BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

Odisha State Board BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Important Questions and Answers.

BSE Odisha Class 8 History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଇଂରେଜମାନେ କିପରି ଭାରତରେ ବାଣିଜ୍ୟ କାରବାର ପାଇଁ ସୁବିଧା ହାସଲ କଲେ ?
Answer:
କମ୍ପାନୀ ଗଠନ :
୧୬୦୦ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ଦଳେ ବଣିକ ଓ ନାବିକ ପ୍ରାଚ୍ୟଦେଶରେ ବାଣିଜ୍ୟ କରିବାପାଇଁ ରାଣୀ ପ୍ରଥମ ଏଲିଜାବେଥଙ୍କଠାରୁ ଅନୁମତି ପାଇ ବ୍ରିଟିଶ ଇଷ୍ଟ-ଇଣ୍ଡିଆ କମ୍ପାନୀ ଗଠନ କରିଥିଲେ ।

ବସତି ସ୍ଥାପନ :
୧୬୦୯ ଖ୍ରୀ.ଅ.ରେ ଇଂଲଣ୍ଡର ରାଜା ପ୍ରଥମ ଜେମ୍‌ସଙ୍କ ରାଜଦୂତ କ୍ୟାପଟେନ୍‌ ହକିନ୍ସଙ୍କ ଅନୁରୋଧକ୍ରମେ ମୋଗଲ ସମ୍ରାଟ ଜାହାଙ୍ଗୀର ଇଂରେଜମାନଙ୍କୁ ସୁରତଠାରେ ଏକ ସ୍ଥାୟୀବସତି କରିବାକୁ ଅନୁମତି ଦେଇଥିଲେ ।

ବାଣିଜ୍ୟକୋଠି ନିର୍ମାଣ :
୧୬୧୫ ଖ୍ରୀଷ୍ଟାବ୍ଦରେ ଇଂରେଜ ରାଜଦୂତ ସାର୍ ଟମାସ୍‌ରୋ ଜାହାଙ୍ଗୀରଙ୍କ ଦରବାରକୁ ଆସି ତାଙ୍କ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ନାନାପ୍ରକାର ବାଣିଜ୍ୟ ସୁବିଧା ପାଇଁ କୋଠି ନିର୍ମାଣର ଅଧିକାର ହାସଲ କରିଥିଲେ । ଫଳରେ ଇଂରେଜମାନେ ମସଲିପଟ୍ଟମ୍, ମହାନଦୀ ମୁହାଣସ୍ଥ ହରିପୁର, ବାଲେଶ୍ଵର, ହୁଗୁଳୀ, ପାଟଣା ଏବଂ କାଶିମ୍ବବଜାର ପ୍ରଭୃତି ସ୍ଥାନରେ ସେମାନଙ୍କର ବାଣିଜ୍ୟ କୋଠି ନିର୍ମାଣ କଲେ ।

ଦୁର୍ଗ ନିର୍ମାଣ :

  • ୧୬୪୦ ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ମାନ୍ଦ୍ରାଜଠାରେ ଫୋର୍ଟ ସେଣ୍ଟଜର୍ଜ ଦୁର୍ଗ ନିର୍ମାଣ କରିଥିଲେ ।
  • ଇଂଲଣ୍ଡର ରାଜା ଦ୍ଵିତୀୟ ଚାର୍ଲସ ପର୍ତ୍ତୁଗୀଜ ରାଜକନ୍ୟାଙ୍କୁ ବିବାହ କରି ପର୍ତ୍ତୁଗୀଜମାନଙ୍କ ଅଧୀନରେ ଥିବା ବମ୍ବେ ଅଞ୍ଚଳକୁ ଯୌତୁକ ପାଇଥିଲେ । ସେ ତାହାକୁ ଇଷ୍ଟଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କରିବାରୁ ସେଠାରେ ବାଣିଜ୍ୟକୋଠି ଗଢ଼ି ଉଠିଲା ।
  • ୧୬୯୦ ଖ୍ରୀ.ଅ.ରେ ଇଷ୍ଟଇଣ୍ଡିଆ କମ୍ପାନୀ ବଙ୍ଗରେ ହୁଗୁଳୀ ନଦୀକୂଳରେ ଫୋର୍ଟ ଉଇଲିୟମ୍ ଦୁର୍ଗ ନିର୍ମାଣ କରିଥିଲା । କମ୍ପାନୀ ମୋଗଲ ସମ୍ରାଟଙ୍କୁ ପ୍ରଭାବିତ କରି ଓ କର୍ମଚାରୀମାନଙ୍କୁ ଲାଞ୍ଚଦେଇ ସୂତାନଟି, କଲିକତା ଓ ଗୋବିନ୍ଦପୁର ଗ୍ରାମର ଜମିଦାରୀ ଲାଭ କରିଥିଲେ ।
    ଏହିପରି ବ୍ରିଟିଶ ଇଷ୍ଟ-ଇଣ୍ଡିଆ କମ୍ପାନୀ ଭାରତରେ ନିଜର ବାଣିଜ୍ୟ କାରବାର ସୁଦୃଢ଼ କଲା ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୨। ମରହଟ୍ଟା ଶକ୍ତିର ଉତ୍‌ଥାନ ଓ ପତନ ବିଷୟରେ ଏକ ବିବରଣୀ ଦିଅ ।
Answer:
ମରହଟ୍ଟା ଶକ୍ତିର ଉତ୍‌ଥାନ :

  • ଆଉରଙ୍ଗଜେବ୍‌ଙ୍କ ସମୟରେ ଶିବାଜୀ ମରହଟ୍ଟା ଶକ୍ତିକୁ ଏକତ୍ରିତ କରି ଏକ ମରହଟ୍ଟା ରାଜ୍ୟ ଗଠନ କରିଥିଲେ । ତାଙ୍କ ପରେ ତାଙ୍କ ପୁତ୍ର ଶମ୍ଭୁଜୀଙ୍କୁ ମୋଗଲମାନେ ହତ୍ୟା କଲେ ଓ ତାଙ୍କ ପୁତ୍ର ଶାହୁଜୀଙ୍କୁ ବନ୍ଦୀ କଲେ ।
  • ମରହଟ୍ଟାମାନେ ଶକ୍ତିଶାଳୀ ହୋଇ ଶାହୁଢୀଙ୍କୁ କାରାଗାରରୁ ମୁକ୍ତ କଲେ ଓ ଶିବାଜୀଙ୍କ ଦ୍ଵିତୀୟ ପୁତ୍ର ରାଜାରାମଙ୍କୁ ରାଜା କରାଇଲେ । ତେଣୁ ସିଂହାସନ ପାଇଁ ଉଭୟଙ୍କ ମଧ୍ୟରେ ଗୃହଯୁଦ୍ଧ ଲାଗିଲା ।
  • ବାଲାଜୀ ବିଶ୍ଵନାଥଙ୍କ ସାହାଯ୍ୟରେ ଶାହୁଜୀ ସିଂହାସନ ଅଧିକାର କଲେ । ଅପରପକ୍ଷେ ରାଜାରାମଙ୍କ ବିଧବାପନ୍ଥୀ ତାରାବାଈ ନିଜ ବାଳକପୁତ୍ର ତୃତୀୟ ଶିବାଜୀଙ୍କୁ କୋହ୍ଲାପୁର ସିଂହାସନରେ ବସାଇ ରାଜପ୍ରତିନିଧୂରୂପେ ମୋଗଲ ବାହିନୀ ସହ ଯୁଦ୍ଧ ଚଳାଇଲେ ।

ମରହଟ୍ଟା ଶକ୍ତିର ପତନ :

  • ତାରାବାଈ ଓ ଶାହୁଜୀଙ୍କ ମଧ୍ୟରେ ସିଂହାସନକୁ ନେଇ ଚାଲିଥିବା ସଂଘର୍ଷରେ ବାଲାଜୀ ବିଶ୍ଵନାଥଙ୍କ ସହାୟତାରେ ଶାହୁଜୀ ଜୟଯୁକ୍ତ ହୋଇ ସିଂହାସନ ଅଧିକାର କଲେ ।
  • ବାଲାଜୀଙ୍କ ପରେ ପ୍ରଥମ ବାଜିରାଓ ମରହଟ୍ଟାମାନଙ୍କ ଶାସକ ହେଲେ । ତାଙ୍କ ପରେ ମରହଟ୍ଟା ଶକ୍ତି ଦୁର୍ବଳ ହୋଇଗଲା । ୧୭୬୧ ଖ୍ରୀ.ଅ.ରେ ଆଫଗାନ ଶାସକ ଅହମ୍ମଦ ଶାହ ଅବଦ୍‌ଲ୍ଲୀଙ୍କଦ୍ୱାରା ତୃତୀୟ ପାନିପଥ ଯୁଦ୍ଧରେ ପରାଜିତ ହେବାପରେ ମରହଟ୍ଟା ସାମ୍ରାଜ୍ୟ ଲୋପ ପାଇଲା ।

୩ । ପଲାସୀ ଯୁଦ୍ଧ କେବେ, କେଉଁଠାରେ ଏବଂ କାହା କାହା ମଧ୍ୟରେ ହୋଇଥିଲା ? ଏହାର ପରିଣତି କ’ଣ ହେଲା ?
Answer:
ଯୁଦ୍ଧର ସମୟ :
ପଲାସୀ ଯୁଦ୍ଧ ୧୭୫୭ ଖ୍ରୀ.ଅ. ଜୁନ୍ ୨୩ ତାରିଖ ଦିନ ସଂଘଟିତ ହୋଇଥିଲା ।

ସ୍ଥାନ :
ଭାଗିରଥୀ ନଦୀ କୂଳରେ ପଲାସୀ ନାମକ ସ୍ଥାନରେ ଏହି ଯୁଦ୍ଧ ହୋଇଥିଲା ।

ଦୁଇ ପକ୍ଷ :
ଏହି ଯୁଦ୍ଧ ବଙ୍ଗର ନବାବୁ ସିରାଜଉଦୌଲା ଓ ଇଂରେଜ ସେନାପତି ରବର୍ଟ କ୍ଲାଇନ୍‌ଙ୍କ ମଧ୍ୟରେ ହୋଇଥିଲା ।

ପରିଣତି :
ସିରାଜଉଦୌଲାଙ୍କ ସେନାପତି ମୀଜାଫର ଓ ରାୟଦୁର୍ଲଭ ବିଶ୍ଵାସଘାତକତା କରିବାରୁ ସିରାଜ ପରାଜିତ ହେଲେ ଓ ଇଂରେଜମାନେ ତାଙ୍କୁ ବନ୍ଦୀ କରି ମୁର୍ଶିଦାବାଦ ଜେଲ୍‌ରେ ରଖିଲେ । ମୀର୍‌ଜାଫରଙ୍କ ପୁତ୍ର ମିରାନ୍ ସିରାଜଙ୍କୁ ବନ୍ଦୀଶାଳାରେ ହତ୍ୟା କରିଥିଲେ । ଏହି ଯୁଦ୍ଧ ପରେ ଇଂରେଜମାନେ ମୀର୍‌ଜାଫରଙ୍କୁ ବଙ୍ଗର ନବାବ କରିଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୪। ବକ୍‌ସାର ଯୁଦ୍ଧ ପରେ ଇଂରେଜମାନେ କିପରି ଲାଭବାନ୍ ହୋଇଥିଲେ ?
Answer:
କମ୍ପାନୀ ଶାସନ ସୁଦୃଢ଼ :
ବକ୍‌ସାର ଯୁଦ୍ଧରେ ଭାରତୀୟ ଶାସକମାନଙ୍କ ମିଳିତ ଶକ୍ତି ଇଷ୍ଟଇଣ୍ଡିଆ କମ୍ପାନୀ ହାତରେ ପରାଜିତ ହେବାରୁ ଭାରତରେ କମ୍ପାନୀ ଶାସନ ଦୃଢ଼ ହେଲା ।

ଚୁକ୍ତି :

  1. ଯୁଦ୍ଧରେ ପରାଜିତ ହୋଇଥିବା ଅଯୋଧ୍ୟାର ନବାବ ସୁଜାଉଙ୍ଘିଲା ଏବଂ ମୋଗଲ ସମ୍ରାଟ୍ ଶାହା ଆଲାମ୍ ୧୭୬୫ ଖ୍ରୀ.ଅ.ରେ ରବର୍ଟ କ୍ଲାଇନ୍‌ଙ୍କ ସହିତ ଏକ ଚୁକ୍ତି ସ୍ଵାକ୍ଷର କଲେ ।
  2. ଚୁକ୍ତି ଅନୁସାରେ ଅଯୋଧ୍ୟାର ନବାବ କୋରା ଓ ଆଲ୍ଲାହାବାଦ ଇଷ୍ଟଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କଲେ ଏବଂ ଯୁଦ୍ଧର କ୍ଷତିପୂରଣ ବାବଦକୁ ଇଂରେଜମାନଙ୍କୁ ପଚାଶ ଲକ୍ଷ ଟଙ୍କା ଦେଲେ । ତାଙ୍କୁ ନିଜ ଖର୍ଚ୍ଚରେ ଇଂରେଜ ସୈନ୍ୟବାହିନୀକୁ ନିଜ ରାଜ୍ୟରେ ରଖୁବାକୁ ପଡ଼ିଲା ।

ଫଳାଫଳ :

  1. କ୍ଲାଇବ୍ ଚୁକ୍ତି ଅନୁଯାୟୀ ମୋଗଲ ସମ୍ରାଟ୍ ଶାହାଆଲାମ୍‌ଙ୍କଠାରୁ ବଙ୍ଗ, ବିହାର ଓ ଓଡ଼ିଶାର ଦେୱାନୀ ଲାଭ କଲେ । ଫଳରେ ରାଜସ୍ବ ଆଦାୟ ଭାର କମ୍ପାନୀ ହାତକୁ ଗଲା ।
  2. ଏସବୁଦ୍ଵାରା ଇଂରେଜମାନଙ୍କ ଆର୍ଥିକ ଓ ରାଜନୈତିକ ସ୍ଥିତି ସୁଦୃଢ଼ ହେଲା ଏବଂ ସେମାନେ ବଙ୍ଗର ପ୍ରକୃତ ଶାସକ ହୋଇପାରିଲେ ।

୫ । ‘ଅନ୍ଧକୂପ ହତ୍ୟା!’ ଘଟଣା କିପରି ସଂଘଟିତ ହେଲା ?
Answer:
ଦୁର୍ଗ ନିର୍ମାଣ :

  • ଇଂରେଜମାନେ ନବାବ ସିରାଜଉଦୌଲାଙ୍କ ବିନା ଅନୁମତିରେ କଲିକତାଠାରେ ଦୁର୍ଗ ନିର୍ମାଣ ଓ ସମ୍ପ୍ରସାରଣ କରିବା କାର୍ଯ୍ୟ କରିଚାଲିଲେ । ସେମାନେ ବାଣିଜ୍ୟ ସୁବିଧାକୁ ମଧ୍ଯ ଅପବ୍ୟବହାର କଲେ ।
  • ସିରାଜ ଦୁର୍ଗ ନିର୍ମାଣ ବନ୍ଦ କରିବାକୁ ଆଦେଶ ଦେଲେ ମଧ୍ୟ ଇଂରେଜମାନେ ନ ମାନିବାରୁ ସେ ୧୭୫୭ ଖ୍ରୀ.ଅ.ରେ କଲିକତା ଆକ୍ରମଣ କଲେ ।

ଆକ୍ରମଣ :

  • ସିରାଜଙ୍କ ଆକ୍ରମଣ ଭୟରେ ଇଂରେଜ ଗଭର୍ଣ୍ଣର ଡେକ୍ ଓ ତାଙ୍କ ଅନୁଗତମାନେ ନଦୀ ପାରହୋଇ ପଳାଇଲେ । ତାଙ୍କ ସ୍ଥାନରେ ହଲ୍‌ୱେଲ୍‌ ନୂତନ ଗଭର୍ଣ୍ଣର ଭାବେ କଲିକତାରେ ଅବସ୍ଥାନ କରୁଥିଲେ ।
  • ସିରାଜ ହଲ୍‌ୱେଲ୍ ଓ ଆଉ କେତେଜଣଙ୍କୁ ବନ୍ଦୀକରି ଆଣି ଏକ କୋଠରିରେ ଆବଦ୍ଧ କରି ରଖିଲେ । ବନ୍ଦୀମାନେ ଶ୍ଵାସରୁଦ୍ଧହୋଇ କୋଠରି ମଧ୍ୟରେ ପ୍ରାଣ ହରାଇଲେ ।
  • ଏହି ଘଟଣାକୁ ‘ଅନ୍ଧକୂପ ହତ୍ୟା’ ଭାବେ ନାମିତ କରାଯାଏ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୬ । ପ୍ରଥମ ମହୀଶୂର ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା ଏବଂ ଏହାର ଫଳାଫଳ କ’ଣ ଥିଲା ?
Answer:
ଯୁଦ୍ଧର ସମୟସୀମା:

  • ପ୍ରଥମ ମହୀଶୂର ଯୁଦ୍ଧ ୧୭୬୭ ଖ୍ରୀଷ୍ଟାବ୍ଦରେ ହୋଇଥିଲା ।
  • ମହୀଶୂରର ସମ୍ରାଟ ହାଇଦର ଅଲ୍ଲୀ ଏବଂ ଇଂରେଜ, ମରହଟ୍ଟା ଓ ହାଇଦ୍ରାବାଦର ନିଜାମ୍‌ଙ୍କ ମିଳିତ ବାହିନୀ ମଧ୍ୟରେ ଏହି ଯୁଦ୍ଧ ହୋଇଥିଲା ।

ଫଳାଫଳ :

  • ଏହି ଯୁଦ୍ଧରେ ହାଇଦର ଅଲ୍ଲୀ ଇଂରେଜ, ମରହଟ୍ଟା ଓ ନିଜାମ୍‌ଙ୍କ ମିଳିତ ବାହିନୀକୁ ପରାଜିତ କରିଥିଲେ ।
  • ଫଳରେ ୧୭୬୯ ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ବାଧ୍ୟହୋଇ ହାଇଦର ଅଲ୍ଲୀଙ୍କ ସହିତ ଏକ ସନ୍ଧି କଲେ ।
  • ସନ୍ଧିର ସର୍ଭେ ଅନୁସାରେ ଉଭୟ ଉଭୟଙ୍କୁ ସାହାଯ୍ୟ କରିବାରୁ ବ୍ୟବସ୍ଥା ରହିଲା ।

୭ । ରେଗୁଲେଟିଂ ଆକ୍ଟ ବା ନିୟାମକ ଆଇନ ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:
ନିୟମ ପ୍ରଣୟନ :

  1. ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ବାଣିଜ୍ୟ କରିବା ସଙ୍ଗେ ସଙ୍ଗେ ଭାରତରେ ରାଜ୍ୟ ବିସ୍ତାର କଲେ ଏବଂ ମନଇଚ୍ଛା ଶାସନ ଚଳାଇଲେ, ଯାହାକି ବ୍ରିଟିଶ୍ ପାର୍ଲାମେଣ୍ଟ ସହ୍ୟ କରିପାରିଲା ନାହିଁ ।
  2. ୧୭୭୩ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଲର୍ଡ ନର୍ଥ ଭାରତର କମ୍ପାନୀ ଶାସନକୁ ନିୟନ୍ତ୍ରଣ କରିବାପାଇଁ ଏକ ଆଇନ ପାର୍ଲାମେଣ୍ଟରେ ଗୃହୀତ କରାଇନେଲେ । ତାହାକୁ ରେଗୁଲେଟିଂ ଆକ୍ଟ ବା ନିୟାମକ ଆଇନ କୁହାଯାଏ ।
  3. ଏହି ଆଇନ ଅନୁସାରେ ବଙ୍ଗର ଗଭର୍ଣ୍ଣର ଇଂରେଜ ଶାସିତ ସମସ୍ତ ଅଞ୍ଚଳର ଗଭର୍ଣ୍ଣର ଜେନେରାଲ୍ ବା ବଡ଼ଲାଟ୍ ହେଲେ ଏବଂ ବମ୍ବେ ଓ ମାନ୍ଦ୍ରାଜର ଗଭର୍ଣ୍ଣର ତାଙ୍କ ଅଧୀନରେ ରହି କାର୍ଯ୍ୟ କଲେ ।

କ୍ଷମତା ବଣ୍ଟନ :

  1. ବଡ଼ଲାଟଙ୍କୁ ଶାସନ କ୍ଷେତ୍ରରେ ସାହାଯ୍ୟ କରିବାପାଇଁ ଚାରିଜଣ ସଭ୍ୟଙ୍କୁ ନେଇ ଗୋଟିଏ ଶାସନ ପରିଷଦ ବା କାଉନସିଲ୍ ଗଠିତ ହେଲା ଏବଂ ପ୍ରତ୍ୟେକ ସଭ୍ୟ ପାଞ୍ଚବର୍ଷ ପାଇଁ ନିଯୁକ୍ତି ପାଇଲେ ।
  2. ଏହି ଆଇନ ଅନୁଯାୟୀ ଇଂରେଜ କର୍ମଚାରୀଙ୍କ ଦୋଷତ୍ରୁଟିର ବିଚାର କରିବାପାଇଁ କଲିକତାଠାରେ ଏକ ସୁପ୍ରିମକୋର୍ଟ ସ୍ଥାପନ କରାଗଲା ଏବଂ ଭାରତ ଶାସନର ସମସ୍ତ ଖବର ବିଲାତ ପାର୍ଲାମେଣ୍ଟକୁ ଜଣାଇବାପାଇଁ କମ୍ପାନୀକୁ ବାଧ୍ଯ କରାଗଲା ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଭାରତରେ ଆଧୁନିକ ଯୁଗର ଆରମ୍ଭ କିପରି ହୋଇଥିଲା ?
Answer:

  • ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ମୋଗଲ ସାମ୍ରାଜ୍ୟର ପତନ ଓ ବିଭାଜନ ହେଲା ।
  • ଦ୍ଵିତୀୟାର୍ଶ୍ଵରେ ପାଶ୍ଚାତ୍ୟ ଶକ୍ତିମାନଙ୍କ ଉତ୍‌ଥାନରୁ ଭାରତରେ ଆଧୁନିକ ଯୁଗର ଆରମ୍ଭ ହୋଇଥିଲା ।

୨। ସିରାଜଉଦୌଲାଙ୍କୁ ଶାସନଗାଦିରୁ ହଟାଇବାପାଇଁ ରବର୍ଟ କ୍ଲାଇବ୍ କି ଯୋଜନା କରିଥିଲେ ?
Answer:

  • ସିରାଜଉଦୌଲାଙ୍କୁ ସିଂହାସନରୁ ହଟାଇବାପାଇଁ ତାଙ୍କ ସେନାପତି ମୀର୍‌ଜାଫର୍ ଓ ରାୟଦୁର୍ଲଭ କରିଥିବା ଷଡ଼ଯନ୍ତ୍ରରେ କ୍ଲାଇବ୍ ସାମିଲ ହୋଇଥିଲେ ।
  • କ୍ଲାଇବ୍ ସିରାଜଙ୍କୁ ଶାସନଗାଦିରୁ ହଟାଇବା ପରେ ମୀଜାଫରଙ୍କୁ ନବାବ କରାଇବାର ପ୍ରତିଶ୍ରୁତି ଦେଲେ ।

୩ । ମୀଜାଫର୍ ନବାବ ହେଲା ପରେ ଇଂରେଜମାନଙ୍କୁ ସନ୍ତୁଷ୍ଟ କରିବାପାଇଁ କ’ଣ କରିଥିଲେ ?
Answer:

  1. ମୀଜାଫର୍ ନବାବ ହେଲା ପରେ କ୍ଲାଇଟ୍‌ ଓ ଅନ୍ୟାନ୍ୟ ଇଂରେଜ କର୍ମଚାରୀମାନଙ୍କ ସନ୍ତୁଷ୍ଟ କରିବାପାଇଁ ପ୍ରଚୁର ଅର୍ଥ ପ୍ରଦାନ କରିଥିଲେ ।
  2. ମୀର୍‌ଜାଫର୍ ଇଂରେଜମାନଙ୍କୁ ଚବିଶ ପ୍ରଗଣା ଅଞ୍ଚଳକୁ ଜମିଦାରୀ ରୂପେ ଦେଇଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୪ । ବକ୍‌ସାର ଯୁଦ୍ଧ କେବେ ଓ କାହା କାହା ମଧ୍ୟରେ ହୋଇଥିଲା ?
Answer:

  • ବକ୍‌ସାର ଯୁଦ୍ଧ ୧୭୬୪ ଖ୍ରୀ.ଅ.ରେ ହୋଇଥିଲା ।
  • ଏହି ଯୁଦ୍ଧ ଇଂରେଜ ଏବଂ ବଙ୍ଗର ନବାବ ମୀକାଶିମ୍, ଅଯୋଧ୍ୟାର ନବାବ ସୁଜାଉଜୌଲା ଓ ମୋଗଲ ସମ୍ରାଟଙ୍କ ମିଳିତ ବାହିନୀ ମଧ୍ୟରେ ହୋଇଥିଲା ।

୫ । ତୃତୀୟ ମହୀଶୂର ଯୁଦ୍ଧ କେବେ ଓ କାହା କାହା ମଧ୍ୟରେ ହୋଇଥିଲା ? ଏହି ଯୁଦ୍ଧର ପରିଣତି କ’ଣ ହେଲା ?
Answer:

  • ତୃତୀୟ ମହୀଶୂର ଯୁଦ୍ଧ ୧୭୯୦ ଖ୍ରୀ.ଅ.ରେ ମହୀଶୂରର ଶାସକ ଟିପୁ ସୁଲତାନ୍ ଏବଂ ମରହଟ୍ଟା, ହାଇଦ୍ରାବାଦର ନିଜାମ୍ ଓ ଇଂରେଜ ଶାସକଙ୍କ ମିଳିତ ବାହିନୀ ମଧ୍ୟରେ ହୋଇଥିଲା ।
  • ଏହି ଯୁଦ୍ଧର ପରିଣତି ସ୍ୱରୂପ ଟିପୁ ସୁଲତାନ ନିଜ ରାଜ୍ୟର ଅର୍ଦ୍ଧେକ ଅଂଶ ଇଂରେଜ, ମରହଟ୍ଟା ଓ ନିଜାମ୍‌ଙ୍କୁ ଛାଡ଼ି ଦେଇଥିଲେ ।

୬ । ଟିପୁ ସୁଲତାନ୍ କେବେ ଓ କିପରି ନିହତ ହେଲେ ?
Answer:

  1. ଟିପୁ ସୁଲତାନ୍ ଓ ଇଂରେଜମାନଙ୍କ ମଧ୍ୟରେ ୧୭୯୯ ଖ୍ରୀଷ୍ଟାବ୍ଦରେ ଚତୁର୍ଥ ମହୀଶୂର ଯୁଦ୍ଧ ହୋଇଥିଲା ।
  2. ସେହି ଯୁଦ୍ଧରେ ଟିପୁ ସୁଲତାନ ମୃତ୍ୟୁବରଣ କରିଥିଲେ ।

୭। କେଉଁ ଶାସକଙ୍କଦ୍ବାରା ଏବଂ କାହିଁକି ସାମନ୍ତ ସନ୍ଧି ପ୍ରଚଳନ କରାଗଲା ?
Answer:

  • ଗଭର୍ଣ୍ଣର ଜେନେରାଲ ଲର୍ଡ ୱେଲେସ୍‌ଲିଙ୍କଦ୍ବାରା ସାମନ୍ତ ସନ୍ଧି ପ୍ରଥା ପ୍ରଚଳନ କରାଗଲା ।
  • ଭାରତୀୟ ରାଜ୍ୟଗୁଡ଼ିକ ଉପରେ ପ୍ରଭାବ ବିସ୍ତାର କରିବାପାଇଁ ଏହା ପ୍ରଚଳନ କରାଗଲା ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୮ | କେଉଁ କେଉଁ ଭାରତୀୟ ଶାସକମାନେ ସାମନ୍ତ ସନ୍ଧି ଗ୍ରହଣ କରିଥିଲେ ?
Answer:

  • ପ୍ରଥମେ ହାଇଦ୍ରାବାଦର ନିଜାମ ଓ ତାଙ୍କ ପରେ ଭୌସଲା ଓ ସିନ୍ଧିଆ ସାମନ୍ତ ସନ୍ଧି ଗ୍ରହଣ କରିଥିଲେ ।
  • ପରବର୍ତୀ ସମୟରେ ତାଞ୍ଜୋର, ସୁରାଟ, ରାଜପୁତନା ଅଞ୍ଚଳର ଯୋଧପୁର, ଜୟପୁର ଓ ଉଦୟପୁର ରାଜ୍ୟର ଶାସକମାନେ ସାମନ୍ତ ସନ୍ଧି ଗ୍ରହଣ କରିଥିଲେ ।

୯ । ବାଲାଜୀ ବିଶ୍ଵନାଥ କିପରି ମରହଟ୍ଟା ଶାସନ କ୍ଷେତ୍ରକୁ ଆସିଲେ ?
Answer:

  1. ମରହଟ୍ଟା ରାଜ୍ୟ ଅଧିକାର ପାଇଁ ତାରାବାଈ ଓ ଶାହୁଜୀଙ୍କ ମଧ୍ୟରେ ଚାଲିଥିବା ଗୃହଯୁଦ୍ଧରେ ଶାହୁଜୀ ପେଶ ବାଲାଜୀ ବିଶ୍ବନାଥଙ୍କ ସହାୟତାରେ ବିଜୟୀ ହୋଇ ସିଂହାସନ ଅଧିକାର କଲେ ।
  2. ଶାହୁଜୀଙ୍କୁ ନାମକୁ ମାତ୍ର ରାଜା କରାଇ ବାଲାଜୀ ବିଶ୍ଵନାଥ ନିଜେ ଶାସନ ଚଳାଇଲେ ।

୧୦ । କେଉଁ କେଉଁ ଇଉରୋପୀୟ ଜାତି ଭାରତକୁ ବାଣିଜ୍ୟ କରିବାକୁ ଆସିଥିଲେ ? ସେମାନଙ୍କ ନାମ କ୍ରମାନୁଯାୟୀ ଲେଖ ।
Answer:

  • ପାଞ୍ଚଗୋଟି ଇଉରୋପୀୟ ଜାତି ଭାରତକୁ ବାଣିଜ୍ୟ କରିବାକୁ ଆସିଥିଲେ ।
  • ପ୍ରଥମେ ପର୍ତ୍ତୁଗୀଜ୍ ଏବଂ ତା’ପରେ ଡଚ୍, ଦିନାମାର, ଇଂରେଜ ଓ ଫରାସୀମାନେ ଗୋଟିକ ପରେ ଗୋଟିଏ ଜାତି ଭାରତକୁ ବାଣିଜ୍ୟ କରିବାକୁ ଆସିଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୧। ଡର୍‌ମାନେ କେବେ ଭାରତକୁ ଆସିଥିଲେ ଓ ବାଣିଜ୍ୟ ବ୍ୟବସାୟରେ ସେମାନେ କାହିଁକି ଅସଫଳ ହୋଇଥିଲେ ?
Answer:

  • ଡର୍‌ମାନେ ୧୬୦୨ ଖ୍ରୀଷ୍ଟାବ୍ଦରେ ଡଚ୍ ଇଷ୍ଟ-ଇଣ୍ଡିଆ କମ୍ପାନୀ ଗଠନ କରି ଭାରତକୁ ବାଣିଜ୍ୟ କରିବାକୁ ଆସିଥିଲେ ଏବଂ ଭାରତର ବିଭିନ୍ନ ଅଞ୍ଚଳରେ ବାଣିଜ୍ୟକୋଠି ସ୍ଥାପନ କରିଥିଲେ ।
  • ବାଣିଜ୍ୟ ଓ ସାମ୍ରାଜ୍ୟ ବିସ୍ତାର କ୍ଷେତ୍ରରେ ଇଂରେଜମାନଙ୍କ ସହ ସଂଘର୍ଷରେ ପରାଜିତ ହୋଇ ସେମାନେ ଭାରତରୁ ବିଦାୟ ନେଇ ଜାଭା ଓ ସୁମାତ୍ରା ଅଞ୍ଚଳକୁ ଚାଲି ଯାଇଥିଲେ ।

୧୨ । ପ୍ରଥମ କର୍ଣ୍ଣାଟ ସମର କାହା କାହା ମଧ୍ୟରେ ହୋଇଥିଲା ? ଏହାର ଫଳାଫଳ କ’ଣ ଥିଲା ?
Answer:

  1. ପ୍ରଥମ କର୍ଣ୍ଣାଟ ସମର ଇଂରେଜ ଏବଂ ଫରାସୀମାନଙ୍କ ମଧ୍ୟରେ ହୋଇଥିଲା ।
  2. ନ୍ୟୁକ୍ଲଙ୍କ ନେତୃତ୍ୱରେ ଫରାସୀ ସୈନ୍ୟବାହିନୀ ଇଂରେଜମାନଙ୍କୁ ବିତାଡ଼ିତ କରି ମାନ୍ଦ୍ରାଜ ଅଧିକାର କରିଥିଲା । ମାତ୍ର ଇଉରୋପରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ଶାନ୍ତିଚୁକ୍ତି ସ୍ବାକ୍ଷରିତ ହେବାରୁ ଡ୍ୟୁପ୍ଲେ ବାଧ୍ୟ ହୋଇ ଇଂରେଜମାନଙ୍କୁ ମାନ୍ଦ୍ରାଜ ଫେରାଇ ଦେଇଥିଲେ ।

୧୩ । ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର ପାଇଁ କେଉଁ ନୀତିମାନ ଅନୁସରଣ କରାଯାଇଥିଲା ? କେଉଁମାନେ ଏହି ନୀତି ପ୍ରଣୟନ କରିଥିଲେ ?
Answer:

  • ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର ପାଇଁ ସାମନ୍ତ ସନ୍ଧି ବା ଅଧୀନତାମୂଳକ ମିତ୍ରତା ଓ ରାଜ୍ୟସ୍ୱତ୍ୱ ଲୋପନୀତି ଅନୁସରଣ କରାଯାଇଥିଲା ।
  • ସାମନ୍ତ ସନ୍ଧି ବଡଲାଟ ଲର୍ଡ ୱେଲେସ୍‌ଲି ଓ ରାଜସ୍ଵତ୍ଵ ଲୋପ ନୀତି ଲର୍ଡ ଡେଲ୍ହାଉସୀ ପ୍ରଣୟନ କରିଥିଲେ ।

୧୪ । ଦିନାମାରମାନେ ଭାରତରେ କେଉଁଠି ବାଣିଜ୍ୟକୋଠି ସ୍ଥାପନ କରିଥିଲେ ଏବଂ ସେମାନେ ଏହାକୁ କାହାକୁ ବିକ୍ରୟ କରି ଭାରତରୁ ଚାଲିଯାଇଥିଲେ ?
Answer:

  • ଦିନାମାରମାନେ ବଙ୍ଗଦେଶର ଶ୍ରୀରାମପୁରଠାରେ ବାଣିଜ୍ୟକୋଠି ସ୍ଥାପନ କରିଥିଲେ ।
  • ପରେ ସେମାନେ ଏହାକୁ ଇଂରେଜମାନଙ୍କୁ ବିକ୍ରୟ କରି ଭାରତରୁ ବିଦାୟ ନେଇଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୫ । ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ କେବେ ଓ କାହା ପୃଷ୍ଠପୋଷକତାରେ ଗଠିତ ହୋଇଥିଲା ? ସେମାନେ କାହାର ଅନୁମତି ପାଇ ସୁରତଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ?
Answer:

  • ଫ୍ରାନ୍ସର ସମ୍ରାଟ ଚତୁର୍ଦ୍ଦଶ ଲୁଇଙ୍କ ମନ୍ତ୍ରୀ କୋଲବର୍ଟଙ୍କ ପୃଷ୍ଠପୋଷକତାରେ ୧୬୬୪ ଖ୍ରୀ.ଅ.ରେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠିତ ହୋଇଥିଲା ।
  • ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ଅନୁମତି ପାଇ ସେମାନେ ସୁରତଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।

୧୬ । ଡ୍ୟୁପେ କିଏ ? ଭାରତରେ ସାମ୍ରାଜ୍ୟ ଗଠନ କିପରି ସମ୍ଭବ ବୋଲି ସେ ଅନୁଭବ କରିଥିଲେ ?
Answer:

  1. ଫରାସୀମାନଙ୍କର ବିଚକ୍ଷଣ ରାଜନୀତିଜ୍ଞ ଡ୍ୟୁପ୍ଲେ ଚନ୍ଦନନଗରର ଶାସନକର୍ତ୍ତାରୂପେ ନିଯୁକ୍ତ ହୋଇଥିଲେ ।
  2. ସେ ଅନୁଭବ କରିଥିଲେ ଯେ ଇଂରେଜମାନଙ୍କୁ ପ୍ରତିହତ କରିପାରିଲେ ଭାରତରେ ସାମ୍ରାଜ୍ୟ ଗଠନ କରିବା ସମ୍ଭବ ହେବ ।

୧୭ । ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ କାହିଁକି ହେଲା ? ଏହା ପ୍ରଥମେ କେଉଁ ରାଜ୍ୟରୁ ଆରମ୍ଭ ହୋଇଥିଲା ?
Answer:

  • ଭାରତରେ ବାଣିଜ୍ୟ ଓ ରାଜ୍ୟବିସ୍ତାର କରିବାପାଇଁ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା ।
  • ଏହି ସଂଘର୍ଷ ପ୍ରଥମେ କର୍ଣାଟକ ରାଜ୍ୟରୁ ଆରମ୍ଭ ହୋଇଥିଲା ।

୧୮ । ଦ୍ଵିତୀୟ କର୍ଣାଟ ସମର କେବେ, କାହିଁକି ଓ କାହା କାହା ମଧ୍ୟରେ ହୋଇଥିଲା ?
Answer:

  • ହାଇଦ୍ରାବାଦ ଓ କର୍ଣ୍ଣାଟକର ନବାବ ପଦପାଇଁ ୧୭୫୦ରୁ ୧୭୫୪ ଖ୍ରୀ.ଅ. ମଧ୍ଯରେ ଦ୍ୱିତୀୟ କର୍ଣାଟ ସମର ହୋଇଥିଲା ।
  • ଏହି ଯୁଦ୍ଧ ଫରାସୀ ଓ ଇଂରେଜମାନଙ୍କ ମଧ୍ୟରେ ହୋଇଥିଲା ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୯ । କାଉଣ୍ଟ ଡି ଲାଲୀ କିଏ ? ତାଙ୍କୁ କିଏ ପରାସ୍ତ କରିଥିଲେ
Answer:

  • ଫରାସୀ ସରକାର ଇଂରେଜମାନଙ୍କ ସହ ତୃତୀୟ କର୍ଣାଟକ ସମର ଚଳାଇବାପାଇଁ କାଉଣ୍ଟ ଡି ଲାଲୀଙ୍କୁ ଭାରତ ପଠାଇଥିଲେ ।
  • ୧୭୬୦ ଖ୍ରୀଷ୍ଟାବ୍ଦରେ ଇଂରେଜ ସେନାପତି ଆୟାରକୁଟ ୱାଣ୍ଡିସ୍ ଯୁଦ୍ଧରେ ତାଙ୍କୁ ପରାସ୍ତ କରିଥିଲେ ।

୨୦ । ପଲାସୀ ଯୁଦ୍ଧ କେବେ ଓ କାହା କାହା ମଧ୍ୟରେ ହୋଇଥିଲା ?
Answer:

  1. ପଲାସୀ ଯୁଦ୍ଧ ୧୭୫୩ ଖ୍ରୀ.ଅ. ଜୁନ୍ ୨୩ ତାରିଖ ଦିନ ହୋଇଥିଲା ।
  2. ଏହି ଯୁଦ୍ଧ ବଙ୍ଗର ନବାବ ସିରାଜଉଦୌଲା ଓ ଇଂରେଜ ସେନାପତି ରବର୍ଟ କ୍ଲାଇନ୍‌ଙ୍କ ମଧ୍ୟରେ ହୋଇଥିଲା ।

୨୧ । ଦ୍ଵୈତ ଶାସନ କିଏ ପ୍ରଚଳନ କରିଥିଲେ ? ଏଥିରେ କି ବ୍ୟବସ୍ଥା ଥିଲା ?
Answer:

  • କ୍ଲାଇବ ବଙ୍ଗରେ ଦ୍ଵୈତ ଶାସନ ପ୍ରଚଳନ କରିଥିଲେ ।
  • ଏହି ବ୍ୟବସ୍ଥା ଅନୁସାରେ ବଙ୍ଗର ନବାବଙ୍କ ହସ୍ତରେ ଶାସନ ଓ ବିଚାର ବିଭାଗ ରହିଲା ଓ କମ୍ପାନୀ ହାତରେ ସାମରିକ ଓ ରାଜସ୍ୱ ଆଦାୟ ଦାୟିତ୍ଵ ରହିଥିଲା ।

୨୨ । ପ୍ରଥମ ମହୀଶୂର ଯୁଦ୍ଧ କେବେ ଓ କାହା କାହା ମଧ୍ୟରେ ହୋଇଥିଲା ?
Answer:

  • ପ୍ରଥମ ମହୀଶୂର ଯୁଦ୍ଧ ୧୭୬୭ ଖ୍ରୀଷ୍ଟାବ୍ଦରେ ହୋଇଥିଲା ।
  • ଏହି ଯୁଦ୍ଧ ହାଇଦର ଅଲ୍ଲୀ ଏବଂ ମରହଟ୍ଟା, ହାଇଦ୍ରାବାଦର ନିଜାମ ଓ ଇଂରେଜମାନଙ୍କ ମିଳିତ ବାହିନୀ ମଧ୍ୟରେ ହୋଇଥିଲା ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୨୩ । ଶ୍ରୀରଙ୍ଗାପଟ୍ଟନମ୍ ସନ୍ଧି କାହା କାହା ମଧ୍ୟରେ ହୋଇଥିଲା ? ଏହି ସନ୍ଧିର ସର୍ଭ କ’ଣ ଥିଲା ?
Answer:

  • ଇଂରେଜ ଓ ଟିପୁ ସୁଲତାନଙ୍କ ମଧ୍ୟରେ ଶ୍ରୀରଙ୍ଗାପଟ୍ଟନମ୍ ସନ୍ଧି ହୋଇଥିଲା ।
  • ଏହି ସନ୍ଧିର ସତ୍ତାନୁଯାୟୀ ଟିପୁ ନିଜ ରାଜ୍ୟର ଅର୍ଦ୍ଧେକ ଅଂଶ ଇଂରେଜ, ମରହଟ୍ଟା ଓ ନିଜାମ୍‌କୁ ଛାଡ଼ି ଦେଇଥିଲେ ।

୨୪ । ରାଜ୍ୟସ୍ଵତ୍ଵ ଲୋପନୀତି କିଏ କାହିଁକି ପ୍ରଚଳନ କରିଥିଲେ ?
Answer:

  1. ରାଜ୍ୟସ୍ଵତ୍ଵ ଲୋପନୀତି ଭାରତର ଗଭର୍ଣ୍ଣର ଜେନେରାଲ୍ ଲର୍ଡ ଡେଲ୍‌ହାଉସୀ ପ୍ରଚଳନ କରିଥିଲେ ।
  2. ଭାରତରେ ଇଂରେଜମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବାପାଇଁ ସେ ଏହି ନୂତନ ପନ୍ଥା ପ୍ରୟୋଗ କରିଥିଲେ ।

୨୫ । କେଉଁ କାରଣରୁ ଦ୍ଵିତୀୟ ମହୀଶୂର ସମର ସଂଘଟିତ ହେଲା ?
Answer:

  • ସନ୍ଧିର ସର୍ଭେ ଅନୁସାରେ ଇଂରେଜମାନେ ହାଇଦର ଅଲ୍ଲୀଙ୍କୁ ସାହାଯ୍ୟ କରିନଥିଲେ ବରଂ କର୍ଣ୍ଣାଟକ ଆକ୍ରମଣ ସମୟରେ ତାଙ୍କୁ ପ୍ରତିରୋଧ କରିଥିଲେ ।
  • ପୁନଶ୍ଚ ଇଂରେଜମାନେ ହାଇଦରଙ୍କ ରାଜ୍ୟରେ ମାହେଠାରେ ଅବସ୍ଥିତ ଫରାସୀ ବାଣିଜ୍ୟକୋଠି ଦଖଲ କରିବାରୁ ତାଙ୍କର ଇଂରେଜମାନଙ୍କ ସହ ଦ୍ବିତୀୟ ମହୀଶୂର ସମର ସଂଘଟିତ ହେଲା ।

୨୬ । ରେଗୁଲେଟିଂ ଆକ୍ଟ ବା ନିୟାମକ ଆଇନ କିଏ କାହିଁକି ପ୍ରଣୟନ କରିଥିଲେ ?
Answer:

  • ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ବାଣିଜ୍ୟ କରିବା ସଙ୍ଗେ ସଙ୍ଗେ ଭାରତରେ ରାଜ୍ୟବିସ୍ତାର କଲେ ଏବଂ ମନଇଚ୍ଛା ଶାସନ ଚଳାଇଲେ । ଏହାକୁ ବ୍ରିଟିଶ୍ ପାର୍ଲାମେଣ୍ଟ ସହ୍ୟ କରିପାରିଲା ନାହିଁ ।
  • ତେଣୁ ୧୭୭୩ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଲର୍ଡ ନର୍ଥ ଭାରତରେ କମ୍ପାନୀ ଶାସନକୁ ନିୟନ୍ତ୍ରଣ କରିବାପାଇଁ ଏକ ଆଇନ ପାର୍ଲାମେଣ୍ଟରେ ଗୃହୀତ କରାଇଥିଲେ । ଏହାକୁ ରେଗୁଲେଟିଂ ଆକ୍ଟ ବା ନିୟାମକ ଆଇନ କୁହାଯାଏ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୨୭ । ବମ୍ବେରେ କିପରି ଇଂରେଜ ବାଣିଜ୍ୟ କୋଠି ସ୍ଥାପିତ ହେଲା ?
Answer:

  • ଇଂଲଣ୍ଡର ରାଜା ଦ୍ବିତୀୟ ଚାର୍ଲସ୍ ପର୍ତ୍ତୁଗୀଜ ରାଜକନ୍ୟାଙ୍କୁ ବିବାହ କରି ସେମାନଙ୍କ ଅଧୀନରେ ଥ‌ିବା ବମ୍ବେ ଅଞ୍ଚଳ ଯୌତୁକ ଭାବରେ ପାଇଥିଲେ ।
  • ଦ୍ଵିତୀୟ ଚାର୍ଲସ୍ ଏହାକୁ ଇଂରେଜ ଇଷ୍ଟ-ଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କରିବାରୁ ସେଠାରେ ଇଂରେଜ ବାଣିଜ୍ୟକୋଠି ସ୍ଥାପିତ ହେଲା ।

୨୮ । କେଉଁ ବ୍ୟକ୍ତି ବିଜାପୁର ରାଜାଙ୍କଠାରୁ ପଣ୍ଡିଚେରୀ ହାସଲ କରିଥିଲେ? ତାହା କିପରି ଫରାସୀମାନଙ୍କ ସାମରିକ ଶିବିର ରୂପେ ବ୍ୟବହୃତ ହେଲା ?
Answer:

  • ଫ୍ରାଙ୍କୋଏ ମାର୍ଟିନ୍ ନାମକ ଜଣେ ଫରାସୀ ବ୍ୟକ୍ତି ବିଜାପୁର ରାଜାଙ୍କଠାରୁ ପଣ୍ଡିଚେରୀ ହାସଲ କରିଥିଲେ ।
  • ସେ ସେଠାରେ ଇଉରୋପୀୟ ସୈନ୍ୟ ଓ ପାଞ୍ଚଶହ ଭାରତୀୟଙ୍କୁ ପାଶ୍ଚାତ୍ୟ ଯୁଦ୍ଧରୀତିରେ ଶିକ୍ଷାଦେବାରୁ ତାହା ଫରାସୀମାନଙ୍କ ସାମରିକ ଶିବିର ରୂପେ ବ୍ୟବହୃତ ହେଲା ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର (ଗୋଟିଏ ବାକ୍ୟରେ)

୧ । ମୋଗଲ ଯୁଗର କେଉଁ ଶାସକଙ୍କ ସମୟରେ ମରହଟ୍ଟା, ଶିଖ୍ ଓ ଜାଠମାନେ ବିଦ୍ରୋହ କରିଥିଲେ ?
Answer:
ମୋଗଲ ଯୁଗର ଶକ୍ତିଶାଳୀ ସମ୍ରାଟ ଆଉରଙ୍ଗଜେବ୍‌ଙ୍କ ସମୟରେ ମରହଟ୍ଟା, ଶିଖ୍ ଓ ଜାମାନେ ବିଦ୍ରୋହ କରିଥିଲେ ।

୨। ‘ବୁଲି ଖାଁ’ ଉପାଧ୍ କିଏ ପାଇଥିଲେ ?
Answer:
ମୋଗଲ ସୈନ୍ୟବାହିନୀର ଉଚ୍ଚ ପଦବୀରେ ରହି ନିଜାମ-ଉଲ୍-ମୁଲକ୍ ‘କୁଲି ଖାଁ’ ଉପାଧ୍ ପାଇଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୩ । ଅଯୋଧ୍ୟାର ସୁବା କେଉଁ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ?
Answer:
ଅଯୋଧ୍ୟା ସୁବା ଅଯୋଧ୍ୟା, ବନାରସ (ବାରଣାସୀ), ଆଲ୍ଲାହାବାଦ ଓ କାନପୁରକୁ ନେଇ ଗଠିତ ହୋଇଥିଲା ।

୪। କିଏ ଅଯୋଧ୍ୟାର ଶାସକ ସଫଦରଜଙ୍ଗଙ୍କ ପୁତ୍ର ଥିଲେ ?
Answer:
ସୁଜାଉଦୌଲା ଅଯୋଧ୍ୟାର ଶାସକ ସଫଦରଜଙ୍ଗଙ୍କ ପୁତ୍ର ଥିଲେ ।

୫ | ନାଦିର ଶାହ କେବେ ଓ କାହିଁକି ଭାରତ ଆକ୍ରମଣ କରିଥିଲେ ?
Answer:
ନାଦିର ଶାହ ମୋଗଲ ସାମ୍ରାଜ୍ୟର ଆଭ୍ୟନ୍ତରୀଣ ବିଶୃଙ୍ଖଳାର ସୁଯୋଗ ନେଇ ୧୭୩୯ ଖ୍ରୀଷ୍ଟାବ୍ଦରେ ଭାରତ ଆକ୍ରମଣ କରିଥିଲେ ।

୬ | ନାଦିର ଶାହ ଭାରତରୁ କ’ଣ ନେଇ ପାରସ୍ୟ ପ୍ରତ୍ୟାବର୍ତ୍ତନ କରିଥିଲେ ?
Answer:
ନାଦିର ଶାହ ଶାହାଜାହାନଙ୍କ ନିର୍ମିତ ମୟୂର ସିଂହାସନ ଏବଂ କୋହିନୂର ମଣି, ହସ୍ତୀ ଓ ଅଶ୍ଵଗୁଡ଼ିକୁ ସଙ୍ଗରେ ନେଇ ଭାରତରୁ ପାରସ୍ୟ ପ୍ରତ୍ୟାବର୍ତ୍ତନ କରିଥିଲେ ।

୭ । କିଏ ଦିଲ୍ଲୀରେ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣାଗାର ପ୍ରତିଷ୍ଠା କରିଥିଲେ ?
Answer:
ମାରୱାରର ରାଜା ଅଜିତ ସିଂହ ଦିଲ୍ଲୀରେ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣାଗାର ପ୍ରତିଷ୍ଠା କରିଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୮। ଶିଖ୍ମାନଙ୍କଦ୍ୱାରା ଗଠିତ ପ୍ରତ୍ୟେକ ସଂଘକୁ କ’ଣ କୁହାଯାଉଥିଲା ?
Answer:
ଶିଶୁମାନଙ୍କଦ୍ୱାରା ଗଠିତ ପ୍ରତ୍ୟେକ ସଂଘକୁ ‘ମିସଲ୍’ କୁହାଯାଉଥିଲା ।

୯। କିଏ ଶିଖୁମାନଙ୍କର ମିସଲ୍‌ଗୁଡ଼ିକୁ ଏକତ୍ରିତ କରି ଏକ ଶକ୍ତିଶାଳୀ ରାଜ୍ୟ ଗଠନ କରିଥିଲେ ?
Answer:
ମହାରାଜା ରଣଜିତ୍ ସିଂହ ଶିଖ୍ମାନଙ୍କ ମିସଲ୍‌ଗୁଡ଼ିକୁ ଏକତ୍ରିତ କରି ଏକ ଶକ୍ତିଶାଳୀ ରାଜ୍ୟ ଗଠନ କରିଥିଲେ ।

୧୦ । ଆଉରଙ୍ଗଜେବଙ୍କ ସମୟରେ କିଏ ମରହଟ୍ଟା ଶକ୍ତିକୁ ଏକତ୍ରିତ କରି ମରହଟ୍ଟା ରାଜ୍ୟ ଗଠନ କରିଥିଲେ ?
Answer:
ଆଉରଙ୍ଗଜେବ୍‌ଙ୍କ ସମୟରେ ଶିବାଜୀ ମରହଟ୍ଟା ଶକ୍ତିକୁ ଏକତ୍ରିତ କରି ମରହଟ୍ଟା ରାଜ୍ୟ ଗଠନ କରିଥିଲେ ।

୧୧ । ବାଲାଜୀ ବିଶ୍ଵନାଥଙ୍କ ସହାୟତାରେ କିଏ ସିଂହାସନ ଅଧିକାର କରିଥିଲେ ?
Answer:
ବାଲାଜୀ ବିଶ୍ଵନାଥଙ୍କ ସହାୟତାରେ ଶାହୁଜୀ ସିଂହାସନ ଅଧିକାର କରିଥିଲେ ।

୧୨ । କେଉଁଦିନଠାରୁ ପେଶଓ୍ବା ପଦ ପୁରୁଷାନୁକ୍ରମିକ ହେଲା ?
Answer:
ଶାହୁଜୀଙ୍କୁ ନାମକୁ ମାତ୍ର ରାଜା କରାଇ ବାଲାଜୀ ନିଜେ ଶାସନକାର୍ଯ୍ୟ ଚଳାଇବା ଦିନଠାରୁ ପେଶ ପଦ ପୁରୁଷାନୁକ୍ରମିକ ହେଲା ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୩ । ବାଲାଜୀଙ୍କ ପରେ କିଏ ମରହଟ୍ଟାମାନଙ୍କର ଶାସକ ହୋଇଥିଲେ ?
Answer:
ବାଲାଜୀଙ୍କ ପରେ ପ୍ରଥମ ବାଜିରାଓ ମରହଟ୍ଟାମାନଙ୍କର ଶାସକ ହୋଇଥିଲେ ।

୧୪ । ପେଶ ପଦବୀ କାହାକୁ ଦିଆଯାଉଥିଲା ?
Answer:
ମରହଟ୍ଟା ଶାସକ ତାଙ୍କ ରାଜ୍ୟ ଶାସନ ପାଇଁ ନିଯୁକ୍ତ କରୁଥିବା ପ୍ରଧାନମନ୍ତ୍ରୀଙ୍କୁ ପେଶ ପଦବୀ ଦିଆଯାଉଥିଲା ।

୧୫ । ପେଶୱାଙ୍କର ଦାୟିତ୍ବ କ’ଣ ଥିଲା ?
Answer:
ରାଜ୍ୟର ଶାସନ କାର୍ଯ୍ୟ ଓ ଜନହିତକର କାର୍ଯ୍ୟ ପେଶୱାଙ୍କର ଦାୟିତ୍ଵ ଥିଲା ।

୧୬ । ତୃତୀୟ ପାନିପଥ ଯୁଦ୍ଧ କେବେ ହୋଇଥିଲା ?
Answer:
ତୃତୀୟ ପାନିପଥ ଯୁଦ୍ଧ ୧୭୬୧ ଖ୍ରୀଷ୍ଟାବ୍ଦରେ ହୋଇଥିଲା ।

୧୭ । ତୁର୍କମାନେ କେବେ କନଷ୍ଟାଣ୍ଟିନୋପଲ୍ ଅଧିକାର କରିଥିଲେ ?
Answer:
୧୪୫୩ ଖ୍ରୀଷ୍ଟାବ୍ଦରେ ତୁର୍କମାନେ କନଷ୍ଟାଣ୍ଟିନୋପଲ୍ ଅଧିକାର କରିଥିଲେ ।

୧୮ । ତୁର୍କମାନେ କନଷ୍ଟାଣ୍ଟିନୋପଲ୍ ଅଧିକାର କଲାପରେ କ’ଣ ବାଧାପ୍ରାପ୍ତ ହୋଇଥିଲା ?
Answer:
ତୁର୍କମାନେ କନଷ୍ଟାଣ୍ଟିନୋପଲ ଅଧିକାର କଲାପରେ ଭାରତ ଓ ଇଉରୋପ ମଧ୍ୟରେ ବାଣିଜ୍ୟ କାରବାର ବାଧାପ୍ରାପ୍ତ ହୋଇଥିଲା ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୯ । କେତେ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜ ନାବିକ ଭାସ୍କୋଡ଼ାଗାମା ଭାରତର କାଲିକଟଠାରେ ପହଞ୍ଚିଥିଲେ ?
Answer:
୧୪୯୮ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜ ନାବିକ ଭାସ୍କୋଡ଼ାଗାମା ଭାରତର କାଲିକଟ୍‌ଠାରେ ପହଞ୍ଚିଥିଲେ ।

୨୦ । ଭାସ୍କୋଡ଼ାଗାମା ଭାରତରେ ପର୍ତ୍ତୁଗୀଜମାନଙ୍କ ବାଣିଜ୍ୟ କାରବାରପାଇଁ କାହା ନିକଟରେ ପ୍ରାର୍ଥନା କରିଥିଲେ ?
Answer:
ଭାସ୍କୋଡ଼ାଗାମା ଭାରତରେ ପର୍ତ୍ତୁଗୀଜମାନଙ୍କ ବାଣିଜ୍ୟ କାରବାର ପାଇଁ କାଲିକଟ୍‌ ଶାସକ ଜାମୋରିନ୍‌ ଉପାଧ୍ଧରୀ ହିନ୍ଦୁ ରାଜାଙ୍କୁ ପ୍ରାର୍ଥନା କରିଥିଲେ ।

୨୧ । ପର୍ତ୍ତୁଗୀଜ୍‌ମାନେ ଭାରତର କେଉଁ କେଉଁ ସ୍ଥାନରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ?
Answer:
ପର୍ତ୍ତୁଗୀଜ୍‌ମାନେ ଭାରତର ଗୋଆ, ଡାମନ, ଡିଉ, ସାଲସେଟ୍ ବେସିନ୍, ବମ୍ବେ ଏବଂ ବଙ୍ଗଦେଶର ହୁଗୁଳି ପ୍ରଭୃତି ସ୍ଥାନରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।

୨୨ । ଭାରତରେ ପର୍ତ୍ତୁଗୀଜ୍ ଅଧୂତ ଅଞ୍ଚଳର ଗଭର୍ଣ୍ଣର ଭାବେ କିଏ ନିଯୁକ୍ତ ହୋଇଥିଲେ ?
Answer:
ଭାରତରେ ପର୍ତ୍ତୁଗୀଜ୍ ଅଧିକୃତ ଅଞ୍ଚଳର ଗଭର୍ଣ୍ଣରଭାବେ ଆଲବୁକର୍କ ନିଯୁକ୍ତ ହୋଇଥିଲେ ।

୨୩ । ଓଲନ୍ଦାଜ୍‌ମାନେ କେବେ ଡଚ୍ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରିଥିଲେ ?
Answer:
ଓଲନ୍ଦାଜମାନେ ୧୬୦୨ ଖ୍ରୀଷ୍ଟାବ୍ଦରେ ଡଚ୍ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରିଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୨୪ । ଡର୍‌ମାନେ କେଉଁଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ?
Answer:
ଡବ୍‌ମାନେ ଗୁଜରାଟ, କରମଣ୍ଡଳ ଉପକୂଳ, ବଙ୍ଗଦେଶ, ବାଲେଶ୍ୱର, କୋଚିନ୍ ଆଦି ସ୍ଥାନରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।

୨୫ । କେଉଁମାନଙ୍କୁ ଦିନାମାର କୁହାଯାଏ ?
Answer:
ଡେନ୍‌ମାର୍କର ଅଧ୍ୟାବାସୀ ଡେନ୍ସଙ୍କୁ ଓଡ଼ିଆରେ ଦିନାମାର କୁହାଯାଏ ।

୨୬ । ଦିନାମାରମାନେ କେଉଁଠାରେ ବାଣିଜ୍ୟକୋଠି ସ୍ଥାପନ କରିଥିଲେ ?
Answer:
ଦିନାମାରମାନେ ବଙ୍ଗଦେଶର ଶ୍ରୀରାମପୁରଠାରେ ବାଣିଜ୍ୟକୋଠି ସ୍ଥାପନ କରିଥିଲେ ।

୨୭ । ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀର ବଣିକମାନେ କେଉଁ ମୋଗଲ ସମ୍ରାଟ୍‌ଙ୍କ ରାଜତ୍ଵକାଳରେ ଭାରତକୁ ଆସିଥିଲେ ?
Answer:
ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀର ବଣିକମାନେ ମୋଗଲ ସମ୍ରାଟ୍ ଜାହାଙ୍ଗୀରଙ୍କ ରାଜତ୍ଵକାଳରେ ଭାରତକୁ ଆସିଥିଲେ ।

୨୮ । ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ କେବେ ଗଠିତ ହୋଇଥିଲା ?
Answer:
୧୬୬୪ ଖ୍ରୀଷ୍ଟାବ୍ଦରେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠିତ ହୋଇଥିଲା ।

୨୯ । କ୍ୟାପ୍‌ଟେନ୍ ହକିସ୍‌ଙ୍କୁ କିଏ ଜାହାଙ୍ଗୀରଙ୍କ ଦରବାରକୁ ପଠାଇଥିଲେ ?
Answer:
ଇଂଲଣ୍ଡର ରାଜା ପ୍ରଥମ ଜେମସ୍ କମ୍ପାନୀର କ୍ୟାପ୍‌ଟେନ୍ ହକିନ୍ସଙ୍କୁ ଜାହାଙ୍ଗୀରଙ୍କ ଦରବାରକୁ ପଠାଇଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୩୦ । ଭାରତର କେଉଁ ସ୍ଥାନରେ ଇଂରେଜମାନେ ପ୍ରଥମେ ସ୍ଥାୟୀ ବସତି ସ୍ଥାପନ କରିଥିଲେ ?
Answer:
ଭାରତର ସୁରତଠାରେ ଇଂରେଜମାନେ ପ୍ରଥମେ ସ୍ଥାୟୀ ବସତି ସ୍ଥାପନ କରିଥିଲେ ।

୩୧ । ସିରାଜଉଦୌଲା କେବେ ବଙ୍ଗର ନବାବ ହେଲେ ?
Answer:
ସିରାଜଉଦୌଲା ୧୭୫୬ ଖ୍ରୀଷ୍ଟାବ୍ଦରେ ଆଲିବର୍ଦ୍ଦି ଖାଁଙ୍କ ମୃତ୍ୟୁ ପରେ ବଙ୍ଗର ନବାବ ହେଲେ ।

୩୨ । କେବେ ହାଇଦର ଅଲ୍ଲୀଙ୍କ ମୃତ୍ୟୁ ଘଟିଲା ?
Answer:
୧୭୮୨ ଖ୍ରୀଷ୍ଟାବ୍ଦରେ ଦ୍ଵିତୀୟ ମହୀଶୂର ଯୁଦ୍ଧ ଚାଲିଥିଲା ବେଳେ ହାଇଦର ଅଲ୍ଲୀଙ୍କର ମୃତ୍ୟୁ ଘଟିଲା ।

୩୩ । କେଉଁ ଭାରତୀୟ ଶାସକମାନେ ଟିପୁଙ୍କ ବିରୋଧରେ ଇଂରେଜମାନଙ୍କୁ ସାହାଯ୍ୟ କରିଥିଲେ ?
Answer:
ହାଇଦ୍ରାବାଦର ନିଜାମ୍ ଏବଂ ମରହଟ୍ଟାମାନେ ଟିପୁଙ୍କ ବିରୋଧରେ ଇଂରେଜମାନଙ୍କୁ ସାହାଯ୍ୟ କରିଥିଲେ ।

୩୪ । ବଙ୍ଗରେ ଦ୍ୱୈତ ଶାସନ କିଏ ପ୍ରଚଳନ କରିଥିଲେ ?
Answer:
କ୍ଲାଇଡ୍ ବଙ୍ଗରେ ଦ୍ଵୈତ ଶାସନ ପ୍ରଚଳନ କରିଥିଲେ ।

୩୫ । ଦ୍ଵୈତ ଶାସନ ବ୍ୟବସ୍ଥା କେବେ ପ୍ରତ୍ୟାହୃତ ହେଲା ?
Answer:
୧୭୭୧ ଖ୍ରୀ.ଅ.ରେ ଦ୍ଵୈତ ଶାସନ ବ୍ୟବସ୍ଥା ପ୍ରତ୍ୟାହୃତ ହେଲା ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୩୬ । ରାଜ୍ୟସ୍ଵତ୍ଵ ଲୋପନୀତି ଅନୁସାରେ କେଉଁ କେଉଁ ଦେଶୀୟ ରାଜ୍ୟ ଇଂରେଜ ସାମ୍ରାଜ୍ୟଭୁକ୍ତ ହୋଇଥିଲା ?
Answer:
ରାଜ୍ୟସ୍ଵତ୍ଵ ଲୋପନୀତି ଅନୁସାରେ ସତାରା, ଝାନ୍ସୀ, ନାଗପୁର, ସମ୍ବଲପୁର ଓ ଜୈତ୍‌ପୁର ପ୍ରଭୃତି ଦେଶୀୟ ରାଜ୍ୟ ଇଂରେଜ ସାମ୍ରାଜ୍ୟଭୁକ୍ତ ହୋଇଥିଲା ।

୩୭ । ଟିପୁ ସୁଲତାନ୍ କେବେ ନିହତ ହେଲେ ?
Answer:
ଟିପୁ ସୁଲତାନ୍ ୧୭୯୯ ଖ୍ରୀଷ୍ଟାବ୍ଦରେ ନିହତ ହେଲେ ।

୩୮ । ଭାସ୍କୋଡ଼ାଗାମା କେଉଁ ଦେଶର ନାବିକ ଥିଲେ ?
Answer:
ଭାସ୍କୋଡ଼ାଗାମା ପର୍ତ୍ତୁଗାଲ୍ ଦେଶର ନାବିକ ଥିଲେ ।

୩୯ । ଇଂରେଜ କର୍ମଚାରୀଙ୍କ ଦୋଷତ୍ରୁଟିର ବିଚାର କରିବାପାଇଁ କେଉଁଠାରେ ସୁପ୍ରିମ୍‌କୋର୍ଟ ସ୍ଥାପନ କରାଯାଇଥିଲା ?
Answer:
ଇଂରେଜ କର୍ମଚାରୀଙ୍କ ଦୋଷତ୍ରୁଟିର ବିଚାର କରିବାପାଇଁ କଲିକତା (କୋଲକାତା)ଠାରେ ସୁପ୍ରିମ୍‌କୋର୍ଟ ସ୍ଥାପନ କରାଯାଇଥିଲା ।

୪୦ । ମହମ୍ମଦ ଅଲ୍ଲୀ କାହାର ପୁତ୍ର ଥିଲେ ?
Answer:
ମହମ୍ମଦ ଅଲ୍ଲୀ କର୍ଣ୍ଣାଟକର ନବାବ ଅନୱାରଉଦ୍ଦିନ୍‌ଙ୍କ ପୁତ୍ର ଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।

୧। ୧୭୩୯ ମସିହାରେ ___________ ଭାରତ ଆକ୍ରମଣ କରିଥିଲେ ।
Answer:
ନାଦିର ଶାହ

୨। ଅଯୋଧ୍ୟାର ଶାସକ ସଫଦରଜଙ୍ଗଙ୍କ ପରେ ତାଙ୍କ ପୁତ୍ର _________ ଅଯୋଧ୍ୟାର ନବାବ ହେଲେ ।
Answer:
ସୁଜାଉଦୌଲା

୩ । ଶିଶୁମାନେ __________ ଗୋଟି ସଂଘରେ ସଂଗଠିତ ହୋଇଥିଲେ ।
Answer:
ବାର

୪ । ତୃତୀୟ ପାନିପଥ ଯୁଦ୍ଧରେ ____________ ମାନେ ପରାସ୍ତ ହେଲେ ।
Answer:
ମରହଟ୍ଟା

୫। ଜାହାଙ୍ଗୀରଙ୍କୁ ଭେଟିବାପାଇଁ ଇଷ୍ଟ-ଇଣ୍ଡିଆ କମ୍ପାନୀ ପ୍ରଥମେ _____________ ଙ୍କୁ ପଠାଇଥିଲେ ।
Answer:
କ୍ୟାପ୍ ଟେନ୍ ହକିନ୍ ସ

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୬ । ଇଂଲଣ୍ଡର ରାଜଦୂତ ସାର୍ ଟମାସ୍‌ _________ ଖ୍ରୀଷ୍ଟାବ୍ଦରେ ଭାରତକୁ ଆସିଥିଲେ ।
Answer:
୧୬୧୫

୭ । ବକ୍ସାର ଯୁଦ୍ଧ ପରେ ଇଂରେଜମାନେ _______ ଙ୍କଠାରୁ ବଙ୍ଗ, ବିହାର ଓ ଓଡ଼ିଶାର ଦେୱାନୀ ଲାଭ କଲେ ।
Answer:
ମୋଗଲ ସମ୍ର।ଟ୍ ଶାହାଆଲାମ

୮ | __________ ବଳରେ ବଙ୍ଗର ଗଭର୍ଣ୍ଣର ଭାରତର ସମସ୍ତ ଇଂରେଜ ଶାସିତ ଅଞ୍ଚଳର ଗଭର୍ଣ୍ଣର ଜେନେରାଲ ହେଲେ ।
Answer:
ରେଗୁଲେଟିଂ ଆକ୍ଟ

୯ । ପର୍ତ୍ତୁଗୀଜ ନାବିକ ଭାସ୍କୋଡ଼ୀଗାମା ଭାରତର କାଲିକଟଠାରେ ପହଞ୍ଚିବା ସମୟରେ __________ ଉପାଧ୍ଧରୀ ଜଣେ ହିନ୍ଦୁ ରାଜା ସେ ଅଞ୍ଚଳର ଶାସକ ଥିଲେ ।
Answer:
ଜାମୋ ରିନ୍

୧୦ । ଭାରତରେ ପର୍ତ୍ତୁଗୀଜ୍‌ ଗଭର୍ଣ୍ଣର ଭାବେ ________ ନିଯୁକ୍ତ ହୋଇଥିଲେ ।
Answer:
ଆଲବୁକର୍କ

୧୧ । ଡେନମାର୍କର ଅଧ୍ୟାବାସୀ ଡେନ୍ସଙ୍କୁ ଓଡ଼ିଆରେ _________ କୁହାଯାଏ ।
Answer:
ଦିନାମାର

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୨ । ୧୬୯୦ ଖ୍ରୀଷ୍ଟାବ୍ଦରେ ଇଷ୍ଟଇଣ୍ଡିଆ କମ୍ପାନୀ ବଙ୍ଗରେ ହୁଗୁଳି ନଦୀ କୂଳରେ _________ ଦୁର୍ଗ ନିର୍ମାଣ କରିଥିଲେ ।
Answer:
ଫୋର୍ଟ ଉଇଲିୟମ୍

୧୩ । ଦ୍ଵିତୀୟ କର୍ଣାଟ ସମରରେ ________ ପରାସ୍ତ ଓ ନିହତ ହୋଇଥିଲେ ।
Answer:
ଅନୱାରଉଦ୍ଦିନ୍

୧୪। ୧୭୫୮ ଖ୍ରୀଷ୍ଟାବ୍ଦରେ __________ ସେଣ୍ଟଡ଼େଭିଡ୍ ଦୁର୍ଗ ଅଧିକାର କରିଥିଲେ ।
Answer:
କାଉଣ୍ଟ ଡି ଲାଲୀ

୧୫। _________ ଖ୍ରୀଷ୍ଟାବ୍ଦରେ ପଲାସୀ ଯୁଦ୍ଧ ହୋଇଥିଲା ।
Answer:
୧୭୫୭

୧୬ । ମୀରକାଶୀମ୍ ଭାରତୀୟ ବଣିକମାନଙ୍କ ଉପରୁ __________ ଛାଡ଼ କରିଦେଇଥିଲେ ।
Answer:
ବାଣିଜ୍ୟ କର

୧୭ । ବକ୍‌ସାର ଯୁଦ୍ଧରେ _________ ମାନେ ବିଜୟୀ ହୋଇଥିଲେ ।
Answer:
ଇଂରେଜ

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୮ । କ୍ଲାଇବ୍ ବଙ୍ଗରେ __________ ଶାସନ ପ୍ରଚଳନ କରିଥିଲେ ।
Answer:
ଦ୍ଵୈତ

୧୯। ପ୍ରଥମ ମହୀଶୂର ସମର ________ ଖ୍ରୀଷ୍ଟାବ୍ଦରେ ହୋଇଥିଲା ।
Answer:
୧୭୬୭

୨୦ । ସାମନ୍ତ ସନ୍ଧି ପ୍ରଥା __________ ପ୍ରଚଳନ କରିଥିଲେ ।
Answer:
ଲର୍ଡ ୱେଲେସ୍‌

୨୧ । ୱାଣ୍ଡିୱାସ୍ ଯୁଦ୍ଧ ________ ଖ୍ରୀ.ଅ.ରେ ହୋଇଥିଲା ।
Answer:
୧୭୬୦

୨୨ । ଇଉରୋପରେ ସପ୍ତବର୍ଷ ଯୁଦ୍ଧ ______ ଖ୍ରୀଷ୍ଟାବ୍ଦରେ ସମାପ୍ତ ହୋଇଥିଲା ।
Answer:
୧୭୬୩

୨୩ । ଆଲିବର୍ଦ୍ଦି ଖାଁ ________ ଖ୍ରୀଷ୍ଟାବ୍ଦରେ ନିଜକୁ ବଙ୍ଗଳାର ନବାବ ଭାବରେ ଘୋଷଣା କଲେ ।
Answer:
୧୭୪୦

୨୪ । ________ ତାଙ୍କ ରାଜଧାନୀ ମୁର୍ଶିଦାବାଦଠାରୁ ମୁଙ୍ଗେରକୁ ଉଠାଇ ନେଇଥିଲେ ।
Answer:
ମୀରକାଶିମ୍

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୨୫। ________ ଖ୍ରୀଷ୍ଟାବ୍ଦରେ ବକ୍‌ସାର ଯୁଦ୍ଧ ହୋଇଥିଲା ।
Answer:
୧୭୬୪

୨୬ । ଟିପୁ ସୁଲତାନଙ୍କୁ ମହୀଶୂରର _______ କୁହାଯାଏ ।
Answer:
ବାଘ

୨୭ । ସାମନ୍ତ ସନ୍ଧି ପ୍ରଥମେ _________ ଗ୍ରହଣ କରିଥିଲେ ।
Answer:
ହାଇଦ୍ରାବାଦର ନିଜାମ୍

୨୮ । ରାଜ୍ୟସ୍ଵତ୍ଵ ଲୋପ ନୀତି __________ ପ୍ରଚଳନ କରିଥିଲେ ।
Answer:
ଲର୍ଡ ଡେଲ୍‌ହାଉସୀ

B. ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଠିକ୍ ବାକ୍ୟଗୁଡ଼ିକ ପାଖରେ ( ✓) ଚିହ୍ନ ଓ ଭୁଲ୍ ବାକ୍ୟଗୁଡ଼ିକ ପାଖରେ (✗) ଚିହ୍ନ ଦିଅ ।

୧। ୧୫୯୮ ଖ୍ରୀଷ୍ଟାବ୍ଦରେ ଭାସ୍କୋଡ଼ାଗାମା ଭାରତର କାଲିକଟ୍‌ଠାରେ ପହଞ୍ଚିଲେ ।
୨। ୧୬୮୪ ଖ୍ରୀଷ୍ଟାବ୍ଦରେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠିତ ହୋଇଥିଲା ।
୩ । ନାଦିର ଶାହଙ୍କ ଭାରତ ଆକ୍ରମଣ କାଳରେ ମହମ୍ମଦ ଶାହ ମୋଗଲ ସମ୍ରାଟ ଥିଲେ ।
୪। ଅଜିତ୍ ସିଂହ ଅମ୍ବରର ରାଜା ଥିଲେ ।
୫। ଫୋର୍ଟ ସେଣ୍ଟଜର୍ଜ ମାନ୍ଦ୍ରାଜରେ ଇଂରେଜମାନଙ୍କର ବାଣିଜ୍ୟ କୋଠି ଥିଲା ।
୬। ବକ୍ସାର ଯୁଦ୍ଧ ପରେ କ୍ଲାଇଡ୍ ବଙ୍ଗର ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଥିଲେ ।
୭ । ଇଂଲଣ୍ଡର ରାଜା ଦ୍ଵିତୀୟ ଚାର୍ଲସ୍‌ ପର୍ତ୍ତୁଗୀଜ ରାଜାଙ୍କଠାରୁ ଯୌତୁକରୂପେ ପାଇଥିବା ବମ୍ବେକୁ ଇଷ୍ଟଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କରିଥିଲେ ।
୮। ଶିବାଜୀଙ୍କ ପୁତ୍ର ଶମ୍ଭୁଜୀ ମୋଗଲ ଶକ୍ତିକୁ ପରାସ୍ତ କରିଥିଲେ ।
୯। ସିରାଜଉଦୌଲାଙ୍କ ବିରୋଧରେ ଇଂରେଜମାନଙ୍କୁ ମୀର କାଶି ମ୍ ସାହାଯ୍ୟ କରିଥିଲେ ।
୧୦ । ଟିପୁ ସୁଲତାନ୍ ପିତା ହାଇଦର ଅଲ୍ଲୀଙ୍କ ପରି ଜଣେ ସାହସୀ ଯୋଦ୍ଧା ଥିଲେ ।
୧୧ । ଗଭର୍ଣ୍ଣର ଜେନେରାଲ ୱେଲେସ୍‌ଲିଙ୍କ ସାମନ୍ତ ସନ୍ଧି ବ୍ୟବସ୍ଥା ଇଂରେଜମାନଙ୍କ ସାମ୍ରାଜ୍ୟରେ ବିସ୍ତାର ନିମିତ୍ତ ଉଦ୍ଦିଷ୍ଟ ଥିଲା ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

Answer:
୧ । (✗)
୨ । (✗)
୩ । (✓)
୪ । (✗)
୫ । (✓)
୬ । (✓)
୭ । (✓)
୮ । (✗)
୯ । (✗)
୧୦ । (✓)
୧୧ । (✓)

C. ରେଖାଙ୍କିତ ଶବ୍ଦଗୁଡ଼ିକୁ ପରିବର୍ତ୍ତନ ନକରି ଭ୍ରମ ସଂଶୋଧନ କର ।

୧। ଫରାସୀ ବଣିକମାନେ ପ୍ରାଚ୍ୟଦେଶରେ ବାଣିଜ୍ୟ ପାଇଁ ରାଣୀ ପ୍ରଥମ ଏଲିଜାବେଥଙ୍କ ଅନୁମତି ପାଇଥିଲେ ।
Answer:
ଇଂରେଜ ବଣିକମାନେ ପ୍ରାଚ୍ୟଦେଶରେ ବାଣିଜ୍ୟ ପାଇଁ ରାଣୀ ପ୍ରଥମ ଏଲିଜାବେଥ୍ଙ୍କ ଅନୁମତି ପାଇଥିଲେ ।

୨। ୧୬୦୯ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ରାଜା ପ୍ରଥମ ଜେମ୍ସ କମ୍ପାନୀର କ୍ୟାପ୍ଟେନ୍ ହକିଙ୍କୁ ଶାହାଜାହାନ୍‌ଙ୍କ ଦରବାରକୁ ପଠାଇଥିଲେ ।
Answer:
୧୬୦୯ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ରାଜା ପ୍ରଥମ ଜେମ୍‌ସ୍ କମ୍ପାନୀର କ୍ୟାପ୍‌ଟେନ୍ ହକିନ୍ସଙ୍କୁ ଜାହାଙ୍ଗୀରଙ୍କ ଦରବାରକୁ ପଠାଇଥିଲେ ।

୩ । ଫୋର୍ଟ ସେଣ୍ଟଜର୍ଜ ମାନ୍ଦ୍ରାଜ୍‌ରେ ଫରାସୀମାନଙ୍କର ବାଣିଜ୍ୟକୋଠି ଥିଲା ।
Answer:
ଫୋର୍ଟ ସେଣ୍ଟଜର୍ଜ ମାନ୍ଦ୍ରାଜ୍‌ରେ ଇଂରେଜମାନଙ୍କର ବାଣିଜ୍ୟକୋଠି ଥିଲା ।

୪। ଇଂଲଣ୍ଡର ରାଜା ପର୍ତ୍ତୁଗୀଜ ରାଜାଙ୍କଠାରୁ ପାଇଥ‌ିବା ଦିଲ୍ଲୀ ଅଞ୍ଚଳକୁ ଇଷ୍ଟଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କରିଥିଲେ ।
Answer:
ଇଂଲଣ୍ଡର ରାଜା ପର୍ତ୍ତୁଗୀଜ ରାଜାଙ୍କଠାରୁ ପାଇଥିବା ବମ୍ବେ ଅଞ୍ଚଳକୁ ଇଷ୍ଟଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କରିଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୫ । ୧୬୮୪ ଖ୍ରୀଷ୍ଟାବ୍ଦରେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠିତ ହୋଇଥିଲା ।
Answer:
୧୬୬୪ ଖ୍ରୀଷ୍ଟାବ୍ଦରେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠିତ ହୋଇଥିଲା ।

୬। ଟିପୁ ସୁଲତାନ ସିରାଜଦୌଲାଙ୍କ ପୁତ୍ର ଥିଲେ ।
Answer:
ଟିପୁ ସୁଲତାନ ହାଇଦର ଅଲ୍ଲୀଙ୍କ ପୁତ୍ର ଥିଲେ ।

୭ । ନାଦିର ଶାହଙ୍କ ଭାରତ ଆକ୍ରମଣ କାଳରେ ଜାହାଙ୍ଗୀର ମୋଗଲ ସମ୍ରାଟ ଥିଲେ ।
Answer:
ନାଦିର ଶାହାଙ୍କ ଭାରତ ଆକ୍ରମଣ କାଳରେ ମହମ୍ମଦ ଶାହ ମୋଗଲ ସମ୍ରାଟ ଥିଲେ ।

୮। ଶିଖ୍ମାନେ ୧୦ ଗୋଟି ସଂଘରେ ସଂଗଠିତ ହୋଇଥିଲେ ।
Answer:
ଶିଖ୍ମାନେ ୧୨ଗୋଟି ସଂଘରେ ସଂଗଠିତ ହୋଇଥିଲେ ।

୯ । ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ସମୟରେ ଶିବାଜୀ ମରହଟ୍ଟା ଶକ୍ତିକୁ ଏକତ୍ରିତ କରି ମରହଟ୍ଟା ରାଜ୍ୟ ଗଠନ କରିଥିଲେ ।
Answer:
ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ସମୟରେ ଶିବାଜୀ ମରହଟ୍ଟା ଶକ୍ତିକୁ ଏକତ୍ରିତ କରି ମରହଟ୍ଟା ରାଜ୍ୟ ଗଠନ କରିଥିଲେ ।

୧୦ । ସିରଜଉଦୌଲାଙ୍କ ବିରୋଧରେ ଇଂରେଜମାନଙ୍କୁ ମୀରକାଶିମ୍ ସାହାଯ୍ୟ କରିଥିଲେ ।
Answer:
ସିରାଜଉଦୌଲାଙ୍କ ବିରୋଧରେ ଇଂରେଜମାନଙ୍କୁ ମୀରଜାଫର ସାହାଯ୍ୟ କରିଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୧ । ବକ୍‌ସାର ଯୁଦ୍ଧ ପରେ ଡେଲ୍ହାଉସୀ ବଙ୍ଗର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ ।
Answer:
ବକ୍‌ସାର ଯୁଦ୍ଧ ପରେ କ୍ଲାଇଡ୍ ବଙ୍ଗର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ ।

୧୨ । ଲର୍ଡ ୱେଲେସ୍‌ଲି ବଙ୍ଗରେ ଦ୍ଵୈତ ଶାସନ ପ୍ରଚଳନ କରିଥିଲେ ।
Answer:
ରବର୍ଟ କ୍ଲାଇଡ୍ ବଙ୍ଗରେ ଦ୍ୱୈତ ଶାସନ ପ୍ରଚଳନ କରିଥିଲେ ।

୧୩ । ଆମେରିକା ଓ ଫ୍ରାନ୍ସ ମଧ୍ଯରେ ସପ୍ତବର୍ଷୀୟ ଯୁଦ୍ଧ ହୋଇଥିଲା ।
Answer:
ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ସପ୍ତବର୍ଷୀୟ ଯୁଦ୍ଧ ହୋଇଥିଲା ।

୧୪ । ଆଲିବର୍ଦ୍ଦି ଖାଁଙ୍କର ମୃତ୍ୟୁ ପରେ ତାଙ୍କ ପୁତ୍ର ସିରାଜଉଦୌଲା ବଙ୍ଗର ନବାବ ହେଲେ ।
Answer:
ଆଲିବର୍ଦ୍ଦି ଖାଁଙ୍କର ମୃତ୍ୟୁ ପରେ ତାଙ୍କ ନାତି ସିରାଜଉଦୌଲା ବଙ୍ଗର ନବାବ ହେଲେ ।

୧୫ । ଗଭର୍ଣ୍ଣର ଜେନେରାଲ୍ ଲର୍ଡ କର୍ଡୱାଲିସ୍ ସାମନ୍ତ ସନ୍ଧି ବ୍ୟବସ୍ଥା ପ୍ରଚଳନ କରିଥିଲେ ।
Answer:
ଗଭର୍ଣ୍ଣର ଜେନେରାଲ୍ ଲର୍ଡ ୱେଲେସ୍‌ଲି ସାମନ୍ତ ସନ୍ଧି ବ୍ୟବସ୍ଥା ପ୍ରଚଳନ କରିଥିଲେ ।

୧୬ । ପଲାସୀ ଯୁଦ୍ଧ ପରେ ଇଂରେଜମାନେ ମୋଗଲ ସମ୍ରାଟ ଶାହାଆଲାମଙ୍କଠାରୁ ବଙ୍ଗ, ବିହାର ଓ ଓଡ଼ିଶାର ଦେୱାନୀ ଲାଭ କରିଥିଲେ ।
Answer:
ବକ୍ସାର ଯୁଦ୍ଧ ପରେ ଇଂରେଜମାନେ ମୋଗଲ ସମ୍ରାଟ ଶାହାଆଲାମ୍‌ଙ୍କଠାରୁ ବଙ୍ଗ, ବିହାର ଓ ଓଡ଼ିଶାର ଦେୱାନୀ ଲାଭ କଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୭ । ହାଇଦର ଅଲ୍ଲୀ ଏବଂ ଇଂରେଜମାନଙ୍କ ମଧ୍ୟରେ ହୋଇଥ‌ିବା ସନ୍ଧିକୁ ଶ୍ରୀରଙ୍ଗାପଟ୍ଟନମ୍ ସନ୍ଧି କୁହାଯାଏ ।
Answer:
ଟିପୁ ସୁଲତାନ ଏବଂ ଇଂରେଜମାନଙ୍କ ମଧ୍ୟରେ ହୋଇଥ‌ିବା ସନ୍ଧିକୁ ଶ୍ରୀରଙ୍ଗାପଟ୍ଟନମ୍ ସନ୍ଧି କୁହାଯାଏ ।

D. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ନିମ୍ନୋକ୍ତ କେଉଁମାନେ ଭାରତରେ ପ୍ରଥମେ ବାଣିଜ୍ୟ କାରବାର ଆରମ୍ଭ କରିଥିଲେ ?
(କ) ଓଲନ୍ଦାଜ୍
(ଖ) ଇଂରେଜ
(ଗ) ପର୍ତ୍ତୁଗୀଜ
(ଘ) ଫରାସୀ
Answer:
(ଗ) ପର୍ତ୍ତୁଗୀଜ୍

୨। ନିମ୍ନୋକ୍ତ କେତେ ଖ୍ରୀଷ୍ଟାବ୍ଦରେ ନାଦିର ଶାହ ଭାରତ ଆକ୍ରମଣ କରିଥିଲେ ?
(କ) ୧୭୦୭
(ଖ) ୧୭୬୧
(ଗ) ୧୭୩୯
(ଘ) ୧୭୧୨
Answer:
(ଗ) ୧୭୩୯

୩ । ନିମ୍ନୋକ୍ତ କେବେ ‘ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ’ ଗଠିତ ହୋଇଥିଲା ?
(କ) ୧୪୯୨ ଖ୍ରୀଷ୍ଟାବ୍ଦ
(ଖ) ୧୬୦୦ ଖ୍ରୀଷ୍ଟାବ୍ଦ
(ଗ) ୧୪୯୮ ଖ୍ରୀଷ୍ଟାବ୍ଦ
(ଘ) ୧୬୧୫ ଖ୍ରୀଷ୍ଟାବ୍ଦ
Answer:
(ଖ) ୧୬୦୦ ଖ୍ରୀଷ୍ଟାବ୍ଦ

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୪। ନିମ୍ନୋକ୍ତ କେବେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରାଯାଇଥିଲା ?
(କ) ୧୬୦୦ ଖ୍ରୀଷ୍ଟାବ୍ଦ
(ଖ) ୧୬୧୨ ଖ୍ରୀଷ୍ଟାବ୍ଦ
(ଗ) ୧୬୧୫ ଖ୍ରୀଷ୍ଟାବ୍ଦ
(ଘ) ୧୬୬୪ ଖ୍ରୀଷ୍ଟାବ୍ଦ
Answer:
(ଘ) ୧୬୬୪ ଖ୍ରୀଷ୍ଟାବ୍ଦ

୫ । ଇଂଲଣ୍ଡର ରାଜା ଦ୍ଵିତୀୟ ଚାର୍ଲସ୍ ପର୍ତ୍ତୁଗୀଜ ରାଜକନ୍ୟାଙ୍କୁ ବିବାହ କରି ନିମ୍ନୋକ୍ତ କେଉଁ ଅଞ୍ଚଳ ଯୌତୁକ ରୂପେ ପାଇଥିଲେ ?
(କ) ମାନ୍ଦ୍ରାଜ୍
(ଖ) ବମ୍ବେ
(ଗ) ପାଟନା
(ଘ) କଲିକତା
Answer:
(ଖ) ବମ୍ବେ

୬ | ନିମ୍ନୋକ୍ତ କିଏ ବଙ୍ଗଦେଶରେ ‘ଦ୍ଵୈତ ଶାସନ’ ବ୍ୟବସ୍ଥା ପ୍ରଣୟନ କରିଥିଲେ ?
(କ) କ୍ଲାଇବ୍
(ଖ) ଲର୍ଡ ୱେଲେସ୍‌
(ଗ) ଲର୍ଡ ଡେଲ୍‌ହାଉସୀ
(ଘ) ଲର୍ଡ କର୍ଡୱାଲିସ୍
Answer:
(କ) କ୍ଲାଇବ୍

୭ | ରାଜ୍ୟସ୍ଵତ୍ଵ ଲୋପନୀତି ଫଳରେ ଓଡ଼ିଶାର ନିମ୍ନୋକ୍ତ କେଉଁ ଅଞ୍ଚଳ ଇଂରେଜ ସାମ୍ରାଜ୍ୟଭୁକ୍ତ ହେଲା ?
(କ) ବରହମପୁର
(ଖ) ବାଲେଶ୍ବର
(ଗ) ସମ୍ବଲପୁର
(ଘ) କେନ୍ଦୁଝର
Answer:
(ଗ) ସମ୍ବଲପୁର

୮ | ନିମ୍ନୋକ୍ତ କେବେ ଡଚ୍ ଇଷ୍ଟଇଣ୍ଡିଆ କମ୍ପାନୀ ଗଠିତ ହେଲା ?
(କ) ୧୬୦୦ ଖ୍ରୀ.ଅ.
(ଖ) ୧୬୧୩ ଖ୍ରୀ.ଅ.
(ଗ) ୧୬୦୨ ଖ୍ରୀ.ଅ.
(ଘ) ୧୬୧୫ ଖ୍ରୀ.ଅ.
Answer:
(ଗ) ୧୬୦୨ ଖ୍ରୀ.ଅ.

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୯ । ନିମ୍ନୋକ୍ତ କେଉଁ ଅଞ୍ଚଳରେ ‘ୱାଣ୍ଡିୱାସ’ ଯୁଦ୍ଧ ହୋଇଥିଲା ?
(କ) ହାଇଦ୍ରାବାଦ ଅଞ୍ଚଳ
(ଖ) କର୍ଣ୍ଣାଟକ ଅଞ୍ଚଳ
(ଗ) ବମ୍ବେ ଅଞ୍ଚଳ
(ଘ) ସୁରତ ଅଞ୍ଚଳ
Answer:
(ଖ) କର୍ଣ୍ଣାଟକ ଅଞ୍ଚଳ

୧୦ । ନିମ୍ନୋକ୍ତ କେଉଁ ସମୟ କାଳରେ ଆଲିବର୍ଦ୍ଦି ଖାଁ ବଙ୍ଗର ନବାବ ଥିଲେ ?
(କ) ୧୭୨୦ ରୁ ୧୭୨୬
(ଖ) ୧୭୩୦ ରୁ ୧୭୩୭
(ଗ) ୧୭୪୦ ରୁ ୧୭୫୬
(ଘ) ୧୭୫୦ ରୁ ୧୭୬୬
Answer:
(ଗ)୧୭୪୦ ରୁ ୧୭୫୬

୧୧। ୧୭୬୪ ଖ୍ରୀ.ଅ.ରେ ନିମ୍ନୋକ୍ତ କେଉଁ ଯୁଦ୍ଧ ହୋଇଥିଲା ?
(କ) ପଲାସୀ ଯୁଦ୍ଧ
(ଖ) ବକ୍‌ସାର ଯୁଦ୍ଧ
(ଗ) ୱାଣ୍ଡିୱାସ ଯୁଦ୍ଧ
(ଘ) ପ୍ରଥମ କର୍ଣ୍ଣାଟ ସମର
Answer:
(ଖ) ବକ୍‌ସାର ଯୁଦ୍ଧ

୧୨ । ପଲାସୀ ଯୁଦ୍ଧ ପରେ କ୍ଲାଇବ୍ ନିମ୍ନୋକ୍ତ କାହାକୁ ବଙ୍ଗର ନବାବ କରାଇଥିଲେ ?
(କ) ସିରାଜଉଦୌଲା
(ଖ) ଆଲିବର୍ଦ୍ଦି ଖାଁ
(ଗ) ମୀଜାଫର
(ଘ) ମୀରକାଶିମ୍
Answer:
(ଗ) ମୀଜାଫର

୧୩ । ନିମ୍ନୋକ୍ତ ମଧ୍ଯରୁ କିଏ ଟିପୁ ସୁଲତାନ୍‌ଙ୍କ ପିତା ଥିଲେ ?
(କ) ହାଇଦର ଅଲ୍ଲୀ
(ଖ) ସୁଜାଉଦ୍ଦେଲା
(ଗ) ମୀରକାଶୀମ୍
(ଘ) ମୀରକାଶିମ୍
Answer:
(କ) ହାଇଦର ଅଲ୍ଲୀ

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୪ । ନିମ୍ନୋକ୍ତ କେଉଁ ଗଭର୍ଣ୍ଣର ଜେନେରାଲଙ୍କ ଶାସନ କାଳରେ ସାମନ୍ତ ସନ୍ଧି ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା ?
(କ) ଲର୍ଡ କର୍ଡୱାଲିସ୍
(ଖ) ଲର୍ଡ ଡେଲ୍‌ହାଉସୀ
(ଗ) ଲର୍ଡ ୱେଲେସ୍‌
(ଘ) ଲର୍ଡ କର୍ଜନ
Answer:
(ଗ) ଲର୍ଡ ୱେଲେସ୍‌

୧୫ । ନିମ୍ନୋକ୍ତ କେତେ ଖ୍ରୀଷ୍ଟାବ୍ଦରେ ତୁର୍କମାନେ କନଷ୍ଟାଣ୍ଟିନୋପଲ୍ ଅଧିକାର କରିଥିଲେ ?
(କ) ୧୪୫୦ ଖ୍ରୀ.ଅ.
(ଖ) ୧୪୫୩ ଖ୍ରୀ.ଅ.
(ଗ) ୧୪୫୨ ଖ୍ରୀ.ଅ.
(ଘ) ୧୪୫୪ ଖ୍ରୀ.ଅ.
Answer:
(ଖ) ୧୪୫୩ ଖ୍ରୀ.ଅ.

୧୬ । ହଲାଣ୍ଡର ଅଧ୍ୟାବାସୀଙ୍କୁ କ’ଣ କୁହାଯାଏ ?
(କ) ଓଲନ୍ଦାଜ୍
(ଖ) ଡେନିସ୍
(ଗ) ଦିନାମାର
(ଘ) ଫରାପୀ
Answer:
(କ) ଓଲନ୍ଦାଜ

୧୭ । ଇଷ୍ଟଇଣ୍ଡିଆ କମ୍ପାନୀ ବଙ୍ଗରେ କେଉଁ ନଦୀ କୂଳରେ ଫୋର୍ଟ ଉଇଲିୟମ୍ ଦୁର୍ଗ ନିର୍ମାଣ କରିଥିଲେ ?
(କ) ଗଙ୍ଗା
(ଖ) ଦାମୋଦର
(ଗ) ଯମୁନା
(ଘ) ହୁଗୁଳି
Answer:
(ଘ) ହୁଗୁଳି

୧୮ । ନିମ୍ନୋକ୍ତ କେଉଁ ଯୁଦ୍ଧରେ ଅନରଉଦ୍ଦିନ୍ ପରାସ୍ତ ଓ ନିହତ ହୋଇଥିଲେ ?
(କ) ପ୍ରଥମ କର୍ଣ୍ଣାଟ ସମର
(ଖ) ତୃତୀୟ କର୍ଣାଟ ସମର
(ଗ) ଦ୍ବିତୀୟ କର୍ଣାଟ ସମର
(ଘ) ପ୍ରଥମ ମହୀଶୂର ଯୁଦ୍ଧ
Answer:
(ଗ) ଦ୍ବିତୀୟ କର୍ଣାଟ ସମର

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୯ । ସପ୍ତବର୍ଷୀୟ ଯୁଦ୍ଧ ନିମ୍ନୋକ୍ତ କେଉଁ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା ?
(କ) ୧୭୫୬
(ଖ) ୧୭୫୭
(ଗ) ୧୭୫୮
(ଘ) ହୁଗୁଳି
Answer:
(ଖ) ୧୭୫୬

୨୦ । ନିମ୍ନୋକ୍ତ ମଧ୍ଯରୁ କିଏ ଟିପୁଙ୍କ ରାଜଧାନୀ ଶ୍ରୀରଙ୍ଗାପଟ୍ଟନମ୍ ଅଧିକାର କରିଥିଲେ ?
(କ) ଲର୍ଡ ୱେଲେସ୍‌ଲି
(ଖ) ଲର୍ଡ କର୍ଡଲିସ୍
(ଗ) ଲର୍ଡ କ୍ଲାଇବ୍
(ଘ) ଲର୍ଡ ଡେଲ୍ହାଉସୀ
Answer:
(ଖ) ଲର୍ଡ କର୍ଡୱାଲିସ୍

୨୧ । ନିମ୍ନୋକ୍ତ କେଉଁ ଯୁଦ୍ଧରେ ଟିପୁ ସୁଲତାନ ନିହତ ହୋଇଥିଲେ ?
(କ) ପ୍ରଥମ ମହୀଶୂର ଯୁଦ୍ଧ
(ଖ) ତୃତୀୟ ମହୀଶୂର ଯୁଦ୍ଧ
(ଗ) ଦ୍ଵିତୀୟ ମହୀଶୂର ଯୁଦ୍ଧ
(ଘ) ଚତୁର୍ଥ ମହୀଶୂର ଯୁଦ୍ଧ
Answer:
(ଘ) ଚତୁର୍ଥ ମହୀଶୂର ଯୁଦ୍ଧ

୨୨ । ନିୟାମକ ଆଇନ କେବେ ପ୍ରଣୟନ କରାଯାଇଥିଲା ?
(କ) ୧୭୭୩ ଖ୍ରୀ.ଅ.
(ଖ) ୧୭୭୫ ଖ୍ରୀ.ଅ.
(ଗ) ୧୭୭୪ ଖ୍ରୀ.ଅ.
(ଘ) ୧୭୭୬ ଖ୍ରୀ.ଅ.
Answer:
(କ) ୧୭୭୩ ଖ୍ରୀ.ଅ.

୨୩ । ନିୟାମକ ଆଇନରେ ରହିଥ‌ିବା ଦୋଷତ୍ରୁଟିର ସୁଯୋଗ ନେଇ ନିମ୍ନୋକ୍ତ କେଉଁ ଗଭର୍ଣ୍ଣର ଭାରତରେ ମନଇଚ୍ଛା ଶାସନ ଚଳାଇଥିଲେ ?
(କ) ଲର୍ଡ ଡେଲ୍‌ହାଉସୀ
(ଖ) ଲର୍ଡ କର୍ଡଲିସ୍
(ଗ) ଓ୍ବାରେନ୍ ହେଣ୍ଟିଙ୍ଗ୍‌ସ୍
(ଘ) ଲର୍ଡ ଉଇଲିୟମ୍ ବେଣ୍ଟିକ୍
Answer:
(ଗ) ଓ୍ବାରେନ୍ ହେଷ୍ଟିଙ୍ଗ୍‌

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୨୪ । ମେୱାର ରାଜ୍ୟର ପୁରାତନ ନାମ କ’ଣ ଥିଲା ?
(କ) ବଙ୍ଗ
(ଖ) ଶାନ୍ତିପୁର
(ଗ) ଅଯୋଧ୍ୟା
(ଘ) ଉଦୟପୁର
Answer:
(ଘ) ଉଦୟପୁର

୨୫ । ମାରୱାର ରାଜ୍ୟର ପୁରାତନ ନାମ କ’ଣ ଥିଲା ?
(କ) ଅଯୋଧ୍ୟା
(ଖ) କାଶ୍ମୀର
(ଗ) ଯୋଧପୁର
(ଘ) ଜୟପୁର
Answer:
(ଗ) ଯୋଧପୁର

୨୬ । ବାଙ୍ଗାଲୋରର ପରିବର୍ତ୍ତିତ ନାମ କ’ଣ ?
(କ) ପୁଣେ
(ଖ) ଥୁରୁ ଅନନ୍ତପୁରମ୍
(ଗ) କୋଚି
(ଘ) ବେଙ୍ଗ।ଲୁରୁ
Answer:
(ଘ) ବେଙ୍ଗାଲୁରୁ

E. ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦ ମିଳନ କର ।

ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1
Answer:

ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1.1
ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1.2
Answer:

ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1.3
ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1.4
Answer:

ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1.5

F. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧। ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଠାତା କିଏ ?
Answer:
ବାବର

୨। ମୋଗଲ ଶାସନ କାଳରେ ପ୍ରଧାନମନ୍ତ୍ରୀଙ୍କୁ କ’ଣ କୁହାଯାଉଥିଲା ।
Answer:
ୱାଜିର

୩ । ନାଦିର ଶାହ କେବେ ଭାରତ ଆକ୍ରମଣ କରିଥିଲେ ?
Answer:
୧୭୩୯ ଖ୍ରୀ.ଅ.

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୪ । ମରହଟ୍ଟାମାନେ କେଉଁ ଯୁଦ୍ଧରେ ପରାସ୍ତ ହୋଇଥିଲେ ?
Answer:
ତୃତୀୟ ପାନିପଥ ଯୁଦ୍ଧ

୫। ତୁର୍କମାନେ କେବେ କନଷ୍ଟାଣ୍ଟିନୋପଲ୍ ଅଧିକାର କରିଥିଲେ ?
Answer:
୧୪୫୩ ଖ୍ରୀ.ଅ.

୬। ଭାସ୍କୋଡ଼ାଗାମା କେବେ ଭାରତକୁ ଆସିଥିଲେ ?
Answer:
୧୪୯୮ ଖ୍ରୀ.ଅ.

୭ । ଓଲନ୍ଦାଜ କେଉଁମାନଙ୍କୁ କୁହାଯାଏ ?
Answer:
ତୃତୀୟ ପାନିପଥ ଯୁଦ୍ଧ

୮ | ଡ୍ୟୁପେ କିଏ ?
Answer:
ଫ୍ରାନ୍ସର ବିଚକ୍ଷଣ ରାଜନୀତିଜ୍ଞ

୯। ପଲାସୀ ଯୁଦ୍ଧ କେଉଁ ନଦୀକୂଳରେ ହୋଇଥିଲା ?
Answer:
ଭାଗିରଥ ନଦୀ

୧୦ । ବକସାର ଯୁଦ୍ଧ କେବେ ହୋଇଥିଲା ?
Answer:
୧୭୬୪ ଖ୍ରୀ.ଅ.

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୧ । ହାଇଦର ଅଲ୍ଲୀଙ୍କ ପୁତ୍ର କିଏ ଥିଲେ ?
Answer:
ଟିପୁ ସୁଲତାନ୍

୧୨ । ମହୀଶୂରର ବାଘ କାହାକୁ କୁହାଯାଇଥାଏ ?
Answer:
ଟିପୁ ସୁଲତାନ୍

୧୩ । ରାଜ୍ୟସ୍ଵତ୍ଵ ଲୋପନୀତି କିଏ ପ୍ରଣୟନ କରିଥିଲେ ?
Answer:
ଲର୍ଡ ଡେଲ୍‌ହାଉସୀ

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(b)

Odisha State Board BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(b) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(b)

Question 1.
ଶୂନ୍ୟସ୍ଥାନ ପୂରଣ କର ।
(i) 5x – 3x = 5x + (………..) = {(………..) + (………..)}x = (………..)
(ii) 3x- (-2x) = 3x + (………..) = {(………..) + (………..)} x = (………..)
(iii) -2x – 3x = -2x + (………..) = {(………..) + (………..)}x = (………..)
(iv) (2 + 3x) – (3 – 2x) = (2 + 3x) + (………..) = (2 – 3) + (3x + ………..) = (………..) + (………..)
(v) (x – 4) – (-3x + 2) = (x – 4) + (………..) = (x + 3x) + (………..) = (………..) + (………..)
ସମାଧାନ :
(i) 5x – 3x = 5x + (-3x) = {(5)+(-3)} x = (2x)

(ii) 3x – (-2x) = 3x + (2x) = {(3)+(2)}x = (5x)

(iii) -2x – 3x = -2x + (-3x) = {(-2) + (-3)} x = (-5x)

(iv) (2 + 3x) – (3 – 2x) = (2 + 3 x) + (2 x – 3)
= (2 – 3)+ {3 x + (2x)} = (-1) + (5x)

(v) (x – 4) – (-3x + 2) = (x – 4) + (3x-2)
= (x + 3x) + (-4 – 2) = (4x) + (-6)

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(b)

Question 2.
ବିୟୋଗ କର ।
(i) 12x ରୁ 9x
(ii) 5x ରୁ -3x
(iii) -2 x ରୁ 3x
(iv) -4x ରୁ -6x
(v) (x + 2) ରୁ (3x + 2)
(vi) 3 ରୁ x² + x + 1
(vii) 2x² – 2x – 2 ରୁ x² + 2x + 4
ସମାଧାନ :
(i) 12x – 9x + 12x + (-9x) = {12 + (-9)}x = 3x

(ii) 5x – (-3x) = 5x + 3x = (5+3)x = 8x

(iii) -2x – 3x = -2x + (-3x) = {-2 + (-3)}x = -5x

(iv) -4x – (-6x) = -4x + 6x = {-4 + 6}x = 2x

(v) (x + 2) – (3x + 2) = x + 2 – 3x – 2 = x – 3x + 2 – 2
= x + (-3x) + 2 +(-2)
= {1 + (-3)}x + {2 + (-2)} = -2x

(vi) 3 – (x² + x + 1) = 3 – x² – x – 1 = -x² – x + 3 – 1 = -x² – x + 2

(vii) (2x² – 2x – 2) – (x² + 2x + 4) = 2x² – 2x – 2 – x² – 2x – 4
= 2x² – x² – 2x – 2x – 2 – 4 = 2x² + (-x²) + (-2x) + (-2x) + (-2) + (-4)
= {2+(-1)} x²+{(-2)+(-2)} x+{(-2)+(-4)}
= x² + (-4x) + (-4) = x²- 4x – 4

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(b)

Question 3.
ବିୟୋଗଫଳ ନିର୍ଣ୍ଣୟ କର ।
(i) 2x² + 2 x ରୁ 2x²
(ii) 5x² + 3 x ରୁ x² + 3 x
(iii) 2x² – 2 x ରୁ x² + 2 x
(iv) 3x² + 3 x + 2 ରୁ x² + 3 x – 2
(v) 2x² – 5 x – 1 ରୁ x² + 5 x – 1
(vi) 4 + 3 x + 2x² + x³ ରୁ x³ + 2x² – 3 x – 4
(vii) 2x³ – 5 – 2x² – 10 x ରୁ x³ + 20 x – x² + 3
ସମାଧାନ :
(i) (2x² + 2x) – 2x² = 2x² + 2x + (-2x²) = 2x² + (-2x²) + 2 x = 2 x

(ii) (5x² + 3 x)-(x² + 3 x) = 5x² + 3 x + (-x²) + (-3 x)
= 5x² + (-x²) + 3 x + (-3 x) = 4x²

(iii) (2x²-2 x) – (x² + 2 x) = 2x² – 2 x – x² – 2 x = 2x² – x² – 2 x – 2 x = x² – 4 x

(iv) (3x² + 3 x + 2) – (x² + 3 x – 2) = 3x² + 3 x + 2 – x² – 3 x + 2
= 3x² – x² + 3 x – 3 x + 2 + 2 = 2x² + 4

(v) (2x² – 5 x – 1) – (x² + 5 x – 1) = 2x² – 5 x – 1 – x² – 5 x + 1
= 2x² – x² – 5 x – 5 x – 1 + 1 = x² – 10 x
ବିକଳ୍ପ ପ୍ରଣାଳୀ :
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(b) - 1

(vi) (4 + 3 x + 2x² + x³) – (x³ + 2x² – 3 x – 4)
=4 + 3 x + 2x² + x³ – x³ – 2x² + 3 x + 4
= x³ – x³ + 2x² – 2x² + 3 x + 3 x + 4 + 4
=6 x + 8
ବିକଳ୍ପ ପ୍ରଣାଳୀ :
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(b) - 2

(vii) (2x³ – 5 – 2x² – 10 x) – (x³ + 20 x – x² + 3)
= 2x² – 5 – 2x² – 10 x – x³ – 20 x + x² – 3
= 2x³ – x³ – 2x² + x² – 10 x – 20x – 5 – 3
= x³ – x² – 30 x – 8
ବିକଳ୍ପ ପ୍ରଣାଳୀ :
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(b) - 3

BSE Odisha 8th Class History Solutions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

Odisha State Board BSE Odisha 8th Class History Solutions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ Textbook Exercise Questions and Answers.

BSE Odisha Class 8 History Solutions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

୧। ପ୍ରତ୍ୟେକ ଉତ୍ତର ପ୍ରାୟ ୭୫ଟି ଶବ୍ଦରେ ଦିଅ ।

(କ) ନୂଆ କଳକାରଖାନା ସ୍ଥାପନ ପରେ ମଧ୍ଯ ଭାରତରେ ବେକାରୀ ସଂଖ୍ୟା ବୃଦ୍ଧି ପାଇଲା କାହିଁକି ?
Answer:
ଅଧୁକ ଶ୍ରମିକ ନିଯୁକ୍ତି :

  • ନୂତନ କଳକାରଖାନା ସ୍ଥାପନ ହେବା ଫଳରେ ହଜାର ହଜାର ଶ୍ରମିକ ସେଥ‌ିରେ ନିଯୁକ୍ତି ପାଇଲେ ।
  • ଭାରତରେ ୧୯୧୫ ମସିହାବେଳକୁ ୨୦୬ଟି ଲୁଗାକଳରେ ୨ ଲକ୍ଷ ଶ୍ରମିକ, ୧୯୦୧ ବେଳକୁ ୩୬ଟି ଝୋଟକଳରେ ଏକ ଲକ୍ଷରୁ ଊର୍ଦ୍ଧ୍ଵ ଶ୍ରମିକ ଓ କୋଇଲା ଖଣିରେ ଏକ ଲକ୍ଷ ଶ୍ରମିକ କାମ କରୁଥିଲେ ।

ଶିଳ୍ପର ଅଧପତନ :
ପାରମ୍ପରିକ ଶିଳ୍ପ ଏବଂ କାରିଗରୀ ଶିଳ୍ପର ଅଧଃପତନ ଫଳରେ ଯେଉଁ ବ୍ୟାପକ ସଂଖ୍ୟାରେ କାରିଗର ବେକାର ହେଲେ ତା’ ତୁଳନାରେ ଅତି ଅଳ୍ପ ଲୋକଙ୍କୁ ନୂଆ ଶିଳ୍ପରେ ଶ୍ରମିକ ଭାବରେ ନିଯୁକ୍ତି ମିଳିଲା ।

ବନ୍ଦୋବସ୍ତ ବ୍ୟବସ୍ଥା ପ୍ରବର୍ତ୍ତନ :
ନୂଆ ନୂଆ ବନ୍ଦୋବସ୍ତ ବ୍ୟବସ୍ଥା ପ୍ରବର୍ତ୍ତନ ହେତୁ ଅନେକ ଲୋକ ଭୂମିହୀନ ଓ ବେକାର ହେବା ଯୋଗୁଁ ମଧ୍ଯ ବେକାରୀ ସଂଖ୍ୟା ବୃଦ୍ଧି ପାଇଲା ।

BSE Odisha 8th Class History Solutions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

(ଖ) ବଙ୍ଗରେ ଅଧିକାଂଶ ଝୋଟକଳ ସ୍ଥାପନ କରାଗଲା କାହିଁକି ?
Answer:
ଜଳବାୟୁ :
ବଙ୍ଗର ଜଳବାୟୁ ଝୋଟଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ଏଠାରେ ବହୁଳ ପରିମାଣରେ ଝୋଟ ଚାଷ କରାଯାଉଥିଲା ।

ଅଞ୍ଚଳ :
ସେତେବେଳେ ବଙ୍ଗ ଭାରତର ଏକ ପ୍ରମୁଖ ଓ ଉନ୍ନତ ଅଞ୍ଚଳ ଥିଲା ।

ପରିବହନ :
ବଙ୍ଗର ପରିବହନ ବ୍ୟବସ୍ଥା ମଧ୍ୟ ଉନ୍ନତ ଥିଲା ।

କଞ୍ଚାମାଲ :
ସହଜରେ କଞ୍ଚାମାଲ ଏବଂ ଆବଶ୍ୟକ ସଂଖ୍ୟାରେ ଶ୍ରମିକ ଉପଲବ୍‌ଧ ଥ‌ିବାରୁ ବଙ୍ଗରେ ଝୋଟକଳମାନ ସ୍ଥାପନ କରାଗଲା ।

(ଗ) ଊନବିଂଶ ଶତାବ୍ଦୀରେ ଭାରତରେ ପାରମ୍ପରିକ ହସ୍ତଶିଳ୍ପ ପତନୋନୁ ଖୀ ହେଲା କାହିଁକି ?
Answer:
ବିଦେଶୀ ସାମଗ୍ରୀ :

  • ଶିଳ୍ପ ବିପ୍ଳବ ପରେ କଳ ତିଆରି ଲୁଗା ଓ ଅନ୍ୟାନ୍ୟ ବିଦେଶୀ ସାମଗ୍ରୀ ଭାରତକୁ ଆସିଲା ।
  • ଏସବୁ ସାମଗ୍ରୀ ହସ୍ତଶିଳ୍ପ ସାମଗ୍ରୀ ଅପେକ୍ଷା ଶସ୍ତାରେ କିଣିବାକୁ ମିଳିଲା

ବାଣିଜ୍ୟ ଶୁଳ୍କ ବୃଦ୍ଧି :
ନିଜ ଶିଳ୍ପର ବିକାଶ ପାଇଁ ଇଂରେଜ ସରକାର ମଧ୍ୟ ବିଦେଶୀ ସାମଗ୍ରୀର ଆମଦାନି ଉପରେ ବାଣିଜ୍ୟ ଶୁଳ୍କ ଛାଡ଼ କଲେ ।

ସ୍ଵଦେଶୀ ବସ୍ତୁକୁ ନାପସନ୍ଦ :

  • ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ଲୋକେ ପାରିବାରିକ ହସ୍ତଶିଳ୍ପ ପ୍ରସ୍ତୁତ ସ୍ଵଦେଶୀ ବସ୍ତୁକୁ ନାପସନ୍ଦ କଲେ ।
  • ଏସବୁ କାରଣରୁ ଭାରତରେ ପାରମ୍ପରିକ ହସ୍ତଶିଳ୍ପ ପତନୋନୁ ଖୀ ହେଲା ।

BSE Odisha 8th Class History Solutions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

(ଘ) ଇଂରେଜମାନେ ଭାରତରୁ କେଉଁ କେଉଁ ଉପାୟରେ ଧନ ଲୁଣ୍ଠନ କରି ନେଇଯାଉଥିଲେ ?
Answer:
ବେତନ ଆକାରରେ :

  • ଇଂରେଜମାନେ ଭାରତରୁ ନିରନ୍ତର ଧନ ଶୋଷଣ କରି ଇଂଲଣ୍ଡର ଔପନିବେଶିକ ଉନ୍ନତି କଥା ଚିନ୍ତା କରୁଥିଲେ ।
  • ସେମାନଙ୍କୁ ମିଳୁଥିବା ଉଚ୍ଚ ବେତନ ବିଦେଶକୁ ଚାଲିଯାଉଥିଲା ।

ଖଜଣା ଆକାରରେ :
ଖଜଣା ଆକାରରେ ମଧ୍ୟ ଧନ ଭାରତରୁ ଇଂଲଣ୍ଡକୁ ଚାଲିଯାଉଥିଲା ।

ସୈନ୍ୟଙ୍କ ଖର୍ଚ୍ଚ ବାବଦରେ :
ସାମ୍ରାଜ୍ୟ ବିସ୍ତାର ଓ ସୁରକ୍ଷା ପାଇଁ ଥିବା ବିଶାଳ ସୈନ୍ୟବାହିନୀର ବ୍ୟୟଭାର ଭାରତ ଉପରେ ପଡ଼ିଥିଲା ।

କଞ୍ଚାମାଲ :
ଶିଳ୍ପ ବିପ୍ଳବ ପରେ ଶସ୍ତାରେ କଞ୍ଚାମାଲ ଓ ଖାଦ୍ୟଶସ୍ୟ ବିଦେଶକୁ ରପ୍ତାନି ହେଲା ଓ ବିଦେଶୀ ସାମଗ୍ରୀ ଅଧ୍ଵ ଲାଭରେ ଭାରତରେ ବିକ୍ରି ହେଲା ।

(ଙ) କେଉଁ ଆର୍ଥିକ କାରଣରୁ ଭାରତରେ ଜାତୀୟତା ଆନ୍ଦୋଳନ ଆରମ୍ଭ ହୋଇଥବ ବୋଲି ତୁମେ ଅନୁମାନ କରୁଛ ?
Answer:
ମାଲିକାନାରେ ପରିବର୍ତ୍ତନ :
ଶିଳ୍ପ ବିପ୍ଳବ ପରେ ଭାରତରେ ସ୍ଥାପିତ ହୋଇଥିବା ଅଧିକାଂଶ କଳକାରଖାନାର ମାଲିକାନା ଇଉରୋପୀୟମାନଙ୍କ ହାତରେ ଥିଲା ।

କମ୍ ମଜୁରି :
ଶ୍ରମିକକୁ କମ୍ ମଜୁରି ମିଳୁଥୁଲା ଓ ଅଧିକ କାମ କରିବାକୁ ପଡୁଥିଲା । ତେଣୁ ସେମାନଙ୍କ ମଧ୍ୟରେ ଏକତାଭାବ ସୃଷ୍ଟି ହେଲା, ଯାହା ଜାତୀୟ ଆନ୍ଦୋଳନକୁ ସାହାଯ୍ୟ କଲା ।

ଶିଳ୍ପପତିଙ୍କୁ ଉପେକ୍ଷା କରିବା :
ଯେଉଁ ଅଳ୍ପ କେତେକ ଭାରତୀୟ ଶିଳ୍ପପତି ରହିଲେ ସେମାନେ ଇଂରେଜ ଶିଳ୍ପପତିଙ୍କ ଦ୍ଵାରା ଉପେକ୍ଷିତ ହେଲେ । ତେଣୁ ସେମାନେ ଜାତୀୟ ଆନ୍ଦୋଳନକୁ ସହଯୋଗ କଲେ ।

BSE Odisha 8th Class History Solutions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

(ଚ) ଇଂରେଜ ଶାସନରେ ଆରମ୍ଭ ହୋଇଥିବା ନୂଆ ଆର୍ଥିକ ବ୍ୟବସ୍ଥାଗୁଡ଼ିକ କ’ଣ ?
Answer:
ଇଂରେଜ ଶାସନ କାଳରେ ଅନେକ ନୂଆ ଆର୍ଥିକ ବ୍ୟବସ୍ଥା ଆରମ୍ଭ ହୋଇଥିଲା; ଯଥା –
ନୂତନ ବ୍ୟବସ୍ଥା ପ୍ରଚଳନ : କୃଷି ବ୍ୟବସ୍ଥାରେ (a) ଚିରସ୍ଥାୟୀ ବନ୍ଦୋବସ୍ତ ବା ଜମିଦାରୀ ପ୍ରଥା, (b) ରୟତରୀ ବା ଅସ୍ଥାୟୀ ବନ୍ଦୋବସ୍ତ, (c) ମାହାରୀ ବନ୍ଦୋବସ୍ତ ବ୍ୟବସ୍ଥା ପ୍ରଚଳନ ମାଧ୍ୟମରେ ଅଧିକ ରାଜସ୍ଵ ଆଦାୟ ବ୍ୟବସ୍ଥା ।

ବିଦେଶୀ ଦ୍ରବ୍ୟ ବିକ୍ରୟ :
ଶିଳ୍ପ ବିପ୍ଳବ ପରେ ଭାରତରୁ ଶସ୍ତାରେ କଞ୍ଚାମାଲ ଓ ଖାଦ୍ୟଶସ୍ୟ ରପ୍ତାନି ଓ ଅଧ୍ୟା ଲାଭରେ ଭାରତୀୟ ବଜାରରେ ଶିଳ୍ପଜାତ ସାମଗ୍ରୀ ବିକ୍ରୟ ବ୍ୟବସ୍ଥା ।

ସ୍ଵଳ୍ପ ବେତନ :
ଭାରତରେ ଶିଳ୍ପ ପ୍ରତିଷ୍ଠା କରି ଭାରତୀୟମାନଙ୍କ ସ୍ୱଳ୍ପ ବେତନରେ ନିଯୁକ୍ତି ଦେଇ ଅଧ୍ଵ ଲାଭ ପାଇବା ବ୍ୟବସ୍ଥା ।

ନୀଳ ଚାଷ :
ଭାରତରେ ଚା’, କଫି ଓ ନୀଳ ଚାଷ କରି ଅଧ୍ଵ ଲାଭବାନ୍ ହେବା ବ୍ୟବସ୍ଥା ।

(ଛ) ବଗିଚା ଉଦ୍ୟୋଗ ଭାରତରେ କେଉଁଭଳି ଭାବରେ ସ୍ଥାପିତ ହେଲା ତାହା ବ୍ୟାଖ୍ୟା କର ।
Answer:
ନୀଳ ଚାଷ :
ଇଂରେଜ ଶାସନ ସମୟରେ ଭାରତରେ ବଗିଚା ଉଦ୍ୟୋଗ ଆରମ୍ଭ ହୋଇଥିଲା । ପ୍ରଥମେ ଚା, କଫି ଓ ନୀଳ ଚାଷର ବଗିଚା ଆରମ୍ଭ ହେଲା ।

ଚା’ ଚାଷ :
ଚା’ ବଗିଚାମାନ ମୁଖ୍ୟତଃ ଆସାମ ଓ ବଙ୍ଗର ଦାର୍ଜିଲିଂ ଅଞ୍ଚଳରେ ଆରମ୍ଭ ହେଲା ।

କଫି ଚାଷ :
କଫି ବଗିଚା ଦକ୍ଷିଣ ଭାରତରେ ଏବଂ ନୀଳଚାଷ ବିହାର ବଙ୍ଗରେ ଆରମ୍ଭ ହେଲା ।

ମାଲିକାନା :
ଚା’, କଫି ଓ ନୀଳର ଇଉରୋପ ବଜାରରେ ଖୁବ୍ ଚାହିଦା ଥ‌ିବାରୁ ଏହି ଉଦ୍ୟୋଗର ମାଲିକାନା ଇଉରୋପୀୟମାନେ ନିଜ ହାତରେ ରଖୁଥିଲେ ।

BSE Odisha 8th Class History Solutions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

(ଜ) ଇଂରେଜ ଶାସନ ସମୟରେ ହସ୍ତଶିଳ୍ପର ସ୍ଥିତି ବର୍ଣ୍ଣନା କର ।
Answer:
ବିଳାସ ସାମଗ୍ରୀ ବିଦେଶକୁ ରପ୍ତାନୀ :
ଇଂରେଜ ଶାସନର ପ୍ରାଥମିକ ଅବସ୍ଥାରେ ଭାରତର ହସ୍ତଶିଳ୍ପ ବିଶ୍ୱପ୍ରସିଦ୍ଧ ଥିଲା । ଭାରତୀୟ ହସ୍ତଶିଳ୍ପ ପ୍ରସ୍ତୁତ ଗହଣା, ଟସର ଲୁଗା, ପଶମ ବସ୍ତ୍ର ଆଦି ସୌଖ୍ନ ବିଳାସ ସାମଗ୍ରୀ ବିଦେଶକୁ ରପ୍ତାନି ହେଉଥିଲା ।

କଳ ତିଆରି ଲୁଗା :
ଊନବିଂଶ ଶତାବ୍ଦୀରେ ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହେବା ଫଳରେ ଭାରତରେ କଳତିଆରି ଲୁଗା ଓ ଅନ୍ୟାନ୍ୟ ବିଦେଶୀ ସାମଗ୍ରୀ ଶସ୍ତାରେ କିଣିବାକୁ ମିଳିଲା ।

ଶୁକ୍ଳ ଛାଡ଼ :
ନିଜ ଶିଳ୍ପର ବିକାଶପାଇଁ ଇଂରେଜ ସରକାର ବିଦେଶ ସାମଗ୍ରୀ ଆମଦାନି ଉପରେ ଶୁଳ୍କ ଛାଡ଼ କଲେ । ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ଲୋକେ ହସ୍ତଶିଳ୍ପ ପ୍ରସ୍ତୁତ ବସ୍ତୁକୁ ନାପସନ୍ଦ କଲେ ।

କୃଷି :
ଫଳରେ ହସ୍ତଶିଳ୍ପର ଅଧୋପତନ ହେଲା ଓ କାରିଗରମାନେ କୃଷି ଉପରେ ନିର୍ଭର କଲେ ।

ଦାରିଦ୍ର୍ୟ :
ଅନେକ କାରିଗର ଦିନ ମଜୁରିଆ ଭାବେ କାମ କଲେ ଓ ସେମାନଙ୍କ ଦାରିଦ୍ର୍ୟ ବୃଦ୍ଧିପାଇଲା ।

୨। ପ୍ରତ୍ୟେକ ଉତ୍ତର ପ୍ରାୟ ୨୦ଟି ଶବ୍ଦରେ ଦିଅ ।

(କ) ବଙ୍ଗରେ ଅଧିକ ସଂଖ୍ୟାରେ ଝୋଟକଳ ସ୍ଥାପିତ ହେବାର କାରଣ କ’ଣ ହୋଇପାରେ ?
Answer:
ଜଳବାୟୁ :
ଝୋଟ ଚାଷ ପାଇଁ ବଙ୍ଗର ଜଳବାୟୁ ଅନୁକୂଳ ଥିଲା ।

କଞ୍ଚାମାଲର ସୁଲଭତା :
କଞ୍ଚାମାଲର ସୁଲଭତା, ଶସ୍ତା ଶ୍ରମିକ ଉପଲବ୍‌, ଗମନାଗମନର ସୁବିଧା ଥ‌ିବା ଯୋଗୁଁ ବଙ୍ଗରେ ଅଧ‌ିକ ସଂଖ୍ୟାରେ ଝୋଟକଳ ସ୍ଥାପିତ ହୋଇଥିବାର ଅନୁମାନ କରାଯାଏ ।

BSE Odisha 8th Class History Solutions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

(ଖ) ଆସାମ ଚା’ ବଗିଚାର କୁଲିର ଦୁରବସ୍ଥାର କାରଣ କ’ଣ ?
Answer:
କମ୍ ପାଉଣା :

  • ଆସାମ ଚା’ ବଗିଚାର କୁଲିର ପାଉଣା ଖୁବ୍ କମ୍ ଥିଲା ।

ଶାରୀରିକ ଅତ୍ୟାଚାର :

  • କାମ କରିବାକୁ ବାଧ୍ୟକରି ସେମାନଙ୍କ ଉପରେ ଶାରୀରିକ ଅତ୍ୟାଚାର ମଧ୍ୟ ହେଉଥିଲା ।
  • ଚା’ ବଗିଚାର ମାଲିକ ଇଉରୋପୀୟ ହୋଇଥିବାରୁ ଇଂରେଜ ସରକାର ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରୁନଥିଲେ ।

(ଗ) ଭାରତର କେଉଁ ଅଞ୍ଚଳରେ ନୀଳଚାଷ ଆରମ୍ଭ ହୋଇଥିଲା ?
Answer:
ଭାରତର ବିହାର ଓ ବଙ୍ଗ ଅଞ୍ଚଳରେ ନୀଳଚାଷ ଆରମ୍ଭ ହୋଇଥିଲା ।

(ଘ) ଶ୍ରମିକ ମନରେ ଜାତୀୟତା ଭାବ ଜାଗ୍ରତ ହେବାର କାରଣ କ’ଣ ହୋଇପାରେ ?
Answer:

  • କାରଖାନାର ଶ୍ରମିକକୁ କମ୍ ମଜୁରି ମିଳୁଥୁଲା ଓ ଅତ୍ମକ କାମ କରିବାକୁ ପଡୁଥିଲା ।
  • ତେଣୁ ସେମାନଙ୍କ ମନରେ ଜାତୀୟତାଭାବ ଜାଗ୍ରତ ହେଲା ।

୩ । ଶୂନ୍ୟସ୍ଥାନ ପୂରଣ କର ।

(କ) ବହୁଳ ପରିମାଣରେ _________ ଇଂଲଣ୍ଡରୁ ଭାରତକୁ ଆମଦାନି ହେଉଥିଲା ।
Answer:
ଶିଳ୍ପଜାତ ସାମଗ୍ରୀ

(ଖ) ଓଡ଼ିଶାରେ ______ ମସିହାରେ ଲୁଗାକଳ ସ୍ଥାପିତ ହୋଇଥିଲା ।
Answer:
୧୮୬୬

BSE Odisha 8th Class History Solutions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

(ଗ) ଭାରତରେ ମ୍ରଥମେ _______ ମସିହାରେ ଲୁଗାକଳ ସ୍ଥାପିତ ହୋଇଥିଲା ।
Answer:
୧୮୫୩

(ଘ) ________ ଠାରେ ଭାରତର ପ୍ରଥମ ଝୋଟକଳ ସ୍ଥାପିତ ହୋଇଥିଲା ।
Answer:
ବଙ୍ଗର ରିଶ୍ରା

୪ । ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦ ମିଳନ କର ।

ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ Chapter 4
Answer:

ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ Chapter 4.1

BSE Odisha 8th Class Political Science Solutions Chapter 3 ଜିଲ୍ଲା ପ୍ରଶାସନ

Odisha State Board BSE Odisha 8th Class Political Science Solutions Chapter 3 ଜିଲ୍ଲା ପ୍ରଶାସନ Textbook Exercise Questions and Answers.

BSE Odisha Class 8 Political Science Solutions Chapter 3 ଜିଲ୍ଲା ପ୍ରଶାସନ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୦୦ଟି ଶବ୍ଦରେ ଲେଖ ।

(କ) ଜିଲ୍ଲାପାଳଙ୍କ କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:

  • ଭୂ-ରାଜସ୍ୱ ଆଦାୟ ଓ ଜମିଜମା ସମ୍ପର୍କିତ କାର୍ଯ୍ୟ – ଜିଲ୍ଲାପାଳ ଉପଖଣ୍ଡ ଅଧିକାରୀ ଓ ତହସିଲଦାରଙ୍କ କାଗଜପତ୍ରର ରକ୍ଷଣାବେକ୍ଷଣ, ଭୂ-ସଂସ୍କାର କାର୍ଯ୍ୟକ୍ରମର ସୁପରିଚାଳନା, କୃଷିର ବିକାଶ ତଥା ଚାଷୀମାନଙ୍କର ସୁରକ୍ଷା, ଜମି-ଅଗ୍ରହଣ ଇତ୍ୟାଦି କାର୍ଯ୍ୟର ତଦାରଖ କରନ୍ତି । ସେ ଜମିଜମା ସମ୍ପର୍କିତ କେତେକ ମୋକଦ୍ଦମାର ବିଚାର କରନ୍ତି ।
  • ଶାନ୍ତିଶୃଙ୍ଖଳା ରକ୍ଷା ଓ ଆଇନ ସୁରକ୍ଷା କାର୍ଯ୍ୟ – ଜିଲ୍ଲାପାଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ତାଙ୍କ ଅଧୀନସ୍ଥ ପୋଲିସ୍ ବାହିନୀଙ୍କ ସହାୟତାରେ ଜିଲ୍ଲାପାଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି । ଜିଲ୍ଲାରେ ଥିବା ଜିଲ୍ଲାସ୍ତରୀୟ କାରାଗର ଓ ଉପ-କାରାଗାରଗୁଡ଼ିକୁ ସେ ପରିଦର୍ଶନ କରନ୍ତି ଓ ସେଗୁଡ଼ିକର ପରିଚାଳନା ତଦାରଖ କରନ୍ତି । ଜିଲ୍ଲାର ମାସିକ ଅପରାଧ ସମ୍ପର୍କିତ ରିପୋର୍ଟ ଜିଲ୍ଲାପାଳ ନିୟମିତ ସରକାରଙ୍କ ନିକଟକୁ ପଠାନ୍ତି ।
  • ବିକାଶ ବା ଉନ୍ନୟନମୂଳକ କାର୍ଯ୍ୟ – ଜିଲ୍ଲାପାଳ ଜନସାଧାରଣଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ, ରାସ୍ତାଘାଟ, ଗ୍ରାମ୍ୟ ବିଦ୍ୟୁତୀକରଣ, କର୍ମନିଯୁକ୍ତି ଆଦି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡ଼ିକର ନେତୃତ୍ୱ ନିଅନ୍ତି ।
  • ବିବିଧ କାର୍ଯ୍ୟ – ଜିଲ୍ଲାପାଳ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚନମଣ୍ଡଳୀ ପାଇଁ ରିଟଣ୍ଡିଂ ଅଫିସର ଭାବରେ କାର୍ଯ୍ୟ କରନ୍ତି ଓ ନିର୍ବାଚନ କାର୍ଯ୍ୟ ତଦାରଖ କରନ୍ତି । ସେ ଜିଲ୍ଲାର ମୁଖ୍ୟ ଜନଗଣନା ଓ ପ୍ରୋଟୋକଲ ଅଧିକାରୀ । ଦୈବୀ-ଦୁର୍ବିପାକ ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ୍ ବଣ୍ଟନ କାର୍ଯ୍ୟ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୁଏ । ସେ ଜିଲ୍ଲାରେ ଜନସାଧାରଣଙ୍କ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ସୁଷମ ବଣ୍ଟନ କରାନ୍ତି ।

(ଖ) ଜିଲ୍ଲାପାଳଙ୍କ ଭୂମିକା ବୁଝାଇ ଲେଖ ।
Answer:

  • ଜିଲ୍ଲାର ଉନ୍ନୟନ କାର୍ଯ୍ୟକ୍ରମଗୁଡ଼ିକ ଜିଲ୍ଲାପାଳଙ୍କ ନେତୃତ୍ୱରେ ସମ୍ପାଦିତ ହୁଏ ।
  • ଜିଲ୍ଲାପାଳ ରାଜ୍ୟ ସରକାରଙ୍କର ‘ଚକ୍ଷୁ, କର୍ଣ୍ଣ ଓ ନାସା’’ ସଦୃଶ ।
  • ସେ କେବଳ ଜିଲ୍ଲାସ୍ତରୀୟ ପ୍ରତିନିଧୂ ନୁହଁନ୍ତି, ସେ ଜନସାଧାରଣଙ୍କର ଜଣେ ‘ବିଶ୍ୱସ୍ତ ସେବା-ପ୍ରଦାନକାରୀ ପଦାଧିକାରୀ (Service Provider) ଅଟନ୍ତି ।
  • ଜିଲ୍ଲାପାଳ ଜଣେ କାର୍ଯ୍ୟବ୍ୟସ୍ତ ଅଧିକାରୀ ଅଟନ୍ତି । ନିଜର ବ୍ୟକ୍ତିତ୍ୱ, ସମୟାନୁବର୍ତ୍ତିତା, କର୍ମତତ୍ପରତା, କାର୍ଯ୍ୟଦକ୍ଷତା, ଅଧ୍ୟବସାୟ, ଜନସମ୍ପୃକ୍ତି ତଥା ଜନସହଯୋଗ ଓ ନିଜର ସେବା ମନୋଭାବ ଯୋଗୁଁ ସେ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିପାରନ୍ତି ।

(ଗ) ଆଇନ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଜିଲ୍ଲାପାଳଙ୍କ ଭୂମିକା କ’ଣ ? ସଂକ୍ଷେପରେ ଲେଖ ।
Answer:

  • ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ଵ ଜିଲ୍ଲାପାଳଙ୍କର । ସେ ପୋଲିସ୍ ସୁପରିଟେଣ୍ଡେଣ୍ଟ ଓ ତାଙ୍କ ଅଧୀନସ୍ଥ ପୋଲିସ୍ ବାହିନୀ ସହାୟତାରେ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି ।
  • ଜିଲ୍ଲାର କୌଣସି ସ୍ଥାନରେ ଶାନ୍ତିଶୃଙ୍ଖଳା ଭଙ୍ଗର ଆଶଙ୍କା ଥିଲେ, ଜିଲ୍ଲାପାଳ ତତ୍‌କ୍ଷଣାତ୍ ସେଠାରେ ପୋଲିସ୍ ବାହିନୀକୁ ନିୟୋଜିତ କରି ଅବସ୍ଥା ସମ୍ଭାଳି ନିଅନ୍ତି ।
  • ଜିଲ୍ଲାରେ ଥିବା ଜିଲ୍ଲାସ୍ତରୀୟ କାରାଗାର ଓ ଉପ-କାରାଗାରଗୁଡ଼ିକୁ ସେ ପରିଦର୍ଶନ କରନ୍ତି ଓ ସେଗୁଡ଼ିକର ପରିଚାଳନା ତଦାରଖ କରନ୍ତି ।
  • ଜିଲ୍ଲାର ମାସିକ ଅପରାଧ ସମ୍ପର୍କିତ ରିପୋର୍ଟ ବା ବିବରଣୀ ଜିଲ୍ଲାପାଳ ସରକାରଙ୍କ ନିକଟକୁ ନିୟମିତ ଭାବେ ପଠାନ୍ତି ।

BSE Odisha 8th Class Political Science Solutions Chapter 3 ଜିଲ୍ଲା ପ୍ରଶାସନ

(ଘ) ଦୈବୀ-ଦୁର୍ବିପାକ ସମୟରେ ଜିଲ୍ଲାପାଳ ଲୋକମାନଙ୍କୁ କିପରି ସାହାଯ୍ୟ କରନ୍ତି ?
Answer:

  • ଦୈବୀ-ଦୁର୍ବିପାକ ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲ୍ଲାପାଳଙ୍କର ଦାୟିତ୍ଵ ଅଧିକ ବୃଦ୍ଧିପାଏ ।
  • ସେତେବେଳେ ଆପତ୍‌କାଳୀନ ସାହାଯ୍ୟ (ରିଲିଫ୍) ବଣ୍ଟନ କାର୍ଯ୍ୟ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଂପାଦିତ ହୁଏ ।
  • ବନ୍ୟା, ମରୁଡ଼ି ଯୋଗୁଁ ଶସ୍ୟ ଉତ୍ପାଦନ କ୍ଷତିଗ୍ରସ୍ତ ହେଲେ, ଜିଲ୍ଲାପାଳ ବିହିତ ପଦକ୍ଷେପ ନିଅନ୍ତି ।

(ଡ) ଜିଲ୍ଲାପାଳଙ୍କର ଉନ୍ନୟନ କାର୍ଯ୍ୟଗୁଡ଼ିକ କ’ଣ ?
Answer:

  • ଜିଲ୍ଲାପାଳଙ୍କ ନେତୃତ୍ୱରେ ଜନସାଧାରଣଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ, ରାସ୍ତାଘାଟ, ଗ୍ରାମ୍ୟ ବିଦ୍ୟୁତୀକରଣ, କର୍ମନିଯୁକ୍ତି ଆଦି ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡ଼ିକ ସମ୍ପାଦିତ ହୁଏ ।
  • ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ କାର୍ଯ୍ୟରତ ଜିଲ୍ଲାସ୍ତରୀୟ ଅଧସ୍ତନ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଅନ୍ତି ।
  • ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଜିଲ୍ଲାପାଳ ସମଗ୍ର ଜିଲ୍ଲାର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରନ୍ତି ।
  • ମଣ୍ଡଳ ଉନ୍ନୟନ ଅଧିକାରୀ (ବି.ଡ଼ି.ଓ.)ମାନେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶମତେ ବ୍ଲକ୍ ବା ପଞ୍ଚାୟତ ସମିତି ସ୍ତରରେ କାର୍ଯ୍ୟକାରୀ କରାନ୍ତି ।
  • ଜିଲ୍ଲାପାଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଦ୍ୱାରା ଅନୁମୋଦିତ ସମସ୍ତ ବିକାଶମୂଳକ ଯୋଜନାଗୁଡ଼ିକୁ ସଫଳ ଭାବରେ କାର୍ଯ୍ୟକାରୀ କରନ୍ତି ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ଜିଲ୍ଲାର ପ୍ରଶାସନିକ ମୁଖ୍ୟ କିଏ ?
Answer:
ଜିଲ୍ଲାର ପ୍ରଶାସନିକ ମୁଖ୍ୟ ଜିଲ୍ଲାପାଳ |

(ଖ) ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କର ‘ଚକ୍ଷୁ, କଣ୍ଠ ଓ ନାସା’ ବୋଲି କହନ୍ତି କାହିଁକି ?
Answer:
ଜିଲ୍ଲାପାଳଙ୍କ କ୍ଷମତା ଓ କାର୍ଯ୍ୟାବଳୀରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କର ‘ଚକ୍ଷୁ, କର୍ଣ୍ଣ ଓ ନାସା’ ସଦୃଶ ।

(ଗ) ଜିଲ୍ଲାପାଳ କାହା ସାହାଯ୍ୟରେ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି ?
Answer:
ଜିଲ୍ଲାପାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ତାଙ୍କ ଅଧୀନସ୍ଥ ପୋଲିସ୍ ବାହିନୀଙ୍କ ସହାୟତାରେ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି ।

BSE Odisha 8th Class Political Science Solutions Chapter 3 ଜିଲ୍ଲା ପ୍ରଶାସନ

(ଘ) ଜିଲ୍ଲାପାଳଙ୍କୁ କାହିଁକି ‘କଲେକ୍ଟର’ କୁହାଯାଏ ?
Answer:
ଜିଲ୍ଲାପାଳ ଜିଲ୍ଲାର ଭୂ-ରାଜସ୍ବ ଆଦାୟ କରୁଥିବାରୁ ତାଙ୍କୁ ‘କଲେକ୍ଟର’ କୁହାଯାଏ ।

(ଙ) ‘କଲେକ୍ଟର’ (ଜିଲ୍ଲାପାଳ) ପଦବୀ କେବେ ସୃଷ୍ଟି ହେଲା ?
Answer:
କଲେକ୍ଟର (ଜିଲ୍ଲାପାଳ) ପଦବୀ ୧୭୭୨ ମସିହାରେ ସୃଷ୍ଟି ହୋଇଥିଲା ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୭୫ଟି ଶବ୍ଦରେ ଲେଖ ।

(କ) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟ କ’ଣ ?
Answer:
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟ:
ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା:

  • ବି.ଡି.ଓ.ଙ୍କ ସହାୟତାରେ ବିଭିନ୍ନ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରାଇବା ।
  • ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା, ପଞ୍ଚାୟତିରାଜ ଅନୁଷ୍ଠାନ, ସମବାୟ ବ୍ୟାଙ୍କ ତଥା ଜାତୀୟକରଣ ବ୍ୟାଙ୍କ, ବିଭିନ୍ନ ନିଗମମାନଙ୍କ ସହିତ ସମନ୍ଵୟ ତଥା ସହଯୋଗ ରକ୍ଷାକରି ବିଭିନ୍ନ ବର୍ଗର ଲୋକମାନଙ୍କୁ ଯୋଜନାଗୁଡ଼ିକ ମାଧ୍ୟମରେ ଉପକୃତ କରାଇବା ।
  • ଜିଲ୍ଲା ସ୍ତରରେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମଗୁଡ଼ିକ ସଫଳତାର ସହ କାର୍ଯ୍ୟକାରୀ କରାଇବା ।
  • ସରକାରୀ ନିଷ୍ପଭି ଗ୍ରହଣ ପ୍ରକ୍ରିୟାରେ ଗ୍ରାମର ଦରିଦ୍ର ଶ୍ରେଣୀର ଲୋକଙ୍କୁ ଭାଗୀଦାର କରାଇବା ।
  • ନିର୍ଦ୍ଦିଷ୍ଟ ବର୍ଗର ବ୍ୟକ୍ତିଙ୍କ ମଙ୍ଗଳ ଓ ବିକାଶ ପାଇଁ ଉଦ୍ଦିଷ୍ଟ ଯୋଜନାକୁ ସଫଳ କରାଇବା ।

ନୀତି ନିର୍ଦ୍ଧାରଣ କରିବା :

  • ବିଭିନ୍ନ ଯୋଜନାର ନୀତି ନିର୍ଦ୍ଧାରଣ, ପ୍ରସ୍ତୁତି ତଥ୍ୟ କାର୍ଯ୍ୟକାରିତା କ୍ଷେତ୍ରରେ ଆର୍ଥିକ ସ୍ୱଚ୍ଛତା ରକ୍ଷା ସହିତ ସଂପୃକ୍ତ କର୍ମଚାରୀମାନଙ୍କର କାର୍ଯ୍ୟ ସମୀକ୍ଷା କରିବା ।
  • ଜିଲ୍ଲାସ୍ତରୀୟ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର ଅଗ୍ରଗତିକୁ ସମୀକ୍ଷା କରିବା ।

BSE Odisha 8th Class Political Science Solutions Chapter 3 ଜିଲ୍ଲା ପ୍ରଶାସନ

(ଖ) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଗଠନ କିପରି ହୁଏ ?
Answer:
ସଦସ୍ୟ :

  • ଜିଲ୍ଲା ପରିଷଦର ଅଧ୍ୟକ୍ଷ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ଅଟନ୍ତି ।
  • ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକ, ସମସ୍ତ ପଞ୍ଚାୟତ ସମିତିର ଏକ ତୃତୀୟାଂଶ ଅଧକ୍ଷ ଯେଉଁମାନଙ୍କ କାର୍ଯ୍ୟକାଳ ପ୍ରତିବର୍ଷ ନିଜ ନାମର ବର୍ଣ୍ଣମାଳା ଅନୁସାରେ ପରିବର୍ତ୍ତିତ ହେବ । ତନ୍ମଧ୍ୟରୁ ଜଣେ ଲେଖାଏଁ ମହିଳା, ହରିଜନ ଓ ଆଦିବାସୀ ସଭ୍ୟ ରହିବେ ।

ପ୍ରତିନିଧ୍ :
ଏହି ସଂସ୍ଥାର ଅନ୍ୟ ସଭ୍ୟଙ୍କ ମଧ୍ୟରେ ଜିଲ୍ଲାପାଳ, ସମବାୟ କେନ୍ଦ୍ର ବ୍ୟାଙ୍କର ମୁଖ୍ୟ ଅଧୂରୀ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କର ଅଧକ୍ଷ, ରିଜର୍ଭ ବ୍ୟାଙ୍କର ଜିଲ୍ଲାସ୍ତରୀୟ ପ୍ରତିନିଧୁ, ଜିଲ୍ଲାର ହରିଜନ ଓ ଆଦିବାସୀ ଉନ୍ନୟନ ଅଧିକାରୀ, ଗ୍ରାମୀଣ ମହିଳାମାନଙ୍କର ଜଣେ ପ୍ରତିନିଧ, ଜିଲ୍ଲାସ୍ତରୀୟ ମହିଳା ଓ ଶିଶୁ ମଙ୍ଗଳ ଅଧିକାରୀ, ବେସରକାରୀ ସଂସ୍ଥା (N.G.O.) ମାନଙ୍କର ଦୁଇଜଣ ପ୍ରତିନିଧ୍, ଖଦୀ ଓ ଗ୍ରାମୋଦ୍ୟୋଗ ସଂସ୍ଥାର ଜଣେ ପ୍ରତିନିଧ୍ ରହିବେ ।

ନିର୍ଦ୍ଦେଶକ :
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏହି ପରିଚାଳନା ସମିତିର ସଭ୍ୟ-ସଚିବ (Member Secretary) ଭାବେ କାର୍ଯ୍ୟ କରନ୍ତି ।

(ଗ) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାହିଁକି ଗଠିତ ହେଲା ?
Answer:

  • ଆତ୍ମନିଯୁକ୍ତି ଓ କର୍ମନିଯୁକ୍ତି ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ ହେଉଛି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ।
  • ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନା ସମ୍ବଳିତ କାର୍ଯ୍ୟକ୍ରମର ପର୍ଯ୍ୟବେକ୍ଷଣ କରିବାପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଗଠିତ ହୋଇଛି ।

ଗଠନ ସମୟ :
୧୯୮୦ ମସିହା ଅପ୍ରେଲ ମାସ ୧ ତାରିଖଠାରୁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟ କରି ଆସୁଅଛି ।

ଉଦ୍ଦେଶ୍ୟ :

  • ପ୍ରଥମେ ଏହି ସଂସ୍ଥା ‘ନାମମାତ୍ର ଚାଷୀ ଓ କୃଷି ଉପଯୋଗୀ ଜମି ଉନ୍ନୟନ ସଂସ୍ଥା’ ଓ ପରବର୍ତ୍ତୀ ସମୟରେ ‘କ୍ଷୁଦ୍ର-ଚାଷୀ ଉନ୍ନୟନ ସଂସ୍ଥା’ ଭାବେ କାର୍ଯ୍ୟ କରୁଥିଲା ।
  • ଏହା ଏକ ସ୍ୱୟଂଚାଳିତ ସଂସ୍ଥା । ଭାରତୀୟ ସମିତ ପଞ୍ଜୀକରଣ ଆଇନ, ୧୯୬୦ ଅନୁସାରେ ଏହି ସଂସ୍ଥାଗୁଡ଼ିକ ପଞ୍ଜୀକୃତ ।

(ଘ) ଗ୍ରାମୀଣ ଦାରିଦ୍ର୍ୟ ଦୂରୀକରଣରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଭୂମିକା କ’ଣ ?
Answer:
କାର୍ଯ୍ୟକ୍ରମ :

  • ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦାରିଦ୍ର୍ୟ ଦୂରୀକରଣ ଯୋଜନାକୁ କାର୍ଯ୍ୟକାରୀ କରାଏ ନାହିଁ । ଏହି ସଂସ୍ଥା ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକ କିପରି ସୁଚାରୁ ରୂପେ କାର୍ଯ୍ୟକାରୀ ହୋଇପାରିବ ସେଥ‌ିପାଇଁ କାର୍ଯ୍ୟ କରେ ।
  • ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକ ମଧ୍ୟରେ କିପରି ସୁସମ୍ପର୍କ ଓ ସମନ୍ୱୟ ପ୍ରତିଷ୍ଠା ହୋଇପାରିବ ସେଥ‌ିପାଇଁ ଏହି ସଂସ୍ଥା କାର୍ଯ୍ୟ କରେ ।

ତଦାରଖ କରିବା :
ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେବାପାଇଁ ମିଳିଥିବା ଉଦ୍ଦିଷ୍ଟ ଅର୍ଥ ଓ ଅନୁଦାନର କିପରି ସତ୍-ଉପଯୋଗ ହେବ ଏବଂ ସେଥ‌ିରେ କିପରି ଶୃଙ୍ଖଳା ଓ ସ୍ଵଚ୍ଛତା ରକ୍ଷା କରାଯାଇପାରିବ, ସେଥ୍ୟପ୍ରତି ଏହି ସଂସ୍ଥା ଦୃଷ୍ଟି ଦିଏ ।

ସଚେତନ କରିବା :
ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ଏହି ସଂସ୍ଥା ସଚେତନତା ସୃଷ୍ଟି କରେ ।

BSE Odisha 8th Class Political Science Solutions Chapter 3 ଜିଲ୍ଲା ପ୍ରଶାସନ

(ଙ) ଜିଲ୍ଲା ପରିଷଦ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମଧ୍ୟରେ ସମ୍ପର୍କ କ’ଣ ?
Answer:

  • ଜିଲ୍ଲା ପରିଷଦ ଏକ ସ୍ୱାୟତ୍ତ ଶାସନ ସଂସ୍ଥାଭାବେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟସବୁ କରିଥାଏ; ମାତ୍ର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏକ ସ୍ୱୟଂଚାଳିତ ସଂସ୍ଥାଭାବେ ଗ୍ରାମୀଣ ବିକାଶମୂଳକ ଯୋଜନାର ପର୍ଯ୍ୟବେକ୍ଷଣ କରିଥାଏ ।
  • ଜିଲ୍ଲା ପରିଷଦର ଅଧ୍ୟକ୍ଷ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷଭାବେ କାର୍ଯ୍ୟ କରନ୍ତି ।

(ଚ) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କିଏ ?
Answer:
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେଉଛନ୍ତି ଜିଲ୍ଲାପାଳ ।

(ଛ) ପ୍ରତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ କେତେଗୋଟି ଅନୁବିଭାଗ ରହିଛି ?
Answer:
ସେଗୁଡ଼ିକର ନାମ ଲେଖ । – ପ୍ରତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ସାତଗୋଟି ଅନୁବିଭାଗ ରହିଛି; ଯଥା— (i) ଆତ୍ମନିଯୁକ୍ତି ଶାଖା (ii) କର୍ମନିଯୁକ୍ତି ଶାଖା (ii) ମହିଳା ଶାଖା (iv) ଇଂଜିନିୟରିଂ ଶାଖା (v) ହିସାବ ରକ୍ଷକ ଶାଖା (vi) ନିୟନ୍ତ୍ରଣ ଓ ମୂଲ୍ୟାୟନ ଶାଖା (vii) ସାଧାରଣ ଶାଖା।

(ଜ) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭ୍ୟ-ସଚିବ କିଏ ?
Answer:
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବା ପ୍ରୋଜେକ୍ଟ-ଡାଇରେକ୍ଟର ଏହି ସଂସ୍ଥାର ସଭ୍ୟ-ସଚିବ ଅଟନ୍ତି ।

BSE Odisha 8th Class Political Science Solutions Chapter 3 ଜିଲ୍ଲା ପ୍ରଶାସନ

୪। ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ଯଥାର୍ଥ ଉତ୍ତର ମେଳାଅ ।

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ଯଥାର୍ଥ ଉତ୍ତର ମେଳାଅ ।

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

Odisha State Board BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ Important Questions and Answers.

BSE Odisha Class 8 Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ରାଜନୈତିକ ଦଳର କାର୍ଯ୍ୟାବଳୀ ଉଲ୍ଲେଖ କର ।
Answer:
ରାଜନୈତିକ ସଚେତନତା ଜାଗ୍ରତ କରିବା : ରାଜନୈତିକ ଦଳଗୁଡ଼ିକ ଦେଶର ବିଭିନ୍ନ ସମସ୍ୟା ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପିତ କରି ଜନମତ ଓ ରାଜନୈତିକ ଚେତନା ସୃଷ୍ଟି କରିବା ଓ ରାଜନୀତିକ ପ୍ରକ୍ରିୟାରେ ଅଂଶଗ୍ରହଣ ଦିଗରେ ଲୋକମାନଙ୍କୁ ଉତ୍ସାହିତ କରନ୍ତି ।
ନ୍ୟାଯ୍ୟଦାବି :

  • ରାଜନୈତିକ ଦଳଗୁଡ଼ିକ ଲୋକମାନଙ୍କର ନ୍ୟାଯ୍ୟ ଦାବିଗୁଡ଼ିକୁ ଏକତ୍ରିତ କରି ସଠିକ୍ ଭାବରେ ଉପଯୁକ୍ତ ସମୟରେ ସରକାରଙ୍କ ପାଖରେ ଉପସ୍ଥାପନ କରନ୍ତି ।

ନ୍ୟାଯ୍ୟଦାବି :

  • ରାଜନୈତିକ ଦଳଗୁଡ଼ିକ ଜନସାଧାରଣଙ୍କ ମଧ୍ୟରୁ ସେମାନଙ୍କର ସଭ୍ୟ ଚୟନ କରନ୍ତି ଓ ସଭ୍ୟମାନଙ୍କୁ ଦଳର ନୀତି ଓ ଆଦର୍ଶ ସମ୍ପର୍କରେ ପ୍ରଶିକ୍ଷଣ ଦେଇ ଆଗାମୀ ପିଢ଼ିର ରାଜନେତା ସୃଷ୍ଟି କରିବାରେ ସାହାଯ୍ୟ କରନ୍ତି ।
  • ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ବହୁମତ ହାସଲ କଲେ ସରକାର ଗଠନ କରନ୍ତି ଓ ଦେଶ ଶାସନ କରନ୍ତି । ସଂଖ୍ୟାଗରିଷ୍ଠତା ହାସଲ କରିନପାରିଲେ, ବିରୋଧୀ ଦଳ ଭାବରେ ସରକାରଙ୍କ ଦୋଷତ୍ରୁଟି ଦର୍ଶାଇ ସରକାରଙ୍କୁ ସମାଲୋଚନା ତଥା ନିୟନ୍ତ୍ରଣ କରନ୍ତି ।
  • ରାଜନୈତିକ ଦଳଗୁଡ଼ିକର ସଭ୍ୟମାନେ ବନ୍ୟା, ବାତ୍ୟା, ମରୁଡ଼ି ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରପୀଡ଼ିତମାନଙ୍କୁ ସାହାଯ୍ୟ ଯୋଗାଇଥାଆନ୍ତି ।

୨। ସାଧାରଣତଃ କେତେପ୍ରକାର ଦଳୀୟ ବ୍ୟବସ୍ଥା ଦେଖାଯାଏ ? ସେଗୁଡ଼ିକ ବୁଝାଇ ଲେଖ ।
Answer:

  • ସାଧାରଣତଃ ତିନିପ୍ରକାରର ଦଳୀୟ ବ୍ୟବସ୍ଥା ଦେଖାଯାଏ; ଯଥା— (କ) ଏକ-ଦଳୀୟ ବ୍ୟବସ୍ଥା, (ଖ) ଦ୍ବି- ଦଳୀୟ ବ୍ୟବସ୍ଥା, (ଗ) ବହୁ-ଦଳୀୟ ବ୍ୟବସ୍ଥା ।
  • ଯେଉଁ ଦେଶରେ କେବଳ ଗୋଟିଏ ମାତ୍ର ରାଜନୈତିକ ଦଳ ଥାଏ, ତାକୁ ଏକ-ଦଳୀୟ ବ୍ୟବସ୍ଥା କୁହାଯାଏ; ଯଥା— ଚୀନ୍, ରୁଷିଆ ।
  • ଯେଉଁ ଦେଶରେ ଦୁଇଟି ପ୍ରମୁଖ ଦଳ ଥାଏ, ତାକୁ ଦ୍ୱି-ଦଳୀୟ ବ୍ୟବସ୍ଥା କୁହାଯାଏ; ଯଥା – ଇଂଲଣ୍ଡ, ଆମେରିକା ।
  • ଯେଉଁ ଦେଶରେ ଦୁଇରୁ ଅଧ୍ଵ ରାଜନୈତିକ ଦଳ ଦେଖାଯାଆନ୍ତି, ତା’କୁ ବହୁଦଳୀୟ ବ୍ୟବସ୍ଥା କୁହଯାଏ; ଯଥା – ଭାରତ, ଫ୍ରାନ୍ସ ।

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୩। ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ ମଧ୍ୟରେ ପାର୍ଥକ୍ୟ ଉଲ୍ଲେଖ କର ।

୩। ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ ମଧ୍ୟରେ ପାର୍ଥକ୍ୟ ଉଲ୍ଲେଖ କର ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ସାଧାରଣତଃ କେତେ ପ୍ରକାରର ଦଳୀୟ ବ୍ୟବସ୍ଥା ଦେଖାଯାଏ ? ସେଗୁଡ଼ିକ କ’ଣ ?
Answer:

  • ସାଧାରଣତଃ ୩ ପ୍ରକାରର ଦଳୀୟ ବ୍ୟବସ୍ଥା ଦେଖାଯାଏ ।
  • ସେଗୁଡ଼ିକ ହେଲା – (a) ଏକ-ଦଳୀୟ ବ୍ୟବସ୍ଥା, (b) ଦ୍ବି-ଦଳୀୟ ବ୍ୟବସ୍ଥା, (c) ବହୁ-ଦଳୀୟ ବ୍ୟବସ୍ଥା ।

୨। ଏକ-ଦଳୀୟ ବ୍ୟବସ୍ଥା କହିଲେ କ’ଣ ବୁଝ ? ଏହା କେଉଁ ଦେଶରେ ଦେଖାଯାଏ ?
Answer:

  • ଯେଉଁ ଦେଶରେ କେବଳ ଗୋଟିଏ ମାତ୍ର ରାଜନୈତିକ ଦଳ ଥାଏ, ତାକୁ ଏକ ଦଳୀୟ ବ୍ୟବସ୍ଥା କୁହାଯାଏ । ଚୀନ୍ ଓ ରୁଷିଆରେ ଏହି ବ୍ୟବସ୍ଥା ଦେଖାଯାଏ ।
  • ଚୀନ୍ ଓ ରୁଷିଆରେ ଏହି ବ୍ୟବସ୍ଥା ଦେଖାଯାଏ ।

୩। ଦ୍ୱି-ଦଳୀୟ ବ୍ୟବସ୍ଥା କହିଲେ କ’ଣ ବୁଝ ? ଏହା କେଉଁ ଦେଶରେ ଦେଖାଯାଏ ?
Answer:

  • ଯେଉଁ ଦେଶମାନଙ୍କରେ ଦୁଇଟି ପ୍ରମୁଖ ଦଳ ଥାଏ, ତାକୁ ଦ୍ୱି-ଦଳୀୟ ବ୍ୟବସ୍ଥା କୁହାଯାଏ ।
  • ଇଂଲଣ୍ଡ ଓ ଆମେରିକାରେ ଏହି ବ୍ୟବସ୍ଥା ଦେଖାଯାଏ ।

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୪। ବହୁଦଳୀୟ ବ୍ୟବସ୍ଥା କହିଲେ କ’ଣ ବୁଝ ?
Answer:

  • ଯେଉଁ ଦେଶରେ ଦୁଇରୁ ଅଧୂକ ରାଜନୈତିକ ଦଳ ଦେଖାଯା’ନ୍ତି, ତାକୁ ବହୁଦଳୀୟ ବ୍ୟବସ୍ଥା କୁହାଯାଏ ।
  • ଏହି ବ୍ୟବସ୍ଥା ଭାରତ ଓ ଫ୍ରାନ୍ସରେ ଦେଖାଯାଏ ।

୫। ଭାରତରେ ଥ‌ିବା ଚାରିଗୋଟି ରାଜନୈତିକ ଦଳର ନାମ ଲେଖ ।
Answer:

  • କଂଗ୍ରେସ
  • ଭାରତୀୟ ଜନତା ଦଳ
  • ଭାରତୀୟ କମ୍ୟୁନିଷ୍ଟ ପାର୍ଟି
  • ସମାଜବାଦୀ ଦଳ

୬। ଆମ ଦେଶର ରାଜନୈତିକ ଦଳଗୁଡ଼ିକୁ କେତେ ଭାଗରେ ବିଭକ୍ତ କରାଯାଇଛି ଓ ସେଗୁଡ଼ିକ କ’ଣ ?
Answer:

  • ଆମ ଦେଶର ରାଜନୈତିକ ଦଳଗୁଡ଼ିକୁ ସାଧାରଣତଃ ୨ ଭାଗରେ ବିଭକ୍ତ କରାଯାଇଛି ।
  • ସେଗୁଡ଼ିକ ହେଲା – (୧) ଜାତୀୟ ଦଳ, (୨) ଆଞ୍ଚଳିକ ଦଳ ।

୭। ଆନୁଷ୍ଠାନିକ ଗୋଷ୍ଠୀଗୁଡ଼ିକ କିପରି ଗଠିତ ଓ ଏମାନଙ୍କ କାମ କ’ଣ ?
Answer:

  • ଏହି ସଂଘଗୁଡ଼ିକ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କୁ ନେଇ ଗଠିତ ।
  • ସେମାନେ ଆନୁଷ୍ଠାନିକ ସ୍ବାର୍ଥ ମାଧ୍ୟମରେ ନିଜ ନିଜର ସ୍ବାର୍ଥ ସାଧନ କରିବାପାଇଁ ସରକାରଙ୍କ ଉପରେ ଚାପ ପକାନ୍ତି ।

୮ | ସାମାଜିକ ମୂଲ୍ୟବୋଧ ବିରୋଧୀ ଚାପଗୋଷ୍ଠୀର କାର୍ଯ୍ୟ କ’ଣ ? ଦୁଇଟି ଉଦାହରଣ ଦିଅ ।
Answer:

  • ଏହି ଗୋଷ୍ଠୀ କୌଣସି ନିର୍ଦ୍ଦିଷ୍ଟ ସାମାଜିକ ମୂଲ୍ୟବୋଧରେ ବିଶ୍ଵାସ ନକରି ହିଂସାତ୍ମକ ପନ୍ଥାରେ ସେମାନଙ୍କର ସ୍ବାର୍ଥ ସାଧନ ପାଇଁ କାର୍ଯ୍ୟ କରନ୍ତି ।
  • ଉଲ୍‌ଫା ଓ ଜାମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ ଏହି ଶ୍ରେଣୀର ଚାପଗୋଷ୍ଠୀ ।

୯ । ଚାପଗୋଷ୍ଠୀଗୁଡ଼ିକୁ ସେମାନଙ୍କର ଉଦ୍ଦେଶ୍ୟ ଅନୁସାରେ କେତେ ଭାଗରେ ବିଭକ୍ତ କରାଯାଇଛି ? ସେଗୁଡ଼ିକ କଣ କ’ଣ ?
Answer:

  • ଚାପଗୋଷ୍ଠୀଗୁଡ଼ିକୁ ଉଦ୍ଦେଶ୍ୟ ଅନୁସାରେ ୨ ଭାଗରେ ବିଭକ୍ତ କରାଯାଇଛି ।
  • ସେଗୁଡ଼ିକ ହେଲା – (୧) ସ୍ବାର୍ଥୀ ଗୋଷ୍ଠୀ, (୨) ଜନମଙ୍ଗଳକାରୀ ଗୋଷ୍ଠୀ ।

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେଉଁ ଦେଶରେ ଏକ-ଦଳୀୟ ବ୍ୟବସ୍ଥା ଅଛି ?
Answer:
ଚୀନ୍ ଓ ରୁଷିଆରେ ଏକଦଳୀୟ ବ୍ୟବସ୍ଥା ଅଛି ।

୨। କେଉଁ ଦେଶରେ ଦ୍ୱି-ଦଳୀୟ ବ୍ୟବସ୍ଥା ଅଛି ?
Answer:
ଇଂଲଣ୍ଡ, ଆମେରିକାରେ ଦ୍ୱି-ଦଳୀୟ ବ୍ୟବସ୍ଥା ଅଛି ।

୩। ଦୁଇଟି ସଂଘୀୟ ଗୋଷ୍ଠୀର ନାମ ଲେଖ ।
Answer:
(i) ବଣିକ ସଂଘ, (ii) ଶ୍ରମିକ ମହାସଂଘ ।

୪। ଦୁଇଟି ଅଣ-ସଂଘୀୟ ଗୋଷ୍ଠୀର ନାମ ଲେଖ ।
Answer:
(i) ଯାଦବ ମହାସଭା, (ii) ବୌଦ୍ଧଭିକ୍ଷୁ ଗୋଷ୍ଠୀ

୫। ଦୁଇଟି ସାମାଜିକ ମୂଲ୍ୟବୋଧ ବିରୋଧୀ ଚାପଗୋଷ୍ଠୀର ନାମ ଲେଖ ।
Answer:
(i) ଉଲ୍‌ଫା, (ii) ଜାମ୍ମୁ-କାଶ୍ମୀର ଲିବରେସନ୍ ଫ୍ରଣ୍ଟ ।

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୬| ଚାପଦାନକାରୀ ଗୋଷ୍ଠୀଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥାଏ ?
Answer:
କ୍ଷମତା ବଳୟରୁ ବାହାରେ ରହି ସରକାରୀ ନୀତିକୁ ପ୍ରଭାବିତ କରିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।

୭| ଜଣେ ବ୍ୟକ୍ତି ଏକ ସମୟରେ କେତୋଟି ରାଜନୈତିକ ଦଳର ସଭ୍ୟ ହୋଇପାରିବ ?
Answer:
ଜଣେ ବ୍ୟକ୍ତି ଏକ ସମୟରେ କେବଳ ଗୋଟିଏ ରାଜନୈତିକ ଦଳର ସଭ୍ୟ ହୋଇପାରିବ ।

୮। ଜାତୀୟ ଦଳଗୁଡ଼ିକ ମୁଖ୍ୟତଃ କାହା ଉପରେ ଗୁରୁତ୍ବ ଦିଅନ୍ତି ?
Answer:
ଜାତୀୟ ଦଳଗୁଡ଼ିକ ମୁଖ୍ୟତଃ ସର୍ବଭାରତୀୟ ସମସ୍ୟା, ଜାତୀୟ ସ୍ୱାର୍ଥ ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି ।

୯। ଆଞ୍ଚଳିକ ଦଳଗୁଡ଼ିକ ମୁଖ୍ୟତଃ କେଉଁ ସମସ୍ୟା ସମାଧାନ କରିବାପାଇଁ ଉଦ୍ଦିଷ୍ଟ ?
Answer:
ଆଞ୍ଚଳିକ ଦଳଗୁଡ଼ିକ ମୁଖ୍ୟତଃ ରାଜ୍ୟସ୍ତରୀୟ ସମସ୍ୟା ସମାଧାନ କରିବାପାଇଁ ଉଦ୍ଦିଷ୍ଟ ।

୧୦। କେତେବେଳେ ‘ଆଞ୍ଚଳିକ ଦଳ’ ସୃଷ୍ଟି ହୋଇଥାଏ ?
Answer:
ବେଳେବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିରୁଦ୍ଧରେ ସଙ୍ଗଠିତ ହୋଇ ରାଜନୈତିକ କ୍ଷମତା ହାସଲ କରିବାପାଇଁ ‘ ଆଞ୍ଚଳିକ ଦଳ’ ସୃଷ୍ଟି ହୋଇଥାଏ ।

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୧୧। ‘ହାରିସ୍’ଙ୍କ ମତରେ ଚାପଦାୟୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ହାରିସ୍‌ଙ୍କ ମତରେ ଯେଉଁ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଗୁଡ଼ିକ ନିଜର ସୁବିଧା, ସୁଯୋଗ ହାସଲ କରିବାପାଇଁ ସରକାରୀ ନୀତି ନିର୍ଦ୍ଧାରକମାନଙ୍କ ଉପରେ ବିଭିନ୍ନ ଚାପ ପ୍ରୟୋଗ କରିଥାଆନ୍ତି, ସେଗୁଡ଼ିକୁ ଚାପଦାୟୀ ଗୋଷ୍ଠୀ ବା ଚାପଦାନକାରୀ ଗୋଷ୍ଠୀ କୁହାଯାଏ ।

୧୨। ‘ଟର୍ଣ୍ଣର’ଙ୍କ ମତରେ ଚାପଦାୟୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ଟର୍ଣ୍ଣରଙ୍କ ମତରେ ଯେଉଁ ଅଣ-ରାଜନୈତିକ ସଙ୍ଗଠନଗୁଡ଼ିକ ସରକାରୀ ନୀତିକୁ ପ୍ରଭାବିତ କରିଥାଆନ୍ତି, ସେଗୁଡ଼ିକୁ ଚାପଦାୟୀ ଗୋଷ୍ଠୀ କୁହାଯାଏ ।

୧୩। ‘ଏକଷ୍ଟିନ୍’ଙ୍କ ମତରେ ଚାପଦାୟୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ଏକଷ୍ଟିନ୍‌ଙ୍କ ମତରେ ଏକ ପ୍ରକାର ମନୋଭାବାପନ୍ନ, ଏକ ପ୍ରକାର ମୂଲ୍ୟବୋଧ ଏବଂ ସ୍ବାର୍ଥରେ ବିଶ୍ଵାସୀ ଏକ ସୁସଙ୍ଗଠିତ ସାମାଜିକ ଗୋଷ୍ଠୀ, ପ୍ରତ୍ୟକ୍ଷ ସରକାରୀ ପଦବୀ ଗ୍ରହଣ ନ କରି ନିଜ ସ୍ବାର୍ଥ ସାଧନ ପାଇଁ ସରକାରୀ ନୀତିକୁ ପ୍ରଭାବିତ କଲେ ତାହାକୁ ଚାପଦାୟୀ ଗୋଷ୍ଠୀ କୁହାଯାଏ ।

୧୪। ସ୍ଵାର୍ଥୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ଉଦ୍ୟମ କରନ୍ତି, ସେମାନଙ୍କୁ ‘ସ୍ବାର୍ଥୀ ଗୋଷ୍ଠୀ’ କୁହାଯାଏ ।

୧୫ । ଜନମଙ୍ଗଳକାରୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ଯେଉଁ ଗୋଷ୍ଠୀଗୁଡ଼ିକ ସର୍ବସାଧାରଣଙ୍କର ସ୍ବାର୍ଥ ସାଧନପାଇଁ ପ୍ରୟାସ କରିଥାଆନ୍ତି, ସେଗୁଡ଼ିକୁ ଜନମଙ୍ଗଳକାରୀ ଗୋଷ୍ଠୀ କୁହାଯାଏ ।

୧୬। ଦୀର୍ଘସ୍ଥାୟୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ଯେଉଁ ଗୋଷ୍ଠୀଗୁଡ଼ିକ ସେମାନଙ୍କର ଚିରସ୍ଥାୟୀ ସ୍ଵାର୍ଥ ସାଧନ ନିମିତ୍ତ ସଙ୍ଗଠିତ ହୋଇ କାର୍ଯ୍ୟ କରନ୍ତି, ସେଗୁଡ଼ିକୁ ଦୀର୍ଘସ୍ଥାୟୀ ଗୋଷ୍ଠୀ କୁହାଯାଏ ।

୧୭। କ୍ଷଣସ୍ଥାୟୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ଯେଉଁ ଚାପଦାନକାରୀ ଗୋଷ୍ଠୀଗୁଡ଼ିକ କ୍ଷଣିକ ସ୍ବାର୍ଥ ହାସଲ ପାଇଁ ସଙ୍ଗଠିତ ହୋଇଥାଆନ୍ତି ଏବଂ ନିର୍ଦ୍ଦିଷ୍ଟ ସ୍ବାର୍ଥ ସାଧୂ ହୋଇଗଲା ପରେ ସେହି ଗୋଷ୍ଠୀଗୁଡ଼ିକର ବିଲୟ ଘଟେ, ସେଗୁଡ଼ିକୁ କ୍ଷଣସ୍ଥାୟୀ ଗୋଷ୍ଠୀ କୁହାଯାଏ ।

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

A. ଶୂନ୍ୟସ୍ଥାନ ପୂରଣ କର ।

୧। ‘ମୁକ୍ତ ରାଜନୈତିକ ଦଳୀୟ ସରକାର’ କହିଲେ _______________ ସରକାରକୁ ବୁଝାଏ ।
Answer:
ଗଣତାନ୍ତ୍ରିକ

୨। ____________ ଦଳ ବିନା ମୁକ୍ତ ଗଣତାନ୍ତ୍ରିକ ସରକାର ଗଠିତ ହୋଇପାରେ ନାହିଁ ।
Answer:
ରାଜନୈତିକ

୩ । _____________________ ଏକ ଆନୁଷ୍ଠାନିକ ଗୋଷ୍ଠୀ ।
Answer:
ଅମଲାତନ୍ତ୍ର

୪। _______________ ଗୋଷ୍ଠୀ ନିର୍ବାଚନରେ ଅଂଶଗ୍ରହଣ କରନ୍ତି ନାହିଁ ।
Answer:
ଚାପଦାନକାରୀ

୫। _______________ ଗୋଷ୍ଠୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରନ୍ତି ନାହିଁ ।
Answer:
ଚାପଦାନକାରା

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୬ । ଜଣେ ବ୍ୟକ୍ତି ଏକ ସମୟରେ _______________ ଟି ରାଜନୈତିକ ଦଳରେ ସଭ୍ୟ ହୋଇଥାଏ ।
Answer:

୭ | ‘ମହାନଦୀ ବଞ୍ଚାଅ ସମିତି’କୁ _____________ ଗୋଷ୍ଠୀ କୁହାଯାଏ ।
Answer:
କ୍ଷଣସ୍ଥାୟୀ

୮। ସର୍ବଭାରତୀୟ ଶିକ୍ଷକ ମହାସଂଘ _______________ ଗୋଷ୍ଠୀ ଅନ୍ତର୍ଭୁକ୍ତ ।
Answer:
ଦୀର୍ଘସ୍ଥାୟୀ

୯। ______________ ଦେଶରେ ବହୁଦଳୀୟ ବ୍ୟବସ୍ଥା ଅଛି ।
Answer:
ଭାରତ

B. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ନିମ୍ନୋକ୍ତ ମଧରୁ କେଉଁ ଦେଶରେ ଗୋଟିଏ ମାତ୍ର ରାଜନୈତିକ ଦଳ ଅଛି ?
(i) ଇଂଲଣ୍ଡ
(ii) ଆମେରିକା
(iii) ଭାରତ
(iv) ରୁଷିଆ
Answer:
(iv) ରୁଷିଆ

୨। ନିମ୍ନୋକ୍ତ ମଧ୍ୟରୁ କେଉଁ ଦେଶରେ ଦ୍ୱି-ଦଳୀୟ ବ୍ୟବସ୍ଥା ଅଛି ?
(i) ଚୀନ୍
(ii) ରୁଷିଆ
(iii) ଭାରତ
(iv) ଆମେରିକା
Answer:
(iv) ଆମେରିକା

୩। ନିମ୍ନୋକ୍ତ ମଧ୍ୟରୁ କେଉଁ ଦେଶରେ ବହୁ-ଦଳୀୟ ବ୍ୟବସ୍ଥା ଅଛି ?
(i) ଭାରତ
(ii) ଆମେରିକା
(iii) ରୁଷିଆ
(iv) ଚୀନ୍
Answer:
(i) ଭାରତ

୪। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗୋଟିଏ ଆଞ୍ଚଳିକ ଦଳ ?
(i) କଂଗ୍ରେସ
(ii) ଭାରତୀୟ ଜନତା ଦଳ
(iii) ବି.ଜେ.ଡ଼ି.
(iv) ସମାଜବାଦୀ ଦଳ
Answer:
(iii) ବି.ଜେ.ଡ଼ି.

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୫। ନିମ୍ନୋକ୍ତ ମଧ୍ଯରୁ କିଏ ଗୋଟିଏ ସଂଘୀୟ ଗୋଷ୍ଠୀ ?
(i) ବୌଦ୍ଧଭିକ୍ଷୁ ଗୋଷ୍ଠୀ
(ii) ଯାଦବ ମହାସଭା
(iii) ସ୍ଵର୍ଣ୍ଣକାର ଗୋଷ୍ଠୀ
(iv) ବଣିକ ସଂଘ
Answer:
(iv) ବଣିକ ସଂଘ

୬ | ନିମ୍ନୋକ୍ତ ମଧ୍ଯରୁ କିଏ ଗୋଟିଏ ଅଣ-ସଂଘୀୟ ଗୋଷ୍ଠୀ
(i) ବଣିକ ସଂଘ
(ii) ଶ୍ରମିକ ମହାସଂଘ
(iii) ବୌଦ୍ଧଭିକ୍ଷୁ ଗୋଷ୍ଠୀ
(iv) ଅମଲାତନ୍ତ୍ର
Answer:
(iii) ବୌଦ୍ଧଭିକ୍ଷୁ ଗୋଷ୍ଠୀ

୭ । ‘‘ଯେଉଁ ଅଣରାଜନୈତିକ ସଙ୍ଗଠନଗୁଡ଼ିକ ସରକାରୀ ନୀତିକୁ ପ୍ରଭାବିତ କରିଥାଆନ୍ତି, ସେଗୁଡ଼ିକୁ ଚାପଦାୟୀ ଗୋଷ୍ଠୀ କୁହାଯାଏ ।’’ ଏକଥା ନିମ୍ନୋକ୍ତ କିଏ କହିଥିଲେ ?
(i) ଏକଷ୍ଟିନ୍
(ii) ଟର୍ଣ୍ଣର
(iii) ହାରିସ୍
(iv) ରସେଲ
Answer:
(ii) ଟର୍ଣ୍ଣର

C. ଗୋଟିଏ ଶବ୍ଦରେ ପ୍ରକାଶ କର ।

୧। ଆମ ଓଡ଼ିଶାରେ ଥ‌ିବା ଆଞ୍ଚଳିକ ଦଳର ନାମ କୁହ ।
Answer:
ବି.ଜେ.ଡ଼ି.

୨। ଭାଜାପା କି ପ୍ରକାରର ରାଜନୈତିକ ଦଳ ଅଟେ ?
Answer:
ଜାତୀୟ ରାଜନୈତିକ ଦଳ

୩ । ଚୀନ୍ ଓ ରୁଷିଆରେ କେତେ ଦଳୀୟ ଶାସନ ବ୍ୟବସ୍ଥା ଅଛି ?
Answer:
ଏକ – ଦଳାୟ

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୪। ବହୁଦଳୀୟ ଶାସନ ବ୍ୟବସ୍ଥା କେଉଁ ଦେଶର କାର୍ଯ୍ୟକାରୀ ହେଉଛି ?
Answer:
ଭାରତ

୫। ଉଲଫା କ’ଣ ?
Answer:
ସମାଜ ବିରୋଧୀ ଚାପଗୋଷ୍ଠୀ

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

Odisha State Board BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ Important Questions and Answers.

BSE Odisha Class 8 History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ବ୍ରିଟିଶ୍ ପାର୍ଲାମେଣ୍ଟଦ୍ଵାରା ପ୍ରଣୀତ ଏକଚାଟିଆ ବାଣିଜ୍ୟ ନୀତି ଆମେରିକା ସ୍ଵାଧୀନତା ସଂଗ୍ରାମର କିପରି ଏକ ମୁଖ୍ୟ କାରଣ ହୋଇଥିଲା ?
Answer:
ବାଣିଜ୍ୟ ନୀତି :

  • ବ୍ରିଟିଶ୍ ପାର୍ଲାମେଣ୍ଟଦ୍ଵାରା ଉପନିବେଶଗୁଡ଼ିକ ପାଇଁ ପ୍ରଚଳିତ ବାଣିଜ୍ୟ ନୀତି ସ୍ଵାଧୀନତା ସଂଗ୍ରାମର ମୁଖ୍ୟ କାରଣ ଥିଲା ।
  • ଏହି ନୀତିରେ ବ୍ୟବସ୍ଥା ଥିଲା ଯେ ଇଂଲଣ୍ଡରେ ଉତ୍ପାଦିତ ହେଉନଥ‌ିବା ପଦାର୍ଥ ଆମେରିକାରୁ ଇଂଲଣ୍ଡକୁ ନିଆଯିବ । ଇଂଲଣ୍ଡ ଜାହାଜ ବ୍ୟତୀତ ଅନ୍ୟ ଦେଶର ଜାହାଜରେ ମାଲପତ୍ର ନେବାଆଣିବା ହୋଇପାରିବ ନାହିଁ ।

ରପ୍ତାନି ଦ୍ରବ୍ୟ :
ଉପନିବେଶବାସୀମାନେ ତମାଖୁ, କପା, ଚିନି ପ୍ରଭୃତି ଦ୍ରବ୍ୟ ଇଂଲଣ୍ଡ ବ୍ୟତୀତ ଅନ୍ୟ ଦେଶକୁ ରପ୍ତାନି କରପାରିବେ ନାହିଁ ।

ଉପନିବେଶରେ ଶିଳ୍ପ ସ୍ଥାପନ :
ଇଂଲଣ୍ଡର ଲୌହ ଓ କାର୍ପାସ୍ ଶିଳ୍ପ ବ୍ୟତୀତ ଅନ୍ୟ ଦେଶର ଶିଳ୍ପଗୁଡ଼ିକୁ ଉପନିବେଶରେ ସ୍ଥାପନ କରାଯାଇ ପାରିବ ନାହିଁ । ଉପନିବେଶର ଆର୍ଥିକ ଉନ୍ନତି ପ୍ରତି ଦୃଷ୍ଟି ନଦେଇ ନିଜର ଲାଭ ବଢ଼ାଇବାପାଇଁ ଆଇନ ହେବାରୁ ଉପନିବେଶର ଅର୍ଥନୀତି ଦୁର୍ବଳ ହୋଇପଡ଼ିଲା ।

୨। ଆମେରିକା ସ୍ଵାଧୀନତା ସଂଗ୍ରାମର ଫଳାଫଳ ବର୍ଣ୍ଣନା କର ।
Answer:
ଯୁକ୍ତରାଷ୍ଟ୍ର ଆମେରିକାର ଗଠନ :
ସ୍ଵାଧୀନତା ସଂଗ୍ରାମ ପରେ ୧୩ଗୋଟି ଉପନିବେଶର ପ୍ରତିନିଧିମାନେ ଯୁକ୍ତରାଷ୍ଟ୍ର ଆମେରିକାର ଗଠନ : ସ୍ଵାଧୀନତା ସଂଗ୍ରାମ ପରେ ୧୩ଗୋଟି ଉପନିବେଶର ପ୍ରତିନିଧୁମାନେ ଫିଲାଡ଼େଲଫିଆଠାରେ ସମ୍ମିଳିତ ହୋଇ ଯୁକ୍ତରାଷ୍ଟ୍ର ଆମେରିକା ଗଠନ କଲେ । ଏହା ପୃଥ‌ିବୀର ସର୍ବପ୍ରଥମ ସାଧାରଣତନ୍ତ୍ର ରାଷ୍ଟ୍ର ରୂପେ ପରିଚିତ ହେଲା ।

ଲିଖ ସମ୍ବିଧାନ ପ୍ରସ୍ତୁତି :
ଏକ ଲିଖ୍ ସମ୍ବିଧାନ ପ୍ରସ୍ତୁତ କରାଯାଇ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହେଲା । ପ୍ରତ୍ୟେକ ନାଗରିକର ସ୍ଵାଧୀନତା ଓ ନ୍ୟାୟ ପାଇବା ଅଧିକାରକୁ ସମ୍ବିଧାନରେ ସ୍ବୀକୃତି ଦିଆଗଲା ।

ରାଷ୍ଟ୍ରପତି ନିର୍ବାଚନ :
ଜର୍ଜ ଓ୍ବାଶିଂଟନ୍‌ ଆମେରିକାର ରାଷ୍ଟ୍ରପତିରୂପେ ନିର୍ବାଚିତ ହେଲେ ।

ଉପନିବେଶବାଦର ବିଲୋପ :
ଏହା ଉପନିବେଶବାଦର ବିଲୋପ କରିବାରେ ସହାୟ ହୋଇଥିଲା ଓ ଅନ୍ୟ ଦେଶକୁ ସ୍ଵାଧୀନତା ପାଇଁ ଉତ୍ସାହିତ କରିଥିଲା ।

ବିଦ୍ରୋହର ପ୍ରେରଣା :
ଏହା ଫରାସୀ ସାମନ୍ତ ଗୋଷ୍ଠୀ ଓ ସ୍ଵେଚ୍ଛାଚାରୀ ଶାସକ ବିରୁଦ୍ଧରେ ବିଦ୍ରୋହ କରିବାପାଇଁ ପ୍ରେରଣା ଯୋଗାଇଥିଲା ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୩। ଫରାସୀ ରାଷ୍ଟ୍ରବିପ୍ଲବରେ ଦାର୍ଶନିକମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କର ।
Answer:
ଦାର୍ଶନିକଗଣ :
ଫରାସୀ ରାଷ୍ଟ୍ରବିପ୍ଳବ ପୂର୍ବରୁ ପ୍ରସିଦ୍ଧ ଦାର୍ଶନିକ ଭଲ୍‌ଟାୟାର, ମଣ୍ଟେପ୍ସୁ ଓ ରୁଷୋ ପ୍ରଚଳିତ ସାମାଜିକ ବ୍ୟବସ୍ଥା ବିରୁଦ୍ଧରେ ଲୋକମାନଙ୍କ ମନରେ ବିଦ୍ରୋହ ଜନ୍ମାଇଥିଲେ ।

ମଣ୍ଡେଙ୍କ କାର୍ଯ୍ୟ :
ମଣ୍ଡେସ୍କୁ ଫ୍ରାନ୍ସର ସ୍ୱେଚ୍ଛାଚାରୀ ରାଜତନ୍ତ୍ର ଶାସନ ଓ ସାମାଜିକ ବୈଷମ୍ୟକୁ ସମାଲୋଚନା କରି ‘ସ୍ପିରିଟ୍ ଅଫ୍ ଦି ଲଜ୍’ ବା ‘ଆଇନର ତାତ୍ପର୍ଯ୍ୟ’ ପୁସ୍ତକ ଲେଖିଥିଲେ ।

ଭଲ୍‌ୟାରଙ୍କ କାର୍ଯ୍ୟ :
ଭଲ୍‌ଟାୟାର ଫ୍ରାନ୍ସର ଧର୍ମଯାଜକମାନଙ୍କଦ୍ୱାରା ଗୀର୍ଜାଗୁଡ଼ିକରେ ହେଉଥ‌ିବା ଦୁର୍ନୀତି ଓ ଅନୈତିକ କାର୍ଯ୍ୟ ପ୍ରତି ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ବହୁ ପ୍ରଚାରପତ୍ର ମାଧ୍ୟମରେ ସରକାର ଓ ସୁବିଧାଭୋଗୀ ଶ୍ରେଣୀର ଲୋକଙ୍କୁ ସମାଲୋଚନା କରିଥିଲେ ।

ରୁଷୋଙ୍କ କାର୍ଯ୍ୟ :
ରୁଷୋଙ୍କ ଲିଖ୍ ‘ସୋସିଆଲ କଣ୍ଟ୍ରାକ୍ଟ’ ପୁସ୍ତକ ଦେଶବାସୀଙ୍କୁ ବିପ୍ଳବର ଇନ୍ଧନ ଯୋଗାଇଥିଲା । ସେ ତାଙ୍କ ଲେଖା ମାଧ୍ୟମରେ ମୁକ୍ତି, ସାମ୍ୟ, ଭ୍ରାତୃତ୍ଵ ଓ ସାର୍ବଭୌମତ୍ୱ ଉପରେ ଗୁରୁତ୍ବାରୋପ କରିଥିଲେ । ସେ କହୁଥିଲେ, ‘ମନୁଷ୍ୟ ମୁକ୍ତ ହୋଇ ଜନ୍ମଗ୍ରହଣ କରିଛି, ମାତ୍ର ସବୁକ୍ଷେତ୍ରରେ ସେ ଶୃଙ୍ଖଳାଦ୍ୱାରା ଆବଦ୍ଧ’ ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଟେନିସ୍‌ ପଡ଼ିଆ ଶପଥ କ’ଣ ?
Answer:
ଫ୍ରାନ୍ସ ପ୍ରତିନିଧୂ ସଭା :
ଫ୍ରାନ୍ସର ସାମାଜିକ, ଆର୍ଥିକ ପରିସ୍ଥିତି ଅଣାୟତ୍ତ ହେବାରୁ ଷୋଡ଼ଶ ଲୁଇ ୧୭୮୯ ଖ୍ରୀଷ୍ଟାବ୍ଦ ମେ ମାସ ୫ ତାରିଖରେ ଫ୍ରାନ୍ସର ପ୍ରତିନିଧୁ ସଭାର ଏକ ବୈଠକ ଡକାଇଥିଲେ ।

କାର୍ଯ୍ୟକ୍ରମ :
ସେ ଏହି ସଭାରେ ସାମନ୍ତ, ପୁରୋହିତ ଓ ସାଧାରଣ ଲୋକଙ୍କୁ ଏକତ୍ର ନ ବସାଇ ସେମାନଙ୍କୁ ଭିନ୍ନ ଭିନ୍ନ ପ୍ରକୋଷ୍ଠରେ ବସାଇବାରୁ ସାଧାରଣ ଲୋକେ ଅପମାନିତ ହୋଇ ନିକଟବର୍ତୀ ଟେନିସ୍‌ ପଡ଼ିଆରେ ମିଳିତ ହୋଇ ଫ୍ରାନ୍ସ ଦେଶ ପାଇଁ ସମ୍ବିଧାନ ପ୍ରଚଳିତ ନହେବା ପର୍ଯ୍ୟନ୍ତ ସେମାନେ ଏକତ୍ରିତ ରହିବେ ବୋଲି ଶପଥ ନେଲେ, ଯାହାକୁ ‘ଟେନିସ୍‌ ପଡ଼ିଆ ଶପଥ’ କୁହାଯାଏ ।

୨। ‘ବୋଷ୍ଟନ ଟି ପାର୍ଟି’ କହିଲେ କ’ଣ ବୁଝ ?
Answer:

  • ଉପନିବେଶବାସୀଙ୍କ ଉପରୁ ଚା’କର ପ୍ରତ୍ୟାହୃତ ନ ହେବାରୁ ୧୭୭୩ ଖ୍ରୀ.ଅ.ରେ ଇଂଲଣ୍ଡରୁ ବୋଷ୍ଟନ ବନ୍ଦରକୁ ଆସୁଥ‌ିବା ଏକ ଜାହାଜ ମଧ୍ୟରେ ଉପନିବେଶବାସୀମାନେ ଛଦ୍ମବେଶ ଧରି ପ୍ରବେଶ କରିଥିଲେ ଓ ଶହ ଶହ ଚା’ ପେଟିକୁ ସମୁଦ୍ର ମଧ୍ୟକୁ ନିକ୍ଷେପ କରିଥିଲେ ।
  • ଏହି ଘଟଣାକୁ ଆମେରିକୀୟମାନେ ‘ବୋଷ୍ଟନ୍ ଟି ପାର୍ଟି’ ବୋଲି କହନ୍ତି ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୩ । ଯୋଶେଫ୍ ମାଜିନୀ ‘ତରୁଣ ଇଟାଲୀ’ ସଙ୍ଗଠନ ମାଧ୍ୟମରେ କ’ଣ କରିଥିଲେ ?
Answer:

  • ଯୋଶେଫ୍ ମାଜିନୀ ୧୮୩୧ ମସିହାରେ ‘ତରୁଣ ଇଟାଲୀ’ ନାମକ ଏକ ସଙ୍ଗଠନ ଗଢ଼ିଥିଲେ ।
  • ସେହି ସଙ୍ଗଠନ ମାଧ୍ୟମରେ ଯୁବକମାନଙ୍କୁ ଇଟାଲୀୟମାନଙ୍କ ମନରେ ମୁକ୍ତ ଓ ଏକତା ଭାବ ସୃଷ୍ଟି କରିବାପାଇଁ ନିର୍ଦ୍ଦେଶ ଦେଲେ ।

୪। ଇଂଲଣ୍ଡ କିପରି ଉପନିବେଶଗୁଡ଼ିକର ସାର୍ବଭୌମ ଶାସକ ଥିଲା ?
Answer:

  • ଉପନିବେଶଗୁଡ଼ିକ ଇଂଲଣ୍ଡ ପାର୍ଲାମେଣ୍ଟର ଆଇନ ଅନୁସାରେ ପରିଚାଳିତ ହେଉଥିଲା ।
  • ତେଣୁ ଇଂଲଣ୍ଡ ଏହି ଉପନିବେଶଗୁଡ଼ିକର ସାର୍ବଭୌମ ଶାସକ ଥିଲା ।

୫। ଆମେରିକାର ଉପନିବେଶଗୁଡ଼ିକରେ ଶାସନ କାର୍ଯ୍ୟ କିପରି ଚାଲିଥିଲା ?
Answer:

  • ପ୍ରତ୍ୟେକ ଉପନିବେଶରେ ଜଣେ ଜଣେ ଶାସନକର୍ତ୍ତା ବା ଗଭର୍ଣ୍ଣର ଥିଲେ ଓ ଏହା ଏକ ପ୍ରତିନିଧୂମୂଳକ ଶାସନ ସଂସ୍ଥାଦ୍ଵାରା ଶାସିତ ହେଉଥିଲା ।
  • ସେମାନଙ୍କୁ ରାଜାଙ୍କ ପ୍ରତିନିଧୁଭାବେ ବିବେଚନା କରାଯାଉଥିଲା ।

୬। କେଉଁମାନଙ୍କୁ ପିଲଗ୍ରୀମ୍ ଫାଦର କୁହାଯାଏ ?
Answer:

  • ୧୬୨୦ ଖ୍ରୀ.ଅ.ରେ ଇଂଲଣ୍ଡର ରାଜା ପ୍ରଥମ ଜେମ୍ସ ପ୍ରୋଟେଷ୍ଟାଣ୍ଟ ମତବାଦୀମାନଙ୍କୁ ଉପେକ୍ଷା କରୁଥିଲେ । ଏହାକୁ ପ୍ରତିବାଦ କରି ଦଳେ ପ୍ରୋଟେଷ୍ଟାଣ୍ଟ ମତବାଦୀ ‘ମେ ଫ୍ଲାୱାର ନାମକ ଏକ ଜାହାଜରେ ଆସି ଆମେରିକାର ମାସାଚୁସେଟସ୍ଠାରେ ଅବତରଣ କରି ବସତି ସ୍ଥାପନ କରିଥିଲେ ।
  • ସେମାନଙ୍କୁ ପିଲଗ୍ରାମ୍ ଫାଦର କୁହାଯାଏ ।

୭। ଇଂରେଜମାନେ କିପରି ଆମେରିକାରେ ସ୍ଥାୟୀ ବସତି ସ୍ଥାପନ କରିଥିଲେ ?
Answer:

  • ଆମେରିକାର ଉର୍ବର ମୃତ୍ତିକା, ପ୍ରଚୁର ଖଣିଜ ପଦାର୍ଥ ଓ ଶୁଷ୍କ ଜଳବାୟୁ ପିଲିଗ୍ରୀମ୍ ଫାଦରମାନଙ୍କୁ ପ୍ରଲୋଭିତ କରିଥିଲା । ସେଠାରେ ଉତ୍କୃଷ୍ଟ ଧରଣର ଧୂଆଁପତ୍ର, ତୁଳା, ଝୋଟ ଚାଷ କରି ସେମାନଙ୍କ ଆର୍ଥିକ ଅବସ୍ଥାର
  • ପରେ ବହୁସଂଖ୍ୟକ ଇଂରେଜମାନେ ସେଠାରେ ପହଞ୍ଚ୍ ତୁଳା, ପଶମ, ଚିନି, ଝୋଟ ଓ ତମାଖୁ ଆଦି ଲାଭଜନକ ବ୍ୟବସାୟ କଲେ । କ୍ରମେ ଇଂରେଜମାନେ ଆମେରିକାରେ ସ୍ଥାୟୀ ବସତି ସ୍ଥାପନ କରିଥିଲେ ।

୮। ଇଂରେଜମାନେ କେଉଁଠି କେତୋଟି ଉପନିବେଶ ସ୍ଥାପନ କରିଥିଲେ ଏବଂ ଉପନିବେଶମାନଙ୍କର କେଉଁ ଦେଶମାନଙ୍କର ଅଧ୍ୟାସୀ ଅଧ୍ଵ ଥିଲେ ?
Answer:

  • ଇଂରେଜମାନେ ଉତ୍ତର ଆମେରିକାର ଆଟଲାଣ୍ଟିକ୍ ମହାସାଗର ଉପକୂଳରେ ତେରଗୋଟି ଉପନିବେଶ ସ୍ଥାପନ କରିଥିଲେ ।
  • ଏହି ଉପନି ବେଶଗୁଡ଼ିକରେ ଇଉରୋପର ଅନ୍ୟ ଦେଶମାନଙ୍କର ଅଧିବାସୀମାନଙ୍କ ଅପେକ୍ଷା ଇଂରେଜମାନଙ୍କର ସଂଖ୍ୟା ଅଧିକ ଥିଲା ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୯। ଇଂଲଣ୍ଡ ସରକାର ଉପନିବେଶଗୁଡ଼ିକର ସମସ୍ୟା ବୁଝିବାକୁ କାହିଁକି ଅସମର୍ଥ ଥିଲେ ?
Answer:

  • ଇଂଲଣ୍ଡ ଓ ଆମେରିକା ମଧ୍ୟରେ ଆଟଲାଣ୍ଟିକ୍ ମହାସାଗର ଥ‌ିବା ଯୋଗୁଁ ଉଭୟ ଦେଶ ମଧ୍ୟରେ ଗମନାଗମନ ଓ ଯୋଗାଯୋଗ କଷ୍ଟକର ହେଉଥିଲା ।
  • ତେଣୁ ଇଂଲଣ୍ଡ ସରକାର ଉପନିବେଶଗୁଡ଼ିକର ସମସ୍ୟା ବୁଝିବାକୁ ଅସମର୍ଥ ହେଉଥିଲେ ।

୧୦। ‘ରାଇନ୍ ରାଜ୍ୟଗୋଷ୍ଠୀ’ କିଏ କିପରି ଗଠନ କରିଥିଲେ ?
Answer:

  • ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ ଜର୍ମାନୀରେ ଖ୍ରୀଷ୍ଟଧର୍ମ ବିଭେଦକୁ ନେଇ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା । ଫଳରେ ଜର୍ମାନୀ ରାଷ୍ଟ୍ର କେତେଗୁଡ଼ିଏ ଛୋଟ ଛୋଟ ରାଜ୍ୟରେ ପରିଣତ ହୋଇଥିଲା ।
  • ନେପୋଲିୟନ୍ ଏହି ରାଜ୍ୟଗୁଡ଼ିକ ଅଧ୍ୟାର କରି ‘ରାଇନ୍ ରାଜ୍ୟଗୋଷ୍ଠୀ’ ଗଠନ କରିଥିଲେ ।

୧୧ । କେବେ ଓ କେଉଁଠାରେ ‘ଉପନିବେଶୀୟ ଅଧିକାର’ ଦଲିଲ ପ୍ରସ୍ତୁତ ହେଲା ? କେଉଁମାନେ ଏହି ଦଲିଲ ପ୍ରସ୍ତୁତିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ?
Answer:
ସ୍ଥାନ ଓ ସମୟ :
୧୭୭୪ ଖ୍ରୀ.ଅ.ରେ ମାସାଚୁସେଟସ୍‌ ଅଧ୍ୟାୟକତ୍ଵରେ ଜର୍ଜିଆ ବ୍ୟତୀତ ୧୨ଗୋଟି ଉପନିବେଶର ପ୍ରତିନିଧ୍ ଫିଲାଡ଼େଲଫିଆଠାରେ ସମ୍ମିଳିତ ହୋଇ ‘ଉପନିବେଶୀୟ ଅଧିକାର’ ଦଲିଲ ପ୍ରସ୍ତୁତ କଲେ ।

ଦଲିଲ୍ ପ୍ରସ୍ତୁତକାରୀ :
ଟମାସ୍ ଜେଫରସନ, ବେଞ୍ଜାମିନ୍ ଫ୍ରାଙ୍କଲିନ୍, ଜର୍ଜ ୱାଶିଂଟନ୍ ଆଦି ଏହି ଦଲିଲ ପ୍ରସ୍ତୁତିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

୧୨ । ଆମେରିକାର ଉପନିବେଶବାସୀ ଷ୍ଟାମ୍ପ ଆଇନକୁ କାହିଁକି ବିରୋଧ କରିଥିଲେ ?
Answer:

  • ବ୍ରିଟିଶ ପାର୍ଲାମେଣ୍ଟରେ ଷ୍ଟାମ୍ପ ଆଇନ ପ୍ରଣୟନ ସମୟରେ ଉପନିବେଶର କୌଣସି ବ୍ୟକ୍ତି ସଭ୍ୟ ରହିନଥିଲେ ।
  • ତେଣୁ ପ୍ରତିନିଧ୍ୟ ବିନା କର ଧାର୍ଯ୍ୟ ଅନ୍ୟାୟ ବୋଲି ଯୁକ୍ତି ବାଢ଼ି ସେମାନେ ଏହି ଆଇନକୁ ବିରୋଧ କଲେ ।

୧୩ । ନେପୋଲିୟନ୍ କିପରି ଇଟାଲୀରେ ଜାତୀୟ ଐକ୍ୟ ପ୍ରତିଷ୍ଠା କରିଥିଲେ ?
Answer:

  • ନେପୋଲିୟନ୍ ବୋନାପାର୍ଟ ସମଗ୍ର ଇଟାଲୀକୁ ଅସ୍କୋର କରି ଏହାକୁ ସ୍ପେନ୍ ଓ ଅଷ୍ଟ୍ରିଆ ପ୍ରାଧାନ୍ୟରୁ ମୁକ୍ତ କରିଥିଲେ ।
  • ସେ ଇଟାଲୀକୁ ଫ୍ରାନ୍ସ ଶାସନାଧୀନ କରି ଦୃଢ଼ ଶାସନ ଦେବା ସଙ୍ଗେ ସଙ୍ଗେ ଇଟାଲୀରେ ଜାତୀୟ ଐକ୍ୟ ପ୍ରତିଷ୍ଠା କରିଥିଲେ ।

୧୪ । ମଣ୍ଟେ କିଏ ? ସେ କେଉଁ ପୁସ୍ତକ ଲେଖିଥିଲେ ?
Answer:

  • ମଣ୍ଡେସ୍କୁ ଜଣେ ଫରାସୀ ଦାର୍ଶନିକ ।
  • ସେ ଫ୍ରାନ୍ସର ସ୍ୱେଚ୍ଛାଚାରୀ ରାଜତନ୍ତ୍ର ଶାସନ ଓ ସାମାଜିକ ବୈଷମ୍ୟକୁ ସମାଲୋଚନା କରି ‘ସ୍ପିରିଟ୍ ଅଫ୍ ଦି ଲଜ୍’ ନାମକ ପୁସ୍ତକ ଲେଖୁଥିଲେ ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୧୫ । ଭଲ୍‌ଟାୟାର କିଏ ? ସେ କ’ଣ କରିଥିଲେ ?
Answer:

  • ଭଲ୍‌ଟାୟାର୍ ଫ୍ରାନ୍ସର ଜଣେ ଦାର୍ଶନିକ ।
  • ସେ ଫ୍ରାନ୍ସର ଧର୍ମଯାଜକମାନଙ୍କଦ୍ୱାରା ଗୀର୍ଜାଗୁଡ଼ିକରେ ହେଉଥ‌ିବା ଦୁର୍ନୀତି ଓ ଅନୈତିକ କାର୍ଯ୍ୟ ପ୍ରତି ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର (ଗୋଟିଏ ବାକ୍ୟରେ)

୧। ‘ସପ୍ତବର୍ଷବ୍ୟାପୀ ଯୁଦ୍ଧ’ କାହା କାହା ମଧ୍ୟରେ ହୋଇଥିଲା ?
Answer:
‘ସପ୍ତବର୍ଷବ୍ୟାପୀ ଯୁଦ୍ଧ’ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ହୋଇଥିଲା ।

୨। କେଉଁ ମସିହାରେ ଫରାସୀ ରାଷ୍ଟ୍ରବିପ୍ଳବ ସଂଘଟିତ ହୋଇଥିଲା ?
Answer:
୧୭୮୯ ମସିହାରେ ଫରାସୀ ରାଷ୍ଟ୍ରବିପ୍ଳବ ସଂଘଟିତ ହୋଇଥିଲା ।

୩। ‘ମୁଁ ହେଉଛି ରାଷ୍ଟ୍ର’ ବୋଲି କିଏ କହୁଥିଲେ ?
Answer:
‘ମୁଁ ହେଉଛି ରାଷ୍ଟ୍ର’– ଏକଥା ଫ୍ରାନ୍ସ ସମ୍ରାଟ ଚତୁର୍ଦ୍ଦଶ ଲୁଇ କହୁଥିଲେ ।

୪।ବାସ୍ତଲ ଦୁର୍ଗର ପତନ କେବେ ହୋଇଥିଲା ?
Answer:
ବାସ୍ତଲ ଦୁର୍ଗର ପତନ ୧୭୮୯ ମସିହା ଜୁଲାଇ ୧୪ ତାରିଖରେ ହୋଇଥିଲା ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୫। ପ୍ରଥମ ଉଇଲିୟମ୍ କେବେ ପ୍ରୁସିଆର ରାଜା ହୋଇଥିଲେ ?
Answer:
ପ୍ରଥମ ଉଇଲିୟମ୍ ୧୮୬୧ ମସିହାରେ ପ୍ରୁସିଆର ରାଜା ହୋଇଥିଲେ ।

୬। କେଉଁ ଯୁଦ୍ଧରେ ଅଷ୍ଟ୍ରିଆ ପ୍ରୁସିଆଠାରୁ ପରାସ୍ତ ହେଲା ?
Answer:
ସାଡ଼ୋ ଯୁଦ୍ଧରେ ଅଷ୍ଟ୍ରିଆ ପ୍ରୁସିଆଠାରୁ ପରାସ୍ତ ହେଲା ।

୭। କେଉଁ ଯୁଦ୍ଧରେ ଫ୍ରାନ୍ସ ପ୍ରୁସିଆଠାରୁ ପରାସ୍ତ ହେଲା ?
Answer:
ସେଡ଼ାନ୍ ଯୁଦ୍ଧରେ ଫ୍ରାନ୍ସ ପ୍ରୁସିଆଠାରୁ ପରାସ୍ତ ହେଲା ।

୮। ‘ତରୁଣ ଇଟାଲୀ’ ନାମକ ଏକ ସଂଗଠନ କିଏ ଗଢ଼ିଥିଲେ ?
Answer:
ଯୋଶେଫ୍ ମାଜିନୀ ‘ତରୁଣ ଇଟାଲୀ’ ନାମକ ଏକ ସଂଗଠନ ଗଢ଼ିଥିଲେ ।

୯। ଦ୍ଵିତୀୟ ଭିକ୍ଟର ଇମାନୁଏଲ କେଉଁ ରାଜ୍ୟର ରାଜା ଥିଲେ ?
Answer:
ଦ୍ଵିତୀୟ ଭିକ୍ଟର ଇମାନୁଏଲ୍‌ ସାର୍ଜିନିଆ ରାଜ୍ୟର ରାଜା ଥିଲେ ।

୧୦। କେବେ ଷୋଡ଼ଶ ଲୁଇ ପ୍ରତିନିଧ୍ଵ ସଭାର ଏକ ବୈଠକ ଡକାଇଥିଲେ ?
Answer:
୧୭୮୯ ମସିହା ମେ ମାସ ୫ ତାରିଖରେ ଷୋଡ଼ଶ ଲୁଇ ପ୍ରତିନିଧୂ ସଭାର ଏକ ବୈଠକ ଡକାଇଥିଲେ ।

୧୧। ପ୍ରୁସିଆର କେଉଁ ରାଜା ବିସ୍‌ମାର୍କଙ୍କୁ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ ?
Answer:
ପ୍ରୁସିଆର ରାଜା ପ୍ରଥମ ଉଇଲିୟମ୍ ବିଜ୍‌ମାର୍କଙ୍କୁ ତାଙ୍କର ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ ।

୧୨। ‘ସୋସିଆଲ କଣ୍ଟ୍ରାକ୍ଟ’ ପୁସ୍ତକ କିଏ କେବେ ଲେଖୁଥିଲେ ?
Answer:
‘ସୋସିଆଲ୍ କଣ୍ଟ୍ରାକ୍ଟ’ ନାମକ ପୁସ୍ତକ ୧୭୬୧ ଖ୍ରୀଷ୍ଟାବ୍ଦରେ ରୁଷୋ ଲେଖୁଥିଲେ ।

୧୩। ‘‘ମନୁଷ୍ୟ ମୁକ୍ତ ହୋଇ ଜନ୍ମଗ୍ରହଣ କରିଛି, ମାତ୍ର ସେ ସବୁକ୍ଷେତ୍ରରେ ଶୃଙ୍ଖଳଦ୍ଵାରା ଆବଦ୍ଧ ।’’– ଏକଥା କିଏ କହିଥିଲେ ?
Answer:
‘ ମନୁଷ୍ୟ ମୁକ୍ତ ହୋଇ ଜନ୍ମଗ୍ରହଣ କରିଛି, ମାତ୍ର ସେ ସବୁକ୍ଷେତ୍ରରେ ଶୃଙ୍ଖଳଦ୍ଵାରା ଆବଦ୍ଧ ’– ଏକଥା ରୁଷୋ କହିଥିଲେ ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୧୪। ଫରାସୀ ରାଷ୍ଟ୍ରବିପ୍ଳବ ପରେ ଫ୍ରାନ୍ସରେ କେଉଁ ଶାସନ ପ୍ରତିଷ୍ଠା କରାଯାଇଥିଲା ?
Answer:
ଫରାସୀ ରାଷ୍ଟ୍ରବିପ୍ଲବ ପରେ ଫ୍ରାନ୍ସରେ ରାଜତନ୍ତ୍ର ଶାସନ ଧ୍ୱଂସ ହୋଇ ପ୍ରଜାତନ୍ତ୍ର ଶାସନ ପ୍ରତିଷ୍ଠା ହୋଇଥିଲା ।

୧୫। କେଉଁ ବିପ୍ଳବ ସାମନ୍ତବାଦ ଲୋପ କରିବାରେ ସହାୟ ହୋଇଥିଲା ?
Answer:
ଫରାସୀ ରାଷ୍ଟ୍ରବିପ୍ଳବ ସାମନ୍ତବାଦ ଲୋପ କରିବାରେ ସହାୟ ହୋଇଥିଲା ।

A. ଶୂନ୍ୟସ୍ଥାନ ପୂରଣ କର ।

୧। _____________ ଆମେରିକା ଆବିଷ୍କାର କରିଥିଲେ ।
Answer:
କଲମ୍ବସ୍

୨। ଇଂରେଜମାନେ ଆମେରିକାରେ ______________ ଗୋଟି ଉପନିବେଶ ସ୍ଥାପନ କରିଥିଲେ ।
Answer:
୧୩

୩। ଆମେରିକା ଇଂଲଣ୍ଡ ମଧ୍ୟରେ _______________ ମହାସାଗର ଅଛି ।
Answer:
ଆଟ୍‌ଲାଣ୍ଟିକ୍

୪। ୧୮୬୬ ମସିହାରେ _______________ ଯୁଦ୍ଧରେ ଅଷ୍ଟ୍ରିଆ ପରାସ୍ତ ହୋଇଥିଲା ।
Answer:
ସାଡ଼ୋଓ୍ବା

୫। ________________ ‘ଆଇନର ତାତ୍ପର୍ଯ୍ୟ’ ନାମକ ପୁସ୍ତକ ଲେଖୁଥିଲେ ।
Answer:
ମଣ୍ଡେସ୍କୁ

୬। ପ୍ରୁସିଆର ପ୍ରଧାନମନ୍ତ୍ରୀ ________________ ଙ୍କ ନେତୃତ୍ୱରେ ଜର୍ମାନୀ ଏକତ୍ରୀକରଣ ହୋଇଥିଲା ।
Answer:
ବିସ୍‌ମାର୍କ

୭। ‘ମୁଁ ହେଉଛି ରାଷ୍ଟ୍ର’- ଏହା ______________ କହିଥିଲେ ।
Answer:
ଚତୁର୍ଦ୍ଦଶ ଲୁଇ

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୮। ଫ୍ରାନ୍ସ ସମାଜରେ ସାଧାରଣ କୃଷକ ତା’ର ଉତ୍ପାଦିତ ଶସ୍ୟର _________________ ଭାଗ କର ଆକାରରେ ଦେଉଥିଲେ ।
Answer:
ଚାରିଭାଗରୁ ତିନିଭାଗ

୯। ରୁଷୋ _____________ ଖ୍ରୀ.ଅ.ରେ ‘ସୋସିଆଲ୍ କଣ୍ଟ୍ରାକ୍ଟ’ ପୁସ୍ତକ ରଚନା କରିଥିଲେ ।
Answer:
୧୭୬୧

୧୦| ______________ ଫ୍ରାନ୍ସର ପ୍ରତିନିଧୂ ସଭାର ଏକ ବୈଠକ ଡକାଇଥିଲେ ।
Answer:
ଷୋଡ଼ଶ ଲୁଇ

୧୧। ୧୭୯୩ ଖ୍ରୀଷ୍ଟାବ୍ଦରେ ______________ ନାମକ ଯନ୍ତ୍ର ସାହାଯ୍ୟରେ ଷୋଡ଼ଶ ଲୁଇଙ୍କ ମୁଣ୍ଡକାଟ ହୋଇଥିଲା ।
Answer:
ଗିଲୋଟିନ୍

୧୨। _____________ ଖ୍ରୀଷ୍ଟାବ୍ଦରେ ପ୍ରୁସିଆର ରାଜା ପ୍ରଥମ ଉଇଲିୟମ୍ ସିଂହାସନରେ ଅଧିଷ୍ଠିତ ହୋଇଥିଲେ ।
Answer:
୧୮୬୧

୧୩। ପ୍ରଥମ ଉଇଲିୟମ୍‌ଙ୍କ ସାମରିକ ସଂସ୍କାର ପ୍ରସ୍ତାବକୁ ____________ ଦୃଢ଼ ସମର୍ଥନ କରିଥିଲେ ।
Answer:
ବିସମାର୍କ

୧୪। _____________ ମସିହାରେ ପ୍ରୁସିଆ, ଅଷ୍ଟ୍ରିଆ ବିରୁଦ୍ଧରେ ଯୁଦ୍ଧଘୋଷଣା କରିଥିଲା ।
Answer:
୧୮୬୬

୧୫। ଜର୍ମାନ୍ ଏକତ୍ରୀକରଣ ପରେ ____________ ଜର୍ମାନୀ ସାମ୍ରାଜ୍ୟର ଚାନ୍ସେଲର ହେଲେ ।
Answer:
ବିସ୍‌ମାର୍କ

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୧୬। ____________ ଜର୍ମାନ୍‌ର ରାଜଧାନୀ ହେଲା ।
Answer:
ବର୍ଲିନ୍

୧୭। ତରୁଣ ଇଟାଲୀ ଦଳର ପତାକାରେ _______________ ଲେଖାଥିଲା ।
Answer:
‘ଏକତା ଓ ମୁକ୍ତି’

୧୮। ସାର୍ଜିନିଆର ରାଜା _____________ ଅଷ୍ଟ୍ରିଆ ବିରୋଧରେ ବାରମ୍ବାର ଯୁଦ୍ଧ କରି ପରାସ୍ତ ହୋଇଥିଲେ ।
Answer:
ଚାର୍ଲସ୍ ଆଲବର୍ଟ

୧୯। କାଉଣ୍ଟ କାଲୁର ______________ ଙ୍କର ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ପାଇଥିଲେ ।
Answer:
ଦ୍ଵିତୀୟ ଭିକ୍ଟର ଇମାନୁଏଲ୍

B. ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଠିକ୍ ବାକ୍ୟଗୁଡ଼ିକ ପାଖରେ (✓) ଚିହ୍ନ ଓ ଭୁଲ୍ ବାକ୍ୟଗୁଡ଼ିକ ପାଖରେ (X) ଚିହ୍ନ ଦିଅ ।

୧। ୧୭୭୬ ମସିହା ଜୁଲାଇ ୪ ତାରିଖରେ ଆମେରିକାର ‘ସ୍ଵାଧୀନତାର ଘୋଷଣା ପତ୍ର’ ପ୍ରକାଶ ପାଇଲା ।
Answer:

୨। ଜର୍ମାନୀର ରାଜା ଚତୁର୍ଦ୍ଦଶ ଲୁଇ କହୁଥିଲେ, ‘ମୁଁ ହେଉଛି ରାଷ୍ଟ୍ର’ ।
Answer:
X

୩। ସପ୍ତବର୍ଷବ୍ୟାପୀ ଯୁଦ୍ଧ ଆମେରିକା ଓ ଫ୍ରାନ୍ସ ମଧ୍ୟରେ ସଂଘଟିତ ହୋଇଥିଲା ।
Answer:
X

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୪। ୧୭୮୯ ମସିହାରେ ଫରାସୀ ରାଷ୍ଟ୍ରବିପ୍ଳବ ସଂଘଟିତ ହୋଇଥିଲା ।
Answer:

୫। ବାସ୍ତଲ ଦୁର୍ଗର ପତନ ୧୭୮୯ ମସିହା ଜୁଲାଇ ୧୪ ତାରିଖରେ ହୋଇଥିଲା ।
Answer:

୬। ପ୍ରଥମ ଉଇଲିୟମ୍ ୧୮୬୧ ମସିହାରେ ପ୍ରୁସିଆର ରାଜା ହୋଇଥିଲେ ।
Answer:

୭| ସର୍ବପ୍ରଥମେ ଡେନମାର୍କ ଅଧିକୃତ ପ୍ଲେଜ୍ଉଇଗ୍ ଅଞ୍ଚଳ ପୁସିଆ ସହିତ ଏକତ୍ରିତ ହୋଇଥିଲା !
Answer:

୮| ସାଡ଼ୋପ୍ସା ଯୁଦ୍ଧରେ ପ୍ରୁସିଆ ପରାସ୍ତ ହୋଇଥିଲା ।
Answer:
X

C. ରେଖାଙ୍କିତ ଶବ୍ଦଗୁଡ଼ିକୁ ପରିବର୍ତ୍ତନ ନକରି ଭ୍ରମ ସଂଶୋଧନ କର ।

୧। ଷ୍ଟାମ୍ପ୍, ଆଇନ ବ୍ରିଟିଶ୍ ପାର୍ଲାମେଣ୍ଟରେ ୧୭୬୮ ମସିହାରେ ପ୍ରଣୟନ କରାଯାଇଥିଲା ।
Answer:
ଷ୍ଟାମ୍ପ ଆଇନ ବ୍ରିଟିଶ୍ ପାର୍ଲାମେଣ୍ଟରେ ୧୭୬୫ ମସିହାରେ ପ୍ରଣୟନ କରାଯାଇଥିଲା ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୨। ଫରାସୀ ରାଷ୍ଟ୍ରବିପ୍ଳବ ୧୭୯୦ ଖ୍ରୀ.ଅ.ରେ ହୋଇଥିଲା ।
Answer:
ଫରାସୀ ରାଷ୍ଟ୍ରବିପ୍ଳବ ୧୭୮୯ ଖ୍ରୀ.ଅ.ରେ ହୋଇଥିଲା ।

୩। ‘ସ୍ପିରିଟ୍ ଅଫ୍ ଦି ଲଜ୍’ ପୁସ୍ତକର ରଚୟିତା ରୁଷୋ ଥିଲେ ।
Answer:
‘ସ୍ପିରିଟ୍ ଅଫ୍ ଦି ଲଜ୍’ ପୁସ୍ତକର ରଚୟିତା ମଣ୍ଡେସ୍କୁ ଥିଲେ ।

୪। ଫ୍ରାନ୍ସ ସମ୍ବିଧାନ ୧୭୯୫ ମସିହାରେ ନେପୋଲିୟନ୍ ବୋନାପାର୍ଟଙ୍କଦ୍ୱାରା ସଂଶୋଧ ହୋଇଥିଲା ।
Answer:
ଫ୍ରାନ୍ସ ସମ୍ବିଧାନ ୧୭୯୯ ମସିହାରେ ନେପୋଲିୟନ୍ ବୋନାପାର୍ଟଙ୍କଦ୍ୱାରା ସଂଶୋଧ ହୋଇଥିଲା ।

୫। ‘ଯୁଦ୍ଧ ବିନା ଜର୍ମାନୀ ଏକତ୍ରୀକରଣ ସମ୍ଭବ ନୁହେଁ – ଏହା ପ୍ରଥମ ଉଇଲିୟମ୍ କହିଥିଲେ ।
Answer:
‘ଯୁଦ୍ଧ ବିନା ଜର୍ମାନୀ ଏକତ୍ରୀକରଣ ସମ୍ଭବ ନୁହେଁ’ – ଏହା ବିସ୍‌ମାର୍କ କହିଥିଲେ ।

୬। ୧୮୬୬ ମସିହା ଜୁନ୍ ମାସରେ ଅଷ୍ଟ୍ରିଆ, ପ୍ରୁସିଆ ବିରୁଦ୍ଧରେ ଯୁଦ୍ଧଘୋଷଣା କରିଥିଲା ।
Answer:
୧୮୬୬ ମସିହା ଜୁନ୍ ମାସରେ ପ୍ରୁସିଆ, ଅଷ୍ଟ୍ରିଆ ବିରୁଦ୍ଧରେ ଯୁଦ୍ଧଘୋଷଣା କରିଥିଲା ।

୭। ଯୋଶେଫ୍ ମାଜିନୀ ୧୯୦୫ ଖ୍ରୀ.ଅ.ରେ ଜନ୍ମଗ୍ରହଣ କରିଥିଲେ ।
Answer:
ଯୋଶେଫ୍ ମାଜିନୀ ୧୮୦୫ ଖ୍ରୀ.ଅ.ରେ ଜନ୍ମଗ୍ରହଣ କରିଥିଲେ ।

୮। କ୍ରିମିଆ ଯୁଦ୍ଧ ୧୮୮୫ ମସିହାରେ ହୋଇଥିଲା ।
Answer:
କ୍ରିମିଆ ଯୁଦ୍ଧ ୧୮୫୪ ମସିହାରେ ହୋଇଥିଲା ।

୯। କାଭୁର୍ ମାଜିନୀଙ୍କ ଶିଷ୍ୟ ଥିଲେ ।
Answer:
ଗାରିବାଲ୍‌ ମାଜିନୀଙ୍କ ଶିଷ୍ୟ ଥିଲେ ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୧୦। ଇଟାଲୀ ଇତିହାସରେ ମାଜିନୀଙ୍କୁ ତ୍ୟାଗୀପୁତ୍ର ଆଖ୍ୟା ଦିଆଯାଇଛି ।
Answer:
ଇଟାଲୀ ଇତିହାସରେ ମାଜିନୀଙ୍କୁ ତ୍ୟାଗୀପୁତ୍ର ଆଖ୍ୟା ଦିଆଯାଇଛି ।

D. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ନିମ୍ନୋକ୍ତ କେବେ ଷୋଡ଼ଶ ଲୁଇଙ୍କ ଶିରଛେଦନ ହୋଇଥିଲା ?
(କ) ୧୭୯୩
(ଖ) ୧୭୯୪
(ଗ) ୧୭୯୫
(ଘ) ୧୭୯୬
Answer:
(କ) ୧୭୯୩

୨। ନିମ୍ନୋକ୍ତ କେବେ ‘ବୋଷ୍ଟନ ଟି ପାର୍ଟି’ ଘଟଣାଟି ଘଟିଥିଲା ?
(କ) ୧୭୬୫
(ଖ) ୧୭୭୩
(ଗ) ୧୭୭୦
(ଘ) ୧୭୭୪
Answer:
(ଖ) ୧୭୭୩

୩। ନିମ୍ନୋକ୍ତ ମଧ୍ୟରୁ କିଏ କହୁଥିଲେ, ‘ମୁଁ ହେଉଛି ରାଷ୍ଟ୍ର’ ?
(କ) ପଞ୍ଚଦଶ ଲୁଇ
(ଖ) ଷୋଡ଼ଶ ଲୁଇ
(ଗ) ପ୍ରଥମ ଉଇଳିୟମ୍
(ଘ) ଚତୁର୍ଦ୍ଦଶ ଲୁଇ
Answer:
(ଘ) ଚତୁର୍ଦ୍ଦଶ ଲୁଇ

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୪। ‘ସୋସିଆଲ୍ କଣ୍ଟ୍ରାକ୍ଟ’ ନାମକ ପୁସ୍ତକ ନିମ୍ନୋକ୍ତ କେଉଁ ଦାର୍ଶନିକଙ୍କଦ୍ବାରା ରଚିତ ହୋଇଥିଲା ?
(କ) ରୁଷୋ
(ଖ) ମଣ୍ଡେସ୍କ
(ଗ) ଭଲ୍ ଟାୟାର୍
(ଘ) କଫୁସିଅସ୍
Answer:
(କ) ରୁଷୋ

୫। ଯୁଦ୍ଧ ବିନା ଜର୍ମାନୀ ଏକତ୍ରୀକରଣ ଅସମ୍ଭବ ବୋଲି ନିମ୍ନୋକ୍ତ କିଏ ଭାବୁଥିଲେ ?
(କ) ମାଜିନୀ
(ଖ) ବିସମାର୍କ
(ଗ) ଗାରିବାଲ୍ଡ଼
(ଘ) କାଭୁର୍
Answer:
(ଖ) ବିସ୍‌ମାର୍କ

୬। କାଦୁର୍ ୬। ନିମ୍ନୋକ୍ତ କେଉଁ ମସିହାରେ ‘ତରୁଣ ଇଟାଲୀ’ ନାମକ ଏକ ସଙ୍ଗଠନ ଗଢ଼ାଯାଇଥିଲା ?
(କ) ୧୮୩୧
(ଖ) ୧୮୫୪
(ଗ) ୧୮୫୯
(ଘ) ୧୮୬୬
Answer:
(କ) ୧୮୩୧

୭। ନିମ୍ନୋକ୍ତ କେତେ ମସିହାରେ ବ୍ରିଟିଶ୍ ପାର୍ଲାମେଣ୍ଟ ଷ୍ଟାମ୍ପ ଆଇନ୍ ପ୍ରଣୟନ କରିଥିଲା ?
(କ) ୧୭୫୬
(ଖ) ୧୭୭୦
(ଗ) ୧୭୬୫
(ଘ) ୧୭୭୩
Answer:
(ଗ) ୧୭୬୫

୮। ନିମ୍ନୋକ୍ତ କିଏ ‘ରାଇନ୍ ରାଜ୍ୟଗୋଷ୍ଠୀ’ ଗଠନ କରିଥିଲେ ?
(କ) ଭିକ୍ଟର ଇମାନୁଏଲ୍
(ଖ) ପ୍ରଥମ ଉଇଲିୟମ୍
(ଗ) ଚାର୍ଲସ୍ ଆଲବର୍ଟ
(ଘ) ନେପୋଲିୟନ୍ ବୋନାପାର୍ଟ
Answer:
(ଘ) ନେପୋଲିୟନ୍ ବୋନାପାର୍ଟ

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୯। ବାସ୍ତଲ ଦୁର୍ଗର ପତନ ନିମ୍ନୋକ୍ତ କେଉଁ ମସିହାରେ ହୋଇଥିଲା ?
(କ) ୧୭୮୯
(ଖ) ୧୮୫୫
(ଗ) ୧୭୯୫
(ଘ) ୧୮୫୭
Answer:
(କ) ୧୭୮୯

୧୦। ‘‘ମନୁଷ୍ୟ ମୁକ୍ତ ହୋଇ ଜନ୍ମ ଗ୍ରହଣ କରେ, ମାତ୍ର ସେ ସବୁକ୍ଷେତ୍ରରେ ଶୃଙ୍ଖଳାଦ୍ଵାରା ଆବଦ୍ଧ । ନିମ୍ନୋକ୍ତ ମଧ୍ୟରୁ କିଏ କହିଥିଲେ ?
(କ) ରୁଷୋ
(ଖ) ମାଜିନା
(ଗ) ଭଲ୍ ଟାୟାର୍
(ଘ) କାଭୁର
Answer:
(କ) ରୁଷୋ

୧୧। ନିମ୍ନୋକ୍ତ କେଉଁ ଦିନଟିକୁ ଆମେରିକାବାସୀ ସ୍ଵାଧୀନତା ଦିବସ ରୂପେ ପାଳନ କରନ୍ତି ?
(କ) ଅଗଷ୍ଟ ୪
(ଖ) ଜୁଲାଇ ୪
(ଗ) ଜୁଲାଇ ୨୫
(ଘ) ସେପ୍ଟେମ୍ବର ୬
Answer:
(ଖ) ଜୁଲାଇ ୪

୧୨ । ଫିଲାଡ଼େଲଫିଆ ସମ୍ମିଳନୀ ____________ ଦେଶକୁ ଜନ୍ମ ଦେଇଥିଲା ।
(କ) ଯୁକ୍ତରାଷ୍ଟ୍ର ଆମେରିକା
(ଖ) ଭାରତ
(ଗ) ଜାପାନ
(ଘ) ଚୀନ
Answer:
(କ) ଯୁକ୍ତରାଷ୍ଟ୍ର ଆମେରିକା

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

E. ‘କ ‘ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦ ମିଳନ କର ।

‘କ ‘ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦ ମିଳନ କର । 1

F. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

୧। ଆମେରିକା କିଏ ଆବିଷ୍କାର କରିଥିଲେ ?
Answer:
କଲମ୍ବସ୍

୨। ଷ୍ଟାମ୍ପ୍ ଆଇନ କେବେ ପ୍ରଣୟନ କରାଯାଇଥିଲା ?
Answer:
୧୭୬୫

୩ । ବୋଷ୍ଟନ ଚା’ ସଂଘର୍ଷ କେବେ ହୋଇଥିଲା ?
Answer:
୧୭୭୩

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୪ । ଯୁକ୍ତରାଷ୍ଟ୍ର ଆମେରିକା କେଉଁ ଦିନ ତା’ର ସ୍ଵାଧୀନତା ଦିବସ ପାଳନ କରିଥାଏ ?
Answer:
ଜୁଲାଇ ୪ ତାରିଖ

୫। ଫରାସୀ ରାଷ୍ଟ୍ର ବିପ୍ଳବ କେବେ ହୋଇଥିଲା ?
Answer:
୧୭୮୯ ମସିହା

୬ | କେଉଁ ଯନ୍ତ୍ର ସାହାଯ୍ୟରେ ଷୋଡ଼ଶ ଲୁଇଙ୍କ ମୁଣ୍ଡକାଟ କରାଯାଇଥିଲା ?
Answer:
ଗିଲୋଟିନ୍

୭ । ‘ତରୁଣ ଇଟାଲୀ’ କିଏ ଗଠନ କରିଥିଲେ ?
Answer:
ଯୋଶେଫ୍ ମାଜିନୀ

୮ | କ୍ରିମିଆ ଯୁଦ୍ଧ କେଉଁ ଦୁଇ ଦେଶ ମଧ୍ୟରେ ହୋଇଥିଲା
Answer:
ରୁଷିଆ ଓ ଫ୍ରାନ୍ସ

୯। “‘ମୁଁ ହେଉଛି ରାଷ୍ଟ୍ର’’ ଏକଥା କିଏ କହିଥିଲେ ?
Answer:
ଚତୁର୍ଦ୍ଦଶ ଲୁଇ

୧୦ । ‘ସୋସିଆଲ୍ କଣ୍ଟ୍ରାକ୍ଟ’’ କିଏ ଲେଖିଲେ ?
Answer:
ରୁଷୋ

୧୧ । ନେପୋଲିୟନ୍ କେଉଁ ଯୁଦ୍ଧରେ ପରାସ୍ତ ହୋଇଥିଲେ ?
Answer:
ୱାଟରରୁ ଯୁଦ୍ଧ

୧୨ । କେଉଁ ଯୁଦ୍ଧରେ ଫ୍ରାନ୍‌ସ୍ ପରାଜୟ ବରଣ କରିଥିଲା ?
Answer:
ସେଡ଼ାନ ଯୁଦ୍ଧ

୧୩। ମଣ୍ଡେସ୍କୁ କେଉଁ ଦେଶର ଦାର୍ଶନିକ ଥିଲେ ?
Answer:
ଫ୍ରାନ୍ସ,

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୧୪। ରୁଷୋ କେଉଁ ପୁସ୍ତକ ଲେଖିଥିଲେ ?
Answer:
ସୋସିଆଲ୍ କଣ୍ଟ୍ରାକ୍ଟ

୧୫ । ଗାରିବାଲ୍‌ କାହାର ଶିଷ୍ୟ ଥିଲେ ?
Answer:
ମାଜିନୀ

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

Odisha State Board BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ Textbook Exercise Questions and Answers.

BSE Odisha Class 8 History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୭୫ ଗୋଟି ଶବ୍ଦରେ ଲେଖ ।

(କ) ଆମେରିକା ଉପନିବେଶଗୁଡ଼ିକର ଶାସନ ପ୍ରଣାଳୀ କିପରି ଥିଲା ?
Answer:
ପ୍ରତିନିଧୂମୂଳକ ଶାସନ :

  • ପ୍ରତ୍ୟେକ ଉପନିବେଶରେ ଜଣେ ଜଣେ ଶାସନକର୍ତ୍ତା ବା ଗଭର୍ଣ୍ଣର ଥିଲେ ଓ ଏହା ଏକ ପ୍ରତିନିଧୂମୂଳକ ଶାସକ ସଂସ୍ଥାଦ୍ୱାରା ଶାସିତ ହୋଇଥିଲା ।
  • ଗଭର୍ଣ୍ଣର ଇଂଲଣ୍ଡର ରାଜାଙ୍କ ପ୍ରତିନିଧ୍ବ ରୂପେ ଅବସ୍ଥାପିତ ହେଉଥିଲେ ଏବଂ ତାଙ୍କର ବେତନ ଉପନିବେଶର ପ୍ରତିନିଧ୍ଵ ସଭା ମଞ୍ଜୁର କରୁଥିଲା ।
  • ପ୍ରତିନିଧ୍ଵ ସଭାର ସଭ୍ୟମାନେ ଉପନିବେଶରେ ଅଧିବାସୀମାନଙ୍କଦ୍ୱାରା ନିର୍ବାଚିତ ହେଉଥିଲେ । ଏହି ପ୍ରତିନିଧୂ ସଭା କର ଆଦାୟ, ଆଇନ ପ୍ରଣୟନ ପରି ବହୁ ଦାୟିତ୍ଵ ସମ୍ପାଦନ କରୁଥିଲେ ମଧ୍ୟ ଏହାର ସ୍ଵାଧୀନତା ନଥିଲା ।

କ୍ଷମତାର ପ୍ରୟୋଗ :

  • ସ୍ଵାଧୀନ ଭାବରେ ଆଇନ ପ୍ରଣୟନ କରି ପ୍ରୟୋଗ କରିବାର କ୍ଷମତା ଏହାର ନଥିଲା ।
  • ଉପନିବେଶର ଗଭର୍ଣ୍ଣର ଇଂଲଣ୍ଡର ସ୍ଵାର୍ଥ ପ୍ରତି ଦୃଷ୍ଟି ରଖୁ ଉପନିବେଶର ସ୍ବାର୍ଥକୁ ଉପେକ୍ଷା କରୁଥିଲେ ।

(ଖ) ଷ୍ଟାମ୍ପ ଆଇନ କହିଲେ କ’ଣ ବୁଝ ? ଏହି ଆଇନକୁ ଉପନିବେଶବାସୀମାନେ ବିରୋଧ କରିବାରୁ ଏହାର ବିକଳ୍ପ ବ୍ୟବସ୍ଥା କ’ଣ ହୋଇଥିଲା ? ଷ୍ଟାମ୍ପ ଆଇନ୍ କ’ଣ ?
Answer:
ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ସାତବର୍ଷ ଧରି ହୋଇଥିବା ଯୁଦ୍ଧରେ ଖର୍ଚ୍ଚ ହୋଇଥ‌ିବା ଅର୍ଥର କିଛି ଅଂଶ ଭରଣା କରିବାପାଇଁ ୧୭୬୫ ମସିହାରେ ବ୍ରିଟିଶ୍ ପାର୍ଲାମେଣ୍ଟରେ ଷ୍ଟାମ୍ପ ଆଇନ ପ୍ରଣୟନ କରାଗଲା ।
ନୀତିନିୟମ :

  • ଏହି ଆଇନ ଅନୁଯାୟୀ ଉପନିବେଶର ଅଧ୍ବବାସୀମାନଙ୍କୁ ଜମି କିଣା-ବିକା ଦଲିଲ, ଦସ୍ତାବିଜ୍ ଓ ଦାନପତ୍ର ଆଦାନପ୍ରଦାନ ସମୟରେ ନିର୍ଦ୍ଧାରିତ ମୂଲ୍ୟର ଷ୍ଟାମ୍ପ ଲଗାଇବାକୁ ବାଧ୍ୟ କରାଗଲା । ସେହି ଷ୍ଟାମ୍ପ ବାବଦ ଅର୍ଥ ଇଂରେଜ ସରକାର ପାଉଥିଲେ ।
  • ଉପନିବେଶବାସୀମାନେ ଏହି ଆଇନକୁ ବିରୋଧ କରିବାରୁ ଏହି ଆଇନ ବଦଳରେ ବିଭିନ୍ନ ଦ୍ରବ୍ୟ ଉପରେ କରଧାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଗଲା ।
  • ଏହି ନିଷ୍ପତ୍ତି ଅନୁଯାୟୀ କାଚ, କାଗଜ, ରଙ୍ଗ ଓ ଚା’ ପ୍ରଭୃତି ଆବଶ୍ୟକ ପଦାର୍ଥ ଉପରେ ଆମଦାନି କର ବସାଗଲା ।
  • ଉପନିବେଶବାସୀମାନେ ଏଥ‌ିରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିବାରୁ କେବଳ ଚା’ ବ୍ୟତୀତ ଅନ୍ୟ ଜିନିଷ ଉପରୁ କର ଉଠାଇ ଦିଆଗଲା ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

(ଗ) ଫ୍ରାନ୍ସର ସାମାଜିକ ବିଭାଜନ ଉପରେ ଧାରଣା ଦିଅ ।
Answer:
ଫ୍ରାନ୍ସର ସାମାଜିକ ଶ୍ରେଣୀ ଜନ୍ମ, ପଦବୀ, ଧନକୁ ଭିତ୍ତି କରି ଦୁଇଭାଗରେ ବିଭକ୍ତ ଥିଲା; ଯଥା –
(୧) ସୁବିଧା ସୁଯୋଗ ଉପଭୋଗ କରୁଥିବା ଶ୍ରେଣୀ ଓ (୨) ସୁବିଧା ବଞ୍ଚ ଅବହେଳିତ, ଶୋଷିତ ଓ ନିର୍ଯାତିତ ଶ୍ରେଣୀ ।
ସୁବିଧାବାଦୀ ଗୋଷ୍ଠୀ :

  • ଧର୍ମଯାଜକ ଓ ସମ୍ଭ୍ରାନ୍ତ ବଂଶୀୟମାନେ ସୁବିଧାଭୋଗୀ ଶ୍ରେଣୀ ଓ ଭୂ-ସମ୍ପତ୍ତିର ମାଲିକ ଥିଲେ । ଏମାନଙ୍କ ସଂଖ୍ୟା ମୋଟ ଲୋକସଂଖ୍ୟାର ଶତକଡ଼ା ୫ ଭାଗ ଥିଲା ।
  • ଯୋଗ୍ୟତା ନଥାଇ ମଧ୍ୟ ଏମାନେ ଉଚ୍ଚ ସରକାରୀ ପଦପଦବୀରେ ନିଯୁକ୍ତ ହେଉଥିଲେ । ଧର୍ମଯାଜକମାନେ ସାଧାରଣ ଲୋକଙ୍କଠାରୁ ଧର୍ମ କର ଆଦାୟ କରି ବିଳାସ ପାଇଁ ବ୍ୟୟ କରୁଥିଲେ ।

ଅବହେଳିତ ଗୋଷା :

  • କୃଷକ, କାରିଗର ଓ ସାଧାରଣ ନାଗରିକ ସୁବିଧାବଞ୍ଚ ଶ୍ରେଣୀ ଅନ୍ତର୍ଭୁକ୍ତ ଥିଲେ । ସମାଜରେ ଓକିଲ, ଡାକ୍ତର, ଲେଖକ, ଶିକ୍ଷକ, ବ୍ୟବସାୟୀ ମଧ୍ୟ ଏହି ଶ୍ରେଣୀର ଥିଲେ ।
  • ଭାଗଚାଷୀ ଓ ମୂଲିଆମାନେ ସାମନ୍ତମାନଙ୍କ କ୍ଷେତରେ ବିନା ପାରିଶ୍ରମିକରେ ଖଟୁଥିଲେ । ସବୁପ୍ରକାର ଯୋଗ୍ୟତା ଥିଲେ ମଧ୍ୟ ସେମାନେ ସରକାରୀ ଚାକିରିରୁ ବଞ୍ଚିତ ହେଉଥିଲେ ।

(ଘ) ଫରାସୀ ରାଷ୍ଟ୍ରବିପ୍ଳବ କିପରି ସମଗ୍ର ପୃଥ‌ିବୀକୁ ପ୍ରଭାବିତ କରିଥିଲା ?
Answer:
ରାଜତନ୍ତ୍ରର ଧ୍ବଂସ :

  • ଫରାସୀ ରାଷ୍ଟ୍ରବିପ୍ଳବ ସମଗ୍ର ପୃଥ‌ିବୀକୁ ପ୍ରଭାବିତ କରିଥିଲା ।
  • ଏହା ରାଜତନ୍ତ୍ର ଶାସନକୁ ଧ୍ୱଂସ କରି ପ୍ରଜାତନ୍ତ୍ର ଶାସନ ପ୍ରତିଷ୍ଠା କରିଥିଲା ।
  • ଏହା ସାମନ୍ତବାଦ ଲୋପ କରିବାରେ ସହାୟ ହୋଇଥିଲା ।

ଧର୍ମଗତ ସ୍ଵାଧୀନତା :
ଗୀର୍ଜାଗୁଡ଼ିକ ଅଧୀନରେ ଥ‌ିବା ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇ ମଧ୍ୟବିତ୍ତ ଓ କୃଷକମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା । ଲୋକମାନଙ୍କୁ ଧର୍ମଗତ ସ୍ଵାଧୀନତା ପ୍ରଦାନ କରାଯାଇଥିଲା ।

ବିପ୍ଳବର ପ୍ରେରଣା ଦେଇଥିଲା :
ଆଧୁନିକ ଯୁଗରେ ଗଣ ଆନ୍ଦୋଳନ ପରମ୍ପରା ସୃଷ୍ଟି କରିବା ସହିତ ଏହା ସ୍ୱେଚ୍ଛାଚାରୀ ରାଜତନ୍ତ୍ର ବିରୋଧରେ ବିପ୍ଳବ କରିବାକୁ ପ୍ରେରଣା ଦେଇଥିଲା ।

(ଙ) ଜର୍ମାନୀ ଏକତ୍ରୀକରଣ ପାଇଁ ବିସ୍‌ମାର୍କଙ୍କ ଭୂମିକା କ’ଣ ଥିଲା ?
Answer:
ବିଚକ୍ଷଣ କୂଟନୀତି :

  • ବିସ୍‌ମାର୍କ ପ୍ରୁସିଆର ରାଜା ପ୍ରଥମ ଉଇଲିୟମ୍ଙ୍କ ମନ୍ତ୍ରୀ ଓ ବିଚକ୍ଷଣ କୂଟନୀତିଜ୍ଞ ଥିଲେ ।
  • ସେ ଜାଣିଥିଲେ ଯେ ପ୍ରୁସିଆ ନେତୃତ୍ବର ଜର୍ମାନୀ ଏକତ୍ରୀକରଣକୁ ଅଷ୍ଟ୍ରିଆ, ଫ୍ରାନ୍ସ ଓ ଡେନ୍‌ମାର୍କ ବିରୋଧ କରିବେ । ତେଣୁ ଯୁଦ୍ଧ ବିନା ଜର୍ମାନୀ ଏକତ୍ରୀକରଣ ସମ୍ଭବ ନୁହେଁ ।

ସୈନ୍ୟବାହିନୀ ଗଠନ :

  • ସେଥ‌ିପାଇଁ ବିସ୍‌ମାର୍କ ଏକ ଶକ୍ତିଶାଳୀ ସୈନ୍ୟବାହିନୀ ଗଠନ କଲେ । କୂଟନୀତି ବଳରେ ଅଷ୍ଟ୍ରିଆକୁ ନିଜ ପକ୍ଷକୁ ଆଣି ଡେନ୍‌ମାର୍କକୁ ଯୁଦ୍ଧରେ ପରାଜିତ କରି ଜର୍ମାନ୍ ଅଞ୍ଚଳ ପ୍ଲେଜ୍ ଉଇଟ୍‌କୁ ପ୍ରୁସିଆ ସହ ମିଶାଇଦେଲେ ।
  • ସେ ଇଉରୋପୀୟ ରାଷ୍ଟ୍ରଗୁଡ଼ିକ ସହ ସୁସମ୍ପର୍କ ରଖ୍ ସେମାନଙ୍କ ସମର୍ଥନ ଲାଭ କଲେ । ଅଷ୍ଟ୍ରିଆ ସହ ଯୁଦ୍ଧ ହେଲେ ରୁଷ୍ ଓ ଫ୍ରାନ୍ସ ନିରପେକ୍ଷ ରହିବାକୁ ରାଜି ହେଲେ । ପରେ ସେ ଅଷ୍ଟ୍ରିଆକୁ ଯୁଦ୍ଧରେ ପରାସ୍ତ କରି ହୋଲଷ୍ଟେନ୍‌କୁ ପ୍ରୁସିଆ ସହ ମିଶାଇଦେଲେ ।

ଏକତ୍ରୀକରଣ :
ପରବର୍ତୀ ସମୟରେ ଫ୍ରାନ୍ସକୁ ସେଡ଼ାନ୍‌ଠାରେ ପରାଜିତ କରି ଫ୍ରାନ୍ସ ଅଧ୍ବକୃତ ଜର୍ମାନ୍ ଅଞ୍ଚଳ ଆଲସେସ୍ ଓ ଲୋରେନ୍‌କୁ ପ୍ରୁସିଆ ସହ ମିଶାଇ ଜର୍ମାନୀ ଏକତ୍ରୀକରଣ ସମ୍ପୂର୍ଣ୍ଣ କରିଥିଲେ ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

(ଚ) ଇଟାଲୀ ଏକତ୍ରୀକରଣ ପାଇଁ କାଉଣ୍ଟ କାଭୁର୍‌ଙ୍କ ଉଦ୍ୟମ ବର୍ଣ୍ଣନା କର ।
Answer:
ଉଦାର ଦେଶଭକ୍ତ :
କାଉଣ୍ଟ କାଲୁର ଜଣେ ଉଦାରପନ୍ଥୀ ନେତା ଓ ଦେଶଭକ୍ତ ଥିଲେ । ସାର୍ଜିନିଆର ରାଜା ଦ୍ଵିତୀୟ ଭିକ୍ଟର ଇମାନୁଏଲ ତାଙ୍କୁ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ ।

ବୈଦେଶିକ ସାହାଯ୍ୟ :
ପିଡ଼ମଣ୍ଟ-ସାର୍ଜିନିଆ ନେତୃତ୍ୱରେ ଇଟାଲୀ ଏକତ୍ରୀକରଣ ସମ୍ଭବ ବୋଲି ସେ ବିଶ୍ଵାସ କରୁଥିଲେ ଓ ବୈଦେଶିକ ରାଷ୍ଟ୍ରର ସହାୟତାରେ ଇଟାଲୀ ଏକତ୍ରୀକରଣ ପାଇଁ ପ୍ରୟାସ କରିଥିଲେ ।

କ୍ରିମିଆ ଯୁଦ୍ଧ :
କାଭୁରଙ୍କ ପରାମର୍ଶରେ କ୍ରିମିଆ ଯୁଦ୍ଧରେ ପିଡ଼ମଣ୍ଟ-ସାର୍ଜିନିଆ ଫ୍ରାନ୍ସ ଓ ଇଂଲଣ୍ଡ ସପକ୍ଷରେ ଯୋଗ ଦେଇଥ‌ିବାରୁ ସେ ଇଉରୋପୀୟ ରାଷ୍ଟ୍ରଙ୍କ ସମର୍ଥନ ପାଇପାରିଥିଲେ ।

ଏକତ୍ରୀକରଣ :

  • ୧୮୫୯ ମସିହାରେ ଫ୍ରାନ୍ସ ସହଯୋଗରେ ପିଡ଼ମଣ୍ଟ-ସାର୍ଜିନିଆ ଅଷ୍ଟ୍ରିଆକୁ ପରାଜିତ କରି ଲୋମ୍ବାର୍ଡ଼, ପାର୍ମା, ମଡ଼େନା, ଟସ୍‌ନୀ ଓ କେନ୍ଦ୍ରୀୟ ଇଟାଲୀ ରାଜ୍ୟକୁ ଅସ୍ଵୀକାର କରି ନିଜ ରାଜ୍ୟ ସହ ମିଶାଇଦେଲା ।
  • ଏହିପରିଭାବେ ଇଟାଲୀର ଏକତ୍ରୀକରଣ ନିମନ୍ତେ କାଭୁରଙ୍କ ଅବଦାନ ଚିରସ୍ମରଣୀୟ ।

(ଛ) ଗାରିବାଲ୍ଟିଙ୍କୁ ଇଟାଲୀର ତ୍ୟାଗୀପୁତ୍ର କାହିଁକି କୁହାଗଲା ?
Answer:
ବିଦ୍ରୋହର ନେତୃତ୍ଵ ନେବା :
ଦକ୍ଷିଣ ଇଟାଲୀର ନେପ୍‌ସ୍ ଓ ସିସିଲି ଏକତ୍ରୀକରଣ ମୁକ୍ତି ପାଇଁ ହୋଇଥ‌ିବା ଜନଜାଗରଣ ଓ ବିଦ୍ରୋହର ନେତୃତ୍ଵ ନେଇଥିଲେ ଗାରିବାଲ୍‌ ।

ଲାଲକୁର୍ତ୍ତା ବାହିନୀ ଗଠନ :
ସେ ‘ଲାଲକୁର୍ତ୍ତା ବାହିନୀ’ ନାମକ ମୁକ୍ତିବାହିନୀ ଗଠନ କରି ତାହା ସାହାଯ୍ୟରେ ସିସିଲି ଓ ନେପ୍‌ଲସ୍ ଅଧ୍ୟାର କଲେ ।

ଶାସନଭାର ଅର୍ପଣ :
ସେ ଏହାପରେ ରୋମ ଆକ୍ରମଣ କରିବାପାଇଁ ଯୋଜନା କରୁଥିବା ସମୟରେ ରାଜା ଭିକ୍ଟର ଇମାନୁଏଲ୍‌ଙ୍କ ସହ ତାଙ୍କର ସାକ୍ଷାତ୍ ହେଲା । ସେ ଅଭୂତପୂର୍ବ ତ୍ୟାଗ ଓ ଦେଶଭକ୍ତିର ପରିଚୟ ଦେଇ ସିସିଲି ଓ ନେପଲ୍ସର ଶାସନଭାର ରାଜା ଭିକ୍ଟର ଇମାନୁଏଲ୍‌ଙ୍କୁ ଅର୍ପଣ କରିଥିଲେ ।

ପଦବୀକୁ ପ୍ରତ୍ୟାଖ୍ୟାନ :
ସେ ଉଚ୍ଚ ପଦବୀ ଓ ପୁରସ୍କାରକୁ ମଧ୍ୟ ପ୍ରତ୍ୟାଖ୍ୟାନ କରି ଗୋଟିଏ ଶସ୍ୟମଞ୍ଜି ଥଳି ସହ ନିଜର କୃଷିକ୍ଷେତ୍ର କାପରେରା ଦ୍ବୀପକୁ ଫେରିଗଲେ । ତେଣୁ ଇଟାଲୀ ଇତିହାସରେ ତାଙ୍କୁ ତ୍ୟାଗୀପୁତ୍ର ଆଖ୍ୟା ଦିଆଯାଇଛି ।

(ଜ) ମାଜିନୀ କିଏ ? ସେ ଇଟାଲୀ ଏକତ୍ରୀକରଣ ପାଇଁ କିପରି ଉଦ୍ୟମ କରିଥିଲେ ?
Answer:
ଜନ୍ମଗ୍ରହଣ :
ଯୋଶେଫ୍‌ ମାଜିନୀ ଇଟାଲୀର ଜେନୋଆଠାରେ ୧୮୦୫ ମସିହାରେ ଜନ୍ମଗ୍ରହଣ କରିଥିଲେ ।

ତରୁଣ ଇଟାଲୀ ଗଠନ :

  • ସେ ପ୍ରଥମେ ‘କାର୍ବୋନାରୀ’ ସଙ୍ଗଠନର ସଭ୍ୟ ଥିଲେ; ମାତ୍ର ଏହାର ହିଂସାତ୍ମକ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ‘ତରୁଣ ଇଟାଲୀ’ ସଙ୍ଗଠନ ଗଢ଼ିଥିଲେ ।
  • ଏହି ସଙ୍ଗଠନ ମାଧ୍ୟମରେ ଯୁବକମାନଙ୍କଦ୍ୱାରା ଗଣ ବିପ୍ଳବ ମାଧ୍ୟମରେ ଏକତା ପ୍ରତିଷ୍ଠା କରିବା ତାଙ୍କର ଲକ୍ଷ୍ୟ ଥିଲା ।

ସାଧାରଣତନ୍ତ୍ର ପ୍ରତିଷ୍ଠା :
ତାଙ୍କ ନେତୃତ୍ବରେ ବିପ୍ଳବୀମାନେ ରୋମ୍ରେ ପୋପ୍ ଶାସନର ଅବସାନ ଘଟାଇ ସେଠାରେ ସାଧାରଣତନ୍ତ୍ର ପ୍ରତିଷ୍ଠା କରିଥିଲେ ।

ନିର୍ବାସନ ଦଣ୍ଡ :
‘ତରୁଣ ଇଟାଲୀ’ ସଙ୍ଗଠନ ସିସିଲିରେ ବିଦ୍ରୋହ କରିଥିଲା; ମାତ୍ର ତାହାକୁ ଦମନ କରାଯାଇଥିଲା । ଏହି ଜାତୀୟତାବାଦୀ କାର୍ଯ୍ୟ ପାଇଁ ତାଙ୍କୁ ଇଟାଲୀରୁ ନିର୍ବାସିତ ହେବାକୁ ପଡ଼ିଥିଲା । ସେ ଇଟାଲୀବାସୀଙ୍କ ମନରେ ଐକ୍ୟ ଭାବନା ସୃଷ୍ଟି କରିଥିଲା ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଟି ଶବ୍ଦ ମଧ୍ଯରେ ଲେଖ ।

(କ) କେଉଁଥ୍ପାଇଁ ଇଂଲଣ୍ଡର ପିଗ୍ରୀମ୍ ଫାଦରସ୍ମାମାନେ ଆମେରିକା ପ୍ରତି ପ୍ରଲୋଭିତ ହୋଇଥିଲେ ?
Answer:
ଆମେରିକାର ଉର୍ବର ମୃତ୍ତିକା, ପ୍ରଚୁର ଖଣିଜ ପଦାର୍ଥ ଓ ଶୁଷ୍କ ଜଳବାୟୁ ଦେଖ୍ ପିଗ୍ରୀମ୍ ଫାଦରସ୍‌ମାନେ ଏହା ପ୍ରତି ପ୍ରଲୋଭିତ ହୋଇଥିଲେ ।

(ଖ) କେଉଁ ଉଦ୍ଦେଶ୍ୟ ରଖ୍ ବ୍ରିଟିଶ୍ ପାର୍ଲାମେଣ୍ଟ ଷ୍ଟାମ୍ପ ଆଇନ ପ୍ରଣୟନ କରିଥିଲେ ?
Answer:
ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ଯରେ ଲାଗିଥିବା ସପ୍ତବାର୍ଷୀୟ ଯୁଦ୍ଧରେ ଖର୍ଚ୍ଚ ହୋଇଥ‌ିବା ଅର୍ଥର କିଛି ଅଂଶ ଭରଣା କରିବାପାଇଁ ବ୍ରିଟିଶ୍ ପାର୍ଲାମେଣ୍ଟ ଷ୍ଟାମ୍ପ ଆଇନ ପ୍ରଣୟନ କରିଥିଲେ ।

(ଗ) ଫରାସୀ ସମାଜରେ କେଉଁମାନଙ୍କୁ ସୁବିଧାବଞ୍ଚିତ ଶ୍ରେଣୀ କୁହାଯାଉଥିଲା ? ସେମାନେ କେଉଁଥୁରୁ ବଞ୍ଚିତ ହେଉଥିଲେ ?
Answer:

  • ଫରାସୀ ସମାଜରେ କୃଷକ, କାରିଗର ଓ ସାଧାରଣ ନାଗରିକଙ୍କୁ ସୁବିଧାବଞ୍ଚତ ଶ୍ରେଣୀ କୁହାଯାଉଥିଲା । ଏତଦ୍‌ବ୍ୟତୀତ ଓକିଲ, ଡାକ୍ତର, ଲେଖକ, ଶିକ୍ଷକ, ବ୍ୟବସାୟୀ ଓ ଶିଳ୍ପପତିମାନେ ମଧ୍ୟ ସୁବିଧାବଞ୍ଚ ଶ୍ରେଣୀର ଅନ୍ତର୍ଭୁକ୍ତ ଥିଲେ ।
  • ସାମନ୍ତମାନଙ୍କ କ୍ଷେତ୍ରରେ କାମ କରିବାପାଇଁ ସେମାନଙ୍କୁ ମଜୁରି ମିଳୁନଥିଲା । ଜଙ୍ଗଲରୁ ଜାଳେଣି ସଂଗ୍ରହ, ଅନାବାଦି ଜମିରେ ପଶୁଚାରଣ ଅଧିକାର ସେମାନଙ୍କର ନଥିଲା । ସବୁପ୍ରକାର ଯୋଗ୍ୟତା ଥିଲେ ମଧ୍ୟ ସେମାନଙ୍କୁ ଚାକିରି ମିଳୁ ନଥିଲା । ବ୍ୟବସାୟୀ ଓ ଶିଳ୍ପପତିମାନେ ବ୍ୟବସାୟ ଓ ଶିଳ୍ପ ପ୍ରତିଷ୍ଠାପାଇଁ ଅନୁମତି ପାଉନଥିଲେ ।

(ଘ) ‘‘ସ୍ପିରିଟ୍ ଅଫ୍ ଦି ଲଜ୍’’ ପୁସ୍ତକ କିଏ ଲେଖୁଥିଲେ ? ଏହି ପୁସ୍ତକରେ କେଉଁ ବିଷୟ ଉଲ୍ଲେଖ ରହିଛି ?
Answer:

  • ‘ସ୍ପିରିଟ୍ ଅଫ୍ ଦି ଲଜ୍’ ପୁସ୍ତକ ମଣ୍ଟେକ୍ସ’ ଲେଖୁଥିଲେ ।
  • ଏହି ପୁସ୍ତକରେ ଫ୍ରାନ୍ସର ସ୍ୱେଚ୍ଛାଚାରୀ ରାଜତନ୍ତ୍ର ଶାସନ ଓ ସାମାଜିକ ବୈଷମ୍ୟକୁ ସମାଲୋଚନା କରିଥିଲେ ।

(ଙ) ଫ୍ରାନ୍ସର ବିପ୍ଳବୀମାନେ କେବେ ବାସ୍ତଲ୍ ଦୁର୍ଗ ଆକ୍ରମଣ କରିଥିଲେ ?
Answer:
ଫ୍ରାନ୍ସର ବିପ୍ଳବୀମାନେ ୧୭୮୯ ଖ୍ରୀଷ୍ଟାବ୍ଦ ଜୁଲାଇ ୧୪ ତାରିଖ ଦିନ ବାସ୍ତଲ ଦୁର୍ଗ ଆକ୍ରମଣ କରିଥିଲେ ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

(ଚ) ପ୍ରୁସିଆର ରାଜା ପ୍ରଥମ ଉଇଲିୟମ୍‌ଙ୍କ କେଉଁ ପଦକ୍ଷେପକୁ ପ୍ରତିନିଧ୍ଵ ସଭା ବିରୋଧ କରିଥିଲା ? ଏହାକୁ ଭିତ୍ତି କରି କେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ?
Answer:

  • ପ୍ରୁସିଆର ରାଜା ପ୍ରଥମ ଉଇଲିୟମ୍‌ଙ୍କ ସାମରିକ ସଂସ୍କାର ପଦକ୍ଷେପକୁ ପ୍ରୁସିଆର ପ୍ରତିନିଧୂ ସଭା ‘ଡାଏଟ୍’ ବିରୋଧ କରିଥିଲା ।
  • ଏହାକୁ ଭିତ୍ତି କରି ସାମ୍ବିଧାନିକ ସଂକଟ ସୃଷ୍ଟି ହୋଇଥିଲା ।

(ଛ) ବିସ୍‌ମାର୍କ କିପରି ଭାବରେ ସ୍ଲାବ୍‌ଉଇଗ୍ ଓ ହୋଲଷ୍ଟେନ୍ ଅଧିକାର କରିଥିଲେ ?
Answer:

  • କ୍ଲୋଜ୍ଉଇଗ୍ ଓ ହୋଲଷ୍ଟେନ୍ ଅଞ୍ଚଳ ପାଇବା ପାଇଁ ବିସ୍‌ମାର୍କ ଅଷ୍ଟ୍ରିଆର ସାହାଯ୍ୟ ଲୋଡ଼ିଥିଲେ।
  • ପ୍ରୁସିଆ ଓ ଅଷ୍ଟ୍ରିଆ ମିଳିତ ଭାବେ ଡେନ୍‌ମାର୍କକୁ ପରାସ୍ତ କରିବାରୁ ସ୍ଲାଇଗ୍ ପ୍ରୁସିଆ ସହ ଓ ହୋଲଷ୍ଟେନ୍‌ ଅଷ୍ଟ୍ରିଆ ସହ ମିଶିଗଲା ।
  • ପରବର୍ତୀ ସମୟରେ ଅଷ୍ଟ୍ରିଆକୁ ଯୁଦ୍ଧରେ ପରାଜିତ କରି ବିସ୍‌ମାର୍କ ହୋଲଷ୍ଟେନ୍‌ ଅଧିକାର କଲେ ।

(ଜ) କେବେ ଓ କେଉଁମାନଙ୍କୁ ନେଇ ‘ତରୁଣ ଇଟାଲୀ’ ଦଳ ଗଠନ ହୋଇଥିଲା ?
Answer:
୧୮୩୧ ମସିହାରେ ଇଟାଲୀର ଯୁବକମାନଙ୍କୁ ନେଇ ‘ତରୁଣ ଇଟାଲୀ’ ଦଳ ଗଠନ ହୋଇଥିଲା ।

(ଝ) ଚାର୍ଲସ୍ ଆଲବର୍ଟ କେଉଁ ରାଜ୍ୟର ଶାସକ ଥିଲେ ? କେଉଁ ଘଟଣାରୁ ସେ ସିଂହାସନ ତ୍ୟାଗ କରିଥିଲେ ?
Answer:

  • ଚାର୍ଲସ୍‌ ଆଲବର୍ଟ ସାଢ଼ିନିଆର ରାଜା ଥିଲେ ।
  • ସେ ଅଷ୍ଟ୍ରିଆ ବିରୁଦ୍ଧରେ ବାରମ୍ବାର ଯୁଦ୍ଧ କରି ପରାସ୍ତ ହେବାରୁ ସିଂହାସନ ତ୍ୟାଗ କରିଥିଲେ ।

(ଞ) ‘ଲାଲକୁର୍ତ୍ତା ବାହିନୀ’ କିଏ ଗଠନ କରିଥିଲେ ? ଏହି ବାହିନୀ କେଉଁ ଅଞ୍ଚଳ ଅଧିକାର କରିଥିଲା ?
Answer:

  • ‘ଲାଲକୁର୍ତ୍ତା ବାହିନୀ’ ଗାରିବାଲ୍ଟି ଗଠନ କରିଥିଲା ।
  • ଏହି ବାହିନୀ ନେପଲ୍ସ ଓ ସିସିଲି ଅଧିକାର କରିଥିଲା ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୩। ବନ୍ଧନୀ ମଧ୍ଯରୁ ସଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ଖ୍ରୀଷ୍ଟାବ୍ଦ ୧୬୨୦ରେ ଇଂଲଣ୍ଡର ରାଜା _____________ ଥିଲେ ।
(ପ୍ରଥମ ଏଲିଜାବେଥ୍, ପ୍ରଥମ ଜେମ୍ସ, ଭିକ୍ଟୋରିଆ, ଉଇଲିୟମ୍)
Answer:
ପ୍ରଥମ ଜେମସ୍

(ଖ) ଆମେରିକୀୟ ଉପନିବେଶମାନଙ୍କରେ ଇଂରେଜମାନେ __________________ ଦ୍ରବ୍ୟ ଉପରେ ଆମଦାନୀ କର ବସାଇଥିଲେ ।
(କପା, ତମାଖୁ, ଚା’, ରଙ୍ଗ)
Answer:
ଚା

(ଗ) ‘ମୁଁ ହେଉଛି ରାଷ୍ଟ୍ର’’ । ଏହା ____________ ଙ୍କ ଭକ୍ତି ଥିଲା ।
(ତ୍ରୟୋଦଶ ଲୁଇ, ଚତୁର୍ଦ୍ଦଶ ଲୁଇ, ପଞ୍ଚବଶ ଭୁଲ୍, ଷୋଡ଼ଶ ଲୁଇ)
Answer:
ଚତୁର୍ଦ୍ଦଶ ଲୁଇ

(ଘ) ସୋସିଆଲ କଶାକ୍ଟ ____________ ଲେଖୁଥିଲେ ।
(ମଣ୍ଟେଲ୍ୟୁ, ଭଲ୍‌ଟାୟାର, ନେପୋଲିୟନ୍, ରୁଷୋ)
Answer:
ରୁଷୋ

(ଙ) ପ୍ରଥମ ଉଇଲିୟମ୍ ___________ ରାଜା ଥିଲେ ।
(ଅଷ୍ଟ୍ରିଆ, ପ୍ରୁସିଆ, ମଡ଼େନା, ହୋଲଷ୍ଟେନ୍)
Answer:
ପ୍ରୁସିଆ

(ଚ) ୱାଟରରୁ ଯୁଦ୍ଧରେ ______________ ପରାସ୍ତ ହୋଇଥିଲେ ।
(ନେପୋଲିୟନ୍, ଲର୍ଡ କଣ୍ଠୱାଲିସ୍, ଦ୍ଵିତୀୟ ଜେମ୍‌ସ, ଷୋଡ଼ଶ ଲୁଇ)
Answer:
ନେପୋଲିୟନ୍

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

(ଛ) କ୍ରିମିଆ ଯୁଦ୍ଧ ______________ ମସିହାରେ ହୋଇଥିଲା ।
(୧୮୫୧, ୧୮୫୪, ୧୮୫୯, ୧୮୨୩)
Answer:
୧୮୫୪

(ଜ) ‘ତରୁଣ ଇଟାଲୀ’ ସଂଗଠନ _____________ ଗଠନ କରିଥିଲେ ।
(ମାଜିନୀ, କାଲୁର୍‌, ଗାରିବାଲ୍‌, ଇମାନୁଏଲ୍)
Answer:
ମାଜିନୀ

୪। ରେଖାଙ୍କିତ ଶବ୍ଦଗୁଡ଼ିକୁ ପରିବର୍ତ୍ତନ ନ କରି ଭ୍ରମ ସଂଶୋଧନ କର ।

(କ) ଷ୍ଟାମ୍ପ୍ ଆଇନ ଆମେରିକା ପାର୍ଲାମେଣ୍ଟରେ ପ୍ରଣୟନ କରାଯାଇଥିଲା ।
Answer:
ଷ୍ଟାମ୍ ଆଇନ ବ୍ରିଟିଶ୍ ପାର୍ଲାମେଣ୍ଟରେ ପ୍ରଣୟନ କରାଯାଇଥିଲା ।

(ଖ) ୧୮୬୫ ମସିହାରେ ସାଢ଼େ ଯୁଦ୍ଧ ପୁସିଆ ଓ ଅଷ୍ଟିଆ ମଧ୍ୟରେ ହୋଇଥିଲା ।
Answer:
୧୮୬୬ ମସିହାରେ ସାଢ଼େ ଯୁଦ୍ଧ ପୁସିଆ ଓ ଅଷ୍ଟ୍ରିଆ ମଧ୍ୟରେ ହୋଇଥିଲା ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

(ଗ) ‘କାର୍ବୋନାରୀ’ ନାମକ ସଙ୍ଗଠନ ଇଟାଲୀର ବିଚ୍ଛିନ୍ନତା ଆଣିଥିଲା ।
Answer:
ଭିଏନା କଂଗ୍ରେସ ଇଟାଲୀର ବିଚ୍ଛିନ୍ନତା ଆଣିଥିଲା

(ଘ) ଗାରିବାଲିଡି ତରୁଣ ଇଟାଲୀ ନାମକ ମୁକ୍ତିବାହିନୀ ଗଠନ କରିଥିଲେ ।
Answer:
ଗାରିବାଲିଡି ଲାଲକୁର୍ତ୍ତା ବାହିନୀ ନାମକ ମୁକ୍ତିବାହିନୀ ଗଠନ କରିଥିଲେ ।

(ଙ) ଦ୍ଵିତୀୟ ଭିକ୍ଟର ଇମାନୁଏଲଙ୍କ ପ୍ରଧାନମନ୍ତ୍ରୀ ମାଜିନୀ ଥିଲେ ।
Answer:
ଦ୍ଵିତୀୟ ଭିକ୍ଟର ଇମାନୁଏଲଙ୍କ ପ୍ରଧାନମନ୍ତ୍ରୀ କାଉଣ୍ଟ କାଭୁର ଥିଲେ ।

(ଚ) ୧୮୬୧ ମସିହାରେ ପୁସିଆର ରାଜା ରୂପେ ବିସ୍‌ମାର୍କ ଅଧିଷ୍ଠିତ ହୋଇଥିଲେ ।
Answer:
୧୮୬୧ ମସିହାରେ ପ୍ରୁସିଆର ରାଜା ରୂପେ ପ୍ରଥମ ଉଇଲିୟମ୍ ଅଧିଷ୍ଠିତ ହୋଇଥିଲେ ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୫। ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସଂପୃକ୍ତ ଶବ୍ଦ ମିଳନ କର ।

‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସଂପୃକ୍ତ ଶବ୍ଦ ମିଳନ କର ।

BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(c)

Odisha State Board BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(c) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(c)

Question 1.
ନିମ୍ନ ସଂରଚନାଗୁଡ଼ିକୁ ଦେଖି ପରବର୍ତୀ ଦୁଇଟି ଧାଡ଼ି ଲେଖ ।
(a) 1 × 9 +1= 10
12 × 9 + 2 = 110
123 × 9 + 3 = 1110

(b) 1 × 8 + 1 = 9
12 × 8 + 2 = 98
123 × 8 + 3 = 987

(c) 6 × 11 = 66
89 × 101 = 8989
706 × 1001 = 706706

(d) 1 + 2 = 3
4 + 5 + 6 = 7 + 8
9 + 10 + 11 + 12 = 13 + 14 + 15

(e)
BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(c) - 1

(f) 2² – 1² = 2 + 1 = 3
3² – 2² = 3 + 2 = 5
4² – 3² = 4 + 3 = 7
5² – 4² = 5 + 4 = 9
6² – 5² = 6 + 5 = 11
Solution:
(a) 1234 × 9 + 4 = 11110
12345 × 9 + 5= 111110

(b) 1234 × 8 + 4 = 9876
12345 × 8 + 5 = 98765

(c) 5004 × 10001 = 50045004
30002 × 100001 = 3000230002

(d) 16 + 17 + 18 + 19 + 20 = 21 + 22 + 23 + 24
25 + 26 + 27 + 28 + 29 + 30 = 31 + 32 + 33 + 34 + 35

(e)
BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(c) - 2

(f) 7² – 6² = 7 + 6 = 13
8² – 7² = 8 + 7 = 15

BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(c)

Question 2.
ନିମ୍ନ ଶୂନ୍ୟସ୍ଥାନ (ଶୂନ୍ୟ ବର୍ଗଚିତ୍ର)ଗୁଡ଼ିକୁ ଦୁଇ ଅଙ୍କବିଶିଷ୍ଟ ମୌଳିକ ସଂଖ୍ୟାଦ୍ଵାରା ପୂରଣ କର, ଯେପରିକି ଯେଉଁପଟରୁ ମିଶାଇଲେ (ଉଲ୍ଲମ୍ବ ବା ଭୂ-ସମାନ୍ତର ଭାବେ) ମିଶାଣଫଳ
(i) 123 ହେବ ( ଚିତ୍ର-1 )
(ii) 161 ହେବ ( ଚିତ୍ର-2)
BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(c) - 3

ଉ –
123 – 29 = 94 = 11 + 83 = 23 + 71
123 – 83 = 40 = 11 + 29 = 17 + 23
ଦୁଇଅଙ୍କ ବିଶିଷ୍ଟ ମୌଳିକ ସଂଖ୍ୟାଗୁଡ଼ିକ ହେଲା –
11, 13, 17, 19, 23, 29, 31, 37, 41, 43, 47, 53, 59, 61, 67, 71, 73, 79, 83 ……….
BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(c) - 4
17 + 11 = 28 161 – 28 = 133 (ତିନୋଟି ମୌଳିକ ସଂଖ୍ୟା ସ୍ଥିରକରିବା, ଯାହାର ଯୋଗଫଳ 133)
17 +43 = 60 161 – 60 = 101 (ତିନୋଟି ମୌଳିକ ସଂଖ୍ୟା ସ୍ଥିରକରିବା, ଯାହାର ଯୋଗଫଳ 101)
19 +31 + 83 = 133
11 + 29 +61 = 101
BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(c) - 5

Question 3.
ନିମ୍ନ ପ୍ରଶ୍ନମାନଙ୍କରେ ପ୍ରତ୍ୟେକ ଅକ୍ଷର ପାଇଁ ଗୋଟିଏ ଗୋଟିଏ (0 ରୁ 9 ମଧ୍ୟରେ) ଅଙ୍କ ବାଛ; ଯେପରିକି ଦତ୍ତ ସର୍ଭଗୁଡ଼ିକର ସତ୍ୟତା ନିରୂପଣ ହୋଇପାରିବ । କେଉଁ ଅକ୍ଷର ପାଇଁ କେଉଁ ସଂଖ୍ୟା ବ୍ୟବହାର କଲ ଲେଖ ।
(i) xy = yx
(ii) \(\frac{1}{x}+\frac{1}{y}+\frac{1}{z}=1\)
(iii) A k C × AC = CCC
(iv) ABCD × 9 = DCBA
(v) AB + BA = P(A + B)
(vi) AB – BA = P (A – B) (A > B)
(vii) ABC + BCA + CAB = 111 (A + B + C) .
(viii) ABC – CBA = 99 (A – C)
ଉ –
ଉପରୋକ୍ତ ପ୍ରଶ୍ନଗୁଡ଼ିକର ସମାଧାନ ପାଇଁ ନିର୍ଦ୍ଦିଷ୍ଟ ଭାବେ କୌଣସି ସୂତ୍ର ନାହିଁ । ଛାତ୍ରଛାତ୍ରୀମାନେ ନିଜର ବୋଧଶକ୍ତି ବଳରେ ଉକ୍ତ ପ୍ରଶ୍ନଗୁଡ଼ିକର ସମାଧାନ କରିପାରିବେ ।
(i) x = 6 ଓ y = 3 ହେଲେ, xy = 6 × 3 = 18 ଏବଂ yx = 3 × 6 = 18 ∴ xy = yx

(ii) x = 2, y = 3 ଓ z = 6 ହେଲେ, \(\frac{1}{x}+\frac{1}{y}+\frac{1}{z}=\frac{1}{2}+\frac{1}{3}+\frac{1}{6}=\frac{3+2+1}{6}=\frac{6}{6}=1\) ହେବ।

(iii) A × C × AC = CCC
A = 3, C = 7 ହେଲେ, AC = 37, CCC = 777, 3 × 7 × 37 = 777

(iv) A = 1, B= O, C = 8, D = 9 ହେଲେ,
ABCD × 9 = 1089 × 9 = 9801 = DCBA

(v) A = 3, B = 4 ଓ P = 7 ହେଲେ, A + B = 7
AB + BA = 34 + 43 = 77 = P(A + B)

(vi) A = 8, B = 3 ଓ P = 4 ହେଲେ, (A – B) = 8 – 3 = 5
∴ AB – BA = 83 – 38 = 45 = p(A – B)

(vii) A = 3, B = 2 ଓ C = 1 ହେଲେ,
∴ ABC + BCA + CAB = 321 + 213 + 132 = 111(3 + 2 + 1) = 111 (A + B + C)

(viii)A = 3, B = 2 ଓ C = 1 ହେଲେ,
∴ ABC – CBA = 321 – 123 = 99(3 – 1) = 99(A – C)

BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(c)

Question 4.
(a) ନିମ୍ନସ୍ଥ କେଉଁ ସଂଖ୍ୟାଗୁଡ଼ିକ ‘2” ଦ୍ଵାରା ବିଭାଜ୍ୟ ?
24, 127, 210, 86, 95, 437, 251
ଉ –
24, 210, 86 ସଂଖ୍ୟାଗୁଡ଼ିକ 2 ଦ୍ବାରା ବିଭାଜ୍ୟ ।
24, 210, 8ରେ ଶେଷ ଅଙ୍କଗୁଡ଼ିକ 4, 0 ଓ 8 ହୋଇଥିବାରୁ ଏଗୁଡ଼ିକ 2 ଦ୍ୱାରା ବିଭାଜ୍ୟ ।

(b) ନିମ୍ନସ୍ଥ କେଉଁ ସଂଖ୍ୟାଗୁଡ଼ିକ 5 ଦ୍ୱାରା ବିଭାଜ୍ୟ ଏବଂ କେଉଁଗୁଡ଼ିକ 2 ଓ 5 ଉଭୟ ଦ୍ୱାରା ବିଭାଜ୍ୟ ?
105, 214, 420, 235, 930, 715
ଉ –
105, 420, 235, 930, 715 ସଂଖ୍ୟାଗୁଡ଼ିକ 2 ଦ୍ବାରା ବିଭାଜ୍ୟ, 420 ଓ 930 ଉଭୟ 2 ଓ 5 ଦ୍ୱାରା ବିଭାଜ୍ୟ ।
105, 420, 235, 930, 715 ସଂଖ୍ୟାଗୁଡ଼ିକର ଏକକ ଅଙ୍କ 5 ଓ 0 ଅଟେ ।
ତେଣୁ ସମସ୍ତ ସଂଖ୍ୟା 5 ଦ୍ୱାରା ବିଭାଜ୍ୟ ।
କିନ୍ତୁ 420 ଓ 930 ସଂଖ୍ୟାଦ୍ୱୟର ଏକକ ଅଙ୍କ 0 ହୋଇଥ‌ିବାରୁ ଏହି ସଂଖ୍ୟାଦ୍ବୟ 10 ଦ୍ବାରା ବିଭାଜ୍ୟ । ଯେଉଁ ସଂଖ୍ୟା 10 ଦ୍ୱାରା ବିଭାଜ୍ୟ, ତାହା 2 ଓ 5 ଦ୍ବାରା ବିଭାଜ୍ୟ ।

(c) ନିମ୍ନସ୍ଥ କେଉଁ ସଂଖ୍ୟାଗୁଡ଼ିକ 3 ଦ୍ବାରା ବିଭାଜ୍ୟ ଏବଂ ଏଥୁମଧ୍ୟରୁ କେଉଁଗୁଡ଼ିକ 2 ଓ 3 ଉଭୟଦ୍ୱାରା ବିଭାଜ୍ୟ ?
78, 403, 504, 917, 235, 216, 774, 804
ଉ –
78 ରେ 7 + 8 = 15 ଏହା 3 ଦ୍ବାରା ବିଭାଜ୍ୟ ।
403 ରେ 4 + 0 + 3 = 7 ଏହା 3 ଦ୍ବାରା ବିଭାଜ୍ୟ ନୁହେଁ ।
504 ରେ 5 + 0 + 4 = 9 ଏହା 3 ଦ୍ବାରା ବିଭାଜ୍ୟ ।
917 ରେ 9 + 1 + 7 = 17 ଏହା 3 ଦ୍ବାରା ବିଭାଜ୍ୟ ନୁହେଁ ।
235 ରେ 2 + 3 + 5 = 10 ଏହା 3 ଦ୍ୱାରା ବିଭାଜ୍ୟ ନୁହେଁ ।
216 ରେ 2 + 1 + 6 = 9 ଏହା 3 ଦ୍ବାରା ବିଭାଜ୍ୟ ।
774 ରେ 7 + 7 + 4 = 18 ଏହା 3 ଦ୍ବାରା ବିଭାଜ୍ୟ ।
804 ରେ 8 + 0 + 4 = 12 ଏହା 3 ଦ୍ବାରା ବିଭାଜ୍ୟ ।
∴ 3 ଦ୍ଵାରା ବିଭାଜ୍ୟ ସଂଖ୍ୟାଗୁଡ଼ିକ ହେଲା 78, 504, 216, 774 ଓ 804 । ଏ ସମସ୍ତ ସଂଖ୍ୟା ଯୁଗ୍ମହେତୁ ସମସ୍ତ ସଂଖ୍ୟା 2 ଓ 3 ଦ୍ବାରା ବିଭାଜ୍ୟ ହେବ ।

(d) ନିମ୍ନସ୍ଥ କେଉଁ ସଂଖ୍ୟାଗୁଡ଼ିକ 3 ଦ୍ୱାରା ବିଭାଜ୍ୟ; କିନ୍ତୁ 9 ଦ୍ବାରା ନୁହେଁ ?
702, 501, 213, 102, 675, 462
ଉ –
702 ରେ ଅଙ୍କମାନଙ୍କର ସମଷ୍ଟି 7 + 0 + 2 = 9, ଏହା ଉଭୟ 3 ଓ 9 ଦ୍ୱାରା ବିଭାଜ୍ୟ । ସଂଖ୍ୟାଟି 3 ଓ 9 ଦ୍ବାରା ବିଭାଜ୍ୟ ।
501 ରେ 5 + 0 + 1 = 6, ଏହା 9 ଦ୍ବାରା ବିଭାଜ୍ୟ ନୁହେଁ; କିନ୍ତୁ 3 ଦ୍ୱାରା ବିଭାଜ୍ୟ । ତେବେ ସଂଖ୍ୟାଟି 3 ଦ୍ଵାରା ବିଭାଜ୍ୟ; ମାତ୍ର 9 ଦ୍ୱାରା ବିଭାଜ୍ୟ ନୁହେଁ ।
213 ରେ 2 + 1 + 3 = 6, ଏହା 9 ଦ୍ଵାରା ବିଭାଜ୍ୟ ନୁହେଁ; କିନ୍ତୁ 3 ଦ୍ୱାରା ବିଭାଜ୍ୟ । ତେବେ ସଂଖ୍ୟାଟି 3 ଦ୍ଵାରା ବିଭାଜ୍ୟ; ମାତ୍ର 9 ଦ୍ୱାରା ବିଭାଜ୍ୟ ନୁହେଁ ।
102 ରେ 1 + 0 + 2 = 3, ଏହା 3 ଦ୍ୱାରା ବିଭାଜ୍ୟ; ମାତ୍ର 9 ଦ୍ୱାରା ବିଭାଜ୍ୟ ନୁହେଁ । ତେଣୁ ସଂଖ୍ୟାଟି 3 ଦ୍ଵାରା ବିଭାଜ୍ୟ; ମାତ୍ର 9 ଦ୍ବାରା ବିଭାଜ୍ୟ ନୁହେଁ ।
675 ରେ 6 + 7 + 5 = 18, ଏହା 3 ଓ 9 ଉଭୟ ଦ୍ୱାରା ବିଭାଜ୍ୟ । ତେଣୁ ସଂଖ୍ୟାଟି 3 ଓ 9 ଉଭୟ ଦ୍ବାରା ବିଭାଜ୍ୟ ।
462 ରେ 4 + 6 + 2 = 12, ଏହା 3 ଦ୍ବାରା ବିଭାଜ୍ୟ; ମାତ୍ର 9 ଦ୍ୱାରା ବିଭାଜ୍ୟ ନୁହେଁ । ତେଣୁ ସଂଖ୍ୟାଟି 3 ଦ୍ଵାରା ବିଭାଜ୍ୟ; ମାତ୍ର 9 ଦ୍ଵାରା ବିଭାଜ୍ୟ ନୁହେଁ ।
501, 213, 102, 462 ସଂଖ୍ୟାଗୁଡ଼ିକ 3 ଦ୍ବାରା ବିଭାଜ୍ୟ; କିନ୍ତୁ 9 ଦ୍ୱାରା ବିଭାଜ୍ୟ ନୁହେଁ ।

BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(c)

Question 5.
ତାରକା (*) ଚିହ୍ନିତ ଶୂନ୍ୟସ୍ଥାନଗୁଡ଼ିକୁ କେଉଁ କ୍ଷୁଦ୍ରତମ ଅଙ୍କଦ୍ଵାରା ପୂରଣକଲେ ସଂଖ୍ୟାଟି
(i) 3 ଦ୍ବାରା (ii) 9 ଦ୍ବାରା ବିଭାଜ୍ୟ ହେବ ?
(a) 7*5, (b) 3*2, (c) 17*, (d)14*, (e) 2*2
ଉ-
* ଚିହ୍ନିତ ସ୍ଥାନରେ 3 ଦ୍ବାରା ବିଭାଜ୍ୟ ପାଇଁ ନିମ୍ନଲିଖ୍ କ୍ଷୁଦ୍ରତମ ସଂଖ୍ୟାମାନ ରହିବ ।
(a) 0 (b) 1 (c) 1 (d) 1 (e)
* ଚିହ୍ନିତ ସ୍ଥାନରେ ୨ ଦ୍ବାରା ବିଭାଜ୍ୟ ପାଇଁ ନିମ୍ନଲିଖ୍ କ୍ଷୁଦ୍ରତମ ସଂଖ୍ୟାମାନ ରହିବ ।
(a) 6 (b) 4 (c) 1 (d) 4 (e) 5

Question 6.
ନିମ୍ନଲିଖ ଉକ୍ତିମାନଙ୍କ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
(i) ୨ ଦ୍ଵାରା ବିଭାଜ୍ୟ ସଂଖ୍ୟା 3 ଦ୍ବାରା ବିଭାଜ୍ୟ ହେବେ ।
(ii) 3 ଦ୍ବାରା ବିଭାଜ୍ୟ ସଂଖ୍ୟା 9 ଦ୍ବାରା ବିଭାଜ୍ୟ ହେବେ ।
(iii) 3 ଦ୍ବାରା ବିଭାଜ୍ୟ ସଂଖ୍ୟା 6 ଦ୍ବାରା ବିଭାଜ୍ୟ ହେବେ ।
(iv) 10 ଦ୍ୱାରା ବିଭାଜ୍ୟ ସଂଖ୍ୟା 5 ଦ୍ଵାରା ବିଭାଜ୍ୟ ହେବେ ।
(v) 6 ଦ୍ୱାରା ବିଭାଜ୍ୟ ସଂଖ୍ୟା 2 ଓ 3 ଉଭୟ ଦ୍ବାରା ବିଭାଜ୍ୟ ହେବେ ।
ଉ-
(i) ଠିକ୍
(ii) ଭୁଲ୍
(iii) ଭୁଲ୍
(iv) ଠିକ୍
(v) ଠିକ୍

BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(c)

Question 7.
ନିମ୍ନଲିଖ ଉକ୍ତିମାନଙ୍କ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
(i) 710, 10 ଦ୍ବାରା ବିଭାଜ୍ୟ; କିନ୍ତୁ 5 ଦ୍ଵାରା ନୁହେଁ ।
(ii) 105, 3 ଓ 5 ଉଭୟ ଦ୍ବାରା ବିଭାଜ୍ୟ ।
(iii) 897, 3 ଦ୍ଵାରା ବିଭାଜ୍ୟ ନୁହେଁ; କିନ୍ତୁ 9 ଦ୍ୱାରା ବିଭାଜ୍ୟ । ବିଭାଜ୍ୟ ହେବେ ।
(iv) 14641 ସଂଖ୍ୟାଟି 11 ଦ୍ବାରା ବିଭାଜ୍ୟ ।
(v) 432 ସଂଖ୍ୟାଟି 3,6 ଓ 9 ଦ୍ବାରା ବିଭାଜ୍ୟ ।
ଉ-
(i) ଭୁଲ୍
(ii) ଠିକ୍
(iii) ଭୁଲ୍
(iv) ଠିକ୍
(v) ଠିକ୍

BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(b)

Odisha State Board BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(b) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(b)

Question 1.
ପ୍ରଦତ୍ତ ସଂଖ୍ୟାଗୁଡ଼ିକ ସଂଖ୍ୟାରେଖାରେ ସୂଚିତ କର ।
(i) \(\frac{7}{4}\)
(ii) \(\frac{-5}{6}\)
(iii) \(\frac{8}{3}\)
ସମାଧାନ :
(i) \(\frac{7}{4}=1 \frac{3}{4}\) ∴ 1 < \(\frac{7}{4}\) < 2
BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(b) - 1
ସଂଖ୍ୟାରେଖାରେ O, A, B ଯଥାକ୍ରମେ 0,1ଓ 2 ର ସଂଖ୍ୟାର ସୂଚକ ବିନ୍ଦୁ ନିଆଯାଉ ।
\(\overline{\mathrm{AB}}\) କୁ 4 ସମାନ ଭାଗରେ ବିଭକ୍ତ କରାଯାଉ, ଯେପରି AP = PQ = QR = RB ହେବ ।
ବର୍ତ୍ତମାନ R ବିନ୍ଦୁଟି \(1 \frac{3}{4}\) ସଂଖ୍ୟାର ସୂଚକ ବିନ୍ଦୁ ।

(ii) \(\frac{-5}{6}\), 1 ଓ 0 ର ମଧ୍ୟବର୍ତ୍ତୀ ଏକ ପରିମେୟ ସଂଖ୍ୟା ।
∴ -1 < \(\frac{-5}{6}\) < 0
-1 ଓ 0 ସୂଚିତ ବିଦୁ୍ୟଦ୍ୱୟର ସଂଯୋଜକ ରେଖାଖଣ୍ଡ \(\overline{\mathrm{AO}}\) କୁ 6 ସମାନ ଭାବରେ ବିଭକ୍ତ କରାଯାଉ । ଶୂନ ସୂଚକ ବିନ୍ଦୁରୁ ବାମକୁ 5 ଟି ଭାଗକଲେ ଯେଉଁ କ୍ତ ବିନ୍ଦୁଟି ରହିବ, ତାହା \(\frac{-5}{6}\)ର ସୂଚକ ବିନ୍ଦୁ ।
BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(b) - 2

(iii) \(\frac{8}{3}=2 \frac{2}{3}\) ∴ 1 < \(\frac{7}{4}\) < 2
ସଂଖ୍ୟାରେଖାରେ ଠ, A, B ଓ C ଯଥାକ୍ରମେ 0, 1, 2 ଓ 3 ବିନ୍ଦୁମାନଙ୍କର ସୂଚକ ବିନ୍ଦୁ ହେଉ । \(\overline{\mathrm{BC}}\) କୁ D ଓ E ବିନ୍ଦୁରେ ସମାନ ତିନିଭାଗରେ ବିଭକ୍ତ କରାଯାଉ ।
ଯେପରିକି B – D – E – C ଏବଂ BD = DE = EC ହେବ ।
BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(b) - 3
E ବିନ୍ଦୁଟି \(2 \frac{2}{3}\)ର ସୂଚକ ବିନ୍ଦୁ ହେବ ।

BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(b)

Question 2.
\(\frac{-2}{11}, \frac{-5}{11}, \frac{-9}{11}\) କୁ ସଂଖ୍ୟାରେଖାର ଦେଖାଅ ।
ସମାଧାନ :
\(\frac{-2}{11}, \frac{-5}{11}, \frac{-9}{11}\) ବିନ୍ଦୁମାନ ସଂଖ୍ୟାରେଖାର -1 ଓ 0 ସୂଚିତ ବିଦୁ୍ୟଦ୍ବୟ ଦ୍ବାରା ଗଠିତ ରେଖାଖଣ୍ଡ ଉପରେ ଅବସ୍ଥିତ ହେବେ । ମନେକର A’ ଓ O ବିନ୍ଦୁଦ୍ଵୟ ଯଥାକ୍ରମେ -1 ଓ 0 ର ସୂଚକ ବିନ୍ଦୁ । \(\overline{\mathrm{A’O}}\) କୁ ସମାନ 11 ଭାଗରେ ବିଭକ୍ତ କରାଯାଉ ।
BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(b) - 4
\(\frac{-2}{11}, \frac{-5}{11}, \frac{-9}{11}\) ପାଇଁ ସୂଚକ ବିନ୍ଦୁମାନ ଯଥାକ୍ରମେ P’, Q’ ଓ R’ ।

Question 3.
(i) 2 ଠାରୁ ସାନ ପାଞ୍ଚଟି ପରିମେୟ ସଂଖ୍ୟା ଲେଖ ।
ସମାଧାନ :
2 ଠାରୁ ସାନ ପାଞ୍ଚଟି ପରିମେୟ ସଂଖ୍ୟା \(-\frac{1}{2}, 0, \frac{2}{3}, \frac{4}{3}, \frac{5}{3}\)

(ii) \(\frac{3}{5}\) ଓ \(\frac{3}{4}\) ମଧ୍ୟରେ ଥ‌ିବା ଦଶଟି ପରିମେୟ ସଂଖ୍ୟା ନିର୍ଣ୍ଣୟ କର ।
ସମାଧାନ :
BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(b) - 5

BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(b)

Question 4.
(i) \(\frac{-2}{5}\) ଓ \(\frac{1}{2}\) ମଧ୍ୟବର୍ତ୍ତୀ ଦଶଟି ପରିମେୟ ସଂଖ୍ୟା ନିର୍ଣ୍ଣୟ କର ।
(ii) 2 ଠାରୁ ବଡ଼ ପାଞ୍ଚଟି ପରିମେୟ ସଂଖ୍ୟା
ସମାଧାନ :
(i)
BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(b) - 6
ଏଥ୍ ମଧ୍ୟରୁ ଯେ କୌଣସି ଦଶଗୋଟି ପରିମେୟ ସଂଖ୍ୟା ନିଆଯାଇପାରେ ।

(ii)
BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(b) - 7

Question 5.
ନିମ୍ନ ପ୍ରଦତ୍ତ ସଂଖ୍ୟାମାନଙ୍କ ମଧ୍ୟରେ ଥ‌ିବା ପାଞ୍ଚଟି ଲେଖାଏଁ ପରିମେୟ ସଂଖ୍ୟା ନିର୍ଣ୍ଣୟ କର ।
(i) \(\frac{2}{3}\) ଓ \(\frac{4}{5}\)
(ii) \(\frac{-3}{2}\) ଓ \(\frac{5}{3}\)
(iii) \(\frac{1}{4}\) ଓ \(\frac{1}{2}\)
ସମାଧାନ :
(i)
BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(b) - 8
(ii)
BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(b) - 9
(iii)
BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(b) - 10

BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(b)

Question 6.
ନିମ୍ନ ସଂଖ୍ୟା ଯୋଡ଼ିଗୁଡ଼ିକରେ ଥ‌ିବା ବଡ଼ ସଂଖ୍ୟାଟିକୁ ସ୍ଥିର କର ।
(i) \(\frac{2}{3}\) ଓ \(\frac{5}{7}\)
(ii) \(\frac{3}{4}\) ଓ \(\frac{7}{9}\)
(iii) \(\frac{3}{7}\) ଓ \(\frac{4}{11}\)
ସମାଧାନ :
(i) 3 ଓ 7 ର ଲ.ସା. ଗୁ = 21
\(\frac{2}{3}=\frac{2 \times 7}{3 \times 7}=\frac{14}{21}, \frac{5}{7}=\frac{5 \times 3}{7 \times 3}=\frac{15}{21}\)
\(\frac{15}{21}>\frac{14}{21} \Rightarrow \frac{5}{7}>\frac{2}{3}\)

(ii) 4 ଓ 9 ର ଲ.ସା. ଗୁ = 36
\(\frac{3}{4}=\frac{3 \times 9}{4 \times 9}=\frac{27}{36}, \frac{7}{9}=\frac{7 \times 4}{9 \times 4}=\frac{28}{36}\)
\(\frac{28}{36}>\frac{27}{36} \Rightarrow \frac{7}{9}>\frac{3}{4}\)

(iii) 7 ଓ 11 ର ଲ.ସା. ଗୁ
\(\frac{3}{7}=\frac{3 \times 11}{7 \times 11}=\frac{33}{77}, \frac{4}{11}=\frac{4 \times 7}{11 \times 7}=\frac{28}{77} \)
\(\frac{33}{77}>\frac{28}{77} \Rightarrow \frac{3}{7}>\frac{4}{11}\)

ବିକଛ ପ୍ରଣାଳୀ
ଆମେ ଜାଣିଛେ \(\frac{a}{b}\) ଓ \(\frac{c}{d}\) ଦୁଇଟି ପରିମେୟ ସଂଖ୍ୟା ମଧ୍ୟରେ \(\frac{a}{b}\) > \(\frac{c}{d}\) ହେବ ଯଦି ad > bc ହେବ ।
ଏଠାରେ \(\frac{3}{7}\) > \(\frac{4}{11}\) କାରଣ 3 × 11 > 4 × 7 (33 > 28)

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

Odisha State Board BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Textbook Exercise Questions and Answers.

BSE Odisha Class 8 History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୭୫ଟି ଶବ୍ଦରେ ଲେଖ ।

(କ) ନାଦିର ଶାହ କେବେ ଓ କେଉଁ ପରିସ୍ଥିତିରେ ଭାରତ ଆକ୍ରମଣ କରିଥିଲେ ? ସେ ଭାରତ ଆକ୍ରମଣ କରି କେଉଁ ପରିସ୍ଥିତି ସୃଷ୍ଟି କରିଥିଲେ ? ସେ ଭାରତରୁ ନିଜ ଦେଶକୁ କ’ଣ ନେଇଯାଇଥିଲେ ?
Answer:
ଆକ୍ରମଣ ସମୟ :
ପାରସ୍ୟର ରାଜା ନାଦିର ଶାହ ମୋଗଲ ସାମ୍ରାଜ୍ୟର ଆଭ୍ୟନ୍ତରୀଣ ବିଶୃଙ୍ଖଳାର ସୁଯୋଗ ନେଇ ୧୭୩୯ ଖ୍ରୀଷ୍ଟାବ୍ଦରେ ଭାରତ ଆକ୍ରମଣ କରିଥିଲେ ।

ସ୍ଥାନ :
ପାନିପଥ ନିକଟବର୍ତ୍ତୀ କର୍ଣ୍ଣାଲଠାରେ ସେ ମୋଗଲ ସେନାଙ୍କୁ ପରାସ୍ତ କରି ମୋଗଲ ସମ୍ରାଟ ମହମ୍ମଦ ଶାହଙ୍କୁ ସଙ୍ଗରେ ନେଇ ଦିଲ୍ଲୀରେ ପ୍ରବେଶ କଲେ ।

ଅଧିକାର ଓ ଲୁଣ୍ଠନ :
ସେ ଭାରତ ଆକ୍ରମଣ କରି ବହୁଦିନ ଦିଲ୍ଲୀ ଅଧିକାର କରି ସେଠାରେ ଲୁଣ୍ଠନ ଓ ନରହତ୍ୟା ଚଳାଇଥିଲେ । ଫଳରେ ଦିଲ୍ଲୀ ନଗରୀ ଏକ ଶ୍ମଶାନରେ ପରିଣତ ହୋଇଗଲା ।

ମୟୂର ସିଂହାସନ ଅପହରଣ :
ଅବଶେଷରେ ଦିଲ୍ଲୀକୁ ଲୁଣ୍ଠନ କରି ସେ ଶାହାଜାହାନ୍‌ଙ୍କ ନିର୍ମିତ ମୟୂର ସିଂହାସନ, କୋହିନୂର ମଣି, ହସ୍ତୀ ଓ ଅଶ୍ଵଗୁଡ଼ିକୁ ସଙ୍ଗରେ ଧରି ପାରସ୍ୟ ଫେରିଯାଇଥିଲେ ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଖ) ପର୍ତ୍ତୁଗୀଜ୍‌ମାନଙ୍କ ଭାରତ ଆଗମନ ଓ ବାଣିଜ୍ୟକୋଠି ସ୍ଥାପନ ଉପରେ ଧାରଣା ଦିଅ ।
Answer:
ପର୍ତ୍ତୁଗୀଜମାନଙ୍କ ଆଗମନ :
୧୪୯୮ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜ୍ ନାବିକ ଭାସ୍କୋଡ଼ାଗାମା ଉତ୍ତମାଶା ଅନ୍ତରୀପ ପାର ହୋଇ ଭାରତର ପଶ୍ଚିମ ଉପକୂଳସ୍ଥ କାଲିକଟ୍ (କୋଝିକୋଡ଼)ଠାରେ ପହଞ୍ଚିଥିଲେ । ସେତେବେଳେ ଜାମୋରିନ୍ ଉପାଧ୍ଧାରୀ ଜଣେ ହିନ୍ଦୁ ରାଜା ଏହି ଅଞ୍ଚଳରେ ଶାସନ କରୁଥିଲେ । ଭାସ୍କୋଡ଼ାଗାମା ଭାରତରେ ବାଣିଜ୍ୟ କରିବାପାଇଁ ତାଙ୍କୁ ଅନୁମତି ମାଗିଥିଲେ ।

ବାଣିଜ୍ୟକୋଠି ନିର୍ମାଣ :
ତାଙ୍କ ଅନୁମତି ଲାଭକରି ପର୍ତ୍ତୁଗୀଜମାନେ ଭାରତର ଗୋଆ, ଡାମନ, ଡିଉ, ସାଲସେଟ୍ ବେସିନ୍, ବମ୍ବେ (ମୁମ୍ବାଇ) ଏବଂ ବଙ୍ଗଦେଶର ହୁଗୁଳି ପ୍ରଭୃତି ସ୍ଥାନରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ । ପରେ ସେମାନେ ଭାରତରେ ପର୍ତ୍ତୁଗୀଜ୍ ଉପନିବେଶମାନ ସ୍ଥାପନ କରିଥିଲେ ।

(ଗ) ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଭାରତରେ କିପରି ସ୍ଥିତି ଦୃଢ଼ କରିପାରିଥିଲା ?
Answer:
ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠନ :
ଫ୍ରାନ୍ସ ସମ୍ରାଟ ଚତୁର୍ଦ୍ଦଶ ଲୁଇଙ୍କ ମନ୍ତ୍ରୀ କୋଲବର୍ଟଙ୍କ ପୃଷ୍ଠପେ! କତାରେ ୧୬୬୪ ଖ୍ରୀ.ଅ.ରେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠିତ ହୋଇଥିଲା ଏବଂ ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ଅନୁମତି ଲାଭ କରି ଭାରତରେ ବାଣିଜ୍ୟ କାରବାର କରିଥିଲା ।

ବାଣିଜ୍ୟକୋଠି ନିର୍ମାଣ :
ଏହି କମ୍ପାନୀ ଭାରତର ସୁରତ, ମସଲିପଟ୍ଟମ୍, ପଣ୍ଡିଚେରୀ (ପୁଦୁଚେରୀ) ଓ ବଙ୍ଗଳାର ଚନ୍ଦନନଗରଠାରେ ବାଣିଜ୍ୟକୋଠିମାନ ନିର୍ମାଣ କରିଥିଲା ।

ସଂଘର୍ଷର ସୂତ୍ରପାତ :
ଭାରତରେ ବାଣିଜ୍ୟ କରିବା ଓ ରାଜ୍ୟବିସ୍ତାର କରିବାପାଇଁ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା । ଏହି ସଂଘର୍ଷ କର୍ଣାଟକ, ମାନ୍ଦ୍ରାଜ୍, ପଣ୍ଡିଚେରୀରେ ଲାଗି ରହିଥିଲା ।

ଶାନ୍ତି ଚୁକ୍ତି :
ଇଉରୋପରେ ସଂଗଠିତ ଅଷ୍ଟ୍ରିଆ ଉତ୍ତରାଧିକାର ସଂକ୍ରାନ୍ତ ଯୁଦ୍ଧରେ ଦୁଇ ବିପରୀତ ପକ୍ଷ ଥିବା ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ଭାରତରେ ଯୁଦ୍ଧ ଲାଗିଗଲା । ଇଂରେଜମାନେ ଫରାସୀମାନଙ୍କ ଦୁର୍ଗ ପଣ୍ଡିଚେରୀ ଆକ୍ରମଣ କରିବାରୁ ଡ୍ୟୁପ୍ଲେଙ୍କ ନେତୃତ୍ୱରେ ଫରାସୀମାନେ ମାନ୍ଦ୍ରାଜ ଅଧିକାର କଲେ । ଉଭୟ ପକ୍ଷ ମଧ୍ୟରେ ଶାନ୍ତିଚୁକ୍ତି ସ୍ୱାକ୍ଷରିତ ହେବାରୁ ଯୁଦ୍ଧ ବନ୍ଦ ହେଲା ଓ ଇଂରେଜମାନେ ମାନ୍ଦ୍ରାଜ ଫେରିପାଇଲେ ।

ସୁଦୃଢ଼ ସ୍ଥିତି :
ସେହିଭଳି ହାଇଦ୍ରାବାଦ ଓ କର୍ଣ୍ଣାଟକର ନବାବ ପଦପାଇଁ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ପୁନର୍ବାର ସଂଘର୍ଷ ସଂଗଠିତ ହୋଇଥିଲା । ଡ୍ୟୁପ୍ଲେଙ୍କ ବିଚକ୍ଷଣ ବୁଦ୍ଧି ବଳରେ ଏହି ଯୁଦ୍ଧରେ ଫରାସୀମାନେ ବିଜୟ ଲାଭକରି ଭାରତରେ ନିଜର ସ୍ଥିତି ସୁଦୃଢ଼ କରିଥିଲେ ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଘ) ଦ୍ଵିତୀୟ କର୍ଣାଟ ସମର ଉପରେ ବିବରଣୀ ପ୍ରଦାନ କର ।
Answer:
ସମୟସୀମା :
ହାଇଦ୍ରାବାଦ ଓ କର୍ଣ୍ଣାଟକ ନବାବ ପଦପାଇଁ ଇଂରେଜ ଏବଂ ଫରାସୀମାନଙ୍କ ମଧ୍ୟରେ ଦ୍ବିତୀୟ କର୍ଣ୍ଣାଟ ସମର ୧୭୫୦ରୁ ୧୭୫୪ ଖ୍ରୀ.ଅ. ମଧ୍ଯରେ ସଂଘଟିତ ହୋଇଥିଲା ।

ସମର୍ଥନ :
କର୍ଣ୍ଣାଟକର ନବାବ ପଦପାଇଁ ଇଂରେଜମାନେ ଅନରଙ୍କୁ ସମର୍ଥନ କରୁଥିଲାବେଳେ ଫରାସୀମାନେ ଚନ୍ଦାସାହେବଙ୍କୁ ସମର୍ଥନ କରୁଥିଲେ । ଫଳସ୍ବରୂପ ଉଭୟଙ୍କ ମଧ୍ୟରେ ଯେଉଁ ଯୁଦ୍ଧ ହେଲା ସେଥ‌ିରେ ଅନୱାରଉଦ୍ଦିନ ପରାସ୍ତ ଓ ନିହତ ହେଲେ ଏବଂ ଫରାସୀ ସମର୍ଥ ଚନ୍ଦାସାହେବ ବିଜୟୀ ହୋଇ କର୍ଣ୍ଣାଟକର ନବାବ ହେଲେ ।

କନ୍ଦଳ :
ସେହିପରି ହାଇଦ୍ରାବାଦର ସିଂହାସନ ପାଇଁ ନିଜାମଙ୍କ ପୁତ୍ର ନାସିରଜଙ୍ଗ ଓ ନାତି ମୁଜାଫରଜଙ୍ଗଙ୍କ ମଧ୍ୟରେ କନ୍ଦଳ ଲାଗିଥିଲା ।

ଶକ୍ତିବୃଦ୍ଧି :
ଇଂରେଜମାନେ ନାସିରଜଙ୍ଗଙ୍କୁ ଏବଂ ଫରାସୀମାନେ ମୁଜାଫରଜଙ୍ଗଙ୍କୁ ସମର୍ଥନ କରି ଯୁଦ୍ଧରେ ଅବତୀର୍ଣ୍ଣ ହେଲେ । ଫରାସୀ ଗଭର୍ଣ୍ଣର ନ୍ୟୁଙ୍କ ଷଡ଼ଯନ୍ତ୍ରରେ ନାସିରଜଙ୍ଗ ପରାସ୍ତ ଓ ନିହତ ହେଲେ ଏବଂ ମୁଜାଫରଜଙ୍ଗ ହାଇଦ୍ରାବାଦର ନିଜାମ ହେଲେ । ଫଳରେ ଦାକ୍ଷିଣାତ୍ୟରେ ଫରାସୀମାନଙ୍କ ଶକ୍ତି ବୃଦ୍ଧି ପାଇଲା ।

ଇଂରେଜମାନଙ୍କ ପ୍ରଭାବ :
ଇଂରେଜମାନଙ୍କ ଏହି ଦୁର୍ଦ୍ଦିନରେ କ୍ଲାଇଡ୍ ନାମକ ଜଣେ ଇଂରେଜ ଯୁବକ ଇଂରେଜ ସେନାବାହିନୀ ସାହାଯ୍ୟରେ କର୍ଣ୍ଣାଟକର ରାଜଧାନୀ ଆର୍କଟ ଅଧ୍ୟାର କରି ଅନୱାରଉଦ୍ଦିନ୍‌ଙ୍କ ପୁତ୍ର ମହମ୍ମଦ ଅଲ୍ଲୀଙ୍କୁ କର୍ଣ୍ଣାଟକର ନବାବ କରାଇଲେ । ଫଳରେ ଇଂରେଜମାନଙ୍କ ପ୍ରଭାବ ପୁନଃ ପ୍ରତିଷ୍ଠିତ ହେଲା ।

(ଙ) ମୀରକାଶିମ୍ କିପରି ବଙ୍ଗର ନବାବ ହେଲେ ଓ କେଉଁ କାରଣ ଯୋଗୁଁ ଇଂରେଜମାନେ ତାଙ୍କୁ ନବାବ ପଦରୁ ଅପସାରଣ କରିବାକୁ ଚାହିଁଥିଲେ ?
Answer:
ଅର୍ଥଲୋଭ :
ଇଂରେଜ କର୍ମଚାରୀମାନେ ଅଧିକ ବିଶୃଙ୍ଖଳିତ ହୋଇ ଅଧୂକ ଅର୍ଥ ଲୋଭରେ ମୀଜାଫରଙ୍କୁ ସିଂହାସନରୁ ବିତାଡ଼ିତ କରି ତାଙ୍କ ଜାମାତା ମୀରକାଶିମ୍‌ଙ୍କୁ ସିଂହାସନରେ ବସାଇଥିଲେ । ଫଳରେ ମୀୠକାଶିମ୍ ବଙ୍ଗର ନବାବ ହୋଇଥିଲେ ।

ରାଜଧାନୀ ଉଠାଇବା :
ମୀର୍‌କାଶିମ୍ ନବାବ ହେବାପରେ ଇଂରେଜମାନଙ୍କଠାରୁ ଦୂରରେ ରହି ସ୍ଵାଧୀନଭାବେ ଶାସନ କରିବାପାଇଁ ନିଜ ରାଜଧାନୀ ମୁର୍ଶିଦାବାଦଠାରୁ ମୁଙ୍ଗେରକୁ ଉଠାଇ ନେଇଥିଲେ ।

କର୍ମଚାରୀ ଅପସାରଣ :
ସେ ଶାସନ କ୍ଷେତ୍ରରେ କେତେକ କର୍ମଚାରୀମାନଙ୍କୁ ଅପସାରଣ କରିଥିଲେ ।

କର ଛାଡ଼ :
ପୂର୍ବରୁ କମ୍ପାନୀର ବଣିକମାନଙ୍କ ଉପରୁ ବାଣିଜ୍ୟ କର ଛାଡ଼ କରାଯାଇଥିବାରୁ ମୀରକାଶିମ୍ ଭାରତୀୟ ବଣିକମାନଙ୍କ ଉପରୁ ବାଣିଜ୍ୟ କର ଛାଡ଼ କରିଦେଇଥିଲେ ।

ବାଣିଜ୍ୟରେ ବାଧା :
ଫଳରେ ଇଂରେଜମାନଙ୍କ ବାଣିଜ୍ୟ କାରବାରରେ ବାଧା ସୃଷ୍ଟି ହେଲା । ତେଣୁ ଇଂରେଜମାନେ ମୀୠକାଶିମ୍‌ଙ୍କୁ ନବାବ ପଦରୁ ଅପସାରଣ କରିବାକୁ ଚାହିଁଥିଲେ ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଚ) ସାମନ୍ତ ସନ୍ଧି କିଏ କେଉଁ ଉଦ୍ଦେଶ୍ୟରେ ପ୍ରଣୟନ କରିଥିଲେ ? ଏହାର ସର୍ଭଗୁଡ଼ିକ କ’ଣ ଥିଲା ଓ କେଉଁମାନେ ଏହି ସନ୍ଧି ଗ୍ରହଣ କରିଥିଲେ ?
Answer:
ସାମନ୍ତ ସନ୍ଧି ପ୍ରଣୟନ :
ଭାରତୀୟ ରାଜ୍ୟଗୁଡ଼ିକ ଉପରେ ଇଂରେଜମାନଙ୍କ ପ୍ରଭାବ ବିସ୍ତାର କରିବାପାଇଁ ଗଭର୍ଣ୍ଣର ଲର୍ଡ ୱେଲେସ୍‌ଲି ସାମନ୍ତ ସନ୍ଧି ପ୍ରଥା ପ୍ରଣୟନ କରିଥିଲେ ।

ସାମନ୍ତ ସନ୍ଧିର ସର୍ଭ :

  • ଯେଉଁ ଦେଶୀୟ ରାଜ୍ୟଗୁଡ଼ିକର ରାଜା ଏହି ସନ୍ଧି ଗ୍ରହଣ କରିବେ ସେମାନେ ଇଂରେଜମାନଙ୍କ ମିତ୍ର ହୋଇ ଅଧୀନତା ସ୍ବୀକାର କରିବେ ।
  • ଇଂରେଜମାନଙ୍କ ବିନା ଅନୁମତିରେ ସେମାନେ କୌଣସି ଦେଶୀୟ ଓ ବିଦେଶୀ ଶକ୍ତି ସହ ସମ୍ପର୍କ ରଖୂପାରିବେ ନାହିଁ ।
  • ସେମାନେ ନିଜ ରାଜ୍ୟରେ ଦଳେ ଇଂରେଜ ସୈନ୍ୟ ନିଜ ଖର୍ଚ୍ଚରେ ରଖିବେ ।
  • ସୈନ୍ୟମାନଙ୍କ ଖର୍ଚ୍ଚ ଦେବାକୁ ଅସମର୍ଥ ହେଲେ ସେମାନେ ନିଜ ରାଜ୍ୟର ଏକ ଅଂଶ ଇଂରେଜମାନଙ୍କୁ ଦେବେ ।

ସନ୍ଧି ଗ୍ରହଣକାରୀ ଶାସକ :
ହାଇଦ୍ରାବାଦର ନିଜାମ୍, ଅଯୋଧ୍ୟାର ନବାବ, ଭୋସଲା, ସିନ୍ଧିଆଙ୍କ ସହ ତାଞ୍ଜୋର, ସୁରାଟ, ଯୋଧପୁର, ଜୟପୁର ଓ ଉଦୟପୁର ଆଦି ଅଞ୍ଚଳର ଶାସକମାନେ ସାମନ୍ତ ସନ୍ଧି ଗ୍ରହଣ କରିଥିଲେ ।

(ଛ) ରାଜ୍ୟସ୍ଵତ୍ଵ ଲୋପନୀତି କିଏ ପ୍ରଣୟନ କରିଥିଲେ ? ଏହି ନୀତିରେ କି ବ୍ୟବସ୍ଥା ଥିଲା ଏବଂ କେଉଁ ରାଜ୍ୟଗୁଡ଼ିକ ଏଥରେ କ୍ଷତିଗ୍ରସ୍ତ ହୋଇଥିଲେ ?
Answer:
ନୀତି ପ୍ରଣୟନ :
ଭାରତର ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲ୍‌ହାଉସୀ ରାଜ୍ୟସ୍ୱତ୍ବ ଲୋପନୀତି ପ୍ରଣୟନ କରିଥିଲେ ।

ରାଜ୍ୟସ୍ଵତ୍ଵ ଲୋପନୀତିର ବ୍ୟବସ୍ଥା :

  • ଅପୁତ୍ରିକ ରାଜାମାନେ ପୋଷ୍ୟପୁତ୍ର ଗ୍ରହଣ କରିପାରିବେ ନାହିଁ ।
  • ସେମାନଙ୍କର ମୃତ୍ୟୁପରେ ସେମାନଙ୍କ ରାଜ୍ୟ ଇଂରେଜ ସାମ୍ରାଜ୍ୟଭୁକ୍ତ ହେବ ।

କ୍ଷତିଗ୍ରସ୍ତ ରାଜ୍ୟ :
ଏହି ନୀତିଦ୍ଵାରା ସତାରା, ଝାନ୍ସୀ, ନାଗପୁର, ସମ୍ବଲପୁର, ଜୈତ୍ରପୁର ଆଦି ରାଜ୍ୟଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲେ । ସେହି ରାଜ୍ୟଗୁଡ଼ିକ ଇଂରେଜ ସାମ୍ରାଜ୍ୟଭୁକ୍ତ ହେଲା ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଜ) ‘ପିଙ୍କ ଭାରତ ଶାସନ ଆଇନ’’ ସମ୍ପର୍କରେ ଧାରଣା ଦିଅ ।
Answer:
ରେଗୁଲେଟିଂ ଆକ୍ଟର ତ୍ରୁଟି ସୁଧାର :
ରେଗୁଲେଟିଂ ଆକ୍ଟ ବା ନିୟାମକ ଆଇନର ତ୍ରୁଟିକୁ ସୁଧାରିବାପାଇଁ ବିଲାତ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ପିଟ୍ ସାହେବ ଏକ ଆଇନ କଲେ । ତାହା ପିଟ୍‌ଙ୍କ ଭାରତ ଶାସନ ଆଇନ ନାମରେ ନାମିତ ।

ବୋର୍ଡ଼ ଅଫ୍ କଣ୍ଟ୍ରାଲ ଗଠନ :
ଏହି ଆଇନ ଅନୁଯାୟୀ ବିଲାତରେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ବା ନିୟନ୍ତ୍ରଣ ପରିଷଦ ଗଠନ କରାଗଲା । ବିଲାତର ମନ୍ତ୍ରୀପରିଷଦରୁ ଜଣକୁ ତାହାର ସଭାପତି ରୂପେ ନିଯୁକ୍ତ କରାଗଲା ।

କ୍ଷମତା ପ୍ରଦାନ :
ଏହି ବୋର୍ଡ ଅଫ୍ କଣ୍ଟ୍ରୋଲ୍ ହାତରେ ଭାରତ ଶାସନର ସର୍ବୋଚ୍ଚ କ୍ଷମତା ରହିଲା । ଗଭର୍ଣ୍ଣର ଜେନେରାଲଙ୍କ କ୍ଷମତା ବଢ଼ାଇ ଦିଆଗଲା । ଶାସନକାର୍ଯ୍ୟରେ ତାଙ୍କୁ ପରାମର୍ଶ ଦେବାକୁ ଏକ ସଭା ରହିଲା । ଏହି ସଭାରେ ତିନିଜଣ ସଭ୍ୟ ରହିଲେ ।

ପୂର୍ଣ୍ଣ ନିୟନ୍ତ୍ରଣ ବ୍ୟବସ୍ଥା :
ବମ୍ବେ, ମାନ୍ଦ୍ରାଜର ଗଭର୍ଣରଙ୍କ ଉପରେ ଗଭର୍ଣ୍ଣର ଜେନେରାଲ୍‌ଙ୍କର ପୂର୍ଣ୍ଣ ନିୟନ୍ତ୍ରଣ ରହିଲା । ସୁପ୍ରିମ୍‌କୋର୍ଟର କ୍ଷମତା ପରିସର ସ୍ପଷ୍ଟ କରାଗଲା । ଏହି ଆଇନଦ୍ଵାରା ଇଂରେଜ ସରକାର ଇଷ୍ଟଇଣ୍ଡିଆ କମ୍ପାନୀକୁ ନିୟନ୍ତ୍ରଣ କରିପାରିଥିଲେ ।

୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଗେଟି ଶବ୍ଦରେ ଲେଖ ।

(କ) ଅମୀରମାନେ କେଉଁ କେଉଁ ଦଳରେ ବିଭକ୍ତ ହୋଇଥିଲେ ? ସେମାନେ କେଉଁ ଫାଇଦା ହାସଲ କରୁଥିଲେ ?
Answer:
ଦଳ ଗଠନ :
ଅମୀରମାନେ ଦୁରାନୀ, ଇରାନୀ ଓ ହିନ୍ଦୁସ୍ଥାନୀ ପ୍ରଭୃତି ଦଳରେ ବିଭକ୍ତ ହୋଇଥିଲେ ।

ଫାଇଦା ହାସଲ :
ମୋଗଲ ଦରବାରକୁ ଦୁର୍ବଳ କରି ସେମାନେ ରାଜନୈତିକ ଫାଇଦା ହାସଲ କରୁଥିଲେ ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଖ) ଯୋଧପୁରର ରାଜା ଅଜିତ୍ ସିଂହ କେଉଁ କେଉଁ ରାଜ୍ୟର ଶାସନକର୍ତ୍ତା ହେଲେ ? ସେ କେଉଁ ଅଞ୍ଚଳର ଶାସନ ଦାୟିତ୍ବ ଗ୍ରହଣ କରିଥିଲେ ?
Answer:
ଶାସନକର୍ତ୍ତା :
ଯୋଧପୁରର ରାଜା ଅଜିତ୍ ସିଂ ଗୁଜରାଟ ଓ ଆଜମିରର ଶାସନକର୍ତ୍ତା ହୋଇଥିଲେ ।

ଅଞ୍ଚଳ :
ସେ ମଧ୍ୟ ଆଗ୍ରାର ଶାସନ ଦାୟିତ୍ଵ ଗ୍ରହଣ କରିଥିଲେ ।

(ଗ) କେଉଁ ସ୍ଥାନଗୁଡ଼ିକରେ ପର୍ତ୍ତୁଗୀଜମାନଙ୍କ ବାଣିଜ୍ୟକୋଠି ଥିଲା ? କେଉଁଗୁଡ଼ିକ ୧୯୬୧ ପର୍ଯ୍ୟନ୍ତ ସେମାନଙ୍କ ଅଧିକାରରେ ରହିଥିଲା ?
Answer:
ବାଣିଜ୍ୟକୋଠି :
ଭାରତର ଗୋଆ, ଡାମନ, ଡିଉ, ସାଲସେଟ୍ ବେସିନ୍, ବମ୍ବେ ଏବଂ ବଙ୍ଗଦେଶର ହୁଗୁଳି ପ୍ରଭୃତି ସ୍ଥାନରେ ପର୍ତ୍ତୁଗୀଜମାନଙ୍କର ବାଣିଜ୍ୟକୋଠି ଥିଲା ।

ଅଧ୍ୟାତ ଅଞ୍ଚଳ :
୧୯୬୧ ମସିହା ପର୍ଯ୍ୟନ୍ତ ଗୋଆ, ଡାମନ, ଡିଉ ସେମାନଙ୍କ ଅଧିକାରରେ ଥିଲା ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଘ) ଇଂରେଜ ଓ ଫରାସୀମାନେ କେଉଁ ସ୍ଥାନମାନଙ୍କରେ ବାଣିଜ୍ୟଦୁର୍ଗ ନିର୍ମାଣ କରିଥିଲେ ?
Answer:
ଇଂରେଜମାନଙ୍କ ବାଣିଜ୍ୟକୋଠି ନିର୍ମାଣ :
ଇଂରେଜମାନେ ନିର୍ମାଣ କରିଥିବା ବାଣିଜ୍ୟକୋଠି ମଧ୍ୟରେ ମସଲିପଟ୍ଟମ୍, ମହାନଦୀ ମୁହାଣସ୍ଥିତ ହରିପୁର, ବାଲେଶ୍ଵର, ହୁଗୁଳୀ, ପାଟଣା ଓ କାଶି ମ୍ବବଜାର ଉଲ୍ଲେଖଯୋଗ୍ୟ ଥିଲା । ମାନ୍ଦ୍ରାଜ୍ (ଚେନ୍ନାଇ), ବମ୍ବେ (ମୁମ୍ବାଇ) ଓ କଲିକତା (କୋଲକାତା) ସେମାନଙ୍କର ପ୍ରଧାନ ବାଣିଜ୍ୟକେନ୍ଦ୍ର ଥିଲା ।

ଫରାସୀମାନଙ୍କ ବାଣିଜ୍ୟକୋଠି ନିର୍ମାଣ :
ଫରାସୀମାନେ ପ୍ରଥମେ ସୁରତଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ଓ ପରେ ମସଲିପଟ୍ଟମ୍, ପଣ୍ଡିଚେରୀ (ପୁଦୁଚେରି) ଓ ବଙ୍ଗଳାର ଚନ୍ଦନନଗରଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।

(ଙ) ଆଲିବର୍ଦ୍ଦି ଖାଁ କେବେ ପ୍ରାଣତ୍ୟାଗ କରିଥିଲେ ? ତାଙ୍କ ପରେ କିଏ ବଙ୍ଗର ଶାସକ ହୋଇଥିଲେ ?
Answer:
ପ୍ରାଣତ୍ୟାଗ ସମୟ :
ଆଲିବର୍ଦ୍ଦି ଖାଁ ୧୭୫୬ ଖ୍ରୀ.ଅ. ଅପ୍ରେଲ ମାସ ୯ ତାରିଖରେ ପ୍ରାଣତ୍ୟାଗ କରିଥିଲେ ।

ପରବର୍ତୀ ଶାସକ :
ତାଙ୍କ ପରେ ତାଙ୍କର ନାତି ସିରାଜଉଦୌଲା ବଙ୍ଗର ଶାସକ ହୋଇଥିଲେ ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଚ) ପଲାସୀ ଯୁଦ୍ଧରେ କିଏ ପରାଜିତ ହୋଇଥିଲେ ଓ ତାଙ୍କୁ କେଉଁ ସ୍ଥାନରେ ବନ୍ଦୀକରି ରଖାଯାଇଥିଲା ?
Answer:
ବ୍ୟକ୍ତି :
ପଲାସୀ ଯୁଦ୍ଧରେ ସିରାଜଉଦୌଲା ପରାଜିତ ହୋଇଥିଲେ ।

ସ୍ଥାନ :
ତାଙ୍କୁ ମୁର୍ଶିଦାବାଦଠାରେ ବନ୍ଦୀକରି ରଖାଯାଇଥିଲା ।

(ଛ) କେଉଁ ଆଇନ ବଳରେ ଇଂଲଣ୍ଡର ପାର୍ଲାମେଣ୍ଟ ଇଷ୍ଟଇଣ୍ଡିଆ କମ୍ପାନୀକୁ ନିୟନ୍ତ୍ରଣ କରିପାରିଥିଲା ? ଏହା କେଉଁ ଆଇନର ଦୋଷତ୍ରୁଟିକୁ ସୁଧାରିବାପାଇଁ କରାଯାଇଥିଲା ?
Answer:
ଆଇନ :
ପିଟ୍‌ଙ୍କ ଭାରତ ଶାସନ ଆଇନ ବଳରେ ଇଂଲଣ୍ଡର ପାର୍ଲାମେଣ୍ଟ ଇଷ୍ଟଇଣ୍ଡିଆ କମ୍ପାନୀକୁ ନିୟନ୍ତ୍ରଣ କରିପାରିଥିଲା ।

ଦୋଷତ୍ରୁଟି :
ଏହା ରେଗୁଲେଟିଂ ଆକ୍‌ଟ ବା ନିୟାମକ ଆଇନର ଦୋଷତ୍ରୁଟିକୁ ସୁଧାରିବାପାଇଁ କରାଯାଇଥିଲା ।

(ଜ) ଟିପୁ ସୁଲତାନ କେଉଁ ଯୁଦ୍ଧରେ ନିହତ ହୋଇଥିଲେ ? ତାଙ୍କ ପରେ ମହୀଶୂର ରାଜ୍ୟର ପରିଣତି କ’ଣ ହୋଇଥିଲା ?
Answer:
ଯୁଦ୍ଧର ନାମ :
ଟିପୁ ସୁଲତାନ ୧୭୯୯ ଖ୍ରୀଷ୍ଟାବ୍ଦରେ ସଂଘଟିତ ଚତୁର୍ଥ ମହୀଶୂର ଯୁଦ୍ଧରେ ନିହତ ହୋଇଥିଲେ ।

ରାଜ୍ୟ ବିଭକ୍ତିକରଣ :
ତାଙ୍କ ପରେ ମହୀଶୂର ରାଜ୍ୟ ତିନି ଭାଗରେ ବିଭକ୍ତ ହୋଇଥିଲା । ରାଜ୍ୟର ପଶ୍ଚିମ- ଦକ୍ଷିଣ ଜିଲ୍ଲାଗୁଡ଼ିକ ଇଂରେଜମାନଙ୍କ ଅଧୀନରେ, ଉତ୍ତର-ପୂର୍ବର କେତେକ ଜିଲ୍ଲା ନିଜାମଙ୍କ ରାଜ୍ୟରେ ମିଶିଲା ଓ ରାଜ୍ୟର ଉତ୍ତର-ପଶ୍ଚିମ ଅଂଶରୁ କିଛି ମରହଟ୍ଟାମାନେ ପାଇଥିଲେ ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୩ । ଶୂନ୍ୟସ୍ଥାନ ପୂରଣ କର ।

(କ) ନିଜାମ୍ -ଉଲ୍-ମୁଲକ୍ __________ ର ଗଭର୍ଣ୍ଣର ରୂପେ ନିଯୁକ୍ତି ପାଇଥିଲେ ।
Answer:
ଦାଷିଣାତ୍ୟ

(ଖ) ମୟୂର ସିଂହାସନ __________ ନିର୍ମାଣ କରିଥିଲେ ।
Answer:
ଶାହାଜାହାନ୍

(ଗ) ଶାହୁଜୀଙ୍କୁ ________ ବନ୍ଦୀ କରି ରଖୁଥିଲେ ।
Answer:
ମୋଗଲମାନେ

(ଘ) ୧୬୧୫ ଖ୍ରୀ.ଅ.ରେ __________ ଇଂଲଣ୍ଡର ରାଜଦୂତ ଭାବେ ଭାରତକୁ ଆସିଥିଲେ ।
Answer:
ସାର୍ ଟମାସ୍‌

(ଙ) ପଣ୍ଡିଚେରୀରେ ସାମରିକ ଶିବିର __________ ମାନେ ପ୍ରତିଷ୍ଠା କରିଥିଲେ ।
Answer:
ଫରାସୀ

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଚ) ଇଂରେଜ ସେନାଧ୍ୟକ୍ଷ __________ ଫରାସୀ ବାଣିଜ୍ୟକୋଠି ଚନ୍ଦନନଗର ଅଧିକାର କରିଥିଲେ ।
Answer:
ଲର୍ଡ କ୍ଲାଇବ୍

(ଛ) ‘ଅନ୍ଧକୂପ ହତ୍ୟା’’ ________ ଙ୍କ ଦ୍ଵାରା ହୋଇଥିଲା ।
Answer:
ସିରାଜଉଦୌଲା

(ଜି) ବକ୍ସାର ଯୁଦ୍ଧ ପରେ ସୁଜାଉଦୌଲା ଇଷ୍ଟଇଣ୍ଡିଆ କମ୍ପାନୀକୁ ________ ଓ __________ ହସ୍ତାନ୍ତର କରିଥିଲେ ।
Answer:
କୋରା, ଆଲ୍ଲାହାବାଦ

(ଝ) ହାଇଦର ଅଲ୍ଲୀ ________ ଖ୍ରୀ.ଅ.ରେ ମହୀଶୂରର ଶାସକ ହେଲେ ।
Answer:
୧୭୬୧

(ଞ) ୱେଲେସ୍‌ଲି __________ ପ୍ରଥା ପ୍ରଚଳନ କରିଥିଲେ ।
Answer:
ସାମନ୍ତସନ୍ଧି

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୪ । ରେଖାଙ୍କିତ ଶବ୍ଦଗୁଡ଼ିକୁ ପରିବର୍ତ୍ତନ ନ କରି ଭ୍ରମ ସଂଶୋଧନ କର ।

(କ) ଟିପ୍ ସୁଲତାନ୍ କର୍ସେଲ୍‌ ବେରଂଙ୍କୁ ପରାସ୍ତ କରି ଶେରିଙ୍ଗାପରନମ୍ ଅଧିକାର କରିଥିଲେ ।
Answer:
ଟିପୁ ସୁଲତାନ୍ କର୍ଣ୍ଣେଲ ବେରଂଙ୍କୁ ପରାସ୍ତ କରି ଆର୍କଟ ଅଧୂକାର କରିଥିଲେ ।

(ଖ) ନିୟାମକ ଆଇନ ଭାରତ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା ।
Answer:
ନିୟାମକ ଆଇନ ବ୍ରିଟିଶ୍ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା ।

(ଗ) ନାଦିର ଶାହଙ୍କୁ ମୋଗଲସେନା ଲାହୋରଠାରେ ପ୍ରତିରୋଧ କରିଥିଲେ ।
Answer:
ନାଦିର ଶାହଙ୍କୁ ମୋଗଲସେନା କର୍ତ୍ତାଲଠାରେ ପ୍ରତିରୋଧ କରିଥିଲେ ।

(ଘ) ଫୋର୍ଟ ସେଣ୍ଟଜର୍ଜ କଲିକତାରେ ଅବସ୍ଥିତ ।
Answer:
ଫୋର୍ଟ ସେଣ୍ଟଜର୍ଜ ମାନ୍ଦ୍ରାଜ(ଚେନ୍ନାଇ)ରେ ଅବସ୍ଥିତ ।

(ଙ) ଓ୍ୱାଜିର ପଦବୀ ମୋଗଲ ଶାସନ କାଳରେ ରାଜସ୍ବ ଆଦାୟକାରୀଙ୍କୁ ବୁଝାଉଥିଲା ।
Answer:
ୱାଜିର୍ ପଦବୀ ମୋଗଲ ଶାସନ କାଳରେ ପ୍ରଧାନମନ୍ତ୍ରୀ ପଦକୁ ବୁଝାଉଥିଲା ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୫। ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦ ମିଳନ କର ।

ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା chapter 1
Answer:

ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା chapter 1.1

୬ । ନିମ୍ନ ସମ୍ଭାବ୍ୟ ଉତ୍ତରଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।

(କ) ‘କୁଲି ଖାଁ’’ ଉପାଧ୍ କିଏ ପାଇଥିଲେ ?
(i) ନାଦିର ଶାହ
(ii) ନିଜାମ୍‌ -ଉଲ୍ ମୁଲକ
(iii) ସାଦତ୍ ଖାଁ
(iv) ଚେଙ୍ଗିଜ୍ ଖାଁ
Answer:
(ii) ନିଜାମ୍‌ -ଉଲ୍ ମୁଲକ

(ଖ) ଶିଶୁମାନେ କେତୋଟି ସଂଘରେ ସଂଗଠିତ ହୋଇଥିଲେ ?
(i) ୧୧
(ii) ୧୨
(iii) ୧୩
(iv) ୧୪
Answer:
(ii) ୧୨

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଗ) ପ୍ରଥକ କର୍ଣ୍ଣାଟ ସମରର ସମୟସୀମା କେତେ ?
(i) ୧୭୪୦-୧୭୪୮
(ii) ୧୭୫୦-୧୭୬୦
(iii) ୧୭୫୮-୧୭୬୦
(iv) ୧୭୫୭-୧୭୬୦
Answer:
(i) ୧୭୪୦-୧୭୪୮

(ଘ) ‘ମହୀଶୂରର ବାଘ’’ ନାମରେ କିଏ ପରିଚିତ ?
(i) ରବର୍ଟ କ୍ଲାଇବ୍
(ii) ହାଇଦର ଅଲ୍ଲୀ
(iii) ଟିପୁ ସୁଲତାନ୍
(iv) କଣ୍ଠୱାଲିସ୍
Answer:
(iii) ଟିପୁ ସୁଲତାନ୍

୭ । ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବା ସଂଖ୍ୟା ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ଭାରତକୁ ________ ଆବିଷ୍କାର କରିଥିଲେ ।
(ଭାସ୍କୋଡ଼ାଗାମା, ଆଲବୁକାର୍କ, କଲମ୍ବସ୍, କ୍ୟାପଟେନ୍ କୁକ୍)
Answer:
ଭାସ୍କୋଡ଼ାଗାମା

(ଖ) ପଲାସୀ ଯୁଦ୍ଧରେ _______ ର ବିଶ୍ଵାସଘାତକତା ପାଇଁ ସିରାଜଉଦୌଲା ହାରିଲେ ।
(ମୀରକାଶିମ୍, ମିରଜାଫର, ସୁଜାଉଦୌଲା, ଶାହାଆଲାମ୍)
Answer:
ମିରଜାଫର

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଗ) ଟିପୁ ସୁଲତାନ _______ ମସିହାରେ ଯୁଦ୍ଧରେ ନିହତ ହେଲେ ।
(୧୭୯୦, ୧୭୬୧, ୧୭୯୯, ୧୮୦୦)
Answer:
୧୭୯୯

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

Odisha State Board BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର Textbook Exercise Questions and Answers.

BSE Odisha Class 8 Political Science Solutions Chapter 2 ରାଜ୍ୟ ସରକାର

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୧୦୦ ଗୋଟି ଶବ୍ଦରେ ଲେଖ ।

(କ) ରାଜ୍ୟପାଳଙ୍କ ବ୍ୟବସ୍ଥାପିକା କ୍ଷମତା କ’ଣ ?
Answer:
ଅଧୁବେଶନ ସମ୍ବନ୍ଧୀୟ :

  • ରାଜ୍ୟପାଳ ବିଧାନମଣ୍ଡଳର ଏକ ବା ଉଭୟ ଗୃହର ଅଧୂବେଶନ ଆହ୍ୱାନ କରନ୍ତି, ଅଧ୍ଵବେଶନର ପରିସମାପ୍ତି ଘୋଷଣା କରନ୍ତି ଏବଂ ଆବଶ୍ୟକ ସ୍ଥଳେ ସେ କେବଳ ବିଧାନସଭାକୁ ଭଙ୍ଗ କରନ୍ତି ।
  • ନିର୍ବାଚନ ପରବର୍ତ୍ତୀ ନବଗଠିତ ବିଧାନସଭାର ପ୍ରଥମ ଅବେଶନ ଓ ପ୍ରତି ବର୍ଷର ପ୍ରଥମ ଅଧ‌ିବେଶନ ପ୍ରାରମ୍ଭରେ ରାଜ୍ୟପାଳ ତାଙ୍କର ‘ଲିଖୁତ ଅଭିଭାଷଣ’ ବିଧାନସଭାରେ ପାଠ କରନ୍ତି ।

ଆଇନ ପ୍ରଣୟନ :

  • ଚିଠା ବିଧେୟକ’ ବା ‘ବିଲ୍’ ବିଧାନମଣ୍ଡଳର ଉଭୟ ଗୃହରେ ବା ବିଧାନସଭାରେ ଗୃହୀତ ହୋଇ ରାଜ୍ୟପାଳଙ୍କ ସମ୍ମତି ପାଇବା ପରେ ‘ପୂର୍ଣ୍ଣାଙ୍ଗ ଆଇନ’ରେ ପରିଣତ ହୁଏ ।
  • ଅର୍ଥ-ଚିଠା ଆଇନ ବିଧାନସଭାରେ ଗୃହୀତ ହେବା ପୂର୍ବରୁ ରାଜ୍ୟପାଳଙ୍କ ପ୍ରାକ୍-ଅନୁମତି ପାଇଥିବାରୁ ରାଜ୍ୟପାଳ ଏହାକୁ ସମ୍ମତି ଦେବାକୁ ବାଧ୍ୟ ।

ଅଧ୍ୟାଦେଶ :
ବିଧାନମଣ୍ଡଳ ବା ବିଧାନସଭାର ଅଧ୍ଵବେଶନ ଚାଲୁ ନଥ‌ିବା ସମୟରେ ଯଦି କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବାପାଇଁ ନୂତନ ଆଇନ ପ୍ରଣୟନର ଆବଶ୍ୟକତା ପଡ଼େ, ସେତେବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦଙ୍କ ପରାମର୍ଶ କ୍ରମେ ରାଜ୍ୟପାଳ ଅଧ୍ୟାଦେଶ (ଅର୍ଜିନାନ୍ସ) ଜାରି କରିଥାଆନ୍ତି ।

(ଖ) ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାବଳୀ ବୁଝାଇ ଲେଖ ।
Answer:
ବିଭାଗ ବଣ୍ଟନ :
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ମନ୍ତ୍ରୀମାନଙ୍କ ନିଯୁକ୍ତି, ପାହ୍ୟା ଓ ବିଭାଗ ବଣ୍ଟନ ହୁଏ । ସେ ମନ୍ତ୍ରୀ ପରିଷଦର ବୈଠକ ଆହ୍ୱାନ କରନ୍ତି, କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରନ୍ତି ଓ ବୈଠକରେ ଅଧ୍ୟକ୍ଷତା କରନ୍ତି ।

ଯୋଗସୂତ୍ର :
ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ଓ ରାଜ୍ୟପାଳଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରନ୍ତି । ସେ ରାଜ୍ୟ ଶାସନ ସମ୍ପର୍କରେ ରାଜ୍ୟପାଳଙ୍କୁ ସର୍ବଦା ଅବଗତ କରାଇଥା’ନ୍ତି ।

ନୀତି ନିର୍ଦ୍ଧାରଣ :
ମୁଖ୍ୟମନ୍ତ୍ରୀ ବିଧାନସଭାରେ ସରକାରଙ୍କ ନୀତି ଓ ଯୋଜନାମାନ ଘୋଷଣା କରନ୍ତି । ସେ ବିରୋଧୀ ଦଳର ନେତା ଓ ଅନ୍ୟ ଦଳର ନେତାମାନଙ୍କ ସହିତ ବିଚାର ଆଲୋଚନା କରନ୍ତି ।

ସମନ୍ଵୟ :

  • ମୁଖ୍ୟମନ୍ତ୍ରୀ ଶାସକ ଦଳର ସଦସ୍ୟମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଚାର ଆଲୋଚନା କରିବା ସହିତ ଦଳ ମଧ୍ୟରେ ସମନ୍ଵୟ ରକ୍ଷା କରନ୍ତି ।
  • ମୁଖ୍ୟମନ୍ତ୍ରୀ ବିଭିନ୍ନ ନୀତି ନିୟମ ପ୍ରଣୟନ କରିବାରେ ନିଷ୍ପତ୍ତି ନେବା ସହିତ ସେଗୁଡ଼ିକୁ କାର୍ଯ୍ୟକାରୀ କରିବାପାଇଁ ବିଭିନ୍ନ ପଦକ୍ଷେପ ନିଅନ୍ତି ।
  • ରାଜ୍ୟର ସର୍ବୋଚ୍ଚ ଶାସନକର୍ତ୍ତା ହିସାବରେ ରାଜ୍ୟର ତଥା ଜନତାର ସ୍ବାର୍ଥ କେନ୍ଦ୍ର ସରକାରଙ୍କ ନିକଟରେ ଉଚିତ ଭାବେ ଉପସ୍ଥାପନ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ କାର୍ଯ୍ୟ ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

(ଗ) ବିଧାନସଭା କିପରି ଗଠିତ ହୁଏ ?
Answer:
ସଭ୍ୟ ସଂଖ୍ୟା :

  • ସମ୍ବିଧାନର ବ୍ୟବସ୍ଥା ଅନୁସାରେ ବିଧାନସଭାର ସଭ୍ୟ ସଂଖ୍ୟା ୫୦୦ରୁ ଅଧିକ କିମ୍ବା ୬୦ରୁ କମ୍ ହୋଇପାରିବ ନାହିଁ ।
  • ଓଡ଼ିଶାର ବିଧାନସଭା ୧୪୭ ଜଣ ସଭ୍ୟଙ୍କୁ ନେଇ ଗଠିତ । ସେଥୁମଧ୍ୟରୁ ୨୨ ଜଣ ଅନୁସୂଚିତ ଜାତି (S.C.), ୩୪ ଜଣ ଅନୁସୂଚିତ ଜନଜାତି (S.T.) ଏବଂ ୯୧ ଜଣ ସାଧାରଣ ବର୍ଗର ଅଟନ୍ତି ।

ନିର୍ବାଚନ :

  • ବିଧାନସଭାର ସଭ୍ୟମାନେ ରାଜ୍ୟର ଭୋଟଦାତାମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ସାବାଳକ ଭୋଟଦାନ ବ୍ୟବସ୍ଥା ମାଧ୍ୟମରେ ନିର୍ବାଚିତ ହୁଅନ୍ତି ।
  • ୧୮ ବର୍ଷରୁ ଅଧ‌ିକ ବୟସ୍କ ସାବାଳକ ନାଗରିକ ମତଦାନ ଅଧିକାର ସାବ୍ୟସ୍ତ କରି ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଜଣେ ପ୍ରାର୍ଥୀକୁ ବିଧାୟକ (M.L.A.) ଭାବରେ ନିର୍ବାଚିତ କରନ୍ତି ।
    କାର୍ଯ୍ୟକାଳ : ବିଧାନସଭାର କାର୍ଯ୍ୟକାଳ ୫ ବର୍ଷ । କିନ୍ତୁ ଜରୁରୀ ପରିସ୍ଥିତିବେଳେ ବିଧାନସଭାର କାର୍ଯ୍ୟକାଳ ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ।

(ଘ) ଉଚ୍ଚ ନ୍ୟାୟାଳୟର କ୍ଷେତ୍ରାତ୍‌କାର ବୁଝାଇ ଲେଖ ।
Answer:

  • ଉଚ୍ଚ ନ୍ୟାୟାଳୟର କ୍ଷେତ୍ରାଧିକାରକୁ ୩ ଭାଗରେ ବିଭକ୍ତ କରାଯାଇଛି; ଯଥା— ମୌଳିକ କ୍ଷେତ୍ରାଧିକାର, ଆବେଦନମୂଳକ କ୍ଷେତ୍ରାତ୍‌କାର ଓ ପର୍ଯ୍ୟବେକ୍ଷଣ କ୍ଷେତ୍ରାଧ୍ୟାକାର ।
  • ମୌଳିକ କ୍ଷେତ୍ରାଧୁକାର – ଧାରା ୨୨୬ ଅନୁସାରେ କୌଣସି ନାଗରିକଙ୍କର ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ସେ ସିଧାସଳଖ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ । ସଂସଦ, ବିଧାନସଭା ଇତ୍ୟାଦି ନିର୍ବାଚନ ସଂକ୍ରାନ୍ତୀୟ ମୋକଦ୍ଦମା ଏବଂ ଅଦାଲତ ଅବମାନନା, ବିବାହ, ଛାଡ଼ପତ୍ର ଇତ୍ୟାଦି ମୋକଦ୍ଦମାଗୁଡ଼ିକ ଉଚ୍ଚ ନ୍ୟାୟାଳୟର ମୌଳିକ କ୍ଷେତ୍ରାଧିକାର ଅନ୍ତର୍ଭୁକ୍ତ ।
  • ଆବେଦନମୂଳକ କ୍ଷେତ୍ରାଧୁକାର – ବିଭିନ୍ନ ଦେୱାନୀ ଓ ଫୌଜଦାରୀ ମାମଲାରେ ଜିଲ୍ଲାସ୍ତରୀୟ ବିଚାରପତିଙ୍କ ରାୟ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଏ, ଯଦି ଏହି ମୋକଦ୍ଦମାଗୁଡ଼ିକରେ ଆଇନର ତର୍ଜମା କରାଯିବାର ଆବଶ୍ୟକତା ଥାଏ ।
  • ପର୍ଯ୍ୟବେକ୍ଷଣ କ୍ଷେତ୍ରାଧ୍ୟାର – ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜିଲ୍ଲାସ୍ତରୀୟ ନିମ୍ନ ଅଦାଲତଗୁଡ଼ିକ- ପରିଦର୍ଶନ କରନ୍ତି ଏବଂ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରନ୍ତି । ଉଚ୍ଚ ନ୍ୟାୟାଳୟ ନିମ୍ନ ଅଦାଲତଗୁଡ଼ିକର କାର୍ଯ୍ୟ ନିର୍ବାହ ପଦ୍ଧତି ସ୍ଥିର କରନ୍ତି । ନିମ୍ନ ଅଦାଲତରେ ବିଚାରାଧୀନ ଯେକୌଣସି ମୋକଦ୍ଦମାକୁ ନିଜ ପାଖକୁ ପ୍ରତ୍ୟାହାର କରି ଆଣି ତାହାର ବିଚାର କରିବାର କ୍ଷମତା ଉଚ୍ଚ ନ୍ୟାୟାଳୟର ଅଛି । ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଚାକିରୀ ସର୍ତ୍ତାବଳୀ ଉଚ୍ଚ ନ୍ୟାୟାଳୟଦ୍ବାରା ନିର୍ଦ୍ଧାରିତ ହୁଏ ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

(ଙ) ମନ୍ତ୍ରୀପରିଷଦର ଗଠନ କିପରି ହୁଏ ?
Answer:
ପରାମର୍ଶ :
ସମ୍ବିଧାନର ନିୟମ ଅନୁସାରେ ରାଜ୍ୟପାଳଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବାପାଇଁ ଏକ ମନ୍ତ୍ରୀପରିଷଦ ଥାଏ ।

ନିଯୁକ୍ତି :
ରାଜ୍ୟ ବିଧାନସଭାର ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଅନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଜ୍ୟପାଳ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ।

ମନ୍ତ୍ରିପରିଷଦ :

  • କ୍ୟାବିନେଟ୍ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ ଉପମନ୍ତ୍ରୀଙ୍କୁ ନେଇ ମନ୍ତ୍ରୀପରିଷଦ ଗଠିତ ହୋଇଥାଏ ।
  • ବିଧାନମଣ୍ଡଳର ସଭ୍ୟ ନ ଥ‌ିବା ବ୍ୟକ୍ତି ମନ୍ତ୍ରୀପରିଷଦରେ ସ୍ଥାନ ପାଇଥିଲେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭା ବା
  • ବିଧାନସଭାର ସଂଖ୍ୟାଗରିଷ୍ଠ ସଭ୍ୟଙ୍କର ଆସ୍ଥାଭାଜନ ଥୁବା ପର୍ଯ୍ୟନ୍ତ ମନ୍ତ୍ରପରିଷଦ ଶାସନ ପରିଚାଳନା କରିଥାଏ ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୪୦ଟି ଶବ୍ଦରେ ଲେଖ ।

(କ) ରାଜ୍ୟପାଳଙ୍କ ଇଚ୍ଛାଧୀନ କ୍ଷମତାଗୁଡ଼ିକ ଲେଖ ।
Answer:

  • ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଯେଉଁ କ୍ଷମତା ପ୍ରୟୋଗ କରିବା ସମୟରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦର ପରାମର୍ଶଦ୍ବାରା ପରିଚାଳିତ ନହୋଇ ନିଜର ବୁଦ୍ଧି ଓ ବିବେକଦ୍ବାରା ପରିଚାଳିତ ହୁଅନ୍ତି, ସେହି କ୍ଷମତାକୁ ରାଜ୍ୟପାଳଙ୍କର ଇଚ୍ଛାଧୀନ କ୍ଷମତା କୁହାଯାଏ ।
  • କେଉଁ କ୍ଷେତ୍ରରେ ରାଜ୍ୟପାଳ ଇଚ୍ଛାଧୀନ କ୍ଷମତା ପ୍ରୟୋଗ କରିବେ, ତାହା ସେ ନିଜେ ସ୍ଥିର କରନ୍ତି ।
  • ରାଜ୍ୟପାଳଙ୍କ ଇଚ୍ଛାଧୀନ କ୍ଷମତା ବିଷୟରେ କୌଣସି ପ୍ରଶ୍ନ ନ୍ୟାୟାଳୟରେ ଉତ୍‌ଥାପିତ ହୁଏ ନାହିଁ ।
  • ରାଜ୍ୟପାଳଙ୍କର ଇଚ୍ଛାଧୀନ କ୍ଷମତା ସମ୍ପର୍କରେ ସମ୍ବିଧାନରେ କୌଣସି ବିଶଦ ଆଲୋଚନା ହୋଇନାହିଁ ।

(ଖ) ବିଧାନସଭାର ଆଇନ ପ୍ରଣୟନ କ୍ଷମତା ବୁଝାଇ ଲେଖ ।
Answer:

  • ବିଧାନସଭା ରାଜ୍ୟ ତାଲିକା ଏବଂ ଯୁଗ୍ମ ତାଲିକା ଅନ୍ତର୍ଭୁକ୍ତ ବିଷୟଗୁଡ଼ିକରେ ଆଇନ ପ୍ରଣୟନ କରନ୍ତି ।
  • ଚିଠା ଆଇନ (ବିଲ୍) ବିଧାନସଭାରେ ଗୃହୀତ ହେବାପରେ ରାଜ୍ୟପାଳ ତାହାକୁ ସମ୍ମତି ଦେଲେ ତାହା ଆଇନରେ ପରିଣତ ହୁଏ ।

(ଗ) ଉଚ୍ଚ ନ୍ୟାୟାଳୟର ଆବେଦନମୂଳକ କ୍ଷେତ୍ରାଧିକାର ବୁଝାଇ ଲେଖ ।
Answer:

  • ଆବେଦନମୂଳକ କ୍ଷେତ୍ରାଧ୍ୟାର ଉଚ୍ଚ ନ୍ୟାୟାଳୟର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କ୍ଷମତା ।
  • ବିଭିନ୍ନ ଦେୱାନୀ ଓ ଫୌଜଦାରୀ ମାମଲାରେ ଜିଲ୍ଲାସ୍ତରୀୟ ବିଚାରପତିଙ୍କ ରାୟ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇପାରିବ ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

(ଘ) ବାଚସ୍ପତି କେତେବେଳେ ନିର୍ଣ୍ଣାୟକ ଭୋଟ ଦେଇଥା’ନ୍ତି ?
Answer:

  • ଯେତେବେଳେ କୌଣସି ଚିଠା ଆଇନ ବା ପ୍ରସ୍ତାବ ସପକ୍ଷରେ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳେ; ସେତେବେଳେ ବାଚସ୍ପତି ନିର୍ଣ୍ଣାୟକ ଭୋଟ ଦିଅନ୍ତି ।
  • ଏହି ‘ନିର୍ଣ୍ଣାୟକ ଭୋଟ’ ମାଧ୍ୟମରେ ସେ ଚିଠା ଆଇନ ବା ପ୍ରସ୍ତାବଟିର ଭାଗ୍ୟ ନିର୍ଦ୍ଧାରଣ କରନ୍ତି ।

(ଙ) ନିମ୍ନ ଅଦାଲତ କହିଲେ ତୁମେ କ’ଣ ବୁଝ ?
Answer:

  • ରାଜ୍ୟର ପ୍ରତି ଜିଲ୍ଲା ଓ ସବ୍‌ଡିଭିଜନ୍ ସ୍ତରରେ ଉଚ୍ଚ ନ୍ୟାୟାଳୟ ପରି ଅଧସ୍ତନ ଅଦାଲତମାନ ରହିଛି । ଏହାକୁ ନିମ୍ନ ଅଦାଲତ କୁହାଯାଏ ।
  • ଏହି ନିମ୍ନ ଅଦାଲତକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ; ଯଥା— (୧) ଦେୱାନୀ ଅଦାଲତ, (୨) ଫୌଜଦାରୀ ଅଦାଲତ ।

(ଚ) ଫୌଜଦାରୀ ମୋକଦ୍ଦମା କ’ଣ ?
Answer:

  • ଯେଉଁ ମୋକଦ୍ଦମାଗୁଡ଼ିକ ଚୋରି, ଡକାୟତି, ଧର୍ଷଣ, ହତ୍ୟା ସମ୍ପର୍କିତ ହୋଇଥାଏ, ସେଗୁଡ଼ିକୁ ଫୌଜଦାରୀ ମୋକଦ୍ଦମା କୁହାଯାଏ ।
  • ଏହି ମୋକଦ୍ଦମାଗୁଡ଼ିକର ବିଚାର ପାଇଁ ଜିଲ୍ଲାସ୍ତରରେ ଜିଲ୍ଲା ଦୌରାଜଜ୍, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏବଂ ସବ୍‌ଡିଭିଜନ ବା ଉପଖଣ୍ଡ ସ୍ତରରେ ସବ୍‌ଡିଭିଜନାଲ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ଓ ପ୍ରଥମ ଶ୍ରେଣୀ ଓ ଦ୍ୱିତୀୟ ଶ୍ରେଣୀ କ୍ଷମତାପ୍ରାପ୍ତ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ ରହିଛି ।

(ଛ) ଦେୱାନୀ ମୋକଦ୍ଦମା କ’ଣ ?
Answer:

  • ଯେଉଁ ମୋକଦ୍ଦମାଗୁଡ଼ିକ ଜମିଜମା ସଂକ୍ରାନ୍ତୀୟ ଓ ଅନ୍ୟାନ୍ୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ସମ୍ପର୍କିତ, ଦେୱାନୀ ମୋକଦ୍ଦମା କୁହାଯାଏ ।
  • ଦେୱାନୀ ମୋକଦ୍ଦମା ବିଚାର ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ଜଜ୍, ଅତିରିକ୍ତ ଜିଲ୍ଲା ଜଜଙ୍କର ଅଦାଲତ ଏବଂ ସବ୍‌ଡିଭିଜନ ବା ଉପଖଣ୍ଡ ସ୍ତରରେ ସବଜଜ୍ଙ୍କର ଏବଂ ମୁସଫଙ୍କର ଅଦାଲତ ରହିଛି ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

୩। ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଲେଖାଏଁ ବାକ୍ୟରେ ଦିଅ ।

(କ) ରାଜ୍ୟପାଳଙ୍କୁ କିଏ ନିଯୁକ୍ତ କରନ୍ତି ?
Answer:
ରାଜ୍ୟପାଳଙ୍କ କାର୍ଯ୍ୟକାଳ ୫ ବର୍ଷ ।

(ଖ) ରାଜ୍ୟପାଳଙ୍କ କାର୍ଯ୍ୟକାଳ କେତେ ବର୍ଷ ?
Answer:
ରାଜ୍ୟପାଳଙ୍କ କାର୍ଯ୍ୟକାଳ ୫ ବର୍ଷ ।

(ଗ) ମୁଖ୍ୟମନ୍ତ୍ରୀଙ୍କୁ କିଏ ନିଯୁକ୍ତି ଦିଅନ୍ତି ?
Answer:
ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନିଯୁକ୍ତି ଦିଅନ୍ତି ।

(ଘ) ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:
ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରନ୍ତି ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

(ଙ) ବିଧାନସଭାରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:
ବିଧାନସଭାରେ ବାଚସ୍ପତି ଅଧ୍ୟକ୍ଷତା କରନ୍ତି ।

(ଚ) ଓଡ଼ିଶାର ଉଚ୍ଚ ନ୍ୟାୟାଳୟ କେଉଁଠାରେ ଅବସ୍ଥିତ ?
Answer:
ଓଡ଼ିଶାର ଉଚ୍ଚ ନ୍ୟାୟାଳୟ କେଉଁଠାରେ ଅବସ୍ଥିତ।

(ଛ) ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ କେତେ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ?
Answer:
ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ ୬୨ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

୪। ନିମ୍ନରେ ଦିଆଯାଇଥିବା ସମ୍ଭାବ୍ୟ ଉତ୍ତରଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ଜାମ୍ମୁ-କାଶ୍ମୀର ରାଜ୍ୟ ପାଇଁ ସମ୍ବିଧାନର କେଉଁ ଧାରା ଅନୁଯାୟୀ ଏକ ସ୍ବତନ୍ତ୍ର ବ୍ୟବସ୍ଥା ପ୍ରଦାନ କରାଯାଇଅଛି ?
(କ) ୩୭୦
(ଖ) ୩୭୪
(ଗ) ୩୭୮
(ଘ) ୩୭୨
Answer:
୩୭୦

(ଖ) ଭାରତର କେତୋଟି ରାଜ୍ୟରେ ଦ୍ୱି-ସଦନୀୟ ବିଧାନ ମଣ୍ଡଳ ଅଛି ?
(କ) ୪
(ଖ) ୫
(ଗ) ୬
(ଘ) ୮
Answer:

(ଗ) ରାଜ୍ୟପାଳ କେତେ ଦିନରେ ଥରେ ରାଜ୍ୟ ଶାସନ ସମ୍ପର୍କରେ ରାଷ୍ଟ୍ରପତିଙ୍କ ରିପୋର୍ଟ ପ୍ରଦାନ କରନ୍ତି ?
(କ) ୧୫ ଦିନ
(ଖ) ୨୦ ଦିନ
(ଗ) ୩୦ ଦିନ
(ଘ) ୬ ମାସ
Answer:
୧୫ ଦିନ

(ଘ) ରାଜ୍ୟ ସରକାରଙ୍କ କେଉଁ ବିଭାଗ ବଜେଟ୍ ପ୍ରସ୍ତୁତ କରିଥାଏ ?
(କ) ଶିକ୍ଷା ବିଭାଗ
(ଖ) ଅର୍ଥ ବିଭାଗ
(ଗ) ସ୍ଵାସ୍ଥ୍ୟ ବିଭାଗ
(ଘ) ଗୃହ ବିଭାଗ
Answer:
ଅର୍ଥ ବିଭାଗ

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

(ଙ) ରାଜ୍ୟ ବିଧାନସଭାର କେତୋଟି ଆସନ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ?
(କ) ୯୦
(ଖ) ୯୧
(ଗ) ୯୪
(ଘ) ୯୫
Answer:
୯୧