BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ

Odisha State Board BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ Textbook Exercise Questions and Answers.

BSE Odisha Class 7 Geography Solutions Chapter 4 ଜୈବମଣ୍ଡଳ

୧ । ନିମ୍ନଲିଖତ ପ୍ରତ୍ୟେକର ସଂଜ୍ଞା ଲେଖ ।

Question କ.
ପ୍ରାକୃତିକ ପରିବେଶ :
Answer:
ଜଳ, ସ୍ଥଳ, ଉଭିଦ ଓ ପ୍ରାଣୀମାନଙ୍କୁ ନେଇ ଗଠିତ ପରିବେଶକୁ ପ୍ରାକୃତିକ ପରିବେଶ କୁହାଯାଏ ।

Question ଖ.
ଜୈବମଣ୍ଡଳ :
Answer:
ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳ ଅନ୍ତର୍ଗତ ପାରସ୍ପରିକ ସମ୍ବନ୍ଧ ଥୁବା ତଥା ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ଥ‌ିବା ପତଳା ସ୍ତରକୁ ଜୈବମଣ୍ଡଳ କୁହାଯାଏ ।

Question ଗ.
ପରିସଂସ୍ଥା :
Answer:
ଜୈବିକ ଓ ଅଜୈବିକ (ଭୂମିରୂପ, ଜଳବାୟୁ, ମୃରିକା) ଉପାଦାନ ମଧ୍ୟରେ ଥ‌ିବା ପାରସ୍ପରିକ ସମ୍ବନ୍ଧ ଯୋଗୁଁ ସୃଷ୍ଟ ପରିବେଶକୁ ପରିସଂସ୍ଥା କୁହାଯାଏ ।

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ

Question ଘ.
ଜୀବାଳୀ :
Answer:
ଗୋଟିଏ ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମାରେଖା ଭିତରେ ଥ‌ିବା ସମସ୍ତ ଛୋଟ ବଡ଼ ପରିସଂସ୍ଥାର ସମାହାରକୁ ଜୀବାଳୀ (Biome) କୁହାଯାଏ ।

Question କ.
ଖାଦ୍ୟ ଶୃଙ୍ଖଳ :
Answer:
କୌଣସି ପରିସଂସ୍ଥା ଅନ୍ତର୍ଗତ ପ୍ରତ୍ୟେକ ଜୀବ ଖାଦ୍ୟ ତଥା ଶକ୍ତି ପାଇଁ ଅନ୍ୟ ଜୀବ ଉପରେ ନିର୍ଭର କରିଥାଏ । ଏହାକୁ ଖାଦ୍ୟ ଶୃଙ୍ଖଳ କୁହାଯାଏ ।

Question ଚ.
ଖାଦ୍ୟ ଜାଲକ :
Answer:
କୌଣସି ପରିସଂସ୍ଥାରେ ଛନ୍ଦାଛନ୍ଦି ହୋଇ ରହିଥ‌ିବା ଖାଦ୍ୟଶୃଙ୍ଖଳଗୁଡ଼ିକୁ ଖାଦ୍ୟ ଜାଲକ (Food Web) କୁହାଯାଏ ।

Question ଛ.
ମୃତ୍ତିକା :
Answer:
ମୃତ୍ତିକା ହେଉଛି କଠିନ (ଶିଳାରେଣୁ ଓ ଜୈବିକ ପଦାର୍ଥ), ତରଳ (ଜଳ) ଓ ଗ୍ୟାସୀୟ (ଅମ୍ଳଜାନ, ଅଙ୍ଗାରକାମ୍ଳ ଓ ଉଦ୍‌ଜାନ ଭଳି ଗ୍ୟାସ) ପଦାର୍ଥର ସମାହାର ।

୨। ପାର୍ଥକ୍ୟ ଦର୍ଶାଅ ।

Question କ.
କ୍ରାନ୍ତୀୟ ତୃଣଭୂମି ଓ ନାତିଶୀତୋଷ୍ଣ ତୃଣଭୂମି
Answer:
BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 17

Question ଖ.
ଦୋରସା ମାଟି ଓ କାଦୁଆ ମାଟି
Answer:
BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 18

Question ଗ.
ଅବଶିଷ୍ଟ ମୃତ୍ତିକା ଓ ଅପସୃତ ମୃତ୍ତିକା
Answer:
BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 19

Question ଘ.
ତୃଣଭୋଜୀ ପ୍ରାଣୀ ଓ ମାଂସାଶୀ ପ୍ରାଣୀ
Answer:
BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 20

Question ଙ.
ଉତ୍ପାଦକ ଓ ଭକ୍ଷକ
Answer:
BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 21

୩ । ସ୍ତମ୍ଭ ଦୁଇଟି ମଧ୍ୟରେ ସମ୍ପର୍କ ସ୍ଥାପନ କରି ଲେଖ ।

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 22
Answer:
BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 23

୪ । କାରଣ ଦର୍ଶାଅ ।

Question କ.
ମେରୁ ଅଞ୍ଚଳରେ ପ୍ରାଣୀମାନଙ୍କର ଚମଡ଼ା ଅଧ୍ବକ ଲୋମଯୁକ୍ତ ।
Answer:

  • ମେରୁ ଅଞ୍ଚଳରେ ବର୍ଷର ୧୦ ମାସ ଅଧିକ ଥଣ୍ଡା ଅନୁଭୂତ ହୁଏ ।
  • ପ୍ରବଳ ଶୀତରୁ ରକ୍ଷା ପାଇବା ନିମନ୍ତେ ମେରୁ ଅଞ୍ଚଳର ପ୍ରାଣୀମାନଙ୍କର ଚମଡ଼ା ଅଧିକ ଲୋମଯୁକ୍ତ । ଲୋମ ତାପର କୁପରିବାହୀ ଥିବାରୁ ଶୀତର ପ୍ରଭାବରୁ ସେମାନେ ରକ୍ଷା ପାଆନ୍ତି ।

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ

Question ଖ.
ସରଳବର୍ଗୀୟ ଅରଣ୍ୟରେ ଶଙ୍କୁ ଆକାରର ବୃକ୍ଷ ଦେଖାଯାଏ ।
Answer:

  • ସରଳବର୍ଗୀୟ ଅରଣ୍ୟ ଥିବା ଅଞ୍ଚଳରେ ତୁଦ୍ରାଞ୍ଚଳ ଅପେକ୍ଷା ଅଧିକ ତୁଷାରପାତ ହୋଇଥାଏ ।
  • ଶଙ୍କୁ ଆକାର ବୃକ୍ଷରେ ତୁଷାରପାତ ହେଲେ ତାହା ଶୀଘ୍ର ଖସି ଭୂମିରେ ପଡ଼ିବା ସୁବିଧାଜନକ ହୋଇଥାଏ । ତେଣୁ ସରଳବର୍ଗୀୟ ଅରଣ୍ୟରେ ଶଙ୍କୁ ଆକାରର ବୃକ୍ଷ ଦେଖାଯାଏ ।

Question ଗ.
ଓଟକୁ ମରୁଭୂମିର ଜାହାଜ କୁହାଯାଏ ।
Answer:

  • ଓଟ ଦୀର୍ଘଦିନ ଧରି ପାଣି ନ ପିଇ ବଞ୍ଚି ରହିପାରେ ଏବଂ ବାଲୁ କାରାଶି ଉପରେ ସହଜରେ ଯିବାଆସିବା କରିପାରେ ।
  • ତେଣୁ ଓଟକୁ ‘ମରୁଭୂମିର ଜାହାଜ’ କୁହାଯାଏ ।

୫ । ଖାଦ୍ୟ ଓ ଖାଦକ ସମ୍ପର୍କ ଅନୁସାରେ କ୍ରମରେ ସଜାଅ ।

Question କ.
ବାଳିଆ, ପତ୍ର, ବ୍ୟାକ୍ଟେରିଆ, ଛୋଟ ମାଛ, ଜିଆ
Answer:
ପୁତ୍ର ← ଜିଆ ← ଛୋଟ ମାଛ ← ବାଳିଆ ← ବ୍ୟାକ୍ଟେରିଆ

Question ଖ.
ସର୍ବଭୁକ୍, ପ୍ରାଥମିକ ଭକ୍ଷକ, ଉତ୍ପାଦକ, ଦ୍ବିତୀୟକ ଭକ୍ଷକ ଉତ୍ପାଦକ
Answer:
← ପ୍ରାଥମିକ ଭକ୍ଷକ ← ଦ୍ଵିତୀୟକ ଭକ୍ଷକ← ସର୍ବରୁକ୍

Question ଗ.
ଘାସ, ବାଘ, ହରିଣ, ବ୍ୟାକ୍ଟେରିଆ
Answer:
ଘାସ ← ହରିଣ ← ବାଘ ← ବ୍ୟାକ୍ଟେରିଆ

୬। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ଆର୍ଜେଣ୍ଟିନାର ତୃଣଭୂମିକୁ ______ କୁହାଯାଏ । (ଡାଉନ୍ସ, ପମ୍ପାସ, ପ୍ରେରୀ, ଷ୍ଟେପ୍)
Answer:
ପମ୍ପାସ

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ

(ଖ) ପୃଥ‌ିବୀର ପଶୁଶାଳା _______ ତୃଣଭୂମି ଅଟେ । (କାମ୍ବୋସ, ସାଭାନ୍ନା, ଲିଆନୋସ, ଷ୍ଟେପ୍)
Answer:
ସାଭାନ୍ନା

(ଗ) କ୍ରାନ୍ତୀୟ ତୃଣଭୂମି ଅଞ୍ଚଳରୁ _____ ଏକ ପ୍ରାଣୀ । (ବାଇସନ୍, ୱାଲରସ, ଗୟଳ, ଜିରାଫ୍)
Answer:
ଜିରାଫ୍

(ଘ) ପୃଥ୍ବୀର ରୁଟି ଝୁଡ଼ି ______ ତୃଣଭୂମି ଅଟେ । (ସାଭାନ୍ନା, ଲିଆନୋସ, ପମ୍ପାସ, କ୍ୟାମ୍ବୋସ)
Answer:
ପମ୍ପାସ

ଙ) ସାଧାରଣ କଥାବାର୍ତ୍ତାର ଶବ୍ଦ _______ ଡେସିବେଲ୍ । (୨୫, ୫୫, ୧୦୦, ୧୦୫)
Answer:
୨୫

୭। ସଂକ୍ଷେପରେ ଉତ୍ତର ଦିଅ ।

Question କ.
ଖାଦ୍ୟ ଶୃଙ୍ଖଳ କ’ଣ ଉଦାହରଣ ସହ ବୁଝାଅ ।
Answer:

  • ପରିସଂସ୍ଥା ଅନ୍ତର୍ଗତ ପ୍ରତ୍ୟେକ ଜୀବ ଖାଦ୍ୟ ତଥା ଶକ୍ତି ପାଇଁ ଅନ୍ୟ ଜୀବ ଉପରେ ନିର୍ଭର କରିଥାଏ । ଏହାକୁ ଖାଦ୍ୟ ଶୃଙ୍ଖଳ କୁହାଯାଏ ।
  • ଖାଦ୍ୟ ଶୃଙ୍ଖଳରେ ଥିବା ପ୍ରତ୍ୟେକ ଶ୍ରେଣୀଭୁକ୍ତ ଜୀବ ଏକ କଡ଼ି ପରି କାମ କରିଥାଏ । ଗୋଟିଏ କଡ଼ି ‘ଖାଦ୍ୟ’ ହେଲେ ଅନ୍ୟଟି ‘ଖାଦକ’ । ସେହିପରି ‘ଖାଦକ’ କଢ଼ି ଖାଦ୍ୟ ହେଲାବେଳେ ପରବର୍ତ୍ତୀ କଡ଼ି ଖାଦକ ହୁଏ ।
  • ଉଦାହରଣ : ବିଭିନ୍ନ ପୋକଡୋକ ଆଦିକୁ ବେଙ୍ଗ ଖାଇଥାଏ । ବେଙ୍ଗକୁ ଛୋଟ ସାପ, ଛୋଟ ସାପକୁ ବଡ଼ ସାପ, ବଡ଼ ସାପକୁ ନେଉଳ, ନେଉଳକୁ ଛଞ୍ଚାଣ ଖାଇ ବଞ୍ଚିଥାନ୍ତି । ପ୍ରାଣୀମାନେ ମରିଗଲା ପରେ ସେଗୁଡ଼ିକୁ ବ୍ୟାକ୍ଟେରିଆ ଅପଘଟନ କରି ମାଟିରେ ମିଶାଏ ।

ପୋକଜୋକ ← ବେଙ୍ଗ ← ଛୋଟ ସାପ ← ବଡ଼ ସାପ ← ନେଉଳ ← ଛଞ୍ଚାଣ ← ବ୍ୟାକ୍ଟେରିଆ

Question ଖ.
ଜୈବ ଭାରସାମ୍ୟ କହିଲେ କ’ଣ ବୁଝାଯାଏ ?
Answer:

  • ଖାଦ୍ୟ-ଖାଦକ ସମ୍ପର୍କ ଦୃଷ୍ଟିରୁ ଶକ୍ତି ପିରାମିଡ଼ର ପ୍ରଥମ ସ୍ତରରୁ ଚତୁର୍ଥ ସ୍ତର ଆଡ଼କୁ ଜୀବ ସଂଖ୍ୟା ହ୍ରାସ ପାଇବା ଜରୁରୀ ।
  • ପ୍ରତ୍ୟେକ ସ୍ତରର ପ୍ରାଣୀମାନଙ୍କ ମଧ୍ୟରେ ସଂଖ୍ୟାଗତ ସୁସମ୍ପର୍କ ପ୍ରତିଷ୍ଠା ହୁଏ । ଏହିପରି ସଂଖ୍ଯାଗତ ସୁସମ୍ପର୍କକୁ ଜୈବ ଭାରସାମ୍ୟ କୁହାଯାଏ ।
  • ଅତ୍ୟଧିକ ଜଙ୍ଗଲ ଧ୍ଵଂସ ଫଳରେ ବିଭିନ୍ନ ଶକ୍ତି ସ୍ତର ମଧ୍ଯରେ ସଂଖ୍ୟାଗତ ସୁସମ୍ପର୍କ ନଷ୍ଟ ହେଉଛି । ଫଳରେ ଅନେକ ପ୍ରଜାତିର ବୃକ୍ଷଲତା ଓ ପ୍ରାଣୀ ନିଶ୍ଚିହ୍ନ ହେବାକୁ ବସିଲେଣି । ଫଳରେ ଜୈବ ଭାରସାମ୍ୟ ନଷ୍ଟ ହେବାରେ ଲାଗିଛି ।
  • ନିମ୍ନ ସ୍ତରଗୁଡ଼ିକ କ୍ଷତିଗ୍ରସ୍ତ ହେଲେ ଚତୁର୍ଥ ସ୍ତରରେ ଥିବା ମଣିଷ ନିଶ୍ଚିତଭାବେ ବିପଦଗ୍ରସ୍ତ ହେବ । ତେଣୁ ଜୈବ ଭାରସାମ୍ୟ ରକ୍ଷା ଦିଗରେ ଯବାନ ହେବା ଆବଶ୍ୟକ ।

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ

Question ଗ.
କେଉଁ କାରଣଗୁଡ଼ିକ ଦ୍ଵାରା ଜଳ ଦୂଷିତ ହୁଏ ?
Answer:
ନିମ୍ନଲିଖୁତ କାରଣଗୁଡ଼ିକ ଦ୍ୱାରା ଜଳ ଦୂଷିତ ହୁଏ, ଯଥା-

  • ବଡ଼ ବଡ଼ ସହରର ନର୍ଦ୍ଦମା ଜଳ, ଆବର୍ଜ ନ ।, କଳକାରଖାନାରୁ ବାହାରୁଥ‌ିବା ମଇଳା ଜଳରେ ମିଶିବା ।
  • କୃଷି କ୍ଷେତ୍ରରେ ବ୍ୟବହୃତ ରାସାୟନିକ ସାର ଓ କୀଟନାଶକ ଔଷଧ ଜଳରେ ମିଶିବା ।
  • ଭୂକ୍ଷୟ ଦ୍ବାରା ଜୀବଜନ୍ତୁଙ୍କର ପଚାସଢ଼ା ଶବ ଓ ଉଭିଦର ପତ୍ର ପାଣିରେ ପଡ଼ି ପଚିବା ଦ୍ଵାରା ।
  • ଘରୋଇ କାର୍ଯ୍ୟ ଦ୍ଵାରା ନିର୍ଗତ ମଇଳା ଓ ଆବର୍ଜନାଯୁକ୍ତ ଜଳ ମିଶିବା ।

Question ଘ.
ଶକ୍ତି ପ୍ରବାହ କ’ଣ ?

  • ଉଦ୍ଭଦ ଜଗତ ଉତ୍ପାଦକ ଓ ପ୍ରାଣୀମାନେ ଭକ୍ଷକ ଅଟନ୍ତି ।
  • ଉଦ୍ଭିଦ ଦ୍ବାରା ମାଟିରୁ ସଂଗୃହୀତ ଖଣିଜ ଲବଣ ଓ ସୌରଶକ୍ତି ରାସାୟନିକ ଶକ୍ତିରେ ରୂପାନ୍ତରିତ ହୋଇ ରହେ ।
  • ତୃଣଭୋଜୀ ପ୍ରାଣୀ ଉଭିଦର ବିଭିନ୍ନ ଅଂଶ ଖାଇବା ଦ୍ବାରା ସେମାନେ ଉଭିଦଠାରୁ କିଛି ପରିମାଣର ରାସାୟନିକ ଶକ୍ତି (ପ୍ରାୟ ଉଭିଦଠାରେ ଥ‌ିବା ଶକ୍ତିର ଏକ-ଦଶମାଂଶ) ଗ୍ରହଣ କରନ୍ତି ।
  • ତୃଣଭୋଜୀ ପ୍ରାଣୀଙ୍କଠାରୁ ଏହି ଶକ୍ତି (ପ୍ରାୟ ଏକ- ଦଶମାଂଶ) ମାଂସାଶୀ ପ୍ରାଣୀ ଓ ମନୁଷ୍ୟ ପାଖକୁ ଯାଏ ।
  • ପରିସଂସ୍ଥାରେ ଏହିପରି ଶକ୍ତିର ସ୍ଥାନାନ୍ତରଣକୁ ଶକ୍ତି ପ୍ରବାହ କୁହାଯାଏ । ଶକ୍ତି ପ୍ରବାହ ପ୍ରଥମ ସ୍ତରରୁ ଚତୁର୍ଥ ସ୍ତର ଆଡ଼କୁ ଏକ ନିର୍ଦ୍ଦିଷ୍ଟ ଦିଗରେ ହୁଏ ଓ ଶକ୍ତିର ପରିମାଣ ପ୍ରଥମ ସ୍ତରରୁ ଶୀର୍ଷ ସ୍ତର ଆଡ଼କୁ କ୍ରମଶଃ କମିଯାଏ ।

Question ଙ.
ଜଳ, ବାୟୁ ଓ ମୃରିକା ପ୍ରଦୂଷଣ ରୋକିବାପାଇଁ କି କି ପଦକ୍ଷେପମାନ ନିଆଯାଇ ପାରିବ ?
Answer:
ନିମ୍ନଲିଖ୍ଜ ପଦକ୍ଷେପ ନିଆଗଲେ ଜଳ, ବାୟୁ ଓ ମୃତ୍ତିକା ପ୍ରଦୂଷଣକୁ ରୋକି ହେବ, ଯଥା-

  • ଜନସଂଖ୍ୟା ବୃଦ୍ଧିର ନିୟନ୍ତ୍ରଣ କରିବା ।
  • ଜଳ, ଖଣିଜ ଲବଣ ଓ ଅନ୍ୟାନ୍ୟ ଖଣିଜ ଦ୍ରବ୍ୟର ନିୟନ୍ତ୍ରତ ବ୍ୟବହାର କରିବା ।
  • ଜଙ୍ଗଲ କ୍ଷୟ ରୋକିବା ସହ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଉଦ୍ୟମ କରିବା ।
  • କଳକାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁକୁ ବିଭିନ୍ନ ପ୍ରକ୍ରିୟାରେ ବିଶୋଧ କରି ବାୟୁମଣ୍ଡଳକୁ ଛାଡ଼ିବା ଏବଂ ଶିଳ୍ପଜାତ ଆବର୍ଜନାର ପୁନଃଚକ୍ରଣ କରିବା ।
  • ରାସାୟନିକ ସାର ଓ କୀଟନାଶକ ଔଷଧର ନିୟନ୍ତ୍ରିତ ବ୍ୟବହାର କରିବା ଏବଂ ଏହା ପରିବର୍ତ୍ତେ ଜୈବସାର ଓ ଜୈବ କୀଟନାଶକର ବ୍ୟବହାର ଉପରେ ଗୁରୁତ୍ବ ଦେବା ।
  • ଯାନବାହନରେ କୋଇଲା, ପେଟ୍ରୋଲ, ଡିଜେଲ ଇନ୍ଧନ ପରିବର୍ତ୍ତେ ବିଦ୍ୟୁତ୍ଵଶକ୍ତି, ସି.ଏଚ୍.ଜି. ଗ୍ୟାସ୍ ବ୍ୟବହାର କରିବା ।
  • ଜୀବଜନ୍ତୁଙ୍କ ମଳ ଓ ଅନ୍ୟାନ୍ୟ ଜୈବିକ ଆବର୍ଜନାରୁ ବାୟୋଗ୍ୟାସ୍ ଓ ଜୈବିକ ସାର ପ୍ରସ୍ତୁତ କରିବା ।

Question ୫।
ବାକ୍‌ସ ମଧ୍ୟରେ କେତେକ ପ୍ରାଣୀ ଓ ଉଦ୍ଭିଦ ଲୁଚି ରହିଛନ୍ତି ଖୋଜି ବାହାର କର ।
BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 24
Answer:
ପ୍ରାଣୀ : ବାଇସନ୍, ମିକ୍ସ୍, କୋକିଶିଆଳି, ୱାଲର୍‌ସ, ଆନାକୋଣ୍ଡା, ଧଳା ଭାଲୁ, ଜେବ୍ରା, ସିଲ୍, ଆଣ୍ଟିଲୋପ୍
ଉଭିଦ : ଦେବଦାରୁ, ସିଡାର, ଅଲିଭ୍, ଫାର୍‌, କାକ୍‌ସ, ଓକ୍, ଚେଷ୍ଟନଟ୍, ଜଳପାଇ, ଶାଳ

Question ୯।
ପୃଥ‌ିବୀର ରେଖାଙ୍କିତ ମାନଚିତ୍ର ଅଙ୍କନ କରି ତୃଣଭୂମିଗୁଡ଼ିକ ଦର୍ଶାଅ ।
Answer:
BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 25

BSE Odisha 7th Class Geography Notes Chapter 4 ଜୈବମଣ୍ଡଳ

ପ୍ରାକୃତିକ ପରିବେଶ :

  • ଆମ ଚତୁଃପାର୍ଶ୍ୱସ୍ଥ ଜଳ, ସ୍ଥଳ, ଉଭିଦ ଓ ପ୍ରାଣୀମାନଙ୍କୁ ନେଇ ଆମ ପ୍ରାକୃତିକ ପରିବେଶ ଗଠିତ ।
  • ପ୍ରାକୃତିକ ପରିବେଶ ଦୁଇ ଭାଗରେ ବିଭକ୍ତ, ଯଥା- ଅଜୈବିକ ପରିବେଶ ଓ ଜୈବିକ ପରିବେଶ ।

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 1

  • ପୃଥ‌ିବୀର ତିନି ମଣ୍ଡଳ, ଯଥା- ବାୟୁମଣ୍ଡଳ, ଅଂଶୁମଣ୍ଡଳ ଓ ବାରିମଣ୍ଡଳର ମିଳନସ୍ଥଳରେ ଜୈବମଣ୍ଡଳ ଅବସ୍ଥିତ ।
  • ଜୈବମଣ୍ଡଳ ଅନ୍ତର୍ଗତ ପ୍ରାଣୀ ଓ ଉଭିଦ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ମୃତ୍ତିକା ଉପରେ ନିର୍ଭରଶୀଳ ।

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ

ମୃତ୍ତିକା :

  • ଭୂପୃଷ୍ଠରେ ଏକ ସୂକ୍ଷ୍ମ ପତଳା ସ୍ତର ଭଳି ରହିଥିବା ମୃରିକା କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥର ସମାହାର ଅଟେ ।
  • ମୃତ୍ତିକାର ଉପାଦାନ :
  • ଗୋଡ଼ି, ବାଲି, ପଟୁ ଓ କର୍ଦ୍ଦମ ଆକାର ଶିଳାରେଣୁକୁ ନେଇ ମାଟିର ପ୍ରକାରଭେଦ ନିର୍ଣ୍ଣୟ କରାଯାଏ ।
  • ବିଭିନ୍ନ ପ୍ରକ୍ରିୟାରେ ଶିଳା ଚୂର୍ଣ୍ଣବିଚୁର୍ଣ୍ଣ ହୋଇ ଶିଳାରେଣୁରେ ପରିଣତ ହୁଏ । ଶିଳରେଣୁରେ ଖଣିଜ ଅଂଶ ସହ ଜୈବିକ ଅଂଶ ମିଶି ଏହା ଜଳ ତଥା ଅନ୍ୟାନ୍ୟ ଗ୍ୟାସୀୟ ପଦାର୍ଥ ସଂସ୍ପର୍ଶରେ ଆସି ବିଭିନ୍ନ ଭୌତିକ, ଜୈବିକ ଓ ରାସାୟନିକ ପ୍ରକ୍ରିୟା ଦ୍ଵାରା ମୃତ୍ତିକାରେ ପରିଣତ ହୁଏ ।

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 2

  • ବାଲି, ପଟୁ ଓ କର୍ଦ୍ଦମର ସୁଷମ ମିଶ୍ରଣରେ ଦୋରସା ମାଟି, ବାଲିର ପରିମାଣ ଅଧିକ ଥିଲେ ବାଲିଆ ମାଟି, କର୍ଦ୍ଦମର ପରିମାଣ ଅଧିକ ଥିଲେ କାଦୁଆ ମାଟି କୁହାଯାଏ ।

ଉତ୍ପତ୍ତିସ୍ଥଳ ଦୃଷ୍ଟିରୁ ଶିଳାର ପ୍ରକାରଭେଦ :

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 3

ପରିସଂସ୍ଥା :

  • ପ୍ରାକୃତିକ ପରିବେଶର ଜୈବିକ ଓ ଅଜୈବିକ ଉପାଦାନ ମଧ୍ୟରେ ଥ‌ିବା ପାରସ୍ପରିକ ସମ୍ବନ୍ଧରୁ ପରିସଂସ୍ଥାର ସୃଷ୍ଟି ।
  • ପରିସଂସ୍ଥାର ଜୈବିକ ଉପାଦାନ ପ୍ରାଣୀ ଓ ଉଦ୍ଭିଦ ଅଜୈବ ଉପାଦାନ ଜଳ, ବାୟୁ ଓ ମୃଭିକା ଉପରେ ନିର୍ଭରଶୀଳ ।

ଜୀବାଳୀ :

  • ବୃହତ୍ ପରିସଂସ୍ଥା ଜୀବାଳୀ ଅଟେ । ସ୍ଥଳଭାଗରେ ଥିବା ସ୍ଵତନ୍ତ୍ର ପ୍ରକାରର ପ୍ରାଣୀ ଓ ଉଭିଦକୁ ନେଇ ଗଠିତ ଜୀବାଳୀ ଅନ୍ୟ ଏକ ଜୀବାଳୀଠାରୁ ଭିନ୍ନ ହୋଇଥାଏ ।
  • ଜଳବାୟୁ ଓ ମୃତ୍ତିକା ଦୃଷ୍ଟିରୁ ମହାଦେଶୀୟ ପରିସଂସ୍ଥା ୩ ଭାଗରେ ବିଭକ୍ତ ।

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 4

  • ପ୍ରତ୍ୟେକ ପରିସଂସ୍ଥା ଜଳବାୟୁ ଓ ମୃରିକା ଦ୍ବାରା ପ୍ରଭାବିତ ହେଉଥ‌ିବାରୁ ସେଠାରେ ଖାପ ଖୁଆଇପାରୁ ନଥ‌ିବା ପ୍ରାକୃତିକ ଉଭିଦ ଓ ବନ୍ୟପ୍ରାଣୀ ଦେଖାଯାନ୍ତି । ଆକାର ପ୍ରକାର ଦୃଷ୍ଟିରୁ ପ୍ରାକୃତିକ ଉଭିଦକୁ ତିନିଶ୍ରେଣୀରେ ବିଭକ୍ତ କରାଯାଇଛି, ଯଥା- ଅରଣ୍ୟ, ତୃଣଭୂମି ଓ କଣ୍ଟାବୁଦା ।

ଅରଣ୍ୟ (ପ୍ରାକୃତିକ ଉଦ୍ଭଦ) :

ଜଳବାୟୁ ଭିତ୍ତିରେ ଅରଣ୍ୟର ପ୍ରକାରଭେଦ, ବିଶେଷତ୍ଵ, ସେଠାରେ ଦେଖାଯାଉଥ‌ିବା ଉଭିଦ ଓ ପ୍ରାଣୀମାନଙ୍କ ସମ୍ପର୍କରେ ନିମ୍ନୋକ୍ତ ସାରଣୀର ଜାଣିବା :

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 5

ତୃଣଭୂମି :

ଅବସ୍ଥିତି ଦୃଷ୍ଟିରୁ ତୃଣଭୂମି ଦୁଇ ପ୍ରକାରର, ଯଥା – କ୍ରାନ୍ତୀୟ ତୃଣଭୂମି, ଉପକ୍ରାନ୍ତୀୟ ତୃଣଭୂମି ।

କ୍ରାନ୍ତୀୟ ତୃଣଭୂମି :

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 6

ଉପକ୍ରାନ୍ତୀୟ ତୃଣଭୂମି :

ବିଭିନ୍ନ ଅଞ୍ଚଳରେ ଉପକ୍ରାନ୍ତୀୟ ତୃଣଭୂମିର ନାମ :

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 7
BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 8

ଆଫ୍ରିକାର କ୍ରାନ୍ତୀୟ ତୃଣଭୂମିକୁ ସାଭାନ୍ନା କୁହାଯାଏ । ଏହା ଶିକାରୀର ସ୍ଵର୍ଗ ।
ଉପକ୍ରାନ୍ତୀୟ ତୃଣଭୂମିକୁ ପୃଥ‌ିବୀର ରୁଟି ଝୁଡ଼ି କୁହାଯାଏ ।

କଣ୍ଟାବୁଦା :

  • ଅଧ‌ିକ ତାପମାତ୍ରା ଓ ଅତି କମ୍ ବୃଷ୍ଟିପାତ ହେଉଥୁବା ମରୁ ତଥା ଅର୍ଥମରୁ ଅଞ୍ଚଳରେ କଣ୍ଟାବୁଦା ଜାତୀୟ ଉଦ୍ଭଦ ଜନ୍ମିଥାଏ ।
  • ଏଠାରେ ଥ‌ିବା ମରୂଦ୍ୟାନମାନଙ୍କରେ ନାଗଫେଣୀ, ଖଜୁରୀ, ସିଜୁ, ବାବୁଲ ଜାତୀୟ ବୃକ୍ଷ ଦେଖାଯାଏ ।

ଚୁନ୍ଦ୍ରା ଭଦ୍ଭଦ :

  • ମେରୁ ନିକଟବର୍ତ୍ତୀ ଅଞ୍ଚଳରେ ଦୁଇ ମାସ ଗ୍ରୀଷ୍ମଋତୁ ରହେ । ତେଣୁ ଏହି ଋତୁରେ ମସ୍, ଲାଇକେନ୍ ଭଳି ଛୋଟ ଛୋଟ ଗୁଳ୍ମ ଜନ୍ମେ ।
  • ମେରୁ ଅଞ୍ଚଳରେ ଦେଖାଯାଉଥିବା ମୁଖ୍ୟ ପ୍ରାଣୀମାନଙ୍କ ମଧ୍ୟରେ ସିଲ୍, ତିମି, ୱାଇରସ୍, ବଲ୍‌ଗା ହରିଣ, ମେରୁଭାଲୁ, ବରଫ କୋକିଶିଆଳୀ, ମେରୁ ପେଚା ଆଦି ପ୍ରଧାନ ।
  • ସେହିପରି ଉଚ୍ଚ ପାର୍ବତ୍ୟରେ ଉଚ୍ଚତା ଭେଦରେ ବିଭିନ୍ନ ପ୍ରକାର ଅରଣ୍ୟ ଦୃଷ୍ଟିଗୋଚର ହୁଏ ।

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ

ପ୍ରାକୃତିକ ଭାରସାମ୍ୟ :

ମଣିଷର ଆବଶ୍ୟକତା ବୃଦ୍ଧି ସହ ବିଭିନ୍ନ ପ୍ରଗତିମୂଳକ କାର୍ଯ୍ୟ ନିମିତ୍ତ ବ୍ୟାପକ ଜଙ୍ଗଲ କ୍ଷୟ ହୋଇ ଚାଲୁଛି ।
ଜଙ୍ଗଲ କ୍ଷୟର କାରଣ ଓ ଏହାର କୁଫଳ ନିମ୍ନୋକ୍ତ ରେଖାଚିତ୍ରରୁ ଜାଣିବା :

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 9

କୌଣସି ପରିସଂସ୍ଥା ଅନ୍ତର୍ଗତ ଜୈବ (ଉଦ୍ଭିଦ ଓ ପ୍ରାଣୀ) ଓ ଅଜୈବ (ଜଳ, ବାୟୁ ଓ ମୃତ୍ତିକା) ଉପାଦାନ ମଧ୍ଯରେ ଅନବରତ ପଦାର୍ଥ ଓ ଶକ୍ତିର ଆଦାନପ୍ରଦାନ ଚାଲିଥାଏ । ଫଳରେ ପ୍ରାକୃତିକ ଭାରସାମ୍ୟ ବଜାୟ ରହେ ।

ଖାଦ୍ୟଶୃଙ୍ଖଳ :

  • ପ୍ରତ୍ୟେକ ପରିସଂସ୍ଥାରେ ଅନେକ ଖାଦ୍ୟଶୃଙ୍ଖଳ ଥାଏ । ପରିସଂସ୍ଥାରେ ଥିବା ପ୍ରତ୍ୟେକ ଜୀବ ଖାଦ୍ୟ ତଥା ଶକ୍ତି ପାଇଁ ଅନ୍ୟ ଜୀବ ଉପରେ ନିର୍ଭର କରିଥାଏ । ଏହାହିଁ ଖାଦ୍ୟଶୃଙ୍ଖଳ ।
  • ଉଦାହରଣ – ବିଭିନ୍ନ ଶସ୍ୟ ଓ ପତ୍ରକୁ ଠେକୁଆ ଖାଇ ବମ୍ବେ, ଠେକୁଆକୁ ହେଟାବାଘ, ହେଟାବାଘକୁ ଅଜଗର ସାପ ଓ ଅଜଗର ସାପ ମଲାପରେ ବ୍ୟାକ୍ଟେରିଆ ତାକୁ ଅପଘଟନ କରି ମାଟିରେ ମିଶାଏ ।

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 10

ଖାଦ୍ୟ ଜାଲକ :

  • ଖାଦ୍ୟଶୃଙ୍ଖଳଗୁଡ଼ିକ ଛନ୍ଦାଛନ୍ଦି ହୋଇ ରହିଲେ ତାହାକୁ ଖାଦ୍ୟ ଜାଲକ କୁହାଯାଏ ।
  • ଶକ୍ତିପ୍ରବାହ : ଉଭିଦର ଖାଦ୍ୟ ପ୍ରସ୍ତୁତିବେଳେ ସୌରଶକ୍ତି ରାସାୟନିକ ଶକ୍ତିଭାବେ ତା’ଠାରେ ସଞ୍ଚିତ ହୋଇ ରହେ । ଉଭିଦକୁ ଖାଉଥ‌ିବା ତୃଣଭୋଜୀ ପ୍ରାଣୀଙ୍କଠାରେ ଏହି ଶକ୍ତିର ସ୍ଥାନାନ୍ତରିତ ହୁଏ । ତୃଣଭୋଜୀ ପ୍ରାଣୀଙ୍କଠାରୁ ଏହା ମାଂସାଶୀ ଓ ମଣିଷ ପାଖକୁ ଶକ୍ତିର ସ୍ଥାନାନ୍ତରଣ ହୁଏ । ଏହାକୁ ଶକ୍ତି ପ୍ରବାହ କୁହାଯାଏ ।

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 11

  • ଶକ୍ତି ପ୍ରବାହର ପ୍ରଥମ ସ୍ତରରେ ଉଭିଦ, ଦ୍ବିତୀୟ ସ୍ତରରେ ତୃଣଭୋଜୀ, ତୃତୀୟ ସ୍ତରରେ ମାଂସାଶୀ ପ୍ରାଣୀ ଓ ଚତୁର୍ଥ ସ୍ତରରେ ଦ୍ଵିତୀୟ ସ୍ତର ମାଂସାଶୀ ପ୍ରାଣୀ ରହିଥାଏ । ଶକ୍ତି ପ୍ରବାହର ପରିମାଣ ପ୍ରଥମ ସ୍ତରରୁ ଚତୁର୍ଥ ସ୍ତର ଆଡ଼କୁ କ୍ରମଶଃ ହ୍ରାସ ପାଏ । ଚିତ୍ର ଆକାରରେ ଏହା ପିରାମିଡ୍ ଭଳି ଦେଖାଯାଉଥିବାରୁ ଏହାକୁ ଶକ୍ତି ପିରାମିଡ୍ କୁହାଯାଏ ।
  • ଖାଦ୍ୟ-ଖାଦକ ସମ୍ପର୍କ ଦୃଷ୍ଟିରୁ ଶକ୍ତି ପିରାମିଡ଼ର ପ୍ରଥମ ସ୍ତରରୁ ଶେଷ ସ୍ତର ପର୍ଯ୍ୟନ୍ତ ଜୀବସଂଖ୍ୟା କ୍ରମଶଃ ହ୍ରାସ ପାଇବା ଜରୁରୀ ।
  • ପ୍ରତ୍ୟେକ ଶକ୍ତି ସ୍ତର ମଧ୍ଯରେ ସଂଖ୍ୟାଗତ ସମ୍ପର୍କ ପ୍ରତିଷ୍ଠା ହେଲେ ଜୈବ ଭାରସାମ୍ୟ ବଜାୟ ରହେ ।
  • ବିଭିନ୍ନ କାରଣରୁ ଜୈବ ଭାରସାମ୍ୟ କ୍ଷୟ ହେବାରେ ଲାଗିଛି ।

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 12

ପ୍ରଦୂଷଣ ଓ ପରିବେଶ ଅବକ୍ଷୟ :

ମାନବକୃତ କାର୍ଯ୍ୟକଳାପରୁ ସୃଷ୍ଟ ବର୍ଜ୍ୟବସ୍ତୁ ଜଳ, ବାୟୁ, ମୃରିକାରେ ମିଶି ପ୍ରାକୃତିକ ପରିବେଶକୁ ପ୍ରଦୂଷଣ କରନ୍ତି । ପ୍ରାକୃତିକ ପ୍ରଦୂଷଣ କେହିଲେ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଓ ମୃତ୍ତିକା ପ୍ରଦୂଷଣକୁ ବୁଝାଏ ।

ବାୟୁ ପ୍ରଦୂଷଣ :

ପ୍ରାକୃତିକ ଓ ମାନବକୃତ କାର୍ଯ୍ୟକଳାପରୁ ବାୟୁ ପ୍ରଦୂଷିତ ହୋଇଥାଏ ।

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 13

ବାୟୁ ପ୍ରଦୂଷଣ ନିରାକରଣ ପାଇଁ କେତେକ ପଦକ୍ଷେପ :

  • ପେଟ୍ରୋଲ ଓ ଡିଜେଲ୍ ଜାଳେଣି ପରିବର୍ତ୍ତେ ସି.ଏଚ୍.ଜି.ର ବ୍ୟବହାର ।
  • କାଠ, କୋଇଲା, ଗୋବର ଘସି ପରିବର୍ତ୍ତେ ଗ୍ୟାସ୍ ବ୍ୟବହାର ।
  • ବୃକ୍ଷରୋପଣ ତଥା ସାମାଜିକ ବନୀକରଣ ପାଇଁ ଉଦ୍ୟମ ।

ଜଳ ପ୍ରଦୂଷଣ :

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 14

ମୃରିକା ପ୍ରଦୂଷଣ :

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 15

ଶବ୍ଦ ପ୍ରଦୂଷଣ :

  • ମଣିଷ ଏକ ନିର୍ଦ୍ଦିଷ୍ଟ ତୀବ୍ରତା ବିଶିଷ୍ଟ ଶବ୍ଦକୁ ଗ୍ରହଣ କରିପାରେ, ଯଥା- ସର୍ବାଧ‌ିକ ୭୫ ଡେସିବେଲ୍ ଶବ୍ଦ ମଣିଷର କିଛି କ୍ଷତି କରେ ନାହିଁ ।
  • ଏହାଠାରୁ ଅଧ‌ିକ ଡେସିବେଲ୍‌ ଶବ୍ଦ ଶବ୍ଦ ପ୍ରଦୂଷଣ ସୃଷ୍ଟି କରେ ।
  • ଶବ୍ଦ ପ୍ରଦୂଷଣ ଦ୍ବାରା ଶ୍ରବଣଶକ୍ତି ହ୍ରାସ, ମୁଣ୍ଡବ୍ୟଥା ଓ ମସ୍ତିଷ୍କ ବିକୃତି ରୋଗ ହେବା ଆଶଙ୍କା ଥାଏ ।

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ

ପରିବେଶକୁ ପ୍ରଦୂଷଣମୁକ୍ତ କରିବାର ଉପାୟ :

କେତେକ ପଦକ୍ଷେପ ଦ୍ଵାରା ଆମେ ଆମ ପ୍ରାକୃତିକ ପରିବେଶକୁ ପ୍ରଦୂଷଣମୁକ୍ତ ରଖୂପାରିବା :

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ 16

କେତେକ ଭୌଗୋଳିକ ଶବ୍ଦାବଳୀ

  • ପ୍ରାକୃତିକ ପରିବେଶ : ଜଳ, ସ୍ଥଳ, ଉଭିଦ ଓ ପ୍ରାଣୀମାନଙ୍କୁ ନେଇ ଗଠିତ ପରିବେଶ ।
  • ଅଜୈବ ପରିବେଶ : ପ୍ରାକୃତିକ ପରିବେଶ ଅନ୍ତର୍ଗତ ଅଶୁମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳକୁ ନେଇ ସୃଷ୍ଟ ପରିବେଶ ।
  • ଜୈବିକ ପରିବେଶ : ଜୈବମଣ୍ଡଳ ଅନ୍ତର୍ଗତ ପ୍ରାଣୀ ଓ ଉଦ୍ଭଦକୁ ନେଇ ଜୈବିକ ପରିବେଶ ଗଠିତ ।
  • ଅବଶିଷ୍ଟ ମୃତ୍ତିକା : ଶିଳା ଚୂର୍ଣ୍ଣ ବିଚୂର୍ଣ ହୋଇ ସେହି ସ୍ଥାନରେ ମୃର୍ତ୍ତିକାରେ ପରିଣତ ହେଲେ ତାହାକୁ ଅବଶିଷ୍ଟ ମୃରିକା କୁହାଯାଏ ।
  • ଅପସୃତ ମୃର୍ତ୍ତିକା : ନଦୀ, ହିମବାହ, ବାୟୁପ୍ରବାହ ଦ୍ଵାରା ଅପସୃତ ଶିଳାରେଣୁ ନିମ୍ନଭୂମିରେ ଜମାହୋଇ ସୃଷ୍ଟି ହେଉଥୁବା ମୃରିକା ।
  • ପରିସଂସ୍ଥା : ଜୈବିକ ଓ ଅଜୈବିକ ଉପାଦାନ ମଧ୍ଯରେ ଥ‌ିବା ପାରସ୍ପରିକ ସମ୍ବନ୍ଧ ଯୋଗୁଁ ସୃଷ୍ଟ ପରିବେଶ ।
  • ଜୀବାଳୀ : କୌଣସି ବିସ୍ତୀର୍ଣ୍ଣ ସ୍ଥଳଭାଗ ଓ ଜଳଭାଗ ଅନ୍ତର୍ଗତ ବୃହତ୍ ପରିସଂସ୍ଥା ।
  • ଟାଇଗା : ସରଳବର୍ଗୀୟ ଅରଣ୍ୟକୁ ରୁଷୀୟ ଭାଷାରେ ଟାଇଗା କୁହାଯାଏ, ଯାହାର ଅର୍ଥ ବିଶୁଦ୍ଧ, ଅସ୍ପୃଶ୍ୟ ।
  • ସାଭାନ୍ନା : ଆଫ୍ରିକାର କ୍ରାନ୍ତୀୟ ତୃଣଭୂମି ।
  • କ୍ୟାମ୍ପୋସ୍ : ବ୍ରାଜିଲ୍‌ରେ ଥିବା କ୍ରାନ୍ତୀୟ ତୃଣଭୂମି ।
  • ଲିଆନୋସ୍ : ଭେନେଜୁଏଲାରେ ଥିବା କ୍ରାନ୍ତୀୟ ତୃଣଭୂମି ।
  • ପ୍ରେରୀ : ଉତ୍ତର ଆମେରି କାର ଉପକ୍ରାନ୍ତୀୟ ତୃଣଭୂମି ।
  • ଷ୍ଟେପ୍ : ମଧ୍ୟ-ଏସିଆର ଉପକ୍ରାନ୍ତୀୟ ତୃଣଭୂମି ।
  • ଡାଉନ୍ସ : ଅଷ୍ଟ୍ରେଲିଆର ଉପକ୍ରାନ୍ତୀୟ ତୃଣଭୂମି ।
  • ପମ୍ପାସ : ଆର୍ଜେଣ୍ଟିନାର ଉପକ୍ରାନ୍ତୀୟ ତୃଣଭୂମି ।

BSE Odisha 7th Class Geography Solutions Chapter 4 ଜୈବମଣ୍ଡଳ

  • ଭେଲ୍ସ : ଦକ୍ଷିଣ ଆଫ୍ରିକାର ଉପକ୍ରାନ୍ତୀୟ ତୃଣଭୂମି ।
  • ଖାଦ୍ୟ ଶୃଙ୍ଖଳ : ପରିସଂସ୍ଥା ଅନ୍ତର୍ଗତ ପ୍ରତ୍ୟେକ ଜୀବ ଖାଦ୍ୟ ତଥା ଶକ୍ତି ପାଇଁ ଅନ୍ୟ ଜୀବ ଉପରେ ନିର୍ଭର କରି ଥାଏ । ଏହାକୁ ଖାଦ୍ୟ ଶୂ ଙ୍ଖ ଳ କୁହାଯାଏ ।
  • ଖାଦ୍ୟ ଜାଲକ : ଛନ୍ଦାଛନ୍ଦି ହୋଇ ରହିଥ‌ିବା ଖାଦ୍ୟ ଶୃଙ୍ଖଳକୁ ଖାଦ୍ୟ ଜାଲକ କୁହାଯାଏ ।
  • ଶକ୍ତି ପ୍ରବାହ : ପରିସଂସ୍ଥାରେ ପ୍ରଥମ ସ୍ତରରୁ ଦ୍ବିତୀୟ ସ୍ତର, ଦ୍ଵିତୀୟ ସ୍ତରରୁ ତୃତୀୟ ସ୍ତର ଓ ତୃତୀୟ ସ୍ତରରୁ ଚତୁର୍ଥ ସ୍ତରକୁ ଶକ୍ତିର ସ୍ଥାନାନ୍ତରଣ ହେବା ପ୍ରକ୍ରିୟା ।
  • ଶକ୍ତି ପିରାମିଡ୍ : ଖାଦ୍ୟ ଶୃଙ୍ଖଳର ପ୍ରତ୍ୟେକ ସ୍ତରରେ ଏକକ ସମୟ ଓ ଅଞ୍ଚଳ ରେ ଆହ ର ଣ କରାଯାଉଥିବା ଶକ୍ତି ପରିମାଣ ଦର୍ଶାଉଥ‌ିବା ପିରାମିଡ୍ ସଦୃଶ ଗ୍ରାଫିକ୍ ଚିତ୍ର ।
  • ଜୈବ ଭାରସାମ୍ୟ : ଶକ୍ତି ପିରାମିଡ୍‌ର ପ୍ରତ୍ୟେକ ସ୍ତର ମଧ୍ଯରେ ସଂଖ୍ୟାଗଡ ସୁସମ୍ପର୍କକୁ ଜୈବ ଭାରସାମ୍ୟ କୁହାଯାଏ ।
  • ପ୍ରଦୂଷଣ : ପ୍ରାକୃତିକ ପରିବେଶର ଦୂଷିତ ଓ ସଂକ୍ରମିତ ଅବସ୍ଥା ।
  • ପ୍ରଦୂଷକ : ପ୍ରଦୂଷଣ କରୁଥିବା ବର୍ଜ୍ୟବସ୍ତୁ ।
  • ଡେସିବେଲ୍ : ଶବ୍ଦର ତୀବ୍ରତା ମାପିବାର ଏକକ ।

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Odisha State Board BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି Textbook Exercise Questions and Answers.

BSE Odisha Class 7 Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧ ।
ଉତ୍ତର କୁହ ।
(କ) କବିତାଟିରେ ବର୍ଷିତ ସ୍ଥାନ କେଉଁଠି ଅବସ୍ଥିତ ?
କବିତାଟିରେ ବର୍ଣ୍ଣିତ ଖଣ୍ଡଗିରି ଭୁବନେଶ୍ଵରର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଏକ ପାହାଡ଼ । ପ୍ରାଚୀନ ଉତ୍କଳର ନରପତି ମହାମେଘବାହନ ଐର ଖାରବେଳଙ୍କ କୀର୍ତ୍ତିରାଜି ଏହି ପାହାଡ଼ର ଗୁମ୍ଫାଗାତ୍ରରେ ଖୋଦିତ ହୋଇଛି ।

(ଖ) କବି ଖଣ୍ଡଗିରିକୁ ଉତ୍କଳ ଗୌରବର ପ୍ରତୀକ ରୂପେ କାହିଁକି ବର୍ଣ୍ଣନା କରିଛନ୍ତି ?
ଖଣ୍ଡଗିରି ପାହାଡ଼ର ପ୍ରସ୍ତର ଖଣ୍ଡମାନଙ୍କରେ ରହିଥ‌ିବା ଶିଳାଲିପିଗୁଡ଼ିକରେ ପ୍ରାଚୀନ ଉତ୍କଳୀୟ ରାଜାମାନଙ୍କ ସମ୍ପର୍କରେ ବହୁ ତଥ୍ୟ ଖୋଦିତ ହୋଇଅଛି । ବିଶେଷତଃ ଆଗଙ୍ଗାଗୋଦାବରୀ ବିସ୍ତୃତ କଳିଙ୍ଗ ସାମ୍ରାଜ୍ୟର ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ କୀର୍ତ୍ତିରାଜିର ମୂକସାକ୍ଷୀ ଭାବେ ଖଣ୍ଡଗିରିର ଗୁମ୍ଫାମାନ ଅଦ୍ୟାବଧୂ ପ୍ରାଚୀନ ଉତ୍କଳ ଗୌରବର ପ୍ରତୀକ ରୂପେ ରହିଅଛି ।

(ଗ) ଖଣ୍ଡଗିରି ଜନସ୍ମୃତିରୁ କାହିଁକି ଲିଭିଯାଉଛି ?
Answer:
ଖଣ୍ଡଗିରିଠାରେ ଥ‌ିବା ଗୁମ୍ଫା, ମନ୍ଦିର, ରାଣୀହଂସପୁର ଓ ରାଜପ୍ରାସାଦର ଜୀର୍ଣାବଶେଷ ପରିତ୍ୟକ୍ତ ଅବସ୍ଥାରେ ରହି କାଳକ୍ରମେ ବିଲୁପ୍ତ ହେବାକୁ ବସିଲାଣି । ସମୁଦାୟ ପାହାଡ଼ଟି ଲତାଗୁଳ୍ମ ଆଚ୍ଛାଦିତ ହେବାରୁ ତାହା ଅଗମ୍ୟ ହୋଇପଡ଼ିଛି ।

(ଘ) କବିତାରେ ରାଣୀହଂସପୁର ସମ୍ପର୍କରେ କବି କ’ଣ କହିଛନ୍ତି ?
Answer:
କାଳର ଅପ୍ରତିହତ ପ୍ରଭାବରେ ଖଣ୍ଡଗିରି କ୍ରମେ ପରିତ୍ୟକ୍ତ ଅବସ୍ଥାରେ ରହି ଭଗ୍ନାବଶେଷରେ ପରିଣତ ହୋଇଛି । ଏଠାରେ ଥିବା ବିଭିନ୍ନ ଗୁମ୍ଫା ସହ ରାଣୀହଂସପୁର ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହି ଅତୀତ ଉତ୍କଳର ଗୌରବୋଜ୍ଜ୍ବଳ ରାଜବିଭବର ମୂକସାକ୍ଷୀ ପାଲଟିଛି । ଏକଦା ଐଶ୍ଵର୍ଯ୍ୟରେ ପୂର୍ଣ ରାଜପ୍ରାସାଦର ଏହି ଅଂଶର ଜରାଜୀର୍ଣ୍ଣ ଅବସ୍ଥା କେବଳ

(ଙ) ସାଧୁ ଧର୍ମବେଶୀ ଓ ଖଣ୍ଡଗିରି ପଥପ୍ରାନ୍ତବାସୀଙ୍କ ସମ୍ପର୍କରେ କବିତାରେ କ’ଣ କୁହାଯାଇଛି ?
Answer:
ଗୌରବାବହ ଅତୀତ ଉତ୍କଳର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ଜୀର୍ଣ୍ଣ ଖଣ୍ଡଗିରି ସନ୍ନିକଟ ପଥପ୍ରାନ୍ତବାସୀ ଏବଂ ସେଠାରେ ଅବସ୍ଥାନ କରୁଥିବା ସାଧୁସନ୍ଥମାନଙ୍କଠାରୁ ଖଣ୍ଡଗିରି ସମ୍ପର୍କରେ ନାନା ବିସ୍ମୟକର ତଥ୍ୟ ଶୁଣିବାକୁ ମିଳେ । ଏବେ ମଧ୍ୟ ବିଳମ୍ବିତ ରାତ୍ରିର ନିସ୍ତବ୍ଧ ପ୍ରହରରେ ତପସ୍ବୀମାନଙ୍କ କଣ୍ଠ ନିଃସୃତ ଗମ୍ଭୀର ଧ୍ଵନି ଶୁଣାଯାଏ ଏବଂ ସେମାନଙ୍କ ମତରେ ଗୁମ୍ଫାର ଅନ୍ଧକାର ଗୁହା ମଧ୍ଯରେ ସେହି ତପଚାରୀମାନଙ୍କ ଉପସ୍ଥିତି ଅଦ୍ୟାବଧୂ ଅନୁଭୂତ ହୁଏ । ସାଧୁମାନଙ୍କର ଏପରି ଉକ୍ତିରେ ପଥଚାରୀ ଓ ପର୍ଯ୍ୟଟକମାନେ ବିସ୍ମିତ ହୋଇଥା’ନ୍ତି । ବାସ୍ତବରେ ଏହା ନିର୍ଜନତାର ଏକ ପ୍ରତିଧ୍ଵନି ।

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୨।
ଦୁଇଟି ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) କବି ଖଣ୍ଡଗିରିକୁ ଦେଖ୍ କାହିଁକି ଚିନ୍ତାମଗ୍ନ ହୋଇପଡ଼ିଛନ୍ତି ?
Answer:
ଖଣ୍ଡଗିରି ପାହାଡ଼ ପ୍ରାଚୀନ କଳିଙ୍ଗର ଗୌରବପୂର୍ଣ୍ଣ ଗାଥା ବହନ କରିଛି । ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ ଅଶେଷ କୀର୍ତ୍ତି ପାହାଡ଼ର ଶିଳାଗାତ୍ରରେ ଖୋଦିତ ହୋଇଛି । ଏଠାରେ ଥ‌ିବା ଗୁମ୍ଫା, ମନ୍ଦିର, ରାଣୀହଂସପୁର ଓ ରାଜପ୍ରାସାଦର ଜୀଶୀର୍ଷ ଧ୍ୱଂସାବଶେଷ ଅଦ୍ୟାବଧୂ ବିଦ୍ୟମାନ ଯାହା କ୍ରମଶଃ ପରିତ୍ୟକ୍ତ ଅବସ୍ଥାରେ ରହି ବିଲୁପ୍ତ ପ୍ରାୟ ହେବାକୁ ବସିଲାଣି । ଜନ୍ମଭୂମିର ଉଜ୍ଜଳ ଅତୀତର ଗୌରବରାଜି କ୍ରମବିଲୁପ୍ତ ଅବସ୍ଥାକୁ ଗତି କରୁଥିବାରୁ କବି ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ନିଜ କଳ୍ପନେତ୍ରରେ ଉତ୍କଳର ଗୌରବ ଗରିମା ସ୍ମରଣ କରି କବି ଚିନ୍ତାମଗ୍ନ ହୋଇପଡ଼ିଛନ୍ତି ।

(ଖ) କବିତାରେ ଖଣ୍ଡଗିରି ରାଜଦରବାରର ଦୃଶ୍ୟ କିପରି ଚିତ୍ରିତ ହୋଇଛି ?
ଖଣ୍ଡଗିରି ପାହାଡ଼ର ଗୁମ୍ଫାଗୁଡ଼ିକ ବ୍ୟତୀତ ରାଜପ୍ରାସାଦ ଓ ରାଣୀହଂସପୁର ଆଦି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ଶିଳାଖଣ୍ଡମାନଙ୍କରେ ପ୍ରାସାଦ ପ୍ରାଙ୍ଗଣ ଓ ଦେଉଳର ଛାପ ସ୍ପଷ୍ଟ ବାରି ହୋଇଯାଏ । ସେସବୁ ପ୍ରାଚୀନ ଦେଖୁପାରିଛନ୍ତି, ରାଜଦରବାରରେ ଗୁପ୍ତଚର ବିଜୟ ସମ୍ବାଦ ଦେବାର ଦୃଶ୍ୟ, ମନ୍ତ୍ରୀ ଓ ପାରିଷଦବର୍ଗଙ୍କ ସହ ରାଜାଙ୍କର ଗୁପ୍ତ ମନ୍ତ୍ରଣାର ଦୃଶ୍ୟ । କବି ଶୁଣିପାରିଛନ୍ତି ନିକଟସ୍ଥ ପ୍ରାଙ୍ଗଣରେ ବୀରବାଦ୍ୟର ଟମକ ଏବଂ ଦେଖାରିଛନ୍ତି ଉତ୍କଳୀୟ ବୀର ସୈନ୍ୟମାନଙ୍କ ସମରସଜ୍ଜାର ଦୃଶ୍ୟ ।

(ଗ) ଶ୍ରମଣ ସନ୍ନ୍ୟାସୀମାନେ ଖଣ୍ଡଗିରିରେ କ’ଣ କରୁଛନ୍ତି ବୋଲି କବି ବର୍ଣ୍ଣନା କରିଛନ୍ତି ?
Answer:
ଖଣ୍ଡଗିରିର ଅପୂର୍ବ ଶୋଭାରାଜି ଦର୍ଶନ କରୁ କରୁ କବିଙ୍କ କଳ୍ପନା ସୁଦୂର ଅତୀତକୁ ଫେରି ଯାଇଛି । ଏକଦା ଏହି ଖଣ୍ଡଗିରି ଗୁମ୍ଫାମାନଙ୍କରେ ବୌଦ୍ଧ ଶ୍ରମଣ ସନ୍ନ୍ୟାସୀମାନେ ଏକତିତ୍ର ହୋଇ ଧର୍ମତତ୍ତ୍ଵ ଆଲୋଚନାରେ ବ୍ୟସ୍ତ ରହିବାର ଦୃଶ୍ୟ କବିଙ୍କ କଳ୍ପନେତ୍ରରେ ଭାସିଉଠିଛି । ‘ଅହିଂସା ପରମ ଧର୍ମ’ ଯାହାକି ବୌଦ୍ଧଧର୍ମର ମୂଳମନ୍ତ୍ର, ସେହି ତତ୍ତ୍ବ ଉପରେ, କାଳର ପ୍ରଭାବରେ ସେସବୁ ବିଲୀନ ହୋଇଥିଲେ ମଧ୍ୟ ଅଦ୍ୟାପି ଖଣ୍ଡଗିରିଠାରେ ବାସ କରୁଥିବା ସାଧୁସନ୍ଥ ତଥା ପଥଚାରୀମାନଙ୍କଠାରୁ ଶୁଣିବାକୁ ମିଳେ ଯେ ରାତ୍ରିର ନିସ୍ତବ୍ଧ ପ୍ରହରରେ ଗୁମ୍ଫାମାନଙ୍କରୁ ଶ୍ରମଣମାନଙ୍କ କଣ୍ଠସ୍ଵର ଓ ସଙ୍ଗୀତ ଶୁଣାଯାଏ ।

(ଘ) ଖଣ୍ଡଗିରି ଗୁମ୍ଫାରେ ଶିଳ୍ପୀମାନେ କେଉଁ କାର୍ଯ୍ୟ କରୁଛନ୍ତି ?
Answer:
ପ୍ରାଚୀନ ଉତ୍କଳର ଗୌରବାବହ ଶିଳ୍ପଚାତୁରୀର ମୂକସାକ୍ଷୀ ଭାବେ ଖଣ୍ଡଗିରି ଅଦ୍ୟାବଧୂ ଦଣ୍ଡାୟମାନ । ବିଶେଷତଃ କଳିଙ୍ଗର ବିଜୟୀ ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ କୀର୍ତ୍ତିରାଜି ଗୁମ୍ଫାର ପ୍ରସ୍ତରଖଣ୍ଡମାନଙ୍କରେ ଖୋଦିତ ହୋଇଛି । ଆଦେଶରେ ସେମାନେ ସେଠାରେ ଅବିରତ କର୍ମରତ ରହି ସେହି ଅପୂର୍ବ ପ୍ରସ୍ତରକଳା ସୃଷ୍ଟିରେ ନିମଗ୍ନ ରହିଥ‌ିବାର ଦୃଶ୍ୟ କବି ଦେଖିପାରିଛନ୍ତି । କଳିଙ୍ଗ ରାଜାମାନଙ୍କ ଅକ୍ଷୟ କୀର୍ତ୍ତିରାଜି ଶିଳାଗାତ୍ରରେ ଲିପିବଦ୍ଧ ହୋଇ ଆଜି ମଧ୍ୟ ପର୍ଯ୍ୟଟକଙ୍କୁ ବିସ୍ମିତ କରେ ।

(ଙ) ସାଧକମାନେ ଖଣ୍ଡଗିରିରେ ଏବେ ମଧ୍ୟ ଅଛନ୍ତି ବୋଲି କହିବାର କାରଣ କ’ଣ ?
Answer:
ଏକଦା ଖଣ୍ଡଗିରି ଉତ୍କଳରେ ବୌଦ୍ଧଧର୍ମ ପ୍ରଚାରର କେନ୍ଦ୍ରବିନ୍ଦୁ ଥିଲା । ଏଠାରେ ଥ‌ିବା ଗୁମ୍ଫାମାନଙ୍କରେ ବୌଦ୍ଧ ଶ୍ରମଣ ସନ୍ନ୍ୟାସୀମାନେ ବୌଦ୍ଧଧର୍ମର ଗୂଢ଼ ତତ୍ତ୍ଵଦି ଆଲୋଚନା କରୁଥିଲେ । ବୌଦ୍ଧଧର୍ମର ବାଣୀ ‘ଅହିଂସା ପରମ ଧର୍ମ’ ଉପରେ ଧର୍ମଯାଜକମାନେ ଲୋକମାନଙ୍କୁ ଉପଦେଶ ପ୍ରଦାନ କରୁଥିଲେ । କାଳକ୍ରମେ ସେସବୁ ବିନଷ୍ଟ ହେଲାପରେ ଅତୀତକୁ ଶ୍ରମଣ ସନ୍ନ୍ୟାସୀମାନେ ବୌଦ୍ଧଧର୍ମର ଗୂଢ଼ ତତ୍ତ୍ଵଦି ଆଲୋଚନା କରୁଥିଲେ । ବୌଦ୍ଧଧର୍ମର ବାଣୀ ‘ଅହିଂସା ପରମ ଧର୍ମ’ ଉପରେ ଧର୍ମଯାଜକମାନେ ଲୋକମାନଙ୍କୁ ଉପଦେଶ ପ୍ରଦାନ କରୁଥିଲେ । କାଳକ୍ରମେ ସେସବୁ ବିନଷ୍ଟ ହେଲାପରେ ଅତୀତକୁ ସ୍ମରଣ କରାଇବାପାଇଁ ଖଣ୍ଡଗିରି ମୂକସାକ୍ଷୀ ଭାବେ ଉଭା ହୋଇଛି । ଖଣ୍ଡଗିରିଠାରେ ବସବାସ କରୁଥିବା ସାଧୁସନ୍ଥମାନେ ଖଣ୍ଡଗିରି ସମ୍ପର୍କରେ ବହୁ ବିସ୍ମୟକର କଥା ଦୃଢ଼ଭାବେ କହିଥାଆନ୍ତି । ସେମାନଙ୍କ ମତରେ ଏବେ ମଧ୍ୟ ଖଣ୍ଡଗିରି ଗୁମ୍ଫାଗର୍ଭ ମଧ୍ୟରେ ବହୁ ତପସ୍ଵୀ ଓ ସାଧକ ତପାଚରଣରେ ନିମଗ୍ନ ରହିଛନ୍ତି ଯେଉଁମାନଙ୍କ ଗମ୍ଭୀର ସ୍ଵର ରାତ୍ରିର ନିସ୍ତବ୍ଧ ପ୍ରହରରେ ଶୁଣିବାକୁ ମିଳେ ।

(ଚ) ବୃଦ୍ଧ ଖଣ୍ଡଗିରି ବିରକ୍ତ ପରାଏ ଉଭା ଗମ୍ଭୀରେ- ଏହା କାହିଁକି କୁହାଯାଇଛି ?
Answer:
ଉତ୍କଳର ଗୌରବାବହ ଅତୀତର ମୂକସାକ୍ଷୀ ଭାବେ ଖଣ୍ଡଗିରି ଅଦ୍ୟାବଧୂ ବିଦ୍ୟମାନ । ଉତ୍କଳୀୟ ରାଜା ମହାରାଜାମାନଙ୍କ କୀର୍ତ୍ତିରାଜି, ଉତ୍କଳର ବୀର ସୈନ୍ୟସାମନ୍ତମାନଙ୍କ ବୀରତ୍ଵ ଗରିମା ତଥା ଉତ୍କଳୀୟ କାରୁକଳା ଶିଳ୍ପୀମାନଙ୍କ କଳାକୃତି ଆଦିର ମୂକସାକ୍ଷୀ ଭାବେ ଖଣ୍ଡଗିରି ଦଣ୍ଡାୟମାନ । ମାତ୍ର କାଳର କରାଳଗର୍ଭରେ ଏହା କ୍ରମେ ଜୀର୍ଘଶୀର୍ଷ ଅବସ୍ଥାକୁ ଆସି କ୍ରମେ ବିଲୁପ୍ତ ହେବାକୁ ବସିଲାଣି ଯାହା ଦର୍ଶନ କରି କବିଙ୍କ ମନ ବିଷାଦରେ ଭରିଉଠିଛି । କବିଙ୍କୁ ଖଣ୍ଡଗିରି ଏକ ଅସନ୍ତୁଷ୍ଟ ଓ ବିରକ୍ତ ପାହାଡ଼ ଭାବେ ଦୃଶ୍ୟମାନ ହୋଇଛି । ଏହାର ପାଦଦେଶ ଲତାଗୁଳ୍ମ ଆଚ୍ଛାଦିତ ହୋଇ କ୍ରମେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଯେଉଁ ସ୍ଥାନ ଏକଦା କୋଳାହଳ, ବୀରବାଦ୍ୟ ଓ ତତ୍ତ୍ଵାଲୋଚନାର ଗୁରୁଗମ୍ଭୀର ଶବ୍ଦରେ ପ୍ରକମ୍ପିତ ହୋଇ ଉଠୁଥିଲା ତାହା ଆଜି ହିଂସ୍ର ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀ ପାଲଟିଥିବା ଲକ୍ଷ୍ୟ କରି ହୁଏତ ଖଣ୍ଡଗିରି ବିରକ୍ତି ପ୍ରକାଶ କରୁଛି । ଅତୀତରେ ଉତ୍କଳୀୟ ମାନଙ୍କଠାରେ ଥିବା କଳା କାରିଗରୀ ଓ ଜ୍ଞାନତତ୍ତ୍ବ ପ୍ରତି ଆଗ୍ରହ ଆଜିର ଉତ୍କଳୀୟ ମାନଙ୍କଠାରେ ନ ଦେଖ୍ ଖଣ୍ଡଗିରି ବିରକ୍ତି ପ୍ରକାଶ କରୁଛି।

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ‘ତଥାପି ସେ ଗାଥା ରଖୁଅଛି ଗିରି
କାଳ ପରାଭବେ ଦେଖାଇ ହିଆ ।’
Answer:
ତଥାପି ସେ ………………………… ଦେଖାଇ ହିଆ ।
ଉଦ୍ଧୃତାଂଶଟି କବି ଗୋପବନ୍ଧୁ ଦାସଙ୍କ ରଚିତ “ଦେଖୁନାହିଁ କେତେଦିନୁ ଖଣ୍ଡଗିରି” କବିତାରୁ ଆନୀତ। ପାଷାଣ ହେଲେ ମଧ୍ୟ ଖଣ୍ଡଗିରି କିପରି ଉତ୍କଳର କୀର୍ତ୍ତି ରାଜି ନିଜ ବକ୍ଷରେ ସାଇତି ରଖୁଛି ତାହା ଏଠାରେ ବର୍ଣ୍ଣିତ। କଳାରେ ଉତ୍କୃଷ୍ଟ ଥିବାରୁ ଓଡ଼ିଶାର ନାଁ ହେଉଛି ଉତ୍କଳ। ରାଜା ମହାରାଜାମାନଙ୍କର ବୀରତ୍ଵ କାହାଣୀ ଏବଂ ଅନ୍ୟାନ୍ୟ ଯଶଖ୍ୟାତି କଳା, ସ୍ଥାପତ୍ୟ, ସାହିତ୍ୟ, ଧର୍ମନୀତି ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ଉତ୍କଳ ଶ୍ରେଷ୍ଠସ୍ଥାନ ଅଧିକାର କରିଥିଲା। ମାତ୍ର ଆଜି ଓଡ଼ିଶାର ସେ ଗୌରବ ଓ ବିଭବ କାଳର କରାଳ ସ୍ରୋତରେ ବିଲୀନ ହୋଇ ଯାଇଛି । ଆଜିର କଳିଙ୍ଗବାସୀ ମାତୃଭୂମିର ଗୌରବ ଏବଂ କଳିଙ୍ଗର ନାମ ପର୍ଯ୍ୟନ୍ତ ବିସ୍ମରଣ କରିଛନ୍ତି । ମାତ୍ର ଖଣ୍ଡଗିରି ଏଥୁରୁ ସମ୍ପୂର୍ଣ ସ୍ଵତନ୍ତ୍ର । ସବୁ ବାଧା ବିଘ୍ନକୁ ଅତିକ୍ରମ କରି, ଅତୀତ ଉତ୍କଳର ଐତିହ୍ୟକୁ ବକ୍ଷରେ ଧାରଣ କରି ବୀରଦର୍ପରେ ସେ ଦଣ୍ଡାୟମାନ ହୋଇ ରହିଛି । କାଳର କରାଳ ପ୍ରଭାବ ଏହି କୀର୍ତ୍ତିରାଜିକୁ ସମ୍ପୂର୍ଣ ଧ୍ୱଂସ କରିପାରିନାହିଁ ।

(ଖ) ‘ନୁହେଁ ତା’ ବିଚିତ୍ର ବାହ୍ୟ ବିଶ୍ଵ ମାତ୍ର
ପ୍ରତିଫଳେ ନର ନିଜ ହୃଦୟ ।’
‘ନୁହେଁ ତା’ ………………………….. ନିଜ ହୃଦୟ ।’
ଉକ୍ତ ପଦ୍ୟାଶଟି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରଚିତ “ଦେଖୁନାହିଁ କେତେଦିନୁ ଖଣ୍ଡଗିରି” କବିତାରୁ ଗୃହୀତ। ମନୁଷ୍ୟ ନିଜ ହୃଦୟର ବିଶ୍ଵାସ ଏବଂ ଚିନ୍ତାଧାରାର ପ୍ରତିଫଳନ ବାହ୍ୟ ବିଶ୍ଵରେ କିପରି ଦେଖ‌ିବାକୁ ପାଇଥାଏ, ତାହା ଏଠାରେ କବି ବର୍ଣ୍ଣନା କରିଛନ୍ତି । ଖଣ୍ଡଗିରିର ପଥପାର୍ଶ୍ଵରେ ବସି ରହିଥା’ନ୍ତି ଧର୍ମବେଶଧାରୀ ବହୁ ସାଧୁ । ସେମାନେ ପରିଦର୍ଶକମାନଙ୍କୁ ଖଣ୍ଡଗିରି ବିଷୟରେ ବହୁ ଅଦ୍ଭୁତ କାହାଣୀ ଶୁଣାନ୍ତି ଏବଂ ସିଦ୍ଧ ସାଧକଗଣଙ୍କର ଜୀର୍ଣ କଠଉ ଦେଖାଇ ଶ୍ରୋତା ମନରେ ଖଣ୍ଡଗିରିର ସିଦ୍ଧ ସାଧକମାନଙ୍କ ବିଷୟରେ ବିଶ୍ଵାସ ଜନ୍ମାନ୍ତି । ସେମାନେ କହନ୍ତି ଯେ ଏବେ ମଧ୍ୟ ଖଣ୍ଡଗିରିର ଅନ୍ଧାର ଗୁମ୍ଫା ଗହ୍ବରରୁ ଗଭୀର ରାତ୍ରିରେ ଭାସିଆସେ ବିଷ୍ଣୁ-ସଙ୍ଗୀତ । ସେମାନଙ୍କର ଏ ସବୁ କାହାଣୀକୁ ଅବିଶ୍ବାସ କରିବାର କିଛି କାରଣ ନାହିଁ ବୋଲି କବି କହୁଛନ୍ତି | କାରଣ ଏ ବାହ୍ୟ ଦୁନିଆ ହେଉଛି ମଣିଷ ହୃଦୟର ବିଶ୍ଵାସ ଓ ତା’ର ଚିନ୍ତାଧାରାର ଅବିକଳ ପ୍ରତିଫଳନା

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୪ ।
ତଳେ ଦିଆଯାଇଥ‌ିବା ସମୋଚ୍ଚାରିତ ଶବ୍ଦ ମଧ୍ୟରେ ଥ‌ିବା ଅର୍ଥ-ପାର୍ଥକ୍ୟକୁ ବାକ୍ୟ ମାଧ୍ୟମରେ ପ୍ରକାଶ କର ।
ପ୍ରାସ।ଦ – ପ୍ରସାଦ, ସତ – ଶତ, ବାସା – ବାସି, ଖର – ଖାର, ପୁର – ପୂର
Answer:
ପ୍ରାସ।ଦ – (ଭୋଗ) – ଜଗନ୍ନାଥଙ୍କ ପ୍ରସାଦ ସେବନ କଲେ ପାପରୁ ମୁକ୍ତି ମିଳେ ବୋଲି ପ୍ରବାଦ ରହିଛି ।
ପ୍ରସାଦ – (କୋଠାଘର) – ସୁରବାବୁଙ୍କ ବାସସ୍ଥାନ ଏକ ତିନିମହଲା ବିଶିଷ୍ଟ ପ୍ରାସାଦ ଅଟେ ।
ସତ – (ସତ୍ୟ) – ସତ କେବେ ଲୁଚି ରହେନାହିଁ ।
ଶତ – (ଶହେ) – ଗାନ୍ଧାରୀ ଶତ ପୁତ୍ରର ଜନନୀ ଥିଲେ ।
ବାସା – (ବାସିନ୍ଦା) – ଗ୍ରାମବାସୀମାନେ ମିଳିତ ହୋଇ ଗ୍ରାମ ରାସ୍ତା ମରାମତି କରୁଛନ୍ତି ।
ବାସି – (ବାସି/ପଚା) – ବାସି ଖାଦ୍ୟ ଖାଇବା ଉଚିତ ନୁହେଁ ।
ଖର – (କ୍ଷିପ୍ର) ବର୍ଷାଦିନେ ନଦୀର ଜଳ ଖର ହୋଇଥାଏ ।
ଖାର – (ଖାର) – ଧୋବା ଖାର ଦେଇ ଲୁଗା ସଫା କରୁଛି ।
ପୁର – (ନଗର) – ବିଭିନ୍ନ ପର୍ବପର୍ବାଣି ପୁରପଲ୍ଲୀମାନଙ୍କରେ ଖୁବ୍ ଧୁମ୍‌ଧାମ୍‌ରେ ପାଳନ କରାଯାଏ ।
ପୂର – (ପିଠା ଭିତରେ ଭରିବାର ଜିନିଷ) – କାକରା ପିଠା ମଧ୍ଯରେ ଦିଆଯାଉଥ‌ିବା ପୂର କାକରାକୁ ସୁଆଦିଆ କରେ ।

Question ୫ ।
ମନେପକାଇ କବିତାର ପଦଟିକୁ ପୂରଣ କର ।
(କ) ଦୂର ଦେଖୁଁ ଦୂତ ____________
____________କରେ ଛାମୁରେ ଜଣା ।
Answer:
ଦୂର ଦେଖୁଁ ଦୂତ ବିଜୟ ବାରତା
ଘେନି ଆସି କରେ ଛାମୁରେ ଜଣା ।

(ଖ) ଗମ୍ଭୀର ନିଘୋଷେ ____________
____________ଧର୍ମ ପ୍ରଚାର ।
Answer:
ଗମ୍ଭାର ନିର୍ଘୋଷେ ଲୋକ ଉପଦେଶେ
କାହିଁ ବା ଅହିଂସା ଧର୍ମ ପ୍ରଚାର ।

(ଗ) ଚୂଳୁଁ ମୂଳ ଯାଏ ____________
____________ ଗୁମ୍ଫା ଦେଉଳ ।
Answer:
ଚୂଳୁଁ ମୂଳ ଯାଏ ଶୋଭେ ଶିଳାକାୟେ
ପ୍ରାସାଦ ପ୍ରାଙ୍ଗଣ ଗୁମ୍ଫା ଦେଉଳ ।

Question ୬।
କବିତାର କେଉଁ ପ୍ରସଙ୍ଗରେ କୁହାଯାଇଛି ଲେଖ ।
(କ) ‘ଉଜ୍ଜଳ ଛବି’
Answer:
ଖଣ୍ଡଗିରି ଦର୍ଶନ କାଳରେ କବି ଉତ୍କଳର ଗୌରବାବହ ସମୃଦ୍ଧି ବିଷୟରେ କଳ୍ପନା କରିବା ପ୍ରସଙ୍ଗରେ ଏହା କୁହାଯାଇଛି।

(ଖ) ‘କଳିଙ୍ଗର ଭୂତି’
ଐରବଂଶ ସମ୍ରାଟ ମହାମେଘବାହନ ଖାରବେଳଙ୍କ ସମୟରେ ଓଡ଼ିଶା କଳିଙ୍ଗ ଭାବେ ପରିଚିତ ଥିଲା । ତାଙ୍କ ରାଜତ୍ଵ ସମୟରେ ରାଜ୍ୟ ଆଗଙ୍ଗାଗୋଦାବରୀ ବିସ୍ତୃତ ଥିଲା ଏବଂ କଳିଙ୍ଗ କଳା, ସଂସ୍କୃତି, ଧର୍ମ, ସମାଜ ବ୍ୟବସ୍ଥା, ପ୍ରତିରକ୍ଷା ତଥା ବାଣିଜ୍ୟ ବ୍ୟବସାୟ ସବୁ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିଲା । ଏହି ପ୍ରସଙ୍ଗରେ କଳିଙ୍ଗର ଭୂତି ଅସାମାନ୍ୟ କଥା କୁହାଯାଇଛି ।

(ଗ) ‘ପ୍ରତ୍ୟକ୍ଷ ପ୍ରମାଣ’
Answer:
ଜୀର୍ଣ ଖଣ୍ଡଗିରି ଗୁମ୍ଫା ଗହ୍ବର ମଧ୍ୟରେ ତପସ୍ଵୀ ଓ ସାଧକମାନେ ବାସ କରୁଛନ୍ତି ଏବଂ ନିସ୍ତବ୍ଧ ରାତ୍ରିରେ ସେମାନଙ୍କ କଣ୍ଠନିଃସୃତ ଗମ୍ଭୀର ଧ୍ଵନି ଶୁଣାଯାଏ ବୋଲି ପାହାଡ଼ ଉପକଣ୍ଠରେ ରହୁଥିବା ସାଧୁ ସନ୍ଥମାନେ ଦୃଢ଼ଭାବରେ କହିଥାଆନ୍ତି । ଏହାର ପ୍ରତ୍ୟକ୍ଷ ପ୍ରମାଣ ସ୍ୱରୂପ ସେମାନଙ୍କ ବ୍ୟବହୃତ ଜୀର୍ଣ୍ଣ କଠଉ ଆଦି “ଖାଇଥାଆନ୍ତି । ଏହି ପ୍ରସଙ୍ଗରେ ‘ପ୍ରତ୍ୟକ୍ଷ ପ୍ରମାଣ’ କଥା କୁହାଯାଇଛି ।

(ଘ) ‘ସଙ୍ଗୀତ ନଭେ’
Answer:
ଏକଦା ଖଣ୍ଡଗିରି ଗୁମ୍ଫାମାନଙ୍କରେ ବୌଦ୍ଧ ଶ୍ରମଣ ସନ୍ନ୍ୟାସୀମାନେ ଶିଷ୍ୟମାନଙ୍କ ଗହଣରେ ଧର୍ମତତ୍ତ୍ଵ ଆଲୋଚନା କରୁଥିଲେ । ପରବର୍ତ୍ତୀ ସମୟରେ ଜୀର୍ଣ୍ଣ ଖଣ୍ଡଗିରି ପରିପାର୍ଶ୍ବରେ ବସବାସ କରୁଥିବା ସାଧୁସନ୍ଥମାନେ ଦୃଢ଼ଭାବେ କହନ୍ତି ଯେ ଅଦ୍ୟାବଧୂ ବହୁ ତପଚାରୀ ଗୁମ୍ଫାର ନିଭୃତ କକ୍ଷରେ ସାଧନାରତ ଅଛନ୍ତି । ବିଳମ୍ବିତ ରାତ୍ରିର ନିସ୍ତବ୍ଧ ପ୍ରହରରେ ସେମାନଙ୍କ ଗମ୍ଭୀର କଣ୍ଠସଙ୍ଗୀତ ଓ ମନ୍ତ୍ର ଉଚ୍ଚାରଣ ଶୁଣିବାକୁ ମିଳେ । ଏହି ପ୍ରସଙ୍ଗରେ ‘ସଙ୍ଗୀତ ନଭେ’ କଥା କୁହାଯାଇଛି ।

Question ୭ ।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଗୋଟିଏ ଲେଖାଏଁ ପ୍ରତିଶବ୍ଦ ଲେଖ ।
କାୟା, ହିଆ, ନିଶିଥ, ନଭ, କଠାଉ
Answer:
କାୟା – ଶରୀର
ନିଶିଥ – ରାତ୍ରି, ଅର୍ଦ୍ଧରାତ୍ରି
କଠାAnswer: ଖଡ଼ମ
ହିଆ – ବକ୍ଷ, ଛାତି
ନଭ – ଆକାଶ

Question ୮।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଅର୍ଥ ଲେଖ ।
ରୋଧଛନ୍ତି, ନିବସନ୍ତି, ପ୍ରତିଫଳେ, ଏକାନ୍ତେ, ନିରତେ
Answer:
ରୋଧ୍ଵଛନ୍ତି – ଅଟକାଇଛନ୍ତି, ବାଧା ଦେଇଛନ୍ତି
ନିବସନ୍ତି – ବସବାସ କରନ୍ତି
ପ୍ରତିଫଳେ – ପ୍ରତିଫଳିତ ହୁଏ
ଏକାନ୍ତେ – ଏକୁଟିଆ ସମୟରେ, ନିରୋଳାରେ
ନିରତେ – ସବୁ ସମୟରେ, ଅନବରତ ଭାବେ

ତୁମପାଇଁ କାମ :

ଉତ୍କଳମଣି ଗୋପବନ୍ଧୁଙ୍କର ବିଭିନ୍ନ ଲେଖା ସଂଗ୍ରହ କର ଓ ପଢ଼ ।
ଖଣ୍ଡଗିରିର ଇତିହାସ ଓ ତତ୍‌ସଂପର୍କିତ ବିଭିନ୍ନ ଛବି ସଂଗ୍ରହ କର । ଖଣ୍ଡଗିରି ଉପରେ ଏକ ପ୍ରବନ୍ଧ ରଚନା କର ।
Answer:
ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କର ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନେ।ତ୍ତର

ଅତିସଂ ଷିପ୍ତ ପ୍ରଶ୍ନେ।ତ୍ତର

Question ୧ ।
‘ଦେଖୁ ନାହିଁ କେତେ ଦିନୁ ଖଣ୍ଡଗିରି’ କବିତାର କବି କିଏ ?
Answer:
‘ଦେଖୁ ନାହିଁ କେତେ ଦିନୁ ଖଣ୍ଡଗିରି’ର କବି ହେଉଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ।

Question ୨ ।
ଗୋପବନ୍ଧୁ କେଉଁଠି ଜନ୍ମଗ୍ରହଣ କରିଥିଲେ ?
Answer:
ଗୋପବନ୍ଧୁ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।

Question ୩ ।
‘ଦେଖୁ ନାହିଁ କେତେ ଦିନୁ ଖଣ୍ଡଗିରି’ କବିତାରେ ଗୋପବନ୍ଧୁ କେଉଁ କଥାକୁ ମନେପକାଇଛନ୍ତି ?
Answer:
‘ଦେଖୁ ନାହିଁ କେତେ ଦିନୁ ଖଣ୍ଡଗିରି’ କବିତାରେ ଗୋପବନ୍ଧୁ ଖଣ୍ଡଗିରି ଇତିହାସ ମାଧ୍ୟମରେ ଆମ ଅତୀତର

Question ୪ ।
ଖଣ୍ଡଗିରି କାହାର ଅତୀତ ଗୌରବ ଗାଥାକୁ ଗାଉଛି ?
Answer:
ଖଣ୍ତଗିରି ଅତାତ ତ୍ତକ୍ କର ଗୌରବର ଗାଥାକୁ ଗାତ୍ତଛା

Question ୫ ।
କବି କ’ଣ ଦେଖୁ ବିମୁଗ୍ଧ ହୋଇଥିଲେ ?
Answer:
କବି ଖଣ୍ଡଗିରି ପାହାଡ଼ ପାର୍ଶ୍ଵରେ ଥିବା ପ୍ରାକୃତିକ ଶୋଭା ଦର୍ଶନ କରି ବିମୁଗ୍ଧ ହୋଇଥିଲେ।

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୬ ।
କେଉଁ ଶାସକଙ୍କ କୀର୍ତ୍ତିରାଜି ଖଣ୍ଡଗିରି ପାହାଡ଼ର ଗୁମ୍ଫାଗାତ୍ରରେ ଖୋଦିତ ହୋଇଛି ?
Answer:
ପ୍ରାଚୀନ ଉତ୍କଳର ନରପତି ମହାମେଘ ବାହନ ଐରଖାରବେଳଙ୍କ କୀର୍ତିରାଜି ଖଣ୍ଡଗିରି ପାହାଡ଼ର ଗୁମ୍ଫା ଗାତ୍ରରେ ଖେ।ଦିତ ହୋଇଛି।

Question ୭ ।
ଖଣ୍ଡଗିରିରେ କ’ଣ ମୂକସାକ୍ଷୀ ରୂପେ ଦଣ୍ଡାୟମାନ ହୋଇଛି ?
Answer:
ଖଣ୍ଡଗିରିରେ ଐର ଖାରବେଳଙ୍କ ଦ୍ବାରା ନିର୍ମିତ ରାଣୀହଂସପୁର ପ୍ରାସାଦ ପ୍ରାଙ୍ଗଳ ଗୁମ୍ଫା, ଦେଉଳ ଅତୀତର ମୂକସାକ୍ଷୀ

Question ୮ ।
ଖଣ୍ଡଗିରିରେ କ’ଣ ନାରଖାର ଅବସ୍ଥାରେ ଛିଡ଼ା ହୋଇଥିବା କଥା କବି ବର୍ଣ୍ଣନା କରିଛନ୍ତି ?
Answer:
ରାଜା ଐର ଖାରବେଳଙ୍କଦ୍ଵାରା ନିର୍ମିତ ରାଣୀହଂସପୁରଟି ପୂର୍ବର ସୌନ୍ଦର୍ଯ୍ୟ ହରାଇ ଖୁବ୍ ନାରଖାର ହୋଇ ଛିଡ଼ା

Question ୯ ।
ଖଣ୍ଡଗିରିକୁ ଯିବା ଅଗମ୍ୟ ହେଇଛି କାହିଁକି ?
Answer:
ସମୁଦାୟ ପାହାଡ଼ଟି ଲତାଗୁଳ୍ମ ଆଚ୍ଛାଦିତ ହେବାରୁ ଅଗମ୍ୟ

Question ୧୦ ।
ଅତୀତର ବିଳାସପୂର୍ବ ରାଜପ୍ରାସାଦ ଆଜି କାହାର ଆଶ୍ରୟସ୍ଥଳୀ ହୋଇପଡ଼ିଛି । ହୋଇଛି ?
Answer:
ଅତୀତର ବିଳାସପୂର୍ଣ୍ଣ ରାଜପ୍ରାସାଦ ଆଜି ହିଂସ୍ର ବନ୍ୟଜନ୍ତୁଙ୍କର ଆଶ୍ରୟସ୍ଥଳ ହୋଇପାରିଛି ।

ବସ୍ତ୍ ନିଷ୍ଠ ପ୍ରଶ୍ନୋତ୍ତର

Question ୧।
‘ଦେଖୁନାହିଁ କେତେଦିନୁ ଖଣ୍ଡଗିରି’ କବିତାଟି କାହାର ରଚନା ?
(କ) ସାରଳା ଦାସ.
(ଖ) ଦାନକୃଷ୍ଣ ଦାଷ
(ଗ) ଗୋପବନ୍ଧୁ ଦାସ
(ଘ) ଅଭିମନ୍ୟୁ ସାମନ୍ତ୍ରସିଂହାର
Answer:
(ଗ) ଗୋପବନ୍ଧୁ ଦାସ

Question ୨ ।
ନିମ୍ନୋକ୍ତ ସ୍ଥାନମାନଙ୍କ ମଧ୍ୟରୁ କେଉଁଠାରେ ଗୋପବନ୍ଧୁ ଜନ୍ମଗ୍ରହଣ କରିଥିଲେ ?
(କ) ନୀଳଗିରି
(ଖ) କାହୁଆ
(ଗ) ସୁଆଶ୍ରୋ
(ଘ) ମଳ୍ଲାକାଶପୁର
Answer:
(ଗ) ସୁଆଶ୍ରୋ

Question ୩ ।
ଗୋପବନ୍ଧୁ ସତ୍ୟବାଦୀଠାରେ ବନବିଦ୍ୟାଳୟ କାହିଁକି ପ୍ରତିଷ୍ଠା କରିଥିଲେ ?
(କ) ସ୍ଵାଧୀନତା ସଂଗ୍ରାମୀ ତିଆରି କରିବାପାଇଁ
(ଖ) ଙ୍ଗରେଜମାନଙ୍କୁ ଅସହଯୋଗ କରିବାପାଇଁ
(ଗ) ଦେଶପ୍ରେମୀ ସଂଗ୍ରାମୀ ମଣିଷ ତିଆରି କରିବା ସଙ୍ଗେ ସଙ୍ଗେ ସମାଜ ଓ ସଂସ୍କୃତିକୁ ଉନ୍ନତ କରିବାପାଇଁ
(ଘ) ସାହିତ୍ୟର ବିକାଶପାଇଁ
Answer:
(ଗ) ଦେଶପ୍ରେମୀ ସଂଗ୍ରାମୀ ମଣିଷ ତିଆରି କରିବା ସଙ୍ଗେ ସଙ୍ଗେ ସମାଜ ଓ ସଂସ୍କୃତିକୁ ଉନ୍ନତ କରିବାପାଇଁ

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୪।
ଗୋପବନ୍ଧୁ କେଉଁ ଅବସ୍ଥାରେ ଖଣ୍ଡଗିରି ଦେଖିବାକୁ ଯାଇଥିଲେ ?
(କ) ଶିଶୁ ଅବସ୍ଥାରେ
(ଖ) ପ୍ରଥମ ଯୌବନ ଅବସ୍ଥ।ରେ
(ଗ) ପ୍ରୌଢ ଅବସ୍ଥାରେ
(ଘ) ବୃଦ୍ଧ ଅବସ୍ଥାରେ
Answer:
(ଖ) ପ୍ରଥମ ଯୌବନ ଅବସ୍ଥ।ରେ

Question ୫।
ଖଣ୍ଡଗିରି କେଉଁଠାରେ ଅବସ୍ଥିତ ?
(କ) ଭୁବନେଶ୍ଵରର ପୂର୍ବ ଦିଗରେ
(ଖ) ଭୁବନେଶ୍ଵରର ଦକ୍ଷିଣ ଦିଗରେ
(ଗ) ଭୁବନେଶ୍ଵରର ପଶ୍ଚିମ ଦିଗରେ
(ଘ) ଭୁବନେଶ୍ୱରର ଉତ୍ତର – ପଶ୍ଚିମ ଦିଗରେ
Answer:
(ଘ) ଭୁବନେଶ୍ୱରର ଉତ୍ତର – ପଶ୍ଚିମ ଦିଗରେ

Question ୬ ।
‘ସୁଷମା-ପିପାସା-ଭାବ-ଉନ୍ମାଦେ’ – ଏଠାରେ ‘ସୁଷମା-ପିପାସା’ର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଟି ?
(କ) ସୌନ୍ଦର୍ଯ୍ୟ ଉପଭୋଗ କରିବାର ଇଚ୍ଛା
(ଗ) ଅବସର ସମୟ କଟାଇବାର ଇଚ୍ଛା
(ଖ) କବିତା ଲେଖୁବାର ଇଚ୍ଛା
(ଘ) ଗବେଷଣା କରିବାର ଇଚ୍ଛା
Answer:
(କ) ସୌନ୍ଦର୍ଯ୍ୟ ଉପଭୋଗ କରିବାର ଇଚ୍ଛା

Question ୭।
କାଳ ପ୍ରତିସ୍ରୋତରେ ଗତି କରିବାକୁ କବି କାହାର ଆଶ୍ରୟ ନେଇଛନ୍ତି ?
(କ) କଳ୍ପନାର ନେତ୍ର
(ଖ) କଜ୍ଜିନାର ପୋତ
(ଖ) ଜନସୃତି
(ଘ) ସନ୍ନ୍ୟାସାମାନଙ୍କର ସଂଗାତ
Answer:
(ଖ) କଜ୍ଜିନାର ପୋତ

Question ୮।
ଖଣ୍ଡଗିରି କାହାର କୀର୍ତ୍ତି ?
(କ) ଅଶୋକ
(ଖ) ଖାରବେଳ
(ଗ) ଅନଙ୍ଗଭୀମ ଦେବ
(ଘ) ନରସିଂହ ଦେବ
Answer:

Question ୯।
ଯାଇଅଛି ମିଶି କଳିଙ୍ଗ ଭୂତି – ଏହି କବିତାଂଶରେ ‘ଭୂତି’ର ଅର୍ଥ ହେଉଛି –
(କ) କୀର୍ତି
(ଖ) ଅନୁରାଗ ଶୂନ୍ଯ
(ଗ) ସମ୍ପଦ
(ଘ) ସ୍କୃତି
Answer:
(ଖ) ଅନୁରାଗ ଶୂନ୍ଯ

Question ୧୦ ।
କଳିଙ୍ଗର ଅତୀତ ଗୌରବର ମୂକସାକ୍ଷୀରୂପେ କିଏ
(କ) ହାତୀଗୁମ୍ଫା
(ଖ) ରାଜାରାଶା ଗୁମ୍ପା
(ଗ) ଖଣ୍ଡଗିରି ରାଣୀହଂସପୁର ଗୁମ୍ଫା
(ଘ) ବ୍ୟାଘ୍ର ଗୁମ୍ଫା
Answer:
(ଗ) ଖଣ୍ଡଗିରି ରାଣୀହଂସପୁର ଗୁମ୍ଫା

Question ୧୧ ।
ଖଣ୍ଡଗିରି କିପରି ଉତ୍କଳର ଗୌରବ ଗୀତ ଗାନକରୁଛି ?
(କ) ଗୁଣୁଗୁଣୁ ହୋଇ
(ଖ) ନିରବ ଗମ୍ଭୀରେ
(ଗ) ବିରକ୍ତି ଭାବରେ
(ଘ) ଉଚ୍ଚସ୍ୱରରେ
Answer:
(ଖ) ନିରବ ଗମ୍ଭୀରେ

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୧୨ ।
ଖଣ୍ଡଗିରି କେଉଁ ଗୀତ ଗାଉଛି ବୋଲି କବି କହିଛନ୍ତି ?
(କ) ଗୌରବର
(ଖ) ଆନନ୍ଦର
(ଗ) ସାହସର
(ଘ) ବିଷାଦର
Answer:
(କ) ଗୌରବର

Question ୧୩ ।
ଖଣ୍ଡଗିରିରେ ଗଭୀର ରାତିରେ କାହାର ସଂଗୀତ ଶୁଣାଯାଏ ?
(କ) ଶ୍ରମଣ ସନ୍ନ୍ୟାସୀଙ୍କର
(ଖ) ହିଂସ୍ରଜନ୍ତୁଙ୍କର
(ଗ) ଅଶରାରାମାନଙ୍କର
(ଘ) ନର୍ତ୍ତକାମାନଙ୍କର
Answer:
(କ) ଶ୍ରମଣ ସନ୍ନ୍ୟାସୀଙ୍କର

Question ୧୪ ।
ଶ୍ରମଣ ସନ୍ନ୍ୟାସୀଗଣ ଖଣ୍ଡଗିରିରେ ବସି କେଉଁ ଧର୍ମ ପ୍ରଚାର କରୁଥିଲେ ?
(କ) ହିନ୍ଦୁ ଧର୍ମ
(ଖ) ଇସ୍‌ଲାମ୍ ଧର୍ମ
(ଗ) ଅହିଂସା ଧର୍ମ
(ଘ) ଖଷ୍ଟଧର୍ମ
Answer:
(ଗ) ଅହିଂସା ଧର୍ମ

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୧୫ ।
ଖଣ୍ଡଗିରିକୁ ଦେଖ୍ କବି କ’ଣ ସ୍ମରଣ କରିଛନ୍ତି ?
(କ) ଖଣ୍ଡଗିରିର ବିନଷ୍ଟ ରୂପେ
(ଖ) ଖଣ୍ଡଗିରିର ଅତୀତ ଗୌରବ
(ଗ) ଗୁମ୍ଫାର କାରୁକାର୍ଯ୍ୟ
(ଘ) ପ୍ରକୃତିର ସୌନ୍ଦର୍ଯ୍ୟ
Answer:
(ଗ) ଗୁମ୍ଫାର କାରୁକାର୍ଯ୍ୟ

Question ୧୬ ।
ଖଣ୍ଡଗିରିର ପଥ ମଧ୍ଯରେ ବାଟୋଇମାନଙ୍କୁ ସାଧୁସନ୍ଥମାନେ କ’ଣ ସବୁ ଦେଖାଇଥାଆନ୍ତି ?
(କ) ଜୀର୍ଣ୍ଣ କଠଉ
(ଖ) ଭଗ୍ନ ମୂର୍ତ୍ତି
(ଗ) ଗୁମ୍ଫାର କାରୁକାର୍ଯ୍ୟ
(ଘ) ଖଣ୍ଡଗିରିର ବିନଷ୍ଟ ରୂପ
Answer:
(କ) ଜୀର୍ଣ୍ଣ କଠଉ

Question ୧୭ ।
କଳିଙ୍ଗ ଗୌରବରାଜି କେଉଁଠି ମିଶିଯାଇଛି ବୋଲି କବି କହିଛନ୍ତି ?
(କ) ସମୁଦ୍ରଗର୍ଭରେ
(ଗ) ଖଣ୍ଡଗିରିର ପଥର ଦେହରେ
(ଖ) ମହାକାଳ ବକ୍ଷରେ
(ଘ) ଉଦୟଗିରିର ପଥର ଦେହରେ
Answer:

Question ୧୮ ।
ଖଣ୍ଡଗିରିର ଶୋଭା ସଂଦର୍ଶନ କରି କବି କେଉଁଠାରେ ଚିନ୍ତା ନିମଗ୍ନ ହୋଇ ବସିପଡ଼ିଲେ ?
(କ) ଖଣ୍ଡଗିରି ଚୂଡ଼ାରେ
(ଖ) ଖଣ୍ଡଗିରି ପାଦଦେଶରେ
(ଗ) ରାଣୀହଂସପୁରରେ
(ଘ) ଉଦୟଗିରି ପାଦଦେଶରେ
Answer:
(ଖ) ଖଣ୍ଡଗିରି ପାଦଦେଶରେ

Question ୧୯ ।
କବି କାହା ସାହାଯ୍ୟରେ ଖଣ୍ଡଗିରିର ଅତୀତ ଉତ୍କଳର ଛବି ଅବଲୋକନ କରିଛନ୍ତି ?
(କ) କଳ୍ପନାର ଚକ୍ଷୁରେ
(ଖ) କଳ୍ପନାର ପୋତରେ
(ଗ) କାଳ ପ୍ରତିସ୍ପ୍ରେ।ତରେ
(ଘ) ସ୍ଵଚକ୍ଷ୍ମରେ
Answer:
(କ) କଳ୍ପନାର ଚକ୍ଷୁରେ

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୨୦ ।
ଶ୍ରମଣ କାହାକୁ କହନ୍ତି ?
(କ) ପୁରୋହିତ
(ଖ) ଚୈନ ସନ୍ନ୍ୟାସୀ
(ଗ୍) ବୌଦ୍ଧ ସନ୍ନ୍ୟାସୀ
(ଘ) ଧର୍ମଯାଜକ
Answer:
(ଗ୍) ବୌଦ୍ଧ ସନ୍ନ୍ୟାସୀ

Question ୨୧ ।
କାହାର ପ୍ରଭାବରେ ଲୋକଙ୍କ ସ୍ମୃତିପଟରୁ ଅତୀତ କଳିଙ୍ଗର ବିଭବରାଜି ଲିଭିଯାଇଛି ?
(କ) ଜନାର ପ୍ରଭାବରେ
(ଖ) ବିଜ୍ଞାନର ପ୍ରଭାବରେ
(ଗ୍) ପାଣ୍ଠାତ୍ୟ ସଭ୍ୟତାର ପ୍ରଭାବରେ
(ଘ) କାଳର ପ୍ରଭାବରେ
Answer:
(ଘ) କାଳର ପ୍ରଭାବରେ

Question ୨୨ ।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ‘ସୁଖଦୁଃଖ’ ପରି ଯୁଗ୍ମଶବ୍ଦ ?
(କ) ଖଟମାଠ
(ଖ) ଟଙ୍କାଟୋକର
(ଗ) ପାପପୁଣ୍ୟ
(ଘ) ଧନମାନ
Answer:
(ଗ) ପାପପୁଣ୍ୟ

Question ୨୩ ।
ନିମ୍ନୋକ୍ତ ମଧ୍ୟରୁ କେଉଁ ପଶୁ ଶ୍ଵାପଦ ?
(କ) ଗାଈ
(ଖ) ଛେଳି
(ଗ) ମାଇଁଷି
(ଘ) ସିଂହ
Answer:
(ଘ) ସିଂହ

Question ୨୪ ।
ନିମ୍ନୋକ୍ତ କେଉଁଟି ଆକାଶର ଅର୍ଥକୁ ବୁଝାଉଛି ?
(କ) ନିଶିଥ
(ଖ) ନଭ
(ଗ) ଶୋକର
(ଘ) ଯାମ
Answer:
(ଖ) ନଭ

Question ୨୫ ।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉନ୍ମାଦର ଅର୍ଥକୁ ବୁଝାଉନାହିଁ ?
(କ) ମତ୍ତ
(ଘ) କାଳର ପ୍ରଭାବରେ
(ଗ) ପାପପୁଣ୍ୟ
(ଘ) ସିଂହ
Answer:
(ଘ) ସିଂହ

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୨୬ ।
ଖଣ୍ଡଗିରି ପରିଦର୍ଶନରେ କବିଙ୍କର କେଉଁ କଳିଙ୍ଗ ନରପତିଙ୍କ ଗୌରବମୟ କାହାଣୀ ମନେପଡ଼ିଛି ?
(କ) ଅନଙ୍ଗଭୀମ ଦେବ
(ଖ) ଯଯାତିକେଶରୀ
(ଗ) ଖାରବେଳ
(ଘ) ପୁରୁଷୋତ୍ତମ ଦେବ
Answer:
(ଗ) ଖାରବେଳ

Question ୨୭ ।
ବାହ୍ୟ ବିଶ୍ଵରେ କ’ଣ ପ୍ରତିଫଳିତ ହୁଏ ବୋଲି କବିତାରେ କୁହାଯାଇଛି ?
(କ) ମଣିଷର ହୃଦୟ
(ଖ) ପ୍ରତିବିମ୍ବ
(ଗ) ଇନ୍ଦ୍ରଧନୁ
(ଘ) ପ୍ରାକୃତିକ ଦୃଶ୍ୟ
Answer:
(କ) ମଣିଷର ହୃଦୟ

Question ୨୮ ।
କେଉଁମାନଙ୍କ ସଙ୍ଗୀତ ଗଭୀର ନିଶୀଥରେ ଶୁଣାଯାଏ ବୋଲି କବି କହିଛନ୍ତି ?
(କ) ଶ୍ରମଣ ସାଧକ
(ଖ) ଅସାଧୁ ସାଧକ
(ଗ) ଇନ୍ଦ୍ରଧନୁ
(ଘ) ପ୍ରାକୃତିକ ଦୃଶ୍ୟ
Answer:
(ଗ) ଇନ୍ଦ୍ରଧନୁ

Question ୨୯ ।
ଖଣ୍ଡଗିରି ପାହାଡ଼ରେ କେତୋଟି ଗୁମ୍ଫା ରହିଛି ?
(କ) ୧୫
(ଖ) ୧୭
(ଗ) ୧୯
(ଘ) ୨୩
Answer:
(ଗ) ୧୯

କବି ପରିଚୟ :

ଗୋପବନ୍ଧୁ ଦାସ ନବ ଉତ୍କଳର ପ୍ରାଣ ପ୍ରତିଷ୍ଠାତା ଥିଲେ । କରିଥିଲେ । ସତ୍ୟବାଦୀଠାରେ ବକୁଳ ବନର ଛୁରୀଅନା କୁଞ୍ଜ ତଳେ ସେ ପ୍ରତିଷ୍ଠା କରିଥିଲେ ଏକ ବନବିଦ୍ୟାଳୟ । ସେବା, ସାହିତ୍ୟ ସୃଷ୍ଟି ଓ ଶିକ୍ଷା ବିସ୍ତାର ଥିଲା ତାଙ୍କ ଜୀବନର ଲକ୍ଷ୍ୟ । ଦେଶପ୍ରେମୀ, ସଂଗ୍ରାମୀ ମଣିଷ ତିଆରି କରିବା ସଙ୍ଗେ ସଙ୍ଗେ ସାହିତ୍ୟ ମାଧ୍ୟମରେ ଓଡ଼ିଶାର ସଂସ୍କୃତି ଓ ସମାଜକୁ ଉନ୍ନତ କରିବାକୁ ସେ ସାରାଜୀବନ ପ୍ରୟାସ କରିଥିଲେ । ପରେ ସ୍ଵାଧୀନତା ଆନ୍ଦୋଳନରେ ଭାଗ ନେଇ ସେ ଓଡ଼ିଶାର ସର୍ବମାନ୍ୟ ନେତାର ସମ୍ମାନ ଲାଭ କରିଥିଲେ । ତାଙ୍କରି ଆଦର୍ଶକୁ ଭିତ୍ତିକରି ଓଡ଼ିଆ ସାହିତ୍ୟର ଏହି ସମୟକୁ ସତ୍ୟବାଦୀ ଯୁଗ କୁହାଯାଏ । ତାଙ୍କର ପ୍ରତ୍ୟେକ ରଚନାରେ ଦେଶପ୍ରେମ ଓ ଅପୂର୍ବ ଓଡ଼ିଆପ୍ରୀତି ସ୍ପଷ୍ଟ ପ୍ରତିଫଳିତ ହୋଇଛି । ତାଙ୍କ ସାରସ୍ଵତ ସୃଷ୍ଟିଗୁଡ଼ିକ ମଧ୍ୟରେ ‘ଧର୍ମପଦ’, ‘କାରାକବିତା’, ‘ବନ୍ଦୀର ଆତ୍ମକଥା’, ‘ଅବକାଶ ଚିନ୍ତା’ ଇତ୍ୟାଦି ଅମ୍ଳାନ ଯଶ ଲାଭ କରିଛି । ଆଲୋଚ୍ୟ କବିତା ‘ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି’ କବିତାରେ ଗୋପବନ୍ଧୁ ଖଣ୍ଡଗିରିର ଇତିହାସ ମାଧ୍ୟମରେ ଆମର ଅତୀତ ଗୌରବକୁ ସ୍ମରଣ କରିଛନ୍ତି । କବିଙ୍କର ପ୍ରକୃତି ପ୍ରୀତି ଓ ଜାତୀୟତା ଭାବ ନିମ୍ନ ପଂକ୍ତିଗୁଡ଼ିକରୁ ସହଜରେ ଅନୁମିତ ହୁଏ ।

“ଭକ୍ ଳ – ତନୟେ ଦିଅ ନବ ନଳ
ଭକ୍ ଳ – ପାଦପେ ରସମୟ ଫଳା

ଭକ୍ ଳ – କାନନେ ସ୍ଠର୍ଗାୟ ସୁମନ
ଭକ୍ ଳ – ସରିତେ ପବିତ୍ର ଜାବନା

ଭକ୍ ଳ – ଆକାଶେ ନବ ଯଶଃ ରବି
ଭକ୍ ଳ – ପ୍ରକୃତି ଧରୁ ନବ ଛବି।”

କବିତାର ପୃଷ୍ଠଭୂମି :

ପ୍ରାକୃତିକ ଶୋଭା ଦର୍ଶନ କରୁ କରୁ ଗୁମ୍ଫାର ପ୍ରସ୍ତର ଖଣ୍ଡ ଉପରେ ଖୋଦିତ ଚାରୁକଳା ଓ ଶିଳାଲିପି, ଉତ୍କଳର ଅତୀତ ଗୌରବକୁ ସ୍ମରଣ କରାଇ ଦେଇଥିଲା । କଳ୍ପନା ନେତ୍ରରେ ସେ ଉକଳର ମହାମହିମ ଐର ଖାରବେଳଙ୍କ କୀର୍ତ୍ତିରାଜି ଦର୍ଶନ କରିଥିଲେ । ପରବର୍ତୀ ସମୟରେ ସେ ତାଙ୍କ ଅତିକ୍ରାନ୍ତ ଯୌବନରେ ଯେତେବେଳେ ଖଣ୍ଡଗିରିକୁ ଆଉଥରେ ଦର୍ଶନ କଲେ ସେତେବେଳେ ଉତ୍କଳୀୟ ପୂର୍ବପୁରୁଷମାନଙ୍କ ଗୌରବ ଗାଥା ସ୍ମରଣ କରି ଏହି କବିତାଟି ରଚନା କରିଥିଲେ ।

କବିତାର ସାରକଥା :

ଐତିହ୍ୟ ବିମଣ୍ଡିତ ଓଡ଼ିଶାର ଅତୀତ ଥିଲା। ଗୌରବମୟ । ଓଡ଼ିଶାର ରାଜା, ମହାରାଜାମାନଙ୍କ ମହାନ୍ କୀର୍ତ୍ତିରାଜି ଏବେ ମଧ୍ୟ ପାହାଡ଼, ପର୍ବତର ଶିଳାଗାତ୍ରରେ, ମଠ, ମନ୍ଦିର ପୃଷ୍ଠଭାଗରେ ଲିପିବଦ୍ଧ ହୋଇ ରହିଛି । ଖଣ୍ଡଗିରି ପାହାଡ଼ର ଗୁମ୍ଫା ଓ ପ୍ରସ୍ତରଖଣ୍ଡ ଉପରେ ସମ୍ରାଟ ଖାରବେଳଙ୍କ ଗୌରବପୂର୍ଣ୍ଣ କୀର୍ତିସମୂହ ଖୋଦିତ ହୋଇ ଅଦ୍ୟାବଧୂ ପର୍ଯ୍ୟଟକମାନଙ୍କୁ ବିସ୍ମିତ କରୁଛି । ଯୌବନର ପ୍ରଥମ ସୋପାନରେ କବି ଖଣ୍ଡଗିରି ଦର୍ଶନ କରିବାର ସୁଯୋଗ ପାଇଥିଲେ । ସ୍ଵଭାବତଃ ସେ ଥିଲେ ସୌନ୍ଦର୍ଯ୍ୟ ପିପାସୁ । ଖଣ୍ଡଗିରି ପରିପାର୍ଶ୍ଵରେ ଥ‌ିବା ପ୍ରାକୃତିକ ଶୋଭା ଦର୍ଶନ କରି ସେ ବିମୁଗ୍ଧ ହୋଇଥିଲେ । ଭାବବିହ୍ଵଳ ହୋଇ ସେ କଳ୍ପନା କରିଥିଲେ ଅତୀତ ଉତ୍କଳର ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ ଐଶ୍ବର୍ଯ୍ୟପୂର୍ଣ୍ଣ କୀର୍ତ୍ତିରାଜିକୁ ।

କଳ୍ପନା -ନେତ୍ରରେ କବି ଦେଖୁଥିଲେ ସମ୍ରାଟଙ୍କ ବିଳାସପୂର୍ଣ୍ଣ ରାଜପ୍ରାସାଦ । ଶୁଣିପାରୁଥିଲେ ପ୍ରାସାଦ ପ୍ରାଙ୍ଗଣରୁ ବୀରବାଦ୍ୟର ଟମକ । ଦେଖିପାରୁଥିଲେ ପାଇକ ସୈନ୍ୟମାନଙ୍କ ସମରାଭ୍ୟାସ, ରଣସଜ୍ଜା ଓ ପାରିଷଦବର୍ଗଙ୍କ ସହ ଗୁପ୍ତମନ୍ତ୍ରଣା, ରାଜାଙ୍କ ସମ୍ମୁଖରେ ଗୁପ୍ତଚରର ରାଜ୍ୟ ସମାଚାର ଉପସ୍ଥାପନର ଦୃଶ୍ୟ । ଉତ୍କଳୀୟ କାରୁକଳା ଶିଳ୍ପୀମାନଙ୍କ ଶିଳାଖୋଦନର ଦୃଶ୍ୟ ଭାସିତ୍ତଠୁଥ୍ ଲା ତାଙ୍କ କଞ୍ଜନେତ୍ରରୋ ଗୁମ୍ଫା ଗହ୍ୱରମାନଙ୍କରେ ବୌଦ୍ଧ ସନ୍ନ୍ୟାସୀମାନଙ୍କ ଧର୍ମତତ୍ତ ଆଲୋଚନା, ଶ୍ରମଣମାନଙ୍କ ‘ଅହିଂସା ପରମ ଧର୍ମ’ର ବାଣୀ ପ୍ରତିଧ୍ଵନିତ ହେଉଥିଲା ଗୁମ୍ଫା ପରିସରରେ ।

ପରବର୍ତ୍ତୀ ସମୟରେ କାଳର କରାଳ ଗର୍ଭରେ ଲୁଚିଯିବାକୁ ବସିଲା ଉତ୍କଳର ସେହି ପ୍ରାଚୀନ କୀର୍ତ୍ତିରାଜି । ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଲା ଖଣ୍ଡଗିରି । କଳ୍ପନା ରାଜ୍ୟରୁ କବି ଯେତେବେଳେ ବାସ୍ତବ ଜଗତକୁ ଫେରିଛନ୍ତି ତାଙ୍କୁ ଲତାଗୁଳ୍ମଭରା ଖଣ୍ଡଗିରି ପରିସର ଦୁଃଖ ଦେଇଛି । ସତେ ଯେପରି ତାଙ୍କ ସମ୍ମୁଖରେ ବିନଷ୍ଟସର୍ବସ୍ବ ବୃଦ୍ଧ ଖଣ୍ଡଗିରି ଦଣ୍ଡାୟମାନ ସେହି ଗୌରବାବହ ଅତୀତର ମୂକସାକ୍ଷୀ ସାଜି ।

କବି ଅନୁଭବ କରିଛନ୍ତି ସତେ ଯେପରି କଳିଙ୍ଗ ସନ୍ତାନଠାରେ ତା’ର ଅତୀତ ଗୌରବ ବିସ୍ତ୍ରୁତ ହୋଇଛି । ମାତ୍ର ଖଣ୍ଡଗିରି ତା’ର ଭଗ୍ନକୋଳରେ ସେସବୁକୁ ସାଇତି ରଖ୍ ବାରମ୍ବାର ତାହା ସ୍ମରଣ କରାଇ ଚାଲିଛି । ଧ୍ୱସ୍ତ ବିଧ୍ବସ୍ତ ରାଣୀହଂସପୁର ସେହି ଐଶ୍ଵର୍ଯ୍ୟପୂର୍ଣ୍ଣ ରାଜପରିବାରର ସାକ୍ଷୀ ହୋଇ ପଡ଼ିରହିଛି । ପାହାଡ଼ର ପାଦଦେଶରୁ ଶିଖର ପର୍ଯ୍ୟନ୍ତ ଭଗ୍ନ ଗୁମ୍ଫା, ଭଗ୍ନ ଦେଉଳ ଓ ଶିଳା ଭଗ୍ନାଂଶ ସତେକି ବିଳାପ କରୁଛନ୍ତି । ତରୁ, ଲତା, ଗୁଳ୍ମଭରା ଆଚ୍ଛାଦିତ ପଥରାଜି ଆଜି ଦୁର୍ଗମ । ଏକଦା ଅତୀତର ସେହି ବିଳାସପୂର୍ଣ୍ଣ ରାଜପ୍ରାସାଦ ପ୍ରାଙ୍ଗଣ ଆଜି ହିଂସ୍ର ବନ୍ୟଜନ୍ତୁମାନଙ୍କ ଆଶ୍ରୟସ୍ଥଳୀ ।

ଖଣ୍ଡଖଶ୍ରଗିରିର ଗୁମ୍ଫାମାନଙ୍କରେ ବାସ କରୁଥ୍ ବା ସାଧୁ ସନ୍ନ୍ୟାସୀମାନେ ବହୁ ବିସ୍ତୟକର କାହାଶାମାନ ଶୁଣାଇଥାଆନ୍ତି। ସ୍ଵଅନୁଭୂତିରୁ ସେମାନେ ପାହାଡ଼ ଗୁମ୍ଫାରେ ଅଦ୍ୟାବଧୂ ତପସ୍ବୀମାନଙ୍କ ଅଶରୀରୀ ଆତ୍ମା ଚଳପ୍ରଚଳ ହେବା ଅନୁଭବ ଖଶ୍ରଗିରିର ଗୁମ୍ଫାମାନଙ୍କରେ ବାସ କରୁଥ୍ ବା ସାଧୁ ସନ୍ନ୍ୟାସୀମାନେ ବହୁ ବିସ୍ତୟକର କାହାଶାମାନ ଶୁଣାଇଥାଆନ୍ତି। କରିଛନ୍ତି । ବିଳମ୍ବିତ ରାତ୍ରିର ନିସ୍ତବ୍ଧ ପ୍ରହରରେ ସେମାନଙ୍କ କଣ୍ଠନିଃସୃତ ଗମ୍ଭୀର ଧ୍ଵନି ଶୁଣିବାକୁ ମିଳେ । କେହି କେହି ଏହାକୁ ସତ୍ୟ ମନେକରନ୍ତି ତ କେହି କେହି ଏହାକୁ ବିକୃତ ମାନସିକତା କହି ସଂଶୟ ପ୍ରକାଶ କରନ୍ତି । କାରଣ ମନୁଷ୍ୟ ମନର ନିଜସ୍ଵ ଚିନ୍ତାଧାରା ହିଁ ତା’ର ବିଶ୍ୱାସକୁ ପ୍ରଭାବିତ କରିଥାଏ ଏବଂ ବାହ୍ୟଜଗତର କାର୍ଯ୍ୟକଳାପରେ ତା’ର ପ୍ରତିଫଳନ ଦେଖାଦେଇଥାଏ । କବିତାଟିରେ କବି ଗୋପବନ୍ଧୁଙ୍କ ତୀବ୍ର ଜାତିପ୍ରୀତି ତଥା ସ୍ବଦେଶପ୍ରେମର ଝଲକ ଦେଖିବାକୁ ମିଳେ ।

କଠିନ ଶବ୍ଦାର୍ଥ :

  • ଖଣ୍ଡଗିରି – ଭୁବନେଶ୍ବରର ଉତ୍ତର – ପଶ୍ଚିମ ଦିଗରେ ଅବସ୍ଥିତ। ଏଠାରେ ପ୍ରାଚୀନ ଉକ୍କର ଉକ୍କର ରାଜା ମହାମେଘବାହନ ଐର ଖାରବେଳଙ୍କ ଅନେକ କାର୍ତ୍ତ ରହିଛିା ଏହା ନିକଟରେ ଉଦୟଗିରି ଅବସ୍ଥିତ।
  • ଜନସ୍ଥ ତିପଟୁ – ଲୋକଙ୍କ ମନରୁ ।
  • ବାରତା – ଖବର ।
  • ଅଙ୍କ – କୋଳରେ ।
  • ସୁଷମା – ସୌନ୍ଦର୍ଯ୍ୟ ।
  • ଶିରୀ – ଶୋଭା, ସୌନ୍ଦର୍ଯ୍ୟ ।
  • ଭରି – ପୂର୍ଣ୍ଣକରି ।
  • ପୋତ – ନୌକା / ବୋଇତ ।
  • ପ୍ରତିସ୍ରୋତେ – ସ୍ରୋତର ବିପରୀତ ଦିଗରେ ।
  • ବିଭବ – ସମ୍ପଦା
  • ଐର ଖାରବେଳ – ଉତ୍କଳର ନରପତି ଐର ବଂଶର ସମ୍ରାଟ ଖାରବେଳ ।
  • ନେତ୍ର – ଚକ୍ଷୁ, ଆଖ୍ ।
  • କାଳ – ସମୟ ।
  • ରାଜି – ସମୂହ ।
  • ଶ୍ରମଣ – ବୌଦ୍ଧ ଭିକ୍ଷୁ / ବୌଦ୍ଧ ସନ୍ୟାସୀ ।
  • ନିଘୋଷ – ଉତ୍କଟ ଶବ୍ଦରେ / ପ୍ରଚଣ୍ଡ ଧ୍ଵନି / ଖୁବ୍ ଜୋରରେ ଶବ୍ଦ ।
  • ନିରତେ – ସର୍ବଦା / ସବୁ ସମୟରେ ।
  • ପୁରତେ – ଆଗରେ ଜଳରେ ।
  • ନୀରେ – ପାଣିଫୋଟକା ।
  • ବୁଦ୍‌ବୁଦ – ଯେଉଁ ପଶୁମାନେ ମାଂସ ଭକ୍ଷଣ କରି ଜୀବନ ଯାପନ କରନ୍ତି */ ବ୍ୟାଘ୍ର, ସିଂହ ଆଦି ।
  • ସ୍ୱାପଦ – ଓଡ଼ିଶାର ପ୍ରାଚୀନ ନାମ ।
  • କଳିଙ୍ଗ – ସମ୍ପଦ / ଐଶ୍ୱର୍ଯ୍ୟ ।
  • ଭୂତି – ମହତ ଗୁଣାବଳୀ ।
  • ହିଆ – ହୃଦୟ, ପକ୍ଷସ୍ଥଳା
  • ନିଭୃତ – ଗୁପ୍ତା
  • ଅନ୍ୟାପି – ଆଜି ପର୍ପ୍ୟନ୍ତ।
  • ଶିଳାକାୟେ – ପଥର ଉପରେ।
  • କାୟା – ଶରାରା
  • ପ୍ରଥାକ – ବାଟୋଇ।
  • ସଂଶୟ – ସନ୍ଦେହା
  • ନଭେ – ଆକାଶରୋ
  • ଉନ୍ମାଦ – ମତ୍ତ / ଅତିଶୟ ଆବେଗ।
  • ପରାଭବ – କ୍ଷୟକାରା / ପରାଜୟ ।
  • ପିପାସା – ତୃଷା / ଶେଷ / ଲାଳସା ।
  • ବିରକ୍ତ – ଅସନ୍ତୁଷ୍ଟ / ଚିତିଯିବା ।
  • ନାରଖାର – ନଷ୍ଟବିନଷ୍ଟ
  • ସର୍ବସ୍ୱ – ଯାହାସବୁ ନିଜର

BSE Odisha 7th Class Science Important Questions Chapter 8 ମାଟି (ମୃତ୍ତିକା)

Odisha State Board BSE Odisha 7th Class Science Important Questions Chapter 8 ମାଟି (ମୃତ୍ତିକା) Important Questions and Answers.

BSE Odisha Class 7 Science Important Questions Chapter 8 ମାଟି (ମୃତ୍ତିକା)

Question 1.
ବୈଜ୍ଞାନିକ କାରଣ ଦର୍ଶାଅ :

(କ) ମୃତ୍ତିକା କ୍ଷୟ ଜମିର ଅନୁର୍ବରତା ପାଇଁ ଦାୟୀ ।
Solution:
(i) ମୃତ୍ତିକା କ୍ଷୟ ପାଇଁ ଜଳ ଓ ବାୟୁ ମୁଖ୍ୟତଃ ଦାୟୀ ।
(ii) ଅଧିକ ବେଗରେ ବୃଷ୍ଟିପାତ ହେଲେ ଜଳବିନ୍ଦୁ ମାଟିରେ ବାଡ଼େଇ ହୋଇ ମାଟିକଣାଗୁଡ଼ିକୁ ଅଲଗା କରିଦିଏ । ଫଳରେ ପୃଷ୍ଠ ମୃତ୍ତିକାରେ ଥ‌ିବା ଜୈବପଦାର୍ଥ ଓ ଖଣିଜ ଲବଣ ଧୋଇ ହୋଇ ସ୍ଥାନାନ୍ତରିତ ହୁଏ ।
(iii) ଅଧୁକ ବେଗରେ ଖରାଦିନେ ପବନ ବୋହିଲେ ମାଟିର ଉପର ସ୍ତରରୁ ଧୂଳି ଉଡ଼ି ସ୍ଥାନାନ୍ତରିତ ହୁଏ । ଏହି ମାଟିରେ ଥ‌ିବା ଜୈବପଦାର୍ଥ ଓ ଖଣିଜ ଲବଣ ଆଦି ମଧ୍ୟ ସ୍ଥାନାନ୍ତରିତ ହୋଇ ମାଟିକୁ ଅନୁର୍ବର କରିଦିଏ । ଏଣୁ ମୃଭିକା କ୍ଷୟ ଜମିର ଅନୁର୍ବରତା ପାଇଁ ଦାୟୀ ହୋଇଥାଏ ।

(ଖ) ମୃତ୍ତିକା ସଂରକ୍ଷଣ କରିବା ପାଇଁ ବୃକ୍ଷରୋପଣ କରିବା ନିହାତି ଆବଶ୍ୟକ ।
Solution:
(i) କଲେ ଉଭିଦର ଚେର ମାଟିକୁ ଜାବୁଡ଼ିଧରି ଏହାକୁ ସ୍ଥାନାନ୍ତରିତ ହେବାକୁ ସୁଯୋଗ ଦିଏ ନାହିଁ । ଏଣୁ ପଡ଼ିଆରେ ଘାସ ଥିଲେ, ଗୋରୁ ଚାରଣ ବାରଣ କରିବା ଉଚିତ୍ ।
(ii) ଏହାଛଡ଼ା ଉଭିଦ ମାନଙ୍କର ଡାଳପତ୍ର ମାଟିକୁ ଘୋଡ଼ାଇରଖ୍ ପାଣି, ପବନ ଓ ସୂର୍ଯ୍ୟତାପ ପ୍ରକୋପରୁ ଏହାକୁ
(iii) ଗଛଲତାର ଶୁଖୁଲା ଡାଳପତ୍ର ମାଟି ଉପରେ ପଡ଼ିରହି ଉପରୁ ତଳକୁ ଦିଏ ଏବଂ ମୃତ୍ତିକା କ୍ଷୟ ରୋକିବାରେ ସାହାଯ୍ୟ କରେ । ଏଣୁ ମୃର୍ତ୍ତିକା ପାର୍ଥକ୍ୟ ଦର୍ଶାଅ ।

BSE Odisha 7th Class Science Important Questions Chapter 8 ମାଟି (ମୃତ୍ତିକା)

Question 2.
(କ) ପୃଷ୍ଠମୃତ୍ତିକା ଓ ଉପମୃତ୍ତିକା
BSE Odisha 7th Class Science Important Questions Chapter 8 Img 1

(ଖ) ବାଲିଆ ମାଟି ଓ ଦୋରସା ମାଟି
BSE Odisha 7th Class Science Important Questions Chapter 8 Img 3

(ଗ) ଲାଲ୍ ମାଟି ଓ କଳା ମାଟି
BSE Odisha 7th Class Science Important Questions Chapter 8 Img 2

(ଘ) ପଟୁ ମାଟି ଓ ପାହାଡ଼ିଆ ମାଟି
BSE Odisha 7th Class Science Important Questions Chapter 8 Img 4

Question 3.
ହ୍ୟୁମସ୍ କ’ଣ ? ଏହାର ଆବଶ୍ୟକତା ଲେଖ ।
Solution:
(i) ତାହାର ବିଘଟନରେ ଯେଉଁ ଅଂଶ ଗଠିତ ହୁଏ, ତାହାକୁ ହ୍ୟୁମସ୍ କହନ୍ତି ।
(ii) ଏହା ଦେଖିବାକୁ ଚିକ୍କଣ ଓ ଅଠାଳିଆ । ଏହା ମାଟିକୁ ଉର୍ବର କରେ ଫଳରେ ଏପରି ମାଟିରେ ଫସଲ କଲେ ଥ‌ିବାରୁ ଏହା ଉର୍ବର ।

Question 4.
ମାଙ୍କଡ଼ା ମାଟି ବା ମୋରମ୍ କାହାକୁ କହନ୍ତି ? ଆମ ରାଜ୍ୟରେ ଏହା କେଉଁଠି ଦେଖାଯାଏ ?
Solution:
(i) ଲାଲମାଟି ସହ କାଦୁଅ ଓ ଗୋଡ଼ି ମିଶିଲେ ମାଙ୍କଡ଼ା ମାଟି ବା ମୋରମ ସୃଷ୍ଟି ହୁଏ । ଏହା ଅନୁର୍ବର ମାଟି ।
(ii) ଆମ ରାଜ୍ୟର ଖୋର୍ଦ୍ଧା ଓ ଭୁବନେଶ୍ୱର ଅଞ୍ଚଳରେ ଏହି ମାଟି ଦେଖାଯାଏ ।

BSE Odisha 7th Class Science Important Questions Chapter 8 ମାଟି (ମୃତ୍ତିକା)

Question 5.
ମୃତ୍ତିକାର ଉପାଦାନଗୁଡ଼ିକ କ’ଣ ?
Solution:
(i) ବାଲି, କାଦୁଅ, ଜୈବପଦାର୍ଥ ଓ ଶିଳାରେ ଥ‌ିବା ଲବଣ ମିଶି ମାଟି ସୃଷ୍ଟି ହୁଏ । ଏଥରେ ପ୍ରଧାନତଃ ଦୁଇଟି ଉପାଦାନ ଦେହାବଶେଷ ଓ ମଳମୂତ୍ର ଏବଂ ଉଭିଦର ବିଘଟନରୁ ହ୍ୟୁମସ୍ ସୃଷ୍ଟି ହୋଇଥାଏ । ଏହା ହେଉଛି ମାଟିର ଜୈବିକ ଭପାଦାନ |
(ii) ଦେଖାଯାଏ; ଯଥା – ସରୁବାଲି, ମୋଟାବାଲି, ସରୁଗରଡ଼ା ଓ ବାଲିଗରଡ଼ା ।

ସଂଶିପ୍ତଧାମା ପ୍ରଣୋଉର :

I. ଉପଯୁକ୍ତ ଶବ୍ଦଦ୍ୱାରା ଶୂନ୍ୟସ୍ଥାନ ପୂରଣ କର ।
(i) ମୃଭିକା ଏକ _________ ଉର୍ବର ।
(ii) ମୃଭିକା କ୍ଷୟ ମାଟିର _________ କମାଇଥାଏ ।
(iii) ମୃତ୍ତିକାରେ ସବୁଠାରୁ ଅଧିକ _________ ଉପାଦାନ ଥାଏ ।
(iv) _________ ମାଟି ସବ୍ଲଠାରୁ ଭରର |
(v) ମାଟିରେ _________ ରହିଲେ ତାହାର ରଙ୍ଗ ଧୂସର ହୁଏ ।
(vi) 70 ରୁ 80 ଭାଗ ବାଲିଥିବା ମୃତ୍ତିକାକୁ _________ କୁହାଯାଏ ।
(vii) ଧାନଚାଷପାଇଁ _________ ମାଟି ଉତ୍ତମ ।
(viii) _________ ମାଟିରେ ପନିପରିବା ଚାଷ କରାଯାଏ ।
(ix) _________ ଦ୍ଵାରା ମୃତ୍ତିକା କ୍ଷୟ ରୋକାଯାଇ ପାରିବ ।
(x) ବାଲିଆ ଓ କାଦୁଆ ଉପାଦାନ ସମପରିମାଣରେ ମିଶି _________ ଗଠିତ ହୋଇଥାଏ ।
(xi) ମୃତ୍ତିକାର ଦ୍ଵିତୀୟ ସ୍ତରରେ _________ ର ପରିମାଣ ଅଧ୍ଵ ଥାଏ ।
(xii) କୃଷ୍ଣ ମୃତ୍ତିକା (କଳାମାଟି) _________ ଚାଷ ପାଇଁ ଅଧ‌ିକ ଉପଯୋଗୀ ।
(xiii) ଲୋହିତ ମୃତ୍ତିକା ମାଙ୍ଗାନିଜ ଲବଣ ଓ _________ ମାଟିରେ ପନିପରିବା ଚାଷ କରାଯାଏ ।
(xiv) _________ ମାଟିରେ ଶତକଡ଼ା 50 – 60 ଭାଗ ଛିଦ୍ରସ୍ଥାନ ଥାଏ ।
(xv) ବାଲିଆ ମାଟିର ଜଳଧାରଣ କ୍ଷମତା _________ |
(xvi) ଉଦ୍ଭଦ ନିଜର ପୁଷ୍ଟି ପାଇଁ ମାଟିତଳୁ _________ ଓ _________ ଶୋଷଣ କରେ ।
(xvii) ଲାଲ୍ ମାଟିରେ, _________ ଓ _________ ର ଲବଣ ପରିମାଣ ଅଧ୍ଵ ଥାଏ ।
(xviii) ଧାଲା ମାଟିରେ _________ ଓ _________ ଅଧ୍ୟକ ପରିମାଣରେ ଥାଏ ।
(xix) କଳା ମାଟିରେ _________ ଓ _________ ର ଲବଣ ଅଧିକ ଥାଏ ।
(xx) ଓଡ଼ିଶାର _________ ଓ _________ ଅଥଲରେ ମାଇତା ମାଟି ଦେଖାଯାଏ |
(xxi) ମଟାଳ ମାଟିରେ _________ ରୁ _________ ଭାଗ ଛିଦ୍ରସ୍ଥାନ ଥାଏ ।
(xxii) _________ ମାଟିରେ କଲଧାରଣ ଯମତା ସଢାଧିକ ଓ _________ ମାଟିରେ ସର୍ବନିମ୍ନ ।
(xxiii) _________ ଓ _________ ମୃତ୍ତିକା ଅବକ୍ଷୟର ମୁଖ୍ୟ ପ୍ରାକୃତିକ କାରକ ଅଟନ୍ତି |
Solution:
(i) ପ୍ରାକୃତିକ
(ii) ଉର୍ବରତା
(iii) ଅଜୈବିକ
(iv) ପଟୁ
(v) ହ୍ୟୁମସ
(vi) ବାଲିଆ
(vii) ମମାନ
(viii) ଦୋରସା
(ix) ବୃକ୍ଷରୋପଣ
(x) ଦୋରସା ମାଟି
(xi) ଖଣିଜ ପଦାର୍ଥ
(xii) କପା
(xiii) ଲତ୍ରର
(xiv)ମଟାଳ
(xv) ସନ୍ଦନିମ୍ନ
(xvi) ଜଳ, ପୋଷକ
(xix) ଲୌହ, ମ୍ୟାଗ୍ନେସିୟମ୍
(xx) ଖୋର୍ଦ୍ଧା, ଭୁବନେଶ୍ଵର
(xxi)50,60
(xxii) ମଟାଳ, ବାଲିଆ
(xxiii) ଜଳ, ବାୟୁ
(xvii) ଲୌହ, ମାଙ୍ଗାନିଜ
(xviii) ଚୂନ, ଆଲୁମିନିୟମ୍‌ ଅକ୍‌ସାଇଡ୍

II. ବାମପାର୍ଶ୍ବରେ ଥ‌ିବା ଶବ୍ଦଦ୍ୱୟର ସମ୍ପର୍କକୁ ଦେଖୁ ଦକ୍ଷିଣପାର୍ଶ୍ବର ଶବ୍ଦର ସମ୍ପର୍କିତ ଶବ୍ଦଟି ଲେଖ ।
(i) ଧାନ : ମଟାଳ :: ପନିପରିବା : _________
(ii) ଚିନାବାଦାମ : ବାଲିଆ :: ନଳିତା : _________
(iii) ପ୍ରଥମ ସ୍ତର ମୃତ୍ତିକା : ଉର୍ବର :: ଦ୍ଵିତୀୟ ସ୍ତର ମୃତ୍ତିକା : _________
(iv) ବୃକ୍ଷରୋପଣ : ମୃତ୍ତିକା ସଂରକ୍ଷଣ :: ଜଙ୍ଗଲ ଉଚ୍ଛେଦ _________
(v) ମରୁମାଟି : ରାଜସ୍ଥାନ :: ମାଙ୍କଡ଼ା ମାଟି : _________
(vi) ସର୍ବାଧ‌ିକ ଜଳଧାରଣ କ୍ଷମତା : ମଟାଳ ମାଟି :: _________
(vii) କଳାମାଟି : ଲୌହ ଓ ମାଗ୍ନେସିୟମ :: ଲାଲମାଟି : _________
(viii) ହ୍ୟୁମସ୍ : ଧୂସର :: ବକ୍‌ସାଇଟ : _________
(ix) ଟାଙ୍ଗରା ଜମିରେ କାଜୁବାଦାମ ଚାଷ : ମୃତ୍ତିକା ସଂରକ୍ଷଣ :: ବକ୍‌ସାଇଟ : _________
(x) ଦୋରସା ପଟୁ ମାଟି : ମକା :: କୃଷ୍ଣମୃତ୍ତିକା : _________
Solution:
(i) ବୋରପା
(ii) ମଟାଳ
(iii) ଅନୁର୍ବର
(iv) ମୃତ୍ତିକାକ୍ଷୟ
(v) ଖୋର୍ଦ୍ଧା
(vi) ବାଲିଆ ମାଟି
(vii) ମାଙ୍ଗାନିଜ ଓ ଲୌସ
(viii) ଧାଳା
(ix) ମୃତ୍ତିକା କ୍ଷୟ
(x) କାପା

III. ପ୍ରତ୍ୟେକ ପ୍ରଶ୍ନର ଚାରୋଟି ସମ୍ଭାବ୍ୟ ଉତ୍ତର ପ୍ରଶ୍ନତଳେ ଦିଆଯାଇଛି । ସେଥୁମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(i) ମାଟିରେ ଥବା ମୋଟା ବାଲିର ବ୍ୟାସ ପ୍ରାୟ –
(କ) 2.0 ରୁ 5.0 ମି.ମି.
(ଖ) 0.02 ରୁ 0.2 ମି.ମି.
(ଗ) 0.7 ରୁ 2.0 ମି.ମି.
(ଘ) 0.002 ରୁ 0.02 ମି.ମି.
Solution:
(ଘ) 0.002 ରୁ 0.02 ମି.ମି.

(ii) ଯେଉଁ ମାଟିରେ ବକ୍‌ସାଇଟ୍ ଅବ୍ଲକ ପରିମାଣରେ ଥାଏ ତାହାକୁ କେଉଁ ପ୍ରକାର ମାଟି କହନ୍ତି ?
(କ) ଲାଲମାଟି
(ଖ) ମଶାଳ ମାଟି
(ଗ) ଧୁସରମାନି
(ଘ) ଧଲାମାଟି
Solution:
(ଘ) ଧଲାମାଟି

(iii) ଝାଉଁ ଗଛ ପାଇଁ କେଉଁ ମାଟି ଉପଯୋଗୀ ?
(କ) ବାଲିଆ ମାଟି
(ଖ) ମଶାଳ ମାଟି
(ଗ) ଦୋରସା ମାଟି
(ଘ) ପଟୁ ମାଟି
Solution:
(କ) ବାଲିଆ ମାଟି

(iv) ନିମ୍ନୋକ୍ତ ମଧ୍ୟରୁ କେଉଁଟିର ମୃତ୍ତିକା ଗଠନରେ ଭୂମିକା ନାହିଁ ?
(କ) ଉକା
(ଖ) ସୁଯକରିଣ
(ଗ) ସୂର୍ଯ୍ୟକିରଣ
(ଘ) ବିକ୍ଳି
Solution:
(ଘ) ବିକ୍ଳି

(v) ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅତି ଉର୍ବର ମୃତ୍ତିକା ?
(କ) ପୃଷ୍ଠ ମୃତ୍ତିକା
(ଖ) ମୃତ ମୂରିକା
(ଗ) ଭପସ୍ଣିକା
(ଘ) ବାଲିଥା ମୂଶିକା
Solution:
(କ) ପୃଷ୍ଠ ମୃତ୍ତିକା

(vi) ଯେଉଁ ମାଟିର ଜଳଧାରଣ କ୍ଷମତା ସର୍ବାଧ୍ଵକ ସେହି ମାଟି ପାଇଁ ନିମ୍ନୋକ୍ତ କେଉଁ ଫସଲ ଉପଯୁକ୍ତ ?
(କ) ଆଳୁ
(ଖ) ଚିନାବାଦାମ୍
(ଗ) କତା
(ଘ) ସୂର୍ଯ୍ୟମୁଖୀ
Solution:
(ଗ) କତା

(vii) ମାଟିରେ କେଉଁଟି ଅଧୂକ ରହିଲେ ମାଟି ଉର୍ବର ହୋଇଥାଏ ?
(କ) ହ୍ୟୁମସ୍
(ଖ) ଲୌହ ଅକ୍‌ସାଇଡ
(ଗ) ବାୟୁ
(ଘ) ତକ୍ସାଲଟ
Solution:
(କ) ହ୍ୟୁମସ୍

(viii) ନଈକୂଳ ଅତଡ଼ା ଖାଉଥିଲେ ମୃତ୍ତିକାକ୍ଷୟ କିପରି ରୋକିବାକୁ ହେବ ?
(କ) ପଥର ବନ୍ଧ ତିଆରି କରି
(ଖ) ବୃକ୍ଷରୋପଣ କରି
(ଗ) ସୋପାନପ୍ରଣାଳୀ ବ୍ୟବହାର କରି
(ଘ) ବୃଷ୍ଟିପାତ
Solution:
(ଘ) ବୃଷ୍ଟିପାତ

BSE Odisha 7th Class Science Important Questions Chapter 8 ମାଟି (ମୃତ୍ତିକା)

IV. ‘କ’ ସ୍ତମ୍ଭରେ ଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦକୁ ସଂଯୋଗ କର ।
BSE Odisha 7th Class Science Important Questions Chapter 8 Img 5

V. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) ମଟାଳ ମାଟିରେ ଶତକଡ଼ା 50-60 ଭାଗ ଛିଦ୍ରସ୍ଥାନ ଥାଏ ।
(ii) ସର୍ବାଧ‌ିକ ଜଳଧାରଣ କ୍ଷମତା ଦୋରସା ମାଟିର ଥାଏ ।
(iii) ଯେଉଁ ପ୍ରକ୍ରିୟାରେ ଉପର ପାଣି ମାଟି ଦେଇ ତଳକୁ ଗଲା, ତାହାକୁ ଶୋଷଣ କହନ୍ତି ।
(iv) ଛୋଟ ବାଲିଗରଡ଼ାର ହାରାହାରି ବ୍ୟାସ 0.02 ରୁ 0.2 ଅଟେ ।
(v) ମାଟି ସୃଷ୍ଟି ହେବା ଏକ ଅତ୍ୟନ୍ତ ଦୃଢ଼ ପ୍ରକ୍ରିୟା ।
Solution:
(i) ମଟାଳ ମାଟିର ଶତକଡ଼ା 30 40 ଭାଗ ଛିଦ୍ରସ୍ଥାନ ଥାଏ ।
(ii) ସର୍ବାଧ‌ିକ ଜଳଧାରଣ କ୍ଷମତା ମଟାଳ ମାଟିର ଥାଏ ।
(iii) ଯେଉଁ ପ୍ରକ୍ରିୟାରେ ଉପର ପାଣି ମାଟି ଦେଇ ତଳକୁ ଗଲା । ତାହାକୁ ଅବଶୋଷଣ କହନ୍ତି ।
(iv) ମୋଟା ବାଲିର ହାରାହାରି ବ୍ୟାସ 0.02 ରୁ 0.2 ଅଟେ ।
(v) ମାଟି ସୃଷ୍ଟି ହେବା ଏକ ଅତ୍ୟନ୍ତ ମନ୍ଥର ପ୍ରକ୍ରିୟା ।

VI. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ରଙ୍ଗର ବିଭିନ୍ନତାକୁ ନେଇ ମାଟିର ପ୍ରକାର ଲେଖ ।
(ii) କଳାମାଟିରେ କେଉଁ ଲବଣ ଥାଏ ?
(iii) ଉପାଦାନ ଅନୁସାରେ ମାଟି କେତେ ପ୍ରକାର ଓ କ’ଣ କ’ଣ ?
(iv) । ସେ.ମି. ମାଟି ସୃଷ୍ଟି ହେବାକୁ କେତେ ସମୟ ଲାଗେ ?
(v) ମାଟିର ଉପର ସ୍ତରକୁ କ’ଣ କହନ୍ତି ?
(vi) ଭୂ-ଶିଳାସ୍ତର କାହାକୁ କୁହାଯାଏ ?
(vii) ଅବଶୋଷଣ କାହାକୁ କହନ୍ତି ?
(viii) ଶୋଷଣ କ’ଣ ?
(ix) ଉଦ୍ଭଦ ମାଟିରୁ କ’ଣ ପାଏ ?
(x) ମାଟିର ଉପାଦାନଗୁଡ଼ିକ କ’ଣ ?
Solution:
(i) ରଙ୍ଗର ବିଭିନ୍ନତାକୁ ନେଇ ମାଟି ଚାରି ପ୍ରକାର; ଯଥା – ଲାଲ, କଳା, ଧଳା ଓ ଧୂସର ।
(ii) କଳାମାଟିରେ ଲୁହା ଓ ମାଗ୍ନେସିୟମ ଲବଣ ଥାଏ ।
(iii) ଉପାଦାନ ଆଧାରରେ ମାଟି ଚାରି ପ୍ରକାର; ଯଥା- ବାଲିଆ, ଦୋରସା, ମଟାଳ ଓ କାଦୁଆ ।
(iv) ସେ.ମି. ମାଟି ସୃଷ୍ଟି ହେବାକୁ ପ୍ରାୟ 500ରୁ 1000 ବର୍ଷ ସମୟ ଲାଗେ ।
(v) ମାଟିର ଉପର ସ୍ତରକୁ ହ୍ୟୁମସ୍ କହନ୍ତି ।
(vi) ମାଟିର ଭିତରର ତୃତୀୟସ୍ତରକୁ ଭୂ-ଶିଳାସ୍ତର କହନ୍ତି ।
(vii) ଭୂପୃଷ୍ଠରୁ ଜଳ ମାଟିଭେଦ କରି ମାଟିର ଭିତର ସ୍ତରକୁ ଯିବା ପ୍ରକ୍ରିୟାକୁ ଅବଶୋଷଣ କୁହାଯାଏ ।
(viii)ମାଟିର ଅଭ୍ୟନ୍ତରରୁ ଜଳ ମାଟିର ଉପରକୁ ସଞ୍ଚରିତ ହୋଇ ଆସିବା ପ୍ରକ୍ରିୟାକୁ ଶୋଷଣ କୁହାଯାଏ ।
(ix) ଉଦ୍ଭଦ ମାଟିରୁ ଜଳ ଓ ଖଣିଜ ଲବଣ ପାଏ ।
(x) ବାଲି, ପଟୁ, କାଦୁଅ ଓ ଖଣିଜଲବଣ ମାଟିର ଉପାଦାନ ଅଟନ୍ତି ।

BSE Odisha 7th Class Science Important Questions Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ

Odisha State Board BSE Odisha 7th Class Science Important Questions Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ Important Questions and Answers.

BSE Odisha Class 7 Science Important Questions Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ

Question 1.
ମେରୁଭାଲୁର ଉପଯୋଜନ ବର୍ଣ୍ଣନା କର ।
Solution:
(i) ମେରୁ ଅଞ୍ଚଳରେ ତାପମାତ୍ରା ଶୀତରୁତୁରେ –40°C ଖସି ଆସେ, ଏହି ଅଞ୍ଚଳ ସବୁବେଳେ ପ୍ରାୟ ବରଫାବୃତ ରହେ । ଧଳା ଭାଲୁ ଏହି ପରିବେଶରେ ନିଜକୁ ଉପଯୋଜିତ କରିପାରେ ।
(ii) ମେରୁଭାଲୁର ଶରୀର ଲୋମଶ ହୋଇଥ‌ିବାରୁ ଶୀତଦାଉରୁ ରକ୍ଷା ପାଇଥାଏ । ଶରୀରର ବର୍ଣ୍ଣ ବରଫ ପରି ଧଳା ।
(iii) ଅନୁକୂଳ ସମୟରେ (ଗ୍ରୀଷ୍ମ ବା ଶରତ ଋତୁରେ) ଏମାନେ ଶିକାର କରି ଅଧ୍ଵ ଖାଦ୍ୟ ଖାଇଥାଆନ୍ତି ଓ ଚର୍ବି ଜାତୀୟ ଖାଦ୍ୟ ଶରୀରରେ ସଞ୍ଚୟ କରି ରଖନ୍ତି । ଖାଦ୍ୟାଭାବ ସମୟରେ ଶୀତଋତୁରେ ବିଶେଷତଃ ମାଈ ଧଳାଭାଲୁ ନିଜର ଛୁଆକୁ ଧରି ବରଫରେ ଗାତ କରି ପଡ଼ିରହେ । ସେତେବେଳେ ଏହି ଚର୍ବିଜାତୀୟ ଖାଦ୍ୟକୁ ହିଁ ବ୍ୟବହାର “କରିଥାଏ ଓ ଶରୀରର ବିପଚନ କମ୍ ହୋଇଥିବାରୁ ଅଧିକ ଖାଦ୍ୟ ଆବଶ୍ୟକ ହୁଏ ନାହିଁ ।
(iv) ଏହାର ଘ୍ରାଣଶକ୍ତି ଅତି ପ୍ରଖର । ଏହା ତା’କୁ ଶିକାରରେ ସାହାଯ୍ୟ କରେ ।
(v) ପଞ୍ଝା ଓସାରିଆ, ବଡ଼ ଆକାରର ଓ ତୀକ୍ଷ୍ଣ ନଖଯୁକ୍ତ ହୋଇଥିବାରୁ ଏମାନେ ବରଫ ଉପରେ ସହଜରେ ଚାଲିପାରନ୍ତି ଓ ଖରାଦିନେ ପାଣିରେ ମଧ୍ୟ ପହଁରିପାରନ୍ତି ।

Question 2.
ଜଳ ପରିବେଶରେ ମାଛର ଉପଯୋଜନଗୁଡ଼ିକ ବର୍ଣ୍ଣନା କର ।
Solution:
(i) ମାଛର ଧାରାରୈଖୀକ (streamlined) ଶରୀର ଜଳକୁ କାଟି ପହଁରିବାରେ ସାହାଯ୍ୟ କରେ ।
(ii) ଡେଣା (ପକ୍ଷ) ଓ ଲାଞ୍ଜ କ୍ଷିପ୍ରଗତିରେ ଚଳାଚଳ ପାଇଁ ଏବଂ ଦିଗ ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ ।
(iii) ମାଛ ତା’ର ଗାଲି ସାହାଯ୍ୟରେ ଜଳରୁ ଦ୍ରବୀଭୂତ ଅମ୍ଳଜାନ ଗ୍ରହଣ କରି ଶ୍ଵାସକ୍ରିୟା ସମ୍ପାଦନ କରେ ।
(iv) ମାଛର କାତିଥିବାରୁ ଦେହରୁ ଜଳ କ୍ଷୟ ବା ଦେହ ଭିତରେ ଜଳ ପ୍ରବେଶ କରେ ନାହିଁ ଏବଂ ବାହ୍ୟ ଆଘାତର ପ୍ରଭାବ କାତି ଯୋଗୁଁ ବିଛୁରିତ ହୋଇଯାଏ; ଫଳରେ ଆଘାତର କୁପରିଣାମ କମିଯାଏ ।
(v) ମାଛର ଆଖ‌ିରେ ଥ‌ିବା ପରଦା ଆଖୁକୁ ସୁରକ୍ଷା ପ୍ରଦାନ କରିବା ସହ ଜଳ ମଧ୍ୟରେ ଖାଦ୍ୟ ଖୋଜିବାରେ ସାହାଯ୍ୟ
(vi) ଏତଦ୍‌ବ୍ୟତୀତ ମାଛ ଏବଂ ଅନ୍ୟ ଜଳଚର ପ୍ରାଣୀ ସେମାନଙ୍କ ଉଦରରେ ଥ‌ିବା ବାୟୁ ଥଳୀ (Gas bladders)ରେ ବାୟୁ ରଖୁପାରନ୍ତି । ତାହା ସେମାନଙ୍କୁ ଜଳରେ ବୁଡ଼ିବାକୁ କିମ୍ବା ଜଳ ଉପରକୁ ଉଠିବାକୁ ସାହାଯ୍ୟ କରେ । ଏହା ସେମାନଙ୍କୁ ଜଳର ଏକ ନିର୍ଦ୍ଦିଷ୍ଟ ସ୍ତରରେ ରହିବାରେ ସହାୟକ ହୁଏ ।

BSE Odisha 7th Class Science Important Questions Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ

Question 3.
ପକ୍ଷୀମାନଙ୍କର ଶରୀର ଆକାଶରେ ଉଡ଼ିବାକୁ କିପରି ଉପଯୋଜିତ ହୋଇଥାଏ ଲେଖ ।
Solution:
ଖାଦ୍ୟାଭ୍ୟାସରେ ଉପଯୋଜନ ଦୃଷ୍ଟିରୁ ସ୍ଥଳଭାଗ, ନଦୀ, ଜଳାଶୟ ଓ ସମୁଦ୍ରତଟ ଅଞ୍ଚଳରେ ଭିନ୍ନ ଭିନ୍ନ ପକ୍ଷୀ ବାସ କରନ୍ତି । ହେଲେ ଅଧିକାଂଶ ପକ୍ଷୀ ସ୍ଥଳଭାଗରେ ବାସ କଲେ ମଧ୍ୟ ଆକାଶରେ ଉଡ଼ି ବୁଲନ୍ତି । ଏଥିପାଇଁ
(i) ବାୟୁର ପ୍ରତିରୋଧକୁ ଏଡ଼ାଇବା ପାଇଁ ପକ୍ଷୀମାନଙ୍କର ଶରୀର ଧାରାରୈଖୀକ, ମୁଣ୍ଡଟି କୋନ୍ ଆକାର ବିଶିଷ୍ଟ ଓ ଥଣ୍ଟ ଗୋଜିଆ ହୋଇଥାଏ ।
(ii) ଉଡ୍ଡୟନରେ ସାହାଯ୍ୟ କରିବାକୁ ଅଗ୍ର ଅବୟବଟି ପକ୍ଷ (wing) ଭାବେ ରୂପାନ୍ତରିତ ହୋଇଛି । ସକ୍ରିୟ ଉଡ୍ଡୟନ ପାଇଁ ଦୃଢ଼ ଓ ଉନ୍ନତ ଉଡ୍ଡୟନ ପେଶୀ (flight muscles) ରହିଛି ଏବଂ ପକ୍ଷୀଙ୍କ କଙ୍କାଳର ବକ୍ଷଭାଗରେ ଏକ ବିହଙ୍ଗ ବକ୍ଷାସ୍ଥି (keel) ରହିଛି ।
(iii) ଶରୀର ଓ ପକ୍ଷ ବିଭିନ୍ନ ପରଦ୍ଵାରା ଆବୃତ । ଏହା ଶରୀରକୁ ସୁରକ୍ଷାଦେବାସହ ଉଡ଼ିବାରେ ସାହାଯ୍ୟକରେ । ଲାଞ୍ଜ ଦିଗ ନିର୍ଦ୍ଧାରଣରେ ସହାୟକ ହୁଏ ।
(iv) ଅସ୍ଥି ଛିଦ୍ରଯୁକ୍ତ ଓ ବାୟୁପୂର୍ଣ୍ଣ ହୋଇଥିବାରୁ ହାଲୁକା ଅଥଚ ଦୃଢ଼ ଓ ମଜ୍ଜାରହିତ ଅସ୍ଥି ଥ‌ିବାଯୋଗୁଁ ଶରୀରର ଓଜନ କମ୍ ହୋଇଥାଏ ।
(v) ଓଜନକୁ ଆହୁରି କମାଇବା ପାଇଁ ପକ୍ଷୀମାନଙ୍କ ଶରୀରରେ ମୂତ୍ରଥଳୀ ଓ ଦାନ୍ତ ଆଦୌ ନ ଥାଏ; ମାତ୍ର ଗୋଟିଏ ଡିମ୍ବାଶୟ ଥାଏ ।
(vi) ଅତିଦୂରରୁ ଖାଦ୍ୟ ପଦାର୍ଥ ଠାବ କରିବା ପାଇଁ ପକ୍ଷୀମାନଙ୍କ ଚକ୍ଷୁ ବେଶ୍ ପାରଙ୍ଗମ ।

Question 4.
ପେଙ୍ଗୁଇନ୍ ଶୀତଳ ପରିବେଶରେ ନିଜକୁ କିପରି ଉପଯୋଜିତ କରିଥାଏ ଲେଖ ।
Solution:
(i) ଶୀତଳ ପରିବେଶରେ ପେଙ୍ଗୁଇନ୍ ପକ୍ଷୀ ନିଜକୁ ଉପଯୋଜିତ କରିଥାଏ ।
(ii) ଏମାନେ ମାଛ ଖାଇ ବଞ୍ଚୁଥ‌ିବାରୁ ଖାଦ୍ୟ ପାଇଁ ଅନ୍ୟତ୍ର ଉଡ଼ିବାର ଆବଶ୍ୟକତା ନ ଥାଏ । ଏଥିସହ ସେମାନଙ୍କ (flightless birds), କିନ୍ତୁ ଏମାନେ ଜଳରେ ଭଲ ପହଁରି ପାରନ୍ତି ।
(iii) ଏହିପରି ଉଡ଼ିପାରୁନଥିବା ପକ୍ଷୀମାନଙ୍କର ଶରୀରର ଆକାରରେ ବଡ଼ ଓ ଓଜନିଆ (large body size) ଅଟେ ।
(iv) ଏମାନଙ୍କର ଚର୍ମ ମୋଟା ଓ ତାହା ତଳେ ଏକ ଚର୍ବିର ଆବରଣ ଥାଏ । ଏହା ସେମାନଙ୍କୁ ଉତ୍ତାପ ଯୋଗାଏ ।

Question 5.
ମରୁଜ ଉଦ୍ଭିଦର ଉପଯୋଜନଗୁଡ଼ିକ ଲେଖ ।
Solution:
କଳାଇବ ସଦ ଖାପମୋକନଣ୍ଡହ୍ନିକ ପାଇଁ ଏବଂ କଳ ସମୁଦୃରେ ରହିଥିବା ସମସ୍ୟାର ସମାଧାନ ପାଇଁ ମରୁକ ଭରିଦରେ
(i) ମରୁଜ ଉଭିଦର ଚେର ବେଶ୍ ବ୍ୟାପକ ଭାବେ ବିକାଶ ଲାଭ କରିଥାଏ । ଯଥା – ସପ୍ତଫେଣୀ ଳାତୀୟ ଉଭିଦରେ ଚେର ପ୍ରଣାଳୀ ଅତି ବ୍ୟାପକ ।
(ii) ତା ଛଡା ଅତି ଣ୍ଢଶ ପରିମ୍ବାନଭେ ଶରାଉର ଭଲ ସରଗଣ ମଧ୍ୟ ଥପରିହାଯ୍ୟ | ପେଣ୍ଡ କଲଯୟ ଭୋକିବା ପାଇଁ ଥପନ ଓ ଉତ୍ସଦନର ମାତ୍ରା କମ୍ ହୋଇଥାଏ ।
(iii) ଜରାନାଶକ (Acacia)ରେ ପତ୍ର ଖୁବ୍ ଛୋଟ ଥ‌ିବା ବେଳେ ଝଡ଼ିଯାଏ ଏବଂ ତା’ର ସ୍ଥାନ ଡେମ୍ଫ ଗ୍ରହଣ କରିଥାଏ । ଜଳକ୍ଷୟ ହେବାକୁ ଦିଏନାହିଁ ।
(iv) ଝାଉଁଗଛର ସ୍ତୋମ୍‌ଗୁଡ଼ିକ ନିମଗ୍ନ (Sunken) । ଏଥୂସହ ଏହି ଉଭିଦଗୁଡ଼ିକର ମୋଟା ତ୍ୱଚାବରଣ (cuticle), ସପ୍ତଫେଣୀରେ ମହମ ପରି ଏକ ପଦାର୍ଥର ଆବରଣ ଜଳକ୍ଷୟରୁ ରୋକିବାରେ ସହାୟକ ହୋଇଥାଏ ।
(v) କେତେକ ବୀଜ ପ୍ରସ୍ତୁପ୍ତ ହୋଇ ଶୁଷ୍କଋତୁ ଅତିକ୍ରମ କରେ ଏବଂ ବର୍ଷାଋତୁର ପ୍ରାରମ୍ଭରୁ ହିଁ ଅଙ୍କୁରିତ ହୁଏ ।

ସଂଶିପ୍ତଧାମା ପ୍ରଣୋଉର :

Question 1.
ଗୋଟିଏ ସ୍ଥାନର ମାନକ ତାପମାତ୍ରା କହିଲେ ତୁମେ କ’ଣ ବୁଝ ।
Solution:
(i) ଏହିପରି ଗୋଟିଏ ସ୍ଥାନର ଦୈନିକ ତାପମାତ୍ରା ବିଭିନ୍ନ ସମୟରେ ମାପି ସେ ସ୍ଥାନର ଦୈନିକ ହାରାହାରି ତାପମାତ୍ରା ଗଣନା କରାଯାଏ ।
(ii) ଗତ 25 ବର୍ଷ ଅବଧ‌ିରେ ପ୍ରତ୍ୟେକ ବର୍ଷର ହାରାହାରି ତାପମାତ୍ରା ବ୍ୟବହାର କରି ସେ ସ୍ଥାନରେ 25 ବର୍ଷର ହାରାହାରି ତାପମାତ୍ରା ନିର୍ଣ୍ଣୟ କରାଯାଏ । ଏହାକୁ ମାନକ ତାପମାତ୍ରା କୁହାଯାଏ ।
(iii) ଗୋଟିଏ ସ୍ଥାନର ଜଳବାୟୁ ନିର୍ଦ୍ଧାରଣ କଲାବେଳେ ଆମକୁ ସେ ସ୍ଥାନର ବାୟୁର ମାନକ ଚାପ, ମାନକ ଆର୍ଦ୍ରତା, ମାନକ ବୃଷ୍ଟିପାତ ଓ ଏଥସହ ମାନକ ତାପମାତ୍ରା ଜାଣିବାକୁ ପଡ଼େ ।

Question 2.
ଧଲାର୍ଭାଲୁ ଆକ ଗ୍ରାଣ୍ଟମଣ୍ଡଲାୟ ଅରଣ୍ୟରେ ରହିଲେ ରପମୋକାନରେ ବ୍ୟତିକ୍ରମ ହେତ୍ର ପାଉ କା ଶ ଥପୁଣି ଧା ହେବ ଚାରୋଟି ବାକ୍ୟରେ ଲେଖ ।
Solution:
(i) ଧାଲାରାଲ୍ସ ବେହ ଲୋମଶ ଗଦିଲଥ୍ଦାର୍ ଶ୍ଶ୍ନମଣ୍ଡଳରୟ ଆର୍ଥଲଭ ଥତ୍ୟଧ୍କ ତାପମାତ୍ରା ସଦ୍ୟ କରିପାରିବ ନାହିଁ ।
(ii) ଏହା ଆବଶ୍ୟକୀୟ ଖାଦ୍ୟ ପାଇବ ନାହିଁ ।
(iii) ଏହା ଭୂମି ଉପରେ ସୁବିଧାରେ ଯାତାୟତ କରିପାରିବ ନାହିଁ ।
(iv) ଏହା ଅନ୍ୟ ହିଂସ୍ର ପ୍ରାଣୀର ଶିକାର ହେବ ।

ସଂଶିପ୍ତଧାମା ପ୍ରଣୋଉର :

I. ଶୂନ୍ୟସ୍ଥାନ ପୂରଣ କର ।
(i) କୌଣସି ଏକ ଦିନର ଏକ ସମୟର ବାୟୁମଣ୍ଡଳର ଅବସ୍ଥାକୁ __________ କହନ୍ତି ।
(ii) ଅଳ୍ପ ବର୍ଷା ସହ ଅଧ୍ଵ ଖରାହେଲେ ଆମେ __________ ଅନୁଭବ କରିଥାଉ ।
(iii) ଧାନବୁଣିବା ପର୍ବକୁ __________ କହନ୍ତି ।
(iv) ଛତା ସଂକେତ __________ କୁ ବୁଝାଏ ।
(v) ପ୍ରାୟତଃ ଦିନର ସର୍ବୋଚ୍ଚ ତାପମାତ୍ରା __________ ରେ ହୋଇଥାଏ ।
(vi) ଆର୍ଦ୍ରତା ମାପିବା ପାଇଁ __________ ଯନ୍ତ୍ର ବ୍ୟବହାର କରାଯାଏ ।
(vii) ସ୍ଥାନର ଜଳବାୟୁ ନିର୍ଦ୍ଧାରଣ କରାଯାଏ ।
(viii) ନରୱେର ଜଳବାୟୁ __________ |
(ix) ବେଙ୍ଗ ସ୍ଥଳଭାଗରେ __________ ଦ୍ବାରା ତା’ର ଶ୍ଵାସକ୍ରିୟା କରେ ।
(x) ଧଳାଭାଲୁର __________ ଓସାରିଆ ହୋଇଥିବାରୁ ଏହା ତାକୁ ବରଫ ଉପରେ ଚାଲିବାରେ ଓ ଜଳରେ ପହଁରିବାରେ ସାହାଯ୍ୟ କରେ ।
Solution:
(i) ପାଗ
(ii) ଗୁଳୁଗୁଳି
(iii) ଅକ୍ଷୟ ତୃତୀୟା
(iv) ଜୋର ବର୍ଷା ପାଗ
(v) ଅପରାହ୍ନରେ
(vi) ହାଇଡ୍ରୋମିଟର
(vii) ୨୫
(viii) ଅତିଶୀତଳ
(ix) ଫୁସ୍‌ଫୁସ୍
(x) ପଞ୍ଝା

II. ପ୍ରଥମ ଯୋଡ଼ା ଶବ୍ଦର ସମ୍ପର୍କକୁ ଲକ୍ଷ୍ୟକରି ଶୂନ୍ୟସ୍ଥାନ ପୂରଣ କର ।
(i) ଏଣ୍ଡୁଅ ବୃକ୍ଷୀୟ ଉପଯୋଜନ :: ପାରା : __________
(ii) ଗୁଳୁଗୁଳି : ଗୁଳୁଗୁଳିଆ ପାଗ :: କୁହୁଡ଼ି : __________
(iii) ଆର୍ଦ୍ରତା : ହାଇଡ୍ରୋମିଟର :: ପବନର ବେଗ : __________
(iv) କେରଳ : ଉଷ୍ମ ଓ ଆର୍ଦ୍ର ଜଳବାୟୁ :: ରାଜସ୍ଥାନ : __________
(v) ହିମାଳୟ : ପାଇବଣ :: ପୁରୀ ସମୁଦ୍ରକୂଳ : __________
(vi) ମରୁଜ ଉଭିଦ : ଖଜୁରୀ ଓ କାକ୍‌ଟସ୍ :: ପାର୍ବତ୍ୟାଞ୍ଚଳ ଉଦ୍ଭିଦ : __________
(vii) ଗୁଳୁଗୁଳି : ଗୁଳୁଗୁଳିଆ ପାଗ :: କୁହୁଡ଼ି : __________
(viii) ଆର୍ଦ୍ରତା : ହାଇଡ୍ରୋମିଟର :: ପବନର ବେଗ : __________
(ix) କେରଳ : ଉଷ୍ଣ ଓ ଆର୍ଦ୍ର ଜଳବାୟୁ :: ରାଜସ୍ଥାନ : __________
(x) ହିମାଳୟ : ପାଇବଣ :: ପୁରୀ ସମୁଦ୍ରକୂଳ : __________
Solution:
(i) ରଣଯନ ଉପଯୋଲନ
(ii) କୁହୁଡ଼ିଆ ପାଗ
(iii) ଆନିମୋମିଟର
(iv) ଶୁଷ୍କ ଓ ଉଷ୍ମ ଜଳବାୟୁ
(v) ଝାଉଁବଣ
(vi) ପାଇନ୍ ଓ ଦେବଦାରୁ
(vii) କୁହୁଡ଼ିଆ ପାଗ
(viii) ଆନିମୋମିଟର
(ix) ଶୁଷ୍କ ଓ ଉଷ୍ଣ ଜଳବାୟୁ
(x) ଝାଉଁବଣ

III. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ମାଛର __________ ଦିଗ ପରିବର୍ତ୍ତନ କରିବାରେ ସାହାଯ୍ୟ କରେ । (ପକ୍ଷ, ଗାଲି, ଲାଞ୍ଜ, କୌଣସିଟି ନୁହେଁ )
(ii) ଦ୍ୱାପାର __________ ତା’ଦେହର ତାପକୁ ବିକିରଣ କରିବାରେ ସାହାଯ୍ୟ କରିଥାଏ । (ଶୁଣ୍ଢ, ଲାଞ୍ଜ, ଗୋଡ଼, କାନ)
(iii) ତିମିମାଛି __________ ଜାତୀୟ ପ୍ରାଣୀ । (ମାଂସାସୀ, ତୃଣଭୋଜୀ, ସ୍ତନ୍ୟପାୟୀ, କୌଣସିଟି ନୁହେଁ)
(iv) ଅଞ୍ଚଳରେ ଦେଖାଯାଏ । (ମେରୁ, ବିଷୁବ, କ୍ରାନ୍ତୀୟ, ଉପକ୍ରାନ୍ତୀୟ)
(v) ଟାୟର ଆକ୍ରତା __________ ଯନ୍ତ୍ର ସାହାଯ୍ୟରେ ମପାଯାଏ । (ଥର୍ମୋମିଟର, ଅକ୍‌ସାନୋମିଟର, ହାଇଡ୍ରୋମିଟର, ଆନିମୋମିଟର)
Solution:
(i) ଗାଲି
(ii) କାନ
(iii) ସ୍ତନ୍ୟପାୟୀ
(iv) ବିଷୁବ
(v) ହାଇଡ୍ରୋମିଟର

BSE Odisha 7th Class Science Important Questions Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ

IV. ‘କ’ ସ୍ତମ୍ଭରେ ଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥ‌ିବା ଶବ୍ଦର ମେଳନ କର ।
Solution:
BSE Odisha 7th Class Science Important Questions Chapter 7 Img 1

V. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) ପବନର ବେଗ ମାପିବା ପାଇଁ ହାଇଡ୍ରୋମିଟର ବ୍ୟବହାର କରାଯାଏ ।
(ii) ବିଷୁବ ମଣ୍ଡଳରେ ସର୍ବନିମ୍ନ ତାପମାତ୍ରା 40°C ଅଟେ ।
(iii) ଏକ ଅଞ୍ଚଳରେ 100 ବର୍ଷ ହାରାହାରି ପାଣିପାଗରୁ ସେ ଅଞ୍ଚଳର ଜଳବାୟୁ ନିର୍ଣ୍ଣୟ କରାଯାଏ ।
(iv) ମାଛ ଫୁସ୍‌ଫୁସ୍ ଓ ଚର୍ମ ଉଭୟ ଦ୍ବାରା ଶ୍ଵାସକ୍ରିୟା କରିଥାଏ ।
(v) ଭୋର ସମୟର ତାପମାତ୍ରା ସର୍ବୋଚ୍ଚ ଅଟେ ।
Solution:
(i) ପବନର ବେଗ ମାପିବା ପାଇଁ ଆନିମୋମିଟର ବ୍ୟବହାର କରାଯାଏ ।
(ii) ବିଷୁବ ମଣ୍ଡଳରେ ସର୍ବନିମ୍ନ ତାପମାତ୍ରା 15°C ଅଟେ ।
(iii) ଏକ ଅଞ୍ଚଳରେ 25 ବର୍ଷ ହାରାହାରି ପାଣିପାଗରୁ ସେ ଅଞ୍ଚଳର ଜଳବାୟୁ ନିର୍ଣ୍ଣୟ କରାଯାଏ ।
(iv) ବେଙ୍ଗ ଫୁସ୍‌ଫୁସ୍ ଓ ଚର୍ମ ଉଭୟ ଦ୍ବାରା ଶ୍ଵାସକ୍ରିୟା କରିଥାଏ ।
(v) ଭୋର ସମୟର ତାପମାତ୍ରା ସର୍ବନିମ୍ନ ଅଟେ ।

VI. ଠିକ୍ ଉତ୍ତରଟି ବାଛି ଲେଖ ।
(କ) କେଉଁଟି ମାଛର ମଙ୍ଗପରି କାର୍ଯ୍ୟ କରେ ?
(i) ଡେଣା
(ii) ଗାଲି
(iii) ଲାଞ୍ଜ
(iv) କାତି
Solution:
(iii) ଲାଞ୍ଜ

(ଖ) ନିମ୍ନୋକ୍ତ ମଧ୍ଯରୁ କିଏ ଶୀତସ୍ତୁପି କରେ ନାହିଁ ?
(i) ବେଙ୍ଗ
(ii) ମାଛ
(iii) ଜିଆ
(iv) ପାମ
Solution:
(ii) ମାଛ

(ଗ) ନିମ୍ନୋକ୍ତ କେଉଁ ପ୍ରାଣୀର ଘ୍ରାଣଶକ୍ତି ଅତି ପ୍ରଖର ?
(i) ପେଙ୍ଗୁଇନ୍
(ii) ବେଙ୍ଗ
(iii) ମାଛ
(iv) ଧଳାଭାଲୁ
Solution:
(iv) ଧଳାଭାଲୁ

(ଘ) କେଉଁ ଅଞ୍ଚଳରେ ଅଧ‌ିକ ବର୍ଷା ହୋଇଥାଏ ?
(i) ମେରୁ ଅଞ୍ଚଳ
(ii) ବିଷୁବମଣ୍ଡଳ
(iii) ମେରୁ
(iv) ପାର୍ବତ୍ୟ
Solution:
(ii) ବିଷୁବମଣ୍ଡଳ

(ଙ) କେଉଁ ଅଞ୍ଚଳର ଉଭିଦର ପତ୍ର ସରୁ ହୋଇଥାଏ ?
(i) ମରୁଭୂମି
(ii) ବିଷୁବମଣ୍ଡଳ
(iii) ମେରୁ
(iv) ପାର୍ବତ୍ୟ
Solution:
(iv) ପାର୍ବତ୍ୟ

(ଚ) ଆକାଶରେ ସୂର୍ଯ୍ୟ ଥ‌ିବା ଚିତ୍ର କେଉଁ ପାଗକୁ ସୂଚାଏ ?
(i) କୁହୁଡ଼ିଆ
(ii) ମେଘୁଆ
(iii) ଟାଣଖରା
(iv) ନିର୍ମଳ ପାଗ
Solution:
(iii) ଟାଣଖରା

(ଛ) ପବନର ବେଗ କାହାଦ୍ଵାରା ମପାଯାଏ ?
(i) ବାରୋମିଟର
(ii) ଥର୍ମୋମିଟର
(iii) ଆନିମୋମିଟର
(iv) ହାଇଡ୍ରୋମିଟର
Solution:
(iii) ଆନିମୋମିଟର

(ଜ) ଆର୍ଦ୍ରତା ମାପିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର କରାଯାଏ ?
(i) ଆନିମୋମିଟର
(ii) ହାଇଡ୍ରୋମିଟର
(iii) ଥର୍ମୋମିଟର
(iv) ବାରୋମିଟର
Solution:
(ii) ହାଇଡ୍ରୋମିଟର

(ଝ) ନିମ୍ନୋକ୍ତ କେଉଁଥବରେ ତାରତମ୍ୟ ହେଲେ ପବନ ବହିଥାଏ ?
(i) ବାୟୁଚାପ
(ii) ତାପମାତ୍ରା
(iii) ଆର୍ଦ୍ରତା
(iv) ବାୟୁର ଗତି
Solution:
(i) ବାୟୁଚାପ

(ଞ) ବାୟୁରେ କେଉଁଟି ବଢ଼ିଗଲେ ଆମକୁ ଗୁଳୁଗୁଳିଆ ଲାଗେ ?
(i) ବାୟୁର ଚାପ
(ii) ତାପମାତ୍ରା
(iii) ଆର୍ଦ୍ରତା
(iv) ବାୟୁର ଗତି
Solution:
(iii) ଆର୍ଦ୍ରତା

BSE Odisha 7th Class Science Important Questions Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ

VII. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ପାଗ କାହାକୁ କହନ୍ତି ?
(ii) ବାହାରେ କୁହୁଡ଼ି ହୋଇଥିଲେ ସେହି ପାଗକୁ କେଉଁ ପାଗ କୁହାଯାଏ ?
(iii) ପାଗର ଆଗୁଆ ଅନୁମାନ କିପରି ଜଣାଯାଏ ?
(iv) ଦିନ ରାତିର ଅବଧୂ କିପରି ଜଣାଯାଏ ?
(v) ଗୋଟିଏ ଦିନର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା କେଉଁ ସମୟରେ ହୋଇଥାଏ ?
(vi) ବୃଷ୍ଟିପାତର ପରିମାଣ କେଉଁ ଯନ୍ତ୍ର ସାହାଯ୍ୟରେ ମପାଯାଏ ?
(vii) ପବନର ବେଗ କେଉଁ ଯନ୍ତ୍ର ସାହାଯ୍ୟରେ ମପାଯାଏ ?
(viii)ବାୟୁର ଆର୍ଦ୍ରତା କେଉଁ ଯନ୍ତ୍ର ସାହାଯ୍ୟରେ ମପାଯାଏ ?
(ix) ପବନ ବହିବାର ଦିଗ କେଉଁ ଯନ୍ତ୍ର ସାହାଯ୍ୟରେ ଜଣାଯାଏ ?
(x) ଜଳବାୟୁ କ’ଣ ?
(xi) ପ୍ରାଣୀମାନଙ୍କର ଉପଯୋଜନ କାହା ଉପରେ ନିର୍ଭର କରେ ?
(xii) ଛତା ଚିହ୍ନ କି ପ୍ରକାର ପାଗର ସୂଚନା ଦିଏ ?
Solution:
(i) କୌଣସି ଏକ ଦିନର ଏକ ସମୟର ବାୟୁମଣ୍ଡଳର ଅବସ୍ଥାକୁ ପାଗ କହନ୍ତି ।
(ii) ବାହାରେ କୁହୁଡ଼ି ହୋଇଥିଲେ ସେପରି ପାଗକୁ କୁହୁଡ଼ିଆ ପାଗ କୁହାଯାଏ ।
(iii) ପାଗର ଆଗୁଆ ଅନୁମାନ ରେଡ଼ିଓ, ଟେଲିଭିଜନ ଘୋଷଣାରୁ ଜଣାଯାଏ ।
(iv) ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ସମୟରୁ ଦିନ ରାତିର ଅବଧୂ ଜାଣିପାରିବା ।
(v) ଗୋଟିଏ ଦିନର ସର୍ବୋଚ୍ଚ ତାପମାତ୍ରା ମଧ୍ୟାହ୍ନରେ ଓ ସର୍ବନିମ୍ନ ତାପମାତ୍ରା ଭୋର ସମୟରେ ହୋଇଥାଏ ।
(vi) ବୃଷ୍ଟିପାତର ପରିମାଣ ବୃଷ୍ଟିମାପକ ଯନ୍ତ୍ର ସାହାଯ୍ୟରେ ମପାଯାଏ ।
(vii) ପବନର ବେଗ ଆନିମୋମିଟର ଯନ୍ତ୍ର ସାହାଯ୍ୟରେ ମପାଯାଏ ।
(viii)ବାୟୁର ଆର୍ଦ୍ରତା ହାଇକ୍ରୋମିଟର ଯନ୍ତ୍ର ସାହାଯ୍ୟରେ ମପାଯାଏ ।
(ix) ପବନ ବହିବା ଦିଗବାରେଣୀ ଯନ୍ତ୍ର ସାହାଯ୍ୟରେ ଜଣାଯାଏ ।
(x) 25 ବର୍ଷର ଗୋଟିଏ ସ୍ଥାନର ପାଣିପାଗର ହାରାହାରି ବିବରଣୀକୁ ଜଳବାୟୁ କହନ୍ତି ।
(xi) ପ୍ରାଣୀମାନଙ୍କର ଉପଯୋଜନ ସେମାନଙ୍କର ପରିସ୍ଥାନର ତାପମାତ୍ରା, ଆର୍ଦ୍ରତା, ଆଲୋକ ତଥା ପୋଷଣ ଉପରେ ନିର୍ଭର କରେ ।
(xii) ଛତା ଚିହ୍ନ ପ୍ରବଳ ବର୍ଷା ପାଗର ସୂଚନା ଦିଏ ।

BSE Odisha 7th Class Science Important Questions Chapter 6 ତାପ ଓ ତାପ ସଂଚରଣ

Odisha State Board BSE Odisha 7th Class Science Important Questions Chapter 6 ତାପ ଓ ତାପ ସଂଚରଣ Important Questions and Answers.

BSE Odisha Class 7 Science Important Questions Chapter 6 ତାପ ଓ ତାପ ସଂଚରଣ

Question 1.
ପାରଦର କେଉଁ ବିଶେଷ ଗୁଣ ଯୋଗୁ ଏହାକୁ ତାପମାନ ଯନ୍ତ୍ରରେ ବ୍ୟବହାର କରାଯାଏ ?
Solution:
(i) ପାରଦ ଏକ ତରଳ ପଦାର୍ଥ (ଧାତୁ) ହୋଇଥିବାରୁ ଯେକୌଣସି କାଚନଳୀରେ ଏହାକୁ ନେଇ, ତାପ ପ୍ରୟୋଗ କଲେ ଏହାର ପ୍ରସାରଣ ମାପିବା ସହଜସାଧ୍ୟ ହୋଇଥାଏ ।
(ii) ଏହା ଏକ ଅସ୍ବଚ୍ଛ ଏବଂ ଉଜ୍ଜ୍ଵଳ ତରଳ ପଦାର୍ଥ ହୋଇଥିବାରୁ ତାପମାନ ଯନ୍ତ୍ରର କାଚ ମଧ୍ୟ ଦେଇ ସହଜରେ ଚିକ୍ ଚିକ୍ ହୋଇ ଦେଖାଯାଏ ।
(iii) ଏହା କାଚନଳୀରେ ଲାଗିଯାଏ ନାହିଁ ।
(iv) ଅନ୍ୟ ତରଳ ପଦାର୍ଥ ତୁଳନାରେ ଅତି କମ୍ ତାପମାତ୍ରା ବୃଦ୍ଧିରେ ଏହା ଅଧିକ ପ୍ରସାରିତ ହୋଇଥାଏ ।
(v) ନିଦାରିତ ପଦାର୍ଥର ତାପମାତ୍ରା ନିଣ୍ଡୟ କରିବାପାଇଁ ପାରଦ ପଦାଥଠାରୁ ବହୁତ କମ ପରିମାଣର ତାପ ଗହଣ କରେ । ତେଣୁ ସେହି ପଦାର୍ଥର ତାପୀୟ ଅବସ୍ଥାରେ ବିଶେଷ ପରିବର୍ତ୍ତନ ସୃଷ୍ଟି କରେ ନାହିଁ ।
(vi) ପାରଦ ସହଜରେ ଶୁଦ୍ଧ ଅବସ୍ଥାରେ ମିଳେ ।
(vii) ଏହାର ସ୍ଫୁଟନାଙ୍କ 357°C ଏବଂ ହିମାଙ୍କ – 39°C ହୋଇଥିବାରୁ ଏହାକୁ ନେଇ ଗଠିତ ତାପମାନ ଯନ୍ତ୍ରର ପରାସ ଯଥେଷ୍ଟ ଅଧିକ ଅଟେ ।

ସଂଶିପ୍ତଧାମା ପ୍ରଣୋଉର :

Question 1.
ବିକିରଣ ପ୍ରକ୍ରିୟାର ବିଶେଷତ୍ଵ ବୁଝାଅ ।
(i) ବିନା ମାଧ୍ୟମରେ ତାପ ସଞ୍ଚରଣକୁ ବିକିରଣ କୁହାଯାଏ । ପରିବହନ ଓ ପରିଚଳନ ପ୍ରକ୍ରିୟାରେ ତାପ ସଞ୍ଚରଣ ପାଇଁ ମାଧ୍ୟମ ଏକାନ୍ତ ଆବଶ୍ୟକ ହୋଇଥାଏ; ମାତ୍ର ବିକିରଣ ପ୍ରକ୍ରିୟାରେ ମାଧ୍ୟମ ବିନା ତାପ ଏକ ସ୍ଥାନରୁ ଅନ୍ୟ
(ii) ବିକିରଣ ଦ୍ଵାରା ପରିବହନ ଓ ପରିଚଳନ ଅପେକ୍ଷା ଅଧିକ ବେଗରେ ତାପ ସଞ୍ଚରିତ ହୋଇଥାଏ । (iii) ସମସ୍ତ ଉତ୍ତପ୍ତ ବସ୍ତୁ ବିକିରଣ ଦ୍ବାରା ତାପ ହରାଇଥାନ୍ତି ।
(iv) ଉତ୍ପତ୍ତି ସ୍ଥଳରୁ ତାପ ବିକିରଣଦ୍ବାରା ସମଭାବରେ ସବୁଦିଗକୁ ସରଳରେଖାରେ ଗତି କରେ ।

Question 2.
ବୈଜ୍ଞାନିକ କାରଣ ଲେଖ ।
ସମୁଦ୍ର କୂଳରେ ଥ‌ିବା ଘରମାନଙ୍କରେ ସବୁ ଝରକା ଓ ଦ୍ବାର ସମୁଦ୍ର ଆଡ଼କୁ ମୁହଁ କରିଥାଏ ।
Solution:
(i) ଦିନବେଳା ସ୍ଥଳଭାଗ, ଜଳଭାଗ ତୁଳନାରେ ଶୀଘ୍ର ଉତ୍ତପ୍ତ ହୋଇଥାଏ । ତେଣୁ ସ୍ଥଳଭାଗର ତାପମାତ୍ରା ଜଳ ଭାଗର ତାପମାତ୍ରାଠାରୁ ଅଧ‌ିକ ହୋଇଥାଏ ।
(ii) ଫଳରେ ସ୍ଥଳଭାଗ ସଂସ୍ପର୍ଶରେ ଥିବା ବାୟୁ ହାଲୁକା ହୋଇ ଉପରକୁ ଉଠିଯାଏ । ତାହାର ସ୍ଥାନ ପୂରଣ କରିବାପାଇଁ ଜଳଭାଗ ସଂସ୍ପର୍ଶରେ ଥ‌ିବା ଶୀତଳ ଓ ଭାରୀ ବାୟୁ ସ୍ଥଳଭାଗକୁ ପ୍ରବାହିତ ହୁଏ ।
(iii) ଦିନ ବେଳା ଜଳଭାଗରୁ ସ୍ଥଳଭାଗକୁ ବହି ଆସୁଥ‌ିବା ଏହି ପବନକୁ ‘ସମୁଦ୍ର ସମୀର’ କୁହାଯାଏ । ସେଇଥପାଇଁ ସମୁଦ୍ର କୂଳରେ ଥ‌ିବା ଘରମାନଙ୍କରେ ସବୁ ଝରକା ଓ ଦ୍ବାର ସମୁଦ୍ର ଆଡ଼କୁ ମୁହଁ କରିଥାଏ ।

BSE Odisha 7th Class Science Important Questions Chapter 6 ତାପ ଓ ତାପ ସଂଚରଣ

Question 3.
ପାର୍ଥକ୍ୟ ଦର୍ଶାଅ ।
(a) ତାପ ପରିବହନ ଓ ତାପ ପରିଚଳନ
BSE Odisha 7th Class Science Important Questions Chapter 6 Img 1
(b) ତାପ ସୁପରିବାହୀ ଓ ତାପ କୁପରିବାହୀ
BSE Odisha 7th Class Science Important Questions Chapter 6 Img 2
(c) ପରିଚଳନ ଓ ବିକିରଣ
BSE Odisha 7th Class Science Important Questions Chapter 6 Img 3

Question 4.
ବରଫ ବାହାରେ ତରଳିଯାଏ; କିନ୍ତୁ କରତଗୁଣ୍ଡ ବା କୁଣ୍ଡା ଭିତରେ ରଖିଲେ ବହୁ ସମୟ ପର୍ଯ୍ୟନ୍ତ କଠିନ ଅବସ୍ଥାରେ ରହେ ।
Solution:
(i) ବରଫକୁ ବାହାରେ ରଖୁଲେ ତାହା ତରଳିଯାଏ । ଏହା ମୁଖ୍ୟତଃ ବାୟୁମଣ୍ଡଳର ତାପକୁ ଗ୍ରହଣ କରି ତରଳେ ।
(ii) କରତଗୁଣ୍ଡ ବା କୁଣ୍ଡା କୁପରିବାହୀ ହୋଇଥିବାରୁ ତାହା ମଧ୍ୟଦେଇ ବାୟୁମଣ୍ଡଳର ତାପ ବରଫ ପର୍ଯ୍ୟନ୍ତ ଯାଇପାରେ ନାହିଁ । ତେଣୁ ବରଫ ସହଜରେ ନ ତରଳି ବହୁ ସମୟ କଠିନ ଅବସ୍ଥାରେ ରହେ ।

Question 5.
ବୁସେନ୍ ବର୍ଷର ଶିଖା ଉପରେ ତାର ଜାଲି ରଖୁ, ଜାଲି ଉପରକୁ ଶିଖା ଦେଖାଯାଏ ନାହିଁ କାହିଁକି ?
Solution:
(i) ତାରଜାଲି ତାପର ସୁପରିବାହୀ ହୋଇଥ‌ିବାରୁ ଶିଖାରୁ ଉତ୍ପନ୍ନ ତାପକୁ ତାରଜାଲି ଗ୍ରହଣ କରିନିଏ ।
(ii) ଏଣୁ ତାରଜାଲିର ଅପରପାର୍ଶ୍ଵରେ ଗ୍ୟାସ୍ ଉତ୍ତପ୍ତ ହୋଇ ଜଳିବାପାଇଁ ଆବଶ୍ୟକ ତାପ ଶିଖାରୁ ପାଇପାରେ ନାହିଁ । ତେଣୁ ଅପର ପାର୍ଶ୍ଵରେ ଗ୍ୟାସ୍‌ ଜଳେନାହିଁ କିମ୍ବା ଶିଖା ଦେଖାଯାଏ ନାହିଁ ।

ବସ୍ତୁନିଶ ପ୍ତଶୋଇଲ :

I. ଶୂନ୍ୟସ୍ଥାନ ପୂରଣ କର ।
(i) ଗୋଟିଏ ବସ୍ତୁର _________ ଅବସ୍ଥା ଏହାର ତାପମାତ୍ରାକୁ ସୂଚାଇଥାଏ ।
(ii) _________ ଯନ୍ତ୍ର ସାହାଯ୍ୟରେ ତାପମାତ୍ରା ମାପ କରାଯାଇଥାଏ ।
(iii) ବିକିରଣ ଉପାୟରେ ତାପ ସଂଚରଣ ପାଇଁ କୌଣସି _________ ହୁଏ ନାହିଁ ।
(iv) ଗାଢ଼ ରଙ୍ଗର ପୋଷାକ ହାଲ୍‌କା ରଙ୍ଗର ପୋଷାକ ତୁଳନାରେ _________ ତାପ ଅବଶୋଷଣ କରିପାରେ ।
(v) ଗୋଟିଏ ଷ୍ଟିଲ ଚାମଚ ଗରମ ପାଣିରେ ବୁଡ଼ାଇଲେ ଉଭୟଙ୍କ ତାପମାତ୍ରା _________ ହେଲାଯାଏଁ ତାପ ପାଣିରୁ ଚାମଚକୁ ପ୍ରବାହିତ ହେବ ।
(vi) ମଣିଷ ଦେହର ସାଧାରଣ ତାପମାତ୍ରା _________ |
(vii) ଗାଢ଼ ରଙ୍ଗର ପୋଷାକ _________ ଋତୁରେ ପିନ୍ଧାଯାଏ ।
(viii)ଏକ ଥର୍ମୋମିଟର ପରିସର _________
(ix) ଦୂର ତାପମାନ ଯନ୍ତ୍ରର ପରାସ _________
(x) ପଦାର୍ଥରେ ଥିବା ଅଣୁଗୁଡ଼ିକର ଗତିର ବେଗ ବଢ଼ିଲେ ପଦାର୍ଥର ଉଷ୍ଣତା _________ |
(xi) ତାପମାନ ଯନ୍ତ୍ରର ପ୍ରାନ୍ତରେ ଥ‌ିବା ବଲ୍‌ବ _________ ରେ ପୂର୍ଣ୍ଣ ଅଟେ ।
(xii) _________ ଏକ ତରଳ ଧାନ୍ତ ଥିଲେ |
(xiii) ବାୟୁରେ _________ ପ୍ରକ୍ରିୟାରେ ତାପ ସଞ୍ଚରିତ ହୋଇଥାଏ ।
(xiv) ପାରଦରେ ତାପ ସଞ୍ଚରଣ୍ _________ ପ୍ରକ୍ରିୟାରେ ହୋଇଥାଏ ।
Solution:
(i) ତାପୀୟ
(ii) ତାପମାନ ଯନ୍ତ୍ର ବା
(iii) ମାଧ୍ୟମ
(iv) ଅଧୀ
(v) ସମାନ
(vi) 37° C ବା 98.4° F
(vii) ଶୀତ
(viii) 10° C ବା 110° C
(ix) 35° C ରୁ 42° C
(x) ବଢ଼େ
(xi) ପାରଦ
(xii) ପାରଦ
(xiii) ପରିଚଳନ
(xiv) ପରିବଦନ

BSE Odisha 7th Class Science Important Questions Chapter 6 ତାପ ଓ ତାପ ସଂଚରଣ

II. ବାମପାର୍ଶ୍ବର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣପାର୍ଶ୍ବର ଶୂନ୍ୟସ୍ଥାନ ପୂରଣ କର ।
(i) ସେଲ୍‌ସିୟସ୍ ସ୍କେଲ୍ : °C :: ଫାରେନ୍‌ହାଇଟ୍ ସ୍କେଲ୍ : _________
(ii) °C ସ୍କେଲର ଦୁଇପ୍ରାନ୍ତର ମାପାଙ୍କ : 35 ଓ 42 :: °F ସ୍କେଲର ଦୁଇମାପାଙ୍କ : _________
(iii) ପାରଦ : ତାପ ପରିବହନ :: ସମୁଦ୍ର ସମୀର : _________
(iv) ପାରଦ : ତାପ ସୁପରିବାହୀ :: କାଠ : _________
(v) ତରଳ ଓ ଗ୍ୟାସୀୟ ପଦାର୍ଥରେ ତାପ ସଂଚରଣ : ପରିଚଳନ :: ବିନା ମାଧ୍ୟମରେ ତାପ ସଂଚରଣ : _________
(vi) ପାରଦର ସ୍ଫୁଟନାଙ୍କ : 357°C :: ପାରଦର ହିମାଙ୍କ : _________
(vii) ଜ୍ଵର ତାପମାନ ଯନ୍ତ୍ରର ପରାସ : 35°C ରୁ 42°C :: ପରୀକ୍ଷାଗାର ତାପମାନ ଯନ୍ତ୍ରର ପରାସ : _________ |
(viii) ଧାତୁ : ସୁପରିବାହୀ :: ରବର : _________
(ix) ତରଳ : ପରିଚଳନ :: ବିନା ମାଧ୍ୟମ : _________
(x) ଜ୍ଵର ତାପମାନ ଯନ୍ତ୍ର : 35°C – 42°C :: ପରୀକ୍ଷାଗାର ତାପମାନ ଯନ୍ତ୍ର : _________
(xi) ଗ୍ରୀଷ୍ମଋତୁ : ହାଲ୍‌କା ରଙ୍ଗର ପୋଷାକ :: ଶୀତଋତୁ : _________
(xii) ପାରଦ : ପରିବହନ :: ବରଫ : _________
Solution:
(i) °F
(ii) 94 ଓ 108
(iii) ତାପ ପରିଚଳନ
(iv) ତାପ କୁପରିବାହୀ
(v) ବିକିରଣ
(vi) – 39°C
(vii) – 10°C ରୁ 110°C
(viii) କୁପରିବାହୀ
(ix) ବିକିରଣ
(x) – 10°C – 110°C
(xi) ଗାଢ଼ ରଙ୍ଗର ପୋଷାକ
(xii) ପରିଚଳନ

III. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ଜ୍ଵର ତାପମାନ ଯନ୍ତ୍ରର ଦୈର୍ଘ୍ୟ ପ୍ରାୟ, _________ ପେ.ମି. | (10, 20, 30, 40)
(ii) _________ ଯନ୍ତ୍ରରେ ପାରଦକୁ ତାପମାତ୍ରା ମାପକ ପଦାର୍ଥ ରୂପରେ ବ୍ୟବହାର କରାଯାଏ ନାହିଁ । (ଜ୍ଵର ତାପମାନ, ପରୀକ୍ଷାଗାର ତାପମାନ, ଡିଜିଟାଲ୍ ତାପମାନ, କୌଣସିଟି ନୁହେଁ)
(iii) କଠିନ ପଦାର୍ଥ ମଧ୍ଯରେ _________ ପ୍ରଣାଳୀରେ ତାପ ସଂଚରଣ ହୁଏ । (ପରିବହନ, ପରିଚଳନ, ବିକିରଣ, କୌଣସିଟି ନୁହେଁ)
(iv) ତରଳ ପଦାର୍ଥ ମଧ୍ଯରେ _________ ପ୍ରଣାଳୀରେ ତାପ ସଂଚରଣ ହୁଏ । (ପରିବହନ, ପରିଚଳନ, ବିକିରଣ, କୌଣସିଟି ନୁହେଁ)
(v) ଗ୍ୟାସୀୟ ପଦାର୍ଥ ମଧ୍ଯରେ _________ ପ୍ରଣାଳୀରେ ତାପ ସଂଚରଣ ହୁଏ । (ପରିବହନ, ପରିଚଳନ, ବିକିରଣ, କୌଣସିଟି ନୁହେଁ)
(vi) _________ ବ୍ୟତୀତ ସମସ୍ତ ଅଧାତୁ ତାପ କୁପରିବାହୀ । (ଅଙ୍ଗାର, ଗ୍ରାଫାଇଟ୍‌, ଗନ୍ଧକ, ଫସଫରସ୍)
Solution:
(i) 10
(ii) ଡିଜିଟାଲ୍ ତାପମାନ
(iii) ପରିବହନ
(iv) ପରିଚଳନ
(v) ବିକିରଣ
(vi) ଗ୍ରାଫାଇଟ୍

IV. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ଶବ୍ଦରେ ଦିଅ ।
(i) 37° C ବା 98.4°F କାହାର ଦେହର ତାପମାତ୍ରା ଅଟେ ?
(ii) ଜ୍ଵର ତାପମାନ ଯନ୍ତ୍ରର ଦୈର୍ଘ୍ୟ ପ୍ରାୟ କେତେ ହୋଇଥାଏ ?
(iii) ତୁମ ଦେହର ତାପମାତ୍ରା ପ୍ରାୟ କେତେ ଅଟେ ?
(iv) କେଉଁ ତାପମାନ ଯନ୍ତ୍ରରେ ପାରଦକୁ ତାପମାତ୍ରା ମାପକ ପଦାର୍ଥ ରୁପରେ ଗ୍ୟତ୍ସାର କାରାଯାଏ ନାହୃ |
(v) କଠିନ ପଦାର୍ଥ ମଧ୍ଯରେ ତାପ କେଉଁ ଉପାୟରେ ସଞ୍ଚରିତ ହୁଏ ?
(vi) ହିଟର ସାମନାରେ ବସିଲେ ଆମେ କେଉଁ ଉପାୟରେ ହିଟରରୁ ନିର୍ଗତ ତାପ ପାଇଥାଉ ?
Solution:
(i) 37° C ବା 98.4°F ସୁସ୍ଥ ବ୍ୟଲ୍ତକର ଦେହର ଜ୍ବାରାଦାରି ତାପମାତୃ ଅଟେ ।
(ii) 10 ପେ.ମି.
(iii) 37°C ବା 98.4°F
(iv) ଡିଜିଟାଲ୍ ତାପମାନ ଯନ୍ତ୍ର
(v) ପରିବହନ
(vi) ବିକିରଣ

V. ଠିକ୍ ଉତ୍ତରଟି ବାଛି ଲେଖ ।

(କ) କେଉଁ ରଙ୍ଗ ସବୁଠାରୁ ଅଧୂକ ତାପ ବିକିରଣ କରେ ?
(i) କଳା
(ii) ଧଳା
(iii) ସବୁଜ
(iv) ନାଲି
Solution:
(i) କଳା

(ଖ) କେଉଁ ପ୍ରକ୍ରିୟାରେ ଅଣୁଗୁଡ଼ିକ ଉତ୍ତପ୍ତ ବସ୍ତୁରୁ ଶୀତଳ ବସ୍ତୁକୁ ନାହିଁ ?
(i) ପରିବହନ
(ii) ପରିଚଳନ
(iii) ବିକିରଣ
(iv) ପରିବହନ ଓ ପରିଚଳନ
Solution:
(iii) ବିକିରଣ

(ଗ) ରୁମ୍ ହିଟର କେଉଁ ନିୟମ ଅନୁସାରେ କାର୍ଯ୍ୟକରେ ?
(i) ପରିବହନ
(ii) ପରିଚଳନ
(iii) ବିକିରଣ
(iv) ପରିବହନ ଓ ପରିଚଳନ
Solution:
(iii) ବିକିରଣ

(ଘ) ପାରଦର ସ୍ଫୁଟନାଙ୍କ କେତେ °C ?
(i) – 39°C
(ii) 110°C
(iii) 259°C
(iv) 357°C
Solution:
(iv) 357°C

BSE Odisha 7th Class Science Important Questions Chapter 6 ତାପ ଓ ତାପ ସଂଚରଣ

(ଙ) ଧାତୁରେ ତାପ ସଞ୍ଚରଣ କେଉଁ ପ୍ରଣାଳୀରେ ହୁଏ ?
(i) ପରିବହନ
(ii) ପରିଚଳନ
(iii) ବିକିରଣ
(iv) ପରିବହନ ଓ ବିକିରଣ
Solution:
(i) ପରିବହନ

VI. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) °F ସ୍କେଲର ଦୁଇ ପ୍ରାନ୍ତର ମାପାଙ୍କ 35 ଓ 42 ଅଟେ ।
(ii) ପାରଦରେ ତାପ ସଂଚରଣ ପରିଚଳନ ପ୍ରକ୍ରିୟାରେ ହୋଇଥାଏ ।
(iii) ଦିନବେଳା ଜଳଭାଗରୁ ସ୍ଥଳଭାଗକୁ ବହି ଆସୁଥିବା ପବନକୁ ‘ସ୍ଥଳ ସମୀର’ କୁହାଯାଏ ।
(iv) ସ୍ଥଳ ସମୀର ଓ ସମୁଦ୍ର ସମୀର ବାୟୁର ପରିବହନ ପ୍ରକ୍ରିୟାର ଦୃଷ୍ଟାନ୍ତ ଅଟେ ।
(v) ଜଳ ଓ ବାୟୁ ତାପର ସୁପରିବାହୀ ଅଟନ୍ତି ।
Solution:
(i) °F ସ୍କେଲର ଦୁଇ ପ୍ରାନ୍ତର ମାପାଙ୍କ 94 ଓ 108 ଅଟେ ।
(ii) ପାରଦରେ ତାପ ସଂଚରଣ ପରିଚଳନ ପ୍ରକ୍ରିୟାରେ ହୋଇଥାଏ ।
(iii) ଦିନବେଳା ଜଳଭାଗରୁ ସ୍ଥଳଭାଗକୁ ବହି ଆସୁଥ‌ିବା ପବନକୁ ସମୁଦ୍ର ସମୀର କୁହାଯାଏ ।
(iv) ସ୍ଥଳ ସମୀର ଓ ସମୁଦ୍ର ସମୀର ବାୟୁର ପରିଚଳନ ପ୍ରକ୍ରିୟାର ଦୃଷ୍ଟାନ୍ତ ଅଟେ ।
(v) ଜଳ ଓ ବାୟୁ ତାପର କୁପରିବାହୀ ଅଟନ୍ତି ।

VII. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଠିକ୍ ଥିଲେ ଠିକ୍ ( ✓) ଚିହ୍ନ ଓ ଭୁଲ ଥିଲେ ଭୁଲ (x) ଚିହ୍ନ ଦିଅ ।
(i) ଜ୍ଵର ତାପମାନ ଯନ୍ତ୍ରର ଦୈର୍ଘ୍ୟ ପ୍ରାୟ ୮ ସେ.ମି. ହୋଇଥାଏ ?
(ii) ତୁମ ଦେହର ତାପମାତ୍ରା ପ୍ରାୟ 37°C ବା 97.4°F ଅଟେ ?
(iii) ଡିଜିଟାଲ୍ ତାପମାନ ଯନ୍ତ୍ରରେ ପାରଦକୁ ତାପମାତ୍ରା ମାପକ ପଦାର୍ଥ ରୂପରେ ବ୍ୟବହାର କରାଯାଏ ନାହିଁ ।
(iv) କଠିନ ପଦାର୍ଥ ମଧ୍ଯରେ ତାପ ପରିଚଳନ ଉପାୟରେ ସଞ୍ଚରିତ ହୁଏ ।
(v) ହିଟର ସାମନାରେ ବସିଲେ ଆମେ ବିକିରଣ ଉପାୟରେ ହିଟରରୁ ନିର୍ଗତ ତାପ ପାଇଥାଉ ?
Solution:
(i) ×
(ii) ×
(iii) ✓
(iv) ×
(v) ✓

VIII. ସ୍ତମ୍ଭ ମିଳନ କର ।
BSE Odisha 7th Class Science Important Questions Chapter 6 Img 4

IX. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ବସ୍ତୁର ତାପୀୟ ସ୍ଥିତି କେଉଁ ଯନ୍ତ୍ର ସାହାଯ୍ୟରେ ଜାଣି ହେବ ?
(ii) ତାପମାନ ଯନ୍ତ୍ରରେ କେଉଁ ସ୍କେଲ ଅଛି ?
(iii) ତାପମାନ ଯନ୍ତ୍ରର ପ୍ରଥମ ଉଦ୍ଭାବକ କିଏ ଓ କେଉଁ ମସିହାରେ ସେ ଏହାକୁ ଉଦ୍ଭାବନ କରିଥିଲେ ?
(iv) ଆଧୁନିକ ତାପମାନ ଯନ୍ତ୍ର କେଉଁ ମସିହାରେ ତିଆରି ହେଲା ?
(v) ପ୍ରଥମେ ତାପମାନ ଯନ୍ତ୍ରରେ ସୂଚକ ଭାବେ କ’ଣ ବ୍ୟବହାର ହେଉଥିଲା ?
(vi) ଗୋଟିଏ ପଦାର୍ଥର ଉଷ୍ମତା ପଦାର୍ଥର କାହା ଉପରେ ନିର୍ଭର କରେ ?
(vii) ସେଲ୍‌ସିୟସ୍ ତାପମାନ ଯନ୍ତ୍ରର ମାପାଙ୍କ କେତେ ?
(viii)ଫାରେନ୍ହାଇଟ୍ ତାପମାନ ଯନ୍ତ୍ରର ମାପାଙ୍କ କେତେ ?
(ix) ପଦାର୍ଥର ତାପମାତ୍ରା ବଦଳିବା ସହିତ ପଦାର୍ଥର ଭୌତିକ ପରିବର୍ତ୍ତନର କ’ଣ ସମ୍ବନ୍ଧ ରହିଛି ?
(x) ଆଧୁନିକ ତାପମାନ ଯନ୍ତ୍ରରେ ସୂଚକ ଭାବେ କ’ଣ ବ୍ୟବହାର ହେଉଛି ?
(xi) ପାରଦର ସ୍ଫୁଟନାଙ୍କ ଓ ହିମାଙ୍କ କେତେ ?
(xii) ତାପ କେତେ ପ୍ରକାରରେ ସଞ୍ଚରିତ ହୁଏ ଓ କ’ଣ କ’ଣ ?
(xiii)କଠିନ ପଦାର୍ଥରେ ତାପ ସଞ୍ଚରଣକୁ କ’ଣ କହନ୍ତି ?
(xiv) ତରଳ ଓ ଗ୍ୟାସରେ ତାପ ସଞ୍ଚରଣକୁ କ’ଣ କହନ୍ତି ?
(xv) ବିନା ମାଧ୍ୟମରେ ତାପ ସଞ୍ଚରଣକୁ କ’ଣ କହନ୍ତି ?
Solution:
(i) ତାପମାନ ଯନ୍ତ୍ର ସାହାଯ୍ୟରେ ବସ୍ତୁର ତାପୀୟ ସ୍ଥିତି ଜାଣି ହେବ ।
(ii) ତାପମାନ ଯନ୍ତ୍ରରେ ସେଲସିୟସ, ଫାରେନ୍‌ହାଇଟ୍‌, ରୋମର, କେଲଭିନ୍ ଓ ଡିଜିଟାଲ୍ ଇତ୍ୟାଦି ସ୍କେଲ ଅଛି ।
(iii) ତାପମାନ ଯନ୍ତ୍ରର ପ୍ରଥମ ଉଦ୍ଭାବକ ଗାଲିଲିଓ । 1592 ମସିହାରେ ସେ ଏହାକୁ ତିଆରି କରିଥିଲେ ।
(iv) ଆଧୁନିକ ତାପମାନ ଯନ୍ତ୍ର 1655 ମସିହାରେ ତିଆରି ହେଲା ।
(v) ପ୍ରଥମେ ତାପମାନ ଯନ୍ତ୍ରରେ ସୂଚକ ଭାବେ ଆଲକୋହଲ ବ୍ୟବହାର ହେଉଥିଲା ।
(vi) ଗୋଟିଏ ପଦାର୍ଥର ଉଷ୍ମତା ପଦାର୍ଥର ଅଣୁମାନଙ୍କର ଗତି ଉପରେ ନିର୍ଭର କରେ ।
(vii) ସେଲ୍ସିୟସ୍ ତାପମାନ ଯନ୍ତ୍ରର ମାପାଙ୍କ 35 ରୁ 42 ଡିଗ୍ରୀ ସେଲ୍ସିୟସ୍ ।
(viii)ଫାରେନ୍‌ହାଇଟ୍‌ ତାପମାନ ଯନ୍ତ୍ରର ମାପାଙ୍କ 94° ରୁ 108° ଫାରେନ୍ହାଇଟ ।
(ix) ପଦାର୍ଥର ତାପମାତ୍ରା ବଦଳିବା ସହିତ ପଦାର୍ଥର ସଂକୋଚନ ଓ ପ୍ରସାରଣ ହୁଏ ।
(x) ଆଧୁନିକ ତାପମାନ ଯନ୍ତ୍ରରେ ସୂଚକ ଭାବେ ପାରଦ ବ୍ୟବହାର ହେଉଛି ।
(xi) ପାରଦର ସ୍ଫୁଟନାଙ୍କ 357 ଡିଗ୍ରୀ ସେଲସିୟସ ଓ ହିମାଙ୍କ 39 ଡିଗ୍ରୀ ସେଲସିୟସ୍ ।
(xii) ତାପ ତିନି ପ୍ରକାରରେ ସଞ୍ଚରିତ ହୁଏ – ପରିବହନ, ପରିଚଳନ ଓ ବିକିରଣ ।
(xiii)କଠିନ ପଦାର୍ଥରେ ତାପ ସଞ୍ଚରଣକୁ ପରିବହନ କହନ୍ତି ।
(xiv) ତରଳ ଓ ଗ୍ୟାସରେ ତାପ ସଞ୍ଚରଣକୁ ପରିଚଳନ କହନ୍ତି ।
(xv) ବିନା ମାଧ୍ୟମରେ ତାପ ସଞ୍ଚରଣକୁ ବିକିରଣ କହନ୍ତି ।

BSE Odisha 7th Class Science Important Questions Chapter 11 ଗତି ଓ ସମୟ

Odisha State Board BSE Odisha 7th Class Science Important Questions Chapter 11 ଗତି ଓ ସମୟ Important Questions and Answers.

BSE Odisha Class 7 Science Important Questions Chapter 11 ଗତି ଓ ସମୟ

Question 1.
ଗ୍ରାଫ୍ ପାଇଁ ସ୍କେଲ୍ ବାଛିବାବେଳେ କେଉଁ ବିଷୟ ପ୍ରତି ଧ୍ୟାନଦେବା ଉଚିତ ?
Solution:
(i) ଗ୍ରାଫ୍ ଆଙ୍କିବାକୁ ଥ‌ିବା ପ୍ରତ୍ୟେକ ରାଶିର ସାରଣୀରେ ଥିବା ସର୍ବୋଚ୍ଚ ମୂଲ୍ୟ ଓ ସର୍ବନିମ୍ନ ମୂଲ୍ୟ କେତେ ସ୍ଥିର କରିବା ଉଟିତ |
(ii) ରାଶିମାନଙ୍କର ମଧ୍ୟବର୍ତ୍ତୀ ମୂଲ୍ୟ ମଧ୍ଯ କେତେ ଲକ୍ଷ୍ୟ କରିବାକୁ ପଡ଼ିବ ଏବଂ ସ୍କେଲ୍ ଏମିତି ନେବାକୁ ହେବ ଯେମିତି ଏହି ମଧ୍ୟବର୍ତ୍ତୀ ମୂଲ୍ୟଗୁଡ଼ିକ ସହଜରେ ଅକ୍ଷମାନଙ୍କରେ ନିର୍ଣ୍ଣୟ କରିହେବ । ସ୍କେଲ୍ ଏମିତି ବାଛିବ ଯେପରି ଗ୍ରାଫ୍ କାଗଜଟି ପ୍ରାୟ ପୂରାପୂରି ବ୍ୟବହାର ହେବ ।

ବସ୍ତୁନିଷ୍ ପ୍ରଣୋଉର :

I. ଶୂନ୍ୟସ୍ଥାନ ପୂରଣ କର ।
(i) ନୌସଞ୍ଚାଳନ କ୍ଷେତ୍ରରେ ବେଗର ଏକକ ହେଉଛି _________ |
(ii) ଦ୍ଵପ୍ରିମ ଉପଗ୍ହକୃ ଭୂତ୍ପପରୁ ଉଠାଲଦାପାଇଁ ଯେଉଁ କାରାଯାଏ ତାର ବେଗ _________ ଯାଏଁ ହୋଇଥାଏ ।
(iii) ଗ୍ରାଫ୍ ପାଇଁ ଯେଉଁ ଦୁଇଟି ରାଶିକୁ ନିଆଯିବ ତା’ ମଧ୍ୟରୁ ସ୍ଵାଧୀନ ବା ସ୍ୱତନ୍ତ୍ର ରାଶିକୁ _________ ରାଣିକୁ ନିଆଯାଇଥାଏ ।
(iv) ଏକକ ସମୟରେ ଗୋଟିଏ ବସ୍ତୁ ଗତି କରିଥିବା ଦୂରତାକୁ ବସ୍ତୁର _________ କୁହାଯାଏ |
(v) ଗୋଟିଏ ବସ୍ତୁର ଗତିକୁ _________ ସ୍ତାଫ୍ ହାରୀ ଭପସ୍ଥାପନ କହାଯାଏ |
(vi) ବେଗର ମୌଳିକ ଏକକ _________ |
Solution:
(i) ନଟ୍
(ii) ୮ କି.ମି./ସେ.
(iii) x-ଅକ୍ଷରେ ଓ y ଅକ୍ଷରେ
(iv) ବେଗ
(v) ସମୟ-ଦୂରତା
(vi) ମିଟର/ସେକେଣ୍ଡ

BSE Odisha 7th Class Science Important Questions Chapter 11 ଗତି ଓ ସମୟ

II. ବାମପାର୍ଶ୍ଵର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣପାର୍ଶ୍ବର ଶୂନ୍ୟସ୍ଥାନ ପୂରଣ କର ।
(i) ସାଇକେଲ ଚକର ଗତି : ସରଳରେଖ୍ୟ :: ସୂର୍ଯ୍ୟ ଚାରିପାଖରେ ପୃଥ‌ିବୀର ଗତି : _________
(ii) ଦୋଳି ଖେଳିବା ଗତି : ଦୋଳନଗତି : ଘଣ୍ଟାର ସେକେଣ୍ଡ କଣ୍ଟାର ଗତି : _________
(iii) ଦୂରତାର ଏକକ : ମିଟର :: ବେଗର ଏକକ : _________
(iv) ସମୟର ମୌଳିକ ଏକକ : ସେକେଣ୍ଡ : ସମୟର ବୃହତ୍ତର ଏକକ : _________
(v) କୃତ୍ରିମ ଉପଗ୍ରହର ବେଗ : ୫ କି.ମି.|ସେ :: କଇଁଛର ବେଗ : _________
Solution:
(i) ଆବର୍ତୀ
(ii) ବୃତ୍ତୀୟ ଗତି
(iii) ମି./ସେ.
(iv) ମିନିଟ୍
(v) ୫ ମି. ସେ.

III. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) ସମୟର ମୌଳିକ ଏକକ ଘଣ୍ଟା ଅଟେ ।
(ii) ଦୁଇଟି ସହର ମଧ୍ୟରେ ଦୂରତା ସେଣ୍ଟିମିଟରରେ ମପାଯାଏ ।
(iii) ପ୍ରତ୍ୟେକ ବସ୍ତୁ ଗତି କଲାବେଳେ ସାଧାରଣତଃ ଏକ ସମାନ ବେଗରେ ଗତି କରିଥାନ୍ତି ।
(iv) ଗୋଟିଏ ସରଳ ଦୋଳକର ଦୋଳନ ସମୟ ଧ୍ରୁବ ନୁହେଁ ।
(v) ଟ୍ରେନ୍‌ର ବେଗ ମି./ଘଣ୍ଟାରେ ପ୍ରକାଶ କରାଯାଏ ।
Solution:
(i) ସମୟର ମୌଳିକ ଏକକ ସେକେଣ୍ଡ ଅଟେ ।
(ii) ଦୁଇଟି ସହର ମଧ୍ୟରେ ଦୂରତା କିଲୋମିଟରରେ ମପାଯାଏ ।
(iii) ପ୍ରତ୍ୟେକ ବସ୍ତୁ ଗତି କଲାବେଳେ ସାଧାରଣତଃ ଏକ ଅସମ ବେଗରେ ଗତି କରିଥାନ୍ତି ।
(iv) ଗୋଟିଏ ସରଳ ଦୋଳକର ଦୋଳନ ସମୟ ଧ୍ରୁବ ଅଟେ ।
(v) ଟ୍ରେନର ବେଗ କି.ମି.|ଘ.ରେ ପ୍ରକାଶ କରାଯାଏ ।

IV. ସ୍ତମ୍ଭ ମିଳନ କର ।
BSE Odisha 7th Class Science Important Questions Chapter 11 Img 1

V. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଉତ୍ତର ବାଛି ଲେଖ ।
(i) ବେଗର ମୌଳିକ ଏକକ କ’ଣ ? (ମି./ସେ., କି.ମି./ଘଣ୍ଟା, ମାଇଲ୍/ଘଣ୍ଟା, ମିଟର/ଘଣ୍ଟା)
(ii) ଗୋଟିଏ କଇଁଛର ବେଗ ପ୍ରାୟ କେତେ ? (୮ ସେ.ମି./ସେ., ୧୨ ସେ.ମି./ସେ., ୧୦ ସେ.ମି |ସେ., ୧୮ ସେ.ମି./ସେ.)
(iii) ମନ୍ତ୍ରାଶ୍ୱନ୍ୟରେ ଆଲୋକର ବେଗ କେତେ.ମି. ମି./ସେ. ? (3 × 108, 3 × 106, 3 × 105, 3 × 107)
(iv) ଦିଲ୍ଲୀର ଜନ୍ତର-ମନ୍ତରଠାରେ କେଉଁଘଡ଼ି ଅଛି ? (ସୂର୍ଯ୍ୟଘଡ଼ି, ବାଲୁକାଘଡ଼ି, ଜଳଘଡ଼ି, ବିରାମଘଡ଼ି)
(v) ସୂର୍ଯ୍ୟ ଚାରିପାଖରେ ପୃଥ‌ିବୀର ଗତି କେଉଁ ପ୍ରକାର ଗତି ? (ସରଳରେଖକ, ବୃତ୍ତୀୟ, ଆବର୍ଜୀ, ଦୋଳନ)
Solution:
(i) ମି./ସେ
(ii) ୮ ସେ.ମି./ସେ.
(iii) 3 × 108
(iv) ସୂର୍ଯ୍ୟଘଡ଼ି
(v) ଆବର୍ତୀ

BSE Odisha 7th Class Science Important Questions Chapter 11 ଗତି ଓ ସମୟ

VI. ଠିକ୍ ଉତ୍ତରଟି ବାଛି ଲେଖ ।
(କ) ଏକକ ସମୟରେ ଗୋଟିଏ ବସ୍ତୁ ଗତି କରିଥିବା ଦୂରତାକୁ କ’ଣ କୁହାଯାଏ ?
(i) ଗତି
(ii) ବେଗ
(iii) ତ୍ଵରଣ
(iv) ଶକ୍ତି
Solution:
(ii) ବେଗ

(ଖ) କୌଣସି ବସ୍ତୁର ସମୟ ଅନୁସାରେ ସ୍ଥାନ ପରିବର୍ତ୍ତନକୁ କ’ଣ କୁହାଯାଏ ?
(i) ଗତି
(ii) ବେଗ
(iii) ତ୍ଵରଣ
(iv) ଶକ୍ତି
Solution:
(i) ଗତି

(ଗ) ‘ନିଜର ଅକ୍ଷ ଚାରିପାଖରେ ବୁଲୁଥ୍ ପୃଥ‌ିବୀର ଗତି’ କେଉଁ ଗତିର ଅନ୍ତର୍ଗତ ?
(i) ସରଳରୈଖିକ
(ii) ବୃତ୍ତୀୟ
(iii) ଆବର୍ତ୍ତୀ
(iv) ଦୋଳନ
Solution:
(iii) ଆବର୍ତ୍ତୀ

(ଘ) ଗୋଟିଏ ବସ୍ତୁ ଗତି କଲାବେଳେ ଯଦି ତା’ର ବେଗ ମୁହଁମୂହଁ ପରିବର୍ତ୍ତିତ ହୁଏ, ଏପରି ଗତିକୁ କେଉଁ ଗତି କୁହାଯାଏ ?
(i) ନୈକସମାନ ଗତି
(ii) ସମଗତି
(iii) ବିସମ ଗତି
(iv) ବୃତ୍ତୀୟ ଗତି
Solution:
(i) ନୈକସମାନ ଗତି

(ଙ) ସମୟ ମାପିବା ପାଇଁ ଘଣ୍ଟାରେ ବସ୍ତୁର କେଉଁ ଗତି ବ୍ୟବହାର ହୋଇଥାଏ ?
(i) ସରଳରେଖକ ବା ବୃତ୍ତୀୟ
(ii) ବୃତ୍ତୀୟ ବା ଆବର୍ତ୍ତୀ
(iii) ଆବର୍ତୀ ବା ଦୋଳନ
(iv) ଦୋଳନ ବା ସରଳରେଖିକ
Solution:
(iii) ଆବର୍ତୀ ବା ଦୋଳନ

(ଚ) ନିମ୍ନୋକ୍ତ କାହାଦ୍ଵାରା ଗତିଶୀଳ ଯାନର ବେଗ ମପାଯାଏ ?
(i) ଓଡ଼ୋମିଟର
(ii) ସ୍ବିଡ଼ୋମିଟର
(iii) ଷ୍ଟପ୍ଚ୍
(iv) ଡିଜିଟାଲ ଘଡ଼ି
Solution:
(ii) ସ୍ବିଡ଼ୋମିଟର

(ଛି) ଦୋଳକର ଦୋଳନ ସମୟ ମାପିବା ପାଇଁ କେଉଁ ଘଡ଼ି ବ୍ୟହାର କରାଯାଏ ?
(i) ଜଳଘଡ଼ି
(ii) ବାଲୁକାଘଡ଼ି
(iii) ସୂର୍ଯ୍ୟଘଡ଼ି
(iv) ବିରାମଘଡ଼ି
Solution:
(iv) ବିରାମଘଡ଼ି

(ଜ) ନିମ୍ନୋକ୍ତ କାହାଦ୍ଵାରା ଗତିଶୀଳ ଯାନର ଅତିକ୍ରାନ୍ତ ଦୂରତା ମାପ କରାଯାଏ ?
(i) ଓଡ଼ୋମିଟର
(ii) ସ୍ବିଡ଼ୋମିଟର
(iii) ଷ୍ଟପଚ୍
(iv) ଡିଜିଟାଲ ଘଡ଼ିର
Solution:
(i) ଓଡ଼ୋମିଟର

(ଝ) ଗୋଟିଏ ଗତିଶୀଳ ବସ୍ତୁର ସମୟ-ଦୂରତା ଗ୍ରାଫ୍ କେଉଁ ଗ୍ରାଫ୍ ଅଟେ ?
(i) ବାରଗ୍ରାଫ୍
(ii) ରେଖାଗ୍ରାଫ୍
(iii) ପାଇଚାର୍ଟ
(iv) ସ୍ତମ୍ଭ ଗ୍ରାଫ୍
Solution:
(ii) ରେଖାଗ୍ରାଫ୍

(ଞ) ତଥ୍ୟକୁ ଆନୁପାତିକ ପରିମାଣ ଅନୁଯାୟୀ ବୃତ୍ତାକାର ଗ୍ରାଫ୍ଟରେ ପ୍ରକାଶ କରିବାକୁ କ’ଣ କହନ୍ତି ?
(i) ବାରଗ୍ରାଫ୍
(ii) ବୃତ୍ତୀୟ ଗ୍ରାଫ୍
(iii) ପାଇଚାର୍ଟ
(iv) ରେଖାଗ୍ରାଫ୍
Solution:
(iii) ପାଇଚାର୍ଟ

VII. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ଯେକୌଣସି ବସ୍ତୁର ଗତି କେତେ ପ୍ରକାର ଓ କ’ଣ କ’ଣ ହୋଇପାରେ ?
(ii) ପୃଥ‌ିବୀ ନିଜ ଅକ୍ଷରେ ବୁଲିବା କି ପ୍ରକାର ଗତି ?
(iii) ଘଡ଼ିର ସୂଚକ କଣ୍ଟାର ଗତି କି ପ୍ରକାର ଗତି ?
(iv) ବସ୍ତୁର ବେଗ କାହାକୁ କହନ୍ତି ?
(v) ଦୂରତା, ସମୟ ଓ ବେଗର ମୌଳିକ ଏକକ କ’ଣ ?
(vi) ଗୋଟିଏ ବସ୍ତୁର ଗତିକୁ କେଉଁ ଗ୍ରାଫ୍ ଦ୍ବାରା ଉପସ୍ଥାପନ କରାଯାଏ ?
(vii) ସମୟ ମାପିବା ପାଇଁ ଘଣ୍ଟାର କେଉଁ ଗତିକୁ ବ୍ୟବହାର କରାଯାଏ ?
(viii) ଦୁଇଟି ବସ୍ତୁ ମଧ୍ୟରେ କିଏ ଧୀର, କ୍ଷୀପ୍ର କିପରି ଜାଣିବା ?
(ix) ସିଧା ରାସ୍ତାରେ ଯାଉଥିବା ସାଇକେଲ ଚକର ଗତି କେଉଁ ପ୍ରକାରର ହୋଇଥାଏ ?
(x) ସ୍ଥିରବସ୍ତୁ କାହାକୁ କହନ୍ତି ?
Solution:
(i) ଯେକୌଣସି ବସ୍ତୁର ଗତି ସରଳରେଖ, ଦୋଳନ, ବୃତ୍ତୀୟ ଓ ଆବର୍ତ୍ତୀ ହୋଇପାରେ ।
(ii) ପୃଥ‌ିବୀ ନିଜ ଅକ୍ଷରେ ବୁଲିବା ଆବର୍ତୀ ଗତି ।
(iii) ଘଡ଼ିର ସୂଚକ କଣ୍ଟାର ଗତି ଆବର୍ତୀ ଗତି ।
(iv) ଏକକ ସମୟରେ ଗୋଟିଏ ବସ୍ତୁ ଯେତିକି ଦୂରତା ଅତିକ୍ରମ କରେ ତାହାକୁ ସେ ବସ୍ତୁର ବେଗ କୁହାଯାଏ ।
(v) ଦୂରତା ମାପର ମୌଳିକ ଏକକ ମିଟର, ସମୟ ମାପର ସେକେଣ୍ଡ ଓ ବେଗ ମାପର ମୌଳିକ ଏକକ ମିଟର/ସେକେଣ୍ଡ ।
(vi) ଗୋଟିଏ ବସ୍ତୁର ଗତିକୁ ସମୟ-ଦୂରତା ଗ୍ରାଫ୍ ଦ୍ଵାରା ଉପସ୍ଥାପନ କରାଯାଏ ।
(vii) ସମୟ ମାପିବା ପାଇଁ ଘଣ୍ଟାର ଦୋଳନ ଗତି ବା ଆବର୍ତ୍ତୀ ଗତିକୁ ବ୍ୟବହାର କରାଯାଏ ।
(viii) ଦୁଇଟି ବସ୍ତୁ ମଧ୍ୟରେ କିଏ ଧୀର କିଏ କ୍ଷୀପ୍ର ଜାଣିବା ପାଇଁ ସେମାନଙ୍କର ବେଗ ନିର୍ଣ୍ଣୟ କରିବା ।
(ix) ସିଧା ରାସ୍ତାରେ ଯାଉଥିବା ସାଇକେଲ ଚକର ଗତି ସରଳରେଖ୍ୟ ଗତି ।
(x) ଯେଉଁ ବସ୍ତୁ ସମୟ ସହ ନିଜର ସ୍ଥାନ ପରିବର୍ତ୍ତନ କରେ ନାହିଁ, ତାହାକୁ ସ୍ଥିରବସ୍ତୁ କହନ୍ତି ।

BSE Odisha 7th Class Science Important Questions Chapter 10 ଉଦ୍ଭିଦରେ ବଂଶ ବିସ୍ତାର

Odisha State Board BSE Odisha 7th Class Science Important Questions Chapter 10 ଉଦ୍ଭିଦରେ ବଂଶ ବିସ୍ତାର Important Questions and Answers.

BSE Odisha Class 7 Science Important Questions Chapter 10 ଉଦ୍ଭିଦରେ ବଂଶ ବିସ୍ତାର

Question 1.
ସ୍ଵପରାଗଣ ଓ ପରପରାଗଣର ଉପକାରିତା ଓ ଅପକାରିତା ଲେଖ ।
Solution:
BSE Odisha 7th Class Science Important Questions Chapter 10 Img 1

BSE Odisha 7th Class Science Important Questions Chapter 10 ଉଦ୍ଭିଦରେ ବଂଶ ବିସ୍ତାର

Question 2.
ସପୁଷ୍ପକ ଉଦ୍ଭଦରେ ସମାୟନ ପ୍ରକ୍ରିୟାକୁ ଦ୍ବିସମାୟନ ଓ ତ୍ରି ସଂଯୋଜନ କୁହାଯାଏ କାହିଁକି ?
Solution:
(i) ସପୁଷ୍ପକ ଆବୃତଜୀବୀ ଉଦ୍ଭଦରେ ଦୁଇଟି ସମାୟନ କ୍ରିୟା ଦେଖ‌ିବାକୁ ମିଳେ ।
(ii) ସେଥୁରୁ ଗୋଟିଏ ହେଲା ସ୍ତ୍ରୀ ଯୁଗ୍ଧକର ସମାୟନ ଓ ଅନ୍ୟଟି ହେଲା ଦ୍ବିତୀୟକ ନ୍ୟଷ୍ଟିର ସମାୟନ । ଉଭିଦର ଏହି ପ୍ରକ୍ରିୟାକୁ ଦ୍ବିସମାୟନ କୁହାଯାଏ ।
(iii) ପରାଗନଳୀର ଅଗ୍ରଭାଗରେ ଥ‌ିବା ଦୁଇଟି ପୁଂ ଯୁଗ୍ମକ (male gamete) ମଧ୍ୟରୁ ଗୋଟିଏ ସ୍ତ୍ରୀ ଯୁଗ୍ମକର ସମାୟନ ଓ ଅନ୍ୟଟି ଦ୍ବିତୀୟକ ନ୍ୟଷ୍ଟିର ସମାୟନ କରିଥାଏ ।
(iv) ଦ୍ଵିତୀୟ ସମାୟନରେ ଗୋଟିଏ ପୁଂଯୁଗ୍ମକର ଓ ଅନ୍ୟ ଦୁଇଟି ମେରୁନ୍ୟଷ୍ଠିର; ଏହିପରି ତିନୋଟି ନ୍ୟଷ୍ଟିର ସଂଯୋଜକ ଘଟୁଥ‌ିବାରୁ ଏହାକୁ ତ୍ରିସଂଯୋଜକ କୁହାଯାଏ । ଏହିପରି ଭୃଣାଶୟ ଥଳୀ ମଧ୍ୟରେ ଦ୍ବିସମାୟନ ଓ ତ୍ରିସଂଯୋଜନ ଘଟିଥାଏ ।

Question 3.
ଏକବାସୀ ଓ ଦ୍ବିବାସୀ ଉଭିଦ କାହାକୁ କହନ୍ତି, ଉଦାହରଣ ସହ ଲେଖ ।
(i) ଫୁଲ ଏକଲିଜା ଚା ଉଭୟଲିଜା ହୋଲାପାରେ | କଖାରୁ ଗଛିରେ କେବିକ ଫ୍ଲକେଶର ବା ଗଇଂକେଶର ଥ୍ବା ଫୁଲ ଦେଖାଯାଏ । ଦୁଇ ପ୍ରକାର ଫୁଲ ଗୋଟିଏ କଖାରୁ ଗଛରେ ଥ‌ିବାରୁ ଏପରି ଉଭିଦକୁ ଏକବାସୀ ଉଭିଦ କୁହାଯାଏ । ଉଦାହରଣ – କଖାରୁ, କାକୁଡ଼ି, ଜହ୍ନି ଆଦି ଏକବାସୀ ଉଦ୍ଭିଦ ।
(ii) ହେଲେ ସୋରିଷ ଓ ମନ୍ଦାର ଫୁଲରେ ଉଭୟ ପୁଂକେଶର ଓ ଗର୍ଭକେଶର ଗୋଟିଏ ଫୁଲରେ ଥ‌ିବାରୁ ଏହା ଦ୍ଵିଲିଙ୍ଗୀ । କିନ୍ତୁ ଗୋଟିଏ ଖଜୁରୀ ଓ ତାଳ ପରି ଗଛରେ କେବଳ ଅଣ୍ଡିରା ଫୁଲ ବା ମାଈଫୁଲ ହେଉଥିବାର ଦେଖାଯାଏ । ଏଗୁଡ଼ିକୁ ଦ୍ବିବାସୀ ଉଦ୍ଭଦ କୁହାଯାଏ ।
ଉଦାହରଣ – ଖଜୁରୀ ଓ ତାଳ ଆଦି ଦ୍ବିବାସୀ ଉଦ୍ଭିଦ ।

ସଂଶିପ୍ତଧାମା ପ୍ରଣୋଉର :

I. ଶୂନ୍ୟସ୍ଥାନ ପୂରଣ କର ।
(i) ୟୁଲୋଥିକସ୍ ________ ଦ୍ଵାରା ବଂଶବିସ୍ତାର କରେ ।
(ii) ପେନ୍‌ସିଲିୟମ୍ ________ ଦ୍ବାରା ଅଲିଙ୍ଗୀ ଜନନ କରିଥାଏ ।
(iii) ________ କଲିକନ ପ୍ରକ୍ରିମ୍ବାରେ ବଣବିଣ୍ଡାର କରେ |
(iv) ଫିମ୍ପିରେ ________ ଜନନ ଦେଖାଯାଏ ।
(v) ତାଳଗଛ ଏକ ________ ଉଭିଦ ।
(vi) ________ ହେଉଛି ଜୀବର ପ୍ରଥମ କୋଷ !
(vii) ଉଦ୍ଭିଦର ସମାୟନ ପରେ ________ ବଢ଼ି ଭୃଣରେ ପରିଣତ ହୁଏ ।
(viii) ସ୍ପାଇରୋଗାଏରା ________ ପ୍ରକ୍ରିୟାରେ ବଂଶବୃଦ୍ଧି କରେ ।
(ix) ________ ଦେଇଛି ଏକ ଏକକୋଷ ର୍ଶେବାଲ |
(x) ପରାଗରେଣୁ ________ ରେ ସୃଷ୍ଟି ହୁଏ ।
Solution:
(i) ଚଳରେଣୁ
(ii) ବାହ୍ୟରେଣୁ
(iii) ଇଷ୍ଟ
(iv) ଅଲିଙ୍ଗୀ
(v) ଦ୍ବିବାସୀ
(vi) ଯୁଗ୍ମଜ
(vii) ଯୁଗ୍ମଜକୋଷ
(viii) ବିଖଣ୍ଡନ
(ix) କବକ
(x) ପରାଗପେଟି

II. ବାମପାର୍ଶ୍ବରେ ଥ‌ିବା ଶବ୍ଦଦ୍ୱୟର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣପାର୍ଶ୍ଵରେ ଥ‌ିବା ଶବ୍ଦର ସମ୍ପର୍କିତ ଶବ୍ଦଟି ଲେଖ ।
(i) ଇଷ୍ଟ : କଳିକନ :: ସ୍ପାଇରୋଗାଏରା : ________
(ii) ୟୁଲୋଥିକ୍‌ସ : ଚଳରେଣୁ :: ପେନ୍‌ସିଲିୟମ୍ : ________
(iii) ଯୁଗ୍ମକ : ଏକଗୁଣିତ :: ଯୁଗ୍ମଜ : ________
(iv) ସ୍ଵପରାଗଣ : ମଟରଫୁଲ :: ପର ପରାଗଣ : ________
(v) ଚିଙ୍ଗୁଡ଼ିଆ ଦଳ : ଜଳ :: ମକା : ________
Solution:
(i) ବିଖଣ୍ଡନ,
(ii) ବାହ୍ୟରେଣୁ,
(iii) ଦ୍ବିଗୁଣିତ,
(iv) ଖଜୁରି ଫୁଲ,
(v) ବାୟୁ

III. ନିମ୍ନଲିଖୂତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ଶବ୍ଦରେ ଲେଖ ।
(i) ଗୋଟିଏ ଏକବାସୀ ଉଭିଦର ନାମ ଲେଖ ।
(ii) ଯୁଗ୍ମକ ଦୁଇଟିର ମିଳନରୁ କ’ଣ ମିଳେ ?
(iii) ମଟର ଫୁଲରେ କେଉଁ ପରାଗଣ ଦେଖାଯାଏ ?
(iv) ମକାଗଛରେ ଫୁଲରୁ ପରାଗରେଣୁ କେଉଁ ମାଧ୍ୟମରେ ସ୍ଥାନାନ୍ତର ହୁଏ ?
(v) ସମାୟନ ପୂର୍ବରୁ ଦୁଇଟି ମେରୁ ନ୍ୟଷ୍ଟି ମିଳିତ ହୋଇ କ’ଣ ଗଠନ କରନ୍ତି ?
Solution:
(i) କଖାରୁ
(ii) ଯୁଗ୍ମଜ
(iii) ସ୍ବ-ପରାଗଣ
(iv) ବାୟୁ
(v) ଦ୍ବିତୀୟକ ନ୍ୟଷ୍ଟି

IV. ‘କ’ ସ୍ତମ୍ଭରେ ଥ‌ିବା ଶବ୍ଦ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ମିଳାଅ ।
BSE Odisha 7th Class Science Important Questions Chapter 10 Img 2

V. ନିମ୍ନୋକ୍ତ ପଦଗୋଷ୍ଠୀ ମଧ୍ୟରୁ ତିନୋଟି ସମ୍ବନ୍ଧିତ ହେଲେ ଗୋଟିଏ ନୁହେଁ, ଅସମ୍ବନ୍ଧିତ ପଦଟିକୁ ବନ୍ଧନୀ ମଧ୍ଯରୁ ବାଛି ଲେଖ ।
(i) ଫଣ୍ଡ, ମସ୍, ଇଷ୍ଟ, ୟୁଲୋଥିକ୍‌ (ରେଣୁଭବନ ଦୃଷ୍ଟିରୁ)
(ii) ରେଣୁଭବନ, କଳିକନ, ବିଭଞ୍ଜନ, ଡିମ୍ବଯୁଗ୍ମନ (ଉଭିଦର ଅଲିଙ୍ଗୀଜନନ ଦୃଷ୍ଟିରୁ)
(iii) ଡିମ୍ବକ, ଡିମ୍ବକାୟା, କୋଷିକା, ବୀଜରନ୍ଧ୍ର (ଡିମ୍ବାଶୟର ଗଠନ ଦୃଷ୍ଟିରୁ)
(iv) ଡିମ୍ବକୋଷ, ସହାୟକ କୋଷ, ମେରୁ ନ୍ୟଷ୍ଟି, ଆଚ୍ଛାଦ
(v) ମକା, ଚିନାବାଦାମ, ଚଣା, ଖଜୁରୀ (ସ୍ଵପରାଗଣ ଅନୁଯାୟୀ )
Solution:
(i) ଇଷ୍ଟ,
(ii) ଡିମ୍ବଯୁଗ୍ମକ
(iii) କୋଷିକା
(iv) ଆଚ୍ଛାଦ
(v) ଖଜୁର

BSE Odisha 7th Class Science Important Questions Chapter 10 ଉଦ୍ଭିଦରେ ବଂଶ ବିସ୍ତାର

VI. ରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମଥ୍
(i) ଆଳୁ ହେଉଛି ଏକ ରୂପାନ୍ତରିତ ମୂଳ ।
(ii) ଅମରପୋଇ ପତ୍ରର ଡେମ୍ଫରୁ ନୂତନ ଉଭିଦ ଜାତ ହୁଏ ।
(iii) ସ୍ପାଇରୋଗାଇରା କଳିକନ ଦ୍ବାରା ବଂଶବିସ୍ତାର କରେ ।
(iv) ବାହ୍ୟରେଣୁ ରେଣୁପେଟୀରେ ସୃଷ୍ଟି ହୋଇଥାଏ ।
(v) ସମାୟନ ପରେ ଡିମ୍ବାଶୟଟି ବଢ଼ି ବୀଜରେ ପରିଣତ ହୁଏ ।
Solution:
(i) ଆଳୁ ହେଉଛି ଏକ ରୂପାନ୍ତରିତ କାଣ୍ଡ ।
(ii) ଅମରପୋଇ ପତ୍ରର ମୂଳରୁ ନୂତନ ଉଭିଦ ଜାତ ହୁଏ ।
(iii) ସ୍ପାଇରୋଗାଇରା ବିଖଣ୍ଡନ ଦ୍ବାରା ବଂଶବିସ୍ତାର କରେ ।
(iv) ବାହ୍ୟରେଣୁ ଧାରକର ଅଗ୍ରଭାଗରେ ସୃଷ୍ଟି ହୋଇଥାଏ ।
(v) ସମାୟନ ପରେ ଡ୍ରିମ୍ବାଶୟଟି ବଢ଼ି ଫଳରେ ପରିଣତ ହୁଏ ।

VII. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ଶବ୍ଦରେ ଲେଖ ।
(i) ଗୋଟିଏ ଏକବାସୀ ଉଭିଦର ନାମ ଲେଖ ।
(ii) ଯୁଗ୍ମକ ଦୁଇଟିର ମିଳନରୁ କ’ଣ ମିଳେ ?
(iii) ମଟର ଫୁଲରେ କେଉଁ ପରାଗଣ ଦେଖାଯାଏ ?
(v) ସମାୟନ ପୂର୍ବରୁ ଦୁଇଟି ମେରୁ ନ୍ୟଷ୍ଟି ମିଳିତ ହୋଇ କ’ଣ ଗଠନ କରନ୍ତି ?
(iv) ମକାଗଛ ଫୁଲରୁ ପରାଗରେଣୁ କେଉଁ ମାଧ୍ୟମରେ ସ୍ଥାନାନ୍ତର ହୁଏ ?

VIII. ଠିକ୍ ଉତ୍ତରଟି ବାଛି ଲେଖ ।
(କ) ନିମ୍ନୋକ୍ତ ମଧ୍ୟରୁ କେଉଁଟି କାଣ୍ଡ ଅଙ୍ଗୀୟ ଜନନର ଅନ୍ତର୍ଭୁକ୍ତ ନୁହେଁ ?
(i) ଅଦା
(ii) ହଳଦୀ
(iii) ଡାଲିଆ
(iv) ପିଆଜ
Solution:
(iii) ଡାଲିଆ

(ଖ) ଅପୁଷ୍ପକ ଉଦ୍ଭଦଗୁଡ଼ିକ କାହାଦ୍ଵାରା ବଂଶବିସ୍ତାର କରିଥା’ନ୍ତି ?
(i) ଲିଙ୍ଗୀୟ
(ii) ଅଲିଙ୍ଗୀ
(iii) ଅଙ୍ଗୀୟ
(iv) ଲିଙ୍ଗୀୟ ଓ ଅଙ୍ଗୀୟ
Solution:
(iii) ଅଙ୍ଗୀୟ

(ଗ) ଚଳରେଣୁ ଉଭିଦ ମଧ୍ଯରେ କେଉଁଠି ସୃଷ୍ଟି ହୁଏ ?
(i) ରେଣୁପେଟି
(ii) ଧାରକର ଅଗ୍ରଭାଗରେ
(iii) ପରାଗ ପେଟିକା
(iv) ଶଳାକା
Solution:
(i) ରେଣୁପେଟି

(ଘ) ବାହ୍ୟରେଣୁ କେଉଁଠି ସୃଷ୍ଟି ହୁଏ ?
(i) ରେଣୁପେଟି
(ii) ଧାରକର ଅଗ୍ରଭାଗରେ
(iii) ପରାଗ ପେଟିକା
(iv) ଶଳାକା
Solution:
(ii) ଧାରକର ଅଗ୍ରଭାଗରେ

(ଙ) କେଉଁ ଉଇଦର ମୂଲକୁ ନୁତନ ଗଛି ଲାତ ଦ୍ଏ ?
(i) ତାଲିଆ
(ii) ଗୋଲାପ
(iii) ରିକ୍‌ସିଆ
(iv) ଥିବା
Solution:
(i) ତାଲିଆ

(ଚ) କେଉଁ ଜୀବ ଏକକୋଷୀ ନୁହେଁ ?
(i) ବୀଜାଣୁ
(ii) ଆଦିପ୍ରାଣୀ
(iii) ଇଷ୍ଟ
(iv) କୌଣସିଟି ନୁହେଁ
Solution:
(iv) କୌଣସିଟି ନୁହେଁ

(ଛ) କେଉଁ ଉଭିଦ କଳିକନ ପ୍ରକ୍ରିୟାରେ ବଂଶବୃଦ୍ଧି କରେ ?
(i) ଜୀବାଣୁ
(ii) ଇଷ୍ଟ
(iii) ଛତୁ
(iv) ଫଣ୍ଡ
Solution:
(ii) ଇଷ୍ଟ

(ଜି) ଅମରପୋଇ ପତ୍ର ଧାରରେ ଥିବା କେଉଁଥୁରୁ ନୂତନ ଉଭିଦ ସୃଷ୍ଟି ହୁଏ ?
(i) ମୁକୁଳ
(ii) ପରାଗପେଟି
(iii) ଶଳାକା
(iv) ଫଳିକାଶୀର୍ଷ
Solution:
(i) ମୁକୁଳ

(ଝ) ସପୁଷ୍ପକ ଉଦ୍ଭଦର କେଉଁଟି ପ୍ରଜନନ ଅଙ୍ଗ ?
(i) ପତ୍ର
(ii) ଫୁଲ
(iii) କାଣ୍ଡ
(iv) ମୂଲ
Solution:
(ii) ଫୁଲ

BSE Odisha 7th Class Science Important Questions Chapter 10 ଉଦ୍ଭିଦରେ ବଂଶ ବିସ୍ତାର

IX. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ପ୍ରଜନନ କାହାକୁ କହନ୍ତି ?
(ii) ପ୍ରଜନନର ଆବଶ୍ୟକତା କ’ଣ ?
(iii) ଅଙ୍ଗୀୟ ଜନନ କ’ଣ ?
(iv) ଆଳୁର ଆଖ୍ କାହାକୁ କହନ୍ତି ?
(v) ଇଷ୍ଟ କିପରି ବଂଶ ବିସ୍ତାର କରେ ?
(vi) ପେନସିଲିୟମରେ କାହାଦ୍ଵାରା ବଂଶ ବିସ୍ତାର ହୁଏ ?
(vii) ଚଳରେଣୁ କେଉଁଠାରେ ସୃଷ୍ଟି ହୁଏ ?
(viii)ବାହ୍ୟରେଣୁ କେଉଁଠାରେ ସୃଷ୍ଟି ହୁଏ ?
(ix) ସପୁଷ୍ପକ ଉଦ୍ଭଦରେ କେଉଁ କେଉଁ ପ୍ରକାର ପ୍ରଜନନ ହୁଏ ?
(x) ଭ୍ରମର, ମହୁମାଛି ଓ ପ୍ରଜାପତି ଉଭିଦର ପ୍ରଜନନରେ କି ସାହାଯ୍ୟ କରନ୍ତି ?
(xi) ଦ୍ବିବାସୀ ଉଦ୍ଭଦ କାହାକୁ କହନ୍ତି ?
(xii) ଏକବାସୀ ଉଦ୍ଭଦ କାହାକୁ କହନ୍ତି ?
(xiii)ଦ୍ବିଲିଙ୍ଗୀ ଉଭିଦ କାହାକୁ କହନ୍ତି ?
Solution:
(i) ପୃଥ‌ିବୀ ପୃଷ୍ଠରେ ଥ‌ିବା ସମସ୍ତ ପ୍ରାଣୀ ଓ ଉଦ୍ଭିଦ ନିଜପରି ଜୀବଟିଏ ସୃଷ୍ଟି କରିବା ପ୍ରକ୍ରିୟାକୁ ପ୍ରଜନନ କହନ୍ତି ।
(ii) ପ୍ରଜନନ ଦ୍ବାରା ସେହି ଉଭିଦ ବା ପ୍ରାଣୀର ବଂଶବୃଦ୍ଧି ହୁଏ ।
(iii) ଉଦ୍ଭଦର ମୂଳ, କାଣ୍ଡ ବା ପତ୍ରପରି ଅଂଶରୁ ନୂତନ ଉଭିଦ ଜାତ ହେଲେ, ତାହାକୁ ଅଙ୍ଗୀୟ ଜନନ କୁହାଯାଏ ।
(iv) ପୁରୁଣା ଆଳୁ କିଛିଦିନ ଘରେ ରହିଗଲେ ଆଳୁ ଦେହରେ କଳିକା ବାହାରେ । ଏହି କଳିକାକୁ ଆଳୁର ଆଖି କହନ୍ତି ।
(v) ଇଷ୍ଟ କଳିକନ ବା କୋରୋକୋଦ୍‌ଗମ୍ ପ୍ରଣାଳୀରେ ବଂଶ ବିସ୍ତାର କରେ ।
(vi) ପେନସିଲିୟମରେ ବାହ୍ୟରେଣୁ ଦ୍ବାରା ବଂଶ ବିସ୍ତାର ହୁଏ ।
(vii) ଚଳରେଣୁ ଉଭିଦର ରେଣୁପେଟୀଠାରେ ସୃଷ୍ଟି ହୁଏ ।
(viii) ବାହ୍ୟରେଣୁ ଧାରକ ପତ୍ରର ଅଗ୍ରଭାଗରେ ସୃଷ୍ଟି ହୁଏ ।
(ix) ସପୁଷ୍ପକ ଉଦ୍ଭଦରେ ଅଙ୍ଗୀୟ ଓ ଲିଙ୍ଗୀୟ ଜନନରେ ପ୍ରଜନନ ହୁଏ ।
(x) ଭ୍ରମର, ମହୁମାଛି ଓ ପ୍ରଜାପତି ଉଭିଦର ପ୍ରଜନନରେ ପରାଗଣ ପ୍ରକ୍ରିୟାରେ ସାହାଯ୍ୟ କରନ୍ତି ।
(xi) ଯେଉଁ ଉଭିଦରେ କେବଳ ଅଣ୍ଡିରା ଫୁଲ ବା ମାଈଫୁଲ ଫୁଟେ, ତାହାକୁ ଦ୍ବିବାସୀ ଉଭିଦ କହନ୍ତି ।
(xii) ଯେଉଁ ଉଦ୍ଭଦରେ କେବଳ ଅଣ୍ଡିରା ଫୁଲ ବା ମାଈ ଫୁଲ ଅଲଗା ଅଲଗା ଫୁଟେ, ତାହାକୁ ଏକବାସୀ ଉଭିଦ କହନ୍ତି ।
(xiii)ଯେଉଁ ଉଭିଦର ଫୁଲରେ ଉଭୟ ପୁଂକେଶର ଚକ୍ର ଓ ସ୍ତ୍ରୀକେଶର ଚକ୍ର ଥାଏ, ତାହାକୁ ଦ୍ବିଲିଙ୍ଗୀ ଉଭିଦ କହନ୍ତି ।

BSE Odisha 7th Class Science Important Questions Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା – ପ୍ରାଣୀ ଓ ଉଭିଦର ଶ୍ୱସନ

Odisha State Board BSE Odisha 7th Class Science Important Questions Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା – ପ୍ରାଣୀ ଓ ଉଭିଦର ଶ୍ୱସନ Important Questions and Answers.

BSE Odisha Class 7 Science Important Questions Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା – ପ୍ରାଣୀ ଓ ଉଭିଦର ଶ୍ୱସନ

Question 1.
ଏକ ପରୀକ୍ଷାଦ୍ବାରା ଉଦ୍ଭଦରେ କିପରି ଶ୍ବସନ ଘଟେ ଦର୍ଶାଅ ।
Solution:
BSE Odisha 7th Class Science Important Questions Chapter 9 Img 1
ପରୀକ୍ଷା : (i) ଏକ କୋନିକାଲ୍ ଫ୍ଲସ୍କରେ 10 ଗ୍ରାମ୍ ଗଜାମୁଗ ନିଆଯାଉ ।
(ii) ଗୋଟିଏ ଛୋଟ ପରୀକ୍ଷାନଳୀରେ କିଛି କଷ୍ଟିକ୍ ପଟାସ୍ ନେଇ ସୂତାରେ ତାହାକୁ ବାନ୍ଧି ଫ୍ଲାସ୍କ ଭିତରେ ଝୁଲାଯାଉ ।
(iii) ଗୋଟିଏ ବକ୍ରଳନୀ ନେଇ ଚିତ୍ରରେ ଦର୍ଶାଇବା ଭଳି ଏହାର ଗୋଟିଏ ମୁଣ୍ଡ କୋନିକାଲ୍ ଫ୍ଲାସ୍କ ଭିତରେ ରଖାଯାଉ ଓ ଅନ୍ୟ ଅଗ୍ରଭାଗଟି ଏକ ବିକର୍‌ରେ ରଙ୍ଗୀନ ପାଣି ରଖି ତାହା ଭିତରେ ବୁଡ଼ାଯାଉ ।

ପର୍ଯ୍ୟବେକ୍ଷଣ : ଲକ୍ଷ୍ୟକଲେ ଦେଖାଯିବ ଯେ; ଯେଉଁଥ‌ିରେ ଗଜାମୁଗ ଅଛି, ତାହାର ବକ୍ରନଳୀରେ ରଙ୍ଗୀନ ପାଣିର ସ୍ତର ବଢୁଛି , କାରଣ ଶ୍ବସନ ଯୋଗୁଁ ଅମ୍ଳଜାନ ବ୍ୟବହୃତ ହୋଇଛି ଓ ଅଙ୍ଗାରକାମ୍ଳ ଉତ୍ପନ୍ନ ହୋଇଛି । ସେହି ଅଙ୍ଗାରକାମ୍ଳ କଷ୍ଟିକ୍ ପଟାସଦ୍ଵାରା ଶୋଷିତ ହୋଇ ଫ୍ଲାସ୍କ ଭିତରେ ଶୂନ୍ୟସ୍ଥାନ ସୃଷ୍ଟି କରୁଛି, ତାହାକୁ ଭରଣା କରିବା ପାଇଁ ବକ୍ରରେଖାରେ ରଙ୍ଗୀନ ପାଣିର ସ୍ତର ବଢ଼ିଅଛି ।

BSE Odisha 7th Class Science Important Questions Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା - ପ୍ରାଣୀ ଓ ଉଭିଦର ଶ୍ୱସନ

Question 2.
ଉଦ୍ଭଦରେ କିପରି ଶ୍ଵାସକ୍ରିୟା ସମ୍ପାଦିତ ହୁଏ ଲେଖ ।
Solution:
(i) ଉଚ୍ଚତର ପ୍ରାଣୀମାନଙ୍କ ଶ୍ଵାସକ୍ରିୟା ପାଇଁ ନିର୍ଦ୍ଦିଷ୍ଟ ଅଙ୍ଗ ଥ‌ିବାବେଳେ ଉଭିଦର ସେପରି କୌଣସି ନିର୍ଦ୍ଦିଷ୍ଟ ଅଙ୍ଗ ନଥାଏ ।
(ii) ଉଭିଦର କାଣ୍ଡ, ମୂଳ ଓ ପତ୍ରରେ ଥ‌ିବା କିଛି ବାହ୍ୟକୋଷ ଅମ୍ଳଜାନ ସଂଗ୍ରହ କରିଥା’ନ୍ତି ।
(iii) ଉଳତର ପତ୍ରରେ ସ୍ତୋମ (Stomata), ମୂଲକେଶର ଉପର ଅଂଶରେ ଥିବା ଅଧ୍ତ୍ୱିତା (Epithelium) କାଣ୍ଡରେ ଥିବା ବାତରନ୍ଧ୍ର (Leuticels) ମଧ୍ୟଦେଇ ଅମ୍ଳଜାନ ଉଭିଦ ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଏହି ଶ୍ଵାସକ୍ରିୟା ଅହରହ ଚାଲୁରହିଥାଏ । ଦିନବେଳେ ଉଭିଦ ଆଲୋକଶ୍ଳେଷଣରେ ଅମ୍ଳଜାନ ଛାଡୁଥ‌ିବାରୁ ଏହାର ଚାହିଦା ଦିନରେ ପ୍ରାୟ ନ ଥାଏ ।

Question 3.
ପାର୍ଥକ୍ୟ ଦର୍ଶାଅ
(କ) ନିଃଶ୍ବାସ ପ୍ରଶ୍ଵାସ ଓ ଶ୍ବସନ (ଖ) ଆଲୋକଶ୍ଳେଷଣ ଓ ଶ୍ୱସନ
Solution:
BSE Odisha 7th Class Science Important Questions Chapter 9 Img 2
BSE Odisha 7th Class Science Important Questions Chapter 9 Img 3

Question 4.
କୀଟପତଙ୍ଗ, ଜିଆ ଓ ବେଙ୍ଗ କିପରି ସେମାନଙ୍କ ଶ୍ଵାସକ୍ରିୟା କରନ୍ତି ଲେଖ ।
(i) କୀଟପତଙ୍ଗମାନେ ସେମାନଙ୍କ ବିଖଣ୍ଡିତ ଶରୀରରେ ଥିବା ଶ୍ଵାସରନ୍ଧ୍ର, ସୂକ୍ଷ୍ମ ଶ୍ଵାସନଳୀ ଓ ଅତିସୂକ୍ଷ୍ମ ଶ୍ଵାସ ନଳୀକା ମଧ୍ୟ ଦେଲ ସେମାନଙ୍କ ଶ୍ଵାସକ୍ରିୟା ସମାଦନ କରିଥା ନ୍ତି |
(ii) ଜିଆ ଓ ବେଙ୍ଗ ଚର୍ମଦ୍ଵାରା ଶ୍ଵାସକ୍ରିୟା କରନ୍ତି । ଏହି ପ୍ରାଣୀଙ୍କ ଓଦାଳିଆ ଚର୍ମ ବିସରଣ ପ୍ରକ୍ରିୟାରେ ବାୟୁରୁ ଅମ୍ଳଜାନ ସଂଗ୍ରହ କରି ଶ୍ଵାସକ୍ରିୟା କରନ୍ତି । ଏହା ଛଡ଼ା ମଣିଷ ପରି ବେଙ୍ଗର ମଧ୍ୟ ଦୁଇଟି ଫୁସ୍‌ଫୁସ୍ ରହିଛି ଯାହା ଶ୍ଵାସକ୍ରିୟାରେ ସାହାଯ୍ୟ କରେ ।

Question 5.
ଆକୁଞ୍ଚନଜନିତ ବ୍ୟଥା କ’ଣ ? ଏହା କାହିଁକି ଘଟେ ?
(i) ସମୟ ସମୟରେ କଠିନ ପରିଶ୍ରମ (ବ୍ୟାୟାମ) ପରେ ମାଂସପେଶୀରେ ଆକୁଞ୍ଚନ ଜନିତ ବ୍ୟଥା (cramp) ଅନୁଭବ ହୋଇଥାଏ । ଏହି ବ୍ୟଥା ମାଂସପେଶୀୟ କୋଷରେ ଅବାୟୁ ଶ୍ୱସନ ଯୋଗୁଁ ଘଟିଥାଏ ।
(ii) ଏଥରେ ଗ୍ଲୁକୋଜ୍‌ର ଅସମ୍ପୂର୍ଣ୍ଣ ଜାରଣ ଘଟି ଲାକ୍‌ଟିକ୍ ଅମ୍ଳ ଉତ୍ପନ୍ନ ହୋଇଥାଏ । ଏହି ଅମ୍ଳ ବହୁ ପରିମାଣରେ କୋଷରେ ଜମା ହେଲେ ମାଂସପେଶୀରେ ଯନ୍ତ୍ରଣା ଅନୁଭୂତ ହୁଏ । ଗରମ ପାଣି ଉପଚାର ବା ମାଂସପେଶୀରେ ମାଲିସ୍ କଲେ ଯନ୍ତ୍ରଣା କମିଯାଏ ।

Question 6.
ମାଛମାନେ କିପରି ସେମାନଙ୍କ ଶ୍ଵାସକ୍ରିୟା କରନ୍ତି ।
Solution:
(i) ମାଛ ପାଣିରେ ରହେ । ଜଳରେ ଥ‌ିବା ଦ୍ରବୀଭୂତ ଅମ୍ଳଜାନକୁ ମାଛ ଗାଲି ସାହାଯ୍ୟରେ ଗ୍ରହଣ କରେ ।
(ii) ଧମନୀ ଦ୍ବାରା ଯଥେଷ୍ଟ ପରିମାଣରେ ରକ୍ତ ଗାଲିକୁ ଆସିଥାଏ । ସେହିଠାରେ ଅଙ୍ଗାରକାମ୍ଳ ଓ ଅମ୍ଳଜାନର ଆଦାନ ପ୍ରଦାନ ଘଟିଥାଏ ।

BSE Odisha 7th Class Science Important Questions Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା - ପ୍ରାଣୀ ଓ ଉଭିଦର ଶ୍ୱସନ

Question 7.
ମଣିଷ ଶ୍ଵାସତନ୍ତ୍ରର ଏକ ନାମାଙ୍କିତ ଚିତ୍ର ଅଙ୍କନ କର ।
Solution:
BSE Odisha 7th Class Science Important Questions Chapter 9 Img 4

Question 8.
ସୁରାସାର କିଣ୍ବନ କ’ଣ ଲେଖ ।
Solution:
(i) ଲଯୁ ଅନ୍ୟାନ୍ୟ ଅପକାଚା ଅଣୁକାନକଦ୍ୱାରା ସ୍କରାପାଇ କିଣନ ଦୋଲଥାଏ |
(ii) ଏହି ପ୍ରକ୍ରିୟାରେ ଗ୍ଲୁକୋଜ୍‌ର ଅସମ୍ପୂର୍ଣ୍ଣ ଜାରଣରୁ ସୁରାସାର, ଅଙ୍ଗାରକାମ୍ଳ ଓ ଶକ୍ତି ଉତ୍ପନ୍ନ ହୁଏ ।
ଗ୍ଲା କୋଜ୍ ଅମ୍ଳଜାନ ଅନୁପସ୍ଥିତିରେ ସୁରାସାର + ଅଙ୍ଗାରକାମ୍ଳ + ଶକ୍ତି ।

ସଂଶିପ୍ତଧାମା ପ୍ରଣୋଉର :

I. ଶୂନ୍ୟସ୍ଥାନ ପୂରଣ କର ।
(i) କୋଶରେ ଖାଦ୍ୟର ବିଶନେ ଶଟି କାଢ ଦ୍ବେଦା ପ୍ରକ୍ରୟାକୃ __________ କଦୃନ୍ତି |
(ii) ଇଷ୍ଟ ଗୋଟିଏ ________ ଜୀବ ।
(iii) ପାଉଁରୁଟି ସ୍ପଞ୍ଜପରି ନରମ କରିବାକୁ ________ ଗ୍ୟାସ୍ ସାହାଯ୍ୟ କରେ ।
(iv) କଠିନ ପରିଶ୍ରମ କାଳରେ ନିଃଶ୍ବାସ ପ୍ରଶ୍ବାସର ହାର ମିନିଟ୍ ପ୍ରତି ________ ଥରକୁ ବୃଦ୍ଧି ପାଇଥାଏ ।
(v) ________ ଅଙ୍ଗାରକାମ୍ଳ ଗ୍ଲୁକୋଜ୍‌ର କରେ ।
(vi) ସମସ୍ତ ଉଭିଦ ________ ଦ୍ୱାରା ଶ୍ଵାସକ୍ରିୟା କରନ୍ତି ।
(vii) ଜିଆ ________ ଦ୍ୱାରା ଶ୍ଵାସକ୍ରିୟା କରେ ।
(viii)ଝିଣ୍ଟିକା ________ ଦ୍ୱାରା ଶ୍ଵାସକ୍ରିୟା କରେ ।
(ix) ମଣିଷ ________ ଦ୍ୱାରା ଶ୍ଵାସକ୍ରିୟା କରେ ।
(x) ଥମ୍ଳଜାନ ଅନୁପସ୍ଥିତିରେ ମାଂପରପେରେ ଗୁ କୋକ୍ ବିଶଟିତ ହୋଇ ________ ଓ ଶକ୍ତି ଉତ୍ପନ୍ନ କରେ ।
(xi) ଅବାୟୁ ଶ୍ୱସନରେ ଅଙ୍ଗାରକାମ୍ଳ ଓ ଶକ୍ତି ସହିତ ________ ଉତ୍ପନ୍ନ ହୁଏ ।
(xii) ଶରୀର ମାଂସପେଶୀରେ ________ ର ସୃଷ୍ଟି ଯୋଗୁ ମାଂସପେଶୀରେ ଯନ୍ତ୍ରଣା ହୁଏ ।
Solution:
(i) ଶ୍ଵମନ
(ii) ଏକକୋଷୀ
(iii) ଅଙ୍ଗାରକାମ୍ଳ
(iv) 25
(v) କଶିକ୍ ପରାପ
(vi) ସ୍ତୋମ୍
(vii) ଓଦାଳିଆ ଚର୍ମ
(viii)ଶ୍ଵାସରନ୍ଧ୍ରର
(ix) ଫୁସ୍‌ଫୁସ୍
(x) ଲାକ୍ଟିକ୍ ଅମ୍ଳ
(xi) ସୁରାସାର
(xii) ଲାକ୍‌ଟିକ୍ ଅମ୍ଳ

II. ବାମପାର୍ଶ୍ବରେ ଥ‌ିବା ଶବ୍ଦଦ୍ୱୟର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣପାର୍ଶ୍ବରେ ଥ‌ିବା ଖାଲିସ୍ଥାନରେ ଉପଯୁକ୍ତ ଶବ୍ଦଟି ଲେଖ ।
(i) ପ୍ରଶ୍ଵାସ ବାୟୁରେ ଅଙ୍ଗାରକାମ୍ଳ : 0.04% :: ନିଃଶ୍ଵାସ ବାୟୁରେ ଅଙ୍ଗାରକାମ୍ଳ : ________ |
(ii) ଅସରପା : ଶ୍ଵାସରନ୍ଧ୍ର :: ଜିଆ : ________ |
(iii) ଫୁସ୍‌ଫୁସକୁ ବାୟୁ ପ୍ରବେଶ : ପ୍ରଶ୍ଵାସ :: ଫୁସ୍‌ଫୁସରୁ ବାୟୁର ପ୍ରସ୍ଥାନ : ________ |
(iv) ଫୁସ୍‌ଫୁସୀୟ ଧମନୀ : ଅଙ୍ଗାରକାମ୍ଳଯୁକ୍ତ ରକ୍ତ :: ଫୁସ୍‌ଫୁସୀୟ ଶିରା : ________ |
(v) ପ୍ରଶ୍ଵାସ ବାୟୁରେ ଅମ୍ଳଜାନ : 21% :: ନିଃଶ୍ଵାସ ବାୟୁରେ ଅମ୍ଳଜାନ : ________ |
(vi) ବିଶ୍ରାମ : 15-18 ଥର :: ପରିଶ୍ରମ : ________ |
Solution:
(i) 44
(ii) ଓଦାଳିଆ ଚର୍ମ
(iii) ନିଃଶ୍ବାସ
(iv) ଅମ୍ଳଜାନଯୁକ୍ତ ରକ୍ତ
(v) 16.4 %
(vi) 25 ଥର

III. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) କଠିନ ପରିଶ୍ରମ ସମୟରେ ଜଣେ ଲୋକର ନିଃଶ୍ବାସ ପ୍ରଶ୍ଵାସ ହାର କମିଯାଏ ।
(ii) ଉଭିଦର ଚେରରେ ସ୍ତୋମ୍ ଥାଏ ।
(iii) ଯଦି ଖାଦ୍ୟର ବିଘଟନ ଯବକ୍ଷାରଜାନଦ୍ୱାରା ହୁଏ, ତେବେ ତାହାକୁ ବାୟୁଶୂସନ କହନ୍ତି ।
(iv) ଅଧ୍ଯକ ଶାରୀରିକ କାର୍ଯ୍ୟ କଲେ ଶ୍ଵାସକ୍ରିୟା ହାର କମିଯାଏ ।
Solution:
(i) କଠିନ ପରିଶ୍ରମ ସମୟରେ ଜଣେ ଲୋକର ନିଃଶ୍ବାସ ପ୍ରଶ୍ଵାସ ହାର ବଢ଼ିଯାଏ ।
(ii) ଉଭିଦର ପତ୍ରରେ ସ୍ତୋମ୍ ଥାଏ ।
(iii) ଯଦି ଖାଦ୍ୟର ବିଘଟନ ଅମ୍ଳଜାନଦ୍ୱାରା ହୁଏ, ତେବେ ତାହାକୁ ବାୟୁଶୂସନ କହନ୍ତି ।
(iv) ଅଧିକ ଶାରୀରିକ କାର୍ଯ୍ୟ କଲେ ଶ୍ଵାସକ୍ରିୟା ହାର ବଢ଼ିଯାଏ ।

IV. ଠିକ୍ ଉତ୍ତରଟି ବାଛି ଲେଖ ।
(କ) ଅସରପା ଶରୀରରେ ବାୟୁ ଚଳାଚଳ କାହାଦ୍ଵାରା ହୁଏ ?
(i) ଫୁସ୍‌ ଫୁସ୍
(ii) ଗାଲି
(iii) ଶ୍ଵାସରନ୍ଧ୍ର
(iv) ଚମ
Solution:
(iii) ଶ୍ଵାସରନ୍ଧ୍ର

(ଖ) କଠିନ ପରିଶ୍ରମ କଲେ ମାଂସପେଶୀରେ କାହାର ମାତ୍ରା ବଢ଼ିଯାଏ ?
(i) ଲାକ୍‌ଟିକ୍ ଅମ୍ଳ
(ii) ଅମ୍ଳଜାନ
(iii) ଗ୍ଲା କୋଜ୍
(iv) ଜଳର ମାତ୍ରା
Solution:
(i) ଲାକ୍‌ଟିକ୍ ଅମ୍ଳ

(ଗ) ନିଶାସ ବେଲଲ୍ର ପିଚାଡ଼ଦା କିପରି ଫୁଲିଥାଏ |
(i) ବାହାରକୁ
(ii) ତଳକୁ
(iii) ଉପରକୁ
(iv) କୌଣସି ଆଡ଼କୁ ନୁହେଁ
Solution:
(ii) ତଳକୁ

(ଘ) ମାଛ ଜଳରେ ଥିବା ଦ୍ରବୀଭୂତ ଅମ୍ଳଜାନକୁ କାହା ସାହାଯ୍ୟରେ ଗ୍ରହଣ କରିଥାଏ ?
(i) ଫୁସ୍‌ଫୁସ୍
(ii) ଗାଲି
(iii) ଶ୍ଵାସରନ୍ଧ୍ର
(iv) ଚମ
Solution:
(ii) ଗାଲି

(ଙ) ଉଭିଦର କେଉଁଠାରେ ସ୍ତୋମ୍ ହୁଏ ?
(i) ମୂଳରେ
(ii) କାଣ୍ଡରେ
(iii) ପତ୍ରରେ
(iv) କୋଷରେ
Solution:
(iii) ପତ୍ରରେ

(ଚ) କୋଷୀୟ ଶ୍ୱସନରେ ଜୀବ ଶରୀରରେ କାହାର ବିଘଟନ ଘଟେ ?
(i) ଗ୍ଲା କୋଜ୍
(ii) ପୁଷ୍ଟିସାର
(iii) ସ୍ନେହସାର
(iv) ଚମ
Solution:
(i) ଗ୍ଲା କୋଜ୍

(ଛ) କୋଷରେ ଖାଦ୍ୟର ବିଘଟନ ଘଟି ଶକ୍ତି ଜାତ ପ୍ରକ୍ରିୟାକୁ କ’ଣ କୁହାଯାଏ ?
(i) ପୋଷଣ
(ii) ଶ୍ବସନ
(iii) ପବନ
(iv) ବିଘଟନ
Solution:
(ii) ଶ୍ବସନ

(ଜ) ଇଷ୍ଟ କେଉଁ ଶ୍ଵାସନଦ୍ୱାରା ଶକ୍ତି ପାଇଥାଏ ?
(i) କୋଷୀୟ ଶ୍ୱସନ
(ii) ବାୟୁ ଶ୍ୱସନ
(iii) ଅବାୟୁ ଶ୍ୱସନ
(iv) କେଉଁଟି ନୁହେଁ
Solution:
(iii) ଅବାୟୁ ଶ୍ୱସନ

(ଝ) ଶ୍ଵାସନରେ କେଉଁ ଗ୍ୟାସ୍ ନିର୍ଗତ ହୁଏ ?
(i) ଅମ୍ଳଜାନ
(ii) ଅଙ୍ଗାରକାମ୍ଳ
(iii) ଜଳୀୟବାଷ୍ପ
(iv) ହାଇଡ୍ରୋଜେନ୍
Solution:
(ii) ଅଙ୍ଗାରକାମ୍ଳ

(ଞ) ମାଂସପେଶୀୟ କୋଷରେ ଅବାୟୁ ଶ୍ଵାସନଦ୍ୱାରା ଗ୍ଲା କୋଜ୍ ଅସମ୍ପୂର୍ଣ୍ଣଭାବେ ବିଖଣ୍ଡିତ ହୋଇ କେଉଁଥିରେ ପରିଣତ ହୁଏ ?
(i) ସୁରାସାର
(ii) ଲାକ୍‌ଟିକ୍ ଅମ୍ଳ
(iii) ଏସିଟିକ୍ ଅମ୍ଳ
(iv) ସାଇଟ୍ରିକ୍ ଅମ୍ଳ
Solution:
(ii) ଲାକ୍‌ଟିକ୍ ଅମ୍ଳ

BSE Odisha 7th Class Science Important Questions Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା - ପ୍ରାଣୀ ଓ ଉଭିଦର ଶ୍ୱସନ

V. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ନିଃଶ୍ଵାସ ପ୍ରଶ୍ଵାସ କାହାକୁ କୁହାଯାଏ ?
(ii) କୋଷୀୟ ଶ୍ୱସନ, ଅନ୍ତଃ ଶ୍ବସନ ବା ଟିସୁ ଶ୍ୱସନ କ’ଣ ?
(iii) କୋଷୀ କ’ଣ ?
(iv) ଶ୍ଵାସନ କାହାକୁ କହନ୍ତି ?
(v) ବାୟୁ ଶ୍ୱସନରେ କ’ଣ ଉତ୍ପନ୍ନ ହୁଏ ?
(vi) ଅବାୟୁ ଶ୍ୱସନରେ କ’ଣ ଉତ୍ପନ୍ନ ହୁଏ ?
(vii) କେଉଁ ଅଣୁଜୀବ ଅମ୍ଳଜାନକୁ ଶକ୍ତି ଉତ୍ପନ୍ନରେ ବ୍ୟବହାର କରେ ନାହିଁ ?
(viii) ପାଉଁରୁଟିରେ କେଉଁ ପ୍ରକାର ଅଙ୍ଗାରକାମ୍ଳ ବ୍ୟବହୃତ ହୁଏ ?
(ix) ‘ଶ୍ବସନ ହାର’ କ’ଣ ?
(x) କେଉଁ ଅମ୍ଳ ମାଂଶପେଶୀ ବ୍ୟଥାର କାରଣ ?
Solution:
(i) ଶରୀର ଦ୍ବାରା ଅମ୍ଳଜାନ ଆହରଣ ଓ ଅଙ୍ଗାରକାମ୍ଳ ତ୍ୟାଗକୁ ନିଃଶ୍ବାସ ପ୍ରଶ୍ଵାସ କୁହାଯାଏ ।
(ii) ଶ୍ଵାସନ ଏକ ଜୈବରାସାୟନିକ କ୍ରିୟା, ଯାହା କୋଷମଧ୍ଯରେ ସଂଗଠିତ ହୁଏ । ତେଣୁ ଏହାକୁ କୋଷୀୟ ଶ୍ୱସନ, ଅନ୍ତଃଶ୍ୱସନ କୁହାଯାଏ ।
(iii) କୋଷ ଜୀବଶରୀରର ମୌଳିକ ଗାଠନିକ ଓ କ୍ରିୟାତ୍ମକ ଏକକ ଅଟେ ।
(iv) ଯେଉଁ ପ୍ରକ୍ରିୟାରେ କୋଷରେ ଖାଦ୍ୟର ବିଘଟନ ଘଟି ଶକ୍ତି ଉତ୍ପନ୍ନ ହୁଏ, ତାହାକୁ ଶ୍ୱସନ କହନ୍ତି ।
(v) ବାୟୁ ଶ୍ଵାସନରେ ଅଙ୍ଗାରକାମ୍ଳ, ଶକ୍ତି ଓ ଜଳ ଉତ୍ପନ୍ନ ହୁଏ ।
(vi) ଅବାୟୁ ଶ୍ୱସନରେ ଅଙ୍ଗାରକାମ୍ଳ, ଶକ୍ତି ଓ ସୁରାସାର ଉତ୍ପନ୍ନ ହୁଏ ।
(vii) ଇଷ୍ଟ ନାମକ ଅଣୁଜୀବ ଅମ୍ଳଜାନକୁ ଶକ୍ତି ଉତ୍ପନ୍ନରେ ବ୍ୟବହାର କରେ ନାହିଁ ।
(viii)ଇଷ୍ଟ ନାମକ ଅଣୁଜୀବଦ୍ୱାରା ଅବାୟୁ ଶ୍ୱସନରେ ସୁରାସାର ଉତ୍ପନ୍ନ ହୋଇଥାଏ ଏବଂ ଏହି ସମୟରେ ଉତ୍ପନ୍ନ ହେଉଥ‌ିବା ଅଙ୍ଗାରକାମ୍ଳ, ପାଉଁରୁଟିରେ ବ୍ୟବହୃତ ହୁଏ ।
(ix) ମିନିଟ୍ ପ୍ରତି ନିଃଶ୍ଵାସ ପ୍ରଶ୍ଵାସକୁ ଶ୍ୱସନ ହାର କହନ୍ତି ।
(x) ଲାକ୍‌ଟିକ୍ ଅମ୍ଳ ମାଂସପେଶୀ ବ୍ୟଥାର କାରଣ ଅଟେ ।

BSE Odisha 7th Class Odia Solutions Chapter 1 କଳାମାଣିକରେ

Odisha State Board BSE Odisha 7th Class Odia Solutions Chapter 1 କଳାମାଣିକରେ Textbook Exercise Questions and Answers.

BSE Odisha Class 7 Odia Solutions Chapter 1 କଳାମାଣିକରେ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ମାତା ଯଶୋଦା କାହିଁକି ଚିନ୍ତିତ ହୋଇପଡ଼ିଛନ୍ତି ?
Answer:
ସ୍ନେହମୟୀ ମାତା ଯଶୋଦା କୃଷ୍ଣଙ୍କ ବନରୁ ଫେରିବା ବିଳମ୍ବରେ ଅଧୀରା ହୋଇପଡ଼ିଛନ୍ତି । ପ୍ରତ୍ୟହ ସନ୍ଧ୍ୟାପୂର୍ବରୁ କୃଷ୍ଣ ଗୋଚାରଣରୁ ଫେରିଆସନ୍ତି; କିନ୍ତୁ ସେଦିନ ସନ୍ଧ୍ୟା ଅତିକ୍ରାନ୍ତ ହୋଇଯାଇଛି; ତେଣୁ ମାତା ଯଶୋଦାଙ୍କ ମନ ଭୟ ଓ ନାନା ଆଶଙ୍କାରେ ବିବ୍ରତ ହୋଇପଡ଼ିଛି ।

(ଖ) ଶ୍ରୀକୃଷ୍ଣଙ୍କୁ କେଉଁ ଖାଦ୍ୟ ରୁଚୁ ନଥିଲା ?
Answer: –
ଶ୍ରୀକୃଷ୍ଣଙ୍କ ଶରୀର ଥୁଲା ଦୁର୍ବଳ । ତେଣୁ ମା’ ତାଙ୍କୁ ନାନା କ୍ଷୀରଜାତ ଦ୍ରବ୍ୟ; ଯଥା- ଗୋଟିକା, ଅଧାମ ଓ ସର ଆଦି ଯାଚି ଖୁଆଇବାକୁ ଚେଷ୍ଟା କରୁଥିଲେ । ମାତ୍ର ସେସବୁ ଖାଦ୍ୟ କୃଷ୍ଣଙ୍କୁ ରୁଚୁ ନଥିଲା । କିନ୍ତୁ ଲହୁଣି ପ୍ରତି ତାଙ୍କ ମନରେ ଗଭୀର ଆଗ୍ରହ ଥିଲା ଓ ମା’ଙ୍କୁ ସେ ଲହୁଣି ଲାଞ୍ଚ ମାଗୁଥିଲେ ।

(ଗ) ଯଶୋଦା ନିଜକୁ ଡଙ୍କୁଣୀ ବୋଲି କାହିଁକି କହିଛନ୍ତି ?
Answer:
ଯଶୋଦାଙ୍କର ବୃଦ୍ଧାବୟସରେ ଶ୍ରୀକୃଷ୍ଣ ଏକମାତ୍ର ସନ୍ତାନ ହୋଇଥିବାରୁ ସେ କ୍ଷଣମାତ୍ର ପାଖରୁ ଛାଡ଼ିବାକୁ ଇଚ୍ଛା କରୁନଥିଲେ; କିନ୍ତୁ କୃଷ୍ଣ ଗୋଚାରଣରେ ଯିବାକୁ ଜିଦ୍ କରୁଥିଲେ । ବନରୁ ଫେରିବାରେ ବିଳମ୍ବ ହେବାରୁ ଯଶୋଦା ବ୍ୟସ୍ତ ଓ ବିବ୍ରତ ହୋଇ ନିଜକୁ ଡଙ୍କୁଣୀ ବୋଲି କହି ଅନୁତାପ କରୁଥିଲେ ।

(ଘ) ଶ୍ରୀକୃଷ୍ଣଙ୍କ ପାଦରେ କଣ୍ଟା ଫୁଟିଯିବାର ଆଶଙ୍କା ମାଆଙ୍କ ମନରେ କାହିଁକି ସୃଷ୍ଟି ହୋଇଛି ?
Answer:
ଗୋଚାରଣରେ ଯିବାବେଳେ ଶ୍ରୀକୃଷ୍ଣ କଠଉ ଓ ଛତା ସଙ୍ଗରେ ନେଇଥାଆନ୍ତି । କିନ୍ତୁ ସେଦିନ ସେସବୁ ନେବାକୁ ସେ ଭୁଲି ଯାଇଥିଲେ । କଠଉ ନ ଥିବାରୁ ତାଙ୍କ କୋମଳ ପାଦରେ କଣ୍ଟା ଫୁଟି ତାଙ୍କୁ କଷ୍ଟ ହେଉଥ‌ିବ ଭାବି ମା’ ମନରେ ଆଶଙ୍କା ସୃଷ୍ଟି ହୋଇଛି । ବନ ମଧ୍ଯରେ ପଡ଼ିଥିବା ଅନାବନା କଣ୍ଟା ଫୁଟି ପାଦରୁ ରକ୍ତ ଝରିପଡ଼ୁଥ‌ିବ ଓ ସେ ଯନ୍ତ୍ରଣା ଭୋଗୁଥ‌ିବେ, ଏହିକଥା ମନରେ ଭାଳି ମା’ଙ୍କ ମନ ବିଷାଦରେ ଭରିଉଠିଛି ।

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୨।
ଦୁଇଟି ବା ତିନୋଟି ବାକ୍ୟରେ ଉତ୍ତର ଦିଅ ।
(କ) ଶ୍ରୀକୃଷ୍ଣଙ୍କୁ କଳାମାଣିକ କହିବାର ତାତ୍ପର୍ଯ୍ୟ କ’ଣ ?
Answer:
ମାଣିକ୍ୟ ହେଉଛି ଏକ ବହୁମୂଲ୍ୟ ରତ୍ନପଥର । ଏହା ବିଭିନ୍ନ ବର୍ଷର ହୋଇଥାଏ ଓ ବର୍ଣ୍ଣ ଅନୁସାରେ ତା’ର ନାମକରଣ ହୋଇଥାଏ । ଏହା ଚିକ୍‌କଣ, ସୁନ୍ଦର ଓ ବହୁ ମୂଲ୍ୟବାନ୍ । ଯଶୋଦାଙ୍କ ପାଇଁ ଶ୍ରୀକୃଷ୍ଣ ଥିଲେ ସର୍ବସୁନ୍ଦର ଓ ବହୁ ମୂଲ୍ୟବାନ୍ । କିନ୍ତୁ କୃଷ୍ଣଙ୍କ ଶରୀରର ରଙ୍ଗ ଶ୍ୟାମଳ ହୋଇଥିବାରୁ ଯଶୋଦା ପୁତ୍ର କୃଷ୍ଣଙ୍କୁ ସ୍ନେହରେ କଳାମାଣିକ ବୋଲି ସମ୍ବୋଧନ କରିଛନ୍ତି ।

(ଖ) ପୁଅର କେଉଁସବୁ କାର୍ଯ୍ୟ ମନେପକାଇ ମାଆ ଭାଳି ହେଉଛନ୍ତି ?
Answer:
ମା’ ମନ ସନ୍ତାନ ପାଇଁ ସତତ ବ୍ୟାକୁଳ। କୃଷ୍ଣ ଯଶୋଦାଙ୍କର ଏକମାତ୍ର ସନ୍ତାନ ଥିଲେ। ମା’ଙ୍କ ବାରଣ ସତ୍ତ୍ଵେ ଆଦରର ଧନ ତାଙ୍କର ଗୋରୁ ଚରାଇବାକୁ ବଣକୁ ଯାଇ ଫେରିବାରେ ବିଳମ୍ବ କରିଛନ୍ତି। ତେଣୁ ସ୍ନେହମୟୀ, ମମତାମୟୀ ମା’ର ହଦୟ ଅହେତୁକ ଭୟ ଓ ଆଶଙ୍କାରେ ଥରିଉଠିଛି। କୃଷ୍ଣଙ୍କୁ ଘରେ ଅଧାମ, ଗୋଟିକା, ସର ଆଦି ସୁସ୍ଵାଦୁ ଖାଦ୍ୟ ରୁଚେ ନାହିଁ । ଲହୁଣି ମାଗି ମାଗି ନୃତ୍ୟ କରିବା, ଅଳି ଅଝଟ କରି ତଳେ ଗଡ଼ିଯିବା, ଧୂଳି ଧୂସର ହୋଇ କୋଳରେ ଲୋଟିଯିବା ଭଳି କୃଷ୍ଣଙ୍କର ଶିଶୁସୁଲଭ ଚପଳତାକୁ ମା’ ମନେ ପକାଇ ଭାଳି ହେଉଛନ୍ତି । ଜଙ୍ଗଲରେ ଡାହାଣୀ ଓ ରାକ୍ଷସଙ୍କର ଉପଦ୍ରବ ହେଉଥ‌ିବ, ଟାଣଖରାରେ ଶ୍ରମଝାଳ ବୋହି ଯାଉଥବ, ପାଦରେ କଣ୍ଟା ଫୁଟି କଷ୍ଟ ହେଉଥ‌ିବ – ଏମିତି କେତେକଥା ଭାବି ଭାଳି ହେଉଛନ୍ତି ଏବଂ ଭାବି ଭାବି ମା ଯଶୋଦା ବିଳାପ କରୁଥିଲେ ।

(ଗ) ମାଆଙ୍କର ହୃଦୟ ତାପ ବିନାଶ କରିବାରେ ଶ୍ରୀକୃଷ୍ଣ ହରିଚନ୍ଦନ ପରି ଥିଲେ ବୋଲି କହିବାର କାରଣ କ’ଣ ?
Answer:
ହରିଚନ୍ଦନ ହେଉଛି ଦେବଯୋଗ୍ୟ ସୁବାସିତ ଶ୍ଵେତ ଚନ୍ଦନ । ଗ୍ରୀଷ୍ମକାଳରେ ଶରୀରକୁ ଶୀତଳତା ପ୍ରଦାନ କରିବାପାଇଁ ଚନ୍ଦନ ଲଗାଯାଏ ଯାହାକି ହୃଦୟର ସକଳ ସନ୍ତାପ, ଦୁଃଖ, ତାପ ଓ ଦିହନକୁ ଶାନ୍ତ କରେ । ଯଶୋଦାଙ୍କ ଜୀବନରେ କୃଷ୍ଣ ଥିଲେ ବାର୍ଦ୍ଧକ୍ୟର ଏକମାତ୍ର ସମ୍ବଳ, ଜୀବନର୍‌ ସର୍ବସ୍ଵ । ଯେତେବେଳେ ସେ କୃଷ୍ଣଙ୍କୁ ହୃଦୟରେ ଲଗାଇ ଆଲିଙ୍ଗନ କରନ୍ତି, ତାଙ୍କ ହୃଦୟର ସକଳ ଦୁଃଖ, ସନ୍ତାପ ଦୂରୀଭୂତ ହୁଏ । କ୍ଷଣକ ପାଇଁ ପାଖରୁ ଅନ୍ତର ହେଲେ ଭୟ ଓ ଆଶଙ୍କାରେ ତାଙ୍କ ମନରେ ବ୍ୟାକୁଳତା ଭରିଯାଏ ଏବଂ କୋଳକୁ ଫେରିଆସିଲେ ସେ ପରମ ସୁଖ ଅନୁଭବ କରନ୍ତି । ତେଣୁ ସେ କୃଷ୍ଣଙ୍କୁ ହୃଦୟର ତାପ ବିନାଶକ ହରିଚନ୍ଦନ ବୋଲି କହିଛନ୍ତି ।

(ଘ) ଶ୍ରୀକୃଷ୍ଣ କିପରି ଯଶୋଦାଙ୍କର ସୁଖର କାରଣ ଥିଲେ ?
Answer:
ବୃଦ୍ଧ ବୟସରେ ଶ୍ରୀକୃଷ୍ଣଙ୍କ ପରି ସନ୍ତାନ ଯଶୋଦାଙ୍କ ଜୀବନର ସର୍ବସ୍ବ ଏବଂ ଏକମାତ୍ର ସମ୍ବଳ ଥିଲେ । ତାଙ୍କ ପାଇଁ କୃଷ୍ଣ ଥିଲେ ନୟନ ପ୍ରତିମା ସଦୃଶ । କ୍ଷଣକ ପାଇଁ କୃଷ୍ଣ ପାଖରୁ ଅନ୍ତର ହେଲେ ସେ ବିଳାପ କରି ଉଠୁଥିଲେ । କୃଷ୍ଣ ତାଙ୍କ ପାଇଁ ଅନ୍ଧର ଲଉଡ଼ି ଓ ଦରିଦ୍ରର ଧନ ପରି ଥିଲେ । ଅଝଟ କୃଷ୍ଣ କିନ୍ତୁ ତାଙ୍କ ବାରଣ ନ ମାନି ଗୋଚାରଣରେ ବନକୁ ଚାଲି ଯାଉଥିଲେ । ଜୀବର ଜୀବନ ତଥା ହୃଦରତ୍ନହାର ସଦୃଶ କୃଷ୍ଣ ତାଙ୍କ ଜୀବନର ସମସ୍ତ ସୁଖର କାରଣ ଥିଲେ । ତାଙ୍କ ଚନ୍ଦ୍ରବଦନ ଦର୍ଶନରେ ମା’ ପାଉଥିଲେ ଅସୀମ ଆନନ୍ଦ । ଜୀବନର ସମସ୍ତ ଦୁଃଖ ପାସୋରି ସେ ତାଙ୍କୁ କୋଳେଇ ନେଉଥିଲେ ।

(ଡ) ଶ୍ରୀକୃଷ୍ଣଙ୍କର ବେଣୁସ୍ଵନକୁ କାନ ଡେରିବା ପ୍ରସଙ୍ଗରେ କେଉଁ ଭାବ ପ୍ରକାଶ ପାଇଛି ?
Answer:
ଶ୍ରୀକୃଷ୍ଣ ନିତିପ୍ରତି ଗୋଚାରଣରେ ବନକୁ ଯାଇ ସନ୍ଧ୍ୟା ପୂର୍ବରୁ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ଗୋଧୂଳି ବେଳରେ ତାଙ୍କ ବଂଶୀସ୍ୱନକୁ କାନଡେରି ରହୁଥିଲେ ମାତା ଯଶୋଦା । ଦୂରରୁ ସୁମଧୁର ବେଣୁତାନ ତାଙ୍କ ମନରେ ଆନନ୍ଦ ଭରି ଦେଉଥିଲା । ସେ ଦାଣ୍ଡକୁ ଧାଇଁ ଯାଉଥିଲେ ପୁଅକୁ ପାଛୋଟି ଆଣିବାପାଇଁ । ସେଦିନ ସନ୍ଧ୍ୟା ଅତିକ୍ରାନ୍ତ ହୋଇଥିଲେ ମଧ୍ୟ କୃଷ୍ଣଙ୍କ ଘରବାହୁଡ଼ାରେ ବିଳମ୍ବ ଦେଖି ମା’ ଯଶୋଦାଙ୍କ ମନ ଭୟ ଓ ଆଶଙ୍କାରେ ଭରି ଉଠିଥିଲା । ବଂଶୀର ସ୍ଵନକୁ ଅପେକ୍ଷା କରି କରି ନାନା ବିପଦ ଆଶଙ୍କାରେ ବ୍ୟାକୁଳ ହୋଇଥିଲା ତାଙ୍କ ମନ । ତେଣୁ ନିଜକୁ ସ୍ଵୀକାର କରି ଦୁଃଖରେ ଭାଙ୍ଗି ପଡ଼ିଥିଲେ ସେ । ପୁତ୍ରର ଗୁଣ ସ୍ମରଣ କରି ସେ କରୁଣ ସ୍ବରରେ ବିଳାପ କରିଉଠିଥିଲେ । ଏଠାରେ ମାତା ଯଶୋଦାଙ୍କର ଅପୂର୍ବ ବାତ୍ସଲ୍ୟ-ମମତାର ଭାବ ପ୍ରକାଶ ପାଇଛି ।

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୩।
ପଠିତ କବିତାଟିକୁ ମନେପକାଇ କବିତାଂଶ ପୂରଣ କର ।
(କ) ଅନ୍ଧ ଲଉଡ଼ି ବାବୁରେ ………………..।
(ଖ) ………………………. ରଖି ଯାଉ ଗୋରୁ।
(ଗ) ହୃଦତାପ ବିନାଶନେ ……………….।
(ଘ) ………………………. ସର ନ ରୁଚଇ ତୋତେ।
(ଙ) ବନେ କଣ୍ଟା ଲାଗି ହୋଏ ……………….।
Answer:
(କ) ଅନ୍ଧ ଲଉଡ଼ି ବାବୁରେ ହୃଦ ରତ୍ନହାରା ।
(ଖ) ଡରୁ ଥାଉ ଅନ୍ଧାରକୁ ରଖି ଯାଉ ଗୋରୁ।
(ଗ) ହୃଦତାପ ବିନାଶନେ ହରିଚନ୍ଦନ।
(ଘ) ଗୋଟିକା, ଅଧାମ, ସର ନ ରୁଚଇ ତୋତେ।
(ଙ) ବନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା।

Question ୪ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ତୋଳି ମୁଁ ଧଇଲେ ……………………….ପଶିବଇଁ ମୁହଁ ।
Answer:
ପ୍ରଦତ୍ତ ପଦ୍ୟାଶଟି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚିତ ‘କଳା ମାଣିକରେ’ ଶୀର୍ଷକ ପଦ୍ୟରୁ ଆନୀତ । ଏଠାରେ ମା’ର ବାତ୍ସଲ୍ୟପ୍ରୀତି ଏବଂ ସନ୍ତାନର ଜନନୀପ୍ରୀତି ଉଭୟର ପରିପ୍ରକାଶ ଘଟିଛି । ବାଲ୍ୟକାଳରେ ଶ୍ରୀକୃଷ୍ଣ ଅତ୍ୟନ୍ତ ଦୁର୍ବଳ ଶରୀରବିଶିଷ୍ଟ ଥିଲେ । ସେଥ‌ିପାଇଁ ମାତା ଯଶୋଦା ଚିନ୍ତିତ ଥିଲେ । ସନ୍ତାନ ଯେତେ ସୁସ୍ଥ ସବଳ ଥିଲେ ମଧ୍ୟ ଜନନୀ ଚକ୍ଷୁରେ ସେ ସଦାବେଳେ ଦୁର୍ବଳ ମନେ ହୋଇଥାଏ । କୃଷ୍ଣଙ୍କୁ କୋଳରେ ଧରି ସ୍ନେହ କଲାବେଳେ ଯଶୋଦା ପୁତ୍ରର ଅସୁସ୍ଥତା ଆଶଙ୍କା କରିଥାଆନ୍ତି । ତେଣୁ ଗୋଟିକା, ଅଧାମ ଓ ସର ଆଦି ପୁଷ୍ଟିକର ଖାଦ୍ୟ ଖାଇବାକୁ ତାଙ୍କୁ ବାଧ୍ୟ କରନ୍ତି । ଏହିପରି ଦୁର୍ବଳ କୋମଳ ଶରୀର ଧାରଣ କରି ସେ ଗୋଚାରଣ ନିମନ୍ତେ ବନକୁ ଯାଇଥିବାରୁ ମା’ ମନ ସଦା ଆତଙ୍କିତ ଥାଏ । ପୁନଶ୍ଚ ସନ୍ଧ୍ୟା ପରେ ବନରୁ ଫେରିବାରେ ବିଳମ୍ବ ହେବାରୁ ଆଶଙ୍କାରେ ଅତିଷ୍ଠ ହୋଇ ଯଶୋଦା ବ୍ୟାକୁଳ ହୋଇଉଠିଛନ୍ତି ଓ ପୁତ୍ରର ଗୁଣାବଳୀ ସ୍ମରଣ କରି ବିଳାପ କରିଛନ୍ତି ।

(ଖ) ନେଲୁ ନାର୍ହି କାର୍ହି ପାଇଁ ………………………….. ..ମୃଦୁ ପାଦ ଚିନ୍ତା ।
Answer:
ପ୍ରୋକ୍ତ ପଦ୍ୟାଶଟି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚିତ ‘କଳା ମାଣିକରେ’ ଶୀର୍ଷକ ପଦ୍ୟରୁ ଆନୀତ । ସ୍ନେହମୟୀ ଜନନୀ ଯଶୋଦାଙ୍କର ବିଳାପ ବର୍ଣ୍ଣନା କରିଛନ୍ତି । ସନ୍ଧ୍ୟାରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ବ ହେବାରୁ ଯଶୋଦା କୃଷ୍ଣଙ୍କ ଚିନ୍ତାରେ ବ୍ୟାକୁଳ ହୋଇଉଠିଛନ୍ତି । ଗାଈଗୋଠ ସହ ଗଲାବେଳେ କୃଷ୍ଣ ତାଙ୍କ କଠଉ ଓ ଛତା ସଙ୍ଗରେ ନେବାକୁ ଭୁଲିଯାଇଛନ୍ତି । ସେଥ‌ିପାଇଁ ମା’ଙ୍କ ମନରେ ଅସୁମାରି ଆଶଙ୍କା ସୃଷ୍ଟି ହୋଇଛି । ସେ ଚିନ୍ତା କରିଛନ୍ତି ହୁଏତ ନିଦାଘ ଝାଞ୍ଜି ହେତୁ କୃଷ୍ଣଙ୍କ ଦେହରୁ ଝାଳ ବହି ପଡ଼ୁଥ‌ିବ । ବନ ମଧ୍ୟରେ ଅନାବନା କଣ୍ଟା ମାଡ଼ି ସୁକୋମଳ ପାଦ ଦୁଇଟିରୁ ରକ୍ତ ଝରିପଡ଼ୁଥ‌ିବ । ଯନ୍ତ୍ରଣାରେ ତାଙ୍କ ଅଲିଅଳ ପୁଅ ଅଧୀର ହୋଇପଡ଼ୁଥ୍ । ଚାଲିବାରେ କଷ୍ଟ ଅନୁଭବ କରି ହୁଏତ ଆସିବାରେ ବିଳମ୍ବ ହୋଇଛି । ଏହିପରି ନାନା ଭୟ ଓ ଆଶଙ୍କାରେ ମା’ ମନ ଶିହରି ଉଠିଛି । ବାତ୍ସଲ୍ୟ ମମତାମୟୀ ଜନନୀ ଯଶୋଦାଙ୍କର ବ୍ୟାକୁଳତା କବିଙ୍କ ଲେଖନୀରେ ଜୀବନ୍ତ ହୋଇଉଠିଛି।

Question ୫।
ଅସଜଡ଼ା ପଦକୁ ସଜାଡ଼ି ଲେଖ ।
(କ) ତୁ ତୁ ବିନାଶନେ ଏକଇ ବୃଦ୍ଧକାଳେ ନନ୍ଦ ହୃଦତାପ ହରିଚନ୍ଦନ ମୋହର ।
Answer:
ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ, ହୃଦତାପ ବିନାଶନେ ତୁ ହରିଚନ୍ଦନ ।

(ଖ) ଶ୍ରୁତିକି ଡଙ୍କୁଣୀ ବନକୁ ମାତିବାର ଶୁଭୁଛି ଛାଡ଼ିଦେଲି ନିଶାଚର କାହିଁକି ମୁଁ ।
Answer:
ନିଶାଚର ମାତିବାର ଶୁଭୁଛି ଶ୍ରୁତିକି, ମୁଁ ଡଙ୍କୁଣୀ ଛାଡ଼ିଦେଲି ବନକୁ କାହିଁକି ।

Question ୬।
ଯଶୋଦା ଶ୍ରୀକୃଷ୍ଣଙ୍କୁ କ’ଣ କ’ଣ ସମ୍ବୋଧନ କରି ଡାକିଛନ୍ତି, ସେହି ନାମଗୁଡ଼ିକ ଲେଖ ।
Answer:
ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଜନନୀ ଯଶୋଦା ସମ୍ବୋଧନ କରି ଡାକିଥିବା ନାମଗୁଡ଼ିକ ହେଲା କଳାମାଣିକ, ନିଧନ ସଙ୍ଖାଳି, ଦରିଦ୍ର ପସରା, ଅନ୍ଧ ଲଉଡ଼ି, ହୃଦ ରତ୍ନହାରା, ଜୀବ ଜୀବନ, ନୟନ ପ୍ରତିମା, ହରିଚନ୍ଦନ ।

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୭।
ରେଖାଙ୍କିତ ଶବ୍ଦଗୁଡ଼ିକର ଅର୍ଥ ଲେଖ ।
(କ) ନିଧନ ସଙ୍ଖାଳି ମୋର ଦରିଦ୍ର ପସରା ।
Answer:
ନିଧନ – ନିର୍ଜନ, ଧନହୀନ, ଦରିଦ୍ର, ଗରିବ ।

(ଖ) ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ ।
Answer:
ନିଧନ – ପୁଅ, ପୁତ୍ର ।

(ଗ) ଗୋଟିକା ଅଧାମ ସର ନ ରୁଚଇ ତୋତେ ।
Answer:
ଅଧାମ – ଦୁଗ୍ଧଜାତ ମିଷ୍ଟାନ୍ନ ବିଶେଷ, ରାବିଡ଼ି, ସରପୁଳି। ଦୁଗ୍ଧକୁ ଗରମ କରି ଏଥୁରୁ ଜଳୀୟ ଅଂଶ କମିଗଲା ପରେ ଅର୍ଦ୍ଧତରଳ ଅବସ୍ଥାରେ ଯାହା ରହେ ତାହାକୁ ଅଧାମ କୁହାଯାଏ । ଏହା ଏକ ସୁସ୍ବାଦୁ ଖାଦ୍ୟ ।.

(ଘ) ବନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା ।
Answer:
ମୃଦୁ – କୋମଳ, ନରମ ।

(ଙ‍) ବାର ବାର ବାରୁଥାଇ ଯିବା ପାଇଁ ବନେ ।
Answer:
ବାରୁଥାଇ – ବାରଣ କରୁଥାଇ, ମନା କରୁଥାଇ ।

Question ୮।
ତଳେ ଦିଆଯାଇଥ‌ିବା ସମୋଚ୍ଚାରିତ ଶବ୍ଦଗୁଡ଼ିକ ମଧ୍ୟରେ ଥ‌ିବା ଅର୍ଥଗତ ପାର୍ଥକ୍ୟ ଲେଖ ।
ବେଶି – ବେଶା,  ନିଧନ –  ନିଧନ,  ଶ୍ରୁତି – ଶ୍ରୁତି,  ନିଶା –  ନିଶା,  ବର – ବର
Answer:
ବେଶି – ଅଧ୍ଵ ।
ବେଶା – ବେଶଧାରା ।
ନିଧନ – ମୃତ୍ୟୁ, ବିନାଶ ।
ନିଧନ – ଧନହୀନ, ଦରିଦ୍ର ।
ଶ୍ରୁତି – କାନ, ଶ୍ରବଣ, ଶୁଣିବା ।
ଶ୍ରୁତି – ବେଦ, କିମ୍ବଦନ୍ତୀ ।
ନିଶା – ରାତ୍ରି ।
ନିଶା – ନିଶାଦ୍ରବ୍ୟ ଅଭସ୍ତ
ବର – ବୃକ୍ଷ ବିଶେଷ, ସ୍ୱାମା, ପତି।
ବର – ଆଶାର୍ବାଦା

Question ୯।
ତଳଲିଖିତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
କାନନ, ଦରିଦ୍ର, ନୟନ, ଜନନୀ, ଲଉଡ଼ି
Answer:
କାନନ – ବଣ, ଜଙ୍ଗଲ ।,
ନୟନ – ଚକ୍ଷୁ, ଆଖି ।
ଲଉଡ଼ି – ବାଡ଼ି, ଯଷ୍ଟି ।
ଦରିଦ୍ର – ଦୀନ, ଗରିବ ।
ଜନନୀ – ମାତା, ମା’ ।

ତୁମପାଇଁ କାମ :

ଏ ଗୀତଟିକୁ ସ୍ଵର, ତାଳ ସହ ଗାନ କର ।
ସନ୍ତାନ ପ୍ରତି ସ୍ନେହ ପ୍ରକାଶ କରୁଥିବା ଏହିପରି ବିଭିନ୍ନ କବିଙ୍କର ଆଉ କେତୋଟି ଗୀତ ସଂଗ୍ରହ କର ଓ ପଢ଼ ।
Answer:
ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କର ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧ ।
‘କଳାମାଣିକରେ’ କବିତାର କବିଙ୍କ ନାମ କ’ଣ ?
Answer:
କଳାମାଣିକରେ କବିତାର କବି ହେଉଛନ୍ତି ଅଭିମନ୍ୟୁ ସାମନ୍ତସିଂହାର।

Question ୨ ।
କଳାମାଣିକରେ କବିତାଟି କେଉଁ କାବ୍ୟରୁ ଆସିଅଛି ?
Answer:
କଲାମାଶିକାରେ କବିତାଟି ଅଭିମନ୍ୟୁ ସାମନ୍ତ୍ରସିଂହାରଙ୍କ ରଚିତ ‘ବିନ୍ଦଗ୍ଧ ଚିନ୍ତ୍ର।ମଶି’ କାବ୍ୟରୁ ଆସିଅଛି।

Question ୩ ।
କୃଷ୍ଣଙ୍କୁ କିଏ ଝୁରି ହେଉଛନ୍ତି ?
Answer:
କୃଷ୍ଣଙ୍କୁ ମାଆ ଯଶୋଦା ବାତ୍ସଲ୍ୟ ସ୍ନେହହେତୁ ମନେ ମନେ ତାଙ୍କୁ ଝୁରି ହେଉଛନ୍ତି।

Question ୪ ।
ଶ୍ରୀକୃଷ୍ଣ କାହାକୁ ଡରୁଥିଲେ ?
Answer:
ଶ୍ରୀକୃଷ୍ଣ ଅନ୍ଧି।ରକୁ ଡରୁଥିଲୋ

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୫ ।
ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ବଣକୁ ଯିବାକୁ ବାରଣ କରୁଥିଲେ କାହିଁକି ?
Answer:
ବଣ ମଧ୍ଯରେ ଡାହାଣୀମାନେ କ୍ଷତି ଘଟାନ୍ତି। ସେଥ‌ିପାଇଁ ଶ୍ରୀକୃଷ୍ଣଙ୍କୁ ମାଆ ଯଶୋଦା ବଣକୁ ଯିବାକୁ ବାରଣ କରୁଥ୍ ଲୋ

Question ୬ ।
ଶ୍ରୀକୃଷ୍ଣ କେଉଁ ଖାଦ୍ୟକୁ ଭଲ ପାଉଥିଲେ ?
Answer:
ଶ୍ରୀକୃଷ୍ଣ ଲବଣି ଖାଇବା ପାଇଁ ଭଲ ପାଉଥ୍ ଲୋ

Question ୭ ।
ମାଆ ଯଶୋଦାଙ୍କୁ କ’ଣ ନ ଶୁଣିପାରିଥିବାରୁ ସେ ଅତ୍ୟଧୁକ ବ୍ୟସ୍ତ ହୋଇପଡ଼ିଛନ୍ତି ?
Answer:
ମାଆ ସନ୍ଧ୍ୟା ସମୟରେ ଶ୍ରୀକୃଷ୍ଣଙ୍କ ବଂଶୀ ସ୍ଵରକୁ ଶୁଣିଥା’ନ୍ତି । କିନ୍ତୁ ଆଜି ସେ ବଂଶୀ ସ୍ଵରକୁ ନ ଶୁଣି ପାରିଥବାରୁ ଅତ୍ୟଧୂକ ବ୍ୟସ୍ତ ହୋଇପଡ଼ିଛନ୍ତି।

Question ୮ ।
ଶ୍ରୀକୃଷ୍ଣଙ୍କ ପାଦରେ କଷ୍ଟ ହେଉଥ‌ିବ ବୋଲି ଯଶୋଦା କାହିଁକି ଭାବୁଥିଲେ ?
Answer:
ଶ୍ରୀକୃଷ୍ଣ ବଣକୁ ଗଲାବେଳେ ସାଙ୍ଗରେ କଠଉ ନେଇ ନ ଥିଲେ। ପାଦରେ କଣ୍ଟା ଫୁଟି କଷ୍ଟ ହେଉଥ‌ିବ ବୋଲି ଯଶୋଦା ଭାବୁଥିଲେ ।

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୯ ।
ଶ୍ରୀକୃଷ୍ଣଙ୍କ ଦେହରୁ ଝାଳ ବୋହୁଥ‌ିବ ବୋଲି କାହିଁକି ମାଆ ଯଶୋଦା ଭାବୁଥିଲେ ?
Answer:
ଝାଞ୍ଜି ଖରାରେ ଶ୍ରୀକୃଷ୍ଣଙ୍କ ଦେହରୁ ଝାଳ ବୋହୁଥ୍‌ବ ବୋଲି ଯଶୋଦା ଭାବୁଥ୍ ଲୋ

Question ୧୦ ।
ନିଶାଚରମାନେ କେଉଁଠି ମାତିଥିବାର ଯଶୋଦା ଶୁଣିଥିଲେ ?
Answer:
ନିଶାଚରମାନେ ବଣରେ ମାତିଥିବାର ଯଶୋଦା ଶୁଣିଥିଲେ।

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର:

Question ୧।
‘କଳାମାଣିକରେ’ କବିତାଟି କେଉଁ ବହିରୁ ଅଣାଯାଇଛି ?
(କ) ବିଦଗ୍‌ଧ ଚିନ୍ତାମଣି
(ଖ) ତପସ୍ବିନୀ
(ଗ) ପ୍ରଶୟବଳ୍ମରା
(ଘ) ପ୍ରେମକଳା
Answer:
(କ) ବିଦଗ୍‌ଧ ଚିନ୍ତାମଣି

Question ୨ ।
‘କଳାମାଣିକରେ’ କବିତାଟି କାହାର ରଚନା ?
(କ) ଉପେନ୍ଦ୍ର ଭଞ୍ଜ
(ଖ) ଦୀନକୃଷ୍ଣ ଦାସ
(ଗ) ଅଭିମନ୍ୟୁ ସାମନ୍ତସିଂହାର
(ଘ) ଗାଙ୍ଗଧର ମେହେର
Answer:
(ଗ) ଅଭିମନ୍ୟୁ ସାମନ୍ତସିଂହାର

Question ୩।
‘କଳାମାଣିକରେ’ କବିତା ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର କେଉଁ ଛାନ୍ଦରୁ ଅଣାଯାଇଛି ?
(କ) ଚତୁର୍ଦ୍ଦଶ ଛାନ୍ଦ
(ଖ) ଷଷ୍ଠ ଛାନ୍ଦ
(ଗ) ଚଉଷଠି ଛାନ୍ଦ
(ଘ) ସତଷଠି ଛାନ୍ଦ
Answer:
(ଘ) ସତଷଠି ଛାନ୍ଦ

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୪।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚନା ନୁହେଁ ?
(କ) ବାଘଗାତ
(ଖ) ଚଢ଼େଇ ଗୀତ
(ଗ) ନାନାବାୟା ଗୀତ
(ଘ) ବୋଲେ ହୁଁଟି
Answer:
(ଗ) ନାନାବାୟା ଗୀତ

Question ୫।
‘କଳାମାଣିକରେ’ କବିତାରେ ମାତାଙ୍କର କେଉଁ ମୁଖ୍ୟଭାବ କବି ପ୍ରକାଶକରିଛନ୍ତି ?
(କ) ବାତ୍ସଲ୍ୟମୟୀ ହୃଦୟର ଆବେଗ
(ଗ) ମାତୃ ହୃଦୟର ପ୍ରେମ
(ଖ) ମାତୃ ହୃଦୟର ସ୍ନେହ
(ଘ) ସନ୍ତାନର ମୋହ
Answer:
(କ) ବାତ୍ସଲ୍ୟମୟୀ ହୃଦୟର ଆବେଗ

Question ୬ ।
‘ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ’ – ଏଠାରେ ଏହି କବିତାଂଶରେ ‘ଧୀରେ’ କାହାକୁ ସମ୍ବୋଧନ କରାଯାଇଛି ?
(କ) ଯଶୋଦାଙ୍କୁ
(ଖ) ଗୋପୀମାନଙ୍କୁ
(ଗ) କବିତାଟି ଯେଉଁମାନେ ଶୁଣିବେ
(ଘ) ପଣ୍ଡିତମାନଙ୍କୁ
Answer:
(ଘ) ପଣ୍ଡିତମାନଙ୍କୁ

Question ୭।
‘କଳାମାଣିକ’ କାହାକୁ କୁହାଯାଇଛି ?
(କ) ଏକ ମୂଲ୍ୟବାନ୍ ଧାତୁ
(ଖ) ଧନସମ୍ପତ୍ତି
(ଗ) ଶ୍ରୀକୃଷ୍ଣ
(ଘ) ପଦ୍ମରାଗ ମଶି
Answer:
(ଗ) ଶ୍ରୀକୃଷ୍ଣ

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୮ ।
‘ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ’ ବୋଲି କାହାକୁ କୁହାଯାଇଛି ?
(କ) ଶ୍ରୀକୃଷ୍ଣଙ୍କୁ
(ଖ) ନନ୍ଦରାଜାଙ୍କୁ
(ଗ) ଅଭିମନ୍ୟୁଙ୍କୁ
(ଘ) ବଳରାମଙ୍କୁ
Answer:
(କ) ଶ୍ରୀକୃଷ୍ଣଙ୍କୁ

Question ୯୮
‘ହୃଦତାପ ବିନାଶନେ ତୁ ହରିଚନ୍ଦନ’ – ଏହି ପଦ୍ୟାଶରେ ‘ହରିଚନ୍ଦନ’ କାହାକୁ ଲକ୍ଷ୍ୟକରି କୁହାଯାଇଛି ?
(କ) ଶ୍ରୀକୃଷ୍ଣ
(ଖ) ବଳରାମ
(ଗ) କୃଷ୍ଣ ଓ ବଳରାମ
(ଘ) ବିଷ୍ଣୁଙ୍କ ଚନ୍ଦନ
Answer:
(ଘ) ବିଷ୍ଣୁଙ୍କ ଚନ୍ଦନ

Question ୧୦ ।
ନେଲୁ ନାହିଁ କାହିଁ ତୋ କଠଉ ଛତା’ ପଦ୍ୟାଶରେ ମାଆଙ୍କର କେଉଁ ମନୋଭାବ ପ୍ରକାଶ ପାଉଛି ?
(କ) ପୁଅ ପ୍ରତି ବିରକ୍ତିଭାବ
(ଖ) ପୁଅର ନିଭୀକତା ସଂପର୍କରେ ଆସ୍ଥା
(ଗ) ପୁଅର ଗୋଡ଼ରେ କଣ୍ଟା ପଶିବାର ଭୟ
(ଘ) ପୁଅର ନିରାପତ୍ତା ପ୍ରତି ସଂଶୟ
Answer:
(ଗ) ପୁଅର ଗୋଡ଼ରେ କଣ୍ଟା ପଶିବାର ଭୟ

Question ୧୧।
‘ମୁଁ ଡଙ୍କୁଣି ଛାଡ଼ିଦେଲି ବନକୁ କାହିଁକି’ ? – ଏଥରେ କେଉଁ ମୁଖ୍ୟ ଭାବଟି ପ୍ରକାଶ ପାଇଛି ?
(କ) ସ୍ନେହ
(ଖ) ବାତ୍ସଲ୍ୟ
(ଗ) ଆଶଙ୍କା
(ଘ) ଚିନ୍ତା
Answer:
(ଗ) ଆଶଙ୍କା

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୧୨ ।
‘ନିଶାଚର ମାତିବାର ଶୁଭୁଛି ଶ୍ରୁତିକି’ – ଏହି ପଦ୍ୟାଶରେ ‘ନିଶାଚର’ କାହାକୁ ଲକ୍ଷ୍ୟକରି କୁହାଯାଇଛି ?
(କ) ରାକ୍ଷସ
(ଖ) ରାତିଚୋର
(ଗ) ହିଂସ୍ରଜନ୍ତୁ
(ଘ) ଖଣ୍ଡ
Answer:
(କ) ରାକ୍ଷସ

Question ୧୩ ।
ହରିଚନ୍ଦନ କ’ଣ କରେ ?
(କ) ହୃଦତାପ ବିନାଶ କରେ
(ଖ) ବୃଦ୍ଧକାଳେ ସାହାଯ୍ୟ କରେ
(ଗ) ହୃଦୟରେ ଭକ୍ତିଭାବ ଆଣେ
(ଘ) ମନରେ ସାହସ ଦିଏ
Answer:
(କ) ହୃଦତାପ ବିନାଶ କରେ

Question ୧୪ ।
ଶ୍ରୀକୃଷ୍ଣ ନାଚି ନାଚି ମା’ଙ୍କୁ କ’ଣ ଲାଞ୍ଚ ମାଗନ୍ତି ?
(କ) ପେଡ଼ା
(ଖ) ରାବିଡ଼ି
(ଗ) ହୁଧସର
(ଘ) ଲହୁଣି
Answer:
(ଘ) ଲହୁଣି

Question ୧୫ ।
ନିମ୍ନୋକ୍ତ ମଧ୍ୟରୁ ବାତ୍ସଲ୍ୟ ମମତାର ଅର୍ଥ କେଉଁଟି ?
(କ) ପୁଅଝିଅମାନଙ୍କର ଉନ୍ନତି
(ଖ) ପୁଅଝିଅଙ୍କ ପ୍ରତି ପିତାମାତାଙ୍କର କର୍ତ୍ତବ୍ୟ
(ଗ) ଦୁଧସର
(ଘ) ଲହୁଣି
Answer:
(ଘ) ଲହୁଣି

Question ୧୬ ।
ନିମ୍ନୋକ୍ତ ମଧ୍ୟରୁ କେଉଁଟିକୁ କୃଷ୍ଣ ଡରନ୍ତି ବୋଲି ଯଶୋଦା କହିଛନ୍ତି ?
(କ) ଡାହାଣୀକୁ
(ଖ) ଅନ୍ଧିରକୁ
(ଗ) ନିଶାଚରକୁ
(ଘ) ହିଂସ୍ରଜନ୍ତୁଙ୍କୁ
Answer:
(ଘ) ହିଂସ୍ରଜନ୍ତୁଙ୍କୁ

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୧୭ ।
କୃଷ୍ଣ ବଣକୁ ଯାଇଥିଲାବେଳେ ସାଥ୍‌ରେ କେଉଁ କେଉଁ ଜିନିଷ ନେଇ ନଥ‌ିବାରୁ ମାତା ଯଶୋଦା ଭାଳି ହୋଇଛନ୍ତି ?
(କ) ଗୋଟିକା, ଅଧାମ
(ଖ) ବଂଶୀ
(ଗ) କଠଉ, ଛତା
(ଘ) ମୟୂରଚଦ୍ରିକା
Answer:
(ଗ) କଠଉ, ଛତା

Question ୧୮ ।
ଅଧାମର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଟି ?
(କ) ପୋଡ଼ା
(ଖ) ରାବିଡ଼ି
(ଗ) କହିଶି
(ଘ) ରସଗୋଲା
Answer:
(ଖ) ରାବିଡ଼ି

Question ୧୯ ।
ଯଶୋଦା କ’ଣ ପାଇଁ କାନ ଡେରିଥା’ନ୍ତି ?
(କ) ଶ୍ରୀକୃଷ୍ଣଙ୍କ କଥା
(ଖ) ଶ୍ରୀକୃଷ୍ଣଙ୍କ ବଂଶୀର ସ୍ଵନ
(ଗ) ଗାଈପଲ ଫେରିବାର ଶବ୍ଦ
(ଘ) ଶ୍ରୀକୃଷ୍ଣଙ୍କ କଠଉର ଶବ୍ଦ
Answer:
(ଖ) ଶ୍ରୀକୃଷ୍ଣଙ୍କ ବଂଶୀର ସ୍ଵନ

Question ୨୦ ।
ବନକୁ ଯିବାପାଇଁ ଯଶୋଦା ଶ୍ରୀକୃଷ୍ଣଙ୍କୁ ବାରମ୍ବାର ବାରଣ କରୁଥିଲେ କାହିଁକି ?
(କ) ସାଥ୍‌ରେ କଠଉ ଓ ଛତା ନେବାକୁ ଶ୍ରୀକୃଷ୍ଣ ଭୁଲିଯା’ନ୍ତି ।
(ଖ) ବଣରେ ଅନ୍ଧାର ଘୋଟି ରହିଥାଏ ।
(ଗ) ବଣରେ ଗୋଟିକା, ଅଧାମ, ଲହୁଣି ଆଦି ମିଳିନଥାଏ ।
(ଘ) ଡାହାଣୀ ଶ୍ରୀକୃଷ୍ଣଙ୍କୁ ଲୋଭେଇଯା’ନ୍ତି ।
Answer:
(ଘ) ଡାହାଣୀ ଶ୍ରୀକୃଷ୍ଣଙ୍କୁ ଲୋଭେଇଯା’ନ୍ତି ।

Question ୨୧ ।
ମାତା ଯଶୋଦା କେଉଁ କଥା ଭାଳୁଛନ୍ତି ବୋଲି କବିତାରେ କୁହାଯାଇଛି ?
(କ) ଘରକଥା
(ଖ) ଗାଈଗୋରୁଙ୍କ କଥା
(ଗ) ବାତ୍ସଲ୍ୟମମତା କଥା
(ଘ) ପଡ଼େ।ଶାଙ୍କ ମମତା କଥା
Answer:
(ଗ) ବାତ୍ସଲ୍ୟମମତା କଥା

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୨୨ ।
ବନେ କଣ୍ଟା ଲାଗି ହୋଏ – ପାଦ ଚିନ୍ତା : ପାଦ ପୂରଣ କର ।
(କ) କଅଁଳ
(ଖ) ମୃଦୁ
(ଗ) ନରମ
(ଘ) କର୍କଶ
Answer:
(ଖ) ମୃଦୁ

Question ୨୩ ।
ନାଚି ଲାଞ୍ଚ ମାଗୁଥାଉ – କେମନ୍ତେ : – ପାଦ ପୂରଣ କର ।
(କ) ଲବଣି
(ଖ) ଗୋଟିକା
(ଗ) ଆଧାମ
(ଘ) ସର
Answer:
(କ) ଲବଣି

Question ୨୪ ।
ଅଭିମନ୍ୟୁ ସାମନ୍ତସିଂହାର କେଉଁ ଶତାବ୍ଦୀର କବି ?
(କ) ବିଂଶ
(ଖ) ଊନବିଂଶ
(ଗ) ସପ୍ତଦଶ
(ଘ) ଅଷ୍ଟାଦଶ
Answer:
(ଘ) ଅଷ୍ଟାଦଶ

Question ୨୫ ।
‘ତୋଳି’- ଏହା କେଉଁ ଅର୍ଥ ପ୍ରକାଶ କରେ ?
(କ) ତୋଳିବା
(ଖ) ସଂଗ୍ରହ କରିବା
(ଗ) ଟେକି ଧରି
(ଘ) ଏ ସମସ୍ତ
Answer:
(ଗ) ଟେକି ଧରି

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୨୬ ।
‘ସାରୁ’ – ଏହା କେଉଁ ଅର୍ଥ ପ୍ରକାଶ କରେ ?
(କ) ଶେଷକରୁ
(ଖ) ଏକପ୍ରକାର ପରିବା
(ଗ) ପରିବା
(ଘ) ଏଥିମଧ୍ୟରୁ କୌଣସିଟି ନୁହେଁ
Answer:
(କ) ଶେଷକରୁ

Question ୨୭ ।
ନିଧନସଙ୍ଖାଳି ମୋର ଦରିଦ୍ର ପସରା – ରେଖାଙ୍କିତ ଶବ୍ଦଟିର ଅର୍ଥ କ’ଣ ?
(କ) ଧନହାନ
(ଖ) ମୃତ
(ଗ) ଗରିବ
(ଘ) ପାଇବା
Answer:
(କ) ଧନହାନ

Question ୨୮ ।
ମାତା ଯଶୋଦା ନିଜକୁ ଡଙ୍କୁଣୀ ବୋଲି କାହିଁକି କହିଛନ୍ତି ?
(କ) ଶ୍ରୀକୃଷ୍ଣଙ୍କୁ କଠଉ, ଛତା ଦେଇ ନଥ‌ିବାରୁ
(ଖ) ନିଶାଚର ମାତିଥିବା ଶୁଣି ମଧ୍ୟ ଶ୍ରୀକୃଷ୍ଣଙ୍କୁ ବଣକୁ ଛାଡ଼ିଥିବାରୁ
(ଗ) ଶ୍ରୀକୃଷ୍ଣଙ୍କ ଦେହରେ ଖରାବାଜି ଝାଳ ବହୁଥ‌ିବାରୁ
(ଘ) ଶ୍ରୀକୃଷ୍ଣ ପଥଶ୍ରମ ପାଉଥିବାରୁ
Answer:
(ଖ) ନିଶାଚର ମାତିଥିବା ଶୁଣି ମଧ୍ୟ ଶ୍ରୀକୃଷ୍ଣଙ୍କୁ ବଣକୁ ଛାଡ଼ିଥିବାରୁ

Question ୨୯ ।
ଯଶୋଦା ଶ୍ରୀକୃଷ୍ଣଙ୍କୁ ଲକ୍ଷ୍ୟକରି ପ୍ରତ୍ୟକ୍ଷ ଭାବରେ କେଉଁ କଥାଟି କହିନାହାନ୍ତି ? ସେ ତାଙ୍କର-
(କ) ନିଧନସଙ୍ଖ୍।ଳି
(ଖ) ହରିଚନ୍ଦନ
(ଗ) କରିଦ୍ରପସରା
(ଘ) ନୟନପ୍ରତିମା
Answer:
(ଖ) ହରିଚନ୍ଦନ

Question ୩୦
ମା’ ପୁଅକୁ ଲବଣି ପିତୁଳା ବୋଲି କାହିଁକି କହିଛନ୍ତି ?
(କ) ସ୍ନେହବଶତଃ
(ଖ) ଦୟ।ବଶତଃ
(ଗ) କରୁଣାବଶତଃ
(ଘ) ଭୟବଶତଃ
Answer:
(କ) ସ୍ନେହବଶତଃ

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୩୧ ।
‘ଗୋଟିକା, ଅଧାମ, ସର ନ ରୁଚଇ ତୋତେ’ ଏଥୁ ‘ଗୋଟିକା’ ଶବ୍ଦର ଅର୍ଥ କ’ଣ ?
(କ) ସରପୁଳି
(ଖ) ରସାବଳି
(ଗ) ରାବିଡ଼ି
(ଘ) ପେଡ଼ା
Answer:
(ଘ) ପେଡ଼ା

Question ୩୨ ।
‘କଳାମାଣିକ’ କବିତାରେ ଯଶୋଦାଙ୍କର କେଉଁ ମନୋଭାବ ଉପରେ ଗୁରୁତ୍ଵ ଦିଆଯାଇଛି ?
(କ) ଉଦ୍‌ବିଗ୍ନତା
(ଖ) ଭୟାତୁରତା
(ଗ) ଅସହାୟତା
(ଘ) ସନ୍ତାନପ୍ରତି ମମତା
Answer:
(ଘ) ସନ୍ତାନପ୍ରତି ମମତା

Question ୩୩ ।
‘କଳାମାଣିକରେ’ କବିତାର ମୁଖ୍ୟ ଭାବ କ’ଣ ?
(କ) ଈଶ୍ବର ଭକ୍ତି
(ଖ) କରୁଣଭାବ
(ଗ) ବିଷାଦଭାବ
(ଘ) ସନ୍ତାନ ସ୍ନେହ
Answer:
(ଘ) ସନ୍ତାନ ସ୍ନେହ

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୩୪ ।
ଶ୍ରୀକୃଷ୍ଣ ବଣକୁ ଯାଇଥିବାରୁ ଯଶୋଦଙ୍କ ମନରେ କେଉଁ ଭାବ ଉଦ୍ରେକ ହୋଇ ନାହିଁ ?
(କ) ଭୟ
(ଖ) ଉଦ୍‌ବେଗ
(ଗ) ଅ।ଶଙ୍କା
(ଘ) କୌତୂହଳ
Answer:
(ଘ) କୌତୂହଳ

କବି ପରିଚୟ :

ଇତିହାସରେ ଏକ ଉଜ୍ଜ୍ବଳ ଚରିତ୍ର । ସେ ‘କାବ୍ୟଯୁଗ’ ବା ‘ରାତିକ୍ଷୁଗ’ ବା ‘ଛନ୍ଦଯୁଗ’ ନାମରେ ନାମିତ ଏକ ସ୍ଵତନ୍ତ୍ର ସାର ସ୍କୃତ ଯୁଗର ଅନ୍ୟତମ ପ୍ରତିନିଧ୍। ରାଧାକୃଷ୍ଣଙ୍କର ଅମୃତ ଜୀବନଚରିତ ଆଧାରିତ ବହୁ କାବ୍ୟକବିତାର ସେ ରଚୟିତା । ପ୍ରତ୍ୟେକ ଓଡ଼ିଆଙ୍କ ନିକଟରେ ସେ ବିଦଗ୍ଧ କବିଭାବେ ପରିଚିଦ୍ଧ । ତାଙ୍କ ରଚିତ କାବ୍ୟକବିତାଗୁଡ଼ିକ ମଧ୍ୟରେ ‘ବିଦଗ୍ଧ ଚିନ୍ତାମଣି’, ‘ପ୍ରେମକଳା’, ‘ରସବତୀ’, ‘ସୁଲକ୍ଷଣା’, ‘ବାଘଗୀତ’, ‘ଚଢ଼େଇ ଗୀତ’, ‘ବୋଲେ ହୁଁ ଟି’ ଆଦି ପ୍ରଧାନ । ବାଲ୍ୟକାଳରୁ ସେ ସରଳ ସାବଲୀଳ କରୁଥିଲେ । କବିତା ‘କଳା ମାଣିକରେ’ କବିଙ୍କର ସର୍ଚଶ୍ରେଷ୍ଠ କାବ୍ୟ ‘ବିଦଗ୍ଧ ଚିନ୍ତାମଣି’ ର ସତଷଠି ଛାନ୍ଦରୁ ଗୃହୀତ ।

କବିତାର ପୃଷ୍ଠଭୂମି :

ଶ୍ରାକୃଷ୍ଣ ପ୍ତତିଦିନ ଗୋପବାଳକମାନଙ୍କ ସହ ବନକୁ ଗୋଚାରଣରେ ଯାଉଥିଲେ । ଏକଦା ସନ୍ଧ୍ୟାରେ ଗାଈଗୋଠ ସହ ଘରକୁ ଫେରିବାରେ ତାଙ୍କର ବିଳମ୍ବ ହେବାରୁ ଯଶୋଦାଙ୍କ ମନରେ ଅନେକ ଭୟ ଓ ଆଶଙ୍କା ଯଶୋଦାଙ୍କ ମନରେ ଅନେକ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି । ସେ ମନରେ ପୁତ୍ର କୃଷ୍ଣଙ୍କ ଗୁଣ ଗାନକରି ବିଳାପ କରିଛନ୍ତି । ସ୍ନେହ- ବତ୍ସଳ ମାତା ମନର ବ୍ୟସ୍ତତାରେ କବିତାଟି ରସାଣିତ ହୋଇଛି । କବି ବାତ୍ସଲ୍ୟଭରା ହୃଦୟର ଆବେଗକୁ ସୁନ୍ଦର ଭାବେ କବିତାରେ ରୂପ ଦେଇଛନ୍ତି ।

କବିତାର ସାରକଥା :
ଗୋପପୁରରେ ପ୍ରତ୍ୟହ ଶ୍ରୀକୃଷ୍ଣ ଗୋପାଳ ବାଳକମାନଙ୍କ ସହ ଗାଈଗୋଠ ନେଇ ବନ ମଧ୍ୟକୁ ଗୋଚାରଣ ନିମିତ୍ତ ଯାଇଥା’ନ୍ତି ଓ ସନ୍ଧ୍ୟା ସମୟରେ ପ୍ରତ୍ୟାବର୍ତ୍ତନ କରନ୍ତି । ସେଦିନ ଫେରିବା ବିଳମ୍ବ ହେବାରୁ ମାତା ଯଶୋଦାଙ୍କ ମନ ବ୍ୟସ୍ତତାରେ ଭରି ଉଠିଛି । ମନ ମଧ୍ୟରେ ନାନା ଆଶଙ୍କା ସୃଷ୍ଟି ହୋଇଛି। କୃଷ୍ଣଙ୍କର ଗୁଣ ଓ କାର୍ଯ୍ୟକଳାପ ଆଦି ତାଙ୍କ ସ୍ମୃତିକୁ ଆସିବାରୁ ସେ ବିଳାପ କରିଉଠିଛନ୍ତି । ସ୍ନେହମୟୀ ଜନନୀଙ୍କ ବାତ୍ସଲ୍ୟ ମମତା କବିତାର ଛତ୍ରେ ଛତ୍ରେ ଫୁଟିଉଠିଛି ଯାହା କବି ସାମନ୍ତସିଂହାରଙ୍କ ଲେଖନୀରେ ଅତି ମନୋରମ ରୂପ ଲାଭ କରିଛି ।

ଯଶୋଦାଙ୍କ ବୃଦ୍ଧାକାଳର ଏକମାତ୍ର ସନ୍ତାନ ଥିଲେ ଶ୍ରୀକୃଷ୍ଣ । ସେ ପିତାମାତାଙ୍କର ଅତି ଅଲିଅଳ ଥିଲେ । ଦୀର୍ଘସମୟ ଧରି ଶ୍ରୀକୃଷ୍ଣ ଆଖୁ ଆଢୁଆଳରେ ରହିଯିବାରୁ ମା’ ମନ ତାଙ୍କର ଆତଙ୍କିତ ହୋଇପଡ଼ିଛି । ଅହେତୁକ ଭୟରେ ମନ ଶିହରି ଉଠିଛି । ମା’ଙ୍କ ପାଇଁ ସେ ସତେଯେପରି ଥୁଲେ ଅନ୍ଧର ଲଉଡ଼ି, ଦରିଦ୍ରର ପସରା ଓ ନିର୍ଜନର ଧନ ସ୍ୱରୂପ । ତାଙ୍କ ପ୍ରାଣର ପ୍ରତିମା, ନୟନର ମଣି କୃଷ୍ଣଙ୍କର ବନ ମଧ୍ୟରେ କୌଣସି ଅସୁବିଧା ହେଲା କି ? ଏହା ଚିନ୍ତାକରି ଭୟରେ ମାତା ଯଶୋଦାଙ୍କ ହୃଦୟ ବ୍ୟସ୍ତତାରେ ଭରିଉଠିଛି, ବ୍ୟାକୁଳତାରେ ଅଧୀର ହୋଇପଡ଼ିଛନ୍ତି ସେ ।

ଯେଉଁ କୃଷ୍ଣ ଅନ୍ଧାରକୁ ଭୟ କରନ୍ତି, ସେ ଗାଈଗୋଠ ସହ ସନ୍ଧ୍ୟା ପରେ କିପରି ଘରକୁ ଫେରିବେ ସେ ବିଷୟରେ ଭାବି ମା’ ମନ ବାତୁଳ ପ୍ରାୟ ହୋଇଉଠିଛି । ବାରଣ କଲେ ମଧ୍ୟ କୃଷ୍ଣ ଗାଈଗୋଠ ସହ ବନକୁ ଯିବାକୁ ଜିଦ୍ କରୁଥିଲେ । ବୃଦ୍ଧ ବୟସରେ ତାଙ୍କ ହୃଦଚନ୍ଦନ ପ୍ରାୟ ଏକମାତ୍ର ପୁତ୍ରର ଅନୁପସ୍ଥିତି ତାଙ୍କୁ ବିବ୍ରତ କରିପକାଇଛି । ତାଙ୍କର ମନେପଡ଼ିଯାଇଛି କୃଷ୍ଣଙ୍କର ଲବଣି ମାଗିବାର ଭଙ୍ଗୀ । ଗୋଟିକା, ଅଧାମ, ସର ଖାଇବାକୁ ରୁଚୁ ନଥିଲାବେଳେ ଲହୁଣି ଚୋରାଇ ଖାଇବାରେ ସେ କିପରି ପାରଙ୍ଗମ ଥିଲେ ତାହା ଯଶୋଦାଙ୍କ ଆଖି ଆଗରେ ନାଚି ଉଠିଛି ।

ମା’ ଶୁଣିଥିଲେ ଯେ ବନରେ ଡାକିନୀ, ଯୋଗିନୀ ଆଦି ନିଶାଚରମାନେ ଉପଦ୍ରବ କରିଥାଆନ୍ତି, ଯେଉଁଥପାଇଁ ସେ ଦୁର୍ବଳ ମନା କୃଷ୍ଣଙ୍କୁ ବନକୁ ପଠାଇବାକୁ ବାରଣ କରି ଆସୁଥିଲେ । ସେମାନେ ପୁଅ ପାଇଁ କିଛି ବିପତ୍ତି ସୃଷ୍ଟି କରିନାହାନ୍ତି ତ ! ମମତାମୟୀ ମା’ ମନ ସେ କଥା ଚିନ୍ତାକରି ଆତଙ୍କିତ ହୋଇପଡ଼ିଛି। ନିଦାଘ ଝାଞ୍ଜିରେ ହୁଏତ କୋମଳ ଅଙ୍ଗରୁ ଝାଳ ବୋହି ପଡ଼ୁଥ‌ିବ । କଠଉ କି ଛତା ମଧ୍ଯ ନେବାକୁ ଭୁଲିଯାଇଛନ୍ତି ସେ । ହୁଏତ ପାଦରେ କଣ୍ଟା ଫୁଟି କଷ୍ଟ ହେଉଥ‌ିବ । ଏ ସମସ୍ତ କଥା ମନରେ ଭାଳି ଯଶୋଦା ବିବ୍ରତ ହୋଇପଡ଼ିଛନ୍ତି । ଗୋଠ ବାହୁଡ଼ା ସମୟରେ ପୁଅର ବଂଶୀସ୍ବନ ନ ଶୁଣି ସେ ବ୍ୟସ୍ତ ହୋଇପଡ଼ିଛନ୍ତି । ବାତ୍ସଲ୍ୟ ମମତାରେ ଭରା ମା’ ହୃଦୟର ଉଦ୍‌ବିଗ୍ନତା କବିତାକୁ ରସାଣିତ କରିଛି ।

କଠିନ ଶବ୍ଦାର୍ଥ :

  • ଭାକୁଛନ୍ତି – ଭାବୁଛନ୍ତି
  • ଧୀରେ – ପଣ୍ଡିତମାନେ /ସୁଧୀଜନମାନେ ।
  • ବାତ୍ସଲ୍ୟ ମମତା – ନିଜ ପୁଅଝିଅମାନଙ୍କ ପ୍ରତି ପିତାମାତାଙ୍କ ଗଭୀର ସ୍ନେହ ।
  • ଘେନ – ଗ୍ରହଣ କର
  • କାନନ – ବଣ / ଜଙ୍ଗଲ ।
  • ନିଧନ – ଧନହୀନ / ଦରିଦ୍ର / ଗରିବ
  • ଲଉଡ଼ି – ବାଡ଼ି ।
  • ଅନ୍ଧ ଲଉଡ଼ି – ଅନ୍ଧଲୋକ ବାଡ଼ି ସାହାଯ୍ୟରେ ବାଟ ଖୋଜି ଚାଲେ । ବାଢ଼ିଟି ତା’ପାଇଁ ସବୁଠାରୁ ବେଶି -ପ୍ରିୟ, ବେଶି ପ୍ରୟୋଜନ ।
  • ଜୀବନ – ପ୍ରାଣ
  • ପାସୋରି – ଭୁଲି
  • ସାରୁ – ଶେଷକରୁ
  • ଜନକ – ପିତା / ବାପା ।
  • ଜନନୀ – ମାତା ।
  • ନନ୍ଦନ – ପୁତ୍ର ।
  • ବାରବାର – ବାରମ୍ବାର
  • ଡାକିନୀ – ଡାହାଣୀ
  • ହରିଚନ୍ଦନ – ଶୀତଳତା ପ୍ରଦାନକାରୀ ଶ୍ଵେତ ଚନ୍ଦନ ବା ଆହ୍ଲାଦ ପ୍ରଦାନକାରୀ ଚନ୍ଦନ ।
  • ବେଣୁଗୀତ – ବଂଶୀସ୍ବର
  • ହୃଦତାପ – ହୃଦୟର ଦୁଃଖଜ୍ଵାଳା ।
  • ଗୋଟିକା – ପେଡ଼ା / ସନ୍ଦେଶ ।
  • ଅଧାମ – ସରପୁଳି / ରାବିଡ଼ି ।
  • ଲବଣି – ଲହୁଣି ।
  • ବାରୁଥାଇ – ମନାକରୁଥାଏ
  • ମମତା – ସ୍ନେହ ।
  • ବେଣୁ – ବଂଶୀ ।
  • ନିଶାଚର – ରାକ୍ଷସ / ରାତ୍ରିରେ ଯେଉଁମାନେ ବିଚରଣ କରନ୍ତି ।
  • ଅଙ୍ଗୁ – ଦେହରୁ
  • ଶ୍ରୁତି – ଶୁଣିବା/କାନ ।
  • ତରୁ – ବୃକ୍ଷ ।
  • ମୃଦୁ – କୋମଳା
  • ସଙ୍ଖଳି – ପ୍ରାଣଧନ / ପ୍ରିୟବ୍ ସ୍ତୁ।
  • ତାଙ୍କୁଶା – ଡାହାଣା

BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ

Odisha State Board BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ Textbook Exercise Questions and Answers.

BSE Odisha Class 7 Odia Solutions Chapter 2 ତାରା-ସୂର୍ଯ୍ୟ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) କେଉଁମାନଙ୍କୁ ରବି ପରି ରଶ୍ମିମାନ୍ ବୋଲି କବି କହିଛନ୍ତି ?
Answer:
ବିଦେଶୀ ଶାସକମାନଙ୍କ କଠୋର ଶାସନ ଓ ପ୍ରଚଣ୍ଡ ବଳ ବିକ୍ରମ ରବି ପରି ରଶ୍ମିମାନ୍ ଭଳି ଦେଖାଯାଉଥିଲେ ମଧ୍ୟ ଆମ ଦେଶର ବିଜ୍ଞ, ବିଦ୍ୱାନ୍ ଓ ଜ୍ଞାନୀ ଗୁଣୀମାନଙ୍କୁ ରବି ପରି ରଶ୍ମିମାନ୍ ବୋଲି କବି କହିଛନ୍ତି ।

(ଖ) ସେମାନଙ୍କ ମନରେ ଭୟ ଅଛି ବୋଲି କବି କାହିଁକି ଉପଲବ୍ଧି କରିଛନ୍ତି ?
Answer:
ସୂର୍ଯ୍ୟଙ୍କ ଦୀପ୍ତିମନ୍ତ ଆଭା ଓ ଜ୍ୟୋତି ସମ୍ମୁଖରେ ଦୂର ଗଗନର ନକ୍ଷତ୍ରମାନେ ତେଜହୀନ ଜଣା ପଡ଼ିଥାଆନ୍ତି । କବି କିନ୍ତୁ ଏଠାରେ ଦେଶବାସୀଙ୍କ ମନର ଭୟକୁ ଲକ୍ଷ୍ୟ କରି ଏହା କହିଛନ୍ତି । ବିଦେଶୀ ଶାସକଙ୍କ ନିଷ୍ଠୁର ଶାସନ ବ୍ୟବସ୍ଥା ଆଢୁଆଳରେ ସେମାନେ ଭୟାତୁର ବୋଲି କବି ଅନୁଭବ କରିଛନ୍ତି ।

(ଗ) ଆମ୍ଭ ଭାସ୍କର କାହାକୁ ଲକ୍ଷ୍ୟ
Answer:
ଦେଶବାସୀଙ୍କ ଉପରେ ବିଦେଶୀ ଶାସକଙ୍କ ବଳ ବିକ୍ରମ ତଥା ନିର୍ଦ୍ଦୟ ଶାସନକୁ କବି ଆମ୍ଭ ଭାସ୍କର ବୋଲି କହିଛନ୍ତି ।

(ଘ) ଆମ୍ଭ ଭାସ୍କରକୁ ଅନ୍ୟମାନେ କାହିଁକି କ୍ଷୁଦ୍ର ତାରା ବୋଲି କହନ୍ତି ?
Answer:
ପୃଥ୍ବା ବାସାଙ୍କୁ ସୂର୍ଯ୍ୟ ପ୍ରଚଣ୍ଡ ତେଜୋଦୀପ୍ତ ପ୍ରତାୟମାନ ହେଉଥ୍ବାବେଳେ ହର ମହାକାଶରେ ସୂର୍ଯ୍ୟସମ ଅନ୍ୟ ନକ୍ଷତ୍ରମାନଙ୍କ ମଣ୍ଡଳ ମଧ୍ୟରେ ଥ‌ିବା ଗ୍ରହାଧ‌ିବାସୀମାନଙ୍କୁ ସୂର୍ଯ୍ୟ କ୍ଷୁଦ୍ର ତାରା ପରି ପରିଦୃଷ୍ଟ ହୁଅନ୍ତି । ବାସ୍ତବରେ ସୂର୍ଯ୍ୟସମ ଆଚରଣ ପ୍ରଦର୍ଶନ କରୁଥ‌ିବା ବିଦେଶୀ ଶାସକମାନେ ଆମ ଦେଶବାସୀଙ୍କ ପାଇଁ କ୍ଷୁଦ୍ର ତଥା ନଗଣ୍ୟ ଭାବେ ଗୃହୀତ ହୋଇଥାଆନ୍ତି ।

(ଙ) ‘‘ଆମ୍ଭେ ଚାହୁଁଥାଉ ତାଙ୍କର ଉଦୟ’’- କିଏ କାହାର ଉଦୟ ଚାହୁଁଛନ୍ତି ?
Answer:
ଆମ ଦେଶବାସୀ ଏପରି ସଂସ୍କାର ପାଇଛନ୍ତି ଯେ ସେମାନେ ଉପକାରୀର ସମାଲୋଚନା କରିପାରନ୍ତି ନାହିଁ । ବିଶ୍ବ ସଭ୍ୟତା ଓ ବିଜ୍ଞାନ ବିଷୟରେ ଆମକୁ ସଭ୍ୟ ଶିକ୍ଷିତ କରାଇଥିବା, ଜ୍ଞାନଦାନ କରାଇଥିବା ରାଜାର ଜୟଗାନ କରିବା ପ୍ରଜାର ପ୍ରଥମ କର୍ତ୍ତବ୍ୟ ବୋଲି ଭାରତୀୟମାନେ ଚିନ୍ତା କରିଥାଆନ୍ତି । ତେଣୁ ତାଙ୍କର ଜୟଗାନ କରିବା ତଥା ଆମର ଉପକାର ସାଧନ କରୁଥିବା ଶାସକଙ୍କୁ ସୂର୍ଯ୍ୟ ସହ ତୁଳନା କରି ଆମେ ତାଙ୍କ ଉଦୟ କାମନା କରୁଥାଉ ବୋଲି କବି ଉଲ୍ଲେଖ କରିଛନ୍ତିା

BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ

Question ୨।
ଦୁଇଟି ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ତାରାଗଣ କେବଳ ନିଜର ଜଗତକୁ ଆଲୋକିତ କରିଛନ୍ତି – ଏଥୁ କେଉଁ ଭାବ ପ୍ରକାଶ ପାଇଛି ?
Answer:
ତାରାଗଣ ସୁଦୂର ମହାକାଶରେ ଅବସ୍ଥାପିତ ଥିବାରୁ ଆମକୁ କ୍ଷୁଦ୍ର ପରିଦୃଷ୍ଟ ହୋଇଥାଆନ୍ତି । କିନ୍ତୁ ସେମାନେ ସୂର୍ଯ୍ୟଙ୍କ ପରି ଗୋଟିଏ ଗୋଟିଏ ମହାନ୍ ଆଲୋକପିଣ୍ଡ ଅଟନ୍ତି । ସେମାନେ ନିଜ ମଣ୍ଡଳରେ ଥ‌ିବା ଗ୍ରହ ଉପଗ୍ରହାଦିର ଅଧିବାସୀମାନଙ୍କୁ ଆଲୋକ ପ୍ରଦାନ କରିଥାଆନ୍ତି । ସେହିପରି ଆମ ଦେଶର ବିଜ୍ଞ, ବିଦ୍ଵାନ୍ ତଥା ପଣ୍ଡିତମଣ୍ଡଳୀ ଯଥେଷ୍ଟ ପ୍ରତିଭାବାନ୍ ହୋଇଥିଲେ ମଧ୍ୟ ସେମାନେ କେବଳ ନିର୍ଦ୍ଦିଷ୍ଟ ପରିସର ମଧ୍ୟସ୍ଥ ସମାଜରେ ପୂଜ୍ୟ ଓ ମହାନ୍ ଭାବେ ପରିଗଣିତ ହୋଇଥାଆନ୍ତି । ପ୍ରଚାର ଓ ପ୍ରସାର ଅଭାବରୁ ସେମାନେ ବହିର୍ଦେଶ ଲୋକଲୋଟନ ଅନ୍ତରାଳରେ ରହି ନଗଣ୍ୟ ଭାବେ ବିବେଚିତ ହୁଅନ୍ତି । ବିଦେଶୀ ଶାସକବର୍ଗ ବଳପୂର୍ବକ ସେମାନଙ୍କ ଉପରେ ପ୍ରଭୁତ୍ଵ ଜାହିର କରି ଅନ୍ୟ ଦେଶରେ ମଧ୍ୟ ସୂର୍ଯ୍ୟସମ ତେଜୋଦୀପ୍ତ ଜଣା ପଡ଼ିଥାଆନ୍ତି । କିନ୍ତୁ ଆମ ଦେଶର ପ୍ରଚଣ୍ଡ ପ୍ରତିଭାମାନେ କେବଳ ଆମ ନିଜ ଦେଶରେ ହିଁ ପରିଚିତ ହୋଇଥାଆନ୍ତି ।

(ଖ) ଆମ ଭାସ୍କରଙ୍କୁ ତାରାରାଜ୍ୟର ଲୋକମାନେ ଏକ କ୍ଷୁଦ୍ର ତାରା ବୋଲି କହୁଥ‌ିବାରୁ କବିଙ୍କ ମନରେ କେଉଁ ଭାବ ଉଦ୍ରେକ ହୋଇଛି ?
Answer:
ମହତ ବ୍ୟକ୍ତିମାନେ ସାଧାରଣ ଲୋକଙ୍କ କଥାରେ ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ । ଯାହା ବାସ୍ତବ ସେମାନେ ତାରା ପରି ପ୍ରତୀୟମାନ ହୋଇଥାଏ । ତେଣୁ ସେମାନେ ଆମ ଭାସ୍କରକୁ କ୍ଷୁଦ୍ର ତାରା ବୋଲି କହିଥା’ନ୍ତି । କବି ଏ କଥାରେ ବିସ୍ମୟ ପ୍ରକାଶ କରିନାହାନ୍ତି । ତାଙ୍କ ମତରେ ଭାସ୍କରକୁ କ୍ଷୁଦ୍ର ତାରା ବୋଲି କହିଦେଲେ ସେ କ୍ଷୁଦ୍ର ହୋଇଯାଏ ନାହିଁ । ସାଧାରଣ ଚକ୍ଷୁରେ ତାରା ପରି ଦେଖାଗଲେ ମଧ୍ୟ ଭାସ୍କରର ତେଜ ଓ ଆଲୋକରେ କିଛି ପରିବର୍ତ୍ତନ ଆସି ନଥାଏ ।

(ଗ) ତାରାମାନଙ୍କ ରାଜ୍ୟରେ ଆମ ସୂର୍ଯ୍ୟ କାହିଁକି ଦେଖାଯାଆନ୍ତି ନାହିଁ ?
Answer:
ସୂର୍ଯ୍ୟ ଏକ ଜ୍ଵଳନ୍ତ ଅଗ୍ନିପିଣ୍ଡ । ଏହାର ଆଲୋକ ଓ ତେଜ ସୌରମଣ୍ଡଳରେ ଅବସ୍ଥିତ ଗ୍ରହ, ଉପଗ୍ରହାଦିଙ୍କୁ ଅନୁଭୂତ ହୁଏ । ମାତ୍ର ତାରକାମାନେ ନିଜ ମଣ୍ଡଳରେ ଥାଇ ନିଜ ଚତୁଃପାର୍ଶ୍ଵରେ ପରିକ୍ରମା କରୁଥିବା ଗ୍ରହାଦିମାନଙ୍କୁ ଆଲୋକ ପ୍ରଦାନ କରିଥାଆନ୍ତି ଯେଉଁଠାରେକି ସୂର୍ଯ୍ୟଙ୍କ ଆଲୋକ ତାରା ପରି ପରିଦୃଷ୍ଟ ହୁଏ । ଦିବସରେ ମଧ୍ୟ ସେହି ତାରକାମାନଙ୍କର ତେଜ ଓ ଆଲୋକ ପ୍ରଭାବରେ ଆମ ସୂର୍ଯ୍ୟ ସେମାନଙ୍କ ରାଜ୍ୟରେ ପରିଦୃଷ୍ଟ ହୋଇନଥାଆନ୍ତି । ପରିଦୃଷ୍ଟ ହୁଏ ସେମାନେ ସେ ସମ୍ପର୍କରେ ଅନୁରୂପ ମତ ପ୍ରଦାନ କରିଥାଆନ୍ତି ।

(ଙ) ତାରାମାନଙ୍କର ରବିପଣ କେବଳ ସେଇମାନଙ୍କ ରାଜ୍ୟରେ ସୀମିତ ବୋଲି କୁହାଯାଇଛି କାହିଁକି ?
Answer:
ସୂର୍ଯ୍ୟ ଏକ ଉଜ୍ଜ୍ଵଳ ତେଜୋମୟ ଆଲୋକପିଣ୍ଡ । ଏହାର ତେଜ ଓ ଆଲୋକ କେବଳ ସୂର୍ଯ୍ୟଙ୍କୁ ପରିକ୍ରମା କରୁଥ‌ିବା ଗ୍ରହ ଉପଗ୍ରହାଦିରେ ପରିଦୃଷ୍ଟ ହୁଏ । କିନ୍ତୁ ତାରକାମାନେ ସୂର୍ଯ୍ୟସମ ପ୍ରଚଣ୍ଡ ତେଜୋଦୀପ୍ତ ହୋଇଥିଲେ ମଧ୍ୟ ସେମାନେ ପୃଥ‌ିବୀଠାରୁ ବହୁଦୂରରେ ଅବସ୍ଥାନ କରୁଥିବାରୁ ପୃଥ‌ିବୀବାସୀ ସେମାନଙ୍କ ରବିପଣ ଅନୁଭବ କରିପାରନ୍ତି ନାହିଁ । ଅନ୍ୟ ଅର୍ଥରେ ଆମ ଦେଶର ବିଦ୍ବାନ୍, ଜ୍ଞାନୀମାନେ ଅନ୍ୟ ଦେଶରେ ନିଜର ଜ୍ଞାନ ଗରିମା ପରିପ୍ରକାଶ କରିବାର ସେମାନଙ୍କୁ ମର୍ଯ୍ୟାଦା ପ୍ରଦାନ କରିଥାଏ ।

BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ

Question ୩।
ପ୍ରସଙ୍ଗ ସହ ସରଳାର୍ଥ ଲେଖ ।
(କ) ଯାହାକୁ ଯେମନ୍ତ ଦିଶେ ତେମନ୍ତ ସେ ଭାଷେ ।
Answer:
ଯାହାକୁ ………………………………… ସେ ଭାଷେ ।
Answer:
ଶଂସିତ ପଦ୍ୟାଶଟି ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ‘ତାରା-ସୂର୍ଯ୍ୟ’ କବିତାରୁ ଆନୀତ । ଏଠାରେ କବି ଏକ ସାଧାରଣ ସତ୍ୟର ଅବତାରଣା କରିଛନ୍ତି । ସାଧାରଣତଃ ଲୋକମାନେ କୌଣସି ବସ୍ତୁକୁ ଯେପରି ଭାବେ ଦେଖୁଥାଆନ୍ତି ସେହି ଭାବେ ବର୍ଣ୍ଣନା କରିଥା’ନ୍ତି । ଚାରି ଅନ୍ଧ ସାଙ୍ଗ ହାତୀର ବର୍ଣ୍ଣନା କଲାପରି ଖାଲି ଆଖୁକୁ ଯାହାକିଛି ଯେପରି ଭାବେ ଦୃଶ୍ୟମାନ ହୁଏ ତାହା ଜନସାଧାରଣରେ ସେହିଭାବେ ବର୍ଣ୍ଣିତ ହୋଇଥାଏ । ମାତ୍ର ମହତ ଲୋକେ ସେହି ମନ୍ତବ୍ୟ ସମ୍ପର୍କରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥା’ନ୍ତି । କାରଣ ସେମାନେ ବାସ୍ତବତା ଉପଲବ୍ଧି କରିପାରନ୍ତି । ସେମାନେ ସାଧାରଣ ଚକ୍ଷୁରେ ଯାହା ଯେପରି ଦେଖାଯାଏ ତା’ର କାରଣ ଅନୁଧ୍ୟାନ କରନ୍ତି ଓ ବାସ୍ତବତାକୁ ବୁଝି ମତ ଉପସ୍ଥାପନ କରନ୍ତି । ତାରାମାନେ ସୂର୍ଯ୍ୟ ସମ ପ୍ରଚଣ୍ଡ ତେଜୋଦୀପ୍ତ ଆଲୋକପିଣ୍ଡ ବୋଲି କବି ଉପଲବ୍ଧି କରିଛନ୍ତି ଏବଂ ଦିବସରେ ତାରକାଗଣ ପରିଦୃଷ୍ଟ ନ ହେବାର କାରଣ ମଧ୍ୟ ସେ ଜାଣିଛନ୍ତି । ସେଇଥପାଇଁ ସାଧାରଣ ଲୋକଙ୍କ ପରି ମତ ପ୍ରକାଶ ନକରି ପ୍ରକୃତ କାରଣ ଅନୁଧ୍ୟାନ କରିବା ଗୁରୁତ୍ଵପୂର୍ଣ୍ଣ ବୋଲି କବି କହିଛନ୍ତି ।

(ଖ) ଯେ ଯାହାର ହିତ କରେ ନ ନେଲେ ତା’ ନାମ
ଆମ୍ଭ ଦେଶେ କହୁଁ ତାକୁ ନିମକହାରାମ ।
Answer:
ଯେ ଯାହାର …………………….. ନିମକହାରାମ ।
ପ୍ରୋକ୍ତ ପଦ୍ୟାଶଟି ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ‘ତାରା-ସୂର୍ଯ୍ୟ’ କବିତାରୁ ଆନୀତ । ଏଠାରେ କବି ଆମ୍ଭ ଦେଶବାସୀଙ୍କ ଅନ୍ୟ ଏକ ମହାନତା ବିଷୟରେ ଆଲୋକପାତ କରିଛନ୍ତି । ଉପକାରୀର ଉପକାର ସ୍ଵୀକାର କରିବା ମହତ ବ୍ୟକ୍ତିର ଲକ୍ଷଣ । ଭାରତୀୟମାନେ ଏହା ଉପଲବ୍ଧି କରି ନିଜ ମହନୀୟତାର ପରିଚୟ ଯୁଗେ ଯୁଗେ ପ୍ରଦାନ କରି ଆସିଛନ୍ତି । ତାରକାଗଣ ସୂର୍ଯ୍ୟଙ୍କ ପରି ତେଜୋଦୀପ୍ତ ହୋଇଥିଲେ ମଧ୍ୟ ଆଲୋକ ଉତ୍ତାପ ଯୋଗାଇ ସକଳ ଶକ୍ତିର ଆଧାର ଭାବେ ଗୃହୀତ ହୋଇଥାଆନ୍ତି ।

ସେଥ୍ପାଇଁ ଆମେ ପ୍ରତ୍ୟହ ତାଙ୍କର ଉଦୟ କାମନା କରିଥାଉ ଏବଂ ତାଙ୍କ ମହାନ୍ ଉପକାର ପାଇଁ ତାଙ୍କୁ ପ୍ରଣିପାତ କରିଥାଉ । ତାରାଗଣ ସୂର୍ଯ୍ୟସମ ଜ୍ଵଳନ୍ତ ଆଲୋକପିଣ୍ଡ ହୋଇଥିଲେ ମଧ୍ୟ ସେମାନେ ଆମର କୌଣସି ଉପକାରରେ ଆସୁନଥ‌ିବାରୁ ସୂର୍ଯ୍ୟ ପରି ସେମାନେ ଉପଯୁକ୍ତ ସମ୍ମାନ ଲାଭ କରନ୍ତି ନାହିଁ । ତେଣୁ ଆମ ଦେଶବାସୀ ଉପକାରୀ । ସୂର୍ଯ୍ୟଙ୍କ ମହାନତାରେ ଶତମୂଖ ହୋଇଛନ୍ତି । ତାରକାଗଣଙ୍କୁ ଲୁକ୍କାୟିତ ପ୍ରତିଭା ସେମାନଙ୍କ ଦୃଷ୍ଟି ଅନ୍ତରାଳରେ ରହିଯାଇଛି । ଅଥଚ ସେହି ତାରକାଗଣ ଦିନେ ନା ଦିନେ ପରିପ୍ରକାଶିତ ହୋଇ ନିଜର ଉଜ୍ଜଳତାର ଜଗତକୁ ଆଲୋକ ଦୀପ୍ତ କରିବେ ।

Question ୪।
ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ରଜନୀ, ଭାସ୍କର, ଗଗନ, ତମ, ତାରା
Answer:
ରଜନୀ – ରାତ୍ରି, ବିଭାବରୀ
ଭାସ୍କର – ସୂର୍ଯ୍ୟ, ରବି
ଗଗନ – ଆକାଶ, ଅମ୍ବର
ତମ – ଅଜ୍ଞାନ, ଅନ୍ଧାର
ତାରା – ନକ୍ଷତ୍ର, ଚନ୍ଦ୍ରଜାୟା

Question ୫।
ବିପରୀତ ଅର୍ଥବୋଧକ ଶବ୍ଦ ଲେଖ ।
ଲାଭ, କ୍ଷୟ, ଉଦୟ, ହିତ, ପ୍ରଚୁର, ମହତ, କ୍ଷୁଦ୍ର, ଆଲୋକ
Answer:
ଲାଭ – କ୍ଷତି
ଉଦୟ – ଅସ୍ତ
ପ୍ରଚୁର – ଅପ୍ରଚୁର, ସ୍ଵୱି
କ୍ଷୁଦ୍ର – ବୃହତ୍
କ୍ଷୟ – ବୃଦ୍ଧି
ହିତ – ଅହିତ
ମହତ – ହାନ, ଅମହତ
ଆଲେ।କ – ଅନ୍ଧକାର

BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ

Question ୬ ।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକୁ ପୁରୁଷ ଭେଦରେ ସଜାଇ ଲେଖ ।
ସେ, ତାରା, ତୁମ୍ଭେ, ରବି, ଆମ୍ଭ, ତୁମ୍ଭ (ପ୍ରଥମ ପୁରୁଷ, ଦ୍ଵିତୀୟ ପୁରୁଷ, ତୃତୀୟ ପୁରୁଷ)
Answer:
ଦ୍ଵିତୀୟ ପୁରୁଷ – ଆମ୍ଭ
ତୁମ୍ଭେ ତୃତୀୟ ପୁରୁଷ – ତୁମ୍ଭ, ତୁମ୍ଭେ
ତୃତାୟ ପୁରୁଷ – ସେ, ତାରା, ରବି

Question ୭ ।
୧୦୦ ରୁ ୧୫୦ ଶବ୍ଦ ମଧ୍ଯରେ ଉତ୍ତର ଲେଖ ।
(କ) ତାରା ଓ ସୂର୍ଯ୍ୟଙ୍କ ମଧ୍ୟରେ କବି କାହାକୁ ଶ୍ରେଷ୍ଠତ୍ୱ ପ୍ରଦାନ କରିଛନ୍ତି ?
Answer:
‘ତାରା-ସୂର୍ଯ୍ୟ’ କବିତାଟି ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ‘ଅର୍ଘ୍ୟଥାଳୀ’ କବିତା ସଂକଳନରୁ ଗୃହୀତ । କବିତାଟିରେ କବି ବିଦେଶୀ ଶାସନାଧୀନ ଦେଶବାସୀଙ୍କ ମନରେ ଆତ୍ମବିଶ୍ଵାସ ଭରିଦେଇ ହୀନମନ୍ୟତା ଦୂର କରିବାକୁ ପରାମର୍ଶ ଦେଇଛନ୍ତି । କବି ସୁଦୂର ମହାକାଶରେ ମିଞ୍ଜି ମିଞ୍ଜି ଆଲୋକ ପ୍ରଦାନ କରୁଥିବା ତାରକାଗଣଙ୍କୁ ସୂର୍ଯ୍ୟସମ ତେଜୋଦୀପ୍ତ ବୋଲି ପ୍ରକାଶ କରି ସୂର୍ଯ୍ୟ ସହ ସମକକ୍ଷ ବୋଲି ବର୍ଣ୍ଣନା କରିଛନ୍ତି । କିନ୍ତୁ ସୂର୍ଯ୍ୟ ଆମ ନିକଟରେ ରହି ଆମ ପାଇଁ ଉପକାରୀ ଭାବେ ଉତ୍ତାପ ଓ ଆଲୋକ ପ୍ରଦାନ କରୁଥିବାରୁ, ତାରକାମାନେ ସେହି ଆଲୋକ ଓ ତାପ ତୁଳନାରେ କ୍ଷୁଦ୍ର ଓ ନଗଣ୍ୟ ବିବେଚିତ ହୋଇଥାଆନ୍ତି । ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ପ୍ରଭାବରେ ସେମାନେ ଦିବସରେ ପ୍ରତିଭାତ ହୋଇପାରନ୍ତି ନାହିଁ । ଏଠାରେ କବି ବିଦେଶୀ ଶାସକର ନିଷ୍ଠୁର ଶାସନ ଓ ଅତ୍ୟାଚାରକୁ ତେଜଭରା ସୂର୍ଯ୍ୟ ସହ ତୁଳନା କରି ଶାସିତ ଦେଶବାସୀଙ୍କ ଅବଦମିତ ପ୍ରତିଭାକୁ ତାରକାମାନଙ୍କ ସହ ତୁଳନା କରିଛନ୍ତି।

ବିଦେଶୀ ଶାସକଙ୍କ ଶୋଷଣ ଓ ଅତ୍ୟାଚାରକୁ ମଥାପାତି ସହି ନେଉଥ‌ିବା ଦେଶବାସୀଙ୍କ ମନରେ ପ୍ରେରଣା ତଥା ଉତ୍ସାହ ଭରି ଦେବାପାଇଁ ସେମାନଙ୍କୁ ଆତ୍ମପରିଚୟ ପ୍ରଦାନ କରି କବି କହିଛନ୍ତି ଯେ ସେମାନେ ବିଦେଶୀମାନଙ୍କ ତୁଳନାରେ କୌଣସି ଗୁଣରେ ନୂନ ନୁହଁନ୍ତି । ଏଠାରେ ତାରାର ଶ୍ରେଷ୍ଠତ୍ୱ ପ୍ରତିପାଦିତ ହୋଇଛି । ସେମାନେ ଅତୀତରେ ବିଶ୍ବରେ ଏକ ପ୍ରମୁଖ ବୀରଜାତି ଭାବେ ଯେପରି ପରିଗଣିତ ହୋଇଥିଲେ ତାହା ହୁଏତ ସେମାନେ ପାସୋରି ଦେଇଛନ୍ତି । କଳା, ସାହିତ୍ୟ, ଧର୍ମ, ପ୍ରତିରକ୍ଷା, ବାଣିଜ୍ୟ ବ୍ୟବସାୟ ଆଦି ସବୁକ୍ଷେତ୍ରରେ ସେମାନେ ଥିଲେ ଅଦ୍ବିତୀୟ । ସେମାନଙ୍କ ପ୍ରଚଣ୍ଡ ପ୍ରତିଭା ସମ୍ପର୍କରେ କବି ଅଗବତ ଥ‌ିବାରୁ ସେମାନଙ୍କୁ ଦୂର ଆକାଶର ତାରକା ସହ ତୁଳନା କରିଛନ୍ତି ।

କେବଳ ସେମାନଙ୍କ ପ୍ରତିଭା ନିଜ ଦେଶ ମଧ୍ୟରେ ସୀମିତ ରହିବାରୁ ଅନ୍ୟ ରାଷ୍ଟ୍ରବାସୀ ତାହା ଉପଲବ୍ଧି କରିପାରି ନାହାନ୍ତି । ପରାଧୀନତାର ଶୋଷଣ ଓ ପେଷଣ ମଧ୍ୟରେ ସେମାନେ କ୍ରମେ ଆତ୍ମବିଶ୍ଵାସ ହରାଇ ଦୁର୍ବଳ ମାନସିକତାର ଶିକାର ହୋଇଛନ୍ତି । ସେମାନଙ୍କ ଶକ୍ତି, କ୍ଷମତା ସଙ୍କୁଚିତ ହୋଇ ଦୂରଗଗନର ତାରକା ବଞ୍ଚ୍ ରହିଛି । ନିଜ ଦେଶବାସୀଙ୍କର ଏତାଦୃଶ ଅବସ୍ଥା ଲକ୍ଷ୍ୟ କରି କବି ଅଭିମାନଭରା ସଚେତନ ହେବାକୁ ଆହ୍ଵାନ କରିଛନ୍ତି । ନିଜ ଦେଶବାସୀଙ୍କର ଏତାଦୃଶ ଅବସ୍ଥା ଲକ୍ଷ୍ୟ କରି କବି ଅଭିମାନଭରା କଣ୍ଠରେ ସେମାନଙ୍କୁ ଜାଗ୍ରତ ତଥା ସଦୃଶ କେବଳ ମିଞ୍ଜି ମିଞ୍ଜି ହୋଇ କଣ୍ଠରେ ସେମାନଙ୍କୁ ଜାଗ୍ରତ ତଥା ସଚେତନ ହେବାକୁ ଆହ୍ବାନ କରିଛନ୍ତି।

(ଖ) କବି ନିଜର ଅଭିମାନକୁ କିପରି ପ୍ରକାଶ କରିଛନ୍ତି ?
Answer:
ସ୍ବଭାବ କବି ଗଙ୍ଗାଧର ମେହେର ଥିଲେ ଜଣେ ସ୍ଵାଭିମାନୀ ଓ ଦେଶପ୍ରେମୀ । କବିଙ୍କର ‘ତାରା-ସୂର୍ଯ୍ୟ’ କବିତାଟି ଏକ ଦେଶପ୍ରେମମୂଳକ କବିତା । ଦେଶବାସୀଙ୍କୁ ଜାଗରିତ କରିବା ଉଦ୍ଦେଶ୍ୟରେ ଏହି କବିତାଟି ରଚିତ ହୋଇଛି । ମାତୃଭୂମି ଓ ମାତୃଭାଷା ପ୍ରତି ତାଙ୍କ ହୃଦୟରେ ଥିଲା ଗଭୀର ମମତା। ପରାଧୀନ ଭାରତର ଦେଶବସୀଙ୍କ ଦୁରବସ୍ଥା କବିଙ୍କୁ ଗଭୀର ଦୁଃଖ ଦେଇଛି । ବିଦେଶୀ ଶାସନର ଅତ୍ୟାଚାର ଓ ଶୋଷଣରେ ଦେଶବାସୀ ନିଜର ସ୍ବାତନ୍ତ୍ର୍ୟ ହରାଇ ବାଧ୍ୟ ହୋଇ ନିଷ୍ଠୁର ଶାସନକୁ ମଥାପାତି ସହି ନେଉଥିଲେ । ଏକଦା ବିଶ୍ଵରେ ଏକ ମହାନ୍ ଜାତିର ମର୍ଯ୍ୟାଦା ଲାଭ କରିଥିବା ଆମ ଦେଶବାସୀ ଅତୀତ ଗୌରବକୁ ଭୁଲିଯାଇ ନୀରବରେ ସମସ୍ତ ଶୋଷଣ କଷଣକୁ ସହ୍ୟ କରୁଥିବା ଲକ୍ଷ୍ୟ କରି ସେମାନଙ୍କ ମନରେ ଆତ୍ମବିଶ୍ଵାସ ସୃଷ୍ଟି କରିବାକୁ କବି ତାଙ୍କ ଲେଖନୀ ଚାଳନା କରିଛନ୍ତି । ଆମ ଦେଶବାସୀ କେତେ ମହାନ୍ ଓ କେତେ କେତେ ପ୍ରତିଭାର ଅଧ୍ୟାକାରୀ ହୋଇ ମଧ୍ଯ କଠୋର ଶାସନ ତଳେ ହୀନମନ୍ୟ ହୋଇପଡ଼ିବା କବିଙ୍କ ମନରେ ବିଷାଦ ଭରି ଦେଇଛି । ତେଣୁ ସେମାନଙ୍କ ଭିତରେ ଲୁଚି ରହିଥ‌ିବା ସ୍ଵାଧୀନଚେତା ମାନବୀୟ ଗୁଣର ବିକାଶ ଘଟାଇବାପାଇଁ ସେ ସେମାନଙ୍କୁ ଆହ୍ୱାନ କରିଛନ୍ତି।

ସୂର୍ଯ୍ୟ ପ୍ରଚଣ୍ଡ ତେଜ ଓ ଆଲୋକରେ ଧରାବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଉଥବା ବେଳେ ସୁଦୂର ମହାକାଶରେ ଥ‌ିବା ଅସଂଖ୍ୟ ତାରାଗଣ କେବଳ କ୍ଷୀଣ ଆଲୋକ ଧରି ଚାହିଁ ରହିଛନ୍ତି । ଏପରିକି ସୂର୍ଯ୍ୟଙ୍କ ପ୍ରଚଣ୍ଡ ପ୍ରଭାରେ ସେମାନେ ଦିବସରେ ଜ୍ୟୋତିହୀନ ହୋଇ ରହିଛନ୍ତି । ଯଦିଓ ସେମାନେ ସୂର୍ଯ୍ୟଙ୍କ ପରି ଗୋଟିଏ ଗୋଟିଏ ତେଜୋମୟ ଆଲୋକପିଣ୍ଡ ତଥାପି ସୂର୍ଯ୍ୟଙ୍କ ପରାକ୍ରମ ନିକଟରେ ସେମାନେ ନିଜର ବିକ୍ରମ ପରିପ୍ରକାଶର ସୁଯୋଗ ପାଉନାହାନ୍ତି । ସେହିପରି ଆମ ଦେଶବାସୀମାନେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ହେଲେ ମଧ୍ୟ କେବଳ ଦେଶ ମଧ୍ୟରେ ତାହା ସୀମିତ ରହିଛି । ପ୍ରଚାର ଓ ପ୍ରସାର ଅଭାବରୁ ସେମାନଙ୍କ ପ୍ରତିଭା ସମ୍ପର୍କରେ ବାହ୍ୟଜଗତ ଅପରିଚିତ ରହିଛି । କିନ୍ତୁ ସେମାନଙ୍କଠାରେ ଯେଉଁ ମହାନୁଭବତା , ଅଛି ତାହା ଅନ୍ୟତ୍ର ବିରଳ । ସେମାନେ ଉପକାରୀର ଉପକାରକୁ ମୁକ୍ତ କଣ୍ଠରେ ସ୍ଵୀକାର କରି ତା’ର ଉନ୍ନତି କାମନା କରିଥାଆନ୍ତି । ସେଥ୍ପାଇଁ କବି କହିଛନ୍ତି –

‘ଯେ ଯାହାର ହିତ କରେ ନ ନେଲେ ତା’ ନାମ
ଆମ୍ଭ ଦେଶେ କହୁଁ ତାକୁ ନିମକହାରାମ ।’’

(ଗ) ‘ତାରା-ସୂର୍ଯ୍ୟ’ କବିତାର ଭାବ ଆମକୁ ଏକ ମହାଶିକ୍ଷା ପ୍ରଦାନ କରେ କିପରି ?
Answer:
ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସମସ୍ତ କବିତାବଳୀ ପାଠକଙ୍କୁ ମହାନ୍ ଶିକ୍ଷା ପ୍ରଦାନ କରିଥାଏ । ପଠିତ ‘ତାରା-ସୂର୍ଯ୍ୟ’ କବିତାରେ କବି ତାରା କିମ୍ବା ସୂର୍ଯ୍ୟ କାହାକୁ ନୂନ ଭାବେ ବର୍ଣ୍ଣନା ନକରି ଉଭୟଙ୍କ ଗୁଣଗାନ କରିଛନ୍ତି । ଏହା କେବଳ ଜଣେ ମହତ ବ୍ୟକ୍ତିର ଲକ୍ଷଣ । ମହତ ବ୍ୟକ୍ତି ସର୍ବଦା ଉପକାରୀ ନିକଟରେ କୃତଜ୍ଞ ରହିବା ସହ ପ୍ରତ୍ଯୁପକାର ପାଇଁ ସୁଯୋଗ ଅପେକ୍ଷାରେ ରହେ । କାହାକୁ ଇତର ବା ନଗଣ୍ୟ ମନେକରିବା ମହତ ବ୍ୟକ୍ତିର ଲକ୍ଷଣ ନୁହେଁ । ତେଣୁ କବି କ୍ଷୀଣ ଆଲୋକ ଧାରଣ କରିଥିବା ତାରକାମାନଙ୍କୁ ସେମାନଙ୍କ ତେଜ ଓ ତାପ ବିଷୟରେ ସ୍ମରଣ କରାଇ ଦେଇଛନ୍ତି । ଅପର ପକ୍ଷରେ ସୂର୍ଯ୍ୟଙ୍କଠାରୁ ଲାଭ କରୁଥିବା ଉପକାରକୁ ମୁକ୍ତ କଣ୍ଠରେ ସ୍ଵୀକାର କରିବାକୁ ପଶ୍ଚାତ୍‌ପଦ ହୋଇ ନାହାନ୍ତି । ସେଥ‌ିପାଇଁ କବିତାରେ କହିଛନ୍ତି

‘‘ଆମ୍ଭ ରାଜ୍ୟ ଆମ୍ଭ ରବି କରେ ତମ କ୍ଷୟ,
ଏଣୁ ଆମ୍ଭେ ଚାହୁଁଥାଉଁ ତାଙ୍କର ଉଦୟ ।’’

ବାସ୍ତବ କ୍ଷେତ୍ରରେ କବିତାଟିରୁ କବିଙ୍କର ସ୍ଵଦେଶପ୍ରେମର ପରିଚୟ ମିଳିଥାଏ । ଦେଶବାସୀଙ୍କୁ ତାରକାଗଣ ଭାବେ ବର୍ଣ୍ଣନା କରି ସେମାନଙ୍କ ଦୀପ୍ତି, ତେଜ, ବୀରତ୍ଵ ଓ ପ୍ରତିଭା ସମ୍ପର୍କରେ ସେ ଯେ ଦେଶବାସୀ ପ୍ରଚଣ୍ଡ ପ୍ରତିଭାର ଅଧ‌ିକାରୀ ହୋଇଥିଲେ ମଧ୍ୟ ବିଦେଶୀ ପରାଧୀନ ଜୀବନ ଯାପନ କରୁଥିବା ହେତୁ ସେମାନଙ୍କର ସମସ୍ତ ପ୍ରତିଭା ଭିତରେ ହିଁ ସେମାନେ ପ୍ରତିଭାବନ୍ତ ଭାବେ ବିଦିତ । ପ୍ରଚାର ଓ ପ୍ରସାର ଅଭାବ ହେତୁ ସେମାନେ ବହିର୍ଦ୍ଦେଶରେ ପରିଚିତ ହୋଇପାରି ନାହାଁନ୍ତି । ଜଣେ ମହତ ବ୍ୟକ୍ତି ଭାବେ ତାହା କବି ଅନୁଭବ କରିଛନ୍ତି । ଦେଶବାସୀଙ୍କ ମନରେ ଜାଗରଣ ସୃଷ୍ଟି କରିବାପାଇଁ ସେ କବିତା ମାଧ୍ୟମରେ ଉତ୍ସାହ ଓ ପ୍ରେରଣା ପ୍ରଦାନ କରିଛନ୍ତି । ବିଦେଶୀ ଶାସକଙ୍କ କ୍ରୂର ଶାସନ ତଳେ ଅତ୍ୟାଚାରିତ ତଥା ଶୋଷିତ ଜାବନ ଯାପନ କରୁଥ୍ ବାରୁ ସେମାନେ ଦୂର ଆକାଶର ତାରକାମାନଙ୍କ ପରି ନାରବରେ ଚାର୍ହି ରହିଥ‌ିବା ଲକ୍ଷ୍ୟ କରି କବିଙ୍କ ମନରେ ଦୁଃଖ ଜାତ ହୋଇଛି ।

ମହତ ବ୍ୟକ୍ତି ଯେପରି ଉପକାରୀଠାରେ ସଦାକୃତଜ୍ଞ ରହିଥାଏ, ସେହିପରି ସୂର୍ଯ୍ୟସମ ବିଦେଶୀ ଶାସନକୁ ପ୍ରତ୍ୟକ୍ଷ ସମାଲୋଚନା ନକରି ବରଂ ଉପକାରୀର ଅପକାର କାମନା କରୁଥିବା ଲୋକ ଆମ ଦେଶରେ ନିମକହାରାମ ଭାବେ ବିବେଚିତ ହୁଏ ବୋଲି କବି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ତଥାପି ଦେଶବାସୀଙ୍କ ମନରେ ଆତ୍ମବିଶ୍ଵାସ ସୃଷ୍ଟି କରାଇବାରେ କବିଙ୍କ ପ୍ରୟାସ ପ୍ରଣିଧାନଯୋଗ୍ୟ ।

ତୁମପାଇଁ କାମ :

ଗଙ୍ଗାଧର ମେହେରଙ୍କର ‘ତାରା-ସୂର୍ଯ୍ୟ’ ପରି ଅନ୍ୟ କେତୋଟି କବିତା ସଂଗ୍ରହ କରି ପଢ଼ ।
ତାରା ଓ ସୂର୍ଯ୍ୟଙ୍କୁ ନେଇ ଅନ୍ୟ କୌଣସି କବିଙ୍କର କେତୋଟି କବିତା ପଢ଼ି ସେଗୁଡ଼ିକର ସାରକଥା ଲେଖ ।
Answer:
ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କର ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ଳେ।ତ୍ତର

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
‘ତାରା-ସୂର୍ଯ୍ୟ’ କବିତାରେ କବି ପ୍ରଥମେ କାହାକୁ ସମ୍ବୋଧନ କରିଛନ୍ତି ?
Answer:
ତାରା – ସୂର୍ଯ୍ୟ କବିତାର କବି ପ୍ରଥମେ ତାରାମାନଙ୍କୁ ସମ୍ବେ।ଧନ କରିଛନ୍ତି।

Question ୨ ।
ତାରାମାନଙ୍କ ମନରେ ଭୟ ଅଛି ବୋଲି କବି କାହିଁକି ଅନୁଭବ କରିଛନ୍ତି ?
Answer:
ତାରାମାନେ ଦିନରେ ଦେଖା ନ ଯାଇ ରାତିରେ ଦେଖାଦେଉଥ‌ିବାରୁ ସେମାନଙ୍କ ମନରେ ଭୟ ଅଛି ବୋଲି ଅନୁଭବ କରିଛନ୍ତି।

Question ୩ ।
ନିମକହାରାମ କାହାକୁ କୁହାଯାଏ ?
Answer:
ହିତକାରୀର ହିତକୁ ସ୍ଵୀକାର କରୁନଥିବା ଲୋକଙ୍କୁ ନିମକହାରାମ କୁହାଯାଏ ।

BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ

Question ୪ ।
“ ଆମ୍ଭେ ଚାହୁଁଥାଉ ତାଙ୍କର ଉଦୟ” — କିଏ କାହାର ଉଦୟ ଚାହୁଁଛନ୍ତି ?
Answer:
ଆମ ରାଜ୍ୟର ଲୋକମାନେ ଆମ୍ଭର ଅନ୍ଧକାରକୁ ଦୂର କରୁଥିବା ରବିଙ୍କର ଉଦୟ ଚାହୁଁଛନ୍ତି ।

Question ୫।
‘ତାରା-ସୂର୍ଯ୍ୟ’ କବିତାର କବି କିଏ ?
Answer:
‘ତାରା-ସୂର୍ଯ୍ୟ’ କବିତାର କବି ଗଙ୍ଗାଧର ମେହେର ।

Question ୬।
ଆମ୍ଭ ଭାସ୍କରଙ୍କୁ ଅନ୍ୟମାନେ କାହିଁକି କ୍ଷୁଦ୍ର ତାରା ବୋଲି କହନ୍ତି ?
Answer:
ଆମ୍ଭ ଭାସ୍କର ଅନ୍ୟମାନଙ୍କ ଆଗରେ ଭାସ୍କର ହୋଇ ଦେଖାଯାଆନ୍ତି ନାହିଁ ବୋଲି ଅନ୍ୟମାନେ ଆମ୍ଭ ଭାସ୍କରଙ୍କୁ କ୍ଷୁଦ୍ର ତାରା ବୋଲି କହନ୍ତି।

Question ୭ ।
କ’ଣ ସତ୍ୟ ବୋଲି କବି ଜାଣିଛନ୍ତି ?
Answer: -ତାରାମାନେ ସୂର୍ଯ୍ୟ ପରି ଅଟନ୍ତି ଏହା ସତ୍ୟବୋଲି କବି ଜାଣିଛନ୍ତି

Question ୮।
‘ତାରା – ସୂର୍ଯ୍ୟ’ କବିତାଟି କେଉଁ ମୂଳଗ୍ରନ୍ଥରୁ ଆନୀତ ?
Answer:
‘ତାରା – ସୂର୍ଯ୍ୟ’ କବିତାଟି କବିଙ୍କର ‘ଅର୍ଘ୍ୟଥାଳୀ’ କବିତାରୁ ଆନୀତ ।

Question ୯।
ଆମ ରାଜ୍ୟରେ କିଏ ତମ କ୍ଷୟ କରେ ?
Answer:
ଆମ ରାଜ୍ୟରେ ରବି ତମ କ୍ଷୟ କରେ ।

Question ୧୦ ।
କେଉଁମାନଙ୍କୁ ରବି ପରି ରଶ୍ମିମାନ ବୋଲି କବି କହିଛନ୍ତି ?
Answer:
ତାରାମାନଙ୍କୁ ରବିପରି ରଶ୍ମିମାନ ବୋଲି କବି କହିଛନ୍ତି ।

BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ

Question ୧୧।
ଆମ୍ଭ ତମ ନାଶିବାକୁ କାହାର ପ୍ରଭାବ ନାହିଁ ?
Answer:
ଆମ୍ଭ ତମ ନାଶିବାକୁ ତାରାମାନଙ୍କର ପ୍ରଭାବ ନାହିଁ ।

Question ୧୨।
ଆମେ କାହିଁକି ରବିଙ୍କର ଉଦୟକୁ ଚାହୁଁଛୁ ?
Answer:
ରବି ତମ କ୍ଷୟ କରୁଥିବାରୁ ଆମେ ରବିଙ୍କର ଉଦୟକୁ ଚାହୁଁଛୁ ।

Question ୧।
ନିମ୍ନୋକ୍ତ କବିତାମାନଙ୍କ ମଧ୍ୟରୁ କେଉଁଟି ଗଙ୍ଗାଧର ମେହେରଙ୍କ ରଚନା ?
(କ) ଅବକାଶ ଚିନ୍ତା
(ଖ) ଅର୍ଘ୍ୟଥାଳୀ
(ଗ) ବାଘଗାତ
(ଘ) ଅର୍ବନା
Answer:
(ଖ) ଅର୍ଘ୍ୟଥାଳୀ

Question ୨।
ଗଙ୍ଗାଧର ମେହେରଙ୍କୁ କି କବି କୁହାଯାଏ ?
(କ) ବ୍ୟାସକବି
(ଖ) ଜାତୀୟ କବି
(ଗ) ସ୍ୱଭାବ କବି
(ଘ) ଗଲ୍ଲାକବି
Answer:
(ଗ) ସ୍ୱଭାବ କବି

Question ୩ ।
‘ତାରା-ସୂର୍ଯ୍ୟ’ କବିତାର ମୁଖ୍ୟ ଭାବ କ’ଣ ?
(କ) ଦେଶପ୍ରେମର ବାର୍ତ୍ତା
(ଖ) ପ୍ରକୃତି ପ୍ରେମର ବାର୍ତ୍ତା
(ଗ) ବିଭୁପ୍ରେମର ବାର୍ତ୍ତା
(ଘ) ଅର୍ଚ୍ଚନା
Answer:
(ଘ) ଅର୍ଚ୍ଚନା

Question ୪।
ନିମ୍ନୋକ୍ତ ମଧ୍ଯରୁ କେଉଁଟି ସୂର୍ଯ୍ୟଙ୍କର ପ୍ରତିଶବ୍ଦ ନୁହେଁ ?
(କ) ପ୍ରଭାକର
(ଖ) ଭାସ୍କର
(ଗ) ଦିବାକର
(ଘ) ରବି
Answer:
(ଖ) ଭାସ୍କର

BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ

Question ୫ ।
ନିମ୍ନୋକ୍ତ କବିତା ପଂକ୍ତି ପାଇଁ କେଉଁଟି ଉପଯୁକ୍ତ ପଂକ୍ତି
(କ) ଆମ୍ଭ ତମ ନାଶିବାକୁ ନାହିଁ ତ ପ୍ରଭାବ
(ଖ) ସେକଥାରେ ମହତଙ୍କ କି ଯାଏ ଆସେ
(ଗ) ତୁମେ ପରା ଅଛ କେତେ ରବି-ରଶ୍ମିମାନ
(ଘ) ଏଶୁ ଆମ୍ଭେ ଚାହୁଁଥାଉ ତାଙ୍କର ଉଦୟ
Answer:
(ଖ) ସେକଥାରେ ମହତଙ୍କ କି ଯାଏ ଆସେ

Question ୬।
‘ଆମ୍ଭ ଦେଶେ କହୁଁ ତାକୁ ନିମକହାରାମ !’
(କ) କୃତଜ୍ଞ
(ଖ) କୃତଘ୍ନ
(ଗ) ନାଚ
(ଘ) ହିଂସ୍ର
Answer:
(ଖ) କୃତଘ୍ନ

Question ୭ ।
ନିମ୍ନୋକ୍ତ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ଦ୍ଵିତୀୟ ପୁରୁଷ ?
(କ) ସେ
(ଖ) ରବି
(ଗ) ଦିବାକର
(ଘ) ସ୍ଵାଭିମାନର ବାର୍ତ୍ତା
Answer:
(ଗ) ଦିବାକର

Question ୮।
ସୂର୍ଯ୍ୟଙ୍କର କେଉଁ ପ୍ରତିଶବ୍ଦ ‘ତାରା-ସୂର୍ଯ୍ୟ’ କବିତାରେ କବି ବ୍ୟବହାର କରି ନାହାନ୍ତି ?
(କ) ଭାସ୍ନର
(ଖ) ପ୍ରଭାକର
(ଗ) ରବି
(ଘ) ଦିବାକର
Answer:
(ଘ) ଦିବାକର

BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ

Question ୯ ।
‘ତାରା-ସୂର୍ଯ୍ୟ’ କବିତାରେ କବିଙ୍କ ମନର କି ଭାବ ପ୍ରକାଶପାଇଛି ?
(କ) ଘୃଣାଭାବ
(ଖ) ଆଳସ୍ୟଭାବ
(ଗ) ସ୍ଵାଭିମାନ
(ଘ) ସଂଜାର୍ଣ୍ଣ
Answer:
(ଗ) ସ୍ଵାଭିମାନ

Question ୧୦ ।
‘ତାରା-ସୂର୍ଯ୍ୟ’ କବିତାର କବି କାହାକୁ ଶ୍ରେଷ୍ଠତ୍ୱ ପ୍ରଦାନ କରିଛନ୍ତି ?
(କ) ତାରା
(ଖ) ସୂର୍ଯ୍ୟ
(ଗ) ରାଜ୍ୟ
(ଘ) ଚ୍ଚାତି
Answer:
(ଖ) ସୂର୍ଯ୍ୟ

Question ୧୧ ।
କେଉଁମାନଙ୍କୁ ନିମକହାରାମ କୁହାଯାଏ ?
(କ) ଉପକାରୀ ପ୍ରତି କୃତଜ୍ଞତା ପ୍ରକାଶ କରୁଥିବା ବ୍ୟକ୍ତିକୁ
(ଖ) ନିଜର ଜୟଗାନ କରୁଥ୍ ବା ବ୍ୟକ୍ତିକୁ
(ଗ) ନିଜର ଜୟଗାନ ନ କରୁଥିବା ବ୍ୟକ୍ତିକୁ
(ଘ) ଉପକାରୀ ପ୍ରତି କୃତଜ୍ଞତା ପ୍ରକାଶ କରୁନଥିବା ବ୍ୟକ୍ତିକୁ
Answer:
(ଘ) ଉପକାରୀ ପ୍ରତି କୃତଜ୍ଞତା ପ୍ରକାଶ କରୁନଥିବା ବ୍ୟକ୍ତିକୁ

Question ୧୨ ।
ଆମ ଭାସ୍କର କାହାକୁ ଲକ୍ଷ୍ୟ କରି କୁହାଯାଇଛି ?
(କ) ଆମର ତାରାଙ୍କୁ
(ଖ) ଆମର ସୂର୍ଯ୍ୟଙ୍କୁ
(ଗ) ଆମର ମନୋଭାବକୁ
(ଘ) ଆମର ପରମ୍ପରାକୁ
Answer:
(ଖ) ଆମର ସୂର୍ଯ୍ୟଙ୍କୁ

Question ୧୩ ।
‘‘ଆମ୍ଭ ଭାସ୍କରକୁ ତୁମ ରାଜ୍ଯଲୋକ ସାରା, ବୋଲୁଛନ୍ତି ଗଗନର କ୍ଷୁଦ୍ର ଏକ ତାରା !?? – ଏଥୁରେ କେଉଁ ଭାବ ପ୍ରକାଶପାଇଛି ?
(କ) ପ୍ରସନ୍ନତା
(ଖ) ସଂକାର୍ଣ୍ଣ ମନୋଭାବ
(ଗ) ବିବ୍ରତା
(ଘ) ଭୟ
Answer:
(ଖ) ସଂକାର୍ଣ୍ଣ ମନୋଭାବ

BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ

Question ୧୪ ।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗଙ୍ଗାଧର ମେହେରଙ୍କ ଦ୍ଵାରା ରଚିତ ନୁହେଁ ?
(କ) ତପସ୍ୱିନା
(ଖ) ଅର୍ଘ୍ୟଥାଳୀ
(ଗ) ଧର୍ମପଦ
(ଘ) ପ୍ରଶୟବଲ୍ଲରା
Answer:
(ଗ) ଧର୍ମପଦ

Question ୧୫ ।
ପ୍ରକୃତରେ କାହାକୁ କବି ମହାନ ବୋଲି ଉଲ୍ଲେଖ କରିଛନ୍ତି ?
(କ) ତାରାମାନଙ୍କୁ
(ଖ) ସୂର୍ଯ୍ୟଙ୍କୁ
(ଗ) ତାରାମାନଙ୍କ ରବିପଣକୁ
(ଘ) ତାରାମାନଙ୍କର ସୂର୍ଯ୍ୟଙ୍କପ୍ରତି ଉପହାସ ଭାବକୁ
Answer:
(ଖ) ସୂର୍ଯ୍ୟଙ୍କୁ

Question ୧୬ ।
‘ରବି’ – କେଉଁ ପୁରୁଷ ?
(କ) ପ୍ରଥମ
(ଖ) ଦ୍ୱିତୀୟ
(ଗ) ତୃତାୟ
(ଘ) ମଧ୍ୟମ
Answer:
(ଗ) ତୃତାୟ

Question ୧୭।
‘ତାରା’ କେଉଁ ପୁରୁଷ ?
(କ) ପ୍ରଥମ
(ଖ) ଦ୍ୱିତାୟ
(ଗ) ତୃତୀୟ
(ଘ) ମଧ୍ୟମ
Answer:
(ଗ) ତୃତୀୟ

Question ୧୮ ।
‘ତାରା–ସୂର୍ଯ୍ୟ’ କବିତାର କବି କିଏ ?
(କ) ଗଙ୍ଗାଧର ମେହେର
(ଖ) ରାଧାନାଥ ରାୟ
(ଗ) ଗୋପବନ୍ଧୁ ଦାସ
(ଘ) ମଧୁସୂଦନ ରାଓ
Answer:
(କ) ଗଙ୍ଗାଧର ମେହେର

Question ୧୯ ।
ଆମ୍ଭେ ଚାହୁଁଥାଉଁ ତାଙ୍କର ଉଦୟ’ – କିଏ କାହାର ଉଦୟ ଚାହୁଁଛନ୍ତି?
(କ) ପୃଥ‌ିବୀ ଅଧିବାସୀଗଣ ସୂର୍ଯ୍ୟଙ୍କର ଉଦୟ
(ଖ) ପୃଥ‌ିବୀ ଅଧିବାସୀଗଣ ସୂର୍ଯ୍ୟାଙ୍କର ଉଦୟ
(ଗ) ପୃଥ‌ିବୀର ଅଧିବାସୀଗଣ ଚନ୍ଦ୍ର ଓ ସୂର୍ଯ୍ୟଙ୍କର ଉଦୟ
(ଘ) ପୃଥ‌ିବୀର ଅଧିବାସୀଗଣ ତାରାମାନଙ୍କର ଉଦୟ
Answer:
(କ) ପୃଥ‌ିବୀ ଅଧିବାସୀଗଣ ସୂର୍ଯ୍ୟଙ୍କର ଉଦୟ

BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ

Question ୨୦ ।
କେଉଁମାନଙ୍କୁ ରବିପରି ରଶ୍ମିମାନ୍ ବୋଲି କବି କହିଛନ୍ତି ?
(କ) ତାରାମାନଙ୍କୁ
(ଖ) ସୂର୍ଯ୍ୟଙ୍କୁ
(ଗ) ଚନ୍ଦ୍ରଙ୍କୁ
(ଘ) ବିଦ୍ୱାନମାନଙ୍କୁ
Answer:
(କ) ତାରାମାନଙ୍କୁ

Question ୨୧ ।
‘ଭାସ୍କର’ ଶବ୍ଦଟିର ଅର୍ଥ କ’ଣ ?
(କ) ଉଜ୍ଜ୍ବଳ
(ଖ) ଆସିବା
(ଗ) ସୂର୍ଯ୍ୟ
(ଘ) ଚନ୍ଦ୍ର
Answer:
(କ) ଉଜ୍ଜ୍ବଳ

Question ୨୨ ।
ତାରାଗଣ କେବଳ ନିଜର ଜଗତକୁ ଆଲୋକିତ କରିଛନ୍ତି – ଏଥୁରୁ କେଉଁ ଭାବ ପ୍ରକାଶପାଇଛି ?
(କ) ସଂକାର୍ଣ୍ଣ ମନେ।ଭାବ
(ଖ) ସ୍ୱାର୍ଥପର ମନେ।ଭାବ
(ଗ) ନିଃସ୍ଵାର୍ଥ ମନୋଭାବ
(ଘ) ଦୃଢ଼ ମନୋଭାବ
Answer:
(କ) ସଂକାର୍ଣ୍ଣ ମନେ।ଭାବ

Question ୨୩ ।
‘ତାରା-ସୂର୍ଯ୍ୟ’ କବିତାଟି କବିଙ୍କର କେଉଁ କାବ୍ୟରୁ ଅଣାଯାଇଛି ?
(କ) କବିତାକଲ୍ଲୋଳ
(ଖ) ଅର୍ଘ୍ୟଥାଳୀ
(ଗ) ଇନ୍ଦୁମତୀ
(ଘ) ପ୍ରଶୟବଲ୍ଲରା
Answer:
(ଖ) ଅର୍ଘ୍ୟଥାଳୀ

କବି ପରିଚୟ :

ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗର ଅନ୍ୟତମ ବରେଣ୍ୟ କବି ଗଙ୍ଗାଧର ମେହେର ସ୍ୱଭାବ କବିଭାବେ ପରିଚିତ। ପ୍ରକୃତିକୁ କାବନ୍ତ୍ରଭାବେ ବର୍ଣ୍ଣନା କରିବାରେ ସେ ଥିଲେ ସିଦ୍ଧହସ୍ତ । ତେଣୁ ତାଙ୍କୁ ପ୍ରକୃତି କବି ମଧ୍ୟ କୁହାଯାଏ । ସ୍ବଭାବ କବି ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ରଚିତ ‘ତପସ୍ବିନୀ’, ‘ଇନ୍ଦୁମତୀ’, ‘କୀଚକବଧ’ ଆଦି କାବ୍ୟ ଏବଂ ‘କୃଷକ ସଙ୍ଗୀତ’, ‘ଅର୍ଘ୍ୟଥାଳୀ’, ‘କବିତା କଲ୍ଲୋଳ’ ଆଦି କ୍ଷୁଦ୍ର କବିତା ସଙ୍କଳନ ତାଙ୍କ ଅନନ୍ୟ ସାଧାରଣ କବି ପ୍ରତିଭାର ପରିଚୟ ବହନ କରେ । ମାତୃଭୂମି ଓ ମାତୃଭାଷାକୁ ଅମୂଲ୍ୟ ଗ୍ରନ୍ଥ ଭାବେ ବିବେଚିତ ହୋଇଛି ଓ ଓଡ଼ିଆ ଶିକ୍ଷାର୍ଥୀମାନଙ୍କ ପାଠ୍ୟପୁସ୍ତକରେ ସ୍ଥାନିତ ହୋଇଛି ।

କବିତାର ପୃଷ୍ଠଭୂମି :

‘ତାରା-ସୂର୍ଯ୍ୟ’ କବିତାଟି କବିଙ୍କ ଶ୍ରେଷ୍ଠ କବିତା ‘ଅର୍ଘ୍ୟଥାଳୀ’ରୁ ଗୃହୀତ । କବି ଏହି କବିତାଟିରେ ବିଦେଶୀ ଲକ୍ଷ୍ୟକରି ‘ଆମ ସୂର୍ଯ୍ୟ ଆମ ପାଇଁ ସବୁଠୁ ଉଜ୍ଜଳ’ ବୋଲି ଅଭିମାନୀ ବାର୍ତ୍ତା ପ୍ରଦାନ କରିଛନ୍ତି । କବିତାରେ କବିଙ୍କ ସ୍ଵଦେଶପ୍ରେମ ସ୍ପଷ୍ଟ ପ୍ରତିଭାତ ହୋଇଛି । ଉତ୍କଳୀୟମାନଙ୍କୁ ଉଦ୍‌ବୋଧନ ଦେଇ ମନରୁ ହୀନମନ୍ୟତା ଦୂର କରିବାକୁ ଏବଂ ହୃଦୟରେ ଆତ୍ମବିଶ୍ଵାସ ଜାଗ୍ରତ କରିବାକୁ କବି ପରାମର୍ଶ ଦେଇଛନ୍ତି ।

କବିତାର ସାରକଥା :

ବିସ୍ମରଣ ହୋଇଥିଲା । କଳା, ଭାସ୍କର୍ଯ୍ୟ, ସାହିତ୍ୟ, ଧର୍ମ, ସାମାଜିକ ସ୍ଥିତି ଓ ବାଣିଜ୍ୟ ବ୍ୟବସାୟ ଆଦି ସବୁ କ୍ଷେତ୍ରରେ ସେମାନେ ଥିଲେ ଅଗ୍ରଗଣ୍ୟ । କିନ୍ତୁ ପରାଧୀନ ରହି ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଦେଖା ଦେଇଥ‌ିବା ଅନୁଭବ କରି କବି ସେମାନଙ୍କୁ ଜାଗ୍ରତ କରିବାପାଇଁ ଆହ୍ବାନ ଦେଇଛନ୍ତି । ସେ ସେମାନଙ୍କୁ ତାରକାଗଣ ସହ ତୁଳନା କରି କହିଛନ୍ତି ଯେ ସେମାନେ ତାପ, ତେଜ ଓ ଜ୍ୟୋତିରେ ସୂର୍ଯ୍ୟଙ୍କ ତୁଳନାରେ କେବେ ମଧ୍ୟ ଊଣା ନୁହଁନ୍ତି । ବାସ୍ତବରେ ରାତ୍ରି ଆକାଶରେ ଦେଖାଯାଉଥ‌ିବା ନକ୍ଷତ୍ରଗୁଡ଼ିକ ସୂର୍ଯ୍ୟଙ୍କ ପରି ଗୋଟିଏ ଗୋଟିଏ ତେଜୋଦୀପ୍ତ ଜ୍ୟୋତିଷ୍କ ।

ମହାକାଶରେ ସୂର୍ଯ୍ୟଙ୍କୁ ଯେପରି ଗ୍ରହମାନେ ପରିକ୍ରମା କରିଥାଆନ୍ତି ସେହିପରି ପ୍ରତ୍ୟେକ ନକ୍ଷତ୍ରଙ୍କର ଗୋଟିଏ ଗୋଟିଏ ମଣ୍ଡଳ ରହିଅଛି ଓ ତାଙ୍କ ଚତୁଃପାର୍ଶ୍ବରେ ଗ୍ରହ ଉପଗ୍ରହାଦି ପରିକ୍ରମଣ କରୁଛନ୍ତି । ସେମାନେ ସୂର୍ଯ୍ୟଙ୍କ ପରି ରଶ୍ମିମାନ ଓ ତେଜୋବନ୍ତ । କେବଳ ଦୂର ଆକାଶରେ ଥିବାରୁ ସେମାନେ କ୍ଷୁଦ୍ର ଦେଖାଯାଆନ୍ତି ଏବଂ ଦିବସରେ ସୂର୍ଯ୍ୟଙ୍କ ଜ୍ୟୋତି ପ୍ରଭାବରେ ସେମାନେ ଦୃଷ୍ଟିଗୋଚର ହୋଇପାରନ୍ତି ନାହିଁ । ଠିକ୍ ସେହିପରି ବିଦେଶୀ ଶାସକଙ୍କ କଠୋର ଶାସନ ମଧ୍ୟରେ ଦେଶବାସୀ ଦୂରଗଗନର ନକ୍ଷତ୍ରମାନଙ୍କ ପରି ନିଜର ପରାକ୍ରମ ପ୍ରକାଶ କରିବାକୁ ସୁଯୋଗ ପାଇପାରୁ ନାହାନ୍ତି ।

ଦେଶବାସୀଙ୍କୁ ତାରକାଗଣ ଭାବେ ସମ୍ବୋଧନ କରି ସେମାନଙ୍କୁ ଦୀପ୍ତି, ତେଜ ଓ ବିକ୍ରମ ସମ୍ପର୍କରେ ସଚେତନ ହେବାକୁ କବି କହିଛନ୍ତି । ସେମାନଙ୍କଠାରେ ଅଶେଷ ପ୍ରତିଭା ଥିଲେ ମଧ୍ୟ ସେସବୁ ବିଦେଶୀ ଶାସକଙ୍କ ପରାକ୍ରମରେ ଅବଦମିତ ହୋଇ ରହିଅଛି । ତାରାମାନଙ୍କ ରାଜ୍ୟରେ ସୂର୍ଯ୍ୟ । ମଧ୍ୟ ଗଗନର ଏକ କ୍ଷୁଦ୍ରତାରା ଭାବେ ପରିଦୃଷ୍ଟ ହୋଇଥାଆନ୍ତି । ସେହିପରି ପୃଥ‌ିବୀରେ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ସମ୍ମୁଖରେ ତାରାମାନେ ପରିଦୃଷ୍ଟ ହୋଇପାରୁ ନାହାନ୍ତି । ମହତ ବ୍ୟକ୍ତିମାନେ କିନ୍ତୁ ବାସ୍ତବତାକୁ ଅନୁଭବ କରିଥାଆନ୍ତି । ସାଧାରଣ ଲୋକଚକ୍ଷୁରେ ତାରକାଗୁଡ଼ିକ କ୍ଷୁଦ୍ର ଦେଖାଯାଉଥିଲେ ମଧ୍ୟ ସେମାନଙ୍କ ମହାନତା ବିଷୟରେ ମହତ ବ୍ୟକ୍ତିମାନେ ଜାଣି ଥାଆନ୍ତି ।

ବିଦେଶୀ ଶାସକମାନଙ୍କ ଉଦ୍ଦେଶ୍ୟରେ କବି ଦୃଢ଼ଭାବେ କହିଛନ୍ତି। ଯେ ସେମାନେ ଯେତେ ବଳ ବିକ୍ରମଶାଳୀ ହେଲେ ମଧ୍ୟ ଆମ ଦେଶ ସମ୍ପର୍କରେ ସେମାନେ ସମ୍ପୂର୍ଣ୍ଣ ଅଜ୍ଞ । ଆମ ଦେଶ, ଆମ ଦେଶବାସୀ, ଆମ ସଂସ୍କୃତି ଓ ଆମ ପରମ୍ପରା ଆମ ପାଇଁ ମହାନ୍ । ମହାନ ବ୍ୟକ୍ତିମାନେ ଅଜ୍ଞ ନୁହଁନ୍ତି । କବି କହିଛନ୍ତି ଯେ ସୂର୍ଯ୍ୟଙ୍କ ପରି ତାରକାମାନେ ସେମାନଙ୍କ ରାଜ୍ୟରେ ମଧ୍ୟ ପ୍ରଚୁର କିରଣ ଦେଇଥାଆନ୍ତି । ତେଣୁ ସେଠାରେ ସେମାନେ ତେଜୀୟାନ ସୂର୍ଯ୍ୟ ଭାବେ ପରିଗଣିତ ହୋଇଥାଆନ୍ତି । ସେହିପରି ଆମ ଦେଶରେ ଆମ ଦେଶବାସୀଙ୍କ ମହତ୍ତ୍ବ ରହିଥିଲେ। ମଧ୍ୟ ବିଦେଶରେ ତାହା ପରିପ୍ରକାଶ ହୋଇ ନ ପାରିବାରୁ ସେମାନେ ଆମକୁ ମୂର୍ଖ ଓ ଇତର ବୋଲି ଭାବି ଆମ ଉପରେ ଶାସନ କରିବାକୁ ଆସିଛନ୍ତି ।

ଆମ ଉପରେ ସେମାନେ ନିଜ ନିଜର ପ୍ରଭୁତ୍ଵ ଜାହିର କରି ବଳପୂର୍ବକ ଆମ ଉପରେ ଏକ ବିଦେଶୀ ଶାସନକୁ ଲଦି ଦେଇଛନ୍ତି । ସାଧାରଣ ଲୋକଙ୍କ ଧାରଣା ଯେ ବିଦେଶୀ ଶାସକମାନେ ଆମଠାରୁ ବିଜ୍ଞ ଓ ଅଧ୍ବକ ଶିକ୍ଷିତ । ସେମାନେ ଆମକୁ ସଭ୍ୟତାର ଆଲୋକ ଦେଖାଉଛନ୍ତି । ତେଣୁ ସାଧାରଣ ଲୋକେ ସେମାନଙ୍କୁ ଅଧ୍ବକ ଶକ୍ତିଶାଳୀ ବୋଲି ମନେ କରିଥାଆନ୍ତି । ସେମାନଙ୍କ ପ୍ରଭାବରେ ଆମଠାରେ ଲୁକ୍‌କାୟିତ ଅବସ୍ଥାରେ ରହିଥ‌ିବା ପ୍ରତିଭା ପ୍ରକାଶ ଲାଭ କରିବା ସମ୍ଭବ ହେଉ ନାହିଁ । ଯାହା ଅପ୍ରକାଶିତ ରହିଥାଏ ତା’ର ଗୁରୁତ୍ଵକୁ କେହି ଉପଲବ୍ଧି କରିପାରି ନଥାଏ । ଅପରନ୍ତୁ ସେ ପ୍ରଭାବଶାଳୀ ବ୍ୟକ୍ତିର ଜୟଗାନ କରିଥାଏ । କାରଣ ଉପକାରୀର ଉପକାର ଅସ୍ବୀକାର କରୁଥିବା ବ୍ୟକ୍ତିକୁ ସାଧାରଣତଃ ନିମକହାରାମ ବୋଲି କୁହାଯାଏ। କବିତା ମାଧ୍ୟମରେ କବି ଦେଶବାସୀଙ୍କୁ ସେମାନଙ୍କ ଶକ୍ତି ଓ ସାମର୍ଥ୍ୟ ସମ୍ପର୍କରେ ସଚେତନ କରି ଜାଗ୍ରତ ହେବାକୁ ଆହ୍ଵାନ ଦେଇଛନ୍ତି ।

କଠିନ ଶବ୍ଦାର୍ଥ :

  • ରବିରଶ୍ମି – ସୂର୍ଯ୍ୟ କିରଣ ।
  • ଯେମନ୍ତ – ଯେପରି ।
  • ପ୍ରଭାକର – ସୂର୍ଯ୍ୟ ।
  • ଭାଷେ – କୁହେ ।
  • ଦିଶ – ଦେଖାଯାଏ, ଦିଗ
  • ଗଗନ – ଆକାଶ
  • ହିତ – ମଙ୍ଗଳ
  • ରଜନୀ’ – ରାତି ।
  • ତମ – ଅନ୍ଧକାର ।
  • ଭାସ୍ବର – ଉଜ୍ଜ୍ଵଳ ।
  • ନିମକହାରାମ – କୃତଘ୍ନ / ଅକୃତଜ୍ଞା
  • ଭାସ୍କର – ସୂର୍ଯ୍ୟ
  • ଦିଶେ – ଦେଖାଯାଏ

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

Odisha State Board BSE Odisha 7th Class Geography Solutions Chapter 3 ବାରିମଣ୍ଡଳ Textbook Exercise Questions and Answers.

BSE Odisha Class 7 Geography Solutions Chapter 3 ବାରିମଣ୍ଡଳ

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଲେଖ ।

Question କ.
ପୃଥ‌ିବୀର ଜଳଭାଗ ଓ ସ୍ଥଳଭାଗର କ୍ଷେତ୍ରଫଳ ଶତକଡ଼ାରେ ପ୍ରକାଶ କଲେ କେତେ ହେବ ?
Answer:
ପୃଥ‌ିବୀର ଜଳଭାଗର କ୍ଷେତ୍ରଫଳ ଶତକଡ଼ା ୭୧ ଭାଗ ଓ ସ୍ଥଳଭାଗର କ୍ଷେତ୍ରଫଳ ଶତକଡ଼ା ୨୯ ଭାଗ ।

Question ଖ.
ପୃଥ‌ିବୀର ମଧୁର ଜଳର ମୁଖ୍ୟ ଉତ୍ସଗୁଡ଼ିକର ନାମ କ’ଣ ?
Answer:
ପୃଥିବୀର ମଧୁର ଜଳର ମୁଖ୍ୟ ଉତ୍ସଗୁଡ଼ିକର ନାମ,
ଯଥା-

  • ହିମୋଟୋପର
  • ଭୂତଳ ଜଳ
  • ମଧୁର ଜଳ ହ୍ରଦ
  • ବାୟୁମଣ୍ଡଳ ଏବଂ
  • ନଦୀ, କୂଅ, ପୋଖରୀ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

Question ଗ.
ଜଳଚକ୍ର କାହାକୁ କୁହାଯାଏ ?
Answer:

  • ବାଷ୍ପୀର୍ଭବନ ପ୍ରକ୍ରିୟାରେ ପୃଥ‌ିବୀପୃଷ୍ଠର ଜଳ ଜଳୀୟବାଷ୍ପ ରୂପେ ବାୟୁମଣ୍ଡଳରେ ପ୍ରବେଶ କରେ ।
  • ଏହି ଜଳୀୟବାଷ୍ପ ଘନୀଭବନ ପ୍ରକ୍ରିୟାରେ ମେଘରେ ପରିଣତ ହୁଏ ।
  • ପୁନର୍ବାର ତାହା ବର୍ଷଣ ପ୍ରକ୍ରିୟା ଦ୍ଵାରା ଭୂପୃଷ୍ଠକୁ ଫେରିଆସେ । ଜଳର ଏପ୍ରକାର ଚକ୍ରାକାର ଗତିକୁ ଜଳଚକ୍ର କୁହାଯାଏ ।

Question ଘ.
ବାରିମଣ୍ଡଳ କାହାକୁ କୁହାଯାଏ ?
Answer:

  • ଭୂପୃଷ୍ଠରେ ଥିବା ମହାସାଗର, ସାଗର, ହ୍ରଦ, ନଦୀ, ହିମବାହ, ଭୂତଳ ଜଳ ଏବଂ ବାୟୁମଣ୍ଡଳର ଜଳୀୟବାଷ୍ପକୁ ନେଇ ବାରିମଣ୍ଡଳ ଗଠିତ ।
  • ଏହି ବାରିମଣ୍ଡଳ ସମଗ୍ର ପୃଥ‌ିବୀ କ୍ଷେତ୍ରଫଳର ପ୍ରାୟ ୭୧% ଅଧିକାର କରିଛି ।

Question ଙ.
ପୃଥ‌ିବୀର ମହାସାଗରଗୁଡ଼ିକର ନାମ କ’ଣ ?
Answer:

  • ପୃଥ‌ିବୀରେ ମୁଖ୍ୟ ୪ ଗୋଟି ମହାସାଗର ରହିଛି, ଯଥା- ପ୍ରଶାନ୍ତ ମହାସାଗର, ଆଟ୍‌ଲାଣ୍ଟିକ୍ ମହାସାଗର, ଭାରତ ମହାସାଗର ଓ ଉତ୍ତର ବା ସୁମେରୁ ମହାସାଗର ।
  • ଏହାବ୍ୟତୀତ ଦକ୍ଷିଣ ମହାସାଗର ବା କୁ ମେରୁ ମହାସାଗରକୁ ମହାସାଗର ଭାବେ ଉଲ୍ଲେଖ କରାଯାଇଛି ।

Question ଚ.
ମହାସାଗର ତଳ କ’ଣ ?
Answer:

  • ମହୀଢାଲୁର ନିମ୍ନ ଅଂଶରୁ ସମୁଦ୍ର ତଳର ବିସ୍ତୃତ ଶଯ୍ୟାକୁ ମହାସାଗର ସମତଳ କୁହାଯାଏ ।
  • ଏଠାରେ ଭୂମିର ଢାଲୁ ଅତି ନଗଣ୍ୟ, ମାତ୍ର ସଂପୂର୍ଣ୍ଣ ସମତଳ ନୁହେଁ ।
  • ଏଠାରେ ମହାସାଗର ଖାତ, ନିମଜ୍ଜିତ ପର୍ବତଶ୍ରେଣୀ ଆଦି ଦେଖାଯାଏ ।
  • ମହାସାଗର ତଳରେ ସାମୁଦ୍ରିକ ଉଭିଦ ଓ ଜୀବଜନ୍ତୁଙ୍କ ଧ୍ବଂସାବଶେଷ ଜମାହୋଇ କୋମଳ ପଙ୍କ ବିଶିଷ୍ଟ ସିନ୍ଧୁମଳ ସୃଷ୍ଟି ହୋଇଥାଏ ।

Question ଛ.
ସମୁଦ୍ର ତରଙ୍ଗ କାହାକୁ କୁହାଯାଏ ?
Answer:

  • ପ୍ରବାହିତ ବାୟୁର ଘର୍ଷଣ ଫଳରେ ସାଗର ପୃଷ୍ଠରେ ଜଳର ଭାଙ୍ଗ ପଡ଼ିଯାଏ । ଏହାକୁ ତରଙ୍ଗ କୁହାଯାଏ ।
  • ସମୁଦ୍ରକୂଳରେ ତରଙ୍ଗର ଗତି ଆଗକୁ ଓ ପଛକୁ ହୋଇଥ‌ିବାବେଳେ ସମୁଦ୍ର ବକ୍ଷରେ ଏହାର ଗତି ଉର୍ଷକୁ ଓ ନିମ୍ନକୁ ହୋଇଥାଏ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

Question ଜ.
ଜୁଆର କ’ଣ ?
Answer:

  • ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଆକର୍ଷଣ ଯୋଗୁଁ ପୃଥ‌ିବୀର ଜଳଭାଗ ଅଧ‌ିକ ଆକର୍ଷିତ ହୋଇଥାଏ। ଫଳରେ ମହାସାଗର ଜଳସ୍ତର ସାମୟିକ ଭାବେ ଫୁଲିଉଠେ । ଏହାକୁ ଜୁଆର କୁହାଯାଏ।
  • ଅର୍ଥାତ୍ ସମୁଦ୍ର ଜଳର ନିୟମିତ ଉତ୍‌ଥାନକୁ ଜୁଆର କୁହାଯାଏ।
  • ପୃଥ‌ିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥାନକୁ ନେଇ ଜୁଆରକୁ ଗୁରୁ ଜୁଆର, ଲଘୁ ଜୁଆର, ପ୍ରତ୍ୟକ୍ଷ ଜୁଆର ଓ ପରୋକ୍ଷ ଜୁଆର ନାମରେ ନାମିତ କରାଯାଇଛି ।

Question ଖ.
ସାମୁଦ୍ରିକ ସ୍ରୋତ କାହାକୁ କୁହାଯାଏ ?
Answer:
ଭୂପୃଷ୍ଠରେ ବାୟୁ ପ୍ରବାହ ଭଳି ବିଭିନ୍ନ କାରଣରୁ ସମୁଦ୍ର ଜଳ ଗତିଶୀଳ ହୋଇଥାଏ। ସମୁଦ୍ରର ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ହେଉଥ‌ିବା ଏହି ଜଳପ୍ରବାହକୁ ସାମୁଦ୍ରିକ ସ୍ରୋତ କୁହାଯାଏ।

୨। କାରଣ ଦର୍ଶାଅ।

Question କ.
ପୂର୍ଣିମା ତିଥିରେ ଗୁରୁ ଜୁଆର ହୋଇଥାଏ ।
Answer:

  • ପୂର୍ଣ୍ଣିମା ତିଥିରେ ସୂର୍ଯ୍ୟ, ପୃଥ‌ିବୀ ଓ ଚନ୍ଦ୍ର ପ୍ରାୟ ଏକ ସରଳରେଖାରେ ଅବସ୍ଥାନ କରିଥାନ୍ତି ।
  • ସେହିଦିନ ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ପୃଥ‌ିବୀର ଅବସ୍ଥାନ ହୋଇଥାଏ । ତେଣୁ ପୃଥ‌ିବୀର ଉଭୟ ପାର୍ଶ୍ଵରେ ଚନ୍ଦ୍ର ଓ ସୂର୍ଯ୍ୟର ଆକର୍ଷଣ ଯୋଗୁ ଉଚ୍ଚ ଜୁଆର ହୋଇଥାଏ ।

Question ଖ.
ଅଷ୍ଟମୀ ତିଥିରେ ଲଘୁ ଜୁଆର ସଂଗଠିତ ହୋଇଥାଏ ।
Answer:

  • ଅଷ୍ଟମୀ ତିଥିରେ ଚନ୍ଦ୍ର ଓ ସୂର୍ଯ୍ୟ ପୃଥ‌ିବୀକୁ କେନ୍ଦ୍ରକରି ପ୍ରାୟ ସମକୋଣରେ ଅବସ୍ଥାନ କରନ୍ତି ।
  • ଉଭୟଙ୍କର ଆକର୍ଷଣ ପରସ୍ପର ବିରୋଧୀ ହୋଇଥାଏ । ଫଳରେ ଜୁଆରର ଉଚ୍ଚତା ଅଧିକ ନ ହୋଇ କମ୍ ହୋଇଥାଏ ।

Question ଗ.
ଡଗରବ୍ୟାକ୍ ଏକ ପ୍ରସିଦ୍ଧ ମାଛଧରା କେନ୍ଦ୍ର।
Answer:

  • ଡଶରବ୍ୟାଙ୍କ୍ ନିକଟରେ ଉଷ୍ମ ସାମୁଦ୍ରିକ ସ୍ରୋତ ଓ ଶୀତଳ ସାମୁଦ୍ରିକ ସ୍ରୋତର ମିଳନ ଘଟିଥୁବାରୁ ସେଠାରେ ପ୍ଲାନ ଜାତୀୟ ଉଦ୍ଭିଦ ପ୍ରଚୁର ପରିମାଣରେ ଜମାହୁଏ ।
  • ଏହା ମାଛମାନଙ୍କର ପ୍ରକୃଷ୍ଟ ଖାଦ୍ୟ ହୋଇଥିବାରୁ ଏହା ପ୍ରସିଦ୍ଧ ମାଛଧରା କେନ୍ଦ୍ର ହୋଇପାରିଛି ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

Question ଘ.
ପୃଥ‌ିବୀର ସାମୁଦ୍ରିକ ବାଣିଜ୍ୟର ଅଧିକାଂଶ ଭାଗ ଆଟ୍‌ଲାଣ୍ଟିକ୍ ମହାସାଗର ଦେଇ ହୋଇଥାଏ ।
Answer:

  • ଆଟ୍‌ଲାଣ୍ଟିକ ମହାସାଗରର ଉଭୟ ପାର୍ଶ୍ଵରେ ଇଉରୋପ ଓ ଉତ୍ତର ଆମେରିକା ଭଳି ସମୃଦ୍ଧିଶାଳୀ ମହାଦେଶ ଅବସ୍ଥିତ ।
  • ଏହି ମହାସାଗରର ଉପକୂଳ ଦନ୍ତୁରିତ ଥିବାରୁ ଏଠାରେ ଅନେକ ପ୍ରାକୃତିକ ପୋତାଶ୍ରୟ ଓ ବନ୍ଦରମାନ ଗଢ଼ିଉଠିଛି । ତେଣୁ ଏହି ମହାସାଗର ଦେଇ ଅନେକ ବାଣିଜ୍ୟ କାରବାର ହୋଇଥାଏ ।

୩ । ସଂକ୍ଷିପ୍ତ ଟିପ୍ପଣୀ ଲେଖ ।

Question କ.
ସିନ୍ଧୁମଳ :
Answer:

  • ମହାସାଗର ସମତଳରେ ଭୂପୃଷ୍ଠରୁ କ୍ଷୟପ୍ରାପ୍ତ ଅତି ସୂକ୍ଷ୍ମ ଶିଳାରେଣୁ, ଆଗ୍ନେୟ ଭସ୍ମ ପ୍ରଭୃତି ପଦାର୍ଥ ଭାସିଯାଇ ଜମାହୁଏ।
  • ଏହାବ୍ୟତୀତ ବିଭିନ୍ନ ସାମୁଦ୍ରିକ ଉଦ୍ଭଦ ଓ ଜୀବଜନ୍ତୁଙ୍କ ଧ୍ବଂସାବଶେଷ ମହାସାଗର ତଳ ଅଂଶରେ ଜମାହୋଇ ଏକପ୍ରକାର କୋମଳ ପଙ୍କ ସୃଷ୍ଟି କରେ। ଏହାକୁ ସିନ୍ଧୁମଳ କୁହାଯାଏ।

Question ଖ.
ମହୀଜାଲୁ :
Answer:

  • ମହୀସୋପାନର ଶେଷଭାଗରୁ ଭୂମି ଅଧିକ ଢାଲୁ ହୋଇଯାଇ ଗଭୀର ସମୁଦ୍ର ଆଡ଼କୁ ଲମ୍ବିଯାଇଥାଏ।
  • ସମୁଦ୍ର ତଳର ଏହି ଅଧୁକ ଗଡ଼ାଣିଆ ଅଞ୍ଚଳକୁ ମହୀଢାଲୁ କୁହାଯାଏ।

Question ଗ.
ସୁନାମି :
Answer:

  • ବେଳେବେଳେ ମହାସାଗର ନିମ୍ନସ୍ଥ ଭୂଭାଗ ଅଭ୍ୟନ୍ତରରେ ଭୂମିକମ୍ପ ସୃଷ୍ଟି ହେଲେ ସମୁଦ୍ର ଜଳରାଶିରେ କମ୍ପନ ସୃଷ୍ଟି ହୁଏ। ଫଳରେ ବିରାଟ ବିରାଟ ତରଙ୍ଗମାନ ସୃଷ୍ଟି ହୁଏ।
  • ଏପରିଭାବେ ସୃଷ୍ଟି ହେଉଥିବା ବିରାଟ ସାମୁଦ୍ରିକ ତରଙ୍ଗକୁ ଜାପାନୀ ଭାଷାରେ ସୁନାମି (Tsunami) କୁହାଯାଏ।
  • ସୁନାମି ତରଙ୍ଗର ଉଚ୍ଚତା ପ୍ରାୟ ୧୫ ମିଟର। ଭୂମିକମ୍ପର ତୀବ୍ରତା ଅଧିକ ହେଲେ ଏହାର ଉଚ୍ଚତା ୧୫୦ ମିଟର ପର୍ଯ୍ୟନ୍ତ ହୋଇଥାଏ ଓ ଘଣ୍ଟାକୁ ୭୦୦ କି.ମି. ବେଗରେ ଉପକୂଳ ଅଞ୍ଚଳ ଆଡ଼କୁ ମାଡ଼ିଆସେ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

Question ଘ.
ପରୋକ୍ଷ ଜୁଆର :
Answer:
(i) ଆବର୍ତ୍ତନ ସମୟରେ ଚନ୍ଦ୍ରର ସମ୍ମୁଖୀନ ହେଉଥ‌ିବା ପୃଥିବୀର ମହାସାଗର ଜଳରାଶିରେ ଚନ୍ଦ୍ରର ଆକର୍ଷଣ ଯୋଗୁ ପ୍ରତ୍ୟକ୍ଷ ଜୁଆର ହୋଇଥାଏ ।
(ii) ଏହି ସମୟରେ ପ୍ରତ୍ୟକ୍ଷ ଜୁଆର ହେଉଥିବା ମହାସାଗର ଅଂଶର ବିପରୀତ ପାର୍ଶ୍ଵରେ ଚନ୍ଦ୍ରର ଆକର୍ଷଣ ନ ଥାଏ । ମାତ୍ର ଭୂପୃଷ୍ଠର କଠିନ ଅଂଶ କିଛି ମାତ୍ର ଚନ୍ଦ୍ର ଆଡ଼କୁ ଆକର୍ଷିତ ହୁଏ । ଫଳରେ ଜଳଭାଗ ଓ କଠିନ ଭୂଭାଗ ମଧ୍ୟରେ ସୃଷ୍ଟ ଶୂନ୍ୟସ୍ଥାନକୁ ପୂରଣ ପାଇଁ ଭୂପୃଷ୍ଠର ଅନ୍ୟ ଅଞ୍ଚଳର ଜଳରାଶି ସେ ସ୍ଥାନକୁ ପ୍ରବାହ ହୋଇଥାଏ । ସେଠାରେ ସମୁଦ୍ର ଜଳ ସ୍ତ୍ରୀତ ହୋଇ ପରୋକ୍ଷ ଜୁଆର ସୃଷ୍ଟି ହୁଏ ।

Question ଙ.
ଇଉରୋପର ଉଷ୍ମ କମ୍ବଳ :
Answer:

  • ଇଉରୋପର ପଶ୍ଚିମ ଉପକୂଳରେ ଉଷ୍ମ ଆଟ୍‌ଲାଣ୍ଟିକ୍ ଉପସାଗରୀୟ ଧୀର ସ୍ରୋତ ପ୍ରବାହିତ ।
  • ଏହି ସ୍ରୋତର ଉଷ୍ମତା ପ୍ରଭାବରେ ଇଉରୋପର ପଶ୍ଚିମ ଉପକୂଳର ବନ୍ଦରଗୁଡ଼ିକ ବରଫମୁକ୍ତ ରହେ । ତେଣୁ ଏହି ଉଷ୍ମ ସାମୁଦ୍ରିକ ସ୍ରୋତକୁ ‘ଇଉରୋପର ଉଷ୍ମ କମ୍ବଳ’ କୁହାଯାଏ ।

Question ଚ.
ପ୍ରବାଳ ବନ୍ଧ :
Answer:

  • କ୍ରାନ୍ତୀମଣ୍ଡଳୀୟ ସମୁଦ୍ରରେ ପ୍ରାୟ ୨୧° ସେଲ୍‌ସିୟସ୍‌ ଅଧିକ ତାପମାତ୍ରା ଥ‌ିବା ଜଳରେ ଅଧିକ ସଂଖ୍ୟକ ପ୍ରବାଳ ବାସ କରନ୍ତି ।
  • ସେହି ପ୍ରବାଳମାନଙ୍କ ମୃତ ଶରୀର ଜମିଯାଇ ପ୍ରବାଳ ସ୍ତୂପ ସୃଷ୍ଟି ହୁଏ ।
  • ପାଖାପାଖୁ ପ୍ରବାଳ ସ୍ତୂପ ପରସ୍ପର ସଂଲଗ୍ନ ହେଲେ ପ୍ରବାଳ ବନ୍ଧ ସୃଷ୍ଟି ହୁଏ ।
  • ଅଷ୍ଟ୍ରେଲିଆ ମହାଦେଶର ପୂର୍ବ ଉପକୂଳର ଅନତିଦୂରରେ ‘ଗ୍ରେଟ୍ ବ୍ୟାରିଅର୍ ରିଫ୍’ ନାମକ ଏକ ବୃହତ୍ ପ୍ରବାଳ ବନ୍ଧ ରହିଛି ।

Question ଛ.
ଆଟୋଲ :
Answer:

  • ସମୁଦ୍ରର କେତେକ ସ୍ଥାନରେ ବୃତ୍ତାକାର ଖଣ୍ଡିତ ପ୍ରବାଳ ଘେରିବନ୍ଧ ସୃଷ୍ଟି ହୋଇଥାଏ ।
  • ଏହାକୁ ଆଟୋଲ୍ କୁହାଯାଏ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

Question କ.
ପ୍ଲାକ୍‌ଟିନ୍ :
Answer:

  • ପ୍ଲାକ୍‌ଟିନ୍ ଏକ ସାମୁଦ୍ରିକ ଶୈବାଳ ଜାତୀୟ ଉଦ୍ଭିଦ ।
  • ଏହା ମାଛମାନଙ୍କର ଏକ ପ୍ରକୃଷ୍ଟ ଖାଦ୍ୟ ।
  • ଶୀତଳ ସାମୁଦ୍ରିକ ସ୍ରୋତ ଓ ଉଷ୍ମ ସ୍ରୋତର ମିଳନସ୍ଥଳୀରେ ପ୍ରଚୁର ପରିମାଣରେ ପ୍ଲାସ୍ଟେଟନ୍‌ ଜାତୀୟ ଉଦ୍ଭଦ ଜନ୍ମେ । ତେଣୁ ସେଠାରେ ପ୍ରସିଦ୍ଧ ମାଛଧରା କେନ୍ଦ୍ର ଗଢ଼ିଉଠିଛି ।

୪ । ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ପୃଥ‌ିବୀର ସାଗରଗୁଡ଼ିକ ମଧ୍ୟରୁ ______ ସବୁଠାରୁ ବଡ଼। (ଲୋହିତ ସାଗର, ବେରଂ ସାଗର, ଦକ୍ଷିଣ ଚୀନ୍ ସାଗର, ଭୂମଧ୍ୟ ସାଗର)
Answer:
ଦକ୍ଷିଣ ଚୀନ୍ ସାଗର

(ଖ) ପୃଥ‌ିବୀର ଗଭୀରତ ମ ସାମୁଦ୍ରିକ ଖାତ ________ ମହାସାଗରରେ ଅବସ୍ଥିତ । (ପ୍ରଶାନ୍ତ, ଆଟ୍‌ଲାଷ୍ଟିକ୍, ଭାରତ, ସୁମେରୁ)
Answer:
ପ୍ରଶାନ୍ତ

(ଗ) ପୃଥ‌ିବୀରେ ଉପଲବ୍‌ଧ ମଧୁର ଜଳର ସର୍ବାଧ‌ିକ ଭାଗ _______ ଠାରେ ରହିଅଛି । (ଭୂତଳ ଜଳ, ନଦୀ, ହିମଟୋପର, ବାୟୁମଣ୍ଡଳ)
Answer:
ହିମଟୋପର

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

(ଘ) ଜଳ ଦିବସ _______ ତାରିଖରେ ପାଳିତ ହୁଏ । (ସେପ୍ଟେମ୍ବର ୨୩, ମାର୍ଚ୍ଚ ୨୨, ଅକ୍ଟୋବର ୨୪, ନଭେମ୍ବର ୧୫)
Answer:
ମାର୍ଚ୍ଚ ମାସ ୨୨

୫ । ସମୁଦ୍ରରେ ଜୁଆର ଓ ଭଟ୍ଟା କିପରି ସଂଘଟିତ ହୁଏ ଚିତ୍ର ସାହାଯ୍ୟରେ ବୁଝାଇ ଲେଖ ।

Answer:

  • ସୂର୍ଯ୍ୟ ଓ ଚନ୍ଦ୍ର ଉଭୟଙ୍କର ମହାକର୍ଷଣ ଶକ୍ତି ଜୁଆର ସୃଷ୍ଟି କରିବାର କାରଣ ଅଟେ । ମୁଖ୍ୟତଃ ଚନ୍ଦ୍ରର ଆକର୍ଷଣ ଫଳରେ ଜୁଆର ହୁଏ । ଏହା ସହ ପୃଥ‌ିବୀର ଗତି ଏଥରେ ସାହାଯ୍ୟ କରିଥାଏ ।
    BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 11
  • ଆବର୍ତ୍ତନ ସମୟରେ ପୃଥ‌ିବୀର ଯେଉଁ ଅଂଶ ଚନ୍ଦ୍ରର ସମ୍ମୁଖୀନ ହୁଏ ସେଠାରେ ଥ‌ିବା ଜଳରାଶି ଚନ୍ଦ୍ରର ଆକର୍ଷଣ ଯୋଗୁଁ ଫୁଲି ଉଠେ । ଫଳରେ ପ୍ରତ୍ୟକ୍ଷ ଜୁଆର ହୋଇଥାଏ ।
  • ସେହି ସମୟରେ ଏହାର ଠିକ୍ ବିପରୀତ ଦିଗରେ ଅବସ୍ଥିତ ଜଳରାଶି ଉପରେ ଚନ୍ଦ୍ରର ଆକର୍ଷଣ ନ ଥାଏ, ମାତ୍ର ଭୂପୃଷ୍ଠର କଠିନ ଅଂଶ କିଛି ମାତ୍ରାରେ ଚନ୍ଦ୍ରଦ୍ୱାରା ଆକର୍ଷିତ ହେବା ଫଳରେ ଜଳଭାଗ ଓ କଠିନ ଭୂଭାଗ ମଧ୍ୟରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୁଏ ।
  • ଏହି ଶୂନ୍ୟସ୍ଥାନକୁ ପୂରଣ କରିବାପାଇଁ ଭୂପୃଷ୍ଠର ଅନ୍ୟ ଅଞ୍ଚଳରୁ ଜଳରାଶି ସେଠାକୁ ପ୍ରବାହିତ ହୁଏ । ଫଳରେ ସମୁଦ୍ରଜଳ ଫୁଲିଉଠି ପରୋକ୍ଷ ଜୁଆର ହୁଏ ।
  • ପ୍ରତ୍ୟକ୍ଷ ଓ ପରୋକ୍ଷ ଜୁଆର ମଧ୍ୟବର୍ତ୍ତୀ ଅଂଶରେ ଥିବା ” ସାଗର ଓ ମହାସାଗରର ଜଳପତ୍ତନ ହ୍ରାସ ପାଇ ଭଟ୍ଟା ସୃଷ୍ଟି ହୁଏ ।

୬ । ସାଗର ଓ ମହାସାଗରର ଗୁରୁତ୍ବ ଉଦାହରଣ ସହ ବୁଝାଅ ।

Answer:

  1. ସାଗର ଓ ମହାସାଗର ଅମାପ ସମ୍ପଦର ଗନ୍ତାଘର । ତେଣୁ ଏହାକୁ ‘ରନ୍ଧାକର’ କୁହାଯାଏ । ସମୁଦ୍ରରୁ ଆମର ଖାଇବାଲୁଣ (ସୋଡ଼ିୟମ୍‌ କ୍ଲୋରାଇଡ୍) ସଂଗ୍ରହ କରାଯାଏ ।
  2. ସାମୁଦ୍ରିକ’ ମାଛ କୋଟି କୋଟି ଲୋକଙ୍କର ଖାଦ୍ୟ ଆବଶ୍ୟକତା ପୂରଣ କରେ । ସମୁଦ୍ରରୁ ମୂଲ୍ୟବାନ ଶଙ୍ଖ, ପୋହଳା, ମୋତି ଆଦି ପଦାର୍ଥ ମିଳିଥାଏ ।
  3. ଅଲିଭ୍ ରିଡ଼ଲେ କଇଁଛ ତଥା ଅନ୍ୟାନ୍ୟ ସାମୁଦ୍ରିକ ଜୀବ ନାନାଦି ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ ।
  4. ସାମୁଦ୍ରିକ ଜୀବ ଗୁଡ଼ିକର ସଂଗ୍ରହ, ସେଗୁଡ଼ିକ ର ପ୍ରକ୍ରିୟାକରଣ ଓ ଉପଯୁକ୍ତ ବିନି ଯୋଗ ଆଦି କାର୍ଯ୍ୟ କରି ବହୁତ ଲୋକ ଜୀବିକା ନିର୍ବାହ କରିଥାନ୍ତି ।
  5. ବୈଜ୍ଞାନିକ ପଦ୍ଧତିରେ ସମୁଦ୍ର ଗର୍ଭସ୍ଥ ଅନେକ ମୂଲ୍ୟବାନ ଧାତବ ଖଣିଜ ଓ ଖଣିଜତୈଳ ଆହରଣ କରାଯାଏ ।

BSE Odisha 7th Class Geography Notes Chapter 3 ବାରିମଣ୍ଡଳ

ଉପକ୍ରମ :

  • ଭୂପୃଷ୍ଠରେ ଥିବା ମହାସାଗର, ସାଗର, ହ୍ରଦ, ନଦୀ, ହିମବାହ, ଭୂତଳ ଜଳ ଏବଂ ବାୟୁମଣ୍ଡଳର ଜଳୀୟବାଷ୍ପକୁ। ନେଇ ପୃଥ‌ିବୀର ବାରିମଣ୍ଡଳ ଗଠିତ ।
  • ଏହା ପ୍ରାୟ ୩୬ କୋଟି ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ।
  • ପୃଥ‌ିବୀର ଜଳଭାଗ ଲବଣାକ୍ତ ଜଳ ଓ ମଧୁର ଜଳ ଭାବରେ ବିଭକ୍ତ ।
  • ମହାସାଗର, ସାଗର, ହ୍ରଦ ଆଦି ଲବଣାକ୍ତ ଜଳର ଉତ୍ସ ହୋଇଥିବାବେଳେ ପର୍ବତ ଶିଖରରେ ଥ‌ିବା ତୁଷାର ରାଶି, ନଦୀ, କୂଅ, ପୋଖରୀ, ଜଳୀୟବାଷ୍ପ, ଭୂତଳ ଜଳ ଇତ୍ୟାଦି ମଧୁରଜଳର ଉତ୍ସ ଅଟେ ।
  • ପୃଥିବୀପୃଷ୍ଠର ସମୁଦାୟ କ୍ଷେତ୍ରଫଳର ଶତକଡ଼ା ୭୧ ଭାଗ ଜଳଭାଗ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

ପୃଥ‌ିବୀ ପୃଷ୍ଠରେ ଜଳର ଆବଣ୍ଟନ :

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 1

ପୃଥ‌ିବୀପୃଷ୍ଠରେ ମିଳୁଥିବା ମଧୁରଜଳ ଭୂତଳରେ ୦.୬୮%, ହ୍ରଦରେ ୦.୦୦୯%, ବାୟୁମଣ୍ଡଳରେ ଜଳୀୟବାଷ୍ପ ରୂପେ ୦.୦୦୧୯%, ନଦୀମାନଙ୍କରେ ୦,୦୦୦୧% ଏବଂ ତୁଷାର ରାଶିରେ ୨% ଭାଗ ମିଳିଥାଏ ।

ପୃଥ‌ିବୀପୃଷ୍ଠରେ ମିଳୁଥିବା ବ୍ୟବହାର ଉପଯୋଗୀ ମଧୁର ଜଳର ପରିମାଣ ଶତକଡ଼ା ୦,୦୧୧ ଭାଗ । ମହାସାଗର ତଥା ସାଗର ଜଳର ଲବଣତା ଏକ କିଲୋଗ୍ରାମ୍ ପ୍ରତି ୩୫ ଗ୍ରାମ୍ ।

୧ କିଲୋଗ୍ରାମ୍ ଜଳରେ ଯେତେ ଗ୍ରାମ୍ ଲବଣ ଦ୍ରବୀଭୂତ ଥାଏ, ତାହାକୁ ଜଳର ଲବଣତା କୁହାଯାଏ ।

ଜଳ ସଂରକ୍ଷଣ :

  • ଜଳ ହିଁ ଜୀବନ । ପୃଥ‌ିବୀରେ ବ୍ୟବହାର ଉପଯୋଗୀ ଜଳ କମ୍ ପରିମାଣରେ ମିଳୁଥିବାରୁ ଏହାର ସଂରକ୍ଷଣ ପାଇଁ ଉଦ୍ୟମ ଆବଶ୍ୟକ ।
  • ଜଳ ସଂରକ୍ଷଣର ପ୍ରଚାର ଓ ପ୍ରସାର ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ଜଳ ଦିବସ ରୂପେ ପାଳନ କରାଯାଏ ।

ଜଳଚକ୍ର :

  • ପୃଥ‌ିବୀପୃଷ୍ଠସ୍ଥ ଜଳ ବାଷ୍ପୀଭବନ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ଯାଏ । ଘନୀଭବନ ପ୍ରକ୍ରିୟାରେ ମେଘରେ ପରିଣତ ହୁଏ ।
  • ବୃଷ୍ଟିପାତ, କରକାପାତ ଓ ତୁଷାରପାତ ଆଦି ବର୍ଷଣ ପ୍ରକ୍ରିୟା ଦ୍ବାରା ଏହି ଜଳ ପୃଥୁବୀପୃଷ୍ଠକୁ ଫେରିଆସେ । ଏହାକୁ ଜଳଚକ୍ର କୁହାଯାଏ ।

ପୃଥ‌ିବୀର ମହାସାଗର ଓ ସାଗର :

ପୃଥ୍ବୀର ମହାସାଗର ଗୁଡ଼ିକ ହେଲେ- ପ୍ରଶାନ୍ତ ମହାସାଗର, ଆଙ୍ଗ୍‌ଲାଷ୍ଟିକ୍ ମହାସାଗର, ଭାର ତ ମହାସାଗର, ଉତ୍ତର ମହାସାଗର ଏବଂ ଦକ୍ଷିଣ ମହାସାଗର ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 2

ପୃଥ‌ିବୀର ମୁଖ୍ୟ ମହାସାଗର ଓ ଏହାର ବିଶେଷତ୍ଵ :

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 3

ସାଗର :

ପୃଥ‌ିବୀରେ ଥିବା ସାଗରଗୁଡ଼ିକ ମହାସାଗରର କ୍ଷେତ୍ରଫଳ ଓ ଗଭୀରତାଠାରୁ ବହୁତ କମ୍ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

ମୁଖ୍ୟ ସାଗର :

  • ଦକ୍ଷିଣ ଚୀନ ସାଗର (ସର୍ବବୃହତ୍ ସାଗର)
  • ଜାପାନ ସାଗର
  • ଉତ୍ତର ସାଗର
  • ଭୂମଧ୍ୟ ସାଗର
  • ଲୋହିତ ସାଗର
  • ପୀତ ସାଗର
  • କାରିବିୟାନ୍ ସାଗର
  • ଆରବ ସାଗର

ଦକ୍ଷିଣ ମହାସାଗର ବା କୁମେରୁ ମହାସାଗରଟି ପ୍ରଶାନ୍ତ ମହାସାଗର, ଆଟ୍‌ଲାଣ୍ଟିକ୍ ମହାସାଗର ଓ ଭାରତ ମହାସାଗର ଦକ୍ଷିତାଂଶକୁ ନେଇ ଗଠିତ ।

ମହାସାଗର ଓ ସାଗରତଳ :

  • ସାଗର ତଳରେ ଗଭୀର ଖାତ, ସମତଳ ଅଞ୍ଚଳ, ଉଚ୍ଚଭୂମି, ପାହାଡ଼ ବା ପର୍ବତଶ୍ରେଣୀ ଆଦି ଭୂମିରୂପ ରହିଛି ।
  • ସାଗରକୂଳଠାରୁ ଅଳ୍ପ କିଛି ଦୂର ପର୍ଯ୍ୟନ୍ତ ନିମଜ୍ଜିତ ଗଡ଼ାଣିଆ ଭୂଭାଗକୁ ମହୀସୋପାନ କୁହାଯାଏ ।
  • ମହୀସୋପାନର ଶେଷଭାଗରୁ ସମୁଦ୍ର ଆଡ଼କୁ ଅଧିକ ଢାଳୁ ବିଶିଷ୍ଟ ଗଡ଼ାଣିଆ ସମୁଦ୍ରତଳକୁ ମହୀଢାଲୁ କୁହାଯାଏ ।
  • ମହୀଢାଲୁର ନିଗ୍ନାଂଶରୁ ସମୁଦ୍ରତଳର ବିସ୍ତୃତ ଶଯ୍ୟାକୁ ମହାସାଗର ସମତଳ କୁହାଯାଏ ।
  • ମହାସାଗର ଲବଣାକ୍ତ ଜଳରେ ସୋଡ଼ିୟମ୍ କ୍ଲୋରାଇଡ୍, ମ୍ୟାଗ୍ନେସିୟମ୍ କ୍ଲୋରାଇଡ୍, ମ୍ୟାଗ୍ନେସିୟମ୍ ସଲଫେଟ୍ ଓ କ୍ୟାଲସିୟମ୍ ସଲ୍‌ଫେଟ୍ ଆଦି ରାସାୟନିକ ପଦାର୍ଥ ଓ ନଦୀମାନଙ୍କରୁ ଜଳପ୍ରବାହରେ ଆନୀତ ବିଭିନ୍ନ ରାସାୟନିକ ପଦାର୍ଥ ମିଶିବା ଫଳରେ ସମୁଦ୍ର ଜଳର ଲବଣତା ବୃଦ୍ଧି ପାଇଛି ।
  • ସମୁଦ୍ର ଜଳର ତାପମାତ୍ରା ବିଷୁବ ଅଞ୍ଚଳରେ ୨୫° ସେଲ୍‌ସିୟସ୍ ଓ ମେରୁ ଅଞ୍ଚଳରେ ପ୍ରାୟ ୦° ସେଲ୍‌ସିୟସ୍ ହୋଇଥାଏ ।
  • ସମୁଦ୍ର ଜଳ ସର୍ବଦା ଅସ୍ଥିର ଓ ଚଳନଶୀଳ ।
  • ଉପସାଗରଗୁଡ଼ିକ ସାଗର ତୁଳନାରେ କମ୍ କ୍ଷେତ୍ରଫଳ ବିଶିଷ୍ଟ, ଅଗଭୀର ଓ ସ୍ଥଳଭାଗ ଦ୍ଵାରା ସୀମିତ । ଉଦାହରଣ : ପାରସ୍ୟ ଉପସାଗର, ବଙ୍ଗୋପସାଗର, କାମ୍ବେ ଉପସାଗର ।
  • ବିଭିନ୍ନ ସାମୁଦ୍ରିକ ଉଦ୍ଭଦ ଓ ଜୀବଜନ୍ତୁଙ୍କ ଧ୍ବଂସାବଶେଷ ମହାସାଗର ତଳ ଅଂଶରେ ଜମାହୋଇ ସୃଷ୍ଟି ହୋଇଥିବା କୋମଳ ପଙ୍କକୁ ସିନ୍ଧୁମଳ କୁହାଯାଏ ।
  • କ୍ରାନ୍ତୀୟ ଉଷ୍ମମଣ୍ଡଳରେ ସାଗର ଜଳର ଲବଣତା ଅନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ଥାଏ, ମାତ୍ର ମେରୁ ଅଞ୍ଚଳରେ ଲବଣତା ହାର କମ୍ ।

ସାଗର ଜଳର ସଞ୍ଚାଳନ :

ବିଭିନ୍ନ କାରଣରୁ ସମୁଦ୍ର ଜଳର ସଞ୍ଚାଳନ ହୋଇଥାଏ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 4

ସମୁଦ୍ର ଜଳ ନିମ୍ନୋକ୍ତ ପ୍ରକାରରେ ସଞ୍ଚାଳିତ ହୋଇଥାଏ; ଯଥା- ତରଙ୍ଗ, ଜୁଆର ଓ ସାମୁଦ୍ରିକ ସ୍ରୋତ ।

ତରଙ୍ଗ :

  • ପ୍ରବାହିତ ବାୟୁର ଘର୍ଷଣ ଫଳରେ ସାଗର ପୃଷ୍ଠ ଜଳରେ ଭାଙ୍ଗ ପଡ଼ିଯାଏ । ଏହାକୁ ତରଙ୍ଗ ବା ଢେଉ କୁହାଯାଏ । ତରଙ୍ଗର ଗତି ଊର୍ଷକୁ ଓ ନିମ୍ନକୁ ହୋଇଥାଏ ।
  • ତରଙ୍ଗର ଉଚ୍ଚତମ ଅଂଶକୁ ତରଙ୍ଗ ଶୀର୍ଷ ଓ ନିମ୍ନତମ ଅଂଶକୁ ତରଙ୍ଗ ପାଦ କୁହାଯାଏ । ପାଖାପାଖୁ ଅବସ୍ଥିତ ଦୁଇଟି ତରଙ୍ଗ ଶୀର୍ଷ ବା ତରଙ୍ଗ ପାଦ ମଧ୍ୟରେ ଥ‌ିବା ବ୍ୟବଧାନକୁ ତରଙ୍ଗ ଦୈର୍ଘ୍ୟ କୁହାଯାଏ । ତରଙ୍ଗ ପାଦଠାରୁ ତରଙ୍ଗ ଶୀର୍ଷ ପର୍ଯ୍ୟନ୍ତ ଉଚ୍ଚତାକୁ ତରଙ୍ଗର ଉଚ୍ଚତା କୁହାଯାଏ ।
  • ସମୁଦ୍ର ପୃଷ୍ଠ ଉପରେ ଝଡ଼ କିମ୍ବା ସମୁଦ୍ର ଅଭ୍ୟନ୍ତରରେ ଭୂମିକମ୍ପ ଯୋଗୁ ବିରାଟ ତରଙ୍ଗମାନ ସୃଷ୍ଟି ହୁଏ ।
  • ଭୂକମ୍ପ ଜନିତ ବିରାଟ ବିରାଟ ସାମୁଦ୍ରିକ ତରଙ୍ଗ ବା ସୁନାମି ପ୍ରାୟ ଘଣ୍ଟାପ୍ରତି ୭୦୦ କି.ମି. ବେଗରେ ଗତି କରି ଉପକୂଳ ଅଞ୍ଚଳରେ ପ୍ରବଳ କ୍ଷତି ଘଟାଏ ।
  • ୨୦୦୪ ମସିହା ନଭେମ୍ବର ମାସ ୨୬ ତାରିଖରେ ସୁନାମି ଯୋଗୁ ଭାରତର ଉପକୂଳ ତଥା ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ପ୍ରାୟ ୧୦, ୦୦୦ରୁ ଅଧିକ ଲୋକ ମୃତ ହେବା ସହ ଅନେକ କ୍ଷୟକ୍ଷତି ଘଟିଥିଲା ।

ଜୁଆର :

ସୂର୍ଯ୍ୟ ଓ ଚନ୍ଦ୍ରର ଆକର୍ଷଣ ଯୋଗୁଁ ପୃଥ‌ିବୀପୃଷ୍ଠସ୍ଥ ସମୁଦ୍ର ଜଳପତ୍ତନରେ ନିୟମିତ ଉତ୍‌ଥାନ ଓ ପତନ ହୋଇଥାଏ । ଏପ୍ରକାର ଉତ୍‌ଥାନକୁ ଜୁଆର ଓ ପତନକୁ ଭଟ୍ଟା କୁହାଯାଏ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 5

ଆବର୍ତ୍ତନ ସମୟରେ ଚନ୍ଦ୍ରର ସମ୍ମୁଖୀନ ହେଉଥିବା ପୃଥ‌ିବୀର ଜଳରାଶିରେ ପ୍ରତ୍ୟକ୍ଷ ଜୁଆର ଓ ବିପରୀତ ପାର୍ଶ୍ବରେ ପରୋକ୍ଷ ଜୁଆର ହୋଇଥାଏ ।
ପ୍ରତ୍ୟକ୍ଷ ଓ ପରୋକ୍ଷ ଜୁଆରର ମଧ୍ୟବର୍ତ୍ତୀ ମହାସାଗର ଓ ସାଗର ଜଳରାଶିର ଜଳପତ୍ତନ ହ୍ରାସ ପାଇ ଭଟ୍ଟା ହୋଇଥାଏ ।
ପୂର୍ଣିମା ତିଥିରେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ଯରେ ପୃଥ‌ିବୀର ଅବସ୍ଥାନ ଏବଂ ଅମାବାସ୍ୟା ତିଥିରେ ଚନ୍ଦ୍ର ଓ ସୂର୍ଯ୍ୟ ପୃଥିବୀର ଏକପାର୍ଶ୍ଵ ରେ ଅବସ୍ଥାନ ଯୋଗୁ ଉଭୟର ମିଳିତ ଆକର୍ଷଣରେ ଗୁରୁ ଜୁଆର ସୃଷ୍ଟି ହୁଏ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 6

ସେହିପରି କୃଷ୍ଣପକ୍ଷ ଅଷ୍ଟମୀ ଓ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଚନ୍ଦ୍ର ଓ ସୂର୍ଯ୍ୟ ପୃଥ‌ିବୀକୁ କେନ୍ଦ୍ରକରି ସମକୋଣରେ ଅବସ୍ଥାନ ଯୋଗୁ ଲଘୁ ଜୁଆର ସୃଷ୍ଟି ହୁଏ ।

ଜୁଆର ଦ୍ବାରା ଅନେକ ଉପକାର ମିଳିଥାଏ :

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 12

ସାମୁଦ୍ରିକ ସ୍ରୋତ :

ସମୁଦ୍ରର ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ହେଉଥୁବା ଜଳପ୍ରବାହକୁ ସାମୁଦ୍ରିକ ସ୍ରୋତ କୁହାଯାଏ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 7

  • ବିଭିନ୍ନ କାରଣରୁ ସାମୁଦ୍ରିକ ସ୍ରୋତର ସୃଷ୍ଟି ହୋଇଥାଏ ।
  • ସାମୁଦ୍ରିକ ସ୍ରୋତ ଉଷ୍ଣ ସ୍ରୋତ ଓ ଶୀତଳ ସ୍ରୋତ ଭାବରେ ପ୍ରବାହିତ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 8

  • ସାମୁଦ୍ରିକ ସ୍ରୋତ ପ୍ରବାହିତ ଅଞ୍ଚଳଗୁଡ଼ିକ ଜଳବାୟୁ ବିଶେଷଭାବେ ପ୍ରବାହିତ ହୋଇଥାଏ ।
  • ଇଉରୋପର ଜଗର ବ୍ୟାଙ୍କ୍ ଓ ଗ୍ରାଣ୍ଡ ବ୍ୟାକ୍ ଏବଂ ଉତ୍ତର ଆମେରିକାର ନିଉଫାଉଣ୍ଡଲ୍ୟାଣ୍ଡ ପ୍ରସିଦ୍ଧ ମାଛଧରା କେନ୍ଦ୍ର ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 9

ପ୍ରବାଳ ସ୍ତୂପ :

  • ଶଙ୍ଖ ଜାତୀୟ କ୍ଷୁଦ୍ର ସାମୁଦ୍ରିକ ଜୀବ ପ୍ରବାଳର ମୁତାବଶେଷ ଜମିରହି ହୁଙ୍କା ଆକାରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ଭୂମିରୂପକୁ ପ୍ରବାଳ ସ୍ତୂପ କୁହାଯାଏ । ପ୍ରବାଳ ସ୍ତୂପଗୁଡ଼ିକ ପାଖାପାଖୁ ରହିଲେ ପ୍ରବାଳ ବନ୍ଧ ସୃଷ୍ଟି ହୁଏ ।
  • ସେହିପରି ବୃତ୍ତାକାର ଭାବରେ ଖଣ୍ଡିତ ପ୍ରବାଳ ଘେରିବନ୍ଧ ‘ଆଟୋଲ୍’ ଭାବେ ପ୍ରସିଦ୍ଧ ।
  • ଅଷ୍ଟ୍ରେଲିଆର ପୂର୍ବ ଉପକୂଳରେ ଥ‌ିବା ଗ୍ରେଟ୍ ବ୍ୟାରିଅର୍ ରିଫ୍ ଏକ ବୃହତ୍ ପ୍ରବାଳ ବନ୍ଧ ଅଟେ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

ସାଗର ଓ ମହାସାଗରୀୟ ସମ୍ପଦ :

ସମୁଦ୍ର ଅମାପ ସମ୍ପଦର ଗନ୍ତାଘର । ମହାସାଗରୀୟ ସମ୍ପଦଗୁଡ଼ିକ ମାନବ ଜଗତର ଅଶେଷ କଲ୍ୟାଣ କରେ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 10

କେତେକ ଭୌଗୋଳିକ ଶବ୍ଦାବଳୀ

  • ଲବଣତା : ୧ କିଲୋଗ୍ରାମ୍ ଜଳରେ ଯେତେ ଗ୍ରାମର ଲବଣ ଦ୍ରବୀଭୂତ ଥାଏ, ତାହାକୁ ଜଳର ଲବଣତା କୁହାଯାଏ ।
  • ଜଳଚକ୍ର : ବାଷ୍ପୀଭବନ ପ୍ରକ୍ରିୟାରେ ଜଳ ଜଳୀୟବାଷ୍ପରେ ପରିଣତ ହୋଇ ବାୟୁମଣ୍ଡଳକୁ ଯାଏ, ଘନୀଭବନ ପ୍ରକ୍ରିୟାରେ ଜଳୀୟବାଷ୍ପ ମେଘରେ ପରିଣତ ହୁଏ ଏବଂ ବର୍ଷଣ ପ୍ରକ୍ରିୟା ଦ୍ଵାରା ଏହା ଭୂପୃଷ୍ଠକୁ ଫେରିଆସେ । ଜଳର ଏପ୍ରକାର ଚକ୍ରାକାର ଗତିକୁ ଜଳଚକ୍ର କୁହାଯାଏ ।
  • ଉପଦ୍ୱୀପ : ଯେଉଁ ସ୍ଥଳଭାଗର ତିନି ପାର୍ଶ୍ୱ ବିସ୍ତୀର୍ଣ୍ଣ ଜଳଭାଗ ଦ୍ଵାରା ବେଷ୍ଟିତ ତାହାକୁ ଉପଦ୍ଵୀପ କୁହାଯାଏ ।
  • ଉପସାଗର : ଯେଉଁ ଜଳଭାଗର ତିନି ପାର୍ଶ୍ୱ ବିସ୍ତୀର୍ଣ୍ଣ ସ୍ଥଳଭାଗ ଦ୍ଵାରା ପରିବେଷ୍ଟିତ, ତାହାକୁ ଉପସାଗର କୁହାଯାଏ ।
  • ମହୀସୋପାନ : ସମୁଦ୍ର ଜଳ ଭିତରେ ବୁଡ଼ି ରହିଥିବା ସମୁଦ୍ରକୂଳଠାରୁ କିଛି ଦୂର ପର୍ଯ୍ୟନ୍ତ ମହାଦେଶର ଅଳ୍ପ ଗଡ଼ାଣିଆ ଭୂଭାଗ ।
  • ମହୀଢାଲୁ : ମହୀସୋପାନର ଶେଷଭାଗରୁ ଭୂମି ଅଧିକ ଢାଲୁ ହୋଇ ଗଭୀର ସମୁଦ୍ର ଆଡ଼କୁ ଲମ୍ବିଥୁବା ଅଞ୍ଚଳ ।
  • ମହାସାଗର ସମତଳ : ମହୀଢାଲୁର ନିଗ୍ନାଂଶରୁ ସମୁଦ୍ର ତଳର ବିସ୍ତୃତ ଶଯ୍ୟା ।
  • ସିନ୍ଧୁମଳ : ମହାସାଗର ତଳ ଅଂଶରେ ଜମା ହେଉଥିବା ସାମୁଦ୍ରିକ ଉଦ୍ଭଦ ଓ ଜୀବଜନ୍ତୁଙ୍କ ଧ୍ୱଂସାବଶେଷରୁ ସୃଷ୍ଟ କୋମଳ ପଙ୍କ ।
  • ତରଙ୍ଗ : ପ୍ରବାହିତ ବାୟୁର ଘର୍ଷଣ ଫଳରେ ସାଗର ପୃଷ୍ଠ ଜଳରେ ପଢ଼ୁଥ‌ିବା ଭାଙ୍ଗ ।
  • ତରଙ୍ଗ ଶୀର୍ଷ : ତରଙ୍ଗର ଉଚ୍ଚତମ ଅଂଶ ।
  • ତରଙ୍ଗ ପାଦ : ତରଙ୍ଗର ନିମ୍ନତମ ଅଂଶ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

  • ତରଙ୍ଗ ଦୈର୍ଘ୍ୟ : ପାଖାପାଖୁ ଅବସ୍ଥିତ ଦୁଇଟି ତରଙ୍ଗ ଶୀର୍ଷ କିମ୍ବା ତରଙ୍ଗ ପାଦର ମଧ୍ୟବର୍ତ୍ତୀ ବ୍ୟବଧାନ ।
  • ତରଙ୍ଗ ଉଚ୍ଚତା : ତରଙ୍ଗ ପାଦଠାରୁ ତରଙ୍ଗର ଶୀର୍ଷ ପର୍ଯ୍ୟନ୍ତ ଉଚ୍ଚତା ।
  • ସୁନାମି : ମହାସାଗର ନିମ୍ନସ୍ଥ ଭୂଭାଗ ଅଭ୍ୟନ୍ତର ରେ ଭୂମିକମ୍ପ ଦ୍ବାରା ସୃଷ୍ଟି ବିରାଟ ସାମୁଦ୍ରିକ ତରଙ୍ଗ ।
  • ଜୁଆର : ସାମୁଦ୍ରିକ ଜଳର ଉତ୍‌ଥାନକୁ ଜୁଆର କୁହାଯାଏ ।
  • ଭଟ୍ଟା : ସାମୁଦ୍ରିକ ଜଳର ପତନକୁ ଭଟ୍ଟା କୁହାଯାଏ ।
  • ଗୁରୁ ଜୁଆର : ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ଜୁଆର । ଉଚ୍ଚ ହେଉଥ‌ିବା
  • ଲଘୁ ଜୁଆର : କୃଷ୍ଣପକ୍ଷ ଅଷ୍ଟମୀ ଓ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ହେଉଥୁବା କମ୍ ଉଚ୍ଚତା ବିଶିଷ୍ଟ ଜୁଆର ।
  • ସାମୁଦ୍ରିକ ସ୍ରୋତ : ସମୁଦ୍ରର ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ହେଉଥିବା ଜଳପ୍ରବାହ ।
  • ଉଷ୍ଠ ସ୍ରୋତ : ବିଷୁବ ତଥା କ୍ରାନ୍ତି ଅଞ୍ଚଳରୁ ମେରୁ ଆଡ଼କୁ ପ୍ରବାହିତ ଉଷ୍ଣ ଜଳରାଶି ।
  • ଶୀତଳ ସ୍ରୋତ : ମେରୁ ତଥା ନିକଟବର୍ତ୍ତୀ ଅଞ୍ଚଳରୁ ସମୁଦ୍ର ଅଭ୍ୟନ୍ତରରେ ବିଷୁବ ଅଞ୍ଚଳକୁ ପ୍ରବାହିତ ଶୀତଳ ଜଳରାଶି ।
  • ପ୍ଲାଲ୍ଟଟନ୍ : ଶୀତଳ ସ୍ରୋତ ଓ ଉଷ୍ଠ ସ୍ରୋତର ମିଳନ ସ୍ଥଳରେ ଜମା ହେଉଥିବା ମାଛ ଖାଦ୍ୟ ଜାତୀୟ ଉଦ୍ଭିଦ ।
  • ପ୍ରବାଳ ସ୍ତୂପ : ପ୍ରବାଳମାନଙ୍କ ମୃତାବଶେଷରୁ ସୃଷ୍ଟ ହୁଙ୍କା ଆକାର ଭୂମିରୂପ ।
  • ପ୍ରବାଳ ବନ୍ଧ : ପାଖାପାଖୁ କେତେକ ପ୍ରବାଳ ସ୍ତୂପ ପରସ୍ପର ସଂଲଗ୍ନ ହୋଇ ସୃଷ୍ଟି ହେଉଥ‌ିବା ପ୍ରାକୃତିକ ବନ୍ଧ ।
  • ଆଟୋଲ : ବୃତ୍ତାକାର ଖଣ୍ଡିତ ପ୍ରବାଳ ଘେରିବନ୍ଧକୁ ଆଟୋଲ୍ କୁହାଯାଏ ।