BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ

Odisha State Board BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ Important Questions and Answers.

BSE Odisha Class 6 Science Important Questions Chapter 14 ପ୍ରାକୃତିକ ଘଟଣାବଳୀ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
କରକାପାତ କାହିଁକି ହୁଏ ?
ଉ –

  • ସମୟ ସମୟରେ ଅତି ଥଣ୍ଡାରେ ବାୟୁମଣ୍ଡଳରେ ଥିବା ଜଳବିନ୍ଦୁଗୁଡ଼ିକ ବରଫ ପାଲଟିଯାଏ ଓ ବର୍ଷାଜଳ ସହ ଭୂପୃଷ୍ଠରେ ପଡ଼େ ।
  • ବରଫ ସହ ବର୍ଷାହେବାକୁ କରିକାପାତ କୁହାଯାଏ ।

Question 2.
ଜଳ କେତୋଟି ଅବସ୍ଥାରେ ରହିପାରେ ? ତାହା କ’ଣ କ’ଣ ?
ଉ –

  • ଜଳ ତିନୋଟି ଅବସ୍ଥାରେ ରହିପାରେ ।
  • ବରଫ, ଜଳ ଓ ଜଳୀୟବାଷ୍ପ ଏହି ତିନି ଅବସ୍ଥାରେ ଜଳ ରହିଥାଏ ।

BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ

Question 3.
ବାଷ୍ପୀକରଣ କହିଲେ କ’ଣ ବୁଝ ଉଦାହରଣ ସହ ଲେଖ ।
ଉ –

  • ଯେଉଁ ପ୍ରକ୍ରିୟାରେ ଜଳକୁ ଉତ୍ତପ୍ତ କରି ବାମ୍ଫ ବା ଜଳୀୟବାଷ୍ପ ସୃଷ୍ଟି କରାଯାଏ, ତାହାକୁ ବାଷ୍ପୀକରଣ କୁହାଯାଏ ।
  • ରୋଷେଇବେଳେ, କଳକାରଖାନାରୁ ଓ ଶିଳ୍ପ ଅଞ୍ଚଳରୁ ଜଳ ବାଷ୍ପୀକରଣ ପ୍ରକ୍ରିୟାରେ ବାଷ୍ପହୋଇ ବାୟୁମଣ୍ଡଳରେ ମିଶେ ।

Question 4.
ଘନୀକରଣର ସଂଜ୍ଞା ଲେଖ ଓ ଏହାର ଦୁଇଟି ଉଦାହରଣ ଲେଖ ।
ଉ –

  • ଯେଉଁ ପ୍ରଣାଳୀରେ ଗ୍ୟାସୀୟ ପଦାର୍ଥ ତରଳ ପଦାର୍ଥରେ ପରିଣତ ହୁଏ, ତାହାକୁ ଘନୀକରଣ କହନ୍ତି ।
  • ଘନୀକରଣ ଫଳରେ ଜଳୀୟବାଷ୍ପ ଥଣ୍ଡାହୋଇ ମେଘ ସୃଷ୍ଟି କରେ ଏବଂ ଶୀତଦିନେ ଘାସରେ କାକର ପଡ଼େ ।

Question 5.
ବାଷ୍ପୀମୋଚନ କ’ଣ ?
ଉ –
ଯେଉଁ ପ୍ରକ୍ରିୟାରେ ଉଭିଦ ବଳକା ଜଳକୁ ବାୟୁମଣ୍ଡଳକୁ ବାଷ୍ପ ଆକାରରେ ତ୍ୟାଗ କରିଥାଏ, ତାହାକୁ ବାଷ୍ପୀମୋଚନ କ୍ରିୟା କୁହାଯାଏ ।

BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ

ଦୀର୍ଘ ପ୍ରଶ୍ନୋତ୍ତର

Question 1.
ବାଷ୍ପୀଭବନ କାହାକୁ କହନ୍ତି ଉଦାହରଣ ସହ ଲେଖ । ଏହା କେଉଁ କେଉଁ ପ୍ରଭାବରେ ଅଧିକ ବେଗରେ ହୁଏ ?
ଉ –

  • ବାଷ୍ପୀଭବନ ପ୍ରକ୍ରିୟାରେ ନଦୀ, ନାଳ, ପୋଖରୀ, ହ୍ରଦ ଓ ସମୁଦ୍ର ପାଣି ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ଯାଏ ।
  • ବାହ୍ୟପୃଷ୍ଠର କ୍ଷେତ୍ରଫଳ ଅଧିକ ହେଲେ, ତାପମାତ୍ରା ବଢ଼ିଲେ, ସୂର୍ଯ୍ୟକିରଣ ପଡ଼ିଲେ, ବାୟୁ ଚଳାଚଳ ହେଲେ ବାଷ୍ପୀଭବନ ଅଧିକ ବେଗରେ ହୁଏ ।

Question 2.
ବାଷ୍ପୀକରଣ କ’ଣ ? ଏହା କିପରି ହୁଏ ପରୀକ୍ଷା ସହ ବୁଝାଅ ।
ଉ –
ବାଷ୍ପୀକରଣ – ଯେଉଁ ପ୍ରକ୍ରିୟାରେ ଜଳକୁ ଉତ୍ତପ୍ତ କରି ବାମ୍ଫ ବା ଜଳୀୟବାଷ୍ପ ସୃଷ୍ଟି କରାଯାଏ, ତାହାକୁ ବାଷ୍ପୀକରଣ କୁହାଯାଏ ।

  • ଗୋଟିଏ ଫ୍ୟୁଜ୍ ଇଲେକ୍‌ଟ୍ରିକ୍ ବଲ୍‌ବର ପୋଡ଼ା ତାରକୁ ବାହାର କରି ଗୋଟିଏ ଫ୍ଲାସ୍କ ପ୍ରସ୍ତୁତ କରାଯାଉ ।
  • ଫ୍ଲାସ୍କରେ କିଛି ପାଣି ନିଆଯାଉ ଓ କିଛି ଲୁଣ ପକାଯାଉ । ଗୋଟିଏ ଷ୍ଟାଣ୍ଡ୍ ବା ଚିମୁଟାରେ ଫ୍ଲସ୍କକୁ ଝୁଲାଇ ରଖାଯାଉ ।
  • ଫ୍ଲାସ୍କର ତଳୁ ଏକ ସ୍ପିରିଟ୍ ଲ୍ୟାମ୍ପ୍ ବା ଡିବି ଦ୍ଵାରା ଉତ୍ତପ୍ତ କରାଯାଉ ।
  • କିଛି ସମୟପରେ ପାଣି ଫୁଟି ବାମ୍ଫ ହେବ ଏବଂ ଏହି ବାମ୍ଫଗୁଡ଼ିକ ବାଷ୍ପୀକରଣ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ଚାଲିଯାଉଛି ଓ ଲୁଣ ତଳେ ରହିଯାଉଛି ।

Question 3.
ବିଜୁଳି ଓ ଘଡ଼ଘଡ଼ି କିପରି ସୃଷ୍ଟି ହୁଏ ?
ଉ –

  • ବାୟୁମଣ୍ଡଳରେ ଥିବା ମେଘର ଜଳବିନ୍ଦୁଗୁଡ଼ିକ ଦୁଇପ୍ରକାର ଚାର୍ଜଯୁକ୍ତ ହୋଇଥାଆନ୍ତି । କେତେକ ମେଘ ଯୁକ୍ତ ଚାର୍ଜ (+)ର ଜଳକଣା ଓ ଅନ୍ୟ କେତେକ ମେଘରେ ବିଯୁକ୍ତାତ୍ମକ (-)ର ଜଳକଣା ଥାଏ ।
  • ଝଡ଼ ସମୟରେ ଯେତେବେଳେ ଅଧିକ ବେଗରେ ପବନ ବହୁଥାଏ, ସେତେବେଳେ ବିଷମ ଚାର୍ଜ ବିଶିଷ୍ଟ ମେଘ ` ପ୍ରଚଣ୍ଡ ବେଗରେ ଗତିକରି ନିଜ ନିଜର ନିକଟବର୍ତ୍ତୀ ହୁଅନ୍ତି ।
  • ବିଷମ ଚାର୍ଜର ଆକର୍ଷଣ ବଳରେ ସେମାନଙ୍କ ଭିତରେ ଥିବା ବାୟୁ ଉତ୍ତପ୍ତ ହୋଇଯାଏ । ସ୍କାର୍କ ସୃଷ୍ଟିକରେ ଶବ୍ଦ ମଧ୍ୟ ବାହାରେ ।
  • ମେଘ ସହିତ ମେଘ ବାଡ଼େଇହେଲେ ବା ବିଦ୍ୟୁତ୍ ଚାର୍ଜ ଭୂମି ଆଡ଼କୁ ଗତିକଲେ ବାୟୁ ସ୍ତରରେ ଅତ୍ୟ ଚାପରେ ସ୍ପାର୍କ ଓ ଶବ୍ଦ ସୃଷ୍ଟି ହୁଏ ।
  • ମେଘରେ ସୃଷ୍ଟି ହେଉଥ‌ିବା ସ୍ପାର୍କକୁ ବିଜୁଳି ଓ ଶବ୍ଦକୁ ଘଡ଼ଘଡ଼ି କୁହାଯାଏ ।

BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ

Question 4.
ଜଳଚକ୍ର କିପରି ହୁଏ ବୁଝାଅ ।
ଉ –

  • ବାଷ୍ପୀଭବନ ପ୍ରଣାଳୀରେ ନଦୀ, ନାଳ, ହ୍ରଦ, ସମୁଦ୍ର ପ୍ରଭୃତିର ଜଳ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳରେ ମିଶେ ।
  • ରୋଷେଇ, କଳକାରଖାନାର ଜଳ ବାଷ୍ପୀକରଣ ପ୍ରଣାଳୀରେ ଜଳୀୟବାଷ୍ପ ବା ବାମ୍ଫ ଆକାରରେ ବାୟୁମଣ୍ଡଳକୁ ଯାଏ ।
  • ଖାଦ୍ୟ ତିଆରି ଓ ବୃଦ୍ଧି ପାଇଁ ଉଦ୍ଭଦଟିଏ ଜଳ ଆବଶ୍ୟକ କରେ ଏବଂ ବଳକା ଜଳକୁ ବାଷ୍ପୀଭବନ ବା ଉସ୍ଵେଦନ ପ୍ରକ୍ରିୟାରେ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ଛାଡ଼େ ।
  • ବାୟୁମଣ୍ଡଳର ଅତି ଉଚ୍ଚରେ ଏତେ ଥଣ୍ଡା ଅନୁଭୂତ ହୁଏ ଯେ ସେଠାରେ ଥିବା ଜଳୀୟବାଷ୍ପ ଜଳବିନ୍ଦୁରେ ପରିଣତ ହୋଇ ମେଘ ସୃଷ୍ଟି କରେ ।
  • ମେଘ ଅଧିକ ଥଣ୍ଡା ହୋଇ ଜଳ ହୁଏ । ବର୍ଷା ଆକାରରେ ସେହି ଜଳ ଭୂପୃଷ୍ଠକୁ ଆସେ ।
  • ଭୂପୃଷ୍ଠର ଜଳ ଜଳୀୟବାଷ୍ପ ଆକାରରେ ଉପରକୁ ଯାଇ ପୁଣି ଜଳୀୟବାଷ୍ପଗୁଡ଼ିକ ଥଣ୍ଡା ହୋଇ ଜଳ ଆକାରରେ ଭୂପୃଷ୍ଠକୁ ଫେରିବାକୁ ଜଳର ଚକ୍ରାକାର ଗତି ବା ଜଳଚକ୍ର କହନ୍ତି ।

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(i) ଜଳକୁ ଉତ୍ତପ୍ତ କରି ବାଷ୍ପ କରିବାକୁ …………… କୁହାଯାଏ ।
(ii) ମେଘରେ ସୃଷ୍ଟି ହେଉଥ‌ିବା ସ୍କାକୁ ………….. କହନ୍ତି ।
(iii) ବୃକ୍ଷଲତା ଓ ଜଙ୍ଗଲ ………….. କରିବାରେ ସାହାଯ୍ୟ କରନ୍ତି ।
(iv) ବାଷ୍ପୀଭବନ ଓ ………….ପରସ୍ପର ବିପରୀତ ପ୍ରକ୍ରିୟା ।
(v) ଜଳୀୟବାଷ୍ପ ଥଣ୍ଡାହୋଇ ………………. ସୃଷ୍ଟି କରେ ।
(vi) ହାତରେ ଆଘାତ ଲାଗିଲେ ………….. ଘସାଯାଏ ।
ଉ –
(i) ବାଷ୍ପୀକରଣ
(ii) ବିଜୁଳି
(iii) ବର୍ଷା
(iv) ଘନୀକରଣ
(v) ମେଘ
(vi) ବରଫ

BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ

Question 2.
ପ୍ରତ୍ୟେକ ପ୍ରଶ୍ନତଳେ ଦିଆଯାଇଥିବା ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟିକୁ ବାଛି ଲେଖ ।

(i) କୁଆପଥର ଜଳର କେଉଁ ଅବସ୍ଥା ?
(କ) କଠିନ
(ଖ) ତରଳ
(ଗ) ଗ୍ୟାସୀୟ
(ଘ) ପ୍ଲାଙ୍କ୍ଷା
ଉ –
(କ) କଠିନ

(ii) ଭୂନିମ୍ନର ପାଣି କେଉଁ ପ୍ରଣାଳୀରେ ଜଳୀୟବାଷ୍ପ ହୁଏ ?
(କ) ବାଷ୍ପୀମୋଚନ
(ଖ) ବାଷ୍ପୀଭବନ
(ଗ) ଘନୀକରଣ
(ଘ) ବାଷ୍ପୀକରଣ
ଉ –
(କ) ବାଷ୍ପୀମୋଚନ

(iii) ଘରର ଛାତ ଉପରେ ଜମିଥିବା ପାଣି କେଉଁ ପ୍ରଣାଳୀରେ ଶୁଖୁଯାଏ ?
(କ) ବାଷ୍ପୀମୋଚନ
(ଖ) ବାଷ୍ପୀଭବନ
(ଗ) ଘନୀକରଣ
(ଘ) ଉସ୍ବେଦନ
ଉ –
(ଖ) ବାଷ୍ପୀଭବନ

(iv) ରୋଷେଇବେଳେ ଜଳ କେଉଁ ପ୍ରକ୍ରିୟାରେ ବାଷ୍ପହୋଇ ବାୟୁମଣ୍ଡଳରେ ମିଶେ ?
(କ) ବାଷ୍ପୀଭବନ
(ଖ) ବାଷ୍ପୀମୋଚନ
(ଗ) ଘନୀକରଣ
(ଘ) ବାଷ୍ପୀକରଣ
ଉ –
(ଘ) ବାଷ୍ପୀକରଣ

(v) କେଉଁ ପ୍ରକ୍ରିୟାରେ ବୃକ୍ଷ ବଳକା ଜଳକୁ ତ୍ୟାଗ କରେ ?
(କ) ବାଷ୍ପୀଭବନ
(ଖ) ବାଷ୍ପୀମୋଚନ
(ଗ) ବାଷ୍ପୀକରଣ
(ଘ) ଘନୀକରଣ
ଉ –
(ଖ) ବାଷ୍ପୀମୋଚନ

BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ

Question 3.
ବାମ ପାର୍ଶ୍ଵର ସାମଞ୍ଜସ୍ୟକୁ ଦେଖୁ ଦକ୍ଷିଣ ପାର୍ଶ୍ଵର ଶୂନ୍ୟସ୍ଥାନ ପୂରଣ କର ।
(i) ବର୍ଷାପରେ ରାସ୍ତା ଶୁଖୁ : ବାଷ୍ପୀଭବନ :: ଭୂନିମ୍ନସ୍ଥ ଜଳ : …………………… ।
(ii) ଗ୍ୟାସୀୟ ପଦାର୍ଥ ତରଳ ହେବା : ଘନୀକରଣ :: ତରଳ ପଦାର୍ଥ ଗ୍ୟାସ୍ ହେବା : …………………… ।
(iii) ଜଳ ଆପେ ଆପେ ବାଷ୍ପ ହେବା : ବାଷ୍ପୀଭବନ :: ଜଳ ଉତ୍ତପ୍ତ ହୋଇ ବାଷ୍ପ ହେବା : …………………… ।
(iv) ଜଳୀୟବାଷ୍ପ : ଗ୍ୟାସୀୟ :: ଆଇସ୍‌କ୍ରିମ୍ : …………………… ।
ଉ –
(i) ବାଷ୍ପୀମୋଚନ
(ii) ବାଷ୍ପୀକରଣ
(iii) ବାଷ୍ପୀକରଣ
(iv) କଠିନ

Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ବାହ୍ୟପୃଷ୍ଠର କ୍ଷେତ୍ରଫଳ ଅଧିକ ହେଲେ ବାଷ୍ପୀଭବନ କମ୍ ହୁଏ ।
(ଖ) ତାପମାତ୍ରା ବଢିଲେ ବାଷ୍ପୀଭବନର ବେଗ କମେ ।
(ଗ) ଓଦାଲୁଗା ଘନୀକରଣ ପ୍ରକ୍ରିୟାରେ ଶୁଖେ ।
(ଘ) ସ୍ପାର୍କକୁ ଘଡ଼ଘଡ଼ି ଓ ଶବ୍ଦକୁ ବିଜୁଳି କୁହାଯାଏ ।
(ଙ) ଜଳ ଦୁଇଟି ଅବସ୍ଥାରେ ମିଳେ ।
ଉ –
(କ) ବାହ୍ୟପୃଷ୍ଠର କ୍ଷେତ୍ରଫଳ ଅଧ‌ିକ ହେଲେ ବାଷ୍ପୀଭବନ ଅଧିକ ହୁଏ ।
(ଖ) ତାପମାତ୍ରା ବଢ଼ିଲେ ବାଷ୍ପୀଭବନର ବେଗ ବଢ଼େ ।
(ଗ) ଓଦାଲୁଗା ବାଷ୍ପୀଭବନ ପ୍ରକ୍ରିୟାରେ ଶୁଖେ ।
(ଘ) ସ୍ପାର୍କକୁ ବିଜୁଳି ଓ ଶବ୍ଦକୁ ଘଡ଼ଘଡ଼ି କୁହାଯାଏ ।
(ଙ) ଜଳ ତିନୋଟି ଅବସ୍ଥାରେ ମିଳେ ।

BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ

Question 5.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ - 1
ଉ –
BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ - 2

Leave a Comment