Go through BSE Odisha Class 7 Science Notes Odia Medium and Class 7 Science Chapter 10 Notes Odia Medium ଉଦ୍ଭିଦରେ ଜୀବନ ପ୍ରକ୍ରିୟା to understand important concepts and topics more clearly.
7th Class Science Chapter 10 Notes Odia Medium
BSE Odisha Class 7 Science Chapter 10 Notes Odia Medium
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :
ସମସ୍ତ ଜୀବ ବୃଦ୍ଧି ହୋଇଥାନ୍ତି ଏବଂ ସେମାନେ ବୃଦ୍ଧି ପାଇଁ ଖାଦ୍ୟ ଆବଶ୍ୟକ କରିଥା’ନ୍ତି । ପ୍ରାଣୀମାନେ ଖାଦ୍ୟରୁ ଶ୍ଵେତସାର, ସ୍ନେହସାର, ପୁଷ୍ଟିସାର, ଜୀବସାର ଏବଂ ଖଣିଜ ପଦାର୍ଥ ଆଣି ପୋଷକତତ୍ତ୍ଵ ଗ୍ରହଣ କରି ଶରୀରର ବୃଦ୍ଧି ଓ ବିକାଶ କରାଇଥା’ନ୍ତି । ଉଭିଦଗୁଡ଼ିକୁ ସେମାନଙ୍କର ବୃଦ୍ଧି ପାଇଁ ଉଭୟ ସୂର୍ଯ୍ୟାଲୋକ ଓ ଜଳ ଆବଶ୍ୟକ ହୋଇଥାଏ ।
ଉଭିଦର ବୃଦ୍ଧି କିପରି ହୁଏ ?
ଉଭିଦ ବଢ଼ିବା ସହିତ ନୂଆ ପତ୍ର ଏବଂ ଡାଳ ବାହାରିଥାଏ, ତା’ର ଉଚ୍ଚତାରେ ବୃଦ୍ଧି ହୁଏ ଏବଂ ତା’ର କାଣ୍ଡ ମୋଟା ହୁଏ । ଏହି ପରିବର୍ତ୍ତନଗୁଡ଼ିକର କାରଣ କ’ଣ ହୋଇପାରେ ବୋଲି ତୁମେ ଭାବୁଛ ?
ଯେତେବେଳେ ଆମେ ନିୟମିତ ଭାବରେ ଗଛମୂଳରେ ପାଣି ଦେଉ, ସେମାନେ ଭଲ ଭାବରେ ବଢ଼ନ୍ତି । ତେଣୁ, ମୁଁ ପାଣି ମଧ୍ୟ ଉଭିଦର ବୃଦ୍ଧିରେ ସାହାଯ୍ୟ କରେ ।
ଗଛଗୁଡ଼ିକ ମୂଳଦ୍ଵାରା ମାଟିରୁ ଖାଦ୍ୟ ଗ୍ରହଣ କରନ୍ତି ।
ସୂର୍ଯ୍ୟକିରଣ ଗଛଗୁଡ଼ିକର ବୃଦ୍ଧିରେ କିଛି ଭୂମିକା ଗ୍ରହଣ କରେ ।
![]()
କାର୍ଯ୍ୟ-୧ : ଆସ, କିଛି ବ୍ୟାଖ୍ୟାର ସତ୍ୟତା ପରୀକ୍ଷା କରିବା
ସମାନ ଆକାରର ତିନୋଟି ମାଟି ପାତ୍ର (କିମ୍ବା ବ୍ୟବହୃତ ବୋତଲ ବା ପାତ୍ର) ନିଆଯାଉ । ପ୍ରତ୍ୟେକ ପାତ୍ରକୁ ବଗିଚା ମାଟିରେ ଭର୍ତ୍ତି କରାଯାଉ । ସେଥିରେ ଲଙ୍କା କିମ୍ବା ଟମାଟୋ ପରି ଦ୍ରୁତ ବଢ଼ୁଥିବା ଗଛର ସମାନ ଆକାରର ଚାରା ଲଗାଯାଉ ।

(a) ପାତ୍ର ‘କ’ କୁ ସିଧାସଳଖ ସୂର୍ଯ୍ୟାଲୋକରେ, ଜଳ ସହିତ ରଖାଗଲା ।
(b) ପାତ୍ର ‘ଖ’ କୁ ସିଧାସଳଖ ସୂର୍ଯ୍ୟାଲୋକରେ, ଜଳ ବିନା ରଖାଗଲା ।
(c) ପାତ୍ର ‘ଗ’ କୁ ଅନ୍ଧାରରେ, ଜଳ ସହିତ ରଖାଗଲା ।
- ପାତ୍ରଗୁଡ଼ିକୁ ‘କ’, ‘ଖ’ ଏବଂ ‘ଗ’ ଭାବେ ନାମଙ୍କନ କରାଯାଉ ।
- ପ୍ରତ୍ୟେକ ଚାରାରେ ପତ୍ର ସଂଖ୍ୟା ଗଣାଯାଉ ଏବଂ ପର୍ଯ୍ୟବେକ୍ଷଣକୁ ଲିପିବଦ୍ଧ କରାଯାଉ ।
- ପାତ୍ର ‘କ’ କୁ ସିଧାସଳଖ ସୂର୍ଯ୍ୟାଲୋକରେ ରଖାଯାଉ । ଏହି କୁଣ୍ଡରେ ଥିବା ମାଟିକୁ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ଜଳ ଦେଇ ଟିକିଏ ଓଦା ରଖାଯାଉ ।
- ପାତ୍ର ‘ଖ’ ମାଟିରେ ଜଳ ନ ଦେଇ ସିଧାସଳଖ ସୂର୍ଯ୍ୟାଲୋକରେ ରଖାଯାଉ ।
- ପାତ୍ର ‘ଗ’ କୁ ଅନ୍ଧାରରେ ରଖାଯାଉ । ଏହି ପାତ୍ରରେ ଥିବା ଦେଇ ଅଳ୍ପ ଓଦା ରଖାଯାଉ ।
- ଦୁଇ ସପ୍ତାହ ପାଇଁ ଗଛଗୁଡ଼ିକୁ ପର୍ଯ୍ୟବେକ୍ଷଣ କରାଯାଉ ଏବଂ ମାଟିକୁ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ଜଳ ସେମାନଙ୍କର ଉଚ୍ଚତା, ପତ୍ର ସଂଖ୍ୟା, ପତ୍ରର ରଙ୍ଗ ଏବଂ ଦେଖାଯାଉଥିବା ଅନ୍ୟ କୌଣସି ପରିବର୍ତ୍ତନକୁ ଲିପିବଦ୍ଧ କରାଯାଉ ।
- ସାରଣୀରେ ପର୍ଯ୍ୟବେକ୍ଷଣଗୁଡ଼ିକୁ ଲିପିବଦ୍ଧ କରାଯାଉ ।
ଉଭିଦ ବୃଦ୍ଧି ଉପରେ ସୂର୍ଯ୍ୟକିରଣ ଏବଂ ଜଳର ପ୍ରଭାବ
| ବିଭିନ୍ନ ଅବସ୍ଥାରେ ରଖାଯାଇଥିବା କୁଣ୍ଡ | ଉପଲବ୍ଧତା | ଉଭିଦର ଉଚ୍ଚତା (ସେ.ମି.) | ପତ୍ର ସଂଖ୍ୟା | ପ୍ରତ୍ରର ରଙ୍ଗ (ସବୁଜ / ହଳଦିଆ) | |||
| ସୂର୍ଯ୍ୟାଲୋକ | ଜଳ | ପ୍ରଥମ ଦିନ | ଦୁଇ ସପ୍ତାହ ପରେ | ପ୍ରଥମ ଦିନ | ଦୁଇ ସପ୍ତାହ ପରେ | ||
| ପାତ୍ର ‘କ’ ସଧାସଳଖ ସୂର୍ଯ୍ୟାଲୋକରେ, ଜଳ ସହିତ | ହିଁ | ହଁ | 5 | 15 | 4 | 12 | ସବୁଜ |
| ପାତ୍ର ‘ଖ’ ସିଧାସଳଖ ସୂର୍ଯ୍ୟାଲୋକରେ, ଜଳ ବିନା | ହଁ | ନା | 5 | 6 | 4 | 5 | ସବୁଜ ରଙ୍ଗ ହଳଦିଆ ହେବାକୁ ଆରମ୍ଭ କରେ |
| ପାତ୍ର ‘ଗ’ ଅନ୍ଧାରରେ ଜଳ ସହିତ | ନା | ହଁ | 5 | 7 | 4 | 6 | ଫିକା ବା ହଳଦିଆ |
ତିନୋଟି ପାତ୍ରରେ ଥିବା ଗଛଗୁଡ଼ିକ ମଧ୍ୟରେ ତୁମେ କେଉଁ ପାର୍ଥକ୍ୟ ଦେଖୁଛ ?
ଉ. କ – ବୃଦ୍ଧି ଉତ୍ତମ, ଖ – ବୃଦ୍ଧି ମଧ୍ଯମ (ବୃଦ୍ଧିରେ ବାଧା), ଗ – ବୃଦ୍ଧି ସ୍ଵଳ୍ପ (ସାମାନ୍ୟ)
![]()
କେଉଁ ପାତ୍ରରେ ଗଛଟି ସର୍ବାଧିକ ବୃଦ୍ଧିପାଇଛି ?
ଉ. କ ପାତ୍ରରେ
କେଉଁ ପାତ୍ରରେ ଗଛଟି ସବୁଠାରୁ କମ୍ ବୃଦ୍ଧିପାଇଛି ?
ଉ. ଖ ପାତ୍ରରେ
ପର୍ଯ୍ୟାପ୍ତ ଜଳ ପାଇଥିବା କିନ୍ତୁ ଆଦୌ ସୂର୍ଯ୍ୟାଲୋକ ପାଇ ନଥିବା ପାତ୍ର ‘ଗ’ ରେ ଥିବା ଉଭିଦ ଅପେକ୍ଷା ପର୍ଯ୍ୟାପ୍ତ ଜଳ ସହିତ ସିଧାସଳଖ ସୂର୍ଯ୍ୟାଲୋକରେ ରଖାଯାଇଥିବା ପାତ୍ର ‘କ’ ରେ ଥିବା ଉଭିଦ, ଭଲ ବଢ଼ିଛି । ପାତ୍ର ‘ଖ’ ରେ ଥିବା ଉଦ୍ଭଦଟି ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ପାଇଥିଲେ ମଧ୍ୟ ଜଳ ନ ପାଇବାରୁ ମରି ଯାଇପାରେ । ଉଭିଦଗୁଡ଼ିକୁ ସେମାନଙ୍କର ବୃଦ୍ଧି ପାଇଁ ସୂର୍ଯ୍ୟାଲୋକ ଏବଂ ଜଳ ଉଭୟ ଆବଶ୍ୟକ
‘‘ଫଳ କୁସୁମ ସମ୍ପଦୁଚିତା ରୋପଣତୋ ଭବତି କେବଳାନ୍ନ ଯତଃ ।’
‘‘କେବଳ ରୋପଣ କରାଯାଇଥିବାରୁ ଗଛଗୁଡ଼ିକରେ ଫୁଲ ଏବଂ ଫଳ ଉତ୍ପନ୍ନ ହୁଅନ୍ତି ନାହିଁ ।’’
ଏହି ଧାଡ଼ିଟି ‘ବୃକ୍ଷ ଆୟୁର୍ବେଦ’ ନାମକ ଏକ ପ୍ରାଚୀନ ଭାରତୀୟ ଗ୍ରନ୍ଥରୁ ଆସିଛି । ଏଥରେ ଫସଲର ସ୍ଵାସ୍ଥ୍ୟ, ବୃଦ୍ଧି ଏବଂ ଉତ୍ପାଦନକୁ ଉନ୍ନତ କରିବାରେ ସାହାଯ୍ୟ କରିବା ପାଇଁ ଉଭିଦର ବୃଦ୍ଧି, ମୃତ୍ତିକା ଏବଂ କୃଷି ପଦ୍ଧତି ବିଷୟରେ ଉପଯୋଗୀ ପର୍ଯ୍ୟବେକ୍ଷଣ ଲିପିବଦ୍ଧ ଅଛି । ଏଥିରେ ଥିବା ଲେଖାଗୁଡ଼ିକ ସମୟାନୁସାରେ ବ୍ୟବହାରିକ ଅଭିଜ୍ଞତା ଏବଂ ନମୁନା ଉପରେ ଆଧାରିତ ବୋଲି ମନେହୁଏ । ଏହି ଗ୍ରନ୍ଥଟି କୃଷି ପଦ୍ଧତିକୁ ମାର୍ଗଦର୍ଶନ ଦେବା ପାଇଁ ବ୍ୟବସ୍ଥିତ ଭାବରେ ଲିପିବଦ୍ଧ କରାଯାଇଥିଲା । ଉଦାହରଣ ସ୍ଵରୂପ, ଏଥରେ ଜୈବିକ ସାର ପ୍ରସ୍ତୁତିର ବିଭିନ୍ନ ପଦ୍ଧତି, ଯେପରିକି ଜଳ, ଯଅ, ସହିତ ବିଭିନ୍ନ ମଞ୍ଜି, ମୁଗ, ବିରି ଓ ବୁଟର ମିଶ୍ରଣ ବିଷୟରେ ଉଲ୍ଲେଖ ଅଛି ।
ଉଭିଦଗୁଡ଼ିକ ସେମାନଙ୍କର ବୃଦ୍ଧି ପାଇଁ ଖାଦ୍ୟ କିପରି ପାଆନ୍ତି ?
ଆମେ ଜାଣିଛୁ ଯେ ପ୍ରାଣୀମାନେ ଉଦ୍ଭଦଠାରୁ ସେମାନଙ୍କର ଖାଦ୍ୟ ପାଆନ୍ତି । କେତେକ ପ୍ରାଣୀ ସିଧାସଳଖ ଉଭିଦକୁ ଖାଦ୍ୟ ରୂପେ ଗ୍ରହଣ କରନ୍ତି ଆଉ କେତେକ ସେହି ସେହି ଉଭିଦ ଖାଇ ଜୀବନ ଧାରଣ କରିଥିବା (ତୃଣଭୋଜୀ) ପ୍ରାଣୀମାନଙ୍କୁ ଖାଆନ୍ତି ।
ପତ୍ର – ଉଭିଦର ‘ଖାଦ୍ୟ କାରଖାନା’ :
ଉଭିଦ ମଣ୍ଡଦ (ଏକ ପ୍ରକାର ଶ୍ଵେତସାର) ଆକାରରେ ଖାଦ୍ୟ ସଂରକ୍ଷଣ କରେ । ଏହା ଉଭିଦର ପତ୍ରରେ ଉତ୍ପାଦିତ ହୋଇଥାଏ । ଉଭିଦର ପତ୍ରଗୁଡ଼ିକ ସାଧାରଣତଃ ପ୍ରଶସ୍ତ ଓ ସମତଳ ଅଟନ୍ତି । ଏଥୁରେ ହରିତ୍ ଲବକ ବା ସବୁଜକଣା (କ୍ଲୋରୋଫିଲ୍) ନାମକ ଏକ ସବୁଜ ରଞ୍ଜକ ରହିଥିବାରୁ ଏଗୁଡ଼ିକ ପ୍ରାୟତଃ ସବୁଜ ରଙ୍ଗର ହୋଇଥା’ନ୍ତି । ପତ୍ରରେ ଥିବା ହରିତ୍ ଲବକ ସୂର୍ଯ୍ୟକିରଣକୁ ଧରି ରଖୁବାରେ ସାହାଯ୍ୟ କରେ ।
![]()
କାର୍ଯ୍ୟ-୨ : ଆସ, ଅମେ ପରୀକ୍ଷା କରିବା (ପ୍ରଦର୍ଶନ ଦର୍ଶନ କାର୍ଯ୍ୟ କଳାପ)
- ଗୋଟିଏ ପତ୍ରକୁ ନରମ କରିବା ପାଇଁ ଫୁଟୁଥିବା ଜଳରେ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରଖାଯାଉ ।
- ଏହି ପତ୍ରକୁ ପରୀକ୍ଷା ନଳୀରେ ଥିବା ସୁରାସାର (Alcohol) ରେ ବୁଡ଼ାଯାଉ ।
- ପରୀକ୍ଷା ନଳୀକୁ ଫୁଟୁଥିବା ଜଳ ଥିବା ଏକ ବିକରରେ ରଖ୍ ପତ୍ର ରଙ୍ଗହୀନ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ ।
- ପତ୍ରଟିକୁ ଧୀରେ ବାହାର କରି ଏକ ପ୍ଲେଟ୍ରେ ରଖାଯାଉ ।
- ଏବେ, ରଙ୍ଗହୀନ ପତ୍ର ଉପରେ ଡ୍ରପର ସାହାଯ୍ୟରେ କିଛି ଆୟୋଡ଼ିନ୍ ଦବ୍ରଣ ପକାଯାଉ ।
- କିଛି ମିନିଟ୍ ଅପେକ୍ଷା କଲାପରେ ପର୍ଯ୍ୟବେକ୍ଷଣ କରାଯାଉ । ଯଦି ପତ୍ରର ରଙ୍ଗ ଗାଢ଼ ନୀଳ ହୋଇଯାଏ, ତେବେ ମଣ୍ଡଦର ଉପସ୍ଥିତି ସୂଚିତ ହୁଏ ।

ସତର୍କତା – ସୁରାସାର (Alcohol) କୁ କେବେବି ସିଧାସଳଖ ତାପ ଉତ୍ସ ପାଖରେ ରଖୁବା ଉଚିତ ନୁହେଁ, କାରଣ ଏହା ଅତ୍ୟନ୍ତ ଜ୍ଵଳନଶୀଳ ଏବଂ ସହଜରେ ନିଆଁ ଲାଗି ଜଳିଯାଇପାରେ ।
ଏହି କାର୍ଯ୍ୟର ଆରମ୍ଭରେ ପତ୍ରକୁ ରଙ୍ଗହୀନ କରାଯିବାର କାରଣ :
ପତ୍ରକୁ ରଙ୍ଗହୀନ କରାଯିବାର କାରଣ ହେଉଛି – ପତ୍ରର ପାକୃତିକ ରଙ୍ଗ ଉପସ୍ଥିତି ରହିଲେ ଆୟୋଡ଼ିନ୍ ଦ୍ଵାରା ହେଉଥିବା ରଙ୍ଗ ପରିବର୍ତ୍ତନକୁ ଠିକ୍ ଭାବରେ ଦେଖୁହେବ ନାହିଁ । ରଙ୍ଗହୀନ ପତ୍ର ଆମକୁ ମଣ୍ଡଦ ଅଛି କି ନାହିଁ ତାହା ସ୍ପଷ୍ଟ ଭାବେ ପର୍ଯ୍ୟବେକ୍ଷଣ କରିବାରେ ସାହାଯ୍ୟ କରେ ।
ଉଦ୍ଭିଦରେ ସବୁଜ ପତ୍ର ମଣ୍ଡଦ ଭାବରେ ଖାଦ୍ୟ ସଂରକ୍ଷଣ କରେ । ପତ୍ରର ଅଣସବୁଜ ଅଂଶରେ ପର୍ଯ୍ୟାପ୍ତ ପରିମାଣର ହରିତ୍ ଲବକ ନ ଥିବାରୁ ସେଠାରେ ଯଥେଷ୍ଟ ପରିମାଣରେ ମଣ୍ଡଦ ତିଆରି ହୋଇ ନଥାଏ । ଉଭିଦମାନଙ୍କରେ ମଣ୍ଡଦ ଉତ୍ପାଦନରେ ସୂର୍ଯ୍ୟକିରଣ କିପରି ସାହାଯ୍ୟ କରେ ?
କାର୍ଯ୍ୟ–୩ : ଆସ ଯାଞ୍ଚ କରିବା
ପରୀକ୍ଷଣ :
- ଦୁଇଟି ଅଲଗା ଅଲଗା କୁଣ୍ଡରେ ଲାଗିଥିବା ଲାଗିଥିବା କ୍ରୋଟୋନ ଗଛ ବଛାଯାଉ ।
- ଗୋଟିଏ ଗଛକୁ ସୂର୍ଯ୍ୟ କିରଣରେ ଓ ଅନ୍ୟଟିକୁ 36 ଘଣ୍ଟା
- ପ୍ରତ୍ୟେକ ଗଛରୁ ଗୋଟିଏ ଲେଖାଏଁ ପତ୍ର ନେଇ ଟ୍ରେନିଂ
- ପତ୍ରକୁ ପ୍ରଥମେ ସୁରାସାର ଓ ଆୟୋଡ଼ିନ ଦ୍ରବଣରେ ବୁଡ଼ାଯାଉ ।
![]()
ପର୍ଯ୍ୟବେକ୍ଷଣ :
ଗଛର ପତ୍ରର ସବୁଜ ଏବଂ ଅଣ-ସବୁଜ ଅଂଶରେ ମଣ୍ଡଦର ଉପସ୍ଥିତି :

- ସୂର୍ଯ୍ୟକିରଣରେ ରଖାଯାଇଥିବା ଗଛର ପତ୍ରରେ ସବୁଜ ଅଂଶରେ ଗାଢ଼ ନୀଳବର୍ଣ୍ଣର ଉପସ୍ଥିତି ମଣ୍ଡଦକୁ ସୂଚାଇଥାଏ ।
- ସୁତରାଂ ସବୁଜ ଉଭିଦର ଅଣ-ସବୁଜ ଅଂଶରେ ପର୍ଯ୍ୟାପ୍ତ ପରିମାଣର ହରିତ୍ ଲବକ ନ ଥିବାରୁ ଯଥେଷ୍ଟ ମଣ୍ଡଦ ତିଆରି ହୁଏ ନାହିଁ ।
ସିଦ୍ଧାନ୍ତ :
ଉପରୋକ୍ତ ପର୍ଯ୍ୟବେକ୍ଷଣରୁ ଆମେ ଜାଣିଲୁ ଯେ, ସବୁଜ ଉଭିଦର ଅଣ-ସବୁଜ ଅଂଶରେ ପର୍ଯ୍ୟାପ୍ତ ପରିମାଣର ହରିତ୍ ଲବକ ନଥିବାରୁ ଯଥେଷ୍ଟ ମଣ୍ଡଦ ତିଆରି ହୁଏ ନାହିଁ ।
ରଙ୍ଗୀନ ବର୍ଷକଣା ଦ୍ଵାରା ଆଲୋକଶ୍ଳେଷଣ ସମ୍ଭବ :
କିଛି ଉଭିଦର ପତ୍ର ଲାଲ, ବାଇଗଣୀ କିମ୍ବା ମାଟିଆ ଦେଖାଯାଏ କାରଣ ଏଥିରେ ସବୁଜ ରଙ୍ଗର ହରିତ୍ବକ ଅପେକ୍ଷା ଅନ୍ୟ ରଙ୍ଗୀନ ବର୍ଣ୍ଣକଣା ବା ଲବକ ଅଧିକ ଥାଏ । ଏହା ସବୁଜ ରଙ୍ଗକୁ ଲୁଚାଇ ଦିଏ । ଏହି ବର୍ଣ୍ଣକଣାଗୁଡ଼ିକ ମଧ୍ୟରୁ କିଛି ଆଲୋକ ସଂଶ୍ଳେଷଣରେ ମଧ୍ୟ ସାହାଯ୍ୟ କରନ୍ତି । ଏପରି ପତ୍ରରେ ପ୍ରକୃତରେ ଆଲୋକ ସଂଶ୍ଳେଷଣ ହୋଇଛି କି ନାହିଁ ତାହା ଆୟୋଡ଼ିନ୍ ପରୀକ୍ଷାଦ୍ଵାରା ଜାଣିପାରିବା । ଜଣାଯିବ ଯେ ଏଥରେ ଆଲୋକ ସଂଶ୍ଳେଷଣ ହେଉଛି

ହରିଡ୍ ଲବକ (କ୍ଲୋରୋଫିଲ୍) ର ଉପସ୍ଥିତି ଯୋଗୁଁ ପତ୍ରଗୁଡ଼ିକ ପ୍ରାୟତଃ ସବୁଜ ଦେଖାଯାଆନ୍ତି । ପତ୍ରର ସବୁଜ ଅଂଶ ଥିବା ସ୍ଥାନରେ ହିଁ ମଣ୍ଡଦ ଉତ୍ପାଦିତ ହୋଇଥାଏ । ହରିତ୍ ଲବକ ସୂର୍ଯ୍ୟକିରଣ ଉପସ୍ଥିତିରେ ମଣ୍ଡଦ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ । ଏଥିପାଇଁ ପତ୍ରଗୁଡ଼ିକୁ ଉଭିଦର ‘‘ଖାଦ୍ୟ କାରଖାନା’ ବା ‘‘ରୋଷେଇ ଘର’’ ମଧ୍ୟ କୁହାଯାଇଥାଏ ।
ଉଭିଦର ଖାଦ୍ୟ ପ୍ରସ୍ତୁତିରେ ବାୟୁର ଭୂମିକା :
ଉଭିଦମାନଙ୍କରେ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ପାଇଁ ବାୟୁରେ ଅଙ୍ଗାରକ ଆବଶ୍ୟକ ଯାହା ମଣ୍ଡଦ ପ୍ରସ୍ତୁତ କରିବାରେ ସହାୟକ ହୁଏ ।
![]()
କାର୍ଯ୍ୟ-୪ : ଆସ ପରୀକ୍ଷା କରିବା (ପ୍ରଦର୍ଶନ କାର୍ଯ୍ୟ)
ଉ. ପରୀକ୍ଷଣ :
- କୁଣ୍ଡରେ ଥିବା ଗୋଟିଏ ସବୁଜ ଗଛ ନିଆଯାଉ ଓ ଏହାକୁ 2 ରୁ 3 ଦିନ ପର୍ଯ୍ୟନ୍ତ ଅନ୍ଧାରରେ ରଖାଯାଉ । ଏହାର ଗୋଟିଏ ପତ୍ରକୁ ପରୀକ୍ଷା ପାଇଁ ବଛାଯାଉ ।
- ଏକ ଚଉଡ଼ା ମୁହଁଥିବା ବୋତଲ ନେଇ ଏଥୁରେ କିଛି କଷ୍ଟିକ୍ ସୋଡ଼ା (ସୋଡ଼ିୟମ୍ ହାଇଡ୍ରକ୍ସାଇଡ଼) ନିଆଯାଉ ।
- ବୋତଲର କର୍କ ଠିପି ମଧ୍ୟରେ ଥିବା ଫାଟ ଦେଇ ପତ୍ରଟିର ଅଧା ଅଂଶକୁ ପ୍ରବେଶ କରାଯାଉ । ଅନ୍ୟ ଅର୍ଦ୍ଧେକ ଅଂଶ ବୋତଲ ବାହାରେ ରହୁ ।
- ଗଛଟିକୁ ଆଣି କିଛି ଘଣ୍ଟା ପାଇଁ ସୂର୍ଯ୍ୟକିରଣରେ ରଖାଯାଉ ।
- ପତ୍ରକୁ ବାହାରକୁ କାଢ଼ି ଆୟୋଡ଼ିନ୍ ପରୀକ୍ଷଣ କରାଯାଉ ।

ପର୍ଯ୍ୟବେକ୍ଷଣ :
ସାରଣୀ : ଉଭିଦ୍ରରେ ମଣ୍ଡଦ ପ୍ରସ୍ତୁତିରେ ବାୟୁର ଭୂମିକା
| ପତ୍ରର ଏକ ଅଂଶ | ଉପଲବ୍ଧତା | ମଣ୍ଡଦ ଅଛି (ହଁ/ନା) | |||
| କଲ | ସୂର୍ଯ୍ୟାଲୋକ | ହରିଡ୍ଲବକ | ଅଙ୍ଗାରକାମ୍ଳ | ||
| ବୋତଲ ଭିତରେ ଥିବା ପତ୍ରର ଅଂଶ | ହଁ | ହଁ | ହଁ | ନା | ନା |
| ବୋତଲ ବାହାରେ ଥିବା ପତ୍ରର ଅଂଶ | ହଁ | ହଁ | ହଁ | ହଁ | ହଁ |
ଏହି ସାରଣୀରେ ଜଳ, ସୂର୍ଯ୍ୟକିରଣ, କ୍ଲୋରୋଫିଲ୍ ଏବଂ ଅଙ୍ଗାରକାମ୍ଳର ଉବଲବ୍ଧତା ସମ୍ବନ୍ଧରେ ଦର୍ଶାଯାଇଛି । ବୋତଲ ବାହାରେ ଥିବା ପତ୍ରର ଅଂଶ ଗାଢ଼ ନୀଳ ବର୍ଣ୍ଣ ଧାରଣ କରିଅଛି । ଏହା ମଣ୍ଡଦର ଉପସ୍ଥିତିକୁ ସୂଚିତ କରୁଅଛି । ବୋତଲ ଭିତରେ ଥିବା ପତ୍ରର ଅଂଶ ଗାଢ଼ ନୀଳ ହୋଇ ନଥାଏ କାରଣ କଷ୍ଟିକ ସୋଡ଼ା ବାୟୁରେ ଥିବା ଅଙ୍ଗାରକାମ୍ଳକୁ ଶୋଷଣ କରିଥାଏ ।
![]()
ସିଦ୍ଧାନ୍ତ :
ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ବାୟୁରେ ଥିବା ଅଙ୍ଗାରକାମ୍ଳ ଉଦ୍ଭିଦ ପତ୍ରରେ ମଣ୍ଡଦ ତିଆରି କରିବା ପାଇଁ ଆବଶ୍ୟକ ହୋଇଥାଏ ।
ଆଲୋକଶ୍ଳେଷଣ :
ବାୟୁରେ ଥିବା ଅଙ୍ଗାରକାମ୍ଳ ଉଦ୍ଭିଦ ପତ୍ରରେ ମଣ୍ଡଦ ପାଇଁ ଆବଶ୍ୟକ ଅଟେ । ଉଭିଦମାନଙ୍କର ଖାଦ୍ୟ ସଂଶ୍ଳେଷଣ ପାଇଁ ସୂର୍ଯ୍ୟକିରଣ, ପାଣି, ହରିତ୍ବକ ଓ ଅଙ୍ଗାରକାମ୍ଳ ଅତ୍ୟାବଶ୍ୟକ ଅଟେ ।
ଯେଉଁ ପ୍ରକ୍ରିୟାରେ ସୂର୍ଯ୍ୟକିରଣ ଏବଂ ହରିତ୍ବକ ଉପସ୍ଥିତିରେ ଉଭିଦ ଖାଦ୍ୟ ପ୍ରସ୍ତୁତ କରେ, ସେହି ପ୍ରକ୍ରିୟାକୁ ଆଲୋକଶ୍ଳେଷଣ (Photosynthesis) କୁହାଯାଏ । ଆଲୋକଶ୍ଳେଷଣ ପାଇଁ ପତ୍ର ମୁଖ୍ୟ ସ୍ଥାନ ଅଟେ । ପତ୍ର ବ୍ୟତୀତ ଉଭିଦର ଅନ୍ୟ ଯେଉଁ ଅଂଶରେ ହରିଡ୍ବକ ଥାଏ, ସେଠାରେ ମଧ୍ୟ ଆଲୋକଶ୍ଳେଷଣ ହୋଇଥାଏ ।
“ ଆଲୋକ ସଂଶ୍ଳେଷଣ ସମୟରେ ଅମ୍ଳଜାନ ନିର୍ଗତ ହୁଏ’’ :
କାର୍ଯ୍ୟ-୫ : ଆସ, ଅନୁସନ୍ଧାନ କରିବା
ପରୀକ୍ଷଣ :
(i) ଗୋଟିଏ କାଚ ଫନେଲରେ କିଛି ଚିଙ୍ଗୁଡ଼ି ଆ ଦଳ ନେ ଇ ଏହାକୁ ଗୋଟିଏ କାଚ କାହାଳୀଦ୍ଵାରା ଘୋଡ଼ାଇ ରଖାଯାଉ । ଏହାକୁ ଜଳ ପୂର୍ଣ୍ଣ କରି ଏଥିରେ କି ଛି ସୋଡ଼ିୟମ ବାଇକାର୍ବେ ନେଟ୍ ମିଶାଯାଉ । ଗୋଟିଏ ଜଳ ପୂର୍ଣ୍ଣ ପରୀକ୍ଷାନଳୀକୁ ଓଲଟା ଭାବରେ ଫନେଲ ଉପରେ ରଖାଯାଉ ।

(ii) ‘କ’ ଉପକରଣକୁ ସୂର୍ଯ୍ୟାଲୋକରେ ଓ ‘ଖ’ ଉପକରଣକୁ ଅନ୍ଧାରରେ ରଖାଯାଉ ।
ପର୍ଯ୍ୟବେକ୍ଷଣ :
‘କ’ ଉପକରଣର ପରୀକ୍ଷା ନଳୀରେ ଗ୍ୟାସ ଫୋଟକା ସଂଗୃହୀତ ହେଉଥିବା ବେଳେ ‘ଖ’ ପରୀକ୍ଷାଳନୀରେ ଏହା ହୋଇ ନଥାଏ । ଏହି ନିର୍ଗତ ଗ୍ୟାସ୍ ଦହନର ସହାୟକ ଅଟେ । ଏଣୁ ଏହି ଗ୍ୟାସ୍ ଅମ୍ଳଜାନ ଅଟେ ।
ସିଦ୍ଧାନ୍ତ :
ଉକ୍ତ ପରୀକ୍ଷାଟି କରି ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଅମ୍ଳଜାନ ନିର୍ଗତ ହୋଇଥାଏ ।
ଆଲୋକସଂଶ୍ଳେଷଣ ସମୟରେ ଅମ୍ଳଜାନ ନିର୍ଗତ ହୁଏ ଶର୍କରା ଉତ୍ପାଦିତ ହୋଇଥାଏ । ଏହାକୁ ଗ୍ଲୁକୋଜ କୁହାଯାଏ । ଏହି ଗ୍ଲୁକୋଜ ଶକ୍ତିର ଏକ ତୁରନ୍ତ ଉତ୍ସ ଭାବେ କାର୍ଯ୍ୟ କରିବା ସହିତ ମଣ୍ଡଦରେ ରୂପାନ୍ତରିତ ହୋଇ ଉଭିଦରେ ସଂଚିତ ହୋଇ ରୁହେ ।
ଆଲୋକସଂଶ୍ଳେଷଣର ଶବ୍ଦ ସୀମକରଣ :

![]()
ରୁସ୍ତମ୍ ହର୍ମୁସ୍ ଦସ୍ତର : ବିଶ୍ଵର ଅନେକ ବୈଜ୍ଞାନିକ ଆଲୋକସଂଶ୍ଳେଷଣ ପ୍ରକ୍ରିୟା ବିଷୟରେ ତଥ୍ୟ ଓ ଜ୍ଞାନର ବିକାଶ କରିବାରେ ଅବଦାନ ରଖୁଛନ୍ତି । ଭାରତରେ ରୁସ୍ତମ୍ ହର୍ମୁସ୍ଜି ଦସ୍ତୁର (୧୮୯୬-୧୯୬୧) ଆଲୋକସଂଶ୍ଳେଷଣ ପ୍ରକ୍ରିୟା ଅଧ୍ୟୟନ କରିଥିଲେ । ସେ ଜଣେ ଉଭିଦ ବିଜ୍ଞାନୀ ଥିଲେ ଏବଂ ୧୯୨୧-୧୯୩୫ ପର୍ଯ୍ୟନ୍ତ ରୟାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବମ୍ବେ (ବର୍ତ୍ତମାନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ମୁମ୍ବାଇ) ରେ ଉଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ । ସେ ଆଲୋକସଂଶ୍ଳେଷଣ ଉପରେ ଜଳ ଏବଂ ତାପମାତ୍ରାର ପରିମାଣର ପ୍ରଭାବ ଅଧ୍ୟୟନ କରିଥିଲେ । ସେ ଆଲୋକସଂଶ୍ଳେଷଣ ପ୍ରକ୍ରିୟାରେ ଜଳ, ତାପମାତ୍ରା ଏବଂ ଆଲୋକ ରଙ୍ଗର ଗୁରୁତ୍ଵ ପରୀକ୍ଷା କରିଥିଲେ ।

ଆଲୋକସଂଶ୍ଳେଷଣ ସମୟରେ ପତ୍ରଗୁଡ଼ିକ କିପରି ଗ୍ୟାସ୍ ବିନିମୟ କରନ୍ତି ?
ଆଲୋକସଂଶ୍ଳେଷଣ ପାଇଁ ଅଙ୍ଗାରକାମ୍ଳ ଆବଶ୍ୟକ ହୁଏ ଏବଂ ଏହି ପ୍ରକ୍ରିୟାରେ ଅମ୍ଳଜାନ ନିର୍ଗତ ହୁଏ । ପତ୍ର ପୃଷ୍ଠରେ ଥିବା ସ୍ତୋମ (Stomata) ଦେଇ ଏହି ଗ୍ୟାସ ବିନିମୟ ପ୍ରକ୍ରିୟା ସମ୍ପାଦିତ ହୋଇଥାଏ ।
କାର୍ଯ୍ୟ-୬ ଆସ ପରୀକ୍ଷଣ କରିବା (ପ୍ରଦର୍ଶନ କାର୍ଯ୍ୟକଳାପ)
ପରୀକ୍ଷଣ :
- ରିଓ, ମନିପ୍ଲାଣ୍ଟ, ପିଆଜ, ମନ୍ଦାର କିମ୍ବା ଯେ କୌଣସି ପାସ ପରି ଗଛରୁ ଏକ ପତ୍ର ସଂଗ୍ରହ କରାଯାଉ । (ii) ପତ୍ରକୁ ଏକ ଜଳପୂର୍ଣ୍ଣ ବିକରରେ ରଖାଯାଉ ।
- ପତ୍ରର ତଳପୃଷ୍ଠରୁ ଏକ ପତଳା ସ୍ତରକୁ ବାହାର କରି ଦିଆଯାଉ ।
- ସେହି ପତଳା ସ୍ତରକୁ ପାଣି ସହ ଏକ ୱାଚ୍ ଗ୍ଲାସ୍ରେ ରଖାଯାଉ ।
- ଏକ ଅଣୁବୀକ୍ଷଣ ସ୍ଲାଇଡ୍ ନେଇ ଏଥୁରେ ପାଣିର ଏକ ବୁନ୍ଦା ରଖାଯାଉ ଏବଂ ୱାଚ୍ ଗ୍ଲାସ୍ରୁ ପତ୍ରର ପତଳା ସ୍ତରକୁ ସ୍ଲାଇଡ଼ ଉପରେ ରଖାଯାଉ ।
- ଡ୍ରପର୍ ସାହାଯ୍ୟରେ ପତଳା ପତ୍ର ସ୍ତର ଉପରେ କାଳି ବୁନ୍ଦାଟିଏ ପକାଇ ଆବରଣ କାଚ ଦ୍ୱାରା ଘୋଡ଼ାଯାଉ । ଏହାକୁ ଅଣୁବୀକ୍ଷଣ ଯନ୍ତ୍ର ତଳେ ପର୍ଯ୍ୟବେକ୍ଷଣ କରାଯାଉ ।

ପର୍ଯ୍ୟବେକ୍ଷଣ :
ଦେଖାଯିବ ଯେ, ପତ୍ରର ପତଳା ସ୍ତର ଉପରେ ଛୋଟ ଛୋଟ ଛିଦ୍ର ରହିଅଛି ।
![]()
ସିଦ୍ଧାନ୍ତ :
ପତ୍ରର ପତଳା ସ୍ତରରେ ଥିବା ଏହି ଛିଦ୍ରଗୁଡ଼ିକୁ ସ୍ତୋମ୍ କୁହାଯାଏ । ଏହି ସୋମ୍ ଗ୍ୟାସ୍ ବିନିମୟରେ ସାହାଯ୍ୟ କରେ ।
ଉଭିଦରେ ପରିବହନ
ଉଭିଦରେ ଜଳ ଓ ଖଣିଜ ପଦାର୍ଥର ପରିବହନ :
ସମସ୍ତ ଜୀବ ବୃଦ୍ଧିପାଇଁ ଜଳ ଆବଶ୍ୟକ କରିଥା’ନ୍ତି । ଆଲୋକସଂଶ୍ଳେଷଣ ପ୍ରକ୍ରିୟାରେ ଉଭିଦ ଜଳ ବ୍ୟବହାର କରିଥାଏ । ଉଭିଦ ତା’ର ମୂଳଦ୍ଵାରା ମାଟିରେ ଥିବା ଖଣିଜ ପଦାର୍ଥ ଓ ଜଳ ଗ୍ରହଣ କରେ । ଖଣିଜ ପଦାର୍ଥଗୁଡ଼ିକ ଉଭିଦର ବୃଦ୍ଧି ପାଇଁ ଗୁରୁତ୍ଵପୂର୍ଣ୍ଣ ପୋଷକ ଅଟନ୍ତି । ମୂଳଦ୍ଵାରା ଗ୍ରହଣ କରାଯାଉଥିବା ଜଳ ଓ ଖଣିଜ ପଦାର୍ଥଗୁଡ଼ିକ ଉଭିଦର ସମସ୍ତ ଅଂଶକୁ ପରିବାହିତ ହୋଇଥା’ନ୍ତି ।
କାର୍ଯ୍ୟ-୭ : ଆସ ପରୀକ୍ଷା କରିବା
ପରୀକ୍ଷଣ :
- ଦୁଇଟି କାଚ ବିକରକୁ ‘କ’ ଓ ‘ଖ’ ନାମରେ ନାମିତ କରି ସେଗୁଡ଼ିକର ଏକ-ତୃତୀୟାଂଶ ଜଳ ପୂର୍ଣ୍ଣ କରାଯାଉ ।
- ‘ଖ’ ବିକରରେ କିଛି ବୁନ୍ଦା ଲାଲ୍ କାଳି ପକାଯାଉ ଓ ଦୁଇଟି ସଦାବିହାରୀ ଗଛର ଡାଳକୁ ତେରଛା ଭାବେ କାଟି ପ୍ରତ୍ୟେକ ବିକରରେ ଗୋଟିଏ କରି ରଖାଯାଉ ।
- ପରଦିନ ଏହି ଗଛଗୁଡ଼ିକୁ ପର୍ଯ୍ୟବେକ୍ଷଣ କରାଯାଉ ।


ପର୍ଯ୍ୟବେକ୍ଷଣ :
- ଏକ ଦିନ ପରେ ‘ଖ’ ବିକରରେ ଥିବା ଗଛର ଡାଳ, ପତ୍ର ଏବଂ ଫୁଲରେ ଲାଲ ରଙ୍ଗ ଦୃଶ୍ୟମାନ ହେଉଅଛି ।
- ଏହି ଡାଳର ଉପର ଅଂଶକୁ କାଟି ବର୍ଷକ କାଚ ସାହାଯ୍ୟରେ ଦେଖିଲେ ଜଣାପଡ଼ିବ ଯେ, ଜାଇଲେମ୍ ନାମକ ସରୁ ନଳୀର ଉପସ୍ଥିତି ଯୋଗୁଁ ଏହା ହୋଇଅଛି ।
![]()
ସିଦ୍ଧାନ୍ତ :
ଉକ୍ତ ପରୀକ୍ଷଣଟିରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଜଳ ଏବଂ ଖଣିଜ ପଦାର୍ଥ ଜାଇଲେ ମ୍ ମାଧ୍ୟମରେ ପତ୍ର ଏବଂ ଉଦ୍ଭଦର ଅନ୍ୟାନ୍ୟ ଅଂଶକୁ ପରିବାହିତ ହୋଇଥାଏ ।
ଉଭିଦର କାଣ୍ଡ, ଶାଖା ଏବଂ ପତ୍ରରେ ଥିବା ଜାଇଲେମ୍ ନାମକ ସରୁ ନଳୀର ଉପସ୍ଥିତି ଯୋଗୁଁ ଜଳ ଏବଂ ଖଣିଜ ପଦାର୍ଥ ପତ୍ର ଏବଂ ଉଭିଦର ବିଭିନ୍ନ ଅଂଶକୁ ପରିବାହିତ ହୋଇଥାଏ । ଆଲୋକସଂଶ୍ଳେଷଣର ମୁଖ୍ୟ ସ୍ଥାନ ପତ୍ର ଅଟେ । ଏଠାରୁ ପ୍ରସ୍ତୁତ ଖାଦ୍ୟ ପରିବହନ ଉଭିଦର ବିଭିନ୍ନ ଅଂଶକୁ ଫ୍ଲୋଏମ୍ ନାମକ ଅନ୍ୟ ଏକ ନଳୀଦ୍ଵାରା ହୋଇଥାଏ ।
ଉଦ୍ଭିଦରେ ଶ୍ଵାସକ୍ରିୟା :
ଉଭିଦମାନେ କ’ଣ ଆମ ପରି ଶ୍ଵାସକ୍ରିୟା କରନ୍ତି ?
କାର୍ଯ୍ୟ-୮ : ଆସ ଜାଣିବା (ପ୍ରଦର୍ଶନ କାର୍ଯ୍ୟ)
ପରୀକ୍ଷଣ :
- କିଛି ମୁଗ ମଞ୍ଜିକୁ ରାତିସାରା ପାଣିରେ ବୁଡ଼ାଇ ରଖାଯାଉ ।
- ଗୋଟିଏ କୋନ୍ ଆକାର ଫ୍ଲାସ୍କ ମଧ୍ଯରେ ଓଦା ତୁଳା ରଖାଯାଉ ।
- ଓଦ। ତୁଳ। ଉପରେ ଭିଜା ମଞ୍ଜି ଗୁଡ଼ିକୁ କଟାହୋଇ
- ଦୁଇଟି ରନ୍ଧ୍ରଥିବା କର୍କ ଠିପିକୁ ଫ୍ଲାସ୍କ ଉପରେ ଲଗାଯାଉ ।
- ପ୍ରଥମ ଛିଦ୍ରରେ ‘କ’ ଓ ଦ୍ଵିତୀୟ ଛିଦ୍ରରେ ‘ଖ’ ପରୀକ୍ଷାନଳୀ ସଂଯୁକ୍ତ କରାଯାଉ ।
- ‘ଖ’ ପରୀକ୍ଷାନଳୀକୁ ରବର ପାଇପ୍ ଦ୍ଵାରା ଚୂନପାଣି ପୂର୍ଣ୍ଣ ପରୀକ୍ଷା ନଳୀ ମଧ୍ୟକୁ ପ୍ରବେଶ କରାଯାଉ ।

![]()
ପର୍ଯ୍ୟବେକ୍ଷଣ :
କୋନାକାର ପ୍ଲାସ୍କ ସହ ସଂଯୁକ୍ତ ଚୂନପାଣି ପୂର୍ଣ୍ଣ ପରୀକ୍ଷାନଳୀ କ୍ଷୀର ଭଳି ରଙ୍ଗ ଧାରଣ କରେ କାରଣ ଏହା ଅଙ୍ଗାରକାମ୍ଳ ସଂସ୍ପର୍ଶର ଆସିଅଛି ।
ସିଦ୍ଧାନ୍ତ :
- ଉକ୍ତ ପରୀକ୍ଷଣଟି କରି ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଶ୍ଵାସକ୍ରିୟା ସମୟରେ, ଅମ୍ଳଜାନର ଉପସ୍ଥିତିରେ ଗ୍ଲୁକୋଜ୍ ଭାଙ୍ଗିଯାଏ ଏବଂ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହୁଏ । ଉଭିଦର ସବୁଜ କିମ୍ବା ଶ୍ଵାସକ୍ରିୟା କରିଥାନ୍ତି ।
- ଉଭିଦରେ ଶ୍ଵାସକ୍ରିୟା ସମୟରେ, ଅମ୍ଳଜାନ ଉପସ୍ଥିତିରେ ଗ୍ଲୁକୋଜ୍ ଭାଙ୍ଗିଯାଏ ଏବଂ ଅଙ୍ଗାରକାମ୍ଳ, ଜଳ ଓ ଶକ୍ତି ନିର୍ଗତ ହୋଇଥାଏ । ନିମ୍ନଲିଖୁତ ଶବ୍ଦ ସମୀକରଣଦ୍ଵାରା ଏହାକୁ ଦର୍ଶାଯାଇପାରିବ ।
ଗ୍ଲୁକୋଜ୍ + ଅମ୍ଳଜାନ → ଅଙ୍ଗାରକାମ୍ଳ + ଜଳ + ଶକ୍ତି - ଶ୍ଵାସକ୍ରିୟା ସମୟରେ ଉତ୍ପାଦିତ ଶକ୍ତି ଉଭିଦମାନଙ୍କଦ୍ୱାରା ସେମାନଙ୍କର ବୃଦ୍ଧି ଏବଂ ବିକାଶ ପାଇଁ ବ୍ୟବହୃତ ହୋଇଥାଏ । ଉଭିଦର ସବୁଜ କିମ୍ବା ଅଣ-ସବୁଜ, ସମସ୍ତ ଅଂଶ ଶ୍ଵାସକ୍ରିୟା କରିଥା’ନ୍ତି ।
ବିଷୟବସ୍ତୁର ସାରାଂଶ :
- ଜୀବଜଗତର ସମସ୍ତଙ୍କୁ ଏପରି ଖାଦ୍ୟ ଆବଶ୍ୟକ ଯାହା ସେମାନଙ୍କର ବୃଦ୍ଧି ଏବଂ ବିକାଶ ପାଇଁ ଶକ୍ତି ଯୋଗାଇଥାଏ ।
- ଉଭିଦଗୁଡ଼ିକ ଗ୍ଲୁକୋଜ୍ ଏବଂ ଅମ୍ଳଜାନ ଉତ୍ପାଦନ କରିବା ପାଇଁ ସୂର୍ଯ୍ୟକିରଣ ଏବଂ ହରିତ୍ ଲବକ ଉପସ୍ଥିତିରେ ଅଙ୍ଗାରକାମ୍ଳ ଓ ଜଳ ବ୍ୟବହାର କରନ୍ତି ।
- ଖାଦ୍ୟ ସଂଶ୍ଲେଷଣର ଏହି ପ୍ରକ୍ରିୟାକୁ ଆଲୋକସଂଶ୍ଳେଷଣ କୁହାଯାଏ ।
- ପତ୍ରଗୁଡ଼ିକ ହେଉଛି ଉଭିଦର ଖାଦ୍ୟ କାରଖାନା ।
- ଆଲୋକସଂଶ୍ଳେଷଣ ଏବଂ ଶ୍ଵାସକ୍ରିୟା ସମୟରେ ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳ ବିନିମୟ ପ୍ରକ୍ରିୟାରେ ପତ୍ରପୃଷ୍ଠରେ ଥବା କ୍ଷୁଦ୍ର ଛିଦ୍ର ସ୍ତୋମ୍ ସାହାଯ୍ୟ କରେ ।
- ଜାଇଲେମ୍ ମୂଳରୁ ଜଳ ଏବଂ ଖଣିଜ ପଦାର୍ଥ ପରିବହନ କରେ ଏବଂ ଫ୍ଲୋଏମ୍ ପତ୍ରରେ ପ୍ରସ୍ତୁତ ଖାଦ୍ୟ ଗଛର ସମସ୍ତ ଅଂଶକୁ ବହନ କରେ ।
- ଉଭିଦଗୁଡ଼ିକ ଶ୍ୱସନ ନାମକ ପ୍ରକ୍ରିୟାରେ ଗ୍ଲୁକୋଜକୁ ଭାଙ୍ଗି ଶକ୍ତି ବାହାର କରନ୍ତି । ଏହି ପ୍ରକ୍ରିୟାରେ ସେମାନେ ଅମ୍ଳଜାନ ବ୍ୟବହାର କରନ୍ତି ଏବଂ ଅଙ୍ଗାରକାମ୍ଳ ତ୍ୟାଗ କରନ୍ତି ।