Class 8 Social Science Chapter 1 Notes Odia Medium ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର

Go through BSE Odisha Class 8 Social Science Notes Odia Medium Chapter 1 ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର to understand important topics more clearly.

8th Class Social Science Chapter 1 Notes Odia Medium

BSE Odisha Class 8 Social Science Chapter 1 Notes Odia Medium

‘‘ପ୍ରକୃତି ସହିତ ସମନ୍ଵୟ ରକ୍ଷାକରି ଆମକୁ ଏକ ପୁନଃସୃଷ୍ଟିକାରୀ ଅର୍ଥନୀତି (Regenerative Economy) ଦିଗରେ ଅଗ୍ରସର ହେବାପାଇଁ ସମାଜବିଜ୍ଞାନୀମାନେ ସ୍ପଷ୍ଟ ମତ ଦେଇଛନ୍ତି । ଏ ପ୍ରକାର ଅର୍ଥନୀତି ବ୍ୟବହୃତ ସମ୍ବଳଗୁଡ଼ିକର ପୁନଃ ଉପଯୋଗ, ଅପଚୟ ହ୍ରାସ ଏବଂ କ୍ଷୟପ୍ରାପ୍ତ ସମ୍ବଳଗୁଡ଼ିକର ପୁନଃ ଭରଣା କରେ । ଆମକୁ ପ୍ରକୃତିର ଅନ୍ତର୍ନିହିତ ଜ୍ଞାନକୁ ଫେରିଯିବାକୁ ପଢ଼ିବ ଯାହା ସମସ୍ତ ସମ୍ବଳର ଅନ୍ତିମ ପୁନଃ ସୃଷ୍ଟିକାରୀ ଓ ପୁନଃଚକ୍ରବାରୀ ଅଟେ ।’
– ଖ୍ରୀଷ୍ଟିଆନ ଫିଲ୍ମ୍ରେସ ଓ ଟମ୍ ରିଭେଟ୍-କାନାର୍କ
‘‘ଆମ ପସନ୍ଦର ଭବିଷ୍ୟତ’

ବିଷୟଭିତ୍ତିକ ସୂଚନା ଓ ବିଶ୍ଳେଷଣ

ପ୍ରକୃତି କେତେବେଳେ ସମ୍ବଳରେ ପରିଣତ ହୁଏ ? :
ମନୁଷ୍ୟଦ୍ଵାରା ସୃଷ୍ଟି ହୋଇ ନଥିବା ପରିବେଶ ଅନ୍ତର୍ଗତ ସମସ୍ତ ସଜୀବ ଓ ନିର୍ଜୀବ ପ୍ରରୂପଗୁଡ଼ିକର ସମାହାରକୁ ପ୍ରକୃତି କୁହାଯାଏ ।

ପ୍ରକୃତିରୁ ମିଳୁଥିବା ଓ ମନୁଷ୍ୟ ପାଇଁ ଉପଯୋଗୀ ସମସ୍ତ ମୂଲ୍ୟବାନ ସାମଗ୍ରୀ ବା ପଦାର୍ଥକୁ ‘ପ୍ରାକୃତିକ ସମ୍ବଳ କୁହାଯାଏ ।

ଯେତେବେଳେ ମନୁଷ୍ୟ ବଞ୍ଚିବାପାଇଁ ପ୍ରକୃତିରୁ ନୂତନ ଦ୍ରବ୍ୟ ସୃଷ୍ଟି କରେ ଓ ତାହାର ଉପଭୋଗ କରେ, ସେତେବେଳେ ପ୍ରକୃତି ‘ସମ୍ବଳରେ ପରିଣତ ହୋଇଥାଏ ।
Class 8 Social Science Chapter 1 Notes Odia Medium ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର-1
Class 8 Social Science Chapter 1 Notes Odia Medium ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର-2
ପ୍ରାଦ୍ୟୋଗିକ ଦୃଷ୍ଟିକୋଣରୁ ସୁଗମ୍ୟ, ଆର୍ଥନୀତିକ ଦୃଷ୍ଟିକୋଣରୁ ଯଥାର୍ଥ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଗ୍ରହଣଯୋଗ୍ୟ ପଦାର୍ଥଗୁଡ଼ିକୁ ସମ୍ବଳ ଭାବେ ବିବେଚନା କରାଯାଇଥାଏ ।

ପୃଥ‌ିବୀରେ ଉପଲବ୍ଧ ହେଉଥ‌ିବା ସମ୍ବଳଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଜଳ, ବାୟୁ ଓ ମୃତ୍ତିକା ସହଜରେ ମିଳିପାରିଥାଏ । କିନ୍ତୁ ସହଜରେ ମିଳିପାରୁ ନଥିବା ସମ୍ବଳଗୁଡ଼ିକ ହେଲା କୋଇଲା, ପେଟ୍ରୋଲ, ମୂଲ୍ୟବାନ ପଥର, ଧାତବ ଖଣିଜ ଓ କାଠ ଇତ୍ୟାଦି ।
Class 8 Social Science Chapter 1 Notes Odia Medium ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର-3
ପୃଥ‌ିବୀରେ ଅନେକ ଆଦିମ ଅଧ୍ୟାବାସୀ ପରମ୍ପରାରେ ପ୍ରକୃତିକୁ ପବିତ୍ର ବୋଲି ବିବେଚନା କରାଯାଇଥାଏ । ଏସବୁ ପରମ୍ପରାରେ ପ୍ରକୃତି ହିଁ ପାଳକ ଓ ପୋଷକ ଅଟେ ।

ପ୍ରାକୃତିକ ସମ୍ବଳର ପ୍ରକାର :
ପ୍ରାକୃତିକ ସମ୍ବଳକୁ ମୁଖ୍ୟତଃ ତିନିଗୋଟି ଆଧାରରେ ଶ୍ରେଣୀଭୁକ୍ତ କରାଯାଇପାରେ ଯଥା :- (i) ବଞ୍ଚିବା ପାଇଁ ଆବଶ୍ୟକତା ସମ୍ବଳ, (ii) ପଦାର୍ଥର ଉତ୍ସ ଓ (iii) ଶକ୍ତିର ଉତ୍ସ ।

ବଞ୍ଚିବା ପାଇଁ ଅତ୍ୟାବଶ୍ୟକ ସମ୍ବଳ : ବଞ୍ଚିବା ପାଇଁ ଅତ୍ୟାବଶ୍ୟକ ସମ୍ବଳ ମଧ୍ଯରେ ବାୟୁ, ପାଣି ଓ ଖାଦ୍ୟ ଅନ୍ୟତମ । ଏଗୁଡ଼ିକ ମଧ୍ୟରୁ ବାୟୁ, ପାଣି ଓ ଖାଦ୍ୟ ଯୋଗାଉଥ‌ିବା ମୃଭିକାକୁ ଆମେ ତିଆରି କରିପାରିବା ନାହିଁ ।

Class 8 Social Science Chapter 1 Notes Odia Medium ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର

ବିଭିନ୍ନ ସାମଗ୍ରୀ ପାଇଁ ସମ୍ବଳ : ଆମର ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତି ପାଇଁ ଆମେ ବିଭିନ୍ନ ସମ୍ବଳ ଉପରେ ନିର୍ଭର କରିଥାଉ, ଯଥା—କାଠଠାରୁ ଆରମ୍ଭ କରି ମାର୍ବଲ ପର୍ଯ୍ୟନ୍ତ ଓ କୋଇଲାଠାରୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ।

ଶକ୍ତି ପାଇଁ ସମ୍ବଳ : ଶକ୍ତି ପାଇଁ ମଧ୍ୟ ଆମେ ସମ୍ବଳ ଉପରେ ନିର୍ଭର କରିଥାଉ । ଶକ୍ତି ଆଧୁନିକ ଜୀବନଶୈଳୀର ଆଧାରଶିଳା । ଏହି ଶକ୍ତି ସମ୍ବଳଗୁଡ଼ିକ ଆମେ କୋଇଲା, ଜଳ, ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍‌, ସୂର୍ଯ୍ୟକିରଣ, ପବନ ଆଦି ପ୍ରାକୃତିକ ଉତ୍ସରୁ ପାଇଥାଉ ।
Class 8 Social Science Chapter 1 Notes Odia Medium ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର-4

କୌଣସି ଦ୍ରବ୍ୟ ଯଦି ନଷ୍ଟ କିମ୍ବା କ୍ଷତିଗ୍ରସ୍ତ ହୋଇଥାଏ, ଏହାକୁ ପ୍ରାରମ୍ଭିକ ଅବସ୍ଥାକୁ ଫେରାଇ ଆଣିବାକୁ ପୁନରୁଦ୍ଧାର ପ୍ରକ୍ରିୟା କୁହାଯାଏ ।

ନୂତନ ଜୀବନ ସୃଷ୍ଟି କରିବା ଓ ତିଷ୍ଠିବା ପାଇଁ ଉପଯୁକ୍ତ ପରିସ୍ଥିତି ପ୍ରସ୍ତୁତ କରିବାର ସାମର୍ଥ୍ୟ ପ୍ରକୃତିରେ ରହିଅଛି । ପ୍ରକୃତିର ଚକ୍ରାକାର ଗତି କୌଣସି ଅପଚୟ ଘଟିବାକୁ ଦେଇନଥାଏ ।

ଯେଉଁ ସମ୍ବଳଗୁଡ଼ିକ ପ୍ରାକୃତିକ ପ୍ରକ୍ରିୟାରେ ସଂଗଠିତ ହୋଇଥାଏ, ତାହାକୁ ନବୀକରଣ ଯୋଗ୍ଯ ସମ୍ବଳ କୁହାଯାଏ; ଯଥା – ସୌରଶକ୍ତି, ପବନ ଶକ୍ତି, ପ୍ରବାହିତ ଜଳରୁ ଉତ୍ପନ୍ନ ଶକ୍ତି । ଏହି ସମ୍ବଳଗୁଡ଼ିକୁ ପୁନରୁଦ୍ଧାର ଓ ପୁନଃ ସୃଷ୍ଟି କରାଯାଇ ପାରିଥାଏ ।

ତାପମାତ୍ରା ବୃଦ୍ଧିର ଦୁଇଗୋଟି କାରଣ ହେଲା-ଜୀବାଶ୍ମ ଇନ୍ଧନ ଭିତ୍ତିକ ଶିଳ୍ପାୟନ ଏବଂ କୃଷି ଓ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ଜଙ୍ଗଲ କ୍ଷୟ ।

ସାଧାରଣତଃ ମାଛ ବୁ ସଂଖ୍ୟାର ସୁରକ୍ଷା ପାଇଁ ପ୍ରଜନନ ଋତୁରେ ମାଛ ଧରିବାକୁ ମନା କରାଯାଇଥାଏ । ଟୁନା (Tua) ପ୍ରଜାତି ମାଛ ଧରିବାପାଇଁ ମଧ୍ୟ ମନା କରାଯାଇଥାଏ ।

ପ୍ରାକୃତିକ ପ୍ରକ୍ରିୟାଗୁଡ଼ିକ ଯେତେବେଳେ ମଣିଷର କଲ୍ୟାଣ କରିଥାଏ, ସେତେବେଳେ ଆମେ ଏଡାକୁ ‘ପରିସଂସ୍ଥା ସେବା’ କହିଥାଉ । ଉଦାହରଣ – ଗଛ ଅମ୍ଳଜାନ ପ୍ରଦାନ କରିବା ।

ଆମେ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଉତ୍ପାଦନ ପାଇଁ ଶିଳ୍ପର ଆବଶ୍ୟକତା ରହିଛି । ଶିଳ୍ପାୟନରୁ ଉତ୍ପନ୍ନ ବର୍ଜ୍ୟବସ୍ତୁ ମୁଖ୍ୟତଃ ନଦୀ ଓ ଅନ୍ୟାନ୍ୟ ଜଳାଶୟକୁ ନିଷ୍କାସିତ ହୋଇଥାଏ । ଅଧିକାଂଶ ସମୟରେ ଏହି ବର୍ଜ୍ୟବସ୍ତୁ ଅପଘଟିତ ହୋଇ ନ ପାରିବାରୁ କୌଣସି ଜୀବର ଖାଦ୍ୟଭାବେ ବ୍ୟବହୃତ ହୋଇଥାଏ । ଫଳରେ ପ୍ରଖ୍ଯତିର ପୁନରୁଦ୍ଧାର ଏବଂ ପୁନଃସୃଷ୍ଟି ଚକ୍ରରେ ବ୍ୟାଘାତ ସୃଷ୍ଟି ହୁଏ । ନଦୀ ଜଳାଶୟ ବିଷାକ୍ତ ହୋଇଯାଏ ଓ ଜୀବନ ପାଇଁ ଅନୁକୂଳ ହୋଇ ନଥାଏ ।
Class 8 Social Science Chapter 1 Notes Odia Medium ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର-5

ଅର୍ଘ୍ୟ (Arghyam) : ସାଧାରଣତଃ ଜଳ ଅର୍ପଣ, ସୂର୍ଯ୍ୟଦେବତାଙ୍କୁ ସମ୍ମାନ ଓ କୃତଜ୍ଞତାର ପ୍ରତୀକ ଭାବେ କରାଯାଇଥାଏ ।

ପରିସଂସ୍ଥା (Ecosystem) : କୌଣସି ପ୍ରାକୃତିକ ପରିବେଶ ଅନ୍ତର୍ଗତ ସଜୀବ ଓ ନିର୍ଜୀବ ଉପାଦାନଗୁଡ଼ିକର ପାରସ୍ପରିକ ସମ୍ପର୍କ ଓ ନିର୍ଭରଶୀଳତାକୁ ପରିସଂସ୍ଥା କୁହାଯାଏ ।

ପ୍ରକୃତି ନିଜସ୍ଵ ଅନ୍ତର୍ନିହିତ ଢଙ୍ଗରେ କାର୍ଯ୍ୟକରେ । ଉଦାହରଣ ସରପ, କମଳା, ଵରୂପ, ବୃକ୍ଷମାନେ ପ୍ରାକୃତିକ ଭାବରେ ଯେତେବେଳେ ଏହିଭଳି ପ୍ରାକୃତିକ ପ୍ରକ୍ରିୟାଗୁଡ଼ିକ ମଣିଷ କଲ୍ୟାଣ କରେ, ମେ ଡାକ ‘ପରିସଂସ୍ଥା ସେବା’ କହିଥାଉ । ଆମେ ଏହାକୁ ଏପରି ଭାବରେ ଭାବିପାରିବା ଅମ୍ଳଜାନ ଉତ୍ପାଦନ ସେତେବେଳେ ଆମେ ତାକୁ

– ଜଙ୍ଗଲ ପ୍ରାକୃତିକ ଭାବରେ ଜଳକୁ ସ୍ୱଚ୍ଛ କରିବା, ମୃତ୍ତିକା କ୍ଷୟକୁ ରୋକିବା, ପ୍ରାଣୀମାନଙ୍କୁ ବାସସ୍ଥାନ ଯୋଗାଇବାକୁ ଆମେ ‘ପରିସଂସ୍ଥା କାର୍ଯ୍ୟ’ ବୋଲି କହିଥାଉ । ଯେତେବେଳେ ଆମେ ସେହି ଜଙ୍ଗଲ ଯୋଗୁଁ ସ୍ଵଚ୍ଛ ଜଳ, ଉର୍ବର ଚାଷଜମି ଏବଂ ପରାଗୀକୃତ ଫସଲରୁ ଉପକୃତ ହେଉ, ସେତେବେଳେ ଆମେ ପ୍ରକୃତିରୁ ‘ପରିସଂସ୍ଥା ସେବା’ ପାଇଥାଉ ।

ଗୋଟିଏ ପରିପକ୍ଵ ବୃକ୍ଷ ଦୈନିକ ପ୍ରାୟ ୨୭୫ ଲିଟର ଅମ୍ଳଜାନ ଉତ୍ପାଦନ କରିଥାଏ (ଏହି ଉତ୍ପାଦନ ବୃକ୍ଷର ପ୍ରକାର ଉପରେ ନିର୍ଭର କରି ଭିନ୍ନ ଭିନ୍ନ ହୋଇଥାଏ) । ଜଣେ ମନୁଷ୍ୟ ଦୈନିକ ପ୍ରାୟ ୩୫୦ ଲିଟର ଅମ୍ଳଜାନ ଆବଶ୍ୟକ କରିଥାଏ (ଏହି ଆବଶ୍ୟକତା ମନୁଷ୍ୟର ପରିଶ୍ରମ, ଉଚ୍ଚତା ଓ ଓଜନ ଭିତ୍ତିରେ ଅଲଗା ହୋଇଥାଏ) ।

ନବୀକରଣ ଅଯୋଗ୍ୟ ସମ୍ବଳ :
ଯେଉଁ ସମ୍ବଳଗୁଡ଼ିକ ସହଜରେ ସୃଷ୍ଟି ହୋଇନଥାଏ ବା ସୃଷ୍ଟି ପାଇଁ ବହୁବର୍ଷ ଲାଗିଥାଏ, ସେହି ପ୍ରକାର ସମ୍ବଳଗୁଡ଼ିକୁ ଆମେ ନବୀକରଣ ଅଯୋଗ୍ୟ ସମ୍ବଳ କହିଥାଉ । ଉଦାହରଣ– ଜୀବାଶ୍ମ ଇନ୍ଧନ (କୋଇଲା ଓ ପେଟ୍ରୋଲିୟମ୍), ଲୁହା, ତମ୍ବା ଓ ସୁନା ଭଳି ଖଣିଜ ଏବଂ ଧାତବ ପଦାର୍ଥ ।

ଭାରତରେ ଗଚ୍ଛିତ ଥ‌ିବା କୋଇଲା ଭଣ୍ଡାର ଆଉ ୫୦ ବର୍ଷ ପର୍ଯ୍ୟନ୍ତ ରହିପାରିବ ବୋଲି ଆକଳନ କରାଯାଉଛି ।

ପ୍ରାକୃତିକ ସମ୍ବଳଗୁଡ଼ିକର ବଣ୍ଟନ ଓ ଏହାର ପ୍ରଭାବ :
ପ୍ରାକୃତିକ ସମ୍ବଳଗୁଡ଼ିକ ପୃଥ‌ିବୀର ବିଭିନ୍ନ ସ୍ଥାନରେ କିମ୍ବା କୌଣସି ଦେଶ ଭିତରେ ସମାନ ଭାବରେ ବଣ୍ଟନ ହୋଇନଥାଏ ।

ଏହି ଅସମାନ ବଣ୍ଟନ ମାନ ବବସତି, ବାଣିଜ୍ୟର ପ୍ରକାର ଭେଦ, ଆନ୍ତର୍ଜାତୀୟ ସମ୍ପର୍କ ଓ ସଂଘର୍ଷକୁ ରୂପ ଦେଇଥାଏ । ପ୍ରାକୃତିକ ସମ୍ବଳ ଉପରେ ଅଧିକାର ସାବ୍ୟସ୍ତ ପାଇଁ ବିବାଦ ହୋଇଥାଏ ।

ପ୍ରାକୃତିକ ସମ୍ବଳ ମିଳୁଥିବା ସ୍ଥାନରେ ସ୍ଥାପିତ ଶିଳ୍ପାନୁଷ୍ଠାନଗୁଡ଼ିକ ସ୍ଥାନୀୟ ଲୋକମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଥାଏ ।
Class 8 Social Science Chapter 1 Notes Odia Medium ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର-6
ଏଗୁଡ଼ିକର ଚତୁଃପାର୍ଶ୍ଵରେ ସହର ଗଢ଼ି ଉଠିବା ସହିତ ଲୋକମାନଙ୍କର ଆର୍ଥିକ ଅବସ୍ଥା ଓ ଜୀବନଶୈଳୀ ଉନ୍ନତ ହୋଇଥାଏ ।

ଏପରିକି ବିକାଶ ନିମନ୍ତେ, ପୃଥ‌ିବୀର ସମ୍ବଳ ସମୃଦ୍ଧ ଅଞ୍ଚଳରୁ ଲୋକମାନଙ୍କୁ ବିସ୍ଥାପିତ ହେବାକୁ ପଡ଼ିଥାଏ ।

ଶିଳ୍ପାୟନ ତଥା ମାନବ ଜ୍ଞାନ ଦକ୍ଷତାର ସମନ୍ୱୟ ଯୋଗୁଁ ଅତି ଉଚ୍ଚ ମାନର ଇସ୍ପାତ ସୃଷ୍ଟି ହୋଇଥାଏ, ଯଥା ଉଷ୍ଟିଲ୍‌ (Wootz Steel) ।
Class 8 Social Science Chapter 1 Notes Odia Medium ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର-7
ଆମେ ଜାଣୁ ଯେ, ବୃହତ୍ ସାମ୍ରାଜ୍ୟର ବିକାଶକୁ ଅତୀତରେ ବାଣିଜ୍ୟ ହିଁ ଇନ୍ଧନ ଯୋଗାଇଥିଲା ।

ଆମ ଦେଶର କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ପୁଦୁଚେରୀ ରାଜ୍ୟମାନଙ୍କ ମଧ୍ୟରେ ଆଲୋଚନା ଓ ଦକ୍ଷତାପୂର୍ଣ୍ଣ ପରିଚାଳନାଦ୍ୱାରା କାବେରୀ ନଦୀର ଜଳକୁ ସୁଷମ ଭାବରେ ବର୍ଣ୍ଣନା କରାଯାଇପାରିଛି ।

ପ୍ରାକୃତିକ ସମ୍ବଳର ବିଲକ୍ଷଣ :
କେତେକ ଅଞ୍ଚଳ ପ୍ରାକୃତିକ ସମ୍ବଳରେ ସମୃଦ୍ଧ ଥ‌ିବା ସତ୍ତ୍ବେ ସେଠାରେ ଆର୍ଥିକ ଅଭିବୃଦ୍ଧି ଓ ବିକାଶର ଧାରା ମନ୍ଥର ହୋଇଥାଏ । ଫଳତଃ ଦେଶରେ ଅନେକ ସାମାଜିକ ଓ ଆର୍ଥିକ ସମସ୍ୟାମାନ ସୃଷ୍ଟି ହୋଇଥାଏ । ଏହି ପରିସ୍ଥିତିକୁ ଅର୍ଥନୀତିଜ୍ଞମାନେ ପ୍ରାକୃତିକ ସମ୍ବଳର ବିଲକ୍ଷଣ (Natural Resource Curse) କିମ୍ବା ପ୍ରଚୁରତାର ବିରୋଧାଭାସ (Paradox of Plenty) ବୋଲି କହିଥା’ନ୍ତି ।

ସମ୍ବଳର ସଂଗ୍ରହଣ ଓ ଏହାର ଧାରଣୀୟତା (Substainability) ମଧ୍ୟରେ ସନ୍ତୁଳନ ରକ୍ଷା ତଥାପି ଏକ ଆହ୍ୱାନ ହୋଇ ରହିଛି । ପ୍ରାକୃତିକ ସମ୍ବଳ ସମ୍ବନ୍ଧରେ ଯଥାର୍ଥ ଜ୍ଞାନ ଓ ଏହାର ସୁପରିଚାଳନା ବିଷୟରେ ଆମେ ପ୍ରଥମେ ଜାଣିବା ଦରକାର ।

ପ୍ରାକୃତିକ ସମ୍ବଳର ଦାୟିତ୍ଵସମ୍ପନ୍ନ ସୁବିନିଯୋଗ : ସୁରକ୍ଷିତ ପରିଚାଳନା :
ପ୍ରାକୃତିକ ସମ୍ବଳର ସୁବ୍ୟବସ୍ଥିତ ଉପଯୋଗଦ୍ଵାରା ନବୀକରଣ ଯୋଗ୍ୟ ସମ୍ବଳର ପୁନରୁଦ୍ଧାର ଓ ପୁନଃସୃଷ୍ଟି ଓ ନବୀକରଣ ଅଯୋଗ୍ୟ ସମ୍ବଳର ଯଥୋଚିତ ଓ ଦାୟିତ୍ଵସମ୍ପନ୍ନ ବ୍ୟବହାର ସମ୍ଭବ ହୋଇପାରିବ ।

ପ୍ରାକୃତିକ ସମ୍ବଳର ଦାୟିତ୍ୱହୀନ ବ୍ୟବହାରଦ୍ଵାରା ପ୍ରଦୂଷଣ, ଜୈବବିବିଧତାର କ୍ଷତି ଏବଂ ଜଳବାୟୁ ପରିବର୍ତ୍ତନ ଘଟୁଅଛି ।

ଜୈବ ବିବିଧତାର କ୍ଷତି (Biodiversity Loss) : ପୃଥିବୀରେ ଜୈବ ବିବିଧତାରେ ନିରରର ହ୍ରାସ ।

ନବୀକରଣ ଯୋଗ୍ଯ ସମ୍ବଳର ପୁନରୁଦ୍ଧାର ଓ ପୁନଃସୃଷ୍ଟି :
ଆମ ଦେଶର ଅନେକ ଚାଷୀ ଜଳସେଚନ ଉଦ୍ଦେଶ୍ୟରେ ଭୂତଳ ଜଳ ଉତ୍ତୋଳନ କରନ୍ତି । ଅନେକ ରାଜ୍ୟରେ ଅଧିକ ପରିମାଣରେ ଉତ୍ତୋଳନ ହେବା କାରଣରୁ ଭୂତଳ ଜଳସ୍ତର ପୁନଃଭରଣ ତୁଳନାରେ ଅଧ୍ବକ ନିମ୍ନଗାମୀ ହେଉଛି । ସମୟାନୁକ୍ରମେ ଭୂତଳ ଜଳର ଅଭାବ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହାର ଉପଲବ୍ଧତା ହ୍ରାସ ଯୋଗୁଁ ଜଳ ଉତ୍ତୋଳନ ବ୍ୟୟବହୁଳ ହେଉଛି ।

ଜଳ ଅମଳର ବିଭିନ୍ନ ପାରମ୍ପରିକ ପଦ୍ଧତି, ପୋଖରୀ ଓ ବିଭିନ୍ନ ଜଳାଶୟଗୁଡ଼ିକର ପୁନରୁଦ୍ଧାର, ଜଳର ଅପଚୟ ହ୍ରାସ, ପ୍ରକ୍ରିୟାକରଣ ଏବଂ ପୁନଃ ବ୍ୟବହାର ଭଳି କିଛି ରଣନୀତି ଗ୍ରହଣ କରାଯାଉଛି ।

ରାସାୟନିକ ସାର ଏବଂ କୀଟନାଶକର ଅନୁପଯୁକ୍ତ ବ୍ୟବହାର ଦ୍ଵାରା ମୃର୍ତ୍ତିକା ଅବକ୍ଷୟ ହେବ। ରେ ଲାଗିଛି ।
Class 8 Social Science Chapter 1 Notes Odia Medium ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର-8
ପାରମ୍ପରିକ କୃଷି ପଦ୍ଧତିରେ ଗୋବର ଓ ଅନ୍ୟାନ୍ୟ ପ୍ରାକୃତିକ ସାରର ବ୍ୟବହାର, ମୃତ୍ତିକା ଆଚ୍ଛାଦନ (Mulching), ବହୁଫସଲଭିଭିକ କୃଷି ପଦ୍ଧତି ମୃତ୍ତିକା ପରିଚାଳନାକୁ ବ୍ୟବସ୍ଥିତ କରିଥିଲା ।

ବର୍ଷ ମାନ ସମୟରେ ଆମକୁ ସେହି ପୁରୁଣା ପଦ୍ଧତିରେ ଚାଷ କରିବାକୁ ପଡ଼ିବ, ଯାହାଫଳରେ ମୃତ୍ତିକାକୁ ପୁନଃଭରଣ ପୁନଃର୍ଜୀବିତ କରି ଅବକ୍ଷୟରୁ ରୋକାଯାଇ ପାରିବ ।

ଭୂତଳ ଜଳର ଅତ୍ୟଧୁକ ବ୍ୟବହାର (Over Expolitation)

ପଞ୍ଜାବର ଏକ ଘଟଣା :
ପଞ୍ଜାବରେ ଭୂତଳ ଜଳର ଅଧ‌ିକ ବ୍ୟବହାର ଫଳରେ ସେଠାରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି । କାରଣ ଭୂତଳ ଜଳ ବ୍ୟବହାର କରାଯାଇ ସେଠାକାର ଉର୍ବର ସମତଳ ଭୂମିରେ ପ୍ରଚୁର ପରିମାଣରେ ଗହମ ଓ ଧାନ ଚାଷ କରାଯାଇଥାଏ ।

ଭାରତକୁ ଖାଦ୍ୟ ସ୍ଵାବଲମ୍ବୀ କରିବାରେ ପଞ୍ଜାବ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।

୧୯୬୦ ଦଶକରେ ପଞ୍ଜାବର ଚାଷୀମାନେ କୃଷିକ୍ଷେତ୍ରରେ ଗହମ ଓ ଧାନର ଉଚ୍ଚ ଅମଳକ୍ଷମ ବିହନ ବ୍ୟବହାର କରିବା ଫଳରେ ଅଧ‌ିକ ଜଳ ଆବଶ୍ୟକ କରୁଥିଲେ ।

ମଶାବକ ସବୁଜ ବିପ୍ଳବର ଏନ୍ତୁଡିଶାଳ କୁହାଯାଏ ।
ପଞ୍ଜାବରେ ଭୂତଳ ଜଳ ସ୍ତର ପ୍ରାୟ `୩୦ ମିଟର ତଳକୁ ଚାଲିଗଲାଣି । ଏହି ଜଳରେ କୀଟନାଶକ ଓ ସାରରୁ ରାସାୟନିକ ପଦାର୍ଥ ମିଶି ସ୍ଵାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଅଛି ।

Class 8 Social Science Chapter 1 Notes Odia Medium ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର

ପଞ୍ଜାବର ପ୍ରାୟ ୮୦ ପ୍ରତିଶତ ଅଞ୍ଚଳକୁ ‘ଅତ୍ୟଧ୍ଵକ ଶୋଷିତ’ ଅଞ୍ଚଳ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି ।
Class 8 Social Science Chapter 1 Notes Odia Medium ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର-9
ଏଥୁରୁ ଯାହା ଜଣାଯାଏ ଆମେ ଭୂତଳ ଜଳର ପୁନରୁଦ୍ଧାର ଏବଂ ସମ୍ଭାବ୍ୟ ପୁନଃସୃଷ୍ଟି ଅପେକ୍ଷା ଅଧ୍ବକ ଜଳ ଉତ୍ତୋଳନ ଓ ବ୍ୟବହାର କରୁଅଛୁ ।

ଏହି ଜଳ ସଙ୍କଟ ଅବସ୍ଥାକୁ ଦୀର୍ଘକାଳୀନ ପରିମାଣ ଓ ପ୍ରଭାବକୁ ସମାଧାନ କରିବା ପାଇଁ ଯଥେଷ୍ଟ ସମୟ ପ୍ରୟାସ ଲାଗିବ ।
Class 8 Social Science Chapter 1 Notes Odia Medium ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର-10
ପଞ୍ଜାବ ଏବଂ ଚଣ୍ଡିଗଡ଼ର ଜଳସ୍ତର ଗଭୀରତାର ମାନଚିତ୍ର ଜୁନ୍ ୨୦୨୨ (ଭୂସ୍ତରରୁ ଜଳର ଗଭୀରତା ମିଟରରେ)
Class 8 Social Science Chapter 1 Notes Odia Medium ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର-11
ସିମେଣ୍ଟ ପ୍ରସଙ୍ଗ :
ସିମେଣ୍ଟ ବିନା ଜୀବନ ଅକଳ୍ପନୀୟ । ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ ସିମେଣ୍ଟର ବ୍ୟବହାର ବହୁଳ ମାତ୍ରାରେ କରାଯାଉଛି ।

ସିମେଣ୍ଟ ଶିଳ୍ପକୁ ସବୁଠାରୁ ପ୍ରଦୂଷଣକାରୀ ଶିଳ୍ପ ଭାବରେ ବିବେଚନା କରାଯାଇଥାଏ ।

ସିମେଣ୍ଟ ଉତ୍ପାଦନ ପ୍ରକ୍ରିୟାରେ କାରଖାନାରୁ ବାହାରୁଥିବା ସୂକ୍ଷ୍ମ ଧୂଳି ଆମର ତଥା ପଶୁମାନଙ୍କର ଫୁସ୍‌ଫୁସ୍‌ରେ ପ୍ରବେଶ କରି କ୍ଷତି ଘଟାଇଥାଏ ।

ଏହାଛଡ଼ା ଏହି ଧୂଳି ଗଛର ପତ୍ର ଉପରେ ଜମା ହୋଇ ସେମାନଙ୍କର ଉତ୍ପାଦନ ହ୍ରାସ କରେ ଏବଂ ମୃତ୍ତିକା ଓ ଜଳ ପ୍ରଦୂଷଣ କରିଥାଏ ।

ପ୍ରଦୂଷଣକୁ ଅତି କମ୍ ବା ଦୂର କରିବା ପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସିମେଣ୍ଟ କାରଖାନା ନିମନ୍ତେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି ।
Class 8 Social Science Chapter 1 Notes Odia Medium ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର-12
ବିକଳ୍ପ ସାମଗ୍ରୀର ବ୍ୟବହାର ମାଧ୍ୟମରେ ପ୍ରଦୂଷଣ ହ୍ରାସ କରିବାପାଇଁ ପଦକ୍ଷେପ ନିଆଯାଉଛି । ଏଥୁରେ ପଥର ଓ ମାଟି ବା କର୍ଦ୍ଦମ ପରି ପାରମ୍ପରିକ ସାମଗ୍ରୀ, ଉଭିଦ ଆଧାରିତ ନୂତନ ସାମଗ୍ରୀ ଏବଂ ବର୍ଜ୍ୟ ପ୍ଲାଷ୍ଟିକ୍‌ରୁ ସୃଷ୍ଟି ନୂତନ ସାମଗ୍ରୀର ବ୍ୟବହାର ଅନ୍ତର୍ଭୁକ୍ତ ।

ପୁଦୁଚେରୀରେ ଥ‌ିବା ଆରୋଭିଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଆଧୁନିକ କୋଠା ବିଶେଷ କୌଶଳ ବ୍ୟବହାର କରାଯାଇ କାଦୁଅରେ ନିର୍ମାଣ କରାଯାଇଛି ।

ଏବେ ପାରମ୍ପରିକ ଦ୍ରବ୍ୟ ଓ ପଦ୍ଧତିଗୁଡ଼ିକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ମିଶାଇ କମ୍ ପ୍ରଦୂଷଣକାରୀ ଓ ଧାରଣୀୟ ସାମଗ୍ରୀ ସୃଷ୍ଟି କରାଯାଉଛି । ଏହାଦ୍ଵାରା ସ୍ଥାନୀୟ ନିଯୁକ୍ତି ସୃଷ୍ଟି ହେବା ସହ ସେହି ସ୍ଥାନର ଜଳବାୟୁ ପ୍ରତି ଧ୍ୟାନ ଦିଆଯାଇପାରୁଛି ।

ବୃକ୍ଷାୟୁର୍ବେଦ :
ବୃକ୍ଷାୟୁର୍ବେଦ (ବୃକ୍ଷ + ଆୟୁର୍ବେଦ) ଏକ ପ୍ରାଚୀନ ଭାରତୀୟ ଉଭିଦ ବିଜ୍ଞାନ । ଏଥ‌ିରେ ବୃକ୍ଷ ଓ ଉଭିଦ ସମ୍ବନ୍ଧରେ ଅଧ୍ୟୟନ ଏବଂ ଯନ୍ ଉପରେ ଗୁରୁତ୍ଵ ଦିଆଯାଇଥାଏ ।

ଏହି ଶବ୍ଦଟି ସଂସ୍କୃତରୁ ଆସିଛି । ବୃକ୍ଷର ଅର୍ଥ ହେଉଛି ଗଛ ଓ ଆୟୁର୍ବେଦର ଅର୍ଥ ହେଉଛି ଜୀବନ କିମ୍ବା ସ୍ଵାସ୍ଥ୍ୟର ବିଜ୍ଞାନ । ଏହି ପାରମ୍ପରିକ ଜ୍ଞାନ ପ୍ରଣାଳୀ ହଜାର ହଜାର ବର୍ଷର ପୁରୁଣା ।

ଏହା ପ୍ରାୟ ଦଶମ ଶତାବ୍ଦୀରେ ସୁରପାଳଙ୍କ ବୃକ୍ଷାୟୁର୍ବେଦ ଗ୍ରନ୍ଥରେ ଆନୁଷ୍ଠାନିକ ଭାବେ ପ୍ରକାଶିତ ହୋଇଥିଲା ।
ବୃକ୍ଷାୟୁର୍ବେଦରେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି; ଯଥା :-
(କ) ମୃଭିକା ଭିଭିରେ ବୃକ୍ଷରୋପଣ,
(ଖ) ବିହନ ସଂଗ୍ରହ ଓ ବିତରଣ,
(ଗ) ପ୍ରାକ୍ ଚାରାରୋପଣ,
(ଘ) ଋତୁଭିଭିରେ ଜଳସେଚନର କୌଶଳ,
(ଙ) ଫସଲ ହାନିକାରକ କୀଟ ପରିଚାଳନା ରଣନୀତି ।

ବୃକ୍ଷାୟୁର୍ବେଦରେ ଦିଆଯାଇଥିବା ପରାମର୍ଶଗୁଡ଼ିକ ହେଲା :-
(କ) ପର୍ଯ୍ୟାୟଭିତ୍ତିକ କୃଷି ଓ ମିଶ୍ରିତ କୃଷି କିପରି କରାଯାଇପାରିବ ।
(ଖ) ମାଟିର ଆର୍ଦ୍ରତା ବଜାୟ ରଖୁବାର ଉପାୟ ।
(ଗ) କବକ, ବ୍ୟାକ୍ଟେରିଆ, ଜିଆ ବା କେଞ୍ଚୁଆ ଭଳି ଜୀବନ୍ତ ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି କରିବାର ଉପାୟ ଇତ୍ୟାଦି ।

ସିକିମ୍‌ର ଏକ ଘଟଣା :
ସିକିମ୍ରେ ପେମାଙ୍କ ପାରି ବାରି କ କୃଷିଫାର୍ମରେ ବ୍ୟୟବହୁଳ ରାସାୟନିକ ପଦାର୍ଥର ବ୍ୟବହାର ସତ୍ତ୍ଵେ ଅମଳ କ୍ରମଶଃ ହ୍ରାସ ପାଇଲା ଓ ଋଣଭାର ଯୋଗୁଁ ସେମାନେ ଚାପଗ୍ରସ୍ତ ହୋଇଥିଲେ । ରାଜ୍ୟ ସରକାର ସାରା ରାଜ୍ୟରେ ଜୈବିକ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ନୀତି ଘୋଷଣା କଲା ପରେ, ପେମାଙ୍କ ପରିବାର ଏହି ପଦ୍ଧତିକୁ ଆପଣେଇବାକୁ ନିଷ୍ପତ୍ତି ନେଲେ ।
Class 8 Social Science Chapter 1 Notes Odia Medium ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର-13
ପ୍ରଥମେ ପ୍ରଥମେ ଏହି ନୀତିକୁ ଆପଣେଇବା ତାଙ୍କ ପାଇଁ ଏତେଟା ସହଜ ନଥିଲା । କାରଣ ବର୍ଷ ବର୍ଷ ଧରି ରାସାୟନିକ ପଦାର୍ଥର ବ୍ୟବହାର ଜନିତ ଅବକ୍ଷୟଗତ ମୃତ୍ତିକାର ପୁନରୁଦ୍ଧାର ଧୀରେଧୀରେ ହେଉଥିଲା । ଫଳତଃ ଅମଳ ଆଶାନୁରୂପକ ହେଉନଥିଲା ।

ପେମାଙ୍କ ପରିବାର ଗୋବର ଖତ ଓ ନିମ, ରସୁଣ ଆଦିରୁ ପ୍ରସ୍ତୁତ ପ୍ରାକୃତିକ କୀଟନାଶକ ବ୍ୟବହାର କରି ବର୍ଷସାରା ଅନେକ ପ୍ରକାରର ଫଳଚାଷ କଲେ । ସେ ତାଙ୍କର ଅଳେଇଚ, ଅଦା ଏବଂ ପାରମ୍ପରିକ ପନିପରିବା ସଠିକ୍ ମୂଲ୍ୟରେ ବିକ୍ରିକରି ଲାଭବାନ ହେଲେ ।

୨୦୧୬ ମସିହାଠାରୁ ସିକିମ୍ ଶତ ପ୍ରତିଶତ ଜୈବିକ କୃଷି ରାଜ୍ୟରେ ପରିଣତ ହୋଇଅଛି । ଏହା ମଧ୍ୟ ବିଶ୍ଵରେ ଏକ ଆଦର୍ଶ କୃଷି ରାଜ୍ୟର ମାନ୍ୟତା ପାଇଅଛି ।

ସମ୍ବଳର ଦାୟିତ୍ଵପୂର୍ଣ୍ଣ ଓ ଯଥୋଚିତ ବ୍ୟବହାର :
ନବୀକରଣ ଅଯୋଗ୍ୟ ସମ୍ବଳ କ୍ଷେତ୍ରରେ ଆମକୁ ସ୍ଥାୟୀ ବିକଳ୍ପ ସମ୍ବଳ ଖୋଜିବା ପର୍ଯ୍ୟନ୍ତ ଗଚ୍ଛିତ ସମ୍ବଳର ଦୀର୍ଘସ୍ଥାୟୀ ବ୍ୟବହାର ନିଶ୍ଚିତ କରିବାକୁ ପଡ଼ିବ ।

ଆମକୁ ଯଥାସମ୍ଭବ ଅଧ୍ଯକରୁ ଅଧ‌ିକ ଚାହିଦା ପୂରଣ କରିବା ନିମନ୍ତେ ନବୀକରଣୀୟ ଶକ୍ତିର ଉତ୍ସ ଉପରେ ନିର୍ଭର କରିବାକୁ ହେବ ।
Class 8 Social Science Chapter 1 Notes Odia Medium ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର-14
ରାଜସ୍ଥାନରେ ବିଶ୍ଵର ସର୍ବବୃହତ୍ ଏକ ସୌର ପାର୍କ ନିର୍ମାଣ କରାଯାଇଛି । ଏହା ବର୍ତ୍ତମାନ ରାଜସ୍ଥାନର ବିଦ୍ୟୁତ୍ ଚାହିଦାର ୧୫% ବିଦ୍ୟୁତ୍ ଉତ୍ପାଦନରେ ସକ୍ଷମ ହୋଇପାରିଛି ।

ଆନ୍ତର୍ଜାତୀୟ ସୌର ମେଣ୍ଟ– ନବୀକରଣ ଯୋଗ୍ୟ ଶକ୍ତିରେ ଭାରତର ନେତୃତ୍ଵ :
୨୦୧୫ ମସିହାରେ ଭାରତ ଓ ଫ୍ରାନ୍ସ ମିଶି ସୌର ଶକ୍ତି ପାଇଁ ଏକ ଆନ୍ତର୍ଜାତୀୟ ମେଣ୍ଟ (IASE International Alliance for Solar Energy) ଗଠନ କରିଥିଲେ । ସୌର ରଶ୍ମି ରେ ସମୃଦ୍ଧ ଦେଶଗୁଡ଼ିକର ସୌରଶକ୍ତି ବ୍ୟବହାର ପାଇଁ ପ୍ରତିବଦ୍ଧତା ଏହି ମେଣ୍ଟର ଉଦ୍ଦେଶ୍ୟ ଥିଲା ।
Class 8 Social Science Chapter 1 Notes Odia Medium ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର-15
ଭାଡ଼ଲା ସୌର ପ୍ରକଳ୍ପ (Bhadla Solar Park) ଭାରତର ସୌର ମହତ୍ତ୍ଵାକାଂକ୍ଷାର ଏକ ଉଜ୍ଜ୍ଵଳ ପ୍ରତୀକ ।

ଶିଳ୍ପାୟନ ଓ ଜୀବାଶ୍ମ ଇନ୍ଧନର ବହୁଳ ବ୍ୟବହାର ଯୋଗୁଁ ବାୟୁମଣ୍ଡଳ ଅଧିକରୁ ଅଧ‌ିକ ପ୍ରଦୂଷିତ ହେଉଅଛି । ଏହି ବିପଭିରୁ ନିଜକୁ ରକ୍ଷା କରିବାରେ ଅସମର୍ଥ ‘ଲୋକମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି ।

ପ୍ରକୃତି ସହିତ ଆମର ନିବିଡ଼ ସମ୍ପର୍କ ଅତୀତରୁ ରହି ଆସିଛି । ତେଣୁ ପ୍ରାକୃତିକ ସମ୍ବଳର ସୁରକ୍ଷା, ସ୍ଥାୟିତ୍ଵ, ପୁନଃସୃଷ୍ଟି, ପୁନରୁଦ୍ଧାର ଓ ପରିଚାଳନାରେ ଆମକୁ ଯଦ୍‌ବାନ ହେବା ନିହାତି ଜରୁରୀ ହୋଇପଡ଼ିଛି ।

ଆମେ ଯାହା ଜାଣିଲୁ

  1. ପ୍ରକୃତିରେ ଦେଖାଯାଉଥ‌ିବା ସାମଗ୍ରୀ ଓ ପଦାର୍ଥଗୁଡ଼ିକ ପ୍ରାକୃତିକ ସମ୍ବଳ ଓ ଏଗୁଡ଼ିକ ମାନବ ଜାତି ପାଇଁ ମୂଲ୍ୟବାନ ଅଟେ ।
  2. ସମ୍ବଳକୁ ମୁଖ୍ୟତଃ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ, ଯଥା – ନବୀକରଣ ଯୋଗ୍ୟ ଓ ନବୀକରଣ ଅଯୋଗ୍ୟ ସମ୍ବଳ ।
  3. ପ୍ରଯୁକ୍ତି ବିଦ୍ୟା ଓ ଦକ୍ଷତା ବିକାଶ ମାଧ୍ୟମରେ ଆମେ ‘‘ସମ୍ବଳର ବିଲକ୍ଷଣ’’ ସମସ୍ୟାର ସମାଧାନ କରିପାରିବା ।
  4. ନବୀକରଣ ଯୋଗ୍ୟ ସମ୍ବଳର ବ୍ୟବହାର ମାତ୍ରା ଯେପରି ଅଧ୍ବକ ନହୁଏ, ସେ ବିଷୟରେ ଆମେ ସତର୍କ ରହିବା ଦରକାର । ନବୀକରଣ ଅଯୋଗ୍ୟ ସମ୍ବଳର ଯଥୋଚିତ ଓ ଦାୟିତ୍ଵପୂର୍ଣ୍ଣ ବ୍ୟବହାର କରିବାକୁ ପଡ଼ିବ, ଯାହାଦ୍ଵାରା ଏହାକୁ ଆମେ ବହୁବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିପାରିବା ।

ଇତିହାସର ଅନ୍ଧକାରମୟ ସମୟ ଉପରେ ଏକ ଟିପ୍ପଣୀ :
ଇତିହାସକୁ ପଢ଼ିଲେ ଆମେ ଆମ ଅତୀତକୁ ଜାଣିବା । ଅତୀତକୁ ଜାଣିବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ, କାରଣ ଅତୀତ ଆମ ସହିତ ରହିଛି ଓ ବର୍ତ୍ତମାନକୁ ଜନ୍ମ ଦେଇଛି । ଭବିଷ୍ୟତ ଅନ୍ଧକାରମୟ, ଅତୀତର ପାହାଚରେ ଠିଆ ହୋଇ ଆମେ ଭବିଷ୍ୟତ ସ୍ଵପ୍ନ ଦେଖ‌ିବା । ଅତୀତରେ ଅନେକ ଯୁଦ୍ଧ, ଲାଞ୍ଛନା, ଧର୍ମାନ୍ଧତା, ରକ୍ତପାତ ଇତ୍ୟାଦି ବିଭୀଷିକାମାନ ସମଗ୍ର ସମାଜ ବା ଦେଶ ଉପରେ ଦୁଃଖ-ଦୁର୍ଦ୍ଦଶାର ବାଦଲ ସୃଷ୍ଟି କରିଥିଲା ।

Class 8 Social Science Chapter 1 Notes Odia Medium ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର

ଅତୀତରେ’ ଘଟିଥିବା ଦୁଃଖଦ ଘଟଣାର ବୃଦ୍ଧି ପାଇଁ ଦାୟୀ କାରଣଗୁଡ଼ିକୁ ନିରପେକ୍ଷ ଭାବରେ ଅଧ୍ୟୟନ କରିବା ଗୁରୁତ୍ଵପୂର୍ଣ୍ଣ ଅଟେ । କୌଣସି ଦୁର୍ଘଟଣା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବଂଶଧରଙ୍କୁ ଦୋଷ ନଦେଇ, ଏହି ଦୁଃଖଦ ଘଟଣାର ବୃଦ୍ଧି ପାଇଁ ଦାୟୀ କାରଣୁଡ଼ିକୁ ନିରପେକ୍ଷ ଭାବରେ ଅଧ୍ୟୟନ କରିବା ଗୁରୁତ୍ଵପୂର୍ଣ୍ଣ ଅଟେ । ଦ୍ଵିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ କ୍ରୂର ଶାସକ ଆଡ଼ଲଫ୍ ହିଟଲରଙ୍କ ହିଟଲରୀ ଶାସନ ଅନେକଙ୍କୁ ମୃତ୍ୟୁ ମୁଖକୁ ଠେଲି ନେଇଥିଲା । ତାଙ୍କର ଅମାନବୀୟ ବ୍ୟବହାର ଓ ଅଧୂକୃତ ରାଷ୍ଟ୍ରଗୁଡ଼ିକୁ ନିଷ୍ଠର ଭାବେ ଶାସନ କରି ସେ ଅନେକଙ୍କ ନିନ୍ଦାର ପାତ୍ର ହୋଇଥିଲେ । ନାଜି ଚିନ୍ତାଧାରା ଫଳରେ ଅନେକ ନିରୀହ ବ୍ୟକ୍ତିଙ୍କ ଜୀବନର ଅନ୍ତ ଘଟିଥିଲା ।

ନିଷ୍ଠର ହିଂସା, ଦମନମୂଳକ କୁଶାସନ, ଦୁର୍ବାର କ୍ଷମତା ଲାଳସା ଆଦି ଯନ୍ତ୍ରଣା ଲାଘବ କରିବା ଓ ସମ୍ଭବତଃ, ଏସବୁ ଭବିଷ୍ୟତରେ ଯେପରି ସ୍ଥାନ ନପାଏ; ସେଥ‌ିପାଇଁ ଧ୍ୟାନ ଦେବା ଉଚିତ ହେବ ।