Go through 7th Class Science Book Odia Medium Question Answer and Class 7 Science Chapter 2 Question Answer Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ to understand textbook questions more clearly.
7th Class Science Chapter 2 Question Answer Odia Medium
Class 7 Science Chapter 2 Odia Medium
ଆସ ଆମ ଶିକ୍ଷଣର ଅଭିବୃଦ୍ଧି କରିବା
Question 1.
ଏକ ଦ୍ରବଣ ଲାଲ୍ ଲିଟ୍ସ୍ କାଗଜକୁ ନୀଳ କରେ । ନିମ୍ନସ୍ଥ ଦ୍ରବଣଗୁଡ଼ିକ ମଧ୍ୟରୁ କେଉଁ ଦ୍ରବଣ ଅଧୂକ ମିଶାଇଲେ ଲିଟ୍ସ୍ କାଗଜର ରଙ୍ଗ ପୁଣି ଲାଲ ହୋଇଯାଏ ?
(କ) ଚୂନ ପାଣି
(ଗ) ଭିନେଗାର
(ଖ) ଖାଇବା ସୋଡ଼ା
(ଘ) ସାଧାରଣ ଲୁଣ ପାଣି
Answer:
(ଗ) ଭିନେଗାର
(ବର୍ଣ୍ଣନା : ଯଦି ଏକ ଦ୍ରବଣ ଲାଲ ଲିଟମସ୍ କାଗଜକୁ ନୀଳ ଲିଟମସ୍ କାଗଜରେ ପରିଣତ କରେ, ତେବେ ଦ୍ରବଣଟି କ୍ଷାରୀୟ । ଯଦି ଏଥୁରେ ଅଧିକ ଅମ୍ଳୀୟ ଦ୍ରବଣ ମିଶାଯାଏ, ତେବେ ନୀଳ ଲିଟମସ୍ କାଗଜ ପୁନଶ୍ଚ ଲାଲ ବର୍ଷରେ ପରିଣତ ହେବ ।)
![]()
Question 2.
ତୁମକୁ କ, ଖ, ଗ ନାମରେ ୩ ଟି ଅଜଣା ଦ୍ରବ୍ୟ ଦିଆଯିବ । କିଏ ଅମ୍ଳୀୟ, କିଏ କ୍ଷାରୀୟ ଓ କିଏ ନିରପେକ୍ଷ ତୁମେ ଜାଣିନାହଁ । ଦ୍ରବଣ-କ ରେ ଲାଲ୍ ଲିସ୍ ଦ୍ରବଣ ମିଶାଇଲେ ତାହା ନୀଳ ହୁଏ । ଦ୍ରବଣ-ଖ ରେ ଅଳ୍ପ କିଛି ବୁନ୍ଦା ହଳଦୀ ଦ୍ରବଣ ମିଶାଇଲେ ଏହା ଲାଲ ହୁଏ ଓ ଲାଲ ଗୋଲାପରୁ ପ୍ରସ୍ତୁତ ପଦାର୍ଥକୁ ଦ୍ରବଣ-ଗ ରେ ମିଶେଇଲେ ତାହା ସବୁଜ ହୁଏ ।
ଉପରୋକ୍ତ ପରୀକ୍ଷଣରୁ ଦ୍ରବଣ କ, ଖ, ଗ ର ପ୍ରକୃତି ଜାଣିବା ପାଇଁ ନିମ୍ନସ୍ଥ କେଉଁ ଅନୁକ୍ରମଟି ଠିକ୍ ?
(କ) ଅମ୍ଳୀୟ, ଅମ୍ଳୀୟ ଓ ଅମ୍ଳୀୟ
(ଗ) କ୍ଷାରୀୟ, କ୍ଷାରୀୟ ଓ ଅମ୍ଳୀୟ
(ଖ) ନିରପେକ୍ଷ, କ୍ଷାରୀୟ ଓ କ୍ଷାରୀୟ
(ଘ) କ୍ଷାରୀୟ, କ୍ଷାରୀୟ ଓ କ୍ଷାରୀୟ
Answer:
(ଘ) କ୍ଷାରୀୟ, କ୍ଷାରୀୟ ଓ କ୍ଷାରୀୟ
(ବର୍ଣ୍ଣନା : ଦ୍ରବଣ ‘କ’, ଲାଲ ଲିଟମସ୍କୁ ନୀଳ ବର୍ଷରେ ପରିଣତ କରେ ତେଣୁ ଦ୍ରବଣ ‘କ’ କ୍ଷାରୀୟ ଅଟେ । ଦ୍ରବଣ ‘ଖ’, ହଳଦୀ ଦ୍ରବଣକୁ ଲାଲ ବର୍ଷରେ ପରିଣତ କରେ ତେଣୁ ଦ୍ରବଣ ‘ଖ’ କ୍ଷାରୀୟ ଅଟେ । ଦ୍ରବଣ ‘ଗ’ ଲାଲ ଗୋଲାପ ରସକୁ ସବୁଜ ବର୍ଣ୍ଣରେ ପରିଣତ କରେ । ତେଣୁ ଦ୍ରବଣ ‘ଗ’ କ୍ଷାରୀୟ ଅଟେ ।)
Question 3.
ଚିତ୍ର-କ, ଚିତ୍ର–ଖ ଓ ଚିତ୍ର-ଗ କୁ ପର୍ଯ୍ୟବେକ୍ଷଣ ଓ ବିଶ୍ଳେଷଣ କର ଯେଉଁଥରେ ଲାଲ ଗୋଲାପ ରସରୁ ପ୍ରସ୍ତୁତ କାଗଜପଟି ବ୍ୟବହାର କରାଯାଇଛି । ପ୍ରତି ପାତ୍ରରେ ଥିବା ଦ୍ରବଣର ପ୍ରକୃତିକୁ ନାମାଙ୍କିତ କର ।

Answer:
ଚିତ୍ର ‘କ’ ରେ ଲାଲ ଗୋଲାପ ରସ ସବୁଜ ବର୍ଷରେ ପରିବର୍ତ୍ତିତ ହୋଇଛି, ତେଣୁ ଏହି ଦ୍ରବଣ କ୍ଷାରୀୟ ଅଟେ । ଚିତ୍ର ‘ଖ’ ରେ ଲାଲ ଗୋଲାପ ରସର ବର୍ଣ୍ଣ ଅପରିବର୍ତିତ ରହିଛି, ତେଣୁ ଏହି ଦ୍ରବଣ ନିରପେକ୍ଷ କିମ୍ବା ଅମ୍ଳୀୟ ଅଟେ । ଚିତ୍ର ‘ଗ’ ରେ ଗୋଲାପ ରସ ଉଜ୍ଜ୍ଵଳ ଲାଲ (Bright red) ବର୍ଷରେ ପରିବର୍ତ୍ତିତ ହୋଇଛି । ତେଣୁ ଦ୍ରବଣଟି ଅମ୍ଳୀୟ ଅଟେ ।
ସିଦ୍ଧାନ୍ତ – କ୍ଷାରୀୟ ଦ୍ରବଣ ।
ଚିତ୍ର ‘କ’ – ନିରପେକ୍ଷ ବା ଅମ୍ଳୀୟ ଦ୍ରବଣ
ଚିତ୍ର ‘ଗ’ – ଦ୍ରବଣଟି ଅମ୍ଳୀୟ
![]()
Question 4.
ବିଜ୍ଞାନାଗାରରେ ଥିବା ଏକ ତରଳ ନମୁନା ଭିନ୍ନ ଭିନ୍ନ ସୂଚକଦ୍ଵାରା ନିମ୍ନମତେ ପରୀକ୍ଷା କରାଗଲା ।

ଏହି ପରୀକ୍ଷା ଆଧାରରେ ନିଆଯାଇଥିବା ତରଳ ନମୁନାର ପ୍ରକୃତି ଅମ୍ଳୀୟ କି କ୍ଷାରୀୟ ଚିହ୍ନଟ କର ଓ ତୁମ ଉତ୍ତରର ଯଥାର୍ଥତା ପ୍ରତିପାଦନ କର ।
Answer:
ତରଳ ପଦାର୍ଥଟି ଅମ୍ଳୀୟ ପ୍ରକୃତିର ।
ଯଥାର୍ଥତା :
- ଲାଲ ଲିଟମସର ବର୍ଷ ପୂର୍ବପରି ଲାଲ ରହିଛି । ତେଣୁ ତରଳ ପଦାର୍ଥଟି ଅମ୍ଳୀୟ ।
- ନୀଳ ଲିଟମସ ଲାଇ ବର୍ଷରେ ପରିଣତ ହେଲା । ଏଥୁରୁ ସୂଚନା ମିଳେ ତରଳ ପଦାର୍ଥଟି ଅମ୍ଳୀୟ ।
- ହଳଦୀ, ଅମ୍ଳ ସଂସ୍ପର୍ଶରେ ଆସିଲେ ତା’ର ବର୍ଷରେ କୌଣସି ପରିବର୍ତ୍ତନ ହୁଏ ନାହିଁ |
ଏଥରୁ ଏହି ସିଦ୍ଧାନ୍ତ ମିଳେ ଯେ ତରଳ ପଦାର୍ଥଟି ଅମ୍ଳୀୟ ଅଟେ, କ୍ଷାରୀୟ ନୁହେଁ।
Question 5.
ଲିପିକା ଆଖୁ ବୁଜିଥିବା ଅବସ୍ଥାରେ ଅମ୍ଳୀୟ କି କ୍ଷାରୀୟ ପରୀକ୍ଷା କରିବା ପାଇଁ ତାକୁ ଦୁଇଟି ଅଜଣା ଦ୍ରବଣ ଦିଆଗଲା । ସେହି ଦ୍ରବଣ ଦୁଇଟିର ଗୁଣ ପରୀକ୍ଷା କରିବା ପାଇଁ ଲିପିକା କି କି ସୂଚକ ପଦାର୍ଥ ବ୍ୟବହାର କରିବା ଉଚିତ ଓ କାହିଁକି ?
Answer:
ଲିପିକା ଘ୍ରାଣସୂଚକ ବ୍ୟବହାର କରି ଦ୍ରବଣଟି ଅମ୍ଳୀୟ କିମ୍ବା କ୍ଷାରୀୟ ଜାଣିପାରିବ ।
ପିଆଜ ରସ ଏକ ଘ୍ରାଣସୂଚକ ଅଟେ । କ୍ଷାରୀୟ ଦ୍ରବଣରେ ପିଆଜ ରସର ଗନ୍ଧରେ ପରିବର୍ତ୍ତନ ଘଟିଥାଏ କିନ୍ତୁ ଅମ୍ଳୀୟ ଦ୍ରବଣରେ ଏହାର ଗନ୍ଧ ଅପରିବର୍ତିତ ରହିଥାଏ । ଦ୍ରବଣର ଗନ୍ଧ ପରିବର୍ତ୍ତନରୁ ଲିପିକା ଅମ୍ଳ ଓ କ୍ଷାରକକୁ
ଚିହ୍ନିପାରିବ ।
![]()
Question 6.
ଅଧ୍ୟାୟ ଆରମ୍ଭରେ ଥିବା ବାର୍ତ୍ତା ଗୋଟିଏ ଧଳା କାଗଜରେ ଲେଖୁବା ପାଇଁ ତୁମେ କେଉଁ କେଉଁ ଉପାଦାନ ବ୍ୟବହାର କରିବ ? ତୁମର ସ୍ରେ ବୋତଲରେ ଏଥିପାଇଁ କ’ଣ ରଖୁବ ? ବିଭିନ୍ନ ସମ୍ଭାବ୍ୟ ସଂଯୋଜନ ଓ ଲେଖାର ରଙ୍ଗକୁ ନେଇ ଏକ ସାରଣୀ ତିଆରି କର ।
| ଲେଖୁ ପଦାର୍ଥ |
ସ୍ରେ ବୋତଲରେ ଥିବା ତରଳ ପଦାର୍ଥ |
ଫଳାଫଳ ରୂପେ ମିଳୁଥୁବା ବର୍ଷ (ରଙ୍ଗ) |
| ଚୂନ ପାଣି | ହଳଦୀ ଦ୍ରବଣ | ଲାଲ୍ – ବାଦାମୀ (ଗେରୁଆ) |
| ସାବୁନ ପାଣି | ହଳଦୀ ଦ୍ରବଣ | ଲାଲ୍ – ବାଦାମୀ (ଗେରୁଆ ) |
| ଭିନେଗାର | ଲାଲ ବନ୍ଧାଗୋବି ରସ | ଗୋଲାପି |
| ଖାଇବା ସୋଡ଼ା ଦ୍ରବଣ | ଲାଲ ଗୋଲାପ ପାଖୁଡ଼ାର ରସ | ସବୁଜ |
Question 7.
ଅଙ୍ଗୁର ରସ ସହିତ ଲାଲ ଗୋଲାପରୁ ସଂଗୃହୀତ ପଦାର୍ଥ ମିଶାଗଲା । ମିଶ୍ରଣଟି ଲାଲ ରଙ୍ଗ ଭଳି ଦେଖାଗଲା । ଯଦି ସେ ମିଶ୍ରଣରେ ଖାଇବା ସୋଡ଼ା ମିଶାଯାଏ ତେବେ କ’ଣ ହେବ ? ତୁମ ଉତ୍ତରର ଯଥାର୍ଥତା ପ୍ରତିପାଦନ କର ।
Answer:
ଅଙ୍ଗୁର ରସରେ ସାଇଟ୍ରିକ ଅମ୍ଳ ରହିଛି । ଖାଇବା ସୋଡ଼ାର (କ୍ଷାରୀୟ) ଦ୍ରବଣ ଏଥୁରେ ମିଶିବାଦ୍ଵାରା ମିଶ୍ରଣଟି ଅଧୂକ କ୍ଷାରୀୟ ହେବ ଏବଂ ଏହା ସବୁଜ ବର୍ଣ୍ଣରେ ପରିଣତ ହେବ କାରଣ ଲାଲ ଗୋଲାପ ରସ କ୍ଷାରକ ସଂସ୍ପର୍ଶରେ ଆସିଲେ ସବୁଜ ବର୍ଣ୍ଣରେ ପରିଣତ ହୁଏ ।
Question 8.
କମଳା ରସ ବ୍ୟବହାର କରି ଜ୍ୟୋତି ତା’ର ଜନ୍ମଦିନରେ ତା’ ଆଈ ପାଖକୁ ଏକ ଗୁପ୍ତ ବାର୍ତ୍ତା ପଠେଇଲା । ବାର୍ତ୍ତାଟି ପଢ଼ିବା ପାଇଁ ଜ୍ୟୋତିର ଆଈଙ୍କୁ ତମେ ସାହାଯ୍ୟ କରିପାରିବ କି ? କେଉଁ ସୂଚକ ବ୍ୟବହାର କଲେ ବାର୍ତ୍ତାଟି ସ୍ପଷ୍ଟ ପଢ଼ି ହେବ ?
Answer:
କମଳା ରସରେ ସାଇଟ୍ରିକ୍ ଅମ୍ଳ ରହିଛି । ଆଈମା ଗୁପ୍ତ ଖବରକୁ ପଢ଼ିବା ପାଇଁ ଲାଲ ବନ୍ଧାକୋବି ପତ୍ରର ରସ ବ୍ୟବହାର କରିପାରିବେ । ଏହି ରସ ଅମ୍ଳ ସଂସ୍ପର୍ଶରେ ଆସଲେ ଗୋଲାପୀ (pink) ବା ଲାଲ (Reddish) ବର୍ଣ୍ଣରେ ପରିଣତ ହେବ । ଫଳରେ କାଗଜରେ ଥିବା ବାର୍ତ୍ତାଟି ସ୍ପଷ୍ଟ ପଢ଼ିହେବ ।
![]()
Question 9.
ପ୍ରାକୃତିକ ସୂଚକ କିପରି ପ୍ରସ୍ତୁତ କରାଯାଏ ? ଉଦାହରଣ ସହ ବର୍ଣ୍ଣନା କର ।
Answer:
ଲାଲ ଗୋଲାପ ଫୁଲର କେତୋଟି ପାଖୁଡ଼ା ସଂଗ୍ରହ କରି ସେଗୁଡ଼ିକୁ ପାଣିରେ ଭଲଭାବରେ ଧୋଇ ସଫା କରାଯାଉ । ହେମଦସ୍ତା ଓ ପୁଆ ସାହାଯ୍ୟରେ ସେଗୁଡ଼ିକୁ ଭଲଭାବେ ଛେଚିଦେଇ ଏକ ଗ୍ଲାସ୍ରେ ରଖୁ ସେଗୁଡ଼ିକ ବୁଡ଼ିବା ପର୍ଯ୍ୟନ୍ତ ସେଥୁରେ ଗରମ ପାଣି ଢଳାଯାଉ । ଗ୍ଲାସ ଉପରେ ଘୋଡ଼ଣୀ ରଖୁ 5 ରୁ 10 ମିନିଟ୍ ସ୍ଥିର ରଖାଯାଉ । ଯେତେବେଳେ ଜଳର ବର୍ଣ୍ଣ ଲାଲ ହୋଇଯିବ, ସେତେବେଳେ ଏହାକୁ ଛାଣି ପ୍ରାକୃତିକ ଅମ୍ଳ- କ୍ଷାରକ ସୂଚକ ରୂପେ ବ୍ୟବହାର କରାଯାଇପାରିବ ।
Question 10.
ତୁମକୁ ଭିନେଗାର, ଖାଇବାସୋଡ଼ାର ଦ୍ରବଣ ଓ ଚିନିର ଦ୍ରବଣ ଏହି ତିନୋଟି ତରଳ ପଦାର୍ଥ ଦିଆଯିବ । କେବଳ ହଳଦୀ କାଗଜ ବ୍ୟବହାର କରି ତୁମେ ସେହି ତିନୋଟି ପଦାର୍ଥର ପ୍ରକୃତି ଚିହ୍ନଟ କରି ପାରିବ କି ? ଏହାର କାରଣ ବର୍ଣନା କର ।
Answer:
ଭିନେଗାର : ଏଥୁରେ ହଳଦୀ କାଗଜର ବର୍ଣ୍ଣରେ କୌଣସି ପରିବର୍ତ୍ତନ ହେବ ନାହିଁ । ତେଣୁ ଏହା ଅମ୍ଳୀୟ କିମ୍ବା ନିରପେକ୍ଷ ହୋଇପାରେ ।
ଖାଇବା ସୋଡ଼ା ଦ୍ରବଣ : ଏଥୁରେ ହଳଦୀ କାଗଜର ବର୍ଣ୍ଣ ଲାଲ୍ ବାଦାମୀ ବର୍ଷ ଧାରଣ କରିବ । ତେଣୁ ଏହା ଏକ କ୍ଷାରୀୟ ପଦାର୍ଥ ।
ଚିନି ଦ୍ରବଣ : ଏଥୁରେ ହଳଦୀ କାଗଜର ବର୍ଣ୍ଣରେ କୌଣସି ପରବର୍ତ୍ତନ ହେବ ନାହିଁ । ତେଣୁ ଏହା ଅମ୍ଳୀୟ କିମ୍ବା ନିରପେକ୍ଷ ହୋଇପାରେ ।
Question 11.
ଲାଲ୍ ଗୋଲାପରୁ ପ୍ରସ୍ତୁତ ପଦାର୍ଥକୁ ଏକ ତରଳ ‘X’ ର ମିଶାଇଲେ ତରଳର ରଙ୍ଗ ସବୁଜ ହୁଏ । କହିଲ, ତରଳ ‘X’ ର ପ୍ରକୃତି କ’ଣ ? ସେ ତରଳ ‘X’ ରେ ଅଧ୍ବକ ଅଁଳା ରସ ମିଶାଇଲେ କ’ଣ ହେବ ?
Answer:
ତରଳ ‘X’ କ୍ଷାରୀୟ ଅଟେ କାରଣ ଏହା ଲାଲ ଗୋଲାପର ରସକୁ ସବୁଜ ବର୍ଣ୍ଣରେ ପରିଣତ କରିଛି । ଯଦି ଏଥିରେ ଅଧିକ ଅଁଳା ରସ ମିଶାଯାଏ ତେବେ ଦ୍ରବଣଟି ଅମ୍ଳୀୟ ହୋଇଯିବ । ଏହା ଫଳରେ ସବୁଜ ବର୍ଷରେ ପରିବର୍ତ୍ତନ ଘଟି ଦ୍ରବଣର ବର୍ଣ୍ଣ ଲାଲ (red) ବା ଗୋଲାପୀ (pink) ହୋଇଯିବ ।
![]()
Question 12.
ନିମ୍ନରେ ଦିଆଯାଇଥିବା ପ୍ରବାହ ଚିତ୍ର (flow chart) ର ସୂଚନାଗୁଡ଼ିକୁ ପର୍ଯ୍ୟବେକ୍ଷଣ ଓ ବିଶ୍ଳେଷଣ କର । ଖାଲି ଥିବା ସ୍ଥାନରେ ସୂଚନାଗୁଡ଼ିକ ପୂରଣ କର । (ପ୍ରଶ୍ନ ସହ ଉତ୍ତର)

ଅମ୍ଳାନ ଥରେ ଗୋଟିଏ ଅଣ୍ଡା ଖୋଳ ବା ମାର୍ବଲ ଉପରେ ଭିନେଗାର ପକେଇଦେଲା । ଦେଖୁଲା ଭୁରୁ ଭୁରୁ ହୋଇ ଫୋଟକା ବାହାରୁଛି । ପୁଣି ସେ କିଛି ସାବୁନ ପାଣି ନେଇ ଆଉ ଗୋଟିଏ ଅଣ୍ଡା ଖୋଳ ବା ମାର୍ବଲ ଉପରେ ପ୍ରକାଇଲା । ଦେଖୁଲା ଏଥର କିଛି ଲୁରୁ ଭୁରୁ ହୋଇ ଫୋଟକା ବାହାରୁ ନାହିଁ । ତା’ ଭାଇ ଅସିତ୍ କହିଲେ ମାର୍ବଲ ଖଣ୍ଡ ଉପରେ ଭିନେଗାର ପକାଇଲେ କ’ଣ ହେଉଛି ଦେଖ । ତେବେ ଭିନେଗାର ପକେଇଲେ କାହିଁକି ଫୋଟକା ବାହାରିବା ଦେଖାଗଲା ଓ ସାବୁନ୍ ଦ୍ରବଣ ପକେଇଲେ କାହିଁକି ଫୋଟକା ଦେଖାଗଲା ନାହିଁ ?
Answer:

Answer:
ଅଣ୍ଡାଖୋଳ ଓ ମାର୍ବଲ କ୍ଷାରୀୟ ପ୍ରକୃତିର ହୋଇଥୁବାରୁ ସେଥିରେ ଅମ୍ଳୀୟ ପ୍ରକୃତିର ଭିନେଗାର ପକାଇଦେଲେ ଅମ୍ଳ ଓ କ୍ଷାରକ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ ହୁଏ ତେଣୁ ଫୋଟକା ବାହାରେ । ମାତ୍ର ସାବୁନପାଣି କ୍ଷାରୀୟ ପ୍ରକୃତିର ହୋଇଥିବାରୁ ଏହାକୁ ଅଣ୍ଡାଖୋଳ ମାର୍ବଲ ଉପରେ ପକାଇଲେ କୌଣସି ପ୍ରତିକ୍ରିୟା ସୃଷ୍ଟି ହୁଏ ନାହିଁ । ତେଣୁ ଫୋଟକା ଦେଖାଯାଏ ନାହିଁ ।
ଅନୁସନ୍ଧାନମୂଳକ ପ୍ରକଳ୍ପ
- ଅମ୍ଳୀୟ ବା କ୍ଷାରୀୟ ପଦାର୍ଥ ଏବଂ ପ୍ରାକୃତିକ ସୂଚକ ବ୍ୟବହାର କରି ରଙ୍ଗୋଲୀ ସୃଷ୍ଟି କର ।
ବିଭିନ୍ନ ଉତ୍ସରେ ଥିବା ଜଳର ଅମ୍ଳୀୟ, କ୍ଷାରକୀୟ ବା ନିରପେକ୍ଷ ପ୍ରକୃତି ବିଷୟରେ ତୁମ ଶ୍ରେଣୀରେ ଆଲୋଚନା କର । - ବର୍ଷାଜଳ, ନଦୀଜଳ, ପୋଖାଜଳ, ନଳକୂପର ଜଳ, କୂଅ ଜଳର ନମୁନା ନେଇ ପରୀକ୍ଷା କରିପାରିବ ।
- ତୁମ ଅଞ୍ଚଳର ମୃଭିକାର ନମୁନା ସଂଗ୍ରହ କର ଏବଂ ଏହାର ପ୍ରକୃତି ଅମ୍ଳୀୟ, କ୍ଷାରୀୟ ବା ନିରପେକ୍ଷ ନିରୂପଣ କର ।
- ତୁମ ରାଜ୍ୟର କନ୍ଧମାଳ ଜିଲ୍ଲାରେ କରାଯାଉଥିବା ହଳଦୀ ଚାଷ ଉପରେ ଅଧିକ ତଥ୍ୟ ସଂଗ୍ରହ କରି ନିଜ ଖାତାରେ ଲେଖ ।
ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତାରେ ଏହି ପ୍ରକଳ୍ପ କରିପାରିବେ ।
ଶୂନ୍ୟସ୍ଥାନ ପୂରଣ କର ।
(i) ଅମ୍ଳ ଶବ୍ଦଟି ଲାଟିନ୍ ଶବ୍ଦ _________ ରୁ ଆସିଅଛି ।
(ii) ହଳଦୀଗୁଣ୍ଡ କ୍ଷାରୀୟ ଦ୍ରବଣରେ ମିଶିଲେ ଦ୍ରବଣର ରଙ୍ଗ ବଦଳି _________ ହୋଇଯାଏ ।
(iii) କୌଣସି ପଦାର୍ଥର ଅମ୍ଳୀୟ କିମ୍ବା କ୍ଷାରୀୟ ଗୁଣକୁ ଜାଣିବାପାଇଁ ବ୍ୟବହୃତ ପଦାର୍ଥକୁ _________ କୁହାଯାଏ ।
(iv) ଲିଟ୍ସ୍ _______ ରୁ ପ୍ରସ୍ତୁତ ହୁଏ ।
(v) ବର୍ଷା ଜଳରେ ଅତ୍ୟଧିକ ଅମ୍ଳ ଥିଲେ, ଏହାକୁ ________ କୁହାଯାଏ ।
Answer:
(i) ଆସିଡ଼ସ୍
(ii) ନାଲି
(iii) ସୂଚକ
(iv) ଲାଇକେନ୍
(v) ଅମ୍ଳବର୍ଷା
![]()
ପ୍ରଥମ ଶବ୍ଦଦ୍ୱୟର ସମ୍ପର୍କ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି ଲେଖ ।
(i) ମନୁଷ୍ୟ ପାକସ୍ଥଳୀ : ଲବଣାମ୍ଳ :: ମହୁମାଛି : ________
(ii) ତେନ୍ତୁଳି : ଟାର୍ଟାରିକ୍ ଅମ୍ଳ :: ଦହି : ________
(iii) ସାବୁନ ପାଣି : କ୍ଷାରକ :: ପାତିତ ଜଳ : ________
(iv) ନୀଳ ଲିଟ୍ସ୍କୁ ନାଲି : ଅମ୍ଳ :: ନାଲି ଲିଟ୍ସ୍ ନୀଳ : ________
(v) ସ୍ନେହସାର : ସ୍ନେହାମ୍ଳ :: ପୁଷ୍ଟିସାର : ________
Answer:
(i) ଫରମିକ୍ ଅମ୍ଳ,
(ii) ଲାକ୍ଟିକ୍ ଅମ୍ଳ,
(iii) ପ୍ରଶମିତ ଦ୍ରବଣ,
(iv) କ୍ଷାରକ,
(v) ଆମିନୋ ଅମ୍ଳ
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ଅମ୍ଳୀୟ ଦ୍ରବଣରେ ନୀଳ ଲିଟ୍ସ୍ କାଗଜ ବୁଡ଼ାଇଲେ ________ ରଙ୍ଗ ହୁଏ । (ନାଲି, ନୀଳ, ସବୁଜ, ହଳଦିଆ)
(ii) କ୍ଷାରୀୟ ଦ୍ରବଣରେ ନାଲି ଲିଟ୍ସ୍ କାଗଜ ବୁଡ଼ାଇଲେ _________ ରଙ୍ଗ ହୁଏ ।
(ନାଲି, ନୀଳ, ସବୁଜ, ହଳଦିଆ)
(iii) ସାଇଟ୍ରିକ୍ ଅମ୍ଳର ପ୍ରାକୃତିକ ଉତ୍ସ _____ । (ବାଇଗଣ, ଅଁଳା, ଅଙ୍ଗୁର, କମଳାଲେମ୍ବୁ)
(iv) _________ ଏକ ସୂଚକ ପଦାର୍ଥ ଅଟେ । (ଅଙ୍ଗୁର, ମନ୍ଦାରଫୁଲ, ଚିନି, କମଳାରସ)
(v) ଯେଉଁ ପଦାର୍ଥ ଅମ୍ଳ କିମ୍ବା କ୍ଷାରକ ନୁହେଁ, ତାହାକୁ __________ ପଦାର୍ଥ କୁହାଯାଏ । (ପ୍ରଶମିତ ପଦାର୍ଥ, ଅମ୍ଳୀୟ ପଦାର୍ଥ, କ୍ଷାରୀୟ ପଦାର୍ଥ, ଭୌତିକ ପଦାର୍ଥ)
(vi) ବଦହଜମ ଖାଦ୍ୟକୁ __________ ପ୍ରଶମିତ କରାଏ । (ଖାଇବାସୋଡ଼ା ଦ୍ରବଣ, ପ୍ରତିଅମ୍ଳ, କ୍ଷାର, ଅମ୍ଳ)
(vii) ଶରୀରର ଆକୃତି, ଉଚ୍ଚତା, ଆଖୁର ରଙ୍ଗ ପ୍ରଭୃତିକୁ _________ ନିୟନ୍ତ୍ରଣ କରେ । (DNA, RNA, ଆମିନୋ ଅମ୍ଳ, ସ୍ନେହାମ୍ଳ)
Answer:
(i) ନାଲି
(ii) ନୀଳ
(iii) କମଳାଲେମ୍ବୁ
(iv) ମନ୍ଦାରଫୁଲ
(v) ପ୍ରଶମିତ ପଦାର୍ଥ
(vi) ପ୍ରତିଅମ୍ଳ
(vi) DNA
![]()
‘କ’ ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭର ସମ୍ପର୍କ ବାଛି ସ୍ତମ୍ଭ ମିଳନ କର ।
A.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଭିନେଗାର | ପ୍ରଶମିତ ଦ୍ରବଣ |
| ଚିନିପାଣି | ପ୍ରାକୃତିକ ସୂଚକ |
| ହଳଦୀ | ଏସିଟିକ୍ ଅମ୍ଳ |
| ପୁଷ୍ଟିସାର | ଅମ୍ଳବର୍ଷା |
| ବାୟୁ ପ୍ରଦୂଷଣ | ଆମିନୋଅମ୍ଳ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଭିନେଗାର | ଏସିଟିକ୍ ଅମ୍ଳ |
| ଚିନିପାଣି | ପ୍ରଶମିତ ଦ୍ରବଣ |
| ହଳଦୀ | ପ୍ରାକୃତିକ ସୂଚକ |
| ପୁଷ୍ଟିସାର | ଆମିନୋଅମ୍ଳ |
| ବାୟୁ ପ୍ରଦୂଷଣ | ଅମ୍ଳବର୍ଷା |
B.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ବଦହଜମ | ଆମିନୋ ଅମ୍ଳ |
| ପିମ୍ପୁଡ଼ି | ପ୍ରତିଅମ୍ଳ |
| ଶରୀର କୋଷ | କାଲାମିନ୍ |
| ଆଖର ରଙ୍ଗ | ସ୍ନେହସାର |
| ସ୍ନେହାମ୍ଳ | DNA |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ବଦହଜମ | ପ୍ରତିଅମ୍ଳ |
| ପିମ୍ପୁଡ଼ି | କାଲାମିନ୍ |
| ଶରୀର କୋଷ | ଆମିନୋ ଅମ୍ଳ |
| ଆଖର ରଙ୍ଗ | DNA |
| ସ୍ନେହାମ୍ଳ | ସ୍ନେହସାର |
![]()
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) ଅମ୍ଳ ଓ କ୍ଷାରକକୁ ଚିହ୍ନିବାକୁ ବ୍ୟବହୃତ ପଦାର୍ଥକୁ ପ୍ରଶମିତ ପଦାର୍ଥ କୁହାଯାଏ ।
(ii) ଅମ୍ଳ ନାଲି ଲିଟୁମସ୍କୁ ନୀଳ କରେ ।
(ii) ଅମ୍ଳ ଓ କ୍ଷାରକ ମଧ୍ୟରେ ପ୍ରତିକ୍ରିୟାକୁ ପ୍ରଶମିତ ଦ୍ରବଣ କୁହାଯାଏ ।
(iv) ଅକ୍ ଜାଲିକ ଅମ୍ଳର ପ୍ରାକୃତିକ ଉତ୍ସ କଞ୍ଚା ଆମ୍ବ ଅଟେ ।
(v) ଆମ ପାକସ୍ଥଳୀରେ ଥିବା ସ୍ନେହାମ୍ଳ ଖାଦ୍ୟ ହଜମରେ ସହାୟକ ହୁଏ । .
Answer:
(i) ଅମ୍ଳ ଓ କ୍ଷାରକକୁ ଚିହ୍ନିବାକୁ ବ୍ୟବହୃତ ପଦାର୍ଥକୁ ସୂଚକ କୁହାଯାଏ ।
(ii) କ୍ଷାରକ ନାଲି ଲିଟମସ୍ ନୀଳ କରେ ।
(iii) ଅମ୍ଳ ଓ କ୍ଷାରକ ମଧ୍ୟରେ ପ୍ରତିକ୍ରିୟାକୁ ପ୍ରଶମନୀକରଣ କୁହାଯାଏ ।
(iv) ଅକ୍ଲିକ ଅମ୍ଳର ପ୍ରାକୃତିକ ଉତ୍ସ ପାଳଙ୍ଗଶାଗ ଅଟେ ।
(v) ଆମ ପାକସ୍ଥଳୀରେ ଥିବା ଲବଣାସ୍କ ଖାଦ୍ୟ ହଜମରେ ସହାୟକ ହୁଏ ।
ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
(କ) ଆମେ ପିଉଥବା ସୋଡ଼ାପାଣିରେ କ’ଣ ଥାଏ ?
(i) ଏସିଟିକ୍ ଅମ୍ଳ
(ii) ସାଇଟ୍ରିକ୍ ଅମ୍ଳ
(iii) ଲାକ୍ଟିକ୍ ଅମ୍ଳ
(iv) କାର୍ବୋନିକ୍ ଅମ୍ଳ
Answer:
(iv) କାର୍ବୋନିକ୍ ଅମ୍ଳ
![]()
(ଖ) କାହାଦ୍ଵାରା ଫରମିକ୍ ଅମ୍ଳ ପ୍ରଶମିତ ହୁଏ ?
(i) ଏମୋନିୟମ୍
(iii) ଲବଣାମ୍ଳ
(ii) କାଲାମିନ୍
(iv) ଆମିନୋ ଅମ୍ଳ
Answer:
(ii) କାଲାମିନ୍
(ଗ) କେଉଁ ଦ୍ରବଣରେ ମନ୍ଦାର ଦ୍ରବଣ ମିଶିଲେ ରଙ୍ଗ ଅପରିବର୍ତ୍ତିତ ରହେ ?
(i) ସୋଡ଼ାପାଣି
(ii) ଚିନିପାଣି
(iii) ଲେମ୍ବୁରସ
(iv) ସାମ୍ପୋ
Answer:
(iii) ଖାଇବାସୋଡ଼ା
(ଘ) କାହାଦ୍ଵାରା ବଦଳଜମି ପ୍ରଶମିତ ହୁଏ ?
(i) ଲେମ୍ବୁରସ
(ii) ଭିନେଗାର
(iii) ଖାଇବା ସୋଡ଼ା
(iv) ଲୁଣପାଣି
Answer:
(ii) ଚିନିପାଣି
(ଙ) ଆମେ ଖାଉଥବା କେଉଁ ଖାଦ୍ୟରେ ଅମ୍ଳ ନ ଥାଏ ?
(i) ଖାଇବା ସୋଡ଼ା
(ii) ଦହି
(iii) ବିଲାତି ବାଇଗଣ
(iv) ଲେମ୍ବୁ
Answer:
(iii) ଖାଇବାସୋଡ଼ା
![]()
ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ଖଟା ଲାଗୁଥିବା ଦୁଇଟି ପଦାର୍ଥର ନାମ ଲେଖ ।
Answer:
ଭିନେଗାର, ଦହି ଖଟା ଲାଗୁଥିବା ଦୁଇଟି ପଦାର୍ଥ ଅଟେ ।
(ii) ଏସିଟିକ୍ ଅମ୍ଳର ପ୍ରାକୃତିକ ଉତ୍ସର ନାମ କ’ଣ ?
Answer:
ଭିନେଗାର ଏସିଟିକ୍ ଅମ୍ଳର ପ୍ରାକୃତିକ ଉତ୍ସ ।
(iii) କ୍ଷାରିଆ ଲାଗୁଥୁବା ଦୁଇଟି ପଦାର୍ଥର ନାମ ଲେଖ ।
Answer:
କ୍ଷାରି ଆ ଲାଗୁଥିବା ଦୁଇଟି ପଦାର୍ଥ ହେଲା। ଚୂନପାଣି, ସୋଡ଼ିୟମ ଅକ୍ସାଇଡ ।
![]()
(iv) ଆମ ଶରୀରର କୋଷରେ ଥିବା ଅମ୍ଳର ନାମ ଲେଖ ।
Answer:
ଆମ ଶରୀରର କୋଷରେ ଥିବା ଅମ୍ଳର ନାମ—ଡିଅକ୍ ରାଇବୋ ନ୍ୟୁକ୍ଲିକ୍ ଅମ୍ଳ ।
(v) ଯେଉଁ ଦ୍ରବଣରେ ବୁଡ଼ାଇଲେ ଲିଟମସର ରଙ୍ଗ ବଦଳେ ନାହିଁ, ତାହାକୁ କ’ଣ କୁହାଯାଏ ?
Answer:
ଯେଉଁ ଦ୍ରବଣରେ ବୁଡ଼ାଇଲେ ଲିଟମସର ରଙ୍ଗ ବଦଳେ ନାହିଁ, ତାହାକୁ ପ୍ରଶମିତ ଦ୍ରବଣ କୁହାଯାଏ ।
(vi) ଲେମ୍ବୁରସରେ ନାଲି ଓ ନୀଳ ଲିଟମସ ବୁଡ଼ାଇଲେ କେଉଁ ରଙ୍ଗ ହେବ ?
Answer:
ଲେମ୍ବୁରସରେ ନାଲି ଓ ନୀଳ ଲିଟମସ ବୁଡ଼ାଇଲେ ନୀଳ, ନାଲି ଲିଟମସ ରଙ୍ଗ ହେବ ଓ ନାଲି ଲିଟମସ ନାଲି ରଙ୍ଗ ରହିବ ।
(vii) କେଉଁଥରେ ଅକ୍ଲିକ୍ ଅମ୍ଳ ଥାଏ ?
Answer:
ପାଳଙ୍ଗ ଶାଗରେ ଅକ୍ଲିକ୍ ଅମ୍ଳ ଥାଏ ।
(viii) କମଳା ଓ ଲେମ୍ବୁରେ କେଉଁ ଅମ୍ଳ ଥାଏ ?
Answer:
କମଳା ଓ ଲେମ୍ବୁରେ ସାଇଟ୍ରିକ୍ ଅମ୍ଳ ଥାଏ ।
(ix) ଆସକର୍ବିକ୍ ଅମ୍ଳ କେଉଁଥରେ ଥାଏ ?
Answer:
ଆସକର୍ବିକ୍ ଅମ୍ଳ ଅଁଳାରେ ଥାଏ ।
(x) ଟାର୍ଟାରିକ୍ ଅମ୍ଳ କେଉଁଥିରେ ଥାଏ ?
Answer:
ଟାର୍ଟାରିକ୍ ଅମ୍ଳ ତେନ୍ତୁଳି, ଅଙ୍ଗୁର, କଞ୍ଚାଆମ୍ବରେ ଥାଏ ।
![]()
(xi) ମହୁମାଛିର ଶୁଣ୍ଢରେ କେଉଁ ଅମ୍ଳ ଥାଏ ?
Answer:
ମହୁମାଛିର ଶୁଣ୍ଢରେ ଫରମିକ୍ ଅମ୍ଳ ଥାଏ ।
(xii) ପିମ୍ପୁଡ଼ି କାମୁଡ଼ାରୁ କେଉଁ ଅମ୍ଳ ନିର୍ଗତ ହୁଏ ?
Answer:
ପିମ୍ପୁଡ଼ି କାମୁଡ଼ାରୁ ଫରମିକ ଅମ୍ଳ ନିର୍ଗତ ହୁଏ ।
(xiii) ଆମିନୋ ଅମ୍ଳ କେଉଁଠାରୁ ମିଳେ ?
Answer:
ଆମିନୋ ଅମ୍ଳ ପୁଷ୍ଟିସାରରୁ ମିଳେ ।
(xiv) ସାବୁନ କେଉଁଥୁରୁ ପ୍ରସ୍ତୁତ ହୁଏ ?
Answer:
ସୋଡ଼ିୟମ ହାଇଡ୍ରୋକସାଇଡ|ପୋଟାସିୟମ ହାଇଡ୍ରୋକ୍ ସାଇଡରୁ ସାବୁନ ପ୍ରସ୍ତୁତ ହୁଏ ।
(xv) ଅମ୍ଳ ହେଲେ ଆମେ କେଉଁ କ୍ଷାରକ ଖାଉ ?
Answer:
ଅମ୍ଳ ହେଲେ ଆମେ ମିଲ୍କ ଅଫ୍ ମାଗ୍ନେସିଆ ବା ମାଗ୍ନେସିୟମ୍ ହାଇଡ୍ରକ୍ସାଇଡ୍ କ୍ଷାରକ ଖାଉ ।
![]()
(xvi) ଅମ୍ଳ, କ୍ଷାର ସହ ମିଶି ରାସାୟନିକ ପ୍ରତିକ୍ରିୟାରେ କ’ଣ ହୁଏ ?
Answer:
ଅମ୍ଳ କ୍ଷାର ସହ ମିଶି ରାସାୟନିକ ପ୍ରତିକ୍ରିୟାରେ ଲବଣ ଓ ଜଳ ସୃଷ୍ଟି ହୁଏ ।
(xvii) କେଉଁ ଲାଟିନ୍ ଶବ୍ଦରୁ ଅମ୍ଳ ଶବ୍ଦଟି ଆସିଅଛି ।
Answer:
ଆସିଡ଼ସ୍ ଲାଟିନ୍ ଶବ୍ଦରୁ ଅମ୍ଳ ଶବ୍ଦଟି ଆସିଅଛି ।
(xviii) କୌଣସି ପଦାର୍ଥର ଅମ୍ଳୀୟ କିମ୍ବା କ୍ଷାରୀୟ ଗୁଣକୁ ଜାଣିବା ପାଇଁ ବ୍ୟବହୃତ ପଦାର୍ଥକୁ କ’ଣ କୁହାଯାଏ ?
Answer:
କୌଣସି ପଦାର୍ଥର ଅମ୍ଳୀୟ କିମ୍ବା କ୍ଷାରୀୟ ଗୁଣକୁ ଜାଣିବା ପାଇଁ ବ୍ୟବହୃତ ପଦାର୍ଥକୁ ସୂଚକ କୁହାଯାଏ ?
(xix) କେଉଁ ପଦାର୍ଥରୁ ଲିଟ୍ସ୍ ପ୍ରସ୍ତୁତ ହୁଏ ?
Answer:
ଲାଇକେନ୍ ପଦାର୍ଥରୁ ଲିଟ୍ସ୍ ପ୍ରସ୍ତୁତ ହୁଏ ?
(xx) ହଳଦୀଗୁଣ୍ଡ କ୍ଷାରୀୟ ଦ୍ରବଣରେ ମିଶିଲେ ଦ୍ରବଣର ରଙ୍ଗ କ’ଣ ହୋଇଥାଏ ?
Answer:
ହଳଦୀଗୁଣ୍ଡ କ୍ଷାରୀୟ ଦ୍ରବଣରେ ମିଶିଲେ ଦ୍ରବଣର ରଙ୍ଗ ନାଲି ହୋଇଥାଏ ?
![]()
ସଂକ୍ଷିପ୍ତ ପ୍ରଶ୍ନୋତ୍ତର
Question 1.
ବିଜ୍ଞାନାଗାରରେ ବ୍ୟବହୃତ ହେଉଥିବା ଦୁଇଟି ଅମ୍ଳ ଓ ଦୁଇଟି କ୍ଷାରକର ନାମ ଲେଖ ।
Answer:
- ବିଜ୍ଞାନାଗାରରେ ବ୍ୟବହୃତ ହେଉଥିବା ଦୁଇଟି ଅମ୍ଳ ହେଲା— ଗନ୍ଧକାମ୍ଳ (H2SO4) ଓ ନାଇଟ୍ରିକ୍ ଅମ୍ଳ (HNO3) ।
- ବିଜ୍ଞାନାଗାରରେ ବ୍ୟବହୃତ ହେଉଥିବା ଦୁଇଟି କ୍ଷାରକ ହେଲା— ସୋଡ଼ିୟମ୍ ହାଇଡ୍ରୋକ୍ସାଇଡ୍ — (NaOH) ପୋଟାସିୟମ୍ ହାଇଡ୍ରୋକ୍ସାଇଡ୍ (KOH) ।
Question 2.
ଲବଣାସ୍କର ଦୁଇଟି ବିଶେଷତ୍ଵ ଲେଖ ।
Answer:
- ଲବଣାମ୍ଳ କୌଣସି ଅମ୍ଳୀୟ ଅକ୍ସାଇଡ୍ରୁ ସୃଷ୍ଟି ହୋଇନାହିଁ ।
- ଆମ ପାକସ୍ଥଳୀରେ ଖାଦ୍ୟ ହଜମ ପାଇଁ ଝରୁଥିବା ପାଚକ ରସରେ ଲବଣାମ୍ଳ ଥାଏ । ଏହାର ପରିମାଣ ଅଧିକ ହେଲେ, ପେଟରେ ରୋଗ ହୋଇଥାଏ ।
Question 3.
ସୋଡ଼ିୟମ୍ ଲବଣର ଦୁଇଟି ବ୍ୟବହାର ଲେଖ ।
Answer:
- ସୋଡ଼ିୟମ୍ ଲବଣକୁ ଖାଦ୍ୟ ପ୍ରକ୍ରିୟାକରଣରେ ବ୍ୟବହାର କରାଯାଏ ।
- କୃତ୍ରିମ ରବର ତିଆରିରେ, ରଙ୍ଗ ଓ କାଗଜ କାରଖାନାରେ ମଧ୍ୟ ବ୍ୟବହାର କରାଯାଏ ।
![]()
Question 4.
ଧାତବ ଅକ୍ସାଇଡ୍ ସହ ଅମ୍ଳର ରାସାୟନିକ ପ୍ରତିକ୍ରିୟା ଘଟିଲେ କ’ଣ ହୁଏ ?
Answer:
- ଧାତବ ଅକ୍ସାଇଡ୍ ସହିତ ଅମ୍ଳର ରାସାୟନିକ ପ୍ରତିକ୍ରିୟା ଘଟିଲେ ଧାତବ ଲବଣ ଓ ଜଳ ସୃଷ୍ଟି ହୁଏ ।
- ଉଦାହରଣ ସ୍ୱରୂପ ଚୂନ ସହ ଲବଣାସ୍କର ରାସାୟନିକ ପ୍ରତିକ୍ରିୟା ଘଟି କ୍ୟାଲ୍ ସିୟମ୍ କ୍ଲୋରାଇଡ୍ ଓ ଜଳ ଉତ୍ପନ୍ନ ହୁଏ । CaO + 2HCl = CaCl2 + H2O
Question 5.
ଲବଣ କିପରି ସୃଷ୍ଟି ହୁଏ । ଦୁଇଟି ଲବଣର ନାମ ସହ ତାର ବ୍ୟବହାର ଲେଖ ।
Answer:
- ଅମ୍ଳ ଓ କ୍ଷାରକ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟି ଲବଣ ଓ ଜଳ ସୃଷ୍ଟି ହୋଇଥାଏ ।
- ଉଦାହରଣ ସ୍ୱରୂପ — ସୋଡ଼ିୟମ୍ ହାଇଡ୍ରକ୍ସାଇଡ୍ ଓ ଲବଣାସ୍କର ରସାୟନିକ ପ୍ରତିକ୍ରିୟା ଘଟି ସୋଡ଼ିୟମ୍ କ୍ଲୋରାଇଡ୍ ଲବଣ ସୃଷ୍ଟି ହୁଏ ।
- ଦୁଇଟି ଲବଣର ନାମ ହେଲା – ଖାଇବା ଲୁଣ ଓ ଫିଟିକିରି । ଖାଇବା ଲୁଣକୁ ଖାଦ୍ୟରୂପେ ବ୍ୟବହାର କରାଯାଏ । ଫିଟିକିରି ଦ୍ଵାରା ଜଳକୁ ବିଶୁଦ୍ଧ କରାଯାଏ ।
Question 6.
ଅମ୍ଳବର୍ଷା କ’ଣ ? ଏହା କିପରି ଓ କାହିଁକି ଏହାର କୁଫଳ କ’ଣ ?
Answer:
- ବର୍ଷାଜଳରେ ଅତ୍ୟଧ୍ଵ ଅମ୍ଳ ଥିଲେ ଏହାକୁ ଅମ୍ଳବର୍ଷା କୁହାଯାଏ ।
- ବର୍ଷାଜଳରେ, ବାୟୁମଣ୍ଡଳରେ ଥିବା ଅଙ୍ଗାରକାମ୍ଳ, ସଲ୍ଫର ଡାକଅକ୍ସାଇଡ୍ ଓ ଯବକ୍ଷାରଜାନ ପରି ପ୍ରଦୂଷକ ମିଶି କାର୍ବୋନିକ୍ ଅମ୍ଳ, ନାଇଟ୍ରିକ୍ ଅମ୍ଳ ଓ ଗନ୍ଧକାମ୍ଳ ତିଆରି କରନ୍ତି ।
- ଏହି ସବୁ ଅମ୍ଳବର୍ଷା ଜଳ ସହିତ ମିଶି ଅମ୍ଳବର୍ଷା କ ର ନ୍ତି ।
- ଏହି ଅମ୍ଳବର୍ଷା ଗଛଲତା, ଘରଦ୍ଵାର, ପ୍ରାଚୀନକୀର୍ତ୍ତି ଏପରିକି ତାଜମହଲର ମଧ୍ୟ କ୍ଷତି କ ର ନ୍ତି ।
![]()
Question 7.
ଆମ ଖାଦ୍ୟରେ ଥିବା ଚାରୋଟି ଅମ୍ଳ ନାମ ଲେଖ । ଏହା କେଉଁ ଖାଦ୍ୟ ପଦାର୍ଥରେ ଥାଏ ଲେଖ ।
Answer:
- କାର୍ବୋନିକ୍ ଅମ୍ଳ ପେପ୍ସି, ଥମ୍ପ୍ ଆଦି ପାନୀୟରେ ଥାଏ ।
- ସାଇଟ୍ରିକ୍ ଅମ୍ଳ କାଗେଜି ରସରେ ଥାଏ । ଲେମ୍ବୁରସରେ ମଧ୍ୟ ଏହା ଥାଏ ।
- ଲାକ୍ଷିକ ଅମ୍ଳ ଦହିରେ ଥାଏ ।
- ଏସିଟିକ୍ ଅମ୍ଳ ଭିନେଗାରରେ ଥାଏ ।
ଦୀର୍ଘ ପ୍ରଶ୍ନୋତ୍ତର
Question 1.
ପ୍ରଶମନୀକରଣ କହିଲେ କ’ଣ ବୁଝ ? ଦୈନନ୍ଦିନ ଜୀବନରେ ଏହାର ଆବଶ୍ୟକତା ବୁଝାଇ ଲେଖ ।
Answer:
- ଅମ୍ଳ ଓ କ୍ଷାରକ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟି ଲବଣ ଓ ଜଳ ସୃଷ୍ଟି ହୋଇଥାଏ । ଏହି ପ୍ରତିକ୍ରିୟାକୁ ପ୍ରଶମନୀକରଣ କୁହାଯାଏ । ଏଥୁସହ ତାପ ମଧ୍ୟ ଉତ୍ପନ୍ନ ହୁଏ ।
- ଲବଣ ଅମ୍ଳୀୟ, କ୍ଷାରୀୟ କିମ୍ବା ପ୍ରଶମିତ ହୋଇପାରେ ।
- ସମୀକରଣ :
(a) ଅମ୍ଳ + କ୍ଷାରକ → ଲବଣ + ଜଳ (ଉତ୍ପାଦିତ ତାପ)
(b) ଲବଣାମ୍ଳ (HCI) + ସୋଡି଼ ୟମ୍ ହାଇଡ୍ରେକ୍ସାଇଡ୍ (NaOH) → ଖାଇବା ଲୁଣ (NaCI) + ଜଳ (H2O)
ଦୈନନ୍ଦିନ ଜୀବନରେ ପ୍ରଶମନୀକରଣର ଆବଶ୍ୟକତା - ପାକସ୍ଥଳୀରୁ ଖାଦ୍ୟ ହଜମ ପାଇଁ ଝରୁଥିବା ଲବଣାସ୍କର ମାତ୍ରା ଅଧିକ ହେଲେ, ଖାଦ୍ୟ ବଦହଜମ ହୋଇ ବହୁ କଷ୍ଟଦାୟକ ହୁଏ । ତେଣୁ ପ୍ରତିଅମ୍ଳ ଖାଇ ଏହାକୁ ପ୍ରଶମିତ କରାଯାଏ ।
- ପିମ୍ପୁଡ଼ି କାମୁଡ଼ିଲେ ଆମ ଚର୍ମରେ ଫର୍ମିକ୍ ଅମ୍ଳ ପରି ଅମ୍ଳୀୟ ପଦାର୍ଥ ଆସି ପୀଡ଼ା ପ୍ରଦାନ କରେ । ତେଣୁ ଏହା ଉପରେ ଖାଇବା ସୋଡ଼ା କିମ୍ବା କାଲାମିନ୍ ଦ୍ରବଣ ଘଷିଲେ ଏହା ପ୍ରଶମିତ ହୁଏ ।
- ଶିଳ୍ପ ଆବର୍ଜନା ଜଳରେ ମିଶିଲେ, ଏଥିରେ ଥିବା ଅମ୍ଳ ଜଳକୁ ଦୂଷିତ କରିଥାଏ ଏବଂ ମାଛ ତଥା ଅନ୍ୟାନ୍ୟ ଜଳଜୀବମାନଙ୍କର ମଧ୍ୟ ଅଶେଷ କ୍ଷତି ସାଧନ କରିଥାଏ । ତେଣୁ କ୍ଷାରକ ପ୍ରୟୋଗ କରି କାରଖାନାରୁ ନିର୍ଗତ ଜଳକୁ ପ୍ରଶମିତ କରାଯାଏ ।