Class 7 Social Science Chapter 8 Question Answer Odia Medium ଭୂମି ପବିତ୍ର ହୁଏ କିପରି?

Go through 7th Class Social Science Book Odia Medium Question Answer and Class 7 Social Science Chapter 8 Question Answer Odia Medium ଭୂମି ପବିତ୍ର ହୁଏ କିପରି? to understand textbook questions more clearly.

7th Class Social Science Chapter 8 Question Answer Odia Medium

Class 7 Social Science Chapter 8 Odia Medium

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

Question 1.
ବିଶିଷ୍ଟ ପରିବେଶ ଚିନ୍ତକ ‘ଡେଭିଡ୍ ସୁଜୁକି’ଙ୍କ ପରିବେଶ ସମ୍ପର୍କିତ ସୂଚନାଟି ପଢ଼ – ଆମେ ଜଗତକୁ
ଯେପରି ଭାବରେ ଦେଖୁଥାଉ, ସେପରି ଭାବରେ ବ୍ୟବହାର କରିଥାଉ । ଯଦି ପର୍ବତ ଏକ ଖଣିଜ ଦ୍ରବ୍ୟର ଗଦା ନୁହେଁ, ଏକ ଦେବତା, ଯଦି ନଦୀ ଅଞ୍ଚଳ ଜଳସେଚନର ପାଣି ନୁହେଁ, ତାହା ସ୍ଥଳଭାଗର ଶିରା ପ୍ରଶିରା, ଯଦି ଜଙ୍ଗଲ ପବିତ୍ର ଅଟେ, କାଠ ନୁହେଁ, ଯଦି ଅନ୍ୟ ପ୍ରଜାତିର ଜୀବଜନ୍ତୁ ଜୈବିକ ସମ୍ପର୍କୀୟ ସମ୍ବଳ ନୁହନ୍ତି କିମ୍ବା ଯଦି ପୃଥ‌ିବୀ ଆମର ମା’, ଏକ ସୁଯୋଗ ନୁହେଁ ତେବେ ଆମେ ପରସ୍ପରକୁ ଅଧିକ ସମ୍ମାନର ସହ ବ୍ୟବହାର କରିବା । ଏହାକୁ ହିଁ କୁହାଯିବ ଦୁନିଆକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖୁବାର ଏକ ଆହ୍ୱାନ ।
ଛୋଟ ଦଳରେ ଆଲୋଚନା କର । ଏହି କଥନର ଅର୍ଥ କ’ଣ ବୋଲି ତୁମ୍ଭେ ଭାବୁଛ ? ଆମ ଚତୁଃପାର୍ଶ୍ବରେ ଥିବା ବାୟୁ, ଜଳ, ଭୂମି, ବୃକ୍ଷ ଏବଂ ପର୍ବତଗୁଡ଼ିକ ସହିତ ଆମର କାର୍ଯ୍ୟକଳାପରେ କି ପ୍ରଭାବ ରହିଛି ?
Answer:
ବିଶିଷ୍ଟ ପରିବେଶ ଚିନ୍ତକ ଡେଭିଡ୍ ସୁଜୁକି ଆମକୁ ଦୁନିଆକୁ ଏକ ନିନ୍ନ ଦୃଷ୍ଟିକୋଣରୁ ଦେଖ‌ିବା ପାଇଁ ଆହ୍ଵାନ ଦେଇଛନ୍ତି । ତାଙ୍କ କଥନର ମୁଖ୍ୟ ଅର୍ଥଗୁଡ଼ିକ ହେଲା-
(i) ଦୃଷ୍ଟିକୋଣର ପରିବର୍ତ୍ତନ : ଆମେ ଜଗତକୁ ଯେପରି ଦେଖୁ, ତାହା ପ୍ରତି ଆମର ବ୍ୟବହାର ମଧ୍ୟ ସେହିପରି ହୋଇଥାଏ । ତେଣୁ ପ୍ରକୃତି ପ୍ରତି ଆମର ଚିନ୍ତାଧାରା ବଦଳିବା ଦରକାର ।

(ii) ପର୍ବତ ଓ ନଦୀର ପ୍ରକୃତ ମୂଲ୍ୟ : ପର୍ବତକୁ କେବଳ ଖଣିଜ ଦ୍ରବ୍ୟର ଏକ ଗଦା ନଭାବି, ଏହାକୁ ଏକ ‘ଦେବତା’ ଭାବରେ ଗ୍ରହଣ କରିବା ଉଚିତ । ସେହିପରି ନଦୀକୁ କେବଳ ଜଳସେଚନର ପାଣି ନ ଭାବି ଆମ ସ୍ଥଳଭାଗର ଜୀବନ ରେଖା ବୋଲି ମାନିବା ଦରକାର ।

(iii) ଜଙ୍ଗଲ ଓ ଜୀବଜନ୍ତୁଙ୍କ ପ୍ରତି ସମ୍ମାନ : ଆମେ ଜଙ୍ଗଲକୁ କେବଳ କାଠ ସଂଗ୍ରହର ସ୍ଥାନ ନ ଭାବି ଏହାକୁ ଏକ ପବିତ୍ର ସ୍ଥାନ ବୋଲି ମାନିବା ଉଚିତ । ଅନ୍ୟ ପ୍ରଜାତିର ଜୀବଜନ୍ତୁମାନେ କେବଳ ଆମ ବ୍ୟବହାର ପାଇଁ ଥ‌ିବା ଜୈବିକ ସମ୍ବଳ ନୁହନ୍ତି, ସେମାନଙ୍କର ମଧ୍ୟ ଏହି ପୃଥ‌ିବୀରେ ବଞ୍ଚିବାର ଅଧିକାର ଅଛି ।

(iv) ପୃଥ‌ିବୀ ଆମର ମାଆ : ଯଦି ଆମେ ପୃଥ‌ିବୀକୁ କେବଳ ଆମ ସ୍ଵାର୍ଥ ପାଇଁ ଏକ ‘ସୁଯୋଗ’ ନଭାବି ନିଜର ‘ମାଆ’ ବୋଲି ଭାବିବା, ତେବେ ଆମେ ପରସ୍ପରକୁ ଏବଂ ପ୍ରକୃତିକୁ ଆହୁରି ଅଧ‌ିକ ସମ୍ମାନର ସହ ବ୍ୟବହାର କରିପାରିବା ।

Question 2.
ତୁମ ଅଞ୍ଚଳରେ ଥ‌ିବା ପବିତ୍ର ସ୍ଥାନଗୁଡ଼ିକର ତାଲିକା ପ୍ରସ୍ତୁତ କର । ସେଗୁଡ଼ିକୁ କାହିଁକି ପବିତ୍ର ବିବେଚନା କରାଯାଏ, ସେ ବିଷୟରେ ଅନୁସନ୍ଧାନ କର । ଏହି ପବିତ୍ର ସ୍ଥାନଗୁଡ଼ିକ ସହିତ କୌଣସି କାହାଣୀ ସଂଯୁକ୍ତ ଅଛି କି ? ୧୫୦ ଶବ୍ଦରେ ଏକ ସଂକ୍ଷିପ୍ତ ପ୍ରବନ୍ଧ ଲେଖ । (ତୁମେ ଚାହିଁଲେ ତୁମ ପରିବାର ଓ ସମ୍ପ୍ରଦାୟ ବୟସ୍କ ଲୋକଙ୍କ ସହ କତା ହୋଇପାରିବ । ତୁମ ଶିକ୍ଷକଙ୍କ ସହ ଆଲୋଚନା କରିପାରିବ । ପୁସ୍ତକ ଓ ପ୍ରବନ୍ଧ ପଢ଼ିବା ସଙ୍ଗେସଙ୍ଗେ ଅନ୍ୟାନ୍ୟ ସୂଚନା ମଧ୍ୟ ସଂଗ୍ରହ କରିପାରିବ ।)
Answer:
(i) ଆମ ଅଞ୍ଚଳର ପବିତ୍ର ସ୍ଥାନଗୁଡ଼ିକ ମଧ୍ୟରେ ବିଶେଷ କରି ପୁରୀର ଶ୍ରୀଜଗନ୍ନାଥ ଧାମ, କୋଣାର୍କର ସୂର୍ଯ୍ୟମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଏବଂ ତା’ ସହିତ ଅନେକ ଶକ୍ତିପୀଠମାନ ରହିଅଛି ।

(ii) ଏହି ପବିତ୍ର ସ୍ଥାନମାନଙ୍କ ମଧ୍ୟରୁ କୋଣାର୍କର ସୂର୍ଯ୍ୟମନ୍ଦିର ସମ୍ବନ୍ଧରେ ଥ‌ିବା ପୌରାଣିକ ଘଟଣାଟି ଏଠାରେ ଅବତାରଣା କରିବାକୁ ଯାଉଛି ।

(iii) ଲାଙ୍ଗୁଳା ନରସିଂହ ଦେବ ତାଙ୍କ ମାଆଙ୍କ ସ୍ଵପ୍ନକୁ ସାକାର କରିବାକୁ ଯାଇ ଏକ ସୂର୍ଯ୍ୟମନ୍ଦିର ନିର୍ମାଣ କରିବାକୁ ମନ୍ତ୍ରୀ ଶିବେଇ ସାମନ୍ତରାୟଙ୍କୁ ନିର୍ଦେଶ ଦେଇଥିଲେ ।

(iv) କୋଣାର୍କ ବେଳାଭୂମିରେ ସମୁଦ୍ର ମଧ୍ୟକୁ ଯେତେ ପଥର ପକାଯାଇଥିଲା ସେଥୁରୁ କୌଣସି ଗୋଟିଏ ରହୁନଥିଲା, ସ୍ରୋତରେ ସେଗୁଡ଼ିକ କେଉଁଆଡ଼େ ଚାଲିଯାଉଥିଲା । ଶିବେଇ ସାମନ୍ତରା ହତାଶ ହେବା ସମୟରେ ମଙ୍ଗଳା ମାଆ ଏକ ବୃଦ୍ଧ ବେଶରେ ସାକ୍ଷାତ ହୋଇ ଗୋଟିଏ ପାଖରୁ ପଥର ପକାଇ ବନ୍ଧ ବାନ୍ଧିବାକୁ କହି ଚାଲିଯାଇଥିଲେ ।

(v) ପରବର୍ତୀ ସମୟରେ ମନ୍ତ୍ରୀ ସେହି କଥାନୁଯାୟୀ ପଥର ବନ୍ଧ ବାନ୍ଧି ମନ୍ଦିର ନିର୍ମାଣ କରିବାପାଇଁ ୧୨ ଶହ ବଢ଼େଇଙ୍କୁ ନିଯୁକ୍ତ କରିଥିଲେ । ସେମାନଙ୍କର ମୁଖ୍ୟ ଥିଲେ ବିଶୁ ମହାରଣା । ୧୨ ଶହ ବଢ଼େଇ ୧୨ ବର୍ଷ ଧରି କାର୍ଯ୍ୟ କରି ସୁଦ୍ଧା ମନ୍ଦିରର ଚୂଳ ବସାଇ ପାରୁନଥିଲେ । ଶେଷର ମୁଖ୍ୟ ଶିଳ୍ପୀ ବିଶୁ ମହାରଣାର ପୁତ୍ର ଧରମା ସେହି କାର୍ଯ୍ୟକୁ ଅକ୍ଳେଶରେ କରିଦେଇଥିଲା । ଶେଷରେ ୧୨ଶହ ବଢ଼େଇଙ୍କ ଜୀବନରକ୍ଷା ପାଇଁ ନିଜେ ଚନ୍ଦ୍ରଭାଗା ଜଳରେ ଝାସ ଦେଇ ଜୀବନ ବିସର୍ଜନ କରିଥିଲା । ଏହି କାହାଣିଟି ଏବେ ମଧ୍ୟ ଲୋକମାନଙ୍କ ମଧ୍ୟରୁ ଶୁଣିବାକୁ ମିଳିଥାଏ ।

Question 3.
ନଦୀ, ଜଙ୍ଗଲ, ପର୍ବତ ପରି ପ୍ରାକୃତିକ ଉପାଦାନଗୁଡ଼ିକୁ ଲୋକମାନଙ୍କ ପାଇଁ ପବିତ୍ର ବିବେଚନା କରାଯାଏ ବୋଲି ତୁମେ କାହିଁକି ଭାବୁଛ ? ସେମାନେ ଆମ ଜୀବନରେ କିପରି ସହାୟକ ହୋଇଥା’ନ୍ତି ?
Answer:
(i) ସାଧାରଣତଃ ଦେଖାଯାଇଛ ପ୍ରତ୍ୟେକ ତୀର୍ଥସ୍ଥାନଗୁଡ଼ିକ କୌଣସି ନା କୌଣସି ନଦୀ, ଜଙ୍ଗଲ ଓ ପର୍ବତ ଉପରେ ଦେଖିବାକୁ ମିଳିଥାଏ । ଏଥୁରୁ ଯାହା ଜଣାପଡ଼େ ଯେ ପ୍ରାକୃତିକ ଭୂକ୍ଷେତ୍ର ସବୁକୁ ପବିତ୍ର ବା ପୁଣ୍ୟକ୍ଷେତ୍ର ଭାବରେ ଗ୍ରହଣ କରାଯାଇଛି ।

(ii) ଏହି ଅବଧାରଣା ଆମକୁ ପ୍ରକୃତିର ସୁରକ୍ଷା ଓ ସଂରକ୍ଷଣ କରିବାରେ ସାହାଯ୍ୟ କରିଛି । ଏହିସବୁ ସ୍ଥାନମାନଙ୍କରେ ଭୂଗୋଳ, ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ସମ୍ମଳନ ଘଟିଛି ।

(iii) ବୈଦିକ୍ ଯୁଗରୁ ଭାରତରେ ନଦୀମାନଙ୍କୁ ପୂଜା କରାଯାଇ ଆସୁଅଛି । ଅନେକ ପୂଜାକାର୍ଯ୍ୟରେ ପ୍ରଥମେ ଉତ୍ତର-ପଶ୍ଚିମ ଭାରତରେ ଥ‌ିବା ପ୍ରାଚୀନ ୧୯ଟି ମୁଖ୍ୟ ନଦୀମାନଙ୍କୁ ଆବାହନ କରାଯାଇଥାଏ ।

(iv) ଆହୁରି ମଧ୍ୟ ସାରା ବିଶ୍ଵରେ ପର୍ବତଗୁଡ଼ିକ କୌଣସି ନା କୌଣସି କିମ୍ବଦନ୍ତୀ ଦେବତା ଏବଂ ମହାପୁରୁଷମାନଙ୍କ ସହିତ ସଂଯୁକ୍ତ ହୋଇଥା’ନ୍ତି । ସେମାନଙ୍କରର ଭାବନା ଦୃଷ୍ଟିରୁ ପର୍ବତଗୁଡ଼ିକୁ ପୃଥ‌ିବୀ ଓ ସ୍ଵର୍ଗ ମଧ୍ୟରେ ଏକ ସାଙ୍କେତିକ ଦ୍ଵାର ଭାବରେ ବର୍ଣ୍ଣନା କରାଯାଇଛି ।

(v) ଅନେକ ତୀର୍ଥସ୍ଥାନ ଉଚ୍ଚ ପର୍ବତ ଶିଖର ଉପରେ ନିର୍ମିତ ହୋଇଛି । ପର୍ବତାରୋହଣ ସହିତ ଦେବତାମାନଙ୍କ ପାଖକୁ ଯିବାରେ କିଛି ସ୍ଵର୍ଗକୁ ଯାତ୍ରା କରିବାର ଅନୁଭୂତି ମିଳିଥାଏ ବୋଲି ବିଶ୍ଵାସ କରାଯାଇଥାଏ । ପୁନଶ୍ଚ ନଦୀ, ଜଙ୍ଗଲ ଓ ପର୍ବତ ମଣିଷ ତଥା ଜୀବଜନ୍ତୁଙ୍କର ଜୀବନଧାରଣ ପାଇଁ ଆବଶ୍ୟକ ସମସ୍ତ ଜିନିଷ ଯୋଗାଇ ଦେଇ ସେମାନଙ୍କୁ ସହାୟତା ପ୍ରଦାନ କରିଥା’ନ୍ତି ।

Question 4.
ଲୋକମାନେ ତୀର୍ଥ କିମ୍ବା ଅନ୍ୟ ପବିତ୍ର ସ୍ଥାନଗୁଡ଼ିକୁ କାହିଁକି ପରିଦର୍ଶନ କରିଥା’ନ୍ତି ?
Answer:
(i) ଆମ ଦେଶରେ ଏହା ଏକ ପରମ୍ପରା ଭାବରେ ଚଳି ଆସିଥାଏ ଯେ ଜୀବନକାଳ ମଧ୍ୟରେ ବିଭିନ୍ନ ପବିତ୍ର ସ୍ଥାନକୁ ପରିଦର୍ଶନ ବା ତୀର୍ଥଯାତ୍ରା କରିବା ।

(ii) ଏହି ତୀର୍ଥଯାତ୍ରାର ଏକ ପ୍ରାଚୀନ ଏବଂ ଅବିରତ ପରମ୍ପରାକୁ କେବଳ ଶାରୀରିକ ଯାତ୍ରା ବୋଲି ବିବେଚନା କରାନଯାଇ ଏହାକୁ ଏକ ଅନ୍ତରର ଯାତ୍ରା ଭାବରେ ବିଚାର କରାଯାଇଥାଏ । ଏଥରେ ଏକ ନିର୍ଦ୍ଦିଷ୍ଟ ବିଧ୍ ନିହିତ ଥାଏ ।

(iii) ଯେତେବେଳେ ତୀର୍ଥଯାତ୍ରୀମାନେ ତାଙ୍କ ନିଜର ଧର୍ମ ବା ବିଶ୍ଵାସ ସହ ସଂପୃକ୍ତ ପବିତ୍ର ସ୍ଥାନକୁ ପରିଦର୍ଶନ କରିଥା’ନ୍ତି, ସ୍ଵାଭାବିକ ଭାବରେ ସେମାନେ ନିଜକୁ ଗର୍ବିତ ଅନୁଭବ କରିଥା’ନ୍ତି ।

(iv) ସେମାନେ ବିଭିନ୍ନ ଭାଷା, ରୀତିନୀତି, ପୋଷାକ ଏବଂ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥର ସଂସ୍ପର୍ଶରେ ଆସିଥା’ନ୍ତି ।

(v) ପବିତ୍ର ସ୍ଥାନ ବା ମନ୍ଦିରକୁ ପାର୍ବତ୍ୟ ରାସ୍ତାଦେଇ କଷ୍ଟଦାୟକ ଯାତ୍ରା କରିବା ସମୟରେ ସେମାନଙ୍କର ଶାରୀରିକ ଦକ୍ଷତା ସହିତ ମାନସିକ ଶକ୍ତିର ମଧ୍ୟ ପରୀକ୍ଷା ହେଉଥିଲା । ସେଥ‌ିରେ ସେମାନଙ୍କୁ ଶାନ୍ତି ମିଳୁଥିଲା ।

Question 5.
ପ୍ରାଚୀନ ତୀର୍ଥଯାତ୍ରା ପଥ ସେ ସମୟରେ ବାଣିଜ୍ୟକୁ ବୃଦ୍ଧି କରିବାରେ କିପରି ସାହାଯ୍ୟ କରିଥିଲା ? ତୁମେ ଭାବୁଛ କି ପବିତ୍ର ସ୍ଥାନଗୁଡ଼ିକ ସେ ଅଞ୍ଚଳର ଅର୍ଥନୀତିକୁ ବିକଶିତ କରିବାରେ ସାହାଯ୍ୟ କରିଥାଏ ?
Answer:
(i) ପ୍ରାଚୀନ କାଳରେ ତୀର୍ଥଯାତ୍ରୀମାନେ ତୀର୍ଥଯାତ୍ରା ସମୟରେ ବ୍ୟବସାୟୀ ଓ ବଣିକମାନଙ୍କ ସଂସ୍ପର୍ଶରେ ଆସୁଥିଲେ । ଏହା ଫଳରେ ଉଭୟଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ସହିତ ଦ୍ରବ୍ୟ ଦିଆନିଆ ହେଉଥିଲା । ଏଥିରେ ଦୁଇପକ୍ଷ ଉପକୃତ ହୋଇଥିଲେ ।

(ii) ତୀର୍ଥଯାତ୍ରୀମାନେ ଆବଶ୍ୟକ କରୁଥିବା ବିଭିନ୍ନ ସାମଗ୍ରୀ ବ୍ୟବସାୟୀମାନେ ଯୋଗାଇ ଦେଉଥିଲେ । ଫଳସ୍ଵରୂପ ତୀର୍ଥଯାତ୍ରା ପଥ ଏବଂ ବାଣିଜ୍ୟିକ ପଥ ଅନେକ ସମୟରେ ପରସ୍ପର ମିଶି ଯାଇଥିଲେ ।

(iii) କେତେକ ବ୍ୟବସାୟୀ ତୀର୍ଥସ୍ଥାନ ପରିଦର୍ଶନ କରିବା ସହିତ ଦୂର ସହର ଏବଂ ନଗରକୁ ନିଜର ଜିନିଷପତ୍ର ବୋହି ନେଇଯାଉଥଲେ ।

(iv) ସେମାନେ ମୁଖ୍ୟତଃ ଦୁଇଟି ପଥ ବ୍ୟବହାର କରୁଥିଲେ । ଗୋଟିଏ ହେଲା ଉତ୍ତରାପଥ ଓ ଅନ୍ୟଟି ହେଲା ଦକ୍ଷିଣାପଥ ।

(v) ଉତ୍ତରାପଥଟି ଉପମହାଦେଶରେ ଉତ୍ତର-ପଶ୍ଚିମ ଏବଂ ପୂର୍ବ ଭାଗକୁ ସଂଯୋଗ କରୁଥିଲା ଯାହାକି ମୁଖ୍ୟ ବାଣିଜ୍ୟପଥ ପ୍ରତିଷ୍ଠାନ ଥିଲା । ଦକ୍ଷିଣାପଥଟି ଉଜ୍ଜୟିନୀ ଦେଇ କୌଶାସ୍ତ୍ରୀ ଓ ପାଇଥାନ ପର୍ଯ୍ୟନ୍ତ ଯାଇଥିଲା । ଯାହାଫଳରେ ଉତ୍ତର ଓ ଦକ୍ଷିଣ ଦିଗରେ ଥ‌ିବା ତୀର୍ଥସ୍ଥାନ ମାନଙ୍କରେ ବାଣିଜ୍ୟ କାରବାର ବୃଦ୍ଧିପାଇବା ସହିତ ଲୋକମାନଙ୍କର ଅର୍ଥନୈତିକ ଅବସ୍ଥାରେ ଉନ୍ନତି ଆଣିବାରେ ସାହାଯ୍ୟ କରୁଥିଲା ।

Class 7 Social Science Chapter 8 Question Answer Odia Medium ଭୂମି ପବିତ୍ର ହୁଏ କିପରି?

Question 6.
ପବିତ୍ର ସ୍ଥାନଗୁଡ଼ିକ ସେମାନଙ୍କ ନିକଟରେ ରହୁଥିବା ଲୋକଙ୍କ ସଂସ୍କୃତି ଏବଂ ପରମ୍ପରାକୁ କିପରି ପ୍ରଭାବିତ କରୁଥୁଲା ?
Answer:
(i) ପବିତ୍ର ସ୍ଥାନଗୁଡ଼ିକୁ ଅନେକ ତୀର୍ଥଯାତ୍ରୀ ପରିଦର୍ଶନରେ ଆସିବା ଫଳରେ ସ୍ଥାନୀୟ ଲୋକେ ଓ ଯାତ୍ରୀମାନେ ପରସ୍ପରର ଭାଷା, ରୀତିନୀତି, ପୋଷାକ, ଖାଦ୍ୟପେୟର ସଂସ୍ପର୍ଶରେ ଆସନ୍ତି । ଏହାଦ୍ଵାରା ଉଭୟଙ୍କ ଜୀବନଶୈଳୀ ପ୍ରଭାବିତ ହୋଇଥାଏ ।

(ii) ପବିତ୍ରସ୍ଥାନରେ ଏକତ୍ରିତ ହୋଇଥିବା ଲୋକମାନଙ୍କର ଚିନ୍ତାଧାରା ଓ ବିଶ୍ଵାସ ଭିନ୍ନଭିନ୍ନ ହୋଇଥାଏ । ଫଳରେ ସେମାନଙ୍କ ମଧ୍ୟରେ ବିତର୍କ ହେବା ସହ ଭାବର ଆଦାନପ୍ରଦାନ ହୁଏ ଏବଂ ମନରେ ଥିବା ଭ୍ରାନ୍ତ ବିଶ୍ଵାସ ଦୂର ହୋଇ ନୂତନ ବିଶ୍ଵାସ ସୃଷ୍ଟି ହୁଏ ।

(iii) ସ୍ଥାନୀୟ ଲୋକ ଓ ଯାତ୍ରୀମାନଙ୍କ ମଧ୍ୟରେ ସଂସ୍କୃତିର ବିନିମୟ ଘଟିଥାଏ । ପବିତ୍ର ସ୍ଥାନଗୁଡ଼ଇକ ବିଭିନ୍ନ ସଂସ୍କୃତିର ସମନ୍ଵୟରେ ପୀଠସ୍ଥଳୀ ପାଲଟି ଯାଇଥା’ନ୍ତି ।

(iv) ପବିତ୍ର ସ୍ଥାନଗୁଡ଼ିକରେ ପ୍ରକୃତିକୁ ଦେବତା ରୂପେ ପୂଜା କରାଯାଇଥିବାରୁ ପ୍ରକୃତିକୁ ସୁରକ୍ଷିତ ରଖାଯିବା ପାଇଁ ପ୍ରୟାସ କରାଯାଏ । ପରିବେଶ, ମନୁଷ୍ୟ ଓ ଜୀବଜନ୍ତୁଙ୍କ ମଧ୍ୟରେ ସୁସମ୍ପର୍କ ସୃଷ୍ଟି ହୁଏ ।

(v) ପ୍ରକୃତିର ସୁରକ୍ଷା ପାଇଁ ଏହା ଆମକୁ ପ୍ରେରଣା ଦେଇଥାଏ । ଯାତ୍ରୀମାନେ ଏଠାରୁ ନୂତନ ଜ୍ଞାନ ନେଇ ଫେରନ୍ତି ଓ ସେମାନଙ୍କ ଜ୍ଞାନ ଓ ବିଚାର ସ୍ଥାନୀୟ ଲୋକମାନଙ୍କୁ ବାଣ୍ଟି ଥାଆନ୍ତି ।

Question 7.
ଭାରତର ବିଭିନ୍ନ ପବିତ୍ର ସ୍ଥାନଗୁଡ଼ିକ ମଧ୍ୟରୁ ତୁମ ପସନ୍ଦର ଦୁଇଟି ସ୍ଥାନ ବାଛ ଏବଂ ସେମାନଙ୍କ ମହତ୍ତ୍ଵ ବ୍ୟାଖ୍ୟା କରି ଏକ ପ୍ରକଳ୍ପ କାର୍ଯ୍ୟ ପ୍ରସ୍ତୁତ କର ।
Answer:
(i) ଭାରତରେ ଅନେକ ପବିତ୍ର ସ୍ଥାନ ରହିଛି, ପ୍ରତ୍ୟେକଟିର କିଛିନା କିଛି ଗୁରୁତ୍ଵ ଓ ପୌରାଣିକ କାହାଣୀଥାଏ । ସେଥୁମଧ୍ୟରୁ ଆମେ ବାରଣାସୀର ପ୍ରୟାଗ ତୀର୍ଥ ବିଷୟରେ ଆଲୋଚନା କରିବା ।

(ii) ପ୍ରୟାଗରାଜଠାରେ ପ୍ରତି ଛଅ ବର୍ଷରେ ଥରେ କୁମ୍ଭମେଳାର ଆୟୋଜନ କରାଯାଇଥାଏ । ଗଙ୍ଗା, ଯମୁନା ଏବଂ ସରସ୍ଵତୀ ନଦୀର ସଙ୍ଗମ ସ୍ଥଳରେ ପ୍ରୟାଗରାଜ ଅବସ୍ଥିତ । ଏହା ପଛରେ ଥ‌ିବା ପୌରାଣିକ କାହାଣୀଟି ନିମ୍ନରେ ଅବତାରଣା କରାଯାଇଛି ।

(iii) ଅମୃତ ମନ୍ଥନର କିମ୍ବଦନ୍ତୀରୁ କୁମ୍ଭମେଳାର ସୃଷ୍ଟି ବୋଲି କୁହାଯାଇଥାଏ । ଦେବତା ଓ ଅସୁରମାନେ ଐଶ୍ୱରୀକ ଅମୃତ ଲାଭ କରି ଅମରତ୍ୱ ପ୍ରାପ୍ତ ନିମନ୍ତେ ଏକତ୍ରିତ ହୋଇଥିଲେ ।

(iv) ଅସୁରମାନଙ୍କୁ ଅମୃତ ଲାଭରୁ ବଞ୍ଚିତ କରିବାପାଇଁ ବିଷ୍ଣୁ ମୋହିନୀ ନାମକ ଏକ ସୁନ୍ଦର ନାରୀ ରୂପ ଧାରଣ କରିଥିଲେ ।

(v) ଏହି ପରିପ୍ରେକ୍ଷୀରେ କେତୋଟି ଅମୃତବିନ୍ଦୁ ହରିଦ୍ଵାର, ପ୍ରୟାଗରାଜ, ନାସିକ ଏବଂ ଉଜ୍ଜୟିନୀ ଏହି ଚାରୋଟି ସ୍ଥାନରେ ପଡ଼ିଥିଲା । ଏହି ସ୍ଥାନମାନଙ୍କରେ କୁମ୍ଭମେଳା ଅନୁଷ୍ଠିତ ହେଉଅଛି । ଏହି ସମୟରେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ଯରେ ନଦୀରେ ବୁଡ଼ ପକାଇଲେ ଅତ୍ୟନ୍ତ ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ କରାଯାଏ ।

Question 8.
ତୀର୍ଥ କିମ୍ବା ତୀର୍ଥଯାତ୍ରାର ଦ୍ବିଗୁଣ ମହତ୍ଵ କ’ଣ ?
Answer:
(i) ବିଭିନ୍ନ ଧାର୍ମିକ ପରମ୍ପରାକୁ ନେଇ ତୀର୍ଥସ୍ଥାନ ଗଢ଼ିଉଠିଥାଏ । ଭାରତରେ ବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଜୀବନକାଳ ମଧ୍ୟରେ ତୀର୍ଥସ୍ଥାନକୁ ଯାତ୍ରା କରିବାର ପ୍ରଥା କେଉଁ କାଳରୁ ଚଳି ଆସୁଅଛି ।

(ii) ସେମାନଙ୍କର ଧାରଣା ଯେ ଜୀବନକାଳ ମଧ୍ୟରେ ଥରେ ମାତ୍ର ନିଜ ନିଜର ଆଧ୍ୟାତ୍ମିକ ତୀର୍ଥସ୍ଥାନକୁ ଯାତ୍ରା କରି ଆରାଧ୍ୟ ଦେବଦେବୀଙ୍କ ଦର୍ଶନ କଲେ ମୋକ୍ଷପ୍ରାପ୍ତି ହୁଏ, ଏକଥା ଲୋକ ମୁଖରୁ ଶୁଣିବାକୁ ମିଳେ ।

(iii) ତୀର୍ଥସ୍ଥାନମାନଙ୍କୁ ଯାତ୍ରା କରିବାକୁ ତୀର୍ଥଯାତ୍ରୀ କୁହାଯାଏ । ତୀର୍ଥଯାତ୍ରା କରିବା ସମୟରେ ଆବଶ୍ୟକୀୟ ଦ୍ରବ୍ୟସବୁ ସଙ୍ଗରେ ନେଇ ଯିବାକୁ ପଡ଼ିଥାଏ ।

(iv) ତୀର୍ଥଯାତ୍ରା କେବଳ ଏକ ଶାରୀରିକ ଯାତ୍ରା ନୁହେଁ, ଏହା ଏକ ଅନ୍ତରର ଯାତ୍ରା ବୋଲି କୁହାଯାଇଥାଏ ।

(v) ଜୈନଧର୍ମର ଲୋକମାନେ ତୀର୍ଥ କରିବାପାଇଁ ମାଉଣ୍ଟଆବୁ, ଗିରିନାର ଏବଂ ସୌରାଷ୍ଟ୍ରର ଶତ୍ରୁଞ୍ଜୟ ପର୍ବତକୁ ଯାଇଥାନ୍ତି । ଠିକ୍ ସେହିପରି ବୌଦ୍ଧଧର୍ମର ଲୋକମାନେ ବୋଧଗୟାକୁ ତୀର୍ଥଯାତ୍ରାରେ ଯାଇଥା’ନ୍ତି ।

ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୧୮୯) :

Question 1.
ପବିତ୍ରତା କ’ଣ ?
Answer:

  1. ପବିତ୍ରତା ହେଉଛି ଏକ ଗଭୀର ଧାର୍ମିକ ବା ଆଧ୍ୟାତ୍ମିକ ଭାବନା ।
  2. ଯେଉଁ ସ୍ଥାନ, ବସ୍ତ ବା ବ୍ୟକ୍ତିଙ୍କ ପ୍ରତି ଆମ ମନରେ ଅତ୍ୟନ୍ତ ସମ୍ମାନ, ଭକ୍ତି ଏବଂ ବିଶ୍ଵାସ ଥାଏ, ତାହାକୁ ଆମେ ପବିତ୍ର ବୋଲି କହିଥାଉ ।

Question 2.
ଭୂମି କିପରି ପବିତ୍ର ହୁଏ ?
Answer:
ଯେତେବେଳେ କୌଣସି ସ୍ଥାନ ସହିତ ଭଗବାନ, ମହାପୁରୁଷ, ଧାର୍ମିକ ଘଟଣା କିମ୍ବା ପ୍ରକୃତିର ବିଶେଷ ଗୁଣ (ଯଥା— ନଦୀ, ପାହାଡ) ଜଡ଼ିତ ହୋଇଥାଏ, ସେତେବେଳେ ସେହି ଭୂମି ଲୋକମାନଙ୍କ ବିଶ୍ୱାସ ଯୋଗୁଁ ପବିତ୍ର ହୋଇଯାଏ ।

Question 3.
ଲୋକମାନଙ୍କର ଜୀବନ ଓ ସଂସ୍କୃତି ସହିତ କିପରି ପବିତ୍ର ସ୍ଥାନ ଓ ତୀର୍ଥଯାତ୍ରାର ସଂପୃକ୍ତି ରହିଛି ?
Answer:

  1. ଲୋକମାନେ ଶାନ୍ତି ଓ ପୁଣ୍ୟ ପାଇବା ପାଇଁ ପବିତ୍ର ସ୍ଥାନକୁ ଯାଆନ୍ତି ।
  2. ଏହାଦ୍ଵାରା ସେମାନଙ୍କର ଦୈନନ୍ଦିନ ଜୀବନରେ ଆଧ୍ୟାତ୍ମିକତା ଆସେ ଏବଂ ବିଭିନ୍ନ ସ୍ଥାନର ସଂସ୍କୃତି ସହ ପରିଚିତ ହେବାର ସୁଯୋଗ ମିଳେ ।

Question 4.
ଭାରତୀୟ ଉପମହାଦେଶରେ ପବିତ୍ର ସାଂସ୍କୃତିକ ଏକତ୍ରୀକରଣରେ ଭୂଗୋଳର ଭୂମିକା କ’ଣ ଥିଲା ?
Answer:

  1. ଭାରତର ବିଭିନ୍ନ ପ୍ରାନ୍ତରେ ଥ‌ିବା ପବିତ୍ର ନଦୀ, ପାହାଡ ଓ ମନ୍ଦିରଗୁଡ଼ିକ ଲୋକମାନଙ୍କୁ ଯୋଡ଼ି ରଖୁଥିଲା ।
  2. ତୀର୍ଥଯାତ୍ରା ପାଇଁ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଫଳରେ ସାଂସ୍କୃତିକ ଏକତା ସୃଷ୍ଟି ହୋଇପାରିଥିଲା ।

Class 7 Social Science Chapter 8 Question Answer Odia Medium ଭୂମି ପବିତ୍ର ହୁଏ କିପରି?

ଆସ ଅନୁସନ୍ଧାନ କରିବା :

Question 1.
କୌଣସି ଚିତ୍ର ତୁମକୁ ପରିଚିତ ଲାଗୁଛି କି ? ତୁମେ ତୁମ ଆଖପାଖରେ ଥିବା ସେହିପରି ସ୍ଥାନଗୁଡ଼ିକର ନାମ କହିପାରିବ କି ?
Answer:

  1. ହଁ, ଏହି ଚିତ୍ରଗୁଡ଼ିକ ବିଭିନ୍ନ ଧର୍ମର ପ୍ରାର୍ଥନାସ୍ଥଳ ଯଥା- ମନ୍ଦିର, ମସଜିଦ୍, ଗୀର୍ଜା (ଚର୍ଚ୍ଚା) ଏବଂ ଗୁରୁତ୍ଵର ଭଳି ଦେଖାଯାଉଛି ।
  2. ଛାତ୍ରଛାତ୍ରୀମାନେ ନିଜ ଅଞ୍ଚଳର ପ୍ରସିଦ୍ଧ ସ୍ଥାନର ନାମ ଲେଖୁବେ ।

ଉଦାହରଣ – ଆମ ଗାଁ ମନ୍ଦିର, ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର ଇତ୍ୟାଦି ।

Question 2.
ନିମ୍ନଲିଖତ ଲେଖାକୁ ପଢ଼ । ତୁମର ଅନୁଭବଗୁଡ଼ିକ କ’ଣ ? ‘‘ରାମେଶ୍ୱରରୁ ହରିଦ୍ଵାରକୁ ଯାଉଥ‌ିବା ତୀର୍ଥଯାତ୍ରୀଦଳଙ୍କ ରାସ୍ତାକୁ ଚିହ୍ନାଅ । ତୁମେ କ’ଣ ଭାବୁଛ ଯେ ତୀର୍ଥଯାତ୍ରୀ ଦଳଟି ଦିଲ୍ଲୀରେ ନ ଅଟକି ସିଧା ହରିଦ୍ଵାର ଯାଉଥିଲେ ?
Answer:

  1. ତୀର୍ଥଯାତ୍ରୀ ଦଳର ରାସ୍ତା : ରାମେଶ୍ଵରମ୍ → ଗ୍ବାଲିୟର୍ → ଦିଲ୍ଲୀ → ହରିଦ୍ଵାର ।
  2. ସେମାନେ ଦିଲ୍ଲୀରେ ନ ଅଟକି ହରିଦ୍ଵାର ଯାଉଥିଲେ କାରଣ ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ‘ତୀର୍ଥଯାତ୍ରା’ । ହରିଦ୍ଵାର ଏକ ପବିତ୍ର ତୀର୍ଥସ୍ଥାନ କିନ୍ତୁ ଦିଲ୍ଲୀ ଏକ ରାଜନୈତିକ ସହର ଥିଲା ।

Question 3.
ପ୍ରାଚୀନ କାଳରେ ଯେତେବେଳେ ଲୋକମାନେ ତାମିଲନାଡୁର ମଦୁରାଇରୁ ଉତ୍ତର ପ୍ରଦେଶର ବାରାଣସୀକୁ ଯାତ୍ରା କରୁଥିଲେ ସେମାନେ କେଉଁ ଭାଷାଗୁଡ଼ିକର ସାମ୍ନା କରୁଥିବେ ? ସେମାନେ ସେ ସ୍ଥାନରେ ଲୋକମାନଙ୍କ ସହ କିପରି ଯୋଗାଯୋଗ କରୁଥିବେ ? ସେମାନେ କେଉଁଠାରେ ରହୁଥ‌ିବେ ? ସେମାନେ କ’ଣ ଖାଉଥ‌ିବେ ?
Answer:

  1. ସେମାନେ ତାମିଲ, ତେଲୁଗୁ, ମରାଠୀ, ହିନ୍ଦୀ ଏବଂ ସଂସ୍କୃତ ଭଳି ଅନେକ ଭାଷା ଶୁଣିବାକୁ ପାଉଥ‌ିବେ ।
  2. ଯୋଗାଯୋଗ ପାଇଁ ସେମାନେ ସେ ସମୟର ସାଧାରଣ ଭାଷା (ଯଥା- ସଂସ୍କୃତ କିମ୍ବା ହିନ୍ଦୀର କିଛି ରୂପ) କିମ୍ବା ଇସାରା | ସଙ୍କେତ ବ୍ୟବହାର କରୁଥିବେ ।
  3. ସେମାନେ ଧର୍ମଶାଳା, ମନ୍ଦିର ପ୍ରାଙ୍ଗଣ କିମ୍ବା ଗଛ ମୂଳରେ ବିଶ୍ରାମ ନେଉଥ‌ିବେ ।
  4. ସେମାନେ ନିଜ ସହିତ ଶୁଖୁଲା ଖାଦ୍ୟ (ଯଥା- ଅଟା, ଚିନି, ଘିଅ) ନେଇଥ‌ିବେ, ରାସ୍ତାରେ ନିଜେ ରୋଷେଇ କରି ଖାଉଥ‌ିବେ ।

Question 4.
ଚାରିଧାମ ଅବସ୍ଥାନ ଉପରେ ଧ୍ୟାନ ଦିଅ । ତୁମେ କ’ଣ ଭାବୁଛ, ଉତ୍ତର-ଦକ୍ଷିଣ ଏବଂ ପୂର୍ବ-ପଶ୍ଚିମ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏସବୁ ପ୍ରଯୁଜ୍ୟ ?
Answer:
(i) ହଁ, ଭାରତର ଚାରିଧାମ (ଉତ୍ତରରେ ବଦ୍ରିନାଥ, ଦକ୍ଷିଣରେ ରାମେଶ୍ଵରମ୍, ପୂର୍ବରେ ପୁରୀ ଏବଂ ପଶ୍ଚିମରେ ଦ୍ଵାରକା) ଭାରତର ଚାରି ଦିଗରେ ରହିଛି ।

(ii) ଏହି ଧାମଗୁଡ଼ିକୁ ଯାତ୍ରା କରୁଥିବା ଲୋକମାନେ ସ୍ଵାଭାବିକ ଭାବରେ ସମଗ୍ର ଭାରତ ଭ୍ରମଣ କରିଥା’ନ୍ତି, ଯାହା ଫଳରେ ସେମାନେ ଭିନ୍ନ ଭିନ୍ନ ଭାଷା ସଂସ୍କୃତି ଖାଦ୍ୟପେୟ ଓ ବେଶପୋଷାକ ସହ ପରିଚିତ ହୁଅନ୍ତି ।

Question 5.
ତୁମେ ମାନଚିତ୍ରରେ ଦିଆଯାଇଥ‌ିବା କିଛି ପାରମ୍ପରିକ ତୀର୍ଥସ୍ଥାନର ନାମ ଚିହ୍ନଟ କରିପାରିବ କି ? ତୁମେ ଜାଣିବା ପାଇଁ ବହିର ଶେଷରେ ଥ‌ିବା ରାଜନୈତିକ ମାନଚିତ୍ରକୁ ଅନୁସରଣ କର ।
Answer:
Class 7 Social Science Chapter 8 Question Answer Odia Medium ଭୂମି ପବିତ୍ର ହୁଏ କିପରି-1

(i) ଜ୍ୟୋତିର୍ଲିଙ୍ଗ : ସୋମନାଥ, କାଶୀ ବିଶ୍ଵନାଥ, ରାମେଶ୍ଵରମ୍ ।
(ii) ଶକ୍ତିପୀଠ : କାମାକ୍ଷା, କାଳୀଘାଟ, ବିରଜା (ଓଡ଼ିଶା)
(ii) ବୌଦ୍ଧକ୍ଷେତ୍ର : ବୋଧଗୟା, ସାରନାଥ ।
(iv) ଚାରି ଧାମ : ପୁରୀ, ବଦ୍ରି ନାଥ, ଦ୍ଵାରକା, ରାମେଶ୍ଵରମ୍

Question 6.
ଟ୍ରେସିଂ ପାଇଁ ବ୍ୟବହାର କରାଯାଉଥିବା ଏକ ସ୍ୱଚ୍ଛ କାଗଜ ନିଅ । ‘ସାମ୍ରାଜ୍ୟର ଅଭ୍ୟୁଦୟ’ ଅଧ୍ୟାୟରୁ ବାଣିଜ୍ୟ ପଥର ଏକ ମାନଚିତ୍ର ଟ୍ରେସ୍ କଲେ । ମୁଖ୍ୟ ତୀର୍ଥ ସ୍ଥାନର ମାନଚିତ୍ର ଉପରେ ଏହାକୁ ରଖ । ତୁମେ କ’ଣ ଅନୁଭବ କରୁଛ ?
Answer:
(i) ଆମେ ଦେଖୁବାକୁ ପାଇବା ଯେ ପୁରାତନ ବାଣିଜ୍ୟ ପଥ ଏବଂ ତୀର୍ଥଯାତ୍ରା ପଥ ପ୍ରାୟତଃ ସମାନ ।

(ii) କାରଣ ବ୍ୟବସାୟୀମାନେ ତୀର୍ଥଯାତ୍ରୀଙ୍କ ସହ ନିଜକୁ ନିରାପଦ ମଣୁଥୁଲେ ଏବଂ ତୀର୍ଥସ୍ଥାନଗୁଡ଼ିକ ବଡ଼ ବଜାର ହୋଇଥିବାରୁ ସେଠାରେ ବ୍ୟବସାୟ କରିବା ସୁବିଧାଜନକ ଥିଲା ।

(iii) ମାନଚିତ୍ର ଟ୍ରେନିଂ (ପାଇଁ) ନିର୍ଦ୍ଦେଶ : ଗୋଟିଏ ପତଳା କାଗଜ ନିଅ । ତାକୁ ତୁମ ପାଠ୍ୟପୁସ୍ତକ ପୃଷ୍ଠା ୯୨ରେ ଥ‌ିବା ବାଣିଜ୍ୟ ପଥ ମାନଚିତ୍ର ଉପରେ ରଖ୍ ପେନ୍‌ସିଲ୍‌ରେ ଗାର ଟାଣି ନକଲ କର । ଏବେ ସେହି କାଗଜଟିକୁ ଆଣି ପାଠ୍ୟପୁସ୍ତକ ପୃଷ୍ଠା ୧୯୬ରେ ଥ‌ିବା ତୀର୍ଥଯାତ୍ରା ମାନଚିତ୍ର ଉପରେ ରଖ । ତୁମେ ଦେଖୁବ ଯେ ତୀର୍ଥ ରାସ୍ତା ଏବଂ ବାଣିଜ୍ୟ ରାସ୍ତା ପ୍ରାୟତଃ ମିଶି ଯାଉଛି ।

ଏହା ବିଷୟରେ ଚିନ୍ତାକର :

Question 1.
ଲୋକମାନଙ୍କର ଅର୍ଥନୈତିକ ଜୀବନ ଓ କାର୍ଯ୍ୟକଳାପ ସହିତ ଏହି ସବୁ ଧାର୍ମିକ ସ୍ଥାନଗୁଡ଼ିକର ସମ୍ପର୍କ କିପରି ରହିଛି ବୋଲି ଭାବୁଛ ? ନିଜ ମନରୁ ଚିନ୍ତାକରି ଏହିସବୁ ସମ୍ପକୀୟ ଏକ ମାନଚିତ୍ର ଅଙ୍କ । ଏହି ଚିତ୍ରଟି ତୁମକୁ କିଛି ସୂଚନା ପ୍ରଦାନ କରିବ ।
Class 7 Social Science Chapter 8 Question Answer Odia Medium ଭୂମି ପବିତ୍ର ହୁଏ କିପରି-2
Answer:
ଧାର୍ମିକ ବା ପବିତ୍ର ସ୍ଥାନ ଏବଂ ଲୋକଙ୍କ ଅର୍ଥନୈତିକ ଜୀବନ ମଧ୍ୟରେ ଥିବା ସମ୍ପର୍କ :
(i) ଦ୍ରବ୍ୟର ଆଦାନପ୍ରଦାନ ଓ ବ୍ୟବସାୟ : ତୀର୍ଥଯାତ୍ରା ସମୟରେ ଯାତ୍ରୀମାନେ ଅନେକ ବ୍ୟବସାୟୀ ଓ ବଣିକମାନଙ୍କ ସଂସ୍ପର୍ଶରେ ଆସିଥା’ନ୍ତି । ତୀର୍ଥଯାତ୍ରୀମାନେ ଆବଶ୍ୟକ କରୁଥିବା ବିଭିନ୍ନ ସାମଗ୍ରୀ ସ୍ଥାନୀୟ ବ୍ୟବସାୟୀମାନେ ଯୋଗାଇ ଦେଇଥାନ୍ତି, ଯାହାଦ୍ଵାରା ଉଭୟ ଗୋଷ୍ଠୀ ଉପକୃତ ହୋଇଥା’ନ୍ତି ।

(ii) ତୀର୍ଥପଥ ଓ ବାଣିଜ୍ୟପଥର ମିଶ୍ରଣ : ତୀର୍ଥଯାତ୍ରୀ ଏବଂ ବ୍ୟବସାୟୀମାନେ ଏକାଠି ଯାତ୍ରା କରୁଥିବାରୁ, ଫଳସ୍ଵରୂପ ତୀର୍ଥଯାତ୍ରା ପଥ ଏବଂ ବାଣିଜ୍ୟିକ ପଥ ଅନେକ ସମୟରେ ପରସ୍ପର ସହ ମିଶି ଯାଆନ୍ତି । ଏହାଦ୍ଵାରା ନୂଆ ବ୍ୟବସାୟ ସୃଷ୍ଟି ହୋଇ ଅର୍ଥନୈତିକ ଉନ୍ନତି ହୋଇଥାଏ ।

(iii) ନୂତନ ବଜାରର ସନ୍ଧାନ : କେବଳ ଧର୍ମ ନୁହେଁ, ବରଂ ଅନେକ ବଣିକ ନିଜ ଦ୍ରବ୍ୟର ବିନିମୟ କରିବା ନିମନ୍ତେ ତୀର୍ଥସ୍ଥାନକୁ ଆସିଥା’ନ୍ତି । କେତେକ ବ୍ୟବସାୟୀ ତୀର୍ଥ ସ୍ଥାନ ପରିଦର୍ଶନ କରିବା ସହିତ ଦୂର ସହର ଏବଂ ନଗରକୁ ନିଜର ଜିନିଷପତ୍ର ନେଇଯାଇ ବ୍ୟବସାୟର ପରିସର ବଢ଼ାଇଥା’ନ୍ତି ।

(iv) ବହୁମୂଲ୍ୟ ଦ୍ରବ୍ୟର ବ୍ୟବସାୟ : ଏହି ଧାର୍ମିକ ସ୍ଥାନ ସହ ଜଡ଼ିତ ମୁଖ୍ୟ ବାଣିଜ୍ୟ ପଥ (ଯଥା- ଉତ୍ତରାପଥ ଓ ଦକ୍ଷିଣାପଥ) ଦେଇ ସାମୁଦ୍ରିକ ଶଙ୍ଖ, ମୋତି, ସୁନା ସମେତ କପା, ମସଲା ଏବଂ ଚନ୍ଦନ କାଠ ପ୍ରଭୃତି ବହୁମୂଲ୍ୟ ଦ୍ରବ୍ୟର କାରବାର ହୋଇଥାଏ, ଯାହା ଅର୍ଥନୀତିକୁ ସମୃଦ୍ଧ କରେ ।

(v) ପିଲାମାନେ ନିଜର ଭାବନାକୁ ନେଇ ମାନଚିତ୍ର ଅଙ୍କନ କରିବେ ।

Question 2.
ଚିତ୍ରରେ ବିବେଚିତ ହୋଇଥିବା ପବିତ୍ର ସ୍ଥାନ ଏବଂ ପଶୁମାନଙ୍କର ଏହି ଚିତ୍ରକୁ ଧାନର ସହ ଲକ୍ଷ୍ୟ କର । ଉତ୍ତରରେ ଯମୁନା, ପୂର୍ବ ରେ ମହାନଦୀ ଏବଂ ଦକ୍ଷିଣରେ କାବେରୀ ନଦୀ, ସମସ୍ତେ ପବିତ୍ର ନଦୀ । ସେସବୁ କିପରି ଏତେ ପରି ମାଣରେ ପ୍ରଦୂଷିତ ହୋଇଯାଇଛନ୍ତି ? ତୁମ ଅଞ୍ଚଳରେ ଏପରି କୌଣସି ପବିତ୍ର ସ୍ଥାନ ଅଛି କି ? ଯାହା ମନୁଷ୍ୟକୃତ କାର୍ଯ୍ୟକଳାପଦ୍ଵାରା ସମାନ ଭାବରେ ପ୍ରଦୂଷିତ କିମ୍ବା ଅବକ୍ଷୟ ଅବସ୍ଥାରେ ପଡ଼ି ରହିଛି । ଆମ ପବିତ୍ର ସ୍ଥାନଗୁଡ଼ିକର ପବିତ୍ରତା ରକ୍ଷା କରିବା କାହାର ଦାୟିତ୍ଵ ? ଏକଥା ଶ୍ରେଣୀରେ ଆଲୋଚନା କର ।
Class 7 Social Science Chapter 8 Question Answer Odia Medium ଭୂମି ପବିତ୍ର ହୁଏ କିପରି-3
Answer:
(i) ପବିତ୍ର ନଦୀଗୁଡ଼ିକର ପ୍ରଦୂଷଣର କାରଣ : ଆମର ବ୍ୟାପକ ଅବହେଳା ଏବଂ ଅଦୂରଦର୍ଶୀତା ଦୃଷ୍ଟିକୋଣ ଯୋଗୁଁ ଯମୁନା, ମହାନଦୀ ଓ କାବେରୀ ପରି ପବିତ୍ର ସ୍ଥାନଗୁଡ଼ିକ ଦୂଷିତ ହେବାରେ ଲାଗିଛି । ମଣିଷ ନିଜ ସ୍ଵାର୍ଥ ପାଇଁ ଏବଂ ଅଧିକ ଲାଭ ଆଶାରେ ପ୍ରକୃତିକୁ ଖାତିର ନ କରିବା ଏବଂ କଳକାରଖାନାର ବର୍ଜ୍ୟବସ୍ତୁ ତଥା ପ୍ଲାଷ୍ଟିକ୍ ଆବର୍ଜନା ପକାଇବା ଫଳରେ ନଦୀଗୁଡ଼ିକ ଶୋଷିତ ଏବଂ ପ୍ରଦୂଷିତ ହୋଇ ସ୍ଥିତି ହରାଇବା ଅବସ୍ଥାକୁ ଆସିଯାଇଛନ୍ତି ।

(ii) ଆମ ଅଞ୍ଚଳର ଉଦାହରଣ : ଆମ ଅଞ୍ଚଳ କଟକ ଦେଇ ବହି ଯାଉଥୁବା ପବିତ୍ର ‘ମହାନଦୀ’ କୂଳରେ ମଧ୍ୟ ଏହିପରି ସମାନ ସମସ୍ୟା ଦେଖିବାକୁ ମିଳେ । ମନୁଷ୍ୟକୃତ କାର୍ଯ୍ୟକଳାପ ଯେପରିକି ନଦୀରେ ପ୍ଲାଷ୍ଟିକ୍ ପଲିଥନ୍ ଫୋପାଡ଼ିବା, ଅଦରକାରୀ ପୂଜା ସାମଗ୍ରୀ ପକାଇବା ଏବଂ ସହରର ବିଭିନ୍ନ ନର୍ଦ୍ଦମା ଜଳ ସିଧାସଳଖ ନଦୀରେ ମିଶିବାଦ୍ଵାରା ଏହି ପବିତ୍ର ନଦୀଟି ଅବକ୍ଷୟ ଅବସ୍ଥାରେ ପଡ଼ି ରହିଛି ।

(iii) ପବିତ୍ରତା ରକ୍ଷା କରିବାର ଦାୟିତ୍ଵ : ପ୍ରକୃତି ତଥା ଏହି ଜାତୀୟ ଐତିହ୍ୟକୁ ରକ୍ଷା କରିବା ଆମ ସମସ୍ତଙ୍କର ନୈତିକ କର୍ଭବ୍ୟ ଅଟେ । ଆମର ସମ୍ବିଧାନ ମଧ୍ୟ ଆମକୁ ଏହି ପ୍ରାକୃତିକ ସମ୍ପଦ ଏବଂ ପବିତ୍ର ସ୍ଥାନଗୁଡ଼ିକର ସୁରକ୍ଷା କରିବା ପାଇଁ ମନେ ପକାଇ ଦେଇଥାଏ । ତେଣୁ ଏହାର ଦାୟିତ୍ଵ କୌଣସି ଝୁଲେଇଲ ସରକାରଙ୍କର ନୁହେଁ ବରଂ ମତ୍ୟେକ ନାଗରିକଙ୍କର ।

ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
ଗଭୀର ଧାର୍ମିକ ବା ଆଧ୍ୟାତ୍ମିକ ମହତ୍ତ୍ଵ, ସମ୍ମାନ ଓ ଭକ୍ତିର ମହାନତାକୁ କ’ଣ କୁହାଯାଇଥାଏ ?
Answer:
ପବିତ୍ରତା

Class 7 Social Science Chapter 8 Question Answer Odia Medium ଭୂମି ପବିତ୍ର ହୁଏ କିପରି?

Question 2.
ପବିତ୍ର ସ୍ଥାନମାନଙ୍କରେ ଲୋକମାନେ କ’ଣ ପାଇଁ ଏକତ୍ରିତ ହୋଇଥା’ନ୍ତି ?
Answer:
ପ୍ରାର୍ଥନା ଓ ଉପାସନା

Question 3.
ଗୌତମ ବୁଦ୍ଧଙ୍କର କେଉଁ ସ୍ଥାନରେ ଜ୍ଞାନପ୍ରାପ୍ତି ହୋଇଥିଲା ?
Answer:
ବିହାରର ବୋଧଗୟା

Question 4.
ଶ୍ରୀପାଟଣା ସାହେବ ତଖତ୍ କେଉଁଠାରେ ଅବସ୍ଥିତ ?
Answer:
ବିହାରର ପାଟଣା

Question 5.
ହିମାଳୟର ବରଫାବୃତ ଅଞ୍ଚଳରେ ଥ‌ିବା ତିନିଗୋଟି ପବିତ୍ର ସ୍ଥାନର ନାମ ଲେଖ ?
Answer:
ବଦ୍ରିନାଥ, କେଦାରନାଥ ଓ ଅମରନାଥ

Question 6.
ତୁମେ ହରିଦ୍ଵାର ଗଲେ’ ତୁମକୁ କେଉଁ ସ୍ଥାନରେ ଟ୍ରେନ୍ ବଦଳାଇବାକୁ ପଡ଼ିବ ?
Answer:
ଦିଲ୍ଲୀ

Question 7.
ରାମେଶ୍ଵର ଭାରତର କେଉଁ ଦିଗରେ ଅବସ୍ଥିତ ?
Answer:
ଦକ୍ଷିଣ ଭାଗରେ

Question 8.
ବେଲୁର ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ ?
Answer:
କର୍ଣ୍ଣାଟକ

Question 9.
କନ୍ଧ ଜନଜାତିର ଆଦିବାସୀମାନଙ୍କୁ କ’ଣ କୁହାଯାଇଥାଏ ?
Answer:
ଡୋଙ୍ଗରିଆ

Question 10.
ତାମିଲନାଡୁର ନୀଳଗିରିରେ ଥିବା କେଉଁ ଜନଜାତି ଅନେକ ପର୍ବତର ଶିଖରକୁ ପବିତ୍ର ବୋଲି ମନେକରନ୍ତି ?
Answer:
ଟୋଡ଼ା

Class 7 Social Science Chapter 8 Question Answer Odia Medium ଭୂମି ପବିତ୍ର ହୁଏ କିପରି?

Question 11.
ହିନ୍ଦୁ ଧର୍ମରେ ଚାରିଧାମ ଯାତ୍ରା କେଉଁ ସ୍ଥାନମାନଙ୍କୁ କରାଯାଇଥାଏ ?
Answer:
ଉତ୍ତରରେ ବଦ୍ରିନାଥ, ଦକ୍ଷିଣରେ ରାମେଶ୍ଵର, ପୂର୍ବରେ ପୁରୀ, ପଶ୍ଚିମରେ ଦ୍ଵାରିକା

Question 12.
ଜ୍ୟୋତିର୍ଲିଙ୍ଗ ମାନଙ୍କରେ କେଉଁ ଦେବତାଙ୍କୁ ପୂଜା କରାଯାଇଥାଏ ?
Answer:
ଶିବ

Question 13.
ସାଧାରଣତଃ କେଉଁ ଦୁଇଟି ସ୍ଥାନରେ ପବିତ୍ର ସ୍ଥାନମାନ ଦେଖୁବାକୁ ମିଳିଥାଏ ?
Answer:
ନଦୀକୂଳ ଓ ପର୍ବତ ଶିଖର

Question 14.
ପ୍ରୟାଗରାଜଠାରେ କେଉଁ ତିନିଗୋଟି ନଦୀର ସଙ୍ଗମ ହୋଇଛି ବୋଲି କୁହାଯାଏ ?
Answer:
ଗଙ୍ଗା, ଯମୁନା ଓ ସରସ୍ଵତୀ

Question 15.
ଅଶ୍ଵତ୍‌ଥ ବୃକ୍ଷର ବକଳରୁ କେଉଁ ରୋଗପାଇଁ ଔଷଧ ପ୍ରସ୍ତୁତ କରାଯାଇଥାଏ ?
Answer:
ପେଟରୋଗ

ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ଆକାଶ, ବାୟୁ, ଅଗ୍ନି, ଜଳ ଓ ସମୁଦ୍ର ଇତ୍ୟାଦି ସମସ୍ତ ବସ୍ତୁ ଈଶ୍ୱରଙ୍କ ସୃଷ୍ଟିବୋଲି କେଉଁ ପୁରାଣରେ କୁହାଯାଇଛି ?
(କ) ମହାଭାରତ
(ଖ) ରାମାୟଣ
(ଗ) ବେଦ
(ଘ) ଭାଗବତ
Answer:
(ଘ) ଭାଗବତ

Question 2.
ଭେଲାଙ୍କାନୀ ଗୀର୍ଜା ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
(କ) କେରଳ
(ଖ) ଆନ୍ଧ୍ରପ୍ରଦେଶ
(ଗ) ତାମିଲନାଡୁ
(ଘ) ତେଲେଙ୍ଗାନା
Answer:
(ଗ) ତାମିଲନାଡୁ

Question 3.
ବୁଦ୍ଧଙ୍କ ଦେହାବଶେଷ ରଖାଯାଇଥିବା ସାଞ୍ଛସ୍ତପ କେଉଁ ସ୍ଥାନରେ ଅବସ୍ଥିତ ?
(କ) ଉତ୍ତରପ୍ରଦେଶ
(ଖ) ମଧ୍ୟପ୍ରଦେଶ
(ଗ) ମହାରାଷ୍ଟ୍ର
(ଘ) କର୍ଣ୍ଣାଟକ
Answer:
(ଖ) ମଧ୍ୟପ୍ରଦେଶ

Class 7 Social Science Chapter 8 Question Answer Odia Medium ଭୂମି ପବିତ୍ର ହୁଏ କିପରି?

Question 4.
ବୌଦ୍ଧ ପରମ୍ପରା ଅନୁସାରେ ବୁଦ୍ଧ କେଉଁଠାରେ ଜ୍ଞାନପ୍ରାପ୍ତି ହୋଇଥିଲେ ?
(କ) ବୋଧଗୟା
(ଖ) କୁଶୀନଗର
(ଗ) ପାଟଳୀପୁତ୍ର
(ଘ) ସାଞ୍ଚ୍
Answer:
(କ) ବୋଧଗୟା

Question 5.
ଶିଖ୍ ଧର୍ମର ଆଧ୍ୟାତ୍ମିକ ସ୍ଥାନଗୁଡ଼ିକୁ କ’ଣ କୁହାଯାଇଥାଏ ?
(କ) ଦରଘା
(ଖ) ତଖତ୍
(ଗ) ଉପାସନା କେନ୍ଦ୍ର
(ଘ) ମକବରା
Answer:
(ଖ) ତଖତ୍

Question 6.
ସୌରାଷ୍ଟ୍ରର ଶତ୍ରୁଞ୍ଜୟ ପର୍ବତ କେଉଁମାନଙ୍କର ପବିତ୍ର ସ୍ଥାନ ଅଟେ ?
(କ) ଶିଖ୍
(ଖ) ଜୈନ
(ଗ) ବୌଦ୍ଧ
(ଘ) ଖ୍ରୀଷ୍ଟିୟାନ୍
Answer:
(ଖ) ଜୈନ

Question 7.
ସାବରିମାଳା ମନ୍ଦିର ଦକ୍ଷିଣ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
(କ) କର୍ଣ୍ଣାଟକ
(ଖ) ତାମିଲନାଡୁ
(ଗ) କେରଳ
(ଘ) ଗୋଆ
Answer:
(ଗ) କେରଳ

Question 8.
ଝାଡ଼ାଖଣ୍ଡର କେଉଁ ପର୍ବତମାଳାରେ ଡୋଙ୍ଗରିଆମାନେ ବସବାସ କରନ୍ତି ?
(କ) ବିନ୍ଧ୍ୟ
(ଖ) ସାତପୁରା
(ଗ) ଖଣ୍ଡଗିରି
(ଘ) ନିୟମଗିରି
Answer:
(ଘ) ନିୟମଗିରି

Question 9.
ସମଗ୍ର ୧୨ଟି ଜ୍ୟୋତିର୍ଲିଙ୍ଗ କେଉଁ ହିନ୍ଦୁ ଦେବତାଙ୍କୁ ଉତ୍ସର୍ଗୀକୃତ ?
(କ) ଶିବ
(ଖ) ବିଷ୍ଣ
(ଗ) ବ୍ରହ୍ମା
(ଘ) ବ୍ୟାସ
Answer:
(କ) ଶିବ

Question 10.
ଭାରତବର୍ଷରେ ମୋଟ କେତେଗୋଟି ଶକ୍ତିପୀଠ ଦେଖାଯାଇଥାଏ ?
(କ) ୫୦
(ଖ) ୫୧
(ଗ) ୫୨
(ଘ) ୫୩
Answer:
(ଖ) ୫୧

Class 7 Social Science Chapter 8 Question Answer Odia Medium ଭୂମି ପବିତ୍ର ହୁଏ କିପରି?

Question 11.
ପ୍ରୟାଗରାଜଠାରେ ପ୍ରତି କେତେ ବର୍ଷରେ ଥରେ କୁମ୍ଭମେଳାର ଆୟୋଜନ କରାଯାଇଥାଏ ?
(କ) ୫ ବର୍ଷ
(ଖ) ୭ ବର୍ଷ
(ଗ) ୧୨ ବର୍ଷ
(ଘ) ୬ ବର୍ଷ
Answer:
(ଘ) ୬ ବର୍ଷ

Question 12.
କେଉଁ ବୃକ୍ଷର ବୈଜ୍ଞାନିକ ନାମ ହେଉଛି ‘ଫିକସ୍ ରେଲିଜିଓସା’ ?
(କ) ନିମ୍ବ
(ଖ) ଅଶ୍ଵତ୍ଥ
(ଗ) ବେଲ
(ଘ) କରଞ୍ଜ
Answer:
(ଖ) ଅଶ୍ଵତ୍ଥ

Question 13.
ଅଶ୍ଵତ୍‌ଥ ଗଛର ପତ୍ରରେ କେଉଁ ରୋଗର ଚିକିତ୍ସା କରାଯାଇଥାଏ ?
(କ) ଜ୍ୱର
(ଖ) ଅପସ୍ମାର
(ଗ) ଚର୍ମ
(ଘ) କୁଷ୍ଠ
Answer:
(ଗ) ଚର୍ମ

Question 14.
ରାଜସ୍ଥାନରେ ପବିତ୍ର ବନାନୀକୁ ଆଞ୍ଚଳିକ ଭାଷାରେ କ’ଣ କୁହାଯାଇଥାଏ ?
(କ) ଓରାନ
(ଖ) ସରନା
(ଗ) ଦେବଗୁଡ଼ି
(ଘ) ଦେବରାଇ
Answer:
(କ) ଓରାନ

Question 15.
ମାଓରି ଆଦିବାସୀମାନେ କେଉଁ ଦେଶରେ ବସବାସ କରନ୍ତି ?
(କ) ଅଷ୍ଟ୍ରେଲିଆ
(ଖ) ନ୍ୟୁଜିଲାଣ୍ଡ
(ଗ) ୱେଷ୍ଟଇଣ୍ଡିଜ
(ଘ) ଆୟାରଲ୍ୟାଣ୍ଡ
Answer:
(ଖ) ନ୍ୟୁଜିଲାଣ୍ଡ

Question 16.
ବୁଦ୍ଧଙ୍କର ଦେହାବଶେଷ ରଖାଯାଇଥିବା ସ୍ଥାନଗୁଡ଼ିକୁ ________ କୁହାଯାଇଥାଏ ।
(କ) ସ୍ତପ
(ଖ) ଚୈତ
(ଗ) ଗୀର୍ଜା
(ଘ) ଦରଘା
Answer:
(କ) ସ୍ତପ

Question 17.
ମହାବେଥ୍ ସ୍ତପରେ __________ ଜ୍ଞାନପ୍ରାପ୍ତି ହୋଇଥିଲେ ।
(କ) ଗୌତମବୁଦ୍ଧ
(ଖ) ରାମାନୁଜ
(ଗ) କବୀର
(ଘ) ମହାବୀର ଜୈନ
Answer:
(କ) ଗୌତମବୁଦ୍ଧ

Question 18.
ଅମୃତସର ସ୍ଵର୍ଣ୍ଣ ମନ୍ଦିରରେ ____________ ତଖତ୍ ଅବସ୍ଥିତ ।
(କ) ଶ୍ରୀପାଟଣା ସାହେବ ତଖତ୍ ସାହେବ
(ଖ) ଅକାଳ ତଖତ୍
(ଗ) ଶ୍ରୀ କେଶଗଡ଼ ତଖତ୍
(ଘ) ଖାଲସା ତଖତ୍
Answer:
(ଖ) ଅକାଳ ତଖତ୍

Question 19.
ପ୍ରାଚୀନ କାଳରେ ଲୋକମାନେ ତାମିଲନାଡୁର ମଦୁରାଇରୁ ଉତ୍ତର ପ୍ରଦେଶର __________ ସ୍ଥାନକୁ ଯାତ୍ରା କରୁଥ‌ିଲେ ।
(କ) ଗୋରଖପୁର
(ଖ) ବାରାଣସୀ
(ଗ) ମଥୁରା
(ଘ) ବୃନ୍ଦାବନ
Answer:
(ଖ) ବାରାଣସୀ

Question 20.
ଆୟାଗା ଦେବତାଙ୍କୁ କେରଳର ___________ ମନ୍ଦିରରେ ପୂଜା କରାଯାଇଥାଏ ।
(କ) ସାଗରମାଳି
(ଖ) ସବରିମାଳି
(ଗ) ସାବରିମାଳା
(ଘ) ଲହରୀମାଳା
Answer:
(ଗ) ସାବରିମାଳା

Question 21.
ତୀର୍ଥଯାତ୍ରାକୁ ମରାଠୀ ଭାଷାରେ ___________ କୁହାଯାଇଥାଏ ।
(କ) ଓ୍ୱାରୀ
(ଖ) ପ୍ୟାରୀ
(ଗ) ଘୋରୀ
(ଘ) ଝରୀ
Answer:
(କ) ଓ୍ୱାରୀ

Question 22.
ସମଗ୍ର ପୃଥ‌ିବୀକୁ ପବିତ୍ର ବିବେଚନା କରାଯାଇ ପୃଥ‌ିବୀକୁ _______________ କୁହାଯାଇଥାଏ ।
(କ) ଶ୍ରୀଦେବୀ
(ଖ) ଭୂଦେବୀ
(ଗ) ପୀଠଦେବୀ
(ଘ) ମାତୃଦେବୀ
Answer:
(ଖ) ଭୂଦେବୀ

Question 23.
ଜୋଙ୍ଗରିଆମାନେ ______________ ଜନଜାତିର ଆଦିବାସୀ ଅଟନ୍ତି ।
(କ) କୋହ୍ଲ
(ଖ) ସାନ୍ତାଳି
(ଗ) ଭୂୟାଁ
(ଘ) କନ୍ଧ
Answer:
(ଘ) କନ୍ଧ

Question 24.
ତାମିଲନାଡୁର ___________ ପାହାଡରେ ଟୋଡ଼ା ଜନଜାତିର ଲୋକ ବାସ କରିଥାନ୍ତି ।
(କ) ପାଟଣାଗିରି
(ଖ) ନୀଳଗିରି
(ଗ) ଧବଳଗିରି
(ଘ) ସରଧାଗିରି
Answer:
(ଖ) ନୀଳଗିରି

Question 25.
ହିନ୍ଦୁମାନେ ଭାରତର _____________ ଯାତ୍ରା କରିବାକୁ ଇଚ୍ଛାପ୍ରକାଶ କରିଥା’ନ୍ତି ।
(କ) ପୁରୀଧାମ
(ଖ) ଦ୍ଵାରିକାପୁର
(ଗ) ଚାରିଧାମ
(ଘ) ରାମେଶ୍ଵରମ୍
Answer:
(ଗ) ଚାରିଧାମ

Question 26.
ମା’ ସତୀଙ୍କର ପବିତ୍ର ଅଙ୍ଗ ____________ ଟି ସ୍ଥାନରେ ପଡ଼ିଥିଲା ।
(କ) ୧୨
(ଖ) ୧୩
(ଗ) ୫୦
(ଘ) ୫୧
Answer:
(ଘ) ୫୧

Question 27.
____________ କାଳରୁ ଭାରତରେ ନଦୀମାନଙ୍କୁ ପୂଜା କରାଯାଇ ଆସୁଅଛି ।
(କ) ପ୍ରାକ୍‌ଦିକ
(ଖ) ବୈଦିକ
(ଗ) ପ୍ରାଚୀନ
(ଘ) ପରବର୍ତୀ ବୈଦିକ
Answer:
(ଖ) ବୈଦିକ

Question 28.
ସମୁଦ୍ର ମନ୍ଥନ କିମ୍ବଦନ୍ତୀରୁ _____________ ମେଳା ସୃଷ୍ଟି ବୋଲି ଅନୁମାନ କରାଯାଇଥାଏ ।
(କ) ଶାନ୍ତି
(ଖ) ପାପକ୍ଷୟ
(ଗ) କୁମ୍ଭ
(ଘ) ଶୁମ୍ଭ
Answer:
(ଗ) କୁମ୍ଭ

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ପବିତ୍ରତା କହିଲେ ତୁମେ ସାଧାରଣଭାବେ କ’ଣ ବୁଝ ?
Answer:

  1. ପବିତ୍ରତାର ଅନେକ ଅର୍ଥ ରହିଛି । ପବିତ୍ରତା ହେଉଛି ଏକ ଗଭୀର ଧାର୍ମିକ ବା ଆଧ୍ୟାତ୍ମିକ ବା ଆଧ୍ୟାତ୍ମିକ ମହତ୍ତ୍ୱ, ସମ୍ମାନ ଓ ଭକ୍ତିର ମହାନତା ।
  2. ପବିତ୍ରତା କେବଳ ଧର୍ମ ଏବଂ ଆଧ୍ୟାତ୍ମିକତା ସହ ଜଡ଼ିତ ନୁହେଁ, ବରଂ ଭୂଗୋଳ, ସମସ୍ତ ପ୍ରକାରର ପରମ୍ପରା ଏବଂ ଭାରତର ଅନେକ କ୍ଷେତ୍ରରେ ଏହା ଜଡ଼ିତ ହୋଇ ରହିଥାଏ ।

Class 7 Social Science Chapter 8 Question Answer Odia Medium ଭୂମି ପବିତ୍ର ହୁଏ କିପରି?

Question 2.
ଆମ ଦେଶରେ ତୀର୍ଥଯାତ୍ରାର ଗୁରୁତ୍ଵ କ’ଣ ରହିଛି ?
Answer:

  1. ତୀର୍ଥଯାତ୍ରା କରିବା ସମସ୍ତଙ୍କ ଭାଗ୍ୟରେ ଆସିନଥାଏ । ଅନେକ ଭାରତୀୟ ନିଜ ନିଜର ଜୀବନକାଳ ମଧ୍ୟରେ ବିଭିନ୍ନ ପବିତ୍ର ସ୍ଥାନକୁ ତୀର୍ଥଯାତ୍ରାରେ ଯାଇଥା’ନ୍ତି ।
  2. ଏହା ଏକ ପ୍ରାଚୀନ ଏବଂ ଅବିରତ ପରମ୍ପରା । ଏହା କେବଳ ଏକ ଶାରୀରିକ ଯାତ୍ରା ନୁହେଁ, ବରଂ ଏହା ଏକ ଅନ୍ତରର ଯାତ୍ରା ଯେଉଁଥ‌ିରେ ଏକ ନିର୍ଦ୍ଦିଷ୍ଟ ଆଚରଣ ବିଧ୍ ନିହିତ ଥାଏ ।

Question 3.
ହିନ୍ଦୁମାନେ କେଉଁସବୁ ସ୍ଥାନ ଓ ପଦାର୍ଥକୁ ଅଧିକ ପବିତ୍ର ବୋଲି ମନେ କରିଥାନ୍ତି ?
Answer:

  1. ଆମ ହିନ୍ଦୁ ଧର୍ମରେ ନିର୍ଦ୍ଦିଷ୍ଟ କେତୋଟି ପବିତ୍ର ନଦୀ ଓ ଜଙ୍ଗଲ ପରି ଭୌଗୋଳିକ ସ୍ଥାନକୁ ପବିତ୍ର ଭାବରେ ବିବେଚନା କରାଯାଇଥାଏ ଏବଂ ପୂଜା ମଧ୍ୟ କରାଯାଇଥାଏ ।
  2. ଅନେକ ନଦୀକୁ ଦେବୀ ଭାବରେ ବିବେଚନା କରାଯାଉଥିବାବେଳେ କିଛି ପ୍ରଜାତିର ବୃକ୍ଷ, ପଶୁ ଏବଂ ଉଭିଦକୁ ମଧ୍ଯ ପବିତ୍ର ବୋଲି ମନେ କରାଯାଇଥାଏ ।

Question 4.
ଆମ ଦେଶରେ କେତେଗୋଟି ଜ୍ୟୋତିର୍ଲିଙ୍ଗ ରହିଛି ? ସେଗୁଡ଼ିକ କେଉଁ ଦେବତାଙ୍କୁ ଉତ୍ସର୍ଗୀକୃତ ?
Answer:

  1. ଆମ ଦେଶରେ ମୋଟ ୧୨ଗୋଟି ଜ୍ୟୋତିର୍ଲିଙ୍ଗ ରହିଛି ।
  2. ସେଗୁଡ଼ିକ ହିନ୍ଦୁ ଦେବତା ଶିବଙ୍କୁ ଉତ୍ସର୍ଗୀକୃତ ଅଟେ ।

Question 5.
ପ୍ରାଚୀନ କାଳରୁ ତୀର୍ଥସ୍ଥାନଗୁଡ଼ିକ କେଉଁସବୁ ସ୍ଥାନରେ ଅବସ୍ଥିତ ଥିଲା ? ଏହାର ଉଦ୍ଦେଶ୍ୟ କ’ଣ ଅଟେ ?
Answer:

  1. ପ୍ରାଚୀନ କାଳରୁ ତୀର୍ଥସ୍ଥାନଗୁଡ଼ିକ ସାଧାରଣତଃ ଦ୍ରବ ବା ନଦୀକୂଳ, ଅରଣ୍ୟ ବା ପର୍ବତ ଉପରେ ଅବସ୍ଥିତ ଥିଲା । ପ୍ରାକୃତିକ ଭୂକ୍ଷେତ୍ର ସବୁକୁ ପବିତ୍ର ବା ପୁଣ୍ୟକ୍ଷେତ୍ର ଭାବରେ ଗ୍ରହଣ କରାଯାଇଥିଲା ।
  2. ଏଥୁରୁ ଯାହା ଅନୁମାନ କରାଯାଏ ଯେ ଆମକୁ ପ୍ରାକୃତିକ ସୁରକ୍ଷା ଓ ସଂରକ୍ଷଣ କରିବାରେ ଏହା ସାହାଯ୍ୟ କରୁଥିଲା । ତତ୍‌ସହିତ ଏହିସବୁ କ୍ଷେତ୍ରରେ ଭୂଗୋଳ, ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ସମ୍ମଳନ ଘଟିଛି ।

Question 6.
ସାରା ବିଶ୍ଵରେ ପର୍ବତଗୁଡ଼ିକ ସହିତ ବିଭିନ୍ନ ଦେବଦେବୀ ଓ ମହାପୁରୁଷମାନଙ୍କୁ ଯୋଡ଼ାଯାଇଥାଏ କାହିଁକି ?
Answer:

  1. ସାରା ବିଶ୍ଵରେ ପର୍ବତଗୁଡ଼ିକ କୌଣସି ନା କୌଣସି କିମ୍ବଦନ୍ତୀ, ଦେବତା ଓ ମହାପୁରୁଷଙ୍କ ସହ ସଂପୃକ୍ତ ହୋଇଥା’ନ୍ତି ।
  2. ସେମାନଙ୍କ ଭାବନା ଦୃଷ୍ଟିରୁ ପବର୍ତଗୁଡ଼ିକ ପୃଥ‌ିବୀ ଓ ସ୍ଵର୍ଗ ମଧ୍ୟରେ ସାଙ୍କେତିକଦ୍ଵାର ଭାବେ ବର୍ଣ୍ଣନା କରାଯାଇଛି ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ବୃକ୍ଷମାନଙ୍କ ମଧ୍ୟରେ ଆମ ଦେଶରେ ‘ଅଶ୍ଵତ୍‌’ ବୃକ୍ଷକୁ ଅଧିକ ମାନ୍ୟତା ଦିଆଯାଇଥାଏ କାହିଁକି ?
Answer:

  1. ଭାରତର ଅନେକ ସ୍ଥାନରେ ବୃକ୍ଷଗୁଡ଼ିକୁ ହଳଦୀ ଓ କୁଙ୍କୁମ ପରି ଦ୍ରବ୍ୟ ଅର୍ପଣ କରାଯାଇ ସଜ୍ଜିତ କରାଯଇଥାଏ ।
  2. ଡିମିର ପ୍ରଜାତିର ଏକ ବୃକ୍ଷ ହେଉଛି ‘ଅଶ୍ଵତ୍‌ଥ’, ଯାହାକୁ ବୋଧୃବୃକ୍ଷ ମଧ୍ୟ କୁହାଯାଇଥାଏ । ଏହି ବୃକ୍ଷ ହିନ୍ଦୁ, ବୌଦ୍ଧ, ଶିଖ୍ ଏବଂ ଜୈନମାନଙ୍କର ଏକ ପବିତ୍ର ବୃକ୍ଷ ।
  3. ପ୍ରକୃତରେ ଏହି ବୃକ୍ଷର ବୈଜ୍ଞାନିକ ନାମ ହେଉଛି ‘ଫିକସ୍ ରେଲିଜିଓସା’’ ଯାହାର ଲାଟିନ୍ ଅର୍ଥ ହେଉଛି ଧାର୍ମିକ ବା ପବିତ୍ର ବୃକ୍ଷ ।

Question 2.
ତୀର୍ଥଯାତ୍ରା ପଥ ଓ ବାଣିଜ୍ୟିକ ପଥ ମଧ୍ୟରେ କିପରି ଏକ ସୁସମ୍ପର୍କ ଗଢ଼ି ଉଠିଥାଏ ?
Answer:
(i) ତୀର୍ଥଯାତ୍ରୀମାନେ ତୀର୍ଥଯାତ୍ରା ସମୟରେ ବ୍ୟବସାୟୀ ଓ ବଣିକମାନଙ୍କ ସଂସ୍ପର୍ଶରେ ଆସିଥା’ନ୍ତି ।

(ii) ତୀର୍ଥଯାତ୍ରୀମାନେ ଆବଶ୍ୟକ କରୁଥିବା ବିଭିନ୍ନ ସାମଗ୍ରୀ ବ୍ୟବସାୟୀମାନେ ଯୋଗାଇ ଦେଇଥା’ନ୍ତି ।

(iii) ଫଳସ୍ଵରୂପ ତୀର୍ଥଯାତ୍ରା ପଥ ଏବଂ ବାଣିଜ୍ୟିକ ପଥ ଅନେକ ସମୟରେ ପରସ୍ପର ମିଶିଯାଆନ୍ତି । କେତେକ ବ୍ୟବସାୟୀ ତୀର୍ଥସ୍ଥାନ ପରିଦର୍ଶନ କରିବା ସହିତ ଦୂର ସହର ଏବଂ ନଗରକୁ ନିଜର ଜିନିଷପତ୍ର ବୋହି ନେଇଯାଇଥା’ନ୍ତି ।

Question 3.
ଭାରତ ବାହାରେ ଥିବା ପବିତ୍ର ସ୍ଥାନଗୁଡ଼ିକ ବିଷୟରେ ସଂକ୍ଷେପରେ ଲେଖ ।
Answer:
(i) ପ୍ରାଚୀନ ଗ୍ରୀସ୍‌ରେ ଅନେକ ପବିତ୍ର ଭୂମିରୂପ ସହିତ ପବିତ୍ର ବୃକ୍ଷଲତା ପର୍ଯ୍ୟନ୍ତ ଅନେକ ସ୍ଥାନ ରହିଥିଲା । ଆମେରିକାର ମୂଳବାସିନ୍ଦାମାନେ ପ୍ରକୃତି ସହିତ ଏକ ସ୍ଵତନ୍ତ୍ର ସମ୍ପର୍କ ରଖୁଥିଲେ । ଯାହାକୁ ସେମାନେ ପବିତ୍ର ବୋଲି ମନେକରୁଥିଲେ ।

(ii) ନ୍ୟୁଜିଲାଣ୍ଡର ମାଓରି ଆଦିବାସୀମାନେ ତାରାନାକି ମାଉଙ୍ଗା ପର୍ବତକୁ ସେମାନଙ୍କର ପୂର୍ବପୁରୁଷ ବୋଲି ଭାବି ପବିତ୍ର ମନେ କରୁଥିଲେ ।

(iii) ମାଓରିଙ୍କ ଅନେକ ପ୍ରତିନିଧ୍ଵ ପରେ ସମ୍ପ୍ରତି ଭକ୍ତ ପର୍ବତକୁ ମଣିଷ ପରି ଅଧିକାର ଓ ଦାୟିତ୍ଵ ପ୍ରଦାନ କରାଯାଇଛି । ଯାହା ଫଳରେ ପବିତ୍ର ସ୍ଥାନଗୁଡ଼ିକ ଶୋଷିତ ଏବଂ ଅବକ୍ଷୟରୁ ରକ୍ଷା ପାଇପାରିବ ବୋଲି ଆଶା କରାଯାଉଛି ।

Question 4.
ଭାରତରେ ଅନେକ ପବିତ୍ର ସ୍ଥାନ କାହିଁକି ଦୂଷିତ ହେବାରେ ଲାଗିଛି ?
Answer:

  1. ବ୍ୟାପକ ଅବହେଳା ଓ ଅଦୂରଦର୍ଶିତା ଦୃଷ୍ଟିକୋଣ ପାଇଁ ଭାରତର ଅନେକ ପବିତ୍ର ସ୍ଥାନ ଦୂଷିତ ହେବାରେ ଲାଗିଛି ।
  2. ଏହି ଅବସରରେ ଆମେ ଆମର ଜାତୀୟ ଐତିହ୍ୟକୁ ରକ୍ଷା କରିବା ଆମର କର୍ତ୍ତବ୍ୟ ବୋଲି ମନେକରିବା ଉଚିତ ।
  3. ଏହି ସମ୍ବନ୍ଧରେ ଆମର ସମ୍ବିଧାନ ମଧ୍ୟ ଆମକୁ ସମୟେ ସମୟେ ମନେ ପକାଇ ଦେଇଥାଏ ।

Question 5.
କନ୍ଧ ଜାତିର ଢୋଙ୍ଗରିଆମାନେ କାହାକୁ ସେମାନଙ୍କ ପବିତ୍ର ସ୍ଥାନ ବୋଲି ମନେ କରିଥା’ନ୍ତି ?
Answer:
(i) ଝାଡ଼ଖଣ୍ଡର ନିୟମଗିରି ପର୍ବତମାଳାର ନିୟମ ଡୋଙ୍ଗର ପାହାଡ଼ ଡୋଙ୍ଗରିଆ କନ୍ଧ ଜନଜାତିଙ୍କ ପାଇଁ ପବିତ୍ର ସ୍ଥାନ ଅଟେ ।

(ii) ସେମାନେ ବିଶ୍ଵାସ କରନ୍ତି ଯେ ପାହାଡ଼ ହେଉଛି ନିୟମ ରାଜାଙ୍କ ବାସସ୍ଥାନ, ଯିଏକି ସର୍ବୋଚ୍ଚ ଦେବତା ଏବଂ ସେମାନଙ୍କ ଜୀବନ ଧାରଣ ପାଇଁ ଆବଶ୍ୟକ ସମସ୍ତ ବସ୍ତୁ ପ୍ରଦାନ କରିଥା’ନ୍ତି ।

(iii) ଏଠାରେ ଗଛ କାଟିବା ନିଷେଧ ଏବଂ ଏପରି କାର୍ଯ୍ୟକୁ ଦେବତାଙ୍କ ପ୍ରତି ଅସମ୍ମାନ ବୋଲି ବିବେଚନା କରାଯାଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
କୁମ୍ଭମେଳା ପଶ୍ଚାତ୍‌ରେ ଥିବା ପୌରାଣିକ ତଥ୍ୟ ବିଷୟରେ ସଂକ୍ଷେପରେ ଲେଖ ।
Answer:
(i) ସମୁଦ୍ର ମନ୍ଥନର କିମ୍ବଦନ୍ତୀରୁ କୁମ୍ଭମେଳାର ସୃଷ୍ଟି ବୋଲି ବିଶ୍ଵାସ କରାଯାଇଥାଏ ।

(ii) ପାରମ୍ପରିକ ଶତ୍ରୁ ଦେବତା ଓ ଅସୁର ସମୁଦ୍ର ମନ୍ଥନ କରିବା ପୂର୍ବକ ଐଶ୍ଵରୀକ ଅମୃତଲାଭ କରି ଅମରତ୍ୱ ପ୍ରାପ୍ତି ନିମନ୍ତେ ଏକତ୍ରିତ ହୋଇଥିଲେ । ଅସୁରମାନଙ୍କୁ ଅମୃତ ଲାଭରୁ ବଞ୍ଚିତ କରିବା ପାଇଁ ବିଷ୍ଣୁ ମୋହିନୀ ନାମକ ଏକ ସୁନ୍ଦର ନାରୀ ରୂପ ଧାରଣ କରିଥିଲେ ।

(iii) ଏହି ପରିପ୍ରେକ୍ଷୀରେ କେତୋଟି ଅମୃତବିନ୍ଦୁ ହରିଦ୍ଵାର, ପ୍ରୟାଗରାଜ, ନାସିକ ଏବଂ ଉଜ୍ଜୟିନୀ ନାମକ ଚାରୋଟି ସ୍ଥାନରେ ପଡ଼ିଥିଲା ।

(iv) ଏହି ସ୍ଥାନମାନଙ୍କରେ କୁମ୍ଭମେଳା ଅନୁଷ୍ଠିତ ହୋଇଥାଏ ।

(v) ସେହି ସମୟରେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନଦୀରେ ବୁଡ଼ ପକାଇଲେ ଅତ୍ୟନ୍ତ ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ କରାଯାଇଥାଏ ।

Class 7 Social Science Chapter 8 Question Answer Odia Medium ଭୂମି ପବିତ୍ର ହୁଏ କିପରି?

Question 2.
ଭାରତରେ ନଦୀମାନଙ୍କୁ ପୂଜା କରିବା ବ୍ୟବସ୍ଥା କେଉଁ କାଳରୁ କିପରି ଚଳି ଆସୁଛି, ତାହାର ଏକ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:
(i) ବୈଦିକ କାଳରୁ ଭାରତରେ ନଦୀମାନଙ୍କୁ ପୂଜା କରାଯାଇ ଆସୁଅଛି ବୋଲି ବେଦରୁ ଜଣାଯାଇଥାଏ ।

(ii) ଋଗ୍‌ବେଦରେ ‘ନଦୀସୂତି ସୂକ୍ତ’’ ହେଉଛି ନଦୀମାନଙ୍କର ପ୍ରଶଂସାରେ ଲିଖ୍ ସ୍ତୋତ୍ର, ଯେଉଁଥରେ ଉତ୍ତର-ପଶ୍ଚିମ ଭାରତର ପ୍ରାଚୀନ ୧୯ଟି ମୁଖ୍ୟ ନଦୀକୁ ଆବାହନ କରାଯାଇଥାଏ ।

(iii) ଆଜି ମଧ୍ୟ ଭାରତର ଅନେକ ଧାର୍ମିକ ରୀତିନୀତିରେ କେତେକ ପ୍ରଧାନ ନଦୀର ଉପସ୍ଥିତିକୁ ଆହ୍ଵାନ କରାଯାଇଥାଏ, ଯାହା ଶ୍ଳୋକରୁ ଅନୁମେୟ–

‘ଗଙ୍ଗେଚ-ଯମୁନେ ଚୈବ ଗୋଦାବରୀ ସରସ୍ଵତୀ
ନର୍ମଦେ ସିନ୍ଧୁ କାବେରୀ ଜଳେସ୍ମିନ ସନ୍ନିଧୂମ କୁରୁ ।’’

(iv) ଗଙ୍ଗା, ଯମୁନା, ଗୋଦାବରୀ, ନର୍ମଦା, ସିନ୍ଧୁ ଏବଂ କାବେରୀ ଏହି ଜଳରେ ପ୍ରକଟିତ ହୁଅନ୍ତୁ ବୋଲି ଆବାହନ କରାଯାଇଥାଏ ।

(v) ଏହି ନଦୀଗୁଡ଼ିକ ଭାରତୀୟ ସଭ୍ୟତା ପାଇଁ ଜୀବନରେଖା ହୋଇ ଆସିଛନ୍ତି । ସେମାନଙ୍କ ଉତ୍ସ ଶାଖା ଏବଂ ପ୍ରବାହିତ ସ୍ଥାନ ପବିତ୍ର ବୋଲି ବିବେଚନା କରାଯଇଥାଏ । ଏହାର କୂଳରେ ଥିବା ତୀର୍ଥସ୍ଥାନଗୁଡ଼ିକୁ ଲୋକମାନେ ପରିଦର୍ଶନ କରିଥାନ୍ତି ।

Question 3.
ଆମ ଦେଶରେ ଥିବା ପବିତ୍ର ସ୍ଥାନଗୁଡ଼ିକ କିପରି ପୁନରୁଦ୍ଧାର କରିବା ସହିତ ସଂରକ୍ଷଣ କରାଯାଇପାରିବ, ସେ ସମ୍ବନ୍ଧରେ ସୁଚିନ୍ତିତ ମତାମତ ପ୍ରଦାନ କର ।
Answer:
(i) ଯୁଗ ଯୁଗ ଧରି ଭାରତୀୟ ଅଧ୍ଵବାସୀ ଓ ପବିତ୍ର ଭୌଗୋଳିକ ସ୍ଥିତି ମଧ୍ୟରେ ଯେଉଁ ସୁସମ୍ପର୍କ ବିରାଜମାନ କରିଥିଲା, ତାହାର ମୂଲ୍ୟବୋଧ ସମଗ୍ର ଭାରତବର୍ଷରେ ଅନୁଭୂତ ହେଉଥିଲା, କିନ୍ତୁ ତାହା ଆଜି ବିପଦର ସମ୍ମୁଖୀନ ହୋଇଛି ।

(ii) ଯେତେବେଳେ ପ୍ରକୃତି ସହିତ ଆମ ସମସ୍ତଙ୍କର ବାଧା ଉପୁଜିଥାଏ, ସେତେବେଳେ ସମସ୍ୟା ଦେଖାଦେଇଥାଏ । ଏପରିକି ନଦୀଟି ମାତ୍ରାତ୍ଵିକ ମାତ୍ରାରେ ଶୋଷିତ ହୋଇଗଲେ ତାହା ସ୍ଥିତି ହରାଇବାର ଅବସ୍ଥାକୁ ଆସିଯାଏ ।

(iii) ସେହିପରି ପ୍ରତିଯୋଗିତାରେ ପର୍ବତଟିର ଅସ୍ତିତ୍ଵ ଯେତେବେଳେ ଲୋପ ପାଇବାକୁ ବସେ, ସେତେବେଳେ ଲୋକମାନେ ସେମାନଙ୍କର ପରିବେଶ, ଦେବାଦେବୀ ଏବଂ ମୂଲ୍ୟବୋଧକୁ ସୁରକ୍ଷା ଦେବାପାଇଁ ଆଗେଇ ଆସିଥା’ନ୍ତି ।

(iv) ତେଣୁ ନଦୀ ଓ ପର୍ବତଗୁଡ଼ିକୁ ସୁରକ୍ଷା ଦେବା ସହିତ ସଂରକ୍ଷଣ କରିବାର ବ୍ୟବସ୍ଥା ସରକାରୀ ସ୍ତରରେ ହେବା ଆବଶ୍ୟକ ।

(v) ଶିଳ୍ପ ଓ ଖଣିଖନ ଯୋଗୁଁ ଅନେକ ପର୍ବତ ସେମାନଙ୍କର ଅସ୍ତିତ୍ଵ ହରାଇଥା’ନ୍ତି ।