Go through 6th Class Science Book Odia Medium Question Answer and Class 6 Science Chapter 1 Question Answer Odia Medium ବିଜ୍ଞାନର ଚମତ୍କାର ଦୁନିଆ to understand textbook questions more clearly.
6th Class Science Chapter 1 Question Answer Odia Medium
Class 6 Science Chapter 1 Odia Medium
ଶୂନ୍ୟସ୍ଥାନ ପୂରଣ କର ।
[ଦୃଷ୍ଟିକୋଣ, ବିଜ୍ଞାନ, ଖାଦ୍ୟ, ଆବିଷ୍କାର, ପୃଥିବୀ]
(a) ବିଶ୍ଵର ରହସ୍ୟକୁ ଉନ୍ମୋଚନ କରିବା ପାଇଁ ଚିନ୍ତା କରିବାର ଏକ ମାଧ୍ୟମ ହେଉଛି _______ ।
Answer:
ବିଜ୍ଞାନ
(b) ଆମେ ପାଉଥିବା ନୂତନ _______ ବିଜ୍ଞାନରେ ଯୋଡ଼ି ହୋଇଥାଏ ।
Answer:
ଆବିଷ୍କାର
(c) ନୂଆ ଆବିଷ୍କାର ଅନେକ ସମୟରେ ଆମର _______ କୁ ବଦଳାଇ ଦେଇଥାଏ ।
Answer:
ଦୃଷ୍ଟିକୋଣ
(d) _______ ହେଉଛି ଏକମାତ୍ର ଗ୍ରହ, ଯେଉଁଠାରେ ଜୀବସତ୍ତା ସମ୍ଭବ ।
Answer:
ପୃଥିବୀ
![]()
(e) ଆମର ବୃଦ୍ଧି ପାଇଁ ________ ଆବଶ୍ୟକ ।
Answer:
ଖାଦ୍ୟ
ଶୂନ୍ୟସ୍ଥାନ ପୂରଣ କର ।
[ବୈଜ୍ଞାନିକ ପଦ୍ଧତି, ବରଫ, ଜଳ, ବାଷ୍ପ, ପର୍ଯ୍ୟବେକ୍ଷଣ]
(a) ଆମେ ବଞ୍ଚିବା ପାଇଁ ଖାଦ୍ୟ ସହିତ _______ ଆବଶ୍ୟକ କରୁ ।
Answer:
ଜଳ
(b) ପାଣି ଥଣ୍ଡା ହେଲେ ______ ରେ ପରିଣତ ହୁଏ ।
Answer:
ବରଫ
(c) ପାଣି ଗରମ ହୋଇ ଫୁଟିଲେ _______ ରେ ପରିଣତ ହୁଏ ।
Answer:
ବାଷ୍ପ
(d) ବୈ ଜ୍ଞାନି କ ମାନେ କୌଣସି ସମସ୍ୟାର ସମାଧାନ ପାଇଁ ______ ଅନୁସରଣ କରନ୍ତି ।
Answer:
ବୈଜ୍ଞାନିକ ପଦ୍ଧତି
(e) ଅନୁମାନକୁ _______ ମାଧ୍ୟମରେ ପରୀକ୍ଷା କରାଯାଏ ।
Answer:
ପର୍ଯ୍ୟବେକ୍ଷଣ
ଶୂନ୍ୟସ୍ଥାନ ପୂରଣ କର ।
[ବୈଜ୍ଞାନିକ ପଦ୍ଧତି, ବିଶ୍ଳେଷଣ, ଅନୁସନ୍ଧି ସ୍କୁ, ଆବିଷ୍କାର, ଦଳଗତ]
(a) ପର୍ଯ୍ୟବେକ୍ଷଣ ଫଳାଫଳକୁ ________ ମାଧ୍ୟମରେ ପରୀକ୍ଷା କରାଯାଏ ।
Answer:
ବିଶ୍ଳେଷଣ
![]()
(b) ପ୍ରତ୍ୟେକ ଘଟଣା ସମ୍ବନ୍ଧରେ ଜାଣିବାକୁ ଚେଷ୍ଟା କରିବା ହିଁ _______ ର ଏକ ଉଦାହରଣ ଅଟେ ।
Answer:
ବୈଜ୍ଞାନିକ ପଦ୍ଧତି
(c) ବିଜ୍ଞାନକୁ ଭଲଭାବରେ ଶିଖୁବା ପାଇଁ. ______ ହେବା ଗୁରୁତ୍ଵପୂର୍ଣ୍ଣ ।
Answer:
ଅନୁସନ୍ଧିତ୍ସୁ
(d) ସମଗ୍ର ବିଶ୍ଵର ବୈଜ୍ଞାନିକମାନେ ପ୍ରାୟତଃ _____ ଭାବରେ ଏକତ୍ର କାର୍ଯ୍ୟ କରିଥାନ୍ତି ।
Answer:
ଦଳଗତ
(e) ସର୍ବଦା ଏକାଠି ହୋଇ _______ କରିବା ଅଧ୍ବକ ମଜାଦାର ହୋଇଥାଏ ।
Answer:
ଆବିଷ୍କାର
ଉକ୍ତିଟି ଭୁଲ ଥିଲେ (✗) ଓ ଠିକ୍ ଥିଲେ (✓) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)
(a) ବିଜ୍ଞାନ ହେଉଛି ଏକ ବିଶାଳ ଏବଂ ଅସରନ୍ତି ଗୋଲକ ଧନ୍ଦା ।
Answer:
(✓)
(b) ଆମ ଆବିଷ୍କାରର କୌଣସି ଅନ୍ତ ନାହିଁ ।
Answer:
(✓)
(c) ପୃଥିବୀରେ ବିଭିନ୍ନ ପ୍ରକାରର ଚମତ୍କାର ଜୀବ ଅଛନ୍ତି ।
Answer:
(✓)
![]()
(d) ଆମର ବୃଦ୍ଧି ପାଇଁ ଖାଦ୍ୟ ଆବଶ୍ୟକ ।
Answer:
(✓)
(e) ଜଳ ଏକ ଅମୂଲ୍ୟ ସମ୍ପଦ ନୁହେଁ ।
Answer:
(✗)
ଉକ୍ତିଟି ଭୁଲ ଥିଲେ (✗) ଓ ଠିକ୍ ଥିଲେ (✓) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)
(a) ପାଣି ଥଣ୍ଡା ହେଲେ ବରଫରେ ପରି ଣତ ହୁଏ ।
Answer:
(✓)
(b) ପାଣି ଗରମ ହୋଇ ଫୁଟିଲେ ବାଷ୍ପରେ ପରିଣତ ହୁଏ ।
Answer:
(✓)
(c) ବିଜ୍ଞାନ ହେଉଛି ଏକ ପର୍ଯ୍ୟାୟକ୍ରମିକ ପ୍ରକ୍ରିୟାକୁ ଅନୁସରଣ କରିବା ।
Answer:
(✓)
(d) ପର୍ଯ୍ୟବେକ୍ଷଣଦ୍ଵାରା ମନରେ କୌତୂହଳ ସୃଷ୍ଟି ହୁଏ ।
Answer:
(✓)
(e) କ୍ଷୀର ଗରମ କରିବା ପାଇଁ ପ୍ରେସର କୁକର ବ୍ୟବହାର କରାଯାଏ ।
Answer:
(✗)
![]()
ଉକ୍ତିଟି ଭୁଲ ଥିଲେ (✗) ଓ ଠିକ୍ ଥିଲେ (✓) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)
(a) ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟ ସର୍ବଦା ବ୍ୟକ୍ତିଗତ ଭାବେ କରାଯାଏ ।
Answer:
(✗)
(b) ସମଗ୍ର ବିଶ୍ଵର ବୈଜ୍ଞାନିକମାନେ ପ୍ରାୟତଃ ଦଳଗତ ଭାବେ ଏକତ୍ର କାର୍ଯ୍ୟ କରନ୍ତି ।
Answer:
(✓)
(c) ବିଜ୍ଞାନ ହେଉଛି ମଜାଦାର ଅନୁସନ୍ଧାନ ର ଗନ୍ତାଘର ।
Answer:
(✓)
(d) ଜଣେ ଜ୍ଞାନୀ ବ୍ୟକ୍ତି ହେବାକୁ ହେଲେ ସର୍ବଦା କାହିଁକି ପ୍ରଶ୍ନ ପଚାରିବା ଜରୁରୀ ଅଟେ ।
Answer:
(✓)
(e) ବିଜ୍ଞାନ ପଢ଼ିବାଦ୍ଵାରା ଆମର ଦକ୍ଷତା ବିକଶିତ ହୋଇଥାଏ ।
Answer:
(✓)
![]()
‘କ’ ସ୍ତମ୍ଭ ଓ ‘ଖ’ ସ୍ତମ୍ଭ ମଧ୍ଯରେ ସମ୍ପର୍କ ସ୍ଥାପନ କର ।
Question 1.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) ନୂତନ ଜିନିଷ ଆବିଷ୍କାର | ମଜାଦାର ଅନୁସନ୍ଧାନର ଗନ୍ତାଘର |
| (b) ଅନୁସନ୍ଧିତ୍ସୁ ହେବା | କାହିଁକି ପ୍ରଶ୍ନ ଅଧ୍ବକ କରିବା |
| (c) ବିଜ୍ଞାନ ସମ୍ବନ୍ଧୀୟ | ବୈଜ୍ଞାନିକ ପଦ୍ଧତି ଅନୁସରଣ |
| (d) ବିଜ୍ଞାନ | କାହିଁକି ଓ କିପରି ପ୍ରଶ୍ନ କରିବା |
| (e) ଜ୍ଞାନୀ ବ୍ୟକ୍ତି | ଦଳଗତ ଭାବରେ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) ନୂତନ ଜିନିଷ ଆବିଷ୍କାର | ବୈଜ୍ଞାନିକ ପଦ୍ଧତି ଅନୁସରଣ |
| (b) ଅନୁସନ୍ଧିତ୍ସୁ ହେବା | କାହିଁକି ଓ କିପରି ପ୍ରଶ୍ନ କରିବା |
| (c) ବିଜ୍ଞାନ ସମ୍ବନ୍ଧୀୟ | ଦଳଗତ ଭାବରେ |
| (d) ବିଜ୍ଞାନ | ମଜାଦାର ଅନୁସନ୍ଧାନର ଗନ୍ତାଘର |
| (e) ଜ୍ଞାନୀ ବ୍ୟକ୍ତି | କାହିଁକି ପ୍ରଶ୍ନ ଅଧ୍ବକ କରିବା |
Question 2.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) ବିଜ୍ଞାନ | ବରଫ |
| (b) ପର୍ଯ୍ୟବେକ୍ଷଣ | ବିଶାଳ ଏବଂ ଅସରନ୍ତି ଗୋଳକ ଧନ୍ଦା |
| (c) ଜଳ | ମଞ୍ଜି ଗଛରେ ପରିଣତ ହେବା |
| (d) ପାଣି ଥଣ୍ଡା ହେବା | ଅମୂଲ୍ୟ ସମ୍ପଦ |
| (e) ପାଣି ଗରମ ହେବା | ବାଷ୍ପ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) ବିଜ୍ଞାନ | ବିଶାଳ ଏବଂ ଅସରନ୍ତି ଗୋଳକ ଧନ୍ଦା |
| (b) ପର୍ଯ୍ୟବେକ୍ଷଣ | ମଞ୍ଜି ଗଛରେ ପରିଣତ ହେବା |
| (c) ଜଳ | ଅମୂଲ୍ୟ ସମ୍ପଦ |
| (d) ପାଣି ଥଣ୍ଡା ହେବା | ବରଫ |
| (e) ପାଣି ଗରମ ହେବା | ବାଷ୍ପ |
![]()
Question 3.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) ପତ୍ର | କୌତୂହଳ |
| (b) ମୋଟର ଗାଡ଼ି | ଗଠନ |
| (c) ଚିନାବାଦାମ ମଞ୍ଜିରୁ ଚୋପା ପୃଥକ | ଗତି |
| (d) କଲମ କାର୍ଯ୍ୟ ନ କରିବା | ପ୍ରଣାଳୀ |
| (e) ପର୍ଯ୍ୟବେକ୍ଷଣ | ବୈଜ୍ଞାନିକ ପଦ୍ଧତି |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) ପତ୍ର | ଗଠନ |
| (b) ମୋଟର ଗାଡ଼ି | ଗତି |
| (c) ଚିନାବାଦାମ ମଞ୍ଜିରୁ ଚୋପା ପୃଥକ | ପ୍ରଣାଳୀ |
| (d) କଲମ କାର୍ଯ୍ୟ ନ କରିବା | ବୈଜ୍ଞାନିକ ପଦ୍ଧତି |
| (e) ପର୍ଯ୍ୟବେକ୍ଷଣ | କୌତୂହଳ |
ପ୍ରଥମ ଯୋଡ଼ିର ସମ୍ପର୍କକୁ ଦେଖୁ ଦ୍ଵିତୀୟ ଯୋଡ଼ିରେ ଶୂନ୍ୟସ୍ଥାନ ପୂରଣ କର ।
(a) ମଞ୍ଜି : ଗଛ ହେବା :: ସଁବାଳୁଆ : __________
Answer:
ପ୍ରଜାପତିରେ ପରିଣତ ହେବା
(b) ପାଣି ଥଣ୍ଡା ହେବା : ବରଫ :: ପାଣି ଗରମ ହେବା : ______
Answer:
ବାଷ୍ପ
(c) ପର୍ଯ୍ୟବେକ୍ଷଣ : କୌତୂହଳ :: ଫଳାଫଳ : ________
Answer:
ବିଶ୍ଳେଷଣ
(d) ସମୁଦ୍ର : ଗଭୀରତା :: ମହାକାଶ : _______
Answer:
ବିଶାଳତା
![]()
(e) ଉଦ୍ଭଦ : ଖାଦ୍ୟପ୍ରସ୍ତୁତ କରି ପାରନ୍ତି :: ପ୍ରାଣୀ : _______
Answer:
ଖାଦ୍ୟ ପ୍ରସ୍ତୁତ କରିପାରନ୍ତି ନାହିଁ
ସଂକ୍ଷିପ୍ତ ପ୍ରଶ୍ନୋତ୍ତର
Question 1.
କେଉଁ ପ୍ରକାର କାର୍ଯ୍ୟ କରିବାର ମାଧ୍ୟମ ବିଜ୍ଞାନ ଅଟେ ?
Answer:
- ଆମେ ରହୁଥିବା ଦୁନିଆକୁ ବୁଝିବା
- ବିଶ୍ଵର ରହସ୍ୟକୁ ଉନ୍ମୋଚନ କରିବା
- ପର୍ଯ୍ୟବେକ୍ଷଣ କରିବା
- ପରୀକ୍ଷା ନିରୀକ୍ଷା କରିବା
Question 2.
କେଉଁ କାରଣରୁ ଆମେ ଜିଜ୍ଞାସୁ ହେବା ଆବଶ୍ୟକ ଅଟେ ?
Answer:
- ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରି, ଦୁନିଆକୁ ଅନୁସନ୍ଧାନ କରିବା ।
- ବିଭିନ୍ନ ଘଟଣା ଘଟିବାର ପ୍ରକ୍ରିୟା ବିଷୟରେ ବୁଝିବାକୁ ଚେଷ୍ଟା କରିବା ।
Question 3.
କେଉଁ ଘଟଣାକୁ ଅଧ୍ୟୟନ କଲେ ନୂଆ ଓ ରୋମାଞ୍ଚକର ତଥ୍ୟ ଆବିଷ୍କୃତ ହୋଇଥାଏ ?
Answer:
- ଛୋଟ ଛୋଟ ବାଲିଦାନାରୁ ବିଶାଳ ପର୍ବତ କିପରି ସୃଷ୍ଟି ହୁଏ ।
- ଘାସରୁ ବିଶାଳ ଜଙ୍ଗଲ କିପରି ସୃଷ୍ଟି ହୁଏ ।
![]()
Question 4.
କେଉଁ ପ୍ରକାର ଭାବନା ଆମକୁ ଆଶ୍ଚର୍ଯ୍ୟ କରିଥାଏ ?
Answer:
- ରାତିରେ ଆକାଶରେ ତାରାଗୁଡ଼ିକ କାହିଁକି ଚକ୍ରମକ୍ କରନ୍ତି ?
- ଫୁଲ କେତେବେଳେ ଫୁଟିବ ବୋଲି କିପରି ଜାଣି ଥାଏ ।
Question 5.
‘‘ବିଜ୍ଞାନ ହେଉଛି ଏକ ବିଶାଳ ଏବଂ ଅସରନ୍ତି ଗୋଲକ ଧନ୍ଦା’’ କାହିଁକି ?
Answer:
- ଆମେ କରୁଥିବା ପ୍ରତ୍ୟେକ ନୂତନ ଆବିଷ୍କାର ଏଥିରେ ଯୋଡ଼ି ହୁଏ ।
- ଆମ ଆବିଷ୍କାରର କୌଣସି ଅନ୍ତ ନାହିଁ ।
- ନୂତନ ଆବିଷ୍କାର ଆମର ଦୃଷ୍ଟିକୋଣକୁ ବଦଳାଇ ଦେଇଥାଏ ।
Question 6.
ଆମେ ଅଧିକରୁ ଅଧିକ ନୂଆ କଥା ଜାଣିଲେ କ’ଣ ହେବ ?
Answer:
- ଅନେକ କୌତୂହଳପୂର୍ଣ୍ଣ ତଥ୍ୟ ପାଇବା ।
- କିଛି ଚିନ୍ତନମୂଳକ ପରୀକ୍ଷଣ କରିପାରିବା ।
- ଆମେ ଅନୁଭବ କରିପାରିବା ଯେ ଏହିସବୁ ଧାରଣା ପରସ୍ପର ସହ ଜଡ଼ିତ ।
![]()
Question 7.
କେଉଁ କାରଣରୁ ଆମ ପୃଥିବୀକୁ ସୁରକ୍ଷିତ ରଖୁବା ଉଚିତ ଅଟେ ?
Answer:
- ଏହା ହେଉଛି ଏକମାତ୍ର ଗ୍ରହ ଯେଉଁଠାରେ ଜୀବସଭା ସମ୍ଭବ ।
- ଏହି ଗ୍ରହରେ ଚମତ୍କାର ଜୀବ ତଥା ପ୍ରାଣୀ ଓ ଉଭିଦ ଅଛନ୍ତି ।
Question 8.
ଯେ କୌଣସି ୨ଟି ପର୍ଯ୍ୟବେକ୍ଷଣର ଉଦାହରଣ ଦର୍ଶାଅ ।
Answer:
- ମଞ୍ଜି ଗଛରେ ପରିଣତ ହେବା ।
- ଏକ ସଂବାଳୁଆ ସୁନ୍ଦର ପ୍ରଜାପତିରେ ପରିଣତ ହେବା ।
Question 9.
ଆମର ବୃଦ୍ଧି ପାଇଁ କ’ଣ ନିହାତି ଆବଶ୍ୟକ ଅଟେ ?
Answer:
- ଆମର ବୃଦ୍ଧି ପାଇଁ ଖାଦ୍ୟ ଆବଶ୍ୟକ ।
- ଆମେ ବଞ୍ଚିବା ପାଇଁ ଖାଦ୍ୟ ସହିତ ଜଳ ମଧ୍ୟ ଆବଶ୍ୟକ ଅଟେ ।
Question 10.
କେଉଁ କାର୍ଯ୍ୟଗୁଡ଼ିକ ଅନୁସନ୍ଧିସ୍ମ ଭାବନାକୁ ଜାଗ୍ରତ କରାଇଥାଏ ?
Answer:
- ବିଭିନ୍ନ ପ୍ରକାର ପତ୍ରର ଗଠନ ।
- ଜିନିଷଗୁଡ଼ିକ କିପରି ଗତି କରନ୍ତି ।
- ଚିନାବାଦାମ ମଞ୍ଜିରୁ ଚୋପାକୁ କିପରି ଅଲଗା କରାଯାଏ ।
![]()
Question 11.
ତୁମ କଲମ ଚାଲିବା ବନ୍ଦ ହୋଇଗଲେ ତୁମେ କ’ଣ କରିବ ?
Answer:
- ଆମେ ଅନୁମାନ କରିବୁ ଯେ, ବୋଧହୁଏ କାଳି ଶେଷ ହୋଇଯାଇଛି ।
- ବୋଧହୁଏ କାଳି ଶୁଖୁ ଯାଇଥବ ବା କଲମର ମୁନ ଖସି ପଡ଼ିଥିବ ।
Question 12.
ଜାଣିବାକୁ ଚେଷ୍ଟା କରିବା ହିଁ ବୈଜ୍ଞାନିକ ପଦ୍ଧତିର ଉଦାହରଣ କିପରି ?
Answer:
- ଆମ କଲମଟି କାହିଁକି ଲେଖୁ ଲେଖୁ ବନ୍ଦ ହୋଇଗଲା ।
- ବସ୍ତୁଟିର ଉପରୁ ତଳକୁ କାହିଁକି ଖସିପଡ଼ିଲା ।
- ଚାଲୁଥିବା ଘଣ୍ଟାଟି କାହିଁକି ବନ୍ଦ ହୋଇଗଲା ।
- ଜଳୁଥିବ। ଗ୍ୟାସ୍ ଚୁଲ। କାହିଁକି ବନ୍ଦ ହୋଇଗଲା ।
Question 13.
ବିଜ୍ଞାନ ଆମକୁ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବାରେ କିପରି ସାହାଯ୍ୟ କରେ ?
Answer:
- କୌଣସି ସମସ୍ୟାର ସମାଧାନ ହେଉଛି ଏକ ପର୍ଯ୍ୟାୟକ୍ରମିକ ପ୍ରକ୍ରିୟା ।
- ପ୍ରଥମେ ପର୍ଯ୍ୟବେକ୍ଷଣ କରାଯାଇ କେତେକ ପ୍ରଶ୍ନ ପ୍ରସ୍ତୁତ କରାଯାଏ ।
- ଦ୍ଵିତୀୟରେ ପ୍ରଶ୍ନଗୁଡ଼ିକରେ ସମ୍ଭାବ୍ୟ ଉତ୍ତର ଅନୁମାନ କରାଯାଏ ।
- ତୃତୀୟରେ ଅନୁମାନକୁ ଅଧିକ ପର୍ଯ୍ୟବେକ୍ଷଣ ମାଧ୍ୟମରେ ପରୀକ୍ଷା କରାଯାଏ ।
- ଶେଷରେ ଫଳାଫଳକୁ ବିଶ୍ଳେଷଣ କରାଯାଇ ସିଦ୍ଧାନ୍ତରେ ଉପନୀତ ହେବାକୁ ପଡ଼େ ।
![]()
Question 14.
ବୈଜ୍ଞାନିକ ପଦ୍ଧତି ଅନୁସରଣର 3 ଟି ଉଦାହରଣ ପ୍ରଦାନ କର ।
Answer:
- ରୋଷେଇ କରୁଥିବା ବ୍ୟକ୍ତି ଭାବୁଥିବେ ଯେ, ପ୍ରେସର କୁକରରୁ ଡାଲି କାହିଁକି ବାହାରିଲା ?
- ସାଇକେଲ୍ ମରାମତି କରୁଥିବା ବ୍ୟକ୍ତି ଭାବୁଥିବେ ଯେ, ଟ୍ୟୁବ୍ର କେଉଁ ସ୍ଥାନରେ ଛିଦ୍ର ହେଲା ?
- ଇଲେକ୍ଟ୍ରିସିଆନ ଜାଣିବାକୁ ଚେଷ୍ଟା କରୁଥିବେ ଯେ, ବଲ୍ବ କାହିଁକି ଜଳୁନାହିଁ ?
Question 15.
ଦୈନନ୍ଦିନ ଜୀବନର କେତେକ ପରିସ୍ଥିତି ବର୍ଣ୍ଣନା କର ଯେଉଁଠି ତୁମେ ଅନୁଭବ କରିଥୁବ ଯେ, କେହି ଜଣେ ବୈଜ୍ଞାନିକ ପଦ୍ଧତି ଅନୁସରଣ କରୁଛନ୍ତି ?
Answer:
ଉଦାହରଣ – I : ବଗିଚାରେ ଥିବା ଗଛଗୁଡ଼ିକ କାହିଁକି ବାରମ୍ବାର କୀଟଦ୍ଵାରା ଆକ୍ରାନ୍ତ ହେଉଅଛି ?
ଉଦାହରଣ – II : କେଉଁ କାରଣରୁ ଗୃହର ଇଲେକ୍ଟ୍ରିକ୍ ବିଲ୍ ଅଧ୍ଵ କ ପରି ମାଣରେ ଆସୁଅଛି ?
ଉଦାହରଣ – III : ଘର ଭିତରକୁ ମୁଷା, ଅସରପା ଓ ଝିଟିପିଟି ଇତ୍ୟାଦି ଜୀବ କାହିଁକି ଆସୁଛନ୍ତି ?
ଉଦାହରଣ – IV : ପାନୀୟ ଜଳର ସ୍ଵାଦରେ କାହିଁକି ପରିବର୍ତ୍ତନ ହେଉଅଛି ?
ଉଦାହର ଣ – V : ଜ୍ଵର ହେଲେ ତାପମାତ୍ରାରେ ପରିବର୍ତ୍ତନ କାହିଁକି ହେଉଅଛି ?
Question 16.
କେଉଁ କାରଣରୁ ବିଜ୍ଞାନ ମଜାଦାର ଅନୁସନ୍ଧାନର ଗନ୍ତାଘର ଅଟେ ?
Answer:
- ବୈଜ୍ଞାନିକ ଯାତ୍ରାକୁ ଉପଭୋଗ କରିହେବ ।
- ଅନୁସନ୍ଧାନଗୁଡ଼ିକୁ ଜାରି ରଖୁହେବ ।
- ବିଶ୍ଵର ଆଶ୍ଚର୍ଯ୍ୟଜନକ ରହସ୍ୟ ସମ୍ବନ୍ଧରେ ଚିନ୍ତା କରିହେବ ।
- ପ୍ରଶ୍ନ ପଚାରିବା ଜାରି ରଖୁହେବ ।
- ଦଳଗତ ଭାବେ ଏକତ୍ର କାର୍ଯ୍ୟ କରିହେବ
- ଚତୁଃପାର୍ଶ୍ଵ କୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିହେବ ।
- ନୂତନ ତଥ୍ୟ ଆବିଷ୍କୃତ ହୋଇପାରିବ ।
ଦୀର୍ଘ ପ୍ରଶ୍ନୋତ୍ତର
Question 1.
ପାଠ୍ୟପୁସ୍ତକର ନାମ ଜିଜ୍ଞାସା ହେବାର ଯଥାର୍ଥତା କ’ଣ ?
Answer:
(a) ଜୀବନଧାରଣର ମାନବୃଦ୍ଧି ପାଇଁ ବିଜ୍ଞାନ ଏକାନ୍ତ ଅପରିହାର୍ଯ୍ୟ । ଶିକ୍ଷାର୍ଥୀମାନଙ୍କ ଜ୍ଞାନକୁ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରଖ୍ ସେମାନଙ୍କୁ ବାହ୍ୟଜଗତ ସହ ସଂଯୁକ୍ତ କରିବା ଏହି ପାଠ୍ୟକ୍ରମର ଉଦ୍ଦେଶ୍ୟ ଅଟେ ।
(b) ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ବିଭିନ୍ନ ବିଷୟକୁ ନେଇ କୌତୂହଳ ତଥା ବୈ ଜ୍ଞାନି କ ଚିନ୍ତାଧାରାର ଉଦ୍ରେକ କରିବାରେ ଏହି ପାଠ୍ୟପୁସ୍ତକ ସହାୟକ ହୋଇପାରିବ ।
(c) ଏହି ପାଠ୍ୟକ୍ରମ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କର ବୈଜ୍ଞାନିକ ମନୋବୃତ୍ତି ଓ ସୃଜନ ଶୀଳତା ବୃଦ୍ଧି କରି ସେମାନଙ୍କ ମନରେ ସୃଷ୍ଟି ହେଉଥିବ । ସନ୍ଦେହମୋଚନ କରାଯାଇପାରିବ ।
(d) ବିଦ୍ୟାର୍ଥୀମାନେ ସମସ୍ୟା ସମାଧାନ ନିମନ୍ତେ ଉଦ୍ଦିଷ୍ଟ ସୋପାନ ସମ୍ବନ୍ଧରେ ଅବଗତ ହେବେ ଏବଂ ପ୍ରତ୍ୟେକ ଘଟଣା ସହିତ ଜଡ଼ିତ ବିଜ୍ଞାନ ସମ୍ମତ କାରଣଗୁଡ଼ିକୁ ଚିନ୍ତନ ମାଧ୍ୟମରେ ଅନୁ ସନ୍ଧା। ନ କ ରି ବ।ରେ ସ ଫ ଳ ହୋଇପାରିବେ ।
(e) ବିଜ୍ଞାନ ମଜାଦାର ଅନୁସନ୍ଧାନର ଗନ୍ତାଘର ହୋଇଥିବାରୁ ଅଧିକରୁ ଅଧିକ କାହିଁକି ଓ କିପରି ପ୍ରଶ୍ନ ପଚାରିବାଦ୍ଵାରା ବିଦ୍ୟାର୍ଥୀମାନଙ୍କର ଚିନ୍ତା ପ୍ରରୋଚିତ ପ୍ରଶ୍ନ ପଚାରିବା ଏବଂ ଶିକ୍ଷକମାନଙ୍କୁ ମାର୍ଗ ଦ ର୍ଶ ନ ଦେବାରେ ସ ହ। ୟ କ ହୋଇପାରିବ ।
![]()
Question 2.
ଜିଜ୍ଞାସା ଅନୁମୋଦିତ ସମସ୍ୟାର ସମାଧାନ ପାଇଁ କେଉଁ କେଉଁ ସୋପାନଗୁଡ଼ିକୁ ଅବଲମ୍ବନ କରିବାକୁ ପଡ଼ିଥାଏ ?
Answer:
(a) ଉପକ୍ର ମ : ସମସ୍ୟା ସମ୍ବନ୍ଧରେ ଅବଗତ ହେବା ।
(b) ଉଦ୍ଦେଶ୍ୟ : ସମାସ୍ୟାର ସମାଧାନ ହେଲେ କେଉଁ ଉଦ୍ଦେଶ୍ୟ ସାଧ୍ୟ ହେବ ।
(c) ହାଇପୋଥେସିସ୍ : କାହିଁକି ଏହି ସମସ୍ୟାଟି ବଛାଗଲା ।
(d) ପ୍ରାସଙ୍ଗିକତା । : ଏହି ସମସ୍ୟା କାହିଁ କି ଗୁରୁତ୍ଵପୂର୍ଣ୍ଣ ।
(e) ସମୀକ୍ଷା : ସମସ୍ୟା ସମାଧାନରେ ଅନ୍ୟମାନଙ୍କ ସହାୟତା ।
(f) ତଥ୍ୟ ସଂଗ୍ରହ ପଦ୍ଧତି : ପ୍ରତ୍ୟକ୍ଷ ବା ପରୋକ୍ଷ ବା ପର୍ଯ୍ୟବେକ୍ଷଣ ।
(g) ତଥ୍ୟ ବିଶ୍ଳେଷଣ : ସାକ୍ଷାତକାର ବା ସର୍ବେକ୍ଷଣ ତଥ୍ୟର ତର୍ଜମା ।
(h) ଉପସଂହାର : ଆମେ କେଉଁ ସିଦ୍ଧାନ୍ତରେ ଉପନୀତ ହେଲୁ ।