BSE Odisha 10th Class History Notes Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

Odisha State Board BSE Odisha 10th Class History Notes Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା will enable students to study smartly.

BSE Odisha Class 10 History Notes Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:

→ ଆନ୍ଦୋଳନର ପୃଷ୍ଠଭୂମି :

  • ଭାରତ ଛାଡ଼ ଆନ୍ଦୋଳନ ବ୍ରିଟିଶ୍ ଶାସନ ବିରୋଧରେ ମହାତ୍ମା ଗାନ୍ଧିଙ୍କ ଶେଷ ଗଣ ଆନ୍ଦୋଳନ ଥିଲା ।
  • ଏହି ଆନ୍ଦୋଳନ ମାଧ୍ୟମରେ ଇଂରେଜ ସରକାରଙ୍କୁ ଭାରତ ଛାଡ଼ିବାପାଇଁ ଆହ୍ୱାନ ଦିଆଯାଇଥିଲା ।
  • ଅଗଷ୍ଟ ମାସରେ ଏହି ଆନ୍ଦୋଳନ ତୀବ୍ର ଓ ବ୍ୟାପକ ହୋଇଥିଲା । ତେଣୁ ଇତିହାସରେ ଏହା ‘ଅଗଷ୍ଟ ବିପ୍ଳବ’ ନାମରେ ଖ୍ୟାତ ।
  • ୧୯୩୯ ମସିହା ସେପ୍ଟେମ୍ବର ୩ ତାରିଖରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୋଇଥିଲା ।
    ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା
  • ତତ୍କାଳୀନ ବଡ଼ଲାଟ ଲର୍ଡ ଲିନ୍‌ଲିଥ୍‌। ଜାତୀୟ କଂଗ୍ରେସ କିମ୍ବା ଭାରତୀୟ ନେତୃବର୍ଗଙ୍କ ସହ ବିନା ପରାମର୍ଶରେ ଭାରତକୁ ମିତ୍ରଶକ୍ତିର ପକ୍ଷଭୁକ୍ତ କରାଇଥିଲେ । ଏହାର ପ୍ରତିବାଦରେ ୧୯୩୯ ସେପ୍ଟେମ୍ବର ୧୪ରେ ଜାତୀୟ କଂଗ୍ରେସ ପ୍ରସ୍ତାବ ଗ୍ରହଣ କଲା ଯେ ଭାରତୀୟମାନଙ୍କୁ ନିଜର ସମ୍ବିଧାନ ପ୍ରସ୍ତୁତି ଓ ଏକ ଜନପ୍ରିୟ ସରକାର ପ୍ରତିଷ୍ଠା ପାଇଁ ସମ୍ମତି ନ ମିଳିବା ପର୍ଯ୍ୟନ୍ତ ମିତ୍ରଶକ୍ତିକୁ କୌଣସି ସାହାଯ୍ୟ ପ୍ରଦାନ କରାଯିବ ନାହିଁ ।
  • ୧୯୩୯ ସେପ୍ଟେମ୍ବର ୨୨ ତାରିଖରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ସରକାରଙ୍କ ଘୋଷଣାର ଦୃଢ଼ ନିନ୍ଦା କରିବା ସହ ଆଠଟି ପ୍ରଦେଶରେ ଅବସ୍ଥାପିତ କଂଗ୍ରେସ ମନ୍ତ୍ରୀମଣ୍ଡଳକୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଲେ ।

BSE Odisha 10th Class History Notes Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

  • ପରିସ୍ଥିତିର ଜଟିଳତା ଦୃଷ୍ଟିରୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଦୁଇଟି ସର୍ଭରେ ବ୍ରିଟିଶ୍ ସରକାରଙ୍କୁ ସାହାଯ୍ୟ କରିବାପାଇଁ ନିଷ୍ପତ୍ତି ନେଲା । ପ୍ରଥମତଃ ଯୁଦ୍ଧ ସମାପ୍ତି ପରେ ଭାରତକୁ ପୂର୍ଣ୍ଣ ସ୍ଵାଧୀନତା ପ୍ରଦାନ କରାଯିବ ଓ ଦ୍ବିତୀୟତଃ ତତ୍‌କ୍ଷଣାତ୍‌ ସମସ୍ତ ଦଳର ପ୍ରତିନିଧିଙ୍କୁ ନେଇ ଭାରତରେ ଏକ ଜାତୀୟ ସରକାର ଅବସ୍ଥାପିତ ହେବ ।
  • ଇଂରେଜ ସରକାର ଭାରତୀୟମାନଙ୍କୁ କେତେକ ସୁବିଧା ଦେବା ନିମନ୍ତେ ୧୯୪୦ ମସିହା ଅଗଷ୍ଟ ୮ ତାରିଖରେ ଘୋଷଣା ଜାରି କରିଥିଲେ ।
  • ‘ଅଗଷ୍ଟ ଦାନ’ ନାମରେ ପରିଚିତ ଏହି ଘୋଷଣାକୁ କଂଗ୍ରେସ ଓ ମୁସ୍‌ଲିମ୍ ଲିଗ୍ ପ୍ରତ୍ୟାଖ୍ୟାକ କଲେ ।
  • ଏହା ପରେ ଗାନ୍ଧିଜୀ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ କଲେ । ୧୯୪୧ ସୁଦ୍ଧା ୨୫,୦୦୦ରୁ ଊର୍ଦ୍ଧ୍ବ ସତ୍ୟାଗ୍ରହୀ ଗିରଫ ହୋଇଥିଲେ ।
  • ବ୍ୟକ୍ତିଗତ ସତ୍ୟାଗ୍ରହର ପ୍ରଥମ ଓ ଦ୍ୱିତୀୟ ସତ୍ୟାଗ୍ରହୀ ଯଥାକ୍ରମେ ଆଚାର୍ଯ୍ୟ ବିନୋବା ଭାବେ ଓ ଜବାହରଲାଲ ନେହେରୁ ଥିଲେ ।
  • ଗାନ୍ଧିଜୀଙ୍କର ଏହି ବ୍ୟକ୍ତିଗତ ସତ୍ୟାଗ୍ରହର ପ୍ରଭାବରେ ଆମେରିକା, ଚୀନ୍ ଓ ଅଷ୍ଟ୍ରେଲିଆ ଏପରିକି ଇଂଲଣ୍ଡର ଜନସାଧାରଣ ମଧ୍ୟ ଭାରତୀୟମାନଙ୍କ ଦାବିକୁ ଗ୍ରହଣ କରିନେବାପାଇଁ ବ୍ରିଟିଶ୍ ସରକାରଙ୍କ ଉପରେ ଚାପ ପକାଇଲେ ।

→ କ୍ରିପ୍‌ସ୍ ମିଶନ :

  • ଇଂଲଣ୍ଡର ତତ୍କାଳୀନ ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ୍ ଏସ୍. ଚର୍ଚ୍ଚିଲ୍ ୧୯୪୨ ମସିହା ମାର୍ଚ୍ଚ ମାସରେ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ସାର୍ ଷ୍ଟାଫୋର୍ଡ଼ କ୍ରିପ୍‌ସ୍‌ଙ୍କ ନେତୃତ୍ୱରେ ଏକ ପ୍ରତିନିଧୂ ଦଳ ଭାରତ ପଠାଇଥିଲେ ।
  • ସ୍ୱାୟତ୍ତ ଶାସନ ଅଧିକାର ଦିଆଯିବ । ଦ୍ଵିତୀୟତଃ ଭାରତବାସୀ ନିଜ ପାଇଁ ସମ୍ବିଧାନ କ୍ରିପସ୍ ମିଶନ ପ୍ରସ୍ତାବ ଦେଲା ଯେ ଭାରତକୁ ବ୍ରିଟିଶ୍ ସାମ୍ରାଜ୍ୟର ଏକ ଅଂଶରୂପେ ପ୍ରସ୍ତୁତ କରିବାର ଅଧିକାର ପାଇବେ, ମାତ୍ର କୌଣସି ପ୍ରଦେଶ ଏହି ସମ୍ବିଧାନକୁ ଗ୍ରହଣ ନ କଲେ ପୃଥକ୍ ସମ୍ବିଧାନ ପ୍ରସ୍ତୁତ କରିପାରିବ । କ୍ରିପସ୍ ମିଶନର ଏହି ପ୍ରସ୍ତାବକୁ ସବୁଦଳ ପ୍ରତ୍ୟାଖ୍ୟାନ କଲେ ।
    ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା 1

→ ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବ :

  1. ଦ୍ଵିତୀୟ ବିଶ୍ୱଯୁଦ୍ଧଜନିତ ନୈରାଶ୍ୟ, ଅନିଶ୍ଚିତତା ଓ ଅବ୍ୟବସ୍ଥାରୁ ଦେଶକୁ ରକ୍ଷା କରିବାପାଇଁ ପ୍ରଥମେ ଇଂରେଜମାନଙ୍କୁ ଭାରତ ଛାଡ଼ିବାକୁ ପଡ଼ିବ ବୋଲି କଂଗ୍ରେସ ନେତାମାନଙ୍କର ହୃଦ୍‌ବୋଧ ହେଲା । ତେଣୁ ଗାନ୍ଧିଜୀ ବ୍ରିଟିଶ୍ ସରକାର ବିରୋଧରେ ଏକ ବଡ଼ ଧରଣର ଆନ୍ଦୋଳନ କରିବାକୁ ଯୋଜନା କଲେ ।
  2. ୧୯୪୨ ମସିହା ଜୁଲାଇ ୧୪ ତାରିଖ ଦିନ ୱାର୍ଦ୍ଧାଠାରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏକ ଐତିହାସିକ ନିଷ୍ପତ୍ତି ନେଲେ ଯେ ଭାରତରେ ବ୍ରିଟିଶ୍ ଶାସନର ଅବସାନ ଘଟିବା ଉଚିତ ଏବଂ ଏଥପାଇଁ ‘ଭାରତ ଛାଡ଼’ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।
  3. ୧୯୪୨ ଅଗଷ୍ଟ ୭ ତାରିଖରେ ମୁମ୍ବାଇଠାରେ କଂଗ୍ରେସର ସାଧାରଣ ଅଧିବେଶନରେ ସଭାପତି ମୌଲାନା ଆବୁଲ କାଲାମ ‘ଭାରତ ଛାଡ଼’ ଆନ୍ଦୋଳନର ଅର୍ଥ ବ୍ୟାଖ୍ୟା କଲେ ଓ ଜବାହରଲାଲ ନେହେରୁ ଭାରତ ଛାଡ଼ ପ୍ରସ୍ତାବ ଆଗତ କଲେ । ଅଗଷ୍ଟ ୮ ତାରିଖରେ କଂଗ୍ରେସ ଏହି ପ୍ରସ୍ତାବକୁ ଅନୁମୋଦନ କଲା ।
  4. ଗାନ୍ଧିଜୀ ଦେଶବାସୀଙ୍କୁ ସ୍ଵାଧୀନତା ପ୍ରାପ୍ତି ନିମନ୍ତେ ‘କର ବା ମର’ ଆହ୍ବାନ ଦେଇଥିଲେ ।

BSE Odisha 10th Class History Notes Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

→ ଭାରତ ଛାଡ଼ ଆନ୍ଦୋଳନର କାର୍ଯ୍ୟକ୍ରମ :

  • ଭାରତ ଛାଡ଼ ଆନ୍ଦୋଳନ ସମୟରେ ନିମ୍ନଲିଖ୍ କାର୍ଯ୍ୟକ୍ରମ ଗ୍ରହଣ କରାଗଲା :
    (i) ଶ୍ରମିକ ଓ କୃଷକମାନେ ଭୂରାଜସ୍ୱ ଦେବା ବନ୍ଦ କରିବେ, ଇଂରେଜ କର୍ମଚାରୀଙ୍କୁ କୌଣସି ଖାଦ୍ୟପଦାର୍ଥ ବିକ୍ରି କରାଯିବ ନାହିଁ ଓ କାଗଜ ନୋଟ ଗ୍ରହଣ କରାଯିବ ନାହିଁ ।
    (ii) ରାସ୍ତାଘାଟ, ଯାନବାହନ, ଟେଲିଗ୍ରାଫ୍ ଓ ରେଳ ବିଭାଗକୁ ଅଚଳ କରାଯିବ ।
    (iii) ଥାନା, କୋର୍ଟ ଓ ଜେଲଖାନାକୁ ଅହିଂସା ମାର୍ଗରେ ଭାରତୀୟମାନଙ୍କ ଆୟତ୍ତରେ ରଖାଯିବ ।
    (iv) ସାଧାରଣ ଜନତା ଅହିଂସା ମାର୍ଗ ଗ୍ରହଣ କରିବେ ।
  • ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହେବାର ପରଦିନ ମହାତ୍ମା ଗାନ୍ଧି ଓ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟମାନଙ୍କୁ ଗିରଫ କରାଗଲା ।
  • ଜବାହରଲାଲ ନେହେରୁ, ମୌଲାନା ଆବୁଲ କାଲାମ ଆଜାଦ୍, ଜେ.ବି. କ୍ରିପାଳିନି, ଗୋବିନ୍ଦବଲ୍ଲଭ ପନ୍ଥ ଆଦି ଅନ୍ୟାନ୍ୟ ନେତାଙ୍କୁ ଅହମ୍ମଦାବାଦ ଦୁର୍ଗରେ ବନ୍ଦୀ କରି ରଖାଗଲା ।
  • ଗାନ୍ଧିଜୀଙ୍କୁ ପୁନାର ଆଗା ଖାଁ ପାଲେସ୍‌ରେ ବନ୍ଦୀ କରି ରଖାଯାଇଥିଲା ।
  • ଜାତୀୟ କଂଗ୍ରେସକୁ ବେଆଇନ ଘୋଷଣା କରାଗଲା । ସମାଜବାଦୀ ଦଳର ନେତା ଜୟପ୍ରକାଶ ନାରାୟଣ, ରାମମନୋହର ଲୋହିଆ ଓ ଅରୁଣା ଆସଫ୍ ଅଲ୍ଲୀଙ୍କ ନେତୃତ୍ୱରେ ଆନ୍ଦୋଳନ ପରିଚାଳିତ ହେଲା ।

→ ଆନ୍ଦୋଳନର ବ୍ୟାପକତା :

  • ମହାରାଷ୍ଟ୍ରରେ ଭାରତ ଛାଡ଼ ଆନ୍ଦୋଳନର ଶୁଭାରମ୍ଭ ହୋଇଥିଲା । ଏହି ବାର୍ତ୍ତା ମୁମ୍ବାଇ ୱାୟରଲେସ୍ କେନ୍ଦ୍ରଦ୍ୱାରା ପ୍ରଚାର କରାଯାଇଥିଲା ।
  • ଏଥ‌ିରେ କୃଷକମାନେ ଥାନା ଘେରାଉ କରି ପୋଲିସ୍ ଅଫିସରମାନଙ୍କୁ ଆୟତ୍ତାଧୀନ କରିଥିଲେ ।
  • ଗୁଜରାଟରେ ହରତାଳ ପାଳନ କରାଯାଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରାଯାଇଥିଲା ।
  • କର୍ଣ୍ଣାଟକରେ ସରକାରୀ ଅଫିସ୍, ରେଳଷ୍ଟେସନ୍ ଓ ଡାକଘର ଜନସାଧାରଣଙ୍କ କ୍ରୋଧର ଶିକାର ହେଲା ।
  • ବଙ୍ଗଳା ଓ ବିହାରରେ ଗାନ୍ଧିଜୀଙ୍କର ‘କର ବା ମର’ ମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇ ସାଧାରଣ ଜନତା ଆନ୍ଦୋଳନ ଚାଲୁ ରଖୁଥିଲେ ।
  • ୧୯୪୨ ମସିହା ଅଗଷ୍ଟ ୧୧ ତାରିଖରେ ଛାତ୍ରମାନେ ପାଟନା ସଚିବାଳୟର ପୂର୍ବ ଦ୍ଵାରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
  • ସମଗ୍ର ଦେଶରେ ହରତାଳ, ଶୋଭାଯାତ୍ରା ଓ ସଭାସମିତି କରାଯାଇ ବ୍ରିଟିଶ୍ ସରକାରଙ୍କ ବିରୋଧରେ ଜନମତ ପ୍ରକାଶ କରାଗଲା ।

BSE Odisha 10th Class History Notes Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

→ ସରକାରଙ୍କ ଦମନ ପ୍ରକ୍ରିୟା :

  1. ଭାରତ ଛାଡ଼ ଆନ୍ଦୋଳନର ତୀବ୍ରତା ଦେଖ୍ ତାକୁ ଦମନ କରିବାପାଇଁ ଇଂରେଜ ସରକାର ବହୁ ଅମାନୁଷିକ ପଦକ୍ଷେପ ଗ୍ରହଣ କରିଥିଲେ ।
  2. ସରକାର ସଭା ଓ ଶୋଭଯାତ୍ରାକୁ ବେଆଇନ ଘୋଷଣା କରିଥିଲେ । ଲାଠିପ୍ରହାର ଓ ଗୁଳିଚାଳନା ଏକ ସାଧାରଣ ଘଟଣାରେ ପରିଣତ ହୋଇଯାଇଥିଲା ।
  3. ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଚଢିଲ୍ ବ୍ରିଟିଶ୍ ହାଉସ୍ ଅଫ୍ କମନ୍ସରେ ୧୯୪୨ ମସିହା ସେପ୍ଟେମ୍ବର ୧୦ ତାରିଖରେ ଭାରତ ଛାଡ଼ ଆନ୍ଦୋଳନକୁ ଦମନ କରାଯାଇଛି ବୋଲି ଘୋଷଣା କରିଥିଲେ ।

→ ଆନ୍ଦୋଳନ ପ୍ରଶମନର କାରଣ :

  • ନେତୃତ୍ୱ ଓ ସଙ୍ଗଠନର ଅଭାବ ଯୋଗୁଁ ଆନ୍ଦୋଳନ ଧୀରେ ଧୀରେ ପ୍ରଶମିତ ହୋଇଥିଲା ।
  • କଂଗ୍ରେସ କର୍ମୀଙ୍କ ମଧ୍ୟରେ ସମନ୍ବୟର ଅଭାବ ଥିଲା ।
  • ଦେଶୀୟ ରାଜା, ଜମିଦାର ଓ ବ୍ୟବସାୟୀମାନେ ଏହି ଆନ୍ଦୋଳନ ସପକ୍ଷରେ ନଥିଲେ ।
  • ମୁଖ୍ୟତଃ ସରକାରଙ୍କ ସଶସ୍ତ୍ର ଦମନଲୀଳା ଯୋଗୁଁ ଏହି ଆନ୍ଦୋଳନ ପ୍ରଶମିତ ହୋଇଯାଇଥିଲା ।

→ ଆନ୍ଦୋଳନର ତାତ୍ପର୍ଯ୍ୟ :

  • ଏହି ଆନ୍ଦୋଳନ ଇଂରେଜ ଶାସନକୁ ସମ୍ପୂର୍ଣ ରୂପେ ଦୋହଲାଇ ଦେଇଥିଲା ଓ ପୂର୍ଣ୍ଣ ସ୍ବାଧୀନତା ପାଇଁ ବାଟ ଫିଟାଇ ଦେଇଥିଲା ।
  • ଏହି ଆନ୍ଦୋଳନ ଯଥାର୍ଥରେ ଏକ ବିପ୍ଳବ ଭାବେ ଆଖ୍ୟାୟିତ ହୋଇ ଭାରତର ରାଜନୈତିକ ଇତିହାସରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା ।
  • ଭାରତ ଛାଡ଼ ଆନ୍ଦୋଳନକୁ ୧୭୮୯ ମସିହାର ଫରାସୀ ବିପ୍ଳବ ଓ ୧୯୧୭ ମସିହାର ରୁଷ ବିପ୍ଳବ ସହିତ ତୁଳନା କରାଯାଏ ।

BSE Odisha 10th Class History Notes Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

→ ଭାରତ ଛାଡ଼ ଆନ୍ଦୋଳନରେ ଓଡ଼ିଶାର ଭୂମିକା :
ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା 2

  1. ଭାରତ ଛାଡ଼ ଆନ୍ଦୋଳନ ଓଡ଼ିଶା ଇତିହାସରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିଲା ।
  2. ଆନ୍ଦୋଳନ ଆରମ୍ଭ ହେବାର ଦୁଇଦିନ ମଧ୍ୟରେ ପୋଲିସ୍ ଓଡ଼ିଶାର ସବୁ କଂଗ୍ରେସ ଅନୁଷ୍ଠାନକୁ ବେଆଇନ ଘୋଷଣା କଲା ଓ କଂଗ୍ରେସ କାର୍ଯ୍ୟାଳୟଗୁଡ଼ିକୁ ଦଖଲ କରିନେଲା ।
  3. ମାଳତୀ ଚୌଧୁରୀ ଓ ସୁରେନ୍ଦ୍ରନାଥ ଦ୍ବିବେଦୀ ଅଗଷ୍ଟ ୧୧ ତାରିଖରେ ମୁମ୍ବାଇ କଂଗ୍ରେସ ଅଧ‌ିବେଶନରେ ଯୋଗ ଦେଇଥିଲେ । ସେମାନେ ଓଡ଼ିଶାକୁ ପ୍ରତ୍ୟାଗମନ ପରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କଲା ।
  4. ପୋଲିସ୍‌ର ମୁକାବିଲା କରିବାପାଇଁ ଗଢ଼ିଉଠିଥିଲା– ‘ରକ୍ତ ବାହିନୀ’, ‘ସଂଗ୍ରାମ ବାହିନୀ’ ଓ ‘ମରଣ ବାହିନୀ’ ।

→ ଓଡ଼ିଶାରେ ଭାରତ ଛାଡ଼ ଆନ୍ଦୋଳନର କାର୍ଯ୍ୟକ୍ରମ :

  • କଂଗ୍ରେସ ପକ୍ଷରୁ କାର୍ଯ୍ୟକ୍ରମ ସମ୍ବଳିତ ହାତଲେଖା ପ୍ରଚାରପତ୍ର ସାଧାରଣରେ ବଣ୍ଟନ କରାଯାଇଥିଲା ।
  • ଖଜଣା ବନ୍ଦ କରିବା, ସରକାରୀ ଗୋଦାମ ଲୁଣ୍ଠନ କରିବା, ଜଙ୍ଗଲ ଆଇନ ଭଙ୍ଗ କରିବା, ଶିକ୍ଷାନୁଷ୍ଠାନ ବନ୍ଦ କରିବା, ଯୋଗାଯୋଗ ବିଚ୍ଛିନ୍ନ କରିବା, ଧର୍ମଘଟ ପାଳନ କରିବା ଓ ପଞ୍ଚାୟତ ଗଠନ କରିବା ଇତ୍ୟାଦି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା ।
  • 3ସରକାରୀ କର୍ମଚାରୀଙ୍କୁ ଆନ୍ଦୋଳନରେ ଯୋଗଦେବାପାଇଁ ପ୍ରବର୍ତ୍ତାଇବା କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରାଯାଇଥିଲା ।

BSE Odisha 10th Class History Notes Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

→ ଓଡ଼ିଶାରେ ଭାରତ ଛାଡ଼ ଆନ୍ଦୋଳନର ବ୍ୟାପକତା :

  • କଟକର ରେଭେନ୍ସା କଲେଜ ସମ୍ମୁଖରେ ଛାତ୍ରମାନେ ସଭାକରି ଭାରତ ଛାଡ଼ ଆନ୍ଦୋଳନରେ ଭାଗନେବାପାଇଁ ନିଷ୍ପତ୍ତି ନେଇଥିଲେ । ଛାତ୍ରନେତା ବିବୁଧେନ୍ଦ୍ର ମିଶ୍ର, ଅଶୋକ ଦାସ, ସୁରଜମଲ ଶାହା, ବିରେନ ମିତ୍ରଙ୍କନେତୃତ୍ଵରେ ଛାତ୍ରମାନେ କଲେଜ ଅଫିସ୍‌କୁ ପୋଡ଼ି ଦେଇଥିଲେ ।
  • କଟକ ଜିଲ୍ଲା ବରୀ ଅଞ୍ଚଳର ଲୋକମାନେ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀଙ୍କ ଗିରଫରେ ଉଭ୍ୟକ୍ତ ହୋଇ ୧୯୪୨ ଅଗଷ୍ଟ ୧୭ରେ କାଇପଦର ଡାକଘରେ ନିଆଁ ଲଗାଇ ଦେବାରୁ ପୋଲିସ୍ ଗୁଳିଚାଳନାରେ ୩ ଜଣ ମୃତ୍ୟୁବରଣ କଲେ ଓ ୭ ଜଣ ଆହତ ହେଲେ ।
  • ଭଦ୍ରକ-ନିକଟସ୍ଥ ଭଣ୍ଡାରୀପୋଖରୀଠାରେ ଦ୍ବାରିକା ଦାସ ଓ ଜଗନ୍ନାଥ ଦାସଙ୍କ ନେତୃତ୍ୱରେ ୫,୦୦୦ ଲୋକ ଥାନା ଆକ୍ରମଣ କରି ସରକାରୀ କାଗଜପତ୍ର ନଷ୍ଟ କରିବା ସଙ୍ଗେ ସଙ୍ଗେ ଏକ ପୋଲ ଭାଙ୍ଗି ଦେଇଥିଲେ । ଏଥ‌ିପାଇଁ ୧୨ଟି ଗ୍ରାମକୁ ୨,୦୦୦ ଟଙ୍କା ଜୋରିମାନା ହୋଇଥିଲା ।
  • ଶ୍ରୀଜଙ୍ଗ ଗ୍ରାମରେ ଚୌକିଦାର ପୋଷାକ ପୋଡ଼ି ଦେଇଥିବାରୁ ପୋଲିସ୍ ଗୁଳିଚାଳନାରେ ୧୦ ବା ୧୧ ଜଣ ନିହତ ହୋଇଥିଲେ ।
  • ତୁଡ଼ିଗଡ଼ିଆ ଓ ଖାଇରାଡ଼ିହିରେ ପୋଲିସ୍ ଗୁଳିଚାଳନା ଫଳରେ ନୀଳଗିରିର କିଛି ଲୋକ ପ୍ରାଣ ହରାଇଥିଲେ ।
  • ତୁଡ଼ିଗଡ଼ିଆ ଓ ଖାଇରାଡ଼ିହିରେ ପୋଲିସ୍ ଗୁଳିଚାଳନା ଫଳରେ ନୀଳଗିରିର କିଛି ଲୋକ ପ୍ରାଣ ହରାଇଥିଲେ । ବାସୁଦେବପୁରର ଇରମଠାରେ କର ନ ଦେବା ପାଇଁ ପ୍ରତିଜ୍ଞାବଦ୍ଧ ଲୋକମାନେ ୧୯୪୨ ସେପ୍ଟେମ୍ବର ୨୫ରେ ମେଲଣ ପଡ଼ିଆରେ ଏକ ସଭାରେ ଏକତ୍ରିତ ହୋଇଥିବାବେଳେ ପୋଲିସ୍ ଡି.ଏସ୍.ପି.ଙ୍କ ନିର୍ଦ୍ଦେଶରେ ଗୁଳିଚାଳନା କରାଯାଇଥିଲା । ଏଥିରେ ପରୀ ବେୱା ନାମକ ଜଣେ ମହିଳାଙ୍କ ସମେତ ୨୮ ଜଣ ସହିଦ ହୋଇଥିଲେ ଓ ୫୫ ଜଣ ଆହତ ହୋଇଥିଲେ ।

BSE Odisha 10th Class History Notes Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

  • ଇରମ୍ ଗୁଳିକାଣ୍ଡ ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡ ସହିତ ତୁଳନୀୟ । ଇରମକୁ ଯଥାର୍ଥରେ ‘ରକ୍ତତୀର୍ଥ’ କୁହାଯାଏ ।
  • ପୁରୀ ଜିଲ୍ଲାର ନିମାପଡ଼ାଠାରେ ସତ୍ୟାଗ୍ରହୀମାନେ ସେପ୍ଟେମ୍ବର ୧୬ରେ ଖଜଣା ନ ଦେବାକୁ ସ୍ଥିର କରି ଜାତୀୟ ପତାକା ଉତ୍ତୋଳନ କରିବାକୁ ଚେଷ୍ଟା କଲେ । ପୋଲିସ୍ ବାରଣକୁ ଲୋକମାନେ ନ ମାନିବାରୁ ଗୁଳିଚାଳନା ଫଳରେ ଉତ୍ସବ ମଳିକ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ ।
  • କୋରାପୁଟ ଜିଲ୍ଲାରେ ଲକ୍ଷ୍ମଣ ନାୟକଙ୍କ ନେତୃତ୍ବରେ ୧୯୪୨ ଅଗଷ୍ଟ ୨୧ ତାରିଖରେ ଲୋକମାନେ ମାତିଲି ଥାନା ଘେରାଉ କରିବାରୁ ପୁଲିସ୍‌ର ଗୁଳିଚାଳନାରେ ୫ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଜଙ୍ଗଲରକ୍ଷୀକୁ ହତ୍ୟାକରିବାକୁ ମିଥ୍ୟା ଅଭିଯୋଗରେ ତାଙ୍କୁ ୧୯୪୩ ମାର୍ଚ୍ଚ ୨୯ରେ ବ୍ରହ୍ମପୁର ଜେଲ୍‌ରେ ଫାଶୀ ଦିଆଯାଇଥିଲା ।
  • ଭାରତ ଛାଡ଼ ଆନ୍ଦୋଳନରେ ଓଡ଼ିଶାର ଏକମାତ୍ର ବ୍ୟକ୍ତି ଲକ୍ଷ୍ମଣ ନାୟକ ସହିଦ ହୋଇଥିଲେ ।
  • ୧୯୪୨ ଅଗଷ୍ଟ ୨୪ରେ କୋରାପୁଟର ବହୁ ଲୋକ ପାପଡ଼ାହାଣ୍ଡିଠାରେ ଥ‌ିବା ଟୋଲ ଓ ଥାନା ଧ୍ବଂସ କରିବାରୁ ପୋଲିସ୍ ଗୁଳିଚାଳନାରେ ୧୫ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।
  • ତାଳଚେରରେ ପବିତ୍ରମୋହନ ପ୍ରଧାନ ଓ ଢେଙ୍କାନାଳରେ ବୈଷ୍ଣବଚରଣ ପଟ୍ଟନାୟକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।
  • ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ନେତୃତ୍ବରେ ୧୯୪୨ ମସିହା ଅଗଷ୍ଟ ୨୬ ତାରିଖରେ ଆନ୍ଦୋଳନକାରୀମାନେ ମଢ଼ି ଥାନାର ଅସ୍ତ୍ରାଗାର, ତହସିଲ ଅଫିସ୍ ଓ ଜଙ୍ଗଲ ବିଭାଗ ଅଫିସ୍‌ରେ ନିଆଁ ଲଗାଇ ଦେଇଥିଲେ ।
  • ସମ୍ବଲପୁରରେ ମଧ୍ୟ ଭାରତ ଛାଡ଼ ଆନ୍ଦୋଳନ ବହୁ ମାତ୍ରାରେ ସଫଳ ହୋଇଥିଲା ।
  • ଜାତୀୟ ମହାସ୍ରୋତରେ ସାମିଲ ହୋଇ ସ୍ଵାଧୀନତା ପ୍ରାପ୍ତି ପାଇଁ ଓଡ଼ିଶାର ଜନସାଧାରଣ ବହୁ କଷ୍ଟ ସ୍ଵୀକାର କରିଥିଲେ ।

ଐଢିହାସିକ ଘଟଣାବଳୀ ଓ ସମୟ:

୧୭୮୯ ଖ୍ରୀ.ଅ. – ଫରାସୀ ରାଷ୍ଟ୍ରବିପ୍ଳବ ସଂଘଟିତ ।
୧୯୧୭ ଖ୍ରୀ.ଅ. – ରୁଷ୍ ବିପ୍ଳବ ସଂଘଟିତ ।
୧୯୩୯ ଖ୍ରୀ.ଅ. – (ସେପ୍ଟେମ୍ବର ୩) ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ।
୧୯୩୯ ଖ୍ରୀ.ଅ. – (ସେପ୍ଟେମ୍ବର ୧୪) ଜାତୀୟ କଂଗ୍ରେସରେ ମିତ୍ରଶକ୍ତିକୁ ସାହାଯ୍ୟ ନ କରିବାକୁ ପ୍ରସ୍ତାବ ଗ୍ରହଣ ।
୧୯୩୯ ଖ୍ରୀ.ଅ. – (ଅକ୍ଟୋବର ୨୨) କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ।
୧୯୪୦ ଖ୍ରୀ.ଅ. – (ଅଗଷ୍ଟ ୮) ‘ଅଗଷ୍ଟ ଦାନ’ ଘୋଷଣା ।
୧୯୪୦ ଖ୍ରୀ.ଅ. – (ଅକ୍ଟୋବର ୧୭) ବିନୋବା ଭାବେଙ୍କଦ୍ଵାରା ପାନାଉର୍‌ଠାରେ ସତ୍ୟାଗ୍ରହ ଆରମ୍ଭ ।
୧୯୪୧ ଖ୍ରୀ.ଅ. – (ଡିସେମ୍ବର ସୁଦ୍ଧା) ୨୫,୦୦୦ ରୁ ଊର୍ଦ୍ଧ୍ୱ ସତ୍ୟାଗ୍ରହୀ ଗିରଫ ।
୧୯୪୨ ଖ୍ରୀ.ଅ. – (ମାର୍ଚ୍ଚ) ଷ୍ଟାଫୋର୍ଡ଼ କ୍ରିପ୍‌ସ୍‌ଙ୍କ ଭାରତ ଆଗମନ ।
୧୯୪୨ ଖ୍ରୀ.ଅ. – (ଜୁଲାଇ ୬ରୁ ୧୪) ଓ୍ୱାର୍ଦ୍ଧାଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ।
୧୯୪୨ ଖ୍ରୀ.ଅ. – (ଅଗଷ୍ଟ ୭) ମୁମ୍ବାଇଠାରେ କଂଗ୍ରେସର ସାଧାରଣ ଅଧ୍ବବେଶନ ଅନୁଷ୍ଠିତ ।

BSE Odisha 10th Class History Notes Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

୧୯୪୨ ଖ୍ରୀ.ଅ. – (ଅଗଷ୍ଟ ୯) ମହାତ୍ମା ଗାନ୍ଧି ଗିରଫ ।
୧୯୪୨ ଖ୍ରୀ.ଅ. – (ଅଗଷ୍ଟ ୧୧) ଛାତ୍ରମାନଙ୍କଦ୍ୱାରା ପାଟନା ସଚିବାଳୟର ପୂର୍ବ ଦ୍ଵାରରେ ଜାତୀୟ ପତାକା ଉତ୍ତୋଳନ ।
୧୯୪୨ ଖ୍ରୀ.ଅ. – (ସେପ୍ଟେମ୍ବର ୧୦) ବ୍ରିଟିଶ୍ ପ୍ରଧାନମନ୍ତ୍ରୀଙ୍କଦ୍ଵାରା ଭାରତଛାଡ଼ ଆନ୍ଦୋଳନକୁ ଦମନ କରାଯାଇଛି ବୋଲି ବ୍ରିଟିଶ୍ ହାଉସ୍ ଅଫ୍ କମନ୍ସରେ ଘୋଷଣା ।
୧୯୪୨ ଖ୍ରୀ.ଅ. – (ଅଗଷ୍ଟ ୧୭) କାଇପଦର ଡାକଘରେ ସତ୍ୟାଗ୍ରହୀମାନଙ୍କଦ୍ଵାରା ଅଗ୍ନି ସଂଯୋଗ ।
୧୯୪୨ ଖ୍ରୀ.ଅ. – (ଅଗଷ୍ଟ ୧୭) ଭଣ୍ଡାରୀପୋଖରୀରେ ୫୦୦୦ ଲୋକଙ୍କଦ୍ଵାରା ଥାନା ଆକ୍ରମଣ ।
୧୯୪୨ ଖ୍ରୀ.ଅ. – (ସେପ୍ଟେମ୍ବର ୨୧) ଶ୍ରୀଜଙ୍ଗରେ ଗୁଳିଚାଳନା ଫଳରେ ୧୦ ବା ୧୧ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ।
୧୯୪୨ ଖ୍ରୀ.ଅ. – (ସେପ୍ଟେମ୍ବର ୨୮) ଇରମ ଗୁଳିକାଣ୍ଡ ସଂଘଟିତ, ୫୫ ଜଣ ଆହତ, ୨୮ ଜଣ ସହିଦ । (ଅଗଷ୍ଟ ୨୧) ମାତିଲି ଥାନା ଘେରାଉ ।
୧୯୪୨ ଖ୍ରୀ.ଅ. – (ଅଗଷ୍ଟ ୨୧) ମାତିଲି ଥାନା ଘେରାଉ ।
୧୯୪୨ ଖ୍ରୀ.ଅ. – (ଅଗଷ୍ଟ ୨୪) ପାପଡ଼ାହାଣ୍ଡି ଗୁଳିକାଣ୍ଡ ଓ ୧୫ ଜଣଙ୍କର ପ୍ରାଣହାନ୍ତି ।
୧୯୪୨ ଖ୍ରୀ.ଅ. – (ଅଗଷ୍ଟ ୨୬) କାମାକ୍ଷାନଗରରେ ଥାନାପୋଡ଼ି ।
୧୯୪୩ ଖ୍ରୀ.ଅ. – (ମାର୍ଚ୍ଚ ୨୯) ବ୍ରହ୍ମପୁର ଜେଲରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ।

BSE Odisha 10th Class History Notes Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

Odisha State Board BSE Odisha 10th Class History Notes Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା will enable students to study smartly.

BSE Odisha Class 10 History Notes Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:

→ ଆଇନ ଅମାନ୍ୟ ଆନ୍ଦୋଳନର ପୃଷ୍ଠଭୂମି :

  • ଅସହଯୋଗ ଆନ୍ଦୋଳନ ପରେ ଗାନ୍ଧିଜୀ ନିଜକୁ ରଚନାତ୍ମକ କାର୍ଯ୍ୟକ୍ରମରେ ନିୟୋଜିତ କରିଥିଲେ । ଅବଶ୍ୟ ଚନ୍ଦ୍ରଶେଖର ଆଜାଦ୍, ଭଗତ ସିଂ, ରାଜଗୁରୁ ଓ ସୂର୍ଯ୍ୟସେନଙ୍କ ଭଳି ଦେଶପ୍ରେମୀମାନେ ଉଗ୍ର ଜାତୀୟତାବାଦୀ କାର୍ଯ୍ୟକଳାପ ଜାରି ରଖିଥିଲେ ।
  • ସାଇମନ କମିଶନ ଗଠନ ଘୋଷଣା ସ୍ଵାଧୀନତା ସଂଗ୍ରାମର ଦ୍ଵିତୀୟ ଅଧ୍ୟାୟର ସୂତ୍ରପାତ କରିଥିଲା ।
  • ୧୯୧୯ ଭାରତ ଶାସନ ଆଇନର କାର୍ଯ୍ୟକାରିତା ଅନୁଧ୍ୟାନ ପାଇଁ ୧୯୨୭ ୧୯୧୯ ଭାରତ ଶାସନ ଆଇନର କାର୍ଯ୍ୟକାରିତା ଅନୁଧ୍ୟାନ ପାଇଁ ୧୯୨୭ ଜଣ ସଦସ୍ୟଙ୍କ ମଧ୍ୟରେ ଜଣେ ହେଲେ ଭାରତୀୟ ନ ଥବଲେ ।
  • ୧୯୨୭ ମସିହାରେ କଂଗ୍ରେସର ମାଡ୍ରାସ୍ ଅଧିବେଶନ ସାଇମନ କମିଶନକୁ ବର୍ଜନ କରିବା ନିଷ୍ପତ୍ତି ନେଇଥିଲା । ଏହି ନିଷ୍ପଭି ହିନ୍ଦୁ ମହାସଭା ଓ ମୁସ୍‌ଲିମ୍ ଲିଗ୍ ସମର୍ଥନ ଜଣାଇଥୁଲା ।
    ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା
  • ୧୯୨୮ ମସିହା ଫେବୃୟାରୀ ୩ ତାରିଖରେ ସାଇମନ୍ କମିଶନ୍ ମୁମ୍ବାଇରେ ପଦାର୍ପଣ କରିଥିଲା । ‘ସାଇମନ୍ ଫେରିଯାଅ’ ଧ୍ଵନି ସହିତ କଳା ପତାକା ପ୍ରଦର୍ଶନ କରି ଭାରତୀୟମାନେ ଏହି କମିଶନକୁ ବିରୋଧ କରିଥିଲେ(ଲାଲା ଲଜପତ୍ର ରାୟ)

BSE Odisha 10th Class History Notes Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

  • ସାଇମନ କମିଶନ ବିରୋଧୀ ଶୋଭାଯାତ୍ରାରେ ଲକ୍ଷ୍ନୌଠାରେ ଜବାହରଲାଲ ନେହେରୁ ଓ ଗୋବିନ୍ଦବଲ୍ଲଭ ପଛ ଲାଠିମାଡ଼ର ଶିକାର ହୋଇଥିଲେ ଏବଂ ଲାହୋରଠାରେ ଲାଲା ଲାଜପତ ରାୟ ଲାଠି ପ୍ରହାରରେ ଆଘାତପ୍ରାପ୍ତ ହୋଇ ୧୯୨୮ ନଭେମ୍ବର ୧୭ ତାରିଖରେ ମୃତ୍ୟୁବରଣ କରିଥିଲେ ।
  • ୧୯୨୯ ମସିହାରେ ଲାହୋରଠାରେ ଜବାହରଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ଜାତୀୟ କଂଗ୍ରେସ ଅଧିବେଶନ ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ ଗ୍ରହଣ କଲା ।
  • ୧୯୩୦ ମସିହା ଜାନୁୟାରୀ ୨୬ ତାରିଖକୁ ଭାରତର ପ୍ରଥମ ସ୍ଵାଧୀନତା ଦିବସ ରୂପେ ପାଳନ କରିବାପାଇଁ ଘୋଷଣା କରାଯାଇଥିଲା ।
  • ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବା ପୂର୍ବରୁ ଗାନ୍ଧିଜୀ ୧୧ ଦଫା ସମ୍ବଳିତ ଶାସନ ସଂସ୍କାର ଚିଠା ପ୍ରସ୍ତୁତ କରି ଇଂରେଜ ସରକାରଙ୍କର ଆଗରେ ଉପସ୍ଥାପନ କରିଥିଲେ ।
  • ବ୍ରିଟିଶ୍ ସରକାର ସେ ସମସ୍ତ ପ୍ରସ୍ତାବ ଗ୍ରହଣ ନ କଲେ ବାଧ୍ୟହୋଇ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବେ ବୋଲି ବଡ଼ଲାଟ୍ ଲର୍ଡ଼ ଇର୍‌ଉଇଙ୍କୁ ଜଣାଇଥିଲେ; କିନ୍ତୁ ଲର୍ଡ଼ ଇର୍‌ଉଇନ୍ ଏହି ପ୍ରସ୍ତାବକୁ ଗ୍ରହଣ କରି ନଥିଲେ ।
  • ଫଳରେ ୧୯୩୦ ମସିହାରେ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନର ଡାକରା ଦେଇଥିଲେ ।

→ ଆନ୍ଦୋଳନର ଆରମ୍ଭ :

  • ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ ।
  • ସେ ସାବରମତୀ ଆଶ୍ରମଠାରୁ ୨୪୧ ମାଇଲ ଦୂରସ୍ଥ ଗୁଜରାଟର ଦାଣ୍ଡି ନାମକ ସ୍ଥାନକୁ ୭୮ ଜଣ କଂଗ୍ରେସ କର୍ମୀଙ୍କ ସହ ଲବଣ ଆଇନ ଭଙ୍ଗ କରିବାକୁ ଯାତ୍ରା କରିଥିଲେ ।
  • ୧୯୩୦ ମସିହା ଏପ୍ରିଲ ୬ ତାରିଖ ସକାଳେ ସେ ଦାଣ୍ଡିଠାରେ ପହଞ୍ଚି ଲୁଣ ମାରିବା ଉଦ୍ଦେଶ୍ୟରେ ମୁଠାଏ ବାଲି ଉଠାଇଥିଲେ । ଏହା ଲବଣ ଆଇନ ଭଙ୍ଗର ସଙ୍କେତ ଥିଲା ।
  • ଗାନ୍ଧିଜୀଙ୍କର ସାବରମତୀଠାରୁ ଦାଣ୍ଡି ପର୍ଯ୍ୟନ୍ତ ୨୪୧ ମାଇଲ୍ ଦୂର ଐତିହାସିକ ଯାତ୍ରା ‘ଦାଣ୍ଡିଯାତ୍ରା’ ନାମରେ ପ୍ରସିଦ୍ଧ ।

→ ଆନ୍ଦୋଳନର କାର୍ଯ୍ୟକ୍ରମ :

  • ୧୯୩୦ ମସିହା ଏପ୍ରିଲ୍ ୯ ତାରିଖରେ ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା । ସେଥ‌ିରେ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା; ଯଥା—
    (i) ଲବଣ ଆଇନ ଭଙ୍ଗ କରି ଲୁଣ ମାରିବା, ମଦ ଦୋକାନ, ଅଫିମ ବିକ୍ରୟସ୍ଥାନ ଓ ବିଦେଶୀ ଲୁଗା ଦୋକାନ ଆଗରେ ସତ୍ୟାଗ୍ରହ କରିବା ।
    (ii) ଚରଖାରେ ସୂତା କାଟିବା, ବିଦେଶୀ ଲୁଗାରେ ଅଗ୍ନି ସଂଯୋଗ କରିବା ଓ ଅସ୍ପୃଶ୍ୟତା ବର୍ଜନ କରିବା ।
    (iii) ଛାତ୍ରମାନେ ସ୍କୁଲ୍ ଓ କଲେଜ ବର୍ଜନ କରିବେ, ସରକାରୀ କର୍ମଚାରୀମାନେ ଚାକିରିରୁ ଇସ୍ତଫା ଦେବେ ଓ ଓକିଲମାନେ ଆଇନ ବ୍ୟବସାୟ ବର୍ଜନ କରିବେ ।
    (iv) ପୂର୍ଣ୍ଣ ସ୍ଵରାଜ ହାସଲ କରିବାପାଇଁ ସମସ୍ତ କାର୍ଯ୍ୟକ୍ରମ ସତ୍ୟ ଓ ଅହିଂସାତ୍ମକ ପନ୍ଥାରେ କରାଯିବ ।

BSE Odisha 10th Class History Notes Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

→ ଆନ୍ଦୋଳନର ବିସ୍ତାର :

ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା 1

  1. ଗାନ୍ଧିଜୀଙ୍କ ଆହ୍ଵାନକ୍ରମେ ସମଗ୍ର ଦେଶରେ ଆଇନ ଅମାନ୍ୟ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହ ବ୍ୟାପିଯାଇଥିଲା ।
  2. ମହାରାଷ୍ଟ୍ରରେ ଜନତା ଜଙ୍ଗଲ ଆଇନ ଅମାନ୍ୟ କଲେ ।
  3. କର୍ଣ୍ଣାଟକ, ଗୁଜରାଟ, ଉତ୍ତର ପ୍ରଦେଶ, ମାଡ୍ରାସ୍, ବମ୍ବେ ଆଦି ସ୍ଥାନରେ ଲୋକମାନେ ବିଭିନ୍ନ ପ୍ରକାର ଟିକସ ଦେବାକୁ ମନାକଲେ ।
  4. ବଙ୍ଗ, ବିହାର ଓ ଓଡ଼ିଶାରେ ବିଦେଶୀ ବସ୍ତ୍ର ବର୍ଜନ ସଫଳ ହୋଇଥିଲା ।
  5. ମହିଳାମାନେ ଏହି ଆନ୍ଦୋଳନରେ ବହୁସଂଖ୍ୟାରେ ଯୋଗଦାନ କରିଥିଲେ । ସରୋଜିନୀ ନାଇଡୁ ଓ ବିଜୟଲକ୍ଷ୍ମୀ ପଣ୍ଡିତ ସେମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ।
  6. ସୀମାନ୍ତ ଗାନ୍ଧି ନାମରେ ପରିଚିତ ଖାନ୍ ଅବଦୁଲ୍ ଗଫର୍ ଖାନ୍ ‘ଖୁଦାଇ ଖୁଦ୍‌ମତଗାର’ ନାମକ ଏକ ସଂଗଠନ ଗଠନ କରି ଆଇନ ଅମାନ୍ୟ ଆନ୍ଦୋଳନକୁ ବ୍ୟାପକ କରିଥିଲେ ।
  7. ନାଗାଲାଣ୍ଡର ରାଣୀ ଚୌଦିଲିଉଙ୍କ ନେତୃତ୍ୱରେ ମଣିପୁରୀ ଓ ନାଗାମାନେ ମଧ୍ୟ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ ।

→ ଆନ୍ଦୋଳନ ଦମନ ପାଇଁ ସରକାରଙ୍କ ଉଦ୍ୟମ :

  • ଆଇନ ଅମାନ୍ୟ ଆନ୍ଦୋଳନକୁ ଦମନ କରିବାପାଇଁ ସରକାର କଠୋର ପଦକ୍ଷେପମାନ ଗ୍ରହଣ କରିଥିଲେ ।
  • ନିରୀହ ଜନତା ଉପରେ ଗୁଳିବର୍ଷଣ ଓ ଲାଠିଚାଳନା କରାଯାଇଥିଲା ଓ ଗାନ୍ଧି, ନେହେରୁ ପ୍ରଭୃତି ନେତାମାନଙ୍କୁ ଗିରଫ କରାଯାଇଥିଲା ।
  • ସମ୍ବାଦପତ୍ର ଉପରେ କଟକଣା ଜାରି କରାଯାଇଥିଲା । କଂଗ୍ରେସକୁ ବେଆଇନ ଘୋଷଣା କରାଯାଇଥିଲା ।
  • ଏହି ଆନ୍ଦୋଳନକୁ ଦମନ କରିବାପାଇଁ ବ୍ରିଟିଶ୍ ପାର୍ଲିଆମେଣ୍ଟ ଅତ୍ୟନ୍ତ ବ୍ୟଗ୍ର ହୋଇପଡ଼ିଥିଲା । ତେଣୁ ବ୍ରିଟିଶ୍ ସରକାର ଦମନମୂଳକ ପନ୍ଥା ପରିବର୍ତ୍ତେ ଆପୋଷ ଆଲୋଚନା ମାଧ୍ୟମରେ ଭାରତୀୟମାନଙ୍କୁ ଶାନ୍ତ କରିବାପାଇଁ ଚେଷ୍ଟା କରିଥିଲେ ।

BSE Odisha 10th Class History Notes Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

→ ପ୍ରଥମ ଗୋଲଟେବୁଲ ବୈଠକ :

  • ଭାରତ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବାପାଇଁ ବ୍ରିଟିଶ୍ ସରକାର ୧୯୩୦ ମସିହାରେ ପ୍ରଥମ ଗୋଲଟେବୁଲ ବୈଠକ ଡକାଇଥିଲେ ।
  • ଏଥିରେ କଂଗ୍ରେସ ଯୋଗ ନ ଦେବାରୁ ଏହା ବିଫଳ ହୋଇଥିଲା ।
  • ଗାନ୍ଧିଜୀଙ୍କ ଯୋଗଦାନ ବିନା କୌଣସି ରାଜନୈତିକ ଆଲୋଚନା ସଫଳ ହେବ ନାହିଁ ବୋଲି ଇଂରେଜ ସରକାର ଅନୁଭବ କଲେ ଏବଂ ସେଥିପାଇଁ କଂଗ୍ରେସର ତୁଙ୍ଗ ନେତାମାନଙ୍କୁ ୧୯୩୧ ମସିହା ଜାନୁୟାରୀ ମାସରେ କାରାଗାରରୁ ମୁକ୍ତ କରିଥିଲେ ।

→ ଗାନ୍ଧି-ଇର୍‌ଉଇନ୍ ଚୁକ୍ତି :

  1. ବଡ଼ଲାଟ୍ ଲର୍ଡ଼ ଇର୍‌ଉଇନ୍ ଓ ଗାନ୍ଧିଙ୍କ ମଧ୍ୟରେ ୧୯୩୧ ମସିହା ମାର୍ଚ୍ଚ ୫ ତାରିଖରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।
  2. ଏହି ଚୁକ୍ତି ଅନୁସାରେ ଇଂରେଜ ସରକାର ସମସ୍ତ ଦମନମୂଳକ ଆଇନ ପ୍ରତ୍ୟାହାର କରିଥିଲେ ଏବଂ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିଥିଲେ ।
  3. ସରକାର ସରକାରୀ କର୍ମଚାରୀମାନଙ୍କର ବାଜ୍ୟାପ୍ତ ହୋଇଥିବା ସମ୍ପଭି ଫେରସ୍ତ କରିଥିଲେ ଏବଂ ଇସ୍ତଫା ଦେଇଥିବା କର୍ମଚାରୀଙ୍କ ପ୍ରତି କୋହଳ ନୀତି ଗ୍ରହଣ କଲେ ।
  4. ଉପକୂଳବର୍ତ୍ତୀ ଅଞ୍ଚଳବାସୀଙ୍କୁ ନିଜ ବ୍ୟବହାର ପାଇଁ ଲୁଣ ଉତ୍ପାଦନ କରିବାର ଅଧିକାର ଦିଆଗଲା ।
  5. ଜାତୀୟ କଂଗ୍ରେସ ଆଇନ ଅମାନ୍ୟ ଆନ୍ଦୋଳନ ସ୍ଥଗିତ ରଖିବାପାଇଁ ତଥା ଦ୍ବିତୀୟ ଗୋଲଟେବୁଲ ବୈଠକରେ ଯୋଗଦେବାପାଇଁ ସମ୍ମତି ଦେଲା ।

→ ଦ୍ଵିତୀୟ ଗୋଲଟେବୁଲ ବୈଠକ :

  • ୧୯୩୧ ମସିହା ସେପ୍ଟେମ୍ବର ୭ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଲଣ୍ଡନରେ ଦ୍ଵିତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା ।
  • ଗାନ୍ଧିଜୀ କଂଗ୍ରେସର ଏକମାତ୍ର ପ୍ରତିନିଧ୍ ଭାବରେ ଏଥ‌ିରେ ଯୋଗ ଦେଇଥିଲେ ।
  • ଏଥ‌ିରେ ଅଧ୍ୟକ୍ଷତା କରିଥିଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରାମ୍‌ସେ ମାକ୍କୋନାଲଡ୍ ।
  • ଉଇନ୍‌ଷ୍ଟନ ଚର୍ଚ୍ଚିଲ୍ ଗାନ୍ଧିଜୀଙ୍କୁ ‘ଅର୍ଦ୍ଧନଗ୍ନ ଫକୀର’ ଭାବରେ ଆକ୍ଷେପ କରିଥିଲେ ।
  • ସମ୍ରାଟ ପଞ୍ଚମ ଜର୍ଜ ଗାନ୍ଧିଜୀଙ୍କୁ ଶାନ୍ତି ପ୍ରଦର୍ଶନ କରି ସହଯୋଗ କରିବାକୁ ଧମକ ଦେଇଥିଲେ ।
  • ଭାରତୀୟମାନଙ୍କର ଦାବିକୁ ଏହି ବୈଠକରେ ଉପେକ୍ଷା କରାଯାଇଥିଲା ଏବଂ ହିନ୍ଦୁ, ମୁସଲମାନ ଓ ହରିଜନମାନଙ୍କ ପାଇଁ ସ୍ଵତନ୍ତ୍ର ନିର୍ବାଚନମଣ୍ଡଳୀରେ ବ୍ୟବସ୍ଥା କରାଯାଇଥିଲା ।
  • ମାନସିକ ଗ୍ଳାନିରେ ବ୍ୟଥ୍‌ତ ହୋଇ ଗାନ୍ଧିଜୀ ୧୯୩୧ ଡିସେମ୍ବର ୨୮ରେ ଭାରତକୁ ପ୍ରତ୍ୟାବର୍ତ୍ତନ କଲେ ।

BSE Odisha 10th Class History Notes Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

→ ଆଇନ ଅମାନ୍ୟ ଆନ୍ଦୋଳନର ପୁନରାରମ୍ଭ :

  • ୧୯୩୧ରେ ଲର୍ଡ ୱିଲିଙ୍ଗଡନ୍ ଭାଇସ୍ରାୟ ହୋଇ ଆସିବା ପରେ ଗାନ୍ଧି-ଇରଉଇନ୍ ଚୁକ୍ତିର କେତେକ ବ୍ୟବସ୍ଥାକୁ ଉପେକ୍ଷା କଲେ ଓ ଆନ୍ଦୋଳନ ପ୍ରତି କଠୋର ମନୋଭାବ ଗ୍ରହଣ କଲେ ।
  • ଦମନମୂଳକ ଅଧ୍ୟାଦେଶ ପ୍ରତ୍ୟହାର ପାଇଁ ଗାନ୍ଧିଜୀଙ୍କ ଅନୁରୋଧ ପ୍ରତ୍ୟାଖ୍ୟାତ ହେବାରୁ ସେ ପୁନର୍ବାର ଆଇନ ଅମାନ୍ୟ ଆନ୍ଦୋଳନର ଡାକରା ଦେଲେ ।
  • ଗାନ୍ଧିଜୀଙ୍କ ସମେତ କଂଗ୍ରେସ ନେତାମାନଙ୍କୁ କାରାରୁଦ୍ଧ କରି ନିର୍ଯାତନା ଦିଆଗଲା ।
  • ହିଂସାତ୍ମକ କାର୍ଯ୍ୟର ଆଶଙ୍କା କରି ଗାନ୍ଧିଜୀ ବ୍ୟକ୍ତିଗତ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ଘୋଷଣା କଲେ ।
  • ୧୯୩୨ ଅଗଷ୍ଟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରାମ୍‌ ମାକ୍କୋନାଲ୍‌ ଦଳିତ ଓ ହରିଜନ ଶ୍ରେଣୀର ଲୋକଙ୍କ ପାଇଁ ପୃଥକ୍ ନିର୍ବାଚନ ମଣ୍ଡଳୀ ଘୋଷଣା କଲେ । ଏହାର ପ୍ରତ୍ୟାହାର ଦାବି କରି ଗାନ୍ଧିଜୀ ପୁନାର ୟେରାଭାଡ଼ା କାରାଗାରରେ ୧୯୩୨ ସେପ୍ଟେମ୍ବରଠାରୁ ଆମରଣ ଅନଶନ ଆରମ୍ଭ କଲେ ।
  • ସରକାର ପୁନା ଚୁକ୍ତି ଅନୁଯାୟୀ ଦଳିତମାନଙ୍କ ପାଇଁ ପୃଥକ୍ ନିର୍ବାଚନମଣ୍ଡଳୀ ବ୍ୟବସ୍ଥା ପ୍ରତ୍ୟାହାର କରି କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାରେ ସେମାନଙ୍କ ପାଇଁ ସଂରକ୍ଷିତ ଆସନ ସଂଖ୍ୟା ବୃଦ୍ଧି କଲେ ।

→ ତୃତୀୟ ଗୋଲଟେବୁଲ ବୈଠକ :

  1. ୧୯୩୨ ମସିହା ନଭେମ୍ବର ୧୭ ତାରିଖରୁ ଡିସେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ତୃତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା ।
  2. ଆଇନ ଅମାନ୍ୟ ଆନ୍ଦୋଳନ ଚାଲୁଥିବାରୁ କଂଗ୍ରେସ ଏହି ବୈଠକକୁ ବର୍ଜନ କରିଥିଲା ।
  3. ସାଇମନ୍ କମିଶନ୍‌ର ସୁପାରିସକୁ ଭିଭିକରି ବ୍ରିଟିଶ୍ ପାର୍ଲିଆମେଣ୍ଟରେ ୧୯୩୫ ମସିହା ଅଗଷ୍ଟ ୨ ତାରିଖରେ ଗୃହୀତ ଆଇନକୁ ‘ଭାରତ ଶାସନ ଆଇନ ୧୯୩୫’ କୁହାଯାଏ ।

→ ଆଇନ ଅମାନ୍ୟ ଆନ୍ଦୋଳନର ସମାପ୍ତି :

  • ୧୯୩୩ ମେ ମାସରେ ହରିଜନ ସମସ୍ୟା ଉପରେ ଧ୍ୟାନ ଦେବା ପାଇଁ ଓ ସହଯୋଗୀମାନଙ୍କ ମନର ଶୁଦ୍ଧିକରଣ ପାଇଁ ଗାନ୍ଧିଜୀ ୨୧ଦିନିଆ ଅନଶନ ଘୋଷଣା କଲେ । ସରକାର ଗାନ୍ଧିଜୀଙ୍କୁ କାରାଗାରରୁ ମୁକ୍ତ କରିଦେଲେ ।
  • ସରକାରଙ୍କ ଦମନମୂଳକ ନୀତି ବିରୋଧରେ ସତ୍ୟାଗ୍ରହୀମାନଙ୍କ ଉତ୍ସାହ ବଜାୟ ରଖୁବା କଠିନ ମନେକରି ଆନ୍ଦୋଳନ ସ୍ଥଗିତ ରଖୁବାକୁ କଂଗ୍ରେସକୁ ସୁପାରିସ କଲେ ।
  • ୧୯୩୪ ମସିହା ଏପ୍ରିଲ୍ ମାସରେ ଔପଚାରିକ ଭାବେ ଆଇନ ଅମାନ୍ୟ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
  • ଏହି ଆନ୍ଦୋଳନ ଭାରତରେ ଇଂରେଜ ଶାସନ ବିରୋଧରେ ଏକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ଦିଗରେ ସମ୍ପୂର୍ଣ୍ଣ ରୂପେ ସଫଳ ହୋଇଥିଲା ।

BSE Odisha 10th Class History Notes Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

→ ଆଇନ ଅମାନ୍ୟ ଆନ୍ଦୋଳନରେ ଓଡ଼ିଶାର ଭୂମିକା:

  • ୧୯୩୦ ମସିହା ମାର୍ଚ୍ଚ ୧୬ ତାରିଖରେ ବାଲେଶ୍ଵରଠାରେ ଅନୁଷ୍ଠିତ କଂଗ୍ରେସର ଉତ୍କଳ ପ୍ରାଦେଶିକ କମିଟିର ସଭାରେ ଆଇନ ଅମାନ୍ୟ ଆନ୍ଦୋଳନ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା ।
  • ଗୋପବନ୍ଧୁ ଚୌଧୁରୀଙ୍କୁ ଏହି ଆନ୍ଦୋଳନର ନେତୃତ୍ୱ ଦିଆଯାଇଥିଲା ।
    ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା 2
  • ଓଡ଼ିଶାର ସତ୍ୟାଗ୍ରହୀମାନେ ବିଭିନ୍ନ ଭାଗରେ ବିଭକ୍ତ ହୋଇଥିଲେ; ଯଥା—– ଲୌହସ୍ତମ୍ଭ ବାହିନୀ, ପତିତ ବାହିନୀ, ଗଞ୍ଜା ବାହିନୀ, ସମ୍ବଲପୁର ବାହିନୀ ଇତ୍ୟାଦି ।
  • ଗାନ୍ଧିଜୀ ଯେଉଁଦିନ ଦାଣ୍ଡିଠାରେ ଲବଣ ଆଇନ ଭଙ୍ଗ କରିଥିଲେ ସେହିଦିନ ଓଡ଼ିଶାରେ ୨୧ ଜଣ ସତ୍ୟାଗ୍ରହୀ ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହରଦାସଙ୍କ ନେତୃତ୍ୱରେ ଇଞ୍ଚୁଡ଼ି ଅଭିମୁଖେ ପଦଯାତ୍ରା ଆରମ୍ଭ କଲେ ।
  • ଏପ୍ରିଲ ୮ ତାରିଖରେ ଗୋପବନ୍ଧୁ ଚୌଧୁରୀଙ୍କୁ ଚାନ୍ଦୋଳଠାରେ ଗିରଫ କରାଗଲା ଓ ଆଚାର୍ଯ୍ୟ ହରିହରଙ୍କ ନେତୃତ୍ୱରେ ସତ୍ୟାଗ୍ରହୀମାନେ ଏପ୍ରିଲ୍ ୧୨ ତାରିଖରେ ଇଞ୍ଚୁଡ଼ିଠାରେ ପହଞ୍ଚିଲେ ।
  • ଏପ୍ରିଲ ୧୩ ତାରିଖରେ ଆଚାର୍ଯ୍ୟ ହରିହର ଲବଣ ଆଇନ ଭଙ୍ଗ କଲେ ।
  • ଏପ୍ରିଲ୍ ୨୦ ତାରିଖରେ ରମାଦେବୀ ଓ ମାଳତୀଦେବୀଙ୍କ ନେତୃତ୍ୱରେ ବହୁ ନାରୀ ଲବଣ ଆଇନ ଭଙ୍ଗ କରିଥିଲେ ।

→ ଆନ୍ଦୋଳନର ପ୍ରସାର :

  1. ଇଞ୍ଚୁଡ଼ି ପରେ ସାର୍ଥାଠାରେ ମଥୁରାମୋହନ ବେହେରା, କରୁଣାକର ପାଣିଗ୍ରାହୀ ଓ ନୀଳାମ୍ବର ଦାସ; ୧୯୩୦ ମେ’ ୮ ତାରିଖରେ କୁଜଙ୍ଗଠାରେ ନାରାୟଣ ବୀରବର ସାମନ୍ତ, ରମାଦେବୀ ଓ ମାଳତୀଦେବୀ,ପୁରୀ ଜିଲ୍ଲାରେ ନୀଳକଣ୍ଠ ଦାସ ଓ ଜଗନ୍ନାଥ ରଥ, ଗଞ୍ଜାମ ଜିଲ୍ଲାରେ ବିଶ୍ଵନାଥ ଦାସ, ନିରଞ୍ଜନ ପଟ୍ଟନାୟକ,ଶଶିଭୂଷଣ ରଥ, ଦିବାକର ପଟ୍ଟନାୟକ, ସରଳାଦେବୀ ଓ ମାଳତୀଦେବୀ ଲବଣ ସତ୍ୟାଗ୍ରହ ପରିଚାଳନା କରିଥିଲେ ।
  2. ଏହା ବ୍ୟତୀତ ପାରାଦ୍ୱୀପ, ଏରସମା, ଗଞ୍ଜା, ହୁମା ଆଦି ଅନ୍ୟାନ୍ୟ ସ୍ଥାନରେ ଲୋକମାନେ ଲବଣ ସତ୍ୟାଗ୍ରହ କରିଥିଲେ ।

BSE Odisha 10th Class History Notes Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

→ ଆନ୍ଦୋଳନର ଅନ୍ୟାନ୍ୟ କାର୍ଯ୍ୟକ୍ରମ:

  • ଆଇନ ଅମାନ୍ୟ ଆନ୍ଦୋଳନର ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ସାମାଜିକ ବାସନ୍ଦ, ବିଦେଶୀ ବସ୍ତ୍ର ବର୍ଜନ, ଚୌକିଦାରୀ କର ଉଚ୍ଛେଦ, ନିଶା ନିବାରଣ ପ୍ରଧାନ ଥିଲା ।
  • ଇଞ୍ଚୁଡ଼ିଠାରେ ସରକାରୀ କର୍ମଚାରୀ, ସାମ୍ବାଦିକ ଓ ପୁଲିସମାନଙ୍କୁ ସାମାଜିକ ବାସନ୍ଦ କରାଯାଇଥିଲା ।
  • ଇଞ୍ଚୁଡ଼ି ନିକଟସ୍ଥ ଶ୍ରୀଜଙ୍ଗ ଅଞ୍ଚଳରେ ଗୌରମୋହନ ଦାସ ଓ ବିଦ୍ୟାଧର ରଥଙ୍କ ନେତୃତ୍ୱରେ ୧୯୩୧ ମେ’ରେ ଚୌକିଦାରୀ କରର ବିରୋଧ କରାଯାଇଥିଲା ।
  • ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ପୋଲିସ୍ ନେତୃସ୍ଥାନୀୟ ସତ୍ୟାଗ୍ରହୀଙ୍କୁ ଗିରଫ କରିବାରୁ ଗ୍ରାମବାସୀମାନେ ପୋଲିସ୍ ବାହିନୀକୁ ମାରଧର କରିବାରୁ ୫୪ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ଓ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସମ୍ପତ୍ତି ଲୁଟ୍ ସହ ୬,୦୦୦ ଟଙ୍କା ଶାସ୍ତିମୂଳକ କରଭାର ଲଦି ଦିଆଗଲା ।
  • କଟକରୁ ବିଦ୍ରୋହୀ ଓ ବାଲେଶ୍ଵରରୁ ବିପ୍ଳବୀ ନାମକ ଦୁଇଟି ବୁଲେଟିନ୍ ଅଣାଯାଇ ଲୋକମାନଙ୍କ ମଧ୍ୟରେ ବଣ୍ଟାଯାଇଥିଲା ।
  • ନିଶା ନିବାରଣ ପାଇଁ ସତ୍ୟାଗ୍ରହମାନେ ଗ୍ରାମର ସବୁ ତାଳ ଓ ଖଜୁରୀ ଗଛକୁ କାଟିବାକୁ ଗ୍ରାମବାସୀମାନଙ୍କୁ ବୁଝାଇଲେ । ବିଦେଶୀ ମଦ ଦୋକାନ ଓ ତାଡ଼ି ଦୋକାନ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା ।
  • ଆଇନ ଅମାନ୍ୟ ଆନ୍ଦୋଳନର ସବୁଠାରୁ ଉଲ୍ଲେଖନୀୟ ଘଟଣା ଥିଲା ନାରୀ ଜାଗରଣ ଓ ବାନରସେନାର କାର୍ଯ୍ୟ । ସେମାନେ ମଦ ଦୋକାନ ଓ ଲୁଗା ଦୋକାନ ଆଗରେ ଧାରଣା ଦେଇଥିଲେ ।
  • ୧୬ ବର୍ଷରୁ କମ୍ ବୟସ୍କ ସତ୍ୟାଗ୍ରହୀମାନଙ୍କୁ ବାନରସେନା କୁହାଯାଉଥିଲା ।

→ ଦମନ ଲୀଳା :

  • ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନକୁ ଦମନ କରିବାପାଇଁ ସରକାର ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ନନ୍ଦକିଶୋର ଦାସ, ନୀଳକଣ୍ଠ ଦାସ, ଲିଙ୍ଗରାଜ ମିଶ୍ର, ଯଦୁମଣି ମଙ୍ଗରାଜ, କୃପାସିନ୍ଧୁ ହୋତା, ସରଳାଦେବୀ ଓ ମାଳତୀଦେବୀ ଆଦି ପ୍ରମୁଖ ନେତାମାନଙ୍କୁ ବନ୍ଦୀ କଲେ ।
  • କଂଗ୍ରେସ ଅଫିସ୍ ଓ ଆଶ୍ରମଗୁଡ଼ିକୁ ଖାନତଲାସ୍ କରି କାଗଜପତ୍ର ଜବତ କଲେ ଓ ‘ସମାଜ’, ‘ପ୍ରଜାତନ୍ତ୍ର’, ‘ଆଶା’ ସମ୍ବାଦପତ୍ର ଉପରେ କଟକଣା ଜାରି କଲେ ।
  • ୧୯୩୪ ମସିହା ଏପ୍ରିଲ୍ ମାସରେ ଏହି ଆନ୍ଦୋଳନର ପରିସମାପ୍ତି ଘଟିଲା ।

BSE Odisha 10th Class History Notes Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

ଐଢିହାସିକ ଘଟଣାବଳୀ ଓ ସମୟ:

୧୯୨୭ ଖ୍ରୀ.ଅ. – ସାର୍ ଜନ୍ ସାଇମନ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଶନ୍ ଗଠିତ ।
୧୯୨୮ ଖ୍ରୀ.ଅ. – (ଫେବୃୟାରୀ ୩) ସାଇମନ୍ କମିଶନ୍‌ର ମୁମ୍ବାଇରେ ପଦାର୍ପଣ I
୧୯୨୮ ଖ୍ରୀ.ଅ. – (ନଭେମ୍ବର ୧୭) ଲାଲା ଲଜପତ୍ ରାୟଙ୍କର ମୃତ୍ୟୁ ।
୧୯୨୯ ଖ୍ରୀ.ଅ. – କଂଗ୍ରେସର ଲାହୋର ଅଧୂବେଶନ ଅନୁଷ୍ଠିତ ।
୧୯୩୦ ଖ୍ରୀ.ଅ. – ଜାନୁୟାରୀ ୨୬ ତାରିଖକୁ ଭାରତର ପ୍ରଥମ ସ୍ବାଧୀନତା ଦିବସ ରୂପେ ପାଳନ କରିବାପାଇଁ ଘୋଷଣା ।
୧୯୩୦ ଖ୍ରୀ.ଅ. – (ମାର୍ଚ୍ଚ ୧୨) ଗାନ୍ଧିଜୀଙ୍କଦ୍ବାରା ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ।
୧୯୩୦ ଖ୍ରୀ.ଅ. – (ଏପ୍ରିଲ୍ ୬) ଦାଣ୍ଡିଠାରେ ଲବଣ ଆଇନ ଭଙ୍ଗ ।
୧୯୩୦ ଖ୍ରୀ.ଅ. – ପ୍ରଥମ ଗୋଲଟେବୁଲ ବୈଠକ ଅନୁଷ୍ଠିତ ।
୧୯୩୦ ଖ୍ରୀ.ଅ. – (ମାର୍ଚ୍ଚ ୧୬) ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ କରିବାପାଇଁ ନିଷ୍ପତ୍ତି ଗ୍ରହଣ ।
୧୯୩୦ ଖ୍ରୀ.ଅ. – (ମେ’ ୮) କୁଜଙ୍ଗରେ ଲବଣ ସତ୍ୟାଗ୍ରହ ଆରମ୍ଭ ।
୧୯୩୧ ଖ୍ରୀ.ଅ. – (ମାର୍ଚ୍ଚ ୫) ଗାନ୍ଧି-ଇର୍‌ଉଇନ୍ ଚୁକ୍ତି ସମ୍ପାଦିତ ।
୧୯୩୧ ଖ୍ରୀ.ଅ. – (ସେପ୍ଟେମ୍ବର ୭ରୁ ଡିସେମ୍ବର ୧) ଲଣ୍ଡନରେ ଦ୍ବିତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ।
୧୯୩୨ ଖ୍ରୀ.ଅ. – (ଅଗଷ୍ଟ) ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରାମ୍‌ ମାକ୍କୋନାଲ୍ଡଙ୍କଦ୍ବାରା ଦଳିତମାନଙ୍କ ପାଇଁ ଏକ ପୃଥକ୍ ନିର୍ବାଚନମଣ୍ଡଳୀ ଘୋଷଣା ।
୧୯୩୨ ଖ୍ରୀ.ଅ. – (ସେପ୍ଟେମ୍ବର ୨୦) ଗାନ୍ଧିଜୀଙ୍କ ଆମରଣ ଅନଶନ ଆରମ୍ଭ ।
୧୯୩୨ ଖ୍ରୀ.ଅ. – (ନଭେମ୍ବର ୧୭ ରୁ ଡିସେମ୍ବର ୨୪) ଇଂଲଣ୍ଡରେ ତୃତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ।
୧୯୩୩ ଖ୍ରୀ.ଅ. – (ମେ’) ଆଇନ ଅମାନ୍ୟ ଆନ୍ଦୋଳନ ସ୍ଥଗିତ ଘୋଷଣା ।
୧୯୩୪ ଖ୍ରୀ.ଅ. – (ଏପ୍ରିଲ୍) ଆଇନ ଅମାନ୍ୟ ଆନ୍ଦୋଳନ ଔପଚାରିକ ଭାବେ ପ୍ରତ୍ୟାହୃତ ।
୧୯୩୪ ଖ୍ରୀ.ଅ. – (ଏପ୍ରିଲ୍) ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ପରିସମାପ୍ତି ।

BSE Odisha 10th Class Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

Odisha State Board BSE Odisha 10th Class Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ will enable students to study smartly.

BSE Odisha Class 10 Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ :
1. ଆମ ଦେଶ ଭାରତରେ ବର୍ତ୍ତମାନ ୨୮ଟି ରାଜ୍ୟ ଓ ୯ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ।

→ ଭାରତର ରାଜ୍ୟସମୂହ :
(୧) ଆନ୍ଧ୍ରପ୍ରଦେଶ, (୨) ଆସାମ, (୩) ବିହାର, (୪) ଗୁଜରାଟ, (୫) ହରିୟାଣା, (୬) କର୍ଣାଟକ, (୭) କେରଳ, (୮) ମଧ୍ୟପ୍ରଦେଶ, (୯) ତାମିଲନାଡୁ, (୧୦) ମହାରାଷ୍ଟ୍ର, (୧୧) ନାଗାଲାଣ୍ଡ, (୧୨) ଓଡ଼ିଶା, (୧୩) ପଞ୍ଜାବ, (୧୪) ରାଜସ୍ଥାନ, (୧୫) ଉତ୍ତର ପ୍ରଦେଶ, (୧୬) ପଶ୍ଚିମବଙ୍ଗ, (୧୭) ତେଲେଙ୍ଗାନା, (୧୮) ହିମାଚଳ ପ୍ରଦେଶ, (୧୯) ମଣିପୁର, (୨୦) ତ୍ରିପୁରା, (୨୧) ମେଘାଳୟ, (୨୨) ସିକିମ୍, (୨୩) ମିଜୋରାମ୍, (୨୪) ଅରୁଣାଚଳ ପ୍ରଦେଶ, (୨୫) ଗୋଆ, (୨୬) ଛତିଶଗଡ଼, (୨୭) ଉତ୍ତରାଖଣ୍ଡ, (୨୮) ଝାଡ଼ଖଣ୍ଡ

  • ୨୦୧୯ ମସିହାରେ ପାର୍ଲିଆମେଣ୍ଟରେ ୩୭୦ ଧାରାର ଉଚ୍ଛେଦ ଗୃହୀତ ହୋଇ ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ବଳବତ୍ତର ହୋଇ ଜାମ୍ମୁ ଓ କାଶ୍ମୀର ରାଜ୍ୟ ଭାରତୀୟ ସମ୍ବିଧାନ ବାହାରେ ଏକ ସ୍ବତନ୍ତ୍ର ସମ୍ବିଧାନଦ୍ୱାରା ଶାସନ ସମାପ୍ତି ହୋଇଛି ।

BSE Odisha 10th Class Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

→ ଭାରତର କେନ୍ଦ୍ରଶାସିତ ଅଞ୍ଚଳସମୂହ :
(୧) ଦିଲ୍ଲୀ, (୨) ପଣ୍ଡିଚେରୀ (ପୁଦୁଚେରୀ), (୩) ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ, (୪) ଲାକ୍ଷାଦ୍ଵୀପ, (୫) ଦାଦ୍ରା ଓ ନଗରହାବେଳି, (୬) ଡାମନ ଓ ଡିଉ, (୭) ଚଣ୍ଡିଗଡ଼ (୮) ଜାମ୍ମୁକାଶ୍ମୀର (୯) ଲଦାଖ ।

  • କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରୁ ଦିଲ୍ଲୀ ଓ ପଣ୍ଡିଚେରୀ (ପୁଦୁଚେରୀ)ର ସାମ୍ବିଧାନିକ ସ୍ଥିତି ଭିନ୍ନ ଏବଂ ଏହି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ମିଳିଅଛି ।
  • ୧୯୬୨ ମସିହାର ପଣ୍ଡିଚେରୀ (ପ୍ରଶାସନ) ଆଇନ ତଥା କେନ୍ଦ୍ରଶାସିତ ଅଞ୍ଚଳ ଶାସନ ଆଇନ, ୧୯୬୩ ଏବଂ ଚତୁର୍ଦ୍ଦଶ ସମ୍ବିଧାନ ସଂଶୋଧନ ଆଇନ, ୧୯୬୨ ଓ ୩୭ ତମ ସମ୍ବିଧାନ ସଂଶୋଧନ ଆଇନ, ୧୯୭୪ର ବ୍ୟବସ୍ଥା ତଥା ସମ୍ବିଧାନର ଧାରା-୨୩୯ ‘କ’ ଅନୁସାରେ ପଣ୍ଡିଚେରୀ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ହେଲେ ମଧ୍ୟ ସେଠାରେ ଗୋଟିଏ ବିଧାନସଭା ଓ ମନ୍ତ୍ରୀପରିଷଦର ବ୍ୟବସ୍ଥା ରଖାଯାଇଛି । ଏଠାରେ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ଉପରାଜ୍ୟପାଳ (ଲେଫ୍‌ଟନାଣ୍ଟ ଗଭର୍ଣ୍ଣର) ଶାସନମୁଖ୍ୟ ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
  • ୧୯୯୨ ମସିହା ଫେବୃୟାରୀ ମାସ ୧ ତାରିଖ ଦିନ ସମ୍ବିଧାନର ଧାରା ୨୩୯(କ) (କ) ଓ ୨୩୯ (କ) (ଖ) ଏବଂ ୬୯ ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ସମ୍ବିଧାନରେ ପ୍ରଯୁକ୍ତ ନୂତନ ବ୍ୟବସ୍ଥା ଅନୁସାରେ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀକୁ ‘ଜାତୀୟ ରାଜଧାନୀ ଅଞ୍ଚଳ’ ଓ ଏକ ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ମିଳିଛି ।
  • ୧୯୯୩ ମସିହା ପରଠାରୁ ଦିଲ୍ଲୀ ପାଇଁ ଗୋଟିଏ ବିଧାନସଭା ଓ ଗୋଟିଏ ମନ୍ତ୍ରିପରିଷଦର ବ୍ୟବସ୍ଥା କରାଯାଇଛି । ରାଜ୍ୟ ତାଲିକାଭୁକ୍ତ ତିନିଗୋଟି ବିଷୟ; ଯଥା – ଆଇନ ଓ ଶାନ୍ତିଶୃଙ୍ଖଳା ରକ୍ଷା, ପୋଲିସ୍ ଏବଂ ଜମିଜମା ବିଷୟକୁ ଛାଡ଼ି ଅନ୍ୟ ବିଷୟଗୁଡ଼ିକ ଉପରେ ଦିଲ୍ଲୀ ବିଧାନସଭାର ଆଇନ ପ୍ରଣୟନ କରିବାର କ୍ଷମତା ରହିଛି । ଏଠାରେ ରାଷ୍ଟ୍ରପତିଙ୍କଦ୍ବାରା ନିଯୁକ୍ତ ଉପରାଜ୍ୟପାଳ (ଲେଫ୍‌ଟନାଣ୍ଟ ଗଭର୍ଣ୍ଣର) ଶାସନମୁଖ୍ୟ ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି ।
  • କୌଣସି ଅଧ୍ୟାତ ଅଞ୍ଚଳର ପ୍ରଶାସନ ନିମନ୍ତେ ଭାରତ ସମ୍ବିଧାନରେ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା ନାହିଁ, ମାତ୍ର ସେହି ଅଞ୍ଚଳଗୁଡ଼ିକୁ କେନ୍ଦ୍ରଶାସିତ ଅଞ୍ଚଳର ପଦମର୍ଯ୍ୟାଦା ମିଳିଛି ।
  • ଫରାସୀ ଅଧ୍ବକୃତ ପଣ୍ଡିଚେରୀ, କାରିକଲ, ମାହେ, ୟନମ୍ ଅଞ୍ଚଳ ଓ ପର୍ତ୍ତୁଗାଲ୍ ଅଧିକୃତ ଗୋଆ, ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗରହାବେଳି ଅଞ୍ଚଳର ଭାରତ ସହିତ ମିଶ୍ରଣ ହେବା ଫଳରେ ୧୯୬୨ ମସିହାରେ ସେଗୁଡ଼ିକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଛି ।

→ ରାଜ୍ୟ ପୁନର୍ଗଠନର ପ୍ରବହମାନ ଘଟଣାବଳୀ :

  • ୧୯୫୦ ମସିହାରେ ନୂତନ ସମ୍ବିଧାନ କାର୍ଯ୍ୟକାରୀ ହେବା ସମୟରେ, ଭାରତରେ ଥିବା ନଅଗୋଟି ପ୍ରାକ୍ତନ ବ୍ରିଟିଶ୍ ଶାସନାଧୀନ ଭାରତୀୟ ପ୍ରଦେଶ ସମେତ ଅନ୍ୟ ସମସ୍ତ ଅଞ୍ଚଳକୁ ‘କ’, ‘ଖ’, ‘ଗ’ ଓ ‘ଘ’ ରାଜ୍ୟ ଭାବରେ ଶ୍ରେଣୀଭୁକ୍ତ କରାଯାଇଥିଲା ।
  • ସ୍ଵାଧୀନତା ପୂର୍ବର ବ୍ରିଟିଶ୍ ଶାସନାଧୀନ ନଅଗୋଟି ପ୍ରଦେଶ ଯଥା – (୧) ଆସାମ, (୨) ବିହାର, (୩) ବମ୍ବେ, (୪) ମଧ୍ୟପ୍ରଦେଶ, (୫) ମାଡ୍ରାସ୍, (୬) ଓଡ଼ିଶା, (୭) ପଞ୍ଜାବ, (୮) ସଂଯୁକ୍ତ ପ୍ରଦେଶ ଓ (୯) ପଶ୍ଚିମବଙ୍ଗକୁ ‘କ’ ଶ୍ରେଣୀଭୁକ୍ତ କରାଯାଇଛି ।
  • ‘ଖ’ ଶ୍ରେଣୀଭୁକ୍ତ ୫ଟି ରାଜ୍ୟ ହେଉଛି – (୧) ହାଇଦ୍ରାବାଦ, (୨) ଜାମ୍ମୁ ଓ କାଶ୍ମୀର, (୩) ମଧ୍ୟଭାରତ, (୪) ମହୀଶୂର, (୫) ପାତିଆଲା ଓ ପୂର୍ବ ପଞ୍ଜାବ ।
  • ‘ଗ’ ଶ୍ରେଣୀଭୁକ୍ତ ରାଜ୍ୟଗୁଡ଼ିକ ହେଉଛି – (୧) ଆଜମୀର, (୨) ଭୋପାଳ, (୩) ବିଳାସପୁର, (୪) କୁଚ- ବିହାର, (୫) କୁର୍ଗ ।
  • ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ଓ ଅନ୍ୟାନ୍ୟ ଅଧିକୃତ ଅଞ୍ଚଳ ‘ଘ’ ଶ୍ରେଣୀଭୁକ୍ତ ହୋଇଛି ।
  • ‘କ’ ଶ୍ରେଣୀଭୁକ୍ତ ରାଜ୍ୟଗୁଡ଼ିକରେ ଜଣେ ଜଣେ ରାଜ୍ୟପାଳ, ‘ଖ’ ଶ୍ରେଣୀଭୁକ୍ତ ରାଜ୍ୟଗୁଡ଼ିକରେ ଜଣେ ଜଣେ ରାଜ୍ୟପ୍ରମୁଖ, ‘ଗ’ ଓ ‘ଘ’ ଶ୍ରେଣୀଭୁକ୍ତ ରାଜ୍ୟଗୁଡ଼ିକରେ ଜଣେ ଜଣେ ଚିଫ୍ କମିଶନର (ଲେଫ୍ଟନାଣ୍ଟ ଗଭର୍ଣ୍ଣର) ଶାସନମୁଖ୍ୟ ଭାବେ ରାଷ୍ଟ୍ରପତିଙ୍କଦ୍ବାରା ନିଯୁକ୍ତ ହେଉଥିଲେ ।

BSE Odisha 10th Class Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

→ ଭାଷାଭିଭିକ ରାଜ୍ୟ ଗଠନ :

  • ୧୯୪୬ ମସିହାରୁ ୧୯୪୯ ମସିହା ମଧ୍ୟରେ ନୂତନ ସମ୍ବିଧାନର ପ୍ରଣୟନ କାର୍ଯ୍ୟ ଚାଲୁଥିବାବେଳେ ଭାଷାଭିଭିକ ରାଜ୍ୟ ବା ପ୍ରଦେଶ ଗଠନ ଲାଗି ଦାବି ସମ୍ବିଧାନ ପ୍ରଣୟନ ସଭାରେ ଆଲୋଚିତ ହୋଇଥିଲେ ମଧ୍ୟ ଜାତୀୟ ସଂହତିର ସୁରକ୍ଷା ଓ ପ୍ରଶାସନିକ କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ଏହା ଠିକ୍ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା ।
  • ଭାରତର ଦକ୍ଷିଣାଞ୍ଚଳର ମାଡ୍ରାସ୍, ହାଇଦ୍ରାବାଦ ଓ ମହୀଶୂର ଅଞ୍ଚଳର ତେଲୁଗୁ ଭାଷାଭାଷୀ ତଥା ମହୀଶୂରର କନ୍ନଡ଼ ଭାଷାଭାଷୀ ଲୋକମାନେ ନିଜ ପାଇଁ ସ୍ଵତନ୍ତ୍ର ରାଜ୍ୟ ବା ପ୍ରଦେଶ ଦାବି କରିଥିଲେ ।
  • ମରାଠୀ ଭାଷାଭାଷୀ ଲୋକମାନେ ମହାରାଷ୍ଟ୍ର ରାଜ୍ୟ ବା ପ୍ରଦେଶ ଗଠନ ପାଇଁ ସ୍ଵତନ୍ତ୍ର ଦାବି କରିଥିଲେ ।
  • ମାଲାୟାଲାମ୍ ଓ ତାମିଲ ଭାଷାଭାଷୀ ଲୋକମାନେ ସ୍ବତନ୍ତ୍ର ରାଜ୍ୟ ବା ପ୍ରଦେଶ ଗଠନ ପାଇଁ ଦାବି କରିଥିଲେ ।
  • ୧୯୪୮ ମସିହାରେ ସମ୍ବିଧାନ ପ୍ରଣୟନ ସଭାର ସୁପାରିସକ୍ରମେ ‘ଭାଷାଭିଭିକ ପ୍ରଦେଶ ଆୟୋଗ’’ ଗଠନ କରାଗଲା । ଏଥିରେ ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦାର ବଲ୍ଲଭଭାଇ ପଟେଲ ଓ ପଟ୍ଟାଭି ସୀତାରାମାୟା ସଦସ୍ୟ ରହିଲେ ।
  • ଚତୁର୍ଦ୍ଦଶ ସମ୍ବିଧାନ ସଂଶୋଧନ ଆଇନ ୧୯୬୨ ଅନୁସାରେ ପଣ୍ଡିଚେରୀ, କାରିକଲ, ମାହେ ଓ ୟନମ୍, ପଣ୍ଡିଚେରୀ (ପୁଦ୍ଧଚେରୀ)କୁ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ସ୍ଥାନିତ କରାଯାଇଛି ।
  • ୧୯୫୨ ମସିହାରେ ସ୍ଵତନ୍ତ୍ର ତେଲୁଗୁ ରାଜ୍ୟ ଦାବି କରି ଅନଶନ କରୁଥିବା ପୋଳି ଶ୍ରୀରାମୁଲୁଙ୍କ ମୃତ୍ୟୁ ଘଟଣା ସମସ୍ୟାକୁ ଅଧ‌ିକ ଜଟିଳ କରିଦେବାରୁ ୧୯୫୩ ମସିହାରେ ସରକାରଙ୍କ ନିଷ୍ପଭି ଅନୁସାରେ ମାଡ୍ରାସ୍‌ର ତେଲୁଗୁ ଭାଷାଭାଷୀ ଅଞ୍ଚଳକୁ ନେଇ ନୂତନ ଆନ୍ଧ୍ରପ୍ରଦେଶ ଗଠିତ ହେଲା ।
  • ନୂତନ ରାଜ୍ୟ ବା ପ୍ରଦେଶ ଗଠନ ଦାବିର ସମାଧାନ ପାଇଁ ୧୯୫୬ ମସିହାର ‘ରାଜ୍ୟ ପୁନର୍ଗଠନ ଆୟୋଗ’ ଗଠିତ ହେଲା । ଏଥ‌ିରେ ନ୍ୟାୟମୂର୍ତ୍ତି ଫଜଲ ଅଲ୍ଲୀ, ବିଶିଷ୍ଟ ଐତିହାସିକ ସର୍ଦାର କେ.ଏମ୍. ପାନିକର ଓ ହୃଦୟନାଥ କୁଞ୍ଜରୁ ସଦସ୍ୟ ଥିଲେ ।
  • ଏହି ଆୟୋଗର ମୁଖ୍ୟ ଉଦ୍ଦେଶ୍ୟ ଥିଲା– ଜାତୀୟ ଐକ୍ୟ ଓ ସଂହତିର ସୁରକ୍ଷା ସହିତ ରାଜ୍ୟବାସୀଙ୍କର ସମୂହ କଲ୍ୟାଣ ତଥା ସଂଖ୍ୟାଲଘୁ ଭାଷାଭାଷୀ ଲୋକମାନଙ୍କର ସ୍ବାର୍ଥକୁ ଦୃଷ୍ଟିରେ ରଖ୍ ରାଜ୍ୟ ପୁନର୍ଗଠନ ରୂପରେଖ ନିର୍ଦ୍ଧାରଣ କରିବାପାଇଁ ଆବଶ୍ୟକ ସୁପାରିସ କରିବା ।
  • ଏହି କମିଶନର ସୁପାରିସକ ଭିତ୍ତିକରି ୧୯୫୬ ମସିହାର ରାଜ୍ୟ ପୁନର୍ଗଠନ ଆଇନ ତଥା ସମ୍ବିଧାନର ସପ୍ତମ ସଂଶୋଧନ ଆଇନ ଜରିଆରେ ପୂର୍ବସୂଚିତ କ, ଖ, ଗ ଓ ଘ ଶ୍ରେଣୀୟ ରାଜ୍ୟ ବା ପ୍ରଦେଶକୁ ଉଚ୍ଛେଦ କରାଯାଇ ନୂତନ ଭାବରେ ୧୪ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରାଗଲା ।
  • ସେହି ରାଜ୍ୟଗୁଡ଼ିକ ହେଉଛି – (୧) ଆନ୍ଧ୍ରପ୍ରଦେଶ, (୨) ଆସାମ, (୩) ବିହାର, (୪) ବମ୍ବେ, (୫) ଜାମ୍ମୁ ଓ କାଶ୍ମୀର, (୬) କେରଳ, (୭) ମଧ୍ୟପ୍ରଦେଶ, (୮) ମାଡ୍ରାସ୍, (୯) ମହୀଶୂର, (୧୦) ଓଡ଼ିଶା, (୧୧) ପଞ୍ଜାବ, (୧୨) ରାଜସ୍ଥାନ, (୧୩) ଉତ୍ତରପ୍ରଦେଶ, (୧୪) ପଶ୍ଚିମବଙ୍ଗ ।
  • ୬ଟି କେନ୍ଦ୍ରଶାସିତ ଅଞ୍ଚଳ ହେଉଛି– (୧) ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ, (୨) ଦିଲ୍ଲୀ, (୩) ହିମାଚଳ ପ୍ରଦେଶ (୪) ଲାକ୍ଷାଦ୍ଵୀପ, ମିନିକୟ ଓ ଆମିନଡ଼ିଭି ଦ୍ଵୀପପୁଞ୍ଜ, (୫) ମଣିପୁର, (୬) ତ୍ରିପୁରା ।

→ ନୂତନ ରାଜ୍ୟ ଗଠନ ଓ ରାଜ୍ୟ ପୁନର୍ଗଠନ ତଥା ରାଜ୍ୟର ଚତୁଃସୀମା ଏବଂ ନାମ ପରିବର୍ତ୍ତନ ସମ୍ପର୍କିତ ସାମ୍ବିଧାନିକ ବ୍ୟବସ୍ଥା :

  • ସମ୍ବିଧାନର ଧାର ୨ ଅନୁସାରେ ସଂସଦ ଆଇନ ପ୍ରଣୟନ କରି ଭାରତୀୟ ସଂଘୀୟ ବ୍ୟବସ୍ଥାରେ ନୂତନ ରାଜ୍ୟ ସାମିଲ କରିପାରିବ ବା ନୂତନ ରାଜ୍ୟ ପ୍ରତିଷ୍ଠା କରିପାରିବ ।
  • ୩୫ତମ ଓ ୩୬ ତମ ସଂଶୋଧନ ଆଇନ ବଳରେ ସିକିମ୍ ୧୯୭୪ ମସିହାରେ ‘ସଂଲଗ୍ନ ରାଜ୍ୟ’ ବା ‘ସହଯୋଗୀ ରାଜ୍ୟ’, ୧୯୭୫ ମସିହାରେ ଏକ ‘ପୂର୍ଣାଙ୍ଗ ରାଜ୍ୟ’ର ମାନ୍ୟତା ପାଇଲା ।
  • ସମ୍ବିଧାନର ଧାରା—୩ରେ ସୂଚିତ ବ୍ୟବସ୍ଥା ଅନୁସାରେ ସଂସଦ ଆଇନ ପ୍ରଣୟନଦ୍ୱାରା –
    (୧) କୌଣସି ରାଜ୍ୟରୁ କିଛି ଅଞ୍ଚଳ ଅଲଗା କରି ବା ଦୁଇ ବା ତତୋଽଧିକ ରାଜ୍ୟକୁ ବା ରାଜ୍ୟର କିଛି ଅଞ୍ଚଳକୁ ମିଶ୍ରଣ କରି ନୂତନ ରାଜ୍ୟ ସୃଷ୍ଟି କରିପାରିବ ।
    (୨) କୌଣସି ରାଜ୍ୟର ଆୟତନକୁ ବୃଦ୍ଧି କରିପାରିବ ବା ହ୍ରାସ କରିପାରିବ ।
    (୩) କୌଣସି ରାଜ୍ୟର ପରିସୀମା ପରିବର୍ତ୍ତନ କରିପାରିବ ।
    (୪) କୌଣସି ରାଜ୍ୟର ନାମ ପରିବର୍ତ୍ତନ କରିପାରିବ ।
    (କ) ଏହି ପରିପ୍ରେକ୍ଷୀରେ କୁହାଯାଇଛି ଯେ ଆବଶ୍ୟକ ବିଷୟ ସୂଚିତ କରି ରାଷ୍ଟ୍ରପତିଙ୍କ ପ୍ରାକ୍ ସୁପାରିସ ମିଳିବା ପରେ ସଂସଦର ଯେ କୌଣସି ସଦନରେ ଏକ ଚିଠା ଆଗତ କରାଯାଇ ପାରିବ ।
    (ଖ) ରାଷ୍ଟ୍ରପତି ନିଜର ସୁପାରିସ ଦେବା ପୂର୍ବରୁ ପ୍ରୋକ୍ତ ଚିଠା ଆଇନକୁ ସଂଶ୍ଳିଷ୍ଟ ରାଜ୍ୟ ବା ରାଜ୍ୟମାନଙ୍କର ବିଧାନମଣ୍ଡଳକୁ ପ୍ରେରଣ କରି ଉକ୍ତ ସଦନର ଆବଶ୍ୟକ ମତାମତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଜାଣିବେ । ମାତ୍ର ରାଜ୍ୟ ବିଧାନମଣ୍ଡଳର ମତାମତ ଗ୍ରହଣ କରିବାପାଇଁ ରାଷ୍ଟ୍ରପତି ବାଧ୍ଯ ନୁହନ୍ତି ।

BSE Odisha 10th Class Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

→ ଅଦ୍ୟାବଧୂ ନୂତନ ରାଜ୍ୟ ଗଠନ ଓ ରାଜ୍ୟ ପୁନର୍ଗଠନ କ୍ଷେତ୍ରରେ ଅନୁସୃତ ଉଲ୍ଲିଖତ ପଦ୍ଧତି :

  • ବମ୍ବେ ରାଜ୍ୟ ପୁନର୍ଗଠନ ଆଇନ, ୧୯୬୦ ଅନୁସାରେ ବମ୍ବେ ରାଜ୍ୟକୁ ବିଭାଜିତ କରାଯାଇ ମହାରାଷ୍ଟ୍ର ଓ ଗୁଜରାଟ ରାଜ୍ୟଦ୍ଵୟ ଗଠିତ ହୋଇଅଛି ।
  • ନାଗାଲାଣ୍ଡ ରାଜ୍ୟ ଗଠନ ଆଇନ, ୧୯୬୨ ବଳରେ ୧୯୬୪ ମସିହା ଫେବୃୟାରୀ ୧ ତାରିଖଠାରୁ ନୂତନ ନାଗାଲାଣ୍ଡ ରାଜ୍ୟ ଗଠିତ ହୋଇଅଛି ।
  • ୧୯୬୬ ମସିହାର ପଞ୍ଜାବ ପୁନର୍ଗଠନ ଆଇନ ବଳରେ ପଞ୍ଜାବ ରଜ୍ୟ ବିଭାଜିତ ହୋଇ ନୂତନ,ରାଜ୍ୟ ହରିୟାଣା, ପଞ୍ଜାବ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ ସୃଷ୍ଟି ହୋଇଛି ।
  • ୧୯୬୯ ମସିହାର ଆସାମ (ମେଘାଳୟ) ପୁନର୍ଗଠନ ଆଇନ ଅନୁସାରେ ମେଘାଳୟ ଉପରାଜ୍ୟ ସୃଷ୍ଟି ହୋଇ ୧୯୭୧ ମସିହାରେ ରାଜ୍ୟ ପାହ୍ୟାକୁ ଉନ୍ନୀତ ହୋଇଛି ।
  • ୧୯୭୦ ମସିହାର ହିମାଚଳ ପ୍ରଦେଶ ରାଜ୍ୟ ଗଠନ ଆଇନ ଅନୁସାରେ ପୂର୍ବରୁ କେନ୍ଦ୍ରଶାସିତ ଅଞ୍ଚଳ ଥ‌ିବା ହିମାଚଳ ପ୍ରଦେଶ ରାଜ୍ୟ ପାହ୍ୟାକୁ ଉନ୍ନୀତ ହେଲା ।
  • ୧୯୭୧ ମସିହାର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ (ପୁନର୍ଗଠନ) ଆଇନ ଅନୁସାରେ ମଣିପୁର, ତ୍ରିପୁରା ଓ ମେଘାଳୟ ରାଜ୍ୟ ହେବା ସହିତ ଅରୁଣାଚଳ ପ୍ରଦେଶ ଓ ମିଜୋରାମ୍‌କୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରାଯାଇଛି ।
  • ୧୯୮୬ ମସିହାରେ ମିଜୋରାମ୍ ରାଜ୍ୟ ପାହ୍ୟାକୁ ଉନ୍ନୀତ ହୋଇଛି ।
  • ୧୯୮୬ ମସିହାରେ ଅରୁଣାଚଳ ପ୍ରଦେଶ ଗୋଟିଏ ରାଜ୍ୟର ମାନ୍ୟତା ପାଇଛି ।
  • ୧୯୮୭ ମସିହାର ଗୋଆ ରାଜ୍ୟ ପୁନର୍ଗଠନ ଆଇନ ବଳରେ ସେହି ବର୍ଷ ମେ ମାସ ୩୦ ତାରିଖରେ ଗୋଆ ଏକ ରାଜ୍ୟର ମାନ୍ୟତା ପାଇଛି ।
  • ମଧ୍ୟପ୍ରଦେଶ ରାଜ୍ୟ ପୁନର୍ଗଠନ ଆଇନ ୨୦୦୦ ବଳରେ ୨୦୦୦ ମସିହା ନଭେମ୍ବର ମାସ ୧ ତାରିଖରୁ ଛତିଶଗଡ଼ ରାଜ୍ୟ ଗଠିତ ହୋଇଛି ।
  • ଉତ୍ତରପ୍ରଦେଶ ରାଜ୍ୟ ପୁନର୍ଗଠନ ଆଇନ ବଳରେ ଉତ୍ତର ପ୍ରଦେଶରୁ କିଛି ଅଞ୍ଚଳକୁ ଅଲଗା କରାଯାଇ ୨୦୦୦ ମସିହା ନଭେମ୍ବର ମାସ ୯ ତାରିଖରୁ ଉତ୍ତରାଖଣ୍ଡ ରାଜ୍ୟ ଗଠିତ ହୋଇଛି ।
  • ୨୦୦୦ ମସିହା ନଭେମ୍ବର ୧୫ ତାରିଖରୁ ବିହାର ପୁନଗଠନ ଆଇନ–୨୦୦୦ ବଳରେ ବିହାରର କିଛି ଅଞ୍ଚଳକୁ ନେଇ ଝାଡ଼ଖଣ୍ଡ ରାଜ୍ୟ ସୃଷ୍ଟି ହୋଇଛି ।
  • ୨୦୧୪ ମସିହା ଜୁନ୍ ୨ ତାରିଖ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ ୨୦୧୪ ଅନୁସାରେ ଆନ୍ଧ୍ରପ୍ରଦେଶକୁ ବିଭାଜିତ କରି ତେଲେଙ୍ଗାନା ରାଜ୍ୟ ଗଠିତ ହୋଇଛି ।
  • ୨୦୧୯ ମସିହା ଅକ୍ଟୋବର ୩୧ ତାରିଖରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ଆଇନ ୨୦୧୯ ଅନୁସାରେ ଜାମ୍ମୁ ଓ କାଶ୍ମୀରକୁ ବିଭାଜନ କରି (୧) ଜାମ୍ମୁକାଶ୍ମୀର ଓ (୨) ଲଦାଖ ନାମକ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଗଠନ କରାଗଲା ।

→ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନାମ ପରିବର୍ତ୍ତନ :

  • ୧୯୬୮ ମସିହାରେ ମାଡ୍ରାସ୍ ରାଜ୍ୟର ନୂତନ ନାମ ହୋଇଛି | ତାମିଲନାଡୁ ।
  • ୧୯୭୩ ମସିହାରେ ମହୀଶୂର ରାଜ୍ୟର ନାମ ପରିବର୍ତ୍ତିତ ହୋଇ ‘କର୍ଣାଟକ’ ହୋଇଛି ।
  • ପୂର୍ବର ଲାକାଡ଼ିଭ, ମିନିକୟ ଓ ଆମିନିଡ଼ିଭି ଦ୍ଵୀପପୁଞ୍ଜର ନାମ ୧୯୭୩ ମସିହାରେ ପରିବର୍ତ୍ତିତ ହୋଇ ‘ଲାକ୍ଷାଦ୍ଵୀପ’ ହୋଇଛି |
  • ୨୦୧୧ ମସିହାରେ ସଂସଦରେ ଆଇନ ପ୍ରଣୟନ କରାଯାଇ | ‘ଓରିଶା’ (ORISSA) ଓ ‘ଓରିୟା’ (ORIYA) ଶବ୍ଦ ପରିବର୍ତ୍ତିତ ହୋଇ ଯଥାକ୍ରମେ ‘ଓଡ଼ିଶା’ (ODISHA) ଏବଂ ‘ଓଡ଼ିଆ’ (ODIA) ହୋଇଅଛି ।

BSE Odisha 10th Class Political Science Notes Chapter 1 ନୂତନ ରାଜ୍ୟଗୁଡ଼ିକର ଗଠନ

ଜାଣିବା କଥା
(କ). ୧୯୬୧ ମସିହାର ଡିସେମ୍ବର ମାସ ୧୯ ତାରିଖ ଦିନ ଗୋଆ, ଡାମନ ଓ ଡିଉ ଭାରତରେ ମିଶିଲା । ଏହା ପୂର୍ବରୁ ଦୀର୍ଘ ୪୫୦ ବର୍ଷ ଧରି ଏହି ଅଞ୍ଚଳ ପର୍ତ୍ତୁଗାଲ୍ ଅଧୀନରେ ଥିଲା । ଭାରତ ସହିତ ମିଶିବା ପରେ ସମ୍ବିଧାନ ସଂଶୋଧନ ଆଇନ ବଳରେ ଉଲ୍ଲିଖୂତ ଅଞ୍ଚଳ ପ୍ରଥମେ ଏକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଛି ଓ ୧୯୮୭ ମସିହାରେ କେବଳ ଗୋଆ ଏକ ରାଜ୍ୟର ମାନ୍ୟତା ପାଇଛି । ଡାମନ ଓ ଡିଉ ପୂର୍ବପରି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ରହିଛନ୍ତି ।
(ଖ). ଫରାସୀମାନଙ୍କ ଅଧୀନରେ ଥ‌ିବା ପଣ୍ଡିଚେରୀ, କାରିକଲ, ମାହେ ଓ ୟନମ୍ ଅଞ୍ଚଳ ଭାରତରେ ମିଶିଯାଇଛି ଓ ୧୯୬୨ ମସିହା ଡିସେମ୍ବର ମାସରେ ଚତୁର୍ଦ୍ଦଶ ସମ୍ବିଧାନ ସଂଶୋଧନ ଆଇନ ଅନୁସାରେ ପଣ୍ଡିଚେରୀ (ପୁଦୁଚେରୀ) ଏକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଉଛି ।
(ଗ). ୧୯୬୧ ମସିହାରେ ଦଶମ ସମ୍ବିଧାନ ସଂଶୋଧନ ଆଇନ ବଳରେ ଦାଦ୍ରା ଓ ନଗରହାବେଳି କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଛି ।

  • ବ୍ରିଟିଶ୍ ଶାସନ ସମୟରେ ସିକିମ୍‌ରେ ପୁରୁଷାନୁକ୍ରମିକ ରାଜତନ୍ତ୍ର ଚାଲୁଥିଲା ଓ ଚୋଗ୍ୟାଲ ଥିଲେ ଏହାର ରାଷ୍ଟ୍ରମୁଖ୍ୟ । ଭାରତ ସ୍ଵାଧୀନତା ପାଇବା ପରେ ସିକିମ୍ବର ଜନସାଧାରଣ ଭାରତରେ ମିଶିଯିବା ପାଇଁ ଆଗ୍ରହ ପ୍ରକାଶ କଲେ । ପ୍ରଥମେ ଏକ ଚୁକ୍ତି ସମ୍ପାଦିତ ହେବା ପରେ ସିକିମ୍ ହେଲା ଭାରତର ଏକ ସୁରକ୍ଷାପ୍ରାପ୍ତ ଅଞ୍ଚଳ (Protectorate) । ପରବର୍ତୀ ସମୟରେ ସିକିମ୍ ପ୍ରଶାସନ ଆଇନ ଓ ଭାରତ ସହିତ ମିଶ୍ରଣ ପ୍ରସ୍ତାବ (Resolution) ଅନୁସାରେ ୧୯୭୪ ମସିହାଠାରୁ ସିକିମ୍ ପ୍ରଥମେ ଏକ ‘ସହଯୋଗୀ ରାଜ୍ୟ’ ବା ‘ସଂଲଗ୍ନ ରାଜ୍ୟ’ ଓ ପରେ ୧୯୭୫ ମସିହାରେ ଏକ ‘ପୂର୍ଣ୍ଣାଙ୍ଗ ରାଜ୍ୟ’ର ମାନ୍ୟତା ପାଇଛି ।

BSE Odisha 10th Class Political Science Notes Chapter 2 ସାମ୍ବିଧାନିକ ବ୍ୟବସ୍ଥା

Odisha State Board BSE Odisha 10th Class Political Science Notes Chapter 2 ସାମ୍ବିଧାନିକ ବ୍ୟବସ୍ଥା will enable students to study smartly.

BSE Odisha Class 10 Political Science Notes Chapter 2 ସାମ୍ବିଧାନିକ ବ୍ୟବସ୍ଥା

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ :

  • ସ୍ଵାଧୀନତା ପ୍ରାପ୍ତି ପରଠାରୁ ଆମ ଦେଶରେ ଗଣତନ୍ତ୍ର ଶାସନର ପ୍ରତିଷ୍ଠା ହେଲା ।
  • ୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖ ଦିନଠାରୁ ପ୍ରଚଳିତ ନୂତନ ସମ୍ବିଧାନ ମାଧ୍ୟମରେ ଭାରତକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ଘୋଷଣା କରାଗଲା ।
  • ବର୍ତ୍ତମାନ ବିଶ୍ଵରେ ପ୍ରାୟତଃ ୧୩୦ଟି ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ରହିଛି ।
  • ଗଣତନ୍ତ୍ର ଶାସନରେ ପ୍ରତ୍ୟେକ ନାଗରିକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଦେଶ ଶାସନରେ ଅଂଶଗ୍ରହଣ କରୁଥିବାରୁ, ଏହି ଶାସନକୁ ଲୋକମାନଙ୍କର ଶାସନ କୁହାଯାଏ ।
  • ଗଣତନ୍ତ୍ରରେ ଜନସାଧାରଣ ହେଉଛନ୍ତି ସାର୍ବଭୌମ କ୍ଷମତାର ଅଧିକାରୀ ।
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍ ବାସ୍ତବରେ କହିଥିଲେ, ‘ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କଦ୍ୱାରା ଓ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଶାସନ ।’’
  • ରାଜନୀତିର୍ବିଜ୍ଞାନୀ ସିଲିଙ୍କ ମତରେ, ‘‘ଯେଉଁ ସରକାରରେ ପ୍ରତ୍ୟେକ ବ୍ୟକ୍ତି ଅଂଶଗ୍ରହଣ କରିଥା’ନ୍ତି, ତାହାକୁ ଗଣତନ୍ତ୍ର କୁହାଯାଏ ।’’
  • ଗଣତନ୍ତ୍ର ମୁଖ୍ୟତଃ ଦୁଇ ପ୍ରକାରର; ଯଥା – ପ୍ରତ୍ୟକ୍ଷ ଗଣତନ୍ତ୍ର ଓ ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତନ୍ତ୍ର ।
  • ପ୍ରାଚୀନ ଗ୍ରୀସ୍ ଦେଶର ‘ନଗର ରାଜ୍ୟ’ରେ ପ୍ରତ୍ୟକ୍ଷ ଗଣତନ୍ତ୍ର ବ୍ୟବସ୍ଥା କାର୍ଯ୍ୟ କରୁଥିଲା । ଏହିସବୁ ନଗର ରାଜ୍ୟର ଆୟତନ କ୍ଷୁଦ୍ର ଓ ଲୋକସଂଖ୍ୟା କମ୍ ହେତୁ ନଗର ରାଜ୍ୟର ସମସ୍ତ ଅଧିବାସୀ ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭାବରେ ସାମିଲ ହୋଇପାରୁଥିଲା । କିନ୍ତୁ ଏବେ ବହୁଳ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ ତାହା ସମ୍ଭବ ହୋଇପାରୁ ନାହିଁ ।
  • ଆମ ଦେଶରେ ଜନସଂଖ୍ୟା ଓ ଆୟତନର ବିଶାଳତା ଦୃଷ୍ଟିରୁ ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହୋଇଛି ।
  • ଭାରତ ବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଇତ୍ୟାଦି ଅନେକ ଦେଶରେ ଏହି ପ୍ରକାର ଶାସନ ବ୍ୟବସ୍ଥା ପ୍ରଚଳିତ ।

BSE Odisha 10th Class Political Science Notes Chapter 2 ସାମ୍ବିଧାନିକ ବ୍ୟବସ୍ଥା

→ ଭାରତର ସମ୍ବିଧାନରେ ପ୍ରଦତ୍ତ ଗଣତାନ୍ତ୍ରିକ ବ୍ୟବସ୍ଥା :

  • କ୍ୟାବିନେଟ୍ ମିଶନ୍‌ର ପ୍ରସ୍ତାବ ଅନୁଯାୟୀ ସ୍ଵାଧୀନ ଭାରତ ପାଇଁ ଏକ ନୂତନ ସମ୍ବିଧାନ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏକ ସମ୍ବିଧାନ ପ୍ରଣୟନ ସଭା ଗଠନ କରାଗଲା । ଏହାର ପ୍ରଥମ ବୈଠକ ୧୯୪୬ ମସିହା ଡିସେମ୍ବର ମାସ ୯ ତାରିଖରେ ବସିଥିଲା ଏବଂ ଦୀର୍ଘ ୨ ବର୍ଷ ୧୧ ମାସ ୧୮ ଦିନ ଧରି କାର୍ଯ୍ୟ ଚାଲିବା ପରେ ୧୯୪୯ ମସିହା ନଭେମ୍ବର ମାସ ୨୬ ତାରିଖରେ ନୂତନ ସମ୍ବିଧାନ ପ୍ରଣୟନ କାର୍ଯ୍ୟ ଶେଷ ହେଲା ।
  • ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ସମ୍ବିଧାନ ପ୍ରଣୟନ ସଭାରେ ନୂତନ ସମ୍ବିଧାନ ଗୃହୀତ ହେଲା ।
  • ଡଃ ଭୀମରାଓ ଆମ୍ବେଦକର ଏହି କାର୍ଯ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
  • ଲୋକମାନଙ୍କର ସ୍ଵାଧୀନତା ଓ ସମାନତା ଉପରେ ଗୁରୁତ୍ଵ ପ୍ରଦାନ, ଶାସନରେ ଲୋକମାନଙ୍କର ଅଂଶଗ୍ରହଣ ନିମନ୍ତେ ସ୍ଵାଧୀନ ଓ ନିରପେକ୍ଷ ନିର୍ବାଚନ ବ୍ୟବସ୍ଥା ଓ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଆମ ସମ୍ବିଧାନରେ ରହିଛି ।
  • ସମ୍ବିଧାନର ଆରମ୍ଭରେ ଏକ ‘ପ୍ରସ୍ତାବନା’ ବା ‘ପ୍ରାକ୍‌କଥନ’ ରହିଛି, ଯାହା ସମ୍ବିଧାନର ମୁଖବନ୍ଧ ସ୍ୱରୂପ । ଏଥ‌ିରେ ଭାରତର ଜନସାଧାରଣଙ୍କ ସାର୍ବଭୌମ କ୍ଷମତାର ଅଧିକାରୀ ଭାବରେ ସଚିତ କରାଯାଇଛି ।
  • ଭାରତରେ ପରୋକ୍ଷ ବା ପ୍ରତିନିଧୂମୂଳକ ସଂସଦୀୟ ଗଣତନ୍ତ୍ରର ବ୍ୟବସ୍ଥା ରହିଛି । ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତିଙ୍କୁ ନେଇ ଭାରତର ସଂସଦ ଗଠିତ ହୋଇଛି ।
  • ଲୋକସଭା (ନିମ୍ନ ସଦନ)ର ସଭ୍ୟମାନେ ଲୋକମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ଏବଂ ରାଜ୍ୟସଭା (ଉଚ୍ଚ ସଦନ)ର ସଦସ୍ୟମାନେ ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।
  • ଲୋକସଭାରେ ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ସମର୍ଥନ ପାଇଥିବା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଲୋକସଭା ନିକଟରେ ସାମୂହିକ ଭାବେ ଉତ୍ତରଦାୟୀ ରହିଥାଏ ।
  • ରାଜ୍ୟ ସ୍ତରରେ ବିଧାନସଭାର ସଦସ୍ୟମାନେ ଜନସାଧାରଣଙ୍କଦ୍ବାରା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୁଅନ୍ତି । ଯେଉଁ ରାଜ୍ୟରେ ବିଧାନ ପରିଷଦ ଅଛି ସେଠାରେ ବିଧାନ ପରିଷଦର ସଦସ୍ୟମାନେ ବିଧାନସଭାର ନିର୍ବାଚିତ ସଦସ୍ୟମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି ।
  • ଆମ ଦେଶରେ ୫ ଗୋଟି ରାଜ୍ୟରେ ବିଧାନ ପରିଷଦ ରହିଛି । ସେହି ରାଜ୍ୟଗୁଡ଼ିକ ହେଉଛି – ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ । ଆନ୍ଧ୍ରପ୍ରଦେଶରେ ୨୦୦୭ ମସିହାରେ ବିଧାନ ପରିଷଦ ପୁନଃ ସ୍ଥାପିତ ହୋଇଛି । ୧୯୮୫ ମସିହାରେ ଏହା ଉଠିଯାଇଥିଲା ।

BSE Odisha 10th Class Political Science Notes Chapter 2 ସାମ୍ବିଧାନିକ ବ୍ୟବସ୍ଥା

  • ବିଧାନସଭାର ସଂଖ୍ୟାଗରିଷ୍ଠ ଦଳର ନେତା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବାଧୀନ ରାଜ୍ୟ ମନ୍ତ୍ରିମଣ୍ଡଳ ରାଜ୍ୟ ବିଧାନସଭା ନିକଟରେ ଏହାର ସମସ୍ତ କାର୍ଯ୍ୟକଳାପ ପାଇଁ ସାମୁହିକ ଭାବରେ ଉତ୍ତରଦାୟୀ ରହନ୍ତି ।
  • ୭୩ତମ ଓ ୭୪ତମ ସମ୍ବିଧାନ ସଂଶୋଧନ ଆଇନ ଜରିଆରେ ଭାରତର ସମ୍ବିଧାନରେ ନିର୍ବାଚନଭିଭିକ ସ୍ଥାନୀୟ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ସୂଚିତ ହୋଇଛି । ଆମ ଦେଶର ସହରାଞ୍ଚଳରେ ପୌର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଗ୍ରାମାଞ୍ଚଳରେ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତ ଗଠନର ବ୍ୟବସ୍ଥା ରହିଛି । ଫଳରେ ତୃଣମୂଳ ସ୍ତର ପର୍ଯ୍ୟନ୍ତ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ସମ୍ଭବ ହୋଇପାରିଛି ।
  • ଭାରତରେ ଲୋକସଭା, ରାଜ୍ୟସଭା ଓ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ପ୍ରତିନିଧୂମାନଙ୍କୁ ନିର୍ବାଚିତ କରିବାପାଇଁ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା ପ୍ରଚଳିତ ହେଉଛି ।
  • ଆମ ସମ୍ବିଧାନଦ୍ୱାରା ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ସମ୍ପତ୍ତି ଓ ଶିକ୍ଷା ନିର୍ବିଶେଷରେ ପ୍ରତ୍ୟେକ ସାବାଳକ ଭରତୀୟ ନିର୍ବାଚନରେ ମତଦାନ କରିବାପାଇଁ ଅଧିକାର ପାଇଛନ୍ତି ।
  • ଆମ ଦେଶରେ ବର୍ତ୍ତମାନ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ସାବାଳକ ନାଗରିକ ମତଦାନ ଅଧ୍ୟାକାର ପାଇଛନ୍ତି । ଏହା ସମ୍ବିଧାନର ୩୨୬ ଧାରାରେ ଉଲ୍ଲେଖ ରହିଛି । ଏହାକୁ ଆଧାର କରି ସଂସଦରେ ଲୋକ ପ୍ରତିନିଧ୍ ଆଇନ ୧୯୫୦ ଓ ୧୯୫୧ ମସିହାରେ ପ୍ରଣୀତ ହୋଇଛି ।

BSE Odisha 10th Class History Notes Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

Odisha State Board BSE Odisha 10th Class History Notes Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ will enable students to study smartly.

BSE Odisha Class 10 History Notes Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:

→ ଭାରତରେ ଅସହଯୋଗ ଆନ୍ଦୋଳନ :
ଖୁଲାଫତ୍ ଆନ୍ଦୋଳନ :

  • ପ୍ରଥମ ବିଶ୍ଵଯୁଦ୍ଧ ଚାଲିଥିବା ସମୟରେ ତୁର୍କୀ ସାମ୍ରାଜ୍ୟ ବିଖଣ୍ଡିତ ହେବାରୁ ଭାରତର ମୁସଲମାନମାନେ ବ୍ୟର୍ଥାତ ଓ କ୍ରୋଧାନ୍ଵିତ ହୋଇଥିଲେ ।
  • ତୁର୍କୀର ସୁଲତାନ ତଥା ମୁସଲମାନମାନଙ୍କ ଧର୍ମଗୁରୁ ବା ଖଲିଫାଙ୍କୁ ସମର୍ଥନ ଜଣାଇ ତାଙ୍କ କ୍ଷମତା ହ୍ରାସ ବିରୋଧରେ ଭାରତରେ ମୁସଲମାନମାନଙ୍କଦ୍ଵାରା ହୋଇଥିବା ଆନ୍ଦୋଳନକୁ ଖୋଲାଫତ୍ ଆନ୍ଦୋଳନ କୁହାଯାଏ ।
    ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ
  • ମହମ୍ମଦ ଅଲ୍ଲୀ ଓ ସୌକତ୍ ଅଲ୍ଲୀ ନାମକ ଦୁଇ ଭାଇ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଗାନ୍ଧିଜୀ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ ।
  • ଏହି ଆନ୍ଦୋଳନର ପରିଚାଳନା ପାଇଁ ଗଠିତ ଖୁଲାଫତ୍ କମିଟିରେ ଦୁଇ ଅଲ୍ଲୀ ଭ୍ରାତାଙ୍କ ସହ ମୌଲାନା ଆବୁଲ କାଲାମ ଆଜାଦ୍, ହକିମ୍ ହଜ୍‌ମଲ୍ ଖାଁ ଓ ହସରତ ମୋହାନୀ ସଦସ୍ୟ ଥିଲେ ।
  • ୧୯୧୯ ମସିହା ନଭେମ୍ବର ମାସରେ ଗାନ୍ଧିଜୀ ‘ନିଷ୍ଫଳ ଭାରତ ଖୁଲାଫତ୍’ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
  • ସେଭର୍ସ ଚୁକ୍ତିଦ୍ୱାରା ସୁଲତାନଙ୍କ ଅଧିକୃତ ଅନେକ ଅଞ୍ଚଳ ତାଙ୍କଠାରୁ କାଢ଼ି ନିଆଗଲା । ଗାନ୍ଧିଜୀଙ୍କ ପରାମର୍ଶକ୍ରମେ ନିଷ୍ଫଳ ଭାରତ ଖୁଲାଫତ୍ କମିଟି ଅସହଯୋଗ ଆନ୍ଦୋଳନ ଆରମ୍ଭ କଲା ।
  • ୧୯୨୦ ଜୁନ୍‌ରେ ଆଲ୍ଲାହାବାଦରେ ସର୍ବଦଳୀୟ ବୈଠକରେ ଖୁଲାଫତ୍ କମିଟି ଇଂରେଜ ସରକାରଙ୍କ ସହ ସମ୍ପର୍କ ଛିନ୍ନ କରିବାପାଇଁ ନିଷ୍ପତ୍ତି ନେଲା ।

BSE Odisha 10th Class History Notes Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

  • ମୁସଲିମ୍ ଲିଗ୍ ଓ ଭାରତୀୟ ଜାତୀୟ କଂଗ୍ରେସ ଖୁଲାଫତ୍ ଆନ୍ଦୋଳନକୁ ସମର୍ଥନ କରିଥିଲେ ।
  • ମୌଲାନା ଆବୁଲ କାଲାମ ଆଜାଦ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଥିଲେ । ସେ ‘ଇଣ୍ଡିଆ ଉଇନ୍ସ ଫ୍ରିଡ଼ମ୍’ ନାମକ ପୁସ୍ତକ ରଚନା କରିଥିଲେ । ୧୯୯୨ ମସିହାରେ ତାଙ୍କୁ ମରଣୋତ୍ତର ଭାବେ ‘ଭାରତ ରତ୍ନ’ ଉପାଧ୍ ପ୍ରଦାନ କରାଯାଇଥିଲା ।
  • ୧୯୨୦ ଅଗଷ୍ଟ ୧ ତାରିଖରେ ଆନୁଷ୍ଠାନିକ ଭାବେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା । ଉକ୍ତ ଦିନ ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକ୍‌ଙ୍କ ଦେହାନ୍ତଜନିତ ଶୋକ ପାଳନ ଓ ଆନ୍ଦୋଳନର ମିଶ୍ରିତ ପ୍ରତିବାଦରେ ଦେଶବ୍ୟାପୀ ହରତାଳ ଓ ଶୋଭାଯାତ୍ରା ଆରମ୍ଭ ହେଲା ।
  • ରାଓଲାତ୍ଵ ଆଇନ, ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡ ଭଳି ଅମାନୁଷିକ ଘଟଣା ଯୋଗୁଁ ଗାନ୍ଧିଜୀ ଇଂରେଜ ସରକାରଙ୍କ ନୈତିକତା ଉପରୁ ବିଶ୍ଵାସ ତୁଟାଇ ଦେଲେ ଓ ଶାନ୍ତିପୂର୍ଣ ଭାବେ ଅହିଂସ ଆନ୍ଦୋଳନ ପାଇଁ ଡାକରା ଦେଲେ ।
  • ଭାରତ ଶାସନ ଆଇନର ତ୍ରୁଟି, ହଣ୍ଟର କମିଟି ବିବରଣୀରେ ପକ୍ଷପାତିତା ଓ ଖ୍ଫତ୍ ଆନ୍ଦୋଳନ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନକୁ ସାକାର କରିବାରେ ସହାୟକ ହୋଇଥିଲା ।

→ ଭାରତ ଶାସନ ଆଇନ ୧୯୧୯ :

  • ଇଂଲଣ୍ଡର ବୈଦେଶିକ ସଚିବ ଏଡ଼ଉଇନ୍ ମଣ୍ଟେଗୁ ଓ ଭାରତର ଭାଇସ୍‌ରାୟ ଲର୍ଡ଼ ଚେମ୍‌ସ୍‌ଫୋର୍ଡ଼ଙ୍କଦ୍ୱାରା ପ୍ରସ୍ତୁତ ହୋଇଥ୍ ସମ୍ବିଧାନ ସଂସ୍କାରଗୁଡ଼ିକ ୧୯୧୯ ମସିହା ଡିସେମ୍ବର ୨୩ ତାରିଖରେ ପ୍ରକାଶ ପାଇଥିଲା । ତେଣୁ ଏହା ଭାରତ ଶାସନ ଆଇନ ୧୯୧୯ ନାମରେ ଖ୍ୟାତ ।
  • ଏଥୁରେ ଅନେକଗୁଡ଼ିଏ ତ୍ରୁଟି ଥିଲା; ଯଥା— ଭାଇସ୍‌ୟ ଓ ତାଙ୍କ କାର୍ଯ୍ୟକାରୀ ପରିଷଦ ବ୍ରିଟିଶ୍ ମନ୍ତ୍ରିମଣ୍ଡଳ ନିକଟରେ ଉତ୍ତରଦାୟୀ ରହିଲେ, ପ୍ରାଦେଶିକ ସ୍ତରରେ ଦ୍ଵୈତ ଶାସନ ବ୍ୟବସ୍ଥା ପ୍ରଚଳନ ହେଲା, ସମ୍ପ୍ରଦାୟଭିତ୍ତିକନିର୍ବାଚନମଣ୍ଡଳୀ ଗଠନ କରାଗଲା ଓ ଭୋଟଦାନ ଅଧିକାରକୁ ଅଧିକ ସଙ୍କୁଚିତ କରାଗଲା । ଫଳରେ ଭାରତୀୟ ଜାତୀୟ କଂଗ୍ରେସ ଶକ୍ତିଶାଳୀ ସ୍ବରାଜ୍ୟ ପାଇଁ ଦାବି କଲା ।
  • ‘ଭାରତ ଶାସନ ଆଇନ ୧୯୧୯’ ମଧ୍ୟ ‘ମଣ୍ଟେଗୁ-ଚେମ୍ସଫୋର୍ଡ଼ ସଂସ୍କାର’ ନାମରେ ପରିଚିତ ।

→ ହଣ୍ଟର କମିଟି ରିପୋର୍ଟ :

  1. ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡର ସରକାରୀ ତଦନ୍ତ ପାଇଁ ୧୯୧୯ ମସିହା ଅକ୍ଟୋବର ୧୪ ତାରିଖରେ ଲର୍ଡ଼ ହଣ୍ଟରଙ୍କ ନେତୃତ୍ଵରେ ଗଠିତ କମିଟି ଗଠନ କେବଳ ଏକ ଧୂଆଁବାଣ ଥିଲା ।
  2. ଏହି କମିଟି ଜେନେରାଲ ଡାୟାର୍‌ଙ୍କ କାର୍ଯ୍ୟକଳାପକୁ ବ୍ରିଟିଶ୍ ଲର୍ଡ଼ସ୍ ସଭା ଅନୁମୋଦନ କରିଥିଲା, ଯାହାକିଭାରତୀୟମାନଙ୍କୁ କ୍ଷୁବ୍‌ଧ କରିଥିଲା ।
  3. ବ୍ରିଟିଶ୍ ଜନସାଧାରଣ ଜେନେରାଲ ଡାୟାରଙ୍କ ପାଇଁ ୩୦,୦୦୦ ପାଉଣ୍ଡ ସଂଗ୍ରହ କରିଥିଲେ ।
  4. ୧୯୨୦ ମସିହା ସେପ୍ଟେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ କୋଲକତାଠାରେ କଂଗ୍ରେସ ଅଧ୍ବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ପ୍ରସ୍ତାବ ଗୃହୀତ ହେଲା । ସେହି ବର୍ଷ ଡିସେମ୍ବର ମାସରେ ନାଗପୁର ଅଧିବେଶନରେ ଏହାକୁ ଅନୁମୋଦନ କରାଯାଇ ଅସହଯୋଗ ଆନ୍ଦୋଳନ ଚାଲୁ ରଖିବାପାଇଁ ନିଷ୍ପତ୍ତି ନିଆଗଲା ।

BSE Odisha 10th Class History Notes Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

→ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ:

  • ଅସହଯୋଗ ଆନ୍ଦୋଳନର ମୂଳ ନୀତି ଥିଲା ଇଂରେଜ ଅନୁଷ୍ଠାନ ଓ ବିଦେଶୀ ଦ୍ରବ୍ୟ ବର୍ଜନ ।
  • ୧୯୧୯ ଭାରତ ଶାସନ ଆଇନ ଅନୁଯାୟୀ ଅନୁଷ୍ଠିତ ହେବାକୁ ଥ‌ିବା ନିର୍ବାଚନ ଓ ସରକାରୀ ଉତ୍ସବ ବର୍ଜନ ।
  • ସମସ୍ତ ପ୍ରକାର ସରକାରୀ ଉପାଧ୍ ଫେରସ୍ତ ଓ ସରକାରୀ ପଦବୀରୁ ଇସ୍ତଫା ।
  • ଆଇନଜୀବୀଙ୍କଦ୍ୱାରା ବିଚାରାଳୟ ବର୍ଜନ ଓ ଛାତ୍ରମାନଙ୍କଦ୍ୱାରା ସ୍କୁଲ, କଲେଜ ବର୍ଜନ ।
  • ବିଦେଶୀ ଦ୍ରବ୍ୟ ତଥା ବିଦେଶୀ ଲୁଗା ବର୍ଜନ ।
  • ଖଦୀ ଓ ଗ୍ରାମୋଦ୍ୟୋଗର ପ୍ରସାର, ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଏକତା ସୃଷ୍ଟି, ଅସ୍ପୃଶ୍ୟତା ନିରାକରଣ, ଜାତୀୟ ଶିକ୍ଷାନୁଷ୍ଠାନ ସ୍ଥାପନ କରି ଗଠନମୂଳକ କାର୍ଯ୍ୟକ୍ରମ ଗ୍ରହଣ ।

ଅସହଯୋଗ ଆନ୍ଦୋଳନର ପ୍ରସାର :

  • ଗାନ୍ଧିଜୀଙ୍କ ଡାକରାରେ ମୋତିଲାଲ ନେହେରୁ, ଚିତ୍ତରଞ୍ଜନ ଦାସଙ୍କ ପରି ଖ୍ୟାତନାମା ବାରିଷ୍ଟର ଆଇନ ବ୍ୟବସାୟ ତ୍ୟାଗ କଲେ । ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ବଲ୍ଲଭଭାଇ ପଟେଲ, ଜବାହରଲାଲ ନେହେରୁ, ସୁଭାଷଚନ୍ଦ୍ର ବୋଷ ଓ ଗୋପବନ୍ଧୁ ଦାସ ଆଦି ଆନ୍ଦୋଳନରେ ଯୋଗ ଦେଲେ । ଆନ୍ଦୋଳନର ବହ୍ନି ଦେଶସାରା ବ୍ୟାପିଗଲା ।
  • ଆନ୍ଦୋଳନକୁ ଅର୍ଥ ଯୋଗାଇବା ପାଇଁ ଗଠିତ ତିଳକ ସ୍ଵରାଜ ପାଣ୍ଠିରେ ଜନସାଧାରଣଙ୍କ ମୁକ୍ତ ଦାନ ଫଳରେ ଏକ କୋଟି ଟଙ୍କା ଜମା ହୋଇଗଲା ।
  • ସତ୍ୟାଗ୍ରହୀମାନେ ୱେଲ୍‌ସ୍‌ର ଯୁବରାଜଙ୍କ ଭାରତ ପରିଦର୍ଶନକୁ ବାସନ୍ଦ କଲେ । ଜନସାଧାରଣଙ୍କ ଅସହଯୋଗ ବ୍ରିଟିଶ୍ ସରକାରଙ୍କ ମୂଳଦୁଆକୁ ଦେହଲାଇ ଦେଲା ।
  • ଅସହଯୋଗ ଆନ୍ଦୋଳନକୁ ଦମନ କରିବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ କାରାଦଣ୍ଡରେ ଦଣ୍ଡିତ କରାଗଲା । ୧୯୨୨ ଫେବୃୟାରୀ ତାରିଖରେ ଗାନ୍ଧିଜୀ ଇଂରେଜ ସରକାରଙ୍କୁ ଚେତାବନୀ ଦେଲେ ଯେ ସାତ ଦିନ ମଧ୍ୟରେ ସମସ୍ତ ରାଜନୈତିକ ବନ୍ଦୀଙ୍କୁ ମୁକ୍ତ ନ କଲେ ଓ ସମ୍ବାଦପତ୍ରକୁ ପୂର୍ଣ୍ଣ ସ୍ବାଧୀନତା ନ ଦେଲେ ସେ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ।
  • ୧୯୨୨ ଫେବୃୟାରୀ ୫ ତାରିଖରେ ଉତ୍ତର ପ୍ରଦେଶର ଗୋରଖପୁର ଅଞ୍ଚଳସ୍ଥିତ ଚୌରୀଚୌରାଠାରେ ଉତ୍ୟକ୍ତ ଆନ୍ଦୋଳନକାରୀମାନେ ପୋଲିସ ଷ୍ଟେସନରେ ନିଆଁ ଲଗାଇଦେବାକୁ ୨୨ ଜଣ ପୋଲିସ୍ କର୍ମଚାରୀ ଜୀବନ୍ତ ଦଗ୍‌ଧ ହେଲେ । ଏଥିରେ ବ୍ୟଥ୍‌ତ ହୋଇ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ଘୋଷଣା କଲେ ।
  • ୧୯୨୨ ଫେବୃୟାରୀ ୧୨ ତାରିଖରେ ବନ୍ଦୋଳିଠାରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଆନ୍ଦୋଳନ ସ୍ଥଗିତ ଘୋଷଣା ଅନୁମୋଦିତ ହେଲା ।

BSE Odisha 10th Class History Notes Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

→ ଅସହଯୋଗ ଆନ୍ଦୋଳନର ଫଳାଫଳ:

  1. ୧୯୨୨ ମସିହା ମାର୍ଚ୍ଚ ୧୦ ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରାଯାଇ ୬ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା ।
  2. ଏହି ଆନ୍ଦୋଳନ ଭବିଷ୍ୟତ ବିପ୍ଳବ ପାଇଁ ଭାରତବାସୀଙ୍କୁ ଉତ୍ସାହିତ କରିଥିଲା ।
  3. ପ୍ରଥମଥର ପାଇଁ କଂଗ୍ରେସ ଆନ୍ଦୋଳନ ଜନ ଆନ୍ଦୋଳନରୁ ଗଣ ଆନ୍ଦୋଳନରେ ପରିଣତ ହୋଇଥିଲା ।
  4. ଏହା ମଧ୍ୟ ଖୁଲାଫତ୍ ଆନ୍ଦୋଳନର ଅବସାନ ଘଟାଇଥିଲା ।

ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ପ୍ରଭାବ :

  • ଓଡ଼ିଶାରେ ଗୋପବନ୍ଧୁ ଚୌଧୁରୀ, ଭାଗୀରଥ୍ ମହାପାତ୍ର, ନିରଞ୍ଜନ ପଟ୍ଟନାୟକ, ଯଦୁମଣି ମଙ୍ଗରାଜ, ହରେକୃଷ୍ଣ ମହତାବ ଆଦି ନେତାମାନେ ଅସହଯୋଗ ଆନ୍ଦୋଳକୁ ସଫଳ କରିବା ପାଇଁ ଉଦ୍ୟମ କଲେ ।
  • ୧୯୨୦ ମସିହା ଡିସେମ୍ବର ମାସରେ ନାଗପୁର କଂଗ୍ରେସ ଅବେଶନ ବସିଥିଲା ଏବଂ ଏଥିରେ ଓଡ଼ିଶାରୁ ୩୫ ଜଣ ପ୍ରତିନିଧୂ ଯୋଗଦେଇଥିଲେ ।
  • ୧୯୨୧ ମସିହା ମାର୍ଚ୍ଚ ମାସରେ ଗୋପବନ୍ଧୁ ଦାସଙ୍କ ଉଦ୍ୟମରେ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହୋଇଥିଲା ।
  • ଏହାର ସଭାପତି ଓ ସମ୍ପାଦକ ଯଥାକ୍ରମେ ଗୋପବନ୍ଧୁ ଦାସ ଓ ଭାଗୀରଥ ମହାପାତ୍ର ଥିଲେ ।
  • ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ କଟକଠାରେ ବିଶାଳ ଜନସମାବେଶକୁ ଗାନ୍ଧି ଉଦ୍‌ବୋଧନ ଦେଇଥିଲେ ।
  • ରମାଦେବୀଙ୍କ ସମେତ ଅନେକ ନାରୀ ‘ତିଳକ ସ୍ଵରାଜ ପାଣ୍ଠି’କୁ ବହୁ ଅଳଙ୍କାର ଦାନ କରିଥିଲେ ।
  • ଏହାପରେ ଗାନ୍ଧିଜୀ ଭଦ୍ରକ, ପୁରୀ ଓ ବ୍ରହ୍ମପୁରଠାରେ ଉଦ୍‌ବୋଧନ ଦେଇ ଓଡ଼ିଶାବାସୀଙ୍କ ମନରେ ଉନ୍ମାଦନା ସୃଷ୍ଟି କରିଥିଲେ ।

BSE Odisha 10th Class History Notes Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ :

  • ବ୍ରିଟିଶ୍ ଦ୍ରବ୍ୟ, କୋର୍ଟ କଚେରୀ ଓ ଶିକ୍ଷାନୁଷ୍ଠାନ ବର୍ଜନ।
  • ଖଦୀର ବ୍ୟବହାର ଓ ଚରଖା ପ୍ରଚଳନ ।
  • ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଏକତା ପ୍ରତିଷ୍ଠା ।
  • ଅସ୍ପୃଶ୍ୟତା ନିରାକରଣ ଓ ନିଶା ନିବାରଣ ।
  • ଜାତୀୟ ଶିକ୍ଷାର ପ୍ରଚଳନ ।

ଅସହଯୋଗ ଆନ୍ଦୋଳନର ଅଗ୍ରଗତି :

  1. ୧୯୨୧ ମସିହା ଅଗଷ୍ଟ ୩ ତାରିଖରେ ପୁରୀଠାରେ ବିଦେଶୀ ବସ୍ତ୍ରଗୁଡ଼ିକରେ ଅଗ୍ନିସଂଯୋଗ କରାଯାଇଥିଲା ।
  2. କଲିକତାର ଓଡ଼ିଆ ଶ୍ରମିକମାନେ ବିଦେଶୀ ଲୁଗାପେଟି ବୋହିବାକୁ ମନା କରିଥିଲେ ।
  3. ସତ୍ୟାଗ୍ରହୀମାନେ ବିଦେଶୀ ମଦ ବିକ୍ରି ବନ୍ଦ କରିଦେଇଥିଲେ ।
  4. ବହୁ ବିଶିଷ୍ଟ ଓଡ଼ିଆ ବ୍ୟକ୍ତି ତାଙ୍କର ପଦପଦବୀ ତ୍ୟାଗ କରିଥିଲେ ।
  5. ଗୋପବନ୍ଧୁ ଚୌଧୁରୀ, ନୀଳକଣ୍ଠ ଦାସ, ଲିଙ୍ଗରାଜ ମିଶ୍ର, ମୁକୁନ୍ଦପ୍ରସାଦ ଦାସ, ସୁରେନ୍ଦ୍ରନାଥ ଦାସ, ମହମ୍ମଦ ହନିଫ୍, ଚନ୍ଦ୍ରଶେଖର ବେହେରା ଓ ଶ୍ରୀବତ୍ସ ପଣ୍ଡା ଆଦି ଚାକିରି, ଗୋପବନ୍ଧୁ ଦାସ, ଜଗବନ୍ଧୁ ସିଂହ, ବିଶ୍ଵନାଥ ଦାସ, ନଟବର ଗଡ଼ତିଆ, ରାମନାରାୟଣ ମିଶ୍ର, ଭାଗୀରଥ୍ ମହାପାତ୍ର, ଅଚ୍ୟୁତାନନ୍ଦ ପୁରୋହିତ ଓ ମହେନ୍ଦ୍ର ବର୍ମା ଓକିଲାତି; ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନ୍‌ଗୋ, ରାଜକୃଷ୍ଣ ବୋଷ ଆଦି ଯୁବକମାନେ କଲେଜ ତ୍ୟାଗ କରି ଆନ୍ଦୋଳନରେ ଯୋଗ ଦେଇଥିଲେ ।

BSE Odisha 10th Class History Notes Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

  1. ବାଲେଶ୍ଵରରେ ଗୌରମୋହନ ଦାସ ଓ ଭଦ୍ରକରେ ବାଞ୍ଛାନିସ୍‌ ମହାନ୍ତି ଘରୋଇ ନ୍ୟାୟାଳୟ ପ୍ରତିଷ୍ଠା କରିଥିଲେ ।
  2. ଛାତ୍ରଛାତ୍ରୀମାନେ ଜାତୀୟତା ଶିକ୍ଷା ଦେବା ନିମନ୍ତେ ୧୯୧୯ରେ ଗୋପବନ୍ଧୁ ଦାସ ସାକ୍ଷୀଗୋପାଳଠାରେ ସତ୍ୟବାଦୀ ବନ ବିଦ୍ୟାଳୟ ସ୍ଥାପନ କରିଥିଲେ ।
  3. କଟକଠାରେ ଉତ୍କଳ ସ୍ଵରାଜ୍ୟ ଶିକ୍ଷା ପରିଷଦ ସ୍ଥାପିତ ହୋଇଥିଲା ।
  4. ବିଭିନ୍ନ ସ୍ଥାନରେ ଆଶ୍ରମମାନ ପ୍ରତିଷ୍ଠା କରାଯାଇଥିଲା ।
  5. ସ୍ଵରାଜ ଆଶ୍ରମ–କଟକ, ଅଳକା ଆଶ୍ରମ– ଜଗତ୍‌ସିଂହପୁର, ସ୍ଵରାଜ ମନ୍ଦିର– ବାଲେଶ୍ଵରଠାରେ ହରେକୃଷ୍ଣ ମହତାବ ପ୍ରତିଷ୍ଠା କରିଥିଲେ ।
  6. ‘ସ୍ଵରାଜ ସଙ୍ଗୀତ’ ନାମକ ପ୍ରାଚୀରପତ୍ର ଛାପିଥିବାରୁ ସମ୍ବଲପୁରର ମିଶ୍ର ପ୍ରେସ୍‌କୁ ୨୫ ଟଙ୍କା ଜରିମାନା

ସରକାରଙ୍କ ଦମନଲୀଳା :

  • ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ଦମନ କରିବାପାଇଁ ଜନସାଧାରଣଙ୍କ ଉପରେ ଲାଠିଚାଳନା, ବେତ୍ରାଘାତ କରାଗଲା ଓ ସତ୍ୟାଗ୍ରହୀମାନଙ୍କୁ କାରାରୁଦ୍ଧ କରାଯାଇଥିଲା ।
  • ‘ସ୍ଵରାଜ ସଙ୍ଗୀତ’ ନାମକ ପ୍ରାଚୀରପତ୍ର ଛାପିଥିବାରୁ ସମ୍ବଲପୁରର ମିଶ୍ର ପ୍ରେସ୍‌କୁ ୨୫ ଟଙ୍କା ଜରିମାନା କରାଯାଇଥିଲା ।
  • କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଏହି ଆନ୍ଦୋଳନକୁ ଦମନ କରିବାପାଇଁ ଇଂରେଜମାନଙ୍କର ସାହାଯ୍ୟ ନେଇଥିଲେ ।
  • ଆଇନ ଅମାନ୍ୟ ଅଭିଯୋଗରେ ଗୋପବନ୍ଧୁ ଦାସ ଓ ଭାଗୀରଥ୍ ମହାପାତ୍ରଙ୍କୁ ଗିରଫ କରି ହଜାରିବାଗ ଜେଲକୁ ପଠାଇ ଦିଆଯାଇଥିଲା ।
  • ଉତ୍କଳ ଦୀପିକା– ଓଡ଼ିଶାର ପ୍ରଥମ ସମ୍ବାଦପତ୍ର
    ସମାଜ ସମ୍ବାଦପତ୍ର— ଗୋପବନ୍ଧୁ ଦାସ ପ୍ରତିଷ୍ଠା କରିଥିଲେ ।

BSE Odisha 10th Class History Notes Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

ଐତିହାସିକ ଘଟଣାବଳୀ ଓ ସମୟ:

୧୯୧୯ ଖ୍ରୀ.ଅ. – (ନଭେମ୍ବର) ଗାନ୍ଧିଜୀ ନିଷ୍ଫଳ ଭାରତ ଖୁଫତ୍ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ।
୧୯୨୦ ଖ୍ରୀ.ଅ. – (ଜୁନ୍ ୯) ଆଲ୍ଲାହାବାଦଠାରେ ସର୍ବଦଳୀୟ ବୈଠକ ଆୟୋଜନ ।
୧୯୨୦ ଖ୍ରୀ.ଅ .- (ଅଗଷ୍ଟ ୧) ଆନୁଷ୍ଠାନିକ ଭାବେ ଅସହଯୋଗ ଆନ୍ଦୋଳନ ଆରମ୍ଭ ।
୧୯୨୦ ଖ୍ରୀ.ଅ. – (ଡିସେମ୍ବର) ନାଗପୁର କଂଗ୍ରେସ ଅଧ‌ିବେଶନ ଅନୁଷ୍ଠିତ ।
୧୯୨୨ ଖ୍ରୀ.ଅ. – (ଫେବୃୟାରୀ ୫) ଚୌରିଚୌରା ଦୁର୍ଘଟଣା ସଂଘଟିତ ।
୧୯୨୨ ଖ୍ରୀ.ଅ. – (ମାର୍ଚ୍ଚ ୧୦) ଗାନ୍ଧିଜୀ ୬ ବର୍ଷ ପାଇଁ ଜେଲ୍‌ଦଣ୍ଡରେ ଦଣ୍ଡିତ ।
୧୯୨୧ ଖ୍ରୀ.ଅ. – (ମାର୍ଜ) ଗାନ୍ଧିଜୀଙ୍କ ଓଡ଼ିଶା ଆଗମନ ।
୧୯୨୧ ଖ୍ରୀ.ଅ. – (ଅଗଷ୍ଟ ୩) ପୁରୀଠାରେ ବିଦେଶୀ ବସ୍ତ୍ରରେ ଅଗ୍ନି ସଂଯୋଗ ।

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

Odisha State Board BSE Odisha 10th Class History Important Questions 13 ଗୋଆ ଓ ପୁଦୁଚେରୀର ମୁକ୍ତି Important Questions and Answers.

BSE Odisha Class 10 History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ସ୍ଵାଧୀନତା ପରବର୍ତ୍ତୀ ଭାରତରେ ଅବସ୍ଥାପିତ ଫରାସୀ ଓ ପର୍ତ୍ତୁଗୀଜ୍ ଉପନିବେଶ ସମ୍ପର୍କରେ ଏକ ବିବରଣୀ ପ୍ରଦାନ କର ।
Answer:

  • ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ଇଂରେଜ ଶାସନ କବଳରୁ ମୁକ୍ତ ହେଲେ ସୁଦ୍ଧା ପର୍ତ୍ତୁଗୀଜ୍ ଓ ଫରାସୀ ଉପନିବେଶ ଭାବରେ ଭାରତର କିଛି ଅଂଶ ରହିଯାଇଥିଲା ।
  • ଭାରତର ପଶ୍ଚିମ ଉପକୂଳରେ ଅବସ୍ଥିତ ଗୋଆ, ଦାମନ, ଡିଉ, ଦାଦ୍ରା ଓ ନଗରହାବେଳିରେ ପର୍ତ୍ତୁଗୀଜ୍‌ମାନେ ଶାସନ କରୁଥିଲେ ।
  • ପୁଦୁଚେରୀ, ଚନ୍ଦନନଗର, କରାଇକଲ, ମାହେ ଓ ୟାନାମ୍ ଆଦି ଫରାସୀ ଉପନିବେଶ ଥିଲା ।
  • ଫରାସୀ ସରକାର ଓ ଭାରତ ସରକାରଙ୍କ ମଧ୍ୟରେ ବୁଝାମଣା ଅନୁସାରେ ଫରାସୀ ଉପନିବେଶଗୁଡ଼ିକରେ ଜନମତ ନିଆଯାଇ ସେଗୁଡ଼ିକୁ ଭାରତ ସହିତ ମିଶାଇ ଦିଆଗଲା ।
  • କିନ୍ତୁ ପର୍ତ୍ତୁଗୀଜ୍ ସରକାର ଉପନିବେଶ ଛାଡ଼ିବାକୁ ରାଜି ନ ହେବାରୁ ଭାରତ ସକାର ଗୋଆକୁ ସୈନ୍ୟ ପ୍ରେରଣ କରି ୧୯୬୧ ମସିହାରେ ପର୍ତ୍ତୁଗୀଜ୍ ଉପନିବେଶଗୁଡିକୁ ଭାରତ ସହ ମିଶ୍ରଣ କରିଥିଲେ ।

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ପର୍ତ୍ତୁଗୀଜ୍ ଶାସନାଧୀନ ହେବା ପର୍ଯ୍ୟନ୍ତ ଗୋଆର ଇତିହାସର ଏକ ବିବରଣୀ ଦିଅ ।
Answer:

  • ଗୋଆର ଇତିହାସ ବେଶ୍ ପ୍ରାଚୀନ । ଅତୀତରେ ଏହା ଗୋମଞ୍ଚଳ, ଗୋପକପତ୍ତମ୍, ଗୋପକପୁରୀ, ଗୋବପୁରୀ ବା ଗୋମନ୍ତକ ନାମରେ ପରିଚିତ ଥିଲା ।
  • ସମୟକ୍ରମେ ସାତବାହାନ, କଦମ୍ବ, ରାଷ୍ଟ୍ରକୂଟ, ଚାଲୁକ୍ୟ, ଶିଲାଦର, ଯାଦବମାନେ ଶାସନ କରୁଥିଲେ । ଖିଲ୍‌ମାନଙ୍କ ସମୟରେ ଏହା ମୁସଲମାନ ଶାସନାଧୀନ ଥିଲା ।
  • ଭାସ୍କୋଡ଼ାଗାମାଙ୍କ ଭାରତକୁ ଜଳପଥ ଆବିଷ୍କାର ପରେ ପର୍ତ୍ତୁଗୀଜ୍‌ମାନେ ଗୋଆ ଅଧ୍ୟାକାର କରିବାକୁ ଅଭିଯାନ ଆରମ୍ଭ କଲେ । ୧୫୧୦ ମସିହାରେ ବିଜୟନଗର ସମ୍ରାଟଙ୍କ ସହାୟତାରେ ପର୍ତ୍ତୁଗୀଜ୍‌ମାନେ ଗୋଆ ଅଧିକାର କଲେ ।

୨। ‘ଅନ୍ତଃକ୍ଷେତ୍ର’ କାହାକୁ କୁହାଯାଏ ? ସ୍ଵାଧୀନତାପ୍ରାପ୍ତି ପରେ ଭାରତ ଅନ୍ତର୍ଗତ କେଉଁ ଅଞ୍ଚଳସବୁ ଏହିପରି ଅନ୍ତଃକ୍ଷେତ୍ର ରୂପେ ପରିଚିତ ଥିଲେ ?
Answer:

  • ସାଧାରଣତଃ ଗୋଟିଏ ସ୍ଵାଧୀନ ରାଷ୍ଟ୍ର ମଧ୍ୟରେ ଥିବା ଅନ୍ୟ ବିଦେଶୀ ରାଷ୍ଟ୍ରର ଶାସନାଧୀନ ଅଞ୍ଚଳଗୁଡ଼ିକୁ ‘ଅନ୍ତଃକ୍ଷେତ୍ର’ କୁହାଯାଏ ।
  • ଦୃଷ୍ଟାନ୍ତସ୍ୱରୂପ, ଭାରତର ସ୍ବାଧୀନତା ପ୍ରାପ୍ତି ପରେ ଭାରତ ଅନ୍ତର୍ଗତ ଥିବା ଗୋଆ, ଦାମନ, ଡିଉ, ଦାଦ୍ରା ଓ ନଗରହାବେଳି ଗୋଟିଏ ଗୋଟିଏ ପର୍ତ୍ତୁଗୀଜ୍ ଅନ୍ତଃକ୍ଷେତ୍ର ରୂପେ ପରିଚିତ ଥିଲା ।
  • ସେହିପରି ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ପୁଦୁଚେରୀ, ଚନ୍ଦନନଗର, କରାଇକଲ, ମାହେ ଓ ୟାନାମ୍ ଇତ୍ୟାଦି ଫରାସୀ ଅନ୍ତଃକ୍ଷେତ୍ରରୂପେ ବିବେଚିତ ହେଉଥିଲା ।

୩। ଭାରତର ୨୫ତମ ରାଜ୍ୟଟି କିଏ ? ଏହା କିପରି ସମ୍ଭବ ହେଲା ?
Answer:

  • ଭାରତର ୨୫ତମ ରାଜ୍ୟଟି ହେଉଛି ‘ଗୋଆ’ । ପୂର୍ବରୁ ଏହା ଏକ କେନ୍ଦ୍ରଶାସିତ ଅଞ୍ଚଳ ଥିଲା ।
  • ୧୯୬୩ ମସିହାରେ ଗୋଆରେ ସାଧାରଣ ନିର୍ବାଚନ ହେଲା । ପରେ ୧୯୬୭ ମସିହାରେ ଗୋଆ ମହାରାଷ୍ଟ୍ରରେ ମିଶିବ ଅଥବା ପୃଥକ୍ ରହିବ ପ୍ରସଙ୍ଗ ଉପରେ ଏକ ଗଣଭୋଟର ଆୟୋଜନ ହେଲା । ଗୋଆର ଲୋକମାନେ ମହାରାଷ୍ଟ୍ର ସହିତ ମିଶିବା ସପକ୍ଷରେ ନ ଥିଲେ ।
  • ପରିଶେଷରେ ୧୯୮୭ ମସିହା ମେ ୩୦ ତାରିଖ ଦିନ ଗୋଆକୁ ଦାମନ ଓ ଡିଉରୁ ଅଲଗା କରି ରାଜ୍ୟ ପାହ୍ୟା ପ୍ରଦାନ କରାଗଲା ।

୪। ବର୍ତ୍ତମାନର ପୁହୁଚେରୀ ବିଷୟରେ ଏକ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କର ।
Answer:

  • ଆଧୁନିକ ପୃଦ୍ଧଚେରୀ ଭାରତ ସରକାରଙ୍କର ଏକ କେନ୍ଦ୍ରଶାସିତ ଅଞ୍ଚଳ ।
  • ଏହାର କ୍ଷେତ୍ରଫଳ ପ୍ରାୟ ୪୮୯ ବର୍ଗ କିଲୋମିଟର ଓ ଲୋକସଂଖ୍ୟା ୯,୭୪,୩୪୫ ।
  • ପୁଦୁଚେରୀ ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିଲେ ସୁଦ୍ଧା ଏଠାରେ ତିରିଶ ଆସନବିଶିଷ୍ଟ ଏକ ନିର୍ବାଚିତ ସଭାଗୃହ ଅଛି । ଏହାର ଲୋକସଭା ଓ ରାଜ୍ୟସଭାରେ ଜଣେ ଲେଖାଏଁ ପ୍ରତିନିଧ୍ଵ ଅଛନ୍ତି ।

୫। ପୁଦୁଚେରୀ କିପରି ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେଲା ?
Answer:

  • ୧୯୫୪ ମସିହା ଅକ୍ଟୋବର ମାସରେ ପୁଦୁଚେରୀ ଓ କରାଇକଲରେ ଏକ ଜନମତ ନିଆଗଲା ।
  • ସେହି ଜନମତ ଭାରତ ସହିତ ମିଶ୍ରଣ ସପକ୍ଷରେ ଗଲା ।
  • ସେହିବର୍ଷ ନଭେମ୍ବର ୧ ତାରିଖ ଦିନ ପୁଦୁଚେରୀ ଓ କରାଇକଲର ଶାସନ କ୍ଷମତା ଭାରତ ସରକାରଙ୍କ ହାତକୁ ଆସିଲା । ସେହିଦିନଠାରୁ ଏହା ଭାରତର ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇରହିଛି ।

୬ । ପର୍ତ୍ତୁଗୀଜ୍ ସରକାର ଜାତିସଂଘର ସୁରକ୍ଷା ପରିଷଦରେ କେଉଁ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ ? ଏହି ପ୍ରସଙ୍ଗଟି କିପରି ଅକାମି ହୋଇଗଲା ? ପରେ ପର୍ତ୍ତୁଗୀଜ୍ ସରକାର କି ପଦକ୍ଷେପ ଗ୍ରହଣ କରିଥିଲେ ?
Answer:

  • ୧୯୬୧ ମସିହା ଡିସେମ୍ବର ୧୮ ତାରିଖରେ ଭାରତୀୟ ସୈନ୍ୟବାହିନୀ ଗୋଆରେ ପ୍ରବେଶ କଲେ ଓ ସେଠାରେ ଉପସ୍ଥିତ ଥିବା ପର୍ତ୍ତୁଗୀଜ୍ ସୈନ୍ୟଙ୍କୁ ପରାଜିତ କଲେ ।
  • ପର୍ତ୍ତୁଗୀଜ୍ ସରକାର ଏହାକୁ ଏକ ଆକ୍ରମଣ ବୋଲି ବର୍ଣ୍ଣନା କରି ଜାତିସଂଘର ସୁରକ୍ଷା ପରିଷଦରେ ଏହି ପ୍ରସଙ୍ଗ ଉତ୍‌ଥାପନ କଲେ ।
  • ଭାରତର ସୈନ୍ୟ ପ୍ରତ୍ୟାହାର ପ୍ରସ୍ତାବଟି ଋଷୀୟ ଭିଟୋ ବଳରେ ଅକାମି ହୋଇଗଲା । ପରଦିନ ଅର୍ଥାତ୍ ଡିସେମ୍ବର ୧୯ ତାରିଖ ଦିନ ଗୋଆରେ ଅବସ୍ଥାପିତ ପର୍ତ୍ତୁଗୀଜ୍ ଗଭର୍ଣ୍ଣର ଶରଣପତ୍ରରେ ସ୍ବାକ୍ଷର କରି ଭାରତର ଶରଶାଗତ ହେଲେ ।

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ଭାରତ ସ୍ଵାଧୀନତା ପରେ କେଉଁ କେଉଁ ଦେଶର ଉପନିବେଶ ଭାରତରେ ରହିଯାଇଥିଲା ?
Answer:
ଭାରତ ଇଂରେଜ ଶାସନରୁ ମୁକ୍ତ ହେବା ପରେ ମଧ୍ୟ କେତେକ ବୈଦେଶିକ ଦେଶର ଉପନିବେଶ ଭାରତରେ ରହିଯାଇଥିଲା । ସେହି ଦେଶଗୁଡ଼ିକ ହେଲେ– (i) ପର୍ତ୍ତୁଗାଲ୍ ଓ (ii) ଫ୍ରାନ୍ସ ।

୨। ଅତୀତରେ ଗୋଆ କେଉଁ କେଉଁ ନାମରେ ପରିଚିତ ଥିଲା ? କେଉଁମାନେ ଏହାକୁ ଶାସନ କରିଥିଲେ ?
Answer:

  • ଅତୀତରେ ଗୋଆ, ଗୋମଞ୍ଚଳ, ଗୋପକପତ୍ତମ୍, ଗୋପକପୁରୀ, ଗୋବପୁରୀ ବା ଗୋମନ୍ତକ ନାମରେ ପରିଚିଚ ଥିଲା ।
  • କାଳର କ୍ରମିକତାରେ ଗୋଆକୁ ସାତବାହାନ, କଦମ୍ବ, ରାଷ୍ଟ୍ରକୂଟ, ଚାଲୁକ୍ୟ, ଶିଲଦାର, ଯାଦବମାନେ ଶାସନ କରିଥିଲେ ।

୩। କେବେ ଭାରତ ଓ ଫ୍ରାନ୍ସ ମଧ୍ୟରେ ଏକ ଚୁକ୍ତି ହେଲା ? ଏହି ଚୁକ୍ତିରେ କ’ଣ ସ୍ଥିର କରାଗଲା ?
Answer:

  • ୧୯୪୮ ମସିହାରେ ଫ୍ରାନ୍ସ ଓ ଭାରତ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହେଲା ।
  • ଫରାସୀ ଅନ୍ତଃକ୍ଷେତ୍ରରେ ଗଣଭୋଟ ଅନୁଷ୍ଠିତ ହେବାପାଇଁ ଏହି ଚୁକ୍ତିରେ ସ୍ଥିର କରାଗଲା ।

୪। ପର୍ତ୍ତୁଗୀଜ୍ ଉପନିବେଶଗୁଡ଼ିକ କିପରି ଭାରତ ସହିତ ମିଶିଥିଲେ ?
Answer:

  • ପର୍ତ୍ତୁଗାଲ୍ ସରକାର ଉପନିବେଶଗୁଡ଼ିକୁ ଭାରତ ସହ ମିଶାଇବା ନିମନ୍ତେ ରାଜି ହୋଇନଥିଲେ । ତେଣୁ ଭାରତ ନିଜର ସୈନ୍ୟବାହିନୀ ପ୍ରେରଣ କରି ଏହି ଉପନିବେଶଗୁଡ଼ିକୁ ମୁକ୍ତ କରିଥିଲା ।
  • ତେଣୁ ଭାରତ ନିଜର ସୈନ୍ୟବାହିନୀ ପ୍ରେରଣ କରି ଏହି ଉପନିବେଶଗୁଡ଼ିକୁ ମୁକ୍ତ କରିଥିଲା ।

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଭାରତରେ ବ୍ରିଟିଶ୍ ସାମ୍ରାଜ୍ୟବାଦର ଅବସାନ କେବେ ହୋଇଥିଲା ?
Answer:
୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତରେ ବ୍ରିଟିଶ୍ ସାମ୍ରାଜ୍ୟବାଦର ଅବସାନ ହୋଇଥିଲା ।

2. କେଉଁ ଦୁଇ ମୁଖ୍ୟ ଅଞ୍ଚଳକୁ ଭାରତର ରାଜନୀତିକ ପରିଧ‌ିକୁ ଆଣିବାପାଇଁ ଏକ ଆହ୍ବାନ ଥିଲା ?
Answer:
ଗୋଆ ଓ ପୁଦୁଚେରୀକୁ ଭାରତର ରାଜନୀତିକ ପରିଧ୍ ଭିତରକୁ ଫେରାଇ ଆଣିବା ଭାରତ ସରକାରଙ୍କ ପାଖରେ ଏକ ପ୍ରମୁଖ ଆହ୍ବାନ ଥିଲା ।

3. ଅନ୍ତଃକ୍ଷେତ୍ର କାହାକୁ କୁହାଯାଏ ?
Answer:
ଗୋଟିଏ ରାଷ୍ଟ୍ର ମଧ୍ୟରେ ଥ‌ିବା ଅନ୍ୟ ରାଷ୍ଟ୍ରର ଶାସନାଧୀନ ଅଞ୍ଚଳଗୁଡ଼ିକୁ ଅନ୍ତଃକ୍ଷେତ୍ର କୁହାଯାଏ ।

4. ଗୋଆରେ ୧୯୬୭ ମସିହାରେ କାହିଁକି ଗଣଭୋଟ କରାଯାଇଥିଲା ?
Answer:
ଗୋଆରେ ଗଣଭୋଟ କରାଯିବାର ଉଦ୍ଦେଶ୍ୟ ଥିଲା ଯେ ଗୋଆ ମହାରାଷ୍ଟ୍ରରେ ରହିବ ନା ଅଲଗା ରହିବ ।

5. ପୁଦୁଚେରୀ ଏକ କେନ୍ଦ୍ରଶାସିତ ଅଞ୍ଚଳ ହେଲେ ସୁଦ୍ଧା ସେଠାରେ କେତେ ଆସନ ବିଶିଷ୍ଟ ବିଧାନସଭା ରହିଛି ?
Answer:
ପୁଦୁଚେରୀ ଏକ କେନ୍ଦ୍ରଶାସିତ ଅଞ୍ଚଳ ହେଲେ ମଧ୍ୟ ସେଠାରେ ତିରିଶ ଆସନ ବିଶିଷ୍ଟ ଏକ ବିଧାସଭା ରହିଛି ।

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ଗୋଟିଏ ରାଷ୍ଟ୍ର ମଧ୍ୟରେ ଥ‌ିବା ଅନ୍ୟରାଷ୍ଟ୍ରର ଶାସନାଧୀନ ଅଞ୍ଚଳକୁ କ’ଣ କୁହାଯାଏ ?
Answer:
ଅନ୍ତଃକ୍ଷେତ୍ର

2. ଭାରତରେ ବ୍ରିଟିଶ୍ ଶାସନକୁ କି ପ୍ରକାର ଶାସନ କୁହାଯାଉଥିଲା ?
Answer:
ସାମ୍ରାଜ୍ୟବାଦ

3. ଚନ୍ଦନନଗର କେଉଁଠାରେ ଅବସ୍ଥିତ ଥିଲା ?
Answer:
ବଙ୍ଗଳାରେ

4. କିଏ ଗୋଆକୁ ବିଦେଶୀ ହାତକୁ ଠେଲି ଦେଇଥିଲେ ?
Answer:
ବିଜୟନଗରର ସମାଟ

5. ଗୋଆ କେତେ ବର୍ଷ ଧରି ପର୍ତ୍ତୁଗୀଜ୍ ଶାସନାଧୀନ ଥିଲା ?
Answer:
୫୫୦ ବର୍ଷ

6. ପୁଦୁଚେରୀର ପୂର୍ବନାମ କ’ଣ ଥିଲା ?
Answer:
ପଣ୍ଡିଚେରୀ

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

7. ଗୋଟିଏ ଦେଶ ଅନ୍ୟ ଏକ ଦେଶରେ ବସତି ସ୍ଥାପନ କରି ରହିବାକୁ କ’ଣ କୁହାଯାଏ ?
Answer:
ଉପନିବେଶ

8. ଗୋଆରୁ ଭାରତୀୟ ସୈନ୍ୟ ପ୍ରତ୍ୟାହାର ପ୍ରସ୍ତାବ ସୁରକ୍ଷା ପରିଷଦରେ କାହା ବଳରେ ଅକାମୀ ହୋଇଗଲା ?
Answer:
ରୁଷୀୟ ଭିଟୋ

9. ଭାସ୍କୋଡ଼ାଗାମାଙ୍କ ଜଳପଥ ଆବିଷ୍କାର ପରେ ପର୍ତ୍ତୁଗୀଜ୍‌ମାନେ କେଉଁ ସ୍ଥାନ ଅଧିକାର କରିବାକୁ ଅଭିଯାନ ଆରମ୍ଭ କରିଥିଲେ ?
Answer:
ଗୋଆ

10. କେଉଁ ଜନ -ଅନୁଷ୍ଠାନ ନଗର ହାବେଳି ଦଖଲ କରିନେଲେ ?
Answer:
ଆଜାଦ ଗୋମନ୍ତକ ଦଳ

11. ଗୋଆ, ମହାରାଷ୍ଟ୍ରରେ ମିଶିବ ଅଥବା ଅଲଗା ରହିବ, ଏଥ‌ିପାଇଁ ଗଣଭେଟ କେବେ ଅନୁଷ୍ଠିତ ହୋଇଥିଲା ?
Answer:
୧୯୬୭

12. ଫରାସୀ ଉପନିବେଶଗୁଡ଼ିକ ଭାରତରେ ସମ୍ପୂର୍ଣ୍ଣଭାବେ ମିଶିଯିବାପାଇଁ ଫରାସୀ ଜାତୀୟ ସଭା କେବେ ଅନୁମୋଦନ କଲା ?
Answer:
୧୯୬୨ ମେ’

13. ବର୍ତ୍ତମାନ ପୁଦୁଚେରୀର କ୍ଷେତ୍ରଫଳ କେତେ ?
Answer:
୪୮୯ ବର୍ଗ କି.ମି.

14. କେଉଁ ସରକାର ପର୍ତ୍ତୁଗୀଜ୍ କର୍ତ୍ତୃପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ?
Answer:
ଆମେରିକା ସରକାର

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

15. ୟାନମରେ ଥ‌ିବା ଫରାସୀ ଶାସକ କିଏ ଥିଲେ ?
Answer:
ଏଡ଼ୱାର୍ଡ ଗୋବର୍ଟ

C. ଶୂନ୍ୟସ୍ଥାନ ପୂରଣ କର ।

1. ପର୍ତ୍ତୁଗୀଜମାନେ ଗୋଆରେ ________________ ବର୍ଷ ଧରି ଶାସନ କରିଆସୁଥିଲେ ।
Answer:
୪୫୦

2. _______________ ମସିହାରେ ଗୋଆରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
Answer:
୧୯୬୩

3. ୨୫ ତମ ରାଜ୍ୟ ଭାବେ ______________ ଭାରତରେ ମିଶିଯାଇଥିଲା ।
Answer:
ଗୋଆ

4. ଗୋଆ, ଡାମନ ଡିଉର ଜନସାଧାରଣ ______________ ମସିହାରେ ଏକ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
Answer:
୧୯୫୫

5. ପର୍ତ୍ତୁଗୀଜମାନେ ଭାରତର _______________ ଉପକୂଳରେ ଶାସନ କରୁଥିଲେ ।
Answer:
ପଶ୍ଚିମ

6. _______________ ଭାରତକୁ ଜଳପଥ ଆବିଷ୍କାର କରିଥିଲେ ।
Answer:
ଭାସ୍କୋଡ଼ାଗାମା

7. ଫରାସାମାନେ ଭାରତର ______________ ଉପକୂଳରେ ଶାସନ କରୁଥିଲେ ।
Answer:
ପୂର୍ବ

8. ମାହେ ____________ ଉପକୂଳରେ ଅବସ୍ଥିତ ଥିଲା ।
Answer:
ମାଲାବାର

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

9. ______________ ର ସମ୍ରାଟ ପର୍ତ୍ତୁଗୀଜ୍‌ମାନଙ୍କୁ ଗୋଆ ଦଖଲ କରିବାରେ ସାହାଯ୍ୟ କରିଥିଲେ । ମାନଙ୍କର ଏକ ଅନ୍ତଃକ୍ଷେତ୍ର ଥିଲା ।
Answer:
ବିଜୟନଗର

10. ନଗର ହାବେଳି _____________ ମାନଙ୍କର ଏକ ଅନ୍ତଃକ୍ଷେତ୍ର ଥିଲା ।
Answer:
ପର୍ତ୍ତୁଗୀଜ

11. ଭାରତ ସରକାର ____________ ମସିହାରେ ଗୋଆକୁ ସୈନ୍ୟବାହିନୀ ପଠାଇଥିଲେ ।
Answer:
୧୯୬୧

12. ଆଫ୍ରିକୀୟ ଦେଶ ଆଙ୍ଗୋଲାରେ _____________ ମାନେ ଦମନ ଲୀଳା ଚଳାଇ ବିଦ୍ରୋହକୁ ଦମନ କରିଥିଲେ ।
Answer:
ପର୍ତ୍ତୁଗୀଜ

13. ପ୍ରୁଦୁଚେରୀରେ _____________ ଟି ଆସନ ବିଶିଷ୍ଟ ଏକ ବିଧାସଭା ରହିଛି ।
Answer:
୩୦

14. ଲୋକସଭାରେ ପ୍ରଦୁଚେରୀର ମାତ୍ର ______________ ସଦସ୍ୟ ଅଛନ୍ତି ।
Answer:
ଜଣେ

15. ୧୯୫୪ ମସିହା ଅକ୍ଟୋବର ମାସରେ ______________ ଠାରେ ଜନମତ ନିଆଯାଇଥିଲା ।
Answer:
ପୁଦୁଚେରୀ

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (×) ଚିହ୍ନ ଦିଅ ।

1. ଭାରତରେ ଗଣତନ୍ତ୍ରର ଅବସାନ ୧୯୪୭ ମସିହା ହୋଇଥିଲା ।
Answer:
x

2. ପୂର୍ବ-ଉପକୂଳରେ ଅବସ୍ଥିତ ପୁଦୁଚେରୀରେ ଫରାସୀମାନେ ଶାସନ କରୁଥିଲେ ।
Answer:

3. ୧୫୧୫ ମସିହାରେ ପର୍ତ୍ତୁଗୀଜ୍‌ମାନେ ଗୋଆ ଅଧିକାର କରିଥିଲେ ।
Answer:
x

4. ଗୋଆରେ ପର୍ତ୍ତୁଗୀଜ୍ ଶାସକମାନେ ଜନସାଧାରଣଙ୍କ ସୁଖ ସୁବିଧା ପାଇଁ ଦୃଷ୍ଟି ଦେଉଥିଲେ ।
Answer:
x

5. ୧୯୫୫ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ଗୋଆରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
Answer:
x

6. ୧୯୬୧ ମସିହାରେ ଉପନିବେଶମାନଙ୍କ ଉପରେ ପର୍ତ୍ତୁଗୀଜ ଜୁଲମର ସ୍ପଷ୍ଟ ଚିତ୍ର ପରିଲକ୍ଷିତ ହୋଇଥିଲା ।
Answer:

7. ଦାମନ ଓ ଡିଉକୁ ଗୋଆରୁ ଅଲଗା କରି କେନ୍ଦ୍ରଶାସିତ ଅଞ୍ଚଳଭାବେ ରଖାଯାଇଥିଲା ।
Answer:

8. ୧୯୬୨ ମସିହା ଅଗଷ୍ଟ ୧୧ ରେ ଦାଦ୍ରା ଓ ନଗର ହାବେଳିକୁ ଭାରତ ସହିତ ମିଶାଇ ଦିଆଯାଇଥିଲା ।
Answer:
x

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

9. ଭାରତ ଓ ଫ୍ରାନ୍ସ ମଧ୍ୟରେ ୧୯୪୭ ମସିହାରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।
Answer:
x

10. ୧୯୪୯ ଜୁନ୍ ୧୯ରେ ଚନ୍ଦନନଗରରେ ଗଣଭୋଟ ଅନୁଷ୍ଠିତ ହୋଇଥିଲା ।
Answer:

11. ୟାନମ ଓ ମାହେରେ ଜଣେ ଇଂରେଜ ଶାସକ ଜନ ଆନ୍ଦୋଳନକୁ ବଳ ପ୍ରୟୋଗ କରି ଦମନ କରିବାକୁ ଚେଷ୍ଟା କରିଥିଲେ ।
Answer:
x

12. ଗୋଆ ଭାରତର ୨୬ତମ ରାଜ୍ୟର ମାନ୍ୟତା ପାଇଛି ।
Answer:
x

13. ଭାରତରେ ଥିବା ଫରାସୀ ଉପନିବେଶର ଆୟତନ ଥିଲା ମାତ୍ର ୫୧୦ ବର୍ଗ କିଲୋମିଟର ।
Answer:

14. ୧୯୬୧ ମସିହା ଅଗଷ୍ଟ ୧୧ରେ ଦାଦ୍ରା ଓ ନଗର ହାବେଳିକୁ ଭାରତ ସହିତ ମିଶାଇ ଦିଆଯାଇଥିଲା ।
Answer:

15. ପୁଦୁଚେରୀ ଭାରତର ରାଜଧାନୀ ଦିଲ୍ଲୀ କେନ୍ଦ୍ରଶାସିତ ଅଞ୍ଚଳ ସହିତ ରାଜନୈତିକ ଦୃଷ୍ଟିରୁ ସମାନ ।
Answer:

16. ଗୋଆରେ ୧୯୫୫ରେ କରାଯାଇଥିବା ବିକ୍ଷୋଭରେ ଦଶ ହଜାର ଲୋକ ଅଂଶ ଗ୍ରହଣ କରିଥିଲେ ।
Answer:
x

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

17. ଗୋଆର ବିକ୍ଷୋଭ ବେଳେ ପୁଲିସ ଗୁଳିଚାଳନା ଫଳରେ ୨୨ ଜଣ ସତ୍ୟାଗ୍ରହୀ ମୃତ୍ୟୁବରଣ କରିଥିଲେ ।
Answer:

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । question 1

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Answer 1

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । question and answer 2

BSE Odisha 10th Class History Important Questions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । question and answer 3

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । question 4

'କ' ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Answer 4

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

Odisha State Board BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ Important Questions and Answers.

BSE Odisha Class 10 History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ମିଶ୍ରଣ ପୂର୍ବରୁ ଓଡ଼ିଶାରେ କେତୋଟି କେଉଁ କେଉଁ ଶ୍ରେଣୀର ଗଡ଼ଜାତ ରାଜ୍ୟ ଥିଲା ? ସେଗୁଡ଼ିକର ରାଜନୈତିକ ସ୍ଥିତି କିପରି ଥୁଲା ?
Answer:

  • ମିଶ୍ରଣ ପୂର୍ବରୁ ଓଡ଼ିଶାରେ ଆୟତନ ଦୃଷ୍ଟିରୁ ‘କ’, ‘ଖ’ ଓ ‘ଗ’ ଶ୍ରେଣୀର ମୋଟ ୨୬ଟି ଗଡ଼ଜାତ ରାଜ୍ୟ ଥିଲା ।
  • ‘କ’ ଶ୍ରେଣୀଭୁକ୍ତ ୧୧ଟି, ‘ଖ’ ଶ୍ରେଣୀଭୁକ୍ତ ୧୨ଟି ଓ ‘ଗ’ ଶ୍ରେଣୀଭୁକ୍ତ ୩ଟି ଗଡ଼ଜାତ ରାଜ୍ୟ ଥିଲା ।
  • ଏହି ଦେଶୀୟ ରାଜ୍ୟଗୁଡ଼ିକ ବ୍ରିଟିଶ୍ ସର୍ବୋଚ୍ଚ ଶକ୍ତିର ଛତ୍ରଛାୟାତଳେ ସୁରକ୍ଷିତ ଥିଲା । ଏଥ୍ ମଧ୍ୟରୁ ଅଧିକାଂଶ ଦେଶୀୟ ରାଜ୍ୟର ଶାସନ ପଦ୍ଧତି ତଥା ସାମାଜିକ ଓ ଆର୍ଥନୀତିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା ।
  • ଗଡ଼ଜାତ ପ୍ରଜାମାନେ କୁଶାସନର ଶିକାର ହୋଇ ଦୁଃଖ ଓ ନୈରାଶ୍ୟ ମଧ୍ଯରେ କାଳାତିପାତ କରୁଥିଲେ । ସେମାନଙ୍କର ନିଜସ୍ଵ ସମସ୍ୟା ଏତେ ଅଧିକ ଥିଲା ଯେ ଜାତୀୟ ସ୍ଵାଧୀନତା ସଂଗ୍ରାମର ବାର୍ତ୍ତା ମଧ୍ୟ ସେମାନଙ୍କୁ ପ୍ରଭାବିତ କରିପାରି ନଥିଲା ।
  • ଏହାଛଡ଼ା ଦେଶୀୟ ରାଜ୍ୟମାନଙ୍କରେ ବେଠି, ବେଗାରୀ, ମାଗଣ, ରସଦ, ଭେଟି ପ୍ରଭୃତି ପ୍ରଜାମାରଣ ପ୍ରଥା ପ୍ରଚଳିତ ଥିଲା; ଯାହାକି ପ୍ରଜାମାନଙ୍କ ଦୁଃଖକୁ ବହୁଗୁଣିତ କରିଥିଲେ ।

୨। ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ଫଳାଫଳ ଉଲ୍ଲେଖ କର ।
Answer:

  • ଓଡ଼ିଶା ପ୍ରଦେଶ ସହିତ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ପରେ ଓଡ଼ିଶାର ଗଣତାନ୍ତ୍ରିକ ପ୍ରକ୍ରିୟା ଗଡ଼ଜାତ ରାଜ୍ୟମାନଙ୍କୁ ସଂପ୍ରସାରିତ ହେଲା ।
  • ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶା ବିଧାନସଭାରେ ଆଉ ୩୧ଟି ଆସନ ସଂଯୁକ୍ତ ହେଲା । ଓଡ଼ିଶା ବିଧାନସଭାରେ ନିର୍ବାଚିତ ସଭ୍ୟ ସଂଖ୍ୟା ବୃଦ୍ଧିପାଇ ୯୧ ହେଲା ।
  • ୧୯୪୯ ମସିହା ଅକ୍ଟୋବର ୧୦ ତାରିଖରେ ଏ ସମସ୍ତ ସଦସ୍ୟକୁ ନେଇ ଓଡ଼ିଶା ବିଧାନସଭାର ଅଧ୍ଵବେଶନ ନୂଆ ରାଜଧାନୀ ଭୁବନେଶ୍ଵରରେ ଅନୁଷ୍ଠିତ ହେଲା ।
  • ଗଡ଼ଜାତ ପ୍ରଜାମାନଙ୍କୁ ସ୍ବାଧୀନତାର ସ୍ବାଦ ଚଖାଇବାପାଇଁ ଗଡ଼ଜାତ ଶାସନ ବ୍ୟବସ୍ଥାକୁ ପ୍ରାଦେଶିକ ଶାସନ ଅନୁରୂପ କରିବାର ପ୍ରଚେଷ୍ଟା ଆରମ୍ଭ ହେଲା । ଗଡ଼ଜାତଗୁଡ଼ିକ ସାମିଲ କରି ଓଡ଼ିଶାର ଜିଲ୍ଲାଗୁଡ଼ିକୁ ପୁନର୍ଗଠନ କରି ତେରଟି ଜିଲ୍ଲାର ସୃଷ୍ଟି କରାଗଲା । ସମୟକ୍ରମେ ପ୍ରଜା ଆନ୍ଦୋଳନ ପ୍ରଶମିତ ହୋଇଗଲା ।
  • ଗଡ଼ଜାତ ଅଞ୍ଚଳର ରାଜା ଓ ପ୍ରଜା ଉଭୟ ଏହି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯୋଗଦାନ କଲେ । ଓଡ଼ିଶାର ପ୍ରାକୃତିକ ସମ୍ପଦର ଠିକ୍ ବିନିଯୋଗ ହୋଇପାରିଲା । ଦେଶୀୟ ରାଜ୍ୟଗୁଡ଼ିକର ଓଡ଼ିଶା ସହିତ ମିଶ୍ରଣ ପରେ ଓଡ଼ିଆମାନଙ୍କ ମଧ୍ୟରେ ଐକ୍ୟ ଏବଂ ଉତ୍ସାହ ପରିଲକ୍ଷିତ ହେଲା ।

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ମିଶ୍ରଣ ପୂର୍ବରୁ ଓଡ଼ିଆ ଭାଷାଭାଷୀ ଗଡ଼ଜାତମାନଙ୍କର ସଂଖ୍ୟା କେତେ ଥିଲା ? ସେମାନଙ୍କୁ କେଉଁ ଦୃଷ୍ଟିରୁ ବିଚାର କରି କେତେଗୋଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା ?
Answer:

  • ମିଶ୍ରଣ ପୂର୍ବରୁ ଓଡ଼ିଶା ସୀମା ସହ ମିଶି ରହିଥିବା ଓଡିଆ ଭାଷାଭାଷୀ ଗଡ଼ଜାତମାନଙ୍କର ସଂଖ୍ୟା ଥିଲା ଛବିଶ ।
  • ସେମାନଙ୍କୁ ଆୟତନ ଦୃଷ୍ଟିରୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା ।
  • ସେଗୁଡ଼ିକ ହେଲା – ‘କ’, ‘ଖ’ ଓ ‘ଗ’ ଶ୍ରେଣୀଭୁକ୍ତ ଗଡ଼ଜାତ ରାଜ୍ୟ ।

୨। କେବେ ମହତାବ ଓଡ଼ିଶା ଗଡ଼ଜାତ ରାଜାମାନଙ୍କର ସମ୍ମିଳନୀ ଡାକିଥିଲେ ଏବଂ ସମ୍ମିଳନୀରେ ମହତାବ କି ପ୍ରକାର ଯୁକ୍ତି ଉପସ୍ଥାପନ କରିଥିଲେ ? ଏହାରା ଫଳାଫଳ କ’ଣ ହୋଇଥିଲା ?
Answer:

  • ୧୯୪୭ ଅକ୍ଟୋବର ୧୬ ତାରିଖରେ ମହତାବ ଓଡ଼ିଶା ଗଡ଼ଜାତ ରାଜାମାନଙ୍କର ସମ୍ମିଳନୀ ସମ୍ବଲପୁରଠାରେ ଡାକିଥିଲେ ।
  • ଓଡ଼ିଶାର ଶାନ୍ତିଶୃଙ୍ଖଳା, ପ୍ରଶାସନିକ ସୁବିଧା ଓ ସାମୂହିକ ପ୍ରଗତି ପାଇଁ ଦେଶୀୟ ରାଜ୍ୟଗୁଡ଼ିକ ଓଡ଼ିଶା ପ୍ରଦେଶ ସହିତ ମିଶିଯିବା ଉଚିତ ବୋଲି ମହତାବ ଯୁକ୍ତି ଉପସ୍ଥାପନ କରିଥିଲେ ।
  • ଓଡ଼ିଶା ସହିତ ମିଶିଯିବାକୁ ମହତାବଙ୍କର ନିବେଦନ ପ୍ରତି ରାଜାମାନେ କର୍ଣ୍ଣପାତ କଲେ ନାହିଁ ।

୩ । ଦେଶୀୟ ରାଜ୍ୟମାନଙ୍କରେ ପ୍ରଜାମାନେ କିପରି ଜୀବନ ଅତିବାହିତ କରୁଥିଲେ ?
Answer:

  • ତତ୍‌କାଳୀନ ଦେଶୀୟ ରାଜ୍ୟଗୁଡ଼ିକରେ ଶାସନ ପଦ୍ଧତି ତଥା ଆଭ୍ୟନ୍ତରୀଣ ସାମାଜିକ ଓ ଆର୍ଥନୀତିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା । କୁଶାସନର ମାତ୍ରା ବହୁ ପରିମାଣରେ ବୃଦ୍ଧି ପାଇଥିଲା ।
  • ଫଳରେ ଗଡ଼ଜାତର ପ୍ରଜାମାନେ ଅତି ଦୁଃଖ ଓ ହତାଶା ମଧ୍ୟରେ କାଳାତିପାତ କରୁଥିଲେ ।
  • ରାଜା, ରାଜପ୍ରତିନିଧ୍ଵ ଓ ରାଜକର୍ମଚାରୀମାନେ ବିଭିନ୍ନ ଭାବରେ ପ୍ରଜାମାନଙ୍କୁ ଶାରୀରିକ ଓ ଆର୍ଥିକ ଶୋଷଣ କରୁଥିଲେ ।

୪। ତତ୍‌କାଳୀନ ଦେଶୀୟ ରାଜ୍ୟମାନଙ୍କର ପ୍ରଚଳିତ ପ୍ରଜାମାରଣ ପ୍ରଥାଗୁଡ଼ିକର ନାମ ଲେଖ ଓ ତନ୍ମଧ୍ୟରୁ ଅତି ଲଜ୍ଜାଜନକ ପ୍ରଥାଟି କ’ଣ ଥିଲା ବୁଝାଅ ।
Answer:

  • ତତ୍‌କାଳୀନ ଗଡ଼ଜାତ ବା ଦେଶୀୟ ରାଜ୍ୟଗୁଡ଼ିକରେ ମୁଖ୍ୟତଃ ପାଞ୍ଚପ୍ରକାର ପ୍ରଜାମାରଣ ପ୍ରଥା ପ୍ରଚଳିତ ଥିଲା ।
  • ସେଗୁଡ଼ିକ ହେଲା – ବେଠି, ବେଗାରୀ, ମାଗଣ, ରସଦ ଓ ଭେଟି ଇତ୍ୟାଦି ।
  • ତନ୍ମଧ୍ୟରୁ ଅତିଶୟ ଅମାନବିକ ଓ ଲଜ୍ଜାଜନକ ପ୍ରଥାଟି ହେଲା ‘ବେଗାରୀ’ । ଏହି ପ୍ରଥା ଅନୁସାରେ, ରାଜା ବା ରାଜକର୍ମଚାରୀମାନଙ୍କୁ ଗୋଟିଏ ଶିବିରରୁ ଅନ୍ୟ ଶିବିରକୁ ପ୍ରଜାମାନେ ବିନା ପାଉଣାରେ ପାଲିଙ୍କି ବା ସବାରୀରେ ବୋହି ନେଉଥିଲେ ।

୫। ତତ୍‌କାଳୀନ ଗଡ଼ଜାତ ଶାସନ ବିରୋଧରେ ସଂଘଟିତ ପ୍ରଜା ଆନ୍ଦୋଳନଗୁଡ଼ିକ ମଧ୍ୟରୁ କେତେକର ଦୃଷ୍ଟାନ୍ତ ଦିଅ ।
Answer:

  • ଓଡିଶାର ଗଡ଼ଜାତ ଅଞ୍ଚଳମାନଙ୍କରେ ଚାଲିଥିବା କୁଶାସନ, ଶୋଷଣ ଓ ଅତ୍ୟାଚାର ବିରୋଧରେ ପ୍ରଜାମାନେ ସର୍ବପ୍ରଥମେ ୧୯୨୨ ମସିହାରେ ଢେଙ୍କାନାଳରେ ସଙ୍ଗଠିତ ହୋଇ ସ୍ଵର ଉତ୍ତୋଳନ କରିବାକୁ ଆରମ୍ଭ କଲେ ।
  • ପରେ ୧୯୨୮ ମସିହାରେ ଓଡ଼ିଶାର ନୀଳଗିରିରେ ପ୍ରଜାମାନେ ବିଦ୍ରୋହ କଲେ ।
  • ତତ୍‌ପରେ ୧୯୩୦ ମସିହାରେ ବୌଦରେ ଓ ୧୯୩୨ ମସିହାରେ ତାଳଚେରରେ ପ୍ରଜା ଆନ୍ଦୋଳନ ଆରମ୍ଭ ହେଲା ।

୬। ଓଡ଼ିଶା ଗଡ଼ଜାତ ତଦନ୍ତ କମିଟି କାହିଁକି ଓ କାହା ଅଧ୍ଯକ୍ଷତାରେ ପୁନର୍ଗଠିତ ହୋଇଥିଲା ? ଏହି କମିଟିରେ ଅନ୍ୟ କେଉଁମାନେ ଅନ୍ତର୍ଭୁକ୍ତ ଥିଲେ ?
Answer:

  • ଓଡ଼ିଆ ଭାଷାଭାଷୀ ଗଡ଼ଜାତମାନଙ୍କର ପ୍ରଚଳିତ ଶାସନ ବ୍ୟବସ୍ଥାର କାର୍ଯ୍ୟକାରିତା ସମ୍ବନ୍ଧରେ ତଦନ୍ତ କରିବାପାଇଁ ୧୯୩୮ ମସିହାରେ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟି ପୁନର୍ଗଠିତ ହୋଇଥିଲା ।
  • ଏହାର ଅଧ୍ୟକ୍ଷ ରହିଲେ ହରେକୃଷ୍ଣ ମହତାବ ଓ ସମ୍ପାଦକ ଥିଲେ ସାରଙ୍ଗଧର ଦାସ ।
  • ଏହି ତଦନ୍ତ କମିଟିର ଅନ୍ୟ ଦୁଇଜଣ ସଭ୍ୟ ଅନ୍ତର୍ଭୁକ୍ତ ଥିଲେ । ସେମାନଙ୍କର ନାମ ହେଲା – ଲାଲ୍‌ମୋହନ ପଟ୍ଟନାୟକ ଓ ବଳବନ୍ତରାୟ ମେହେଟ୍ଟା ।

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। କଟକ ସମ୍ମିଳନୀରେ କେତେ ଜଣ ଗଡ଼ଜାତ ରାଜା ଉପସ୍ଥିତ ଥିଲେ ଓ କେଉଁମାନେ ଉପସ୍ଥିତ ନ ଥିଲେ ?
Answer:

  • କଟକ ସମ୍ମିଳନୀ ‘ଖ’ ଓ ‘ଗ’ ଶ୍ରେଣୀର ୧୫ ଜଣ ଗଡ଼ଜାତ ରାଜାଙ୍କ ମଧ୍ୟରୁ ୧୨ ଜଣ ଉପସ୍ଥିତ ଥିଲେ ।
  • ଏହି ସମ୍ମିଳନୀରେ ଆଠମଲ୍ଲିକ, ବଣାଇ ଓ ତିଗିରିଆର ରାଜା ଉପସ୍ଥିତ ନ ଥିଲେ ।

୨। ଓଡ଼ିଶା ସହ ଗଡ଼ଜାତ ମିଶ୍ରଣ ପ୍ରକ୍ରିୟାରେ ମହତାବଙ୍କ ଭୂମିକାକୁ ପ୍ରଶଂସା କରି ସର୍ଦାର ପଟେଲ୍ କ’ଣ କହିଥିଲେ ?
Answer:
କରି ସର୍ଦାର ପଟେଲ କହିଥିଲେ – ‘ମୁଁ କରିଛି ଏବଂ ମୁଁ ଅଧିକ ଖୁସି ଏଇଥପାଇଁ ଯେ ହେବାକୁ ପଥପ୍ରଦର୍ଶନ କରିପାରିଲା ।’’ ଓଡ଼ିଶା ସହ ଗଡ଼ଜାତ ମିଶ୍ରଣ ପ୍ରକ୍ରିୟାରେ ମହତାବଙ୍କର ଭୂମିକାକୁ ପ୍ରଶଂସା ଖୁସି ଯେ ମୁଁ ମହତାବଙ୍କର ସ୍ବପ୍ନକୁ ସାକାର କରିବାରେ ତାଙ୍କୁ ସାହାଯ୍ୟ ଓଡ଼ିଶା ଭଳି ଏକ ପଛୁଆ ରାଜ୍ୟ ଅବଶିଷ୍ଟ ଭାରତକୁ ତା’ର ଅନୁଗାମୀ

୩ । କେବେ ମୟୂରଭଞ୍ଜର ରାଜା ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କରିଲେ ଏବଂ କେବେ ମୟୂରଭଞ୍ଜ ଓଡ଼ିଶା ସହ ମିଶିଥୁଲା ?
Answer:

  • ୧୯୪୮ ଅକ୍ଟୋବର ୧୭ ତାରିଖ ଦିନ ମୟୂରଭଞ୍ଜର ରାଜା ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରିଥିଲେ ।
  • ୧୯୪୯ ମସିହା ଜାନୁୟାରୀ ୧ ତାରିଖ ଦିନ ମୟୂରଭଞ୍ଜ ଓଡ଼ିଶା ସହିତ ମିଶିଥିଲା ।

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

୪। ମହତାବଙ୍କ ଗଡ଼ଜାତ ମିଶ୍ରଣ ପ୍ରସ୍ତାବଟିକୁ ରାଜାମାନେ କିପରି ବିଚାର କଲେ ?
Answer:

  • ମହତାବ ଦୁଇଥର ଗଡ଼ଜାତ ରାଜାମାନଙ୍କୁ ମିଶ୍ରଣ ବିଷୟରେ ଚିଠି ଲେଖୁଥିଲେ; ମାତ୍ର ସେମାନେ ଏହି ମିଶ୍ରଣ ପ୍ରସ୍ତାବକୁ ପସନ୍ଦ କଲେ ନାହିଁ; ବରଂ ସେମାନେ ପ୍ରକାଶ୍ୟରେ ଏହାର ବିରୋଧ କଲେ ।
  • ପ୍ରକୃତପକ୍ଷେ, ‘ମିଶ୍ରଣ’ ଶବ୍ଦଟି ଓଡ଼ିଶା ଗଡ଼ଜାତ ରାଜାମାନଙ୍କ ପାଇଁ ‘ଶ୍ରୁତିକଟୁ’ ଥିଲା ।

୫। କେବେ କେତୋଟି ଗଡ଼ଜାତର ଶାସନଭାର ଭାରତ ସରକାର ଓଡ଼ିଶାର ପ୍ରାଦେଶିକ ସରକାରଙ୍କୁ ହସ୍ତାନ୍ତର କରିଥିଲେ ? କେବେ ଏସବୁ ଗଡ଼ଜାତ ରାଜ୍ୟ ଓଡ଼ିଶା ସହ ମିଶିଗଲା ?
Answer:

  • ୧୯୪୭ ଡିସେମ୍ବର ୨୩ରେ ଭାରତ ସରକାର ଚବିଶଟି ଗଡ଼ଜାତର ଶାସନଭାର ଓଡ଼ିଶାର ପ୍ରାଦେଶିକ ସରକାରଙ୍କୁ ହସ୍ତାନ୍ତର କଲେ ।
  • ୧୯୪୮ ମସିହା ଜାନୁୟାରୀ ୧ ତାରିଖଠାରୁ ଓଡ଼ିଆ ଭାଷାଭାଷୀ ଚବିଶଟି ଗଡ଼ଜାତ ଓଡ଼ିଶା ପ୍ରଦେଶ ସହିତ ମିଶିଗଲା ।

୬। କେଉଁଠାରୁ ଭାରତରେ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟାର ଆରମ୍ଭ ହୋଇଥିଲା ଏବଂ କେଉଁ ଦେଶୀୟ ରାଜ୍ୟ ଦଖଲ ପରେ ମିଶ୍ରଣ ପ୍ରକ୍ରିୟାର ଯବନିକା ପତନ ହୋଇଥିଲା ?
Answer:

  • ଓଡ଼ିଶାର ନୀଳଗିରିରୁ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
  • ହାଇଦ୍ରାବାଦ ଦଖଲ ପରେ ଏହି ପ୍ରକ୍ରିୟାର ଯବନିକା ପତନ ହୋଇଥିଲା ।

୭। କିଏ ହରେକୃଷ୍ଣ ମହତାବଙ୍କୁ ‘‘ପର୍ଶୁରାମ’’ ଆଖ୍ୟା ଦେଇଥିଲେ ? ପ୍ରକୃତରେ ପର୍ଶୁରାମ କିଏ ଥିଲେ ?
Answer:

  • କଳାହାଣ୍ଡିର ମହାରାଜ ହରେକୃଷ୍ଣ ମହତାବଙ୍କୁ ‘ପର୍ଶୁରାମ’ ଆଖ୍ୟା ଦେଇଥିଲେ ।
  • ପ୍ରକୃତରେ ‘ପର୍ଶୁରାମ’ ଥିଲେ ଜଣେ ବ୍ରାହ୍ମଣ ତଥା ପୌରାଣିକ ମହାନାୟକ । ସେ ଧରାପୃଷ୍ଠରୁ କ୍ଷତ୍ରିୟମାନଙ୍କୁ ନିପାତ କରିବାପାଇଁ ଅସ୍ତ୍ରଧାରଣ କରିଥିଲେ ।

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଗଡ଼ଜାତ ପ୍ରଜାମାନଙ୍କୁ କେଉଁମାନେ ଶୋଷଣ କରୁଥିଲେ ?
Answer:
ରାଜା, ରାଜପ୍ରତିନିଧ୍ଵ ଓ ରାଜ କର୍ମଚାରୀମାନେ ବିଭିନ୍ନ ଭାବରେ ପ୍ରଜାମାନଙ୍କୁ ଶୋଷଣ କରୁଥିଲେ ।

2. ‘ମାଗଣ’ ଅର୍ଥ କ’ଣ ?
Answer:
ରାଜକୀୟ ବିବାହ ଓ ଅନ୍ୟାନ୍ୟ ଉତ୍ସବ ସମୟରେ ପ୍ରଜାମାନେ ଅର୍ଥ ଓ ଦ୍ରବ୍ଯ ଆକାରରେ ରାଜାଙ୍କୁ ଉପହାର ପ୍ରଦାନକୁ ମାଗଣ କୁହାଯାଉଥିଲା ।

3. ଢେଙ୍କାନାଳରେ ପ୍ରଜା ଆନ୍ଦୋଳନ କେବେ ଓ କ’ଣ ପାଇଁ ଆରମ୍ଭ ହୋଇଥିଲା ?
Answer:
ଓଡ଼ିଶାର ଗଡ଼ଜାତରେ ଚାଲୁଥିବା କୁଶାସନ, ଶୋଷଣ, ଅତ୍ୟାଚାର ବିରୋଧରେ ଢେଙ୍କାନାଳରେ ୧୯୨୨ ମସିହାରେ ପ୍ରଜା ଆନ୍ଦୋଳନ ଆରମ୍ଭ ହୋଇଥିଲା ।

4. ଓଡ଼ିଶାର ଗଡ଼ଜାତ ପ୍ରଜା ଆନ୍ଦୋଳନକୁ ଭାରତୀୟ ଜାତୀୟ କଂଗ୍ରେସ କେବେ ସମର୍ଥନ ପ୍ରଦାନ କରିଥିଲା ?
Answer:
୧୯୩୭ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଗଡ଼ଜାତ ପ୍ରଜା ଆନ୍ଦୋଳନକୁ ସମର୍ଥନ ପ୍ରଦାନ କରିଥିଲା ।

5. ମୟୂରଭଞ୍ଜର ମହାରାଜା କେବେ ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରିଥିଲେ ?
Answer:
୧୯୪୮ ଅକ୍ଟୋବର ୧୭ ତାରିଖ ଦିନ ମୟୂରଭଞ୍ଜର ମହାରାଜା ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରିଥିଲା ।

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ଘନଶ୍ୟାମ ମହାନ୍ତିଙ୍କ ରଚିତ କବିତା ପୁସ୍ତକର ନାମ କ’ଣ ଥିଲା ?
Answer:
ଦଶହରା ଭେଟି

2. ୧୯୪୯ ଜାନୁୟାରୀ ୧ ତାରିଖରେ କେଉଁ ଗଡ଼ଜାତ ଓଡ଼ିଶା ରାଜ୍ୟ ସହିତ ମିଶିଥିଲା ?
Answer:
ମୟୂରଭଞ୍ଜ

3. କଟକ ସମ୍ମିଳନୀକୁ ଗଡ଼ଜାତ ରାଜାମାନଙ୍କୁ ନିମନ୍ତ୍ରଣ କରିବା ଦାୟିତ୍ଵ କାହାକୁ ଦିଆଯାଇଥିଲା ?
Answer:
ଭି.ପି. ମେନନ

4. ସ୍ବାଧୀନ ଭାରତ ସହ ପ୍ରଥମେ କେଉଁ ଦେଶୀୟ ରାଜ୍ୟର ମିଶ୍ରଣ ଘଟିଥିଲା ?
Answer:
ନାଳଟିରି

5. କଟକ ସମ୍ମିଳନୀରେ ‘ଖ’ ଓ ‘ଗ’ ଶ୍ରେଣୀର କେତେ ଜଣ ରାଜା ଯୋଗ ଦେଇଥିଲେ ?
Answer:
୧୨ ଜଣ

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

6. ଓଡ଼ିଶା ସରକାରଙ୍କ ତରଫରୁ କିଏ ନୀଳଗିରି ଦଖଲ କାର୍ଯ୍ୟ କିଏ ପରିଚାଳନା କରିଥିଲେ ?
Answer:
ମନ୍ତ୍ରୀ ନବକୃଷ୍ଣ ଚୌଧୁରୀ

7. କେଉଁମାନଙ୍କଦ୍ୱାରା ‘ପୂର୍ବାଞ୍ଚଳ ଗଡ଼ଜାତ ସଂଘ’ ଗଠିତ ହୋଇଥିଲା ?
Answer:
ଓଡ଼ିଶା ଓ ଛତିଶଗଡ଼ର ଅଣଚାଳିଶଟି ଦେଶୀୟ ରାଜ୍ୟର ରାଜାଙ୍କଦ୍ୱାରା

8. ‘ପ୍ୟାଥୋଲର୍ଜି ଅଫ୍ ପ୍ରିନ୍ସ’ ପୁସ୍ତକର ଲେଖକ କିଏ ଥିଲେ ?
Answer:
କହ୍ନେଇଲାଲ ଚୌବେ

9. ଓଡ଼ିଶାର ଗଡଜାତରେ ଚାଲୁଥିବା କୁଶାସନ, ଶୋଷଣ, ଅତ୍ୟାଚାର ବିରୋଧରେ ଗଡଜାତ ପ୍ରଜାମାନେ କେବେ ସ୍ଵର ଉତ୍ତୋଳନ କରିବା ଆରମ୍ଭ କରିଥିଲେ ?
Answer:
୧୯୨୨

10. ଗଡ଼ଜାତ ରାଜ୍ୟଗୁଡ଼ିକ ଅବସ୍ଥାକୁ ଆଧାର କରି ରଚିତ ‘ଭୁଲିବୁ ନାହିଁ’ କବିତା ପୁସ୍ତକର ରଚୟିତା କିଏ ?
Answer:
ବ୍ରଜକିଶୋର ଧଳ

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

11. ନୀଳଗିରିର ରାଜା କେଉଁମାନଙ୍କୁ ପୋଲିସ୍‌ବାହିନୀରେ ନିଯୁକ୍ତି ଦେଲେ ?
Answer:
ଗୁର୍ଖାମାନଙ୍କୁ

12. ଓଡ଼ିଶା ଗଡଜାତ ତଦନ୍ତ କମିଟିକୁ କେବେ ପୁନର୍ଗଠିତ କରାଯାଇଥିଲା ?
Answer:
୧୯୩୮

13. ବଳବନ୍ତରାୟ ମେହେଟ୍ଟା କେଉଁ କମିଟିର ଅନ୍ୟତମ ସଦସ୍ୟ ଥିଲେ ?
Answer:
ପୁନର୍ଗଠିତ ଗଡ଼ଜାତ ତଦନ୍ତ କମିଟି

14. ଭାରତ ସରକାର କେବେ ଷଢ଼େଇକଳା ଓ ଖରସୁଆଁ ଗଡ଼ଜାତକୁ ଓଡ଼ିଶାରୁ କାଢ଼ି ନେଇ ବିହାରରେ ମିଶାଇ ଦେଇଥିଲେ ?
Answer:
୧୯୪୮ ମେ’ ୧୮

15. ଗଡ଼ଜାତ ମିଶ୍ରଣ ପ୍ରସ୍ତାବର ବିରୋଧ କରି କଳାହାଣ୍ଡିର ମହାରାଜା କାହାକୁ ‘ପର୍ଶୁରାମ’ ଆଖ୍ୟା ଦେଇଥିଲେ ?
Answer:
ହରେକୃଷ୍ଣ ମହତାବ

16. ଓଡ଼ିଶା ସହ ମିଶ୍ରଣ ସମୟରେ ନୀଳଗିରି ଜନସଂଖ୍ୟା କେତେ ଥିଲା ?
Answer:
୭୩, ୧୦୯

17. ନୀଳଗିରି ଗଡ଼ଜାତ ଦଖଲ କାର୍ଯ୍ୟ ଚାଲିଥିବାବେଳେ ହରେକୃଷ୍ଣ ମହତାବ କେଉଁଠାରେ ଥିଲେ ?
Answer:
ଦିଲ୍ଲୀରେ

18. ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶା ବିଧାନସଭାର ସଭ୍ୟସଂଖ୍ୟା ୬୦ରୁ ବଢ଼ି କେତେ ହେଲା ?
Answer:
୯୧

19. ହରେକୃଷ୍ଣ ମହତାବ କେବେ ଷ୍ଟାଫୋର୍ଡ଼ କ୍ରିପସ୍‌ଙ୍କୁ ସାକ୍ଷାତ କରିଥିଲେ ?
Answer:
୧୯୪୨

20. କଳାହାଣ୍ଡିର ମହାରାଜାଙ୍କ ପାଇଁ କାହା ସ୍ବତନ୍ତ୍ର ଟ୍ରେନ୍‌ କଟକ ରେଳଷ୍ଟେସନରେ ଘଣ୍ଟାଏ ଅପେକ୍ଷା କରିଥିଲା ?
Answer:
ସର୍ଦ୍ଦାର ପଟେଲ

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

C. ଶୂନ୍ୟସ୍ଥାନ ପୂରଣ କର ।

1. ଦେଶୀୟ ରାଜ୍ୟ ମିଶ୍ରଣ ଚୁକ୍ତିରେ ______________ ଙ୍କ ସ୍ବାକ୍ଷର ପାଇଁ ପଟେଲଙ୍କ ସ୍ୱତନ୍ତ୍ର ଟ୍ରେନ୍‌ କଟକ ରେଳ ଷ୍ଟେସନରେ ଘଣ୍ଟାଏ ଅପେକ୍ଷା କରିଥିଲା ।
Answer:
କଳାହାଣ୍ଡି ରାଜା

2. ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକ ________________ ତାରିଖରେ ଓଡ଼ିଶା ପ୍ରଦେଶ ସହିତ ମିଶିଗଲା ।
Answer:
୧୯୪୮ ଜାନୁଆରୀ ୧

3. ଓଡ଼ିଶାର ମୋଟ ୨୬ଟି ଗଡ଼ଜାତ ରାଜ୍ୟ ମଧ୍ୟରୁ ______________ ଟି ଗଡ଼ଜାତ ଓଡ଼ିଶା ପ୍ରଦେଶ ସହିତ ମିଶିଥିଲେ ।
Answer:
୨୪

4. ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ________________ ତାରିଖରେ ଓଡ଼ିଶା ପ୍ରଦେଶ ସହିତ ମିଶିଥିଲା ।
Answer:
୧୯୪୯ ଜାନୁଆରୀ ୧

5. ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ପରେ ଓଡ଼ିଶା ବିଧାନସଭାର ଅଧିବେଶନ ନୂତନ ରାଜଧାନୀ ଭୁବନେଶ୍ୱରରେ _______________ ଅନୁଷ୍ଠିତ ହୋଇଥଲା ।
Answer:
୧୯୪୯ ଅକ୍ଟୋବର ୧୦

6. ଢେଙ୍କାନାଳରେ ପ୍ରଜା ଆନ୍ଦୋଳନ ______________ ମସିହାରେ ଆରମ୍ଭ ହୋଇଥିଲା ।
Answer:
୧୯୨୨

7. ______________ ମସିହାରେ ନୀଳଗିରିରେ ପ୍ରଜା ବିଦ୍ରୋହ ଆରମ୍ଭ ହୋଇଥିଲା ।
Answer:
୧୯୨୮

8. ____________ ମସିହାରେ ବୌଦରେ ପ୍ରଜା ଆନ୍ଦୋଳନ ଆରମ୍ଭ ହୋଇଥିଲା ।
Answer:
୧୯୩୦

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

9. ଗଡ଼ଜାତଗୁଡିକ ସାମିଲକରି ଓଡ଼ିଶାର ଜିଲ୍ଲାଗୁଡ଼ିକୁ ପୁର୍ନଗଠନ କରି _______________ ଟି ଜିଲ୍ଲା ସୃଷ୍ଟି କରାଯାଇଥିଲା ।
Answer:
୧୩

10. ଗଡ଼ଜାତମାନଙ୍କରେ ଗୋଟିଏ ଶିବିରରୁ ଅନ୍ୟ ଶିବିରକୁ ରାଜା ବା ରାଜକର୍ମଚାରୀମାନଙ୍କୁ ବିନା ପାଉଣାରେ ପାଲିଙ୍କି ବା ସବାରୀରେ ବୋହିବା ପ୍ରଥାକୁ _____________ କୁହାଯାଉଥିଲା ।
Answer:
ବେଗାରୀ

11. ରାଜକୀୟ ବିବାହ ଓ ଅନ୍ୟାନ୍ୟ ଉତ୍ସବ ସମୟରେ ପ୍ରଜାମାନେ ଅର୍ଥ ଓ ଦ୍ରବ୍ୟ ଆକାରରେ ଉପହାର ଦେବା ପ୍ରଥାକୁ _______________ କୁହାଯାଉଥିଲା ।
Answer:
ମାଗଣ

12. ଗଡ଼ଜାତ ରାଜା ଓ ରାଜକର୍ମଚାରୀମାନଙ୍କ ମଫସଲ ଗସ୍ତ ସମୟରେ ସେମାନଙ୍କ ଶିବିରରେ ମାଗଣା ଖାଦ୍ୟପେୟର ବନ୍ଦୋବସ୍ତ କରିବା ପ୍ରଥାକୁ _____________ କୁହାଯାଉଥିଲା ।
Answer:
ରସଦ

13. ଗଡ଼ଜାତ ରାଜ୍ୟମାନଙ୍କରେ ଚାଲିଥିବା କୁଶାସନ ବିରୁଦ୍ଧରେ ସର୍ବପ୍ରଥମେ _____________ ରାଜ୍ୟରେ ପ୍ରଜା ଆନ୍ଦୋଳନ ଆରମ୍ଭ ହୋଇଥିଲା ।
Answer:
ଢେଙ୍କାନାଳ

14. ୧୯୩୮ ମସିହାରେ _____________ ଙ୍କ ନେତୃତ୍ୱରେ ନୀଳଗିରିରେ ପ୍ରଜାମଣ୍ଡଳ ଗଠିତ ହୋଇଥିଲା ।
Answer:
ସାରଙ୍ଗଧର ଦାସ

15. ଓଡ଼ିଶାର ଗଡ଼ଜାତମାନଙ୍କର ଶାସନ ବ୍ୟବସ୍ଥା କାର୍ଯ୍ୟକାରିତାର ତଦନ୍ତ କରିବାପାଇଁ 1938 ମସିହାରେ ଗଠିତ ତଦନ୍ତ କମିଟିର _____________ ଅଧ୍ୟକ୍ଷ ରହିଥିଲେ ।
Answer:
ହରେକୃଷ୍ଣ ମହତାବ

16. ଗଡ଼ଜାତ ରାଜ୍ୟମାନଙ୍କରେ ପର୍ବପର୍ବାଣି ବା ବିବାହ ସମୟରେ ରାଜଉଆସକୁ ଉପହାର ପଠାଇବା ପ୍ରଥାକୁ _____________ କୁହାଯାଉଥିଲା ।
Answer:
ଭେଟି

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

17. ଓଡ଼ିଶା ସରକାର ______________ ତାରିଖରେ ନୀଳଗିରି ରାଜ୍ୟକୁ ଦଖଲ କରିଥିଲେ ।
Answer:
୧୯୪୭ ନଭେମ୍ବର ୧୪

18. ୧୯୪୯ ମସିହା ଅକ୍ଟୋବର ୧୦ ତାରିଖରେ ଓଡ଼ିଶା ବିଧାନସଭାର ଅଧିବେଶନ _______________ ଠାରେ ଅନୁଷିତ ହୋଇଥିଲା ।
Answer:
ପୁରୀ

19. ୧୯୪୭ ଡିସେମ୍ବର ୧୩ ତାରିଖରେ ସର୍ଦ୍ଦାର ପଟେଲ, ଭି.ପି. ମେନନ ଓ ଅନ୍ୟ କେତେକ କେନ୍ଦ୍ର ସରକାରଙ୍କ ଉଚ୍ଚପଦସ୍ଥ _____________ ସ୍ଥାନରେ ପହଞ୍ଚିଲେ ।
Answer:
ଭୁବନେଶ୍ଵର

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (x) ଚିହ୍ନ ଦିଅ ।

1. ରଣପୁର ‘ଗ’ ଶ୍ରେଣୀର ଗଡ଼ଜାତ ଥିଲା ।
Answer:

2. ରାଜକର୍ମଚାରୀମାନଙ୍କୁ ପାଲିଙ୍କିରେ ବୋହିନେବାକୁ ବେଠି କୁହାଯାଏ ।
Answer:
x

3. ରାଜାଙ୍କ କର୍ମଚାରୀଙ୍କୁ ମଫସଲ ଗସ୍ତରେ ଥ‌ିବାବେଳେ ମାଗଣାରେ ଖାଦ୍ୟପେୟ ପ୍ରଦାନକୁ ମାଗଣ କୁହାଯାଉଥିଲା ।
Answer:
x

4. ଦଶହରା ଭେଟି ପୁସ୍ତକ ବ୍ରଜକିଶୋର ଧଳ ଲେଖୁଥିଲେ ।
Answer:
x

5. ଓଡ଼ିଶାରେ ଗଡ଼ଜାତରେ ଚାଲିଥିବା କୁଶାସନ, ଶୋଷଣ ଅତ୍ୟାଚାର ବିରୋଧରେ ଗଡ଼ଜାତ ପ୍ରଜାମାନେ ୧୯୨୩ ମସିହାରେ ଢେଙ୍କାନାଳରେ ଆରମ୍ଭ ହୋଇଥିଲା ।
Answer:
x

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

6. ଓଡ଼ିଶା ଗଡ଼ଜାତ ପ୍ରଜା ସମ୍ମିଳନୀର ପ୍ରଥମ ଅଧିବେଶନରେ ଭୁବନାନନ୍ଦ ଦାସ ସଭାପତିତ୍ୱ କରିଥିଲେ ।
Answer:

7. କଟକରେ ଅନଷ୍ଠିତ ହୋଇଥବା ଦ୍ଵିତୀୟ ପଜା ସମ୍ମିଳନୀରେ ସଭାପତିତ କରିଥିଲେ ସାରଙ୍ଗଧର ଦାସ ।
Answer:
x

8. ଭାରତୀୟ ଜାତୀୟ କଂଗ୍ରେସ ୧୯୩୭ ମସିହାରେ ଗଡ଼ଜାତ ଆନ୍ଦୋଳନକୁ ସମର୍ଥନ କରିଥିଲା ।
Answer:

9. ୧୯୩୭ ମସିହାରେ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟି ପୁନର୍ଗଠିତ ହୋଇଥିଲା ।
Answer:
x

10. ହରେକୃଷ୍ଣ ମହତାବ ଗଡ଼ଜାତ ମିଶ୍ରଣ ସମ୍ବନ୍ଧରେ ସାର୍ ଷ୍ଟାଫୋର୍ଡ଼ କ୍ରିପସ୍‌ଙ୍କୁ ୧୯୪୨ରେ ସାକ୍ଷାତ କରିଥିଲେ ।
Answer:

11. ୧୯୪୬ ଏପ୍ରିଲ ୬ରେ ମହତାବ କ୍ୟାବିନେଟ୍ ମିଶନକୁ ସାକ୍ଷାତ କରିଥିଲେ ।
Answer:

12. ମୟୂରଭଞ୍ଜର ମହାରାଜା ହରେକୃଷ୍ଣ ମହତାବଙ୍କୁ ‘ପର୍ଶୁରାମ’ ଆଖ୍ୟା ଦେଇଥିଲେ ।
Answer:
x

13. ପର୍ଶୁରାମ ଜାତିର ବ୍ରାହ୍ମଣ ଥିଲେ ।
Answer:

14. ଧରାପୃଷ୍ଠରୁ କ୍ଷତ୍ରିୟମାନଙ୍କୁ ନିପାତ କରିବାପାଇଁ ସେ ଅସ୍ତ୍ର ଧାରଣ କରିଥିଲେ ।
Answer:

15. ନୀଳଗିରିର ଜନସଂଖ୍ୟାର ୨୦ ପ୍ରତିଶତ ଲୋକ ଥିଲେ ଜନଜାତି ।
Answer:
x

16. ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶା ବିଧାନସଭାର ସଭ୍ୟ ସଂଖ୍ୟା ୬୦ ରୁ ବଢ଼ି ୯୧ ହେଲା ।
Answer:

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question And Answer

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question And Answer 2

BSE Odisha 10th Class History Important Questions Chapter 12 ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question 3

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Answer 3

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question And Answer 4

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Odisha State Board BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ Textbook Exercise Questions and Answers.

BSE Odisha Class 10 Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ଭାଲୋରି ଶିଖରେ ସାକ୍ଷ୍ୟାତରା ଦେଖ୍
ଆସନ୍ତି ପଟ୍ଟିକା ମହୋଲ୍ଲାସେ ବେକି।
ଏହି ପଦଟିରେ କବି କେଉଁମାନଙ୍କୁ ଉଲ୍ଲସିତ ହେବାର ଦେଖିଚ୍ଛନ୍ତି
(କ) ପ୍ରକୃତିପ୍ରେମୀ
(ଖ) କୌକାଚାଳକ
(ଗ) ମାନଜବା
(ଘ) ପର୍ଯ୍ୟଟକ
Answer:
(ଗ) ମାନଜବା

Question ୨।
ନିଶା ଆଗମନରେ ଅବନା କେଉଁ ରୂପ ଧାରଣ କରିଛି
(କ) ଗମ୍ଭାର
(ଖ) ନିଶୁଳ
(ଗ) କୋଳାହଳପୂର୍ଣ୍ଣ
(ଘ) ନିସ୍ତବ୍ଧ
Answer:
(ଖ) ନିଶୁଳ

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question ୩ ।
ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।
ଆସେ – ଆଶେ, ଦୁକୂଳ- ଦିକୂଳ, ତରଣୀ – ତରଣି, ଦ୍ବିପ – ଦୀପ
Answer:
ଆସେ – ଆସିଥାଏ।/ଆଗମନ କରେ (ଆସିବା ଅର୍ଥରେ)
ଆଶେ – ଇଛ୍ଛାରେ/ ଉଦ୍ଦେଶ୍ୟରେ (ଆଶ କରିବା ଅର୍ଥରେ)
ତୁକଳ – ବସ୍ତ୍ର/ଲୁଗା
ବିତ୍କଳ – ନଦାର ଦୁଇ କୁଳ
ତରଶା – ନୈକା
ତରଣି – ସୂର୍ଯ୍ୟ
ଦ୍ୱିପ – ହାତା
ଦାପ – ପ୍ରଦୀପ

Question ୪ ।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।”
ସମୁଦ୍ର, ମାରୁତ, ଅବନୀ, ନିଶୀଥୁନୀ, ବାଗୀଶ୍ୱରୀ
Answer:
ସମୁଦ୍ର – ସାଗର, ଅର୍ଦ୍ଧବ, ସିନ୍ଧୁ
ଅବନୀ – ପୃଥ‌ିବୀ, ଧରିତ୍ରୀ, ରସା, ମହୀ
ବାଗୀଶ୍ବରୀ – ସରସ୍ଵତୀ, ବୀଣାପାଣି, ବାଗ୍‌ଦେବୀ
ମାରୁତ – ପବନ, ସମୀର, ଅନିଳ
ନିଶିଥୁନୀ – ରାତ୍ରି, ବିଭାବରୀ, ଶର୍ବରୀ

Question ୫ ।
‘ବାଗୀଶ୍ଵରୀ’ ଶବ୍ଦର ସନ୍ଧିବିଚ୍ଛେଦ କଲେ କ’ଣ ହେବ ?
(କ) ବାକାଶ + ଅରା
(ଖ) ବାଗାଶ + ଅରା
(ଗ) ରାଗି + ଈଶ୍ଵାରା
(ଘ) ବାକ୍ + ଈଣ୍ଠରା
Answer:
(ଘ) ବାକ୍ + ଈଣ୍ଠରା

କ୍ଷୁଦ୍ର ଉତ୍ତରମୂଳକ ପୂନୋତ୍ତର

Question ୭।
ଏହି କବିତାରେ କବି କେଉଁ ସମୟର ଦୃଶ୍ୟ ବର୍ଣ୍ଣନା କରିଛନ୍ତି ?
Answer:
ଏହି କବିତାରେ କବି ସନ୍ଧ୍ୟାକାଳର ଦୃଶ୍ୟ ବର୍ଣ୍ଣନା କରିଛନ୍ତି ।

Question ୮।
ଦିଗଙ୍ଗନାଙ୍କ ଉଦ୍ଦେଶ୍ୟରେ କବି କେଉଁ ଶବ୍ଦପୁଞ୍ଜ ବ୍ୟବହାର କରିଛନ୍ତି ?
Answer:
ଦିଗଙ୍ଗନାଙ୍କ ଉଦ୍ଦେଶ୍ୟରେ କବି ‘ମଧୁର – ବାସିନା’ ଏବଂ ‘ଜ୍ୟୋତ୍ସ୍ନା – ବୁତ୍କଳ -ବାସିନା’ ଏହି ଶବ୍ଦପୁଞ୍ଜଜ୍ୱୟ ବ୍ୟବହାର କରିଛନ୍ତି।

Question ୯୮
‘ଗଲାଣି ତ ଗଲା କଥାରେ ସଙ୍ଗାତ’ର ଅର୍ଥ କ’ଣ ?
Answer:
ଯେଉଁ କଥା ଅତୀତ ହୋଇଯାଇଛି ସେହି କଥାକୁ ଧରି ବସିଲେ କୌଣସି ଲାଭ ହୁଏ ନାହିଁ ।

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question ୧୦ ।
ପୋତପାଳ ମଶାଲ ଜାଳିଛି କାହିଁକି ?
Answer:
ନୌକା ଉପରେ ଜଳୁଥିବା ମଶାଲର ଅଗ୍ନିଶିଖାଦ୍ଵାରା ଆକର୍ଷିତ ହୋଇ ମୀନମାନେ ନୌକା ଭିତରକୁ ଡେଇଁ ଥାଆନ୍ତି । ତେଣୁ ମୀନ ଧରିବା ଉଦ୍ଦେଶ୍ୟରେ ପୋତପାଳ ମଶାଲ ଜାଳିଛି ।

Question ୧୧ ।
ଶିଖାର ଉଠିବା ପଡ଼ିବା ସହିତ କବି କାହାକୁ ତୁଳନା କରିଛନ୍ତି ?
Answer:
ଶିଖାର ଉଠିବା ପଡ଼ିବା ସହିତ କବି ଦୁଃଖୀଜନ ମନରେ ସୃଷ୍ଟ ଆଶା ଓ ହତାଶାକୁ ତୁଳନା କରିଛନ୍ତି ।

Question ୧୨ ।
କେଉଁ ଦୃଶ୍ୟକୁ କବି ପାରଦ-ଧଉତ ବୋଲି ବର୍ଣ୍ଣନା କରିଛନ୍ତି ?
Answer:
ଜ୍ୟୋତ୍ସ୍ନାଲୋକରେ ଆଲୋକିତ ସମଗ୍ର ଜଳ, ସ୍ଥଳ ଓ ଆକାଶର ସ୍ଵଚ୍ଛ ପରିପ୍ରକାଶକୁ କବି ପାରଦ-ଧଉତ ବୋଲି ବର୍ଣ୍ଣନା କରିଛନ୍ତି ।

Question ୧୩ ।
ହ୍ରଦ ମଧ୍ୟଭାଗରେ କାହାର ପ୍ରତିବିମ୍ବ ଶୋଭା ପାଉଛି ?
Answer:
ହ୍ରଦ ମଧ୍ୟଭାଗରେ ଦ୍ବୀପ ଓ ଦ୍ଵୀପ ଉପରିସ୍ଥ ପର୍ବତର ପ୍ରତିବିମ୍ବ ଶୋଭା ପାଉଛି।

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question ୧୪ ।
ଛାୟାମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ କାହା ରୂପ ସହିତ ତୁଳନା କରାଯାଇଛି ?
Answer:
ଛାୟା ମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ ସର୍ପଚିତ୍ରିତ ମହାଦେବଙ୍କ କଳେବର ସହିତ ତୁଳନା କରାଯାଇଛି ।

Question ୧୫ ।
ନିଶୀଥୁନୀର ପ୍ରଭାବକୁ କିଏ ପ୍ରଚାର କରୁଛି ?
Answer:
ନିଶାଥନାର ପ୍ରଭାବକୁ ଦୂରରୁ ଭାସିଆସୁଥ୍ ବା ନିଝରର କଳନାଦ ତଥା ଝିଙ୍କାରାର ଝଙ୍କ।ରାର ଝଙ୍କାର ପ୍ରଚାର କରୁଛି ।

ପପ୍ରସଙ୍ଗ ସରଳାର୍ଥ

Question ୧୬ ।
ଉଲ୍ଲାସର ଆତ୍ମା ପ୍ରାୟେ ଗୀତ-ତାନ
ହ୍ରଦ ନୀଳ-ବକ୍ଷେ କରେ ଅଷ୍ଠାନ ।.
Answer:
ଉଲ୍ଲାସର ଆତ୍ମା ………………….. କରେ ଅନ ।
ପ୍ରୋକ୍ତ ପଦ୍ୟାଶଟି କବିବର ରାଧାନାଥ ରାୟଙ୍କଦ୍ବାରା ରଚିତ ଖଣ୍ଡକାବ୍ୟ ‘ଚିଲିକାରୁ ଗୃହୀତ ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ ଶୀର୍ଷକ କବିତାରୁ ଆନୀତ । ଏଠାରେ କବି ସନ୍ଧ୍ୟାକାଳରେ ଚିଲିକାର ସମୁଦ୍ର ମୁହାଣରୁ ମତ୍ସ୍ୟପୂର୍ଣ୍ଣ ନୌକା ଧରି ଫେରୁଥିବା ମୀନଜୀବୀମାନଙ୍କ କଣ୍ଠ ନିଃସୃତ ଚିତ୍ତୋଲ୍ଲାସକ ଗୀତାମୃତ ତଥା ସେମାନଙ୍କ ତୃପ୍ତ ମାନସିକତା ଉପରେ ଆଲୋକପାତ କରିଛନ୍ତି । ଚିଲିକାର ସାୟଂକାଳୀନ ଶୋଭା କବିଙ୍କୁ ଗଭୀରଭାବେ ଆମୋଦିତ କରିଛି । ଭାଲେରୀ ପାହାଡ଼ ଚୂଡ଼ାଶୀର୍ଷରେ ଦେଖାଦେବା ପରେ ମତ୍ସ୍ୟଜୀବୀମାନେ ପ୍ରାଚୀ ମୁହାଣରୁ ମତ୍ସ୍ୟପୂର୍ଣ୍ଣ ନୌକାମାନ ଧରି ତଟ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରନ୍ତି । ନୌକାଗୁଡ଼ିକୁ ସ୍ୱୟଂଚାଳିତ କରିବାପାଇଁ ସେମାନେ ପାଲ ଟାଣିଦେଇ ସାରାଦିନର ପରିଶ୍ରମଜନିତ କ୍ଳାନ୍ତି ଅପନୋଦନ ନିମିତ୍ତ ସଂଗୀତ ଗାନରେ ମଜ୍ଜି ଯାଆନ୍ତି ।

ସାରାଦିନ ପରିଶ୍ରମର ଫଳକୁ ଚକ୍ଷୁ ସମ୍ମୁଖରେ ଦେଖ୍ ତୃପ୍ତିରେ ସେମାନଙ୍କ ମନରେ ଆନନ୍ଦ ଭରିଯାଇଥାଏ। ତେଣୁ ସରାଗରେ ସେମାନଙ୍କ କଣ୍ଠରୁ ଝରିସୂର୍ଯ୍ୟ ବଳଦେବ ରଥଙ୍କ କିଶୋର ଚନ୍ଦ୍ରାନନ ଚର୍ମ୍ପ ର ଅମୃତପଦାବଳୀ । କବିସୂର୍ଯ୍ୟଙ୍କ ଅମୃତରସବର୍ଷୀ କୋମଳ ପଦାବଳୀ ମୀନଜୀବୀଙ୍କ ସ୍ବରତାନ ଅପୂର୍ବ ସଙ୍ଗୀତ ମୂର୍ଦ୍ଧନା ସୃଷ୍ଟିକରେ । ସେହି ସଙ୍ଗୀତର ସ୍ଵର୍ଗଝଙ୍କାର ସେମାନଙ୍କ ଉଲ୍ଲସିତ ହୃଦୟର ଆତ୍ମସମ ଶ୍ରୋତାକୁ ମନ୍ତ୍ରମୁଗ୍ଧ କରେ । ରାଗରାଗିଣୀର ଛନ୍ଦ ସମୀର ସଞ୍ଚାଳିତ ହୋଇ କବିଙ୍କ ଶ୍ରୁତିଗୋଚର ହୋଇଛି । ସମଗ୍ର ହ୍ରଦର ବିସ୍ତୃତ ବକ୍ଷରେ ନିନାଦିତ ସଙ୍ଗୀତର ପ୍ରତିଧ୍ବନି କବିଙ୍କୁ କରିଛି ଆତ୍ମହରା । ତେଣୁ ସେହି ସଙ୍ଗୀତକୁ କବି ଉଲ୍ଲାସର ଆତ୍ମା ସହ ତୁଳନା କରିଛନ୍ତି ।

Question ୭ ।
ପାପଗର୍ଭେ ଯେହ୍ନେ ପଡ଼ଇ ଅଜ୍ଞାନ
ତରୀ-ଗର୍ଭେ ମୀନେ ଡେଇଁ ଦେବେ ପ୍ରାଣ ।
Answer:
ପାପଗର୍ଭେ ଯେହ୍ନେ ……………………………. .କବିତାରୁ ଆନୀତ ।
ଶଂସିତ ପଦ୍ୟାଶଟି କବିବର ରାଧାନାଥ ରାୟଙ୍କ ଖଣ୍ଡକାବ୍ୟ ‘ଚିଲିକା ‘ରୁ ଗୃହୀତ ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ ଶୀର୍ଷକ କବିତାରୁ ଆନୀତ। ଏଠାରେ କବି ସନ୍ଧ୍ୟାକାଳରେ ଚିଲିକା ଗର୍ଭରେ ଭାସମାନ ନୌକାର ମଶାଲ ବହ୍ନିରେ ଆକର୍ଷିତ ମୀନମାନଙ୍କ ଅବସ୍ଥାକୁ ବାହ୍ୟ ଚାକଚକ୍ୟପୂର୍ଣ୍ଣ ‘ପାପ’ ଘୂର୍ଣ୍ଣି ପ୍ରତି ଆକର୍ଷିତ ମୂର୍ଖ ମାନବର ଯନ୍ତ୍ରଣା ଓ ମୃତ୍ୟୁ ସହ ତୁଳନା କରିଛନ୍ତି ।

ଚିଲିକାର ମତ୍ସ୍ୟଜୀବୀମାନେ ବିଳମ୍ବିତ ସନ୍ଧ୍ୟାରେ ମତ୍ସ୍ୟ ସଂଗ୍ରହ କରିବାପାଇଁ ଏକ କୌଶଳ ଅବଲମ୍ବନ କରନ୍ତି । ନୌକାମାନଙ୍କରେ ମଶାଲ ପ୍ରଜ୍ଜ୍ୱଳିତ କରି ସ୍ଥିରଭାବେ ସେମାନେ ବସିରହନ୍ତି । ଚତୁର୍ଦ୍ଦିଗ ଅନ୍ଧକାର ଥିବାବେଳେ ମଶାଲ ଅଗ୍ନିର ଲେଲିହାନ ଶିଖାଦ୍ବାରା ଆକର୍ଷିତ ହୋଇ ମୀନମାନେ ନୌକା ମଧ୍ୟକୁ ଲମ୍ଫ ପ୍ରଦାନ କରନ୍ତି ଓ ଛଟପଟ ହୋଇ ପ୍ରାଣପାତ କରିଥାଆନ୍ତି । ମୀନମାନଙ୍କର ଏତାଦୃଶ ଅବସ୍ଥା ଲକ୍ଷ୍ୟ କରି କବି ମୂଢ଼ମାନବ ଚରିତ୍ରର ଏକ ସାଧାରଣ ସତ୍ୟ ଆବିଷ୍କାର କରିଛନ୍ତି।

ତାଙ୍କ ମତରେ ଅନ୍ଧବ୍ୟକ୍ତି ବାହ୍ୟ ଚାକଚକ୍ୟ ଓ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ନିଜ ଅଲକ୍ଷ୍ୟରେ ପାପବୃହ ମଧ୍ୟକୁ ଆକର୍ଷିତ ହୁଏ । ପରବର୍ତୀ ସମୟରେ ସେହି ପାପାବର୍ତ୍ତ ମଧ୍ଯରୁ ମୁକ୍ତି ପାଇବାକୁ ଅସମର୍ଥ ହୁଏ । ଫଳତଃ ଯନ୍ତ୍ରଣାଜର୍ଜରିତ ହୋଇ ଅକାଳ ମୃତ୍ୟୁ ବରଣ କରିଥାଏ । ବାସ୍ତବିକତା ପ୍ରତି ଅଜ୍ଞ ମୂର୍ଖ ମଣିଷ ଅଲକ୍ଷ୍ୟରେ ପାପପଙ୍କରେ ଘାଣ୍ଟିହୋଇ ପ୍ରାଣପାତ କରିବାପରି ମଶାଲ ଅଗ୍ନି-ସ୍ପର୍ଶର ଭୟାବହତା ସମ୍ପର୍କରେ ଅଜ୍ଞମୀନମାନେ ମୃତ୍ୟୁକୁ ଆମନ୍ତ୍ରଣ କରନ୍ତି । ଏ କବିତା ମାଧ୍ୟମରେ ଏକ ଗୁରୁତ୍ଵପୂର୍ଣ ଶାଶ୍ବତ ବାର୍ତ୍ତା ପ୍ରଦାନ କରି କବି ପାଠକମାନଙ୍କୁ ପରୋକ୍ଷରେ ସତର୍କ କରାଇଛନ୍ତି ।

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question ୧୮ ।
ପ୍ରତିବିମ୍ବରାଜି ଦ୍ୱୀପ-ଶୈଳ-ତଳେ
ସ୍ପଷ୍ଟାକାରେ ଶୋଭେ ହ୍ରଦ-ଅନ୍ତଃ ସ୍ଥଳେ ।
Answer:
ପ୍ରତିବିମ୍ବରାଜି ……………………….. ହ୍ରଦ ଅନ୍ତଃସ୍ଥଳେ ।
ପ୍ରଦତ୍ତ ପଦ୍ୟାଶଟି କବିବର ରାଧାନାଥ ରାୟଙ୍କ ରଚିତ ‘ବୈଦେହୀଶ ବିଳାସ ’କାବ୍ୟର ଚତ୍ୱାରିଂଶ ଛାନ୍ଦ ଅନ୍ତର୍ଗତ ‘ଚିଲିକାରେ ସାୟନ୍ତ୍ରନ ଦୃଶ୍ୟ ଶୀର୍ଷକ କବିତାରୁ ଆନୀତ। ଏଠାରେ କବି ଜ୍ୟୋତ୍ସ୍ନାବିଧୌତ ରାତ୍ରିରେ ଚିଲିକା ହ୍ରଦ ମଧ୍ୟସ୍ଥ ଦ୍ବୀପ ଓ ଶୈଳରାଜିର ସ୍ଫଟିକ୍ ସ୍ୱଚ୍ଛଜଳ ଦର୍ପଣରେ ପ୍ରତିବିମ୍ବିତ ଶୋଭା ବର୍ଣ୍ଣନା କରିଛନ୍ତି । କବିଙ୍କ କାବ୍ୟନାୟିକା ଚିଲିକା ସଦା ହାସ୍ୟମୟୀ, ଲାସ୍ୟମୟୀ, ଛନ୍ଦାମୟୀ ତଥା ଚଳଚପଳମୟୀ । ପ୍ରଭାତ, ପ୍ରଦୋଷ, ମଧ୍ୟାହ୍ନ, ସାୟନ୍ତନ ସବୁ ସମୟରେ ତା’ର ରୂପମାଧୁରୀ କବିଙ୍କୁ କରିଛି ଆତ୍ମହରା ।

ବିଶେଷତଃ ରାକାରଜନୀର ରଜତଶୁଭ୍ର ଜ୍ୟୋତ୍ସ୍ନାଲୋକରେ ଚିଲିକା ହୋଇଉଠେ ଅପରୂପା ଲାବଣ୍ୟମୟୀ । ତୀର ପାର୍ଶ୍ୱସ୍ଥ ହ୍ରଦର ମୁହୂ ତରଙ୍ଗାୟିତ ସ୍ଵଚ୍ଛ ଜଳରାଶି ଉପରେ ଶୁଭ୍ରଜ୍ୟୋତ୍ସ୍ନାର ପ୍ରତିଫଳନ ତରଳ ହୀରକସମ କମନୀୟ ରୂପଛଟା ପ୍ରକାଶ କରେ । ହ୍ରଦ ଅନ୍ତଃସ୍ଥଳର ସ୍ଥିର ଜଳରାଶିରେ କିନ୍ତୁ ହଦ୍ରମଧ୍ଯସ୍ଥ କ୍ଷୁଦ୍ର ଦ୍ବୀପସମୂହ ଓ ତଦୁପରି ଶୈଳରାଜି ପ୍ରତିବିମ୍ବିତ ହୋଇ ସ୍ପଷ୍ଟ ପ୍ରତିଭାତ ହୋଇଉଠେ । ସ୍ବଚ୍ଛଜଳ ଦର୍ପଣରେ ଦ୍ବୀପ ଓ ଶୈଳମାନ ଓଲଟଭାବେ ପ୍ରତିଫଳିତ ହୋଇ ଚିତ୍ରପଟ ପ୍ରାୟ ପରିଦୃଷ୍ଟ ହୁଏ । ପ୍ରକୃତିର ଏହି ନିଃସର୍ଗ ଶୋଭା ସ୍ଵଚ୍ଛ କବିମାନସରେ ମଧ୍ୟ ପ୍ରତିବିମ୍ବିତ ହୋଇଛି । ଜ୍ୟୋସ୍ନା ପରିପ୍ଟ ତ ଚିଲିକାର ରୂପମାଧୁରୀ କବିଙ୍କ ଲେଖନୀରେ ଜୀବନ୍ତ ହୋଇଉଠିଛି ।

Question ୧୯ ।
କଳି ଉପଦ୍ରବେ ତ୍ୟଜି ଲୋକାଳୟ
ଶାନ୍ତି କି ଏ ସ୍ଥଳେ ଭଜିଲେ ଆଶ୍ରୟ ।
Answer:
କଳି ଉପଦ୍ରବେ ……………………….. ଭଜିଲେ ଆଶ୍ରୟ ।
ପ୍ରତ୍ୟୁଷରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚିଲିକାରେ ମତ୍ସ୍ୟଚ୍ଚାବାମାନଙ୍କ ଗହଳ ତଥା ପର୍ଯ୍ୟଟକମାନଙ୍କ ଚଳପ୍ରଚଳରେ ସଦା କୋଳାହଳ ମୁଖରିତ ରହିଥାଏ । ପ୍ରକୃତିପ୍ରେମୀ ରାଧାନାଥଙ୍କ ସୌନ୍ଦର୍ଯ୍ୟପିପାସୁ ମନ ଚିଲିକାରେ ସୂର୍ଯ୍ୟାସ୍ତ ଓ ସାୟନ୍ତନକୁ ପ୍ରାଣଭରି ଉପଭୋଗ କରିଛି । ସନ୍ଧ୍ୟା ଅତିକ୍ରାନ୍ତ ପରେ ମତ୍ସ୍ୟଜୀବୀମାନେ ମଶାଲ ଜାଳି ମୀନ ସଂଗ୍ରହରେ ବ୍ୟସ୍ତ ଥାଆନ୍ତି । ଶୁକ୍ଳପକ୍ଷରେ ଆକାଶରେ ଚନ୍ଦ୍ରୋଦୟ ଚିଲିକା ବକ୍ଷରେ ମନୋମୁଗ୍ଧକର ଶୋଭାର ପସରା ମେଲିଧରେ । ରାତ୍ରିର ଗଭୀରତା ବୃଦ୍ଧିପାଇବା ମାତ୍ରେ କ୍ରମେ ଜନଗହଳି ଅପସରିଯାଏ ଚିଲିକା ତୀରରୁ । ସଦା କୋଳାହଳ ମୁଖରିତ ତଟଦେଶରେ ଶାନ୍ତି ବିରାଜମାନ କରେ । କେବଳ ଦୂରରୁ ଭାସିଆସିଥିବା ନିର୍ଭରର କଳତାନ ଓ ଝିଙ୍କାରିର ଝଙ୍କାର ରାତ୍ରିର ନିବିଡ଼ତାକୁ ଯାହା ସୂଚାଇଥାଏ । ଚତୁଃପାର୍ଶ୍ଵରେ ଅଖଣ୍ଡ ନୀରବତା ଓ ବିପୁଳ ପ୍ରଶାନ୍ତ ରାଜୁତି କରେ ।

କବିଙ୍କ ମତରେ କଳି କଳୁଷିତ ମାନବ ସମାଜରେ ସର୍ବଦା ଅଶାନ୍ତିର ବାତାବରଣରେ ଅତିଷ୍ଠ ହୋଇ ‘ଶାନ୍ତି’ ଏହି କୋଳାହଳଶୂନ୍ୟ ସ୍ଥାନକୁ ନିଜ ଆଶ୍ରୟସ୍ଥଳୀ ରୂପେ ବାଛିନିଅନ୍ତି । ଗ୍ରାମ, ଜନପଦ, ସହର, ନଗର ସର୍ବତ୍ର ମାନବ ସ୍ଵାର୍ଥସିଦ୍ଧି ନିମନ୍ତେ କଳିଝଗଡ଼ାରେ ଲିପ୍ତ ହୋଇ ପରିବେଶକୁ ଅଶାନ୍ତ କରିଚାଲିଛି । ନିର୍ଜନ ରାତ୍ରିର ନିସ୍ତବ୍ଧ ପ୍ରହରରେ ଚିଲିକା ତୀରକୁ ପ୍ରଶାନ୍ତି ଆଳୟ ବିବେଚନା କରି ‘ଶାନ୍ତି’ ସେଠାକୁ ଆଶ୍ରୟ ନେବାପାଇଁ ଧାଇଁ ଆସିଛି । ‘ଶାନ୍ତି’ଠାରେ ମାନବତ୍ବ ଆରୋପ କରି କବି ଚିଲିକା ତୀରର ନିର୍ଜନ ରାତ୍ରିର ନୀରବ ପରିବେଶକୁ ସୁନ୍ଦରଭାବେ ଉପସ୍ଥାପନ କରିଛନ୍ତ୍ରି

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୦ ।
ପଠିତ କବିତା ଅନୁସରଣରେ ଚିଲିକାର ସାୟଂକାଳୀନ ଦୃଶ୍ୟ ବର୍ଣ୍ଣନା କର ।
Answer:
ଆଧୁନିକ କାବ୍ୟଧାରାର ଭିଭି ସଂସ୍ଥାପକ, କାନ୍ତ-କୋମଳ, ମୃଦୁ-ମଞ୍ଜୁଳ ଉତ୍କଳୀୟ ପ୍ରାକୃତିକ ଶୋଭାସମ୍ପଦର ଚିହ୍ନରା ଗ୍ରାହକ ତଥା ସାରସ୍ଵତ ସାଧନାର ଅତନ୍ଦ୍ର ସାଧକ କବିବର ରାଧାନାଥ ରାୟଙ୍କର ଉତ୍କଳ ରାଶାଭଶ୍ରୀରକୁ ଅବଦାନ ଅନସ୍ବୀକାର୍ଯ୍ୟ । ପ୍ରକୃତି କବି ରାଧାନାଥଙ୍କ ସୃଷ୍ଟି ସମୂହ ବାସ୍ତବିକ ଜନଜୀବନ-ସ୍ପର୍ଶୀ ଓ ସୁଖପାଠ୍ୟ । ପ୍ରାକୃତିକ ଶୋଭାବୈଭବରେ ଚିରତଲ୍ଲୀନ ଏହି ପ୍ରଜ୍ଞାପୁରୁଷଙ୍କ ‘କେଦାରଗୌରୀ’, ‘ଚନ୍ଦ୍ରଭାଗା’, ‘ନନ୍ଦିକେଶ୍ଵରୀ’, ‘ଉଷା’, ‘ପାର୍ବତୀ’, ‘ଦରବାର’ ଓ ‘ମହାଯାତ୍ରା’ ଆଦି ସୃଷ୍ଟିନିଚୟ ଯେଭଳିଭାବେ ବିଦଗ୍ଧ ଚେତନାରେ ଅନୁରଞ୍ଜିତ ତା’ର ପଟାନ୍ତର ନାହିଁ ।

କବିଙ୍କ ଖଣ୍ଡକାବ୍ୟ ‘ଚିଲିକା’ ହେଉଛି ସୌନ୍ଦର୍ଯ୍ୟ ସାଗରର ବୈଦୁର୍ଯ୍ୟ ତରଙ୍ଗ । ‘ଚିଲିକା’ କାବ୍ୟର କିୟଦଂଶ ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ ଶୀର୍ଷକ କବିତାରେ ପ୍ରକୃତି ଚିତ୍ରଣର ମନ୍ମୟତା, ପୂଜ୍ୟପୂଜାର ମହାନତା ତଥା କବିଙ୍କ ଜୀବନ ଦର୍ଶନର ପ୍ରତିବିମ୍ବ ପରିଦୃଷ୍ଟ ହେଲେହେଁ କବିତାଟିରେ ଚିଲିକାରେ ସାକ୍ଷ୍ୟକାଳୀନ ପ୍ରାକୃତିକ ସୌନ୍ଦର୍ଯ୍ୟ ଗଭୀର ମମତ୍ୱବୋଧରେ ଚିତ୍ରିତ ହୋଇଛି ।

ପ୍ରକୃତିର ଚିର ଆଲେଖ୍ୟଶାଳିକା ଉତ୍କଳରେ ନିସର୍ଗ ଶୋଭାର ଅବଗୁଣ୍ଠନବତା – ନାୟିକା – ଚିଲିକା, ସାୟଂକାଳରେ ପରିପ୍ରକାଶ କରେ ତା’ର ଅଭିନବ ରୂପବିନ୍ୟାସ । ବିଳମ୍ବିତ ଗୋଧୂଳିରେ ବାରୁଣୀ ଗଗନର ରକ୍ତିମ ଆଭା ଚିଲିକାର ସ୍ଫଟିକ ସ୍ୱଚ୍ଛ ଛାୟାକାରରେ ପରିଦୃଷ୍ଟ ହେଉଥିଲା । ଭାଲେରୀ ଶୈଳ ଶିଖର ଉର୍ବଭାଗରେ ସନ୍ଧ୍ୟାତାରାକୁ ଦେଖୁ ମୀନଜୀବୀମାନେ ମତ୍ସ୍ୟପୂର୍ଣ୍ଣ ଜଳ ଦର୍ପଣରେ କ୍ରମଶଃ ନିଷ୍ପ୍ରଭ ହୋଇଆସୁଥିଲା। ଚିଲିକାର ପ୍ରାଚୀ ଦିଗ୍‌ବଳୟ ତଳୁ ମୀନଜୀବୀମାନଙ୍କ ତରୀମାନ କ୍ରମେ ଛାୟାକାରରେ ପରିଦୃଷ୍ଠ ହେଉଥିଲେ। ଭାଲେରା ଶୈଳ ଶିଖର ଉର୍ଘ୍ଜଭ।ଗରେ ସକ୍ଷ୍ୟାତାରାକୁ ଦେଖି ମାନଜାବମାନେମତ୍ସ୍ୟପୂର୍ଣ୍ଣ ନୌକା ବାହି ଗୃହାଭିମୁଖୀ ହେଉଥିଲେ । ମୁଦୁମନ୍ଦ ପୂବେଇ ପବନରେ ସେମାନଙ୍କ ପାଲଟଣା ନୌକାମାନ ସମୁଦ୍ର ମୁହାଣରୁ କୂଳକୁ ଫେରିଆସୁଥିଲା ।

ମତ୍ସ୍ୟଜୀବୀମାନଙ୍କ ମନର ଉଲ୍ଲାସ ସ୍ପଷ୍ଟ ବାରି ହୋଇପଡ଼ୁଥିଲା ସେମାନଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ଗୀତାମୃତର ସଙ୍ଗୀତ ମୂହଁନାରୁ । ସେହି ସଙ୍ଗୀତର ସୁମଧୁର ସ୍ଵରଲହରୀ ସମୀର ସଞ୍ଚାଳିତ ହୋଇ ଚିଲିକା ବକ୍ଷରେ ପ୍ରତିଧ୍ଵନିତ ହେଉଥିଲା । ଉଲ୍ଲାସର ଆତ୍ମାସମ ସେହି ଗୀତତାନର ପ୍ରତିଧ୍ଵନି ସମଗ୍ର ହ୍ରଦର ସୁନୀଳ ବକ୍ଷରେ ନିନାଦିତ ହୋଇ କବିଙ୍କୁ କରୁଥୁଲା ଆମୋଦିତା ଚନ୍ଦ୍ରମାର ରଜତଶୁଭ୍ର ଜ୍ୟୋତିରାଶିର ଝଲକରେ ଚିଲିକା ବକ୍ଷ ହୋଇଉଠୁଥିଲା ଉଦ୍ଭାସିତ । କବିଙ୍କୁ ପ୍ରତୀତ ହେଉଥିଲା, ସତେ ଯେପରି ଲାବଣ୍ୟମୟୀ ଦେବୀ ଦେବାଙ୍ଗନା ଜ୍ୟୋସ୍ନାରୂପକ ପାଟବସ୍ତ୍ର ପରିହିତା ହୋଇ ସ୍ମିତହାସ୍ୟ ବଦନରେ ବିରାଜମାନା କରିଙ୍କ ଭାଷାରେ

‘ହସନ୍ତ ଚୌଦିଗେ ମଧୁର ହାସିନୀ
ଦିଗଙ୍ଗନା ଜ୍ୟୋସ୍ନା-ଦୁକୂଳ-ବାସିନୀ ।’’

ଜ୍ୟୋତ୍ସ୍ନାବିଧୌତ ସାୟଂକାଳରେ କବିସୂର୍ଯ୍ୟଙ୍କ ରଚନାର ଭାବଗ୍ରାମ୍ଭୀର୍ଯ୍ୟ ତଥା ସଙ୍ଗୀତର ମନମତାଣିଆ ସ୍ଵର କବିଙ୍କୁ ଟାଣିନେଇଛି ଅତୀନ୍ଦ୍ରିୟ ରାଜ୍ୟକୁ । ମତ୍ସ୍ୟଜୀବୀଙ୍କ କଣ୍ଠନିଃସୃତ ବଳଦେବ ରଥଙ୍କ ଚମ୍ପୂ-

‘ଗଲାଣି ତ ଗଲା କଥାରେ ସଙ୍ଗାତ
ଗଲାଶି ତ ଗଲା କଥା
ଗୁପତେ ସିନା ମୁଁ ତୋତେ ପଚାରିଲି
ବଳି ପଡ଼ିବାରୁ ବ୍ୟଥା ।”

ସଙ୍ଗୀତ ଶ୍ରବଣରେ କବି ଆତ୍ମବିସ୍ମୃତ ହୋଇ ଉଠିଛନ୍ତି ଓ ସେହି ଅପ୍ରାକୃତ ପ୍ରେମମୂର୍ତ୍ତି ପାଦପଦ୍ମରେ ମଥାନତ ପୂର୍ବକ ଭକ୍ତିପୂତ କୃତାଞ୍ଜଳି ନିବେଦନ କରିଛନ୍ତି । ଯୋଗଜନ୍ମା, ବିଦଗ୍ଧ କବିସୂର୍ଯ୍ୟଙ୍କ ଅମୀୟ ରସବର୍ଷୀ କବିତା ଶ୍ରବଣ କରି କବି କଣ୍ଠରୁ ଝରିପଡ଼ିଛି

‘ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ
ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ ।’’

ଚିଲିକା ବକ୍ଷରେ ଭାସମାନ ନୌକାଗୁଡ଼ିକ ଉପରେ ପ୍ରଜ୍ଜ୍ୱଳିତ ମଶାଲର ଶିଖା ଚିଲିକାର ସୁନୀଳ ଜଳରାଶିରେ ପ୍ରତିବିମ୍ବିତ ହୋଇଉଠୁଥିଲାବେଳେ ମଶାଲ ଜ୍ୟୋତିରେ ଆକର୍ଷିତ ମୀନମାନେ ନୌକା ମଧ୍ୟକୁ ଲମ୍ଫ ଦେଉଥିଲେ । ଜ୍ଵଳନ୍ତ ମଶାଲର ଲେଲିହାନ ଶିଖାଦ୍ବାରା ଆକର୍ଷିତ ମୀନଗୁଡ଼ିକଙ୍କ ଯନ୍ତ୍ରଣାଦଗ୍ଧ ମୃତ୍ୟୁ ଦର୍ଶନ କରି କବି ମାନବ ଜୀବନର ଏକ ସାଧାରଣ ଦୁର୍ବଳତା ଉପରେ ଆଧାରିତ ସାଧାରଣ ସତ୍ୟ ଆବିଷ୍କାର କରିଛନ୍ତି ।

ତରଙ୍ଗାୟିତ ଜଳରାଶି ଉପରେ ମଶାଲବାର୍ହି ନୌକାମାନଙ୍କର ଉତ୍ ଥାନ ପତନ ହେତୁ କେତେବେଳେ ନୌକାମାନ ସ୍ୱଷ୍ଠ ପରିଦୃଷ୍ଟ ହେଉଥିଲେ ତ କେତେବେଳେ ଅନ୍ତର୍ହିତ ହେଲାପରି ପ୍ରତୀୟମାନ ହେଉଥିଲେ । ଏହି ଦୃଶ୍ୟ ଦର୍ଶନରେ କବିଙ୍କ ଦାର୍ଶନିକ ମନରେ ଭାବାନ୍ତର ସୃଷ୍ଟି ହୋଇଛି । ଯେପରି ଦୁଃଖୀଜନର ଅନ୍ତରରେ ଆଶାର ଆଲୋକ ଜଳିଉଠି ତାକୁ ଉଲ୍ଲସିତ କରିଦିଏ ତ କେବେ ପୁଣି ନିର୍ବାପିତ ହୋଇ ତା’ ହୃଦୟକୁ ଠେଲିଦିଏ ନୈରାଶ୍ୟର ଅନ୍ଧକାର ମଧ୍ୟକୁ । ଚିଲିକାରେ ପରିଦୃଷ୍ଟ ଦୃଶ୍ୟକୁ ସାଧାରଣ ଜୀବନ ଦର୍ଶନ ସହ କବି ସୁନ୍ଦରଭାବେ ତୁଳନା କରିଛନ୍ତି । ଜ୍ୟୋତ୍ସ୍ନାଲୋକରେ ଚିଲିକା ଗର୍ଭସ୍ଥ ଦ୍ବୀପ, ଶୈଳ, ବନରାଜି ସ୍ବଚ୍ଛ ଜଳଦର୍ପଣରେ ପ୍ରତିବିମ୍ବିତ ହୋଇ ଅନିର୍ବଚନୀୟ ଶୋଭା ଧାରଣ କରନ୍ତି । ରାକା ରଜନୀର ଶୁଭ୍ର ଜ୍ୟୋତ୍ସ୍ନାରେ ସମଗ୍ର ସୃଷ୍ଟି ପାରଦଧୌତ ହେଲାପରି ପ୍ରତୀତ ହୁଏ । ହ୍ରଦ ମଧ୍ୟ ଗିରି-

“କ୍ଷାରେ।ଦ – ସୋଦର – ଜ୍ୟୋସ୍ନାର୍ଣ୍ଣବେ ଭାସି
ଦିଶନ୍ତି ବିଶଦ ଗିରି, ବନ, ନାସି ।’’

ମସୃଣ ପ୍ରସ୍ତର ଓ କୋମଳ-ସ୍ନିଗ୍ଧ ପତ୍ରାବଳୀ ଉପରେ ଜ୍ୟୋତ୍ସ୍ନାଲୋକର ପ୍ରତିଫଳନ ଝଟକି ଉଠେ । ପାର୍ଶ୍ଵଦେଶ ବନସ୍ଥଳୀରେ ଛାୟା ଓ ଆଲୋକର ଯୁଗଳବଷ୍ଠିତ ମହାଯୋଗା ଯୋଗମଗ୍ନ ମହେଶ୍ନରଙ୍କ ରୁଦ୍ର- ସୁନ୍ଦର ବିଶାଳ ବପୁର ଭ୍ରମ ସୃଷ୍ଠିକରେ ସନ୍ଧ୍ୟା ପରେ ରାତ୍ରିର ଗଭୀରତା ବୃଦ୍ଧି ହେବାମାତ୍ରେ ତୀରବର୍ତ୍ତୀ ଅଞ୍ଚଳ କ୍ରମେ ଜନଶୂନ୍ୟ ହୋଇଉଠେ । ଶାନ୍ତ ଓ ନୀରବ ହୋଇଉଠେ ପରିବେଶ । ଚିଲିକାର ବର୍ଣ୍ଣେ।ତ୍ସବମୟ ସାଫ୍ଟନ୍ତନ ଦୃଶ୍ୟ ଦର୍ଶନରେ ଭାବୁକ ରାଧାନାଥ ଆମ୍‌ବିଭୋର ହୋଇଉଠିଛନ୍ତି ଏବଂ ତାଙ୍କ ଲେଖନୀରୁ ଝରିପଡ଼ିଛି ରସାଳ, ପୁଷ୍କଳ ଓ ମନୋଜ୍ଞ ପଦାବଳୀ । ଚିଲିକା ପାଇଁ କବି କଣ୍ଠରୁ ଝରିପଡ଼ିଛି-

“ଅଟେ ସର୍ବଟୋଭା ସାମନ୍ତର ଟାକା
ପ୍ରକୃତିର ଚାରୁ ଆଲେଖ୍ୟ ଶାଳିକା ।’’

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question ୨୧ ।
ଶଂସିତ କବିତା ଆଧାରରେ ମୀନଜୀବୀମାନଙ୍କର ଭାବାବେଗ ବର୍ଣ୍ଣନା କର। କିମ୍ବା, ମୀନଜୀବୀମାନଙ୍କର କାର୍ଯ୍ୟାବଳୀ କବିଙ୍କ ପ୍ରାଣରେ କିପରି ଭାବାନ୍ତର ସୃଷ୍ଟି କରିଛି, ତାହା ପଠିତ କବିତାନୁସରଣରେ ଆଲୋଚନା କର ।
Answer:
ଆଧୁନିକ ଓଡ଼ିଆ କାବ୍ଯସାହିତ୍ୟର ଜନକ, ପ୍ରକୃତି କବି ରାଧାନାଥ ଊନବିଂଶ ଶତାବ୍ଦୀର ଶେଷଭାଗରେ ଆଧୁନିକ ଚିନ୍ତା ଓ ଚେତନାରେ ଅନୁପ୍ରାଣିତ ହୋଇ ଓଡ଼ିଆ ସାହିତ୍ୟରେ ଏକ ନୂତନ ଧାରା ପ୍ରବର୍ତ୍ତନ କରିଯାଇଛନ୍ତି । ପ୍ରାକୃତିକ ଶୋଭାବୈଭବରେ ଚିରକଲୀନ ଏହି କବି ନିଜର ଅସାଧାରଣ ସାରସ୍ଵତ ସୃଷ୍ଟିସମ୍ଭାରରେ ଓଡ଼ିଆ ବାଣୀଭଣ୍ଡାରକୁ କରିଛନ୍ତି ସୁସମୃଦ୍ଧ । ତାଙ୍କ ଲେଖନୀ ନିଃସୃତ ‘କେଦାର ଗୌରୀ’, ‘ନନ୍ଦିକେଶ୍ୱରୀ’, ‘ଚନ୍ଦ୍ରଭାଗା’, ‘ଉଷା’, ‘ପାର୍ବତୀ’, ‘ଦରବାର’, ‘ଚିଲିକା’ଏବଂ ‘ମହାଯାତ୍ରା’ଆଦି କବିଙ୍କ ଅସାଧାରଣ ପ୍ରତିଭାର ଜ୍ୱଳନ୍ତ ନିଦର୍ଶନ ।

ବିଳମ୍ବିତ ଗୋଧୂଳିରେ ବାରୁଣୀ ଗଗନ ରକ୍ତିମ ଆଭା ବିକିରଣ କରୁଥିବାବେଳେ ଚିଲିକାର ସାୟଂକାଳୀନ ପରିବେଶ ହୋଇଉଠେ ବର୍ଣ୍ଣୋତ୍ସବମୟ । ସନ୍ଧ୍ୟାର ମନୋଜ୍ଞ ପରିବେଶରେ କବିଙ୍କ ଭାବୁକ ପ୍ରାଣ ସୌନ୍ଦର୍ଯ୍ୟାନୁସନ୍ଧାନରେ ତତ୍ପର ହୋଇଉଠେ। ଚିଲିକା ବକ୍ଷରେ ସାୟଂନ୍ତନ ଦୃଶ୍ୟ ଦର୍ଶନରେ କବିପ୍ରାଣ ଉଲ୍ଲସିତ ହୋଇଉଠିଛି । ସୁଦୂର ପ୍ରାଚୀ ଦିଗ୍‌ବଳୟ ତଳୁ ମତ୍ସ୍ୟଜୀବୀମାନଙ୍କ ନୌକାମାନ କ୍ରମେ ଛାଯ୍ୟାକାରରେ ପରିଦୃଷ୍ଠ ହେବାକୁ ଲାଗେ। ମାନଜାବାମାନେ ସମୁଦ୍ର ମୁହ୍ୟପୂର୍ଣ୍ଣରୁ ମତ୍ସ୍ୟଜାବାମାନଙ୍କ ନୌକାମାନ କ୍ରମେ ଛାୟାକାରରେ ପରିଦୃଷ୍ଠ ହେବାକୁ ଲାଗେ । ମାନଜାବାମାନେ ସମୁଦ୍ର ମୁହାଣରୁ ମତ୍ସ୍ୟପୂର୍ଣ୍ଣ କୌକାମାନଙ୍କରେ ପାଲ ଟାଣିଦେଇ ତୀରାଭିମୁଖୀ ହେଉଥା’ନ୍ତି । ଭାଲେରୀ ଚୂଡ଼ାରେ ସନ୍ଧ୍ୟାତାରା ଦର୍ଶନ କରି ଚିଲିକାର ପୂର୍ବପାର୍ଶ୍ବରୁ ମତ୍ସ୍ୟଜୀବୀମାନଙ୍କ ଆନନ୍ଦ ମନରେ ମନଫୁଲାଣିଆ ଗୀତରେ ହଜିଯାଆନ୍ତି ।

ବହୁଦୂରରୁ ସେମାନଙ୍କ ତରୀମାନ ଛାୟାଚିତ୍ର ସମ ପରିଲକ୍ଷିତ ହେଉଥିଲାବେଳେ ସେମାନଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ବଳଦେବ ରଥଙ୍କ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ର ଅମୃତ ପଦାବଳୀର ସୁମଧୁର ସଙ୍ଗୀତ ମୂହଁନାରେ ଚିଲିକା ବକ୍ଷ ପ୍ରତିଧ୍ଵନିତ ହୋଇଉଠେ । କବିସୂର୍ଯ୍ୟଙ୍କ ‘ଗଲାଣି ତ ଗଲା କଥାରେ ସଙ୍ଗୀତ’ଗୀତାମୃତ ସମୀର ସଞ୍ଚାଳିତ ହୋଇ କବିବର ରାଧାନାଥଙ୍କୁ ଆତ୍ମବିଭୋର କରିଛି । ‘ଚମ୍ପୂ’ ପଦାବଳୀର ଭାବଗାମ୍ଭୀର୍ଯ୍ୟ ତଥା ମୀନଜୀବୀଙ୍କ ସ୍ଵରମାଧୁରୀରେ ତଲ୍ଲୀନ ହୋଇ କବିମାନସ ଅତୀନ୍ଦ୍ରିୟ ରାଜ୍ୟରେ ବିଚରଣ କରିଛି । କଳ୍ପଲୋକରେ ରହି କବି ଅପ୍ରାକୃତ ପ୍ରେମମୂର୍ତି ଦର୍ଶନ ପୂର୍ବକ ଅନ୍ତରର ଭକ୍ତିପୂତ ଶ୍ରଦ୍ଧାଞ୍ଜଳ ଅର୍ପଣ କରିଛନ୍ତି । ଧୀବରମାନଙ୍କ କଣ୍ଠନିଃସୃତ ଚମ୍ପୂର ପଦାମୃତ ଗାନରୁ ସେମାନଙ୍କ

‘ଉଲ୍ଲାସର ଆତ୍ମା ପ୍ରାୟେ ଗୀତ-ତାନ
ହ୍ରଦ-ନୀଳ-ବକ୍ଷେ କରେ ଅନ ।’’

ମତ୍ସ୍ୟଜୀବୀମାନଙ୍କ ଉଲ୍ଲସିତ ମାନସିକତା କବିଙ୍କୁ ଆମୋଦିତ କରିଛି । ଜୀବନ-ଜୀବିକା ପାଇଁ ସମୁଦ୍ରରୁ ମାଛ ଧରିବା ସେମାନଙ୍କ ନିତ୍ୟନୈମିତ୍ତିକ କର୍ମ । ସନ୍ଧ୍ୟାରେ ମତ୍ସ୍ୟପୂର୍ଣ୍ଣ ନୌକାଧରି ସେମାନେ ଆତ୍ମତୃପ୍ତିରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତି । ତୀରାଭିମୁଖୀ ନୌକାରେ ବସି କ୍ଳାନ୍ତି ଅପନୋଦନ ନିମିତ୍ତ ସେମାନଙ୍କ କଣ୍ଠରୁ ଝରିପଡ଼େ ତୃପ୍ତିର ସଙ୍ଗୀତ । ସ୍ଵଳ୍ପ ବିଳମ୍ବିତ ସନ୍ଧ୍ୟାରେ ଚିଲିକା ବକ୍ଷରେ ଭାସମାନ ନୌକାରେ ମଶାଲମାନ ପ୍ରଜ୍ଜ୍ୱଳିତ ହୋଇଉଠେ । ରାତ୍ରିର ଅନ୍ଧକାରରେ ମାଛ ମାରିବାପାଇଁ ମୀନଜୀବୀମାନେ ଏହି କୌଶଳ ଅବଲମ୍ବନ କରିଥାଆନ୍ତି ।

ଜ୍ଵଳନ୍ତ ମଶାଲର ଲେଲିହାନ ଅଗ୍ନିଶିଖାର ଆକର୍ଷଣରେ ମୀନମାନେ ନୌକା ମଧ୍ୟକୁ ଲମ୍ଫ ଦେଇଥାଆନ୍ତି ଓ ମତ୍ସ୍ୟଜୀବୀମାନେ ନୌକା ମଧ୍ୟରୁ ସେଗୁଡ଼ିକୁ ସଂଗ୍ରହ କରି ନିଅନ୍ତି । ମୀନମାନଙ୍କ ଏତାଦୃଶ ଆଚରଣ ଲକ୍ଷ୍ୟକରି କବି ସଂସାରରେ ପରିଲକ୍ଷିତ ଅଜ୍ଞାନ ମାନବ ଚରିତ୍ରର ଏକ ସାଧାରଣ ସତ୍ୟ ଉପଲବ୍ଧ-କରିଛନ୍ତି । କବିଙ୍କ ମତରେ ବାହାରକୁ ରମ୍ୟ ଓ ଲୋଭନୀୟ ପ୍ରତୀୟମାନ ହେଉଥ‌ିବା ବସ୍ତୁର ଅନ୍ତରାଳରେ ଏକ ମାରାତ୍ମକ ଭୟଙ୍କରିତା ଲୁକ୍‌କାୟିତ ହୋଇ ରହିଥାଏ । ମାନବ ସମାଜକୁ ଜୀବନ ସମ୍ପର୍କିତ ଏକ ଗୁରୁତ୍ଵପୂର୍ଣ୍ଣ ଶାଶ୍ୱତ ବାର୍ତ୍ତା ପ୍ରଦାନ କରି କବି କହିଛନ୍ତି

‘ଭବେ ପାପମୂର୍ତି ପରି ଅଟଇ ସେ,
ସ୍ପର୍ଶୀ ମାରାତ୍ମକ ରୂପେ ରମ୍ୟ ଦିଶେ;
ପାପ-ଗର୍ଭେ ଯେହ୍ନେ ପଡ଼ଇ ଅଜ୍ଞାନ,
ତରୀ ଗର୍ଭେ ମୀନେ ଡେଇଁ ଦେବେ ପ୍ରାଣ ।’’

ଜୀବିକା ନିର୍ବାହ ପାଇଁ ଚିଲିକା ତଟଦେଶରେ ଅବସ୍ଥାନ କରୁଥିବା ମତ୍ସ୍ୟଜୀବୀମାନେ ଚିଲିକା ତଥା ତତ୍‌ସଂଲଗ୍ନ ସମୁଦ୍ରରୁ ମାଛ ଧରି ଆନନ୍ଦରେ କାଳାତିପାତ କରନ୍ତି । ସାରାଦିନ ଅକ୍ଳାନ୍ତ ପରିଶ୍ରମ କରି ଆଶାନୁରୂପ ମତ୍ସ୍ୟ ଉତ୍ପାଦନ କଲାପରେ ଆତ୍ମତୃପ୍ତିରେ ନିଜର ଭାବାବେଗ ପରିପ୍ରକାଶ କରନ୍ତି ସଙ୍ଗୀତ ତାନରେ । କବି ସେମାନଙ୍କ ମନମତାଣିଆ ଗୀତଗାନରୁ ସେମାନଙ୍କ ଉଲ୍ଲସିତ ଭାବାବେଗକୁ ଅନୁଭବ କରିଛନ୍ତି ।

Question ୨୨ ।
ପଠିତ କବିତା ଅବଲମ୍ବନରେ ଚିଲିକାର ଯେଉଁ ରୂପରାଜି କବି ମାନସରେ ଉଦ୍‌ଭାସିତ ହୋଇଛି ତାହା ବର୍ଣ୍ଣନା କର । କିମ୍ବା, ଚିଲିକାର ସାୟଂକାଳୀନ ଦୃଶ୍ୟ ବର୍ଣ୍ଣନାରେ କବିଙ୍କ ଭାବାବେଗକୁ ପ୍ରକାଶ କର ।
Answer:
ଊନବିଂଶ ଶତାବ୍ଦୀର ଶେଷଭାଗରେ କବିବର ରାଧାନାଥ ଆଧୁନିକ ଚିନ୍ତା ଓ ଚେତନାରେ ଅନୁପ୍ରାଣିତ ହୋଇ କାବ୍ୟଧାରାରେ ସାହିତ୍ୟର ଯେଉଁ ନୂତନ ଧାରା ପ୍ରବର୍ତ୍ତନ କଲେ ତାହା ତାଙ୍କୁ ଯୁଗସ୍ରଷ୍ଟାର ଗୌରବରେ ମହିମାମଣ୍ଡିତ କଲା । ପ୍ରାଚୀନ କଥାବସ୍ତୁରେ ଆଧୁନିକ ରଙ୍ଗ ବୋଳି ସେ ଉତ୍କଳ ବାଣୀଭଣ୍ଡାରକୁ ଦେଇଗଲେ କାଳଜୟୀ ସୃଷ୍ଟି ସମ୍ପଦ । ପ୍ରକୃତିର ଅନନ୍ୟ ଉପାସକ କବିବର ରାଧାନାଥଙ୍କ ସୃଷ୍ଟିସମ୍ଭାର ମଧ୍ୟରେ ‘କେଦାରଗୌରୀ’, ‘ନନ୍ଦିକେଶ୍ୱରୀ’, ‘ଉଷା’, ‘ପାର୍ବତୀ’, ‘ଚନ୍ଦ୍ରଭାଗା’, ‘ଦରବାର’ ଓ ‘ମହାଯାତ୍ରା’ ଆଦି କାବ୍ୟସମୂହ କବିଙ୍କ ଅସାଧାରଣ ପ୍ରତିଭାର ପରିଚାୟକ । ଖଣ୍ଡକାବ୍ୟ ‘ଚିଲିକା’ ପ୍ରକୃତି ଉପରେ ସଂପୂର୍ଣ୍ଣ ରୂପେ ଆଧାରିତ ହୋଇଥିଲେ ହେଁ କବି ଏହି କାବ୍ୟରେ ଉତ୍କଳର ବହୁ ପ୍ରାଚୀନ କିମ୍ବଦନ୍ତୀ, ଉତ୍କଳ

ସାହିତ୍ୟର ଦୁରବସ୍ଥା ତଥା ନିଜ ଜୀବନ ଦର୍ଶନକୁ ସନ୍ନିବେଶିତ କରିବା ସହ ବହୁ ସାଧାରଣ ସାମାଜିକ ସତ୍ୟ ତଥା ନୈତିକ ବାର୍ତ୍ତା ପ୍ରେରଣ କରିଛନ୍ତି ପାଠକ ସମାଜକୁ । ଚିଲିକାର ସୌନ୍ଦର୍ଯ୍ୟକୁ କବି ଭାରତର ବିଭିନ୍ନ ସ୍ଥାନର ପ୍ରାକୃତିକ ଦୃଶ୍ୟ ସହ ତୁଳନା କରି ତାହାକୁ ଭାରତର ସର୍ବଶ୍ରେଷ୍ଠ ସୌନ୍ଦର୍ଯ୍ୟର ଗନ୍ତାଘର ଭାବେ ଉପସ୍ଥାପନ କରିଛନ୍ତି । ଚିଲିକାର ସୌନ୍ଦର୍ଯ୍ୟ କବି ଚକ୍ଷୁରେ ଚିର ଶାଶ୍ଵତ ତଥା ସ୍ୱର୍ଗୀୟ ।

ପଠିତ କବିତା ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ କବିଙ୍କ ଖଣ୍ଡକାବ୍ୟ ‘ଚିଲିକା’ର କୀୟଦଂଶ ଯେଉଁଥରେ କବିଙ୍କ ପ୍ରକୃତି ଚିତ୍ରଣର ମନ୍ମୟତା, ପୂଜ୍ୟପୂଜାର ମହାନତା ତଥା ସ୍ୱଜୀବନ ଦର୍ଶନର ବାସ୍ତବତା ପ୍ରତିଫଳିତ । ପ୍ରକୃତିର ଜଣେ ଚିହ୍ନରା ଗ୍ରାହକଭାବେ ଆହୁରି ମାଧୁର୍ଯ୍ୟବନ୍ତ । ଅପରୂପା ଲାବଣ୍ୟବତୀ ଚିଲିକା କବିଙ୍କ ଶିଳ୍ପୀ ହସ୍ତ ସ୍ପର୍ଶରେ ମହିମାନ୍ବିତ ହୋଇଉଠିଛି । ଦିଗବଳୟବ୍ୟାପୀ ବାରୁଣୀ ଗଗନର ରକ୍ତିମ ଆଭା ଚିଲିକାର ସ୍ଫଟିକ ସ୍ୱଚ୍ଛ ଜଳ ଦର୍ପଣରେ ପ୍ରତିବିମ୍ବିତ ହୋଇ ବିଳମ୍ବିତ ଗୋଧୂଳିର ଶୋଭାକୁ ବହୁଗୁଣିତ କରିଛି । ଚିଲିକା ପ୍ରାଚୀ ଚକ୍ରବାଳ ଉହାଡ଼ରୁ ମତ୍ସ୍ୟଜୀବୀମାନଙ୍କ ପାଲଟଣା ତରୀମାନ ଛାୟାସମ ପ୍ରତୀୟମାନ ହୋଇଛନ୍ତି ।

ସମୁଦ୍ର ମୁହାଣରୁ ମତ୍ସ୍ୟପୂର୍ଣ୍ଣ ନୌକାମାନ ଧରି ଉଲ୍ଲସିତ ମନରେ ମୀନଜୀବୀମାନେ ତୀରାଭିମୁଖୀ ହେଉଥୁଲାବେଳେ ସେମାନଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ଗୀତାମୃତର ମଧୁର ମୂର୍ଦ୍ଦନା କବିଙ୍କୁ ଭାବବିହ୍ବଳ କରିଛି । ଉଲ୍ଲାସର ଆମ୍ବାସମ ସେହି ଗୀତ ତାନର ପ୍ରତିଧ୍ଵନି ସମୀର ସଞ୍ଚାଳିତ ହୋଇ ସମଗ୍ର ନୀଳହ୍ରଦରେ ବ୍ୟାପିଯାଇଛି । ଭାଲେରୀ ପାହାଡ଼ ଉହାଡ଼ରୁ ଦୃଶ୍ୟମାନ ହୋଇଛି ସନ୍ଧ୍ୟାତାରା । କ୍ରମେ କ୍ରମେ ଚିଲିକାର ମୃଦୁ ତରଙ୍ଗାୟିତ ଜଳରାଶି ଉପରେ ଚନ୍ଦ୍ରମାର ରଜତଶୁଭ୍ର ଆଲୋକରାଶି ଉଦ୍‌ଭାସିତ ହୋଇଉଠିଛି । କବିଙ୍କୁ ପ୍ରତୀତ ହୋଇଛି ସତେଯେପରି ଲାବଣ୍ୟମୟୀ ଦେବୀ ଦିଗଙ୍ଗନା ଜ୍ୟୋତ୍ସ୍ନା ରୂପକ ପାଟବସ୍ତ୍ର ପରିଧାନ କରି ସହାସ୍ୟ ବଦନରେ ବିରାଜମାନ କରିଛନ୍ତି । କବିଙ୍କ ଭାଷାରେ

‘‘ହସନ୍ତି ଚୌଦିଗେ ମଧୁର ହାସିନୀ
ଦିଗଙ୍ଗନା ଜ୍ୟୋତ୍ସ୍ନା ଦୁକୂଳବାସିନୀ ।’’

ମତ୍ସ୍ୟଜୀବୀଙ୍କ କଣ୍ଠନିଃସୃତ କବିସୂର୍ଯ୍ୟଙ୍କ ‘କିଶୋର ଚନ୍ଦ୍ରାନନ ଚମ୍ପୁ ର ଅମୃତ ରସବର୍ଷୀ ପଦାବଳୀ ତଥା ଧୀବରମାନଙ୍କ ସୁରଲହରା କବିଙ୍କୁ ଅତାଦ୍ରିୟ ରାଜ୍ୟକୁ ଟାଣିଦେଇଛି। ଆମ୍ବବିସ୍ତୃ ତ କବି ଚଳହେବ ରଥଙ୍କ ଅମ୍ଳାନ ସାରସ୍ଵତ ପ୍ରତିଭାର ଭୂୟସା ପ୍ରଶଂସା କରିଛନ୍ତି । ବିଳମ୍ବିତ ସନ୍ଧ୍ୟାରେ ଚିଲିକା ବକ୍ଷର ଭାସମାନ ନୌକାଗୁଡ଼ିକରେ ମତ୍ସ୍ୟଜୀବୀମାନଙ୍କଦ୍ଵାରା ପ୍ରଜ୍ବଳିତ ମଶାଲ କବିଙ୍କ ଦୃଷ୍ଟି ଆକର୍ଷଣ କରିଛି । ଜ୍ଵଳନ୍ତ ମଶାଲର ଲେଲିହାନ ଶିଖାଦ୍ଵାରା ଆକର୍ଷିତ ମୀନମାନେ ନୌକା ଗର୍ଭକୁ ଲମ୍ଫପ୍ରଦାନ କରିଥାଆନ୍ତି । ଅକ୍ଳେଶରେ ମତ୍ସ୍ୟ ସଂଗ୍ରହ କରିବାପାଇଁ ମୀନଜୀବୀମାନଙ୍କ ଏତାଦୃଶ ପ୍ରକ୍ରିୟା ଲକ୍ଷ୍ୟକରି, କବି ମାନବ ଜୀବନର ଏକ ସାଧାରଣ ଚାରିତ୍ରିକ ଦୁର୍ବଳତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସଂସାରରେ ରମ୍ୟ ମୂର୍ତ୍ତିଧାରୀ ‘ପାପ’ ସାଧାରଣ ମଣିଷକୁ ଆକର୍ଷଣ କରି କିପରି ଯନ୍ତ୍ରଣାଦାୟକ ମୃତ୍ୟୁ ଗର୍ଭକୁ ଠେଲି ଦେଇଥାଏ ତାହା ଉଲ୍ଲେଖ କରି ମାନବ ସମାଜ ପ୍ରତି ଏକ ତାତ୍ତ୍ଵିକ ବାର୍ତ୍ତା ପ୍ରେରଣ କରିଛନ୍ତି ।

ଚିଲିକା ଗର୍ଭସ୍ଥ ସମାର ସଞ୍ଚଳିତ ତରଙ୍ଗାୟିତ ସୁନାଳ ଜଳରାଣି ଉପରେ ଭାସମାନ କ୍ରୈକାମୀନଙ୍କର ଉତ୍‌ଥାନ ପତନ ହେତୁ କେତେବେଳେ ସେସବୁ ସ୍ପଷ୍ଟ ପ୍ରତିଭାତ ହୋଇଥାଆନ୍ତି ତ କେତେବେଳେ ଅନ୍ତର୍ହିତ ହେବାପରି ପ୍ରତୀୟମାନ ହୋଇଥା’ନ୍ତି । ଏହି ଦୃଶ୍ୟ କବିଙ୍କ ମନରେ ଭାବାନ୍ତର ସୃଷ୍ଟି କରିଛି । ଦୁଃଖୀଜନର ଅନ୍ତରରେ କେତେବେଳେ ଆଶାର ଆଲୋକ ସୃଷ୍ଟି ହୋଇ ତାକୁ ଆମୋଦିତ କରିଥାଏ ତ ପୁଣି କେତେବେଳେ ତାହା ସଂପୂର୍ଣ୍ଣ ନିର୍ବାପିତ ହୋଇ ତାକୁ ଦୁଃଖ ଓ ନୈରାଶ୍ୟର ଘନ ଅନ୍ଧକାର ମଧ୍ୟକୁ ଠେଲିଦିଏ । ଏସବୁ ଦୃଶ୍ୟକୁ ବାସ୍ତବ ଜୀବନ ସହ ଯଥାର୍ଥ ତୁଳନା କରି କବି ନିଜ ବୌଦ୍ଧିକ ଚେତନାର ପରିଚୟ ପ୍ରଦାନ କରିଛନ୍ତି।

ସନ୍ଧ୍ୟା ଅତିକ୍ରାନ୍ତ ହୋଇ ରାତ୍ରିର ନିବିଡ଼ତା ବୃଦ୍ଧି ହେଲା ପରେ ଚିଲିକା ବକ୍ଷରେ ଜନକୋଳାହଳ କ୍ରମଶଃ ହ୍ରାସ ପାଇବାକୁ ଲାଗେ ଓ ନୀରବତା ରାଜୁତି କରିବାକୁ ଆରମ୍ଭ କରେ । ଚନ୍ଦ୍ରମାର ରଜତ ଶୁଭ୍ର ଧବଳ ଜ୍ୟୋତିରାଶି ଜଳ, ସ୍ଥଳ ଓ ଆକାଶରେ ବିଚ୍ଛୁରିତ ହୋଇ ଏକ ଅପରୂପ ଶୋଭା ଧାରଣ କରେ । ରାକା ରଜନୀର ଶୁଭ୍ରଜ୍ୟୋତ୍ସ୍ନାରେ ସମଗ୍ର ସୃଷ୍ଟି ପାରଦଧୌତ ହେଲାପରି ସ୍ପଷ୍ଟ ପରିଦୃଷ୍ଟ ହୁଏ । ଚିଲିକାବକ୍ଷସ୍ଥ ଦ୍ୱୀପ, ଶୈଳ, ବନରାଜି ଜଳ ଦର୍ପଣରେ ପ୍ରତିଫଳିତ ହୋଇ ଅନିର୍ବଚନୀୟ ଶୋଭାଶ୍ରୀ ଧାରଣ କରେ । ମସୃଣ ଶିଳାଖଣ୍ଡର ପୃଷ୍ଠଭାଗ ତଥା କୋମଳ-ସ୍ନିଗ୍ଧ ପତ୍ରାବଳୀ ଉପରେ ଜ୍ୟୋତ୍ସ୍ନାଲୋକର ପ୍ରତିଫଳନ ସେହି ଶୋଭାକୁ ବହୁଗୁଣିତ କରିଦିଏ ।

ପାର୍ଶ୍ଵଦେଶସ୍ଥ ବନଭୂମିରେ ଆଲୋକଛାୟାର ଯୁଗଳବନ୍ଦୀ ସର୍ପବେଷ୍ଟିତ ମହାଯୋଗୀ ଯୋଗମଗ୍ନ ମହେଶ୍ଵରଙ୍କ ତନ୍ଦ୍ରାବିଜଡ଼ିତ ରୁଦ୍ରଗମ୍ଭୀର ବିଶାଳବପୁର ଭ୍ରମ ସୃଷ୍ଟିକରେ । କ୍ରମେ ଗିରିବନଘେରା ତଟଦେଶ ଜନଶୂନ୍ୟ ହୋଇ ଚତୁର୍ଦ୍ଦିଗରେ ଖେଳିଯାଏ ଅଖଣ୍ଡ ନୀରବତା, ପ୍ରୀତିପ୍ରଦ ପ୍ରଶାନ୍ତି । ସେହି ନୀରବ ପରିବେଶକୁ ଲକ୍ଷ୍ୟକରି କବି କହିଛନ୍ତି, ସତେଯେପରି କଳି କଳୁଷ ଉପଦ୍ରବରେ ଅତିଷ୍ଠ ‘ଶାନ୍ତି’ ଜନକୋଳାହଳରୁ ଆସି ସେହି ସ୍ଥାନଟିକୁ ନିଜ ଆଶ୍ରୟସ୍ଥଳୀ ରୂପେ ବାଛି ନେଇଛନ୍ତି । ଉତ୍କଳ ଲକ୍ଷ୍ମୀଙ୍କ ବିଳାସ ସରୋବର, ମରାଳମାଳିନୀ ନୀଳାମ୍ବୁ ଚିଲିକାକୁ ସସ୍ନେହ ସମ୍ବୋଧନ କରି କବି କହିଛନ୍ତି

‘ଚିଲିକା ! ତୋହର ଏହି ଶୋଭାବନ
ବର୍ଣ୍ଣୋତ୍ସବମୟ ଦୃଶ୍ୟ ସାୟନ୍ତନ ।’’

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question ୨୩ ।
କବିତା ଅନୁସରଣରେ ଚିଲିକାର ସାୟନ୍ତନ ପରିବେଶ ବର୍ଣ୍ଣନା କରି ତୁମର ଜଣେ ବନ୍ଧୁଙ୍କ ନିକଟକୁ ପତ୍ରଟିଏ ଲେଖ ।

ନେତାଜା ଛାତ୍ରାବାସ
ତା ……………………

ପ୍ରିୟ ଶ୍ରେୟାନ୍,

ଶୁଭେଚ୍ଛା ନେବୁ । ଗତକାଲି ତୋ’ର ଚିଠି ପାଇଲି । ପରୀକ୍ଷାରେ ଭଲ କରିଛୁ ଜାଣି ଖୁସି ହେଲି । ମାସ ଶେଷବେଳକୁ ସ୍କୁଲ ଛୁଟିହେଲେ ଗାଁକୁ ଯିବି। ଆମ ସାହିତ୍ୟ ବହିର ଗୋଟିଏ ବିଷୟ ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ ଆଜି ଗୁରୁଜୀ ଆମକୁ ଯେପରି ଭାବେ ପଢ଼ାଇଲେ, ତୁ ବିଶ୍ଵାସ କରିପାରିବୁନି । ଶ୍ରେୟାନ୍, ଆମକୁ ଲାଗିଲା ସତେ ଯେମିତି ଆମେ ଚିଲିକା କୂଳରେ ବସି ସନ୍ଧ୍ୟା ସମୟଟିକୁ ପ୍ରାଣଭରି ଉପଭୋଗ କରୁଛୁ । ଆଜି ସେ ବିଷୟରେ ତୋ’ ପାଖକୁ ଲେଖୁଛି । ଚିଠି ପଢ଼ି କେମିତି ଲାଗିଲା କହିବୁ ।

ଶ୍ରେୟାନ୍, ତୁ ତ ଜାଣିଛୁ । କବିବର ରାଧାନାଥ ଥିଲେ ଜଣେ ମହାନ୍ ପ୍ରକୃତି କବି । ଯୁଗ ଯୁଗ ଧରି ଅନ୍ୟ କବିମାନଙ୍କ ଲେଖନୀରେ ଯେଉଁ ପ୍ରକୃତି ଅବହେଳିତ ହୋଇଥିଲା, ରାଧାନାଥ ସେହି ପ୍ରକୃତି ସଙ୍ଗେ ଆତ୍ମୀୟତା ପ୍ରତିଷ୍ଠା କରି ଶହ ଶହ ବର୍ଷର ବିସ୍ମ ତିରୁ ତାହାକୁ ସାହିତ୍ୟାଲୋକକୁ ଟାଣିଆଣିଲେ । ପ୍ରକୃତି-ଭକ୍ତ ରାଧାନାଥ ଉତ୍କଳୀୟ ପ୍ରକୃତିର ରୂପଲାବଣ୍ୟ, ମନୋହାରିତା, ଶାନ୍ତିପୂର୍ଣ୍ଣତା ଓ ତା’ରି ମାଧ୍ୟମରେ ଜନ୍ମଭୂମିର ସୁଭଗତା ଓ ସମ୍ପଦଶାଳିତାକୁ ଶତମୁଖରେ କୀର୍ତ୍ତନ କଲେ । ବିଶେଷତଃ ରାଧାନାଥ ଚିଲିକାକୁ ଉତ୍କଳ କମଳାଙ୍କ ବିଳାସସ୍ଥଳୀ ଭାବେ ବର୍ଣ୍ଣନା କରି ଯେପରି ଭାବେ ତା’ର ପ୍ରାକୃତିକ

ବକ୍ଷରେ ସନ୍ତରଣଶୀଳ ମରାଳ-ମାଳିକା, ଚିଲିକାର ନୀଳ-ନିର୍ମଳ ବିଶାଳ ଜଳରାଶି, ଚିଲିକା ବକ୍ଷସ୍ଥିତ ଇନ୍ଦ୍ରନୀଳମଣି ବର୍ଣ୍ଣରଞ୍ଜିତ ଶୈଳରାଜି, ଶୋଭାର ଆଶ୍ରମ-ରୂପୀ ଚାରୁ ତୀରଭୂମିର ଗିରିଖୋଲ, ନାସି, କାନ୍ତାର-କନ୍ଦରା, ଶୈବାଳ ମସୃଣ, ଶିଳାଖଣ୍ଡ, ହରିତାୟମାନ ଦ୍ଵୀପମାଳା ଏ ସବୁକିଛି ରାଧାନାଥ ନେତ୍ର ସିଂହାସନରେ ଅଧୂରୂଢ଼ ହୋଇଛନ୍ତି । ସବୁକିଛିରେ କବିମାନସ ଅନୁସନ୍ଧାନ କରିବସିଛି ସୌନ୍ଦର୍ଯ୍ୟର ସତ୍ତା ଏବଂ ସେହି ସତ୍ତା ଭିତରେ କବି ଚାହିଁଛନ୍ତି, ପାଠକଶ୍ରେଣୀ ଅବଗାହନ କରି ଆନନ୍ଦର ଅଧିକାରୀ ହୁଅନ୍ତୁ । ଚିଲିକାର ସୌନ୍ଦର୍ଯ୍ୟରେ ଆତ୍ମହରା କବି ଗାଇଉଠିଛନ୍ତି-

‘ଆହା ଏ ଶୋଭାର କାହିଁ ପଟାନ୍ତର ?
ଥିଲେ ଥିବ ସ୍ଵର୍ଗେ ମର୍ଭେ ଅଗୋଚର ।’’

ଚିଲିକାରେ କବିଙ୍କ ସୂର୍ଯ୍ୟାସ୍ତ ବର୍ଣ୍ଣନା ଯେପରି ପୁଷ୍କଳ ଓ ହୃଦୟଗ୍ରାହୀ ହୋଇଉଠିଛି, ତତୋଽକ ମନୋମୁଗ୍ଧକର ହୋଇଛି ଚିଲିକାର ସାୟନ୍ତନ ଶୋଭାସମ୍ଭାର । ବାରୁଣୀ ଗଗନ ପୀତବର୍ଷରେ କାନ୍ତମୟ ହୋଇଉଠିଥିବାବେଳେ ଦୂର ଚକ୍ରବାଳରୁ ମତ୍ସ୍ୟଜୀବୀମାନଙ୍କ ପାଲଟଣା ନୌକାମାନ ଛାୟାସମ ପରିଦୃଷ୍ଟ ହୋଇଛି । ମତ୍ସ୍ୟପୂର୍ଣ୍ଣ ନାଆ ଉପରେ ବସି ଉଲ୍ଲସିତ ମୀନଜୀବୀମାନେ କବିସୂର୍ଯ୍ୟଙ୍କ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ସୁଲଳିତ ପଦାବଳୀକୁ ଗାନ କରି ପରିବେଶକୁ ସଙ୍ଗୀତମୟତାରେ ଭରି ଦିଅନ୍ତି । ଉଲ୍ଲାସର ଆତ୍ମା ସମ ସେହି ଗୀତତାନର ପ୍ରତିଧ୍ଵନି ଚିଲିକା ବକ୍ଷରେ ବିରାଜମାନ କରି କବିଙ୍କୁ ଆମୋଦିତ କରିଛି । ଭାଲେରି ପାହାଡ଼ ଉହାଡ଼ରେ ସନ୍ଧ୍ୟାତାରା ଓ ପ୍ରାଚୀ ଗଗନରେ ଚନ୍ଦ୍ରମା ଆକାଶକୁ ସ୍ନିଗ୍ଧ କିରଣରେ ରଞ୍ଜିତ କରି ଅପରୂପ ଶୋଭା ପରିପ୍ରକାଶ କରନ୍ତି ।

ପଶ୍ଚିମାକାଶର ରକ୍ତିମା ଓ ପୂର୍ବାକାଶର ଧବଳିମା ଦର୍ଶକ ପ୍ରାଣରେ ସୃଷ୍ଟିକରେ ଅନିର୍ବଚନୀୟ ଆନନ୍ଦ । ନବୋଦିତ ଚନ୍ଦ୍ରର ଚନ୍ଦ୍ରିକାରେ, ସମୀର ସଞ୍ଚାଳିତ ମୃଦୁ ତରଙ୍ଗାୟିତ ଜଳରାଶି, ଚିଲିକାର ଦ୍ଵୀପରାଜି, ତୀରଦେଶ ଓ ସମଗ୍ର ଆକାଶମଣ୍ଡଳ ପାରଦଧୌତ ହେଲା ପରି ପ୍ରତୀୟମାନ ହୁଏ । ରାତ୍ରିକାଳରେ ମୀନଜୀବୀମାନେ ନୌକାରେ ମଶାଲମାନ ଜଳାଇ ଅଭିନବ ଉପାୟରେ ମତ୍ସ୍ୟସଂଗ୍ରହ କରନ୍ତି । ମଶାଲର ଉଜ୍ଜଳ ଲେଲିହାନ ଶିଖାରେ ଆକର୍ଷିତ ହୋଇ ମୀନମାନେ ନୌକା ମଧ୍ୟକୁ ଲମ୍ଫ ଦେଇଥାଆନ୍ତି । ଏହି ଦୃଶ୍ୟକୁ ଲକ୍ଷ୍ୟ କଲାବେଳେ କବି ସଂସାରର ଏକ ଗୁରୁତ୍ଵପୂର୍ଣ୍ଣ ତତ୍ତ୍ବ ବର୍ଣ୍ଣନା କରି କହିଛନ୍ତି ଯେପରି ଆଖୁକୁ ମନୋହର ପ୍ରତୀତ ହେଉଥିବା ‘ପାପ’ର ଆକର୍ଷଣରେ ମୂର୍ଖ ମାନବ ପାପଗର୍ଭ ମଧ୍ୟକୁ ପ୍ରବେଶ କରେ ଓ ଯନ୍ତ୍ରଣା ଜର୍ଜରିତ ହୋଇ ଅକାଳରେ ପ୍ରାଣପାତ କରେ, ଠିକ୍ ସେହିପରି ମୀନଗଣ ମଶାଲ ଅଗ୍ନିରେ ଆକର୍ଷିତ ହୋଇ ନୌକା ମଧ୍ୟକୁ ଲମ୍ଫଦେଇ ପ୍ରାଣ ହରାଇଥାଆନ୍ତି ।

ତରଙ୍ଗାୟିତ ଜଳରାଶି ଉପରେ ଦୂରରୁ ଭାସି ଆସୁଥୁବା ନୌକାମାନଙ୍କର ସମତାଳରେ ଉତ୍‌ଥାନ ପତନ ହେତୁ ନୌକାଗୁଡ଼ିକର ମଶାଲ ଶିଖା କେତେବେଳେ ସ୍ପଷ୍ଟ ଦୃଶ୍ୟମାନ ହୋଇଉଠେ ତ ପୁଣି କେତେବେଳେ ଅନ୍ତର୍ହିତ ହେଲାପରି ପ୍ରତୀୟମାନ ହୁଏ । ଏହାକୁ ଅତି ସୁନ୍ଦର ଭାବେ କବି ଦୁଃଖୀ ଜନର ଅନ୍ତରରେ ସୃଷ୍ଟ ଆଶା ଓ ନୈରାଶ୍ୟର ଲୁଚକାଳି ଖେଳ ସହ ତୁଳନା କରିଛନ୍ତି । ବିଳମ୍ବିତ ସନ୍ଧ୍ୟାରେ ରାତ୍ରିର ନିବିଡ଼ତା ବଢ଼ିଚାଲେ ଓ ଚିଲିକାର ତୀରଦେଶ ଓ ବକ୍ଷସ୍ଥଳୀରୁ କୋଳାହଳ କମିବାରେ ଲାଗେ । ଚିଲିକାର ପରିବେଶ ହୋଇଉଠେ ଶାନ୍ତ ଶୀତଳ, ଆଉ ଚିଲିକା ହୋଇଉଠେ ଭାବୁକମାନଙ୍କର ପରମ ପ୍ରିୟ । କବିବରଙ୍କ ଦୃଷ୍ଟିରେ ସେହି ଦୃଶ୍ୟ ହେଉଛି-

“ଅଟେ ସର୍ଗଶୋଭା ସାମନ୍ତର ଟାକା
ପ୍ରକୃତିର ଚାରୁ ଆଲେଖ୍ୟ-ଶାଳିକା ।’’

ଚିଲିକାର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବାକୁ ଯାଇ କବି ନିଜ ଭାଷାର ଯାଦୁକରୀ ମାୟାରେ ପାଠକକୁ ଅଭିଭୂତ କରିଛନ୍ତି । କବିଙ୍କ ମାନସରାଜ୍ୟରେ ଉଦ୍ଭାସିତ ଛାୟାଚିତ୍ରକୁ କବି ପାଠକର ମାନସ ଦର୍ପଣରେ ପ୍ରତିବିମ୍ବିତ କରାଇବାରେ ସକ୍ଷମ ହୋଇଚ୍ଛନ୍ତି ରାଧାନାଥଙ୍କ ଲେଖନୀ ସମଗ୍ର ଭାବରେ କେବଳ ଅନୁସନ୍ଧାନ କରିଛି ସୌନ୍ଦର୍ଯ୍ୟର ସତ୍ତା, ଯେଉଁ ସତ୍ତା ମଧ୍ୟରେ ଲୁକ୍‌କାୟିତ ହୋଇ ରହିଛି ଆନନ୍ଦର ବାରିଧାରା । ଜ୍ୟୋତ୍ସା ଲୋକରେ ଚିଲିକା ଗର୍ଭସ୍ଥ ଦ୍ଵାପରାକି ଓ ତନ୍ମଧ୍ୟସ୍ଥ ଶୈଳରାଜି ଜଳ ଦର୍ପଶରେ ପ୍ରତିବିମ୍ବିତ ହୋଇ ଅନୁପମ ଶୋଭା ଧାରଣ କରିଛି । ହ୍ରଦ ମଧ୍ୟସ୍ଥ ଗିରିବନ, ଶୈଳଶିଖର କ୍ଷୀରସିନ୍ଧୁ ସହୋଦର ଜ୍ୟୋସ୍ଟାଣ୍ଡବରେ ଭାସି ବୁଲିବାର ଭ୍ରମ ସୃଷ୍ଟି କରିଛି ।

ପାର୍ଶ୍ଵଦେଶ ବନସ୍ଥଳୀରେ ଆଲୋକ ଛାୟାର ଲୁଚକାଳି ଖେଳ ମହାଯୋଗୀ ମହେଶ୍ଵରଙ୍କ ରୁଦ୍ରସୁନ୍ଦର ବିଶାଳ ବପୁର ଭ୍ରମ ସୃଷ୍ଟି କରିଛି । କ୍ରମେ କ୍ରମେ ଗିରିବନ ଘେରା ଉପକୂଳ ଜନଶୂନ୍ୟ ହୋଇଉଠିଛି । କେବଳ ଦୂରରୁ ଭାସିଆସୁଥିବା ନିର୍ଝରର କଳତାନ ଓ ଝିଙ୍କାରିର ଝଙ୍କାର ଘନ ନିଶିଥୁନୀର ସୂଚନା ପ୍ରଦାନ କରି ଚାଲିଛି । କବିଙ୍କୁ ପ୍ରତୀତ ହୋଇଛି ସତେ ଯେପରି କଳିକଳୁଷ ଉପଦ୍ରବରେ ଅତିଷ୍ଠ ହୋଇ ଶାନ୍ତିଦେବା ଜନକୋଳାହଳପୂର୍ଣ୍ଣ ସ୍ଥାନ ତ୍ୟାଗ କରି ଏହି ଚିଲିକାତୀରକୁ ନିଜ ବିଶ୍ରାମସ୍ଥଳୀ ଭାବେ ବାଛି ନେଇଛନ୍ତି । ଶ୍ରେୟାନ୍, ଭାବାବେଗରେ ବହୁତ କିଛି ଲେଖୁଦେଲି । ଅଧ‌ିକ ଲେଖୁ ତୋତେ ଧୈର୍ଯ୍ୟଚ୍ୟୁତ କରିବାକୁ ଚାହୁଁନି । ଘରେ ମଉସାମାଉସୀଙ୍କୁ ମୋର ପ୍ରଣାମ ଓ ସାନ ଭାଇଭଉଣୀଙ୍କୁ ସ୍ନେହ ଜଣାଇ ରହୁଛି ।

|| ଇତି ||
ତୋର ସ୍ନେହାବଦ୍ଧ
ପ୍ରଦ୍ୟୁମ୍ନ

ଠିକ ଶା

ପ୍ରେରକ ପ୍ରାପ୍ତେଷୁ
ପ୍ରଦ୍ୟୁମ୍ନ ପଟ୍ଟନାୟକ ଶ୍ରେୟନ୍ ମହାନ୍ତି
ମାର୍ଫତ ପ୍ରଦୋଷ ପଟ୍ଟନାୟକ ମାର୍ଗତ – ଶୌଭିତ୍ ମହାନ୍ତି
ନେତାଜା ଛାତ୍ରାବାସ ମହାରଣାର ନଗର
ଆଠଗଡ଼ ହାଇସ୍କଲ ପୋ. – ତୁଳସୀପୁର
ପୋ. – ଆଠଗଡ଼ ଜି. – କଟକ
ଜି. – କଟକ


ତୁମ ପାଇଁ କାମ

Question ୨୪ ।
ଚିଲିକା ଖଣ୍ଡକାବ୍ୟଟି ପଢ଼ ।

Question ୨୫ ।
ଓଡ଼ିଆ ସାହିତ୍ୟରେ ଚିଲିକା ବିଷୟରେ ଥ‌ିବା ଅନ୍ୟ ଲେଖାମାନ ସଂଗ୍ରହ କରି ପଢ଼ ।

Question ୨୬ ।
ଚିତ୍ର ମାଧ୍ୟମରେ ଚିଲିକାର ସାୟଂକାଳୀନ ଦୃଶ୍ୟ ଅଙ୍କନ କରି ସାହିତ୍ୟ ଶିକ୍ଷକଙ୍କୁ ଦେଖାଅ ।
[ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]

ବଷ୍ଥନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର

ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର ପ୍ରଶ୍ନୋତ୍ତର

Question 1.
ପୂର୍ବ ଦିଗ୍‌ବଳୟରେ କବି କାହାର ଛାୟାଚିତ୍ର ଦେଖୁଛନ୍ତି ?
Answer:
ଧାରରଙ୍କ ନୌକାଗୁଡ଼ିକର

Question 2.
ସର୍ପମଣ୍ଡିତ ଶିବଙ୍କ ସହିତ କବି କାହାକୁ ତୁଳନା କରିଛନ୍ତି ?
Answer:
ବନଭୂମି

Question 3.
ନିଶୀଥୁନୀର ପ୍ରଭାବକୁ କିଏ ପ୍ରଚାର କରୁଛି ?
Answer:
ହର ଝରନାଦ/ଝିଙ୍କାରି – ଝଙ୍କାର

Question 4.
ମଶାଲ ଦେଖୁ ମୀନମାନେ କ’ଣ କରିବେ ?
Answer:
ତରୀ ଗର୍ଭରେ ପଡ଼ି ପ୍ରାଣ ଦେବେ

Question 5.
ଚିଲିକା ପବନରେ କେଉଁ କବିଙ୍କ ସଙ୍ଗୀତ ଭାସି ଆସୁଥୁଲା ?
Answer:
କବିସୂର୍ଯ୍ୟଙ୍କ

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 6.
ସମୁଦ୍ର ମୁହାଣରୁ ମାଛଧରି ଧୀବରମାନେ କେଉଁ କଥା ଭାବି ଫେରୁଥିଲେ ?
Answer:
ନିଜ ଘରକଥା

Question 7.
ଭାଲେରି ପର୍ବତ ଚିଲିକାର କେଉଁ ଦିଗରେ ଅବସ୍ଥିତ ?
Answer:
ପଶ୍ଚିମ

Question 8.
ପଠିତ କବିତାରେ କଳି ଉପଦ୍ରବରେ ଲୋକାଳୟ ତ୍ୟାଗ କରି କିଏ ଗିରି ବନଦେଶରେ ଆଶ୍ରୟ ନେଇଥିବାର ସମ୍ଭାବନା କରାଯାଇଛି ?
Answer:
ଶାନ୍ତି

Question 9.
ମାନ-ଆକର୍ଷଣ ଆଶାରେ ପୋତପାଳ ତରଶାରେ କ’ଣ କରେ?
Answer:
ମଶାଲ ଜଳାଏ

Question 10.
ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ଠାନ – ଏକଥା କାହାକୁ ଲକ୍ଷ୍ୟ କରି କୁହାଯାଇଛି ?
Answer:
କବିସ୍ୱର୍ଯ୍ୟ ବଳଦେବ ରଥ

ପରୀକ୍ଷା ଉପଯୋଗୀ ଅତିରି

(A) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
ମୀନଜୀବୀମାନେ କେଉଁଠାରୁ ମାଛ ଧରିବା କଥା କବି ବର୍ଣ୍ଣନା କରିଛନ୍ତି ?
Answer:
ମୀନଜୀବୀମାନେ ସମୁଦ୍ର ମୁହାଣରୁ ମାଛ ଧରିବା କଥା କବି ବର୍ଣ୍ଣନା କରିଛନ୍ତି ।

Question 2.
‘ପୋତପାଳ’ କହିଲେ କ’ଣ ବୁଝ ?
Answer:
ପୋତପାଳ – ‘ପୋତ’ ଅର୍ଥାତ ନାବ ଓ ‘ପାଳ’ ଅର୍ଥାତ୍ ପାଳନକର୍ତ୍ତା ବା ମୁଖ୍ୟ, ସୁତରାଂ ପୋତପାଳ କହିଲେ ନାବମୁଖ୍ୟ ବା ମୀନଜୀବୀକୁ ବୁଝାଏ ।

Question 3.
କବି କାହାକୁ ଉତ୍କଳ ଭୁବନରେ ମୃତ୍ୟୁଞ୍ଜୟ ବୋଲି କହିଛନ୍ତି ?
Answer:
କବି କବିସୂର୍ଯ୍ୟ ବଳଦେବ ରଥଙ୍କୁ ଉତ୍କଳ ଭୁବନରେ ମୃତ୍ୟୁଞ୍ଜୟ ବୋଲି କହିଛନ୍ତି ।

Question 4.
ଚିଲିକା ମାରୁତ ଦୂରରୁ କ’ଣ ବହି ଆଣୁଥୁଲା ?
Answer:
ଚିଲିକା ମାରୁତ ଦୂରରୁ ମୀନଜୀବୀମାନଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ଗୀତାମୃତକୁ ବହି ଆଣୁଥୁଲା ।

Question 5.
କିଏ ଲୋକାଳୟ ତ୍ୟାଗ କରି ଚିଲିକାକୁ ଆଶ୍ରୟ କରିଛନ୍ତି ବୋଲି କବି କହିଛନ୍ତି ?
Answer:
ଶାନ୍ତିଦେବୀ ଲୋକାଳୟ ତ୍ୟାଗକରି ଚିଲିକାକୁ ଆଶ୍ରୟ କରିଛନ୍ତି ବୋଲି କବି କହିଛନ୍ତି ।

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 6.
କବି କାହାକୁ ପାପମୂର୍ତ୍ତି ସହ ତୁଳନା କରିଛନ୍ତି ?
Answer:
କବି ନାବବକ୍ଷରେ ପ୍ରଜ୍ୱଳିତ ମଶାଲକୁ ପାପମୂର୍ତ୍ତି ସହ ତୁଳନା କରିଛନ୍ତି ।

Question 7.
‘ଗଲାଣି ତ ଗଲା କଥାରେ ସଙ୍ଗାତ’- ଏହା କବିଙ୍କ କେଉଁ କାବ୍ୟର ଏକ ଅଂଶ ?
Answer:
‘ଗଲାଣି ତ ଗଲା କଥାରେ ସଙ୍ଗୀତ’- ଏହା କବିସୂର୍ଯ୍ୟ ବଳଦେବ ରଚିତ ‘କିଶୋର ଚନ୍ଦ୍ରାନନ୍ଦ ଚତ୍ସ’ କାବ୍ୟର ଏକ ଅଂଶ ।

Question 8.
କବିବରଙ୍କ କେଉଁ ସୃଷ୍ଟି ଓଡ଼ିଆ ସାହିତ୍ୟରେ ପ୍ରଥମ ପ୍ରବନ୍ଧ ଭାବେ ବିବେଚିତ ?
ଭ-
କବିବରଙ୍କ ରଚିତ ପ୍ରବନ୍ଧ ‘ବିବେକୀ’ ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧ ଭାବେ ବିବେଚିତ ।

Question 9.
କବିବରଙ୍କ ଲିଖୂତ ଗଳ୍ପର ନାମ କ’ଣ ?
Answer:
କବିବରଙ୍କ ଲିଖ୍ ଗଳ୍ପର ନାମ ହେଉଛି ‘ଇତାଲୀୟ ଯୁବା’।

Question 10.
‘ଚିଲିକା’ ଭିନ୍ନ ରାଧାନାଥଙ୍କ ଅନ୍ୟ ଦୁଇଗୋଟି କାବ୍ୟର ନାମ ଲେଖ ।’
Answer:
ରାଧାନାଥଙ୍କ ରଚିତ ‘ଚିଲିକା’ ଭିନ୍ନ ଅନ୍ୟ ଦୁଇଗୋଟି କାବ୍ୟର ନାମ ହେଲା ‘ଚନ୍ଦ୍ରଭାଗା’ ଓ ‘ପାର୍ବତୀ’ ।

Question 11.
ସମୁଦ୍ର ମୁହାଣରୁ ମତ୍ସ୍ୟ ଧରି ଫେରୁଥିଲାବେଳେ ମତ୍ସ୍ୟଜୀବୀମାନଙ୍କ ମନରେ କି ଭାବନା ଥିଲା ?
Answer:
ସମୁଦ୍ର ମୁହାଣରୁ ମତ୍ସ୍ୟ ଧରି ଫେରୁଥିଲାବେଳେ ମତ୍ସ୍ୟଜୀବୀମାନଙ୍କ ମନରେ ନିଜ ନିଜ ଗୃହଚିନ୍ତା ଥିଲା ।.

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 12.
‘ଯଶୋଦେହେ ଆୟୁଷ୍ମାନ’- ଏହା କାହା ଉଦ୍ଦେଶ୍ୟରେ କୁହାଯାଇଛି ?
Answer:
‘ଯଶୋଦେହେ ଆୟୁଷ୍ମାନ’ କବିସୂର୍ଯ୍ୟ ବଳଦେବ ରଥଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ।

Question 13.
କବି କାହାକୁ ‘ଉଲ୍ଲାସର ଆତ୍ମା’ ବୋଲି ବର୍ଣ୍ଣନା କରିଛନ୍ତି ?
Answer:
ମତ୍ସ୍ୟଜୀବୀମାନଙ୍କ ମୁଖନିଃସୃତ କବିସୂର୍ଯ୍ୟଙ୍କ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ର ଗୀତାମୃତ ‘ଗଲାଣି ତ ଗଲା କଥାରେ ସଙ୍ଗାତ’ ଶୀର୍ଷକ ଲଳିତ୍ର କୋମଳ ଗୀତାବଳୀର ସଙ୍ଗୀତକୁ କବି ‘ଉଲ୍ଲାସର ଆତ୍ମା’ ବୋଲି ବର୍ଣ୍ଣନା କରିଛନ୍ତି ।

Question 14.
ଦୁଃଖୀଜନର୍ ଅନ୍ତର ମଧ୍ଯରେ କାହାର ଉତ୍‌ଥାନ ପତନ କଥା କବି କହିଛନ୍ତି ?
Answer:
ଦୁଃଖୀଜନର ଅନ୍ତର ମଧ୍ୟରେ ସୃଷ୍ଟ ଆଶାର ଉତ୍‌ଥାନ ପତନ କଥା କବି ଉଲ୍ଲେଖ କରିଛନ୍ତି ।

Question 15.
କବି ‘କ୍ଷୀରୋଦ-ସୋଦର’ ବୋଲି କାହାକୁ କହିଛନ୍ତି ?
Answer:
ଜ୍ୟୋତ୍ସ୍ନାବିଧୌତ ରାତ୍ରିକୁ ଜ୍ୟୋତ୍ସ୍ନାର୍ଣ୍ଣବ ଭାବେ ଅଭିହିତ କରି ତାହାକୁ ‘କ୍ଷୀରୋଦ-ସୋଦର’ ବୋଲି କବି ବର୍ଣ୍ଣନା କରିଛନ୍ତି ।

Question 16.
କେଉଁ ଶବ୍ଦ ରାତ୍ରିର ଗଭୀରତା ଦର୍ଶାଏ ବୋଲି କବି କହିଛନ୍ତି ?
Answer:
ଦୂରରୁ ଭାସି ଆସୁଥ‌ିବା ନିର୍ଝରର କଳନାଦ ଓ ଝଙ୍କାରିର ଝି ଝି ଶବ୍ଦ ହିଁ ରାତ୍ରିର ଗଭୀରତା ଦର୍ଶାଇଥାଏ ବୋଲି କବି

Question 17.
ବଳଦେବ ରଥଙ୍କ ରଚିତ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ର କେଉଁ କାବାଂଶ ଗୃହକୁ ପ୍ରତ୍ୟାବର୍ତ୍ତନ କାଳରେ ଧୀବରମାନଙ୍କ ମୁଖରୁ ନିଃସୃତ ହୋଇଛି ?
Answer:
ବଳଦେବରଥଙ୍କ ରଚିତ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ କାବ୍ୟର ଏକ ଅଂଶ ‘ଗଲାଣି ତ ଗଲା କଥାରେ ସଙ୍ଗୀତ’ ଗୃହକୁ ପ୍ରତ୍ୟାବର୍ତ୍ତନ କାଳରେ ଧୀବରମାନଙ୍କ ମୁଖରୁ ନିଃସୃତ ହୋଇଛି ।

(B) ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।

Question 1.
ମୀନମାନଙ୍କୁ ଆକୃଷ୍ଟ କରିବାପାଇଁ ପୋତପାଳମାନେ ନୌକାରେ କ’ଣ ଜାଳନ୍ତି ?
Answer:
ମଶାଳ

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 2.
ମୀନମାନେ କେଉଁଠାକୁ ଡେଇଁ ପ୍ରାଣ ଦେବେ ବୋଲି ‘ଚିଲିକାରେ ସାୟନ୍ତନ’ କବିତାରେ କବି କହିଛନ୍ତି ?
Answer:
ତରା ଗର୍ଭକୁ

Question 3.
ନିଶାଗମନରେ ଅବନୀ କେଉଁ ରୂପ ଧାରଣ କରିଛି ?
Answer:
ନିଶ୍ଚଳ

Question 4.
ନିଶୀଥୁନୀର ପ୍ରଭାବକୁ କିଏ ପ୍ରଚାର କରୁଛି ବୋଲି କବି କହିଛନ୍ତି ?
Answer:
ଝିଙ୍କାରି – ଝଙ୍କାର

Question 5.
କଳି ଉପଦ୍ରବ ହେତୁ ଲୋକାଳୟ ତ୍ୟାଗକରି ଶାନ୍ତି ଦେବୀ କେଉଁଠାରେ ଆଶ୍ରୟ ନେଲେ ବୋଲି କବି କହିଛନ୍ତି ?
Answer:
ଚିଲିକାରେ

Question 6.
ନଦୀ ବା ସମୁଦ୍ର ମଧ୍ୟକୁ ପଶି ଯାଇଥବା ପର୍ବତ ବା ସ୍ଥଳଭାଗକୁ କ’ଣ କୁହାଯାଏ ?
Answer:
ନାମି

Question 7.
ହ୍ରଦ ମଧ୍ୟଭାଗରେ କାହାର ପ୍ରତିବିମ୍ବ ଶୋଭାପାଉଛି ?
Answer:
ଶୈଳର

Question 8.
ଅଜ୍ଞାନ କେଉଁ ଗର୍ଭରେ ପଡ଼େ ?
Answer:
ପାପ ଗର୍ହଁରେ

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 9.
କବିବର ରାଧାନାଥ ରାୟ ଆଧୁନିକ ଓଡ଼ିଆ କାବ୍ୟଧାରାର କ’ଣ ଥିଲେ ?
Answer:
ଭିତ୍ତି ସଂସ୍ଥ।ପକ

Question 10.
ବାଲେଶ୍ଵର ଜିଲ୍ଲାର କେଉଁ ଗ୍ରାମରେ ରାଧାନାଥ ଜନ୍ମଗ୍ରହଣ କରିଥିଲେ ?
Answer:
ଙ୍କେଦାରପୁର

Question 11.
ଖଣ୍ଡବାକ୍ୟ ଚିଲିକା କବିଙ୍କର ଏକ କି ପ୍ରକାର କାବ୍ୟ ?
Answer:
ପ୍ରକୃତି କାବ୍ୟ

Question 12.
‘ଚିଲିକାରେ ସାୟନ୍ତନ ଦୃଶ୍ୟ’ କବିତାରେ କବିଙ୍କର କେଉଁ ଚିତ୍ତବୃତ୍ତି ପ୍ରତିଫଳିତ ହେଉଛି ?
Answer:
ସୌନ୍ଦର୍ଯ୍ୟ

Question 13.
କବି ରାଧାନାଥ ତାଙ୍କ କବିତାରେ କାହା ପ୍ରତି ଶାଶ୍ୱତ ବାର୍ତ୍ତା ଦେଇଛନ୍ତି ?
Answer:
ଜୀବନ ପ୍ରତି

Question 14.
ମୀନଜୀବୀମାନଙ୍କର ନାବଗୁଡ଼ିକ କେଉଁଠାରେ ଦେଖାଯାଉଥିଲା ?
Answer:
ପୂର୍ବ ଦିଗ୍ ବଳୟରେ

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 15.
ମୀନଜୀବୀମାନେ ମାଛ ଧରି ସାରି ଫେରିବା ସମୟରେ କେଉଁ କଥା ଭାବୁଥିଲେ ?
Answer:
ଗୃହ କଥା

Question 16.
ମୀନଜୀବୀମାନେ ସନ୍ଧ୍ୟାତାରା କେଉଁ ଶିଖରରେ ଦେଖୁଥିଲେ ?
Answer:
ଭାଲେରି ଶିଖରେ

Question 17.
ଆକାଶରେ ସନ୍ଧ୍ୟାତାରା କେଉଁ ସମୟରେ ଦେଖାଯାଏ ?
Answer:
ସାୟଂକାଳରେ

Question 18.
ଶ୍ମଶାନ କେଉଁ ଦେହକୁ ଗ୍ରାସ କରେ ?
Answer:
ମାଟି ଦେହକୁ

Question 19.
କବି କେଉଁ ଦେହକୁ ଆୟୁଷ୍ଠାନ ବୋଲି କହିଛନ୍ତି ?
Answer:
ଯଶୋଦହକୁ

Question 20.
କାହା ମନରେ ଆଶାର ଉତ୍‌ଥାନ ପତନ ହୁଏ ବୋଲି କବି କହିଛନ୍ତି ?
Answer:
ଦୁଃଖା ମନରେ

Question 21.
ରାତ୍ରିର ଆଗମନ ହେତୁ କ’ଣ ବଞ୍ଚରୁ ନାହିଁ ବୋଲି କବି କହିଛନ୍ତି ?
Answer:
ଲୋକ କୋଳାହଳ

Question 22.
କେଉଁମାନେ ଚନ୍ଦ୍ର କିରଣରେ କୁଡୁବୁଡୁ ହୋଇଛନ୍ତି ବୋଲି କବି ବର୍ଣ୍ଣନା କରିଛନ୍ତି ?
Answer:
ଜଳ, ସ୍ଥଳ ଓ ଆକାଶ

Question 23.
କବି ରାତ୍ରିକାଳରେ କାହାର ଝଙ୍କାର ଶୁଣିଛନ୍ତି ?
Answer:
ଝିଙ୍କାରିକ ଝିଙ୍କାରିର

Question 24.
କବି ଚିଲିକାର ସାୟନ୍ତନ ଦୃଶ୍ୟକୁ କ’ଣ ବୋଲି କହିଛନ୍ତି ?
Answer:
ବର୍ଣ୍ଣେତ୍ସବମୟ

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 25.
ଏ ଲୀଳା – ରଚନ୍ତି ଦେବୀ ବାଗୀଶ୍ବରୀ – ଉକ୍ତ ପଦର କେଉଁ ଶବ୍ଦ ‘ସରସ୍ଵତୀ’ଙ୍କୁ ବୁଝାଉଛି ?
Answer:
ଚାଗାଶ୍ୱରା

Question 26.
ନୌକାରେ ମାଛ ପଡ଼ି ପ୍ରାଣ ଦେବାବେଳେ ତାକୁ କାହା ସହିତ କବି ତୁଳନା କରିଛନ୍ତି ?
Answer:
ଅଜ୍ଞାନ

Question 27.
‘ଚିଲିକାରେ ସାୟନ୍ତନ’ କବିତାର କବି କେଉଁ ସମୟର ଦୃଶ୍ୟ ବର୍ତ୍ତନ କରିଛନ୍ତି ?
Answer:
ସକ୍ଷ୍ୟା

Question 28.
‘ଦିଗଙ୍ଗନା’ ଶବ୍ଦଟି ସହ କବିତାର କେଉଁ ଶବ୍ଦର ସମ୍ପର୍କ ରହିଛି ?
Answer:
ମଧୁର – ହାସିନା

Question 29.
ଚଉଦିଗରେ କେଉଁମାନେ ହସନ୍ତି ବୋଲି କବି କହିଛନ୍ତି ?
Answer:
ଦିଗଙ୍ଗନାମାନେ

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 30.
ପୋତପାଳମାନେ ରାତ୍ରିରେ ତରଣୀରେ କ’ଣ ଜାଳନ୍ତି ?
Answer:
ମଶାଲ

Question 31.
କବି ସଂସାରରେ କାହାକୁ ପାପମୂର୍ତ୍ତି ପରି ବୋଲି କହିଛନ୍ତି ?
Answer:
ମଶାଲକୁ

Question 32.
ବୋଇତ ଥରେ ଦୃଶ୍ୟମାନ ଓ ଥରେ ଅନ୍ତର୍ହିତ ହୁଏ କାହିଁକି ?
Answer:
ତରଙ୍ଗରେ ତୋହଲୁଥ୍ ବାରୁ

Question 33.
କେଉଁମାନଙ୍କୁ କବି ଜ୍ୟୋତ୍ସ୍ନା ଦୁକୂଳବାସିନୀ ବୋଲି କହିଛନ୍ତି ?
Answer:
ଦିଗଙ୍ଗନାମାନଙ୍କୁ

Question 34.
ଜ୍ୟୋତ୍ସ୍ନା ପରିପ୍ଟ ତ ସୃଷ୍ଟି କିପରି ଦେଖାଯାଉଛି ବୋଲି କବି କହିଛନ୍ତି ?
Answer:
ପାରଦ – ଧୌତ ପରି

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 35.
ଦ୍ବୀପ ଓ ଶୈଳମାନଙ୍କର ପ୍ରତିବିମ୍ବରାଜି କେଉଁଠାରେ ସ୍ପଷ୍ଟାକାରେ ଶୋଭାପାଉଛି ?
Answer:
ହ୍ରଦର ଅନ୍ତଃସ୍ଥଳରେ

Question 36.
ଶାନ୍ତିଦେବୀ କାହିଁକି ଲୋକାଳୟ ତ୍ୟାଗ କରିଛନ୍ତି ବୋଲି କବି କହିଛନ୍ତି ?
Answer:
କଳିର ଉପହବ ହେତୁ

(C) ଶୂନ୍ୟସ୍ଥାନ ପୂରଣ କର ।

Question 1.
କବି ପଶେ।ଦେହେ ଆୟୁଷ୍ଟାନ ବୋଲି ……………………… ଙ୍କୁ କହିଛନ୍ତି।
Answer:
କବିସୂର୍ଯ୍ୟ ବଳଦେବ ରଥ

Question 2.
ପ୍ରାଚୀ ଦିଗ କହିଲେ …………………….. ଦିଗକୁ ବୁଝାଯାଏ।
Answer:
ପୂର୍ବ

Question 3.
ଚିଲିକାର ନାଳ ବକ୍ଷରେ ………………..ଅଧ୍ ଷ୍ଠ।ନ କରିଛି ବୋଲି କବି କହିଛନ୍ତି
Answer:
ଗୀତ-ତାନ

Question 4.
ସଙ୍ଗୀତ ଆବେଶରେ ମନ ନାନା ରୂପରେ …………………. ରେ ଚିଚରଣ କରେ।
Answer:
ଅତାନ୍ଦ୍ରିୟ ଦେଶ

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 5.
ଧନ୍ୟ ରଥେ। ଏଠାରେ ‘ରଥେ’ ବୋଲି କବି …………………….ଙ୍କୁ ସମ୍ବେ।ଧନ କରିଛନ୍ତି।
Answer:
ବଳଦେବ ରଥ

Question 6.
ସର୍ପମଣ୍ଡିତ ଶିବଙ୍କ ସହିତ କବି ……………………. କୁ ତୁଳନା କରିଛନ୍ତି।
Answer:
ବନଭୂମି

Question 7.
ଚିଲିକା କାବ୍ୟର ପ୍ରଣେତା …………….. ।
Answer:
ରାଧାନାଥ ରାୟ

Question 8.
କରିବାର ରାଧାନାଥ ରାୟ ଆଧୁନିକ ଓଡ଼ିଆ କାବ୍ୟଧାରାର ……………….. ଥିଲେ।
Answer:
ଭିଭି ସଂସ୍ଥାପକ

Question 9.
ଖଣ୍ଡରାକ୍ୟ ‘ଚିଲିକା’ କାନ୍ତିଙ୍କର ଏକ ……………………….. କାବ୍ୟା
Answer:
ପ୍ରକୃତି

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 10.
ମାନଚ୍ଚାବାମାନଙ୍କର ନାବଗୁଡ଼ିକ ……………………. ରେ ଦେଖାଯାତ୍ତଥ୍ ଲା
Answer:
ପୂର୍ବ ଦିଗ୍‌ବଳୟ

Question 11.
ମୀନଜୀବୀମାନଙ୍କ କଣ୍ଠରୁ ……………………. ଗୀତାମୃତ ଭାସି ଆସିଛି ।
Answer:
କବିସୂର୍ଯ୍ୟ

Question 12.
ଦୁଃଖୀମନର ଆଶା ସହିତ କବି ………………………. କୁ ତୁଳନା କରିଛନ୍ତି।
Answer:
ମଶାଲର ଶିଖା

Question 13.
କବି ରାତ୍ରିକାଳରେ …………….. ର ଝଙ୍କାର ଶୁଣିଛନ୍ତି।
Answer:
ଝିଙ୍କାରି

Question 14.
କବି ଚିଲିକାର ସାୟନ୍ତନ ଦୃଶ୍ୟକୁ …………………… ବୋଲି କହିଛନ୍ତି ।
Answer:
ବର୍ଣ୍ଣୋତ୍ସବମୟ

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 15.
ଭାଲେରି ଶିଖରରେ………………………. ଦେଖୁ ମୀନଜୀବୀମାନେ ପାଲ ଟେକି ମହାଆନନ୍ଦରେ ଫେରି ଆସନ୍ତି ।
Answer:
ସନ୍ଧ୍ୟାତାରା

Question 16.
ନୌକାରେ ମାଛ ପଡ଼ି ପ୍ରାଣ ଦେବାବେଳେ ତାକୁ ……………………….. ସହିତ କବି ତୁଳନା କରିଛନ୍ତି ।
Answer:
ଅଜ୍ଞାନ

Question 17.
‘ଚିଲିକାରେ ସାୟନ୍ତନ’ କବିତାର କବି …………………….. ସମୟର ଦୃଶ୍ୟ ବର୍ଣ୍ଣନ କରିଛନ୍ତି ।
Answer:
ସକ୍ଷ୍ୟା

Question 18.
କବି …………………..-କୁ ସଂସାରରେ ପାପମୂର୍ତ୍ତି ପରି ବୋଲି କହିଛନ୍ତି ।
Answer:
ମଶାଲ

Question 19.
କବି ଜ୍ୟୋତ୍ସ୍ନା ଦୁକୂଳବାସିନୀ ବୋଲି. …………………… ମାନଙ୍କୁ କହିଛନ୍ତି ।
Answer:
ଦିଗଙ୍ଗନା

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 20.
ଜ୍ୟୋତ୍ସ୍ନା ………………….. ଠାରେ ଜକଜକ ହୋଇ ପ୍ରତିଫଳିତ ହେଉଛି ।
Answer:
ସ୍ମିଗ୍ ଧ ତରୁପତ୍ର

(D) ଠିକ୍ ଉକ୍ତି ପାଇଁ ‘T” ଓ ଭୁଲ୍ ଉକ୍ତି ପାଇଁ ‘F” ଲେଖ ।

1. ‘ଚନ୍ଦ୍ରଚୂଡ଼’ କହିଲେ ଚନ୍ଦ୍ରଙ୍କୁ ବୁଝାଇଥାଏ ।
2. ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ କବିତାଟି ‘ଦରବାର’ କାବ୍ୟର ଅଂଶବିଶେଷ ।
3. ‘ଚିଲିକା’ କାବ୍ୟର ପ୍ରଣେତା ରାଧାନାଥ ରାୟ ।
4. ବଳଦେବ ରଥ ‘କବିସୂର୍ଯ୍ୟ’ ଉପାଧ୍ଧରେ ଭୂଷିତ ହୋଇଥିଲେ ।
5. ‘ବାଗୀଶ୍ଵରୀ’ – କହିଲେ ସରସ୍ଵତୀଙ୍କୁ ବୁଝାଯାଏ ।
6. ମୀନମାନଙ୍କୁ ଆକୃଷ୍ଟ କରିବାକୁ ପୋତପାଳମାନେ ନୌକାରେ ମଶାଲ ଜାଳନ୍ତି ।
7. ‘ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ୍’ – ଏକଥା କବିସୂର୍ଯ୍ୟ ବଳଦେବ ରଥଙ୍କୁ ଲକ୍ଷ୍ୟକରି କୁହାଯାଇଛି ।
8. କଳି ଉପଦ୍ରବ ହେତୁ ଲୋକାଳୟ ତ୍ୟାଗକରି ଶାନ୍ତିଦେବୀ ଅଂଶୁପାରେ ଆଶ୍ରୟ ନେଲେ ବୋଲି କବି କହିଛନ୍ତି ।
9. କବି ବଳଦେବ ରଥଙ୍କୁ ଉତ୍କଳ ଭୁବନରେ ମୃତ୍ୟୁଞ୍ଜୟ ବୋଲି କହିଛନ୍ତି ।
10. ମୀନମାନେ କୂଅକୁ ଡେଇଁ ପ୍ରାଣ ଦେବେ ବୋଲି କବି କହିଛନ୍ତି ।
11. ନିଶାଗମନରେ ଅବନୀ ନିଶ୍ଚଳ ରୂପ ଧାରଣ କରିଛି ।
12. ଛାୟାମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ ସର୍ପଭୂଷିତ ମହାଦେବଙ୍କ ତନୁର ରୂପ ସହିତ ତୁଳନା କରାଯାଇଛି ।
13. ନିଶୀଥୁନୀର ପ୍ରଭାବକୁ ଝିଙ୍କାରି-ଝଙ୍କାର ପ୍ରଚାର କରୁଛି ବୋଲି କବି କହିଛନ୍ତି ।
14. ସାଗର ମଧ୍ୟଭାଗରେ ଶୈଳର ପ୍ରତିବିମ୍ବ ଶୋଭାପାଉଛି ।
15. ଅଜ୍ଞାନ ପାପ ଗର୍ଭରେ ପଡ଼େ ।
Answer:
1. ‘ଚନ୍ଦ୍ରଚୂଡ଼’ କହିଲେ ଚନ୍ଦ୍ରଙ୍କୁ ବୁଝାଇଥାଏ । (F)
2. ‘ଚିଲିକାରେ ସାୟନ୍ତନ ଦୃଶ୍ୟ’ କବିତାଟି ‘ଦରବାର’ କାବ୍ୟର ଅଂଶବିଶେଷ । (F)
3. ‘ଚିଲିକା’ କାବ୍ୟର ପ୍ରଣେତା ରାଧାନାଥ ରାୟ । (T)
4. ବଳଦେବ ରଥ ‘କବିସୂର୍ଯ୍ୟ’ ଉପାଧ୍ଧରେ ଭୂଷିତ ହୋଇଥିଲେ । (T)
5. ‘ବାଗୀଶ୍ଵରୀ’ – କହିଲେ ସରସ୍ଵତୀଙ୍କୁ ବୁଝାଯାଏ । (T)
6. ମୀନମାନଙ୍କୁ ଆକୃଷ୍ଟ କରିବାକୁ ପୋତପାଳମାନେ ନୌକାରେ ମଶାଲ ଜାଳନ୍ତି । (T)
7. ‘ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ୍’ – ଏକଥା କବିସୂର୍ଯ୍ୟ ବଳଦେବ ରଥଙ୍କୁ ଲକ୍ଷ୍ୟକରି କୁହାଯାଇଛି । (T)
8. କଳି ଉପଦ୍ରବ ହେତୁ ଲୋକାଳୟ ତ୍ୟାଗକରି ଶାନ୍ତିଦେବୀ ଅଂଶୁପାରେ ଆଶ୍ରୟ ନେଲେ ବୋଲି କବି କହିଛନ୍ତି । (F)
9. କବି ବଳଦେବ ରଥଙ୍କୁ ଉତ୍କଳ ଭୁବନରେ ମୃତ୍ୟୁଞ୍ଜୟ ବୋଲି କହିଛନ୍ତି ।
10. ମୀନମାନେ କୂଅକୁ ଡେଇଁ ପ୍ରାଣ ଦେବେ ବୋଲି କବି କହିଛନ୍ତି । (F)
11. ନିଶାଗମନରେ ଅବନୀ ନିଶ୍ଚଳ ରୂପ ଧାରଣ କରିଛି । (T)
12. ଛାୟାମିଶ୍ରିତ ଆଲୋକରେ ବନସ୍ଥଳୀର ଦୃଶ୍ୟକୁ ସର୍ପଭୂଷିତ ମହାଦେବଙ୍କ ତନୁର ରୂପ ସହିତ ତୁଳନା କରାଯାଇଛି । (T)
13. ନିଶୀଥୁନୀର ପ୍ରଭାବକୁ ଝିଙ୍କାରି-ଝଙ୍କାର ପ୍ରଚାର କରୁଛି ବୋଲି କବି କହିଛନ୍ତି । (T)
14. ସାଗର ମଧ୍ୟଭାଗରେ ଶୈଳର ପ୍ରତିବିମ୍ବ ଶୋଭାପାଉଛି । (F)
15. ଅଜ୍ଞାନ ପାପ ଗର୍ଭରେ ପଡ଼େ । (T)

(E) ସ୍ତମ୍ଭ ମିଳନ କର ।

Question 1.
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଭ।କେରି ଶିଖରେ
ସମୁଦ୍ର ମହାଶେ
କବିସୂର୍ଯ୍ୟ ବିଚରଣ
ଅତାନ୍ଦ୍ରିୟ ଦେଶେ ମାରାମ୍ କ
ସର୍ଶେ ଗାଣାମୃତ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଭ।କେରି ଶିଖରେ
ସମୁଦ୍ର ମହାଶେ
କବିସୂର୍ଯ୍ୟ ଗାଣାମୃତ
ଅତାନ୍ଦ୍ରିୟ ଦେଶେ ବିଚରଣ
ସର୍ଶେ ମାରାମ୍ କ

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

Question 2.
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମହୋଲ୍ଲ।ସେ ହାସିନା
ଭାବି ଶୁଭକ୍ଷଶେ
ମଧୁର ଶୁଶାନ
ଗ୍ରାସିଛ ଟେକି
ଜନ୍ମ ଏକଧ୍ୟାନେ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମହୋଲ୍ଲ।ସେ ଟେକି
ଭାବି ଏକଧ୍ୟାନେ
ମଧୁର ହାସିନା
ଗ୍ରାସିଛ ଶୁଶାନ
ଜନ୍ମ ଶୁଭକ୍ଷଶେ

Question 3.
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମସୃଶ ତନୁ
ଚନ୍ଦ୍ରଚୂଡ ଆରେଗେ
ସ୍କର୍ଶେ ହାମିନା
ସଙ୍ଗତ ଉପଳେ
ମଧୁର ମାରାମକ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମସୃଶ ଉପଳେ
ଚନ୍ଦ୍ରଚୂଡ ତନୁ
ସ୍କର୍ଶେ ମାରାମକ
ସଙ୍ଗତ ଆରେଗେ
ମଧୁର ହାମିନା

ସୃଷ୍ଟି ସମ୍ପଦ :

ସାରଳାଯୁଗର ପୁରାଣପ୍ରୀତି, ପଞ୍ଚସଖା ଯୁଗର ଧାର୍ମିକ ଚେତନା ଓ ରୀତିଯୁଗର ପ୍ରଣୟିନୀ ରୂପବିଳାସ; ଏହି ତ୍ରିଧାରାକୁ ମାନସଲୋକରେ ଏକୀଭୂତ କରି ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବରେ, ଆଳଙ୍କାରିକ ଅନୁଶାସନର ଗତାନୁଗତିକ ଭାବଧାରାରେ ଚମକ ସୃଷ୍ଟିକଲେ ଆଧୁନିକ କାବ୍ୟଧାରାର ଭିତ୍ତି ସଂସ୍ଥାପକ କବିବର ରାଧାନାଥ ରାୟ । ରମଣୀୟ ପ୍ରକୃତିର ସୁରମ୍ୟ ଶ୍ୟାମଳ କ୍ରୋଡ଼ରେ, ବାଲେଶ୍ଵର ଜିଲ୍ଲା ସୋର ନିକଟବର୍ତ୍ତୀ କେଦାରପୁର ଗ୍ରାମରେ ପିତା ସୁନ୍ଦର ନାରାୟଣ ଓ ମାତା ତାରିଣୀଦେବୀଙ୍କ କୋଳ ମଣ୍ଡନ କରିଥିଲେ ଏହି ନୂତନ ଯୁଗ ସୃଷ୍ଟିର ଅଧ୍ଵନାୟକ । ବିଶ୍ଵବିଦ୍ୟାଳୟର ଉଚ୍ଚ ଉପାଧ୍ ଧାରଣ କରିନଥିଲେ ମଧ୍ୟ ସ୍ବୀୟ ଅଧ୍ୟବସାୟ ଓ ଗଭୀର ବିଦ୍ୟାନୁରାଗ ଫଳରେ ଇଂରାଜୀ, ସଂସ୍କୃତ, ବଙ୍ଗଳା ବିଶେଷ କରି ଓଡ଼ିଆ ଭାଷାରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରି ବହୁଶାସ୍ତ୍ରଦର୍ଶୀ ପଣ୍ଡିତ ରୂପେ କୃତିତ୍ଵର ଅଧିକାରୀ ହୋଇପାରିଥିଲେ । ଜୀବନର ପ୍ରଜ୍ଞା ଉନ୍ମେଷ କାଳରୁ ସମସ୍ତ ଉଜ୍ଜ୍ବଳ ଭବିଷ୍ୟତକୁ ଜଳାଞ୍ଜଳି ଦେଇ ରାଧାନାଥ ବାଲେଶ୍ଵର ଜିଲ୍ଲା ସ୍କୁଲର ତୃତୀୟ ଶିକ୍ଷକ ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ନିଜର ଦକ୍ଷତା ତଥା ନିଷ୍ଠାପର ଅଧ୍ୟବସାୟ ବଳରେ ଉତ୍ତରୋତ୍ତର ଉନ୍ନତି

ପଥରେ ଅଗ୍ରସର ହୋଇ ସେ ଅବଶେଷରେ ବଙ୍ଗ-ବିହାର-ଓଡ଼ିଶା ବିଦ୍ୟାଳୟସମୂହର ସର୍ବୋଚ୍ଚ ପଦବୀ ସ୍କୁଲ ଇନିସ୍ପେକ୍ଟର ରୂପେ ଅଧ୍ଵଷ୍ଠିତ ହୋଇଥଲେ । ଉଚ୍ଚାଭିଳାଷୀ ରାଧାନାଥ ଆଜୀବନ ରୁଗ୍‌ଣ ଶରୀରରେ ଦାରୁଣ ରୋଗ ଯନ୍ତ୍ରଣା ତଥା ମାନସିକ ଦୁଶ୍ଚିନ୍ତାରେ ମ୍ୟୁହମାନ ହେଲେହେଁ ତାଙ୍କ କାବ୍ୟଚର୍ଚ୍ଚାର ପରିସର ଉତ୍ତରୋଭର ଶ୍ରୀବୃଦ୍ଧି ଲାଭ କରିଥିଲା । ପ୍ରାଚ୍ୟ ଓ ପାଶ୍ଚାତ୍ୟ ଭାଷାରେ ବିଦ୍‌ବତ୍ତା ଅର୍ଜନ କରି କବି ରାଧାନାଥ ମଧ୍ୟଯୁଗୀୟ ସୃଷ୍ଟି ଆଦର୍ଶ ଭିତରେ ଏକ ନୂତନ ଆଦର୍ଶର ଚମକ ସୃଷ୍ଟି କରିଥିଲେ । ପ୍ରଜ୍ଞାଦୀପ୍ତ ହୃଦୟ ନେଇ ପ୍ରାଚ୍ୟ ବିଷୟର ଉପାଦାନମାନଙ୍କୁ ପାଶ୍ଚାତ୍ୟ ରୀତିରେ ପରିବେଷଣ କରି ଚର୍ଚ୍ଚିତ ହୋଇଥିଲେ ସେ ।

ତାଙ୍କ କବିକୀର୍ତ୍ତିର ଗୌରବାବହ କୃତି ମଧ୍ୟରେ ‘କେଦାରଗୌରୀ’, ‘ନନ୍ଦିକେଶ୍ୱରୀ’, ‘ଉଷା’, ‘ପାର୍ବତୀ’, ‘ଚନ୍ଦ୍ରଭାଗା’, ‘ଉର୍ବଶୀ’, ‘ଚିଲିକା’, ‘ମହାଯାତ୍ରା’ ଆଦି କାବ୍ୟସମୂହ, ‘ମେଘଦୂତ’ ଓ ‘ତୁଳସୀ ସ୍ତବକ’ ପରି ଅନୁବାଦ ସାହିତ୍ୟ, ‘ବିବେକୀ’ ଓ ‘ଇତାଲୀୟ ଯୁବା’ ପରି ଗଦ୍ୟ ସାହିତ୍ୟ ଆଦି ରାଧାନାଥଙ୍କ ବହୁପାଠିତା, ପାଣ୍ଡିତ୍ୟ ଓ କବିତ୍ଵର ଉଚ୍ଚକୋଟୀର ନିଦର୍ଶନ । ଏତଦ୍‌ଭିନ୍ନ କବିଙ୍କ ‘ସର୍ବେଷା ନୋ ଜନନୀ ଭାରତ ଧରଣୀ କଳ୍ପଲତେୟଂ’’ (ଭାରତ ସ୍ମରଣୀୟ ଗୀତିକା) କବିଙ୍କ ସଂସ୍କୃତ ଗୀତି ପ୍ରତିଭାର ଅପୂର୍ବ ସ୍ବାକ୍ଷର ବହନ କରେ । ଦୁର୍ବୋଧ ଶାବ୍ଦିକ ବୈଭବ ଓ ଆଳଙ୍କାରିକ ଆଟୋପ ମଧ୍ୟରେ ସାଧାରଣ ପାଠକବର୍ଗଙ୍କଦ୍ୱାରା ସମାଲୋଚିତ ରୀତିଯୁଗୀୟ କାବ୍ୟଚେତନାରେ ପରିବର୍ତ୍ତନ ତୋଳି ରାଧାନାଥଙ୍କ ସୃଷ୍ଟିସମୂହ ଜନଜୀବନସ୍ପର୍ଶୀ ତଥା ସୁଖପାଠ୍ୟ ହୋଇପାରିଥିଲା । ଭକ୍ତକବି ମଧୁସୂଦନ ରାଓ କବିଙ୍କ ଅମ୍ଳାନ ସାରସ୍ଵତ ପ୍ରତିଭାରେ ବିମୁଗ୍ଧ ହୋଇ କହିଛନ୍ତି-

ତ୍ତତ୍କଳ – ନିସର୍ଗ – ଲକ୍ଷ୍ମୀ ଦେବା ପୁରୋହିତ
ଲଳିତ-କବିତା ଶିଳ୍ପୀ ରସଜ୍ଞ ପଣ୍ଡିତ ।
ଗରିମା ମହିମା ସର୍ବ ଉତ୍କଳ ଧାମର
ନବ ବର୍ଷେ ବର୍ଷିଅଛ କବି ଚିତ୍ରକର ।’’

ସ୍ଥଙ୍କନା ଭିମୁଖ୍ୟ

ଓଡ଼ିଆ ସାହିତ୍ୟରେ ରାଧାନାଥ ରାୟ ଆଧୁନିକ ଯୁଗର ପ୍ରବର୍ତ୍ତକ ଭାବେ ସୁବିଦିତ । ନୂତନ ଭାବ ଓ କଥାବସ୍ତୁ ବ୍ୟବହାର କରି, ପାଶ୍ଚାତ୍ୟ ସାହିତ୍ୟ ଓ ସଭ୍ୟତାରୁ ବିଷୟବସ୍ତୁ ସଂଗ୍ରହ କରି ସେ ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରି ଯାଇଛନ୍ତି । ପ୍ରକୃତି ଚିତ୍ରଣ, ଜାତୀୟତାଭାବ, ମୃତ୍ୟୁ ସଚେତନତା ଓ ବିଦୁପାତ୍ମକ ଦୃଷ୍ଟିଭଙ୍ଗୀରେ କବିଙ୍କର ମୌଳିକତା ସ୍ପଷ୍ଟ । ପ୍ରାଚ୍ୟ କାବ୍ୟ ପରମ୍ପରା ମିଳନାନ୍ତକ ହୋଇଥିବାବେଳେ ରାଧାନାଥଙ୍କ ସମସ୍ତ କାବ୍ୟ ହୋଇଛି ବିୟୋଗାନ୍ତକ । ‘ଚିଲିକା’ ଏକ ଖଣ୍ଡକାବ୍ୟ

କବିତାର ପୃଷ୍ଠଭୂମି

ରାଧାନାଥଙ୍କ ଅମ୍ଳାନ ସାରସ୍ଵତ କୃତି ଖଣ୍ଡକାବ୍ୟ ‘ଚିଲିକା’ର ସୃଷ୍ଟି ୧୮୯୨ ମସିହାରେ । ‘ଚିଲିକା’ କାବ୍ୟ ପ୍ରକୃତି ଉପରେ ସମ୍ପୂର୍ଣ୍ଣ ରୂପେ ଆଧାରିତ ହେଲେହେଁ ଏଥରେ ପ୍ରକାରାନ୍ତରେ ଉତ୍କଳର କେତେକ ପ୍ରାଚୀନ କିମ୍ବଦନ୍ତୀ, ଉତ୍କଳ ସାହିତ୍ୟର ଦୁରବସ୍ଥା ତଥା କବିଙ୍କ ଜୀବନଦର୍ଶନ ପ୍ରକାଶ ପାଇଛି । ମୁଖ୍ୟତଃ ‘ଚିଲିକା’ କାବ୍ୟ କବିଙ୍କ ପାଇଁ ସୌନ୍ଦର୍ଯ୍ୟ ଉନ୍ନୀତ କରାଇଛନ୍ତି । ଚିଲିକାର ସୌନ୍ଦର୍ଯ୍ୟକୁ କବି ଭାରତର ବିଭିନ୍ନ ସ୍ଥାନର ପ୍ରାକୃତିକ ଦୃଶ୍ୟ ସହିତ ତୁଳନା ଆନନ୍ଦଧାର୍ମକୁ ଉନ୍ନୀତ କରାଇଛନ୍ତି। ଚିଲିକାର ସୌନ୍ଦର୍ଯ୍ୟକୁ କବି ଭାରତର ବିଭିନ୍ନ ସ୍ଥାନର ପ୍ରାକୃତିକ ଦୃଶ୍ୟ ସହିତ ତୁଳନା ସ୍ଵର୍ଗୀୟ, ଚିର ଶାଶ୍ଵତ। ତାଙ୍କ ଭାଷାରେ

‘‘ଆହା ଏ ଶୋଭାର କାହିଁ ପଟାନ୍ତର ?
ଥିଲେ ଥ‌ିବ ସ୍ଵର୍ଗେ ମର୍ତ୍ତ୍ୟ ଅଗୋଚର ।
ପାଶୋରିବ ଦେଖି କହ କେହୁ ଜନ
ଏ ଶୋକ ପାଶୋରା ଅପ୍‌ସରା ଭୁବନ ।’’

ଚିଲିକା କେବଳ ପ୍ରକୃତିର ଏକ ଚିତ୍ରପୁରୀ ନୁହେଁ, ମନୋଜ୍ଞ ସୃଷ୍ଟିରେ ସେ ହେଉଛି ଚାରୁ ଆଲେଖ୍ୟଶାଳିକା । ପ୍ରକୃତିର ଗନ୍ତାଘର ସେ । ପ୍ରକୃତିର ଜଣେ ଚିହ୍ନରା ଗ୍ରାହକ ଭାବେ କବି ଚିଲିକାର ସୌନ୍ଦର୍ଯ୍ୟକୁ ଆକଣ୍ଠ ପାନ କରି ତା’ର ରମଣୀୟତାକୁ ଆହୁରି ମାଧୁର୍ଯ୍ୟବନ୍ତ କରିଛନ୍ତି । ତାଙ୍କ ଲେଖନୀରେ ଚିଲିକା ସତେଯେପରି ସଞ୍ଜୀବନୀ ମନ୍ତ୍ରରେ ନବଜୀବନ ଲାଭକରିଛି । ଅପରୂପା ଲାବଣ୍ୟବତୀ ଚିଲିକା କବିଙ୍କ ଶିଳ୍ପୀ ହାତସ୍ପର୍ଶରେ ମହିମାନ୍ବିତ ହୋଇଉଠିଛି । ସୌନ୍ଦର୍ଯ୍ୟପିପାସୁ ପ୍ରାଣରେ ରୂପତୃଷ୍ଣାର ଅନ୍ତ ନଥାଏ । କବିଙ୍କ କାବ୍ୟନାୟିକା ଚିଲିକା ସଦା ହାସ୍ୟମୟୀ, ଛନ୍ଦୋମୟୀ ତଥା ଚଳଚପଳମୟୀ ।

ପ୍ରଭାତ, ମଧ୍ୟାହ୍ନ, ସାୟନ୍ତନ ସବୁ ସମୟରେ ତା’ର ରୂପମାଧୁରୀ କବିଙ୍କୁ କରିଛି ଆତ୍ମହରା । ଆଲୋଚ୍ୟ କବିତାରେ କବି ଗୋଧୂଳିରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚିଲିକା ବକ୍ଷରେ ପରିଦୃଷ୍ଟ ଦୃଶ୍ୟାବଳୀ ଉପସ୍ଥାପନ କରିବାକୁ ଯାଇ ଉତ୍କଳର ଅନ୍ୟତମ ବରପୁତ୍ର କବିସୂର୍ଯ୍ୟ ଚଳଦେବ ରଥଙ୍କ ଯଶୋଗାନରେ ହୋଇଉଠିଛିନ୍ତି ଗରଜିହ୍ୱ ସାକ୍ଷ୍ୟକାଳାନ ଚିଲିକାର ମନୋରମ ଦୃଶ୍ୟରାଜି କବିଙ୍କୁ କରିଛି ଆତ୍ମହରା । ଏତଦ୍‌ଭିନ୍ନ ମତ୍ସ୍ୟଜୀବୀମାନଙ୍କ କଣ୍ଠରେ କବିସୂର୍ଯ୍ୟଙ୍କ ସଙ୍ଗୀତର ମୂହଁନା, କବିଙ୍କ ହୃଦୟରେ ଅଙ୍କୁରିତ ଜାତୀୟତା ଭାବନାର ଉଦ୍‌ବେଳନ, ଜୀବନ ସ୍ରୋତସ୍ଵିନୀର ସୁଖ, ଦୁଃଖ ସମ ପାର୍ଶ୍ଵଦ୍ଵୟର ଅନୁଶୀଳନ, ସର୍ବୋପରି କବିଙ୍କ ପ୍ରାକୃତିକ ସୌନ୍ଦର୍ଯ୍ୟପିପାସା କବିତାର ଅନ୍ତଃସ୍ବର ।

କବିତାର ମର୍ମବାଶା

ବିଳମ୍ବିତ ଗୋଧୂଳିରେ ବାରୁଣୀ ଗଗନର ରକ୍ତିମ ଆଭା ଚିଲିକାର ସ୍ଫଟିକ ସ୍ୱଚ୍ଛ ଜଳଦର୍ପଣରେ କ୍ରମଶଃ ନିଷ୍ପ୍ରଭ ହୋଇ ଆସୁଥିଲା । ଚିଲିକାର ପୂର୍ବ ପାର୍ଶ୍ଵ ସମୁଦ୍ର ମୁହାଣରୁ ମତ୍ସ୍ୟଜୀବୀମାନେ ଆନନ୍ଦ ମନରେ ଫେରିଆସୁଥିଲେ ମସ୍ଥ୍ୟପୂର୍ଣ୍ଣ ନାଗମାନ ଧରି। କାହିଁ କେତେ ଦୂରରୁ ସେମାନଙ୍କ ନୌକାମାନ ଛାୟାସମ ପ୍ରତୀୟମାନ ହେଉଥିଲା । ଜୀବନ ଜୀବିକା ପାଇଁ ସମୁଦ୍ର ମୁହାଣକୁ ନୌକା ନେଇ ମାଛଧରିବା ଥିଲା ସେମାନଙ୍କ ନିତ୍ୟନୈମିତ୍ତିକ କର୍ମ । ସୁଲୁସୁଲୁ ପୂବେଇ ପବନରେ ପାଲଟଣା ନୌକାମାନ ହଲି ଦୋହଲି ଫେରି ଅସୁଥୁଲେ କୂଳକୁ । ଭାଲେରୀ ପାହାଡ଼ ଚୂଡ଼ା ଉପରେ ଆକାଶରେ ଦୃଶ୍ୟମାନ ହେଉଥିଲା ସନ୍ଧ୍ୟାତାରା !

ମତ୍ସ୍ୟଜୀବୀମାନଙ୍କ ମନର ଉଲ୍ଲାସ ସ୍ପଷ୍ଟ ବାରି ହୋଇପଡୁଥିଲା ସେମାନଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ଗୀତାମୃତର ସଙ୍ଗୀତ ମୂର୍ଦ୍ଧନାରୁ । ସେହି ସଙ୍ଗୀତର ସୁରଲହରୀ ସମୀର ସଞ୍ଚାଳିତ ହୋଇ ଚିଲିକା ବକ୍ଷରେ ପ୍ରତିଧ୍ଵନିତ ହେଉଥିଲା । ଉଲ୍ଲାସର ଆତ୍ମା ସମ ସେହି ଗୀତ ତାନର ପ୍ରତିଧ୍ଵନି ସମଗ୍ର ହ୍ରଦର ସୁନୀଳ ବକ୍ଷରେ ବିରାଜମାନ କରି କବିଙ୍କୁ କରୁଥିଲା ଆମୋଦିତ । ଚନ୍ଦ୍ରମାର ରଜତଶୁଭ୍ର ଜ୍ୟୋତିରାଶିର ଝଲକରେ ଚିଲିକା ବକ୍ଷ ହୋଇଉଠୁଥିଲା ଉଦ୍ଭାସିତ । କବିଙ୍କୁ ପ୍ରତୀତ ହେଉଥିଲା ସତେ ଯେପରି ଲାବଣ୍ୟମୟୀ ଦେବୀ ଦିଗଙ୍ଗନା ଜ୍ୟୋତ୍ସ୍ନାରୂପକ ପାଟବସ୍ତ୍ର ପରିହିଡ଼ା ହୋଇ ସ୍ମିତହାସ୍ୟ ବଦନରେ ବିରାଜମାନ । କବିଙ୍କ ଭାଷାରେ-

ଦିଗଙ୍ଗନା ଜ୍ୟୋତ୍ସ୍ନା-ଦୁକୂଳ-ବାସିନୀ ।’’
ଦିଗଙ୍ଗନା ଜ୍ୟୋତ୍ସ୍ନା-ଦୁକୂଳ-ବାସିନୀ ।’’

ମତ୍ସ୍ୟଜୀବୀଙ୍କ କଣ୍ଠନିଃସୃତ କବିସୂର୍ଯ୍ୟ ବଳଦେବ ରଥଙ୍କ ଚମ୍ପୂ –
‘ଗଲାଣି ତ ଗଲା କଥାରେ ସଙ୍ଗାତ
ଗଲାଣି ତ ଗଲା କଥା
ଗୁପତେ ସିନା ମୁଁ ତୋତେ ପଚାରିଲି
ବଳି ପଡ଼ିବାରୁ ବ୍ୟଥା ।’’

କବି ଭାବନାର ପଟ୍ଟ ପରିବର୍ତ୍ତନ କରିଛି । ସଙ୍ଗୀତର ସେହି ମନମତାଣିଆ ସ୍ଵର ବିତାନ ଓ ରଚନାର ଭାବଗାମ୍ଭୀର୍ଯ୍ୟ କବିଙ୍କୁ ଅତୀନ୍ଦ୍ରିୟ ରାଜ୍ୟକୁ ଟାଣି ନେଇଛି । କବି ଆତ୍ମବିସ୍ମୃତ ହୋଇ ଉଠିଛନ୍ତି ଓ ସେହି ଅପ୍ରାକୃତ ପ୍ରେମମୂର୍ତ୍ତିଙ୍କଠାରେ ମଥାନତ ପୂର୍ବକ ଭକ୍ତିପୂତ କୃତାଞ୍ଜଳି ନିବେଦନ କରିଛନ୍ତି । ଯାହାଙ୍କ ଆଜ୍ଞାରେ ବାଗ୍‌ଦେବୀ ସରସ୍ଵତୀ କବିମାନସରେ ରଚନା କରନ୍ତି ତାଙ୍କର ଅମୃତଲୀଳା, ସେହି ପରଂବ୍ରହ୍ମ ପରାତ୍ପରଙ୍କ ସାନ୍ନିଧ୍ୟ ଲାଭ ଆଶାରେ ଅଲକ୍ଷ୍ୟରେ କବିଙ୍କ ଆତ୍ମା ଶୂନ୍ୟ ଶୂନ୍ୟଭାସିଯାଇଛି । କବିସୂର୍ଯ୍ୟଙ୍କ କାଳଜୟୀ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଲଳିତ ମଧୁର ପଦାବଳୀକୁ ଶ୍ରବଣ କରି କବି ଆହ୍ଲାଦିତ ହୋଇଛନ୍ତି । ତାଙ୍କ ଅମ୍ଳାନ ପ୍ରତିଭାର ଭୂୟସୀ ପ୍ରଶଂସାରେ ଶତଜିହ୍ଵା ହୋଇ କବି ଗାଇ ଉଠିଛନ୍ତି-

‘ଧନ୍ୟ ରଥେ ! ତୁମ୍ଭ ଜନ୍ମ ଶୁଭକ୍ଷଣେ
ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳଭୁବନେ ।’’

କବିସୂର୍ଯ୍ୟଙ୍କ ପାର୍ଥିବ ଶରୀର ମାଟିରେ ମିଶିଯାଇଥିଲେ ମଧ୍ୟ ତାଙ୍କ ସୃଷ୍ଟ ବିଦଗ୍ଧ ସାରସ୍ଵତ ସମ୍ଭାର ପାଇଁ ସେ ଚିର ଯଶସ୍ୱୀ ହୋଇ ପାଠକ ହୃଦୟରେ ଯେ ଚିର ଆୟୁଷ୍ମାନ ରହିବେ ବୋଲି କବି ରାଧାନାଥ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି । କବିସୂର୍ଯ୍ୟ ବଳଦେବଙ୍କ ସୁମହାନ୍ ସାରସ୍ଵତ କୀର୍ତ୍ତିର ମହିମା ଗାନ କରି କବି ସ୍ଵମହନୀୟତାର ପରିଚୟ ପ୍ରଦାନ କରିଛନ୍ତି ।

ଚିଲିକା ବକ୍ଷସ୍ଥ ଭାସମାନ ନୌକା ଉପରେ ମତ୍ସ୍ୟଜୀବୀମାନଙ୍କଦ୍ଵାରା ପ୍ରଜ୍ଵଳିତ ମଶାଲର ଶିଖା କବିଙ୍କ ଦୃଷ୍ଟି ଆକର୍ଷଣ କରିଛି ରାତ୍ରିକାଳରେ ହ୍ରଦରୁ ମାଛ ଧରିବାପାଇଁ ସେମାନଙ୍କର ଏହା ଏକ ଅଭିନବ କୌଶଳ । ଜ୍ଵଳନ୍ତ ମଶାଲର ଲେଲିହାନ ଶିଖାଦ୍ବାରା ଆକର୍ଷିତ ହୋଇ ମାଛମାନେ ନୌକା ମଧ୍ୟକୁ ଲମ୍ଫ ଦେଇଥାଆନ୍ତି । ବିନା କଷ୍ଟରେ ମତ୍ସ୍ୟ ସଂଗ୍ରହ କରିବାର ଏହି ଦୃଶ୍ୟ ଦର୍ଶନ କରି କବି ମାନବ ଜୀବନର ଏକ ସାଧାରଣ ଦୁର୍ବଳତା ଉପରେ ଆଧାରିତ ସତ୍ୟକୁ ଆବିଷ୍କାର କରିଛନ୍ତି ।ମଶାଲ ଅଗ୍ନିର ରଙ୍ଗ ରୂପରେ ଆକର୍ଷିତ ହୋଇ ମୀନ ଯେପରି ମୃତ୍ୟୁକୁ ଆମନ୍ତ୍ରଣ କରେ, ସେହିପରି ଏହି ସଂସାର ସାଗରରେ ରମ୍ୟ ମୂର୍ତ୍ତି ଧାରଣ କରି ପାପାଗ୍ନି ଅଜ୍ଞାନ ମଣିଷକୁ ଆକର୍ଷଣ କରିଥାଏ । ସେହି ମନମୋହକାରୀ ରୂପରେ ଆକର୍ଷିତ ହୋଇ ସେ ପାପଗର୍ଭରେ ପତିତ ହୁଏ ଏବଂ ଅବିଳମ୍ବେ ଯନ୍ତ୍ରଣାରେ ଜର୍ଜରିତ ହୋଇ ପ୍ରାଣପାତ କରିଥାଏ । କବିଙ୍କ ଭାଷାରେ

“ପାପ – ଗର୍ଭେ ଯେହ୍ନେ ପଢ଼ଇ ଅଜ୍ଞାନ
ତରୀ-ଗର୍ଭେ ମୀନେ ଡେଇଁ ଦେବେ ପ୍ରାଣ ।’’

ତରଙ୍ଗୟିତ ସୂନାଳ ଜଳରାଶି ଉପରେ ଭାସମାନ ନୌକାମାନଙ୍କରି ସମତଳରେ ଉତଥାନ ପତନ ହେତୁ ମଶାଲ ଶିଖା କେତେବେଳେ ସ୍ପଷ୍ଟ ହୋଇଉଠୁଥୁଲା ତ ପୁଣି କେତେବେଳେ ଅନ୍ତର୍ହିତ ହେଲାପରି ପ୍ରତୀୟମାନ ହେଉଥିଲା । ଏହି ଦୃଶ୍ୟକୁ ଲକ୍ଷ୍ୟକରି କବି କହିଛନ୍ତି – ଯେପରି ଦୁଃଖୀଜନ ଅନ୍ତରରେ କେବେ କେବେ ଆଶାର ଆଲୋକ ଝଲସି ଉଠେ; ପୁଣି ତାହା ସମ୍ପୂର୍ଣ୍ଣ ନିର୍ବାପିତ ହୋଇ ତାକୁ ନୈରାଶ୍ୟ ମଧ୍ୟକୁ ଠେଲିଦିଏ, ବିଳମ୍ବିତ ସନ୍ଧ୍ୟାରେ ରାତ୍ରିର ନିବିଡ଼ତା ଯେତେ ବଢ଼ି ଚାଲିଥାଏ, ଚିଲିକା ମଧ୍ୟରେ ଜନକୋଳାହଳ ଅନୁରୂପ ଭାବେ କମିବାରେ ଲାଗେ । କ୍ରମଶଃ ନୀରବତା ବଢ଼ିବାକୁ ଆରମ୍ଭ କରେ ।

ଚନ୍ଦ୍ରମାର ରଜତ କିରଣ ଜଳ, ସ୍ଥଳ ଓ ଆକାଶରେ ତା’ର ସମ୍ପୂର୍ଣ ରାଜୁତି ବିସ୍ତାର କରେ । ରାକା ରଜନୀର ଶୁଭ୍ରଜ୍ୟୋସ୍ନାରେ ସମଗ୍ର ସୃଷ୍ଟି ପାରଦଧୌତ ହେଲାପରି ସ୍ପଷ୍ଟ ପ୍ରତିଭାତ ହୁଏ । ଜ୍ୟୋତ୍ସ୍ନାଲୋକରେ ଚିଲିକା ଗର୍ଭସ୍ଥ ଦ୍ବୀପ ଓ ତଦୁପରି ଶୈଳରାଜି ସ୍ଵଚ୍ଛ ଜଳଦର୍ପଣରେ ପ୍ରତିବିମ୍ବିତ ହୋଇ ଅନିର୍ବଚନୀୟ ଶୋଭା ଧାରଣ କରନ୍ତି । ହ୍ରଦ ମଧ୍ୟସ୍ଥ ଗିରି-ବନ, ଶୈଳ-ଶିଖର କ୍ଷୀରସିନ୍ଧୁ ସହୋଦର ଜ୍ୟୋତ୍ସ୍ନାର୍ଣ୍ଣବରେ ଭାସମାନ ଥିବାର ଭ୍ରମ ସୃଷ୍ଟି କରନ୍ତି । ମସୃଣ ପ୍ରସ୍ତର ଓ କୋମଳ ସ୍ନିଗ୍ଧ ପତ୍ରାବଳୀ ଉପରେ ଜ୍ୟୋତ୍ସ୍ନାଲୋକର ପ୍ରତିଫଳନ ଝଟକି ଉଠେ । ପାର୍ଶ୍ଵଦେଶର ବନସ୍ଥଳୀରେ ଛାୟା, ଆଲୋକର ଯୁଗଳବନ୍ଦୀ ସର୍ପବେଷ୍ଟିତ ମହାଯୋଗୀ ଯୋଗମଗ୍ନ ମହେଶ୍ଵରଙ୍କ ରୁଦ୍ର ସୁନ୍ଦର ବିଶାଳ ବପୁର ଭ୍ରମ ସୃଷ୍ଟି କରେ । କବିଙ୍କ ଭାଷାରେ-

‘‘ସର୍ପେ ଚିତ୍ର ଚନ୍ଦ୍ରଚୂଡ଼-ତନୁ ଭଳି
ଛାୟା-ମିଶ୍ର-କରେ ଶୋଭେ ବନସ୍ଥଳୀ ।’’

କେବଳ ଦୂରରୁ ଭାସି ଆସୁଥ‌ିବା ନିର୍ଝରର କଳନାଦ ଓ ଝିଙ୍କାରିର ଝଙ୍କାର ଘନ ନିଶିଥୁନୀର ସୂଚନା ପ୍ରଦାନ କରିଥାଏ । ଏହି ପରିବେଶରେ କବିଙ୍କୁ ପ୍ରତୀତ ହୋଇଥିଲା ସତେଯେପରି କଳିକଳୁଷ ଉପଦ୍ରବରେ ଅତିଷ୍ଠ ହୋଇ ‘ଶାନ୍ତିଦେବୀ’ ଲୋକାଳୟ ତ୍ୟାଗକରି ଜନକୋଳାହଳ ଶୂନ୍ୟ ସେହି ସ୍ଥାନକୁ ନିରାପଦ ଆଶ୍ରୟସ୍ଥଳୀ ଭାବେ ବାଛି ନେଇଛନ୍ତି । ଶେଷରେ ଉତ୍କଳଲକ୍ଷ୍ମୀଙ୍କ ବିଳାସ ସରୋବର, ମରାଳମାଳିନୀ ନୀଳାମ୍ବୁ ଚିଲିକାକୁ ସସ୍ନେହ ସମ୍ବୋଧନ କରି ବଙ୍ଗୋତ୍ସବମୟ ସାୟନ୍ତନ ଦୃଶ୍ୟ ବର୍ଣ୍ଣନାକୁ ବିରାମ ଦେଇଛନ୍ତି କବି । ତାଙ୍କ ଭାଷାରେ-

‘ଚିଲିକା ! ତୋହର ଏହି ଶୋଭାବନ
ବର୍ଷେତ୍ସବମୟ ଦୃଶ୍ୟ ସାୟନ୍ତନ ।’’

BSE Odisha 10th Class Odia Solutions Chapter 5 ଚିଲିକାରେ ସାୟନ୍ତନ ଦୃଶ୍ୟ

କଠିନ ଶବ୍ଦାର୍ଥ ଓ ଟିପ୍ପଣୀ

  • ପାୟନ୍ତନ – ପକ୍ଷ୍ୟକାଳ
  • ପ୍ରାଚୀ – ପୂର୍ବଦିଗ
  • ମାନଜାବା – ଚ୍ଚଳଭ।ଗରୁ ମାଛଧରି ଓ ବିକ୍ରୟ କରି ଜାବିକା ନିର୍ବାହ କରୁଥିବା ବ୍ୟକ୍ତି
  • ଠାରେ ଠାରେ – ଣ୍ଠାନେ ଣ୍ଠାନେ
  • ଛାୟାକାରେ – ଛାର ଆକାରରେ ବା ଅସୃଷ୍ଟ ରୂପେ ଦେଖାଯିବା
  • ଭାଲେରି – ଚିଲିକା ମଧ୍ୟସ୍ଥି ଏକ ପାହାଡର ନାମ
  • ସମୁଦ୍ର ମୁହାଣ – ନଦା ଓ ସମୁଦ୍ରର ମିଳନ ସ୍ଥଳ
  • ପଟିକା – ପାଲ
  • ମହୋଲ୍ଲାସେ – ଖୁବ୍ ଆନନ୍ଦରେ
  • କରିମର୍ଯ୍ୟ – କରିସୂର୍ଯ୍ୟ ତଳଦେବ ରଥ
  • ଗାତୀମୃତ – ଅମୃତ ତୁଲ୍ୟ ମଧୁର ଗାତ କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚର୍ମ ଓଡିଆ ସାହିତ୍ୟରେ ଏକ କାଳଜୟ। ବିଦଗ୍ଧ ସାରସ୍ଵତ ସୃଷ୍ଟି
  • ମାରୁତ – ବାୟୁ/ ପବନ
  • ବିଗଙ୍ଗନା – ଭିରମାଳିକା ଦେବା
  • ଗାତ ତାନ – ଗାତର ଧୁନି (ସ୍ଵର)
  • ଅଧିଷ୍ଠାନ – ଅବସ୍ଥିତି
  • ଦୁକୂଳ – ପାଗଲୁଗା
  • ଆଚାନ୍ଦ୍ରିୟ – ଇନ୍ଦ୍ରିୟମାନଙ୍କୁ ଅତିକ୍ରମ କରି ଇନ୍ଦ୍ରି ୟାତୀତ, ଇନ୍ଦ୍ରିୟର ଅଗୋଚର, ଚକ୍ଷୁ, କର୍ଣ୍ଣ ପ୍ରଭୃତିଦ୍ଵାରା ଯାହା ଜ।ଶି ହୁଏ ନାହିଁ।
  • ଗଲାଶି ତ ଗଲା କଥାରେ ସଙ୍ଗୀତ – କରିସୂର୍ଯ୍ୟ ଚଳାଦେବ ରଥଙ୍କ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ର ଏକ ପଦ୍ୟାଶ । ଏହି ଚମ୍ପୂ ଆଦ୍ୟ ‘ଗ’ ବର୍ଣ୍ଣ ନିୟମରେ ରଚିତ ଚଉପଦୀ ।
  • ବାପାଶ୍ଵରା – ସରସ୍ଵତୀ
  • ମୃତ୍ୟୁଞ୍ଜୟ – ମୃତୁତ୍ୟୁକୁ ଯେ ଜୟ କରିଛି
  • ଯଶୋଦହେ – ଯଶସ୍ଵା ଶରୀରରେ
  • ଆରେଶେ – ଆଦେଶରେ/ବିହ୍ଵଳରେ
  • ପୋତପାଳ – ନାବିକ/ନୌକାଚାଳକ
  • ତରଣ। – ନୌକା
  • ବିଚରଣ – ବୁଲିବା
  • ମଶାଲ – ନିଆଁହୁଳା
  • ପାପଗର୍ତ୍ତ – ପାପ ରୂପକ ଖାଲରେ
  • ନିରର୍ତ୍ତି – ରଞ୍ଚ ନ ପାରିବ।
  • ଜ୍ଜ୍ୟୋତ୍ସାପରିପ୍ପୁତ – ଚନ୍ଦ୍ର କାରଣରେ ଜୁଡୁବୁଡୁ
  • କ୍ଷାରୋଦ – କ୍ଷାର ସମୁଦ୍ର
  • ମସ୍ତଶ – ଚିକକଶ
  • ଉପଳ – ଚାଲିଗରଢ଼ା/ପଥରଖଣ୍ତ
  • ଚନ୍ଦ୍ରଚୂଡ଼ – ମହାଦେବ
  • ନିଶ୍ରଥନା – ରାତ୍ରି
  • ଲୋକାଳୟ – ଗ୍ରାମ/ଜନପଦ
  • ଅର୍ଣ୍ଣବ – ସମୁଦ୍ର
  • ନାସି – ପବିତ ବା ସ୍ଥଳଭାଗ ଯାହା ସମୁଦ୍ର ମଧ୍ୟକୁ ପଶିଥାଏ
  • ବିଶଦ – ଶୁଭ୍ର/ନିର୍ମଳ/ସୃଷ୍ଠ ଭାବେ ଦୃଶ୍ୟମାନ
  • ସ୍ନିଗ୍ଧ – ଚିକ୍ କଶ/ କୋମଳ/ମଧୁର/ସୁନ୍ଦର
  • ଶୋଭବନ – ସୁନ୍ଦର
  • ପାୟନ୍ତ୍ରନ – ସନ୍ଧ୍ୟାକଳାନ

BSE Odisha 10th Class History Notes Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

Odisha State Board BSE Odisha 10th Class History Notes Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା will enable students to study smartly.

BSE Odisha Class 10 History Notes Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:

→ ଉପକ୍ରମ :

  • ଦ୍ଵିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି ପରେ ବିଶ୍ଵର ରାଜନୀତିକ ପରିସ୍ଥିତିରେ ଏକ ପରିବର୍ତ୍ତନର ଧାରା ଆସିଲା । ୧୯୪୫ ମସିହାରେ ଇଂଲଣ୍ଡରେ ସରକାରଙ୍କର ପରିବର୍ତ୍ତନ ଘଟିଥିଲା ଓ ଶ୍ରମିକ ଦଳର ନେତା କ୍ଲିମେଣ୍ଟ ଅଟ୍‌ଲି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲେ ।
    ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା
  • ଏହି ସମୟରେ ଭାରତର ସ୍ଵାଧୀନତା ସଂଗ୍ରାମ ମଧ୍ଯ ଏକ ନୂତନ ପର୍ଯ୍ୟାୟରେ ପହଞ୍ଚିଲା ।
  • ୧୯୪୨ର ଅଗଷ୍ଟ ବିପ୍ଲବ, ଆଜାଦ୍ ହିନ୍ଦ୍ ଫୌଜର ସଂଗ୍ରାମ ଭାରତୀୟମାନଙ୍କ ବୀରତ୍ଵ ଓ ଦୃଢ଼ ସଂକଳ୍ପକୁ ସ୍ପଷ୍ଟ କରିଦେଲା । ଆଜାଦ୍ ହିନ୍ଦ୍ ଫୌଜର ସୈନିକ ଓ ସେନାଧ୍ୟକ୍ଷଙ୍କ ବିଚାର ଚାଲିଥିଲାବେଳେ ଭାରତୀୟମାନେ ସେମାନଙ୍କ ମୁକ୍ତି ଦାବି କରି ବିକ୍ଷୋଭ ଶୋଭାଯାତ୍ରା ଓ ହରତାଳ ଆୟୋଜନ କରିଥିଲେ ।
  • ଭାରତୀୟମାନଙ୍କୁ ଆଉ ବେଶି ଦିନ ତାଙ୍କ ଅଧୀନରେ ରଖହେବ ନାହିଁ ବୋଲି ବ୍ରିଟିଶ୍ ସରକାର ବୁଝିପାରିଥିଲେ ।
  • ୧୯୪୨ର ପ୍ରାଦେଶିକ ସ୍ତରରେ ହୋଇଥ‌ିବା ନିର୍ବାଚନରେ କଂଗ୍ରେସ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲାବେଳେ ମୁସ୍‌ଲିମ୍ ଲିଗ୍ ମଧ୍ୟ ମୁସ୍‌ଲିମ୍ ସଂରକ୍ଷିତ ଆସନରେ ସଫଳତା ପାଇଥିଲା ।
  • ୧୯୪୬ ମସିହାରେ ମୋଟ ୧୧ଟି ପ୍ରଦେଶରୁ ୮ଟି ପ୍ରଦେଶରେ କଂଗ୍ରେସ ଓ ୨ଟି ପ୍ରଦେଶରେ ମୁସ୍‌ଲିମ୍ ଲିଗ୍ ମନ୍ତ୍ରୀମଣ୍ଡଳ ଗଠିତ ହେଲା । ପଞ୍ଜାବରେ ସଂଯୁକ୍ତ ଦଳର ହାୟାତ୍ ଖାଁଙ୍କ ନେତୃତ୍ୱରେ ମିଳିତ ମନ୍ତ୍ରୀମଣ୍ଡଳ ଗଠିତ ହେଲା ।

BSE Odisha 10th Class History Notes Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

କ୍ୟାବିନେଟ୍ ମିଶନ ୧୯୪୬ :

  • ବ୍ରିଟିଶ୍ ସରକାର ଭାରତୀୟଙ୍କୁ କ୍ଷମତା ହସ୍ତାନ୍ତର ନିଷ୍ପତ୍ତି ନେଇ ଭାରତୀୟ କରିବା ଉଦ୍ଦେଶ୍ୟରେ କ୍ୟାବିନେଟ୍ ମିଶନ ନାମରେ ଏକ ପ୍ରତିନିଧ୍ଵ ଦଳ ଭାରତକୁ ପଠାଇଲେ ।
  • ଭାରତ ସଚିବ ପେଣ୍ଡ୍କ୍ ଲରେନ୍ସ, ଏ.ଭି. ଆଲେକ୍‌ଜାଣ୍ଡାର ଓ ସାର୍ ଷ୍ଟାଫୋର୍ଡ଼ କ୍ରିପ୍‌ସ୍ ଏହି ପ୍ରତିନିଧ୍ ଦଳର ସଦସ୍ୟ ଥିଲେ ।
  • ଏହି କ୍ୟାବିନେଟ୍ ମିଶନ ୧୯୪୬ ମସିହା ମାର୍ଚ୍ଚ ୨୪ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚିଲେ ।
  • କ୍ୟାବିନେଟ୍ ମିଶନ ପ୍ରସ୍ତାବ ଦେଇଥିଲେ ଯେ ବ୍ରିଟିଶ୍ ଶାସିତ ପ୍ରଦେଶ ଓ ଭାରତୀୟ ଦେଶୀୟ ରାଜାମାନଙ୍କୁ ନେଇ ଏକ ସଂଘ ଗଠିତ ହେବ, ୩୮୯ ସଦସ୍ୟ ବିଶିଷ୍ଟ ଏକ ସମ୍ବିଧାନ ପ୍ରଣୟନ ସଭା ଗଠିତ ହେବ ଓ ପ୍ରତ୍ୟେକ ସମ୍ପ୍ରଦାୟ ୧୪ ଜଣ ପ୍ରତିନିଧ‌ିଙ୍କୁ ନେଇ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯିବ ।

ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ :

  1. କ୍ୟାବିନେଟ୍ ମିଶନ୍ ପ୍ରସ୍ତାବରେ ସ୍ଵାଧୀନ ପାକିସ୍ତାନ ଗଠନ କଥା ଉଲ୍ଲେଖ ନ ଥିବାରୁ ମୁସଲିମ୍ ଲିଗ୍ ନେତା ମହମ୍ମଦ ଅଲ୍ଲୀ ଜିନ୍ତା କ୍ଷୁବ୍ଧ ହୋଇଥିଲେ ।
    ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା 1
  2. ସେ ୧୯୪୬ ମସିହା ଅଗଷ୍ଟ ୧୬ ତାରିଖରେ ସାରା ଭାରତରେ ‘ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ’ ପାଳନ କରିବାପାଇଁ ମୁସଲମାନମାନଙ୍କୁ ଆହ୍ଵାନ ଦେଇଥିଲେ ।
  3. ଉକ୍ତ ଦିନ ଶୋଭାଯାତ୍ରା ବାହାରିବା ସମୟରେ କଲିକତା ସହରରେ ନୃଶଂସ ହତ୍ୟାକାଣ୍ଡ ଘଟି ବହୁ ଲୋକ ମୃତାହତ ହେଲେ ।
  4. ଏହି ହିଂସାକାଣ୍ଡ ପୂର୍ବବଙ୍ଗର ନୋଆଖଲି ଓ ତିପ୍‌ରା ଜିଲ୍ଲା, ବିହାର ଓ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଗଲା । ଗାନ୍ଧିଜୀଙ୍କ ଆମରଣ ଅନଶନ ଓ ଜାତୀୟ ନେତାମାନଙ୍କ ସାମ୍ପ୍ରଦାୟିକ ଭାବନା ବିରୋଧରେ ସଂଗ୍ରାମ ସତ୍ତ୍ଵେ କିଛି ସୁଫଳ ମିଳିଲା ନାହିଁ ।
  5. ୧୯୪୬ ମସିହା ଅଗଷ୍ଟ ମାସରେ କଲିକତା ମହାନଗରୀରେ ହୋଇଥିବା ହିଂସାକାଣ୍ଡକୁ ଜେନେରାଲ ଫ୍ରାନ୍ସିସ୍ ଟକର ‘ବିରାଟ କଲିକତା ହତ୍ୟାକାଣ୍ଡ’ ଭାବରେ ଅଭିହତ କରିଥିଲେ ।

BSE Odisha 10th Class History Notes Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

ମଧ୍ୟବର୍ତ୍ତୀକାଳୀନ ସରକାର :

  • ୧୯୪୬ ସେପ୍ଟେମ୍ବର ୨ରେ ଜବାହରଲାଲ ନେହେରୁଙ୍କ ପ୍ରଧାନମନ୍ତ୍ରୀତ୍ବରେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କଲା । ପ୍ରଥମେ ମୁସ୍‌ଲିମ୍ ଲିଗ୍ ଏଥରେ ଯୋଗ ଦେଇନଥିଲେ ମଧ୍ୟ ୧୯୪୬ ଅକ୍ଟୋବର ୧୩ରେ ଭାଇସ୍‌ୟ ଲର୍ଡ ୱାଭେଲ୍‌ଙ୍କ ପରାମର୍ଶକ୍ରମେ ସରକାରରେ ଯୋଗ ଦେଲା ।
  • ୧୯୪୬ ଡିସେମ୍ବର ୯ ତାରିଖରେ ଦିଲ୍ଲୀଠାରେ ନିର୍ବାଚିତ ଭାରତର ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ ବସିଲା । ଡିସେମ୍ବର ୧୧ରେ ଡ. ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ପ୍ରଣୟନ ସଭାର ସ୍ଥାୟୀ ସଭାପତି ଭାବେ ନିର୍ବାଚିତ ହେଲେ ।
  • ଡକ୍ଟର ଭୀମରାଓ ରାମ୍‌ଜୀ ଆମ୍ବେଦକର ସମ୍ବିଧାନ ପ୍ରଣୟନ ସଭାର ଚିଠା ପ୍ରସ୍ତୁତି କମିଟିର ଚେୟାରମ୍ୟାନ୍ ଥିଲେ ।
  • ୧୯୪୭ ଫେବୃୟାରୀ ୨୦ରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଘୋଷଣା କଲେ ଯେ ୧୯୪୮ ଜୁନ୍ ୩୦ ପୂର୍ବରୁ ଇଂରେଜମାନେ ଭାରତକୁ କ୍ଷମତା ହସ୍ତାନ୍ତର କରିବେ ।

ମାଉଣ୍ଟବ୍ୟାଟେନ୍‌ ଯୋଜନା :

  • ୧୯୪୭ ମସିହା ମାର୍ଚ୍ଚ ୨୨ ତାରିଖରେ ଲର୍ଡ଼ ଲୁଇ ମାଉଣ୍ଟବ୍ୟାଟେନ୍ ଭାରତକୁ ଭାଇସ୍ରାୟ ହୋଇ ଆସିଥିଲେ ।
    ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା 2
  • ସେ ଉଭୟ କଂଗ୍ରେସ ଓ ମୁସ୍‌ଲିମ୍ ଲିଗ୍ ମଧ୍ୟରେ ବୁଝାମଣା କରିବା ଲାଗି ଏକ ଯୋଜନା ପ୍ରସ୍ତୁତ କଲେ ଯାହା ବ୍ରିଟିଶ୍ ପାର୍ଲାମେଣ୍ଟରେ ଅନୁମୋଦନକ୍ରମେ ମାଉଣ୍ଟବ୍ୟାଟେନ ଯୋଜନା ନାମରେ ୧୯୪୭ ଜୁନ୍ ୩ତାରିଖରେ ଘୋଷିତ ହେଲା ।
  • ମାଉଣ୍ଟବ୍ୟାଟେନ୍‌ଙ୍କ ଯୋଜନା ଅନୁସାରେ ଭାରତ ବିଭାଜିତ ହୋଇ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ଦେଶ ସୃଷ୍ଟି ହେବ । ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ, ସିନ୍ଧୁ ପ୍ରଦେଶ, ବେଲୁଚିସ୍ଥାନ ଓ ଆସାମର ମୁସଲମାନବହୁଳ ଅଞ୍ଚଳ ଭାରତ ବା ପାକିସ୍ତାନ କେଉଁ ଦେଶରେ ରହିବେ ସେ ସମ୍ପର୍କରେ ନିଷ୍ପତ୍ତି ନେବେ ।
    ପୂର୍ବବଙ୍ଗ ଓ ପଶ୍ଚିମ ପଞ୍ଜାବ ପାକିସ୍ତାନରେ ଏବଂ ପଶ୍ଚିମବଙ୍ଗ ଓ ପୂର୍ବ ପଞ୍ଜାବ ଭାରତରେ ରହିବ । ଦେଶୀୟ ରାଜ୍ୟଗୁଡ଼ିକ ସ୍ବାଧୀନ ରହିବେ କିମ୍ବା ଦୁଇ ଦେଶ ମଧ୍ୟରୁ କେଉଁ ଦେଶରେ ମିଶିବେ ତା’ର ନିଷ୍ପଭି ନେଇପାରିବେ । ବ୍ରିଟିଶ୍ ପାର୍ଲାମେଣ୍ଟ କ୍ଷମତା ହସ୍ତାନ୍ତର ପାଇଁ ୧୯୪୭ ଅଗଷ୍ଟ ୨୫ ପୂର୍ବରୁ ଏକ ଆଇନ ପାସ୍‌ କରିବ ।
  • ଏହି ପରିପ୍ରେକ୍ଷୀରେ ଜାତୀୟ କଂଗ୍ରେସ ଭାରତର ଅଖଣ୍ଡତା ବଜାୟ ରଖିପାଇଁ ସବୁ ପ୍ରକାର ଉଦ୍ୟମ କରି ବିଫଳ ହୋଇ ମାଉଣ୍ଟବ୍ୟାଟେନ୍ ଯୋଜନାକୁ ଗ୍ରହଣ କଲା ।
  • ମୁସଲିମ୍ ଲିଗ୍ ପାକିସ୍ତାନ ପାଇଁ ଦୁଇ-ତୃତୀୟାଂଶ ଅଞ୍ଚଳ ଦାବି କରୁଥିଲେ ହେଁ କେବଳ ମୁସ୍‌ଲିମ୍ ଲିଗ୍‌ର ପ୍ରାଧାନ୍ୟ ଥ‌ିବା ରାଜ୍ୟ ପଞ୍ଜାବ, ବଙ୍ଗ ଓ ଆସାମର ବିଭାଜନ ହେଲା । ଏକ କ୍ଷୁଦ୍ର ଓ ସଙ୍କୁଚିତ ପାକିସ୍ତାନ ଗଠନ ପାଇଁ ଜିନ୍ନା ଚାହୁଁନଥିଲେ ସୁଦ୍ଧା ଅନ୍ୟ ଉପାୟ ନ ପାଇ ଏହି ଯୋଜନାକୁ ଗ୍ରହଣ କଲେ ।

BSE Odisha 10th Class History Notes Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

ଭାରତ ସ୍ବାଧୀନତା ଆଇନ :

  1. ୧୯୪୭ ମସିହା ଜୁଲାଇ ୧୮ ତାରିଖରେ ‘ଭାରତ ସ୍ଵାଧୀନତା ଆଇନ ୧୯୪୭’ ବ୍ରିଟିଶ୍ ପାର୍ଲିଆମେଣ୍ଟର ଅନୁମୋଦନ ଲାଭକଲା । ଉକ୍ତ ଆଇନ ବଳରେ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ନୂତନ ରାଷ୍ଟ୍ର ଗଠିତ ହେଲା ।
  2. ଉଭୟ ଦେଶ ଭାରତ ଶାସନ ଆଇନ ୧୯୩୫ ଅନୁଯାୟୀ ଶାସନ କଲେ ଓ ଇଂଲଣ୍ଡର ଭାରତ ସଚିବ ପଦ ଉଚ୍ଛେଦ କରାଗଲା ।
  3. ସ୍ଵାଧୀନତା ପରେ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଭାବେ ଲର୍ଡ ଲୁଇ ମାଉଣ୍ଟବ୍ୟାଟେନ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହେରୁ ଶପଥ ଗ୍ରହଣ କଲେ ଏବଂ ପାକିସ୍ତାନର ପ୍ରଥମ ଗଭର୍ଣ୍ଣର ଜେନେରାଲ ଭାବେ ମହମ୍ମଦ ଅଲ୍ଲୀ ଜିନ୍ନା ଓ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଲିୟାକତ୍ ଅଲ୍ଲୀ ଖାଁ ଶପଥ ଗ୍ରହଣ କଲେ ।
  4. ସ୍ଵାଧୀନ ଭାରତର ପ୍ରଥମ ଜାତୀୟ ପତାକା ଜବାହରଲାଲ ନେହେରୁ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖର ବିଳମ୍ବିତ ରାତ୍ରିରେ ଉତ୍ତୋଳନ କରିଥିଲେ ।
  5. ପରବର୍ତ୍ତୀ କାଳରେ ସ୍ଵାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ବଲ୍ଲଭଭାଇ ପଟେଲଙ୍କ ଦକ୍ଷ ନେତୃତ୍ଵ ଯୋଗୁଁ ଅଧିକାଂଶ ଦେଶୀୟ ରାଜ୍ୟ ଭାରତ ସହିତ ଯୋଗ ଦେଇଥିଲେ ।
  6. ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଦୃଢ଼ ମନୋବଳ ଓ ଦକ୍ଷ ନେତୃତ୍ବ ଯୋଗୁଁ ଲୌହମାନବ ନାମରେ ପରିଚିତ ।

ଐତିହାସିକ ଘଟଣାବଳୀ ଓ ସମୟ:

୧୯୪୨ ଖ୍ରୀ.ଅ. – ଭାରତରେ ଅଗଷ୍ଟ ବିପ୍ଳବ ସଂଘଟିତ ।
୧୯୪୫ ଖ୍ରୀ.ଅ. – (ଏପ୍ରିଲ୍) ଦ୍ଵିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି ।
୧୯୪୬ ଖ୍ରୀ.ଅ. – ପ୍ରାଦେଶିକ ସ୍ତରରେ ବିଧାନସଭା ନିର୍ବାଚନ ଓ କ୍ୟାବିନେଟ୍ ମିଶନର ଭାରତ ଆଗମନ ।
୧୯୪୬ ଖ୍ରୀ.ଅ. – (ମାର୍ଚ୍ଚ ୨୪) କ୍ୟାବିନେଟ୍ ମିଶନର ନୂଆଦିଲ୍ଲୀରେ ପଦାର୍ପଣ ।
୧୯୪୬ ଖ୍ରୀ.ଅ. – (ସେପ୍ଟେମ୍ବର ୨) ଜବାହରଲାଲ ନେହେରୁଙ୍କର ନେତୃତ୍ବରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ।
୧୯୪୬ ଖ୍ରୀ.ଅ. – (ଅଗଷ୍ଟ ୧୬) ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଆହ୍ବାନରେ ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ ପାଳନ ।

BSE Odisha 10th Class History Notes Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

୧୯୪୬ ଖ୍ରୀ.ଅ. – (ଅକ୍ଟୋବର ୧୩) ମୁସଲିମ୍ ଲିଗ୍‌ର ସରକାରରେ ଯୋଗଦାନ ।
୧୯୪୭ ଖ୍ରୀ.ଅ. – (ଫେବୃୟାରୀ ୨୦) ୧୯୪୮ ଖ୍ରୀ.ଅ. ଜୁନ୍ ୩୦ ତାରିଖ ପୂର୍ବରୁ ଇଂରେଜମାନେ ଭାରତକୁ କ୍ଷମତା ହସ୍ତାନ୍ତର କରିବେ ବୋଲି ଇଂଲଣ୍ଡର ପ୍ରଧାନମନ୍ତ୍ରୀ କ୍ରିମେଣ୍ଟ ଅଟ୍‌ଲିଙ୍କ ଘୋଷଣା ।
୧୯୪୭ ଖ୍ରୀ.ଅ. – (ମାର୍ଚ୍ଚ ୨୨) ଲର୍ଡ଼ ଲୁଇ ମାଉଣ୍ଟବ୍ୟାଟେନ୍‌ଙ୍କ ଭାଇସ୍‌ୟ ରୂପେ ଭାରତ ଆଗମନ ।
୧୯୪୭ ଖ୍ରୀ.ଅ. – (ଜୁନ୍ ୩) ମାଉଣ୍ଟବ୍ୟାଟେନ୍‌ଙ୍କ ଯୋଜନା ଘୋଷଣା ।
୧୯୪୭ ଖ୍ରୀ.ଅ. – (ଜୁଲାଇ ୧୮) ‘ଭାରତ ସ୍ଵାଧୀନତା ଆଇନ ୧୯୪୭’ ବ୍ରିଟିଶ୍ ପାର୍ଲିଆମେଣ୍ଟରେ ଅନୁମୋଦିତ ।
୧୯୪୭ ଖ୍ରୀ.ଅ. – (ଅଗଷ୍ଟ ୧୫) ବ୍ରିଟିଶ୍ ସରକାରଙ୍କଦ୍ବାରା ଭାରତୀୟମାନଙ୍କୁ କ୍ଷମତା ହସ୍ତାନ୍ତର ।
୧୯୪୭ ଖ୍ରୀ.ଅ. – (ଅଗଷ୍ଟ ୧୪) ବିଳମ୍ବିତ ରାତ୍ରିରେ ନେହେରୁଙ୍କଦ୍ୱାରା ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ ।
୧୯୪୭ ଖ୍ରୀ.ଅ. – (ଅଗଷ୍ଟ ୧୫) ଭାରତର ପ୍ରଥମ ସ୍ଵାଧୀନତା ଦିବସ ପାଳନ ।

BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ

Odisha State Board BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ will enable students to study smartly.

BSE Odisha Class 10 Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ

→ ଉପକ୍ରମଣିକା (Introduction):

  • ବିଭିନ୍ନ ସମୟରେ ଆମେ କେତେକ ବସ୍ତୁ ବା ଚିତ୍ର ସଂସ୍ପର୍ଶରେ ଆସିଲା ବେଳେ ସେଥୁମଧ୍ୟରୁ କେତେକ ଏକାଭଳି ଦେଖାଯାଏ । ସେମାନଙ୍କର ଆକୃତି ସମାନ ଥ‌ିବା ବେଳେ ସେମାନଙ୍କ ଆକାର ସମାନ ନ ଥାଏ । କେତେକର ଆକାର ଓ ଆକୃତି ସମାନ ଥାଏ ।
  • ଅଭିନ୍ନ ଆକୃତି ଥି ବସ୍ତୁ ଦୁଇଟି ବା ଚିତ୍ର ଦୁଇଟିକୁ ସଦୃଶ ବସ୍ତୁ ବା ସଦୃଶ ଚିତ୍ର (Similar Figures) କୁହାଯାଏ । ସଦୃଶ ହେବାର ଗୁଣକୁ ସାଦୃଶ୍ୟ (Similarity) କୁହାଯାଏ ।
  • ଚିତ୍ର ଦୁଇଟିର ଆକାର ସମାନ ହେଉ ବା ଅସମାନ ହେଉ, ଯଦି ଉଭୟର ଆକୃତି ସମାନ ହୁଏ; ତେବେ ଚିତ୍ର ଦୁଇଟିକୁ ସଦୃଶ ଚିତ୍ର କୁହାଯାଏ ।
  • ପୂର୍ବରୁ ପଢ଼ିଥିବା ସର୍ବସମତାରୁ ଜଣାପଡ଼େ ଯେ, ସର୍ବସମ ଚିତ୍ରଗୁଡ଼ିକ ସଦୃଶ ହୁଅନ୍ତି; କାରଣ ଏ କ୍ଷେତ୍ରରେ ଚିତ୍ରଗୁଡ଼ିକର ଆକାର ଏବଂ ଆକୃତି ସମାନ ହୋଇଥା’ନ୍ତି ।
  • ସର୍ବସମ ଚିତ୍ରଗୁଡ଼ିକ ସଦୃଶ ହୁଅନ୍ତି; କିନ୍ତୁ ସଦୃଶ ଚିତ୍ରମାନ ସର୍ବସମ ନ ହୋଇ ପାରନ୍ତି ।

BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ

→ ଦୁଇଟି ସମଆକୃତି ବିଶିଷ୍ଟ ଚିତ୍ରର ଉଦାହରଣ :

  • ଦୁଇଟି ଭିନ୍ନ ବ୍ୟାସାର୍ଷ ବିଶିଷ୍ଟ ବୃତ୍ତ ।
  • ଦୁଇଟି ଭିନ୍ନ ଦୈର୍ଘ୍ୟ ବିଶିଷ୍ଟ ବର୍ଗଚିତ୍ର ।
  • ଦୁଇଟି ଭିନ୍ନ ଦୈର୍ଘ୍ୟ ବିଶିଷ୍ଟ ସମବାହୁ ତ୍ରିଭୁଜ ।

→ ଜ୍ୟାମିତିରେ ଅନୁପାତ ଓ ସମାନୁପାତ (Ratio and Proportion in Geometry) :
(i) a, b, c, d ଚାରୋଟି ଧନାତ୍ମକ ସଂଖ୍ୟା ଏବଂ ସେଗୁଡ଼ିକ ସମାନୁପାତୀ ହେଲେ a : b : : c : d ହୁଏ । ମନେକର ∆ ABC ର ଭୂମିର ଦୈର୍ଘ୍ୟ b1 ଏକକ ଓ ଉଚ୍ଚତା h1 ଏକକ ।
∆ ABC ର କ୍ଷେତ୍ରଫଳ = \(\frac{1}{2}\)b1h1 ବର୍ଗଏକକ ।

ମନେକର ∆ DEF ର ଭୂମିର ଦୈର୍ଘ୍ୟ b2 ଏକକ ଓ ଉଚ୍ଚତା h2 ଏକକ ।
∆ ABC ର କ୍ଷେତ୍ରଫଳ = \(\frac{1}{2}\)b2h2 ବର୍ଗଏକକ ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 1

ସିଦ୍ଧାନ୍ତ :

  • ସମାନ ଉଚ୍ଚତା ବିଶିଷ୍ଠ ଦୁଇଟି ତ୍ରିଭୁଜର କ୍ଷେତ୍ରଫଳର ଉକ୍ତ ତ୍ରିଭୁଜଦ୍ବୟର ଅନୁରୂପ ଭୂମିର ଦୈର୍ଘ୍ୟର ଅନୁପାତ ସହ ସମାନ ।
  • ଦୁଇଟି ତ୍ରିଭୁଜର ଭୂମିର ଦୈର୍ଘ୍ୟ ସମାନ ହେଲେ ତ୍ରିଭୁଜଦ୍ୱୟର କ୍ଷେତ୍ରଫଳର ଅନୁପାତ, ଭକ୍ତ ତ୍ରିଭୁଜଦ୍ଵୟର ଅନୁରୂପ ଉଚ୍ଚତା ଦ୍ବୟର ଅନୁପାତ ସହ ସମାନ ।

(ii) ପାର୍ଶ୍ୱସ୍ଥ ଚିତ୍ରରେ ∆ ABD, ∆ ABC ଓ ∆ ADC ତିନୋଟି ତ୍ରିଭୁଜ ।
D ବିନ୍ଦୁ \(\overline{\mathrm{BC}}\) ଉପରେ ଅବସ୍ଥିତ ଏବଂ B – D – C ।
∆ ABD, ∆ ABC & ∆ ACD ପ୍ରତ୍ୟେକର ଶୀର୍ଷ A ।
ଅର୍ଥାତ୍ ∆ ABC, ∆ ABD ଓ ∆ ADC ର ଉଚ୍ଚତା ସମାନ ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 2
ଦୁଇଟି ବା ତତୋଽଧ୍ଵକ ତ୍ରିଭୁଜର ଭୂମିମାନ ଏକ ସରଳରେଖାରେ ରହିଲେ ଏବଂ ସେମାନଙ୍କର ଶୀର୍ଷବିନ୍ଦୁ ଅଭିନ୍ନ ହେଲେ ତ୍ରିଭୁଜଗୁଡ଼ିକ ସମ ଉଚ୍ଚତା ବିଶିଷ୍ଟ ହେବେ ।

BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ

→ ∆ ABCରେ \(\overline{\mathrm{DE}}\) || \(\overline{\mathrm{BC}}\) ରହଲେ D ବିନ୍ଦୁ \(\overline{\mathrm{BC}}\) କୁ AD : DB ରେ ଏବଂ E ବିନ୍ଦୁ \(\overline{\mathrm{BC}}\) କୁ AE : EC ରେ ଅନ୍ତର୍ବିଭକ୍ତ କରନ୍ତି ।
ଏଣୁ DB ଏହା ଆମେ ଉପପାଦ୍ୟ 1 ରୁ ପ୍ରମାଣ କରିପାରିବା ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 3
ଅର୍ଥାତ୍ ଏକ ତ୍ରିଭୁଜର ଗୋଟିଏ ବାହୁସହ ସମାନ୍ତର ଏକ ରେଖାଖଣ୍ଡ ଯଦି ତ୍ରିଭୁଜର ଅନ୍ୟ ଦୁଇବାହୁକୁ ଛେଦକରେ, ଉକ୍ତ ବାହୁଦ୍ୱୟ ଉପରେ ଉତ୍ପନ୍ନ ଛେଦିତାଂଶମାନଙ୍କର ଦୈର୍ଘ୍ୟ ସମାନୁପାତୀ ହେବେ ।

ଉପପାଦ୍ୟ – 1 (ଥେଲିସ୍ ଉପପାଦ୍ୟ) :
ଏକ ତ୍ରିଭୁଜର ଗୋଟିଏ ବାହୁ ସହ ସମାନ୍ତର ଏକ ସରଳରେଖା ଯଦି ତ୍ରିଭୁଜର ଅନ୍ୟ ଦୁଇ ବାହୁକୁ ଦୁଇଟି ଭିନ୍ନ ବିନ୍ଦୁରେ ଛେଦକରେ, ତେବେ ଉକ୍ତ ସରଳରେଖା ଦ୍ୱାରା ଅନ୍ୟ ଦୁଇ ବାହୁ ସମାନୁପାତରେ ବିଭାଜିତ ହୁଅନ୍ତି ।

ମନ୍ତବ୍ୟ :
ଉପପାଦ୍ୟ 1 କୁ ଜ୍ୟାମିତିରେ ‘ମୌଳିକ ସମାନୁପାତିତା ଉପପାଦ୍ୟ’’ (Basic Proportionality theorem) କହନ୍ତି |
ଗ୍ରୀକ୍ ଦାର୍ଶନିକ ଓ ଗଣିତଜ୍ଞ ଥେଲିସଙ୍କ ନାମ ଅନୁସାରେ ଏହାକୁ ଥେଲିସ୍‌ଙ୍କ ଉପପାଦ୍ୟ କୁହାଯାଏ ।

ଉପପାଦ୍ୟ – 2 (ଉପପାଦ୍ୟ 1ର ବିପରୀତ ଉପପାଦ୍ୟ) :
ଏକ ତ୍ରିଭୁଜର ଦୁଇବାହୁକୁ ସମାନୁପାତରେ ଅନ୍ତର୍ବିଭାଜନ କରୁଥିବା ରେଖା, ଉକ୍ତ ତ୍ରିଭୁଜର ତୃତୀୟ ବାହୁ ସହ ସମାନ୍ତର ।
ମନ୍ତବ୍ୟ : କୌଣସି ରେଖା ଏକ ତ୍ରିଭୁଜର ଯେ କୌଣସି ଦୁଇଟି ବାହୁକୁ ସମାନୁପାତରେ ବହିର୍ବିଭାଜନ କଲେ, ଉକ୍ତରେଖା ତ୍ରିଭୁଜର ତୃତୀୟ ବାହୁ ସହ ସମାନ୍ତର ହେବ ।

BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ

→ ଛେଦକ ରେଖା ଓ ଛେଦିତାଂଶ (Transversal and Intercept) :
(i) ଦତ୍ତ ଚିତ୍ରରେ L1 ଓ L2 ରେଖାଦ୍ଵୟର \(\overleftrightarrow{AB}\) ଏକ ଛେଦକ (transversal) | L1 ଓ L2 କୁ ଛେଦକ, \(\overleftrightarrow{AB}\) ଯଥାକ୍ରମେ C ଓ D ବିନ୍ଦୁରେ ଛେଦକରେ । \(\overline{\mathrm{CD}}\) କୁ ଛେଦକ \(\overleftrightarrow{AB}\) ଉପରିସ୍ଥ ଛେଦିତାଂଶ (intercept) ବୋଲି କୁହାଯାଏ ।
(L1 ଓ L2 ପରସ୍ପର ସମାନ୍ତର ବା ଅସମାନ୍ତର ହୋଇପାରନ୍ତି ।)
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 4

(ii) ସେହିପରି L1 || L2 ଏବଂ \(\overleftrightarrow{AB}\), L1 ଓ L2 କୁ ଯଥାକ୍ରମେ C ଓ D ବିନ୍ଦୁରେ ଛେଦକଲେ \(\overline{\mathrm{CD}}\) କୁ ଛେଦକ \(\overleftrightarrow{AB}\) ଉପରିସ୍ଥ ଛେଦିତାଂଶ କୁହାଯାଏ ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 5

→ ତିନୋଟି ରେଖାର ଛେଦକ ଉପରିସ୍ଥ ଛେଦିତାଂଶ :
ମନେକର L1, L2 ଓ L3 ତିନୋଟି ରେଖାକୁ ଏକ ଛେଦକ ‘T’ ଯଥାକ୍ରମେ A, B, C ବିନ୍ଦୁରେ ଛେଦକରେ ।
ଛେଦକ ରେଖା T ଉପରେ L1 ଓ L2 ଦ୍ବାରା ଉତ୍ପନ୍ନ ଛେଦିତାଂଶ AB, L1 ଓ L2 ଦ୍ବାରା ଉତ୍ପନ୍ନ ଛେଦିତାଂଶ \(\overline{\mathrm{AC}}\) ଏବଂ L1 ଓ L2 ଦ୍ବାରା ଉତ୍ପନ୍ନ ଛେଦିତାଂଶ \(\overline{\mathrm{BC}}\) ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 6
ଏକ ଛେଦକ ଉପରିସ୍ଥ ଦୁଇଟି ଛେଦବିନ୍ଦୁଦ୍ଵାରା ନିର୍ଦ୍ଧାରିତ ରେଖାଖଣ୍ଡକୁ ଛେଦକର ଗୋଟିଏ ଛେଦିତାଂଶ ବା ଛେକାଂଶ କୁହାଯାଏ ।

→ ତିନୋଟି ରେଖାର ଦୁଇଟି ଛେଦକ ଉପରିସ୍ଥ ଅନୁରୂପ ଛେଦିତାଂଶ :
ଏଠାରେ L1, L2 ଓ L3 ତିନୋଟି ସରଳରେଖାକୁ T1 ଓ T2 ରେଖାଦ୍ଵୟ ଛେଦକରନ୍ତି । L1, L2 ଓ L3 କୁ ଛେଦକ T1 ଯଥାକ୍ରମେ A, B, C ବିନ୍ଦୁରେ ଏବଂ L1, L2 ଓ L3 କୁ ଛେଦକ T2 ଯଥାକ୍ରମେ D, E, F ବିନ୍ଦୁରେ ଛେଦକରେ ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 7
ଏଠାରେ T1 ଓ T2 ଛେଦକଦ୍ବୟ ଉପରେ ଉତ୍ପନ୍ନ ଛେଦିତାଂଶ ମଧ୍ୟରେ AB ଓ DE ଦୁଇଟି ଅନୁରୂପ ଛେଦିତାଂଶ । ସେହିପରି BC ଓ EF ଏବଂ AC ଓ DE ମଧ୍ୟ ଦୁଇଟି ଅନୁରୂପ ଛେଦିତାଂଶ ।

ଦୁଇଟି ସରଳରେଖାକୁ ଦୁଇଟି ଛେଦକ ଛେଦକଲେ, ଛେଦକ ରେଖାଦ୍ବୟ ଉପରେ ଉତ୍ପନ୍ନ ହୋଇଥିବା ଛେଦିତାଂଶ ଦ୍ଵୟକୁ ଅନୁରୂପ ଛେଦିତାଂଶ (corresponding intercepts) କୁହାଯାଏ ।

BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ

→ ପ୍ରଶ୍ନାବଳା ଓ ଉତ୍ତର
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 8
ପ୍ରଶ୍ନ – 1: ଚିତ୍ର (a) ରେ L1 ଓ L2 ରେଖାଦ୍ୱୟକୁ ଛେଦକ T1 ଯଥାକ୍ରମେ ଓ B ବିନ୍ଦୁରେ ଏବଂ ଛେଦକ T2 ଯଥାକ୍ରମେ A ଓ C ବିନ୍ଦୁରେ ଛେଦକରେ । ଏ କ୍ଷେତ୍ରରେ ଅନୁରୂପ ଛେଦିତାଂଶ ଦୁଇଟିର ନାମ କୁହ ।
ପ୍ରଶ୍ନ – 2: ଚିତ୍ର (b) ରେ L3 ଓ L4 ରେଖାଦ୍ୱୟକୁ ଛେଦକ T3 ଯଥାକ୍ରମେ D ଓ E ବିନ୍ଦୁରେ ଏବଂ ଛେଦକ T4 ଯଥାକ୍ରମେ F ଓ G ବିନ୍ଦୁରେ ଛେଦକରେ । ଏ କ୍ଷେତ୍ରରେ ଅନୁରୂପ ଛେଦିତାଂଶ ଦୁଇଟିର ନାମ କୁହ ।
ପ୍ରଶ୍ନ – 3 : ଚିତ୍ର (c) ରେ L5 ଓ L6 ରେଖାଦ୍ୱୟକୁ ଛେଦକ T5 ଯଥାକ୍ରମେ P ଓ Q ବିନ୍ଦୁରେ ଏବଂ ଛେଦକ T6 ଯଥାକ୍ରମେ R ଓ S ବିନ୍ଦୁରେ ଛେଦକରେ । ଏ କ୍ଷେତ୍ରରେ ଅନୁରୂପ ଛେଦିତାଂଶ ଦୁଇଟିର ନାମ କୁହ ।
ସମାଧାନ :
1. ଦୁଇଟି ଅନୁରୂପ ଛେଦିତାଂଶ \(\overline{\mathrm{AC}}\) ଓ \(\overline{\mathrm{AB}}\) ।
2. ଦୁଇଟି ଅନୁରୂପ ଛେଦିତାଂଶ \(\overline{\mathrm{DE}}\) ଓ \(\overline{\mathrm{FG}}\) ।
3. ଦୁଇଟି ଅନୁରୂପ ଛେଦିତାଂଶ \(\overline{\mathrm{PQ}}\) ଓ \(\overline{\mathrm{RS}}\) ।

→ ତିନୋଟି ସମାନ୍ତର ସରଳରେଖାର ଦୁଇଟି ଛେଦକ ଉପରିସ୍ଥ ଅନୁରୂପ ଛେଦିତାଂଶଟି ମଧ୍ଯରେ ସମ୍ପର୍କ :
ମନେକର L1 || L2 || L3 ଏବଂ T1 ଛେଦକ ଓ T2 ଛେଦକ L1, L2 ଓ L3 କୁ ଯଥାକ୍ରମେ A, B, C ଓ D, E, F ବିନ୍ଦୁରେ ଛେଦକରେ ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 9
L1 ଓ L2 କୁ T1 ଓ T2 ଛେଦକରିବା ଦ୍ବାରା ଉତ୍ପନ୍ନ ଅନୁରୂପ ଛେଦିତାଂଶ \(\overline{\mathrm{AB}}\) ଓ \(\overline{\mathrm{DE}}\) ।

L2 ଓ L3 କୁ T1 ଓ T2 ଛେଦକରିବା ଦ୍ବାରା ଉତ୍ପନ୍ନ ଅନୁରୂପ ଛେଦିତାଂଶ \(\overline{\mathrm{BC}}\) ଓ \(\overline{\mathrm{EF}}\) ।

L1 ଓ L3 କୁ T1 ଓ T2 ଛେଦକରିବା ଦ୍ବାରା ଉତ୍ପନ୍ନ ଅନୁରୂପ ଛେଦିତାଂଶ \(\overline{\mathrm{AC}}\) ଓ \(\overline{\mathrm{DF}}\) ।

\(\overline{\mathrm{AB}}\), \(\overline{\mathrm{BC}}\), \(\overline{\mathrm{AC}}\), \(\overline{\mathrm{DE}}\), \(\overline{\mathrm{EF}}\) ଓ \(\overline{\mathrm{DF}}\) ର ଦୈର୍ଘ୍ୟକୁ ମାପିଲେ ଆମେ ଦେଖୁ ଯେ \(\frac{A B}{D E}=\frac{B C}{E F}=\frac{A C}{D F}\) ହେବ ।

ତିନୋଟି ପରସ୍ପର ସମାନ୍ତର ସରଳରେଖାକୁ ଦୁଇଟି ଛେଦକ ରେଖା ଛେଦ କରିବାଦ୍ଵାରା ଛେଦକ ରେଖାଦ୍ୱୟ ଉପରେ ଉତ୍ପନ୍ନ ହୋଇଥିବା ଅନୁରୂପ ଛେଦିତାଂଶ ଗୁଡ଼ିକର ଦୈର୍ଘ୍ୟର ଅନୁପାତ ସମାନ ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 10
ପ୍ରମେୟ 1.1 :
ତିନୋଟି ପରସ୍ପର ସମାନ୍ତର ସରଳରେଖାକୁ ଦୁଇଟି ସରଳରେଖା ଛେଦକରିବା ଦ୍ଵାରା, ଛେଦକ ରେଖାଦ୍ୱୟ ଉପରେ ଉତ୍ପନ୍ନ ହୋଇଥିବା ଅନୁରୂପ ଛେଦିତାଂଶମାନଙ୍କର ଦୈର୍ଘ୍ୟ ସମାନୁପାତା ହୁଅନ୍ତି ।
ଅନୁସିଦ୍ଧାନ୍ତ (i) (a) \(\frac{AB}{BC}\) ⇒ \( \frac{DF}{EF}\), (b) \(\frac{BC}{AC}\) ⇒ \( \frac{EF}{DF}\) (ଉପରିସ୍ଥ ଚିତ୍ର ଦେଖ ।)

BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ

ଅନୁସିଦ୍ଧାନ୍ତ (ii) : ତିନୋଟି (ବା ଅଧ‌ିକ ସଂଖ୍ୟକ) ସମାନ୍ତର ସରଳରେଖାକୁ ଛେଦ କରୁଥିବା ଗୋଟିଏ ଛେଦକ ଉପରିସ୍ଥ ଛେଦିତାଂଶମାନେ ସମଦୈର୍ଘ୍ୟ ବିଶିଷ୍ଟ ହେଲେ, ଉକ୍ତ ସମାନ୍ତର ସରଳରେଖାମାନଙ୍କର ଅନ୍ୟ ଯେକୌଣସି ଛେଦକ ଉପରିସ୍ଥ ଛେଦିତାଂଶମାନଙ୍କର ଦୈର୍ଘ୍ୟ ମଧ୍ୟ ସମାନ ।

ପ୍ରମେୟ : 1.1 ର ବିପରୀତ ଉକ୍ତି ସତ୍ୟ ନ ହୋଇପାରେ ।
ଅର୍ଥାତ୍ ତିନୋଟି ରେଖାକୁ ଦୁଇଟି ଛେଦକ ରେଖା ଛେଦକରିବା ଦ୍ଵାରା ଛେଦକ ରେଖାଦ୍ବୟ ଉପରେ ଉତ୍ପନ୍ନ ଅନୁରୂପ ଛେଦିତାଂଶମାନ ସମାନୁପାତୀ ହେଲେ, ଛେଦିତରେଖା ତିନୋଟି ସମାନ୍ତର ହୋଇପାରନ୍ତି ବା ନହୋଇପାରନ୍ତି ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 11

→ ତ୍ରିଭୁଜର କୋଣର ସମଦ୍ବିଖଣ୍ଡକ ସମ୍ବନ୍ଧୀୟ ଆଲୋଚନା
ଉପପାଦ୍ୟ – 3 :
ଗୋଟିଏ ତ୍ରିଭୁଜର ଏକ କୋଣର ସମଦ୍ୱିଖଣ୍ଡକ, ସେହି କୋଣର ସମ୍ମୁଖୀନ ବାହୁକୁ ଯେଉଁ ଦୁଇଟି ରେଖାଖଣ୍ଡରେ ଭାଗକରେ, ସେମାନଙ୍କର ଦୈର୍ଘ୍ୟର ଅନୁପାତ, ଅନୁରୂପ ସଂଲଗ୍ନ ବାହୁଦ୍ୱୟର ଦୈର୍ଘ୍ୟର ଅନୁପାତ ସଙ୍ଗେ ସମାନ ।

ପ୍ରମେୟ – 1.2: (ଉପପାଦ୍ୟ – 3 ର ବିପରୀତ କଥନ) :
ଏକ ତ୍ରିଭୁଜର କୌଣସି ଏକ କୋଣର ଶୀର୍ଷରୁ ଅଙ୍କିତ ରଶ୍ମି ଉକ୍ତ କୋଣର ବିପରୀତ ବାହୁକୁ ଯେଉଁ ଦୁଇଟି ଅଂଶରେ ଭାଗ କରେ, ସେ ଦୁଇଟିର ଦୈର୍ଘ୍ୟ, ଅନୁରୂପ ସଂଲଗ୍ନ ବାହୁଦ୍ୱୟର ଦୈର୍ଘ୍ୟ ସହ ସମାନୁପାତୀ ହେଲେ, ରଶ୍ମିଟି ସମ୍ପୃକ୍ତ କୋଣକୁ ସମଦ୍ଵିଖଣ୍ଡ କରେ ।

→ ତ୍ରିଭୁଜର ବହିଃସ୍ଥ କୋଣର ସମଦ୍ବିଖଣ୍ଡକ :
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 12
(i) ଚିତ୍ର (a)ରେ ∆ ABC ରେ ∠CAD ଏକ ବହିଃସ୍ଥ କୋଣ ଓ \(\overrightarrow{AE}\), ∠CAD ର ସମଦ୍ବିଖଣ୍ଡକ ।
\(\overrightarrow{AE}\) କୁ ∠BAC ର ଏକ ବହିଃ ସମଦ୍ବିଖଣ୍ଡକ କୁହାଯାଏ ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 13
ଚିତ୍ର (b) ରେ \(\overrightarrow{AE}\), ∠ABC ର ଏକ ବହିଃ ସମତ୍ତିଖଣ୍ଡକ ।
ଚିତ୍ର (c) ରେ \(\overrightarrow{AE}\) ଓ \(\overrightarrow{AF}\), ∠ABC ର ଦୁଇଟି ବହିଃ ସମଦ୍ବିଖଣ୍ଡକ ।
ଚିତ୍ର (a) ରେ AB > AC, ∠CAD ର ବହିଃସମଦ୍ଵିଖଣ୍ଡକ \(\overrightarrow{AE}\) ।
ଚିତ୍ର (b) ରେ AC > AB, ∠CAD ର ବହିଃସମଦ୍ୱିଖଣ୍ଡକ \(\overrightarrow{AE}\), \(\overrightarrow{BC}\) ବା, \(\overline{\mathrm{BC}}\) କୁ ଛେଦକରିବ ବୋଲି ଡୁନାହିଁ ।
ଚିତ୍ର (c) ରେ AB = AC, ∆ ABC ର ବହିଃସମଦ୍ବିଖଣ୍ଡକ ଦ୍ବୟ \(\overrightarrow{AE}\) ଓ \(\overrightarrow{AF}\), \(\overline{BC}\) ସହ ସମାନ୍ତର । ଏଣୁ ତାହା \(\overline{BC}\), \(\overrightarrow{BC}\) ବା \(\overrightarrow{CB}\) କାହାରିକୁ ଛେଦକରିବ ନାହିଁ ।

(ii) ମନେକର ∆ ABC ରେ AC > AB ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 14
ବହିସ୍ଥ ∠BADର ସମଦ୍ବିଖଣ୍ଡକ, \(\overrightarrow{CB}\) କୁ E ବିନ୍ଦୁରେ ଛେଦକରୁଛି ।
ଏଠାରେ \(\overrightarrow{AE}\), \(\overline{CB}\) କୁ E ବିନ୍ଦୁରେ ବହିଁବିଭାଜନ କରିଛି ବୋଲି କୁହାଯାଏ । \(\overline{CB}\) ର ବହିଁବିଭାଜନର ଦୁଇଟି ଅଂଶ \(\overline{CE}\) ଓ \(\overline{BE}\) 1 B ବିନ୍ଦୁଠାରେ \(\overline{AE}\) ସହ ସମାନ୍ତରଭାବେ ଅଙ୍କିତ ରେଖା \(\overline{AC}\) କୁ F ବିନ୍ଦୁରେ ଛେଦକରୁ ।
\(\frac{\mathrm{AB}}{\mathrm{AC}}=\frac{\mathrm{BE}}{\mathrm{CE}}\)

(iii) ∆ ABC, \(\overrightarrow{CB}\) ଉପରେ E ଏପରି ଏକ ବିନ୍ଦୁ ଯେପରି C – B – E ଓ EB : EC = AB : AC ହେଲେ ∆ BAD କୁ \(\overline{AE}\) ସମଦ୍ବିଖଣ୍ଡ କରେ ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 15
ଏକ ତ୍ରିଭୁଜର ଦୁଇବାହୁର ଦୈର୍ଘ୍ୟର ଅନୁପାତରେ ତୃତୀୟ ବାହୁକୁ ବହିଁବିଭାଜନ କରୁଥିବା ବିନ୍ଦୁ ଓ ଏହି ବାହୁର ବିପରୀତ ଶୀର୍ଷବିଦୁର ସଂଯୋଜକ ରେଖାଖଣ୍ଡ ଦ୍ବାରା ସେହି ଶୀର୍ଷରେ ଥ‌ିବା ବହିଃସ୍ଥକୋଣ ସମର୍ଦ୍ଦିଖଣ୍ଡିତ ହୁଏ ।

→ ଜ୍ୟାମିତିକ ଚିତ୍ର ମଧ୍ୟରେ ସାଦୃଶ୍ୟ (Similarity in Geometrical Figures) :

(i) ଦୁଇଟି ଜ୍ୟାମିତିକ ଚିତ୍ରର ଆକୃତି ତଥା ଆକାର ଉଭୟ ଅଭିନ୍ନ ହେଲେ ସେ ଦୁଇଟିକୁ ସର୍ବସମ ଚିତ୍ର (Congruent figure) କହନ୍ତି ।
(ii) ଦୁଇଟି ଜ୍ୟାମିତିକ ଚିତ୍ରର ଆକାର ସମାନ ବା ଅସମାନ ହେଉ, ଯଦି ଉଭୟ ଚିତ୍ରର ଆକୃତି ସମାନ ହୁଏ ତେବେ ଚିତ୍ର ଦୁଇଟିକୁ ସଦୃଶ ଚିତ୍ର (Similar figure) କହନ୍ତି ।
ଉଦାହରଣ ସ୍ୱରୂପ, ଭିନ୍ନ ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତ, ଭିନ୍ନ ବାହୁବିଶିଷ୍ଟ ବର୍ଗଚିତ୍ର, ସମବାହୁ ତ୍ରିଭୁଜ ଇତ୍ୟାଦି ।

  • ଦୁଇଟି ସଦୃଶ ଚିତ୍ର ସର୍ବସମ ନହୋଇପାରନ୍ତି ମାତ୍ର ଦୁଇଟି ସର୍ବସମ ଚିତ୍ର ସର୍ବଦା ସଦୃଶ ଅଟନ୍ତି ।
  • ଦୁଇଟି ସମାନ ସଂଖ୍ୟକ ବାହୁ ବିଶିଷ୍ଟ ସୁଷମ ବହୁଭୁଜ ସର୍ବଦା ସଦୃଶ ।

→ ସଦୃଶ ବହୁଭୁଜ (Similar Polygons) :
ସମାନ ସଂଖ୍ୟକ ବାହୁଥ‌ିବା ଦୁଇଟି ବହୁଭୁଜ ସଦୃଶ ହେବେ ଯଦି ସେମାନଙ୍କର –
(i) ଅନୁରୂପ କୋଣମାନେ ସର୍ବସମ ଏବଂ
(ii) ଅନୁରୂପ ବାହୁମାନେ ସମାନୁପାତୀ ବିଶିଷ୍ଟ ।

→ ତ୍ରିଭୁଜମାନଙ୍କ ମଧ୍ୟରେ ସାଦୃଶ୍ୟ (Similarity in Triangles) :
ଯଦି ଦୁଇଟି ତ୍ରିଭୁଜର ଅନୁରୂପ ବାହୁମାନ ସମାନୁପାତୀ ଓ ଅନୁରୂପ କୋଣମାନ ସର୍ବସମ ହେବେ, ତେବେ ତ୍ରିଭୁଜଦ୍ଵୟ ସଦୃଶ ହେବେ ।

→ ସଦୃଶ ତ୍ରିଭୁଜ କ୍ଷେତ୍ରରେ ଅନ୍ୟାନ୍ୟ ଅନୁରୂପ ଅଙ୍ଗ :
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 16
ମନେକର ∆ ABC ~ ∆ XYZ.
∆ ABC 66 \(\overline{\mathrm{AD}} \perp \overline{\mathrm{BC}}, \overline{\mathrm{BE}} \perp \overline{\mathrm{AC}}\) ଓ \(\overline{\mathrm{CF}} \perp \overline{\mathrm{AB}}\)
∆ XYZ 66 \(\overline{\mathrm{XP}} \perp \overline{\mathrm{YZ}}, \overline{\mathrm{YQ}} \perp \overline{\mathrm{XZ}}\) ଓ \(\overline{\mathrm{ZR}} \perp \overline{\mathrm{XY}}\)
\(\overline{\mathrm{AD}}\) ଓ \(\overline{\mathrm{XP}}\) ଅନୁରୂପ ଉଚ୍ଚତା । ସେହିପରି \(\overline{\mathrm{BE}}\) ଓ \(\overline{\mathrm{YQ}}\) ଅନୁରୂପ ଉଚ୍ଚତା । CF ଓ ZR ଅନୁରୂପ ଉଚ୍ଚତା ।
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 17
∆ ABC ରେ \(\overline{\mathrm{BC}}\) ର ମଧ୍ୟବିନ୍ଦୁ P ଓ \(\overline{\mathrm{EF}}\) ର ମଧ୍ୟବିନ୍ଦୁ Q ହେଲେ \(\overline{\mathrm{AP}}\) ର ଅନୁରୂପ ମଧ୍ୟମା \(\overline{\mathrm{DQ}}\) ।
ସେହିପରି ∠Aର ସମଦ୍ବିଖଣ୍ଡକ \(\overline{\mathrm{AX}}\) ଓ ∠D ର ସମଦ୍ଵିଖଣ୍ଡକ DY ହେଲେ \(\overline{\mathrm{AX}}\) ଓ \(\overline{\mathrm{DY}}\) ତୁଭୁଜଦ୍ଵୟର ଅନୁରୂପ କୋଣ ସମଦ୍ଵିଖଣ୍ଡକ ।

→ ତ୍ରିଭୁଜର ସଦୃଶ୍ୟ ସମ୍ବନ୍ଧୀୟ ଧର୍ମ (Conditions on Triangle-Similarity) :
(i) ପ୍ରତ୍ୟେକ ତ୍ରିଭୁଜ ନିଜସହ ସଦୃଶ ଅର୍ଥାତ୍ ∆ ABC ~ ∆ ABC (ସୁତୁଲ୍ୟ ନିୟମ) ।
(ii) ∆ ABC ~ ∆ PQR ⇔ ∆ PQR ~ ∆ ABC (ପ୍ରତିସମ ନିୟମ) ।
(iii) ABC ~ ∆ DEF, ∆ DEF ~ ∆ POR ∆ ∆ ABC ~ ∆ POR (ସଂକ୍ରମୀ ନିୟମ) ।

→ ତ୍ରିଭୁଜର ସାଦୃଶ୍ୟ ସମ୍ବନ୍ଧୀୟ ସର୍ଭ :
(1) ଅନୁରୂପ ବାହୁମାନଙ୍କର ଦୈର୍ଘ୍ୟର ସମାନୁପାତିତା ।
(2) ଅନୁରୂପ କୋଣମାନଙ୍କର ସର୍ବସମତା ।

ବି.ଦ୍ର.: (i) ଯେକୌଣସି ଦୁଇଟି ଚତୁର୍ଭୁଜର ଅନୁରୂପ ବାହୁମାନଙ୍କର ଦୈର୍ଘ୍ୟର ସମାନୁପାତିତା ଏବଂ ଅନୁରୂପ କୋଣମାନଙ୍କର ସର୍ବସମତା ପରସ୍ପର ନିର୍ଭରଶୀଳ ନୁହନ୍ତି । ସେ ଦୁଇଟି ସର୍ଭ ପରସ୍ପର ନିରପେକ୍ଷ ।
(ii) ଦୁଇଟି ତ୍ରିଭୁଜ ମଧ୍ୟରେ ଅନୁରୂପ ବାହୁମାନଙ୍କର ଦୈର୍ଘ୍ୟର ସମାନୁପାତିତା ଏବଂ ଅନୁରୂପ କୋଣମାନଙ୍କର
ସର୍ବସମତା ସର୍ଭେଦ୍ଵୟ ପରସ୍ପର ନିର୍ଭରଶୀଳ । ଅର୍ଥାତ୍ ଗୋଟିଏ ସର୍ଭେ ସ୍ବତଃ ହେଲେ ଅନ୍ୟଟି ମଧ୍ୟ ସ୍ବତଃସିଦ୍ଧ ହୁଏ ।

ଉପପାଦ୍ୟ – 4 : ଗୋଟିଏ ତ୍ରିଭୁଜର ତିନିକୋଣ, ଅନ୍ୟ ଏକ ତ୍ରିଭୁଜର ଅନୁରୂପ କୋଣ ସହ ସର୍ବସମ ହେଲେ, ତ୍ରିଭୁଜ ଦୁଇଟି ସଦୃଶ ହୁଅନ୍ତି । (କୋ-କୋ-କୋ ସାଦୃଶ୍ୟ)

  1. ଅନୁସିଦ୍ଧାନ୍ତ (1) : ଗୋଟିଏ ତ୍ରିଭୁଜର ଦୁଇଟି କୋଣ ଯଥାକ୍ରମେ ଅନ୍ୟ ଏକ ତ୍ରିଭୁଜର ଦୁଇଟି କୋଣ ସହ ସର୍ବସମ ହେଲେ, ତୃତୀୟ କୋଣ ଦ୍ଵୟ ସ୍ବତଃ ସର୍ବସମ ହୁଅନ୍ତି । (‘: ପ୍ରତ୍ୟେକ ତ୍ରିଭୁଜର ତିନିକୋଣର ପରିମାଣ ସମଷ୍ଟି 180° ।)
    ଏଣୁ ଏ କ୍ଷେତ୍ରରେ ତ୍ରିଭୁଜଦ୍ଵୟ ମଧ୍ଯ ସଦୃଶ ହୁଅନ୍ତି । ସାଦୃଶ୍ୟର ଏହି ସର୍ଭକୁ ସଂକ୍ଷେପରେ ‘କୋ-କୋ ସାଦୃଶ୍ୟ’ କୁହାଯାଏ ।
  2. ଅନୁସିଦ୍ଧାନ୍ତ (2) : ସଦୃଶକୋଣୀ ତ୍ରିଭୁଜ ଦ୍ଵୟ (ଗୋଟିକର ତିନିକୋଣ ଯଥାକ୍ରମେ ଅନ୍ୟଟିର ତିନିକୋଣ ସହ ସର୍ବସମ)ର ଅନୁରୂପ ବାହୁମାନଙ୍କର ଦୈର୍ଘ୍ୟ ସମାନୁପାତୀ ।

ଉପପାଦ୍ୟ – 5 : ଗୋଟିଏ ତ୍ରିଭୁଜର ତିନି ବାହୁର ଦୈର୍ଘ୍ୟ, ଅନ୍ୟ ଏକ ତ୍ରିଭୁଜର ଅନୁରୂପ ତିନିବାହୁର ଦୈର୍ଘ୍ୟ ସହ ସମାନୁପାତୀ ହେଲେ, ତ୍ରିଭୁଜ ଦୁଇଟି ସଦୃଶ ହୁଅନ୍ତି । (ବା-ବା-ବା ସାଦୃଶ୍ୟ)
ଉପପାଦ୍ୟ – 6 : ଗୋଟିଏ ତ୍ରିଭୁଜର ଦୁଇ ବାହୁର ଦୈର୍ଘ୍ୟ, ଅନ୍ୟ ଏକ ତ୍ରିଭୁଜର ଅନୁରୂପ ଦୁଇ ବାହୁର ଦୈର୍ଘ୍ୟ ସହ ସମାନୁପାତୀ ହେଲେ ଏବଂ ବାହୁମାନଙ୍କ ଅନ୍ତର୍ଗତ କୋଣ ଦୁଇଟି ସର୍ବସମ ହେଲେ, ତ୍ରିଭୁଜଦ୍ଵୟ ସଦୃଶ ହୁଅନ୍ତି । (ବା-କୋ-ବା ସାଦୃଶ୍ୟ)

ପ୍ରମେୟ – 1.3 : ଦୁଇଟି ସଦୃଶ ତ୍ରିଭୁଜର କ୍ଷେତ୍ରଫଳର ଅନୁପାତ, ସେମାନଙ୍କର ଅନୁରୂପ ବାହୁମାନଙ୍କ ଦୈର୍ଘ୍ୟର ବର୍ଗାନୁପାତ ସହ ସମାନ ।

ପ୍ରମେୟ 1.4 :
ଏକ ସମକୋଣୀ ତ୍ରିଭୁଜର ସମକୋଣର ଶୀର୍ଷରୁ କର୍ଷ ପ୍ରତି ଅଙ୍କିତ ଲମ୍ବ ଦ୍ୱାରା ଯେଉଁ ଦୁଇଟି ତ୍ରିଭୁଜ ଉତ୍ପନ୍ନ ହୁଏ, ସେ ଦ୍ଵୟ ପ୍ରତ୍ୟେକ ମୂଳ ତ୍ରିଭୁଜ ସହିତ ସଦୃଶ ଓ ପରସ୍ପର ସଦୃଶ ।
∆ ABC ର ∠ABC ସମକୋଣ ଏବଂ BD ⊥ AC ହେଲେ
(a) AB² = AD. AC, (b) BC² = CD. AC ଏବଂ (c) BD² = AD. DC
BSE Odisha 10th Class Maths Notes Geometry Chapter 1 ଜ୍ୟାମିତିରେ ସାଦୃଶ୍ୟ - 18
→ ଦୁଇଟି ସମକୋଣୀ ତ୍ରିଭୁଜ ମଧ୍ୟରେ ସାଦୃଶ୍ୟ :
ଦୁଇଟି ସମକୋଣୀ ତ୍ରିଭୁଜ ମଧ୍ୟରେ ଗୋଟିକର କଣ୍ଠ ଓ ଏକ ବାହୁର ଦୈର୍ଘ୍ୟ ଅନ୍ୟ ତ୍ରିଭୁଜର କର୍ଣ୍ଣ ଓ ଏକ ବାହୁର ଦୈର୍ଘ୍ୟ ସହ ସମାନୁପାତ୍ରୀ ହେଲେ, ତ୍ରିଭୁଜ ଦ୍ଵୟ ସଦୃଶ ଅଟନ୍ତି ।

BSE Odisha 10th Class History Notes Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

Odisha State Board BSE Odisha 10th Class History Notes Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ will enable students to study smartly.

BSE Odisha Class 10 History Notes Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ

→ ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀ :

  • ପୃଥ‌ିବୀ ଇତିହାସ ପୃଷ୍ଠାରେ ଉଲ୍ଲିଖ୍ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଭାରତର ମହାନ୍ ଜନନାୟକ ତଥା ସ୍ଵାଧୀନତା ଆନ୍ଦୋଳନର କର୍ଣ୍ଣଧାର ମହାତ୍ମା ଗାନ୍ଧି ଅନ୍ୟତମ ।

ସଂକ୍ଷିପ୍ତ ପରିଚୟ:
ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବପୂରା ନାମ : ମୋହନଦାସ କରମଚାନ୍ଦ ଚାନ୍ଧି
ଜନ୍ମ ତାରିଖ : ଅକ୍ଟୋବର ୨, ୧୮୬୯
ଜନ୍ମସ୍ଥାନ : ପୋରବନ୍ଦର (ଗୁଜରାଟ)
ବିବାହ : ୧୮୮୨ ଖ୍ରୀଷ୍ଟାବ୍ଦ
ପତ୍ନୀଙ୍କ ନାମ : କସ୍ତୁରବା ଗାନ୍ଧି (ଶ୍ରଦ୍ଧାନାମ – ବା)
ଇଂଲଣ୍ଡ ଯାତ୍ରା : : ୧୮୮୮ ଅକ୍ଟୋବର
ଆଇନ ଶିକ୍ଷା ସମାପ୍ତି : ୧୮୯୧ ଜୁନ୍
ଆଇନ ବ୍ୟବସାୟ ଆରମ୍ଭ : ୧୮୯୫ ଜୁନ୍ (ରାଜକୋଟ ଓ ବମ୍ବେଠାରେ)

BSE Odisha 10th Class History Notes Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ କାର୍ଯ୍ୟାବଳୀ :

  • ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କ ମୋକଦ୍ଦମା ଲଢ଼ିବାପାଇଁ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର ନାଟାଲ୍ ନାମକ ସ୍ଥାନକୁ ଯାଇଥିଲେ ।
  • ସେଠାରେ କୃଷ୍ଣକାୟ ଆଫ୍ରିକୀୟଙ୍କ ସହ ପ୍ରବାସୀ ଭାରତୀୟମାନେ ଶ୍ୱେତାଙ୍ଗ ଇଂରେଜମାନଙ୍କ ବର୍ଣ୍ଣବୈଷମ୍ୟ ନୀତି ଯୋଗୁଁ ବିଭିନ୍ନ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ ।
  • ସେଠାକାର ଭାରତୀୟମାନଙ୍କର ଭୋଟଦାନ ଅଧିକାର ନ ଥିଲା, ସେମାନଙ୍କୁ ନାମ ପଞ୍ଜୀକରଣ କରି ନିର୍ବାଚନ କର ଦେବାକୁ ହେଉଥୁଲା, ଅସ୍ବାସ୍ଥ୍ୟକର ପରିବେଶରେ ବସବାସ କରିବାକୁ ପଡୁଥିଲା ।
  • ଭାରତୀୟମାନେ ରେଳଗାଡ଼ିର ପ୍ରଥମ ଶ୍ରେଣୀ ବା ଦ୍ୱିତୀୟ ଶ୍ରେଣୀ କୋଠରିରେ ଯାତ୍ରା କରିପାରୁ ନ ଥିଲେ, ସେମାନଙ୍କୁ ଶ୍ବେତାଙ୍ଗମାନେ ‘କୁଲି’ ବୋଲି ସମ୍ବୋଧନ କରୁଥିଲେ ।
  • ଏକଦା ଗାନ୍ଧିଜୀ ରେଳଗାଡ଼ିରେ ପ୍ରଥମ ଶ୍ରେଣୀରେ ଯାତ୍ରା କରୁଥିବାବେଳେ ଶ୍ଵେତାଙ୍କ ସହଯାତ୍ରୀଙ୍କ ଅଭିଯୋଗକ୍ରମେ ରେଳଗାଡ଼ିର ଗାର୍ଡ଼ ଓ ପୋଲିସ୍ ଏକ ଷ୍ଟେସନରେ ତାଙ୍କୁ ତାଙ୍କ ଜିନିଷପତ୍ର ସହ ବାହାରକୁ ଠେଲି ଦେଇଥିଲେ ।
  • ଜନସାଧାରଣଙ୍କୁ ସଚେତନ କରିବାପାଇଁ ଗାନ୍ଧିଜୀ ୧୮୯୪ ମସିହାରେ ‘ନାଟାଲ୍ ଭାରତୀୟ କଂଗ୍ରେସ’ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କରିଥିଲେ ଓ ‘ଇଣ୍ଡିଆନ୍ ଓପିନିଅନ୍’ ନାମକ ଏକ ସମ୍ବାଦପତ୍ରିକା ପ୍ରକାଶ କରିଥିଲେ ।
  • ୧୯୦୬ ମସିହାରେ ଦକ୍ଷିଣ ଆଫ୍ରିକା ସରକାର ଆଇନ ପ୍ରଣୟନ କରି ପ୍ରତ୍ୟେକ ଭାରତୀୟଙ୍କୁ ନିଜ ଅଙ୍ଗୁଳି ଛାପିଥ‌ିବା ପ୍ରମାଣପତ୍ର ସବୁ ସମୟରେ ବହନ କରିବା ବାଧ୍ୟତାମୂଳକ କରିଦେଲେ ।
  • ଗାନ୍ଧିଜୀ ଏହି ଆଇନ ବିରୋଧରେ ଆନ୍ଦୋଳନ କଲେ ଏବଂ ସତ୍ୟାଗ୍ରହ ଅସ୍ତ୍ର ପ୍ରୟୋଗ କଲେ । ଏଥିପାଇଁ ଗାନ୍ଧିଜୀଙ୍କୁ ଜୋହାନେସବର୍ଗ ଥାଏଟର୍‌ରେ ବନ୍ଦୀ କରି ରଖାଗଲା ।
  • ୧୯୦୮ରେ ପ୍ରଣୀତ ଦେଶାନ୍ତର ଗମନ ନିଷେଧ ଆଇନର ବିରୋଧ କରି ଅଧିକାଂଶ ଭାରତୀୟ ନାଟାଲ୍ ସୀମା ପାର ହୋଇ ଟ୍ରାନ୍ସଭାଲ୍ ଗଲେ ଓ ଗିରଫ ହେଲେ । ଗାନ୍ଧିଜୀଙ୍କୁ ମଧ୍ୟ ବନ୍ଦୀ କରାଗଲା ।
  • ୧୯୦୮ରେ ପ୍ରଣୀତ ଦେଶାନ୍ତର ଗମନ ନିଷେଧ ଆଇନର ବିରୋଧ କରି ଅଧିକାଂଶ ଭାରତୀୟ ନାଟାଲ୍ ସୀମା ପାର ହୋଇ ଟ୍ରାନ୍ସଭାଲ୍ ଗଲେ ଓ ଗିରଫ ହେଲେ । ଗାନ୍ଧିଜୀଙ୍କୁ ମଧ୍ୟ ବନ୍ଦୀ କରାଗଲା ।
  • ୧୯୧୩ ମାର୍ଚ୍ଚ ୧୪ରେ ଦକ୍ଷିଣ ଆଫ୍ରିକା ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶରେ ଖ୍ରୀଷ୍ଟିଆନ୍ ରୀତିରେ ହୋଇନଥିବା ଓ ଅଣପଞ୍ଜୀକୃତ ଭାରତୀୟମାନଙ୍କ ବିବାହର ସ୍ବୀକୃତି ପ୍ରତ୍ୟାହାର କରାଗଲା ।
  • ଗାନ୍ଧିଜୀ ଏହି ଆଇନ ବିରୋଧରେ ଆନ୍ଦୋଳନ କଲେ ଓ ଇଂରେଜ ସରକାର ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ ।
  • ୧୯୧୫ ଜାନୁୟାରୀ ୧୫ ତାରିଖରେ ଗାନ୍ଧିଜୀ ଭାରତକୁ ଫେରି ଆସିଥିଲେ । ନିଜର ରାଜନୈତିକ ଗୁରୁ ଗୋପାଳକୃଷ୍ଣ ଗୋଙ୍କ ଉପଦେଶ ଅନୁସାରେ ରାଜନୀତିରୁ ଦୂରେଇ ଯାଇ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ ।
  • ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ ମହାନ୍ ନୀତି ପାଇଁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ତାଙ୍କୁ ‘ମହାତ୍ମା’ ଆଖ୍ୟା ଦେଇଥିଲେ ।
  • ପ୍ରାରମ୍ଭିକ ସ୍ତରରେ ତାଙ୍କଦ୍ୱାରା ଭାରତରେ ସଙ୍ଗଠିତ କେତେକ ଆନ୍ଦୋଳନ ସଫଳତା ଲାଭ କରିଥିଲା ।

BSE Odisha 10th Class History Notes Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

→ ଚମ୍ପାରନ୍ ଆନ୍ଦୋଳନ (୧୯୧୭) :

  • ଏହି ଆନ୍ଦୋଳନ ଭାରତରେ ଗାନ୍ଧିଜୀଙ୍କଦ୍ବାରା ସଙ୍ଗଠିତ ପ୍ରଥମ ଆନ୍ଦୋଳନ ଥିଲା
  • ବିହାରର ଚମ୍ପାରନ୍ ଜିଲ୍ଲାରେ ଇଂରେଜ ବୃକ୍ଷରୋପଣକାରୀଙ୍କଦ୍ବାରା ଚାଷୀମାନଙ୍କୁ ଜମିର କୋଡ଼ିଏ ଭାଗରୁ ତିନିଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବାକୁ ବାଧ୍ୟ କରାଯାଉଥିଲା । ବେଆଇନ ଟିକସ ମଧ୍ୟ ଆଦାୟ କରାଯାଉଥିଲା ।
  • ରାଜକୁମାର ଶୁକ୍ଳ ନାମକ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତ୍ରଣକ୍ରମେ ଗାନ୍ଧିଜୀ ୧୯୧୭ ମସିହା ଏପ୍ରିଲ୍ ମାସରେ ମୋତିହାରିରେ ପହଞ୍ଚିଲେ । ଏହି ଆନ୍ଦୋଳନର ନେତୃତ୍ଵ ନେଇ ସେ ସଫଳତା ହାସଲ କରିଥିଲେ ।
  • ତିନିକାଠିଆ ବ୍ୟବସ୍ଥା ଉଚ୍ଛେଦ ହେଲା ଏବଂ ବେଆଇନ ଭାବେ ଆଦାୟ ଅର୍ଥର ଶତକଡ଼ା ପଚିଶ ଭାଗ ଚାଷୀମାନଙ୍କୁ ଫେରାଇ ଦିଆଗଲା । ଏହା ଥିଲା ଗାନ୍ଧିଜୀଙ୍କ ନେତୃତ୍ଵରେ ପ୍ରଥମ ସଫଳ ଅହିଂସ ଆନ୍ଦୋଳନ ।
  • ତିନିକାଠିଆ ବ୍ୟବସ୍ଥା –  ହି ବ୍ୟବସ୍ଥାରେ ବିହାରର ଚମ୍ପାରନ୍ ଜିଲ୍ଲାରେ ଚାଷୀମାନଙ୍କୁ ଜମିର କୋଡ଼ିଏ ଭାଗରୁ ତିନି ଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବାପାଇଁ ଇଂରେଜ ବୃକ୍ଷ ରୋପଣକାରୀମାନଙ୍କଦ୍ବାରା ବାଧ କରାଯାଇ ସେମାନଙ୍କଦ୍ୱାରା ନିର୍ଦ୍ଧାରିତ ଦରରେ ତାଙ୍କୁ ବିକ୍ରୟ କରିବାକୁ ପଡୁଥିଲା 

→ ଖେଡ଼ା ଆନ୍ଦୋଳନ (୧୯୧୮) :

  1. ତତ୍‌କାଳୀନ ରାଜସ୍ୱ ବିଭାଗର ଏକ ନିୟମ ଅନୁଯାୟୀ ଜମିର ସ୍ଵାଭାବିକ ଉତ୍ପାଦନର ଏକ ଚତୁର୍ଥାଂଶରୁ କମ୍ ପରିମାଣରେ ଶସ୍ୟ ଉତ୍ପାଦନ ହେଲେ ଚାଷୀମାନଙ୍କର ରାଜସ୍ୱ ଦେୟ ପରିମାଣ କୋହଳ କରାଯିବାର ବ୍ୟବସ୍ଥା ଥିଲା; କିନ୍ତୁ ୧୯୧୮ ମସିହାରେ ଦୁର୍ଭିକ୍ଷ ସମୟରେ ଖେଡ଼ା ଜିଲ୍ଲାରେ ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲେ
    ମଧ୍ୟ ଇଂରେଜ କର୍ମଚାରୀମାନେ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ରାଜସ୍ୱ ଦେବାକୁ ବାଧ୍ୟ କରିଥିଲେ ।
  2. ଗାନ୍ଧିଜୀ ଏହା ବିରୋଧରେ ଚାଷୀମାନଙ୍କୁ ସଙ୍ଗଠିତ କରି ସତ୍ୟାଗ୍ରହ କଲେ, ଖଜଣା ଦେୟକୁ ପ୍ରତ୍ୟାଖ୍ୟାନ କଲେ ।
  3. ଶେଷରେ ଇଂରେଜ ସରକାର ବାଧ୍ୟତାମୂଳକ ରାଜସ୍ୱ ଆଦାୟରୁ ନିବୃତ୍ତ ହେଲେ; କିନ୍ତୁ ସାମର୍ଥ୍ୟ ଥିବା ଚାଷୀମାନଙ୍କଠାରୁ ଏହା ଆଦାୟ କରିଥିଲେ ।
  4. ଏହି ଆନ୍ଦୋଳନରେ ଇନ୍ଦୁଲାଲ ଯାଞ୍ଜିକ୍ ଗାନ୍ଧିଜୀଙ୍କୁ ସହଯୋଗ କରିଥିଲେ ।
  5. ଖେଡ଼ା ଜିଲ୍ଲାର ଅଧ୍ୟାବାସୀ ତଥା ଅହମ୍ମଦାବାଦର ବିଶିଷ୍ଟ ଆଇନଜୀବୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏହି ଖେଡ଼ା ଆନ୍ଦୋଳନରେ ସଫଳତାରେ ପ୍ରଭାବିତ ହୋଇ ଗାନ୍ଧିଜୀଙ୍କର ଜଣେ ପ୍ରଧାନ ଅନୁଗାମୀ ହୋଇଗଲେ ।

BSE Odisha 10th Class History Notes Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

→ ଅହମ୍ମଦାବାଦ୍ ଲୁଗା କାରଖାନା ଆନ୍ଦୋଳନ :

  • ତତ୍‌କାଳୀନ ରାଜସ୍ୱ ବିଭାଗର ଏକ ନିୟମ ଅନୁଯାୟୀ ଜମିର ସ୍ଵାଭାବିକ ଉତ୍ପାଦନର ଏକ ଚତୁର୍ଥାଂଶରୁ କମ୍ ସ୍ଵତନ୍ତ୍ର ଭତ୍ତା ପ୍ରତ୍ୟାହାର କରିନେବାରୁ ଶ୍ରମିକ ଓ ମାଲିକମାନଙ୍କ ମଧ୍ୟରେ କଳହର ସୂତ୍ରପାତ ହୋଇଥିଲା ।
  • ଜିଲ୍ଲାପାଳଙ୍କ ଅନୁରୋଧରେ ଗାନ୍ଧିଜୀ ଏକ ଟ୍ରିବ୍ୟୁନାଲ ନିଯୁକ୍ତ କରି ସମସ୍ୟା ସମାଧାନ ପାଇଁ ଉଦ୍ୟମ କଲେ । କିନ୍ତୁ ମାଲିକମାନେ ଏଥୁ ଓହରି ଯିବାରୁ ଗାନ୍ଧିଜୀ ଶ୍ରମିକମାନଙ୍କୁ ଅହିଂସ ଉପାୟରେ ଆନ୍ଦୋଳନ କରିବାକୁ ପ୍ରବର୍ତ୍ତାଇ ନିଜେ ଅନଶନ ଆରମ୍ଭ କଲେ ।
  • କଳକାରଖାନାର ମାଲିକମାନେ ଏହି ଆନ୍ଦୋଳନରେ ଭୟଭୀତ ହୋଇ ଶ୍ରମିକମାନଙ୍କ ମଜୁରି ପଞ୍ଚତିରିଶ ଭାଗ ବୃଦ୍ଧି କରିବାପାଇଁ ସମ୍ମତି ପ୍ରଦାନ କରିଥିଲେ ।
  • ଏହି ଆନ୍ଦୋଳନଦ୍ଵାରା ଗାନ୍ଧିଜୀ ଜନସାଧାରଣଙ୍କ ମନରେ ‘ସତ୍ୟାଗ୍ରହ’ ପ୍ରତି ଆଗ୍ରହ, ଶ୍ରଦ୍ଧା ଓ ସମ୍ମାନ ଆଣିପାରିଥିଲେ ।
  • ‘ପ୍ଲେଗ୍ ବୋନସ୍’’ – ଗୁଜରାଟର ଅହମ୍ମଦାବାଦ୍ୱାରେ ଥ‌ିବା ଲୁଗାକଳଗୁଡ଼ିକର ମାଲିକମାନେ ପ୍ଲେଟ୍ ମହାମାରୀ ପାଇଁ ଶ୍ରମିକମାନଙ୍କୁ ଦେଉଥୁବା ସ୍ବତନ୍ତ୍ର ଭତ୍ତାକୁ ପ୍ଲେଗ୍ ବୋନସ୍ କୁହାଯାଉଥିଲା ।

→ ରାଓଲାତ୍ ଆଇନ ବିରୋଧରେ ଆନ୍ଦୋଳନ (୧୯୧୯) :

  • ୧୯୧୯ ମସିହାରେ ଇଂରେଜ ସରକାରଙ୍କଦ୍ଵାରା ପ୍ରଣୀତ ରାଓଲାତ୍ ଆଇନ ବିରୋଧୀ ଆନ୍ଦୋଳନ ଥିଲା ଗାନ୍ଧିଜୀଙ୍କ ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ ।
  • ପ୍ରଥମ ବିଶ୍ବଯୁଦ୍ଧରେ ଇଂରେଜ ଓ ମିତ୍ରଶକ୍ତିକୁ ବିପୁଳ ସାହାଯ୍ୟ ଓ ସମର୍ଥନ ଦେଇଥ‌ିବା ଭାରତୀୟମାନେ ଯୁଦ୍ଧ ପରେ ରାଜନୀତିକ ଦାବିଗୁଡ଼ିକ ହାସଲ କରିନପାରି ନିରାଶ ହୋଇଥିଲେ । ତେଣୁ ସାମ୍ଭାବ୍ୟ ବିଦ୍ରୋହ ଆଶଙ୍କାରେ ଇଂରେଜ ବିଚାରପତି ରାଓଲାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ କଠୋର ଆଇନ ପ୍ରଣୟନ କରାଯାଇଥିଲା ।
  • ଏହି ଆଇନ ବଳରେ ଇଂରେଜ ସରକାର ଯେ କୌଣସି ଭାରତୀୟଙ୍କୁ ଗିରଫ କରି ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିପାରିବାର ବ୍ୟବସ୍ଥା ଥିଲା । ୧୯୧୯ ମସିହା ମାର୍ଚ୍ଚ ୧୮ ତାରିଖରେ ଏହି ଆଇନ ଗୃହୀତ ହୋଇଥିଲା । ଗାନ୍ଧିଜୀ ଏହି ଆଇନ ବିରୋଧରେ ଏକ ଗଣ ସତ୍ୟାଗ୍ରହ ପାଇଁ ଆହ୍ୱାନ କରିଥିଲେ ।
  • ଗାନ୍ଧିଜୀ ଏହି ଆଇନ ବିରୋଧରେ ଏକ ଗଣ ସତ୍ୟାଗ୍ରହ ପାଇଁ ଆହ୍ବାନ କରିଥିଲେ ।
  • ଶ୍ରୀମତୀ ଆନିବେଶାନ୍ତ, ସୁରେନ୍ଦ୍ରନାଥ ବାନାର୍ଜୀ, ଦିନ୍ସ ଏଦୁଲ୍‌ ୱାଚା, ତେଗ୍ ବାହାଦୂର ସାହୁ ଓ ଶ୍ରୀନିବାସ ଶାସ୍ତ୍ରୀଙ୍କ ନେତାଗଣ ଗାନ୍ଧିଜୀଙ୍କ ସତ୍ୟାଗ୍ରହକୁ ବିରୋଧ କରିଥିଲେ ।
  • ୧୯୧୯ ମସିହା ଏପ୍ରିଲ୍ ୬ ତାରିଖ ଦିନ ଦେଶବ୍ୟାପୀ ହରତାଳ ପାଳନ କରାଯାଇଥିଲା । ୧୯୧୯ ଏପ୍ରିଲ୍ ୯ ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରାଯାଇ ପରେ ଛାଡ଼ି ଦିଆଯାଇଥିଲା ।
  • ୧୯୧୯ ମସିହା ମାର୍ଚ୍ଚ ୨୦ ତାରିଖରେ ଦିଲ୍ଲୀରେ ରାଓଲାତ୍ ଆଇନ ବିରୋଧରେ ହିନ୍ଦୁ ଓ ମୁସଲମାନମାନଙ୍କ ଏକ ଶୋଭାଯାତ୍ରା ଉପରେ ପୋଲିସ୍ ଗୁଳିବର୍ଷଣ କରିଥିଲା ।

BSE Odisha 10th Class History Notes Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

→ ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡ :

  1. ଅମୃତସରର ଜାଲିଆନାଓ୍ବାଲାବାଗ୍‌ଠାରେ ୧୯୧୯ ମସିହା ଏପ୍ରିଲ୍ ୧୩ ତାରିଖରେ ବହୁସଂଖ୍ୟକ ଲୋକ ଦୁଇ ସ୍ଥାନୀୟ ନେତା ଡ. ସତ୍ୟପାଲ ଓ ଡ. ସଇଫୁଦ୍ଦିନ କିଲୁଦଙ୍କ ଗିରଫର ପ୍ରତିବାଦ ଓ ବୈଶାଖୀ ଉତ୍ସବ ପାଳନ ପାଇଁ ଏକ ସଭାରେ ଏକତ୍ରିତ ହୋଇଥିଲେ ।
  2. ସହରରେ ସଭାସମିତି କରାଯିବା ଉପରେ ସରକାରଙ୍କଦ୍ଵାରା ପୂର୍ବଦିନ ଘୋଷିତ ନିଷେଧାଜ୍ଞା ବିଷୟରେ ଜନସାଧାରଣ ଅବଗତ ନ ଥିଲେ ।
  3. ସଭା ଚାଲିଥିବାବେଳେ ଅମୃତସରର ସାମରିକ ମୁଖ୍ୟ ଜେନେରାଲ ଡାୟାର ହଠାତ୍ ଦଳେ ସୈନ୍ୟଙ୍କ ସହ ପହଞ୍ଚି ବିନା ସତର୍କ ସୂଚନାରେ ନିରସ୍ତ୍ର ଓ ନିରୀହ ଲୋକମାନଙ୍କ ଉପରକୁ ଗୁଳିବର୍ଷଣ କରିଥିଲେ; ଫଳରେ ଅନେକ ଲୋକ ମୃତାହତ ହେଲେ ।
  4. ସରକାରୀ ହିସାବ ଅନୁଯାୟୀ ୩୭୯ ଜଣ ମୃତ ଓ ୧୨୦୦ ଜଣ ଆହତ ହୋଇଥିଲେ । ମାତ୍ର ଗାନ୍ଧିଜୀଙ୍କ ନିର୍ଦ୍ଦେଶରେ ହୋଇଥ‌ିବା ତଦନ୍ତ ଅନୁସାରେ ମୃତକଙ୍କ ସଂଖ୍ୟା ୧୨୦୦ ଓ ଆହତଙ୍କ ସଂଖ୍ୟା ୩୬୦୦ ଥିଲା ।
  5. ଏହି ବର୍ବରୋଚିତ ହତ୍ୟାକାଣ୍ଡ ସାରା ବିଶ୍ୱକୁ ଚକିତ କରିଦେଇଥିଲା ।
  6. ଇଂରେଜ ସରକାରଙ୍କର ଏହି ହତ୍ୟାକାଣ୍ଡର ପ୍ରତିବାଦରେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ‘ନାଇଟ୍‌’ ପଦ ଓ ଗାନ୍ଧିଜୀ ‘କାଇଜର-ଇ-ହିନ୍ଦୁ’ ଉପାଧ୍ ପ୍ରତ୍ୟାଖ୍ୟାନ କରିଥିଲେ ।
  7. ‘ସାର୍‌’ ଉପାଧ୍ – କୌଣସି ବ୍ୟକ୍ତିର ମହତ୍ ଗୁଣ ବା ରାଜ ସେବା ବା ସାମାଜିକ କ୍ଷେତ୍ରରେ ଅସାଧାରଣ ବୀରତ୍ୱ ପାଇଁ ଇଂରେଜ ସରକାରଙ୍କଦ୍ଵାରା ପ୍ରଦତ୍ତ ନାଇଟ୍‌ ପଦପ୍ରାପ୍ତ ବ୍ୟକ୍ତିଙ୍କୁ ‘ସାର୍’ କୁହାଯାଉଥିଲା ।
  8. ‘‘କାଇଜର୍‌-ଇ-ହିନ୍ଦ୍’’ ର ଅର୍ଥ ‘ହିନ୍ଦୁସ୍ଥାନର ସମ୍ରାଟ’’ । ଏହା ଇଂରେଜ ସରକାରଙ୍କଦ୍ବାରା ଗାନ୍ଧିଜୀଙ୍କୁ ତାଙ୍କ ଅସାଧାରଣ ନେତୃତ୍ଵର ସ୍ଵୀକୃତିରୂପେ ପ୍ରଦାନ କରାଯାଇଥିଲା ।

ଐତିହାସିକ ଘଟଣାବଳୀ ଓ ସମୟ:

୧୮୬୯ ଖ୍ରୀ.ଅ. – (ଅକ୍ଟୋବର ୨) ମୋହନଦାସ କରମଚାନ୍ଦ ଗାନ୍ଧିଙ୍କ ଜନ୍ମ ।
୧୮୮୨ ଖ୍ରୀ.ଅ. – ଗାନ୍ଧିଜୀଙ୍କର କସ୍ତୁରବାଙ୍କ ସହ ବିବାହ ।
୧୮୮୮ ଖ୍ରୀ.ଅ. – (ଅକ୍ଟୋବର) ଗାନ୍ଧିଜୀଙ୍କର ବାରିଷ୍ଟରୀ ପଢ଼ିବାପାଇଁ ଇଂଲଣ୍ଡ ଯାତ୍ରା ।
୧୮୯୧ ଖ୍ରୀ.ଅ. – (ଜୁନ୍) ବାରିଷ୍ଟର ଭାବେ ରାଜକୋଟ ଓ ବମ୍ବେଠାରେ ଗାନ୍ଧିଜୀଙ୍କର ଆଇନ ବ୍ୟବସାୟ ଆରମ୍ଭ ।
୧୮୯୪ ଖ୍ରୀ.ଅ. – ଗାନ୍ଧିଜୀଙ୍କଦ୍ବାରା ଦକ୍ଷିଣ ଆଫ୍ରିକାରେ ‘‘ନାଟାଲ୍ ଭାରତୀୟ କଂଗ୍ରେସ’’ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ ।
୧୯୦୬ ଖ୍ରୀ.ଅ. – ଦକ୍ଷିଣ ଆଫ୍ରିକାରେ ଭାରତୀୟମାନେ ନିଜର ଅଙ୍ଗୁଳି ଛାପ ଥିବା ପଞ୍ଜୀକୃତ ପ୍ରମାଣପତ୍ରକୁ ସବୁ ସମୟରେ ନିଜ ସହିତ ବହନ କରିବାପାଇଁ ଆଇନ ପ୍ରଣୟନ ।
୧୯୦୮ ଖ୍ରୀ.ଅ. – (ଅଗଷ୍ଟ) ନାଟାଲ୍ ସୀମା ପାର ହୋଇ ଗାନ୍ଧିଜୀଙ୍କ ଟ୍ରାନ୍ସଭାଲ ଗମନ ଓ ଗିରଫ ।

BSE Odisha 10th Class History Notes Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

୧୯୧୩ ଖ୍ରୀ.ଅ. – (ମାର୍ଚ୍ଚ ୧୪) ଦକ୍ଷିଣ ଆଫ୍ରିକାର ଉଚ୍ଚତମ ନ୍ୟାୟାଳୟଦ୍ବାରା ଖ୍ରୀଷ୍ଟିଆନ୍ ରୀତି ଅନୁସାରେ ସମ୍ପାଦିତ ଓ ପଞ୍ଜୀକରଣ ହୋଇ ନଥିବା ଭାରତୀୟମାନଙ୍କର ବିବାହର ସ୍ଵୀକୃତି ପ୍ରତ୍ୟାହାର ।
୧୯୧୫ ଖ୍ରୀ.ଅ. – (ଜାନୁୟାରୀ ୯) ଗାନ୍ଧିଜୀଙ୍କର ଦକ୍ଷିଣ ଆଫ୍ରିକାରୁ ଭାରତକୁ ପ୍ରତ୍ୟାବର୍ତ୍ତନ ।
୧୯୧୬ ଖ୍ରୀ.ଅ. – ଅହମ୍ମଦାବାଦରେ ସାବରମତୀ ନଦୀକୂଳରେ ଗାନ୍ଧିଜୀଙ୍କଦ୍ବାରା ଏକ ଆଶ୍ରମ ପ୍ରତିଷ୍ଠା ।
୧୯୧୭ ଖ୍ରୀ.ଅ. – (ଏପ୍ରିଲ୍) ଚମ୍ପାରନ୍ ଆନ୍ଦୋଳନ ପାଇଁ ଚମ୍ପାରନ୍ ଜିଲ୍ଲାର ସଦର ମହକୁମା ମୋତିହାରିରେ ଗାନ୍ଧିଜୀଙ୍କ ପଦାର୍ପଣ ।
୧୯୧୮ ଖ୍ରୀ.ଅ. – ଗୁଜରାଟର ଖେଡ଼ା ଆନ୍ଦୋଳନ ସଂଘଟିତ ।
୧୯୧୯ ଖ୍ରୀ.ଅ. – ରାଓଲାତ୍ ଆଇନ ବିରୋଧରେ ଗାନ୍ଧିଜୀଙ୍କ ଆନ୍ଦୋଳନ ।
୧୯୧୯ ଖ୍ରୀ.ଅ. – (ମାର୍ଚ୍ଚ ୧୮) ରାଓଲାତ୍ ଆଇନ ଗୃହୀତ ।
୧୯୧୯ ଖ୍ରୀ.ଅ. – (ଏପ୍ରିଲ୍ ୧୩) ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ ସଂଘଟିତ ।
୧୯୧୯ ଖ୍ରୀ.ଅ. – (ଏପ୍ରିଲ୍ ୧୮) ଗାନ୍ଧିଜୀଙ୍କଦ୍ବାରା ରାଓଲାତ୍ ଆଇନବିରୋଧୀ ଆନ୍ଦୋଳନ ପ୍ରତ୍ୟାହୃତ ।