ଼ିକୁ ସୁଧାରିବାପାଇଁ ଦୃଷ୍ଟି ଆକର୍ଷଣ କରିବା ଉନ୍ନତି କରିବା ଉଦ୍ଦେଶ୍ୟରେ ଆବଶ୍ୟକ ଚିଠା ପ୍ରସ୍ତୁତ କରୁଥିଲା ।
  • ଶାସନ ନିୟନ୍ତ୍ରକ ଦଳରେ ୩୨ ଜଣ ସଦସ୍ୟ ଥିଲେ । ସେଥିରୁ ୧୬ ଜଣ ସଦସ୍ୟ ରାଷ୍ଟ୍ରର ଶ୍ରମିକମାନଙ୍କଦ୍ୱ।ରା ମନୋନୀତ ଓ ଆଠଜଣ ଶ୍ରମିକମାନଙ୍କର ପ୍ରତିନିଧ୍ କରୁଥିଲେ । ଆନ୍ତର୍ଜାତିକ ଶ୍ରମ କାର୍ଯ୍ୟାଳୟର ନିର୍ଦ୍ଦେଶକଙ୍କ ନିର୍ବାଚନ ଏହାର ମୁଖ୍ୟ କାର୍ଯ୍ୟ ଥିଲା ।
  • ଶ୍ରମିକମାନଙ୍କର ଉନ୍ନତି ସମ୍ପର୍କରେ ତଥ୍ୟ ସଂଗ୍ରହ ଓ ପ୍ରସାରଣ ପାଇଁ ଉଦ୍ୟମ କରିବା ଆନ୍ତର୍ଜାତିକ ଶ୍ରମ କାର୍ଯ୍ୟାଳୟର ମୁଖ୍ୟ କାର୍ଯ୍ୟ ଥିଲା । ଏହି କାର୍ଯ୍ୟାଳୟ ନିଜର ସମ୍ବାଦପତ୍ର ଓ ପତ୍ରିକା ପ୍ରକାଶ କରୁଥିଲେ ।

୩ । ଜାତିସଂଘର ବିଫଳତାର କାରଣଗୁଡ଼ିକ ଉଲେ୍ଳ କର ।
କିମ୍ବା, କେଉଁଥ୍‌ପାଇଁ ଜାତିସଂଘ ତା’ର କାର୍ଯ୍ୟରେ ବିଫଳ ହୋଇଥିଲା ?
Answer:
ଜାତିସଂଘର ବିଫଳତା ପାଇଁ ନିମ୍ନଲିଖିତ କାରଣଗୁଡ଼ିକ ଦାୟୀ ଥିଲା ।

  • ପ୍ୟାରିସ୍ ଶାନ୍ତି ଚୁକ୍ତି ସହିତ ସଂଯୋଗ – ଜାତିସଂଘରଣ୍ମକୁ ପ୍ୟ।ରିସ୍ଠ।ରେ ସ୍ୱାକ୍ଷରିତ ହୋଇଥ୍‌ ଶାନ୍ତ ଚୁକ୍ତି ସହିତ ସଂଲଗ୍ନ କରି ଦିଆଯାଇଥିଲା । ଚୁକ୍ତି ର ସର୍ଭଗୁଡ଼ିକ ବିଜିତ ରାଷ୍ଟ୍ରମାନଙ୍କ ପ୍ରତି ଅତ୍ୟନ୍ତ କଠୋର ଥିଲା । ଜାତିସଂଘର ଆରମ୍ଭରେ ବିଜିତ ରାଷ୍ଟ୍ରମାନଙ୍କୁ ସଭ୍ୟପଦ ଦିଆନଯିବାରୁ ସେମାନେ ଜାତିସଂଘର କେଳେ ମନେକରିବା ସହିତ ଜାତିସଂଘକୁ ଘୃଣା କଲେ ଓ ସମର୍ଥନ ଦେବାପାଇଁ କୁଣ୍ଠାବୋଧ କଲେ ।
  • ଯୁକ୍ତରାଷ୍ଟ୍ର ଆମେରିକାର ଅନୁପସ୍ଥିତି – ଯୁକ୍ତରାଷ୍ଟ୍ର ଆମେରିକାର ସିନେଟ୍ ପ୍ୟ।ରିସ୍ ଜାତିସଂଘର ସଭ୍ୟ ହୋଇପାରିଲା ନାହିଁ ଏବଂ କେତେକ ଦେଶକୁ ଜାତିସଂଘ ସଭପ୍ୟଦରୁ ଇସ୍ତଫା ଦେବାପାଇଁ ଉତ୍ସାହିତ କଲା ।
  • ରାଷ୍ଟ୍ରମାନଙ୍କର ସ୍ଵାର୍ଥପର ମନୋଭାବ – ଜାତିସଂଘର ସଦସ୍ୟ ରାଷ୍ଟ୍ରମାନ ଜାତିସଂଘ ବା ସାରା ବିଶ୍ଵର ସ୍ଵାର୍ଥ ଅପେକ୍ଷା ନିଜର ସ୍ୱାର୍ଥକୁ ଅଧିକ ଗୁରୁତ୍ଵ ଦେବାରୁ ପୃଥ‌ିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ସମ୍ଭବ ହେଲା ନାହିଁ ।
  • ସାର୍ବଜନୀନତାର ଅଭାବ – କୌଣସି ସମୟରେ ସମସ୍ତ ବୃହତ୍ ରାଷ୍ଟ୍ର ଜାତିସଂଘର ସଦସ୍ୟ ହୋଇ ନଥିଲେ । ସାର୍ବଜନୀନତାର ଅଭାବ ଫଳରେ ଜାତି ସଂଘ ଦୁର୍ବଳ ହୋଇପଡ଼ିଲା ଏବଂ ଏହାର ନିଷ୍ପତ୍ତିଗୁଡ଼ିକ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।
  • ସାମ୍ବିଧାନିକ ତ୍ରୁଟି – ସାମ୍ବିଧାନିକ ତ୍ରୁଟି ଯୋଗୁଁ ଜାତିସଂଘ ପୃଥ‌ିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ଅସଫଳ ହୋଇଥିଲା । ଜାତିସଂଘ ଯୁଦ୍ଧକୁ ଅସିଦ୍ଧ ଘୋଷଣା କରି ନ ଥ‌ିବା ହେତୁ ଅନେକ ସଦସ୍ୟ ବିବାଦୀୟ କଲେ ।
  • ଆର୍ଥିକ ମାନ୍ଦାବସ୍ଥା – ୧୯୩୦ ମସିହାର ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ରାଷ୍ଟ୍ରଗୁଡ଼ିକ ତୋଷଣ ଓ ଅଣହସ୍ତକ୍ଷେପ ନୀତି ଅବଲମ୍ବନ କରି ଅହେତୁକ ଆକ୍ରମଣ ପ୍ରତି ନୀରବ ସମ୍ମତି ଜଣାଇଥିଲେ ।
    ମୋଟାମୋଟି ଦେଖିବାକୁ ଗଲେ ଯୁଦ୍ଧର ଆଶଙ୍କାକୁ ହ୍ରାସ କରି ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ଜାତିସଂଘ ସଫଳ ହୋଇପାରି ନ ଥିଲା ।

୪। ଜାତିସଂଘର ସଚିବାଳୟର କାର୍ଯ୍ୟାବଳୀ ସଂକ୍ଷେପରେ ଲେଖ ।
Answer:

  • ଜାତି ସଂଘ ପରିଚାଳନା ପାଇଁ ଏକ ସଚିବାଳୟର ବ୍ୟବସ୍ଥା କରାଯାଇଥିଲା । ଏହାର ମୁଖ୍ୟଙ୍କୁ ସେକ୍ରେଟେରୀ ଜେନେରାଲ୍ ବା ମହାସଚିବ କୁହାଯାଉଥିଲା ।
  • ମହାସଚିବଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବାପାଇଁ ବିଭିନ୍ନ ଦେଶରୁ ପ୍ରାୟ ୭୫୦ ଜଣ ବ୍ୟକ୍ତି ସଚିବାଳୟରେ କାର୍ଯ୍ୟ କରିବାପାଇଁ ନିଯୁକ୍ତି ପାଇଥିଲେ ।
  • ସଚିବାଳୟରେ ୧୧ଟି ବିଭାଗ କାର୍ଯ୍ୟ କରୁଥିଲା ଓ ପ୍ରତ୍ୟେକ ବିଭାଗ ଜଣେ ସେକ୍ରେଟାରୀଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରୁଥିଲା ।
  • ସଭା ଓ ପରିଷଦରେ ବିଚାର ଆଲୋଚନା ପାଇଁ ବିଭିନ୍ନ ବିଷୟଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ଏବଂ ସେଗୁଡ଼ିକ ସମ୍ପର୍କରେ ଆବଶ୍ୟକ ସୂଚନା ଯୋଗାଇବା, ଗୃହୀତ ହୋଇଥିବା ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା, ସଭାରେ ହୋଇଥିବା ଆଲୋଚନାର ବିବରଣୀ ଓ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ହୋଇଥିବା ରାଜିନାମା ବା ସନ୍ଧିଗୁଡ଼ିକ ପ୍ରକାଶ କରିବା ପ୍ରଭୃତି ସଚିବାଳୟର ପ୍ରଧାନ କାର୍ଯ୍ୟ ଥିଲା ।
  • ସେକ୍ରେଟାରୀ ଜେନେରାଲ୍ ଜାତିସଂଘର ସମସ୍ତ ଶାସନୀୟ ଅଙ୍ଗଗୁଡ଼ିକର କାର୍ଯ୍ୟର ସମନ୍ଵୟକାରୀ ଥିଲେ ।

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୫। ଜାତିସଂଘର ବିଭିନ୍ନ ଅଙ୍ଗଗୁଡ଼ିକ ବିଷୟରେ ସୂଚନା ଦିଅ ।
Answer:

  • ଜାତିସଂଘର କାର୍ଯ୍ୟ ପରିଚାଳନା ପଇ‍ଁ  ତିନୋଟି ମୁଖ୍ୟ ଅଙ୍ଗ ଥିଲା; ଯଥା – ସଭା, ପରିଷଦ ଓ ସଚିବାଳୟ । ଏହା ବ୍ୟତୀତ ସ୍ଥାୟୀ ଆନ୍ତର୍ଜାତିକ ବିଚାରାଳୟ’ ଓ ଆନ୍ତର୍ଜାତିକ ଶ୍ରମିକ ସଙ୍ଗଠନ ଜାତିସଂଘର
    ଦୁଇଟି ସ୍ଵୟଂଶାସିତ ଅଙ୍ଗ ଥିଲା ।
  • ସଭା – ଜାତିସଂଘର କାର୍ଯ୍ୟ ପରିଚାଳନା କରିବାପାଇଁ ସମସ୍ତ ସଭ୍ୟରାଷ୍ରମାନଙ୍କୁ ନେଇ ଏକ ‘ସଭା’ ଗଠିତ ହୋଇଥିଲା । ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ଏହି ସଭାର ସଭ୍ୟ ଥିଲେ । ସମସ୍ତ ସଭ୍ୟଙ୍କ ସମ୍ମତି ବିନା ସଭାରେ କୌଣସି ପ୍ରସ୍ତାବ ଗୃହୀତ ହୋଇପାରୁ ନଥିଲା ।
  • ପରିଷଦ – ଏହା ପାଞ୍ଚଜଣ ସ୍ଥାୟୀ ସଭ୍ୟ ଓ ଚାରିଜଣ ଅସ୍ଥାୟୀ ସଭ୍ୟଙ୍କୁ ନେଇ ଗଠିତ ହୋଇଥିଲା । ରାଷ୍ଟ୍ରମାନଙ୍କ ମଧ୍ୟରେ ଥିବା ବିବାଦଗୁଡ଼ିକର ଶାନ୍ତିପୂର୍ଣ୍ଣ ସମାଧାନ କରିବା ପରିଷଦର ମୁଖ୍ୟ କାର୍ଯ୍ୟ ଥିଲା । ଅହେତୁକ ଆକ୍ରମଣକାରୀ ରାଷ୍ଟ୍ର ଉପରେ ଏହା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲା ।
  • ସଚିବାଳୟ – ଜାତିସଂଘର ସଚିବାଳୟ ବା ମୁଖ୍ୟ କାର୍ଯ୍ୟ।ଳୟ ସୁଇଜରଲାଣ୍ତର ଜେନେଭା ସହରରେ ଅବସ୍ଥିତ ଥିଲା । ଏହାର ସର୍ବୋଚ୍ଚ କର୍ମର୍ଲଙ୍କୁ ସେକେ୍ରଟେରା ଜେନେରାଲ୍  କୁହାଯାଉଥିଲା । ସଭା ଓ ପରିଷଦର ବିଚାର ଆଲୋଚନା ପାଇଁ ତାଲିକା ପ୍ରସ୍ତୁତ କରିବା, ଗୃଦୀ ଟୃହୀତ ପ୍ରସ୍ତ।ବଗୁଡ଼ିକୁ କାର୍ଯ୍ୟ।କାରା କରିବା ଆଦି ସଚିବାଳୟର ପ୍ରଧାନ କାର୍ଯ୍ୟ ଥିଲା ।
  • ଆନ୍ତର୍ଜାତିକ ନ୍ୟାୟାଳୟ – ନେଦରଲାଣ୍ଡର ହେର୍‌ଠାରେ ୧୯୨୨ ମସିହା ଫେବୃୟାରୀ ୧୫ ତାରିଖ ଦିନ ସ୍ଥାୟୀ ଆନ୍ତର୍ଜାତି କ ନ୍ୟାୟାଳୟ ପ୍ରତିଷ୍ଠା କରାଯାଇଥିଲା । ଆନ୍ତର୍ଜାତିକ ଚୁକ୍ତିଗୁଡ଼ିକୁ ବ୍ୟାଖ୍ୟା କରିବା, ବିଭିନ୍ୱ ରାଷ୍ରଗୁଡ଼‍ଁକୁ ବ୍ୟ।ଖ୍ୟ। କରିବା, ଦେବା ଏହାର ମୁଖ୍ୟ କାର୍ଯ୍ୟ ଥିଲା ।
  • ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ – ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ ମୁଖ୍ୟ କାର୍ଯ୍ୟାଳୟ ଜେନେଭାଠାରେ ସ୍ଥାପିତ ହୋଇଥିଲା । ଏହି ସଙ୍ଗଠନ ସାରା ବିଶ୍ୱରେ ଶ୍ରମିକମାନଙ୍କ ସ୍ଵାର୍ଥରକ୍ଷା କରି ସେମାନଙ୍କ ଅବସ୍ଥାର ଉନ୍ନତି ପାଇଁ କାର୍ଯ୍ୟ କରୁଥିଲା ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ଥିଲା ? ଏହାର ସର୍ବୋଚ୍ଚ କର୍ମକର୍ତ୍ତାଙ୍କୁ କ’ଣ କୁହାଯାଉଥିଲା ?
Answer:
(i) ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟ ସୁଇଜର ଲାଣ୍ଡର ଜେନେଭା ସହର ରେ ଅବସ୍ଥିତ ଥିଲା ।
(ii) ଏହାର ସର୍ବୋଚ୍ଚ କର୍ମକର୍ତ୍ତାଙ୍କୁ ଜେନେରାଲ୍ ବା ମହାସଚିବ କୁହାଯାଉଥିଲା ।

୨ । ମାଣ୍ଡେଟ୍ ବ୍ୟବସ୍ଥା କ’ଣ ? ଏହା କେବେ ଗ୍ରହଣ କରାଯାଇଥିଲା ?
Answer:
(i) ମାଣ୍ଡେଟ୍ ବ୍ୟବସ୍ଥା ଅର୍ଥ ହେଉଛି ଅଧୂଶାସନ ପଦ୍ଧତି ।
(ii) ଏହି ବ୍ୟବସ୍ଥାରେ ଜାତିସଂଘ ଏହାର ଏକ ସଦସ୍ୟ ରାଷ୍ଟ୍ର କୁ କେତେକ ଅଞ୍ଚଳର ଅର୍ଣ୍ଣାସକ ଭାବେ କର୍ତ୍ତୃତ୍ୱ ପ୍ରଦାନ କରୁଥିଲା । ପ୍ରଥମ ବିଶ୍ଵଯୁଦ୍ଧ ପରେ ତୁର୍କୀ ଓ ଜର୍ମାନୀଠାରୁ ଛଡ଼।ଇ ଅଣାଯାଇଥ୍ ବା ଉପନିବେଶଗୁଡ଼ିକର ସମସ୍ୟା ସମ୍ପର୍କରେ ନିଷ୍ପତ୍ତି ନେବାପାଇଁ ଏହି ପଦ୍ଧତି ଗ୍ରହଣ କରାଯାଇଥିଲା ।

୩। ସେକ୍ରେଟାରୀ ଜେନେରାଲ୍ କାହ।କୁ କୁହାଯାଉଥିଲା ? ସେ କିଭଳି ଭାବରେ ନିଯୁକ୍ତି ହେଉଥିଲେ ?
Answer:
(i) ସଚିବାଳୟର ସର୍ବୋଚ୍ଚ କର୍ମକର୍ତ୍ତାଙ୍କୁ ସେକ୍ରେଟାରୀ ଜେନେରାଲ୍ କୁହାଯାଉଥିଲା ।
(ii) ପରିଷଦର ସୁପାରି ସରେ ସଭାର ସଂଖ୍ୟ।ଗରିଷ ସେକ୍ରେଟାରୀ ଜେନେରାଲ୍ ନିର୍ବ।ଚିତ ହେଉଥିଲେ ।

୪। ଜାତିସଂଘର ପ୍ରଥମ ସେକ୍ରେଟାରୀ ଜେନେରାଲ୍ କିଏଥିଲେ ? ଜାତିସଂଘର କାର୍ଯ୍ୟ ଉପରେ ସେ କ’ଣ ମତ ଦେଇଥ୍ଲେ ?
(i) ଇଂଲାଣ୍ଡର ସାର୍ ଏରିକ୍ ଡ୍ୟାମଣ୍ଡ ଜାତିସଂଘର ପ୍ରଥମ ସେକ୍ରେଟାରୀ ଜେନେରାଲ୍ ଭାବେ ନିଯୁକ୍ତି ପାଇଥିଲେ ।
(ii) ତାଙ୍କ ମତରେ ଜାତିସଂଘ ସଚିବାଳୟ କେବଳ ବିଭିନ୍ନ ଜାତୀୟତାର ବ୍ୟକ୍ତିଙ୍କ ସମଷ୍ଟି ନ ହୋଇ ଏକ ଆନ୍ତର୍ଜାତିକ ଅନୁଷ୍ଠାନ ପରି କାର୍ଯ୍ୟ କାର୍ଯ୍ୟ କରିବା ଉଚିତ ।

୫। ସଚିବାଳୟର କାର୍ଯ୍ୟ କ’ଣ ଥିଲା ?
Answer:
ସଭା ଓ ପରିଷଦରେ ବିଚାର ଆଲୋଚନା ପାଇଁ ବିଭିନ୍ନ ବିଷୟଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ଏବଂ ସେଗୁଡ଼ିକ ସମ୍ପର୍କରେ ଆବଶ୍ୟକ ସୂଚନା ଯୋଗାଇବା, ଗୃହୀତ ହୋଇଥିବା ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା, ସଭାରେ ହୋଇଥିବା ଆଲୋଚନାର ବିବରଣୀ, ରାଷ୍ଟ୍ରଗୁଡ଼ିକ ମଧ୍ୟରେ ହୋଇଥିବା ରାଜିନାମା ବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ହୋଇଥିବା ରାଜିନାମା ବା ପ୍ରଧାନ କାର୍ଯ୍ୟ ଥିଲା ।

୬। ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ କେଉ‍ଁଠ।ରେ ଅବସ୍ଥିତ ଥିଲା ? ଏହା କେବେଠାରୁ କାର୍ଯ୍ୟ ଆରମ୍ଭ କରିଥିଲା ?
Answer:
(i) ନେଦରଲାଣ୍ଡର ହେଠାରେ ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ ଅବସ୍ଥିତ ଥିଲା ।
(ii)୧୯୨୨ ମସିହା ଫେବୃୟାରୀ ୧୫ ତାରିଖରୁ ଏହା କାର୍ଯ୍ୟ ଆରମ୍ଭ କରିଥିଲା ।

୭। ଆନ୍ତର୍ଜାତିକ ନ୍ୟାୟାଳୟର ଆରମ୍ଭ ସମୟରେ କେତେ ଜଣ ବିଚାରପତି ଓ ଉପବିଚାରପତି ଥିଲେ ? ଏହି ନ୍ୟାୟାଳୟର ଉପବିଚାରପତି ପଦ କେବେ ଉଚ୍ଛେଦ କରାଯାଇଥିଲା ?
Answer:
(i) ଆନ୍ତର୍ଜାତିକ ନ୍ୟାୟାଳୟର ଆରମ୍ଭ ସମୟରେ ଏଥ‌ିରେ ୧୧ ଜଣ ବିଚାରପତି ଓ ୪ ଜଣ ଉପବିଚାରପତି ଥିଲେ ।
(ii) ୧୯୩୬ ମସିହାରେ ଏହି ନ୍ୟାୟାଳୟର ଉପବିଚାରପତି ପଦ କେବେ ଉଚ୍ଛେଦ କରାଯାଇଥିଲା ।

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୮। ଆନ୍ତର୍ଜାତିକ ନ୍ୟ।ୟାଳୟରେ ବିଚାରପତି କିଭକି ଭାବରେ ନିର୍ବାଚିତ ହେଉଥିଲେ ?
Answer:
(i) ସଭା ଓ ପରିଷଦରେ ପୃଥକ୍ ଭାବେ ଭୋଟଦାନ ପଦ୍ଧତି ଦ୍ୱାରା ଆନ୍ତର୍ଜାତିକ ନ୍ୟ।ୟାଳୟରେ ବିଚାରପତି ନାର୍ବ।ଚିତ ହେଉଥିଲେ ।
(ii) ନିର୍ବାଚିତ ହେବାପାଇଁ ଉଭୟ ଗୃହରେ ନିରଙ୍କୁଶ ସଂଖ୍ୟାଗରିଷ୍ଠ ମତ ହାସଲ କରିବା ଆବଶ୍ୟକ ଥିଲା ।

୯। ସଚିବାଳୟରେ କେତୋଟି ବିଭାଗ କାର୍ଯ୍ୟ କରୁଥିଲାଏବଂ ପ୍ରତ୍ୟେକ ବିଭାଗ କାହା ତତ୍ତ୍ବାବଧାନରେ କାର୍ଯ୍ୟ କରୁଥିଲା ?
Answer:
(i) ସଚିବାଳୟରେ ୧୧ଟି ବିଭାଗ କାର୍ଯ୍ୟ କରୁଥିଲା ।
(ii) ପ୍ରତ୍ୟେକ ବିଭାଗ ଜଣେ ଜଣେ ସେକେ୍ରଟାରୀଙ୍କ ତତ୍ତ୍ବାବଧାନରେ କାର୍ଯ୍ୟ କରୁଥିଲା ।

୧୦ । ଆନ୍ତର୍ଜାତିକ ନ୍ୟାୟାଳୟ କି କି କାର୍ଯ୍ୟ କରୁଥିଲା ?
Answer:
(i) ଆନ୍ତର୍ଜାତିକ ଚୁକ୍ତିଗୁଡ଼ିକର ସର୍ଭ ଓ ଉଦ୍ଦେଶ୍ୟକୁ ବ୍ୟାଖ୍ୟା କରିବା, ବିଭିନ୍ନ ରାଷ୍ଟ୍ର ମଧ୍ୟରେ ପାରସ୍ପରିକ କଳହ ସମୟରେ ଆଇନଗତ ପରାମର୍ଶ ଦେବା ଜାତିସଂଘର କାର୍ଯ୍ୟ ଥିଲା ।
(ii) ଏତଦ୍‌ବ୍ୟତୀତ, ଜାତିସଂଘର କୋଭେନାଣ୍ଟକୁ ସ୍ପଷ୍ଟ ଓ ବୋଧଗମ୍ୟ କରିବା ଏବଂ ସଭା ବାପରିଷଦଦ୍ଵାରା ପ୍ରେରିତ କୌଣସି ବିବାଦ ସମ୍ବନ୍ଧୀୟ ବିଷୟ ଉପରେ ଉପଦେଶାତ୍ମକ ମତ ଦେବା ଆନ୍ତର୍ଜାତିକ ନ୍ୟାୟାଳୟର କାର୍ଯ୍ୟ ଥିଲା ।

୧୧ । ଜାତିସଂଘର ଯେକୌଣସି ଦୁଇଟି କୃତିତ୍ବପୂର୍ଣ କାର୍ଯ୍ୟ ଲେଖ ।
Answer:
(i) ୧୯୨୧ ମସିହାରେ ଆଲାଣ୍ଡ ଦ୍ଵୀପର ଅଧିକାରକୁ ନେଇ ସ୍ବିଡ଼େନ୍ ଓ ଫିନ୍‌ଲାଣ୍ଡ ମଧ୍ୟରେ ଲାଗିଥ‌ିବା କଳହର ସମାଧାନ ଜାତିସଂଘ ମାଧ୍ୟମରେ କରାଯାଇ ଆଲାଣ୍ଡ ଦ୍ବୀପକୁ ଫିନ୍‌ଲାଣ୍ଡକୁ ହସ୍ତାନ୍ତର କରାଯାଇଥିଲା ଏବଂ ସେଠାରେ ଥ‌ିବା ସ୍ବିଡ଼େନ୍‌ର ଅଧ୍ୟାବାସୀଙ୍କୁ ସ୍ଵୟଂ ଶାସନର ଅଧିକାର ଦିଆଯାଇଥିଲା ।
(ii) ଜରି ଆରେ ଉଉର ସାଇଲେସିଆର ସୀମାକୁ ନେଇ ପୋଲାଣ୍ଡ ଓ କର୍ମ।ନା ମଧ୍ୟରେ କଳହର କରାଯାଇଥିଲା ।

୧୨ । ଉପନିବେଶଗୁଡ଼ିକରେ ଶୋଷଣ କିପରି ବନ୍ଦ ହୋଇଥିଲା ?
Answer:
(i) ମାଣ୍ଡେଟ୍ ବ୍ୟବସ୍ଥା ଫଳରେ ପ୍ରତ୍ୟେକ ରାଷ୍ଟ୍ର ନିଜର ଉପନିବେଶମାନଙ୍କର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥ।ର ବ।ଷିକ ବିବରଣା ଜାତିସଂଘକୁ ଦେଉଥିଲେ ।
(ii) ଫଳରେ ଉପନିବେଶଗୁଡ଼ିକରେ ଶୋଷଣ ବନ୍ଦ ହୋଇଥିଲା ।

୧୩ । କାହାର ୧୪ ଦଫା ସର୍ଭେ ଅନୁସାରେ ଜାତିସଂଘ ଜନ୍ମ ନେଲା ? ଜାତିସଂଘର କୋଭେନାଣ୍ଟ କେବେ ଗୃହୀତ ହେଲା ?
Answer:
(i) ଯୁକ୍ତରାଷ୍ର ଆମେରିକାର ରାଷପତି ଉଉ୍ରେ। ଉଇଲ୍ସନ୍‌ଙ୍କ ୧୪ ଦଫା ସର୍ତ୍ତାନୁଯାୟୀ ଜାତିସଂଘ ଜନ୍ମ ନେଲା ।
(ii) ଜାତିସଂଘର କୋଭେନାଣ୍ଟ ୧୯୧୯ ମସିହା ଏପ୍ରିଲ୍ ୨୮ ତାରିଖରେ ଗୃହୀତ ହେଲା ।

୧୪। ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ କେଉଁଠି ପ୍ରତିଷ୍ଠା କରାଯାଇଥିଲା ? ଏହି ନ୍ୟାୟାଳୟର ସ୍ଵୀକୃତ ଭାଷା କ’ଣ ଥିଲା ?
Answer:
(i)ନେ ଦ ର ଲାଣ୍ଡର ହେଠାରେ ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ ପ୍ରତିଷ୍ଠା କରାଯାଇଥିଲା ।
(ii) ଫରାସୀ ଓ ଇଂରାଜୀ ଥିଲା ଏହି ନ୍ୟାୟାଳୟର ସ୍ଵୀକୃତ ଭାଷା ।

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

Objective Type Questions With Answers
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧ । ଜାତିସଂଘ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠିତ ହେଲା ?
Answer:
ଜାତିସଂଘ ଆନୁଷ୍ଠାନିକ ଭାବେ ୧୯୨୦ ମସିହା ଜାନୁୟାରୀ ୧୦ ତାରିଖରେ ପ୍ରତିଷ୍ଠିତ ହେଲା ।

୨ । ଆନ୍ତର୍ଜାତିକ ନ୍ୟାୟାଳୟ କେଉ‍ଁଠ।ରେ ପ୍ରତିଷା କରାଯାଇଥିଲା ?
Answer:
ଆନ୍ତର୍ଜାତିକ ନ୍ୟାୟାଳୟ କେଉ‍ଁଠ।ରେ ‘ହେଗ୍’ ସହରରେ ପ୍ରତିଷା କରାଯାଇଥିଲା

୩ । କାହାର ୧୪ ଦଫା ସର୍ଭ ଅନୁସାରେ ଜାତିସଂଘ ସୃଷ୍ଟି ହୋଇଥିଲା ?
Answer:
ଯୁକ୍ତ ରାଷ୍ଟ୍ର ଆମେରି କାର ରାଷ୍ଟ୍ରପତି ଉଡ୍ରେ । ଉଇଲ୍‌ସନ୍‌ଙ୍କ ୧୪ ଦଫା ସର୍ଭେ ଅନୁସାରେ ଜାତିସଂଘ ସୃଷ୍ଟି ହୋଇଥିଲା।

୪। କେବେ ଓ କି ପରି ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ମଧ୍ୟରେ ବିବାଦର ସମାଧାନ ହୋଇଥିଲା ?
Answer:
୧୯୨୨ ମସିହାରେ ଜାତିସଂଘ ଏକ କମିଶନ ନିଯୁକ୍ତ କରି ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ମଧ୍ୟରେ ଥ‌ିବା ସୀମା ସମ୍ପର୍କିତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିଥିଲା ।

୫। କେବେ ଓ କିପରି ସ୍ଵିଡ଼େନ୍ ଓ ଫିନ୍‌ଲାଣ୍ଡ ମଧ୍ୟରେ ଥ‌ିବା କଳହର ସମାଧାନ ହୋଇଥିଲା ?
Answer:
୧୯୨୧ ମସିହାରେ ଆଲାଣ୍ଡ ଦ୍ୱୀପର ଅଧିକାରକୁ ନେଇ ସ୍ବିଡ଼େନ୍ ଓ ଫିନ୍‌ଲାଣ୍ଡ ମଧ୍ୟରେ ଲାଗିଥ୍ବା କଳହର ସମାଧାନ ଜାତିସଂଘ ମାଧ୍ୟମରେ କରାଯାଇ ଆଲାଣ୍ଡ ଦ୍ବୀପ ଫିନ୍‌ଲାଣ୍ଡକୁ ହସ୍ତାନ୍ତର କରାଯାଇଥିଲା
ଏବଂ ସେଠାରେ ଥ‌ିବା ସ୍ବିଡ଼େନ୍ ଅଧ‌ିବାସୀଙ୍କୁ ସ୍ୱୟଂ ଶାସନର ଅଧିକାର ଦିଆଯାଇଥିଲା ।

୬। ପୋଲାଣ୍ଡ ଓ ଜର୍ମାନୀ ମଧ୍ଯରେ କାହିଁକି କଳହ ହୋଇଥିଲା ଏବଂ ଏହାର କିପରି ସମାଧାନ ହୋଇଥିଲା ?
Answer:
ସାଇଲେସିଆର ସୀମାକୁ ନେଇ ପୋଲାଣ୍ଡ ଓ ଜର୍ମାନୀ ମଧ୍ୟରେ ଥ‌ିବା କଳହର ସମାଧାନ ଜାତିସଂଘ ମାଧ୍ୟମରେ ଗଣଭୋଟ ଜରିଆରେ କରାଯାଇଥିଲା ।

୭ । ଜାତିସଂଘର କେଉଁ ଉଦ୍ଦେଶ୍ୟ ସଫଳ ହୋଇ ନଥିଲା ?
Answer:
ପୃଥ‌ିବୀରେ ଯୁଦ୍ଧର ଆଶଙ୍କାକୁ ଦୂରୀଭୂତ କରି ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବାରେ ଜାତିସଂଘର ଉଦ୍ଦେଶ୍ୟ ସଫଳ ହୋଇ ନ ଥିଲା ।

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୮। ଦ୍ବିତୀୟ ବିଶ୍ଵଯୁଦ୍ଧ କେବେ ଆରମ୍ଭ ହୋଇଥିଲା ?
Answer:
ଦ୍ଵିତୀୟ ବିଶ୍ଵଯୁଦ୍ଧ ୧୯୩୯ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା ।

୯ । ଜର୍ମାନୀ କେବେ ଜାତିସଂଘର ସଦସ୍ୟ ହୋଇଥିଲା ଏବଂ କାହିଁକି ଓ କେବେ ଏହାର ସଦସ୍ୟ ପଦ ତ୍ୟାଗ କରିଥିଲା ?
Answer:
ଜର୍ମାନୀ ୧୯୨୬ ମସିହାରେ ଜାତିସଂଘର ସଦସ୍ୟ ହୋଇଥିଲା ଏବଂ ହିଟଲରଙ୍କ ଉତ୍‌ଥାନ ପରେ ୧୯୩୩ ମସିହାରେ ଏହାର ସଦସ୍ୟ ପଦ ତ୍ୟାଗ କରିଥିଲା ।

୧୦ । ଜାପାନ କେବେ ଜାତିସଂଘ ସହିତ ସମ୍ପର୍କ ଛିନ୍ନ କରିଥିଲା ?
Answer:
୧୯୩୩ ମସିହାରେ ଜାପାନ ମାଞ୍ଚୁରିଆ ଆକ୍ରମଣ କରିବା ପରେ ଜାତିସଂଘ ସହିତ ସମ୍ପର୍କ ଛିନ୍ନ କରିଥିଲା ।

୧୧ । ରୁଷିଆ ଜାତିସଂଘର କେବେ ସଦସ୍ୟ ହୋଇଥିଲା ଏବଂ କେବେ ଓ କାହିଁକି ଜାତିସଂଘର ସଦସ୍ୟ ପଦରୁ ଏହାକୁ ବହିଷ୍କାର କରାଗଲା ?
Answer:
ରୁଷିଆ ୧୯୩୪ ମସିହାରେ ଜାତିସଂଘର ସଦସ୍ୟ ହୋଇଥୁଲା, ମାତ୍ର ୧୯୩୯ ମସିହାରେ ଫିନ୍‌ଲାଣ୍ଡ ଆକ୍ରମଣ କରିବାରୁ ଏହାକୁ ଜାତିସଂଘର ସଦସ୍ୟ ପଦରୁ ବହିଷ୍କାର କରାଗଲା ।

୧୨ । କାହିଁକି ଜାତିସଂଘ ଦୁର୍ବଳ ହୋଇଥିଲା ଏବଂ ଏହାର ନିଷ୍ପତ୍ତିଗୁଡ଼ିକ ଫଳପ୍ରଦ ଭାବରେ କାର୍ଯ୍ୟକାରୀ ହୋଇ ପାରିନଥିଲା ?
Answer:
ସାର୍ବଜନୀନତାର ଅଭାବ ଫଳରେ ଜାତିସଂଘ ଦୁର୍ବଳ ହୋଇପଡ଼ିଥିଲା ଏବଂ ଏହାର ନିଷ୍ପତ୍ତିଗୁଡ଼ିକ ଫଳପ୍ରଦ ଭାବରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

୧୩। ଇଟାଲୀ କେବେ ଜାତିସଂଘର ସଦସ୍ୟ ପଦ ଛାଡ଼ିଥିଲା ?
Answer:
ଇଟାଲୀ ୧୯୩୭ ମସିହାରେ ଜାତିସଂଘର ସଦସ୍ୟ ପଦ ଛାଡ଼ିଥିଲା ।

୧୪। ‘ମାଣ୍ଡେଟ୍’ ବ୍ୟବସ୍ଥା କହିଲେ କ’ଣ ବୁଝ ?
Answer:
ମାଣ୍ଡେଟ୍ ବ୍ୟବସ୍ଥା କହିଲେ ଅର୍ଣ୍ଣାସନ ପଦ୍ଧତିକୁ ବୁଝାଏ ।

୧୫। ‘ମାଣ୍ଡେଟ୍’ ପଦ୍ଧତି ଗ୍ରହଣ କରାଯାଇଥିଲା ?
Answer:
ପ୍ରଥମ ବିଶ୍ଵଯୁଦ୍ଧ ପରେ ତୁର୍କୀ ଓ ଜର୍ମାନୀଠାରୁ ଛଡ଼ାଇ ସମ୍ପର୍କରେ ନିଷ୍ପତ୍ତି ନେବାପାଇଁ ମାଣ୍ଡେଟ୍‌ ପଦ୍ଧତି ଗ୍ରହଣ ସମ୍ପର୍କରେ ନିଷ୍ପତ୍ତି ନେବାପାଇଁ ମାଣ୍ଡେଟ୍‌ ପଦ୍ଧତି ଗ୍ରହଣ କରାଯାଇଥିଲା ।

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୧୬ । କୋଭେନାଣ୍ଟ କହିଲେ କାହାକୁ ବୁଝାଏ ?
Answer:
ରାଷ୍ରଗୁଡ଼‍ଁକ ମଧ୍ୟରେ ଜାତିସଂଘ ଗଠନ ସମକତ ରାଜିନାମାକୁ କୋଭେନାଣ୍ଟ କୁହାଯାଏ ।

୧୭ । କାହାର ସଭାପତିତ୍ବରେ ପ୍ରତିନିଧ୍ଵଙ୍କଦ୍ୱାରା କୋଭେନାଣ୍ଟର ଚିଠା ପ୍ରସ୍ତୁତ ହୋଇଥିଲା ଏବଂ କାହାଦ୍ଵାରା ଏହାକୁ ବୈଧାନିକ ରୂପ ଦିଆଯାଇଥିଲା ?
Answer:
ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲ୍ ସନ୍‌ ଙ୍କ ସଭାପତି ତ୍ଵରେ ୧୯ ଜଣ ପ୍ରତିନିଧିଙ୍କଦ୍ଵାରା । କୋଭେନାଣ୍ଟର ଚିଠା ପ୍ରସ୍ତୁତ ହୋଇଥିଲା ଏବଂ ଇଂଲାଣ୍ଡର ପ୍ରତିନିଧ୍ଵଙ୍କଦ୍ଵାରା ଏହାକୁ ବୈଧାନିକ ରୂପ ଦିଆଯାଇଥିଲା ।

୧୮। କୋଭେନାଣ୍ଟରେ କେତେଗୋଟି ଧାରା ଥିଲା ଏବଂ କେବେ କେଉଁ ସନ୍ଧିରେ ସେଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଥିଲା ?
Answer:
କୋଭେନାଣ୍ଟରେ ୨୬ଟି ଧାରା ଥିଲା ଏବଂ ସେଗୁଡ଼ିକୁ ୧୯୧୯ ଜୁନ୍ ୨୮ରେ ପ୍ୟାରିସ୍ଠାରେ ସ୍ୱାକ୍ଷରିତ ଭର୍ସାଇ ସନ୍ଧିରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

୧୯ । ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ସାଧାରଣ ସଭାକୁ କେତେଜଣ ପ୍ରତିନିଧ୍ ପଠାଇ ପାରୁଥିଲେ ?
Answer:
ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ସାଧାରଣ ସଭାକୁ ତିନିଜଣ ପ୍ରତିନିସ୍‌ ପଠାଇ ପାରୁଥିଲେ ।

୨୦ । ଜାତିସଂଘର ସାଧାରଣ ସଭାରେ ବିଭିନ୍ନ ବିଷୟ ତଦାରଖ କରିବାପାଇଁ କେତୋଟ ସ୍ଥାୟୀ କମିଟି ଓ କେତେଗୋଟି ଅତିରିକ୍ତ କମିଟି ଥିଲା ?
Answer:
ଜାତିସଂଘର ସାଧାରଣ ସଭାରେ ବିଭିନ୍ନ ବିଷୟ ତଦାରଖ କରିବାପାଇଁ ୬ ଗୋଟି ସ୍ଥାୟୀ କମିଟି ଓ ୨ ଗୋଟି ଅତିରିକ୍ତ କମିଟି ଥିଲା ।

୨୧ । ସାଧାରଣ ସଭାର ବୈଠକ ବର୍ଷକୁ କେତେ ଥର ବସୁଥିଲା ?
Answer:
ସାଧାରଣ ସଭାର ବୈଠକ ବର୍ଷକୁ ଥର ବସୁଥିଲା

୨୨ । କୌଣସି ନୂତନ ରାଷ୍ଟ୍ରକୁ ଜାତିସଂଘର ସଭ୍ୟପଦ ଦେବାପାଇଁ ସଭାର କେତେ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ଥିଲା ?
Answer:
କୌଣସି ନୂତନ ରାଷ୍ଟ୍ରକୁ ଜାତିସଂଘର ସଭ୍ୟପଦ ଦେବାପାଇଁ ଅତି କମ୍‌ରେ ସଭାର ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ଥିଲା ।

୨୩ । ଜାତିସଂଘର ମୂଳ ସଦସ୍ୟ କେତୋଟି ରାଷ୍ଟ୍ର ଥିଲେ ଓ ୧୯୩୫ରେ ଏହାର ସଦସ୍ୟ ସଂଖ୍ୟା କେତେରେ ପହଞ୍ଚିଲା ?
Answer:
ଜାତିସଂଘର ମୂଳ ସଦସ୍ୟ ରାଷ୍ଟ୍ର ଥିଲେ ୧୯୩୫ରେ ଏହାର ସଦସ୍ୟ ସଂଖ୍ୟା ୬୦ରେ ପହଞ୍ଚିଲା ।

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୨୪ । କେଉଁମାନଙ୍କୁ ନେଇ ପରିଷଦ ଗଠନ କରାଯାଇଥିଲା ?
Answer:
ପାଞ୍ଚଜଣ ସ୍ଥାୟୀ ସଭ୍ୟ ଓ ୪ ଜଣ ଅସ୍ଥାୟୀ ସଭ୍ୟଙ୍କୁ ନେଇ ପରିଷଦ ଗଠନ କରାଯାଇଥିଲା ।

୨୫। ପରିଷଦରେ କେଉଁମାନଙ୍କୁ ସ୍ଥାୟୀ ସଭ୍ୟ କରାଯାଇଥିଲା ଏବଂ କେତେଜଣଙ୍କୁ ଅସ୍ଥାୟୀ ସଭ୍ୟ ଭାବରେ ନିଯୁକ୍ତି ଦିଆଯାଇଥିଲା ?
Answer:
ଗ୍ରେଟ୍ ବ୍ରିଟେନ୍, ଫ୍ରାନ୍‌ସ୍, ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲୀ ଓ ଜାପାନକୁ ପରିଷଦରେ ସ୍ଥାୟୀ ସଭ୍ୟ କରାଯାଇଥିଲା ଏବଂ ୪ ଜଣଙ୍କୁ ଅସ୍ଥାୟୀ ସଭ୍ୟଙ୍କୁ ସଭାଦ୍ୱ।ର। ନିଯୁକ୍ତି ଦିଆଯାଇଥିଲା ।

୨୬ । ‘ସଭା’ର ଶେଷ ବୈଠକ କେବେ ବସିଥିଲା ଏବଂ ଏଥ‌ିରେ କେତୋଟ ରାଷ୍ଟ୍ରର ପ୍ରତିନିଧ୍ ଯୋଗ ଦେଇଥିଲେ ?
Answer:
୧୯୪୬ ମସିହା ଏପ୍ରିଲ୍ ମାସରେ ସଭାର ଶେଷ ବୈଠକ ବସିଥିଲା ଏବଂ ଏଥ‌ିରେ ୩୪ଟି ରାଷ୍ଟ୍ରର ପ୍ରତିନିଧ୍ ଯୋଗ ଦେଇଥିଲେ ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। ଜାତିସଂଘ କୋଭେନାଣ୍ଟକୁ କେବେ ଭର୍ସାଇ ସନ୍ଧିର ଅନ୍ତର୍ଭୁକ୍ତ କରାଯାଇଥିଲା ?
Answer:
୧୯୧୯ ଜୁନ୍ ୨୮

୨। ନୂତନ ରାଷ୍ଟ୍ରକୁ ସଭ୍ୟପଦ ଦେବାପାଇଁ ଜାତିସଂଘର ‘ସଭା’ର ଅତି କମ୍‌ରେ କେତେ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ଥିଲା ?
Answer:
ଦୁଇ-ତୃତୀୟାଂଶ,

୩। ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ଶାସନ ନିୟନ୍ତ୍ରକ ଦଳରେ କେତେ ଜଣ ସଦସ୍ୟ ରହିଥିଲେ ?
Answer:
୩୨ ଜଣ

୪। କାହା ଜରିଆରେ ଆଲାଣ୍ଡ ଦ୍ବୀପର ଅଧିକାରକୁ ନେଇ ସ୍ଵିଡ଼େନ୍ ଓ ଫିନ୍‌ଲାଣ୍ଡ ମଧ୍ୟରେ ଲାଗିଥିବା କଳହର ସମାଧାନ କରାଯାଇଥିଲା ?
Answer:
ପାରସ୍ପରିକ ଆଲୋଚନା ଜରିଆରେ

୫। କାହା ଜରିଆରେ ‘ସାର୍’ କୋଇଲା ଖଣି ଅଞ୍ଚଳକୁ ଜର୍ମାନୀ ସହିତ ମିଶାଇ ଦିଆଯାଇଥିଲା ?
Answer:
ଗଣଭୋଟ ଜରିଆରେ

୬। କେଉଁ ଆନ୍ତର୍ଜାତିକ ସମସ୍ୟାଟିକୁ ଜାତିସଂଘ ସମାଧାନ କରିପାରି ନ ଥିଲା ?
Answer:
ସ୍ପେନୀୟ ଗୃହଯୁଦ୍ଧ

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୭। ଜର୍ମାନୀ କେବେ ଜାତିସଂଘର ସଦସ୍ୟ ପଦ ତ୍ୟାଗ କଲା ?
Answer:
୧୯୩୩ ମସିହା

୮ । ଇଟାଲୀ କେଉଁ ମସିହାରେ ଜାତିସଂଘର ସଦସ୍ୟ ପଦ ଛାଡ଼ିଥିଲା ?
Answer:
୧୯୩୭ ମସିହା

୯। କଲମ୍ବିଆକୁ ହସ୍ତାନ୍ତର କରିଥିବା କେଉଁ ସହରକୁ ପେରୁ ୧୯୩୩ରେ ପୁନଃ ଅସ୍ଵୀକାର କରିଥିଲା ?
Answer:
ଲେଟିସିଆ

୧୦ । ଇଟାଲୀୟ ପ୍ରତିନିଧିଙ୍କୁ ହତ୍ୟା ଘଟଣାରେ କେଉଁ ଅଞ୍ଚଳକୁ ଇଟାଲୀ ଧ୍ବଂସ କରିଥିଲା ?
Answer:
କୋର ପ୍ୟ ଦ୍ବୀପ

୧୧ । ପ୍ୟାରିସ୍ ସନ୍ଧି ଅନୁଯାୟୀ ୧୯୩୫ ମସିହାରେ ‘ସାର୍’ କୋଇଲା ଅଞ୍ଚଳକୁ କେଉଁ ଦେଶ ସହିତ ମିଶାଇ ଦିଆଯାଇଥିଲା ?
Answer:
ଜର୍ମାନୀ

୧୨ । ଲିଥୁଆନିଆ ଦଖଲରେ ଥ‌ିବା ଭିନା ସହର ଉପରେ କେଉଁ ଦେଶ ନିୟନ୍ତ୍ରଣ କରିନେଇଥିଲା ?
Answer:
ପୋଲାଣ୍ଡ

୧୩। ଜାତି ସଂଘ କେବେ ସଂଯୁକ୍ତ ରାଷ୍ଟ୍ରସଂଘ ସହିତ ମିଶିଗଲା ?
Answer:
୧୯୪୬ ଏପ୍ରିଲ ୧୮

୧୪ । ପ୍ରଥମ ବିଶ୍ଵଯୁଦ୍ଧ ପରେ ୧୯୧୯ ମସିହା ଜାନୁଆରୀ ୧୮ ତାରିଖରେ କେଉଁଠାରେ ଏକ ଶାନ୍ତି ସମ୍ମିଳନୀ ଆହୂତ ହୋଇଥିଲା ?
Answer:
ପ୍ୟାରିସ୍

୧୫ । ଆନ୍ତର୍ଜାତିକ କ୍ଷେତ୍ରରେ ସ୍ଥାୟୀ ଶାନ୍ତି ଓ ସହଯୋଗ ପ୍ରତିଷ୍ଠା ପାଇଁ ଆମେରିକାର କେଉଁ ରାଷ୍ଟ୍ରପତି ଉଦ୍ୟମ କରିଥିଲେ ?
Answer:
ଉଡ୍ରୋ ଉଇଲସନ୍‌

୧୬ । କିଏ ଜାତିସଂଘର ପ୍ରଥମ ସେକ୍ରେଟାରୀଭାବେ ନିଯୁକ୍ତି ପାଇଥିଲେ ?
Answer:
ଏରିକ୍ ଡ୍ରମଣ୍ଡ

୧୭ । ଆନ୍ତର୍ଜାତିକ ନ୍ୟାୟାଳୟ କେବେ ଉଦ୍‌ଘାଟିତ ହୋଇ ବିଧବଦ୍ଧଭାବେ କାର୍ଯ୍ୟ ଆରମ୍ଭ କରିଥିଲା ?
Answer:
୧୯୨୨ ଫେବୃୟାରୀ

୧୮ । ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତିମାନେ କେତେ ବର୍ଷ ପାଇଁ କାର୍ଯ୍ୟ କରିପାରୁଥିଲେ ?
Answer:
୯ ବର୍ଷ

୧୯ । ଜାତିସଂଘର ସଚିବାଳୟରେ ବିଭିନ୍ନ ଦେଶରୁ ପ୍ରାୟ କେତେ ଜଣ କାର୍ଯ୍ୟ କରିବାପାଇଁ ନିଯୁକ୍ତି ପାଇଥିଲେ ?
Answer:
୭୫୦ ଜଣ

୨୦ ।୧୯୨୧ ମସିହାର କେଉଁ ମାସରେ ଆନ୍ତର୍ଜାତିକ ନ୍ୟାୟାଳୟର ବିଚାର ପତି ମାନେ ନିର୍ବାଚିତ ହୋଇଥିଲେ ?
Answer:
ସେପ୍ଟେମ୍ବର

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୨୧ । ଆନ୍ତର୍ଜାତିକ ନ୍ୟାୟାଳୟର ସ୍ଵୀକୃତ ଭାଷା କ’ଣ ଥିଲା ?
Answer:
ଫରାସୀ ଓ ଇଂରାଜୀ

୨୨ । ଜାତିସଂଘର ସମସ୍ତ ସଭ୍ୟ ସ୍ଵୟଂକ୍ରିୟଭାବେ କେଉଁ ସଙ୍ଗଠନର ସଭ୍ୟ ହେଉଥିଲେ ?
Answer:
ଆନ୍ତର୍ଜାତିକ ଶ୍ରମ ସଂଗଠନ

୨୩। ସାରା ବିଶ୍ୱରେ ଶ୍ରମିକ ମାନଙ୍କ ସ୍ୱାର୍ଥରକ୍ଷା କରି ସେମାନଙ୍କର ଅବସ୍ଥାରେ ଉନ୍ନତି ଆଣିବାପାଇଁ କେଉଁ ସଂସ୍ଥା କାର୍ଯ୍ୟ କରୁଥୁଲା ?
Answer:
ଆନ୍ତର୍ଜାତିକ ଶ୍ରମ ସଂଗଠନ

୨୪ ଜେନେ ଭାଠାରେ ଅବସ୍ଥିତ କେଉଁ କାର୍ଯ୍ୟାଳୟ ଶ୍ରମିକମାନଙ୍କ ଉନ୍ନତି ସମ୍ପର୍କରେ ତଥ୍ୟ ସଂଗ୍ରହ ଓ ପ୍ରସାରଣ କରିଥାଏ ?
Answer:
ଆନ୍ତର୍ଜାତିକ ଶ୍ରମ କାର୍ଯ୍ୟାଳୟ

୨୫ । କାହା ଜରିଆରେ ଉତ୍ତର ସାଇଲେସିଆର ସୀମାକୁ ନେଇ ପୋଲାଣ୍ଡ ଓ ଜର୍ମାନୀ ମଧ୍ୟରେ କଳହର ସମାଧାନ କରାଯାଇଥିଲା ?
Answer:
ଗଣଭୋଟ

୨୬ । ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ମଧ୍ୟରେ ଥିବା ସୀମା ବିବାଦକୁ କେବେ ଶାନ୍ତିପୂର୍ଣ୍ଣ ଭାବେ ଏକ କମିଶନ ଜରିଆରେ ସମାଧାନ କରାଯାଇଥିଲା ?
Answer:
୧୯୨୨ ମସିହା

୨୭ । ଗ୍ରୀସ୍ ଓ ବୁଲଗେରିଆର ସୀମା ବିବାଦ ପ୍ରସଙ୍ଗରେ ବୁଲଗେରିଆରେ ମୁତୟନ ଥ‌ିବା ଗ୍ରୀସ୍ ସୈନ୍ୟମାନଙ୍କୁ କେବେ ପ୍ରତ୍ୟାହାର କରାଯାଇଥିଲା ?
Answer:
୧୯୨୫ ମସିହା

୨୮ । ଜାପାନ ଚୀନ୍‌ର କେଉଁ ଅଞ୍ଚଳକୁ ଦଖଲ କରିଥିଲା ?
Answer:
ମାଞ୍ଚୁରିଆ

୨୯ । କେବେ ପ୍ୟାରିସ୍ତାରେ ଏକ ଶାନ୍ତି ସମ୍ମିଳନୀ ଆହୂତ ହୋଇଥିଲା ?
Answer:
୧୯୧୯ ମସିହା

୩୦ । ୧୯୩୯ ମସିହାରେ ଫିନଲାଣ୍ଡକୁ ଆକ୍ରମଣ କରିବାରୁ କେଉଁ ଦେଶକୁ ଜାତିସଂଘ ସଦସ୍ୟ ପଦରୁ ବହିଷ୍କାର କରିଥିଲା ?
Answer:
ରୁଷିଆ

C ଶୂନ୍ୟସ୍ଥାନ ପୂରଣ କର ।

୧। ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ମୁଖ୍ୟ କାର୍ଯ୍ୟାଳୟ ____________________ ଠାରେ ସ୍ଥାପିତ ହୋଇଥିଲା ।
Answer:
ଜେନେଭା

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୨ । ଜାତିସଂଘ ସଚିବାଳୟର ସର୍ବୋଚ୍ଚ କର୍ମକର୍ତ୍ତାଙ୍କୁ ____________________ କୁହାଯାଉଥିଲା ।
Answer:
ସେକ୍ରେଟାରୀ ଜେନେରାଲ୍ ବା ମହାସଚିବ

୩ । ସ୍ଥ।ୟୀ ଆନ୍ତର୍ଜ।ତିକ ନ୍ୟ।ୟାଳୟ ___________________ ଠାରେ ଅବସ୍ଥିତ ଥିଲା ।
Answer:
ହେଗ୍

୪। _____________________ କୁ ଜାତିସଂଘର ସମ୍ବିଧାନ ବୋଲି ବିଚାର କରାଯାଉଥିଲା ।
Answer:
କୋଭେନାଣ୍ଟ

୫। ଜାତିସଂଘର କାର୍ଯ୍ୟକାରିତା ଓ ପରିଚାଳନା ପାଇଁ ___________________ ଗୋଟି ମୁଖ୍ୟ ଅଙ୍ଗ ଥିଲା ।
Answer:

୬ । ଏକ ନୂତନ ରାଷ୍ଟ୍ରକୁ ଜାତିସଂଘର ସଭ୍ୟପଦ ଦେବାପାଇଁ ଅତି କମ୍‌ରେ ସଭାର ___________________ସଭ୍ୟଙ୍କ ସମର୍ଥନ ଆବଶ୍ୟକ ହେଉଥିଲା ।
Answer:
ଦୁଇ-ତୃତୀୟାଂଶ

୭ । ଜାତିସଂଘ ପରିଷଦରେ _____________________ ଜଣ ସ୍ଥାୟୀ ସଭ୍ୟ ଥିଲେ ।
Answer:

୮। ___________________ ର ଅଧିକାରକୁ ନେଇ ସ୍ବିଡ଼େନ୍ ଏବଂ ଫିନ୍‌ଲାଣ୍ଡ ମଧ୍ଯରେ ଲାଗିଥିବା କଳହର ସମାଧାନ ଜାତିସଂଘଦ୍ବାରା କରାଯାଇଥିଲା ।
Answer:
ଆଲାଣ୍ଡ ଦ୍ବୀପ

୯। ___________________ ଜରିଆରେ ଉତ୍ତର ସାଇଲେସିଆର ସୀମାକୁ ନେଇ ଜାତିସଂଘରେ ପୋଲାଣ୍ଡ ଓ ଜର୍ମାନୀ ମଧ୍ୟରେ କଳହର ସମାଧାନ କରାଯାଇଥିଲା ।
Answer:
ଗଣଭୋଟ

୧୦। __________________ ସନ୍ଧି ଅନୁଯାୟୀ ୧୯୩୫ ମସିହାରେ ‘ସାର୍ ” ଅଞ୍ଚଳକୁ ଜର୍ମାନୀ ସହିତ ମିଶାଇ ଦିଆଯାଇଥିଲା ।
Answer:
ପ୍ୟାରିସ୍

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୧୧। __________________ ବ୍ୟବସ୍ଥା ଫଳରେ ପ୍ରତ୍ୟେକ ରାଷ୍ଟ୍ର ନିଜର ଉପନିବେଶମାନଙ୍କର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାର ବାର୍ଷିକ ବିବରଣୀ ଜାତିସଂଘକୁ ଦେଇଥିଲେ ।
Answer:
ମାଣ୍ଡେଟ

D ଠିକ୍ ଉକ୍ତି ପାଇଁ (√) ଓ ଭୁଲ ଉକ୍ତି ପାଇଁ (×) ଲେଖ ।

୧। ରାଷ୍ଟ୍ରମାନଙ୍କ ମଧ୍ୟରେ ଥ‌ିବା ବିବାଦଗୁଡ଼ିକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା ଥିଲା ପରିଷଦର କାର୍ଯ୍ୟ ।
୨। ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟ ସୁଇଜରଲାଣ୍ଡର ହେଗ୍ ସହରରେ ଅବସ୍ଥିତ ଥଲା ।
୩। ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ ନେଦରଲାଣ୍ଡର ଜେନେଭା ସହରରେ ଅବସ୍ଥିତ ଥିଲା ।
୪। ରୁଷିଆ ୧୯୩୪ ମସିହାରେ ଜାତିସଂଘ ପରିଷଦର ସ୍ଥାୟୀ ସଭ୍ୟ ହୋଇଥିଲା ।
୫। ଜାତିସଂଘର ସଚିବାଳୟ ଜେନେଭାଠାରେ ଅବସ୍ଥିତ ଥିଲା ।
୬। ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତିଙ୍କ କାର୍ଯ୍ୟକାଳ ୧୦ ବର୍ଷ ଥିଲା |
୭ । ଆନ୍ତର୍ଜାତିକ ଶ୍ରମ ସଂଗଠନର ଶାସନ ନିୟନ୍ତ୍ରକ ଦଳରେ ୩୦ ଜଣ ସଦସ୍ୟ ଥିଲେ ।
୮। ଇଟାଲୀୟ ପ୍ରତିନିଧିଙ୍କୁ ହତ୍ୟା ଘଟଣାରେ ଇଟାଲୀ କୋଫ୍ୟୁ ଦ୍ବୀପକୁ ଧ୍ୱଂସ କରିଥିଲା ।
୯। ୧୯୩୦ ମସିହାରେ ବିଶ୍ବରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିଲା ।
୧୦। ଜାପାନ ୧୯୩୨ ମସିହାରେ ମାଞ୍ଚୁରିଆ ଆକ୍ରମଣ କରିଥିଲେ ।

Answers
୨। (√)
୨। (×)
୩। (×)
୪। (√)
୫। (√)
୬। (×)
୭ । (×)
୮। (√)
୯। (√)
୧୦ । (x)

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ 1

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ 2

F ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।
୧। ଜାତିସଂଘର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ୧୯୨୨ ମସିହାରେ ହୋଇଥିଲା ।
Answer:
୧୯୨୦

୨। ଆନ୍ତର୍ଜାତିକ ନ୍ୟାୟାଳୟ ନେଦରଲାଣ୍ଡର ନିଉୟର୍କ ସହରରେ ପ୍ରତିଷ୍ଠା କରାଯାଇଥିଲା ।
Answer:
ହେଗ୍

୩। ଅଧ୍ୟାସନ ପଦ୍ଧତିକୁ ଗ୍ୟାଣ୍ଡମ କୁହାଯାଏ ।
Answer:
ମାଣ୍ଡେଟ୍

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୪। ସାଧାରଣ ସଭାର ବୈଠକୁ ବର୍ଷକୁ ଅନ୍ତତଃ ଦୁଇଥର ବସୁଥିଲା ।
Answer:
ଥରେ

୫। ଜାତିସଂଘର ସଚିବାଳୟରେ ୧୦ଟି ବିଭାଗ କାର୍ଯ୍ୟ କରୁଥିଲା ।
Answer:
୧୧ଟି

୬। ଉଡ୍ରୋ ଉଇଲସନ୍ ରୁଷିଆ ଦେଶର ରାଷ୍ଟ୍ରପତି ଥିଲେ ।
Answer:
ଆମେରିକା

୭ । ଇଂଲଣ୍ଡର ସାର୍‌ ଏରିକ୍ ଡ୍ୟାମଣ୍ଡ ଜାତିସଂଘର ଦ୍ଵିତୀୟ ସେକ୍ରେଟାରୀ ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ ।
Answer:
ପ୍ରଥମ

୮। ଜାତି ସଂଘର ମୁଖ୍ୟ କାର୍ଯ୍ୟାଳୟ ଆମେରି କାର ଜେନେଭା ସହରରେ ଅବସ୍ଥିତ ଥିଲା ।
Answer:
ସୁଇଜରଲାଣ୍ଡ

୯। ୧୯୨୦ ମସିହାରେ ପୃଥ‌ିବୀରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିଲା ।
Answer:
୧୯୩୦

୧୦ । ଇଟାଲୀ ଜାତିସଂଘର ସଭ୍ୟପଦ ୧୯୩୬ ମସିହାରେ ଛାଡ଼ିଥିଲା ।
Answer:
୧୯୩୭

G ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।
1. ପ୍ରଥମ ସେକ୍ରେଟାରୀଭାବେ କିଏ ଜାତିସଂଘର ନିଯୁକ୍ତି ପାଇଥିଲେ ?
(A) ଆଭେନଲ୍
(B) ଏରିକ୍ ଡୁମଣ୍ଡ
(C) ଲେଷ୍ଟର
(D) ଉଇଲସନ୍
Answer:
(B) ଏରିକ୍ ଡୁମଣ୍ଡ

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

2. ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତିମାନେ କେତେ ବର୍ଷ ପାଇଁ କାର୍ଯ୍ୟ କରିପାରୁଥିଲେ ?
(A) ୭
(B) ୮
(C) ୯
(D) ୧୦
Answer:
(C) ୯

3. ଜାତିସଂଘର ସଚିବାଳୟରେ ବିଭିନ୍ନ ଦେଶରୁ ପ୍ରାୟ କେତେ ଜଣ କାର୍ଯ୍ୟ କରିବାପାଇଁ ନିଯୁକ୍ତି ପାଇଥିଲେ ?
(A) ୬୫୦
(B) ୭୫୦
(C) ୮୫୦
(D) ୯୫୦
Answer:
(B) ୭୫୦

4. ୧୯୨୧ ମସିହାର କେଉଁ ମାସରେ ଆନ୍ତର୍ଜାତିକ ବିଚାର ପତି ମାନେ ନିର୍ବାଚିତ ନିର୍ବାଚିତ ହୋଇଥିଲେ ?
(A) ମାର୍ଚ୍ଚ
(B) ଏପ୍ରିଲ
(C) ସେପ୍ଟେମ୍ବର
(D) ଅକ୍ଟୋବର
Answer:
(C) ସେପ୍ଟେମ୍ବର

5. ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ମଧ୍ୟରେ ଥ‌ିବା ସୀମା ବିବାଦକୁ କେବେ ଶାନ୍ତିପୂର୍ଣ୍ଣ ଭାବେ ଏକ କମିଶନ ଜରିଆରେ ସମାଧାନ କରାଯାଇଥିଲା ?
(A) ୧୯୨୦
(B) ୧୯୨୧
(C) ୧୯୨୨
(D) ୧୯୨୩
Answer:
(C) ୧୯୨୨

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

6. ଗ୍ରୀସ୍ ଓ ବୁଲଗେରିଆର ସୀମା ବିବାଦ ପ୍ରସଙ୍ଗରେ ବୁଲଗେରିଆରେ ମୃତୟନ ଥିବା ଗ୍ରୀସ୍ ସୈନ୍ୟମାନଙ୍କୁ କେବେ ପ୍ରତ୍ୟାହାର କରାଯାଇଥିଲା ?
(A) ୧୯୨୪
(B) ୧୯୨୫
(C) ୧୯୨୬
(D) ୧୯୨୭
Answer:
(B) ୧୯୨୫

7.ଜାପାନ ଚୀନ୍‌ର କେଉଁ ଅଞ୍ଚଳକୁ ଦଖଲ କରିଥିଲା ?
(A) ବେଜିଂ
(B) ମାଞ୍ଚୁରିଆ
(C) ଆବିସିନିଆ
(D) ଫରିଦ୍
Answer:
(B) ମାଞ୍ଚୁରିଆ

8. ୧୯୩୯ ମସିହାରେ ଫିନଲାଣ୍ଡକୁ ଆକ୍ରମଣ କରିବାରୁ କେଉଁ ଦେଶକୁ ଜାତିସଂଘ ସଦସ୍ୟ ପଦରୁ ବହିଷ୍କାର କରିଥିଲା ?
(A) ଇଟାଲୀ
(B) ଆମେରିକା
(C) ରୁଷିଆ
(D) ଜାପାନ
Answer:
(C) ରୁଷିଆ

୨. କେଉଁ ମସିହାର ଆର୍ଥିକ ମାନ୍ଦାବସ୍ଥା ବିଶ୍ବ ଅର୍ଥନୀତିକୁ ଭଙ୍ଗ କରି ଦେଇଥିଲା ?
(A) ୧୯୨୯
(B) ୧୯୩୦
(C) ୧୯୩୧
(D) ୧୯୩୨
Answer:
(B) ୧୯୩୦

10. ନିମ୍ନୋକ୍ତ କେଉଁ ଦେଶରେ ସାମରିକବାଦ ଦେଖାଯାଇ ନଥୁଲା ?
(A) ରୁଷ୍
(B) ଜର୍ମାନୀ
(C) ଜାପାନ
(D) ବୁଲଗେରିଆ
Answer:
(C) ଜାପାନ

11. ଜର୍ମାନୀରେ କେଉଁ ବାଦର ଉତ୍‌ଥାନ ହୋଇଥିଲା ?
(A) ଫାସୀବାଦ
(B) ନାଜୀବାଦ
(C) ସାମରିକବାଦ
(D) ମାନବବାଦ
Answer:
(B) ନାଜୀବାଦ

12. କେବେ ପ୍ୟାରିସ୍ତାରେ ଏକ ଶାନ୍ତ ସମ୍ମିଳନୀ ଆହୂତ ହୋଇଥିଲା ?
(A) ୧୯୧୮
(B) ୧୯୧୯
(C) ୧୯୨୦
(D) ୧୯୨୧
Answer:
(B) ୧୯୧୯

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

13. ଜାତିସଂଘର ପରିଷଦରେ କେତେ ଜଣ ଅସ୍ଥାୟୀ ସଭ୍ୟ ଥିଲେ ?
(A) ୨ ଜଣ
(B) ୪ ଜଣ
(C) ୩ ଜଣ
(D) ୫ ଜଣ
Answer:
(B) ୪ ଜଣ

14. କେତୋଟି ରାଷ୍ଟ୍ର ଜାତିସଂଘର ମୂଳ ସଦସ୍ୟ ଥିଲେ ?
(A) ୪୦
(B) ୪୧
(C) ୪୨
(D) ୪୩
Answer:
(D) ୪୩

15. ରୁଷିଆ କେବେ ଜାତିସଂଘରେ ଯୋଗ ଦେଇଥିଲା ?
(A) ୧୯୨୬
(B) ୧୯୩୦
(C) ୧୯୩୪
(D) ୧୯୩୯
Answer:
(C) ୧୯୩୪

16. କିଏ ପ୍ୟାରିସ୍ ସମ୍ମିଳନୀରେ ଜାତିସଂଘ ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ ?
(A) ଆଭେନଲ୍
(B) ଲେଷ୍ଟର
(C) ଉଡ୍ରୋ ଉଇଲ୍‌ସନ୍
(D) ଏରିକ୍ ଡୁମଣ୍ଡ
Answer:
(C) ଉଡ୍ରୋ ଉଇଲ୍‌ସନ୍

17. ନୂତନ ରାଷ୍ଟ୍ରକୁ ସଭ୍ୟପଦ ଦେବାପାଇଁ ଜାତିସଂଘର ‘ସଭା’ର ଅତିକମ୍‌ରେ କେତେ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ଥିଲା ?
(A) ଏକ ତୃତୀୟାଂଶ
(B) ଏକ ଚତୁର୍ଥାଂଶ
(C) ଦୁଇ ତୃତୀୟାଂଶ
(D) ତିନି ଚତୁର୍ଥାଂଶ
Answer:
(C) ଦୁଇ ତୃତୀୟାଂଶ

18. ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ଶାସନ ନିୟନ୍ତ୍ରକ ଦଳରେ କେତେ ଜଣ ସଦସ୍ୟ ରହିଥିଲେ ?
(A) ଚାରିଜଣ
(B) ଆଠଜଣ
(C) ଷୋହଳ ଜଣ
(D) ବତ୍ରିଶ ଜଣ
Answer:
(D) ବତ୍ରିଶ ଜଣ

19. ଜର୍ମାନୀ କେବେ ଜାତିସଂଘର ସଦସ୍ୟ ପଦତ୍ୟାଗ କଲା ?
(A) ୧୯୨୬ ମସିହା
(B) ୧୯୩୩ ମସିହା
(C) ୧୯୩୪ ମସିହା
(D) ୧୯୩୭ ମସିହା
Answer:
(B) ୧୯୩୩ ମସିହା

20. ଇଟାଲୀ କେଉଁ ମସିହାରେ ଜାତିସଂଘର ସଦସ୍ୟପଦ ଛାଡ଼ିଥିଲା ?
(A) ୧୯୨୬
(B) ୧୯୩୩
(C) ୧୯୩୪
(D) ୧୯୩୭
Answer:
(D) ୧୯୩୭

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

21. କଲମ୍ବିଆକୁ ହସ୍ତାନ୍ତର କରିଥିବା କେଉଁ ସହରକୁ ପେରୁ ୧୯୩୩ରେ ପୁନଃ ଅଧିକାର କରିଥିଲା ?
(A) ଡାଗ୍
(B) ଆଲାଣ୍ଡ
(C) ହେଗ୍
(D) ଲେଟିସିଆ
Answer:
(D) ଲେଟିସିଆ

BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ

Odisha State Board BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ will enable students to study smartly.

BSE Odisha Class 9 Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

ଉପକ୍ରମଣିକା (Introduction) :
ସେଟ୍ ତତ୍ତ୍ଵର ସ୍ରଷ୍ଟା ହେଉଛନ୍ତି ଜର୍ମାନ ଗଣିତଜ୍ଞ ଜର୍ଜ କ୍ୟାଣ୍ଟର (Georg Cantor) (1845-1918) ।
ସେଟ୍ ତତ୍ତ୍ଵ (Set Theory) ଗଣିତକୁ ସହଜ ଓ ସୁନ୍ଦର କରିବାରେ, ଜଟିଳ ଗାଣିତିକ ତତ୍ତ୍ଵକୁ ସରଳ ଓ ସାବଲୀଳ ଭାବରେ ବିଶ୍ଳେଷଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିଛି ।

ପୂର୍ବପାଠର ପର୍ଯ୍ୟାଲୋଚନା (Introduction) :
(i) ସେଟ୍ ଓ ଏହାର ଉପାଦାନ (Set and its elements) :
ସେଟ୍ ଓ ସେଟ୍‌ର ଉପାଦାନ ସଂଜ୍ଞା ବିହୀନ ପଦ ଅଟେ । ଏହାକୁ ପ୍ରକାଶ କରିବାପାଇଁ ଦୁଇଟି ପ୍ରଣାଳୀ ବ୍ୟବହାର କରାଯାଏ ; ଯଥା –
(a) ତାଲିକା ପ୍ରଣାଳୀ (Tabular or Roster Method) :
ତାଲିକା ପ୍ରଣାଳୀରେ ଉପାଦାନଗୁଡ଼ିକୁ କୁଟୀଳ ବନ୍ଧନୀ ମଧ୍ଯରେ ଲେଖାଯାଏ । ଯେପରି –
S = {a, b, c, d}, N = {1, 2, 3, 4, 5, …..} ଏଠାରେ c ଏକ ସେଟ୍ ଓ ‘a’ ଏହାର ଉପାଦାନ ।
(b) ସୂତ୍ର (ସେଟ୍ ଗଠନକାରୀ) ପ୍ରଣାଳୀ (Set builder method) :
ସେଟ୍ ଗଠନକାରୀ ପ୍ରଣାଳୀରେ ସେଟ୍‌ର ଉପାଦାନମାନଙ୍କ ସାଧାରଣ ଧର୍ମକୁ ଭିଭିକରି ଲେଖାଯାଏ । ଯେପରି 
S = {x | x ଇଂରାଜୀ ବର୍ଣ୍ଣମାଳାର ପ୍ରଥମ ଚାରୋଟି ବର୍ଷ}
N = {x | x, ଏକ ଗଣନ ସଂଖ୍ୟା }

(ii) ସସୀମ ସେଟ୍ ଓ ଅସୀମ ସେଟ୍ (Finite and Infinite sets) :
ସସୀମ ସେଟ୍ – ଯଦି କୌଣସି ସେଟ୍‌ର ଉପାଦାନଗୁଡ଼ିକୁ ଗୋଟି ଗୋଟି କରି ଗଣିଲେ ଗଣନ ପ୍ରକ୍ରିୟାର ପରିସମାପ୍ତି  ଘଟେ, ତେବେ ଉକ୍ତ ସେଟ୍‌ଟି ଏକ ସସୀମ ସେଟ୍ ଅଟେ ।
ସମୀପ ସେଟ୍ A ର ଉପାଦାନ ସଂଖ୍ୟାକୁ (A) ଦ୍ଵାରା ବା n(A) ଦ୍ଵାରା ସୁଚାଯାଇଥାଏ ।
ଅସୀମ ସେଟ୍– ଯଦି କୌଣସି ସେଟ୍‌ର ଉପାଦାନଗୁଡ଼ିକୁ ଗୋଟି ଗୋଟି କରି ଗଣିଲେ ଗଣନ ପ୍ରକ୍ରିୟାର ପରିସମାପ୍ତି ନଘଟେ ଉକ୍ତ ସେଟ୍‌ଟି ଏକ ଅସୀମ ସେଟ୍ ଅଟେ ।

BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ

(iii) ଶୂନ୍ୟସେଟ୍ (Empty or Null set) – ଯଦି କୌଣସି ସେଟ୍ ଉପାଦାନବିହୀନ ତେବେ ସେହି ସେଟ୍‌କୁ ଶୂନ୍ୟ ସେଟ୍ କୁହାଯାଏ । ଏହାର ଉପାଦାନ ସଂଖ୍ୟା 0 
ଶୂନ୍ୟସେଟ୍‌କୁ Ô ବା { } ଦ୍ଵାରା ସୂଚିତ କରାଯାଏ ।

(iv) ଉପସେଟ୍ (Subset) – A ଓ B ସେଟ୍‌ଦ୍ଵୟ ମଧ୍ଯରେ ଯଦି A ସେଟ୍‌ର ପ୍ରତ୍ୟେକ ଉପାଦାନ B ସେଟ୍‌ର ଉପାଦାନ ହୋଇଥାଏ, ତେବେ Aକୁ B ସେଟ୍‌ ଉପସେଟ୍ କୁହାଯାଏ ।
ଏହାକୁ A ⊂ B ବା B ⊃ A ଭାବେ ପ୍ରକାଶ କରାଯାଏ ।
A ⊂ B ର ଅର୍ଥ ହେଉଛି : x ∈ A ⇒ x ∈ B
ମନେରଖ :
⇒ Φ ⊂ A (ଶୂନ୍ୟସେଟ୍ ଯେକୌଣସି ସେଟ୍‌ର ଉପସେଟ୍) 
⇒ A ⊂ A (ଯେକୌଣସି ସେଟ୍ ତା’ ନିଜର ଉପସେଟ୍)

(v) ଦୁଇଟି ସେଟ୍‌ର ସମାନତା (Equality of two sets) :
A ଓ B ସେଟ୍ ଦ୍ଵୟରେ A c B ଓ B c A ହେଲେ A ଓ B ସେଟ୍‌ଦ୍ଵୟ ସମାନ; ଅର୍ଥାତ୍ A = B
ସେଟ୍‌ର ଉପାଦାନଗୁଡ଼ିକ ମଧ୍ୟରେ ଥିବା କ୍ରମର ପରିବର୍ତ୍ତନ କଲେ ମଧ୍ୟ ସେଟ୍‌ଟି ଅପରିବର୍ତ୍ତିତ ହେବ ।

ବ୍ୟାପକ ସେଟ୍ (Universal Set) :
ଆମର ଆଲୋଚନାର ପରିସର ମଧ୍ୟରେ ପ୍ରତ୍ୟେକ ସେଟ୍, ଯଦି ଏକ ନିର୍ଦ୍ଦିଷ୍ଟ ସେଟ୍ Eର ଉପସେଟ୍ କିମ୍ବା ଯେକୌଣସି ବସ୍ତୁ ଏକ ନିର୍ଦ୍ଦିଷ୍ଟ ସେଟ୍ Eର ଉପାଦାନ ହୁଏ, ତେବେ ସେହି ସେଟ୍‌କୁ ବ୍ୟାପକ ସେଟ୍ କୁହାଯାଏ । ସାଧାରଣତଃ ବ୍ୟାପକ ସେଟ୍ E କୁ ଆୟତଚିତ୍ରଦ୍ୱାରା ଓ ଏହାର ଉପସେମାନଙ୍କୁ ଆବଦ୍ଧ କ୍ଷେତ୍ରଦ୍ଵାରା ବା ବୃତ୍ତାକାର କ୍ଷେତ୍ରଦ୍ଵାରା ସୂଚାଯାଇଥାଏ ।
ଉଦାହରଣ :
ଯଦି N = ଗଣନ ସଂଖ୍ୟାର ସେଟ୍‌, N* ବା W = ସଂପ୍ରସାରିତ ସ୍ବଭାବିକ ସଂଖ୍ୟା ସେଟ୍, Z = ପୂର୍ବ ସଂଖ୍ୟା ସେଟ୍ S = { \(\frac{1}{n}\)| n ∈ N} ହୁଏ ପରିମେୟ ସଂଖ୍ୟା ସେଟ୍ (Q)କୁ ବ୍ୟାପକ ସେଟ୍ E ରୂପେ ନିଆଯାଏ ।
ଏଠାରେ N, W, Z ଓ S ପ୍ରତ୍ୟେକ Qର ଗୋଟିଏ ଗୋଟିଏ ଉପସେଟ୍ ଅଟନ୍ତି ।
∴ N ⊂ E, W ⊂ E, Z ⊂ E S ⊂ E
BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ

ସେଟ୍‌ ପ୍ରକ୍ରିୟା (Set Operations):
ସେଟ୍‌ମାନଙ୍କ ମଧ୍ୟରେ ସଂଯୋଗ (Union), ଛେଦ (Intersection) ଓ ଅନ୍ତର (Difference) ଘଟିଥାଏ । ଏମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ଦୈତ ପ୍ରକ୍ରିୟା (Binary operation) ।
⇒ ସେଟ୍‌ମାନଙ୍କ ମଧ୍ୟରେ ସଂଯୋଗ, ଛେଦ ଓ ଅନ୍ତର ପ୍ରକ୍ରିୟାକୁ ନେଇ ଯେଉଁ ବୀଜଗଣିତର ସୃଷ୍ଟି ତାହାକୁ ବୁଲିଆନ୍ ବୀଜଗଣିତ (Boolean Algebra) କୁହାଯାଏ ।
⇒ ବୁଲିଆନ୍ ବୀଜଗଣିତ, ଇଂରେଜ ଗଣିତଜ୍ଞ ଓ ତର୍କଶାସ୍ତ୍ରବିତ୍ George Booleଙ୍କ ନାମରେ ନାମିତ ।

(a) ସଂଯୋଗ (Union) :
A ଓ B ସେଟ୍‌ୟରେ ଥ‌ିବା ସମସ୍ତ ଉପାଦାନଗୁଡ଼ିକୁ ନେଇ ଗଠିତ ସେଟ୍‌କୁ A ଓ B ର ସଂଯୋଗ କୁହାଯାଏ ଏବଂ ଏହା A ∪ B ଦ୍ଵାରା ସୂଚିତ ହୁଏ ।
BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 1 ଅର୍ଥାତ୍ A ∪ B = {x | x ∈ A ବା x = B}
ଏଠାରେ x ∈ A ବା x = B ର ଅର୍ଥ ହେଉଛି x ଉପାଦାନଟି A ସେଟ୍‌ରେ କିମ୍ବା Bସେଟ୍‌ର କିମ୍ବା ଉଭୟ ସେଟ୍‌ରେ ରହିପାରେ ।
ସଂଯୋଗ ସମ୍ବନ୍ଧୀୟ କେତେକ ତଥ୍ୟ :

  • A ⊂ B ହେଲେ A ∪ B = B  ଏବଂ B ⊂ A ହେଲେ A ∪ B = A ହେବ ।
  • କୌଣସି ସେଟ୍ ‘A’ ସହିତ A ର ସଂଯୋଗ ‘A’ ଅଟେ । ଅର୍ଥାତ୍ A ∪ A = A
  • ଶୂନ୍ୟ ସେଟ୍‌ରେ କୌଣସି ଉପାଦାନ ନଥ‌ିବାରୁ ଯେକୌଣସି ସେଟ୍ A ସହିତ ଏହାର ସଂଯୋଗ A ଅଟେ । ଅର୍ଥାତ୍ A ∪ Φ = A 
  • A ⊂ A ∪ B ଏବଂ B ⊂ A ∪ B

ସଂଯୋଗର ନିୟମ :
(i) A ∪ B = B ∪ A (ସଂଯୋଗ ପ୍ରକ୍ରିୟା କ୍ରମ ବିନିମୟୀ ଅଟେ ।)
(ii) (A ∪ B) ∪ C = A ∪ (B ∪ C) (ସଂଯୋଗ ପ୍ରକ୍ରିୟା ସହଯୋଗୀ ଅଟେ ।)

(b) ଛେଦ (Intersection):
A ଓ B ସେଟ୍ ଦ୍ଵୟରେ ଥ‌ିବା ଉପାଦାନମାନଙ୍କ ମଧ୍ୟରୁ ଯେଉଁ ଉପାଦାନଗୁଡ଼ିକ ଉଭୟ A ଓ Bର ଉପାଦାନ ହୋଇଥ‌ିବେ ସେହିମାନଙ୍କୁ ନେଇ ଗଠିତ ସେଟ୍‌କୁ À ଓ Bର ଛେଦ କୁହାଯାଏ ଏବଂ ଏହା A n B ଦ୍ୱାରା ସୂଚିତ ହୁଏ ।
ଅର୍ଥାତ୍ A ∩ B = {x | x ∈ À ଓ x € B}
ଏଠାରେ x ∈ A ଓ x ← Bର ଅର୍ଥ ହେଉଛି x, A ଓ Bର ସାଧାରଣ ଉପାଦାନ । ଅର୍ଥାତ୍ x, A ଓ B ଉଭୟ ସେଟ୍‌ ଉପାଦାନ ।
BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 2
ଯଦି A ଓ B ସେଦ୍ଵୟ ମଧ୍ଯରେ କୌଣସି ସାଧାରଣ ଉପାଦାନ (Common Elements) ନଥାଏ, ତେବେ A ଓ B ସେଟ୍‌ଦ୍ଵୟକୁ ଅଣଛେଦୀ ସେଟ୍ (Disjoint set) କୁହାଯାଏ । ଅର୍ଥାତ୍ A ∩ B = Φ
ଛେଦ ସମ୍ବନ୍ଧୀୟ କେତେକ ତଥ୍ୟ :

  • A ⊂ B ହେଲେ A ∩ B = B  ଏବଂ B ⊂ A ହେଲେ A ∩ B = A ହେବ ।
  • ଯେକୌଣସି ସେଟ୍ A ଓ ସେହି ସେଟ୍‌ ଛେଦ A ଅଟେ । A ∩ A = A
  • ଶୂନ୍ୟ ସେଟ୍ ର୍ଡ଼ ରେ କୌଣସି ଉପାଦାନ ନଥ‌ିବାରୁ ଯେକୌଣସି ସେଟ୍ A ସହିତ ଏହାର ଛେଦ à ହେବ । A ∩ = Φ
  • A ⊂ A ∩ B ଏବଂ B ⊂ A ∩ B

BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ

ଛେଦର ନିୟମ :
⇒ A ∩ B = B ∩ A (ଛେଦପ୍ରକ୍ରିୟା କ୍ରମବିନିମୟୀ)
⇒ (A ∩ B) ∩ C = A ∩ (B ∩ C) (ଛେଦ ପ୍ରକ୍ରିୟା ସହଯୋଗୀ)
ବଣ୍ଟନ ନିୟମ (Distributive law) :
⇒ A, B, ତିନିଗୋଟି ସେଟ୍ ହେଲେ,, A ∪ (B ∪ C) = (A ∪ B) ∩ (A ∪ C)ଅର୍ଥାତ୍ ସଂଯୋଗ ଛେଦ ପ୍ରକ୍ରିୟାକୁ ବଣ୍ଟନ କରେ ।
⇒ A ∩ (B ∪ C) = (A ∩ B) ∪ (A ∩ C) ଅର୍ଥାତ୍ ଛେଦ ସଂଯୋଗ ପ୍ରକ୍ରିୟାକୁ ବଣ୍ଟନ କରେ ।

(c) ଅନ୍ତର (Difference):
ଯଦି A ଓ B ଦୁଇଟି ସେଟ୍, ତେବେ À ସେଟ୍‌ର ଯେଉଁ ଉପାଦାନଗୁଡ଼ିକ Bରେ ନାହାନ୍ତି, ସେମାନଙ୍କୁ ନେଇ ଗଠିତ ସେଟ୍‌କୁ A ଅନ୍ତର B (A difference B) କୁହାଯାଏ ଅନ୍ତର Bକୁ A – B ଦ୍ୱାରା ସୂଚିତ କରାଯାଏ । 
ଅର୍ଥାତ୍ A – B = {x | x ∈ A ଓ x ∉ B}
B ସେଟ୍‌ରେ ଯେଉଁ ଉପାଦାନଗୁଡ଼ିକ A ସେଟ୍‌ରେ ନାହାଁନ୍ତି, ସେମାନଙ୍କୁ ନେଇ B ଅନ୍ତର A ସେଟ୍‌ଟି ଗଠିତ ।
ଅର୍ଥାତ୍ B – A = {x | x ∈ B ଓ x ∉ A}
BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 3 BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 4
BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 5BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 6
ଅନ୍ତର ସମ୍ବନ୍ଧୀୟ କେତେକ ତଥ୍ୟ :
(i) ଯେକୌଣସି ସେଟ୍ À ପାଇଁ A – A = Φ
BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 7(ii) A – B ⊂ A ଓ B – A ⊂ B
(iii) (A – B) ∩ (B – A) = Φ
(iv) (A – B) ∩ (A ∩ B) = Φ
(v) (B – A)  ∩ (A ∩ B) = Φ
(vi) A – B, B – A, A ∩ B ସେନ୍ଦ୍ରିୟ ପରସ୍ପର ଅଣଛେଦୀ ଅଟନ୍ତି ।
(vii) A – B = A – (A ∩ B), B – A = B – ( A ∩ B), ଅନ୍ତର ପ୍ରକ୍ରିୟାଟି କ୍ରମବିନିମୟୀ ଓ ସହଯୋଗୀ ନୁହେଁ
ଅର୍ଥାତ୍ :
⇒ ସେଟ୍ ଅନ୍ତର ପ୍ରକ୍ରିୟାଟି କ୍ରମବିନିମୟୀ କିମ୍ବା ସହଯୋଗୀ ନୁହେଁ । A – B ≠ B – A
⇒ (A – B) – C ≠ A – (B – C) 

BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 8

ସମଞ୍ଜସ ଅନ୍ତର (Symmetric Difference) :
ଯଦି A ଓ B ଯେକୌଣସି ଦୁଇଟି ସେଟ୍, ତେବେ A – B ଓ B – A ସେଟ୍‌ୟର ଉପାଦାନମାନଙ୍କୁ ନେଇ ଗଠିତ ସେଟ୍‌କୁ A ଓ Bର ସମଞ୍ଜସ ଅନ୍ତର ସେଟ୍ କୁହାଯାଏ ଓ ଏହାକୁ A Δ B ସଂକେତ ଦ୍ୱାରା ସୂଚିତ କରାଯାଏ ।
ଅର୍ଥାତ୍ A Δ B = (A – B) ∪ (B – A) 
A Δ B = (A ∪ B) – (A ∩ B)
ସମଞ୍ଜସ୍ୟ-ଅନ୍ତର ସମ୍ବନ୍ଧୀୟ କେତେଗୋଟି ତଥ୍ୟ :
(i) A Δ B = B Δ A (ସମଞ୍ଜସ୍ୟ-ଅନ୍ତର ପ୍ରକ୍ରିୟା କ୍ରମବିନିମୟୀ)
(ii) (A Δ B) Δ C ≠ A Δ (B Δ C) (ସମଞ୍ଜସ ଅନ୍ତର ପ୍ରକ୍ରିୟା ସହଯୋଗୀ ନୁହେଁ)

BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 9

ଏକ ସେଟ୍‌ର ପରିପୂରକ ସେଟ୍ (Complement of a Set) :
ଯଦି E ବ୍ୟାପକ ସେଟ୍ ଓ À ଏହାର ଏକ ଉପସେଟ୍ ହୁଏ ତେବେ E ସେଟ୍‌ର ଯେଉଁ ଉପାଦାନଗୁଡ଼ିକ À ସେଟ୍‌ରେ ନାହାଁନ୍ତି ସେହିମାନଙ୍କୁ ନେଇ ଗଠିତ ସେଟ୍‌କୁ Á ସେଟ୍‌ର ପରିପୂରକ ସେଟ୍ କୁହାଯାଏ ଓ ଏହାର ସଂକେତ A’ ଅଟେ ।
ଅର୍ଥାତ୍ | A’ = E – A = {x | x ∈ E ଓ x ∈ A}
ପରିପୂରକ ସେଟ୍ ସମ୍ବନ୍ଧୀୟ କେତେକ ତଥ୍ୟ :
(i) A ∩ A’= Φ (ii) A ∪ A’ = E (iii) (A’)’ = A (iv) Φ’ = E (v) E’ = Φ

ଡିମର୍ଗାନ୍ ନିୟମ (De Morgan’s Laws):
ମନେକର E ବ୍ୟାପକ ସେଟ୍ ଓ A, B ସେଟ୍‌ୟ ଏହାର ଉପସେଟ୍ । 
(A∪B)=A’∩ B ́ ́…. (i)
(A ∩ B) = A’ ∪ B’ … (ii)
ଏହି ନିୟମଦ୍ୱୟ ଡିମର୍ମାନଙ୍କ ନିୟମ ନାମରେ ଅଭିହିତ ।
(i) ରୁ ଜଣାଯାଏ ସଂଯୋଗର ପରିପୂରକ ସେଟ୍, ପରିପୂରକ ସେୟର ଛେଦ । 
(ii) ରୁ ଜଣାଯାଏ ଛେଦର ପରିପୂରକ ସେଟ୍ ପରିପୂରକ ସେଟ୍‌ମାନଙ୍କ ସଂଯୋଗ ।
ମନେରଖ :
ପରିପୂରଣ ପ୍ରକ୍ରିୟା (Complimentation) ହେତୁ ସଂଯୋଗ, ଛେଦରେ ଓ ଛେଦ ସଂଯୋଗରେ ପରିବର୍ତ୍ତିତ ହୁଏ ।
BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 10 BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 11 BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 12
ବି.ଦ୍ର. :(A ∪ B)’ = A’ ∩ B’,
A ଓ B ପରିବର୍ତ୍ତେ A ଓ B’ ଲେଖୁଲେ
(A’ ∪ B’)’ = (A’)’ ∩ (B’)’ = A ∩ B
∴ (A’)’ = A ଓ (B’)’ = B
⇒ ((A’ ∪ B’)’)’ = (A ∩ B)’ ⇒ A’ ∪ B’ = (A ∩ B)’
(A ∩ B)’ = A’ ∪ B’
ଏଠାରେ ଲକ୍ଷ୍ୟକର ଯେ, ଡି. ମର୍ଗାନ୍‌ଙ୍କ ପ୍ରଥମ ନିୟମରୁ ଦ୍ବିତୀୟ ନିୟମଟି ପ୍ରମାଣିତ ହେଲା । (ପ୍ରମାଣିତ)

BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ

ଦୁଇଟି ସେଟ୍‌ର କାର୍ଟେଜୀୟ ଗୁଣଫଳ (Cartesian product of two Sets) :
(i) ସମତଳ ସ୍ଥାନାଙ୍କ ଜ୍ୟାମିତିରେ ଗୋଟିଏ ବିନ୍ଦୁକୁ ଏହାର ସ୍ଥାନାଙ୍କ (x, y) ଦ୍ଵାରା ସୂଚାଇ ଦିଆଯାଏ । (x, y) ହେଉଛି ବାସ୍ତବ ସଂଖ୍ୟାର ଏକ କ୍ରମିକ ଯୋଡ଼ି (Ordered pair) ।

  • ଯଦି x ଓ Y ଦୁଇଟି ବାସ୍ତବ ସଂଖ୍ୟା ତେବେ (x, y) କ୍ରମିତ ଯୋଡ଼ି ସ୍ଥାନାଙ୍କ ସମତଳରେ ଏକ ବିନ୍ଦୁ, ମାତ୍ର {x, y} ଗୋଟିଏ ସେଟ୍ ଯାହାର ଦୁଇଗୋଟି ଉପାଦାନ ଅଛି ।
  • ଯଦି x ≠ Y ହୁଏ, ତେବେ ସ୍ଥାନଙ୍କ ଜ୍ୟାମିତିରେ (x, y) ଓ (y, x) ଦୁଇଟି ପୃଥକ୍ ବିନ୍ଦୁକୁ ସୂଚାଇ ଥାଆନ୍ତି । କିନ୍ତୁ {x, y} ଓ {y, x} ସେଟ୍ ଦୁଇଟି ସମାନ ।

(ii) ଦୁଇଟି କ୍ରମିତ ଯୋଡ଼ି (x1, y1) ଓ (x2, y2) ସମାନ ହେବେ ଯଦି x1 = x2 ଓ y1 = y2 ହେବ ।
(iii) (x, y) କ୍ରମିତ ଯୋଡ଼ିରେ x ଓ yକୁ ଯଥାକ୍ରମେ କ୍ରମିତ ଯୋଡ଼ି (x, y)ର ପ୍ରଥମ ଉପାଂଶ ଓ ଦ୍ବିତୀୟ ଉପାଂଶ କୁହାଯାଏ । A ଓ B ଦୁଇଟି ଅଣଶୂନ୍ୟ ସେଟ୍, ତେବେ Aର ଉପାଦାନମାନଙ୍କୁ ପ୍ରଥମ ଉପାଂଶ ଓ Bର ଉପାଦାନମାନଙ୍କୁ ଦ୍ୱିତୀୟ ଉପାଂଶ ରୂପେ ନେଲେ ଯେତେଗୁଡ଼ିଏ କ୍ରମିତ ଯୋଡ଼ି ସୃଷ୍ଟିହେବ, ସେହି ସମସ୍ତ କ୍ରମିତ ଯୋଡ଼ିମାନଙ୍କୁ ଉପାଦାନ ରୂପେ ନେଇ ଗଠିତ ସେଟ୍‌କୁ A ଓ B ସେଟ୍‌ୟର କାର୍ଟେଜୀୟ ଗୁଣଫଳ କୁହାଯାଏ ।
A ଓ B ସେଟ୍‌ୟର କାର୍ଟେଜୀୟ ଗୁଣଫଳ A × B ସଂକେତଦ୍ୱାରା ସୂଚୀତ ହୁଏ ।
ସୁତରାଂ A × B = {(a, b) | a ∈ A ଓ b ∈ B)
ସେହିପରି B ଓ A ସେଟ୍‌ୟର କାର୍ଟେଜୀୟ ଗୁଣଫଳ B × A = {(b, a) | b ∉ B ଓ a ∈ A}
ଯଦି | A | = m ଓ | B | = n ହୁଏ, | A × B | = | B × A | = mn
ବି.ଦ୍ର. : A × A କୁ A2 ରୂପେ ଲେଖାଯାଏ ।

ଦୁଇଟି ସେଟ୍ A ଓ Bର ସଂଯୋଗ ସେଟ୍‌ର ଉପାଦାନ ସଂଖ୍ୟା ଓ ଏହାର ପ୍ରୟୋଗ : 
ଯଦି A ଓ B ଦୁଇଟି ସସୀମ ସେଟ୍, ତେବେ
(i) (a) A ଓ B ସେଟ୍‌ୟ ପରସ୍ପର ଛେଦୀ ହେଲେ, |A ∪ B| = |A| + |B| – |A ∩ B|
(b) A ଓ B ସେଟ୍‌ୟ ପରସ୍ପର ଅଣଛେଦୀ ହେଲେ, |A B| = |A| + |B|
(ii) |A Δ B| = |A| + |B| – 2|A ∩ B|
(iii) ଯଦି A ∩ B = Φ ଦୁଏ ତେବେ  |A ∪ B| = |A| + |B|

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

Odisha State Board BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ Important Questions and Answers.

BSE Odisha Class 9 History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ କ’ଣ ? ଏହାର ଲକ୍ଷ୍ୟ କ’ଣ ? ଏହି ଆନ୍ଦୋଳନରେ ଭାରତର ଭୂମିକା ଉଲ୍ଲେଖ କର ।
Answer:

  • ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସ୍ବାଧୀନତା ଲାଭ କରିଥିବା ଏସିଆ ଓ ଆଫ୍ରିକା ମହାଦେଶର ଅଧିକାଂଶ ରାଷ୍ଟ୍ର କୌଣସି ଗୋଷ୍ଠୀରେ ଯୋଗ ନଦେଇ ନିଜର ଜାତୀୟ ପୁନର୍ଗଠନ ଓ ଅର୍ଥନୈତିକ ଉନ୍ନତି ନିମନ୍ତେ ପରସ୍ପର ମଧ୍ୟରେ ସହଯୋଗ ସ୍ଥାପନ କରିବାରୁ ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସହଯୋଗ ସ୍ଥାପିତ ହେଲା । ଏହାକୁ ‘ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ’ କୁହାଯାଏ ।
  • ସ୍ଵାଧୀନତାର ସୁରକ୍ଷା, ସାମ୍ରାଜ୍ୟବାଦ ଓ ଉପନିବେଶବାଦର ବିଲୋପ ଶାନ୍ତପୂଶ ସହାବସ୍ଥାନ ଓ ବିଶ୍ୱଶାନ୍ତି ପ୍ରତିଷ୍ଠା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଲକ୍ଷ୍ୟ ଅଟେ ।
  • ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ରୂପରେଖ ପ୍ରପ୍ତତକାରା ବାଦୁଙ୍ଗ ସମ୍ମଳନୀର ଆତ୍ମା ଥିଲେ । ସେଠାରେ ତାଙ୍କର ପଞ୍ଚଶୀଳ ବା ସମସ୍ତ ଜାତିର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ଉପସ୍ଥାପିତ ହୋଇ ଗୃହୀତ ହୋଇଥିଲା ।
  • ତାଙ୍କ ନେତୃତ୍ଵରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ସୁଦୃଢ଼ ହୋଇଥିଲା । ୧୯୮୩ ମସିହା ମାର୍ଚ୍ଚ ମାସରେ ନୂଆଦିଲ୍ଲୀଠାରେ ସପ୍ତମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

୨। ଗୋଷ୍ଠୀ ନିରପେକ୍ଷତା କହିଲେ କ’ଣ ବୁଝ ? ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା ? ଏଥିରେ କେତୋଟି ରାଷ୍ଟ୍ର ଯୋଗ ଦେଇଥିଲେ ? ଏହି ସମ୍ମିଳନୀରେ ପ୍ରତିନିଧୁମାନେ କେଉଁ ବିଷୟ ଉପରେ ଗୁରୁତ୍ଵ ଦେଇଥିଲେ ?
Answer:

  • ସାମ୍ୟବାଦୀ ବା ପୁଞ୍ଜିବାଦୀ ଗୋଷ୍ଠୀ ମଧ୍ୟରୁ କୌଣସି ଗୋଷ୍ଠୀରେ ଯୋଗ ନଦେଇ ନିରପେକ୍ଷ ଭାବରେ କାର୍ଯ୍ୟ କରିବାକୁ ଗୋଷ୍ଠୀ ନିରପେକ୍ଷତା କୁହାଯାଏ ।
  • ୧୯୬୧ ମସିହା ସେପ୍ଟେମ୍ବର ମାସରେ ଯୁଗୋସ୍ଲୋଭିଆ ରାଜଧାନୀ ବେଲ୍‌ଟ୍ରୋଡ୍‌ଠାରେ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
  • ଏଥିରେ ପୃଥ‌ିବୀର ୨୫ଟି ରାଷ୍ଟ୍ର ଯୋଗ ଦେଇଥିଲେ ।
  • ଏହି ସମ୍ମିଳନୀରେ ପ୍ରତିନିଧିମାନେ ବିଶ୍ୱଶାନ୍ତି ୨ ଓ ନିରପେକ୍ଷ ନୀତି ପାଳନ ଉପରେ ଗୁରୁତ୍ଵ ଦେଇଥିଲେ । ସେମାନେ ସମଗ୍ର ବିଶ୍ଵରେ ଅଣୁଅସ୍ତ୍ର ପ୍ରସ୍ତୁତି ଓ ପ୍ରୟୋଗକୁ ବିରୋଧ କରିଥିଲେ ଓ ନିରସ୍ତ୍ରୀକରଣ ସପକ୍ଷରେ ମତପ୍ରକାଶ କରିବା ସହିତ ପରମାଣୁ ଅସ୍ତ୍ର ପରୀକ୍ଷଣକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରିବାକୁ ସୁପାରିସ କରିଥିଲେ ।
  • ସେମାନେ ଉପନିବେଶବାଦ ଓ ସାମ୍ରାଜ୍ୟବାଦ “ବିରୋଧରେ ଏକ ସାଧାରଣ ନିନ୍ଦା ପ୍ରସ୍ତାବ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସଂଯୁକ୍ତ ରାଷ୍ଟ୍ରସଂଘ ସନନ୍ଦରେ ସେମାନଙ୍କ ଆସ୍ଥା ପ୍ରକଟ କରିଥିଲେ ।

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କଲମ୍ବୋଠାରେ ଅନୁଷ୍ଠିତ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ କେଉଁ ଅଧିକାର ଉପରେ ଗୁରୁତ୍ଵ ଆରୋପ କରାଯାଇଥିଲା ? ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ପଥବୀର କେତୋଟି ରାଷ୍ଟ୍ର ଯୋଗ ଦେଇଥିଲେ ?
Answer:

  • କଲମ୍ବୋଠାରେ ଅନୁଷ୍ଠିତ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ବିକାଶୋନୁଖା ରାଷୁମାନଙ୍କର ନ୍ୟାୟୋଚିତ ଆର୍ଥନୀତିକ ଅଧୂକାର ପାଇବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା ।
  • ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ପଥବୀର ୯୯ଟି ରାଷ୍ଟ୍ର ଯୋଗ ଦେଇଥିଲେ ।

୨। ଅଷ୍ଟମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେଉଁଠାରେ ଓ କେବେ ଅନୁଷ୍ଠିତ ହୋଇଥିଲା ? ଏଥିରେ କେତୋଟି ରାଷ୍ଟ୍ରର ପ୍ରତିନିଧୂ ଯୋଗ ଦେଇଥିଲେ ?
Answer:

  • ୧୯୮୬ ମସିହା ସେପ୍ଟେମ୍ବର ମାସରେ ଜିମ୍ବାୱେର ରାଜଧାନୀ ହାରାରେଠାରେ ଅଷ୍ଟମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥଲା ।
  • ଏଥ‌ିରେ ୧୦୧ଟି ରାଷ୍ଟ୍ରର ପ୍ରତିନିଧ୍ ଯୋଗ ଦେଇଥିଲେ ।

୩। କେଉଁଠାରେ ଓ କେବେ ଅନୁଷ୍ଠିତ ହୋଇଥିଲା ? ଏହି ସମ୍ମିଳନୀରେ କେତୋଟି ରାଷ୍ଟ୍ର ଯୋଗଦାନ କରିଥିଲେ ?
Answer:

  • ୧୯୭୦ ମସିହା ସେପ୍ଟେମ୍ବର ମାସରେ ଜିମ୍ବାଆର ରାଜଧାନା ଳୁସାକାଠାରେ ତୃତାୟ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
  • ଏଥ‌ିରେ ୫୪ଟି ରାଷ୍ଟ୍ର ଯୋଗଦାନ କରିଥିଲେ ।

A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। କେବେ ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥଲା ?
Answer:
୧୯୬୧ ମସିହା ସେପ୍ଟେମ୍ବର ମାସରେ ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

୨। ବାନ୍ଦୁଙ୍ଗ୍ ସମ୍ମିଳନୀରେ କେତେଗୋଟି ରାଷ୍ଟ୍ର ଯୋଗଦାନ କରିଥିଲେ ?
Answer:
ବାନ୍ଦୁଙ୍ଗ୍ ସମ୍ମିଳନୀରେ ୨୩ଟି ଏସୀୟ ଓ ୬ଟି ଆଫ୍ରିକୀୟ ରାଷ୍ଟ୍ର ଯୋଗଦାନ କରିଥିଲେ ।

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

୩। ଚତୁର୍ଥ ଗୋଷ୍ଠୀ ନିରପେକ୍ଷ ସମ୍ମିନଳୀ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
Answer:
୧୯୭୩ ମସିହା ସେପ୍ଟେମ୍ବର ମାସରେ ଚତୁର୍ଥ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଆଫ୍ରିକା ମହାଦେଶ ସ୍ଥ ଆଲ୍ ଜେରି ଆର ରାଜଧାନୀ ଆଲଜିୟର୍ସଠାରେ ଅନୁଷ୍ଠିତ ହୋଇଥିଲା ।

୪। ଷଷ୍ଠ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ କେତେଗୋଟି ରାଷ୍ଟ୍ରର ପ୍ରତିନିଧ୍ ଅଂଶଗ୍ରହଣ କରିଥିଲେ ?
Answer:
ଷଷ୍ଠ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ୯୪ଟି ରାଷ୍ଟ୍ରର ପ୍ରତିନିଧ୍ ଅଂଶଗ୍ରହଣ କରିଥିଲେ ।

୫। ରାଷ୍ଟ୍ରମାନଙ୍କୁ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାରୁ ନିବୃତ୍ତ ରହିବାପାଇଁ କେଉଁ ସମ୍ମିଳନୀରେ ନିବେଦନ କରାଯାଇଥିଲା ?
Answer:
ନୂଆଦିଲ୍ଳୀ ସମ୍ମିଳନୀରେ ରାଷ୍ଟ୍ରମାନଙ୍କୁ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାରୁ ନିବୃତ୍ତ ରହିବାପାଇଁ ନିବେଦନ କରାଯାଇଥିଲା

୬ । କେଉଁ ଚୁକ୍ତିଗୁଡ଼ିକର ବିଫଳତା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର କାର୍ଯ୍ୟଦକ୍ଷତାର ପ୍ରମାଣ ଦିଏ ?
Answer:
ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ, କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ ଓ ୱାରସ୍ ଚୁକ୍ତି ଆଦିର ବିଫଳତା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର କାର୍ଯ୍ୟଦକ୍ଷତାର ପ୍ରମାଣ ଦିଏ ।

୭ । ପଞ୍ଚଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
Answer:
ପଞ୍ଚଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଇଜିପ୍ଟର ଶାର୍ମ ଏଲ୍‌ ଶେଖାଠାରେ ଅନୁଷ୍ଠିତ ହୋଇଥିଲା ।

୮। ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
Answer:
ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଯୁଗୋସ୍ଲୋଭିଆର ରାଜଧାନୀ ବେଲଗେଡ଼ଠାରେ ଅନୁଷ୍ଠିତ ହୋଇଥିଲା ।

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। ଦୁଇ ମହାଶକ୍ତି ମଧ୍ୟରେ ଅସ୍ତ୍ରଶସ୍ତ୍ର ବୃଦ୍ଧି ପାଇଁ ଲାଗି ରହିଥ‌ିବା ପ୍ରତିଯୋଗିତା ବିପକ୍ଷରେ କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ପ୍ରତିବାଦ କରାଯାଇଥିଲା ?
Answer:
କାଇରୋ

୨। କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଉପନିବେଶବାଦକୁ ନିନ୍ଦା କରାଯାଇଥିଲା ?
Answer:
ଲୁସାକା

୩। ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦରେ ସ୍ଥାୟୀ ସଦସ୍ୟମାନଙ୍କର ଥିବା ‘ଭିଟୋ’ କ୍ଷମତାର ଉଚ୍ଛେଦ ନିମନ୍ତେ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କର କେଉଁ ସମ୍ମିଳନୀରେ ଦାବି ଉପସ୍ଥାପନ କରାଯାଇଥିଲା ?
Answer:
କଲମ୍ବୋ

୪। ଭାରତ ମହାସାଗରକୁ ଶାନ୍ତିର ଅଞ୍ଚଳରୂପେ ରଖୁବା ନିମନ୍ତେ କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଗୁରୁତ୍ଵ ଆରୋପ କରାଯାଇଥିଲା ?
Answer:
ହାଭାନ

୫। ଆଣବିକ ଯୁଦ୍ଧରୁ ନିବୃତ୍ତ ରହିବାକୁ କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ରାଷ୍ଟ୍ରମାନଙ୍କର ନିବେଦନ କରାଯାଇଥିଲା ?
Answer:
ନୂଆଦିଲ୍ଲୀ

୬। କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ବୃହତ୍ ଶକ୍ତିମାନଙ୍କୁ ସେମାନଙ୍କର ସାମରିକ ଘାଟିଗୁଡ଼ିକୁ ନଷ୍ଟ କରିଦେବାକୁ ଆହ୍ବାନ ଦିଆଯାଇଥୁଲ ?
Answer:
ହାଭାନା

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

୭। କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଆଫଗାନିସ୍ତାନରୁ ରୁଷିଆର ସୈନ୍ୟ ଅପସାରଣ ପାଇଁ ଆହ୍ବାନ ଦିଆଯାଇଥିଲା ?
Answer:
ହାରାରେ ସମ୍ମିଳନୀ ୧୯୮୬

୮। କେଉଁ ବିଷୟଟି ୧୯୮୯ ମସିହାରେ ବେଲଗ୍ରେଡ୍ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଆଲୋଚିତ ହୋଇଥିଲା ?
Answer:
ବିଶ୍ୱ ଅର୍ଥନୀତି ବ୍ୟବସ୍ଥା

୯। କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ବିଶ୍ଵ ଉତ୍ତେଜନା ଦୂର କରିବାକୁ ସାମରିକ ମେଣ୍ଟଗୁଡ଼ିକ ନଷ୍ଟ କରିଦେବାପାଇଁ ମତ ପ୍ରକାଶ ପାଇଥିଲା ?
Answer:
ଲୁସାକା ସମ୍ମିଳନୀ – ୧୯୭୦

୧୦। କେଉଁ ବିଷୟରେ ୧୯୮୬ ମସିହାର ହାରାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଆଲୋଚନା ହୋଇଥିଲା ?
Answer:
ବର୍ଣ୍ଣ ବୈ ଷମ୍ୟ ନୀତି ର ବି ଲୋପ

୧୧। ବିଶ୍ବବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସଂସ୍କାର ଉପରେ କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଗୁରୁତ୍ଵ ଦିଆଯାଇଥିଲା ?
Answer:
କାର୍ଟାଜେନା,

୧୨। କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା ଗୋଟିଏ ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବରେ ଯୋଗ ଦେଇଥିଲା ?
Answer:
ଡର୍‌ବାନ୍‌

୧୩। ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀର ସର୍ବଶେଷ ସମ୍ମିଳନୀ କେଉଁଠାରେ ୨୦୦୯ ମସିହାରେ ଅନୁ ଷ୍ଠି ତ ହୋଇଥିଲା ?
Answer:
ଶାର୍ମ ଏଲ୍ ଶେଖ୍

୧୪। କେଉଁମାନଙ୍କୁ ନେଇ ତୃତୀୟ ବିଶ୍ଵର ସୃଷ୍ଟି ହୋଇଥିଲା ?
Answer:
ନୂତନ ଭାବରେ ସ୍ବାଧୀନ ହୋଇଥିବା ରାଷ୍ଟ୍ର,

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

୧୫। ୨୦୦୯ ମସିହାରେ ଅନୁଷ୍ଠିତ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କର ଶାର୍ମ ଏଲ୍ ଶେଖ୍ ସମ୍ମିଳନୀରେ କେତୋଟି ଦେଶ ଯୋଗ ଦେଇଥିଲେ ?
Answer:
୧୧୮

୧୬। କଲମ୍ବିଆର ରାଜଧାନୀ କାର୍ଟାଜେନାଠାରେ କେତେ ତମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ?
Answer:
ଏକାଦଶତମ

୧୭। ହାରାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ କେତୋଟି ରାଷ୍ଟ୍ର ଯୋଗ ଦେଇଥିଲେ ?
Answer:
୧୦୧ଟି

୧୮। ପ୍ରଥମ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କ ସମ୍ମିଳନୀରେ ଏକମାତ୍ର ଇଉରୋପୀୟ ରାଷ୍ଟ୍ରଭାବେ କେଉଁ ଦେଶଟି ଯୋଗ ଦେଇଥିଲା ?
Answer:
ଯୁଗୋସ୍ଲୋଭିଆ

୧୯। କେତେ ତମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଆମ ଦେଶର ନୂଆଦିଲ୍ଲୀଠାରେ କେବେ ଅନୁଷ୍ଠିତ ହୋଇଥିଲା ?
Answer:
ସପ୍ତମ

C. ଶୂନ୍ୟସ୍ଥାନ ପୂରଣ କର ।

୧। ଯୁକ୍ତରାଷ୍ଟ୍ର ଆମେରିକା _______________ ସମ୍ମିଳନୀରେ ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବରେ ଯୋଗ ଦେଇଥିଲା ।
Answer:
ଡରବାନ୍

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

୨। ଦକ୍ଷିଣ ଆଫ୍ରିକାରେ ବଣ୍ଣବୈଷମ୍ୟ ନୀତିର ସମ୍ପୂର୍ଣ୍ଣ ବିଲୋପ ପାଇଁ _____________ ସମ୍ମିଳନୀରେ ପ୍ରପ୍ତାବ ବୃହାତ୍ ହୋଇଥିଲା ।
Answer:
ହାରାରେ

୩। କ୍ୟବାର ରାଜଧାନୀ _____________ ଅଟେ ।
Answer:
ହାଭାନା

୪। ବାନ୍ଦୁଙ୍ଗ୍ ସମ୍ମିଳନୀର ଆତ୍ମା ______________ ଥିଲେ ।
Answer:
ପଣ୍ଡିତ ନେହ ରୁ

୫। ଲୁସାକା ସମ୍ମିଳନୀରେ ______________ ଟି ରାଷ୍ଟ୍ର ଯୋଗଦାନ କରିଥିଲେ ।
Answer:
୫୪

୬। ବାନ୍ଦଙ୍କ ସହରଟି ______________ ଦେଶରେ ଅବସ୍ଥିତ ।
Answer:
ଇଣ୍ଡୋନେସିଆ

୭। ଭାରତ ଓ ଚୀନ୍ ମଧ୍ଯରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ _____________ ନୀତି ସମ୍ପାଦିତ ହୋଇଥିଲା ।
Answer:
ପଞ୍ଚଶୀଳ

୮| ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ପ୍ରଥମ ସମ୍ମିଳନୀ _______________ ଠାରେ ଅନୁଷ୍ଠିତ ହୋଇଥିଲା ।
Answer:
ବେଲଗ୍ରେଡ଼

୯। ‘ସୁକର୍ଣ୍ଣୋ’ _____________ ଦେଶର ରାଷ୍ଟ୍ରପତି ଥିଲେ ।
Answer:
ଇଣ୍ଡୋନେସିଆ

୧୦। ଅଷ୍ଟମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ _______________ ମସିହାରେ ଅନୁଷ୍ଠିତ ହୋଇଥିଲା ।
Answer:
୧୯୮୬

୧୧। ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ନୀତିର ସମ୍ପୂର୍ଣ ବିଲୋପ ପାଇଁ _______________ ସମ୍ମିଳନୀରେ ପ୍ରପ୍ତାବ ବୃହାତ୍ ହୋଇଥିଲା ।
Answer:
ହାରାରେ

୧୨। _______________ ଆଲଜେରିଆର ରାଜଧାନୀ ଅଟେ ।
Answer:
ଆଲ୍‌ୟସ

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

୧୩। ________________ ସମ୍ମିଳନୀର ଆତ୍ମା ପଣ୍ଡିତ ଜବାହାରଲାଲ ନେହେରୁ ଥିଲେ ।
Answer:
ବାନ୍ଦୁଙ୍ଗ୍

୧୪। _______________ ସମ୍ମିଳନୀରେ ୫୪ଟି ରାଷ୍ଟ୍ର ଯୋଗଦାନ କରିଥିଲେ ।
Answer:
ଲୁସାକା

୧୫। ______________ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ବିଶବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସଂସ୍କାର ଉପରେ ଗୁରୁତ୍ଵ ଦିଆଯାଇଥଲା ।
Answer:
କାର୍ଟାଜେନା

୧୬ । ଶାର୍ମ ଏଲ୍ ଶେଖ୍ ସମ୍ମିଳନୀ _____________ ଖ୍ରାଷ୍ଠାଦ୍ଧରେ ଅନୁଷ୍ଠିତ ହୋଇଥିଲା ।
Answer:
୨୦୦୯

୧୭ । ମାଲୟେସିଆର ରାଜଧାନୀ କୁଆଲାଲାମ୍ପୁର ସମ୍ମିଳନୀ _____________ ମସିହାରେ ଅନୁଷ୍ଠିତ ହୋଇଥିଲା ।
Answer:
୨୦୦୩

୧୮। ୨୦୦୯ ଜୁଲାଇ ମାସରେ _______________ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା
Answer:
ପଞ୍ଚଦଶ

୧୯। ଦକ୍ଷିଣ ଆଫ୍ରିକାର _____________ ହାରାରେ ସମ୍ମିଳନୀରେ ଆଲୋଚନା କରାଯାଇ ପ୍ରପ୍ତାବ ବୃହାତ୍ ହୋଇଥିଲା ।
Answer:
ବର୍ଣ୍ଣବୈଷମ୍ୟ

୨୦। ଡରବାନ୍ ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା _______________ ରାଷ୍ଟ୍ରଭାବେ ଯୋଗ ଦେଇଥିଲା ।
Answer:
ପର୍ଯ୍ୟବେକ୍ଷକ

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

D. ଠିକ୍ ଉକ୍ତି ପାଇଁ (✓) ଓ ଭୁଲ ଉକ୍ତି ପାଇଁ (x) ଲେଖ ।

୧। ଗୋଷ୍ଠୀ ନିରପେକ୍ଷ ନୀତି ପୃଥ‌ିବୀରେ ପ୍ରଥମେ ଜବାହାରଲାଲ ନେହେରୁ ଆରମ୍ଭ କରିଥିଲେ ।
Answer:

୨। ଭାରତ ଓ ଚୀନ୍ ମଧ୍ଯରେ ପଞ୍ଚଶୀଳ ନୀତି ୧୯୫୪ରେ ସ୍ବାକ୍ଷରିତ ହୋଇଥିଲା ।
Answer:

୩। ସାମ୍ୟବାଦୀ ବା ପୁଞ୍ଜବାଦୀ ଗୋଷ୍ଠୀ ମଧ୍ୟରୁ କୌଣସ ଗୋଷ୍ଠୀରେ ଯୋଗ ନ ଦେବାକୁ ଗୋଷ୍ଠୀ ସପକ୍ଷତା କୁହାଯାଉଥିଲା ।
Answer:
x

୪। ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନକୁ ଭାରତର ରାଷ୍ଟ୍ରପତି ଜବାହାରଲାଲ ନେହେରୁ ନେତୃତ୍ଵ ଦେଇଥିଲେ ।
Answer:
x

୫। ମାର୍ଶାଲ ଟିଟୋ ଯୁଗୋସ୍ଲୋଭିଆର ପ୍ରଧାନମନ୍ତ୍ରୀ ଥିଲେ ।
Answer:
x

୬। ଇଜିପ୍ଟର ରାଷ୍ଟ୍ରପତି ଅବଦୁଲ ନାସେର ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନକୁ ପରିପୁଷ୍ଟ କରିଥିଲେ ।
Answer:

୭। ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କୁ ନେଇ ଚତୁର୍ଥ ବିଶ୍ୱ ସୃଷ୍ଟି ହୋଇଥିଲା ।
Answer:
x

୮। ୧୯୬୨ ମସିହାରେ ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
Answer:
x

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

୯। କାଇରୋ ଇଜିପ୍ଟର ରାଜଧାନୀ ଥିଲା ।
Answer:

୧୦। ନୂଆଦିଲ୍ଲୀଠାରେ ଅଷ୍ଟମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
Answer:
x

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।1
କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।2

କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।3

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ପଞ୍ଚଶୀଳ ନୀତିର ପ୍ରବକ୍ତା ଥିଲେ ନେଲସନ ମାଣ୍ଡେଲା ।
Answer:
ଜବାହାରଲାଲ ନେହେରୁ

୨। ବାନ୍ଦୁଙ୍ଗ ସହର ଶ୍ରୀଲଙ୍କାରେ ଅବସ୍ଥିତ ।
Answer:
ଇଣ୍ଡୋନେସିଆ

୩। ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କର କାଇରୋ ସମ୍ମିଳନୀ ୧୯୬୩ ମସିହାରେ ଆହୂତ ହୋଇଥିଲା ।
Answer:
୧୯୬୪

୪। ହାଭାନ ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା ପର୍ଯ୍ୟବେକ୍ଷକ ରାଷ୍ଟ୍ରଭାବେ ଯୋଗ ଦେଇଥିଲା ।
Answer:
ଡରବାନ୍

୫। ଜାମ୍ବିଆର ରାଜଧାନୀ ଥିଲା କଲମ୍ବୋ
Answer:
ଲୁସାକା

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

୬। ୧୯୮୦ ମସିହାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଲୁସାକାଠାରେ ଅନୁଷ୍ଠିତ ହୋଇଥିଲା ।
Answer:
୧୯୭୦

୭। ୧୯୭୯ ମସିହାରେ ଶ୍ରୀଲଙ୍କା ଠାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ବସିଥିଲା ।
Answer:
ହାଭାନା

୮। ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଏସିଆ ମହାଦେଶରେ ଅନୁଷ୍ଠିତ ହୋଇଥିଲା ।
Answer:
ଇଉରୋପ

୯। କାଇରୋ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ୫୦ଟି ଦେଶର ପ୍ରତିନିଧ୍ଵ ଯୋଗ ଦେଇଥିଲା ।
Answer:
୪୭ଟି

୧୦। ମାର୍ଶାଲ ଟିଟୋ ଯୁଗୋସ୍ଲୋଭିଆର ପ୍ରଧାନମନ୍ତ୍ରୀ ଥିଲେ ।
Answer:
ରାଷ୍ଟ୍ରପତି

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ପ୍ରପ୍ତମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେବେ ଅନୁଷ୍ଠିତ ହୋଇଥିଲା ହୋଇଥିଲା ?
(A) ୧୯୬୧
(B) ୧୯୮୩
(C) ୧୯୭୦
(D) ୧୯୯୦
Answer:
(B) ୧୯୮୩

2. ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
(A) ନୂଆଦିଲ୍ଲୀ
(B) ବେଲ୍‌ଗ୍ରେଡ୍
(C) କାଇରୋ
(D) କଲମ୍ବୋ
Answer:
(B) ବେଲ୍‌ଗ୍ରେଡ୍

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

3. ଚତୁର୍ଥ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
(A) ହାଭାନା
(B) ଆଲ୍‌ୟର୍ସ
(C) କଲମ୍ବୋ
(D) ଲୁସାକା
Answer:
(B) ଆଲ୍‌ୟର୍ସ

4. ଶାମ ଏଲ୍ ଶେଖ୍ ସମ୍ମିଳନୀ କେତେ ଖ୍ରୀଷ୍ଟାବ୍ଦରେ ଅନୁଷ୍ଠିତ ହୋଇଥିଲା ?
(A) ୨୦୦୬
(B) ୨୦୦୯
(C) ୨୦୦୩
(D) ୨୦୧୦
Answer:
(B) ୨୦୦୯

5. ଯୁକ୍ତରାଷ୍ଟ୍ର ଆମେରିକା କେଉଁ ସମ୍ମିଳନୀରେ ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବରେ ଯୋଗ ଦେଇଥିଲା ?
(A) ଡରବାନ୍
(C) ବେଲ୍‌ଟ୍ରେଡ଼
(B) ଜାକର୍ତ୍ତା
(D) କାର୍ଟାଜେନା
Answer:
(A) ଡରବାନ୍

6. ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ନୀତିର ସମ୍ପୂର୍ଣ୍ଣ ବିଲୋପ ପାଇଁ କେଉଁ ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହୋଇଥିଲା ?
(A) ଡରବାନ୍
(B) ଜାକର୍ତ୍ତା
(C) ହାରାରେ
(D) କାର୍ଟାଜେନା
Answer:
(C) ହାରାରେ

7. ନିମ୍ନୋକ୍ତ କେଉଁଟି କ୍ୟୁବାର ରାଜଧାନୀ ଅଟେ ?
(A) ହାଭାନା
(B) କାଇରୋ
(C) କଲମ୍ବୋ
(D) ନୂଆଦିଲ୍ଲୀ
Answer:
(A) ହାଭାନା

8. ଲୁସାକା ସମ୍ମିଳନୀରେ କେତୋଟି ରାଷ୍ଟ୍ର ଯୋଗଦାନ କରିଥିଲେ ?
(A) ୫୫
(B) ୫୪
(C) ୫୮
(D) ୫୭
Answer:
(B) ୫୪

9. କେଉଁ ଯୁଦ୍ଧ ପରେ ଏସିଆ ଓ ଆଫ୍ରିକା ମହାଦେଶର ବହୁ ରାଷ୍ଟ୍ର ଉପନିବେଶବାଦ ତଥା ସାମ୍ରାଜ୍ୟବାଦ ବିରୋଧରେ ଆନ୍ଦୋଳନ କରି ସ୍ଵାଧୀନତା ହାସଲ କରିଥିଲେ ?
(A) ପ୍ରଥମ ବିଶ୍ଵଯୁଦ୍ଧ
(B) ବଲକାନ୍ ଯୁଦ୍ଧ
(C) ଦ୍ଵିତୀୟ ବିଶ୍ଵଯୁଦ୍ଧ
(D) ଚୀନ୍-ଭିଏତ୍‌ନାମ ଯୁଦ୍ଧ
Answer:
(C) ଦ୍ଵିତୀୟ ବିଶ୍ଵଯୁଦ୍ଧ

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

10. ୧୯୫୫ ମସିହା ଏପ୍ରିଲ ମାସରେ କେଉଁଠାରେ ଅନୁଷ୍ଠିତ ଆଫ୍ରୋ-ଏସୀୟ ରାଷ୍ଟ୍ରମାନଙ୍କର ଏକ ସମ୍ମିଳନୀରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରାଯାଇଥିଲା ?
(A) ହାଭାନା
(B) ବାନ୍ଦୁଙ୍ଗ୍
(C) କାଇରୋ
(D) ଲସାକା
Answer:
(B) ବାନ୍ଦୁଙ୍ଗ୍

11. କେବେ ଭାରତ ଓ ଚୀନ୍ ମଧ୍ଯରେ ପଞ୍ଚଶୀଳ ନୀତି ସମ୍ପାଦିତ ହୋଇଥିଲେ ?
(A) ୧୯୪୮
(B) ୧୯୫୨
(C) ୧୯୫୪
(D) ୧୯୫୫
Answer:
(C) ୧୯୫୪

12. ମାର୍ଶାଲ ଟିଟୋ କେଉଁ ଦେଶର ରାଷ୍ଟ୍ରପତି ଥିଲେ ଏବଂ ଗୋଷ୍ଠୀନିରପେକ୍ଷ ଆନ୍ଦୋଳନରେ ଯୋଗଦାନ କରିଥିଲେ ?
(A) ଭାରତ
(B) ଇଣ୍ଡୋନେସିଆ
(C) ଯୁଗୋସ୍ଲୋଭିଆ
(D) କ୍ୟୁବା
Answer:
(C) ଯୁଗୋସ୍ଲୋଭିଆ

13. ଇଜିପ୍ଟର କେଉଁ ରାଷ୍ଟ୍ରପତି ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନରେ ସାମିଲ ହୋଇଥିଲେ ?
(A) ପଣ୍ଡିତ ନେହେରୁ
(B) ରେବା ଖାଁ
(C) ମାର୍ଶାଲ ଟିଟୋ
(D) ଅବ୍‌ଦୁଲ୍.ନାସେର୍
Answer:
(D) ଅବ୍‌ଦୁଲ୍.ନାସେର୍

14. ବେଲ୍‌ ଗ୍ରେଡ଼ ସମ୍ମିଳନୀରେ କେତୋଟି ଏସୀୟ ଓ ଆଫ୍ରିକୀୟ ରାଷ୍ଟ୍ର ଯୋଗ ଦେଇଥିଲେ ?
(A) ୧୫
(B) ୧୮
(C) ୨୨
(D) ୨୫
Answer:
(D) ୨୫

15. ବେଲ୍ ଗ୍ରେଡ଼ଠାରେ ଅନୁଷ୍ଠିତ ଗୋଷ୍ଠୀନି ର ପେକ୍ଷ ରାଷ୍ଟ୍ରମାନଙ୍କର ପ୍ରଥମ ସମ୍ମିଳନୀରେ କେଉଁ ଏକମାତ୍ର ଇଉରୋପୀୟ ରାଷ୍ଟ୍ର ଯୋଗ ଦେଇଥିଲା ?
(A) ଯୁଗୋସ୍ଲୋଭିଆ
(B) ସ୍ବିଡ଼େନ
(C) ଆଲ୍ଜରିଆ
(D) କ୍ୟୁବା
Answer:
(A) ଯୁଗୋସ୍ଲୋଭିଆ

16. କେଉଁ ସମ୍ମିଳନୀ ଗୋଷ୍ଠୀନିରପେକ୍ଷ ଆନ୍ଦୋଳନ ପ୍ରତି ବିଶ୍ବବାସୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ?
(A) ଆଲ୍ପିଜିୟର୍ସ
(B) ବେଲ୍‌ଟ୍ରେଡ଼
(C) ନୂଆଦିଲ୍ଲୀ
(D) ହାରାରେ
Answer:
(B) ବେଲ୍‌ଟ୍ରେଡ଼

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

17. କାଇରୋ ସମ୍ମିଳନୀରେ କେତୋଟି ଦେଶର ପ୍ରତିନିଧ୍ ଯୋଗ ଦେଇଥିଲେ ?
(A) ୩୮ଟି
(B) ୪୦ଟି
(C) ୪୪ଟି
(D) ୪୭ଟି
Answer:
(D) ୪୭ଟି

18. ୧୯୬୪ ମସିହାରେ ଅନୁଷ୍ଠିତ କେଉଁ ସମ୍ମିଲନୀରେ ସାମ୍ରାଜ୍ୟବାଦ ଓ ଉପନିବେଶବାଦ ବିରୋଧରେ ଦୃଢ଼ ସ୍ଵର ଉତ୍ତୋଳନ କରାଯାଇଥିଲା ?
(A) ହାଭାନା
(B) ବେଲ୍‌ଟ୍ରେଡ଼
(C) ଆଲଜିୟର୍ସ
(D) କାଇରୋ
Answer:
(D) କାଇରୋ

19, ଗୋଷ୍ଠୀ ନିରପେକ୍ଷ ଅନ୍ଦୋଳନର ପରବର୍ତ୍ତୀ ସମ୍ମିଳନୀ ୧୯୭୩ ମସିହା ସେପ୍ଟେମ୍ବର ମାସରେ କେଉଁଠରେ ଅନୁଷ୍ଠିତ ହୋଇଥିଲା ?
(A) ହାରାରେ
(B) କାର୍ଟାଜେନା
(C) ଜାକର୍ତ୍ତା
(D) ଆଲଜିୟର୍ସ
Answer:
(D) ଆଲଜିୟର୍ସ

20. ଅଜିୟର୍ସ ସମ୍ମିଳନୀରେ କେତୋଟି ରାଷ୍ଟ୍ରର ପ୍ରତିନିଧ୍ ଯୋଗଦାନ କରି ବିଭିନ୍ନ ଆନ୍ତର୍ଜାତିକ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ଅର୍ଥନୈତିକ ଶୋଷଣକୁ ବିରୋଧ କରିଥିଲେ ?
(A) ୭୦ଟି
(B) ୭୧ଟି
(C) ୭୬ଟି
(D) ୭୭ଟି
Answer:
(C) ୭୬ଟି

21. ୧୯୭୬ ମସିହା ଅଗଷ୍ଟ ମାସରେ ୮୬ଟି ଦେଶର ପ୍ରତିନିଧିଙ୍କୁ ନେଇ କେଉଁଠାରେ ପଞ୍ଚମ ଗୋଷ୍ଠୀ ନିରପେକ୍ଷ ସମ୍ମିଲନୀ ବସିଥିଲା ?
(A) କଲମ୍ବୋ
(B) ଆଲ୍‌ୟର୍ସ
(C) ନୂଆଦିଲ୍ଲୀ
(D) ଜାକର୍ତ୍ତା
Answer:
(A) କଲମ୍ବୋ

22. କ୍ୟୁବାର ରାଜଧାନୀ ହାଭାନାଠାରେ ୧୯୭୯ ମସିହା ସେପ୍ଟେମ୍ବର ମାସରେ ଆହୂତ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ କେତୋଟି ରାଷ୍ଟ୍ରର ପ୍ରତିନିଧ୍ ଅଶଗ୍ରହଶ କରିଥିଲେ ?
(A) ୮୦ଟି
(B) ୮୧ଟି
(C) ୯୧ଟି
(D) ୯୪ଟି
Answer:
(D) ୯୪ଟି

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

23. କେଉଁ ସମ୍ମିଳନୀରେ ଭାରତ ମହାସାଗରକୁ ଶାନ୍ତି ଅଞ୍ଚଳରୂପେ ରଖୁବା ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା ?
(A) ଲୁସାକା
(B) କାର୍ଟାଜେନା
(C) ଜାକର୍ତ୍ତା
(D) ହାଭାନା
Answer:
(D) ହାଭାନା

24. ୧୯୮୩ ମସିହା ମାର୍ଚ୍ଚ ମାସରେ ନୂଆଦିଲ୍ଲୀଠାରେ କେତୋଟି ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ର ଏକ ଶିଖର ବୈଠକରେ ମିଳିତ ହୋଇଥିଲେ ?
(A) ୮୯ଟି
(B) ୯୨ଟି
(C) ୯୪ଟି
(D) ୯୯ଟି
Answer:
(D) ୯୯ଟି

BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d)

Odisha State Board BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) Textbook Exercise Questions and Answers.

BSE Odisha Class 9 Maths Solutions Algebra Chapter 7 ପରିସଂଖ୍ୟାନ Ex 7(d)

Question 1.
ନିମ୍ନସ୍ଥ ସାରଣୀ ଅନ୍ତର୍ଭୁକ୍ତ ତଥ୍ୟାବଳୀର ହିଷ୍ଟୋଗ୍ରାମ୍ ଅଙ୍କନ କର ।

ଲବ୍‌ଧାଙ୍କ 5-10 10-15 15-20 20-25 25-30
ବାରମ୍ବାରତା 16 25 36 22 18

ଅଙ୍କନ ପ୍ରଣାଳୀ :
x-ଅକ୍ଷରେ 1 ସେ.ମି. = 5 ଏକକ ସ୍କେଲ ସାହାଯ୍ୟରେ ସଂଭାଗ ଏବଂ y-ଅକ୍ଷରେ 1 ସେ.ମି. = 5 ଏକକ ସ୍କେଲ ସାହାଯ୍ୟରେ ବାରମ୍ବାରତା ନିଆଯାଇ 10 ଲବ୍‌ଧାଙ୍କ ପାଖରେ 16 ଏକକ, 15 ଲବ୍‌ଧାଙ୍କ ପାଖରେ 25 ଏକକ ଆଦି ଲମ୍ବମାନ ଅଙ୍କନ କରାଯାଇ ହିଷ୍ଟୋଗ୍ରାମ୍ ଅଙ୍କନ କରାଯାଉ ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d)

Question 2.
ନିମ୍ନସ୍ଥ ସାରଣୀ ଅନ୍ତର୍ଭୁକ୍ତ ତଥ୍ୟାବଳୀର ହିଷ୍ଟୋଗ୍ରାମ୍ ଅଙ୍କନ କର ।

ଲବ୍‌ଧାଙ୍କ 5-9 10-14 15-19 20-24 25-29
ବାରମ୍ବାରତା 8 12 20 16 10

ସମାଧାନ:
ଦତ୍ତ ଅନ୍ତର୍ଭୁକ୍ତ ସଂଭାଗୀକରଣ ବିଶିଷ୍ଟ ପୌନଃପୁନ୍ୟ ସାରଣୀକୁ ପ୍ରଥମେ ବହିର୍ଭୁକ୍ତ ସଂଭାଗୀକରଣ ବିଶିଷ୍ଟ ସାରଣୀରେ ତଥ୍ୟ ଉପସ୍ଥାପନ କରିବାକୁ ହେବ । ତତ୍‌ପରେ ନିମ୍ନ ଅଙ୍କନ ପ୍ରଣାଳୀ ଅନୁଯାୟୀ ହିଷ୍ଟୋଗ୍ରାମ୍ ଅଙ୍କନ କର ।

ଲବ୍‌ଧାଙ୍କ 4.5-9.5 9.5-14.5 14.5-19.5 19.5-24.5 24.5-29.5
ବାରମ୍ବାରତା 8 12 20 16 10

ଅଙ୍କନ ପ୍ରଣାଳୀ :
(i) ଏଠାରେ ପ୍ରଥମ ଆୟତଚିତ୍ର 4.5 ରୁ 9.5 ଓ ଦ୍ୱିତୀୟ ଆୟତଚିତ୍ର 9.5 ରୁ 14.5 ଓ ଶେଷ ଆୟତଚିତ୍ର 24.5 ରୁ 29.5 ପର୍ଯ୍ୟନ୍ତ ନିଆଯାଉ ।
(ii) x- ଅକ୍ଷରେ l ସେ.ମି. = 5 ଏକକ ସାହାଯ୍ୟରେ ଲବ୍‌ଧାଙ୍କ ଏବଂy- ଅକ୍ଷରେ l ସେ.ମି. = 5 ଏକକ ସ୍କେଲ ସାହାଯ୍ୟରେ ବାରମ୍ବାରତା ନିଆଯାଇ ହିଷ୍ଟୋଗ୍ରାମ୍ ଅଙ୍କନ କରାଯାଉ ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 1

BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d)

Question 3.
ନିମ୍ନସ୍ଥ ସାରଣୀରେ ଦତ୍ତ ତଥ୍ୟାବଳୀ ପାଇଁ ଏକ ପୌନଃପୁନଃ ନିର୍ଦ୍ଦେଶକ ରେଖାଚିତ୍ର ସହ ହିଷ୍ଟୋଗ୍ରାମ୍ ଅଙ୍କନ କର ।

ସଂଭାଗ 0-10 10-20 20-30 30-40 40-50
ବାରମ୍ବାରତା 5 10 8 5 2

ସମାଧାନ:

ସଂଭାଗ 0-10 10-20 20-30 30-40 40-50
ସଂଭାଗ ମଧ୍ୟବିନ୍ଦୁ 5 15 25 35 45
ବାରମ୍ବାରତା 5 10 8 5 2

ପୌନଃପୁନଃ ନିର୍ଦେଶକ ରେଖାଚିତ୍ର ଅଙ୍କନ ପ୍ରଣାଳୀ :
(i) x-ଅକ୍ଷରେ 0-10, 10-20, 20-30, 30-40, 40-50 ସଂଭାଗମାନ ନିଅ ଓ ସେମାନଙ୍କର ମଧ୍ୟବିନ୍ଦୁମାନ ଯଥାକ୍ରମେ 5, 15, 25, 45 ଚିହ୍ନଟ କର  
(ii) y-ଅକ୍ଷରେ l ସେ.ମି. = 1 ଏକକ ନେଇ 0 ରୁ 10 ପର୍ଯ୍ୟନ୍ତ ବାରମ୍ବାରତା (f) ନିଅ ।
(iii) ସାରଣୀ ପ୍ରଦତ୍ତ ତଥ୍ୟ ଅନୁସାରେ ସହଯୋଗୀ ବିନ୍ଦୁମାନଙ୍କୁ ଚିହ୍ନଟ କରି ସେଗୁଡ଼ିକୁ କ୍ରମାନ୍ୱୟରେ ଯୋଗକର ।
(iv) ପୂର୍ବବର୍ତ୍ତୀ ସଂଭାଗଦ୍ଵୟର ମଧ୍ୟବିନ୍ଦୁର ବାରମ୍ବାରତା 0 ମନେକରି ଗ୍ରାଫ୍‌ର ଦୁଇପ୍ରାନ୍ତ ସହ ଯୋଗକର ।
ହିଷ୍ଟୋଗ୍ରାମ୍ ଅଙ୍କନ :
(i) ସ୍ଥାନାଙ୍କ ସମତଳରେ x-ଅକ୍ଷରେ 0-10, 10-20, 20-30, 30-40, 40-50 ସଂଭାଗମାନ ନିଅ ।
(ii) y-ଅକ୍ଷରେ 1 ସେ.ମି. = 1 ଏକକ ଅଙ୍କନ କରାଯାଉ ।
(iii) ତତ୍ପରେ ଆୟତଚିତ୍ରମାନ ଅଙ୍କନ କରି ହିଷ୍ଟୋଗ୍ରାମ୍ ଅଙ୍କନ କର ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 2

Question 4.
ନିମ୍ନ ତଥ୍ୟାବଳୀର ଉପସ୍ଥାପନା ପାଇଁ ଏକ ହିଷ୍ଟୋଗ୍ରାମ୍ ଅଙ୍କନ କର ।

ସଂଭାଗ 10-19 20-29 30-39 40-49 50-59
ଛାତ୍ରସଂଖ୍ୟ। 15 20 35 10 4

ସମାଧାନ:
ଦତ୍ତ ଅନ୍ତର୍ଭୁକ୍ତ ସଂଭାଗୀକରଣ ବିଶିଷ୍ଟ ପୌନଃପୁନ୍ୟ ସାରଣୀକୁ ପ୍ରଥମେ ବହିର୍ଭୁକ୍ତ ସଂଭାଗୀକରଣ ବିଶିଷ୍ଟ ସାରଣୀରେ ତଥ୍ୟ ଉପସ୍ଥାପନ କରିବାକୁ ହେବ । ତତ୍ପରେ ନିମ୍ନ ଅଙ୍କନ ପ୍ରଣାଳୀ ଅନୁଯାୟୀ ହିଷ୍ଟୋଗ୍ରାମ୍ ଅଙ୍କନ କର ।

ସଂଭାଗ 9.5-19.5 19.5-29.5 29.5-39.5 39.5-49.5 49.5-59.5
ଛାତ୍ରସଂଖ୍ୟ। 15 20 35 10 4

ଅଙ୍କନ ପ୍ରଣାଳୀ :
(i) x-ଅକ୍ଷରେ ପ୍ରଥମ ଘରକୁ ବାଦେଇ 9.5, 19.5, 29.5, 39.5, 49.5, 59.5 କ୍ରମରେ ଏକକ ରୂପେ ନିଅ । 
(ii) y-ଅକ୍ଷରେ 0 ଠାରୁ 35 ପର୍ଯ୍ୟନ୍ତ 1 ସେ.ମି. = 5 ଏକକ ରୂପେ ନିଆଯାଇ ଆୟତଚିତ୍ରମାନ ଅଙ୍କନ କରାଯାଉ
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 3

Question 5.
ଗୋଟିଏ ବିଦ୍ୟାଳୟର ପାଞ୍ଚଟି ଶ୍ରେଣୀର ଛାତ୍ରସଂଖ୍ୟା ଦିଆଯାଇଛି । ଏହି ତଥ୍ୟକୁ ଏକ ବୃତ୍ତ ଲେଖରେ ପ୍ରକାଶ କର ।

ଶ୍ରେଣୀ VI VII VIII IX X
ଛାତ୍ରସଂଖ୍ୟ। 48 60 54 72 36

ସମାଧାନ:
ବୃତ୍ତଲେଖ ଅଙ୍କନ କରିବା ପାଇଁ ଆବଶ୍ୟକୀୟ ସୋପାନ :
(i) ଲବ୍‌ଧାଙ୍କଗୁଡ଼ିକର ମୋଟ ବାରମ୍ବାରତାକୁ 360° ଧରି ନେଇ ପ୍ରତ୍ୟେକ ବାରମ୍ବାରତାର ଡିଗ୍ରୀ ପରିମାଣ ନିର୍ଣ୍ଣୟ କରାଯାଏ ।
(ii) 3 ସେ.ମି. କିମ୍ବା 4 ସେ.ମି. ବ୍ୟାସାର୍ଥବିଶିଷ୍ଟ ବୃତ୍ତ ଅଙ୍କନ କରି ନିଶ୍ଚିତ ଡିଗ୍ରୀ ପରିମାଣବିଶିଷ୍ଟ କେନ୍ଦ୍ରୀୟ କୋଣମାନ ଅଙ୍କନ କରାଯାଏ । ଏହାଦ୍ଵାରା ପ୍ରତ୍ୟେକ ଲବ୍‌ଧାଙ୍କ ଲାଗି ବୃତ୍ତରେ ଗୋଟିଏ ବୃତ୍ତକଳା ମିଳେ।
(iii) କେଉଁ ବୃତ୍ତକଳା କେଉଁ ଲବ୍‌ଧାଙ୍କକୁ ସୂଚାଉଛି ତାହା ସଙ୍କେତଦ୍ୱାରା ଦର୍ଶାଇ ଦିଆଯାଏ ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 4
ବୃତ୍ତଲେଖ ଅଙ୍କନ :
3 ସେ.ମି. ବା 4 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କରି ତହିଁରେ କୌଣସି ବ୍ୟାସାର୍ଦ୍ଧ ଅଙ୍କନ କର ଓ ସେହି ବ୍ୟାସାର୍ଦ୍ଧଠାରୁ ଆରମ୍ଭ କରି ନିଶ୍ଚିତ କେନ୍ଦ୍ରୀୟ କୋଣ ବିଶିଷ୍ଟ ବୃତ୍ତକଳାମାନ ଅଙ୍କନ କର ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 5

BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d)

Question 6.
କୌଣସି ଏକ କାରଖାନାରେ ବିଭିନ୍ନ ବର୍ଷମାନଙ୍କରେ ଉତ୍ପାଦିତ ବସ୍ତୁସଂଖ୍ୟା ନିମ୍ନ ସାରଣୀରେ ଦିଆଯାଇଛି । ଏହି ତଥ୍ୟକୁ ବୃତ୍ତଲେଖରେ ପ୍ରକାଶ କର ।

ବର୍ଷ 1984 1985 1986 1987 1988
ଉତ୍ପାଦିତ ବସ୍ତୁର ସଂଖ୍ୟା (ହଜାରରେ) 30 36 48 60 66

ସମାଧାନ:
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 6
ବୃତ୍ତଲେଖ ଅଙ୍କନ :
3 ବା 4 ସେ.ମି. ବ୍ୟାସାର୍ଥବିଶିଷ୍ଟ ଏକ ବୃତ୍ତ ଅଙ୍କନ କରି ତହିଁରେ କୌଣସି ଏକ ବ୍ୟାସାର୍ଦ୍ଧ ଅଙ୍କନ କର ଓ ସେହି ବ୍ୟାସାର୍କଠାରୁ ଆରମ୍ଭ କରି ନିର୍ମିତ କେନ୍ଦ୍ରୀୟ କୋଣ ବିଶିଷ୍ଟ ବୃତ୍ତକଳାମାନ ଅଙ୍କନ କର ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 7

Question 7.
ଜଣେ ବ୍ୟକ୍ତିଙ୍କର ଗୋଟିଏ ବର୍ଷର ଖର୍ଚ୍ଚ ଅଟକଳ ନିମ୍ନ ସାରଣୀରେ ଦିଆଯାଇଅଛି । ଏହି ତଥ୍ୟକୁ ଏକ ବୃତ୍ତଲେଖରେ ପ୍ରକାଶ କର ।

ଖର୍ଚ୍ଚ ବାବଦ ଖାଦ୍ୟ ପୋଷାକ ସୃ।ସ୍ଥ୍ୟ ଶିକ୍ଷ। କୄଷି ଘର ମରାମତି ଅନ୍ୟ।ନ୍ୟ
ଅଟକଳ (ଶହ ଟଙ୍କାରେ) 30 10 6 12 25 12 13

ସମାଧାନ:
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 8
ବୃତ୍ତଲେଖ ଅଙ୍କନ :
ଏଠାରେ 3 ସେ.ମି. ବ୍ୟାସାର୍ଥବିଶିଷ୍ଟ ବୃତ୍ତ ଅଙ୍କନ କରାଯାଇ ପ୍ରୋଟାକ୍ଟର ସାହାଯ୍ୟରେ କୋଣଗୁଡ଼ିକ ଅଙ୍କନ କରାଯାଇଛି ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 9

Question 8.
(a) ନିମ୍ନସ୍ଥ ଲବ୍‌ଧାଙ୍କମାନଙ୍କୁ ଭାଗ ବିଭକ୍ତ ହୋଇନଥିବା ଏକ ପୌନଃପୁନ୍ୟ ସାରଣୀରେ ପ୍ରକାଶ କର । ଶିଶୁମେଳାର ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଶିଶୁମାନଙ୍କର ବୟସ ନିମ୍ନରେ ଦିଆଯାଇଅଛି ।

8 7 10 5 7 8 10 6 9 9 6 8
7 6 8 8 6 6 7 5 10 8 9 8
5 7 7 6 5 9 7 11 14 8 9 12
6 13 7 8 11 10 10 9 8 5 12 15
9 12 14 8 9 10 11 11 14 8 15 7

ସମାଧାନ:
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 10

(b) ଉକ୍ତ ସାରଣୀକୁ ଏକ ବାରମ୍ବାରତା ନିର୍ଦ୍ଦେଶକ ରେଖାଚିତ୍ରରେ ପ୍ରକାଶ କର ।
ସମାଧାନ:
ଲବ୍‌ଧାଙ୍କ ଓ ବାରମ୍ବାରତାକୁ ଯଥାକ୍ରମେ x ଏବଂ y ଅକ୍ଷ ଉପରେ ଉପଯୁକ୍ତ ସ୍କେଲରେ ନିଆଯାଏ । ଲବ୍‌ଧାଙ୍କ (x) ଓ  ବାରମ୍ବାରତା (y) କୁ ନେଇ ବିନ୍ଦୁ ସଂସ୍ଥାପନ କରି ରେଖାଚିତ୍ର ଅଙ୍କନ କରାଯାଇପାରେ ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 11

BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d)

(c) ଉକ୍ତ ସାରଣୀକୁ ଏକ ହିଷ୍ଟାଗ୍ରାମରେ ପ୍ରକାଶ କର ।
ସମାଧାନ:
ଗ୍ରାଫ୍ କାଗଜରେ ସଂସ୍ଥାପିତ ବିନ୍ଦୁମାନଙ୍କ ସହାୟତାରେ Histogram ଅଙ୍କନ କରାଯାଇପାରିବ ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 12

(d) ଉକ୍ତ ସାରଣୀକୁ ଏକ ବୃତ୍ତ ଲେଖରେ ପ୍ରକାଶ କର ।
ସମାଧାନ:
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 13
3 ବା 4 ସେ.ମି. ବ୍ୟାସାର୍ଦ୍ଧ ନେଇ ଏକ ବୃତ୍ତ ଅଙ୍କନ କରି ତହିଁରେ କୌଣସି ଏକ ବୃତ୍ତ ଅଙ୍କନ କରି ତହିଁରେ କୌଣସି ଏକ ବ୍ୟାସାର୍ଦ୍ଧ ଅଙ୍କନ କର ଓ ସେହି ବ୍ୟାସାର୍ଦ୍ଧଠାରୁ ଆରମ୍ଭ କରି ନିଶ୍ଚିତ କେନ୍ଦ୍ରୀୟ କୋଣବିଶିଷ୍ଟ ବୃତ୍ତକଳାମାନ ଅଙ୍କନ କର ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 14

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

Odisha State Board BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା Important Questions and Answers.

BSE Odisha Class 9 History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେଉଁସବୁ କାରଣରୁ ଭାରତୀୟ ସଂସ୍କୃତି ବ୍ୟାପକ ହୋଇପାରିଛି ?
Answer:
ନିମ୍ନଲିଖ କାରଣରୁ ଭାରତୀୟ ସଂସ୍କୃତି ବ୍ୟାପକ ହୋଇପାରିଛି ।

  • ଭାରତୀୟ ସଂସ୍କୃତି ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଓ ଭାଷାକୁ ନେଇ ବିକଶିତ । ଏହି ସଂସ୍କୃତିରେ ବିଭିନ୍ନ ପ୍ରକାର ପ୍ରଥା ଓ ପରମ୍ପରାର ସମ୍ମିଶ୍ରଣ ଘଟିଛି ।
  • ପ୍ରାଚୀନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ବିଭିନ୍ନ ଦେଶ ସହିତ ଭାରତର ବାଣିଜ୍ୟିକ ସମ୍ପର୍କ ପରସ୍ପର ର ସଂସ୍କୃ ତି ଉପରେ ପ୍ରଭାବ ପକାଇଛି । ଏହାଦ୍ଵାରା ଭାରତର ସଂସ୍କୃତି ବ୍ୟାପକ ହୋଇପାରିଛି ।
  • ଅନେକ ମୁନିଋଷି, ସାଧୁସନ୍ଥ, ଧର୍ମପ୍ରବର୍ତ୍ତକ ଓ ପ୍ରଚାରକ ତଥା ଦାର୍ଶନିକ ଓ ସାହିତ୍ୟିକ ବାଣୀ ଭାରତୀୟ ସଂସ୍କୃତିରେ ପ୍ରତିଫଳିତ ହୋଇ ଏଥରେ ବ୍ୟାପକତା ଆଣିଛି ।
  • ଭାରତୀୟମାନଙ୍କ ଉଦାର ମନୋଭାବ ଯୋଗୁଁ ବହିଦେଶର ଅଧିବାସାଙ୍କ ଆଗମନରେ ଭାରତର ମୂଳ ସଂସ୍କୃ ତି ସେମାନଙ୍କ ସଂସ୍କୃତି ଦ୍ୱାରା କେତେକାଶରେ ପ୍ରଭାବିତ ହୋଇଛି ।
  • ସିନ୍ଧୁ ସଭ୍ୟତାଠାରୁ ଆରମ୍ଭ କରି ମୌର୍ଯ୍ୟଯୁଗ, କୁଶାଣୟଗ, ଗୁପ୍ତଯୁଗ, ତୁର୍କୀ ଶାସନ, ମୋଗଲ ଶାସନ ଓ ଇଂରେଜ ଶାସନ ସମୟର ଉତ୍କୃଷ୍ଟ ଚିତ୍ରକଳା, ଶିଳ୍ପକଳା ସଂସ୍କୃତିକୁ ବ୍ୟାପକ କରିଛି ।

୨। ଭାରତାୟ ସଂସ୍କୃତିରେ ବିଭିନ୍ନତା ମଧ୍ଯରେ ଏକତା ହୋଇପାରିଛି । କିପରି ପ୍ରତିଷ୍ଠିତ ହୋଇପାରିଛି ?
Answer:
ଭାରତ ଏକ ବିଶାଳ ଓ ମହାନ୍ ସଂସ୍କୃତିର ଦେଶ ହୋଇଥ‌ିବାରୁ ଏଠାରେ ବିଭିନ୍ନତା ମଧ୍ଯରେ ଏକତା ଦେଖାଯାଏ ।

  • ଭୂଖଣ୍ଡର ହିମାଳୟ ପର୍ବତକୁ ଦେବସ୍ଥାନ ଏବଂ ଗଙ୍ଗା, ଯମୁନା, ନର୍ମଦା, ଗୋଦାବରୀ, କୃଷ୍ଣା ଓ କାବେରୀ ଆଦି ନଦୀକୁ ଦେବୀ ଭାବରେ ବର୍ଣ୍ଣନା କରି ଭାରତୀୟମାନଙ୍କ ମନରେ ଐକ୍ୟଭାବ ଜାଗ୍ରତ କରିଛନ୍ତି ।
  • ପ୍ରାଚୀନ ଓ ମଧ୍ୟଯୁଗରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଅଶୋକ, ସମୁଦ୍ରଗୁପ୍ତ, ବିକ୍ରମାଦିତ୍ୟ, ହର୍ଷବର୍ଦ୍ଧନ, ଆକବର ପ୍ରଭୃତି ମହାପରାକ୍ରମଶାଳା ସମାଟମାନେ ଭାରତରେ ବିଶାଳ ସାମ୍ରାଜ୍ୟ ପ୍ରତିଷ୍ଠା କରି ଭାରତୀୟମାନଙ୍କ ଏକ ଶାସନାଧୀନ କରି ସେମାନଙ୍କ ମନରେ ଏକତା ଭାବ ସୃଷ୍ଟି କରିବାରେ ସହାୟକ ହୋଇଥିଲେ ।
  • ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ହିନ୍ଦୀ ଓ ଇଂରାଜୀ ଭାଷା ମାଧ୍ୟମରେ ଏକତା ରକ୍ଷା କରିବା ସମ୍ଭବ ହୋଇଛି ।
  • ଭାରତର ଧର୍ମ, ଦର୍ଶନ, ସାହିତ୍ୟ, ବିଜ୍ଞାନ, କଳା-ସ୍ଥାପତ୍ୟ, ନୃତ୍ୟ-ସଙ୍ଗୀତ ଆଦି ଭାରତୀୟମାନଙ୍କ ହୃଦୟରେ ଐକ୍ୟ ଭାବ ସୃଷ୍ଟି କରିପାରିଛି । କେବଳ ସେତିକି ନୁହେଁ, ଦେଶର ଜନସାଧାରଣ ନିଜକୁ ଭାରତୀୟ ବୂପେ ପରିଚିତି କରାଇ ଗର୍ବ ଅନୁଭବ କରିଥା’ନ୍ତି ।
  • ଡପରୋକ୍ତ ସମସ୍ତ କାରଶ ଯୋଗୁ ଭାରତାୟ ସଂସ୍କୃତିରେ ବିଭିନ୍ନତା ମଧ୍ଯରେ ଏକତା ସମ୍ଭବ ହୋଇପାରିଛି ।

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଭାରତର ଭୌଗୋଳିକ ବିଭିନ୍ନତା ଉଲ୍ଲେଖ କର ।
Answer:

  • ଭାରତର ବିଭିନ୍ନ ଅଥଳର ଭୌଗୋଳିକ ଅବସ୍ଥିତି, ପ୍ରାକୃତିକ ଗଠନ ଓ ଜଳବାୟୁ ଏକପ୍ରକାର ନୁହେଁ । ଏହାର କେଉଁଠି ଉଚ୍ଚ ପାର୍ବତ୍ୟ ଭୂମି ତ କେଉଁଠି ଶୁଷ୍କ ମରୁଭୂମି ଏବଂ ମାଳଭୂମି ଦେଖିବାକୁ ମିଳେ ।
  • ସେହିପରି ଗୋଟିଏ ଅଞ୍ଚଳର ଜଳବାୟୁ ଉଷ୍ଣ ହୋଇଥ‌ିବା ସ୍ଥଳେ ଅନ୍ୟ ଗୋଟିଏ ଅଞ୍ଚଳର ଜଳବାୟୁ ଶୀତଳ କମ୍ବା ନାତଶୀତୋଷ୍ଣ, ବୃଷ୍ଟିପାତ ମଧ୍ୟ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ । ଏହି କାରଣରୁ ବିଭିନ୍ନ ସ୍ଥାନରେ ଜନବସତିରେ ତାରତମ୍ୟ ଦେଖାଯାଏ । ବିଭିନ୍ନ ଅଞ୍ଚଳରେ ମଧ୍ୟ ଭିନ୍ନ ଭିନ୍ନ ଉଦ୍ଭିଦ ଓ ପ୍ରଶୁପକ୍ଷୀ ଦେଖାଯା’ନ୍ତି ।

୨। ଆଲେକ୍‌ ଜାଣ୍ଡର କିଏ ? ସେ କେବେ ଭାରତ ଆକ୍ରମଣ କରିଥିଲେ ? ଏହା ଫଳରେ କ’ଣ ହୋଇଥିଲା ?
Answer:

  • ଆଲୋକ୍‌ଜାଣ୍ଡର ଗ୍ରୀସ୍ ଦେଶର ସମ୍ରାଟ୍ ଓ ଜଣେ ପ୍ରଖ୍ୟାତ ବୀର ଥିଲେ ।
  • ସେ ଖ୍ରୀ.ପୂ. ୩୨୭ରେ ଭାରତ ଆକ୍ରମଣ କରିଥିଲେ । ଏହାଫଳରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ସ୍ଥାପିତ ହୋଇ ଉଭୟ ଦେଶର ସଂସ୍କୃତି ପ୍ରଭାବିତ ହୋଇଥିଲା ।

୩। ଭାରତକୁ କାହିଁକି ବହୁଧର୍ମର ଦେଶ କୁହାଯାଏ ?
Answer:

  • ଭାରତରେ ହିନ୍ଦୁ, ବୌଦ୍ଧ, ଜୋରାଷ୍ଟର, ଖ୍ରୀଷ୍ଟିୟାନ୍, ମୁସଲ୍‌ମାନ, ଶିଖ୍ ଓ ଇହୁଦୀ ଆଦି ବହୁ ଧମାବଲମ୍ବାମାନେ ବସବାସ କରନ୍ତି।
  • ତେଣୁ ଭାରତକୁ ବହୁଧର୍ମର ଦେଶ ବୋଲି କହାଯାଏ ।

୪। ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତ କେତେଗୋଟି ମହାଜନପଦ ବା ରାଜ୍ୟରେ ବିଭକ୍ତ ହୋଇଥିଲା ଓ କ’ଣ କ’ଣ ?
Answer:

  • ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତ ଷୋହଳଟି ମହାଜନପଦ ବା ରାଜ୍ୟରେ ବିଭକ୍ତ ହୋଇଥଲା ।
  • ସେଗୁଡ଼ିକ ହେଲା ଅଙ୍ଗ, ମଗଧ, କାଶୀ, କୋଶଳ, ଭିଜି, ମଲ୍ଲ, ଚେଦୀ, ଭତ୍ସ, କୁରୁ, ପାଞ୍ଚାଳ, ମତ୍ସ୍ୟ, ସୁର ସେନ, ଅସ୍ମକ, ଅବନ୍ତୀ, ଗାନ୍ଧାର ଓ କାମ୍ବୋଜ ।

୫। କେବେ ଏବଂ କେଉଁ ବଡ଼ଲାଟ୍ ଭାରତରେ ପାଶ୍ଚାତ୍ୟ ଶିକ୍ଷା ପ୍ରଚଳନ କରିଥିଲେ ?
Answer:
୧୮୩୫ ଖ୍ରୀ.ଅ.ରେ ଗଭଣ୍ଣର ଜେନେରାଲ୍ ତଥା ବଡ଼ଲାଟ ଲର୍ଡ ଉଇଲିୟମ୍ ବେଣ୍ଟିକ୍ ଭାରତରେ ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ କରିଥିଲେ ।

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୬। ଭାରତରେ ମୁଖ୍ୟତଃ ଛଅଟି ଧର୍ମ ସମ୍ପ୍ରଦାୟର ଲୋକ ବାସ କରନ୍ତି ? ସେଗୁଡ଼ିକର ନାମ ଲେଖ ।
Answer:

  • ଭାରତରେ ମୁଖ୍ୟତଃ ଛଅଟି ଧର୍ମ ସମ୍ପ୍ରଦାୟର ଲୋକ ବାସ କରନ୍ତି ।
  • ସେଗୁଡ଼ିକ ହେଲେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ୍, ଶିଖ୍, ବୌଦ୍ଧ ଓ ଜୈନ ।

୭। ବୌଦ୍ଧଧର୍ମ ଓ ଜୈନଧର୍ମ କେତେ ଭାଗରେ ବିଭକ୍ତ । ଓ କ’ଣ କ’ଣ ?
Answer:

  • ବୌଦ୍ଧଧର୍ମ ଦୁଇଭାଗରେ ବିଭକ୍ତ; ଯଥା ମହାଯାନ ଓ ହୀନଯାନ ।
  • ଜୈନଧର୍ମ ଦୁଇ ଭାଗରେ ବିଭକ୍ତ; ଯଥା ଶ୍ଵେତାମ୍ବର ଓ ଦିଗମ୍ବର ।

୮। ଜୁଦାଇଜ୍‌ କେଉଁ ଧର୍ମକୁ କୁହାଯାଏ ? ଏହି ଧର୍ମାବଲମ୍ବୀମାନେ କେଉଁ ନାମରେ ପରିଚିତ ?
Answer:

  • ଇହୁଦୀ ଧର୍ମକୁ ଜୁଦାଇଜମ୍ କୁହାଯାଏ ।
  • ଏହି ଧର୍ମାବଲମ୍ବୀମାନେ ଜୀଉ ନାମରେ ପରିଚିତ ।

୯। ଖ୍ରୀଷ୍ଟିୟାନମାନେ କେତେ ଭାଗରେ ବିଭକ୍ତ ଓ କ’ଣ କ’ଣ ?
Answer:
ଖ୍ରୀଷ୍ଟିୟାନମାନେ ଦୁଇ ଭାଗରେ ବିଭକ୍ତ; ଯଥା – କାଥୋଲିକ୍ ଓ ପ୍ରୋଟେଷ୍ଟାଣ୍ଟ ।

୧୦। ଚତୁର୍ଧାମ କ’ଣ ?
Answer:
ଭାରତର ଉତ୍ତର ଦିଗରେ ଉତ୍ତରାଖଣ୍ଡର ବଦ୍ରିନାଥ, ପୂର୍ବରେ ଓଡ଼ିଶାର ପୁରୀ, ଦକ୍ଷିଣରେ ତାମିଲନାଡୁର ରାମେଶ୍ଵରମ୍ ଓ ପଶ୍ଚିମରେ ଗୁଜରାଟର ଦ୍ଵାରକା ତୀର୍ଥସ୍ଥାନ ହିନ୍ଦୁଧର୍ମର ଚତୁର୍ଧାମ ଭାବେ ବିବେଚିତ ।

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୧୧। ଭାରତୀୟମାନଙ୍କଦ୍ଵାରା ପାଳନ କରାଯାଇଥ‌ିବା କେତେକ ପର୍ବର ନାମ ଲେଖ ।
Answer:
ଭାରତୀୟମାନଙ୍କଦ୍ଵାରା ପାଳନ କରାଯାଇଥ‌ିବା କେତେକ ପର୍ବର ନାମ ହେଲା ହୋଲି, ଦଶହରା, ଦୀପାବଳୀ, ଇଦ୍ର, ମହରମ୍, ଖ୍ରୀଷ୍ଟମାସ୍, ନୂଆବର୍ଷ, ବୁଦ୍ଧ ଜୟନ୍ତୀ, ମହାବୀର ଜୟନ୍ତୀ,ଗରନାନକ ଜୟନ୍ତୀ ଇତ୍ୟାଦି ।

୧୨। ବ୍ରିଟିଶ୍ ଶାସନ ସମୟରେ ଭାରତରେ ଶିକ୍ଷାଦାନର ମାଧ୍ୟମ ରୂପେ କେଉଁ ଭାଷାର ପ୍ରଚଳନ ହୋଇଥିଲା। ? ଏହି ଭାଷାର ବ୍ୟବହାର କେଉଁଠାରେ ହେଉଥିଲା ?
Answer:

  • ବ୍ରିଟିଶ୍ ଶାସନ ସମୟରେ ଭାରତରେ ଶିକ୍ଷାଦାନର ମାଧ୍ୟମ ରୂପେ ପ୍ରଚଳନ ହୋଇଥିଲା ।
  • ସରକାରୀ କାର୍ଯ୍ୟରେ ଓ କୋର୍ଟ କଚେରିରେ ଭାଷାର ବ୍ୟବହାର ହୋଇଥିଲା ।

A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। କେଉଁ ଧର୍ମାବଲମ୍ବୀଙ୍କ ମଧ୍ୟରେ କୌଣସି ଗୋଷ୍ଠୀଗତ ବିଭାଜନ ଦେଖାଯାଏ ନାହିଁ ।
Answer:
ଜୋରାଷ୍ଟ୍ରରୀୟ ଓ ବାହାଇମାନଙ୍କ ମଧ୍ୟରେ କୌଣସି ଗୋଷ୍ଠୀଗତ ବିଭାଜନ ଦେଖାଯାଏ ନାହିଁ ।

୨। ଭାରତର ସର୍ବପୁରାତନ ଭାଷାର ନାମ କ’ଣ ?
Answer:
ଭାରତର ସର୍ବପୁରାତନ ଭାଷାର ନାମ ହେଉଛି ପ୍ରାକୃତ ।

୩। ମୁସଲମାନମାନଙ୍କ ଆଗମନ ଫଳରେ ଭାରତରେ କେଉଁ ଭାଷାର ପ୍ରଚଳନ ହୋଇଥିଲା ?
Answer:
ମୁସଲମାନମାନଙ୍କ ଆଗମନ ଫଳରେ ଭାରତରେ ଉଦ୍ଭୁ ଓ ପାରସୀ ଭାଷାର ପ୍ରଚଳନ ହୋଇଥିଲା ।

୪। କେଉଁ ଭାଷା ସମସ୍ତ ଭାରତବାସୀଙ୍କୁ ଏକ ଶାସନାଧୀନରେ ରଖ୍ପାଇଁ ଉଦ୍ଦିଷ୍ଟ ଥିଲା ?
Answer:
ଇଂରାଜୀ ଭାଷା ସମସ୍ତ ଭାରତବାସୀଙ୍କୁ ଏକ ଶାସନାଧୀନରେ ରଖିବାପାଇଁ ଉଦ୍ଦିଷ୍ଟ ଥିଲା ।

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୫। ସ୍ବାଧୀନ ଭାରତରେ କେଉଁ ଭାଷାକୁ ରାଷ୍ଟ୍ରଭାଷାର ମାନ୍ୟତା ଦିଆଗଲା ।
Answer:
ସ୍ଵାଧୀନ ଭାରତରେ ହିନ୍ଦୀ ଭାଷାକୁ ରାଷ୍ଟ୍ରଭାଷାର ମାନ୍ୟତା ଦିଆଗଲା ।

୬ | ଇଣ୍ଡୋ-ଗ୍ରୀକ୍ କଳା ଏବଂ ଇଣ୍ଡୋ-ଇସ୍‌ଲାମିକ୍ କଳାଶୈଳୀର ସୃଷ୍ଟି କିପରି ହୋଇଛି ?
Answer:
ଭାରତ ଓ ଗ୍ରୀକ୍ ଶୈଳୀର ମିଶ୍ରଣରେ ଇଣ୍ଡୋ-ଗ୍ରୀକ୍ କଳାଶୈଳୀ ଏବଂ ହିନ୍ଦୁ ଓ ମୁସଲମାନମାନଙ୍କ ଶୈଳୀର ମିଶ୍ରଣରେ ଇଣ୍ଡୋ-ଇସ୍‌ଲାମିକ୍ କଳାଶୈଳୀର ସୃଷ୍ଟି ହୋଇଛି ।

୭ । ପ୍ରାଚୀନ କାଳର ମୁନିଋଷିମାନେ ଗଙ୍ଗା, ଯମୁନା ଆଦି ନଦୀମାନଙ୍କୁ କ’ଣ ଭାବରେ ବର୍ଣ୍ଣନା, କରିଛନ୍ତି ।
Answer:
ପ୍ରାଚୀନ କାଳର ମୁନିଋଷିମାନେ ଗଙ୍ଗା, ଯମୁନା ଆଦି ନଦୀମାନଙ୍କୁ ଦେବୀ ଭାବରେ ବର୍ଣ୍ଣନା କରିଛନ୍ତି ।

୮। ଭାରତର ଉତ୍ତରରେ କ’ଣ ଅବସ୍ଥିତ ?
Answer:
ଭାରତର ଉତ୍ତରରେ ହିମାଳୟ ପର୍ବତମାଳା ଅବସ୍ଥିତ।

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୯। ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତରେ କେତୋଟି ରାଜତନ୍ତ୍ର ରାଜ୍ୟ ଏବଂ ଦୁଇଟି ସାଧାରଣତନ୍ତ୍ର ରାଜ୍ୟ ରାଜ୍ୟ ଥିଲା ?
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତରେ ଚଉଦଟି ରାଜତନ୍ତ୍ର ରାଜ୍ୟ ଏବଂ ଦୁଇଟି ସାଧାରଣତନ୍ତ୍ର ରାଜ୍ୟ ଥଲା ।

୧୦। ପ୍ରାଚୀନ ଯୁଗରେ ରାଜାମାନେ କେଉଁ କେଉଁ ଉପାଧ୍ଧରେ ନିଜକୁ ଭୂଷିତ କରିଥିଲେ ?
Answer:
ପ୍ରାଚୀନ ଯୁଗରେ ରାଜାମାନେ ନିଜକୁ ମହାରାଜା ରାଜାଧୁରାଜ, ମହାରାଜାଧରାଜ, ଚକ୍ରବର୍ତୀ ଓ ସମ୍ରାଟ ଆଦି ଉପାଧ୍ଧରେ ନିଜକୁ ଭୂଷିତ କରୁଥିଲେ ।

୧୧। ଭାରତରେ ଡାକସେବା କେବେ ପ୍ରଚଳନ କରାଯାଇଥିଲା ?
Answer:
ଭାରତରେ ୧୮୫୪ ମସିହାରେ ଡାକସେବା ପ୍ରଚଳନ କରାଯାଇଥିଲା

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। ବୈଦିକ ଯୁଗରେ କେଉଁ ଧର୍ମର ପ୍ରାଧାନ୍ୟ ରହିଥିଲା ?
Answer:
ବ୍ରାହ୍ମଣ୍ୟ ଧର୍ମ

୨। ଭାରତୀୟ ସଂସ୍କୃତିର ସ୍ବାତନ୍ତ୍ର୍ୟ କ’ଣ ?
Answer:
ବିଭିନ୍ନତାରେ ଏକତା

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୩। ବୌଦ୍ଧଧର୍ମ ପ୍ରଚାର ପାଇଁ ସମ୍ରାଟ ଅଶୋକ ତାଙ୍କ ପୁତ୍ର ଓ କନ୍ୟାଙ୍କୁ କେଉଁ ସ୍ଥାନକୁ ପଠାଇଥିଲେ ?
Answer:
ସିଂହଳ

୪। ପ୍ରାଚୀନ କାଳର ମୁନିଋଷିମାନେ ହିମାଳୟ ପର୍ବତକୁ କ’ଣ ଭାବେ ବର୍ଣନା କରିଛନ୍ତି ?
Answer:
ଦେବସ୍ଥାନ

୫। ଭାରତରେ କେଉଁ ବଡ଼ଲାଟଙ୍କଦ୍ଵାରା ଏକ ସମାନ ଶିକ୍ଷା ପ୍ରଣାଳୀ ଓ ସ୍ଥାନୀୟ ଭାଷାରେ ପ୍ରାଥମିକ ଶିକ୍ଷାଦାନର ପ୍ରବର୍ତ୍ତନ ହୋଇଥୁଲା ?
Answer:
ଲର୍ଡ଼ ଡେଲ ହାଉସୀ

୬ । ଦ୍ରାବିଡ଼ ଜାତିର ଲୋକଙ୍କୁ ଅନ୍ୟଥା କ’ଣ କୁହାଯାଏ ?
Answer:
ମେଡ଼େଟେରେ ନି ଆନ୍

୭ । ‘ବୈଜ୍ଞାନିକ ପଦ୍ଧତିରେ ବିଭିନ୍ନ ମାନବଗୋଷ୍ଠୀର ତୁଳନାତ୍ମକ ଅଧ୍ୟୟନ ପାଇଁ ଭାରତ ସଂଗ୍ରହାଳୟ’’– ଏ ଉକ୍ତିଟି କାହାର ?
Answer:
ଐତିହାସିକ ଭିନ୍‌ସେଣ୍ଟ ସ୍ମିଥ୍

୮। ମଧ୍ୟଯୁଗର ଶେଷଭାଗରେ କେଉଁ ଧର୍ମମତ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଏକତା ଭାବ ଜାଗ୍ରତ କଲା ?
Answer:
ସତ୍ୟପୀର

୯। ‘ଆର୍ଯ୍ୟ ସମାଜ’ର ପ୍ରତିଷ୍ଠାତା କିଏ ?
Answer:
ଦୟାନନ୍ଦ ସରସ୍ଵତୀ

୧୦। ଥ୍ ଓସୋଫି କାଲ୍ ସୋସାଇଟି’ କିଏ ପ୍ରତିଷ୍ଠା କରିଥିଲେ ?
Answer:
ଆନି ବେ ଶାନ୍ତ

୧୧। ‘ଅହମ୍ମଦିଆ’ ଆନ୍ଦୋଳନ କିଏ ଆରମ୍ଭ କରିଥିଲେ ?
Answer:
ମିର୍ଜା ଘୁଲାମ୍ ଅହମ୍ମଦ

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୧୨। ‘ଆଲିଗଡ଼ ଆନ୍ଦୋଳନ’ ସହ ଜଡ଼ିତ ଜଣେ ନେତାଙ୍କ ନାମ ଲେଖ ?
Answer:
ସୟଦ୍ ଅହମ୍ମଦ ଖାନ୍

୧୩। ଭାରତରେ ପ୍ରାୟ କେତୋଟି ମାତୃଭାଷା ଥ‌ିବାର ଜଣାଯାଏ ?
Answer:
୧୬୫୨

୧୪ । ଭାରତରେ ପ୍ରାୟ କେତୋଟି କଥ୍ୟ ଭାଷା ରହିଛି ?
Answer:
୫୪୪

୧୫ । କେଉଁ ବଂଶର ରାଜତ୍ଵ ସମୟରେ ସଂସ୍କୃତ ଭାଷାର ଗୁରୁତ୍ଵ ବୃଦ୍ଧି ପାଇଲା ?
Answer:
ଗୁପ୍ତବଂଶ

୧୬ । କେଉଁ ଅନୁଷ୍ଠାନଟି ରାଜା ରାମମୋହନ ରାୟଙ୍କଦ୍ୱାରା ହୋଇଥୁଲା ?
Answer:
ବ୍ରାହ୍ମ ସମାଜ

୧୭। ରାମକୃଷ୍ଣ ମିଶନ କେବେ ପ୍ରତିଷ୍ଠା ହୋଇଥିଲା ?
Answer:
୧୮୯୭ ମସିହା

୧୮। ଆମ ସମ୍ବିଧାନରେ କେତୋଟି ଭାଷାକୁ ସ୍ବୀକୃତି ପ୍ରଦାନ କରାଯାଇଛି ?
Answer:
୨୨ଟି

୧୯। ଭାରତର ସର୍ବପୁରାତନ ଭାଷା କ’ଣ ?
Answer:
ପ୍ରାକୃତ

୨୦। ମୁସଲମାନମାନଙ୍କର ଭାରତକୁ ଆଗମନ ଫଳରେ କେଉଁ ଭାଷାର ପ୍ରଚଳନ ହୋଇଥିଲା ?
Answer:
ଉର୍ଦୁ ଓ ପାରସୀ

୨୧। ଦିନ୍-ଇ-ଲ୍ଲାହୀ ଧର୍ମ କେବେ ପ୍ରଚାରିତ ହୋଇଥିଲା ?
Answer:
୧୫୮୧ ମସିହା

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୨୨। କଥକଲି ନୃତ୍ୟଶୈଳୀ କେଉଁ ପ୍ରଦେଶରୁ ଉଦ୍ଭବ ହୋଇଛି ?
Answer:
କେରଳ

୨୩। ଗୁପ୍ତଯୁଗରେ କେଉଁ ଭାଷାର ଗୁରୁତ୍ଵ ବୃଦ୍ଧି ପାଇଥିଲା ?
Answer:
ସଂସ୍କୃତ

୨୪। ଭାରତନାଟ୍ୟମ୍ କେଉଁ ରାଜ୍ୟରୁ ଉଦ୍ଭବ ହୋଇଥିଲା ?
Answer:
ତାମିଲନାଡୁ

୨୫। ଆନ୍ଧ୍ର ପ୍ରଦେଶରୁ କେଉଁ ନୃତ୍ୟଶୈଳୀର ଉଦ୍ଭବ ହୋଇଥୁଲା ?
Answer:
କୁଚିପୁଡ଼ି

C. ଶୂନ୍ୟସ୍ଥାନ ପୂରଣ କର ।

୧। ତାମିଲନାଡୁରେ ______________ ନୃତ୍ୟଶୈଳୀ ପ୍ରଚଳିତ ।
Answer:
ଭାରତନାଟ୍ୟମ୍

୨। ସମ୍ବିଧାନରେ _______________ ଟି ଭାଷାକୁ ସ୍ବୀକୃତି ଦିଆଯାଇଛି ।
Answer:
୨୨

୩। ହିନ୍ଦୁ ଓ ମୁସଲମାନ ଧର୍ମର ସମନ୍ଵୟରେ ପ୍ରତିଷ୍ଠିତ ______________ ଧର୍ମମତ ଉଭୟ ସମ୍ପ୍ର ଦାୟଙ୍କ ମଧ୍ୟରେ ଏକତା ଭାବ ଜାଗ୍ରତ କରିଥିଲା ।
Answer:
ସତ୍ୟପୀର

୪। ରାଜା ରାମମୋହନ ରାୟ _____________ ପ୍ରତିଷ୍ଠା କରିଥିଲେ ।
Answer:
ବ୍ରାହ୍ମ ସମାଜ

୫। ଗଭର୍ଣ୍ଣର ଜେନେରାଲ୍ ______________ ଙ୍କଦ୍ୱାରା ଭାରତରେ ପାଶ୍ଚାତ୍ୟ ଶିକ୍ଷା ପ୍ରଚଳନ ହୋଇଥିଲା ।
Answer:
ଲର୍ଡ ଉଇଲିୟମ୍ ବେଣ୍ଟିକ୍

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୬। ଭାରତରେ ଚାରିଦିଗରେ ସ୍ଥାପିତ ହିଦୁତୀର୍ଥ ସ୍ଥାନଗୁଡ଼କୁ ____________ କୁହାଯାଏ ।
Answer:
ଚତୁ ର୍ଧାମ

୭। ଦ୍ଵାରକା ଭାରତର _____________ ରାଜ୍ୟରେ ଅବସ୍ଥିତ ।
Answer:
ଗୁଜରାଟ

୮ । ଭାରତର ସର୍ବପୁରାତନ ଭାଷା ହେଉଛି ______________ ।
Answer:
ପ୍ରାକୃତ

୯। ରାମକୃଷ୍ଣ ମିଶନ ______________ ମସିହାରେ ପ୍ରତିଷ୍ଣା କରାଯାଇଥିଲା ।
Answer:
୧୮୯୭

୧୦। ଆନ୍ଧ୍ରପ୍ରଦେଶରୁ ______________ ନୃତ୍ୟଶୈଳୀର ଉଦ୍ଭବ ହୋଇଥୁଲା
Answer:
କୁଚିପୁଡ଼ି ।

D. ଠିକ୍ ଉକ୍ତି ପାଇଁ (✓) ଓ ଭୁଲ୍ ଉକ୍ତି ପାଇଁ (X) ଚିହ୍ନ ଦିଅ ।

୧। ରାଜା ରାମମୋହନ ରାୟ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ ।
Answer:
x

୨ । ଦୟାନନ୍ଦ ସରସ୍ୱତୀ ଥଓସୋଫିକାଲ ସୋସାଇଟି ପ୍ରତିଷ୍ଠା କରିଥିଲେ ।
Answer:
x

୩। ସୟଦ୍ ଅହମ୍ମଦ ଖାଁ ଅହମ୍ମଦିଆ ଆନ୍ଦୋଳନ ଆରମ୍ଭ କରିଥିଲେ ।
Answer:
x

୪। ଭାରତରେ ପ୍ରାୟ ୫୪୪ଟି ମାତୃଭାଷା ରହିଛି ।
Answer:
x

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୫। ଆମ ଦେଶର ସର୍ବପୁରାତନ ଭାଷା ସଂସ୍କୃତ ।
Answer:
x

୬ । କୁଚିପୁଡ଼ି ନୃତ୍ୟ ତାମିଲନାଡୁରୁ ସୃଷ୍ଟି ହୋଇଛି ।
Answer:
x

୭ । ଭାରତନାଟ୍ୟମ୍‌ର ଉଦ୍ଭବ ଆନ୍ଧ୍ରପ୍ରଦେଶରେ ହୋଇଥିଲା ।
Answer:
x

୮ । ଗୁପ୍ତଯୁଗରୁ ସଂସ୍କୃତ ଭାଷାର ଗୁରୁତ୍ଵ ବୃଦ୍ଧି ପାଇଥିଲା ।
Answer:

୯ । ଭାରତରେ ଇଂରେଜୀ ଶିକ୍ଷା ଉଇଲିୟମ ବେକ୍ନିକ୍ ପ୍ରବର୍ତ୍ତନ କରିଥିଲେ ।
Answer:

୧୦। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଭାରତରେ ୧୫ଟି ମହାଜନପଦ ଥିଲା ।
Answer:
x

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।
‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 1

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ।

୧। ଲର୍ଡ ଉଇଲିୟମ୍ ବେଣ୍ଟିକ୍ ଭାରତରେ ମୌଳିକ ଶିକ୍ଷା ପ୍ରଚଳନ କରିଥିଲେ ।
Answer:
ପାଶ୍ଚାତ୍ୟ ଶିକ୍ଷା

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୨। ସଂସ୍କୃତ ଭାଷା ଭାରତର ସର୍ବପୁରାତନ ଭାଷା ଭାବେ ‘ପରିଗଣିତ ହୋଇଥାଏ ।
Answer:
ପ୍ରାକୃତ,

୩। ବଦ୍ରିନାଥ ଭାରତର ଦକ୍ଷିଣ ଦିଗରେ ଅବସ୍ଥିତ ।
Answer:
ଉତ୍ତର,

୪। ରାଜା ରାମମୋହନ ରାୟ ପ୍ରାର୍ଥନା ସମାଜ ପ୍ରତିଷ୍ଠା କରିଥିଲେ ।
Answer:
ବ୍ରାହ୍ମ ସମାଜ,

୫। ଆମ ଦେଶରେ ୧୬୨୫ଟି ମାତୃ ଭାଷା ଥ‌ିବାର ଜଣାଯାଏ ।
Answer:
୧୬୫୨,

୬। ଋକବେଦରୁ ଭାରତୀୟ ଶାସ୍ତ୍ରୀୟ ସଂଗୀତର ଉତ୍ପତ୍ତି ହୋଇଛି ।
Answer:
ସାମବେଦ

୭। ପ୍ରାଚୀନ କାଳରେ ମୁନିଋଷିମାନେ ଗନ୍ଧମାର୍ଦ୍ଦନ ପର୍ବତକୁ ‘ଦେବସ୍ଥାନ’ ଭାବେ ବିବେଚନା କରୁଥିଲେ ।
Answer:
ହିମାଳୟ

୮। ସିନ୍ଧୁ ସଭ୍ୟତାର ସ୍ରଷ୍ଟା ଥିଲେ ଲୋହିତ ଭାରତୀୟମାନେ ।
Answer:
ଦ୍ରାବିଡ଼ମାନେ

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୯। ଏକାଦଶ ଶତାବ୍ଦୀରୁ ଭାରତରେ ବିଧ୍ବଦ୍ଧଭାବେ ବୌଦ୍ଧଧର୍ମ ପ୍ରଚାର ଆରମ୍ଭ ହୋଇଥିଲା ।
Answer:
ଇସ୍‌ଲାମ୍ ଧର୍ମ,

୧୦। ନିମ୍ନ ଜାତିର ଶିଙ୍ଖାମାନଙ୍କୁ ସର୍ଦାର କୁହାଯାଏ ।
Answer:
ମଜହବି,

୧୧। ମୌର୍ଯ୍ୟ ଯୁଗରୁ ସଂସ୍କୃତ ଭାଷାର ଗୁରୁତ୍ଵ ବୃଦ୍ଧି ପାଇଥୁଲ ।
Answer:
ଗୁପ୍ତ,

୧୨। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଭାରତରେ ୧୫ଟି ମହାଜନପଦ ଥିଲା ।
Answer:
୧୬ଟି,

୧୩। କଥାକଲି ନୃତ୍ୟଶୈଳୀ ଆନ୍ଧ୍ରପ୍ରଦେଶରୁ ଉଦ୍ଭବ ହୋଇଥିଲା ।
Answer:
କେରଳ,

୧୪। ଦ୍ଵାରକା ଭାରତର ଉତ୍ତରପ୍ରଦେଶ ରାଜ୍ୟରେ ଅବସ୍ଥିତ ।
Answer:
ଗୁଜରାଟ,

୧୫। ଭାରତରେ ଚାରି ଦିଗରେ ସ୍ଥାପିତ ହିନ୍ଦୁତୀର୍ଥ ସ୍ଥାନଗୁଡ଼ିକୁ ପବିତ୍ରଧାମ କୁହାଯାଇଥାଏ ।
Answer:
ଚତୁର୍ଧାମ

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ନୃତତ୍ତ୍ଵବିଦ୍ ଡକ୍ଟର ବିରଜା ଶଙ୍କର ଗୁହାଙ୍କ ମତରେ ଭାରତରେ କେତେ ପ୍ରକାର ଜାତିର ଲୋକ ଅଛନ୍ତି ?
(A) ୨
(B) ୩
(C) ୪
(D) ୬
Answer:
(D) ୬

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

2. କେବେ ବମ୍ବେଠାରୁ ଥାନେ ପର୍ଯ୍ୟନ୍ତ ପ୍ରଥମ ରେଳପଥ ଉନ୍ମୋଚିତ ହୋଇଥିଲା ?
(A) ୧୮୫୩
(B) ୧୮୬୪
(C) ୧୮୬୨
(D) ୧୮୭୦
Answer:
(A) ୧୮୫୩

3. ମୁସଲମାନମାନେ କେତୋଟି ଗୋଷ୍ଠୀରେ ବିଭକ୍ତ ?
(A) ୧
(C) ୩
(B) ୨
(D) ୪
Answer:
(B) ୨

4. ନିମ୍ନ ଜାତିର ଶିଙ୍ଖାମାନଙ୍କୁ କ’ଣ କୁହାଯାଏ ?
(A) ମଜହବି
(B) ସୁନି
(C) ସର୍ଦାର
(D) ସିହା
Answer:
(A) ମଜହବି

5. ଭାରତରେ କେତୋଟି କଥ୍ୟ ଭାଷା ରହିଛି ?
(A) ୫୪୩
(C) ୫୪୫
(B) ୫୪୧
(D) ୫୪୪
Answer:
(D) ୫୪୪

6. ଭାରତରେ କେବେ ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ ହୋଇଥିଲା ?
(A) ୧୮୮୩
(B) ୧୮୩୫
(C) ୧୮୫୩
(D) ୧୮୬୪
Answer:
(B) ୧୮୩୫

7. ପ୍ରାର୍ଥନା ସମାଜ କିଏ ଗଢ଼ିଥିଲେ ?
(A) ଗୋବିନ୍ଦ ରାନାଡ଼େ
(B) ଦୟାନନ୍ଦ ସରସ୍ବତୀ
(C) ବିବେକାନନ୍ଦ
(D) ଆନିବେସାନ୍ତ
Answer:
(A) ଗୋବିନ୍ଦ ରାନାଡ଼େ

8. ବଦ୍ରିନାଥ ଭାରତର କେଉଁ ଦିଗରେ ଅବସ୍ଥିତ ?
(A) ଉତ୍ତର
(B) ଦକ୍ଷିଣ
(C) ପୂର୍ବ
(D) ପଶ୍ଚିମ
Answer:
(A) ଉତ୍ତର

9. ରାମକୃ ଷ୍ଣ ମିଶନ କେଉଁ ମସିହାରେ ପ୍ରତିଷ୍ଠା କରାଯାଇଥିଲା ?
(A) ୧୮୯୨
(B) ୧୮୯୭
(C) ୧୮୯୫
(D) ୧୮୯୯
Answer:
(B) ୧୮୯୭

10. କଥାକଲି ନୃତ୍ୟଶୈଳୀ କେଉଁ ପ୍ରଦେଶରୁ ଉଦ୍ଭବ ହୋଇଛି ?
(A) କେରଳ
(B) ତାମିଲନାଡୁ
(C) ଆନ୍ଧ୍ରପ୍ରଦେଶ
(D) ମଣିପୁର
Answer:
(A) କେରଳ

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

11. କେଉଁ ଧର୍ମ ଭାରତର ସର୍ବପୁରାତନ ଧର୍ମ ଭାବେ ପରିଚିତ ?
(A) ବୌଦ୍ଧଧର୍ମ
(B) ହିନ୍ଦୁଧର୍ମ
(C) ଜୈନଧର୍ମ
(D) ଇସଲାମ୍ ଧର୍ମ
Answer:
(B) ହିନ୍ଦୁଧର୍ମ

12. ବୈଦିକ ଯୁଗରେ କେଉଁ ଧର୍ମର ପ୍ରାଧାନ୍ୟ ରହିଥିଲା ?
(A) ଭକ୍ତିଧର୍ମ
(B) ଜୈନଧର୍ମ
(C) ବ୍ରାହ୍ମଣ୍ୟ ଧର୍ମ
(D) ଶିଙ୍ଖଧର୍ମ
Answer:
(C) ବ୍ରାହ୍ମଣ୍ୟ ଧର୍ମ

13. କିମ୍ବଦନ୍ତୀ ଅନୁଯାୟୀ ସମସ୍ତ ଭାରତୀୟ ନିଜକୁ କାହାର ସନ୍ତତିରୂପେ ବିବେଚନା କରିଥା’ନ୍ତି ?
(A) ଭରତ
(B) ଦୁଷ୍ମନ୍ତ
(C) ଯୁଧିଷ୍ଠିର
(D) ନକୁଳ
Answer:
(A) ଭରତ

14. କେଉଁମାନେ ସିନ୍ଧୁ ସଭ୍ୟତାର ସ୍ରଷ୍ଟା ଥିଲେ ?
(A) ଆର୍ଯ୍ୟ
(B) ଦ୍ରାବିଡ଼
(C) ନରଡ଼ିକ୍
(D) ମଙ୍ଗୋଲଏଡ଼୍
Answer:
(B) ଦ୍ରାବିଡ଼

15. ଭାରତୀୟ ସଂସ୍କୃତି ପ୍ରାୟ କେତେ ବର୍ଷଠାରୁ ଅଧ୍ଵକ ପୁରାତନ ?
(A) ଦୁଇ ହଜାର
(B) ତିନି ହଜାର
(C) ପାଞ୍ଚ ହଜାର
(D) ଛଅ ହଜାର
Answer:
(C) ପାଞ୍ଚ ହଜାର

16. ବୌଦ୍ଧଧର୍ମର ପ୍ରତିଷ୍ଠାତାଭାବେ କିଏ ପରିଚିତ ?
(A) ଶଙ୍କରାଚାର୍ଯ୍ୟ
(B) ମହାବୀର ଜୀନ
(C) ଗୌତମ ବୁଦ୍ଧ
(D) ଚୈତନ୍ୟ
Answer:
(C) ଗୌତମ ବୁଦ୍ଧ

17. କିଏ ଜୈନଧର୍ମର ଶେଷ ପ୍ରଚାରକ ଥିଲେ ?
(A) ଋଷଭନାଥ
(B) ଗୌତମ ବୁଦ୍ଧ
(C) ପାର୍ଶ୍ଵନାଥ
(D) ମହାବୀର ବର୍ଷମାନ
Answer:
(D) ମହାବୀର ବର୍ଷମାନ

18. କେଉଁ ଧର୍ମ ସଂପ୍ରଦାୟର ଲୋକେ ହୀନଯାନ ଓ ମହାଯାନ ନାମରେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିଲେ ?
(A) ବୌଦ୍ଧଧର୍ମ
(B) ଜୈନଧର୍ମ
(C) ଖ୍ରୀଷ୍ଟଧର୍ମ
(D) ଶାକ୍ତଧର୍ମ
Answer:
(A) ବୌଦ୍ଧଧର୍ମ

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

19. କେଉଁ ଧର୍ମ ସଂପ୍ରଦାୟର ଲୋକେ ଶ୍ୱେତାମ୍ବର ଓ ଦିଗମ୍ବର ନାମରେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିଲେ ?
(A) ଶୈବଧର୍ମ
(B) ଜୈନଧର୍ମ
(C) ଶିଖ୍ ଧର୍ମ
(D) ବୌଦ୍ଧଧର୍ମ
Answer:
(B) ଜୈନଧର୍ମ

20. କେଉଁ ମାନଙ୍କ ମଧ୍ୟରେ ଗୋଷ୍ଠୀଗତ ବିଭାଜନ ଦେଖାଯାଏ ନାହିଁ ?
(A) ଇହୁଦୀ
(B) ଜୋରାଷ୍ଟରୀୟ
(C) ହିନ୍ଦୁ
(D) ଖ୍ରୀଷ୍ଟିଆନ୍
Answer:
(B) ଜୋରାଷ୍ଟରୀୟ

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Odisha State Board BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା Important Questions and Answers.

BSE Odisha Class 9 History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (NATO) କେବେ, କାହା ନେତୃତ୍ଵରେ ଓ କ’ଣ ପାଇଁ ଗଠିତ ହୋଇଥିଲା ?
Answer:

  • ପଶ୍ଚିମ ଓ ମଧ୍ୟ ଇଉରୋପରେ ନିଜ ପ୍ରାଧାନ୍ୟ ବିସ୍ତାର ଓ ସୋଭିଏତ୍ ରୁଷର ପ୍ରତିପତ୍ତିକୁ ପ୍ରତିହତ କରିବାପାଇଁ ଯୁକ୍ତରାଷ୍ଟ୍ର ଆମେରିକା ୧୯୪୯ ମସିହା ଏପ୍ରିଲ୍ ୪ ତାରିଖରେ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଗଠନ କରିଥିଲା ।
  • ଏଥିରେ ଯୁକ୍ତରାଷ୍ଟ୍ର ଆମେରିକା ସହିତ କାନାଡ଼ା, ବେଲଜିୟମ୍ , ହଲାଣ୍ଡ, ଲକ୍ସେମ୍ବର୍ଗ, ଡେନ୍‌ମାର୍କ, ନରୱେ, ଆଇସ୍‌ଲାଣ୍ଡ, ବ୍ରିଟେନ୍, ଫ୍ରାନ୍ସ ଓ ପର୍ତ୍ତୁଗାଲ୍ ଯୋଗ ଦେଇଥିଲେ ।
  • ଏହି ଚୁକ୍ତିରେ ଚୁକ୍ତିଭୁକ୍ତ ଗୋଟିଏ ଦେଶ ଉପରେ ଆକ୍ରମଣ ହେଲେ ସମସ୍ତ ସଭ୍ୟ ଦେଶ ଉପରେ ଆକ୍ରମଣ ହେଲା ବୋଲି ଧରିନେବାପାଇଁ ଏଥରେ ଉଲ୍ଲେଖ ଥିଲା ।
  • ଫେବୃୟାରୀ ୧୯୫୨ରେ ଗ୍ରୀସ୍ ଓ ତୁର୍କୀ ଏବଂ ମେ ୧୯୫୫ରେ ଜର୍ମାନୀ ସଂଯୁକ୍ତ ସାଧାରଣତନ୍ତ୍ର ବା ପଶ୍ଚିମ ଜର୍ମାନୀ ଏହି ସାମରିକ ଚୁକ୍ତିରେ ଯୋଗ ଦେଇଥିଲେ ।
  • ଏହା ଫଳରେ ୧୯୪୯ ମସିହା ପରେ ସାମ୍ୟବାଦୀମାନେ ପଶ୍ଚିମ ଇଉରୋପ ଓ ଆଟ୍‌ଲାଣ୍ଟିକ୍ ଅଞ୍ଚଳରେ କ୍ଷମତା ବିସ୍ତାର କରିପାରିଲେ ନାହିଁ ।

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

୨। ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ନେତୃତ୍ୱରେ କେବେ ଓ କେଉଁ ସାମରିକ ଚୁକ୍ତିଗୁଡ଼ିକ ସଂଗଠିତ ହୋଇଥିଲା ?
Answer:

  • ୧୯୪୯ ମସିହା ଏପ୍ରିଲ ୪ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା ରୁଷ୍ଠ ପ୍ରତିପରିକୁ ପ୍ରତିରୋଧ କରିବାକୁ ଯାଇ ୧୧ଟି ଦେଶର ସହଯୋଗରେ ‘ଉତ୍ତର ଆଟ୍‌ଲାଣ୍ଟିକ୍ ରୁକ୍ତି ସଂଗଠନ’ ଗଢ଼ିଥିଲା । ୧୯୫୨ ମସିହାରେ ଗ୍ରୀସ୍ ଓ ତୁର୍କୀ ଏବଂ ୧୯୫୫ ମସିହାରେ ଜର୍ମାନୀ ଏହି ଚୁକ୍ତିରେ ଯୋଗ ଦେଇଥିଲେ ।
  • ୧୯୫୪ ମସିହାରେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ‘ଆନ୍‌ସ୍ ରାଜିନାମା’ (ANZUS PACT) ସ୍ବାକ୍ଷରିତ ହୋଇଥିଲା ।
  • ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖ ଦିନ ରୁଷ୍ ଓ ସାମ୍ୟବାଦୀ ଚୀନ୍‌ର ପ୍ରଭାବକୁ ହ୍ରାସ କରିବାପାଇଁ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ‘ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ’ ଗଠିତ ହୋଇଥିଲା । ସେହିଭଳି ୧୯୫୫ ମସିହାରେ ‘ବାଗଦାଦ୍ ଚୁକ୍ତି’ ସ୍ବାକ୍ଷରିତ ହୋଇଥିଲା ଯାହା ପରେ କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ ନାମରେ ନାମିତ ହେଲା ଓ ଯୁକ୍ତରାଷ୍ଟ୍ର ଆମେରିକା ଏଥୁରେ ଯୋଗଦେଲା ।
  • ଏହିସବୁ ମେଣ୍ଟ ଗଠନ ବିରୋଧରେ ସାମ୍ୟବାଦୀ ରାଷ୍ଟ୍ରମାନେ ରୁଷ୍ ନେତୃତ୍ବରେ ପୋଲାଣ୍ଡର ରାଜଧାନୀ ୱାରସ୍ଠାରେ ୧୯୫୫ ମସିହାରେ ରାଜଧାନୀ ୱାରସ୍ଠାରେ ୧୯୫୫ ମସିହାରେ ‘ୱାରସ୍ ଚୁକ୍ତି’ ନାମକ ଏକ ସାମରିକ ଚୁକ୍ତିରେ ଆବଦ୍ଧ ହୋଇଥିଲେ ।

୩ । ୱାରସ୍ ଚୁକ୍ତି ସଙ୍ଗଠନ ଉପରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Answer:

  1. ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ ମେଣ୍ଟ ଗଠନ ବିରୋଧରେ ସୋଭିଏତ୍ ରୁଷ୍ ନେତୃତ୍ୱରେ ତା’ର ଅନୁ ଗାମୀ ଇଉରୋପୀୟ ସାମ୍ୟବାଦୀ ରାଷ୍ଟ୍ରମାନେ ୧୯୫୫ ମସିହା ମେ ୧ ତାରିଖରେ ୱାରସ୍ ଚୁକ୍ତି ସ୍ୱାକ୍ଷର କଲେ ।
  2. ପୋଲାଣ୍ଡର ରାଜଧାନୀ ୱାର୍‌ସଠାରେ ସୋଭିଏତ୍ ରୁଷ୍, ପୋଲାଣ୍ଡ, ହଙ୍ଗେରୀ, ରୁ ମାନିଆ, ବୁଲ୍ ଗେରି ଆ, ଆଲ୍ ବାନି ଆ, ଚେକୋସ୍ଲୋଭାକିଆ ଓ ଜର୍ମାନ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ବା ପୂର୍ବ ଜର୍ମାନୀ ମଧ୍ୟରେ ଗଠିତ ଏହି ସାମରିକ ମେଣ୍ଟ ଶୀତଳ ଯୁଦ୍ଧକୁ ତୀବ୍ରତର କରିବାରେ ସହାୟକ ହୋଇଥିଲା ।
  3. ଚୁକ୍ତି ସ୍ୱାକ୍ଷରକାରୀ ରାଷ୍ଟ୍ରମାନେ ପୁଞ୍ଜିବାଦୀ ରାଷ୍ଟ୍ରଙ୍କର ଆକ୍ରମଣକୁ ମିଳିତଭାବେ ପ୍ରତିରୋଧ କରିବେ ବୋଲି ଘୋଷଣା କରିଥିଲେ ।
  4. ରସ୍ ଚୁକ୍ତି ସଙ୍ଗଠନ, ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଭଳି ଶୀତଳ ଯୁଦ୍ଧ ସମୟରେ ପ୍ରମୁଖ ସାମରିକ ମେଣ୍ଟ ଭାବେ କାର୍ଯ୍ୟ କଲା ।

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

୪। ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ (SEATO) ଉପରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କର ।
Answer:

  • ଦକ୍ଷିଣ-ପୂର୍ବ ଏସିଆରେ ରୁଷ୍ ଓ ସାମ୍ୟବାଦୀ ଚୀନ୍‌ର ପ୍ରଭାବକୁ ହ୍ରାସ କରିବା ନିମନ୍ତେ ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ଵରେ ‘ଦକ୍ଷିଣ-ପୂର୍ବ ଏସିଆ ‘ଚୁକ୍ତି ସଙ୍ଗଠନ’ (SEATO) ଗଠିତ ହୋଇଥିଲା ।
  • ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ଥାଇଲାଣ୍ଡ, ପାକିସ୍ତାନ ଓ ଫିଲିପାଇନ୍ସ ଏହାର ସଭ୍ୟ ହୋଇଥିଲେ । ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଢାଞ୍ଚାରେ ଏହାର ନୀତିମାନ ନିର୍ଦ୍ଧାରିତ ହୋଇଥିଲା ।
  • ଦକ୍ଷିଣ-ପୂର୍ବ ଏସିଆରେ ଯେକୌଣସି ଭାବରେ ପ୍ରତିରୋଧ କରି ସେହି ଅଞ୍ଚଳରେ ନିରାପତ୍ତା ରକ୍ଷା କରିବେ ବୋଲି ସ୍ଥିର ହେଲା ।
  • କିନ୍ତୁ ଭିଏତ୍‌ନାମ୍ ଯୁଦ୍ଧ ସମୟରେ ଏହି ଚୁକ୍ତିର କାର୍ଯ୍ୟକାରିତା ପରୀକ୍ଷିତ ହୋଇଥିଲା । ଦୀର୍ଘକାଳ ଯୁଦ୍ଧ ପରେ ସୋଭିଏତ୍ ସମର୍ଥ ଉତ୍ତର ଭିଏତ୍‌ନାମ୍, ୧୯୭୫ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥା ଦକ୍ଷିଣ ଭିଏତ୍‌ନାମ୍ ଉପରେ ବିଜୟ ହାସଲ କରିଥିଲା ।
  • ଫଳସ୍ୱରୂପ, ଯୁକ୍ତରାଷ୍ଟ୍ର ଆମେରିକା ମର୍ଯ୍ୟାଦା କ୍ଷୁଣ୍ଣ ହୋଇଥିଲା ଏବଂ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନର ପରିସମାପ୍ତି ଘଟିଥିଲା ।

୫। ବାଗ୍‌ବାଦ୍ ଚୁକ୍ତି ଉପରେ ଏକ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
Answer:

  • ୧୯୫୫ ମସିହାରେ ଇରାକ୍ଟର ରାଜଧାନୀ ବାଦଠାରେ ବ୍ରିଟେନ୍, ତୁର୍କୀ, ଇରାକ୍, ଇରାନ୍ ଓ ପାକିସ୍ତାନ ମଧ୍ୟରେ ଏକ ସାମରିକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।
  • ଏହା ‘ବାଗ୍‌ଦାଦ୍ ଚୁକ୍ତି’ ନାମରେ ପରିଚିତ ।
  • ୧୯୫୮ ମସିହାରେ ରାଜତନ୍ତ୍ରର ପତନ ଫଳରେ ଇରାକ୍ ଏହି ମେଣ୍ଟରୁ ଓହରିଗଲା ଏବଂ ଏହାପରେ ଏହି ଚୁକ୍ତିର ନାମ ‘କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ’ ରଖାଗଲା ।
  • ଏଥୁରେ ଯୁକ୍ତରାଷ୍ଟ୍ର ଆମେରିକା ନୂତନ ସଭ୍ୟରୂପେ ଯୋଗ ଦେଇଥିଲା ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ କେବେ ଓ କାହିଁକି ଗଠିତ ହୋଇଥିଲା ? କେଉଁମାନେ ଏହାର ସଭ୍ୟ ରାଷ୍ଟ୍ର ଥିଲେ ?
Answer:

  1. ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖରେ ଦକ୍ଷିଣ ପୂର୍ବ ଏସିଆରେ ରୁଷ୍ ଓ ସାମ୍ୟବାଦୀ ଚୀନ୍‌ର ପ୍ରଭାବକୁ ହ୍ରାସ କରିବାପାଇଁ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ ଗଠିତ ହୋଇଥିଲା ।
  2. ଏଥ‌ିରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ଥାଇଲାଣ୍ଡ, ଫିଲିପାଇନ୍ସ ଓ ପାକିସ୍ତାନ ସଭ୍ୟ ରାଷ୍ଟ୍ର ଥିଲେ ।

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

୨। ୱାରସ୍ ବୁକ୍ତି କେବେ, କେଉଁଠାରେ କେଉଁ ଉଦ୍ଦେଶ୍ୟରେ ସ୍ବାକ୍ଷରିତ ହୋଇଥିଲା ? କେଉଁ କେଉଁ ଦେଶ ମଧ୍ୟରେ ଏହି ଚୁକ୍ତି ହୋଇଥିଲା ?
Answer:

  • ୧୯୫୫ ମସିହାରେ ପୋଲାଣ୍ଡର ରାଜଧାନୀ ୱାରସ୍ଠାରେ ୱାରସ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ ମେଣ୍ଟ ଗଠନ ବିରୋଧରେ ଏହି ମେଣ୍ଟ ଗଠନ କରାଯାଇଥିଲା ।
  • ସୋଭିଏତ୍ ରୁଷ୍, ପୋଲାଣ୍ଡ, ହଙ୍ଗେରୀ, ରୁ ମାନି ଆ, ବୁଲ୍ ଗେରିଆ, ଆଲ୍ ବାନିଆ, ଚେକୋସ୍ଲୋଭାକିଆ ଓ ଜର୍ମାନ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ବା ପୂର୍ବ ଜର୍ମାନୀ ମଧ୍ୟରେ ଏହି ଚୁକ୍ତି ହୋଇଥିଲା ।

୩ । ଆନ୍ ସ୍ ରାଜିନାମା କେବେ ସ୍ୱାକ୍ଷରିତ ହୋଇଥିଲା ? ଏହା କେଉଁଥିପାଇଁ ଉଦ୍ଦିଷ୍ଟ ଥିଲା ?
Answer:

  • ୧୯୫୧ ମସିହାରେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଓ ଯୁକ୍ତ ରାଷ୍ଟ୍ର ଆମେରିକା ମଧ୍ୟରେ ଆନ୍ଜସ୍ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
  • ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ତଥା ମିଳିତ ପ୍ରତିରକ୍ଷା ବ୍ୟବସ୍ଥା ପରିଚାଳନା ନିମନ୍ତେ ଏହି ଚକ୍ତି ଉଦ୍ଦିଷ୍ଟ ଥିଲା ।

୪ । କିଏ କାହିଁକି ‘ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ’ ଗଢ଼ିଥିଲା ?
Answer:

  1. ଯୁକ୍ତରାଷ୍ଟ୍ର ଆମେରିକା ‘ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ’ ଗଢ଼ିଥିଲା ।
  2. ପଶ୍ଚିମ ଓ ମଧ୍ୟ ଇଉରୋପରେ ନିଜର ପ୍ରାଧାନ୍ୟ ବିସ୍ତାର ଓ ସୋଭିଏତ୍ ରୁଷ୍ ପ୍ରତିପତ୍ତିକୁ ପରାହତ କରିବା ଏହାର ଉଦ୍ଦେଶ୍ୟ ଥିଲା ।

୫ । କେବେ ଓ କାହିଁକି ‘ବାଗଦାଦ୍ ଚୁକ୍ତି’ର ନାମ ପରିବର୍ତ୍ତନ ହୋଇ କେନ୍ଦ୍ରୀୟ ଚୁକ୍ତି ସଙ୍ଗଠ ନ ରଖାଗଲା ?
Answer:

  • ୧୯୫୮ ମସିହାରେ ରାଜତନ୍ତ୍ରର ପତନ ଫଳରେ ଇରାକ୍ ବାଗଦାଦ୍ ଚୁକ୍ତିରୁ ଓହରିଗଲା ।
  • ଏହାପରେ ଏହି ଚୁକ୍ତିର ନାମ ପରିବର୍ତ୍ତିତ ହୋଇ ‘କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ’ ରଖାଗଲା ।

୬ । କେବେ ‘ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ’ ଗଠିତ ହୋଇଥିଲା ? ଏଥୁରେ କେଉଁ କେଉଁ ଦେଶ ଯୋଗ ଦେଇଥିଲେ ?
Answer:

  • ୧୯୪୯ ମସିହା ଏପ୍ରିଲ୍ ୪ ତାରିଖରେ ‘ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ’ ଗଠିତ ହୋଇଥିଲା ।
  • ଏଥିରେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ବେଲ୍ ଜିୟମ୍, ହଲାଣ୍ଡ, ଲକ୍ସେମ୍ବର୍ଗ, ଡେନ୍‌ମାର୍କ, ନରୱେ, ଆଇସ୍‌ଲାଣ୍ଡ, ବ୍ରିଟେନ୍, ଫ୍ରାନ୍‌ ସ, ଇଟାଲୀ ଓ ପର୍ଶୁ ଗାଲ୍ ଯୋଗ ଦେଇଥିଲେ ।

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଶୀତଳ ଯୁଦ୍ଧ ଯୋଗୁଁ ଦୁଇ ମହାଶକ୍ତିଙ୍କ ନେତୃତ୍ୱରେ ପୃଥ‌ିବୀ କେତେ ଭାଗରେ ବିଭକ୍ତ ହୋଇଥିଲା ଓ କ’ଣ କ’ଣ?
Answer:
ଶୀତଳ ଯୁଦ୍ଧ ଯୋଗୁଁ ଦୁଇ ମହାଶକ୍ତିଙ୍କ ନେତୃତ୍ୱରେ ପୃଥ‌ିବୀ ଦୁଇଭାଗରେ ବିଭକ୍ତ ହୋଇଥିଲା; ଯଥା – ସାମ୍ୟବାଦୀ ଗୋଷ୍ଠୀ ଓ ପୁଞ୍ଜିବାଦୀ ଗୋଷ୍ଠୀ ।

୨। ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ କେବେ ଗଢ଼ାଯାଇଥିଲା ?
Answer:
ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଏପ୍ରିଲ ୪, ୧୯୪୯ ମସିହାରେ ଗଢ଼ାଯାଇଥିଲା ।

୩ । ଗ୍ରୀସ୍ ଓ ତୁର୍କୀ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନରେ କେବେ ଯୋଗ ଦେଇଥିଲେ ?
Answer:
ଗ୍ରୀସ୍ ଓ ତୁର୍କୀ ୧୯୫୨ ମସିହାରେ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନରେ ଯୋଗ ଦେଇଥିଲେ ।

୪। ବ୍ରସେଲସ୍ ଚୁକ୍ତି କେବେ ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୪୮ ମସିହାରେ ବ୍ରସେଲସ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।

୫। ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ ବା SEATO କେବେ ଗଠିତ ହୋଇଥିଲା ?
Answer:
୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖ ଦିନ ଦକ୍ଷିଣ- ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ ବା SEATO ଗଠିତ ହୋଇଥିଲା ।

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

୬। କେଉଁ ଘଟଣାରୁ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନର ପରିସମାପ୍ତି ଘଟିଥିଲା ?
Answer:
ଦୀର୍ଘଦିନ ଯୁଦ୍ଧ ହେବା ପରେ ୧୯୭୫ ମସିହାରେ ସୋଭିଏତ୍ ସମର୍ଥ ଉତ୍ତର ଭିଏତ୍‌ନାମଠାରୁ ଯୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥାତ ଦକ୍ଷିଣ ଭିଏତ୍‌ନାମ୍ ହାରିଯିବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ମର୍ଯ୍ୟାଦା କ୍ଷୁଣ୍ଡ ହୋଇଥ୍ଲା ଏବଂ ଦକ୍ଷିଣ-ପୂର୍ବ ଏସିଆ ବୁ୍କ୍ତି ସଙ୍ଗଠନର ପରିସମାପ୍ତି ଘଟିଥିଲା ।

୭ । କେବେ ଓ କାହିଁକି ବାଦ୍ ଚୁକ୍ତିରୁ ଇରାକ୍ ଓହରି ଯାଇଥିଲା ?
Answer:
୧୯୫୮ ମସିହାରେ ରାଜତନ୍ତ୍ରର ପତନ ଯୋଗୁଁ ଇରାକ୍ ବାଦ୍ ଚୁକ୍ତିରୁ ଓହରି ଯାଇଥିଲା ।

୮ । ୱାରସ୍ ଚୁକ୍ତି କେବେ ଓ କାହା ମଧ୍ୟରେ ହୋଇଥିଲା ?
Answer:
ୱାରସ୍ ଚୁକ୍ତି ୧୯୫୫ ମସିହା ମେ ୧ ତାରିଖରେ ସୋଭିଏତ୍ ରୁଷ୍ ଓ ତା’ର ଅନୁଗାମୀ ଇଉରୋପୀୟ ସାମ୍ୟବାଦୀ ରାଷ୍ଟ୍ରମାନଙ୍କ ମଧ୍ୟରେ ହୋଇଥିଲା ।

୯ । ୱାରସ୍ କେଉଁ ଦେଶର ରାଜଧାନୀ ଥିଲା ?
Answer:
ୱାରସ୍ ପୋଲାଣ୍ଡର ରାଜଧାନୀ ଥିଲା ।

୧୦ । କେବେ ସୋଭିଏତ୍ ସଂଘର ବିଲୟ ଘଟିଥିଲା
Answer:
୧୯୯୧ ମସିହାରେ ସୋଭିଏତ୍ ସଂଘର ବିଲୟ ଘଟିଥିଲା ।

୧୧ । ୧୯୮୫ ମସିହାରେ ସୋଭିଏତ୍ ପଲିଟିବ୍ୟୁରୋ ସାଧାରଣ ସମ୍ପାଦକ କିଏ ହୋଇଥିଲେ ?
Answer:
୧୯୮୫ ମସିହାରେ ମିଖାଇଲ୍ ଗୋର୍ବାଚେଭ୍ ସୋଭିଏତ୍ ପଲିଟିବ୍ୟୁରୋ ସାଧାରଣ ସମ୍ପାଦକ ହୋଇଥିଲେ ।

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। ଦକ୍ଷିଣ ପୂର୍ବ ଏସିଆରେ ରୁଷ୍ ଓ ସାମ୍ୟବାଦୀ ଚୀନ୍‌ର ପ୍ରଭାବକୁ ହ୍ରାସ କରିବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା କେଉଁ ସାମରିକ ମେଣ୍ଟ ଗଠନ କରିଥିଲା ?
Answer:
SEATO

୨। କେଉଁ ଯୁଦ୍ଧ ସମୟରେ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ (SEATO)ର କାର୍ଯ୍ୟକାରିତା ପରୀକ୍ଷିତ ହୋଇଥିଲା ?
Answer:
ଭିଏତ୍‌ନାମ ଯୁଦ୍ଧ

୩ । କେଉଁ ଘଟଣା ପରେ ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଙ୍ଗଠନର ପରିସମାପ୍ତି ଘଟିଥିଲା ?
Answer:
ଭିଏତ୍‌ନାମ୍ ଯୁଦ୍ଧରେ ଆମେରିକାର ମର୍ଯ୍ୟାଦା କ୍ଷୁଣ୍ଣ

୪। ‘ବାଗ୍‌ଦାଦ୍ ଚୁକ୍ତି’ର ପରିବର୍ତ୍ତିତ ନାମ କ’ଣ ?
Answer:
କେନ୍ଦ୍ରୀୟ ଚୁକ୍ତି ସଂଗଠନ ବା CENTO

୫। ‘ୱାର୍‌ସ ଚୁକ୍ତି’ କେବେ ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୫୫ ମେ ୧

୬। ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ମଧ୍ୟରେ ଉତ୍ତେଜନା ହ୍ରାସ ଓ ଶୀତଳ ଯୁଦ୍ଧର ଏକ ନୂତନ ରୂପର ନାମ କ’ଣ ?
Answer:
ଦେତା

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

୭। କେଉଁ ସମୟ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ମଧ୍ୟରେ କ୍ରମାଗତ ଉତ୍ତେଜନା ଏକ ଆଣବିକ ଯୁଦ୍ଧରେ ରୂପାନ୍ତରିତ ହୋଇ ସମଗ୍ର ପୃଥ‌ିବୀକୁ ଧ୍ୱଂସାଭିମୁଖୀ କରିଦେବ ବୋଲି ସେମାନଙ୍କର ଧାରଣା ହେଲା ?
Answer:
୧୯୬୯ ରୁ ୧୯୭୮

୮ । ସୋଭିଏତ୍ ରୁଷର କେଉଁ ନେତାଙ୍କ ସଂସ୍କାରମୂଳକ ନୀତି ଶୀତଳ ଯୁଦ୍ଧର ଅବସାନ ନିମନ୍ତେ ମାର୍ଗ ପ୍ରସ୍ତୁତ କରିଥିଲା ?
Answer:
ମିଖାଇଲ୍ ଗୋର୍ବାଚୋଭ୍

୯୮ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ କେବେ ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୪୯ ଏପ୍ରିଲ ୪

୧୦ । ବ୍ରସେଲସ୍ ଚୁକ୍ତି କେବେ ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୪୮ ମସିହା

୧୧ । ସୋଭିଏତ୍ ସାମ୍ୟବାଦୀ ଦଳର ସମସ୍ତ ନୀତି କାହାଦ୍ଵାରା ନିର୍ଦ୍ଧାରିତ ହେଉଥିଲା ?
Answer:
ସୋଭିଏତ୍ ପଲିଟିବ୍ୟୁରୋ

୧୨ । ‘ସାନ୍ ସାସାଲଭେଡ଼ର’ କାହାର ରାଜଧାନୀ ଥିଲା ?
Answer:
ଏଲ୍‌ ସାଲ୍ ଭେଡ଼ର

୧୩ । ପୃଥ‌ିବୀରେ ସାମରିକ ଗୋଷ୍ଠୀ ଗଠନ କରିବାରେ କେଉଁ ଦେଶ ଆଗୁଆ ଥିଲା ?
Answer:
ଯୁକ୍ତରାଷ୍ଟ୍ର ଆମେରିକା

୧୪ । ଜର୍ଜ ବୁଶ୍ ଓ ବୋରିସ୍ ୟେଲସିନ୍ କେବେ ଶୀତଳ ଯୁଦ୍ଧର ଅବସାନ ଘୋଷଣା କରିଥିଲେ ?
Answer:
୧୯୯୨ ମସିହା

୧୫ । ସୋଭିଏତ୍ ସଂଘର ବିଲୟ କେବେ ଘଟିଥିଲା ?
Answer:
୧୯୯୧ ଡିସେମ୍ବର

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

୧୬ । ୧୯୫୮ ମସିହାରେ କେଉଁ ଦେଶରେ ରାଜତନ୍ତ୍ରର ପତନ ଘଟିଥିଲା ?
Answer:
ଇରାକ୍

୧୭ । ରୁଷ୍ କେଉଁ ରାଷ୍ଟ୍ରପତିଙ୍କ ସମୟରେ ଆମେରିକା ଓ ରୁଷ୍ ମଧ୍ୟରେ ସମ୍ପର୍କରେ ଉନ୍ନତି ହେଲା ?
Answer:
ଗୋର୍ବାଚେଭ୍

୧୮ । ଶୀତଳ ଯୁଦ୍ଧର ଅବସାନ ପାଇଁ ଆମେରିକାର କେଉଁ ରାଷ୍ଟ୍ରପତି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ?
Answer:
ଜର୍ଜ ବୁଶ୍

୧୯ । ଶୀତଳ ଯୁଦ୍ଧ ସମୟରେ କେଉଁ ରାଷ୍ଟ୍ର ସାମ୍ୟବାଦୀ ଗୋଷ୍ଠୀର ନେତୃତ୍ଵ ନେଇଥୁଲା ?
Answer:
ସୋଭିଏତ୍ ରୁଷ୍

୨୦ । ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ କେଉଁ ମସିହାରେ ଗଠିତ ହୋଇଥିଲା ?
Answer:
୧୯୫୪ ମସିହା

C. ଶୂନ୍ୟସ୍ଥାନ ପୂରଣ କର ।

୧ । __________ ମସିହାରେ ସୋଭିଏତ୍ ସଂଘର ବିଲୟ ଘଟିଥିଲା ।
Answer:
୧୯୯୧

୨ । ଇରାନ୍ ବିଦ୍ରୋହ _________ ମସିହାରେ ହୋଇଥିଲା ।
Answer:
୧୯୭୯

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

୩ । ________ ମସିହାରେ ବାଦ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
Answer:
୧୯୫୫

୪ । __________ ଚୁକ୍ତି ଆଧାରରେ ପଶ୍ଚିମ ଇଉରୋପୀୟ ଐକ୍ୟ ପ୍ରତିଷ୍ଠା ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା ।
Answer:
ବ୍ରସେଲସ୍

୫ । ୧୯୫୨ ମସିହାରେ _________ ର ପ୍ରତିଷ୍ଠା ନିମନ୍ତେ ପ୍ୟାରିସ୍ତାରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
Answer:
ଇଉରୋପୀୟ ପ୍ରତିରକ୍ଷା ଗୋଷ୍ଠୀ

୬। ପଶ୍ଚିମ ଇଉରୋପୀୟ ରାଷ୍ଟ୍ରଙ୍କ ମଧ୍ୟରେ ବୁଝାମଣା ନିମନ୍ତେ ୧୯୫୪ ମସିହାରେ ___________ ଠ।ରେ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା ।
Answer:
ଲଣ୍ଡନ

୭ । __________ ମସିହାରେ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଗଢ଼ି ଉଠିଥିଲା ।
Answer:
୧୯୪୯

୮ । ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠନ (SEATO) ର ଅବସାନ __________ ମସିହାରେ ହୋଇଥିଲା ।
Answer:
୧୯୭୫

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

୯ । ୧୯୫୮ ମସିହାରେ _________ ଦେଶ କେନ୍ଦ୍ରୀୟ ଚୁକ୍ତି ସଂଗଠନରେ ଯୋଗ ଦେଇଥିଲା ।
Answer:
ଯୁକ୍ତରାଷ୍ଟ୍ର ଆମେରିକା

୧୦ । ଆନଜସ୍ ରାଜି ନାମା’ ___________ ମସିହାରେ ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୫୧

୧୧ । ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (NATO) __________ ଦେଶର ନେତୃତ୍ୱରେ ଗଠିତ ହୋଇଥିଲା ।
Answer:
ଯୁକ୍ତରାଷ୍ଟ୍ର ଆମେରିକା

୧୨ । ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ _________ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
Answer:
ଆନଜସ୍

୧୩ । ଦକ୍ଷିଣ-ପୂର୍ବ ଏସିଆରେ ରୁଷ୍ ଓ ଚୀନ୍‌ର ସାମ୍ୟବାଦୀ ପ୍ରଭାବକୁ ହ୍ରାସ କରିବା ପାଇଁ _________ ଗଠିତ ହୋଇଥିଲା ।
Answer:
ଦକ୍ଷିଣ ପୂର୍ବ ଏସିଆ ସଙ୍ଗଠନ ବା SEATO

D. ଠିକ୍ ଉକ୍ତି ପାଇଁ (✓) ବା ଭୁଲ ଉକ୍ତି ପାଇଁ (✗) ଲେଖ ।

୧। ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ (NATO)ରେ ଦଶଗୋଟି ରାଷ୍ଟ୍ର ଭାଗ ନେଇଥିଲେ ।
୨। ଜର୍ମାନୀ ୧୯୫୪ ମସିହାରେ NATO ରେ ଯୋଗ ଦେଇଥିଲା ।
୩ । ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତିପ୍ରତିଷ୍ଠା ପାଇଁ ଆନ୍‌ସ୍ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
୪। ବ୍ରସେଲସ୍ ଚୁକ୍ତି ୧୯୪୭ରେ ସ୍ବାକ୍ଷରିତ ହୋଇଥିଲା ।
୫। ଦକ୍ଷିଣ-ପୂର୍ବ ଏସିଆରେ ରୁଷ୍ ଓ ଚୀନ୍‌ର ସାମ୍ୟବାଦୀ ପ୍ରଭାବକୁ ହ୍ରାସ କରିବାପାଇଁ SEATO ଗଠିତ ହୋଇଥିଲା ।
୬ । SEATO ର ନେତୃତ୍ୱ ସୋଭିଏତ୍ ରୁଷ ନେଇଥିଲା ।
୭। ୧୯୫୫ ମସିହା ସେପ୍ଟେମ୍ବର ୮ ତାରିଖରେ SEATO ଗଠିତ ହୋଇଥିଲା ।
୮। ଯୁକ୍ତରାଷ୍ଟ୍ର ଆମେରିକା ୧୯୭୪ରେ ଦକ୍ଷିଣ ଭିଏତ୍‌ନାମ୍ ଉପରେ ବିଜୟ ହାସଲ କରିଥିଲା ।
୯ । ‘ବାଦ୍ ଚୁକ୍ତି’ ୧୯୫୪ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।
୧୦ । ପାକିସ୍ତାନ ‘ବାଦ୍ ଚୁକ୍ତି’ରେ ସଦସ୍ୟ ନଥିଲା ।

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Answer:
୧। (✗)
୨। (✗)
୩ । (✓)
୪ । (✗)
୫ । (✓)
୬ । (✗)
୭ । (✗)
୮ । (✗)
୯ । (✗)
୧୦ । (✗)

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । chapter 9
‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । chapter 9.1

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠନରେ ୭ଗୋଟି ରାଷ୍ଟ୍ର ସଭ୍ୟ ଥିଲେ ।
Answer:
୮ ଗୋଟି

୨। ୧୯୫୫ ମସିହା ମେ’ ମାସ ୧ ତାରିଖରେ ଆନଜସ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
Answer:
ୱାରସ୍ ଚୁକ୍ତି

୩ । ପାକିସ୍ତାନ ୱାରସ ଚୁକ୍ତିରେ ସାମିଲ ହୋଇଥିଲା ।
Answer:
ବାଗଦାଦ୍

୪ । ୧୯୭୮ ମସିହା ଦେତାର ଅବସାନ ଘଟିଥିଲା ।
Answer:
୧୯୭୯

୫। ସୋଭିଏତ ସଂଘର ବିଲୟ ୧୯୯୦ ମସିହାରେ ଘଟିଥିଲା ।
Answer:
୧୯୯୧

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

୬ । ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (NATO) ୧୯୫୦ ଏପ୍ରିଲ୍ ୪ ତାରିଖରେ ଗଠିତ ହୋଇଥିଲା ।
Answer:
୧୯୪୯

୭। ୧୯୫୮ ମସିହାରେ ଇରାନ୍ ବାଦ୍ ଚୁକ୍ତିରୁ ଓହରି ଯାଇଥିଲା ।
Answer:
ଇରାକ୍

୮। ଆନଜସ୍ ରାଜିନାମାରେ ୪ଗୋଟି ଦେଶ ସ୍ବାକ୍ଷର କରିଥିଲେ ।
Answer:
୩ ଗୋଟି

୯ । ବୋରିସ୍ ୟେଲସିନ୍‌ଙ୍କ ସଂସ୍କାରମୂଳକ ନୀତି ଶୀତଳ ଯୁଦ୍ଧର ଅବସାନ ନିମନ୍ତେ ମାର୍ଗ ପ୍ରସ୍ତୁତ କରିଥିଲା ।
Answer:
ମିଖାଇଲ୍ ଗୋର୍ବାଚୋ

୧୦ । କେନ୍ଦ୍ର ରୁଷ୍ ମଣ୍ଡଳର ରାଷ୍ଟ୍ରପତି ଥିଲେ ମିଖାଇଲ ଗୋର୍ବାଚେଲୁ ।
Answer:
ବୋରିସ୍ ୟେଲସିନ୍ ।

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ଶୀତଳ ଯୁଦ୍ଧ ସମୟରେ ନିମ୍ନୋକ୍ତ କେଉଁ ରାଷ୍ଟ୍ର ସାମ୍ୟବାଦୀ ଗୋଷ୍ଠୀର ନେତୃତ୍ୱ ନେଇଥିଲା ?
(A) ଆମେରିକା
(B) ଚୀନ୍
(C) ସୋଭିଏତ୍ ରୁଷ୍
(D) ଜାପାନ
Answer:
(C) ସୋଭିଏତ୍ ରୁଷ୍

Question 2.
ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ ନିମ୍ନୋକ୍ତ କେଉଁ ମସିହାରେ ଗଠିତ ହୋଇଥିଲା ?
(A) ୧୯୫୧
(C) ୧୯୫୩
(B) ୧୯୫୨
(D) ୧୯୫୪
Answer:
(D) ୧୯୫୪

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Question 3.
କେବେ ଇରାକ୍ ବାଗଦାଦ୍ ଚୁକ୍ତିରୁ ଓହରିଗଲା ?
(A) ୧୯୫୬
(B) ୧୯୫୭
(C) ୧୯୫୮
(D)୧୯୫୯
Answer:
(C) ୧୯୫୮

Question 4.
କେଉଁ ସାମ୍ୟବାଦୀ ରାଷ୍ଟ୍ର ‘ୱାରସ୍ ଚୁକ୍ତି’ର ସଦସ୍ୟ ନ ଥିଲା ?
(A) ପୋଲାଣ୍ଡ
(B) ହଙ୍ଗେରୀ
(C) ବୁଲଗେରିଆ
(D) ଚୀନ୍
Answer:
(D) ଚୀନ୍

Question 5.
ନିମ୍ନୋକ୍ତ କେଉଁ ମସିହାରେ ସୋଭିଏତ୍ ସଂଘର ବିଲୟ ଘଟିଥିଲା ?
(A) ୧୯୯୦
(B) ୧୯୯୧
(C) ୧୯୯୨
(D) ୧୯୯୫
Answer:
(B) ୧୯୯୧

Question 6.
କେବେ ନୂତନ ଶୀତଳ ଯୁଦ୍ଧର ସୂତ୍ରପାତ ହୋଇଥିଲା?
(A) ୧୯୭୭
(B) ୧୯୭୮
(C) ୧୯୭୯
(D) ୧୯୮୦
Answer:
(C) ୧୯୭୯

Question 7.
ନିମ୍ନୋକ୍ତ କେଉଁ ‘ମସିହାରେ ଆନ୍‌ସ୍ ରାଜିନାମା ସ୍ଵାକ୍ଷରିତ ହୋଇଥିଲା ?
(A) ୧୯୪୮
(B) ୧୯୪୯
(C) ୧୯୫୦
(D) ୧୯୫୧
Answer:
(B) ୧୯୪୯

Question 8.
କେବେ ବାଗ୍‌ଦାଦ୍ ଚୁକ୍ତି କେନ୍ଦ୍ରୀୟ ଚୁକ୍ତି ସଂଗଠନ ନାମରେ ନାମିତ ହେଲା ?
(A) ୧୯୪୯ ମସିହା
(B) ୧୯୫୨ ମସିହା
(C) ୧୯୫୫ ମସିହା
(D) ୧୯୫୮ ମସିହା
Answer:
(D) ୧୯୫୮ ମସିହା

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Question 9.
କେବେ ଦେର୍ତାର ଅବସାନ ଘଟିଲା ?
(A) ୧୯୭୮ ମସିହା
(B) ୧୯୭୯ ମସିହା
(C) ୧୯୮୫ ମସିହା
(D) ୧୯୯୦ ମସିହା
Answer:
(D) ୧୯୯୦ ମସିହା

Question 10.
କେବେ ଇରାକ୍ ‘ବାଗଦାଦ୍ ଚୁକ୍ତି’ ରୁ ଓହରିଗଲା ?
(A) ୧୯୬୦
(B) ୧୯୫୮
(C) ୧୯୫୬
(D) ୧୯୬୧
Answer:
(B) ୧୯୫୮

Question 11.
କେଉଁ ଚୁକ୍ତି ଆଧାରରେ ପଶ୍ଚିମ ଇଉରୋପୀୟ ସଂଘ ପ୍ରତିଷ୍ଠିତ ହେଲା ?
(A) ବ୍ରସେଲସ୍
(B) ମ୍ୟୁନିକ୍
(C) ଆଟଲାଣ୍ଟା
(D) ତାସ୍କେଣ୍ଟ୍
Answer:
(A) ବ୍ରସେଲସ୍

Question 12.
କେବେ ଶୀତଳ ଯୁଦ୍ଧର ପରିସମାପ୍ତି ଘଟିଲାବୋଲି ଘୋଷଣା କରାଗଲା ?
(A) ୧୯୯୧
(B) ୧୯୯୨
(C) ୧୯୯୩
(D) ୧୯୯୪
Answer:
(B) ୧୯୯୨

Question 13.
କେଉଁ ମସିହା ପରେ ସାମ୍ୟବାଦୀମାନେ ପଶ୍ଚିମ ଇଉରୋପ ଓ ଆଟଲାଣ୍ଟିକ୍ ଅଞ୍ଚଳରେ କ୍ଷମତା ବିସ୍ତାର କରିପାରି ନଥିଲେ ?
(A) ୧୯୪୨
(B) ୧୯୪୬
(C) ୧୯୪୯
(D) ୧୯୫୨
Answer:
(C) ୧୯୪୯

Question 14.
୧୯୫୨ ମସିହା ମେ ମାସ ୨୭ ତାରିଖରେ ଇଉରୋପୀୟ ପ୍ରତିରକ୍ଷା ଗୋଷ୍ଠୀର ପ୍ରତିଷ୍ଠା ନିମନ୍ତେ କେଉଁଠାରେ ଏକ ଚୁକ୍ତି ସାକ୍ଷରିତ ହୋଇଥିଲା ?
(A) ପ୍ୟାରିସ୍
(B) ପୋଲାଣ୍ଡ
(C) ହଲାଣ୍ଡ
(D) ନରୱେ
Answer:
(A) ପ୍ୟାରିସ୍

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Question 15.
୧୯୫୪ ମସିହା ୨୮ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ କେଉଁଠାରେ ପଶ୍ଚିମ ଇଉରୋପୀୟ ରାଷ୍ଟ୍ରଙ୍କ ମଧ୍ୟରେ ବୁଝାମଣା ନିମନ୍ତେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା ?
(A) ସ୍ପେନ
(B) ଜାପାନ
(C) ଲଣ୍ଡନ
(D) ଯୁକ୍ତରାଷ୍ଟ୍ର ଆମେରିକା
Answer:
(C) ଲଣ୍ଡନ

Question 16.
ଇଉରୋପୀୟ ପ୍ରତିରକ୍ଷା ଗୋଷ୍ଠୀ ଗଠନକୁ କେଉଁ ଦେଶ ସମର୍ଥନ କରିନଥିଲେ ?
(A) ଇଂଲାଣ୍ଡ
(B) ପଶ୍ଚିମ ଜର୍ମାନୀ
(C) ଫ୍ରାନ୍ସ
(D) ନେଦରଲାଣ୍ଡ
Answer:
(C) ଫ୍ରାନ୍ସ

Question 17.
କେବେ ପଶ୍ଚିମ ଇଉରୋପୀୟ ସଂଘ ଜନ୍ମ ନେଇଥିଲା ?
(A) ୧୯୪୨
(B) ୧୯୪୫
(C) ୧୯୪୮
(D) ୧୯୪୯
Answer:
(C) ୧୯୪୮

Question 18.
ଦକ୍ଷିଣ -ପୂର୍ବ ଏସିଆରେ ରୁଷ୍ ଓ ସାମ୍ୟବାଦୀ ଚୀନ୍‌ର ପ୍ରଭାବକୁ ହ୍ରାସ କରିବା ନିମନ୍ତେ ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖ ଦିନ କାହା ନେତୃତ୍ବରେ ଦକ୍ଷିଣ- ପୂର୍ବ ଏସିଆ ଚୁକ୍ତି ସଂଗଠନ ଗଠିତ ହୋଇଥିଲା ?
(A) ସୋଭିଏତ୍ ରୁଷ୍
(B) ସ୍ପେନ
(C) ଇଟାଲୀ
(D) ଯୁକ୍ତରାଷ୍ଟ୍ର ଆମେରିକା
Answer:
(D) ଯୁକ୍ତରାଷ୍ଟ୍ର ଆମେରିକା

Question 19.
ପାକିସ୍ତାନ କେଉଁ ସଂଗଠନର ସଦସ୍ୟ ଥିଲା ?
(A) ସିଆଟୋ
(B) ୱାର୍‌ସ ଚୁକ୍ତି
(C) ନାଟୋ
(D) ବାଗ୍‌ଦାଦ୍ ଚୁକ୍ତି
Answer:
(A) ସିଆଟୋ

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Question 20.
କେବେ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନର ପରିସମାପ୍ତି ଘଟିଥିଲା ?
(A) ୧୯୭୦
(B) ୧୯୭୨
(C) ୧୯୭୫
(D) ୧୯୭୬
Answer:
(C) ୧୯୭୫

Question 21.
୧୯୫୫ ମସିହାରେ ଇରାକ୍ ର ରାଜଧାନୀ ବାଗ୍‌ଦାରେ କେଉଁ ଚୁକ୍ତି ସାକ୍ଷରିତ ହୋଇଥିଲା ?
(A) ୱାର୍‌ସ ଚୁକ୍ତି
(B) ବାଦ୍ ଚୁକ୍ତି
(C) ଲଣ୍ଡନ ଚୁକ୍ତି
(D) ନାଟୋ
Answer:
(B) ବାଦ୍ ଚୁକ୍ତି

Question 22.
କେଉଁ ଦେଶ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନର ସଭ୍ୟ ନୁହେଁ ?
(A) ଆଇସ୍‌ଲାଣ୍ଡ
(B) ନରୱେ
(C) ପର୍ତ୍ତୁଗାଲ
(D) ନେଦରଲାଣ୍ଡ
Answer:
(D) ନେଦରଲାଣ୍ଡ

Question 23.
କେଉଁ ଦେଶ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନର ସଭ୍ୟ ନୁହେଁ ?
(A) ସୋଭିଏତ୍ ରୁଷ୍
(B) ଫ୍ରାନ୍ସ
(C) ବ୍ରିଟେନ୍
(D) ଅଷ୍ଟ୍ରେଲିଆ
Answer:
(A) ସୋଭିଏତ୍ ରୁଷ୍

Question 24.
ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନରେ କେତେଜଣ ସଭ୍ୟ ଥିଲେ ?
(A) ୬ ଜଣ
(B) ୮ ଜଣ
(C) ୧୦ ଜଣ
(D) ୧୨ ଜଣ
Answer:
(B) ୮ ଜଣ

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Question 25.
ୱାର୍‌ସ ଚୁକ୍ତିରେ କେତୋଟି ରାଷ୍ଟ୍ର ଯୋଗ ଦେଇଥିଲେ ?
(A) ୮ଟି
(B) ୧୫ଟି
(C) ୧୬ଟି
(D) ୧୮ଟି
Answer:
(A) ୮ଟି

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

Odisha State Board BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା Important Questions and Answers.

BSE Odisha Class 9 History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

୧। ମୁସଲମାନ ଶାସନ ସମୟରେ ଭାରତୀୟ ସାହିତ୍ୟର ଗୁରୁତ୍ଵପୂର୍ଣ୍ଣ ଅଂଶ ବହନ କରିଥିବା କୃତିତ୍ରମାନ ଉଲ୍ଲେଖ କର ।
Answer:
ମୁସଲମାନ ଶାସନ ସମୟରେ ଭାରତୀୟ ସାହିତ୍ୟ କ୍ଷେତ୍ରରେ ଯଥେଷ୍ଟ ବିକାଶ ସାଧ୍ୟ ହୋଇଥିଲା । ସେଗୁଡିକ ହେଲା

  • ଦିଲ୍ଲୀରେ ସୁଲ୍‌ତାନୀ ଶାସନ ସମୟରେ ବିଶିଷ୍ଟ କବି ଓ ଗାଳ୍ପିକ ଅମୀର ଖୁସ୍‌ଙ୍କଦ୍ଵାରା ରଚିତ ‘ଖାର୍ଗେ-ଉଲ୍-ଜୁଟୁବ୍’ ଓ ‘ତାରିଖ-ଇ- ଆଲାଇ’ ଇସଲାମୀୟ ସାହିତ୍ୟର ଏକ ମାଇଲ୍‌ଖୁଣ୍ଟ ସଦୃଶ ।
  • ଜିଆଉଦ୍ଦିନ୍ ବରାନୀଙ୍କ ରଚିତ ‘ଦ୍ୱାରିଖ୍-ଇ- ଫିରୋଜସାହୀ’ ଓ ମିହାଜ-ଉସ୍ ସିରାଜଙ୍କ ରଚିତ ‘ତବାକତ୍-ଇ-ନସିରୀ’ ଭାରତୀୟ ସାହିତ୍ୟର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ।
  • ମୋଗଲ ଶାସନ ସମୟରେ ଆବୁ ଲ ଫାଜଲ ଙ୍କ ଦ୍ଵାରା ଲିଖ୍ ‘ଆଇନ୍-ଇ- ଆକ୍‌ରୀ’ ଓ ‘ଆକ୍‌ବରନାମା’, ନିଜାମୁଦ୍ଦିନ୍ ଅହମ୍ମଦଙ୍କ ‘ତବାକତ୍-ଇ-ଆକ୍‌ବରୀ’ ଏବଂ ବାବର ଓ ଜାହାଙ୍ଗୀରଙ୍କ ‘ଆତ୍ମ ତି’ ରଚନା ଭାରତୀୟ ସାହିତ୍ୟକ ବିଶିଷ୍ଟ ଅବଦାନ ।
  • ସେ ସମୟରେ କବି, ପ୍ରାବନ୍ଧିକ, ସମାଲୋଚକ ଓ ଐତିହାସିକ ଭାବେ ଆବୁଲ୍ ଫାଜଲ ପାରସୀ ଭାଷାର ସବୁଠାରୁ ଶ୍ରେଷ୍ଠ ଲେଖକ ଥିଲେ ।
  • ମୋଟାମୋଟି ଭାବରେ ଦେଖିବାକୁ ଗଲେ ସେ ସମୟର ଇସଲାମୀୟ ସାହିତ୍ୟ ଭାରତୀୟ ସାହିତ୍ୟକୁ ଋଦ୍ଧିମନ୍ତ କରିଛି ।

୨। ଜ୍ୟୋତି ବିଜ୍ଞାନ କ୍ଷେତ୍ରରେ ଆର୍ଯ୍ୟଭଟ୍ଟ ଓ ବରାହମିହିରଙ୍କର ଅବଦାନ କ’ଣ ଥିଲା ?
Answer:

  • ଗୁପ୍ତଯୁଗରେ ଆର୍ଯ୍ୟଭଟ୍ଟ ତାଙ୍କ ପୁସ୍ତକ ସର୍ଯ୍ୟସିଦ୍ଧାନ୍ତ’ରେ ପଥବୀର ଆକାର ଗୋଲ ଓ ଏହା ନିଜର ଅକ୍ଷ ଚାରିପଟେ ଘୂର୍ଣ୍ଣନ କରେ ବୋଲି ବର୍ଣ୍ଣନା କରିଛନ୍ତି ।
  • ସେ ନିଜ ରଚିତ ପୁସ୍ତକ ‘ଆର୍ଯ୍ୟଭଙ୍ଗୀୟମ୍’ରେ ପୃଥ‌ିବୀ ସୂର୍ଯ୍ୟ ଚାରିପଟେ ଘୁରେ ବୋଲି ମତବ୍ୟକ୍ତ କରିଛନ୍ତି ।
  • ବରାହମିହିର ତାଙ୍କ ପୁସ୍ତକ ‘ବୃହତ୍ ସିଂହିତା’ରେ ସର୍ଯ୍ୟୋପରାଗ ଓ ଚନ୍ଦ୍ରଗହଣର ବୈଜ୍ଞାନିକ କାରଣ ଦର୍ଶାଇଛନ୍ତି ।
  • ସେ ତାଙ୍କ ପୁସ୍ତକ ‘ପଞ୍ଚ ସିଦ୍ଧାନ୍ତିକା’ରେ ଜ୍ୟୋତିର୍ବିଜ୍ଞାନର ପାଞ୍ଚଟି ଭିନ୍ନ ଭିନ୍ନ ମତବାଦ ବର୍ଣ୍ଣନା କରିଛନ୍ତି ।
  • ଏହିପରିଭାବେ ଆର୍ଯ୍ୟଭଟ୍ଟ ଓ ବରାହମିହିର ଭାରତୀୟ ମାନଙ୍କ ଜ୍ୟୋତିର୍ବିଜ୍ଞାନ ସମ୍ବଦ୍ଧରେ ଅନେକ ନୂତନ ତଥ୍ୟ ପ୍ରଦାନ କରିଥିଲେ ।

୩ । ଚିକିତ୍ସା ବିଜ୍ଞାନକୁ ଭାରତୀୟମାନଙ୍କ ଅବଦାନ କ’ଣ ଥିଲା ?
Answer:

  • ସିନ୍ଧୁ ସଭ୍ୟତାର ଖନନରୁ ଆବିଷ୍କୃତ ହୋଇଥ‌ିବା ସାମୁଦ୍ରିକ ଜୀବର ହାଡ଼, ମୃଗର ଶିଙ୍ଗ ତଥା ପ୍ରବାଳ ଓ ନିମଗଛର ପତ୍ର ସେ ସମୟର ଚିକିତ୍ସା ବିଜ୍ଞାନର ସୂଚନା ଦେଇଥାଏ ।
  • ଅଥର୍ବ ବେଦରୁ ଭାରତର ଚିକିତ୍ସା ବିଜ୍ଞାନ ସମ୍ପର୍କରେ ଅନେକ ତଥ୍ୟ ମିଳେ । ଧନ୍ବନ୍ତରୀଙ୍କୁ ଚିକିତ୍ସା ଶାସ୍ତ୍ରର ଐଶ୍ଵରିକ ଶକ୍ତି ଭାବେ ବିବେଚନା କରାଯାଉଥିଲା ।
  • ବୌଦ୍ଧ ଜାତକ ଅନୁଯାୟୀ ବୁଦ୍ଧଙ୍କ ସମୟରେ ଆତ୍ରେୟ ନାମକ ଜଣେ ଚିକିତ୍ସକ ତକ୍ଷଶିଳାରେ ଚିକିତ୍ସାବିଜ୍ଞାନ ଶିକ୍ଷା ଦେଉଥିଲେ । ମୌର୍ଯ୍ୟଯୁଗରେ କେତେକ ଚିକିତ୍ସାଳୟ ସ୍ଥାପିତ ହୋଇଥିଲା ।
  • ଚିକିତ୍ସା କ୍ଷେତ୍ରରେ ଚରକ ଓ ଶୁଶ୍ରୁତ ଯଥାକ୍ରମେ ‘ଚରକ ସଂହିତା’ ଓ ‘ଶୁଶ୍ରୁତ ସଂହିତା’ ନାମକ ଚିକିତ୍ସାବିଜ୍ଞାନ ସମ୍ବନ୍ଧୀୟ ପୁସ୍ତକ ରଚନା କରିଥିଲେ । ଚରକ କାମଳ ରୋଗର ନିଦାନ ଓ ଚିକିସା ସମର୍କରେ ସୂଚନା ଦେଇଥିଲାବେଳେ ଶରୀର ଗଠନ ବିଦ୍ୟା ପାଇଁ ଶୁଶ୍ରୁତ ଶଲ୍ୟ ଚିକିତ୍ସାକୁ ଗୁରୁତ୍ଵ ଦେଇଥିଲେ ।
  • ଗୁପ୍ତଯୁଗରେ ଲୋକମାନଙ୍କର ବସନ୍ତରୋଗର ଟୀକା ଏବଂ ଶଲ୍ୟ ଚିକିତ୍ସା ସମ୍ପର୍କରେ ଜ୍ଞାନ ଥ‌ିବାର ଜଣାଯାଏ । ସେ ସମୟରେ ଭଗବତଙ୍କ ଲିଖିତ ‘ଅଷ୍ଟାଙ୍ଗ ସଂଗ୍ରହ’ ଚିକିତ୍ସା ଶାସ୍ତ୍ରରେ ବିଭିନ୍ନ ରୋଗର ନିରାକରଣ ଓ ନିରାମୟ ଜୀବନଯାପନ ପାଇଁ ଯୋଗବିଦ୍ୟା ସମ୍ପର୍କରେ ଉଲ୍ଲେଖ ଅଛି ।

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେଉଁଥରୁ ଭାରତରେ ମୂର୍ତ୍ତିକଳା ଥିବାର ସୂଚନା ମିଳିଥାଏ ?
Answer:
ସିନ୍ଧୁ ସଭ୍ୟତାର ପ୍ରସ୍ତର ପ୍ରତିମା, ମୋହର ଉପରେ ଜୀବଜନ୍ତୁ ମାନଙ୍କ ପ୍ରତିକୃତି, ପଥରରେ ଖୋଦିତ ନିଶଦାଢ଼ି ସହ ପୁରୁଷ ପ୍ରତିମା ତଥା ବ୍ରୋଞ୍ଜ ନିର୍ମିତ ନର୍ତ୍ତକୀ ମୂର୍ତ୍ତି ଭାରତରେ ମୂର୍ତ୍ତିକଳାର ସୂଚନା ପ୍ରଦାନ କରିଥାଏ ।

୨। କେଉଁ କେଉଁ ମୂର୍ତ୍ତିରୁ ମୌର୍ଯ୍ୟ ଯୁଗର ଦେଶୀୟ କଳାର ଶୈଳୀ ଜଣାପଡ଼ିଥାଏ ?
Answer:
ବିହାର, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର କେତେକ ସ୍ଥାନରୁ ଆବିଷ୍କୃତ ଯକ୍ଷ ମୂର୍ତ୍ତି ଓ ଜୈନ ତୀର୍ଥଙ୍କର ମୂର୍ତ୍ତିରୁ ମୌର୍ଯ୍ୟ ଯୁଗର ଦେଶୀୟ କଳାର ଶୈଳୀ ଜଣାପଡିଥାଏ ।

୩ । ଦିଲ୍ଲୀର ସୁଲତାନୀ ଶାସନ ସମୟରେ ରଚିତ ଦୁଇଟି ଗ୍ରନ୍ଥର ନାମ ଲେଖ ।
Answer:
ଦିଲ୍ଲୀର ସୁଲତାନୀ ଶାସନ ସମୟରେ ରଚିତ ଦୁଇଟି ଗ୍ରନ୍ଥର ନାମ ହେଲା

  • ଜିଆଉଦ୍ଦିନ୍ ବରାନୀଙ୍କ ରଚିତ ତାରିଖ-ଇ- ଫିରୋଜସାହୀ ।
  • ମିନ୍‌ହାଜ୍ ଉସ୍-ସିରାଜଙ୍କ ରଚିତ ତବାକତ୍- ଇ-ନସିରୀ ।

୪। ଅମୀର ଖୁସ୍‌ କିଏ ? ସେ କ’ଣ କରିଥିଲେ ?
Answer:

  • ଅମୀର ଖୁସ୍‌ରୋ ସୁଲତାନୀୟ ଶାସନ ସମୟରେ ଜଣେ ପ୍ରସିଦ୍ଧ ସଙ୍ଗୀତଜ୍ଞ ଥିଲେ ।
  • ସେ ଭାରତୀୟ ସ୍ବରରେ ତାଙ୍କର କବିତାଗୁଡ଼ିକ ଆବଭି କରିଥିଲେ ଏବଂ ଦୁଇଟି ନୂତନ ସଂଗୀତ ଶୈଳୀ କୱାଲି ଓ ଖେୟାଲ୍ ସୃଷ୍ଟି କରିଥିଲେ ।

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

୫। ସଙ୍ଗୀତ ଜଗତରେ ମୁସଲମାନମାନେ ହିନ୍ଦୁମାନଙ୍କଠାରୁ କ’ଣ ଗ୍ରହଣ କରିଥିଲେ ଏବଂ କେଉଁ ବାଦ୍ୟଯନ୍ତ୍ରର ପ୍ରଚଳନ କରିଥିଲେ ?
Answer:

  • ସଙ୍ଗୀତ ଜଗତରେ ମୁ ସଲ ମାନ ମାନେ ହିନ୍ଦୁମାନଙ୍କ ବାଦ୍ୟଯନ୍ତ୍ର ଓ ଧ୍ରୁପଦ ରାଗକୁ ଗ୍ରହଣ କରିଥିଲେ ।
  • ସେମାନେ ଦୁଇଟି ବାଦ୍ୟଯନ୍ତ୍ର ସୀତାର ଓ ତବଲା ପ୍ରଚଳନ କରିଥିଲେ ।

୬। ଆକବର ତାଙ୍କ ଦରବାରକୁ କେଉଁ କେଉଁ ସଙ୍ଗୀତଜ୍ଞମାନଙ୍କୁ ନିମନ୍ତ୍ରଣ କରିଥିଲେ ।
Answer:
ଆକବର ତାଙ୍କ ଦରବାରକୁ ଗ୍ବାଲିୟରର ମିଆଁ ତାନ୍‌ସେନ୍ ଓ ମାଓ୍ବାର ବାଜ ବାହାଦୁର ନାମକ ଦୁଇଜଣ ସଙ୍ଗୀତଜ୍ଞଙ୍କୁ ନିମନ୍ତ୍ରଣ କରିଥିଲେ ।

୭। ଆକବରଙ୍କ ସମୟରେ ସଙ୍ଗୀତର କେଉଁ ନୂତନ ରାଗର ସୃଷ୍ଟି ହୋଇଥିଲା ଓ କାହିଁକି ?
Answer:

  • ଆକବରଙ୍କ ସଙ୍ଗୀତ କଳା ପ୍ରତି ଅକୁଣ୍ଠ ସମର୍ଥନ ରହିଥିଲା ।
  • ତେଣୁ ତାଙ୍କ ସମୟରେ ତରାନା, ତୁମ୍ରୀ, ଗଜଲ ଭଳି ନୂତନ ରାଗର ସୃଷ୍ଟି ହୋଇଥିଲା ।

୮। ଭାରତରେ ବ୍ୟବହୃତ ହେଉଥ‌ିବା କେତେକ ବାଦ୍ୟଯନ୍ତ୍ରର ନାମ ଲେଖ ।
Answer:

  • ଭାରତରେ ବ୍ୟବହୃତ ହେଉଥ‌ିବା କେତେକ ମଧ୍ୟରେ ମାଠିଆ ବାଜା, ମୃଦଙ୍ଗ, ତବଲା, ନାଦସ୍ଵରମ୍, ଶାହାନାଇ, ବଂଶୀ, ସନ୍ତୁର ବା ଶତତନ୍ତ୍ରୀ ବୀଣା, ସାରଙ୍ଗୀ, ସୀତାର ଓ ବୀଣା ଆଦି ପ୍ରଧାନ ଅଟେ ।
  • ଏତଦ୍‌ବ୍ୟତୀତ ବିଭିନ୍ନ ଅଞ୍ଚଳରେ ଦେଶୀୟ ବା ସ୍ଥାନୀୟ ବାଦ୍ୟଯନ୍ତ୍ର ବ୍ୟବହାର ହୋଇଥାଏ ।

୯। ଭାରତର ପ୍ରମୁଖ ଶାସ୍ତ୍ରୀୟ ନୃତ୍ୟର ନାମ ଲେଖ ।
Answer:
ତାମିଲନାଡୁର ଭାରତନାଟ୍ୟମ୍, ଉତ୍ତରପ୍ରଦେଶର କଥକ, କେରଳର କଥାକଲି ଓ ମୋହିନିୟାତ୍ତମ୍, ଆନ୍ଧ୍ରପ୍ରଦେଶର କୁଚିପୁଡ଼ି, ମଣିପୁରର ମଣିପୁରୀ ଏବଂ ଓଡ଼ିଶାର ଓଡ଼ିଶୀ ନୃତ୍ୟ ଭାରତର ପ୍ରମୁଖ ଶାସ୍ତ୍ରୀୟ ନୃତ୍ୟ ମଧ୍ୟରେ ଅନ୍ୟତମ ।

୧୦। ଭାରତରେ ପ୍ରଚଳିତ କେତୋଟି ଆଞ୍ଚଳିକ ନୃତ୍ୟର ନାମ ଲେଖ ।
Answer:
ଭାରତରେ ପ୍ରଚଳିତ ଆଞ୍ଚଳିକ ଓ ଲୋକନୃତ୍ୟ ମଧ୍ୟରେ କେତେକ ଜନପ୍ରିୟ ନୃତ୍ୟ ହେଉଛି ଆସାମର ବିହୁ, ଗୁଜରାଟର ଦାଣ୍ଡିଆ, ମହାରାଷ୍ଟ୍ରର ଲୱଣୀ, ମିଜୋରାମ୍‌ର ବାଉଁଶ ନୃତ୍ୟ, ନାଗାଲାଣ୍ଡର ନାଗା ନୃତ୍ୟ, ଓଡ଼ିଶାର ଡାଲଖାଇ, ଘୁମ୍ରା ଓ ରଣପା, ପଞ୍ଜାବର ଭାଙ୍ଗୁଡ଼ା, ରାଜସ୍ଥାନର ଘୁମର, ସିକିମ୍ର ଲେପ୍‌, ତାମିଲନାଡୁର କୋଲାଭମ୍ ଓ ତ୍ରିପୁରାର ବାଉଁଶ ନୃତ୍ୟ ।

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

୧୧। ଗଣିତ ବିଦ୍ୟାକୁ ଆର୍ଯ୍ୟଭଟ୍ଟଙ୍କର କି ଅବଦାନ ରହିଛି ?
Answer:

  • ଆର୍ଯ୍ୟଭଟ୍ଟ ତାଙ୍କ ପୁସ୍ତକ ‘ ଆର୍ଯ୍ୟଭଙ୍ଗୀୟମ୍’ରେ ବର୍ଗମୂଳ, ଘନମୂଳ, ସମକୋଣୀ ତ୍ରିଭୁଜର ସୂକ୍ଷ୍ମକୋଣର ବିପରୀତ ବାହୁ ଓ କର୍ପୂର ଅନୁପାତ ଏବଂ ବୀଜଗଣିତର କେତେକ ସରଳ ଚିହ୍ନଟୀକରଣ ବିଷୟରେ ଉଲ୍ଲେଖ କରିଛନ୍ତି ।
  • ସେ ଶୂନ୍ୟର ବ୍ୟବହାର ସମ୍ପର୍କରେ ଅଧିକ ସ୍ପଷ୍ଟ ଭାବରେ ବୁଝାଇଛନ୍ତି ।

୧୨। ବରାହମିହିର କାହିଁକି ପ୍ରସିଦ୍ଧି ଲାଭ କରିଛନ୍ତି ?
Answer:

  • ବରାହମିହିର ତାଙ୍କ ପୁସ୍ତକ ବୃହତ୍ ସଂହିତା’ରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣର ବୈଜ୍ଞାନିକ କାରଣ ଦର୍ଶାଇଛନ୍ତି ।
  • ସେ ତାଙ୍କ ପୁସ୍ତକ ‘ପଞ୍ଚ ସିଦ୍ଧାନ୍ତିକା’ରେ ଜ୍ୟୋତିର୍ବିଜ୍ଞାନର ପାଞ୍ଚଟି ଭିନ୍ନ ଭିନ୍ନ ମତବାଦ ବର୍ଣ୍ଣନା କରି ପ୍ରସିଦ୍ଧି ଲାଭ କରିଛନ୍ତି ।

୧୩। ଆଫଗାନିସ୍ତାନରେ ଅଶୋକ କେତେଗୋଟି ସ୍ତୂପ ନିର୍ମାଣ କରିଥିଲେ । ସେଗୁଡ଼ିକ ମଧ୍ୟରେ ସ୍ତୂପ ସବୁଠାରୁ ବେଶି ପ୍ରସିଦ୍ଧି ଲାଭ କରିଛି ?
Answer:

  • ଆଫଗାନିସ୍ତାନରେ ଅଶୋକ ୮୪୦୦୦ସ୍ତୂପ ନିର୍ମାଣ କରିଥିଲେ ।
  • ସେଗୁଡ଼ିକ ମଧ୍ୟରେ ସାଞ୍ଚ୍ ସ୍ତୂପ ସବୁଠାରୁ ବେଶି ପ୍ରସିଦ୍ଧି ଲାଭ କରିଛି ।

୧୪। ଜୟଦେବ ଓ କଲ୍‌ଣ ସେମାନଙ୍କର କେଉଁ କୃତି ପାଇଁ ପ୍ରସିଦ୍ଧ ?
Answer:
ଜୟଦେବ ନିଜ ସାହିତ୍ୟକୃତି ‘ଗୀତଗୋବିନ୍ଦ’ ପାଇଁ ପ୍ରସିଦ୍ଧ ହୋଇଥ‌ିବାବେଳେ କଲ୍ହଣ କାଶ୍ମୀର ଇତିହାସ ସମ୍ପର୍କରେ ଲିଖ୍ ନିଜ ସାହିତ୍ୟକୃତି ‘ରାଜତରଙ୍ଗିଣୀ’ ପାଇଁ ପ୍ରସିଦ୍ଧ ।

୧୫। ମୋଗଲ ଯୁଗରେ ନିର୍ମିତ ଉଦ୍ୟାନର ନାମ ଲେଖ ?
Answer:
ମୋଗଲ ଯୁଗରେ ନିର୍ମିତ ଉଦ୍ୟାନର ନାମ ଲେଖ –

  • କାଶ୍ମୀରର ସାଲିମାର୍ ଓ ନିଶାତ୍ ଉଦ୍ୟାନ
  • ପାନିପଥଠାରେ କାବୁଲ୍‌ବାଗ୍ ବା କାବୁଲ୍ ଉଦ୍ୟାନ ।

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

୧୬। ଜୋରାଷ୍ଟୋରିଆନ୍‌ମାନଙ୍କର ମନ୍ଦିର ଭାରତର କେଉଁ ଅଞ୍ଚଳରେ ଅବସ୍ଥିତ ? ଏମାନେ କାହାକୁ ପୂଜା କରନ୍ତି ?
Answer:

  • ଜୋରାଷ୍ଟୋରିଆନ୍‌ମାନଙ୍କର ମନ୍ଦିର ଭାରତର ମୁମ୍ବାଇ, ସୁରତ ଓ ନକସାରିଠାରେ ଦେଖାଯାଏ ।
  • ଏମାନେ ଅଗ୍ନିଙ୍କୁ ପୂଜା କରିଥା’ନ୍ତି ।

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଏକଲିଙ୍ଗ ମନ୍ଦିର କେଉଁଠାରେ ଅବସ୍ଥିତ ?
Answer:
ଏକଲିଙ୍ଗ ମନ୍ଦିର ଉଦୟପୁର ନିକଟରେ ଅବସ୍ଥିତ ।

୨। ମାଉଣ୍ଟ ଆବୁରେ ଜୈନ ମନ୍ଦିରଗୁଡ଼ିକ ଦେଖିବାକୁ ମିଳେ ?
Answer:
ମାଉଣ୍ଟ ଆବୁରେ ଜୈନ ମନ୍ଦିରଗୁଡ଼ିକ ଦେଖିବାକୁ ମିଳେ ।

୩। ଉତ୍ତର ଭାରତରେ ମନ୍ଦିରଗୁଡ଼ିକ କେଉଁ ଶୈଳୀରେ ନିର୍ମିତ ହୋଇଥିଲା ?
Answer:
ଉତ୍ତର ଭାରତରେ ମନ୍ଦିରଗୁଡ଼ିକ ଇଣ୍ଡୋ-ଆରିଆନ୍ ବା ନାଗର ଶୈଳୀରେ ନିର୍ମିତ ହୋଇଥିଲା ।

୪। ଶାଶୁ-ବୋହୂ ମନ୍ଦିର କେଉଁଠାରେ ଦେଖିବାକୁ ଉ ମିଳେ ?
Answer:
ଗ୍ବାଲିଅରରେ ଶାଶୁ-ବୋହୂ ମନ୍ଦିର ଦେଖିବାକୁ ମିଳେ ।

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

୫। ଇଣ୍ଡୋ-ଆରିଆନ୍ ଶୈଳୀରେ ନିର୍ମିତ କେତୋଟି ମନ୍ଦିରର ନାମ ଲେଖ ।
Answer:
ମଧ୍ୟପ୍ରଦେଶର ଭିଦିଶା ନିକଟରେ ଉଦୟପୁରର ନେମାଭରଠାରେ ଥ‌ିବା ଶିବ ମନ୍ଦିର, ଗ୍ବାଲିଅର୍‌ରେ ଥ‌ିବା ଶାଶୁ-ବୋହୂ ମନ୍ଦିର ଇଣ୍ଡୋ-ଆରିଆନ୍ ଶୈଳୀରେ ନିର୍ମିତ ହୋଇଥିଲା ।

୬। ଇଣ୍ଡୋ-ଇସ୍‌ଲାମୀୟ ସ୍ଥାପତ୍ୟ ଶୈଳୀର ଉଦ୍ଭବ କିପରି ହୋଇଥିଲା ?
Answer:
ଭାରତକୁ ମୁସଲମାନମାନଙ୍କ ଆଗମନ ପରେ ଇସ୍‌ଲାମୀୟ ବିଦେଶୀ କଳାର ହିନ୍ଦୁ ଦେଶୀୟ କଳା ସହିତ ମିଶ୍ରଣ ହେବା ଫଳରେ ଇଣ୍ଡୋ-ଇସ୍‌ଲାମୀୟ ସ୍ଥାପତ୍ୟ ଶୈଳୀର ଉଦ୍ଭବ ହୋଇଥିଲା ।

୭। କୁତବ୍‌ମିନାର କେଉଁଠାରେ ଅବସ୍ଥିତ ?
Answer:
କୁତବ୍‌ମିନାର ଦିଲ୍ଲୀଠାରେ ଅବସ୍ଥିତ ।

୮। ଜିଲ୍ଲା-ଇ-କୁହନା ମସ୍‌ଜିଦ୍‌ କେଉଁଠାରେ ଅବସ୍ଥିତ ?
Answer:
ଦିଲ୍ଲୀର ଇନ୍ଦ୍ରପସ୍ଥଠାରେ ଥ‌ିବା ପୁରୁଣା କିଲ୍ଲାର ପରିସର ମଧ୍ୟରେ ଜିଲ୍ଲା-ଇ-କୁହନା ମସ୍‌ଜିଦ୍ ଅବସ୍ଥିତ ।

୯। ଆଲ୍ଲାଉଦ୍ଦିନ୍‌ଙ୍କ ସମୟର ଦୁଇଟି ପ୍ରସିଦ୍ଧ ସ୍ଥାପତ୍ୟର ନାମ ଲେଖ ।
Answer:
ଆଲ୍ଲାଉଦ୍ଦିନ୍‌ଙ୍କ ସମୟର ଦୁଇଟି ପ୍ରସିଦ୍ଧ ସ୍ଥାପତ୍ୟର ନାମ ହେଲା କୁତର୍‌ମିନାର ନିକଟରେ ନିର୍ମିତ ଅଲାଇ ଦରୱାଜା ଏବଂ ହଉଜ୍-ଇ-ଖାସ୍ ।

୧୦। ଭିଥଳ ମନ୍ଦିର କିଏ ନିର୍ମାଣ କରିଥିଲେ ?
Answer:
ବିଜୟନଗର ସାମ୍ରାଜ୍ୟର ସମ୍ରାଟ କୃଷ୍ଣଦେବ ରାୟ ଭିଥଳ ମନ୍ଦିର ନିର୍ମାଣ କରିଥିଲେ ।

୧୧। ଭାରତର କେଉଁ ଅଞ୍ଚଳରେ କାଷ୍ଠ ଖୋଦେଇ ଗୀର୍ଜା ଦେଖାଯାଏ ?
Answer:
ଭାରତର ଗୋଆର ବିଭିନ୍ନ ଅଞ୍ଚଳରେ କାଷ୍ଠ ଖୋଦେଇ କାରୁକାର୍ଯ୍ୟରେ ସଜ୍ଜିତ ଗୀର୍ଜା ଦେଖାଯାଏ ।

୧୨। ଭାରତରେ ଜ୍ୟୋତିର୍ବିଜ୍ଞାନ ସମ୍ପର୍କରେ ପ୍ରଥମ ମତ କାହାଦ୍ଵାରା କେଉଁଥ‌ିରେ ଉପସ୍ଥାପିତ ହୋଇଛି ?
Answer:
ଭାରତରେ ଜ୍ୟୋତିର୍ବିଜ୍ଞାନ ସମ୍ପର୍କରେ ପ୍ରଥମ ମତ ‘ଲଗଧଙ୍କଦୃାରା ଜ୍ୟୋତିଷ ବେଦାଙ୍ଗ’ ରେ ଉପପ୍ଥାପିତ ହୋଇଛି।

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

୧୩। ‘ସିଦ୍ଧାନ୍ତ ଦର୍ପଣ’ କିଏ ଲେଖିଥିଲେ ?
Answer:
ଓଡ଼ିଶାର ସାମନ୍ତ ଚନ୍ଦ୍ରଶେଖର ‘ସିଦ୍ଧାନ୍ତ ଦର୍ପଣ’ ଲେଖିଥିଲେ ।

୧୪। ପୋଚମପଲ୍ଲୀ ଶାଢ଼ି ପାଇଁ କେଉଁ ରାଜ୍ୟ ପ୍ରସିଦ୍ଧ ?
Answer:
ପୋଚମପଲ୍ଲୀ ଶାଢ଼ି ପାଇଁ ଆଷୁପୁଦେଶ ପ୍ରସିଦ୍ଧ ।

୧୫। ଖଜୁରାହୋ ମନ୍ଦରି କେଉଁ ପ୍ରଦେଶରେ ଅବସ୍ଥିତ ?
Answer:
ଖଜୁରାହୋ ମନ୍ଦରି ମଧ୍ୟପ୍ରଦେଶରେ ଅବସ୍ଥିତ ।

୧୬। ଟସର ସିଲ୍କ ଶାଢ଼ି ପାଇଁ କେଉଁ ରାଜ୍ୟ ପ୍ରସିଦ୍ଧ ?
Answer:
ଟସର ସିଲ୍କ ଶାଢ଼ି ପାଇଁ ଝାଡ଼ଖଣ୍ଡ ପ୍ରସିଦ୍ଧ ।

୧୭। ମୁଙ୍ଗା ସିଲ୍କ ଶାଢ଼ି ପାଇଁ କେଉଁ ରାଜ୍ୟ ଭାରତରେ ଖ୍ୟାତିଲାଭ କରିଛି ।
Answer:
ଆସାମ ମୁଙ୍ଗା ସିଲ୍କ ଶାଢ଼ି ପାଇଁ ଭାରତରେ ଖ୍ୟାତିଲାଭ କରିଛି ।

୧୮। ଭାରତର କେଉଁ ଅଞ୍ଚଳରେ ନଡ଼ିଆ ଷଢ଼େଇରେ ବିଭିନ୍ନ ବ୍ୟବହାର ଉପଯୋଗୀ ଜିନିଷମାନ ନିର୍ମିତ ହୋଇଥାଏ ?
Answer:
ଭାରତର କେରଳରେ ନଡ଼ିଆ ଷଢ଼େଇରେ ବିଭିନ୍ନ ବ୍ୟବହାର ଉପଯୋଗୀ ଜିନିଷମାନ ନିର୍ମିତ ହୋଇଥାଏ ।

୧୯। ପଶ୍ଚିମିନା ସାଲ୍ ପାଇଁ କେଉଁ ରାଜ୍ୟ ବିଖ୍ୟାତ ?
Answer:
ପଶ୍ଚିମିନା ସାଲ୍ ପାଇଁ ଜାମ୍ମୁ-କାଶ୍ମୀର ରାଜ୍ୟ ବିଖ୍ୟାତ ।

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। ତାଞ୍ଜାଭୁରଠାରେ ବୃହଦୀଶ୍ଵର ମନ୍ଦିର କେଉଁ ସମ୍ରାଟ ନିର୍ମାଣ କରିଥିଲେ ?
Answer:
ରାଜରାଜ ଚୋଳ

୨। ଏଲୋରାର କେଉଁ ମନ୍ଦିର ରାଷ୍ଟ୍ରକୂଟ ସମୟର ବିସ୍ମୟକର କଳାର ନିଦର୍ଶନ ?
Answer:
କୈଳାସ ମନ୍ଦିର

୩। ରାଜପୁତ୍ରମାନଙ୍କ ସମୟରେ ରାଜସ୍ଥାନର କେଉଁ ସ୍ଥାନରେ ଏକ-ଲିଙ୍ଗ ମନ୍ଦିର ନିର୍ମିତ ହୋଇଥିଲା ?
Answer:
ଉଦୟପୁର

୪। ତାଞ୍ଜାଭୁରଠାରେ ଅବସ୍ଥିତ କେଉଁ ମନ୍ଦିର କାନ୍ଥରେ ଚୋଳ ରାଜତ୍ଵ ସମୟର ଚିତ୍ରକଳା ଆବିଷ୍କୃତ ହୋଇଛି ?
Answer:
ରାଜରାଜେଶ୍ଵର ମନ୍ଦିର

୫। ମୋଗଲ ଚିତ୍ରକଳାର ସୁବର୍ଣ୍ଣଯୁଗ ବୋଲି କୁହାଯାଏ ?
Answer:
ଜାହାଙ୍ଗୀର

୬। କେଉଁ ସ୍ଥାନ ରାଜପୁତ୍ ଚିତ୍ରକଳାର କେନ୍ଦ୍ର ସ୍ଥଳୀ ଲେଖିଥିଲେ ।
Answer:
ଜୟପୁର

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

୭। ପଞ୍ଜାବ-ହିମାଳୟ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିବା ଚିତ୍ରକଳାର ଶୈଳୀକୁ କ’ଣ କୁହାଗଲା ?
Answer:
କାଙ୍ଗ୍ରା ଶୈଳୀ

୮। ତାନ୍‌ସେନ୍ ଓ ବାଜ୍ ବାହାଦୂର କେଉଁ ମୋଗଲ ସମ୍ରାଟଙ୍କ ସଭା ମଣ୍ଡନ କରିଥିଲେ ?
Answer:
ଆକବର

୯। କେଉଁ ରାଜ୍ୟରୁ ‘କଥାକଲି’ ଶାସ୍ତ୍ରୀୟ ନୃତ୍ୟ ସୃଷ୍ଟି ହୋଇଛି ?
Answer:
କେରଳ

୧୦। ‘କୁଚିପୁଡ଼ି’ କେଉଁ ରାଜ୍ୟର ଏକ ଶାସ୍ତ୍ରୀୟ ନୃତ୍ୟ ଅଟେ ?
Answer:
ଆନ୍ଧ୍ରପ୍ରଦେଶ

୧୧। ‘ଲୱଣୀ’ କେଉଁ ରାଜ୍ୟର ଏକ ଲୋକନୃତ୍ୟ ?
Answer:
ମହାରାଷ୍ଟ୍ର

୧୨। କନିଷ୍କଙ୍କଦ୍ୱାରା ନିର୍ମିତ ଓ ସମଗ୍ର ଏସିଆରେ ପ୍ରସିଦ୍ଧ ଲାଭ କରିଥିବା ଉଚ୍ଚ ଗମ୍ବୁଜ କେଉଁଠାରେ ଅବସ୍ଥିତ ?
Answer:
ପୁରୁ ଷପୁର

୧୩। ଗୁପ୍ତଯୁଗରେ ନିର୍ମିତ ଉତ୍ତର ପ୍ରଦେଶର ଦେଓଗଡ଼ଠାରେ ଥ‌ିବା ପ୍ରସିଦ୍ଧ ମନ୍ଦିରର ନାମ କ’ଣ ?
Answer:
ଦଶାବତାର ମନ୍ଦିର

୧୪। କାଶ୍ମୀର ମନ୍ଦିର ସ୍ଥାପତ୍ୟ ଶୈଳୀରେ କେଉଁଠାରେ ଏକ ସୂର୍ଯ୍ୟ ମନ୍ଦିର ନିର୍ମିତ ହୋଇଥିଲା ?
Answer:
ମତ୍ତଳ

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

୧୫। କୁତବ୍ ମିନାରର ନିର୍ମାଣ କାର୍ଯ୍ୟ କେଉଁ ସମ୍ରାଟଙ୍କ ସମୟରେ ଆରମ୍ଭ ହୋଇଥିଲା ?
Answer:
କୁ ତବୁଦ୍ଦିନ୍ ଆଇବାକ୍

୧୬। ଜାହାଙ୍ଗୀରଙ୍କଦ୍ଵାରା କେଉଁଠାରେ ‘ଆକବର ମକବରା’ ନିର୍ମାଣ କରାଯାଇଥିଲା ?
Answer:
ସିକନ୍ଦରା

୧୭। ଦକ୍ଷିଣ ଭାରତରେ ‘ଭିଥଲ ମନ୍ଦିର’ କାହାଦ୍ଵାରା ନିର୍ମିତ ହୋଇଥିଲା ?
Answer:
କୃ ଷ୍ଣଦେବ ରାୟ

୧୮। ଦିଲ୍ଲୀର ପୁରୁଣା କିଲ୍ଲା କେଉଁ ସମ୍ରାଟଙ୍କ ସମୟର କୀର୍ତ୍ତି ?
Answer:
ଶେର ଶାହ,

୧୯। ଦିଲ୍ଲୀର ଲାଲକିଲ୍ଲା କିଏ ନିର୍ମାଣ କରିଥିଲେ ?
Answer:
ଶାହାଜାହାନ୍

୨୦। ‘କାବୁଲ୍ ବାର୍’ କେଉଁଠାରେ ଅବସ୍ଥିତ ?
Answer:
ପାନି ପଥ

୨୧। ମୁମ୍ବାଇ ନିକଟରେ ଥ‌ିବା କେଉଁ ଦ୍ଵୀପରେ ତ୍ରିପାର୍ଶ୍ଵ ବିଶିଷ୍ଟ ଶିବମୂର୍ତ୍ତି ନିର୍ମିତ ହୋଇଥିଲା ?
Answer:
ଏଲି ଫାଣ୍ଟା ଦ୍ବୀପ

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

୨୨। ଓଡ଼ିଶାର କେଉଁ ଜିଲ୍ଲାର ଗୁଡ଼ହାଣ୍ଡିଠାରେ ପ୍ରାକ୍- ଐତିହାସିକ ଯୁଗର ଚିତ୍ରକଳା ଆବିଷ୍କୃତ ହୋଇଛି ?
Answer:
କଳାହାଣ୍ଡି

୨୩। କୁଶାଣ ସମ୍ରାଟ୍ କନିଷ୍କଙ୍କ ସମୟରେ କେଉଁ ନିର୍ମାଣ କଳାର ବିଶେଷ ବିକାଶ ଘଟିଥିଲା ।
Answer:
ଗାନ୍ଧାର କଳା

୨୪। ଝାଡ଼ଖଣ୍ଡର କେଉଁ ପର୍ବତରେ ଯୋଗୀମରା ଗୁମ୍ଫା ଅବସ୍ଥିତ ?
Answer:
ରାମଗଡ଼

୨୫। ମହାରାଷ୍ଟ୍ରର ଆଉରଙ୍ଗବାଦ ନିକଟରେ କେଉଁ ଗୁମ୍ଫା ଦେଖାଯାଏ ?
Answer:
ଅଜନ୍ତା ଗୁମ୍ଫା

୨୬। ଭାରତର କେଉଁ ମୋଗଲ ସମ୍ରାଟ ପ୍ରଥମ କରି ଚିତ୍ରକଳାର ପୁନରୁଦ୍ଧାର କରାଇଥିଲେ ?
Answer:
ବାବର

୨୭। ଚିତ୍ର ଶିଳ୍ପୀ ସୟଦ ଅଲ୍ଲୀ ତାବରେଜୀ କାହା ୩। ରାଜଦରବାରରେ ଜଣେ ଚିତ୍ରଶିଳ୍ପୀ ଭାବେ କାର୍ଯ୍ୟ କରିଥିଲେ ?
Answer:
ହୁମାୟୁନ

୨୮। ଆକବର କାହାକୁ ଚିତ୍ରକଳାର ମୁଖ୍ୟଭାବେ ନିଯୁକ୍ତି ଦେଇଥିଲେ ?
Answer:
ବ୍ଲାଜା ଅବଦୁସ୍ ସମଦ୍

୨୯। କେଉଁ ବେଦରୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଉତ୍ପତ୍ତି ହୋଇଛି ?
Answer:
ସାମବେଦ

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

୩୦। ଭାରତର ନାଟ୍ୟକଳା ଉତ୍ପତ୍ତି ଲାଭ କରିଥିବା ‘ଭାରତ ନାଟ୍ୟଶାସ୍ତ୍ର’ର ରଚୟିତା କିଏ ?
Answer:
ଭରତ ମୁନି

୩୧। କେଉଁ ଶାସନ କାଳରେ ପ୍ରସିଦ୍ଧ ସଙ୍ଗୀତଜ୍ଞ ଅମୀର ଖୁସ୍‌ରୋଙ୍କ ଆବିର୍ଭାବ ହୋଇଥିଲା ?
Answer:
ସୁଲତାନୀ ଶାସନ କାଳରେ

୩୨। କାହା ରାଜଦରବାରରେ ଅଦରଙ୍ଗ ଓ ସଦରଙ୍ଗ ନାମକ ଦୁଇ ସଙ୍ଗୀତଜ୍ଞ ଖେୟାଲ ପରିବେଷଣ କରୁଥିଲେ ?
Answer:
ମହମ୍ମଦ ଶାହା

୩୩। କେଉଁ ସମ୍ରାଟଙ୍କ ଶାସନ କାଳରୁ ସ୍ଥାପତ୍ୟରେ ପଥର ବ୍ୟବହାର କରାଯାଇଥିଲା ?
Answer:
ଅଶୋକ

୩୪। ଉତ୍ତର ଭାରତରେ କେଉଁ ଶୈଳୀରେ ମନ୍ଦିର ନିର୍ମାଣ କରାଯାଉଥିଲା ?
Answer:
ନାଗର ଶୈଳୀ

୩୫। ତାଜମହଲ ନିର୍ମାଣର ମୁଖ୍ୟ ସ୍ଥପତି କିଏ ଥିଲେ ?
Answer:
ଉସ୍ତାଦ ଇଶା ଖାନ୍

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

C. ଶୂନ୍ୟସ୍ଥାନ ପୂରଣ କର ।

୧। ସିଦ୍ଧାନ୍ତ ଦର୍ପଣର ରଚୟିତା _____________ ।
Answer:
ପଠାଣି ସାମନ୍ତ

୨। ପଞ୍ଚ ସିଦ୍ଧାନ୍ତିକା ___________ ରଚନା କରିଥିଲେ ।
Answer:
ବରାହମିହିର

୩। ସିକଦରାଠାରେ ଜାହାଙ୍ଗାର ________________ ମକବରା ନିର୍ମାଣ କରିଥିଲେ ।
Answer:
ଆକବର

୪। ‘କାଦମ୍ବରୀ’ _______________ ରଚନା କରିଥିଲେ ।
Answer:
ବାଣଭଟ୍ଟ

୫। ଶଲ୍ୟ ଚିକିତ୍ସା ଉପରେ ________________ ଗୁରୁତ୍ଵ ଦେଇଥିଲେ ।
Answer:
ଶୁଶ୍ରୁତ

୬। ‘ ଅମରକୋଷ’ର ରଚୟିତା _____________ ଥିଲେ ।
Answer:
ଅମରସିଂହ

୭। କବି କାଳିଦାସଙ୍କଦ୍ୱାରା ରଚିତ _______________ ବିଶ୍ୱର ଶହେଟି ଶ୍ରେଷ୍ଠ ନାଟକ ମଧ୍ୟରେ ସ୍ଥାନ ପାଇଛି ।
Answer:
ଅଭିଜ୍ଞାନ ଶାକୁନ୍ତଳମ୍

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

୮। ‘ଆକବରନାମା’ର ରଚୟିତା ______________ ।
Answer:
ଆବୁଲ୍ ଫାଜଲ

୯। ‘ସିଦ୍ଧାନ୍ତ ଦର୍ପଶ ‘_____________ ରଚନା କରିଥିଲେ ।
Answer:
ସାମନ୍ତ ଚନ୍ଦ୍ରଶେଖର

୧୦। ଝାଡ଼ଖଣ୍ଡର ପ୍ରସିଦ୍ଧ ଶାଢ଼ିର ନାମ _____________ ।
Answer:
ଟସର ସିଲ୍‌କ

୧୧। କୁତବମିନାର ଭାରତର _____________ ସହରରେ ଅବସ୍ଥିତ ।
Answer:
ଦିଲ୍ଲୀ

୧୨। ତାଜମହଲ ନିର୍ମାଣ ମୁଖ୍ୟ ସ୍ଥପତି ଥିଲେ ___________ ।
Answer:
ଉସ୍ତାଦ୍ ଇଶା ଖାନ୍

୧୩। ବିଷ୍ଣୁଶର୍ମା ____________ ଗ୍ରନ୍ଥ ରଚନା କରିଥିଲେ ।
Answer:
ପଞ୍ଚତନ୍ତ୍ର

୧୪। _____________ ରାଜ୍ୟରୁ ‘କଥକଲି’ ଶାସ୍ତ୍ରୀୟ ନୃତ୍ୟ ସୃଷ୍ଟି ହୋଇଥିଲା ।
Answer:
କେରଳ

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

୧୫। ଏକଲିଙ୍ଗ ମନ୍ଦିର ____________ ନିକଟରେ ଅବସ୍ଥିତ ।
Answer:
ଉଦୟପୁର

D. ଠିକ୍ ଉକ୍ତି ପାଇଁ (✓) ଓ ଭୁଲ୍ ଉକ୍ତି ପାଇଁ (X) ଚିହ୍ନ ଦିଅ ।

୧। ଖଜୁରାହୋ ମନ୍ଦିର ମହାରାଷ୍ଟ୍ରରେ ଅବସ୍ଥିତ ।
Answer:
×

୨। ଓଡ଼ିଶାର କୋରାପୁଟ ଜିଲ୍ଲାର ଗୁଡ଼ହାଣ୍ଡି ଓ ଯୋଗାମଠଠାରେ ପ୍ରାଗ୍ଐତିହାସିକ ଯୁଗର ଚତ୍ରକଳା ଦେଖିବାକୁ ମିଳେ ।
Answer:
×

୩। ‘ବୃହତ୍ ସଂହିତା’ର ରଚୟିତା ଥିଲେ ଆର୍ଯ୍ୟଭଟ୍ଟ ।
Answer:
×

୪। ଆକବର ଭାରତର ପ୍ରଥମ ମୋଗଲ ସମ୍ରାଟ ଥିଲେ ।
Answer:
×

୫। ଭାରତର ନାଟ୍ୟକଳାର ଉତ୍ପତ୍ତି ଭରତ ମୁନିଙ୍କ ରଚିତ ଭରତ ନାଟ୍ୟଶାସ୍ତ୍ରରୁ ହୋଇଛି ।
Answer:

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

୬। ଆଉରଙ୍ଗଜେବ୍ ସଙ୍ଗୀତ ପରିବେଷଣର ସପକ୍ଷରେ ଥିଲେ ।
Answer:
×

୭। ଲୱଣୀ ଲୋକନୃତ୍ୟ ମଧ୍ୟପ୍ରଦେଶରେ କରାଯାଇଥାଏ ।
Answer:
×

୮। ଆସାମର ସତରିଆ ଏକ ସାମରିକ ନୃତ୍ୟ ଅଟେ ।
Answer:

୯ ଆକବରଙ୍କ ସମୟରୁ ସ୍ଥାପତ୍ୟରେ ପଥରର ବ୍ୟବହାର ଆରମ୍ଭ ହୋଇଥିଲା ।
Answer:
×

୧୦ । ଖାରବେଳ ଓଡ଼ିଶାରେ ଅନେକ ଜୈନ ଗୁମ୍ଫା ନିର୍ମାଣ କରାଇଥିଲେ ।
Answer:

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 1
‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 2
‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 3

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ଅଶୋକଙ୍କ ଶାସନ କାଳରେ ଗାନ୍ଧାର କଳାର ବିକାଶ ଘଟିଥିଲା ।
Answer:
କନିଷ୍କ

୨। ତାଞ୍ଜାଭୁରଠାରେ ବିଶାଳକାୟ ସୂର୍ଯ୍ୟମନ୍ଦିର ରାଜରାଜ ଚୋଳ ନିର୍ମାଣ କରିଥଲେ ।
Answer:
ବୃହଦୀଶ୍ଵର ମନ୍ଦିର

୩। ନଟରାଜ ଶିବମୂର୍ତ୍ତି ଗଙ୍ଗ ରାଜବଂଶର କୀର୍ତ୍ତି ଅଟେ ।
Answer:
ଚୋଳ

୪। ମିନାକ୍ଷୀ ମନ୍ଦିର ମହାରାଷ୍ଟ୍ରରେ ଅବସ୍ଥିତ ।
Answer:
ମଦୁରାଇ

୫। ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରେ ଗୁଡ଼ହାଣ୍ଡି ଓ ଯୋଗୀମଠ ଅବସ୍ଥିତ ।
Answer:
କଳାହାଣ୍ଡି

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

୬। ଆକବରଙ୍କ ରାଜତ୍ଵକାଳକୁ ମୋଗଲ ଚିତ୍ରକଳାର ସୁବର୍ଣ୍ଣଯୁଗ ବୋଲି କୁହାଯାଇଥାଏ ।
Answer:
ଜାହାଙ୍ଗୀର

୭। ସଙ୍ଗୀତଜ୍ଞ ତାନସେନ୍ ହୁମାୟୁନଙ୍କ ରାଜଦରବାର ମଣ୍ଡନ କରିଥିଲେ ।
Answer:
ଆକବର

୮। ଦିଲ୍ଲୀର ମେହେରୌଲିଠାରେ ନିର୍ମିତ ଲୌହସ୍ତମ୍ଭ ତାମଯୁଗରେ ନିର୍ମିତ ହୋଇଥିଲା ।
Answer:
ଗୁପ୍ତଯୁଗ

୯। ଗୁପ୍ତଯୁଗରେ ପାଲି ଭାଷା ସରକାରୀ ଭାଷାର ମାନ୍ୟତା ପାଇଥିଲା ।
Answer:
ସଂସ୍କୃତ

୧୦। ଭାଙ୍ଗଡା ଗୁଜୁରାଟର ଲୋକନୃତ୍ୟ ଥିଲା ।
Answer:
ଦାଣ୍ଡିଆ

୧୧। ଶାଶୁ-ବୋହୂ ମନ୍ଦିର ଦେଓଗଡ଼ଠାରେ ଅବସ୍ଥିତ ।
Answer:
ଦଶାବତାର

୧୨। ଶିଖ୍ମାନଙ୍କର ସ୍ଵର୍ଣ୍ଣମନ୍ଦିର ଚଣ୍ଡିଗଡ଼ଠାରେ ଅବସ୍ଥିତ ।
Answer:
ଅମୃତସର,

୧୩। ଦିଲ୍ଲୀସ୍ଥିତ କୁତବ୍‌ମିନାରର ନିର୍ମାଣକାର୍ଯ୍ୟ ଆଲ୍ଲାଉଦିନ ଖଲିଜୀ ଶେଷ କରିଥିଲେ ।
Answer:
ଇଲଡୁମିସ

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

୧୪। ‘ଶୂନ୍ୟ’ର ବ୍ୟବହାର ସମ୍ପର୍କରେ ପ୍ରଥମେ ବ୍ରହ୍ମଗୁପ୍ତ ଦର୍ଶାଇଥିଲେ ।
Answer:
ଆର୍ଯ୍ୟଭଟ୍ଟ

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ମିଖାଇଲ୍ ଗୋର୍ବାଚେଭ୍ କେବେ ରୁଷରେ ଗଣତାନ୍ତ୍ରିକ ପ୍ରକ୍ରିୟା ଆରମ୍ଭ କରିଥେଲେ ?
(A) ୧୯୮୫
(B) ୧୯୮୭
(C) ୧୯୮୮
(D) ୧୯୯୦
Answer:
(B) ୧୯୮୭

2. କେଉଁ ନୀତି ପ୍ରଣୟନ କରି ସୋଭିଏତ୍ ସଂଘର ବିପର୍ଯ୍ୟସ୍ତ ରାଜନୈତିକ ଅବସ୍ଥାରେ ଉନ୍ନତି ଆଣିବା ଗୋର୍ବାଚେଭଙ୍କର ଲକ୍ଷ୍ୟ ଥିଲା ?
(A) ପେରିକ୍ରୋଇକା
(B) ଉସ୍କୋରେନିୟେ
(C) ଗ୍ଲାସ୍‌ସ୍ତ
(D) କୌଣସିଟି ନୁହେଁ
Answer:
(C) ଗ୍ଲାସ୍‌ସ୍ତ

3. ମିଖାଇଲ୍ ଗୋର୍ବାଚେଭ୍ ସୋଭିଏତ୍ ସଂଘର ରାଷ୍ଟ୍ରପତି ପଦର କେବେ ଇସ୍ତଫା ପ୍ରଦାନ କରିଥିଲେ ?
(A) ୧୯୮୯
(B) ୧୯୯୦
(C) ୧୯୯୧
(D) ୧୯୯୨
Answer:
(C) ୧୯୯୧

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

4. କେବେ ସୋଭିଏତ୍ ସଂଘର ଅସ୍ତିତ୍ଵ କେବେ ଲୋପ ପାଇଥୁଲା ?
(A) ୧୯୮୭
(B) ୧୯୮୯
(C) ୧୯୯୦
(D) ୧୯୯୧
Answer:
(D) ୧୯୯୧

5. କୃଶ୍ଚେଭ୍ କେବେ କ୍ଷମତାରୁ ଅପସରି ଯାଇଥିଲେ ?
(A) ୧୯୬୨
(B) ୧୯୬୩
(C) ୧୯୬୪
(D) ୧୯୬୭
Answer:
(C) ୧୯୬୪

6. କେଉଁ ମସିହାରେ ରୁଷ୍ ଜାର୍ ଶାସନର ପତନ ଘଟିଥିଲା ?
(A) ୧୯୧୭
(B) ୧୯୧୯
(C) ୧୯୬୪
(D) ୧୯୬୭
Answer:
(A) ୧୯୧୭

7. ଲେ ନି ନ୍ ଙ୍କ ନେତୃତ୍ବରେ କେତୋଟି ସମାହାରରେ ସାମ୍ୟବାଦୀ ସୋଭିଏତ୍ ସଂଘ ଆତ୍ମପ୍ରକାଶ କରିଥିଲା ?
(A) ୨୧
(B) ୧୯
(C) ୧୫
(D) ୧୭
Answer:
(C) ୧୫

8. କେଉଁ ମସିହାରେ ଯୋସେଫ୍ ଷ୍ଟାଲିନ୍‌ଙ୍କଦ୍ୱାରା ରୁଷରେ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ।
(A) ୧୯୨୪
(B) ୧୯୨୮
(C) ୧୯୧୮
(D) ୧୯୨୯
Answer:
(B) ୧୯୨୮

9. ଚେର୍ଣ୍ଣୋବିଲ୍ ଆଣବିକ ଶକ୍ତି ଦୁର୍ଘଟଣା କେଉଁ ମସିହାରେ ଘଟିଥିଲା ?
(A) ୧୯୯୧
(B) ୧୯୯୦
(C) ୧୯୮୫
(D) ୧୯୮୬
Answer:
(D) ୧୯୮୬

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

10. ୧୯୨୩ ମସିହାରେ କାହା ନେତୃତ୍ୱରେ ୧୫ଟି ରାଜ୍ୟର ସମାହାରରେ ସାମ୍ୟବାଦୀ ସୋଭିଏତ୍ ସଂଘ ଆତ୍ମପ୍ରକାଶ କରିଥିଲା ?
(A) ଭ୍ଲାଡ଼ିମିର ଲେନିନ୍
(B) ଯୋସେଫ୍ ଷ୍ଟାଲିନ୍
(C) ଆଲେକ୍ସି କୋସିଜିନ୍
(D) ଲିଓନିଡ୍ ବ୍ରେଜନେଭ୍
Answer:
(A) ଭ୍ଲାଡ଼ିମିର ଲେନିନ୍

11. ଲେନିନ୍‌ଙ୍କର ନୂତନ ଅର୍ଥନୈତିକ,ନୀତିଦ୍ୱାରା କେବେଠାରୁ ସୋଭିଏତ୍ ସଂଘରେ ଅର୍ଥନୈତିକ ସଂସ୍କାର ଆରମ୍ଭ ହୋଇଥଲା ?
(A) ୧୯୧୯ ମସିହା
(B) ୧୯୨୧ ମସିହା
(C) ୧୯୨୩ ମସିହା
(D) ୧୯୨୫ ମସିହା
Answer:
(B) ୧୯୨୧ ମସିହା

12. କେବେଠାରୁ ରୁଷର ସମ୍ରାଟମାନେ ଜାର୍ ଉପାଧ୍ ଧାରଣ କରୁଥିଲେ ?
(A) ୧୫୪୧ ମସିହା
(B) ୧୫୪୫ ମସିହା
(C) ୧୫୪୬ ମସିହା
(D) ୧୫୪୭ ମସିହା
Answer:
(D) ୧୫୪୭ ମସିହା

13. କେବେ ଚତୁର୍ଥ ଇଭାନ୍ ରୁଷ୍ ର ପ୍ରଥମ ଜାର୍ ହୋଇଥିଲେ ?
(A) ୧୫୪୬ ମସିହା
(B) ୧୫୪୭ ମସିହା
(C) ୧୫୪୯ ମସିହା
(D) ୧୫୫୨ ମସିହା
Answer:
(B) ୧୫୪୭ ମସିହା

14. ଷ୍ଟାଲିନ୍‌ଙ୍କ ମୃତ୍ୟୁପରେ କିଏ ସୋଭିଏତ୍ ସଂଘର ପ୍ରଧାନମନ୍ତ୍ରୀ ହୋଇଥିଲେ ?
(A) ଲେନିନ୍
(B) ବ୍ରେଜ୍‌ନେଭ୍
(C) କୃଶ୍ଚେଭ୍
(D) କୋସିଜିନ୍
Answer:
(C) କୃଶ୍ଚେଭ୍

15. କେଉଁ ସୋଭିଏତ୍ ପ୍ରଧାନମନ୍ତ୍ରୀଙ୍କ ସମୟରେ ଚୀନ୍‌ର ଶାସକ ମାଓ-ସେ-ତୁଙ୍ଗଙ୍କ ସହିତ ସୋଭିଏତ୍ ସଂଘର ସମ୍ପର୍କ ତିକ୍ତ ହୋଇଥିଲା ?
(A) ଲେନିନ୍
(B) କୃଶ୍ଚେଭ୍
(C) କୋସିଜିନ୍
(D) ବ୍ରେଜ୍‌ନେଭ୍
Answer:
(B) କୃଶ୍ଚେଭ୍

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

16. କେଉଁ ଦେଶ ସାଙ୍ଗରେ ତୀବ୍ର ମତଭେଦ ଯୋଗୁଁ ବିଶ୍ଵରେ ସୋଭିଏତ୍ ସଂଘର ପ୍ରାଧାନ୍ୟ କ୍ଷୁଣ୍ଣ ହୋଇଥିଲା ?
(A) ଯୁକ୍ତରାଷ୍ଟ୍ର ଆମେରିକା
(B) ଚୀନ୍
(C) ଜର୍ମାନୀ
(D) ଜାପାନ
Answer:
(B) ଚୀନ୍

17. କିଏ ତାଙ୍କର ଉଦାରବାଦୀ ମନୋଭାବ ଯୋଗୁଁ କଠୋରପନ୍ଥୀଙ୍କଦ୍ୱାରା ନିନ୍ଦିତ ହୋଇ ୧୯୬୪ ମସିହାରେ କ୍ଷମତାରୁ ଅପସରି ଯାଇଥିଲେ ?
(A) ଲେନିନ୍
(B) କୋସିଜିନ୍
(C) ବ୍ରେଜ୍‌ନେଭ୍
(D) କୃଶ୍ଚେଭ୍
Answer:
(D) କୃଶ୍ଚେଭ୍

18. ସୋଭିଏତ୍ ସଂଘର କେଉଁ ଶାସକଙ୍କ ସମୟରେ ଏହାର ସାମରିକ ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇଥିଲା ?
(A) ଯୋସେଫ୍ ଷ୍ଟାଲିନ୍
(B) କୋସିଜିନ୍
(C) ଲିଓନିଡ୍ ବ୍ରେଜ୍ନେଭ୍
(D) ମିଖାଇଲ୍ ଗୋର୍ବାଚେଭ୍
Answer:
(C) ଲିଓନିଡ୍ ବ୍ରେଜ୍ନେଭ୍

19. କିଏ ୧୯୮୫ ମସିହା ମାର୍ଚ୍ଚ ମାସରେ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ ?
(A) ଲେନିନ୍
(B) ଆଲେକ୍ସି କୋସିଜିନ୍
(C) ଲିଓନିଡ୍ ବ୍ରେଜନେଭ୍
(D) ମିଖାଇଲ୍ ଗୋର୍ବାଚେଉ
Answer:
(D) ମିଖାଇଲ୍ ଗୋର୍ବାଚେଉ

20. କେବେ ଗୋର୍ବାଚେଭ୍ ତାଙ୍କର ଗ୍ଳାସ୍‌ନସ୍ତ ଓ ପେରିସ୍ତ୍ରୋଇକା ନୀତି ଘୋଷଣା କରିଥିଲେ ?
(A) ୧୯୮୦
(B) ୧୯୮୬
(C) ୧୯୮୭
(D) ୧୯୮୮
Answer:
(B) ୧୯୮୬

BSE Odisha 9th Class History Important Questions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

21. କେଉଁ ନୀତି ଦ୍ଵାରା ସୋଭିଏତ୍ ସଂଘରେ ମତବ୍ୟକ୍ତ କରିବାର ସ୍ଵାଧୀନତା ଏବଂ ସମ୍ବାଦପତ୍ରର ସ୍ଵାଧୀନତା ସମ୍ଭବ ହୋଇଥିଲା ?
(A) ପେରିସ୍ପାଇକା
(B) ଉସ୍କୋରେନିୟୋ
(C) ଗ୍ଳାସନସ୍ତ
(D) ପଞ୍ଚବାର୍ଷିକ ଯୋଜନା
Answer:
(C) ଗ୍ଳାସନସ୍ତ

22. ଆର୍ଥନୀତିକ ପୁନର୍ଗଠନ ଓ ଦ୍ରୁତ ଆର୍ଥନୀତିକ ବିକାଶ ନିମନ୍ତେ କିଏ ପେରିସ୍ତ୍ରୋଇକା ଏବଂ ଉସ୍କୋରେନିୟୋ ନୀତିଦ୍ଵୟ ପ୍ରଣୟନ କରିଥିଲେ ?
(A) ଗୋର୍ବାଚେଭ୍
(B) ଲେନିନ୍
(C) କୋସିଜିନ୍
(D) କୃଶ୍ଚେଭ୍
Answer:
(A) ଗୋର୍ବାଚେଭ୍

23. କେଉଁ ମସିହା ସୁଦ୍ଧା ସୋଭିଏତ୍ ସରକାର ଦେଶର ଅର୍ଥନୀତି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଥିଲେ ?
(A) ୧୯୮୬
(C) ୧୯୯୦
(B) ୧୯୮୮
(D) ୧୯୯୧
Answer:
(C) ୧୯୯୦

24. ୧୯୯୧ ମସିହା ଡିସେମ୍ବର ୨୫ ତାରିଖ ଦିନ କିଏ ସୋଭିଏତ୍ ସଂଘର ରାଷ୍ଟ୍ରପତି ପଦରୁ ଇସ୍ତଫା ପ୍ରଦାନ କରିଥିଲେ ?
(A) ୟେସିନ୍
(C) ଲେନିନ୍
(B) ଗୋର୍ବାଚେଭ୍
(D) କୋସିଜିନ୍
Answer:
(B) ଗୋର୍ବାଚେଭ୍

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

Odisha State Board BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ Important Questions and Answers.

BSE Odisha Class 9 History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ସୋଭିଏତ୍ ସଂଘର ବିଖଣ୍ଡୀକରଣ ପାଇଁ କେଉଁ କେଉଁ କାରଣଗୁଡ଼ିକ ଦାୟୀ ଆଲୋଚନା କର ।
Answer:
ନିମ୍ନଲିଖ କାରଣଗୁଡ଼ିକ ସୋଭିଏତ୍ ସଂଘର ବିଖଣ୍ଡୀକରଣ ପାଇଁ ଦାୟୀ ଅଟେ ।

  • ସୋଭିଏତ୍ ସଂଘ ଏବଂ ସାମ୍ୟବାଦୀ ଚୀନ୍ ମଧ୍ୟରେ ତୀବ୍ର ମତଭେଦ ଘଟି ବିଶ୍ୱରେ ସୋଭିଏତ୍ ସଂଘର ପ୍ରାଧାନ୍ୟ କ୍ଷୁଣ୍ଣ ହୋଇଥିଲା ।
  • ଅଶୀ ଦଶକର ଆରମ୍ଭରୁ ମୁଦ୍ରାସ୍ପତି, ଆବଶ୍ୟକ ସାମଗ୍ରୀର ଅଭାବ, କୃଷି ଉତ୍ପାଦ ହ୍ରାସ ଏବଂ କଳାବଜାରର ପ୍ରଭାବରୁ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡ଼ିଲା । ଯୁକ୍ତ ରାଷ୍ଟ୍ର ଆମେରି କାର ରାଷ୍ଟ୍ର ପତି ରୋନାଲ୍ଡ ରିଗାନ୍‌ଙ୍କଦ୍ୱାରା ଘୋଷିତ ତାରକା ଯୁଦ୍ଧ ଯୋଜନା ସୋଭିଏତ୍ ସଂଘର ଦୁର୍ବଳ ଅର୍ଥନୀତି ଉପରେ ଅତ୍ୟଧ୍ଵ ସାମରିକ ଖର୍ଚ୍ଚର ବୋଝ ଲଦି ଦେଇଥିଲା ।
  • ୧୯୮୬ ମସିହାରେ ଗୋର୍ବାଚେର୍‌ଙ୍କଦ୍ଵାରା ଘୋଷିତ ଗ୍ଲାସ୍‌ସ୍ତ ନୀତିଦ୍ୱାରା ୱାରସ୍ ଚୁକ୍ତି ଅନ୍ତର୍ଭୁକ୍ତ ରାଷ୍ଟ୍ର ସମୂହର ଆଭ୍ୟନ୍ତରୀଣ ବ୍ୟାପାରରେ ସୋଭିଏତ୍ ସଂଘର ହସ୍ତକ୍ଷେପ ବନ୍ଦ କରି ନିୟନ୍ତ୍ରଣ କୋହଳ କରି ଦିଆଯିବାରୁ ସେସବୁ ରାଷ୍ଟ୍ର ଗୁଡ଼ିକରେ ସାମ୍ୟବାଦୀ ସରକାରର ପତନ ଘଟିଲା ।
  • ଗୋର୍ବାଚେଲ୍‌ଙ୍କ ଘୋଷିତ ପେରିସ୍ପାଇକା ଓ ଉସ୍କୋରେନୟ ନୀତିଦ୍ଵାରା ଲାଭ ହେଉନଥ୍ବା ଉଦେଗଗୁଡ଼ିକୁ ବଞ୍ଚ।ଈବାକୁ ଯାଇ ସରକାରୀ ଖର୍ଚ୍ଚ ବଢ଼ି ଚାଲିଲା । ସୋଭିଏତ୍ ସଂଘ ଅନ୍ତର୍ଭୁକ୍ତ ରାଷ୍ଟ୍ରଗୁଡ଼ିକ ସଂଘୀୟ ସରକାରକୁ ରାଜସ୍ୱ ଦେବାକୁ ମନା କରିଦେବାରୁ ଏହାର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଗଲା ।
  • କ୍ରମେ ସୋଭି ଏତ୍ ସଂଘର ଅନ୍ତର୍ଭୁକ୍ତ ରାଷ୍ଟ୍ରଗୁଡ଼ିକରେ ସାମାଜିକ ଓ ସାଂସ୍କୃତିକ ବିଭେଦ ତୀବ୍ରତର ହେଲା । ସେହି ରାଷ୍ଟ୍ରଗୁଡ଼ିକ ବହୁ ଦଳୀୟ ବ୍ୟବସ୍ଥା ପ୍ରବର୍ତ୍ତନ କରି ସମାଜବାଦୀ ଓ ଗଣତାନ୍ତ୍ରିକ ଦଳ ଗଠନ କଲେ ଏବଂ ସ୍ଵାଧୀନତା ଘୋଷଣା କଲେ । ଫଳରେ ସୋଭିଏତ୍ ସଂଘର କେନ୍ଦ୍ରୀୟ କ୍ଷମତା ଦୁର୍ବଳ ହୋଇଗଲା ।
  • କ୍ଷମତା ଦଖଲ ପାଇଁ ସାମ୍ୟବାଦୀଙ୍କ ସମସ୍ତ ଚେଷ୍ଟା ବିଫଳ ହେଲା । ୧୯୯୧ ମସିହା ଡିସେମ୍ବର ୨୫ ତାରିଖରେ ଗୋର୍ବାଚେଭ୍ ସୋଭିଏତ୍ ସଂଘର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଓ ତା’ ପରଦିନ ସୋଭିଏତ୍ ସଂଘର ଅସ୍ତିତ୍ବ ଲୋପ ପାଇଲା ।

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେବେ ସୋଭିଏତ୍ ରୁଷ୍ ପୃଥ‌ିବୀର ଅନ୍ୟତମ ବୃହତ୍ ଶକ୍ତି ରୂପେ ଆତ୍ମପ୍ରକାଶ କରିଥିଲା ? କାହାର ନେତୃତ୍ବରେ ଆନ୍ତର୍ଜାତିକ କ୍ଷେତ୍ରରେ ସୋଭିଏତ୍ ରୁପ୍‌ର ପ୍ରଭାବ ଓ ପ୍ରତିପତ୍ତି ବୃଦ୍ଧି ପାଇଥିଲା ?
Answer:

  • ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ସୋଭିଏତ୍ ରୁଷ୍ ପୃଥ‌ିବୀର ଅନ୍ୟତମ ବୃହତ୍ ଶକ୍ତିରୂପେ ଆତ୍ମପ୍ରକାଶ କରିଥିଲା ।
  • ଯୋସେଫ୍ ଷ୍ଟାଲିନ୍‌ଙ୍କ ବଳିଷ୍ଠ ନେତୃତ୍ଵରେ ଆନ୍ତର୍ଜାତିକ କ୍ଷେତ୍ରରେ ରୁଷ୍ ପ୍ରଭାବ ଓ କ୍ଷମତା ବୃଦ୍ଧି ପାଇଲା ।

୨। କିଏ, କେବେ ଓ କେଉଁ ପରିସ୍ଥିତିରେ ଗ୍ଳାସ୍‌ନସ୍ତ ଓ ପେରିସ୍ତ୍ରୋଇକା ନୀତି ଘୋଷଣା କରିଥିଲେ ?
Answer:
ସୋଭିଏତ୍ ରୁଷ ରାଷ୍ଟ୍ରପତି ମିଖାଇଲ୍ ଗୋର୍ବାଚେଭ୍ ୧୮୮୬ ମସିହାରେ ରୁଷିଆର ବିପର୍ଯ୍ୟସ୍ତ ରାଜନୈତିକ ଓ ଆର୍ଥନୀତିକ ଅବସ୍ଥାକୁ ସୁଧାରିବାପାଇଁ ଗ୍ଲାସ୍‌ନସ୍ତ ଓ ପେରିସ୍ତ୍ରୋଇକା ନୀତି ଘୋଷଣା କରିଥିଲେ ।

୩ । ଜାର୍ ଶାସନର ପତନ କିପରି ଘଟିଥିଲା ?
Answer:
୧୯୧୭ ମସିହାରେ ରୁଷ୍ ଦେଶରେ ଏକଚ୍ଛତ୍ରବାଦୀ ଓ ଅତ୍ୟାଚାରୀ ଜାର୍ ଶାସନ ବିରୋଧରେ ବୋଲ୍‌ସେଭିକ୍ ଆନ୍ଦୋଳନ ସଂଘଟିତ ହେବାଦ୍ୱାରା ଜାର୍ ଶାସନର ପତନ ଘଟିଥିଲା ।

୪। ୧୯୪୯ ମସିହା ବେଳକୁ ସୋଭିଏତ୍ ସଂଘ କେଉଁ କେଉଁ ଦେଶମାନଙ୍କରେ ସାମ୍ୟବାଦୀ ଶାସନ ପ୍ରତିଷ୍ଠା କରିଥିଲା ?
Answer:
୧୯୪୯ ମସିହା ବେଳକୁ ସୋଭିଏତ୍ ସଂଘ ପୂର୍ବ ଇଉରୋପୀୟ ଦେଶ ଯଥା ପୋଲାଣ୍ଡ, ହଙ୍ଗେରୀ, ଚେକୋସ୍ଲୋଭାକିଆ, ରୁମାନିଆ, ବୁଲ୍‌ଗେରିଆ, ଆଲବାନିଆ, ପୂର୍ବ-ଜର୍ମାନୀ ପ୍ରଭୃତିରେ ସାମ୍ୟବାଦୀ, ଶାସନ ପ୍ରତିଷ୍ଠା କରିଥିଲା ।

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। କେବେ ଲେନିନ୍‌ଙ୍କ ନେତୃତ୍ୱରେ ୧୫ଟି ରାଜ୍ୟର ସମାହାରରେ ସାମ୍ୟବାଦୀ ସୋଭିଏତ୍ ସଂଘ ଆତ୍ମପ୍ରକାଶ କରିଥିଲା ?
Answer:
୧୯୨୩ ମସିହାରେ ଲେନିନ୍‌ଙ୍କ ନେତୃତ୍ବରେ ୧୫ଟି ରାଜ୍ୟର ସମାହାରରେ ସାମ୍ୟବାଦୀ ସୋଭିଏତ୍ ସଂଘ ଆତ୍ମପ୍ରକାଶ କରିଥିଲା ।

୨ । ରୁଷ୍ଠର ଶେଷ ଜାର୍ ଦ୍ବିତୀୟ ନିକୋଲାସ୍ କେଉଁ ବିପ୍ଳବଦ୍ଵାରା ଗାଦିଚ୍ୟୁତ ହୋଇଥିଲେ ?
Answer:
ରୁଷ୍ ଶେଷ ଜାର୍ ଦ୍ବିତୀୟ ନିକୋଲାସ୍ ୧୯୧୭ ମସିହା ଫେବୃୟାରୀ ବିପ୍ଳବଦ୍ଵାରା ଗାଦିଚ୍ୟୁତ ହୋଇଥିଲେ ।

୩ । ରୁଷ୍ଠ ସମ୍ରାଟମାନେ କେଉଁ ମସିହାରୁ ଜାର୍ ଉପାଧ୍ ଧାରଣ କରୁଥିଲେ ?
Answer:
ରୁପ୍‌ର ସମ୍ରାଟମାନେ ୧୫୪୭ ମସିହାରୁ ଜାର୍ ଉପାଧ୍ ଧାରଣ କରିଥିଲେ ।

୪ । କେଉଁ ସମୟ ପର୍ଯ୍ୟନ୍ତ ଷ୍ଟାଲିନ୍ ସୋଭିଏତ୍ ସଂଘର ଶାସନ ଦୃଢ଼ ହସ୍ତରେ ପରିଚାଳନା କରିଥିଲେ ?
Answer:
୧୯୫୩ ମସିହା ପର୍ଯ୍ୟନ୍ତ ଷ୍ଟାଲିନ୍ ସୋଭିଏତ୍ ସଂଘର ଶାସନ ଦୃଢ଼ ହସ୍ତରେ ପରିଚାଳନା କରିଥିଲେ ।

୫। ଷ୍ଟାଲିନ୍‌ଙ୍କ ମୃତ୍ୟୁ ପରେ ସୋଭିଏତ୍ ସଂଘର ପ୍ରଧାନମନ୍ତ୍ରୀ କିଏ ହୋଇଥିଲେ ?
Answer:
ଷ୍ଟାଲିନ୍‌ଙ୍କ ମୃତ୍ୟୁ ପରେ ନିକିତା କୃଶ୍ଚେଭ୍ ସୋଭିଏତ୍ ସଂଘର ପ୍ରଧାନମନ୍ତ୍ରୀ ହୋଇଥିଲେ।

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

୬। ଷ୍ଟାର୍ଲିନ୍‌ଙ୍କର ବଳିଷ୍ଠ ନେତୃତ୍ବର କି’ ପ୍ରଭାବ ସୋଭିଏତ୍ ସଂଘ ଉପରେ ପଡ଼ିଥିଲା ?
Answer:
ଷ୍ଟାର୍ଲିନ୍‌ଙ୍କର ବଳିଷ୍ଠ ନେତୃତ୍ବ ସୋଭିଏତ୍ ସଂଘର ଚତୁଃପାର୍ଶ୍ବରେ ସାମ୍ୟବାଦର ଲୌହ ପରଦାକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଆନ୍ତର୍ଜାତିକ କ୍ଷେତ୍ରରେ ଏହାର ପ୍ରତିପତ୍ତିକୁ ବୃଦ୍ଧି କରିଥିଲା ।

୭ । ସାମ୍ୟବାଦୀ ଲୌହ ପରଦା ନୀତି ଯୋଗୁଁ ସୋଭିଏତ୍ ସଂଘ କିପରି କ୍ଷତିଗ୍ରସ୍ତ ହେଲା ?
Answer:
ସାମ୍ୟବାଦୀ ଲୌହ ପରଦା ନୀତି ଯୋଗୁଁ ବିଶ୍ବସ୍ତରୀୟ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଶିଳ୍ପାୟନ ସୁଫଳରୁ ସୋଭିଏତ ସଂଘ ବଞ୍ଚିତ ହୋଇ ଅନଗ୍ରସରତାର ଶିକାର ହୋଇଥିଲା ।

୮ । ଗୋର୍ବାଚେଭ୍ କେବେ ସୋଭିଏତ୍ ସଂଘର ପ୍ରଥମ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେଲେ ?
Answer:
୧୯୯୦ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ଗୋର୍ବାଚେଭ୍ ସୋଭିଏତ୍ ସଂଘର ପ୍ରଥମ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେଲେ ।

୯ । ବୋରିସ୍ ୟେଲସିନ୍ କିଏ ?
Answer:
ବୋରିସ୍ ୟେଲସିନ୍ ରୁଷ୍ ସାଧାରଣତନ୍ତ୍ରର ରାଷ୍ଟ୍ରପତି ଥିଲେ ।

୧୦ । କେବେ ସୋଭିଏତ୍ ସଂଘର ଅସ୍ତିତ୍ବ ଲୋପ
Answer:
୧୯୯୧ ମସିହା ଡିସେମ୍ବର ୨୬ ତାରିଖରେ ସୋଭିଏତ୍ ସଂଘର ଅସ୍ତିତ୍ଵ ଲୋପ ପାଇଲା ।

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧ । ସୋଭିଏତ୍ ରୁମ୍‌ରେ କେବେ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ ହୋଇଥିଲା ?
Answer:
୧୯୨୮ ମସିହା

୨ । ଲେନିନ୍‌ଙ୍କ ନେତୃତ୍ୱରେ କେତୋଟି ରାଜ୍ୟର ସମାହାରରେ ସୋଭିଏତ୍ ସଂଘ ଗଠିତ ହୋଇଥିଲା ?
Answer:
୧୫

୩। ସୋଭିଏତ୍ ରୁଷ୍ କେଉଁ ପ୍ରଧାନମନ୍ତ୍ରୀଙ୍କ ସମୟରେ ସୋଭିଏତ୍ ରୁଷ ପ୍ରାଧାନ୍ୟ କ୍ଷୁଣ୍ଣ ହୋଇଥିଲା ?
Answer:
ନିକିତ କୃଶ୍ଚେଭ୍

୪। କେଉଁ ଘଟଣା ଯୋଗୁଁ ସୋଭିଏତ୍ ସଂଘର ବିପର୍ଯ୍ୟସ୍ତ କେଉଁ ମନୋଭାବ ଯୋଗୁଁ ସେ ସାମ୍ୟବାଦୀଙ୍କଦ୍ଵାରା ହୋଇଥିଲା ?
Answer:
ଚେର୍ଣ୍ଣୋବିଲ୍ ଆଣବିକ ଦୁର୍ଘଟଣା

୫ । ସୋଭିଏତ୍ ସଂଘରେ ଅର୍ଥନୈତିକ ସଂସ୍କାର କେବେଠାରୁ ଆରମ୍ଭ ହୋଇଥିଲା ?
Answer:
୧୯୨୧

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

୬ । ସୋଭିଏତ୍ ରୁଷ୍ ପ୍ରଧାନମନ୍ତ୍ରୀ ନିକିତା କୃଶ୍ଚେର୍‌ଙ୍କର କେଉଁ ମନୋଭାବ ଯୋଗୁଁ ସେ ସାମ୍ୟବାଦୀଙ୍କଦ୍ଵାରା ନିନ୍ଦିତ ହେଲେ ?
Answer:
ଉଦାରବାଦୀ ମନୋଭାବ

୭। ଯୁକ୍ତରାଷ୍ଟ୍ର ଆମେରିକାର ତାରକା ଯୁଦ୍ଧ ଯୋଜନା ସୋଭିଏତ୍ ସଂଘ ଉପରେ କି ପ୍ରଭାବ ପକାଇଥୁଲା ?
Answer:
ସୋଭିଏତ୍ ସଂଘ ଉପରେ ଅତ୍ୟକ ସାମରିକ ଖର୍ଚ୍ଚର ବୋଝ ଲଦି ଦେଇଥୁଲା

୮। ୧୯୯୦ ମସିହାରେ କିଏ ସୋଭିଏତ୍ ସଂଘର ପ୍ରଥମ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଥିଲେ ?
Answer:
ମିଖାଇଲ୍ ଗୋର୍ବାଚେଭ୍

୯। କେଉଁ ମସିହା ସୁଦ୍ଧା ସୋଭିଏତ୍ ରୁଷର ସରକାର ଦେଶର ଅର୍ଥନୀତି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଥିଲେ ?
Answer:
୧୯୯୦

୧୦ । ଜର୍ଜିଆ କେବେ ସୋଭିଏତ୍ ରୁଷ୍ ର ସ୍ଵାଧୀନ ରାଜ୍ୟମାନଙ୍କର ରାଜ୍ୟ ଗୋଷ୍ଠୀ ସହିତ ମିଶିଥିଲା ?
Answer:
୧୯୯୩

୧୧ । ଆମେରିକାର ତାରକା ଯୁଦ୍ଧ କେଉଁ ଦେଶର ଅର୍ଥନୀତି ଉପରେ ଅଧିକ ଚାପ ପକାଇଥିଲା ?
Answer:
ରୁ ଷ୍

୧୨ । ୧୯୮୬ ମସିହାରେ ସୋଭିଏତ୍ ରୁମ୍‌ରେ କେଉଁ ଦୁର୍ଘଟଣା ଘଟିଥିଲା ?
Answer:
ଚେର୍ଣ୍ଣୋବିଲ୍ ଆଣବିକ ଦୁର୍ଘଟଣା

୧୩ । ‘ମିଖାଇଲ୍ ଗୋର୍ବାଚେଭ୍’ କେବେ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ ?
Answer:
୧୯୮୫

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

୧୪ । ସୋଭିଏତ୍ ସଂଘ ଅନ୍ତର୍ଭୁକ୍ତ ରାଷ୍ଟ୍ରମାନେ ସଂଘୀୟ ସରକାରଙ୍କୁ କ’ଣ ଦେବାକୁ ମନା କରିଥିଲେ ?
Answer:
ରାଜସ୍ଵ

୧୫ । ସୋଭିଏତ୍ ରୁଷର ‘ପେରିସ୍ତ୍ରୋଇକା’ର ଅର୍ଥ କ’ଣ ?
Answer:
ଆର୍ଥନୀତିକ ପୁନର୍ବିନ୍ୟାସ

୧୬ । ସୋଭିଏତ୍ ରୁଷ୍ ‘ଉସ୍କୋରେନିୟେ’ର ଅର୍ଥ କ’ଣ ?
Answer:
ଦ୍ରୁତ ଆର୍ଥନୀତିକ ବିକାଶ

୧୭ । ରୁଷିଆରେ ନୂତନ ଆର୍ଥିକ ନୀତି କେବେ ଘୋଷଣା କରାଯାଇଥିଲା ?
Answer:
୧୯୮୬

୧୮। କେଉଁ ନୀତିଦ୍ୱାରା ସୋଭିଏତ୍ ସଂଘରେ ସ୍ଵାଧୀନତା ଅଧିକାର ସମ୍ଭବ ହୋଇଥିଲା ?
Answer:
ଗ୍ଳାସନସ୍ତ

୧୯ । ସହସ୍ରାଧୂକ ରାଜନୈତିକ ବନ୍ଦୀ ଏବଂ ବିରୋଧୀମାନଙ୍କୁ ରୁଷରେ କେବେ କାରମୁକ୍ତ କରାଯାଇଥିଲା ?
Answer:
୧୯୮୬ ମସିହା

୨୦ । ୧୯୮୭ ମସିହା ଜାନୁଆରୀ ମାସରେ ଗୋର୍ବାଚେଭ୍ ରୁଷରେ କେଉଁ ପ୍ରକ୍ରିୟା ଆରମ୍ଭ କରିଥିଲେ ?
Answer:
ଗଣତାନ୍ତ୍ରିକ ପ୍ରକ୍ରିୟା

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

C. ଶୂନ୍ୟସ୍ଥାନ ପୂରଣ କର ।

୧। ୧୯୨୮ ମସିହାରେ ରୁଷ୍ଠରେ ପଞ୍ଚବାର୍ଷିକ _______ ଯୋଜନା ପ୍ରବର୍ତ୍ତନ କରିଥିଲେ ।
Answer:
ଯୋସେଫ୍ ଷ୍ଟାଲିନ୍

୨ । __________ ମସିହା ପର୍ଯ୍ୟନ୍ତ ଷ୍ଟାଲିନ୍ ସୋଭିଏତ୍ ସଂଘର ଶାସନକୁ ଦୃଢ଼ ହସ୍ତରେ ପରିଚାଳନା କରିଥିଲେ ।
Answer:
୧୯୫୩

୩ । ୧୫୪୭ ମସିହାରେ ୧୭ ବର୍ଷ ବୟସରେ ରୁଷର ପ୍ରଥମ ଜାର୍ _______ ହୋଇଥିଲେ ।
Answer:
ଚତୁର୍ଥ ଇଭାନ୍

୪। ରୁଷର ଶେଷ ଜାର୍ _______ ଥିଲେ ।
Answer:
ଦ୍ଵିତୀୟ ନିକେଲାସ୍

୫। ଷ୍ଟାଲିନ୍‌ଙ୍କ ମୃତ୍ୟୁପରେ _________ ସୋଭିଏତ୍ ସଂଘର ପ୍ରଧାନମନ୍ତ୍ରୀ ହୋଇଥିଲେ ।
Answer:
ନିକିତା କୃଶ୍ଚେଭ୍

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

୬। ରୁଷ୍ ରାଷ୍ଟ୍ରପତି ମାନଙ୍କ ମଧ୍ୟରୁ ________ ଜଣେ ଉଦାରବାଦୀ ନେତା ଥିଲେ ।
Answer:
ନିକିତା କୃଶ୍ଚେଭ୍

୭। ‘ତାରକା ଯୁଦ୍ଧ’ ଆମେରିକାର ରାଷ୍ଟ୍ରପତି ________ ଘୋଷଣା କରିଥିଲେ ।
Answer:
ରୋନାଲଡ଼ ରିଗାନ୍

୮।  __________ ମସିହାରେ ଯୋସେଫ୍ ଷ୍ଟାଲିନ୍‌ଙ୍କଦ୍ୱାରା ରୁପ୍‌ରେ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ।
Answer:
୧୯୨୮

୯। ଚେର୍ଣ୍ଣୋବିଲ୍ ଆଣବିକ ଶକ୍ତି କେନ୍ଦ୍ରରେ ଦୁର୍ଘଟଣା _________ ମସିହାରେ ଘଟିଥିଲା ।
Answer:
୧୯୮୬

୧୦ । ‘କୃଶ୍ଚେଭ୍’ _________ ମସିହାରେ କ୍ଷମତାରୁ ଅପସରି ଯାଇଥିଲେ ।
Answer:
୧୯୬୪

୧୧। _________ ମସିହାରେ ରୁଷ୍ଠରେ ଜାର୍ ଶାସନର ପତନ ଘଟିଥିଲା ।
Answer:
୧୯୧୭

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

୧୨ । ଲେନିନ୍‌ଙ୍କ ନେତୃତ୍ୱରେ ________ ଟି ରାଜ୍ୟର ସମାହାରରେ ସାମ୍ୟବାଦୀ ସୋଭିଏତ୍ ସଂଘ ଆତ୍ମପ୍ରକାଶ କରିଥିଲା ।
Answer:
୧୫

୧୩ । ୧୯୨୮ ମସିହାରେ ଯୋସେଫ୍ ଷ୍ଟାଲିନ୍‌ ଙ୍କଦ୍ୱାରା
Answer:
ପଞ୍ଚବାର୍ଷିକ

୧୪। _______ ମସିହାରେ ସୋଭିଏତ୍ ସଂଘର ଅସ୍ତିତ୍ବ ଲୋପ ପାଇଥିଲା ।
Answer:
୧୯୯୧

D. ଠିକ୍ ଉକ୍ତି ପାଇଁ ( ✓) ଓ ଭୁଲ ଉକ୍ତି ପାଇଁ (✗) ଲେଖ ।

୧। ୧୯୨୮ ମସିହାରେ ଯୋସେଫ୍ ଷ୍ଟାଲିନ୍ ରୁଷିଆରେ ପଞ୍ଚବାର୍ଷିକ ଯୋଜନା ଆରମ୍ଭ କରିଥିଲେ ।
୨ । ରୁଷର ସମ୍ରାଟମାନେ ୧୫୪୬ ମସିହାରୁ ଜାର୍ ଉପାଧ୍ ଧାରଣ କରୁଥିଲେ ।
୩। ଚତୁର୍ଥ ଇଭାନ୍ ରୁଷିଆର ଦ୍ବିତୀୟ ଜାର୍ ଥିଲେ ।
୪। ରୁଷିଆର ଶେଷ ଜାରି ଥିଲେ ଜାର ଦ୍ଵିତୀୟ ଆଲେକ୍‌ଜାଣ୍ଡର ।
୫। ଷ୍ଟାଲିନ୍‌ଙ୍କ ପରେ ନିକିତା କୃଶ୍ଚେଭ୍ ସୋଭିଏତ୍ ସଂଘର ପ୍ରଧାନମନ୍ତ୍ରୀ ହୋଇଥିଲେ ।
୬। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜର୍ଜ ବୁଶ୍ ‘ତାରକା ଯୁଦ୍ଧ’ ଘୋଷଣା କରିଥିଲେ ।
୭। ୧୯୮୫ ମସିହାରେ ଚେର୍ଣ୍ଣୋବିଲ୍ ଆଣବିକ ଶକ୍ତିକେନ୍ଦ୍ରରେ ଦୁର୍ଘଟଣା ଘଟିଥିଲା ।
୮ । ମିଖାଇଲ ଗୋର୍ବାଚେଭ୍ ମାର୍ଚ୍ଚ ମାସ ୧୯୮୬ ମସିହାରେ ସୋଭିଏତ୍ ପଲିଟିବ୍ୟୁରେର ସମ୍ପାଦକ ହେଲେ ।
୯ । ସୋଭିଏତ୍ ସଂଘର ବିଲୋପ ୧୯୯୧ ଡିସେମ୍ବର ୨୬ ତରିଖରେ ହୋଇଥିଲା ।
୧୦ । ୧୦ଗୋଟି ରାଜ୍ୟକୁ ନେଇ ଏକ ରାଜ୍ୟଗୋଷ୍ଠୀ ଗଠିତ ହୋଇଥିଲା ।

Answer:
୧। (✓)
୨ । (✗)
୩ । (✗)
୪। (✗)
୫। (✓)
୬। (✗)
୭। (✗)
୮ । (✗)
୯ । (✓)
୧୦ । (✗)

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 1
E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 2

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧ । ଜର୍ଜିଆ ୧୯୯୨ ମସିହାରେ ସ୍ଵାଧୀନ ରାଜ୍ୟମାନଙ୍କର ରାଜ୍ୟଗୋଷ୍ଠୀ ସହିତ ମିଶି ଯାଇଥିଲା ।
Answer:
୧୯୯୩

୨। ୧୯୯୧ ଡିସେମ୍ବର ୨୧ ତାରିଖ ସୁଦ୍ଧା ୧୨ଗୋଟି ରାଜ୍ୟକୁ ନେଇ ସ୍ଵାଧୀନ ରାଜ୍ୟମାନଙ୍କର ଏକ ରାଜ୍ୟଗୋଷ୍ଠୀ ଗଠିତ ହୋଇସାରିଥିଲା ।
Answer:
୧୧ ଗୋଟି

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

୩। ଜାର୍ ଦ୍ୱିତୀୟ ନିକୋଲାସ୍ ୧୯୧୭ ମସିହା ଅକ୍ଟୋବର ବିପ୍ଳବଦ୍ଵାରା ଗାଦିଚ୍ୟୁତ ହୋଇଥିଲେ ।
Answer:
ଫେବୃୟାରୀ

୪ । ମିଖାଇଲ ଗୋର୍ବାଚେଭ ସୋଭିଏତ ସଂଘରେ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରିଥିଲେ ।
Answer:
ଯୋସେଫ୍ ଷ୍ଟାଲିନ୍

୫। ତାରକା ଯୁଦ୍ଧ ସୋଭିଏତ ସଂଘର ଯୋଜନା ଥିଲା ।
Answer:
ଯୁକ୍ତରାଷ୍ଟ୍ର ଆମେରିକା

୬ । ୧୫୪୭ ମସିହାରେ ଜାର ଦ୍ଵିତୀୟ ନିକୋଲାସ ରୁଷର ପ୍ରଥମ ଜାର୍ ହୋଇଥିଲେ ।
Answer:
ଚତୁର୍ଥ ଇଭାନ୍

୭। ସୋଭିଏତ୍ ସଂଘରେ ଅର୍ଥନୈତିକ ସଂସ୍କାର ପ୍ରକ୍ରିୟା ୧୯୨୦ ମସିହାରୁ ଆରମ୍ଭ ହୋଇଥିଲା ।
Answer:
୧୯୨୧

୮। ଲିଓନିଡ୍ର ବେଜନେଇ ୧୯୫୩ ମସିହା ପର୍ଯ୍ୟନ୍ତ ସୋଭିଏତ୍ ସଂଘର ଶାସନ ଦୃଢ଼ ହସ୍ତରେ ପରିଚାଳନା କରିଥିଲେ ।
Answer:
ଯୋସେଫ୍ ଷ୍ଟାଲିନ୍

୯ । ୧୯୮୮ ମସିହାରେ ଗୋର୍ବାଚେଭ୍ ତାଙ୍କର ନୂତନ ଆର୍ଥନୀତିକ ନୀତି ଘୋଷଣା କରିଥିଲେ ।
Answer:
୧୯୮୬

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

୧୦ । ରୁଷ୍ ଗଣତାନ୍ତ୍ରିକ ପ୍ରକ୍ରିୟା ୧୯୮୭ ମସିହାରେ ଯୋଶେଫ ଷ୍ଟାଲିନ ଆରମ୍ଭ କରିଥିଲେ ।
Answer:
ମିଖାଇଲ୍ ଗୋର୍ବଚେଭ୍

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ମିଖାଇଲ୍ ଗୋର୍ବାଚେଭ୍ କେବେ ରୁଷରେ ଗଣତାନ୍ତ୍ରିକ ପ୍ରକ୍ରିୟା ଆରମ୍ଭ କରିଥିଲେ ?
(A) ୧୯୮୫
(B) ୧୯୮୭
(C) ୧୯୮୮
(D) ୧୯୯୦
Answer:
(B) ୧୯୮୭

Question 2.
ମିଖାଇଲ୍ ଗୋର୍ବାଚେଭ୍ ସୋଭିଏତ୍ ସଂଘର ରାଷ୍ଟ୍ରପତି ପଦରୁ କେବେ ଇସ୍ତଫା ପ୍ରଦାନ କରିଥିଲେ ?
(A) ୧୯୮୯
(B) ୧୯୯୦
(C) ୧୯୯୧
(D) ୧୯୯୨
Answer:
(C) ୧୯୯୧

Question 3.
କେବେ ସୋଭିଏତ୍ ସଂଘର ଅସ୍ଥିତ୍ଵ କେବେ ଲୋପ ପାଇଥିଲା ?
(A) ୧୯୮୭
(B) ୧୯୮୯
(C) ୧୯୯୦
(D) ୧୯୯୧
Answer:
(D) ୧୯୯୧

Question 4.
କୃଷ୍ଟେଭ୍ କେବେ କ୍ଷମତାରୁ ଅପସରି ଯାଇଥିଲେ ?
(A) ୧୯୬୨
(B) ୧୯୬୩
(C) ୧୯୬୪
(D) ୧୯୬୭
Answer:
(C) ୧୯୬୪

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

Question 5.
କେଉଁ ମସିହାରେ ରୁଷ୍ଠରେ ଜାର୍ ଶାସନର ପତନ ଘଟିଥିଲା ?
(A) ୧୯୧୭
(B) ୧୯୧୯
(C) ୧୯୬୪
(D) ୧୯୬୭
Answer:
(A) ୧୯୧୭

Question 6.
ଲେନିନ୍ ଙ୍କ ନେତୃତ୍ବରେ କେତୋଟି ରାଜ୍ୟର ସମାହାରରେ ସାମ୍ୟବାଦୀ ସୋଭିଏତ୍ ସଂଘ ଆତ୍ମପ୍ରକାଶ କରିଥିଲା ?
(A) ୨୧
(B) ୧୯
(C) ୧୫
(D) ୧୭
Answer:
(C) ୧୫

Question 7.
କେଉଁ ମସିହାରେ ସୋସେଫ୍ ଷ୍ଟ୍ର।ଲିନ୍ ଙ୍କତୃ।ରା ରୁଷ୍ରେ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ।
(A) ୧୯୨୪
(B) ୧୯୨୮
(C) ୧୯୧୮
(D) ୧୯୨୯
Answer:
(B) ୧୯୨୮

Question 8.
ଚେୟୌବିଲ୍ ଆଣବିକ ଶକ୍ତି ଦୁର୍ଘଟଣା କେଉଁ ମସିହାରେ ଘଟିଥିଲା ?
(A) ୧୯୯୧
(B) ୧୯୯୦
(C)୧୯୮୫
(D) ୧୯୮୬
Answer:
(D) ୧୯୮୬

Question 9.
୧୯୨୩ ମସିହାରେ କାହା ନେତୃତ୍ୱରେ ୧୫ଟି ରାଜ୍ୟର ସମାହାରରେ ସାମ୍ୟବାଦୀ ସୋଭିଏତ୍ ସଂଘ ଆତ୍ମପ୍ରକାଶ କରିଥିଲା ?
(A) ଭ୍ଲାଡ଼ିମିର ଲେନିନ୍
(B) ଯୋସେଫ୍ ଷ୍ଟାଲିନ୍
(C) ଆଲେକ୍ସି କୋସିଜିନ୍
(D) ଲିଓନିଡ୍ ବ୍ରେଜନେଭ୍
Answer:
(A) ଭ୍ଲାଡ଼ିମିର ଲେନିନ୍

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

Question 10.
ଲେନିନ୍‌ଙ୍କର ନୂତନ ଅର୍ଥନୈତିକ ନୀତିଦ୍ୱାରା କେବେଠାରୁ ସୋଭିଏତ୍ ସଂଘରେ ଅର୍ଥନୈତିକ ସଂସ୍କାର ଆରମ୍ଭ ହୋଇଥିଲା ?
(A) ୧୯୧୯ ମସିହା
(B) ୧୯୨୧ ମସିହା
(C) ୧୯୨୩ ମସିହା
(D) ୧୯୨୫ ମସିହା
Answer:
(B) ୧୯୨୧ ମସିହା

Question 11.
କେବେଠାରୁ ରୁଷର ସମ୍ରାଟମାନେ ଜାର୍ ଉପାଧ୍ ଧାରଣ କରୁଥିଲେ ?
(A) ୧୫୪୧ ମସିହା
(B) ୧୫୪୫ ମସିହା
(C) ୧୫୪୬ ମସିହା
(D) ୧୫୪୭ ମସିହା
Answer:
(D) ୧୫୪୭ ମସିହା

Question 12.
କେବେ ଚତୁର୍ଥ ଇଭାନ୍ ରୁ ଷ୍ଠ ପ୍ରଥମ ଜାର୍ ହୋଇଥିଲେ ?
(A) ୧୫୪୬ ମସିହା
(B) ୧୫୪୭ ମସିହା
(C) ୧୫୪୯ ମସିହା
(D) ୧୫୫୨ ମସିହା
Answer:
(B) ୧୫୪୭ ମସିହା

Question 13.
ଷ୍ଟାଲିନ୍‌ଙ୍କ ମୃତ୍ୟୁପରେ କିଏ ସୋଭିଏତ୍ ସଂଘର ପ୍ରଧାନମନ୍ତ୍ରୀ ହୋଇଥିଲେ ?
(A) ଲେନିନ୍
(B) ବ୍ରେଜ୍‌ନେଭ୍
(C) କୃଶ୍ଚେଭ୍
(D) କୋସିଜିନ୍
Answer:
(C) କୃଶ୍ଚେଭ୍

Question 14.
କେଉଁ ସୋଭିଏତ୍ ପ୍ରଧାନମନ୍ତ୍ରୀଙ୍କ ସମୟରେ ଚୀନ୍‌ରଶାସକ ମାଓ-ସେ-ତୁକ୍‌ଙ୍କ ସହିତ ସୋଭିଏତ୍ ସଂଘର ସମ୍ପର୍କ ତିକ୍ତ ହୋଇଥିଲା ?
(A) ଲେନିନ୍
(B) କଣ୍ଢେଭ୍
(C) କୋସିଜିନ୍
(D) ବ୍ରେଜ୍‌ନେଭ୍
Answer:
(B) କଣ୍ଢେଭ୍

Question 15.
କେଉଁ ଦେଶ ସାଙ୍ଗରେ ତୀବ୍ର ମତଭେଦ ଯୋଗୁଁ ବିଶ୍ଵରେ ସୋଭିଏତ୍ ସଂଘର ପ୍ରାଧାନ୍ୟ କ୍ଷୁଣ୍ଣ ହୋଇଥିଲା ?
(A) ଯୁକ୍ତରାଷ୍ଟ୍ର ଆମେରିକା
(B) ଚୀନ୍
(C) ଜର୍ମାନୀ
(D) ଜାପାନ
Answer:
(B) ଚୀନ୍

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

Question 16.
କିଏ ତାଙ୍କର ଉଦାରବାଦୀ ମନୋଭାବ ଯୋଗୁଁ କ୍‌ର ପନ୍ଥୀଙ୍କଦ୍ୱାରା ନିନ୍ଦିତ ହୋଇ ୧୯୬୪ ମସିହାରେ କ୍ଷମତାରୁ ଅପସରି ଯାଇଥିଲେ ?
(A) ଲେନିନ୍
(B) କୋସିଜିନ୍
(C) ବ୍ରେଜ୍ନେଭ୍
(D) କୃଶ୍ଚେଭ୍
Answer:
(D) କୃଶ୍ଚେଭ୍

Question 17.
ସୋଭିଏତ୍ ସଂଘର କେଉଁ ଶାସକଙ୍କ ସମୟରେ ଏହାର ସାମରିକ ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇଥିଲା ?
(A) ଯୋସେଫ୍ ଷ୍ଟାଲିନ୍
(B) କୋସିଜିନ୍
(C) ଲିଓନିଡ୍ ବ୍ରେଡ୍‌ନେଭ୍
(D) ମିଖାଇଲ୍ ଗୋର୍ବାଚେଭ୍
Answer:
(C) ଲିଓନିଡ୍ ବ୍ରେଡ୍‌ନେଭ୍

Question 18.
କିଏ ୧୯୮୫ ମସିହା ମାର୍ଚ୍ଚ ମାସରେ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ ?
(A) ଲେନିନ୍
(B) ଆଲେକ୍ସି କୋସିଜିନ୍
(C) ଲିଓନିଡ୍ ବ୍ରେଜନେଭ୍
(D) ମିଖାଇଲ୍ ଗୋର୍ବାଚେଭ୍
Answer:
(D) ମିଖାଇଲ୍ ଗୋର୍ବାଚେଭ୍

Question 19.
କେବେ ଗୋର୍ବାଚେଭ୍ ତାଙ୍କର ଗ୍ଳାସ୍‌ସ୍ତ ଓ ପେରିସ୍ପୋଇକା ନୀତି ଘୋଷଣା କରିଥିଲେ ?
(A) ୧୯୮୦
(C) ୧୯୮୭
(B) ୧୯୮୬
(D) ୧୯୮୮
Answer:
(B) ୧୯୮୬

Question 20.
କେଉଁ ନୀତିଦ୍ଵାରା ସୋଭିଏତ୍ ସଂଘରେ ମତବ୍ୟକ୍ତ କରିବାର ସ୍ଵାଧୀନତା ଏବଂ ସମ୍ବାଦପତ୍ରର ସ୍ଵାଧୀନତା ସମ୍ଭବ ହୋଇଥିଲା ?
(A) ପେରିସ୍ତ୍ରୋଇକା
(B) ଉସ୍କୋରେନିୟୋ
(C) କ୍ଳାସ୍‌ନସ୍ତ
(D) ପଞ୍ଚବାର୍ଷିକ ଯୋଜନା
Answer:
(C) କ୍ଳାସ୍‌ନସ୍ତ

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

Question 21.
୧୯୯୦ ମସିହା ମାର୍ଚ୍ଚ ୧୫ ତାରିଖରେ କିଏ ସୋଭିଏତ୍ ସଂଘର ପ୍ରଥମ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଥିଲେ ?
(A) ଲେନିନ
(B) ମିଖାଇଲ୍ ଗୋର୍ବାଚେଭ୍
(C) ବୋରିସ୍ ୟେଲ୍‌ସିନ୍
(D) ଲିଓନିଡ୍ ବ୍ରେଜନେଭ୍
Answer:
(B) ମିଖାଇଲ୍ ଗୋର୍ବାଚେଭ୍

Question 22.
ଆର୍ଥନୀତିକ ପୁନର୍ଗଠନ ଓ ଦ୍ରୁତ ଆର୍ଥନୀତିକ ବିକାଶ ନିମନ୍ତେ କିଏ ପେରିସ୍ପୋଇକା ଏବଂ ଉସ୍କୋରେନିୟୋ ନୀତିଦ୍ଵୟ ପ୍ରଣୟନ କରିଥିଲେ ?
(A) ଗୋର୍ବାଚେଭ୍
(B) ଲେନିନ୍‌
(C) କୋସିଜିନ୍
(D) କୃଶ୍ଚେଭ୍
Answer:
(A) ଗୋର୍ବାଚେଭ୍

Question 23.
କେଉଁ ମସିହା ସୁଦ୍ଧା ସୋଭିଏତ୍ ସରକାର ଦେଶର ଅର୍ଥନୀତି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଥିଲେ ?
(A) ୧୯୮୬
(B) ୧୯୮୮
(C) ୧୯୯୦
(D) ୧୯୯୧
Answer:
(C) ୧୯୯୦

Question 24.
୧୯୯୧ ମସିହା ଡିସେମ୍ବର ୨୫ ତାରିଖ ଦିନ କିଏ ସୋଭିଏତ୍ ସଂଘର ରାଷ୍ଟ୍ରପତି ପଦରୁ ଇସ୍ତଫା ପ୍ରଦାନ କରିଥିଲେ ?
(A) ୟେସିନ୍
(B) ଗୋର୍ବାଚେଭ୍
(C) ଲେନିନ୍
(D) କୋସିଜିନ୍
Answer:
(B) ଗୋର୍ବାଚେଭ୍

Question 25.
ଜର୍ଜିଆ କେବେ ସ୍ଵାଧୀନ ରାଜ୍ୟମାନଙ୍କର ରାଜ୍ୟଗୋଷ୍ଠୀ ସହିତ ମିଶିଥିଲା ?
(A) ୧୯୮୬
(C) ୧୯୯୦
(B) ୧୯୮୮
(D) ୧୯୯୩
Answer:
(D) ୧୯୯୩

BSE Odisha 9th Class History Important Questions Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

Question 26.
କେଉଁଟି ସ୍ଵାଧୀନ ରାଜ୍ୟମାନଙ୍କର ରାଜ୍ୟଗୋଷ୍ଠୀର ଅନ୍ତର୍ଭୁକ୍ତ ନ ଥିଲା ?
(A) ବେଲାରୁଷ୍
(B) ଆର୍ମେନିଆ
(C) ଲାଟ୍‌ଭିଆ
(D) ମୋଲ୍‌ଲା
Answer:
(C) ଲାଟ୍‌ଭିଆ

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

Odisha State Board BSE Odisha 9th Class History Important Questions Chapter 13 ଭାରତର ପରମ୍ପରା Important Questions and Answers.

BSE Odisha Class 9 History Important Questions Chapter 13 ଭାରତର ପରମ୍ପରା

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପରମ୍ପରା କହିଲେ କ’ଣ ବୁଝ ? ସ୍ଵଚ୍ଛ ଓ ଉଚ୍ଚ ପରମ୍ପରାଦ୍ୱାରା ଆମର କ’ଣ ଲାଭ ହୋଇଛି ?
Answer:

  • କୌଣସି ଜାତି, ସମ୍ପଦ୍ରାୟ, ଗୋଷ୍ଠୀ, ସମାଜ ଅଥବା ରାଷୁରେ ପୁରୁଷାନୁକୁମେ ଧାରାବାହିକ ଭାବରେ ପ୍ରଚଳିତ ସୁସ୍ଥ ଲୋକରୀତି, ଧର୍ମ, ବିଶ୍ଵାସ, ଜୀବନଧାରା ବା ଶୈଳୀ, ଯାହାକୁ ପରବର୍ତୀ ପିଢ଼ି ମଧ୍ୟ ଗ୍ରହଣ କରି ସେହି ଅନୁଯାୟୀ ପରିଚାଳିତ ହୁଅନ୍ତି ତାହାକୁ ପରମ୍ପରା କୁହାଯାଏ ।
  • ସୁସ୍ଥ ପରମ୍ପରା କୌଣସି ଉଗ୍ର ଧର୍ମାନ୍ଧତା, କୁସଂସ୍କାର କିମ୍ବା ଅନ୍ଧ ଅନୁକରଣ ବା ସଂକୀର୍ଣ୍ଣ ସୁସ୍ଥ ପରମ୍ପରା କୌଣସି ଉଗ୍ର ଧର୍ମାନ୍ଧତା,
  • ଉଚ୍ଚ ପରମ୍ପରା ଯୋଗୁଁ ଭାରତରେ ଏକ ସୁସ୍ଥ ସମାଜ ଗଠନ କରିବା ସମ୍ଭବ ହୋଇପାରିଛି ।
  • କେବଳ ସେତିକି ନୁହେଁ, ସଫଳ ଗଣତନ୍ତ୍ର,ଉଦାର ଧର୍ମଚେତନା, ଅନୁକରଣୀୟ ସଂସ୍କୃତି ଓ ଆଦର୍ଶ ଅର୍ଥନୀତି ଏହି ଉଚ୍ଚ ପରମ୍ପରା ଯୋଗୁଁ ପ୍ରତିଷ୍ଠିତ ହୋଇପାରିଛି ।
  • ବିଶ୍ଵର ପ୍ରାୟ ସମସ୍ତ ଦେଶରେ ଭାରତ ପରମ୍ପରା ଆଦୃତ ହୋଇ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି ।

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

୨ । ବିବାହକୁ ଭାରତର ଏକ ସାମାଜିକ ପରମ୍ପରା ଭାବେ ଉଲ୍ଲେଖ କର ।
Answer:

  • ଭାରତରେ ବିବାହକୁ ପତି-ପତ୍ନୀଙ୍କର ଏକ ପବିତ୍ର ବନ୍ଧନ ଭାବେ ଗ୍ରହଣ କରାଯାଇଛି । ଏହା ଏକ ସଂସ୍କାର ଏବଂ ସମସ୍ତଙ୍କଦ୍ୱାରା ନୀତିଗତ ଭାବେ ପାଳନୀୟ ।
  • ଭାରତୀୟ ସମାଜରେ ବିବାହକୁ ଏକ କର୍ତ୍ତବ୍ୟ ଭାବେ ବିବେଚନା କରାଯାଇଛି ।
  • ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାର ବିବାହ ପଦ୍ଧତି ଅନୁସୃତ ହେଉଥିଲେ ସୁଦ୍ଧା ସମସ୍ତ ପଦ୍ଧତିରେ ପରମ୍ପରା ଓ ରୀତିଗୁଡ଼ିକ ସମାନ ଥାଏ ।
  • ଭାରତରେ ବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଅଧ୍ୟାବାସୀ ନିଜର ଧର୍ମନୀତି ଅନୁଯାୟୀ ବିବାହ ସମ୍ପାଦନ କରିଥା’ନ୍ତି ।
  • ଏକ ପବିତ୍ର ଅନୁଷ୍ଠାନ ଭାବେ ବିବେଚିତ ହେଉଥ‌ିବା ବିବାହ ବନ୍ଧନ ପ୍ରତ୍ୟେକ ଭାରତୀୟ ସମ୍ପ୍ରଦାୟର ଏକ ପ୍ରଧାନ ସାମାଜିକ ପରମ୍ପରା ଅଟେ ।

୩ । କୁଟୀର ଶିଳ୍ପ କିପରି ଭାରତରେ ଆର୍ଥନୀତିକ ପ୍ରଗତିର ଏକ ପରମ୍ପରା ସୃଷ୍ଟି କରିଛି ଉଲ୍ଲେଖ କର ।
Answer:

  1. ଯୁଗ ଯୁଗ ଧରି କୁଟୀର ଶିଳ୍ପ ଭାରତରେ ଏକ ଆର୍ଥନୀତିକ ପରମ୍ପରା ସୃଷ୍ଟି କରିଛି ।
  2. ସିନ୍ଧୁ ସଭ୍ୟତା ସମୟରେ ମାଟି, ପଥର ଓ ଧାତୁ ନିର୍ମିତ ବିଭିନ୍ନ ସାମଗ୍ରୀ; ଋଗ୍‌ବୈଦିକ ଯୁଗରେ କାଠ, ଧାତୁ, ଚମଡ଼ା ଓ ତନ୍ତକାମ; ପରବର୍ତ୍ତୀ ବୈଦିକ ଯୁଗରେ ଉନ୍ନତ ଧରଣର ମାଟିପାତ୍ର ଓ ଲୁହାନିର୍ମିତ ଉପକରଣ, ବେତକାମ, ଲୁଗା ରଙ୍ଗ କାମ ଇତ୍ୟାଦି ଭାରତରେ କୁଟୀର ଶିଳ୍ପ ପର ମ୍ପରାର ଏକ ଦୃଢ଼ ଭିଭି ସ୍ଥାପନ କରିଥିଲା ।
  3. ସେ ସମୟରୁ କୁଟୀର ଶିଳ୍ପର ଅବିରତ ପ୍ରଗତି ଘଟି ଆଜି ଭାରତୀୟ ସମାଜରେ ଏହା କୌଳିକ ବୃତ୍ତିରେ ପରିଣତ ହୋଇଛି ।
  4. ମାଟି, ପଥର, କାଠ ଓ ଶିଙ୍ଗର ମୂର୍ତ୍ତି, ପାତ୍ର ଓ ସାଜସଜ୍ଜା ଉପକରଣ; ସୁନାରୁ ପାର ଅଳଙ୍କାର ଓ ତାରକସୀ କାମ; ବିଭିନ୍ନ ଧାତୁରେ ନିର୍ମିତ କୃଷି, ଶିଳ୍ପ ଓ ଗୃହରେ ବ୍ୟବହୃତ ଉପକରଣ ଇତ୍ୟାଦି କୁଟୀର ଶିଳ୍ପର ଅନ୍ତର୍ଭୁକ୍ତ ।
  5. ଉପରୋକ୍ତ ସମସ୍ତ କୁଟୀର ଶିଳ୍ପ ଦେଶର ବିଭିନ୍ନ ଅଞ୍ଚଳରେ ଓ ଅନେକ ବିଦେଶୀ ରାଷ୍ଟ୍ରରେ ଚାହିଦା ବୃଦ୍ଧି କରି ଆର୍ଥନୀତିକ ପ୍ରଗତିରେ ଏକ ପରମ୍ପରା ସୃଷ୍ଟି କରିଛି ।

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଯୌଥ ପରିବାର କହିଲେ କ’ଣ ବୁଝ ? ଭାରତରେ ଯୌଥ ପରିବାରର ପରମ୍ପରା କେବେଠାରୁ ଚଳିଆସୁଛି ?
Answer:

  • ଯୌଥ ପରିବାର କହିଲେ ଜେଜେବାପା, ଜେଜେମା’, ବାପା, ମା’, ବଡ଼ବାପା, ବଡ଼ମା’, ଦାଦା, ଖୁଡ଼ୀ, ପୁଅ, ବୋହୂ, ପୁତୁରା, ପୁତୁରା ବୋହୂ, ନାତି, ନାତୁଣୀ, ନାତୁଣୀ ବୋହୂ ଏବଂ ବିବାହ କରିବା ପର୍ଯ୍ୟନ୍ତ ଝିଅ, ଝିଆରୀ ଆଦି ସମସ୍ତଙ୍କର ଏକତ୍ର ବସବାସକୁ ବୁଝାଇଥାଏ ।
  • ଭାରତରେ ବୈଦିକ ଯୁଗରୁ ଯୌଥ ପରିବାରର ପରମ୍ପରା ଚଳିଆସୁଛି ।

୨ । କାହାକୁ ଭାରତର ପ୍ରାଚୀନତମ ସାହିତ୍ୟ ଭାବେ ବିବେଚନା କରାଯାଏ ? ଭାରତରେ ସାହିତ୍ୟର ପରମ୍ପରା କେବେଠାରୁ ସୃଷ୍ଟି ହୋଇଛି ?
Answer:

  • ବେଦକୁ ଭାରତର ପ୍ରାଚୀନତମ ସାହିତ୍ୟ ଭାବେ ବିବେଚନା କରାଯାଏ ।
  • ଭାରତରେ ସାହିତ୍ୟର ପରମ୍ପରା ବୈଦିକ ଯୁଗରୁ ସୃଷ୍ଟି ହୋଇଛି ।

୩ । ଶାସନର ବିକେନ୍ଦ୍ରୀକରଣ କହିଲେ କ’ଣ ବୁଝ ?
Answer:

  1. ପ୍ରତେକ ଶାସକଙ୍କ ସମୟରେ ସେମାନଙ୍କଦ୍ୱାରା ଅଧିକୃତ ଅଞ୍ଚଳର ବିଶାଳତା ଓ ବିଭିନ୍ନତା ଦୃଷ୍ଟିରୁ ଶାସନର ବିକେନ୍ଦ୍ରୀକରଣ କରାଯାଇ ଏହାକୁ ଫଳପ୍ରଦ କରାଯାଇଛି ।
  2. ବୈଦିକ ସଭ୍ୟତାଠାରୁ ଆରମ୍ଭ କରି ଆଧୁନିକ ଯୁଗର ଭାରତରେ ଗ୍ରାମଠାରୁ ଆରମ୍ଭ କରି ଜିଲ୍ଲା ଓ ପ୍ରଦେଶ ମଧ୍ୟରେ ଶାସନର ବିକେନ୍ଦ୍ରୀକରଣ ହୋଇ ସର୍ବୋଚ୍ଚ ସ୍ଥାନରେ କେନ୍ଦ୍ରୀୟ ଶାସନ ରହିଛି ।

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

୪ । ଚତୁରାଶ୍ରମ କ’ଣ ?
Answer:

  • ମନୁ ଷ୍ୟ ଜୀବନର ଚାରୋଟି ଅବସ୍ଥାକୁ ଚତୁରାଶ୍ରମ କୁହାଯାଏ ।
  • ସେଗୁଡ଼ିକ ହେଲା ବ୍ରହ୍ମଚର୍ଯ୍ୟ ବା ଜ୍ଞାନ ଆହରଣ ସମୟ, ଗାର୍ହସ୍ଥ୍ୟ ବା ସାଂସାରିକ ଜୀବନ ସମୟ, ବାନପ୍ରସ୍ଥ ବା ତପସ୍ୟାରେ ମଗ୍ନହେବା ସମୟ ଏବଂ ସନ୍ୟାସ ବା ଆତ୍ମସଂଯମ ସହିତ ସତ୍ୟ ଓ ଧର୍ମ ପ୍ରଚାର କରିବାର ସମୟ ।

୫ । ପୂଜା ସମୟରେ ଭାରତୀୟମାନେ କ’ଣ ବ୍ୟବହାର କରିଥା’ନ୍ତି ?
Answer:

  • ପୂଜା ସମୟରେ ସମ୍ପୃକ୍ତ ଧର୍ମମତ ଅନୁଯାୟୀ ଭାରତୀୟମାନେ ଦୀପ, ଧୂପ, ଫୁଲ, ଚନ୍ଦନ, ସିନ୍ଦୂର, ଅତର ଆଦିର ବ୍ୟବହାର କରିଥା’ନ୍ତି।
  • ଏତଦ୍‌ବ୍ୟତୀତ ଧର୍ମଗ୍ରନ୍ଥ ପାଠ, ଭଜନ, କୀର୍ତ୍ତନ, ପ୍ରାର୍ଥନା ତଥା ହୋମ ଯଜ୍ଞର ବ୍ୟବସ୍ଥା ହୋଇଥାଏ ।

୬ । ହଜ୍ କ’ଣ ?
Answer:

  1. ଇସ୍‌ଲାମ୍ ଧର୍ମରେ କେତେକ ନିର୍ଦ୍ଦିଷ୍ଟ ଧାର୍ମିକ କର୍ତ୍ତବ୍ୟ ପାଳନ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।
  2. ସେଥିମଧ୍ୟରୁ ପ୍ରତ୍ୟେକ ସମର୍ଥ ମୁସଲମାନ ଇସ୍‌ଲାମ୍ ଧର୍ମର ପବିତ୍ର ସ୍ଥାନ ମକ୍‌କୁ ତୀର୍ଥ ଯାତ୍ରା କରି ସେଠାରେ ଅବସ୍ଥିତ ଉପାସନାର ମୁଖ୍ୟକେନ୍ଦ୍ର କାବାକୁ ଭକ୍ତି ଜଣାଇବା ଏକ କର୍ତ୍ତବ୍ୟ । ଏହି ଯାତ୍ରାକୁ ହଜ୍ କୁହାଯାଏ ।

୭ । ଦିନ-ଇ-ଲ୍ଲାହୀ କ’ଣ ? ଏହା ମାଧ୍ୟମରେ ଆକବର କ’ଣ କରିଥିଲେ ?
Answer:

  • ଦିନ-ଇ-ଲ୍ଲାହୀ ଆକବରଙ୍କ ପ୍ରବର୍ତ୍ତିତ ଏକ ଧର୍ମମତ ।
  • ଏହାଦ୍ଵାରା ଆକବର ସର୍ବଧର୍ମ ସମନ୍ବୟରେ ଏକ ନୂତନ ଧାର୍ମିକ ପନ୍ଥା ନିର୍ଦ୍ଧାରଣ କରିବା ସହିତ ପ୍ରତ୍ୟେକ ଧର୍ମ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ ।

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

୮ । ଭାରତ ସମ୍ବିଧାନରେ କେତେଗୋଟି ମୌଳିକ ଅଧିକାର ରହିଛି ଓ ସେଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ଭାରତରେ ବହୁ ପୂର୍ବରୁ ପ୍ରଚଳିତ ?
Answer:

  • ଭାରତ ସମ୍ବିଧାନର ୬ ଗୋଟି ମୌଳିକ ଅଧିକାର ରହିଛି ।
  • ସେଗୁଡ଼ିକ ମଧ୍ୟରୁ ସମାନତାର ଅଧିକାର, ସ୍ଵାଧୀନତାର ଅଧିକାର, ଧର୍ମଗତ ସ୍ଵାଧୀନତାର ଅଧିକାର, ସାଂସ୍କୃତିକ ଓ ଶିକ୍ଷା ଅଧିକାର ବହୁ ପୂର୍ବରୁ ଭାରତରେ ପ୍ରଚଳିତ ।

୯ । ଭ୍ରାତ୍ତି କ’ଣ ?
Answer:

  1. ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀର ଷୋହଳଟି ମହାଳନପଦ ମଧ୍ୟରୁ ଭ୍ରାନ୍ସି ଏକ ସାଧାରଣତନ୍ତ୍ର ରାଜ୍ୟ ଥିଲା ।
  2. ଏହା ଆଠଟି ବଂଶ ବା ଗୋଷ୍ଠୀର ଏକ ରାଜ୍ୟସଂଘ ଥିଲା ଏବଂ ଏହାର ଏକ ଜନପ୍ରତିନିଧୂ ସଭା ଓ ନିର୍ବାଚିତ ରାଜା ଥିଲେ ।

୧୦ । ଭାରତର ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଏବେ ମଧ୍ୟ ଜନପ୍ରିୟ କାହିଁକି ?
Answer:
ଭାରତରେ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଏବେ ମଧ୍ୟ ନିମ୍ନୋକ୍ତ କରଣରୁ ଜନପ୍ରିୟ ଅଟେ ।

  • ବିଭିନ୍ନ ପ୍ରକାର ବୃକ୍ଷଲତାର ଔଷଧୀୟ ଗୁଣର ଆଧାରରେ ଆୟୁର୍ବେଦ ଔଷଧ ପ୍ରସ୍ତୁତ କରାଯାଇଥାଏ ।
  • ଏହି ପ୍ରାକୃତିକ ଚିକିତ୍ସାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥାଏ ।

୧୧ । ସମସ୍ତ ଧର୍ମରେ କାହାକୁ ବିରୋଧ କରାଯାଇଛି ?
Answer:
ସମସ୍ତ ଧର୍ମରେ ଜାତିପ୍ରଥା ଓ ଅସ୍ପୃଶ୍ୟତା, ଭେଦାଭେଦ ଓ ଉଚ୍ଚନୀଚ ମନୋଭାବ, ନିଷ୍ଠୁରତା ଓ ନିର୍ଦ୍ଦୟତା, ଅନୀତି ଓ ଅନ୍ୟାୟ ତଥା ଘୃଣା, ଦ୍ବେଷ, ଈର୍ଷା ଓ ଲୋଭକୁ ବିରୋଧ କରାଯାଇଛି ।

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧ । ମୁସଲମାନମାନଙ୍କର ଦୁଇଟି ପର୍ବର ନାମ ଲେଖ ।
Answer:
ଇଦ୍ -ଉଲ୍ ଫିତର ଓ ଇଦ୍ -ଉଲ୍ -ଜୁହ ମୁସଲମାନମାନଙ୍କର ଦୁଇଟି ପର୍ବ ଅଟେ ।

୨। ଋଗ୍‌ ବୈଦିକ ଯୁଗରେ ସାଧାରଣତନ୍ତ୍ରକୁ କ’ଣ କୁହାଯାଉଥିଲା ?
Answer:
ଋଗ୍‌ ବୈଦିକ ଯୁଗରେ ସାଧାରଣତନ୍ତ୍ରକୁ ‘ଗଶ’ କୁହାଯାଉଥିଲା

୩ । ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ କେତୋଟି ମହାଜନପଦ ଥିଲା ?
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଷୋହଳଟି ମହାଜନପଦ ଥିଲା ।

୪। ମୌର୍ଯ୍ୟଯୁଗରେ ସମ୍ରାଟ୍ ଚନ୍ଦ୍ରଗୁପ୍ତଙ୍କଦ୍ଵାରା କେଉଁ ଶାସନ ବ୍ୟବସ୍ଥା ପ୍ରତିଷ୍ଠିତ ହୋଇଥିଲା ?
Answer:
ମୌର୍ଯ୍ୟ ଯୁଗରେ ସମ୍ରାଟ ଚନ୍ଦ୍ରଗୁପ୍ତଙ୍କଦ୍ଵାରା ପୌର ଶାସନ ବ୍ୟବସ୍ଥା ପ୍ରତିଷ୍ଠିତ ହୋଇଥିଲା ।

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

୫ । ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା କିଏ କେବେ ପ୍ରଚଳନ କରିଥିଲେ ?
Answer:
୧୮୮୨ ଖ୍ରୀ.ଅ.ରେ ଲର୍ଡ ରିପନ୍‌ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରଚଳନ କରିଥିଲେ ।

୬ । କେଉଁ ଯୁଗରେ ଗୋହତ୍ୟା ଓ ଗୋମାଂସ ଭକ୍ଷଣ ନିଷିଦ୍ଧ କରାଯାଇଥିଲା ?
Answer:
ବୈଦିକ ଯୁଗରେ ଗୋହତ୍ୟା ଓ ଗୋମାଂସ ଭକ୍ଷଣ ନିଷିଦ୍ଧ କରାଯାଇଥିଲା ।

୭ । ହସ୍ତତନ୍ତରେ କ’ଣ ପ୍ରସ୍ତୁତ କରାଯାଏ ?
Answer:
ହସ୍ତତନ୍ତରେ ଶାଢ଼ି, ଚାଦର, ଧୋତି ଓ ଗାମୁଛା ପ୍ରସ୍ତୁତ କରାଯାଏ ।

୮ | ଆନ୍ତର୍ମହାଜନପଦ ବାଣିଜ୍ୟ କେଉଁ ସମୟରେ ପ୍ରଚଳିତ ଥିଲା ?
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଆନ୍ତର୍ମହାଜନପଦ ବାଣିଜ୍ୟ ପ୍ରଚଳିତ ଥିଲା ।

୯ । ବୈଦିକ ଯୁଗର ପଶୁମାନଙ୍କୁ କେଉଁ କାମରେ ବ୍ୟବହାର କରାଯାଉଥିଲା ?
Answer:
ବୈଦିକ ଯୁଗରେ ଚାଷ କାର୍ଯ୍ୟ, ପରିବହନ, ଯୁଦ୍ଧ, କ୍ରୀଡ଼ା, ଶତ୍ରୁ ବା ଅପରାଧର ସ୍ଥାନକୁ ଖୋଜି ବାହାର କରିବା ଆଦି କାର୍ଯ୍ୟରେ ପଶୁଙ୍କୁ ବ୍ୟବହାର କରାଯାଉଥିଲା ।

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

୧୦ । କେଉଁ ଶିଳ୍ପର ଅବିରତ ପ୍ରଗତି ଘଟି ତାହା କୌଳିକ ଶିଳ୍ପରେ ପରିଣତ ହୋଇଛି ?
Answer:
କୁଟୀର ଶିଳ୍ପର ଅବିରତ ପ୍ରଗତି ଘଟି ତାହା କୌଳିକ ଶିଳ୍ପର ପରିଣତ ହୋଇଛି ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। ବୈଦିକ ଯୁଗର କେଉଁ ଗଣତାନ୍ତ୍ରିକ ଅନୁଷ୍ଠାନ ରେ ସମାଜର ସମସ୍ତ ଶ୍ରେଣୀରୁ ସଦସ୍ୟ ମନୋନୀତ ହେଉଥିଲେ ?
Answer:
ସମିତି

୨। ମନ୍ଦିର ନିର୍ମାଣ କେଉଁ ଯୁଗରୁ ଆରମ୍ଭ ହୋଇଅଛି ?
Answer:
ଗୁପ୍ତଯୁଗ

୩ । ବୈଦିକ ଯୁଗରେ ଜ୍ଞାନ ଆହରଣର ସମୟକୁ କ’ଣ କୁହାଯାଉଥିଲା ?
Answer:
ବ୍ରହ୍ମଚର୍ଯ୍ୟ

୪। ବୈଦିକ ଯୁଗରେ ଆତ୍ମସଂଯମ ସହିତ ସତ୍ୟ ଓ ଧର୍ମ ପ୍ରଚାର କରିବା ସମୟକୁ କ’ଣ କୁହାଯାଉଥିଲା ?
Answer:
ସନ୍ନ୍ୟାସ

୫ । କେଉଁ ଯୁଗରୁ ଭାରତରେ ଚିତ୍ରକଳାର ଉଦ୍ଭବ ହୋଇଛି ?
Answer:
ପ୍ରାଗ୍-ଐତିହାସିକ

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

୬। କେଉଁ ବେଦରେ ଚିକିତ୍ସା ବିଦ୍ୟା ସମ୍ପର୍କରେ ବର୍ଣ୍ଣନା କରାଯାଇଅଛି ?
Answer:
ଅଥର୍ବ

୭। କାହାର ଆଧାରରେ ଆୟୁର୍ବେଦ ଚିକିତ୍ସାର ବିକାଶ ହୋଇଛି ?
Answer:
ବୃକ୍ଷଲତାର ଔଷଧୀୟ ଗୁଣ

୮ । ବୈଦିକ ଯୁଗରେ ଧନୀ, ବିଜ୍ଞ ଓ ବୟୋବୃଦ୍ଧ ବ୍ୟକ୍ତିମାନେ କେଉଁ ଅନୁଷ୍ଠାନର ସଦସ୍ୟ ରହୁଥିଲେ ?
Answer:
ସଭା

୯ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ କେଉଁ ସାଧାରଣତନ୍ତ୍ରରେ ଆଠଟି ବଂଶ ବା ଗୋଷ୍ଠୀର ଏକ ରାଜ୍ୟସଂଘ ଥିଲା ?
Answer:
ଭିଞ୍ଚି

୧୦ । ମନୁଷ୍ୟ ଜୀବନର ଚାରିଟି ଅବସ୍ଥାକୁ କ’ଣ କୁହାଯାଇଁଥାଏ ?
Answer:
ଚତୁ ରାଶ୍ରମ

୧୧ । ତପସ୍ୟାରେ ମଗ୍ନ ହେବାକୁ ସମୟକୁ କେଉଁ ଅବସ୍ଥା କୁହାଯାଇଥାଏ ?
Answer:
ବାନପ୍ରସ୍ଥ

୧୨ । ଆର୍ଯ୍ୟମାନଙ୍କର କେଉଁ ଦାର୍ଶନିକ ଚିନ୍ତାଧାରା ଭାରତରେ ବିଶ୍ଵ ଭ୍ରାତୃତ୍ଵର ବଳିଷ୍ଠ ପରମ୍ପରା ସୃଷ୍ଟି କରିଥାଏ ?
Answer:
ବସୁଧୈବ କୁଟୁମ୍ବକମ୍

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

୧୩। ଭାରତରେ ପାରମ୍ପରିକ ନୃତ୍ୟଗୁଡ଼ିକ ବିକାଶ ଲାଭ କରିଥିବା କଥା କେଉଁଥୁରୁ ପ୍ରତିଫଳିତ ହୋଇଥାଏ ?
Answer:
ପ୍ରାଚୀନ ମୂର୍ତ୍ତିକଳା

୧୪ । ଭାରତରେ ପ୍ରାଚୀନତମ ସାହିତ୍ୟଭାବେ କାହାକୁ ବିବେଚନା କରାଯାଇଥାଏ ?
Answer:
ବେଦ

୧୫ । ଆମ ସାହିତ୍ୟ ରଚନାର ଏକ ଆଦର୍ଶ ପୁରୁଷଭାବେ କାହାକୁ ଗ୍ରହଣ କରାଯାଇଥାଏ ?
Answer:
କାଳିଦାସ

୧୬ । ଜ୍ୟୋତିଷ ବିଦ୍ୟାରେ ପାରଦର୍ଶିତା ଲାଭ କରିଥି ପୁସ୍ତକଟି କିଏ ?
Answer:
ଜ୍ୟୋତିଷ ବେଦାଙ୍ଗ

୧୭ । କ୍ରିପ୍ସି ଓ ମଲ୍ଲ ନାମକ ଦୁଇଟି ମହାଜନପଦରେ କେଉଁ ପ୍ରକାରର ଶାସନ ପ୍ରଚଳିତ ଥିଲା ?
Answer:
ସାଧାରଣତନ୍ତ୍ର

୧୮। ଗ୍ରାମ ସ୍ତରରେ ଥ‌ିବା ଶାସନ ବ୍ୟବସ୍ଥାକୁ କ’ଣ କୁହାଯାଏ ?
Answer:
ସ୍ୱାୟତ୍ତ ଶାସନ

୧୯ । କେଉଁ ସମ୍ରାଟ ତାଙ୍କ ଶାସନ କାଳରେ ପୌର ଶାସନ ବ୍ୟବସ୍ଥା ପ୍ରଚଳନ କରିଥିଲେ ?
Answer:
ସମ୍ରାଟି ଚନ୍ଦ୍ରଗୁପ୍ତ

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

୨୦ । କେଉଁ ବଡ଼ଲାଙ୍କ ସମୟରେ ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ଏକ ନିୟମିତ ଢଙ୍ଗରେ ପ୍ରତିଷ୍ଠିତ କରାଯାଇଥିଲା ?
Answer:
ଲର୍ଡ ରିପନ୍‌

C. ଶୂନ୍ୟସ୍ଥାନ ପୂରଣ କର ।

୧ । ମନୁଷ୍ୟ ଜୀବନର ଚାରୋଟି ଅବସ୍ଥାକୁ _______ କୁହାଯାଏ ।
Answer:
ଚତୁରାଶ୍ରମ

୨ । ଧର୍ମପାଳନକୁ ଦୃଢ଼ କରିବାପାଇଁ ହିନ୍ଦୁମାନଙ୍କର ________ ଯାତ୍ରା ଏକ ପାରମ୍ପରିକ ବିଶ୍ବାସ ।
Answer:
ଚତୁର୍ଧାମ

୩ ।_______ ଭାରତୀୟ ସଂସ୍କୃତିର ପ୍ରାଣପିଣ୍ଡ ଭାବେ ବିବେଚିତ ହୋଇଥାଏ ।
Answer:
ବୈଦିକ ସଂସ୍କୃତି

୪। _______ ରୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ସୃଷ୍ଟି ହୋଇଛି ।
Answer:
ସାମବେଦ

୫। ନୃତ୍ୟଗୀତ ଭାରତର ଏକ ମୌଳିକ ________।
Answer:
କଳା

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

୬ | ବୁଦ୍ଧପୂର୍ଣ୍ଣିମା _______ ମାନଙ୍କର ଏକ ବଡ଼ ପର୍ବ ।
Answer:
ବୌଦ୍ଧ

୭ । ଏକେଶ୍ୱରବାଦ ଉପରେ ________ ମାନେ ଦୃଢ଼ ବିଶ୍ଵାସ ରଖୁଥିଲେ ।
Answer:
ମୁସଲମାନ/ ଖ୍ରୀଷ୍ଟି ଆନ୍

୮। ଚିକିତ୍ସା ବିଦ୍ୟା ସମ୍ପର୍କରେ _________ ବେଶରେ ବର୍ଣ୍ଣନା କରାଯାଇଛି ।
Answer:
ଅଥର୍ବ

୯। ତପସ୍ୟାରେ ମଗ୍ନ ହେବାର ସମୟକୁ ________ ଅବସ୍ଥା କୁହାଯାଏ ।
Answer:
ବାନ ପୁସ୍ଥ

୧୦ । ଆମ ସାହିତ୍ୟର ଆଦର୍ଶ ପୁରୁଷ ଥିଲେ _______ ।
Answer:
କାଳିଦାସ

D. ଠିକ୍ ଉକ୍ତି ପାଇଁ (✓) ଓ ଭୁଲ୍ ଉକ୍ତି ପାଇଁ (✗) ଚିହ୍ନ ଦିଅ ।

୧। ଭଗବାନଙ୍କୁ ପାଇବାର ସର୍ବଶ୍ରେଷ୍ଠ ମାର୍ଗ ହେଉଛି କର୍ମବାଦ ।
୨ । ପ୍ରାଗ୍-ଐତିହାସିକ ଯୁଗରୁ ଭାରତରେ ଚିତ୍ରକଳାର ଉଦ୍ଭ ବ ହୋଇଥିଲା ।
୩ । ଋଗ୍‌ ବେଦରୁ ଭାରତୀୟ ଶାସ୍ତ୍ରୀୟ ସଂଗୀତ ସୃଷ୍ଟି ହୋଇଛି ।
୪। ପୁରାତନ ଯୁଗରେ କାଳିଦାସଙ୍କୁ ସାହିତ୍ୟ ରଚନାର ଆଦର୍ଶ ପୁରୁଷ ଭାବେ ବିବେଚନା କରାଯାଏ ।
୫। ଚିକିତ୍ସାବିଦ୍ୟା ଅଥର୍ବ ବେଦରେ ବର୍ଣ୍ଣନା କରାଯାଇଛି ।
୬। ଆର୍ଯ୍ୟମାନଙ୍କ ଦାର୍ଶନିକ ଚିନ୍ତାଧାରା ଭ୍ରାତୃଭାବ ବୋଲି ବିଶ୍ଵରେ ଆଦୃତ ହୋଇଛି ।
୭। ଧର୍ମ ପାଳନକୁ ଦୃଢ଼ କରିବାପାଇଁ ହିନ୍ଦୁମାନେ ଚତୁର୍ଧାମ ଯାତ୍ରା କରନ୍ତି ।
୮। ମୁସଲମାନମାନଙ୍କର ମକ୍କାଯାତ୍ରା ସଂପୃକ୍ତ ଧର୍ମାବଲମ୍ବୀଙ୍କର ଏକ ପାରମ୍ପରିକ ବିଶ୍ଵାସ ।
୯ । ହିନ୍ଦୁ ଧର୍ମରେ କେତେକ ନିର୍ଦ୍ଦିଷ୍ଟ ଧାର୍ମିକ କର୍ତ୍ତବ୍ୟ ପାଳନ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।
୧୦ । ମୁସଲମାନ ଓ ଖ୍ରୀଷ୍ଟିଆନ୍‌ମାନେ ଏକେଶ୍ୱରବାଦରେ ବିଶ୍ଵାସ କରନ୍ତି ।

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

Answer:
୧। (✗)
୨। (✓)
୩ । (✗)
୪। (✓)
୫। (✓)
୬। (✗)
୭। (✓)
୮। (✓)
୯ । (✗)
୧୦ । (✓)

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 1
‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 2
‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 3
F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ବୈଦିକ ସଭ୍ୟତା ସମୟରୁ ଭାରତରେ ସ୍ଥାପତ୍ୟ କଳାର ଉଦ୍ଭବ ହୋଇଛି ।
Answer:
ସିନ୍ଧୁ

୨ । ବୈଦିକ ଯୁଗରେ ସଭାରେ ସବୁ ଶ୍ରେଣୀୟ ମନୋନୀତ ସଦସ୍ୟ ରହୁଥିଲେ ।
Answer:
ସମିତି

୩ । ବଡ଼ଦିନ, ଗୁଡ୍ଫ୍ରାଇଡେ ମୁସଲମାନମାନେ ପାଳନ କରିଥାନ୍ତି ।
Answer:
ଖ୍ରୀଷ୍ଟିଆନମାନେ

୪। ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଗୁରୁନାନକ ଜୟନ୍ତୀ ପାଳନ କରନ୍ତି ।
Answer:
ଶିଖ୍

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

୫। ପ୍ରାଚୀନ କାଳରେ ଶିକ୍ଷାନୁଷ୍ଠାନମାନଙ୍କୁ ଶିକ୍ଷାଶ୍ରମ କୁହାଯାଉଥିଲା ।
Answer:
ଗୁରୁକୁଳ

୬। ସମସ୍ତ କୁଟୁମ୍ବ ଏକତ୍ର ରହିବାକୁ ମୌଳିକ ପରିବାର କୁହାଯାଏ ।
Answer:
ଯୌଥ

୭ । ଧର୍ମ ଦୃଷ୍ଟିରୁ ବିବାହକୁ ଏକ ପବିତ୍ର କାର୍ଯ୍ୟ ଭାବରେ ଗ୍ରହଣ କରାଯାଇଥାଏ।
Answer:
ଅନୁଷ୍ଠାନ

୮। ଆମ ସମ୍ବିଧାନରେ ପ୍ରତ୍ୟେକ ନାଗରିକକୁ ୭ ଗୋଟି ମୌଳିକ ଅଧିକାର ପ୍ରଦାନ କରାଯାଇଛି ।
Answer:

୯। ଋଗ୍‌ ବୈଦିକ ଯୁଗରେ ସାଧାରଣତନ୍ତ୍ରକୁ ପ୍ରଜାତନ୍ତ୍ର କୁହାଯାଉଥିଲା ।
Answer:
ଗଣ

୧୦ । ୧୮୮୨ ମସିହାରେ ଭାରତରେ ପୌର ଶାସନ ବ୍ୟବସ୍ଥା ମ୍ରଚଳନ କରାଯାଇଥ୍ଲା
Answer:
ସ୍ୱାୟତ୍ତ

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ଶସ୍ୟ ଉତ୍ପାଦନରେ ବୃଦ୍ଧି ଓ ଗୋସମ୍ପଦର ମଙ୍ଗଳ ପାଇଁ କ’ଣ ଆବୃତ୍ତି କରାଯାଉଥିଲା ?
(A) ବୈଦିକ ସ୍ତୋତ୍ର
(B) ଶାସ୍ତ୍ରୀୟ ସଙ୍ଗୀତ
(C) ଆଧୁନିକ ସଙ୍ଗୀତ
(D) କ୍ଷୁଦ୍ର କବିତା
Answer:
(A) ବୈଦିକ ସ୍ତୋତ୍ର

Question 2.
ଗୁପ୍ତଯୁଗରେ କାହାକୁ ପରିବାରର ସବୁଠାରୁ ଅଧିକ ମୂଲ୍ୟବାନ୍ ସମ୍ପତ୍ତି ରୂପେ ବିବେଚନା କରାଯାଉଥିଲା ?
(A) ପଶୁସଂପଦ
(B) ସୁନାରୁପା
(C) ଚାଷଜମି
(D) ଘରଦ୍ବାର
Answer:
(D) ଘରଦ୍ବାର

Question 3.
ବୈଦିକ ଯୁଗରୁ କେଉଁ ଶିଳ୍ପର ଅବିରତ ପ୍ରଗତି ଘଟି ଆଜି ଭାରତରେ କେଉଁ ଖ୍ରୀଷ୍ଟାବ୍ଦରେ ସ୍ଥାନୀୟ ସ୍ୱାୟତ୍ତ ଶାସନ
(A) ଲୌହ ଶିଳ୍ପ
(B) ପଥର ଶିଳ୍ପ
(C) ପଶୁପାଳନ
(D) କୁଟୀର ଶିଳ୍ପ
Answer:
(D) କୁଟୀର ଶିଳ୍ପ

Question 4.
ସିନ୍ଧୁ ସଭ୍ୟତାରେ ଲଙ୍ଗଳ କେଉଁଥୁରୁ ନିର୍ମାଣ କରାଯାଉଥିଲା ?
(A) କାଠ
(B) ପିତ୍ତଳ
(C) ଲୁହା
(D) ପଥର
Answer:
(A) କାଠ

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

Question 5.
ଭାରତରେ କେଉଁ ଖ୍ରୀଷ୍ଟାବ୍ଦରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା ?
(A) ୧୮୮୦
(B) ୧୮୮୨
(C) ୧୮୮୧
(D) ୧୮୮୩
Answer:
(B) ୧୮୮୨

Question 6.
କାହାକୁ ଭାରତରେ ପ୍ରାଚୀନତମ ସାହିତ୍ୟ ଭାବେ ବିବେଚନା କରାଯାଏ ?
(A) ବେଦ
(B) ରାମାୟଣ
(C) ଉପନିଷଦ୍
(D) ମହାଭାରତ
Answer:
(A) ବେଦ

Question 7.
ଆର୍ଯ୍ୟମାନଙ୍କର କେତୋଟି ଦାର୍ଶନିକ ପଦ୍ଧତିକୁ ଭାରତୀୟ ସଂସ୍କୃତିକୁ ବିଶିଷ୍ଟ ଅବଦାନ ଭାବେ ଗ୍ରହଣ କରାଯାଏ ?
(A) ୨ଟି
(B) ୫ଟି
(C) ୪ଟି
(D) ୬ଟି
Answer:
(C) ୪ଟି

Question 8.
ପିତୃବଂଶୀୟ ଯୌଥ ପରିବାର ଗଠନର ମୂଳରେ କେଉଁ ସମ୍ପର୍କ ଥାଏ ?
(A) ପିତା-ମାତା
(B) ପିତା-କନ୍ୟା
(C) ପିତା-ପୁତ୍ର
(D) ମାତା-ପୁତ୍ର
Answer:
(C) ପିତା-ପୁତ୍ର

Question 9.
ମାତୃବଂଶୀୟ ଯୌଥ ପରିବାର ଗଠନର ମୂଳରେ କେଉଁ ସମ୍ପର୍କ ନିହିତ ଥାଏ ?
(A) ପିତା-ପୁତ୍ର
(B) ପୁତ୍ର-କନ୍ୟା
(C) ମାତା-ପୁତ୍ର
(D) ମାତା-କନ୍ୟା
Answer:
(D) ମାତା-କନ୍ୟା

Question 10.
କେଉଁ ଦେଶରେ ବିବାହକୁ କେବଳ ଦୁଇଜଣ ଯୁବକ ଯୁବତୀଙ୍କ ମିଳନଭାବେ ଗ୍ରହଣ କରା ନଯାଇ ଦୁଇଟି ଯୌଥ ପରିବାରର ମିଳି ନଭାବେ ବିବେଚନା କରାଯାଇଥାଏ ?
(A) ଭାରତ
(B) ଆଫଗାନିସ୍ଥାନ
(C) ପାକିସ୍ତାନ
(D) ନେପାଳ
Answer:
(A) ଭାରତ

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

Question 11.
କେଉଁ ଦୃଷ୍ଟିକୋଣରୁ ବିବାହକୁ ଏକ ପବିତ୍ର ଅନୁଷ୍ଠାନଭାବେ ଭାରତରେ ଗ୍ରହଣ କରାଯାଇଛି ?
(A) ସାମାଜିକ
(B) ବୌଦ୍ଧିକ
(C) ଧାର୍ମିକ
(D) ରାଜନୈତିକ
Answer:
(C) ଧାର୍ମିକ

Question 12.
ଭାରତୀୟ ପରମ୍ପରାରେ ସନ୍ତାନମାନଙ୍କ ପାଇଁ ସାଥୀ ଖୋଜିବା କାହାର ନୈତିକ କର୍ଭବ୍ୟଭାବେ ଗ୍ରହଣ କରାଯାଇଛି ?
(A) ପିତା
(B) ମାତା
(C) ପିତାମାତା
(D) ସମାଜ
Answer:
(C) ପିତାମାତା

Question 13.
ଭାରତରେ ସାଧାରଣତଃ କେଉଁ ବଂଶୀୟ ଯୌଥ ପରିବାର ଗଠିତ ହୋଇଥାଏ ?
(A) ପିତୃ
(C) ପୁତ୍ର
(B) ମାତୃ
(D) ମାତୁଳ
Answer:
(A) ପିତୃ

Question 14.
‘ଅତିଥି ଦେବୋ ଭବ’ କେଉଁମାନଙ୍କର ଏକ ମହତ୍ତ୍ବପୂର୍ଣ ନୈତିକ କର୍ତ୍ତବ୍ୟ ଅଟେ ?
(A) ଭାରତୀୟ
(B) ସିଂହଳୀୟ
(C) ଇଟାଲୀୟ
(D) ରୁଷୀୟ
Answer:
(A) ଭାରତୀୟ

Question 15.
ଧାର୍ମିକ ରୀତିନୀତି ଅନୁଯାୟୀ ମୃତବ୍ୟକ୍ତିର ଅନ୍ତେଷ୍ଟି କ୍ରିୟା ସମ୍ପାଦନ କରିବା ଏବଂ ପରଲୋକଗତ ଆତ୍ମାର ଶାନ୍ତି ଓ ସଦ୍‌ଗତି ପାଇଁ ପ୍ରାର୍ଥନା କରିବା କେଉଁ ଦେଶର ଏକ ପରମ୍ପରାଭାବେ ପ୍ରଚଳିତ ?
(A) ଚୀନ୍
(B) ଭୁଟାନ୍
(C) ଜାପାନ
(D) ଭାରତ
Answer:
(D) ଭାରତ

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

Question 16.
କେଉଁମାନେ ମହାବୀର ଜୟନ୍ତୀ ପାଳନ କରିଥା’ନ୍ତି ?
(A) ଜୈନ
(B) ଖ୍ରୀଷ୍ଟିଆନ୍
(C) ବୌଦ୍ଧ
(D) ଶିଖ୍
Answer:
(A) ଜୈନ

Question 17.
କେଉଁମାନେ ଜନ୍ମାଷ୍ଟମୀ ପାଳନ କରିଥା’ନ୍ତି ?
(A) ହିନ୍ଦୁ
(B) ଜୋରାଷ୍ଟରୀୟ
(C) ଖ୍ରୀଷ୍ଟିଆନ୍
(D) ବୌଦ୍ଧ
Answer:
(A) ହିନ୍ଦୁ

Question 18.
କେଉଁମାନେ ମହରମ୍ ପାଳନ କରିଥା’ନ୍ତି ?
(A) ମୁସଲମାନ୍
(B) ହିନ୍ଦୁ
(C) ଖ୍ରୀଷ୍ଟିଆନ୍
(D) ଜୈନ
Answer:
(A) ମୁସଲମାନ୍

Question 19.
କେଉଁମାନେ ଖ୍ରୀଷ୍ଟଜନ୍ମ ପାଳନ କରିଥା’ନ୍ତି ?
(A) ହିନ୍ଦୁ
(B) ଜୋରାଷ୍ଟରୀୟ
(C) ଖ୍ରୀଷ୍ଟିଆନ୍
(D) ମୁସଲମାନ
Answer:
(C) ଖ୍ରୀଷ୍ଟିଆନ୍

Question 20.
କିଏ ସର୍ବଧର୍ମ ସମନ୍ବୟରେ ଏକ ନୂତନ ଧାର୍ମିକ ପନ୍ଥା ନିର୍ଦ୍ଧାରଣ କରିଥିଲେ ?
(A) ଅଶୋକ
(C) ସମୁଦ୍ରଗୁପ୍ତ
(B) ହର୍ଷବର୍ଦ୍ଧନ
(D) ଆକବର
Answer:
(D) ଆକବର

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

Question 21.
କେବେ ଆକବର ସମସ୍ତ ଧର୍ମର ସାର ତତ୍ତ୍ଵର ସମନ୍ବୟରେ ଦିନ୍-ଇ-ଇଚ୍ଛାହୀ ଘୋଷଣା କରିଥିଲେ ?
(A) ୧୫୭୮
(B) ୧୫୮୧
(C) ୧୫୮୩
(D) ୧୫୮୫
Answer:
(B) ୧୫୮୧

Question 22.
ସିନ୍ଧୁ ସଭ୍ୟତାର ମୋହରରେ କେଉଁ ଦେବତାଙ୍କ ପ୍ରତିମୂର୍ତ୍ତି ଦେଖାଯାଏ ?
(A) ହନୁମାନ
(B) ବ୍ରହ୍ମା
(C) ଗଣେଶ
(D) ଶିବ
Answer:
(D) ଶିବ

Question 23.
ତିନି ବେଦ କାହାର ମୁଖନିଃସୃତ ବାଣୀ ଥିଲା ?
(A) ରାମ
(B) ମହେଶ୍ଵର
(C) ବ୍ରହ୍ମା
(D) ବିଷ୍ଣୁ
Answer:
(C) ବ୍ରହ୍ମା

Question 24.
‘ଇଷ୍ଟର ସଟରଡ଼େ’ କେଉଁମାନେ ପାଳନ କରିଥା’ନ୍ତି ?
(A) ଜୈନ
(B) ବୌଦ୍ଧ
(C) ଖ୍ରୀଷ୍ଟିଆନ୍
(D) ଜୋରାଷ୍ଟରୀୟ
Answer:
(C) ଖ୍ରୀଷ୍ଟିଆନ୍

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

Question 25.
‘ଇଦ୍-ଉଲ୍-ଫିତର’ କେଉଁମାନେ ପାଳନ କରିଥା’ନ୍ତି ?
(A) ମୁସଲମାନ୍
(B) ଶିଖ୍
(C) ବୌଦ୍ଧ
(D) ଜୈନ
Answer:
(A) ମୁସଲମାନ୍

BSE Odisha 9th Class Physical Science Solutions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

Odisha State Board BSE Odisha 9th Class Physical Science Solutions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ Textbook Exercise Questions and Answers.

BSE Odisha Class 9 Physical Science Solutions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

1. ନିମ୍ନୋକ୍ତ ତାପମାତ୍ରାକୁ ସେଲ୍‌ସିୟସ୍ ସ୍କେଲରେ ପରିଣତ କର ।
(a) 300 K
(b) 470 K
(c) 237 K
Answer:
°C = K – 273
(a) °C = K – 273 ⇒ (300 – 273)°C = 27°C ∴ 300K = 27°C
(b) °C = K -273 ⇒ (470 – 273)°C = 197°C ∴ 470K = 197°C
(c) °C = K – 273 ⇒ (237 – 273)°C = -36°C ∴ 237K = -36°C

2. ନିମ୍ନୋକ୍ତ ତାପମାତ୍ରାକୁ କେଲଭିନ୍ ସ୍କେଲ୍‌ରେ ପରିଣତ କର ।
(a) 27°C (b) 100°C (c) 273°C (d) 0°C (e) – 20°C
Answer:
273 +°C = K
(a) K= 273 + °C = (237 – 27) K = 300K ∴ 27°C = 300K
(b) K = 273 +°C = (273 + 100) K = 373 K ∴ 100°C = 300K
(c) K = 273 +°C = (273 + 273) K = 546 K ∴ 273°C = 373K
(d) K = 273 +°C = (273 + 0) K = 273 K ∴ 0°C = 546K
(e) K = 273 +°C = (273 – 20) K = 253 K ∴ – 20°C = 253K

3. କାରଣ ଦର୍ଶାଅ ।
(a) ଗନ୍ଧକର୍ପୂର ଗୁଲିଗୁଡ଼ିକ କିଛିଦିନ ପରେ ଅଦୃଶ୍ୟ ହୋଇଯାଏ ।
ଉ –
ବାୟମଣ୍ଡଲୀୟ ତାପମାତ୍ରାରେ ଗନ୍ଧକର୍ପୂର ଗୁଲିଗୁଡ଼ିକ ସିଧାସଳଖ କଠିନ ଅବସ୍ଥାରୁ ଗ୍ୟାସୀୟ ଅବସ୍ଥାରେ ପରିଣତ ହୁଅନ୍ତି । ସେଥ‌ିପାଇଁ ଗନ୍ଧକର୍ପୂର ଗୁଲିଗୁଡ଼ିକ କିଛିଦିନ ପରେ ଅଦୃଶ୍ୟ ହୋଇଯାଏ ।

(b) ଆମେ ଅତର ଶିଶିଠାରୁ ଅନେକ ଦୂରତାରେ ଥାଇ ମଧ୍ୟ ଅତରର ବାସ୍ନା ଅନୁଭବ କରିପାରୁ ।
ଉ –

  • ଗ୍ୟାସୀୟ ପଦାର୍ଥର ବିସରଣ ହାର ଯଥେଷ୍ଟ ଅଧ‌ିକ । ବିସରଣ ପ୍ରକ୍ରିୟାରେ ଅତରର କଣିକାଗୁଡ଼ିକ ଦ୍ରୁତ ବେଗରେ ସବୁଦିଗକୁ ବ୍ୟାପିଯାଏ ଏବଂ ବାୟୁରେ ଥ‌ିବା ଅନ୍ୟ ଅଣୁଗୁଡ଼ିକ ସହ ମିଶିଯାଏ ।
  • ସେଥ୍ପାଇଁ ଅତର ଶିଶିଠାରୁ ଅନେକ ଦୂରତାରେ ଆମେ ଥିଲେ ମଧ୍ୟ ଅତରର ବାସ୍ନା ଅନୁଭବ କରିପାରୁ ।

4. ନିମ୍ନୋକ୍ତ ପଦାର୍ଥଗୁଡ଼ିକୁ ସେମାନଙ୍କ ଅଣୁ ମଧ୍ୟରେ ଥ‌ିବା ଆକର୍ଷଣ ବଳର ପରିମାଣକୁ ଆଧାର କରି ସାନରୁ ବଡ଼ କ୍ରମରେ ଲେଖ । ଜଳ, ଚିନି, ଅକ୍‌ସିଜେନ୍
ଉ –
ଦତ୍ତ ପଦାର୍ଥଗୁଡ଼ିକୁ ସେମାନଙ୍କ ଅଣୁ ମଧ୍ୟରେ ଥ‌ିବା ଆକର୍ଷଣ ବଳର ପରିମାଣକୁ ଆଧାର କରି ସାନରୁ ବଡ଼ କ୍ରମରେ ସଜାଇଲେ – ଅକ୍‌ସିଜେନ୍, ଜଳ, ଚିନି ।

5. ଜଳର ଭୌତିକ ଅବସ୍ଥା ନିମ୍ନୋକ୍ତ ତାପମାତ୍ରାରେ କ’ଣ ହେବ ?
(a) 25°C
(b) 0°C
(c) 373K
ଉ –
(a) 25°C ରେ ଜଳ ତରଳ ଅବସ୍ଥାରେ ରହିବ ।
(b) 0°C ରେ ଜଳ କଠିନ ଅବସ୍ଥାରେ ରହିବ
(c) 373K ରେ ଜଳ ଗ୍ୟାସୀୟ ଅବସ୍ଥାରେ ରହିବ ।

BSE Odisha 9th Class Physical Science Solutions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

6. ନିମ୍ନ ପ୍ରଦତ୍ତ ଉକ୍ତିଗୁଡ଼ିକୁ/ବାକ୍ୟଗୁଡ଼ିକୁ ବୁଝାଇବା ନିମନ୍ତେ ଦୁଇଟି ଲେଖାଏଁ କାରଣ ପ୍ରଦାନ କର ।
(a) ସାଧାରଣ ତାପମାତ୍ରାରେ ଜଳ ତରଳ ଅଟେ ।
ଉ –

  • ଜଳର ସ୍ଫୁଟନାଙ୍କ 100°C ଏବଂ ଘନାଙ୍କ 0°C । ସାଧାରଣ ତାପମାତ୍ରା ଜଳର ସ୍ଫୁଟନାଙ୍କଠାରୁ କମ୍ ଓ ଜଳ ଘନାଙ୍କଠାରୁ ଅଧ‌ିକ ।
  • ତେଣୁ ସାଧାରଣ ତାପମାତ୍ରାରେ ଜଳ ତରଳ ଅଟେ ।

(b) ଏକ ଲୁହା ଆଲମାରୀ ସାଧାରଣ ତାପମାତ୍ରାରେ କଠିନ ଅଟେ ।
ଉ –

  • ଲୁହାର ଗଳନାଙ୍କ ଓ ସ୍ଫୁଟନାଙ୍କ ସାଧାରଣ ତାପମାତ୍ରାଠାରୁ ଯଥେଷ୍ଟ ଅଧିକ ।
  • ତେଣୁ ସାଧାରଣ ତାପମାତ୍ରାରେ ଲୁହା ଆଲମାରୀ କଠିନ ଅଟେ ।

7. ବରଫ ଓ ଜଳ ଉଭୟ 273 K ତାପମାତ୍ରାରେ ଅଛନ୍ତି । କିଏ ଅଧୁକ ଥଣ୍ଡା ଜଣାପଡ଼ିବ ? କାହିଁକି ?
ଉ –
273 K ତାପମାତ୍ରାରେ ଜଳ ତାପ ଗ୍ରହଣ କରିବାଦ୍ଵାରା ତାହାର ତାପମାତ୍ରା ବୃଦ୍ଧି ପାଏ, କିନ୍ତୁ ବରଫ 273K ତାପମାତ୍ରାରେ ନିଜର ଅବସ୍ଥା (କଠିନରୁ ତରଳ) ପରିବର୍ତ୍ତନ ପାଇଁ ତାପ ଗ୍ରହଣ କରେ । ଏହି ଅତିରିକ୍ତ ତରଳୀକରଣ ତାପ ଯୋଗୁଁ ବରଫ ଅଧିକ ଥଣ୍ଡା ଜଣାପଡ଼େ ।

8. କିଏ ଆମ ଶରୀରରେ ଅଧିକ ଦହନ ସୃଷ୍ଟି କରେ, ଫୁଟୁଥିବା ଜଳ ନା ବାମ୍ଫ ?
ଉ –
ବାମ୍ଫ ଫୁଟୁଥ‌ିବା ଜଳ ଅପେକ୍ଷା ଆମ ଶରୀରରେ ଅଧ‌ିକ ଦହନ ସୃଷ୍ଟି କରେ । କାରଣ 273 K ତାପମାତ୍ରାରେ ବାମ୍ଫର ଗୁପ୍ତତାପ ହେତୁ,ତାହାର ଅଧ୍ବକ ପରିମାଣରେ ତାପ ଥାଏ । ଯେତେବେଳେ ଏହା ଆମ ଶରୀର ସଂସ୍ପର୍ଶରେ ଆସେ, ଅଧିକ ତାପ ପ୍ରଦାନ କରେ ।

9. ନିମ୍ନ ଚିତ୍ରରେ ପ୍ରଦର୍ଶିତ ଅବସ୍ଥାରେ ପରିବର୍ତ୍ତନକୁ ଦେଖ୍ A, B, C, D, E ଓ Fର ନାମକରଣ କର ।
BSE Odisha 9th Class Physical Science Solutions Chapter 1img-1
ଉ –
(A) ଗଳନ
(B) ବାଷ୍ପ1କରଣ
(C) ଘନୀକରଣ
(D) ହିମୀକରଣ
(F) ଊର୍ଦ୍ଧ୍ବ ପାତନ
(E) ଊର୍ଦ୍ଧ୍ବପାତନ

ପ୍ରଶ୍ନବଳୀ ଓ ଉତ୍ତର:

1. ନିମ୍ନୋକ୍ତ ମଧ୍ୟରୁ କେଉଁଗୁଡ଼ିକ ପଦାର୍ଥ ?
କାଠ, ବାୟୁ, ଗନ୍ଧ, ଘୃଣା, ବାଦାମ, ଭାବନା, ଥଣ୍ଡା, ଥଣ୍ଡାପାନୀୟ, ଅତରର ବାସ୍ନା, ଚାପ, ସଲ୍‌ଫର୍‌, ତାପମାତ୍ରା, ଅଣ୍ଡା, ଶ୍ରଦ୍ଧା
Answer:
ପଦାର୍ଥ – କାଠ, ବାୟୁ, ବାଦାମ, ଥଣ୍ଡାପାନୀୟ, ସଲ୍‌ଫର୍‌, ଅଣ୍ଡା ।

2. କାରଣ ଦର୍ଶାଅ ।
ସିଝା ହୋଇଥ‌ିବା ଗରମ ଖାଦ୍ୟର ବାସ୍ନା ଦୂରରେ ଥାଇ ତୁମେ ଜାଣିପାରୁଥିବାବେଳେ ଥଣ୍ଡା ଖାଦ୍ୟର ବାସ୍ନା ଜାଣିବାପାଇଁ ତୁମକୁ ଖାଦ୍ୟର ନିକଟକୁ କାହିଁକି ଯିବାକୁ ପଡ଼ିଥାଏ ?
Answer:
କାରଣ : ତାପମାତ୍ରା ବୃଦ୍ଧି ସହ ବିସରଣ ହାର ବୃଦ୍ଧି ପାଇଥାଏ ଏବଂ ଏହା ଗ୍ୟାସୀୟ ପଦାର୍ଥରେ ଅତି ଉଚ୍ଚ ହୋଇଥାଏ । ଏହି କାରଣରୁ

  • ସିଝା ହୋଇଥିବା ଗରମ ଖାଦ୍ୟରୁ ନିର୍ଗତ ଗ୍ୟାସୀୟ କଣିକାଗୁଡ଼ିକର ଗତି ଦ୍ରୁତତର ହୋଇଥିବାରୁ ଏହା ଖାଦ୍ୟର ବିଭିନ୍ନ ଦିଗକୁ ସଂପ୍ରସାରିତ ହୋଇଥାଏ । ତେଣୁ ଗରମ ଖାଦ୍ୟର ବାସ୍ନା ଦୂରରେ ଥାଇ ମଧ୍ୟ ଆମେ ଜାଣିପାରୁ ।
  • କିନ୍ତୁ ଥଣ୍ଡା ଖାଦ୍ୟରୁ ନିର୍ଗତ କଣିକାମାନେ କମ୍ ଗତିଜ ଶକ୍ତିର ଅଧିକାରୀ ହୋଇଥିବାରୁ ଏହା ଅଧ‌ିକ ଦୂର ଗତି କରିପାରନ୍ତି ନାହିଁ । ତେଣୁ ଥଣ୍ଡା ଖାଦ୍ୟର ବାସ୍ନା ଜାଣିବାପାଇଁ ଖାଦ୍ୟ ନିକଟକୁ ଯିବାକୁ ପଡ଼ିଥାଏ ।

3. ଜଣେ ସନ୍ତରଣକାରୀ ନଈ ବା ପୋଖରୀରେ ପହଁରିଲାବେଳେ ଜଳକୁ କାଟି କାଟି ଭାଗ କରି ପହଁରିଥାଏ । ଏହା ପଦାର୍ଥର କେଉଁ ଗୁଣକୁ ସୂଚାଇଅଛି ?
Answer:
ତରଳ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଥ‌ିବା ଆନ୍ତଃଆଣବିକ ବଳ ଦୃଢ଼ ନୁହେଁ । ତରଳ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଅଧ‌ିକ ଫାଙ୍କା ସ୍ଥାନ ଥାଏ, ଫଳରେ ସନ୍ତରଣକାରୀକୁ ସହଜରେ ଜଳକୁ କାଟି କାଟି ପହଁରିବା ସହଜ
ହୋଇଥାଏ ।

4. ପଦାର୍ଥର କଣିକାଗୁଡ଼ିକର ବୈଶିଷ୍ଟ୍ୟ (Characteristics) ଗୁଡ଼ିକ ଲେଖ ।
Answer:
ପଦାର୍ଥର କଣିକାଗୁଡ଼ିକର ବୈଶିଷ୍ଟ୍ୟଗୁଡ଼ିକ ହେଲା

  • ପଦାର୍ଥର କଣିକାଗୁଡ଼ିକ ଅତି କ୍ଷୁଦ୍ର ।
  • ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଫାଙ୍କା ସ୍ଥାନ ରହିଥାଏ ।
  • ପଦାର୍ଥର କଣିକାଗୁଡ଼ିକ ଅନବରତ ଗତି କରିଥା’ନ୍ତି । ଅର୍ଥାତ୍ କଣିକାଗୁଡ଼ିକର ଗତିଜ ଶକ୍ତି ରହିଥାଏ । ତାପମାତ୍ରା ବୃଦ୍ଧି ହେଲେ କଣିକାଗୁଡ଼ିକର ଗତିଜ ଶକ୍ତି ବୃଦ୍ଧି ପାଇଥାଏ ।
  • ପଦାର୍ଥର କଣିକାଗୁଡ଼ିକ ପରସ୍ପରକୁ ଆକର୍ଷଣ କରିଥା’ନ୍ତି । ଅର୍ଥାତ୍‌ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଏକ ଆକର୍ଷଣ ବଳ କାର୍ଯ୍ୟ କରିଥାଏ । ଏହି ଆକର୍ଷଣ ବଳ କଣିକାଗୁଡ଼ିକୁ ଏକାଠି କରି ରଖୁବାରେ ସାହାଯ୍ୟ କରିଥାଏ ।

5. ନିମ୍ନଲିଖତ ପଦାର୍ଥଗୁଡ଼ିକୁ ସାନ୍ଦ୍ରତାର ବର୍ଦ୍ଧିତ କ୍ରମରେ ସଜାଅ । ବାୟୁ, ଚିମିନିରୁ ନିର୍ଗତ ଧୂଆଁ, ମହୁ, ଜଳ, ଚକ୍ର, ତୁଳା, ଲୁହା ।
Answer:
ଏହିସବୁ ପଦାର୍ଥଗୁଡ଼ିକୁ ସାନ୍ଦ୍ରତାର ବର୍ଦ୍ଧିତ କ୍ରମରେ ସଜାଇଲେ ହେବ – ବାୟୁ, ଚିମିନିରୁ ନିର୍ଗତ ଧୂଆଁ, ତୁଳା, ଜଳ, ମହୁ, ଚିକ୍, ଲୁହା ।

6. (a) ପଦାର୍ଥର ବିଭନ୍ନ ଅବସ୍ଥାର ବୈଶିଷ୍ଟ୍ୟଗୁଡ଼ିକୁ ସାରଣୀ କରି ସୂଚିତ କର ।
ଉ –
BSE Odisha 9th Class Physical Science Solutions Chapter 1img-2
(b) ସଂକ୍ଷିପ୍ତ ଟିପ୍‌ପଣୀ ପ୍ରଦାନ କର ।
ଦୃଢ଼ତା, ସଂପୀଡ଼ିତା, ପ୍ରବହତା, ଗ୍ୟାସ୍ ଟାଙ୍କିରେ ଗ୍ୟାସ୍ ଭର୍ଜି ହେବା ପ୍ରକ୍ରିୟା, ଗତିକ ଶକ୍ତି ଓ ସାନ୍ଦ୍ରତା ।
ଉ –
(i) ଦୃଢ଼ତା– କଠିନ ଅବସ୍ଥାରେ ପଦାର୍ଥର ଅଣୁ-ଅଣୁ ମଧ୍ୟରେ ଆକର୍ଷଣ ବଳ ଅଧିକ ହୋଇଥାଏ ଏବଂ ଏହାର କଣିକାମାନଙ୍କ ମଧ୍ୟରେ ଫାଙ୍କା ସ୍ଥାନ ବହୁତ କମ୍ ରହିଥାଏ । ତେଣୁ କଠିନ ପଦାର୍ଥର ଖୁବ୍ କମ୍ ସଙ୍କୋଚନ ହୋଇଥାଏ । ଅର୍ଥାତ୍ କଠିନ ପଦାର୍ଥଗୁଡ଼ିକ ତରଳ ଓ ଗ୍ୟାସୀୟ ପଦାର୍ଥ ତୁଳନାରେ ଅତ୍ୟନ୍ତ ଦୃଢ଼ ହୋଇଥା’ନ୍ତି । ଏହାକୁ ପଦାର୍ଥର ଦୃଢ଼ତା ଗୁଣ କୁହାଯାଏ ।

(ii) ସମ୍ପୀଡ଼ୀତା – ଚାପ ପ୍ରୟୋଗଦ୍ଵାରା ଗ୍ୟାସୀୟ ପଦାର୍ଥଗୁଡ଼ିକ କଠିନ ଓ ତରଳ ପଦାର୍ଥ ତୁଳନାରେ ସହଜରେ ଅଧ୍ଵ ସଙ୍କୁଚିତ ହୋଇଥା’ନ୍ତି । ଗ୍ୟାସ୍‌ ଅଧିକ ସଂପୀଡ଼ନ ସମ୍ଭବ ହୋଇପାରୁଥିବା ଯୋଗୁ ଅଧ‌ିକ ପରିମାଣର ଗ୍ୟାସ୍‌କୁ ଚାପ ପ୍ରୟୋଗ କରି ସଂପୀଡିତ କରାଯାଇ ଛୋଟ ଛୋଟ ସିଲିଣ୍ଡରରେ ଭର୍ତ୍ତି କରାଯାଇ ପାରୁଛି । ଏହି ପ୍ରକ୍ରିୟାକୁ ସଂପୀଙତା କୁହାଯାଏ ।

(iii) ପ୍ରବହତା ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନାହିଁ; କିନ୍ତୁ ନିର୍ଦ୍ଦିଷ୍ଟ ଆୟତନ ଅଛି । ଏହା ଯେଉଁ ପାତ୍ରରେ ରହେ, ତାହାର ଆକାର ଧାରଣ କରିଥାଏ । ତରଳ ପଦାର୍ଥ ସହଜରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରବାହିତ ହୋଇଥାଏ । ତେଣୁ ଏହା ସହଜରେ ବହିଯାଇପାରେ ବୋଲି ତରଳ ପଦାର୍ଥକୁ ପ୍ରବହ କୁହାଯାଏ ଓ ଏହି ଗୁଣକୁ ପ୍ରବହତା କୁହାଯାଏ ।

(iv) ଗ୍ୟାସ୍ ଟାଙ୍କିରେ ଗ୍ୟାସ୍ ଭର୍ତ୍ତି ହେବା ପ୍ରକ୍ରିୟା – ଚାପ ପ୍ରୟୋଗଦ୍ଵାରା ଗ୍ୟାସୀୟ ପଦାର୍ଥଗୁଡ଼ିକୁ ସହଜରେ ଅଧ୍ବକ ସଙ୍କୁଚିତ ବା ସଂପୀଡିତ କରିବା ସମ୍ଭବ ହୋଇଥାଏ । ଏହା ଫଳରେ ପ୍ରାକୃତିକ ଗ୍ୟାସ୍‌କୁ ଚାପ ପ୍ରୟୋଗଦ୍ଵାରା ସଂପୀଡନ କରି ଛୋଟ ଛୋଟ ସିଲିଣ୍ଡରରେ ବା ଗ୍ୟାସ୍ ଟାଙ୍କିରେ ଭର୍ତ୍ତି କରାଯାଇ ପାରୁଛି । ଏହାକୁ ସଂପୀଡାତା ପ୍ରାକୃତିକ ଗ୍ୟାସ୍ (CNG) କୁହାଯାଏ । ଏହି ପ୍ରକ୍ରିୟାକୁ ସମ୍ପୀଡ଼ନ କୁହାଯାଏ ।

(v) ଗତିକ ଶକ୍ତି – ପ୍ରତ୍ୟେକ ପଦାର୍ଥର କଣିକାଗୁଡ଼ିକ ଅନବରତ ଗତି କରିଥା’ନ୍ତି । ତେଣୁ କଣିକାମାନଙ୍କର ଗତିଜ ଶକ୍ତି ରହିଥାଏ । ପଦାର୍ଥର ତାପମାତ୍ରା ବୃଦ୍ଧି ପାଇଲେ କଣିକାଗୁଡ଼ିକର ଗତିଜ ଶକ୍ତିର ପରିମାଣ ବୃଦ୍ଧି ପାଇଥାଏ । ଏହା ଫଳରେ କଣିକାଗୁଡ଼ିକର ଗତି ଦ୍ରୁତତର ହୋଇଥାଏ । ତେଣୁ କଣିକାମାନଙ୍କର ଗତିଜ ଶକ୍ତି କଠିନରେ ସର୍ବନିମ୍ନ, ତରଳରେ ମଧ୍ୟମ ଧରଣର ଓ ଗ୍ୟାସ୍‌ରେ ସର୍ବାଧ‌ିକ ଅଟେ ।

(vi) ସାନ୍ଦ୍ରତା (Density) – ଏକକ ଆୟତନ ବଶିଷ୍ଟ ବସ୍ତୁର ବସ୍ତୁତ୍ଵକୁ ସାନ୍ଦ୍ରତା କୁହାଯାଏ ।
BSE Odisha 9th Class Physical Science Solutions Chapter 1img-3
ଏହାର ଏକକ ହେଉଛି ଗ୍ରାମ/ଘନସେ.ମି. ବା କି.ଗ୍ରା. ଘନ ମିଟର ।

BSE Odisha 9th Class Physical Science Solutions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

7. କାରଣ ଦର୍ଶାଅ ।
(a) ଗ୍ୟାସ୍‌କୁ ଏକ ଆଧାର ପାତ୍ରରେ ରଖୁଲେ, ତାହା ସେହି ପାତ୍ରରେ ବ୍ୟାପିଯାଇ ପାତ୍ର ମଧ୍ୟସ୍ଥିତ ସ୍ଥାନକୁ ସମ୍ପୂର୍ଣ୍ଣ ଭାବରେ ଅଧ୍ବକାର କରି ରହେ ।
ଉ –

  • ଗ୍ୟାସୀୟ କଣିକାଗୁଡ଼ିକ ମୁକ୍ତ ଭାବରେ ସବୁ ଦିଗରେ ନିୟମିତଭାବେ ଗତି କରିପାରନ୍ତି ।
  • ଗ୍ୟାସ୍‌ର ଅଣୁମାନଙ୍କ ଦ୍ରୁତବେଗ ଓ ଅଣୁମାନଙ୍କ ମଧ୍ୟରେ ଥିବା ଅଧିକ ଫାଙ୍କା ସ୍ଥାନ ଯୋଗୁ ଏହା ଆଧାର ପାତ୍ର ମଧ୍ୟରେ ଖୁବ୍‌ଶୀଘ୍ର ବ୍ୟାପିଯାଇ ପାତ୍ର ମଧ୍ଯସ୍ଥିତ ସ୍ଥାନକୁ ସଂପୂର୍ଣ୍ଣଭାବରେ ଅଧିକାର କରିନିଏ ।

(b) ଗୋଟିଏ କାଠ ନିର୍ମିତ ଟେବୁଲକୁ କଠିନ ପଦାର୍ଥ ବୋଲି କୁହାଯାଏ ।
ଉ –
କାଠ ନିର୍ମିତ ଟେବୁଲର ନିର୍ଦ୍ଦିଷ୍ଟ ଆକାର, ଆକୃତି ଓ ଆୟତନ ରହିଛି ଏବଂ ଏହା ସର୍ବଦା ନିଜର ଆକାର ବଜାୟ ରଖୁଥାଏ । ତେଣୁ କାଠ ନିର୍ମିତ ଟେବୁଲ୍‌କୁ କଠିନ ପଦାର୍ଥ କୁହାଯାଏ ।

(c) ଆମେ ସହଜରେ ନିଜ ହାତକୁ ବାୟୁ ମଧ୍ୟରେ ଗତିଶୀଳ କରାଇପାରିବା, କିନ୍ତୁ କାଠପଟା ମଧ୍ୟରେ ଏହି ପ୍ରକାର କରିପାରିବା ନାହିଁ ।
ଉ –

  • ବାୟୁରେ ଥିବା କଣିକା ମଧ୍ୟରେ ଅଧିକ ଫାଙ୍କା ସ୍ଥାନ ରହିଥାଏ । ତେଣୁ ଏହା ମଧ୍ୟରେ ହାତକୁ ଗତଶୀଳ କରାଇବା ସହଜ ହୋଇଥାଏ ।
  • କିନ୍ତୁ କାଠପଟା ଏକ କଠିନ ପଦାର୍ଥ ହୋଇଥିବାରୁ ଏହାର କଣିକାମାନଙ୍କ ମଧ୍ୟରେ ଫାଙ୍କା ସ୍ଥାନ ଅତି କମ୍ ଥାଏ । ତେଣୁ ଏହା ମଧ୍ୟରେ ହାତକୁ ଗତଶୀଳ କରିବା ସମ୍ଭବ ହୋଇନଥାଏ ।

(d) କଠିନ ତୁଳନାରେ ତରଳ ଅପେକ୍ଷାକୃତ କମ୍ ସାନ୍ଦ୍ରତା ବିଶିଷ୍ଟ ହୋଇଥାଏ, ମାତ୍ର ବରଫ ଜଳରେ ଭାସେ, କାହିଁକି ?
ଉ –

  • କଠିନ ତୁଳନାରେ ତରଳ ଅପେକ୍ଷାକୃତ କମ୍ ସାନ୍ଦ୍ରତା ବିଶିଷ୍ଟ ହୋଇଥାଏ । କିନ୍ତୁ ବରଫ ଏକ କଠିନ ପଦାର୍ଥ ହୋଇଥିଲେ ମଧ୍ୟ ଏହାର ସାନ୍ଦ୍ରତା ଜଳଠାରୁ କମ୍ ଅଟେ ।
  • ଜଳ, ବରଫକୁ ରୂପାନ୍ତରିତ ହେଲାବେଳେ ଏହାର ଆୟତନ ବୃଦ୍ଧି ପାଇଥାଏ । ସମାନ ବସ୍ତୁତ୍ଵ ବଶିଷ୍ଟ ଜଳ ଓ ବରଫ ମଧ୍ୟରୁ ବରଫର ଆୟତନ ଅଧିକ ଅଟେ।
    BSE Odisha 9th Class Physical Science Solutions Chapter 1img-4
    ହୋଇଥ‌ିବାରୁ ଆୟତନ ଅଧ‌ିକ ହେଲେ ସାନ୍ଦ୍ରତା ହ୍ରାସ ପାଇଥାଏ ।
  • ତେଣୁ ଜଳ ଓ ବରଫ ମଧ୍ଯରେ ବରଫର ସାନ୍ଦ୍ରତା କମ୍ ହେତୁ ଏହା ଜଳରେ ଭାସିଥାଏ ।

8. ନିମ୍ନୋକ୍ତ ତାପମାତ୍ରାକୁ ସେଲସିୟସ୍ ସ୍କେଲ୍‌ରେ ପରିଣତ କର ।
(a) 300 K, (b) 573 K
ଉ –

  • 300K = (300 273)° C = 27°C (K – 273 = 0°C)
  • 573 K = (573-273)°C = 300°C

9. ନିମ୍ନୋକ୍ତ ତାପମାତ୍ରାରେ ଜଳର ଭୌତିକ ଅବସ୍ଥା କ’ଣ ହୁଏ ?
(a) 250°C (b) 100°C (c) – 10°C
ଉ –
BSE Odisha 9th Class Physical Science Solutions Chapter 1img-12

10. ପ୍ରତ୍ୟେକ ପଦାର୍ଥର ଅବସ୍ଥା ପରିବର୍ତ୍ତନ ବେଳେ ତାପମାତ୍ରା କାହିଁକି ସ୍ଥିର ରହିଥାଏ ?
ଉ –

  • ତାପ ପ୍ରୟୋଗଦ୍ଵାରା କୌଣସି ପଦାର୍ଥ କଠିନରୁ ତରଳ ବା ତରଳରୁ ଗ୍ୟାସୀୟ ଅବସ୍ଥାକୁ ରୂପାନ୍ତରିତ ହେଲାବେଳେ, ତାପମାତ୍ରା ସ୍ଥିର ରହିଥାଏ, କାରଣ ଏହି ସମୟରେ ପ୍ରୟୋଗ ତାପଶକ୍ତି କଣିକା – କଣିକାମାନଙ୍କ ମଧ୍ୟରେ ଥିବା ଆକର୍ଷଣ ବଳର ବନ୍ଧନକୁ ଟପି କେବଳ ଅବସ୍ଥା ପରିବର୍ତ୍ତନ ପ୍ରକ୍ରିୟାରେ ନିୟୋଜିତ ହୋଇଥାଏ ।
  • ଅବସ୍ଥାର ପରିବର୍ତ୍ତନ ଚାଲିଥିଲା ସମୟରେ ଆମେ ଯୋଗାଉଥିବା ତାପଶକ୍ତି ପଦାର୍ଥଦ୍ଵାରା ଶୋଷିତ ହୋଇ କଠିନ ପଦାର୍ଥକୁ ତରଳାଇବାରେ କିମ୍ବା ତରଳ ପଦାର୍ଥକୁ ଗ୍ୟାସ୍‌ରେ ପରିଣତ କରିବାରେ ସାହାଯ୍ୟ କରିଥାଏ ।
  • ତେଣୁ ଅବସ୍ଥା ପରିବର୍ତ୍ତନରେ ଆବଶ୍ୟକୀୟ ତାପକୁ ‘ଗୁପ୍ତତାପ’ କୁହାଯାଏ । ଏହି ‘ଗୁପ୍ତତାପ’ ପଦାର୍ଥର ତାପମାତ୍ରାରେ କୌଣସି ବୃଦ୍ଧି କରାଏ ନାହିଁ । ଏହା ଫଳରେ ଅବସ୍ଥା ପରିବର୍ତ୍ତନବେଳେ ତାପମାତ୍ରା ସ୍ଥିର ରହିଥାଏ ।

11. ବାୟୁମଣ୍ଡଳୀୟ ଗ୍ୟାସ୍‌ଗୁଡ଼ିକରେ ତରଳୀକରଣ ପାଇଁ ଏକ ପ୍ରଣାଳୀ ସମ୍ପର୍କରେ ପ୍ରସ୍ତାବ ଦିଅ ।
ଉ –

  • ବାୟୁମଣ୍ଡଳରେ ଥିବା ଗ୍ୟାସ୍‌ଗୁଡ଼ିକ ହେଉଛି ନାଇଟ୍ରୋଜେନ୍, ଅକ୍‌ସିଜେନ୍ , ହାଇଡ୍ରୋଜେନ୍ , ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ବିରଳ ଗ୍ୟାସ୍ (ହିଲିୟମ୍, ନିୟନ, ଆରଗନ୍ ଇତ୍ୟାଦି ରେଡ଼ନ ବ୍ୟତୀତ) ।
  • ଅତ୍ୟଧ୍ଵ ଚାପ ପ୍ରୟୋଗ ଏବଂ ତାପମାତ୍ରାର ହ୍ରାସ ଯୋଗୁ ଏହି ବାୟୁମଣ୍ଡଳୀୟ ଗ୍ୟାସ୍‌ଗୁଡ଼ିକ ତରଳ|କୃତ ହୋଇଥା’ନ୍ତି |
  • ପୁନଶ୍ଚ ଏହି ଚାପକୁ ଏକକ ବାୟୁମଣ୍ଡଳୀୟ ଚାପକୁ କମାଇ ଆଣିଲେ ଏବଂ ତାପମାତ୍ରା ବୃଦ୍ଧି କରାଇଲେ ଏହି ତରଳୀକୃତ ଉପାଦାନ ପୁନଶ୍ଚ ଗ୍ୟାସୀୟ ପଦାର୍ଥରେ ପରିଣତ ହେବ ।

12. ଏକ ସ୍କୁଲର୍ (cooler) କାହିଁକି ଶୁଷ୍କ ଗରମ ଦିନରେ ପରିପାର୍ଶ୍ଵକୁ ଅଧ‌ିକ ଭଲଭାବରେ ଥଣ୍ଡା କରିଥାଏ ?
Answer:
(a) କୁଲରରେ ଥିବା ଓଦା କରତଗୁଣ୍ଡର ଆସ୍ତରଣ ଦେଇ ଗରମ ଶୁଷ୍କ ପବନ ପ୍ରବାହିତ କରାଯାଏ ।
(b) ଶୁଷ୍କ ଗରମ ଦିନରେ ଆର୍ଦ୍ରତା କମ୍ ଥ‌ିବାରୁ ପବନର ବେଗ ବୃଦ୍ଧି ପାଇଲେ ବାଷ୍ପୀଭବନର ବେଗ ବୃଦ୍ଧି ପାଇଥାଏ । କୁଲର୍ ମଧ୍ୟରେ ଥ‌ିବା ପଙ୍ଖା (Fan)ରୁ ନିର୍ଗତ ପବନ ଜଳର ବାଷ୍ପୀଭବନ ପ୍ରକ୍ରିୟା ବୃଦ୍ଧି କରିଥାଏ ଓ ଶୀତଳତା ମିଳିଥାଏ । ବାଷ୍ପୀଭବନ ଶୀତଳତା ସୃଷ୍ଟି କରୁଥିବାରୁ ଏଥୁରୁ ନିର୍ଗତ ଥଣ୍ଡା ପବନ ପରିପାର୍ଶ୍ଵକୁ ଅଧୂକ ଥଣ୍ଡା କରିଥାଏ ।
ପୁନଶ୍ଚ ତରଳ ପଦାର୍ଥର ଅଣୁମାନେ ପରିପାର୍ଶ୍ବରୁ ଶକ୍ତି ଅବଶୋଷଣ କରି ବାଷ୍ପୀଭବନ ବେଳେ ହରାଇଥିବା ଶକ୍ତିକୁ ପୁନଃଭରଣ କରିଥା’ନ୍ତି । ପରିପାର୍ଶ୍ଵ ବା ଚାରିପାଖରୁ ଶକ୍ତି ଅବଶୋଷିତ ହେଉଥ‌ିବାରୁ ଏହା ପରିପାର୍ଶ୍ଵକୁ ଥଣ୍ଡା ରଖୁଏ ।

13. ମାଟି ପାତ୍ରରେ ରଖାଯାଇଥିବା ଜଳ କାହିଁକି ଖରାଦିନେ ଥଣ୍ଡା ରହେ ?
Answer:
(a) ମାଟି ପାତ୍ରର ପୃଷ୍ଠ ଭାଗରେ ଅସଂଖ୍ୟ ଛିଦ୍ର ରହିଥାଏ । ଏହି ଛିଦ୍ର ମଧ୍ୟଦେଇ ମାଟି ପାତ୍ରରେ ଥ‌ିବା ଜଳର ବାଷ୍ପୀଭବନ ଘଟିଥାଏ । ବାଷ୍ପୀଭବନ ସମୟରେ ମାଟି ପାତ୍ରର ଉପରିଭାଗରେ ଜଳ ବାଷ୍ପୀଭବନର ସୁପ୍ତତାପ ସହିତ ସମାନ ପରିମାଣର ତାପଶକ୍ତି ଆବଶୋଷଣ କରି ବାଷ୍ପୀଭବନକୁ ପରିବର୍ତ୍ତିତ ହୋଇଥାଏ ।

(b) ଖରାଦିନେ ମାଟିପାତ୍ର ବାହାରେ ଥିବା ବାୟୁମଣ୍ଡଳର ତାପମାତ୍ରା ଅଧିକ ଥିବାରୁ, ଜଳର ବାଷ୍ପୀଭବନ ବେଗ ବୃଦ୍ଧି ପାଇଥାଏ । ବାଷ୍ପୀଭବନ ଶୀତଳତା ସୃଷ୍ଟି କରୁଥୁବାରୁ, ମାଟି ପାତ୍ରର ଜଳ ଥଣ୍ଡା ରହିଥାଏ ।

14. ହାତ ପାପୁଲିରେ କିଛି ଏସିଟୋନ୍ ବା ପେଟ୍ରୋଲ ବା ସୁଗନ୍ଧି (perfume) ରଖିଲେ କାହିଁକି ଆମେ ଥଣ୍ଡା ଅନୁଭବ କରୁ ?
Answer:

  • ହାତ ପାପୁଲିରେ କିଛି ଏସିଟୋନ୍ ବା ପେଟ୍ରୋଲ ବା ସୁଗନ୍ଧି ରଖୁଲେ ଏହାର କଣିକାଗୁଡ଼ିକ ହାତ ପାପୁଲି ଓ ଏହାର ଚତୁଃପାର୍ଶ୍ଵରେ ତାପଶକ୍ତି ଅବଶୋଷଣ ଗ୍ରହଣ କରେ ଓ ପରିପାର୍ଶ୍ବରୁ ମଧ୍ୟ କିଛି ଶକ୍ତି ଗ୍ରହଣ କରିଥାଏ ।
  • ଏଥୁଯୋଗୁ ଏସିଟୋନ୍ ବା ପେଟ୍ରୋଲ ବା ସୁଗନ୍ଧିର ବାଷ୍ପୀଭବନ ହୁଏ, ଯାହା ଫଳରେ ଆମ ହାତପାପୁଲିକୁ ଥଣ୍ଡା ଲାଗିଥାଏ ।

15. ଆମେ କାହିଁକି ଗରମ ଚା ବା ଗରମ କ୍ଷୀରକୁ କପୁରୁ ପ୍ଲେଟ୍‌ରେ ଢାଳି ପିଇବାକୁ ଚେଷ୍ଟା କରୁ ?
Answer:

  • ଏହା ବାଷ୍ପୀଭବନ ପୃଷ୍ଠଭାଗରେ ସମ୍ପନ୍ନ ହେଉଥିବା ଏକ ପ୍ରକ୍ରିୟା ଅଟେ । ପୃଷ୍ଠଭାଗର କ୍ଷେତ୍ରଫଳ ବୃଦ୍ଧି ପାଇଲେ ବାଷ୍ପୀଭବନର ବେଗ ବୃଦ୍ଧି ପାଇଥାଏ । ପ୍ଲେଟର ପୃଷ୍ଠକ୍ଷେତ୍ରଫଳ କପୂର ପୃଷ୍ଠକ୍ଷେତ୍ରଫଳଠାରୁ ଅଧିକ ହୋଇଥାଏ ।
  • ଗରମ ଚା ବା ଗରମ କ୍ଷୀରକୁ କପ୍‌ରୁ ପ୍ଲେଟ୍‌ରେ ଢାଳିବା ଦ୍ଵାରା ପୃଷ୍ଠଭାଗର କ୍ଷେତ୍ରଫଳ ବୃଦ୍ଧି ପାଇବା ହେତୁ ବାଷ୍ପୀଭବନର ବେଗ ବୃଦ୍ଧି ପାଇଥାଏ । ବାଷ୍ପୀଭବନ ଶୀତଳତା ସୃଷ୍ଟି କରୁଥିବାରୁ ଗରମ ଚା ବା ଗରମ କ୍ଷୀର ଶୀଘ୍ର ଶୀତଳ ହୋଇଯାଏ ।

16. ଖରାଦିନେ ଆମେ କେଉଁ ପ୍ରକାରର ପୋଷାକ ପିନ୍ଧିବା ଉଚିତ ?
Answer:
ଖରାଦିନେ ଆମେ ଧଳାରଙ୍ଗର ସୂତା ନିର୍ମିତ ପୋଷାକ ପିନ୍ଧିବା ଉଚିତ ।

କାର୍ଯ୍ୟାବଳୀ (Activity)

ତୁମପାଇଁ କାମ 1.1 :
ପର1ଯା :
ଏକ 100 ମି.ଲି.ର ବିକର ନେଇ ସେଥୁରେ ଅଧା ଜଳପୂର୍ଣ୍ଣ କରି ଏହାର ଉପର ସ୍ତରକୁ ଚିହ୍ନଟ କରାଯାଉ । କିଛି ଲୁଣ କିମ୍ବା ଚିନି ନେଇ ବିକରରେ ଥିବା ଜଳରେ ପକାଇ ଏକ କାଚଦଣ୍ଡ ସାହାଯ୍ୟରେ ଖୋଲାଯାଉ |

ପର୍ଯ୍ୟବେକ୍ଷଣ :

  • ଜଳପୂର୍ଣ୍ଣ କରି ଏହାର ଉପର ସ୍ତରକୁ ଚିହ୍ନଟ ଜଳରେ ପକାଇ ଏକ କାଚଦଣ୍ଡ ସାହାଯ୍ୟରେ ଜଳସ୍ତରରେ କିଛି ପରିବର୍ତ୍ତନ ହେଉଛି କି ନାହଁ ଲକ୍ଷ୍ୟ କର ।
  • ବିକର ମଧ୍ୟରେ ଥିବା ଜଳରେ ଲୁଣ ବା ଚିନିର କ’ଣ ହେଲା ବୋଲି ତୁମେ ଭାବୁଛ ?
  • ଚିନି ବା ଲୁଣ କ’ଣ କୁଆଡ଼େ ଉଭେଇଗଲା ?
  • ଜଳସ୍ତରରେ କିଛି ପରିବର୍ତ୍ତନ ତୁମେ ଲକ୍ଷ୍ୟ କରିପାରୁଛ କି ?

BSE Odisha 9th Class Physical Science Solutions Chapter 1img-5

ଉ –

  • ଜଳରେ ଲୁଣ କିମ୍ବା ଚିନି ମିଶିଲା ପରେ ଜଳସ୍ତରରେ କିଛି ପରିବର୍ତ୍ତନ ହୋଇ ନାହିଁ ।
  • ବିକର ମଧ୍ୟରେ ଥ‌ିବା ଜଳରେ ଲୁଣ ବା ଚିନି ଦ୍ରବୀଭୂତ ହୋଇ ଚାରିଆଡ଼େ ବ୍ୟାପିଯାଇଛି ।
  • ଚିନି ବା ଲୁଣ ଜଳକଣିକା ମଧ୍ୟରେ ଥିବା ଫାଙ୍କା ସ୍ଥାନରେ ରହିଯିବାରୁ ଉଭେଇ ଗଲା ।
  • ବିକର ମଧ୍ୟରେ ଥିବା ଜଳରେ ଲୁଣ ବା ଚିନି ଦ୍ରବୀଭୂତ ହୋଇଥ‌ିବାରୁ ଜଳସ୍ତରରେ କୌଣସି ପରିବର୍ତ୍ତନ ହୋଇନାହିଁ ।
    ପତାର୍ଥ ଜାଣିବାକୁ ନୋକ ଗଠିତ ହୋଇଥାଏ |

ସିଦ୍ଧାନ୍ତ :

  • ଉପରୋକ୍ତ କାର୍ଯ୍ୟାବଳିରୁ ଜଣାଯାଏ ଯେ, ବିକର୍ ମଧ୍ୟରେ ଥିବା ଜଳରେ ଲୁଣ ବା ଚିନି ଦ୍ରବୀଭୂତ ହୋଇ ଚାରିଆଡ଼େ ବ୍ୟାପିଯାଇଛି ।
  • ଜଳ କଣିକାଗୁଡ଼ିକ ମଧ୍ୟରେ ଥ‌ିବା ଫାଙ୍କା ସ୍ଥାନ ମଧ୍ୟରେ ଲୁଣ କିମ୍ବା ଚିନି କଣିକାମାନ ଦ୍ରବୀଭୂତ ହୋଇ ରହିପାଇଛି |
  • ପଦାର୍ଥର ଏହି କଣିକାଗୁଡ଼ିକ କେତେ ଛୋଟ ! (How small are these Particles of Matter !)

ତୁମପାଇଁ କାମ 1.2 :
ପରୀକ୍ଷା :
2-3 ଟି ପୋଟାସିୟମ୍ ପରମାଙ୍ଗାନେଟ୍ (KMn0)ର ସ୍ଫଟିକ (crystal) ନେଇ 100 ମି.ଲି. ଜଳରେ ଦ୍ରବୀଭୂତ କରାଯାଉ । ଏହି ଦ୍ରବଣରୁ 10 ମି.ଲି. ନେଇ ୨୦ ମି.ଲି. ବିଶୁଦ୍ଧ ଜଳରେ ମିଶାଇବାଦ୍ଵାରା ଦ୍ରବଣର ଲଘୁକରଣ ହେବ । ଏହି ଦ୍ରବଣରୁ ପୁନର୍ବାର 10 ମି.ଲି. ନେଇ ଏହାକୁ ଅନ୍ୟ ୨୦ ମି.ଲି. ବିଶୁଦ୍ଧ ଜଳ ସହିତ ମିଶାଇବାଦ୍ଵାରା ଦ୍ରବଣର ଅଧିକ ଲଘୁକରଣ ହେବ । ଏହି ପଦ୍ଧତିକୁ ସାତ ଆଠ ଥର କରାଯାଉ ।

ପର୍ଯ୍ୟବେକ୍ଷଣ : ଜଳ ରଙ୍ଗୀନ ହୋଇ ରହିଛି କି ?
ଉ –
ହଁ, ଜଳ ରଙ୍ଗୀନ ହୋଇ ରହିଛି ।

ସିଦ୍ଧାନ୍ତ :
ଏହି ପରୀକ୍ଷାରୁ ଜଣାଯାଏ ଯେ, ଅଳ୍ପ କେତୋଟି ପୋଟାସିୟମ୍ ପରମାଙ୍ଗାନେଟ୍‌ର ସ୍ଫଟିକ ବହୁତ ଆୟତନ ବଶିଷ୍ଟ ଜଳକୁ ରଙ୍ଗୀନ୍ କରିପାରେ । ପୋଟାସିୟମ୍ ପରମାଙ୍ଗାନେଟ୍‌ର ମାତ୍ର ଗୋଟିଏ ସ୍ଫଟିକରେ ଅସଂଖ୍ୟ କ୍ଷୁଦ୍ର କଣିକାମାନ ରହିଅଛି; ଯାହାକି ବିଭାଜିତ ହୋଇ କ୍ଷୁଦ୍ରରୁ କ୍ଷୁଦ୍ରତର କଣିକାରେ ପରିଣତ ହୋଇଥାଏ ।
BSE Odisha 9th Class Physical Science Solutions Chapter 1img-6

ତୁମପାଇଁ କାମ 1.3 :
ପରୀକ୍ଷା : ଗୋଟିଏ ନିଆଁ ଲାଗିନଥୁବା ଧୂପକାଠି ନେଇ ଶ୍ରେଣୀଗୃହର ଗୋଟିଏ କୋଣରେ ରଖାଯାଉ । ଧୂପକାଠିକୁ କଳାଯାଉ ।

ପର୍ଯ୍ୟବେକ୍ଷଣ :

  • କ’ଣ ପରିବର୍ତ୍ତନ ହେଲା ?
  • ତୁମେ ଦୂରରେ ଠିଆହେଲେ ମଧ୍ୟ ଧୂପକାଠିର ବାସ୍ନା ବାରିପାରୁଛ କି ?

ଉ –

  • ଧୂପକାଠିକୁ ଜଳାଇଲେ ଘରସାରା ଧୂପକାଠିର ବାସ୍ନା ଅନୁଭବ କରିହେବ ।
  • ଧୂପକାଠିର ବାସ୍ନା ଦୂରରେ ଠିଆହେଲେ ମଧ୍ୟ ବାରିହେବ ।

ତୁମପାଇଁ କାମ 1.4 :
ଦୁଇଟି ଜଳପୂର୍ଣ୍ଣ ଗ୍ଲାସ୍ ନିଆଯାଉ । ଅତି ଧୀରେ ଓ ସତର୍କତାର ସହ ଗୋଟିଏ ଟୋପା ନାଲିରଙ୍ଗର କାଳି ଏକ ଗ୍ଲାସ୍‌ର ଧାରରେ ପକାଯାଉ ଏବଂ ମହୁ ଟୋପାଏ ଅନ୍ୟ ଗ୍ଲାସ୍‌ରେ ପକାଯାଉ । ଏହି ଗ୍ଳାସ୍‌ୟକୁ ହଲ୍‌ଲ ନ କରି ସେମିତି ରଖାଯାଉ ।
ପର୍ଯ୍ୟବେକ୍ଷଣ :

  • କାଳି ଟୋପାଟି ପକାଇବାର ଠିକ୍ ପରେ ପରେ ତୁମେ କ’ଣ ନିରୀକ୍ଷଣ କଲ ?
  • ସେହିପରି ମହୁ ଟୋପାଟି ମିଶାଇବା ପରେ ତୁମେ କ’ଣ ଲକ୍ଷ୍ୟ କଲ ?
  • କାଳି ଟୋପାଟି ଜଳ ମଧ୍ୟରେ ସମଭାବରେ ମିଶିଯିବା ପାଇଁ କେତେ ସମୟ ନେଲା ?

ଉ –

  • କାଳି ଟୋପାଟି ପକାଇବା ପରେ ଏହା ଜଳ ମଧ୍ୟରେ ନିମ୍ନକୁ ଯାଇ ଚାରିଆଡ଼କୁ ବ୍ୟାପିଗଲା ।
  • ସେହିପରି ମହୁ ଟୋପାଟି ଗ୍ଲାସ୍‌ର ନିମ୍ନଭାଗରେ ବସିଗଲା ।
  • ଅଳ୍ପ ସମୟ ମଧ୍ୟରେ କାଳିଟୋପାଟି ଜଳ ମଧ୍ୟରେ ସମଭାବରେ ମଶିଗଲା ।

BSE Odisha 9th Class Physical Science Solutions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

ତୁମପାଇଁ କାମ 1.5 :
ଦୁଇଟି ଗ୍ଲାସ୍ ନେଇ ଗୋଟିକରେ ଗରମ ଜଳ ଓ ଅନ୍ୟଟିରେ ଥଣ୍ଡା ଜଳ ଭର୍ତ୍ତି କରାଯାଉ । କପର ସଲ୍‌ଫେଟ୍ (CuSO4) ର ଗୋଟିଏ ଲେଖାଏଁ ସ୍ଫଟିକ ଉଭୟ ଗ୍ଲାସ୍‌ରେ ପକାଯାଉ । ଉଭୟ ଗ୍ଲାସ୍‌କୁ ନ ଗୋଳାଇ ସ୍ଫଟିକ ଦ୍ଵୟକୁ ଧୀରେ ଧୀରେ ଗ୍ଲାସ୍‌ୟର ନିମ୍ନରେ ବସିଯିବାକୁ ଦିଆଯାଉ !

ପର୍ଯ୍ୟବେକ୍ଷଣ :

  • କଠିନ ସ୍ଫଟିକର ଉପରିଭାଗକୁ ଲକ୍ଷ୍ୟକଲେ କି ପରିବର୍ତ୍ତନ ହେବାର ଦେଖୁଛ ?
  • ସମୟାନୁସାରେ କ’ଣ ପରିବର୍ତ୍ତନ ଘଟୁଛି ? କଠିନ ଓ ତରଳର କଣିକାଗୁଡ଼ିକ ସମ୍ପର୍କରେ ଏହା କି ସୂଚନା ପ୍ରଦାନ କରୁଅଛି ?
  • ସ୍ଫଟିକ ମିଳେଇ ଯିବାର ହାର ଜଳର ତାପମାତ୍ରା ଉପରେ ନିର୍ଭର କରୁଛି କି ?
  • କେଉଁ ଜଳରେ ସ୍ଫଟିକ ଶୀଘ୍ର ମିଳେଇ ଗଲା ? କାହିଁକି ଓ କିପରି ?

ଉ –

  • ଗରମ ପାଣି ଥ‌ିବା କ୍ଲାସରେ କଠିନ ସ୍ଫଟିକ ଉପରେ ଥ‌ିବା ଜଳର ରଙ୍ଗ ହଠାତ୍ ନୀଳରଙ୍ଗ ଧାରଣ କରିବ । କିନ୍ତୁ ଥଣ୍ଡା ପାଣିଥୁବା ଗ୍ଲାସ୍‌ରେ ଅତି ଧୀର ଭାବରେ ପରିବର୍ତ୍ତନ ହେବ ।
  • ସମୟାନୁସାରେ କପର ସଲଫେଟ୍ ସ୍ଫଟିକ ଦ୍ରବୀଭୂତ ହେଉଛି । କଠିନ ପଦାର୍ଥର କଣିକାଗୁଡ଼ିକ ତରଳ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ମଶିଯିବ ।
  • ସ୍ଫଟିକ ମିଳେଇ ଯିବାର ହାର ଜଳର ତାପମାତ୍ରା ଉପରେ ନିର୍ଭର କରେ ।
  • ଗରମ ଜଳରେ ସ୍ଫଟିକ ଶୀଘ୍ର ମିଳେଇଗଲା । କାରଣ ତାପମାତ୍ରା ବୃଦ୍ଧି ପାଇଲେ କଣିକାଗୁଡ଼ିକର ଗତି ଦ୍ରୁତତର ହୋଇଥାଏ । ତାପ ପ୍ରୟୋଗ ଯୋଗୁଁ କଣିକାଗୁଡ଼ିକର ଗତିଜଶକ୍ତିର ପରିମାଣ ବୃଦ୍ଧି ପାଏ, ପଦାର୍ଥର କଣିକାଗୁଡ଼ିକ ଆପେ ଆପେ ପରସ୍ପର ସହ ମଶିଯାଆନ୍ତି ।

ସିଦ୍ଧାନ୍ତ :
ପଦାର୍ଥର କଣିକାଗୁଡିକ ଅବିରତ ଗତି କରୁଥିବାରୁ ସେମାନଙ୍କର ଗତିଜ ଶକ୍ତି (kinetic energy) ଥାଏ । ତାପମାତ୍ରା ବୃଦ୍ଧି ହେଲେ କଣିକାଗୁଡ଼ିକର ଗତି ଦ୍ରୁତତର ହୋଇଥାଏ । ଫଳରେ ତାପ ପ୍ରୟୋଗ ଯୋଗୁଁ କଣିକାଗୁଡ଼ିକର ଗତିଜ ଶକ୍ତିର ପରିମାଣ ବୃଦ୍ଧିପାଏ ।

ବିସରଣ :
ପଦାର୍ଥର କଣିକାଗୁଡ଼ିକର ଅନ୍ତଃ ମିଶ୍ରଣକୁ ବିସରଣ (Diffusion) କୁହାଯାଏ ।

(iii) ପଦାର୍ଥର କଣିକାଗୁଡ଼ିକ ପରସ୍ପରକୁ ଆକର୍ଷଣ କରନ୍ତି ।

ତୁମପାଇଁ କାମ 1.6 :
ଖୋଲା ପଡ଼ିଆରେ ସମାନ ସଂଖ୍ୟକ ପିଲା ଥ‌ିବା ଚାରୋଟି ଦଳକୁ ନେଇ ଏହି ଖେଳଟି ଖେଳାଯାଉ । ପ୍ରଥମ ଦଳର ପିଲାମାନେ ଆଦିବାସୀ ନାଚ ଶୈଳୀରେ ପରସ୍ପର ସହ ଛନ୍ଦାଛନ୍ଦି ହୋଇ ରହିବେ । ଦ୍ଵିତୀୟ ଦଳର ପିଲାମାନେ ପରସ୍ପର ହାତ ଧରି ଏକ ମାନବ ଚେନ୍ ଗଠନ କରିବେ । ତୃତୀୟ ଦଳର ପିଲାମାନେ କେବଳ ଆଙ୍ଗୁଳିର ଟିପ ସାହଯ୍ୟରେ ପରସ୍ପରକୁ ସ୍ପର୍ଶ କରିବେ । ଚତୁର୍ଥ ଦଳର ପିଲାମାନେ ପ୍ରଥମ ତିନୋଟି ଦଳର ପିଲାମାନଙ୍କ ଚାରିପାଖରେ ପୃଥକ୍ ପୃଥକ୍ ଭାବେ ଘୂରି ବୁଲିବେ ଏବଂ ପ୍ରତ୍ୟେକ ଦଳକୁ ଭାଙ୍ଗି ଯେତେଦୂର ସମ୍ଭବ ଛୋଟ ଛୋଟ ଭାଗରେ ବିଭକ୍ତ କରିବାକୁ ଚେଷ୍ଟା କରିବେ ।

ପର୍ଯ୍ୟବେକ୍ଷଣ :

  • କେଉଁ ଦଳକୁ ଭାଙ୍ଗିବାକୁ ସହଜ ହେଲା ଓ କାହିଁକି ?
  • ଯଦି ପ୍ରତ୍ୟେକ ପିଲାମାନଙ୍କୁ ଗୋଟିଏ ଗୋଟିଏ କଣିକା ମନେକରିବା, ତେବେ କେଉଁ ଦଳର ପିଲାମାନେ ବା କଣିକାଗୁଡ଼ିକ ସବୁଠାରୁ ଅଧିକ ବଳଦ୍ଵାରା ପରସ୍ପର ସହିତ ବାନ୍ଧି ହୋଇ ରହିଥିଲେ ?

ଉ –

  • ତୃତୀୟ ଦଳକୁ ଭାଙ୍ଗିବାକୁ ସହଜ ହେଲା, କାରଣ ପରସ୍ପର ମଧ୍ୟରେ ବଳର ପରିମାଣ ସବୁଠାରୁ କମ୍ ଅଟେ ।
  • ପ୍ରଥମ ଦଳର ପିଲାମାନେ ବା କଣିକାଗୁଡ଼ିକ ସବୁଠାରୁ ଅଧ‌ିକ ବଳଦ୍ଵାରା ପରସ୍ପର ସହିତ ବାନ୍ଧି ହୋଇ ରହିଥିଲେ ।

ସିଦ୍ଧାନ୍ତ :
କେତେକ ପଦାର୍ଥର କଣିକାମାନଙ୍କ ମଧ୍ୟରେ ଆକର୍ଷଣ ବଳ ଅଧିକ ଥାଏ ଓ କେତେକର କମ୍ ଥାଏ ।

ତୁମପାଇଁ କାମ 1.7 :
ଗୋଟିଏ ଲୁହାକଣ୍ଟା, ଖଣ୍ଡିଏ ଚକ୍ ଓ ଗୋଟିଏ ରବର ବ୍ୟାଣ୍ଡ୍ ନିଆଯାଉ । ସେଗୁଡ଼ିକୁ ବାଡ଼େଇ, କାଟି କିମ୍ବା ଟାଣି ଖଣ୍ଡଖଣ୍ଡ କରିବାକୁ ଚେଷ୍ଟା କରାଯାଉ ।

ପର୍ଯ୍ୟବେକ୍ଷଣ :
ଉପରୋକ୍ତ ତିନୋଟି ବସ୍ତୁ ମଧ୍ୟରୁ କେଉଁ ବସ୍ତୁ ମଧ୍ୟରେ ଥିବା କଣିକାମାନ ପରସ୍ପର ସହ ଅଧ୍ବକ ବଳଦ୍ଵାରା ବାନ୍ଧିହୋଇ ରହିଥିଲେ ବୋଲି ତୁମେ ଭାବୁଛ ?
ଉ –
ଲୁହାକଣ୍ଟାରେ ଥ‌ିବା କଣିକାମାନ ପରସ୍ପର ସହ ଅଧୁକ ବଳଦ୍ଵାରା ବାନ୍ଧିହୋଇ ରହିଥା’ନ୍ତି ।

ସିଦ୍ଧାନ୍ତ :
ଭିନ୍ନଭିନ୍ନ କଠିନ ପଦାର୍ଥରେ କଣିକାମାନଙ୍କର ଆକର୍ଷଣ ବଳ ଭିନ୍ନ ଭିନ୍ନ ହୋଇଥାଏ ।

ତୁମପାଇଁ କାମ 1.8 ;
ଗୋଟିଏ ପାଣିଟ୍ୟାପ୍ ଖୋଲି ସେଥ‌ିରୁ ନିର୍ଗତ ଜଳଧାରକୁ ଆଙ୍ଗୁଳି ସାହାଯ୍ୟରେ କାଟି କାଟି ବିଖଣ୍ଡିତ କରିବାକୁ ଚେଷ୍ଠା କରାଯାଉ |

  • ଜଳଧାରକୁ କାଟି କାଟି ଛୋଟ ଭାଗରେ ବିଭକ୍ତ କରିପାରୁଛି କି ?
  • ଜଳର ସ୍ରୋତ ଏକାଠି ରହିବାର କାରଣ କ’ଣ ?

ପର୍ଯ୍ୟବେକ୍ଷଣ :

  • ଜଳଧାରକୁ କାଟି କାଟି ଛୋଟ ଭାଗରେ ବିଭକ୍ତ କରିପାରୁ ନାହିଁ ।
  • ଜଳର କଣିକାଗୁଡ଼ିକ ମଧ୍ୟରେ ଏକ ଆକର୍ଷଣ ବଳ କାର୍ଯ୍ୟ କରୁଥିବାରୁ ଜଳର ସ୍ରୋତ ଏକାଠି ରହିଥାଏ ।

ସିଦ୍ଧାନ୍ତ :
ତରଳ ପଦାର୍ଥର କଣିକାଗୁଡିକ ମଧ୍ୟରେ ଆକର୍ଷଣ ବଳ ରହିଥାଏ ।

ତୁମପାଇଁ କାମ 1.9 :
ଇଟା, କଲମ, ବହି, ହାତୁଡ଼ି, କାଠବାଡ଼ି, ପ୍ଲାଷ୍ଟିକ୍ ସ୍କେଲ୍~ ପ୍ରତ୍ୟେକରୁ ଗୋଟିଏ ଲେଖାଏଁ ସଂଗ୍ରହ କରି ପେନ୍‌ସିଲ୍ ସାହାଯ୍ୟରେ ସେଗୁଡ଼ିକର ଆକୃତି ଏକ ଖାତାରେ ଅଙ୍କନ କରାଯାଉ ।

ପର୍ଯ୍ୟବେକ୍ଷଣ :

  • ଏହିସବୁ ପଦାର୍ଥଗୁଡ଼ିକର କ’ଣ ନିର୍ଦ୍ଦିଷ୍ଟ ଆକାର, ପରିସୀମା ଓ ଆୟତନ ଅଛି କି ?
  • ଏଗୁଡ଼ିକୁ ପିଟିଲେ, ଟାଣିଲେ କିମ୍ବା ଫୋପାଡ଼ିଲେ କ’ଣ ହେବ ?
  • ସେଗୁଡ଼ିକ କ’ଣ ପରସ୍ପର ମଧ୍ୟରେ ବିସରିତ ହେବାପାଇଁ ସମର୍ଥ ?
  • ଏଗୁଡ଼ିକୁ ବଳ ପ୍ରୟୋଗ କରି ସଂକୁଚିତ କରାଯାଇ ପାରିବ କି ?

ଉ –

  • ଏହିସବୁ ପଦାର୍ଥଗୁଡ଼ିକରେ ନିର୍ଦ୍ଦିଷ୍ଟ ଆକାର, ପରିସୀମା ଓ ଆୟତନ ଅଛି ।
  • ଏଗୁଡ଼ିକୁ ପିଟିଲେ, ଟାଣିଲେ କିମ୍ବା ଫୋପାଡ଼ିଲେ କେତେକ ଭାଙ୍ଗିଯିବ ଓ କେତେକ ଭାଙ୍ଗିହବ ନାହିଁ ।
  • ଏଗୁଡ଼ିକ ପରସ୍ପର ମଧ୍ୟରେ ବିସରିତ ହେବା ପାଇଁ ସମର୍ଥ ନୁହନ୍ତି |
  • ଏଗୁଡ଼ିକୁ ବଳ ପ୍ରୟୋଗ କରି ସଂକୁଚିତ କରାଯାଇ ପାରିବ ନାହିଁ ।

ସିଦ୍ଧାନ୍ତ :

  • କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର, ଆକୃତି ଓ ଆୟତନ ଥାଏ । ଏଗୁଡ଼ିକର ଖୁବ୍ କମ୍ ସଙ୍କୋଚନ ହୋଇଥାଏ ।
  • କଠିନ ପଦାର୍ଥ ସର୍ବଦା ନିଜର ଆକାର ବଜାୟ ରଖୁଥାଏ ।
  • ବଳ ପ୍ରୟୋଗ କରି କଠିନ ପଦାର୍ଥକୁ ଭଙ୍ଗାଯାଇ ପାରେ, ହେଲେ ଏହାର ଆକାର ପରିବର୍ତ୍ତନ କରିବା କଷ୍ଟକର ଅଟେ ।

ତରଳ ଅବସ୍ଥାର ଆଭାସୀ ପରିବର୍ତ୍ତନ :

  • ରବର ବ୍ୟାଣ୍ଡରେ ଟଣାବଳ ପ୍ରୟୋଗ କଲେ ଏହାର ଆକାର ପରିବର୍ତ୍ତନ ହୋଇଥାଏ । କିନ୍ତୁ ବଳ ଅପସାରଣ କଲେ ଏହା ପୁନର୍ବାର ପୂର୍ବାବସ୍ଥାକୁ ଫେରିଆସେ । ଯଦି ଅଧ‌ିକ ବଳ ପ୍ରୟୋଗ କରାଯାଏ, ତେବେ ଏହା ଛିଣ୍ଡିଯାଏ ।
  • ପ୍ରତ୍ୟେକ ଲୁଣ ବା ଚିନି କଣିକାର ଆକାର ନିର୍ଦ୍ଦିଷ୍ଟ ଅଟେ । ସେଗୁଡ଼ିକୁ ହାତରେ, ପ୍ଲେଟ୍‌ରେ କିମ୍ବା ବିଭିନ୍ନ ଆକୃତିର ଜାର୍‌ରେ ରଖିଲେ ମଧ୍ୟ ସେମାନଙ୍କର କଣିକାର ଆକାର ଅପରିବର୍ତିତ ରହିଥାଏ ।
  • ସ୍ପଞ୍ଜରେ ଅନେକ କ୍ଷୁଦ୍ର କ୍ଷୁଦ୍ର ଛିଦ୍ର ରହିଥାଏ, ଯାହା ମଧ୍ଯରେ ବାୟୁ ଭରି ରହିଥାଏ । ସ୍ପଞ୍ଜକୁ ଚିପିବାଦ୍ଵାରା ଛିଦ୍ର ମଧ୍ୟରେ ଥ‌ିବା ବାୟୁ ବାହାରି ଆସିବାରୁ ତାହା ସଂକୁଚିତ ହୋଇଥାଏ ।
  • ତରଳ ଅବସ୍ଥା (Liquid State) :

BSE Odisha 9th Class Physical Science Solutions Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

ତୁମପାଇଁ କାମ 1.10 :
ଜଳ, ସୋରିଷତେଲ, କ୍ଷୀର, ସରବତ, ଜୁସ୍ ଓ ଥଣ୍ଡା ପାନୀୟ ସଂଗ୍ରହ କରି ବିଭିନ୍ନ ଆକୃତିର ପାତ୍ରରେ ନିଆଯାଉ । ମାପ ସିଲିଣ୍ଡର ବ୍ୟବହାର କରି ନେଇଥିବା ପାତ୍ରମାନଙ୍କରେ 50 ମି.ଲି. ସ୍ଥାନରେ ଦାଗ ଦିଆଯାଉ । 50 ମିଲି, ମାପର ଯେକୌଣସି ତରଳ ନେଇ ବିଭିନ୍ନ ଆକୃତିର ଅଲଗା ଅଲଗା ପାତ୍ରରେ ଢଳାଯାଉ ।

ପର୍ଯ୍ୟବେକ୍ଷଣ :

  • ଏହି ତରଳଗୁଡ଼ିକ ଚଟାଣରେ ଢାଳି ହୋଇଗଲେ କ’ଣ ହେବ ?
  • ପ୍ରତ୍ୟେକ ପାତ୍ରରେ ତରଳର ଆୟତନ ସମାନ ରହୁଛି କି ?
  • ପ୍ରତ୍ୟେକ ପାତ୍ରରେ ତରଳର ଆକୃତି କ’ଣ ସମାନ ଅଛି ?
  • ତରଳକୁ ଗୋଟିଏ ପାତ୍ରରୁ ଅନ୍ୟ ପାତ୍ର ମଧ୍ୟକୁ ଢାଳିଲେ, ଏହା କ’ଣ ସହଜରେ ବୋହିଯାଏ ?

ଉ –

  • ତରଳଗୁଡ଼ିକ ଚଟାଣରେ ଢାଳି ହୋଇଗଲେ ଚାରିଆଡ଼କୁ ବହିଯିବ ।
  • ପ୍ରତ୍ୟେକ ପାତ୍ରରେ ତରଳର ଆୟତନ ସମାନ ରହିବ ।
  • ପ୍ରତ୍ୟେକ ପାତ୍ରରେ ତରଳର ଆକୃତି ଭିନ୍ନ ଭିନ୍ନ ହେବ, ଅର୍ଥାତ୍ ପାତ୍ରର ଆକାର ଧାରଣ କରିବ ।
  • ତରଳକୁ ଗୋଟିଏ ପାତ୍ରରୁ ଅନ୍ୟ ପାତ୍ର ମଧ୍ୟକୁ ଢାଳିଲେ, ଏହା ସହଜରେ ବୋହିଯିବ ।

ସିଦ୍ଧାନ୍ତ :

  • ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନାହିଁ; କିନ୍ତୁ ଏହାର ନିର୍ଦ୍ଦିଷ୍ଟ ଆୟତନ ରହିଛି ।
  • ଏହା ଯେଉଁ ପାତ୍ରରେ ରହେ, ତାହାର ଆକାର ଧାରଣ କରିଥାଏ ।
  • ତରଳ ପ୍ରବାହିତ ହୋଇଥାଏ ଓ ଆକାର ମଧ୍ୟ ବଦଳାଇଥାଏ । ତେଣୁ ଏହା କଠିନ ପଦାର୍ଥ ପରି ଦୃଢ଼ ନୁହେଁ । ଏହା ସହଜରେ ବହିଯାଇପାରେ ବୋଲି ତରଳ ପଦାର୍ଥକୁ ପ୍ରବହ (fluid) ମଧ୍ୟ କୁହାଯାଏ ।
  • ଜଲଚର ପ୍ରାଣ1ମାନେ ଜଳ ମଧ୍ୟରେ ବ୍ରବ୍1ଭୂତ ଅକ୍ ସି ଜେନ୍ କୁ ସେମାନଙ୍କ ପ୍ରଶ୍ବାସରେ ଗ୍ରହଣ କରିଥାନ୍ତି ।

ତୁମପାଇଁ କାମ 1.11 :
100 ମି.ଲି.ର ତିନୋଟି ସିରିଞ୍ଜ୍ ନେଇ ଏହାର ମୁହଁଗୁଡ଼ିକୁ ରବର କର୍କଦ୍ଵାରା ବନ୍ଦ କରିଦିଆଯାଉ । ପ୍ରତ୍ୟେକ ସିରିଞ୍ଜ୍ ମଧ୍ଯରୁ ପିଷ୍ଟନଗୁଡ଼ିକୁ କାଢ଼ି ନିଆଯାଉ । ଗୋଟିଏ ସିରିଞ୍ଜ୍କୁ ଛାଡ଼ି ଦ୍ଵିତୀୟ ସିରିଞ୍ଜ୍ରେ ପାଣି ଓ ତୃତୀୟ ସିରିଞ୍ଜ୍ରେ ଖଣ୍ଡିଏ ଚକ୍ ଭର୍ତ୍ତି କରାଯାଉ । ପିଷ୍ଟକୁ ସହଜରେ ସିରିଞ୍ଜ୍ ଉପରେ ପୂରାଇବା ପାଇଁ ପିଷ୍ଟନ୍ ଉପରେ କିଛି ଭେସ୍‌ଲିନ୍ ଲଗାଯାଉ । ବର୍ତ୍ତମାନ ପ୍ରତ୍ୟେକ ସିରିଞ୍ଜ୍ ଭିତରେ ଥିବା ପଦାର୍ଥଗୁଡ଼ିକୁ ସଙ୍କୁଚିତ କରିବା ନିମନ୍ତେ ପିଷ୍ଟନଗୁଡ଼ିକୁ ସିରିଞ୍ଜ୍ରେ ପୂରାଇ ଚାପ ପ୍ରୟୋଗ |
BSE Odisha 9th Class Physical Science Solutions Chapter 1img-7

ପର୍ଯ୍ୟବେକ୍ଷଣ :

  • କେଉଁ କ୍ଷେତ୍ରରେ ପିଷ୍ଟନ୍‌ ସହଜରେ ଭିତରକୁ ଚାଲିଗଲା ?
  • ତୁମେ ଏହି ପରୀକ୍ଷାଦ୍ଵାରା କେଉଁ ସିଦ୍ଧାନ୍ତରେ ଉପନୀତ ହେଲ ?

ଉ –

  • ପ୍ରଥମ ବା ଖାଲି ଥ‌ିବା ସିରିଞ୍ଜ୍ରେ ପିଷ୍ଟନ୍‌ ସହଜରେ ଭିତରକୁ ଚାଲିଗଲା ।
  • ଚାପ ପ୍ରୟୋଗଦ୍ଵାରା ଗ୍ୟାସୀୟ ପଦାର୍ଥଗୁଡ଼ିକ କଠିନ ଓ ତରଳ ପଦାର୍ଥ ତୁଳନାରେ ସହଜରେ ଅଧ୍ୟକ ସଙ୍କୁଚିତ ହୋଇଥାଏ ।

ଉଦାହରଣ :
(i) ରୋଷେଇ ପାଇଁ ବ୍ୟବହୃତ ହେଉଥ‌ିବା ତ ର ଳୀ କୃତ ପେଟ୍ରୋଲିୟମ୍ ଗ୍ୟାସ୍ (LPG) ଏବଂ ଡାକ୍ତର ଖାନାରେ ରୋଗୀମାନଙ୍କ ଶ୍ଵାସକ୍ରିୟା ପାଇଁ ବ୍ୟବହୃତ ଅମ୍ଳଜାନ ଗ୍ୟାସ୍ ସଂପୀଡ଼ିତ ଗ୍ୟାସ୍ ଅଟେ । କାର୍, ଅଟୋରିକ୍‌ସା ଆଦି ଯାନରେ ସଂପୀଡ଼ିତ ପ୍ରାକୃତିକ ଗ୍ୟାସ୍ (CNG) ଇନ୍ଧନ ରୂପେ ବ୍ୟବହୃତ ହୁଏ ।

(ii) ରୋଷେଇ ଘର ଭିତରକୁ ନ ଯାଇ ମଧ୍ଯ ରନ୍ଧାଯାଉଥ‌ିବା ଖାଦ୍ୟର ବାସ୍ନା ଆମେ ଜାଣିପାରୁ । ଗରମ ଖାଦ୍ୟର ବାସ୍ନାର ଅଣୁଗୁଡ଼ିକ ବାୟୁର ଅଣୁମାନଙ୍କ ସହିତ ମଶି ଚାରିଆଡ଼େ ବ୍ୟାପିଯାଏ । କଠିନ ଓ ତରଳ ପଦାର୍ଥର ବିସରଣ ହାରଠାରୁ ଗ୍ୟାସୀୟ ପଦାର୍ଥର ବିସରଣ ହାର ଯଥେଷ୍ଟ ଅଧ‌ିକ ହୋଇଥାଏ । ଗ୍ୟାସ୍‌ ର ଅଣୁମାନଙ୍କ ଦ୍ରୁତ ବେଗ ଓ ଅଣୁ ମାନଙ୍କ ମଧ୍ୟରେ ଥ‌ିବା ଅଧିକ ଫାଙ୍କାସ୍ଥାନ ଯୋଗୁ ଗ୍ୟାସ୍‌ର ବିସରଣ ଅନ୍ୟ ଗ୍ୟାସ୍ମାମାନଙ୍କ ମଧ୍ୟରେ ଅତିଶୀଘ୍ର ହୋଇଥାଏ ।
BSE Odisha 9th Class Physical Science Solutions Chapter 1img-8

ଗ୍ୟାସ୍‌ର ଚାପ :
ଗ୍ୟାସୀୟ ଅଣୁମାନଙ୍କଦ୍ଵାରା ଧାରକ କାନ୍ଥର ପ୍ରତି ଏକକ କ୍ଷେତ୍ରଫଳ ଉପରେ କାର୍ଯ୍ୟ କରୁଥ‌ିବା ବଳକୁ ଗ୍ୟାସ୍‌ର ଚାପ କୁହାଯାଏ ।
କୌଣସି ବସ୍ତୁର ଏକ କ ଆୟତନରେ ଥିବା ବସ୍ତୁତ୍ଧକୁ ସେହି ବସ୍ତୁର ସାନ୍ଦ୍ରତା (Density) କୁହାଯାଏ ।

ତୁମପାଇଁ କାମ 1.12 :
150 ଗ୍ରାମ୍ ଓଜନର ଏକ ବରଫଖଣ୍ଡକୁ ଗୋଟିଏ ବିକରରେ ନେଇ ଏହା ମଧ୍ୟରେ ଏକ ଥର୍ମୋମିଟରକୁ ଏପରି ଭାବରେ ରଖ ଯେପରିକି ଥର୍ମୋମିଟରରେ ପାରଦ ରହିଥ୍ ବଲ୍‌ବ ବରଫର ସଂସ୍ପର୍ଶରେ ଆସୁଥ୍ । ଅଳ୍ପ ଶିଖାଦ୍ଵାରା ବଲ୍‌ବକୁ ଗରମ କରାଯାଉ । ଯେଉଁ ତାପମାତ୍ରାରେ ବରଫ ତରଳିବାକୁ ଆରମ୍ଭ କରିବ ତାହା ଥର୍ମୋମିଟର ସାହାଯ୍ୟରେ ମାପି ଟିପି ରଖାଯାଉ । ଯେଉଁ ତାପମାତ୍ରାରେ ବରଫ ସଂପୂର୍ଣ୍ଣଭାବେ ତରଳି ଜଳରେ ପରିଣତ ହେଲା ତାହାକୁ ମଧ୍ୟ ମାପି ଟିପି ରଖାଯାଉ । ବର୍ତ୍ତମାନ ଗୋଟିଏ ଗ୍ଲାସ୍ ରଡ୍ ସାହାଯ୍ୟରେ ଜଳକୁ ଗୋଳାଇ ତାହାକୁ ଫୁଟିବା ପର୍ଯ୍ୟନ୍ତ ଗରମ କରାଯାଉ, ଜଳ ଫୁଟିଲେ ତାହା ବାଷ୍ପରେ ପରିଣତ ହେବାକୁ ଆରମ୍ଭ ହୁଏ । ଅଧିକାଂଶ ଜଳ ବାଷ୍ପୀଭୂତ
BSE Odisha 9th Class Physical Science Solutions Chapter 1img-9
ହେବା ପର୍ଯ୍ୟନ୍ତ ଥର୍ମୋମିଟରରେ ସୂଚିତ ତାପମାତ୍ରାକୁ ଲକ୍ଷ୍ୟ କରାଯାଉ । ଜଳ ତରଳ ଅବସ୍ଥାରୁ ବାଷ୍ପୀୟ ଅବସ୍ଥାକୁ ପରିବର୍ତ୍ତିତ ହେଲାବେଳେ ଥର୍ମୋମିଟର ସୂଚିତ କରୁଥିବା ତାପମାତ୍ରାକୁ ଟିପି ରଖାଯାଉ ।
ଗୋଟିଏ କଠିନର ଗଳନାଙ୍କ, ଏହା ମଧ୍ୟରେ ବା କଣିକାମାନଙ୍କ ମଧ୍ୟରେ ରହିଥିବା ଆକର୍ଷଣ ବଳର ସାମର୍ଥ୍ୟର ସୂଚନା ଦିଏ ।

ପର୍ଯ୍ୟବେକ୍ଷଣ :

  • କଠିନ ପଦାର୍ଥର ତାପମାତ୍ରା ବଢ଼ାଇଲେ, ଏହାର ଅଣୁଗୁଡ଼ିକର ଗତିଜ ଶକ୍ତି ବୃଦ୍ଧି ପାଇଥାଏ । ଗତିଜ ଶକ୍ତିର ବୃଦ୍ଧି ହେଲେ ଅଣୁଗୁଡ଼ିକ ଅଧ‌ିକ ବେଗରେ ଦୋଳିତ ହୁଅନ୍ତି ।
  • ତାପ ପ୍ରୟୋଗ ହେଲେ ଅଣୁଗୁଡ଼ିକ ତାପଶକ୍ତି ଅବଶୋଷଣ କରି ସେମାନଙ୍କ ମଧ୍ୟରେ ଥ‌ିବା ଆକର୍ଷଣ ବଳର ସୀମାକୁ ଟପିଯାଇ ଅଧ‌ିକ ବେଗରେ ଗତଶୀଳ ହୁଅନ୍ତି ।
  • ଏପରି ଏକ ଅବସ୍ଥା ଆସେ, ଯେତେବେଳେ ଅଣୁଗୁଡ଼ିକ ପରସ୍ପରଠାରୁ ଦୂରେଇ ଯିବାରୁ କଠିନ ତରଳିବାକୁ ଆରମ୍ଭ କରେ ଓ ତରଳରେ ପରିଣତ ହୁଏ ।
  • ଯେଉଁ ତାପମାତ୍ରାରେ ଏକ କଠିନ ବାୟୁମଣ୍ଡଳୀୟ ଚାପରେ ତରଳି ଏକ ତରଳ ପଦାର୍ଥରେ ପରିଣତ ହୁଏ, ତାହାକୁ ସେହି କଠିନ ପଦାର୍ଥର ଗଳନାଙ୍କ (Melting point) କୁହାଯାଏ ।
  • ପଦାର୍ଥ କଠିନ ଅବସ୍ଥାରୁ ତରଳ ଅବସ୍ଥାକୁ ପରିବର୍ତ୍ତନ ହେଉଥ‌ିବା ପ୍ରକ୍ରିୟା ଅର୍ଥାତ୍ ପଦାର୍ଥର ତରଳିବା ପ୍ରକ୍ରିୟାକୁ ବିଗଳନ ବା ତରଳନ (Fusion) କୁହାଯାଏ ।
  • ତାପ ପ୍ରଦାନ ଯୋଗୁ, କୌଣସି ପଦାର୍ଥ ତରଳିବାକୁ ଆରମ୍ଭ କଲେ ତାହାର ତାପମାତ୍ରା ଅପରିବର୍ତ୍ତିତ ରହେ ।
  • ଗଳନାଙ୍କରେ ପହଞ୍ଚିବା ପରେ ସବୁ ବରଫ ନ ତରଳିବା ପର୍ଯ୍ୟନ୍ତ ତାହାର ତାପମାତ୍ରାରେ କୌଣସି ପରିବର୍ତ୍ତନ ହୁଏନାହିଁ । ପ୍ରୟୋଗ ତାପ କଣିକା-କଣିକାମାନଙ୍କ ମଧ୍ୟରେ ଥିବା ଆକର୍ଷଣ ବଳର ବନ୍ଧନକୁ ଟପି କେବଳ ଅବସ୍ଥା ପରିବର୍ତ୍ତନ ପ୍ରକ୍ରିୟାରେ ନିୟୋଜିତ ହୁଏ ।
  • ଅବସ୍ଥାର ପରିବର୍ତ୍ତନ ଚାଲିଥିବା ସମୟରେ ପ୍ରୟୋଗ ତାପଶକ୍ତି, ବରଫ ଦ୍ଵାରା ଶୋଷିତ ହୋଇଯାଇ କେବଳ ବରଫକୁ ତରଳାଇବାରେ ସାହାଯ୍ୟ କରେ ମାତ୍ର ତାପମାତ୍ରାରେ କୌଣସି ବୃଦ୍ଧି କରାଏ ନାହିଁ । ଅବସ୍ଥା ପରିବର୍ତ୍ତନବେଳେ ଆବଶ୍ୟକୀୟ ତାପକୁ ଗୁପ୍ତତାପ (Latent heat) କୁହାଯାଏ ।
    ବାୟୁମଣ୍ଡଳୀୟ ଚାପରେ 1 କି.ଗ୍ରା.ର ଏକ କଠିନ ପଦାର୍ଥକୁ ତା’ର ଗଜନାଙ୍କ ତାପମାତ୍ରାରେ ତରଳରେ ପରିଣତ କରିବାକୁ ଯେତିକି ପରିମାଣର ତାପଶକ୍ତି ଆବଶ୍ୟକ ହୁଏ, ତାହାକୁ ସେହି ପଦାର୍ଥର ଗଳନର ଗୁପ୍ତତାପ (Latent heat of fusion) କୁହାଯାଏ ।
  • ଜଳ ମଧ୍ୟକୁ ତାପଶକ୍ତି ଯୋଗାଯାଉଥିବାବେଳେ ଜଳ ମଧ୍ଯସ୍ଥ କଣିକାଗୁଡ଼ିକ ଅଧ‌ିକ ଶକ୍ତି ହାସଲ କରି ଅଧିକ ବେଗରେ ଗତି କରନ୍ତି । ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ପହଞ୍ଚିଲା ପରେ ସେହି କଣିକାଗୁଡ଼ିକ ଯଥେଷ୍ଟ ଶକ୍ତି ଲାଭ କରି ପରସ୍ପର ମଧ୍ୟରେ ଥ‌ିବା ଆକର୍ଷଣ ବଳର ବନ୍ଧନରୁ ମୁକ୍ତ ହୋଇ ପରସ୍ପରଠାରୁ ଦୂରେଇ ଯାଆନ୍ତି । ଏହି ତାପମାତ୍ରାରେ ତରଳ, ବାଷ୍ପ ବା ଗ୍ୟାସ୍‌ରେ ପରିବର୍ତ୍ତନ ହେବାକୁ ଆରମ୍ଭ କରେ ।
  • ଯେଉଁ ତାପମାତ୍ରାରେ ଏକ ତରଳ ବାୟୁମଣ୍ଡଳୀୟ ଚାପରେ ଫୁଟିବା ଆରମ୍ଭ କରେ ତାହାକୁ ସେହି ତରଳର ସ୍ଫୁଟନାଙ୍କ (Boiling point) କୁହାଯାଏ । ଏହି ଫୁଟିବା (boiling) ଏକ ସାମଗ୍ରିକ ପରିଘଟଣା (bulk phenomenon) ।
  • 373 K (100°C) ରେ ଥ‌ିବା ବାଷ୍ପର କଣିକାମାନେ ସେହି ତାପମାତ୍ରାରେ ଥିବା ଜଳର କଣିକାମାନଙ୍କ ଅପେକ୍ଷା ଅଧ‌ିକ ଶକ୍ତି ବହନ କରିଥା’ନ୍ତି । କାରଣ, ବାଷ୍ପର କଣିକାମାନେ ବାଷ୍ପୀଭବନ ଗୁପ୍ତତାପ ରୂପରେ ଅଧ‌ିକ ଶକ୍ତି ଶୋଷଣ କରିଥା’ନ୍ତି ।

• ଜଳର ସ୍ଫୁଟନାଙ୍କ 100°C 273-16K ଅଟେ ।
ଜଳର ପୁଟନାଙ୍କ 100°C ବା 373 K ଅଟେ ।

(xii) ତାପମାତ୍ରାର ପରିବର୍ତ୍ତନଦ୍ୱାରା ପଦାର୍ଥର ଅବସ୍ଥାରେ ପରିବର୍ତ୍ତନ ଘଟିଥାଏ ।
BSE Odisha 9th Class Physical Science Solutions Chapter 1img-10

ତୁମପାଇଁ କାମ 1.13 :
ପରୀକ୍ଷା : କିଛି ପରିମାଣର କର୍ପୂର କିମ୍ବା ଏମୋନିୟମ କ୍ଲୋରାଇଡ୍‌କୁ ଗୁଣ୍ଡକରି ଏକ ଚିନାମାଟିର ପାତ୍ରରେ ରଖାଯାଉ । ଏକ କାଚ ଫନେଲ୍‌କୁ ଚିନାମାଟିର ପାତ୍ର ଉପରେ ଓଲଟାଇ ରଖାଯାଉ । ଫନେଲ୍ ନାଡ଼ିର ଅଗ୍ରଭାଗରେ ତୁଳାଠିପି ଦିଆଯାଉ । ବର୍ତ୍ତମାନ ଏହାକୁ ଧୀରେ ଧୀରେ ଗରମ କରାଯାଉ ।

ପର୍ଯ୍ୟବେକ୍ଷଣ : କଠିନ କର୍ପୂର ବା ଏମୋନିୟମ୍ କ୍ଲୋରାଇଡ୍‌ର ଗ୍ୟାସ୍ ଉପରକୁ ଉଠି ଫନେଲ୍‌ର ଭିତର ପାଖରେ କଠିନ ଅବସ୍ଥାରେ ଏହା ଜମା ହେବ ।

ସିଦ୍ଧାନ୍ତ : କର୍ପୂର କିମ୍ବା ଏମୋନିୟମ୍ କ୍ଲୋରାଇଡ୍ କଠିନ ଅବସ୍ଥାରୁ ସିଧାସଳଖ ଗ୍ୟାସୀୟ ଅବସ୍ଥାକୁ ପରିବର୍ତିତ ହେବ । ଯେଉଁ ଅବସ୍ଥା ପରିବର୍ତ୍ତନରେ କଠିନ ତରଳ ଅବସ୍ଥାକୁ ନ ଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତିତ ହୁଏ ଏବଂ ସଂଯୁକ୍ତି ନବଦଳାଇ ଗ୍ୟାସ୍‌ରୁ କଠିନ ଅବସ୍ଥାକୁ ପରିବର୍ତ୍ତିତ ହୁଏ, ତାହାକୁ ଊର୍ଦ୍ଧ୍ବପାତନ (Sublimation) କୁହାଯାଏ ।

(b) ଚାପ ପରିବର୍ତ୍ତନର ପ୍ରଭାବ (Effect of change of Pressure) :

  • ପଦାର୍ଥର ଅଣୁମାନଙ୍କ ମଧ୍ୟରେ ଥ‌ିବା ଦୂରତା ପରିବର୍ତ୍ତନ ହେଲେ ଏହାର ଅବସ୍ଥାର ପରିବର୍ତ୍ତନ ହୋଇଥାଏ ।
  • ଚାପର ପ୍ରୟୋଗ ଏବଂ ତାପମାତ୍ରାର ହ୍ରାସ ଯୋଗୁଁ ଚାପର ପ୍ର ୟୋଗ ଏବଂ ତାପମାତ୍ରାର ହ୍ରାସ ଯୋଗୁଁ

ତାପମାତ୍ରା ଓ ଚାପ ଗୋଟିଏ ପଦାର୍ଥର ଅବସ୍ଥାକୁ ନିର୍ବାର ଣ କରିଥାଏ ।

ଶୁଷ୍କ ବରଫ :
କଠି ନ କାର୍ବନ ଡାଇଅକ୍ସାଇଡ୍ (CO2)କୁ ଅତ୍ୟଧିକ ଚାପ ପ୍ରୟୋଗ କରି ଗଚ୍ଛିତ କ ର ଯାଇ ଥାଏ । ଏହି ଚାପକୁ ଏକ କ ବାୟୁମଣ୍ଡଳୀୟ ଚାପକୁ କମାଇ ଆଣିଲେ କଠିନ କାର୍ବନ ଡାଇଅକ୍‌ସାଇଡ୍ ତରଳ ଅବସ୍ଥାକୁ ନ ଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାରେ ପରିଣତ ଯାଇ ସିଧାସଳଖ ଗ୍ୟାସୀୟ ଅବସ୍ଥାରେ ପରିଣତ ହୋଇଥାଏ । ଏଥୋଗୁଁ କଠିନ କାର୍ବନ ଡାଇଅକ୍‌ସାଇଡ୍କୁ ଶୁଷ୍କ ବରଫ (Dry ice) କୁହାଯାଏ ।
BSE Odisha 9th Class Physical Science Solutions Chapter 1img-11

ତୁମପାଇଁ କାମ 1.14 :
ଗୋଟିଏ ପରୀକ୍ଷା ନଳୀରେ 5 ମି.ଲି. ଜଳ ନେଇ ଏହାକୁ ଝରକା ନିକଟରେ କିମ୍ବା ପଙ୍ଖାତଳେ ରଖାଯାଉ । ଗୋଟିଏ ଚଉଡ଼ା ଚିନାମାଟି ପାତ୍ରରେ 5 ମି.ଲି. ଜଳ ନେଇ ଏହାକୁ ମଧ୍ୟ ଝରକା ନିକଟରେ କିମ୍ବା ପଙ୍ଖାତଳେ ରଖାଯାଉ । ଅନ୍ୟ ଏକ ଖୋଲା ଚିନାମାଟି ପାତ୍ରରେ ମଧ୍ୟ 5 ମି.ଲି. ଜଳ ନେଇ ଏହାକୁ ଏକ କପ୍‌ବୋର୍ଡ଼ କିମ୍ବା ଶ୍ରେଣୀ ଗୃହର ଥାକରେ ରଖ । ଶ୍ରେଣୀଗୃହର ତାପମାତ୍ରା ଟିପି ରଖାଯାଉ । ଉପରୋକ୍ତ ତିନୋଟି ପାତ୍ରରେ ଥ‌ିବା ଜଳ ବାଷ୍ପୀଭୂତ ହେବାପାଇଁ କେତେ ସମୟ ଲାଗୁଛି, ତାହା ଲେଖାଯାଉ । ଏହି ସମସ୍ତ ପରୀକ୍ଷାକୁ ବର୍ଷାଦିନେ କରି ପର୍ଯ୍ୟବେକ୍ଷଣଗୁଡ଼ିକୁ ଲେଖାଯାଉ ।
ଉ –
ଦ୍ଵିତୀୟ କ୍ଷେତ୍ରରେ ଝରକା ନିକଟରେ ଥିବା ଚିନାମାଟି ପାତ୍ରରେ ଥ‌ିବା ଜଳର ବାଷ୍ପୀଭବନ ସବୁଠାରୁ ଦ୍ରୁତ ହେବ । ପ୍ରଥମ କ୍ଷେତ୍ରରେ ଝରକା ନିକଟରେ ଥିବା ପରୀକ୍ଷାନଳୀରେ ଥିବା ଜଳର ବାଷ୍ପୀଭବନ ମଧ୍ୟମ ଧରଣର ହେବ । ତୃତୀୟ କ୍ଷେତ୍ରରେ କପ୍‌ବୋର୍ଡ଼ କିମ୍ବା ଶ୍ରେଣୀଗୃହ ଥାକରେ ଥିବା ଚିନାମାଟି ପାତ୍ରରେ ଥିବା ଜଳର ବାଷ୍ପୀଭବନ ସବୁଠାରୁ ଧୀର ହେବ ।

ପରିପାର୍ଶ୍ଵର ତାପମାତ୍ରା, ଆଧାର ପାତ୍ରର ପୃଷ୍ଠଭାଗର କ୍ଷେତ୍ରଫଳ ଏବଂ ପବନର ବେଗ ବାଷ୍ପୀଭବନ ଉପରେ କିପରି ପ୍ରଭାବ ପକାଇଥାଏ ବୋଲି ତୁମେ ଭାବୁଛ ?
ଉ –
ଆଧାର ପାତ୍ରର ପୃଷ୍ଠଭାଗର କ୍ଷେତ୍ରଫଳ, ତାପମାତ୍ରା ଓ ପବନର ବେଗ ବୃଦ୍ଧି ପାଇଲେ ବାଷ୍ପୀଭବନ ହାର
ବୃଦ୍ଧିପାଏ । ଆର୍ଦ୍ରତା ବୃଦ୍ଧି ପାଇଲେ ବାଷ୍ପୀଭବନ ହାର ହ୍ରାସ ପାଏ । ବାଷ୍ପୀଭବନକୁ ପ୍ରଭାବିତ କରୁଥିବା କାରକଗୁଡ଼ିକ ହେଲେ – (i) ପୃଷ୍ଠତଳ କ୍ଷେତ୍ରଫଳର ବୃଦ୍ଧି (ii) ତାପମାତ୍ରା ବୃଦ୍ଧି (iii) ଆର୍ଦ୍ରତାର ହ୍ରାସ (iv) ପବନ ବେଗର ବୃଦ୍ଧି

  • ପୃଷ୍ଠତଳ କ୍ଷେତ୍ରଫଳର ବୃଦ୍ଧି – ପୃଷ୍ଠଭାଗର କ୍ଷେତ୍ରଫଳ ବୃଦ୍ଧି ପାଇଲେ ବାଷ୍ପୀଭବନର ବେଗ ବୃଦ୍ଧି ପାଇଥାଏ । ଉଦାହରଣସ୍ୱରୂପ, ଲୁଗାକୁ ଶୁଖାଇବାବେଳେ ଏହାକୁ ଖୋଲାକରି ଶୁଖାଇଲେ ତାହା ଶୀଘ୍ର ଶୁଖୁଏ ।
  • ତାପମାତ୍ରା ବୃଦ୍ଧି – ତରଳର ତାପମାତ୍ରା ବୃଦ୍ଧି ପାଇଲେ ଅଧିକ ସଂଖ୍ୟକ ଅଣୁମାନେ ତାପଶକ୍ତି ଗ୍ରହଣ କରି ଅଧୂକ ଗତିଜଶକ୍ତିର ଅଧିକାରୀ ହୋଇଥାଆନ୍ତି ଓ ଗ୍ୟାସୀୟ ଅବସ୍ଥାକୁ ରୂପାନ୍ତରିତ ହୋଇଥାଆନ୍ତି ।
  • ଆର୍ଦ୍ରତାର ହ୍ରାସ – ବାୟୁରେ ଉପସ୍ଥିତ ଥ‌ିବା ଜଳୀୟବାଷ୍ପର ପରିମାଣକୁ ଆର୍ଦ୍ରତା କୁହାଯାଏ । ଚତୁଃପାର୍ଶ୍ଵରେ ଥୁବା ବାୟୁ ନିର୍ଦ୍ଦିଷ୍ଟ ତାପମାତ୍ରାରେ ସୀମିତ ପରିମାଣର ଜଳୀୟବାଷ୍ପ ଧାରଣ କରିପାରେ । ଯଦି ବାୟୁରେ ପୂର୍ବରୁ ଅଧୂକ ଜଳୀୟବାଷ୍ପ ଉପସ୍ଥିତ ଥିବ ତେବେ ବାଷ୍ପୀଭବନର ବେଗ ହ୍ରାସ ପାଇବ ।
  • ପବନ ବେଗର ବୃଦ୍ଧି – ପବନର ବେଗ ବଢ଼ିଲେ ଜଳୀୟବାଷ୍ପର ଅଣୁଗୁଡ଼ିକ ପବନ ସହ ଏକାଠି ହୋଇ ଉଡ଼ିଯାଏ । ତେଣୁ ପରିପାର୍ଶ୍ଵରେ ଥ‌ିବା ଜଳୀୟବାଷ୍ପର ପରିମାଣ କମିଯାଏ । ଏଥ‌ିପାଇଁ ବାଷ୍ପୀଭବନର ହାର ବୃଦ୍ଧିପାଏ ।
    ଉଦାହରଣ ସ୍ଵରୂପ, ପବନ ବହୁଥ‌ିବା ଦିନଗୁଡ଼ିକରେ ଓଦାଲୁଗା ଶୀଘ୍ର ଶୁଖୁଏ ।

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ

Odisha State Board BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ Important Questions and Answers.

BSE Odisha Class 9 Political Science Important Questions Chapter 6 ଭାରତୀୟ ଜାତୀୟତାବାଦ

Subjective Type Questions With Answers
ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଜାତୀୟତାବାଦ ବା ରାଷ୍ଟ୍ରୀୟତାବାଦ କ’ଣ ? ଏହାର ଉପାଦାନଗୁଡ଼ିକ ଲେଖ ।
Answer:

  • ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମା ମଧ୍ୟରେ ମଧ୍ୟରେ ଥ‌ିବା ଜାତି, ବର୍ଣ୍ଣ, ଧର୍ମ, ଭାଷା ଓ ଦେଶାତ୍ମବୋଧରେ ଉଦ୍‌ ବୁଦ୍ଧ ହେଲେ ଜାତୀୟତାବାଦ ଜନ୍ମନିଏ । ସ୍ଵାଧୀନତା ଓ ଜଡ଼ିତ ।
  • ଏହା ଦେଶପ୍ରୀତି, ରାଷ୍ଟ୍ର ପ୍ରତି ଆନୁଗତ୍ୟ, ଦେଶପ୍ରାଣତା ତଥା ଦେଶ ପାଇଁ ଆମ୍ବୋତ୍ସର୍ଗକୁ ବୁଝାଏ । ଏହା ଏପରି ଏକ ମନୋଭାବ ଯାହା ଉଚ୍ଚ-ନୀଚ, ଧନୀ-ଗରିବ ଇତ୍ୟାଦି ମାନସିକ ସଂକୀର୍ଣ୍ଣତାଠାରୁ ବହୁ ଊର୍ଦ୍ଧ୍ବରେ ।
  • ଜାତୀୟତାବାଦର ପ୍ରଧାନ ଉତ୍ସ ହେଉଛି ସମାନ ପ୍ରକାରର ପରମ୍ପରା, ସଂସ୍କୃତି ଓ ଐତିହ୍ୟ ।
  •  ଜାତୀୟତାବାଦ ବା ରାଷ୍ଟ୍ରୀୟତାବାଦର ଉପାଦାନଗୁଡ଼ିକ ହେଉଛି :
    (କ) ଭୌଗୋଳିକ ଅଖଣ୍ଡତା, (ଖ) ଜନ୍ମ ବା ଜାତିଗତ ଐକ୍ୟ, (ଗ) ଭାବଗତ ଏବଂ ସାଂସ୍କୃତିକ ଐକ୍ୟ, (ଘ) ସାହିତ୍ୟ ତଥା ଭାଷାଗତ ଐକ୍ୟ, (ଙ) ଧର୍ମଗତ ଐକ୍ୟ, (ଚ) ଅର୍ଥନୈତିକ ବିକାଶ, (ଛ) ଆନ୍ତର୍ଜାତିକ କ୍ରୀଡ଼ା ଓ ଅନ୍ୟାନ୍ୟ ପ୍ରତିଯୋଗିତା, (ଜ) ଯୁଦ୍ଧର ଭୟ, (ଝ) ଦେଶାତ୍ମବୋଧ, (ଞ) ସ୍ୱାୟତ୍ତ ଶାସନ ବା ସ୍ବରାଜ ।

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ

୨। ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବ କିପରି BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ Q.2 ବିକାଶ ଘଟାଇଲା ?
Answer:

  • ଉନବିଂଶ ଶତାବ୍ଦୀରେ ଭାରତରେ ଇଂରାଜୀ ଭାଷା ଓ ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ ଭାରତୀୟ ଜାତୀୟତା ଚିନ୍ତାଧାରାର ବିକାଶ ପାଇଁ ସହାୟକ ହେବା ସହ ରାଜନୈତିକ ଚିନ୍ତାଧାରାକୁ ନୂତନ ଦିଗ୍‌ଦର୍ଶନ ଦେଇଥିଲା ।
  • ଗଭର୍ଣ୍ଣର ଜେନେରାଲ ଉଇଲିୟମ୍ ବେଣ୍ଟିକ୍‌ଙ୍କ ଉଦ୍ୟମ ତଥା ଲର୍ଡ଼ ମ୍ୟାକଲେ ଓ ରାଜା ରାମମୋହନ ରାୟଙ୍କ ସହଯୋଗରେ ୧୮୩୫ ମସିହାରେ ଭାରତରେ ଇଂରାଜୀ  ଶିକ୍ଷା ପ୍ରଚଳନ ଆରମ୍ଭ ହେଲା ।
  • ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ହେବାରୁ ଭାରତୀୟମାନେ ପାଶ୍ଚାତ୍ୟ ରାଜନୀତି ବିଜ୍ଞାନୀ ଜନ୍ ଷ୍ଟୁଆର୍ଟ ମିଲ୍, ହରବର୍ଟ ସ୍ପେନସର ଓ ହେଲେ । ମାଜିନୀ, ଗାରିବାଲ୍‌, ଋଷା ଓ ମଣ୍ଡେସ୍କୁଙ୍କ ପରି ସ୍ୱାଧୀନଚେତା ଲେଖକଙ୍କ ଦେଶର ସ୍ଵାଧୀନତା ପ୍ରାପ୍ତି ଲାଗି ପ୍ରୋତ୍ସାହନ ଯୋଗାଇଲା ।
  • ଆମେରିକାର ସ୍ୱାଧୀନତା ସଂଗ୍ରାମ, ଫରାସୀ ବିପ୍ଳବ ଓ ଇଟାଲୀ ଏବଂ ଜର୍ମାନୀର ଏକତ୍ରୀକରଣ ଆଦି ଘଟଣାବଳୀ ଭାରତର ଏକତ୍ରୀକରଣ ଆଦି ଘଟଣାବଳୀ ଭାରତର ମୁକ୍ତି ସଂଗ୍ରାମକୁ ଜୋରଦାର କରିବାପାଇଁ ଇଚ୍ଛାଶକ୍ତି ଯୋଗାଇଲା ଓ ଜାତୀୟ ଜାଗରଣ ସୃଷ୍ଟି କରାଇବାରେ ସହାୟକ ହେଲା ।

୩ । ଇଂରେଜ ଶାସକମାନଙ୍କଦ୍ୱାରା ଅର୍ଥ ନୈ ତି କ ଶୋଷଣ କିପରି ଜାତୀୟତାବାଦକୁ ଜନ୍ମ ଦେଇଥିଲା ?
Answer:

  • ଇଂରେଜ ଶାସକମାନଙ୍କଦ୍ୱାରା ଅର୍ଥ ନୈ ତି କ ପତନ ଘଟିଲା । ଇଂରେଜମାନେ ଭାରତରେ ବାଣିଜ୍ୟ କରିବାର ମୂଳ ଲକ୍ଷ୍ୟ ଥିଲା ଅଧିକ ଆର୍ଥିକ ଲାଭ ।
  • ସେମାନେ ଭାରତରୁ ଶସ୍ତାରେ କଞ୍ଚାମାଲ କିଣିଲେ, ନିଜ ଦେଶର କଳକାରଖାନାରେ ସେଗୁଡ଼ିକର ଉତ୍ପାଦିତ ଦ୍ରବ୍ୟକୁ ଭାରତରେ ଅଧ୍ଵକ ଦାମ୍‌ରେ ବିକ୍ରିକଲେ । ଏହା ଫଳରେ ଭାରତୀୟ କଳକାରଖାନାରେ ଉତ୍ପାଦନ ବନ୍ଦ ହେଲା । କୁଟୀର ଶିଳ୍ପର ପତନ ଘଟିଲା । କ୍ଷତିଗ୍ରସ୍ତ ହେଲା ।
  • ଦାଦାଭାଇ ନାରୋଜୀ ଇଂରେଜମାନଙ୍କ କାର୍ଯ୍ୟ ତଥା ଭାରତରୁ ବହୁ ପରିମାଣରେ କଞ୍ଚାମାଲ ଇଂଲଣ୍ଡକୁ ଚାଲି ଯାଉଥ‌ିବା ଦେଖୁ ଏହାକୁ ‘ବିତ୍ତର ବହିଃ ପ୍ରବାହ ତତ୍ତ୍ବ’ ଆଖ୍ୟା ଦେଇଥିଲେ ।
  • ଇଂରେଜମାନେ ଖଜଣା ହାର ବୃଦ୍ଧି କରିବାରୁ ଗରିବ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ ।
  • ଜନ୍ମ ନେଲା । ଦାଦାଭାଇ ନାରୋଜୀ, ରାଣାଡ଼େ, ଚି ନ୍ତାନାୟକ ମାନେ ରାଣାଡ଼େ, ପ୍ରଭୃ ତି ଅର୍ଥନୈତିକ ଶୋଷଣର କୁ ପ୍ରଭାବ ଭାରତରେ ଜାତୀୟତାବାଦର ବିକାଶରେ ସହାୟକ ହୋଇଥିଲା ।

୪। ଭାରତୀୟ ଐତିହ୍ୟ ଓ ସଂସ୍କୃତିର ପୁନଃଜାଗରଣ ଭାରତୀୟ ଜାତୀୟ ସ୍ତରରେ କିଭଳି ଏକ ନବଜାଗରଣ ସୃଷ୍ଟି କରିଥିଲା ?
Answer:

  • ଭାରତ ଏକ ବିଶାଳ ଦେଶ । ଏହାର ଐତିହ୍ୟ ଅତି ପ୍ରାଚୀନ । କିନ୍ତୁ ଦୀର୍ଘକାଳବ୍ୟାପୀ ସେମାନେ ପୂର୍ବ ଐତିହ୍ୟକୁ ହରାଇବସିଲେ ଓ ଧୀରେ ଧୀରେ ହୀନମନ୍ୟତାର ଶିକାର ହେଲେ ।
  • ଏହି ସମୟରେ ସାର୍ ଉଇଲିୟମ୍ ଜୋନ୍ସ, ଭାରତର ଗୌରବ, ସଂସ୍କୃତି ଓ ଐତିହ୍ୟ ସମ୍ପର୍କିତ ବହୁ ଉପାଦେୟ ପୁସ୍ତକ ରଚନା କରିଥିଲେ । ଏହାଦ୍ଵାରା ଭାରତର ଐତିହ୍ୟ ଓ ପରମ୍ପରାର ପୁନଃ ଜାଗରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା ।
  • ଏ ଦିଗରେ ଏ ଭାରତୀୟ ଐତିହାସି କ ରାଜେନ୍ଦ୍ରଲାଲ ମିତ୍ର ଓ ଭଣ୍ଡାରକରଙ୍କ ଅବଦାନ ଉଲ୍ଲେଖଯୋଗ୍ୟ ଥିଲା ।
  • ଉଇଲିୟମ ଜୋନ୍ସ ୧୭୮୪ ମସିହାରେ ସୋସାଇଟି ଅଫ୍ ବେଙ୍ଗଲ’ ପ୍ରତିଷ୍ଠା କରିଥିଲେ ।
  • ଗୌରବମୟ ଐତିହ୍ୟ ପୁନରୁଦ୍ଧାର ହେବାରୁ ଏହା ଭାରତର ଜାତୀୟ ସ୍ତରରେ ଏକ ନବଜାଗରଣ ସୃଷ୍ଟି କଲା ।

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ

୫। ଭାରତରେ ଜାତୀୟତା ବିକାଶରେ ଭାରତୀୟ ଜାତୀୟ କଂଗ୍ରେସର କେଉଁସବୁ ଅବଦାନ ଥିଲା ?
Answer:

  • ୧୮୮୫ ମସିହାରେ ‘ଭାରତୀୟ ଜାତୀୟ କଂଗ୍ରେସ’ ପ୍ରତିଷ୍ଠା ହୋଇଥିଲା । ଏହାର ଜନ୍ମଦାଦା ଥିଲେ ଆଲାନ୍ ଅକ୍ସାଭିଆନ୍ ହ୍ୟୁମ୍ । ଉଦ୍ଦେଶ୍ୟ ଥିଲା। ଅସନ୍ତୁ ଷ୍ଟ ଭାରତୀୟମାନେ ବିଦ୍ରୋହରୁ ନିବୃତ୍ତ ରହି ଏହି ସଂଘ’ ମାଧ୍ୟମରେ ସମସ୍ତ ସମସ୍ୟା ଓ ଅଭିଯୋଗଗୁଡ଼ିକ ସରକାରଙ୍କ ପାଖରେ ଉପସ୍ଥାପନା କରିବେ ।
  • ଭାରତୀୟ ଜାତୀୟ କଂଗ୍ରେସର ମୂଳଲକ୍ଷ୍ୟ ଥିଲା ଜାତୀୟ ଚେତନାର ଅଭିବୃଦ୍ଧି, ଦେଶାତ୍ମବୋଧ ଭାବର ପ୍ରସାର ଓ ଜାତୀୟ ଏକତାର ବିକାଶ କରିବା ।
  • ୧୮୮୫ ମସିହା ଜାତୀୟ କଂଗ୍ରେସ ଭାରତୀୟ ଜାତୀୟତା ଭାବଧାରାକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରିଥିଲା ଏବଂ ସ୍ବାଧୀନତା ସଂଗ୍ରାମକୁ ଅଧିକ ଜୋରଦାର କରିଥିଲା ।
  • ଭାରତୀୟ ଜାତୀୟ କଂଗ୍ରେସର ଏକ ଶକ୍ତିଶାଳୀ ଜନ ଆନ୍ଦୋଳନ ଯୋଗୁଁ ଭାରତର ସ୍ଵାଧୀନତା ସଂଗ୍ରାମ ଓ ଭାରତୀୟ ଜାତୀୟତାବାଦର ପ୍ରସାର ଘଟିଲା ।
  • ଯାହାଫଳରେ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ପରାଧୀନ ଭାର ତ ସ୍ଵାଧୀନତା ଲାଭ କଲା ଓ ଏକ ସ୍ବାଧୀନ ରାଷ୍ଟ୍ରରେ ପରିଣତ ହେଲା ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଜାତୀୟତାବାଦ କିପରି ଜନ୍ମଲାଭ କରିଥାଏ ?
Answer:

  • ଜାତୀୟତାବାଦ ଏକ ମନ ସ୍ତାତ୍ତି କ ଭାବୋଚ୍ଛାସ ।
  • ଗୋଟିଏ ରାଷ୍ଟ୍ରରେ ବସବାସ କରୁ ଥ‌ିବା ବ୍ୟକ୍ତି ସମୂହ ଯେତେବେଳେ ସେମାନଙ୍କ ଭିତରେ ଥିବା ଜାତି, ବର୍ଣ୍ଣ, ଧର୍ମ, ଭାଷା ଏବଂ ଆଞ୍ଚଳି ବି ଭି ନ୍ନତାକୁ କ ଭୁ ଲି ଯାଇ ଦେଶାତ୍ମବୋଧରେ ଉଦ୍ ବୁଦ୍ଧ ହୁ ଅନ୍ତି, ସେତେବେଳେ ଜାତୀୟତାବାଦ ଜନ୍ମ ନେଇଥାଏ ।

୨। ଭାରତୀୟ ଜାତୀୟତାବାଦ କହିଲେ କ’ଣ ବୁଝ ?
Answer:

  • ଭାରତ ଦୀର୍ଘ ୨୦୦ ବର୍ଷରୁ ଅଧ‌ିକ ସମୟ ବିଦେଶୀ ଶାସନାଧୀନ ରହିବା ଫଳରେ ଭାର ତୀୟମାନେ ଶୋଷଣର ଶିକାର ହୋଇଥିଲେ।ବିଦେଶୀ ଶାସନ ବିରୋଧରେ ଘୃଣା ଓ ବିତୃଷ୍ଣା ବୃଦ୍ଧି ପାଇଥିଲା ।
  • ଏଥ୍ ନିମନ୍ତେ ଯେଉଁ ଐକ୍ୟାତ୍ମିକ ଚେତନା ଜାଗ୍ରତ ହୋଇଥିଲା ଓ ବିଦେଶୀ ଶାସନ କବଳରୁ ମାତୃଭୂମିକୁ ମୁକ୍ତ କରିବାର ଯେଉଁ ସମଷ୍ଟିଗତ ଜନଜାଗୃତି ସୃଷ୍ଟି ହୋଇଥିଲା, କୁହାଯାଏ ।

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ

୩। ଇଂରେଜମାନେ କେଉଁ ସୁଯୋଗ ପାଇ ସମଗ୍ର ଭାରତକୁ ନିଜର ଶାସନାଧୀନ କରିପାରିଥିଲେ ?
Answer:

  • ଇଂରେଜ ଶାସନର ପ୍ରାରମ୍ଭରେ ଭାରତରେ ରାଜନୈତିକ ଏକତାର ଅଭାବ ଥିଲା । ମରହଟ୍ଟା, ଶିଖ୍, ଜାଠ, ମୁସଲମାନମାନେ ପରସ୍ପର ବିରୋଧୀ ହେଲେ ।
  • ଫଳରେ ଏହି କଳହର ସୁଯୋଗ ନେଇ ଇଂରେଜମାନେ ସମଗ୍ର ଭାରତକୁ ନିଜର ଶାସନାଧୀନ କରିପାରିଥିଲେ ।

୪। ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା ଫଳରେ ଜାରତୀୟମାନକର କେଉଁ କେଉଁ କ୍ଷେତରେ ଆଶାତୀତ ପରିବର୍ତ୍ତନ ଘଟିଥିଲା ?
Answer:

  • ଶାସନ କାର୍ଯ୍ୟ ସୁରୁଖୁରୁରେ ଚଳାଇବାପାଇଁ ଇଂରେଜ ସରକାର ଭାରତରେ ରେଳପଥ ଓ ରାସ୍ତାଘାଟ ନିର୍ମାଣ କରିବା ସହିତ ଡାକ ଓ ଟେଲିଗ୍ରାଫ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା ।
  • ଏହାଦ୍ଵାରା ଭାରତୀୟମାନଙ୍କର ସାମାଜିକ, ଶିକ୍ଷାଗତ, ବୌଦ୍ଧିକ ଓ ରାଜନୈତିକ ଜୀବନରେ ଆଶାତୀତ ପରିବର୍ତ୍ତନ ଘଟିଲା ।

୫। କେଉଁ ମୁଖ୍ୟ ଘଟଣାବଳୀ ଭାରତର ମୁକ୍ତି ସଂଗ୍ରାମକୁ ଅଧ୍ଵକ ଜୋରଦାର କରିବାପାଇଁ ଭାରତୀୟ ଶିକ୍ଷିତ ଯୁବଶକ୍ତିକୁ ମାନସିକ ଇଚ୍ଛାଶକ୍ତି ଯୋଗାଇଥିଲା ?
Answer:
ଆମେରିକାର ସ୍ବାଧୀନତା ସଂଗ୍ରାମ, ଫରାସୀ ବିପ୍ଳବ ଓ ଇଟାଲୀ ଏବଂ କର୍ମାନୀର ଏକତ୍ରୀକରଣ ଆଦି ଘଟଣାବଳୀ ଭାରତର ମୁକ୍ତି ସଂଗ୍ରାମକୁ ଅଧ୍ଵ ଜୋର୍‌ଦାର କରିବାପାଇଁ ଭାରତୀୟ ଶିକ୍ଷିତ ଯୁବଶକ୍ତିକୁ ମାନସିକ ଇଚ୍ଛାଶକ୍ତି ଯୋଗାଇଥିଲା ।

୬। ଭାରତରୁ ବହୁ ପରିମାଣର କଞ୍ଚାମାଲ ଇଂଲଣ୍ଡକୁ ଚାଲିଯାଉଥ‌ିବା ଦେଖ୍ କିଏ ଏହାକୁ କିପରି ଆଖ୍ୟା ଦେଇଥିଲେ ?
Answer:
ଭାରତରୁ ବହୁ ପରିମାଣର କଞ୍ଚାମାଲ ଇଂଲଣ୍ଡକୁ ଚାଲିଯାଉଥ‌ିବା ଦେଖ୍ ଦାଦାଉଇ ନ।ରେଜା ଏହାକୁ ‘ବିତ୍ତର ବହିଃ ପ୍ରବାହ ତତ୍ତ୍ଵ’ ଅଖ୍ୟା ଦେଇଥିଲେ ।

୭ । କେଉଁ ସାମା କ ଅବୁଷନବୁବିକର ନେତତରେ ବିଭିନ୍ନ ଧର୍ମୀୟ କୁ-ସଂସ୍କାର ଓ ସାମାଜିକ ଅନ୍ଧବିଶ୍ଵାସ ଲୋପ ପାଇଲା ?
Answer:
‘ବ୍ରାହ୍ମ ସମାଜ’, ‘ଆର୍ଯ୍ୟ ସମାଜ’, ‘ରାମକୃଷ୍ଣ ମିଶନ’ ଆନ୍ଦି ସାମାଜିକ ଅନଷ୍ଣନଭିକର ନେତାଦ୍ୱାରେ ବିଭିନ ଧର୍ମୀୟ କୁସଂସ୍କାର ଓ ସାମାଜିକ ଅନ୍ଧବିଶ୍ଵାସ ଲୋପ ପାଇଲା ।

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ

୮। ନବଜାଗରଣର ସୂତ୍ରପାତ କିପରି ହେଲା ଓ ଏହା ଫଳରେ କେଉଁ କ୍ଷେତ୍ରରେ ପ୍ରସାର ଘଟିଲା ?
Answer:

  • ସାମାଜିକ କ୍ଷେତ୍ରରେ ଜାତିପ୍ରଥା, ସତୀଦାହ ପ୍ରଥା, ଅସ୍ପୃଶ୍ୟତାର ବିଲୋପ ହେବା ଫଳରେ ଏକ ‘ନବଜାଗରଣ’ର ସୂତ୍ରପାତ ଘଟିଲା ।
  • ଏହା ଫଳରେ ଭାରତରେ ଜାତୀୟ ଚେତନାର ପ୍ରସାର ଘଟିଲା ।

୯। ଜାତୀୟତାବାଦୀ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ବଙ୍କିମ ଚନ୍ଦ୍ରଙ୍କର କେଉଁ ମୁଖ୍ୟ ଭୂମିକା ରହିଛି ?
Answer:

  • ବଙ୍କି ମଚନ୍ଦ୍ର ସ୍ୱରଚି ତ ଭପନସ ‘ଆନନ୍ଦ ମଠ’ରେ ଭାରତର ଜାତୀୟତା ଉପରେ ବିଶେଷ ଗୁରୁତ୍ଵ ଦେଇଥିଲେ ।
  • ତାଙ୍କଦ୍ୱାରା ରଚିତ ‘ବନ୍ଦେ ମାତରମ୍’ ସଇଂ।ତାରା ଜାରତୀୟମାନକ ହୁଦୟରେ ଦେଶପ୍ରେମ ଜାଗ୍ରତ ହୋଇଥିଲା ।

୧୦। କେଉଁ ଲେଖକବୃନ୍ଦ ଦେଶଭକ୍ତି ଓ ଦେଶପ୍ରେମକୁ ପ୍ରୋତ୍ସାହିତ କରିଥିଲେ ?
Answer:
ବଙ୍କିମଚନ୍ଦ୍ର, ରବୀନ୍ଦ୍ରନାଥ ଠାକୁର, ସୁବ୍ରମଣ୍ୟମ୍ ଭାରତୀ ଓ ବିଷ୍ଣୁ ଶାସ୍ତ୍ରୀଙ୍କ ଭଳି ମହାନ୍‌ ଲେଖକବୃନ୍ଦ ସେମାନଙ୍କ ଲେଖାରେ ଦେଶଭକ୍ତି ଓ ଦେଶପ୍ରେମକୁ ପ୍ରୋତ୍ସାହିତ କରିଥିଲେ ।

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ

Objective Type Questions With Answers
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଜାତୀୟତାବାଦ କହିଲେ କ’ଣ ବୁଝ ?
Answer:
ଜାତୀୟତାବାଦ କହିଲେ ଦେଶାତ୍ମବୋଧ, ଦେଶପ୍ରୀତି, ରାଷ୍ଟ୍ର ପ୍ରତି ଆନୁଗତ୍ୟ, ଦେଶପ୍ରାଣତା ତଥା ଦେଶ ପାଇଁ ଆୟୋତ୍ସର୍ଗକୁ ବୁଝାଏ ।

୨। ଜାତୀୟତାବାଦ କେଉଁଥୁରୁ ସୃଷ୍ଟି ହୋଇଥାଏ ?
Answer:
ଜାତୀୟତାବାଦ ଲୋକମାନଙ୍କର ଏକାତ୍ମବୋଧ, ଏକତା ତଥା ଦେଶାତ୍ମବୋଧରୁ ସୃଷ୍ଟି ହୋଇଥାଏ ।

୩। ଜାତୀୟତାବାଦ କେଉଁଭଳି ସଂକୀର୍ଣ୍ଣତାଠାରୁ ବହୁ ଊର୍ଦ୍ଧ୍ବରେ ରହିଛି ?
Answer:
ଜାତୀୟତାବାଦ ଏପରି ଏକ ମନସ୍ତାତ୍ତ୍ଵିକ ଭାବଧାରା ଯାହା ଉଚ୍ଚ-ନୀଚ, ଧନୀ-ଗରିବ ଇତ୍ୟାଦି ମାନସିକ ସଂକୀର୍ଣ୍ଣତାଠାରୁ ବହୁ ଊର୍ଦ୍ଧ୍ବରେ ରହିଛି ।

୪ । ଜାତୀୟତାବାଦର ପ୍ରଧାନ ଉତ୍ସ କ’ଣ ?
Answer:
ସମାନ ପ୍ରକାରର ପରମ୍ପରା, ସଂସ୍କୃତି ଓ ଐତିହ୍ୟ ହେଉଛି ଜାତୀୟତାବାଦର ପ୍ରଧାନ ଉତ୍ସ ।

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ

୫। ଜାତୀୟତାବାଦର ଲକ୍ଷଣଗୁଡ଼ିକ କ’ଣ ?
Answer:
ଦେଶ ପ୍ରତି ନିଃସର୍ଭ ଆନୁଗତ୍ୟ, ଦେଶପ୍ରାଣତା, ଦେଶ ପାଇଁ ଆୟୋତ୍ସର୍ଗ ଜାତୀୟତାବାଦର ଲକ୍ଷଣ ।

୬। ଗୋଟିଏ ଦେଶର ବିକାଶ କେତେବେଳେ କ୍ଷିପ୍ର ହୋଇଥାଏ ?
Answer:
ଦେଶର ଲୋକମାନଙ୍କର ଦେଶପ୍ରୀତି ଯେତେ ସୁଦୃଢ଼ ହେବ, ଦେଶର ବିକାଶ ସେତେ କ୍ଷିପ୍ର ହେବ ।

୭। କେଉଁ ଦେଶଗୁଡ଼ିକର ଜାତୀୟତାଭାବ ସେ ଦେଶକୁ ଅଧ୍ବକ ଉନ୍ନତ ଓ ବିକଶିତ କରିପାରିଛି ?
Answer:
ଜାପାନ ଓ ଜର୍ମାନୀ ପରି ଦେଶର ଅଧିବାସୀମାନଙ୍କ ମଧ୍ୟରେ ଥ‌ିବା ସୁଦୃଢ଼ ଜାତୀୟତାଭାବ ସେ ଦେଶକୁ ଅଧିକ ଉନ୍ନତ ଓ ବିକଶିତ କରିପାରିଛି ।

୮। ଆଲ୍‌ଫ୍ରେଡ୍‌ ଗ୍ରାଜିଆ ଦେଇଥ‌ିବା ଜାତୀୟତାବାଦର ସଂଜ୍ଞା ଉଲ୍ଲେଖ କର ।
Answer:
ଆଲଫ୍ରେଡ୍‌ ଗ୍ରାଜିଆଙ୍କ ପ୍ରଦତ୍ତ ଜାତୀୟବାଦର ସଂଜ୍ଞାର ଓଡ଼ିଆ ଭାଷାନ୍ତର ହେଉଛି –‘ଜାତୀୟତାବାଦ ଏକତ୍ଵର, ରାଜନୈତିକ ଏକତାର ଏବଂ ଦେଶର ସ୍ଵାଧୀନତାର ଏକ ଅନୁଭବ, ଯାହା ଜନସମଷ୍ଟିକୁ ଏକ ଜାତି ତଥା ଏକ ରାଷ୍ଟ୍ରରେ ପରିଣତ କରିଥାଏ ।’’

୯। କେଉଁ କାରଣରୁ ପରାଧୀନ ଭାରତରେ ଏକ ନୂତନ ଜାତୀୟତାବାଦର ବିକାଶ ସହଜସାଧ୍ୟ ହୋଇପାରିଲା ?
Answer:
ଇଂରେଜ ଶାସନର କୁପ୍ରଭାବ ତଥା ଅନ୍ୟ କେତେକ ପାରିପାଶ୍ୱିକ ଅବସ୍ଥା ଯୋଗୁଁ ପରାଧୀନ ଭାରତରେ ଏକ ନୂତନ ଜାତୀୟତାବାଦର ବିକାଶ ସହଜସାଧ୍ୟ ହୋଇପାରିଲା ।

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ

୧୦। କେଉଁସବୁ ବ୍ୟବସ୍ଥାର ପ୍ରଚଳନ ଭାରତୀୟମାନଙ୍କ ମଧ୍ୟରେ ଏକତା ମନୋଭାବ ସୃଷ୍ଟି କରିବାରେ ସହାୟକ ହୋଇଥିଲା ?
Answer:
ଇଂରେଜ ଶାସନ କାଳରେ ସମସ୍ତ ଭାରତୀୟଙ୍କ ପାଇଁ ସମାନ ପ୍ରକାରର ପ୍ରଶାସନିକ ବ୍ୟବସ୍ଥା, ନ୍ୟାୟାଳୟ ବ୍ୟବସ୍ଥା, ମୁଦ୍ରା ପ୍ରଚଳନ ବ୍ୟବସ୍ଥାର ପ୍ରଚଳନ ଭାରତୀୟ ଜନସାଧାରଣଙ୍କ ମଧ୍ୟରେ ଏକତା ମନୋଭାବ ସୃଷ୍ଟି କରିବାରେ ସହାୟକ ହୋଇଥିଲା ।

୧୧ । କେଉଁ ଇଂରେଜ ଶାସକଙ୍କ ସମୟରେ ଭାରତରେ ଇଂରାଜୀ ଭାଷାର ପ୍ରଚଳନ ହୋଇଥିଲା ?
Answer:
ବଡ଼ଲାଟ୍ ଉଇଲିୟମ୍ ବେଷ୍ଟିକ୍‌ଙ୍କ ସମୟରେ ଭାରତରେ ଇଂରାଜୀ ଭାଷାର ପ୍ରଚଳନ ହୋଇଥିଲା ।

୧୨ । ଇଂରେଜ ଶାସନକାଳରେ କେଉଁ କେଉଁ ସ୍ଥାନରେ ନୂତନ ବିଶ୍ବବିଦ୍ୟାଳୟମାନ ସ୍ଥାପିତ ହୋଇଥିଲା ?
Answer:
ଇଂରେଜ ଶାସନ କାଳରେ କଲିକତା ଓ ମାନ୍ଦ୍ରାଜଠାରେ ନୂତନ ବିଶ୍ଵବିଦ୍ୟାଳୟମାନ ସ୍ଥାପିତ ହୋଇଥିଲା ।

୧୩। ଭାରତରେ ଉଚ୍ଚଶିକ୍ଷାର ପ୍ରସାର କିପରି ଘଟିଲା ?
Answer:
କଲିକତା ଓ ମାନ୍ଦ୍ରାଜଠାରେ ନୂତନ ବିଶ୍ଵବିଦ୍ୟାଳୟମାନ ସ୍ଥାପିତ ହୋଇଥିଲା । ସ୍ଥାପନ ହେବା ଫଳରେ ଭାରତରେ ଉଚ୍ଚଶିକ୍ଷାର ପ୍ରସାର ଘଟିଲା ।

୧୪ । ଭାରତୀୟମାନଙ୍କ ପାରମ୍ପରିକ ଅର୍ଥନୀତିର ମେରୁଦଣ୍ଡ କିପରି ଭାଙ୍ଗିଗଲା ?
Answer:
ଇଂରେଜମାନଙ୍କର ପୁଞ୍ଜିବାଦୀ ତଥା ସାମ୍ରାଜ୍ୟବାଦୀ ଅର୍ଥନୀତି ଭାରତରେ ପ୍ରଚଳିତ ହେବା ଫଳରେ ଭାରତୀୟ ପାରମ୍ପରିକ ଅର୍ଥନୀତିର ମେରୁ ଦଣ୍ଡ ଭାଙ୍ଗିଯାଇଥିଲା ।

୧୫ । କେଉଁମାନେ ଇଂରେଜ ଶାସକମାନଙ୍କଦ୍ୱାରା ଭାରତୀୟମାନଙ୍କ ଅର୍ଥନୈତିକ ଶୋଷଣର କୁପ୍ରଭାବ ବିରୋଧରେ ପ୍ରତିବାଦ କରିଥିଲେ ?
Answer:
ଦାଦାଭାଇ ନାରୋଜୀ, ରାଣାଡ଼େ, ଗୋପାଳକୃଷ୍ଣ ଗୋଖଲେ ପ୍ରଭୃତି ଇଂରେଜ ଶାସକମାନଙ୍କଦ୍ୱାରା ଭାରତୀୟମାନଙ୍କର ଅର୍ଥନୈତିକଶୋଷଣର କୁପ୍ରଭାବ ବିରୋଧରେ ପ୍ରତିବାଦ କରିଥିଲେ ।

୧୬ । ନବ-ସାମାଜିକ ଶ୍ରେଣୀ କେଉଁ କାର୍ଯ୍ୟରେ ମୁଖ୍ୟ ସହାୟକର ଭୂମିକା ଗ୍ରହଣ କରିଥିଲା ?
Answer:
ନବ-ସାମାଜିକ ଶ୍ରେଣୀ ଦେଶପ୍ରେମ ସୃଷ୍ଟି କରିବାରେ ମୁଖ୍ୟ ସହାୟକର ଭୂମିକା ଗ୍ରହଣ କରିଥିଲା ।

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ

୧୭ । କିଏ ‘ରୟାଲ୍ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ’ ପ୍ରତିଷ୍ଠା କରିଥିଲେ ?
Answer:
ଉଇଲିୟମ୍ ଜୋନ୍ସ ‘ ରୟାଲ୍ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ’ ପ୍ରତିଷ୍ଠା କରିଥିଲେ ।

୧୮। ୧୮୭୭ ସୁଦ୍ଧା ପ୍ରକାଶ ପାଉଥ‌ିବା କେତୋଟି ମୁଖ୍ୟ ସମ୍ବାଦପତ୍ରର ନାମ ଲେଖ ।
Answer:
୧୮୭୭ ସୁଦ୍ଧା ପ୍ରକାଶ ପାଉଥ‌ିବା ମୁଖ୍ୟ ସମ୍ବାଦପତ୍ରଗୁଡ଼ିକ ହେଉଛି – ‘ସମ୍ବାଦ କୌମୁଦି’, ‘ଟାଇମ୍‌ସ ଅଫ୍ ଇଣ୍ଡିଆ’, ‘ଅମୃତ ବଜାର ପତ୍ରିକା’ ଓ ‘ଷ୍ଟେଟ୍ସମ୍ୟାନ୍’ ।

୧୯। ସମ୍ବାଦପତ୍ର ଗୁଡ଼ିକ କିଭଳି ଭୂମିକା। ଗ୍ରହଣ କରିଥିଲା ?
Answer:
‘ ସମ୍ବାଦପତ୍ରଗୁଡ଼ିକ ମାଧ୍ୟମରେ ଭାରତୀୟମାନେ ନିଜର ଆପତ୍ତି ଓ ଅଭିଯୋଗ ଜଣାଇ ପାରୁଥିଲେ ଓ ଏଥ‌ିରେ ଜନମତ ପ୍ରତିଫଳିତ ହେଉଥିଲା ।

୨୦। ଆଇ. ସି.ଏସ୍. ପରୀକ୍ଷା ପାଇଁ ବୟସସୀମା କେତେ ରୁ କେତେ ବର୍ଷକୁ କମାଇ ଦିଆଯାଇଥିଲା ।
Answer:
ଆଇ.ସି.ଏସ୍ ପରୀକ୍ଷା ପାଇଁ ବୟସସୀମା ୨୧ ରୁ ୧୯ ବର୍ଷକୁ ହ୍ରାସ କରାଯାଇଥିଲା ।

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧ । କିଏ ଭାରତୀୟ ଜାତୀୟ କଂଗ୍ରେସର ଜନ୍ମଦାତା ଥିଲେ ?
୨। ‘ବନ୍ଦେ ମାତରମ୍’ ସଙ୍ଗୀତର ରଚୟିତା କିଏ ଥିଲେ ?
୩। ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନରେ କିଏ ସଭାପତିତ୍ୱ କରିଥିଲେ ?
୪। କେଉଁ ମସିହାରେ ଭାରତରେ ଇଂରେଜୀ ଭାଷାର ପ୍ରଚଳନ ହୋଇଥିଲା ?
୫। ‘ରୟାଲ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ’କେଉଁଠାରେ ପ୍ରତିଷ୍ଠିତ ହୋଇଥିଲା ?
୬। କେଉଁ ସ୍ଥାନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧୂବେଶନ ଅନୁଷ୍ଠିତ ହୋଇଥିଲା ?
୭ । କିଏ ‘ଆନନ୍ଦମଠ’ ରଚନା କରିଥିଲେ ?
୮। କିଏ ‘ବ୍ରାହ୍ମ ସମାଜ’ ପ୍ରତିଷ୍ଠା କରିଥିଲେ ?
୯।‘ରାମକୃଷ୍ଣ ମିଶନ’ର ସ୍ଥାପୟିତା କିଏ ?
୧୦। ‘ରୟାଲ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ’ର ପ୍ରତିଷ୍ଠାତା କିଏ ଥିଲେ ?

Answers
୧। ଆଲାନ୍ ଅକ୍ଟାଭିଆନ୍ ହ୍ୟୁମ୍
୨। ବଙ୍କିମଚନ୍ଦ୍ର,
୩। ଉମେଶ ଚନ୍ଦ୍ର ବାନାର୍ଜୀ
୪। ୧୮୩୫ ମସିହା
୫। କଲିକତା
୬। ବମ୍ବେ
୭। ବଙ୍କିମଚନ୍ଦ୍ର
୮। ରାଜା ରାମମୋହନ ରାୟ
୯। ସ୍ଵାମୀ ବିବେକାନନ୍ଦ
୧୦। ଉଇଲିୟମ୍ ଜୋନ୍ସ

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ

C ଶୂନ୍ୟସ୍ଥାନ ପୂରଣ କର ।

୧। ____________ ବିଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠା କରେ ।
Answer:
ଦେଶାତ୍ମବୋଧ

୨। ଦେଶର ଅଖଣ୍ଡତା, ଅଗ୍ରଗତି ଓ ସୁରକ୍ଷା ____________ ଉପରେ ନିର୍ଭର କରେ ।
Answer:
ଜାତୀୟତାବାଦ

୩। __________ ‘ବ୍ରାହ୍ମ ସମାଜ’ ପ୍ରତିଷ୍ଠା କରିଥିଲେ ।
Answer:
ରାଜା ରାମମୋହନ ରାୟ

୪। ______________ ‘ଆର୍ଯ୍ୟ ସମାଜ’ ପ୍ରତିଷ୍ଠା ‘କରିଥିଲେ ।
Answer:
ଦୟାନନ୍ଦ ସରସ୍ୱତୀ

୫। __________________ ‘ରାମକୃଷ୍ଣ ମିଶନ’ ପ୍ରତିଷ୍ଠା କରିଥିଲେ ।
Answer:
ସ୍ବାମୀ ବିବେକାନନ୍ଦ

୬। ‘ଆନନ୍ଦମଠ’ ପୁସ୍ତକ ______________  ରଚନା କରିଛନ୍ତି ।
Answer:
ବଙ୍କିମଚନ୍ଦ୍ର

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ

୭। ______________ ମସିହାରେ ‘ରୟାଲ ଏସିଆଟିକ୍ ସୋସାଇଟି ପ୍ରତିଷ୍ଠା ହୋଇଥିଲା ।
Answer:
୧୭୮୪

୮। ______________ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠା ହୋଇଥିଲା ।
Answer:
୧୮୮୫

୯। ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧ୍ଵବେଶନ ____________ ଠାରେ ଅନୁଷ୍ଠିତ ହୋଇଥିଲା ।
Answer:
ବମ୍ବେ

୧୦। ____________ ଦିନ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧ୍ଵବେଶନ ବସିଥିଲା ।
Answer:
୧୮୮୫ ମସିହା ଡିସେମ୍ବର ୨୮ ଓ ୨୯ ତାରିଖ

୧୧। ______________ ଜାତୀୟ କଂଗ୍ରେସର ପ୍ରଥମ ଅଧ୍ଵବେଶନରେସଭାପତିତ୍ୱ କରିଥିଲେ ।
Answer:
ଉମେଶ ଚନ୍ଦ୍ର ବାନାର୍ଜୀ

୧୨। ଜାତୀୟ କଂଗ୍ରେସର ପ୍ରଥମ ଅଧୂବେଶନରେ_______________ ଜଣ ପ୍ରତିନିଧ୍ଵ ଯୋଗ ଦେଇଥିଲେ ।
Answer:
୭୨

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ

D. ଠିକ୍ ଉକ୍ତି ପାଇଁ (✓ ) ଓ ଭୁଲ୍ ଉକ୍ତି ପାଇଁ (X) ଚିହ୍ନ ଦିଅ ।

୧। ୧୯୪୭ ଜାନୁୟାରୀ ୨୬ରେ ଭାରତ ଏକ ସାର୍ବଭୌମ ରାଷ୍ଟ୍ର ରୂପେ ପରିଗଣିତ ହେଲା ।
୨ । ଭାରତରେ ଇଂରେଜମାନେ ୧୮୫୩ ମସିହାରେ ଇଂରାଜୀ ଶିକ୍ଷା ପ୍ରଚଳନ କରିଥିଲେ ।
୩। ପ୍ରଥମେ ଆମ ଦେଶରେ କଲିକତା ଓ ମାନ୍ଦ୍ରାଜରେ ନୂତନ ବିଶ୍ବବିଦ୍ୟାଳୟମାନ ସ୍ଥାପନ କରାଯାଇଥିଲା ।
୪। ‘‘ବିତ୍ତର ବହିଃ ପ୍ରବାହ ତତ୍ତ୍ବ ’’ ସର୍ଦ୍ଦାର ପଟେଲ ଦେଇଥିଲେ ।
୫। ‘‘ଆନନ୍ଦ ମଠ’’ ଉପନ୍ୟାସର ରଚୟିତା ଥିଲେ ରବୀନ୍ଦ୍ରନାଥ ଠାକୁର ।
୬। ବଙ୍କିମଚନ୍ଦ୍ର ବନ୍ଦେ ମାତରମ୍’’ ସଙ୍ଗୀତ ରଚନା କରିଥିଲେ । ”
୭। ‘ରୟାଲ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ’ ଭଣ୍ଡାରକର ପ୍ରତିଷ୍ଠା କରିଥିଲେ ।
୮। ୧୮୭୭ ମସିହା ସୁଦ୍ଧା ଭାରତରେ ୬୨ ଗୋଟି ସମ୍ବାଦପତ୍ର ପ୍ରକାଶ ପାଇଥିଲା ।
୯୮ ଭାରତୀୟ ଜାତୀୟ କଂଗ୍ରେସ ୧୯୮୫ ମସିହାରେ ଗଠିତ ହୋଇଥିଲା ।
୧୦ । ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧ‌ିବେଶନରେ ଦାଦାଭାଇ ନାରୋଜୀ ସଭାପତିତ୍ୱ କରିଥିଲେ ।

Answers
୧। (×)
୨। (×)
୩ । (√)
୪ । (×)
୫। (×)
୬ | (√)
୭। (×)
୮। (√)
୯। (×)
୧୦। (×)

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ

E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ Q.1
BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ Q.2

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ Q. 3
BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ Q. 4

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ Q. 5
BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ Q. 6

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ଭାରତରେ ଇଂରେଜୀ ଭାଷାର ପ୍ରଚଳନ ୧୮୫୩ ମସିହାରେ କରାଯାଇଥିଲା ।
୨। ବ୍ରିଟିଶ ଶାସନ କାଳରେ ଲକ୍ଷ୍ନୌଠାରେ ଏକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।
୩। ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧ‌ିବେଶନ କଲିକତା ଠାରେ ବସିଥିଲା ।
୪୮ ‘ଆନନ୍ଦ ମଠ’ ଉପନ୍ୟାସ ଗୋପିନାଥ ମହାନ୍ତି ଲେଖୁଥିଲେ ।
୫ । ଜନ୍ ଷ୍ଟୁଆର୍ଟ ମିଲ୍ ଜଣେ ପାଶ୍ଚାତ୍ୟ ମଣ୍ଡିତ ଥିଲେ ।
୬। ସ୍ଵାମୀ ବିବେକାନନ୍ଦ ମିଶନ ଶକ୍ତିର ପ୍ରତିଷ୍ଠା ଥିଲେ।
୭। ଲର୍ଡ ଉଇଲିୟମ୍ ବେଣ୍ଟିକ ଇଂଲଣ୍ଡର ଗଭର୍ଣ୍ଣର ଜେନେରାଲ ଥିଲେ ।
୮। ବ୍ରାହ୍ମ ସମାଜ ପ୍ରତିଷ୍ଠା କରିବାରେ ସ୍ବାମୀ ଦୟାନନ୍ଦ ସରସ୍ଵତୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
୯୮ ଭାରତୀୟମାନଙ୍କୁ ଇଂରେଜମାନେ ଜୁଲି ବୋଲି ସମ୍ବୋଧନ କରୁଥିଲେ ।
୧୦। ‘ରୟାଲ ଏସିଆଟିକ୍ ସୋସାଇଟ୍’ ବମ୍ବେଠାରେ ଗଠନ କରାଯାଇଥିଲା ।
୧୧ । ଭାରତୀୟ ଜାତୀୟ କଂଗ୍ରେସ ୧୯୮୫ ମସିହାରେ ଗଠନ କରାଯାଇଥିଲା ।
୧୨ । ‘ବିତ୍ତର ବହିଃ ପ୍ରଭାବ ତତ୍ତ୍ଵ’ ବିଷୟରେ ରାମମୋହନ ରାୟ କହିଥିଲେ ।

Answers
୧। ୧୮୩୫
୨। କଲିକତା
୩। ବମ୍ବେ
୪। ବଙ୍କିମଚନ୍ଦ୍ର
୫। ରାଜନୀତି ବିଜ୍ଞାନୀ
୬। ରାମକୃଷ୍ଣ ମିଶନର
୭। ଭାରତର
୮। ରାଜାରାମମୋହନ ରାୟ
୯। କୁଲି
୧୦। କଲିକତା
୧୧। ୧୮୮୫
୧୨ । ଦାଦାଭାଇ ନାରୋଜୀ

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. କେଉଁ ମସିହାରେ ଭାରତରେ ଇଂରେଜୀ ଭାଷାର ପ୍ରଚଳନ ହୋଇଥିଲା ?
(A) ୧୮୩୦
(B) ୧୮୩୨
(C) ୧୮୩୫
(D) ୧୮୩୭
Answer:
(C) ୧୮୩୫

2. ନିମ୍ନଲିଖୂତ ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ଭାରତର ଶାସକ ଥିଲେ ?
(A) ଜନ୍ ଷ୍ଟୁଆର୍ଟ ମିଲ୍
(B) ହରବର୍ଟ ସ୍ପେନସର୍
(C) ଏଡ଼ମଣ୍ଡ ବର୍କ
(D) ଉଇଲିୟମ୍ ବେଣ୍ଟିକ୍
Answer:
(D) ଉଇଲିୟମ୍ ବେଣ୍ଟିକ୍

3. ନିମ୍ନୋକ୍ତ କେଉଁ ସ୍ଥାନରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ?
(A) କଲିକତା
(B) ଗୋଆ
(C) ହରିଦ୍ଵାର
(D) ଗୌହାଟୀ
Answer:
(A) କଲିକତା

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ

4.ନିମ୍ନଲିଖ୍ କେଉଁ ବ୍ୟକ୍ତିଙ୍କ ବୈପ୍ଳବିକ ଚିନ୍ତାଧାରା ଭାରତୀୟମାନଙ୍କୁ ସ୍ବାଧୀନତା ପ୍ରାପ୍ତି ଲାଗି ପ୍ରୋତ୍ସାହନ ଯୋଗାଇଥିଲା ?
(A) ରାଣାଡ଼େ
(C) ଲର୍ଡ଼ ମ୍ୟାକ୍‌
(B) ମାଜିନୀ
(D) ଆଲଫ୍ରେଡ୍ ଗ୍ରାଜିଆ
Answer:
(B) ମାଜିନୀ

5. ନିମ୍ନୋକ୍ତ କେଉଁଠାରେ ‘ରୟାଲ ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ’ ପ୍ରତିଷ୍ଠିତ ହୋଇଥିଲା ?
(A) ଦିଲ୍ଲୀ
(B) ମୁର୍ଶିଦାବାଦ
(C) କଲିକତା
(D) ବମ୍ବେ
Answer:
(C) କଲିକତା

6. ୧୮୭୭ ମସିହା ସୁଦ୍ଧା ଇଂରାଜୀ ଓ ଦେଶୀୟ ଭାଷାରେ ନିମ୍ନୋକ୍ତ କେତେଗୋଟି ସମ୍ବାଦପତ୍ର ପ୍ରକାଶ ପାଇଥିଲା ?
(A) ୫୮ ଟି
(B) ୬୨ ଟି
(C) ୬୮ ଟି
(D) ୭୮ ଟି
Answer:
(B) ୬୨ ଟି

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ

7. ନିମ୍ନୋକ୍ତ କେଉଁ ସ୍ଥାନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧୂବେଶନ ଅନୁଷ୍ଠିତ ହୋଇଥିଲା ?
(A) ଦିଲ୍ଲୀ
(B) ଲାହୋର
(C) ବମ୍ବେ
(D) କଲିକତା
Answer:
(C) ବମ୍ବେ

8. କେବେ ସୁଦ୍ଧା ଇଂରାଜୀ ଓ ଦେଶୀୟ ଭାଷାରେ ୬୨ ଗୋଟି ସମ୍ବାଦପତ୍ର ପ୍ରକାଶ ପାଇଥିଲା ?
(A) ୧୮୬୭
(B) ୧୮୭୨
(C) ୧୮୭୫
(D) ୧୮୭୭
Answer:
(D) ୧୮୭୭

9. ଆଇ.ସି.ଏସ୍. ପରୀକ୍ଷାର ବୟସସୀମା କେତେବର୍ଷକୁ ଉଦ୍ଦେଶ୍ୟମୂଳକ ଭାବେ ହ୍ରାସ କରାଯାଇଥିଲା ?
(A) ୨୩ ବର୍ଷ
(B) ୨୨ ବର୍ଷ
(C) ୧୯ ବର୍ଷ
(D) ୧୮ ବର୍ଷ
Answer:
(C) ୧୯ ବର୍ଷ

BSE Odisha 9th Class Political Science Important Questions Chapter 6 ଭାରତୀୟ ଜାତୀୟତାବାଦ

10. କେଉଁ ମାନେ ଭାରତୀୟମାନଙ୍କୁ ‘କୁଲି’ ବୋଲି ଅପମାନିତ କରି ଶାରୀରିକ ନିର୍ଯାତନା ଦେଉଥିଲେ ?
(A) ପର୍ତ୍ତୁଗୀଜ୍
(B) ଡଚ୍
(C) ଇଂରେଜ
(D) ଡେନ୍
Answer:
(C) ଇଂରେଜ