BSE Odisha 7th Class History Solutions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

Odisha State Board BSE Odisha 7th Class History Solutions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ Textbook Exercise Questions and Answers.

BSE Odisha Class 7 History Solutions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ଭକ୍ତି ଓ ସୁଫି ଧର୍ମ ପ୍ରଚାର ହେବାର କାରଣଗୁଡ଼ିକ କ’ଣ ?
Answer:

  • ମଧ୍ୟଯୁଗରେ ଇସଲାମ୍ ଧର୍ମ ଓ ହିନ୍ଦୁ ଧର୍ମର ପରସ୍ପର ଉପରେ ପ୍ରଭାବ ପଡ଼ିଥିଲା ଓ ଉଭୟ ଧର୍ମରେ ଥିବା ଅନ୍ଧବିଶ୍ଵାସ, କୁସଂସ୍କାର ଆଦିକୁ ହିନ୍ଦୁ ଓ ମୁସଲମାନ ସନ୍ଥମାନେ ଦୂର କରିବାପାଇଁ ଚେଷ୍ଟା କରିଥିଲେ ।
  • ଭକ୍ତ ଧର୍ମର ସନ୍ଥମାନେ ଭକ୍ତିକୁ ମୁଖ୍ୟ ଆଧାର କରି ଏହା ସାହାଯ୍ୟରେ ଈଶ୍ବରଙ୍କୁ ଆରାଧନା କରିବାପାଇଁ ଉପଦେଶ ଦେଇଥ‌ିଲେ ।
  • ଭକ୍ତି ଓ ସୁଫି ଧର୍ମର ସନ୍ଥମାନେ ଆଞ୍ଚଳିକ ଭାଷାରେ ସେମାନଙ୍କ ଧର୍ମବାଣୀକୁ ପ୍ରଚାର କରୁଥିବାରୁ ତାହା ଲୋକମାନଙ୍କର ଉପରେ ପ୍ରଭାବ ପକାଉଥିଲା ।
  • ଉଭୟ ସଂପ୍ରଦାୟର ସନ୍ଥମାନେ ଜାତିପ୍ରଥାକୁ ବିରୋଧ କରୁଥିଲେ ଓ ସରଳ ଜୀବନଯାପନ ପାଇଁ ଉପଦେଶ ଦେଇଥିଲେ । ତେଣୁ ଭକ୍ତି ଓ ସୁଫି ଧର୍ମ ପ୍ରଚାରିତ ହେବାରେ ଲାଗିଲା ।

(ଖ) ଭକ୍ତି ଆନ୍ଦୋଳନର ସାରକଥାଗୁଡ଼ିକ କ’ଣ ?
Answer:

  • ଭକ୍ତ ଧର୍ମ ଆନ୍ଦୋଳନର ସନ୍ଥମାନେ ସରଳ ଏବଂ ନିରାଡ଼ମ୍ବର ଧର୍ମ ଉପାସନା ଉପରେ ଗୁରୁତ୍ବ ଦେଉଥିଲେ ।
  • ସେମାନେ ଭକ୍ତିକୁ ମୁଖ୍ୟ ଆଧାର କରି ଏହା ସାହାଯ୍ୟରେ ଈଶ୍ୱରଙ୍କୁ ଆରାଧନା କରିବାପାଇଁ ଉପଦେଶ ଦେଉଥିଲେ ।
  • ଭକ୍ତି ଆନ୍ଦୋଳନର ଧର୍ମଗୁରୁମାନେ ସମାଜରେ ଥି ଜାତିପ୍ରଥାକୁ ନିନ୍ଦା କରୁଥିଲେ ।
  • ସେମାନେ ସ୍ତ୍ରୀ-ପୁରୁଷ ଭେଦଭାବରେ ବିଶ୍ଵାସ କରୁନଥିଲେ ।
  • ସେମାନେ ଜାତି-ଧର୍ମ-ବର୍ଣ୍ଣ-ଗୋଷ୍ଠୀ ନିର୍ବିଶେଷରେ ସମସ୍ତେ ଏକ ଈଶ୍ଵରଙ୍କ ସନ୍ତାନ ବୋଲି ବିଚାର କରୁଥିଲେ ।

BSE Odisha 7th Class History Solutions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

(ଗ) ଭକ୍ତିଧର୍ମର ପ୍ରଚାରକମାନଙ୍କ ନାମ ଲେଖ ।
Answer:
ଭକ୍ତିଧର୍ମର ପ୍ରଚାରକମାନଙ୍କ ମଧ୍ୟରେ କବୀର, ନାନକ ଏବଂ ଶ୍ରୀଚୈତନ୍ୟ ପ୍ରସିଦ୍ଧ ଥିଲେ । ଏମାନଙ୍କ ବ୍ୟତୀତ ସନ୍ଥ ଜ୍ଞାନେଶ୍ଵର, ନାମଦେବ, ମୀରାବାଇ, ସୁରଦାସ ଏବଂ ତୁକାରାମ ଭକ୍ତିଧର୍ମର ପ୍ରଚାରକ ଥିଲେ ।

(ଘ) ସୁଫିଧର୍ମ କେଉଁମାନେ ପ୍ରଚାର କରିଥିଲେ ?
Answer:
ସୁଫିଧର୍ମ ନିଜାମୁଦ୍ଦିନ୍ ଅଉଲିୟା, ଖୁଜା ମୋଇନୁଦ୍ଦିନ୍ ଚିସ୍ତି, ବାବା ଫରିଦ୍, ଶାହା ଆଲାମ ବୁଖାରୀ ଓ ଶେଖ ସିଆଉଦ୍ଦିନ୍ ଓ ବାହାଉଦ୍ଦିନ୍ ଜାକାରିଆ ଆଦି ସୁଫି ସନ୍ଥମାନେ ପ୍ରଚାର କରିଥିଲେ ।

(ଡ) ଭକ୍ତି ଓ ସୁଫି ଧର୍ମ ପ୍ରଚାରର ଫଳାଫଳ କ’ଣ ଥିଲା ?
Answer:

  • ଭକ୍ତି ଓ ସୁଫି ଧର୍ମ ଆନ୍ଦୋଳନ ଉଭୟ ହିନ୍ଦୁ ଏବଂ ମୁସଲମାନମାନଙ୍କୁ ପରସ୍ପରର ନିକଟବର୍ତ୍ତୀ କରାଇବାରେ ସହାୟକ ହୋଇଥିଲା ।
  • ଏହା ଏକ ନୂତନ ଭାରତୀୟ ସଂସ୍କୃତି ବିକଶିତ କରାଇବାରେ ସହାୟକ ହୋଇଥିଲା ।
  • କବୀର ଓ ନାନକ ଆଦି ଧର୍ମଗୁରୁମାନେ ସମାଜରେ ଥ‌ିବା ଜାତିପ୍ରଥାକୁ ନିନ୍ଦା କରିଥିଲେ ।
  • ନାରୀ ଜଣେ ପୁରୁଷଠାରୁ ହୀନ ନୁହେଁ ବୋଲି ସେମାନେ ବିବେଚନା କରିଥିଲେ ।
  • ଭକ୍ତି ଆନ୍ଦୋଳନ ଫଳରେ ହିନ୍ଦୁମାନେ ମୁସଲମାନଙ୍କ ପୀରଙ୍କୁ ଉପାସନା କରୁଥିବାବେଳେ ମୁସଲମାନମାନେ ହିନ୍ଦୁଦେବତା ନାରାୟଣଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କରିଥିଲେ ।
  • ଏହି ଭକ୍ତି ଆନ୍ଦୋଳନ ଭାରତରେ ଏକତା ପ୍ରତିଷ୍ଠା କରିବା ଦିଗରେ ସହାୟକ ହୋଇଥିଲା ।

(ଚ) ମଧ୍ୟଯୁଗରେ ଆଞ୍ଚଳିକ ଭାଷା ଓ ସାହିତ୍ୟର ବିକାଶ କାହିଁକି ହୋଇଥିଲା ?
Answer:

  • ଭକ୍ତି ଧର୍ମର ସନ୍ଥମାନେ ସେମାନଙ୍କ ଧର୍ମବାଣୀକୁ ଆଞ୍ଚଳିକ ଭାଷାରେ ପ୍ରଚାର କରୁଥିଲେ ।
  • ତେଣୁ ମଧ୍ୟଯୁଗରେ ଆଞ୍ଚଳିକ ଭାଷାରେ ଅନେକଗୁଡ଼ିଏ ସାହିତ୍ୟ ରଚନା ସମ୍ଭବପର ହୋଇଥିଲା ।
  • ତେଲୁଗୁ, ତାମିଲ, କନ୍ନଡ଼, ଗୁଜରାଟୀ, ହିନ୍ଦୀ, ମରାଠୀ, ବଙ୍ଗଳା, ଓଡ଼ିଆ ଓ ପଞ୍ଜାବୀ ଭାଷାରେ ଲିଖ୍ ଭକ୍ତି ସଙ୍ଗୀତଗୁଡ଼ିକ ବିଶେଷ ଜନାଦୃତ ହୋଇଥିଲା ।
  • ଏହି ସମୟରେ ବଙ୍ଗଳାର ନସରତ୍ ଶାହା ମହାଭାରତ ଓ ରାମାୟଣକୁ ବଙ୍ଗଳା ଭାଷାରେ ଅନୂଦିତ କରିଥିଲେ । ହିନ୍ଦୀଭାଷାରେ ମାଲିକ୍ ମହମ୍ମଦ ଜୟସୀ, ‘ପଦ୍ମାବତ୍’ ଓ ତୁଳସୀଦାସ ‘ରାମଚରିତ ମାନସ’ ରଚନା କରିଥିଲେ ।
  • ଏହି ସମୟରେ ଓଡ଼ିଆ ଭାଷାରେ ଜଗନ୍ନାଥ ଦାସଙ୍କ ‘ଭାଗବତ’ ଓ ବଳରାମ ଦାସଙ୍କ ‘ଦାଣ୍ଡି ରାମାୟଣ’ ଲୋକପ୍ରିୟ ହୋଇଥିଲା । ହିନ୍ଦୀ ଭାଷାରେ କବୀରଙ୍କ ରଚିତ ‘ଦୋହା’, ଶ୍ରୀଚୈତନ୍ୟଙ୍କ ବଙ୍ଗଳା ଭାଷାରେ କୀର୍ତ୍ତନ, ନାନକଙ୍କ ପଞ୍ଜାବୀ ଭାଷାରେ ଏବଂ ସନ୍ଥ ଜ୍ଞାନେଶ୍ଵର ଓ ନାମଦେବଙ୍କ ମରାଠୀ ଭାଷାରେ ଧର୍ମପ୍ରଚାର ଆଞ୍ଚଳିକ ଭାଷା ଓ ସାହିତ୍ୟର ବିକାଶରେ ସହାୟକ ହୋଇଥିଲା ।

(ଛ) ଚିତ୍ରକଳାର ବିକାଶ ମଧ୍ୟଯୁଗରେ କିପରି ହୋଇଥିଲା ?
Answer:

  • ମଧ୍ୟଯୁଗରେ ରାଜବାଟୀକୁ ସୁନ୍ଦର କରିବାପାଇଁ କାନ୍ଥରେ ବଡ଼ ବଡ଼ ସୁନ୍ଦର ଚିତ୍ରମାନ ଅଙ୍କନ କରାଯାଉଥିଲା ।
  • ସେ ସମୟରେ ବହିକୁ ସୁନ୍ଦର କରିବାପାଇଁ ବହୁ କ୍ଷୁଦ୍ର ଚିତ୍ରମାନ ରଙ୍ଗଦ୍ଵାରା କରାଯାଉଥିଲା । ଅନେକ ସମୟରେ ରାଜାମାନଙ୍କ ଚିତ୍ରକୁ ରଙ୍ଗ ଦିଆଯାଇ ଆକର୍ଷଣୀୟ କରାଯାଉଥିଲା ।
  • ଆକବର ଏକ ତତ୍ସରଖାନା ନିର୍ମାଣ କରିଥିଲେ ଓ ସେଠାରେ ୧୭ ଜଣ ଦକ୍ଷ ଚିତ୍ରକରଙ୍କୁ ନିଯୁକ୍ତି ଦେଇଥିଲେ । ସେମାନଙ୍କ ମଧ୍ୟରେ ଜସ୍ୱନ୍ତ ଓ ବସନି ମୁଖ୍ୟ ଥିଲେ ।
  • ଏହି ଚିତ୍ରକରମାନେ ଭାରତୀୟ ଓ ପାରସିକ କଳାର ସମ୍ମିଶ୍ରଣରେ ଏକ ନୂଆ ଚିତ୍ରକଳା ଶୈଳୀର ବିକାଶ ଘଟାଇଥିଲେ ।
  • ଅନ୍ୟାନ୍ୟ ମୋଗଲ ଶାସକ ଓ ଦାକ୍ଷିଣାତ୍ୟର ପ୍ରାଦେଶିକ ରାଜାମାନଙ୍କ ପୃଷ୍ଠପୋଷକତାରେ ମଧ୍ଯ ଚିତ୍ରକଳାର ଅନେକ ଉନ୍ନତି ସାଧ୍ୟ ହୋଇଥିଲା ।

BSE Odisha 7th Class History Solutions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

(ଜ) ସଙ୍ଗୀତ କଳାର, ବିକାଶ ପାଇଁ ମଧ୍ୟଯୁଗରେ ନିଆଯାଇଥ‌ିବା ପଦକ୍ଷେପଗୁଡ଼ିକ ଲେଖ ।
Answer:

  • ମଧ୍ୟଯୁଗର ରାଜା ଓ ସାମନ୍ତମାନଙ୍କ ପୃଷ୍ଠପୋଷକତାରେ ସଙ୍ଗୀତକଳାର ଉନ୍ନତି ହୋଇଥିଲା ।
  • ସୁଫି ଓ ଭକ୍ତି ଧର୍ମର ପ୍ରଚାରକମାନେ ସଙ୍ଗୀତ ସମାବେଶମାନ ଆୟୋଜନ କରି ଭକ୍ତି ସଙ୍ଗୀତଗୁଡ଼ିକୁ ଜନପ୍ରିୟ କରିଥିଲେ ।
  • ଭାରତୀୟ ଓ ପାର୍ସୀ ସଙ୍ଗୀତ ମିଳନରେ ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ସଙ୍ଗୀତର ଉନ୍ନତି ହୋଇଥିଲା । ସଙ୍ଗୀତଜ୍ଞ ଅମୀର ଖୁସ୍ରୁ ସୀତାର ଯନ୍ତ୍ର ନିର୍ମାଣ କରିଥିଲେ । ସେ ପର୍ସିଆ-ଆରବୀୟ ସଙ୍ଗୀତ ଲୋକମାନଙ୍କ ନିକଟରେ ପହଞ୍ଚାଇ ଥୁଲେ । ସେ ସମୟରେ ତବଲା ଓ ସାରଙ୍ଗୀ ବାଦ୍ୟଯନ୍ତ୍ର ଲୋକମାନଙ୍କ ପାଖରେ ବେଶ୍
  • ଫିରୋଜ ଶାହା ତୁଗ୍‌ଲକ୍‌ଙ୍କ ସମୟରେ ପାରସିକ ଭାଷାରେ ‘ରାଗଦର୍ପଣ’ ଅନୁବାଦ ହୋଇଥିଲା । ଏହାଛଡ଼ା ଆକବରଙ୍କ ଦରବାରର ସଙ୍ଗୀତଜ୍ଞ ତାନ୍‌ସେନ୍ ହିନ୍ଦୁସ୍ଥାନୀ ସଙ୍ଗୀତକୁ ଲୋକପ୍ରିୟ କରାଇଥିଲେ ।
  • ରାଜା ମାନସିଂହଙ୍କ ପୃଷ୍ଠପୋଷକତାରେ ସଙ୍ଗୀତର ବିଭିନ୍ନ ରାଗଗୁଡ଼ିକ ‘ମାନ କୌତୂହଳ’ ପୁସ୍ତକରେ ଲିପିବଦ୍ଧ ହୋଇଥିଲା । ପାରସିକ-ଆରବିକ ସଙ୍ଗୀତକଳା ବିଜୟନଗର ରାଜ୍ୟର ସଙ୍ଗୀତକୁ ମଧ୍ୟ ପ୍ରଭାବିତ କରିଥିଲା ।

୨। ତଳ ପ୍ରଶ୍ନର କେତେକ ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ସେଗୁଡ଼ିକ ମଧ୍ୟରୁ ଯେଉଁଟି ଠିକ୍ ତା’ ପାଖରେ ଠିକ୍ (/) ଚିହ୍ନ ଦିଅ ।
(କ) କବୀର କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
(ବନାରସ, କାନପୁର, ଲକ୍ଷ୍ନୌ, ଆହ୍ଲାବାଦ)
Answer:
ବନାରସ

(ଖ) ଶିଙ୍ଖଧର୍ମ କିଏ ପ୍ରତିଷ୍ଠା କରିଥିଲେ ?
(କବୀର, ଗୁରୁ ନାନକ, ଗୋବିନ୍ଦ ସିଂ, ତୁକାରାମ)
Answer:
ଗୁରୁ ନାନକ

(ଗ) ଶ୍ରୀଚୈତନ୍ୟଙ୍କ ପ୍ରଧାନ ଶିଷ୍ୟ କିଏ ଥିଲେ ?
(ଗୋପ ଦାସ, ମଧୁ ଦାସ, ହରି ଦାସ, ଗୋବିନ୍ଦ ଦାସ)
Answer:
ହରି ଦାସ

BSE Odisha 7th Class History Solutions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

(ଘ) ନାମଦେବ କେଉଁ ରାଜ୍ୟର ଧର୍ମ ପ୍ରଚାରକ ଥିଲେ ?
(ଗୁଜରାଟ, ମହାରାଷ୍ଟ୍ର, କେରଳ, ତାମିଲନାଡୁ)
Answer:
ମହାରାଷ୍ଟ୍ର

(ଙ) ନିଜାମୁଦ୍ଦିନ୍ ଅଭଲିୟା କେଉଁଠାରେ ରହୁଥିଲେ ?
(ଗିୟାସପୁର, ଦିଲ୍ଲୀ, ଗୁରୁଗାଁ, ମଥୁରା)
Answer:
ଗିୟାସପୁର

(ଚ) ମହାଭାରତ ଓ ରାମାୟଣକୁ କିଏ ବଙ୍ଗଳା ଭାଷାରେ ଅନୁବାଦ କରିଥିଲେ ?
(ନସରତ୍ ଶାହ, ମହମ୍ମଦ ଶାହ, ଅହମ୍ମଦ ଶାହ, ହରିହର ଶାହ)
Answer:
ମହମ୍ମଦ ଶାହ

(ଛ) ଆମୁକ୍ତ ମାଲ୍ୟଦା କେଉଁ ଭାଷାରେ ଲେଖାଯାଇଥିଲା ?
(ତାମିଲ, ତେଲୁଗୁ, ବଙ୍ଗଳା, ମାଲାୟାଲାମ)
Answer:
ତେଲୁଗୁ

(ଜ) ‘ତସବୀରଖାନା’ କିଏ ନିର୍ମାଣ କରିଥିଲେ ?
(ଜାହାଙ୍ଗୀର, ଶାହାଜାହାନ, ଆକବର, ବାବର)
Answer:
ଆକବର

(ଝ) ରାଗଦର୍ପଣ କେଉଁ ସୁଲତାନଙ୍କ ସମୟରେ ଲେଖାଯାଇଥିଲା ?
(ବଲବନ୍, ବାବର, ମହମ୍ମଦ ତୁଗ୍‌ଲକ୍, ଫିରୋଜଶାହା ତୁଗ୍‌ଲକ୍)
Answer:
ଫିରୋଜଶାହା ତୁଗ୍‌ଲକ୍

୩। ଯେଉଁଗୁଡ଼ିକ ଅଲଗା ତା’ ଚାରିପାଖରେ ଗୋଲ ବୁଲାଅ । (ପ୍ରଶ୍ନ ସହ ଉତ୍ତର)
(କ) କବୀର, ଗୁରୁ ନାନକ, ଶାହଆଲାମ୍ ବୁଖାରୀ, ଜ୍ଞାନେଶ୍ଵର
(ଖ) ବୀଜକ, ଗୁରୁଗ୍ରନ୍ଥ ସାହେବ, ଚୈତନ୍ୟ ଚରିତାମୃତ, ବାବା ଫରିଦ
(ଗ) ପଦ୍ମାବତୀ, ହିନ୍ଦୀ, ତେଲୁଗୁ, ପଞ୍ଜାବୀ
(ଘ) ତବଲା, ଢୋଲକ, ହାରମୋନିୟମ, ମୃଦଙ୍ଗ

BSE Odisha 7th Class History Solutions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

୪। ‘କ’ ସ୍ତମ୍ଭରେ ଦିଆଯାଇଥିବା ନାମ ସହିତ ‘ଖ’ ସ୍ତମ୍ଭରେ ଦିଆଯାଇଥ‌ିବା ପୁସ୍ତକକୁ ଗାର ଟାଣି ଯୋଡ଼ ।

BSE Odisha 7th Class History Solutions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ 1

Answer:

BSE Odisha 7th Class History Solutions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ 2

BSE Odisha 7th Class History Notes

BSE Odisha Class 7 History Notes

BSE Odisha 7th Class History Notes

BSE Odisha 7th Class Political Science Notes

BSE Odisha 7th Class Text Book Solutions

BSE Odisha 7th Class History Important Questions

BSE Odisha Class 7 History Important Questions

BSE Odisha 7th Class History Important Questions

BSE Odisha 7th Class Political Science Important Questions

BSE Odisha 7th Class Text Book Solutions

BSE Odisha 7th Class History Solutions Chapter 6 ମୋଗଲ ସାମ୍ରାଜ୍ୟର ପତନ

Odisha State Board BSE Odisha 7th Class History Solutions Chapter 6 ମୋଗଲ ସାମ୍ରାଜ୍ୟର ପତନ Textbook Exercise Questions and Answers.

BSE Odisha Class 7 History Solutions Chapter 6 ମୋଗଲ ସାମ୍ରାଜ୍ୟର ପତନ

୧। ନିମ୍ନଲିଖତ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।

(କ) କେନ୍ଦ୍ରଶକ୍ତିର ଦୁର୍ବଳତା କିପରି ମୋଗଲ ସାମ୍ରାଜ୍ୟର ପତନ ଘଟାଇଥୁଲା, ଆଲୋଚନା କର ।
Answer:

  • ମୋଗଲ ସମ୍ରାଟ ଔରଙ୍ଗଜେବ୍‌ଙ୍କର ମୃତ୍ୟୁ ପରେ ମୋଗଲ ସାମ୍ରାଜ୍ୟକୁ ଶାସନ କରିବାପାଇଁ ଆବଶ୍ୟକ ଦକ୍ଷତା ପରବର୍ତୀ ଶାସକମାନଙ୍କ ପାଖରେ ନଥିଲା ।
  • ଶାସନ ପ୍ରତି ଦୃଷ୍ଟି ନଦେଇ ସମ୍ରାଟମାନେ ସର୍ବଦା ଭୋଗବିଳାସରେ ଲିପ୍ତ ରହିବା ଫଳରେ ସେମାନଙ୍କର ନୈତିକ ଅଧୋଗତି ଘଟିଲା ।
  • ଅମୀର ଓ ରାଜକର୍ମଚାରୀମାନେ ନିଜ ନିଜର ସ୍ବାର୍ଥ ସାଧନ ପାଇଁ ମୋଗଲ ଦରବାରରେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ନାନା ଷଡ଼ଯନ୍ତ୍ରରେ ଲିପ୍ତ ରହିଲେ । ସମ୍ରାଟମାନେ ଏହି ଷଡ଼ଯନ୍ତ୍ରର ଶିକାର ହେବା ଫଳରେ କେନ୍ଦ୍ର ଶାସନର ଅଧୋପତନ ଘଟିଲା ।
  • ଦିଲ୍ଲୀର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକ ବ୍ୟତୀତ ଦୂରବର୍ତ୍ତୀ ପ୍ରଦେଶଗୁଡ଼ିକରେ କେନ୍ଦ୍ରଶକ୍ତିର କୌଣସି କର୍ତ୍ତୃତ୍ଵ ରହିଲା ନାହିଁ ।
  • ଏତଦ୍‌ବ୍ୟତୀତ ମୋଗଲ ଦରବାର ମଧ୍ୟରେ ଚାଲିଥିବା ଗୋଷ୍ଠୀବିବାଦ କେନ୍ଦ୍ରଶକ୍ତିକୁ ଆହୁରି ଦୁର୍ବଳ କରି ଦେଇଥିଲା ।

(ଖ) ଔରଙ୍ଗଜେବ୍‌ଙ୍କ ଧର୍ମନୀତି ମୋଗଲ ସାମ୍ରାଜ୍ୟର ପତନ ପାଇଁ କିପରି ଦାୟୀ ଥିଲା ଲେଖ ।
Answer:

  • ଔରଙ୍ଗଜେବଙ୍କ ଧର୍ମାନ୍ଧତା ଓ ହିନ୍ଦୁ ବିଦ୍ବେଷ ନୀତି ମୋଗଲ ସାମ୍ରାଜ୍ୟର ପତନ ପାଇଁ ମୁଖ୍ୟ କାରଣ ହୋଇଥିଲା ।
  • ଔରଙ୍ଗଜେବ୍ ହିନ୍ଦୁମାନଙ୍କ ଉପରେ ଜିଜିୟା ଓ ତୀର୍ଥଯାତ୍ରୀ କର ବସାଇଥିଲେ ।
  • ଶିଖ୍ ଓ ରାଜପୁତ୍ରମାନଙ୍କୁ ମଧ୍ୟ ସେ ଭଲ ବ୍ୟବହର ଦେଖାଉନଥିଲେ ।
  • ସେ ହିନ୍ଦୁମାନଙ୍କୁ ରାଜକାର୍ଯ୍ୟରୁ ଅନ୍ତର କରିଦେଇଥିଲେ । ଏହା ଫଳରେ ଜାଠ, ବୁନ୍ଦେଲ, ଶିଖ୍ ଓ ମରହଟ୍ଟାମାନେ ଔରଙ୍ଗଜେବ୍‌ଙ୍କ ପରମ ଶତ୍ରୁ ହୋଇଉଠିଲେ ।
  • ସେମାନେ ମୋଗଲ ସାମ୍ରାଜ୍ୟ ବିରୋଧରେ ଘନ ଘନ ବିଦ୍ରୋହ ଓ ଯୁଦ୍ଧ କରି ଅରାଜକତା ଓ ବିଶୃଙ୍ଖଳା ସୃଷ୍ଟି କଲେ ଯାହାଦ୍ଵାରା ମୋଗଲ ସାମ୍ରାଜ୍ୟର ମୂଳଦୁଆ ଭୁଶୁଡ଼ି ପଡ଼ିଲା ।

BSE Odisha 7th Class History Solutions Chapter 6 ମୋଗଲ ସାମ୍ରାଜ୍ୟର ପତନ

(ଗ) କେଉଁ କେଉଁ ପ୍ରାଦେଶିକ ଶକ୍ତିମାନଙ୍କର ସ୍ଵାଧୀନତା ଘୋଷଣା ମୋଗଲ ସାମ୍ରାଜ୍ୟର ପତନ ଘଟାଇଥିଲା ?
Answer:

  • ଦୁର୍ବଳ ହୋଇପଡ଼ିବା ଫଳରେ କେନ୍ଦ୍ରୀୟ ଶାସନ ଅଧୀନରୁ ଦାକ୍ଷିଣାତ୍ୟ, ଅଯୋଧ୍ୟା ଓ ବଙ୍ଗଳା କ୍ରମେ ସ୍ଵାଧୀନ ହୋଇଗଲା ।
  • ଶିବାଜୀଙ୍କ ନେତୃତ୍ୱରେ ମରହଟ୍ଟାମାନେ ଦାକ୍ଷିଣାତ୍ୟରେ କ୍ରମଶଃ କ୍ଷମତା ବିସ୍ତାର କଲେ ଓ ଅହମ୍ମଦ ନଗର, ବିଜାପୁର, ଗୋଲକୁଣ୍ଡା ରାଜ୍ୟଗୁଡ଼ିକୁ ଆକ୍ରମଣ କରି କେତେକ ଦୁର୍ଗ ଅସ୍ଵୀକାର କରିନେଲେ ।
  • ଶିଖ୍, ରାଜପୁତ, ଜାଠ ଓ ରୋହିଲାମାନେ ମୋଗଲମାନଙ୍କ ସହ ସମ୍ପର୍କ ଛିନ୍ନ କଲେ । ବଙ୍ଗଳାର ଶାସକ ବଙ୍ଗ ସହିତ ଓଡ଼ିଶା ଓ ବିହାରକୁ ମିଶାଇ ଏକ ବିରାଟ ଅଞ୍ଚଳରେ ସ୍ଵାଧୀନତା ଘୋଷଣା କରିଥିଲେ ।
  • ଫଳରେ ବିଭିନ୍ନ ସ୍ଵାଧୀନ ରାଜ୍ୟର ଅଭ୍ୟୁଥାନ ହେଲା ଓ ମୋଗଲ ସାମ୍ରାଜ୍ୟର ସୀମା ସଙ୍କୁଚିତ ହୋଇଗଲା ।
  • ଏହିସବୁ କାରଣରୁ ମୋଗଲ ସାମ୍ରାଜ୍ୟର ପତନ ପାଇଁ ରାସ୍ତା ପରିଷ୍କାର ହୋଇଗଲା ।

(ଘ) ବୈଦେଶିକ ଶତ୍ରୁମାନଙ୍କର ଭାରତ ଆକ୍ରମଣ କିପରି ମୋଗଲ ସାମ୍ରାଜ୍ୟର ପତନ ପାଇଁ ଦାୟୀ, ଉଲ୍ଲେଖ କର ।
Answer:

  • ପାରସ୍ୟର ସମ୍ରାଟ ନାଦିର ଶାହ ୧୭୩୯ ଖ୍ରୀଷ୍ଟାବ୍ଦରେ ମୋଗଲ ସାମ୍ରାଜ୍ୟର ଦୁର୍ବଳତାର ସୁଯୋଗ ନେଇ ଦିଲ୍ଲୀ ଆକ୍ରମଣ କରି ପ୍ରଚୁର ଧନରତ୍ନ ଲୁଣ୍ଠନ କରିଥିଲେ ।
  • ସେ ସମ୍ରାଟ ଶାହାଜାହାନ୍‌ଙ୍କ ପ୍ରସିଦ୍ଧ ମୟୂର ସିଂହାସନ ଓ ବିଶ୍ଵବିଖ୍ୟାତ କୋହିନୁର ହୀରା ଇରାକୁ ନେଇଯାଇଥିଲେ ।
  • ନାଦିର ଶାହଙ୍କ ଆକ୍ରମଣ ଫଳରେ ସିନ୍ଧୁପ୍ରଦେଶ, ଲାହୋର, କାବୁଲ ପ୍ରଭୃତି ଅଞ୍ଚଳ ପାରସ୍ୟ ସାମ୍ରାଜ୍ୟରେ ମିଶିଗଲା ।
  • ନାଦିର ଶାହାଙ୍କ ପରେ ଆଫଗାନିସ୍ଥାନର ଶାସକ ଅହମ୍ମଦଶାହ ଅବଦଲୀ ୧୭୪୮ ଖ୍ରୀଷ୍ଟାବ୍ଦରୁ ୧୭୬୧ ପର୍ଯ୍ୟନ୍ତ ଅନେକଥର ଭାରତ ଆକ୍ରମଣ କରିଥିଲେ ।
  • ୧୭୬୧ ଖ୍ରୀଷ୍ଟାବ୍ଦରେ ତୃତୀୟ ପାନିପଥ ଯୁଦ୍ଧରେ ଅହମ୍ମଦଶାହ ଅବଦଲୀ ମରହଟ୍ଟାମାନଙ୍କୁ ପରାସ୍ତ କରିଥିଲେ ।

୨। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) କାହାର ଧର୍ମନୀତି ମୋଗଲ ସାମ୍ରାଜ୍ୟର ପତନ ପାଇଁ ଦାୟୀ ଥିଲା।
(ବାବର, ଜାହାଙ୍ଗୀର, ଔରଙ୍ଗଜେବ୍, ଶାହାଜାହାନ୍)
Answer:
ଔରଙ୍ଗଜେବ୍

BSE Odisha 7th Class History Solutions Chapter 6 ମୋଗଲ ସାମ୍ରାଜ୍ୟର ପତନ

(ଖ) କିଏ ଭାରତରୁ ମୟୂର ସିଂହାସନ ନେଇ ଯାଇଥିଲେ ?
(ବୈରାମ ଖାଁ, ଶିବାଜୀ, ନାଦିର ଶାହ, ଅହମ୍ମଦଶାହ ଅବଦଲୀ)
Answer:
ନାଦିର ଶାହ

(ଗ) ତୃତୀୟ ପାନିପଥ ଯୁଦ୍ଧରେ ପରାସ୍ତ କରିଥିଲେ ?
(ତୈମୁରଲଙ୍ଗ, ନାଦିର ଶାହ, ଅହମ୍ମଦଶାହ ଅବଦଲୀ, ରବର୍ଟ କ୍ଲାଇନ୍)
Answer:
ଅହମ୍ମଦଶାହ ଅବଦଲୀ

(ଘ) କେଉଁ ଖ୍ରୀଷ୍ଟାବ୍ଦରେ ନାଦିର ଶାହ ଭାରତ ଆକ୍ରମଣ କରିଥିଲେ ?
(୧୫୫୨, ୧୭୩୯, ୧୭୪୮, ୧୭୬୧)
Answer:
୧୭୩୯

(ଙ) ତୃତୀୟ ପାନିପଥ ଯୁଦ୍ଧ କେଉଁ ଖ୍ରୀଷ୍ଟାବ୍ଦରେ ହୋଇଥିଲା ?
(୧୭୪୧, ୧୭୫୧, ୧୭୫୭, ୧୭୬୧)
Answer:
୧୭୬୧

୩ । ମୋଗଲ ସାମ୍ରାଜ୍ୟର ପତନ ପାଇଁ ଅର୍ଥନୈତିକ କାରଣ ଓ ଧର୍ମଗତ କାରଣ ମଧ୍ୟରୁ ତୁମେ କେଉଁଟିକୁ ପ୍ରାଧାନ୍ୟ ଦେବ ଓ କାହିଁକି ?
Answer:

  • ମୋଗଲ ସାମ୍ରାଜ୍ୟର ପତନ ପାଇଁ ଅର୍ଥନୈତିକ କାରଣ ଓ ଧର୍ମଗତ କାରଣ ମଧ୍ୟରୁ ଧର୍ମଗତ କାରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଇପାରେ କାରଣ ମିତବ୍ୟୟତା ଅବଲମ୍ବନ କରି ପ୍ରଜାମାନଙ୍କ ସହଯୋଗରେ ନିଅଣ୍ଟିଆ ଅର୍ଥନୀତିର ଅଧୋଗତିକୁ ସଜାଡ଼ି ଦିଆଯାଇ ପାରିଥା’ନ୍ତା ।
  • ମାତ୍ର ଔରଙ୍ଗଜେବଙ୍କ ଧର୍ମବିଦ୍ବେଷ ନୀତିଦ୍ଵାର। ହିନ୍ଦୁ ପ୍ରଜାମାନେ ମୋଗଲ ଶାସନ ପ୍ରତି ବିଦ୍ରୋହୀ ହୋଇଉଠିଲେ ।
  • ହିନ୍ଦୁ ରାଜକର୍ମଚାରୀମାନଙ୍କୁ ରାଜକାର୍ଯ୍ୟରୁ ଅନ୍ତର କରିବା ଫଳରେ ସେମାନେ ମୋଗଲ ଶାସକଙ୍କୁ ଶତ୍ରୁଭାବେ
  • ରାଜପୁତ୍ରମାନେ ମଧ୍ୟ ଅପମାନିତ ହୋଇ ମୋଗଲ ଶାସନ ବିରୋଧୀ ହୋଇଥିଲେ । ଏଣୁ ଧର୍ମଗତ କାରଣ ମୋଗଲ ସାମ୍ରାଜ୍ୟ ପତନ ପାଇଁ ଅଧୂକ ଦାୟୀ ବୋଲି କୁହାଯାଇପାରେ ।

BSE Odisha 7th Class History Solutions Chapter 6 ମୋଗଲ ସାମ୍ରାଜ୍ୟର ପତନ

୪। ମରହଟ୍ଟା ଓ ବଙ୍ଗର ଶାସକ ମଧ୍ୟରୁ କିଏ ମୋଗଲ ସାମ୍ରାଜ୍ୟର ପତନ ପାଇଁ ବେଶୀ ଦାୟୀ ଥିଲେ, ପ୍ରମାଣ ସହ ଦର୍ଶାଅ ।
Answer:

  • ମରହଟ୍ଟା ଓ ବଙ୍ଗର ଶାସକ ମଧ୍ୟରୁ ବଙ୍ଗର ଶାସକ ମୋଗଲ ସାମ୍ରାଜ୍ୟର ପତନ ପାଇଁ ବେଶୀ ଦାୟୀ ଥିଲେ ।
  • ମରହଟ୍ଟାମାନେ ଦାକ୍ଷିଣାତ୍ୟରେ କ୍ଷମତା ବିସ୍ତାର କରି ଅହମ୍ମଦନଗର, ବିଜାପୁର ଓ ଗୋଲକୁଣ୍ଡାର କେତେକ ଦୁର୍ଗ ଅତ୍‌କାର କରିଥିଲେ ।
  • ମାତ୍ର ବଙ୍ଗଳାର ଶାସକ ବଙ୍ଗ ସହିତ ଓଡ଼ିଶା ଓ ବିହାରକୁ ମିଶାଇ ଏକ ବିରାଟ ଅଞ୍ଚଳ ଉପରେ ନିଜର ସ୍ଵାଧୀନତା ଘୋଷଣା କରିବା ଫଳରେ ମୋଗଲ ସାମ୍ରାଜ୍ୟ ପତନର ରାସ୍ତା ଫିଟିଗଲା । ଏଣୁ ମୋଗଲ ସାମ୍ରାଜ୍ୟର ପତନ ପାଇଁ ବଙ୍ଗର ଶାସକଙ୍କୁ ଅଧ‌ିକ ଦାୟୀ କରାଯାଇପାରେ ।

୫ । କେଉଁ ବୈଦେଶିକ ଆକ୍ରମଣ ମୋଗଲ ସାମ୍ରାଜ୍ୟର ବିଶେଷ କ୍ଷତି ଘଟାଇଥଲା ଓ କାହିଁକି ?
Answer:

  • ନାଦିର ଶାହ ୧୭୩୯ ଖ୍ରୀ.ଅ.ରେ ଓ ଅହମ୍ମଦ ଶାହ ଅଲୀ ୧୭୪୮ରୁ ୧୭୬୧ ଖ୍ରୀ.ଅ ମଧ୍ୟରେ
  • ଏଥୁମଧ୍ଯରୁ ନାଦିର ଶାହଙ୍କ ଭାରତ ଆକ୍ରମଣ ମୋଗଲ ସାମ୍ରାଜ୍ୟର ଅଧିକ କ୍ଷତି ସାଧନ କରିଥିଲା, କାରଣ—
    (a) ସେ ଦିଲ୍ଲୀ ଆକ୍ରମଣ କରି ବହୁ ଲୋକଙ୍କୁ ହତ୍ୟା କରି ଅନେକ ଧନରତ୍ନ ଲୁଣ୍ଠନ କରିଥିଲେ ଓ ଶାହାଜାହାନଙ୍କ ପ୍ରସିଦ୍ଧ ମୟୂର ସିଂହାସନ, କୋହିନୁର ହୀରା ନେଇଯାଇଥିଲେ ।
    (b) ଏହାଛଡ଼ା ସିନ୍ଧୁ ପ୍ରଦେଶ, ଲାହୋର, କାବୁଲ ପ୍ରଭୃତି ଅଞ୍ଚଳକୁ ପାରସ୍ୟରେ ମିଶାଇ ଦେଇଥିଲେ ।
    (c) ମାତ୍ର ଅହମ୍ମଦ ଶାହ ଅଦଲୀ କେବଳ ଧନରତ୍ନ ଲୁଣ୍ଠନ ଉଦ୍ଦେଶ୍ୟରେ ଭାରତ ଆକ୍ରମଣ କରିଥିଲେ ।

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

Odisha State Board BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ Textbook Exercise Questions and Answers.

BSE Odisha Class 7 History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୧। ତଳଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।
(କ) କପିଳେନ୍ଦ୍ରଦେବଙ୍କ ରାଜ୍ୟଜୟ ବିଷୟରେ ଲେଖ ।
Answer:
(i) ଓଡ଼ିଶାରେ ସୂର୍ଯ୍ୟବଂଶର ପ୍ରତିଷ୍ଠାତା କପିଳେନ୍ଦ୍ରଦେବ ଜଣେ ବିଖ୍ୟାତ ଯୋଦ୍ଧା ଓ ଦିଗ୍‌ବିଜୟୀ ସମ୍ରାଟ ଥିଲେ ।
(ii) ସେ ବିଶାଳ ଗଜସେନାର ଅଧୂତି ଥ‌ିବାରୁ ‘ଗଜପତି’ ଏବଂ ଗୌଡ଼ର ସୁଲତାନଙ୍କୁ ପରାସ୍ତ କରି ‘ଗୌଡ଼େଶ୍ୱର’ ଉପାଧ୍ ଧାରଣ କରିଥିଲେ ।
(iii) ଦାକ୍ଷିଣାତ୍ୟରେ ସେ ବିଜୟନଗର ରାଜାଙ୍କୁ ପରାସ୍ତ କରି କର୍ଣାଟ ଅଞ୍ଚଳ ଅଧିକାର କରି ‘ନବକୋଟି କର୍ଣ୍ଣାଟ’ ଉପାଧ୍ଧରେ ଭୂଷିତ ହୋଇଥିଲେ ।
(iv) ବାହମନୀର ସୁଲତାନଙ୍କୁ ପରାସ୍ତ କରି ଉକ୍ତ ରାଜ୍ୟର ରାଜଧାନୀ କଳବର୍ଗ ଅତ୍କାର କରିଥିଲେ ଓ ‘କଳବର୍ଗେଶ୍ଵର’ ଉପାଧ୍ରେ ଭୂଷିତ ହୋଇଥିଲେ ।
(v) ଏହି ସମସ୍ତ ରାଜ୍ୟ ଜୟକରି କପିଳେନ୍ଦ୍ରଦେବ ‘ଗଜପତି ଗୌଡ଼େଶ୍ଵର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର’ ଉପାଧ୍ ଧାରଣ କରିଥିଲେ ଓ ତାଙ୍କର ବିଶାଳ ସାମ୍ରାଜ୍ୟ ଉତ୍ତରରେ ଗଙ୍ଗାନଦୀଠାରୁ ଦକ୍ଷିଣରେ କୃଷ୍ଣା ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ।

(ଖ) ପ୍ରତାପରୁଦ୍ରଦେବ ଏବଂ କୃଷ୍ଣଦେବ ରାୟାଙ୍କ ମଧ୍ୟରେ ଥ‌ିବା ସଂପର୍କ ବିଷୟରେ ଲେଖ ।
Answer:
(i) ପ୍ରତାପରୁଦ୍ରଦେବଙ୍କ ସମୟରେ ଦାକ୍ଷିଣାତ୍ୟର ବିଜୟନଗର ରାଜ୍ୟର ରାଜା କୃଷ୍ଣଦେବ ରାୟା ପ୍ରବଳ ପ୍ରତାପୀ ହୋଇଉଠିଥିଲେ । ସେ ଉଦୟଗିରି ସମେତ ଓଡ଼ିଶାର ବହୁ ଅଞ୍ଚଳ ଅଧିକାର କରି ସୀମାଚଳମ୍ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ ।
(ii) ପ୍ରତାପରୁଦ୍ରଦେବ କୃଷ୍ଣଦେବ ରାୟାଙ୍କର ଗତିରୋଧ କରି ପରାଜିତ ହୋଇଥିଲେ ।
(iii) ସେ କୃଷ୍ଣଦେବ ରାୟାଙ୍କ ସହିତ ସନ୍ଧି ସ୍ଥାପନ କରି ତାଙ୍କୁ ଗୋଦାବରୀ ନଦୀର ଦକ୍ଷିଣକୁ ଥ‌ିବା ଓଡ଼ିଶା ରାଜ୍ୟର ଅଞ୍ଚଳ ଛାଡ଼ି ଦେଇଥିଲେ ।
(iv) ସେ ତାଙ୍କ କନ୍ୟା ଜଗନ୍ମୋହିନୀଙ୍କୁ ତାଙ୍କ ସହ ବିବାହ ଦେଇଥିଲେ ।
(v) ପ୍ରତାପରୁଦ୍ରଙ୍କ ପୁତ୍ର ବୀରଭଦ୍ରଙ୍କୁ କୃଷ୍ଣଦେବରାୟଙ୍କ ଦରବାରରେ ଜଣେ ସାଧାରଣ ଲୋକ ସହ ଅସୀ ଯୁଦ୍ଧ କରିବାକୁ କୁହାଯିବାରୁ ସେ ଅପମାନିତ ହୋଇ ନିଜ ତରବାରୀ ଛାତିରେ ବିଦ୍ଧ କରି ପ୍ରାଣତ୍ୟାଗ କରିଥିଲେ ।

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

(ଗ) ପ୍ରତାପରୁଦ୍ରଦେବଙ୍କ ସମୟରେ ସୃଷ୍ଟି ହୋଇଥ‌ିବା ସାହିତ୍ୟ ସଂପର୍କରେ ସୂଚନା ପ୍ରଦାନ କର ।
Answer:
(i) ପ୍ରତାପରୁଦ୍ରଦେବ ଜଣେ ବିଶିଷ୍ଟ କବି ଓ ବିଦ୍ଵାନ୍ ଥିଲେ ।
(ii) ସେ ସଂସ୍କୃତ ଭାଷାରେ ‘ସରସ୍ଵତୀ ବିଳାସ’ ନାମକ ଏକ ଅମୂଲ୍ୟ ହିନ୍ଦୁ ଆଇନ ଗ୍ରନ୍ଥ ରଚନା କରିଥିଲେ
(iii) ତାଙ୍କ ସମୟରେ ଜଗନ୍ନାଥ ଦାସ ଓଡ଼ିଆରେ ‘ଭାଗବତ’ ଏବଂ ବଳରାମ ଦାସ ‘ଦାଣ୍ଡୀ ରାମାୟଣ’ ରଚନା କରିଥିଲେ ।
(iv) କବି ଜୀବଦେବ ଆଚାର୍ଯ୍ୟ ‘ଭକ୍ତି ଭାଗବତ’ ଓ ରାୟ ରାମାନନ୍ଦ ‘ଜଗନ୍ନାଥବଲ୍ଲଭ’ ନାଟକ ପ୍ରତାପରୁଦ୍ରଙ୍କ ରାଜତ୍ଵ କାଳରେ ରଚନା କରିଥିଲେ ।
(v) ବହୁ କବି ଓ ପଣ୍ଡିତ ତାଙ୍କ ରାଜସଭା ମଣ୍ଡନ କରିଥିଲେ ।

(ଘ) ମୁକୁନ୍ଦ ହରିଚନ୍ଦନ ଓ ସୁଲେମାନ୍ କର୍‌ରାଣୀଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର ଫଳାଫଳ କ’ଣ ହେଲା ?
Answer:
(i) ୧୫୬୮ ଖ୍ରୀଷ୍ଟାବ୍ଦରେ ବଙ୍ଗର ସୁଲତାନ ସୁଲେମାନ୍ କର୍‌ରାଣୀ ନିଜର ସୈନ୍ୟବାହିନୀକୁ ଦୁଇଭାଗରେ ବିଭକ୍ତ କରି ଓଡ଼ିଶା ଆକ୍ରମଣ କରିଥିଲେ ।
(ii) ସୁଲେମାନ କର୍‌ରାଣୀଙ୍କ ସହ ଯୁଦ୍ଧ କରି ମୁକୁନ୍ଦଦେବ ପରାଜିତ ହୋଇଥିଲେ ।
(iii) କର୍‌ରାଣୀଙ୍କ ଅନ୍ୟ ଏକ ସୈନ୍ୟଦଳ ତାଙ୍କର ପୁତ୍ର ବାୟାଜିଦ୍ ଏବଂ ସେନାପତି କଳାପାହାଡ଼ଙ୍କ ନେତୃତ୍ବରେ

୨। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ____________ ସୂର୍ଯ୍ୟବଂଶର ପ୍ରତିଷ୍ଠାତା ।
(ମୁକୁନ୍ଦଦେବ, କପିଳେନ୍ଦ୍ରଦେବ, ପୁରୁଷୋତ୍ତମଦେବ, ପ୍ରତାପରୁଦ୍ରଦେବ )
Answer:
କପିଳେନ୍ଦ୍ରଦେବ

(ଖ) _____________ ରଚନା କରିଥିଲେ ।
(ବଳରାମ ଦାସ, ଅନନ୍ତ ଦାସ, ସାରଳା ଦାସ, ଜଗନ୍ନାଥ ଦାସ)
Answer:
ସାରଳା ଦାସ

(ଗ) _________________ କପିଳେନ୍ଦ୍ରଦେବଙ୍କ ଜ୍ୟେଷ୍ଠପୁତ୍ର ।
(ପୁରୁଷୋତ୍ତମଦେବ, ପ୍ରତାପରୁଦ୍ରଦେବ, ହମ୍ଭୀର, ସାଲ୍ସ ନରସିଂହ)
Answer:
ହମ୍ବୀର

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

(ଘ) ‘ଆଭିନବ ଗୀତଗୋବିଦ’ ର ରଚୟିତା ________________ ।
(ପ୍ରତାପରୁଦ୍ରଦେବ, କବିଚନ୍ଦ୍ର ରାୟ ଦିବାକର, ପୁରୁଷୋତ୍ତମଦେବ, ସାରଳା ଦାସ)
Answer:
ପୁରୁଷୋତ୍ତମଦେବ

(ଙ) _______________ ଓଡ଼ିଶାର ଶେଷ ସ୍ଵାଧୀନ ରାଜା ।
(ପ୍ରତାପରୁଦ୍ରଦେବ, ଗୋବିନ୍ଦ ବିଦ୍ୟାଧର, କପିଳେନ୍ଦ୍ରଦେବ, ମୁକୁନ୍ଦ ହରିଚନ୍ଦନ)
Answer:
ମୁକୁନ୍ଦ ହରିଚନ୍ଦନ

୩ । ‘କ’ ସ୍ତମ୍ଭର ଖ୍ରୀଷ୍ଟାବ୍ଦ ସହିତ ‘ଖ’ ସ୍ତମ୍ଭର ଘଟଣାକୁ ଗାର ଟାଣି ଯୋଡ଼ ।

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୪। ସଂକ୍ଷିପ୍ତ ଟପ୍ପଣୀ ଲେଖ ।
(କ) କପିଳାବ୍ଦ :
Answer:
(i) କପିଳେନ୍ଦ୍ରଦେବ ୧୪୩୫ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ ।
(ii) ସେ ସେହିବର୍ଷ କପିଳାବ୍ଦ ନାମକ ଏକ ନୂତନ ଅବ୍ଦ ପ୍ରଚଳନ କରିଥିଲେ ।

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

(ଖ) ସାଲ୍ସ ନରସିଂହ :
Answer:
(i) ସାଲ୍ସ ନରସିଂହ ଉଦୟଗିରିର ରାଜା ଥିଲେ । ସେ ଦକ୍ଷିଣ ଓଡ଼ିଶାର କେତେକ ଦୁର୍ଗ ଅଧିକାର କରିଥିଲେ ।
(ii) ପୁରୁଷୋତ୍ତମଦେବ ବିଶାଳ ସୈନ୍ୟବାହିନୀ ସହ ଅଗ୍ରସର ହୋଇ ସାଲ୍ସ ନରସିଂହଙ୍କୁ ଯୁଦ୍ଧରେ ପରାଜିତ କରି ଉଦୟଗିରି ରାଜ୍ୟ ଅଧ୍ବକାର କରିଥିଲେ ।
(iii) ସାଲ୍ସ ନରସିଂହ ପୁରୁଷୋତ୍ତମଦେବଙ୍କ ସହିତ ସନ୍ଧି କରିଥିଲେ ଏବଂ ନିଜର କନ୍ୟାଙ୍କୁ ତାଙ୍କ ସହ ବିବାହ କରାଇଥିଲେ ।

(ଗ) କୃଷ୍ଣଦେବ ରାୟା :
Answer:
(i) କୃଷ୍ଣଦେବ ରାୟା ବିଜୟନଗର ରାଜ୍ୟର ରାଜା ଥିଲେ । ସେ ଉଦୟଗିରି ସମେତ ଓଡ଼ିଶାର ବହୁ ଅଞ୍ଚଳ ଅସ୍ଵୀକାର କରି ସୀମାଚଳମ୍ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ ।
(ii) ପ୍ରତାପରୁଦ୍ରଦେବ ତାଙ୍କର ଗତିରୋଧ କରି ପରାଜିତ ହୋଇଥିଲେ ।
(iii) ସେ କୃଷ୍ଣଦେବ ରାୟାଙ୍କ ସହିତ ସନ୍ଧି କରି ତାଙ୍କୁ ଗୋଦାବରୀ ନଦୀର ଦକ୍ଷିଣକୁ ଥ‌ିବା ଓଡ଼ିଶା ରାଜ୍ୟର ଅଞ୍ଚଳ ଛାଡ଼ିଦେବା ସହିତ ନିଜ କନ୍ୟା ଜଗନ୍ମୋହିନୀଙ୍କୁ ତାଙ୍କ ସହ ବିବାହ କରାଇଥିଲେ ।

(ଘ) ହୁସେନ ଶାହା :
Answer:
(i) ଆଲ୍ଲାଉଦ୍ଦିନ୍ ହୁସେନ ଶାହ ବଙ୍ଗର ସୁଲତାନ ଥିଲେ । ଓଡ଼ିଶାର ରାଜା ପ୍ରତାପରୁଦ୍ରଦେବ ଦାକ୍ଷିଣାତ୍ୟରେ ବିଜୟନଗର ସହିତ ଯୁଦ୍ଧରତ ଥିଲାବେଳେ ସେ ଓଡ଼ିଶା ଆକ୍ରମଣ କରିଥିଲେ ।
(ii) ତାଙ୍କ ସୈନ୍ୟମାନେ ପୁରୀ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ ।
(iii) ଏହି ସମ୍ବାଦ ପାଇ ପ୍ରତାପରୁଦ୍ରଦେବ ଦାକ୍ଷିଣାତ୍ୟରୁ ଫେରି ଶତ୍ରୁ ସୈନ୍ୟମାନଙ୍କୁ ଓଡ଼ିଶାରୁ ତଡ଼ି ଦେଇଥିଲେ ।

(ଙ) ପ୍ରତାପରୁଦ୍ରଦେବ ସାହିତ୍ୟ।ନୁରାଗ :
Answer:
(i) ପ୍ରତାପରୁଦ୍ରଦେବ ଜଣେ ବିଶିଷ୍ଟ କବି ଓ ବିଦ୍ଵାନ୍ ଥିଲେ ।
(ii) ସେ ସଂସ୍କୃତ ଭାଷାରେ ‘ସରସ୍ଵତୀ ବିଳାସ’ ନାମକ ଏକ ଅମୂଲ୍ୟ ହିନ୍ଦୁ ଆଇନ ଗ୍ରନ୍ଥ ରଚନା କରିଥିଲେ ।
(iii) ତାଙ୍କ ସମୟରେ ଜଗନ୍ନାଥ ଦାସ ଓଡ଼ିଆରେ ‘ଭାଗବତ’, ବଳରାମ ଦାସ ‘ଦାଣ୍ଡୀ ରାମାୟଣ’ କରିଥିଲେ ।

(ଚ) ଗିୟାସୁଦ୍ଦିନ୍ ଜଲାଲ ଶାହା :
Answer:
(i) ଗିୟାସୁଦ୍ଦିନ୍ ଜଲାଲ ଶାହା ବଙ୍ଗର ସୁଲତାନ ଥିଲେ ।
(ii) ସେ ୧୫୬୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆକ୍ରମଣ କରି ଯାଜପୁର ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ ।
(iii) ମୁକୁନ୍ଦଦେବ ଗିୟାସୁଦ୍ଦିନଙ୍କୁ ପରାସ୍ତ କରି ଓଡ଼ିଶା ସାମ୍ରାଜ୍ୟର ସୀମାକୁ ଗଙ୍ଗାନଦୀ ପର୍ଯ୍ୟନ୍ତ ବିସ୍ତାର
(iv) ଏହି ବିଜୟର ସ୍ମୃତି ସ୍ଵରୂପ ସେ ହୁଗୁଳି ଜିଲ୍ଲାର ଗଙ୍ଗାନଦୀ କୂଳରେ ତ୍ରିବେଣୀ ଘାଟ ନିର୍ମାଣ କରିଥିଲେ ।

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

(ଛ) ଗୋହିରୀଟିକିରା :
Answer:
(i) ଗୋହିରୀଟିକିରା ଯାଜପୁର ନିକଟବର୍ତ୍ତୀ ଏକ ସ୍ଥାନ । ଏହି ସ୍ଥାନରେ ମୁକୁନ୍ଦଦେବ ଓ ସାରଙ୍ଗଗଡ଼ର ସାମନ୍ତ ରାଜା ରାମଚନ୍ଦ୍ର ଭଞ୍ଜଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ।
(ii) ଏହି ଯୁଦ୍ଧରେ ମୁକୁନ୍ଦଦେବ ନିହତ ହୋଇଥିଲେ ।
(iii) ମୁକୁନ୍ଦଦେବଙ୍କ ମୃତ୍ୟୁ ଫଳରେ ଓଡ଼ିଶାର ସ୍ଵାଧୀନତା ଲୋପ ପାଇଥିଲା ।

୫। ରେଖାଙ୍କିତ ପଦଗୁଡ଼ିକୁ ପରିବର୍ତ୍ତନ ନ କରି ଭ୍ରମ ସଂଶୋଧନ କର ।
(କ) ପୁରୁଷୋଉମଦେବ ‘ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର’ ଉପାଧ୍ଧରେ ଭୂଷିତ ହୋଇଥିଲେ ।
Answer:
କପିଳେନ୍ଦ୍ରଦେବ ‘ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର’ ଉପାଧ୍ଧରେ ଭୂଷିତ ହୋଇଥିଲେ ।

(ଖ) ରାୟ ରାମାନନ୍ଦ କପିଳେଶ୍ଵରଦେବଙ୍କର ଜ୍ୟେଷ୍ଠପୁତ୍ର ଥିଲେ ।
Answer:
ହମ୍ଭୀର କପିଳେନ୍ଦ୍ରଦେବଙ୍କର ଜ୍ୟେଷ୍ଠପୁତ୍ର ଥିଲେ ।

(ଗ) ‘ଚଣ୍ଡୀ ପୁରାଣ’ ଏବଂ ଓଡ଼ିଆ ‘ମହାଭାରତ’ ବଳରାମ ଦାସଙ୍କଦ୍ୱାରା ରଚିତ ହୋଇଥିଲା ।
Answer:
‘ଚଣ୍ଡୀପୁରାଣ’ ଏବଂ ଓଡ଼ିଆ ‘ମହାଭାରତ’ ସାରଳା ଦାସଙ୍କଦ୍ଵାରା ରଚିତ ହୋଇଥିଲା ।

(ଘ) ପ୍ରତାପରୁଦ୍ରଦେବ ଗଙ୍ଗାନଦୀ କୂଳରେ ତ୍ରିବେଣୀଘାଟ ନିର୍ମାଣ କରିଥିଲେ ।
Answer:
ମୁକୁନ୍ଦଦେବ ଗଙ୍ଗାନଦୀ କୂଳରେ ତ୍ରିବେଣୀ ଘାଟ ନିର୍ମାଣ କରିଥିଲେ ।

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୬। କପିଳେନ୍ଦ୍ରଦେବ ‘ଗଜପତି ଗୌଡ଼େଶ୍ଵର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର’ ଉପାଧ୍ଧରେ ଭୂଷିତ ହେବାର କାରଣ କ’ଣ ?
Answer:
(i) କପିଳେନ୍ଦ୍ରଦେବ ବିଶାଳ ଗଜ (ହସ୍ତୀ) ସେନାର ଅଧୂପତି ଥ‌ିବାରୁ ଗଜପତି ଉପାଧ୍ଧରେ ଭୂଷିତ ହୋଇଥିଲେ ।
(ii) ସେ ଗୌଡ଼ (ବଙ୍ଗ)ର ସୁଲତାନଙ୍କୁ ପରାଜିତ କରି ଗୌଡ଼େଶ୍ଵର ଉପାଧିରେ ଭୂଷିତ ହୋଇଥିଲେ ।
(iii) ସେ ଦାକ୍ଷିଣାତ୍ୟର ଶକ୍ତିଶାଳୀ ବିଜୟନଗରର ରାଜାଙ୍କୁ ପରାସ୍ତ କରି କର୍ଣ୍ଣାଟ ଅଞ୍ଚଳ (ବର୍ତ୍ତମାନର କର୍ଣ୍ଣାଟକ ରାଜ୍ୟ) ତଥା ବାହମନୀ ରାଜ୍ୟର ପ୍ରାଚୀନ ରାଜଧାନୀ କଳବର୍ଗ (ଗୁଲବର୍ଗା) ଜୟ କରିଥିବାରୁ ‘ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର’ ଉପାଧ୍ ଧାରଣ କରିଥିଲେ ।

୭। ଓଡ଼ିଶାର ସୂର୍ଯ୍ୟବଂଶୀ ନରପତିମାନଙ୍କ ସମୟରେ ରଚିତ ହୋଇଥ‌ିବା ସାହିତ୍ୟକୃତିଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କର ।
(i) ସୂର୍ଯ୍ୟବଂଶୀ ନରପତି କପିଳେନ୍ଦ୍ରଦେବଙ୍କ ସମୟରେ ରଚିତ ହୋଇଥ‌ିବା ସାହିତ୍ୟ କୃତି :
(a) ପରଶୁରାମ ବିଜୟ (ସଂସ୍କୃତ ନାଟକ) — କପିଳେନ୍ଦ୍ରଦେବ
(b) ସଂକ୍ଷେପ ଶାରୀରିକ ବର୍ତିକା (ସଂସ୍କୃତ ଭାଷାରେ)— ନୃସିଂହ ବାଜପେୟୀ
(c) ମହାଭାରତ (ଓଡ଼ିଆ ଭାଷାରେ)– ଶୂଦ୍ରମୁନି ସାରଳା ଦାସ
(d) ଚଣ୍ଡୀପୁରାଣ (ଓଡ଼ିଆ ଭାଷାରେ)– ଶୂଦ୍ରମୁନି ସାରଳା ଦାସ

(ii) ପୁରୁଷୋତ୍ତମଦେବଙ୍କ ସମୟର ସାହିତ୍ୟ କୃତି :
Answer:
(a) ଅଭିନବ ଗୀତ ଗୋବିନ୍ଦ (ସଂସ୍କୃତ ଭାଷାରେ)— ପୁରୁଷୋତ୍ତମଦେବ

(iii) ପ୍ରତାପରୁଦ୍ରଦେବଙ୍କ ସମୟର ସାହିତ୍ୟ କୃତି :
Answer:
(a) ସରସ୍ଵତୀ ବିଳାସ (ସଂସ୍କୃତ ଭାଷାରେ, ହିନ୍ଦୁ ଆଇନ ଗ୍ରନ୍ଥ)– ପ୍ରତାପରୁଦ୍ରଦେବ
(b) ଭାଗବତ (ଓଡ଼ିଆ ଭାଷାରେ)— ଜଗନ୍ନାଥ ଦାସ
(c) (ଓଡ଼ିଆ ଭାଷାରେ)— ଜଗନ୍ନାଥ ଦାସ
(d) ଭକ୍ତି ଭାଗବତ — ଜୀବଦେ ଆଚାର୍ଯ୍ୟ
(e) ଜଗନ୍ନାଥ ବଲ୍ଲଭ (ନାଟକ) – ରାୟ ରାମାନନ୍ଦ

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୮। ମୁକୁନ୍ଦ ହରିଚନ୍ଦନଙ୍କୁ କାହିଁକି ଓଡ଼ିଶାର ଶେଷ ସ୍ଵାଧୀନ ରାଜା ବୋଲି କୁହାଯାଏ ?
Answer:
(i) ମୁକୁନ୍ଦଦେବଙ୍କ ପରେ ଆଉ କୌଣସି ହିନ୍ଦୁ ରାଜା ସ୍ଵାଧୀନ ଭାବରେ ଓଡ଼ିଶାକୁ ଶାସନ କରି ନଥିଲେ ।
(ii) ମୁକୁନ୍ଦଦେବଙ୍କ ପରେ ଓଡ଼ିଶା ମୋଗଲ ଓ ବିଭିନ୍ନ ବୈଦେଶିକ ଶକ୍ତିର ଶାସନାଧୀନ ହୋଇଥିଲା ।
(iii) ତେଣୁ ମୁକୁନ୍ଦ ହରିଚନ୍ଦନଙ୍କୁ ଓଡ଼ିଶାର ଶେଷ ସ୍ଵାଧୀନ ରାଜା ବୋଲି କୁହାଯାଏ ।

୯। ଓଡ଼ିଆ ସାହିତ୍ୟ କପିଳେନ୍ଦ୍ରଦେବ ବା ପ୍ରତାପରୁଦ୍ରଙ୍କ ସମୟରେ ବେଶି ବିକଶିତ ହୋଇଥିଲା ? ପ୍ରମାଣ ସହିତ ଦର୍ଶାଅ ।
Answer:
(i) କପିଳେନ୍ଦ୍ରଦେବ କଳା ଓ ସାହିତ୍ୟର ପୃଷ୍ଠପୋଷକ ଥିବାରୁ ତାଙ୍କ ସମୟରେ ଓଡ଼ିଆ ସାହିତ୍ୟର ବିକାଶ ହୋଇଥିଲା । ସେ ନିଜେ ‘ପରଶୁରାମ ବିଜୟ’ ନାମ ନାଟକ ରଚନା କରିଥିଲେ ।
(ii) ତାଙ୍କ ସମୟରେ ନୃସିଂହ ବାଜପେୟୀ ସଂସ୍କୃତରେ ‘ସଂକ୍ଷେପ ଶାରୀରିକ ବର୍ତିକା’ ଏବଂ ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାରେ ‘ମହାଭାରତ’ ଓ ‘ଚଣ୍ଡୀପୁରାଣ’ ରଚନା କରିଥିଲେ ।
(iii) ସେହିପରି ପ୍ରତାପୁରୁଦ୍ରଦେବ ଜଣେ ବିଶିଷ୍ଟ କବି ଓ ବିଦ୍ଵାନ୍ ଥିଲେ । ତାଙ୍କ ସମୟରେ ପଞ୍ଚସଖା କବିଙ୍କର ଆବିର୍ଭାବ ହୋଇଥ‌ିବାରୁ ଓଡ଼ିଆ ସାହିତ୍ୟର ବେଶୀ ବିକାଶ ହୋଇଥିଲା ।
(iv) ପ୍ରତାପରୁଦ୍ରଦେବ ନିଜେ ‘ସରସ୍ଵତୀବିଳାସ’ ନାମକ ହିନ୍ଦୁ ଆଇନ୍‌ଗ୍ରନ୍ଥ ରଚନା କରିଥିଲେ । ତାଙ୍କ ସମୟରେ ଜଗନ୍ନାଥ ଦାସ ଓଡ଼ିଆରେ ‘ଭାଗବତ’, ବଳରାମ ଦାସ ଓଡ଼ିଆରେ ‘ଦାଣ୍ଡୀ ରାମାୟଣ’, ଜୀବଦେବ ଆଚାର୍ଯ୍ୟ ‘ଭକ୍ତି ଭାଗବତ’ ଓ ରାୟ ନାମାନନ୍ଦ ‘ଜଗନ୍ନାଥବଲ୍ଲଭ’ ନାଟକ ରଚନା କରିଥିଲେ ।

BSE Odisha 7th Class History Solutions Book Download Pdf

BSE Odisha Class 7 History & Political Science Solutions Book Pdf Download

BSE Odisha 7th Class History Book Solutions ଇତିହାସ

BSE Odisha 7th Class Political Science Book Solutions ରାଜନୀତି ବିଜ୍ଞାନ

BSE Odisha 7th Class Text Book Solutions