Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ

Go through Class 7 Social Science Solutions Odia Medium and Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ to understand textbook questions more clearly.

7th Class Social Science Chapter 6 Question Answer Odia Medium

Class 7 Social Science Chapter 6 Odia Medium

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

Question 1.ମୌର୍ଯ୍ୟ ପରବର୍ତ୍ତୀ ଯୁଗକୁ ‘ପୁନର୍ଗଠନର ଯୁଗ’ ବୋଲି କାହିଁକି କୁହାଯାଏ ?
Answer:
(i) ଯାହା ବିଶ୍ଵାସ କରାଯାଏ ଯେ ଖ୍ରୀ.ପୂ. ୧୮୫ ବେଳକୁ ମୌର୍ଯ୍ୟ ସାମ୍ରାଜ୍ୟର ପତନ ଘଟିଥିଲା । ଏହା ଫଳରେ ଅନେକ ଛୋଟ ଛୋଟ ରାଜ୍ୟ ଗଢ଼ି ଉଠିଥିଲା । ସେଥିମଧ୍ୟରେ ଶୁଙ୍ଗ ରାଜବଂଶ, ସାତବାହନ ରାଜବଂଶ, କୁଶାଣ ରାଜବଂଶ, ଇଣ୍ଡୋ-ଗ୍ରୀକ୍ ଓ ଦକ୍ଷିଣ ଭାରତରେ ଚେର, ଚୋଳ ଏବଂ ପାର୍ଶ୍ଵ ରାଜବଂଶ ପ୍ରଧାନ ।

(ii) ରାଜନୈତିକ ବ୍ୟବସ୍ଥାରେ ପରିବର୍ତ୍ତନ : ଯେଉଁ ନୂତନ ରାଜ୍ୟଗୁଡ଼ିକ ଗଠିତ ହେଲା ସେମାନେ ନିଜ ନିଜର ସରକାର ଗଠନ କରିବା ସହିତ ଆଞ୍ଚଳିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଥିଲେ । ନିଜ ନିଜ ଅଞ୍ଚଳକୁ ସୁରକ୍ଷା ଦେବାପାଇଁ ନୂତନ ପନ୍ଥାମାନ ଅନୁସରଣ କରିବାରେ ଲାଗି ପଡ଼ିଥିଲେ ।

(iii) ନୂତନ ଧର୍ମ, କଳା ଓ ସଂସ୍କୃତିର ଉଦ୍ଭବ : ସେହି ସମୟରେ ନୂତନ କରି ବୌଦ୍ଧଧର୍ମ ପ୍ରଚାର ହେବାରେ ଲାଗିଲା । ମଥୁରା ଓ ଗାନ୍ଧାର’ କଳାର ବିଶେଷ ପ୍ରସାର ହେବାର ଦେଖାଯାଇଥିଲା । ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଅନେକ ଅଞ୍ଚଳ ସମୃଦ୍ଧିଲାଭ କରିଥିଲା । ଆଞ୍ଚଳିକ ସଂସ୍କୃତି ଏବଂ ପରମ୍ପରାଗୁଡ଼ିକ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା ।

(iv) ନୂତନ ବ୍ୟବସାୟ ବାଣିଜ୍ୟ ଓ ମୁଦ୍ରାର ବ୍ୟବହାର : ଏହି ସମୟରେ ନୂତନ ଶାସକମାନେ ନିଜ ପାଇଁ ଭିନ୍ନ ଭିନ୍ନ ମୁଦ୍ରା ପ୍ରଚଳନ କରିଥିଲେ । ବ୍ୟବସାୟ ବାଣିଜ୍ୟ ପାଇଁ ନୂତନ ବାଣିଜ୍ୟ ପଥମାନ ଖୋଲି ଯାଇଥିଲା । ଭାରତ ଓ ଭାରତ ବାହାରେ ଯଥା- ରୋମ ଓ ଚୀନ୍ ଦେଶ ମଧ୍ୟରେ ବାଣିଜ୍ୟ କାରବାର ହେଉଥିଲା ।

(v) ପରସ୍ପର ମଧ୍ୟରେ ପ୍ରତିଯୋଗିତା : ବାହ୍ୟଶତ୍ରୁମାନେ ଆକ୍ରମଣ କରି ନୂତନ ରାଜ୍ୟ ଗଠନ କରିବା ପାଇଁ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରୁଥିଲେ । ନୂତନ ଆଞ୍ଚଳିକ ରାଜ୍ୟଗୁଡ଼ିକ ନୂଆ ରାଜ୍ୟରେ ରୂପାନ୍ତରିତ ହୋଇ ଶକ୍ତିଶାଳୀ ହୋଇଯାଇଥିଲେ । ଏହିସବୁ କାରଣ ପାଇଁ ମୌର୍ଯ୍ୟ ପରବର୍ତ୍ତୀ ଯୁଗକୁ ପୁନର୍ଗଠନର ଯୁଗ କୁହାଯାଇଥାଏ ।

Question 2.
୧୫୦ ଶବ୍ଦରେ ସଙ୍ଗମ ସାହିତ୍ୟ ଉପରେ ଏକ ଟିପ୍ପଣୀ ଲେଖ ।
Answer:
(i) ସଙ୍ଗମ ସାହିତ୍ୟ ବିଶେଷକରି ଦକ୍ଷିଣ ଭାରତର କବିମାନଙ୍କଦ୍ୱାରା ସୃଷ୍ଟି ହୋଇଥିଲା । ସେମାନଙ୍କର ସାହିତ୍ୟ କୃତିକୁ ‘ସଙ୍ଗମ ସାହିତ୍ୟ’ କୁହାଯାଉଥିଲା । ଏହା ସମଗ୍ର ଯୁଗକୁ ପରିଭାଷିତ କରିଥିଲା ।

(ii) ସଙ୍ଗମ ଶବ୍ଦ ସଂସ୍କୃତ ‘ସଂଘ’ ଶବ୍ଦରୁ ଆନୀତ, ଯାହାର ଅର୍ଥ ସଂଗଠିତ ହେବା ବା ଏକତ୍ର ହେବା । ଏହି ପରିପ୍ରେକ୍ଷୀରେ ଏହାକୁ କବିମାନଙ୍କର ଏକ ସଂଗୋଷ୍ଠୀ’ କୁହାଯାଉଥିଲା ।

(iii) ଦକ୍ଷିଣ ଭାରତର ସର୍ବପୁରାତନ ସଙ୍ଗମ ସାହିତ୍ୟରେ ଅନେକ କବିତାର ସଂଗ୍ରହ ବା କବିତା ସଙ୍କଳନ ରହିଛି ଏବଂ ଇତିହାସକାରମାନେ ବହୁଳ ଭାବରେ ଏହି ସାହିତ୍ୟିକ ଉପାଦାନର ଆଶ୍ରୟ ନିଅନ୍ତି, ଯେଉଁମାନେ ତତ୍କାଳୀନ ସମାଜ ଓ ସଂସ୍କୃତି ଉପରେ ଗବେଷଣା କରିଥାନ୍ତି ।

(iv) ସଙ୍ଗମ କବିତା ମୁଖ୍ୟତଃ ପ୍ରେମ କିମ୍ବା ସାମାଜିକ ମୂଲ୍ୟବୋଧ ଉପରେ ରଚନା କରାଯାଇଥାଏ ।

(v) ଏହି କବିତାଗୁଡ଼ିକରେ ବୀରତ୍ଵ ଏବଂ ଉଦାରତା ଭଳି ବ୍ୟକ୍ତିଗତ ଭାବନାକୁ ଅତି ଦକ୍ଷ ଓ ସୂକ୍ଷ୍ମ ଭାବରେ ପ୍ରକାଶ କରାଯାଇଥାଏ ।

Question 3.
ଏହି ଅଧ୍ୟାୟରେ ବର୍ଣ୍ଣିତ କେଉଁ ରାଜବଂଶ ସେମାନଙ୍କ ନାମ ସହ ନିଜ ମା’ଙ୍କ ନାମ ସଂଯୋଗ କରୁଥିଲେ, ସେମାନେ କାହିଁକି ଏପରି କରୁଥିଲେ ?
Answer:
(i) ଏହି ଅଧ୍ୟାୟରେ ବର୍ଣ୍ଣିତ ସାତବାହନ ରାଜବଂଶର ପରମ୍ପରା ଅନୁସାରେ ରାଜକୁମାରମାନଙ୍କୁ ତାଙ୍କ ମାତାଙ୍କ ନାମ ଯୁକ୍ତ କରି ନାମିତ କରାଯାଉଥିଲା ।

(ii) ଗୌତମୀପୁତ୍ର ସାତକଣ୍ଠି ତାଙ୍କର ମା’ ଗୌତମୀ ବାଳାଶ୍ରୀଙ୍କ ନାମାନୁସାରେ ନାମିତ ହୋଇଥିଲା । ଏହା ସେମାନଙ୍କ ରାଜବଂଶ ପ୍ରତି ଏକ ସମ୍ମାନ ବୋଲି ମନେ କରାଯାଉଥିଲା ।

(iii) ଏହାଦ୍ଵାରା ସେମାନେ ସେମାନଙ୍କ ମାତାକୁ ଗୁରୁତ୍ଵ ପ୍ରଦାନ କରୁଥିଲେ । ଏହାଦ୍ଵାରା ମା’ମାନଙ୍କର ଭୂମିକା ଶାସନ କ୍ଷେତ୍ରରେ ବୃଦ୍ଧି ପାଉଥିଲା ।

(iv) ସାତକର୍ଷିଙ୍କ ମାଆ ଗୌତମୀ ବାଳାଶ୍ରୀ ଜଣେ ଶକ୍ତିଶାଳୀ ରାଣୀ ଥିଲେ, ଯିଏ ବୌଦ୍ଧମାନଙ୍କୁ ଅନେକ ଜମି ଦାନ କରିଥିଲେ ଓ ନାସିକଠାରେ ଏକ ଶିଳାଲେଖ ଖୋଦେଇ କରାଇଥିଲେ ଯାହା ତଦାନ୍ତୀନ ରାଜତନ୍ତ୍ର ଉପରେ ତାଙ୍କର ପ୍ରଭାବକୁ ଦର୍ଶାଇଥାଏ ।

(v) ମାଆଙ୍କ ନାମ ଅନୁସାରେ ସନ୍ତାନମାନଙ୍କ ନାମକରଣ ସେତେବେଳେ ସମାଜରେ ଏକ ଉତ୍ତମ ବାର୍ତ୍ତା ସୃଷ୍ଟି କରୁଥିଲା । ମାଆମାନେ ନିଜକୁ ଗର୍ବିତ ମନେ କରୁଥିଲେ । ସେମାନଙ୍କର ପ୍ରତିପତ୍ତି ବୃଦ୍ଧି ପାଉଥିଲା । ଏହା ବଂଶ ପରମ୍ପରାକ୍ରମେ ଗଢ଼ି ଆସୁଥିଲା । ସନ୍ତାନମାନେ ମାଆମାନଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରୁଥିଲେ ।

Question 4.
ତୁମକୁ ଆକର୍ଷିତ କରିଥିବା ଯେକୌଣସି ଗୋଟିଏ ରାଜ୍ୟ ଉପରେ ୨୫୦ ଶବ୍ଦରେ ଏକ ଟିପ୍ପଣୀ ଲେଖ । କାହିଁକି ତୁମକୁ ଏହା ପସନ୍ଦ ତାହାର ଯଥାର୍ଥତା ପ୍ରତିପାଦନ କର । ତୁମର ଟିପ୍ପଣୀ ଶ୍ରେଣୀରେ ଉପସ୍ଥାପନ କରିବା ପରେ ତୁମ ଅନ୍ୟ ସହପାଠୀମାନେ କେଉଁ ରାଜ୍ୟକୁ ଅଧିକ ପସନ୍ଦ କରିଛନ୍ତି ଅନୁଧ୍ୟାନ କର ।
Answer:
(i) ଏ ଅଧ୍ୟାୟରେ ଆଲୋଚିତ ହୋଇଥିବା ରାଜବଂଶମାନଙ୍କ ମଧ୍ୟରେ ଚୋଳ ରାଜବଂଶ ଦକ୍ଷିଣ ଭାରତର ସବୁଠାରୁ ଅଧୂକ ଶକ୍ତିଶାଳୀ ଥିଲା । ଏହା ତୃତୀୟ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ମଧ୍ଯରେ ଶାସନ କରୁଥିଲେ ।

(ii) ଚୋଳ ରାଜା କରିକାଳ ଚେର ଏବଂ ପାର୍ଶ୍ଵର ମିଳିତ ଶକ୍ତିକୁ ପରାସ୍ତ କରି ନିଜର ଆଧ୍ୟତ୍ୟ ପ୍ରତିଷ୍ଠା କରିଥିଲେ । ଲୋକମାନଙ୍କର ହିତ ପାଇଁ ଅନେକ କାର୍ଯ୍ୟ ହାତକୁ ନେଇଥିଲେ । ସେଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି କାଲାନାଇ ବା ଗ୍ରାଣ୍ଡ ଆନିକଟ ପରି ଜଳ ବିଭାଜକ ବ୍ୟବସ୍ଥା ।

(iii) ଚୋଳମାନେ ସେମାନଙ୍କର ଦକ୍ଷ ରାଜ୍ୟ ଶାସନ ନୀତି ଅନୁସରଣ କରୁଥିବାବେଳେ ଗ୍ରାମାଞ୍ଚଳମାନଙ୍କରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରଚଳନ କରିଥିଲେ ।

(iv) ସେମାନେ କଳା, ସାହିତ୍ୟ ଓ ସ୍ଥାପତ୍ୟର ଅଧ୍ବକ ଅଗ୍ରଗତି କରିଥିଲେ । ପ୍ରଥମ ରାଜରାଜ ଚୋଳ ତାଞ୍ଜାଭୁର୍‌ଠାରେ ବୃହଦୀଶ୍ଵର ମନ୍ଦିର ନିର୍ମାଣ କରାଇଥିଲେ ଯାହାକି ଏବେ ଏହା ଏକ ପର୍ଯ୍ୟଟନ କେନ୍ଦ୍ରଭାବରେ ପ୍ରସିଦ୍ଧି ଲାଭ କରିଛି ।

(v) ଦକ୍ଷିଣ ଭାରତରେ ଚୋଳମାନଙ୍କର ଶାସନ ସବୁ କ୍ଷେତ୍ରରେ ଅଗ୍ରଗତିର ଚରମ ସୀମାରେ ପହଞ୍ଚି ପାରିଥିଲା । ଏହିସବୁ କାରଣରୁ ମୋତେ ଚାଳ ରାଜବଂଶ ଭଲ ଲାଗିଥିଲା । ମୋର ଅଧିକାଂଶ ସହପାଠୀଙ୍କୁ ମଧ୍ୟ ଚୋଳମାନଙ୍କ ଶାସନ ଭଲ ଲାଗିଲା ।

Question 5.
ମନେକର ତୁମର ଏକ ସ୍ଵତନ୍ତ୍ର ରାଜ୍ୟ ସୃଷ୍ଟି କରିବାର ସୁଯୋଗ ଅଛି । ତୁମେ ଏଥପାଇଁ କେଉଁ ରାଜକୀୟ ପ୍ରତୀକ ବାଛିବ ଏବଂ କାହିଁକି ? ଶାସକ ଭାବରେ ତୁମେ କେଉଁ ଉପାଧ୍ଧରେ ଭୂଷିତ ହେବାକୁ ଚାହିଁବ ? ତୁମ ରାଜ୍ୟ ବିଷୟରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଲେଖ, ଯେଉଁଥରେ ତୁମ ରାଜ୍ୟର ମୂଲ୍ୟବୋଧ, ନୀତି, ନିୟମ (ବିଧ ବ୍ୟବସ୍ଥା) ଏବଂ କିଛି ସ୍ଵତନ୍ତ୍ର ବୈଶିଷ୍ଟ୍ୟର ସୂଚନା ଥବ ।
Answer:
(i) ମୋତେ ଯଦି ଗୋଟିଏ ନୂତନ ରାଜ୍ୟ ସୃଷ୍ଟି କରିବାର ସୁଯୋଗ ମିଳେ ତାହାହେଲେ ମୁଁ ଏହି ସୁଯୋଗକୁ କେତେକ ହାତଛଡ଼ା କରିବି ନାହିଁ । ମୁଁ ଏଥ‌ିପାଇଁ ଏକ ପ୍ରଗତିର ଚକ୍ରଚିହ୍ନକୁ ବାଛିବି । କାରଣ ଚକ୍ର ହେଉଛି ପ୍ରଗତି ଓ ଉନ୍ନତିର ପ୍ରତୀକ । ଜଣେ ଶାସକ ହିସାବରେ ଏହାର ନାମ ରହିବ ‘ପ୍ରଗତିର ଚକ୍ର’ ଏହା ନିଶ୍ଚିତ ଭାବରେ ଲୋକମାନଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର କରିବ ଏବଂ ଶାନ୍ତି ଆଣିନେବ ।

(ii) ନୂତନ ରାଜ୍ୟର ମୂଲ୍ୟବୋଧ –

  • ମାତୃଭୂମିର ସମ୍ମାନ ବଜାୟ ରଖୁବା ସହିତ କର୍ତ୍ତବ୍ୟପରାୟଣ ହେବା ।
  • ସମାଜରେ ଉଚ୍ଚ ନୀଚ ଭେଦଭାବ ରହିବ ନାହିଁ ।
  • ରୋଜଗାର ପାଇଁ ସମସ୍ତ ପ୍ରକାର କଳା ଓ କୌଶଳକୁ ପ୍ରୋତ୍ସାହନ ଦିଆଯିବ ।
  • ସମସ୍ତ ପ୍ରକାର ସାଂସ୍କୃତିକ ପରମ୍ପରା ଓ ବିଶ୍ୱାସକୁ ସମ୍ମାନ ଦିଆଯିବ ।

(iii) ନୀତି ଓ ନିୟମ –

  • ସମାଜରେ କୌଣସି ପ୍ରକାର ଜାତି ଓ ଧର୍ମ ମଧ୍ଯରେ ବିଭେଦ ରହିବ ନାହିଁ ।
  • ମୁକ୍ତ ଓ ଅବାଧ ଶିକ୍ଷା ସବୁ ବର୍ଗର ପିଲାମାନଙ୍କ ପାଇଁ ଉପଲବ୍ଧ କରାଯିବ ।
  • ସମସ୍ତଙ୍କୁ ଦେଖ ଓ ମାତୃଭୂମିର ସେବାପାଇଁ ପ୍ରୋତ୍ସାହିତ କରିବା ସହିତ ସମସ୍ତଙ୍କୁ ସମାନ ସୁଯୋଗ ଦିଆଯିବ ।
  • ଲୋକମାନଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତରଗୁଡ଼ିକ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ।

(iv) ସ୍ଵତନ୍ତ୍ର ବୈଶିଷ୍ଟ୍ୟ –

  • କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖୁ ଆଗକୁ ବଢ଼ିବାକୁ ହେବ ।
  • କଳା, ସ୍ଥାପତ୍ୟ ଓ ସଂସ୍କୃତିରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯିବ ।
  • ସର୍ବୋପରି ସମସ୍ତ ମଧ୍ଯରେ ସ୍ନେହ ଓ ସଦ୍‌ଭାବ ସୃଷ୍ଟି କରିବାର ବାତାବରଣ ସୃଷ୍ଟି କରିବା ଆବଶ୍ୟକ ।

Question 6.
ତୁମେ ପରବର୍ତୀ ମୌର୍ଯ୍ୟ ଯୁଗର ସ୍ଥାପତ୍ୟ କଳାର ବିକାଶ ସମ୍ପର୍କରେ ପଢ଼ିଛ । ଭାରତୀୟ ଉପମହାଦେଶର ଏକ ରୂପରେଖ ପ୍ରସ୍ତୁତ କର ଏବଂ ଏହି ପାଠରେ ପଢ଼ିଥିବା କିଛି ପ୍ରାଚୀନ ସଂରଚନାର ଆନୁମାନିକ ଅବସ୍ଥା ଚିହ୍ନାଅ ।
Answer:
(i) ଆମେ ଏହି ଅଧ୍ୟାୟରେ ପରବର୍ତ୍ତୀ ମୌର୍ଯ୍ୟ ଯୁଗର ସ୍ଥାପତ୍ୟ କଳାର ବିକାଶ ସମ୍ପର୍କ ଅଧ‌ିକ ଜ୍ଞାନ ଆହରଣ କରିଅଛୁ । ସେଥୁମଧ୍ୟରୁ କିଛି ନିମ୍ନରେ ବର୍ଣ୍ଣନା କରୁଛି ଯାହା ଭାରତୀୟ ଉପମହାଦେଶ ପାଇଁ ବେଶ୍ ଖୋରାକ ଯୋଗାଇବ ।

(ii) ମୌର୍ଯ୍ୟ ଯୁଗର ପତନ ପରେ ଶୁଙ୍ଗ ବଂଶର ଅଭ୍ୟୁଦୟ ହୋଇଥିଲା । ସେମାନେ କଳା ସ୍ଥାପତ୍ୟ କ୍ଷେତ୍ରରେ ବହୁତ ଆଗରେ ଥିଲେ । ସେମାନେ ତାଙ୍କର ଚିତ୍ରକଳାକୁ ନେଇ ଜାତୀୟ ସଂଗ୍ରାହଳୟ ସ୍ଥାପନ କରିଥିଲେ । ଯାହାକି ଭବିଷ୍ୟତ ପିଢ଼ିପାଇଁ ଉପାଦେୟ ହୋଇପାରିବ । ସେମାନଙ୍କ ଭାରଦୃତ ସ୍ତୂପର ରେଲିଂରେ ସୁନ୍ଦର ଚିତ୍ର ଧର୍ମଚକ୍ର ଓ ନୃତ୍ୟ ଶିଳ୍ପୀମାନଙ୍କର ଚିତ୍ର ରହିଛି ।

(iii) ତାଙ୍କ ପରେ ସାତବାହନ ବଂଶ ପୁନେ ନିକଟସ୍ଥ ନାନେଘାଟ ଗୁମ୍ଫା ନିର୍ମାଣ କରାଇ ସ୍ଥାପତ୍ୟ କଳାର ପରିଚୟ ପ୍ରଦାନ କରିଥିଲେ । ତାଙ୍କ ସମୟରେ ବ୍ରାହ୍ମୀଲିପିର ପ୍ରଚଳନ କରାଇ ସଂଖ୍ୟାମାନ ଲେଖୁବା ଆରମ୍ଭ କରିଥିଲେ ।

(iv) ଚେଦୀମାନଙ୍କ ଶାସନ କାଳରେ ଭୁବନେଶ୍ଵର ନିକଟସ୍ତ ଉଦୟଗିରି ଗୁମ୍ଫା ସହିତ ହାତୀଗୁମ୍ଫାର ଶିଳାଲେଖ ଆଜିପର୍ଯ୍ୟନ୍ତ ବଞ୍ଚିରହିଛି । ପ୍ରସିଦ୍ଧ ସମ୍ରାଟ ଖାରବେଳ ଜୈନ୍ୟ ସନ୍ନ୍ୟାସୀମାନଙ୍କ ପାଇଁ ଅନେକ ଆଶ୍ରୟସ୍ଥଳ ପାହାଡ଼ମାନଙ୍କରେ ନିର୍ମାଣ କରାଇ ତାଙ୍କ ସ୍ଥାପତ୍ୟକଳାର ପରିଚୟ ‘ଛାଡ଼ିଯାଇଛି ।

(v) ପରବର୍ତୀ ସମୟରେ ଦକ୍ଷିଣ ଭାରତରେ ତୋଳ, ଚେର ଓ ପାଜ୍ୟ ରାଜବଂଶ ଅନେକ କଳା ସ୍ଥାପତ୍ୟ କୀର୍ତ୍ତିମାନ ସ୍ଥାପନ କରିଯାଇଛନ୍ତି । ରାଜା କରିକାଳ ଗ୍ରାଣ୍ଡ ଆନିକଟ ନିର୍ମାଣ କରିଥିଲେ । ଚୋଳ ରାଜାମାନେ ଅନେକ ମୁଦ୍ରା ପ୍ରଚଳନ କରିଯାଇଥିଲେ ।

ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୧୧୭) :

Question 1.
ମୌର୍ଯ୍ୟ ସାମ୍ରାଜ୍ୟ ପରବର୍ତ୍ତୀ ସମୟକୁ କାହିଁକି ‘ପୁନର୍ଗଠନ ଯୁଗ’ କୁହାଯାଏ ?
Answer:

  1. ମୌର୍ଯ୍ୟ ସାମ୍ରାଜ୍ୟର ପତନ ପରେ ଭାରତୀୟ ଉପମହାଦେଶରେ ଅନେକ ଛୋଟ ବଡ଼ ନୂତନ ରାଜ୍ୟର ଅଭ୍ୟୁଦୟ ଘଟିଲା ।
  2. ପୂର୍ବରୁ ଥିବା ଅଞ୍ଚଳଗୁଡ଼ିକ ନୂଆ ରାଜ୍ୟରେ ରୂପାନ୍ତରିତ ହୋଇ ନିଜକୁ ଶକ୍ତିଶାଳୀ କରିବାକୁ ପରସ୍ପର ସହ ପ୍ରତିଯୋଗିତା କଲେ ।
  3. ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଅନେକ ନୂତନ ପରିବର୍ତ୍ତନ ଓ ପୁନଃ ସଂଗଠନ ହୋଇଥିବାରୁ ଏହି ସମୟକୁ ‘ପୁନର୍ଗଠନ ଯୁଗ’ କୁହାଯାଏ ।

Question 2.
ଉକ୍ତ ସମୟର ସମ୍ରାଟମାନଙ୍କୁ କେଉଁ ମୂଲ୍ୟବୋଧ ନୀତିଗୁଡ଼ିକ ମାର୍ଗଦର୍ଶନ କରିଥିଲେ ?
Answer:
ସେହି ସମୟରେ ସମ୍ରାଟମାନେ ପ୍ରଜାମଙ୍ଗଳ, ଧାର୍ମିକ ସହିଷ୍ଠତା (ସବୁ ଧର୍ମକୁ ସମ୍ମାନ ଦେବା), କଳା ଓ ସ୍ଥାପତ୍ୟର ବିକାଶ ଏବଂ ବାଣିଜ୍ୟର ପ୍ରସାର ଭଳି ମୂଲ୍ୟବୋଧଦ୍ଵାରା ପରିଚାଳିତ ହେଉଥିଲେ ।

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ

Question 3.
ବିଦେଶୀ ଆକ୍ରମଣକାରୀମାନେ କିପରି ଭାରତୀୟ ସମାଜରେ ମିଶିଯାଇ ସାମାଜିକ ଓ ସାଂସ୍କୃତିକ ମିଶ୍ରଣରେ ସହାୟକ ହୋଇଥିଲେ ?
Answer:

  1. ବିଦେଶୀ ଆକ୍ରମଣକାରୀମାନେ (ଯଥା- ଇଣ୍ଡୋ-ଗ୍ରୀକ୍, ଶକ, କୁଶାଣ) ଭାରତକୁ ଆସିବା ପରେ ଏଠାକାର ଧର୍ମ (ବୌଦ୍ଧ ଓ ହିନ୍ଦୁ) ଭାଷା ଓ ରୀତିନୀତିକୁ ଆପଣେଇ ନେଇଥିଲେ ।
  2. ସେମାନେ ଭାରତୀୟ ଦେବଦେବୀଙ୍କୁ ପୂଜା କଲେ ଏବଂ ନିଜର କଳା କୌଶଳ ସହ ଭାରତୀୟ କଳାକୁ ମିଶାଇ ଏକ ନୂତନ ସଂସ୍କୃତି ସୃଷ୍ଟି କଲେ ।

ଆସ ଅନୁସନ୍ଧାନ କରିବା :

Question 1.
ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀର ପ୍ରଥମ ବର୍ଷରୁ ଆରମ୍ଭ ହୋଇ ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀର ଶେଷ ବର୍ଷରେ ସମାପ୍ତ ହେବା ପର୍ଯ୍ୟନ୍ତ ସମୟକୁ ଚିହ୍ନିତ କରି କାଗଜର ଏକ ଫର୍ଦ୍ଦରେ ସମୟରେଖା ପ୍ରସ୍ତୁତ କର । ଏହି ସମୟରେଖା କେତେ ବର୍ଷ ଅତିକ୍ରମ କରିଥିବା ସୂଚାଏ ? ଯେହେତୁ ଆମେ ଅଧ୍ୟାୟ ମାଧ୍ୟମରେ ଅଗ୍ରଗତି କରୁଛେ ତେଣୁ ସମୟରେଖାରେ ମୁଖ୍ୟ ବ୍ୟକ୍ତି, ରାଜ୍ୟ ଏବଂ ଘଟଣାଗୁଡ଼ିକ ଚିହ୍ନିତ କର ।
Answer:
(i) ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀ = ୨୦୦ ବର୍ଷ (ଖ୍ରୀ.ପୂ.)
(ii) ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀ = ୩୦୦ ବର୍ଷ (ଖ୍ରୀଷ୍ଟାବ୍ଦ)
ମୋଟ ସମୟ = ୨୦୦ + ୩୦୦ = ୫୦୦ ବର୍ଷ

(ii) ୨୦୦ ଖ୍ରୀଷ୍ଟପୂର୍ବ (୨ୟ ଶତାବ୍ଦୀର ଆରମ୍ଭ)ରୁ ୩୦୦ ଖ୍ରୀଷ୍ଟାବ୍ଦ (୩ୟ ଶତାବ୍ଦୀର ଶେଷ) ପର୍ଯ୍ୟନ୍ତ ଇତିହାସ । ଏହି ସମୟ ୫୦୦ ବର୍ଷ ଧରି ବ୍ୟାପିଛି, କାରଣ ଏଥିରେ ମୌର୍ଯ୍ୟ ସାମ୍ରାଜ୍ୟର ପତନ, ଶୁଙ୍ଗ ଏବଂ ସାତବାହନ ରାଜବଂଶର ଉତ୍ଥାନ, ସମୃଦ୍ଧ ଇଣ୍ଡୋ-ଗ୍ରୀକ୍ ଏବଂ କୁଶାଣ ପ୍ରଭାବ ଏବଂ ଭାରତୀୟ କଳାବୈଶିଷ୍ଟ୍ୟର ପ୍ରାରମ୍ଭିକ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ।

(iii) ସମୟରେଖା :
Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-1

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-4

(vi)

ଖ୍ରୀ.ପୂ. ୧୮୫ ମୌର୍ଯ୍ୟ ସମ୍ରାଟଙ୍କୁ ତାଙ୍କ ସେନାଧ୍ୟକ୍ଷ ପୁଷ୍ୟାମିତ୍ର ଶୁଙ୍ଗ ହତ୍ୟା କରିଥିଲେ ।
ଖ୍ରୀ.ପୂ. ୨ୟ ଶତାବ୍ଦୀ ସାତବାହନମାନେ ଶୁଙ୍ଗ ସାମ୍ରାଜ୍ୟର ଦକ୍ଷିଣରେ ଶାସନ ଆରମ୍ଭ କଲେ ।
ଖ୍ରୀ.ପୂ. ୨ୟ କିମ୍ବା ୩ୟ ଶତାବ୍ଦୀ ଦାକ୍ଷିଣାତ୍ୟରେ ଚେର, ଚୋଳ ଏବଂ ପାଶ୍ଚା ରାଜ୍ୟର ଅଭ୍ୟୁଦୟ ଘଟିଥିଲା ।
ଖ୍ରୀ.ପୂ. ୨ୟ-୫ମ ଶତାବ୍ଦୀ ଇଣ୍ଡୋସିଥୁନ ବା ଶକମାନଙ୍କର ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳରେ ଶାସନ ଆରମ୍ଭ ହେଲା ।
ଖ୍ରୀଷ୍ଟୀୟ ୨ୟ ଶତାବ୍ଦୀ କୁଶାଣମାନେ ମୂଳତଃ ମଧ୍ଯ ଏସିଆରୁ ଆସି ଭାରତରେ ପ୍ରବେଶ କଲେ ।

Question 2.
ପୂର୍ବ ଅଧ୍ୟାୟରେ ତୁମେ ମୌର୍ଯ୍ୟ ସାମ୍ରାଜ୍ୟର ମାନଚିତ୍ର ଅଧ୍ୟୟନ କରିଛ । (ପୃ-୧୦୦ ଦେଖ) ପୂର୍ବପୃଷ୍ଠାରେ ମୌର୍ଯ୍ୟ ପରି ଭାରତର ଏକ ମାନଚିତ୍ର ଦିଆଯାଇଛି । କେତୋଟି ରାଜ୍ୟ ମୌର୍ଯ୍ୟ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥୁଲା, ତୁମେ ଗଣିକି କହିପାରିବ କି ?
Answer:
ମୌର୍ଯ୍ୟ ସାମ୍ରାଜ୍ୟର ମାନଚିତ୍ର ତୁଳନାରେ ଏହି ନୂତନ ମାନଚିତ୍ର ଦେଖୁଲେ ଜଣାପଡ଼େ ଯେ, ପୂର୍ବରୁ ମୌର୍ଯ୍ୟ ସାମ୍ରାଜ୍ୟ ଅଧୀନରେ ଥ‌ିବା ପ୍ରାୟ ସମସ୍ତ ଅଞ୍ଚଳ (ଯଥା- ମଗଧ, କଳିଙ୍ଗ, ଗାନ୍ଧାର, ଦାକ୍ଷିଣାତ୍ୟର କିଛି ଅଂଶ) ଏବେ ସ୍ଵାଧୀନ ହୋଇ ଶୁଙ୍ଗ, ସାତବାହନ, ଚେଦୀ, ଚୋଳ, ଚେର, ପାଣ୍ଡ୍ଯ, ଇଣ୍ଡୋ-ଗ୍ରୀକ୍, ଶକ ଓ କୁଶାଣ ଭଳି ଅଲଗା ଅଲଗା ରାଜ୍ୟରେ ପରିଣତ ହୋଇଯାଇଛି ।

Question 3.
ପାର୍ଶ୍ଵ ରେ ଭାର ହୃତ ସ୍ତୁପର ଏକ ପ୍ୟାନେଲ୍ ପ୍ରଦତ୍ତ କରାଯାଇଛି । ଏହାର ଦକ୍ଷିଣ ପାର୍ଶ୍ଵର ଦୁଇଟି ଚିତ୍ରକୁ ଦେଖ । ସେମାନେ କ’ଣ କରୁଛନ୍ତି ? ସେମାନଙ୍କ କାର୍ଯ୍ୟକୁ ନେଇ ତୁମେ କିଛି ଅନୁମାନ କରିପାରୁଛ କି ? ସେମାନଙ୍କ ପୋଷାକକୁ ଲକ୍ଷ୍ୟ କର । ଏହା ଭାରହୃତ ସ୍ତପର ଏକ ପ୍ୟାନେଲ୍ ସେମାନଙ୍କ ପୋଷାକ ସମ୍ପର୍କରେ ଆମକୁ କ’ଣ ସୂଚନା ଦେଉଛି ? ଏହି ପ୍ୟାନେଲରୁ ତୁମେ କ’ଣ ସବୁ ଶିଖୁଲ ତାହାର ଏକ ତାଲିକା ପ୍ରସ୍ତୁତ କର ଏବଂ ଶ୍ରେଣୀରେ ଆଲୋଚନା କର ।
Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-2
Answer:
Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-3

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-4
(i) ଭା ର ହୃ ତ ସ୍ତ ପ ର ଡାହାଣ ପାର୍ଶ୍ଵରେ ଥ‌ିବା ଦୁଇଟି ଚିତ୍ର ଦୁଇ ଜଣ ବ୍ୟକ୍ତି ଙ୍କ ର, ଯେଉଁମାନେ କାରିଗର କିମ୍ବା ମୂ ର୍ରି କାର ପରି ମନେ ହେଉଛନ୍ତି । ସେମାନେ ପଥର ଖୋଦ ନ କି ମ୍ବା ସଜାଇବା। କାର୍ଯ୍ୟରେ ସେମାନଙ୍କର ବଙ୍କା ସ୍ଥିତି ଏବଂ ହାତ ରେ ପୂ ବ ଉପକରଣଗୁଡ଼ିକ ହସ୍ତ ଶ୍ରମକୁ ସୂଚିତ କରେ ।

(ii) ସେ ମା ନ ଙ୍କ ର ସ ର ଳ ପୋଷାକରୁ ଜଣାପଡ଼େ ଯେ ସେମାନେ ଶ୍ରମିକ ଶ୍ରେଣୀର ବ୍ୟକ୍ତି । ଏହା ପ୍ରାଚୀନ ଭାରତରେ ବିଶେଷକରି ସ୍ତପ ପରି ଧାର୍ମିକ ସ୍କାର କୀ ନି ର୍ମାଣରେ କରି ଗ ର ମା ନ ଙ୍କ ର ଗୁ ରୁ ତ୍ଵ, ପୂ ଣ୍ଣ ଭୂମିକାକୁ ସୂଚିତ କରିଥାଏ ।

(iii) ଏକ ରେ ଲିଂ ର ଆବଦ୍ଧ କେନ୍ଦ୍ରୀୟ ପ୍ରତୀକ, ସମ୍ଭବତଃ ଏକ ପବିତ୍ର ବସ୍ତୁ ବହୁଳ ଭାବରେ ସଜାଯାଇଛି, ଯାହା ବୌଦ୍ଧ ସ୍ଥାପତ୍ୟରେ କଳା ଏବଂ ଭକ୍ତି ଉଭୟର ଗୁରୁତ୍ଵକୁ ଦର୍ଶାଉଛି । ଚାରିପାଖର ନମୁନା ଏବଂ କାରୁକାର୍ଯ୍ୟ ସେହି ସମୟର ଉନ୍ନତ ଦକ୍ଷତା ଏବଂ ସୌନ୍ଦର୍ଯ୍ୟବୋଧକୁ ପ୍ରତିଫଳିତ କରୁଅଛି ।

Question 4.
ଚିତ୍ରକୁ ଭଲ ଭାବରେ ଲକ୍ଷ୍ୟ କର । ଚିତ୍ରରେ ଦଶାଯାଇଥିବା ପୋଷାକ, ଆଭୂଷଣ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀର ଏକ ବିବରଣୀ ପ୍ରସ୍ତୁତ କର ।
Answer:
ଉପରିସ୍ଥ ଚିତ୍ରଗୁଡ଼ିକ ଶୁଙ୍ଗ ରାଜବଂଶ ସମୟର କଳାତ୍ମକ, ସାମାଜିକ ଏବଂ ସାଂସ୍କୃତିକ ସଫଳତାକୁ ପ୍ରତିଫଳିତ କରେ ଏବଂ ଆମକୁ ସେହି ସମୟର ଜୀବନଶୈଳୀର ଏକ ଝଲକ ଦେଖାଇଥାଏ ।

(i) ପୋଷାକ : ପୋଷାକ ମଧ୍ୟରେ ଶାଢ଼ି ଏବଂ ଧୋତି ପରି ପାରମ୍ପରିକ ଭାରତୀୟ ପୋଷାକ କିମ୍ବା ପାଶ୍ଚାତ୍ୟ ଶୈଳୀର ପୋଷାକ ରହିଛି । ମୁଣ୍ଡରେ ପଗଡ଼ି ଭିଡ଼ିଛନ୍ତି । କପଡ଼ାରେ ପ୍ଲେଟ୍‌ଗୁଡ଼ିକ ସମ୍ଭବତଃ ସଜାଯାଇଥିବା ବ୍ୟବହାରକୁ ସୂଚାଇଥାଏ, ଯାହା ପୋଷାକ ପ୍ରତି ଶୈଳୀ ଏବଂ ଧାନର ଭାବନାକୁ ସୂଚିତ କରିଥାଏ ।

(ii) ଅଳଙ୍କାର : ବିଭିନ୍ନ ପ୍ରକାର ଅଳଙ୍କାର ବୁଡ଼ି (ଚିତ୍ର ୮) ଏବଂ ହାର (ଚିତ୍ର ୧୦) ଧାତୁ ଏବଂ ମଣିର ବ୍ୟବହାର ସୂଚାଇ ଦିଏ ଯେ ସେ ସମୟରେ ବ୍ୟକ୍ତିଗତ ସାଜସଜ୍ଜା ଗୁରୁତ୍ଵପୂର୍ଣ୍ଣ ଥିଲା । ମହିଳା ପ୍ରତିମୂର୍ତ୍ତିଗୁଡ଼ିକ (ଚିତ୍ର ୩, ୪, ୬)ରେ ବ୍ୟବହୃତ ବିଭିନ୍ନ ଅଳଙ୍କାରରୁ ଜଣାଯାଏ ଯେ, ବିସ୍ତୃତ ମୁଣ୍ଡଗଛ ଏବଂ କାନଫୁଲ ପରିଧାନ କରାଯାଇଥିଲା ।

(iii) ଅନ୍ୟାନ୍ୟ ବସ୍ତ : ଫୁଲଦାନୀ (ଚିତ୍ର ୫) ପାଣି କିମ୍ବା ପୂଜାର୍ଚ୍ଚନା ପାଇଁ ସାଜସଜ୍ଜା ପାତ୍ରର ବ୍ୟବହାରକୁ ସୂଚିତ କରେ । ପାନିଆ (ଚିତ୍ର ୯) ହାତୀଦାନ୍ତରେ ତିଆରି, ଦୈନନ୍ଦିନ ବସ୍ତୁରେ ସାଜସଜ୍ଜା ଏବଂ କଳାକୃତିର ଗୁରୁତ୍ଵ ଦର୍ଶାଉଛି । (ଚିତ୍ର ୭) ଘରୋଇ ଜୀବନ ଏବଂ ରାଜକୀୟତା ଉପରେ ରଖାଯାଇଥିବା ମୂଲ୍ୟବୋଧକୁ ସୂଚିତ କରୁଛି ।

Question 5.
ତୁମେ କ’ଣ ଭାବୁଛ କେତେକ ଇଣ୍ଡୋ-ଗ୍ରୀକ୍ ମୁଦ୍ରାରେ ବାସୁଦେବ କୃଷ୍ଣ ଓ ଲକ୍ଷ୍ମୀଙ୍କ ଛବି ରହିବାର ଅର୍ଥ କ’ଣ ହୋଇପାରେ ?
Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-7
Answer:

  1. ଏହାର ଅର୍ଥ ହେଉଛି ଇଣ୍ଡୋ-ଗ୍ରୀକ୍ ଶାସକମାନେ ଭାରତୀୟ ଧର୍ମ ଓ ସଂସ୍କୃତିଦ୍ଵାରା ପ୍ରଭାବିତ ହୋଇଥିଲେ ।
  2. ସେମାନେ ଭାରତୀୟ ଦେବଦେବୀଙ୍କୁ ସମ୍ମାନ ଜଣାଉଥିଲେ ଏବଂ ଭାରତୀୟ ପ୍ରଜାମାନଙ୍କୁ ଖୁସି କରିବା ପାଇଁ ସେମାନଙ୍କ ବିଶ୍ୱାସକୁ ମୁଦ୍ରାରେ ସ୍ଥାନ ଦେଇଥିଲେ ।

Question 6.
ପୂର୍ବ ପୃଷ୍ଠାରେ ଥିବା ବିଶାଳ କନିଷ୍କଙ୍କ ପ୍ରତିମୂର୍ତ୍ତିକୁ (୧.୮୫ ମିଟର ଉଚ୍ଚ) ଭଲକରି ଲକ୍ଷ୍ଯକର ଏବଂ ସେ ପିନ୍ଧିଥ‌ିବା ବସ୍ତ୍ର, ଜୋତା ଓ ଧରିଥ‌ିବା ଅସ୍ତ୍ରକୁ ଦେଖ । ଏସବୁ ଏହି ମୂର୍ତ୍ତି ବିଷୟରେ ଆମକୁ କ’ଣ ସୂଚନା ଦେଉଛି ?
Answer:

  1. ରାଜା କନିଷ୍କଙ୍କର ମୁଣ୍ଡବିହୀନ ପ୍ରତିମୂର୍ତ୍ତି (୧.୮୫ ମିଟର) ଏହାର ପୋଷାକ, ଅସ୍ତ୍ରଶସ୍ତ୍ର ଏବଂ ପାଦୁକା ମାଧ୍ୟମରେ ତାଙ୍କର ପରିଚୟ ପ୍ରଦାନ କରିଥାଏ ।
  2. ସେ ପିନ୍ଧିଥିବା ଲମ୍ବା କୋଟ୍ ଏବଂ ଜୋତା ମଧ୍ୟ ଏସିଆର ପୋଷାକ ଶୈଳୀକୁ ଦର୍ଶାଉଛି ।
  3. ସେ ହାତରେ ଖଣ୍ଡା ଧରିଛନ୍ତି ଯାହା ତାଙ୍କର ଯୋଦ୍ଧା ରୂପକୁ ପ୍ରକାଶ କରୁଛି ।

Question 7.
ମୁଦ୍ରାଗୁଡ଼ିକୁ ଭଲକରି ଦେଖ । ସମ୍ରାଟଙ୍କ ପାର୍ଶ୍ଵରେ କାହାର ଚିତ୍ର ଖୋଦିତ ହୋଇଛି ?
Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-8
Answer:
ମୁଦ୍ରାର ଗୋଟିଏ ପାର୍ଶ୍ଵରେ ସମ୍ରାଟ କନିଷ୍ଠ ଏବଂ ଅନ୍ୟ ପାର୍ଶ୍ଵରେ ଭଗବାନ ବୁଦ୍ଧ ଏବଂ ଅନ୍ୟ ଏକ ମୁଦ୍ରାରେ ଶିବ (ନନ୍ଦୀଙ୍କ ସହ)ଙ୍କ ଚିତ୍ର ଖୋଦିତ ହୋଇଛି ।

Question 8.
ଜଣେ ଶକ୍ତିଶାଳୀ ଶାସକ ତାଙ୍କ ମୁଦ୍ରାରେ ବୁଦ୍ଧ ଓ ଶିବଙ୍କୁ କାହିଁକି ଖୋଦିତ କରିବେ ? ଏହା ତାଙ୍କର ମୂଲ୍ୟବୋଧ ଓ ପ୍ରାଥମିକତା ଉପରେ କ’ଣ କହୁଛି ?
Answer:

  1. ଏହା ଦର୍ଶାଏ ଯେ ରାଜା କନିଷ୍ଠ ସର୍ବଧର୍ମକୁ ସମଭାବରେ ବିଶ୍ଵାସ କରୁଥିଲେ ।
  2. ସେ ବୌଦ୍ଧ ଧର୍ମର ପୃଷ୍ଠପୋଷକ ଥିଲେ ମଧ୍ୟ ଶୈବ ଧର୍ମ (ଶିବ ଉପାସନା)କୁ ସମ୍ମାନ ଦେଉଥିଲେ ।

Question 9.
ଏହିପରି ସାଙ୍କେତିକ ମୁଦ୍ରାର ଆଧୁନିକତା ଉଦାହରଣ ତୁମେ ପାଇପାରିବ କି ?
Answer:
(i) ସମ୍ରାଟ କନିଷ୍କ ନିଜ ମୁଦ୍ରାରେ ବୁଦ୍ଧ ଓ ଶିବଙ୍କ ଚିତ୍ର ଖୋଦିତ କରି ନିଜର ଧାର୍ମିକ ସହିଷ୍ଠତା ଦର୍ଶାଉଥିଲେ ଏବଂ ସାତବାହନମାନେ ନୌବାଣିଜ୍ୟର ପ୍ରତୀକ ଭାବେ ଜାହାଜର ଚିତ୍ର ବ୍ୟବହାର କରୁଥିଲେ ।

(ii) ସେହିପରି ଇଣ୍ଡୋ-ଗ୍ରୀମାନଙ୍କ ମୁଦ୍ରାରେ ଥ‌ିବା ଭାରତୀୟ ଓ ଗ୍ରୀକ୍ ଦେବଦେବୀଙ୍କ ଚିତ୍ର ଏକ ସୁନ୍ଦର ସାଂସ୍କୃତିକ ମିଶ୍ରଣର ବାର୍ତ୍ତା ଦେଉଥିଲା ।

(iii) ଆଜିର ଆଧୁନିକ ଯୁଗରେ ମଧ୍ୟ ଆମେ ଏହିପରି ଅନେକ ସାଙ୍କେତିକ ମୁଦ୍ରାର ଉଦାହରଣ ଦେଖିବାକୁ ପାଉ, ଯେପରିକି ଭାରତୀୟ ଟଙ୍କାରେ ଥିବା ଜାତୀୟ ପ୍ରତୀକ ‘ଅଶୋକ ସ୍ତମ୍ଭ’ ଆମର ଅଖଣ୍ଡତା ଓ ଗଣତାନ୍ତ୍ରିକ ପରିଚୟକୁ ବୁଝାଏ ।

(iv) ସେହିପରି ଅନେକ ଭାରତୀୟ ମୁଦ୍ରାରେ ଥିବା ଗହମ ବା ଶସ୍ୟର ଚିତ୍ର ଆମ ଦେଶର କୃଷିଭିଭିକ ଅର୍ଥନୀତି ଏବଂ କୃଷକମାନଙ୍କର ଗୁରୁତ୍ଵକୁ ସୂଚାଉଛି ।

(v) ଏହାଛଡ଼ା ସ୍ଵାଧୀନତା ସଂଗ୍ରାମୀ ଏବଂ ମହାପୁରୁଷମାନଙ୍କ (ଯଥା— ମହାତ୍ମା ଗାନ୍ଧୀ) ଚିତ୍ର ମଧ୍ୟ ବିଭିନ୍ନ ମୁଦ୍ରାରେ ସ୍ଥାନ ପାଇଥାଏ, ଯାହାକି ଆମର ଐତିହାସିକ ବଳିଦାନକୁ ସମ୍ମାନ ଜଣାଇଥାଏ । ତେଣୁ ପ୍ରାଚୀନ କାଳର ରାଜାମାନଙ୍କପରି ଆଧୁନିକ ସରକାର ମଧ୍ୟ ମୁଦ୍ରା ମାଧ୍ୟମରେ ଦେଶର ସାମାଜିକ ମୂଲ୍ୟବୋଧ, ସମୃଦ୍ଧି ଏବଂ ପ୍ରାଥମିକତାକୁ ଅତି ସୁନ୍ଦର ଭାବରେ ପ୍ରତିଫଳିତ କରିଥା’ନ୍ତି ।

Question 10.
ତୁମେ ବର୍ତ୍ତମାନ ମଥୁର। ଓ ଗାନ୍ଧୀର ଚିତ୍ରକଳାର ମୌଳିକ ବୈଶିଷ୍ଟ୍ୟ ସହ ପରିଚିତ ହେଲା । (ଚିତ୍ରକୁ ଅନୁଧ୍ୟାନ କର ଓ ଏହା କେଉଁ ଶିଳ୍ପକଳ। ଶୈଳୀର ଅନ୍ତର୍ଭୁକ୍ତ ଦର୍ଶାଅ ।) ତୁମର ଦର୍ଶନୀୟ ଚିନ୍ତାଧାରାକୁ ଯଥାର୍ଥତା ସହ ପ୍ରତିପାଦନ କର ଏବଂ ସହପାଠୀମାନଙ୍କ ସହ ଆଲୋଚନା କର ।
Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-9

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-10
Answer:
ଚିତ୍ରଗୁଡ଼ିକ ମଥୁରା। ଶିଳ୍ପକଳ ଶୈଳୀର ଅନ୍ତର୍ଭୁକ୍ତ । କାରଣ ଏଥ‌ିରେ ନାଲି ରଙ୍ଗର ବାଲି ପଥର ବ୍ୟବହାର ହୋଇଛି ଏବଂ ମୂର୍ତ୍ତିଗୁଡ଼ିକର ଗଢ଼ଣ ସମ୍ପୂର୍ଣ୍ଣ ଭାରତୀୟ ଶୈଳୀର ଅଟେ ।

(i) ଚିତ୍ର ୧ : ବୁଦ୍ଧଙ୍କ ମୃତ୍ୟୁକାଳୀନ ଏକ ଦୃଶ୍ୟ । ଏହା ଗାନ୍ଧାର ବିଦ୍ୟାଳୟର ଅଟେ (ଧୂସର ଶିଷ୍ଟ ପଥର ଏବଂ ଗ୍ରୀକୋ—ରୋମାନ୍ ଶୈଳୀ ସହିତ ବାସ୍ତବବାଦୀ
ବୈଶିଷ୍ଟ୍ୟ ଦେଖାଯାଇପାରିବ) ।

(ii) ଚିତ୍ର ୨ : ବୋଧସତ୍ତ୍ଵ ମୈତ୍ରେୟ । ଏହା ଗାନ୍ଧାର ବିଦ୍ୟାଳୟର ଅଟେ । (ଗ୍ରୀକୋ-ରୋମାନ୍ ପ୍ରଭାବ, ବିସ୍ତୃତ ପୋଷାକ ଫୋଲ୍‌ଡ ଏବଂ ମୁଖମଣ୍ଡଳର ବର୍ଣ୍ଣ ଦେଖାଯାଇପାରିବ)

(iii) ଚିତ୍ର ୩ : କୁଶାଣ ଭକ୍ତମାନଙ୍କଦ୍ଵାରା ପୂଜା କରାଯାଉଥିବା ଶିବ ଲିଙ୍ଗ । ଏହା ମଥୁରା ବିଦ୍ୟାଳୟର ଆଟେ (ଲାଲ ପଥର ଏବଂ ଅଦ୍ଭୁତ ଭାରତୀୟ ଶୈଳୀ ଦେଖାଯାଇପାରିବ) ।

(iv) ଚିତ୍ର ୪ : ଦୁଇ ନାଗୁଣୀ ମଧ୍ୟରେ ନାଗ । ଏହା ମଥୁରା ବିଦ୍ୟାଳୟର ଅଟେ (ସାଧାରଣ ବିଷୟବସ୍ତୁ ଏବଂ ବ୍ୟବହୃତ ସାମଗ୍ରୀ ଦେଖାଯାଇପାରିବ) ।

(v) ଚିତ୍ର ୫ : ଯୁଦ୍ଧର ଦେବତା କାର୍ତ୍ତିକେୟ । ଏହା ମଥୁରା ବିଦ୍ୟାଳୟର ଅଟେ (ଏହାର ଏକ ପୂର୍ଣ୍ଣାଙ୍ଗ ଆକୃତି ଅଛି ଏବଂ ଏହା ଭାରତୀୟ ଶୈଳୀରେ ନିର୍ମିତ) ।

(vi) ଚିତ୍ର ୬ : ଦଣ୍ଡାୟମାନ ବୁଦ୍ଧ । ଏହା ଗାନ୍ଧାର ବିଦ୍ୟାଳୟର ଅଟେ (ଗ୍ରୀକୋ-ରୋମାନ୍ କଳାକୃତି ଦେଖାଯାଇପାରିବ ) ।

ଏହା ବିଷୟରେ ଚିନ୍ତା କର :

Question 1.
ରାଜାଙ୍କ ନାମ ଆରମ୍ଭରେ ମାତାଙ୍କ ନାମ ବ୍ୟବହାର କରିବା ପରମ୍ପରା ତୁମ ମତରେ କ’ଣ ଦର୍ଶାଉଛି ?
Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-5
Answer:
ଏହା ଦର୍ଶାଉଛି ଯେ ସାତବାହନ ସମାଜରେ ମାତୃଶକ୍ତି ବା ନାରୀମାନଙ୍କୁ ବହୁତ ସମ୍ମାନ ଦିଆଯାଉଥିଲା । ମା’ଙ୍କ ପରିଚୟ ସନ୍ତାନ ପାଇଁ ଗର୍ବର ବିଷୟ ଥିଲା

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ

Question 2.
ପୂର୍ବ ପୃଷ୍ଠାରେ ସଂଖ୍ୟାଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ଆଧୁନିକ ସଂଖ୍ୟାପରି ଦେଖାଯାଉଛି ? କେଉଁଗୁଡ଼ିକ ଦେଖାଯାଉନାହିଁ ?
Answer:

  1. ଚିତ୍ରରେ ଥ‌ିବା ସଂଖ୍ୟାଗୁଡ଼ିକ ମଧ୍ୟରୁ କିଛି ଆକାର ଆଜିର ୬ ଓ ୭ ଭଳି ସଂଖ୍ୟା ସହ ସାମାନ୍ୟ ମେଳ ଖାଉଛି, କିନ୍ତୁ ଅନେକ ସମ୍ପୂର୍ଣ୍ଣ ଭିନ୍ନ ।
  2. ବ୍ରାହ୍ମୀ ଲିପିରୁ ଆମର ଆଧୁନିକ ସଂଖ୍ୟାଗୁଡ଼ିକର ବିକାଶ ଘଟିଛି ବୋଲି ଏହା ପ୍ରମାଣ କରେ ।

Question 3.
ପିଟାଲଖୋରାରୁ ଆବିଷ୍କୃତ ଏହି ଯକ୍ଷମୂର୍ତ୍ତି ହାତରେ ଏକ ଅଭିଲେଖ ଧାରଣ କରିଛି, ଯେଉଁଥରେ ଲେଖାଯାଇଛି ‘‘କାହ୍ନା ଦାସେନ ହିରାମକରେଶ କାଟ” । ଏହାର ଅର୍ଥ ଏହା ସୁନା ଏହା କ’ଣ ମଜାଦାୟକ ନୁହେଁ ଯେ ଏକ ସ୍ଵର୍ଣ୍ଣକାର ମଧ୍ୟ ପଥରରେ ଦେଖ ଏହା ଆମକୁ ସେ ସମୟର ଜୀବିକା ସମ୍ପର୍କରେ କ’ଣ ସୂଚନା
କରିଗର କାହ୍ନା ଦାସଙ୍କଦ୍ଵାରା ନିର୍ମିତ । ଭାସ୍କର୍ଯ୍ୟ ସୃଷ୍ଟି କରିପାରିଛି ? ଭାବି ଦେଉଛି ?
Answer:

  1. ହଁ, ଏହା ସୂଚାଉଛି ଯେ ସେ ସମୟରେ କାରିଗରମାନେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ।
  2. ଜଣେ କାରିଗର କେବଳ ଗୋଟିଏ କାମରେ ସୀମିତ ନରହି ଅନ୍ୟ କଳାରେ ମଧ୍ୟ ଦକ୍ଷତା ହାସଲ କରୁଥିଲେ । ଏହା ସେ ସମୟର ଲୋକମାନଙ୍କର ଉନ୍ନତ କଳା କୌଶଳର ପରିଚୟ ଦିଏ ।

Question 4.
ଲକ୍ଷ୍ୟକର ଦୁଇହଜାର ବର୍ଷ ପୂର୍ବେ ଖୋଦିତ ହୋଇଥିବା ଏହି ପଥରକଟା ଗୁମ୍ଫାଘରଗୁଡ଼ିକୁ । କେବଳ ଗୋଟିଏ ନିହାଣ ଏବଂ ହାତୁଡ଼ି ସାହାଯ୍ୟରେ କାରିଗରମାନେ କେମିତି ଏତେ ସଠିକ୍ କାରିଗରୀ କାର୍ଯ୍ୟ ସମ୍ପାଦନ କରିଥିଲେ ? ନିଜକୁ ସେହି ଯୁଗର ମୂର୍ତ୍ତିକାର ଭାବେ କଳ୍ପନା କରି ନିଜ ହାତରେ ପଥରକୁ କଳାର ରୂପ ଦେଇଥୁବାର ପରିକଳ୍ପନା କର । ଏଥ‌ିପାଇଁ ତୁମେ କେଉଁ କେଉଁ ଉପକରଣ ବ୍ୟବହାର କରିଥା’ନ୍ତ ?
Answer:
(i) ଏହା ସେ ସମୟର କାରିଗରମାନଙ୍କର ଅକ୍ଳାନ୍ତ ପରିଶ୍ରମ, ଧୈର୍ଯ୍ୟ ଏବଂ ଉଚ୍ଚକୋଟୀର ଦକ୍ଷତା ଯୋଗୁଁ ସମ୍ଭବ ହୋଇପାରିଥିଲା ।

(ii) ସେମାନେ ପଥରର ପ୍ରକୃତିକୁ ବୁଝି ସେଥ‌ିରେ ନିଖୁଣ ଭାବରେ ଖୋଦେଇ କାର୍ଯ୍ୟ କରୁଥିଲେ ।

(iii) ମୁଁ ଲୁହା ନିହାଣ, ହାତୁଡ଼ି, ପଥର ଘଷିବା ପାଇଁ ଖଦଡ଼ା ପଥର ଏବଂ ମାପଚୁପ ପାଇଁ ସୂତା ବା କାଠି ବ୍ୟବହାର କରିଥା’ନ୍ତି ।

Question 5.
ପୂର୍ବ ପୃଷ୍ଠାର ମାନଚିତ୍ରରେ ନାମ ପାର୍ଶ୍ଵରେ ଥିବା କେତେକ ପ୍ରତୀକକୁ ଲକ୍ଷ୍ୟ କର । ଏହି ପ୍ରତୀକଗୁଡ଼ିକ କ’ଣ ପ୍ରତିନିଧୃତ୍ଵ କରନ୍ତି ? ଚିନ୍ତା କର ସେମାନେ କିପରି ନିଜ ରାଜ୍ୟର ପରିଚୟକୁ ଉଜ୍ଜିବୀତ କରୁଛନ୍ତି ?
Answer:

  1. ଚୋଳ ବାଘ (ଶୌର୍ଯ୍ୟ ଓ ଶକ୍ତିର ପ୍ରତୀକ)
  2. ଚେର – ଧନୁତୀର (ଯୁଦ୍ଧ କୌଶଳର ପ୍ରତୀକ)
  3. ପାଠ୍ୟ – ମାଛ (ସମୁଦ୍ର ଓ ନୌବାଣିଜ୍ୟର ପ୍ରତୀକ)

ଏହି ପ୍ରତୀକଗୁଡ଼ିକ ସେହି ରାଜ୍ୟର ପରିଚୟ ଏବଂ ଶକ୍ତିକୁ ଦର୍ଶାଉଥିଲା ।

Question 6.
ରାଜାଙ୍କ ପ୍ରତିକୃତିକୁ ଲକ୍ଷ୍ୟ କର । ତାଙ୍କୁ କେମିତି ପ୍ରଦର୍ଶିତ କରାଯାଇଛି ? ତାଙ୍କର ଭଙ୍ଗା, ପୋଷାକ ଏବଂ ଅଭିବ୍ୟକ୍ତି ତାଙ୍କ କ୍ଷମତା ଓ ସ୍ଥିତି ସମ୍ପର୍କରେ କ’ଣ ସୂଚାଏ ?
Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-6
Answer:
ରାଜା ହାତୀ ଉପରେ ବସିଛନ୍ତି, ଯାହା ରାଜକୀୟ ଠାଣି ଓ କ୍ଷମତାର ପ୍ରତୀକ । ତାଙ୍କ ହାତରେ ଭଙ୍ଗୀ ନିର୍ଦ୍ଦେଶ ଦେବାଭଳି ଅଛି, ଯାହା ସୂଚାଏ ସେ ଜଣେ ଶକ୍ତିଶାଳୀ ଶାସକ ଥିଲେ ।

Question 7.
ତୁମେ ଆଶ୍ଚର୍ଯ୍ୟ ଅନୁଭବ କରୁଥୁବ ନିଶ୍ଚୟ ଯେ ଐତିହାସିକମାନେ କେମିତି ବହୁ ଶତାବ୍ଦୀ ପୂର୍ବର ଦୁଇଟି ରାଜ୍ୟ ମଧ୍ୟରେ ଥ‌ିବା ବାଣିଜ୍ୟିକ ସମ୍ପର୍କକୁ ଉନ୍ମୋଚନ କଲେ ? ଆସ କିଛି ମୁହୂର୍ତ୍ତ ଚିନ୍ତା କରିବା ଏବଂ ଆଲୋଚନା କରିବା ଯେ ଏହି ସୂଚନା କେମିତି ଲୋକଲୋଚନକୁ ଆସିଲା ?
Answer:
ବହୁ ଶତାବ୍ଦୀ ପୂର୍ବର ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କ ବିଷୟରେ ଜାଣିବା ପାଇଁ ଐତିହାସିକମାନେ ବିଭିନ୍ନ ଉପାଦାନ ଉପରେ ନିର୍ଭର କରନ୍ତି ।
(i) ପ୍ରଥମତଃ, ଖନନରୁ ପ୍ରାପ୍ତ ପ୍ରାଚୀନ ମୁଦ୍ରାଗୁଡ଼ିକ ବାଣିଜ୍ୟର ଏକ ପ୍ରମୁଖ ପ୍ରମାଣ ଦେଇଥାଏ । ଉଦାହରଣ ସ୍ଵରୂପ, ସାତବାହନମାନଙ୍କ ମୁଦ୍ରାରେ ଖୋଦିତ ଜାହାଜ (ବୋଇତ)ର ଚିତ୍ର ସେମାନଙ୍କର ଉନ୍ନତ ନୌବାଣିଜ୍ୟ ଏବଂ ରୋମାନ୍ ସାମ୍ରାଜ୍ୟ ସହ ସମ୍ପର୍କକୁ ସୂଚାଇଥାଏ ।

(ii) ଦ୍ଵିତୀୟତଃ, ପ୍ରାଚୀନ ସାହିତ୍ୟ ଏହି ସମ୍ପର୍କର ଉନ୍ମୋଚନ କରିବାରେ ବହୁତ ସାହାଯ୍ୟ କରେ । ଦକ୍ଷିଣ ଭାରତର ସଙ୍ଗମ ସାହିତ୍ୟ, ବିଶେଷ କରି ‘ଶୀଳପଦୀକାରମ୍’ ମହାକାବ୍ୟରେ ତତ୍କାଳୀନ ବାଣିଜ୍ୟ ଏବଂ ପୁହାର ତଥା ମଦୁରାଇ ଭଳି ସମୃଦ୍ଧ ବାଣିଜ୍ୟିକ ସହରଗୁଡ଼ିକର ବିସ୍ତୃତ ବର୍ଣ୍ଣନା ରହିଛି ।

(iii) ତୃତୀୟତଃ, ପ୍ରାଚୀନ ଶିଳାଲେଖ ବା ଅଭିଲେଖଗୁଡ଼ିକ ଅନେକ ଐତିହାସିକ ତଥ୍ୟ ପ୍ରଦାନ କରିଥାଏ । ଯେପରିକି, ସମ୍ରାଟ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖରେ ଉଲ୍ଲେଖ ଅଛି ଯେ ସେ ପାଣ୍ଡ୍ ରାଜ୍ୟରୁ ଶହ ଶହ ମୋତି ଆଣିଥିଲେ, ଯାହା ଦୁଇ ରାଜ୍ୟ ମଧ୍ୟରେ ଆଦାନପ୍ରଦାନର ପ୍ରମାଣ ଦିଏ । ପୁନେ ନିକଟସ୍ଥ ନାନେଘାଟ ଗୁମ୍ଫା ଏକ ଗୁରୁତ୍ଵପୂର୍ଣ୍ଣ ବାଣିଜ୍ୟ ପଥରେ ଅବସ୍ଥିତ ଥିଲା ଏବଂ ସେଠାରେ ଟୋଲ ଓ ଟିକସ ସଂଗ୍ରହ କରାଯାଉଥିଲା ବୋଲି ଅଭିଲେଖରୁ ଜଣାପଡ଼େ ।

(iv) ଚତୁର୍ଥତଃ, ବିଦେଶୀ ପରିବ୍ରାଜକ ଏବଂ ରାଜଦୂତମାନଙ୍କର ବିବରଣୀରୁ ମଧ୍ୟ ବାଣିଜ୍ୟିକ ସୂଚନା ମିଳିଥାଏ । ଗ୍ରୀକ୍ ରାଜଦୂତ ମେଗ୍ରାସ୍ଥିନିସ୍ ତାଙ୍କ ପୁସ୍ତକ ‘ଇଣ୍ଡିକା’ରେ ପାଣ୍ଡ୍ ରାଜ୍ୟକୁ ଏକ ସମୃଦ୍ଧ ରାଜ୍ୟ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଗ୍ରୀକ୍ ଓ ରୋମ ସହ ସେମାନଙ୍କର ସକ୍ରିୟ ବାଣିଜ୍ୟିକ ସମ୍ପର୍କ ବିଷୟରେ ଉଲ୍ଲେଖ କରିଛନ୍ତି ।

(v) ଏହାବ୍ୟତୀତ ଚେରମାନେ ମସଲା, ହାତୀଦାନ୍ତ ଓ ମୁକ୍ତା ପଶ୍ଚିମ ଏସିଆ ଓ ରୋମକୁ ରପ୍ତାନୀ କରୁଥିଲେ ବୋଲି ଐତିହାସିକ ପ୍ରମାଣ ରହିଛି ।

(vi) ଶେଷରେ ବିଭିନ୍ନ ସ୍ଥାନରୁ ମିଳିଥିବା ଆମଦାନୀ ସାମଗ୍ରୀ, ଯେପରିକି ସାତବାହନ ରାଜ୍ୟକୁ ଆସୁଥ‌ିବା ବିଦେଶୀ କାଚ ଓ ସୁବାସିତ ମଲମ, ଏହି ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟିକ ସମ୍ପର୍କକୁ ଦୃଢ଼ ଭାବରେ ପ୍ରମାଣିତ କରେ ।

(vii) ଏହିସବୁ ପ୍ରମୁଖ ଉପାଦାନ – ମୁଦ୍ରା, ସାହିତ୍ୟ, ଶିଳାଲେଖ ଓ ବିଦେଶୀ ବିବରଣୀକୁ ଏକାଠି କରି ଐତିହାସିକମାନେ ପ୍ରାଚୀନ ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ବ୍ୟବସାୟିକ ସମ୍ପର୍କକୁ ଲୋକଲୋଚନକୁ ଆଣିପାରିଛନ୍ତି ।

Question 8.
ପାଣ୍ଡାମାନେ ସେମାନଙ୍କ ମୋତି ସମ୍ପଦ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ । ତୁମେ କାହିଁକି ଭାବୁଛ ଯେ ମୋତି ସେ ସମୟରେ ବାଣିଜ୍ୟ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ସାମଗ୍ରୀ ଥିଲା ?
Answer:

  1. ସେ ସମୟରେ ମଧ୍ୟ ମୋତି ଦୁର୍ଲଭ ବସ୍ତ୍ର ଥିଲା ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅଳଙ୍କାର ରୂପେ ବ୍ୟବହାର କରାଯାଉଥିଲା ।
  2. ବିଦେଶରେ, ବିଶେଷକରି ରୋମରେ ଭାରତୀୟ ମୋତିର ପ୍ରବଳ ଚାହିଦା ଥିଲା, ତେଣୁ ଏହା ବହୁ ମୂଲ୍ୟବାନ ବାଣିଜ୍ୟ ସାମଗ୍ରୀ ଥିଲା ।

Question 9.
ତୁମେ ଜାଣିଛ କି ଗାନ୍ଧାର କେଉଁଠି ଅଛି ? ଏହା ମହାଭାରତର ଏକ ଚରିତ୍ରକୁ ତୁମର ସ୍ମରଣ କରାଏ କି ?
Answer:

  1. ଗାନ୍ଧାର ବର୍ତ୍ତମାନ ପାକିସ୍ତାନ ଓ ଆଫଗାନିସ୍ତାନ ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ।
  2. ଏହା ମହାଭାରତର ଚରିତ୍ର ‘ଗାନ୍ଧାରୀ’ (ଧୃତରାଷ୍ଟ୍ରଙ୍କ ପତ୍ନୀ) ଏବଂ ‘ଶକୁନି’ଙ୍କ କଥା ମନେ ପକାଇଦିଏ ।

ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
ମୌର୍ଯ୍ୟ ସାମ୍ରାଜ୍ୟର ପରବର୍ତ୍ତୀ ସମୟକୁ କେଉଁ ଯୁଗ କୁହାଯାଇଥାଏ ?
Answer:
ପୁନର୍ଗଠନ ଯୁଗ

Question 2.
ପୁଷ୍ୟାମିତ୍ର ଶୁଙ୍ଗ କାହାର ସେନାଧ୍ୟକ୍ଷ ଥିଲେ ?
Answer:
ଶେଷ ମୌର୍ଯ୍ୟ ସମ୍ରାଟଙ୍କର

Question 3.
ମଧ୍ୟଭାରତରେ ଶୁଙ୍ଗବଂଶର ପ୍ରତିଷ୍ଠାତା କିଏ ଥିଲେ ?
Answer:
ପୁଷ୍ୟାମିତ୍ର ଶୁଙ୍ଗ

Question 4.
ପୂର୍ବକାଳରେ ଶାସକମାନେ କ’ଣ ପାଇଁ ‘ଅଶ୍ଵମେଧ ଯଜ୍ଞ’ କରୁଥିଲେ ?
Answer:
ନିଜକୁ ଶକ୍ତିଶାଳୀ ଶାସକରୂପେ ପ୍ରତିଷ୍ଠା କରିବାପାଇଁ

Question 5.
‘ଯୋଗସୂତ୍ର’ର ରଚୟିତା କିଏ ଥିଲେ ?
Answer:
ମହର୍ଷି ପତଞ୍ଜଳି

Question 6.
ବର୍ତ୍ତମାନ ଶୁଙ୍ଗକଳାର ନମୁନା କେଉଁ ରାଜ୍ୟରେ ଦେଖ‌ିବାକୁ ମିଳିଥାଏ ?
Answer:
ମଧ୍ୟପ୍ରଦେଶ

Question 7.
ନାନେଘାଟ ଗୁମ୍ଫା ବର୍ତ୍ତମାନର କେଉଁ ସହର ନିକଟରେ ଥିଲା ?
Answer:
ପୁନେ

Question 8.
ସାତବାହନ ବଂଶର ଶାସନ କାଳରେ କୃଷକମାନେ କେଉଁ ନଦୀ ଉପତ୍ୟକାରେ କୃଷି କାର୍ଯ୍ୟ କରୁଥିଲେ ?
Answer:
କ୍ରିଷ୍ଣା- ଗୋଦାବରୀ

Question 9.
ସାତବାହନମାନେ କେଉଁ ଦେବତାଙ୍କର ନିଷ୍ଠାପର ଅନୁଗାମୀ ଥିଲେ ?
Answer:
ବାସୁଦେବ (ଶ୍ରୀକୃଷ୍ଣ)

Question 10.
ଚେଦୀ ବଂଶର ପ୍ରମୁଖ ରାଜା କିଏ ଥିଲେ ?
Answer:
ଖାରବେଳ

Question 11.
ଖାରବେଳ କେଉଁ ଧର୍ମର ଜଣେ ନିଷ୍ଠାପର ଅନୁଗାମୀ ଥିଲେ ?
Answer:
ଜୈନ ଧର୍ମ

Question 12.
ଇତିହାସରେ ସନ୍ନ୍ୟାସୀରାଜା କାହାକୁ କୁହାଯାଉଥିଲା ?
Answer:
ଖାରବେଳ

Question 13.
ଭୁବନେଶ୍ଵର ନିକଟବର୍ତ୍ତୀ ଉଦୟଗିରି ଓ ଖଣ୍ଡିଗିରିରେ ଖୋଦିତ ଗୁମ୍ଫା କେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ?
Answer:
ଜୈନ ସନ୍ନ୍ୟାସୀ

Question 14.
ଦକ୍ଷିଣ ଭାରତର କବିମାନଙ୍କରର ସାମଗ୍ରିକ ସାହିତ୍ୟ କୃତିକୁ କ’ଣ କୁହାଯାଉଥିଲା ?
Answer:
ସଙ୍ଗମ ସାହିତ୍ୟ

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ

Question 15.
ତୃତୀୟ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ମଧ୍ଯରେ ଦକ୍ଷିଣ ଭାରତରେ ଶାସନ କରୁଥିବା ଶକ୍ତିଶାଳୀ ରାଜବଂଶର ନାମ କ’ଣ ଥିଲା ?
Answer:
ଚୋଳ ରାଜବଂଶ

Question 16.
ରାଜା କରିକାଳ ଲୋକମାନଙ୍କ ହିତପାଇଁ ନିର୍ମାଣ କରିଥିବା ଜଳ ବିଭାଜିକାର ନାମ କ’ଣ ଥିଲା ?
Answer:
କାଲାନାଇ ବା ଗ୍ରାଣ୍ଡ ଆନିକଟ

Question 17.
କେଉଁ ରାଜବଂଶ କେରଳପୁତ୍ର ନାମରେ ପ୍ରସିଦ୍ଧି ଲାଭ କରିଥିଲା ?
Answer:
ଚେର

Question 18.
ଚେରମାନେ ସେମାନଙ୍କର ବାଣିଜ୍ୟ କାରବାର ପାଇଁ କେଉଁ ଦୁଇଟି ସ୍ଥାନରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ?
Answer:
ରୋମ ଓ ପଶ୍ଚିମ ଏସିଆ

Question 19.
ପାଣ୍ଡ୍ ରାଜବଂଶର ରାଜଧାନୀ କେଉଁଠାରେ ଅବସ୍ଥିତ ଥିଲା ?
Answer:
ମଦୁରାଇ

Question 20.
‘ଇଣ୍ଡିକା’ ପୁସ୍ତକ କିଏ ରଚନା କରିଥିଲେ ?
Answer:
ମେଗାସ୍ଥିନିସ୍

ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
କେଉଁ ବଂଶର ଜଣେ ବିଧବା ନାରୀ ଅଶ୍ଵମେଧ ଯଜ୍ଞ କରାଇଥିଲେ ?
(କ) ଚୋଳ
(ଖ) ଚେର
(ଗ) ପାଣ୍ଡ୍
(ଘ) ସାତବାହନ
Answer:
(ଘ) ସାତବାହନ

Question 2.
ସାତବାହନମାନେ କେଉଁ ଦେବତାଙ୍କୁ ନିଷ୍ଠାପର ଭାବରେ ଭର୍ତ୍ତି କରୁଥିଲେ ?
(କ) କୈଳାସପତି
(ଖ) ସୂର୍ଯ୍ୟ
(ଗ) ବାସୁଦେବ
(ଘ) ଚନ୍ଦ୍ରଶେଖର
Answer:
(ଗ) ବାସୁଦେବ

Question 3.
କାର୍ଲାଗୁମ୍ଫା ମହାରାଷ୍ଟ୍ରର କେଉଁ ସ୍ଥାନ ନିକଟରେ ସନ୍ନ୍ୟାସୀମାନଙ୍କ ପାଇଁ ନିର୍ମାଣ କରାଯାଇଥିଲା ?
(କ) ଲୋନାଭାଲ
(ଖ) ସୋନାଭାଲ
(ଗ) କୋଟାଭାଲ
(ଘ) ଲାଲସୋନା
Answer:
(କ) ଲୋନାଭାଲ

Question 4.
ମୌର୍ଯ୍ୟ ସାମ୍ରାଜ୍ୟର ପତନ ପରେ କେଉଁ ରାଜବଂଶ ଅଧୀନରେ କଳିଙ୍ଗ ଏକ ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହୋଇଥିଲା ?
(କ) ଚୋଳ
(ଖ) ପାଣ୍ଡ୍
(ଗ) ସାତବାହନ
(ଘ) ଚେଦୀ
Answer:
(ଘ) ଚେଦୀ

Question 5.
ଚେଦୀ ବଂଶର ପ୍ରମୁଖ ରାଜା କିଏ ଥିଲେ ବୋଲି ତୁମେ ଇତିହାସରୁ ଜାଣିଛ ?
(କ) କରିକାଳ
(ଖ) କୃଷ୍ଣଦେବ ରାୟ
(ଗ) ଖାରବେଳ
(ଘ) ସାତକଣ୍ଠି
Answer:
(ଗ) ଖାରବେଳ

Question 6.
ଓଡ଼ିଶାର କେଉଁ ସ୍ଥାନରେ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଦେଖିବାକୁ ମିଳିଥାଏ ?
(କ) କଟକ
(ଖ) ଢେଙ୍କାନାଳ
(ଗ) ଭୁବନେଶ୍ୱର
(ଘ) ପୁରୀ
Answer:
(ଗ) ଭୁବନେଶ୍ୱର

Question 7.
ରାମାୟଣର କାହାଣୀ କେଉଁ ଗୁମ୍ଫାର କାନ୍ଥରେ ଖୋଦିତ, ହୋଇଥିଲା ?
(କ) ଯୋଗୀମଠ ଗୁମ୍ଫା
(ଖ) ଲଳିତଗିରି ଗୁମ୍ଫା
(ଗ) ହାତୀଗୁମ୍ଫା
(ଘ), ଚଣ୍ଡିଖୋଲ
Answer:
(ଗ) ହାତୀଗୁମ୍ଫା

Question 8.
ସମ୍ରାଟ ଖାରବେଳଙ୍କ ରାଜତ୍ଵକାଳରେ କେଉଁ ଲିପି ବ୍ୟବହୃତ ହେଉଥିଲା ?
(କ) ପାଲି
(ଖ) ପ୍ରାକୃତ
(ଗ) ସଂସ୍କୃତ
(ଘ) ବ୍ରାହ୍ମୀ
Answer:
(ଘ) ବ୍ରାହ୍ମୀ

Question 9.
ସନ୍ନ୍ୟାସୀ ଏବଂ ଜ୍ଞାନୀମାନଙ୍କୁ ନେଇ କେଉଁ ସମ୍ରାଟ ‘ସାଧୁ-ସନ୍ଥ ପରିଷଦ’ ଗଠନ କରିଥିଲେ ?
(କ) ସାତକଣ୍ଠି
(ଖ) ଅଶୋକ
(ଗ) ଖାରବେଳ
(ଘ) ପୁଷ୍ୟାମିତ୍ର ଶୁଙ୍ଗ
Answer:
(ଗ) ଖାରବେଳ

Question 10.
ଦକ୍ଷିଣଭାରତରେ ସଙ୍ଗମ କବିତାଗୁଡ଼ିକ କେଉଁ ବ୍ୟକ୍ତିଗତ ଭାବନାକୁ ନେଇ ରଚନା କରାଯାଉଥିଲା ?
(କ) ବୀରତ୍ଵ ଓ ଉଦାରତା
(ଗ) ସାହସିକତା ଓ ଧୈର୍ଯ୍ୟ
(ଖ) କାରୁଣ୍ୟ ଓ ଉଦାରତା
(ଘ) କଳ୍ପନିକ ଓ ପାରମ୍ପରିକ
Answer:
(କ) ବୀରତ୍ଵ ଓ ଉଦାରତା

Question 11.
ଚୋଳବଂଶର କେଉଁ ରାଜା ଚେର ଓ ପାଣ୍ଡର ମିଳିତ ଶକ୍ତିକୁ ପରାସ୍ତ କରି ନିଜର ଆଧୂପତ୍ୟ ବିସ୍ତାର କରିଥିଲେ ?
(କ) ହରିତାଳ
(ଖ) କରିକାଳ
(ଗ) କରତାଳ
(ଘ) କଳିକାଳ
Answer:
(ଖ) କରିକାଳ

Question 12.
କାବେରୀ ନଦୀର ତ୍ରିକୋଣଭୂମିକୁ କ’ଣ କୁହାଯାଉଥିଲା ?
(କ) ଦକ୍ଷିଣର ଭାତହାଣ୍ଡି
(ଖ) ଦକ୍ଷିଣର ଧାନମଣ୍ଡି
(ଗ)ଽଦକ୍ଷିଣର ଧାନହାଣ୍ଡି
(ଘ) ଦକ୍ଷିଣର ସୁନାହୁଣ୍ଡି
Answer:
(ଗ)ଽଦକ୍ଷିଣର ଧାନହାଣ୍ଡି

Question 13.
ଭଞ୍ଜି କେଉଁ ରାଜବଂଶର ରାଜଧାନୀ ଥିଲା ?
(କ) ଚୋଳ ରାଜବଂଶ
(ଖ) ପାଠ୍ୟ ରାଜବଂଶ
(ଗ) ସାତବାହନ ରାଜବଂଶ
(ଘ) ଚେର ରାଜବଂଶ
Answer:
(ଘ) ଚେର ରାଜବଂଶ

ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।

Question 1.
ମଧ୍ୟପ୍ରଦେଶର ______________ ନିକଟରେ ହେଲିଓଡ଼ୋରସ୍ ସ୍ତମ୍ଭ ଅବସ୍ଥିତ । (ବିଦିଶା, ଭେଲୁର, ୱାର୍ଦ୍ଧା, ମଦୁରାଇ)
Answer:
ବିଦିଶା

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ

Question 2.
_________ ଙ୍କୁ ଦେବତାମାନଙ୍କ ଦେବତା କୁହାଯାଇଥାଏ । (ମହାଦେବ, ବ୍ରହ୍ମା, ଈଶ୍ଵର, ବାସୁଦେବ)
Answer:
ବାସୁଦେବ

Question 3.
କୁଶାଣମାନେ ମଧ୍ୟ ଏସିଆରୁ ଆସି ସମ୍ଭବତଃ _________ ଶତାବ୍ଦୀ ବେଳକୁ ଭାରତରେ ପ୍ରବେଶ କରିଥିଲେ । (ତୃତୀୟ, ପ୍ରଥମ, ଦ୍ଵିତୀୟ, ଚତୁର୍ଥ)
Answer:
ଦ୍ଵିତୀୟ

Question 4.
__________ ଙ୍କୁ ମହାରାଜା ରାଜାଧ୍ଵରାଜ ଦେବପୁତ୍ର କୁହାଯାଉଥିଲା । (ଖାରବେଳ, କନିଷ୍ଠ, ଆଲେକଜାଣ୍ଡାର, ଅଶୋକ)
Answer:
କନିଷ୍କ

Question 5.
ସିଲ୍କ ପଥର (Silk Rout) ଏକ ଗୁରୁତ୍ଵପୂର୍ଣ୍ଣ ଅଂଶକୁ _________ ମାନେ ନିଜ ଅଧୀନରେ ରଖୁଥିଲେ ।
(ଚୋଳ, ଚେର, କୁଶାଣ, ଇଣ୍ଡୋଆରିଆନ)
Answer:
କୁଶାଣ

Question 6.
ଭାରତୀୟ ଓ ଗ୍ରୀକ୍ କଳାର ମିଶ୍ରଣରେ __________ ଶିଳ୍ପକଳା ସୃଷ୍ଟି ହୋଇଥିଲା ।
(ରୋମାନ, ଗାନ୍ଧାର, କଳିଙ୍ଗ, କୁଶାଣ)
Answer:
ଗାନ୍ଧାର

Question 7.
‘ବିଭିନ୍ନତା ମଧ୍ଯରେ ଏକତା’ ___________ ଦେଶର ସଂସ୍କୃତିର ଏକ ବୈଶିଷ୍ଟ୍ୟ ଅଟେ ।
(ରୋମ, ଇଟାଲୀ, ଭାରତ, ଇଂଲଣ୍ଡ)
Answer:
ଭାରତ

Question 8.
_________ ଙ୍କୁ ଧନର ଦେବତା କୁହାଯାଇଥାଏ। (ବିଷ୍ଣୁ, ଶିବ, ବ୍ରହ୍ମା, କୁବେର)
Answer:
କୁବେର

Question 9.
‘ସଙ୍ଗମ’ଶବ୍ଦଟି _________ ଭାଷା‘‘ସଂଘ’ ଶବ୍ଦରୁ ଆନୀତ । (ସଂସ୍କୃତ, ପ୍ରାକୃତ, ଆରବୀ, ହିନ୍ଦୀ)
Answer:
ସଂସ୍କୃତ

Question 10.
ନିଜକୁ ଶକ୍ତିଶାଳୀ ଶାସକରୂପେ ପ୍ରତିଷ୍ଠା କରିବାପାଇଁ ________ ‘‘ଅଶ୍ଵମେଧ ଯଜ୍ଞ’ କରାଇଥିଲେ । (ଅଶୋକ, ଖାରବେଳ, ପୁଷ୍ୟାମିତ୍ର ଶୁଙ୍ଗ, ଆଲେକ୍‌ଜାଣ୍ଡାର)
Answer:
ପୁଷ୍ୟାମିତ୍ର ଶୁଙ୍ଗ

Question 11.
ମହିର୍ଷି ପତଞ୍ଜଳି ______________ ଶାସ୍ତ୍ର ରଚନା କରିଥିଲେ । (ଅଷ୍ଟାଙ୍ଗ ଶାସ୍ତ୍ର, ପଞ୍ଚତନ୍ତ୍ର, ଯୋଗବିଜ୍ଞାନ, ଯୋଗସୂତ୍ର)
Answer:
ଯୋଗସୂତ୍ର

Question 12.
ଗ୍ରୀକ୍ ରାଜତ୍ଵକାଳରେ ପାନିଆଗୁଡ଼ିକ _____________ ରେ ତିଆରି ହୋଇଥିଲା । (ହରିଣ ଶିଙ୍ଘ, ହାତୀଦାନ୍ତ, କାଠ, ରୂପା)
Answer:
ହାତୀଦାନ୍ତ

Question 13.
ବର୍ତ୍ତମାନର ଆନ୍ଧ୍ରପ୍ରଦେଶରେ ___________ ମାନେ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ।
(ସାତବାହନ, ଚୋଳ, ଚେର, ପାଣ୍ଡ୍)
Answer:
ସାତବାହନ

Question 14.
ସାତବାହନମାନଙ୍କ ଶାସନକାଳରେ ପ୍ରଚଳିତ ମୁଦ୍ରାରେ _____________ ଚିତ୍ର ଖୋଦିତ ହୋଇଥିଲା । (ବିଷ୍ଣୁଙ୍କର, ଲକ୍ଷ୍ମୀଙ୍କର, ଜାହାଜର, ବାଘର)
Answer:
ଜାହାଜର ଚିତ୍ର

Question 15.
ସାତବାହନ ପରମ୍ପରାରେ ରାଜକୁମାରମାନଙ୍କୁ _____________ ନାମ ସୂକ୍ତକରି ନାମିତ କରାଯାଉଥିଲା ।
(ପିତା, ମାତା, କନ୍ୟା, ପୂତ୍ର)
Answer:
ମାତା

ସ୍ତମ୍ଭ ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଚେଦୀ ମାଛ ଚିତ୍ର
ଚେର ବ୍ରାହ୍ମୀଲିପି
ପାଣ୍ଡ୍ଯ ତାମିଲ
ଚୋଳ ଧନୁ ଓ ତୀର

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଚେଦୀ ବ୍ରାହ୍ମୀ ଲିପି
ଚେର ଧନୁ ଓ ତୀର
ପାଣ୍ଡ୍ଯ ମାଛ ଚିତ୍ର
ଚୋଳ ବାଘର ଚିତ୍ର
ସଙ୍ଗମ ସାହିତ୍ୟ ତାମିଲ

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଅଶ୍ଵମେଧ ଯଜ୍ଞ ଯୋଗସୂତ୍ର
ମେଗାସ୍ଥିନିସ୍ କରିକାଳ
ସନ୍ନ୍ୟାସୀ ରାଜା ମହର୍ଷି ପତଞ୍ଜଳି
ଚୋଳ ରାଜା ଖାରବେଳ
ଇଣ୍ଡିକା ପୁସ୍ତକ ପୁଷ୍ୟାମିତ୍ର ଶୃଙ୍ଗ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଅଶ୍ଵମେଧ ଯଜ୍ଞ ପୁଷ୍ୟାମିତ୍ର ଶୁଙ୍ଗ
ଯୋଗସୂତ୍ର ମହର୍ଷି ପତଞ୍ଜଳି
ସନ୍ନ୍ୟାସୀ ରାଜା ଖାରବେଳ
ଚୋଳ ରାଜା କରିକାଳ
ଇଣ୍ଡିକା ପୁସ୍ତକ ମେଗାସ୍ଥିନିସ୍

Question 3.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
କାର୍ଲାଗୁମ୍ଫା ପୁନେ
ହାତୀଗୁମ୍ଫା ମଧ୍ୟପ୍ରଦେଶ
କାଲାନାଇ ମହାରାଷ୍ଟ୍ର
ହେଲି ଓଡୋରସ୍ ଓଡ଼ିଶା
ନାନେ ଘାଟ ଗୁମ୍ଫା ତାମିଲନାଡୁ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
କାର୍ଲା ଗୁମ୍ଫା ମହାରାଷ୍ଟ୍ର
ହାତୀ ଗୁମ୍ଫା ଓଡ଼ିଶା
କାଲାନାଇ ତାମିଲନାଡୁ
ହେଲି ଓଡୋରସ୍ ମଧ୍ୟପ୍ରଦେଶ
ନାନେଘାଟ ଗୁମ୍ଫା ପୁନେ

Question 4.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଶୁଙ୍ଗ ରାଜବଂଶ ଖାରବେଳ
ସାତବାହନ ରାଜବଂଶ କନିଷ୍ଠ
ଚେଦୀ ରାଜବଂଶ କରିକାଳ
ଚୋଳ ରାଜବଂଶ ଗୌତମୀ ପୁତ୍ର ସାତକଣ୍ଠି
କୁଶାଣ ରାଜବଂଶ ପୁଷ୍ଯମିତ୍ର ଶୁଙ୍ଗ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଶୁଙ୍ଗ ରାଜବଂଶ ‘ପୁଷ୍ୟାମିତ୍ର ଶୁଙ୍ଗ
ସାତବାହନ ରାଜବଂଶ ଗୌଡମୀପୁତ୍ର ସାତକଣ୍ଠି
ଚେଦୀ ରାଜବଂଶ ଖାରବେଳ
ଚୋଳ ରାଜବଂଶ କରିକାଳ
କୁଶୀଣ ରାଜବଂଶ କନିଷ୍କ

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
‘‘ନିରନ୍ତର ଜୀବନଧାରା ଏବଂ ପୁନର୍ଜୀବନର ଏକ ଗୁରୁତ୍ଵପୂର୍ଣ ଶକ୍ତିଦ୍ଵାରା ଏହି ଭୂମି ଅସଂଖ୍ୟ ରୂପାନ୍ତର ମଧ୍ୟରେ ନିଜକୁ ପୁନଃ ସଙ୍ଗଠିତ କରିଛି ।’’ ଏକଥା କିଏ କେବେ କହିଥିଲେ ?
Answer:

  1. “ ‘ନିରନ୍ତର ଜୀବନଧାରା ଏବଂ ପୁନର୍ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ଶକ୍ତିଦ୍ଵାରା ଏହି ଭୂମି ଅସଂଖ୍ୟ ରୂପାନ୍ତର ମଧ୍ୟରେ ନିଜକୁ ପୁନଃସଙ୍ଗଠିତ କରିଛି ।’’ ଏକଥା ଜଗଦୀଶ ଚନ୍ଦ୍ର ବୋଷ କହିଥିଲେ ।
  2. ସେ ୧୯୧୭ ମସିହାରେ ପ୍ରକାଶ ପାଇଥିବା ଏକ ପୁସ୍ତକରେ ଏହା ପ୍ରକାଶ କରିଥିଲେ ।

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ

Question 2.
କେବେ ଓ କେଉଁ ଘଟଣାଟି ମୌର୍ଯ୍ୟ ଶାସନରେ ଏକ ପୂର୍ଣ୍ଣଚ୍ଛେଦ ପକାଇଥୁଲା ?
Answer:

  1. ମୌର୍ଯ୍ୟ ସାମ୍ରାଜ୍ୟର ଶେଷ ଶାସକଙ୍କୁ ସମ୍ଭବତଃ ଖ୍ରୀ.ପୂ. ୧୮୫ରେ ତାଙ୍କ ସେନାଧ୍ୟକ୍ଷ ପୁଷ୍ୟାମିତ୍ର ଶୁଙ୍ଗ ହତ୍ୟା କରିଥିଲେ ।
  2. ଏହି ଘଟଣାଟି ମୌର୍ଯ୍ୟ ଶାସନରେ ଏକ ପୂର୍ଣ୍ଣଚ୍ଛେଦ ପକାଇଥିଲେ ।

Question 3.
ଭାରତୀୟ ଉପମହାଦେଶ ମଧ୍ୟରେ ଥ‌ିବା ଓ ବାହାରୁ ଆସିଥିବା ରାଜବଂଶଗୁଡ଼ିକର ନାମ ଲେଖ ।
Answer:

  1. ଭାରତୀୟ ଉପମହାଦେଶ ମଧ୍ୟରେ ଥ‌ିବା ରାଜବଂଶଗୁଡ଼ିକ ହେଲା- ଶୁଙ୍ଗ, ଚେଦୀ, ସାତବାହନ, ଚୋଳ, ଚେର ଓ ପାଶ୍ୟ ।
  2. ବାହାରୁ ଆସିଥିବା ରାଜବଂଶଗୁଡ଼ିକ ହେଲା- ଇଣ୍ଡୋ-ଗ୍ରୀକ୍‌, ଶକ ଓ କୁଶାଣ ।

Question 4.
ଶୁଙ୍ଗବଂଶର ଉତ୍ଥାନ କିଏ ଓ କିପରି କରାଇଥିଲେ ?
Answer:

  1. ଶୁଙ୍ଗବଂଶର ପ୍ରତିଷ୍ଠାତା ଥିଲେ ପୁଷ୍ୟାମିତ୍ର ଶୁଙ୍ଗ । ସେ ଉତ୍ତର ଓ ମଧ୍ୟ ଭାରତର କିଛି ଅଂଶରେ ଶାସନ କରିଥିଲେ ।
  2. ସେ ନିଜକୁ ସବୁଠାରୁ ଶକ୍ତିଶାଳୀ ଶାସକରୂପେ ପ୍ରତିଷ୍ଠା କରିବାପାଇଁ ‘ଅଶ୍ୱମେଧ ଯଜ୍ଞ’’ର ଆୟୋଜନ କରିଥିଲେ ।

Question 5.
ବର୍ତ୍ତମାନର କେଉଁସବୁ ରାଜ୍ୟମାନଙ୍କରେ ସାତବାହନ ବଂଶ ଶାସନ କରୁଥିଲେ ? ସେମାନଙ୍କର ରାଜଧାନୀ ଭାବେ କେଉଁ ସ୍ଥାନକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା ?
Answer:

  1. ବର୍ତ୍ତମାନର ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ର ରାଜ୍ୟମାନଙ୍କରେ ସାତବାହନ ବଂଶର ରାଜାମାନେ ଶାସନ କରିଥିଲେ ।
  2. ସେମାନେ ସେତେବେଳେ ଅମରାବତୀ ଓ ପ୍ରତିଷ୍ଠାନକୁ ନିଜର ରାଜଧାନୀ ଭାବରେ ଅଧ୍ଵ ଗୁରୁତ୍ଵ ପ୍ରଦାନ କରୁଥିଲେ ।

Question 6.
ଚେଦୀ ବଂଶର ପ୍ରମୁଖ ରାଜା କିଏ ଥିଲେ ? ସେହି ସମୟରେ ତାଙ୍କୁ କ’ଣ ବୋଲି ସମ୍ବୋଧନ କରାଯାଉଥିଲା ?
Answer:

  1. ଚେଦୀ ବଂଶର ପ୍ରମୁଖ ରାଜା ଥିଲେ ଖାରବେଳ । ସେ ଜୈନ ଧର୍ମର ଏକ ନିଷ୍ଠାପର ଅନୁଗାମୀ ଥିଲେ ।
  2. ସେହି ସମୟରେ ତାଙ୍କୁ ‘ଭିକ୍ଷୁରାଜା’ ବା ‘ସନ୍ନ୍ୟାସୀରାଜା’ ବୋଲି ସମ୍ବୋଧନ କରାଯାଇଥିଲା ।

Question 7.
କେଉଁ ତିନିଗୋଟି ରାଜବଂଶର ସମଷ୍ଟିକୁ ସଙ୍ଗମ କୁହାଯାଉଥିଲା ? ସେମାନଙ୍କର ଅଭ୍ୟୁଦୟ କେଁବେ ହୋଇଥିଲା ?
Answer:

  1. ସଙ୍ଗମ ତିନିଗୋଟି ରାଜବଂଶର ସମଷ୍ଟିକୁ ବୁଝାଇଥାଏ, ଯଥା- ଚୋଳ, ଚେର ସ ପାର୍ଶ୍ଵ ।
  2. ଖ୍ରୀ.ପୂ. ଦ୍ଵିତୀୟ କିମ୍ବା ତୃତୀୟ ଶତାବ୍ଦୀ ଓ ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀ ମଧ୍ଯରେ ସେମାନଙ୍କର ଅଭ୍ୟୁଦୟ ହୋଇଥିଲା ।

Question 8.
ପାଣ୍ଡୀ ରାଜବଂଶ କେବେ କେଉଁଠାରେ ଶାସନ କରୁଥିଲେ ?
Answer:

  1. ଅନେକ ଶତାବ୍ଦୀ ପୂର୍ବରୁ ପାଶ୍ୟମାନେ ତାମିଲନାଡୁର କିଛି ଅଂଶ ଏବଂ ଏହାର ଆଖପାଖ ଅଞ୍ଚଳ ଉପରେ ସେମାନଙ୍କ ରାଜଧାନୀ ମଦୁରାଇରୁ ଶାସନ କରୁଥିଲେ ।
  2. ମେଗାସ୍ଥିନିସ୍ ତାଙ୍କ ପୁସ୍ତକ ଇଣ୍ଡିକାରେ ଏହି ରାଜ୍ୟକୁ ଏକ ସମୃଦ୍ଧ ରାଜ୍ୟ ବୋଲି ଉଲ୍ଲେଖ କରିଥିଲେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଚେର ରାଜବଂଶର ତିନିଗୋଟି ମୁଖ୍ୟ କାର୍ଯ୍ୟ ଉଲ୍ଲେଖ କର ଯାହାକି ତାଙ୍କୁ ଇତିହାସରେ ସ୍ଥାନ ଦେଇଥୁଲା ?
Answer:
(i) ଚେର ରାଜବଂଶ ତାମିଲନାଡୁର ପଶ୍ଚିମାଞ୍ଚଳରେ କେରଳପୁତ୍ର ନାମରେ ପ୍ରସିଦ୍ଧି ଲାଭ କରିଥିଲା । ଭଞ୍ଜି ସେମାନଙ୍କର ରାଜଧାନୀ ଥିଲା ବର୍ତ୍ତମାନ ଯାହା କରୁର୍ ନାମରେ ପରିଚିତ ।

(ii) ସେମାନେ ସେହି ଅଞ୍ଚଳର ସାଂସ୍କୃତିକ ଓ ଅର୍ଥନୈତିକ ଉନ୍ନତ ଆଣିବାରେ ବିଶେଷ ସହାୟକ ହୋଇଥିଲେ ।

(iii) ସଙ୍ଗମ କବିମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ

Question 2.
ପାଠ୍ୟ ରାଜବଂଶ କେବେ, କେଉଁଠାରେ ଶାସନ କରୁଥିଲେ, ସେମାନଙ୍କର ଶାସନ ଓ ବାଣିଜ୍ୟ ବ୍ୟବସ୍ଥା କିପରି ଥୁଲା ?
Answer:
(i) ଅନେକ ଶତାବ୍ଦୀ ପୂର୍ବରୁ ପାଶ୍ୟମାନେ ତାମିଲନାଡୁର କିଛି ଅଂଶ ଏବଂ ଏହାର ଆଖପାଖ ଅଞ୍ଚଳରେ ଶାସନ କରୁଥିଲେ ଓ ମଦୁରାଇ ସେମାନଙ୍କର ରାଜଧାନୀ ଥିଲା ।

(ii) ମେଗାସ୍ଥିନିସ୍ ତାଙ୍କ ଇଣ୍ଡିକା ପୁସ୍ତକରେ ପାଣ୍ଡ ସାମ୍ରାଜ୍ୟକୁ ଏକ ସମୃଦ୍ଧ ରାଜ୍ୟ ଭାବରେ ବର୍ଣ୍ଣନା କରିଥିଲେ । ପାଶ୍ୟମାନେ ଏକ ଦୃଢ଼ ଶାସନ ବ୍ୟବସ୍ଥା ଲୋକମାନଙ୍କୁ ପ୍ରଦାନ କରିଥିଲେ ।

(iii) ସେମାନେ ସୁଦୂର ଗ୍ରୀକ୍ ଓ ରୋମ ସାମ୍ରାଜ୍ୟ ସହ ଏକ ସକ୍ରିୟ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ । ଖାରବେଳ ତାଙ୍କ ଶାସନ ସମୟରେ ପାଣ୍ଡରାଜ୍ୟରୁ ଶହ ଶହ ମୋତି ଆଣିଥିଲେ ବୋଲି ସୂଚନା ମିଳିଥାଏ ।

Question 3.
ମଧ୍ୟପ୍ରଦେଶର ହେଲିଓଡୋରସ ସ୍ତମ୍ଭ ଇଣ୍ଡୋ-ଗ୍ରୀକ୍‌ମାନଙ୍କ କେଉଁସବୁ ସୂଚନା ପ୍ରଦାନ କରିଥାଏ ?
Answer:
(i) ମଧ୍ୟପ୍ରଦେଶର ବିଦିଶା ନିକଟସ୍ଥ ହେଲି ଓଡୋରସ୍ ସ୍ତମ୍ଭ ଇଣ୍ଡୋ-ଗ୍ରୀକ୍‌ମାନଙ୍କର ସାଂସ୍କୃତିକ ଭିତ୍ତିଭୂମିର ସୂଚନା ପ୍ରଦାନ କରିଥାଏ ।

(ii) ଏହି ସ୍ତମ୍ଭଟି ଜଣେ ଇଣ୍ଡୋ-ଗ୍ରୀକ୍ ରାଜଦୂତଙ୍କ ନାମରେ ନାମିତ ହୋଇଥିଲା । ଯିଏ ନିଜର ଅଭିଲେଖରେ ବାସୁଦେବଙ୍କୁ ‘ଦେବତାମାନଙ୍କ ଦେବତା’ କହି ପ୍ରଶଂସା କରିଛନ୍ତି ।

(iii) ଏହି ଅଭିଲେଖ ତିନିଗୋଟି ଚିରନ୍ତନ ନିୟମ ଯଥା- ଆତ୍ମସଂଯମ, ଦାନ ଏବଂ ଚେତନା ସମ୍ପର୍କରେ ପ୍ରକାଶ କରେ ଯାହା ମଣିଷକୁ ସ୍ଵର୍ଗ ଆଡ଼କୁ ନେଇଯିବାକୁ ସମର୍ଥ କରାଏ ।

Question 4.
ଗାନ୍ଧାର ଶିଳ୍ପକଳା କହିଲେ କ’ଣ ବୁଝ ? ଏହା କେଉଁମାନଙ୍କ ଶାସନ କାଳରେ ଓ କିପରି ପ୍ରସିଦ୍ଧି ଲାଭ କରିପାରିଥିଲା ?
Answer:
(i) ଗାନ୍ଧାର ଶିଳ୍ପକଳା ବିଶେଷକରି କୁଶାଣମାନଙ୍କ ଶାସନକାଳରେ ସୃଷ୍ଟି ହୋଇଥିଲା ବୋଲି ଅନୁମାନ କରାଯାଇଥାଏ । ଏହାର ଅଭ୍ୟୁଦୟ ପଶ୍ଚିମ୍ ପଞ୍ଜାବର ହୋଇଥିଲା, ଯାହା ଗ୍ରୀକ୍-ରୋମାନ୍ ଉପାଦାନଗୁଡ଼ିକୁ ଭାରତୀୟ ଶିଳ୍ପ ବୈଶିଷ୍ଟ୍ୟ ସହ ଯୋଡ଼ି ଥିଲା ।

(ii) ଏହି ଶୈଳୀର ଅଧିକାଂଶ ମୂର୍ତ୍ତି ଏବଂ କଳାକୃତି ଧୂସର-କଳା ଚିଷ୍ଟ ପଥରରେ ନିଖୁଣ ଭାବେ ଖୋଦିତ ହୋଇଥିଲା ।

(iii) ବିଶେଷତଃ ମୂର୍ତ୍ତିକାରମାନେ ବାସ୍ତବବାଦୀ ଶରୀର ଗଠନ ଓ ସ୍ଵତନ୍ତ୍ରଭାବେ ଉତ୍ସବ ସମ୍ପର୍କିତ ଲମ୍ବା ପୋଷାକ ସହିତ ନିଖୁଣ ପ୍ରତିମୂର୍ତ୍ତି ପ୍ରସ୍ତୁତ କରିପାରୁଥିଲେ । କନିଷ୍କଙ୍କର ମସ୍ତକ ବିହୀନ ଏକ ବିଶାଳ ମୂର୍ତ୍ତି ଗାନ୍ଧାର ଶିଳ୍ପକଳାର ନିଦର୍ଶନ ଭାବରେ ଦେଖୁବାକୁ ମିଳିଥାଏ ।

Question 5.
ମଥୁରା ଶିଳ୍ପକଳା କାହିଁକି ସ୍ଵତନ୍ତ୍ର ଭାବରେ ଭାରତୀୟ ଶୈଳୀ ପାଇଁ ପ୍ରସିଦ୍ଧି ଲାଭ କରିଥିଲା ?
Answer:
(i) ମଥୁରା ଶିଳ୍ପକଳା ଆଧୁନିକ ଉତ୍ତର ପ୍ରଦେଶର ମଥୁରା ଅଞ୍ଚଳରେ ଗଢ଼ିଉଠିଥିଲା ଏବଂ ଏହା ନିଜର ସ୍ଵତନ୍ତ୍ର ଭାରତୀୟ ଶୈଳୀ ପାଇଁ ପ୍ରସିଦ୍ଧ ଥିଲା ।

(ii) ଗାନ୍ଧାର ଶୈଳୀ ଭଳି ପ୍ରଥମେ ଏହି ଶୈଳୀରେ ମଧ୍ଯ ନାଲିଆ ବାଲି ପଥର ବ୍ୟବହାର ହେଉଥିଲା ଏବଂ ଗ୍ରୀକ୍-ରୋମାନ ଶୈଳୀର ପ୍ରଭାବ କମ୍ ପ୍ରତିଫଳିତ ହୋଇଥିଲା ।

(iii) ଏହି ଚିତ୍ରକଳା ଭାରତୀୟ ଦେବଦେବୀ ଯଥା- କୁବେର, ଲକ୍ଷ୍ମୀ, ଶିବ, ବୃଦ୍ଧ, ଯକ୍ଷ ଏବଂ ଯକ୍ଷିଣୀ ଚିତ୍ରକଳା ପ୍ରଦର୍ଶନ ପାଇଁ ପ୍ରସିଦ୍ଧ ଥିଲା ଏବଂ ସୁନ୍ଦର ଭଙ୍ଗୀ ସହ ଅବୟବ ମୂର୍ତ୍ତି ପ୍ରସ୍ତୁତ କରାଯାଇଥିଲା ।

ଦୀର୍ଘ ଉତ୍ତର୍‌ମୂଳକ ପ୍ରଶ୍ନୋତ୍ତର

Question 1.
ଭାରତରେ କଳିଙ୍ଗ ସାମ୍ରାଜ୍ୟ ସ୍ଥାପନ କରିଥିବା ଚେଦୀ ରାଜବଂଶର କୃତିତ୍ଵଗୁଡ଼ିକ ବର୍ଣ୍ଣନା କର ।
Answer:
(i) ମୌର୍ଯ୍ୟ ସାମ୍ରାଜ୍ୟର ପତନ ପରେ ଭାରତରେ ଚେଦୀ ରାଜବଂଶ ଅଧୀନରେ କଳିଙ୍ଗ ଏକ ପ୍ରମୁଖ ଶକ୍ତିଶାଳୀ ରାଜା ଭାବରେ ମୁଣ୍ଡ ଟେକିଥିଲା ।

(ii) ସେହି ବଂଶର ଜଣେ ପ୍ରମୁଖ ରାଜା ଥିଲେ ଖାରବେଳ । ସେ ଥିଲେ । ଅନେକ ସମୟରେ ଲୋକମାନେ ତାଙ୍କୁ ‘ଭିକ୍ଷୁରାଜା’ ବା ଜୈନ ସନ୍ନ୍ୟାସୀମାନଙ୍କ ପାଇଁ ସେ ଭୁବନେଶ୍ଵର ନିକଟବର୍ତ୍ତୀ ଅନେକଗୁଡ଼ିଏ ଗୁମ୍ଫା ନିର୍ମାଣ କରିଥିଲେ । ଜୈନ ଧର୍ମର ଜଣେ ନିଷ୍ଠାପର ଅନୁଗାମୀ ‘ସନ୍ୟାସଙ୍କ ରାଜା’ ବୋଲି କହୁଥିଲେ । ଖଣ୍ଡଗିରି ଓ ଉଦୟଗିରି ପାହାଡରେ

(iii) ସେହି ଗୁମ୍ଫାମାନଙ୍କ ମଧ୍ୟରୁ ଗୋଟିଏ ଥିଲା ହାତୀଗୁମ୍ଫା । ଏଥିରେ ବ୍ରାହ୍ମୀ ଲିପିରେ ସମ୍ରାଟ ଖାରବେଳଙ୍କ ରାଜତ୍ଵର ବର୍ଷବର୍ଷର ସଫଳତାର ଗୁଣଗାନ କରାଯାଇଛି । ତାଙ୍କ ରାଜତ୍ଵ କାଳରେ ପ୍ରଥମ କରି ପଥର ଖୋଦେଇ କାମ ଆରମ୍ଭ ହୋଇଥିଲା ।

(iv) ସେ ଏକ ଶହ ଅଞ୍ଚଳରେ ସନ୍ନ୍ୟାସୀ ଓ ଜ୍ଞାନୀମାନଙ୍କୁ ନେଇ ଏକ ‘ସାଧୁ-ସନ୍ଥ ପରିଷଦ’ ଗଠନ କରିଥିଲେ, ଯାହାକି ତାଙ୍କର ଧର୍ମଭାବନାର ପରିଚୟ ପ୍ରଦାନ କରିଥାଏ ।

(v) ସେ ଅନେକ ସୁଗୁଣର ଅଧିକାରୀ ଥିଲେ । ସେ ସମସ୍ତ ବିଚାରଧାରାକୁ ସମ୍ମାନ ପ୍ରଦର୍ଶନ କରିବା ସହିତ ପ୍ରତ୍ୟେକ ମନ୍ଦିରର ମରାମତି କାର୍ଯ୍ୟ କରାଇଥିଲେ । ସମସ୍ତ ପ୍ରକାର ଗ୍ରନ୍ଥଗୁଡ଼ିକର ସୁରକ୍ଷା ପାଇଁ ବ୍ୟବସ୍ଥା କରି ପ୍ରଶଂସାର ପାତ୍ର ହୋଇପାରିଥିଲେ ।

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ

Question 2.
ଚୋଳ ରାଜବଂଶ ପ୍ରସିଦ୍ଧ ପ୍ରଜାନୁରଞ୍ଜକ ରାଜା କିଏ ଥିଲେ ? ସେ କେଉଁସବୁ ଜନହିତକର କାର୍ଯ୍ୟପାଇଁ . . . ଗୌରବ ଅଜ୍ଞାନ କରିଥିଲେ ? –
Answer:
(i) ଚୋଳ ରାଜବଂଶର ପ୍ରସିଦ୍ଧ ପ୍ରଜାନୁରଞ୍ଜକ ରାଜା ଥିଲେ କରିକାଳ । ସେ ଚେର ଓ ପାଣ୍ଡର ମିଳିତ ଶକ୍ତିକୁ ପରାସ୍ତ କରି ନିଜର ଆଧୂପତ୍ୟ ବିସ୍ତାର କରିଥିଲେ ।

(ii) ରାଜା କରିକାଳ ଲୋକମାନଙ୍କର ହିତସାଧନ ପାଇଁ ଅନେକ କାର୍ଯ୍ୟ ହାତକୁ ନେଇଥିଲେ । ସେଥିମଧ୍ୟରୁ କାଲାନାଇ ବା ଗ୍ରାଣ୍ଡ ଆନିକଟ ନାମକ ଏକ ଜଟିଳ ଜଳ ବିଭାଜିକା ବ୍ୟବସ୍ଥା ଥିଲା ଅନ୍ୟତମ ।

(iii) ଏହା କାବେରୀ ତ୍ରିକୋଣଭୂମିର କେନ୍ଦ୍ରୀୟ ଓ ଦକ୍ଷିଣ ଭାଗକୁ ଜଳପ୍ରବାହିତ କରିବାରେ ସାହାଯ୍ୟ କରୁଥିଲା । ଯାହାଫଳରେ ସେହି ଅଞ୍ଚଳ ଶସ୍ୟଶ୍ୟାମଳା ହୋଇ ପାରିଥିଲା । ସେଥିପାଇଁ ଏହି ଅଞ୍ଚଳକୁ ‘ଦକ୍ଷିଣିର ଧାନହାଣ୍ଡି’ର ଆଖ୍ୟା ପ୍ରଦାନ କରାଯାଇଥିଲା ।

(iv) ସମୟାନୁକ୍ରମେ ଏହାକୁ ଅନେକ ଥର ପୁନରୁଦ୍ଧାର କରାଯାଇ କାର୍ଯ୍ୟକ୍ଷମ କରାଯାଇପାରିଛି । ଏହା ଏବେ ମଧ୍ୟ ବ୍ୟବହାର ଉପଯୋଗୀ କରାଯାଉଛି । ଏହା ତାମିଲନାଡୁର ଲକ୍ଷ ଲକ୍ଷ ଲୋକଙ୍କୁ ଜଳସେଚନ ପାଇଁ ଜଳ ଯୋଗାଇ କୃଷିକୁ ସମୃଦ୍ଧ କରି ଆସୁଅଛି ।

(v) ତାମିଲନାଡୁର ଗ୍ରାଣ୍ଡ ଆନିକଟ ସ୍ମାରକୀ ଉଦ୍ୟାନରେ ରାଜା କରିକାଳଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ତାଙ୍କର କୀର୍ତ୍ତିକୁ ଉଦ୍‌ଜୀବିତ କରାଯାଇଥିଲା । ବାସ୍ତବରେ ସେ ଜଣେ ଜନହିତକର ରାଜା ଥିଲେ ।

Question 3.
ସାତବାହନ ଶାସନ କାଳରେ ଧାର୍ମିକ ଚିନ୍ତାଧାରାର ପ୍ରତିଫଳନ କିପରି ଦେଖ‌ିବାକୁ ମିଳିଥାଏ ? ସଂକ୍ଷେପରେ ଲେଖ ।
Answer:
(i) ସାତବାହନ ଏକ ଶକ୍ତିଶାଳୀ ରାଜବଂଶ ଭାବରେ ବର୍ତ୍ତମାନର ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ଶାସନ କରୁଥିଲେ । ସେମାନଙ୍କର ପରମ୍ପରାରେ ରାଜକୁମାରମାନଙ୍କୁ ମାତାଙ୍କ ନାମ ଯୁକ୍ତକରି ନାମିତ କରାଯାଇଥିଲା । ଗୌତମୀ ପୁତ୍ର ସାତକର୍ଣ୍ଣି ତାଙ୍କର ମା’ ଗୌତମୀ ବାଳାଶ୍ରୀଙ୍କ ନାମାନୁସାରେ ନାମିତ ହୋଇଥିଲେ ।

(ii) ଗୌତମୀ ବାଳାଶ୍ରୀ ଜଣେ ଶକ୍ତିଶାଳୀ ରାଣୀ ଥିଲେ, ଯିଏ ବୌଦ୍ଧମାନଙ୍କୁ ଅନେକ ଜମି ଦାନ କରିବା ସହିତ ନାସିକ୍ତାରେ ଏକ ଶିଳାଲେଖ ଖୋଦେଇ କରିଥିଲେ ।

(iii) ସାତବାହନ ବଂଶର ଜଣେ ବିଧବା ରାଣୀ ଅଶ୍ଵମେଧ ଯଜ୍ଞ ଭଳି ଅନେକ ବୈଦିକ ଅନୁଷ୍ଠାନ କରାଇଥିଲେ । ରାଣୀମାନଙ୍କଦ୍ଵାରା ପୁରୋହିତ, ଅତିଥୁ, କାରିଗର, ଗବେଷକ ଓ ସାଧୁସନ୍ଥମାନଙ୍କୁ ଜମି, ଗାଈ, ଘୋଡ଼ା, ହାତୀ, ଗୁପାମୁଦ୍ରା ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଉଥିଲା ।

(iv) ସାତବାହନମାନେ ବାସୁଦେବ ବା ଶ୍ରୀକୃଷ୍ଣଙ୍କୁ ଖୁବ୍ ଭକ୍ତି କରୁଥିଲେ । ତଥାପି ସେମାନେ ଅନ୍ୟ ଧର୍ମର ଭାବନାକୁ ସମ୍ମାନ କରିବା ସହିତ ବୈଦିକ ଶିକ୍ଷାର୍ଥୀ, ଜୈନ ଏବଂ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ନିଷ୍କର ଜମିଦାନ କରି ଅଧୂକ ସାଧନା ଓ ଜ୍ଞାନର ପରମ୍ପରାକୁ ଉଜ୍ଜୀବିତ କରିବାପାଇଁ ପ୍ରୋତ୍ସାହନ ପ୍ରଦାନ କରୁଥିଲେ ।

(v) ସେମାନେ ମହାରାଷ୍ଟ୍ରର ଲୋନାଭାଲ ନିକଟରେ ‘କାର୍ଲାଗୁମ୍ଫା’ ନିର୍ମାଣ କରାଇ ବୌଦ୍ଧ ସନ୍ୟାସୀମାନଙ୍କୁ ଆଶ୍ରୟ ପ୍ରଦାନ କରିଥିଲେ । ଏହି ସବୁ କାର୍ଯ୍ୟରୁ ସେମାନଙ୍କର ଧର୍ମଭାବନାର ପରିଚୟ ସୁସ୍ପଷ୍ଟ ହୋଇପାରିଛି ।

Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ

Go through BSE Odisha Class 6 Science Notes Odia Medium and Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ to understand important concepts and topics more clearly.

6th Class Science Chapter 11 Notes Odia Medium

BSE Odisha Class 6 Science Chapter 11 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

ପ୍ରକୃତି ଆମର ବଞ୍ଚିବା ପାଇଁ ଆବଶ୍ୟକ ସମ୍ବଳ ପ୍ରଦାନ କରିଥାଏ । ପ୍ରକୃତିରୁ ମିଳୁଥିବା ସମ୍ପଦକୁ ପ୍ରାକୃତିକ ସମ୍ପଦ କୁହାଯାଏ । ବାୟୁ, ଜଳ, ସୌରଶକ୍ତି, ଜଙ୍ଗଲ, ମାଟି, ପଥର, ଖଣିଜ ପଦାର୍ଥ ଓ ଜୀବାଶ୍ମ ଇନ୍ଧନ ଇତ୍ୟାଦି ପ୍ରାକୃତିକ ସମ୍ପଦର ଉଦାହରଣ ଅଟନ୍ତି ।

ପ୍ରକୃତିର ଏହି ସମ୍ପଦ ବିନା ପୃଥ‌ିବୀରେ ଜୀବସଭା ସମ୍ଭବ ନୁହେଁ । ଆମେ ସମସ୍ତେ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ପ୍ରକୃତି ଉପରେ ନିର୍ଭରଶୀଳ । ଆମେ ପ୍ରକୃତିଠାରୁ ଅନେକ ସମ୍ବଳ ପାଇଥାଉ ଏବଂ ଏହାକୁ ବ୍ୟବହାର କରି ଆମ
ଆବଶ୍ୟକ ଜିନିଷ ତିଆରି କରିଥାଉ ।

ପ୍ରକୃତିର ଅନେକ ସମ୍ପଦ ଅଛି, ଯାହା ଆମ ଜୀବଙ୍କୁ ସମୃଦ୍ଧ କରିଥାଏ । ଶୁଦ୍ଧ ଓ ନିର୍ମଳ ବାୟୁ ଏବଂ ଉର୍ବର ମାଟି ବିଭିନ୍ନ ଜୀବଜନ୍ତୁଙ୍କ ପାଇଁ ସହାୟକ ହୋଇଥାଏ । ସୂର୍ଯ୍ୟକିରଣ ସମସ୍ତ ଜୀବଜନ୍ତୁ, ଉଭିଦ, ବିଭିନ୍ନ ପଶୁ ଓ କୀଟ ପତଙ୍ଗ ପାଇଁ ଉପଯୋଗୀ ହୋଇଥାଏ ।

ଆମେ ବଞ୍ଚିବା ପାଇଁ ଏବଂ ପ୍ରକୃତିର ଏହି ସମ୍ପଦ ବିନା ଜୀବନକୁ ଅଧ‌ିକ ଆରାମଦାୟକ କରିବାପାଇଁ ଜଳସମ୍ପଦର ଆବଶ୍ୟକତା ରହିଛି । ପୃଥ‌ିବୀରେ ଜୀବ ସଭାସମ୍ଭବ ନୁହେଁ । ଆମେ ପ୍ରକୃତି ଉପରେ ନିର୍ଭରଶୀଳ ।

ଆମେ ପ୍ରାକୃତିକ ସମ୍ପଦକୁ ସଂରକ୍ଷଣ କରିବା ସହ ଏହାକୁ ନଷ୍ଟ ନକରି ଦାୟିତ୍ଵପୂର୍ଣ୍ଣ ଭାବେ ବ୍ୟବହାର କରିବା ଆବଶ୍ୟକ । ଏହାଦ୍ଵାରା ଆମେ ପରିବେଶକୁ କ୍ଷତି ନ ପହଞ୍ଚାଇ ବର୍ତ୍ତମାନର ଆବଶ୍ୟକତାକୁ ପୂରଣ କରିପାରିବା ସହିତ ଭବିଷ୍ୟତ ପାଇଁ ମଧ୍ଯ ସଞ୍ଚୟ କରିପାରିବ ।

Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ

ପୃଥ‌ିବୀ ମଣିଷର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ସମ୍ବଳ ଯୋଗାଇଛି, ମଣିଷର ଲୋଭ ମେଣ୍ଟାଇବା ପାଇଁ ନୁହେଁ ।
ମହାତ୍ମା ଗାନ୍ଧୀ

ବାୟୁ
ଗଭୀର ଭାବେ ପ୍ରଶ୍ଵାସ ନେଲେ ଫୁସ୍‌ଫୁସ୍‌କୁ ଅଧ‌ିକ ପରିମାଣରେ ବିଶୁଦ୍ଧ ବାୟୁ ଯାଇଥାଏ । ଏହାଦ୍ଵାରା ଆମେ ସୁସ୍ଥ ରହୁ । ପ୍ରଶ୍ଵାସ ବାୟୁରେ ଅମ୍ଳଜାନ ରହିଥାଏ । ଏହା ଶରୀରର ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ଅଟେ ।

କାର୍ଯ୍ୟ–୧ : ଆସ ଅନୁଭବ କରିବା

  • ଥରେ ଗଭୀର ପ୍ରଶ୍ଵାସ ନିଅ, ଏବଂ ତା’ପରେ ଧୀରେ ଧୀରେ ନିଃଶ୍ଵାସ ଛାଡ଼ ।
  • ପୁଣି ଗଭୀର ପ୍ରଶ୍ଵାସ ନିଅ ।
  • ଯଥାସମ୍ଭବ ପ୍ରଶ୍ଵାସ ବାୟୁକୁ ଅଟକାଇ ରଖ ଏବଂ ପରେ ଧୀରେ ଧୀରେ ଏହାକୁ ଛାଡ଼ ।
  • ତୁମେ ତୁମ ପ୍ରଶ୍ଵାସ ବାୟୁକୁ କେତେ ସମୟ ଅଟକାଇ ରଖୁପାରିବ ?
  • ପ୍ରଶ୍ଵାସ ବାୟୁକୁ ଅଟକାଇଲେ କେମିତି ଅନୁଭବ କର ?
  • ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଶ୍ଵାସ ବାୟୁକୁ ଅଟକାଇ ରଖୁଲେ ଶରୀରର କାର୍ଯ୍ୟ ସମ୍ପାଦନ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମିଳି ନଥାଏ ! ସୁତରାଂ ଆମର ବଞ୍ଚିବା ପାଇଁ ଅମ୍ଳଜାନ ଆବଶ୍ୟକ ଅଟେ । ଏହିପରି ସମସ୍ତ ଜୀବଜନ୍ତୁଙ୍କ ବଞ୍ଚିବା ପାଇଁ ମଧ୍ୟ ଅମ୍ଳଜାନ ଆବଶ୍ୟକ ।
    Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ 1
    ଖାଦ୍ୟ କିମ୍ବା ପାଣି ବିନା ଆମେ ଅଳ୍ପ କିଛି ଦିନ ବଞ୍ଚିପାରିବା, କିନ୍ତୁ ଅମ୍ଳଜାନ ବିନା ଆମେ କିଛି ମିନିଟ୍ ମଧ୍ୟ ବଞ୍ଚିପାରିବା ନାହିଁ ।

ଉପରୋକ୍ତ ଚିତ୍ରରେ 100 ଟି କ୍ଷୁଦ୍ରାକାର ବର୍ଗକ୍ଷେତ୍ର ରହିଛି । ଏଥ‌ିମଧ୍ୟରୁ 78 ଟି ଯବକ୍ଷାରଜାନ, 21 ଟି ଅମ୍ଳଜାନ ଓ ଗୋଟିଏ ଆର୍ଶନ, ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ଗ୍ୟାସ୍ ଦ୍ଵାରା ସୂଚିତ ହୋଇଅଛି ।

Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ

ଶତକଡ଼ା ହେଉଛି 100 ରୁ କେତୋଟି ଅଂଶ ସଂଖ୍ୟା । ଏହାକୁ ‘%’ ଚିହ୍ନ ଦ୍ଵାରା ସୂଚିତ କରାଯାଏ ।

ପୃଥ‌ିବୀକୁ ଘେରି ରହିଥ‌ିବା ବାୟୁ ବିଭିନ୍ନ ଗ୍ୟାସର ମିଶ୍ରଣ ଅଟେ । ଗତିଶୀଳ ବାୟୁକୁ ପବନ କୁହାଯାଏ । ଏହି ପବନ ଶକ୍ତିକୁ ବ୍ୟବହାର କରି ପବନ କଳଦ୍ଵାରା ଅଟାକଳ ଚଳାଇବା, କୂଅରୁ ପାଣି ଉଠାଇବା କିମ୍ବା ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରିବ ।

କାର୍ଯ୍ୟ-୨ : ଆସ ତିଆରି କରିବା

15 ସେ.ମି. × 15 ସେ.ମି. ଆକାରର ଏକ ବର୍ଗାକୃତି କାଗଜ, ଏକ କଇଁଞ୍ଚି, ଏକ ଆଲ୍‌ପିନ୍ ଏବଂ ଏକ କାଠି ନିଅ । ଚକ୍ରି ତିଆରି କରିବା ପାଇଁ ଚିତ୍ରରେ ଦର୍ଶାଯାଇଥିବା ସୂଚନା ଅନୁସରଣ କର ।
Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ 2
ଏବେ ତୁମେ ଚକ୍ରିକୁ ହାତରେ ଧରି ଦୌଡ଼ିପାରିବ । ଏହାକୁ ମଧ୍ୟ ତୁମେ ଫୁଙ୍କିପାରିବ । ଯେତେବେଳେ ତୁମେ ଏହାକୁ ଟିକିଏ ଆଗପଛ କରୁଛ ଏହା ବୁଲୁଛି । ପବନ ଏହି ଚକ୍ରିକୁ ବୁଲାଇଲା ।

ଭାରତରେ ଅନେକ ପବନ କଳ ଫାର୍ମ ରହିଛି । ପବନକଳ ଫାର୍ମ ହେଉଛି ଏକ ଅଞ୍ଚଳ ଯେଉଁଠାରେ ବହୁ ସଂଖ୍ୟକ ପବନ କଳ ରହିଥାଏ । ଏଠାରେ ବିଜୁଳି ଉତ୍ପାଦନ ପାଇଁ ପବନର ଶକ୍ତିକୁ ବ୍ୟବହାର କରାଯାଏ ।

ପବନକଳର କାମ ଏହି ଚକ୍ରି ଭଳି ହୋଇଥାଏ । ପବନଦ୍ଵାରା ପବନକଳର ଡେଣା ବୁଲିଥାଏ । ଅଟାକଳ ଚଲାଇବା, କୂଅରୁ ପାଣି ଉଠାଇବା କିମ୍ବା ବିଦ୍ୟୁତ୍ ଉତ୍ପାଦନ ପାଇଁ ପବନକଳ ବ୍ୟବହାର କରାଯାଇଥାଏ । ପବନକଳ ଫାର୍ମ ଏକ ଅଞ୍ଚଳ ଯେଉଁଠାରେ ଅନେକ ପବନକଳ ଥାଏ । ଏଠାରେ ବିଜୁଳି ଉତ୍ପାଦନ ପାଇଁ ପବନର ଶକ୍ତିକୁ ବ୍ୟବହାର କରାଯାଏ ।
Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ 3
ତାମିଲନାଡୁର ମୁପାଣ୍ଡଲ ପବନ କଳ ଫାର୍ମ, ରାଜସ୍ଥାନର ଜୈସଲମେର ପବନକଳ ପାର୍କ, ମହାରାଷ୍ଟ୍ରର ବ୍ରାହ୍ମଣଭେଲର ପବନ କଳ ଫାର୍ମ ଆମ ଦେଶର କେତେକ ଅଗ୍ରଣୀ ପବନକଳ ଫାର୍ମ ।

ଓଡ଼ିଶାରେ ପବନ ଶକ୍ତିର ଯଥେଷ୍ଟ ସମ୍ଭାବନା ରହିଅଛି । ଜାତୀୟ ପବନ ଶକ୍ତି ପ୍ରତିଷ୍ଠାନ କୋରାପୁଟ, ପୁରୀ ଏବଂ ଗଞ୍ଜାମ ଭଳି ଜିଲ୍ଲାରେ ସମ୍ଭାବ୍ୟ ସ୍ଥାନ ନିରୂପଣ କରିଛନ୍ତି ।

ନେଦରଲ୍ୟାଣ୍ଡକୁ ‘ପବନ କଳର ଦେଶ’ ବୋଲି କୁହାଯାଏ । ଚିକାଗୋ ସହରକୁ ‘ପବନ ସହର’ ଭାବରେ ସର୍ବାଧ‌ିକ ସ୍ଵୀକୃତି ପ୍ରଦାନ କରାଯାଇଛି । ଭାରତରେ ଗୁଜୁରାଟ ହେଉଛି ପବନ ଶକ୍ତି ଉତ୍ପାଦନ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର ରାଜ୍ୟ ।

Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ

ଜଳ

  • ଜଳର ବିଭିନ୍ନ ଉତ୍ସ : ଲବଣାକ୍ତ ଜଳ (ସମୁଦ୍ର), ମଧୁର ଜଳ (ନଦୀ, ପୋଖରୀ), ମେରୁ ଅଞ୍ଚଳର ବରଫ, ଭୂତଳ ଜଳ, ନଦୀ ଓ ହ୍ରଦରେ ଗଚ୍ଛିତ ଜଳ, ମୃତ୍ତିକାସ୍ଥ ଜଳ ଓ ଜଳୀୟବାଷ୍ପ, ବାୟୁମଣ୍ଡଳର ଜଳୀୟବାଷ୍ପ ଇତ୍ୟାଦି ।
  • ପୃଥ‌ିବୀ ପୃଷ୍ଠର ପ୍ରାୟ ଦୁଇ ତୃତୀୟାଂଶକୁ ଜଳ ଘେରି ରହିଥାଏ । ଅଧିକାଂଶ ଜଳ ସମୁଦ୍ର ଓ ମହାସାଗରରେ ମିଶିଥାଏ, କିନ୍ତୁ ଏହି ଜଳ ଲବଣାକ୍ତ ଅଟେ । ଏହି ଲୁଣି ଜଳ ଘରେ, କୃଷି ଓ ଶିଳ୍ପରେ ବ୍ୟବହୃତ ହୋଇ ନଥାଏ ।
  • ଉପରୋକ୍ତ କାର୍ଯ୍ୟ ପାଇଁ ମଧୁର ଜଳର ଆବଶ୍ୟକତା ପଡ଼ିଥାଏ । ଜଳ ମୂଲ୍ୟବାନ ଅଟେ ।

କାର୍ଯ୍ୟ-୩ : ଆସ ଜାଣିବା

ସାରଣୀ–୧ : ଦୈନନ୍ଦିନ କାର୍ଯ୍ୟରେ ଜଳ ଅପଚୟ

ସ୍ତମ୍ଭ 1 ସ୍ତମ୍ଭ 2 ସ୍ତମ୍ଭ 3
କାର୍ଯ୍ୟ ଜଳ କେମିତି ନଷ୍ଟ ହେଉଛି ଜଳ ଅପଚୟ ହ୍ରାସ କରିବାର ଉପାୟ
1. ହାତ ଧୋଇବା ଟ୍ୟାପ୍ ଖୋଲ ରଖ୍ ଦୀର୍ଘ ସମୟ ଧରି ମୁହଁ ହାତ ଧୋଇବା ମୁହଁ ହାତ ଧୋଇବା ସମୟରେ କେବଳ ଆବଶ୍ୟକ ବେଳେ ଟ୍ୟାପ୍ ଖୋଲିବା
2. ପୋଷାକ ଧୋଇବା ଅତ୍ୟଧ୍ଵକ ସାବୁନ ଓ ୱାଶିଂ ପାଉଡ଼ର ବ୍ୟବହାର କରି ସଫା କରିବା, ମଇଳା ହୋଇନଥିବା ପୋଷାକ ସଫାକରିବା କେବଳ ମଇଳା ପୋଷାକ ସଫାକରିବା ଓ ଆବଶ୍ୟକ ୱାଶିଂ ପାଉଡ଼ର ବ୍ୟବହାର କରିବା
3. ବାସନ ଧୋଇବା ଟ୍ୟାପ୍ ଖୋଲ ରଖ୍ ଅଇଁଠା ବାସନ ଧୋଇବା କେବଳ ଆବଶ୍ୟକ ବେଳେ ଟ୍ୟାପ୍ ଖୋଲି ବା
4. ସ୍ନାନ କରିବା ଅଧିକ ସମୟଧରି ସ୍ନାନ କରିବା କମ୍ ସମୟ ସ୍ନାନ କରିବା, କମ୍ ସାୱାର ବ୍ୟବହାର କରିବା
5. ରୋଷେଇ କରିବା ପରିବା ଧୋଇବାରେ ଅଧିକ ଜଳ ବ୍ୟବହାର କରିବା ପ୍ରେସର କୁକର ବ୍ୟବହାର
6. ବଗିଚା କାମ କରିବା ଗଛ ମୂଳରେ ଆବଶ୍ୟକତାଠାରୁ ଅଧୂକ ପାଣି ଦେବା ସିଞ୍ଚନ ପ୍ରଣାଳୀ ଅବଲମ୍ବନ / ବୁନ୍ଦା ଜଳସେଚନ କରି ବା
7. ଦାନ୍ତ ଘଷିବା ଦାନ୍ତ ଘଷିବା ସମୟରେ ଦୀର୍ଘ ସମୟ ଧରି ଟ୍ୟାପ୍ ଖୋଲା ରଖୁ ବା କେବଳ ମୁହଁ ଧୋଇବା ସମୟରେ ଟାପ୍ ଖୋଲିବା ଓ ଅନ୍ୟ ସମୟରେ ଟ୍ୟାପ୍ ବନ୍ଦ ରଖ୍ ବା

ଆମ ଦେଶରେ ଅନେକ ନଦୀ, ଝରଣା ଓ ହ୍ରଦ ରହିଅଛି । ଘର ଓ ଶିଳ୍ପରୁ ବାହାରୁଥ‌ିବା ବର୍ଜ୍ୟବସ୍ତୁକୁ ଜଳ ଉତ୍ସରେ ପକାଇବା ଦ୍ଵାରା ଜଳ ଦୂଷିତ ହୋଇଥାଏ । ପ୍ରଦୂଷିତ ଜଳ ଜୀବମାନଙ୍କର ବ୍ୟବହାର ପାଇଁ ଉପଯୋଗୀ ନୁହେଁ ।
Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ 4
Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ

ବିଭିନ୍ନ ପ୍ରକାର ପ୍ରଦୂଷକଦ୍ଵାରା ଜଳ ଦୂଷିତ ହୋଇଥାଏ । ଏହି ପ୍ରଦୂଷକଗୁଡ଼ିକ ହେଲା – ବିଷାକ୍ତ ଖଣିଜ ଦ୍ରବ୍ୟ, ହାଇଡ୍ରୋକାର୍ବନ ଆବର୍ଜନା, କୀଟନାଶକ, ରାସାୟନିକ ସାର, ସଂକ୍ରମଣକାରୀ କାରକ ଇତ୍ୟାଦି ।

ମଧୁର ଜଳର ଉତ୍ସ ସୀମିତ ଥ‌ିବାରୁ ଭାରତର ଅନେକ ସ୍ଥାନରେ ଜଳର ଅଭାବ ଦେଖାଯାଉଛି । ଜଳ ସଂରକ୍ଷଣ କରି ଏହାର ଉପଯୁକ୍ତ ବ୍ୟବହାର କରିବା ଆମ ପାଇଁ ଜରୁରୀ ଅଟେ ।

‘ବର୍ଷା ଜଳ ଅମଳ’ ଜଳ ସଂରକ୍ଷଣର ଅନ୍ୟତମ ପଦ୍ଧତି ଅଟେ । ଛାତଘରମାନଙ୍କରେ ବର୍ଷାଜଳକୁ ସଂଗ୍ରହ କରାଯାଇ ପରବର୍ତୀ ସମୟରେ ବ୍ୟବହାର ପାଇଁ ବିପୁଳ ପରିମାଣରେ ସଂରକ୍ଷଣ କରାଯାଇପାରିବ ।

କେବଳ ବର୍ଷାଜଳ ନୁହେଁ, ନିକଟସ୍ଥ ହ୍ରଦ, ପୋଖରୀ ଓ ନଦୀରୁ ବୋହି ଆସୁଥିବା ଜଳକୁ ମଧ୍ୟ ସଂରକ୍ଷଣ କରାଯାଇପାରିବ । ନଦୀବନ୍ଧ ଯୋଜନା, ଜଳଛାୟା ପରିଚାଳନା ଓ ଜଳର ପୁନଶ୍ଚ କ୍ରଣଦ୍ଵାରା ଜଳ ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇପାରିବ ।

ପ୍ରକଳ୍ପ କାର୍ଯ୍ୟ :
ତୁମ ଅଞ୍ଚଳରେ ପାରମ୍ପରିକ ଜଳ ସଂରକ୍ଷଣ ଉପାୟ ସନ୍ଧାନ କର । ଏହା ବିଷୟରେ ଅଧିକ ଜାଣିବା ପାଇଁ ତୁମ ଶିକ୍ଷକ ଏବଂ ଅଭିଭାବକଙ୍କ ସହ ଆଲୋଚନା କର ।
(ଶିକ୍ଷକ ପ୍ରକଳ୍ପକାର୍ଯ୍ୟଟିକୁ ବ୍ୟକ୍ତିଗତ ଭାବେ କରାଇବେ ଏବଂ ଏହାର ଉପସ୍ଥାପନ କରାଇବେ ।)

ବିଶ୍ବ ଜଳ ଦିବସର ଗୁରୁତ୍ଵ :
ପ୍ରତ୍ୟେକ ବର୍ଷ ମାର୍ଚ୍ଚ 22 ତାରିଖରେ ‘ବିଶ୍ଵ ଜଳ ଦିବସ’ ପାଳନ କରାଯାଏ । ମଧୁର ଜଳର ଗୁରୁତ୍ଵ ସମ୍ବନ୍ଧରେ ସଚେତନତା ବୃଦ୍ଧି କରିବା ଏବଂ ପୃଥ‌ିବୀର ସମସ୍ତ ଜଳ ସମ୍ପଦର ସ୍ଥାୟୀ ପରିଚାଳନା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।

  1. ପାଣି ବଞ୍ଚାଅ ଜୀବନ ବଞ୍ଚାଅ’
  2. ‘ପ୍ରତ୍ୟେକ ବୁନ୍ଦା ଜଳ ମୂଲ୍ୟବାନ’
  3. ‘ଜଳ ନାହିଁ ତ ଜୀବନ ନାହିଁ’
  4. ‘ଆଜି ପାଣି ସଞ୍ଚୟ କରନ୍ତୁ, କାଲିକୁ ସୁରକ୍ଷିତ ରଖନ୍ତୁ’
  5. ‘ଜଳ ବିରଳ ହେବା ପୂର୍ବରୁ ଯନ୍ ନେବାର ସମୟ ଆସିଛି’
  6. ‘ଜଳ ସଂରକ୍ଷଣ କରନ୍ତୁ, ଜୀବନ ରକ୍ଷା କରନ୍ତୁ’
  7. ଏବେ କାର୍ଯ୍ୟ କରନ୍ତୁ ! ଜଳ ବଞ୍ଚାନ୍ତୁ, ଜୀବନ ବଞ୍ଚାନ୍ତୁ’
  8. ପାଣି – ଏକ ବିଳାସ ନୁହେଁ ବରଂ ଏକ ଆବଶ୍ୟକତା

ବିଶ୍ବ ଜଳ ଦିବସରେ ଉପରୋକ୍ତ କେତେକ ସ୍ଲୋଗାନ ମାଧ୍ୟମରେ ଜଳ ସଂରକ୍ଷଣ ପାଇଁ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଏ ।

Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ

ସୌରଶକ୍ତି
ପୃଥ‌ିବୀର ସମସ୍ତ ଶକ୍ତିର ମୁଖ୍ୟ ଉତ୍ସ ହେଉଛି ସୂର୍ଯ୍ୟ । ସମସ୍ତ ପ୍ରାଣୀ ଓ ଉଦ୍ଭିଦ ସୌରଶକ୍ତି ଉପରେ ନିର୍ଭରଶୀଳ । ସୂର୍ଯ୍ୟଙ୍କ ଉତ୍ତାପ ଓ ଆଲୋକକୁ ଆମେ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିଥାଉ । ସୂର୍ଯ୍ୟକିରଣଦ୍ଵାରା ଉଭିଦ ନିଜର ଖାଦ୍ୟ ପ୍ରସ୍ତୁତ କରିଥାଏ ।

ସୂର୍ଯ୍ୟଙ୍କ ବିନା ପୃଥବୀରେ ଜୀବନ କଳ୍ପନା କରାଯାଇପାରିବ ନାହିଁ କାରଣ ଜଳସ୍ରୋତ ଓ ବାୟୁପ୍ରବାହଠାରୁ ଆରମ୍ଭ କରି ଜୈବ ରାସାୟନିକ ଶକ୍ତି ସଂଗ୍ରହ, ଜୀବାଶ୍ମ ଶକ୍ତି ଉତ୍ପାଦନ କାର୍ଯ୍ୟ ସୌରଶକ୍ତି ଯୋଗୁଁ ସମ୍ଭବ ହୋଇଥାଏ । ସୁତରାଂ, ସୂର୍ଯ୍ୟ ହିଁ ସହଳ ଶକ୍ତିର ଆଧାର ଏବଂ ଅସରନ୍ତି ଶକ୍ତିର ଉତ୍ସ ଅଟେ ।

ସୌରଶକ୍ତି ଏକ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଅଟେ । ସୌରଶକ୍ତିକୁ ବିନିଯୋଗ କରି ଆମେ ଅନେକ ଉପକରଣ ଯଥା – ସୌର ରନ୍ଧକ, ସୌର ଜଳ ଉତ୍ତାପକ, ସୌର ସେଲ ଇତ୍ୟାଦି ପ୍ରସ୍ତୁତ କରାଗଲାଣି ।

ଯଦି କିଛିଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଦୃଶ୍ୟମାନ ନ ହୁଅନ୍ତି ତେବେ କ’ଣ ହେବ ?

  1. ଦିନ ସମୟରେ କୃତ୍ରିମ ଆଲୋକ ଉପରେ ନିର୍ଭର କରିବାକୁ ହେବ ।
  2. ପୃଥ‌ିବୀ ଅନ୍ଧକାରମୟ ହେବା ସହ ଆକାଶ ମେଘାଚ୍ଛନ୍ନ ପରି ଦେଖାଯିବ ।
  3. ଖାଦ୍ୟପ୍ରସ୍ତୁତି ନ କରିପାରି କେତେକ କ୍ଷୁଦ୍ର ଉଭିଦ ମରିଯିବେ ।
  4. ପୃଥ‌ିବୀ ଅପେକ୍ଷାକୃତ ଶୀତଳ ହୋଇଯିବ ।
  5. ପୃଥ‌ିବୀର ପାଣିପାଗରେ ପରିବର୍ତ୍ତନ ଘଟିବ ।
  6. ଜଳ ବାଷ୍ପୀଭବନ ପ୍ରକ୍ରିୟା ହୋଇ ନପାରିବାରୁ ମେଘ ସୃଷ୍ଟିରେ ବାଧା ସୃଷ୍ଟି ହେବ ।
  7. ସୌର ଉପକରଣଗୁଡ଼ିକ କାର୍ଯ୍ୟ କରିବ ନାହିଁ ।

ଜଙ୍ଗଲ
ଜଙ୍ଗଲ ହେଉଛି ଏପରି ଏକ ବିଶାଳ ଅଞ୍ଚଳ, ଯେଉଁଠାରେ ବିଭିନ୍ନ ପ୍ରକାରର ଉଭିଦ ଘଞ୍ଚ ହୋଇ ରହିଥା’ନ୍ତି । ପକ୍ଷୀ ଓ କୀଟପତଙ୍ଗ ସମେତ ଅନେକ ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲ ଏକ ପ୍ରାକୃତିକ ବାସସ୍ଥଳୀ ଅଟେ । ଜଙ୍ଗଲ ସେମାନଙ୍କୁ ଖାଦ୍ୟ ଓ ଆଶ୍ରୟ ଯୋଗାଇଥାଏ ।

ପ୍ରତ୍ୟେକ ପ୍ରକାର ଜୀବମାନଙ୍କ ପାଇଁ ଖାଦ୍ୟ ଜୀବଜଗତର ବିବିଧତା ଉପରେ ନିର୍ଭର କରିଥାଏ । ବହୁଳ ମାତ୍ରାରେ ଗଛ କଟାଯିବା ଫଳରେ ଜଙ୍ଗଲ କମିବାରେ ଲାଗିଛି । ଏକ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ କିମ୍ବା ନଷ୍ଟ ହୋଇଥିବା ଜଙ୍ଗଲର ପୁନରୁଦ୍ଧାର ପାଇଁ ଅନେକ ବର୍ଷ ଲାଗିଥାଏ ।

ଜୀବଜଗତର ସୁରକ୍ଷା ତଥା ଜଙ୍ଗଲ ସଂରକ୍ଷଣ ଓ ଜଙ୍ଗଲଜାତ ଦ୍ରବ୍ୟର ଉପଯୁକ୍ତ ବ୍ୟବହାର କେବଳ ଜଙ୍ଗଲ ସଂରକ୍ଷଣଦ୍ଵାରା ସମ୍ଭବ ହୋଇଥାଏ । ପ୍ରତ୍ୟେକ ବର୍ଷ ଜୁଲାଇ ମାସରେ ସାରା ଦେଶରେ ‘ବନ ମହୋତ୍ସବ ସପ୍ତାହ’ ପାଳନ କରାଯାଇଥାଏ ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଗଛ ଲଗାଯାଏ, ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରାଯାଏ । ସବୁଜ ପରିବେଶ ବୃଦ୍ଧି କରିବା ଇତ୍ୟାଦି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।

Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ

ଜଙ୍ଗଲ କାଟିବାର ପରିଣାମ :

  • ଜୈବ ବିବିଧତା ହ୍ରାସ ପାଉଅଛି ।
  • ଜୀବମାନଙ୍କର ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେଉଅଛି ।
  • ଜଙ୍ଗଲଜାତ ଦ୍ରବ୍ୟ ମିଳିପାରୁନାହିଁ ।
  • ବନ୍ୟଜୀବ ସମ୍ପଦ ହ୍ରାସ ପାଉଛି ।
  • ଔଷଧୀୟ ବୃକ୍ଷ ଓ କଳକାରଖାନା ପାଇଁ କଞ୍ଚାମାଲ ମିଳିପାରୁନାହିଁ ।
  • ଜଳବାୟୁରେ ପରିବର୍ତ୍ତନ ଦେଖାଯାଉଛି ।
  • ପ୍ରକୃତିକୁ ଉପଭୋଗ କରିବା ସମ୍ଭବ ହେଉନାହିଁ ।
  • ଭୂତଳ ଜଳସ୍ତର ହ୍ରାସ ପାଉଛି ।
  • ମୃତ୍ତିକାର ଜଳଧାରଣ କ୍ଷମତା କମିଯାଉଛି ।
  • ବନ୍ୟଜୀବମାନେ ଜନବସତି ମୁହାଁ ହେଉଛନ୍ତି ।
  • ଜାଳେଣି ଅଭାବ ଉତ୍କଟ ହେଉଛି ।
  • ଜଙ୍ଗଲ ଅଧ୍ଵବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଉଛି ।
  • ବନ୍ୟଜନ୍ତୁ ବିପନ୍ନ ଓ ସଙ୍କଟାପନ୍ନ ଅବସ୍ଥା ଦେଇ ବିଲୁପ୍ତ ହେଉଛନ୍ତି ।

ପବିତ୍ର ବନ (Sacred Forest) :
ଏ ପ୍ରକାର ଜଙ୍ଗଲ ପବିତ୍ର ଉପବନ ଭାବରେ ବିଖ୍ୟାତ । ଏହା ହେଉଛି ଏକ ଅରଣ୍ୟ ଯେଉଁଠାରେ ଏକ ସମ୍ପ୍ରଦାୟଦ୍ଵାରା ଧାର୍ମିକ, ସାଂସ୍କୃତିକ କିମ୍ବା ଆଧ୍ୟାତ୍ମିକ ଗୁରୁତ୍ୱ ପ୍ରଦାନ କରାଯାଇଥାଏ । ଏହାର ପବିତ୍ରତା ଏବଂ ଜୈବ ବିବିଧତାକୁ ସଂରକ୍ଷଣ କରିବା ପାଇଁ କାଠ କାଟିବା ଓ ଶିକାର କରିବା ନିଷେଧ ଅଟେ ।

Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ

ଏହି ଅରଣ୍ୟଗୁଡ଼ିକରେ ପୂଜାପାଠ କରାଯିବା ସହିତ ବିରଳ ଉଭିଦ ଏବଂ ବନ୍ୟପ୍ରାଣୀଙ୍କ ପାଇଁ ଆଶ୍ରୟସ୍ଥଳ ସୁରକ୍ଷିତ କରିବା ଆଦି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ କରିଥାଏ ।

ପଶ୍ଚିମଘାଟ (କର୍ଣ୍ଣାଟକ), ରାଜସ୍ଥାନ, ମେଘାଳୟ ଏବଂ ମଧ୍ୟପ୍ରଦେଶ ସମେତ ସମଗ୍ର ଭାରତରେ ଏପରି ଉପବନମାନ ଦେଖ‌ିବାକୁ ମିଳିଥାଏ ।
Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ 5

ଚିପ୍‌ ଆନ୍ଦୋଳନ (Chipko Movement) :
1970 ଦଶକରେ ଉତ୍ତରାଖଣ୍ଡରେ ସ୍ଥାନୀୟ ମହିଳାମାନଙ୍କଦ୍ୱାରା ଜଙ୍ଗଲକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏହି ନାମରେ ଏକ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ।
ଗାନ୍ଧୀବାଦୀ ଅହିଂସାଦ୍ଵାରା ଅନୁପ୍ରାଣିତ ହୋଇ ମହିଳା ବିକ୍ଷୋଭକାରୀମାନେ ଗଛ କାଟିବାକୁ ରୋକିବା ପାଇଁ ଗଛଗୁଡ଼ିକୁ ଆଲିଙ୍ଗନ କରି ରହିଥିଲେ ।
ଏହି ଆନ୍ଦୋଳନର ସଫଳତା ସ୍ଥାନୀୟ ଲୋକଙ୍କୁ ସଶକ୍ତ କରିଥିଲା ଓ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ପରିବେଶ ସଂରକ୍ଷଣ ପାଇଁ ପ୍ରେରଣା ପ୍ରଦାନ କରିଥିଲା ।

ମାଟି, ପଥର ଓ ଖଣିଜ ପଦାର୍ଥ

ମୃତ୍ତିକା ହେଉଛି ଏକ ମୂଲ୍ୟବାନ ସମ୍ପଦ ଯାହା ଉପରେ ଆମେ ବାସ କରୁ । ମାଟିରେ ଗଛ ବଢ଼େ । ଗଛର ଚେର ମାଟିକୁ ଧରିରଖେ ଓ ଏହାକୁ ଧୋଇହୋଇ ଯିବାକୁ ରକ୍ଷାକରେ । ଗଛରୁ ପଡୁଥୁବା ପତ୍ର ବିଘଟିତ ହୋଇ ମାଟିର ଉର୍ବରତାକୁ ବଢ଼ାଇଥାଏ ।

ଉଭିଦମାନଙ୍କୁ ମାଟିରେ ବଢ଼ିବା ପାଇଁ ଏଥ‌ିରେ ଥ‌ିବା ଫାଙ୍କାସ୍ଥାନ ବାୟୁ ପ୍ରଦାନ କରିବା ସହିତ ଚେରକୁ ସହଜରେ ବଢ଼ିବା ପାଇଁ ସାହାଯ୍ୟ କରେ । ଜିଆ ମାଟିକୁ ହାଲୁକା ଏବଂ କୋହଳ କରିଥାଏ ।

ମାଟିରେ ବାଲି, କୀଟ ପତଙ୍ଗ ଓ ଜିଆ ଭଳି ଅନେକ ଜିନିଷ ରହିଥାଏ । ମୃତ ଉଦ୍ଭିଦ ଓ ପ୍ରାଣୀମାନଙ୍କ ବିଘଟିତ ହୋଇ ମାଟିରେ ମିଶିଯା’ନ୍ତି ଓ ମାଟିର ଅଂଶ ପାଲଟି ଯାଆନ୍ତି ।

Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ

କାର୍ଯ୍ୟ-୪ : ଆସ ଅନୁସନ୍ଧାନ କରିବା

ତୁମ ଘର ଆଖପାଖରେ ଥିବା ବିଭିନ୍ନ ଅଞ୍ଚଳରୁ ଏବଂ ବିଦ୍ୟାଳୟରୁ ମାଟିର ନମୁନା ସଂଗ୍ରହ କର । ଅନୁମାନ କର ବିଭିନ୍ନ ମାଟିରେ କ’ଣ ଥାଇପାରେ ।

  • ମାଟିର ନମୁନା ନିରୀକ୍ଷଣ କର ଏବଂ ଏହାର ରଙ୍ଗକୁ ଲକ୍ଷ୍ୟ କର ।
  • ପ୍ରତ୍ୟେକ ମାଟି ନମୁନାକୁ ସ୍ପର୍ଶ କର ଏବଂ ଏହାର ଗଠନ ଅନୁଭବ କର ।
  • ଖାଲି ଆସ୍‌ରେ ମାଟିକୁ ନିରୀକ୍ଷଣ କର । ଯଦି ତୁମ ପାଖରେ ଯବକାଚ ଅଛି, ତେବେ ଏହା ସାହାଯ୍ୟରେ ମାଟିକୁ ଦେଖ ।
  • ସାରଣୀରେ ତୁମ ପର୍ଯ୍ୟବେକ୍ଷଣଗୁଡ଼ିକୁ ଲେଖ ।

ସାରଣୀ-୨ : ମାଟିର ନମୁନା
(କ୍ଷେତ୍ର ପରିଦର୍ଶନ ଦ୍ଵାରା ଶୂନ୍ୟସ୍ଥାନ ପୂରଣ କରାଯାଇପାରିବ)

କ୍ର.ନଂ. ଯେଉଁ ସ୍ଥାନରୁ ମାଟି ନମୁନା ସଂଗ୍ରହ କରାଯାଇଥିଲା ମାଟି ବିଷୟରେ ମୁଁ କ’ଣ ଅନୁମାନ କରିଥିଲି ? ମାଟିର ରଙ୍ଗ ଓ ଗଠନ (ଖାଲି ଆଖରେ ପର୍ଯ୍ୟବେକ୍ଷଣ) ଯବକାଚ ସାହାଯ୍ୟରେ ମାଟିର ପର୍ଯ୍ୟବେକ୍ଷଣ
1. ମାଳଭୂମି କୃଷ୍ଣ ମୃତ୍ତିକା ଅଠାଳିଆ, କଳା –
2. ମାଳଭୂମି ଲୋହିତ ମୃତ୍ତିକା ଲୌହ ଅଂଶ ଅଧ‌ିକ, ଈଷତ୍ ଲାଲ –
3. ନଦୀମୁହାଣ ପଟୁମାଟି ଉର୍ବର, ଜୈବିକ ପଦାର୍ଥ ଥାଏ –
4. ପାର୍ବତ୍ୟ ଅଞ୍ଚଳ ପାହାଡ଼ିଆ ମାଟି ଉର୍ବର, ଜୈବିକ ପଦାର୍ଥ ଥାଏ –
5. ମରୁଭୂମି ମରୁ ମାଟି ବାଲିଦ୍ଵାରା ଗଠିତ, ଅନୁର୍ବର –

ମାଟିରେ ବାଲି, କୀଟପତଙ୍ଗ ଓ ଜିଆ ଭଳି ଅନେକ ଜିନିଷ ରହିଛି । ଏମିତି ଅନେକ କ୍ଷୁଦ୍ର ଜୀବ ଥାଇପାରନ୍ତି ଯାହାକୁ ଆମେ ଖାଲି ଆଖୁରେ ଦେଖିପାରିବା ନାହିଁ । ମୃତ ଉଦ୍ଭିଦ ଓ ପ୍ରାଣୀମାନେ ବିଘଟିତ ହୋଇ ମାଟିରେ ମିଶିଯା’ନ୍ତି ଓ ମାଟିର ଅଂଶ ପାଲଟିଯାଆନ୍ତି କାରଣ ସେମାନେ ପଚିଯାଇ କ୍ଷୟ ହୋଇଯାଆନ୍ତି । ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଇଥିବା ମାଟି ନମୁନାରେ ଭିନ୍ନ ଭିନ୍ନ ପଦାର୍ଥ ମିଶି ରହିଥ‌ିବାରୁ ସେଗୁଡ଼ିକର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ ।

Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ

ହଜାର ହଜାର ବର୍ଷଧରି ସୂର୍ଯ୍ୟଙ୍କ କିରଣ, ଜଳ ଏବଂ ଜୀବଜନ୍ତୁଙ୍କଦ୍ୱାରା ପଥର ବା ଶିଳାର କ୍ରମ ବିଭାଜନ ହୋଇ ମାଟି ସୃଷ୍ଟି ହୋଇଥାଏ । କେତେ ପ୍ରକାର ମାଟି ଚାଷ ପାଇଁ ଉପଯୁକ୍ତ ହୋଇଥିବାବେଳେ ଅନ୍ୟ କେତେକ ଇଟା ପାଇଁ ଉପଯୁକ୍ତ ଅଟେ ।

କେତେକ ଗୁରୁତ୍ଵପୂର୍ଣ୍ଣ ପଥର ହେଉଛି ଗ୍ରାନାଇଟ୍, ବାଲୁକା ପଥର ଏବଂ ମାର୍ବଲ । ହଜାର ହଜାର ବର୍ଷ ଧରି ମଣିଷ ପଥର ବ୍ୟବହାର କରି କୁରାଢ଼ି ଓ ତୀର ଭଳି ହତିଆର ତିଆରି କରିଆସୁଛି ।

ମୃତ୍ତିକା ହେଉଛି ଏକ ମୂଲ୍ୟବାନ ସମ୍ପଦ ଯାହା ଜୈବ ବିବିଧତା ପାଇଁ ସହାୟକ ହୋଇଥାଏ । ଗ୍ରାନାଇଟ୍, ବାଲୁକା ପଥର ଏବଂ ମାର୍ବଲ ଇତ୍ୟାଦି ମାଟିତଳେ ରହିଥିବା କେତେକ ଖଣିଜ ପଥର ଅଟନ୍ତି ।

ଆଲୁମିନିୟମ, ସୁନା, ତମ୍ବା ଓ ଲୁହା ଭଳି ଗୁରୁତ୍ଵପୂର୍ଣ୍ଣ ଧାତୁଗୁଡ଼ିକୁ ଖଣିଜ ପଦାର୍ଥରୁ ଉତ୍ତୋଳନ କରାଯାଇଥାଏ । ବିଭିନ୍ନ ଉପକରଣମାନଙ୍କର ପ୍ରସ୍ତୁତିରେ ଏଗୁଡ଼ିକୁ ବ୍ୟବହାର କରାଯାଇଥାଏ ।
ପଥର ଆମ ଜୀବନରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଗୁଡ଼ିକ ସୃଷ୍ଟି ହେବା ପାଇଁ ହଜାରରୁ ଲକ୍ଷ ଲକ୍ଷ ବର୍ଷ ଲାଗିଥାଏ । ଆଦିମାନବମାନେ ପଥରକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ ।

ଜୀବାଶ୍ମ ଇନ୍ଧନ

ପ୍ରାକୃତିକ ଗ୍ୟାସ୍‌, କୋଇଲା ଓ ପେଟ୍ରୋଲିୟମ୍ ଇତ୍ୟାଦି ଜୀବାଶ୍ମ ଇନ୍ଧନ ଅଟନ୍ତି । ପେଟ୍ରୋଲିୟମ୍‌ରୁ ପେଟ୍ରୋଲ, ଡିଜେଲ ଓ କିରୋସିନ୍ ମିଳିଥାଏ । ଯାନବାହନ ଚଳାଚଳ ପାଇଁ ବ୍ୟବହୃତ ହେଉଥ‌ିବା ମୁଖ୍ୟ ଦୁଇଟି ଇନ୍ଧନ ହେଉଛି ପେଟ୍ରୋଲ ଓ ଡିଜେଲ ।

କାର୍ଯ୍ୟ-୫ : ଆସ ଏକ ସର୍ବେକ୍ଷଣ କରିବା

  • ତୁମ ଆଖପାଖରେ ଥ‌ିବା ଗାଡ଼ିଗୁଡ଼ିକର ସର୍ବେକ୍ଷଣ କର ।
  • ସେଠାରେ କେଉଁ କେଉଁ ପ୍ରକାର ଗାଡ଼ି ଅଛି ? ସେଗୁଡ଼ିକରେ କେଉଁ କେଉଁ ଇନ୍ଧନ ବ୍ୟବହାର ହୁଏ ?
  • ତୁମେ ସାରଣୀରେ ସଂଗ୍ରହ କରିଥିବା ତଥ୍ୟଗୁଡ଼ିକ ଲେଖ ।
  • ଜୀବାଶ୍ମ ଇନ୍ଧନ ମୁଖ୍ୟତଃ ପୃଥ‌ିବୀ ଅଭ୍ୟନ୍ତରରେ ପୋତିହୋଇ ଯାଇଥିବା ଅଣୁଜୀବ, ମୃତପ୍ରାଣୀ ଓ ଉଦ୍ଭିଦ ଅବଶେଷରୁ ସୃଷ୍ଟି ହୋଇଥାଏ । ମାଟିତଳେ ଏ ପ୍ରକାର ଇନ୍ଧନ ସୃଷ୍ଟି ହେବା ପାଇଁ ପ୍ରାୟ ଲକ୍ଷ ଲକ୍ଷ ବର୍ଷ ଲାଗିଥାଏ ।

Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ

ସାରଣୀ ୩ : ବ୍ୟବହୃତ ଯାନ ଏବଂ ଇନ୍ଧନର ପ୍ରକାର

ଯାନର ନାମ ବ୍ୟବହୃତ ଇନ୍ଧନର ପ୍ରକାର
1. ଟ୍ରକ୍, ବସ୍, ଟ୍ରାକ୍ଟର ଡିଜେଲ
2. ସ୍ଫୁଟର, ମୋଟର ସାଇକେଲ ପେଟ୍ରୋଲ
3. ଉଡ଼ାଜାହାଜ ଗ୍ୟାସୋଲିନ୍
4. ପୁରୁଣା ରେଳଗାଡ଼ି କୋଇଲା

ପ୍ରାକୃତିକ ଗ୍ୟାସ୍ ରୋଷେଇ ଏବଂ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହୃତ ହୋଇଥାଏ । ଆଜିକାଲି CNG (Compressed Natural Gas) ବା ସଂପୀଡ଼ିତ ଗ୍ୟାସ୍‌ ଯାନବାହନରେ ଇନ୍ଧନ ଭାବେ ମଧ୍ୟ ବ୍ୟବହାର କରାଯାଇଛି ।
Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ 6
CNG ପେଟ୍ରୋଲ କିମ୍ବା ଡିଜେଲ ତୁଳନାରେ ଅଧୂକ ସ୍ଵଚ୍ଛ ଅଟେ । କୋଇଲା ମୁଖ୍ୟତଃ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହୃତ ହୁଏ । ଏହା ଭାରତର ଅନେକ ସ୍ଥାନରେ ଦେଖିବାକୁ ମିଳେ ।

ପୂର୍ବରୁ କୋଇଲା, କାଠ ଓ ଗୋବରକୁ ରୋଷେଇ ପାଇଁ ଇନ୍ଧନ ଭାବେ ବ୍ୟବହାର କରାଯାଉଥିଲା । ଆଜିକାଲି କମ୍ ପ୍ରଦୂଷଣକାରୀ ପ୍ରାକୃତିକ ଗ୍ୟାସ୍ ଏବଂ ତରଳ ପେଟ୍ରୋଲିୟମ୍ ଗ୍ୟାସ୍ (LPG) ଧୀରେ ଧୀରେ ଏହି ଘରୋଇ ଇନ୍ଧନର ସ୍ଥାନ ନେଇଛି ।

Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ

ତରଳ ପେଟ୍ରୋଲିୟମ୍ ଗ୍ୟାସ୍ (LPG) :
Liquefied Petroleum Gas କୁ ସଂକ୍ଷେପରେ LPG କୁହାଯାଏ । ଏହି ଗ୍ୟାସର ମୁଖ୍ୟ ଉପାଦାନ ହେଉଛି ପ୍ରୋପେନ୍ ବା ବ୍ୟୁଟେନ୍ । ଏହାକୁ ଇନ୍ଧନ ଭାବେ ବ୍ୟବହାର କରାଯାଏ ।

ଏହା ଅଶୋଧୃତ ଜୈଳ ବିଶୋଧନ କିମ୍ବା ପ୍ରାକୃତିକ ଗ୍ୟାସ୍ ପ୍ରକ୍ରିୟାକରଣର ଏକ ଉପ ଉତ୍ପାଦଭାବେ ସଂଗୃହୀତ କରାଯାଏ । ସାଧାରଣ ତାପମାତ୍ରା ଓ ଚାପରେ ଏହା ଗ୍ୟାସ୍ ଅଟେ । ଚାପ ପ୍ରୟୋଗ କରି ଏହାକୁ ସିଲିଣ୍ଡରରେ ସଂରକ୍ଷଣ କରାଯାଇଥାଏ ।

ଜୀବାଶ୍ମ ଇନ୍ଧନ ସୀମିତ ପରିମାଣରେ ମିଳିଥାଏ । ସାଧାରଣତଃ ଏହି ଇନ୍ଧନ ଜଳିଲେ ଧୂଆଁ ଓ ଅଙ୍ଗାରକାମ୍ଳ ଗ୍ୟାସ୍ (CO2) ଉତ୍ପନ୍ନ ହୋଇଥାଏ, ଯାହା ବାୟୁ ପ୍ରଦୂଷଣର କାରଣ ଅଟେ ।

ଆସ ଜୀବଶ୍ମ ଇନ୍ଧନ ସଂରକ୍ଷଣ ପାଇଁ ଆମର ଯଥାସମ୍ଭବ ପ୍ରୟାସ କରିବା–

  • ଆଖପାଖ ସ୍ଥାନକୁ ଚାଲି ଚାଲି କିମ୍ବା ସାଇକେଲ ଚଲାଇ ଯିବା ।
  • ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ପରିବହନ କରିବା ।

ପ୍ରାକୃତିକ ସମ୍ପଦ

ନବୀକରଣ ଯୋଗ୍ୟ ଓ ନବୀକରଣ ଅଯୋଗ୍ୟ :

  • ପୃଥ‌ିବୀର ସମସ୍ତ ଜୀବଜଗତକୁ ବଞ୍ଚାଇ ରଖିବା ପାଇଁ ଯେଉଁ ଅତ୍ୟାବଶ୍ୟକ ସମ୍ବଳ ଯଥା – ସୂର୍ଯ୍ୟାଲୋକ, ଜଳ, ପ୍ରାଣୀ ଓ ଉଦ୍ଭିଦ ଇତ୍ୟାଦିକୁ ଆମର ଆକଶ୍ୟକତା ପୂରଣ ପାଇଁ ପ୍ରକୃତିରୁ ପାଇଥାଉ ତାହାକୁ ପ୍ରାକୃତିକ ସମ୍ବଳ କୁହାଯାଏ ।
  • ପ୍ରାକୃତିକ ସମ୍ପଦକୁ ଆମେ ନିଜ ସୁବିଧା ପାଇଁ ଅନେକ ଉପଯୋଗୀ ଦ୍ରବ୍ୟରେ ପରିଣତ କରି ବ୍ୟବହାର କରିଥାଉ । ମନୁଷ୍ୟଦ୍ଵାରା ସୃଷ୍ଟି ହେଉଥ‌ିବା ଏପରି ସମ୍ବଳକୁ ମନୁଷ୍ୟକୃତ ସମ୍ବଳ କୁହାଯାଏ ।
    Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ 7
  • ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନବୀକରଣ, ପୁନରୁଦ୍ଧାର ହେଉଥ‌ିବା ସମ୍ବଳକୁ ନବୀକରଣ ଯୋଗ୍ଯ ସମ୍ବଳ କୁହାଯାଏ । ବାୟୁ, ଜଳ ଏବଂ ଜଙ୍ଗଲ ଇତ୍ୟାଦି ଏହାର ଉଦାହରଣ ଅଟେ । ପ୍ରକୃତି ଏଗୁଡ଼ିକୁ ନବୀକରଣ କରିଥାଏ ।
  • ଯେଉଁ ସମ୍ବଳଗୁଡ଼ିକ ସୃଷ୍ଟି ହେବା ପାଇଁ ଲକ୍ଷ ଲକ୍ଷ ବର୍ଷ ଲାଗିଥାଏ, ସୀମିତ ପରିମାଣରେ ମିଳିଥାଏ ଏବଂ ଥରେ ବ୍ୟବହାର କଲେ ସେଗୁଡ଼ିକ ସରିଯାଇଥାଏ ଓ ତାହାକୁ ପୁନରୁଦ୍ଧାର କରିବା ସମ୍ଭବ ନୁହେଁ, ସେପରି ସମ୍ବଳକୁ ନବୀକରଣ ଅଯୋଗ୍ୟ ସମ୍ବଳ କୁହାଯାଏ । ଉଦାହରଣ ମାଟି, ପଥର, କୋଇଲା, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଇତ୍ୟାଦି ।

ଆମେ ବ୍ୟବହାର କରୁଥିବା ସମ୍ବଳ

  • ଅଧିକରୁ ଅଧ‌ିକ କଳକାରଖାନା ଓ ଯାନବାହନରୁ ନିର୍ଗତ ଦୂଷିତ ବାଷ୍ପଦ୍ଵାରା ବାୟୁମଣ୍ଡଳ ଦୂଷିତ ହେଉଅଛି । ବାୟୁ ପ୍ରଦୂଷଣଦ୍ଵାରା ବାୟୁର ମାନ ହ୍ରାସ ପାଇବା ସଙ୍ଗେ ସଙ୍ଗେ ଆମର ଓ ଆମ ପରିବେଶର ଅନେକ କ୍ଷତି ହେଉଅଛି ।
  • କ୍ରମବର୍ଦ୍ଧିଷ୍ଠ ଜନସଂଖ୍ୟା ଓ ଆମମାନଙ୍କର କାର୍ଯ୍ୟକଳାପ ଯୋଗୁଁ ଆମ ପରିବେଶ ଦିନକୁ ଦିନ ବାସ ଅନୁପଯୋଗୀ ହେଉଅଛି । ବାୟୁ ପ୍ରଦୂଷଣ, ପରିବେଶ ପ୍ରଦୂଷଣର ଏକ ଅଂଶ ଅଟେ ।

Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ

ବାୟୁ ପ୍ରଦୂଷଣ ହ୍ରାସ କରିବାର ଉପାୟ :

  1. ଜୈବିକ ଇନ୍ଧନ ପରିବର୍ତ୍ତେ ପ୍ରାକୃତିକ ଗ୍ୟାସ୍, ବିଦ୍ୟୁତ୍ ଶକ୍ତି ଓ ସୌର ଶକ୍ତି ବ୍ୟବହାର କରିବା ।
  2. ଘରୋଇ ବ୍ୟବହାରରେ ଧୂମବିହୀନ ଚୁଲ୍ଲା ବ୍ୟବହାର କରିବା ।
  3. ମୋଟରଯାନରେ CNG କୁ ବ୍ୟବହାର କରିବା ।
  4. ଜନସଚେତନତା ସୃଷ୍ଟି କରିବା ।
  5. ସବୁଜ ବଳୟ (Green belt) ସୃଷ୍ଟି କରିବା ।
  6. କୀଟନାଶକ ଓ ପୀଡ଼କମାରୀ କମ୍ ବ୍ୟବହାର କରିବା ।

କାର୍ଯ୍ୟ-୬ : ଆସ ବ୍ୟବହୃତ ପ୍ରାକୃତିକ ସମ୍ପଦର ଏକ ତାଲିକା କରିବା

ତୁମ ଦୈନନ୍ଦିନ ଜୀବନରେ ତୁମେ କରୁଥିବା କାର୍ଯ୍ୟଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କର ଏବଂ ପ୍ରତ୍ୟେକ କାର୍ଯ୍ୟ ପାଇଁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ବ୍ୟବହୃତ ହୋଇଥିବା ପ୍ରାକୃତିକ ସମ୍ପଦଗୁଡ଼ିକୁ ଲେଖ । ସାରଣୀରେ କିଛି ତଥ୍ୟ ପୂର୍ବରୁ ପୂରଣ ହୋଇଛି, ଅବଶିଷ୍ଟ ଖାଲି ଧାଡ଼ିଗୁଡ଼ିକ ପୂରଣ କର ।

ସାରଣୀ–୪ : ବ୍ୟବହୃତ ପ୍ରାକୃତିକ ସମ୍ପଦ

କାର୍ଯ୍ୟ ପ୍ରାକୃତିକ ସମ୍ପଦ
ପୋଷାକ ଧୋଇବା ପାଣି
ମାଟି ଖେଳନା ତିଆରି କରିବା ମୃଭିକା
ଜାଳେଣି କାଠ ସଂଗ୍ରହ କରିବା ଉଭିଦ
ଗୁଡ଼ି ତିଆରି କରିବା ଉଭିଦ
ଜଳଖୁଆ ଖାଇବା ଶସ୍ୟ
ଦହନ ପ୍ରକ୍ରିୟା ପ୍ରାକୃତିକ ଗ୍ୟାସ୍

ତୁମେ ଏବଂ ତୁମର ସାଙ୍ଗ, ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ବହୁ ପ୍ରାକୃତିକ ସମ୍ପଦର ତାଲିକା କରିଛ । ଏହି ସମ୍ପଦଗୁଡ଼ିକ ହେଉଛି ବାୟୁ, ଜଳ, ମାଟି ଏବଂ ଉଭିଦ ଏବଂ ପ୍ରାଣୀମାନଙ୍କଠାରୁ ମିଳୁଥିବା ଖାଦ୍ୟ । ଆମେ ପ୍ରକୃତିଠାରୁ ଏହି ସମ୍ବଳ ପାଇଥାଉ ଏବଂ ଏହାକୁ ବ୍ୟବହାର କରି ଆମ ଆବଶ୍ୟକ ଜିନିଷ ତିଆରି କରିଥାଉ । ତେଣୁ ଆମେ, ଆମ ପ୍ରାକୃତିକ ସମ୍ପଦକୁ ସଂରକ୍ଷଣ କରିବା ସହ ଏହାକୁ ନଷ୍ଟ ନକରି ଦାୟିତ୍ଵପୂର୍ଣ୍ଣ ଭାବେ ବ୍ୟବହାର କରିବା । ଏହାଦ୍ଵାରା ଆମେ ପରିବେଶକୁ କ୍ଷତି ନ ପହଞ୍ଚାଇ ଆମର ବର୍ତ୍ତମାନର ଆବଶ୍ୟକତାକୁ ପୂରଣ କରିପାରିବା ସହିତ ଭବିଷ୍ୟତ ପାଇଁ ମଧ୍ଯ ସଞ୍ଚୟ କରିପାରିବା ।

Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ

ବିଜ୍ଞାନଭିତ୍ତିକ ପ୍ରମୁଖ ଶବ୍ଦ

୧. ବାୟୁ
୨. ପେଟ୍ରୋଲିୟମ୍
୩. କୋଇଲା
୪. ନବୀକରଣଯୋଗ୍ୟ ସମ୍ବଳ
୫. ଜଙ୍ଗଲ
୬. ସମ୍ବଳ
୭. ଜୀବାଶ୍ମ ଇନ୍ଧନ
୮. ପଥର / ଶିଳା
୯. ମନୁଷ୍ୟକୃତ ସମ୍ବଳ
୧୦. ମାଟି
୧୧. ପ୍ରାକୃତିକ ଗ୍ୟାସ୍
୧୨. ସୂର୍ଯ୍ୟ
୧୩. ପ୍ରାକୃତିକ ସମ୍ପଦ
୧୪. ପାଣି
୧୫. ନବୀକରଣ ଅଯୋଗ୍ୟ ସମ୍ବଳ
୧୬, ବର୍ଷା ଜଳ ସଂରକ୍ଷଣ

Class 6 Science Chapter 11 Notes Odia Medium ପ୍ରାକୃତିକ ସମ୍ପଦ

ବିଷୟବସ୍ତୁର ସାରାଂଶ :

  • ପ୍ରକୃତି ଆମର ବଞ୍ଚିବା ପାଇଁ ଆବଶ୍ୟକ ସମ୍ବଳ ପ୍ରଦାନ କରିଥାଏ ।
  • ପ୍ରକୃତିରୁ ମିଳୁଥ‌ିବା ସମ୍ପଦକୁ ପ୍ରାକୃତିକ ସମ୍ପଦ କୁହାଯାଏ ।
  • କେତେକ ଗୁରୁତ୍ଵପୂର୍ଣ୍ଣ ପ୍ରାକୃତିକ ସମ୍ପଦ ହେଉଛି ବାୟୁ, ଜଳ, ସୌରଶକ୍ତି, ଜଙ୍ଗଲ, ମାଟି, ପଥର, ଖଣିଜ ପଦାର୍ଥ ଏବଂ ଜୀବାଶ୍ମ ଇନ୍ଧନ ।
  • ମନୁଷ୍ୟ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ସୃଷ୍ଟି କରିଥିବା ସମ୍ପଦକୁ ମନୁଷ୍ୟକୃତ ସମ୍ପଦ କୁହାଯାଏ । ପ୍ରାକୃତିକ ସମ୍ପଦକୁ ନବୀକରଣଯୋଗ୍ୟ ଏବଂ ନବୀକରଣଯୋଗ୍ୟ ସମ୍ବଳ ଭାବରେ ବର୍ଗୀକୃତ କରାଯାଇପାରେ ।
  • ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରାକୃତିକ ପ୍ରକ୍ରିୟାଦ୍ଵାରା ନବୀକରଣ ବା ପୁନରୁଦ୍ଧାର ହୋଇପାରୁଥିବା ସମ୍ବଳକୁ ନବୀକରଣଯୋଗ୍ୟ ସମ୍ବଳ କୁହାଯାଏ ।
  • ଯେଉଁ ସମ୍ବଳ ସୀମିତ ପରିମାଣରେ ଥାଏ ଏବଂ ନିର୍ଦ୍ଦିଷ୍ଟ ସମୟ ଅବଧୂ ମଧ୍ଯରେ ପୁନରୁଦ୍ଧାର ହୋଇପାରେନାହିଁ ସେଗୁଡ଼ିକୁ ନବୀକରଣ ଯୋଗ୍ୟ ସମ୍ବଳ କୁହାଯାଏ ।
  • ମନୁଷ୍ୟ ସମେତ ସମସ୍ତ ଜୀବ ବଞ୍ଚିବା ପାଇଁ ପ୍ରାକୃତିକ ସମ୍ବଳ ଉପରେ ନିର୍ଭରଶୀଳ । ତେଣୁ ସେଗୁଡ଼ିକୁ ଉପଯୁକ୍ତ ଭାବେ ବ୍ୟବହାର କରିବା ଉଚିତ ।

Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା

Students can use Class 6 Math Solution Odia Medium and Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା to check their answers after solving exercises.

6th Class Maths Chapter 4 Question Answer Odia Medium

Class 6 Maths Chapter 4 Odia Medium

4.1 ତଥ୍ୟ ସଂଗ୍ରହ ଏବଂ ସଂଗଠିତ (ସଜୀକରଣ) (Collecting and Organising Data)

ଆସ ବୁଝିବା: (Page No. 75-76)

Question 1.
ନରେଶ ଏବଂ ନମିତାଙ୍କ ସହପାଠୀଙ୍କ ମଧ୍ୟରେ ସବୁଠାରୁ ପ୍ରିୟ ଖେଳ ଜାଣିବା ପାଇଁ ତୁମେ କ’ଣ କରିବ?
Solution:
ନରେଶ ଏବଂ ନମିତାଙ୍କ ସହପାଠୀଙ୍କ ମଧ୍ୟରେ ସବୁଠାରୁ ପ୍ରିୟ ଖେଳ ଜାଣିବା ପାଇଁ ଏକ ତାଲିକା ପ୍ରସ୍ତୁତ କରିବ।

Question 2.
ସେମାନଙ୍କ ଶ୍ରେଣୀରେ ସବୁଠାରୁ ଲୋକପ୍ରିୟ ଖେଳର ନାମ କ’ଣ?
Solution:
ହକି

Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା

Question 3.
ତୁମର ସହପାଠୀଙ୍କ ମଧ୍ୟରେ ସବୁଠାରୁ ଅଧିକ ପସନ୍ଦର ଖେଳ ଜାଣିବାକୁ ଚେଷ୍ଟା କର।
Solution:
ଛାତ୍ରଛାତ୍ରୀମାନେ ନିଜେ ଲେଖୁବେ।

Question 4.
ବିନି ନିମ୍ନରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ଚାହେଁ। ଯେଉଁ ପ୍ରଶ୍ନଗୁଡ଼ିକରେ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ଅଛି, ତା’ ପାଖରେ ଠିକ୍ (✓) ଚିହ୍ନ ଦିଅ। ଯେଉଁ ପ୍ରଶ୍ନଗୁଡ଼ିକରେ ତାଙ୍କୁ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ନାହିଁ, ତା’ ପାଖରେ ଛକି ଚିହ୍ନ (✗) ଦିଅ।
(କ) ବିନିର ସହପାଠୀମାନଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ଟି.ଭି. ସିରିଏଲ୍ କ’ଣ?
(ଖ) ଭାରତ କେବେ ସ୍ଵାଧୀନ ହେଲା?
(ଗ) ନିଜ ଅଞ୍ଚଳର କେତେକ ପରିମାଣର ଜଳ ନଷ୍ଟ ହୋଇଥିଲା?
(ଘ) ଭାରତର ରାଜଧାନୀର ନାମ କ’ଣ?
Solution:
(କ) ✓
(ଖ) ✗
(ଗ) ✓
(ଘ) ✗

ଆସ ବୁଝିବା: (Page No. 76-77)

Question 1.
ସାନନ୍ଦ ଗୁରୁଜୀଙ୍କୁ ଠିକ୍ ପରିମାଣର ମିଠା କିଣିବାରେ ସାହାଯ୍ୟ କରିବା ପାଇଁ ତଳ ସାରଣୀକୁ ପୂରଣ କର।
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 76 Q1
Solution:
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 76 Q1.1

Question 2.
ଉପରୋକ୍ତ ସାରଣୀ ଦେଖୁ ପିଲାମାନଙ୍କର ପସନ୍ଦ ଅନୁଯାୟୀ ପ୍ରତ୍ୟେକ ପ୍ରକାରର ମିଠା ବଣ୍ଟନ କରିବା ପାଇଁ ଯଥେଷ୍ଟ କି? ଆଲୋଚନା କର। ଯଦି ଏହା ଯଥେଷ୍ଟ ନୁହେଁ, ତେବେ ଆଉ କ’ଣ କରାଯାଇପାରିବ?
Solution:
ନା, ଏହା ଯଥେଷ୍ଟ ନୁହେଁ। ପ୍ରତ୍ୟେକ ମିଠା ଜିନିଷ ଉପରେ ସେମାନଙ୍କର ନାମ ମଧ୍ୟ ଲେଖୁବା ଉଚିତ ଥିଲା। ତେବେ ହିଁ କେବଳ ସେ ଠିକ୍ ପିଲାକୁ ଠିକ୍ ମିଠା ଦେଇପାରିଥାନ୍ତେ।

ଆସ ବୁଝିବା: (Page No. 77-79)

Question 1.
ତାଙ୍କୁ ନିମ୍ନଲିଖତ ବିଷୟଗୁଡ଼ିକ ଜାଣିବାରେ ସାହାଯ୍ୟ କରିବା।
(କ) ଶ୍ରେଣୀରେ ସବୁଠାରୁ ବଡ଼ ମାପର ଜୋତା ହେଉଛି ______________ ।
(ଖ) ଶ୍ରେଣୀରେ ସବୁଠାରୁ ଛୋଟ ମାପର ଜୋତା ହେଉଛି ______________ ।
(ଗ) କେତେଜଣ ଶିକ୍ଷାର୍ଥୀ 5 ନମ୍ବରର ଜେତୋ ପିନ୍ଧନ୍ତି? ______________
(ଘ) କେତେଜଣ ଶିକ୍ଷାର୍ଥୀ 4 ନମ୍ବରର ବଡ଼ ଜୋତା ପିନ୍ଧନ୍ତି? ______________
Solution:
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 77 Q1
(କ) ଶ୍ରେଣୀରେ ସବୁଠାରୁ ବଡ଼ ମାପର ଜୋତା ହେଉଛି 7।
(ଖ) ଶ୍ରେଣୀରେ ସବୁଠାରୁ ଛୋଟ ମାପର ଜୋତା ହେଉଛି 3।
(ଗ) 10 ଜଣ ଶିକ୍ଷାର୍ଥୀ 5 ନମ୍ବରର ଜେତୋ ପିନ୍ଧନ୍ତି।
(ଘ) 9 ଜଣ ଶିକ୍ଷାର୍ଥୀ 4 ନମ୍ବରର ବଡ଼ ଜୋତା ପିନ୍ଧନ୍ତି।

Question 2.
ଏହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ସାନରୁ ବଡ଼ କ୍ରମରେ ତଥ୍ୟ ସଜାଡ଼ିବା କିପରି ସହାୟକ ହୋଇଥାଏ?
Solution:
ତଥ୍ୟଗୁଡ଼ିକୁ ସାନରୁ ବଡ଼ କ୍ରମରେ ସଜାଇଲେ,
3, 3, 3, 4, 4, 4, 4, 4, 4, 4, 4, 4, 5, 5, 5, 5, 5, 5, 5, 5, 5, 5, 6,6, 6, 6, 7
ବାରମ୍ବାରତା ବିତରଣ ସାରଣୀକୁ ତୁଳନା କଲେ ଉତ୍ତର ଦେବାକୁ ଟିକିଏ ଅଧିକ ସମୟ ଲାଗେ।

Question 3.
ତଥ୍ୟଗୁଡ଼ିକୁ ସଜାଡ଼ିବା ପାଇଁ ଅନ୍ୟ କୌଣସି ଉପାୟ ଅଛି କି?
Solution:
ହଁ, ଏହି ତଥ୍ୟଗୁଡ଼ିକ ବଡ଼ରୁ ସାନ କ୍ରମରେ ସଜାଇ ହେବ।

Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା

Question 4.
ତୁମ ନିଜ ଚାରିପାଖରେ ଦେଖୁଥ‌ିବା କିଛି ଗଛର ନାମ ଲେଖ। ତୁମ ଘରୁ ବିଦ୍ୟାଳୟକୁ ଯିବାବେଳେ ରାସ୍ତାରେ ଯେଉଁ ଗଛସବୁ ଦେଖୁଛ ଓ ସେହି ଗଛର ସଂଖ୍ୟା ସମ୍ବନ୍ଧୀୟ ତଥ୍ୟକୁ ନିମ୍ନଲିଖତ ସାରଣୀରେ ପୂରଣ କର।
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 77 Q4
(କ) କେଉଁ ଗଛର ସଂଖ୍ୟା ସବୁଠାରୁ ଅଧିକ?
(ଖ) କେଉଁ ଗଛର ସଂଖ୍ୟା ସବୁଠାରୁ କମ୍?
(ଗ) ସମାନ ସଂଖ୍ୟାରେ ଦୁଇଟି ଗଛ ମିଳିଲା କି?
Solution:
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 77 Q4.1
(କ) ଅମୃତଭଣ୍ଡା ଗଛର ସଂଖ୍ୟା ସବୁଠାରୁ ଅଧିକ।
(ଖ) ନିମ ଗଛର ସଂଖ୍ୟା ସବୁଠାରୁ କମ୍।
(ଗ) ନା, ସମାନ ସଂଖ୍ୟାରେ ଦୁଇଟି ଗଛ ମିଳିଲା ନାହିଁ।
(ଛାତ୍ରଛାତ୍ରୀମାନେ ନିଜ ନିଜ ଅଞ୍ଚଳରେ ଦେଖୁଥୁବା ଗଛ ସଂଖ୍ୟାର ତଥ୍ୟ ନେଇ ସାରଣୀ ପୂରଣ କରିବାକୁ ଚେଷ୍ଟା କରିବେ।)

Question 5.
ଏକ ଖାଲି କାଗଜ ଖଣ୍ଡ ନିଅ ଏବଂ ଓଡ଼ିଆ ଖବର କାଗଜରୁ ଯେକୌଣସି ଛୋଟ ଖବର ଥିବା ଖଣ୍ଡକୁ ନେଇ ଖାଲି କାଜରେ ଅଠା ଦେଇ ଲଗାଅ। (ପ୍ରତ୍ୟେକ ପିଲା ଭିନ୍ନ ଭିନ୍ନ ଖବର କାଗଜ ଖଣ୍ଡ ବ୍ୟବହାର କରିପାରିବେ।) ପ୍ରତ୍ୟେକ ପିଲା ଖାଲି କାଗଜରେ ତଳେ ଦିଆଯାଇଥବା ଭଳି ଏକ ସାରଣୀ ପ୍ରସ୍ତୁତ କରିବେ। ନିଜେ ଲଗାଇଥୁବା ଖବରରେ ‘ଚ’, ‘ଅ’, ‘ଦ’, ‘ମ’, ‘ସ’ ଅକ୍ଷର କେତୋଟି ଅଛି ଗଣି ତଳ ସାରଣୀ ପୂରଣ କରିବ।
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 77 Q5
(କ) କେଉଁ ଅକ୍ଷରଟି ସବୁଠାରୁ ଅଧିକ ଥର ଅଛି?
(ଖ) କେଉଁ ଅକ୍ଷରଟି ସବୁଠାରୁ କମ୍ ଥର ଅଛି?
(ଗ) ପାଞ୍ଚଟି ଅକ୍ଷର ‘ଚ’, ‘ଅ’, ‘ଦ’, ‘ମ’, ‘ସ’ କୁ ସେମାନଙ୍କ ବାରମ୍ବାରତା ଅନୁଯାୟୀ ସାନରୁ ବଡ଼ କ୍ରମରେ ସଜାଇ ଲେଖ। ଏବେ, ତୁମ ତାଲିକାର କ୍ରମକୁ ତୁମ ସହପାଠୀଙ୍କ କ୍ରମ ସହିତ ତୁଳନା କରି। ଉଭୟଙ୍କର କ୍ରମ ସମାନ କି ନା ପାଖାପାଖି ସମାନ? (ପ୍ରାୟ ସମସ୍ତେ ‘ଚ’, ‘ଅ’, ‘ଦ’, ‘ମ’, ‘ସ’ ଅକ୍ଷରର କ୍ରମ ପାଇବାର ସମ୍ଭାବନା ଅଛି କି?) ତୁମେ ଏପରି କାହିଁକି ଭାବୁଛି?
(ଘ) ଏହି କାର୍ଯ୍ୟଟି କରିବା ପାଇଁ ତୁମେ ଯେଉଁ ପ୍ରକ୍ରିୟା ଅବଲମ୍ବନ କରିଛ ଲେଖ।
(ଙ) ତୁମର ସହପାଠୀମାନେ କେଉଁ ସବୁ ପ୍ରକ୍ରିୟା ଅବଲମ୍ବନ କରିଛନ୍ତି, ସେମାନଙ୍କ ସହିତ ଆଲୋଚନା କର।
(ଚ) ଯଦି ତୁମେ ଏହି କାର୍ଯ୍ୟ ଅନ୍ୟ ଏକ ଖବରକୁ ନେଇ କରିବ, ତେବେ ତୁମେ କେଉଁ ପ୍ରକ୍ରିୟା ଅବଲମ୍ବନ କରିବ?
Solution:
ଛାତ୍ରଛାତ୍ରୀମାନେ ନିଜେ କରିବେ।

4.2 ଚିତ୍ରଲେଖ (Pictographs)

Page No. 80

Question 1.
ସବୁଠାରୁ ଅଧୁକ ସଂଖ୍ୟକ ଶିକ୍ଷାର୍ଥୀ କେଉଁ ଗମନାଗମନ ମାଧ୍ୟମରେ ବିଦ୍ୟାଳୟକୁ ଆସିଥାନ୍ତି?
Solution:
ସବୁଠାରୁ ଅଧ‌ିକ ସଂଖ୍ୟକ ଶିକ୍ଷାର୍ଥୀ ସ୍କୁଲ୍‌ବସ୍ ମାଧ୍ଯମରେ ବିଦ୍ୟାଳୟକୁ ଆସିଥାନ୍ତି।

Question 2.
ସବୁଠାରୁ କମ୍ ସଂଖ୍ୟକ ଶିକ୍ଷାର୍ଥୀ କେଉଁ ମାଧ୍ଯମରେ ବିଦ୍ୟାଳୟକୁ ଆସିଥାନ୍ତି?
Solution:
ସବୁଠାରୁ କମ୍ ସଂଖ୍ୟକ ଶିକ୍ଷାର୍ଥୀ ସାଇକେଲ ମାଧ୍ୟମରେ ବିଦ୍ୟାଳୟକୁ ଆସିଥାନ୍ତି।

ଚିତ୍ରଲେଖ ବ୍ୟବହାର କରି ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ: (Page No. 80)

Question 1.
ସବୁ ରାତିରେ ଅତି କମ୍‌ରେ 9 ଘଣ୍ଟା ଶୋଉଥବା ପିଲାଙ୍କ ସଂଖ୍ୟା କେତେ?
Solution:
ସାରଣୀର ପ୍ରଥମ ଧାଡ଼ିରେ 5 ଟି ‘ସବୁ ରାତିରେ’କୁ ସୂଚାଉଛି।
ସାରଣୀରେ ‘ସବୁ ରାତିରେ’ ପାଇଁ 5ଟି ଚିତ୍ର ଅଛି।
ପ୍ରତ୍ଯେକ ଚିତ୍ର 10 ପିଲାଙ୍କୁ ସୂଚିତ କରୁଛି।
ତେଣୁ 5 ଟି ଚିତ୍ର = 5 × 10 = 50 ପିଲାଙ୍କୁ ସୂଚିତ କରୁଛି।

Question 2.
କେତେଜଣ ପିଲା ବେଳେବେଳେ ରାତିରେ ଅତିକମ୍‌ରେ 9 ଘଣ୍ଟା ଶୋଉଥିଲେ?
Solution:
ସାରଣୀର ଦ୍ଵିତୀୟ ଧାଡ଼ିରେ ଯାହା ‘ବେଳେବେଳେ’କୁ ସୂଚାଉଛି।
2ଟି ସମ୍ପୂର୍ଣ୍ଣ ଚିତ୍ର (2 × 10 = 20) ଏବଂ ଗୋଟିଏ ଅଧାଚିତ୍ର (10 ର ଅଧା 5) ଅଛି।
ତେଣୁ ‘ବେଳେବେଳେ’ ଅତି କମ୍‌ରେ 9 ଘଣ୍ଟା ଶୋଉଥୁବା ପିଲାଙ୍କ ସଂଖ୍ୟା 20 + 5 = 25

Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା

Question 3.
ରାତିରେ କେତେଜଣ ପିଲା 9 ଘଣ୍ଟାରୁ କମ୍ ସମୟ ଶୋଉଥିଲେ?
Solution:
ସାରଣୀରେ ତୃତୀୟ ଧାଡ଼ିରେ ‘କେବେ ନୁହେଁ’ ପାଇଁ 4 ଟି ସମ୍ପୂର୍ଣ ଚିତ୍ର ଅଛି।
ତେଣୁ 4 × 10 = 40 ଜଣ ପିଲା ଗୋଟିଏ ରାତିରେ ଅତି କମ୍‌ରେ 9 ଘଣ୍ଟା ଶୁଅନ୍ତି ନାହିଁ।
ଅର୍ଥାତ୍ ସେମାନେ ‘ସବୁବେଳେ’ 9 ଘଣ୍ଟାରୁ କମ୍ ସମୟ ଶୋଇଥାନ୍ତି।

Page No. 82

Question 1.
ଝରଣା ଓ ପ୍ରମିଳା ଏକ ଚିତ୍ରଲେଖ ମାଧ୍ୟମରେ ସେମାନଙ୍କର ତଥ୍ୟକୁ ଉପସ୍ଥାପନ କରିବାକୁ ଚାହାନ୍ତି, ଯେଉଁଠାରେ ସେମାନେ ପ୍ରତ୍ୟେକ ଶିକ୍ଷାର୍ଥୀ ପାଇଁ ଗୋଟିଏ ଚିହ୍ନ ମଧ୍ୟ ବ୍ୟବହାର କରିବେ, ତେବେ ସେମାନେ କେଉଁ ସବୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି?
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 82 Q1
Solution:
ଝରଣା ଏହାକୁ ସମାଧାନ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ ଯେହେତୁ ଶିକ୍ଷାର୍ଥୀ ସଂଖ୍ୟା ଅଧିକ, ତେଣୁ ସେ 5 ଜଣ ଶିକ୍ଷାର୍ଥୀଙ୍କୁ ସୂଚାଇବା ପାଇଁ ଗୋଟିଏ ଚିହ୍ନ ବ୍ୟବହାର କରିବାକୁ ନିଷ୍ପଭି ନେଇଥିଲେ। ସେ ଭାବିଲେ ଯେ ସମୟ ଏବଂ ସ୍ଥାନ ମଧ୍ଯ ଅଧିକା ହେବ ନାହିଁ।

Page No. 83

Question 1.
ଯଦି କୌଣସି ଶ୍ରେଣୀରେ ଉପସ୍ଥିତ ଛାତ୍ରଙ୍କ ମୋଟ ସଂଖ୍ୟା 33 କିମ୍ବା 27 ହୁଏ, ତେବେ ଏପରି ଚିତ୍ରଲେଖ ପ୍ରସ୍ତୁତ କରିବାରେ କ’ଣ ସମସ୍ୟା ହୋଇପାରେ?
Solution:
ଯେତେବେଳେ ବାରମ୍ବାରତାଗୁଡ଼ିକ ନିଆଯାଇଥିବା ଏକକର ଗୁଣିତକ ହୋଇ ନ ଚିତ୍ରଲେଖ ପ୍ରସ୍ତୁତ କରିବା ଅଧ‌ିକ କଷ୍ଟକର ହୋଇଥାଏ। ଯେହେତୁ 33 କିମ୍ବା 27, 5 କିମ୍ବା 10 ର ଗୁଣିତକ ନୁହେଁ, ଏପରି ଚିତ୍ରଲେଖ ପ୍ରସ୍ତୁତ କରିହେବ ନାହିଁ।

ଆସ ବୁଝିବା: (Page No. 83-85)

Question 1.
ନିମ୍ନ ଚିତ୍ରଲେଖରେ ବଳରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଠାଗାରରୁ ପିଲାମାନେ ଗୋଟିଏ ସପ୍ତାହରେ କେତେ ପୁସ୍ତକ ନେଇଛନ୍ତି ତାହା ଦର୍ଶାଯାଇଛି।
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 83 Q1
(କ) କେଉଁ ଦିନ ପିଲାମାନେ ସବୁଠାରୁ କମ୍ ସଂଖ୍ୟକ ପୁସ୍ତକ ନେଇଥିଲେ?
(ଖ) ସପ୍ତାହରେ ମୋଟ କେତେ ପୁସ୍ତକ ନିଆଯାଇଥିଲା?
(ଗ) କେଉଁ ଦିନ ସର୍ବାଧ୍ବକ ପୁସ୍ତକ ନିଆଯାଇଥିଲା? ଏହାର ସମ୍ଭାବ୍ୟ କାରଣ କ’ଣ ହୋଇପାରେ?
Solution:
(କ) ଗୁରୁବାରଦିନ ହିଁ ପିଲାମାନେ ସବୁଠାରୁ କମ୍ ସଂଖ୍ୟକ ପୁସ୍ତକ ନେଇଥିଲେ।
(ଖ) ସପ୍ତାହରେ ମୋ’ ଟି କେତେ ପୁସ୍ତକ ନିଆଯାଇଥିଲା = 5 + 4 + 2 + 0 + 5 + 8 = 24 ଖଣ୍ଡ ବହି।
(ଗ) ଶନିବାରଦିନ ସର୍ବାଧୁକ ପୁସ୍ତକ ନିଆଯାଇଥିଲା। କାରଣ ତା’ପରଦିନ ରବିବାର ଥ‌ିବାରୁ ଛୁଟିଦିନ। ପିଲାମାନଙ୍କୁ ଅଧ୍ଵ କ ସମୟ ମିଳିବ ପଢ଼ିବାପାଇଁ।

Question 2.
କିଶୋର ବାବୁ ଖୋର୍ଦ୍ଧାରେ। ଗୁଡ଼ି ବିକ୍ରୟ କରନ୍ତି। ନିକଟବର୍ତୀ ଗ୍ରାମଗୁଡ଼ିକରୁ ଛଅଜଣ ଦୋକାନୀ ତାଙ୍କଠାରୁ ଗୁଡ଼ି କିଣିବାକୁ ଆସନ୍ତି। ଏହି ଛଅ ଜଣ ଦୋକାନୀକୁ ସେ କେତେ ଗୁଡ଼ି ବିକ୍ରୟ କରିଥିଲେ, ତାହା ନିମ୍ନ ସାରଣୀରେ ଦିଆଯାଇଛି।
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 83 Q2
100ଟି ଗୁଡ଼ିକୁ ସୂଚାଇବା ପାଇଁ ଚିତ୍ର ବ୍ୟବହାର କରି ଏକ ଚିତ୍ରଲେଖ ପ୍ର ସ୍ତୁତ କର। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।
(କ) ରାଣୀ କିଣିଥିବା ଗୁଡ଼ିସଂଖ୍ୟାକୁ କେତୋଟି ଗୁଡ଼ି ଚିତ୍ରରେ ଦର୍ଶାଯାଇପାରିବ?
(ଖ) ସବୁଠାରୁ ଅଧ‌ିକ ସଂଖ୍ୟକ ଗୁଡ଼ି କିଏ କିଣିଛନ୍ତି?
(ଗ) ସୁମନ ଓ ଚମ୍ପା ମଧ୍ୟରୁ କିଏ ଅଧିକ ଗୁଡ଼ି କିଣିଛି?
(ଘ) ସରିତା କହିଲା, ସେ ରାଣୀ କିଣିଥିବା ଗୁଡ଼ିର ଦୁଇଗୁଣରୁ ଅଧିକ ସଂଖ୍ୟକ ଗୁଡ଼ି କିଣିଛି। ସେ ଠିକ୍ କହିଛନ୍ତି କି? କାହିଁକି?
Solution:
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 83 Q2.1
(କ) ରାଣୀ କିଣିଥିବା ଗୁଡ଼ିସଂଖ୍ୟାକୁ ତିନୋଟି ଗୁଡ଼ି ଚିତ୍ରରେ ଦର୍ଶାଯାଇପାରିବ।
(ଖ) ସବୁଠାରୁ ଅଧ‌ିକ ସଂଖ୍ୟକ ଗୁଡ଼ି ସାହିଲ କିଣିଛନ୍ତି।
(ଗ) ସୁମନ ଓ ଚମ୍ପା ମଧ୍ୟରୁ ସୁମନ ଅଧୁକ ଗୁଡ଼ି କିଣିଛି।
(ଘ) ରାଣୀ କିଣିଥିବା ଗୁଡ଼ିସଂଖ୍ୟା = 300
ସରିତା କିଣିଥିବା ଗୁଡ଼ିସଂଖ୍ୟା = 100
∴ ହଁ, ସରିତା କିଣିଥିବା ଗୁଡ଼ିର ଦୁଇଗୁଣରୁ ଅଧିକ ସଂଖ୍ୟକ ଗୁଡ଼ି ରାଣୀ କିଣିଛି।

4.3 ସ୍ତମ୍ଭ ଲେଖ (Bar Graphics)

Page No. 86

Question 1.
ଉପର ସ୍ତମ୍ଭଲେଖ ବ୍ୟବହାର କରି ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।

  1. ଦ୍ଵିତୀୟ ଶ୍ରେଣୀରେ, ସେହିଦିନ ______________ ଜଣ ଶିକ୍ଷାର୍ଥୀ ଅନୁପସ୍ଥିତ ଥିଲେ।
  2. କେଉଁ ଶ୍ରେଣୀରେ ସବୁଠାରୁ ଅଧ‌ିକ ସଂଖ୍ୟକ ଶିକ୍ଷାର୍ଥୀ ଅନୁପସ୍ଥିତ ଥିଲେ? ______________
  3. ସେହିଦିନ କେଉଁ ଶ୍ରେଣୀରେ ପୂର୍ଣ୍ଣ ଉପସ୍ଥାନ ଥିଲା? ______________

Solution:

  1. ଦ୍ଵିତୀୟ ଶ୍ରେଣୀରେ, ସେହିଦିନ 5 ଜଣ ଶିକ୍ଷାର୍ଥୀ ଅନୁ ପସ୍ଥିତ ଥିଲେ।
  2. କେଉଁ ଶ୍ରେଣୀରେ ସବୁଠାରୁ ଅଧିକ ସଂଖ୍ୟକ ଶିକ୍ଷାର୍ଥୀ ଅନୁପସ୍ଥିତ ଥିଲେ? ଅଷ୍ଟମ ଶ୍ରେଣୀ
  3. ସେହିଦିନ କେଉଁ ଶ୍ରେଣୀରେ ପୂର୍ଣ୍ଣ ଉପସ୍ଥାନ ଥିଲା? ପଞ୍ଚମ ଶ୍ରେଣୀ

ଆସ ବୁଝିବା: (Page No. 88)

Question 1.
ସକାଳ 6 ଟାରୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ବାଣୀବିହାର ଛକ ଦେଇ ମୋଟ କେତେ ଯାନବାହନ ଅତିକ୍ରମ କରିଥିଲା?
Solution:
ସକାଳ ଟାରୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ବାଣୀବିହାର ଛକ ଦେଇ ମୋଟ ଅତିକ୍ରମ କରୁଥିବା ଯାନବାହନ = 150 + 1200 + 1000 + 800 + 700 + 600 = 4450

Question 2.
ସକାଳ 7 ଟାରୁ ମଧ୍ୟାହ୍ନ 12 ମଧ୍ଯରେ ବିଭିନ୍ନ ସମୟ ଅବଧୂ ତୁଳନାରେ ସକାଳ 6 ଟାରୁ 7 ଟା ମଧ୍ଯରେ ଏତେ କମ୍ ସଂଖ୍ୟକ ଯାନବାହନ କାହିଁକି ଚଳାଚଳ କରୁଥିଲା ବୋଲି ତୁମେ ଭାବୁଛ?
Solution:
ସକାଳ 7 ଟାରୁ ମଧ୍ୟାହ୍ନ 12 ମଧ୍ଯରେ ବିଭିନ୍ନ ସମୟ ଅବଧୂ ତୁଳନାରେ ସକାଳ ଟୋରୁଟା ମଧ୍ୟରେ କମ୍ ସଂଖ୍ୟକ ଯାନବାହନ ଚଳାଚଳ କରୁଥିଲା, କାରଣ – ଏହା ସକାଳ ସମୟ ଏବଂ ଅଫିସ୍ ଯାଉଥୁବା ଲୋକସଂଖ୍ୟା ଓ ସ୍କୁଲ ଯାଉଥିବା ପିଲାମାନଙ୍କର ସଂଖ୍ୟା ମଧ୍ୟ କମ୍।

Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା

Question 3.
ସକାଳ 7 ଟାରୁ 8 ଟା ମଧ୍ଯରେ ଏତେ ସଂଖ୍ୟକ ଯାନବାହନ କାହିଁକି ଚଳାଚଳ କରୁଥିଲା ବୋଲି ତୁମେ ଭାବୁଛ?
Solution:
ସକାଳ 7ଟାରୁ 8ଟା ମଧ୍ଯରେ ଏତେ ସଂଖ୍ୟକ ଯାନବାହନ ଚଳାଚଳ କରୁଥିଲା କାରଣ ଏହି ସମୟରେ ଲୋକମାନେ ଅଫିସ୍ ଓ ପିଲାମାନେ ସ୍କୁଲକୁ ଯିବାପାଇଁ ବାହାରିଥାନ୍ତି। ତେଣୁ ଯାନବାହନ ଅଧିକ ଚଳାଳଚ କରୁଥିଲା।

Question 4.
ସକାଳ 8ଟା ପରେ ମଧ୍ୟାହ୍ନ ପର୍ଯ୍ୟନ୍ତ ପ୍ରତ୍ୟେକ ଘଣ୍ଟାରେ ଯାନବାହନ ଚଳାଚଳ କାହିଁକି କମି କମି ଯାଉଥିଲା?
Solution:
ସକାଳ 8ଟା ପରେ ମଧ୍ୟାହ୍ନ ପର୍ଯ୍ୟନ୍ତ ପ୍ରତ୍ୟେକ ଘଣ୍ଟାରେ ଅଫିସ୍ ଯିବା ଓ କାରଖାନା ଯିବାପାଇଁ ଲୋକମାନଙ୍କର ସଂଖ୍ୟା କମିଯାଇଥାଏ। ତେଣୁ ସକାଳ ୫ଟାପରେ ମଧ୍ୟାହ୍ନ ପର୍ଯ୍ୟନ୍ତ ପ୍ରତ୍ୟେକ ଘଣ୍ଟାରେ ଯାନବାହନ ଚଳାଚଳ କମିକମି ଯାଉଥିଲା।

Page No. 89

Question 1.
ଏହି ସ୍ତମ୍ଭଲେଖ ଆଧାରରେ ତୁମେ ତୁମର ସହପାଠୀମାନଙ୍କୁ କେଉଁସବୁ ପ୍ରଶ୍ନ ପଚାରିବାକୁ ଚାହିଁବ?
Solution:
ନିଜେ ଅଭ୍ୟାସ କର।

Question 2.
50 ବର୍ଷ ମଧ୍ୟରେ ଭାରତର ଜନସଂଖ୍ୟା କେତେ ବୃଦ୍ଧି ପାଇଛି? ପ୍ରତି ଦଶନ୍ଧିରେ ଜନସଂଖ୍ୟା କେତେ ଲେଖାଏଁ ବୃଦ୍ଧି ପାଇଛି?
Solution:
ନିଜେ ଅଭ୍ୟାସ କର।

4.4 ଏକ ସ୍ତମ୍ଭଲେଖ ଅଙ୍କନ କରିବା

Page No. 91-92

Question 1.
(i) ଦୁଇଟି ରେଖା ଆଙ୍କନ୍ତୁ, ଗୋଟିଏ ଭୂ-ସମାନ୍ତର ଏବଂ ଗୋଟିଏ ଭୂଲମ୍ବ। ଭୂସମାନ୍ତର ରେଖାରେ ‘ଖର୍ଚ୍ଚର ନାମ’ଗୁଡ଼ିକୁ ସମାନ ବ୍ୟବଧାନରେ ଚିହ୍ନିତ କର ଏବଂ ଖର୍ଚ୍ଚର ପରିମାଣକୁ ଭୂଲମ୍ବ ରେଖା ସହିତ ଅନୁରୂପ ଭାବରେ ଚିହ୍ନିତ କର। ସମାନ ପ୍ରସ୍ଥ ବିଶିଷ୍ଟ ସ୍ତମ୍ଭ ନେଇ, ସେମାନଙ୍କ ମଧ୍ୟରେ ସମାନ ବ୍ୟବଧାନ ରଖ।
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 91 Q1
(ii) ଭୂଲମ୍ବ ରେଖାପାଇଁ ଏକ ଉପଯୁକ୍ତ ସ୍କେଲ୍ ନିଅ। ଏଠାରେ 1 ଏକକ ଲମ୍ବ = 200 ଟଙ୍କା। ତା’ପରେ ଭୂଲମ୍ବ ରେଖାରେ ଅନୁ ରୂପ ମୂଲ୍ୟଗୁଡ଼ିକ (200, 400 ଇତ୍ୟାଦି) ଚିହ୍ନିତ କର। ଶେଷରେ ଦର୍ଶାଯାଇଥିବା ବିଭିନ୍ନ ଖର୍ଚ୍ଚର ନାମ ପାଇଁ ସ୍ତମ୍ଭଗୁଡ଼ିକର ଉଚ୍ଚତା କେତେ ଏକକ ହେବ ତାହା ନିର୍ଣ୍ଣୟ କର।
Solution:
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 91 Q1.1

Page No. 93

Question 1.
ଏହି ସ୍ତମ୍ଭଲେଖକୁ ବ୍ୟବହାର କରି ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।

  1. ପରିବାରର କେଉଁ ପ୍ରକାର ଖର୍ଚ୍ଚ ସବୁଠାରୁ ଅଧ‌ିକ? ତା’ ତଳକୁ ଦ୍ଵିତୀୟ ସର୍ବାଧ‌ିକ ଖର୍ଚ୍ଚ କେଉଁ କାର୍ଯ୍ୟପାଇଁ କରିଥାନ୍ତି?
  2. ଶିକ୍ଷାପାଇଁ ଖର୍ଚ୍ଚର ପରିମାଣ ବିଦ୍ୟୁତ୍ ଖର୍ଚ୍ଚର ପରିମାଣର ପ୍ରାୟ ଦେଢ଼ଗୁଣ କି?
  3. ଶିକ୍ଷାପାଇଁ ଖର୍ଚ୍ଚର ପରିମାଣ ଖାଦ୍ୟ ଖର୍ଚ୍ଚର ପରିମାଣର ଏକ-ଚତୁର୍ଥାଂଶରୁ କମ୍ କି?

Solution:

  1. ପରିବାରର ଖାଦ୍ୟ ଖର୍ଚ୍ଚ ସବୁଠାରୁ ଅଧିକ। ତା’ ତଳକୁ ଦ୍ଵିତୀୟ ସର୍ବାଧ‌ିକ ଖର୍ଚ୍ଚ ଘରଭଡ଼ା ପାଇଁ କରିଥାନ୍ତି।
  2. ନା, ଶିକ୍ଷାପାଇଁ ଖର୍ଚ୍ଚର ପରିମାଣ ବିଦ୍ୟୁତ୍ ଖର୍ଚ୍ଚର ପରିମାଣର ପ୍ରାୟ ଦୁଇଗୁଣ।
  3. ହଁ, ଶିକ୍ଷାପାଇଁ ଖର୍ଚ୍ଚର ପରିମାଣ ଖାଦ୍ୟ ଖର୍ଚ୍ଚର ପରିମାଣର ଏକ-ଚତୁର୍ଥାଂଶରୁ କମ୍।

ସମାଧାନ କର: (Page No. 93-100)

Question 1.
କବିତା ଫୁଲ ବଗିଚାରେ ବୁଲିବା ବେଳେ ଦେଖୁଥ‌ିବା କୀଟପତଙ୍ଗ ଏବଂ ପ୍ରାଣୀମାନଙ୍କର ତଥ୍ୟ ସଂଗ୍ରହ କରିଥିଲେ। ସେ ସଂଗ୍ରହ କରିଥିବା ତଥ୍ୟ ଏଠାରେ ଦିଆଯାଇଛି।
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 93 Q1
ଏହି ତଥ୍ୟକୁ ନେଇ ଏକ ସ୍ତମ୍ଭଲେଖ ପ୍ରସ୍ତୁତ କରିବାରେ ତାଙ୍କୁ ସାହାଯ୍ୟ କର।
Solution:
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 93 Q1.1

Question 2.
ସଂଗ୍ରାମ ଦୁଇ ଘଣ୍ଟା ଅବଧରେ ଓଡ଼ିଶାର ଭିନ୍ନ ଭିନ୍ନ ସହର ପାଇଁ ଜୟପୁର ରେଲୱେ ଷ୍ଟେସନରେ ବିକ୍ରି ହୋଇଥବା ଟିକେଟ୍ ସଂଖ୍ୟାର ତଥ୍ୟ ସଂଗ୍ରହ କରିଥିଲେ।
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 93 Q2
ସେ ଏହି ତଥ୍ୟ ବ୍ୟବହାର କରି ତାଙ୍କ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ପାଇଁ କଳାପଟାରେ ଏକ ସ୍ତମ୍ଭଲେଖ ପ୍ରସ୍ତୁତ କଲେ, କିନ୍ତୁ କେହି ଜଣେ ସେହି ସ୍ତମ୍ଭଲେଖର କିଛି ଅଂଶ ଲିଭାଇ ଦେଲେ।
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 93 Q2.1
(କ) କୋରାପୁଟ ପାଇଁ ବିକ୍ରି ହୋଇଥ‌ିବା ଟିକେଟ୍ ସଂଖ୍ୟାକୁ ସ୍ତମ୍ଭ ଉପରେ ଲେଖ।
(ଖ) ସ୍ତମ୍ଭରେ ଲକ୍ଷ୍ମୀପୁର ପାଇଁ ବିକ୍ରି ହୋଇଥିବା ଟିକେଟ୍ ସଂଖ୍ୟା ଲେଖ।
(ଗ) କୋରାପୁଟ ପାଇଁ ସ୍ତମ୍ଭ 6 ଏକକ ଲମ୍ବ ଏବଂ ଲକ୍ଷ୍ମୀପୁର ପାଇଁ ସ୍ତମ୍ଭ 5 ଏକକ ଲମ୍ବ ନିଆଯାଇଛି। ଏହି ଗ୍ରାଫ୍ ପାଇଁ ସ୍କେଲ୍ 1 ଏକକ = କେତେ?
(ଘ) ଭୁବନେଶ୍ଵର ଷ୍ଟେସନରେ ବିକ୍ରି ହୋଇଥିବା ଟିକେଟ୍ ସଂଖ୍ୟା ପାଇଁ ସ୍ତମ୍ଭ ଅଙ୍କନ କର।
(ଙ) ଭୁଲମ୍ବ ଅକ୍ଷରେ ଠିକ୍ ସଂଖ୍ୟାଗୁଡ଼ିକୁ ଲେଖୁ ଏକକ କେତେ ହେବ ସ୍ଥିର କର।
(ଚ) ଏହି ସ୍ତମ୍ଭଲେଖରେ ରାୟଗଡ଼ା ଓ ବ୍ରହ୍ମପୁର ପାଇଁ ଠିକ୍ ସ୍ତମ୍ଭ ଅଙ୍କାଯାଇଛି କି? ଯଦି ନୁହେଁ, ତେବେ ଠିକ୍ ସ୍ତମ୍ଭ ଅଙ୍କନ କର।
Solution:
(କ) କୋରାପୁଟ ପାଇଁ ବିକ୍ରି ହୋଇଥିବା ଟିକେଟ୍ ସଂଖ୍ୟା = 24
(ଖ) ସ୍ତମ୍ଭରେ ଲକ୍ଷ୍ମୀପୁର ପାଇଁ ବିକ୍ରି ହୋଇଥିବା ଟିକେଟ୍ ସଂଖ୍ୟା = 20
(ଗ) କୋରାପୁଟ ପାଇଁ ସ୍ତମ୍ଭ 6 ଏକକ ଲମ୍ବ ଏବଂ ଲକ୍ଷ୍ମୀପୁର ପାଇଁ ସ୍ତମ୍ଭ 5 ଏକକ ଲମ୍ବ ନିଆଯାଇଛି।
ଏହି ଗ୍ରାଫ୍ ପାଇଁ ସ୍କେଲ୍ 1 ଏକକ = 4 ଟିକେଟ୍।
(ଘ)
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 93 Q2.2
(ଙ)
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 93 Q2.3
(ଚ) ନା, ଏହି ସ୍ତମ୍ଭଲେଖରେ ରାୟଗଡ଼ା ଓ ବ୍ରହ୍ମପୁର ପାଇଁ ଠିକ୍ ସ୍ତମ୍ଭ ଅଙ୍କାଯାଇନି। ସଠିକ୍ ସ୍ତମ୍ଭ (ଘ) ଓ (ଙ) ରେ ଅଙ୍କାଯାଇଛି।

Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା

Question 3.
ଚିନୁ ସକାଳ 9 ଟାରୁ 10 ଟା ପର୍ଯ୍ୟନ୍ତ ତାଙ୍କର ଘର ସାମ୍ନା ରାସ୍ତା ଦେଇ ଯାଇଥୁବା ବିଭିନ୍ନ ଯାନବାହନର ତାଲିକା ଦେଇଛନ୍ତି।
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 93 Q3
(କ) ତଥ୍ୟ ପାଇଁ ଏକ ବାରମ୍ବାରତା ବିତରଣ ସାରଣୀ ପ୍ରସ୍ତୁତ କର।
(ଖ) କେଉଁ ଯାନବାହନଟି ସର୍ବାଧ‌ିକ ଥର ସାମ୍ନା ରାସ୍ତା ଦେଇ ଯାଇଛି?
(ଗ) ଯଦି ତୁମେ ଏହି ତଥ୍ୟ ସଂଗ୍ରହ କରିବାକୁ ସେଠାରେ ଥାଆନ୍ତ, ତେବେ ତୁମେ ଏହା କିପରି କରିଥା’ନ୍ତି? ତା’ର ସୋପାନ କିମ୍ବା ପ୍ରକ୍ରିୟା ଲେଖ।
Solution:
(କ)
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 93 Q3.1
(ଖ) ମଟରସାଇକେଲଟି ସର୍ବାଧ୍ଵକ ଥର ସାମ୍ନା ରାସ୍ତା ଦେଇ ଯାଇଛି।
(ଗ) (କ)ରେ ଦିଆଯାଇଥିବା ତଥ୍ୟପରି।

Question 4.
ଗୋଟିଏ ଲୁଡୁ ଗୋଟିକୁ 30 ଥର ଗଡ଼ାଅ ଏବଂ ପ୍ରତ୍ୟେକ ଥର ତୁମେ ପାଇଥିବା ଲେଖୁରଖ। ଟାଲି ଚିହ୍ନ ବ୍ୟବହାର କରି ଏକ ବାରମ୍ବାରତା ବିତରଣ ସାରଣୀ ରଖୁଥ‌ିବା ସଂଖ୍ୟାଗୁଡ଼ିକୁ ଦେଖୁ ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।
(କ) ସବୁଠାରୁ କମ୍ ଥର ପଡ଼ିଥ‌ିବା ସଂଖ୍ୟାଟି କେତେ?
(ଖ) ସବୁଠାରୁ ଅଧିକ ଥର ପଡ଼ିଥିବା ସଂଖ୍ୟାଟି କେତେ?
(ଗ) ସମାନ ଥର ପଡ଼ିଥିବା ସଂଖ୍ୟା ଖୋଜ।
Solution:
ମନେକର ଗୋଟିଏ ଲୁଡୁ ଗୋଟିକୁ 30 ଥର ଗଡ଼ାଗଲା। ସଂଖ୍ୟାଗୁଡ଼ିକ ହେଲା–
6, 2, 3, 5, 6, 4, 1, 1, 2, 5, 3, 4, 1, 1, 3, 5, 2, 2, 1, 1, 6, 2, 3, 5, 1, 2, 2, 3, 4, 2
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 93 Q4
(କ) ସବୁଠାରୁ କମ୍ ଥର ପଡ଼ିଥିବା ସଂଖ୍ୟା 4 ଓ 6.
(ଖ) ସବୁଠାରୁ ଅଧିକ ଥର ପଡ଼ିଥିବା ସଂଖ୍ୟାଟି 2.
(ଗ) ସମାନ ଥର ପଡ଼ିଥିବା ସଂଖ୍ୟା 4 ଓ 6.

Question 5.
ଶେଷ 30ଟି ମ୍ୟାଚ୍ରେ ଜର୍ଣ୍ଣୀତ୍‌ ବୁମରା କେତେ ୱିକେଟ୍ ନେଇଛନ୍ତି ସେ ସମ୍ପର୍କରେ ତଳ ବାରମ୍ବାରତା ବିତରଣ ସାରଣୀରେ ତଥ୍ୟ ଦିଆଯାଇଛି।
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 93 Q5
(କ) ଏହି ସାରଣୀଟି କେଉଁ ସୂଚନା ଦେଉଛି?
(ଖ) ଏହି ସାରଣୀଟି ଶୀର୍ଷକ କ’ଣ ହୋଇପାରେ?
(ଗ) ଏହି ସାରଣୀରୁ କେଉଁ ତଥ୍ୟ ତୁମର ଦୃଷ୍ଟି ଆକର୍ଷଣ କରିଥିଲା?
(ଘ) ଜର୍ଣ୍ଣୀତ୍ ବୁମ୍‌ରା କେତୋଟି ମ୍ୟାଚରେ 4ଟି ଲେଖାଏଁ ୱିକେଟ୍‌ ନେଇଛନ୍ତି?
(ଙ) ମୟଙ୍କ କହିଲେ, ‘‘ଯଦି ଆମେ ତାଙ୍କର ଶେଷ 30 ମ୍ୟାଟ୍‌ରେ ନେଇଥ‌ିବା ମୋଟ ୱିକେଟ୍ ସଂଖ୍ୟା ଜାଣିବାକୁ ଚାହିଁବା, ତେବେ ଆମକୁ 0, 1, 2, 3 ….. ସଂଖ୍ୟାଗୁଡ଼ିକୁ 7 ପର୍ଯ୍ୟନ୍ତ ଯୋଗ କରିବାକୁ ପଡ଼ିବ।’’ ମୟଙ୍କ ଏହି ଉପାୟରେ ମୋଟ ୱିକେଟ୍ ସଂଖ୍ୟା ପାଇପାରିବେ କି? କିପରି?
(ଚ) ଏହି ସାରଣୀ ବ୍ୟବହାର କରି ତୁମେ ବୁମ୍‌ରାଙ୍କଦ୍ଵାରା ନିଆଯାଇଥିବା ଶେଷ 30 ମ୍ୟାଚ୍ରେ ମୋଟ ୱିକେଟ୍ ସଂଖ୍ୟା କିପରି ଠିକ୍ ଭାବରେ ନିର୍ଣ୍ଣୟ କରିବ?
Solution:
(କ) ଏହି ସାରଣୀଟି ସୂଚନା ଦେଉଛି ଯେ, ଜଣ୍ଠପ୍ରୀତ୍ ବୁମରା 0 ରୁ 7 ପର୍ଯ୍ୟନ୍ତ କେତେ ମ୍ୟାଚ୍‌ରେ ୱିକେଟ୍ ନେଇଥିଲେ?
(ଖ) ଜଶ୍ପ୍ରୀତ୍ ବୁମରାଙ୍କ ବୋଲିଂ ପ୍ରଦର୍ଶନ ସୂଚାଉଥିବା ଏକ ବାରମ୍ବାରତା ବିତରଣ ସାରଣୀ।
(ଗ) ବୁମରା ଅଧିକାଂଶ ମ୍ୟାଚ୍ରେ ତିନି କିମ୍ବା ତା’ଠାରୁ ଅଧିକ ୱିକେଟ୍ ନେଇଛନ୍ତି।
(ଘ) ଜଶ୍‌ପ୍ରୀତ୍ ବୁମ୍‌ରା 3 ଟି ମ୍ୟାଚ୍ରେ 4ଟି ଲେଖାଏଁ ୱିକେଟ୍ ନେଇଛନ୍ତି?
(ଙ) ନା, ଏହି ଉପାୟରେ ଆମେ ମୋଟ୍ ୱିକେଟ୍ ସଂଖ୍ୟା ପାଇପାରିବା ନାହିଁ।
(ଚ) ସେ ନିମ୍ନଲିଖୂ ପଏଣ୍ଟଗୁଡ଼ିକୁ ଯୋଡ଼ି ୱିକେଟ୍ ସଂଖ୍ୟା ପାଇପାରିବା।
(2 × 0) + (4 × 1) + (6 × 2) + (8 × 3) + (3 × 4) + (5 × 5) + (1 × 6) + (1 × 7)
= 0 + 4 + 12 + 24 + 12 + 25 + 6 + 7
= 90 ଟି ୱିକେଟ୍

Question 6.
ନିମ୍ନ ଚିତ୍ରଲେଖରେ ପାଞ୍ଚଟି ଗାଁର ଟ୍ରାକ୍ଟର ସଂଖ୍ୟା ଦର୍ଶାଯାଇଛି।
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 93 Q6
ଚିତ୍ରଲେଖ ଦେଖ ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ–
(କ) କେଉଁ ଗାଁରେ ସବୁଠାରୁ କମ୍ ଟ୍ରାକ୍ଟର ଅଛି?
(ଖ) କେଉଁ ଗାଁରେ ସବୁଠାରୁ ଅଧ‌ିକ ଟ୍ରାକ୍ଟର ଅଛି?
(ଗ) ଗ୍ରାମ ଗୋଡି଼ଡ଼ିହିରେ ଗ୍ରାମ ନିମାପଡ଼ା ଅପେକ୍ଷା କେତେ ଅଧିକ ଟ୍ରାକ୍ଟର ଅଛି?
(ଘ) ଏଲିସା କହିଲା, ‘ଗ୍ରାମ ଶାଳଗାଁରେ ଟ୍ରାକ୍ଟର ସଂଖ୍ୟା ଗ୍ରାମ ନନ୍ଦପୁରର ଟ୍ରାକ୍ଟର ସଂଖ୍ୟାର ଅଧା।’ ସେ ଠିକ୍ କହୁଛି କି?
Solution:
(କ) ଶାଳ ଗାଁରେ ସବୁଠାରୁ କମ୍ ଟ୍ରାକ୍ଟର ଅଛି।
(ଖ) ଗୋଡ଼ିଡ଼ିହି ଗାଁରେ ସବୁଠାରୁ ଅଧ‌ିକ ଟ୍ରାକ୍ଟର ଅଛି।
(ଗ) ଗ୍ରାମ ଗୋଡି଼ଡ଼ିହିରେ ଗ୍ରାମ ନିମାପଡ଼ା ଅପେକ୍ଷା 3ଟି ଅଧିକ ଟ୍ରାକ୍ଟର ଅଛି।
(ଘ) ଏଲିସା କହିଲା, ‘ଗ୍ରାମ ଶାଳଗାଁରେ ଟ୍ରାକ୍ଟର ସଂଖ୍ୟା ଗ୍ରାମ ନନ୍ଦପୁରର ଟ୍ରାକ୍ଟର ସଂଖ୍ୟାର ଅଧା।’ ହଁ, ସେ ଠିକ୍ କହୁଛି।

Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା

Question 7.
ନିମ୍ନ ଚିତ୍ରଲେଖରେ ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀର ବାଳିକାମାନଙ୍କ ସଂଖ୍ୟା ଦର୍ଶାଯାଇଛି।
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 93 Q7
ଚିତ୍ରଲେଖ ଦେଖୁ ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ-
(କ) କେଉଁ ଶ୍ରେଣୀରେ ସବୁଠାରୁ କମ୍ ବାଳିକା ପଢ଼ନ୍ତି?
(ଖ) ପଞ୍ଚମ ଶ୍ରେଣୀ ଓ ଷଷ୍ଠ ଶ୍ରେଣୀର ବାଳିକାଙ୍କ ସଂଖ୍ୟା ମଧ୍ୟରେ କେତେ ପାର୍ଥକ୍ୟ ଅଛି?
(ଗ) ଯଦି ଦ୍ୱିତୀୟ ଶ୍ରେଣୀରେ ଆଉ ଦୁଇଜଣ ବାଳିକା ନାମ ଲେଖାଇବେ, ତେବେ ଚିତ୍ରଲେଖରେ କ’ଣ ପରିବର୍ତ୍ତନ ହେବ?
(ଘ) ସପ୍ତମ ଶ୍ରେଣୀରେ କେତେଜଣ ବାଳିକା ଅଛନ୍ତି?
Solution:
(କ) ଅଷ୍ଟମ ଶ୍ରେଣୀରେ ସବୁଠାରୁ କମ୍ ବାଳିକା ପଢ଼ନ୍ତି।

(ଖ) ଷଷ୍ଠ ଶ୍ରେଣୀରେ ଥ‌ିବା ବାଳିକାଙ୍କ ସଂଖ୍ୟା 4 × 4 = 16
ପଞ୍ଚମ ଶ୍ରେଣୀରେ ଥ‌ିବା ବାଳିକାଙ୍କ ସଂଖ୍ୟା = 4 × 3.5 = 14
∴ ପଞ୍ଚମ ଶ୍ରେଣୀ ଓ ଷଷ୍ଠ ଶ୍ରେଣୀର ବାଳିକାଙ୍କ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ = 16 – 14 = 2

(ଗ) ଦ୍ଵିତୀୟ ଶ୍ରେଣୀରେ ଥିବା ବାଳିକାଙ୍କ ସଂଖ୍ୟା = 4 × 4.5 = 18
ଆଉ ଦୁଇଜଣ ବାଳିକା ନାମ ଲେଖାଇଲେ = 18 + 2 = 20
∴ ଦ୍ଵିତୀୟ ଶ୍ରେଣୀରେ ଆଉ ଦୁଇଜଣ ବାଳିକା ନାମ ଲେଖାଇଲେ ଚିତ୍ରଲେଖରେ 20 ଜଣ ବାଳିକା ହେବେ।

(ଘ) ସପ୍ତମ ଶ୍ରେଣୀରେ ଥ‌ିବା ବାଳିକା ସଂଖ୍ୟା = 3 × 4 = 12 ଜଣ।

Question 8.
ମୁଧୋଲ ହାଉଣ୍ଡ (ଏକ ପ୍ରଜାତିର ଭାରତୀୟ କୁକୁର) ଉତ୍ତର କର୍ଣାଟକର ବାଗାଲକୋଟ ଏବଂ ବିଜୟପୁରା ଜିଲ୍ଲାରେ ବହୁଳ ଭାବରେ ଦେଖାଯାଆନ୍ତି। ଏହି କୁକୁରମାନଙ୍କୁ ପୋଷିଥିବା ଲୋକଙ୍କୁ ସହାୟତା ପ୍ରଦାନ କରି ସରକାର ଏହି ପ୍ରଜାତିର ସୁରକ୍ଷା ପାଇଁ ପଦକ୍ଷେପ ନେଇଥିଲେ। ଏହା ଯୋଗୁ, ଏହି ପ୍ରଜାତିର କୁକୁରମାନଙ୍କ ସଂଖ୍ୟା ବୃଦ୍ଧି ପାଇଲା। କର୍ଣ୍ଣାଟକର ଏହି ଛଅଟି ଗାଁରେ କୁକୁରଙ୍କ ସଂଖ୍ୟା ନିମ୍ନରେ ଦିଆଯାଇଛି – ଗ୍ରାମ A = 18, ଗ୍ରାମ B = 36, ଗ୍ରାମ C = 12, ଗ୍ରାମ D = 48, ଗ୍ରାମ E = 18, ଗ୍ରାମ F = 24
ଏହି ତଥ୍ୟକୁ ନେଇ ଏକ ଚିତ୍ରଲେଖ ପ୍ରସ୍ତୁତ କର ଓ ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।
(କ) ଏହି ଚିତ୍ରଲେଖ ପ୍ରସ୍ତୁତ କରିବା ପାଇଁ ଏକ ବ୍ୟବହାର ଉପଯୋଗୀ ସ୍କେଲ୍ କ’ଣ ହେବ?
(ଖ) ଗ୍ରାମ–B କୁକୁରମାନଙ୍କ ସଂଖ୍ୟାକୁ ସୂଚାଇବା ପାଇଁ ତୁମେ କେତୋଟି ସଂକେତ (ଚିହ୍ନ) ବ୍ୟବହାର କରିବ?
(ଗ) କାମିନୀ କହିଲେ ଯେ ଗ୍ରାମ–B ଏବଂ ଗ୍ରାମ–Dର କୁକୁରମାନଙ୍କ ସଂଖ୍ୟା ମିଶାଇଲେ ଅନ୍ୟ 4ଟି ଗାଁର କୁକୁରମାନଙ୍କ ସଂଖ୍ୟାଠାରୁ ଅଧିକ ହେବ। ସେ ଠିକ୍ କହିଛନ୍ତି କି? ତୁମ ଉତ୍ତର ସପକ୍ଷରେ କାରଣ ଦର୍ଶାଅ।
Solution:
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 93 Q8
(କ) 1* = 6 କୁକୁର, ଏହି ଚିତ୍ରଲେଖ ପ୍ରସ୍ତୁତ କରିବା ପାଇଁ ଏକ ବ୍ୟବହାର ଉପଯୋଗୀ ସ୍କୁଲ୍।
(ଖ) ଗ୍ରାମ-B କୁକୁରମାନଙ୍କ ସଂଖ୍ୟାକୁ ସୂଚାଇବା ପାଇଁ ତୁମେ ଟି ସଂକେତ ବ୍ୟବହାର କରିବ।
(ଗ) ହଁ, ସେ ଠିକ୍ କହିଛନ୍ତି। ଗ୍ରାମ–B ଓ ଗ୍ରାମ Dରେ ଥ‌ିବା କୁକୁର ସଂଖ୍ୟା = 6 + 8 = 14 କୁକୁର = 14 × 6 = 84 କୁକୁର।
ଅନ୍ୟ ଚାରୋଟି ଗ୍ରାମର କୁକୁର ସଂଖ୍ୟା = 3 + 2 + 3 + 4 = 12 ଟି କୁକୁର = 12 × 6 = 72 ଟି କୁକୁର।

Question 9.
120 ଜଣ ଶିକ୍ଷାର୍ଥୀଙ୍କ ଉପରେ ଏକ ସର୍ବେକ୍ଷଣ କରାଯାଇଥିଲା ଯେଉଁଥିରେ ସେମାନଙ୍କର ଅବସର ସମୟରେ କେଉଁ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ତାହା ଦର୍ଶାଯାଇଛି:
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 93 Q9
ଉପର ତଥ୍ୟକୁ ଦର୍ଶାଇବା ପାଇଁ ଏକ ସ୍ତମ୍ଭଲେଖ ପ୍ରସ୍ତୁତ କର। ଏଥିପାଇଁ। ଏକକ = 5 ଜଣ ଶିକ୍ଷାର୍ଥୀ। ଖେଳିବା ବ୍ୟତୀତ ଅସ୍ଵୀକାଂଶ ଶିକ୍ଷାର୍ଥୀ କେଉଁ କାର୍ଯ୍ୟକୁ ପସନ୍ଦ କରନ୍ତି?
Solution:
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 93 Q9.1

Question 10.
ଗୋଟିଏ ପ୍ରାଥମିକ ବିଦ୍ୟାଳୟର ଶିକ୍ଷାର୍ଥୀ ଏବଂ ଶିକ୍ଷକମାନେ ଜୁଲାଇ ମାସ ପ୍ରଥମ ସପ୍ତାହରେ ବିଦ୍ୟାଳୟ ପରିସରରେ ଏବଂ ଆଖପାଖ ଗାଁର ବୃକ୍ଷରୋପଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ଲଗାଇଥିବା ଚାରାଗୁଡ଼ିକର ବିବରଣୀ ନିମ୍ନ ସ୍ତମ୍ଭଲେଖରେ ଦର୍ଶାଯାଇଛି।
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 93 Q10
(କ) ବୁଧବାର ଏବଂ ଗୁରୁବାର ଦିନ ଲଗାଯାଇଥ‌ିବା ମୋଟ ଚାରା ସଂଖ୍ୟା ହେଉଛି ______________
(ଖ) ପୁରା ସପ୍ତାହରେ ରୋପଣ କରାଯାଇଥିବା ମୋଟ ଚାରା ସଂଖ୍ୟା ହେଉଛି ______________
(ଗ) କେଉଁଦିନ ସବୁଠାରୁ ଅଧ‌ିକ ଚାରା ରୋପଣ କରାଯାଇଥିଲା ______________ ଏବଂ କେଉଁଦିନ ସବୁଠାରୁ କମ୍ ଚାରା ରୋପଣ କରାଯାଇଥିଲା ______________
ଏହି କାର୍ଯ୍ୟକ୍ରମ ସମ୍ବନ୍ଧରେ ତୁମର ମତ କ’ଣ ବର୍ଣ୍ଣନା କରିପାରିବ କି? ସପ୍ତାହର କିଛି ନିର୍ଦ୍ଦିଷ୍ଟ ଦିନରେ କାହିଁକି ଅଧିକ ସଂଖ୍ୟକ ଚାରାରୋପଣ କରାଯାଇଥିଲା ଏବଂ ଅନ୍ୟ ଦିନରେ କମ୍? ଏହାର ସମ୍ଭାବ୍ୟ କାରଣକୁ ତୁମର ବର୍ଣ୍ଣନା ଠିକ୍ କି ନାହିଁ ତାହା ଜାଣିବାକୁ ତୁମେ କିପରି ଚେଷ୍ଟା କରିବ?
Solution:
ଲେଖଚିତ୍ରରୁ ବିଭିନ୍ନ ଦିନରେ ଲଗାଯାଇଥିବା ଚାରା ସଂଖ୍ୟା = ସୋମବାର – 62, ମଙ୍ଗଳବାର – 48, ବୁଧବାର – 38, ଗୁରୁବାର – 48, ଶୁକ୍ରବାର – 58, ଶନିବାର – 70, ରବିବାର – 48।
(କ) ବୁଧବାର ଏବଂ ଗୁରୁବାର ଦିନ ଲଗାଯାଇଥିବା ମୋଟ ଚାରା ସଂଖ୍ୟା = 38 + 48 = 86
(ଖ) ପୁରା ସପ୍ତାହରେ ରୋପଣ କରାଯାଇଥିବା ମୋଟ ଚାରା ସଂଖ୍ୟା। = 62 + 48 + 38 + 48 + 58 + 70 + 48 = 372
(ଗ) ଶନିବାରଦିନ ସବୁଠାରୁ ଅଧିକ ଚାରା ରୋପଣ କରାଯାଇଥିଲା ଏବଂ ବୁଧବାରଦିନ ସବୁଠାରୁ କମ୍ ଚାରା ରୋପଣ କରାଯାଇଥିଲା।

Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା

Question 11.
1900 ରୁ 1970 ମସିହା ମଧ୍ୟରେ ଭାରତରେ ବାଘ ସଂଖ୍ୟା ଅତ୍ୟନ୍ତ ହ୍ରାସ ପାଇଥିଲା। ଭାରତରେ ବାଘମାନଙ୍କୁ ଗଣନା କରି ସୁରକ୍ଷା ଦେବା ପାଇଁ 1973 ରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ ହୋଇଥିଲା। 2006ରୁ ଭାରତରେ ବାଘଙ୍କ ଠିକ୍ ସଂଖ୍ୟା ଗଣନା କରାଯାଇଥିଲା। ସାଗରିକା ଏବଂ ରୀନା 2006 ରୁ 2022 ମଧ୍ୟରେ ଭାରତର ବାଘ ସଂଖ୍ୟା ବିଷୟରେ ତଥ୍ୟ ଖୋଜିଥିଲେ। ସେମାନେ ଏହି ତଥ୍ୟ ଉପସ୍ଥାପନା ପାଇଁ ଚାରି ବର୍ଷ ବ୍ୟବଧାନରେ ଏକ ବାରମ୍ବାରତା ବିତରଣ ସାରଣୀ ଏବଂ ଏକ ସ୍ତମ୍ଭଲେଖ ପ୍ରସ୍ତୁତ କରିଥିଲେ, କିନ୍ତୁ ସ୍ତମ୍ଭଲେଖରେ କିଛି ତ୍ରୁଟି ରହିଯାଇଥିଲା। ତୁମେ ସେହି ଭୁଲଗୁଡ଼ିକୁ ଖୋଜି ସେଗୁଡ଼ିକୁ ଠିକ୍ କରିପାରିବ କି?
Class 6 Maths Chapter 4 Question Answer Odia Medium ତଥ୍ୟ ଉପସ୍ଥାପନା ଓ ପରିଚାଳନା Page 93 Q11
Solution:
ହଁ, ଏହି ଚିତ୍ରଲେଖରେ 2006, 2014 ଓ 2018 ମସିହାର ବାଘ ସଂଖ୍ୟା ଭୁଲ୍ ଅଛି।
1. 2006 ମସିହାରେ ବାଘ ସଂଖ୍ୟା 1400, କିନ୍ତୁ ଚିତ୍ରଲେଖରେ କମ୍ ଦେଖାଯାଇଛି।
2. 2014 ମସିହାରେ ବାଘ ସଂଖ୍ୟା 2200, କିନ୍ତୁ ଚିତ୍ରଲେଖରେ ବେଶୀ ଦେଖାଯାଇଛି।
3. 2018 ମସିହାରେ ବାଘ ସଂଖ୍ୟା 3000, କିନ୍ତୁ ଚିତ୍ରଲେଖରେ କମ୍ ଦେଖାଯାଇଛି।

4.5 କଳାତ୍ମକ ଏବଂ ସୌନ୍ଦର୍ଯ୍ୟବୋଧ ଦିଗ (Artistic and Aesthetic Considerations)

ଆସ ବୁଝିବା: (Page No. 103)

Question 1.
ଯଦି ତୁମ ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀର ସବୁଠାରୁ ଉଚ୍ଚ ଶିକ୍ଷାର୍ଥୀ କିଏ ଜାଣିବାକୁ ଚାହିଁବ, ତା’ହେଲେ ତୁମେ କେଉଁ ପ୍ରକାରର ସ୍ତମ୍ଭ (ଭୂସମାନ୍ତର ନା ଭୂଲମ୍ବ) ନେଇ ସ୍ତମ୍ଭଲେଖା ପ୍ରସ୍ତୁତ କରିବ? କାହିଁକି?
Solution:
ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀର ସବୁଠାରୁ ଉଚ୍ଚ ଶିକ୍ଷାର୍ଥୀ କିଏ ଜାଣିବାକୁ ହେଲେ ଆମକୁ ଭୂଲମ୍ବ ସ୍ତମ୍ଭ ନେଇ ସ୍ତମ୍ଭଲେଖା ପ୍ରସ୍ତୁତ କରିବ। କାରଣ ଭୂଲମ୍ବ ସ୍ତମ୍ଭରେ ସ୍ତମ୍ଭଗୁଡ଼ିକ ସଠିକ୍ ତଥ୍ୟ ପ୍ରଦାନ କରିପାରିବ।

Question 2.
ଯଦି ତୁମେ ପ୍ରତ୍ୟେକ ମହାଦେଶର ସବୁଠାରୁ ଲମ୍ବା ନଦୀ କିଏ ଜାଣିବା ପାଇଁ ନଦୀମାନଙ୍କର ଦୈର୍ଘ୍ୟଗୁଡ଼ିକୁ ନେଇ ସ୍ତମ୍ଭଲେଖ ପ୍ରସ୍ତୁତ କରିବାକୁ ଚାହୁଁଛ, ତେବେ ତୁମେ କେଉଁ ପ୍ରକାରର ସ୍ତମ୍ଭ (ଭୂ-ସମାନ୍ତର ବା ଭୂଲମ୍ବ) ନେଇ ସ୍ତମ୍ଭଲେଖ ପ୍ରସ୍ତୁତ କରିବ? କାହିଁକି? ଏହି ସୂଚନା ପାଇବାକୁ ଚେଷ୍ଟାକର ଏବଂ ତା’ପରେ ସଂପୃକ୍ତ ସାରଣୀ ଏବଂ ସ୍ତମ୍ଭଲେଖ ପ୍ରସ୍ତୁତ କର। କେଉଁ ମହାଦେଶରେ ସବୁଠାରୁ ଲମ୍ବା ନଦୀ ଅଛି?
Solution:
ଭୂସମାନ୍ତର ସ୍ତମ୍ଭଲେଖ ପ୍ରସ୍ତୁତ କରାଯିବ।

Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ

Students can use Class 7 Math Solution Odia Medium and Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ to check their answers after solving exercises.

7th Class Maths Chapter 4 Question Answer Odia Medium

Class 7 Maths Chapter 4 Odia Medium

4.1 ବୀଜଗଣିତର ସ୍ଵରୂପ :

Page No. (81 to 86)

ଉଦାହରଣ – 1 :

Question 1.
ସୋଫିଆ, ଚନ୍ଦନ ଅପେକ୍ଷା 3 ବର୍ଷ ବଡ଼ । ଯେତେବେଳେ ଚନ୍ଦନର ବୟସ 10 ବର୍ଷ, ସୋଫିଆର ବୟସ ସେତେବେଳେ 13 ବର୍ଷ ହେବ । ବର୍ତ୍ତମାନ ଚନ୍ଦନର ବୟସ 18 ବର୍ଷ । ସୋଫିଆର ବୟସ କେତେ ହେବ ?
Solution:
ଚନ୍ଦନର ବୟସକୁ ଜାଣି ସୋଫିଆର ବୟସ ନିଷ୍କ୍ରିୟ କରାହେବ ?
ସୋଫିଆ ଚନ୍ଦନ ଠାରୁ 3ବର୍ଷ ବଡ଼ ।
ମନେକର ଚନ୍ଦନର ବୟସ = 18 ବର୍ଷ ।
ସୋଫିଆର ବୟସ = 18 + 3 ବର୍ଷ ।
ଚନ୍ଦନର ବୟସ 18 ବର୍ଷ । ସୋଫିଆର ବୟସ = 18 + 3 = 21 ବର୍ଷ

Question 2.
ସୋଫିଆର ବୟସ ଦିଆଯାଇଛି । ଚନ୍ଦନର ବୟସକୁ ଗାଣିତିକ ପରିପ୍ରକାଶରେ ଲେଖ ।
Solution:
ଆମେ ଜାଣୁ ଯେ, ସୋଫିଆର ବୟସ, ଚନ୍ଦନ ବୟସଠାରୁ 3 ବର୍ଷ ବଡ଼ ।
ଅର୍ଥାତ୍ ଚନ୍ଦନର ବୟସ, ସୋଫିଆ ବୟସଠାରୁ 3 ବର୍ଷ ସାନ ।
ଏହାକୁ ଗାଣିତିକ ଭାଷାରେ ଲେଖିଲେ, ଚନ୍ଦନର ବୟସ = ସୋଫିଆର ବୟସ – 3 ବର୍ଷ ।
ଯଦି ଆମେ ପୁନର୍ବାର ଚନ୍ଦନର ବୟସକୁ ସୂଚାଇବା ପାଇଁ ଇଂରାଜୀ ଅକ୍ଷର a ଓ ସୋଫିଆର ବୟସକୁ ସୂଚାଇବା ପାଇଁ ଇଂରାଜୀ ଅକ୍ଷର ୫ ବ୍ୟବହାର କରୁ, ତେବେ ବୀଜଗାଣିତିକ ପରିପ୍ରକାଶଟି ହେବ
a = s – 3 ଅର୍ଥାତ୍ a, s ଠାରୁ 3 କମ୍ ।

ସଂଖ୍ୟା ବଦଳରେ ବ୍ୟବହୃତ ହୋଇଥିବା ଇଂରାଜୀ ଅକ୍ଷର a ଓ s କୁ ଅକ୍ଷର-ସଂଖ୍ୟା କୁହାଯାଏ । ଅକ୍ଷର ସଂଖ୍ୟା ଚଳରାଶିକୁ ନେଇ ଏହିଭଳି ଗାଣିତିକ ପରିପ୍ରକାଶକୁ ବୀଜଗାଣିତିକ ପରିପ୍ରକାଶ କୁହାଯାଏ ।

Question 3.
ଯଦି ସୋଫିଆର ବୟସ 20 ବର୍ଷ ହୁଏ, ତେବେ ଏହି ବୀଜଗାଣିତିକ ପରିପ୍ରକାଶକୁ ବ୍ୟବହାର କରି ଚନ୍ଦନର ବୟସ ନିର୍ଣ୍ଣୟ କର ?
ସୂଚନା – s ର ମୂଲ୍ୟ 20 ଲେଖ ଏବଂ ସମାଧାନ କର ।
Solution:
ସୋଫିଆର ବୟସ s = 20 ବର୍ଷ |
ଚନ୍ଦନର ବୟସ = s = a – 3 = 20 – 3 ବର୍ଷ = 17 ବର୍ଷ ।

Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ

ଉଦାହରଣ – 2 :

ଗୀତା ଦିଆସିଲି କାଠିରେ ଏକ ସଂରଚନା ପ୍ରସ୍ତୁତ କରୁଛି । ସେ (ଚିତ୍ର ପରି) ବାରମ୍ବାର L ସଂରଚନା ପରେ ଆଉ ଗୋଟିଏ L ସଂରଚନା କରୁଛି ।
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 1
Question 1.
ଏହିପରି 5 ଟି L ତିଆରି କରିବାକୁ କେତୋଟି ଦିଆସିଲି କାଠି ଆବଶ୍ୟକ ହେବ ?
Solution:
ଏହା 5 × 2 = 10 ଟି କାଠି ଆବଶ୍ୟକ ହେବ ।

Question 2.
7 ଟି L ତିଆରି କରିବାକୁ କେତୋଟି ଦିଆସିଲି କାଠି ଆବଶ୍ୟକ ହେବ ?
Solution:
ଏହା 7 × 2 = 14 ଟି କାଠି ଆବଶ୍ୟକ ହେବ ।

Question 3.
45 ଟି L ତିଆରି କରିବାକୁ କେତୋଟି ଦିଆସିଲି କାଠି ଆବଶ୍ୟକ ହେବ ?
Solution:
ଏହା 45 × 2 = 90 ଟି କାଠି ଆବଶ୍ୟକ ହେବ ।

Question 4.
ବର୍ତ୍ତମାନ L ସଂରଚନାର ସଂଖ୍ୟା ଓ ଦିଆସିଲି କାଠି ମଧ୍ୟରେ ସମ୍ପର୍କ କ’ଣ ?
Solution:
ପ୍ରଥମେ ସମ୍ପର୍କ କିମ୍ବା ସଂରଚନାକୁ ବ୍ୟାଖ୍ୟା କରିବା ।
ପ୍ରତ୍ୟେକ L ଗଠନ ପାଇଁ 2 ଟି ଦିଆସିଲି କାଠି ଆବଶ୍ୟକ ।
ତେଣୁ ଆବଶ୍ୟକ ଦିଆସିଲି କାଠିର ସଂଖ୍ୟା = 2 × ସଂରଚନା ‘L’ର ସଂଖ୍ୟା ।
ବର୍ତ୍ତମାନ ‘L’ର ସଂଖ୍ୟାକୁ ସୂଚାଇବା ପାଇଁ ଯେକୌଣସି ଇଂରାଜୀ ଅକ୍ଷରକୁ ନେଇ ପାରିବା ।
ମନେକର L ର ସଂଖ୍ୟା ପାଇଁ ‘n’ ବ୍ୟବହାର କରିବା ।
ତେଣୁ n ଟି L ସଂରଚନା ପାଇଁ ଆବଶ୍ୟକ ଦିଆସିଲି କାଠି ସଂଖ୍ୟା = 2 × n ହେବ ।
ଏହି ପରିପ୍ରକାଶ (2 × n), nଟି L ସଂରଚନା ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥ‌ିବା ଦିଆସିଲି କାଠି ସଂଖ୍ୟାକୁ ସୂଚାଉଛି ।
ଆମେ କେବଳ ସଂରଚନା L ର ସଂଖ୍ୟାକୁ n ରେ ଲେଖୁଛୁ ।

ଉଦାହରଣ – 3 :

Question 1.
ରାକେଶ ନଡ଼ିଆ, ଗୁଡ଼, ଲଡ଼ୁ ପ୍ରସ୍ତୁତ କରି ଯୋଗାଏ । ଗୋଟିଏ ନଡ଼ିଆର ଦାମ୍ 35 ଟଙ୍କା ଏବଂ 1 କି.ଗ୍ରା. ଗୁଡ଼ର ଦାମ୍ 60 ଟଙ୍କା । ଯଦି ସେ 10ଟି ନଡ଼ିଆ ଏବଂ 5 କି.ଗ୍ରା. ଗୁଡ଼ କିଣନ୍ତି, ତେବେ ସେ କେତେ ଟଙ୍କା ଦେବେ ?
Solution:
1 ଟି ନଡ଼ିଆର ଦାମ୍ = 35 ଟଙ୍କା ।
10 ଟି ନଡ଼ିଆର ଦାମ୍ = 10 × 35 ଟଙ୍କା = 350 ଟଙ୍କା ।
1 କି.ଗ୍ରା. ଗୁଡ଼ର ଦାମ୍ = 60 ଟଙ୍କା
5 କି.ଗ୍ରା. ଗୁଡ଼ର ଦାମ୍ = 5 × 60 ଟଙ୍କା = 300 ଟଙ୍କା ।
10 ଟି ନଡ଼ିଆ ଓ 5 କି.ଗ୍ରା. ଗୁଡ଼ର ଦାମ୍ = (10 × 35) ଟଙ୍କା + (5 × 60) ଟଙ୍କା
= 350 ଟଙ୍କା + 300 ଟଙ୍କା = 650 ଟଙ୍କା ।
∴ ସେ 650 ଟଙ୍କା ଦେବେ ।

Question 2.
ଯଦି ସେ 8 ଟି ନଡ଼ିଆ ଓ 9 କି.ଗ୍ରା. ଗୁଡ଼ କିଣନ୍ତି, ତେବେ ସେ କେତେ ଟଙ୍କା ଦେବେ ?
Solution:
1 ଟି ନଡ଼ିଆର ଦାମ୍ = 35 ଟଙ୍କା
8 ଟି ନଡ଼ିଆର ଦାମ୍ = 8 × 35 ଟଙ୍କା = 280 ଟଙ୍କା ।
1 କି.ଗ୍ରା. ଗୁଡ଼ର ଦାମ୍ = 60 ଟଙ୍କା ।
9 କି.ଗ୍ରା. ଗୁଡ଼ର ଦାମ୍ = 9× 60 ଟଙ୍କା = 540 ଟଙ୍କା ।
8 ଟି ନଡ଼ିଆ ଓ 9 କି.ଗ୍ରା. ଗୁଡ଼ର ଦାମ୍ = (8 × 35) ଟଙ୍କା + (9 × 60) ଟଙ୍କା
= 280 ଟଙ୍କା + 540 ଟଙ୍କା = 820 ଟଙ୍କା ।
∴ ସେ 820 ଟଙ୍କା ଦେବେ ।

Question 3.
ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ନଡ଼ିଆ ଓ ଗୁଡ଼ର ପରିମାଣ ପାଇଁ ସମୁଦାୟ ମୂଲ୍ୟକୁ ବୀଜଗାଣିତିକ ପରିପ୍ରକାଶରେ ଲେଖ ।
Solution:
ଏଠାରେ ଗାଣିତିକ ସମ୍ପର୍କଗୁଡ଼ିକୁ ଚିହ୍ନଟ କରିବା ଏବଂ ପରିପ୍ରକାଶକୁ ଲେଖୁବା ।

ଆବଶ୍ୟକ ପରିମାଣ ସମ୍ପର୍କ ଗାଣିତିକ ପରିପ୍ରକାଶ
ନଡ଼ିଆର ମୂଲ୍ୟ ନଡ଼ିଆ ସଂଖ୍ୟା × 35 c × 35
ଗୁଡ଼ର ମୂଲ୍ୟ ଗୁଡ଼ର ପରିମାଣ (କି.ଗ୍ରା.ରେ) × 60 j × 60

ଏଠାରେ ‘c’ ନଡ଼ିଆର ସଂଖ୍ୟା ଓ ‘j’ ଗୁଡ଼ର ପରିମାଣ (କିଲୋଗ୍ରାମ୍) ସୂଚିତ କରାଯାଇଛି ।
ସମୁଦାୟ ଦେୟ ଟଙ୍କା = ନଡ଼ିଆର ମୂଲ୍ୟ + ଗୁଡ଼ର ମୂଲ୍ୟ ।
ଅନୁରୂପ ବୀଜଗାଣିତିକ ପରିପ୍ରକାଶଟି : c × 35 + j × 60

Question 4.
ଏହି ପରିପ୍ରକାଶ (ସୂତ୍ର)କୁ ବ୍ୟବହାର କରି 7 ଟି ନଡ଼ିଆ ଓ 4 କିଲୋଗ୍ରାମ୍ ଗୁଡ଼ ପାଇଁ ସମୁଦାୟ ଟଙ୍କା ନିର୍ଣ୍ଣୟ କର । ଧ୍ୟାନ ଦିଅ ଯେ, c ଏବଂ j ର ଭିନ୍ନଭିନ୍ନ ମୂଲ୍ୟ ପାଇଁ ପରିପ୍ରକାଶର ମୂଲ୍ୟ ମଧ୍ୟ ବଦଳି ଯାଉଛି ।
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 2
Solution:
ପରିପ୍ରକାଶଟିକୁ ଆମେ ନିମ୍ନମତେ ଲେଖୁବା = c × 35 + j × 60
ସହିତ ଆମେ ପରିଚିତ । ପରିସୀମା
= (7 × 35) ଟଙ୍କା + (4 × 60) ଟଙ୍କା = 245 ଟଙ୍କା + 240 ଟଙ୍କା = 485 ଟଙ୍କା ।

Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ

ଉଦାହରଣ – 4 :

Question 1.
ସରଳ ଆକୃତି ବିଶିଷ୍ଟ କ୍ଷେତ୍ରର ପରିସୀମା ନିର୍ଣ୍ଣୟ ପ୍ରଣାଳୀ ନିର୍ଣ୍ଣୟ ପାଇଁ ପରିପ୍ରକାଶଟିଏ ଲେଖ ।
Solution:
ଏକ ବର୍ଗକ୍ଷେତ୍ରର ପରିସୀମା ଏହାର ଏକ ବାହୁର ଦୈର୍ଘ୍ୟର 4 ଗୁଣ ।
ଯଦି ବର୍ଗକ୍ଷେତ୍ରରେ q ଏକ ବାହୁର ଦୈର୍ଘ୍ୟକୁ ସୂଚାଏ, ତେବେ ଗାଣିତିକ ପରିପ୍ରକାଶଟି 4 × q = 4q ହେବ ।

Question 2.
ଏକ ବର୍ଗକ୍ଷେତ୍ରର ଏକ ବାହୁର ଦୈର୍ଘ୍ୟ 7 ସେ.ମି. ହେଲେ ଏହି ଗାଣିତିକ ପରିପ୍ରକାଶକୁ ବ୍ୟବହାର କରି ତାହାର ପରିସୀମା ନିର୍ଣ୍ଣୟ କର ।
Solution:
ବର୍ଗକ୍ଷେତ୍ରର ବାହୁ a ହେଲେ, ଏହାର ପରିସୀମା = (a × 4) ସେ.ମି. = (7 × 4) ସେ.ମି. = 28 ସେ.ମି. ।

ଅକ୍ଷର ସଂଖ୍ୟାର ବ୍ୟବହାର ଓ ବୀଜଗାଣିତିକ ପରିପ୍ରକାଶ ଗାଣିତିକ ସମ୍ପର୍କକୁ ସଂକ୍ଷିପ୍ତ ସାଧାରଣ ରୂପ ଦେବାରେ ସହାୟକ ହୁଏ । ଏହି ପ୍ରକାର ଗାଣିତିକ ସମ୍ପର୍କର ପରିପ୍ରକାଶକୁ ସୂତ୍ର କୁହାଯାଏ ।

ନିଜେ କରି ଦେଖ :

Question 1.
ପରିସୀମା ନିର୍ଣ୍ଣୟ ପାଇଁ ସୂତ୍ର ଲେଖ ।
(a) ସମସ୍ତ ବାହୁ ସମାନ ଥୁବା ତ୍ରିଭୁଜର ପରିସୀମା ନିର୍ଣ୍ଣୟ ପାଇଁ ସୂତ୍ରଟିଏ ଲେଖ ।
(b) ସୁଷମ ପଞ୍ଚଭୁଜର ପରିସୀମା ନିର୍ଣ୍ଣୟ ପାଇଁ ସୂତ୍ରଟିଏ ଲେଖ ।
(c) ସୁଷମ ଷଡ଼ଭୁଜର ପରିସୀମା ନିର୍ଣ୍ଣୟ ପାଇଁ ସୂତ୍ରଟିଏ ଲେଖ ।
Solution:
(a) ଯଦି ତ୍ରିଭୁଜର ଗୋଟିଏ ବାହୁର ଦୈର୍ଘ୍ୟକୁ s ଧରାଯିବ,
ତେବେ ତ୍ରିଭୁଜର ପରିସୀମା = ବାହୁ × 3 = s × 3 = 3s ହେବ ।

(b) ଯଦି ସୁଷମ ପଞ୍ଚଭୁଜର ଗୋଟିଏ ବାହୁର ଦୈର୍ଘ୍ୟକୁ p ଧରାଯିବ,
ତେବେ ସୁଷମ ପଞ୍ଚଭୁଜର ପରିସୀମା = ବାହୁ × 5 = p × 5 = 5p ହେବ ।

(c) ଯଦି ସୁଷମ ଷଡ଼ଭୁଜର ଗୋଟିଏ ବାହୁର ଦୈର୍ଘ୍ୟକୁ r ଧରାଯିବ,
ତେବେ ସୁଷମ ଷଡ଼ଭୁଜର ପରିସୀମା = ବାହୁ × 6 = 1 × 6 = 6r ହେବ ।
ତିନି ବା ତିନିରୁ ଅଧୁକ ବାହୁ ଥୁବା କ୍ଷେତ୍ରର ସମସ୍ତ ବାହୁ ସମଦୈର୍ଘ୍ୟ ବିଶିଷ୍ଟ ହେଲେ ତାହାକୁ ସୁଷମ ବହୁଭୁଜ କୁହାଯାଏ ।

Question 2.
ଜନ୍ ପାଖରେ 20 ମିଟର ଲମ୍ବର ଏକ ପାଣି ପାଇପ୍ ଅଛି । ତଥାପି ସେ ନିଜ ବଗିଚାରେ ଜଳସେଚନ ପାଇଁ ଅଧିକ ଲମ୍ବର ପାଇପ୍ ସେଥ‌ିରେ ଯୋଡ଼ିବା ପାଇଁ ଚାହୁଁଛନ୍ତି । ତେଣୁ ସେ କିଛି ଲମ୍ବର ପାଇପ୍ ସେଥୁରେ ଯୋଡ଼ିଲେ, ଯୋଡ଼ାଯାଇଥିବା ଦୁଇଟି ପାଇପୂର ମୋଟ ଦୈର୍ଘ୍ୟକୁ ବୀଜଗାଣିତିକ ପରିପ୍ରକାଶରେ ଲେଖ । ଯୋଡ଼ା ଯାଇଥିବା ଅନ୍ୟ ପାଇପ୍‌ର ଦୈର୍ଘ୍ୟକୁ ସୂଚାଇବା ପାଇଁ ଅକ୍ଷର ସଂଖ୍ୟା ‘k’ ବ୍ୟବହାର କର ।
Solution:
ମନେକର ଅନ୍ୟ ପାଇପ୍‌ର ଦୈର୍ଘ୍ୟ = k ମିଟର ।
∴ ଦୁଇଟି ପାଇପ୍‌ର ଲମ୍ବ = (k + 20) ମିଟର ହେବ ।

Question 3.
ରାକେଶ ପାଖରେ 100 ଟଙ୍କା, 20 ଟଙ୍କା ଓ 5 ଟଙ୍କାର କିଛି ନୋଟ୍ ଅଛି । ନୋଟ୍‌ର ସଂଖ୍ୟା ସାରଣୀରେ ଦିଆଯାଇଛି । ସାରଣୀଟିକୁ ପୂରଣ କର । (ପ୍ରଶ୍ନ ସହିତ ଉତ୍ତର)
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 3
Solution:

100 ଟଙ୍କାର ନୋଟ୍ ସଂଖ୍ୟା 20 ଟଙ୍କାର ନୋଟ୍ ସଂଖ୍ୟା 5 ଟଙ୍କାର ନୋଟ୍ ସଂଖ୍ୟା ପରିପ୍ରକାଶ ଓ ସମୁଦାୟ ପରିମାଣ
3 5 6 3 × 100 + 5 × 20 + 6 × 5 = 430
6 4 3 6 × 100 + 4 × 20 + 3 × 5 = 695
8 4 z 8 × 100 + 4 × 20 + z × 5 = 880 + 5z
x y z x × 100 + y × 20 + z × 5 = 100× + 20y + 5z

Question 4.
ଅନିତାର ଏକ ଅଟାକଳ ଅଛି । ଅଟାକଳରେ ଥିବା ରୋଲର ଚାଲିବା ଆରମ୍ଭ କରିବାକୁ 10 ସେକେଣ୍ଡ ସମୟ ନିଏ । ଥରେ ଚାଲିବା ପରେ ପ୍ରତ୍ୟେକ 1 କି.ଗ୍ରା. ଅଟା ପେଷିବା ପାଇଁ 8 ସେକେଣ୍ଡ ସମୟ ନେଇଥାଏ । ନିମ୍ନସ୍ଥ କେଉଁ ପରିପ୍ରକାଶଟି ‘y’ କିଲୋଗ୍ରାମ ଅଟା ପେଷିବା ପାଇଁ ଆବଶ୍ୟକ ହେଉଥ‌ିବା ସମୟକୁ ସୂଚାଉଛି । (ଆରମ୍ଭରୁ ରୋଲରଟି ବନ୍ଦଥୁଲା)
(a) 10 + 8 + y
(b) (10 + 8) × y
(c) 10 × 8 × y
(d) 10 + 8 × y
(e) 10 × y + 8
Solution:
(d) 1 କି.ଗ୍ରା. ଅଟା ପେଷିବା ପାଇଁ ନିଏ 8 ସେକେଣ୍ଡ ।
y କି.ଗ୍ରା. ଅଟା ପେଷିବା ପାଇଁ ନିଏ = 8 × y ସେକେଣ୍ଡ ।
ଅଟାକଳ ଚାଲିବା ପାଇଁ ସମୟ ନିଏ = 10 ସେକେଣ୍ଡ ।
ମୋଟ ସମୟ = 10 + 8 × y ସେକେଣ୍ଡ ।

Question 5.
ନିଜ ପସନ୍ଦର ଅକ୍ଷର ବ୍ୟବହାର କରି ବୀଜଗାଣିତିକ ପରିପ୍ରକାଶ ଲେଖ ।
(a) ଏକ ସଂଖ୍ୟାଠାରୁ 5 ଅଧିକ ।
(b) ଏକ ସଂଖ୍ୟାଠାରୁ 4 ଜଣା ।
(c) ଏକ ସଂଖ୍ୟାର 13 ଗୁଣରୁ 2 କମ୍ ।
(d) ଏକ ସଂଖ୍ୟାର 2 ଗୁଣରୁ 13 କମ୍ ।
Solution:
ଦେଖ – ଯେପରି ଏକ ସଂଖ୍ୟାଠାରୁ 3 ଅଧ‌ିକ ଯଦି ସଂଖ୍ୟାଟି ପାଇଁ (p) ଅକ୍ଷର ନିଆଯାଏ, ବୀଜଗାଣିତିକ ପରିପ୍ରକାଶଟି ହେବ = p + 3
(a) ଏକ ସଂଖ୍ୟାଠାରୁ 5 ଅଧିକ = p + 5
(b) ଏକ ସଂଖ୍ୟାଠାରୁ 4 ଊଣା = p – 4
(c) ଏକ ସଂଖ୍ୟାର 13 ଗୁଣରୁ 2 କମ୍ = p × 13 – 2 = 13p – 2
(d) ଏକ ସଂଖ୍ୟାର 2 ଗୁଣରୁ 13 କମ୍ = p × 2 – 13 = 2p – 13

Question 6.
ନିମ୍ନଲିଖୂତ ବୀଜଗାଣିତିକ ପରିପ୍ରକାଶକୁ ସାଧାରଣ ଭକ୍ତିରେ ପ୍ରକାଶ କର ।
ଯେପରି : 3 × x + 2, x ର 3 ଗୁଣରୁ 2 ଅଧିକ ।
(କ) 8 × x + 3 × y
(ଖ) 15 × j – 2 × k
Solution:
(କ) ଯଦି ଗୋଟିଏ ଟେବୁଲର ଦାମ୍ x ଟଙ୍କା ଓ ଗୋଟିଏ ଚେୟାରର ଦାମ୍ y ଟଙ୍କା ହୁଏ, ତେବେ 8 ଟି ଟେବୁଲ ଓ 3 ଟି ଚେୟାରର ଦାମ୍ = (8 × x + 3 × y) ଟଙ୍କା = (8 x + 3y) ଟଙ୍କା ।
(ଖ) ଯଦି ଗୋଟିଏ ସେଓର ଓଜନ j ଗ୍ରାମ୍ ଓ ଗୋଟିଏ କମଳାର ଓଜନ k ଗ୍ରାମ୍, ତେବେ 15 ଟି ସେଓ ଓ 2 ଟି କମଳାର ବିୟୋଗଫଳ = 15 × j – 2 × k ଗ୍ରାମ୍ = 15j – 2k ଗ୍ରାମ୍ ।

Question 7.
ନିମ୍ନରେ 2024 ମସିହା ନଭେମ୍ବର ମାସର କ୍ୟାଲେଣ୍ଡର ଦିଆଯାଇଛି । ପ୍ରଦର୍ଶିତ 2 × 3 ଗ୍ରୀଡ଼ରେ ତାରିଖଗୁଡ଼ିକ ଲେଖାଯାଇଛି । ଗ୍ରୀଡ଼ରେ ଥିବା ଶୂନ୍ୟସ୍ଥାନକୁ ବୀଜଗାଣିତିକ ପରିପ୍ରକାଶରେ ଲେଖ । ନିମ୍ନସ୍ଥ 2 × 3 ଗ୍ରୀକ୍ଟରେ ତଳ ମଧ୍ୟମ କୋଠରିରେ ତାରିଖକୁ w ଅକ୍ଷରଦ୍ଵାରା ସୂଚିତ କରାଯାଇଛି ।
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 4
Solution:

w – 8 w – 7 w – 6
w – 1 w w + 1

 

Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ

4.2 ଗାଣିତିକ ପରିପ୍ରକାଶ ସମୀକ୍ଷା :

Page No. (86 to 87)

Question 1.
ଗାଣିତିକ ପରିପ୍ରକାଶ ପାଇଁ ‘+’ ଏବଂ ‘_’ ଚିହ୍ନ ସହିତ ବନ୍ଧନୀର ମଧ୍ୟ ବ୍ୟବହାର ହୋଇଥାଏ । ଚାଲ ଏହି ଧାରଣାଗୁଡ଼ିକର ଠିକ୍ ବ୍ୟବହାର କରିବା ଏବଂ ନିମ୍ନଲିଖୂତ ପରିପ୍ରକାଶଗୁଡ଼ିକର ମୂଲ୍ୟ ନିର୍ଣ୍ଣୟ କରାଯାଏ ।
(a) 23 – 10 × 2
(b) 83 + 28 – 13 + 32
(c) 34 – 14 + 20
(d) 42 + 15 – (8 – 7)
(e) 68 – (18 + 13)
(f) 7 × 4 + 9 × 6
(g) 20 + 8 × (16 – 6)
Solution:
(a) 23 – 10 × 2 = 23 – (10 × 2) = 23 – 20 = 3
(b) 83 + 28 – 13 + 32 = (83 + 28 + 32) – 13 = 143 – 13 = 130
(c) 34 – 14 + 20 = (34 + 20) – 14 = 54 – 14 = 40
(d) 42 + 15 – (8 – 7) = (42 + 15) – (8 – 7) = 57 – 1 = 56
(e) 68 – (18 + 13) = 68 – 31 = 37
(f) 7 × 4 + 9 × 6 = 28 + 54 = 82
(g) 20 + 8 × (16 – 6) = 20 + 8 × 10 = 20 + 80 = 100

  • ପ୍ରଥମେ ପରିପ୍ରକାଶଟିର ପଦଗୁଡ଼ିକୁ ଚିହ୍ନଟ କର । ସେଥୁମଧ୍ୟରୁ ଗୋଟିଏ ପଦ ହେଉଛି ଗୋଟିଏ ସଂଖ୍ୟା, କିନ୍ତୁ ଅନ୍ୟପଦଟି ଗୋଟିଏ ସଂଖ୍ୟା ନୁହେଁ । ଏଣୁ ଏହି ପଦଟିକୁ ଗୋଟିଏ ସଂଖ୍ୟାରେ ପ୍ରକାଶ କଲାପରେ ଦୁଇଟି ପଦକ ଯୋଗ କରିପାରିବା ।
    ଯଥା – 23 – 10 × 2 = 23 + (-10 × 2) = 23 + (-20) = 3
  • ଏହି ପରିପ୍ରକାଶରେ ପ୍ରତ୍ୟେକ ପଦ ଗୋଟିଏ ଗୋଟିଏ ସଂଖ୍ୟା । ଯଦି ପରିପ୍ରକାଶଟିର ପଦମାନଙ୍କୁ ଅଦଳବଦଳ କରି ସଜାଇ ଲେଖୁବା ତେବେ ଏହାର ମୂଲ୍ୟାଙ୍କନ କରିବା ସହଜ ହେବ ।
    Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 5
  • ଏହି ପରିପ୍ରକାଶରେ ବନ୍ଧନୀ ବାହାରେ ‘-’ ଫେଡ଼ାଣ ଚିହ୍ନ ଅଛି । ଦୁଇଟି ଉପାୟରେ ଏହି ପରିପ୍ରକାଶର ମୂଲ୍ୟ ନିର୍ଣ୍ଣୟ କରାଯାଇପାରିବ । ପ୍ରଥମେ ବନ୍ଧନୀ ମଧ୍ଯସ୍ଥ ଗାଣିତିକ ପ୍ରକ୍ରିୟାକୁ ସମାଧାନ କର । (ବାମ ପାର୍ଶ୍ଵରେ ଥୁବା ସମାଧାନ ପରି)
  • ଦ୍ଵିତୀୟ ପ୍ରଣାଳୀରେ ଉପଯୁକ୍ତ ଶୈଳୀରେ ବନ୍ଧନୀ ଅପସାରଣ କରି (ଡାହାଣ ପାର୍ଶ୍ଵରେ ଥିବା ସମାଧାନ ପରି) ମୂଲ୍ୟାଙ୍କନ କରିପାରିବା ।
    Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 6
  • ବୀଜଗାଣିତିକ ପରିପ୍ରକାଶରେ ଅକ୍ଷର ସଂଖ୍ୟା ଧ୍ରୁବକ ସଂଖ୍ୟାରେ ପରିଣତ ହେବାପରେ ପରିପ୍ରକାଶର ମୂଲ୍ୟ ନିରୂପିତ ହୋଇଥାଏ । ଉଦାହରଣ -1 ରେ ଚନ୍ଦନର ବୟସ 23 ବର୍ଷ ହୋଇଥିବା ସମୟରେ ସୋଫିଆର ବୟସ ନିର୍ଣ୍ଣୟ ନିମନ୍ତେ a + 3 ପରିପ୍ରକାଶରେ ଅକ୍ଷର ସଂଖ୍ୟା a ବଦଳରେ 23 ବ୍ୟବହାର କରିବା ପରେ ପରିପ୍ରକାଶ a + 3 ର ମୂଲ୍ୟ 26 ହେଲା ।

4.3 ବୀଜଗାଣିତିକ ପରିପ୍ରକାଶରେ ଗୁଣନ ଚିହ୍ନର ଅପସାରଣ :

Page No. (88 to 89)

Question 1.
ଅନୁକ୍ରମର 3ୟ ପଦଟି କେତେ ?
Solution:
ଏହି ଅନୁକ୍ରମରେ 3ୟ ପଦଟି = 4 × 3 = 12 ଅଟେ ।

Question 2.
ଅନୁକ୍ରମର 29 ତମ ପଦଟି କେତେ ?
Solution:
ଅନୁକ୍ରମର 29 ତମ ପଦଟି ଏହା 4 × 29 = 116 ଅଟେ ।

Question 3.
ଅନୁକ୍ରମର n ତମ ପଦ ନିଶ୍ଚୟ ପାଇଁ ବୀଜଗାଣିତିକ ପରିପ୍ରକାଶଟି ଲେଖ ।
Solution:
ଯେହେତୁ ଏହି ଅନୁକ୍ରମର 4ର ଗୁଣିତକର କ୍ରମ ଅଟେ ।
ତେଣୁ ଏହାର n ତମ ପଦଟି = n ର 4 ଗୁଣ = 4 × n ଗୁଣ
ଏହାକୁ ସଂକ୍ଷେପରେ 4 × n କୁ ଗୁଣନ ଚିହ୍ନ ବାଦ୍ ଦେଇ 4n ଲେଖାଯାଏ । ପ୍ରଥମେ ଧ୍ରୁବକ ସଂଖ୍ୟା ଲେଖୁ
ତା’ପରେ ଅକ୍ଷର ଲେଖାଯାଏ ।

Question 4.
7k ପରିପ୍ରକାଶର ମୂଲ୍ୟ ନିର୍ଣ୍ଣୟ କର ।
Solution:
ଯେତେବେଳେ k = 4, 7k ର ମୂଲ୍ୟ ହେବ = 7 × 4 = 28 କିନ୍ତୁ 74 ହେବ ନାହିଁ ।

Question 5.
m = 2 ହେଲେ, 5m + 3 ପରିପ୍ରକାଶର ମୂଲ୍ୟ କେତେ ?
Solution:
ଯେହେତୁ 5m = 5 × m ତେଣୁ m = 2 ବେଳେ ପରିପ୍ରକାଶର ମୂଲ୍ୟ ହେବ
= 5 × 2 + 3 = 10 + 3 = 13

ଭୁଲ ଚିହ୍ନଟ କର ଓ ସଂଶୋଧନ କର :
Question 1.
ନିମ୍ନରେ କିଛି ଗାଣିତିକ ପରିପ୍ରକାଶର ସରଳୀକରଣ ନିମନ୍ତେ ଅକ୍ଷର ସଂଖ୍ୟା ପରିବର୍ତ୍ତେ ତାହାର ସାଂଖ୍ୟକ ମୂଲ୍ୟକୁ ନେଇ ବୀଜଗାଣିତିକ ରାଶିର ମୂଲ୍ୟ ନିର୍ଣ୍ଣୟ କରାଯାଇଛି ।
a. ପ୍ରତ୍ୟେକ ଉକ୍ତିକୁ ପର୍ଯ୍ୟବେକ୍ଷଣ କର । ଭୁଲ ଅଛି କି ନାହିଁ ଚିହ୍ନଟ କର ।
b. ଯଦି ଉକ୍ତିଟି ଭୁଲ ଅଛି ବୋଲି ଭାବୁଛ, ତେବେ ତାହା କ’ଣ ପାଇଁ ଭୁଲ ହେଲା ବୁଝାଅ ।
c. ଭୁଲର ସଂଶୋଧନ କର ଏବଂ ପରିପ୍ରକାଶର ମୂଲ୍ୟ ନିରୂପଣ କର ।
1. ଯଦି a = (-4) ତେବେ 10 – a = 6
2. ଯଦି d = 6 ତେବେ 3d = 36
3. ଯଦି s = 7 ତେବେ 3s – 2 = 15
4. ଯଦି r= 8 ତେବେ 2r + 1 = 29
5. ଯଦି j = 5 ତେବେ 2j = 10
6. ଯଦି m = 6 ତେବେ 3(m + 1) = 19
7. ଯଦି f = 3, g = 1 ତେବେ 2f – 2g = 2
8. ଯଦି t = 3, b = 3 ତେବେ 2t + b = 24
9. ଯଦି h = 5, n = 6 ତେବେ h – (3 – n) = 4
Solution:
1. ଉକ୍ତିଟି ଭୁଲ୍ ଅଛି । ଯଦି a = ( – 4) ତେବେ 10 – a = 10 – (- 4) = 10 + 4 = 14
2. ଉକ୍ତିଟି ଭୁଲ୍ ଅଛି । ଯଦି d = 6 ତେବେ 3d = 3× d = 3 × 6 = 18
3. ଉକ୍ତିଟି ଭୁଲ୍ ଅଛି । ଯଦି s = 7 ତେବେ 3s – 2 = 3 × s – 2 = 3 × 7 – 2 = 21 – 2 = 19
4. ଉକ୍ତିଟିଭୁଲ୍ ଅଛି । ଯଦି r = 8 ତେବେ 2r + 1= 2 × r + 1 = 2 × 8 + 1 = 16 + 1 = 17
5. ଉକ୍ତିଟି ଠିକ୍ ଅଛି । ଯଦି j = 5 ତେବେ 2j = 2 × j = 2 × 5 = 10
6. ଉକ୍ତିଟି ଭୁଲ୍ ଅଛି । ଯଦି m = -6 ତେବେ 3(m + 1) = 3 × (m + 1) = 3 × (6 + 1) = 3 × -5 = -15
7. ଉକ୍ତିଟି ଭୁଲ୍ ଅଛି । ଯଦି f = 3, g = 1 ତେବେ 2f – 2g = 2 × f – 2 × g = 2 × 3 – 2 × 1 = 6 – 1 = 5
8. ଉକ୍ତିଟି ଭୁଲ୍ ଅଛି । ଯଦି t = 3, b = 3 ତେବେ 2t + b = 2 × t + b = 2 × 3 + 3 = 6 + 3 = 9
9. ଉକ୍ତିଟି ଭୁଲ୍ ଅଛି । ଯଦି h = 5, n = 6 ତେବେ h – (3 – n) = 5 – (3 – 6) = 5 (3) = 5 + 3 = 8

Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ

4.4 ବୀଜଗାଣିତିକ ପରିପ୍ରକାଶର ସରଳୀକରଣ :

Page No. (89 to 96)

Question 1.
ଆୟତକ୍ଷେତ୍ରର ଦୈର୍ଘ୍ୟ ଓ ପ୍ରସ୍ଥ ଜଣାଥିଲେ, ତା’ର ପରିସୀମା କିପରି ନିର୍ଣ୍ଣୟ କରାଯାଏ ?
Solution:
ଆୟତକ୍ଷେତ୍ରର ପରିସୀମା = ଦୈର୍ଘ୍ୟ + ପ୍ରସ୍ଥ + ଦୈର୍ଘ୍ୟ + ପ୍ରସ୍ଥ
ଯଦି ଦୈର୍ଘ୍ୟ ଓ ପ୍ରସ୍ଥକୁ ଯଥାକ୍ରମେ l ଓ b ଦ୍ଵାରା ସୂଚିତ କରାଯାଉ ଏବଂ p ପରସୀମାକୁ ସୂଚିତ କରେ ।
ତେବେ ଆମେ ପାଇବା p = l + b + l + b
= 2 × l + 2 × b (l + 1 = 2 × l ଏବଂ b + b = 2 × b)
ତେଣୁ p = 2l + 2b ⇒ p = 2(l + b)
ଅକ୍ଷର ସଂଖ୍ୟା ବଦଳରେ ଯେକୌଣସି ସଂଖ୍ୟା ନେଲେ ଉଭୟ ପରିପ୍ରକାଶର ମୂଲ୍ୟ .ସମାନ ହେବ । ଉଦାହରଣ ସ୍ୱରୂପ – ଯଦି l = 3 ଏବଂ b = 4 ହୁଏ,
ତେବେ l + b + l + b = 3 + 4 +3 + 4 = 14 ଏବଂ 2l + 2b = 2 × 3 + 2 × 4 = 6 + 8 = 14
∴ l + b + k + b ର ସରଳୀକୃତ ରୂପ ହେଉଛି 2l + 2b = 2 (l + b)

ଉଦାହରଣ – 5 :

Question 1.
ନିମ୍ନସ୍ଥ ସାରଣୀରେ ଗୋଟିଏ ଦୋକାନରେ ବିକ୍ରି ହୋଇଥିବା ପେନ୍‌ସିଲ୍ ଓ ରବର ସଂଖ୍ୟା ଲେଖାଯାଇଛି । ଗୋଟିଏ ପେନସିଲ୍‌ର ଦାମ୍ ‘c’ ଏବଂ ଗୋଟିଏ ରବର ଦାମ୍ ‘d’ । ଏହି ତିନି ଦିନରେ ଦୋକାନୀ କେତେ ଟଙ୍କା ରୋଜଗାର କରିବ ।
Solution:

ପ୍ରଥମ ଦିନ ଦ୍ଵିତୀୟ ଦିନ ତୃତୀୟ ଦିନ
ଗୋଟିଏ ପେନସିଲ୍‌ ଦାମ୍ ‘c’ 5 3 10
ଗୋଟିଏ ରବରର ଦାମ୍ ‘d’ 4 6 1

Question 2.
ପ୍ରଥମେ ପେନ୍‌ସିଲ୍ ବିକ୍ରିକରି ଦୋକାନୀ କେତେ ଆୟ କଲେ ?
Solution:
ପ୍ରଥମ ଦିନ ପେନ୍‌ସିଲ୍ ବିକ୍ରି କରି ଦୋକାନୀ ପାଇଥିବା ଟଙ୍କା = 5c
ଦ୍ଵିତୀୟଦିନ ପେନ୍‌ସିଲ୍ ବିକ୍ରି କରି ଦୋକାନୀ ପାଇଥିବା ଟଙ୍କା = 3c
ତୃତୀୟ ଦିନ ପେନ୍‌ସିଲ୍ ବିକ୍ରି କରି ଦୋକାନୀ ପାଇଥିବା ଟଙ୍କା = 10c
ପେନ୍‌ସିଲ୍ ବିକ୍ରିଦ୍ଵାରା ହୋଇଥିବା ମୋଟ ଆୟ = 5c + 3c + 10c = (5 + 3 + 10) × c = 18 × c = 18c

Question 3.
ରବର ବିକ୍ରିକରି ଦୋକାନୀ କେତେ ଆୟ କଲେ ?
Solution:
ପ୍ରଥମ ଦିନ ରବର ବିକ୍ରି କରି ଦୋକାନୀ ପାଇଥବା ଟଙ୍କା = 4d
ଦ୍ଵିତୀୟ ଦିନ ରବର ବିକ୍ରି କରି ଦୋକାନୀ ପାଇଥିବା ଟଙ୍କା = 6d
ତୃତୀୟ ଦିନ ରବର ବିକ୍ରି କରି ଦୋକାନୀ ପାଇଥିବା ଟଙ୍କା = 1d
ରବର ବିକ୍ରିଦ୍ଵାରା ହୋଇଥିବା ମୋଟ ଆୟ = 4d + 6d + 1d = (4 + 6 + 1) × d = 11 × d = 11d

Question 4.
ଯଦି c = ₹ 50, ତେବେ ପେନ୍‌ସିଲ୍ ବିକ୍ରିରୁ କେତେ ଆୟ ହେବ ?
Solution:
ପେନ୍‌ସିଲ୍ ବିକ୍ରିରୁ ଆୟ ହେବ = 18c = 18 × 50 = 900 ଟଙ୍କା ।

Question 5.
ତିନିଦିନରେ ରବର ବିକ୍ରିକରି ଦୋକାନୀ ପାଇଥବା ମୋଟ ଟଙ୍କାକୁ ଏକ ପରିପ୍ରକାଶରେ ଲେଖ । ତା’ପରେ ଏହି ପରିପ୍ରକାଶର ସରଳୀକରଣ କର ।
Solution:
ତିନିଦିନରେ ରବର ବିକ୍ରିକରି ଦୋକାନୀ ପାଇଥିବା ମୋଟ ଟଙ୍କା = 4d + 6d + d = 11d
ଏହି ତିନିଦିନରେ ପେନ୍‌ସିଲ୍ ଓ ରବର ବିକ୍ରିକରି ଆୟ କରିଥିବା ମୋଟ ଟଙ୍କାର ପରିମାଣ = 18c + 11d

କ୍ଷେତ୍ରଫଳ :
ଉଦାହରଣ – 6 :

Question 1.
ଚିତ୍ରରେ ଦର୍ଶାଇଲା ଭଳି ଏକ ବଡ଼ ଆୟତକ୍ଷେତ୍ରକୁ ଦୁଇଟି ଆୟତକ୍ଷେତ୍ରରେ ବିଭକ୍ତ କରାଯାଇଛି । (ଛୋଟ ଆୟତକ୍ଷେତ୍ର ଦୁଇଟିର ଦୈର୍ଘ୍ୟ ଯଥାକ୍ରମେ 4 ଏକକ ଓ 3 ଏକକ ଓ ପ୍ରତ୍ୟେକର ପ୍ରସ୍ଥ ‘v’ ଏକକ)
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 7
ଏଠାରେ ଛୋଟ ଆୟତକ୍ଷେତ୍ରର କ୍ଷେତ୍ରଫଳ ଯଥାକ୍ରମେ 4v ଏକକ ଓ 3v ଏକକ ।

Question 2.
ବଡ଼ ଆୟତକ୍ଷେତ୍ରର କ୍ଷେତ୍ରଫଳ କିପରି ନିର୍ଣ୍ଣୟ କରାଯିବ ?
Solution:
ବଡ଼ ଆୟତକ୍ଷେତ୍ରର କ୍ଷେତ୍ରଫଳ ଦୁଇଟି ଉପାୟରେ ନିର୍ଣ୍ଣୟ କରାଯାଇପାରେ ।
(a) ଦୁଇଟି ପାର୍ଶ୍ଵର ଦୈର୍ଘ୍ୟକୁ ଯଥାକ୍ରମେ v ଏବଂ (4 + 3) ଏକକ ଭାବେ ବ୍ୟବହାର କରି ।
(b) ଦୁଇଟି ଛୋଟ ଆୟତକ୍ଷେତ୍ରର କ୍ଷେତ୍ରଫଳକୁ ସିଧାସଳଖ ଯୋଗକରି ପ୍ରଥମ କ୍ଷେତ୍ରଫଳ 7v ବର୍ଗ ଏକକ ଓ ଦ୍ଵିତୀୟ କ୍ଷେତ୍ରଫଳ (4v + 3v) ବର୍ଗ ଏକକ ହେବ ।

Question 3.
ଆମେ ଜାଣିଲୁ ଯେ 4 + 3v = 7v । ଏହା ବଡ଼ ଆୟତକ୍ଷେତ୍ରର କ୍ଷେତ୍ରଫଳର ଆବଶ୍ୟକୀୟ ଗାଣିତିକ ପ୍ରକାଶ । ପୂର୍ବପରି ଏକ ବଡ଼ ଆୟତକ୍ଷେତ୍ରକୁ ନିମ୍ନରେ ଦେଖାଯାଉଥ‌ିବା ପରି ଦୁଇଟି ଛୋଟ ଆୟତକ୍ଷେତ୍ରରେ ବିଭକ୍ତ କରାଯାଇଛି ।
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 8
AEFD ଆୟତକ୍ଷେତ୍ରର କ୍ଷେତ୍ରଫଳର ପରିପ୍ରକାଶଟି ଲେଖ ।
Solution:
AEFD ଆୟତକ୍ଷେତ୍ରର କ୍ଷେତ୍ରଫଳ ଦୁଇଟି ଉପାୟରେ ନିର୍ଣ୍ଣୟ କରାଯାଇପାରେ ।
(a) ସିଧାସଳଖ ଦୁଇ ସଂଲଗ୍ନ ବାହୁର ଦୈର୍ଘ୍ୟ ଯଥାକ୍ରମେ n ଏକକ ଏବଂ (12 – 4) ଏକକ ବ୍ୟବହାର କରି ।

(b) ABCD ଆୟତକ୍ଷେତ୍ରର କ୍ଷେତ୍ରଫଳରୁ EBCF ଆୟତକ୍ଷେତ୍ରର କ୍ଷେତ୍ରଫଳକୁ ବିୟୋଗ କରି । ପ୍ରଥମ ଉପାୟରେ AEFD ଆୟତକ୍ଷେତ୍ରର କ୍ଷେତ୍ରଫଳ 8 × n ବର୍ଗ ଏକକ ପାଇବା ।
ଦ୍ଵିତୀୟ ଉପାୟରେ ଏହାର କ୍ଷେତ୍ରଫଳ (12n – 4n) ବର୍ଗ ଏକକ ହେବ । ଏହି ଦୁଇଟି ପରିପ୍ରକାଶର ମୂଲ୍ୟ ସମାନ ଅଟେ ।
ଯେହେତୁ 12n – 4n = 8n ବର୍ଗ ଏକକ । ଏହା ହେଉଛି AEFD ଆୟତକ୍ଷେତ୍ରର କ୍ଷେତ୍ରଫଳର ଗାଣିତିକ ପରି ପ୍ରକାଶ ।

ସଦୃଶ ପଦ :
(5c, c, 10c) ଏବଂ {12n, (-4n)} ପଦଗୁଡ଼ିକ ସମାନ ଅକ୍ଷର ସଂଖ୍ୟାଦ୍ଵାରା ସୂଚିତ । ଏଗୁଡ଼ିକୁ ସଦୃଶ ପଦ କୁହାଯାଏ । {18c, 11d}ରେ ପଦଗୁଡ଼ିକ ଭିନ୍ନଭିନ୍ନ ଅକ୍ଷର ସଂଖ୍ୟାଦ୍ଵାରା ସୂଚିତ ହୋଇଥିବାରୁ ଏହି ଦୁଇଟି ପଦକୁ ଅସଦୃଶ ପଦ କହନ୍ତି । ସଦୃଶ ପଦଗୁଡ଼ିକୁ ଏକତ୍ର କରି ଯୋଗକ୍ରିୟାଦ୍ଵାରା ସରଳୀକୃତ କରି ଗୋଟିଏ ପଦରେ ପ୍ରକାଶ କରାଯାଇପାରିବ ।

ଉଦାହରଣ – 7 :

Question 1.
ଜଣେ ଦୋକାନୀ ବ୍ୟବହାର କରିବା ପାଇଁ ଚେୟାର ଏବଂ ଟେବୁଲ ଭଡ଼ାରେ ଦିଅନ୍ତି ସେଗୁଡ଼ିକର ଦୈନିକ (ଏକ ଦିନର) ବ୍ୟବହାର ପାଇଁ ଭଡ଼ା ବାବଦରେ ପ୍ରତି ଚେୟାର ଓ ଟେବୁଲ ପାଇଁ ନିମ୍ନ ପରିମାଣର ଦେୟ ଅଗ୍ରୀମ ପ୍ରଦାନ କରିବାକୁ ପଡ଼ିବ । ଯେତେବେଳେ ଗ୍ରାହକ ଆସବାବ ପତ୍ର (ଚେୟାର ଟେବୁଲ) ଫେରସ୍ତ ଦିଅନ୍ତି ଦୋକାନୀ ନିମ୍ନମତେ କିଛି ଟଙ୍କା ଫେରସ୍ତ ଦିଅନ୍ତି ।
Solution:

ସାମଗ୍ରୀ ଗୋଟାପ୍ରତି ଦୈନିକ ଭଡ଼ା ପରିମାଣ
ଚେୟାର 40 ଟଙ୍କା
ଟେବୁଲ 75 ଟଙ୍କା
ସାମଗ୍ରୀ ସାମଗ୍ରୀ ପ୍ରତି ଫେରସ୍ତ ଟଙ୍କାର ପରିମାଣ
ଚେୟାର 6 ଟଙ୍କା
ଟେବୁଲ 10 ଟଙ୍କା

 

Question 2.
ଯଦି x ସଂଖ୍ୟକ ଚେୟାର ଏବଂ y ସଂଖ୍ୟକ ଟେବୁଲ ଭଡ଼ାରେ ନିଆଯାଏ, ତେବେ ମୋଟ ଦେୟର ପରିମାଣକୁ ବୀଜଗାଣିତିକ ପରିପ୍ରକାଶରେ ଲେଖ ।
Solution:
ମୋଟ ଦେୟର ପରିମାଣ = 40x + 75y

Question 3.
ନିଆଯାଇଥିବା x ସଂଖ୍ୟକ ଚେୟାର ଓ y ସଂଖ୍ୟକ ଟେବୁଲ ପାଇଁ ମୋଟ ଅଗ୍ରୀମ ଦେୟରାଶି ଏବଂ ଆସବାବ ପତ୍ର ଫେରାଇବା ପରେ ମୋଟ ଫେରସ୍ତ ରାଶି ନିର୍ଣ୍ଣୟ କର ।
Solution:
ଫେରେଇବାର ପରିମାଣ = 6x + 10y

Question 4.
ଟଙ୍କା ପରିମାଣ ପାଇଁ ଆବଶ୍ୟକ ଗାଣିତିକ ପ୍ରକ୍ରିୟାକୁ ବର୍ଣ୍ଣନା କର ।
Solution:
ଅଗ୍ରୀମ ପ୍ରଦାନ କରାଯାଇଥିବା ମୋଟ ଟଙ୍କାର ପରିମାଣ = 40x + 75y
ଫେରସ୍ତ ପାଇଥିବା ମୋଟ ଟଙ୍କାର ପରିମାଣ = 6x + 10y
ତେଣୁ ମୋଟ ଦେୟର ପରିମାଣ (40x + 75y) – (6x + 10y)

Question 5.
ଆମେ ଏହି ବୀଜଗାଣିତିକ ପରିପ୍ରକାଶକୁ ସରଳ କରିପାରିବା କି ? ଯଦି ହଁ, କିପରି ? ଯଦି ନୁହେଁ, କାହିଁକି ନୁହେଁ ?
Solution:
ବନ୍ଧନୀ ଅପସାରଣ ନିୟମ ଅନୁଯାୟୀ (40x + 75y) – (6x + 10y) = 40x + 75y – 6x – 10y
= 40x + 75y + (-6x) + (-10y) = 40x + (-6x) + 75y + (-10y) = 34x + 65y
(40x + 75y) – (6x + 10y) ର ସରଳୀକୃତ ପରିପ୍ରକାଶ ହେଉଛି 34x + 65y ଯାହାକି ମୋଟ ଦେୟ ଟଙ୍କାର ପରିମାଣକୁ ସୂଚୀତ କରୁଛି ।

Question 6.
ଆମେ ପ୍ରାରମ୍ଭିକ ପରିପ୍ରକାଶ (40x + 75y) + (- 6x – 10y) ଭାବେ ଲେଖୁପାରିବା କି ?
Solution:
ନା, ଲେଖୁପାରିବା ନାହିଁ ।

Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ

ଉଦାହରଣ – 8 :

Question 1.
ମଧୁ ପ୍ରତିଯୋଗିତାର ତିନିରାଉଣ୍ଡରେ ଭାଗ ନେଇପାଇଥିବା ମାର୍କଗୁଡ଼ିକ ଯଥାକ୍ରମେ 7p – 3q, 8p – 4q ଏବଂ 6p – 2q ।
Solution:
ଯେଉଁଠାରେ p ଅକ୍ଷର ସଂଖ୍ୟାଟି ଗୋଟିଏ ଠିକ୍ ଉତ୍ତର ପାଇଁ ମାର୍କ ସୂଚାଉଛି ଏବଂ ୟୁ ଅକ୍ଷର ସଂଖ୍ୟାଟି ଗୋଟିଏ ସ୍କୁଲ୍ ଉତ୍ତର ପାଇଁ କାଟି ଦିଆଯାଉଥବା ମାର୍କକୁ ସୂଚାଉଛି ।

Question 2.
ପ୍ରତ୍ୟେକ ପରିପ୍ରକାଶ କେଉଁ ଅର୍ଥକୁ ବୁଝାଉଛି ? ଯଦି ପ୍ରତ୍ୟେକ ଠିକ୍ ଉତ୍ତର ପାଇଁ 4 ମାର୍କ (p = 4) ଓ ପ୍ରତ୍ୟେକ ଭୁଲ ଉତ୍ତର ପାଇଁ 1 ମାର୍କ (q = 1) କାଟି ଦିଆଯାଏ ତେବେ ମଧୁ ପ୍ରଥମ ରାଉଣ୍ଡରେ କେତେ ମାର୍କ ପାଇଛି ?
Solution:
ପ୍ରଥମ ରାଉଣ୍ଡରେ ମଧୁ ପାଇଥିବା ମୋଟ ମାର୍କ 7p – 3g = 7× 4 – 3 × 1
ଆମେ ଏହାକୁ 2ଟି ପଦର ସମଷ୍ଟି ରୂପେ ଲେଖୁ ପରିପ୍ରକାଶର ମୂଲ୍ୟ ନିର୍ଣ୍ଣୟ କରିପାରିବା ।
7 × 4 – 3 × 1 = 7 × 4 + (-3) × 1 = 28 + (-3) = 25

Question 3.
ଦ୍ଵିତୀୟ ଓ ତୃତୀୟ ରାଉଣ୍ଡରେ ମଧୁ ପାଇଥିବା ମୋଟ ମାର୍କ କେତେ ?
Solution:
ଦ୍ଵିତୀୟ ରାଉଣ୍ଡରେ ମଧୁ ପାଇଥିବା ମୋଟ ମାର୍କ 8p – 4q = 8 × 4 – 4 × 1
ଆମେ ଏହାକୁ 2ଟି ପଦର ସମଷ୍ଟି ରୂପେ ଲେଖୁ ପରିପ୍ରକାଶର ମୂଲ୍ୟ ନିର୍ଣ୍ଣୟ କରିପାରିବା ।
8 × 4 – 4 × 1 = 8 × 4 + (4) × 1 = 32 + (-4) = 28
ତୃତୀୟ ରାଉଣ୍ଡରେ ମଧୁ ପାଇଥିବା ମୋଟ ମାର୍କ óp – 2q = 6 × 4 – 2 × 1
ଆମେ ଏହାକୁ 2ଟି ପଦର ସମଷ୍ଟି ରୂପେ ଲେଖୁ ପରିପ୍ରକାଶର ମୂଲ୍ୟ ନିର୍ଣ୍ଣୟ କରିପାରିବା ।
6 × 4 – 2 × 1 = 6 × 4 + (-2) × 1 = 24 + (2) = 22

Question 4.
ଯଦି ଭୁଲ ଉତ୍ତର ପାଇଁ କୌଣସି ମାର୍କ କଟି ନଥାନ୍ତା, ତେବେ କ’ଣ ହୋଇଥାନ୍ତା ? ସେହି ପରିସ୍ଥିତିରେ କ୍ଷୁର ମୂଲ୍ୟ କେତେ ହେବ ?
Solution:
ଯଦି ଭୁଲ୍ ଉତ୍ତର ପାଇଁ କୌଣସି ମାର୍କ କଟି ନଥାନ୍ତା, ତେବେ ମଧୁ
ପ୍ରଥମ ରାଉଣ୍ଡରେ ପାଇବ = 7p – 3q = 7 × 4 – 3 × 0 = 28 – 0 = 28
ଦ୍ଵିତୀୟ ରାଉଣ୍ଡରେ ପାଇବ = 8p – 4q = 8 × 4 – 4 × 0 = 32 – 0 = 32 ତ
ୃତୀୟ ରାଉଣ୍ଡରେ ପାଇବ = 6p – 2q = 6 × 4 – 2 × 0 = 24 – 0 = 24
ଯଦି ଭୁଲ୍ ଉତ୍ତର ପାଇଁ କୌଣସି ମାର୍କ କଟି ନଥାନ୍ତା, ଦୂର ମୂଲ୍ୟ ) ହେବ ।

Question 5.
ପ୍ରଥମ ପରିସ୍ଥିତିରେ ତିନିରାଉଣ୍ଡର ପରିସମାପ୍ତି ପରେ ମଧୁ କେତେ ମାର୍କ ପାଇବ ?
Solution:
ତିନି ରାଉଣ୍ଡ ପରେ ମଧୁର ମୋଟ ମାର୍କ = (7p – 3q) + (8p – 4q) + (6p – 2q)
ଯେହେତୁ ପରିପ୍ରକାଶର ପଦଗୁଡ଼ିକୁ ଯେକୌଣସି କ୍ରମରେ ଯୋଗକରାଯାଇ ପାରିବ, ତେଣୁ ବନ୍ଧନୀର ଅପସାରଣ କରି ଲେଖୁବା = 7p + (-3q) + 8p + (-4q) + 6p + (-2q)
= 7p + 8p + 6p + (-3q) + (-4q) + (-2q)
(ପଦଗୁଡ଼ିକର କ୍ରମ ପରିବର୍ତ୍ତନ କରି ଓ ସଦୃଶ ପଦମାନଙ୍କୁ ଦଳଭୁକ୍ତ କରି)
= (7 + 8 + 6)p + {-(3 + 4 + 2)}q = 21p + (-9q) = 21p – 9q

ଉଦାହରଣ – 9 :

Question 1.
4 (x + y) – y ପରିପ୍ରକାଶକୁ ସରଳ କର ।
Solution:
ବଣ୍ଟନ ନିୟମର ପ୍ରୟୋଗ କରି ଏହି ପରିପ୍ରକାଶର ସରଳୀକରଣ କର ।
4 (x + y) – y = 4x + 4y – y
= 4x + 4y + (-y)
= 4x + 3y

ଉଦାହରଣ – 10 :

Question 1.
ପରିପ୍ରକାଶ 5u ଏବଂ 5 + uର ମାନ ସମାନ କି ?
Solution:
ପରିପ୍ରକାଶ 5u ର ଅର୍ଥ u ଋ 5 ଗୁଣନକୁ ବୁଝାଏ ଏବଂ 5 + u ପରିପ୍ରକାଶର ଅର୍ଥ u ଠାରୁ 5 ଅଧିକ । ଦୁଇଟି ପରିପ୍ରକାଶରେ ଗାଣିତିକ ପ୍ରକ୍ରିୟା ଭିନ୍ନ ଥିବାରୁ u ର ସମସ୍ତ ମୂଲ୍ୟ ପାଇଁ ଭିନ୍ନ ଭିନ୍ନ ମୂଲ୍ୟ ମିଳିବ ।

Question 2.
u ର ମୂଲ୍ୟକୁ ବ୍ୟବହାର କରି ଉଦାହରଣ ଦେଖୁ ଖାଲି କୋଠରି ପୂରଣ କର ।
5u ଏବଂ 5 + uର ମୂଲ୍ୟକୁ ତୁଳନା କର । (ପ୍ରଶ୍ନ ସହିତ ଉତ୍ତର)
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 9
Solution:
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 10
ଏହି ଚିତ୍ରରେ ଥ‌ିବା ଖାଲିସ୍ଥାନକୁ ପୂରଣ କରିବା ପରେ uର ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ପାଇଁ 5u ଏବଂ 5 + uର ମୂଲ୍ୟ ସମାନ ହେବ ନାହିଁ ।

Question 3.
10y – 3 ଏବଂ 10 (y – 3) ଦ୍ଵୟ ପରସ୍ପର ସମାନ କି ?
Solution:
10 × y – 3 ପାଇଁ ସଂକ୍ଷେପରେ 10y – 3 ଲେଖାଯାଏ । ଏହାର ଅର୍ଥ y ର 10 ଗୁଣ ଠାରୁ 3 କମ୍ ।
10 × (y – 3) ପାଇଁ ସଂକ୍ଷେପରେ 10 (y – 3) ଲେଖାଯାଇଛି ।
ଏହାର ଅର୍ଥ y ଠାରୁ 3 କମ୍ ସଂଖ୍ୟାର 10 ଗୁଣ ।

Question 4.
y ର ବିଭିନ୍ନ ମୂଲ୍ୟ ନେଇ 10y – 3 ଏବଂ 10(y – 3) ଦ୍ଵୟ ପରସ୍ପର ସମାନ ନା ନାହିଁ ପରୀକ୍ଷା କର । (ପ୍ରଶ୍ନସହିତ ଉତ୍ତର)
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 11
Solution:
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 12

Question 5.
ଚିତ୍ରରେ ଥ‌ିବା ଖାଲି କୋଠରିଗୁଡ଼ିକ ପୂରଣ କରିବା ପରେ ତୁମେ ଏହି ଦୁଇଟି ପରିପ୍ରକାଶର ମୂଲ୍ୟ ସମାନ ହେଉଥିବାର ଦେଖୁଛ କି ?
Solution:
ଖାଲି କୋଠରିଗୁଡ଼ିକ ପୂରଣ କରିବା ପରେ ଆମେ ଦେଖୁଲେ ଯେ ଏହି ଦୁଇଟି ପରିପ୍ରକାଶର ମୂଲ୍ୟ ସମାନ ନୁହେଁ ।

Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ

ଉଦାହରଣ 11 :

Question 1.
ଦତ୍ତ ଚିତ୍ରରେ ଥବା
ସଂଖ୍ୟାଗୁଡ଼ିକର ସମଷ୍ଟି କେତେ ହେବ ?
ଅଜ୍ଞାତ ମୂଲ୍ୟଗୁଡ଼ିକ ଇଂରାଜୀ ଅକ୍ଷର
r ଓ s ଦ୍ଵାରା ସୂଚିତ ହୋଇଛି ।
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 13
Solution:
ଏଠାରେ ସଂଖ୍ୟାଗୁଡ଼ିକର ସମଷ୍ଟି ବିଭିନ୍ନ ଉପାୟରେ ନିର୍ଣ୍ଣୟ କରାଯାଇପାରିବ ।
(i) ଧାଡ଼ିରେ ଯୋଗ କଲେ = 4 × 3 + (r + s) + (r + s) + 4 × 3
(ii) ସଦୃଶ ପଦକୁ ଏକତ୍ରିତ କରି ଯୋଗ କଲେ = 8 × 3 + (r + r) + (s + s)
(iii) ଉପର ଅର୍ଷକୁ ଯୋଡ଼ି ଦ୍ଵିଗୁଣିତ କଲେ, 2 (4 × 3 + r + s)
ତିନୋଟି ପରିପ୍ରକାଶ ଭିନ୍ନଭିନ୍ନ ମନେହୁଏ ।
କିନ୍ତୁ ପ୍ରତ୍ୟେକକୁ ସରଳ କଲେ ତା’ର ମାନ 2r + 2s + 24 ହେବ ।

ନିଜେ କରି ଦେଖ :

Question 1.
ନିମ୍ନ ଚିତ୍ରରେ ଦିଆଯାଇଥ‌ିବା ସଂଖ୍ୟାଗୁଡ଼ିକୁ ଯୋଗକର । ସେମାନଙ୍କର ଅନୁରୂପ ପରିପ୍ରକଶଗୁଡ଼ିକ ଲେଖ ଏବଂ ସରଳ କର । ପ୍ରତ୍ୟେକ ଚିତ୍ରରେ ସଂଖ୍ୟାକୁ ଦୁଇଟି ଭିନ୍ନ ଉପାୟରେ ସୂଚାଅ ଏବଂ ଦେଖ । ପ୍ରତ୍ୟେକ କ୍ଷେତ୍ରରେ ସମାନ ମୂଲ୍ୟ ମିଳିବ ।
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 14
Solution:
(a) ଧାଡ଼ି ହିସାବରେ ଯୋଗ କଲେ = (5y – 6 + x) + (x + 2 + 5y) = 2x + 10y – 4
ସ୍ତମ୍ଭ ହିସାବରେ ଯୋଗ କଲେ = (5y + x) + (- 6 + 2) + (x + 5y) = 2× + 10y – 4
ଏକାଠି ଯୋଡ଼ିଲେ = (2 × x) + (2 × 5y) + (2 – 6) = 2x + 10y – 4

(b) ଧାଡ଼ି ହିସାବରେ ଯୋଗ କଲେ = (2p + 3q – 2 + 3) + (3q + 2p + 3 – 2) + (2p + 3q) + (3q + 2p) = 8p + 12q + 2
ସ୍ତମ୍ଭ ହିସାବରେ ଯୋଗ କଲେ = (2p + 3q) + (3q + 2p) + (- 2 + 3 + 2p + 3q) + (3 – 2 + 3q + 2p) = 8p + 12q + 2
ଏକାଠି ଯୋଡ଼ିଲେ = (4 × 2p) + (4 × 3q) + [2 × (-2)] + (2 × 3) = 8p + 12q + 2

(c) ଧାଡ଼ି ହିସାବରେ ଯୋଗ କଲେ = (- 5g + 5k + 5k – 5g) + (5k + 5k + 5k + 5k) + (5k + 5k + 5k + 5k) + (- 5g + 5k + 5k – 5g) = 60k – 20g
ସ୍ତମ୍ଭ ହିସାବରେ ଯୋଗ କଲେ = (- 5g + 5k + 5k – 5g) + (5k + 5k + 5k + 5k) ] + (5k+ 5k + 5k + 5k) + (- 5g + 5k + 5k – 5g) = 60k – 20g
ଏକାଠି ଯୋଡ଼ିଲେ = (12 × 5k) + 4 × (-5g)] = 60k – 20g

Question 2.
ନିମ୍ନସ୍ଥ ପରିପ୍ରକାଶଗୁଡ଼ିକ ସରଳ କର ।
(a) p + p + p + p
(b) p – q + p – q
(c) p + q – (p + q)
(d) 2d – d – d – d
(e) 2d – d – (d – c)
(f) 2d – d – c – c
(g) p + p + p + q
(h) p + q + p – q
(i) p + q – p + q
(j) p – q – p – q
(k) 2d – d – d – c
(l) 2d – (d – d) – c
Solution:
(a) p + p + p + p = 4p
(b) p – q + p – q = p + p – q – q = (p + p) – (q + q) = 2p – 2q
(c) p + q – (p + q) = p + q – p – q = p – p + q – q = 0
(d) 2d – d – d – d = 2d – 3d = -d
(e) 2d – d – (d – c) = 2d – d – d + c = 2d – 2d + c = c
(f) 2d – d – c – c (2d – d) – (c + c) = d – 2c
(g) p + p + p + q = 3p + q
(h) P + q + p – q = p + p + q – q = 2p
(i) p + q – p + q = p – p + q + q = 2q
(j) p – q – p – q = p – p – q – q = -2q
(k) 2d – d – d – c = d – d – c = – c
(l) 2d – (d – d) – c = 2d – d + d – c = 2d – c

Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ

4.5 ସଂରଚନାଗୁଡ଼ିକୁ ଦେଖ ଓ ଗାଣିତିକ ସମ୍ପର୍କକୁ ପ୍ରକାଶ କର :

ଗାଣିତିକ ପରିପ୍ରକାଶକୁ ନେଇ ସଂରଚନାର ବର୍ଣ୍ଣନା :

Page No. (97 to 108)

Question 1.
ଏହି ସଂଖ୍ୟା କଳର ସୂତ୍ର ଖୋଜ ।
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 15
Solution:
ଉପରିସ୍ଥ ସଂଖ୍ୟା କଳର ସୂତ୍ର ହେଉଛି, ପ୍ରଥମ ସଂଖ୍ୟାର ଦୁଇଗୁଣରୁ ଦ୍ଵିତୀୟ ସଂଖ୍ୟାର ଅନ୍ତରଫଳ ।
ଯଦି ପ୍ରଥମ ସଂଖ୍ୟାକୁ ଇଂରାଜୀ ଅକ୍ଷର ‘a’ ଏବଂ ଦ୍ଵିତୀୟ ସଂଖ୍ୟାକୁ ଇଂରାଜୀ ଅକ୍ଷର ‘b’ ଦ୍ଵାରା ସୂଚୀତ କରାଯାଏ ।
ତେବେ ବୀଜଗାଣିତିକ ପରିପ୍ରକାଶଟି = 2a – b ହେବ ।
ପରିପ୍ରକାଶ – 1 ପାଇଁ ଫଳାଫଳ = 2 × 5 – 2 = 8 ହେବ ।
ପରିପ୍ରକାଶ-2 ପାଇଁ ଫଳାଫଳ = 2 × 8 – 1 = 15 ହେବ ।
ପରିପ୍ରକାଶ -3 ପାଇଁ ଫଳାଫଳ = 2 × 9 – 11 = 7 ହେବ ।
ପରିପ୍ରକାଶ-4 ପାଇଁ ଫଳାଫଳ = 2 × 10 – 10 = 10 ହେବ ।
ପରିପ୍ରକାଶ-5 ପାଇଁ ଫଳାଫଳ = 2 × 6 – 4 = 8 ହେବ ।
ପ୍ରତ୍ୟେକ କଳପାଇଁ ଏହା ଏକ ସୂତ୍ରଭଳି ପ୍ରଯୁଜ୍ୟ ହେବ କି ପରୀକ୍ଷା କର ।

Question 2.
ନିମ୍ନସ୍ଥ ସଂଖ୍ୟା କଳଗୁଡ଼ିକ ପାଇଁ ସୂତ୍ର ନିର୍ଣ୍ଣୟ କରି ବୀଜଗାଣିତିକ ପରିପ୍ରକାଶରେ ଲେଖ ।
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 16
Solution:
ଛାତ୍ରଛାତ୍ରୀମାନେ ନିଜେ ଅଭ୍ୟାସ କରନ୍ତୁ ।

ଭୁଲ ଚିହ୍ନଟକରି ଓ ସଂଶୋଧନ କର :

ପରିପ୍ରକାଶ ସରଳୀକୃତ ରୂପ ଠିକ୍ ସରଳୀକୃତ ରୂପ
1. 3a + 2b
2. 3b – 2b – b
3. 6(p + 2)
4. (4x + 3y) – (3x + 4y)
5. 5 – (2 – 6z)
6. 2 + (x + 3)
7. 2y + (3y – 6)
8. 7p – p + 5q – 2q
9. 5 (2w + 3x + 4w)
10. 3j + 6k + 9h + 12
11. 4 (2r + 3s + 5)
5
0
6p + 8
x + y
3 – 6z
2x – 6
– y + 6
7p + 3q
10w + 15x + 20w
3(j + 2k + 3h + 4)
– 20 – 8r – 12s
3a + 2b
ଠିକ୍
6p + 12
x – y
3 + 6z
x + 5
5y – 6
6p + 3q
ଠିକ୍
ଠିକ୍
8r + 12s + 20

 

ଉଦାହରଣ – 12 :

Question 1.
ସ୍ମିତା ଶାଢ଼ୀ ଧଡ଼ିରେ ଏକ ସଂରଚନାର ପୁନରାବୃତ୍ତି ଦେଖୁଲା ।
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 17
ଯଦି ପ୍ରତ୍ୟେକ ଡିଜାଇନ୍ ପୁଣିଥରେ କେଉଁସ୍ଥାନରେ ରହିବ, ନିରୂପଣ ପାଇଁ ଏକ ଉପାୟ ଥାଆନ୍ତା ।
Solution:
ଯେପରିକି
(i) A ଡିଜାଇନ୍ ଚତୁର୍ଥ ସ୍ଥାନରେ ରହିବ ।
(ii) B ଡିଜାଇନ୍ ପଞ୍ଚମ ସ୍ଥାନରେ ରହିବ ।
(iii) C ଡିଜାଇନ୍ ଖ୍ରୀଷ୍ଠ ସ୍ଥାନରେ ରହିବ ।
ଅସ ଡିଜାଇନ୍ ‘C’ରୁ ଆରମ୍ଭ କରିବା ଏହା ଆରମ୍ଭରୁ ତୃତୀୟ ସ୍ଥାନରେ ଅଛି ।
ଦ୍ଵିତୀୟଥର ଷଷ୍ଠ ସ୍ଥାନରେ ରହିଛି ।

Question 2.
n ତମ ଅବସ୍ଥିତି ପାଇଁ ଡିଜାଇନ୍ C କେଉଁ ସ୍ଥାନରେ ଦେଖାଯିବ ?
Solution:
ଡିଜାଇନ୍ C, n ଥର ପାଇଁ 3n ତମ ସ୍ଥାନରେ ଦେଖାଯିବ ।

Question 3.
ଡିଜାଇନ୍ A ଓ B , ñ ଥର ପାଇଁ କେଉଁ ସ୍ଥାନରେ ଆସିବେ ?
Solution:
ଡିଜାଇନ୍ B ର n ତମ ସ୍ଥାନ ଡିଜାଇନ୍ C ର n ତମ ସ୍ଥାନଠାରୁ 1 କମ୍ ହେବ ।
ତେଣୁ ଡିଜାଇନ୍ B ର ସ୍ଥିତି 3n – 1 ତମ ସ୍ଥାନ ହେବ ।
ସେହିପରି ଡିଜାଇନ୍ A, n ଥର ପାଇଁ ଦୃଶ୍ୟ ହେଉଥିବା ସ୍ଥାନଟି 3n – 2 ତମ ସ୍ଥାନ ହେବ ।

Question 4.
122 ତମ ସ୍ଥାନରେ କେଉଁ ଡିଜାଇନ୍ ଦୃଶ୍ୟମାନ ହେବ ?
Solution:
ଡିଜାଇନ୍ C, 3 ର ଗୁଣିତକ ସ୍ଥାନରେ ରହିବ ।
ତେଣୁ 3 ର ଗୁଣିତକ ତମ ସ୍ଥାନରୁ ଏକ କମ୍ ତମ ସ୍ଥାନରେ ଡିଜାଇନ୍ B ଆସିବ ଓ 3 ର ଗୁଣିତକ ତମ ସ୍ଥାନଠାରୁ 2 କମ୍ ତମ ସ୍ଥାନରେ ଡିଜାଇନ୍ A ଦୃଶ୍ୟମାନ ହେବ ।

Question 5.
ସ୍ଥାନର ଅବସ୍ଥିତିକୁ 3 ଦ୍ଵାରା ଭାଗକଲେ ଭାଗଶେଷ ରହୁଛି କି ? ତଳ ସାରଣୀକୁ ପର୍ଯ୍ୟବେକ୍ଷଣ କର ।
Solution:

ସ୍ଥାନର ଅବସ୍ଥିତି 3 ଦ୍ଵାରା ବିଭାଜନରେ ଭାଗଫଳ ଭାଗଶେଷ
99 33 0
122 40 2
148 49 1

ଏହାକୁ ଦେଖୁ 99, 122 ଏବଂ 148 ତମ ସ୍ଥାନରେ କେଉଁ ଡିଜାଇନ୍ ଆସିବ ଲେଖ ।
Solution:
99 ତମ ସ୍ଥାନରେ ଡିଜାଇନ୍ C, 122 ତମ ସ୍ଥାନରେ ଡିଜାଇନ୍ B ଓ 148 ତମ ସ୍ଥାନରେ ଡିଜାଇନ୍ A ଆସିବ ।

Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ

କ୍ୟାଲେଣ୍ଡରରେ ସଂରଚନା :
Question 1.
ଏକ 2 × 2 ଗ୍ରୀଡ୍‌ର ବାମ ପାର୍ଶ୍ଵର ଉପର ସଂଖ୍ୟାଟି ଜଣାଥିଲେ ଆମେ ଅନ୍ୟ ସଂଖ୍ୟାଗୁଡ଼ିକୁ ପାଇବା କିପରି ?
Solution:
ପ୍ରଥମେ ଅନ୍ୟ ସଂଖ୍ୟାଗୁଡ଼ିକୁ ଗାଣିତିକ ଉକ୍ତିରେ ପ୍ରକାଶ କରିବା ।
– a ର ଡାହାଣରେ ଥିବା ସଂଖ୍ୟାଟି ଏହାଠାରୁ 1 ଅଧିକ ହେବ ।
– a ର ତଳେ ଥିବା ସଂଖ୍ୟା a ଠାରୁ 7 ଅଧିକ ହେବ ।
– 2 × 2 ଗ୍ରୀଡ୍‌ର ଡାହାଣ ପାର୍ଶ୍ବ ତଳ ସଂଖ୍ୟାଟି a ଠାରୁ 8 ଅଧିକ ହେବ ।

ତେଣୁ 2 × 2 ବର୍ଗାକାର ଗ୍ରୀକ୍ଟର ଅନ୍ୟ ସଂଖ୍ୟାଗୁଡ଼ିକୁ ଗ୍ରୀଡ଼ରେ ଦର୍ଶାଇଲା ପରି ଲେଖାଯାଇପାରିବ । ଚାଲ ଉଭୟ କର୍ଷ ସ୍ଥାନରେ ଥିବା ସଂଖ୍ୟା ଯୋଡ଼ାର ଯୋଗଫଳ ନିର୍ଣ୍ଣୟ କରିବା ।
a + (a + 8) ଏବଂ (a + 1) + (a + 7)

a ?
? ?

ଯେହେତୁ ଯୋଗ ପ୍ରକ୍ରିୟା ପଦଗୁଡ଼ିକୁ ଯେକୌଣସି କ୍ରମରେ ଯୋଗ କରାଯାଇପାରିବ ଏବଂ ବନ୍ଧନୀ ଅପସାରଣ କରାଯାଇପାରିବ ।
a + (a + 8) = a + a + 8 = 2a + 8
(a + 1) + (a + 7) = a + a + 1 + 7 = 2a + 8

a a + 1
a + 7 a + 8

ଆମେ ଦେଖୁଲୁ ଯେ ଉଭୟ କଣ୍ଠରେ ଥିବା ସଂଖ୍ୟା ଯୋଡ଼ାର ଯୋଗଫଳ ସମାନ (2a + 8) ହେଲା (a ର ଦୁଇଗୁଣରୁ 8 ଅଧ୍ବକ)

Question 2.
ଯେକୌଣସି 2 × 2 ବର୍ଗାକାର ଗ୍ରୀଡ଼ର ବାମ ପାର୍ଶ୍ଵ ଉପର ସଂଖ୍ୟାକୁ a ଧରି ନେଇ ଉଭୟ କର୍ଷ ସ୍ଥାନରେ ଥୁବା ସଂଖ୍ୟା ଯୋଡ଼ାର ଯୋଗଫଳ ପାଇଁ ନିର୍ଣ୍ଣୟ ପରିପ୍ରକାଶର ସତ୍ୟତା ପରୀକ୍ଷା କର ।
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 18
Solution:
ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ଅସୀମ କ୍ୟାଲେଣ୍ଡରରେ a ର ଯେକୌଣସି ମୂଲ୍ୟପାଇଁ 2 × 2 ଗ୍ରୀକ୍ଟରେ ଉଭୟ କଣ୍ଠରେ ଥିବା ସଂଖ୍ୟାମାନଙ୍କର ସମଷ୍ଟି ସମାନ ହେବ ।
ଅସୀମ ଧାଡ଼ିଥିବା କ୍ୟାଲେଣ୍ଡରରେ ନିମ୍ନ ପ୍ରକାଶରେ ସଜ୍ଜିତ ସଂଖ୍ୟାର
ଏକ ସେଟ୍ ଉପରେ ଆଲୋଚନା କରିବା ।

Question 3.
ଗ୍ରୀଢ଼ରେ ଥିବା ସମସ୍ତ ସଂଖ୍ୟାର ଯୋଗଫଳ ନିଶ୍ଚୟ କର । କେନ୍ଦ୍ରରେ ଥ‌ିବା ସଂଖ୍ୟା 15 ତୁଳନା କର । ଏହିପରି ଆକୃତିରେ ସଜ୍ଜିତ ହୋଇଥିବା ଆଉ ଏକ ସଂଖ୍ୟା ନେଇ ପରୀକ୍ଷା କର । ତୁମେ କ’ଣ ପାଇଲ /
Solution:
ଆମେ ଦେଖୁଲୁ ଯେ, ସଂଖ୍ୟାମାନଙ୍କର ଯୋଗଫଳ ସର୍ବଦା କେନ୍ଦ୍ରସ୍ଥ ସଂଖ୍ୟାର 5 ଗୁଣ ହୋଇଛି ।

Question 4.
ଏହା ସର୍ବଦା ସତ୍ୟ ହେବକି ? ଏହାକୁ କିପରି ଦର୍ଶାଇ ପାରିବ ?
Solution:
ହଁ, ଏହା ସର୍ବଦା ସତ୍ୟ । ମନେକର କେନ୍ଦ୍ରରେ ଥ‌ିବା ସଂଖ୍ୟାକୁ ‘a’ ନିଆଯାଉ । ‘a’ ଉପରେ ଥିବା ସଂଖ୍ୟା a – 7, ‘a’ ତଳେ ଥିବା ସଂଖ୍ୟା a + 7, ‘a’ର ବାମ ପାର୍ଶ୍ଵରେ ଥିବା ସଂଖ୍ୟା a – 1 ଏବଂ ‘a’ର ଡାହାଣ ପାର୍ଶ୍ଵରେ ଥିବା ସଂଖ୍ୟା a + 1 ।
+ ଆକୃତିର 5ଟି ସଂଖ୍ୟାର ଯୋଗଫଳ = (a – 7) + (a + 1) + a + (a – 1) + a + 7
= a – 7 + a – 1 + a + a + 1 + a + 7
= (a + a + a + a +a) + (- 7 + 7) + (- 1 + 1) = 5a + 0 + 0 = 5a
ଏଠାରେ ଯୋଗଫଳ ସର୍ବଦା 5a, ଅର୍ଥାତ୍ ସଂଖ୍ୟାମାନଙ୍କର ଯୋଗଫଳ ସର୍ବଦା କେନ୍ଦ୍ରସ୍ଥ ସଂଖ୍ୟାର 5 ଗୁଣ ।

ଦିଆସିଲି କାଠିର ସଂରଚନା :
Question 1.
ନିମ୍ନସ୍ଥ ଚିତ୍ରଟିକୁ ଦେଖ । ଦିଆସିଲି କାଠି ବ୍ୟବହାର କରି ଏହି ସଂରଚନା ପ୍ରସ୍ତୁତ କରାଯାଇଛଇ । ତୁମେ ଏହାର ସଂରଚନାର ନିୟମ ଜାଣିପାରିବ କି ?
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 19
Solution:
ପ୍ରଥମ ଚିତ୍ରରେ ଗୋଟିଏ, ଦ୍ଵିତୀୟ ଚିତ୍ରରେ 2ଟି, ତୃତୀୟ ଚିତ୍ରରେ 3ଟି ଓ ଚତୁର୍ଥ ଚିତ୍ରରେ 4ଟି ତ୍ରିଭୁଜ ଅଛି ଏବଂ ସଂରଚନାଟି ଏହିପରି କ୍ରମରେ ଆଗେଇଯିବ ।

Question 2.
ପଞ୍ଚମ ଚିତ୍ର ପାଇଁ କେତୋଟି ଦିଆସିଲି କାଠି ଆବଶ୍ୟକ ହେବ ?
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 20
Solution:
ପଞ୍ଚମ ଚିତ୍ର ପାଇଁ 11ଟି ଦିଆସିଲି କାଠି ଆବଶ୍ୟକ ।
ପ୍ରଥମ ଚିତ୍ରରେ 3 ଟି କାଠି ବ୍ୟବହାର କରାଯାଇଛି । ତା’ପରେ ପ୍ରତ୍ୟେକ ଚିତ୍ରର ପରବର୍ତ୍ତୀ ଚିତ୍ର ଅଧୂକ 2ଟି ଦିଆସିଲି କାଠିଦ୍ୱାରା ଗଠିତ । ଅର୍ଥାତ୍ ପ୍ରତିଥର ଦିଆସିଲି କାଠି ସଂଖ୍ୟା 2 ଲେଖାଏଁ ବୃଦ୍ଧି ପାଉଛି ।

ଚିତ୍ର ନମ୍ବର 1 2 3 4 5 6
ଦିଆସିଲି କାଠି ସଂଖ୍ୟା 3 5 7 9 11 13

ପ୍ରଥମ ଚିତ୍ରରେ ଥ‌ିବା 3 ଟି କାଠି ସହ କେତୋଟି ଯୋଗ କରିବାକୁ ପଡ଼ିବ । ନିମ୍ନ ସାରଣୀଟିକୁ ଦେଖ ଓ ମୂଲ୍ୟ ନିର୍ଣ୍ଣୟ କର ।

ଚିତ୍ର ନମ୍ବର 1 2 3 4 5 6
ଦିଆସିଲି କାଠି ସଂଖ୍ୟା 3 5 7 9 11 13
3 + 2 3 + 2 + 2 3 + 2 + 2 + 2 3 + 2 + 2 + 2 + 2

ଚିତ୍ର ନମ୍ବର 10 ପାଇଁ 2n + 1 = 2.10 + 1 = 21ଟି ଦିଆସିଲି କାଠି ।
ଚିତ୍ର ନମ୍ବର 11 ପାଇଁ 2n + 1 = 2.11 + 1 = 23ଟି ଦିଆସିଲି କାଠି ।
ଏହି ଚିତ୍ର ପାଇଁ ଆବଶ୍ୟକ କାଠି ସଂଖ୍ୟା 2n + 1

Question 3.
33 ତମ, 84 ତମ, 108 ତମ ଚିତ୍ର ପାଇଁ କେତୋଟି କାଠି ଆବଶ୍ୟକ ହେବ ?
Solution:
33 ତମ ଚିତ୍ର ପାଇଁ 2n + 1 = 2.33 + 1 = 67 ଟି କାଠି ।
84 ତମ ଚିତ୍ର ପାଇଁ 2n + 1 = 2.84 + 1 = 169 ଟି କାଠି ।
108 ତମ ଚିତ୍ର ପାଇଁ 2n + 1 = 2.108 +1 = 217 ଟି କାଠି ।

Question 4.
y ନମ୍ବର ଚିତ୍ର ପାଇଁ ପରିପ୍ରକାଶଟି କ’ଣ ହେବ ?
Solution:
ତେଣୁ ପରିପ୍ରକାଶଟି 2y + 1 ହେବ ।
∴ ଯେକୌଣସି ନମ୍ବର ଚିତ୍ର ପାଇଁ କେତୋଟି କାଠି ଦରକାର ହେବ ଖୁବ୍ ଶୀଘ୍ର ସହଜରେ ନିର୍ଣ୍ଣୟ କରିପାରିବା ।
• ସାରଣୀଟିକୁ ଲକ୍ଷ୍ୟକଲେ ଦେଖିପାରିବ ପ୍ରଥମ ଚିତ୍ରରେ 2 ଠାରୁ 1 ଟି ଅଧ୍ବକ କାଠି ବ୍ୟବହୃତ ହୋଇଛି । ଯେହେତୁ 2n + 1 = 3
ଏହାକୁ ବ୍ୟବହାର କରି ଆମେ ପରିପ୍ରକାଶଟି ଲେଖିପାରିବା 2n + 1
• ଅନ୍ୟ ଉପାୟରେ ମଧ୍ଯ ଦିଆସିଲି କାଠି ସଂଖ୍ୟା ଜାଣି ହେବ । ଦିଆସିଲି କାଠିଗୁଡ଼ିକର ସ୍ଥିତି ଦୁଇ ପ୍ରକାରର ।
(i) ଉପର ଓ ତଳେ ଭୂସମାନ୍ତର ଭାବରେ
(ii) ମଧ୍ୟ ଭାଗରେ କୌଣିକ ଦିଗରେ
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 21
• ଉଦାହରଣ ସ୍ଵରୂପ ଦ୍ଵିତୀୟ ଚିତ୍ରରେ 2 ଟି କାଠି ଭୂସମାନ୍ତର ଭାବରେ ଏବଂ 3 ଟି କାଠି କୌଣିକ ଦିଗରେ ରହିଛି ।

Question 5.
ତୃତୀୟ ଓ ଚତୁର୍ଥ ଚିତ୍ରରେ ଏହିଗୁଡ଼ିକର ସଂଖ୍ୟା କେତେ ?
Solution:
ତୃତୀୟ ଚିତ୍ରରେ 3ଟି କାଠି ଭୂସମାନ୍ତର ଭାବରେ ଏବଂ 4ଟି କାଠି କୌଣିକ ଦିଗରେ ରହିଛି ।
ଚତୁର୍ଥ ଚିତ୍ରରେ 4ଟି କାଠି ଭୂସମାନ୍ତର ଭାବରେ ଏବଂ 5ଟି କାଠି କୌଣିକ ଦିଗରେ ରହିଛି ।

Question 6.
ପ୍ରତ୍ୟେକ କ୍ଷେତ୍ରରେ ଚିତ୍ରର ତ୍ରିଭୁଜ ସଂଖ୍ୟାବୃଦ୍ଧି ସହିତ ଦିଆସିଲି କାଠି ସଂଖ୍ୟାର କିପରି ପରିବର୍ତ୍ତନ ହେଉଛି ? y ନମ୍ବର ଚିତ୍ରରେ ଦିଆସିଲି କାଠି ସଂଖ୍ୟା ପାଇଁ ପରିପ୍ରକାଶ ଲେଖ । ଏହି ଦୁଇଟି ପରିପ୍ରକାଶ 2y + 1 ହେଉଛି କି ?
Solution:
ପ୍ରତ୍ୟେକ କ୍ଷେତ୍ରରେ ଚିତ୍ରର ତ୍ରିଭୁଜ ସଂଖ୍ୟା ବୃଦ୍ଧି ସହିତ ଦିଆସିଲି କାଠି ସଂଖ୍ୟାର ପରିବର୍ତ୍ତନ ହେଉଛି ।
y ନମ୍ବର ଚିତ୍ରରେ ଦିଆସିଲି କାଠିସଂଖ୍ୟା = y + (y + 1) = 2y + 1 ଦିଆସିଲି କାଠି ।
∴ ଏହି ଦୁଇଟି ପରିପ୍ରକାଶ 2y + 1 ହେଉଛି ।

ନିଜେ କରି ଦେଖ ।

ନିମ୍ନଲିଖତ ସମସ୍ୟାର ଉପଯୁକ୍ତ ପରିପ୍ରକାଶ ନିମନ୍ତେ ପ୍ରଥମେ ବର୍ତ୍ତିତ ପରିସ୍ଥିତିରେ ବିଭିନ୍ନ ପରିମାଣର ସମ୍ପର୍କକୁ ସମ୍ପର୍କିତ କର । ଆବଶ୍ୟକସ୍ଥଳେ ଅଜ୍ଞାତ ରାଶିମାନଙ୍କ ପାଇଁ କିଛି ମୂଲ୍ୟ ଅନୁମାନ କରି ସମ୍ପର୍କ ଖୋଜିବାକୁ ଚେଷ୍ଟାକର ।

Question 1.
ଗୋଟିଏ ରୁଟି ପ୍ଲେଟ୍‌ର ମୂଲ୍ୟ 30 ଟଙ୍କା ଏବଂ ଗୋଟିଏ ଭାତ ପ୍ଲେଟ୍‌ର ମୂଲ୍ୟ 20 ଟଙ୍କା ଓ ଗୋଟିଏ ଦିନ x ପ୍ଲେଟ୍ ରୁଟି ଓ y ପ୍ଲେଟ୍ ଭାତ ବରାଦ ଦେଇଥିଲେ । ସେ ଦିନର ସମୁଦାୟ ଆୟ ଟଙ୍କାର ପରିପ୍ରକାଶଟି କ’ଣ ?
(a) 30x + 20y
(b) (30 + 20) × (x + y)
(c) 20x + 30y
(d) (30 + 20) × x + y
(e) 30x – 20y
Solution:
ଗୋଟିଏ ରୁଟି ପ୍ଲେଟ୍‌ର ମୂଲ୍ୟ = 30 ଟଙ୍କା । x ପ୍ଲେଟ୍ ରୁଟିର ମୂଲ୍ୟ = 30x ଟଙ୍କା ।
ଗୋଟିଏ ଭାତ ପ୍ଲେଟ୍‌ର ମୂଲ୍ୟ = 20 ଟଙ୍କା । y ପ୍ଲେଟ୍ ଭାତର ମୂଲ୍ୟ = 20y ଟଙ୍କା ।
∴ ସମୁଦାୟ ବରାଦ ଦେଇଥିଲେ = (30x + 20y) ଟଙ୍କା ।
∴ (a) ର ଉତ୍ତରଟି ଠିକ୍ ।

Question 2.
ପୁଷିତା ସ୍ଵାଧୀନତା ଦିବସରେ ଦୁଇ ପ୍ରକାରର ଫୁଲ (ଚମ୍ପା ଓ ଗେଣ୍ଡୁ) ବିକ୍ରି କରିଥିଲା । p ଜଣ ଗ୍ରାହକ କେବଳ ଚମ୍ପା ଫୁଲ, q ଜଣ ଗ୍ରାହକ କେବଳ ଗେଣ୍ଡୁ ଫୁଲ ଓ r ଜଣ ଗ୍ରାହକ ଉଭ ଚମ୍ପା ଓ ଗେଣ୍ଡୁ ଫୁଲ କିଣିଛନ୍ତି । ଠିକ୍ ସେହିଦିନ ସେ ପ୍ରତ୍ୟେକ ଗ୍ରାହକକୁ ଏକ ଛୋଟ ଜାତୀୟ ପତାକା ଉପହାର ଦେଇଛନ୍ତି । ସେଦିନ ସେ କେତୋଟି ଜାତୀୟ ପତାକା ଉପହାର ଦେଇଥୁବାର ପରିପ୍ରକାଶଟି କ’ଣ ହେବ ?
(a) p + q + r
(b) p + q + 2r
(c) 2 × (p + g + r)
(d) p + g + r + 2
(e) p + q + r + 1
(f) 2 (p + q)
Solution:
p ଜଣ ଗ୍ରାହକ କେବଳ ଚମ୍ପା ଫୁଲ କିଣିଛନ୍ତି । q ଜଣ ଗ୍ରାହକ କେବଳ ଗେଣ୍ଡୁ ଫୁଲ କିଣିଛନ୍ତି ।
r ଜଣ ଗ୍ରାହକ ଉଭୟ ଚମ୍ପା ଓ ଗେଣ୍ଡୁ ଫୁଲ କିଣିଛନ୍ତି ।
ପୁଷ୍ପିତା ପ୍ରତ୍ୟେକ ଗ୍ରାହକକୁ ଏକ ଛୋଟ ଜାତୀୟ ପତାକା ଉପହାର ଦେଇଛନ୍ତି ।
ଗ୍ରାହକଙ୍କୁ ଦେଇଥ‌ିବା ଜାତୀୟ ପତାକା ସଂଖ୍ୟା = p + g + r
∴ ଠିକ୍ ଉତ୍ତରଟି ହେଉଛି (a) p + q + r

Question 3.
ଏକ ଗଭୀର କୂଅର କାନ୍ଥରେ ଗୋଟିଏ ଗେଣ୍ଡା ଚଢ଼ିବାକୁ ଚେଷ୍ଟା କରୁଛି । ଦିନରେ ଏହା ‘u’ ସେ.ମି. ଉପରକୁ ଯାଏ ରାତିରେ ଏହା ଧରେଧରେ ‘d’ ସେ.ମି. ତଳକୁ ଖସିଯାଏ । ଏପରି 10 ଦିନ ଓ 10 ରାତି ଧରି ଚାଲିଥିଲା ।
(a) ଗେଣ୍ଡାଟି ତା’ର ଆରମ୍ଭ ସ୍ଥାନଠାରୁ କେତେ ଦୂରରେ ଅଛି ବର୍ଣ୍ଣନା କରି ପରିପ୍ରକାଶଟିଏ ଲେଖ ।
(b) ଯଦି d > u ତେବେ ଗେଣ୍ଡାର ଗତିବିଧ୍ବ ବିଷୟରେ କ’ଣ କହିପାରିବା ?
Solution:
(a) ଗେଣ୍ଡାଟି ଦିନରେ ‘u’ ସେ.ମି. ଉପରକୁ ଯାଏ । ରାତିରେ ଏହା ‘d’ ସେ.ମି. ତଳକୁ ଖସେ । ଗୋଟିଏ ଦିନ ଓ ରାତିରେ ଗେଣ୍ଡାଟି ଯିବ = (u – d) ସେ.ମି. ।
10 ଦିନ ଓ 10 ରାତିରେ ଗେଣ୍ଡାଟି ଯିବ = 10 × (u – d) ସେ.ମି. ।
∴ ଏହାର ଗାଣିତିକ ପରିପ୍ରକାଶଟି ହେଉଛି = 10 × (u – d) ସେ.ମି. ।

(b) ଯଦି d > u
ଗେଣ୍ଡାଟି ଯେତିକି ଉପରକୁ ଯିବ ତା’ଠାରୁ ଅଧିକ ତଳକୁ ଖସିବ । ତେଣୁ u – d < 0 ଅର୍ଥାତ୍ ଗେଣ୍ଡାଟି ତା’ ପୂର୍ବସ୍ଥାନରୁ ଉପରକୁ ଉଠିପାରିବ ନାହିଁ ।

Question 4.
ଏକ ସାଇକେଲ ରେସ୍‌ରେ ସାଇକେଲ ଚଳାଇବା ପାଇଁ ରାଧା ପ୍ରତିଦିନ ଅଭ୍ୟାସ କରି ପ୍ରସ୍ତୁତ ହେଉଛି । ପ୍ରଥମ ସପ୍ତାହରେ ସେ ପ୍ରତିଦିନ 5 କି.ମି. ସାଇକେଲ ଚଳାଇଛି । ସେ ପ୍ରତ୍ୟେକ ସପ୍ତାହରେ ସାଇକେଲ ଚଳାଇବାର ପ୍ରତିଦିନ ଦୂରତ୍ନକୁ z କି.ମି. ହାରରେ ବୃଦ୍ଧି କରିଛି । ତିନି ସପ୍ତାହ ପରେ ସେ କେତେ କି.ମି. ସାଇକେଲ ଚଳାଇଥବ ?
Solution:
ରାଧା ପ୍ରତିଦିନ 5 କି.ମି. ସାଇକେଲ ଚଳାଉଛି ।
ସେ ପ୍ରତ୍ୟେକ ସପ୍ତାହରେ ସାଇକେଲ ଚଳାଇବାର ପ୍ରତିଦିନ ଦୂରତ୍ଵକୁ z କି.ମି. ହାରରେ ବୃଦ୍ଧି କରିଛି ।
ପ୍ରଥମ ସପ୍ତାହରେ ପ୍ରତିଦିନ ସାଇକେଲ ଚଳାଇବ = 5 କି.ମି. ।
ଦ୍ଵିତୀୟ ସପ୍ତାହରେ ପ୍ରତିଦିନ ସାଇକେଲ ଚଳାଇବ = 5 + z କି.ମି. ।
ତୃତୀୟ ସପ୍ତାହରେ ପ୍ରତିଦିନ ସାଇକେଲ ଚଳାଇବ = 5 + z + z = 5 + 2z କି.ମି. ।
1 ସପ୍ତାହ = 7 ଦିନ । ତିନି ସପ୍ତାହ ପରେ ସେ ସାଇକେଲ ଚଳାଇବ = 7(5) + 7(5 + z) + 7(5 + 2z)
= 35 + 35 + 7z + 35 + 14z 105 + 21z
∴ ତିନି ସପ୍ତାହ ପରେ ସେ 105 + 21z କି.ମି. ସାଇକେଲ ଚଳାଇଥବ ।

Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ

Question 5.
ନିମ୍ନ ଚିତ୍ରରେ w + 2 ପରିପ୍ରକାଶଟି ଗୋଟିଏ ପଥରେ / ଧାଡ଼ିରେ 4w + 20 ହୋଇଛି ଦେଖ ଅବଶିଷ୍ଟ ପଥର ଶୂନ୍ୟଥବା କୋଠରିଗୁଡ଼ିକ ପୂରଣ କର । ଅଣ୍ଡାଭଳି କୋଠରି ପରିପ୍ରକାଶକୁ ଓ ବର୍ଗୀକୃତି କୋଠରି ଗାଣିତିକ ପ୍ରକ୍ରିୟାକୁ ସୂଚାଉଛି । (ପ୍ରଶ୍ନ ସହିତ ଉତ୍ତର)
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 22
Solution:
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 23

Question 6.
ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଏକ ଟ୍ରେନ୍ ରାସ୍ତାରେ ସମାନ ଦୂରତାରେ ତିନୋଟି ଷ୍ଟେସନରେ ଅଟକିଯାଏ । ଏକ ଷ୍ଟେସନରୁ ଅନ୍ୟ ଏକ ଷ୍ଟେସନକୁ ଯିବା ପାଇଁ ପ୍ରତ୍ୟେକ କ୍ଷେତ୍ରରେ ‘t’ ସମୟ ଲାଗୁଛି । ପ୍ରତ୍ୟେକ ଷ୍ଟେସନରେ ଟ୍ରେନ୍‌ 2 ମିନିଟ୍ ଅଟକିଥାଏ ।
(a) ଯଦି t = 4 ମିନିଟ୍ ହୁଏ । ଭୁବନେଶ୍ଵରରୁ ପୁରୀ ଯାତ୍ରା କରିବାର ସମୟ ନିର୍ଣ୍ଣୟ କର ।
(b) ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଯାତ୍ରା ସମୟକୁ ଏକ ଗାଣିତିକ ପରିପ୍ରକାଶରେ ଲେଖ ? (ସୂଚନା : ପରିସ୍ଥିତିକୁ କଳ୍ପନା କରିବାକୁ ଏକ ରଫ୍ ଚିତ୍ର ପ୍ରସ୍ତୁତ କର)
Solution:
(a) ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଏକ ଟ୍ରେନ୍ ରାସ୍ତାରେ ସମାନ ଦୂରତାରେ ତିନୋଟି ଷ୍ଟେସନରେ ଅଟକିଯାଏ । ଏକ ଷ୍ଟେସନରୁ ଅନ୍ୟ ଏକ ଷ୍ଟେସନକୁ ଯିବା ପାଇଁ ପ୍ରତ୍ୟେକ କ୍ଷେତ୍ରରେ ‘t’ ସମୟ ଲାଗୁଛି ।
ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ସମୟ = 4t
ପ୍ରତ୍ୟେକ ଷ୍ଟେସନରେ ଟ୍ରେନ୍‌ 2 ମିନିଟ୍ ଅଟକିଯାଏ ।
ସମୁଦାୟ ସମୟ ଅଟକିଯାଏ = 3 × 2 = 6 ମିନିଟ୍ ।
ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଯାତ୍ରା କରିବାର ସମୟ = 4t + 6 = 4 × 4 + 6 = 22 ମିନିଟ୍ ।

(b) ଭୁବନେଶ୍ଵରରୁ ପୁରୀ ପର୍ଯ୍ୟନ୍ତ ଯାତ୍ରା ସମୟକୁ ଗାଣିତିକ ପରିପ୍ରକାଶରେ କଲେ 4t + 6 ହେବ ।
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 24

Question 7.
ପରିପ୍ରକାଶଗୁଡ଼ିକୁ ସରଳୀକରଣ କର ।
(a) 3a + 9b – 6 + 8a – 4b – 7a + 16
(b) 3(3a – 3b) – 8a – 4b – 16
(c) 2 (2x – 3) + 8x + 12
(d) 8x – (2x – 3) + 12
(e) 8h – (5 + 7h) + 9
(f) 23 + 4(6m – 3n) – 8n – 3m – 18
Solution:
(a) 3a + 9b – 6 + 8a – 4b – 7a + 16 = 4a + 5b + 10
(b) 3 (3a – 3b) – 8a – 4b – 16 = 9a – 9b – 8a – 4b – 16 = a – 13b – 16
(c) 2 (2x – 3) + 8x + 12 = 4x – 6 + 8x + 12 = 12x + 6
(d) 8x – (2x – 3) + 12 = 8x – 2x + 3 + 12 = 6x + 15
(e) 8h (5 + 7h) + 9 = 8h – 5 – 7h + 9 = h + 4
(f) 23 + 4 (6m – 3n) – 8n – 3m – 18
= 23 + 24m – 12n – 8n – 3m – 18 = 5 + 21m – 20n

Question 8.
ନିମ୍ନଲିଖତ ପରିପ୍ରକାଶଗୁଡ଼ିକୁ ଯୋଗ କର ।
(a) 4d – 7c + 9 ଏବଂ 8c – 11 + 9d
(b) – 6f + 19 – 8s ଏବଂ – 23 + 13f + 12s
(c) 8d – 14c + 9 ଏବଂ 16c – (11 + 9d)
(d) 6f – 20 + 8s ଏବଂ 23 – 13f – 12s
(e) 13m – 12n ଏବଂ 12n – 13m
(f) – 26m + 24n ଏବଂ 26m – 24n
Solution:
(a) (4d – 7c + 9) + (8c – 11 + 9d) = 4d – 7c + 9 + 8c – 11 + 9d
= 4d + 9d – 7c + 8c + 9 – 11 = 13d + c – 2

(b) (- 6f + 19 – 8s) + (- 23 + 13f + 12s) = – 6f + 19 – 8s – 23 + 13f + 12s
= – 6f + 13f – 8s + 12s + 19 – 23 = 7f + 4s – 4

(c) (8d – 14c + 9) + [16c – (11 + 9d)] = 8d – 14c + 9 + 16c – 11 – 9d
= 8d – 9d – 14c + 16c + 9 – 11 = – d + 2c – 2

(d) (6f – 20 + 8s) + (23 – 13f – 12s) = 6f – 20 + 8s + 23 – 13f – 12s
= 6f – 13f + 8s – 12s – 20 + 23 = – 7f – 4s + 3

(e) (13m – 12n) + (12n – 13m) = 13m – 12n + 12n – 13m
= 13m – 13m – 12n + 12n = 0

(f) (-26m + 24n) + (26m – 24n) = -26m+ 24n + 26m – 24n
= – 26m + 26m + 24n – 24n = 0

Question 9.
ବିୟୋଗଫଳ ନିର୍ଣ୍ଣୟ କର ।
(a) 6a + 9b – 18 ଗୁ 9a – 6b + 14
(b) 7y – 10 + 3x ଗୁ – 15x + 13 – 9y
(c) 11 – 10g + 3h ଗୁ 17g + 9 – 7h
(d) 6a – (9b + 18) ଗୁ 9a – 6b + 14
(e) – 3y + 8 – 3x ଗୁ 10x + 2 + 10y
(f) 7h – 8g + 20 ଗୁ 8g + 4h – 10
Solution:
(a) (6a + 9b – 18) – (9a – 6b + 14) = 6a + 9b – 18 – 9a + 6b – 14
= 6a – 9a + 9b + 6b – 18 – 14 = – 3a + 15b – 32

(b) (7y – 10 + 3x) – (-15x + 13 – 9y) = 7y – 10 + 3x + 15x – 13 + 9y
= 7y + 9y + 3x + 15x – 10 – 13 = 16y + 18x – 23

(c) (11 – 10g + 3h) – (17g + 9 – 7h) = 11 – 10g + 3h – 17g – 9 + 7h
= 11 – 9 – 10g – 17g + 3h + 7h = 2 – 27g + 10h = – 27g + 10h + 2

(d) [6a (9b + 18)] – (9a – 6b + 14) = 6a – 9b – 18 – 9a + 6b – 14
= 6a – 9a – 9b + 6b – 18 – 14 = – 3a – 3b – 32

(e) (- 3y + 8 – 3x) – (10x + 2 + 10y) = – 3y + 8 – 3x – 10x – 2 – 10y
= – 3y – 10y – 3x – 10x + 8 – 2 = – 13y – 13x + 6

(f) (7h – 8g + 20) – (8g + 4h – 10) = 7h – 8g + 20 – 8g – 4h + 10
= 7h – 4h – 8g – 8g + 20 + 10 = 3h – 16g + 30

Question 10.
ନିମ୍ନସ୍ଥ ଗାଣିତିକ ପରିପ୍ରକାଶଗୁଡ଼ିକୁ ପରିସ୍ଥିତି ଅନୁସାରେ ସାଧାରଣ ଭକ୍ତିରେ ପ୍ରକାଶ କର ।
(a) 8x + 3y
(b) 15x – 2x
Solution:
(a) ମୀରା 8ଟି ପ୍ୟାକେଟ୍‌ରେ x ସଂଖ୍ୟକ କାର୍ଡ଼ ଓ ରାଧା 3ଟି ପ୍ୟାକେଟ୍‌ରେ y ସଂଖ୍ୟକ କାର୍ଡ଼ ଆଣିଲେ । ମୀରା ଓ ରାଧା ପାଖରେ କେତୋଟି କାର୍ଡ଼ ଅଛି ?
(b) ମୀରା 15ଟି ପ୍ୟାକେଟ୍‌ରେ x ସଂଖ୍ୟକ କାର୍ଡ଼ କିଣିଲେ । ସେ ରାଧାକୁ 2 ପ୍ୟାକେଟ୍‌ କାର୍ଡ଼ ଦେଇଦେଲେ । ତେବେ ମୀରା ପାଖରେ କେତୋଟି କାର୍ଡ଼ ରହିଲା ?

Question 11.
ଏକ ସିଧା ଦଉଡ଼ିର କଳ୍ପନା କର । ଚିତ୍ରରେ ଦର୍ଶାଇବା ପରି ଥରେ କାଟିଲେ ଆମେ 2 ଖଣ୍ଡ ଦଉଡ଼ି ପାଇବା । ଯଦି ଦଉଡ଼ିଟିକୁ ଚିତ୍ରରେ ଦେଖାହେବା ପରି ଗୋଟିଏ ଭାଙ୍ଗକରି କଟାଯାଏ ଆମେ 3 ଖଣ୍ଡ ଦଉଡ଼ି ପାଇବା ।
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 25
ସଂରଚନାଟିକୁ ଲକ୍ଷ୍ୟକର ଏବଂ ଦଉଡ଼ିଟି ଚିତ୍ରରେ ଦର୍ଶାଇଲାପରି ଦଶଥର ଭାଙ୍ଗକରି କାଟିଲେ କେତେଖଣ୍ଡ ଦଉଡ଼ି ମିଳିବ ? ଦଉଡ଼ିଟିକୁ 1 ଥର ଭାଙ୍ଗକରି କାଟିବା ପରେ ମିଳୁଥିବା ଦଉଡ଼ିଖଣ୍ଡଗୁଡ଼ିକର ସଂଖ୍ୟା ବୀଜଗାଣିତିକ ପରିପ୍ରକାଶର ରୂପ ଦେଇ ପାରିବା କି ?
Solution:

ଭାଙ୍ଗ ସଂଖ୍ୟା 0 1 2 3 ………… 10 ………. r
ଦଉଡି଼ଖଣ୍ଡ ସଂଖ୍ୟା 2 3 4 5 ………… 12 ……. . r + 2

Question 12.
ନିମ୍ନସ୍ଥ ଦିଆସିଲି କାଠିର ସଂରଚନାକୁ ଦେଖ ଏବଂ ସଂରଚନାକୁ ଚିହ୍ନଟ କର । ଏହିପରି 10ଟି ବର୍ଗାକାର କ୍ଷେତ୍ର ପାଇଁ କେତୋଟି ଦିଆସିଲି କାଠି ଦରକାର ହେବ । ‘w’ଟି ବର୍ଗାକାର କ୍ଷେତ୍ରପାଇଁ କେତୋଟି ଦିଆସିଲି କାଠି ଦରକାର ହେବ ?
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 26
Solution:

ବର୍ଗକ୍ଷେତ୍ର ସଂଖ୍ୟା 1 2 3 …… 10 …… w
ଦିଆସିଲି କାଠି ସଂଖ୍ୟା 4 7 10 …… 31 ….. 3w = 1

Question 13.
ଟ୍ରାଫିକ୍ ସଂକେତର କିପରି ରଙ୍ଗଗୁଡ଼ିକ ବଦଳିଥାଏ ତୁମେ ଲକ୍ଷ୍ୟ କରିଛ କି ? ରଙ୍ଗ ପରିବର୍ତ୍ତନର କ୍ରମ ନିମ୍ନରେ ଦିଆଯାଇଛି । 90, 190 ଏବଂ 343 ତମ ସ୍ଥାନରେ କେଉଁ କେଉଁ ରଙ୍ଗ ରହିବ ? ପ୍ରତ୍ୟେକ ସ୍ଥାନରେ ରଙ୍ଗର ଅବସ୍ଥାନ ପାଇଁ ଏକ ବୀଜଗାଣିତିକ ପରିପ୍ରକାଶର ପରିକଳ୍ପନା କର ଓ ତାହାକୁ ସୂତ୍ର ରୂପେ ବ୍ୟବହାର କରି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 27
Solution:
90 ତମ ସ୍ଥାନର ରଙ୍ଗ = ହଳଦିଆ ।
343 ତମ ସ୍ଥାନର ରଙ୍ଗ = ସବୁଜ ।
ହଳଦିଆ ରଙ୍ଗର ବୀଜଗାଣିତିକ ପରିପ୍ରକାଶ = 2x
ସବୁଜ ରଙ୍ଗର ବୀଜଗାଣିତିକ ପରିପ୍ରକାଶ = 4x – 1
190 ତମ ସ୍ଥାନର ରଙ୍ଗ = ହଳଦିଆ
ନାଲି ରଙ୍ଗର ବୀଜଗାଣିତିକ ପରିପ୍ରକାଶ = 4x – 3

Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ

Question 14.
ନିମ୍ନସ୍ଥ ସଂରଚନାକୁ ଲକ୍ଷ୍ୟକର । ଚତୁର୍ଥ, ଦଶମ ଓ 50ତମ ସ୍ଥାନରେ କେତୋଟି ବର୍ଗାକୃତି ଚିତ୍ର ରହିବ ? ଏଥପାଇଁ ସାଧାରଣ ସୂତ୍ରଟିଏ ଲେଖ । ଯଦି ଆମେ ବର୍ଗଗୁଡ଼ିକର ଶୀର୍ଷବିନ୍ଦୁ ସଂଖ୍ୟା ଗଣିବାକୁ ଚାହୁଁ ତେବେ ସୂତ୍ର କିପରି ବଦଳିଯିବ ?
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 28
Solution:

ସ୍ଥାନ ସଂଖ୍ୟା 1 2 3 4 ……… 10 ……….. 50
ବର୍ଗକ୍ଷେତ୍ର ସଂଖ୍ୟା 5 9 13 17 …….. 41 ………. 201

ସାଧାରଣ ସୂତ୍ର = x + 1
ଶୀର୍ଷବିନ୍ଦୁ ସଂଖ୍ୟା ଗଣିବାର ସୂତ୍ର = 4 (4x + 1) = 16x + 4

Question 15.
ଏକ ଅସୀମ ଚାରି ସ୍ତମ୍ଭ ବିଶିଷ୍ଟ ଗ୍ରୀଡ଼ରେ ସଂଖ୍ୟାଗୁଡ଼ିକ ନିର୍ଦ୍ଦିଷ୍ଟ କ୍ରମରେ ଲେଖାଯାଇଛି ।
Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 29
(a) ଏକ ନିର୍ଦ୍ଦିଷ୍ଟ ସ୍ତମ୍ଭରେ ସମସ୍ତ ସଂଖ୍ୟାଗୁଡ଼ିକ ପାଇବା ପାଇଁ ବୀଜଗାଣିତିକ ପରିପ୍ରକାଶଟିଏ ଲେଖ । (1, 2, 3, 4)
(b) କେଉଁ ଧାଡ଼ି ଓ ସ୍ତମ୍ଭରେ ନିମ୍ନଲିଖୁତ ସଂଖ୍ୟାଗୁଡ଼ିକ ଦେଖାଯିବ ?
(i) 124
(ii) 147
(iii) 201
(c) ‘r’ ଧାଡ଼ି ଏବଂ ‘c’ ସ୍ତମ୍ଭରେ କେଉଁ ସଂଖ୍ୟା ଦେଖାଯିବ ?
(d) 3 ର ଗୁଣିତକମାନଙ୍କ ସ୍ଥାନକୁ ଲକ୍ଷ୍ୟକର । ତୁମେ ଏଥୁରେ କୌଣସି ସଂରଚନା ଦେଖୁଛ କି ? ତୁମେ ଦେଖୁଥ‌ିବା ଅନ୍ୟ ସଂରଚନାଗୁଡ଼ିକର ତାଲିକା କର ।
Solution:
(a) ସ୍ତମ୍ଭ – 1 ରେ ସମସ୍ତ ସଂଖ୍ୟାଗୁଡ଼ିକ ପାଇବା ପାଇଁ ବୀଜଗାଣିତିକ ପରିପ୍ରକାଶ = 4x – 3
ସ୍ତମ୍ଭ – 2ରେ ସମସ୍ତ ସଂଖ୍ୟାଗୁଡ଼ିକ ପାଇବା ପାଇଁ ବୀଜଗାଣିତିକ ପରିପ୍ରକାଶ = 4x – 2
ସ୍ତମ୍ଭ – 3ରେ ସମସ୍ତ ସଂଖ୍ୟାଗୁଡ଼ିକ ପାଇବା ପାଇଁ ବୀଜଗାଣିତିକ ପରିପ୍ରକାଶ = 4x – 1
ସ୍ତମ୍ଭ – 4ରେ ସମସ୍ତ ସଂଖ୍ୟାଗୁଡ଼ିକ ପାଇବା ପାଇଁ ବୀଜଗାଣିତିକ
ପରିପ୍ରକାଶ = 4×

(b) 31 ତମ ଧାଡ଼ି ଓ 4 ତମ ସ୍ତମ୍ଭରେ 124 ଦେଖାଯିବ ।
37 ତମ ଧାଡ଼ି ଓ 3 ତମ ସ୍ତମ୍ଭରେ 147 ଦେଖାଯିବ ।
51 ତମ ଧାଡ଼ି ଓ 1 ତମ ସ୍ତମ୍ଭରେ 201 ଦେଖାଯିବ ।

(c) ‘r’ ଧାଡ଼ି ଓ ‘c’ ସ୍ତମ୍ଭରେ ଦେଖାଯାଉଥିବାସ ସଂଖ୍ୟା
= 4 (r – 1) + c

(d) Class 7 Maths Chapter 4 Question Answer Odia Medium ଅକ୍ଷର ଓ ସଂଖ୍ୟା ମାଧ୍ୟମରେ ଗାଣିତିକ ପରିପ୍ରକାଶ 30

Class 6 Science Chapter 10 Notes Odia Medium ଜୀବଜଗତର ବୈଶିଷ୍ଟ୍ୟ

Go through BSE Odisha Class 6 Science Notes Odia Medium and Class 6 Science Chapter 10 Notes Odia Medium ଜୀବଜଗତର ବୈଶିଷ୍ଟ୍ୟ to understand important concepts and topics more clearly.

6th Class Science Chapter 10 Notes Odia Medium

BSE Odisha Class 6 Science Chapter 10 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

ଆମ ଚାରିପାଖରେ ଥୁବା ବସ୍ତୁଗୁଡ଼ିକୁ ଜୀବ ଓ ନିର୍ଜୀବ ଗୋଷ୍ଠୀରେ ବିଭକ୍ତ କରାଯାଇଥାଏ । ଉଭିଦ ଓ ଅନ୍ୟ ଜୀବମାନଙ୍କର ଆକାରର ବୃଦ୍ଧି ହୋଇଥାଏ । ଜୀବର ବୃଦ୍ଧି ଓ ବିକାଶ ପାଇଁ ପୋଷଣ ଆବଶ୍ୟକ ହୋଇଥାଏ । ପ୍ରାଣୀ ଓ ଉଦ୍ଭିଦମାନେ ଶ୍ଵାସକ୍ରିୟା କରିଥା’ନ୍ତି । ଜୀବମାନେ ଉଦ୍ଦୀପନା ପ୍ରକାଶ କରିଥାନ୍ତି ଓ ସମସ୍ତ ଜୀବଜନ୍ତୁ ପ୍ରଜନନ କରିଥା’ନ୍ତି ।

କାର୍ଯ୍ୟ-୧ : ଆସ ରେକ କ ରେକର୍ଡ଼ କରିବା

ଆମ ଚାରିପଟେ ଅନେକ ଜିନିଷ ରହିଛି । କେବଳ ଥରେ ତୁମ ଶ୍ରେଣୀଗୃହର ଚାରିପାଖକୁ ଦେଖ ତୁମେ ଅନେକ ଉଦାହରଣ ପାଇପାରିବ–ତୁମେ ଧରିଥିବା ପେନସିଲ୍, ତୁମେ ପଢୁଥ‌ିବା ବହି କିମ୍ବା ଝରକା ନିକଟରେ ବସିଥୁବା ପାରା ।

ନିମ୍ନ ସାରଣୀରେ ସେମାନଙ୍କୁ ତାଲିକାଭୁକ୍ତ କର ଏବଂ ସ୍ତମ୍ଭ-୨ ରେ ତୁମେ ଦେଖୁଥ‌ିବା ଜିନିଷଗୁଡ଼ିକ ମଧ୍ୟରୁ ପ୍ରତ୍ୟେକକୁ ଜୀବ କିମ୍ବା ନିର୍ଜୀବ ଭାବରେ ଚିହ୍ନଟ କର
ତୃତୀୟ ସ୍ତମ୍ଭରେ ସେମାନଙ୍କୁ ଜୀବ କିମ୍ବା ନିର୍ଜୀବ ଭାବରେ ଶ୍ରେଣୀଭୁକ୍ତ କରିବାର ଏକ କାରଣ ଲେଖ ।

Class 6 Science Chapter 10 Notes Odia Medium ଜୀବଜଗତର ବୈଶିଷ୍ଟ୍ୟ

ସାରଣୀ–୧ : ଆମ ଚାରିପଟେ ଥ‌ିବା ଜୀବ ଓ ନିର୍ଜୀବ

(1) ଜିନିଷର ନାମ (2) ମୋର ଅନୁମାନ (ଜୀବ ଓ ନିର୍ଜୀବ) (3) କାରଣ (4) ଠିକ୍ ଉତ୍ତର (5) ଠିକ୍ ଉତ୍ତର ପାଇଁ କାରଣ
ପେନସିଲ୍ ନିର୍ଜୀବ ଶ୍ଵାସକ୍ରିୟା ନାହିଁ ନିର୍ଜୀବ ନିଜୀବର ଶ୍ଵାସକ୍ରିୟା ନଥାଏ
ବହି ନିର୍ଜୀବ ଶ୍ଵାସକ୍ରିୟା ନାହିଁ ନିର୍ଜୀବ ନିଜୀବର ଶ୍ଵାସକ୍ରିୟା ନଥାଏ
ପାରା ସଜୀବ ଶ୍ଵାସକ୍ରିୟା ଥାଏ ସଜୀବ ସଜୀବ ଶ୍ଵାସକ୍ରିୟା କରିଥାଏ
କାର୍ ନିର୍ଜୀବ ଶ୍ଵାସକ୍ରିୟା ନାହିଁ ନିର୍ଜୀବ ନିଜୀବର ଶ୍ଵାସକ୍ରିୟା ନଥାଏ
ଉଦ୍ଭଦ ସଜୀବ ଶ୍ଵାସକ୍ରିୟା ଥାଏ ସଜୀବ ସଜୀବ ଶ୍ଵାସକ୍ରିୟା କରିଥାଏ
କଣ୍ଢେଇ ନିର୍ଜୀବ ଶ୍ଵାସକ୍ରିୟା ନାହିଁ ନିର୍ଜୀବ ନିଜୀବର ଶ୍ଵାସକ୍ରିୟା ନଥାଏ
କାଉ ସଜୀବ ଶ୍ଵାସକ୍ରିୟା ଥାଏ ସଜୀବ ସଜୀବ ଶ୍ଵାସକ୍ରିୟା କରିଥାଏ

ଜୀବ ନିର୍ଜୀବଠାରୁ କିପରି ଅଲଗା ?

ଯଦି ଉଦ୍ଭଦ୍ର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ନଥାଏ, ତଥାପି ସେମାନେ ନିର୍ଦ୍ଦିଷ୍ଟ ପ୍ରକାରର ଗତିବିଧ‌ି ଦେଖାଇଥା’ନ୍ତି । ଉଭିଦର ଚଳପ୍ରଚଳର ଏକ ଉଦାହରଣ ହେଉଛି ଫୁଲ ଫୁଟିବା । ଗତିବିଧ‌ିର ଅନ୍ୟ ଏକ ଉଦାହରଣ ହେଲା ମାଂସଭୋଜୀ ଉଦ୍ଭିଦ । ମାଂସଭୋଜୀ ଉଦ୍ଭିଦ ନିଜର ପୋଷଣ ପାଇଁ କୀଟପତଙ୍ଗ ଉପରେ ନିର୍ଭର କରିଥାଏ ।

ଡ୍ରୋସେରା ହେଉଛି ଏକ ମାଂସଭୋଜୀ ଉଭିଦର ଉଦାହରଣ । ଡ୍ରୋସେରାରେ ଭିନ୍ନ ଆକୃତିର ପତ୍ର ରହିଛି ଯେଉଁଥରେ ଅନେକ କେଶ ଭଳି ଲମ୍ବା ଏବଂ ମୁନିଆଁ କଣ୍ଟା ରହିଛି । ଯେତେବେଳେ କୌଣସି କୀଟ ପତ୍ର ଭିତରକୁ ପ୍ରବେଶ କରିଥାଏ, ଉଭିଦ କୀଟକୁ ତା’ର ମୁନିଆଁ କଣ୍ଟାରେ ଫସାଇ ଦିଏ ।

ଲତାଗୁଡ଼ିକ ମଧ୍ୟ ସେମାନଙ୍କ ନିକଟରେ ରଖାଯାଇଥିବା କୌଣସି ଜିନିଷ ଉପରେ ଭରାଦେଇ |ଆଶ୍ର କରି ବଢ଼ିଥା’ନ୍ତି । ଅର୍ଥାତ୍ ଗଛ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉ ନଥିଲେ ମଧ୍ୟ କିଛି ଗତି ବିଧ୍ ଦେଖାଇଥା’ନ୍ତି ।

ଜୀବର ବୃଦ୍ଧି ଓ ବିକାଶ ପାଇଁ ଖାଦ୍ୟ (ପୋଷଣ)ର ଆବଶ୍ୟକତା ରହିଛି।

Class 6 Science Chapter 10 Notes Odia Medium ଜୀବଜଗତର ବୈଶିଷ୍ଟ୍ୟ

ଶ୍ଵାସକ୍ରିୟାରେ ଯେତେବେଳେ ଆମେ ପ୍ରଶ୍ଵାସ ନେଉ, ବାହାର ବାୟୁ ଆମ ଶରୀରର ଭିତରକୁ ଗତି କରିଥାଏ । ଯେତେବେଳେ ଆମେ ନିଃଶ୍ଵାସ ଛାଡୁ ବାୟୁ ଆମ ଶରୀର ଭିତରୁ ବାହାରକୁ ଯାଇଥାଏ । ଏହା ଏକ ପ୍ରକ୍ରିୟା ଯାହାକୁ ଶ୍ୱସନ କୁହାଯାଏ । ଉଭିଦ ମଧ୍ଯ ଶ୍ଵାସକ୍ରିୟା କରେ କି ? ପତ୍ରପୃଷ୍ଠରେ ଷ୍ଟୋମାଟା ନାମକ ଛୋଟ ଛୋଟ ଛିଦ୍ର ରହିଛି । ଏହି ଛିଦ୍ର ବାୟୁ ଭିତରକୁ ଓ ବାହାରକୁ ନେବାରେ ଉଭିଦକୁ ସାହାଯ୍ୟ କରିଥାଏ ।

ଝାଳରେ ପାଣି ଏବଂ ଲୁଣ ରହିଥାଏ ଯାହାକୁ ଶରୀର ବର୍ଜ୍ୟବସ୍ତୁ ଭାବରେ ବାହାର କରିଥାଏ । ଶରୀରରୁ ବର୍ଜ୍ୟ ବସ୍ତ ବାହାର କରିବାକୁ ନିଷ୍କାସନ କୁହାଯାଏ । ପରିସ୍ରା ମଧ୍ୟ ପଶୁମାନଙ୍କର ନିଷ୍କାସନର ଏକ ଉତ୍ପାଦ ଭାବରେ ସୃଷ୍ଟି ହୁଏ ।

ଉଭିଦ ମଧ୍ୟ ବର୍ଜ୍ୟବସ୍ତୁ ନିଷ୍କାସନ କରଥାଏ ? ଗଛପତ୍ରରେ ଛୋଟ ଛୋଟ ବୁନ୍ଦା ଆକାରରେ ଅତିରିକ୍ତ ଜଳ ଏବଂ ଖଣିଜ ପଦାର୍ଥ ଥାଏ । ଉଦାହରଣ ସ୍ୱରୂପ ଘାସ ଓ ଗୋଲାପ ଫୁଲ ଇତ୍ୟାଦି । ସମସ୍ତ ଜୀବ ବର୍ଜ୍ୟବସ୍ତୁ ନିଷ୍କାସନ କରନ୍ତି ।

କୌଣସି ଜିନିଷ କିମ୍ବା ଘଟଣା ଯାହାଦ୍ଵାରା ଜୀବ ପ୍ରତିକ୍ରିୟା ପ୍ରକାଶ କରେ, ତାହାକୁ ଉଦ୍ଦୀପନା କୁହାଯାଏ ।

ଉଭିଦଗୁଡ଼ିକ ମଧ୍ୟ ଉଦ୍ଦୀପନା ପ୍ରତିକ୍ରିୟା ପ୍ରକାଶ କରନ୍ତି । ଉଦାହରଣ ସ୍ୱରୂପ, ଲାଜକୁଳୀ ଗଛଗୁଡ଼ିକୁ ସ୍ପର୍ଶ କରିବା ସମୟରେ ସେମାନେ ପତ୍ରକୁ ବୁଜି ଦିଅନ୍ତି ।

ସମସ୍ତ ଜୀବଜନ୍ତୁ ପ୍ରଜନନ କରନ୍ତି । ପ୍ରଜନନ ହେଉଛି ନିଜ ପ୍ରଜାତିର ନୂତନ ଜୀବର ସୃଷ୍ଟି । ପ୍ରଜନନ ବଂଶ ବୃଦ୍ଧି ପାଇଁ ଗୁରୁତ୍ଵପୂର୍ଣ୍ଣ ।

ଜୀବିତ ରହିବା ପାଇଁ ଆବଶ୍ୟକ ସମସ୍ତ ସମ୍ବଳ (ଯେପରିକି ଖାଦ୍ୟ, ବାୟୁ ଏବଂ ଜଳ) ଉପଲବ୍ଧ ଥିବା ସତ୍ତ୍ଵେ ଯେତେବେଳେ ଜଣେ ଜୀବ ଉପରୋକ୍ତ ସମସ୍ତ ବୈଶିଷ୍ଟ୍ୟ ପ୍ରଦର୍ଶନ କରିବାକୁ ଅକ୍ଷମ, ସେତେବେଳେ ଏହାକୁ ମୃତ ବୋଲି କୁହାଯାଏ ।

ସମସ୍ତ ଜୀବଙ୍କର କିଛି ସାଧାରଣ ବୈଶିଷ୍ଟ୍ୟ ରହିଥାଏ । ଉଦାହରଣ ସ୍ଵରୂପ, ସମସ୍ତ ଜୀବ ଚଳପ୍ରଚଳ କରନ୍ତି, ଖାଦ୍ୟ ଖାଆନ୍ତି, ଛୋଟରୁ ବଡ଼ ହୁଅନ୍ତି, ଶ୍ଵାସକ୍ରିୟା କରନ୍ତି, ପ୍ରଜନନ କରନ୍ତି, ନିଷ୍କାସନ କରନ୍ତି ଓ ଉଦ୍ଦୀପନା ପ୍ରତି ପ୍ରତିକ୍ରିୟା ପ୍ରକାଶ କରନ୍ତି ଓ ଶେଷରେ ମୃତ୍ୟୁବରଣ କରନ୍ତି । ଉପରୋକ୍ତ ମଧ୍ୟରୁ କୌଣସି ଗୋଟିଏ ବୈଶିଷ୍ଟ୍ୟ ନଥିଲେ ସେମାନଙ୍କୁ ନିର୍ଜୀବ ବୋଲି କୁହାଯାଇପାରିବ ।

କାର୍ଯ୍ୟ – ୨ : ଆସ ପର।ଷଶ କରିବା

ମାଟି ଭର୍ତ୍ତି ହୋଇଥିବା ଚାରୋଟି ସମାନ ପାତ୍ର ନିଆଯାଉ । ପ୍ରତି ପାତ୍ରରେ 4ଟି ବିନ୍ ମଞ୍ଜି ପୋତି ଦିଆଯାଉ । ଏବେ ଏହି ପାତ୍ରଗୁଡ଼ିକୁ ନିମ୍ନଲିଖତ ଅବସ୍ଥାରେ 15 ଦିନ ପର୍ଯ୍ୟନ୍ତ ରଖାଯାଉ ।

‘କ’ ପାତ୍ରରେ ମାଟିକୁ ପାଣି ନଦେଇ ସିଧାସଳଖ ସୂର୍ଯ୍ୟକିରଣରେ ରଖାଯାଉ ।
Class 6 Science Chapter 10 Notes Odia Medium ଜୀବଜଗତର ବୈଶିଷ୍ଟ୍ୟ 1
‘ଖ’ ପାତ୍ରରେ ମାଟିରେ ଅଧ୍ବକ ପାଣି ଦିଆଯାଉ ଯେପରି ମାଟି ଉପରେ ସବୁବେଳେ ପାଣି ରହିବ । ଯଦି ପାଣି କମିଯାଏ, ତେବେ ନିୟମିତ ଭାବେ ପାଣି ଦିଆଯାଉ । ଏହି ପାତ୍ରକୁ ସିଧାସଳଖ ସୂର୍ଯ୍ୟକିରଣରେ ର ଖା ଯାଉ ।

ପାତ୍ର ‘ଗ’ରେ ନିୟମିତ ଭାବେ ମଧ୍ୟମ ପରିମାଣରେ ପାଣି ଦେଇ ପାତ୍ରର ମାଟିକୁ ସାମାନ୍ୟ ଆର୍ଦ୍ର ରଖାଯାଉ । ଏହି ପାତ୍ରକୁ ଅନ୍ଧାର ସ୍ଥାନରେ ରଖାଯାଉ ।

ପାତ୍ର ‘ଘ’ରେ ନିୟମିତ ଭାବେ ମଧ୍ୟମ ପରିମାଣରେ ପାଣି ଦେଇ ପାତ୍ରର ମାଟିକୁ ସାମାନ୍ୟ ଆର୍ଦ୍ର ରଖାଯାଉ । ଏହି ପାତ୍ରକୁ ସିଧାସଳଖ ସୂର୍ଯ୍ୟକିରଣରେ ରଖାଯାଉ ।

ସାରଣୀରେ ପ୍ରତ୍ୟେକ କ୍ଷେତ୍ରରେ ମଞ୍ଜି ପାଇଁ ବାୟୁ, ସୂର୍ଯ୍ୟକିରଣ ଏବଂ ପାଣି ଇତ୍ୟାଦି ମିଳୁଛି ନା ନାହିଁ ପର୍ଯ୍ୟବେକ୍ଷଣ କରାଯାଉ ।

ଯେତେବେଳେ ଏକ ମଞ୍ଜି ଗଜାରେ ପରିଣତ ହୁଏ, ସେତେବେଳେ ଏହା ଅଙ୍କୁରିତ ହୋଇଯାଏ ବୋଲି କୁହାଯାଏ । ପ୍ରତ୍ୟେକ ପାତ୍ରରେ ଥ‌ିବା ମଞ୍ଜି ଗଜା ହେବ କି ନାହିଁ । ସାରଣୀରେ ବିଭିନ୍ନ ପରିସ୍ଥତିରେ ରଖାଯାଇଥିବା ପ୍ରତ୍ୟେକ ପାତ୍ର ପାଇଁ ତୁମ ଅନୁମାନ ଲେଖୁ ରଖାଯାଉ ।

Class 6 Science Chapter 10 Notes Odia Medium ଜୀବଜଗତର ବୈଶିଷ୍ଟ୍ୟ

ସାରଣୀ–୨ : ମଞ୍ଜି ଅଙ୍କୁରଣ ଉପରେ ନିର୍ଦ୍ଦିଷ୍ଟ କାରକର ପ୍ରଭାବ

ବିତ୍ନ ମଞ୍ଜି 
ସହ ପତ୍ର
ଉପଲବ୍ଧତା ଅଙ୍କୁରଣ ପର୍ଯ୍ୟବେକ୍ଷଣର କାରଣ
ବାୟୁ ସୂର୍ଯ୍ୟକିରଣ ପାଣି ପୂର୍ବାନୁମାନ ପର୍ଯବେକ୍ଷଣ
‘କ’ ସିଧାସଳଖ ସୂର୍ଯ୍ୟକିରଣରେ ଏବଂ ବିନା ପାଣିରେ ହିଁ ହିଁ ନାହିଁ ନାହିଁ ଅଙ୍କୁରଣ ହୋଇ ନାହିଁ ମଞ୍ଜିର ଅଙ୍କୁରଣ ପାଇଁ ଜଳ ଆବଶ୍ୟକ
‘ଖ’ ସିଧାସଳଖ ସୂର୍ଯ୍ୟକିରଣ ଓ ଅତ୍ୟଧକ ପାଣିରେ ହିଁ ହିଁ ହିଁ (ଅତ୍ୟଧ୍ଵକ) ହିଁ ସଠିକ୍ ଅଙ୍କୁରଣ ନାହିଁ ଅତ୍ୟଧ୍ଵକ ଜଳ ଥ‌ିବାରୁ ସଠିକ୍ ଅଙ୍କୁରଣ ହେବ ନାହିଁ
‘ଗ’ ସମ୍ପୂର୍ଣ୍ଣ ଅନ୍ଧାର ଓ ଓଦା ମାଟିରେ ହିଁ ନାହିଁ ହିଁ (ସୀମିତ) ହିଁ ହିଁ ଅଙ୍କୁରଣ ହେବ ଆଲୋକର ଅନୁପସ୍ଥିତିରେ ଅଙ୍କୁରଣ ସମ୍ଭବ
‘ଘ’ ସିଧାସଳଖ ସୂର୍ଯ୍ୟକିରଣ ଓ ଓଦା ମାଟିରେ ହିଁ ହିଁ ହିଁ (ସୀମିତ) ହିଁ ହିଁ ଅଙ୍କୁରଣ ହେବ ବାୟୁ, ଆଲୋକ ଓ ଜଳର ଉପସ୍ଥିତିରେ ଅଙ୍କୁରଣ ସମ୍ଭବ

ଅଙ୍କୁରଣ ହେବ ।
ମଞ୍ଜିର ଅଙ୍କୁରଣ ପାଇଁ ଜଳ, ବାୟୁ, ମାଟି, ଆଲୋକ ଓ ଅନ୍ଧାର ବ୍ୟବସ୍ଥା ଆବଶ୍ୟକ ହୋଇଥାଏ । ଉଭିଦର ଉପଯୁକ୍ତ ବୃଦ୍ଧି ଓ ବିକାଶ ପାଇଁ ଅନୁକୂଳ ପରିବେଶ ଓ ପୋଷକର ଆବଶ୍ୟକତା ରହିଥାଏ । ଉଭିଦଗୁଡ଼ିକ ସୂର୍ଯ୍ୟକିରଣ ପ୍ରତି ଯେଉଁ ପ୍ରତିକ୍ରିୟା ପ୍ରଦର୍ଶନ କରନ୍ତି ତାହା ଆମକୁ ଆଶ୍ଚର୍ଯ୍ୟ କରେ ।

ଉଭିଦମାନଙ୍କୁ ଭୂଲମ୍ବ ଭାବେ ରଖିଲେ ମୂଳ ତଳକୁ ଓ କାଣ୍ଡ ଉପରକୁ ବଢ଼ିଥାଏ । ଉଭିଦକୁ ଓଲଟା ରଖିଲେ ମୂଳ ବଙ୍କା ହୋଇ ତଳକୁ ବଢ଼ିଥାଏ ଓ କାଣ୍ଡ ବଙ୍କା ହୋଇ ଉପରକୁ ଉଠିଥାଏ । ଗଛକୁ କେବଳ ଗୋଟିଏ ଦିଗରୁ ସୂର୍ଯ୍ୟକିରଣ ମିଳିଲେ, ଆଲୋକ ଆସୁଥ‌ିବା ଦିଗରେ ଉଭିଦର କାଣ୍ଡ ବଢ଼ିଥାଏ ଓ ମୂଳ ତଳକୁ ବଢ଼ିବାରେ ଲାଗିଥାଏ ।

ମଞ୍ଜି ଅଙ୍କୁରଣ ପାଇଁ ବିଭିନ୍ନ କାରକ :
ଜଳ : ମଞ୍ଜିକୁ ଅଙ୍କୁରଣ ପାଇଁ ଦରକାର ହୋଇଥାଏ । ଜଳ ମଞ୍ଜିର ଅଙ୍କୁରଣ ପାଇଁ ଆବଶ୍ୟକ ପ୍ରକ୍ରିୟା ସମ୍ପାଦନ କରିବାକୁ ସକ୍ଷମ କରେ । ମଞ୍ଜିର ବାହ୍ୟ ଆଚ୍ଛାଦନକୁ ଖୋଳପା କୁହାଯାଏ । ଜଳର ଉପସ୍ଥିତି ମଞ୍ଜିର ଖୋଳପାକୁ ନରମ କରିଥାଏ ଏବଂ ଏହା ଭିତରେ ଥ‌ିବା କ୍ଷୁଦ୍ର ଭୂଣକୁ ଏକ ଚାରା ଗଛରେ ବିକଶିତ କରିବାରେ ସାହାଯ୍ୟ କରେ ।

ବାୟୁ ଓ ମାଟି : ମଞ୍ଜିକୁ ଅଙ୍କୁରଣ ପାଇଁ ବାୟୁର ଆବଶ୍ୟକତା ଥାଏ । ମଞ୍ଜି ମୃତ୍ତିକା ମଧ୍ୟରେ ଥିବା ଫାଙ୍କା ସ୍ଥାନରେ ମିଳୁଥିବା ବାୟୁକୁ ବ୍ୟବହାର କରେ । ଏହାବ୍ୟତୀତ ମାଟିକଣିକା ମଧ୍ୟରେ ଥିବା ଫାଙ୍କା ସ୍ଥାନ ଦେଇ ଚେରକୁ ବଢ଼ିବାରେ ସାହାଯ୍ୟ କରିଥାଏ ।

ଆଲୋକ ଓ ଅନ୍ଧାର ବ୍ୟବସ୍ଥା : ଆମେ ଦେଖୁ ଯେ ବିନ୍ ମଞ୍ଜି ଅଙ୍କୁରଣ ପାଇଁ ଆଲୋକର ଉପସ୍ଥିତି ଜରୁରୀ ନୁହେଁ । ସାଧାରଣତଃ ଅଧିକାଂଶ ମଞ୍ଜିର ଅଙ୍କୁରଣ ପାଇଁ ଆଲୋକର ଆବଶ୍ୟକତା ପଡ଼େ ନାହିଁ । କିନ୍ତୁ ଅଙ୍କୁରଣ ପରେ ଚାରାର ଅଧ୍ବକ ବୃଦ୍ଧି ପାଇଁ ସୂର୍ଯ୍ୟକିରଣ ଆବଶ୍ୟକତା ପଡ଼ିଥାଏ ।

Class 6 Science Chapter 10 Notes Odia Medium ଜୀବଜଗତର ବୈଶିଷ୍ଟ୍ୟ

କୋଲିୟସ୍ ଏବଂ ପେଟୁନିଆ ଭଳି ଫୁଲ ଗଛର କିଛି ମଞ୍ଜି ଅଙ୍କୁରିତ ହେବା ପାଇଁ ଆଲୋକ ଆବଶ୍ୟକ କରନ୍ତି । ଏହି ମଞ୍ଜିକୁ ମାଟିରେ ପୋତିବାଦ୍ଵାରା ଏହାର ଅଙ୍କୁରଣରେ ବାଧା ସୃଷ୍ଟି ହୋଇଥାଏ । କାଲେଣ୍ଡୁଲା ଓ ଜିନିଆ ଭଳି ଫୁଲ ଗଛର ମଞ୍ଜି ଅଙ୍କୁରିତ ହେବା ପାଇଁ ଅନ୍ଧାରୁଆ ପରିବେଶ ଆବଶ୍ୟକ । ଏହି ମଞ୍ଜିଗୁଡ଼ିକୁ ଭଲଭାବରେ ମାଟିରେ ପୋତିବା ଉଚିତ । ତୁମେ ବୟସ୍କମାନଙ୍କୁ ପଚାରି କେଉଁ ମଞ୍ଜି ଅଙ୍କୁରିତ ହେବା ପାଇଁ ଆଲୋକ ଆବଶ୍ୟକ କରନ୍ତି ଓ କେଉଁ ମଞ୍ଜି ଅଙ୍କୁରିତ ହେବା ପାଇଁ ଅନ୍ଧାରୁଆ ପରିବେଶ ଦରକାର କରନ୍ତି, ତା’ର ତାଲିକା କର ।

ଉତ୍ତମ ସ୍ଵାସ୍ଥ୍ୟ ଏବଂ ଉପଯୁକ୍ତ ବୃଦ୍ଧି ପାଇଁ ମଣିଷକୁ ଏକ ସନ୍ତୁଳିତ ଖାଦ୍ୟର ଆବଶ୍ୟକତା ରହିଛି । ସେହିପରି ଉଭିଦର ଉପଯୁକ୍ତ ବୃଦ୍ଧି ଓ ବିକାଶ ପାଇଁ ଅନୁକୂଳ ପରିବେଶ ଓ ପୋଷକର ଆବଶ୍ୟକତା ରହିଛି ।

ଉଭିଦର ବୃଦ୍ଧି ଏବଂ ଚଳନ :
ଉଭିଦଗୁଡ଼ିକ ସୂର୍ଯ୍ୟକିରଣ ପ୍ରତି ପ୍ରତିକ୍ରିୟା ପ୍ରକାଶ କରନ୍ତି । ସୂର୍ଯ୍ୟକିରଣ ଉଭିଦର ବିଭିନ୍ନ ଅଂଶର ବୃଦ୍ଧିକୁ ପ୍ରଭାବିତ କରେ । ଉଭିଦଙ୍କୁ ଓଲଟାଇ ରଖ‌ିଲେ ଉଭିଦର ମୂଳ ଓ କାଣ୍ଡ କେଉଁ ଦିଗରେ ବଢ଼ିବ ଓ ଗତି କରିବ ?

କାର୍ଯ୍ୟ–୩ : ଆସ ପ୍ରସ୍ତୁତ କରିବା

  • କିଛି ବିନ୍ କିମ୍ବା ଛୋଟ ମଞ୍ଜି ନିଆଯାଉ ଏବଂ ସେମାନଙ୍କୁ ଓଦା କପଡ଼ା କିମ୍ବା ଓଦା ଟିସୁ କାଗଜରେ ଅଙ୍ଗୁରିତ ହେବାକୁ ଦିଆଯାଉ ।
  • ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଟି ଛୋଟ ଚାରାରେ ବିକଶିତ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଅଙ୍କୁରିତ ହେବାକୁ ଦିଆଯାଉ ।
  • ବର୍ତ୍ତମାନ, ତିନୋଟି କାଚ ବିକର କିମ୍ବା ଗ୍ଲାସ ନିଆଯାଉ ଏବଂ ସେଗୁଡ଼ିକୁ କ, ଖ ଓ ଗ ଭାବରେ ନାମିତ କରାଯାଉ ।
    Class 6 Science Chapter 10 Notes Odia Medium ଜୀବଜଗତର ବୈଶିଷ୍ଟ୍ୟ 2
  • ଚିତ୍ରରେ ଦିଆଯାଇଥିବା ଭଳି ତିନୋଟି କାଚ ପ୍ଲେଟ୍ ନିଆଯାଉ ଏବଂ ମୋଟା ନରମ ସୂତା ବ୍ୟବହାର କରି ପ୍ରତ୍ୟେକ ପ୍ଲେଟ୍‌ରେ ଗୋଟିଏ ପାର୍ଶ୍ଵରେ ଏକ ମୋଟା ବ୍ଲଟିଂ କାଗଜକୁ ବାନ୍ଧିଦିଅ ।
  • ଚିତ୍ରରେ ଦିଆଯାଇଥ‌ିବା ଭଳି ଗୋଟିଏ ଲେଖାଏଁ ଚାରା ପ୍ରତି ପ୍ଲେଟ୍‌ରେ ବାନ୍ଧି ରଖ, ଯେପରିକି ଚାରା କ୍ଷତିଗ୍ରସ୍ତ ହେବନାହିଁ ।
  • ବର୍ତ୍ତମାନ ଚିତ୍ର (କ) ଏବଂ ଚିତ୍ର (ଗ) ରେ ଦର୍ଶାଯାଇଥ‌ିବା ଅନୁଯାୟୀ କାଚ ପ୍ଲେଟ୍ ସହ ଚାରାକୁ ସିଧା ରଖ ।
  • ଚିତ୍ର (ଖ) ରେ ଦିଆଯାଇଥିବା ଭଳି ବିକରରେ, ପ୍ଲେଟକୁ ଏପରି ଭାବରେ ପ୍ରସ୍ତୁତ କର ଯେପରି ଚାରର କାଣ୍ଡ ତଳକୁ ଓ ମୂଳ ଉପରକୁ ରହିବ ।
  • ପ୍ରତ୍ୟେକ ପାତ୍ରରେ ପାଣି ଦିଆଯାଉ ଏବଂ ଦେଖ ଚାରାଗୁଡ଼ିକ ଯେପରି ପାଣିକୁ ଲାଗି ରହିବ ।
  • ପ୍ରତ୍ୟେକ କ୍ଷେତ୍ରରେ ବ୍ଲଟିଂ କାଗଜର ତଳ ଭାଗକୁ ପାଣିରେ ଭିଜାଇ ସମ୍ପୂର୍ଣ୍ଣ ଓଦା ହେବାକୁ ଦିଆଯାଉ । ଏହି ଉପାୟରେ ଓଦା ବ୍ଲଟିଂ କାଗଜଦ୍ଵାରା ଚାରାକୁ ଜଳ ମିଳିବ ।
  • ଚିତ୍ରରେ ଦର୍ଶାଯାଇଥ‌ିବା ଭଳି ସୂର୍ଯ୍ୟକିରଣରେ ବିକର (କ) ଏବଂ ବିକର (ଖ) ରଖ ।
  • ଚିତ୍ରରେ ଦର୍ଶାଯାଇଥିବା ଭଳି ବିକର (ଗ) କୁ ଏକ କାର୍ଡ଼ବୋର୍ଡ଼ ବାକ୍ସ ଭିତରେ ଏପରି ଭାବରେ ରଖାଯାଉ ଯେ ଚାରା କେବଳ ଏକ ଛୋଟ କଣା ମାଧ୍ୟମରେ ଗୋଟିଏ ଦିଗରୁ ଆଲୋକ ପାଇବ ।
  • ତୁମ ପୂର୍ବାନୁମାନ ଏବଂ ପର୍ଯ୍ୟବେକ୍ଷଣ ସହିତ ସାରଣୀ–୩ ପୂରଣ କର । ତୁମ ପର୍ଯ୍ୟବେକ୍ଷଣ ଆଧାରରେ (କ), (ଖ) ଏବଂ (ଗ) ରେ ମୂଳ ଏବଂ କାଣ୍ଡର ବୃଦ୍ଧିର ଦିଗକୁ ଲକ୍ଷ୍ୟ କର ।

Class 6 Science Chapter 10 Notes Odia Medium ଜୀବଜଗତର ବୈଶିଷ୍ଟ୍ୟ

ସାରଣୀ–୩ : ବିଭିନ୍ନ ପରିସ୍ଥିତିରେ ମୂଳ ଓ କାଣ୍ଡର ବୃଦ୍ଧି

ବିକର ସୂର୍ଯ୍ୟକିରଣର ଦିଗ ଉଭିଦର ଦିଗ ମୂଳ ଓ କାଣ୍ଡର ଅଭିବୃଦ୍ଧିର ଦିଗ
କାଣ୍ଡ/ମୂଳ ପୂର୍ବାନୁମାନ ପର୍ଯ୍ୟବେକ୍ଷଣ
କ ସବୁ ଦିଗରୁ ଉପରକୁ ସିଧା କାଣ୍ଡ ଉପରକୁ ସିଧା ସଠିକ୍
ମୂଳ ତଳକୁ ସିଧା ସଠିକ୍
ଖ ସବୁ ଦିଗରୁ ଓଲ ଟା କାଣ୍ଡ ବଙ୍କା ହୋଇ ଉପରକୁ ସଠିକ୍
ମୂଳ ବଙ୍କା ହୋଇ ତଳକୁ ସଠିକ୍
ଗ କେବଳ ଗୋଟିଏ ଦିଗରୁ ଉପରକୁ ସିଧା କାଣ୍ଡ ଉପରକୁ ଆଲୋକ ଆସୁଥୁବା ଦିଗରେ
ମୂଳ ତଳକୁ ସିଧା ସଠିକ୍

ଉପରୋକ୍ତ ପରୀକ୍ଷଣରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଉଭିଦର କାଣ୍ଡଗୁଡ଼ିକ ଉପରକୁ ବଢ଼ି ସୂର୍ଯ୍ୟକିରଣ ଆଡ଼କୁ ଗତି ପ୍ରଦର୍ଶନ କରୁଥିବାବେଳେ ଉଭିଦର ମୂଳ ତଳକୁ ବଢ଼ିଥାଏ ।
ଏହି ପରୀକ୍ଷଣର ଫଳାଫଳ ସାରଣୀ ଏବଂ ଚିତ୍ରରୁ ଆମେ ଲକ୍ଷ୍ୟ କରୁଛୁ ଯେ,
1. ଉଭିଦଙ୍କୁ ସିଧା ରଖୁଲେ ମୂଳ ତଳକୁ ବଢ଼ିଥାଏ ଓ କାଣ୍ଡ ଉପରକୁ ବଢ଼ିଥାଏ ।
2. ଉଭିଦକୁ ଓଲଟା ରଖିଲେ ମୂଳ ବଙ୍କା ହୋଇ ତଳକୁ ବଢ଼ିଥାଏ । ଏହା ବ୍ୟତୀତ କାଣ୍ଡ ବଙ୍କା ହୋଇ ଉପରକୁ ବଢ଼ିଥାଏ ।
Class 6 Science Chapter 10 Notes Odia Medium ଜୀବଜଗତର ବୈଶିଷ୍ଟ୍ୟ 3
3. ଗଛକୁ କେବଳ ଗୋଟିଏ ଦିଗରୁ ସୂର୍ଯ୍ୟକିରଣ ମିଳିଲେ ଆଲୋକ ଆସୁଥ‌ିବା ଦିଗରେ ଉଭିଦର କାଣ୍ଡ ବଢ଼ିଥାଏ ଏବଂ ମୂଳ ତଳକୁ ବଢ଼ିବାରେ ଲାଗିଥାଏ ।

କାର୍ଯ୍ୟ–୩ କରିବା ପରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିପାରିବା ଯେ ଉଭିଦର କାଣ୍ଡଗୁଡ଼ିକ ଉପରକୁ ବଢ଼ି ସୂର୍ଯ୍ୟକିରଣ ଆଡ଼କୁ ଗତି ପ୍ରଦର୍ଶିତ କରନ୍ତି କିନ୍ତୁ ଭଭିଦର ମୂଳ ତଳକୁ ବଢ଼ିଥାଏ ।

Class 6 Science Chapter 10 Notes Odia Medium ଜୀବଜଗତର ବୈଶିଷ୍ଟ୍ୟ

ଜଗଦୀଶ ଚନ୍ଦ୍ର ବୋଷ (1858-1937) ଜଣେ ଭାରତୀୟ ବୈଜ୍ଞାନିକ ଥିଲେ ଯିଏ କି ଉଭିଦ ଉପରେ କିଛି ଆକର୍ଷଣୀୟ ପରୀକ୍ଷଣ କରିଥିଲେ । ଆଲୋକ, ଉତ୍ତାପ, ବିଦ୍ୟୁତ୍ ଏବଂ ମାଧ୍ୟାକର୍ଷଣ ଭଳି ଉଦ୍ଦୀପନା ପ୍ରତି ଉଭିଦ କିପରି ପ୍ରତିକ୍ରିୟା ଦିଏ ତାହା ଲେଖୁ ରଖୁବା ପାଇଁ ସେ କ୍ରେସ୍କୋଗ୍ରାଫ୍ ନାମକ ଏକ ମେସିନ୍ ତିଆରି କରିଥିଲେ । ସେ ଏହା ମଧ୍ୟ ଦେଖାଇଛନ୍ତି ଯେ ଉଭିଦ ଉଦ୍ଦୀପନାକୁ ଅନୁଭବ କରିପାରେ ଏବଂ ପ୍ରତିକ୍ରିୟା ପ୍ରକାଶ କରେ ।
Class 6 Science Chapter 10 Notes Odia Medium ଜୀବଜଗତର ବୈଶିଷ୍ଟ୍ୟ 4

ଏକ ଉଭିଦର ଜୀବନ ଚକ୍ର :

କାର୍ଯ୍ୟ-୪ : ଆସ ଅନୁସନ୍ଧାନ କରିବା

  • ଏକ ବିନ୍ ମଞ୍ଜି ଲଗାଯାଉ ଏବଂ ଏହାର ବୃଦ୍ଧି ପାଇଁ ଉପଯୁକ୍ତ କାରକ ପ୍ରଦାନ କରାଯାଉ । ତିନି ମାସ ପର୍ଯ୍ୟନ୍ତ ନିୟମିତ ଭାବେ ନିରୀକ୍ଷଣ କରାଯାଉ ।
  • କୌଣସି ପରିବର୍ତ୍ତନ ପରିଲକ୍ଷିତ ହେବାର ତାରିଖ ଟିପି ରଖାଯାଉ ।
  • ତୁମେ ଲକ୍ଷ୍ୟ କରିଥିବା ପରିବର୍ତ୍ତନ ଘଟିବାକୁ କେତେ ସମୟ ଲାଗିଲା ?
  • କେତେ ଦିନ ପରେ ପ୍ରଥମ ଫୁଲ ଫୁଟିବାର ଦେଖ‌ିଲ ?
  • ଫୁଲର କିଛି ଅଂଶ ଶୁଖୁଯିବା ପରେ, ତୁମେ ଆଉ କିଛି ବୃଦ୍ଧି ଦେଖିପାରିବ କି ?
  • ଫୁଲର ଅବଶିଷ୍ଟ ଅଂଶ ବିକଶିତ ହୋଇ କେଉଁଥିରେ ପରିଣତ ହୁଏ ?
  • ଫୁଲରୁ ମଞ୍ଜି କିମ୍ବା ଫଳ ବିକଶିତ ହେବା ତୁମେ ଦେଖ୍ ପାରିଲ କି ?
  • ମଞ୍ଜି ଓ ଫଳ ତିଆରି ହେବା ପରେ ଉଭିଦର କେଉଁ ପରିବର୍ତ୍ତନ ହୋଇଥାଏ ?
  • ଅଙ୍କୁରଣ ପରେ ଏକ ମଞ୍ଜି ଏକ ଛୋଟ ଉଦ୍ଭଦରେ ପରିଣତ ହୁଏ ଓ ଫୁଲ ଏବଂ ଫଳ ଉତ୍ପାଦନ ପାଇଁ ପରିପକ୍ଵ ହୋଇଥାଏ । ଏହି ଫଳରେ ମଞ୍ଜି ରହିଥାଏ, ଯାହା ନୂଆ ପିଢ଼ିର ଗଛକୁ ଜନ୍ମ ଦେଇଥାଏ । ମଞ୍ଜିରୁ ଗଛ ହେବା ପର୍ଯ୍ୟନ୍ତ ଏବଂ ତା’ ପରେ ପରବର୍ତ୍ତୀ ପିଢ଼ିର ମଞ୍ଜି ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାକୁ ଜୀବନ ଚକ୍ର (Life cycle) କୁହାଯାଏ ।
  • ଯେତେବେଳେ ଏକ ଉଦ୍ଭିଦ ଆବଶ୍ୟକୀୟ କାରକର ଉପସ୍ଥିତିରେ ମଧ୍ୟ ବଢ଼ିବା ବନ୍ଦ କରିଦିଏ ଏବଂ ଜୀବନର ସମସ୍ତ କାର୍ଯ୍ୟକଳାପ ଧୀରେ ଧୀରେ ଶେଷ ହୋଇଯାଏ, ସେତେବେଳେ ଉଭିଦକୁ ମୃତ ବୋଲି ଧରାଯାଏ ।
    Class 6 Science Chapter 10 Notes Odia Medium ଜୀବଜଗତର ବୈଶିଷ୍ଟ୍ୟ 5

ପ୍ରାଣୀଙ୍କ ଜୀବନ ଚକ୍ର :
ଉଭିଦ ଯେଉଁପରି ଭାବରେ ଜୀବନ ଚକ୍ରରେ ଅନେକ ପର୍ଯ୍ୟାୟ ଦେଇ ଗତି କରେ ଠିକ୍ ସେହିପରି ପ୍ରାଣୀମାନେ ମଧ୍ୟ ଜୀବନଚକ୍ରରେ ଅନେକ ପର୍ଯ୍ୟାୟ ଦେଇ ଗତି କରିଥା’ନ୍ତି ।

Class 6 Science Chapter 10 Notes Odia Medium ଜୀବଜଗତର ବୈଶିଷ୍ଟ୍ୟ

ମଶାର ଜୀବନ ଚକ୍ର :
ମଶାମାନେ ସେମାନଙ୍କ ଜୀବନ ଚକ୍ରର ଚାରୋଟି ପର୍ଯ୍ୟାୟ ଦେଇ ଗତି କରିଥା’ନ୍ତି । ଯଥା : (i) ଅଣ୍ଡା, (ii) ଲାର୍ଭା, (iii) ପ୍ୟୁପା, (iv) ବୟସ୍କ ମଶା । I ମ ପର୍ଯ୍ୟାୟରେ ମଶା ଅଣ୍ଡା ଭାବରେ ନିଜର ଜୀବନ ଆରମ୍ଭ କରେ, 2 ୟ ପର୍ଯ୍ୟୟରେ ଲାର୍ଭା, 3 ୟ ପର୍ଯ୍ୟାୟରେ ପ୍ୟୁପା ଓ 4 ର୍ଥ ପର୍ଯ୍ୟାୟରେ ପ୍ରାପ୍ତ ବୟସ୍କ ମଶା ପାଣି ପୃଷ୍ଠରେ କିଛି ସମୟ ବିଶ୍ରାମ ନେଇ ଉଡ଼ିଯାଏ । ବୟସ୍କ ମଶା 10-15 ଦିନ ପର୍ଯ୍ୟନ୍ତ ବଞ୍ଚିପାରେ ।

କାର୍ଯ୍ୟ–୫ : ଆସ ବିଶ୍ଳେଷଣ କରିବା

ଆସ ଏକ ଗୋଲକ ଧନ୍ଦାର ସମାଧାନ କରିବା

  • ଅଣ୍ଡା ପର୍ଯ୍ୟାୟ ପରେ କେଉଁ ପର୍ଯ୍ୟାୟ (ଲର୍ଭା କିମ୍ବା ପ୍ୟୁପା) ଆସିବ ତାହା ତୁମେ କିପରି ସ୍ଥିର କରିବ ?
  • ମନେକର ତୁମକୁ ଲାର୍ଭା ଏବଂ ପ୍ୟୁପା ଥ‌ିବା ପୋଖରୀର ପାଣି ଏକ ପାତ୍ରରେ ଦିଆଯାଇଛି । ଏହି ପର୍ଯ୍ୟାୟଗୁଡ଼ିକର ଠିକ୍ କ୍ରମ ଜାଣିବା ପାଇଁ ଏକ କାର୍ଯ୍ୟ କର ।
  • ତୁମେ ନିଜେ କାର୍ଯ୍ୟ କରିବା ପାଇଁ ପ୍ରୀତି ଦ୍ଵାରା ପ୍ରସ୍ତୁତ କରାଯାଇଥିବା ନିମ୍ନଲିଖିତ କାର୍ଯ୍ୟର ସାହାଯ୍ୟ ନେଇପାରିବ ।
    ସ୍ତର- 1 : ମୋ ପାଖରେ ମଶାର ଲାର୍ଭା ଏବଂ ପ୍ୟୁପା ଥିବା ଏକ ପାଣି ପାତ୍ର ଅଛି ।
    ସ୍ତର-2 : ମୁଁ 4-5 ଟି ଲାର୍ଭା ଏବଂ ପ୍ୟୁପାକୁ ସମାନ ପାଣି ସହିତ ଦୁଇଟି ପୃଥକ ପାତ୍ରରେ ବିଭକ୍ତ କରିବି ।
    ସ୍ତର-3 : ମୁଁ ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟକୁ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ପ୍ରତିଦିନ ନିରୀକ୍ଷଣ କରିବି ।
    ସ୍ତର–4 : ଯଦି ଲାର୍ଭା ପ୍ୟୁପାରେ ରୂପାନ୍ତରିତ ହୁଏ, ତେବେ ଏହାର ଅର୍ଥ ହେବ ଯେ ଲାର୍ଭା ପର୍ଯ୍ୟାୟ ପ୍ୟୁପା ପର୍ଯ୍ୟାୟ ପୂର୍ବରୁ ଆସିଥାଏ କିମ୍ବା ପ୍ୟୁପା ପର୍ଯ୍ୟାୟ ଲାର୍ଭା ପରେ ଆସିବ ।
    ସ୍ତର -5 : କେଉଁ ପାତ୍ରରେ ପ୍ରଥମେ ଗୋଟିଏ ମଶା ଦେଖାଯିବ, ସେଥ‌ିପାଇଁ ମୁଁ ଉଭୟ ପାତ୍ରକୁ ନିରୀକ୍ଷଣ କରିବି ।
  • ଏହି ପର୍ଯ୍ୟବେକ୍ଷଣଗୁଡ଼ିକ ଆମକୁ ମଶା ଅଭିବୃଦ୍ଧିର ଠିକ୍ କ୍ରମ ଶିଖୁବାରେ ସାହାଯ୍ୟ କରିବ ।
    Class 6 Science Chapter 10 Notes Odia Medium ଜୀବଜଗତର ବୈଶିଷ୍ଟ୍ୟ 6

ବୟସ୍କ ମାଈ ମଶା ସିଧାସଳଖ ପାଣି ଉପରେ କିମ୍ବା ପାଣି ନିକଟରେ ଅଣ୍ଡା ଦେଇଥା’ନ୍ତି ଓ ଜୀବନ ଚକ୍ରକୁ ଚାଲୁ ରଖନ୍ତି । ମଶାର ଜୀବନ ଚକ୍ରର ବିଭିନ୍ନ ପର୍ଯ୍ୟାୟରେ ମଶାର ଶରୀରର ଆକୃତି ଏବଂ ଗଠନରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଥାଏ ।

Class 6 Science Chapter 10 Notes Odia Medium ଜୀବଜଗତର ବୈଶିଷ୍ଟ୍ୟ

ରେଶମ ପୋକର ଜୀବନଚକ୍ର :
ରେଶମ ପୋକ ମଧ୍ୟ ଚାରୋଟି ଜୀବନ ପର୍ଯ୍ୟାୟ ଦେଇ ଗତି କରେ – ଅଣ୍ଡା, ଲାର୍ଭା, ପ୍ୟୁପା ଏବଂ ପ୍ରାପ୍ତ ବୟସ୍କ । ଅଣ୍ଡାରୁ ଲାର୍ଭା ବାହାରିଥାଏ, ଯାହା ପରେ ଆକାରରେ ବଢ଼ିଥାଏ । ମ୍ପ୍ୟୁପାରେ ପରିଣତ ହେବା ପୂର୍ବରୁ ଲାର୍ଭାମାନେ ସୂତା ଭଳି ପଦାର୍ଥ ସୃଷ୍ଟି କରି ନିଜ ଶରୀରକୁ ଗୁଡ଼େଇ ଦିଅନ୍ତି । ଏଗୁଡ଼ିକ ହେଉଛି ତନ୍ତୁ ଯାହା ରେଶମ କପଡ଼ା ତିଆରିରେ ବ୍ୟବହୃତ ହୁଏ । ଭାରତରେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (KVIC) ଅନେକ ରେଶମ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିଛନ୍ତି ।

ବେଙ୍ଗର ଜୀବନ ଚକ୍ର :

କାର୍ଯ୍ୟ–୬ : ଆସ ବିଶ୍ଳେଷଣ କରିବା

  • ପ୍ରୀତି ଓ ଆୟୁଷ ଆଜି ଫୁଲ୍ ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଛନ୍ତି । ସପ୍ତାହେ ହେଲା ଲଗାଣ ବର୍ଷା ଲାଗି ରହିଛି ।
  • ସେମାନେ ସେମାନଙ୍କ ସହପାଠୀଙ୍କ ସହ ଏକ କାର୍ଯ୍ୟ ପାଇଁ ବାହାରକୁ ଯାଉଛନ୍ତି ।
  • ବିଜ୍ଞାନ ଶିକ୍ଷକଙ୍କ ନେତୃତ୍ଵରେ କିଛି ସମୟ ଚାଲିବା ନିକଟରେ ପହଞ୍ଚିଲେ । ଏହା ଚାରିପଟେ ଗଛ ଓ ଲମ୍ବା ପୋଖରୀ କୂଳରେ ଜଳପୃଷ୍ଠରେ ଏକ ଧଳାଜେଲି ପରି ପରେ ସେମାନେ ଏକ ଗଭୀର ପାଣି ଥ‌ିବା ପୋଖରୀ ଘାସ ରହିଛି ।
  • ପଦାର୍ଥ ଭାସୁଥ‌ିବାର ଦେଖ‌ିଲେ । ଏହା ପାଣି ଭିତରେ କିମ୍ବା ଏହାର ଆଖପାଖରେ ବଢୁଥ‌ିବା ଗଛ ସହିତ ମଧ୍ୟ ଲାଗି ରହିଥାଏ । ଏହି ଜେଲି ଭଳି ପଦାର୍ଥ ବାସ୍ତବରେ ଏକ ବେଙ୍ଗ ଅଣ୍ଡାର ଏକ ସମୂହ ।
    Class 6 Science Chapter 10 Notes Odia Medium ଜୀବଜଗତର ବୈଶିଷ୍ଟ୍ୟ 7
  • ବେଙ୍ଗର ଜୀବନ ଚକ୍ର 4 ଟି ପର୍ଯ୍ୟାୟ ଦେଇ ଗତି କରିଥାଏ । ପ୍ରଥମ ପର୍ଯ୍ୟାୟରେ ଅଣ୍ଡା ଅବସ୍ଥା, ଏହାପରେ ଅଣ୍ଡା ଅବସ୍ଥା ଭୃଣ ଅବସ୍ଥାରୁ ଅଗ୍ରସର ହୁଏ, 2 ୟ ପର୍ଯ୍ୟାୟ ହେଉଛି ବେଙ୍ଗଫୁଲା, ଯାହାର l ମ ଅବସ୍ଥାରେ ଲାଞ୍ଜ ଓ ପରବର୍ତ୍ତୀ ଅବସ୍ଥାରେ ଲାଞ୍ଜ ସହ ଆଗ ଗୋଡ଼ ଦେଖାଯାଏ । 3 ୟ ପର୍ଯ୍ୟାୟ ହେଉଛି ବେଙ୍ଗ ଛୁଆ ଯେଉଁଥରେ ପଛଗୋଡ଼ ବାହାରିଥାଏ । 4 ର୍ଥ ପର୍ଯ୍ୟାୟରେ ଛୁଆ ବେଙ୍ଗଟି ବୟସ୍କ ବେଙ୍ଗରେ ପରିଣତ ହୁଏ ।
  • ଉଭିଦ ଓ ପ୍ରାଣୀମାନେ ଜୀବଜଗତର ଏକ ଅଂଶ ଅଟନ୍ତି । ଏମାନେ ନିଜ ଜୀବନରେ ବିଭିନ୍ନ ପରିବର୍ତ୍ତନ ଦେଇ ଗତି କରିଥା’ନ୍ତି । ଉଭିଦ ଓ ପ୍ରାଣୀମାନଙ୍କ ବଞ୍ଚିବା ଏବଂ ସେମାନଙ୍କ ବଂଶବୃଦ୍ଧି ବଜାୟ ରଖୁବା ପାଇଁ ପରିବର୍ତ୍ତନ ଗୁରୁତ୍ଵପୂର୍ଣ୍ଣ ଅଟେ । ଆମେ ସେମାନଙ୍କର ଏବଂ ସେମାନଙ୍କ ବାସସ୍ଥାନର ଯନ୍ ନେଇ ଓ ସୁରକ୍ଷା ପ୍ରଦାନ କରି ଜୀବଜଗତର ସଂରକ୍ଷଣ କରିପାରିବା ।

Class 6 Science Chapter 10 Notes Odia Medium ଜୀବଜଗତର ବୈଶିଷ୍ଟ୍ୟ

ବିଜ୍ଞାନଭିତ୍ତିକ ପ୍ରମୁଖ ଶବ୍ଦ

୧. ନିଶ୍ୱାସ-ପ୍ରଶ୍ଵାସ
୨. ଚଳନ
୩. ନିଷ୍କାସନ
୪. ନିର୍ଜୀବ
୫. ବେଙ୍ଗ ଛୁଆ
୬. ପୋଷଣ
୭. ଅଙ୍କୁରଣ
୮. ପ୍ୟୁପା
୯. ଅଭିବୃଦ୍ଧି
୧୦. ପ୍ରଜନନ
୧୧. ଲାର୍ଭା
୧୨. ଶ୍ଵାସକ୍ରିୟା
୧୩. ଜୀବନଚକ୍ର
୧୪. ପ୍ରତିକ୍ରିୟା
୧୫. ବେଙ୍ଗ ଫୁ ଲା
୧୬. ଉଦ୍ଦୀପନା

ବିଷୟବସ୍ତୁର ସାରାଂଶ :

  • ଆମ ଆଖପାଖରେ ଥିବା ବସ୍ତଗୁଡ଼ିକୁ ଜୀବ ଓ ନିର୍ଜୀବ ଗୋଷ୍ଠୀରେ ବିଭକ୍ତ କରଯାଇପାରେ ।
  • ଜୀବଜଗତର ଅତ୍ୟାବଶ୍ୟକ ବୈଶିଷ୍ଟ୍ୟ ହେଉଛି ସେମାନେ ଚଳପ୍ରଚଳ କରନ୍ତି, ଖାଦ୍ୟ ଖାଆନ୍ତି, ବଢ଼ନ୍ତି, ଶ୍ଵାସକ୍ରିୟା କରିନ୍ତି, ଉଦ୍ଦୀପନା ପ୍ରତି ପ୍ରତିକ୍ରିୟା ଦିଅନ୍ତି, ନିଷ୍କାସନ କରନ୍ତି, ବଂଶବୃଦ୍ଧି କରନ୍ତି ଏବଂ ମୃତ୍ୟୁବରଣ କରନ୍ତି ।
  • ଏଗୁଡ଼ିକ ମଧ୍ୟରୁ କୌଣସି ବୈଶିଷ୍ଟ୍ୟର ଅନୁପସ୍ଥିତି ଥିଲେ ସେମାନେ ଜୀବ ନୁହଁନ୍ତି ।
  • ପ୍ରତ୍ୟେକ ଜୀବ ନିଜ ଜୀବନକାଳରେ ଅନେକ ପର୍ଯ୍ୟାୟ ଦେଇ ଗତି କରିଥା’ନ୍ତି ।
  • ମଞ୍ଜିର ଅଙ୍କୁରଣ ଜଳ, ବାୟୁର ଉପସ୍ଥିତି ଏବଂ ଉପଯୁକ୍ତ ଆଲୋକ କିମ୍ବା ଅନ୍ଧାର ଅବସ୍ଥା ଉପରେ ନିର୍ଭର କରେ ।
  • ମଞ୍ଜିର ଅଙ୍କୁରଣ ସମୟରେ ମୂଳ ସାଧାରଣତଃ ତଳକୁ ବଢ଼ିଥାଏ ଏବଂ କାଣ୍ଡ ଉପରକୁ ବଢ଼ିଥାଏ ।
  • ଏକ ଗଛର ଜୀବନ ଚକ୍ର ମଞ୍ଜିର ଅଙ୍କୁରଣରୁ ଆରମ୍ଭ ହୁଏ, ଏହା ପରେ ଏହାର ବୃଦ୍ଧି ଏବଂ ବିକାଶ ଅନେକ ପର୍ଯ୍ୟାୟରେ ହୋଇଥାଏ । ଏଥିରେ ଫୁଲ ଏବଂ ଫଳ ଉତ୍ପାଦନ ଅନ୍ତର୍ଭୁକ୍ତ । ସେମାନଙ୍କ ଜୀବନ ଚକ୍ର ସମୟରେ ଉତ୍ପାଦିତ ମଞ୍ଜି ନୂତନ ଗଛରେ ପରିଣତ ହୁଏ, ଏବଂ ଏହିପରି ଜୀବନ ଚକ୍ର ଜାରି ରହେ ।
  • ଏକ ପ୍ରାଣୀର ଜୀବନ ଚକ୍ର ଏକ ନବଜାତ ଶାବକରୁ ଆରମ୍ଭ ହୁଏ ଯାହା ବୃଦ୍ଧି ଏବଂ ବିକାଶର ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରେ ଏବଂ ଏହା ପରେ ଏକ ପ୍ରାପ୍ତ ବୟସ୍କ ପର୍ଯ୍ୟାୟରେ ପହଞ୍ଚି ଶେଷରେ ମୃତ୍ୟୁ ହୁଏ । ପ୍ରଜନନ ପ୍ରକ୍ରିୟା ଏହି ପ୍ରକାରର ନିରନ୍ତରତା ବଜାୟ ରଖ୍ଯାଏ ।
  • ଅଣ୍ଡା, ଲାର୍ଭା, ପ୍ୟୁପା ଓ ବୟସ୍କ ମଶାଙ୍କ ପର୍ଯ୍ୟାୟ ଦେଇ ମଶାର ଜୀବନ ଚକ୍ର ଗତି କରିଥାଏ । ବେଙ୍ଗର ଜୀବନ ଚକ୍ରର ବିଭିନ୍ନ ପର୍ଯ୍ୟାୟରେ ଅଣ୍ଡା, ବେଙ୍ଗଫୁଲା, ବେଙ୍ଗ ଛୁଆ ଏବଂ ପ୍ରାପ୍ତ ବୟସ୍କ ବେଙ୍ଗ ଅନ୍ତର୍ଭୁକ୍ତ ।
  • ମଶା ଓ ବେଙ୍ଗ ଭଳି କେତେକ ଜୀବଙ୍କ ଜୀବନ ଚକ୍ରର ବିଭିନ୍ନ ପର୍ଯ୍ୟାୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଥାଏ । ଶରୀରର ଆକୃତି, ଗଠନ ଏବଂ ବେଳେବେଳେ ବାସସ୍ଥାନରେ ମଧ୍ୟ ଏହି ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।

Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ

Go through Class 7 Social Science Solutions Odia Medium and Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ to understand textbook questions more clearly.

7th Class Social Science Chapter 3 Question Answer Odia Medium

Class 7 Social Science Chapter 3 Odia Medium

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

Question 1.
ଜଳବାୟୁ ନିୟାମକଗୁଡ଼ିକ ସହ ସେମାନଙ୍କର ଫଳାଫଳ ସଂଯୋଗ କର ।

‘କ’ ସ୍ତମ୍ଭ ‘କ’ ସ୍ତମ୍ଭ
(୧) ଅକ୍ଷାଂଶ (କ) ଗ୍ରୀଷ୍ମଋତୁରେ ଭାରତକୁ ଆର୍ଦ୍ରବାୟୁ ଆଣେ
(୨) ସମୁଦ୍ର ପତ୍ତନଠାରୁ ଉଚ୍ଚତା (ଖ) ଉତ୍ତର ଓ ଦକ୍ଷିଣରେ ବିଭିନ୍ନ ଜଳବାୟୁ ସୃଷ୍ଟିକରେ
(୩) ସମୁଦ୍ର ସମୀପତା (ଗ) ଉଚ୍ଚସ୍ଥାନକୁ ଥଣ୍ଡା ରଖେ
(୪) ମୌସୁମୀ ବାୟୁ (ଘ) ତାପକୁ ନିୟନ୍ତ୍ରଣ କରେ

Answer:

‘କ’ ସ୍ତମ୍ଭ ‘କ’ ସ୍ତମ୍ଭ
(୧) ଅକ୍ଷାଂଶ (ଖ) ଉତ୍ତର ଓ ଦକ୍ଷିଣରେ ବିଭିନ୍ନ ଜଳବାୟୁ ସୃଷ୍ଟିକରେ
(୨) ସମୁଦ୍ର ପତ୍ତନଠାରୁ ଉଚ୍ଚତା (ଗ) ଉଚ୍ଚସ୍ଥାନକୁ ଥଣ୍ଡା ରଖେ
(୩) ସମୁଦ୍ର ସମୀପତା (ଘ) ତାପକୁ ନିୟନ୍ତ୍ରଣ କରେ
(୪) ମୌସୁମୀ ବାୟୁ (କ) ଗ୍ରୀଷ୍ମଋତୁରେ ଭାରତକୁ ଆର୍ଦ୍ରବାୟୁ ଆଣେ

Question 2.
ନିମ୍ନଲିଖତ ପ୍ରଶ୍ନର ଉତ୍ତର ଦିଅ ।
(କ) ପାଗ ଓ ଜଳବାୟୁ ମଧ୍ୟରେ ପାର୍ଥକ୍ୟ କ’ଣ ?
Answer:
(i) ପାଗ : ପାଗ ହେଉଛି ବାୟୁମଣ୍ଡଳର କୌଣସି ଏକ ସ୍ଥାନରେ ଏଇ ଅବସ୍ଥା ଯାହା କିଛି ଘଣ୍ଟା କିମ୍ବା କିଛି ଦିନ ପାଇଁ ରହିଥାଏ ଏବଂ ଶୀଘ୍ର ପରିବର୍ତ୍ତନ ଘଟେ । ଏପରିକି ଗୋଟିଏ ଦିନର ସକାଳ, ସନ୍ଧ୍ୟା ଓ ରାତି ସମୟର ପାଗ ମଧ୍ଯ ଭିନ୍ନ ହୋଇଥାଏ । କେତେବେଳେ ‘ଖରାପାଗ’ ତ କେତେବେଳେ ‘ବର୍ଷାପାଗ’, ‘କୋହଲା ପାଗ’ ଆଦି ହୋଇଥାଏ ।

(ii) ଜଳବାୟୁ : ଜଳବାୟୁ କହିଲେ କୌଣସି ଅଞ୍ଚଳର ବହୁବର୍ଷ ବ୍ୟାପି (ଦଶନ୍ଧି ଦଶନ୍ଧି ଧରି) ପାଣିପାଗର ହାରାହାରି ଅବସ୍ଥାକୁ ବୁଝାଇଥାଏ । ଅଞ୍ଚଳ ଭିତ୍ତିରେ ଜଳବାୟୁରେ ଭିନ୍ନତା ଦେଖାଯାଏ ।

Question (ଖ).
ସମୁଦ୍ରଠାରୁ ଦୂରରେ ଥିବା ସ୍ଥାନ ଅପେକ୍ଷା ନିକଟବର୍ତ୍ତୀ ସ୍ଥାନରେ ତାପମାତ୍ରା ମୃଦୁ ହୋଇଥାଏ କାହିଁକି ?
Answer:
ସମୁଦ୍ରଠାରୁ ଦୂରରେ ଥିବା ସ୍ଥାନ ଅପେକ୍ଷା ନିକଟବର୍ତ୍ତୀ ସ୍ଥାନର ତାପମାତ୍ରା ମୃଦୁ ହୋଇଥାଏ କାରଣ, ସମୁଦ୍ର ତାପମାତ୍ରାରେ ନିୟନ୍ତ୍ରକ ଭାବେ କାର୍ଯ୍ୟ କରେ । ଜଳଭାଗ ସ୍ଥଳଭାଗ ଅପେକ୍ଷା ବିଳମ୍ବରେ ଉତ୍ତପ୍ତ ହୁଏ ଏବଂ ବିଳମ୍ବରେ ଶୀତଳ ହୁଏ । ଗ୍ରୀଷ୍ମ ଋତୁରେ ସମୁଦ୍ରରୁ ଶୀତଳ ବାୟୁ ସ୍ଥଳଭାଗକୁ ପ୍ରବାହିତ ହୋଇ ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଶୀତଦିନେ ସମୁଦ୍ରର ତାପମାତ୍ରା ସ୍ଥଳଭାଗ ଅପେକ୍ଷା ଅଧିକ ଥିବା ଏହା ପ୍ରଭାବରେ ଉପକୂଳ ଅଞ୍ଚଳ ‘ଉଷ୍ଣ ରହେ । ଫଳରେ ସମୁଦ୍ର ନିକଟବର୍ତ୍ତୀ ସ୍ଥାନରେ ତାପମାତ୍ରା ମୃଦୁ ହୋଇଥାଏ । ମାତ୍ର ସମୁଦ୍ରଠାରୁ ଦୂରବର୍ତ୍ତୀ ସ୍ଥାନମାନଙ୍କରେ ସାମୁଦ୍ରିକ ପ୍ରଭାବ ଅନୁଭୂତ ହୋଇ ନଥାଏ । ତେଣୁ ସେଠାରେ ଗ୍ରୀଷ୍ମଦିନେ ଅଧ୍ଵ ଗରମ ଓ ଶୀତଦିନେ ଅଧୁକ ଥଣ୍ଡା ଅନୁଭୂତ ହୁଏ ।

Question (ଗ).
ଭାରତର ଜଳବାୟୁକୁ ପ୍ରଭାବିତ କରିବାରେ ମୌସୁମୀ ବାୟୁର ଭୂମିକା କ’ଣ ?
Answer:
ଭାରତର ଜଳବାୟୁ ମୌସୁମୀ ବାୟୁଦ୍ଵାରା ବହୁଳ ଭାବରେ ପ୍ରଭାବିତ ହୋଇଥାଏ । ଖରାଦିନେ ଏହା ସମୁଦ୍ରଆଡୁ ସ୍ଥଳଭାଗଆଡ଼କୁ ପ୍ରବାହିତ ହୋଇଥାଏ । ବିଶେଷକରି ଭାରତର ଦକ୍ଷିଣରୁ ଏହି ବାୟୁ ପ୍ରବାହିତ ହୋଇଥାଏ । ଏହି ବାୟୁ ଜଳୀୟବାଷ୍ପ ପୂର୍ଣ୍ଣ ହୋଇଥିବାରୁ ସ୍ଥଳଭାଗରେ ଘନୀଭୂତ ହୋଇ ପ୍ରଚୁର ବର୍ଷା ହୋଇଥାଏ । ଏହି ବର୍ଷା କୃଷିପାଇଁ ଉପଯୋଗୀ ହୋଇଥାଏ । ନଦୀ, ପୋଖରୀ ମଧ୍ଯ ପୂର୍ଣ୍ଣ ହୋଇଯାଏ । ଶୀତଦିନେ ମୌସୁମୀ ଭୂମିରୁ ସମୁଦ୍ର ଆଡ଼କୁ ପ୍ରବାହିତ ହୋଇଥାଏ । ଯାହା ଥଣ୍ଡା ଏବଂ ଶୁଖୁଲା ପାଗ ସୃଷ୍ଟି କରିଥାଏ । ଭାରତରେ ଏହି ମୌସୁମୀ ବାୟୁର ପ୍ରଭାବ ବର୍ଷସାରା ଅନୁଭୂତ ହୋଇଥାଏ ।

Question (ଘ).
ଚେନ୍ନାଇ ବର୍ଷସାରା ଉଷ୍ମ ବା ଉତ୍ତପ୍ତ ଥିବାବେଳେ ଲେହ ଥଣ୍ଡା ଥାଏ କାହିଁକି ? କଲା ।
Answer:
ଚେନ୍ନାଇ ସମୁଦ୍ରକୂଳରେ ଅବସ୍ଥିତ ହୋଇଥିବାରୁ ଏଠାରେ ସାମୁଦ୍ରିକ ପ୍ରଭାବ ଅନୁଭୂତ ହୋଇଥାଏ । ପୁନଶ୍ଚ ଏହା ବିଷୁବରେଖାର ନିକଟତର ହୋଇଥବବାରୁ ବର୍ଷସାରା ଉଷ୍ଣ ଓ ଉତ୍ତପ୍ତ ରହିଥାଏ । ମାତ୍ର ଲେହ ସମୁଦ୍ରଠାରୁ ଅଧୂକ ଦୂରରେ ଅବସ୍ଥିତ, ତେଣୁ ଏଠାରେ ସାମୁଦ୍ରିକ ପ୍ରଭାବ ଅନୁଭୂତ ହୁଏ ନାହିଁ । ଏହା ମଧ୍ୟ ସମୁଦ୍ର ପତ୍ତନରୁ ବହୁ ଉଚ୍ଚରେ ଅବସ୍ଥିତ । ତେଣୁ ଲେହ ବର୍ଷସାରା ଥଣ୍ଡା ରହିଥାଏ ।

Question 3.
ଏହି ପୁସ୍ତକର ଶେଷରେ ଦିଆଯାଇଥ‌ିବା ଭାରତର ମାନଚିତ୍ରକୁ ଦେଖ ।
ଏହି ସହରଗୁଡ଼ିକର ଜଳବାୟୁ ଚିହ୍ନିତ କର : ଲେହ, ଚେନ୍ନାଇ, ଦିଲ୍ଲୀ, ପାଣାଜି ଏବଂ ଜୟପୁର ।

  • ଏହି ସ୍ଥାନ ସମୁଦ୍ର ନିକଟରେ, ପର୍ବତ ଉପରେ ବା ମରୁଭୂମିରେ ଅବସ୍ଥିତ ?
  • ଏହି ନିୟାମକଗୁଡ଼ିକ କିପରି ସେହିସବୁ ସ୍ଥାନର ଜଳବାୟୁକୁ ପ୍ରଭାବିତ କରେ ?

Answer:
ନିମ୍ନରେ ଲେହ, ଚେନ୍ନାଇ, ଦିଲ୍ଲୀ, ପାଣାଜୀ ଏବଂ ଜୟପୁର ଆଦି ସହରଗୁଡ଼ିକର ଜଳବାୟୁ ସମ୍ପର୍କରେ ଉଲ୍ଲେଖ କରାଗଲା ।
(i) ଲେହ – ଏହା ସମୁଦ୍ରଠାରୁ ବହୁ ଦୂରରେ ହିମାଳୟ ପାର୍ବତ୍ୟମାଳା ଅନ୍ତର୍ଗତ ଲଦାଖ ଅଞ୍ଚଳରେ ଅବସ୍ଥିତ । ଏହାର ଜଳବାୟୁ ଥଣ୍ଡା ଏବଂ ଶୀତଦିନେ ଅତ୍ୟନ୍ତ ଥଣ୍ଡା, ଖରାଦିନେ ଶୁଷ୍କ ଏବଂ ଥଣ୍ଡାଥାଏ ।

ପ୍ରଭାବ – ସମୁଦ୍ର ପତ୍ତନଠାରୁ ବହୁ ଉଚ୍ଚରେ ଦୂରରେ ଥିବାରୁ ଏହାର ତାପମାତ୍ରା ନିମ୍ନ ଏବଂ ଏଠାରେ ଶୁଷ୍କବାୟୁ ପ୍ରବାହିତ ହୁଏ । ଶୀତଦିନେ ଏଠାରେ ବରଫପାତ ହୋଇଥାଏ ।

(ii) ଚେନ୍ନାଇ – ଏହା ସମୁଦ୍ର କୂଳରେ ଅବସ୍ଥିତ । ବର୍ଷର ଅଧିକାଂଶ ସମୟ ଏଠାରେ ଉଷ୍ଣ, ଆର୍ଦ୍ର ଓ ଶୁଷ୍କ ଜଳବାୟୁ ଅନୁଭୂତ ହୁଏ ।
ପ୍ରଭାବ – ସମୁଦ୍ର କୂଳରେ ଏହାର ଅବସ୍ଥିତି ଥିବା ହେତୁ ଏହାର ତାପମାତ୍ରା ମଧ୍ୟମ ରହେ କିନ୍ତୁ ଆର୍ଦ୍ରତା ବଢ଼ିଯାଏ । ଉତ୍ତର ପୂର୍ବ ମୌସୁମୀ ବାୟୁ ହେତୁ ଏଠାରେ ମଧ୍ୟ ବର୍ଷା ହେଉଥିବାରୁ ଏଠାରେ ବର୍ଷକୁ ଦୁଇଯି ବର୍ଷାଋତୁ ହୋଇଥାଏ ।

(iii) ଦିଲ୍ଲୀ – ସମତଳ ଅଞ୍ଚଳରେ ସମୁଦ୍ରଠାରୁ ଦୂରରେ ଦିଲ୍ଲୀ ଅବସ୍ଥିତ । ଏଠାରେ ଜଳବାୟୁ ଗ୍ରୀଷ୍ମଦିନେ ଅଧ୍ବକ ଉଷ୍ଣ .ଏବଂ ଶୀତଦିନେ ମଧ୍ଯ ଅଧିକ ଥଣ୍ଡାଥାଏ ।
ପ୍ରଭାବ ସମୁଦ୍ରଠାରୁ ଦୂରରେ ଥ‌ିବାରୁ ସମୁଦ୍ର ତାହାର ତାପମାତ୍ରାକୁ ମଧ୍ଯ କରିପାରେ ନାହିଁ । ସୁତରାଂ ଏଠାରେ ଅଧ୍ବକ ଉତ୍ତାପ କିମ୍ବା ଅଧ‌ିକ ଥଣ୍ଡା ଅନୁଭୂତ ହୁଏ ।

(iv) ପାଣାଜୀ – ଏହା ଆରବ ସାଗର କୂଳରେ ଅବସ୍ଥିତ, ଏଠାରେ ଉଷ୍ଣମଣ୍ଡଳୀୟ ମୌସୁମୀ ଜଳବାୟୁ ପ୍ରବାହିତ ହୋଇଥାଏ । ଉଷ୍ଣ ଏବଂ ଆର୍ଦ୍ରତା ସହିତ ମୌସୁମୀ ପ୍ରଭାବରୁ ଅଧ୍ବକ ବର୍ଷା ହୋଇଥାଏ ।
ପ୍ରଭାବ – ସମୂଦ୍ର ଏହାର ତାପମାତ୍ରାକୁ ନିମ୍ନ କରିଥାଏ । ଅତ୍ୟତ୍ଵିକ ଆର୍ଦ୍ରତା ଏବଂ ମୌସୁମୀ ଯୋଗୁଁ ଅତ୍ୟଧ୍ଵକ ବର୍ଷା ମଧ୍ଯ ହୋଇଥାଏ ।

(v) ଜୟପୁର – ଏହି ସହ ରାଜସ୍ଥାନର ଥର୍ ମରୁଭୂମି ମଧ୍ଯରେ ଅବସ୍ଥିତ । ଏହାର ଜଳବାୟୁ ବେଶ୍ ଶୁଷ୍କ ଅଟେ । ଗ୍ରୀଷ୍ମ ଋତୁରେ ଏହା ଉତ୍ତପ୍ତ ଏବଂ ଶୀତ ଋତୁରେ ମଧ୍ଯମ ଧାରଣର ଥଣ୍ଡା ହୋଇଥାଏ ।
ପ୍ରଭାବ – ମରୁଭୂମି ନିକଟରେ ଥ‌ିବାରୁ ଗ୍ରୀଷ୍ମ ଦିନେ ଅଧିକ ତାପମାତ୍ରା ଏବଂ ଏଠାରେ ସ୍ଵଳ୍ପ ବର୍ଷା ହୋଇଥାଏ ।

Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ

Question 4.
ଭାରତ ମାନଚିତ୍ରରେ ଗ୍ରୀଷ୍ମ ଓ ଶୀତ ଋତୁରେ ମୌସୁମୀ ଚକ୍ର ଦର୍ଶାଅ |
(କ) କେଉଁଠାରେ ପବନ ଗ୍ରୀଷ୍ମ ଓ ଶୀତ ଋତୁରେ ବହେ, ଚିହ୍ନଟ କର ।
(ଖ) ମୌସୁମୀ ସମୟରେ ବାୟୁର ଦିଗ ଦର୍ଶାଅ ।
Answer:
Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ-1

Question 5.
ଭାରତର କୃଷି ଓ ପାଗ ସହିତ ଜଡ଼ିତ ପର୍ବପର୍ବାଣି (ଅକ୍ଷୟ ତୃତୀୟା, ହୋଲି) ଦର୍ଶାଇ ରଙ୍ଗୀନ ପୋଷ୍ଟରମାନ ପ୍ରସ୍ତୁତ କର । ଏହି ପର୍ବପର୍ବାଣିର ଚିତ୍ର ବା ଛବି ଅଙ୍କନ କର ।
Answer:
ଭାରତରେ କୃଷି ସହିତ ଜଡ଼ିତ ଅନେକ ପର୍ବପର୍ବାଣୀ ହୋଇଥାଏ । ଏହା ଅକ୍ଷୟ ତୃତୀୟାଠାରୁ ଆରମ୍ଭକରି ହୋଲିରେ ଶେଷ ହୋଇଥାଏ । ଲୋରୀ, ବିହୁ, ପୋଙ୍ଗଲ ଏବଂ ମକରସଂକ୍ରାନ୍ତି ପର୍ବ ଭାରତର ବିଭିନ୍ନ ଅଞ୍ଚଳରେ ମହାସମାରୋହରେ ପାଳିତ ହୋଇଥାଏ । ଏହି ପର୍ବଗୁଡ଼ିକ ବିଶେଷକରି କୃଷି ସହିତ ଜଡ଼ିତ ହୋଇଥାଏ । ମକର ସଂକ୍ରାନ୍ତି ପର୍ବ ଭାରତର ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ପାଳିତ ହୋଇଥାଏ । ସେହିପରି ଲୋରୀ ହରିୟାଣା, ହିମାଚଳପ୍ରଦେଶ ଓ ପଞ୍ଜାବରେ ପାଳିତ ହୋଇଥାଏ । ବିହୁ ପର୍ବ ଆସାମ ଓ ଉତ୍ତର ପୂର୍ବ ଭାରତରେ ପାଳିତ ହୋଇଥାଏ । ଓନମ୍ ଏବଂ ପୋଙ୍ଗଲ ଯଥାକ୍ରମେ କେରଳ ଓ ତାମିଲନାଡୁରେ ପାଳିତ ହୋଇଥାଏ । ଏହି ପର୍ବକୁ ଜାମ୍ମୁ ଏବଂ କାଶ୍ମୀରରେ ଶିଶୁର ସଂକ୍ରାନ୍ତି କୁହାଯାଏ । ଉ ଉତ୍ତର ପ୍ରଦେଶରେ ଏହି ପର୍ବକୁ କିଚେରି କୁହାଯାଉଥ‌ିବାବେଳେ ପଶ୍ଚିମରେ ଏହାକୁ ପୌଷ ସଂକ୍ରାନ୍ତି କୁହାଯାଏ । ଏହିପରି ଭାବରେ ଏହି ଶସ୍ୟ ପର୍ବଟି ସମଗ୍ର ଭାରତବର୍ଷରେ ପାଳିତ ହୋଇଥାଏ ।
Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ-2

Question 6.
ନିଜକୁ ଜଣେ କୃଷକ ମନେକର । ବର୍ଷାଋତୁପାଇଁ ତୁମେ କିପରି ପ୍ରସ୍ତୁତ ରହିବ ସେ ସମ୍ବନ୍ଧରେ ଏକ କ୍ଷୁଦ୍ର ଅନୁଚ୍ଛେଦ ଲେଖ ।
Answer:
ଅନୁଚ୍ଛେଦ : ମୁଁ ଜଣେ କୃଷକ । ବର୍ଷାଦିନ ଆସିବା ପୂର୍ବରୁ ଜମିକୁ ହଳକରି ଅକ୍ଷୟ ତୃତୀୟା ଦିନ ଧାନ ବିହନ ବୁଣାବୁଣି କରିଦେବି । ବର୍ଷା ପାଣି ଜମିରୁ ବୋହି ନଯିବାପାଇଁ ମୁଁ ଜମି ଚାରିପଟେ ଥ‌ିବା ହିଡ଼କୁ ଭଲ ଭାବରେ ଦୃଢ଼ କରିଦେବି । ଅଧ୍ବକ ବର୍ଷା ହେଲେ କିଛିପାଣି ବହି ଯିବାପାଇଁ ଜମି ସୀମାରେ ଏକ ଛୋଟ ନାଳ ଖୋଳିରଖୁଥାଏ । ଧାନଗଛ ଉଠିବାପରେ ଜମିରୁ ବାଳୁଙ୍ଗା ଗଛକୁ ବାଛି ଅଲଗା କରିଦେବି । ଠିକ୍ ସମୟରେ ବିଲରେ ତଳି ରୋଇବା, ବିଲ ବାଛିବା, ହିଡ଼ ହାଣିବା, କୀଟନାଶକ ଔଷଧ ଆଦି ପକାଇବା କାମ କରିବି । ମୁଁ ଜମିର ଓ ଫସଲର ଉପଯୁକ୍ତ ଯନ୍ ନେଲେ ବର୍ଷ ଶେଷରେ ଭଲ ଫସଲ ଅମଳ କରିପାରିବି ।

Question 7.
ପ୍ରାକୃତିକ ବିପର୍ଯ୍ୟୟ (ବାତ୍ୟା, ବନ୍ୟା, ଭୂ-ସ୍ଖଳନ ଓ ବନାଗ୍ନି) ଚିହ୍ନଟ କର । ଏଗୁଡ଼ିକର କାରଣ ଓ ପ୍ରଭାବ ସମ୍ପର୍କରେ ଛୋଟ ପ୍ରବନ୍ଧ ଲେଖ । ଏଗୁଡ଼ିକର ପ୍ରଭାବ ହାସ କରିବାପାଇଁ ବ୍ୟକ୍ତି, ଗୋଷ୍ଠୀ ଓ ସରକାର କି କି ପଦକ୍ଷେପ ନେଇପାରିବେ ସେ ସମ୍ବନ୍ଧରେ ପରାମର୍ଶ ଦିଅ ।
Answer:
ପୃଥ‌ିବୀ ବକ୍ଷରେ ପ୍ରକୃତିରେ ବାସ କରୁଥିବା ମାନବ ଓ ଅନ୍ୟ ପ୍ରାଣୀମାନେ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥା’ନ୍ତି । ଏହି ବିପର୍ଯ୍ୟୟଗୁଡ଼ିକ ହେଲା, ବାତ୍ୟା, ବନ୍ୟା, ଭୂସ୍ଖଳନ, ଭୂମିକମ୍ପ ଏବଂ ବନାଗ୍ନି ।

ସମୁଦ୍ରରେ ଲଘୁଚାପ ସୃଷ୍ଟି ହୋଇ କ୍ରମେ ବାତ୍ୟା ସୃଷ୍ଟି ହୋଇଥାଏ । ଏହା ସାମୁଦ୍ରିକ ଝଡ଼ ଭାବରେ ଭୂଭାଗରେ ପ୍ରବେଶ କରି ତୀବ୍ର ବେଗରେ ପ୍ରବାହିତ ହେବା ଯୋଗୁଁ ବହୁ ଘରଦ୍ଵାରା ଉଡ଼ାଇନିଏ । ବଡ଼ବଡ଼ ବୃକ୍ଷ ଉପୁଡ଼ି ପଡ଼େ । ଏଥ‌ିରେ ଅନେକ ଧନଜୀବନ ନଷ୍ଟ ହୋଇଥାଏ । ସେହିପରି ବନ୍ୟା ବର୍ଷାଦିନେ ନଦୀମାନଙ୍କରେ ଆସିଥାଏ । ବନ୍ୟାରେ ଘରଦ୍ୱାରା, ମଣିଷ, ପଶୁ ପ୍ରଭୃତି ଜଳସ୍ରୋତରେ ଭାସିଯାଆନ୍ତି । ଚାଷ ଜମିରେ ପାଣି ମାଡ଼ିଯାଇ ଫସଲ ନଷ୍ଟ ହୁଏ । ଭୂସ୍ଖଳନ ପାହାଡ଼ିଆ ଅଞ୍ଚଳରେ ସାଧାରଣତଃ ହୋଇଥାଏ । ଭୂମିକମ୍ପ ମଧ୍ଯ ଭୂପୃଷ୍ଠର କମ୍ପନ ହେତୁ ସମୟ ସମୟରେ ହୋଇଥାଏ । ସେହିପରି ଗ୍ରୀଷ୍ମଋତୁରେ ଜଙ୍ଗଲରେ ନିଆଁଲାଗି ବନାଗ୍ନି ସୃଷ୍ଟି ହୋଇଥାଏ । ଏହିସବୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବାପାଇଁ ଏବଂ ଏହାର ପ୍ରଭାବକୁ ହ୍ରାସ କରିବାପାଇଁ ବ୍ୟକ୍ତି, ଗୋଷ୍ଠୀ ଏବଂ ସହରକର ବିଭିନ୍ନ ପଦକ୍ଷେପମାନ ନେଇଥା’ନ୍ତି । ଲୋକମାନେ ସଚେତନ ରହିବା ସହିତ ପ୍ରାକୃତିକ ବିପର୍ଯ୍ୟୟରୁ ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷା ଦେବାପାଇଁ ଆବଶ୍ୟକ ପଦକ୍ଷେପ ନେଇଥା’ନ୍ତି । ସରକାର ଏବଂ ବିଭିନ୍ନ ଗୋଷ୍ଠୀ ମଧ୍ୟ ଆବଶ୍ୟକୀୟ କାର୍ଯ୍ୟ କରିଥାନ୍ତି ଯଥା- ବାତ୍ୟା ସମୟରେ ବାତ୍ୟା’ ଆଶ୍ରୟ ସ୍ଥଳକୁ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା, ବନ୍ୟା ସମୟରେ ସରକାରଙ୍କଦ୍ଵାରା ଆଶ୍ରୟସ୍ଥଳକୁ ସ୍ଥାନୀନ୍ତର କରିବା ଏବଂ ରିଲିଫ୍ ବଣ୍ଟନ କାର୍ଯ୍ୟ କରାଯାଇଥାଏ । ଏହିସବୁ ପ୍ରାକୃତିକ ବିପର୍ଯ୍ୟୟରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ତରଫରୁ ଅଗ୍ନିଶମବାହିନୀ, ସାମରିକ ବାହିନୀ ଏବଂ ଆକାଶ ବାହିନୀ ନିୟୋଜିତ ହୋଇଥା’ନ୍ତି । ସେହିପରି ବିଭିନ୍ନ ଗୋଷ୍ଠୀରେ ଲୋକମାନେ ଦଳବଦ୍ଧ ହୋଇ ବନ୍ୟା ବାତ୍ୟାର ମୁକାବିଲା କରିଥା’ନ୍ତି । ଯାହାଫଳରେ ଅନେକ ଧନଜୀବନର ସୁରକ୍ଷା ହୋଇଥାଏ ।

ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୪୫) :

Question 1.
କେଉଁ କାରଣରୁ ଭାରତର ଜଳବାୟୁରେ ବିବିଧତା ଦେଖାଯାଏ ।
Answer:
(i) ଭାରତ ଏକ ବିବିଧତାପୂର୍ଣ୍ଣ ଦେଶ । ଏହା ମଧ୍ୟ ଜଳବାୟୁ କ୍ଷେତ୍ରରେ ପ୍ରଯୁଜ୍ୟ । ଉତ୍ତରସ୍ଥ ହିମାଳୟ ପାର୍ବତ୍ୟାଞ୍ଚଳର ଉଚ୍ଚ ଭାଗରେ ଆଲ୍‌ପୀୟ ଜଳବାୟୁ ଅନୁଭୂତ ହୁଏ । ଶୀତଦିନେ ଅଧ୍ଵ ଥଣ୍ଡା ଓ ତୁଷାରପାତ ହୋଇଥାଏ । ଗ୍ରୀଷ୍ମ କାଳରେ ଶୀତଳ ଜଳବାୟୁ ଅନୁଭୂତ ହୁଏ । ଏଠାରେ ଲୋକମାନେ ସବୁଠାରୁ ମୋଟା ଶୀତବସ୍ତ୍ର ପରିଧାନ କରିଥାନ୍ତି ।

(ii) ହିମାଳୟର ନିମ୍ନଭାଗରେ ଅନେକ ପାହାଡ଼ିଆ ଅଞ୍ଚଳରେ ନାତିଶୀତୋଷ୍ଣ ଜଳବାୟୁ ଅନୁଭୂତ ହୁଏ । ଏଠାରେ ଶୀତଦିନେ ମଧ୍ୟମ ଧରଣର ଶୀତ ଓ ଗ୍ରୀଷ୍ମକାଳରେ ଅଧ‌ିକ ଗରମ ହୋଇ ନଥାଏ । ଏଥିପାଇଁ ଏଠାରେ ଶୈଳନିବାସମାନ ଦେଖାଯାଏ ।

(iii) ଉତ୍ତରସ୍ଥ ସମତଳ ଭୂମିରେ ଉପକ୍ରାନ୍ତୀୟ ଜଳବାୟୁ ଅନୁଭୂତ ହୁଏ । ଏଠାକାର ଗ୍ରୀଷ୍ମଋତୁ ଉତ୍ତପ୍ତ ଏବଂ ଶୀତଋତୁ ବେଶ୍ ଥଣ୍ଡା । ଏହି ଅଞ୍ଚଳରେ ଭାରତର ସର୍ବାଧ‌ିକ ଗହମ ଚାଷ ହୋଇଥାଏ ।

(iv) ପଶ୍ଚିମସ୍ଥ ଥର୍ ମରୁଭୂମିର ଜଳବାୟୁ ଅତି ଶୁଷ୍କ । ଏଠାରେ ଦିନବେଳା ଅଧ୍ଵ ଗରମ ଏବଂ ରାତିରେ ଅଧିକ ଶୀତ ହୋଇଥାଏ ଏବଂ ଅତିକମ୍ ବୃଷ୍ଟିପାତ ହୋଇଥାଏ । ଏହି ଅଞ୍ଚଳର ଅସ୍ଵାସୀମାନେ ଜଳସଂଗ୍ରହ ଏବଂ ଜଳ ସଞ୍ଚୟ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥାମାନ କରିଛନ୍ତି ।

(v) ପଶ୍ଚିମ ଉପକୂଳ ଅଞ୍ଚଳରେ ମୌସୁମୀ ମାସରେ ପ୍ରଚୁର ବୃଷ୍ଟିପାତ ହୋଇଥାଏ । ଏଠାରେ ଆର୍ଦ୍ର କ୍ରାନ୍ତୀୟ ଜଳବାୟୁ ଅନୁଭୂତ ହୁଏ । ଯାହା ଧାନ ଏବଂ ବିଭିନ୍ନ ମସଲା ଆଦିର ଚାଷ ପାଇଁ ବେଶ୍ ଉପଯୋଗୀ ହୋଇଥାଏ ।

(vi) କେନ୍ଦ୍ରୀୟ ଡେକାନ୍ ମାଳଭୂମିରେ ଅର୍ଥଶୁଷ୍କ ଜଳବାୟୁ ଅନୁଭୂତ ହୁଏ । ଏଠାକାର ଗ୍ରୀଷ୍ମଋତୁରେ ଗରମ, ଶୀତଋତୁରେ ହାଲ୍‌କା ଶୀତ ଏବଂ ବର୍ଷା ଋତୁରେ ମଧ୍ଯମ ଧାରଣର ବର୍ଷା ହୋଇଥାଏ । ପୂର୍ବ ଭାରତ ଏବଂ ଦକ୍ଷିଣ ଉପଦ୍ୱୀପରେ କ୍ରାନ୍ତୀୟ ଜଳବାୟୁ ଅନୁଭୂତ ହୋଇଥାଏ । ଏଠାରେ ମୃଦୁ ଶୀତ ଋତୁ ଓ ମୌସୁମୀ ବାୟୁଦ୍ଵାରା ନିୟନ୍ତ୍ରିତ ନିର୍ଦ୍ଦିଷ୍ଟ ଶୁଷ୍କ ଓ ଆର୍ଦ୍ର ଋତୁ ବାସନୀୟ ପରିଲକ୍ଷିତ ହୁଏ ।

Question 2.
ମୌସୁମୀ କ’ଣ ? ଏହା କିପରି ସୃଷ୍ଟି ହୁଏ ?
Answer:
ମୌସୁମୀ ଶବ୍ଦ ସହିତ ଆମେମାନେ ବେଶ୍ ପରିଚିତ । ମୌସୁମୀ ବର୍ଷାରେ ନଦୀଗୁଡ଼ିକ ପୂରି ଉଠନ୍ତି, ମାଟି ଜଳରେ ଓଦା ହୁଏ । ବାଡ଼ିବଗିଚା ଓ କ୍ଷେତ ଶସ୍ୟଶ୍ୟାମଳା ହୋଇ ଉଠନ୍ତି । ବାସ୍ତବରେ ‘ମୌସୁମୀ’ ଶବ୍ଦଟି ଆରବ ଶବ୍ଦ ‘ମୌସୁମ୍’ରୁ ଆସିଛି, ଯାହାର ଅର୍ଥ ଋତୁ । ଆଷ୍ଟ୍ରଲିଆ, ଆଫ୍ରିକା, ଦକ୍ଷିଣ ଏସିଆ ସମେତ ଭାରତ ମହାସାଗର ଓ ଚତୁଃପାର୍ଶ୍ୱସ୍ଥ ବିସ୍ତୀର୍ଣ୍ଣ ଅଞ୍ଚଳରେ ପ୍ରବାହିତ ଋତୁକାଳୀନ ବାୟୁକୁ ଏହା ବୁଝାଇଥାଏ । ଏହା ପ୍ରଭାବରେ ଭାରତରେ ବର୍ଷା ହୋଇଥାଏ । ଏହାର ସୃଷ୍ଟି ପ୍ରକ୍ରିୟା ଜଟିଳ, ସ୍ଥଳଭାଗ ଜଳଭାଗ ତୁଳନାରେ ଶୀଘ୍ର ଉତ୍ତପ୍ତ ଓ ଶୀତଳ ହେବା ସରଳ ତଥ୍ୟ ଉପରେ ଏହା ପର୍ଯ୍ୟବସିତ । ସାଧାରଣତଃ ଗ୍ରୀଷ୍ମଋତୁରେ ଭାରତ ମହାସାଗର ଆଡୁ ଏହି ମୌସୁମୀ ବାୟୁ ପ୍ରବାହିତ ହୋଇଥାଏ । ଗ୍ରୀଷ୍ମ ଋତୁରେ ସ୍ଥଳ ଭାଗ ଅଧ‌ିକ ଗରମ ହୋଇଥାଏ ଏବଂ ‘ଏହା ଉପରେ ଏକ ତୀବ୍ର ଲଘୁଚାପ ଅଞ୍ଚଳ ସୃଷ୍ଟି ହୋଇଥାଏ । ଠିକ୍ ଏହି ସମୟରେ ସମୁଦ୍ର ଶୀତଳ ଥାଏ । ତେଣୁ ସେଠାରେ ଗୁରୁଚାପ ସୃଷ୍ଟି ହୋଇଥାଏ । ବାୟୁ ସର୍ବଦା ଗୁରୁଚାପ ଅଞ୍ଚଳରୁ ଲଘୁଚାପ ଅଞ୍ଚଳକୁ ପ୍ରବାହିତ ହୋଇଥାଏ । ଏହି କାରଣରୁ ସମୁଦ୍ରରୁ ବାୟୁ ସ୍ଥଳପଥ ଆଡ଼କୁ ପ୍ରବାହିତ ହୋଇଥାଏ ଏବଂ ଏହି ବାୟୁରେ ଜଳୀୟବାଷ୍ପପୂର୍ଣ୍ଣ ହୋଇଥାଏ । ଏହା ଉଷ୍ଣ ସ୍ଥଳଭାଗ ଉପରେ ଘନୀଭୂତ ହୁଏ ଏବଂ ପ୍ରଚୁର ବର୍ଷା କରାଇଥାଏ ।

ଶୀତଦିନେ ପରିସ୍ଥିତି ଓଲଟିଯାଏ । ସେତେବେଳେ ସ୍ଥଳଭାଗ, ଜଳଭାଗ ଅପେକ୍ଷା ଶୀଘ୍ର ଶୀତଳ ହୋଇଥାଏ । ଏହି ସମୟରେ ସ୍ଥଳଭାଗ ଉପରେ ଗୁରୁଚାପ ଓ ଜଳଭାଗରେ ଲଘୁଚାପ ସୃଷ୍ଟିହୁଏ । ଫଳରେ ବାୟୁ ସ୍ଥଳଭାଗରୁ ଜଳଭାଗ ଆଡ଼କୁ ପ୍ରବାହିତ ହୁଏ । ସ୍ଥଳଭାଗର ବାୟୁରେ ଜଳବାୟୁରେ ଜଳୀୟବାଷ୍ପ କମ୍ ଥିବାରୁ ଏସିଆର ଅଧିକାଂଶ ଅଞ୍ଚଳରେ ପାଗ ଶୁଖୁଲା ରହିଥାଏ ।

Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ

Question 3.
ଅର୍ଥନୀତି, ସଂସ୍କୃତି ଏବଂ ସମାଜ ଉପରେ ଜଳବାୟୁ କି ପ୍ରଭାବ ପକାଇଥାଏ ।
Answer:
ଜଳବାୟୁର ପ୍ରଭାବ ଭାରତର ଅର୍ଥନୀତି, ସଂସ୍କୃତି ଓ ସମାଜ ଉପରେ ବହୁ ମାତ୍ରାରେ ପଡ଼ିଥାଏ ।
(i) ଅର୍ଥନୀତି– ଭାରତର କୃଷି ମୌସୁମୀ ବାୟୁ ପ୍ରବାହ ଜନିତ ବର୍ଷା ଉପରେ ନିର୍ଭର କରିଥାଏ । ପର୍ଯ୍ୟାପ୍ତ ବର୍ଷା, କୃଷି ଏବଂ ଗ୍ରାମାଞ୍ଚଳର ନିଯୁକ୍ତିକୁ ସହାୟକ ହୋଇଥାଏ । ମୌସୁମୀ ବର୍ଷା ନହେଲେ କୃଷି ବାଧାପ୍ରାପ୍ତ ହୁଏ, ଜଳାଭାବ ଦେଖା ଯାଇଥାଏ, ଖାଦ୍ୟଶସ୍ୟର ଦରଦାମ୍ ବଢ଼ିଯାଏ । ଏପରିକି ମରୁଡ଼ି ମଧ୍ୟ ହୋଇଥାଏ । ସୁତରାଂ ଜଳବାୟୁ ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଇଥାଏ ।

(ii) ସାଂସ୍କୃତିକ ପ୍ରଭାବ – ଭାରତର ଅନେକ ପର୍ବପର୍ବାଣି ଯଥା ବୈଶାଖୀ, ପୋଙ୍ଗଲ, ଓନମ୍ ଇତ୍ୟାଦି କୃଷି ଓ ଜଳବାୟୁ ସହିତ ଜଡ଼ିତ । ଏହି ପର୍ବଗୁଡ଼ିକର ପାଳନ ଆମ ଦେଶର ସାଂସ୍କୃତିକ ପରମ୍ପରା ଜଳବାୟୁ ସହିତ ଜଡ଼ିତ ଥ‌ିବା ଦର୍ଶାଇଥାଏ ।

(iii) ସାମାଜିକ ପ୍ରଭାବ – ଜଳବାୟୁ ଲୋକମାନଙ୍କର ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ । ସେମାନଙ୍କଋର ଖାଦ୍ୟ, ପୋଷାକ, ବାସଗୃହ ଏବଂ ଦୈନିକ କାର୍ଯ୍ୟକ୍ରମ ମଧ୍ୟ ଜଳବାୟୁଦ୍ଵାରା ନିୟନ୍ତ୍ରତ ହୋଇଥାଏ ।

(iv) ଉଦାହରଣ ସ୍ୱରୂପ – ଶୀଦିନେ ଉଷ୍ଣବସ୍ତ୍ର ପରିଧାନ, ଗୃହକୁ ଉଷ୍ଣ ରଖୁବା ଓ ଉଷ୍ଣ ଖାଦ୍ୟ, ଜଳ ଲୋକମାନେ ଗ୍ରହଣ କରିଥାନ୍ତି । ସେହିପରି ଗ୍ରୀଷ୍ମଦିନେ ସୂତାବସ୍ତ୍ର ପରିଧାନ, ଗୃହକୁ ଥଣ୍ଡା ରଖୁବା ଏବଂ ଥଣ୍ଡା ପାନୀୟ ମଧ୍ୟ ଲୋକମାନେ ପିଇଥାନ୍ତି ।

Question 4.
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାଜନିତ ପ୍ରସ୍ତୁତି ପାଇଁ ଜଳବାୟୁ ସମ୍ବନ୍ଧୀୟ ଜ୍ଞାନ କିପରି ସହାୟକ ହୋଇଥାଏ ?
Answer:
(i) ଜଳବାୟୁକୁ ସଠିକ୍ ବୁଝିବାଦ୍ୱାରା ପାଗ କେତେବେଳେ ଖରାପ ହୋଇଯିବ ସେ ବିଷୟରେ ଆମକୁ ଜଣାପଡ଼େ । ଫଳରେ ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷୟକ୍ଷତି ବହୁ ପରିମାଣରେ ରୋକି ହେବ । ଉଦାହରଣ ସ୍ଵରୂପ, ମୌସୁମୀ ଆସୁଛି ବୋଲି ଜାଣିବାଦ୍ଵାରା ଆମେ ନଦୀବନ୍ଧଗୁଡ଼ିକୁ ମରାମତି କରି ବନ୍ୟା ଜନିତ କ୍ଷୟକ୍ଷତି ହ୍ରାସ କରିପାରିବା ।

(ii) ‘ବାତ୍ୟାର ପୂର୍ବ ସୂଚନା ପାଇବାଦ୍ଵାରା ମନୁଷ୍ୟ ଗୃହପାଳିତ ପଶୁଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିପାରିବା । ଏହାଦ୍ଵାରା ଧନଜୀବନ ହାନି ବହୁମାତ୍ରାରେ ହ୍ରାସ ପାଇବ ।

(iii) ମରୁଡ଼ିର ସମ୍ଭାବନା ଥିଲେ ଜଳସଂରକ୍ଷଣ ତଥା ଉତ୍ତମ ପରିଚାଳନା ମାଧ୍ୟମରେ ଶସ୍ୟହାନି ରୋକିପାରିବା ।

(iv) ସୁତରାଂ, ଜଳବାୟୁ ସମ୍ବନ୍ଧୀୟ ଜ୍ଞାନ ଆମକୁ ତଥା ଆମ ଘର ଓ ଶସ୍ୟକୁ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷିତ ରଖୁବାରେ ସହାୟକ ହୋଇଥାଏ ।

Question 5.
ଜଳବାୟୁ ପରିବର୍ତ୍ତନ କ’ଣ ? ଏହାର କି କି ପରିଣାମ ରହିଛି ?
Answer:
ଜଳବାୟୁରେ ଦୀର୍ଘକାଳୀନ ପରିବର୍ତ୍ତନକୁ ଜଳବାୟୁ ପରିବର୍ତ୍ତନ କୁହାଯାଏ । ଏହା ବ୍ୟାପକ ବା ଆଞ୍ଚଳିକ ଭିଭିରେ ହୋଇପାରେ । ଏହି ପରିବର୍ତ୍ତନ ତାପମାତ୍ରା, ବର୍ଷଣ ଏବଂ ପାଗଜନିତ ଘଟଣାବଳୀରେ ପରିବର୍ଭନ କାରଣରୁ ହୋଇଥାଏ । ନିୟୁତ ନିୟୁତ ବର୍ଷ ପୂର୍ବେ ବିଭିନ୍ନ ପ୍ରାକୃତିକ ପ୍ରକ୍ରିୟା ହିଁ ଜଳବାୟୁ ପରିବର୍ତ୍ତନର ବାରଣ ଥିଲା । ଉନବିଂଶ ଶତାବ୍ଦୀ ପରଠାରୁ ମୁଖ୍ୟତଃ ମାନବୀୟ କାର୍ଯ୍ୟକଳାପ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରୁଛି । ବିଶେଷତଃ ଜୀବାଶ୍ମ ଇନ୍ଧନର ଦହନ, ବନ୍ୟ କ୍ଷୟ, ପରିବେଶ ପାଇଁ କ୍ଷତିକାରକ ଶିଳ୍ପୀକରଣ, ଅଧୂକ ଉତ୍ପାଦନ ଓ ବିଭିନ୍ନ ସାମଗ୍ରୀର ଅତ୍ୟଧିକ ତଥା ଅପବ୍ୟବହାର, ପୂର୍ଣ୍ଣ ଉପଭୋଗ ଆଦି ଏଥ‌ିପାଇଁ ଦାୟୀ ।

ଜଳବାୟୁ ପରିବର୍ତ୍ତନର ପରିଣାମ ଅନେକ ଦେଖିବାକୁ ମିଳିଥାଏ । ଏହାଦ୍ଵାରା ପୃଥ‌ିବୀ ବକ୍ଷରେ ତାପମାତ୍ରା ବୃଦ୍ଧିପାଏ, ବରଫାବୃତ ଅଞ୍ଚଳଗୁଡ଼ିକ ତାପଦ୍ଵାରା ତରଳି ସମୁଦ୍ର ପତ୍ତନ ବୃଦ୍ଧିପାଏ । ବନ୍ୟା, ବାତ୍ୟା, ମରୁଡ଼ି ମଧ୍ଯ ଦେଖାଦିଏ । କୃଷି ଓ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଜଟିଳ ସମସ୍ୟା ସୃଷ୍ଟି ହୋଇଥାଏ । ପରିବେଶ ପ୍ରତି ମଧ୍ୟ ଅନେକ ଆହ୍ବାନ ଦେଖାଦିଏ । ସର୍ବଶେଷରେ ଅର୍ଥନୀତି ଓ ମାନବ ସ୍ଵାସ୍ଥ୍ୟ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଦିଏ ।

ଆସ ଅନୁସନ୍ଧାନ କରିବା :

Question 1.
ତୁମ ପ୍ରିୟ ଋତୁଟି କ’ଣ ? ଏହାର କାରଣ ବୁଝାଇ ଏକ ସଂକ୍ଷିପ୍ତ ରଚନା ଲେଖ ।
Answer:
ମୁଁ ଶୀତ ଋତୁକୁ ଅଧିକ ଉପଭୋଗ କରେ । ଶୀତୁଆ ସକାଳର ଗରମ ଚା’କପ୍ ଅତ୍ୟନ୍ତ ଆନନ୍ଦଦାୟକ ହୋଇଥାଏ । ଏହି ଋତୁରେ ବଗିଚାରେ ଫୁଟିଥୁବା ନାନାଦି କିସମର ଫୁଲ ଯଥା- ଗେଣ୍ଡୁ, ଡାଲିଆ, ଜିନିଆ, ଗୋଲାପ, ସୂର୍ଯ୍ୟମୂଖୀ ଆଦି ମନକୁ ମୋହିଦିଏ । ଏହି ସମୟରେ ବହୁତ ପ୍ରକାର ପନିପରିବା ଯଥା କୋବି, ବିନ୍, ବିଲାତିବାଇଗଣ, ବାଇଗଣ, ମଟର ଛୁଇଁ, ଗାଜର ଆଦି ସୁଲଭ ଦରରେ ମିଳିଥାଏ । ଶୀତ ଲାଗୁଥୁବାରୁ ଗରମ ପୋଷାକର ଆବଶ୍ୟକତା ପଡ଼ିଥାଏ । ପ୍ଲେଟର, କୋଟ, ମଫଲର, ସାଲ୍ ଆଦିରେ ଶରୀରକୁ ଆବୃତ୍ତ କରି ରଖୁବାକୁ ପଡ଼େ । ଏହି ସମୟରେ ଖରାର ପ୍ରକୋପ କମ୍ ଥ‌ିବାରୁ ବାହାରେ ବଣଭୋଜି କରିବାକୁ ଭଲ ଲାଗେ । ଏହି ଋତୁକୁ ସାଧାରଣତଃ ବଣଭୋଜି ଋତୁ କହିଲେ ଭୁଲ୍ ହେବନାହିଁ ।

Question 2.
ତୁମ ଶ୍ରେଣୀର ତିନି ଚାରିଜଣ ପିଲାମିଶି ଗୋଟିଏ ଗୋଟିଏ ଦଳ ଗଠନ କର । ଋତୁ ବିଷୟରେ ତୁମ ଅଞ୍ଚଳରେ ସଙ୍ଗଠିତ ନିର୍ଦ୍ଦିଷ୍ଟ ଘଟଣାବଳୀଗୁଡ଼ିକ ସମ୍ବନ୍ଧରେ ଆଲୋଚନା କର । ସେହି ଘଟଣା ସମ୍ବନ୍ଧିତ ସଙ୍ଗୀତ, ଭୋଜିଭାତରେ ହେଉଥିବା ସ୍ଵତନ୍ତ୍ର ଖାଦ୍ୟ, ତଥା ଚଳଣି ଆଦି ବିଷୟରେ ତଥ୍ୟ ସଂଗ୍ରହ କର । ଏହି ତଥ୍ୟଗୁଡ଼ିକୁ ଲିପିବଦ୍ଧ କର ଏବଂ ତୁମର ଉପଲବ୍ଧିକୁ ଶ୍ରେଣୀଗୃହରେ ଆଲୋଚନା କର ।
Answer:
ମୁଁ ଏବଂ ମୋର ଶ୍ରେଣୀର ତିନିଜଣ ପିଲା ମିଶି ବିଭିନ୍ନ ଋତୁରେ ହେଉଥ‌ିବା ପର୍ବପର୍ବାଣି, ସଙ୍ଗୀତ, ଇତ୍ୟାଦି ସମ୍ପର୍କରେ ଏକ ଆଲୋଚନା କଲୁ । ପ୍ରଥମେ ଆମେ ଜାନୁୟାରୀ ମାସରେ ହେଉଥ‌ିବା ମକର ସଂକ୍ରାନ୍ତି ପର୍ବ ବିଷୟରେ କଥା ହେଲୁ । ଏହି ପର୍ବ ସୂର୍ଯ୍ୟଦେବତାଙ୍କୁ ଅର୍ପଣ କରାଯାଇଥାଏ ଏବଂ ଏହା ଅତ୍ୟନ୍ତ ପବିତ୍ର ପର୍ବ । ଲୋକମାନେ ଏହି ପର୍ବରେ ବିଭିନ୍ନ ପ୍ରକାର ଲଡୁ, ମିଠା, ମୁଆଁ ଇତ୍ୟାଦି ପ୍ରସ୍ତୁତ କରିଥାନ୍ତି । ନଦୀରେ ଗାଧେଇଥା’ନ୍ତି । ଗୁଡ଼ି ଉଡ଼ାଇଥା’ନ୍ତି । ଏହି ପର୍ବକୁ ଅନ୍ୟ ରାଜ୍ୟରେ ମଧ୍ୟ ଭିନ୍ନ ନାମରେ ପାଳନ କରାଯାଇଥାଏ, ଯଥା- ତାମିଲନାଡୁରେ ପୋଙ୍ଗଲ, ପଞ୍ଜାବରେ ଲୋରୀ ଇତ୍ୟାଦି ।

ବସନ୍ତ ଋତୁର ଆଗମନରେ ବସନ୍ତ ପଞ୍ଚମୀ ପର୍ବ ପାଳିତ ହୋଇଥାଏ । ଏହି ପର୍ବରେ ମା’ ସରସ୍ଵତୀଙ୍କୁ ପୂଜା କରାଯାଇଥାଏ । ଘରେ ଘରେ ହଳଦିଆ ଖାଦ୍ୟ ଇତ୍ୟାଦି ରନ୍ଧନ କରାଯାଇଥାଏ ଏବଂ ଲୋକମାନେ ମଧ୍ଯ ହଳଦିଆ ବସ୍ତ୍ର ପରିଧାନ କରିଥାନ୍ତି । ମାର୍ଚ୍ଚ ମାସରେ ଦୋଳ ଏବଂ ହୋଲି ପର୍ବ ପାଳିତ ହୋଇଥାଏ । ଗ୍ରୀଷ୍ମ ଋତୁରେ ରଜ ଓ ବୈଶାଖୀ ମେଳା ପାଳିତ ହୋଇଥାଏ । ପବିତ୍ର ଅକ୍ଷୟ ତୃତୀୟାରେ କୃଷକ ଜମିକୁ ହଳକରି ବିହନ ବୁଣିଥାଏ । ସେହିପରି ଅକ୍ଟୋବର ମାସରେ ପାଳିତ ହେଉଥ‌ିବା ଦଶହରା ପର୍ବ ବିଷୟରେ ଆଲୋଚନା କଲୁ । ଏହି ପର୍ବରେ ମା’ ଦୁର୍ଗାଙ୍କୁ ଆରାଧନା କରାଯାଇଥାଏ ।

ଶେଷରେ ଆମେ ଓନମ୍ ପର୍ବ ବିଷୟରେ ଆଲୋଚନା କଲୁ । ଏହା କେରଳରେ ପାଳିତ ହୋଇଥାଏ । ଭଲ ଶସ୍ୟ ଅମଳ ହୋଇଥିବାରୁ ଏହି ପର୍ବ ସେହି ଉପଲକ୍ଷେ ପାଳନ କରାଯାଏ । ଲୋକମାନେ ଘରକୁ ଅତି ସୁନ୍ଦର ଭାବରେ ଫୁଲରେ ସଜାଇଥା’ନ୍ତି । ଦୋଳିର ଆୟୋଜେନ ହୋଇଥାଏ । ସାଂସ୍କୃତିକ ପର୍ବ ଭାବେ ଏଥରେ ନୌକା ପ୍ରତିଯୋଗିତା କରାଯାଇଥାଏ ।

Question 3.
ଶୀତ ଋତୁ ଆସିବା ପୂର୍ବରୁ ତୁମ ଅଞ୍ଚଳର କେଉଁ ବୃକ୍ଷଗୁଡ଼ିକ ସେମାନଙ୍କର ରୂପ ରଙ୍ଗ ବଦଳାଇଥା’ନ୍ତି ? ଏହି ସମୟରେ କିଛି ବୃକ୍ଷ, ପତ୍ରଝଡ଼ା ଦେଇଥା’ନ୍ତି କି ? ଏପରି କାହିଁକି ହୁଏ ବୋଲି ଭାବୁଛ ? ସେହି ଗଛଗୁଡ଼ିକୁ ଚିହ୍ନଟ କର ଏବଂ ସେଗୁଡ଼ିକର ସ୍ଥାନୀୟ ନାମ ଲେଖ ।
Answer:
ଶୀତଋତୁ ଆସିବା ପୂର୍ବରୁ କେତେକ ବୃକ୍ଷ ସେମାନଙ୍କର ରୂପରଙ୍ଗ ବଦଳାଇଥା’ନ୍ତି । ଶରତ ଏବଂ ହେମନ୍ତ ଋତୁରେ କିଛି ସ୍ଥାନରେ ବୃକ୍ଷଗୁଡ଼ିକ ପତ୍ରଝଡ଼ା ଦେଇଥାନ୍ତି । ଏହି ବୃକ୍ଷଗୁଡ଼ିକ ହେଲା ମନ୍ଦାର, ଟଗର, ଚମ୍ପା, ପିପ୍ପଳ ଇତ୍ୟାଦି । ତାପମାତ୍ରା କମିବାରୁ ଏହି ଗଛଗୁଡ଼ିକ ମଧ୍ୟରେ ଏପରି ପରିବର୍ତ୍ତନ ଆସିଥାଏ ।

Question 4.
ଉଦ୍‌ଗାମଣ୍ଡଳମ୍ (ଉଟି) ଓ କୋଇମ୍ବାଟୁର ସ୍ଥାନ ଦୁଇଟି ପ୍ରାୟ ସମାନ ଉଚ୍ଚତାରେ ଅବସ୍ଥିତ । ତେବେ ଭଟିଠାରେ ଗ୍ରୀଷ୍ମକାଳରେ ତାପମାତ୍ରାର ବ୍ୟବଧାନ ୧୦°-୨୫° ସେଲ୍‌ସିୟସ୍ ହୋଇଥିବାବେଳେ କୋଇମ୍ବାଟୁରରେ ଏହା ୨୫° – ୩୮° ସେଲ୍‌ସିୟସ୍ । ଏହି ସ୍ଥାନ ଦୁଇଟି ମଧ୍ଯରେ ଏତେ ପରିମାଣରେ ତାପମାତ୍ରାରେ ପାର୍ଥକ୍ୟ ହୋଇଥାଏ କାହିଁକି ? ଏ ବିଷୟରେ ତୁମେ କ’ଣ ଚିନ୍ତା କରୁଛ ?
Answer:
ଯଦିଓ ଉଟି ଏବଂ କୋଏମ୍ବାଟୁର ପ୍ରାୟ ଏକ ଅକ୍ଷାଂଶରେ ଅବସ୍ଥିତ ତଥାପି ସେମାନଙ୍କର ତାପମାତ୍ରାରେ ପାର୍ଥକ୍ୟ ଆସିଥାଏ । ଉଟିର ତାପମାତ୍ରା ୧୦°ରୁ ୨୫° ସେଲ୍‌ସିୟସ୍ ହୋଇଥିବାବେଳେ କୋଏମ୍ବାଟୁର୍‌ର ତାପମାତ୍ରା ୨୫° ରୁ ୩୮° ସେଲ୍‌ସିୟସ୍ ହୋଇଥାଏ । ଏହି ଦୁଇଟି ସ୍ଥାନ ମଧ୍ୟରେ ତାପମାତ୍ରାର ପାର୍ଥକ୍ୟ ସ୍ଥାନ ଦୁଇଟିର ସମୁଦ୍ର ପତ୍ତନରୁ ଉଚ୍ଚତା ଭିତ୍ତିରେ ହୋଇଥାଏ । ଉଟି ସମୁଦ୍ର ପତ୍ତନରୁ ଅଧ‌ିକ ଉଚ୍ଚରେ ଥିବାରୁ ତା’ର ତାପମାତ୍ରା କମ୍ ଥାଏ ଏବଂ କୋଏମ୍ବାଟୁର ସମୁଦ୍ର ପତ୍ତନରୁ କମ୍ ଉଚ୍ଚରେ ଥିବାରୁ ତା’ର ତାପମାତ୍ରା ଉଟି ତୁଳନାରେ ଅଧିକ ଥାଏ ।

Question 5.
ମୌସୁମୀ ବର୍ଷାର ପୂର୍ବାନୁମାନ କରିବାର କ୍ଷମତା ଭାରତରେ ଜୀବନଯାତ୍ରାରେ ଏକ ଗୁରୁତ୍ଵପୂର୍ଣ୍ଣ ଦିଗ ହୋଇଥିବାରୁ ଆମର ପୂର୍ବପୁରୁଷମାନେ ଚତୁଃପାର୍ଶ୍ଵର ପ୍ରକୃତିକୁ ଯନ୍ତ୍ର ସହକାରେ ନିରୀକ୍ଷଣ କରୁଥିଲେ । ସେମାନେ ନିଜସ୍ଵ ଅଭିଜ୍ଞତା ଆଧାରରେ ସ୍ଥାନୀୟ ପାରମ୍ପରିକ ଜ୍ଞାନ ବିକଶିତ କରିଛନ୍ତି । ଏହି ପାରମ୍ପରିକ ଜ୍ଞାନ ଆମର ଐତିହ୍ୟ, ଏହାକୁ ସବୁ ପ୍ରକାରେ ସଂରକ୍ଷିତ ରଖୁବା ଆବଶ୍ୟକ । ଉଦାହରଣ ସ୍ୱରୂପ, କୋଙ୍କଣ ଉପକୂଳର ଧୀବରମାନେ ମାଛମାନଙ୍କ ବ୍ୟବହାରରୁ ମୌସୁମୀ ବାୟୁର ଆଗମନ ବିଷୟରେ ଜାଣିଥା’ନ୍ତି । ସାଧାରଣତଃ ମୌସୁମୀ ପ୍ରବାହ ପୂର୍ବରୁ ଗଭୀର ଜଳରେ ଥ‌ିବା ମାଛମାନେ ଜଳପୃଷ୍ଠକୁ ଚାଲି ଆସିଥା’ନ୍ତି । ଦକ୍ଷିଣ ଭାରତରେ ସୁନାରୀ ଗଛ (କାଶିଆ ଫିସ୍ତୁଲା)ରେ ଫୁଲ ଧରିଲେ ପଚାଶ ଦିନ ମଧ୍ୟରେ ମୌସୁମୀ ଆସିବ ବୋଲି କୁହାଯାଏ । କେତେକ ସଂପ୍ରଦାୟ ବିଶ୍ଵାସ କରନ୍ତି ଯେ କାଉମାନେ ଗଛର ଉପର ଅଂଶରେ ବସା ବାନ୍ଧିଲେ ସ୍ୱଳ୍ପ ବୃଷ୍ଟି ହୋଇଥାଏ । ପ୍ରକାରାନ୍ତରେ ବସାଗୁଡ଼ିକ ଅଳ୍ପ ଉଚ୍ଚରେ ଥିଲେ ପ୍ରବଳ ବର୍ଷା ହେବାର ସୂଚନା ଦେଇଥାଏ । ତୁମ ଅଞ୍ଚଳରେ ବର୍ଷା, କୁହୁଡ଼ି, ତୁଷାରପାତ ଓ କୁଆପଥର ବୃଷ୍ଟି ଭଳି ଘଟଣା ସବୁର ପୂର୍ବାନୁମାନ ପାଇଁ ବ୍ୟବହୃତ ସ୍ଥାନୀୟ ଜ୍ଞାନର ଏକ ତାଲିକା ପ୍ରସ୍ତୁତ କର ।
Answer:
ଆମର ପୂର୍ବପୁରୁଷମାନେ ଥିଲେ ପ୍ରକୃତିର ନୀରବ ସାଧକ । ଆଜିକାଲି ଭଳି ବୈଜ୍ଞାନିକ ଜ୍ଞାନ ସେମାନଙ୍କର ନଥିଲା । ତେଣୁ ସେମାନେ ପ୍ରକୃତିରେ ବାସ କରୁଥିବା ପ୍ରାଣୀ, ବୃକ୍ଷ, ପଶୁ, ପକ୍ଷୀ ଇତ୍ୟାଦିଙ୍କର ଚାଲିଚଳଣିକୁ ଅନୁଧ୍ୟାନ କରି ବର୍ଷା, କୁହୁଡ଼ି, ତୁଷାରପାତ ଓ କୁଆପଥର ବୃଷ୍ଟି ଭଳି ଘଟଣାର ପୂର୍ବାନୁମାନ କରୁଥିଲେ । ପାରାମାନେ ଧୁଳିରେ ଝାଡ଼ିହେବା, କିମ୍ବା ଘରଚଟିଆ ଜୋର୍‌ରେ ବୋବାଇବା ଘଟଣା ବର୍ଷା ଆଗମନର ସଙ୍କେତ ଦେଇଥାଏ । ସେହିପରି ପିମ୍ପୁଡ଼ିମାନେ ସେମାନଙ୍କର ଗୃହରେ ଖାଦ୍ୟ ସଂଗ୍ରହ କରି ରହିଯିବା ଘଟଣା ମଧ୍ୟ ବର୍ଷା ହେବାର ସୂଚନା ଦେଇଥାଏ ।

ଶୀତଦିନେ ସକାଳୁ କାକର ପଡ଼ିବା, ଭଲ ପାଗର ସୂଚନା ଦେଇଥାଏ । ବସନ୍ତ ଋତୁରେ ହଠାତ୍ କୋହଲା ପାଗ ସୃଷ୍ଟି ହେବା ଏବଂ କଳା ବାଦଲ ଦେଖାଦେବା ସଙ୍କେତ କୁଆପଥର ବୃଷ୍ଟି ହେବାର ସୂଚନା ଦେଇଥାଏ । ସୁତରାଂ ଏହିପରି ଭାବରେ ପୂର୍ବରୁ ପାଣିପାଗର ପରିବର୍ତ୍ତନକୁ ଅନୁମାନ କରାଯାଉଥିଲା ।

Question 6.
ତୁମେ ତୁମ ଜେଜେବାପା ଜେଜେମା ଅଥବା ପଡ଼ୋଶୀରେ ରହୁଥ‌ିବା ବୟସ୍କ ବ୍ୟକ୍ତିମାନଙ୍କ ସହ ଯୋଗାଯୋଗ କର । ସେମାନଙ୍କୁ ସେମାନଙ୍କ ପିଲାଦିନ ଏବଂ ଯୁବକାବସ୍ଥାରେ, ବିଶେଷକରି କୃଷି ଓ ବର୍ଷା ସହିତ ଜଡ଼ିତ ମନେରଖୁଥ‌ିବା ବିଭିନ୍ନ ପାରମ୍ପରିକ ପର୍ବ ଓ ନୃତ୍ୟ ବିଷୟରେ ପଚାରି ବୁଝ । ସେମାନେ କେଉଁସବୁ ରୀତିନୀତିରେ ଅଂଶଗ୍ରହଣ କରୁଥିଲେ ? ତୁମେ ସାଙ୍ଗସହ ମିଶି ଏକ ପାରମ୍ପରିକ ସାଂସ୍କୃତିକ ଉତ୍ସବର ଆୟୋଜନ କର । ବୟସ୍କମାନେ କହିଥିବା କିଛି ନାଚ, ଗୀତ ଓ କାର୍ଯ୍ୟକ୍ରମ ଆଦି ପ୍ରଦର୍ଶନ କର । ଏହା ଏକ ନୃତ୍ୟ, ଫସଲ ଅମର ପର୍ବ କିମ୍ବା ବର୍ଷାପାଇଁ ଇନ୍ଦ୍ରଦେବତାଙ୍କୁ ପୂଜା କରିବା ଭଳି ଛୋଟିଆ ଗଳ୍ପ ହୋଇପାରେ । ଏସବୁ ପରମ୍ପରାକୁ ତୁମ ଶ୍ରେଣୀ ସାଥୀମାନଙ୍କୁ ଜୀବନ୍ତ କରିବାକୁ ଚେଷ୍ଟାକର ।
Answer:
ବିଦ୍ୟାଳୟରୁ ଫେରି ମୁଁ ମୋର ଜେଜେବାପା ଓ ଜେଜେମା ପଡ଼ୋଶୀରେ ରହୁଥ‌ିବା ବୟସ୍କ ବ୍ୟକ୍ତିମାନଙ୍କ ସହ ପାରମ୍ପରିକ ପର୍ବପର୍ବାଣି ଏବଂ ନୃତ୍ୟ ସମ୍ପର୍କରେ ଆଲୋଚନା କଲି ଯାହା ବୃଷ ଓ ବର୍ଷା ସହ ଜଡ଼ିତ । ସେମାନେ ମୋ କଥା ଶୁଣି ସେମାନଙ୍କ ଅଭିଜ୍ଞତାରୁ କିଛି ଉଦ୍ଧାର କରି କହିଲେ, କୃଷିର ଆରମ୍ଭ ଓ ବର୍ଷାପାଇଁ ବୈଶାଖ ମାସରେ ସେମାନେ ଅକ୍ଷୟ ତୃତୀୟା ପର୍ବ ପାଳନ କରିଥାନ୍ତି । ଅକ୍ଷୟ ତୃତୀୟା ଦିନ ଚଷାପୁଅ ଗାଧେଇ ସାରି ନୂତନ ବସ୍ତ୍ର ପିନ୍ଧି ପୂର୍ବରୁ ହଳ କରାଯାଇଥିବା ଜମିକୁ ଧାନ ବିହନ ଧରି ଯାଏ । ତାଙ୍କ ସାଙ୍ଗରେ ତାଙ୍କ ପତ୍ନୀ ଓ ପରିବାରର ଅନ୍ୟ ସଦସ୍ୟମାନେ ଜମିକୁ ଯାଇ ଜମି ଉପରେ ଏକ ପୂଜା କରିଥା’ନ୍ତି । ପୂଜା ପରେ ବିହନ ବୁଣାଯାଇଥାଏ । ସେହିଦିନଠାରୁ ଜମିଗୁଡ଼ିକରେ ବିହନ ବୁଣା କାର୍ଯ୍ୟ ଆରମ୍ଭ ହୁଏ । ଏହି ଉତ୍ସବରେ ପିଠାପଣା ଇତ୍ୟାଦି କରି ଖୁଯାଏ । କେତେକ ସ୍ଥାନରେ ମଧ୍ୟ ନୃତ୍ୟ, ସଙ୍ଗୀତ ଏବଂ ଦାଣ୍ଡିଆ ନୃତ୍ୟ କରାଯାଇଥାଏ । ଆମ ରାଜ୍ୟ ଓଡ଼ିଶାରେ ନବାନ୍ନ ପର୍ବ ପାଳିତ ହୋଇଥାଏ ।

Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ

Question 7.
ତୁମେ ବନ୍ୟା ଦେଖୁଛ କି ? ନା ଖାଲି ପଢ଼ିଛ ? ଭାରତର ଭୌତିକ ମାନଚିତ୍ରକୁ ଲକ୍ଷ୍ୟକର । ତୁମେମାନେ ଦୁଇ ଜଣିଆ ଦଳ ଗଠନ କରି ଉପରେ ଦିଆଯାଇଥିବା ରାଜ୍ୟଗୁଡ଼ିକରେ ବାରମ୍ବାର ବନ୍ୟା ହେବାର କାରଣ ଖୋଜି ବହାର କର ।
Answer:
ହଁ, ମୁଁ ବନ୍ୟା ବିଷୟରେ ପଢ଼ିଛି ଏବଂ ବନ୍ୟା ଦେଖୁଛି । ଏହାର ଅନେକ କାରଣ ଥାଇପାରେ, ଯଥା— ପ୍ରବଳ ବର୍ଷା ଏବଂ ନଦୀ ବନ୍ଧର ଅବ୍ୟବସ୍ଥା, ସମ୍ବଳର ଅପବ୍ୟବହାର ଇତ୍ୟାଦି । ଏତଦ୍‌ବ୍ୟତୀତ ନଦୀ, ସମୁଦ୍ରର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସବୁବେଳେ ବନ୍ୟାଜଳ ପ୍ରବାହିତ ହୋଇଥାଏ । ଏହା ଧନଜୀବନର ଅନେକ କ୍ଷୟକ୍ଷତି ଘଟାଇଥାଏ । ଏହା ମଧ୍ୟ କିଛି ମାନବକୃତ କାରଣରୁ ହୋଇଥାଏ । ସେଗୁଡ଼ିକ ହେଲା, ସହରୀକରଣ, ଜଙ୍ଗଲ କାଟିଦେବା, ଜଳବାହୀ ନାଳ ଉପରେ ଅବ୍ୟବସ୍ଥିତ ନିର୍ମାଣ ଯୋଗୁଁ ଜଳ ନିଷ୍କାସନ ହୋଇ ପାରିବା ଇତ୍ୟାଦି । ଅଧିକାଂଶ ଭୂମି ଉପରେ କଂକ୍ରିଟ୍ ବା ପିଚୁର ସଡ଼କ ହୋଇଥିବାରୁ ତାହା ଜଳ ଶୋଷଣ କରିପାରେ ନାହିଁ । ହିମାଳୟ ଅଞ୍ଚଳରେ ହିମବାହ ହ୍ରଦଗୁଡ଼ିକ ତରଳିବା ଯୋଗୁଁ ମଧ୍ଯ ନିମ୍ନ ଅଞ୍ଚଳକୁ ପ୍ରଚୁର ଜଳ ପ୍ରବାହିତ ହୋଇଥାଏ, ଯାହାକି ବନ୍ୟା ସୃଷ୍ଟିର କାରଣ ହୋଇଥାଏ, ସୁତରାଂ ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ କାରଣରୁ ବନ୍ୟା ସୃଷ୍ଟି ହୋଇଥାଏ ।

Question 8.
ଚିତ୍ର ୩.୧୫କୁ ଲକ୍ଷ୍ୟ କର ଓ ବୃକ୍ଷଲତା, ଜୀବଜନ୍ତୁ, ମନୁଷ୍ୟ ଓ ସେମାନଙ୍କ ଆର୍ଥନୀତିକ ଜୀବନ ଉପରେ ଏଗୁଡ଼ିକର କି ପ୍ରଭାବ ବର୍ଣ୍ଣନା କର ।
Answer:
ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକ ବ୍ୟାପକ କ୍ଷୟକ୍ଷତି ଘଟାଇଥାଏ । ଅନେକ ଲୋକ ପ୍ରାଣ ହରାଇଥା’ନ୍ତି । ଘର ଭାଙ୍ଗିଯାଇଥାଏ, ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥାଏ, ଫସଲ ନଷ୍ଟ ହୋଇଯାଇଥାଏ । ଅନେକ ପଶୁପକ୍ଷୀ ମରିଯାଇଥା’ନ୍ତି । କଳକାରଖାନା ମଧ୍ୟ ସେମାନଙ୍କର ଭିତ୍ତିଭୂମି ନଷ୍ଟ ହୋଇଯାଇଥିବାରୁ ଅକାମୀ ହୋଇଯାଇଥାଏ । ଅନେକ ଆର୍ଥିକ ଦୁର୍ଗତିର ଶିକାର ହୋଇଥାନ୍ତି ଫଳରେ ସ୍ଥାନୀୟ ଏବଂ ଜାତୀୟ ଅର୍ଥନୀତି ଭୁଶୁଡ଼ିପଡ଼ିଥାଏ ।

Question 9.
ଶ୍ରେଣୀରେ ଚାରି ବା ପାଞ୍ଚଜଣିଆ ଦଳ ଗଠନ କର । ଚିତ୍ରରେ ପ୍ରଦତ୍ତ ପ୍ରତ୍ୟେକ ବିପର୍ଯ୍ୟୟର ପ୍ରାକୃତିକ ତଥା ମାନବୀୟ କାରଣ ସମ୍ବନ୍ଧରେ ଚିନ୍ତା କର । ତୁମର ନିଷ୍କର୍ଷଗୁଡ଼ିକୁ ତୁଳନା କର ।
Answer:
ଚିତ୍ରରେ ଦର୍ଶାଯାଇଥିବା ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକ ହେଲା- ବାତ୍ୟା, ଭୂସ୍ଖଳନ, ବନାଗ୍ନି ଏବଂ ବନ୍ୟା । ବାତ୍ୟା :

ବାତ୍ୟା ବା ଝଡ଼ ସମୟରେ ଭୀଷଣ ବେଗରେ ପବନ ବହିବା ସମୟରେ ବର୍ଷା ହୋଇଥାଏ । ଏହା ଧନଜୀବନ ସହିତ ଫସଲ, ଘରଦ୍ଵାର ଇତ୍ୟାଦିର ବ୍ୟାପକ କ୍ଷୟକ୍ଷତି କରିଥାଏ । ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ବନ୍ୟା ଏବଂ ମୃରିକା କ୍ଷୟକୁ ସାମ୍‌ନା କରିଥାନ୍ତି । ବାତ୍ୟାଦ୍ଵାରା ଗମନାଗମନ, ଯୋଗାଯୋଗ, ବିଦ୍ୟୁତ୍ ପ୍ରବାହ ଇତ୍ୟାଦି ମଧ୍ଯ ବାଧାପ୍ରାପ୍ତ ହୋଇଥାଏ । ଏହାଦ୍ଵାରା ମାନବର ଦୈନନ୍ଦିନ ଜୀବନ ମଧ୍ୟ ଅସ୍ଵାଭିକ ହୋଇଥାଏ । ମୋଟାମୋଟି କହିବାକୁ ଏସବୁ ସହିତ ଆର୍ଥିକ ଦୁର୍ଗତି ମଧ୍ଯ ଦେଖାଦିଏ ।

ଭୂସ୍ଖଳନ – ବିଭିନ୍ନ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ବୃଦ୍ଧିପାଇଛି । ମୁଖ୍ୟତଃ ଜଙ୍ଗଲ କ୍ଷୟ, ଅଣଅନୁମୋଦିତ ରାସ୍ତାଘାଟ ନିର୍ମାଣ ଓ ପ୍ରାକୃତିକ ଜଳପ୍ରବାହକୁ ପ୍ରତିରୋଧକାରୀ ଅତ୍ୟଧିକ ଗୃହନିର୍ମାଣ ଗୃହନିର୍ମାଣ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥାଏ ।

ବନାଗ୍ନି – ଶୁଷ୍କ ଜଳବାୟୁ ଜନିତ ପରିସ୍ଥିତି, ମରୁଡ଼ି, ବେଗଶାଳୀ ପବନ ଏହି ବନାଗ୍ନି ବ୍ୟାପିବାରେ ଇନ୍ଧନ ଯୋଗାଇଥାଏ । ମଣିଷର ଅସାବଧାନତା ଏହାର ଅନ୍ୟ ଏକ ପ୍ରମୁଖ କାରଣ । ବିସ୍ତୀର୍ଣ୍ଣ ଅଞ୍ଚଳରେ ଜଙ୍ଗଲ କ୍ଷୟସହ ବନାଗ୍ନି ବନ୍ୟପ୍ରାଣୀଙ୍କୁ କ୍ଷତି ପହଞ୍ଚାଇଥାଏ । ପରିବେଶର ଅବକ୍ଷୟ ଅଟେ । ବାୟୁର ଗୁଣବତ୍ତା ନଷ୍ଟ ହୁଏ ଓ ସ୍ଥାନୀୟ ଅସ୍ଵାସୀମାନେ ବିସ୍ଥାପିତ ହୋଇଥା’ନ୍ତି । ଫଳତଃ ଏହା ଯୋଗୁଁ ଉଭୟ ପାରିବେଶିକ ଓ ଆର୍ଥିକ ପ୍ରଭାବ ପଡ଼ିଥାଏ ।

ବନ୍ୟା- ପ୍ରବଳ ବୃଷ୍ଟିପାତ ହେଲେ ବନ୍ୟା ହୋଇଥାଏ । କେତେକ କ୍ଷେତ୍ରରେ ସହରର ଚାପଗ୍ରସ୍ତ ଜଳ ନିଷ୍କାସନ ବ୍ୟବସ୍ଥା ଏଥପାଇଁ ଦାୟୀ । ଅନ୍ୟ କେତେକ କ୍ଷେତ୍ରରେ ଜଳବାହୀ ନାଳ ଉପରେ ଅବ୍ୟବସ୍ଥିତ ନିର୍ମାଣ ଜନିତ ବାଧା ଯୋଗୁଁ ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ ଅଧିକାଂଶ ଭୂମି କଂକ୍ରିଟ୍ ବା ପିଚୁରେ ତିଆରି ହୋଇଥିବାରୁ ତାହା ଜଳ ଶୋଷିପାରେ ନାହିଁ ।

ଏହିସବୁ ବିପର୍ଯ୍ୟୟ ଭୀଷଣ ବିପଦ ସୃଷ୍ଟି କରିଥାଏ । ଜୀବନ ପ୍ରକୃତି ଏବଂ ଆର୍ଥିକ ଅବସ୍ଥାକୁ କ୍ଷତିଗ୍ରସ୍ତ କରିଥାଏ ।

Question 10.
ଦଳଗତଭାବେ ଏହିସବୁ ବିପର୍ଯ୍ୟୟକୁ ପ୍ରତିହତ କରିବାପାଇଁ କି କି ପଦକ୍ଷେପ ନେବାର ଆବଶ୍ୟକତା ରହିଛି, ଆଲୋଚନା କର ।
Answer:
ଏହିସବୁ ବିପର୍ଯ୍ୟୟକୁ ପ୍ରତିହତ କରିବାପାଇଁ ନିମ୍ନଲିଖୂତ ପଦକ୍ଷେପମାନ ନେବାର ଆବଶ୍ୟକତା ରହିଛି । ପ୍ରାକୃତିକ ବିପର୍ଯ୍ଯ ରୂପେ ବାତ୍ୟା, ବନ୍ୟା, ଭୂସ୍ଖଳନ, ବନାଗ୍ନି ଏବଂ ଭୂମିକମ୍ପ ଇତ୍ୟାଦି ସୃଷ୍ଟି ହୋଇଥାଏ । ପ୍ରଥମେ ଏହିସବୁ ବିପଦରୁ ମୁକ୍ତ ହେବାପାଇଁ ସତର୍କ ପଦ୍ଧତିମାନ ରହିବା ଆବଶ୍ୟକ । ଯାହାଫଳରେ ପ୍ରାକୃତିକ ବିପର୍ଯ୍ୟୟ ଘଟିବା ପୂର୍ବରୁ ସୂଚନା ମିଳିପାରିବା ଏବଂ ତଦନୁଯାୟୀ ଲୋକମାନେ ନିରାପଦ ସ୍ଥଳକୁ ଯାଇପାରିବେ । ଦ୍ଵିତୀୟତଃ, ଜଙ୍ଗଲ କାଟିବା ବନ୍ଦ କରିବା, ଅଧୂକ ବୃକ୍ଷରୋପଣ କରିବା, ନଦୀବନ୍ଧଗୁଡ଼ିକୁ ସଶକ୍ତ କରିବା ଗୁରୁତ୍ଵପୂର୍ଣ୍ଣ ଅଟେ । ପ୍ରାକୃତିକ ବିପର୍ଯ୍ୟୟକୁ ପ୍ରଭାବହୀନ କରିବାପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସହ ପ୍ରଶିକ୍ଷିତ ଉଦ୍ଧାରକାରୀ ଦଳ ଜାଗ୍ରତ କରିବା ଆବଶ୍ୟକ । ସହର ଓ ଗ୍ରାମମାନଙ୍କରେ ଜାଗରଣ କାର୍ଯ୍ୟକ୍ରମ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ । ସହରମାନଙ୍କରେ ନାଳ ଏବଂ ନର୍ଦ୍ଦମା ବ୍ୟବସ୍ଥାକୁ ଠିକ୍ ରଖୁବା ଆବଶ୍ୟକ । ସେହିପରି ଜଙ୍ଗଲରେ ଘଟୁଥ‌ିବା ବନାଗ୍ନିକୁ ନିୟନ୍ତ୍ରଣ କରିବାପାଇଁ ଆଧୁନିକ ଅଗ୍ନି ନିର୍ବାପକ ଯନ୍ତ୍ର ସହ ଜଳସିଞ୍ଚନର ସୁବ୍ୟବସ୍ଥା କରିବା ଆବଶ୍ୟକ ।

ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
ବାୟୁମଣ୍ଡଳର ସାମୟିକ ଅବସ୍ଥାକୁ କ’ଣ କୁହାଯାଏ ?
Answer:
ପାଗ

Question 2.
ପୃଥ‌ିବୀରେ ଋତୁ ପରିବର୍ତ୍ତନ କ’ଣ ପାଇଁ ହୋଇଥାଏ ?
Answer:
ପୃଥ‌ିବୀର ପରିକ୍ରମଣ ପାଇଁ

Question 3.
ପୃଥ‌ିବୀର ଅଧୁକାଂଶ ଅଞ୍ଚଳରେ କେତେଗୋଟି ମୁଖ୍ୟତଃ ଋତୁ ଅନୁଭୂତ ହୋଇଥାଏ ?
Answer:
ବସନ୍ତ, ଗ୍ରୀଷ୍ମ, ଶରତ ଓ ଶୀତ

Question 4.
ଜଳବାୟୁ କାହାକୁ କୁହାଯାଏ ?
Answer:
କୌଣସି ସ୍ଥାନର ଦୀର୍ଘ ସମୟର ପାଣିପାଗର ହାରାହାରି ଅବସ୍ଥାକୁ

Question 5.
ଶୈଳନିବାସ ଦେଖାଯାଉଥ‌ିବା ସ୍ଥାନମାନଙ୍କରେ କେଉଁ ଜଳବାୟୁ ଅନୁଭୂତ ହୋଇଥାଏ ?
Answer:
ନାତିଶୀତୋଷ୍ଣ ଜଳବାୟୁ

Question 6.
କେନ୍ଦ୍ରୀୟ ଡେକାନ୍ ମାଳଭୂମିରେ କେଉଁ ଜଳବାୟୁ ଅନୁଭୂତ ହୋଇଥାଏ ?
Answer:
ଅର୍ଦ୍ଧଶୁଷ୍କ ଜଳବାୟୁ

Question 7.
ଅକ୍ଷାଂଶ କାହାକୁ କୁହାଯାଏ ?
Answer:
ପଶ୍ଚିମରୁ ପୂର୍ବକୁ ଅଣାଯାଇଥିବା କାଳ୍ପନିକ ରେଖା

Question 8.
ଭାରତରେ ବିଷୁବରେଖା ନିକଟବର୍ତ୍ତୀ କେଉଁ ଦୁଇଟି ସ୍ଥାନରେ ବର୍ଷସାରା ଉଷ୍ଣ ଜଳବାୟୁ ଅନୁଭୂତ ହୋଇଥାଏ ?
Answer:
କନ୍ୟାକୁମାରୀ ଓ ନିକୋବର ଦ୍ଵୀପପୁଞ୍ଜ

Question 9.
ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ମଧ୍ୟପ୍ରଦେଶର ଅଧିକାଂଶ ସମୟରେ କେଉଁ ଦିଗରୁ ବାୟୁ ପ୍ରବାହିତ ହୋଇଥାଏ ?
Answer:
ପଶ୍ଚିମ ଦିଗ

Question 10.
ସୂକ୍ଷ୍ମ ଜଳବାୟୁ (Micro Climate) କାହାକୁ କୁହାଯାଇଥାଏ ?
Answer:
ଅତି କ୍ଷୁଦ୍ର ଅଞ୍ଚଳରେ ସ୍ଥାନୀୟ ଭାବେ ଅନୁଭୂତ ହେଉଥ‌ିବା ଜଳବାୟୁକୁ

Question 11.
ମୌସୁମୀ ବାୟୁ କାହାକୁ କୁହାଯାଏ ?
Answer:
ଋତୁଭେଦରେ ପ୍ରବାହିତ ହେଉଥ‌ିବା ବାୟୁକୁ

Question 12.
କେଉଁ ମୌସୁମୀ ବାୟୁଦ୍ଵାରା ଭାରତରେ ଜୁନ୍ ମାସରେ ବର୍ଷା ହୋଇଥାଏ ?
Answer:
ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ

Question 13.
ପୃଥ‌ିବୀର ବୃଷ୍ଟିବହୁଳ ଅଞ୍ଚଳ କାହାକୁ କୁହାଯାଏ ?
Answer:
ମେଘାଳୟର ମାଓସିନ୍‌ମ

Question 14.
ସ୍ଵତନ୍ତ୍ରଭାବେ ପ୍ରଶିକ୍ଷିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳକୁ ଇଂରାଜୀରେ କ’ଣ କୁହାଯାଇଥାଏ ?
Answer:
NDRF

Question 15.
ଆମ ଓଡ଼ିଶାର କଟକ ସହର ନିକଟସ୍ଥ କେଉଁ ସ୍ଥାନରେ NDRF କାର୍ଯ୍ୟାଳୟ ରହିଅଛି ?
Answer:
କଟକର ମୁଣ୍ଡଳି

Question 16.
ମେଘ କିପରି ସୃଷ୍ଟି ହୋଇଥାଏ ?
Answer:
ଧୂଳିକଣା ଓ ଜଳୀୟବାଷ୍ପ ମିଶ୍ରଣରେ

Question 17.
ହିମାଳୟ ଅଞ୍ଚଳରେ ହିମବାହଦ୍ଵାରା ସୃଷ୍ଟ ବିତ୍ପାତକୁ କ’ଣ କୁହାଯାଏ ?
Answer:
ହିମ ବିସ୍ଫୋଟ

Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ

Question 18.
ଉତ୍ତରାଖଣ୍ଡରେ ‘ହିମ ବିସ୍ଫୋଟ’ କେବେ ହୋଇଥିଲା ?
Answer:
୨୦୧୩ ମସିହା

Question 19.
ଭାରତର କେଉଁ ପବିତ୍ର ତୀର୍ଥସ୍ଥଳ ‘ହିମ ବିସ୍ଫୋଟ’ ଦ୍ଵାରା ସମ୍ପୂର୍ଣ୍ଣ ଧ୍ଵଂସ ପାଇଥିଲା ?
Answer:
କେଦାରନାଥ ମନ୍ଦିର

Question 20.
ବଣ ଜଙ୍ଗଲରେ ଅଣାୟତ ଭାବେ ଜୋରରେ ବ୍ୟାପୁଥ‌ିବା ନିଆଁକୁ କ’ଣ କୁହାଯାଏ ?
Answer:
ବନାଗ୍ନି

Question 21.
୨୦୨୫ ମସିହା ପ୍ରାରମ୍ଭରେ ଦେଶରେ ହାରାହାରି ତାପମାତ୍ରା ସାଧାରଣ କେତେ ତାପମାତ୍ରା ବୃଦ୍ଧି ପାଇଛି ?
Answer:
୧° ରୁ ୩° ପର୍ଯ୍ୟନ୍ତ

Question 22.
ଅକ୍ଷୟ ତୃତୀୟା ଭାରତରେ କେଉଁ ପର୍ବପର୍ବାଣିରେ ଅନ୍ତର୍ଭୁକ୍ତ କରାଯାଇଥାଏ ?
Answer:
କୃଷି ।

ଚାରୋଟି ବିକଳ୍ପ ଉତ୍ତର ମଧ୍ଯରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜଳବାୟୁର ନିୟାମକ ନୁହେଁ ?
(କ) ଅକ୍ଷାଂଶ
(ଖ) ସମୁଦ୍ର ସମୀପତା
(ଗ) ସମୁଦ୍ର ପତ୍ତନରୁ ଉଚ୍ଚତା
(ଘ) ସମୁଦ୍ରର ଗଭୀରତା
Answer:
(ଘ) ସମୁଦ୍ରର ଗଭୀରତା

Question 2.
ଭାରତୀୟ ଉପମହାଦେଶକୁ ଶୀତଳ ପବନରୁ କେଉଁଟି ରକ୍ଷା କରିଥାଏ ?
(କ) ଆରାବଳୀ ପର୍ବତମାଳା
(ଖ) ହିମାଳୟ ପାର୍ବତ୍ୟମାଳା
(ଗ) ଥର ମରୁଭୂମି
(ଘ) ପଶ୍ଚିମଘାଟ ପର୍ବତମାଳା
Answer:
(ଖ) ହିମାଳୟ ପାର୍ବତ୍ୟମାଳା

Question 3.
ଆମ ଦେଶରେ ବସନ୍ତ ପଞ୍ଚମୀ ବା ସରସ୍ଵତୀ ପୂଜା କେଉଁ ଋତୁରେ ପାଳନ କରାଯାଇଥାଏ ?
(କ) ଗ୍ରୀଷ୍ମ
(ଖ) ବର୍ଷା
(ଗ) ଶୀତ
(ଘ) ବସନ୍ତ
Answer:
(ଘ) ବସନ୍ତ

Question 4.
ଭାରତର ମୁଖ୍ୟତଃ କେଉଁ ଦୁଇଟି ରାଜ୍ୟ ମୌସୁମୀବାୟୁର ପ୍ରଭାବରେ ବାରମ୍ବାର ବନ୍ୟା ଆସିଥାଏ ?
(କ) ପଞ୍ଜାବ ଓ ହରିୟାଣା
(ଖ) ଉତ୍ତରପ୍ରଦେଶ ଓ ବିହାର
(ଗ) ରାଜସ୍ଥାନ ଓ ଗୁଜୁରାଟ
(ଘ) ତାମିଲନାଡୁ ଓ କର୍ଣ୍ଣାଟକ
Answer:
(ଖ) ଉତ୍ତରପ୍ରଦେଶ ଓ ବିହାର

Question 5.
ଭୂ-ସ୍ଖଳନ ଯୋଗୁଁ ଆମ ଦେଶର କେଉଁ ଦୁଇଟି ରାଜ୍ୟରେ ପ୍ରଭାବିତ ହୋଇଥାନ୍ତି ?
(କ) ରାଜସ୍ଥାନ ଓ ଗୁଜୁରାଟ
(ଖ) ପଞ୍ଜାବ ଓ ହରିୟାଣା
(ଗ) ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ
(ଘ) ଛତିଶଗଡ଼ ଓ ଝାଡ଼ଖଣ୍ଡ
Answer:
(ଗ) ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ

Question 6.
ଭାରତର କେଉଁ ଉପକୂଳଟି ଶୀତଋତୁରେ ବର୍ଷା ହୋଇଥାଏ ?
(କ) କେରଳ
(ଖ) ପଶ୍ଚିମବଙ୍ଗ
(ଗ) ତାମିଲନାଡୁ
(ଘ) ମହାରାଷ୍ଟ୍ର
Answer:
(ଗ) ତାମିଲନାଡୁ

Question 7.
କେଉଁଠାରେ ସୂର୍ଯ୍ୟଙ୍କର ଲମ୍ବକିରଣ ପଡ଼ିଥାଏ ?
(କ) ବିଷୁବରେଖା
(ଖ) ମେରୁ ରେଖା
(ଗ) କେନ୍ଦ୍ରବିନ୍ଦୁ
(ଘ) ପ୍ରାନ୍ତବିନ୍ଦୁ
Answer:
(କ) ବିଷୁବରେଖା

Question 8.
୨୦୧୩ ମସିହାରେ ଉତ୍ତରାଖଣ୍ଡରେ କେଉଁ କାରଣରୁ ହିମ ବିସ୍ଫୋଟ ହୋଇଥିଲା ?
(କ) ଲଗାତର ପ୍ରବଳ ଭୂସ୍ଖଳନ
(ଖ) ଲଗାତର ପ୍ରବଳ ବର୍ଷା
(ଗ) କରକାପାତ
(ଘ) ଅଗ୍ନି ଉଦ୍‌ଗୀରଣ
Answer:
(ଖ) ଲଗାତର ପ୍ରବଳ ବର୍ଷା

Question 9.
ଆମ ଓଡ଼ିଶାର କଟକ ସହର ନିକଟସ୍ଥ କେଉଁ ସ୍ଥାନରେ ତୃତୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ରହିଛି ?
(କ) ନରାଜ
(ଖ) ଚୌଦ୍ଵାର
(ଗ) ବିଦ୍ଯାପୁର
(ଘ) ମୁଣ୍ଡଳି
Answer:
(ଘ) ମୁଣ୍ଡଳି

Question 10.
ବିଭିନ୍ନ ଶସ୍ୟ, ପନିପରିବା ଓ ଫଳ ଇତ୍ୟାଦି ମହଙ୍ଗା ହେଲେ, ଏହା ମୁଦ୍ରା ଉପରେ କ’ଣ ପ୍ରଭାବ ପକାଇଥାଏ ?
(କ) ମୁଦ୍ରାଙ୍ଗୀତି
(ଖ) ମୁଦ୍ରା ବିପ୍ଳବ
(ଗ) ବିମୁଦ୍ରାୟନ
(ଘ) ଆର୍ଥିକ ସଙ୍କଟ
Answer:
(କ) ମୁଦ୍ରାଙ୍ଗୀତି

Question 11.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଆମର ବର୍ଷାଋତୁ ଚକ୍ରର ଅନ୍ତର୍ଗତ ନୁହେଁ ?
(କ) ବସନ୍ତ
(ଖ) ଗ୍ରୀଷ୍ମ
(ଗ) ଚୈତ୍ର
(ଘ) ହେମନ୍ତ
Answer:
(ଗ) ଚୈତ୍ର

Question 12.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ଶୈଳନିବାସ ନୁହେଁ ?
(କ) ମହାବଳେଶ୍ଵର
(ଖ) ନୈନିତାଲ
(ଗ) ମାଉଣ୍ଟ ଆବୁ
(ଘ) କାଜିରଙ୍ଗା
Answer:
(ଘ) କାଜିରଙ୍ଗା

Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ

Question 13.
ଆଲପସ୍ ପର୍ବତମାଳା ପୃଥ‌ିବୀର କେଉଁ ମହାଦେଶରେ ଅବସ୍ଥିତ ?
(କ) ଏସିଆ
(ଖ) ଆଫ୍ରିକା
(ଗ) ୟୁରୋପ
(ଘ) ଅଷ୍ଟ୍ରେଲିଆ
Answer:
(ଗ) ୟୁରୋପ

Question 14.
ଭାରତର ଉତ୍ତରସ୍ଥ ସମତଳଭୂମିରେ ନିମ୍ନୋକ୍ତ କି ପ୍ରକାରର ଜଳବାୟୁ ଅନୁଭୂତ ହେଉଥ‌ିବ ତୁମେ ଭାବୁଛ ?
(କ) ଉପକ୍ରାନ୍ତୀୟ
(ଖ) ନାତିଶୀତୋଷ୍ଣ
(ଗ) ଆଲ୍‌ୟ
(ଘ) କ୍ରାନ୍ତୀୟ
Answer:
(କ) ଉପକ୍ରାନ୍ତୀୟ

Question 15.
କେତେକ ପ୍ରାଣୀମାନଙ୍କ ଦେହରେ ଅଧିକ ଲୋମ କଅଁଳି ଥାଏ କେଉଁ ଋତୁରେ ?
(କ) ଗ୍ରୀଷ୍ମ
(ଖ) ବର୍ଷା
(ଗ) ଶୀତ
(ଘ) ବସନ୍ତ
Answer:
(ଗ) ଶୀତ

Question 16.
ଆସାମର ଅଧୂବାସୀମାନେ ମୁଖ୍ୟତଃ କେଉଁ ପର୍ବକୁ ସମସ୍ତେ ପାଳନ କରିଥାନ୍ତି ?
(କ) ଓନମ୍
(ଖ) ବୈଶାଖୁ
(ଗ) ପୋଙ୍ଗଲ
(ଘ) ବିହ୍ନ
Answer:
(ଘ) ବିହ୍ନ

ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।

Question 1.
ବାୟୁମଣ୍ଡଳର ସାମୟିକ ଅବସ୍ଥାକୁ ____________ କୁହାଯାଏ । (ବାତ୍ୟା, ଘୂର୍ଣ୍ଣିଝଡ଼, ପାଗ, ଜଳବାୟୁ)
Answer:
ପାଗ

Question 2.
__________ ସର୍ବଦା ପରିବର୍ତ୍ତନଶୀଳ ଅଟେ । (ଲଘୁଚାପ, ଗୁରୁଚାପ, ଜଳବାୟୁ, ପାଣିପାଗ)
Answer:
ପାଣିପାଗ

Question 3.
ପୃଥ‌ିବୀର ___________ କାରଣରୁ ଋତୁ ପରିବର୍ତ୍ତନ ହୋଇଥାଏ । (ପରିକ୍ରମଣ, ଆବର୍ତ୍ତନ, ସ୍ଥିରତା, ଗତିଶୀଳତା)
Answer:
ପରିକ୍ରମଣ

Question 4.
ଉତ୍ତରସ୍ଥ ହିମାଳୟ ପାର୍ବତ୍ୟାଞ୍ଚଳର ଉଚ୍ଚ ଭାଗରେ _____________ ଜଳବାୟୁ ଅନୁଭୂତ ହୋଇଥାଏ । (ନାତିଶୀତୋଷ୍ଣ, ଉପକ୍ରାନ୍ତୀୟ, କ୍ରାନ୍ତୀୟ, ଆଲ୍‌ୟ)
Answer:
ଆଲପୀୟ

Question 5.
କେନ୍ଦ୍ରୀୟ ଡେକାନ୍ ମାଳଭୂମିରେ __________ ଜଳବାୟୁ ଅନୁଭୂତ ହୋଇଥାଏ । (ଅର୍ଦ୍ଧଶୁଷ୍କ, ଶୁଷ୍କ, ଅତିଶୁଷ୍କ, ନାତିଶୀତୋଷ୍ଣ)
Answer:
ଅର୍ବଶୁଷ୍କ

Question 6.
ବାୟୁମଣ୍ଡଳ _____________ ଠାରେ ସୌରରଶ୍ମି କେନ୍ଦ୍ରୀଭୂତ ହୋଇଥାଏ । (ମେରୁ, ବିଷୁବରେଖା, ଦକ୍ଷିଣ ଗୋଲାର୍ଡ, ଉତ୍ତର ଗୋଲାର୍ଦ୍ଧ)
Answer:
ବିଷୁବରେଖା

Question 7.
ଅତି କ୍ଷୁଦ୍ର ଅଞ୍ଚଳରେ ସ୍ଥାନୀୟ ଭାବେ ଅନୁଭୂତ ଜଳବାୟୁକୁ ____________ ଜଳବାୟୁ କୁହାଯାଇଥାଏ । (ସୂକ୍ଷ୍ମ ଜଳବାୟୁ, ଅତି ସୂକ୍ଷ୍ମ ଜଳବାୟୁ, ଶୀତଳ ଜଳବାୟୁ, ଉଷ୍ଣ ଜଳବାୟୁ)
Answer:
ସୂକ୍ଷ୍ମ ଜଳବାୟୁ

Question 8.
‘ମୌସୁମୀ’ ଶବ୍ଦଟି ________________ ଶବ୍ଦ ମୌସମ୍‌ ଆସିଅଛି ଯାହାର ଅର୍ଥ ଋତୁ । (ପାର୍ସୀ, ଆରବ, ଊର୍ଦୁ, ତେଲୁଗୁ)
Answer:
ଆରବ

Question 9.
ମୌସୁମୀ ବର୍ଷା _______________ ମାସର ପ୍ରାରମ୍ଭରେ ଭାରତର ଦକ୍ଷିଣ ପ୍ରାନ୍ତରେ ଆରମ୍ଭ ହୋଇଥାଏ । (ଏପ୍ରିଲ୍, ମେ, ଜୁନ୍, ଜୁଲାଇ)
Answer:
ଜୁନ୍

Question 10.
ପୃଥିବୀର ବୃଷ୍ଟିବହୁଳ ଅଞ୍ଚଳ ମାଓସିନ୍‌ରାମ୍ _____________ ରାଜ୍ୟରେ ଅବସ୍ଥିତ । (ଆସାମ, ମେଘାଳୟ, ତ୍ରିପୁରା, ନାଗାଲାଣ୍ଡ)
Answer:
ମେଘାଳୟ

Question 11.
ଭାରତର ____________ ଗୋଟି ସ୍ଥାନରେ ଏନ୍.ଡି.ଆର୍.ଏଫ୍.ର ବାଟାଲିୟାନ୍ ରହିଛି । (୧୦, ୧୧, ୧୨, ୧୩)
Answer:
୧୨

Question 12.
ସାଧାରଣ ଭାବେ ଶୁଷ୍କ ରହୁଥିବା ଭୂମି ଜଳମଗ୍ନ ହେଲେ ତାହାକୁ _______________ କୁହାଯାଇଥାଏ । (ଜଳବନ୍ଦୀ, ପ୍ଳାବନଭୂମି, ଜଳପ୍ଲାବନ, ବନ୍ୟା)
Answer:
ବନ୍ୟା

Question 13.
ହିମାଳୟ ଅଞ୍ଚଳରେ ଗତିଶୀଳ ବରଫ ପାହାଡକୁ _______________ କୁହାଯାଇଥାଏ । (ହିମବାହ, ବରଫଚାଦର, ବରଫସେତୁ, ଇସ୍କୁ)
Answer:
ହିମବାହ

Question 14.
__________ ମସିହାରେ କେଦାରନାଥ ମନ୍ଦିର ସମ୍ପୂର୍ଣ ଧ୍ୱଂସ ପାଇଯାଇଥିଲା । (୨୦୧୩, ୨୦୧୪, ୨୦୧୫, ୨୦୧୬)
Answer:
୨୦୧୩

Question 15.
ବଣ ଜଙ୍ଗଲରେ ଅଣାୟତ ଭାବରେ ଜୋରରେ ବ୍ୟାପୁଥ‌ିବା ନିଆଁକୁ ____________ କୁହାଯାଏ । (ବନାଗ୍ନି, ଅରଣ୍ୟାନୀ, ଜଙ୍ଗଲଧ୍ୱଂସ, ବଣପୋଡ଼ି)
Answer:
ବନାଗ୍ନି

Question 16.
ଜୀବାଶ୍ମ ଇନ୍ଧନର ବ୍ୟବହାର ______________ ପ୍ରଭାବିତ କରିଥାଏ । (ପାଣିପାଗ, ପାଗ, ଜଳବାୟୁ, ହିମବାହ)
Answer:
ଜଳବାୟୁ

Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ

Question 17.
_________ ମସିହା ପ୍ରାରମ୍ଭରେ ଦେଶର ହାରାହାରି ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ୧° ରୁ ୩° ବୃଦ୍ଧି ପାଇଛି । (୨୦୨୨, ୨୦୨୩, ୨୦୨୪, ୨୦୨୫)
Answer:
୨୦୨୫

ଠିକ୍ ଭକ୍ତି ପାଖରେ ଠିକ୍ ( ✓) ଚିହ୍ନ ଓ ଭୁଲ୍ ଭକ୍ତି ପାଖରେ ଭୁଲ୍ (✗) ଚିହ୍ନ ଦିଅ ।

Question 1.
ଜଳବାୟୁ ସର୍ବଦା ପରିବର୍ତ୍ତନଶୀଳ ।
Answer:
✗

Question 2.
କୌଣସି ଅଞ୍ଚଳର ଋତୁକ୍ରମ ଜଳବାୟୁ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।
Answer:
✓

Question 3.
ଉତ୍ତରସ୍ଥ ହିମାଳୟ ପାର୍ବତ୍ୟାଞ୍ଚଳର ଉଚ୍ଚ ଭାଗରେ ଅତି ଶୁଷ୍କ ଜଳବାୟୁ ଅନୁଭୂତ ହୋଇଥାଏ ।
Answer:
✗

Question 4.
ମରୁଭୂମି ଅଞ୍ଚଳରେ ଦିନବେଳା ଅଧ୍ଵକ ଗରମ ଓ ରାତିରେ ଅଧିକ ଶୀତ ହୋଇଥାଏ ।
Answer:
✓

Question 5.
ଭାରତର ପଶ୍ଚିମ ଉପକୂଳରେ ଧାନ ଓ ବିଭିନ୍ନ ପ୍ରକାର ମସଲା ଆଦି ଚାଷ କରିବା ପାଇଁ ବେଶ୍ ଅନୁକୂଳ ।
Answer:
✓

Question 6.
ବାୟୁମଣ୍ଡଳ ବିଷୁବରେଖାଠାରେ ସୌର ରଶ୍ମି ବିଚ୍ଛୁରିତ ହୋଇଥାଏ ।
Answer:
✗

Question 7.
କନ୍ୟାକୁମାରୀ ନିକୋବର ଦ୍ଵୀପପୁଞ୍ଜରେ ବର୍ଷସାରା ଗରମ ଜଳବାୟୁ ଅନୁଭୂତ ହୋଇଥାଏ ।
Answer:
✓

Question 8.
ଶୈଳନିବାସଗୁଡ଼ିକ ସମତଳ ଅଞ୍ଚଳଠାରୁ ଅପକ୍ଷାକୃତ କମ୍ ଉଚ୍ଚରେ ଅବସ୍ଥିତ ।
Answer:
✗

Question 9.
ଉଚ୍ଚତା ବୃଦ୍ଧି ସହ ବାୟୁଚାପ ତଥା ବାୟୁର ଘନତା ହ୍ରାସ ପାଇଥାଏ ।
Answer:
✓

Question 10.
ସମୁଦ୍ରଠାରୁ ଦୂରରେ ଥିବା ଅଭ୍ୟନ୍ତର ଅଞ୍ଚଳ ଆଡ଼କୁ ଗଲେ ଚରମ ତାପମାତ୍ରା ଅନୁଭୂତ ହୋଇଥାଏ ।
Answer:
✓

Question 11.
ମୁମ୍ବାଇ ତାପମାତ୍ରା ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରାରେ ୧୪° ସେଲ୍‌ସିୟସ୍ ପାର୍ଥକ୍ୟ ଦେଖାଦେଇଥାଏ ।
Answer:
✓

Question 12.
ସମୁଦ୍ର ତଥା ଭୂପୃଷ୍ଠରୁ ଜଳ ବାଷ୍ପ ଆକାରରେ ବାୟୁମଣ୍ଡଳରେ ପ୍ରବେଶ କରେ ଏବଂ ବୃଷ୍ଟି, କୁଆପଥର ଓ ତୁଷାର ଆଦି ଆକାରରେ ଭୂପୃଷ୍ଠକୁ ଫେରି ଆସିଥାଏ ।
Answer:
✓

Question 13.
ଭାରତର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଉପରେ ପଶ୍ଚିମଘାଟ ପର୍ବତମାଳା କୌଣସି ପ୍ରଭାବ ପକାଇ ନଥାଏ ।
Answer:
✗

Question 14.
ସୂକ୍ଷ୍ମ ଜଳବାୟୁ ସ୍ଥାନୀୟ ଉଭିଦ ଓ ପ୍ରାଣୀ, ଶସ୍ୟ ଉତ୍ପାଦନ ଓ ମାନବ ସ୍ଵାସ୍ଥ୍ୟ ଓ ସୁଖ ସ୍ଵାଚ୍ଛନ୍ଦ୍ୟକୁ ପ୍ରଭାବିତ କରିଥାଏ ।
Answer:
✓

Question 15.
ଭାରତର ବର୍ଷା ଋତୁ ହିଁ ମାନବ କୈନ୍ଦ୍ରିକ ।
Answer:
✗

Question 16.
ମୌସୁମୀ ବାୟୁର ଏକ ବାର୍ଷିକ ଢାଞ୍ଚା ରହିଛି ।
Answer:
✓

Question 17.
ଉତ୍ତର-ପୂର୍ବ ମୌସୁମୀ ବାୟୁ ଆରବ ସାଗର ଦେଇ ଗତି କଲାବେଳେ ଜଳୀୟବାଷ୍ପ ସଂଗ୍ରହ କରିଥାଏ ।
Answer:
✗

Question 18.
ମେଘାଳୟରେ ଅବସ୍ଥିତ ଗାରୋଖାସି ପୃଥ‌ିବୀର ବୃଷ୍ଟିବହୁଳ ଅଞ୍ଚଳ ଅଟେ ।
Answer:
✗

Question 19.
କର୍ଣ୍ଣାଟକ ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ବ୍ୟବହୃତ ଅନେକ ଭାଗ ମୌସୁମୀରୁ ପ୍ରେରଣା ପାଇଛି ।
Answer:
✓

ସ୍ତମ୍ଭ ମିଳନ କର ।

Question 1.

‘ଖ’ ସ୍ତମ୍ଭ ‘କ’ ସ୍ତମ୍ଭ
ଛଟ୍ ପୂଜା ଆନ୍ଧ୍ରପ୍ରଦେଶ
ବୈଶାଖ୍ ବିହାର
ପୋଙ୍ଗଲ କେରଳ
ଓନମ୍ ଆସାମ
ବିହୁ ପଞ୍ଜାବ

Answer:

ଛଟ୍ ପୂଜା ବିହାର
ବୈଶାଖ୍ ପଞ୍ଜାବ
ପୋଙ୍ଗଲ ଆନ୍ଧ୍ରପ୍ରଦେଶ
ଓନମ୍ କେରଳ
ବିହୁ ଆସାମ

Question 2.

‘ଖ’ ସ୍ତମ୍ଭ ‘କ’ ସ୍ତମ୍ଭ
ଉଦ୍ରମଣ୍ଡଳମ୍ (ଉଚ୍ଚ) ଓଡ଼ିଶା
ମହାବଳେଶ୍ୱର ରାଜସ୍ଥାନ
ମାଉଣ୍ଟ ଆବୁ ମହାରାଷ୍ଟ୍ର
ସିମଳା ତାମିଲନାଡୁ
ଦାରିଙ୍ଗିବାଡ଼ି ହିମାଚଳ ପ୍ରଦେଶ

Answer:

‘ଖ’ ସ୍ତମ୍ଭ ‘କ’ ସ୍ତମ୍ଭ
ଉଦ୍ରମଣ୍ଡଳମ୍ (ଉଚ୍ଚ) ତାମିଲନାଡୁ
ମହାବଳେଶ୍ୱର ମହାରାଷ୍ଟ୍ର
ମାଉଣ୍ଟ ଆବୁ ରାଜସ୍ଥାନ
ସିମଳା ହିମାଚଳ ପ୍ରଦେଶ
ଦାରିଙ୍ଗିବାଡ଼ି ଓଡ଼ିଶା

Question 3.

‘ଖ’ ସ୍ତମ୍ଭ ‘କ’ ସ୍ତମ୍ଭ
ବୀତ୍ଯା ଅତ୍ୟଧ୍ବକ ବୃଷ୍ଟିପାତ
ଭୂସ୍ଖଳନ ଶୁଷ୍କଜଳବାୟୁ
ବନାଗ୍ନି ସ୍ଵଳ୍ପବୃଷ୍ଟି
ବନ୍ୟା ଲଘୁଚାପ
ମରୁଡ଼ି ପାହାଡ଼ିଆ ଅଞ୍ଚଳ

Answer:

‘ଖ’ ସ୍ତମ୍ଭ ‘କ’ ସ୍ତମ୍ଭ
ବାତ୍ଯା ଲଘୁଚାପ
ଭୂସ୍ଖଳନ ପାହାଡ଼ିଆ ଅଞ୍ଚଳ
ବନାଗ୍ନି ଶୁଷ୍କ ଜଳବାୟୁ
ବନ୍ୟା ଅତ୍ୟଧ୍ବକ ବୃଷ୍ଟିପାତ
ମରୁଡ଼ି ସ୍ଵଳ୍ପବୃଷ୍ଟି

Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ

Question 4.

‘ଖ’ ସ୍ତମ୍ଭ ‘କ’ ସ୍ତମ୍ଭ
ଉତ୍ତରସ୍ଥ ହିମାଳୟ ପାର୍ବତ୍ୟାଞ୍ଚଳ ଆର୍ଦ୍ରକ୍ରାନ୍ତୀୟ ଜଳବାୟୁ
ଭାରତର ପଶ୍ଚିମ ଉପକୂଳ ଅଞ୍ଚଳ ଉପକ୍ରାନ୍ତୀୟ ଜଳବାୟୁ
ଡେକାନ୍ ମାଳଭୂମି ଅଞ୍ଚଳ ଆଲ୍‌ପୀୟ ଜଳବାୟୁ
ଦକ୍ଷିଣ ଉପଦ୍ଵୀପ ଅଞ୍ଚଳ ଅର୍ବଶୁଷ୍କ ଜଳବାୟୁ
ଉତ୍ତର ଭାରତ ସମତଳ ଅଞ୍ଚଳ କ୍ରାନ୍ତୀୟ ଜଳବାୟୁ

Answer:

‘ଖ’ ସ୍ତମ୍ଭ ‘କ’ ସ୍ତମ୍ଭ
ଉତ୍ତରସ୍ଥ ହିମାଳୟ ପାର୍ବତ୍ୟାଞ୍ଚଳ ଆଲ୍‌ପୀୟ ଜଳବାୟୁ
ଭାରତର ପଶ୍ଚିମ ଉପକୂଳ ଅଞ୍ଚଳ ଆର୍ଦ୍ରକ୍ରାନ୍ତୀୟ ଜଳବାୟୁ
ଡେକାନ୍ ମାଳଭୂମି ଅଞ୍ଚଳ ଅର୍ବଶୁଷ୍କ ଜଳବାୟୁ
ଦକ୍ଷିଣ ଉପଦ୍ଵୀପ ଅଞ୍ଚଳ କ୍ରାନ୍ତୀୟ ଜଳବାୟୁ
ଉତ୍ତର ଭାରତ ସମତଳ ଅଞ୍ଚଳ ଉପକ୍ରାନ୍ତୀୟ ଜଳବାୟୁ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

ସଂକ୍ଷେପରେ ଉତ୍ତର ଦିଅ ।

Question 1.
ଋତୁ ପରିବର୍ତ୍ତନ କ’ଣ ? ଏହାର ଆମ ପରିବେଶ ଓ ଧନଜୀବନ ଉପରେ କ’ଣ ସବୁ ପ୍ରଭାବ ପକାଇଥାଏ ?
Answer:

  1. ସାଧାରଣତଃ ପୃଥ‌ିବୀର ପରିକ୍ରମଣ ଗତି ଯୋଗୁଁ ଋତୁ ପରିବର୍ତ୍ତନ ହୋଇଥାଏ । ଗୋଟିଏ ବର୍ଷରେ ଛଅଗୋଟି ଋତୁ ଅନୁଭୂତ ହୋଇଥାଏ ।
  2. ଆମ ଜୀବନ ଋତୁ ସହ ତାଳ ଦେଇ ଗତି କରିଥାଏ । ଆମେ ଉତ୍ପାଦନ କରୁଥିବା ଶସ୍ୟ, ଖାଉଥ‌ିବା ଖାଦ୍ୟ ଓ ପିନ୍ଧୁଥ‌ିବା ବସ୍ତ୍ର ଆଦି ଋତୁ ସହ ପରିବର୍ତ୍ତନ ହୋଇଥାଏ ।
  3. ଅଞ୍ଚଳ ଭିଭିରେ କେତେକ ସ୍ଥାନରେ ଗଛଲତାଗୁଡ଼ିକ ବସନ୍ତ ଋତୁରେ ଫୁଲରେ ସଜାଇ ହୋଇଥାନ୍ତି । ଅନ୍ୟ କିଛି ସ୍ଥାନରେ ଶରତ ତଥା ହେମନ୍ତ ଋତୁରେ ବୃକ୍ଷଗୁଡ଼ିକ ପତ୍ରଝଡ଼ା ଦେଇଥା’ନ୍ତି ବା ରୂପରଙ୍ଗରେ – ପରିବର୍ତ୍ତନ ଆସିଥାଏ । ଶୀତ ଋତୁରେ କେତେକ ପ୍ରାଣୀଙ୍କ ଦେହରେ ଅଧିକ ଲୋମ କଅଁଳି ଥାଏ ।

Question 2.
ଅକ୍ଷାଂଶ ଆମ ଜଳବାୟୁକୁ କିପରି ନିୟନ୍ତ୍ରଣ କରେ ?
Answer:

  1. ବିଷୁବରେଖା ନିକଟବର୍ତ୍ତୀ ନିମ୍ନ ଅକ୍ଷାଂଶ ଅଞ୍ଚଳରେ ଜଳବାୟୁ ଉଷ୍ଣ ଓ ମେରୁ ଅଞ୍ଚଳ ବା ଉଚ୍ଚ ଅକ୍ଷାଂଶରେ ଅଧ‌ିକ ଥଣ୍ଡା ହୋଇଥାଏ ।
  2. ବିଷୁବ ରେଖା ନିକଟରେ ସୂର୍ଯ୍ୟଙ୍କର ଲମ୍ବ କିରଣ ପଡୁଥ‌ିବାବେଳେ ମେରୁ ଅଞ୍ଚଳରେ ସୌର ରଶ୍ମି ତୀର୍ଯ୍ୟକ ଭାବରେ ପଡ଼ିଥାଏ । ଫଳରେ ମେରୁ ଅଞ୍ଚଳରେ ବିଷୁବ ଅଞ୍ଚଳ ଅପେକ୍ଷା କମ୍ ତାପ ସଂଗୃହୀତ ହୋଇଥାଏ ।
  3. ଆମ ଦେଶରେ ବିଷୁବରେଖା ନିକଟବର୍ତ୍ତୀ କନ୍ୟାକୁମାରୀ ନିକୋବର ଦ୍ଵୀପପୁଞ୍ଜରେ ବର୍ଷ ସାରା ଉଷ୍ଣ ବା ଗରମ ଜଳବାୟୁ ଅନୁଭୂତ ହୋଇଥାଏ । କିନ୍ତୁ ଉତ୍ତରରେ ଅବସ୍ଥିତ ଶ୍ରୀନଗରର ଜଳବାୟୁ ବେଶ୍‌ ଶୀତଳ ହୋଇଥାଏ ।

Question 3.
ସହରୀ ତାପଦ୍ଵୀପ ବା (Urban Heat Island) କହିଲେ କ’ଣ ବୁଝ ?
Answer:

  1. ସହରୀ ତାପଦ୍ଵୀପ କହିଲେ ଆମେ ସାଧାରଣତଃ ସହରର ତାପମାତ୍ରାକୁ ବୁଝିଥାଉ । ଏହା ଗ୍ରାମାଞ୍ଚଳରୁ ପ୍ରାୟତଃ ଅଧ‌ିକ ଉଷ୍ଣ ରହିଥାଏ ।
  2. କାରଣ ସହରାଞ୍ଚଳରେ ବହୁସଂଖ୍ୟାରେ କୋଠାବାଡ଼ି ତଥା ଅନ୍ୟାନ୍ୟ କଂକ୍ରିଟ୍‌ ନିର୍ମାଣ ସହ କମ୍ ଗଛଲତା ଦେଖାଯାଏ । ଏଗୁଡ଼ିକ ତାପ ଗ୍ରହଣ କରିଥାନ୍ତି ଓ ସହରକୁ ଅପେକ୍ଷାକୃତ ଉତ୍ତପ୍ତ ରଖୁଥାନ୍ତି ।
  3. ସୂକ୍ଷ୍ମ ଜଳବାୟୁ ସ୍ଥାନୀୟ ଉଦ୍ଭିଦ ଓ ପ୍ରାଣୀ, ଶସ୍ୟ ଉତ୍ପାଦନ ଓ ମାନବ ସ୍ଵାସ୍ଥ୍ୟ ଓ ସୁଖ ସ୍ଵାଚ୍ଛନ୍ଦ୍ୟକୁ ପ୍ରଭାବିତ କରିଥାଏ ।

Question 4.
ମୌସୁମୀ ବାୟୁର ଆଗମନ ସମ୍ପର୍କରେ ଆମ ସମାଜରେ ଥିବା ପାରମ୍ପରିକ ବିଶ୍ଵାସରୁ ତିନିଗୋଟି ଉଲ୍ଲେଖ କର ।
Answer:

  1. ଦକ୍ଷିଣ ଭାରତର କୋଙ୍କଣ ଉପକୂଳର ଧୀବରମାନେ ମାଛମାନଙ୍କ ବ୍ୟବହାରରୁ ମୌସୁମୀ ବାୟୁର ଆଗମନ ବିଷୟରେ ଜାଣିଥାନ୍ତି । ସାଧାରଣତଃ ମୌସୁମୀ ବାୟୁ ପୂର୍ବରୁ ଗଭୀର ଜଳରେ ଥ‌ିବା ମାଛମାନେ ଜଳପୃଷ୍ଠକୁ ଚାଲି ଆସିଥାନ୍ତି ।
  2. ଆହୁରି ମଧ୍ୟ ଦକ୍ଷିଣ ଭାରତରେ ସୁନାରୀ ଗଛ ବା କାଶିଆ ଫିସ୍ତଲାରେ ଫୁଲ ଧରିଲେ ପଚାଶ ଦିନ ମଧ୍ୟରେ ମୌସୁମୀ ଆସିବ ବୋଲି କୁହାଯାଇଥାଏ ।
  3. ଆଉ କେତେକ ସମ୍ପ୍ରଦାୟ ବିଶ୍ଵାସ କରନ୍ତି ଯେ କାଉମାନେ ଗଛର ଉପର ଅଂଶରେ ବସା ବୃଷ୍ଟି ହୁଏ । ଅନ୍ୟ ପକ୍ଷରେ ବସାଗୁଡ଼ିକ ଅଳ୍ପ ଉଚ୍ଚରେ ଥିଲେ ପ୍ରବଳ ବର୍ଷା ହେବାର ସୂଚନା ବାନ୍ଧିଲେ ସ୍ଵଚ୍ଛ ଦେଇଥାଏ ।

Question 5.
ତୁମେ ଜାଣିବାରେ ଜଳବାୟୁ ପରିବର୍ତ୍ତନର ତିନିଗୋଟି କାରଣ ଉଲ୍ଲେଖ କର ।
Answer:

  1. ଜଳବାୟୁରେ ଉଲ୍ଲେଖନୀୟ ଦୀର୍ଘକାଳୀନ ପରିବର୍ତ୍ତନକୁ ଜଳବାୟୁ ପରିବର୍ତ୍ତନ କୁହାଯାଇଥାଏ । ଏହା ତାପମାତ୍ରା, ବର୍ଷଣ ଓ ଅନ୍ୟାନ୍ୟ ପାଗଜନିତ ଘଟଣାବଳୀରେ ପରିବର୍ଭନ କାରଣରୁ ହୋଇଥାଏ ।
  2. ଊନବିଂଶ ଶତାବ୍ଦୀ ପରଠାରୁ ମୁଖ୍ୟତଃ ମାନବୀୟ କାର୍ଯ୍ୟକଳାପ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରିତ କରୁଅଛି ।
  3. ବିଶେଷତଃ, ଜୀବାଶ୍ମ ଇନ୍ଧନରେ ଦହନ, ବନ୍ୟକ୍ଷୟ, ପରିବେଶ ପାଇଁ କ୍ଷତିକାରକ ଓ ଶିଳ୍ପୀକରଣ, ଅଧିକ ଉତ୍ପାଦନ ଓ ବିଭିନ୍ନ ସାମଗ୍ରୀର ଅତ୍ୟଧିକ ତଥା ଅପବ୍ୟବହାରପୂର୍ଣ ଉପଭୋଗ ଆଦି ଏହାର ପ୍ରମୁଖ କାରଣ ହୋଇଥାଏ ।

Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ

ପାର୍ଥକ୍ୟ ଦର୍ଶାଅ ।

Question 1.
ପାଗ ଓ ଜଳବାୟୁ ।

ପାଗ ଜଳବାୟୁ
(i) ବାୟୁ ମଣ୍ଡଳର ସାମୟିକ ଅବସ୍ଥାକୁ ପାଗ କୁହାଯାଏ । (i) କୌଣସି ଅଞ୍ଚଳର ବହୁ ବର୍ଷ ବ୍ୟାପି ପାଣିପାଗର ହାରାହାରି ଅବସ୍ଥାକୁ ଜଳବାୟୁ କୁହାଯାଏ ।
(ii) ପାଣିପାଗ ସର୍ବଦା ପରିବର୍ତ୍ତନଶୀଳ । (ii) ଜଳବାୟୁ ସାଧାରଣଭାବେ ଦୀର୍ଘ ସମୟ ଧରି ସ୍ଥିର ରହିଥାଏ ।

Question 2.
ଆଲ୍‌ୟ ଜଳବାୟୁ ଓ ନାତିଶୀତୋଷ ଜଳବାୟୁ ।
Answer:

ଆଲ୍‌ପୀୟ ଜଳବାୟୁ ନାତିଶୀତୋଷ୍ଣ ଜଳବାୟୁ
(i) ଆଲ ପୀୟ ଜଳବାୟୁ ଉତ୍ତରସ୍ଥ ହିମାଳୟ ପାର୍ବତ୍ୟାଞ୍ଚଳର ଉଚ୍ଚ ଭାଗରେ ଅନୁଭୂତ ହୋଇଥାଏ । (i) ନାତି ଶୀତୋଷ୍ଣ ଜଳ ବ ।ୟୁ ହି ମାଳ ୟର ନି ମ୍ନ ଭାଗରେ ତଥା ଭାରତର ଅନେକ ପାହାଡ଼ିଆ ଅଞ୍ଚଳରେ ଅନୁଭୂତ ହୋଇଥାଏ ।
(ii) ଏହି ଅଞ୍ଚଳରେ ଶୀତଦିନେ ବେଶ୍ ଥଣ୍ଡା ଓ | ତୁଷାରପାତ ହୋଇଥାଏ । (ii) ଏଠାରେ ଶୀତଦିନେ ମଧ୍ୟମ ଧରଣର ଶୀତ ଓ ଗ୍ରୀଷ୍ମ କାଳରେ ଅଧ୍ଵ ଗରମ ହୋଇ ନଥାଏ ।
(iii) ଏହି ଅଞ୍ଚଳରେ ସବୁଠାରୁ ମୋଟା ଶୀତବସ୍ତ୍ର ବ୍ୟବହୃତ ହୋଇଥାଏ । (iii) ଏହି ଅଞ୍ଚଳମାନଙ୍କରେ ଅଧୂକ ଶୈଳନିବାସ ଦେଖାଯାଇଥାଏ ।

Question 3.
ଉପକ୍ରାନ୍ତୀୟ ଜଳବାୟୁ ଓ ଆର୍ଦ୍ରକ୍ରାନ୍ତୀୟ ଜଳବାୟୁ ।

ଉପକ୍ରାନ୍ତୀୟ ଜଳବାୟୁ । ଆର୍ଦ୍ରକ୍ରାନ୍ତୀୟ ଜଳବାୟୁ
(i) ଉପକ୍ରାନ୍ତୀୟ ଜଳବାୟୁ ଭାରତର ଉତ୍ତ ର ସ୍ଥ ସମତଳ ଭୂମିରେ ଅନୁଭୂତ ହୋଇଥାଏ । (i) ଆର୍ଦ୍ର କ୍ରାନ୍ତୀୟ ଜଳବାୟୁ ଭାରତର ପଶ୍ଚିମ ଉପକୂଳରେ ଅନୁଭୂତ ହୋଇଥାଏ ।
(ii) ଏଠାରେ ଗ୍ରୀଷ୍ମଋତୁ ଉତ୍ତପ୍ତ ଏବଂ ଶୀତଋତୁ ବେଶ୍ । ଥଣ୍ଡା ହୋଇଥାଏ । (ii) ଏଠାରେ ମୌସୁମୀ ମାସରେ ପ୍ରଚୁର ବୃଷ୍ଟି ହୋଇଥାଏ ।
(iii) ଏହି ଅଞ୍ଚଳରେ ସର୍ବାଧ‌ିକ ଗହମ ଚାଷ ହୋଇଥାଏ । (iii) ଏହି ଅଞ୍ଚଳମାନଙ୍କରେ ଧାନ ଓ ବିଭିନ୍ନ ମସଲା ଆଦି ଚାଷ କରାଯାଇଥାଏ ।

Question 4.
ବାତ୍ୟା ଓ ବନ୍ୟା ।
Answer:

ବାତ୍ୟା ବନ୍ୟା
(i) କେତେକ ସ୍ଵତନ୍ତ୍ର ପରିସ୍ଥିତରେ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଅପେକ୍ଷା ବାୟୁର ଚାପ କମ୍ ହେଲେ ସେଠାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥାଏ । ଏହାକୁ ବାତ୍ୟା କୁହାଯାଏ । (i) ସାଧାରଣ ଭାବେ ଶୁଷ୍କ ରହୁଥିବା ଭୂମି ଜଳମଗ୍ନ ହେଲେ ବନ୍ୟା ହୋଇଥାଏ ।
(ii) ଏହାର ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହିତ ପ୍ରଚୁର ବୃଷ୍ଟିପାତ କରାଇଥାଏ । (ii) କୌଣସି ଅଞ୍ଚଳରେ ଅତ୍ୟଧିକ ବୃଷ୍ଟିପାତ ହେଲେ’ ନଦୀଜଳ ଉଛୁଳି ପଡ଼ିବା ସହିତ ବନ୍ଧ ଭାଙ୍ଗିଯାଏ । ଫଳରେ ବନ୍ୟା ସୃଷ୍ଟି ହୁଏ ।
(iii) ବାତ୍ୟା ଯୋଗୁଁ ଅନେକ ଧନଜୀବନ ନଷ୍ଟ ହୋଇଥାଏ । (iii) ବର୍ଷା ଋତୁରେ ବାରମ୍ବାର ବନ୍ୟା ହୋଇଥାଏ

Question 5.
ସ୍ଖଳନ ଓ ବନାଗ୍ନି ।
Answer:

ଭୂ-ସ୍ଖଳନ ବନାଗ୍ନି
(i) ବର୍ଷା, ଭୂମିକମ୍ପ କିମ୍ବା ଅଗ୍ନି ଉଦ୍‌ଗୀରଣ ଜନିତ କାରଣ ଯୋଗୁଁ ଶିଳା, ମୃରିକା ତଥା ଅସଂଲଗ୍ନ ଶିଳା ସମୂହ ହଠାତ୍ ଉପରରୁ ତଳକୁ ଆସିବାକୁ ଭୂ-ସ୍ଖଳନ କୁହାଯାଏ (i) ବଣ ଜଙ୍ଗଲରେ ଅନିୟନ୍ତ୍ରିତ ଭାବେ ବ୍ୟାପୁଥ‌ିବା ନିଆଁକୁ ବନାଗ୍ନି କୁହାଯାଏ ।
(ii) ମୁଖ୍ୟତଃ ମୌସୁମୀ ବାୟୁ ପ୍ରବାହ ସମୟରେ ଭୂ-ସ୍ଖଳନ ବହୁ ପରିମାଣରେ ଘଟିଥାଏ । (ii) ମଣିଷର ଅସାବଧାନତା ଏହାର ଅନ୍ୟ ଏକ ପ୍ରମୁଖ କାରଣ ।
(iii) ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍ ଏବଂ ଅରୁଣାଚଳ ପ୍ରଦେଶରେ ସାଧାରଣତଃ ଭୂ- ସ୍ଖଳନ ଦେଖାଯାଏ । (iii) ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ · ଓ ଛତି ଶଗଡ଼ରେ ସାଧାରଣତଃ ବନ । ଗ୍ନି ଦେଖାଯାଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଜାତୀୟ ଓ ରାଜ୍ୟସ୍ତରରେ NDRF ଓ SDRFର କାର୍ଯ୍ୟ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:
(i) ସ୍ଵତନ୍ତ୍ର ପ୍ରଶିକ୍ଷଣ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ବା NDRF (National Disaster Response Force) ଭାରତର ବିଭିନ୍ନ ପ୍ରାନ୍ତରରେ ହେଉଥ‌ିବା ପ୍ରାକୃତିକ ତଥା ମାନବୀୟ ବିପର୍ଯ୍ୟୟ ବେଳେ ଧନଜୀବନ ରକ୍ଷା କରିଥାନ୍ତି ।

(ii) ଏନ୍.ଡି.ଆର୍.ଏଫ୍.ର ବାଟାଲିଆନ ଭାରତର ୧୨ଗୋଟି ସ୍ଥାନରେ ରହିଛି ।

(iii) ବାତ୍ୟା, ଭୂ-ସ୍ଖଳନ, ବନ୍ୟା ସମୟରେ ଏହି ଆପାତକାଳୀନ ଜଳ ଉଦ୍ଧାର ଓ ଅପସାରଣ କାର୍ଯ୍ୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।

(iv) ଆମ ଓଡ଼ିଶାର କଟକ ସହର ନିକଟସ୍ଥ ମୁଣ୍ଡଳୀଠାରେ ତୃତୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ରହିଅଛି ।

(v) ଠିକ୍ ସେହିପରି ଆମ ରାଜ୍ୟସ୍ତରରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ବା SDRF କାର୍ଯ୍ୟ କରୁଅଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଭୟ NDRF ଓ SDRF ମିଳିତ ଭାବରେ କାର୍ଯ୍ୟ କରିଥା’ନ୍ତି ।

Class 7 Social Science Chapter 3 Question Answer Odia Medium ଭାରତର ଜଳବାୟୁ

Question 2.
ନୂତନ ଭାବେ ଦେଖାଯାଉଥ‌ିବା ପ୍ରାକୃତିକ ବିପର୍ଯ୍ୟୟ ‘ହିମ ବିସ୍ଫୋଟ’ ସମ୍ପର୍କରେ ଏକ ଟିପ୍ପଣୀ ପ୍ରଦାନ କର ।
Answer:
(i) ସାଧାରଣ ଭାବରେ କହିବାକୁ ଗଲେ, ହିମ ଅର୍ଥାତ୍ ବରଫ । ହଠାତ୍ କୌଣସି କାରଣରୁ ବରଫର ପାହାଡ଼ ବା ହିମବାହ ତରଳି ଜଳରେ ପରିଣତ ହେବାକୁ ‘ହିମ ବିସ୍ଫୋଟ’ କୁହାଯାଏ ।

(ii) ଏହା ହିମାଳୟ ଅଞ୍ଚଳରେ ହିମବାୟ ସୃଷ୍ଟ ହ୍ରଦଗୁଡ଼ିକ ଜଳପୂର୍ଣ୍ଣ ହେଲେ ତାହା ଉଛୁଳି ପଡ଼ିଥାଏ । ଏହି ହ୍ରଦଗୁଡ଼ିକ ଶିଳା ଏବଂ ବରଫର ବନ୍ଧକଦ୍ଵାରା ଜଳ ଧରି ରଖୁଥାନ୍ତି । ବରଫ ତରଳିବା ଯୋଗୁଁ ଏଠାରେ ଜଳର ପରିମାଣ ବଢ଼ିଯାଇଥାଏ ।

(iii) ବରଫ ଅତିଶୀଘ୍ର ତରଳିବା କାରଣରୁ କିମ୍ବା ପ୍ରଚୁର ବୃଷ୍ଟିପାତ ହେଲେ ଚାପ ବୃଦ୍ଧିପାଏ, ଶିଳା ଓ ବରଫର ବନ୍ଧ ଭାଙ୍ଗିଯାଏ । ଏହା ଫଳରେ ମଧ୍ଯ ‘ହିମ, ବିସ୍ଫୋଟ’ ହୋଇଥାଏ ।

(iv) ହଠାତ୍ ଖୁବ୍ ବେଗରେ ପାହାଡ଼ ଓ ପର୍ବତ ଉପରୁ ଜଳ ପ୍ରବାହିତ ହେବା ଫଳରେ ପାହାଡ଼ତଳେ ଥିବା ଲୋକମାନଙ୍କର ଘରଦ୍ଵାର ଓ କୋଠାବାଡ଼ି ଜଳସ୍ରୋତରେ ଭାସିଯାଇଥାଏ ।

(v) ଏଥିରେ ଅନେକ ସଂଖ୍ୟାରେ ଧନଜୀବନ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥାଏ । ୨୦୧୩ ମସିହାରେ ଉତ୍ତରାଖଣ୍ଡରେ ଅନେକ ଦିନ ଧରି ଲଗାତର ପ୍ରବଳ ବର୍ଷା ହେବା ଯୋଗୁଁ ‘ହିମ ବିସ୍ଫୋଟ’ ହୋଇଥିଲା । ଏଥ‌ିରେ ଭାରତର ପବିତ୍ର ତୀର୍ଥସ୍ଥଳୀ ‘କେଦାରନାଥ ମନ୍ଦିର’ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିଲା ।

Question 3.
‘ସବୁଜ ଗୃହ ପ୍ରଭାବ’ କହିଲେ କ’ଣ ବୁଝ ? ଏହାର ପରିବେଶ ଉପରେ କ’ଣ ପ୍ରଭାବ ରହିଛି ?
Answer:
(i) ପୃଥ‌ିବୀର ପ୍ରାକୃତିକ ‘ଅଙ୍ଗାରକ ଚକ୍ର’ରେ ଅଙ୍ଗାରକାମ୍ଳ ବାଷ୍ପ ଓ ଅନ୍ୟାନ୍ୟ ଗ୍ୟାସ୍ ଧୀରେଧୀରେ ବାୟୁମଣ୍ଡଳକୁ ଆସିଥାନ୍ତି ଓ ସୂର୍ଯ୍ୟଙ୍କ ତାପକୁ ଧରି ରଖୁଥାନ୍ତି । ଏହାକୁ ପ୍ରାକୃତିକ ‘ସବୁଜ ଗୃହ ପ୍ରଭାବ’ କୁହାଯାଇଥାଏ ।

(ii) ସବୁଜ ଗୃହ ପ୍ରଭାବ ପୃଥ‌ିବୀକୁ ଯଥେଷ୍ଟ ଉଷ୍ଣ ରଖୁବାଦ୍ଵାରା ଜୀବଜଗତ ତିଷ୍ଠି ରହିଥାଏ ।

(iii) ବିଗତ କିଛି ଶତାବ୍ଦୀଧରି ବିଭିନ୍ନ ମାନବୀୟ କାର୍ଯ୍ୟକଳାପ ଯଥା— ଶିଳ୍ପ, ପରିବହନ ଓ କୃଷି କ୍ଷେତ୍ରରୁ ବହୁଳ ପରିମାଣରେ ବିଭିନ୍ନ ସବୁଜ ଗୃହ ଗ୍ୟାସ୍ ବାୟୁମଣ୍ଡଳକୁ ପ୍ରବେଶ କରିଛି । ସବୁଜ ଗୃହ ଗ୍ୟାସ୍‌ଗୁଡ଼ିକର ଅହେତୁକ ବୃଦ୍ଧି ଅଧ‌ିକ ତାପ ଧରି ରଖୁଛି ।

(iv) ଫଳତଃ ବିଶ୍ଵ ତାପମାତ୍ରାର ଦ୍ରୁତ ବୃଦ୍ଧିରେ ଏହା ସହାୟକ ହୋଇଛି । ଏହା ଯୋଗୁଁ ହଜାର ହଜାର ବର୍ଷଧରି ଜଳବାୟୁ ଧାରା ସହ ନିଜକୁ ଖାପଖୁଆଇ ଚଳି ଆସୁଥ‌ିବା ଉଦ୍ଭଦ, ପ୍ରାଣୀ ଓ ମାନବ ସମାଜରେ ବିଘଟନ ଦେଖାଯାଉଛି ।

(v) ୨୦୧୫ ମସିହା ପ୍ରାରମ୍ଭରେ ଦେଶର ହାରାହାରି ତାପମାତ୍ରା ସାଧାରଣତଃ ତାପମାତ୍ରାଠାରୁ ୧° ରୁ ୩° ସେଲ୍‌ସିୟସ୍ ବୃଦ୍ଧି ପାଇଛି । ଏଥ‌ିଯୋଗୁଁ ବିଗତ ଶୀତଋତ୍ରୁଟି ପୂର୍ବଗୁଡ଼ିକ ତୁଳନାରେ କମ୍ ଅବଧୂ ବିଶିଷ୍ଟ ଓ କମ୍ ଶୀତ ଅନୁଭୂତ ହୋଇଥିଲା । ଏହା କେବଳ କୃଷି ଉତ୍ପାଦନ ବ୍ୟତୀତ ବିଭିନ୍ନ କ୍ଷୁଦ୍ରଶିଳ୍ପକୁ ପ୍ରଭାବିତ କରିଥିଲା ।

Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି

Go through BSE Odisha Class 6 Science Notes Odia Medium and Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି to understand important concepts and topics more clearly.

6th Class Science Chapter 9 Notes Odia Medium

BSE Odisha Class 6 Science Chapter 9 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

ଚାଉଳରେ ଗୋଡ଼ି ଓ ଅଗାଡ଼ି ସହ ବିଭିନ୍ନ ପଦାର୍ଥ ମିଶି ରହିଥାଏ । ଆମେ ଏହି ଗୋଡ଼ିଗୁଡ଼ିକୁ ବାଛିବା ଯାହାଦ୍ଵାରା ଏହା ରୋଷେଇ ପାଇଁ ଉପଯୁକ୍ତ ହେବ ।

ହାତରେ ବାଛିବା ପ୍ରଣାଳୀ

  • ଗହମ ଓ ଚାଉଳରୁ ଛୋଟ ଛୋଟ ଗୋଡି଼ ଓ ଅଗାଡ଼ି ଭଳି ପଦାର୍ଥକୁ ହାତରେ ବାଛି ଅଲଗା କରିବା ପଦ୍ଧତିକୁ ହାତରେ ବାଛିବା ପ୍ରଣାଳୀ କୁହାଯାଏ ।
  • କଣିକାଗୁଡ଼ିକର ଆକାର, ରଙ୍ଗ ଏବଂ ଆକୃତିର ଭିନ୍ନତା ଆଧାରରେ ଏହି କାର୍ଯ୍ୟ କରାଯାଏ ।
  • ଯଦି ବଛାଯିବାକୁ ଥ‌ିବା କଣିକାଗୁଡ଼ିକ ଅଳ୍ପ ପରିମାଣର ଥାଏ, ଏହା ସହଜରେ ହାତରେ ବଛାଯାଇପାରିବ । ପୃଥକୀକରଣର ଏହା ଏକ ସୁବିଧାଜନକ ପଦ୍ଧତି ।
  • ହାତରେ ବାଛିବା ପ୍ରଣାଳୀ ସାହାଯ୍ୟରେ ନିମ୍ନଲିଖୂ ଖାଦ୍ୟ ପଦାର୍ଥକୁ ପରିଷ୍କାର କରାଯାଇପାରିବ ।
    (କ) ବିରିରୁ ଗୋଡି଼ ଅଲଗା କରିବା ।
    (ଖ) ଧାନରୁ ଗୋଡି଼ ଅଲଗା କରିବା ।
    (ଗ) ଚାଉଳରୁ ଧାନ ଅଲଗା କରିବା ।
    (ଘ) ଚୂଡ଼ାରୁ ଧାନ ଅଲଗା କରିବା ।

ଝଡ଼ାଇବା ପ୍ରଣାଳୀ
ଚାଷୀ ଜମିରୁ ଧାନ ଓ ଗହମ କାଟି ତାହାକୁ ବିଡ଼ା କରି ରଖୁଥାଏ । ଏହି ବିଡ଼ାରେ ଧାନ ବା ଗହମର ଅନେକ ଶସ୍ୟ ରହିଥାଏ । ଏକ ବଡ଼ କାଠ ଗଦାରେ ସେହି ବିଡ଼ାଗୁଡ଼ିକୁ ବାଡ଼େଇ ଶସ୍ୟ ସଂଗ୍ରହ କରଯାଇଥାଏ ।

ଧାନ ବା ଗହମ ବିଡ଼ାରୁ ଶସ୍ୟ ସଂଗ୍ରହ କରିବାର ଏହି ପ୍ରକ୍ରିୟାକୁ ଝଡ଼ାଇବା କୁହାଯାଏ ।

Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି

କାର୍ଯ୍ୟ-୧ : ଆସ ଖୋଜିବା

  • ଏକ ମୁଠା ଭଜା ହୋଇଥବା ଚିନାବାଦାମକୁ ପାପୁଲିରେ ନେଇ ଘଷିଲେ ଚିନାବାଦାମରୁ ଚୋପା ଅଲଗା ହୋଇଥାଏ ।
  • ଏବେ ଏହାକୁ ଫୁଙ୍କିବାକୁ ଚେଷ୍ଟା କର । ତୁମେ କ’ଣ ନିରୀକ୍ଷଣ କରିବ ?
    ଉ. ଏମାନଙ୍କ ମଧ୍ୟରୁ ଚିନାବାଦାମ ଚୋପା ଉଡ଼ିଯିବ ।
  • ଆମେ ଜାଣିଲୁ ପବନ ବହିବାଦ୍ଵାରା ଭାରୀ ଏବଂ ହାଲୁକା ଉପାଦାନ ଅଲଗା ହୋଇଯାଏ ।
  • ଚାଷୀମାନେ କେମିତି ଶସ୍ୟରୁ ଏତେ ଅଗାଡ଼ି ଅଲଗା କରନ୍ତି ?
    ଉ. ପାରମ୍ପରିକ ଭାବରେ, ଶସ୍ୟ ମିଶ୍ରଣର ଭାରୀ ଏବଂ ହାଲୁକା ଉପାଦାନଗୁଡ଼ିକୁ ଅଲଗା କରିବା ପାଇଁ ଏକ କୁଲା ବ୍ୟବହୃତ ହୁଏ ।

ଉଡ଼ାଇବା ପ୍ରଣାଳୀ

  • ବେଳେବେଳେ ଅଲଗା ହୋଇଥିବା ଶସ୍ୟ ସହିତ ଅଗାଡ଼ି ମିଶି ରହିଥାଏ । ଶସ୍ୟଗୁଡ଼ିକରୁ ଅଗାଡ଼ିକୁ ହାତରେ ବାଛି ଅଲଗା କରିବା ସମ୍ଭବ ହୋଇ ନ ଥାଏ ।
  • ତେଣୁ ଶସ୍ୟରେ ଥ‌ିବା ଭାରୀ ଓ ହାଲୁକା (ଅଗାଡ଼ି) ଉପାଦାନକୁ ଅଲଗା କରିବା ପାଇଁ କୁଲା ବ୍ୟବହାର କରାଯାଏ ।
  • ବାଉଁଶ କୁଲାରେ ପାଛୁଡ଼ିବାବେଳେ ପବନ ବହିବା ଫଳରେ ଭାରୀ ଓ ହାଲୁକା ଉପାଦାନଗୁଡ଼ିକ ଅଲଗା ହୋଇଯାଏ ।Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି 1
  • ପବନ ବହୁଥୁବା ଦିଗରେ ଜୁଲାଦ୍ଵାରା ଶସ୍ୟଗୁଡ଼ିକୁ ଉଡ଼ାଇବାଦ୍ଵାରା ଭାରୀ ଶସ୍ୟ ଗୋଟିଏ ସ୍ଥାନରେ ପଡ଼ିଥାଏ ଏବଂ ହାଲୁକା ଉପାଦାନଗୁଡ଼ିକ ଅଲଗା ସ୍ଥାନକୁ ଉଡ଼ିଯାଇଥାଏ ।
    Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି 2
  • ପବନରେ କିମ୍ବା କୁଲା ବାଡ଼େଇ ଓଜନିଆ ଏବଂ ହାଲୁକା ପଦାର୍ଥର ମିଶ୍ରଣରୁ ଉପାଦାନଗୁଡ଼ିକୁ ପୃଥକ କରିବାର ଏହି ପଦ୍ଧତିକୁ ଉଡ଼ାଇବା ପ୍ରଣାଳୀ କୁହାଯାଏ । ଚାଉଳ ଓ କୁଣ୍ଡାକୁ ମଧ୍ୟ ଏହି ପ୍ରଣାଳୀରେ ଅଲଗା କରାଯାଇଥାଏ । ବିରି, ମୁଗ ଆଦି ଶସ୍ୟକୁ ପାଛୁଡ଼ି ବା ଉଡ଼ାଇ ସଫା କରାଯାଏ ।

ବୈଷୟିକ ଉନ୍ନତି ଯୋଗୁଁ ଥେସର୍ ନାମକ ମେସିନ୍ ତିଆରି ହୋଇଛି । ଏହି ମେସିନ୍‌ଗୁଡ଼ିକ ଶସ୍ୟରୁ ଅଗାଡ଼ି ଅଲଗା କରିବା ପାଇଁ ବ୍ୟବହୃତ ହୁଏ । ଏହା ଏକା ସାଙ୍ଗରେ ନଡ଼ା ଏବଂ ଅଗାଡ଼ି ଉଭୟରୁ ଶସ୍ୟକୁ ପୃଥକ କରିଥାଏ ।

Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି

ଚଳାଇବା ପ୍ରଣାଳୀ :

  • କଠିନ–କଠିନ ମିଶ୍ରଣର ଉପାଦାନଗୁଡ଼ିକ ଭିନ୍ନ ଭିନ୍ନ ଆକାରରେ ଥିଲେ ଆମେ ଚାଲୁଣୀରେ ଚଳାଇବା ପ୍ରଣାଳୀ ବ୍ୟବହାର କରିଥାଉ ।
  • ଚାଲୁଣୀର ଛିଦ୍ର ଦେଇ କ୍ଷୁଦ୍ର କଣିକା ତଳକୁ ପଡ଼ିଯାଏ ଏବଂ ବଡ଼ କଣିକା ଚାଲୁଣୀ ଉପରେ ରହିଥାଏ ।
  • ଚାଲୁଣୀ ଦେଇ ଯାଇଥିବା କଣିକା ଏବଂ ଚାଲୁଣୀରେ ରହୁଥ‌ିବା କଣିକାର ଆକାରରେ ଭିନ୍ନତା ରହିଥାଏ ।
    Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି 4

ତୁମେ କେବେ ଦେଖୁଛ କି ବାଲିରୁ ଗୋଡ଼ି ଓ ପଥରକୁ ଅଲଗା କରିବା ପାଇଁ ନିର୍ମାଣ ସ୍ଥଳରେ ଚାଲୁଣୀର ବ୍ୟବହାର କରାଯାଇଥାଏ ?
ଉ. ହଁ, ଚାଲୁଣୀ ବ୍ୟବହାର କରି ବାଲିରୁ ଗୋଡ଼ି ଓ ପଥର ଅଲଗା କରିବା ମୁଁ ଦେଖୁଛି ।

ସାବରମତୀ ଆଶ୍ରମ କ’ଣ ପାଇଁ ପ୍ରସିଦ୍ଧ ?
ଦାଣ୍ଡି ଶୋଭାଯାତ୍ରାକୁ ଦର୍ଶାଉଥ‌ିବା ଏକ ପୋଷ୍ଟର ପ୍ରସ୍ତୁତ କର ଏବଂ ଏହା କାହିଁକି ଆୟୋଜନ କରାଗଲା ସେ ବିଷୟରେ ଆଲୋଚନା କର ।
ଡ. ବ୍ରିଟିଶ୍ ସରକାରଙ୍କ ଅନ୍ୟାୟ ଲବଣ ଆଇନକୁ ପ୍ରତିବାଦ କରିବା ଓ ଲବଣ ଆଇନକୁ ଭଙ୍ଗ କରିବା ଉଦ୍ଦେଶ୍ୟରେ ଦାଣ୍ଡି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।

ବାଷ୍ପୀକରଣ ପ୍ରଣାଳୀ :
ସମୁଦ୍ର ଜଳ ହେଉଛି ଲବଣ ଏବଂ ଅନ୍ୟ କିଛି ପଦାର୍ଥର ମିଶ୍ରଣ ଯାହା ପାଣିରେ ଦ୍ରବୀଭୂତ ହୋଇ ରହିଥାଏ । ଲୁଣ ପାଇବା ପାଇଁ ସମୁଦ୍ର ଜଳକୁ ପଟାଳିରେ ସୂର୍ଯ୍ୟକିରଣ ଓ ବାୟୁ ସଂସ୍ପର୍ଶରେ ରଖାଯାଏ । କିଛି ଦିନ ପରେ ପାଣି ବାଷ୍ପୀଭୂତ ହୋଇଯାଏ ଏବଂ ଗାତରେ ସମ୍ପୂର୍ଣ୍ଣ ଭାବରେ ଲୁଣ କଠିନ ମିଶ୍ରଣ ଭାବରେ ରହିଯାଇଥାଏ ।
Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି 5
ଏହାପରେ ଏହି ମିଶ୍ରଣର ଅଧ୍ବକ ଶୁଦ୍ଧିକର ଣ କରିବାଦ୍ଵାରା ସାଧାରଣ ଲୁଣ ମିଳିଥାଏ ।

Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି

ଆୟୁର୍ବେଦ ନାମକ ପାରମ୍ପରିକ ଭାରତୀୟ ଚିକିତ୍ସା ପ୍ରଣାଳୀରେ ଜଡ଼ି ବୁଟି ବା ଗଛର ବିଭିନ୍ନ ଅଂଶକୁ ଔଷଧ ଭାବରେ ଗ୍ରହଣ କରାଯାଇଥାଏ । ବିଭିନ୍ନ ଔଷଧୀୟ ଗଛର ଚେର, ପତ୍ର, ଫୁଲ କିମ୍ବା ମଞ୍ଜି ଭଳି ଉପାଦାନକୁ ପ୍ରାୟତଃ ଛାଇରେ ଶୁଖାଇ ଦିଆଯାଏ । ଏହାଦ୍ଵାରା ଗଛରେ ଥ‌ିବା ଅତିରିକ୍ତ ଜଳର ବାଷ୍ପୀକରଣ ସହଜରେ ହୋଇଥାଏ ଓ ଔଷଧୀୟ ଅଂଶ ସୁରକ୍ଷିତ ହୋଇ ରହିଥାଏ ।

ତୁମେ ଭାରତର ଏମିତି କିଛି ଜଳାଶୟ ବିଷୟରେ ଜାଣକି ଯେଉଁଥିରେ ସାଧାରଣ ଲୁଣ ରହିଥାଏ । ଏଭଳି ଏକ ଉତ୍ସ ହେଉଛି ଓଡ଼ିଶାର ଚିଲିକା ଏବଂ ରାଜସ୍ଥାନର ସାୟର ହ୍ରଦ ।

କାର୍ଯ୍ୟ-୨ : ଆସ ନିରୀକ୍ଷଣ କରିବା ଏବଂ ତିଆରି କରିବା

  • ଏକ ପାତ୍ର ନେଇ ସେଥ‌ିରେ ଅଧା ପାତ୍ର ପାଣି ଭରି ଦିଆଯାଉ ।
  • ଏହି ପାଣିରେ 2-3 ଚାମଚ ଲୁଣ ମିଶାଯାଉ ଏବଂ ଲୁଣ ଦ୍ରବୀଭୂତ ହେବା ପର୍ଯ୍ୟନ୍ତ ଗୋଳାଇ ଏହାର ଏକ ଦ୍ରବଣ ତିଆରି କରାଯାଉ ।
  • କଳା କିମ୍ବା ଗାଢ଼ ରଙ୍ଗର ମୋଟା କାଗଜର ଏକ ଛୋଟ ଖଣ୍ଡ ନେଇ ସେଥ‌ିରେ ଲୁଣ ଦ୍ରବଣର କିଛି ବୁନ୍ଦା ପକାଯାଉ ।
  • ଏହି ଲୁଣ ଦ୍ରବଣରେ ତୁମେ ନିଜ ପସନ୍ଦର ଯେ କୌଣସି ଚିତ୍ର ମଧ୍ୟ ତିଆରି କରିପାରିବ ।
  • ଏହାକୁ ଶୁଖ୍କୁ ଦିଆଯାଉ ଏବଂ ତା’ପରେ ଏହାକୁ ନିରୀକ୍ଷଣ କରାଯାଉ ।
    Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି 6
  • ତୁମ କାଗଜରେ କିଛି ଚିହ୍ନ ଦେଖାଯାଉଛି କାଗଜକୁ ସ୍ପର୍ଶ କରିବାଦ୍ଵାରା ଏଥ‌ିରେ ଲୁଣର ଉପସ୍ଥିତି ଅନୁଭବ କରିହେବ । ପାଣି ବାଷ୍ପୀଭୂତ ହୋଇ ଅଦୃଶ୍ୟ ହୋଇଗଲା ।

କାର୍ଯ୍ୟ–୩ : ଆସ ଅନୁସନ୍ଧାନ କରିବା

  • ଏହି କାର୍ଯ୍ୟ ଶିକ୍ଷକଙ୍କଦ୍ୱାରା ପ୍ରଦର୍ଶନ କରାଯାଇପାରେ ।
  • ଚିନାମାଟି ପାତ୍ରରେ କିଛି ଲୁଣ ଦ୍ରବଣ (କାର୍ଯ୍ୟ-୨ ରେ ଯେପରି ପ୍ରସ୍ତୁତ ହୋଇଥିଲା) ନିଅ । ଚିନାମାଟି ପାତ୍ର ଉପଲବ୍ଧ ନ ହେଲେ ଅନ୍ୟ ଏକ ଉପଯୁକ୍ତ ପାତ୍ର ବ୍ୟବହାର କରାଯାଇପାରେ ।
  • ଜଳକୁ ଗରମ କରି ଫୁଟିବାକୁ ଦିଆଯାଉ ଯେପରି ଚିତ୍ରରେ ଦର୍ଶାଯାଇଛି ।
  • ଚିନାମାଟି ପାତ୍ରକୁ ଥଣ୍ଡା ହେବାକୁ ଦିଆଯାଉ ।
    Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି 7
  • ଆଙ୍ଗୁଠିରେ ଲୁଣକୁ ସ୍ପର୍ଶ କରି ଚିନାମାଟି ପାତ୍ରରେ ଲୁଣର ଉପସ୍ଥିତି ଅନୁଭବ କରିପାରିବ ।

Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି

ଏପରି କୌଣସି ପଦ୍ଧତି ଅଛି କି ଯାହା ମାଧ୍ୟମରେ ମୁଁ ଉଭୟ ଲୁଣ ଏବଂ ପାଣି ଫେରି ପାଇବି ?
ଉ. ହଁ ଏପରି ପଦ୍ଧତି ଅଛି । ମୁଁ ଏକ କେଟ୍‌ଲୀରେ ଲୁଣ ପାଣିକୁ ଗରମ କରିବି ଏବଂ ସେଥୁରୁ ବାମ୍ଫ ଆଗରେ ଏକ ଢାଙ୍କୁଣୀ ଦେଖାଇ ବାମ୍ଫକୁ ଅଟକାଇବାଦ୍ୱାରା ତାହା ଜଳବିନ୍ଦୁରେ ପରିଣତ ହେବ । ତଳେ ଏକ ପାତ୍ର ରଖିଲେ ସେଥିରେ ଜଳ ବିନ୍ଦୁ ସଂଗ୍ରହ ହେବ । କେଟ୍‌ଲୀରୁ ଜଳ ବାଷ୍ପୀଭୂତ ହେବାପରେ କେଟ୍‌ଲୀରେ ଲୁଣ ରହିବ ।
Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି 8

ଚିତ୍ରକୁ ନିରୀକ୍ଷଣ କର । ଏହା ପ୍ରଶ୍ନର ଉତ୍ତର କି ? ତୁମେ ସମ୍ପୃକ୍ତ ପ୍ରକ୍ରିୟାର କି ?
ଉ. ହଁ, ଏହା ପ୍ରଶ୍ନର ଉତ୍ତର । ଏହି ପ୍ରକ୍ରିୟାର ନାମ ଘନୀକରଣ –ବାଷ୍ପୀକରଣ ।

ଆସ୍ରବଣ ଓ ଅବକ୍ଷେପଣ :

  • ଗୋଟିଏ ପାତ୍ରରେ କିଛି ଚାଉଳ ନେଇ ସେଥୁରେ ଜଳ ମିଶାଇ ଭଲ ଭାବରେ ଗୋଳାଇ ଦିଅ । କିଛି ସମୟ ସ୍ଥିର ଭାବରେ ରଖ୍ ଦିଅ ।
  • ଜଳରେ ହାଲୁକା କୁଣ୍ଡା, କାଠି, ଧୂଳି ଭାସିବ । ପାତ୍ରର ତଳେ ଗୋଡ଼ି, ବାଲି ଓ ଚାଉଳ ବସିଯିବ ।
  • ଧୀରେ ଧୀରେ ଉପର ଜଳକୁ ଅନ୍ୟ ଏକ ପାତ୍ରକୁ ଢାଳିଦେଲେ ସେଥୁରେ ଧୂଳି, କୁଣ୍ଡା ଓ କାଠି ଚାଲିଯିବ । ଜଳ ସହିତ ହାଲୁକା କଠିନ ପଦାର୍ଥକୁ ଅନ୍ୟ ଏକ ପାତ୍ରକୁ ଢାଳିବା ପ୍ରଣାଳୀକୁ
  • ଆସ୍ରବଣ କହନ୍ତି । ତଳେ କଠିନ, ଓଜନିଆ ପଦାର୍ଥ ବସିଯିବା ପ୍ରଣାଳୀକୁ ଅବକ୍ଷେପଣ କୁହାଯାଏ ।
    Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି 9
  • ଆମେ ଜାଣିଲେ ଜଳ ସହିତ ହାଲୁକା ପଦାର୍ଥକୁ ଅନ୍ୟ ଏକ ପାତ୍ରକୁ ଢାଳିବା ପ୍ରଣାଳୀକୁ ଆସ୍ରବଣ କହନ୍ତି ତଳେ କଠିନ, ଓଜନିଆ ପଦାର୍ଥ ବସିଯିବା ପ୍ରଣାଳୀକୁ ଅବକ୍ଷେପଣ କୁହାଯାଏ
  • ଜଳ ସହିତ ମିଶି ରହିଥ‌ିବା ଅଦ୍ରବଣୀୟ କଠିନ ଓଜନିଆ ପଦାର୍ଥକୁ ଅବକ୍ଷେପଣ ଏବଂ ହାଲୁକା ପଦାର୍ଥକୁ ଆସ୍ରବଣ ପ୍ରଣାଳୀରେ ପୃଥକ୍ କରାଯାଏ ।
  • ସୋରିଷ, ଜୀରା, ମେଥ୍ ଆଦିକୁ ଅବକ୍ଷେପଣ ଓ ଆସ୍ରବଣ ପ୍ରଣାଳୀରେ ପରିଷ୍କାର କରାଯାଏ ।
  • ଚାଉଳ ଧୋଇବା ଓ ସଫା କରିବାରେ ମଧ୍ୟ ଆସ୍ରବଣ ପ୍ରଣାଳୀ ବ୍ୟବହୃତ ହୋଇଥାଏ ।
  • ଚା’ ତିଆରି କଲାବେଳେ ଚା’ ଥିବା ପାତ୍ରକୁ କିଛି ସମୟ ସ୍ଥିର ରଖିଦେଲେ, ଚା’ଗୁଣ୍ଡ ପାତ୍ରର ନିମ୍ନଭାଗରେ ବସିଯିବ । ତରଳ ପଦାର୍ଥର ତଳଭାଗରେ ଓଜନିଆ, ଅଦ୍ରବଣୀୟ ଉପାଦାନ
  • ରହିଯିବା ପ୍ରଣାଳୀକୁ ଅବକ୍ଷେପଣ କୁହାଯାଏ । ପତ୍ରକୁ ଅଣେଇ ତରଳ ପଦାର୍ଥ ବାହାର କରି ନିଷ୍କାସନ କରିବା ପ୍ରାଣାଳୀକୁ ଆସ୍ରବଣ କୁହାଯାଏ ।

Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି

ପରିସ୍ରବଣ ପ୍ରଣାଳୀ :
ଆସ୍ରବଣ ପ୍ରଣାଳୀରେ ସମସ୍ତ ଚା’ ଗୁଣ୍ଡକୁ ଚା’ରୁ ସଂପୂର୍ଣ୍ଣ ଭାବରେ ଅଲଗା କରି ହୋଇ ନଥାଏ । ଏହା ପୃଥକୀକରଣର ଉପଯୁକ୍ତ ପଦ୍ଧତି ନୁହେଁ ।
ଚା’– ଛଣା ଯନ୍ତ୍ରରେ ଏହି କାର୍ଯ୍ୟକୁ ସଠିକ୍ ରୂପେ କରାଯାଇଥାଏ । ଚା’ରୁ ଚା’ ଗୁଣ୍ଡ ପୃଥକ୍ କରିବାର ଏହି ପ୍ରକ୍ରିୟାକୁ ପରିସ୍ରବଣ କୁହାଯାଏ ।
Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି 10
ଏହି ପ୍ରଣାଳୀରେ କାଦୁଅ ପାଣିକୁ ଏକ କପଡ଼ା ମାଧ୍ୟମରେ ଛାଣି ପୃଥକ୍ କରାଯାଇଥାଏ । ଯଦି ଜଳରେ ଏବେବି କାଦୁଅ ରହିଛି, ତେବେ ଛୋଟ ଛୋଟ କଣା ଥିବା ଛଣା ବ୍ୟବହାର କରି ଅଦ୍ରାବ୍ୟ ପଦାର୍ଥକୁ ଅଲଗା କରାଯାଇପାରିବ । ଫିଲଟର ପେପର ହେଉଛି ଏପରି ଏକ ପଦାର୍ଥ ଯେଉଁଥିରେ ଅସଂଖ୍ୟ ସୂକ୍ଷ୍ମ ରନ୍ଧ୍ର ରହିଥାଏ ।

ବନ୍ୟା ସମୟରେ ନଦୀ ଓ ପୋଖରୀ ପାଣି ଗୋଳିଆ ହୋଇଯାଇଥାଏ ।

ଜଳରେ ମାଟି, ବାଲି, ଧୂଳି ମିଶିଗଲେ ଏହା ଗୋଳିଆ ହୋଇଯାଏ । ଏହି ଗୋଳିଆ ଜଳକୁ ଗୋଟିଏ କାଚ ଗ୍ଲାସ୍‌ରେ ଅଧା ପର୍ଯ୍ୟନ୍ତ ପୂରାଅ ।

ଏହାକୁ କିଛି ସମୟ ସ୍ଥିର ଭାବରେ ଗୋଟିଏ ସ୍ଥାନରେ ରଖୁଲେ ଦେଖୁବ ଗ୍ଲାସ୍‌ର ତଳଭାଗରେ କ’ଣ ଜମିଯାଇଛି । ହାଲୁକା କାଠି, କୁଟା ଓ ଧୂଳିକଣା ଜଳରେ ଭାସିବ । ଓଜନିଆ ବାଲି, ଗୋଡ଼ି ଓ ମାଟି ଜଳ ତଳେ ଜମିରହିବ । ଏହି ଜମି ରହିବାକୁ ଅବକ୍ଷେପଣ କହନ୍ତି । ଉପର ପାଣିକୁ ଅନ୍ୟ ଏକ ଗ୍ଲାସକୁ ଧୀରେ ଧୀରେ ଢାଳିଦିଅ । ଏହାକୁ ଆସ୍ରବଣ ପଦ୍ଧତି କୁହାଯାଏ ।

ଗୋଟିଏ ପ୍ଲାଷ୍ଟିକ୍ ବୋତଲ ଖୋଲା ମୁହଁରେ ଉପଯୁକ୍ତ ଆକାରର ଫନେଲ୍ ବା ଫୁଲଣା ପୂରାଅ । ଫୁଲଣା ଭିତରେ ଖଣ୍ଡିଏ ଫିଲଟର୍‌ ପେପର ଭାଙ୍ଗି ରଖ । ଦ୍ଵିତୀୟ କ୍ଲାସରେ ସଂଗୃହୀତ ଜଳକୁ ଫୁଲଣା ଭିତରେ ଥିବା ଫିଲଟର୍ ପେପର ଉପରେ ଧୀରେ ଧୀରେ ଢାଳ । ବୋତଲ ଭିତରେ ଯେଉଁ ଜଳ ପଡୁଛି ତାହା ପରିଷ୍କାର ଦେଖାଯାଉଛି । ଏହି ପ୍ରଣାଳୀକୁ ପରିସ୍ରବଣ ପ୍ରଣାଳୀ କୁହାଯାଏ ।

Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି

ଏହି ପ୍ରଣାଳୀଦ୍ଵାରା ତରଳ ପଦାର୍ଥରେ ରହିଥ‌ିବା ଅଦ୍ରବଣୀୟ କଠିନ ପଦାର୍ଥକୁ ତରଳ ପଦାର୍ଥରୁ ପୃଥକ୍ କରାଯାଇପାରେ ।

ପ୍ରଥମେ ଚା’ବ୍ୟାଗ୍ ରେଶମ ଭଳି ନରମ କପଡ଼ାରେ ତିଆରି ହେଉଥିଲା, କାରଣ ଏହା ଚା’ ଗୁଣ୍ଡକୁ ଧରି ରଖ୍ ପାଣିକୁ ବାହାର କରିଦେଇପାରେ । ରେଶମ ଶକ୍ତ ଥିଲା ଓ ଗରମ ପାଣି ସଂସ୍ପର୍ଶରେ ଆସିଲେ ଏହା ନଷ୍ଟ ହେଉ ନଥିଲା । ପରବର୍ତୀ ସମୟରେ ଲୋକମାନେ ଗଜ୍ କିମ୍ବା ମସଲିନ୍ ବ୍ୟବହାର କରିବା ଆରମ୍ଭ କରିଥିଲେ । ଶେଷରେ ସେମାନେ ଫିଲଟର ପେପର ବ୍ୟବହାର କରିବା ଆରମ୍ଭ କଲେ, ଯେଉଁଥରେ ଆଜିକାଲି ଅଧିକାଂଶ ଚା’ ବ୍ୟାଗ୍ ତିଆରି ହୋଇଥାଏ ।

କାର୍ଯ୍ୟ-୪ : ଆସ ପରୀକ୍ଷଣ କରିବା

ଫିଲ୍ମର ପେପରକୁ ନିଜେ ଭାଙ୍ଗ କରିବାକୁ ଚେଷ୍ଟା କର ଏବଂ ଚିତ୍ରରେ ଦର୍ଶାଯାଇଥ‌ିବା ଅନୁଯାୟୀ ଏକ କୋନ ତିଆରି କର ।
Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି 14
ଏହାକୁ ଏକ କୋନିକାଲ ଫ୍ଲସ୍କ ଉପରେ ରଖାଯାଇଥିବା ଏକ ଫନେଲ ଭିତରେ ରଖ ଏବଂ ସେଥ‌ିରେ କାଦୁଅ ପାଣି ଢାଳିଦିଅ ।
Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି 11
ଫନେଲରୁ ଆସୁଥ‌ିବା ପାଣିକୁ କୋନିକାଲ ଫ୍ଲସ୍କରେ ସଂଗ୍ରହ କରାଯିବ ।
ତୁମେ ଫିଲଟର ପେପରରେ ଅବଶିଷ୍ଟ କାଦୁଅ ପାଇବ ଏବଂ କୋନିକାଲ ଫ୍ଲାସ୍କରେ ଛଣା ହୋଇଥିବା ସଫା ପାଣି ପାଇବ ।

ଫିଲଟର ପେପର ବ୍ୟତୀତ କପା/ ତୁଳା, କୋଇଲା ଓ ବାଲି ଭଳି ଅନେକ ବସ୍ତ ମଧ୍ଯ ଛାଣିବା ପାଇଁ ବ୍ୟବହୃତ ହୋଇପାରିବ । ଛଣାର ଚୟନ, ଅପସାରଣ ହେବାକୁ ଥ‌ିବା ପଦାର୍ଥର କଣିକାଗୁଡ଼ିକର ଆକାର ଉପରେ ନିର୍ଭର କର ।

Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି

ମନ୍ଥନ ପ୍ରଣାଳୀ :

  • କ୍ଷୀରକୁ ଏକ ମନ୍ଥନ ଦଣ୍ଡଦ୍ଵାରା ଗୋଳାଇଲେ ଏଥିରେ ଥ‌ିବା ହାଲୁକା କଣିକା ଲହୁଣୀ ରୂପରେ କ୍ଷୀର ଉପରେ ଭାସିବ । ହାତରେ ଛାଣି ବା ଛଣା ଯନ୍ତ୍ରରେ ଛାଣି ଏହାକୁ ବାହାର କରାଯାଇପାରିବ । ଘୋଳ ଦହି ସ୍ଥିର ହୋଇ ତଳେ ରହିଯିବ ।
  • ଏହି ଲହୁଣୀ ପୃଥକ୍ କରିବା ପ୍ରଣାଳୀକୁ ମନ୍ଥନ ପ୍ରଣାଳୀ କୁହାଯାଏ ।
    Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି 12

ଚୁମ୍ବକୀୟ ପ୍ରଣାଳୀ :

  • ଚୁମ୍ବକଦ୍ଵାରା ଆକର୍ଷିତ ହେଉଥ‌ିବା ପଦାର୍ଥକୁ ଚୁମ୍ବକୀୟ ପଦାର୍ଥ କୁହାଯାଏ ।
  • କାଠଗୁଣ୍ଡ ସହିତ ଲୁହା କଣ୍ଟା ମିଶିଥିଲେ ଏହାକୁ ଚୁମ୍ବକଦ୍ଵାରା ଲୁହାକଣ୍ଟାକୁ ଅଲଗା କରାଯାଇପାରିବ କାରଣ ଲୁହାକଣ୍ଟା ହେଉଛି ଏକ ଚୁମ୍ବକୀୟ ପଦାର୍ଥ ।
  • ଚୁମ୍ବକ ବ୍ୟବହାର କରି ଚୁମ୍ବକୀୟ ଓ ଅଚୁମ୍ବକୀୟ ପଦାର୍ଥକୁ ଅଲଗା କରିବାକୁ ଚୁମ୍ବକୀୟ ପୃଥକୀକରଣ ପ୍ରଣାଳୀ କୁହାଯାଏ ।
  • ଆଜିକାଲି କବାଡ଼ିବାଲାମାନେ ଆବର୍ଜନା ଗଦାରୁ ଲୁହା ସମାଗ୍ରୀକୁ ଅଲଗା ପାଇଁ ଚୁମ୍ବକ ବ୍ୟବହାର କରିଥାନ୍ତି । ଅନେକ ଶିଳ୍ପର ବର୍ଜ୍ୟବସ୍ତରେ ପ୍ରାୟତଃ ସ୍ଟ୍ରାପ୍ ଆଇରନ୍ ରହିଥାଏ ।
  • କ୍ରେନ୍‌ରେ ଲାଗିଥିବା ଚୁମ୍ବକ ବ୍ୟବହାର କରି ଏହାକୁ ବର୍ଜ୍ୟବସ୍ତୁ ଗଦାରୁ ଅଲଗା କରାଯାଇଥାଏ ।

କାର୍ଯ୍ୟ-୫ : ଆସ ନିଜସ୍ଵ ଜଜଣଳଜର ତିଆରି କରିବା

  • ଟିନା ତାଙ୍କ ଜେଜେ ମା’ଙ୍କ ସହ ପ୍ରକୃତି ଭ୍ରମଣରେ ଗଲା ଏବଂ ଏକ ପାତ୍ରରେ ଗୋଟିଏ ପୋଖରୀରୁ କିଛି ଜଳ ସଂଗ୍ରହ କରି ଆଣିଲା ।
  • ଏଥ‌ିରେ କିଛି ଅଦରକାରୀ ପଦାର୍ଥ ଥିବା ସେ ଦେଖିବାକୁ ପାଇଲା ।
  • ସ୍ଵଳ୍ପ ମୂଲ୍ୟର ସାମଗ୍ରୀ ବ୍ୟବହାର କରି ପାଣି ଛଣାର ଏକ କାର୍ଯ୍ୟକାରୀ ମଡ଼େଲ ତିଆରି କଲା ।

Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି

କାର୍ଯ୍ୟ–୬ : ଆସ ଖେଳିବା

ଉକ୍ତିଗୁଡ଼ିକୁ ପଢ଼ ଓ ପ୍ରଣାଳୀର ନାମ ଲେଖ । (ପ୍ରଶ୍ନ ସହିତ ଉତ୍ତର)
୧. ଡାଲିରୁ ଛୋଟ ଛୋଟ ପଥରକୁ ଅଲଗା କରିବା – ଚାଲୁଣୀରେ ଚଲେଇବା
୨. ଲହୁଣୀ ପାଇବା ପାଇଁ ଦହି ମନ୍ଥନ କରିବା – ମନ୍ଥନ ପ୍ରଣାଳୀ
୩. ରନ୍ଧା ଦଲିଆ (ଗହମ ଗୁଣ୍ଡରେ ପ୍ରସ୍ତୁତ ଖାଦ୍ୟ) କିମ୍ବା ଚୁଡ଼ା ଉପମାରୁ କଞ୍ଚା ଲଙ୍କା ବାହାର କରିବା – ହାତରେ ବାଛିବା
୪. ତରଭୁଜରୁ ମଞ୍ଜି ବାହାର କରିବା – ହାତରେ ବାଛିବା କଣ୍ଟାଗୁଡ଼ିକୁ କାଢ଼ିବା
୫. ନିର୍ମାଣ ସମାଗ୍ରୀର ମିଶ୍ରିତ ଗଦାରୁ ଲୁହା – ଚୁମ୍ବକୀୟ ପ୍ରଣାଳୀ
୬. ମାଳ ତିଆରି କରିବା ପାଇଁ ଅନ୍ୟ ଫୁଲ ଗଦାରୁ ଗେଣ୍ଡୁ ଫୁଲକୁ ଅଲଗା କରିବା – ହାତରେ ଛିଣ୍ଡାଇବା
୭. ବାଲିରୁ ଗୋଡ଼ି ଅଲଗା କରିବା – ଚାଲୁଣୀରେ ଚଲେଇବା
୮. ଚାଉଳ ଚୁନାରୁ ଚାଉଳକୁ ଅଲଗା କରିବା – ଚାଲୁଣୀରେ ଚଲେଇବା
୯. ପାଣିରୁ ତେଲ ଅଲଗା କରିବା – ଆସ୍ରବଣ ଓ ପୃଥକକାରୀ ଫନେଲ
୧୦. ଲୁଣ ଦ୍ରବଣରୁ ଲୁଣକୁ ଅଲଗା କରିବା – ବାଷ୍ପୀକରଣ
Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି 13
ତୁମେ ପଦାର୍ଥଗୁଡ଼ିକୁ ଅଲଗା କରିବାର କାରଣ କେତେ ବୁଝିଛ ଜାଣିବା ପାଇଁ ଏହି କାର୍ଯ୍ୟଟି ତୁମକୁ ସାହାଯ୍ୟ କରିବା ।

ବିଜ୍ଞାନଭିତ୍ତିକ ପ୍ରମୁଖ ଶବ୍ଦ

୧. ମନ୍ଥନ
୨. ମିଶ୍ରଣ
୩. ଆସ୍ରବଣ
୪. ଅବକ୍ଷେପଣ
୫. ବାଷ୍ପୀକରଣ
୬. ଛାଣିବା
୭. ପରିସ୍ରବଣ
୮. ଝଡ଼ାଇବା
୯. ହାତରେ କିଛି ପୃଥକୀକରଣ
୧୦. ଉଡ଼ାଇବା
୧୧. ଚୁମ୍ବକୀୟ ପୃଥକୀକରଣ

Class 6 Science Chapter 9 Notes Odia Medium ପୃଥକୀକରଣର ପଦ୍ଧତି

ବିଷୟବସ୍ତୁର ସାରାଂଶ :

  • ଏକ ମିଶ୍ରଣରୁ ଆକାର, ରଙ୍ଗ ଏବଂ ଆକୃତିର ଭିନ୍ନତା ହାତରେ ବାଛିବା ପ୍ରଣାଳୀ ବ୍ୟବହାର କରାଯାଏ ।
  • ଆଧାରରେ କଠିନ ପଦାର୍ଥକୁ ଅଲଗା କରିବା ପାଇଁ ଯେଉଁ ପ୍ରକ୍ରିୟାରେ ଶସ୍ୟ ବିଡ଼ାକୁ ବାଡ଼େଇ ବାଡ଼େଇ ଅଲଗା କରାଯାଏ ତାହାକୁ ଝଡ଼ାଇବା ପ୍ରଣାଳୀ କୁହାଯାଏ । ପବନ ପ୍ରବାହିତ କରି କିମ୍ବା କୁଲା ବାଡ଼େଇ ଓଜନିଆ ଶସ୍ୟରୁ ହାଲୁକା ଅଗାଡ଼ିକୁ ଅଲଗା କରିବାର ପଦ୍ଧତିକୁ ଉଡ଼ାଇବା ପ୍ରଣାଳୀ କୁହାଯାଏ ।
  • ଚାଲୁଣୀ ବ୍ୟବହାର କରି କଣିକା ଆକାରରେ ଭିନ୍ନତା ଆଧାରରେ ଏକ ମିଶ୍ରଣରୁ ଭିନ୍ନ ଭିନ୍ନ କଠିନ ପଦାର୍ଥକୁ ଅଲଗା କରିବା ପ୍ରକ୍ରିୟାକୁ ଚଲାଇବା କୁହାଯାଏ ।
  • ଯେଉଁ ପ୍ରକ୍ରିୟାରେ ତରଳ ପଦାର୍ଥ ବାଷ୍ପରେ ପରିଣତ ହୁଏ ତାହାକୁ ବାଷ୍ପୀକରଣ କୁହାଯାଏ । ଏହା ତରଳ ପଦାର୍ଥରୁ ଦ୍ରବୀଭୂତ କଠିନ ପଦାର୍ଥକୁ ଅଲଗା କରିବାକୁ ବ୍ୟବହୃତ ହୋଇଥାଏ ।
  • ତରଳ ପଦାର୍ଥର ତଳଭାଗରେ ଥ‌ିବା ଓଜନିଆ ଅଦ୍ରବଣୀୟ ଉପାଦାନକୁ ଅଲଗା କରିବା ପଦ୍ଧତିକୁ ଅବକ୍ଷେପଣ କୁହାଯାଏ । ପାତ୍ରକୁ ଅଣେଇ ତରଳ ପଦାର୍ଥରୁ ଅଦ୍ରବଣୀୟ ପଦାର୍ଥକୁ ଅଲଗା କରିବା ପଦ୍ଧତିକୁ ଆସ୍ରବଣ କୁହାଯାଏ । ତରଳ ପଦାର୍ଥରୁ ଅଦ୍ରବଣୀୟ କଠିନ ଉପାଦାନଗୁଡ଼ିକୁ ଅଲଗା କରିବା ପାଇଁ ପରିସ୍ରବଣ ପ୍ରଣାଳୀ ବ୍ୟବହାର କରାଯାଇପାରେ ।
  • ଦହିରୁ ଲହୁଣୀ ବାହାର ପାଇଁ ମନ୍ଥନ ପ୍ରଣାଳୀ ବ୍ୟବହାର କରାଯାଏ ।
  • ଚୁମ୍ବକ ବ୍ୟବହାର କରି ଚୁମ୍ବକୀୟ ଏବଂ ଅ–ଚୁମ୍ବକୀୟ ପଦାର୍ଥକୁ ଅଲଗା କରିବାକୁ ଚୁମ୍ବକୀୟ ପୃଥକୀକରଣ କୁହାଯାଏ ।

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

Go through BSE Odisha Class 6 Science Notes Odia Medium and Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା to understand important concepts and topics more clearly.

6th Class Science Chapter 8 Notes Odia Medium

BSE Odisha Class 6 Science Chapter 8 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

  • ବରଫ ହାତକୁ କଠିନ ଲାଗେ ଏବଂ ଏହାକୁ ଆମେ ହାତରେ ଧରିପାରୁ, କିନ୍ତୁ ପାଣିକୁ ସେହିପରି ଭାବରେ ଧରି ହେବ ନାହିଁ । କିନ୍ତୁ ଏ ଦୁଇଟି ଭିନ୍ନ ଭିନ୍ନ ପଦାର୍ଥ ନୁହେଁ । ବରଫ ଓ ପାଣି ଏକା ପଦାର୍ଥ ।
  • ଆମେ ଫ୍ରିଜରରେ ପାଣି ରଖୁଲେ ତାହା ବରଫରେ ପରିଣତ ହୋଇଥିବାର ଦେଖୁଥାଉ ।
  • ଫ୍ରିଜରରେ ପାଣି ସହ ଆଉ କିଛି ମିଶେ କି ବୋଲି ମନରେ ପ୍ରଶ୍ନ ଆସେ । ଏ ବିଷୟରେ ଜାଣିବା ପାଇଁ ଏକ ପର୍ଯ୍ୟବେକ୍ଷଣ କରିପାରିବା ।

କାର୍ଯ୍ୟ–୧ : ଆସ ପର୍ଯ୍ୟବେକ୍ଷଣ କରିବା

  • ଟେବୁଲ ଉପରେ ଏକ କପ୍‌ରେ ବରଫ ଖଣ୍ଡଟିଏ ରଖ୍ ନିରୀକ୍ଷଣ କରାଯାଉ । ଦେଖାଯିବ ଯେ, ବରଫ ପାଣିରେ ପରିଣତ ହୋଇଯାଇଛି ।
  • ଏହି ପର୍ଯ୍ୟବେକ୍ଷଣରୁ ଆମେ ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ବରଫ ଓ ଜଳ ସମାନ ପଦାର୍ଥ ଅଟନ୍ତି ।
  • ବରଫ ଏବଂ ଜଳ ଗୋଟିଏ ପଦାର୍ଥର ଦୁଇଟି ରୂପ । ଏହି ରୂପଗୁଡ଼ିକୁ ପଦାର୍ଥର ଅବସ୍ଥା କୁହାଯାଏ ।

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

ଜଳ ଅଦୃଶ୍ୟ ହେବାର କାରଣ

କେବେ ପଡ଼ିଆରେ ଜମିଥିବା ପାଣି ଅଦୃଶ୍ୟ ହୋଇଥିବା ଦେଖୁଛ କି ? ଏହା କୁଆଡ଼େ ଯାଏ ? ତୁମ ବନ୍ଧୁଙ୍କ ସହ ଆଲୋଚନା କର ।
ଉ. ହଁ, ବର୍ଷାପରେ ପଡ଼ିଆରେ ପାଣି ଜମି ରହିଥ‌ିବାର ମୁଁ ଦେଖୁଛି । କିଛି ସମୟପରେ ଏହି ପାଣି ମାଟିଦ୍ଵାରା ଶୋଷିତ ହୋଇ ଭୂତଳକୁ ଚାଲିଯାଏ ।

ଆଉ କେଉଁଠି ପାଣି ଅଦୃଶ୍ୟ ହୋଇଥିବାର ଦେଖୁଛ ? ତୁମେ ଏକ ସମ୍ଭାବ୍ୟ କାରଣ ବିଷୟରେ ଚିନ୍ତା କରିପାରିବ କି ? ଏହା କାହିଁକି ଘଟେ ?
ଉ. ଖରାଦିନେ ଗଡ଼ିଆ-ପୋଖରୀରେ ପାଣି ଅଦୃଶ୍ୟ ହୋଇଥିବାର ଦେଖୁ । ଏହି ପାଣି ସୂର୍ଯ୍ୟ କିରଣରେ ଉତ୍ତପ୍ତ ହୋଇ ବାଷ୍ପୀଭୂତ ହୋଇ ଉପରକୁ ଚାଲିଯାଇଥାଏ ।

ମୁଁ ଭାବୁଛି ଖେଳ ପଡ଼ିଆରେ ମାଟି ଦ୍ଵାରା ପାଣି ଶୋଷିତ ହୋଇଛି । ଏ ବିଷୟରେ ତୁମେ କ’ଣ ଭାବୁଛ ?
ଉ. ହଁ ଖେଳପଡ଼ିଆରେ ପାଣି ମାଟିଦ୍ଵାରା ଶୋଷିତ ହୋଇଥାଏ ଏବଂ କିଛି ପାଣି ସୂର୍ଯ୍ୟଙ୍କ ଉତ୍ତପ୍ତ କିରଣରେ ବାଷ୍ପରେ ପରିଣତ ହୋଇ ବାୟୁମଣ୍ଡଳରେ ମିଶିଯାଏ ।

ବାସନ ଧୋଇବା ପରେ ବାସନ ପୃଷ୍ଠରେ ଲାଗିଥିବା ପାଣି କିଛି ସମୟ ପରେ ଶୁଖୁଯାଏ । ଜଳର ଅଦୃଶ୍ୟତାକୁ ବୁଝାଇବା ପାଇଁ ତୁମେ ପୂର୍ବରୁ କେଉଁ କାରଣଗୁଡ଼ିକ ଚିନ୍ତା କରିଥିଲ ତାହା ଏହି କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ କି ?
ଉ. ପୂର୍ବରୁ ଉଲ୍ଲେଖ କରାଯାଇଥିବା କାରଣ ଏ କ୍ଷେତ୍ରରେ ପ୍ରଯୁଜ୍ୟ । ବାସନରେ ଲାଗିଥିବା ବାୟୁମଣ୍ଡଳୀୟ ତାପ ପ୍ରଭାବରେ ଜଳୀୟ ବାଷ୍ପରେ ପରିଣତ ହୁଏ ।
ବାସନ ପୃଷ୍ଠରେ ପାଣି ଭେଦିଛି କି ନାହିଁ କେଉଁଟି ଠିକ୍ ତାହା ଅନୁସନ୍ଧାନ କରିବା ପାଇଁ ଏକ କାର୍ଯ୍ୟ କର ।

କାର୍ଯ୍ୟ-୨ . ଆସ ଅନସନ୍ଧାନ କାରଣ

  • ଚିତ୍ରରେ ଦର୍ଶାଯାଇଥିବା ଏକ ଷ୍ଟିଲ ପ୍ଲେଟରେ ଏକ ଚାମଚ ପାଣି ନିଆଯାଉ ।
  • ପ୍ଲେଟ୍‌ରେ ଅନ୍ୟ ପାର୍ଶ୍ଵରେ ପାଣି ଭେଦିଛି କି ନାହିଁ ତାହା ନିରୀକ୍ଷଣ କରାଯାଉ ।
  • ପାଣି ସମ୍ପୂର୍ଣ୍ଣ ଅଦୃଶ୍ୟ ନ ହେବା ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ଏହାକୁ ପର୍ଯ୍ୟବେକ୍ଷଣ କରାଯାଉ ।
    Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା 1

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

ତୁମେ କ’ଣ ଚିନ୍ତା କରୁଛ ? ଷ୍ଟିଲ୍ ପ୍ଲେଟ୍ ମାଧ୍ୟମରେ ପାଣି ଭେଦି ବାହାରୁନାହିଁ ବୋଲି ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଏହି କାର୍ଯ୍ୟ ଯଥେଷ୍ଟ କି ? ଯଦି ଷ୍ଟିଲ୍‌ ପ୍ଲେଟ୍‌ରୁ ପାଣି ଅପର ପାର୍ଶ୍ଵକୁ ନ ଭେଦୁଛି ତା’ହେଲେ ପାଣି ଗଲା କୁଆଡ଼େ ?
ଉ. ଏହି ପାଣି ଜଳୀୟ ବାଷ୍ପ ଆକାରରେ ଏକ ଗ୍ୟାସୀୟ ଅବସ୍ଥାରେ ପରିଣତ ହୁଏ । ଜଳୀୟ ବାଷ୍ପ ହେଉଛି ଜଳର ଅନ୍ୟ ଏକ ଅବସ୍ଥା ।

ଆଉ ଆଉ ଏକ ପର୍ଯ୍ୟବେକ୍ଷଣ ହେଲା, ଯେଉଁଠାରେ ଜଳ ଅଦୃଶ୍ୟ ହେଉଥ‌ିବା ଦେଖିପାରିବ ।

  • ଦୋସା ତିଆରି କରିବା ସମୟରେ ଗରମ ପ୍ୟାନ୍ ବା ତାଓ୍ବା ଉପରେ କିଛି ପାଣି ସିଞ୍ଚନ କରାଯାଏ । ଏହା ସଙ୍ଗେ ସଙ୍ଗେ ଅଦୃଶ୍ୟ ହୋଇଯାଏ । ତାୱାର ତାପରେ ଏହା ବାଷ୍ପରେ ପରିଣତ ହୁଏ ।
  • ବାମ୍ଫ ହେଉଛି ଜଳୀୟ ବାଷ୍ପ, ଏହା ଅଦୃଶ୍ୟ । ମାତ୍ର ବାମ୍ଫ ଥଣ୍ଡା ହେଲେ ଜଳରେ ପରିଣତ ହୁଏ ।
  • ଜଳୀୟବାଷ୍ପ ବାସ୍ତବରେ ଅଦୃଶ୍ୟ କିନ୍ତୁ ବାଷ୍ପରେ ଜଳର କ୍ଷୁଦ୍ର ବୁନ୍ଦାର ଉପସ୍ଥିତି ଏହାକୁ ଦୃଶ୍ୟମାନ କରାଏ ।
  • ଜଳ ସାଧାରଣତଃ ତିନୋଟି ଅବସ୍ଥାରେ ରହିପାରେ, ଯଥା – କଠିନ, ତରଳ ଓ ଗ୍ୟାସୀୟ ।
  • ଜଳର କଠିନ ରୂପ ହେଉଛି ବରଫ । ଜଳ ଥଣ୍ଡା ହେଲେ ବରଫରେ ପରିଣତ ହୁଏ ।
  • ଜଳର ଏହି ଭିନ୍ନ ଭିନ୍ନ ଅବସ୍ଥା ସେମାନଙ୍କ ପ୍ରକୃତିରେ ଅନେକ ପାର୍ଥକ୍ୟ ଦେଖାଇଥାଏ । ଜଳ ପ୍ରବାହିତ ହୁଏ କିନ୍ତୁ ବରଫ ପ୍ରବାହିତ ହୁଏ ନାହିଁ ।
  • ଜଳର ଗ୍ୟାସୀୟ ଅବସ୍ଥା ହେଉଛି ବାମ୍ଫ ବା ଜଳୀୟବାଷ୍ପ । ଏହାକୁ ଦେଖ୍ ହୁଏ ନାହିଁ ।

ବାଷ୍ପୀଭବନ ଓ ବାଷ୍ପୀକରଣ :

  • ଓଦା ପୋଷାକ କିଛି ସମୟ ପାଇଁ ବାହାରେ ରଖୁଲେ ଏହା ଶୁଝାଯାଏ ଅର୍ଥାତ ପୋଷାକରେ ଥ‌ିବା ପାଣି ବାଷ୍ପରେ ପରିଣତ ହୋଇଥାଏ । ଏହାକୁ ବାଷ୍ପୀଭବନ କୁହାଯାଏ ।
  • ହାଣ୍ଡିରେ ପାଣି ଗରମ କଲାବେଳେ କିଛି ପାଣି ଜଳୀୟବାଷ୍ପରେ ପରିଣତ ହୋଇଯାଏ । ଏହାକୁ ବାଷ୍ପୀକରଣ କୁହାଯାଏ ।
  • ଜଳ ଆପେ ଆପେ ପ୍ରାକୃତିକ ଭାବେ ବାଷ୍ପ ହେବା ପ୍ରକ୍ରିୟାକୁ ବାଷ୍ପୀଭବନ କୁହାଯାଏ । ଜଳକୁ ଆମେ କୃତ୍ରିମ ଉପାୟରେ ଗରମ କରି ବାଷ୍ପରେ ପରିଣତ କଲେ ସେହି ପ୍ରକ୍ରିୟାକୁ ବାଷ୍ପୀକରଣ କୁହାଯାଏ ।

ଘନୀଭବନ :

କାର୍ଯ୍ୟ–୩ : ଆସ ପରୀକ୍ଷଣ କରିବା

  • ଏକ ଗାଚ ଗ୍ଲାସରେ ଥଣ୍ଡା ପାଣି ନିଆଯାଉ ।
  • ଚିତ୍ରରେ ଦର୍ଶାଯାଇଥ‌ିବା ଭଳି ଏଥ‌ିରେ କିଛି ବରଫ ଖଣ୍ଡ ମିଶାଯାଉ ।
  • ଏହାକୁ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦିଆଯାଉ ଏବଂ ପର୍ଯ୍ୟବେକ୍ଷଣ କରାଯାଉ ।
  • ତୁମର ପର୍ଯ୍ୟବେକ୍ଷଣକୁ ଲେଖୁ ରଖ ଏବଂ ସାରଣୀରେ ତୁମ ମନରେ ଉଙ୍କି ମାରୁଥିବା ପ୍ରଶ୍ନଗୁଡ଼ିକ ଲେଖ ।
    Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା 2

ସାରଣୀ – ୧ : ପର୍ଯ୍ୟବେକ୍ଷଣ ଏବଂ ପ୍ରଶ୍ନଗୁଡ଼ିକ ଲେଖ

ମୁଁ ପର୍ଯ୍ୟବେକ୍ଷଣ କରୁଛି ମୁଁ ବିସ୍ମୟ ହେଉଛି
କାଚ ଗ୍ଲାସ୍‌ର ବାହାରପଟେ ବୁନ୍ଦା ବୁନ୍ଦା ଜଳ ଲାଗିଛି । ଏ ଜଳ ବୁନ୍ଦା କୁଆଡୁ ଆସିଲା ?
ଜଳବୁନ୍ଦା କ୍ରମେ ବଡ଼ ହେଉଛି । ଗ୍ଲାସ୍‌ର ପାଣି କ’ଣ ଗ୍ଲାସ୍ ଭେଦକରି ବାହାରକୁଯାଉଛି ?
ବରଫଖଣ୍ଡ ପାଣିରେ ମିଳାଇ ଯାଉଛି । କାଚଗ୍ଲାସ୍‌ର ବରଫ କ’ଣ ତରଳି ଯାଇଛି ?

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

କାଚ ଗ୍ଲାସରୁ କିଛି ପାଣି ବାହାରିଥାଇପାରେ ।
ଏହା ବାହାରକୁ ଯାଇପାରିବ ନାହିଁ । କାଚ ଗ୍ଲାସରେ ପାଣିର ସ୍ତର କମିନାହିଁ ।

ହୁଏତ ଏହା ହ୍ରାସ ପାଇଥାଇପାରେ, କିନ୍ତୁ ଏତେ କମ ହ୍ରାସ ଆମକୁ ଜଣା ନ ପଡ଼ିପାରେ ।
ଏକ ଲମ୍ବା ଏବଂ ସଂକୀର୍ଣ୍ଣ ବୋତଲରେ, ପାଣିର ସ୍ତରରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ ଜାଣିହୁଏ ।

ଆମେ ସାଧାରଣ ତାପମାତ୍ରାରେ ଅନ୍ୟ ଏକ ଗ୍ଲାସରେ ପାଣି ନେଇ ପାରିବା ଏବଂ ପାଣି ବାହାରୁଛି କି ନାହିଁ ତାହା ନିରୀକ୍ଷଣ କରିପାରିବା ।
Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା 3
ଗଛରେ ଶିଶିର ବୁନ୍ଦା ଦେଖୁଥ‌ିବ । ଆମେ ସକାଳୁ କାହିଁକି ଅଧ୍ଵ ଶିଶିର ବୁନ୍ଦା ଦେଖୁ ? ଯେତେବେଳେ ଆମେ ଏକ ପାତ୍ରରେ ଅଧା ପାଣି ରଖ୍ ଫୁଟାଇ ଉପରେ ଏକ ଷ୍ଟିଲ ପ୍ଲେଟ ଘୋଡ଼ାଇଥାଉ, ସେତେବେଳେ ଷ୍ଟିଲ୍ ପ୍ଲେଟ୍‌ର ଭିତର ପାର୍ଶ୍ଵରେ କିଛି ପାଣି ବୁନ୍ଦା ଜମା ହୋଇଥିବାର ଦେଖାଯାଏ । ଏହି ପାଣି ବୁନ୍ଦାଗୁଡ଼ିକ କେଉଁଠାରୁ ଆସିଥାଏ ? ତୁମେ କଣ ଭାବୁଛ ?
ଉ. ଥଣ୍ଡା ଜଳ ଥ‌ିବା କାଚ ପାତ୍ରର ବାହ୍ୟପୃଷ୍ଠରେ ଦେଖାଯାଉଥିବା ଜଳବୁନ୍ଦା ବାୟୁରେ ଥ‌ିବା ଜଳୀୟବାଷ୍ପ ଘନୀଭୂତ ହେବା କାରଣରୁ ଏହା ହୋଇଥାଏ ।

ସକାଳୁ ଗଛର ପତ୍ରରେ ଲାଗିଥିବା ଶିଶିରବିନ୍ଦୁ ବାୟୁରେ ଥ‌ିବା ଜଳୀୟ ବାଷ୍ପର ଘନୀଭବନ ଯୋଗୁ ହୋଇଥାଏ ।

ବାୟୁରେ ଥ‌ିବା ଜଳୀୟ ବାଷ୍ପ ଥଣ୍ଡା ପୃଷ୍ଠ ସଂସ୍ପର୍ଷରେ ଆସିଲେ ଏହା ଜଳ ବୁନ୍ଦା ସୃଷ୍ଟି କରିଥାଏ । ଜଳୀୟ ବାଷ୍ପକୁ ଏହାର ତରଳ ଅବସ୍ଥାରେ ରୂପାନ୍ତରିତ କରିବା ପ୍ରକ୍ରିୟାକୁ ଘନୀଭବନ କୁହାଯାଏ ।

କାର୍ଯ୍ୟ-୪ : ଆସ ମାପିବା :

  • କିଛି ବରଫ ଖଣ୍ଡ ଥିବା ଅଧା ଭର୍ତ୍ତି ଏକ କାଚ ଗ୍ଲାସ ନିଆଯାଉ । ଏହାକୁ ଏକ ଛୋଟ ଷ୍ଟିଲ ପ୍ଲେଟରେ ଘୋଡ଼ାଇ ଦିଆଯାଉ । ଏହାକୁ ଏକ ଡିଜିଟାଲ ନିକିତିରେ ଓଜନ କରାଯାଉ ।
  • ନିରୀକ୍ଷଣ କରି ପ୍ରତି ପାଞ୍ଚ ମିନିଟ୍ ପରେ ଓଜନ ରେକର୍ଡ଼ କରାଯାଉ ।
  • 30 ମିନିଟ୍ ପର୍ଯ୍ୟନ୍ତ ନିରନ୍ତର ଭାବେ ନିରୀକ୍ଷଣ କରାଯାଉ । ସାରଣୀରେ ତୁମ ପର୍ଯ୍ୟବେକ୍ଷଣଗୁଡ଼ିକ ଲେଖୁ ରଖାଯାଉ । ଡିଜିଟାଲ୍ ନିକିତିରେ ରଖାଯାଇଥିବା ଥଣ୍ଡା ପାଣିର ପରିମାଣ କ’ଣ ହେବ ତାହା ପୂର୍ବାନୁମାନ କର । ଏହା ବଢ଼ିବ ନା କମିବ ନା ସମାନ ରହିବ ?
    ଉ. ଏହାର ପରିମାଣ କମିବ ।

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

ସାରଣୀ – ୨ : ଘନୀଭବନ ପରୀକ୍ଷଣ ପାଇଁ ଏକ ଡିଜିଟାଲ ନିକିତି ବ୍ୟବହାର କରି ଜଳର ବସ୍ତୁତ୍ର ମାପ
Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା 4

ସିଦ୍ଧାନ୍ତ :
ଡିଜିଟାଲ ନିକିତିରେ ରଖାଯାଇଥିବା ଥଣ୍ଡା ପାଣିର ପରିମାଣ ସମାନ ରହିବ କିନ୍ତୁ ବସ୍ତୁତ୍ଵର ପରିମାଣରେ ବୃଦ୍ଧି ଘଟିବ । କାରଣ ଗ୍ଲାସର ବାହାର ପୃଷ୍ଠରେ ଘନୀଭବନ କାରଣରୁ ଜଳବୁନ୍ଦା ଲାଗିଛି ।

ଜଳର ବିଭିନ୍ନ ଅବସ୍ଥା :

  • ଜଳ ଏପରି ଏକ ପଦାର୍ଥ ଯାହାକୁ ଆମେ ଦୈନନ୍ଦିନ ଜୀବନରେ ତିନୋଟି ଭିନ୍ନ ଭିନ୍ନ ଅବସ୍ଥାରେ ଦେଖୁବାକୁ ପାଇଥାଉ ।
  • କଠିନ ଅବସ୍ଥାରେ ଏହା ବରଫ ରୂପରେ ରହିଥାଏ । ଗରମ ହେଲା ପରେ ବରଫ ତରଳି ଜଳରେ ପରିଣତ ହୁଏ ।
  • ଅଧିକ ଗରମ ହେଲେ ଜଳ ଗ୍ୟାସୀୟ ଅବସ୍ଥାରେ ପରିଣତ ହୋଇଥାଏ ।

ବାୟୁରେ ଜଳୀୟ ବାଷ୍ପର ମାତ୍ରାକୁ ଆର୍ଦ୍ରତା ମଧ୍ୟ କୁହାଯାଏ । ତୁମ ଅଞ୍ଚଳ ପାଇଁ ଦୈନିକ ଆର୍ଦ୍ରତା ତଥ୍ୟ ଖବରକାଗଜ ଏବଂ ଅନ୍ୟ ଉତ୍ସରେ ପ୍ରକାଶିତ ହୁଏ । ବର୍ଷର ତଥ୍ୟ ସଂଗ୍ରହ କର ଏବଂ ଯଦି ଉପସ୍ଥିତ ଥାଏ ତେବେ କୌରସି ଢାଞ୍ଚା ଅଧ୍ୟୟନ କର ।

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

କାର୍ଯ୍ୟ−୫ : ଆସ ଚିହ୍ନଟ କରିବା

ଗୋଟିଏ ପାତ୍ରରେ ଏକ ବରଫ ଖଣ୍ଡ ରଖୁ ଏହାକୁ ବିଭିନ୍ନ ଆକାରରେ ଅନ୍ୟ ପାତ୍ରକୁ ସ୍ଥାନାନ୍ତର କରାଯାଉ । ବରଫ ଖଣ୍ଡର ଆକାରରେ କ’ଣ ପରିବର୍ତ୍ତନ ତୁମେ ଲକ୍ଷ କରୁଛ ? ସାରଣୀରେ ତୁମ ପର୍ଯ୍ୟବେକ୍ଷଣଗୁଡ଼ିକ ଲେଖୁ ରଖାଯାଉ ।

ଗୋଟିଏ ପାତ୍ରରୁ ଅନ୍ୟ ଆକୃତିର ପାତ୍ରକୁ ଜଳ ଢାଳି ଦିଆଯାଉ । ବରଫ ଖଣ୍ଡ ତୁଳନାରେ ଜଳ କି ଗୁଣ ପ୍ରଦର୍ଶନ କରେ ତାହା ନିରୀକ୍ଷଣ କରାଯାଉ ଏବଂ ଏହାକୁ ଲେଖୁ ରଖାଯାଉ । ଗୋଟିଏ ପାତ୍ରରୁ ଅନ୍ୟ ପାତ୍ରକୁ ଜଳ ପ୍ରବାହିତ ହୁଏ ।

ଏକ ପରିଷ୍କାର ପୃଷ୍ଠରେ ଜଳ ଢାଳି ଏହା କିପରି ଚାରିଆଡ଼େ ଖେଳିଯାଏ ନିରୀକ୍ଷଣ କରାଯାଉ ।

ଯେତେବେଳେ ଜଳ, ଜଳୀୟ ବାଷ୍ପରେ ପରିଣତ ହୁଏ, ତାହା ସବୁଆଡ଼େ ବ୍ୟାପିଥାଏ ।

ସାରଣୀ ୩ : ଜଳର ବିଭିନ୍ନ ଅବସ୍ଥାରେ ତୁଳନା

ଧର୍ମ / ଗୁଣ ବରଫ (କଠିନ ଅବସ୍ଥା) ଜଳ (ତରଳ ଅବସ୍ଥା) ଜଳୀୟ ବାଷ୍ପ (ଗ୍ୟାସୀୟ ଅବସ୍ଥା)
ଆକୃତି ଅଛି ନାହିଁ ନାହିଁ
ପ୍ରବାହିତ ହେବାର କ୍ଷମତା ନାହିଁ ଅଛି ଅଛି
ବ୍ୟାପିବାର କ୍ଷମତା ନାହିଁ ଅଛି ଅଛି

କଠିନ, ତରଳ ଏବଂ ଗ୍ୟାସୀୟ ଅବସ୍ଥାରେ ଜଳର ଗୁଣରେ ଥିବା ପାର୍ଥକ୍ୟ :

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

ବରଫ (କଠିନ ଅବସ୍ଥା) :
(a) ଯେ କୌଣସି ଆକୃତିର ପାତ୍ରରେ ରଖିଲେ ମଧ୍ୟ ଏହାର ଆକୃତିରେ କୌଣସି ପରିବର୍ତ୍ତନ ହୁଏ ନାହିଁ ।
(b) ବରଫ ପ୍ରବାହିତ ହୁଏ ନାହିଁ କିମ୍ବା ବ୍ୟାପି ନଥାଏ ।

ଜଳ (ତରଳ ଅବସ୍ଥା) :
(a) ଏହା ପ୍ରବାହିତ ହୁଏ ଏବଂ ଏହାର ଆକୃତି ମଧ୍ଯ ପରିବର୍ତ୍ତନ ହୋଇପାରେ ।
(b) ଜଳର କୌଣସି ନିର୍ଦ୍ଦିଷ୍ଟ ଆକୃତି ନଥାଏ । ଏହାକୁ ଯେଉଁ ପାତ୍ରରେ ରଖାଯାଏ ତାହାର ଆକାର ନେଇଥାଏ, କିନ୍ତୁ ଜଳର ପରିମାଣ ସମାନ ରହିଥାଏ ।
(c) ଜଳର ବ୍ୟାପିବାର ଗୁଣ ମଧ୍ୟ ରହିଛି ।

ଜଳୀୟ ବାଷ୍ପ (ଗ୍ୟାସୀୟ ଅବସ୍ଥା) :
(a) ଗ୍ୟାସର କୌଣସି ନିର୍ଦ୍ଦିଷ୍ଟ ଆକୃତି ନଥାଏ ।
(b) ସମଗ୍ର ଉପଲବ୍‌ଧ ସ୍ଥାନରେ ଗ୍ୟାସ ବ୍ୟାପିବାର ଗୁଣ ପ୍ରଦର୍ଶନ କରିଥାଏ । ରୋଷେଇ ଘରେ ପ୍ରବେଶ ନକରି ମଧ୍ଯ ରନ୍ଧାଖାଦ୍ୟର ବାସ୍ନା ଆମ ପାଖରେ ପହଞ୍ଚିଥାଏ ।
(c) ପୋଷାକ ଶୁଖୁ କିମ୍ବା ଓଦା ଚଟାଣ ଶୁଖୁ ଭଳି ପ୍ରକ୍ରିୟା ସମୟରେ ବାଷ୍ପୀଭୂତ ହେଉଥ‌ିବା ଜଳ ଚାରିପାଖରେ ଥ‌ିବା ବାୟୁରେ ଜଳୀୟବାଷ୍ପ ସୃଷ୍ଟି କରେ ।

ଜଳର ଯେପରି ତିନୋଟି ଅବସ୍ଥା ଅଛି, ସେହିପରି ମହମ, ତେଲ ଓ ଘିଅ ମଧ୍ୟ ତିନୋଟି ଅବସ୍ଥା ପ୍ରଦର୍ଶନ କରନ୍ତି ।

ଜଳର ଅବସ୍ଥା ପରିବର୍ତ୍ତନ କରିବା କିପରି :

  • ବରଫକୁ ଜଳରେ ଏବଂ ଜଳକୁ ଜଳୀୟ ବାଷ୍ପରେ ପରିବର୍ତ୍ତନ କରିବା ପାଇଁ ଆମକୁ ତାପ ପ୍ରୟୋଗ କରିବାକୁ ପଡ଼ିବ ।
  • ଯଦି ଆମେ ଜଳକୁ ବରଫରେ ପରିଣତ କରିବା ତେବେ ଜଳକୁ ଫ୍ରିଜର ଭଳି ଥଣ୍ଡା ପରିବେଶରେ ରଖୁବାକୁ ହେବ । ଏହା ଭିତରେ ଜଳ ଜମା ହୋଇ ବରଫରେ ପରିଣତ ହେବ ।
  • ସେହିପରି କଠିନ ମହମକୁ ତାପ ପ୍ରୟୋଗ କଲେ ଏହା ଥଣ୍ଡା କଲେ ଏହା କଠିନ ମହମରେ ପରିଣତ ହୁଏ । ଏହି ତରଳ ମହମକୁ ଥଣ୍ଡା ତରଳ ମହମରେ ପରିଣତ ହୁଏ ।
  • ଜଳ ଏବଂ ଅନ୍ୟାନ୍ୟ ପଦାର୍ଥ ଗରମ କିମ୍ବା ଥଣ୍ଡା ହେବା ପରେ ସେମାନଙ୍କର ଅବସ୍ଥାରେ ପରିବର୍ତ୍ତନ ହୋଇଥାଏ ।
  • କଠିନ ପଦାର୍ଥକୁ ତରଳ ଅବସ୍ଥାରେ ପରିବର୍ତ୍ତନ କରିବା ପ୍ରକ୍ରିୟାକୁ ତରଳୀକରଣ କୁହାଯାଏ । ସେହିପରି ତରଳ ପଦାର୍ଥକୁ କଠିନ ଅବସ୍ଥାରେ ପରିଣତ କରିବା ପ୍ରକ୍ରିୟାକୁ ଶୀତଳୀକରଣ କୁହାଯାଏ ।

ବାୟୁମଣ୍ଡଳୀୟ ଜଳ ଜେନେରେଟର (AWG – Atmospheric Water Generator) ମେସିନ୍ ଆର୍ଦ୍ର ବାୟୁରୁ ପାଣି ସଂଗ୍ରହ କରି ପିଇବା ଯୋଗ୍ୟ ଜଳ ଉତ୍ପାଦନ କରିଥାଏ । ବାୟୁକୁ ଥଣ୍ଡା କରି ଘନୀଭବନ ପ୍ରକ୍ରିୟା ମାଧ୍ୟମରେ ଜଳୀୟ ବାଷ୍ପକୁ ଜଳ ଉତ୍ପାଦନ କରାଯାଏ । ଏହି ପ୍ରକ୍ରିୟା ବରଫରେ ଭର୍ତ୍ତି କ୍ଲାସ୍ ବାହାରେ ଜଳ ବୁନ୍ଦା ସୃଷ୍ଟି ସହିତ ସମାନ ।

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

କାର୍ଯ୍ୟ–୬ : ଆସ ଚିତ୍ର ସଂପୂର୍ଣ୍ଣ କରିବା

ତଳେ ଦିଆଯାଇଥବା ଶବ୍ଦ ବ୍ୟବହାର କରି ଜଳର ବିଭିନ୍ନ ଅବସ୍ଥାର ରୂପାନ୍ତର ପାଇଁ ଚିତ୍ରରେ ଥ‌ିବା ଖାଲି ଘରଗୁଡ଼ିକୁ A, B, C ଏବଂ 1, 2, 3, 4 ଭାବରେ ଚିହ୍ନଟ କର । ତୁମ ପାଇଁ ଦୁଇଟି ଶବ୍ଦ ପୂରଣ ହୋଇଛି ।

ତରଳ, ଥଣ୍ଡାହୁଏ, ବାଷ୍ପୀଭୂତ ହୁଏ, ଗ୍ୟାସ୍, ଘନୀଭୂତ ହୁଏ
Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା 5

ଜଳକୁ କିପରି ଦ୍ରୁତ କିମ୍ବା ଧୀର ଭାବରେ ବାଷ୍ପୀକରଣ କରାଯାଇପାରିବ ?

କାର୍ଯ୍ୟ —୭ : ଆସ ଅନୁସନ୍ଧାନ କରିବା

  • କୌଣସି ବୋତଲର ଏକ ଛୋଟ କ୍ୟାପ୍‌ରେ ପାଣି ନିଆଯାଉ (ତୁମେ ପାଣି ବଦଳରେ ସାନିଟାଇଜର ବ୍ୟବହାର କରାଯାଇପାରିବ) ।
  • ସେହିଭଳି ଗୋଟିଏ ପ୍ଲେଟରେ ସମାନ ପରିମାଣର ପାଣି ନିଆଯାଉ । ବୋତଲ କ୍ୟାପ୍ ଏବଂ ପ୍ଲେଟରେ ପାଣିର ଉନ୍ମୁକ୍ତ ପରିସର ଅଲଗା ଅଲଗା ଅଟେ ।
  • ଉଭୟଙ୍କୁ ପରସ୍ପର ନିକଟରେ ରଖାଯାଉ ।
  • ସାରଣୀରେ ପ୍ରତ୍ୟେକ କ୍ଷେତ୍ରରେ ଜଳ ସମ୍ପୂର୍ଣ ବାଷ୍ପୀଭୂତ ହେବା ପାଇଁ ଲାଗିଥିବା ସମୟ ଲେଖୁ ରଖାଯାଉ ।
  • ଆମେ କେଉଁ ପରିସ୍ଥିତିକୁ ସମାନ ରଖୁଲୁ ?
    ଉ. ଉଭୟ କ୍ଷେତ୍ରରେ ପାଣିକୁ ଉନ୍ମୁକ୍ତ ପରିସରରେ ରଖାଗଲା ।
  • ଆମେ ଏହି ଅନୁସନ୍ଧାନରେ କିଛି ପରିବର୍ତ୍ତନ କରିଛୁ କି ?
    ଉ. ଉଭୟ କ୍ଷେତ୍ରରେ ପାଣିର ଉନ୍ମୁକ୍ତ ପରିସର ଅଲଗା ଅଲଗା ।
  • ଆମେ କ’ଣ ମାପିଲୁ ?
    ଉ. କେତେ ସମୟରେ କେତେ ପାଣି ବାଷ୍ପୀଭୂତ ହେଉଛି, ତାହା ଆମେ ମାପିଲୁ ।

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

ସାରଣୀ – ୪ : ଅନୁସନ୍ଧାନର ଫଳାଫଳ

ଜଳର ଉନ୍ମୁକ୍ତ ପରିସର ସମ୍ପୂର୍ଣ ବାଷ୍ପୀକରଣ ପାଇଁ ଲାଗିଥିବା ସମୟ
କମ୍ (ବୋତଲ କ୍ୟାପ୍) ବାଷ୍ପୀକରଣ ମନ୍ଥର ଗତିରେ ହେବ ଓ ଅଧ‌ିକ ସମୟ ଲାଗିବ
ଅଧିକ (ପ୍ଲେଟ୍) ବାଷ୍ପୀକରଣ ଦ୍ରୁତ ଗତିରେ ହେବ ଓ କମ୍ ସମୟ ଲାଗିବ

ଏହି ଅନୁସନ୍ଧାନରୁ ତୁମେ କେଉଁ ସିଦ୍ଧାନ୍ତରେ ଉପନୀତ ହେବ ?
ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ଏକ ପ୍ଲେଟରେ ଜଳ ରଖୁବ, ତେବେ ବାୟୁ ସଂସ୍ପର୍ଶରେ ଆସୁଥ‌ିବା ଏହାର ପରିସର ବଡ଼ ହୋଇଥାଏ । ତେଣୁ ବାଷ୍ପୀକରଣ ଦ୍ରୁତ ହୋଇଥାଏ ।

ଯଦି ଉପରୋକ୍ତ କାର୍ଯ୍ୟରେ ଜଳ ବଦଳରେ କ୍ଷୀର ନିଆଯାଏ ତେବେ କ’ଣ ହେବ ?
ଜଳ କେତେ ଦ୍ରୁତ ଗତିରେ ବାଷ୍ପୀଭୂତ ହୁଏ ତାହାକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ପରିସ୍ଥିତି ।

ଅନ୍ୟ କେଉଁ ପରିସ୍ଥିତିରେ ଯାହା ଜଳର ଦ୍ରୁତ ବାଷ୍ପୀଭୂତକୁ ପ୍ରଭାବିତ କରେ ତାହା ଜାଣିବା ପାଇଁ କାର୍ଯ୍ୟ-୭ ପରି ଆଉ ଏକ କାର୍ଯ୍ୟ ପ୍ରସ୍ତୁତ କର ।

ବାଷ୍ପୀଭବନକୁ ପ୍ରଭାବିତ କରୁଥିବା କାରକ :
ବାଷ୍ପୀଭବନ ପ୍ରକ୍ରିୟାକୁ ଦ୍ରୁତ କିମ୍ବା ଧୀର ଭାବରେ କରୁଥିବା କାରକଗୁଡ଼ିକ ହେଲା
(a) ଉନ୍ମୁକ୍ତ କ୍ଷେତ୍ର (ପୃଷ୍ଠତଳର କ୍ଷେତ୍ରଫଳ)
(b) ତାପମାତ୍ରା
(c) ଆର୍ଦ୍ରତା (ବାୟୁରେ ଥିବା ଜଳୀୟ ବାଷ୍ପର ପରିମାଣକୁ ଆର୍ଦ୍ରତା କୁହାଯାଏ )
(d) ବାୟୁର ଗତି (ପବନର ବେଗ)
ବାଷ୍ପୀଭବନ ଶୀତଳତା ସୃଷ୍ଟି କରିଥାଏ । ଗରମ ଚାହାକୁ କିଛି ସମୟ ବାହାରେ ରଖୁଲେ ବାଷ୍ପୀଭବନ ପ୍ରକ୍ରିୟା ହେତୁ ଏହା ଶୀତଳ ହୋଇଯାଏ ।

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

କାର୍ଯ୍ୟ-୮ : ଆସ ଗୋଟିଏ

  • ଦୁଇଟି ବୋତଲର ସମାନ ଆକାରର ଠିପି ନିଆଯାଉ ।
  • ପ୍ରତ୍ୟେକ ଠିପିରେ ସମାନ ପରିମାଣର ଜଳ ଢାଳି ଦିଆଯାଉ ।
  • ଗୋଟିଏ ଠିପିକୁ ସୂର୍ଯ୍ୟକିରଣରେ ରଖାଯାଉ ଏବଂ ଚିତ୍ରରେ ଦର୍ଶାଯାଇଥ‌ିବା ଅନୁଯାୟୀ ଅନ୍ୟଟିକୁ ଛାଇରେ ରଖାଯାଉ ।
    Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା 6
  • ପ୍ରତି 15 ମିନିଟ୍ ବ୍ୟବଧାନରେ ବୋତଲର ଦୁଇଟି ଠିପିକୁ ନିରୀକ୍ଷଣ କରାଯାଉ ।
  • ପ୍ରତ୍ୟେକ କ୍ଷେତ୍ରରେ ଜଳ ସମ୍ପୂର୍ଣ୍ଣ ବାଷ୍ପୀଭୂତ ହେବା ପାଇଁ ଲାଗିଥିବା ସମୟ ଲେଖୁ ରଖାଯାଉ ।
  • ତୁମେ ମେଘୁଆ ପାଗରେ କିମ୍ବା ବର୍ଷା ଦିନରେ ମଧ୍ୟ ଏହି କାର୍ଯ୍ୟର ପୁନରାବୃତ୍ତି କରିପାରିବ, ଏବଂ ତୁମ ପର୍ଯ୍ୟବେକ୍ଷଣ ଲେଖୁ ରଖୁ ।

କାର୍ଯ୍ୟ-୮ ଭଳି ଅନ୍ୟାନ୍ୟ ସମାନ ଅନୁଭୂତିରୁ ତୁମେ କେଉଁ ସିଦ୍ଧାନ୍ତ ନିର୍ଣ୍ଣୟ କରିପାରିବ ?

ଛାଇରେ ରଖାଯାଇଥିବା ଠିପି ତୁଳନାରେ ସୂର୍ଯ୍ୟକିରଣରେ ରଖାଯାଇଥିବା ଠିପିକୁ ଜଳ ଶୀଘ୍ର ବାଷ୍ପୀଭୂତ ହୁଏ ।

ଏହା ଏକ ସାଧାରଣ ଘଟଣା ଯେ ଗରମ ଦିନରେ ପୋଷାକ ଶୀଘ୍ର ଶୁକ୍ଲଯାଏ । ଅଧିକ ପବନ ବହୁଥ‌ିବା ଦିନରେ ପୋଷାକ ଶୀଘ୍ର ଶୁଖେ ନା ବିଳମ୍ବରେ ଶୁଖେ ? ଆଉ ଏକ ସାଧାରଣ ଘଟଣା ଯେ, ଅଧ୍ବକ ପବନ ବହୁଥ‌ିବା ଦିନରେ ପୋଷାକ ଶୀଘ୍ର ଶୁଖୁଯାଏ । ବାୟୁର ଗତି ବଢ଼ିବା ସହିତ ଜଳ ମଧ୍ଯ ଦ୍ରୁତ ଗତିରେ ବାଷ୍ପୀଭୂତ ହୋଇଥାଏ ।

ବର୍ଷାଦିନେ ପୋଷାକ ବିଳମ୍ବରେ ଶୁଖୁଥାଏ ବୋଲି ମଧ୍ୟ ଆମେ ଜାଣିଛୁ । ବର୍ଷା ଦିନେ ଜଳ ଧୀରେ ଧୀରେ ବାଷ୍ପୀଭୂତ ହୋଇଥାଏ । ଯଦି ବାୟୁରେ ଜଳର ମାତ୍ରା ଅଧ‌ିକ (ଅଧ‌ିକ ଆର୍ଦ୍ରତା) ଥାଏ, ତେବେ ଜଳ ଧୀରେ ଧୀରେ ବାଷ୍ପୀଭୂତ ହୁଏ ।

ଯଦି ତୁମେ ବର୍ଷା ଦିନେ ପୋଷାକ ଶୁଖାଇବାକୁ ଚାହୁଁଛ, ତେବେ ଏହାକୁ କିପରି ଶୀଘ୍ର କରିପାରିବ ?
ଉ. ଆମେ ପଙ୍ଖା ବ୍ୟବହାର କରି ବର୍ଷାଦିନେ ପୋଷାକ ଶୀଘ୍ର ଶୁଖାଇପାରିବୁ ।

ବର୍ଷା ଦିନରେ ବାୟୁରେ ଜଳୀୟ ବାଷ୍ପର ମାତ୍ରା ଅଧ‌ିକ ଥାଏ, ତେଣୁ ବର୍ଷା ଦିନରେ ଅଧ‌ିକ ଆର୍ଦ୍ରତା ଥାଏ ।

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

ଶୀତଳ ପ୍ରଭାବ :
ଯଦି ଆମେ ଫ୍ୟାନ୍ ତଳେ ବସିଥାଉ ତେବେ ଆମେ କାହିଁକି ଥଣ୍ଡା ଅନୁଭବ କରୁ ?
ଉ. ଫ୍ୟାନ୍ ତଳେ ବସିବାଫଳରେ ପବନ ଝାଳକୁ ବାଷ୍ପୀଭୂତ କରିବାରେ ସାହାଯ୍ୟ କରୁଥିବାରୁ ଆମକୁ ଥଣ୍ଡା କରିଥାଏ ।

କାର୍ଯ୍ୟ-୯ : ଆସ ଏକ ମଡ଼େଲ୍ ତିଆରି କରିବା

  • ଭିନ୍ନ ଭିନ୍ନ ଆକାରର ଦୁଇଟି ମାଟି ପାତ୍ର ନିଆଯାଉ ବଡ଼ ପାତ୍ରର ତଳ ଭାଗକୁ ବାଲିର ଏକ ସ୍ତରରେ ଭର୍ତ୍ତି କରିଦିଆଯାଉ ।
  • ଚିତ୍ରରେ ଦର୍ଶାଯାଇଥିବା ଭଳି ଛୋଟ ପାତ୍ରକୁ ବଡ଼ ପାତ୍ରର ମଝିରେ ରଖାଯାଉ ।
  • ପାତ୍ର ମଧ୍ୟରେ ଥିବା ବ୍ୟବଧାନକୁ ଅଧିକ ବାଲିରେ ପୂରଣ କରାଯାଉ । ବାଲିରେ ଜଳ ଢ଼ାଳି ଦିଆଯାଉ ।
  • ଛୋଟ ପାତ୍ରର ଉପରେ ଘୋଡ଼ାଇବା ପାଇଁ ଏକ ଡ଼ାଙ୍କୁଣି କିମ୍ବା ଓଦା ଝୋଟର ବସ୍ତା ରଖାଯାଉ ।
  • ଏହିପରି ମାଟି ପାତ୍ର କୁଲରର ଏକ ଚିତ୍ର ମଧ୍ୟ ପ୍ରସ୍ତୁତ କରିପାରିବ ।
    Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା 7

କୁଲରକୁ ଥଣ୍ଡା ହେବା ପାଇଁ 4-5 ଘଣ୍ଟା ସମୟ ଦିଆଯାଉ । ସମୟ ସୀମା ଅନେକ ପରି ସ୍ଥିତି ଦ୍ଵାରା ପ୍ରଭାବିତ ହୋଇପାରେ । ଏଥିରେ ପନିପରିବା ଓ ଫଳ ରଖାଯାଉ ଏବଂ କୁଲର ଭିତରେ ରଖାଯାଇଥିବା ପନିପରିବା ଓ ଫଳର ସତେଜତା ଯାଞ୍ଚ କରିବା ପାଇଁ ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରତିଦିନ ନିରୀକ୍ଷଣ କରାଯାଉ ।
Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା 8
ବାଲିକୁ ଆର୍ଦ୍ର ରଖୁବା ପାଇଁ ନିୟମିତ ଜଳ ଛିଞ୍ଚିବାକୁ ପଡ଼ିବ ।
ଏହି ଅନନ୍ୟ ମାଟି ପାତ୍ରକୁ ସୁରେଇ କୁହାଯାଏ । ଖରାଦିନେ ପାଣିକୁ ଥଣ୍ଡା ରଖୁବା ପାଇଁ ସୁରେଇର ବ୍ୟବହାର କରାଯାଏ ।

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

ମେଘରୁ ବର୍ଷା କିପରି ହୁଏ ?
ଯେତେବେଳେ ବାୟୁ ପୃଥ‌ିବୀ ପୃଷ୍ଠରୁ ଉପରକୁ ଗତି କରେ, ଏହା ଥଣ୍ଡା ହୋଇଥାଏ । ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ବାୟୁ ଏତେ ଥଣ୍ଡା ହୋଇଯାଏ ଯେ ଏଥିରେ ଥିବା ଜଳୀୟବାଷ୍ପ ସୁକ୍ଷ୍ମ ଧୂଳିକଣା ଚାରିପାଖରେ ଲାଗି ଛୋଟ ଛୋଟ ଜଳବିନ୍ଦୁରେ ପରିଣତ ହୁଏ ।

ଏହି ଛୋଟ ଛୋଟ ବୁନ୍ଦାଗୁଡ଼ିକ ବାୟୁରେ ଭାସେ ଓ ମେଘ ସୃଷ୍ଟି କରେ । ଅନେକ ଜଳ ବୁନ୍ଦା ଏକାଠି ହୋଇ ବଡ଼ ବୁନ୍ଦା ଜଳ ସୃଷ୍ଟି କରନ୍ତି । କିଛି ଜଳ ବୁନ୍ଦା ଏତେ ଭାରି ହୋଇଥାଏ ଯେ ସେଗୁଡ଼ିକ ତଳକୁ ଖସିବା ଆରମ୍ଭ କରନ୍ତି । ଏହି ଖସି ପଡ଼ିଥ‌ିବା ଜଳ ବୁନ୍ଦାକୁ ଆମେ ବର୍ଷା ବୋଲି କରିଥାଉ ।

ଜଳୀୟ ବାଷ୍ପ ଯୁକ୍ତ ବାୟୁ ବାୟୁମଣ୍ଡଳରେ (ପୃଥ‌ିବୀକୁ ଘେରି ରହିଥ‌ିବା ବାୟୁର ପତଳା ସ୍ତର) କାହିଁକି ଉପର କୁ ଯାଏ ?
ଉ. ଆମେ ଜାଣିଛୁ ଯେ ହାଲୁକା ଗ୍ୟାସ୍ ଥିବା ଗ୍ୟାସ୍ ବେଲୁନ୍ ବାୟୁରେ ଉପରକୁ ଯାଇଥାଏ । ସେହିପରି ଜଳୀୟ ବାଷ୍ପ, ବାୟୁ ତୁଳନାରେ ହାଲୁକା ହୋଇଥିବାରୁ ଏହା ଉପରକୁ ଯାଇଥାଏ ।

କାର୍ଯ୍ୟ–୧୦ : ଆସ ଏକ ଦଳଗତ କାର୍ଯ୍ୟରେ ନିୟୋଜିତ ହେବା

ଖାଲି ଥିବା ଏକ ଲିଟର ପ୍ଲାଷ୍ଟିକ୍ ବୋତଲ ନିଅ । ଏଥ‌ିରେ ପାଖାପାଖ୍ ଏକ କପ୍ ପାଣି ଢାଳି ଦିଅ ।

ଠିପିକୁ ଭଲ ଭାବରେ ବନ୍ଦ କରି ଦିଅ । ଏବେ ବାତଲଟିକୁ 2-3 ମିନିଟ୍ ପର୍ଯ୍ୟନ୍ତ ଲଗାତାର ଚାପ ଦିଅ ଓ ଛାଡ଼ି ଦିଅ । ବୋତଲରେ ଜଳ ଉପରେ ଥ‌ିବା ଖାଲି ସ୍ଥାନକୁ ନିରୀକ୍ଷଣ କର ।
ତୁମେ କ’ଣ ନିରୀକ୍ଷଣ କରୁଛ ?

ଏହି କ୍ଷେତ୍ରରେ ବୋତଲରେ ଥିବା ଜଳ ଉପରେ କିଛି ଧୂଆଁଳିଆ ଆସ୍ତରଣ (ମେଘ) ଦେଖିବାକୁ ମିଳିବ ।

ପୋଡ଼ିଯାଇଥିବା ଖବରକାଗଜରେ ଅତି ଛୋଟ ଛୋଟ ଅଦୃଶ୍ୟ ଧୂଳି କଣିକା ଉପଲବ୍ଧ ହୋଇଥାଏ, ଯାହା ଚାରିପାଖରେ ଜଳୀୟ ବାଷ୍ପ ଘନୀଭୂତ ହୋଇ ମେଘ ସୃଷ୍ଟି କରିଥାଏ ।

ଆସ କାର୍ଯ୍ୟ–୧୧ ରେ ଜଳ କିପରି ଏହାର ଅବସ୍ଥା ଓ ଗତିବିଧ‌ିକୁ ପରିବର୍ତ୍ତନ କରେ ସେ ବିଷୟରେ ଆମେ ବୁଝିବା ।

କାର୍ଯ୍ୟ–୧୧ : ଆସ ଏକ ଦଳଗତ କାର୍ଯ୍ୟରେ ନିୟୋଜିତ ହେବା

ଚିତ୍ରରେ ପ୍ରଦର୍ଶିତ ତୀର ଏବଂ କୋଠରିରେ ଦିଆଯାଇଥିବା ଜଳ କିପରି ଏହାର ଅବସ୍ଥା ପରିବର୍ତ୍ତନ କରେ ଏବଂ ଏହା ଶବ୍ଦ ବ୍ୟବହାର କରି ଜଳ କେଉଁଠି ସଂରକ୍ଷିତ ଅଛି, କେଉଁଠିକୁ ଗତି କରେ ତାହା ଦର୍ଶାଅ !
Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା 9

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

ଜଳଚକ୍ର କ’ଣ ?
ସମୂଦ୍ର ଓ ପୃଥ‌ିବୀ ପୃଷ୍ଠର ଜଳ ବାଷ୍ପ ରୂପେ ବାୟୁମଣ୍ଡଳକୁ ବାଷ୍ପୀଭୂତ ହୁଏ ଏବଂ ବର୍ଷା, କୁଆପଥର କିମ୍ବା କରକା ଭାବରେ ଫେରି ଆସେ ଏବଂ ଶେଷରେ ସମୁଦ୍ରକୁ ପ୍ରବାହିତ ହୁଏ । ଜଳର ଏହି ପ୍ରବାହକୁ ଜଳ ଚକ୍ର କୁହାଯାଏ ।

ପୃଥ‌ିବୀରେ ଉପଲବ୍ଧ ଜଳର ମାତ୍ର ଅଳ୍ପ ଅଂଶ ଉଭିଦ, ପ୍ରାଣୀ ଏବଂ ମନୁଷ୍ୟଙ୍କ ବ୍ୟବହାର ପାଇଁ ଉପଯୁକ୍ତ । ଅଧିକାଂଶ ଜଳ ସମୁଦ୍ରରେ ଥିବାରୁ ଏହାକୁ ସିଧାସଳଖ ବ୍ୟବହାର କରାଯାଇପାରିବ ନାହିଁ । ପିଇବା ପାଇଁ ଏବଂ ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ମଧ୍ୟ ଅମେ ଜଳ ବ୍ୟବହାର କରିଥାଉ ।

ଜନସଂଖ୍ୟା ବୃଦ୍ଧି ସହିତ ଜଳର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଉଛି । ଜଳର ଆବଶ୍ୟକତା ବଢ଼ୁଥ‌ିବା ଯୋଗୁଁ ବିଶ୍ଵର ଅନେକ ସ୍ଥାନରେ ଏହାର ଅଭାବ ଦେଖାଦେଉଛି । ତେଣୁ ଜଳକୁ ଅପଚୟ ନ କରି ନିୟନ୍ତ୍ରିତ ଭାବେ ବ୍ୟବହାର କରିବା ଜରୁରୀ ।

ବିଜ୍ଞାନଭିତ୍ତିକ ପ୍ରମୁଖ ଶବ୍ଦ
୧. ଘନୀଭବନ
୨. ଜଳଚକ୍ର
୩. ବାଷ୍ପୀକରଣ
୪. ଜଳୀୟବାଷ୍ପ
୫. ଶୀତଳୀଭବନ
୬. କଠିନ
୭. ଗ୍ୟାସ୍
୮. ତରଳ
୯. ଆର୍ଦ୍ରତା

ବିଷୟବସ୍ତୁର ସାରାଂଶ :

  • ଜଳକୁ ବାଷ୍ପ ଅବସ୍ଥାରେ ପରିଣତ କରିବା ପ୍ରକ୍ରିୟାକୁ ବାଷ୍ପୀକରଣ କୁହାଯାଏ ।
  • ଜଳୀୟ ବାଷ୍ପକୁ ତରଳ ଅବସ୍ଥାରେ ରୂପାନ୍ତରିତ କରିବା ପ୍ରକ୍ରିୟାକୁ ଘନୀଭବନ କୁହାଯାଏ ।
  • ଜଳ, କଠିନ, ତରଳ ଏବଂ ଗ୍ୟାସ ଭଳି ବିଭିନ୍ନ ଅବସ୍ଥାରେ ମିଳେ ।
  • ଗରମ କିମ୍ବା ଥଣ୍ଡା ହେବା ପରେ ଜଳ ତାର ଅବସ୍ଥା ପରିବର୍ତ୍ତନ କରିଥାଏ ।
  • ବାଷ୍ପୀଭବନ ପ୍ରକ୍ରିୟାକୁ ଦ୍ରୁତ କିମ୍ବା ଧୀର ଭାବରେ କରୁଥିବା କାରକଗୁଡ଼ିକ ହେଉଛି ଜଳର ଉନ୍ମକ୍ତ କ୍ଷେତ୍ର, ଆର୍ଦ୍ରତା, ବାୟୁର ଗତି ଇତ୍ୟାଦି ।
  • ବାଷ୍ପୀକରଣ ଶୀତଳ ପ୍ରଭାବ ସୃଷ୍ଟି କରେ ।
  • ବାୟୁରେ ଥିବା ଜଳୀୟ ବାଷ୍ପ ଘନୀଭୂତ ହୋଇ ଜଳର ଛୋଟ ଛୋଟ ବୁନ୍ଦା ସୃଷ୍ଟି କରିଥାଏ, ଯାହା ମେଘ ରୂପରେ ଦେଖାଯାଏ । ଅନେକ କ୍ଷୁଦ୍ର ଜଳ ବୁନ୍ଦା ଏକାଠି ହୋଇ ବର୍ଷା, କୁଆପଥର ବା ତୁଷାର ରୂପରେ ତଳକୁ ଖସିପଡ଼େ ।
  • ପୃଥ‌ିବୀ ପୃଷ୍ଠ ଏବଂ ବାୟୁମଣ୍ଡଳ ମଧ୍ୟରେ ଜଳର ପ୍ରବାହକୁ ଜଳ ଚକ୍ର କୁହାଯାଏ ।

Class 7 Social Science Chapter 5 Question Answer Odia Medium ସାମ୍ରାଜ୍ୟର ଅଭ୍ୟୁଦୟ

Go through Class 7 Social Science Solutions Odia Medium and Class 7 Social Science Chapter 5 Question Answer Odia Medium ସାମ୍ରାଜ୍ୟର ଅଭ୍ୟୁଦୟ to understand textbook questions more clearly.

7th Class Social Science Chapter 5 Question Answer Odia Medium

Class 7 Social Science Chapter 5 Odia Medium

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

Question 1.
ଏକ ସାମ୍ରାଜ୍ୟର ବୈଶିଷ୍ଟ୍ୟ କ’ଣ ଏବଂ ଏହା ରାଜ୍ୟଠାରୁ କିପରି ପୃଥକ୍ ବ୍ୟାଖ୍ୟା କର।
Answer:
ଏକ ସାମ୍ରାଜ୍ୟର ବୈଶିଷ୍ଟ୍ୟମାନ ନିମ୍ନରେ ପ୍ରଦତ୍ତ କରାଯାଇଛି ।
(i) ସାମ୍ରାଜ୍ୟର ବିସ୍ତାର ସହିତ ବାହ୍ୟଶତ୍ରୁ ଆକ୍ରମଣରୁ ସୁରକ୍ଷା ଏବଂ କରଦ ରାଜ୍ୟଗୁଡ଼ିକୁ ନିୟନ୍ତ୍ରଣ କରିବା ନିମନ୍ତେ ସୈନ୍ୟବାହିନୀ ଗଠନ ଓ ପରିଚାଳନା ।

(ii) ସାମ୍ରାଜ୍ୟର ବିଭିନ୍ନ ଅଞ୍ଚଳରୁ କର ଆଦାୟ, ଆଇନ କାନୁନ ପରିଚାଳନା ଓ ଶୃଙ୍ଖଳା ଲାଗି ରାଜକର୍ମଚାରୀମାନଙ୍କର ଦାୟିତ୍ଵ ଯଥାର୍ଥ ଭାବେ ନିର୍ବାହ କରିବା ପାଇଁ ପ୍ରଶାସନିକ ରୂପରେଖର ନିର୍ଦ୍ଧାରଣ ଓ ପରିଚାଳନା ।

(iii) ବାଣିଜ୍ୟ ପରିଚାଳନା ନିମନ୍ତେ ମାପ ଓ ଓଜନ ଏବଂ ମୁଦ୍ରା ପ୍ରଚଳନ ଲାଗି ଉପଯୁକ୍ତ ଆଇନର ପ୍ରଣୟନ

(iv) ମାନବ ସମ୍ବଳ, ବନ୍ୟ ସମ୍ପଦ, ଖଣିଜ ଦ୍ରବ୍ୟ, କୃଷିଜାତ ଦ୍ରବ୍ୟାଦିର ନିୟନ୍ତ୍ରଣ ଓ ପରିଚାଳନା ।

(v) କଳା, ସାହିତ୍ୟ, ସଂସ୍କୃତି, ଧର୍ମ ଓ ବିଭିନ୍ନ ବିଚାରଧାରାର ପୃଷ୍ଠପୋଷକତା ସହ ଉତ୍ସାହ ପ୍ରଦାନ ।

(vi) ଜନସାଧାରଣଙ୍କ କଲ୍ୟାଣ ଓ ବ୍ୟବସାୟର ଅଭିଦୃଷ୍ଟି, ସ୍ଥଳପଥ, ନଦୀ ଓ ସମୁଦ୍ର ଆଦି ଜଳପଥରେ ଯୋଗାଯୋଗର ଭିଭିଭୂମି ବିକାଶ ଲାଗି ପ୍ରୟାସ ।

(vii) କରଦ ରାଜ୍ୟ ଓ ରାଜ୍ୟମାନଙ୍କ ଉପରେ ସମ୍ରାଟଙ୍କ କେନ୍ଦ୍ରୀୟ କର୍ତ୍ତୃତ୍ଵ କ୍ଷମତାର ପ୍ରୟୋଗ ।

ସାମ୍ରାଜ୍ୟ ତୁଳନାରେ ରାଜ୍ୟ ଛୋଟ ଏବଂ ଜଣେ ରାଜାଦ୍ଵାରା ଶାସିତ ହୋଇଥାଏ । ରାଜ୍ୟର ପ୍ରଜାମାନେ ପ୍ରାୟ ଏକପ୍ରକାରର ଏବଂ ଅଧିକାଂଶ କୃଷି ଉପରେ ନିର୍ଭର କରିଥା’ନ୍ତି । ରାଜାଙ୍କ କ୍ଷମତା ସମ୍ରାଟଙ୍କ କ୍ଷମତାଠାରୁ ତୁଳନାତ୍ମକ ଭାବେ କମ୍ ଏବଂ ସୀମିତ । ପ୍ରଶାସନିକ ବ୍ୟବସ୍ଥାରେ ମଧ୍ୟ ଏକ ରାଜ୍ୟରେ ଜଟିଳତା ନଥାଏ`। ଜନସଂଖ୍ୟା ମଧ୍ୟ ତୁଳନାତ୍ମକ ଭାବରେ କମ୍ ଥାଏ । ରାଜାଙ୍କୁ ତାଙ୍କ କାର୍ଯ୍ୟରେ ରାଜପୁତ୍ର ଏବଂ ସୈନ୍ୟସାମନ୍ତ ସହଯୋଗ କରିଥା’ନ୍ତି । ସମ୍ବଳ ମଧ୍ଯ ଏକ ରାଜାଙ୍କର ସୀମିତ ଥାଏ ।

Question 2
ରାଜ୍ୟର ସାମ୍ରାଜ୍ୟକୁ ପରିବର୍ତ୍ତନ ହେବାପାଇଁ ଥ‌ିବା ଗୁରୁତ୍ଵପୂର୍ଣ୍ଣ କାରକଗୁଡ଼ିକ କ’ଣ ?
Answer:
ରାଜ୍ୟରୁ ଏକ ବିଶାଳ ସାମ୍ରାଜ୍ୟକୁ ପରିବର୍ତ୍ତିତ ହେବାପାଇଁ ଅନେକ ମୁଖ୍ୟ କାରଣ ଦାୟୀ ଅଟେ । ସେଗୁଡ଼ିକ ହେଲା-
(i) ଦୃଢ଼ ନେତୃତ୍ଵ : ଉଚ୍ଚାଭିଳାଷୀ ଶାସକମାନେ ଯଥା- ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ସମୁଦ୍ରଗୁପ୍ତ ଇତ୍ୟାଦି ତାଙ୍କ ସାମ୍ରାଜ୍ୟକୁ ଯୁଦ୍ଧ ଏବଂ ମିତ୍ରତାଦ୍ଵାରା ବୃଦ୍ଧି କରିଥିଲେ । ଯାହାଫଳରେ ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟ ଏବଂ ଗୁପ୍ତ ସାମ୍ରାଜ୍ୟ ଗଢ଼ି ଉଠିଥିଲା ।

(ii) ସାମରିକ ଶକ୍ତି : ସାମ୍ରାଜ୍ୟ ପାଇଁ ଏକ ସଶକ୍ତ ଶକ୍ତିଶାଳୀ ସାମରିକ ବାହିନୀ ଆବଶ୍ୟକ । ଏଥିରେ ଉନ୍ନତ ଧରଣର ଅସ୍ତ୍ରଶସ୍ତ୍ର ସହ ଅଶ୍ଵାରୋହୀ, ଗଜାରୋହୀ ଏବଂ ପଦାତିକ ବାହିନୀ ରହିଥିବା ଆବଶ୍ୟକ । ଯେକୌଣସି ଶତ୍ରୁପକ୍ଷକୁ ଦମନ ଏବଂ ପରାସ୍ତ କରିବାର ସାମର୍ଥ୍ୟ ଏହି ସେନାବାହିନୀର ଥାଏ ।

(iii) ଆର୍ଥିକ ସାମର୍ଥ୍ୟ : ଏକ ସାମ୍ରାଜ୍ୟରେ ପ୍ରଚୁର ପରିମାଣରେ ଆର୍ଥିକ ସାମର୍ଥ୍ୟ ସମ୍ବଳ ଥ‌ିବା ଆବଶ୍ୟକ । ମୌର୍ଯ୍ୟ ସାମ୍ରାଜ୍ୟ ଓ ଗୁପ୍ତ ସାମ୍ରାଜ୍ୟରେ ଉର୍ବର ଜମି, ବହୁଳ ରାଜସ୍ୱ ଆଦାୟର ବ୍ୟବସ୍ଥା, ବାଣିଜ୍ୟ ବ୍ୟବସାୟ ଇତ୍ୟାଦି ରହିଥିଲା । ଏତଦ୍‌ବ୍ୟତୀତ ଅନ୍ୟ ଦେଶମାନଙ୍କରୁ ବିଜୟଦ୍ଵାରା ଅର୍ଜିତ ଧନ ମଧ୍ଯ ସେମାନଙ୍କ ଆର୍ଥିକ ସାମର୍ଥକ୍ୟକୁ ସୁଦୃଢ଼ କରିଥାଏ । ସୁତରାଂ ଏକ ସାମ୍ରାଜ୍ୟ ପାଇଁ ଆର୍ଥିକ ଦୃଢ଼ତା ଆବଶ୍ୟକ ।

(iv) ପ୍ରଭାବୀ ପ୍ରଶାସନ : ସାମ୍ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ ଥିବା ଆବଶ୍ୟକ । ସମ୍ରାଟଙ୍କୁ ପ୍ରଶାସନରେ ସହାୟତା କରିବା ପାଇଁ ଏକ ସୁଦକ୍ଷ ମନ୍ତ୍ରିମଣ୍ଡଳ ଏବଂ ଅନ୍ୟାନ୍ୟ କର୍ମଚାରୀ ଥିବା ଆବଶ୍ୟକ, ଯାହା ମୌର୍ଯ୍ୟ ଏବଂ ଗୁପ୍ତ ସାମ୍ରାଜ୍ୟରେ ଦେଖା ଦେଇଥିଲା ।

(v) ଗୁପ୍ତଚର ବ୍ୟବସ୍ଥା : ସାମ୍ରାଜ୍ୟର କୋଣ ଅନୁକୋଣରୁ ତଥ୍ୟମାନ ଗୁପ୍ତଚରମାନଙ୍କଦ୍ୱାରା ପ୍ରାପ୍ତ ହୋଇଥାଏ । ଯାହାଫଳରେ ବିଶାଳ ସାମ୍ରାଜ୍ୟର ବିଭିନ୍ନ ପ୍ରାନ୍ତରରେ ଘଟୁଥ‌ିବା ଘଟଣା ସମ୍ରାଟଙ୍କ ନିକଟରେ ପହଞ୍ଚିବାଦ୍ଵାରା ପ୍ରଶାସନ ଉତ୍ତମ ହୋଇଥାଏ ।

(vi) ଭିତ୍ତିଭୂମି : ଏକ ସାମ୍ରାଜ୍ୟରେ ରାସ୍ତା, ଜଳସେଚନ ଏବଂ ଗମନାଗମନ ବ୍ୟବସ୍ଥାର ସୁବିଧା ଥ‌ିବା ଆବଶ୍ୟକ । ଏହିଭଳି ଏକ ଭିତ୍ତିଭୂମି ଉପରେ ସାମ୍ରାଜ୍ୟର ସ୍ୱଚ୍ଛତା ନିର୍ଭର କରିଥାଏ ।

Question 3.
ଆଲେକଜାଣ୍ଡାରଙ୍କୁ ବିଶ୍ଵ ଇତିହାସରେ ଜଣେ ଗୁରୁତ୍ଵପୂର୍ଣ୍ଣ ରାଜା ଭାବରେ ବିବଚେନା କରାଯାଏ – ତୁମେ ଏପରି କାହିଁକି ଭାବୁଛ ?
Answer:
ଆଲେକ୍‌ଜାଣ୍ଡାରଙ୍କୁ ବିଶ୍ଵ ଇତିହାସରେ ଜଣେ ଗୁରୁତ୍ଵପୂର୍ଣ ରାଜା ଭାବରେ ନିମ୍ନଲିଖୁ କାରଣ ଯୋଗୁଁ ବିବେଚନା କରାଯାଏ ।
(i) ସାମରିକ ବିଶେଷଜ୍ଞ : ଆଲେକ୍‌ଜାଣ୍ଡାରଙ୍କୁ ଜଣେ ସ୍ଵର୍ଗଜାତ ସେନାଧ୍ୟକ୍ଷ ଭାବରେ ଇତିହାସରେ ବିବେଚନୀ କରାଯାଇଛି । ସେ ଗ୍ରୀକ୍‌ଠାରୁ ଆରମ୍ଭ କରି ଉତ୍ତର ପଶ୍ଚିମ ଭାରତ ପର୍ଯ୍ୟନ୍ତ ରାଜ୍ୟ ଅଧିକାର କରିଥିଲେ, ଯାହାକି ଇତିହାସରେ ସବୁଠାରୁ ବିଶାଳ ସାମ୍ରାଜ୍ୟ ଅଟେ । ତାଙ୍କ ସାମ୍ରାଜ୍ୟ ଇଉରୋପ, ଉତ୍ତର ଆଫ୍ରିକା ଏବଂ ଏସିଆ ମହାଦେଶ ଭଳି ତିନୋଟି ମହାଦେଶରେ ବିସ୍ତାରିତ ହୋଇଥିଲା, ଯାହା ତାଙ୍କ ସାମରିକ ଦକ୍ଷତାର ପ୍ରମାଣ ଦିଏ ।

(ii) ସାଂସ୍କୃତିକ ବିନିମୟ : ଆଲେକ୍‌ଜାଣ୍ଡାର ଯେଉଁ ରାଜ୍ୟକୁ ଜୟ କରୁଥିଲେ, ସେହି ରାଜ୍ୟ ସହିତ ଗ୍ରୀକ୍ ସଂସ୍କୃତିକୁ ସଂଯୋଗ କରୁଥିଲେ । ଫଳରେ ପାରସ୍ୟ ଓ ଭାରତୀୟ ସଂସ୍କୃତି ସହିତ ଗ୍ରୀକ୍ ସଂସ୍କୃତିର ଆଦାନପ୍ରଦାନ ସମ୍ଭବ ହୋଇପାରିଥିଲା । ଏହାଦ୍ୱାରା କଳା, ସଂସ୍କୃତି, ବିଜ୍ଞାନ ଓ ବାଣିଜ୍ୟ ବ୍ୟବସାୟରେ ବିକାଶ ଘଟିପାରିଥିଲା ।

(iii) ବିଚକ୍ଷଣ ରଣନୀତି : ଆଲେକ୍‌ଜାଣ୍ଡାର ଯୁଦ୍ଧରେ ଏକପ୍ରକାର ଆଧୁନିକ ଯୁଦ୍ଧକୌଶଳ ବ୍ୟବହାର କରୁଥିଲେ । ସେ ସୈନ୍ୟମାନଙ୍କୁ ନେଇ ଫାଲଙ୍କସ୍ (Phalanx) ଗଠନ କରୁଥିଲେ ଯାହାଦ୍ଵାରା ସେ ଯେକୌଣସି ଶକ୍ତିଶାଳୀ ସୈନ୍ୟବାହିନୀକୁ ପରାସ୍ତ କରିପାରୁଥିଲେ । ଭାରତରେ ଏହି ରଣନୀତି ଆପଣେଇ ରାଜା ପୁରୁଙ୍କୁ ପରାସ୍ତ କରିଥିଲେ ।

(iv) ଐତିହାସିକ ପରମ୍ପରା : ତାଙ୍କ ସାମ୍ରାଜ୍ୟ ଭବିଷ୍ୟତ ଶାସକ ଏବଂ ଗ୍ରୀକ୍ ଐତିହାସିକମାନଙ୍କୁ ବିଶେଷ ସହାୟତା କରିଥିଲା । ପରବର୍ତ୍ତୀ ଶାସକମାନେ ତାଙ୍କଦ୍ଵାରା ଅନୁପ୍ରାଣୀତ ହୋଇଥିଲେ । ଗ୍ରୀକ୍ ଐତିହାସିକମାନେ ତାଙ୍କ ଯୁଦ୍ଧଯାତ୍ରାକୁ ଇତିହାସରେ ସ୍ଥାନ ଦେବା ସହ ପ୍ରାଚୀନ ସଭ୍ୟତାମାନଙ୍କର ମୂଲ୍ୟବାନ କାଗଜପତ୍ର ପ୍ରଦାନ କରିଥିଲେ । ସୁତରାଂ ଆଲେକ୍‌ଜାଣ୍ଡାର ବିଶ୍ଵ ଇତିହାସରେ ବହୁଚର୍ଚ୍ଚିତ ସମ୍ରାଟ ଥିଲେ ।

Question 4.
ପ୍ରାଚୀନ ଭାରତୀୟ ଇତିହାସରେ ମୌର୍ଯ୍ୟମାନେ ଗୁରୁତ୍ଵପୂର୍ଣ ଥିଲେ ଏହାର କାରଣ ବର୍ଣ୍ଣନା କର ।
Answer:
ପ୍ରାଚୀନ ଭାରତ ଇତିହାସରେ ମୌର୍ଯ୍ୟ ସାମ୍ରାଜ୍ୟ ଏକ ଐତିହାସିକ ଗୁରୁତ୍ଵବହନ କରିଥିଲା । ଏହି ସାମ୍ରାଜ୍ୟର ପ୍ରତିଷ୍ଠାତା ଥିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଯିଏକି ଏକ ବିଶାଳ ସାମ୍ରାଜ୍ୟ ନିର୍ମାଣ କରିଥିଲେ । ସେ ମଧ୍ୟ ଏକ ଉତ୍ତମ ପ୍ରଶାସନ ଦେଇଥିଲେ । ନିମ୍ନଲିଖୁତ କାରଣ ଯୋଗୁଁ ଏହି ସାମ୍ରାଜ୍ୟର ବିଶେଷତ୍ୱକୁ ଉପଲବ୍ଧ କରାଯାଏ ।

(i) ସର୍ବଭାରତୀୟ ସାମ୍ରାଜ୍ୟ : ମୌର୍ଯ୍ୟ ସାମ୍ରାଜ୍ୟ ଭାରତୀୟ ଉପମହାଦେଶରେ ଦୂରବର୍ତ୍ତୀ ଦକ୍ଷିଣକୁ ବାଦେଇ ଗଠିତ ହୋଇଥିଲା । ଏହିପରି ଏକ ବିବିଧ ସାମ୍ରାଜ୍ୟର ଅଞ୍ଚଳକୁ ଏକତ୍ରିତ କରି ମୌର୍ଯ୍ୟ ଶାସକମାନେ ଏକ ବିଶାଳ ସାମ୍ରାଜ୍ୟ ଗଠନ କରିଥିଲେ ।

(ii) ଉତ୍ତମ ଶାସନ : ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କଠାରୁ ଆରମ୍ଭ କରି ତାଙ୍କ ପୌତ୍ର ଅଶୋକ ମଗଧ ସାମ୍ରାଜ୍ୟରେ ଏକ ଉତ୍ତମ ପ୍ରଶାସନ ପ୍ରଚଳିତ କରିଥିଲେ । କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରଦ୍ଵାରା ସାମ୍ରାଜ୍ୟର ରାଜନୀତି, ଅର୍ଥନୀତି ଏବଂ ଆଇନ ପରିଚାଳିତ ହୋଇଥିଲା । ଦକ୍ଷ ବ୍ୟକ୍ତିମାନଙ୍କୁ ନେଇ ଏକ ମନ୍ତ୍ରୀପରିଷଦ ଗଠନ କରାଯାଇଥିଲା ।

(iii) ପ୍ରାଦେଶିକ ଶାସ୍ତ୍ରନ : ମୌର୍ଯ୍ୟ ରାଜତ୍ଵ ସମୟରେ ପ୍ରାଦେଶିକ ସ୍ତରରେ ମଧ୍ୟ ପ୍ରଶାସନିକ ବ୍ୟବସ୍ଥାକୁ ସକ୍ରିୟ କରାଯାଇପାରିଲା । ପାରିଷଦ, ମନ୍ତ୍ରୀ ଏବଂ ଅନ୍ୟମାନଙ୍କୁ ନେଇ ଏକ ସୁଗମ୍ ପ୍ରଶାସନ କରାଯାଇପାରିଥିଲା ।

(iv) ଅଶୋକଙ୍କ ଧର୍ମ : ଅଶୋକଙ୍କ ଧମ୍ମଦ୍ଵାରା ଶାନ୍ତି, ମୈତ୍ରୀ, ସହନଶୀଳତା ଏବଂ ଜନମଙ୍ଗଳ କାର୍ଯ୍ୟକୁ ତ୍ଵରାନ୍ଵିତ କରାଯାଇଥିଲା । ତାଙ୍କର ବାର୍ତ୍ତାକୁ ଶିଳାଲେଖମାନଙ୍କରେ ଖୋଦ୍ରିତ କରାଯାଇ ଜନସାଧାରଣଙ୍କୁ ତାଙ୍କ ମହାନତା ସମ୍ପର୍କରେ ଅବଗତ କରାଯାଇଥିଲା ।

(v) ଆର୍ଥିକ ବିକାଶ : କୃଷି, ବାଣିଜ୍ୟ, ବ୍ୟବସାୟ, ମୁଦ୍ରା ପ୍ରଚଳନ, ରାସ୍ତା ନିର୍ମାଣ ଏବଂ ଗମନାଗମନର ବିକାଶ କରାଯାଇ ସମ୍ରାଜ୍ୟରେ ଆର୍ଥିକ ସମୃଦ୍ଧି ହୋଇପାରିଥିଲା ।

(vi) ସାଂସ୍କୃତିକ ପରମ୍ପରା : ଅଶୋକଙ୍କ ସମୟରେ କଳା, ସଂସ୍କୃତି, କାରୁକାର୍ଯ୍ୟ ସବୁକୁ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ କରାଯାଇଥିଲା ।

Question 5.
କୌଟିଲ୍ୟଙ୍କର ମୁଖ୍ୟ ଧାରଣାଗୁଡ଼ିକ କ’ଣ ଥିଲା ? ସେଥୁରୁ କେଉଁସବୁ ଧାରଣା ଆଜି ବି ଅନୁଭୂତ ହେଉଅଛି ?
Answer:
କୌଟିଲ୍ୟ ତାଙ୍କର ମୁଖ୍ୟ ଧାରଣାଗୁଡ଼ିକୁ ‘ଅର୍ଥଶାସ୍ତ୍ର’ରେ ଲିପିବଦ୍ଧ କରିଥିଲେ । ସେ ଏକ ସଶକ୍ତ ଏବଂ ନୀତିଗତ ପ୍ରଶାସକ ଉପରେ ଗୁରୁତ୍ଵ ଦେଇଥିଲେ । ସେ ଶାସକମାନଙ୍କୁ ଜନମଙ୍ଗଳ ଏବଂ ଜନତାଙ୍କ ସୁଖସ୍ଵାଚ୍ଛନ୍ଦ୍ୟ ପାଇଁ କାର୍ଯ୍ୟ କରିବାକୁ ଉପଦେଶ ଦେଉଥିଲେ । ସେ କହୁଥିଲେ ‘‘ପ୍ରଜାଙ୍କର ସୁଖହିଁ ବାସ୍ତବିକ୍ ରାଜାଙ୍କର ସୁଖ ।’’ ରାଜକୋଷକୁ ସମୃଦ୍ଧ କରିବା ପାଇଁ ବିଭିନ୍ନ ସତ୍ ଉଦ୍ୟମ କରିବା ପାଇଁ ପରାମର୍ଶ ଦେଇଥିଲେ । ଜାତୀୟ ସୁରକ୍ଷା ଉପରେ ସେ ଗୁରୁତ୍ଵ ଦେଇଥିଲେ । ସେଥିପାଇଁ ସାମ୍ରାଜ୍ୟରେ ଏକ ଗୁପ୍ତଚର ବ୍ୟବସ୍ଥା କରିବା ପାଇଁ ସେ କହିଥିଲେ ଏବଂ ସେ ଏକ ସୁସଙ୍ଗଠିତ ସୈନ୍ୟବାହିନୀ ଗଠନ ଉପରେ ଗୁରୁତ୍ଵ ଦେଇଥିଲେ ।

କୌଟିଲ୍ୟଙ୍କ ନୀତି ଆଜି ମଧ୍ୟ ଆମ ଦେଶରେ ଅନୁସରଣ କରାଯାଏ । ତାଙ୍କର କୂଟନୀତିକୁ ବୈଦେଶିକ ମନ୍ତ୍ରଣାଳୟରେ ଅନୁସରଣ କରାଯାଏ । ସାଧାରଣ ଲୋକମାନେ ମଧ୍ୟ ତାଙ୍କ ନୀତିକୁ ଦୈନନ୍ଦିନ ଜୀବନରେ ଅନୁସରଣ କରନ୍ତି । ଆର୍ଥିକ ବିକାଶରେ ଆଜି ତାଙ୍କର ନୀତିକୁ ଅନୁସରଣ କରାଯାଉଛି । ଏତଦ୍‌ବ୍ୟତୀତ ରାଜନୈତିକ କ୍ଷେତ୍ରରେ, ଜନମଙ୍ଗଳ କାର୍ଯ୍ୟରେ ସର୍ବୋପରି ଦେଶ ନିର୍ମାଣ କ୍ଷେତ୍ରରେ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ପ୍ରଣିଧାନ ଯୋଗ୍ୟ ।

Class 7 Social Science Chapter 5 Question Answer Odia Medium ସାମ୍ରାଜ୍ୟର ଅଭ୍ୟୁଦୟ

Question 6.
ଅଶୋକ ଏବଂ ତାଙ୍କ ସାମ୍ରାଜ୍ୟର ଅସାଧାରଣ ଦିଗଗୁଡ଼ିକ କ’ଣ ଥିଲା ? ଏହାର କେଉଁ ଦିଗ ଆଜି ମଧ୍ୟ ଭାରତକୁ ପ୍ରଭାବିତ କରୁଛି ଏବଂ କାହିଁକି ? ପ୍ରାୟ ୨୫୦ଟି ଶବ୍ଦ ମଧ୍ଯରେ ତୁମର ମତ ରଖ ।
Answer:
ଚଣ୍ଡାଶୋକରୁ ଧର୍ମାଶୋକରେ ପରିବର୍ତ୍ତନ ହୋଇଥିବା ସମ୍ରାଟ ଅଶୋକଙ୍କ ନୀତି ଓ ନୈତିକତା ଥିଲା ଅନନ୍ୟ । କଳିଙ୍ଗ ଯୁଦ୍ଧ ପରେ ଅଶୋକଙ୍କ ମଧ୍ୟରେ ଯେଉଁ ବିରାଟ ପରିବର୍ତ୍ତନ ଘଟିଲା ତାହା ତାଙ୍କୁ ଏକ ଅସାଧାରଣ ଶାସକ ଭାବରେ ଜନ୍ମ ଦେଲା । ତାଙ୍କଦ୍ଵାରା ପ୍ରଣୀତ ଧାମ ଜନମଙ୍ଗଳ ପାଇଁ ଉଦ୍ଦିଷ୍ଟ ଥିଲା । ସେ ଧର୍ମୀୟ ସହିଷ୍ଣୁତା, ମାନବ ଏବଂ ପ୍ରାଣୀମାନଙ୍କ ପାଇଁ ଦୟାଭାବ ଏବଂ ସମସ୍ତ ବର୍ଗର ପ୍ରଜାଙ୍କ ପାଇଁ ତାଙ୍କର ସେବା ଓ ବ୍ୟାକୁଳତା ତାଙ୍କୁ ଧର୍ମାଶୋକରେ ପରିଣତ କରିଥିଲା । ତାଙ୍କଦ୍ୱାରା ନିର୍ମିତ ଶିଳାଲେଖମାନଙ୍କରେ ତାଙ୍କର ବଦାନ୍ୟତା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ସେ କିଭଳି ଭାବରେ ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟସେବା, ପାନୀୟ ଜଳସେବା, ଯାତ୍ରୀଙ୍କ ପାଇଁ ପାନ୍ଥନିବାସ ଓ ବାଣିଜ୍ୟ ବ୍ୟବସାୟର ବିକାଶ ପାଇଁ କାର୍ଯ୍ୟ କରିଥିଲେ, ଆଜି ମଧ୍ୟ ତାହା ପ୍ରାସଙ୍ଗିକ ଅଟେ ।

Question 7.
ରାଜା ପ୍ରିୟଦର୍ଶୀ ହେଉଛନ୍ତି ଈଶ୍ଵରଙ୍କର ପ୍ରିୟ । ମୋଦ୍ୱାରା ନିଯୁକ୍ତ ଧର୍ମମହାମାତ୍ରମାନେ ଜନସାଧାରଣଙ୍କ ହିତରେ କାର୍ଯ୍ୟ କରନ୍ତି । ସେମାନେ ସମସ୍ତ ସମ୍ପ୍ରଦାୟ, ଉଭୟ ଗୃହୀ ଏବଂ ସନ୍ନ୍ୟାସୀମାନଙ୍କ ନିମନ୍ତେ ସର୍ବଦା କାର୍ଯ୍ୟରତ । ବ୍ରାହ୍ମଣ, ସନ୍ନ୍ୟାସୀ, ଜୈନ ଓ ଅନ୍ୟ ସମ୍ପ୍ରଦାୟ ନିମନ୍ତେ ମୁଁ କେତେକ ଲୋକଙ୍କୁ ବୌଦ୍ଧ ପରମ୍ପରାରେ ନିଯୁକ୍ତି ଦେଇଅଛି । ଏହିପରି ଅନେକ ପ୍ରକାର ରାଜକର୍ମଚାରୀ ବିଭିନ୍ନ ଦାୟିତ୍ଵରେ ରହିଛନ୍ତି । କିନ୍ତୁ ମୋର ଧର୍ମ କର୍ମଚାରୀମାନେ କେବଳ ଏହି କାର୍ଯ୍ୟରେ ଏବଂ ଅନ୍ୟ ସମ୍ପ୍ରଦାୟ ନିମନ୍ତେ ତତ୍ପର ରହିଥା’ନ୍ତି । ଏହିସବୁ ପଢ଼ିବା ପରେ ତୁମେ କ’ଣ ଭାବୁଛ ଯେ ଅଶୋକ ଅନ୍ୟ ଧାର୍ମିକ ଚିନ୍ତାଧାରା ଓ ବିଶ୍ଵାସ ପ୍ରତି ସହନଶୀଳ ଥିଲେ ? ଶ୍ରେଣୀଗୃହରେ ତୁମର ଚିନ୍ତାଧାରା ଆଲୋଚନା କର ।
Answer:
ଅଶୋକଙ୍କର ଉକ୍ତ ଲେଖାକୁ ପଢ଼ିବାପରେ ହୃଦୟଙ୍ଗମ ହୁଏ ଯେ ସେ ଜଣେ ବାସ୍ତବରେ ଈଶ୍ଵରଙ୍କର ପ୍ରିୟ ବ୍ୟକ୍ତି । ସେ ତାଙ୍କର ଧର୍ମ କର୍ମଚାରୀମାନଙ୍କୁ ଜନକଲ୍ୟାଣ ପାଇଁ ବିଭିନ୍ନ ଦାୟିତ୍ଵ ଦେଇଛନ୍ତି । ଏହା କୌଣସି ଧର୍ମ ଭିଭିରେ ସେ ଦେଇ ନାହାନ୍ତି । ତେଣୁ ଏହା ପ୍ରମାଣ କରେ ଯେ ଅଶୋକ ଥିଲେ ଅନ୍ୟ ଧର୍ମପ୍ରତି ଉଦାର ଏବଂ ସହନଶୀଳ । ସେ ଯଦିଓ ବୌଦ୍ଧଧର୍ମ ଗ୍ରହଟଣ କରି ତାର ପ୍ରଚାର ପ୍ରସାର କରିଥିଲେ କିନ୍ତୁ ଅନ୍ୟ ଧର୍ମପ୍ରତି ସେ କୌଣସି ଅସହିଷ୍ଣୁତା ଭାବ ପ୍ରଦର୍ଶନ କରି ନଥିଲେ । ସେ ସମସ୍ତ ଧର୍ମାବଲମ୍ବୀ ଲୋକ ମଧ୍ୟ ବୌଦ୍ଧ, ବ୍ରାହ୍ମଣ, ଜୈନ, ଆଜବୀକ ସମସ୍ତଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିଲେ । ଏହାକୁ ଆମେ ଧର୍ମନିରପେକ୍ଷତା କହିପାରିବା । ତାଙ୍କର ଚିନ୍ତାଧାରରେ ରାଜନୀତିଠାରୁ ଅଧ୍ଵକ ନୈତିକତାଭାବ ଥିଲା । ସୁତରାଂ ସମସ୍ତ ଧର୍ମ ମଧ୍ୟରେ ସମନ୍ଵୟ ପ୍ରତିଷ୍ଠା ତାଙ୍କ ସମୟରେ ହୋଇପାରିଥିଲା ।

Question 8.
ପ୍ରାଚୀନ ଭାରତରେ ବ୍ରାହ୍ମୀ ଲିପିର ବହୁଳ ପ୍ରଚଳନ ଥିଲା । ଏହି ଲିପି ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କର । ଆବଶ୍ୟକସ୍ଥଳେ ଶିକ୍ଷକଙ୍କ ସହିତ ଆଲୋଚନା କରି ତାଙ୍କର ସାହାଯ୍ୟ ନିଅ । ବ୍ରାହ୍ମୀ ଲିପି ସମ୍ପର୍କରେ ତୁମେ ଯାହା ଶିକ୍ଷାଲାଭ କଲ, ତାହାର ଏକ ଛୋଟ ପ୍ରକଳ୍ପ ପ୍ରସ୍ତୁତ କର ।
Answer:
ପ୍ରାଚୀନ ଭାରତରେ ବ୍ରାହ୍ମୀ ଲିପିର ବହୁଳ ପ୍ରଚଳନ ଥିଲା । ଅଶୋକଙ୍କ ଶିଳାଲିପିରେ ଏହି ଲିପି ବ୍ୟବହୃତ ହୋଇଛି । ଶିକ୍ଷକଙ୍କ ସହିତ ଆଲୋଚନା କଲାପରେ ଏହା ସମ୍ପର୍କରେ ଅଧିକ ଜାଣିବାକୁ ମିଳିଲା । ତା’ପରେ ଏ ସମ୍ପର୍କରେ ଏକ ଛୋଟ ପ୍ରକଳ୍ପ ପ୍ରସ୍ତୁତ କରାଗଲା । ଉକ୍ତ ପ୍ରକଳ୍ପ ବିଷୟରେ ନିମ୍ନରେ ପ୍ରଦତ୍ତ କରାଗଲା ।

  1. ବ୍ରାହ୍ମୀ ଲିପିର ଉତ୍ପତ୍ତି : ଏହି ଲିପି ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ଉତ୍ପତ୍ତି ଲାଭ କରିଥିଲା । ଏହା ଅଶୋକଙ୍କ ଶିଳାଲେଖରେ ବ୍ୟବହୃତ ହୋଇଛି ।
  2. କିପରି ଦେଖାଯାଏ : ଏହା ଦେଖ‌ିବାକୁ ବକ୍ରରେଖା ସଦୃଶ ଏବଂ ବାମରୁ ଡାହାଣକୁ ଲେଖାଯାଇଥାଏ ।
  3. ଏହାର ଗୁରୁତ୍ଵ : ଏହି ଲିପିକୁ ଆଧାର କରି ଆଧୁନିକ ଭାରତୀୟ ଲିପି ଯଥା— ଦେବନଗରୀ, ତାମିଲ ଇତ୍ୟାଦି ଲେଖାଯାଇଛି । ଏହି ଲିପି ହେଉଛି ପ୍ରଥମ ଲିପି ଯାହାକୁ ପ୍ରାଚୀନ ଭାରତୀୟ ଅଭିଲେଖମାନଙ୍କରେ ଦେଖିବାକୁ ମିଳିଛି ।

ଏହା ଏସିଆ ମହାଦେଶର ଅନେକ ଲିପିକୁ ମଧ୍ୟ ତିବ୍ବତୀୟ ଲିପି ଏବଂ ସିଂହଳୀ ଲିପି ଇତ୍ୟାଦିକୁ ଉତ୍ସାହିତ କରୁଅଛି ।

Question 9.
ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ତୁମର କୌଶାମ୍ବୀରୁ କାବେରୀ ପଟ୍ଟନମ୍ ଯିବାକୁ କୁହାଯିବ । ତୁମେ ଏହି ଯାତ୍ରା କିପରି ଓ କେତେ ସମୟ ମଧ୍ୟରେ ଆବଶ୍ୟକ ରହଣି ସହିତ ସମ୍ପାଦନ କରିବ ବୋଲି ଭାବୁଛ ?
Answer:
ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଜଣେ କୌଶାରୀରୁ କାବେରୀ ପଟ୍ଟନମ୍ ଯିବାପାଇଁ ତାଙ୍କୁ ଦୀର୍ଘ ସମୟ ଲାଗିବ ଏବଂ ଏବଂ ଯାତ୍ରା କଷ୍ଟକର ହେବ ।
ଯାତ୍ରା କରିବାର ପଥ ଏବଂ ଗମନାଗମନ –

  1. କୌଶାମ୍ବୀରୁ ପାଟଳୀପୁତ୍ର : ବ୍ଯକ୍ତିଜଣକ କୌଶାୟୀରୁ ପାଟଳୀପୁତ୍ର ଗ୍ରାଣ୍ଡଟ୍ରଙ୍କ ରୋଡ଼ରେ ବଳଦଗାଡ଼ିରେ ଗଲେ ଅତିକମ୍‌ରେ ୧୦ ଦିନ ଲାଗିବ ।
  2. ପାଟଳୀପୁତ୍ରରୁ ତାମ୍ରଲିପ୍ତି : ଏହି ଯାତ୍ରା ଗଙ୍ଗା ନଦୀରେ ନୌକାରେ ଯିବାକୁ ପଡ଼ିବ । ଏହା ଅତିକମ୍‌ରେ ପନ୍ଦର ଦିନ ଲାଗିବ ।
  3. ତାମ୍ରଲିପ୍ତିରୁ କାଢ଼ବରୀ ପଟ୍ଟନମ୍ : ଏହି ଯାତ୍ରା ବଙ୍ଗୋପସାଗରର ଉପକୂଳରେ ଜାହାଜରେ ଯିବାକୁ ପଡ଼ିବ, ଯାହା ୨୦ ଦିନ ଲାଗିବ ।
  4. ସମୁଦାୟ ସମୟ ; ଏହି ଯାତ୍ରା ପାଖାପାଖୁ ୪୫ ଦିନ ଲାଗିବ ଏବଂ ତା’ ମଧ୍ୟରେ ରହଣି ଏବଂ ପାଗକୁ ଦେଖୁ କରାଯିବ ।

ସମୟ ରେଖା :

  1. ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରୁ ଚତୁର୍ଥ ଶତାବ୍ଦୀ : ଉତ୍ତର ତଥା ମଧ୍ୟଭାରତରେ ମହାଜନପଦର ଅଭ୍ୟୁଦୟ ।
  2. ଖ୍ରୀ.ପୂ. ପଞ୍ଚମ ଶତାବ୍ଦୀ : ମଗଧରେ ମହାପଦ୍ମନନ୍ଦଙ୍କର, ଅଭ୍ୟୁଦୟ ଏବଂ ନନ୍ଦବଂଶର ସ୍ଥାପନା ।
  3. ଖ୍ରୀ.ପୂ. ୩୨୭–୩୨୫ : ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡାରଙ୍କର ଭାରତ ଅଭିଯାନ ଆରମ୍ଭ; ଆଲେକ୍‌ଜାଣ୍ଡାର ଏବଂ ରାଜା ପୁରୁଙ୍କ ମଧ୍ୟରେ ହାଇଦାସ୍‌ପିସ୍ ଯୁଦ୍ଧ, ବିଜିତ ରାଜ୍ୟରେ ସତ୍ରାପ ଭାବରେ ରାଜା ପୁରୁଙ୍କ ନିଯୁକ୍ତି ।
  4. ଖ୍ରୀ.ପୂ. ୩୨୪-୩୨୩ : ଗ୍ରୀକ୍ ବୀର ଆଲେକ୍‌ଜାଣ୍ଡାରଙ୍କ ମୃତ୍ୟୁ ଏବଂ ବିଶାଳ ଗ୍ରୀକ୍ ସାମ୍ରାଜ୍ୟର ବିଭାଜନ ।
  5. ଖ୍ରୀ.ପୂ. ୩୨୧ : ମଗଧରେ ମୌର୍ଯ୍ୟ ସାମ୍ରାଜ୍ୟର ଅଭ୍ୟୁଦୟ । ଏହି ବଂଶର ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ତାଙ୍କର ସାମ୍ରାଜ୍ୟକୁ ଉତ୍ତର ପଶ୍ଚିମ ଭାରତ ପର୍ଯ୍ୟନ୍ତ ବିସ୍ତାର କରିଥିଲେ । ରାଜନୀତି ବିଶାରଦ କୌଟିଲ୍ୟଙ୍କର ବା ରାଜ୍ୟଗଠନରେ ମୁଖ୍ୟ ଭୂମିକା ରଖୁଥ‌ିବା ସାତଟି ଅଂଶର ଅବତାରଣା । କୌଟିଲ୍ୟ ତାଙ୍କର ପ୍ରଖ୍ୟାତ କୃତି ଅର୍ଥଶାସ୍ତ୍ରରେ ଶାସନ ଓ ଅର୍ଥନୀତି ବିଜ୍ଞାନ ଉପରେ ସୂଚନା ପ୍ରଦାନ କରିଥିଲେ ।
  6. ଖ୍ରୀ.ପୂ. ୨୬୧ : ଅଶୋକଙ୍କ କଳିଙ୍ଗ ଯୁଦ୍ଧ ।
  7. ଖ୍ରୀ.ପୂ. ୨୬୮–୨୩୨ : ସମ୍ରାଟ ଅଶୋକଙ୍କ ରାଜତ୍ଵ ବର୍ଷ । ମୌର୍ଯ୍ୟ ସାମ୍ରାଜ୍ୟର ବିସ୍ତାର, ଅଶୋକଙ୍କ ପ୍ରଶାସନିକ ଏବଂ ଧାର୍ମିକ ଚିନ୍ତାଧାରା, ଚଣ୍ଡାଶୋକରୁ ଧର୍ମାଶୋକରେ ସମ୍ରାଟ ଅଶୋକଙ୍କର ପରିବର୍ତ୍ତନ, ପୁତ୍ର ମହେନ୍ଦ୍ର ଏବଂ କନ୍ୟା ସଂଘମିତ୍ରାଙ୍କୁ ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର ପାଇଁ ଶ୍ରୀଲଙ୍କା ପ୍ରେରଣ ।
  8. ଖ୍ରୀ.ପୂ. ୧୮୫ : ମୌର୍ଯ୍ୟ ସାମ୍ରାଜ୍ୟର ପତନ, ଦୁର୍ବଳ ଉତ୍ତରାଧୁକାରୀ, ଦୁର୍ବଳ ଶାସନ ପରସ୍ପର ମଧ୍ୟରେ ସଂଘର୍ଷ, ଦୁର୍ବଳ ସାମରିକ ବାହିନୀ ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟକୁ ଭାଗ ଭାଗ କରି ଦେଇଥିଲା ।

ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୮୩) :

Question 1.
ସାମ୍ରାଜ୍ୟ କହିଲେ କ’ଣ ବୁଝ ?
Answer:
ସାମ୍ରାଜ୍ୟ ଶବ୍ଦର ଇଂରାଜୀ ପ୍ରତିଶବ୍ଦ ’empire’ ଯାହା ମୂଳ ଲାଟିନ୍ ଶବ୍ଦ ‘imperium’ରୁ ଆସିଅଛି । ଏହାର ଅର୍ଥ ସର୍ବୋଚ୍ଚ କ୍ଷମତା (Supreme Power) । ସରଳ ଭାଷାରେ କହିବାକୁ ଗଲେ, ସାମ୍ରାଜ୍ୟ ଛୋଟ ଛୋଟ ରାଜ୍ୟ କିମ୍ବା ଅଞ୍ଚଳର ସମଷ୍ଟି, ଯାହା ଉପରେ ଜଣେ ଶକ୍ତିଶାଳୀ ଶାସକ କିମ୍ବା ଶାସକମାନଙ୍କର ଏକ ଗୋଷ୍ଠୀ କ୍ଷମତାର ବ୍ୟବହାର କରିବା ସହିତ ଅନେକ ସମୟରେ ସେମାନଙ୍କ ବିରୋଧରେ ଯୁଦ୍ଧଘୋଷଣା କରିଥା’ନ୍ତି । ଛୋଟ ଛୋଟ ଅଞ୍ଚଳଗୁଡ଼ିକରେ ସେମାନଙ୍କର ନିଜର ଶାସକ ଥାଆନ୍ତି, କିନ୍ତୁ ସେମାମନେ ସମ୍ରାଟଙ୍କ ଅଧୀନରେ ସହାୟକ ଶାସକ ରୂପେ କାର୍ଯ୍ୟ କରିଥାନ୍ତି । ସମ୍ରାଟମାନେ ସାଧାରଣତଃ ରାଜଧାନୀର ମୁଖ୍ୟ କେନ୍ଦ୍ରରୁ ଅର୍ଥନୈତିକ ଓ ପ୍ରଶାସନିକ କ୍ଷମତାର ପ୍ରୟୋଗ କରି ଶାସନ କରିଥାନ୍ତି ।

Question 2.
ଭାରତୀୟ ସଭ୍ୟତାରେ ସାମ୍ରାଜ୍ୟଗୁଡ଼ିକର ଅଭ୍ୟୁଦୟ ଓ ସ୍ଵରୂପ କିପରି ଥିଲା ?
Answer:
ଭାରତୀୟ ସଭ୍ୟତାରେ ସାମ୍ରାଜ୍ୟଗୁଡ଼ିକର ଅଭ୍ୟୁଦୟ ହୋଇଥିଲା । ଉଦାହରଣ ସ୍ଵରୂପ- ମଗଧ ଏବଂ ମୌର୍ଯ୍ୟ ସାମ୍ରାଜ୍ୟ । ଷୋଡ଼ଶ ମହାଜନପଦ ମଧ୍ୟରେ ମଗଧ ଏକ ବିଶାଳ ସାମ୍ରାଜ୍ୟରେ ପରିଣତ ହୋଇଥିଲା । ଏହାର ସମ୍ରାଟ ଥିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଯେ କି ଏହି ବଂଶର ପ୍ରତିଷ୍ଠାତା ଥିଲେ । ମୌର୍ଯ୍ୟ ସାମ୍ରାଜ୍ୟର ଅଧୀନରେ ଅନେକ କରଦ ବା ସାମନ୍ତ ରାଜା ଥିଲେ । ଯେଉଁମାନେ ବାର୍ଷିକ ଦେୟ ଦେଇ ଶାସନ କରୁଥିଲେ । ସାମ୍ରାଜ୍ୟରେ ଏକକ ଆଇନ, ମୁଦ୍ରା, ମାପ ଓ ଓଜନ ଇତ୍ୟାଦି ଆର୍ଥିକ ବିକାଶର ମେରୁଦଣ୍ଡ ଥିଲା । ସାମ୍ରାଜ୍ୟରେ ବାଣିଜ୍ୟ ବ୍ୟବସାୟ, ଭିତ୍ତିଭୂମିର ବିକାଶ ଏବଂ ସାଂସ୍କୃତିକ ବିନିମୟ ମଧ୍ୟ କରାଯାଉଥିଲା । ସମ୍ରାଟ ଅଶୋକଙ୍କ ସମୟରେ ବୌଦ୍ଧଧର୍ମର ବିକାଶ ଏବଂ ଅନେକ ଜନମଙ୍ଗଳକାରୀ କାର୍ଯ୍ୟ କରାଯାଇଥିଲା । ଉତ୍ତମ ପ୍ରଶାସନ ଏବଂ ସାମାଜିକ ମୂଲ୍ୟବୋଧ ଭାରତୀୟ ସଭ୍ୟତାର ପ୍ରମାଣ ବହନ କରିଥିଲା ମୌର୍ଯ୍ୟ ସାମ୍ରାଜ୍ୟ ।

Question 3.
ରାଜ୍ୟଗୁଡ଼ିକ ସାମ୍ରାଜ୍ୟର ରୂପ ନେବାରେ ସହାୟକ ଉପାଦାନ ଗୁଡ଼ିକ କ’ଣ ?
Answer:
ରାଜ୍ୟଗୁଡ଼ିକ ସାମ୍ରାଜ୍ୟର ରୂପ ନେବାରେ ସହାୟକ ଉପାଦାନ ଗୁଡ଼ିକ ହେଲା-
(i) ସାମ୍ରାଜ୍ୟର ବିସ୍ତାର ସହିତ ବାହ୍ୟଶତ୍ରୁ ଆକ୍ରମଣରୁ ସୁରକ୍ଷା ଏବଂ କରଦ ରାଜ୍ୟଗୁଡ଼ିକୁ ନିୟନ୍ତ୍ରଣ କରିବା ନିମନ୍ତେ ସୈନ୍ୟବାହିନୀ ଗଠନ ଓ ପରିଚାଳନା ।

(ii) ସାମ୍ରାଜ୍ୟର ବିଭିନ୍ନ ଅଞ୍ଚଳରୁ କର ଆଦାୟ, ଆଇନ କାନୁନ ପରିଚାଳନା ଓ ଶୃଙ୍ଖଳା ଲାଗି ରାଜକର୍ମଚାରୀମାନଙ୍କର ଦାୟିତ୍ଵ ଯଥାର୍ଥ ଭାବେ ନିର୍ବାହ କରିବା ପାଇଁ ପ୍ରଶାସନିକ ରୂପରେଖର ନିର୍ଦ୍ଧାରଣ ଓ ପରିଚାଳନା ।

(iii) ବାଣିଜ୍ୟ ପରିଚାଳନା ନିମନ୍ତେ ମାପ ଓ ଓଜନ ଏବଂ ମୁଦ୍ରା ପ୍ରଚଳନ ଲାଗି ଉପଯୁକ୍ତ ଆଇନର ପ୍ରଣୟନ ।

(iv) ମାନବ ସମ୍ବଳ, ବନ୍ୟ ସମ୍ପଦ, ଖଣିଜ ଦ୍ରବ୍ୟ, କୃଷିଜାତ ଦ୍ରବ୍ୟାଦିର ନିୟନ୍ତ୍ରଣ ଓ ପରିଚାଳନା ।

(v) କଳା, ସାହିତ୍ୟ, ସଂସ୍କୃତି, ଧର୍ମ ଓ ବିଭିନ୍ନ ବିଚାରଧାରାର ପୃଷ୍ଠପୋଷକତା ସହ ଉତ୍ସାହ ପ୍ରଦାନ ।

(vi) ଜନସାଧାରଣଙ୍କ କଲ୍ୟାଣ ଓ ବ୍ୟବସାୟର ଅଭିବୃଦ୍ଧି, ସ୍ଥଳପଥ, ନଈ, ସମୁଦ୍ର ଆଦି ଜଳପଥରେ ଯୋଗାଯୋଗର ଭିତ୍ତିଭୂମି ବିକାଶ ଲାଗି ପ୍ରୟାସ

(vii) ଦରଦ ରାଜ୍ୟ ଓ ରାଜାମାନଙ୍କ ଉପରେ ସମ୍ରାଟଙ୍କ କେନ୍ଦ୍ରୀୟ କର୍ତ୍ତୃତ୍ଵ କ୍ଷମତାର ପ୍ରୟୋଗ ।

Class 7 Social Science Chapter 5 Question Answer Odia Medium ସାମ୍ରାଜ୍ୟର ଅଭ୍ୟୁଦୟ

Question 4.
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରୁ ଖ୍ରୀ.ପୂ. ଦ୍ଵିତୀୟ ଶତାବ୍ଦୀ ମଧ୍ଯରେ ଲୋକମାନଙ୍କର ଜୀବନ ଯାପନ ଧାରା କିପରି ଥିଲା ?
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରୁ ଖ୍ରୀ.ପୂ. ଦ୍ଵିତୀୟ ଶତାବ୍ଦୀ ମଧ୍ୟରେ ଲୋକମାନଙ୍କର ଜୀବନଧାରା ଚଳଚଞ୍ଚଳ ଥିଲା । ସହରୀ ଜୀବନ କୋଳାହଳ ଓ ଗହଳି ମଧ୍ୟରେ କଟୁଥିଲା । ଉଦାହରଣ ସ୍ଵରୂପ, ପାଟଳୀପୁତ୍ର ସହରରେ ଜନବସତି ସହିତ ଦୋକାନ ବଜାର ଏବଂ ବ୍ୟବସାୟୀ ସଂଘ ମାନ ଥିଲା । ଗ୍ରାମାଞ୍ଚଳରେ କୃଷିର ବିକାଶ ଘଟିଥିଲା ଏବଂ ନଦୀ ଅବବାହିକାମାନଙ୍କରେ ଭଲ ଫସଲ ହେଉଥିଲା । ବାଣିଜ୍ୟ ବ୍ୟବସାୟ ଏବଂ କୃଷିକୁ ରାସ୍ତା ଏବଂ ନଦୀ ସହାୟତା ପ୍ରଦାନ କରୁଥିଲା । ସମାଜରେ ବିବିଧତା ଦେଖା ଦେଇଥିଲା । କଳାକାରୁକାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଆସିଥିଲା । ବିଭିନ୍ନ ସ୍ଥାନରେ ମନ୍ଦିର, ସ୍ତୁପ, ଶିଳାଲେଖ ଇତ୍ୟାଦି ନିର୍ମିତ ହୋଇଥିଲା । ସମ୍ରାଟ ଅଶୋକଙ୍କ ସମୟରେ ସମାନତା ଏବଂ ନ୍ୟାୟ ପ୍ରତିଷ୍ଠା ହୋଇଥିଲା ଯାହା ତାଙ୍କଦ୍ୱାରା ରଚିତ ଶିଳାଲିପିରେ ଦେଖିବାକୁ ମିଳେ । ଏହି ସମୟ ମଧ୍ୟରେ ସମାଜ ଏବଂ ସାମାଜିକ ବ୍ୟବସ୍ଥାରେ ବିକାଶର ଧାରା ଅବ୍ୟାହତ ଥିଲା ।

ଆସ ଅନୁସନ୍ଧାନ କରିବା

Question 1.
ସାମ୍ରାଜ୍ୟଗୁଡ଼ିକ ବିସ୍ତୀର୍ଣ୍ଣ ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିଲା ଏବଂ ସେଠାରେ ବିଭିନ୍ନ ଭାଷା, ରୀତିନୀତି ଏବଂ ଭିନ୍ନ ଭିନ୍ନ ସଂସ୍କୃତି ଆପଣାଇଥବା ଲୋକମାନେ ବାସ କରୁଥିଲେ । ସାମ୍ରାଜ୍ୟରେ ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଉତ୍ତମ ସଂହତି ଓ ବୁଝାମଣା ଥିବାର ସମ୍ରାଟମାନେ କିପରି ନିଶ୍ଚିତ ଥିଲେ ବୋଲି ତୁମେ ଭାବୁଛ ? ଦଳ ଭିତରେ ଆଲୋଚନା କରି ତୁମ ବିଚାର ଶ୍ରେଣୀରେ ବିତରଣ କର ।
Answer:
ସମ୍ରାଟମାନେ ବିଭିନ୍ନ ଭାଷା ଓ ସଂସ୍କୃତିର ଲୋକମାନଙ୍କ ମଧ୍ୟରେ ଉତ୍ତମ ସଂସ୍କୃତି, ଉତ୍ତମ ସଂହତି ଓ ବୁଝାମଣା ସୃଷ୍ଟି କରାଇପାରିଥିଲେ । ତାହାର କାରଣ ନିମ୍ନରେ ପ୍ରଦତ୍ତ କରାଗଲା ।

(i) ସମ୍ରାଟମାନେ ସାଂସ୍କୃତିକ ଏବଂ ଧର୍ମୀୟ ପରମ୍ପରାକୁ ଉତ୍ସାହିତ କରୁଥିଲେ । ଫଳରେ ବିଭିନ୍ନ ଧର୍ମାବଲମ୍ବୀ ଲୋକ ଓ ଭାଷାଭାଷୀ ଲୋକ ନିଜ ଧର୍ମୀୟ ପରମ୍ପରାକୁ ଆନନ୍ଦରେ ପାଳନ କରୁଥିଲେ । ସମ୍ରାଟ ଅଶୋକଙ୍କ ଶିଳାଲିପିରେ ଥିବା ଧମ୍ମରୁ ଜଣାପଡ଼େ ।

(ii) ସମ୍ରାଟମାନେ ଏକକ ଆଇନ ଏବଂ ପ୍ରଭାବଶାଳୀ ପ୍ରଶାସନ ପ୍ରତିଷ୍ଠା କରିଥିଲେ । ସେମାନେ ମଧ୍ୟ ଭିତ୍ତିଭୂମିର ବିକାଶ କରାଇଥିଲେ । ବିଭିନ୍ନ ଅଞ୍ଚଳକୁ ରାସ୍ତାର ସଂଯୋଗ ଥିଲା ଏବଂ ବାଣିଜ୍ୟ ବ୍ୟବସାୟର ସୁବିଧାମାନ ଥିଲା ।

(iii) ସମ୍ରାଟମାନେ ସ୍ଥାନୀୟ ପ୍ରଥା ପ୍ରତି ସହନଶୀଳ ଥିଲେ ଏବଂ ଆଞ୍ଚଳିକ ସ୍ଥଳରେ ଥିବା ଉଚ୍ଚ ଶ୍ରେଣୀର ଲୋକଙ୍କୁ ପ୍ରଶାସନିକ ପଦପଦବୀ ଦେଉଥିଲେ । ସୁତରାଂ ମୌର୍ଯ୍ୟ ଶାସନ ସମୟରେ ଏସବୁ ଦେଖିବାକୁ ମିଳିଥିଲା ।

Question 2.
ସାମ୍ରାଜ୍ୟ ପରିଚାଳନାରେ ଅନେକ ଅସୁବିଧା ପରିଲକ୍ଷିତ ହେଲେ ମଧ୍ୟ ଜଣେ ରାଜା କାହିଁକି ନିଜ ରାଜ୍ୟ ବଢ଼ାଇ ସାମ୍ରାଜ୍ୟ ଗଢ଼ି ନିଜେ ସମ୍ରାଟ ହେବାପାଇଁ ଇଚ୍ଛା କରୁଥିଲେ ? କିଛି କିଛି ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ଏହା ସହ ତୁମେ ଅଧ୍ଵକ କିଛି ମଧ୍ୟ ଚିନ୍ତା କରିପାରିବ ।

  • ସମଗ୍ର ବିଶ୍ଵକୁ ଶାସନ କରିବାର ଏକ ଅଭିଳାଷ ସହିତ ବୃହତ୍ ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖୁ ପରବର୍ତୀ ପିଢ଼ି ପାଇଁ ସ୍ମରଣୀୟ ହୋଇ ରହିବାର ଇଚ୍ଛା ।
  • ଆର୍ଥନୀତିକ ଓ ସାମରିକ ଶକ୍ତିକୁ ବୃଦ୍ଧି କରି, ବୃହତ୍ ଅଞ୍ଚଳକୁ ନିୟନ୍ତ୍ରଣକୁ ଆଣି ସେଠାକାର ସମ୍ବଳକୁ ବିନିଯୋଗ ସହିତ ଏକ ସ୍ଵଚ୍ଛଳ ଅର୍ଥନୀତି ସହ ଶକ୍ତିଶାଳୀ ସାମରିକ ବାହିନୀ ଗଠନ କରିବାର ଇଚ୍ଛା ।
  • ସମ୍ରାଟ ନିଜକୁ ତଥା ନିଜ ସାମ୍ରାଜ୍ୟକୁ ବିତ୍ତଶାଳୀ କରାଇବାର ଇଚ୍ଛା

Answer:
ଜଣେ ରାଜା ଯଦି ଉଚ୍ଚାଭିଳାଷୀ ହୋଇଥା’ନ୍ତି, ତେବେ ସେ ନିଜ ରାଜ୍ୟକୁ ବଢ଼ାଇ ସାମ୍ରାଜ୍ୟ ପ୍ରତିଷ୍ଠା କରିବାକୁ ଇଚ୍ଛା କରିଥାନ୍ତି । ଏହି ପ୍ରକାର ଭାବନା ଆମ ଦେଶରେ ମୌର୍ଯ୍ୟ ଏବଂ ଗୁପ୍ତ ସମ୍ରାଟମାନଙ୍କ ମଧ୍ୟରେ ଥିଲା ।

ଦ୍ଵିତୀୟତଃ, ଅନ୍ୟ ରାଜ୍ୟକୁ ଜୟ କରି ତା’ର ଧନଦୌଲତକୁ ସମ୍ବଳ ରୂପେ ପାଇ ନିଜ ରାଜ୍ୟର ଆର୍ଥିକ ଅଭିବୃଦ୍ଧି କରିବା ସହିତ ନିଜର ସାମରିକ ଶକ୍ତିକୁ ମଧ୍ୟ ବୃଦ୍ଧି କରିବା ସାମ୍ରାଜ୍ୟ ବିସ୍ତାରର ଅନ୍ୟତମ ଉଦ୍ଦେଶ୍ୟ, ଯାହା ମୌର୍ଯ୍ୟ ଗୁପ୍ତ ସମ୍ରାଟଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥିଲା ।

ତୃତୀୟତଃ, ନିଜ ବଂଶର ଶକ୍ତି ଓ ପରମ୍ପରାକୁ ପ୍ରଦର୍ଶିତ କରିବାପାଇଁ ଜଣେ ଅନ୍ୟ ରାଜ୍ୟ ଜୟ କରିବାପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ଚତୁର୍ଥତଃ, ସାମରିକ ସୁରକ୍ଷା ଦୃଷ୍ଟିରୁ ସେମାନେ ଅନ୍ୟ ରାଜ୍ୟ ଜୟ କରି ଦୁର୍ଗ ନିର୍ମାଣ କରିଥା’ନ୍ତି ।

ସର୍ବଶେଷରେ, ଏତିକି କୁହାଯାଇପାରେ ନିଜର ସାମରିକ ତଥା ଆର୍ଥିକ ଅଭିଲିପ୍‌ସାକୁ ଚରିତାର୍ଥ କରିବାପାଇଁ ଜଣେ ନିଜର ସାମ୍ରାଜ୍ୟର କଳେବର ବୃଦ୍ଧି କରିଥା’ନ୍ତି ।

Question 3.
ଯୁଦ୍ଧ ବ୍ୟତୀତ ଶାସକମାନେ, ସେମାନଙ୍କର ସାମ୍ରାଜ୍ୟ ବିସ୍ତାର ପାଇଁ ଆଉ କେଉଁ ନୀତି ଅନୁସରଣ କରୁଥିଲେ କି ? ଏ ବିଷୟରେ ତୁମର ମତାମତ ଲେଖୁ ଶ୍ରେଣୀରେ ଆଲୋଚନା କର ।
Answer:
ରାଜାମାନେ ଯୁଦ୍ଧକୁ ବାଦେଲେ ସେମାନଙ୍କ ସାମାଜିକ ବିସ୍ତାର ପାଇଁ ନିମ୍ନଲିଖୁ ଉପାୟ ଅବଲମ୍ବନ କରୁଥିଲେ । ସେଗୁଡ଼ିକ ହେଲା-

  1. ଯୁଦ୍ଧ ନକରି ପଡ଼ୋଶୀ ରାଜ୍ୟ ସହିତ ପ୍ରତ୍ୟେକ କ୍ଷେତ୍ରରେ ଉତ୍ତମ ବୁଝାମଣା ସମ୍ପର୍କ ରକ୍ଷା କରିବା ।
  2. ଧର୍ମ, ସଂସ୍କୃତି ଏବଂ କଳା କ୍ଷେତ୍ରରେ ନିଜର ପ୍ରଭାବ ଓ ମହତ୍ତ୍ଵକୁ ପଡ଼ୋଶୀ ରାଷ୍ଟ୍ର ସମ୍ମୁଖରେ ପ୍ରତିପାଦନ କରିବା ।
  3. ଶକ୍ତିଶାଳୀ ପ୍ରଶାସନ ଏବଂ ଦୃଢ଼ ସାମରିକ ଶକ୍ତି ପ୍ରଦର୍ଶନ କରି ପଡ଼ୋଶୀ ରାଜ୍ୟଙ୍କର ଆନୁଗତ୍ୟ ଲାଭ କରିବା ।
  4. ପଡ଼ୋଶୀ ରାଜ୍ୟ ସହିତ ପାରିବାରିକ ସମ୍ପର୍କ ତଥା ବୈବାହିକ ସମ୍ପର୍କ ସ୍ଥାପନ କରିବା ।
  5. ବ୍ୟାପାର ଏବଂ ବାଣିଜ୍ୟ ମାଧ୍ୟମରେ ଛୋଟ ଛୋଟ | ଦୁର୍ବଳ ରାଜ୍ୟମାନଙ୍କୁ ନିଜ ଅଧୀନକୁ ଆଣିବା ।

Question 4.
ବାଣିଜ୍ୟ ପଥଗୁଡ଼ିକର ମାନଚିତ୍ରକୁ ନିରୀକ୍ଷଣ କର । ଭୌଗୋଳିକ ଅବସ୍ଥିତି କିପରି ବ୍ୟବସାୟୀମାନଙ୍କୁ ଉପମହାଦେଶରେ ବାଣିଜ୍ୟିକ ଭ୍ରମଣରେ ସାହାଯ୍ୟ କରୁଥିଲା ଚିହ୍ନଟ କର ।
Answer:
ଭାରତୀୟ ଉପମହାଦେଶରେ ବ୍ୟବସାୟୀମାନଙ୍କୁ ବାଣିଜ୍ୟ କାରବାର ପାଇଁ ଭାରତର ଭୌଗୋଳିକ ଅବସ୍ଥିତି ସାହାଯ୍ୟ କରୁଥିଲା ।
(i) ବ୍ୟବସାୟୀମାନେ ବିଶେଷ କରି ଜଳପଥର ବ୍ୟବହାର କରୁଥିଲେ । ଗଙ୍ଗାନଦୀ, ସୋନ ନଦୀ, ନର୍ମଦା ନଦୀ ଇତ୍ୟାଦି ପ୍ରାକୃତିକ ଜଳପଥ ମାଧ୍ୟମରେ ଜିନିଷପତ୍ର ଓ ଦ୍ରବ୍ୟ ନୌକାଦ୍ଵାରା ସ୍ଥାନାନ୍ତରିତ ହେଉଥିଲା ।

(ii) ଉତ୍ତର ପଶ୍ଚିମରେ ଥ‌ିବା ପାର୍ବତ୍ୟାଞ୍ଚଳରେ ସ୍ଥଳପଥ ଭାରତ ଏବଂ ଦକ୍ଷିଣ ଏସିଆକୁ ଯୋଗାଯୋଗ କରୁଥୁଲା, ଯାହାଫଳରେ ଭାରତରୁ ମଧ୍ୟଏସିଆକୁ ଦ୍ରବ୍ୟ ରପ୍ତାନି ଓ ଆମଦାନି କରାଯାଇପାରୁଥିଲା ।

(iii) ଭାରତର ଉପକୂଳ ଅଞ୍ଚଳରେ ଆରବ ସାଗର ଏବଂ ବଙ୍ଗୋପସାଗରରେ ବିଭିନ୍ନ ଦୂରବର୍ତ୍ତୀ ଅଞ୍ଚଳକୁ ସାମୁଦ୍ରିକ ବାଣିଜ୍ୟ କରାଯାଉଥିଲା ।

(iv) ଜଙ୍ଗଲଗୁଡ଼ିକରୁ ଉତ୍ପାଦିତ ବିଭିନ୍ନ କାଠ, ଔଷଧୀୟ ବୃକ୍ଷ ଏବଂ ହାତୀ ଇତ୍ୟାଦି ପଶୁ ଓ ଅନ୍ୟାନ୍ୟ ଦ୍ରବ୍ୟର ବାଣିଜ୍ୟ ବ୍ୟବସାୟ କରାଯାଉଥିଲା ।

(v) ଦାକ୍ଷିଣାତ୍ୟ ମାଳଭୂମିରେ ସ୍ଥାୟୀ ବାଣିଜ୍ୟପଥ ନିର୍ମାଣ କରାଯାଇ ଉଭୟ ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ମଧ୍ୟରେ ବାଣିଜ୍ୟ ବ୍ୟବସାୟ କରାଯାଉଥିଲା ।

Question 5.
ସଡ଼କ ପଥରେ ଗମନାଗମନର କେଉଁ ପ୍ରକାର ମାଧ୍ୟମ ଉପଲବ୍ଧ ଥିଲା ଚିନ୍ତା କର ।
Answer:
ସଡ଼କ ପଥରେ ଗମନାଗମନ ପାଇଁ ବିଭିନ୍ନ ପ୍ରକାର ରହିଥିଲା । ସେଗୁଡ଼ିକ ହେଲା –

  1. ବଳଦଗାଡ଼ି – ବଳଦଗାଡ଼ିରେ ଅଧିକ ଶସ୍ୟ, କାଠ ଇତ୍ୟାଦି ବୁହା ହୋଇ ଅନ୍ୟ ସ୍ଥାନକୁ ଯାଇପାରୁଥିଲା ।
  2. ଅଶ୍ଵ – ଅଶ୍ଵଗୁଡ଼ିକୁ ବ୍ୟବହାର କରୁଥିବା ବ୍ୟକ୍ତି ମାନେ ଥିଲେ ରାଜା, ମହାରାଜା, ଅଶ୍ଵାରୋହୀ, ସମ୍ବାଦବାହକ ଏବଂ ଧନୀ ବ୍ୟବସାୟୀ ଓ ଭ୍ରମଣକାରୀ ।
  3. ହସ୍ତୀ – ହାତୀଦ୍ଵାରା ଖାଦ୍ୟଶସ୍ୟ, ମସଲା ଭଳି ବିଳାସପ୍ରିୟ ଦ୍ରବ୍ୟ ଏବଂ ସାମରିକ ଦ୍ରବ୍ୟର ଯୋଗାଣ କରାଯାଉଥିଲା ।
  4. ମରୁଯାତ୍ରୀ – ମରୁଭୂମିରେ ବ୍ୟବସାୟୀ ଓ ତୀର୍ଥଯାତ୍ରୀମାନେ ଦୂରଦୂରାନ୍ତକୁ ଗଧ ଏବଂ ଓଟ ପିଠିରେ ଯାତ୍ରା କରିଥାନ୍ତି ।
  5. ନୌକା ଏବଂ ଜାହାଜ – ନୌକା ଓ ଜାହାଜ ମାଧ୍ୟମରେ ନଦୀ ଓ ସମୁଦ୍ରରେ ଦ୍ରବ୍ୟ ଓ ବିଭିନ୍ନ ଜିନିଷପତ୍ରର ସ୍ଥାନାନ୍ତରିତ କରାଯାଇ ବ୍ୟବସାୟ କରାଯାଉଥିଲା ।

ଉପରୋକ୍ତ ସମସ୍ତ ମାଧ୍ୟମରେ ପ୍ରାଚୀନ କାଳରେ ବାଣିଜ୍ୟ ବ୍ୟବସାୟ କରାଯାଉଥିଲା ।

Class 7 Social Science Chapter 5 Question Answer Odia Medium ସାମ୍ରାଜ୍ୟର ଅଭ୍ୟୁଦୟ

Question 6.
ସାଞ୍ଚସ୍ତପ ଉପରେ ଖୋଦିତ ଚିତ୍ରଗୁଡ଼ିକ ନିରୀକ୍ଷଣ କରି ତୁମେ କେତେ ପ୍ରକାରର ଅସ୍ତ୍ରକୁ ଚିହ୍ନଟ କରିପାରୁଛ ? ଲୌହର ବିଭିନ୍ନ ବ୍ୟବହାରକୁ ତୁମେ ବୁଝିପାରୁଛ କି ?
Answer:
Class 7 Social Science Chapter 5 Question Answer Odia Medium ସାମ୍ରାଜ୍ୟର ଅଭ୍ୟୁଦୟ-1
ସାଞ୍ଚପର ଚିତ୍ରକୁ ଅନୁଧ୍ୟାନ କଲେ ଅନେକଗୁଡ଼ିଏ ଅସ୍ତ୍ରଶସ୍ତ୍ରର ଚିତ୍ର ଦେଖ୍ ବାକୁ ମିଳେ । ସେଗୁଡ଼ିକ ପୁରାତନ କାଳରେ ଶତ୍ରୁ ବି ପକ୍ଷରେ ବ୍ୟବ ହ। ର କରାଯାଉଥିଲା। । ସେଗୁଡ଼ିକ ହେଲା-

  1. ଖଡ଼ – ଏହା ଲୌହ ରେ ନିର୍ମିତ ହୋଇଥିଲା ଏବଂ ସମ୍ମୁଖ ଯୁଦ୍ଧରେ ଏହାର ବ୍ୟବହାର କରାଯାଉଥିଲା ।
  2. ବର୍ଣ୍ଣା – ଏହି ଅସ୍ତ୍ର ପଦାତିକ ବାହିନୀ ଏବଂ ଅଶ୍ଵାରୋହୀମାନଙ୍କଦ୍ଵାରା କରାଯାଉଥିଲା ।
  3. ଧନୁ ଏବଂ ତୀର – ଏହା ମାଧ୍ୟମରେ ଦୂରରେ ଥିବା ଶତ୍ରୁପକ୍ଷ ଉପରେ ଆକ୍ରମଣ କରାଯାଉଥିଲା ।
  4. ଲୌହ ନିର୍ମିତ ଢାଲ – ଏଗୁଡ଼ିକୁ ଆତ୍ମରକ୍ଷା ପାଇଁ ବ୍ୟବହାର କରାଯାଉଥିଲା ।

ଏତଦ୍‌ବ୍ୟତୀତ ଲୌହର ବ୍ୟବହାର ଅନେକ ପ୍ରକାରରେ ହେଉଥିଲା । ସେଗୁଡ଼ିକ ହେଲା-

  1. କୃଷି ସରଞ୍ଜାମ – ଲଙ୍ଗଳରେ ଲୁହାର ବ୍ୟବହାର ଏହାର ଏକ ଉଦାହରଣ ଅଟେ ।
  2. ବିଭିନ୍ନ ଦୁର୍ଗ ନିର୍ମାଣ ପାଇଁ ଲୌହ କଣ୍ଟା, ବିମ୍ ଇତ୍ୟାଦି ପାଟଳୀପୁତ୍ରରେ ଥ‌ିବା କାଠରେ ନିର୍ମିତ ଗୃହ, ପ୍ରାସାଦ ଇତ୍ୟାଦିରେ ବ୍ୟବହାର ହେଉଥିଲା ।
  3. ବାଣିଜ୍ୟିକ ଦ୍ରବ୍ୟ – ଲୌହକୁ ମଧ୍ୟ ବାଣିଜ୍ୟିକ ଦ୍ରବ୍ୟ ଭାବରେ ବିଭିନ୍ନ ବାଣିଜ୍ୟିକ ସଂଘ ମାଧ୍ୟମରେ ରପ୍ତାନି କରାଯାଉଥିଲା ।

Question 7.
ବାମ ପାଖ କାନ୍ଥରେ ବୁଦ୍ଧଙ୍କ ଦେହାବଶେଷ ବହନ କରୁଥିବା ପେଟିକା (BOX) ଉପରେ ଏକ ଛତ୍ରର ଦୃଶ୍ୟ ରହିଛି, କାହିଁକି ଏପରି କରାଯାଇଛି ବୋଲି ଭାବୁଛ ?
Answer:
(i) ପେଟିକା ଉପରେ ଥ‌ିବା ଛତ୍ରର ଦୃଶ୍ୟ ରାଜକୀୟ କ୍ଷମତାର ସଂକେତ ବହନ କରେ । ଅଶୋକଙ୍କ ପୃଷ୍ଠପୋଷକତାରେ ବିଶେଷ ଭାବରେ ପ୍ରସାର ପ୍ରଚାର ଲାଭ କରୁଥିବା ବୌଦ୍ଧଧର୍ମରେ ଏହି ଛତ୍ରର ଦୃଶ୍ୟ ବିଭିନ୍ନ ସ୍ତପରେ ରଖାଯାଇଛି ।

(ii) ଆଧ୍ୟାତ୍ମିକ ସୁରକ୍ଷା – ସ୍ତପରେ ଥ‌ିବା ଏହି ସଙ୍କେତ ସୂଚାଏ ଯେ ବୁଦ୍ଧଙ୍କର ବାଣୀ ତାଙ୍କ ଭକ୍ତମାନଙ୍କୁ ସୁରକ୍ଷା ଦେଇଛି ଯେପରି ଛତ୍ର ବା ଛତା ପ୍ରଖର ସୂର୍ଯ୍ୟ କିରଣରୁ ରକ୍ଷା କରିଥାଏ । ସ୍ତପରେ ସମ୍ମାନଜନକ ସମାରୋହର ଦୃଶ୍ୟ ଛତ୍ରରେ ରହିଛି । ଏହା ଭାରତୀୟ ପରମ୍ପରାକୁ ସମ୍ମାନ ଦେଇଛି ।

Question 8.
ହାଇଦାସପିସ୍ ଯୁଦ୍ଧ ପରେ ଆଲେକଜାଣ୍ଡାର, ପୋରଷ (ପୁର)ଙ୍କୁ ପଚାରିଲେ, ସେ ତାଙ୍କଠାରୁ କିପରି ବ୍ୟବହାର ଚାହାନ୍ତି ? ପୁରୁ କହିଲେ, ‘ଜଣେ ରାଜା ଭଳି’ । ଆଲେକ୍‌ଜାଣ୍ଡାର ଏହି ଉତ୍ତରରେ ମୁଗ୍ଧ ହୋଇ ତାଙ୍କୁ ବିଜିତ ରାଜ୍ୟର ମୁଖ୍ୟ (ସତ୍ରାପ) ରୂପେ ନିଯୁକ୍ତ କରିଥିଲେ । ତୁମ ଶିକ୍ଷକମାନଙ୍କ ସହାୟତାରେ ପୌରଷ ଓ ଆଲେକଜାଣ୍ଡାରଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ବିଷୟରେ ବିଶଦ ଭାବରେ ଆଲୋଚନା କର । ତୁମ କଳ୍ପନାରେ ଏହି ଯୁଦ୍ଧକୁ ଅନୁଭବ କର ଏବଂ ତୁମେ ଏହି ଯୁଦ୍ଧରୁ କ’ଣ ଶିଖୁଲ ଲେଖ ।
Answer:
ଆଲେକ୍‌ଜାଣ୍ଡାର ଏବଂ ରାଜା ପୁରୁଙ୍କ ମଧ୍ୟରେ ଖ୍ରୀ.ପୂ. ୩୨୬ରେ ଝେଲମ୍ ନଦୀ କୂଳରେ ଏକ ଯୁଦ୍ଧ ସଂଘଟିତ ହୋଇଥିଲା । ଗ୍ରୀକ୍ ଭାଷାରେ ଝେଲମ୍ ନଦୀକୁ ହାଇଦାସ୍‌ପିସ୍ କୁହାଯାଏ । ତେଣୁ ଏହି ଯୁଦ୍ଧର ନାମ ‘ହାଇଦାସ୍‌ପିସ୍ ଯୁଦ୍ଧ ରଖାଯାଇଛି ।

ଏହି ଯୁଦ୍ଧରେ ରାଜା ପୁରୁ ପରାସ୍ତ ହୋଇଥିଲେ ବି ଆଲେକ୍‌ଜାଣ୍ଡାର ତାଙ୍କ ବୀରତ୍ଵ ଏବଂ ରଣକୌଶଳରେ ମୁଗ୍‌ଧ ହୋଇଥିଲେ । ଏହି ଯୁଦ୍ଧରେ ହାରିବାର ବିଶେଷ କାରଣ ଥିଲା ଯେ ରାଜା ପୁରୁଙ୍କଦ୍ଵାରା ବ୍ୟବହୃତ ହେଉଥ‌ିବା ଯୁଦ୍ଧହସ୍ତୀମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଲେକ୍‌ଜାଣ୍ଡାରଙ୍କ ସୈନ୍ୟବାହିନୀକୁ ଦେଖୁ ଡରି ଯାଇଥିଲେ । ସେ ସମୟରେ ମୌସୁମୀ ପ୍ରଭାବରେ ଝେଲମ୍ ନଦୀ ଭରପୂର ଥ‌ିବାରୁ ଗ୍ରୀକ୍ ସେନା ନଦୀ ଅତିକ୍ରମ କରି ଆସିବେ ବୋଲି ରାଜା ପୁରୁ ଜାଣିପାରି ନଥିଲେ । ଅନ୍ୟ ଏକ କାରଣ ହେଲା, ଯୁଦ୍ଧକ୍ଷେତ୍ର ବର୍ଷା ଯୋଗୁଁ କାଦୁଅ ଥିବାରୁ ପୁରୁ ବ୍ୟବହାର କରୁଥିବା ରଥ ଗତିଶୀଳ ହୋଇପାରୁ ନଥିଲା । ସେ ଯାହାହେଉ ସେ ଯୁଦ୍ଧରେ ହାରି ଯାଇଥିଲେ । ତାଙ୍କର ବୀରତ୍ଵର ପରାକାଷ୍ଠାରେ ମୁଗ୍‌ଧ ହୋଇ ଆଲେକ୍‌ଜାଣ୍ଡାର ସେହି ବିଜିତ ରାଜ୍ୟରେ ତାଙ୍କୁ ମୁଖ୍ୟ ସତ୍ରାପ ଭାବରେ ଶାସନ କରିବା ପାଇଁ ଦାୟିତ୍ଵ ହସ୍ତାନ୍ତର କରିଥିଲେ ।

ଛାତ୍ର ଭାବରେ ଆମେ ଏହି ଯୁଦ୍ଧରୁ ଶିକ୍ଷା ଲାଭ କଲୁ ଯେ ସଫଳତା କିମ୍ବା ଅସଫଳତାର ବିଚାର ନକରି କେବଳ ନିଷ୍ଠାପର ଭାବରେ ନିଜର ଉଦ୍ୟମ ଜାରି ରଖୁବା ଆବଶ୍ୟକ ।

Question 9.
ତୁମ ଶ୍ରେଣୀରେ ଏକ ଦଳଗତ ଆଲୋଚନାର ଆୟୋଜନ କର । କୌଟିଲ୍ୟଙ୍କ ସାମ୍ରାଜ୍ୟର ବୈଶିଷ୍ଟ୍ୟଗୁଡ଼ିକ ସହିତ ଆଧୁନିକ ରାଷ୍ଟ୍ରର ବୈଶିଷ୍ଟ୍ୟଗୁଡ଼ିକ ତୁଳନା କର ।
Answer:

ପ୍ରତିରକ୍ଷା ବାହିନୀ, ସ୍ଥଳବାହିନୀ, ନୌବାହିନୀ, ବାୟୁସେନା ଓ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଏବଂ ମିଶାଇଲ୍ ଇତ୍ୟାଦିଜାତୀୟ ରାଜପଥ, ରେଳପଥ, ଆକାଶପଥ, ମେଟ୍ରୋ ଇତ୍ୟାଦିଅର୍ଥଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ, ପ୍ରଜାଙ୍କ ସୁଖ ହିଁ ରାଜାଙ୍କ ସୁଖ ।ଜନମଙ୍ଗଳକାରୀ ଯୋଜନା (ମନରେଗା), ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନଔଷଧ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ

ବୈଶିଷ୍ଟ୍ୟ କୌଟିଲ୍ୟଙ୍କ ସାମ୍ରାଜ୍ୟ (ମୌର୍ଯ୍ୟ ସାମ୍ରାଜ୍ୟ) ଆଧୁନିକ ଦେଶ (ଭାରତ)
୧ ଶାସନ ବ୍ୟବସ୍ଥା ରାଜତାନ୍ତ୍ରିକ, ରାଜାଙ୍କଦ୍ଵାରା ଶାସନ, ପୂର୍ଣ୍ଣ କ୍ଷମତା ସହ ଗଣତାନ୍ତ୍ରିକ ପଦ୍ଧତିରେ ପ୍ରଶାସନ, ନିର୍ବାଚିତ ପ୍ରତିନିଧ୍ଵଙ୍କଦ୍ଵାରା (ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ)
୨ ପ୍ରଶାସନ ମନ୍ତ୍ରିପରିଷଦ (ଅମାତ୍ୟ) ଏବଂ ରାଜକର୍ମଚାରୀ ଅମଲାତନ୍ତ୍ର (IAS, IPS ଏବଂ ମନ୍ତ୍ରପରିଷଦ)
୩  ଆଇନ ଶୃଙ୍ଖଳା ନ୍ୟାୟ ଓ ଦୁର୍ନୀତି ପାଇଁ ଦଣ୍ଡ (ତତ୍‌କ୍ଷଣାତ୍) ପୋଲିସ୍, ନ୍ୟାୟାଳୟ ଏବଂ ଦୁର୍ନୀତି- ବିରୋଧୀ ସଂସ୍ଥା ସି.ବି.ଆଇ. (CBI), ଭିଜିଲାନ୍ସ ଲୋକପାଳ ।
୪ ଅର୍ଥନୀତି ରାଜକୋଷ ଏବଂ ବିଭିନ୍ନ ରାଜସ୍ଵ ଆଦାୟ ଅର୍ଥ ମନ୍ତ୍ରଣାଳୟ, ରିଜର୍ଭ ବ୍ୟାଙ୍କ, ଅର୍ଥନୀତି, କର, ଜି.ଏସ୍.ଟି
୫ ପ୍ରତିରକ୍ଷା ସେନାପତି, ପଦାତିକ, ଅଶ୍ୱାରୋହୀ, ଗଜାରୋହୀ, ଦୁର୍ଗ ପ୍ରତିରକ୍ଷା ବାହିନୀ, ସ୍ଥଳବାହିନୀ, ନୌବାହିନୀ, ବାୟୁସେନା ଓ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଏବଂ ମିଶାଇଲ୍ ଇତ୍ୟାଦି
୬ ଭିଭିଭୂମି ରାସ୍ତା, ଜଳସେଚନ, ଦୁର୍ଗ >ଜାତୀୟ ରାଜପଥ, ରେଳପଥ, ଆକାଶପଥ, ମେଟ୍ରୋ ଇତ୍ୟାଦି
୭ ଜନ ମଙ୍ଗଳ ଅର୍ଥଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ, ପ୍ରଜାଙ୍କ ସୁଖ ହିଁ ରାଜାଙ୍କ ସୁଖ । ଜନମଙ୍ଗଳକାରୀ ଯୋଜନା (ମନରେଗା), ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନଔଷଧ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ
୮ ମୈତ୍ରୀ କରଦ ରାଜାମାନଙ୍କ ସହିତ ମିତ୍ରତା ବୈଦେଶିକ ନୀତିଦ୍ୱାରା ଜାତିସଂଘ, ବ୍ରିକ୍‌ସ, ଦ୍ଵିପାକ୍ଷିତ ରାଜିନାମା ଓ କୂଟନୀତି
୯ପ୍ରଯୁକ୍ତିବିଦ୍ୟା ଲୌହ ସରଞ୍ଜାମ, ଡାକବାହକ, ପାଣ୍ଡୁଲିପି ଏ-ଆଇ, ମ୍ୟାଟ୍‌ଲାଇଟ୍‌, ଡିଜିଟାଲ୍ ଶାସନ, ଡିଜିଲକ୍‌, ଆଧାର
୧୦ ନେତୃତ୍ଵ ପରିବର୍ତ୍ତନ ବଂଶାନୁକ୍ରମିକ ରାଜତନ୍ତ୍ର (ଚନ୍ଦ୍ରଗୁପ୍ତଙ୍କଠାରୁ ଅଶୋକଙ୍କ ପର୍ଯ୍ୟନ୍ତ) ଗଣତନ୍ତ୍ର, ନିର୍ବାଚନ ଏବଂ ସାମ୍ବିଧାନିକ ପଦ୍ଧତିରେ ଉତ୍ତରାଧ୍ୟାକାରୀ ଚୟନ ଓ ଦାୟିତ୍ଵ ହସ୍ତାନ୍ତର (ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି)

 

Question 10.
ଅଶୋକ ତାଙ୍କର ଶିଳାଲେଖମାନଙ୍କ ସ୍ଵଧ୍ୟରୁ ଗୋଟିକରେ ନିଜର ରାଜକର୍ମଚାରୀମାନଙ୍କ ନିମନ୍ତେ ଆଦର୍ଶ ଆଚରଣବିଧ୍ଵ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ସାମ୍ରାଜ୍ୟ ପରିଚାଳନାରେ ସେହି ନିର୍ଦ୍ଦେଶନାମାଗୁଡ଼ିକ କେତେ ସଫଳ ହୋଇପାରିଥା’ନ୍ତା, ତାହା ନିଜ ନିଜ ମଧ୍ୟରେ ଆଲୋଚନା କର । ନିର୍ଦ୍ଦେଶନାମାଟି ଏହି ପ୍ରକାରର ଥିଲା : ‘ସହରର ଅଧିକାରୀ ଓ ବିଚାରପତିମାନଙ୍କୁ ଈଶ୍ଵରଙ୍କ ପ୍ରିୟ ସମ୍ରାଟଙ୍କ ନିର୍ଦ୍ଦେଶ, ଆପଣମାନେ ହଜାର ହଜାର ପ୍ରାଣୀଙ୍କର ଦାୟିତ୍ଵରେ ଅଛନ୍ତି । ତେଣୁ ସେମାନଙ୍କର ଶ୍ରଦ୍ଧାଭାଜନ ହେବା ଆପଣମାନଙ୍କର ଦାୟିତ୍ଵ । ସମସ୍ତ ମଣିଷ ମୋର ସନ୍ତାନ ଏବଂ ସମସ୍ତେ ଇହକାଳ ଓ ପରକାଳରେ ସୁଖଲାଭ କରିବା ମୋର ଇଚ୍ଛା, ସମସ୍ତଙ୍କ ପାଇଁ ନିରପେକ୍ଷ ହୁଅ । ସମଭାବାପନ୍ନ ହୋଇ ଶୀଘ୍ର କୌଣସି ନିଷ୍ପତ୍ତି ନ ନେଇ ଭାବିଚିନ୍ତି ନିଅ । ବିନା କାରଣରେ କେହି ବନ୍ଦୀ ନ ହୁଅନ୍ତୁ ବା ବିନା କାରଣରେ କେହି ନିର୍ଯ୍ୟାତିତ ନ ହୁଅନ୍ତୁ । ଏହି ବିଷୟରେ ଜାଣିବା ପାଇଁ ମୁଁ (ଅଶୋକ) ପ୍ରତି ପାଞ୍ଚ ବର୍ଷରେ ଥରେ ଜଣେ ରୁକ୍ଷ ଓ ନିର୍ଭୟ ହୋଇନଥୁବା ଉତ୍ତମ ଅଧିକାରୀଙ୍କୁ ପରିଦର୍ଶନରେ ପଠାଇବି । ସେ ଅଧ୍ବକାରୀ ମୋ ଅନୁଶାସନର କାର୍ଯ୍ୟକାରିତା ବା ସଫଳ ରୂପାୟନର ବିବରଣୀ ପ୍ରଦାନ କରିବେ ।’’
Answer:
ଅଶୋକଙ୍କ ଶାସନ ବ୍ୟବସ୍ଥା ବହୁତ ଫଳପ୍ରଦ ଥିଲା । ସେ ନିରପେକ୍ଷତା, ଜନମଙ୍ଗଳ କାର୍ଯ୍ୟ ଏବଂ ନିୟମିତ ତଦାରଖ କାର୍ଯ୍ୟ କରି ରାଜ୍ୟରେ ସ୍ୱଚ୍ଛତା ପ୍ରତିଷ୍ଠା ସହ ଦୁର୍ନୀତି ହ୍ରାସ କରାଇ ପାରିଥିଲେ । ସେ ତାଙ୍କଦ୍ୱାରା ପ୍ରଣୀତ ଧର୍ମ ବା ନୈତିକ ନୀତି ଉପରେ ବହୁତ ଗୁରୁତ୍ୱାରୋପ କରିଥିଲେ, ଯାହାଫଳରେ ବିଭିନ୍ନ ଅଞ୍ଚଳର ବ୍ୟକ୍ତିମାନଙ୍କ ମଧ୍ୟରେ ଏକତା ସୃଷ୍ଟି ହୋଇଥିଲା । କ୍ଷମତାର ବିକେନ୍ଦ୍ରୀକରଣ କରି ସେ ସ୍ଥାନୀୟ ପ୍ରଶାସନକୁ ମଧ୍ୟ ସୁଦୃଢ଼ କରିଥିଲେ । ଅଧୂକନ୍ତୁ ତାଙ୍କର ଏହି ଶାସନ ପଦ୍ଧତି ତାଙ୍କ ବ୍ୟକ୍ତିଗତ ନେତୃତ୍ଵ ଉପରେ ନିର୍ଭର କରୁଥିଲା, ଯାହା ତାଙ୍କ ମୃତ୍ୟୁ ପରେ ଦୁର୍ବଳ ହୋଇଯାଇଥିଲା । ଏତଦ୍‌ବ୍ୟତୀତ ମୌର୍ଯ୍ୟ ସାମ୍ରାଜ୍ୟର ବିଶାଳତା ମଧ୍ୟ ତା’ର କ୍ଷୟର କାରଣ ହୋଇଥିଲା । ରାଜକର୍ମଚାରୀମାନଙ୍କର ନୈତିକ ଅଧୋଗତି ମଧ୍ଯ ଘଟିଥିଲା ।

Question 11.
ଐତିହାସିକ ଟୋପିଟିଏ ପିନ୍ଧି ପର ପୃଷ୍ଠାରେ ଥ‌ିବା ସେହି ସମୟର କଳାକୃତିଗୁଡ଼ିକୁ ଭଲ ଭାବରେ ନିରୀକ୍ଷଣ କର । ମୌର୍ଯ୍ୟ ଯୁଗର ଜନସାଧାରଣ ଓ ସେମାନଙ୍କର ଜୀବନଶୈଳୀ ସମ୍ପର୍କରେ କ’ଣ ଅବତାରଣା କଲ ?
Answer:
ମୌର୍ଯ୍ୟ ସମୟର କଳାକୃତିଗୁଡ଼ିକ ପ୍ରକାଶ କରେ ଯେ, ସେ ସମୟରେ ସମାଜ ଥିଲା ଶାନ୍ତିପ୍ରିୟ ଏବଂ ସମୃଦ୍ଧିଶାଳୀ । ସାରନାଥଠାରେ ଥ‌ିବା ସିଂହ ଶୀର୍ଷ ପ୍ରମାଣ କରେ ଯେ ମୌର୍ଯ୍ୟମାନେ ଶିଳାସ୍ତମ୍ଭ ନିର୍ମାଣରେ କେତେ ସିଦ୍ଧହସ୍ତ ଥିଲେ ଏବଂ ଟେରାକୋଟା ନର୍ତ୍ତକୀର ମୂର୍ତ୍ତି ଏବଂ ଦେବୀଙ୍କ ମୂର୍ତ୍ତି ସେ ସମୟର ସାଂସ୍କୃତିକ ଏବଂ ଧାର୍ମିକ ଜୀବନ ସମ୍ପର୍କରେ ଆଲୋକପାତ କରିଥାଏ । ଘୋଡ଼ା ଅଳଙ୍କାର ମୌର୍ଯ୍ୟମାନଙ୍କର ବାଣିଜ୍ୟ ଏବଂ ସାମରିକ ଶକ୍ତିକୁ ସୂଚାଇଥାଏ । ଏହି ଦ୍ରବ୍ୟଗୁଡ଼ିକ ସହିତ ସୂକ୍ଷ୍ମ ସ୍ତମ୍ଭ ଏବଂ ମୁଦ୍ରା ପ୍ରତିଫଳିତ କରେ ଯେ ମୌର୍ଯ୍ୟ ସମୟରେ ବାଣିଜ୍ୟିକ ସଂଘ, ନଗରର ଧନ ଏବଂ ବିବିଧ ପରମ୍ପରା ବା ପ୍ରଥା ପ୍ରଚଳିତ ଥିଲା । ଏ ସମସ୍ତ ତଥ୍ୟ ପରିବ୍ରାଜକ ମେଗାସ୍ଥିନିସ୍‌ଙ୍କ ରଚିତ ‘ଇଣ୍ଡିକା’ରୁ ମିଳିଥାଏ ।

Question 12.
ମୁଦ୍ରାଗୁଡ଼ିକରେ ଥ‌ିବା ଭିନ୍ନ ଭିନ୍ନ ପ୍ରତୀକଗୁଡ଼ିକୁ ଲକ୍ଷ୍ୟ କର । ଏହାର ଅର୍ଥ କ’ଣ ହୋଇପାରେ ଅନୁମାନ କରିପାରୁଛ କି ?
Class 7 Social Science Chapter 5 Question Answer Odia Medium ସାମ୍ରାଜ୍ୟର ଅଭ୍ୟୁଦୟ-2
Answer:
ମୌର୍ଯ୍ୟ ଶାସନ ସମୟରେ ଅନେକଗୁଡ଼ିଏ ମୁଦ୍ରା ପ୍ରଚଳିତ ଥିଲା । ତନ୍ମଧ୍ୟରୁ ଅର୍ହତ ମୁଦ୍ରା ଅନ୍ୟତମ । ଏହା ଅଶୋକଙ୍କ ସମୟରେ ପ୍ରଚଳିତ ହୋଇଥିଲା । ଯେଉଁ ମୁଦ୍ରାରେ ହାତୀ କିମ୍ବା ଷଣ୍ଢ ଭଳି ପଶୁର ଚିତ୍ର ଥାଏ ତାହା ରାଜକୀୟ ଶକ୍ତି ଏବଂ ସମୃଦ୍ଧିକୁ ସୂଚାଇଥାଏ । ଯେଉଁ ମୁଦ୍ରାଗୁଡ଼ିକରେ ଜ୍ୟାମିତିକ ଚିତ୍ର ରହିଥାଏ ତାହା ସମ୍ଭବତଃ ମୁଦ୍ରା ଛାପାଖାନାର ଚିତ୍ର କିମ୍ବା ବାଣିଜ୍ୟ ସଂଘର ସ୍ଵୀକୃତିର ଚିହ୍ନ ଏବଂ ଯେଉଁ ମୁଦ୍ରାଗୁଡ଼ିକରେ ସୂର୍ଯ୍ୟ କିମ୍ବା ଚକ୍ରର ଚିହ୍ନ ରହିଛି, ତାହା ଧର୍ମଚକ୍ରର ସଂକେତ ଅଟେ । ଏହା ଅଶୋକଙ୍କ ବୌଦ୍ଧଧର୍ମକୁ ପୃଷ୍ଠପୋଷକତା ଯୋଗାଇ ଦେବାକୁ ସୂଚାଏ ଏବଂ କେତେକ ମୁଦ୍ରାରେ ଧନୁତୀରର ସଂକେତ ଥାଏ । ଏହା ରାଜ୍ୟର ସାମରିକ ଦକ୍ଷତାକୁ ସୂଚାଇ ଦେଇଥାଏ । ଏହି ମୁଦ୍ରାଗୁଡ଼ିକ ସାମ୍ରାଜ୍ୟର ବାଣିଜ୍ୟକୁ ସହଜ କରିଥାଏ ।

ଏହା ବିଷୟରେ ଚିନ୍ତା କର :

Question 1.
ତୁମେ କାହିଁକି ଭାବୁଛ ଯେ ଆଲେକ୍‌ଜାଣ୍ଡାର ସମଗ୍ର ପୃଥ‌ିବୀ ଉପରେ ଶାସନ କରିବାକୁ ଚାହୁଁଥିଲେ ? ଏପରି କରିବାରେ ସେ କି ଲାଭ ପାଇଥା’ନ୍ତେ ?
Answer:
ଆଲେକ୍‌ଜାଣ୍ଡାର ଏକ ମହାନ୍ ବୀର ହେବେ ବୋଲି ତାଙ୍କ ପିଲାଦିନୁ ଜଣାପଡ଼ିଥିଲା । ଯୁବକ ହେବା ସଙ୍ଗେ ସଙ୍ଗେ ସମଗ୍ର ବିଶ୍ଵକୁ ଜୟ କରିବାର ଲାଳସା ତାଙ୍କ ମନ ଭିତରେ ଉଙ୍କି ମାରିଥିଲା । ତାଙ୍କ ପିତା ରାଜା ଫିଲିପ୍ ତାଙ୍କ ପିଲାବେଳର ଯୁଦ୍ଧକୌଶଳ ଦେଖୁ କହିଥିଲେ, ‘ମୋ ପୁତ୍ର ପାଇଁ ମ୍ୟାସିଡୋନ୍ ଏକ କ୍ଷୁଦ୍ର ରାଜ୍ୟ ଏବଂ ସେ ଦିନେ ବିଶାଳ ସାମ୍ରାଜ୍ୟର ଅଧିକାରୀ ହେବ ।’’ ଆଲେକ୍‌ଜାଣ୍ଡାରଙ୍କ ଯୁଦ୍ଧାଭିଯାନ ପୃଥ‌ିବୀ ଉପରେ ଶାସନ କରିବା ଉଦ୍ଦେଶ୍ୟରେ ନଥୁଲା, ତାହା କେବଳ ଥିଲା ଏକ ବିଶ୍ଵବିଜୟୀର ଉଦ୍ଦେଶ୍ୟ । କାରଣ ଅଳ୍ପ ବୟସରେ ମୃତ୍ୟୁ ପୂର୍ବରୁ ସେ ତାଙ୍କର ସତ୍ରାପ ଓ ସୈନ୍ୟମାନଙ୍କୁ କହିଥିଲେ ଯେ, ‘ମୋର କୋକେଇ ନେଲାବେଳେ ମୋର ହାତ ଦୁଇଟିକୁ ବାହାରକୁ ଝୁଲାଇ ଦେବ । ଏହା ବିଶ୍ଵର ଜନମାନସକୁ ଜଣାଇ ଦେବ ଯେ ଏତେ ବଡ଼ ବୀର ବିଶ୍ଵବିଜୟୀ ହେବାପରେ ବି ଖାଲି ହାତରେ ସ୍ଵର୍ଗକୁ ଫେରିଗଲେ ।’’ ସୁତରାଂ ଏଥିରୁ ସ୍ପଷ୍ଟ ହୁଏ ଯେ, ଆଲେକ୍‌ଜାଣ୍ଡାର ପୃଥ‌ିବୀ ଉପରେ ଶାସନ କରିବାକୁ ଚାହିଁ ନଥିଲେ । ସେ କେବଳ ବିଶ୍ଵବିଜୟୀ ହେବାର ଯଶ ପାଇଁ ଯୁଦ୍ଧ ଚାହୁଁଥିଲେ ।

Question 2.
ଅଶୋକ ତାଙ୍କ ଶିଳାଲେଖରେ କଳିଙ୍ଗ ଯୁଦ୍ଧର କାହାଣୀ ବର୍ଣ୍ଣନା କରିଛନ୍ତି । ସେ ଚାହିଁଥିଲେ ଏହାକୁ ଉଲ୍ଲେଖ ନକରି ଭବିଷ୍ୟତ ପିଢ଼ି ପାଇଁ ନିଜକୁ ଜଣେ ଶାନ୍ତିପ୍ରିୟ ରାଜା ଭାବରେ ଉପସ୍ଥାପନ କରିପାରିଥାନ୍ତେ । ତାଙ୍କର ଧ୍ଵଂସାତ୍ମକ ଯୁଦ୍ଧ ବିଷୟରେ ଉଲ୍ଲେଖ କରିବାର କାରଣ କ’ଣ ବୋଲି ତୁମେ ଭାବୁଛ ? ସେ କାହିଁକି ଏହି ଧ୍ୱଂସାତ୍ମକ ଯୁଦ୍ଧକୁ ସ୍ଵୀକାର କରିଛନ୍ତି ବୋଲି ତୁମେ ଭାବୁଛ ?
Answer:
କଳିଙ୍ଗ ଯୁଦ୍ଧ ପରେ ଅଶୋକଙ୍କ ଯେଉଁ ପରିବର୍ତ୍ତନ ଘଟିଥିଲା, ତାହା ଥିଲା ଏକ ପୂର୍ଣ୍ଣ ମାନସିକ ପରିବର୍ତ୍ତନ । ଏହା ଏକ ଅବସ୍ଥା ଯେଉଁଠି ଜଣେ ବ୍ୟକ୍ତି ଅତ୍ୟନ୍ତ ସାଧୁତାର ସହିତ ନିଜର ଦୋଷ ତ୍ରୁଟିକୁ ସ୍ଵୀକାର କରିଥାଏ । କୁହାଯାଏ ଯେ, ଅତ୍ୟନ୍ତ ନିଷ୍ପରତା ଆଚରଣ କରୁଥିବା ଅଶୋକ କଳିଙ୍ଗ ଯୁଦ୍ଧ ପରେ ମାନବର ସାମାନ୍ୟ କ୍ଲେଶକୁ ମଧ୍ୟ ସହ୍ୟ କରିପାରିଲେ ନାହିଁ । ପରବର୍ତ୍ତୀ ପିଢ଼ିଙ୍କ ଗୋଚରାର୍ଥେ ସେ କରିଥିବା ମସ୍ତବଡ଼ ଭୁଲ୍‌କୁ ସ୍ଵୀକାର କରିଥିଲେ । ସେ ଶିଳାଲେଖରେ ଯୁଦ୍ଧର କାହାଣୀ ବର୍ଣ୍ଣନା କରି ଆସନ୍ତା ଭବିଷ୍ୟତକୁ ମାନବତାର ବାର୍ତ୍ତା ଦେବାକୁ ଚାହୁଁଥିଲେ । ସେଥ‌ିପାଇଁ ସେ କହିଛନ୍ତି, ‘ଖଡ଼ଗ ତରବାରୀର ଜୟ, ପ୍ରକୃତ ଜୟ ନୁହେଁ, ମନୁଷ୍ୟ ହୃଦୟକୁ ଜୟ କରିବା ହିଁ ପ୍ରକୃତ ଜୟ ।’’ ତାଙ୍କର ଏହି କାର୍ଯ୍ୟ ଫଳରେ ପରବର୍ତ୍ତୀ ପିଢ଼ି ଜାଣିଲା ଯେ ଏ ଧରାପୃଷ୍ଠରେ ଏମିତି ଜଣେ ରାଜା ଥିଲେ ଯିଏକି ନିଃସଙ୍କୋଚରେ ନିଜର ଭୁଲ୍‌କୁ ସ୍ଵୀକାର କରିଛନ୍ତି । ଏହା ଆମ ପାଇଁ ଏକ ଶିକ୍ଷା ।

ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
ପାଟଳୀପୁତ୍ର ନଗରର ଆଧୁନିକ ନାମ କ’ଣ ଅଟେ ?
Answer:
ପାଟନା

Class 7 Social Science Chapter 5 Question Answer Odia Medium ସାମ୍ରାଜ୍ୟର ଅଭ୍ୟୁଦୟ

Question 2.
ଅନେକ ଛୋଟ ଛୋଟ ରାଜ୍ୟ ସମ୍ମିଳିତ ହେଲେ ତାକୁ କ’ଣ କୁହାଯିବ ?
Answer:
ସାମ୍ରାଜ୍ୟ

Question 3.
ପ୍ରାଚୀନ ସଂସ୍କୃତ ଗ୍ରନ୍ଥରେ ବ୍ୟବହୃତ ସମ୍ରାଟ ଶବ୍ଦ ଓ ଅଧୁରାଜ ଶବ୍ଦର ଅର୍ଥ କ୍’ଣ ଥିଲା ?
Answer:
ସର୍ବୋଚ୍ଚ ଶାସକ, ରାଜାଧ୍ଵରାଜ

Question 4.
ଭାରତରେ ରାଷ୍ଟ୍ରୀୟ ପ୍ରତୀକର ଚିହ୍ନ କେଉଁଠାରେ ଦେଖିବାକୁ ମିଳିଥାଏ ?
Answer:
ଅଶୋକଙ୍କଦ୍ଵାରା ନିର୍ମିତ ସାରନାଥ ସ୍ତମ୍ଭରେ

Question 5.
ସାମ୍ରାଜ୍ୟର ସୀମାରେ କ’ଣ ନିର୍ମାଣ କରାଯାଉଥିଲା ?
Answer:
ଦୁର୍ଗ

Question 6.
ପ୍ରାଚୀନ ଭାରତରେ ବ୍ୟବସାୟ ବାଣିଜ୍ୟର ଦୁଇଟି ପ୍ରଧାନ ପଥର ନାମ କ’ଣ ଥିଲା ?
Answer:
ଉତ୍ତରାପଥ ଏବଂ ଦକ୍ଷିଣାପଥ

Question 7.
ନନ୍ଦ ରାଜବଂଶର ଶେଷ ରାଜା କିଏ ଥିଲେ ?
Answer:
ଧନନନ୍ଦଜ

Question 8.
‘ଅଷ୍ଟାଧ୍ୟାୟୀ’ ସଂସ୍କୃତ ବ୍ୟାକରଣ ଗ୍ରନ୍ଥ କିଏ ରଚନା କରିଥିଲେ ।
Answer:
ପାଣିନି

Question 9.
ଅଣ୍ଟାଧ୍ୟାୟୀ ସଂସ୍କୃତ ଶାସ୍ତ୍ରରେ କେତୋଟି ସୂତ୍ର ରହିଛି ?
Answer:
୩୯୯୬

Question 10.
ଭାରତୀୟ ଉପମହାଦେଶର ପୂର୍ବ ଭାଗରେ କେଉଁ ରାଜ୍ୟ ଥିଲା ?
Answer:
ମଗଧ

Question 11.
ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନ କରିବାପାଇଁ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କାହାଠାରୁ ବିଶେଷ ସହାୟତା ପାଇଥିଲେ ?
Answer:
କୌଟିଲ୍ୟ

Question 12.
ପ୍ରାଚୀନ ଭାରତରେ ବ୍ୟବସାୟ ବାଣିଜ୍ୟର ପ୍ରମୁଖ ବସ୍ତୁମାନ କ’ଣ ଥିଲା ?
Answer:
ମସଲା, ରେଶମବସ୍ତ୍ର, ରନ୍, ଲୌହ, କାର୍ପାସ୍

Question 13.
ପ୍ରାଚୀନ ଭାରତରେ ବ୍ୟବସାୟୀ, ଶିଳ୍ପାକାର, ସାହୁକାର, ତଥା କୃଷକମାନେ ସାମୁହିକ ଭାବରେ ସଙ୍ଗଠିତ ହୋଇ କାର୍ଯ୍ୟ କରୁଥିଲେ । ଏହି ବିଶାଳ ସଙ୍ଗଠନକୁ କ’ଣ କୁହାଯାଉଥିଲା ?
Answer:
ଶ୍ରେଣୀ

Question 14.
ଆଲେକ୍‌ଜାଣ୍ଡର କେଉଁ ସାମ୍ରାଜ୍ୟର ଯୁବରାଜ ଥିଲେ ?
Answer:
ଗ୍ରୀକ୍‌ର ମ୍ୟାସିଡୋନ୍

Question 15.
ପୁରୁ କେଉଁ ରାଜ୍ୟର ରାଜା ଥିଲେ ?
Answer:
ପୌରବ

Question 16.
କୌଟିଲ୍ୟ କେଉଁ କେଉଁ ନାମରେ ପରିଚିତ ଥିଲେ ?
Answer:
ଚାଣକ୍ୟ, ବିଷ୍ଣୁଗୁପ୍ତ

Question 17.
‘ନିଜକୁ ସଂଶୋଧନ କରନ୍ତୁ ଅନ୍ୟଥା ନନ୍ଦବଂଶର ସର୍ବନାଶ ଦେଖୁବାକୁ ପ୍ରସ୍ତୁତ ହୋଇ ରୁହନ୍ତୁ’’ – ଏକଥା କିଏ କାହାକୁ କହିଥିଲେ ?
Answer:
ନନ୍ଦବଂଶର ଶେଷ ରାଜା ଧନନନ୍ଦଙ୍କୁ ଲକ୍ଷ୍ୟକରି କୌଟଲ୍ୟ କହିଥିଲେ

Question 18.
ସାରନାଥର ପ୍ରସିଦ୍ଧ ସ୍ତମ୍ଭ କିଏ ନିର୍ମାଣ କରିଥିଲେ ?
Answer:
ସମ୍ରାଟ ଅଶୋକ

ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ମୌର୍ଯ୍ୟ ବଂଶର ଶାସନ ପୂର୍ବରୁ ମଗଧରେ କେଉଁ ରାଜବଂଶ ଶାସନ କରୁଥିଲେ ?
(କ) ଶାକ୍ୟ
(ଖ) କୁରୁ
(ଗ) ନନ୍ଦ
(ଘ) ପାଞ୍ଚାଳ
Answer:
(ଗ) ନନ୍ଦ

Question 2.
ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀର ନାମ କ’ଣ ଥିଲା ?
(କ) ତକ୍ଷଶିଳା
(ଖ) ପାଟଳୀପୁତ୍ର
(ଗ) ରାଜଗୃହ
(ଘ) ଚମ୍ପା
Answer:
(ଖ) ପାଟଳୀପୁତ୍ର

Class 7 Social Science Chapter 5 Question Answer Odia Medium ସାମ୍ରାଜ୍ୟର ଅଭ୍ୟୁଦୟ

Question 3.
ସାରନାଥ ସ୍ତମ୍ଭର ଉଚ୍ଚତା କେତେ ?
(କ) ୧ ମିଟର
(ଖ) ୨.୧୫ ମିଟର
(ଗ) ୨ ମିଟର
(ଘ) ୩.୧୫ ମିଟର
Answer:
(ଖ) ୨.୧୫ ମିଟର

Question 4.
ନିମ୍ନୋକ୍ତ କେଉଁ ପଶୁର ଛବି ଅଶୋକ ସ୍ତମ୍ଭରେ ନାହିଁ ?
(କ) ସିଂହ
(ଖ) ହାତୀ
(ଗ) ଘୋଡ଼ା
(ଘ) ଓଟ
Answer:
(ଘ) ଓଟ

Question 5.
ଧର୍ମ କହିଲେ କ’ଣ ବୁଝ ?
(କ) ନିର୍ଦ୍ଦିଷ୍ଟ ଧର୍ମ
(ଖ) ଖରୋଷି
(ଗ) ନିର୍ଦ୍ଦିଷ୍ଟ ନୀତି
(ଘ) ରାଜକର୍ମଚାରୀ
Answer:
(ଗ) ନିର୍ଦ୍ଦିଷ୍ଟ ନୀତି

Question 6.
ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ମୌର୍ଯ୍ୟ ସାମ୍ରାଜ୍ୟ ପଶ୍ଚିମରେ କେଉଁ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ?
(କ) ବିହାର
(ଖ) ସୌରାଷ୍ଟ୍ର
(ଗ) କର୍ଣାଟକ
(ଘ) ପାରସ୍ଯ
Answer:
(ଖ) ସୌରାଷ୍ଟ୍ର

Question 7.
ନିମ୍ନୋକ୍ତ କେଉଁ ଶାସକଙ୍କ ରାଜତ୍ଵ ସମୟରେ ମେଘାସ୍ଥିନିସ୍ ଭାରତ ଭ୍ରମଣରେ ଆସିଥିଲେ ?
(କ) ଅଶୋକ
(ଖ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ
(ଗ) ବିନ୍ଦୁସାର
(ଘ) ଧନାନନ୍ଦ
Answer:
(ଖ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ

Question 8.
__________ ଙ୍କୁ ପ୍ରକୃତି ସଂରକ୍ଷଣ ଏବଂ ଜୀବଜନ୍ତୁ ସୁରକ୍ଷାର ପ୍ରଥମ ଉଦ୍ୟକ୍ତା ବୋଲି କୁହାଯାଏ ?
(କ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ
(ଖ) ଅଶୋକ
(ଗ) ଆଲେକ୍‌ଜାଣ୍ଡାର
(ଘ) ପୁରୁ
Answer:
(ଖ) ଅଶୋକ

Question 9.
ମୌର୍ଯ୍ୟ ରାଜତ୍ଵରେ କେଉଁ ଭାଷା ଭାବ ବିନିମୟର ବ୍ୟବସ୍ଥା ଥିଲା ?
(କ) ହିନ୍ଦି
(ଖ) ଇଂରାଜୀ
(ଗ) ପ୍ରାକୃତ ଭାଷା
(ଘ) ଓଡ଼ିଆ
Answer:
(ଗ) ପ୍ରାକୃତ ଭାଷା

Question 10.
ମୌର୍ଯ୍ୟ ରାଜତ୍ଵରେ କେଉଁ ଲିପି ଲିଖୁତ ଭାବରେ ବ୍ୟବହୃତ ହେଉଥିଲା ?
(କ) ଖରୋଷି ଲିପି
(ଖ) କୀଳକ ଲିପି
(ଗ) ବ୍ରାହ୍ମୀ ଲିପି
(ଘ) ଛବି ଲିପି
Answer:
(ଗ) ବ୍ରାହ୍ମୀ ଲିପି

Question 11.
ନନ୍ଦ ସମ୍ରାଟ ___________ କୌଟଲ୍ୟଙ୍କୁ ନିଜ ରାଜସଭାରେ ଅପମାନିତ କରିବା ସହିତ ତାଙ୍କୁ ବହିଷ୍କାର କରିଥିଲେ ।
(କ) ମହାପଦ୍ମ ନନ୍ଦ
(ଖ) ବିଜୟାନନ୍ଦ
(ଗ) ଧନନନ୍ଦ
(ଘ) ସଚ୍ଚିଦାନନ୍ଦ
Answer:
(ଗ) ଧନନନ୍ଦ

Question 12.
ମୌର୍ଯ୍ୟ ସାମ୍ରାଜ୍ୟରେ କେଉଁ ଧାତୁର ବହୁଳ ବ୍ୟବହାର ହେଉଥିଲା ?
(କ) ସ୍ଵର୍ଣ୍ଣ
(ଖ) ରୌପ୍ୟ
(ଗ)ଽବ୍ରୋଞ୍ଜ
(ଘ) ଲୌହ
Answer:
(ଘ) ଲୌହ

Question 13.
‘ଅଷ୍ଟାଧ୍ୟାୟୀ’ର ରଚୟିତା କିଏ ?
(କ) ଅଶୋକ
(ଖ) ପାଣିନି
(ଗ) କାଳିଦାସ
(ଘ) ବରାହମିହିର
Answer:
(ଖ) ପାଣିନି

Question 14.
ମଗଧର ନନ୍ଦବଂଶକୁ ଲୋପ କରିବାପାଇଁ ___________ ଶପଥ ନେଇଥିଲେ ।
(କ) ଚନ୍ଦ୍ରଗୁପ୍ତ
(ଖ) ଅଶୋକ
(ଗ) ଚାଣକ୍ୟ
(ଘ) ପୁରୁ
Answer:
(ଗ) ଚାଣକ୍ୟ

Question 15.
ମେଘାସ୍ଥିନିସ୍ ଗ୍ରୀକ୍‌ର ______________ ଥିଲେ ।
(କ) ରାଜଦୂତ
(ଖ) ରାଜା
(ଗ) ସେନାପତି
(ଘ) ଧର୍ମପ୍ରଚାରକ
Answer:
(କ) ରାଜଦୂତ

Question 16.
ସତ୍ୟର ପ୍ରତୀକ ଧର୍ମଚକ୍ରରେ ____________ ଟି ଅର ଅଛି ।
(କ) ୨୦
(ଖ) ୨୨
(ଗ) ୨୪
(ଘ) ୨୮
Answer:
(ଗ) ୨୪

Question 17.
ପୁରୁ କେଉଁ ବଂଶର ରାଜା ଥିଲେ ?
(କ) ପୌରବ
(ଖ) ମୌର୍ଯ୍ୟ
(ଗ) ନନ୍ଦ
(ଘ) ଚେଦୀ
Answer:
(କ) ପୌରବ

Question 18.
ପୁରୁଙ୍କର କେଉଁ ଗୁଣ ଆଲେକ୍‌ଜାଣ୍ଡରଙ୍କ ହୃଦୟକୁ ଜୟ କରିଥିଲା ?
(କ) ଗର୍ବ ଓ ଅହଂକାର
(ଖ) ଦମ୍ଭ ଏବଂ ଅଭିମାନ
(ଗ) ସାହସ ଓ ବୀରତ୍ୱ
(ଘ) ଛଳନା ଓ କପଟ
Answer:
(ଗ) ସାହସ ଓ ବୀରତ୍ୱ

ଶୂନ୍ୟସ୍ଥାନ ପୂରଣ କର ।

Question 1.
ଇଂରାଜୀ ପ୍ରତିଶବ୍ଦ ’empire’ ମୂଳ ଲାଟିନ୍ ଶବ୍ଦ __________ ରୁ ଆସିଅଛି ।
Answer:
imperium

Question 2.
କୌଟିଲ୍ୟଙ୍କର ରାଜନୈତିକ ଚିନ୍ତାଧାରା _____________ ରାଜ୍ୟ ଗଠନରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲା ।
Answer:
ସପ୍ତାଙ୍ଗ

Class 7 Social Science Chapter 5 Question Answer Odia Medium ସାମ୍ରାଜ୍ୟର ଅଭ୍ୟୁଦୟ

Question 3.
ଇଣ୍ଡିକାର ଅର୍ଥ ______________ |
Answer:
ଭାରତ ବିଷୟରେ ଯାହା ସତ୍ୟ

Question 4.
ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ମଗଧର ରାଜଧାନୀ ___________ ଥିଲା ।
Answer:
ପାଟଳୀପୁତ୍ର

Question 5.
କୌଟିଲ୍ୟ ଅନେକ ସମୟରେ ଚାଣକ୍ୟ ବା _______________ ଙ୍କ ନାମରେ ପରିଚିତ ଥିଲେ ।
Answer:
ବିଷ୍ଣୁଗୁପ୍ତ

Question 6.
ସମ୍ରାଟ ___________
କୌଟିଲ୍ୟଙ୍କୁ ନିଜ ରାଜସଭାରେ ଅପମାନିତ କରିବା ସହିତ ତାଙ୍କୁ ବହିଷ୍କାର କରିଥିଲେ ।
Answer:
ଧନନନ୍ଦ

Question 7.
ରାଜନୀତି ଶାସ୍ତ୍ର ଏବଂ ଅର୍ଥନୀତି ବିଜ୍ଞାନ ଉପରେ କୌଟିଲ୍ୟଙ୍କ ଦ୍ଵାରା ରଚିତ ପୁସ୍ତକର ନାମ ____________ ଥିଲା ।
Answer:
ଅର୍ଥଶାସ୍ତ୍ର

Question 8.
ସମ୍ରାଟ ଅଶୋକଙ୍କ ଜୀବନରେ ପ୍ରଥମ ଓ ଶେଷ ଯୁଦ୍ଧ _______________ ଥିଲା ।
Answer:
କଳିଙ୍ଗ ଯୁଦ୍ଧ

Question 9.
ସମ୍ରାଟ ଅଶୋକଙ୍କ ରାଜତ୍ଵ ସମୟରେ ସାଧାରଣ ଲୋକମାନଙ୍କ ପାଇଁ _____________ ଭାଷା ଭାବବିନିମୟର ବ୍ୟବସ୍ଥା ଥିଲା ।
Answer:
ପ୍ରାକୃତ ଭାଷା

Question 10.
ମୌର୍ଯ୍ୟ ରାଜତ୍ଵ ସମୟରେ _______________ ଲିପି ଲିଖ୍ତ ଭାଷା ଭାବରେ ବ୍ୟବହୃତ ହେଉଥିଲା ।
Answer:
ବ୍ରାହ୍ମୀ

Question 11.
ସାରନାଥରେ ନିର୍ମିତ ହୋଇଥ‌ିବା ______________ ରୁ ଜଣାଯାଏ ଯେ, ମୌର୍ଯ୍ୟମାନେ ଶିଳାସ୍ତମ୍ଭ ନିର୍ମାଣରେ ସିଦ୍ଧହସ୍ତ ଥିଲେ ।
Answer:
ସ୍ତମ୍ଭ

Question 12.
‘‘ସତ୍ୟମେବ ଜୟତେ’’ ____________ ରୁ ଉଦ୍ଧୃତ ହୋଇଛି ।
Answer:
ମୁଣ୍ଡକ ଉପନିଷଦ

Question 13.
ଆଲେକ୍‌ଜାଣ୍ଡାର ଏବଂ ପୁରୁଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ _____________ ଯୁଦ୍ଧ ନାମରେ ପରିଚିତ ।
Answer:
ହାଇଦାସପିସ୍

Question 14.
ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡାର _______________ ଠାରେ ମୃତ୍ୟୁ ବରଣ କରିଥିଲେ ?
Answer:
ବେବିଲୋନ୍‌

Question 15
ସଂସ୍କୃତ ବ୍ୟାକରଣ ଗ୍ରନ୍ଥ ଅଷ୍ଟାଧ୍ୟାୟୀ ___________ ଟି ସଂକ୍ଷିପ୍ତ ସୂତ୍ରରେ ସନ୍ନିବେଶିତ ଅଟେ ।
Answer:
୩୯୯୬

Question 16.
ସ୍ତପର ମଧ୍ୟଭାଗରେ ଥ‌ିବା ବଡ଼ ଅର୍ଷଗୋଲାକାର ଗଠନକୁ ______________ କୁହାଯାଏ ।
Answer:
ଅଣ୍ଡ ।

ସ୍ତମ୍ଭ ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଇଣ୍ଡିକା ଅଶୋକ
ଧମ୍ଳ ମେଘାସ୍ଥିନିସ୍
କୌଟିଲ୍ଯ ମଗଧ
ଧନନନ୍ଦ ଅଷ୍ଟାଧ୍ୟାୟୀ
ପାଣିନି ଅର୍ଥଶାସ୍ତ୍ର

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଇଣ୍ଡିକା ମେଘାସ୍ଥିନିସ୍
ଧମ୍ମ ଅଶୋକ
କୌଟିଲ୍ୟ ଅର୍ଥ ଶାସ୍ତ୍ର
ଧନନନ୍ ମଗଧ
ପାଣିନି ଅଷ୍ଟାଧ୍ଯାୟୀ

Class 7 Social Science Chapter 5 Question Answer Odia Medium ସାମ୍ରାଜ୍ୟର ଅଭ୍ୟୁଦୟ

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପାଟଳୀପୁତ୍ର ପୁରୁ
ସାରନାଥ ସ୍ତମ୍ଭ ସତ୍ରାପ
ଆଲେକ୍ଜାଣ୍ଡାର ଚନ୍ଦ୍ରଗୁପ୍ତ
ପୌରବ ରାଜବଂଶ ଅଶୋକ
ବିଜିତ ରାଜ୍ୟର ମୂଖ୍ୟ ହାଇଦାସପିସ୍ ଯୁଦ୍ଧ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପାଟଳୀପୁତ୍ର ଚନ୍ଦ୍ରଗୁପ୍ତ
ସାରନାଥ ସ୍ତମ୍ଭ ଅଶୋକ
ଆଲେକ୍ଜାଣ୍ଡାର ହାଇଦାସପିସ୍ ଯୁଦ୍ଧ
ପୌରବ ରାଜବଂଶ ପୁରୁ
ବିଜିତ ରାଜ୍ୟର ମୂଖ୍ୟ ସତ୍ରାପ

Question 3.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଅଶୋକ ବ୍ରାହ୍ମୀଲିପି
ପ୍ରାକୃତ ଭାଷା କଳିଙ୍ଗ ଯୁଦ୍ଧ
ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ବୁଦ୍ଧଙ୍କର ଅବଶେଷ
ସାଞ୍ଚସ୍ତପ ଖ୍ରୀ.ପୂ. ୩୨୧
ଆଲେକ୍‌ଜାଣ୍ଡରଙ୍କ ମୃତ୍ୟୁ ତୃତୀୟ-ଚତୁର୍ଥ ଶତାବ୍ଦୀ
ସହଗୌରା ତାମ୍ରପତ୍ର ଅଭିଲେଖ ଖ୍ରୀ.ପୂ. ୩୨୩, ବେବିଲୋନ୍

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଅଶୋକ କଳିଙ୍ଗ ଯୁଦ୍ଧ
ପ୍ରାକୃତ ଭାଷା ତୃତୀୟ-ଚତୁର୍ଥ ଶତାବ୍ଦୀ
ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଖ୍ରୀ.ପୂ. ୩୨୧
ସାଞ୍ଚସ୍ତପ ବୁଦ୍ଧଙ୍କର ଅବଶେଷ
ଆଲେକ୍‌ଜାଣ୍ଡାରଙ୍କ ମୃତ୍ୟୁ ଖ୍ରୀ.ପୂ. ୩୨୩, ବେବିଲୋନ୍
ସହଗୌରା ତାମ୍ରପତ୍ର ଅଭିଲେଖ ବ୍ରାହ୍ମୀଲିପି

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଅର୍ଥଶାସ୍ତ୍ରର ରଚୟିତା କିଏ ? ଏଥୁରେ କେଉଁ ବିଷୟ ଉଲ୍ଲେଖ କରାଯାଇଛି ?
Answer:

  1. ଅର୍ଥଶାସ୍ତ୍ରର ରଚୟିତା କୌଟିଲ୍ୟ ଅଟନ୍ତି ।
  2. ଏହି ଶାସ୍ତ୍ରରେ ମୌର୍ଯ୍ୟ ସାମ୍ରାଜ୍ୟର ଶାସନ ପଦ୍ଧତି ଏବଂ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।

Question 2.
ପ୍ରାଚୀନ ସମୟରେ ଭାରତରେ କେଉଁ ସାମ୍ରାଜ୍ୟ ଶକ୍ତିଶାଳୀ ଥିଲା ? ଏହା କେତେ ବର୍ଷକାଳ ତିଷ୍ଠି ରହିଥୁଲା ?
Answer:

  1. ପ୍ରାଚୀନ କାଳରେ ଉତ୍ତର ଭାରତରେ ମଗଧ ନାମକ ଶକ୍ତିଶାଳୀ ସାମ୍ରାଜ୍ୟ ରହିଥିଲା ।
  2. ଏହି ସାମ୍ରାଜ୍ୟ ଦୁଇଶହ ବର୍ଷକାଳ ତିଷ୍ଠି ରହିଥିଲା ।

Question 3.
ନନ୍ଦବଂଶର ଶାସକମାନେ ଲୋକପ୍ରିୟତା ହରାଇଥିଲେ କାହିଁକି ?
Answer:

  1. ନନ୍ଦବଂଶର ଶାସକମାନେ ନିଷ୍ଠୁର ଓ ଅତ୍ୟାଚାରୀ ଥି ।
  2. ସେମାନଙ୍କ ଶାସନରେ ଲୋକମାନେ ଅତିଷ୍ଠ ହୋଇପଡ଼ିଥିଲେ ଯାହାଫଳରେ ସେମାନେ ଲୋକପ୍ରିୟତା ହରାଇଥିଲେ ।

Question 4.
ଚାଣକ୍ୟ କିଏ ? ଚନ୍ଦ୍ରଗୁପ୍ତ ତାଙ୍କୁ କ’ଣ ରୂପେ ନିଯୁକ୍ତି ଦେଇଥିଲେ ?
Answer:

  1. ଚାଣକ୍ୟ ତକ୍ଷଶିଳା ବିଶ୍ଵବିଦ୍ୟାଳୟର ପ୍ରଖ୍ୟାତ ଶିକ୍ଷାବିଦ୍ ଥିଲେ ।
  2. ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ତାଙ୍କୁ ନିଜର ମୂଖ୍ୟ ଉପଦେଷ୍ଟା ଭାବରେ ନିଯୁକ୍ତି ଦେଇଥିଲେ ।

Question 5.
ସତ୍ରାପମାନେ କିଏ ? ସେମାନେ କ’ଣ କରୁଥିଲେ ?
Answer:

  1. ପାରସ୍ୟ ତଥା ଗ୍ରୀକ୍ ସାମ୍ରାଜ୍ୟର ଶାସକମାନେ ଥିଲେ ସତ୍ତାପ ଯେଉଁମାନେ ଆଲେକ୍‌ଜାଣ୍ଡରଙ୍କ ଦ୍ଵାରା ବିଜିତ ଦୂରଦୂରାନ୍ତ ଅଞ୍ଚଳଗୁଡ଼ିକର ଶାସନକାର୍ଯ୍ୟ ପରିଚାଳନା କରୁଥିଲେ ।
  2. ଯଦିଓ ସେମାନେ ଶାସକଙ୍କର ସାଧାରଣ କର୍ମଚାରୀ ଥିଲେ ତଥାପି ସେମାନେ ଅଖଣ୍ଡ କ୍ଷମତା ଏବଂ ସ୍ଵାଧୀନତାର ଅଧିକାରୀ ଥିଲେ ।

Question 6.
ହାଇଦାସପିସ୍ ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା ଓ ଏଥିରେ କିଏ ବିଜୟୀ ହୋଇଥିଲେ ?
Answer:

  1. ହାଇଦାସପିସ୍ ଯୁଦ୍ଧ ଆଲେକ୍‌ଜାଣ୍ଡର ଏବଂ ପୁରୁଙ୍କ ମଧ୍ୟରେ ହୋଇଥିଲା ।
  2. ଏଥରେ ଆଲେକ୍‌ଜାଣ୍ଡର ବିଜୟୀ ହୋଇଥିଲେ ।

Question 7.
ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡର କେବେ ଓ କେଉଁଠି ମୃତ୍ୟୁବରଣ କରିଥିଲେ ?
Answer:
ଗ୍ରୀକ୍ ବୀର ଆଲେକ୍‌ଜାଣ୍ଡର ୩୨୩ ଖ୍ରୀ.ପୂ.ରେ ମାତ୍ର ୩୨ ବର୍ଷ ବୟସରେ ବେବିଲୋନ୍ ଠାରେ ମୃତ୍ୟୁବରଣ କରିଥିଲେ ।

Question 8.
ଅଶୋକ କେଉଁ ଧର୍ମ ଗ୍ରହଣ କରିଥିଲେ ? ଏବଂ ଏହାର ପ୍ରସାର ପାଇଁ ସେ କେଉଁମାନଙ୍କୁ ଦେଶ ବାହାରକୁ ପ୍ରେରଣ କରିଥିଲେ ?
Answer:

  1. ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ।
  2. ଏହାର ପ୍ରସାରପାଇଁ ସେ ଶ୍ରୀଲଙ୍କା, ଥାଇଲାଣ୍ଡ, ମଧ୍ଯ ଏସିଆ ଏବଂ ଅନ୍ୟ ଦୂରସ୍ଥାନକୁ ନିଜର ସନ୍ତାନ ତଥା ଦୂତମାନଙ୍କୁ ପଠାଇଥିଲେ ।

Class 7 Social Science Chapter 5 Question Answer Odia Medium ସାମ୍ରାଜ୍ୟର ଅଭ୍ୟୁଦୟ

Question 9.
ଅଶୋକ ତାଙ୍କ ଶିଳାଲେଖରେ ନିଜକୁ କେଉଁ ଭାବରେ ଉଲ୍ଲେଖ କରିଛନ୍ତି ? ଏହାର ଅର୍ଥ କ’ଣ ?
Answer:

  1. ଅଶୋକ ତାଙ୍କ ଶିଳାଲେଖରେ ନିଜକୁ ଦେବାନାଂ ପ୍ରିୟଦର୍ଶୀ ଭାବରେ ଉଲ୍ଲେଖ କରିଛନ୍ତି ।
  2. ଦେବାନାଂର ଅର୍ଥ ଦେବତାଙ୍କର ପ୍ରିୟ, ପ୍ରିୟଦର୍ଶୀ ର ଅର୍ଥ, ଅନ୍ୟମାନଙ୍କୁ ଦୟାର୍ଦ୍ର ଦୃଷ୍ଟିରେ ସମ୍ମାନ ଦେବା ବା ଦୟାଦ୍ର ଦୃଷ୍ଟିରେ ବିବେଚନା କରିବା ।

Question 10.
ଅଶୋକ ସ୍ତମ୍ଭ କେଉଁଠାରେ ନିର୍ମାଣ କରାଯାଇଥିଲା ? ଏଥୁରେ କେତୋଟି ସିଂହର ଚିତ୍ର ଦେଖିବାକୁ ମିଳେ ?
Answer:

  1. ଅଶୋକ ସ୍ତମ୍ଭ ବାରଣାସୀ ନିକଟବର୍ତ୍ତୀ ସାଇନାଥଠାରେ ନିର୍ମାଣ କରାଯାଇଥିଲା ।
  2. ଏଥରେ ଚାରୋଟି ସିଂହର ଚିତ୍ର ଦେଖ‌ିବାକୁ ମିଳେ ।

Question 11.
‘ସତ୍ୟମେବ ଜୟତେ’ ଶବ୍ଦର ଅର୍ଥ କ’ଣ ? ଏହା କେଉଁଠାରୁ ଆସିଅଛି ?
Answer:
ସତ୍ୟମେବ ଜୟତେ ଶବ୍ଦର ଅର୍ଥ ସତ୍ୟର ସର୍ବଦା ଜୟହେଉ । ଏହି ଶବ୍ଦଟି ମୁଣ୍ଡକ ଉପନିଷଦରୁ ଆସିଅଛି ।

Question 12.
ଆଲେକ୍‌ଜାଣ୍ଡରଙ୍କର ପାରସ୍ୟ ଆକ୍ରମଣର ଫଳାଫଳ କ’ଶ ଥିଲା ?
Answer:

  1. ଆଲେକ୍‌ଜାଣ୍ଡରଙ୍କ ପାରସ୍ୟ ଆକ୍ରମଣ ଫଳରେ ଭାରତ ଓ ପାରସ୍ୟ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇଥିଲା । .
  2. ଗ୍ରୀକ୍ ସଂସ୍କୃତିର ପ୍ରସାର ହେଲା ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଅଶୋକଙ୍କ ଧର୍ମ ନୀତିଗୁଡ଼ିକ କ’ଣ ଥିଲା ?
Answer:
(i) ଅଶୋକଙ୍କ ଧମ୍ମ ନୀତି କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମକୁ ବୁଝାଉନଥିଲା ।
(ii) ତାଙ୍କର ଧକ୍କା ନୀତିଗୁଡ଼ିକ ହେଲା-
(୧) ଜୀବ ହତ୍ୟାରୁ ନିବୃତ୍ତ ରହିବା ।
(୨) ଜୀବ ପ୍ରତି ଅହିଂସା ଭାବ ପ୍ରଦର୍ଶନ କରିବା ।
(୩) ପିତାମାତା, ଗୁରୁଜନମାନଙ୍କର ଆଦେଶ ପାଳନ କରିବା ।
(୪) ଗୁରୁଜନମାନଙ୍କୁ ଭକ୍ତି କରିବା ।
(୫) ବନ୍ଧୁବର୍ଗ, ଆତ୍ମୀୟସ୍ୱଜନ, ବ୍ରାହ୍ମଣ, ବୃଦ୍ଧ ଓ ବିପଦଗ୍ରସ୍ତ ମାନଙ୍କ ପ୍ରତି ଉତ୍ତମ ଆଚରଣ ପ୍ରଦର୍ଶନ କରିବା ।
(୬) ଦାସ, ଦାସୀ ବା କୃତ୍ୟମାନଙ୍କ ପ୍ରତି ଦୟା କରିବା ।
(୭) ସତ୍ୟ କହିବା ।
(୮) ସାମାନ୍ୟ ସଞ୍ଚୟ କରିବା ଇତ୍ୟାଦି ।

Question 2.
ଅଶୋକ କି କି ଲୋକ ହିତକର କାର୍ଯ୍ୟ କରିଥିଲେ ?
Answer:
(i) ଅଶୋକ ପ୍ରଜାମାନଙ୍କୁ ନିଜର ସନ୍ତାନ ଭଳି ପାଳୁଥିଲେ । ସେ ଲୋକଙ୍କ ସୁବିଧାପାଇଁ ରାସ୍ତାଘାଟ ନିର୍ମାଣ, ରାସ୍ତାକଡ଼ରେ ଗଛ ଲଗାଇବା, ଆଶ୍ରୟ ପାଇଁ ଘରସବୁ ତିଆରି କରିଥିଲେ ।

(ii) ପାଣି ପିଇବାପାଇଁ ଜୁଅ ଖୋଳାଇଥିଲେ । ମନୁଷ୍ୟ ଓ ପଶୁମାନଙ୍କ ଚିକିତ୍ସାପାଇଁ ଡାକ୍ତରଖାନାମାନ ନିର୍ମାଣ କରିଥିଲେ ।

(iii) ତାଙ୍କ ଶାସନରେ ଦଣ୍ଡନୀତି କୋହଳ ଥୁଲା, ପରସ୍ପର ମିଳିମିଶି ଶାରେ ଚଳିବାପାଇଁ ସେ ଲୋକମାନଙ୍କୁ ଉପଦେଶ ଦେଉଥିଲେ ।

Question 3.
କଳିଙ୍ଗ ଯୁଦ୍ଧରେ ଅଶୋକ ଯୁଦ୍ଧ କରିବେ ନାହିଁ ବୋଲି କାହିଁକି ସ୍ଥିର କରିଥିଲେ ?
Answer:
(i) କଳିଙ୍ଗ ସେନାର ପ୍ରବଳ ପରାକ୍ରମ ଅଶୋକଙ୍କ ସୈନ୍ୟବାହିନୀ ସମ୍ମୁଖରେ ପରାଜୟ ବରଣ କରିଥିଲେ । ଏହି ଯୁଦ୍ଧରେ ପ୍ରାୟ ଏକ ଲକ୍ଷ ଲୋକ ନିହତ ହୋଇଥିଲେ ।

(ii) ଯୁଦ୍ଧଜନିତ ମୃତ୍ୟୁ, ରକ୍ତପାତ, କ୍ଷୟକ୍ଷତି ଓ ଆହତ ସୈନ୍ୟମାନଙ୍କର ଆର୍ତ୍ତନାଦ ଅଶୋକଙ୍କ ହୃଦୟକୁ ବ୍ୟଥ୍‌ତ କରିଥିଲା । ତେଣୁ ସେ ଯୁଦ୍ଧ କରିବେ ନାହିଁ ବୋଲି ସ୍ଥିର କରିଥିଲେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ସାରନାଥ ସ୍ତମ୍ଭ ବିଷୟରେ ସଂକ୍ଷୀପ୍ତ ଟୀପ୍ପଣୀ ପ୍ରଦାନ କର ।
Answer:
(i) ଅଶୋକଙ୍କ ଦ୍ଵାରା ବାରଣାସୀ ନିକଟବର୍ତ୍ତୀ ସାରନାଥଠାରେ ନିର୍ମିତ ଏହି ସ୍ତମ୍ଭ ‘ତାଙ୍କ’କଳା ଓ ସ୍ଥାର୍ପତ୍ୟର ପୃଷ୍ଠପୋଷକତାର ପରିଚୟ ଦିଏ ।

(ii) ଏଥୁରେ ଥିବା ଚାରିଗୋଟି ସିଂହ ରାଜକୀୟ ଶକ୍ତିର ପ୍ରତୀକ I ସ୍ତମ୍ଭର ଶୀର୍ଷ ଭାଗରେ ଥିବା ଏହି ଚାରିଗୋଟି ସିଂହ ଚାରିଦିଗକୁ ମୁହଁ କରି ରହିଛନ୍ତି ।

(iii) ଏହି ସ୍ତମ୍ଭର ତଳ ରିଙ୍ଗ୍ରେ ଚାରୋଟି ଶକ୍ତିଶାଳୀ ପଶୁ ଯଥା ହାତୀ, ଘୋଡ଼ା, ବୃଷଭ ଓ ସିଂହ ଚିତ୍ର ରହିଛି । ଏଥ‌ିରେ ଥିବା ଧର୍ମଚକ୍ରଟି ସତ୍ୟର ପ୍ରତୀକ ଓ ଏଥ‌ିରେ ୨୪ଟି ଅର ରହିଛି ।

(iv) ଭାରତ ସରକାର ଅଶୋକ ସ୍ତମ୍ଭର ଏହି ସିଂହକୁ ଜାତୀୟ ସଂକେତ ରୂପେ ଗ୍ରହଣ କରିଛନ୍ତି । ଏଥ‌ିରେ ଥ‌ିବା ଚକ୍ରକୁ ଜାତୀୟ ପତାକାରେ ସ୍ଥାନ ଦିଆଯାଇଛି ଏବଂ ଏହି ସ୍ତମ୍ଭକୁ ଭାରତୀୟ ମୂଦ୍ରାମାନଙ୍କରେ ସ୍ଥାନ ଦିଆଯାଇଛି ।

(v) ଏହି ସ୍ତମ୍ଭର ଉଚ୍ଚତା ୨.୧୫ ମିଟର ଅଟେ । ସମ୍ରାଟ ଅଶୋକ ନିର୍ମାଣ କରିଥିବା ପ୍ରାସାଦ, ସ୍ତୁପ ଏବଂ ସ୍ତମ୍ଭମାନଙ୍କ ମଧ୍ୟରୁ ଏହି ସ୍ତମ୍ଭ ପ୍ରଧାନ ଅଟେ ।

Question 2.
ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କିପରି ନନ୍ଦବଂଶ ଲୋପ କରି ମଗଧରେ ମୌର୍ଯ୍ୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ?
Answer:
(i) ପ୍ରାଚୀନ କାଳରେ ଉତ୍ତର ଭାରତର ମଗଧ ସାମ୍ରାଜ୍ୟରେ ମୌର୍ଯ୍ୟବଂଶର ରାଜାମାନେ ରାଜତ୍ଵ କରୁଥିଲେ । ମୌର୍ଯ୍ୟ ବଂଶର ଶାସନପୂର୍ବରୁ ସେଠାରେ ନନ୍ଦବଂଶ ଶାସନ କରୁଥିଲେ ।

(ii) ନନ୍ଦବଂଶର ଶାସକମାନେ ନିଷ୍ଠୁର ଓ ଅତ୍ୟାଚାରୀ ଥିଲେ । ସେମାନଙ୍କ କୁଶାସନରେ ଲୋକମାନେ ଅତିଷ୍ଠ ହୋଇପଡ଼ିଥିଲେ । ନନ୍ଦରାଜା ଧନନନ୍ଦଙ୍କୁ ପରାସ୍ତ କରି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ମଗଧରେ ମୌର୍ଯ୍ୟ ଶାସନ ଆରମ୍ଭ କରିଥିଲେ ।

(iii) ଖୁବ୍ କମ୍ ସମୟ ମଧ୍ଯରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନନ୍ଦ ସାମ୍ରାଜ୍ୟକୁ ଅକ୍ତିଆର କରିବା ସହିତ ନିଜ ସାମ୍ରାଜ୍ୟର ସୀମାକୁ ବୃଦ୍ଧି କରିବାକୁ ଲାଗିଥିଲେ । ବିଭିନ୍ନ ବିବରଣୀରୁ ଜଣାଯାଏ ଯେ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ଏହି ବିଜୟ ଓ ସଫଳତା ପଛରେ ତାଙ୍କର ଉପଯୁକ୍ତ ମାର୍ଗଦର୍ଶକ କୌଟିଲ୍ୟଙ୍କର ଗୁରୁତ୍ଵପୂର୍ଣ୍ଣ ଅବଦାନ ଥିଲା, ଯିଏକି ନିଜର ରାଜନୈତିକ, ପ୍ରଶାସନିକ ଓ ଅର୍ଥନୈତିକ ଜ୍ଞାନ ଓ ଦକ୍ଷତା ବଳରେ ମୌର୍ଯ୍ୟ ସାମ୍ରାଜ୍ୟକୁ ସମଗ୍ର ଭାରତ ଇତିହାସରେ ଏକ ଶକ୍ତିଶାଳୀ ତଥା ମହାନ୍ ସାମ୍ରାଜ୍ୟ ଭାବରେ ପ୍ରତି ଷ୍ଠି ତ କରାଇପାରିଥିଲେ ।

(iv) ଉତ୍ତର ପଶ୍ଚିମରେ ଶାସନ କରୁଥିବା ସତ୍ରାପମାନଙ୍କୁ ପରାସ୍ତ କରି ତାଙ୍କର ସାମ୍ରାଜ୍ୟକୁ ଦାକ୍ଷିଣାତ୍ୟ ପର୍ଯ୍ୟନ୍ତ ବିସ୍ତାର କରିଥିଲେ । ପାଟଳୀପୁତ୍ର ତାଙ୍କର ରାଜଧାନୀ ଥିଲା ।

(v) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଗ୍ରୀକ୍‌ମାନଙ୍କୁ ପରାସ୍ତ କରିବାପରେ ସେମାନଙ୍କ ସହିତ ବୈଦେଶିକ ସମ୍ପର୍କ ସ୍ଥାପନ କରିଥିଲେ । ଚନ୍ଦ୍ରଗୁପ୍ତଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାରସ୍ୟ, ପୂର୍ବରେ ବିହାର, ଦକ୍ଷିଣରେ କର୍ଣ୍ଣାଟକ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ।

Question 3.
ସପ୍ତାଙ୍ଗ କ’ଣ ? କୌଟିଲ୍ୟ ଏହାକୁ ଶାସନରେ କିପରି କାର୍ଯ୍ୟକାରୀ କରିଥିଲେ ?
Answer:
(i) ସପ୍ତାଙ୍ଗ ହେଉଛି– (କ) ରାଜା ବା ସ୍ଵାମୀ, (ଖ) ଅମାତ୍ୟ (ମନ୍ତ୍ରୀ ପରିଷଦ ସମେତ ଉଚ୍ଚପଦାଧିକାରୀ), (ଗ) ଜନପଦ ରାଜ୍ୟର ଅଞ୍ଚଳ ଯେଉଁଠାରେ ଲୋକମାନେ ବସବାସ କରନ୍ତି, (ଘ) ଦୁର୍ଗସୁରକ୍ଷିତ ସହର ଏବଂ ନଗର, (ଙ) ରାଜକୋଷ ବା ରାଜ୍ୟର ସମ୍ପଦ, (ଚ) ସୁରକ୍ଷା ବଳ ଏବଂ ଆଇନ ଓ ଦଣ୍ଡର ବ୍ୟବସ୍ଥା, (ଛ) ରାଜାଙ୍କର ବନ୍ଧୁ ବା ମିତ୍ର ।

(ii) କୌଟିଲ୍ୟଙ୍କ ଅନୁସାରେ ସପ୍ତାଙ୍ଗ ହେଉଛି ଏକ ସ୍ଥିର, ସୁରକ୍ଷିତ ଏବଂ ସମୃଦ୍ଧ ରାଜ୍ୟ ଗଠନ ସହିତ ଯୁଦ୍ଧ ଓ ଶାନ୍ତି ମାଧ୍ୟମରେ ମେଣ୍ଟ ବଜାୟ ରଖୁ ସାମ୍ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ସାଧନ କରିବା ।

(iii) ସମାଜରେ ଆଇନ ଓ ଶୃଙ୍ଖଳା ଉପରେ କୌଟିଲ୍ୟ ଗୁରୁତ୍ଵ ଦେଉଥିଲେ, ଯାହା କେବଳ ଏକ ଦୃଢ଼ ପ୍ରଶାସନ ଦ୍ଵାରା ସମ୍ଭବ ହୋଇପାରିବ ।

(iv) ଦୁର୍ନୀତି ନିବାରଣ ପାଇଁ ସେ ଅନେକ ଆଇନ ପ୍ରଣୟନ କରିଥିଲେ, ଯାହା ଲୋକଙ୍କ କଲ୍ୟାଣ ବିରୁଦ୍ଧରେ ଯାଉଥବା କୌଣସି କାର୍ଯ୍ୟକଳାପ ପାଇଁ ଦଣ୍ଡ ବ୍ୟବସ୍ଥା ରହିଥିଲା ।

Question 4.
ପୁରୁ କିଏ ? ଗ୍ରୀକ୍ ବୀର ଆଲେକ୍‌ଜାଣ୍ଡାରଙ୍କ ସହିତ ତାଙ୍କ ସମ୍ପର୍କ କ’ଣ ଥିଲା ?
Answer:
(i) ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡାରଙ୍କ ଭାରତ ଆକ୍ରମଣ ସମୟରେ ସିନ୍ଧୁ ଓ ବିତସ୍ତା ନଦୀର ଅପର ପାର୍ଶ୍ଵ ରେ ପୌରବ ରାଜବଂଶର ରାଜା ପୁରୁ ରାଜତ୍ଵ କରୁଥିଲେ ।

(ii) ‘ହାଇଦାସ୍‌ପିସ୍’ ନାମକ ଯୁଦ୍ଧ କ୍ଷେତ୍ରରେ ପୁରୁଙ୍କ ସୈନ୍ୟ ଓ ଆଲେକ୍‌ଜାଣ୍ଡରଙ୍କ ଗ୍ରୀକ୍ ସୈନ୍ୟମାନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା ।

(iii) ଏହି ଯୁଦ୍ଧରେ ଗୁରୁତର ଭାବରେ ଆହତ ହୋଇ ମଧ୍ୟ ପୁରୁ ଶେଷ ପର୍ଯ୍ୟନ୍ତ ଯୁଦ୍ଧକରି ଶେଷରେ ବନ୍ଦୀ ହୋଇଥିଲେ ।

(iv) ଆଲେକ୍‌ଜାଣ୍ଡରଙ୍କ ପ୍ରଶ୍ନ ଥିଲା ପୁରୁ ତାଙ୍କଠାରୁ କିଭଳି ବ୍ୟବହାର ଆଶା କରନ୍ତି । ଏହାର ଉତ୍ତରରେ ନିର୍ଭିକ ପୁରୁ କହିଥିଲେ, ‘ଜଣେ ରାଜା ଆଉଜଣେ ରାଜାଙ୍କଠାରୁ ଯେପରି ବ୍ୟବହାର ଆଶା କରନ୍ତି’ ।

(v) ପୁରୁଙ୍କ ବୀରତ୍ଵ ଓ ଚତୁରତାରେ ଖୁସି ହୋଇ ଆଲେକ୍‌ଜାଣ୍ଡର ତାଙ୍କୁ ନିଜର ବନ୍ଧୁ ଭାବରେ ସ୍ଵୀକାର କରିବା ସହ ସମ୍ମାନର ସହ ତାଙ୍କ ରାଜ୍ୟ ଫେରାଇ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

Class 7 Social Science Chapter 5 Question Answer Odia Medium ସାମ୍ରାଜ୍ୟର ଅଭ୍ୟୁଦୟ

Question 5.
ମେଘାସ୍ଥିନିସ୍ କିଏ ? ତାଙ୍କ ବିବରଣୀରେ କ’ଣ ଉଲ୍ଲେଖ କରାଯାଇଛି ?
Answer:
(i) ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜତ୍ଵ ସମୟରେ ଗ୍ରୀକ୍ ରାଜଦୂତ ମେଘାସ୍ଥିନିସ୍ ଭାରତକୁ ଆସିଥିଲେ ।

(ii) ସେ ମୌର୍ଯ୍ୟ ଦରବାରରେ ଅବସ୍ଥାନ କରିବା ସମୟରେ ଭାରତର ବହୁ ଅଞ୍ଚଳ ଭ୍ରମଣ କରିଥିଲେ

(iii) ଭାରତ ସମ୍ବନ୍ଧରେ ସେ ତାଙ୍କର ଭ୍ରମଣ ବୃତ୍ତାନ୍ତକୁ ‘ଇଣ୍ଡିକା’ ନାମକ ଏକ ଗ୍ରନ୍ଥରେ ଲେଖିଥିଲେ । ଇଣ୍ଡିକାର ଅର୍ଥ ହେଉଛି ଭାରତ ବିଷୟରେ ଯାହା ସତ୍ୟ ।

(iv) ସେହି ପୁସ୍ତକରେ ମୌର୍ଯ୍ୟ ରାଜତ୍ଵ ଓ ଶାସନ ବ୍ୟବସ୍ଥା, ବିଶେଷ କରି ପୌର ଶାସନ ବିଷୟରେ ଅନେକ କଥା ବର୍ଣ୍ଣନା କରାଯାଇଛି ।

(v) କିନ୍ତୁ ଦୁର୍ଭାଗ୍ୟର କଥା ଯେ ପରବର୍ତୀ ସମୟରେ ଗ୍ରୀକ୍‌ମାନଙ୍କଦ୍ଵାରା ଉଦ୍ଧୃତ କିଛି ଅଂଶ ବ୍ୟତୀତ ପୁସ୍ତକର ସମସ୍ତ ଅଂଶି ନଷ୍ଟ କହୋଇଯାଇଛି ।

Question 6.
କଳିଙ୍ଗ ଯୁଦ୍ଧ ଅଶୋକଙ୍କ ମନରେ କିପରି ପରିବର୍ତ୍ତନ ଆଣିଥିଲା ?
Answer:
(i) କଳିଙ୍ଗ ଯୁଦ୍ଧଜନିତ ମୃତ୍ୟୁ, ରକ୍ତପାତ, କ୍ଷୟକ୍ଷତି ଆହତ ସୈନ୍ୟମାନଙ୍କର ଆର୍ତ୍ତନାଦ ଅଶୋକଙ୍କ ହୃଦୟକୁ ବ୍ୟଥୁତ କରିଥିଲା । ସେ ଅନୁତାପରେ ବିଚଳିତ ହୋଇପଡ଼ିଲେ ଏବଂ ଜୀବନରେ ଆଉ ଯୁଦ୍ଧ କରିବେ ନାହିଁ ବୋଲି ସ୍ଥିର କରିଥିଲେ ।

(ii) କଳିଙ୍ଗ ଯୁଦ୍ଧ ଯୋଗୁଁ ହୋଇଥିବା ରକ୍ତପାତ ହିଁ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା ।

(iii) ଏହାପରେ ସେ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇ ହିଂସା ପରିତ୍ୟାଗ ପୂର୍ବକ ଶାନ୍ତି ଓ ଅହିଂସାର ପଥକୁ ଆପଣେଇ ଥିଲେ ।

(iv) ତାଙ୍କର ଶିଳାଲେଖର ଭାଷାରୁ ଜଣାପଡ଼େ ଯେ ସେ ନିଜକୁ ଜଣେ ଦୟାଳୁ ଓ ଜନହିତୈଷୀ ରାଜା ରୂପେ ପ୍ରତିପାଦିତ କରିଥିଲେ ।

Question 7.
ଧମ୍ମ କହିଲେ କ’ଣ ବୁଝ ?
Answer:
(i) ଧର୍ମ ଶବ୍ଦଟି ପ୍ରାକୃତ ଭାଷାରେ ‘ଧମ୍ମ’ ଶବ୍ଦ ସହିତ ଯୋଡ଼ି ହୋଇଛି । ଏହାର ସାରାଂଶ୍‌ ସହଜରେ ବୁଝି ହେବ ନାହିଁ ।

(ii) ସରଳ ଭାଷାରେ କହିବାକୁ ଗଲେ ଧର୍ମ ହେଇଛି ନୈତିକ ନିୟମ କିମ୍ବା ଜଣକର ପରିବାର, ସମାଜ ଓ ଦେଶପ୍ରତି ଧାର୍ମିକ ଓ ନୈତିକ କର୍ଭବ୍ୟ ଅଟେ ।

(iii) ଏହାର ଗଭୀର ଅର୍ଥ ହେଉଛି ବିଶ୍ୱବ୍ରହ୍ମାଣ୍ଡର ନିୟମାନୁସାରେ ଜୀବନଯାପନ କରିବା ଯାହାକୁ ସଂସ୍କୃତରେ ଋତୁମ୍ କୁହାଯାଏ ।

(iv) ଜଣେ ନିଜର କର୍ତ୍ତବ୍ୟକୁ ଯଥାର୍ଥ ଭାବରେ ଉତ୍ତମ ଚରିତ୍ର ସହ ସଂସାରର ଦିବ୍ୟ ନିୟମାନୁସାରେ ସମ୍ପାଦନ କରିବାକୁ ବୁଝାଏ ।

(v) ଅତଏବ ଧର୍ମ କହିଲେ କର୍ଭବ୍ୟ, ନିୟମ, ସତ୍ୟ ଓ ନୀତି ତଥା ନୈତିକତାର ସମାହାରକୁ ବୁଝାଇଥାଏ । ଏହା କୌଣସି ନିର୍ଦ୍ଦିଷ୍ଟ ଧର୍ମକୁ ବୁଝାଏ ନାହିଁ ।

Question 8.
କୌଟିଲ୍ୟ କିଏ ? ସେ କିପରି ନନ୍ଦବଂଶ ଶାସନଲୋପ କରିଥିଲେ ?
Answer:
(i) କୌଟିଲ୍ୟ ତକ୍ଷଶିଳା ବିଶ୍ଵବିଦ୍ୟାଳୟର ଜଣେ ପ୍ରଖ୍ୟାତ ଶିକ୍ଷାବିଦ୍ ଥିଲେ । ତାଙ୍କର ଅନ୍ୟନାମ ଥିଲା ଚାଣକ୍ୟ, ବିଷ୍ଣୁଗୁପ୍ତ ।

(ii) ମୌର୍ଯ୍ୟ ରାଜତ୍ଵ ପୂର୍ବରୁ ମଗଧରେ ନନ୍ଦବଂଶ ଶାସନ କରୁଥିଲେ । ଏହି ବଂଶର ଶାସକମାନେ ନିଷ୍ଠୁର ଓ ଅତ୍ୟାଚାରୀ ଥିଲେ । ସେମାନଙ୍କ କୃଶାସନରେ ଲୋକମାନେ ଅତିଷ୍ଠ ହୋଇପଡ଼ିଥିଲେ ।

(iii) ଧନନନ୍ଦଙ୍କ ଔଦ୍ଧତ୍ୟକୁ ଲକ୍ଷ୍ୟ କରି କୌଟଲ୍ୟ ତାଙ୍କୁ କହିଥିଲେ, ‘ନିଜକୁ ସଂଶୋଧନ କରନ୍ତୁ ଅନ୍ୟଥା ନନ୍ଦବଂଶର ସର୍ବନାଶ ଦେଖୁବାକୁ ପ୍ରସ୍ତୁତ ହୋଇ ରୁହନ୍ତୁ ।

(iv) ଏକଥା ଶୁଣି କ୍ରୋଧୃତ ଧନନନ୍ଦ କୌଟଲ୍ୟଙ୍କୁ ନିଜ ରାଜସଭାରେ ଅପମାନିତ କରିବା ସହିତ ତାଙ୍କୁ ବହିଷ୍କାର କରିଥିଲେ । ଏହାହିଁ କୌଟଲ୍ୟାଙ୍କୁ ନନ୍ଦ ବଂଶ ଧ୍ବଂସ କରିବାପାଇଁ ସଂକଳ୍ପ ନେବାକୁ ବାଧ୍ଯ କରିଥିଲେ ଏବଂ ପରେ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସହାୟତାରେ ସେ ନନ୍ଦବଂଶର ପତନ କରି ମୌର୍ଯ୍ୟ ବଂଶର ସ୍ଥାପନା କରିଥିଲେ ।

Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ

Students can use Class 6 Math Solution Odia Medium and Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ to check their answers after solving exercises.

6th Class Maths Chapter 3 Question Answer Odia Medium

Class 6 Maths Chapter 3 Odia Medium

3.1 ସଂଖ୍ୟା ଆମକୁ ଅନେକ କିଛି କହିଥାଏ (Numbers Can Tell us Things)

ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର କରିବାକୁ ଚେଷ୍ଟାକର ଏବଂ ତୁମର ଯୁକ୍ତି ଉପସ୍ଥାପନା କର: (Page No. 56)

Question 1.
ପିଲାମାନେ ସେମାନଙ୍କ ମଧ୍ୟରେ ପୁନର୍ବାର ସଜେଇ ହୋଇପାରିବେ କି ଯେପରି ଶେଷରେ ଛିଡ଼ା ହୋଇଥୁବା ପିଲା ‘2’ କହିବ?
Solution:
ଶେଷରେ ଛିଡ଼ା ହୋଇଥିବା ପିଲା 2 କହିବ, ଯେତେବେଳେ ତା’ର ଉଭୟ ପାର୍ଶ୍ଵରେ ଡେଙ୍ଗା ପିଲା ଥାଏ। ଏହା ଅସମ୍ଭବ କାରଣ ଶେଷରେ ଠିଆ ହୋଇଥିବା ପିଲାଟିର କେବଳ ଗୋଟିଏ ପାର୍ଶ୍ଵରେ (ଭିତର ପଟରୁ) ପିଲା ଥାଆନ୍ତି। କିନ୍ତୁ ଅନ୍ୟ ପାର୍ଶ୍ଵରେ କୌଣସି ପିଲା ରହି ନଥାନ୍ତି। ତେଣୁ ତା’ର ଉଭୟ ପାର୍ଶ୍ଵରେ ଡେଙ୍ଗା ପିଲା ରହିବା ସମ୍ଭବ ନୁହେଁ।

Question 2.
ଆମେ ପିଲାମାନଙ୍କୁ ଗୋଟିଏ ଧାଡ଼ିରେ ସଜେଇ ପାରିବା କି, ଯେପରି ସମସ୍ତେ ‘0’ କହିବେ?
Solution:
ନା, ଆମେ ପିଲାମାନଙ୍କୁ ଗୋଟିଏ ଧାଡ଼ିରେ ସଜେଇ ପାରିବା ନାହିଁ।

Question 3.
ପରସ୍ପର ପାଖାପାଖୁ ଛିଡ଼ା ହୋଇଥବା ଦୁଇଜଣ ପିଲା ସମାନ ସଂଖ୍ୟା କହିପାରିବେ କି?
Solution:
ହଁ, ଯଦି ଦୁଇଜଣ ପାଖାପାଖୁ ପିଲାଙ୍କର ଉଚ୍ଚତା ସମାନ ହୁଏ, ସେମାନଙ୍କ ଚାରିପାର୍ଶ୍ଵରେ ଥିବା ପିଲାଙ୍କ ଉଚ୍ଚତା ସମାନ ହେବ।

Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ

Question 4.
ଗୋଟିଏ ଦଳରେ 5 ଜଣ ପିଲା ଅଛନ୍ତି, ଯେଉଁଥୁରେ ସମସ୍ତଙ୍କର ଉଚ୍ଚତା ଅଲଗା। ସେମାନଙ୍କ ମଧ୍ୟରୁ 4 ଜଣ କହୁଥ‌ିବେ ‘I’ ଏବଂ ଶେଷ ଜଣକ ‘0’ କହୁଥ‌ିବେ, ଏଭଳି ଛିଡ଼ା ହୋଇପରିବେ କି? ହଁ / ନାଁ, କାହିଁକି?
Solution:
ହଁ, ସବୁଠାରୁ ଡେଙ୍ଗା ଉଚ୍ଚତା ପିଲାକୁ ଶେଷରେ ରଖିବେ ଏବଂ ଅନ୍ୟ ପାର୍ଶ୍ଵରେ ତା’ଠାରୁ କମ୍ ଉଚ୍ଚତା ବିଶିଷ୍ଟ ପିଲା ରହୁଥିଲେ ସେ 0 କହିବ। ବାକି 4 ଜଣଙ୍କ ସେହିଭଳି ସଜାଡ଼ିଲେ 1 କହିବେ।

Question 5.
ଏହି 5 ଜଣିଆ ଦଳ ପାଇଁ 1, 1, 1, 1, 1 କ୍ରମଟି ସମ୍ଭବ ହୋଇପାରିବ କି?
Solution:
ନା, ଏହି 5 ଜଣିଆ ଦଳ ପାଇଁ 1, 1, 1, 1, 1 କ୍ରମଟି ସମ୍ଭବ ହୋଇପାରିବ ନାହିଁ।

Question 6.
0, 1, 2, 1, 0 କ୍ରମଟି ସମ୍ଭବ ହେବ କି?
Solution:
ହଁ, 0, 1, 2, 1, 0 କ୍ରମଟି ସମ୍ଭବ ହେବ।

Question 7.
ତୁମେ କିପରି 5 ଜଣ ପିଲାଙ୍କୁ ପୁନର୍ବାର ସଜେଇବ, ଯେପରି ସର୍ବାଧକ ସଂଖ୍ୟକ ପିଲା ‘2’ କହିବେ?
Solution:
ଛାତ୍ରଛାତ୍ରୀମାନେ ନିଜେ କରିବେ।

3.2 ବୃହତ୍ତମ ସଂଖ୍ୟାବିଶିଷ୍ଟ କୋଠରି (ସୁପର ସେଲ୍) (Super Cells)

ଆସ ବୁଝିବା: (Page No. 57-58)

Question 1.
ନିମ୍ନ ସାରଣୀରେ ସୁପର ସେଲ୍‌ଗୁଡ଼ିକୁ ଚିହ୍ନାଅ।
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 57 Q1
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 57 Q1.1

Question 2.
ନିମ୍ନ ସାରଣୀରେ 4 ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଖାଲି କୋଠରିରେ ଲେଖ, ଯେପରି ବୃହତ୍ତମ ସଂଖ୍ୟା ବିଶିଷ୍ଟ କୋଠରୀଗୁଡ଼ିକ ହିଁ ରଙ୍ଗୀନ କୋଠରି ହୋଇଥବ।
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 57 Q2
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 57 Q2.1

Question 3.
ନିମ୍ନ ସାରଣୀ ପୂରଣ କର ଯେପରିକି ଆମ୍ଭେ ଯଥାସମ୍ଭବ ଅଧିକ ସୁପର ସେଲ୍‌ ପାଇବା, ସଂଖ୍ୟାଗୁଡ଼ିକ 100 ରୁ 1000 ମଧ୍ୟରେ ରହିବ ଓ ସଂଖ୍ୟା ପୁନରାବୃତ୍ତି ହେବ ନାହିଁ।
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 57 Q3
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 57 Q3.1

Question 4.
ନଅଗୋଟି ସଂଖ୍ୟା ମଧ୍ୟରୁ ଉପର ସାରଣୀରେ କେତୋଟି ସୁପର ସେଲ୍ ଅଛି?
Solution:
ନଅଗୋଟି ସଂଖ୍ୟା ମଧ୍ୟରୁ ଉପର ସାରଣୀରେ ୫ଟି ସୁପର ସେଲ୍ ଅଛି।

Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ

Question 5.
ବିଭିନ୍ନ ସଂଖ୍ୟକ କୋଠରି ପାଇଁ କେତେ ସଂଖ୍ୟକ ସୁପରସେଲ୍ ସମ୍ଭବ ନିର୍ଣ୍ଣୟ କର। ତୁମେ କୌଣସି ସଂରଚନା ଲକ୍ଷ୍ୟ କରୁଛ କି? ଏକ ଦତ୍ତ ସାରଣୀ ପୂରଣ କରିବାକୁ କ’ଣ ଉପାୟ ଅଛି, ଯେପରିକି ଆମେ ସର୍ବାଧ‌ିକ ସଂଖ୍ୟକ ସୁପର ସେଲ୍ ପାଇବା? ଉପାୟ ଖୋଳ ଓ ସହପାଠୀମାନଙ୍କ ସହିତ ଆଲୋଚନା କର।
Solution:
ଯଦି n ସଂଖ୍ୟକ ଅଯୁଗ୍ମ ସେଲ୍ ଅଛି, ସୁପରସେଲ୍ ସଂଖ୍ୟା = \(\frac{\mathrm{n}+1}{2}\)
ଯଦି n ସଂଖ୍ୟକ ଯୁଗ୍ମ ସେଲ୍ ଅଛି, ସୁପରସେଲ୍ ସଂଖ୍ୟା = \(\frac {n}{2}\)
ହଁ, ଆମେ ପ୍ରଥମ ସଂଖ୍ୟାଟି ସୁପରସେଲ୍ କରିବ। ଏହାପରେ ପ୍ରତ୍ୟେକ ବିକଳ୍ପ ସେଲ୍‌କୁ ସୁପରସେଲ୍ କରିବାକୁ ପଡ଼ିବ। 4ଟି ସେଲ୍ ବ୍ୟତୀତ ଅନ୍ୟ କୌଣସି କ୍ରମାଗତ ସେଲ୍ ସୁପରସେଲ୍ ହୋଇପାରିବ ନାହିଁ। କାରଣ ପରେ ପ୍ରଥମ ଏବଂ ଚତୁର୍ଥ ସେଲ୍ ସୁପରସେଲ୍ ହୋଇପାରିବ।

Question 6.
ପୁନରାବୃତ୍ତି ବିନା ତୁମେ ଏକ ସାରଣୀ ପୂରଣ କରିପାରିବ କି, ଯେପରି ସେଥ‌ିରେ କୌଣସି ସୁପର ସେଲ୍ ନଥୁବ? କାହିଁକି / କାହିଁକି ନୁହେଁ?
Solution:
ନା। କୌଣସି ସୁପର ସେଲ୍ ନଥିବା ସଂଖ୍ୟାଗୁଡ଼ିକୁ ପୁନରାବୃତ୍ତି ନକରି ଗୋଟିଏ ସୁପରସେଲ୍ ସାରଣୀ ପୂରଣ କରିପାରିବ ନାହିଁ।

  • ଯଦି ଆମେ ସେଲ୍‌ଗୁଡ଼ିକୁ ନିମ୍ନକ୍ରମରେ ରଖୁବା ତେବେ ପ୍ରଥମ ସେଲ୍‌ ସୁପରସେଲ୍ ହେବ।
  • ଯଦି ଆମେ ଊର୍ଦ୍ଧ୍ବକ୍ରମରେ ରଖୁବା ତେବେ ଶେଷ ସେଲ୍‌ ସୁପରସେଲ୍ ହେବ। ଯଦି ଆମେ କୌଣସି ପଦ୍ଧତି ଅନୁସରଣ ନ କରିବା ତେବେ ନିଶ୍ଚିତ ଗୋଟିଏ ସୁପରସେଲ୍ ରହିବ।

Question 7.
ଏକ ସାରଣୀରେ ଯେଉଁ କୋଠରିରେ ସବୁଠାରୁ ବୃହତ୍ତମ ସଂଖ୍ୟା ଥିବ, ତାହା ସର୍ବଦା ଏକ ସୁପର ସେଲ୍ ହୋଇପାରିବ? କାହିଁକି / କାହିଁକି ନୁହେଁ?
Solution:
ହଁ, ଯଦି କୋଠରିରେ ସବୁଠାରୁ ବୃହତ୍ତମ ସଂଖ୍ୟା ଧ୍ରୁବ, ତାହା ସର୍ବଦା ଏକ ସୁପରସେଲ୍ ହେବ। କାରଣ ଯଦି ଏହା କୋଣରେ ଥିବା ସେଲ୍, ତେବେ ଏହାର ପଡ଼ୋଶୀ ସଂଖ୍ୟା (ଅର୍ଥାତ୍ ଦ୍ଵିତୀୟ ସେଲ୍ କିମ୍ବା ଶେଷ ସେଲ୍) ଏହାଠାରୁ ଛୋଟ ହେବ। ଯଦି ଏହା ମଧ୍ୟରେ ଥାଏ, ତେବେ ଏହାର ଉଭୟ ପଡ଼ୋଶୀ ସଂଖ୍ୟା ଏହାଠାରୁ ଛୋଟ ହେବ।
ନା, କୋଠରିରେ ସବୁଠାରୁ ଛୋଟସଂଖ୍ୟା ସୁପରସେଲ୍‌ ହୋଇପାରିବ ନାହିଁ। ଏକ ସୁପରସେଲ୍ ଏହାର ସମସ୍ତ ପଡ଼ୋଶୀ ସଂଖ୍ୟାଠାରୁ ବଡ଼ ହେବାକୁ ପଡ଼ିବ। ଯେହେତୁ ଏହା ସବୁଠାରୁ ଛୋଟ, ଏହା କୌଣସି ପଡ଼ୋଶୀ ସଂଖ୍ୟାଠାରୁ ବଡ଼ ହୋଇପାରିବ ନାହିଁ। ତେଣୁ ଏହା ଏକ ସୁପରସେଲ୍ ହୋଇପାରିବ ନାହିଁ।

Question 8.
ଏକ ସାରଣୀ ପୂରଣ କର, ଯେପରି ଦ୍ଵିତୀୟ ବୃହତ୍ତମ ସଂଖ୍ୟାଥବା କୋଠରି ସୁପର୍ ସେଲ୍ ହେବ ନାହିଁ?
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 57 Q8
ଏଠାରେ 980 ହେଉଛି ଦ୍ଵିତୀୟ ବୃହତ୍ତମ ସଂଖ୍ୟା, କିନ୍ତୁ ଏହା ସୁପରସେଲ୍ ନୁହେଁ। 999 ହେଉଛି ସୁପର ସେଲ୍।

Question 9.
ଏକ ସାରଣୀ ପୂରଣ ପର, ଯେପରି ଦ୍ଵିତୀୟ ବୃହତ୍ତମ ସଂଖ୍ୟା ଥ‌ିବା କୋଠରି ସୁପର୍‌ସେଲ୍‌ ହୋଇ ନଥବ, କିନ୍ତୁ ଦ୍ଵିତୀୟ କ୍ଷୁଦ୍ରତ୍ତମ ସଂଖ୍ୟା ଏକ ସୁପର ସେଲ୍ ହୋଇଥବ। ଏହା ସମ୍ଭବ କି?
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 57 Q9
ଏଠାରେ 1870 ହେଉଛି ଦ୍ଵିତୀୟ ବୃହତ୍ତମ ସଂଖ୍ୟା। କିନ୍ତୁ 1870 ଥିବା କୋଠରିଟି ସୁପର ସେଲ୍ ନୁହେଁ କାରଣ ଏହାର ପଡ଼ୋଶୀ କୋଠରିରେ ଥିବା ସଂଖ୍ୟା 1895 ଏହାଠାରୁ ବୃହତ୍ତର। 489 ହେଉଛି ଦ୍ଵିତୀୟ କ୍ଷୁଦ୍ରତମ ସଂଖ୍ୟା କିନ୍ତୁ 489 ଥ‌ିବା କୋଠରିଟି ସୁପରସେଲ୍ ଯେହେତୁ ଏହାର ପଡ଼ୋଶୀ ସଂଖ୍ୟା କ୍ଷୁଦ୍ରତମ।

Question 10.
ଏହି ଧନ୍ଦା ପରି ଆଉ କିଛି ଧନ୍ଦା ତିଆରି କର। ସାଙ୍ଗମାନଙ୍କୁ ଏହାର ଉତ୍ତର ପଚାରି ବୁଝ।
Solution:
ନିଜେ ଅଭ୍ୟାସ କର।

Page No. 58

Question 1.
ପାଞ୍ଚ ଅଙ୍କ ବିଶିଷ୍ଟ ସଂଖ୍ୟାଦ୍ଵାରା ସାରଣୀ ପୂରଣ କର, ଯେଉଁଥରେ 1, 0, 6, 3 ଓ ୨ ଅଙ୍କଗୁଡ଼ିକ କିଛି କ୍ରମରେ ରହିବ। କେବଳ ରଙ୍ଗୀନ କୋଠରିରେ ଥ‌ିବ। ସଂଖ୍ୟା ଏହାର ସମସ୍ତ ପଡ଼ୋଶୀ ସଂଖ୍ୟାମାନଙ୍କଠାରୁ ବୃହତ୍ତର ହେବା ଉଚିତ।
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 58 Q1
(a) ସାରଣୀରେ ଥିବା ବୃହତ୍ତମ ସଂଖ୍ୟା _______________।
(b) ସାରଣୀରେ ଥିବା କ୍ଷୁଦ୍ରତମ ଯୁଗ୍ମ ସଂଖ୍ୟା _______________।
(c) ସାରଣୀରେ ଥ‌ିବା କ୍ଷୁଦ୍ରତମ ସଂଖ୍ୟା, ଯାହାକି 50,000 ରୁ ବଡ଼ _______________।
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 58 Q1.1
(a) ସାରଣୀରେ ଥିବା ବୃହତ୍ତମ ସଂଖ୍ୟା 96,310।
(b) ସାରଣୀରେ ଥିବା କ୍ଷୁଦ୍ରତମ ଯୁଗ୍ମ ସଂଖ୍ୟା 10,936।
(c) ସାରଣୀରେ ଥିବା କ୍ଷୁଦ୍ରତମ ସଂଖ୍ୟା, ଯାହାକି 50,000 ରୁ ବଡ଼ 60,193।

3.3 ସଂଖ୍ୟାରେଖାରେ ସଂଖ୍ୟାର କ୍ରମ (Patterns of Numbers on the Number Line)

ଆସ ବୁଝିବା: (Page No. 59)

Question 1.
ନିମ୍ନ ସଂଖ୍ୟାରେଖା ଗୁଡ଼ିକରେ ସୂଚିତ ସଂଖ୍ୟାଗୁଡ଼ିକୁ ଦେଖ ଏବଂ ବଳକାଥ‌ିବା ସ୍ଥାନଗୁଡ଼ିକରେ ଉପଯୁକ୍ତ ସଂଖ୍ୟା ଲେଖ।
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 59 Q1
ଉପରୋକ୍ତ ପ୍ରତ୍ୟେକ କ୍ରମରେ କ୍ଷୁଦ୍ରତମ ସଂଖ୍ୟା ଚାରିପଟେ ଗୋଲ ବୁଲାଅ ଏବଂ ବୃହତ୍ତମ ସଂଖ୍ୟା ଚାରିପଟେ ବାକ୍ସ କର।
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 59 Q1.1

3.4 ଅଙ୍କକୁ ନେଇ ଖେଳ (Playing with Digits)

Page No. 60

Question 1.
ଦୁଇ ଅଙ୍କ, ତିନି ଅଙ୍କ, ଚାରି ଅଙ୍କ ଏବଂ ପାଞ୍ଚ ଅଙ୍କ ବିଶିଷ୍ଟ ସଂଖ୍ୟା କେତୋଟି ଅଛି ନିର୍ଣ୍ଣୟ କର।
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 60 Q1
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 60 Q1.1

ଆସ ବୁଝିବା: (Page No. 60)

Question 1.
ଅଙ୍କମାନଙ୍କର ସମଷ୍ଟି 14
(କ) ଆଉ କିଛି ସଂଖ୍ୟା ଲେଖ, ଯାହାର ଅଙ୍କମାନଙ୍କର ସମଷ୍ଟି 14 ହେବ?
(ଖ) ସବୁଠାରୁ କ୍ଷୁଦ୍ରତମ ସଂଖ୍ୟା କେତେ, ଯାହାର ଅଙ୍କମାନଙ୍କର ସମଷ୍ଟି 14 ହେବ?
(ଗ) ପାଞ୍ଚ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ, ଯାହାର ଅଙ୍କମାନଙ୍କର ସମଷ୍ଟି 14 ହେବ?
(ଘ) ଅଙ୍କମାନଙ୍କର ସମଷ୍ଟି 14 ଥାଇ କେତେ ବଡ଼ ସଂଖ୍ୟା ଲେଖୁପାରିବ? ତୁମେ ତା’ଠାରୁ ଆଉ ବଡ଼ ସଂଖ୍ୟା ଲେଖୁପାରିବ କି?
Solution:
(କ) ଅଙ୍କମାନଙ୍କର ସମଷ୍ଟି 14 ହେଉଥ‌ିବା ସଂଖ୍ୟାଗୁଡ଼ିକ = 59, 68, 77, 86, 95, 149, 158, 167, 176, 185, 194, 239, 248, 257, 266, 275, 284, 293
(ଖ) ଅଙ୍କମାନଙ୍କର ସମଷ୍ଟି 14 ହେଉଥ‌ିବା କ୍ଷୁଦ୍ରତମ ସଂଖ୍ୟା = 59
(ଗ) ଅଙ୍କମାନଙ୍କର ସମଷ୍ଟି 14 ହେଉଥ‌ିବା ବୃହତ୍ତମ ସଂଖ୍ୟା (0) ଥିବା ସଂଖ୍ୟା) = 95000
ଅଙ୍କମାନଙ୍କର ସମଷ୍ଟି 14 ହେଉଥିବା ବୃହତ୍ତମ ସଂଖ୍ୟା (0) ନଥିବା ସଂଖ୍ୟା) = 92111
(ଘ) ଅଙ୍କମାନଙ୍କର ସମଷ୍ଟି 14 ହୋଇଥିବା ସଂଖ୍ୟା = 950000000000
ହଁ, ଅଙ୍କମାନଙ୍କର ସମଷ୍ଟି 14 ହୋଇଥିବା ବୃହତ୍ତମ ସଂଖ୍ୟା = 950000000000000000

Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ

Question 2.
40 ରୁ 70 ପର୍ଯ୍ୟନ୍ତ ସମସ୍ତ ସଂଖ୍ୟାଗୁଡ଼ିକର ଅଙ୍କମାନଙ୍କର ସମଷ୍ଟି ନିର୍ଣ୍ଣୟ କର। ତୁମେ କ’ଣ ଲକ୍ଷ୍ୟ କରୁଛ, ଶ୍ରେଣୀରେ ଆଲୋଚନା କର।
Solution:

ନମ୍ବର। ଅଙ୍କମାନଙ୍କର ସମଷ୍ଟି
40 4
41 5
42 6
43 9
44 8
45 9
46 10
47 11
48 12
49 13
50 5
51 6
52 7
53 8
54 9
55 10
56 11
57 12
58 13
59 14
60 6
61 7
62 8
63 9
64 10
65 11
66 12
67 13
68 14
69 15
70 7

Question 3.
ତିନି ଅଙ୍କ ବିଶିଷ୍ଟ ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି ନିଶ୍ଚୟ କର, ଯାହାର ଅଙ୍କଗୁଡ଼ିକ କ୍ରମାନୁ ସାରେ ଥୁବ (ଉଦାହରଣ ସ୍ଵରୂପ 345)। ତୁମେ କିଛି ସଂରଚନା ଲକ୍ଷ୍ୟ କରୁଛ କି? ସେହି ସଂରଚନା ଆଗକୁ ଜାରି ରହିବ କି?
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 60 Q3
ଯଦି ଆମେ ଏହି ସଂଖ୍ୟାଗୁଡ଼ିକୁ ଓଲଟା କ୍ରମେର ନେବା, ତେବେ ଅଙ୍କମାନଙ୍କର ସମଷ୍ଟି ସମାନ ହେବ।
ହଁ, ଆମେ ଏକ ସଂରଚନା ଲକ୍ଷ୍ୟ କଲୁ।
ଅର୍ଥାତ୍, (ପ୍ରଥମ ସଂଖ୍ୟା + 1) × 3 = ଅଙ୍କମାନଙ୍କର ସମଷ୍ଟି।

ଅଙ୍କ ଖୋଜ: (Page No. 61)

Question 1.
1 ରୁ 100 ସଂଖ୍ୟା ମଧ୍ୟରେ ‘7’ ଅଙ୍କଟି କେତେ ଥର ଆସିବ?
Solution:
1 ରୁ 100 ସଂଖ୍ୟା ମଧ୍ୟରେ ‘7’ ଅଙ୍କଟି 20 ଥର ଆସିବ।

Question 2.
1 ରୁ 1000 ସଂଖ୍ୟା ମଧ୍ୟରେ ‘7’ ଅଙ୍କଟି କେତେଽଥର ଆସିବ?
Solution:
1 ରୁ 1000 ସଂଖ୍ୟା ମଧ୍ୟରେ ‘7’ ଅଙ୍କଟି 300 ଥର ଆସିବ।

3.5 ସୁନ୍ଦର ପାଲିଣ୍ଡ୍ରୋମିକ୍ ସଂରଚନା (Pretty Palindromic Patterns)

Page No. 61

Question 1.
1, 2, 3 କୁ ବ୍ୟବହାର କରି ସମସ୍ତ ପାଲିଣ୍ଡ୍ରୋମ୍ ଲେଖ।
Solution:
1, 2, 3 କୁ ବ୍ୟବହାର କରି ପାଲିଣ୍ଡ୍ରୋମ୍ର ଉଦାହରଣ: 121, 313, 222

Question 2.
ଅଙ୍କଗୁଡ଼ିକୁ ବ୍ୟବହାର କରି ଯଥାସମ୍ଭବ 3 ଅଙ୍କ ବିଶିଷ୍ଟ ପାଲିଣ୍ଡ୍ରୋମ୍ ଲେଖ।
Solution:
111, 121, 131, 212, 222, 232, 313, 323, 333

ନିଜେ କରି ଦେଖ: (Page No. 62)

Question 1.
ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରୁ ଆରମ୍ଭ କରି ଗୋଟିଏ ସଂଖ୍ୟାକୁ ବାରମ୍ବାର ଓଲଟାଇ ଏହା ସହିତ ମିଶାଇଲେ ସର୍ବଦା ପଲିଡ୍ରୋମ୍ ପାଇବା କି? ନିଜେ କରି ଦେଖ।
Solution:
ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରୁ ଆରମ୍ଭ କରି ଗୋଟିଏ ସଂଖ୍ୟାକୁ ବାରମ୍ବାର ଓଲଟାଇ ଏହା ସହିତ ମିଶାଇଲେ ସର୍ବଦା ପଲିଡ୍ରୋମ୍ ପାଇବା ନାହିଁ।
ଉଦାହରଣ–1:
ମନେକର ସଂଖ୍ୟାଟି = 12
ଓଲଟାଇ ଲେଖୁଲେ = 21
ଯୋଗକଲେ = 12 + 21 = 33
∴ 33 ଗୋଟିଏ ପାଲିଣ୍ଡ୍ରୋମିକ୍ ସଂଖ୍ୟା।
ଉଦାହରଣ–2:
ମନେକର ସଂଖ୍ୟାଟି = 89
ଓଲଟାଇ ଲେଖୁଲେ = 98
ଯୋଗକଲେ = 89 + 98 = 187
∴ 187 ଗୋଟିଏ ପାଲିଣ୍ଡ୍ରୋମିକ୍ ସଂଖ୍ୟା ନୁହେଁ।
187 କୁ ଓଲଟାଇ ଲେଖିଲେ = 781
ଯୋଗକଲେ = 187 + 781 = 968
∴ 968 ଗୋଟିଏ ପାଲିଣ୍ଡ୍ରୋମିକ୍ ସଂଖ୍ୟା ନୁହେଁ।

Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ

Question 2.
ଗୋଲକଧନ୍ଦା ସମୟ:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 62 Q2
ମୁଁ ଗୋଟେ 5 ଅଙ୍କ ବିଶିଷ୍ଟ ପାଲିଣ୍ଡୋମ୍।
ମୁଁ ଗୋଟେ ଅଯୁଗ୍ମ ସଂଖ୍ୟା।
ମୋଟ ଦଶକ ଅଙ୍କ, ଏକକ ଅଙ୍କର ଦୁଇଗୁଣ।
ମୋର ଶତକ ଅଙ୍କ, ଦଶକ ଅଙ୍କର ଦୁଇଗୁଣ।
ମୁଁ କିଏ?
Solution:
12421

3.6 କାପ୍ରେକରଙ୍କ କୌତୁକ ସଂଖ୍ୟା (The Magic Number of Kaprekar)

ନିଜେ କରି ଦେଖ: (Page No. 63)

Question 1.
ବିଭିନ୍ନ ଚାରି ଅଙ୍କ ବିଶିଷ୍ଟ ସଂଖ୍ୟାଗୁଡ଼ିକ ନିଅ ଏବଂ ଉପର ଲିଖ୍ତ ସୋପାନଗୁଡ଼ିକ ଆଧାରରେ କାମ କର। କ’ଣ ହେଉଛି ଦେଖ। ତୁମ ସାଙ୍ଗମାନେ କ’ଣ ପାଇଲେ ଦେଖ।
Solution:
ସୋପାନ–1: ମନେକର ଗୋଟିଏ ସଂଖ୍ୟା ନିଅ 1234
ବୃହତ୍ତମ ସଂଖ୍ୟା A = 4321, କ୍ଷୁଦ୍ରତମ ସଂଖ୍ୟା B = 1234
ବିୟୋଗ କଲେ C = A – B
= 4321 – 1234
= 3087

ସୋପାନ–2: ବର୍ତ୍ତମାନ ସଂଖ୍ୟାଟି 3087
ବୃହତ୍ତମ ସଂଖ୍ୟା A = 8730, କ୍ଷୁଦ୍ରତମ ସଂଖ୍ୟା B = 0378
ବିୟୋଗ କଲେ C = A – B
= 8730 – 0378
= 8352

ସୋପାନ–3: ବର୍ତ୍ତମାନ ସଂଖ୍ୟାଟି 8352
ବୃହତ୍ତମ ସଂଖ୍ୟା A = 8532, କ୍ଷୁଦ୍ରତମ ସଂଖ୍ୟା_B = 2358
ବିୟୋଗ କଲେ C = A – B
= 8532 – 2358
= 6174

ସୋପାନ–4: ବର୍ତ୍ତମାନ ସଂଖ୍ୟାଟି ନିଅ = 6174
ବୃହତ୍ତମ ସଂଖ୍ୟା A = 7641, କ୍ଷୁଦ୍ରତମ ସଂଖ୍ୟା B = 1467
ବିୟୋଗ କଲେ C = A – B
= 7641 – 1467
= 6174
∴ ଚାରି ଅଙ୍କ ବିଶିଷ୍ଟ ସଂଖ୍ୟାର କାଫ୍ରେକର ସ୍ଥିରାଙ୍କ = 6174

Question 2.
କିଛି 3 ଅଙ୍କ ବିଶିଷ୍ଟ ସଂଖ୍ୟା ସହିତ ଏହି ସମାନ ସୋପାନଗୁଡ଼ିକୁ କାର୍ଯ୍ୟକାରୀ କର।
Solution:
ସୋପାନ-1: ମନେକର ଗୋଟିଏ ସଂଖ୍ୟା ନିଅ 123
ବୃହତ୍ତମ ସଂଖ୍ୟା A = 321, କ୍ଷୁଦ୍ରତମ ସଂଖ୍ୟା B = 123
ବିୟୋଗ କଲେ C = A – B
= 321 – 123
= 198

ସୋପାନ–2: ବର୍ତ୍ତମାନ ସଂଖ୍ୟାଟି 198
ବୃହତ୍ତମ ସଂଖ୍ୟା A = 981, କ୍ଷୁଦ୍ରତମ ସଂଖ୍ୟା B = 189
ବିୟୋଗ କଲେ C = A – B
= 981 – 189
= 792

ସୋପାନ–3: ବର୍ତ୍ତମାନ ସଂଖ୍ୟାଟି 792
ବୃହତ୍ତମ ସଂଖ୍ୟା A = 972, କ୍ଷୁଦ୍ରତମ ସଂଖ୍ୟା B = 279
ବିୟୋଗ କଲେ C = A – B
= 972 – 279
= 693

ସୋପାନ–4: ବର୍ତ୍ତମାନ ସଂଖ୍ୟାଟି 693
ବୃହତ୍ତମ ସଂଖ୍ୟା A = 963, କ୍ଷୁଦ୍ରତମ ସଂଖ୍ୟା B = 369
ବିୟୋଗ କଲେ C = A – B
= 963 – 369
= 594

ସୋପାନ–5: ବର୍ତ୍ତମାନ ସଂଖ୍ୟାଟି 594
ବୃହତ୍ତମ ସଂଖ୍ୟା A = 954, କ୍ଷୁଦ୍ରତମ ସଂଖ୍ୟା B = 459
ବିୟୋଗ କଲେ C = A – B
= 954 – 459
= 495

ସୋପାନ–6: ବର୍ତ୍ତମାନ ସଂଖ୍ୟାଟି 495
ବୃହତ୍ତମ ସଂଖ୍ୟା A = 954, କ୍ଷୁଦ୍ରତମ ସଂଖ୍ୟା B = 459
ବିୟୋଗ କଲେ C = A – B
= 954 – 459
= 495
∴ ତିନି ଅଙ୍କ ବିଶିଷ୍ଟ ସଂଖ୍ୟାର କାଫ୍ରେକର ସ୍ଥିରାଙ୍କ = 495

Question 3.
କେଉଁ ସଂଖ୍ୟାକୁ ଆମେ ବାରମ୍ବାର ପାଇବା?
Solution:
ତିନି ଅଙ୍କ ବିଶିଷ୍ଟ ସଂଖ୍ୟାର କାଫ୍ରେକର ସ୍ଥିରାଙ୍କ 495 କୁ ଆମେ ବାରମ୍ବାର ପାଇବା।

3.7 ଘଣ୍ଟା ଏବଂ କ୍ୟାଲେଣ୍ଡର ସଂଖ୍ୟା (Clock and Calendar Numbers)

Page No. 64

Question 1.
ଏହି ପ୍ରକାରର ପ୍ରତ୍ୟେକର 12 ଘଣ୍ଟିଆ ଘଣ୍ଟାରେ ସମସ୍ତ ସମ୍ଭାବ୍ୟ ସମୟ ଚେଷ୍ଟାକର ଏବଂ ଖୋଜ।
Solution:
ଉଦାହରଣ: 1 : 10, 02 : 20, 03 : 30, 04 : 40, 4 : 44, 10 : 10, 12 : 21

Question 2.
ମନୀଷିଙ୍କର ଜନ୍ମଦିନ 20. 12. 2012 ହେଲେ, ଏ ସ୍ଥଳରେ 2, 0, 1 ଏବଂ 2 ସଂଖ୍ୟାର ସେହି କ୍ରମରେ ପୁନରାବୃତ୍ତି ହେଉଅଛି। ଏହିପରି ଆଉକିଛି ଜନ୍ମ ତାରିଖ ତୁମେ ବାହାର କର।
Solution:
11/02/2011, 22/02/2022, 01/10/2010, 10/01/2010, 02/02/2020

Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ

Question 3.
କିନ୍ତୁ କିଛି ବର୍ଷ ପରେ କୌଣସି ବର୍ଷର କ୍ୟାଲେଣ୍ଡର ପୁନରାବୃତ୍ତି ହେବ କି? ଗୋଟିଏ ବର୍ଷର ସମସ୍ତ ତାରିଖ ଓ ଦିନଗୁଡ଼ିକ ଠିକ୍ ଅନ୍ୟ ଏକ ବର୍ଷର ସମସ୍ତ ତାରିଖ। ଦିନ ସହିତ ମେଳ ହେବ କି?
Solution:
କିଛି ବର୍ଷ ପରେ ଗୋଟିଏ ବର୍ଷର କ୍ୟାଲେଣ୍ଡର ପୁନରାବୃତ୍ତି ହେବ। ଯେପରି 1941 ମସିହାର କ୍ୟାଲେଣ୍ଡର 2025 ମସିହା ସହିତ ସମାନ।

ଆସ ବୁଝିବା: (Page No. 64-65)

Question 1.
ପ୍ରତିଭା 4, 7, 3 ଏବଂ 2 କୁ ବ୍ୟବହାର କରି ଚାରି ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ଏବଂ ବୃହତ୍ତମ ସଂଖ୍ୟା; ଯଥା— 2347 ଏବଂ 7432 ଗଠନ କରେ। ଏହି ସଂଖ୍ୟା ଦୁଇଟି ମଧ୍ୟରେ ଅନ୍ତର ହେଉଛି 7432 – 2347 = 5085। ସଂଖ୍ୟା ଦୁଇଟିର ସମଷ୍ଟି 9779 ଅଟେ ଚାରୋଟି ଅଙ୍କ ବାଛ ଯେପରି :
(a) ବୃହତ୍ତମ ଏବଂ କ୍ଷୁଦ୍ରତମ ସଂଖ୍ୟା ମଧ୍ୟରେ ଥିବା ଅନ୍ତର 5085 ଠାରୁ ବୃହତ୍ତର ହେଉଥୁବ।
(b) ବୃହତ୍ତମ ଓ କ୍ଷୁଦ୍ରତମ ସଂଖ୍ୟା ମଧ୍ୟରେ ଅନ୍ତର 5085 ଠାରୁ କମ୍।
(c) ବୃହତ୍ତମ ଓ କ୍ଷୁଦ୍ରତମ ସଂଖ୍ୟା ଦୁଇଟିର ସମଷ୍ଟି 9779 ଠାରୁ ବେଶୀ।
(d) ବୃହତ୍ତମ ଓ କ୍ଷୁଦ୍ରତମ ସଂଖ୍ୟା ଦୁଇଟିର ସମଷ୍ଟି 9779 ଠାରୁ କମ୍।
Solution:
(a) ମନେକର ସଂଖ୍ୟାଗୁଡ଼ିକ = 8, 7, 3 ଓ 2
ବୃହତ୍ତମ ସଂଖ୍ୟା = 8732, କ୍ଷୁଦ୍ରତମ ସଂଖ୍ୟା = 2378
ବିୟୋଗ କଲେ = 8732 – 2378 = 6354
∴ 6354 > 5085

(b) ମନେକର ସଂଖ୍ୟାଗୁଡ଼ିକ = 1, 2, 3 ଓ 4
ବୃହତ୍ତମ ସଂଖ୍ୟା = 4321, କ୍ଷୁଦ୍ରତମ ସଂଖ୍ୟା = 1234
ବିୟୋଗ କଲେ = 4321 – 1234 = 3087
∴ 3087 < 5085

(c) ମନେକର ସଂଖ୍ୟାଗୁଡ଼ିକ = 9, 8, 7 ଓ 6
ବୃହତ୍ତମ ସଂଖ୍ୟା = 9876, କ୍ଷୁଦ୍ରତମ ସଂଖ୍ୟା = 6789
ଯୋଗ କଲେ = 9876 + 6789 = 16665
∴ 16665 > 9779

(d) ମନେକର ସଂଖ୍ୟାଗୁଡ଼ିକ = 1, 2, 3 ଓ 8
ବୃହତ୍ତମ ସଂଖ୍ୟା = 8321, କ୍ଷୁଦ୍ରତମ ସଂଖ୍ୟା = 1238
ଯୋଗ କଲେ = 8321 + 1238 = 9559
∴ 9559 < 9779

Question 2.
ପାଞ୍ଚ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ଏବଂ ବୃହତ୍ତମ ପଲିଡ୍ରୋମ୍ ଦୁଇଟିର ସମଷ୍ଟି କେତେ? ସେମାନଙ୍କ ଭିତରେ ଅନ୍ତର କେତେ?
Solution:
(a) ପାଞ୍ଚ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ପଲିଡ୍ରୋମ୍ ସଂଖ୍ୟା (ବିଭିନ୍ନ ସଂଖ୍ୟା) = 12321
ପାଞ୍ଚ ଅଙ୍କ ବିଶିଷ୍ଟ ବୃହତ୍ତମ ପଲିଡ୍ରୋମ୍ ସଂଖ୍ୟା (ବିଭିନ୍ନ ସଂଖ୍ୟା) = 98789
ଯୋଗକଲେ = 12321 + 98789 = 111110
ବିୟୋଗ କଲେ = 98789 – 12321 = 86468

(b) ପାଞ୍ଚ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ପଲିଡ୍ରୋମ୍ ସଂଖ୍ୟା (ସମାନ ସଂଖ୍ୟା) = 11111
ପାଞ୍ଚ ଅଙ୍କ ବିଶିଷ୍ଟ ବୃହତ୍ତମ ପଲିଡ୍ରୋମ୍ ସଂଖ୍ୟା (ସମାନ ସଂଖ୍ୟା) = 99999
ଯୋଗକଲେ = 11111 + 99999 = 111110
ବିୟୋଗ କଲେ = 99999 – 11111 = 88888

Question 3.
ବର୍ତ୍ତମାନ ସମୟ ହେଉଛି 10 : 01। ଆଉ କେତେ ମିନିଟ୍ ପରେ ଘଣ୍ଟାରେ ପରବର୍ତୀ ପଲିଡ୍ରୋମିକ୍ ସମୟ ଆସିବ? ତା’ପରେ ଆଉ କେତେ ସମୟ ପରେ?
Solution:
ବର୍ତ୍ତମାନ ସମୟ = 10 : 01
ବର୍ତ୍ତମାନ ପରବର୍ତ୍ତୀ ପଲିଡ୍ରୋମିକ୍ ସମୟ = 11 : 11
∴ 11 : 11 – 10 : 01 = 70 ମିନିଟ୍

Question 4.
କାମ୍ରେକର ସ୍ଥିରାଙ୍କରେ ପହଞ୍ଚିବା ପାଇଁ 5683 ସଂଖ୍ୟା କେତେଥର ନେବ?
Solution:
ସୋପାନ–1: ବର୍ତ୍ତମାନ ସଂଖ୍ୟାଟି 5683
ବୃହତ୍ତମ ସଂଖ୍ୟା A = 8653, କ୍ଷୁଦ୍ରତମ ସଂଖ୍ୟା B = 3568
ବିୟୋଗ କଲେ C = A – B = 8653 – 3568 = 5085

ସୋପାନ–2: ବର୍ତ୍ତମାନ ସଂଖ୍ୟାଟି 5085
ବୃହତ୍ତମ ସଂଖ୍ୟା A = 8550, କ୍ଷୁଦ୍ରତମ ସଂଖ୍ୟା_B = 0558
ବିୟୋଗ କଲେ C = A – B = 8550 – 0558 = 7992

ସୋପାନ–3: ବର୍ତ୍ତମାନ ସଂଖ୍ୟାଟି 7992
ବୃହତ୍ତମ ସଂଖ୍ୟା A = 9972, କ୍ଷୁଦ୍ରତମ ସଂଖ୍ୟା B = 2799
ବିୟୋଗ କଲେ C = A – B = 9972 – 2799 = 7173

ସୋପାନ–4: ବର୍ତ୍ତମାନ ସଂଖ୍ୟାଟି 7173
ବୃହତ୍ତମ ସଂଖ୍ୟା A = 7731, କ୍ଷୁଦ୍ରତମ ସଂଖ୍ୟା B = 1377
ବିୟୋଗ କଲେ C = A – B = 7731 – 1377 = 6354

ସୋପାନ–5: ବର୍ତମାନ ସଂଖ୍ୟାଟି 6354
ବୃହତ୍ତମ ସଂଖ୍ୟା A = 6543, କ୍ଷୁଦ୍ରତମ ସଂଖ୍ୟା B = 3456
ବିୟୋଗ କଲେ C = A – B = 6543 – 3456 = 3087

ସୋପାନ–6: ବର୍ତ୍ତମାନ ସଂଖ୍ୟାଟି 3087
ବୃହତ୍ତମ ସଂଖ୍ୟା A = 8730, କ୍ଷୁଦ୍ରତମ ସଂଖ୍ୟା B = 0378
ବିୟୋଗ କଲେ C = A – B = 8730 – 0378 = 8352

ସୋପାନ–7: ବର୍ତ୍ତମାନ ସଂଖ୍ୟାଟି 8352
ବୃହତ୍ତମ ସଂଖ୍ୟା A = 8532, କ୍ଷୁଦ୍ରତମ ସଂଖ୍ୟା B = 2358
ବିୟୋଗ କଲେ C = A – B = 8532 – 2358 = 6174

ସୋପାନ–8: ବର୍ତ୍ତମାନ ସଂଖ୍ୟାଟି 6174
ବୃହତ୍ତମ ସଂଖ୍ୟା A = 7641, କ୍ଷୁଦ୍ରତମ ସଂଖ୍ୟା B = 1467
ବିୟୋଗ କଲେ C = A – B = 7641 – 1467 = 6174
∴ କାପ୍ରେକର ସ୍ଥିରାଙ୍କରେ ପହଞ୍ଚିବା ପାଇଁ 5683 ସଂଖ୍ୟା 8 ଥର ନେବ।

3.8 ମାନସାଙ୍କ (Mental Math)

ନିଜେ କରି ଦେଖ: (Page No. 66)

Question 1.
ମଝିରେ ଥ‌ିବା ସଂଖ୍ୟାକୁ ବ୍ୟବହାର କରି ଆମେ 1,000 କରିପାରିବା କି? କାହିଁକି ନୁହେଁ?
Solution:
ନା, ମଝିରେ ଥ‌ିବା ସଂଖ୍ୟାକୁ ବ୍ୟବହାର କରି ଆମେ 1,000 କରିପାରିବା ନାହିଁ। କାରଣ
400 + 400 = 800 < 1000 ପୁନଶ୍ଚ 400 + 400 + 400 = 1200 > 1000

Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ

Question 2.
14,000, 15,000 ଏବଂ 16,000 କରିପାରିବା କି? ହଁ, ଏହା ସମ୍ଭବ। କେଁଉ ସବୁ ହଜାର କରିପାରିବା ନାହିଁ?
Solution:
(i) 14,000 କରିପାରିବା ନାହିଁ। କାରଣ-
13,000 + (400 + 400) = 13,800 < 14,000
13,000 + (400 + 400 + 400) = 14,200 > 14,000

(ii) 15,000 କରିପାରିବା, କାରଣ-
13,000 + (400 + 400 + 400 + 400 + 400) = 15,000

(iii) 16,000 କରିପାରିବା, କାରଣ-
13,000 + (1500 + 1500) = 16,000

ଆସ ବୁଝିବା: (Page No. 66-67)

Question 1.
ନିମ୍ନଲିଖତ ପ୍ରତ୍ୟେକ ପରିସ୍ଥିତି ପାଇଁ ଏକ ସମ୍ଭାବ୍ୟ ଉଦାହରଣ ଦିଅ।
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 66 Q1
Solution:
(a) 45,348 + 45,250 = 90,598
(b) 99,734 + 879 = 1,00,613
(c) ଏହା ସମ୍ଭବ ନୁହେଁ। କାରଣ, 9999 + 9999 = 19998, ଯାହାକି 5 ଅଙ୍କ ବିଶିଷ୍ଟ।
(d) 99999 + 10000 = 109999
(e) ଏହା ଅସମ୍ଭବ। କାରଣ – 10000 + 10000 = 20000
∴ 18,500 < 20,000
(f) 66,503 – 10,000 = 56,503
(g) 10000 – 999 = 9001
(h) 12,345 – 9,000 = 3,345
(i) 12,345 – 12,222 = 123
(j) 99999 – 91500 = 8499
∴ ଏହା ଚାରିଅଙ୍କ ବିଶିଷ୍ଟ ସଂଖ୍ୟା।

Question 2.
ନିମ୍ନରେ କିଛି ଉକ୍ତି ଦିଆଯାଇଛି। ଚିନ୍ତାକର, ଅନୁସନ୍ଧାନ କର ଏବଂ ନିର୍ଣ୍ଣୟ କରି ଲେଖ। ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ଉକ୍ତି ‘ସର୍ବଦା ସତ୍ୟ’ ବା ‘ବେଳେବେଳେ ସତ୍ୟ’ ବା ’କଦାପି ସତ୍ୟ ନୁହେଁ। ତୁମେ ସେହିପରି କାହିଁକି ଭାବୁଛ? ତୁମର ଯୁକ୍ତିକୁ ନେଇ ଶ୍ରେଣୀରେ ଆଲୋଚନା କର।
(କ) (5 ଅଙ୍କ ବିଶିଷ୍ଟ ସଂଖ୍ୟା) + (5 ଅଙ୍କ ବିଶିଷ୍ଟ ସଂଖ୍ୟା) = 5 ଅଙ୍କ ବିଶିଷ୍ଟ ସଂଖ୍ୟା।
(ଖ) (4 ଅଙ୍କ ବିଶିଷ୍ଟ ସଂଖ୍ୟା) + (2 ଅଙ୍କ ବିଶିଷ୍ଟ ସଂଖ୍ୟା) = 4 ଅଙ୍କ ବିଶିଷ୍ଟ ସଂଖ୍ୟା
(ଗ) (4 ଅଙ୍କ ବିଶିଷ୍ଟ ସଂଖ୍ୟା) + (2 ଅଙ୍କ ବିଶିଷ୍ଟ ସଂଖ୍ୟା) = 6 ଅଙ୍କ ବିଶିଷ୍ଟ ସଂଖ୍ୟା
(ଘ) (5 ଅଙ୍କ ବିଶିଷ୍ଟ ସଂଖ୍ୟା) – (5 ଅଙ୍କ ବିଶିଷ୍ଟ ସଂଖ୍ୟା) = 5 ଅଙ୍କ ବିଶିଷ୍ଟ ସଂଖ୍ୟା
(ଙ) (5 ଅଙ୍କ ବିଶିଷ୍ଟ ସଂଖ୍ୟା) – (2 ଅଙ୍କ ବିଶିଷ୍ଟ ସଂଖ୍ୟା) = 3 ଅଙ୍କ ବିଶିଷ୍ଟ ସଂଖ୍ୟା।
Solution:
(କ) ବେଳେବେଳେ ସତ୍ୟ।
10000 + 20000 = 30000 (ପାଞ୍ଚ ଅଙ୍କ ବିଶିଷ୍ଟ ସଂଖ୍ୟା)
52000 + 51000 = 103000 (ଛଅ ଅଙ୍କ ବିଶିଷ୍ଟ ସଂଖ୍ୟା)

(ଖ) ବେଳେବେଳେ ସତ୍ୟ।
4321 + 15 = 4336 (ଚାରି ଅଙ୍କ ବିଶିଷ୍ଟ ସଂଖ୍ୟା)
9992 + 35 = 10027 (ପାଞ୍ଚ ଅଙ୍କ ବିଶିଷ୍ଟ ସଂଖ୍ୟା)

(ଗ) କଦାପି ସତ୍ୟ ନୁହେଁ।
9999 + 99 = 10098 (ପାଞ୍ଚ ଅଙ୍କ ବିଶିଷ୍ଟ ସଂଖ୍ୟା)

(ଘ) ବେଳେବେଳେ ସତ୍ୟ।
70000 – 20000 = 50000 (ପାଞ୍ଚ ଅଙ୍କ ବିଶିଷ୍ଟ ସଂଖ୍ୟା)
20000 – 15000 = 5000 (ଚାରି ଅଙ୍କ ବିଶିଷ୍ଟ ସଂଖ୍ୟା)

(ଙ) କଦାପି ସତ୍ୟ ନୁହେଁ।
10000 – 99 = 9901 (ଚାରି ଅଙ୍କ ବିଶିଷ୍ଟ ସଂଖ୍ୟା)

3.9 ସଂଖ୍ୟା ସଂରଚନା ସମ୍ପର୍କୀୟ ଖେଳ (Playing with Number Patterns)

Page No. 67-68

Question 1.
ଏଠାରେ ସଂଖ୍ୟାକୁ କିଛି ସଂରଚନାରେ ସଜା ଯାଇଛି। ନିମ୍ନରେ ଥିବା ପ୍ରତ୍ୟେକ ସଂଖ୍ୟାଗୁଡ଼ିକର ସମଷ୍ଟି ନିର୍ଣ୍ଣୟ କର। ସେଗୁଡ଼ିକ ଆମେ ଗୋଟିଏ ପରେ ଗୋଟିଏ ମିଶାଇବା ଉଚିତ୍ ନା ଶୀଘ୍ର କରିପାରିବା ପାଇଁ ଆଉ କିଛି ଉପାୟ ଅଛି? ଏହି ପ୍ରଶ୍ନକୁ ସମାଧାନ କରିବା ପାଇଁ ତୁମେମାନେ ବ୍ୟବହାର କରୁଥିବା ବିଭିନ୍ନ ପଦ୍ଧତିକୁ ଶ୍ରେଣୀରେ ଆଲୋଚନା କର।
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 67 Q1
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 67 Q1.1
Solution:
(କ) ସଂଖ୍ୟାଗୁଡ଼ିକର ସମଷ୍ଟି = 12 × 40 + 10 × 50
= 480 + 500
= 980

(ଖ) ସଂଖ୍ୟାଗୁଡ଼ିକର ସମଷ୍ଟି = 44 × 1 + 20 × 5
= 44 + 100
= 144

(ଗ) ସଂଖ୍ୟାଗୁଡ଼ିକର ସମଷ୍ଟି = 32 × 32 + 16 × 64
= 1024 + 1024
= 2048

(ଘ) ସଂଖ୍ୟାଗୁଡ଼ିକର ସମଷ୍ଟି = 17 × 3 + 18 × 4
= 51 + 72
= 123

(ଙ) ସଂଖ୍ୟାଗୁଡ଼ିକର ସମଷ୍ଟି = 15 × 22 + 25 × 22 + 35 × 22
= 330 + 550 + 770
= 1650

(ଗ) ସଂଖ୍ୟାଗୁଡ଼ିକର ସମଷ୍ଟି = 18 × 125 + 8 × 250 + 4 × 500 + 1 × 1000
= 2250 + 2000 + 2000 + 1000
= 7250

3.10 ଏକ ଅସମାଧୂ – କୋଲାଜ୍‌ଙ୍କ ଅନୁମାନ (An Unsolved Mystery – The Collatz Conjecture)

ତୁମ ପାଇଁ କାମ: (Page No. 69)

Question 1.
ତୁମର ପ୍ରିୟ ଅଖଣ୍ଡ ସଂଖ୍ୟାଠାରୁ ଆରମ୍ଭ କରି ଉପରୋକ୍ତ ପରି କିଛି ଅଧିକ କୋଲାଜ୍ କ୍ରମ ପ୍ରସ୍ତୁତ କର। ତୁମେ ସର୍ବଦା ‘1’ ରେ ପହଞ୍ଚୁଛକି? ତୁମେ କୋଲାଜ୍‌ଙ୍କ ଅନୁମାନକୁ ବିଶ୍ଵାସ କରୁଛ କି, ଯେପରି ସମସ୍ତ କ୍ରମ ଶେଷରେ ‘1’ ରେ ପହଞ୍ଚିବ? କାହିଁକି ବା କାହିଁକି ନୁହେଁ?
Solution:
1. ମନେକର ଯୁଗ୍ମ ସଂଖ୍ୟାଟି = 6, 2 ଦ୍ଵାରା ଭାଗ କଲେ = 6 ÷ 2 = 3
2. 3 ଅଯୁଗ୍ମ, 3 ଦ୍ଵାରା ଗୁଣନ କରି 1 ଯୋଗକଲେ = 3 × 3 + 1 = 10
3. 10 ଯୁଗ୍ମ, 2 ଦ୍ଵାରା ଭାଗକଲେ = 10 ÷ 2 = 5
4. 5 ଅଯୁଗ୍ମ, 3 ଦ୍ଵାରା ଗୁଣନ କରି 1 ଯୋଗକଲେ = 5 × 3 + 1 = 16
5. 16 ଯୁଗ୍ମ, 2 ଦ୍ଵାରା ଭାଗକଲେ = 16 ÷ 2 = 8
6. 8 ଯୁଗ୍ମ, 2 ଦ୍ଵାରା ଭାଗକଲେ = 8 ÷ 2 = 4
7. 4 ଯୁଗ୍ମ, 2 ଦ୍ଵାରା ଭାଗକଲେ = 4 ÷ 2 = 2
8. 2 ଯୁଗ୍ମ, 2 ଦ୍ଵାରା ଭାଗକଲେ = 2 ÷ 2 = 1
∴ ସଂଖ୍ୟାର କ୍ରମଗୁଡ଼ିକ = 6, 3, 10, 5, 16, 8, 4, 2, 1
6 ରୁ ଆରମ୍ଭ କରି ଆମେ 1 ରେ ପହଞ୍ଚିପାରିଲେ।

3.11 ସରଳ ଆକଳନ (Simple Estimation)

ତୁମ ପାଇଁ କାମ: (Page No. 69-70)

ଆମେ କିଛି ସରଳ ଆକଳନ କରିବା। ଏହା ଗୋଟିଏ ମଜା କାମ ଏବଂ ତୁମେ ତୁମ ଚାରିପାଖେ ଥିବା ସଂଖ୍ୟାକୁ ଜାଣି ଆମୋଦିତ ହେବ। ମନେରଖ, ନିମ୍ନଲିଖତ ପ୍ରଶ୍ନର ଠିକ୍ ଉତ୍ତର ପାଇଁ ଆମେ ଆଗ୍ରହୀ ନୁହେଁ। ତୁମର ଆକଳନ ପଦ୍ଧତିକୁ ଶ୍ରେଣୀରେ ଆଲୋଚନା କର।

Question 1.
ତୁମେ କେତେବେଳେ ପାଦ ଚାଲିବ:
(କ) ତୁମେ ବସିଥିବା ସ୍ଥାନରୁ ଶ୍ରେଣୀ ଗୃହର ଦ୍ଵାର ପର୍ଯ୍ୟନ୍ତ
(ଖ) ବିଦ୍ୟାଳୟର ପଡ଼ିଆ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ
(ଗ) ତୁମ ଶ୍ରେଣୀ ଗୃହର ଦ୍ଵାରଠାରୁ ବିଦ୍ୟାଳୟ ଫାଟକ ପର୍ଯ୍ୟନ୍ତ
(ଘ) ତୁମ ବିଦ୍ୟାଳୟଠାରୁ ତୁମ ଘର ପର୍ଯ୍ୟନ୍ତ
Solution:
ନିଜେ ଅଭ୍ୟାସ କରି କୁହ।

Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ

Question 2.
ତୁମେ କେତେଥର ଆଖ୍ୟା ପତା ପକାଅ କିମ୍ବା ପ୍ରଶ୍ଵାସ ନିଅ-
(କ) ଏକ ମିନିଟ୍‌ରେ
(ଖ) ଏକ ଘଣ୍ଟାରେ
(ଗ) ଏକ ଦିନରେ
Solution:
ନିଜେ ଅଭ୍ୟାସ କରି କୁହ।

Question 3.
ତୁମ ଚାରିପାଖରେ ଥ‌ିବା କିଛି ବସ୍ତୁର ନାମ କୁହ ଯାହାର–
(କ) ସଂଖ୍ୟା କିଛି ହଜାର ବିଶିଷ୍ଟ
(ଖ) ସଂଖ୍ୟା ଦଶ ହଜାରରୁ ବେଶୀ
Solution:
ନିଜେ ଅଭ୍ୟାସ କରି କୁହ।

ଉତ୍ତର ଆକଳନ କର: (Page No. 70)

30 ସେକେଣ୍ଡ ମଧ୍ୟରେ ଅନୁ ମାନ କରିବାକୁ ଚେଷ୍ଟା କର। ତୁମ ଅନୁ ମାନକୁ ତୁମେ ସାଙ୍ଗମାନଙ୍କ ସହିତ ତନଖ୍ କର।

Question 1.
ତୁମ ଗଣିତ ବହିରେ ଶବ୍ଦ ସଂଖ୍ୟା-
(କ) 5000 ରୁ ଅଧିକ
(ଖ) 5000 ରୁ କମ୍
Solution:
(କ) 5000 ରୁ ଅଧିକ।

Question 2.
ତୁମ ବିଦ୍ୟାଳୟର ଶିକ୍ଷାର୍ଥୀଙ୍କ ସଂଖ୍ୟା-
(କ) 200 ରୁ ଅଧ୍ବକ
(ଖ) 200 ରୁ କମ୍
Solution:
ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କୁ ପଚାରି ନିଜେ ଲେଖୁବେ।

Question 3.
ପାଞ୍ଚଜଣଙ୍କ ପାଇଁ ଫଳର କଷ୍ଟାର୍ଡ଼ କରିବା ପାଇଁ ହିମାଂଶୁ କ୍ଷୀର ଏବଂ ତିନି ପ୍ରକାରର ଫଳ କିଣିବାକୁ ଇଚ୍ଛା କଲା। ସେ ଏହାର ମୂଲ୍ୟ 100 ଟଙ୍କା ହେବ ବୋଲି ଆକଳନ କଲା। ତୁମେ ତା’ ସହ ସହମତ କି? କାହିଁକି / କାହିଁକି ନୁହେଁ?
Solution:
ମୁଁ ତା’ ସହ ସହମତ ନୁହେଁ। ପାଞ୍ଚଜଣଙ୍କ ପାଇଁ ଫଳର କଷ୍ଟାର୍ଡ଼ କରିବା ପାଇଁ 100 ଟଙ୍କାରୁ ଅଧିକ ଆବଶ୍ୟକ ହେବ।

Question 4.
ଗାନ୍ଧିନଗର (ଗୁଜୁରାଟ)ଠାରୁ କୋହିମା (ନାଗାଲାଣ୍ଡ)ର ଦୂରତାକୁ ଆକଳନ କର।
Solution:
ଗାନ୍ଧିନଗର (ଗୁଜରାଟ)ଠାରୁ କୋହିମା (ନାଗାଲାଣ୍ଡ)ର ଦୂରତା ପ୍ରାୟ 3000 କି.ମି.।

Question 5.
ଶୀତଲ ଷଷ୍ଠ ଶ୍ରେଣୀରେ ପଢ଼ୁଛି ଏବଂ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟରେ ପ୍ରାୟ 13,000 ଘଣ୍ଟା ବିତାଇଛି ବୋଲି ସେ କହୁଛି। ତୁମେ ତା’ ସହ ସହମତି କି? କାହିଁକି / କାହିଁକି ନୁହେଁ?
Solution:
ମୁଁ ତା’ ସହ ସହମତି ନୁହେଁ। କାରଣ 6 ବର୍ଷରେ ଜଣେ ପ୍ରାୟ 9000 ଘଣ୍ଟା ବିଦ୍ୟାଳୟରେ ସମୟ ବିତାଇ ପାରିବ।

Question 6.
ପୂର୍ବରୁ ଲୋକେ ପାଦରେ ଚାଲିକରି ଦୂରସ୍ଥାନକୁ ଯାତ୍ରା କରୁଥିଲେ ଯେହେତୁ ସେମାନଙ୍କ ପାଖରେ ଅନ୍ୟ କୌଣସି ଗମନାଗମନର ବ୍ୟବସ୍ଥା ନଥିଲା। ଧରାଯାଉ ତୁମେ ତୁମର ସାଧାରଣ ଗତିରେ ଚାଲିବ। ତୁମକୁ ଯିବାକୁ ପ୍ରାୟ କେତେ ସମୟ ଲାଗିବ?
(କ) ତୁମର ବର୍ତ୍ତମାନର ଅବସ୍ଥାନଠାରୁ ତୁମର ନିକଟସ୍ଥ ପ୍ରିୟ ସ୍ଥାନ ପର୍ଯ୍ୟନ୍ତ।
(ଖ) ତୁମର ବର୍ତ୍ତମାନର ଅବସ୍ଥାନଠାରୁ ପଡୋଶୀ କୌଣସି ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ।
(ଗ) ଭାରତର କନ୍ୟାକୁମାରୀଠାରୁ କାଶ୍ମୀର ପର୍ଯ୍ୟନ୍ତ।
Solution:
ଛାତ୍ରଛାତ୍ରୀମାନେ ନିଜେ କରିବେ।

Question 7.
ଆକଳନ ସମ୍ବନ୍ଧୀୟ କିଛି ପ୍ରଶ୍ନ ତିଆରି କର ଏବଂ ତୁମର ସାଙ୍ଗମାନଙ୍କ ସହିତ ଆଲୋଚନା କର।
Solution:
(କ) ଗୋଟିଏ ବର୍ଷରେ କେତୋଟି ରବିବାର ଆସିଥାଏ?
(ଖ) ତୁମ ଗ୍ରାମର ଲୋକସଂଖ୍ୟା କେତେ?
(ଗ) ତୁମ ଗ୍ରାମଠାରୁ ଭୁବନେଶ୍ଵରର ଦୂରତା କେତେ କି.ମି.?

3.12 ଖେଳ ଏବଂ ଜିତିବା ରଣନୀତି (Games and Winning Strategies)

ତୁମ ପାଇଁ କାମ: (Page No. 72)

Question 1.
ଏକ ଗ୍ରୀଡ଼ରେ କେବଳ ଗୋଟିଏ ବୃହତ୍ତମ କୋଠରୀ ବା ସୁପରସେଲ୍ (ସଂଖ୍ୟାଟି – ତାର ସମସ୍ତ ପଡ଼ୋଶୀ ସଂଖ୍ୟାଠାରୁ ବୃହତ୍ତର) ଅଛି। ଯଦି ତୁମେ କୌଣସି ସଂଖ୍ୟାର ଦୁଇଟି ଅଙ୍କ ଅଦଳବଦଳ କରିଦେବ, ତାହେଲେ ସେଠାରେ 4ଟି ବୃହତ୍ତମ କୋଠରି ହୋଇଯିବ। କେଉଁ ଦୁଇଟି ଅଙ୍କକୁ ଅଦଳବଦଳ କରିବା, ସ୍ଥିର କର।
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 72 Q1
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 72 Q1.1

Question 2.
ତୁମ ଜନ୍ମ ମସିହାକୁ ନେଇ କେତେ ଥରରେ ତୁମେ କାପ୍ରେକର ସ୍ଥିରାଙ୍କରେ ପହଞ୍ଚିବ?
Solution:
ମନେକର ତୁମର ଜନ୍ମ ମସିହା 2000
ସୋପାନ-1: ବର୍ତ୍ତମାନ ସଂଖ୍ୟାଟି 2000
ବୃହତ୍ତମ ସଂଖ୍ୟା A = 2000, କ୍ଷୁଦ୍ରତମ ସଂଖ୍ୟା_B = 2
ବିୟୋଗ କଲେ C = A – B = 2000 – 2 = 1998

ସୋପାନ-2: ବର୍ତ୍ତମାନ ସଂଖ୍ୟାଟି 1998
ବୃହତ୍ତମ ସଂଖ୍ୟା A = 9981, କ୍ଷୁଦ୍ରତମ ସଂଖ୍ୟା B = 1899
ବିୟୋଗ କଲେ C = A – B = 9981 – 1899 = 8082

ସୋପାନ-3: ବର୍ତ୍ତମାନ ସଂଖ୍ୟାଟି 8082
ବୃହତ୍ତମ ସଂଖ୍ୟା A = 8820, କ୍ଷୁଦ୍ରତମ ସଂଖ୍ୟା B = 288
ବିୟୋଗ କଲେ C = A – B = 8820 – 288 = 8532

ସୋପାନ-4: ବର୍ତ୍ତମାନ ସଂଖ୍ୟାଟି 8532
ବୃହତ୍ତମ ସଂଖ୍ୟା A = 8532, କ୍ଷୁଦ୍ରତମ ସଂଖ୍ୟା B = 2358
ବିୟୋଗ କଲେ C = A – B = 8532 – 2358 = 6174
∴ ଏହା ଗୋଟିଏ କାର୍ପେକରଙ୍କ ସଂଖ୍ୟା।

Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ

Question 3.
35000 ଓ 75000 କେତେକ ମଧ୍ଯରେ 5 ଅଙ୍କ ବିଶିଷ୍ଟ ସଂଖ୍ୟା ସମୂହ ଅଛନ୍ତି ଯାହାର ସମସ୍ତ ଅଙ୍କଗୁଡ଼ିକ ଅଯୁଗ୍ମ। ଆମର ଏହି ସଂଖ୍ୟା ସମୂହ ମଧ୍ୟରେ ସବୁଠାରୁ ବୃହତ୍ତମ ସଂଖ୍ୟାଟି କିଏ? ସବୁଠାରୁ କ୍ଷୁଦ୍ରତମ ସଂଖ୍ୟାଟି କିଏ? ଆମ ମାନଙ୍କ ମଧ୍ୟରେ କିଏ 50,000ର ନିକଟତମ ସଂଖ୍ୟା?
Solution:
ସବୁଠାରୁ ବୃହତ୍ତମ ସଂଖ୍ୟା = 69,999
ସବୁଠାରୁ କ୍ଷୁଦ୍ରତମ ସଂଖ୍ୟା = 35,111
50,000 ର ନିକଟତମ ସଂଖ୍ୟା = 49,999

Question 4.
ସାପ୍ତାହିକ, ପର୍ବପର୍ବାଣି ଓ ଅବକାଶ ଛୁଟି ଭାବେ ଏକ ବର୍ଷରେ ତୁମେ ପାଉଥବା ଛୁଟି ସଂଖ୍ୟା ଆକଳନ କର। ତା’ପରେ ଏହାର ସଠିକତା ପାଇବାକୁ ଚେଷ୍ଟାକର ଏବଂ ତୁମର ଆକଳନ କେତେ ନିକଟତର, ତାହା ଦେଖ।
Solution:
ଛାତ୍ରଛାତ୍ରୀମାନେ ନିଜେ କରିବେ।

Question 5.
ଗୋଟିଏ ମଗ, ବାଲ୍ଟି ଏବଂ ପାଣି ଟାଙ୍କିରେ କେତେ ଲିଟର ପାଣି ରହିବ, ଆକଳନ କର।
Solution:
ଗୋଟିଏ ମଗରେ 500 ମି.ଲି. ପାଣି, ଗୋଟିଏ ବାଲ୍ଟିରେ 20 ଲିଟର ଏବଂ ଗୋଟିଏ ଟାଙ୍କିରେ 1000 ଲିଟର ପାଣି ରହିବ।

Question 6.
ଏକ 5 ଅଙ୍କ ବିଶିଷ୍ଟ ସଂଖ୍ୟା ଓ ଦୁଇଟି 3 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ, ଯେପରିକି ସେମାନଙ୍କର ସମଷ୍ଟି 18,670 ହେବ।
Solution:
5 ଅଙ୍କ ବିଶିଷ୍ଟ ସଂଖ୍ୟା = 18,000
3 ଅଙ୍କ ବିଶିଷ୍ଟ ସଂଖ୍ୟାର ସମଷ୍ଟି = 335 + 335 = 670
∴ ଯୋଗକଲେ = 18,000 + 670 = 18670

Question 7.
210 ଏବଂ 390 ମଧ୍ୟରେ ଏକ ସଂଖ୍ୟା ବାଛ। (3.9 ବିଭାଗ – ସଂଖ୍ୟା ସଂରଚନା ସମ୍ପର୍କୀୟ ଖେଳରେ) ଦେଖାଯାଇଥିବା ପରି ଏକ ସଂଖ୍ୟା ସଂରଚନା ତିଆରି କର ଯେପରି, ସେମାନଙ୍କ ସମଷ୍ଟି ଏହି ସଂଖ୍ୟା ହେବ।
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 72 Q7
ସଂଖ୍ୟାଗୁଡ଼ିକ ଯୋଗକଲେ = (5 × 1) + (10 × 3) + (15 × 5) + (20 × 7)
= 5 + 30 + 75 + 140
= 250
∴ 250 ସଂଖ୍ୟାଟି 210 ଓ 390 ମଧ୍ୟରେ ଅବସ୍ଥିତ।

Question 8.
ପ୍ରଥମ ଅଧ୍ୟାୟର ସାରଣୀ-1 ରୁ 2 ଘାତ ଥିବା କ୍ରମକୁ ମନେ ପକାଅ। ଏହି କ୍ରମରେ ସମସ୍ତ ପ୍ରାରମ୍ଭିକ ସଂଖ୍ୟା ପାଇଁ କୋଲାଜ୍ ଧାରଣା କାହିଁକି ଠିକ୍?
Solution:
2ର ଘାତ ବର୍ଗ ସଂଖ୍ୟା ହେଉଛି 1, 2, 4, 8, 16, 32, 64
ମନେକର ସଂଖ୍ୟାଟି = 64
କୋଲାଜଙ୍କ ଧାରଣା ଅନୁସାରେ
1. 64 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 64 ÷ 2 = 32
2. 32 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 32 ÷ 2 = 16
3. 16 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 16 ÷ 2 = 8
4. 8 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 8 ÷ 2 = 4
5. 4 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 4 ÷ 2 = 2
6. 2 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 2 ÷ 2 = 1
ସଂଖ୍ୟାର କ୍ରମଗୁଡ଼ିକ = 64, 32, 16, 8, 4, 2, 1
∴ ଏହି କ୍ରମରେ ସମସ୍ତ ପ୍ରାରମ୍ଭିକ ସଂଖ୍ୟା ପାଇଁ କୋଲାଜ୍ ଧାରଣା ଠିକ୍।

Question 9.
ପ୍ରାରମ୍ଭିକ ସଂଖ୍ୟା 100 ପାଇଁ କୋଲାଜ୍ ଧାରଣା ଠିକ୍ ହେଉଛି କି ଯାଞ୍ଚ କର।
Solution:
1. 100 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 100 ÷ 2 = 50
2. 50 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 50 ÷ 2 = 25
3. 25 ଅଯୁଗ୍ମ, 3 ଦ୍ଵାରା ଗୁଣନ କରି 1 ଯୋଗକଲେ = 25 × 3 + 1 = 76
4. 76 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 76 ÷ 2 = 38
5. 38 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 38 ÷ 2 = 19
6. 19 ଅଯୁଗ୍ମ, 3 ଦ୍ଵାରା ଗୁଣନ କରି 1 ଯୋଗକଲେ = 19 × 3 + 1 = 58
7. 58 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 58 ÷ 2 = 29
8. 29 ଅଯୁଗ୍ମ, 3 ଦ୍ଵାରା ଗୁଣନ କରି 1 ଯୋଗକଲେ = 29 × 3 + 1 = 88
9. 88 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 88 ÷ 2 = 44
10. 44 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 44 ÷ 2 = 22
11. 22 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 22 ÷ 2 = 11
12. 11 ଅଯୁଗ୍ମ, 3 ଦ୍ଵାରା ଗୁଣନ କରି 1 ଯୋଗକଲେ = 11 × 3 + 1 = 34
13. 34 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 34 ÷ 2 = 17
14. 17 ଅଯୁଗ୍ମ, 3 ଦ୍ଵାରା ଗୁଣନ କରି 1 ଯୋଗକଲେ = 17 × 3 + 1 = 52
15. 52 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 52 ÷ 2 = 26
16. 26 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 26 ÷ 2 = 13
17. 13 ଅଯୁଗ୍ମ, 3 ଦ୍ଵାରା ଗୁଣନ କରି 1 ଯୋଗକଲେ = 13 × 3 + 1 = 40
18. 40 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 40 ÷ 2 = 20
19. 20 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 20 ÷ 2 = 10
20. 10 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 10 ÷ 2 = 5
21. 5 ଅଯୁଗ୍ମ, 3 ଦ୍ଵାରା ଗୁଣନ କରି 1 ଯୋଗକଲେ = 5 × 3 + 1 = 16
22. 16 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 16 ÷ 2 = 8
23. 8 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 8 ÷ 2 = 4
24. 4 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 4 ÷ 2 = 2
25. 2 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 2 ÷ 2 = 1
∴ ପ୍ରାରମ୍ଭିକ ସଂଖ୍ୟା 100 ପାଇଁ କୋଲାଜ୍ ଧାରଣା ଠିକ୍।

Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ

Question 10.
‘0’ ରୁ ଆରମ୍ଭ କରି, ଖେଳାଳିମାନେ 1 ରୁ 3 ମଧ୍ୟରେ ସଂଖ୍ୟା ଅଦଳବଦଳ କରି ଗୋଟିଏ ସଂଖ୍ୟା ଯୋଗ କରିବାକୁ ପଡ଼ିବ। ଯିଏ 22 ରେ ପ୍ରଥମେ ପହଞ୍ଚିବ ସେହି ବ୍ୟକ୍ତି ବିଜୟୀ ହେବ। ବର୍ତ୍ତମାନ ଜିତିବାର ରଣନୀତି କ’ଣ?
Solution:
ବର୍ତ୍ତମାନ ଜିତିବାର ରଣନୀତି କରିବାକୁ ଗଲେ, ସଂଖ୍ୟାର ବିଜୟୀ କ୍ରମ ହେଉଛି 2, 6, 10, 14, 18, 22 ପ୍ରଥମ ଖେଳାଳି ସର୍ବଦା ଏହି ଖେଳ ଜିତିପାରିବେ।
ସେମାନଙ୍କର ପ୍ରଥମ ପାଳିରେ ସେମାନେ 2 ଯୋଗ କରିବା ଉଚିତ।
ଏହାପରେ ସେମାନଙ୍କୁ ନିଶ୍ଚିତ କରିବାକୁ ପଡ଼ିବ ଯେ, ସେମାନଙ୍କ ପରବର୍ତୀ ସଂଖ୍ୟା ବିଜୟୀ କ୍ରମରେ ରହିବ।
ପ୍ରଥମ ଖେଳାଳି 1 ଯୋଡ଼ିଲେ 2ରେ ପହଞ୍ଚିବ। ଦ୍ଵିତୀୟ ଖେଳାଳି 3 ଯୋଡ଼ିଲେ 5ରେ ପହଞ୍ଚିବ।
ପ୍ରଥମ ଖେଳାଳି 1 ଯୋଡ଼ିଲେ 6ରେ ପହଞ୍ଚିବ। ଦ୍ଵିତୀୟ ଖେଳାଳି 3 ଯୋଡ଼ିଲେ 9୨ରେ ପହଞ୍ଚିବ।
ପ୍ରଥମ ଖେଳାଳି 1 ଯୋଡ଼ିଲେ 10ରେ ପହଞ୍ଚିବ। ଦ୍ଵିତୀୟ ଖେଳାଳି 2 ଯୋଡ଼ିଲେ 12ରେ ପହଞ୍ଚିବ।
ପ୍ରଥମ ଖେଳାଳି 2 ଯୋଡ଼ିଲେ 14ରେ ପହଞ୍ଚିବ। ଦ୍ଵିତୀୟ ଖେଳାଳି 3 ଯୋଡ଼ିଲେ 17ରେ ପହଞ୍ଚିବ।
ପ୍ରଥମ ଖେଳାଳି 1 ଯୋଡ଼ିଲେ 18ରେ ପହଞ୍ଚିବ। ଦ୍ଵିତୀୟ ଖେଳାଳି 3 ଯୋଡ଼ିଲେ 21ରେ ପହଞ୍ଚିବ।
∴ ଶେଷରେ ପ୍ରଥମ ଖେଳାଳି 1 ଯୋଡ଼ିଲେ 22ରେ ପହଞ୍ଚିବ ଓ ବିଜୟୀ ହେବ।

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

Go through BSE Odisha Class 6 Science Notes Odia Medium and Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ to understand important concepts and topics more clearly.

6th Class Science Chapter 7 Notes Odia Medium

BSE Odisha Class 6 Science Chapter 7 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

  • ଭୁଲ ମାପିବା ଅପେକ୍ଷା ଆଦୌ ନ ମାପିବାଟା ଭଲ । – (ଆନ୍ନା ମଣି)
  • ଜଣେ ବ୍ୟକ୍ତିଙ୍କୁ କେବଳ ଛୁଇଁ ତାକୁ ଜ୍ଵର ହେଇଛି ବୋଲି ଆମେ କହିପାରିବା କି ?
    ଉ. ଦେହ ବା କପାଳକୁ ଛୁଇଁ ଜ୍ଵର ମାପ କରାଯାଏ ନାହିଁ । ଏକ ଥର୍ମୋମିଟର ସାହାଯ୍ୟରେ ଶରୀରର ତାପମାତ୍ରା ମାପ କଲେ ଜ୍ଵର ହୋଇଛି କି ନାହିଁ ସଠିକ୍ ଜଣାପଡ଼ିଥାଏ ।

ଗରମ ଓ ଥଣ୍ଡା :
କିଛି ବସ୍ତୁ ଅନ୍ୟ ବସ୍ତୁ ତୁଳନାରେ ଗରମ ଲାଗିଥାଏ । ଉଦାହରଣ ସ୍ଵରୂପ ଖରାଦିନରେ ନଳର ପାଣି, ମାଠିଆ ପାଣି କିମ୍ବା ଫ୍ରିଜ୍ ପାଣି ଅପେକ୍ଷା ଅଧ୍ବକ ଗରମ ଲାଗିଥାଏ ।
ଗ୍ରୀଷ୍ମ ଋତୁରେ ଆମକୁ ଅଧ୍ଵ ଗରମ ଲାଗିଥାଏ କିନ୍ତୁ ଶୀତଦିନେ ଅଧ୍ଵ ଥଣ୍ଡା ଅନୁଭବ ହୋଇଥାଏ । ଚାହାରେ ହାତ ବୁଡ଼ାଇଲେ ଗରମ ଲାଗିଥାଏ ଓ ବରଫକୁ ସ୍ପର୍ଶ କଲେ ଥଣ୍ଡା ଲାଗିଥାଏ ।
ଆମେ ସବୁବେଳେ ପଦାର୍ଥକୁ ସ୍ପର୍ଶ କରିବାଦ୍ଵାରା ପଦାର୍ଥଟି ଥଣ୍ଡା କି ଗରମ ତାହା ଜାଣିପାରିବା ନାହିଁ ।

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

କାର୍ଯ୍ୟ-୧ : ଆସ ଅନୁସନ୍ଧାନ କରିବା

ପରୀକ୍ଷଣ :

  • ତିନୋଟି ବଡ଼ ପାତ୍ର ନିଆଯାଉ ଏବଂ ଚିତ୍ରରେ ଦର୍ଶାଯାଇଥିବା ଅନୁଯାୟୀ ସେମାନଙ୍କୁ ‘A’, ‘B’ ଏବଂ ‘C’ ନାମ ଦିଆଯାଉ ।
  • ପାତ୍ର ‘A’ରେ ଉଷୁମ ପାଣି, ‘B’ରେ ଟ୍ୟାପ୍ ପାଣି ଏବଂ ‘C’ରେ ବରଫ ମିଶ୍ର। ଥଣ୍ଡା ପାଣି ଢଳାଯାଉ ।
    Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ 1
  • ଏହି କାର୍ଯ୍ୟଟିକୁ ଦୁଇଟି ଭାଗରେ ବିଭକ୍ତ କରାଯାଉ – ପ୍ରଥମେ ପୂର୍ବାନୁମାନ ଏବଂ ପରେ ପର୍ଯ୍ୟବେକ୍ଷଣ ।
  • ପ୍ରଥମତଃ, ତୁମ ଡାହାଣ ହାତକୁ ‘A’ରେ ଏବଂ ବାମ ହାତକୁ ‘C’ରେ ବୁଡ଼ାଇ 1-2 ମିନିଟ୍ ରଖିଲେ ଡାହାଣ ହାତ ଗରମ ଲାଗିବ ଓ ବାମହାତ ଥଣ୍ଡା ଲାଗିବ ।
  • ପାତ୍ର ‘A’ ଏବଂ ‘C’ ରୁ ତୁମ ହାତ ବାହାର କରି, ‘B’ ରେ ଉଭୟ ହାତକୁ ଏକାସାଙ୍ଗରେ ରଖୁବା ।
  • ତୁମ ଅନୁମାନ ଲେଖ ।
  • ପାତ୍ର ‘B’ରେ ବୁଡ଼ାଇବା ପରେ ମୋର ଡାହାଣ ହାତ ଥଣ୍ଡା ଲାଗିବ ।
  • ପାତ୍ର ‘B’ ରେ ବୁଡ଼ାଇବା ପରେ ବାମ ହାତ ଗରମ ଲାଗିବ ।

ପର୍ଯ୍ୟବେକ୍ଷଣ :
ଡାହାଣ ହାତ ପାତ୍ର ‘B’ ରେ ଥ‌ିବା ପାଣିକୁ ଥଣ୍ଡା ଅନୁଭବ କରୁଥିବାବେଳେ ବାମ ହାତ ସେହି ପାଣିକୁ ଗରମ ଅନୁଭବ କିରବ ।

ସିଦ୍ଧାନ୍ତ :
ବସ୍ତୁ ଗରମ ନା ଥଣ୍ଡା ତାହା ଠିକ୍ ଭାବରେ ନିର୍ଣ୍ଣୟ କରିବା ପାଇଁ ଆମେ ବସ୍ତକୁ ସ୍ପର୍ଶ କରି ଜାଣିପାରିବା ନାହିଁ ।

ତାପମାତ୍ରା :
ବସ୍ତ ଗରମ ବା ଥଣ୍ଡା ଜାଣିବା ପାଇଁ ଏକ ନିର୍ଭରଯୋଗ୍ୟ ମାପ ହେଉଛି ଏହାର ତାପମାତ୍ରା । ଥଣ୍ଡା ବସ୍ତ ତୁଳନାରେ ଗରମ ବସ୍ତର ତାପମାତ୍ରା ଅଧିକ ଥାଏ । ଦୁଇଟି ବସ୍ତ୍ର ମଧ୍ୟରେ ତାପମାତ୍ରାର ପାର୍ଥକ୍ୟ ଆମକୁ ଗୋଟିଏ ବସ୍ତ ତୁଳନାରେ ଅନ୍ୟ ବସ୍ତୁଟି କେତେ ଗରମ ତାହା ଜଣାଇଥାଏ ।

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

ତାପମାତ୍ରା ମାପିବା ଯନ୍ତ୍ରକୁ ଥର୍ମୋମିଟର କୁହାଯାଏ ।
ଥର୍ମୋମିଟର ଦୁଇ ପ୍ରକାର ଯଥା- (କ) ଜ୍ଵରମାପକ ଥର୍ମୋମିଟର, (ଖ) ବିଜ୍ଞାନାଗାର ଥର୍ମୋମିଟର

(କ) ଜ୍ଵରମାପକ ଥର୍ମୋମିଟର : ମାନବ ଶରୀରର ତାପମାତ୍ରା ମାପିବା ପାଇଁ ଏହି ଥର୍ମୋମିଟର ବ୍ୟବହୃତ ହୋଇଥାଏ ।
(ଖ) ବିଜ୍ଞାନାଗାର ଥର୍ମୋମିଟର : ବିଦ୍ୟାଳୟର ବିଜ୍ଞାନାଗାରରେ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ବ୍ୟବହୃତ ଥର୍ମୋମିଟରକୁ ବିଜ୍ଞାନଗାର ଥର୍ମୋମିଟର କୁହାଯାଏ ।

ତାପମାତ୍ରା ମାପିବା :
ଜ୍ଵରମାପକ ଥର୍ମୋମିଟରର ବ୍ୟବହାର :
ଡିଜିଟାଲ କ୍ଲିନିକାଲ ଥର୍ମୋମିଟର ଶରୀରର ତାପମାତ୍ରାକୁ ସଂଖ୍ୟା ମାଧ୍ୟମରେ ଦର୍ଶାଇଥାଏ । ଏଥିରେ ଏକ ବ୍ୟାଟେରୀ ରହିଥାଏ । ଏହି ଥର୍ମୋମିଟରକୁ ବ୍ୟକ୍ତିଙ୍କ ଶରୀର ସଂସ୍ପର୍ଶରେ ରଖୁଲେ ଏହା ତାପମାତ୍ରା ମାପିଥାଏ ।
Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ 2
ଜ୍ଵରମାପକ ଥର୍ମୋମିଟରରେ ତାପମାତ୍ରା ମାପିବା ପାଇଁ ସାଧାରଣତଃ ସେଲସିୟସ ସ୍କେଲ ବ୍ୟବହାର କରାଯାଏ । ଏହି ସ୍କେଲରେ, ତାପମାତ୍ରାର ଏକକ ଡିଗ୍ରୀ ସେଲସିୟସ ଅଟେ । ଏହାକୁ C ଦ୍ଵାରା ସୂଚିତ କରାଯାଇଥାଏ ।
ଏହି ଥର୍ମୋମିଟରକୁ ବ୍ୟକ୍ତିଙ୍କ ଶରୀର ସଂସ୍ପର୍ଶରେ ରଖିଲେ ଏହା ତାପମାତ୍ରା ମାପିଥାଏ ।

ପୂର୍ବରୁ ଶରୀରର ତାପମାତ୍ରା ମାପିବା ପାଇଁ ପାରଦ ଥର୍ମୋମିଟର ବ୍ୟବହାର କରାଯାଉଥିଲା । କିନ୍ତୁ ପାରଦ ଏକ ବିଷାକ୍ତ ପଦାର୍ଥ ଏବଂ ଥର୍ମୋମିଟର ଦୁର୍ଘଟଣାବଶତଃ ଭାଙ୍ଗିଗଲେ, ପାରଦକୁ ନିଷ୍କାସନ କରିବା କଷ୍ଟକର ହୋଇଥାଏ ।
Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ 3
ଡିଜିଟାଲ ଥର୍ମୋମିଟର ସେପରି କୌଣସି ବିପଦ ସୃଷ୍ଟିକରେ ନାହିଁ ଏବଂ ଏଥ‌ିରେ ଦେଖାଯାଉଥ‌ିବା ନମ୍ବରଗୁଡ଼ିକ ପଢ଼ିବା ମଧ୍ୟ ସହଜ ଅଟେ । ତେଣୁ ପାରଦ ଥର୍ମୋମିଟର ବଦଳରେ ଡିଜିଟାଲ ଥର୍ମୋମିଟର ବ୍ୟବହାର କରାଯାଉଛି । ଏକ ଡିଜିଟାଲ ଥର୍ମୋମିଟରରେ ତାପମାତ୍ରା ସେନ୍ସର ସାହାଯ୍ୟରେ ନିର୍ଦ୍ଧାରଣ କରାଯାଇଥାଏ ।

କୋଭିଚ୍‌-19 ମହାମାରୀ ସମୟରେ କିଛି ସ୍ଵତନ୍ତ୍ର ଥର୍ମୋମିଟର ବ୍ୟବହାର କରାଯାଇଥିଲା ଯାହା ଦୂରରୁ ଜଣେ ବ୍ୟକ୍ତିର ତାପମାତ୍ରାର ମାପ କରିପାରୁଥିଲା । ଏଗୁଡ଼ିକୁ ଅଣ-ସଂସ୍ପର୍ଶ ବା ଇନଫ୍ରାରେଡ଼୍ ଥର୍ମୋମିଟର କୁହାଯାଏ । ଏପରି ଥର୍ମୋମିଟର କୌଣସି ବ୍ୟକ୍ତିଙ୍କ ଶରୀରକୁ ସ୍ପର୍ଶ ନକରି ତାପମାତ୍ରା ମାପିପାରେ ଏବଂ ଏହାଦ୍ଵାରା ରୋଗ ବ୍ୟାପିବାର ଆଶଙ୍କା ହ୍ରାସ ପାଇଥାଏ ।

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

କାର୍ଯ୍ୟ-୨ : ତାପମାତ୍ରା କିପରି ମାପିବା ?

  • ଶରୀରର ତାପମାତ୍ରା ମାପିବା ପାଇଁ ଏକ ଡିଜିଟାଲ ଜ୍ଵରମାପକ ଥର୍ମୋମିଟର କିପରି ବ୍ୟବହାର କରାଯାଏ ତାହା ନିମ୍ନରେ ଦର୍ଶାଗଲା ।
  • ସାବୁନ ଓ ପାଣିରେ ହାତ ଓ ଡିଜିଟାଲ ଥର୍ମୋମିଟରକୁ ସଫା କର ।
  • ବଟନଟିକୁ ଦବାଇ ଥର୍ମୋମିଟର ପୁନଃ ସେଟ୍ କର ।
  • ଥର୍ମୋମିଟରକୁ ଜିଭ ତଳେ ରଖ ଏବଂ ପାଟି ବନ୍ଦ କର ।
  • ଥର୍ମୋମିଟର ଏକ ବିପିଂ ଶବ୍ଦ ସୃଷ୍ଟି କରିବା କିମ୍ବା ଆଲୋକ ଚମକାଇବା ପର୍ଯ୍ୟନ୍ତ ଅପେକ୍ଷା କର ।
  • ଏହାକୁ ପାଟିରୁ ବାହାର କରି ଦେଖ‌ିଲେ ସେଥୁରେ ପ୍ରଦର୍ଶିତ ସଂଖ୍ୟା ଦ୍ଵାରା ତାପମାତ୍ରା ଜଣାପଡ଼ିଥାଏ । ଥର୍ମୋମିଟରକୁ ସାବୁନ ଓ ପାଣିରେ ସଫା କରି ପୋଛି ରଖ ।

ଡିଜିଟାଲ ଥର୍ମୋମିଟର ବ୍ୟବହାର ସମୟରେ ସତର୍କତା :

  • ଥର୍ମୋମିଟର ବ୍ୟବହାର ନିୟମାବଳୀ ପଢ଼ିବାପରେ ବ୍ୟବହାର କରାଯିବ ।
  • ଥର୍ମୋମିଟରର ଅଗ୍ରଭାଗ ବ୍ୟବହାର ପୂର୍ବରୁ ଏବଂ ପରେ ସାବୁନ ଏବଂ ପାଣିରେ ଧୋଇଦିଅ ।
  • ଧୋଇବା ସମୟରେ ଡିସ୍‌ ଭଳି ଡିଜିଟାଲ ଅଂଶକୁ ପାଣି ଯେପରି ନ ଲାଗିବ ସେଥ‌ିପାଇଁ ଯବାନ ହେବାକୁ ପଡ଼ିବ ।
  • ଥର୍ମୋମିଟର ଅଗ୍ରଭାଗକୁ ଧର ନାହିଁ ।

ସାଧାରଣତଃ ବୟସ୍କଙ୍କ ତୁଳନାରେ ଛୋଟ ପିଲାଙ୍କ ଶରୀରର ତାପମାତ୍ରା ସାମାନ୍ୟ ଅଧିକ ଥାଏ କି ?
ଉ. ହଁ, ସାଧାରଣତଃ ବୟସ୍କଙ୍କ ତୁଳନାରେ ଛୋଟପିଲାଙ୍କ ଶରୀରର ତାପମାତ୍ରା ସାମାନ୍ୟ ଅଧିକ ଥାଏ ।

ବୟସ୍କ ବ୍ୟକ୍ତିମାନେ ସୁସ୍ଥ ଥିଲେ ମଧ୍ୟ ସାଧାରଣତଃ ଯୁବକମାନଙ୍କ ତୁଳନାରେ ସେମାନଙ୍କ ଶରୀରର ତାପମାତ୍ରା କମ୍ ଥାଏ କି ?
ଉ. ହଁ, ବୟସ୍କ ବ୍ୟକ୍ତିମାନେ ସୁସ୍ଥ ଥିଲେ ମଧ୍ୟ ସାଧାରଣତଃ ଯୁବକମାନଙ୍କ ତୁଳନାରେ ସୋମନଙ୍କ ଶରୀରର ତାପମାତ୍ରା କମ୍ ଥାଏ ।

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

ମୁଁ ମୋର ଏକ ବନ୍ଧୁଙ୍କୁ ଭିନ୍ନ ତାପମାତ୍ରା ଦେଖାଉଥ‌ିବା ଏକ ଡିଜିଟାଲ ଥର୍ମୋମିଟର ବ୍ୟବହାର କରୁଥିବାର ଦେଖୁଛି । ଏହା ଏକ ସୁସ୍ଥ ମାନବ ଶରୀରର ସ୍ଵାଭାବିକ ତାପମାତ୍ରା 98.6 ଡିଗ୍ରୀ ଫାରେନହାଇଟ ଭାବରେ ଦର୍ଶାଏ । ଏହି ପାର୍ଥକ୍ୟର କାରଣ କ’ଣ ?
ଉ. ସେଲସିୟସ୍ ସ୍କେଲ ଓ ଫାରେନ୍ହାଇଟ୍ ସ୍କେଲରେ ଶରୀରର ସ୍ଵାଭାବିକ ତାପମାତ୍ରା ଭିନ୍ନ ଦର୍ଶାଇଥାଏ କାରଣ ଏ ଦୁଇଟି ଭିନ୍ନ ସ୍କେଲ ଓ ଭିନ୍ନ ବ୍ୟକ୍ତିଙ୍କ ଦ୍ଵାରା ବିକଶିତ ହୋଇଅଛି । ପୁନଶ୍ଚ ଏହି ଦୁଇଟି ସ୍କେଲର ଆରମ୍ଭ ବିନ୍ଦୁ ମଧ୍ୟ ଭିନ୍ନ ହୋଇଥାଏ ।

ସୁସ୍ଥ ମଣିଷ ଶରୀରର ସାଧାରଣ ତାପମାତ୍ରା 37 ଡିଗ୍ରୀ ସେଲସିୟସ ବୋଲି ଗ୍ରହଣ କରାଯାଇଥାଏ । କିଛି ଲୋକଙ୍କ କ୍ଷେତ୍ରରେ ଏହି ତାପମାତ୍ରା ସାମାନ୍ୟ ଅଧିକ କିମ୍ବା କମ୍ ହୋଇଥାଏ ।

ପ୍ରତ୍ୟେକ ବ୍ୟକ୍ତିର ତାପମାତ୍ରା 37 ଡିଗ୍ରୀ ସେଲସିୟସ ହୋଇ ନପାରେ, ଯାହାକୁ ଆମେ ଆମ ଶରୀରର ସାଧାରଣ ତାପମାତ୍ରା ବୋଲି କହିଥାଉ । ଏହା ଅଧିକାଂଶ ସୁସ୍ଥ ଲୋକଙ୍କ ଶରୀରର ହାରାହାରି ତାପମାତ୍ରା ଅଟେ । ତେଣୁ ସମ୍ପୂର୍ଣ୍ଣ ସୁସ୍ଥ ବ୍ୟକ୍ତିଙ୍କର ସ୍ଵାଭାବିକ ତାପମାତ୍ରା 37 ଡିଗ୍ରୀ ସେଲସିୟସରୁ ସାମାନ୍ୟ ଭିନ୍ନ ହୋଇପାରେ । ଶରୀରର ତାପମୀତ୍ରା ବୟସ, ଦିନର ସମୟ ଏବଂ କାର୍ଯ୍ୟର ପ୍ରକାରଭେଦ ଭଳି ଅନେକ କାରଣଦ୍ଵାରା ପ୍ରଭାବିତ ହୋଇଥାଏ ।

ମଣିଷର ତାପମାତ୍ରା ସାଧାରଣତଃ 35 ଡିଗ୍ରୀ ସେଲସିୟସରୁ କମ୍ କିମ୍ବା 42 ଡିଗ୍ରୀ ସେଲସିୟସରୁ ଅଧ‌ିକ ହୋଇ ନ ଥାଏ ।

ଛୋଟ ପିଲା କିମ୍ବା ବୃଦ୍ଧଙ୍କ ଶରୀରର ତାପମାତ୍ରା ମାପିବା ପାଇଁ ଡିଜିଟାଲ ଥର୍ମୋମିଟରକୁ କାଖତଳେ ମଧ୍ଯ ରଖାଯାଇପାରିବ । ଏହି ଉପାୟରେ ମାପ କରାଯାଇଥିବା ତାପମାତ୍ରା ଶରୀରର ପ୍ରକୃତ ତାପମାତ୍ରାଠାରୁ ପ୍ରାୟ 0.5 ଡିଗ୍ରୀ ସେଲସିୟସରୁ I ଡିଗ୍ରୀ ସେଲସିୟସ କମ୍ ଅଟେ ।

ତାପମାତ୍ରାର ଆଉ ଏକ ସ୍କେଲ ଅଛି ଯାହାକୁ ଫାରେନ୍‌ହାଇଟ୍‌ ସ୍କେଲ କୁହାଯାଏ । ଏହି ସ୍କେଲରେ, ତାପମାତ୍ରାର ଏକକ ଡିଗ୍ରୀ ଫାରେନ୍ହାଇଟ୍ ଅଟେ ଏବଂ ଏହାକୁ “F ଦ୍ଵାରା ସୂଚିତ କରାଯାଏ । 37 ଡିଗ୍ରୀ ସେଲସିୟସ ତାପମାତ୍ରା ଫାରେନହାଇଟ୍‌ ସ୍କେଲରେ 98.6 ଡିଗ୍ରୀ ଫାରେନହାଇଟ ସହିତ ସମାନ । ଅଧିକାଂଶ ବୈଜ୍ଞାନିକ ଅଧ୍ୟୟନରେ ଫାରେନ୍ହାଇଟ୍‌ ସ୍କେଲ ଆଉ ବ୍ୟବହୃତ ହେଉ ନାହିଁ । ବୈଜ୍ଞାନିକ କାର୍ଯ୍ୟରେ, ତାପମାତ୍ରାର ଆଉ ଏକ ସ୍କେଲ୍ ଅଛି ଯାହାକୁ କେଲଭିନ୍ ସ୍କେଲ କୁହାଯାଏ । ଏହି ସ୍କେଲରେ, ତାପମାତ୍ରାର ଏକକ କେଲଭିନ୍ ଅଟେ ଏବଂ ଏହାକୁ K ଦ୍ଵାରା ସୂଚିତ କରାଯାଏ ।

ତାପମାତ୍ରାର ଅନ୍ତର୍ଜାତୀୟ ମାନକ ଏକକ (S.I. Unit) ହେଉଛି କେଲଭିନ୍ ।

ଏହି ସ୍କେଲ୍, ସେଲସିୟସ, ଫାରେନ୍ହାଇଟ୍‌ ଏବଂ କେଲଭିନ ସ୍କେଲ ଉଦ୍ଭାବନ କରିଥିବା ବୈଜ୍ଞାନିକଙ୍କ ସମ୍ମାନରେ ନାମିତ ହୋଇଛି ।

ସରଳ ସୂତ୍ର ବ୍ୟବହାର କରି ଆମେ ସହଜରେ ତାପମାତ୍ରାକୁ ସେଲସିୟସ୍ ସ୍କେଲରୁ କେଲଭିନ୍ ସ୍କେଲରେ ପରିଣତ କରିପାରିବା : କେଲଭିନ୍ ସ୍କେଲରେ ତାପମାତ୍ରା = (ସେଲସିୟସ ସ୍କେଲର ତାପମାତ୍ରା + 273.15)

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

ତାପମାତ୍ରା ସ୍କେଲର ନାମ :
ସେଲସିୟସ ସ୍କେଲ, ଫାରେନ୍‌ହାଇଟ ସ୍କୁଲ ଏବଂ କେଲଭିନ୍‌ ସ୍କେଲ – ଏକ ବଡ଼ ଅକ୍ଷରରୁ ଆରମ୍ଭ ହୁଏ । ଡିଗ୍ରୀ ସେଲସିୟସ ଏବଂ ଡିଗ୍ରୀ ଫାରେନ୍‌ହାଇଟ୍‌ ୟୁନିଟ୍ ପାଇଁ ଡିଗ୍ରୀ ଶବ୍ଦ ଇଂରାଜୀର ଏକ ଛୋଟ ଅକ୍ଷରରୁ ଆରମ୍ଭ ହୁଏ । ସେଲସିୟସ ଏବଂ ଫାରେନ୍‌ହାଇଟ୍ ଇଂରାଜୀର ବଡ଼ ଅକ୍ଷରରୁ ଆରମ୍ଭ ହୁଏ । ୟୁନିଟ କେଲଭିନ୍ ଇଂରାଜୀର ଛୋଟ ଅକ୍ଷରରୁ ଆରମ୍ଭ ହୁଏ ।

ସମସ୍ତ ୟୁନିଟର ପ୍ରତୀକ (C, °F, K) ହେଉଛି ଇଂରାଜୀର ବଡ଼ ଅକ୍ଷର । ଏକ ବାକ୍ୟ ଶେଷ ହୋଇ ନଥିଲେ ପ୍ରତୀକ ପରେ ବିନ୍ଦୁ ଦିଆଯାଏ ନାହିଁ । ତାପମାତ୍ରା ଲେଖୁବା ସମୟରେ, ସଂଖ୍ୟା ଏବଂ ଏକକ ମଧ୍ୟରେ ଏକ ସ୍ଥାନର ବ୍ୟବଧାନ ଥାଏ । କେନ୍‌ଭିନ (K)ରେ ଡିଗ୍ରୀ ଚିହ୍ନ ଲେଖାଯାଏ ନାହିଁ ।

ଥର୍ମୋମିଟର ତିଆରି ହେବା ପୂର୍ବରୁ ଜ୍ଵର କିପରି ମପା ହେଉଥୁଲା ?
ଊ. ଜ୍ୱର ବ୍ୟକ୍ତିର ନାଡ଼ିର ସ୍ପନ୍ଦନ ହାରକୁ ପ୍ରଭାବିତ କରିଥାଏ । ଭାରତରେ ପ୍ରାଚୀନ କାଳରେ ମଧ୍ୟ ଏପରି କରିବାର ଜଣା ପଡ଼ିଛି । ତେବେ ଜ୍ଵର ବ୍ୟତୀତ ଅନ୍ୟ କେତେକ ପରିସ୍ଥିତି ମଧ୍ୟ ନାଡ଼ିର ସ୍ପନ୍ଦନ ହାରକୁ ପ୍ରଭାବିତ କରିଥାଏ । ତେଣୁ କେବଳ ନାଡ଼ି ସ୍ପନ୍ଦନ ହାର ଜ୍ଵରର ଏକ ନିର୍ଭରଯୋଗ୍ୟ ସୂଚକ ନୁହେଁ ।

ଫୁଟୁଥିବା ପାଣି କିମ୍ବା ବରଫର ତାପମାତ୍ରା ମାପିବାପାଇଁ ଜ୍ଵର ମାପକ ଥର୍ମୋମିଟର ବ୍ୟବହାର କରି ପାରିବା କି ?
ଊ. ନା, ଫୁଟୁଥିବା ପାଣି ଏବଂ ବରଫର ତାପମାତ୍ରା ଜ୍ୱରମାପକ ଥର୍ମୋମିଟର ମପାଯାଇପାରିବ ନାହିଁ । କାରଣ ଏହା ଥର୍ମୋମିଟର ପରିସର ବାହାରେ ଥାଏ ।

ଜ୍ଵରମାପକ ଥର୍ମୋମିଟର ପରିସର ବାହାରେ ଆମେ କିପରି ତାପମାତ୍ରା ମାପିପାରିବା ?
ଉ. ଜ୍ୱରମାପକ ଥର୍ମୋମିଟର ପରିସର ବାହାରେ ତାପମାତ୍ରା ମାପିବା ପାଇଁ ବିଜ୍ଞାନାଗାର ଥର୍ମୋମିଟର ବ୍ୟବହାର କରାଯାଇଥାଏ ।

ବିଜ୍ଞାନାଗାର ଥର୍ମୋମିଟର :
ଫୁଟୁଥ‌ିବା ପାଣି କିମ୍ବା ବରଫର ତାପମାତ୍ରା ଜ୍ୱରମାପକ ଥର୍ମୋମିଟରରେ ମପାଯାଇପାରିବ ନାହିଁ । କାରଣ ଏହା ଥର୍ମୋମିଟର ପରିସରର ବାହାରେ ଥାଏ । ତେଣୁ ଏଥ‌ିପାଇଁ ବିଜ୍ଞାନାଗାର ଥର୍ମୋମିଟର ବ୍ୟବହାର କରାଯାଇପାରିବ ।

ବିଜ୍ଞାନାଗାଁର ଥର୍ମୋମିଟର ହେଉଛି ଏକ ଲମ୍ବା, ସଂକୀର୍ଣ୍ଣ କାଚନଳୀ ଯାହା ଉଭୟ ପାର୍ଶ୍ଵରୁ ବନ୍ଦ ରହିଥାଏ । ନଳୀର ଗୋଟିଏ ମୁଣ୍ଡରେ ଏକ ବଲ୍‌ବ ଥାଏ, ଯେଉଁଥିରେ ଏକ ତରଳ ପଦାର୍ଥ ଥାଏ । ବିଲ୍‌ବ ବାହାରେ, ନଳୀରେ ତରଳ ପଦାର୍ଥର ଏକ ସଂକୀର୍ଣ୍ଣ ସ୍ଵମ୍ଭ ଦେଖୁବାକୁ ମିଳେ । ନଳୀରେ ଏକ ସେଲସିୟସ୍ ସ୍କେଲ୍ ଚିହ୍ନିତ ହୋଇଛି । ତାପମାତ୍ରାର ପରିବର୍ତ୍ତନ ସହିତ ତରଳ ସ୍ତମ୍ଭ ବୃଦ୍ଧି ପାଏ କିମ୍ବା ହ୍ରାସ ହୋଇଥାଏ । ତରଳ ସ୍ତମ୍ଭର ଉପର ସ୍ତର ଯେଉଁ ତାପମାତ୍ରାରେ ସ୍ଥିର ହୋଇଥାଏ ତାହାହିଁ ତାପମାତ୍ରାର ପାଠ୍ୟଙ୍କ ।

ସାବଧାନତା :
ବିଜ୍ଞାନାଗାର ଥର୍ମୋମିଟର ବ୍ୟବହାର କରିବା ସମୟରେ ନିଆଯାଉଥିବା ସତର୍କତା :
ସାବଧାନତାର ସହ ବ୍ୟବହାର କର । ଯଦି ଏହା କୌଣସି କଠିନ ବସ୍ତୁରେ ଆଘାତ କରେ, ତେବେ ଏହା ଭାଙ୍ଗିଯାଇପାରେ ।
ଏହାର ଅଗ୍ରଭାଗରେ ଥ‌ିବା ବଲ୍‌ବକୁ ଛୁଅଁ ନାହିଁ ।

ବିଜ୍ଞାନଗାର ଥର୍ମୋମିଟରରେ ବ୍ୟବହୃତ ତରଳ ପଦାର୍ଥ ସାଧାରଣତଃ ଆଲକୋହଲ (ସହଜରେ ଦେଖାଯିବା ପାଇଁ ଏହା ଲାଲ ରଙ୍ଗର) କିମ୍ବା ପାରଦ ଅଟେ ।

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

କାର୍ଯ୍ୟ-୩ : ଆସ ପର୍ଯ୍ୟବେକ୍ଷଣ କରିବା

  • ଆସ ଏକ ନିର୍ଦ୍ଦିଷ୍ଟ ବିଜ୍ଞାନଗାର ଥର୍ମୋମିଟର ତାପମାତ୍ରା ପରିସର ଜାଣିବାକୁ ଚେଷ୍ଟା କରିବା ।
  • ଏକ ବିଜ୍ଞାନଗାର ଥର୍ମୋମିଟର ନିଅ ଏବଂ ଏହାକୁ ଧ୍ୟାନର ସହ ନିରୀକ୍ଷଣ କର ।

ନିମ୍ନଲିଖତ ପ୍ରଶ୍ନର ଉତ୍ତର ଲେଖ :
ଏହା ସର୍ବନିମ୍ନ କେତେ ତାପମାତ୍ରା ମାପିପାରିବ ?
ଊ. -10° C

ଏହା ସର୍ବାଧ‌ିକ କେତେ ତାପମାତ୍ରା ମାପିପାରିବ ?
ଉ. 110° C

ତେଣୁ ଏହି ଥର୍ମୋମିଟରର ପରିସର ହେଉଛି –10°C ରୁ 110°C ।

ବିଜ୍ଞାନାଗାର ଥର୍ମୋମିଟରର ଦୁଇଟି ବଡ଼ ଗାର ଚିହ୍ନ ମଧ୍ଯରେ ତାପମାତ୍ରା ବ୍ୟବଧାନ ହେଉଛି 10°C । ଏହି ଦୁଇଟି ବଡ଼ ଗାର ମଧ୍ୟରେ 10 ଟି ଛୋଟ ଘର ଅଛି । ପ୍ରତ୍ୟେକ ଛୋଟ ଭାଗ 1°C କୁ ସୂଚିତ କରିଥାଏ ତେଣୁ ଥର୍ମୋମିଟରରେ ମପାଯାଇ ପାରୁଥିବା ସବୁଠାରୁ ଛୋଟ ପାଠ୍ୟଙ୍କ ହେଉଛି 1°C ।

କାର୍ଯ୍ୟ-୪ : ଆସ ପର୍ଯ୍ୟବେକ୍ଷଣ କରି ହିସାବ କରିବା

ଆସ ଏକ ନିର୍ଦ୍ଦିଷ୍ଟ ବିଜ୍ଞାନାଗାର ଥର୍ମୋମିଟରରେ ମପାଯାଇପାରୁଥିବା ସର୍ବନିମ୍ନ ତାପମାତ୍ରା ବିଷୟରେ ଜାଣିବା ।
ଏକ ବିଜ୍ଞାନାଗାର ଥର୍ମୋମିଟର ନେଇ ଏହାକୁ ଧ୍ୟାନର ସହ ନିରୀକ୍ଷଣ କରାଯାଉ ।

ନିମ୍ନଲିଖତ ପ୍ରଶ୍ନର ଉତ୍ତର ଲେଖ :
ଦୁଇଟି ବଡ଼ ଗାର ଚିହ୍ନ ମଧ୍ଯରେ ତାପମାତ୍ରା ବ୍ୟବଧାନ କେତେ ସୂଚିତ ହୋଇଛି ?
ଊ. 10° C

ଏହି ଦୁଇଟି ବଡ଼ ଗାର ମଧ୍ୟରେ କେତୋଟି ଛୋଟ ଗାର ଅଛି ?
ଊ. 10 ଟି

ଗୋଟିଏ ଛୋଟ ଭାଗ କେତେ ତାପମାତ୍ରା ସୂଚିତ କରେ ?
ଊ. 1°C

ତେଣୁ ଥର୍ମୋମିଟରରେ ମପାଯାଇପାରୁଥିବା ସବୁଠାରୁ ଛୋଟ ପାଠ୍ୟଙ୍କ ହେଉଛି :
ଊ. 1°C

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

ଅତି ନିକଟରୁ ଏକ ଥର୍ମୋମିଟରର ଏକ ଅଂଶ ଦର୍ଶାଯାଇଛି । ଚିତ୍ରରେ ଦର୍ଶାଯାଇଥ‌ିବା ଥର୍ମୋମିଟର ପାଇଁ ୦°C ରୁ 10 C କିମ୍ବା 10 C ରୁ 20°C ମଧ୍ୟରେ ସୂଚିତ ତାପମାତ୍ରାର ପାର୍ଥକ୍ୟ ହେଉଛି 10 C ଏବଂ ଏହି ଚିହ୍ନଦ୍ଵୟ ମଧ୍ଯରେ 10ଟି ଭାଗ ରହିଛି । ତେଣୁ ଗୋଟିଏ ଛୋଟ ଭାଗ 10° C/10 = 1°C କୁ ସୂଚାଏ । ଅର୍ଥାତ୍ ଏହି ଥର୍ମୋମି ଟର ରେ ମପାଯାଇପାରୁଥିବା ସବୁଠାରୁ ଛୋଟ ପାଠ୍ୟଙ୍କ ହେଉଛି 1°C ।
Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ 4

ବିଜ୍ଞାନଗାର ଥର୍ମୋମିଟର ବ୍ୟବହାର କରି ତାପମାତ୍ରା ମାପିବାର ଉପଯୁକ୍ତ ଉପାୟ :

  • ଥର୍ମୋମିଟରକୁ ପାଣିରେ ବୁଡ଼ାଇଲେ ଏହାର ବଲ୍‌ବ ତଳ ପାର୍ଶ୍ଵକୁ କିମ୍ବା ପାତ୍ରର ପାର୍ଶ୍ଵକୁ ଛୁଇଁବା ଉଚିତ ନୁହେଁ ।
  • ଥର୍ମୋମିଟରକୁ ଲମ୍ବଭାବରେ ସିଧା ରଖୁବା ଉଚିତ । ଏହାକୁ ବଙ୍କାଇବା / ତେରଛା ରଖୁବା ଉଚିତ୍ ନୁହେଁ ।
  • ଥର୍ମୋମିଟର ପାଣିରେ ଥ‌ିବା ସମୟରେ ତାପମାତ୍ରାର ପାଠ୍ୟଙ୍କ ନେବା ଜରୁରୀ ।
  • ଥର୍ମୋମିଟରର ପାସ୍ୟାଙ୍କ ନେବା ସମୟରେ ଆମ ଆଖୁ ସିଧାସଳଖ ଭାବେ ସ୍ତମ୍ଭର ସ୍ତର ସହିତ ଏକ ସରଳରେଖାର ରହିବା ଉଚିତ ।
    Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ 5
  • ଏକ ପାତ୍ରରେ ଉଷୁମ ପାଣି ନିଆଯାଉ ।
  • ଥର୍ମୋମିଟରକୁ ପାଣିରେ ବୁଡ଼ାଇ ଦିଅ ଯେପରିକି ଅଗ୍ରଭାଗ ପାଣିରେ ବୁଡ଼ିରହିବ
  • ଥର୍ମୋମିଟରରେ ତରଳ ସ୍ତମ୍ଭର ବୃଦ୍ଧିକୁ ନିରୀକ୍ଷଣ କରାଯାଉ ।
  • ସ୍ତମ୍ଭ ସ୍ଥିର ହେବା ପର୍ଯ୍ୟନ୍ତ ଅପେକ୍ଷା କର ଏବଂ ତାପମାତ୍ରାକୁ ଧ୍ୟାନ ଦିଆଯାଉ (ଅଧୁକ ସମୟ ଅପେକ୍ଷା କର ନାହିଁ, ନଚେତ୍ ପାଣି ଥଣ୍ଡା ହୋଇଯିବ) ।
  • ଥର୍ମୋମିଟରକୁ ପାଣିରୁ ବାହାର କରିବା ମାତ୍ରେ ତରଳ ସ୍ତମ୍ଭର ସ୍ତର ଖସିବା ଆରମ୍ଭ ହୋଇଯାଏ , ଅର୍ଥାତ୍ ଥର୍ମୋମିଟର ପାଣିରେ ବୁଡ଼ାଇଥିବା ସମୟରେ ତାପମାତ୍ରାର ପାଠ୍ୟଙ୍କ ନେବା ନିହାତି ଜରୁରୀ ।

କାର୍ଯ୍ୟ–୬ : ଆସ ସ ତୁଳନା କରିବା

  • ଫୁଟୁଥୁବା ପାଣିର ତାପମାତ୍ରା ମାପିବା ପାଇଁ ରାଧାର ବିଜ୍ଞାନ ଶିକ୍ଷକ ପରୀକ୍ଷା କରିବାପାଇଁ ବ୍ୟବସ୍ଥା କରିଥିଲେ।
  • ରାଧା ଓ ତାଙ୍କ ସହପାଠୀମାନେ ନେଇଥିବା ଫୁଟୁଥିବା ପାଣିର ତାପମାତ୍ରା ସାରଣୀରେ ଦିଆଯାଇଛି ।

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

ସାରଣୀ – ୨ : ଫୁଟୁଥିବା ପାଣିର ତାପମାତ୍ରା

ନାମ ଫୁଟୁଥ‌ିବା ଜଳର ତାପମାତ୍ରା °C
ରାଧା 97.8
ନବୀନ 98.0
ସୂର୍ଯ୍ୟ 97.9
ବିଜୟ 98.0
ଶର୍ମିଳା 98.1

ବାୟୁମଣ୍ଡଳର ତାପମାତ୍ରା :
ବାୟୁମଣ୍ଡଳର ତାପମାତ୍ରା ସାଧାରଣତଃ ପ୍ରତିଦିନ ଭିନ୍ନ ଭିନ୍ନ ହୋଇଥାଏ ।
ସାଧାରଣତଃ ଗ୍ରୀଷ୍ମ ଋତୁରେ ବାୟୁମଣ୍ଡଳର ତାପମାତ୍ରା ଅଧିକ ରହିଥାଏ ଏବଂ ଶୀତ ଋତୁରେ ଏହି ତାପମାତ୍ରା କମ୍ ରହିଥାଏ ।
Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ 6

ବାୟୁମଣ୍ଡଳର ତାପମାତ୍ରା ମାପିବା ପାଇଁ ଅନେକ କୌଶଳ ରହିଛି । ପାଣିପାଗର ଏକ ଗୁରୁତ୍ଵପୂର୍ଣ୍ଣ ସୂଚକ ହେଉଛି ବାୟୁମଣ୍ଡଳର ତାପମାତ୍ରା ଏବଂ ଏହାଦ୍ଵାରା ସମଗ୍ର ବିଶ୍ଵର ପାଣିପାଗ, ପାଣିପାଗ କେନ୍ଦ୍ରରେ ନିରୀକ୍ଷଣ କରାଯାଏ । ପାଣିପାଗ ପୂର୍ବାନୁମାନ କରିବା ପାଇଁ ବାୟୁମଣ୍ଡଳୀୟ ତାପମାତ୍ରା ଏବଂ ଅନ୍ୟାନ୍ୟ ସୂଚକରୁ ସଂଗ୍ରହ କରାଯାଇଥିବା ତଥ୍ୟ ବ୍ୟବହାର କରାଯାଏ ।

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

କାର୍ଯ୍ୟ–୭ : ଆସ ବିଶ୍ଳେଷଣ କରିବା

  • କ୍ରମାଗତ 10 ଦିନ ପର୍ଯ୍ୟନ୍ତ ଗୋଟିଏ ସ୍ଥାନପାଇଁ ପାଣିପାଗ ରିପୋର୍ଟ ପଢ଼ା କିମ୍ବା ଶୁଣ ।
  • ପ୍ରତ୍ୟେକ ଦିନ ପାଇଁ ସର୍ବୋଚ୍ଚ ଏବଂ ସର୍ବନିମ୍ନ ବାୟୁମଣ୍ଡଳର ତାପମାତ୍ରା ଲିପିବଦ୍ଧ କର ।

ସାରଣୀ ୩ : ବାୟୁମଣ୍ଡଳର ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା

କ୍ର.ସଂ. ତାରିଖ ବାୟୁମଣ୍ଡଳର ସର୍ବୋଚ୍ଚ ତାପମାତ୍ରା ବାୟୁମଣ୍ଡଳର ସର୍ବନିମ୍ନ ତାପମାତ୍ରା
1. 11.01.2025 30°C 15°C
2. 12.01.2025 29°C 13°C
3. 13.01.2025 29.5°C 15°C
4. 14.01.2025 30°C 14°C
5. 15.01.2025 28.5°C 13°C
6. 16.01.2025 29.5°C 15°C
7. 17.01.2025 30.5°C 14.5°C
8. 18.01.2025 28.5°C 13°C
9. 19.01.2025 29°C 15°C
10. 20.01.2025 28°C 14°C

ଜଣେ ବୈଜ୍ଞାନିକଙ୍କୁ ଜାଣିବା : ଆନ୍ତାମଣି ଜଣେ ଭାରତୀୟ ବୈଜ୍ଞାନିକ ଥିଲେ, ଯିଏକି ‘ଭାରତର ପାଣିପାଗ ମହିଳା’’ ଭାବରେ ମଧ୍ୟ ପରିଚିତ । ସେ ବହୁସଂଖ୍ୟକ ପାଣିପାଗ ମାପ ଯନ୍ତ୍ରର ଆବିଷ୍କାର ଓ ନିର୍ମାଣ କରିଥିଲେ । ଏହାଦ୍ଵାରା ଏଭଳି ଉପକରଣ ପାଇଁ ଅନ୍ୟ ଦେଶ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇଥିଲା । ସେ ଭାରତରେ ପବନ ଏବଂ ସୌର ଶକ୍ତିର ବ୍ୟବହାରର ସମ୍ଭାବନା ମଧ୍ଯ ଅନ୍ଵେଷଣ କରିଥିଲେ । ତାଙ୍କ କାର୍ଯ୍ୟ ଭାରତକୁ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ବିଶ୍ଵର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ର ହେବାରେ ସାହାଯ୍ୟ କରିଥିଲା । ସେହିପରି ଆମ ଓଡ଼ିଆ ପାଣିପାଗ ବୈଜ୍ଞାନିକ ‘ମୃତ୍ୟୁଞ୍ଜୟ ମହାପାତ୍ର’’ ମଧ୍ୟ ପାଣିପାଗ ଓ ବାସ୍ୟାର ସଠିକ୍ ସୂଚନା ଦେଇ ସୁନାମ ଅର୍ଜନ କରିଛନ୍ତି ।
Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ 7

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

ବିଜ୍ଞାନଭିତ୍ତିକ ପ୍ରମୁଖ ଶବ୍ଦ

୧. ବାୟୁମଣ୍ଡଳୀୟ ତାପମାତ୍ରା
୨. ବିଶ୍ଳେଷଣ
୩. ସେଲସିୟସ ସ୍କୁଲ
୪. ସିଦ୍ଧାନ୍ତ
୫. ଜ୍ଵରମାପକ ଥର୍ମୋମିଟର
୬. ଅନୁସନ୍ଧାନ
୭. ଡିଗ୍ରୀ ସେଲସିୟସ୍
୮. ମାପିବା
୯. ଡିଗ୍ରୀ ଫାରେନହାଇଟ୍
୧୦. ପର୍ଯ୍ୟବେକ୍ଷଣ
୧୧. ଫାରେନ୍‌ହାଇଟ୍ ସ୍କେଲ
୧୨. ସାବଧାନତା
୧୩. କେଲଭିନ୍
୧୪. ପୂର୍ବାନୁମାନ
୧୫. କେଲଭିନ୍ ସ୍କେଲ
୧୬. ବିଜ୍ଞାନାଗାର ଥର୍ମୋମିଟର
୧୭, ତାପମାତ୍ରା
୧୮. ତାପମାତ୍ରାରେ SI ୟୁନିଟ୍

ବିଷୟବସ୍ତୁର ସାରାଂଶ :

  • ଶରୀରର ତାପମାତ୍ରା ଆମ ଶରୀର କେତେ ଗରମ କିମ୍ବା ଥଣ୍ଡା ଜଣାଇଥାଏ ।
  • ତାପମାତ୍ରାର ତିନୋଟି ସର୍ବାଧ‌ିକ ବ୍ୟବହୃତ ସ୍କେଲ ହେଉଛି : (କ) ସେଲସିୟସ ସ୍କେଲ, (ଖ) ଫାରେନ୍ହାଇଟ୍ ସ୍କୁଲ ଏବଂ (ଗ) କେଲଭିନ୍ ସ୍କେଲ । ଏହି ସ୍କେଲଗୁଡ଼ିକରେ ତାପମାତ୍ରାର
  • ଏକକଗୁଡ଼ିକ ହେଉଛି (କ) ଡିଗ୍ରୀ ସେଲସିୟସ, ଯାହା °C, (ଖ) ଡିଗ୍ରୀ ଫାରେନ୍ହାଇଟ୍ ଯାହା °F ଏବଂ (ଗ) କେଲଭିନ୍, ଯାହାକୁ K ଦ୍ଵାରା ସୂଚିତ କରାଯାଏ ।
  • ତାପମାତ୍ରା ପାଇଁ SI ୟୁନିଟ ହେଉଛି କେନ୍‌ଭିନ୍ ।
  • ଶରୀରର ତାପମାତ୍ରା ମାପିବା ପାଇଁ ଜ୍ଵରମାପକ ଥର୍ମୋମିଟର ବ୍ୟବହାର କରାଯାଏ ।
  • ଜଣେ ସୁସ୍ଥ ବୟସ୍କ ବ୍ୟକ୍ତିଙ୍କ ସାଧାରଣ ତାପମାତ୍ରା 37.0 ଡିଗ୍ରୀ ସେଲସିୟସ ବା 98.6 ଡିଗ୍ରୀ ଫାରେନହାଇଟ ବୋଲି ଗ୍ରହଣ କରାଯାଏ ।
  • ବିଜ୍ଞାନଗାର ଥର୍ମୋମିଟର ତାପମାତ୍ରା ସାଧାରଣତଃ −10 ଡିଗ୍ରୀ ସେଲସିୟସରୁ 110 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଥାଏ ।