CHSE Odisha Class 12 Psychology Unit 5 Objective Questions in Odia Medium

Odisha State Board CHSE Odisha Class 12 Psychology Solutions Unit 5 ମନୋବିଜ୍ଞାନରେ ପରିସଂଖ୍ୟାନର ବ୍ୟବହାର Objective Questions.

CHSE Odisha 12th Class Psychology Unit 5 Objective Questions in Odia Medium

ନିମ୍ନୋକ୍ତ ପ୍ରତ୍ୟେକ ପ୍ରଶ୍ନର କେତେଗୁଡ଼ିଏ ସମ୍ଭାବ୍ୟ ଉତ୍ତର ତଳେ ଦିଆଯାଇଛି । ଉପଯୁକ୍ତ ଉତ୍ତର ବାଛି ଲେଖ ।

୧। ନିମ୍ନ ତଥ୍ୟମାନଙ୍କ ମଧ୍ୟରୁ କେଉଁଟି ସାଂଖ୍ୟକ ତଥ୍ୟ ନୁହେଁ ?
(i) kg ଚିନି
(ii) ଅମାପ ଧନ
(iii) ଚତୁର୍ଥ ଶ୍ରେଣୀ କର୍ମଚାରୀ
(iv) ଗୋଟିଏ ହ୍ରଦ
Answer:
(ii) ଅମାପ ଧନ

୨। କେଉଁଟି ନିଶ୍ଚୟ ଏକ ଅଶୋଧୃତ ଫଳାଙ୍କ ସାରଣୀ ?
(i) 5, 8, 9, 9
(ii) 3, 8, 2, 6
(iii) 8, 6, 4, 2
(iv) 3, 4, 5, 6
Answer:
(ii) 3, 8, 2, 6

୩। ପରିସଂଖ୍ୟାନ ଏକ କି ପ୍ରକାର ବିଜ୍ଞାନ ?
(i) କୃଷି ବିଜ୍ଞାନ
(ii) ମନୋବିଜ୍ଞାନ
(iii) ରାଷ୍ଟ୍ର ବିଜ୍ଞାନ
(iv) ସିଦ୍ଧାନ୍ତ ବିଜ୍ଞାନ
Answer:
(iv) ସିଦ୍ଧାନ୍ତ ବିଜ୍ଞାନ

CHSE Odisha Class 12 Psychology Unit 5 Objective Questions in Odia Medium

୪। କେଉଁଟି ଏକ ଦୈର୍ଘ୍ୟ ସମ୍ବନ୍ଧୀୟ ଲକ୍ତାଙ୍କ ନୁହେଁ ?
(i) 50 k.m ଦୂରତା
(ii) 5 ଫୁଟ୍ 6 ଇଞ୍ଚ ଉଚ୍ଚତା
(iii) 2 ଘନମିଟର ପାଣି
(iv) 18 ବର୍ଷ ଓ ମାସ ବୟସ
Answer:
(iv) 18 ବର୍ଷ 3 ମାସ ବୟସ

୫। ବେଶୀ ଲଜ୍ଜାଙ୍କ ବିଶିଷ୍ଟ ତଥ୍ୟାବଳୀରୁ କି ପ୍ରକାର ସାରଣୀ ପ୍ରସ୍ତୁତ କରିବା ଉଚିତ୍ ?
(i) ଭାଗ ବିଭକ୍ତ ବାରମ୍ବାରତା ସାରଣୀ
(ii) ସରଳ ସାରଣୀ
(iii) ବାରମ୍ବାରତା ସାରଣୀ
(iv) ଅଶୋଧୃତ ତଥ୍ୟ ସାରଣୀ
Answer:
(i) ଭାଗ ବିଭକ୍ତ ବାରମ୍ବାରତା ସାରଣୀ

୬। 24 -30, 30 – 36 ଭାଗ ବିଭକ୍ତ ସାରଣୀରେ 30 – 36 ସମ୍ଭାଗର ମଧ୍ୟବିନ୍ଦୁ କେତେ ?
(i) 32
(ii) 32.5
(iii) 33
(M) 33.5
Answer:
(iii) 33

୭। 24-30, 31-37 ଭାଗ ବିଭକ୍ତ ସାରଣୀର ସମ୍ଭାଗ ବିସ୍ତାର କେତେ ?
(i) 6
(ii) 6.5
(iii) 7
(iv) 7.5
Answer:
(iii) 7

୮। ଭାଗ ବିଭକ୍ତ ସାରଣୀର ସମ୍ଭାଗ ବିସ୍ତାର କେତେ ?
(i) 20-24, 25-29
(ii) 20-25, 25-30
(iii) 20-25, 26-31
(iv) 19.5-24.5, 24.5-29.5
Answer:
(iii) 20-25, 26-31

୯। ଏକ ଭାଗ ବିଭକ୍ତ ସାରଣୀରେ ସର୍ବନିମ୍ନ ସମ୍ଭାଗର ମଧ୍ୟବିନ୍ଦୁ 22 ଓ ସମ୍ଭାଗ ବିସ୍ତାର 25 ହେଲେ ନିମ୍ନରୁ ଚତୁର୍ଥ ସମ୍ଭାଗର ମଧ୍ୟବିନ୍ଦୁ କେତେ ?
(i) 26
(ii) 42
(iii) 37
(iv) 44
Answer:
(iii) 37

CHSE Odisha Class 12 Psychology Unit 5 Objective Questions in Odia Medium

୧୦। ପ୍ରଥମ n ସଂଖ୍ୟକ ଗଣନ ସଂଖ୍ୟାର ମାଧ୍ୟମାନ କେତେ ?
(i) \(\frac{n(n+1)}{2}\)
(ii) \(\frac{\mathrm{n}}{2}+1\)
(iii) \(\frac{\mathrm{n}+1}{2}\)
(iv) \(\frac{n(n-1)}{2}\)
Answer:
(iii) \(\frac{\mathrm{n}+1}{2}\)

୧୧। M ମାଧ୍ୟମାନ ବିଶିଷ୍ଟ 10 ଟି ଲଜ୍ଜାଙ୍କ ମଧ୍ୟରୁ ପ୍ରତ୍ୟେକକୁ 5 ବଢ଼ାଇଦେଲେ ନୂତନ ଲଜ୍ଜାଙ୍କ 10 ଟିର ମାଧ୍ୟମାନ କେତେ ହେବ ?
(i) M
(ii) M-5
(iii) M+5
(iv) 5m
Answer:
(iii) M + 5

୧୨। M ମାଧ୍ୟମାନ ବିଶିଷ୍ଟ 15 ଟି ସଂଖ୍ୟା ମଧ୍ୟରୁ ପ୍ରତ୍ୟେକକୁ ଦୁଇଗୁଣ କଲେ ନୂତନ ଲଚ୍ଛାଙ୍କମାନଙ୍କର ମାଧ୍ଯମାନ କେତେ ହେବ ?
(i) M
(ii) 2M
(iii) \(\frac{\mathrm{M}}{2}\)
(iv) \(\frac{\mathrm{2}}{M}\)
Answer:
(ii) 2M

୧୩। ଯଦି 5 ଜଣ ବାଳକଙ୍କର ମାଧ୍ୟମାନ ବୟସ 7 ଓ 5 ଜଣ ବାଳିକାଙ୍କର ମାଧ୍ୟମାନ ବୟସ 5 ହୁଏ ତେବେ ସମସ୍ତ ବାଳକ ବାଳିକାଙ୍କର ମାଧ୍ୟମାନ ବୟସ କେତେ ହେବ ?
(i) 5
(ii) 6
(iii) 7
(iv) 10
Answer:
(ii) 6

୧୪। 10 ଥର ଖେଳି ଜଣେ କିକ୍ରେଟ ଖେଳାଳୀ ନିମ୍ନରେ ଥ‌ିବା ରନ୍ ସଂଗ୍ରହ କରିଛନ୍ତି 47, 41, 50, 39, 45, 48, 42, 32, 60, 20 । ତାଙ୍କ ରନ୍‌ର ମାଧ୍ୟମାନ କେତେ ?
(i) 48.8
(ii) 42.4
(iii) 38. 6
(iv) 45.2
Answer:
(ii) 42.4

CHSE Odisha Class 12 Psychology Unit 5 Objective Questions in Odia Medium

୧୫। ପ୍ରଥମ ୨୦ଟି ଗଣନ ସଂଖ୍ୟାର ମଧ୍ୟମା କେତେ ?
(i) 10.5
(ii) 10
(iii) 11
(iv) 9.5
Answer:
(i) 10.5

୧୬। Md ମଧ୍ୟମା ବିଶିଷ୍ଟ 20 ଟି ଲବ୍ଧଙ୍କ ମଧ୍ୟରୁ ପ୍ରତ୍ୟେକକୁ 5 ବଢ଼ାଇଦେଲେ ନୂତନ 20ଟି ଲବ୍ଧଙ୍କଗୁଡ଼ିକର ମଧ୍ୟମା କେତେ ହେବ ?
(i) Md
(ii) Md-5
(iii) Md+5
(iv) \(\frac{\mathrm{Md}}{5}\)
Answer:
(iii) Md+5

୧୭। Md ମଧ୍ୟମା ବିଶିଷ୍ଟ 16ଟି ଲବ୍‌ଧାଙ୍କ ମଧ୍ୟରୁ ପ୍ରତ୍ୟେକକୁ ଓଗୁଣ କଲେ ନୂତନ ଲବ୍‌ଧାଙ୍କମାନଙ୍କର ମଧ୍ୟମା କେତେ ହେବ ?
(i) 3 Md
(iii) Md/3
(ii) 3/Md
(iv) Md
Answer:
(i) 3 Md

୧୮। ଯଦି 5 ଜଣ ବାଳକଙ୍କର ମଧ୍ୟମା ବୟସ 7 ଓ 5 ଜଣ ବାଳିକାଙ୍କର ମଧ୍ୟମା ବୟସ 5 ହୁଏ, ତେବେ ସମସ୍ତ ବାଳକ ବାଳିକାଙ୍କର ମଧ୍ୟମା ବୟସ କେତେ ହେବ ?
(i) 12
(ii) 2
(iii) 6
(iv) ନିର୍ମେୟ ନୁହେଁ
Answer:
(iv) ନିର୍ଦେୟ ନୁହେଁ

୧୯। ନଅ ଥର ଖେଳି ଜଣେ କ୍ରିକେଟଖେଳାଳୀ ସଂଗ୍ରହ କରିଥିବା ରନ୍‌ଗୁଡ଼ିକ ତଳେ ଦିଆଯାଇଛି। ଏହାର ମଧ୍ୟମା କେତେ ?
47, 41, 50, 39, 45, 48, 42, 32, 60
(i) 45
(ii) 48
(iii) 42.5
(iv) 50
Answer:
(i) 45

CHSE Odisha Class 12 Psychology Unit 5 Objective Questions in Odia Medium

୨୦। ପ୍ରଥମ ଦଶଟି ଗଣନ ସଂଖ୍ୟାର ଗରିଷ୍ଠତା କେତେ ?
(i) 5
(ii) 6
(iii) 10
(iv) ନିଷ୍କ୍ରିୟ ନୁହେଁ
Answer:
(iv) ନିଶ୍ଚୟ ନୁହେଁ

୨୧। 20 ଗରିଷ୍ଠକ ଥିବା ଏକ ତଥ୍ୟାବଳୀର ପ୍ରତ୍ୟେକ ଲଚ୍ଛାଙ୍କରେ 5 ଯୋଗକଲେ ନୂତନ ତଥ୍ୟାବଳୀର ଗରିଷ୍କକ କେତେ ହେବ ?
(i) 15
(ii) 20
(iii) 25
(iv) 100
Answer:
(iii) 25

୨୨। Mo ଗରିଷ୍ଠଙ୍କ ବିଶିଷ୍ଟ ଲବ୍‌ଧାଙ୍କମାନଙ୍କୁ 5 ଗୁଣ କଲେ ନୂତନ ତଥ୍ୟାବଳୀର ଗରିଷ୍ଠକ କେତେ ହେବ ?
(i) \(\frac{\mathrm{Mo}}{5}\)
(ii) Mo +5
(iii) Mo
(iv) 5X Mo
Answer:
(iv) 5X Mo

୨୩। ଦତ୍ତ ତଥ୍ୟାବଳୀର ଗରିଷ୍କକ କେତେ ?
5, 6, 8, 7, 9, 7, 9, 10, 10, 9, 12, 11, 12
(i) 9
(ii) 8
(iii) 10
(iv) 12
Answer:
(i) 9

୨୪। ଯଦି 15 ଜଣ ବାଳକଙ୍କର ଗରିଷ୍ଠକ ବୟସ 8 ଓ 30 ଜଣ ବାଳିକାଙ୍କର ଗରିଷ୍ଠକ ବୟସ 8 ହୁଏ ତେବେ ଉଭୟ ବାଳକ ଓ ବାଳିକାଙ୍କର ଗରିଷ୍କକ ବୟସ କେତେ ?
(i) 16
(ii) 8
(iii) 24
(iv) 4
Answer:
(ii) 8

୨୫। ପ୍ରତ୍ୟେକ ସମ୍ଭାଗ ଏହାର ନିମ୍ନ ସୀମାଠାରୁ ଊର୍ଦ୍ଧ୍ୱସୀମା ପର୍ଯ୍ୟନ୍ତ ବିସ୍ତୃତ । ଏହାକୁ କ’ଣ କୁହାଯାଏ ?
(i) ବାରମ୍ବାରତା
(ii) ସମ୍ଭାଗ ବିସ୍ତାର
(iii) ତଥ୍ୟାବଳୀର ବିସ୍ତାର
(iv) ବାରମ୍ବାରତା ବିତରଣ
Answer:
(ii) ସମ୍ଭାଗ ବିସ୍ତାର

CHSE Odisha Class 12 Psychology Unit 5 Objective Questions in Odia Medium

ଶୂନ୍ୟସ୍ଥାନ ପୂରଣ କର
ପ୍ରତ୍ୟେକ ପ୍ରଶ୍ନତଳେ କେତେଗୁଡ଼ିଏ ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।

୧। ଯେଉଁ ଫଳାଙ୍କ ଏକ ସଂଖ୍ୟାମାଳାକୁ ଠିକ୍ ଦୁଇ ଭାଗରେ ବିଭକ୍ତ କରେ ତାହା _________________ ରୂପେ ପରିଚିତ ।
(i) ମଧ୍ୟକ
(ii) ମଧ୍ୟମା
(iii) ଗରିଷ୍ଠକ
(iv) ବାରମ୍ବାରତା
Answer:
(ii) ମଧ୍ୟମା

୨। ଏକ ସଂଖ୍ୟାମାଳାର ବାରମ୍ବାର ଘଟୁଥିବା ଫଳାଙ୍କକୁ _______________ କୁହାଯାଏ ।
(i) ଗରିଷ୍ଠକ
(ii) ମାଧ୍ୟମାନ
(iii) ମଧ୍ୟମା
(iv) ରାଶିକୃତ ବାରମ୍ବାରତା
Answer:
(i) ଗରିଷ୍ଠକ

୩। ଏକ ସଂଖ୍ୟାମାଳାର ___________________ ସର୍ବୋତ୍କୃଷ୍ଟ କେନ୍ଦ୍ରୀୟ ପ୍ରବଣତାର ପରିମାପକ ଅଟେ ।
(i) ମଧ୍ୟକ
(ii) ମଧ୍ୟମା
(iii) ଗରିଷ୍ଠକ
(iv) ବିଚ୍ୟୁତି
Answer:
(i) ମଧ୍ୟକ

୪। ଏକ ସଂଖ୍ୟାମାଳାର ____________________ ନିର୍ଣ୍ଣୟ କରିବା ଅତ୍ୟନ୍ତ ସହଜ ।
(i) ଗରିଷ୍ଠକ
(ii) ମଧ୍ୟମା
(iii) ମାଧ୍ୟମାନ
(iv) ପୌନଃପୁନ୍ଯ
Answer:
(i) ଗରିଷ୍ଠକ

୫। _____________ ଏକ ଗାଣିତିକ କେନ୍ଦ୍ରୀୟ ପ୍ରବଣତାର ପରିମାପକ ଅଟେ ।
(i) ପୌନଃପୁନ୍ଯ
(ii) ମଧ୍ୟମା
(iii) ମାଧ୍ୟମାନ
(iv) ଗରିଷ୍ଠକ
‍Answer:
(iii) ମାଧ୍ୟମାନ

CHSE Odisha Class 12 Psychology Unit 5 Objective Questions in Odia Medium

୬। ଫଳାଙ୍କମାନଙ୍କ ଆନୁକ୍ରମିକ ବିନ୍ୟାସର କେନ୍ଦ୍ରସ୍ଥ ଫଳାଙ୍କକୁ ________________ କୁହାଯାଏ ।
(i) ମଧ୍ୟମା
(ii) ମାଧ୍ୟମାନ
(iii) ଗରିଷ୍ଠକ
(iv) ଅନ୍ୟାନ୍ୟ
Answer:
(i) ମଧ୍ୟମା

୭। କେନ୍ଦ୍ର।ୟପ୍ରବଣତାର ______________________ ପରିମାପକ ଏକ ସଂଖ୍ୟମାଳାକୁ ଅଧ‌ିକ ପ୍ରତିନିଧୃତ୍ଵ କରେ ।
(i) ମଧ୍ୟମା
(ii) ମାଧ୍ୟମାନ
(iii) ଗରିଷ୍ଠକ
(iv) ଅନ୍ୟାନ୍ୟ
Answer:
(ii) ମାଧ୍ୟମାନ

୮। କେନ୍ଦ୍ର।ୟପ୍ରବଣତାର ____________________ ପରିମାପକକୁ ଏକ ସଂଖ୍ୟାମାଳାର ଭାରକେନ୍ଦ୍ର ବୋଲି କୁହାଯାଏ ।
(i) ଗରିଷ୍ଠକ
(ii) ମଧ୍ୟମା
(iii) ମାଧ୍ୟମାନ
(iv) ଅନ୍ୟାନ୍ୟ
Answer:
(iii) ମାଧ୍ୟମାନ

୯।  ____________________ ନିର୍ଧାରଣ ନିମନ୍ତେ ବିଶେଷ ଗାଣିତିକ ବିଧୂର ପ୍ରୟୋଗ ହୋଇ ନ ଥାଏ ।
(i) ମଧ୍ୟମା
(ii) ଗରିଷ୍ଠକ
(iii) ମାଧ୍ୟମାନ
(iv) ଅନ୍ୟାନ୍ୟ
Answer:
(ii) ଗରିଷ୍ଠକ

୧୦। __________________ ସ୍ଥାନ ରୂପକ କେନ୍ଦ୍ରୀୟପ୍ରବଣତାର ମାପକ ଅଟେ ।
(i) ମଧ୍ୟମା
(ii) ମାଧ୍ୟମାନ
(iii) ଗରିଷ୍ଠକ
(iv) ଅନ୍ୟାନ୍ୟ
Answer:
(i) ମଧ୍ୟମା

୧୧। ସଂଗୃହୀତ ତଥ୍ୟକୁ ସଂଖ୍ୟା ମାଧ୍ୟମରେ ପ୍ରକାଶ କଲେ ସେଗୁଡ଼ିକୁ ତଥ୍ୟ ସମ୍ବନ୍ଧୀୟ _________________ କୁହାଯାଏ ।
(i) ଲବ୍ଧଙ୍କ
(ii) ବାରମ୍ବାରତା
(iii) ତଥ୍ୟ
(iv) ସାଂଖ୍ୟକ ତଥ୍ୟ
Answer:
(i) ଲବ୍ଧଙ୍କ

୧୨। ତଥ୍ୟାବଳୀର ସର୍ବୋଚ୍ଚ ଓ ସର୍ବନିମ୍ନ ଲଚ୍ଛାଙ୍କ ମଧ୍ୟରେ ଥିବା ଦୂରତାକୁ ___________________ କୁହାଯାଏ ।
(i) ତଥ୍ୟାବଳୀର ବିସ୍ତାର
(ii) ସମ୍ଭାଗ ବିସ୍ତାର
(iii) ଭାଗ ବିଭକ୍ତ ବାରମ୍ବାରତା
(iv) କେନ୍ଦ୍ରୀୟପ୍ରବଣତା
Answer:
(i) ତଥ୍ୟାବଳୀର ବିସ୍ତାର

CHSE Odisha Class 12 Psychology Unit 5 Objective Questions in Odia Medium

୧୩। କେନ୍ଦ୍ର।ୟପ୍ରବଣତା _________________ ପ୍ରକାରର ମାପକ ବ୍ୟବହାର କରାଯାଏ ।
(i) ୫
(ii) ୩
(iii) ୪
(iv) ୨
Answer:
(ii) ୩

୧୪। କୌଣସି ତଥ୍ୟାବଳୀର ଲବ୍ଧଙ୍କଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ଦ୍ଵାରା ଯୋଗ, ବିୟୋଗ, ଗୁଣନ ବା ଭାଗ କଲେ _________________ ରେ ଅନୁରୂପ ପରିବର୍ତ୍ତନ ହୋଇଥାଏ।
(i) ଗରିଷ୍ଠକ
(ii) ମାଧ୍ୟମାନ
(iii) ମଧ୍ୟମା
(iv) ଅନ୍ୟାନ୍ୟ
Answer:
(ii) ମାଧ୍ୟମାନ

୧୫। ଯେତେବେଳେ ଫଳାଙ୍କ ବିତରଣର ଠିକ୍ ମଧ୍ୟବିନ୍ଦୁ ଯାହାର ନିମ୍ନରେ 50% ଏବଂ ଉର୍ଦ୍ଧ୍ବରେ 50% ଲଜ୍ଜାଙ୍କ ରହିଥାଏ, ଯେତେବେଳେ ___________________ ର ବ୍ୟବହାର କରାଯାଉଥାଏ ।
(i) ମଧ୍ୟମା
(ii) ଗରିଷ୍ଠକ
(ii) ମାଧ୍ୟମାନ
(iv) ଅନ୍ୟାନ୍ୟ
Answer:
(i) ମଧ୍ୟମା

ନିମ୍ନରେ ଦିଆଯାଇଥିବା ଭକ୍ତିଗୁଡ଼ିକ ‘ଠିକ୍‌’ କିମ୍ବା ‘ଭୁଲ୍’ ଦର୍ଶାଅ ।

୧। ଖବର କାଗଜ ପୃଷ୍ଠାରେ ପ୍ରକାଶିତ ପରିସଂଖ୍ୟାନଗତ ତଥ୍ୟ ଆମର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରେ ।
Answer:
ଠିକ୍

୨। ଅଳ୍ପ ଓ ବହୁତ – ଏପରି ଶବ୍ଦ ବ୍ୟବହାର କରି ଆମେ ବସ୍ତୁର ପରିମାଣ ସମ୍ବନ୍ଧରେ ସଂପୂର୍ଣ୍ଣ ସୂଚନା ଦେଇଥାଉ ।
Answer:
ଭୁଲ୍

୩। ବା ଅଧଃ କ୍ରମରେ ସଜାଇ ଲେଖୁଲେ ଏହି ସାରଣୀକୁ ବାରମ୍ବାରତା ବିତରଣ ସାରଣୀ କୁହାଯାଏ ।
Answer:
ଭୁଲ୍

୪। ସାଂଖ୍ୟକ ତଥ୍ୟ ସାଧାରଣ ତଥ୍ୟ ଅପେକ୍ଷା ଅଧ‌ିକ ଉପଯୋଗୀ ।
Answer:
ଠିକ୍

୫। ବାରମ୍ବାରତା ବିତରଣ ସାରଣୀରେ ଏକମାତ୍ର ସର୍ବାଧ‌ିକ ବାରମ୍ବାରତା ବିଶିଷ୍ଟ ଲବ୍ଧଙ୍କ ଥାଏ ।
Answer:
ଭୁଲ୍

୬। ଭାଗ ବିଭକ୍ତ ବାରମ୍ବାରତା ବିତରଣ ସାରଣୀରେ ପ୍ରତ୍ୟେକ ଲଜ୍ଜାଙ୍କ ବାରମ୍ବାରତା ଦର୍ଶାଇଥାଏ ।
Answer:
ଭୁଲ୍

CHSE Odisha Class 12 Psychology Unit 5 Objective Questions in Odia Medium

୭। ମନୋବିଜ୍ଞାନ ସମ୍ବନ୍ଧୀୟ ଲବ୍ଧଙ୍କଗୁଡ଼ିକୁ ପ୍ରାୟତଃ ଅବିରତ ଲବ୍ଧଙ୍କ ବୋଲି ଧରାଯାଇଥାଏ ।
Answer:
ଠିକ୍

୮। କୌଣସି ସମ୍ଭାଗର ନିମ୍ନସୀମାରୁ ଊର୍ଦ୍ଧ୍ୱସୀମାର ବିସ୍ତୃତିକୁ ସମ୍ଭାଗର ମଧ୍ୟବିନ୍ଦୁ କୁହାଯାଏ ।
Answer:
ଭୁଲ୍

୯। ଏକ ତଥ୍ୟାବଳୀକୁ କେତୋଟି ଶ୍ରେଣୀ ବା ସମ୍ଭାଗରେ ବିଭକ୍ତ କରାଯିବ ସେଥିପାଇଁ ଧରାବନ୍ଧା ନିୟମ ନାହିଁ ।
Answer:
ଠିକ୍

୧୦। Σf ସବୁବେଳେ ମୋଟ ଲଜ୍ଜାଙ୍କ ସଂଖ୍ୟା ସଂଗେ ସମାନ ନ ହେଲେ ସାରଣୀ ପ୍ରସ୍ତୁତିରେ ଭୁଲ ଅଛି ବୋଲି ଧରିବାକୁ ହେବ ।
Answer:
ଠିକ୍

୧୧। କୌଣସି ସମ୍ଭାଗର ନିମ୍ନସୀମା L ଓ ଊର୍ଦ୍ଧ୍ୱସୀମା L, ହେଲେ ସମ୍ଭାଗର ମଧ୍ୟବିନ୍ଦୁ ହୁଏ ।
Answer:
ଠିକ୍

୧୨। ଏକ ସଂଖ୍ୟାମାଳାର ବାରମ୍ବାର ଘଟୁଥିବା ଫଳାଙ୍କକୁ ମଧ୍ୟକ କୁହାଯାଏ ।
Answer:
ଭୁଲ

୧୩। ଯେଉଁ ଫଳାଙ୍କ ଏକ ସଂଖ୍ୟାମାଳାକୁ ଠିକ୍ ଦୁଇ ଭାଗରେ ବିଭକ୍ତ କରେ ତାହାକୁ ମଧ୍ୟକ କୁହାଯାଏ ।
Answer:
ଭୁଲ୍

୧୪। ଏକ ସଂଖ୍ୟାମାଳାର ସର୍ବୋତ୍କୃଷ୍ଟ ପ୍ରତିନିଧ‌ି ଗରିଷ୍ଠକ ଅଟେ ।
Answer:
ଭୁଲ୍

୧୫। ରୀତିକୁ ଗରିଷ୍ଠକ ଏକ ସଂଖ୍ୟାମାଳାର ଭାରକେନ୍ଦ୍ର ରୂପେ ବିବେଚନା କରାଯାଏ ।
Answer:
ଭୁଲ୍

୧୬। ଦୁଇଟି କ୍ରମିକ ଅଯୁଗ୍ମ ସଂଖ୍ୟାର ମାଧ୍ୟମାନ ସେ ଦ୍ଵୟର ମଧ୍ୟବର୍ତ୍ତୀ ଯୁଗ୍ମ ସଂଖ୍ୟା ସଂଗେ ସମାନ ।
Answer:
ଠିକ୍

୧୭। ଭିନ୍ନ ଭିନ୍ନ କଵତ ମାଧ୍ୟମାନ ନେଇ ଏକ ତଥ୍ୟାବଳୀର ମାଧ୍ୟମାନ ନିର୍ଣ୍ଣୟ କଲେ ଭିନ୍ନ ଭିନ୍ନ ଉତ୍ତର ମିଳିବ ।
Answer:
ଭୁଲ

୧୮। ଭିନ୍ନ ଭିନ୍ନ କଳ୍ପିତ ମାଧ୍ୟମାନ ନେଇ ଏକ ତଥ୍ୟାବଳୀର ମାଧ୍ୟମାନ ନିର୍ଣ୍ଣୟ କଲେ ଭିନ୍ନ ଭିନ୍ନ ଉତ୍ତର ମିଳିବ ।
Answer:
ଭୁଲ୍

CHSE Odisha Class 12 Psychology Unit 5 Objective Questions in Odia Medium

୧୯। ଦୁଇଟି କ୍ରମିକ ଅଯୁଗ୍ମ ସଂଖ୍ୟାର ମଧ୍ୟମା ସେ ଦ୍ଵୟର ମଧ୍ୟବର୍ତ୍ତୀ ଯୁଗ୍ମ ସଂଖ୍ୟା ସଙ୍ଗେ ସମାନ ।
Answer:
ଠିକ୍

୨୦। ପ୍ରଥମ ‘n’ ଗଣନ ସଂଖ୍ୟାର ମଧ୍ୟମା ସବୁବେଳେ ମଧ୍ୟମାଠାରୁ ବୃହତ୍ତର ।
Answer:
ଭୁଲ

୨୧। କୌଣସି ତଥ୍ୟାବଳୀର ପ୍ରତ୍ୟେକ ଲଜ୍ଜାଙ୍କର ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ଯୋଗକଲେ ନୂତନ ଲବ୍ଧଙ୍କଗୁଡ଼ିକର ମଧ୍ୟମା ପୂର୍ବ ମଧ୍ୟମା ସହ ସମାନ ହେବ ।
Answer:
ଭୁଲ୍

୨୨। କୌଣସି ତଥ୍ୟାବଳୀର ମଧ୍ୟମା ବେଳେବେଳେ ବୃହତ୍ତମ ଲକ୍ତାଙ୍କ ଠାରୁ ବଡ଼ ବା କ୍ଷୁଦ୍ରତମ ଲବ୍ଧଙ୍କ ଠାରୁ ସାନ ହୋଇଥାଏ ।
Answer:
ଭୁଲ୍

୨୩। କୌଣସି ତଥ୍ୟାବଳୀର ଏକମାତ୍ର ଗରିଷ୍ଠକ ଥାଏ ।
Answer:
ଭୁଲ୍

୨୪। ତଥ୍ୟାବଳୀରେ ଥିବା ପ୍ରତ୍ୟେକ ଲବ୍‌ଧାଙ୍କର ମାନ ଉକ୍ତ ତଥ୍ୟାବଳୀର ଗରିଷ୍ଠକକୁ ପ୍ରଭାବିତ କରେ ।
Answer:
ଭୁଲ୍

୨୫। ଗରିଷ୍ଠକ ତଥ୍ୟାବଳୀର କେନ୍ଦ୍ରୀୟପ୍ରବଣତାକୁ ସୂଚାଏ ।
Answer:
ଠିକ୍

୨୬। ଏକ ତଥ୍ୟାବଳୀର ସମସ୍ତ ଲଜ୍ଜାଙ୍କର ବାରମ୍ବାରତା ସମାନ ଥିଲେ ଏହି ତଥ୍ୟାବଳୀର ଗରିଷ୍ଠକ ନାହିଁ ବୋଲି କୁହାଯାଏ ।
Answer:
ଠିକ୍

୨୭। ଭାଗ ବିଭକ୍ତ ବାରମ୍ବାରତା ସାରଣୀର ସର୍ବାଧିକ ବାରମ୍ବାରତା ବିଶିଷ୍ଟ ସଂଭାଗର ମଧ୍ୟବିନ୍ଦୁ ତଥ୍ୟାବଳୀର ଗରିଷ୍ଠକ ହୁଏ ।
Answer:
ଠିକ୍

୨୭। କୌଣସି ଦତ୍ତ ତଥ୍ୟାବଳୀର ପ୍ରତ୍ୟେକ ଇଚ୍ଛାଙ୍କକୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ଦ୍ଵାରା ଭାଗ କଲେ ନୂତନ ଲବ୍ଧଙ୍କଗୁଡ଼ିକର ମଧ୍ୟମା ପୂର୍ବ ମଧ୍ୟମା ଠାରୁ କମ୍ ହେବ ।
Answer:
ଠିକ୍

୨୯। କୌଣସି ଦତ୍ତ ତଥ୍ୟାବଳୀର ଲଜ୍ଜାଙ୍କମାନଙ୍କ ମାଧ୍ୟମାନ ବେଳେବେଳେ ବୃହତ୍ତମ ଲବ୍ଧଙ୍କ ଠାରୁ ବଡ଼ ଓ କ୍ଷୁଦ୍ରତମ ଲବ୍ଧଧାଙ୍କ ଠାରୁ ସାନ ହୋଇଥାଏ ।
Answer:
ଭୁଲ୍

CHSE Odisha Class 12 Psychology Unit 5 Objective Questions in Odia Medium

୩୦। ପରିସଂଖ୍ୟନ ଏକ ସିଦ୍ଧାନ୍ତ ବିଜ୍ଞାନ ।
Answer:
ଠିକ୍

CHSE Odisha Class 11 Sociology Unit 3 Short Answer Questions in Odia Medium

Odisha State Board CHSE Odisha Class 11 Sociology Solutions Unit 3 ସାମାଜିକ ଅନୁଷ୍ଠାନ Short Answer Questions.

CHSE Odisha 11th Class Sociology Unit 3 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୨ଟି / ୩ଟି ବାକ୍ୟରେ ଲେଖ ।

1. ବିବାହ କହିଲେ କ’ଣ ବୁଝ ?
Answer:
ଯେଉଁ ବିବାହରେ ଜଣେ ପୁରୁଷ ଏକାଧିକ ନାରୀଙ୍କୁ କିମ୍ବା ଜଣେ ନାରୀ ଏକାଧ୍ଵ ପୁରୁଷଙ୍କୁ ବିବାହ କରିଥାଏ, ସେହି ବିବାହକୁ ବହୁ ବିବାହ (Polygamy) କୁହାଯାଏ ।

2. ପରିବାର କହିଲେ କ’ଣ ବୁଝ ?
Answer:
ପରିବାର ହେଉଛି ଏକ କ୍ଷୁଦ୍ର ସାମାଜିକ ସମୂହ ଯାହା ପିତା, ମାତା ଏବଂ ଏକ ବା ଏକାଧିକ ସନ୍ତାନମାନଙ୍କୁ ନେଇ ଗଠିତ । ଅନ୍ୟ ଅର୍ଥରେ କୁହାଯାଇପାରେ ଯେ, ଏକତ୍ର ବାସ କରୁଥିବା ଏବଂ ରକ୍ତସମ୍ପର୍କ ସୂତ୍ରରେ ଆବଦ୍ଧ ହୋଇଥିବା ଦୁଇ ବା ତତୋଽଧ୍ଵକ ବ୍ୟକ୍ତିମାନଙ୍କର ଏକ ସମୂହକୁ ପରିବାର କୁହାଯାଇଥାଏ ।

3. ପରିବାରର ଚାରିଗୋଟି ସ୍ଵତନ୍ତ୍ର ବୈଶିଷ୍ଟ୍ୟ ଉଲ୍ଲେଖ କର ।
Answer:
ପରିବାର ଚାରିଗୋଟି ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଲା –
(i) ସାର୍ବଜନୀନ ସଂସ୍ଥା
(ii )ଆବେଗାତ୍ମକ ଭିତ୍ତି
(iii) ଗଠନମୂଳକ ପ୍ରଭାବ
(iv) ସୀମିତ ଆକାର

CHSE Odisha Class 11 Sociology Unit 3 Short Answer Questions in Odia Medium

4. ଯେକୌଣସି ଚାରିପ୍ରକାର ପରିବାରର ନାମ ଉଲ୍ଲେଖ କର ।
Answer:
ଚାରିପ୍ରକାର ପରିବାରର ନାମ ହେଲା –
(i) ପିତୃ-ତାନ୍ତ୍ରିକ ପରିବାର
(ii) ମାତୃ-ତାନ୍ତ୍ରିକ ପରିବାର
(iii) ଏକପତ୍ନୀକ ପରିବାର
(iv) ବହୁପତ୍ନୀକ ପରିବାର

5. ମାତୃବଂଶୀୟ ପରିବାର କହିଲେ ତୁମେ କ’ଣ ବୁଝ ?
Answer:
ଏହି ମାତୃବଂଶୀୟ ପରିବାରରେ ସ୍ତ୍ରୀ ବା ମାତା ପରିବାରର ମୁଖ୍ୟ ଅଟନ୍ତି । ବଂଶାନୁକ୍ରମ ଏବଂ ଉତ୍ତରାଧିକାର ସୂତ୍ର ମାଆଙ୍କ ନାମରେ ନାମିତ ହୋଇଥାଏ । ସେ ପରିବାରର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ଅଟନ୍ତି । କନ୍ୟାମାନଙ୍କ କ୍ରମରେ ସମ୍ପରି ହସ୍ତାନ୍ତର ହୋଇଥାଏ । ଏହି ପରିବାରରେ ପିତା, ପୁତ୍ର ଏବଂ ନାତିମାନଙ୍କର ସମ୍ପତ୍ତି ଉପରେ କୌଣସି ଅଧିକାର ନ ଥାଏ ।

6. ପିତୃବଂଶୀୟ ପରିବାର କ’ଣ ?
Answer:
ଏହି ପରିବାରରେ ବଂଶାନୁକ୍ରମ ଏବଂ ଉତ୍ତରାଧ୍ୟାର ନିୟମ ପିତାଙ୍କ ନାମରେ ନିର୍ଦ୍ଧାରିତ ହୋଇଥାଏ । ପିତା ସମସ୍ତ ସମ୍ପଭିର ମାଲିକ ଅଟନ୍ତି । ପୁତ୍ରମାନଙ୍କ କ୍ରମରେ ଉତ୍ତରାତ୍‌କାରିତା ପ୍ରବର୍ତ୍ତନ ହୋଇଥାଏ । ପିତା, ପୁତ୍ର, ନାତି ଇତ୍ୟାଦି କ୍ରମରେ ବଂଶାନୁକ୍ରମତା ନିର୍ଦ୍ଧାରିତ ହୁଏ । ଏହି ପରିବାରରେ ମାତା, କନ୍ୟା ଓ ନାତୁଣୀ ପ୍ରଭୃତିଙ୍କର ସମ୍ପରି ଉପରେ କୌଣସି ଅଧିକାର ନ ଥାଏ ।

7. ପରିବାରର ଚାରିଗୋଟି ଅପରିହାର୍ଯ୍ୟ ପ୍ରକାର୍ଯ୍ୟ ଦର୍ଶାଅ ।
Answer:
ପରିବାରର ଚାରିଗୋଟି ଅପରିହାର୍ଯ୍ୟ ପ୍ରକାର୍ଯ୍ୟ ଦର୍ଶାଅ –
(i) ଯୌନ ଇଚ୍ଛା ତୃପ୍ତି
(ii) ପ୍ରଜନନ
(iii) ସନ୍ତାନମାନଙ୍କର ଯତ୍ନ
(iv) ଗାର୍ହସ୍ଥ୍ୟ ଜୀବନ ପ୍ରତିଷ୍ଠା

8. ପରିବାରର ଚାରିଗୋଟି ଅତିରିକ୍ତ ପ୍ରକାର୍ଯ୍ୟ ଉଲ୍ଲେଖ କର ।
Answer:
ପରିବାରର ଚାରିଗୋଟି ଅତିରିକ୍ତ ପ୍ରକାର୍ଯ୍ୟ ହେଲା –
(i) ଆର୍ଥନୀତିକ ପ୍ରକାର୍ଯ୍ୟ
(ii) ଧାର୍ମିକ ପ୍ରକାର୍ଯ୍ୟ
(iii) ଶିକ୍ଷାଗତ ପ୍ରକାର୍ଯ୍ୟ
(iv) ସାମାଜିକୀକରଣ ପ୍ରକାର୍ଯ୍ୟ

9. ପରିବାରର ପରିବର୍ତ୍ତନଶୀଳ ପ୍ରକାର୍ଯ୍ୟ ବିଷୟରେ ଉଲ୍ଲେଖ କର ।
Answer:
ପରିବାରର ପରିବର୍ତ୍ତନଶୀଳ ପ୍ରକାର୍ଯ୍ୟଗୁଡ଼ିକ ହେଲା –
(i) ଶିକ୍ଷାଗତ ପ୍ରକାର୍ଯ୍ୟରେ ପରିବର୍ତ୍ତନ
(ii) ସ୍ଵାସ୍ଥ୍ୟଗତ ପ୍ରକାର୍ଯ୍ୟରେ ପରିବର୍ତ୍ତନ
(iii) ର୍ଥନୀତିକ ପ୍ରକାର୍ଯ୍ୟରେ ପରିବର୍ତ୍ତନ
(iv) ସାମାଜିକୀକରଣ ପ୍ରକାର୍ଯ୍ୟରେ ପରିବର୍ତ୍ତନ
(v) ଧାର୍ମିକ ପ୍ରକାର୍ଯ୍ୟରେ ପରିବର୍ତ୍ତନ
(vi) ଚିତ୍ତବିନୋଦନ ପ୍ରକାର୍ଯ୍ୟରେ ପରିବର୍ତ୍ତନ

10. ବିବାହ କହିଲେ କ’ଣ ବୁଝ ?
Answer:
ବିବାହ ସମାଜର ସର୍ବାପେକ୍ଷା ମୌଳିକ ତଥା ପ୍ରାଚୀନତମ ଅନୁଷ୍ଠାନ । ଏହା ଏକ ସ୍ଥାୟୀ ଏବଂ ପବିତ୍ର ଅନୁଷ୍ଠାନ ଯାହା ଉଭୟ ପୁରୁଷ ଏବଂ ନାରୀର ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟକୁ ଚରିତାର୍ଡ କରିବାପାଇଁ ସେମାନଙ୍କୁ ଏକ ସ୍ଥାୟୀ ବନ୍ଧନରେ ଦୃଢ଼ଭାବେ ଚିରଦିନ ପର୍ଯ୍ୟନ୍ତ ବାନ୍ଧି ରଖୁଥାଏ । ସମାଜଦ୍ଵାରା ସ୍ଵୀକୃତ ପୁରୁଷ ଓ ନାରୀର ସ୍ଥାୟୀ ସମ୍ପର୍କକୁ ବିବାହ କୁହାଯାଏ ।

CHSE Odisha Class 11 Sociology Unit 3 Short Answer Questions in Odia Medium

11. ବହୁପତି ବିବାହ କହିଲେ କ’ଣ ବୁଝ ?
Answer:
ଯେଉଁ ବିବାହ ପ୍ରଥାରେ ଜଣେ ନାରୀ ଏକସମୟରେ ଦୁଇ ବା ତତୋଽଧ୍ଵ ପୁରୁଷଙ୍କୁ ବିବାହ କରିଥାଏ, ତାହାକୁ ବହୁପତି ବିବାହ କୁହାଯାଇଥାଏ । ଭାରତରେ ଟୋଡ଼ା, ଖାସି ନାୟାର, ଟିଆ, କୋଟା ଏବଂ ଅନ୍ୟ ଜନଜାତି ମଧ୍ୟରେ ଏହି ପ୍ରକାର ବିବାହ ଦେଖାଯାଇଥାଏ ।

12. ଭ୍ରାତୃକ ବହୁପତି ବିବାହ କହିଲେ କ’ଣ ବୁଝ ?
Answer:
ଭ୍ରାତୃକ ବହୁପତି ବିବାହ ପ୍ରଥାରେ ଜଣେ ସ୍ତ୍ରୀ ଗୋଟିଏ ପରିବାରର ସମସ୍ତ ଭାଇମାନଙ୍କୁ ବିବାହ କରିଥାଏ । ଅନ୍ୟ ଅର୍ଥରେ ଭ୍ରାତୃ ସମ୍ପର୍କରେ ଆବଦ୍ଧ ଥିବା ଦଳେ ପୁରୁଷଙ୍କ ସହିତ ଗୋଟିଏ ନାରୀର ବିବାହକୁ ଭ୍ରାତୃକ ବହୁପତି ବିବାହ କୁହାଯାଏ ।

13. ବହୁପତି ବିବାହର ଯେକୌଣସି ତିନିଗୋଟି କାରଣ ଦର୍ଶାଅ ।
Answer:
ବହୁପତି ବିବାହ ପ୍ରଥାର ତିନିଗୋଟି କାରଣ ହେଲା –
(i) ଅତ୍ୟଧ୍ବ ଦାରିଦ୍ର୍ୟ
(ii) ଯୌଥ ପରିବାରର ଅଖଣ୍ଡତା
(iii) ଜନସଂଖ୍ୟା ନିୟନ୍ତ୍ରଣର ଆବଶ୍ୟକତା

14. ଲେଭିରେଟ୍ କହିଲେ କ’ଣ ବୁଝ ?
Answer:
‘ଲେଭିରେଟ୍’ ଏକପ୍ରକାର ନିକଟ ସମ୍ପର୍କୀୟ ବିବାହ ଯେଉଁଥରେ ସ୍ବାମୀର ମୃତ୍ୟୁ ପରେ ବିଧବା ‘ସ୍ତ୍ରୀ’ ମୃତ ସ୍ଵାମୀର ଭାଇକୁ ବିବାହ କରିଥାଏ । ଅନ୍ୟ ଅର୍ଥରେ ସ୍ବାମୀ ମୃତ୍ୟୁବରଣ କରିବା ପରେ ବିଧବା ସ୍ତ୍ରୀ ମୃତସ୍ବାମୀର ଭାଇକୁ ବିବାହ କରିବା ପ୍ରଥାକୁ ‘ଲେଭିରେଟ୍’ ବା ସ୍ଵାମୀ-ଭ୍ରାତା ବିବାହ ବୋଲି କୁହାଯାଇଥାଏ ।

15. ସରୋରେଟ୍ କହିଲେ କ’ଣ ବୁଝ ?
Answer:
ସରୋରେଟ୍ ଏକପ୍ରକାର ବିବାହ ଯେଉଁଥରେ ସ୍ତ୍ରୀର ମୃତ୍ୟୁ ପରେ ସ୍ବାମୀ ମୃତ ‘ସ୍ତ୍ରୀ’ର ସାନ ଭଉଣୀକୁ ବିବାହ କରିଥାଏ । ଅନ୍ୟ ଅର୍ଥରେ ସ୍ତ୍ରୀ ମୃତ୍ୟୁବରଣ କରିବା ପରେ ସ୍ବାମୀ ମୃତ ‘ସ୍ତ୍ରୀ’ର ସାନ ଭଉଣୀ (ଶାଳୀ)କୁ ବିବାହ କରିବା ପ୍ରଥାକୁ ‘ସରୋରେଟ୍’ ବା ଜାୟା-ଭଗ୍ନୀ ବିବାହ କୁହାଯାଏ । ଏହି ବିବାହକୁ ମଧ୍ଯ ‘ଶାଳୀ ବିବାହ’ ବୋଲି କୁହାଯାଇଥାଏ ।

16. ‘ଜ୍ଞାତି’ ସମ୍ପର୍କ କହିଲେ କ’ଣ ବୁଝ ?
Answer:
ସାଧାରଣତଃ ବିବାହ ବନ୍ଧନଦ୍ୱାରା ଏବଂ ରକ୍ତସମ୍ପର୍କଦ୍ୱାରା ସୃଷ୍ଟି ହେଉଥ‌ିବା ସାମାଜିକ ସମ୍ପର୍କକୁ ଜ୍ଞାତି ସମ୍ପର୍କ ବୋଲି କୁହାଯାଇଥାଏ ।

17. ‘ଜ୍ଞାତି’ର ପ୍ରକାରଭେଦ ଦର୍ଶାଅ ।
Answer:
ଜ୍ଞାତିକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇଅଛି; ଯଥା –
(i) ନିକଟତମ ଜ୍ଞାତି
(ii) ରକ୍ତସମ୍ବନ୍ଧୀୟ ଜ୍ଞାତି

18. ଶିକ୍ଷା କହିଲେ କ’ଣ ବୁଝ ?
Answer:
ଲାଟିନ୍ ଭାଷାରେ ‘ଶିକ୍ଷା’ ଶବ୍ଦଟିର ମୂଳ ଅର୍ଥ ହେଉଛି ଶିଶୁର ଅନ୍ତର୍ନିହିତ ଗୁଣରାଜିର ବିକାଶ ସାଧନ । ଏ ସମ୍ବନ୍ଧରେ ଇମାଇଲ୍ ଦୁର୍ଖମ୍ କହିଛନ୍ତି, ଶିକ୍ଷା ହେଉଛି ଏକ ପ୍ରକ୍ରିୟା, ଯାହାକି ପୁରାତନ ବ୍ୟକ୍ତିମାନଙ୍କଦ୍ୱାରା ସାମାଜିକ ଜୀବନ ଲାଗି ଆଦୌ ପ୍ରସ୍ତୁତ ହୋଇ ନଥୁବା ଶିଶୁମାନଙ୍କ ପ୍ରତି ଧାର୍ଯ୍ୟ ହୋଇଥାଏ । ଏହାର ଲକ୍ଷ୍ୟ ହେଉଛି ଶିଶୁର ଶାରୀରିକ, ବୌଦ୍ଧିକ ତଥା ନୈତିକ ଅବସ୍ଥାକୁ ଉଜ୍ଜୀବିତ କରିବ ।

19. ବହିଃ-ବିବାହ (Exogamy) କହିଲେ କ’ଣ ବୁଝ ?
Answer:
ଯେତେବେଳେ ଜୀବନସାଥୀ ମନୋନୟନ ନିଜ ସମୂହ ବାହାରେ ସମ୍ପନ୍ନ ହୋଇଥାଏ, ସେତେବେଳେ ଏହାକୁ ବିହଃ-ବିବାହ କୁହାଯାଏ ।

20. ଆନ୍ତଃ-ବିବାହର ଦୁଇଗୋଟି ପ୍ରକାରଭେଦ ଲେଖ ।
Answer:
ଆନ୍ତଃ-ବିବାହର ଦୁଇଗୋଟି ପ୍ରକାରଭେଦ ହେଲା –
(୧) ଜାତି ଆନ୍ତଃ-ବିବାହ (Caste endogamy)
(୨) ଶ୍ରେଣୀ ଆନ୍ତଃ-ବିବାହ (Class endogamy)

21. ବହିଃ-ବିବାହର ଦୁଇଗୋଟି ପ୍ରକାରଭେଦ ଲେଖ ।
Answer:
ବହିଃ-ବିବାହର ଦୁଇଗୋଟି ପ୍ରକାରଭେଦ ହେଲା –
(୧) ଗୋତ୍ର ବହିଃ-ବିବାହ (Gotra exogamy)
(୨) ସପିଣ୍ଡ ବହିଃ-ବିବାହ (Sapinda exogamy)

22. ପ୍ରତିଲୋମା (Pratiloma) ବିବାହ କ’ଣ ?
Answer:
ଯେତେବେଳେ ଏକ ଉଚ୍ଚ ବର୍ଷ ବା ଉଚ୍ଚ ଜାତିର ନାରୀ, ଏକ ନୀଚ ବର୍ଣ୍ଣ ବା ନୀଚ ଜାତିର ପୁରୁଷକୁ ବିବାହ କରିଥାଏ,, ସେତେବେଳେ ଏହାକୁ ପ୍ରତିଲୋମା ବା ନୀଚ ବିବାହ କୁହାଯାଏ ।

23. ଆନ୍ତଃ-ଜାତି (Inter-caste) ବିବାହ କହିଲେ କ’ଣ ବୁଝ ?
Answer:
ଉଚ୍ଚ ଜାତି ଓ ନୀଚ ଜାତି ମଧ୍ୟରେ ବିବାହକୁ ଆନ୍ତଃ-ଜାତି (Inter-caste) ବିବାହ କୁହାଯାଏ ।

CHSE Odisha Class 11 Sociology Unit 3 Short Answer Questions in Odia Medium

24. ଜ୍ଞାତିତ୍ଵ (Kinship) କହିଲେ କ’ଣ ବୁଝ ?
Answer:
ସାଧାରଣତଃ ବିବାହ ବନ୍ଧନଦ୍ୱାରା ଏବଂ ରକ୍ତସମ୍ପର୍କଦ୍ୱାରା ସୃଷ୍ଟି ହେଉଥ‌ିବା ସାମାଜିକ ସମ୍ପର୍କକୁ ଜ୍ଞାତି ସମ୍ପର୍କ ବୋଲି କୁହାଯାଇଥାଏ ।

25. ଶିକ୍ଷାର ଦୁଇଗୋଟି ପ୍ରକାର୍ଯ୍ୟ ଲେଖ ।
Answer:
ଶିକ୍ଷାର ଦୁଇଗୋଟି ପ୍ରକାର୍ଯ୍ୟ ହେଲା –
(୧) ଅନ୍ତର୍ନିହିତ ଗୁଣଗୁଡ଼ିକର ବିକାଶ କରିବା
(୨) ସାମାଜିକୀକରଣ ପ୍ରକିୟାକୁ ସମ୍ପୂର୍ଣ୍ଣ କରିବା ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୫ଟି / ୬ଟି ବାକ୍ୟରେ ଲେଖ ।

1. ପରିବାରର ସ୍ୱତନ୍ତ୍ର ବୈଶିଷ୍ଟ୍ୟଗୁଡ଼ିକୁ ସଂକ୍ଷେପରେ ଆଲୋଚନା କର ।
Answer:
ପରିବାରର ସ୍ୱତନ୍ତ୍ର ବୈଶିଷ୍ଟ୍ୟଗୁଡ଼ିକୁ ନିମ୍ନରେ ଆଲୋଚନା କର –
(a) ସର୍ବବ୍ୟାପୀ ସଂସ୍ଥା (Universality) – ସମାଜର ସମସ୍ତ ସାମାଜିକ ଅନୁଷ୍ଠାନ ଏବଂ ସଂଘଗୁଡ଼ିକ ମଧ୍ୟରେ ପରିବାର ହେଉଛି ସବୁଠାରୁ ଅଧିକ ସର୍ବବ୍ୟାପୀ ସଂସ୍ଥା । ଏହି ପରିବାର ସମସ୍ତ ସଂସ୍କୃତି ଏବଂ ସଭ୍ୟତାର କେନ୍ଦ୍ରବିନ୍ଦୁ ଅଟେ । ଏହି ପରିବାର ସୃଷ୍ଟିର ଆରମ୍ଭରୁ ତିଷ୍ଠି ରହିଛି । ବିଶ୍ବର ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିନ୍ତଭାବରେ କୌଣସି ପରିବାରର ସଦସ୍ୟ ଅଟନ୍ତି । ଯଦିଓ ଏହି ପରିବାର ମାନବ ସମାଜ ଛଡ଼ା ପଶୁ ସମାଜରେ ଦୃଷ୍ଟିଗୋଚର ହୋଇଥାଏ; କିନ୍ତୁ ପଶୁମାନଙ୍କର ପାରିବାରିକ ଜୀବନ ଉତ୍କୃଷ୍ଟ ଧରଣର ନୁହେଁ ।

(b) ଆବେଗାତ୍ମକ ଭିଭି (Emotional basis) – ଆବେଗ ହେଉଛି ପରିବାରର ମୂଳଭିଭି ସଦୃଶ । ଆବେଗାତ୍ମକ ଉପାଦାନଗୁଡ଼ିକ ମାନବର ଜୈବିକ ପ୍ରବୃତ୍ତିରୁ ସୃଷ୍ଟି । ପରିବାର ମଧ୍ୟରେ ସ୍ନେହ, ଶ୍ରଦ୍ଧା, ସହାନୁଭୂତି, ପିତାମାତଙ୍କର ବାତ୍ସଲ୍ୟ ମମତା ପରିବାରକୁ ଦୃଢ଼ୀଭୂତ କରିଥାଏ । ଏହିପ୍ରକାର ଆବଶ୍ୟକତାଗୁଡ଼ିକ ସମସ୍ତ ସଦସ୍ୟମାନଙ୍କୁ ଏକତା ସୂତ୍ରରେ ଆବଦ୍ଧ କରିଥାଏ ।

(c) ଗଠନମୂଳକ ପ୍ରଭାବ (Formative influence) – ଶିଶୁର ସାମାଜିକ ଜୀବନ ପରିବାରଦ୍ବାରା ଗଭୀରଭାବେ ପ୍ରଭାବିତ । ଏକ ସୁସ୍ଥ ସାମାଜିକ ବାତାବରଣ ତିଆରି କରି ପରିବାର ଶିଶୁକୁ ଶିକ୍ଷିତ ଏବଂ ଦକ୍ଷ କରି ଗଢ଼ିତୋଳିବାରେ ସାହାଯ୍ୟ କରିଥାଏ ।

(d) ସୀମିତ ଆକାର (Limited size) – ପରିବାର ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ସନ୍ତାନସନ୍ତତିଙ୍କୁ ନେଇ ଗଠିତ । ପରିବାରର ପ୍ରତ୍ୟେକ ସଦସ୍ୟ ପରସ୍ପର ସହିତ ନିବିଡ଼ଭାବରେ ସମ୍ପୃକ୍ତ । ଏହି ପାରିବାରିକ ସମ୍ପର୍କ ପ୍ରାକୃତିକ ଏବଂ ଚିରନ୍ତନ ଅଟେ । କ୍ଷୁଦ୍ର ଆକାରବିଶିଷ୍ଟ ପରିବାର ଏହି ଘନିଷ୍ଠ ସମ୍ପର୍କ ସ୍ଥାପନ କରିବାପାଇଁ ଦାୟୀ ଅଟେ ।

(e) ସଭ୍ୟମାନଙ୍କର ଦାୟିତ୍ଵ (Responsibility of members) – ପରିବାରର ସଦସ୍ୟମାନଙ୍କର ପରିବାର ପ୍ରତି ଅଧ୍ଵ ଦାୟିତ୍ଵ ଥାଏ । ଅନ୍ୟ ଅର୍ଥରେ କୁହାଯାଇପାରେ, ପ୍ରତ୍ୟେକ ସଦସ୍ୟ ଉପରେ କେତେକ ସ୍ଥାୟୀ ଦାୟିତ୍ଵ ନ୍ୟସ୍ତ ଥାଏ । ଯେପରି ସ୍ବାମୀ ଏବଂ ସ୍ତ୍ରୀ ପୁତ୍ରକନ୍ୟାମାନଙ୍କୁ ଜନ୍ମଦେଇ ସେମାନଙ୍କର ଲାଳନପାଳନ ଭାର ଗ୍ରହଣ କରିଥା’ନ୍ତି, ଠିକ୍ ସେହିପରି ପୁତ୍ରକନ୍ୟାମାନେ ମଧ୍ୟ ସେମାନଙ୍କର ସାଂସାରିକ ଧର୍ମ ରକ୍ଷା କରିଥା’ନ୍ତି । ଏହି ପରିପ୍ରେକ୍ଷୀରେ ମାକାଇଭର ( Maclver) କହିଛନ୍ତି, “ପରିସ୍ଥିତିରେ ପଡ଼ି ମନୁଷ୍ୟ ଦେଶ ପାଇଁ କାର୍ଯ୍ୟ କରିପାରେ କିମ୍ବା ମୃତ୍ୟୁବରଣ କରିପାରେ, ମାତ୍ର ସେ ତା’ର ଜୀବନକାଳ ମଧ୍ୟରେ ପରିବାର ପାଇଁ କଠିନ ପରିଶ୍ରମ କରିଥାଏ ।’’

2. ବହୁପତ୍ନୀ ବିବାହର କାରଣଗୁଡ଼ିକୁ ଆଲେଚାନା କର ।
Answer:
ଏକ୍‌ୱାର୍ଡ଼ ୱେଷ୍ଟରମା (Edward Westermark) ଙ୍କ ମତରେ, ନିମ୍ନଲିଖ୍ କାରଣଗୁଡ଼ିକ ବହୁପତ୍ନୀ ବିବାହରେ ପ୍ରଚଳନ ପାଇଁ ଦାୟୀ ଅଟନ୍ତି ।
(a) ଯୌନ ସମ୍ପର୍କ ଉପରେ କଟକଣା (Restrictions on sexual relations) – ଯୌନ ସମ୍ପର୍କ ଉପରେ କଟକଣା ବହୁପତ୍ନୀ ବିବାହର ଏକ ମୁଖ୍ୟ କାରଣ ଅଟେ । ସାଧାରଣତଃ ସ୍ତ୍ରୀ ଗର୍ଭବତୀ ଥିବା ସମୟରେ ଏବଂ ସଦ୍ୟଜାତ ଶିଶୁ ମାତୃସ୍ତନରୁ କ୍ଷୀରପାନ କରିବା ସମୟରେ ସ୍ତ୍ରୀ ସହିତ ଯୌନ ସମ୍ପର୍କରେ ଲିପ୍ତ ରହିବା ନିଷିଦ୍ଧ ଅଟେ । ଏହି ସମୟରେ ପୁରୁଷ ତା’ର ଯୌନ ଲାଳସାକୁ ପୂରଣ କରିବାପାଇଁ ଦ୍ୱିତୀୟ ବିବାହ କରିବାପାଇଁ ଅଗ୍ରସର ହୁଏ ।

(b) ନାରୀର ଚଞ୍ଚଳ ବାର୍ଦ୍ଧକ୍ୟ (Quick ageing of female) – ସ୍ତ୍ରୀର ଚଞ୍ଚଳ ବାର୍ଦ୍ଧକ୍ୟ ବହୁପତ୍ନୀ ବିବାହର ଅନ୍ୟ ଏକ କାରଣ ଅଟେ । କେତେକ କ୍ଷେତ୍ରରେ ଦେଖାଯାଇଛି ଯେ, ଆଧୁନିକ ସୌନ୍ଦର୍ଯ୍ୟପ୍ରେମୀ ପୁରୁଷମାନେ ବହୁପତ୍ନୀ ବିବାହକୁ ଏକ ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟରୂପେ ବିଚାର କରିଥା’ନ୍ତି । ଯେତେବେଳେ ପ୍ରଥମ ସ୍ତ୍ରୀ ବାର୍ଦ୍ଧକ୍ୟ ଅବସ୍ଥାକୁ ଗତିକରି ତା’ର ସୌନ୍ଦର୍ଯ୍ୟ ହରାଇବସେ ଏବଂ ସ୍ୱାମୀକୁ ଆକୃଷ୍ଣ କରିବାରେ ବିଫଳ ହୁଏ, ସେହି ସମୟରେ ପୁରୁଷ ଏକ ସୁନ୍ଦରୀ ଯୁବତୀ ପାଇବା ଆଶାରେ ଦ୍ବିତୀୟ ବିବାହ କରିଥାଏ ।

(c) ସ୍ତ୍ରୀର ବନ୍ଧ୍ୟାଦୋଷ (Barrenness of wife) – ସ୍ତ୍ରୀର ବନ୍ଧ୍ୟାଦୋଷ ମଧ୍ୟ ବହୁପତ୍ନୀ ବିବାହର ଅନ୍ୟ ଏକ କାରଣ ଅଟେ । ଯଦି ସ୍ତ୍ରୀ ସନ୍ତାନ ଜନ୍ମ କରିବାକୁ ଅକ୍ଷମ ହୁଏ, ସେହି ସମୟରେ ପୁରୁଷ ସନ୍ତାନଲାଭ ଆଶାରେ ଦ୍ୱିତୀୟ ବିବାହ କରିଥାଏ ।

(d) ପୁତ୍ରସନ୍ତାନର ଆବଶ୍ୟକତା (Desire to have a male issue) – ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ହିନ୍ଦୁ ବିବାହର ମୂଳ ଲକ୍ଷ୍ୟ ହେଉଛି ପୁତ୍ର-ସନ୍ତାନପ୍ରାପ୍ତି । କାରଣ ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ପୁତ୍ର ତା’ର ମୃତ ପିତାମାତଙ୍କ ଅନ୍ତେଷ୍ଟିକ୍ରିୟା ସମୟରେ ଅର୍ଘ୍ୟ ବା ନୈବେଦ୍ୟ ପ୍ରଦାନ କରି ସେମାନଙ୍କ ପାଇଁ ମୁକ୍ତିର ଦ୍ଵାରକୁ ଉନ୍ମ କ୍ତ କରିଥାଏ । ଆଉ ମଧ୍ୟ ଦମ୍ପରିଙ୍କର ବିଶ୍ଵାସ ଯେ, ମୃତ୍ୟୁ ପରେ ପୁତ୍ର ପିତାମାତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପିଣ୍ଡଦାନ କରିଥାଏ । ତେଣୁ ଏକ ପୁତ୍ର-ସନ୍ତାନର ଆବଶ୍ୟକତା ବହୁପତ୍ନୀ ବିବାହ ପାଇଁ ମୁଖ୍ୟତଃ ଦାୟୀ ଅଟେ ।

(e) ଆର୍ଥନୀତିକ ଆବଶ୍ୟକତା (Economic necessity) – ଆର୍ଥନୀତିକ ଦୃଷ୍ଟିକୋଣରୁ ବିଚାର କଲେ ଜଣାପଡ଼େ ଯେ, ବହୁପତ୍ନୀ ବିବାହର ଯଥେଷ୍ଟ ଆର୍ଥନୀତିକ ଉପଯୋଗିତା ରହିଛି । କାରଣ ଏହା ଏକ ଅଭ୍ୟାସ ଯାହାକି ସଂଖ୍ୟାଧ‌ିକ ଶ୍ରମିକ ସୃଷ୍ଟିକରି ଶସ୍ତା ଏବଂ ଆବଶ୍ୟକୀୟ ଶ୍ରମ ପ୍ରଦାନ କରିଥାଏ । ଉଦାହରଣସ୍ୱରୂପ ହିମାଳୟ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ସେମାନଙ୍କର ସମ୍ପତ୍ତିକୁ ରକ୍ଷା କରିବାପାଇଁ ଏବଂ କୃଷିଭିତ୍ତିକ କାର୍ଯ୍ୟରେ ଅଧୂକ ସାହାଯ୍ୟ ପାଇବାପାଇଁ ଅନେକ ସ୍ତ୍ରୀଙ୍କୁ ବିବାହ କରିଥା’ନ୍ତି । କାରଣ ଏହାଦ୍ଵାରା ଜଣେ କୃଷକ ତା’ର ବହୁସଂଖ୍ୟକ ସ୍ତ୍ରୀ ଏବଂ ସନ୍ତାନମାନଙ୍କୁ କୃଷିକ୍ଷେତ୍ରରେ ନିୟୋଜିତ କରି ବାହ୍ୟ ଶ୍ରମିକମାନଙ୍କ ନିମନ୍ତେ ବ୍ୟୟ କରାଯାଉଥିବା ମଜୁରି ବାବଦ ଅର୍ଥକୁ ସଞ୍ଚୟ କରିଥାଏ । ଏହାଦ୍ଵାରା ପରିବାରର ଆର୍ଥନୀତିକ ସ୍ଥିତି ସୁଦୃଢ଼ ହୁଏ ।

3. ବହୁପତି ବିବାହର କାରଣଗୁଡ଼ିକୁ ଆଲୋଚନା କର ।
Answer:
ୱେଷ୍ଟରମାର୍କ ବହୁପତି ବିବାହାର ମୁଖ୍ୟ କାରଣଗୁଡ଼ିକୁ ନିମ୍ନମତେ ଦର୍ଶାଇଛନ୍ତି –
(a) ଅତ୍ୟଧ୍ବ ଦାରିଦ୍ର୍ୟ (Extreme poverty) – ଅତ୍ୟଧ୍ବକ ଦାରିଦ୍ର୍ୟ ମଧ୍ୟ ବହୁପତି ବିବାହ ପ୍ରଥାର ଏକ ମୁଖ୍ୟ କାରଣ ଅଟେ । ଜଣେ ଦରିଦ୍ର ବ୍ୟକ୍ତିପକ୍ଷେ ଗୋଟିଏ ସ୍ତ୍ରୀକୁ ବିବାହ କରି ଚଳାଇବା କଷ୍ଟସାଧ୍ୟ ଅଟେ । ଆଉ ମଧ୍ଯ ଯେଉଁ ସମାଜରେ ‘ସ୍ତ୍ରୀ-ଧନ’ (Bride price) ପ୍ରଥା ପ୍ରଚଳିତ, ସେଠାରେ ଜଣେ ଦରିଦ୍ର ବ୍ୟକ୍ତି କନ୍ୟାପିତାଙ୍କୁ ଆବଶ୍ୟକ ଅର୍ଥ ଦେଇପାରନ୍ତି ନାହିଁ । ଫଳସ୍ଵରୂପ ବହୁ ପୁରୁଷ ଏକତ୍ର ହୋଇ ଗୋଟିଏ ସ୍ତ୍ରୀକୁ ବିବାହ କରିଥା’ନ୍ତି ।

CHSE Odisha Class 11 Sociology Unit 3 Short Answer Questions in Odia Medium

(b) ବିବାହଯୋଗ୍ୟ କନ୍ୟାମାନଙ୍କର ଅଭାବ (Dearth of marriageable girls) – ପୁରାତନ ସମାଜରେ ଏହି ବହୁପତି ବିବାହ ପ୍ରଥା ବହୁଳଭାବେ ପ୍ରଚଳିତ ଥିଲା । କାରଣ ସାମାଜିକ ପ୍ରଥା ଯୋଗୁଁ ଶିଶୁକନ୍ୟାମାନଙ୍କୁ ହତ୍ୟା କରାଯିବା ଫଳରେ ବିବାହଯୋଗ୍ୟ କନ୍ୟାମାନଙ୍କର ଅଭାବ ପରିଲକ୍ଷିତ ହେଉଥିଲା । ଫଳରେ ବହୁପତି ବିବାହ ପ୍ରଥାର ସୂତ୍ରପାତ ହେଲା ।

(c) ଜନସଂଖ୍ୟା ନିୟନ୍ତ୍ରଣର ଆବଶ୍ୟକତା (Desire to control population) – ଅନେକ ସମାଜରେ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବାପାଇଁ ଲୋକମାନେ ବହୁପତି ବିବାହ ପ୍ରଥାକୁ ଅନୁସରଣ କରିଥା’ନ୍ତି । କାରଣ ବହୁପତି ବିବାହ ପ୍ରଥା ଜନସଂଖ୍ୟା ହ୍ରାସ କରିବାର ଏକ ବଳିଷ୍ଠ ଅସ୍ତ୍ରସ୍ବରୂପ । କାରଣ ବହୁସଂଖ୍ୟକ ସନ୍ତାନମାନଙ୍କୁ ଜନ୍ମଦେବା ଗୋଟିଏ ସ୍ତ୍ରୀପକ୍ଷେ ସମ୍ଭବପର ନୁହେଁ । ଏହି କାରଣରୁ ଲୋକମାନେ ବହୁପତି ବିବାହ କରିଥା’ନ୍ତି ।

(d) ଯୌଥ ପରିବାର ଅଖଣ୍ଡତା (Maintenance of unity in joint family) – ଯୌଥ ପରିବାରର ଏକତା, ସଂହତି ଏବଂ ଅଖଣ୍ଡତାକୁ ବଜାୟ ରଖିବାପାଇଁ ଗୋଟିଏ ପରିବାରର ସମସ୍ତ ଭାଇମାନେ କେବଳମାତ୍ର ଜଣେ ସ୍ତ୍ରୀକୁ ବିବାହ କରିଥା’ନ୍ତି । ପୌରାଣିକ କିମ୍ବଦନ୍ତୀରୁ ଜଣାପଡ଼େ ଯେ, ଦ୍ରୌପଦୀଙ୍କୁ ବିବାହ କରିବାପାଇଁ ନାରଦ ପାଣ୍ଡବମାନଙ୍କୁ ଉପଦେଶ ଦେଇଥିଲେ । ଏହାର କାରଣ ଭାଇଭାଇଙ୍କ ମଧ୍ୟରେ ଦ୍ବନ୍ଦ୍ବ ବା କଳହର ଅବସାନ କରିବା । ସମ୍ବନର ମତ ଦେଇଛନ୍ତି ଯେ, କୃଷିଜାତ ଦ୍ରବ୍ୟର ସ୍ଵଳ୍ପ ଉତ୍ପାଦନ ଯୋଗୁଁ ତିବ୍ବତ ଅଞ୍ଚଳରେ ବସବାସ କରୁଥିବା ଜନଜାତୀୟ ପୁରୁଷମାନେ ଗୋଟିଏ ସ୍ତ୍ରୀକୁ ଗ୍ରହଣ କରିଥା’ନ୍ତି । ଏହିସବୁ କାରଣ ବହୁପତି ବିବାହକୁ ଉତ୍ସାହିତ କରିଥାଏ ।

4. ଯୌଥ ପରିବାରର ଉପକାରିତାଗୁଡ଼ିକୁ ସଂକ୍ଷେପରେ ଆଲୋଚନା କର ।
Answer:
ଯୌଥ ପରିବାର ବ୍ୟକ୍ତି ଜୀବନରେ ଗଭୀର ପ୍ରଭାବ ପକାଇଥାଏ । ଏହା ବ୍ୟକ୍ତିର ସାମାଜିକ, ଆର୍ଥନୀତିକ, ଧାର୍ମିକ ଏବଂ ସାଂସ୍କୃତିକ ଜୀବନକୁ ଉଚିତ ମାର୍ଗରେ ପରିଚାଳିତ କରିଥାଏ । ନିମ୍ନରେ ଏହାର ଉପକାରିତାଗୁଡ଼ିକୁ ସଂକ୍ଷେପରେ ବଣ୍ଣିନା କରାଗଲା –
(a) ସାମାଜିକ ନିୟନ୍ତ୍ରଣ (Social control)- ଯୌଥ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ, ଘନିଷ୍ଠ ଏବଂ ବ୍ୟକ୍ତିଗତ ସମ୍ପର୍କ ବିଦ୍ୟମାନଥାଏ । ଶିଶୁ ଜନ୍ମଲାଭ କରିବା ପରେ ପରେ ସେ ତା’ର ପିତାମାତା ଏବଂ ଅନ୍ୟ ଗୁରୁଜନମାନଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରହିଥାଏ । ଏହି ପରିବାରରେ କନିଷ୍ଠ ବ୍ୟକ୍ତିମାନଙ୍କର କାର୍ଯ୍ୟକଳାପ ଉପରେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣ ରହିଥାଏ । ଫଳରେ ସଦସ୍ୟମାନେ ବିପଥଗାମୀ ହେବାର ସୁଯୋଗ ପାଇପାରନ୍ତି ନାହିଁ ।

(b) ସାମାଜିକୀକରଣ (Socialization) – ଏହି ପରିବାର ଶିଶୁର ସାମାଜିକୀକରଣ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଶିଶୁମାନେ ପିତାମାତା ତଥା ଅନ୍ୟ ଗୁରୁଜନମାନଙ୍କର ସଂସ୍ପର୍ଶରେ ଆସିବାଦ୍ୱାରା ସେମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟିଥାଏ । ଶିଶୁ ପରିବାରରୁ ଭାଷା, ବ୍ୟବହାର, ଚାଲିଚଳନ, ରୀତିନୀତି ପ୍ରଭୃତି ଶିକ୍ଷାଲାଭ କରିଥାଏ । ଯୌଥ ପରିବାରର ଏହି ସାମାଜିକୀକରଣ ପ୍ରକାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଏହାଦ୍ଵାରା ଔପଚାରିକ ସଂସ୍କାରଗୁଡ଼ିକୁ ବ୍ୟକ୍ତି ପ୍ରଚ୍ଛନ୍ନଭାବେ ଶିକ୍ଷା ଓ ଆତ୍ମୀକରଣ କରିଥାଏ ।

(c) ବ୍ୟକ୍ତିତ୍ୱର ବିକାଶ (Development of personality) – ଯୌଥ ପରିବାରର ଅନ୍ୟ ଏକ ଉପକାରିତା ହେଉଛି ଯେ, ଏହା ବ୍ୟକ୍ତିର ବ୍ୟକ୍ତିତ୍ବର ବିକାଶ ଘଟାଇଥାଏ । ଏହା ବ୍ୟକ୍ତିକୁ ସ୍ନେହ, ପ୍ରେମ, ଦୟା, କ୍ଷମା, ସହଯୋଗ, ସହାନୁଭୂତି, ସେବା, ତ୍ୟାଗ, ଆତ୍ମସଂଯମ, ଆଜ୍ଞାନୁବର୍ତ୍ତିତା ପ୍ରଭୃତି ଅପରିହାର୍ଯ୍ୟ ଗୁଣଗୁଡ଼ିକୁ ଶିକ୍ଷା ଦେଇଥାଏ । ଏହା ଫଳରେ ବ୍ୟକ୍ତି ଭବିଷ୍ୟତରେ ଜଣେ ଉତ୍ତମ ନାଗରିକ ହେବାର ସୁଯୋଗ ପାଇଥାଏ ।

(d) ଅର୍ଥନୈତିକ ଉପକାରିତା (Economical advantages) – ଯୌଥ ପରିବାର ଉଭୟ ଉତ୍ପାଦନକାରୀ ଏବଂ ଉପଯୋଗୀ ସଂସ୍ଥାରୂପେ କାର୍ଯ୍ୟ କରିଥାଏ । ଯୌଥ ପରିବାର ତା’ର ସଦସ୍ୟମାନଙ୍କର ସର୍ବନିମ୍ନ ଆର୍ଥନୀତିକ ଚାହିଦା; ଯଥା – ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ଆଦି ମୌଳିକ ଆବଶ୍ୟକତାକୁ ପୂରଣ କରିଥାଏ । ଏହା ଭୂସମ୍ପତ୍ତିକୁ ଖଣ୍ଡବିଖଣ୍ଡିତ ହେବାର ସୁଯୋଗ ଦିଏ ନାହିଁ । ଭୂସମ୍ପଭି ଅବିଭକ୍ତ ଯୋଗୁଁ ଓ ସମସ୍ତେ ମିଳିମିଶି ଚାଷକାର୍ଯ୍ୟ କରିବା ଯୋଗୁଁ ଉତ୍ପାଦନ ବୃଦ୍ଧି ପାଇଥାଏ ।

(e) ଶିକ୍ଷାଗତ ଉପକାରିତା (Educational advantages) – ଯୌଥ ପରିବାର ତା’ର ସମସ୍ତ ସଦସ୍ୟମାନଙ୍କର ଶିକ୍ଷା ପ୍ରତି ଅଧ‌ିକ ଯତ୍ନଶୀଳ ଥାଏ । ପରିବାର ମଧ୍ୟରେ ପିତାମାତା ତଥା ଅନ୍ୟ ଗୁରୁଜନମାନଙ୍କ ଯତ୍ନରେ ଶିଶୁର ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥାଏ । ତେଣୁ ଯୌଥ ପରିବାରକୁ ଶିଶୁର ପ୍ରଥମ ଶିକ୍ଷାକେନ୍ଦ୍ର ବୋଲି କୁହାଯାଇଥାଏ । ଏହି ପରିପ୍ରେକ୍ଷୀରେ ମ୍ୟାଜିନ୍ (Mazzin) କହିଛନ୍ତି, ‘ଶିଶୁର ପ୍ରଥମ ପାଠପଢ଼ା ମାତାଙ୍କର ଚୁମ୍ବନ ଏବଂ ପିତାଙ୍କର ସଯତ୍ନ ମଧ୍ୟରେ ଆରମ୍ଭ ହୋଇଥାଏ ।’’

5. ଯୌଥ ପରିବାରର ଅପକାରିତାଗୁଡ଼ିକୁ ସଂକ୍ଷେପରେ ଆଲୋଚନା କର ।
Answer:
ଯଦିଓ ଯୌଥ ପରିବାର ବ୍ୟକ୍ତି ଏବଂ ସମାଜ ପାଇଁ ଉପକାର କରିଥାଏ, ତଥାପି ଏହି ପରିବାରର କେତେକ ଦୋଷତ୍ରୁଟି ପରିଲକ୍ଷିତ ହୋଇଥାଏ । ନିମ୍ନରେ ଏହି ଯୌଥ ପରିବାରର କେତେକ ଦୋଷତ୍ରୁଟି ବା ଅପକାରିତାଗୁଡ଼ିକୁ ସଂକ୍ଷେପରେ ବଣ୍ଣିନା କରାଗଲା ।

(a) ନାରୀମାନଙ୍କର ଶୋଚନୀୟ ଅବସ୍ଥା (Miserable condition of women) – ଏହି ପରିବାରର ପ୍ରଥମ ଅପକାରିତା ହେଉଛି ଏହା ନାରୀମାନଙ୍କର ଅବସ୍ଥାକୁ ଅତି ଶୋଚନୀୟ କରିଦେଇଥାଏ । ପରିବାର ସେମାନଙ୍କୁ ଚାରିକାନ୍ଥ ମଧ୍ୟରେ ଆବଦ୍ଧ ରଖ୍ ସେମାନଙ୍କର ପ୍ରସ୍ଥିତିରେ ଉନ୍ନତି ଆଣିବାର ସୁଯୋଗ ଦେଇ ନ ଥାଏ । ମୋଟଉପରେ ଏହି ପରିବାର ନାରୀମାନଙ୍କୁ କୌଣସି ସ୍ଵାଧୀନତା ପ୍ରଦାନ କରି ନ ଥାଏ । ଯୌତୁକକୁ କେନ୍ଦ୍ରକରି ଯୌଥ ପରିବାର ଅନେକ ସମୟରେ ବହୁ ନିରୀହା ନବବଧୂମାନଙ୍କ ଜୀବନକୁ ବିପନ୍ନ କରିଥାଏ ଏବଂ ସେମାନଙ୍କୁ ଆତ୍ମହତ୍ୟା କରିବାପାଇଁ ସୁଯୋଗ ଦେଇଥାଏ ।

(b) ବ୍ୟକ୍ତିତ୍ୱର ବିକାଶରେ ବାଧା (Hindrance to the development of personality) – ଯୌଥ ପରିବାର ମଧ୍ୟ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ଅନ୍ତରାୟ ସୃଷ୍ଟି କରିଥାଏ । ଗୋଟିଏ ଗୃହରେ ବହୁସଂଖ୍ୟକ ଲୋକ ଏକତ୍ର ବାସ କରିବାଦ୍ଵାରା ଏବଂ ଏହି ପରିବାରର ଆକାର ବୃହତ୍ ହୋଇଥିବାରୁ ଏହା ଶିଶୁମାନଙ୍କର ଉପଯୁକ୍ତ ଯତ୍ନ ନେଇପାରେ ନାହିଁ । ଫଳରେ ଶିଶୁମାନଙ୍କର ଉତ୍ତମ ବିକାଶ ହୋଇ ନ ଥାଏ । ଯୌଥ ପରିବାରର ଅଧିକାଂଶ ଶିଶୁ ବାଲ୍ୟ ଅପରାଧୀ ରୂପ ନେଇଥା’ନ୍ତି । କାରଣ ସେମାନଙ୍କ ଉପରେ ପରିବାରର ପ୍ରତ୍ୟକ୍ଷ ନିୟନ୍ତ୍ରଣ ନ ଥାଏ ।

(c) ବିବାଦର କେନ୍ଦ୍ରସ୍ଥଳୀ (Centre of conflict) – ଏହି ପରିବାର ସ୍ତ୍ରୀ ଲୋକମାନଙ୍କ ମଧ୍ୟରେ କଳହର ବୀଜ ବପନ କରିଥାଏ । ଫଳତଃ, ସେମାନେ ଅନବରତ କଳହରେ ଲିପ୍ତ ରହି ପରିବାରର ଶାନ୍ତ ପରିବେଶକୁ କଳୁଷିତ କରିଥା’ନ୍ତି । ବିଶେଷକରି ପିଲାମାନଙ୍କର କାର୍ଯ୍ୟକଳାପକୁ ଭିତ୍ତିକରି ଉତ୍ତେଜନା ବୃଦ୍ଧି ପାଇଥାଏ । ମନ ମଧ୍ୟରେ ଭେଦଭାବ ରଖ୍ ସେମାନେ ସମସ୍ତଙ୍କ ପ୍ରତି ସମାନ ବିଚାର କରନ୍ତି ନାହିଁ । ବିଭିନ୍ନ ସ୍ବାର୍ଥ ଏବଂ ଆତ୍ମକୈନ୍ଦ୍ରିକ ମନୋଭାବର ତାରତମ୍ୟ ଯୋଗୁଁ ଭାଇ-ଭାଇ ମଧ୍ୟରେ ସଦାସର୍ବଦା ଦୃହ ସୃଷ୍ଟି ହୋଇ ଯୌଥ ପରିବାରକୁ ବିଘଟିତ କରିଥାଏ ।

(d) ଶିକ୍ଷାର ଅବ୍ୟବସ୍ଥା (Lack of education) – ଏହି ପରିବାର ସମସ୍ତ ସଦସ୍ୟଙ୍କୁ ଶିକ୍ଷା ପ୍ରଦାନ କରିବାକୁ ଅକ୍ଷମ ହୋଇଥାଏ । ଶିକ୍ଷା କ୍ଷେତ୍ରରେ ଏହି ପରିବାର ପକ୍ଷପାତିତା ନୀତି ଅନୁସରଣ କରିଥାଏ । ଅଧ୍ଵ ରୋଜଗାର କରୁଥିବା ସଦସ୍ୟମାନଙ୍କର ପିଲାମାନଙ୍କୁ ଏହି ପରିବାର ସମସ୍ତ ଶିକ୍ଷାଗତ ସୁବିଧା ସୁଯୋଗ ପ୍ରଦାନ କରିଥାଏ ଏବଂ ଯେଉଁମାନେ ରୋଜଗାର କରିବାକୁ ଅକ୍ଷମ ହୋଇଥା’ନ୍ତି, ସେମାନଙ୍କ ସନ୍ତାନମାନଙ୍କୁ ଶିକ୍ଷାଦାନରୁ ବଞ୍ଚିତ କରିଥାଏ ।

6. ଜ୍ଞାତି କହିଲେ କ’ଣ ବୁଝ ? ଏହାର ପ୍ରକାରଭେଦ ଆଲୋଚନା କର ।
Answer:
ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ମନୁଷ୍ୟ ସମାଜରେ କେବେହେଲେ ଏକାକୀ ବାସ କରି ନ ଥାଏ । ସେ କେତେକ ପ୍ରକାର ଲୋକମାନଙ୍କର ଗହଣରେ ବାସ କରିଥାଏ । ଏଥୁମଧ୍ୟରୁ କେତେକ ବ୍ୟକ୍ତି ତା’ର ସମ୍ପର୍କୀୟ ହୋଇଥିବାବେଳେ ଆଉ କେତେକ ତା’ର ବନ୍ଧୁଭାବରେ ପରିଚିତ । ଆଉ କେତେକ ପଡ଼ୋଶୀ ହୋଇଥିବାବେଳେ ଆଉ କେତେକ ସମ୍ପୂର୍ଣ୍ଣଭାବେ ତା’ ପାଇଁ ଅଜଣା ଥାଆନ୍ତି । ସେ ସେହି ଲୋକମାନଙ୍କ ସହିତ ବାସ କରିବାପାଇଁ ବାଧ୍ୟ ଯେଉଁମାନେ କି ତା ସହିତ ବିବାହ ବନ୍ଧନ ବା ରକ୍ତସମ୍ପର୍କୀୟ ବନ୍ଧନଦ୍ୱାରା ଆବଦ୍ଧ । ବିବାହ ଏବଂ ରକ୍ତକୁ ଭିତ୍ତିକରି ସୃଷ୍ଟି ହୋଇଥିବା ସମ୍ପର୍କ ନିକଟତମ କିମ୍ବା ଦୂରତ୍ବ ସମ୍ପର୍କ ହୋଇପାରେ ।

ଏହି ବିବାହ ବା ରକ୍ତସମ୍ପର୍କୀୟ ବନ୍ଧନକୁ ‘ଜ୍ଞାତି’ ଭାବେ ଅଭିହିତ କରାଯାଇଥାଏ ।
ଏହି ଜ୍ଞାତି ସାଧାରଣତଃ ଦୁଇ ପ୍ରକାର ଅଟେ; ଯଥା –
(1) ନିକଟତମ ଜ୍ଞାତି ଏବଂ
(2) ରକ୍ତ ସମ୍ବନ୍ଧୀୟ ଜ୍ଞାତି ।

(1) ନିକଟତମ ଜ୍ଞାତି (Affinal kinship) – ବିବାହଦ୍ଵାରା ବନ୍ଧନକୁ ନିକଟତମ ଜ୍ଞାତି ବୋଲି କୁହାଯାଇଥାଏ । ଯେତେବେଳେ ଜଣେ ବ୍ୟକ୍ତି ବିବାହ କରେ ସେତେବେଳେ ସେ କେବଳ ଜଣେ ଝିଅ ସହିତ ସମ୍ପର୍କ ସ୍ଥାପନ କରି ନ ଥାଏ; ବରଂ ସେ ଝିଅ ପରିବାରର ଅନ୍ୟ କେତେକ ବ୍ୟକ୍ତିଙ୍କ ସହିତ ସମ୍ପର୍କରେ ଆବଦ୍ଧ ହୋଇଥାଏ । କେବଳ ସେହି ପୁରୁଷର କନ୍ୟାର ପରିବାର ସହିତ ସମ୍ପର୍କ ସ୍ଥାପନ ହୋଇ ନ ଥାଏ; ପରନ୍ତୁ ସେହି ପୁରୁଷର ପରିବାର ସହିତ କନ୍ୟା ପରିବାରର ସମ୍ପର୍କ ସ୍ଥାପନ ହୋଇଥାଏ । ଏହିପରି ବିବାହଦ୍ଵାରା ସ୍ଥାପନ କରାଯାଇଥିବା ସମ୍ପର୍କକୁ ନିକଟତମ ଜ୍ଞାତି ସମ୍ପର୍କ ବୋଲି କୁହାଯାଇଥାଏ ।

(2) ରକ୍ତସମ୍ବନ୍ଧୀୟ ଜ୍ଞାତି (Consanguinous kinship) – ଏହିପ୍ରକାର ଜ୍ଞାତି ରକ୍ତସମ୍ପର୍କଦ୍ୱାରା ସୃଷ୍ଟି ହୋଇଥାଏ । ପିତାମାତା ଏବଂ ସେମାନଙ୍କର ପିଲାମାନଙ୍କ ମଧ୍ୟରେ ସୃଷ୍ଟି ହେଉଥ‌ିବା ସମ୍ପର୍କ ରକ୍ତସମ୍ବନ୍ଧୀୟ ଜ୍ଞାତିରୂପେ ପରିଚିତ । ଏହିପ୍ରକାର ଜ୍ଞାତି ପ୍ରକୃତ କିମ୍ବା ସ୍ଥିରୀକୃତ ଅଟେ । ଏକ ବହୁପତିକ ପରିବାରରେ ଜଣେ ଶିଶୁର ପ୍ରକୃତ ପିତାଙ୍କୁ ଚିହ୍ନଟ କରାଯାଇପାରି ନ ଥାଏ । ମାତ୍ର ଏଠାରେ ସୂଚନାଯୋଗ୍ୟ ଯେ ରକ୍ତସମ୍ପର୍କ ଜୈବିକ ଭିତ୍ତିରେ ନ ହୋଇ ସାମାଜିକ ସ୍ୱୀକୃତିଦ୍ୱାରା ସ୍ଥିର କରାଯାଇଥାଏ । ପୁନଶ୍ଚ ଜ୍ଞାତିକୁ ମଧ୍ୟ ନିମ୍ନଲିଖ୍ ବିଭାଗରେ ବିଭକ୍ତ କରାଯାଇପାରେ; ଯଥା –
(i) ପ୍ରାଥମିକ ଜ୍ଞାତି (Primary kinship) – ଏହି ପ୍ରକାର ଜ୍ଞାତି ସ୍ଵାମୀ-ସ୍ତ୍ରୀ, ପିତାମାତା ଏବଂ ସେମାନଙ୍କର ପିଲାମାନଙ୍କୁ ନେଇ ଗଠିତ ଯେଉଁମାନେ କି ପରସ୍ପର ସହିତ ପ୍ରତ୍ୟକ୍ଷଭାବରେ ସଂପୃକ୍ତ ।
(ii) ଗୌଣ ଜ୍ଞାତି (Secondary kinship) – ଏହି ପ୍ରକାର ଜ୍ଞାତି ସେହି ସମ୍ପର୍କୀୟମାନଙ୍କୁ ନେଇ ଗଠିତ ଯେଉଁମାନେ କି ବ୍ୟକ୍ତିର ପ୍ରାଥମିକ ଜ୍ଞାତି ସମୂହ ସହିତ ସମ୍ପୃକ୍ତ; ଯଥା — ବିଧବା ମାତା, ଭାଇ, ଭାଉଜ, ଦିଅର ପ୍ରଭୃତି ।
(iii) ଆଂଶିକ ଜ୍ଞାତି (Tertiary kinship) – ଏହି ପ୍ରକାର ଜ୍ଞାତି ଗୌଣ ଜ୍ଞାତି ସମୂହର ପ୍ରାଥମିକ ଜ୍ଞାତିକୁ ଅନ୍ତର୍ଭୁକ୍ତ କରିଥାଏ । ଥଟ୍ଟା-ମଜ୍ଜାଜନିତ ବ୍ୟବହାରକୁ ଭିଭିକରି ଜଣେ ବ୍ୟକ୍ତିର ପତ୍ନୀର ଭାଇ, ଭଉଣୀମାନଙ୍କ ସହିତ ସ୍ଥାପିତ ହୋଇଥିବା ସମ୍ପର୍କ ଏହି ଆଂଶିକ ଜ୍ଞାତି ସମ୍ପର୍କର ଅନ୍ତର୍ଭୁକ୍ତ ଅଟେ ।

7. ଆନ୍ତଃଜାତି ବିବାହ ସମ୍ବନ୍ଧରେ ଏକ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
Answer:
ଆନ୍ତଃଜାତି ବିବାହ କହିଲେ ସାଧାରଣତଃ ବ୍ୟକ୍ତିର ବିବାହ ସୃଜାତିରେ ନହୋଇ ଅନ୍ୟ ଜାତିରେ ହେବାକୁ ବୁଝାଇଥାଏ ।
ଅନ୍ୟ ଅର୍ଥରେ ଦୁଇଟି ଭିନ୍ନ ଜାତିର ପୁରୁଷ ଓ ନାରୀର ସଂଯୋଗ ବା ମିଳନକୁ ଆନ୍ତଃ-ଜାତି ବିବାହ କୁହାଯାଏ । ସମାଜବିଜ୍ଞାନୀମାନେ ଆନ୍ତଃ-ଜାତି ବିବାହକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି, ଯଥା — (1) ଉଚ୍ଚ ବିବାହ ବା ଅନୁଲୋମା, (2) ନୀଚ ବିବାହ ବାପ୍ରତିଲୋମା ।

CHSE Odisha Class 11 Sociology Unit 3 Short Answer Questions in Odia Medium

(1) ଉଚ୍ଚ ବିବାହ ବା ଅନୁଲୋମା (Hypergamy or Anuloma) – ଉଚ୍ଚ ବର୍ଣ୍ଣ ବା ଜାତିର ପୁରୁଷ, ନୀଚ ବର୍ଣ୍ଣ ବା ଜାତିର ନାରୀ ସହିତ ବିବାହକୁ ଉଚ୍ଚ ବିବାହ ବା ଅନୁଲୋମୀ କୁହାଯାଏ । ପ୍ରାଚୀନ ଭାରତୀୟ ସାହିତ୍ୟ ଓ ପୁରାଣରୁ ଏହିପ୍ରକାର ବିବାହ ପ୍ରଥାର ଉଦାହରଣ ଦେଖିବାକୁ ମିଳେ । ମହାଭାରତରେ ବର୍ଣ୍ଣିତ ଅଛି ଯେ, ରାଜା ଶାନ୍ତନୁ ପ୍ରଥମେ ଗଙ୍ଗା ଓ ପରେ ସତ୍ୟବାଦୀ ନାମକ ଏକ ଧୀବର କନ୍ୟାକୁ ବିବାହ କରିଥିଲେ ।

(2) ନୀଚ ବିବାହ ବା ପ୍ରତିଲୋମା (Hypogamy or Pratiloma) ନୀଚ ବର୍ଣ୍ଣ ବା ଜାତିର ପୁରୁଷ ସହିତ ଉଚ୍ଚ ବର୍ଣ୍ଣ ବା ଜାତିର ନାରୀର ବିବାହକୁ ନୀଚ ବିବାହ ବା ପ୍ରତିଲୋମା କୁହାଯାଏ । ନୀତିଶାସ୍ତ୍ର ପ୍ରଣେତା ‘ମନୁ’ ଏହି ବିବାହ ପ୍ରଥାର ପକ୍ଷପାତୀ ନଥିଲେ । ତଥାପି ମଧ୍ଯ ପ୍ରାଚୀନ ହିନ୍ଦୁ ସମାଜରେ ପ୍ରତିଲୋମୀ ପରିଲକ୍ଷିତ ହେଉଥିଲା ।

ଉଦାହରଣ – କାକୁସ୍ଥବର୍ମା (Kakustha Verma) ନାମକ ଜଣେ ବ୍ରାହ୍ମଣ ରାଜା ତାଙ୍କ କନ୍ୟାକୁ ଗୁପ୍ତ ବଂଶର ଜଣେ ରାଜାଙ୍କୁ ବିବାହ ଦେଇଥଲେ ।

8. ସମ୍ପତ୍ତିର ସଂଜ୍ଞା ପ୍ରଦାନ କର ।
Answer:
ଜିନ୍ସ ବର୍ଗ (Ginsberg) ଙ୍କ ମତାନୁସାରେ, କୌଣସି ଭୌତିକ ବସ୍ତୁ ଉପରେ ନିୟନ୍ତ୍ରଣଠାରୁ ଆରମ୍ଭ କରି ବ୍ୟକ୍ତି ତଥା ସମୂହ ମଧ୍ୟରେ ପାରସ୍ପରିକ ସମ୍ବନ୍ଧକୁ ପରିଭାଷିତ କରୁଥିବା ଅଧ‌ିକାର ଓ ଦାୟିତ୍ବର ସମଷ୍ଟି ହେଉଛି ‘ସମ୍ପରି’ ।

9. ସମ୍ପତ୍ତି (Property) ର ଲକ୍ଷଣମାନ ଆଲୋଚନା କର ।
Answer:
ସମ୍ପତ୍ତିର ପ୍ରଧାନ ଲକ୍ଷଣମାନ ହେଲା –
(୧) ସମ୍ପତ୍ତି ଉଭୟ ମୂର୍ଖ ଏବଂ ଅମୂର୍ଣ ଅଟେ ।
(୨) ସମ୍ପତ୍ତିର ସ୍ଵତ୍ତ୍ଵାଧ୍ଵର ସହିତ ଘନିଷ୍ଠ ସମ୍ବନ୍ଧ ଥାଏ !
(୩) ସମ୍ପତ୍ତି ସୀମିତ ମାତ୍ରାରେ ଥାଏ ।
(୪) ସମ୍ପତ୍ତିରେ ହସ୍ତାନ୍ତରୀକରଣ (Transferability)ର ଗୁଣ ଥାଏ ।
(୫) ସମ୍ପତ୍ତି ଧାରଣା ସହିତ ଏହାର ବିନିମୟ ମୂଲ୍ୟ ମଧ୍ୟ ଯୋଡ଼ା ହୋଇଥାଏ ।
(୬) ସମ୍ପତ୍ତି ଉଭୟ ଅର୍ଥନୈତିକ ଏବଂ ସାମାଜିକ ତଥ୍ୟ ଅଟେ ।

10. ସମ୍ପତ୍ତିର ଗତିଶୀଳତା ଆଧାରରେ ସମ୍ପତ୍ତିର ପ୍ରକାରଭେଦ ଉଲ୍ଲେଖ କର ।
Answer:
ସମ୍ପତ୍ତିର ଗତିଶୀଳତା ଆଧାରରେ ଏହାକୁ ସଚଳ ଏବଂ ଅଚଳ ଦୁଇଭାଗରେ ବିଭକ୍ତ କରାଯାଇଛି ।
(୧) ସଚଳ ସମ୍ପତ୍ତି (Movable property) – ଯେଉଁ ସମ୍ପଭିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସେହି ରୂପରେ ନିଆଯାଇ ପାରିଥାଏ, ତାହାକୁ ସଚଳ ସମ୍ପତ୍ତି କୁହାଯାଏ । ଯଥା – କଂସାବାସନ, ମେସିନ୍, ଜିନିଷପତ୍ର ଇତ୍ୟାଦି ।
(୨) ଅଚଳ ସମ୍ପତ୍ତି (Immovable property) – ଯେଉଁ ବସ୍ତୁକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ହୋଇନଥାଏ କିନ୍ତୁ ବ୍ୟକ୍ତି ବା ସମୂହର ଏହା ଉପରେ ଅଧିକାର ଥାଏ, ତାହାକୁ ଅଚଳ ସମ୍ପତ୍ତି କୁହାଯାଏ । ଘର ଏବଂ ଜମି ଇତ୍ୟାଦି ।

11. ବସ୍ତୁର ସ୍ୱରୂପ ଆଧାରରେ ସମ୍ପତ୍ତିର ବର୍ଗୀକରଣ କର ।
Answer:
ବସ୍ତୁର ସ୍ଵରୂପ ଆଧାରରେ ସମ୍ପତ୍ତିକୁ ଦୃଶ୍ୟମାନ ଏବଂ ଅଦୃଶ୍ୟମାନ ଦୁଇଭାଗରେ ବିଭକ୍ତ କରାଯାଇଛି ।
(୧) ଦୃଶ୍ୟମାନ ସମ୍ପତି (Tangible property) – ଯେଉଁ ସମ୍ପଭିକୁ ଦେଖ୍ ହୋଇଥାଏ ଏବଂ ଯାହା ସ୍ପର୍ଶଯୋଗ୍ୟ ଅଟେ ତାହାକୁ ଦୃଶ୍ୟମାନ ସମ୍ପଭି କୁହାଯାଏ । ଘର, ମଟରଗାଡ଼ି, ଗହଣାଗାଣ୍ଠି, ଆସବାବପତ୍ର ଇତ୍ୟାଦି ଦୃଶ୍ୟମାନ ସମ୍ପତ୍ତିର ଉଦାହରଣ ଅଟେ ।
(୨) ଅଦୃଶ୍ୟ ସମ୍ପତ୍ତି (Intangible property) – ଯେଉଁ ବସ୍ତୁର ଉପଭୋଗ ସମ୍ବନ୍ଧିତ ବ୍ୟକ୍ତିର ଅଧିକାରକୁ ଆଇନ ସୃଷ୍ଟି କରିଥାଏ, ଅଥବା ଯାହା ବ୍ୟକ୍ତିର ବିଶେଷାଧ୍ଵର ସହିତ ସମ୍ବନ୍ଧିତ ତାହାକୁ ଅଦୃଶ୍ୟ ସମ୍ପତ୍ତି କୁହାଯାଏ । ବହି ଉପରେ ଲେଖକଙ୍କର କପି ରାଇଟ୍ (Copy right) ଅଦୃଶ୍ୟ ସମ୍ପଭିର ଉଦାହରଣ ଅଟେ ।

12. ଅଧ୍ୟାର ଆଧାରରେ ସମ୍ପତ୍ତିର ପ୍ରକାରଭେଦ ଆଲୋଚନା କର ।
Answer:
ଅଧ୍ୟାର ଆଧାରରେ ସମ୍ପତ୍ତିକୁ ତିନି ଭାଗରେ ବିଭକ୍ତ କରାଯାଇଅଛି ।
(୧) ସାମୂହିକ ସମ୍ପତ୍ତି (Collective property) – ଯଦି କୌଣସି ସମ୍ପତ୍ତି ଉପରେ ଏକାଧ୍ଯକ ବ୍ୟକ୍ତିଙ୍କର ପୂର୍ଣ ତଥା ସହଯୋଗୀ ଅଧ୍ୟାର ସ୍ପଷ୍ଟ ରୂପରେ ଦେଖ‌ିବାକୁ ମିଳିଥାଏ, ତେବେ ଏହାକୁ ସାମୂହିକ ସମ୍ପତ୍ତି କୁହାଯାଏ ।
(୨) ସର୍ବସାଧାରଣ ସମ୍ପରି (Public property) – ଯଦି କୌଣସି ସମ୍ପତ୍ତି ଉପରେ ଗୋଟିଏ ବ୍ୟକ୍ତିର ଅଧିକାର ନ ହୋଇ କେତେକ ନିୟମର ଅନ୍ତର୍ଗତ ସମୁଦାୟର ସମସ୍ତ ବ୍ୟକ୍ତି ଏହାକୁ ଉପଭୋଗ କରିବାର ଅଧିକାର ପାଇଥାନ୍ତି, ତେବେ ସେ ପ୍ରକାର ସମ୍ପତ୍ତିକୁ ‘‘ସର୍ବସାଧାରଣ ସମ୍ପରି’’ କୁହାଯାଏ । ଆଧୁନିକ ସମାଜରେ ରେଳ, ଡାକଘର, ସଡ଼କ, ସରକାରୀ କାର୍ଯ୍ୟାଳୟ ଇତ୍ୟାଦି ସର୍ବସାଧାରଣ ସମ୍ପତ୍ତିର ଉଦାହରଣ ଅଟେ ।
(୩) ନିଜ ବା ବ୍ୟକ୍ତିଗତ ସମ୍ପତ୍ତି (Private property) – ଯଦି କୌଣସି ଦ୍ରବ୍ୟ ଉପରେ ଗୋଟିଏ ବ୍ୟକ୍ତିର ସବୁଠାରୁ ଅଧିକ ବା ସମ୍ପୂର୍ଣ୍ଣ ଅଧିକାର ଥାଏ, ତେବେ ସେ ପ୍ରକାର ସମ୍ପତ୍ତିକୁ ବ୍ୟକ୍ତିଗତ ସମ୍ପତ୍ତି କୁହାଯାଏ । ବ୍ୟକ୍ତି ବା ବ୍ୟକ୍ତିମାନଙ୍କୁ ନିଜର ଇଚ୍ଛାନୁସାରେ ଏହି ସମ୍ପତ୍ତିର ବ୍ୟବହାର ଉପଭୋଗ ଓ ହସ୍ତାନ୍ତର କରିବାର ଅଧୁକାର ମିଳିଥାଏ ।

13. ବ୍ୟକ୍ତିଗତ ସମ୍ପତ୍ତିର ଉପକାରିତାମାନ ଦର୍ଶାଅ ।
Answer:
ବ୍ୟକ୍ତିଗତ ସମ୍ପତ୍ତିର ନିମ୍ନଲିଖ୍ ଉପକାରିତାମାନ ପରିଲକ୍ଷିତ ହୋଇଥାଏ ।
(୧) ଅର୍ଥନୈତିକ ପ୍ରଗତିରେ ସହାୟକ ଅଟେ ।
(୨) ଭବିଷ୍ୟତ ତଥା ବିପତ୍ତି ବା ଦୁର୍ଦ୍ଦିନ ସମୟରେ ସୁରକ୍ଷା ପ୍ରଦାନ କରିଥାଏ ।
(୩) କାର୍ଯ୍ୟ କରିବାପାଇଁ ଅଧିକ ପ୍ରେରଣା ପ୍ରଦାନ କରିଥାଏ ।
(୪) ମାନବର ସ୍ବଭାବଗତ ପ୍ରବୃତ୍ତିର ପରିତୃପ୍ତି ମିଳିଥାଏ ।
(୫) ମାନବୋଚିତ ବା ମାନବିକ ଗୁଣଗୁଡ଼ିକର ବିକାଶ ଘଟିଥାଏ ।

14. ବ୍ୟକ୍ତିଗତ ସମ୍ପତ୍ତିର ଅପକାରିତାମାନ ଦର୍ଶାଅ ।
Answer:
ବ୍ୟକ୍ତିଗତ ସମ୍ପତ୍ତିର ନିମ୍ନଲିଖ୍ ଅପକାରିତାମାନ ହେଲା –
(୧) ମାନବିକ ମୂଲ୍ୟବୋଧର ପରିସମାପ୍ତି ଘଟିଥାଏ ।
(୨) ସମ୍ପରି ପ୍ରତି ଅତ୍ୟଧିକ ଲୋଭ ବା ଲାଳସା ବୃଦ୍ଧି ପାଇଥାଏ ।
(୩) ଅନେକଗୁଡ଼ିଏ ସାମାଜିକ ସମସ୍ୟାର ସୃଷ୍ଟି ହୋଇଥାଏ ।
(୪) ପୁଞ୍ଜିବାଦୀ ଚିନ୍ତାଧାରାକୁ ଉତ୍ସାହିତ କରିଥାଏ ।
(୫) ଅସମାନତା ବୃଦ୍ଧି ପାଇଥାଏ ।
(୬) ବିଳାସୀ ଶ୍ରେଣୀର ବୃଦ୍ଧିରେ ଉତ୍ସାହିତ କରିଥାଏ ।

CHSE Odisha Class 11 Sociology Unit 3 Short Answer Questions in Odia Medium

15. ଶ୍ରମ ବିଭାଜନ କହିଲେ କ’ଣ ବୁଝ ?
Answer:
ଶ୍ରମ ବିଭାଜନ ଉତ୍ପାଦନର ଏକ ପ୍ରଣାଳୀ ଅଟେ । ଯାହାର ଅନ୍ତର୍ଗତ କାର୍ଯ୍ୟ ବିଶେଷକୁ କେତେ ବିଧ୍ (Process) ବା ଉପବିଜ୍ (Sub-process) ରେ ଭାଗ କରି ଦିଆଯାଇଥାଏ ଏବଂ ପ୍ରତ୍ୟେକ ବିଧ୍ ବା ଉପବିଧ‌ିକୁ ବିଭିନ୍ନ ବ୍ୟକ୍ତିଙ୍କ ସମୂହ ଦ୍ଵାରା କରାଯାଇଥାଏ । ଅନ୍ୟ ଅର୍ଥରେ ଗୋଟିଏ କାମକୁ ଅନେକ ଛୋଟ ବଡ଼ ଖଣ୍ଡରେ ବିଭାଜିତ କରି କରାଯାଇଥାଏ । ତେବେ ତାହାକୁ ଶ୍ରମ ବିଭାଜନ କ୍ରିୟା କୁହାଯାଏ । ଉଦାହରଣ ସ୍ୱରୂପ, ଗୋଟିଏ ସାଇକେଲ୍‌ର ନିର୍ମାଣରେ ଦଳ ଦଳ ଲୋକ ସାଇକେଲ୍‌ର ଭିନ୍ନ ଭିନ୍ନ ଅଂଶକୁ ନିର୍ମାଣ କରିଥାନ୍ତି । ପରିଶେଷରେ ଏକ ସମ୍ପୂର୍ଣ୍ଣ ସାଇକେଲର ନିର୍ମାଣ ହୋଇଥାଏ ।

16. ଶ୍ରମ ବିଭାଜନର ସଂଜ୍ଞା ପ୍ରଦାନ କର ।
Answer:
ପ୍ରଫେସର ୱାନଙ୍କ ଅନୁସାରେ, ‘ଉତ୍ପାଦନର କ୍ରିୟାକୁ ବିଭିନ୍ନ ଉପକ୍ରିୟାରେ ବିଭାଜିତ କରି ବିଶିଷ୍ଟ ସାଧନାକୁ (ବ୍ୟକ୍ତିଙ୍କ) ଉପକ୍ରିୟା ଗୁଡ଼ିକୁ କରିବାପାଇଁ ଦେବା ଏବଂ ପୁନଶ୍ଚ ସମସ୍ତ ସାଧନଗୁଡ଼ିକର (ବ୍ୟକ୍ତିଙ୍କ) ଚେଷ୍ଟାକୁ ମିଶାଇ ଆବଶ୍ୟକ ଉପଭୋଗ ବସ୍ତୁକୁ ଉତ୍ପାଦନ କରିବାକୁ ଶ୍ରମ ବିଭାଜନ କୁହାଯାଏ ।

17. ଶ୍ରମ ବିଭାଜନର ପ୍ରକାରଭେଦମାନ ଉଲ୍ଲେଖ କର ।
Answer:
ଶ୍ରମ ବିଭାଜନକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇଛି ।
(୧) ସରଳ ଶ୍ରମ ବିଭାଜନ ।
(୨) ଜଟିଳ ଶ୍ରମ ବିଭାଜନ ।

ଜଟିଳ ଶ୍ରମ ବିଭାଜନ ପୁନଃଶ୍ଚ ତିନିଗୋଟି ଉପବିଭାଗରେ ବର୍ଗୀକୃତ ହୋଇଅଛି । ଯଥା –
(୧) ପୂର୍ଣ୍ଣ କ୍ରିୟା ଶ୍ରମ ବିଭାଜନ ।
(୨) ଅସଂପୂର୍ଣ୍ଣ କ୍ରିୟା ଶ୍ରମ ବିଭାଜନ ।
(୩) ପ୍ରାଦେଶିକ ବା କ୍ଷେତ୍ରୀୟ ବା ଭୌଗୋଳିକ ଶ୍ରମ ବିଭାଜନ ।

18. ଶ୍ରମ ବିଭାଜନର ଉପକାରିତାମାନ ବୁଝାଅ ।
Answer:
ଶ୍ରମ ବିଭାଜନର ଉପକାରିତାମାନ ହେଲା –
(୧) କାର୍ଯ୍ୟ ଦକ୍ଷତାରେ ବୃଦ୍ଧି ।
(୨) ରୁଚି ଓ ଯୋଗ୍ୟତାନୁସାରେ କାର୍ଯ୍ୟ ।
(୩) କମ୍ ସମୟରେ କାର୍ଯ୍ୟର ଶିକ୍ଷା ।
(୪) କମ୍ ଶାରୀରିକ ଓ ମାନସିକ ପରିଶ୍ରମ ।
(୫) ସ୍ଥାନ ପରିବର୍ତ୍ତନ ବା ଶ୍ରମିକଙ୍କର ଗତିଶୀଳତାରେ ବୃଦ୍ଧି ।
(୬) ଏକତା ଏବଂ ଶ୍ରମିକ ସଂଗଠନରେ ବୃଦ୍ଧି ।
(୭) କମ୍ ସମୟର ଅପଚୟ ।
(୮) ଉତ୍ପାଦନ ବ୍ୟୟରେ କମ୍ ତଥା ଶ୍ରେଷ୍ଠ ବସ୍ତୁର ଉତ୍ପାଦନ ।
(୯) ଉତ୍ପାଦନର ମାତ୍ରାରେ ବୃଦ୍ଧି ।
(୧୦) ମେସିନ୍‌ ଆବିଷ୍କାର ଏବଂ ଉପଯୋଗରେ ବୃଦ୍ଧି ।
(୧୧) ଆବିଷ୍କାରର ସଂଖ୍ୟାରେ ବୃଦ୍ଧି ।
(୧୨) ଶସ୍ତାରେ ସାମଗ୍ରୀଗୁଡ଼ିକର ଲାଭ ।
(୧୩) ମାନବ ସାଧନ ଗୁଡ଼ିକର ଉଚିତ୍ ପ୍ରୟୋଗ ଇତ୍ୟାଦି ।

19. ଶ୍ରମ ବିଭାଜନର ଅପକାରିତାମାନ କ’ଣ ଦର୍ଶାଅ ।
Answer:
ଶ୍ରମ ବିଭାଜନର ନିମ୍ନଲିଖ୍ ଅପକାରିତାମାନ ପରିଲକ୍ଷିତ ହୋଇଥାଏ ।
(୧) ବେକାରୀ ସମସ୍ୟା ସୃଷ୍ଟି ।
(୨) କାର୍ଯ୍ୟରେ ନିରସତା ।
(୩) ଗତିଶୀଳତାରେ ଅଭାବ
(୪) ଶ୍ରମିକ ଏବଂ ମାଲିକ ମଧ୍ୟରେ ସଂଘର୍ଷ ।
(୫) ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶରେ ପ୍ରତିବନ୍ଧକ
(୬) ଗୋଷିବାଦର ବୃଦ୍ଧି ଇତ୍ୟାଦି ।

20. ସରଳ ଶ୍ରମବିଭାଜନ କହିଲେ କ’ଣ ବୁଝାଏ ?
Answer:
ସରଳ ଶ୍ରମ ବିଭାଜନ ଅତ୍ୟନ୍ତ ପ୍ରାଚୀନ ଅଟେ । ଯଦି ବ୍ୟକ୍ତି ବା ବ୍ୟକ୍ତିଙ୍କର ସମୂହ ନିଜର ଶିକ୍ଷା, ଯୋଗ୍ୟତା ଏବଂ କୁଶଳତାର ଆଧାରରେ କୌଣସି ବ୍ୟବସାୟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରିଥାନ୍ତି, ତେବେ ଏହି ପ୍ରକାର ବ୍ୟବସାୟକୁ ସାଧାରଣ ଅଥବା ସରଳ ଶ୍ରମ ବିଭାଜନ ଶ୍ରେଣୀଭୁକ୍ତ କରାଯାଇଥାଏ । ଭାରତର ଜାତି ବ୍ୟବସ୍ଥା ଏହି ଶ୍ରେଣୀର ଶ୍ରମ ବିଭାଜନର ରୂପ ଅଟେ ।

21. ଜଟିଳ ଶ୍ରମ ବିଭାଜନ (Complex division of labour) କହିଲେ କ’ଣ ବୁଝାଏ ?
Answer:
ଯଦି କୌଣସି ଉତ୍ପାଦନ କାର୍ଯ୍ୟକୁ ଏକରୁ ଅନେକ ଭାଗରେ ବିଭାଜିତ କରି ଦିଆଯାଇ ବିଭାଜିତ ଭାଗର ଉତ୍ପାଦନକୁ ବ୍ୟକ୍ତିମାନଙ୍କ ବା ବ୍ୟକ୍ତିଙ୍କ ସମୂହ ମଧ୍ୟରେ ବାଣ୍ଟି ଦିଆଯାଇଥାଏ, ତା ହେଲେ ଏ ପ୍ରକାରର ଶ୍ରମ ବିଭାଜନକୁ ଜଟିଳ ଶ୍ରମ ବିଭାଜନ କୁହାଯାଏ । ଏହି ପ୍ରକାର ଶ୍ରମ ବିଭାଜନରେ କୌଣସି ବ୍ୟକ୍ତିକୁ ସମ୍ପୂର୍ଣ୍ଣ କ୍ରିୟାର ଏକ ବିଶେଷ ଉପକ୍ରିୟାକୁ ହିଁ ତାର ରୁଚି, ଯୋଗ୍ୟତା ଏବଂ କ୍ଷମତାନୁସାରେ ପ୍ରଦାନ କରାଯାଇଥାଏ ।

CHSE Odisha Class 11 Sociology Unit 3 Short Answer Questions in Odia Medium

22. ପୂର୍ଣ୍ଣ କ୍ରିୟା ଶ୍ରମ ବିଭାଜନ (Division of labour into complete process) କହିଲେ କ’ଣ ବୁଝାଏ ?
Answer:
ଯଦି ଗୋଟିଏ ଶ୍ରମିକ ବା ଶ୍ରମିକ ସମୂହ ଦ୍ବାରା ତିଆରି କରାଯାଇଥିବା ବସ୍ତୁ କୌଣସି ଅନ୍ୟ ଶ୍ରମିକ ବା ଶ୍ରମିକ ସମୂହ ପାଇଁ କଞ୍ଚା ସାମଗ୍ରୀ ରୂପରେ ପ୍ରୟୋଗ କରାଯାଇଥାଏ, ତେବେ ତାହାକୁ ପୂର୍ଣ୍ଣକ୍ରିୟା ଶ୍ରମ ବିଭାଜନ କୁହାଯାଏ । ଉଦାହରଣ ସ୍ଵରୂପ ଯଦି ତୁଳାକୁ ଗୋଟିଏ ବ୍ୟକ୍ତି ଭିଣିଥାଏ, ଦ୍ବିତୀୟ ବ୍ୟକ୍ତି ସୂତା କାଟିଥାଏ, ତୃତୀୟ ବ୍ୟକ୍ତି ସୂତାକୁ ରଙ୍ଗାଇଥାଏ ଏବଂ ଚତୁର୍ଥ ବ୍ୟକ୍ତି ଏଥୁରୁ ଲୁଗା ବୁଣିଥାଏ ତେବେ ଏହା ପୂର୍ଣ୍ଣକ୍ରିୟା ଶ୍ରମ ବିଭାଜନ ଅଟେ । ଏହି ପ୍ରଣାଳୀରେ ବିଭିନ୍ନ ଶ୍ରମ ସମୂହ ମଧ୍ୟରେ ସହଯୋଗର ବହୁତ ଆବଶ୍ୟକତା ଥାଏ ।

23. ପ୍ରାଦେଶିକ ବା କ୍ଷେତ୍ରୀୟ ବା ଭୌଗୋଳିକ ଶ୍ରମ ବିଭାଜନ (Territorial and Geographical division of labour) କହିଲେ କ’ଣ ବୁଝାଏ ?
Answer:
ଯଦି କୌଣସି ସ୍ଥାନ ବିଶେଷ ବା କ୍ଷେତ୍ର ବିଶେଷରେ ବିଭିନ୍ନ ପ୍ରାକୃତିକ ସୁବିଧା ଯୋଗୁଁ କୌଣସି ବିଶେଷ ପ୍ରକାରର ଶିଳ୍ପର ସ୍ଥାପନା କରାଯାଇଥାଏ, ତାହେଲେ ଏହାକୁ ପ୍ରାଦେଶିକ ବା କ୍ଷେତ୍ରୀୟ ଶ୍ରମ ବିଭାଜନ କୁହାଯାଏ । ଉଦାହରଣ ସ୍ୱରୂପ, ପଶ୍ଚିମ ବଙ୍ଗରେ ଝୋଟ, ଉତ୍ତର ପ୍ରଦେଶରେ ଚିନି ଏବଂ ମହାରାଷ୍ଟ୍ରରେ କପା ଶିଳ୍ପ ସ୍ଥାପନ ହୋଇଥାଏ ।

CHSE Odisha Class 12 Odia Solutions Chapter 6 ତପସ୍ବିନୀର ପତ୍ର

Odisha State Board CHSE Odisha Class 12 Odia Solutions Chapter 6 ତପସ୍ବିନୀର ପତ୍ର Textbook Exercise Questions and Answers.

CHSE Odisha Class 12 Odia Chapter 6 ତପସ୍ବିନୀର ପତ୍ର Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧ ।
ଶରଣ-ବତ୍ସଳ-ଧ୍ବଜ ରିପୁ-ଗଜାଙ୍କୁଶ – ଏଥରେ ଧ୍ଵଜ ଶବ୍ଦର ଅର୍ଥ _____ ।
(i) ରକ୍ଷକ
(ii) ପତାକା
(iii) ଶତ୍ରୁ
(iv) ମିତ୍ର
Answer:
(ii) ପତାକା

Question ୨ ।
‘ନବବାମା’ ବୋଲି କବି କାହାକୁ କହିଛନ୍ତି ?
(i) ସୀତା
(ii) ସୁନାର ସୀତା
(iii) ନବ ବିବାହିତା ଦ୍ବିତୀୟ ପତ୍ନୀ
(iv) ରୁକ୍ମିଣୀ
Answer:
(iii) ନବ ବିବାହିତା ଦ୍ବିତୀୟ ପତ୍ନୀ

Question ୩ ।
ରାମଚନ୍ଦ୍ରଙ୍କର ସଦ୍‌ଗୁଣାବଳୀ ଶତଗୁଣିତ ହେଉଥବ କାହିଁକି ?
(i) ସୀତାଙ୍କ ସ୍ମୃତିକୁ ମନେ ପକାଇ
(ii) ଲବ କୁଶଙ୍କ ପରିଚୟ ପାଇ
(iii) ମୁଗ୍ଧ ନବବଧୂକୁ ମୁଗ୍ଧ କରିବାପାଇଁ
(iv) ଋଷିମାନଙ୍କୁ ଆନନ୍ଦ ପ୍ରଦାନ କରିବାପାଇଁ
Answer:
(iii) ମୁଗ୍ଧ ନବବଧୂକୁ ମୁଗ୍ଧ କରିବାପାଇଁ

Question ୪ ।
ତାପସଙ୍କ ଅଶାନ୍ତି-ନାଶକ ବୋଲି କାହାକୁ କୁହାଯାଇଛି ?
(i) ରାମଚନ୍ଦ୍ର
(ii) ରାବଣ
(iii) ସୀତା
(iv) ବାଲ୍ମୀକି
Answer:
(i) ରାମଚନ୍ଦ୍ର

Question ୫ ।
ସୀତା, ରାମଚନ୍ଦ୍ରଙ୍କୁ ଚିଠି ଲେଖି କ’ଣ ମାଗିଥିଲେ ?
(i) ପୁଅ ଦୁହିଙ୍କୁ ରାଜଭୋଗ ପ୍ରଦାନ କରିବାପାଇଁ
(ii) ନବ ପ୍ରଣୟିନୀଙ୍କୁ ବାହାର କରିଦେବାପାଇଁ
(iii) ନବ ପ୍ରଣୟିନୀ କେଉଁ ଘୋର ତପସ୍ୟା କରି କେଉଁ ମନ୍ତ୍ର ଜପ କରି ରାମଚନ୍ଦ୍ରଙ୍କୁ ବର ରୂପେ ପାଇଲେ ଜଣାଇବାପାଇଁ
(iv) ତାଙ୍କ ଦୋଷ କ୍ଷମା କରିଦେବାପାଇଁ
Answer:
(iii) ନବ ପ୍ରଣୟିନୀ କେଉଁ ଘୋର ତପସ୍ୟା କରି କେଉଁ ମନ୍ତ୍ର ଜପ କରି ରାମଚନ୍ଦ୍ରଙ୍କୁ ବର ରୂପେ ପାଇଲେ ଜଣାଇବାପାଇଁ

Question ୬ ।
ସୀତାଙ୍କ ପୁତ୍ରଦ୍ଵୟ କିପରି ଜନନୀଙ୍କ ଜୀବନ କନ୍ଦାଉ ଥିଲେ ?
(i) ପରସ୍ପର ମଧ୍ୟରେ କଳହ କରି
(ii) ବୀଣା ସହକାରେ ରାମାୟଣ ଗାନ କରି
(iii) ରାମଚନ୍ଦ୍ରଙ୍କ କଥା ମନେ ପକାଇ
(iv) ପିତାଙ୍କ ପରିଚୟ ପଚାରି
Answer:
(ii) ବୀଣା ସହକାରେ ରାମାୟଣ ଗାନ କରି

Question ୭ ।
ତରୁଲତାଗଣ କ’ଣ ଶୁଣି ଅଥୟ ହୁଅନ୍ତି ?
(i) ସୀତାଙ୍କ କ୍ରନ୍ଦନ
(ii) ଲବ-କୁଶଙ୍କ ରାମାୟଣ ଗାନ
(iii) ଋଷିମାନଙ୍କର ଓଁକାର ଧ୍ଵନି
(iv) ଋଷିକୁମାରମାନଙ୍କର ବେଦ ଧ୍ଵନି
(ii) ବୀଣା ସହକାରେ ରାମାୟଣ ଗାନ କରି
Answer:
(ii) ଲବ-କୁଶଙ୍କ ରାମାୟଣ ଗାନ

CHSE Odisha Class 12 Odia Solutions Chapter 6 ତପସ୍ବିନୀର ପତ୍ର

Question ୮ ।
ସୀତାଙ୍କ ଶିଶୁଦ୍ଵୟଙ୍କ ମନ କ’ଣ ପାଇଁ ସେମାନଙ୍କୁ ଆକର୍ଷିତ କରି ନେଉଥ୍ଲା ?
(i) ରାମଚନ୍ଦ୍ରଙ୍କ ପଦପଙ୍କଜ ଦର୍ଶନ କରିବାପାଇଁ
(ii) ରାଜା ରାମଙ୍କ ନିକଟରେ ରାମାୟଣ ଗାନ କରିବାପାଇଁ
(iii) ମାତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବାପାଇଁ
(iv) ଅଯୋଧ୍ୟା ଯାଇ ନିଜର ପିତାଙ୍କୁ ପରିଚୟ ଦେବାପାଇଁ
Answer:
(iv) ରାମଚନ୍ଦ୍ରଙ୍କ ପଦପଙ୍କଜ ଦର୍ଶନ କରିବାପାଇଁ

Question ୯ ।
କ’ଣ ଶୁଣି ସୀତାଙ୍କର ହୃଦୟ ହାଣି ହୋଇ ଯାଉଥିଲା ?
(i) ଶିଶୁଦ୍ୱୟଙ୍କ କ୍ରନ୍ଦନ
(ii) ରାମଚନ୍ଦ୍ରଙ୍କ ଗତ ଦୁଃଖର କାହାଣୀ
(iii) ଜନକଙ୍କ ଅସୁସ୍ଥତା
(iv) ରାମଚନ୍ଦ୍ରଙ୍କ ଅଶ୍ଵମେଧ ଯଜ୍ଞ
Answer:
(ii) ରାମଚନ୍ଦ୍ରଙ୍କ ଗତ ଦୁଃଖର କାହାଣୀ

Question ୧୦ ।
ରାମଚନ୍ଦ୍ର ସୀତାଙ୍କ ପ୍ରେମକୁ କାହିଁକି ସ୍ଵପ୍ନ ମନେକରିବେ ବୋଲି ସୀତା ଲେଖିଛନ୍ତି ?
(i) ନବ ପ୍ରଣୟିନୀର ମୁଖ ଦର୍ଶନ କରି
(ii) ରାଜକାର୍ଯ୍ୟରେ ବ୍ୟସ୍ତ ରହି
(iii) ପୁତ୍ରଦ୍ଵୟଙ୍କ ପରିଚୟ ପାଇ
(iv) ରାମାୟଣର କଥା ଶ୍ରବଣ କରି
Answer:
(i) ନବ ପ୍ରଣୟିନୀର ମୁଖ ଦର୍ଶନ କରି

Question ୧୧।
ସୀତା ପତ୍ର ଲେଖୁଥିଲା ବେଳେ କିଏ ହସି ହସି ପହଞ୍ଚିଲେ ?
(i) ବାଲ୍ଲୀକି
(ii) ଲବକୁଶ
(iii) ସଖୀ
(iv) ରାମଙ୍କ ଦୂତ
Answer:
(ii) ଲବକୁଶ

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
ତପସ୍ବିନୀ କିଏ ?
Answer:
ରାମଚନ୍ଦ୍ରଙ୍କଦ୍ଵାରା ନିର୍ବାସିତା ହୋଇ ବାଲ୍ମୀକି ଆଶ୍ରମରେ ସନ୍ନ୍ୟାସିନୀ ଭାବରେ ରହିଥ‌ିବା ‘ସୀତା ହେଉଛନ୍ତି

Question ୨।
ତପସ୍ବିନୀର ପତ୍ର କାହା ଉଦ୍ଦେଶ୍ୟରେ ଲିଖ୍ ?
Answer:
ତପସ୍ବିନୀ ସୀତାଙ୍କର ପତ୍ର, ସ୍ଵାମୀ ତଥା ଅଯୋଧ୍ୟା ନରେଶ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଲିଖ୍ ।

Question ୩ ।
ଶରଣବତ୍ସଳ ବୋଲି କବି କାହାକୁ କହିଛନ୍ତି ?
Answer:
ଶରଣବତ୍ସଳ ବୋଲି କବି ରଘୁବୀର ରାମଚନ୍ଦ୍ରଙ୍କୁ କହିଛନ୍ତି ।

Question ୪ ।
ଦୁଃଖଗିରିର ବଜ୍ର କିଏ ?
Answer:
ରାମଚନ୍ଦ୍ର ପ୍ରଜାଙ୍କ ଦୁଃଖ ଦୂର କରୁଥିବାରୁ ସେ ହେଉଛନ୍ତି ଦୁଃଖ ରୂପକ ଗିରିର ବଜ୍ର ସଦୃଶ ।

Question ୫ ।
ଦୀନ ଭିଖାରୁଣୀ ବୋଲି କାହାକୁ କୁହାଯାଇଛି ?
Answer:
ଦୀନ ଭିଖାରୁଣୀ ବୋଲି ସୀତାଙ୍କୁ କୁହାଯାଇଛି ।

Question ୬ ।
ରାଜରାଜେଶ୍ଵର କିଏ ?
Answer:
ରାଜରାଜେଶ୍ଵର ହେଉଛନ୍ତି ରଘୁବୀର ରାମଚନ୍ଦ୍ର ।

Question ୭ ।
ମହାଯଜ୍ଞରେ କିଏ ଦୀକ୍ଷିତ ହୋଇଥବେ ବୋଲି କୁହାଯାଇଛି ?
Answer:
ମହାଯଜ୍ଞରେ ଅଯୋଧ୍ୟାର ରାଜା ରାମଚନ୍ଦ୍ର ଦୀକ୍ଷିତ ହୋଇଥବେ ବୋଲି କୁହାଯାଇଛି ।

Question ୮ ।
ନବବାମା ବୋଲି କାହାକୁ କୁହାଯାଇଛି ?
Answer:
ନବବିବାହିତା ଦ୍ୱିତୀୟ ପତ୍ନୀକୁ ନବବାମା ବୋଲି କୁହାଯାଇଛି ।

Question ୯ ।
ଯଜ୍ଞକାଳରେ ମହାରାଜାଙ୍କ ବାମଭାଗରେ କିଏ ଶୋଭା ପାଉଥ‌ିବେ ବୋଲି ସୀତା ପତ୍ରରେ ଲେଖିଛନ୍ତି ?
Answer:
ଯଜ୍ଞକାଳରେ ମହାରାଜାଙ୍କ ବାମଭାଗରେ ନବବାମା ଶୋଭା ପାଉଥ‌ିବେ ବୋଲି ସୀତା ପତ୍ରରେ ଲେଖିଛନ୍ତି ।

Question ୧୦ ।
ଯଜ୍ଞକାଳରେ ରାମଚନ୍ଦ୍ରଙ୍କ ସଦ୍‌ଗୁଣ କାହିଁକି ବଢ଼ିଯାଉଥବ ବୋଲି କୁହାଯାଇଛି ?
Answer:
ମୁଗ୍ଧ-ବଧୂ ମୁଗ୍ଧ ହେବ ବୋଲି ଯଜ୍ଞକାଳରେ ରାମଚନ୍ଦ୍ରଙ୍କ ସଦ୍‌ଗୁଣ ବଢ଼ିଯାଉଥବ ବୋଲି କୁହାଯାଇଛି ।

Question ୧୧ ।
କିଏ ମୁଗ୍‌ଧ ହେବ ବୋଲି ସୀତା ଭାବିଛନ୍ତି ?
Answer:
ସୀତାଙ୍କ ପରେ ରାମଚନ୍ଦ୍ର ଯେଉଁ ନୂଆ ରାଜକନ୍ୟାଙ୍କୁ ବିବାହ କରିଛନ୍ତି, ସେ ମୁଗ୍‌ଧ ହେବେ ବୋଲି ସୀତା ଭାବିଛନ୍ତି ।

CHSE Odisha Class 12 Odia Solutions Chapter 6 ତପସ୍ବିନୀର ପତ୍ର

Question ୧୨ ।
ମହାଯଜ୍ଞରେ ମହାରାଜା ରାମଚନ୍ଦ୍ର କ’ଣ ପ୍ରଦାନ କରୁଥିବେ ବୋଲି କୁହାଯାଇଛି ।
Answer:
ମହାଯଜ୍ଞରେ ମହାରାଜା ରାମଚନ୍ଦ୍ର କ’ଣ ପ୍ରଦାନ କରୁଥ‌ିବେ ବୋଲି କୁହାଯାଇଛି ।

Question ୧୩ ।
‘ଦାନବାରିସ୍’ ବୋଲି ସୀତା କାହାକୁ ସମ୍ବୋଧନ କରିଛନ୍ତି ?
Answer:
ମହାରାଜା ରାମଚନ୍ଦ୍ରଙ୍କୁ ‘ଦାନବାରିସ୍’ ବୋଲି ସୀତା ସମ୍ବୋଧନ କରିଛନ୍ତି ।

Question ୧୪ ।
ତପସ୍ବୀମାନଙ୍କର ଅଶାନ୍ତିନାଶକ କିଏ ?
Answer:
ତପସ୍ବୀମାନଙ୍କର ଅଶାନ୍ତିନାଶକ ହେଉଛନ୍ତି ରଘୁବୀର ରାମଚନ୍ଦ୍ର ।

Question ୧୫ ।
କେଉଁମାନଙ୍କୁ ରାଜା ରାମଚନ୍ଦ୍ରଙ୍କର କିଛି ଅଦେୟ ନଥିଲା ?
Answer:
ତାପସମାନଙ୍କୁ ରାଜା ରାମଚନ୍ଦ୍ରଙ୍କର କିଛି ଅଦେୟ ନଥିଲା ।

Question ୧୬ ।
‘ମୋତେ ନ କରିବ ହେୟ’ କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ସୀତା ନିଜକୁ ତପସ୍ବିନୀ ବୋଲି ପରିଚୟ ଦେଇ, ‘ମୋତେ ନ କରିବ ହେୟ’ ବୋଲି କହିଛନ୍ତି ।

Question ୧୭ ।
ଜନତା ଭକ୍ତି ସହକାରେ କାହାକୁ ଦେଖୁଥ‌ିବେ ବୋଲି କୁହାଯାଇଛି ?
Answer:
ଜନତା ଭକ୍ତି ସହକାରେ ରାମଚନ୍ଦ୍ରଙ୍କ ଅଙ୍କଭାଜନ ହୋଇଥ‌ିବା ପତ୍ନୀକୁ ଦେଖୁଥ‌ିବେ ବୋଲି କୁହାଯାଇଛି ।

Question ୧୮।
ସୀତା ରାମଚନ୍ଦ୍ରଙ୍କୁ କ’ଣ ଜଣାଇ ଦେବାକୁ ଲେଖିଥିଲେ ?
Answer:
ରାମଚନ୍ଦ୍ରଙ୍କ ଅଙ୍କ ମଣ୍ଡନ କରିଥିବା ନବବାମା ପୂର୍ବେ କେଉଁ ତପ ଓ ମନ୍ତ୍ର ଜପ କରିଥିଲା, ତାହା ଜଣାଇ ଦେବାକୁ ସୀତା ଲେଖିଥିଲେ ।

Question ୧୯ ।
ଅତ୍ୟନ୍ତ ଅବୋଧ ବୋଲି ସୀତା କାହାକୁ କହୁଛନ୍ତି ?
Answer:
ଅତ୍ୟନ୍ତ ଅବୋଧ ବୋଲି ସୀତା ତାଙ୍କର ପୁତ୍ର ଲବ-କୁଶଙ୍କୁ କହିଛନ୍ତି ।

Question ୨୦ ।
ସୀତାଙ୍କର ପୁତ୍ରମାନଙ୍କର କେଉଁ ଭାଗ୍ୟ ନାହିଁ ବୋଲି କୁହାଯାଇଛି ?
Answer:
ସୀତାଙ୍କର ପୁତ୍ରମାନଙ୍କର ପିତୃ – କୋଳ ଆରୋହଣ ଭାଗ୍ୟ ନାହିଁ।

Question ୨୧ ।
ସୀତାଙ୍କ ପୁତ୍ରମାନେ କିପରି ଜନନୀର ଜୀବନ କନ୍ଦାଉଥିଲେ ?
Answer:
ସୀତାଙ୍କ ପୁତ୍ରମାନେ ବୀଣା-ତନ୍ତ୍ରୀ-ସହକାରେ ରାମାୟଣ ଗାନ କରି ଜନନୀର ଜୀବନ କନ୍ଦାଉଥିଲେ ।

Question ୨୨ ।
ସୀତାଙ୍କ ପୁତ୍ରମାନେ କେଉଁ ବାଦ୍ୟ ସହାୟତାରେ ରାମାୟଣ ଗାଉଥିଲେ ?
Answer:
ସୀତାଙ୍କ ପୁତ୍ରମାନେ ବୀଣାବାଦ୍ୟ ସହାୟତାରେ ରାମାୟଣ ଗାଉଥିଲେ ।

Question ୨୩।
ତରୁଲତାଗଣ କ’ଣ ଶୁଣି ଅଥୟ ହୁଅନ୍ତି ବୋଲି ସୀତା ଲେଖିଛନ୍ତି ?
Answer:
ତରୁଲତାଗଣ ଲବ-କୁଶଙ୍କଦ୍ବାରା ଗାନ କରାଯାଉଥିବା ରାମାୟଣ ଶୁଣି ଅଥୟ ହୁଅନ୍ତି ବୋଲି ସୀତା ଲେଖିଛନ୍ତି ।

Question ୨୪ ।
ଶିଶୁପୁତ୍ରଦ୍ଵୟ କାହା ସହିତ ଅଯୋଧ୍ୟା ଯାଉଥିଲେ ?
Answer:
ଶିଶୁପୁତ୍ରଦ୍ଵୟ ମହର୍ଷି ବାଲ୍ମୀକିଙ୍କ ସହିତ ଅଯୋଧ ଯାଉଥିଲେ ।

Question ୨୫ ।
କେଉଁଥରେ ମୁଗ୍ଧ ହୋଇ ସୀତାଙ୍କ ଶିଶୁପୁତ୍ରଦ୍ଵୟ ମହର୍ଷିଙ୍କ ସହିତ ଯାଉଥିଲେ ?
Answer:
ରାମଚନ୍ଦ୍ରଙ୍କ ଚରିତରେ ମୁଗ୍ଧ ହୋଇ ସୀତାଙ୍କ ଶିଶୁପୁତ୍ରଦ୍ଵୟ ମହର୍ଷିଙ୍କ ସହିତ ଯାଉଥିଲେ ।

Question ୨୬ ।
ସୀତାଙ୍କ ଶିଶୁପୁତ୍ରଦ୍ଵୟଙ୍କ ମନ କ’ଣ ପାଇଁ ଆକର୍ଷିତ ହୋଇଥିଲା ?
Answer:
ସୀତାଙ୍କ ଶିଶୁପୁତ୍ରଦ୍ଵୟଙ୍କ ମନ ରାମଚନ୍ଦ୍ରଙ୍କ ପଦ-ପଙ୍କଜ ଦର୍ଶନ ପାଇଁ ଆକର୍ଷିତ ହୋଇଥିଲା ।

Question ୨୭ ।
ସୀତାଙ୍କ ହୃଦୟ କେଉଁଥ‌ିରେ ହାଣି ହେଉଥିଲା ?
Answer:
ରାମଚନ୍ଦ୍ରଙ୍କ ଅତୀତର ଦୁଃଖ କାହାଣୀ ଶୁଣି ସୀତାଙ୍କ ହୃଦୟ ହାଣି ହେଉଥିଲା ।

Question ୨୮ ।
ବୈଦେହୀର ସ୍ମୃତି କିପରି ମନେପଡ଼ିବ ବୋଲି ସୀତା ଲେଖିଛନ୍ତି ?
Answer:
ଲବକୁଶଙ୍କଦ୍ବାରା ରାମାୟଣ ଗାନ ଶ୍ରବଣ ପରେ ବୈଦେହୀର ସ୍ମୃତି ମନେପଡ଼ିବ ବୋଲି ସୀତା ଲେଖିଛନ୍ତି ।

Question ୨୯ ।
କାହିଁକି ରାମଚନ୍ଦ୍ର ସୀତାଙ୍କ ପ୍ରେମକୁ ସ୍ଵପ୍ନ ପରି ମନେକରିବେ ?
Answer:
ନବ ପ୍ରଣୟିନୀର ପ୍ରଫୁଲ୍ଲ ବଦନକୁ ଚାହିଁ ରାମଚନ୍ଦ୍ର ସୀତାଙ୍କ ପ୍ରେମକୁ ସ୍ଵପ୍ନ ପରି ମନେକରିବେ ।

CHSE Odisha Class 12 Odia Solutions Chapter 6 ତପସ୍ବିନୀର ପତ୍ର

Question ୩୦ ।
ହୃଦୟ ବିକଳରେ ପତ୍ର ଲେଖୁଥିଲାବେଳେ ପତ୍ରଟି କାହାଦ୍ଵାରା ଧୋଇ ହୋଇ ଯାଉଥିଲା ?
Answer:
ହୃଦୟ ବିକଳରେ ପତ୍ର ଲେଖୁଥିଲାବେଳେ ପତ୍ରଟି ନୟନ ଜଳରେ ଧୋଇ ହୋଇ ଯାଉଥିଲା ।

Question ୩୧ ।
କାହାକୁ ଦେଖି ସୀତାଙ୍କ ପତ୍ର ଲିଖନ ବନ୍ଦ ହୋଇଗଲା ?
Answer:
ଲବକୁଶଙ୍କ ହସ ହସ ମୁହଁ ଦେଖି ସୀତାଙ୍କ ପତ୍ର ଲିଖନ ବନ୍ଦ ହୋଇଗଲା ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ । ପ୍ରଶ୍ନର ମୂଲ୍ୟ ୨ ନମ୍ବର ।

କବିତା – ତପସ୍ବିନୀର ପତ୍ର, କବି – ସ୍ବଭାବକବି ଗଙ୍ଗାଧର ମେହେର

Question ୧ ।
ରାମଚନ୍ଦ୍ରଙ୍କଠାରେ ବିଦୁଷମାନେ କ’ଣ ଦେଖୁଥା’ନ୍ତି ?
Answer:
ରାମଚନ୍ଦ୍ର ଶରଣ-ବତ୍ସଳ ପତାକା ଧାରଣ କରିଥିବା, ଶତ୍ରୁମାନଙ୍କୁ ଆୟତ୍ତ କରିଥିବା ଏବଂ ଦୁଃଖରୂପକ ପର୍ବତରେ ବଜ୍ର ସଦୃଶ ହୋଇଥିବା ବିଦୁଷ ବା ପଣ୍ଡିତମାନେ ଦେଖୁଥା’ନ୍ତି ।

Question ୨ ।
“ଦୀନ ଭିଖାରୁଣୀ ଦୂରରୁ ନତ ଶିରେ ବନ୍ଦେ’’ କିଏ କାହାକୁ ବନ୍ଦନା କରୁଛି ?
Answer:
ତପସ୍ବିନୀ ସୀତା, ରାଜାରାଜେଶ୍ଵର ତଥା ସ୍ଵାମୀ ରାମଚନ୍ଦ୍ରଙ୍କୁ ‘ଦୀନ ଭିଖାରୁଣୀ ଦୂରୁ ନତଶିରେ ବନ୍ଦେ’ ବୋଲି

Question ୩ ।
ରାମଚନ୍ଦ୍ର କିପରି ମହାଯଜ୍ଞରେ ଦୀକ୍ଷିତ ହୋଇଥ‌ିବେ ବୋଲି ସୀତା ମନେ କରିଛନ୍ତି ?
Answer:
ନବବିବାହିତା ପତ୍ନୀଙ୍କୁ ବାମପାର୍ଶ୍ଵରେ ଉପବେଶନ କରାଇ ରାମଚନ୍ଦ୍ର ମହାଯଜ୍ଞରେ ଦୀକ୍ଷିତ ହୋଇଥିବେ ବୋଲି ସୀତା ମନେ କରିଛନ୍ତି ।

Question ୪ ।
ମୁଗ୍ଧବଧୂକୁ ମୁଗ୍ଧ କରିବାପାଇଁ ରାମଙ୍କଠାରେ କ’ଣ ବଢ଼ି ଯାଉଥବ ବୋଲି କୁହାଯାଇଛି ?
Answer:
ମୁଗ୍ଧବଧୂକୁ ମୁଗ୍ଧ କରିବାପାଇଁ ରାମଙ୍କଠାରେ ସକଳ ସଦ୍‌ଗୁଣ ବଢ଼ି ଯାଇଥବ ବୋଲି କୁହାଯାଇଛି ।

Question ୫ ।
ରାମଚନ୍ଦ୍ର ଯଜ୍ଞରେ କ’ଣ ସବୁ ଦାନ କରୁଥିଲେ ?
Answer:
ରାମଚନ୍ଦ୍ର ଯଜ୍ଞରେ ଅଶେଷ ରତ୍ନ, ଧନ ଓ ପାଟବସ୍ତ୍ରମାନ ଦାନ କରୁଥିଲେ ।

Question ୬ ।
ସୀତା ରାମଚନ୍ଦ୍ରଙ୍କଠାରୁ କେଉଁ ମନ୍ତ୍ର ଜାଣିବାକୁ ଚାହୁଁଥିଲେ ?
Answer:
ସୀତାଙ୍କ ମନରେ ରାମଚନ୍ଦ୍ରଙ୍କର ନବବିବାହିତା ପତ୍ନୀ ପୂର୍ବେ କେଉଁ ତପସ୍ୟା ଆଚରଣ କରିଥିଲା, କେଉଁଠାରେ କେତେକାଳ କେଉଁ ମନ୍ତ୍ର ଜପ କରିଥିଲା, ତାହା ତାଙ୍କୁ ଜଣାଇଦେବାର ଭିକ୍ଷା ଉଦୟ ହୋଇଥିଲା ।

Question ୭ ।
ସୀତା ରାମଚନ୍ଦ୍ରଙ୍କଠାରୁ କେଉଁ ମନ୍ତ୍ର ଜାଣିବାକୁ ଚାହୁଁଥିଲେ ?
Answer:
ସୀତା ରାମଚନ୍ଦ୍ରଙ୍କଠାରୁ, ନବବିବାହିତା ପତ୍ନୀ କେଉଁ ମନ୍ତ୍ର ଜପକରି ତାଙ୍କୁ ସ୍ଵାମୀ ରୂପରେ ପାଇଥିଲା, ସେହି ମନ୍ତ୍ର ଜାଣିବାକୁ ଚାହୁଁଥିଲେ ।

Question ୮ ।
କ’ଣ ପାଇଲେ ସୀତା ଶହେ ଅଶ୍ଵମେଧ ଯଜ୍ଞର ଧନ ପାଇଯିବେ ବୋଲି କହିଛନ୍ତି ?
Answer:
ରାମଚନ୍ଦ୍ରଙ୍କ ନବବଧୂ କେଉଁ ମନ୍ତ୍ର କେତେକାଳ ଜପକରି, ରାମଚନ୍ଦ୍ରଙ୍କୁ ସ୍ଵାମୀ ରୂପରେ ପାଇଥିଲା, ସେହି ମନ୍ତ୍ର ପାଇଲେ ସୀତା ଶହେ ଅଶ୍ଵମେଧ ଯଜ୍ଞର ଧନ ପାଇଯିବେ ବୋଲି କହିଛନ୍ତି ।

Question ୯ ।
‘ନ ଜାଣନ୍ତି ଜନ୍ମକାଳୁ ପିତୃ ଅନୁରାଗ’ କାହା ପ୍ରସଙ୍ଗରେ କୁହାଯାଇଛି ?
Answer:
ଯେହେତୁ ଲବକୁଶ ବାଲ୍ମୀକି ଆଶ୍ରମରେ ଜନ୍ମ ହୋଇଥିଲେ, ସେଥ‌ିପାଇଁ ‘ନ ଜାଣନ୍ତି ଜନ୍ମକାଳୁ ପିତୃ ଅନୁରାଗ’ ବୋଲି, ସେହି ଭ୍ରାତୃଦ୍ଵୟଙ୍କ ପ୍ରସଙ୍ଗରେ କୁହାଯାଇଛି ।

Question ୧୦ ।
‘କିଏ ନ କାନ୍ଦିବ ବହି ମାନବ ହୃଦୟ’ କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ସୀତାଙ୍କ ବାଳକ ପୁତ୍ରଙ୍କର ବୀଣା ତନ୍ତ୍ରୀ ସହିତ ରାମାୟଣ ଗାନ ଶୁଣିବା ପରେ ନିଶ୍ଚୟ ସମସ୍ତେ କାନ୍ଦି ପକାଇବେ ବୋଲି, ‘କିଏ ନ କାନ୍ଦିବ ବହି ମାନବ ହୃଦୟ’ ବୋଲି କୁହାଯାଇଛି ।

Question ୧୧ ।
କେଉଁମାନେ କିପରି ଜନନୀର ହୃଦୟ କନ୍ଦାଉଥିଲେ ?
Answer:
ଲବକୁଶ ବୀଣା- ତନ୍ତ୍ରୀ ସହକାରେ ରାମାୟଣ ଗାନ କରି ଜନନୀର ହୃଦୟ କନ୍ଦାଉଥିଲେ ।

Question ୧୨ ।
ସୀତାଙ୍କ ପୁତ୍ରମାନେ କିପରି ରାମାୟଣ ଗାନ କରୁଥିଲେ ?
Answer:
ସୀତାଙ୍କ ପୁତ୍ରମାନେ ବୀଣା-ତନ୍ତ୍ରୀ ସହକାରେ ରାମାୟଣ ଗାନ କରୁଥିଲେ ।

Question ୧୩ ।
କେଉଁଥରେ ବିମୋହିତ ହୋଇ ସୀତାଙ୍କ ପୁତ୍ରଦ୍ଵୟ ମହର୍ଷିଙ୍କ ସହିତ ଅଯୋଧ୍ୟା ଯାଉଥିଲେ ?
Answer:
ରାମଚନ୍ଦ୍ରଙ୍କ ଚରିତରେ ବିମୋହିତ ହୋଇ ସୀତାଙ୍କ ପୁତ୍ରଦ୍ଵୟ ମହର୍ଷିଙ୍କ ସହିତ ଅଯୋଧ୍ୟା ଯାଉଥିଲେ ।

Question ୧୪ ।
ସୀତାଙ୍କ ପୁତ୍ରମାନଙ୍କର ମନ କାହିଁକି ଆକର୍ଷିତ ହେଉଥ୍ଲା ?
Answer:
ରାମଚନ୍ଦ୍ରଙ୍କର ପଦ-ପଙ୍କଜ ଦର୍ଶନ କରିବାପାଇଁ ସୀତାଙ୍କ ପୁତ୍ରମାନଙ୍କର ମନ ଆକର୍ଷିତ ହେଉଥିଲା ।

Question ୧୫ ।
ସୀତା କେଉଁ ପ୍ରସଙ୍ଗରୁ ନିଜର ଔତ୍ସୁକ୍ୟ ଦମନ କରିପାରୁ ନ ଥିଲେ ?
Answer:
ସୀତାଙ୍କ ପୁତ୍ରଦ୍ଵୟ ରାମାୟଣ ଗାନ ଛଳରେ, ରାମଚନ୍ଦ୍ରଙ୍କ ଅତୀତ ଜୀବନର ଦୁଃଖ କାହାଣୀ ବୋଲୁଥିବାବେଳେ, ସୀତାଙ୍କର ହୃଦୟ ଦୁଃଖଭିଭୂତ ହେଉଥିଲା ଏବଂ ତାହାକୁ ନ ଶୁଣିଲେ, ତାଙ୍କ ମନରୁ ନିଜର ଔତ୍ସୁକ୍ୟ ଦମନ କରିପାରୁ ନଥିଲେ ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।

କବିତା – ତପସ୍ବିନୀର ପତ୍ର, କବି – ସ୍ବଭାବକବି ଗଙ୍ଗାଧର ମେହେର

Question ୧।
ତପସ୍ବିନୀ ସୀତା କାହାକୁ ପତ୍ର ଲେଖିଥିଲେ ଓ କାହିଁକି ?
Answer:
ରାମ ହୃଦୟ ଜ୍ୟୋତ୍ସ୍ନାବୈଦେହୀ ସୀତା ଶୁଣିବାକୁ ପାଇଛନ୍ତି, ଅଯୋଧ୍ୟାର ନରପତି ରଘୁବୀର ରାମଚନ୍ଦ୍ର ଅଯୋଧ୍ୟାରେ ଯଜ୍ଞ କରୁଛନ୍ତି । ଯଜ୍ଞକାର୍ଯ୍ୟ ପତ୍ନୀ ବିନା ଅସମ୍ଭବ । ତେଣୁ ସୀତାଙ୍କ ମନରେ ରାମଚନ୍ଦ୍ରଙ୍କ ପ୍ରତି ସନ୍ଦେହ ଜାତ ହୋଇଥିଲା । ରାମଚନ୍ଦ୍ର ହୁଏତ ଦ୍ବିତୀୟ ପତ୍ନୀ ବରଣ କରିଥାଇ ପାରନ୍ତି ବୋଲି ସୀତା ଅନୁମାନ କରିଥିଲେ । ତେଣୁ ସୀତା ରାମଚନ୍ଦ୍ରଙ୍କୁ ଏକ ନିବେଦନ ପତ୍ର ଲେଖିଥିଲେ ।

Question ୨।
ରାମଚନ୍ଦ୍ରଙ୍କର ଯଜ୍ଞ କରୁଥିବା କଥା ଶୁଣି ସୀତା କେଉଁ ପ୍ରସଙ୍ଗରେ ନିଶ୍ଚିତ ହୋଇଥିଲେ ?
Answer:
ସୀତା ଯେତେବେଳେ ରାମଚନ୍ଦ୍ରଙ୍କଦ୍ବାରା ନିର୍ବାସିତା ହୋଇ ବାଲ୍ମୀକି ଆଶ୍ରମରେ ତପସ୍ବିନୀ ଭାବରେ ରହିଥିଲେ, ସେତେବେଳେ ସେ ରାମଚନ୍ଦ୍ର ଯଜ୍ଞ କରୁଥିବା କଥା ଶୁଣିଥିଲେ । ଯଜ୍ଞକାର୍ଯ୍ୟ ପତ୍ନୀ ବିନା ସମ୍ଭବ ନୁହେଁ ବୋଲି ସେ ଜାଣିଥିଲେ । ଯେହେତୁ ରାମଚନ୍ଦ୍ର ଯଜ୍ଞକାର୍ଯ୍ୟ କରୁଛନ୍ତି, ସେଥ‌ିପାଇଁ ସେ ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥିବେ ବୋଲି ସୀତା ନିଶ୍ଚିତ ହୋଇଥିଲେ ।

Question ୩।
‘ମୁହଁ ତପସ୍ବିନୀ ମୋତେ ନ କରିବ ହେୟ’’- ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ରାମଚନ୍ଦ୍ର ଯଜ୍ଞକାର୍ଯ୍ୟର ଆୟୋଜନ ନିମନ୍ତେ ନିଶ୍ଚୟ ଦ୍ୱିତୀୟ ପତ୍ନୀ ବରଣ କରିଥିବେ ବୋଲି ଚିନ୍ତା କରି ସୀତା ତାଙ୍କୁ ପତ୍ର ଲେଖୁଛନ୍ତି । ସେ ଲେଖୁଛନ୍ତି ଯେ ସେ କିଏ ତାହା ଜାଣିବା ଅନାବଶ୍ୟକ । କାରଣ ରାମଚନ୍ଦ୍ର ତପସ୍ଵୀମାନଙ୍କ ଅଶାନ୍ତି ବିନାଶ କରିଥା’ନ୍ତି ଏବଂ ତପସ୍ବୀଙ୍କୁ ତାଙ୍କର ଅଦେୟ କିଛି ନଥାଏ । ତେଣୁ ସେ ଜଣେ ତପସ୍ବିନୀ ହୋଇଥିବାରୁ ତାଙ୍କୁ ହେୟ ବିବେଚନା ନ କରିବାକୁ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଛନ୍ତି ।

CHSE Odisha Class 12 Odia Solutions Chapter 6 ତପସ୍ବିନୀର ପତ୍ର

Question ୪ ।
ସୀତା ପତ୍ର ଲେଖି ରାମଚନ୍ଦ୍ରଙ୍କଠାରୁ କେଉଁ ତପସ୍ୟା ଓ ମନ୍ତ୍ର ବିଷୟରେ ଜାଣିବାକୁ ଚାହିଁଥିଲେ ?
Answer:
ରାମଚନ୍ଦ୍ର ଅଯୋଧ୍ୟାରେ ଯଜ୍ଞ କରୁଥିବା କଥା ଶୁଣି, ମୁନି ଆଶ୍ରମରେ ତପସ୍ବିନୀ ଭାବରେ ଜୀବନ ବିତାଉଥ‌ିବା ସୀତା ନିଶ୍ଚିତ ହୋଇଥିଲେ ଯେ, ରାମଚନ୍ଦ୍ର ଦ୍ଵିତୀୟ ପତ୍ନୀ ଗ୍ରହଣ କରିଛନ୍ତି । ତେଣୁ ସେ ରାମଚନ୍ଦ୍ରଙ୍କୁ ନିବେଦନ କରି ପତ୍ର ଲେଖିଥିଲେ, ଦ୍ୱିତୀୟ ପତ୍ନୀ ବିବାହ ପୂର୍ବରୁ କେଉଁ ତପସ୍ୟା ଓ ମନ୍ତ୍ର ଜପ କରିଥିବାରୁ, ସେ ରାମଚନ୍ଦ୍ରଙ୍କୁ ପତିରୂପେ ପାଇପାରିଲେ; ସୀତା ସେହି ତପସ୍ୟା ଓ ମନ୍ତ୍ର ଜାଣିବାକୁ ଚାହିଁଥିଲେ ।

Question ୫ ।
ନିଜର ପୁତ୍ରମାନଙ୍କର କେଉଁ ଅସହାୟତା ବିଷୟରେ ସୀତା ପତ୍ର ମାଧ୍ୟମରେ ସ୍ଵାମୀଙ୍କୁ ଲେଖିଥିଲେ ?
Answer:
ତପସ୍ବିନୀ ଭାବରେ ରହିଥ‌ିବା ସୀତା, ରାମଚନ୍ଦ୍ରଙ୍କୁ ନିବେଦନ ପତ୍ର ଜଣାଇବା ସଙ୍ଗେ ସଙ୍ଗେ ତାଙ୍କର ପୁତ୍ରମାନଙ୍କର ଅସହାୟତା କଥା ଜଣାଇଥିଲେ । ସେ ଲେଖିଥିଲେ ତାଙ୍କର ପୁତ୍ରଦ୍ଵୟ ଅତ୍ୟନ୍ତ ଅବୋଧ । ସେମାନଙ୍କ ଭାଗ୍ୟରେ ପିତୃକୋଳ ଆରୋହଣର ଭାଗ୍ୟ ନାହିଁ । ଫଳରେ ସେମାନେ ଜନ୍ମ ସମୟରୁ ପିତୃ ଅନୁରାଗ ଜାଣନ୍ତି ନାହିଁ ।

Question ୬ ।
କାହିଁକି ସୀତାଙ୍କ ପ୍ରେମକୁ ରାମଚନ୍ଦ୍ର ସ୍ଵପ୍ନ ପରି ମନେକରିବେ ବୋଲି ସେ ଉଲ୍ଲେଖ କରିଛନ୍ତି ?
Answer:
ଅଭିମାନଭରା ମାନସିକତା ପ୍ରକାଶ କରି ସୀତା ନିବେଦନ ପତ୍ରରେ ଲେଖିଛନ୍ତି, ପୁତ୍ରଙ୍କଠାରୁ ରାମାୟଣ ଶୁଣିଲା ପରେ, ଯଦି ବୈଦେହୀର କଥା ମନେପଡ଼ିଯାଏ, ତାହାକୁ ନବପ୍ରଣୟିନୀର ପ୍ରଫୁଲ୍ଲ ଲପନକୁ ଚାହିଁ ସ୍ଵପ୍ନ ପରି ମନେକରିବ । ଅର୍ଥାତ୍ ଦ୍ୱିତୀୟ ପତ୍ନୀକୁ ପାଇଲା ପରେ ବୈଦେହୀ କଥାକୁ ସ୍ଵପ୍ନ ପରି ଭୁଲିଯିବ ।

Question ୭।
ତପସ୍ବିନୀ ସୀତାଙ୍କର ସନ୍ଦେହାଚ୍ଛନ୍ନ ଭାବନାର ପରିଚୟ ଦିଅ ।
Answer:
ମୁନି ଆଶ୍ରମରେ ଥ‌ିବା ସମୟରେ ତପସ୍ବିନୀ ସୀତା ଶୁଣିବାକୁ ପାଇଛନ୍ତି, ଅଯୋଧ୍ୟାରେ ସ୍ଵାମୀ ରାମଚନ୍ଦ୍ର ଅଶ୍ଵମେଧ ଯଜ୍ଞ କରାଉଛନ୍ତି । ଯଜ୍ଞକାର୍ଯ୍ୟରେ ପତ୍ନୀର ଆବଶ୍ୟକତା ରହିଛି । ଯେହେତୁ ତାଙ୍କ ନିକଟରେ ସେ ଉପସ୍ଥିତ ନାହାଁନ୍ତି, ତେଣୁ ସ୍ଵାମୀ ତାଙ୍କର ଦ୍ବିତୀୟ ପତ୍ନୀ ଗ୍ରହଣ କରିଛନ୍ତି ବୋଲି ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଅଭିମାନରେ ତାହାଙ୍କୁ ଭୁଲିଯିବେ ବୋଲି କହିଛନ୍ତି ଓ ନିଜ ପୁତ୍ରମାନଙ୍କୁ ରାମାୟଣ ଗାନର ବିଶେଷତା ସମ୍ପର୍କରେ ସେ ସୂଚନା ଦେଇଛନ୍ତି ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧ ।
‘ତପସ୍ବିନୀର ପତ୍ର’ କବିତା ଅବଲମ୍ବନରେ ସୀତାଙ୍କ ଚାରିତ୍ରିକ ମହତ୍ତ୍ଵର ପରିଚୟ ଦିଅ ।
Answer:
ସ୍ବଭାବକବି ଗଙ୍ଗାଧର ମେହେର କେବଳ ପ୍ରକୃତିକବି ନୁହଁନ୍ତି, ସେ ମଧ୍ୟ ମାନବିକ ସ୍ଵରୂପକୁ ଯଥାର୍ଥ ଭାବେ ଉପସ୍ଥାପନ କରି ନିଜର କଳାକୁଶଳତାର ପରିଚୟ ଦେଇଛନ୍ତି । ସେ ଅତିମାନବୀୟ ଚରିତ୍ରକୁ ସାଧାରଣ କରି ଗଢ଼ି ତୋଳିଛନ୍ତି । ‘ତପସ୍ବିନୀର ପତ୍ର’ କବିତାର ମୂଳ ଚରିତ୍ର ହେଉଛନ୍ତି, ସତୀଶିରୋମଣି, ଜନକନନ୍ଦିନୀ, ରାମ ହୃଦୟଜ୍ୟୋତ୍ସ୍ନା । ସୀତା ଭାରତୀୟ ସଂସ୍କୃତିରେ ଏକ ଆଦର୍ଶ ନାରୀ ଚରିତ୍ରରୂପେ ପରିଚିତ ହୋଇ ସମଗ୍ର ବିଶ୍ଵ ଦରବାରରେ ଆଦର୍ଶ ଭାବକୁ ସୂଚିତ କରାଇଛନ୍ତି । କବି ସୀତାଙ୍କ ଚରିତ୍ରକୁ ଦ୍ବିଧା ବିଭକ୍ତ କରିଛନ୍ତି । ପ୍ରଥମେ ସେ ସୀତାଙ୍କୁ ସତୀଶିରୋମଣି, ବାଲ୍ମୀକି ଆଶ୍ରମର ତପସ୍ବିନୀ ଭାବରେ ବର୍ଣ୍ଣନା କରିଥିଲାବେଳେ ପରବର୍ତ୍ତୀ ସମୟରେ ଜଣେ ସାଧାରଣ ନାରୀ ଭାବରେ, ତାଙ୍କର ମାନସିକ ଖେଦକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।

କବିତାଟିରେ କବି ଚିରନ୍ତନୀ ନାରୀ ହୃଦୟର ମାର୍ମିକ ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି । ସୀତା ଯେତେବେଳେ ଶୁଣିଛନ୍ତି ଅଯୋଧ୍ୟାରେ ଯଜ୍ଞ ହେଉଛି, ସେତେବେଳେ ତପସ୍ବିନୀ ଭାବରେ ଜୀବନଯାପନ କରୁଥିଲେ ବି ସୀତାଙ୍କର ମନ ଚହଲି ଯାଇଛି । ସେ ଭାବିଛନ୍ତି, ସତେ କ’ଣ ରଘୁକୁଳତିଳକ, ତାଙ୍କର ହୃଦୟେଶ୍ଵର ଦ୍ଵିତୀୟା ରମଣୀ ଗ୍ରହଣ କଲେ? ସେହି ନାରୀ କେଉଁଠାରେ କେଉଁ ଘୋର ତପସ୍ୟା କରି ରାମଚନ୍ଦ୍ରଙ୍କ ଭଳି ମର୍ଯ୍ୟାଦା ପୁରୁଷୋତ୍ତମଙ୍କୁ ସ୍ଵାମୀ ରୂପେ ଲାଭକଲା ? କିଏ ସେହି ତପସ୍ୟା କଥା ଜାଣିଛି ? କିଏ ତାଙ୍କୁ ବତାଇଦେବ ସେହି ତପସ୍ୟାର ନିୟମ ? ଯେତେ କଠୋର ହେଲେ ମଧ୍ୟ ସେ ସେହି ତପସ୍ୟା କରିବେ । ଏହିକଥା ଚିନ୍ତାକରି ସୀତା ଅଯୋଧ୍ୟା ନରେଶଙ୍କ ନିକଟକୁ ବିନୟ ପତ୍ର ଲେଖିଛନ୍ତି । ସ୍ଵାମୀଙ୍କୁ ପ୍ରଣାମ ଜଣାଇ ତପସ୍ବିନୀ ଭାବରେ, ଦ୍ଵିତୀୟା ପତ୍ନୀ କେଉଁଠାରେ କି ତପସ୍ୟା କଲା, ତାହା ଜଣାଇ ଦେବାକୁ ଅନୁରୋଧ କରିଛନ୍ତି । ସ୍ଵାଭାବିକ ନାରୀ ମନନେଇ ଅଭିମାନରେ କହିଛନ୍ତି, ‘ପୁତ୍ରଙ୍କଠାରୁ ରାମାୟଣ ଶ୍ରବଣ କଲା ସମୟରେ, ତୁମର ଯଦି ବୈଦେହୀ କଥା ସାମାନ୍ୟ ଭାବେ ମନେପଡ଼େ, ତା’ହେଲେ, ନବପରିଣୀତା ପତ୍ନୀର ପ୍ରଫୁଲ୍ଲ ବଦନକୁ ଚାହିଁ, ସ୍ଵପ୍ନପରି ତାହାକୁ ଭୁଲିଯିବ ।’’

ସୀତା ପତ୍ନୀ ହେଲେ ବି ସେ ଜଣେ ମା’ । ମା’ ହିସାବରେ ଲବକୁଶଙ୍କର ପିତୃକୋଳ ଆରୋହଣର ଭାଗ୍ୟ ନାହିଁ ବୋଲି ସେ ଅନୁଶୋଚନା କରିଛନ୍ତି । ଜନ୍ମ ସମୟରୁ ସେମାନେ ପିତୃ ଅନୁରାଗରୁ ବଞ୍ଚିତ ହୋଇଛନ୍ତି ବୋଲି ବ୍ୟଥ୍‌ତ ହୋଇଛନ୍ତି । ମା’ ହିସାବରେ ପୁତ୍ରଙ୍କଠାରୁ ରାମାୟଣ ଶ୍ରବଣକରି ସେ ଲୋତକାପ୍ଲତ ହେଲେ, ସ୍ଵାମୀଙ୍କ ଚିନ୍ତାରେ ବିମୋହିତ ହୋଇଛନ୍ତି ।

ବାସ୍ତବରେ କବିଙ୍କର ବିଚାରଧାରା ଓ ସତୀସୀତାଙ୍କର ଚାରିତ୍ରିକ ମହତ୍ତ୍ଵ, ମନୋଜ୍ଞ ଓ ଆଦର୍ଶସ୍ଥାନୀୟା ହୋଇଛି ।

Question ୨ ।
‘ତପସ୍ବିନୀର ପତ୍ର’ କବିତାରେ ସୀତାଙ୍କ ନାରୀ ମନସ୍ତତ୍ତ୍ଵ କିପରି ପ୍ରତିଫଳିତ ଆଲୋଚନା କର ।
Answer:
‘ତପସ୍ବିନୀର ପତ୍ର’ କବିତାରେ ସ୍ଵଭାବକବି ଗଙ୍ଗାଧର ମେହେର ରାମାୟଣର ନାୟିକା ସତୀଶିରୋମଣୀ, ଅଯୋଧ୍ୟା ରାଜବଧୂ ସୀତାଙ୍କୁ ଜଣେ ସାଧାରଣ ଓ ସ୍ଵାଭାବିକ ନାରୀ ଭାବରେ ବର୍ଣ୍ଣନା କରି ନିଜର ଦିବ୍ୟପ୍ରତିଭାର ପରିଚୟ ଦେଇଛନ୍ତି । ସୀତା ଅଯୋନୀସମ୍ଭୂତା ଦେବୀ । ସେ ମର୍ଯ୍ୟାଦାପୁରୁଷୋତ୍ତମଙ୍କର ଅଙ୍କଲକ୍ଷ୍ମୀ । ତଥାପି ବ୍ୟକ୍ତିଗତ ଜୀବନରେ ସେ ଜାୟା, ଜନନୀ, ପ୍ରଣୟିନୀ ଓ ଚିରନ୍ତନୀ ନାରୀ ଭାବରେ ଅଭିମାନିନୀ । ମହାକବି କାଳିଦାସଙ୍କ ସୀତା ପରି ସେ କେବଳ ତପସ୍ବିନୀ ନୁହେଁ, ବରଂ ପତିହିତସାଧନୀ କଲ୍ୟାଣମୟୀ । ପତି ପରିତ୍ୟକ୍ତା ହେଲେବି ସେ ସ୍ଵାମୀଙ୍କୁ କୌଣସି ସମୟରେ ଭୁଲ୍ ବୁଝିନାହାଁନ୍ତି ବରଂ ନିର୍ବାସନ ଦଣ୍ଡକୁ ସେ ନିଜର ଭାଗ୍ୟଦୋଷ ବୋଲି ମନେକରିଛନ୍ତି । ଏତେ ଅସାଧାରଣତା ଥିଲେ ବି ଆଲୋଚ୍ୟ କବିତାରେ କବି ସୀତାଙ୍କୁ ଜଣେ ଅଭିମାନୀ ନାରୀଭାବେ ଉଲ୍ଲେଖ କରିଛନ୍ତି ।

ସନ୍ତାନଦ୍ଵୟ କ୍ରମଶଃ ମାତା ସୀତାଙ୍କଠାରୁ ଦୂରେଇ ଗଲାପରେ ସୀତା ନିଶ୍ଚିନ୍ତ ମନରେ ସାଜିଛନ୍ତି ତପସ୍ବିନୀ । ସ୍ଵାମୀ ଚରଣରେ ସେ ନିଜକୁ ସମର୍ପଣ କରିଦେଇ ତପସ୍ୟାବ୍ରତ ଅବଲମ୍ବନ କରିଛନ୍ତି । ଯେଉଁଦିନ ବାଲ୍ମୀକି ସୀତାଙ୍କୁ ସମ୍ବାଦ ଦେଲେ ଯେ ଲବକୁଶ ଓ ଅନ୍ୟାନ୍ୟ ଶିଷ୍ୟମାନଙ୍କ ସହିତ ରାମଚନ୍ଦ୍ରଙ୍କର ଅଶ୍ଵମେଧ ଯଜ୍ଞ ଦେଖିବାକୁ ଯାଉଛନ୍ତି, ସେହିଦିନ ସୀତାଙ୍କ ମନଗହନରେ ଚିରନ୍ତନୀ ନାରୀ ମୂର୍ତ୍ତିଟିଏ ଜାଗ୍ରତ ହୋଇଉଠିଛି । ତାଙ୍କ ମନରେ ଦେଖାଦେଇଛି ଦ୍ବନ୍ଦ୍ବ । ସେ ରାମଚନ୍ଦ୍ରଙ୍କ ପ୍ରତି ସ୍ମୃତିକୁ । ସୀତା କୌଣସି ସମୟରେ ଈର୍ଷା ପ୍ରକାଶ କରିନାହାଁନ୍ତି ସେହି ରମଣୀ ପ୍ରତି । ବରଂ ଭାବିଛନ୍ତି ସେହି ଦ୍ଵିତୀୟା ପତ୍ନୀ, ଯେ କି ରାମଚନ୍ଦ୍ରଙ୍କ ବାମଭାଗରେ ଉପବେଶନ କରି ସୁଖସୌଭାଗ୍ୟ ଲାଭ କରୁଛନ୍ତି, ସେ କେଉଁଭଳି ବ୍ରତ ଆଚରଣ କରିଛନ୍ତି । ସେ କେଉଁ ତପସ୍ୟା କରିଥିବାରୁ ଓ କେଉଁ ମନ୍ତ୍ର ଜପିଥିବାରୁ ଏଭଳି ସୁଖ ଲାଭ କରିଛନ୍ତି । ସେହିଭଳି ବ୍ରତ
ଆଚରଣ ପାଇଁ ସୀତା ମନ ବଳାଇଛନ୍ତି ।

ଏତେ ଅସାଧାରଣତା ଥିଲେ ସୁଦ୍ଧା, ପାର୍ଥିବ ଚେତନାର ମୂର୍ତ୍ତିମତୀ ତାଙ୍କର ସ୍ଵାମୀ କୋଳ ଅନ୍ୟ ଏକ ନାରୀ ଅଳଂକୃତ କରିଛି ଜାଣି ସେ ବିବ୍ରତ ହୋଇପଡ଼ିଛନ୍ତି । ସେ ଚାହିଁଛନ୍ତି, ସେହି ନାରୀର ତପସ୍ୟା ସାଧନ କରି ନିଶ୍ଚୟ ରାମଚନ୍ଦ୍ରଙ୍କର ଅଙ୍କଲକ୍ଷ୍ମୀ ହୋଇପାରିବେ । ତେଣୁ ବିନୟ ପତ୍ର ଲେଖିବା ଅବକାଶରେ, ତପସ୍ବିନୀ ଭାବରେ, ରାମଚନ୍ଦ୍ରଙ୍କଠାରୁ ତପସ୍ୟାର ମୂଳସୂତ୍ର ଜାଣିବାକୁ ଚାହିଁଛନ୍ତି । ସେ ପତ୍ରରେ ଲେଖିଛନ୍ତି –
‘‘ତାପସଙ୍କୁ କିଛି ତୁମ୍ଭ ନଥାଏ ଅଦେୟ,
ମୁହିଁ ତପସ୍ବିନୀ ମୋତେ ନ କରିବ ହେୟ ।’’

Question ୩ ।
‘ତପସ୍ବିନୀର ପତ୍ର’ କବିତାର ସାରମର୍ମ ଲେଖ ।
Answer:
‘ତପସ୍ବିନୀର ପତ୍ର’ କବିତାର କବି ସ୍ଵଭାବକବି ଗଙ୍ଗାଧର ମେହେର । ଉକ୍ତ କବିତାଟି ଏଦିଙ୍କର ଶ୍ରେଷ୍ଠକୃତି ‘ତପସ୍ବିନୀ’ କାବ୍ୟର ଏକାଦଶ ସର୍ଗର ଅଂଶବିଶେଷ । ଏଥରେ ସତୀସୀତା ତପସ୍ବିନୀ ଭାବରେ ବାଲ୍ମୀକି ଆଶ୍ରମରେ ରହିଥିଲା ବେଳେ, ରାମଚନ୍ଦ୍ରଙ୍କର ଅଶ୍ଵମେଧ ଯଜ୍ଞ କଥା ଶୁଣିଲାପରେ, ତାଙ୍କ ମନରେ ଯେଉଁ ଦ୍ବନ୍ଦ୍ବଭାବ ସୃଷ୍ଟି ହୋଇଛି କବି ତାହାକୁ ଯଥାର୍ଥ ଭାବରେ ପ୍ରକାଶ କରିଛନ୍ତି । ଏସ୍‌ରେ ସୀତାଙ୍କର ଆଦର୍ଶ ଅପେକ୍ଷା ନାରୀତ୍ଵ ଅଧିକ ସ୍ପଷ୍ଟ ହୋଇଛି ।

ରଘୁବୀର ରାମଚନ୍ଦ୍ର ଲୋକାପବାଦ ପାଇଁ ସୀତାଙ୍କୁ ନିର୍ବାସନ ଦଣ୍ଡ ଦେଇଛନ୍ତି । ସୀତା ବାଲ୍ମୀକି ଆଶ୍ରମରେ ତପସ୍ବିନୀ ଅଶ୍ଵମେଧ ଯଜ୍ଞ କରୁଛନ୍ତି । ସେହି ଖବର ଶୁଣିଲା ପରେ, ସୀତାଙ୍କ ମନରେ ଆସିଛି ଦ୍ବନ୍ଦ୍ବ । ଚିରନ୍ତନୀ ନାରୀଭାବ ତାଙ୍କଠାରେ ଜାଗ୍ରତ ହୋଇଉଠିଛି । ଏହି ପରିପ୍ରେକ୍ଷୀରେ ସୀତା ରାମଚନ୍ଦ୍ରଙ୍କ ନିକଟକୁ ଏକ ବିନୟ ପତ୍ର ଲେଖିଛନ୍ତି ।

ସୀତା ରାମଚନ୍ଦ୍ରଙ୍କୁ ଶରଣ-ବତ୍ସଳ-ଧ୍ଵଜ, ରିପୁ-ଧ୍ଵଜାଙ୍କୁଶ, ଦୁଃଖ-ଗିରି-ବଜ୍ର ଭାବରେ ସମ୍ବୋଧନ କରି ନିଜର ପ୍ରଣତି ଜଣାଇଛନ୍ତି । ସୀତା ଭାବିଛନ୍ତି ମହାରାଜ ଯଜ୍ଞ କରୁଥିବା ସମୟରେ, ତାଙ୍କ ବାମ ପାର୍ଶ୍ଵରେ ନବବଧୂ ଉପବେଶନ କରିଥବ । ସେହି ବଧୂକୁ ସନ୍ତୁଷ୍ଟ କରିବାପାଇଁ ରାମଚନ୍ଦ୍ରଙ୍କର ସଦ୍‌ଗୁଣ ବଢ଼ିଯାଇଥବ । ସେ ଜାଣନ୍ତି ସ୍ଵାମୀଙ୍କର ତାପସଙ୍କ ପ୍ରତି କୌଣସି ଦ୍ରବ୍ୟ ଅଦେୟ ନଥାଏ । ଯେହେତୁ ସେ ‘ ଜଣେ ତପସ୍ବିନୀ, ସେଥ୍ପାଇଁ ରାମଚନ୍ଦ୍ର ତାଙ୍କର ସବୁ ଆଶା ପୂରଣ କରିବେ । ତାଙ୍କର କୌଣସି ପ୍ରକାର ଅନୁରୋଧକୁ ସେ ଉପେକ୍ଷା କରିବେ ନାହିଁ । ସେ ସ୍ଵାମୀଙ୍କୁ ନିବେଦନ କରିଛନ୍ତି ଯେ ଯେଉଁ ଦ୍ଵିତୀୟା ପତ୍ନୀ ସେ ଗ୍ରହଣ କଲେ; ସେହି ପତ୍ନୀ କେଉଁଠାରେ, କେତେକାଳ କେଉଁ ମନ୍ତ୍ର ଜପ କରିଥିଲା – ସେହି କଥା ତାଙ୍କୁ କେବଳ ଜଣାଇ ଦେବାପାଇଁ । ତାଙ୍କର ଆଉ କୌଣସି ପ୍ରକାର ଧନରତ୍ନର ପ୍ରୟୋଜନ ନାହିଁ ।

ଦ୍ଵିତୀୟ ଅନୁରୋଧ କରି ସୀତା ପତ୍ରରେ ଲେଖିଛନ୍ତି, ବୀଣାତନ୍ତ୍ରୀ ସହକାରେ ରାମାୟଣ ଗାନକରି ପୁତ୍ରଦ୍ଵୟ କେବଳ ଜନନୀର ହୃଦୟ କନ୍ଦାଇ ଜାଣନ୍ତି । ସେ କୁମରଯୁଗଳ ଯାଉଛନ୍ତି ଯଜ୍ଞ ଦେଖିବାପାଇଁ । ସେମାନେ ଗାନ କରିବେ ରାମାୟଣ । ତାହା ଶୁଣି ଯଦି ବୈଦେହୀର ସ୍ମୃତି ତାଙ୍କର ଜାଗ୍ରତ ହୁଏ, ତେବେ ନବପ୍ରଣୟିନୀର ପ୍ରଫୁଲ୍ଲ ଲପନକୁ ଚାହିଁ ଅତୀତ ପ୍ରଣୟକୁ ଭୁଲିଯିବାପାଇଁ ସେ ଅନୁରୋଧ କରିଛନ୍ତି । ଲୋତକାପ୍ଲତ ଭାବରେ ଏହି ପତ୍ର ଲେଖୁଥିଲାବେଳେ ଲବକୁଶ ଜନନୀଙ୍କ ନିକଟରେ ପହଞ୍ଚି ଯାଇଥିଲେ। ତେଣୁ ଅଧ‌ିକ କିଛି ଲେଖିବାର ଅବସର ସୀତାଙ୍କୁ ମିଳିପାରି ନ ଥିଲା ।

କବିତାଟିରେ କବିଙ୍କର ଅପୂର୍ବ କଳାଚାତୁରୀ ପ୍ରକାଶ ପାଇଛି।

Question ୪।
ପ୍ରତିହିତସାଧ୍ଵ ତପସ୍ୟାରେ ବ୍ରତୀ ତପସ୍ବିନୀଙ୍କ ଚରିତ୍ରର ମହତ୍ତ୍ବ ପ୍ରତିପାଦନ କର ।
Answer:
‘ତପସ୍ବିନୀର ପତ୍ର’ କବିତାର କବି ସ୍ଵଭାବକବି ଗଙ୍ଗାଧର ମେହେର । ଉକ୍ତ କବିତାଟି କବିଙ୍କର ଶ୍ରେଷ୍ଠ କାବ୍ୟକୃତି ‘ତପସ୍ବିନୀ’ କାବ୍ୟର ଏକାଦଶ ସର୍ଗର ଅଂଶବିଶେଷ । ଏଥରେ ସୀତାଶିରୋମଣି ଅଯୋଧ୍ୟା ରାଜବଧୂ ସୀତା ତପସ୍ବିନୀ ଭାବରେ ବାଲ୍ମୀକି ଆଶ୍ରମରେ ରହିଥିଲାବେଳେ, ସଦାସର୍ବଦା ପତିଦେବ ରାମଚନ୍ଦ୍ରଙ୍କ ପାଦପଦ୍ମରେ ମନୋନିବେଶ କରିଥିଲେ । ସ୍ଵାମୀ ଯେ ପ୍ରଜାଙ୍କୁ ସନ୍ତୁଷ୍ଟ କରିବାପାଇଁ ତାଙ୍କୁ ନିର୍ବାସନ ଦଣ୍ଡ ଦେଇଛନ୍ତି, ତାହା ଭଲଭାବରେ ସେ ଅନୁଭବ କରିଥିଲେ । ମାତ୍ର ସେ ଯେତେବେଳେ ବାଲ୍ମୀକିଙ୍କଠାରୁ ଶୁଣିବାକୁ ପାଇଛନ୍ତି, ରାଜା ରାମଚନ୍ଦ୍ର ଅଶ୍ଵମେଧ ଯଜ୍ଞ କରୁଛନ୍ତି, ସେତେବେଳେ ତାଙ୍କ ମନରେ ଦେଖାଦେଇଥିଲା ଅନେକ ପ୍ରଶ୍ନବାଚୀ । ରାମଙ୍କ ଚରିତ୍ର ଓ ଏକାପତ୍ନୀବ୍ରତ ସମ୍ପର୍କରେ ସେ ଜାଣିଥିଲେ ବି ତାଙ୍କ ମନରେ ଆସିଛି ସନ୍ଦେହ । ଏହି ଅବସରରେ ସେ ସ୍ଵାମୀ ରାମଚନ୍ଦ୍ରଙ୍କ ନିକଟକୁ ଲେଖିଛନ୍ତି, ଅଭିମାନଭରା ବିନୟ ପତ୍ର ।

ସ୍ଵାମୀ ରାମଚନ୍ଦ୍ର ଯେହେତୁ ଅଶ୍ଵମେଧ ଯଜ୍ଞ କରୁଛନ୍ତି, ସେ ନିଶ୍ଚୟ ଦ୍ବିତୀୟ ପତ୍ନୀ ଗ୍ରହଣ କରିଛନ୍ତି । ଏହି ଭାବନା ଆସିଲା ପରେ ସୀତାଙ୍କ ମାନସିକ ସ୍ତରରେ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ଚିରନ୍ତନୀ ନାରୀଭାବ ଜାଗ୍ରତ ହୋଇଉଠିଛି । ସେ ଭାବିଛନ୍ତି, ସତେ କ’ଣ ରଘୁପତି ରାମଚନ୍ଦ୍ର ଦ୍ଵିତୀୟା ରମଣୀ ଗ୍ରହଣ କଲେ ? ସେହି ଭାଗ୍ୟବତୀ ନାରୀ କେଉଁଠାରେ କେଉଁ ଘୋର ତପସ୍ୟା କରି ରାମଚନ୍ଦ୍ରଙ୍କୁ ସ୍ଵାମୀରୂପେ ପାଇଛି । କିଏ ତାଙ୍କୁ ବତାଇଦେବ ସେହି ତପସ୍ୟାର ନିୟମ । ସେହି ତପସ୍ୟା ଯେତେ କଠୋର ହେଲେ ମଧ୍ୟ ସେ ସେହି ତପସ୍ୟା କରିବେ । ଏହିକଥା ଚିନ୍ତାକରି ସେ ବିନୟପତ୍ର ଲେଖିଛନ୍ତି ।

ଏଥ‌ିରେ ସୀତା ତପସ୍ବିନୀ ଭାବରେ ମୋକ୍ଷ ପାଇଁ ଆଶା ରଖି ନାହାଁନ୍ତି, ବରଂ ସ୍ଵାମୀ ରାମଚନ୍ଦ୍ରଙ୍କୁ କିପରି ପାଇବେ, ସେହିଭଳି ତପସ୍ୟା କରିବାକୁ ଇଚ୍ଛା କରିଛନ୍ତି । ସେ ପୁଣି ଭାବିଛନ୍ତି ରାମଚନ୍ଦ୍ର ସଦାସର୍ବଦା ତାପସଙ୍କ ଅଶାନ୍ତିନାଶକ । ତାପସଙ୍କୁ ତାଙ୍କର କିଛି ଅଦେୟ ନଥାଏ । ସୀତା ନିଜେ ତପସ୍ବିନୀ ହୋଇଥିବାରୁ ତାଙ୍କ ପ୍ରତି ରାମଚନ୍ଦ୍ର ନିଷ୍କରୁଣ ହେବେନାହିଁ । ଆଜି ଯିଏ ରାମଚନ୍ଦ୍ରଙ୍କର ଅଙ୍କଲକ୍ଷ୍ମୀ ହୋଇଛି, ସେ ପୂର୍ବେ ଯେଉଁ ତପସ୍ୟା କରିଥିଲା, ସେହି ତପସ୍ୟାର ନିୟମ କ’ଣ, କେଉଁ ମନ୍ତ୍ର ସେ ଜପ କରୁଥିଲା – ଏ ସମସ୍ତ କଳାକୁ ଜଣାଇଦେବାପାଇଁ ସୀତା ରାମଚନ୍ଦ୍ରଙ୍କୁ ପତ୍ରରେ ଅନୁରୋଧ କରିଛନ୍ତି । ଏହା ବ୍ୟତୀତ ସେ ଆଉ କିଛି ମାଗିବାକୁ ଚାହାଁନ୍ତି ନାହିଁ ।

ସୀତାଙ୍କର କଠୋର ପାତିବ୍ରତ୍ୟ ଓ ନାରୀସୁଲଭ ଅନୁଚିନ୍ତାକୁ କବି ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି ।

CHSE Odisha Class 12 Odia Solutions Chapter 6 ତପସ୍ବିନୀର ପତ୍ର

Question ୫।
‘ତପସ୍ବିନୀର ପତ୍ର’ କବିତାରୁ ଗଙ୍ଗାଧରଙ୍କ ନିର୍ମଳ କବିତ୍ଵର ପରିଚୟ ଦିଅ ।
Answer:
କବିତା ସେତିକିବେଳେ ସଫଳ ହୁଏ, ଯେତେବେଳେ କବିର ଭାବ ଓ ଅଭିବ୍ୟକ୍ତି ରସିକ ପାଠକକୁ ବିମୋହିତ କରେ । ପାଠକ ରସାସ୍ଵାଦନ କରିବାର ଅବସର ନିଏ । ପାଣ୍ଡିତ୍ୟ ଓ ଆଳଙ୍କାରିକତା ଦେଖିବାକୁ ମିଳେ । ବର୍ଣ୍ଣନାବୈଚିତ୍ର ଓ କବିତ୍ଵର ଦିଗପ୍ରତି ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ହୋଇଥାଏ । କାରଣ ସାଧାରଣ ଭାବେ କଥା କହିଦେଲେ, ସହଜ ସରଳଭାବରେ ମନର ଭାବକୁ ପ୍ରକାଶ କଲେ ତାହା କବିତା ହୁଏ ନାହିଁ । ଏଥରେ କବିର ଆବେଦନ, ସ୍ବତଃସ୍ଫୁର୍ଭତା କଳାତ୍ମକଭାବେ ପ୍ରକାଶିତ ହୋଇଥାଏ । ଏସବୁ ଦୃଷ୍ଟିରୁ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ‘ତପସ୍ବିନୀର ପତ୍ର’ କବିତାଟିକୁ ବିବାରୁ

କବିତାର କଥାବସ୍ତୁ ପୁରାଣପ୍ରସିଦ୍ଧ କଥାବସ୍ତୁ । ଏହା ରାମାୟଣର ଉତ୍ତରକାଣ୍ଡର ଏକ ଗୁରୁତ୍ଵପୂର୍ଣ୍ଣ ପର୍ଯ୍ୟାୟ । ଏଥ‌ିରେ ଗୋଟିଏ ଧାଡ଼ିରେ କହିଲେ, ପତି ବିରହବିଧୂରା, ତପସ୍ବିନୀ ଭାବରେ ବାଲ୍ମୀକି ଆଶ୍ରମରେ ଜୀବନ ବିତାଉଥ‌ିବା ସତୀ ସାୟୀ ସୀତା, ସ୍ଵାମୀଙ୍କ ଅଶ୍ଵମେଧ ଯଜ୍ଞ ଖବର ଶୁଣିବା ପରେ ତାଙ୍କ ମନରେ ସୃଷ୍ଟି ମାନସିକ ଦ୍ବନ୍ଦ୍ବ ଓ ହୃଦୟାବେଗକୁ କବି ବର୍ଣ୍ଣନା କରିଛନ୍ତି । ସେଥୁରେ ଅସାଧାରଣ ଦେବୀତ୍ଵ ଅପେକ୍ଷା ନାରୀତ୍ଵର ଭାବ ଅଧ‌ିକ ଭାବରେ ପ୍ରକାଶ ପାଇଛି ।

ରାମଚନ୍ଦ୍ର ଅଯୋଧ୍ୟାର ଅଶ୍ଵମେଧ ଯଜ୍ଞ କରୁଛନ୍ତି । ବାଲ୍ମୀକିଙ୍କ ମାଧ୍ୟମରେ ସୀତା ଏ ଖବର ପାଇଲାପରେ ତାଙ୍କ ସେ ରାମଚନ୍ଦ୍ରଙ୍କୁ ‘ଶରଣ-ବତ୍ସଳ ଧ୍ଵଜ’, ରିପୁ-ଗଜାଙ୍କୁଶ’, ‘ଦୁଃଖ-ଗିରି-ବ୍ରଜ’, ‘ରାଜା ରାଜେଶ୍ୱର’ ଆଦି ନାମରେ ସମ୍ବୋଧନ କରିଛନ୍ତି । ଏହି ଉକ୍ତିରେ ରାମଚନ୍ଦ୍ରଙ୍କର ମହିମାକୁ କବି ଉଲ୍ଲେଖ କରିଛନ୍ତି ।

ସେହିପରି ପଦ ସଂଯୋଜନାରେ ମଧ୍ୟ କବି ନିଜ ପ୍ରତିଭାର ସୂଚନା ଦେଇଛନ୍ତି । ଯେପରି ‘କାତରେ କାନ୍ତାରେ ଥାଇ କରେ ନିବେଦନ’, ‘କରିବାକୁ ମଧୁଆଶା-ତିମିର-ଭେଦନ’, ‘ନବ-ବାମା ହେଉଥୁବ ବାମାଙ୍କ ବୀକ୍ଷିତ’, ‘ମୁଗ୍ଧ-ବଧୂ ମୁଗ୍ଧ ହେବ ବୋଲି ଶତଗୁଣ’ ଆଦି ପଦରୁ କବିଙ୍କର କବିତ୍ଵ ସ୍ପଷ୍ଟ ହୋଇଛି ।
ସୀତାଙ୍କର ଅଭିମାନକୁ କବି ବର୍ଣ୍ଣନା କରି ଲେଖିଛନ୍ତି –
‘‘ଧୀରବର, ସେ କଥାକୁ ଘେନି ତୁମ୍ଭ ଶ୍ରୁତି,
ଆଣିବ ଯଦ୍ୟପି ଦୀନା ବୈଦେହୀର ସ୍ମୃତି।
ବୈଦେହୀର ପ୍ରଣୟକୁ ମଣିବ ସ୍ଵପ୍‌ନ
ଚାହିଁ ନବ-ପ୍ରଣୟିନୀ-ପ୍ରଫୁଲ୍ଲ-ଲପନ ।’’

ଏହିଭଳି ବିଭିନ୍ନ ଦୃଷ୍ଟିରୁ ବିଚାର କଲେ, ଆଲୋଚ୍ୟ କବିତାଟିରୁ କବିଙ୍କର ନିର୍ମଳ କବିତ୍ଵର ପରିଚୟ ମିଳିଥାଏ ।

Additional Multiple Choice Questions (Mcqs) With Answers

Question ୧।
‘ଦାନ ବାରିସ୍’ ବୋଲି ସୀତା କାହାକୁ ସମ୍ବୋଧନ କରିଛନ୍ତି ?
(i) ରାମଚନ୍ଦ୍ର
(ii) ବାଲ୍ମୀକି
(iii) ତପସ୍ବୀ
(iv) ଲବକୁଶ
Answer:
(i) ରାମଚନ୍ଦ୍ର

Question ୨।
ତରୁଲତାଗଣ କ’ଣ ଶୁଣି ଅଥୟ ହୁଅନ୍ତି ?
(i) ସୀତାଙ୍କ କ୍ରନ୍ଦନ
(ii) ଲବ-କୁଶଙ୍କ ରାମାୟଣ ଗାନ
(iii) ଋଷିମାନଙ୍କର ଓଁକାର ଧ୍ଵନି
(iv) ଋଷିକୁମାରମାନଙ୍କର ବେଦ ଧ୍ଵନି
Answer:
(ii) ଲବ-କୁଶଙ୍କ ରାମାୟଣ ଗାନ

Question ୩ ।
କବି ଗଙ୍ଗାଧର ମେହେର କେଉଁ କବି ଭାବରେ ଓଡ଼ିଶା ସାହିତ୍ୟରେ ପରିଚିତ ?
(i) ସ୍ଵଭାବକବି
(ii) କବିବର
(iii) କବିମଞ୍ଜୁଳ
(iv) ପଲ୍ଲୀକବି
Answer:
(i) ସ୍ଵଭାବକବି

Question ୪।
ନିମ୍ନୋକ୍ତ କେଉଁ କାବ୍ୟ ସ୍ବଭାବକବିଙ୍କ ରଚନା ନୁହେଁ ?
(i) ଇନ୍ଦୁମତୀ
(ii) ପ୍ରଣୟବଲ୍ଲରୀ
(iii) ଉଷା
(iv) ତପସ୍ବିନୀ
Answer:
(iii) ଉଷା

Question ୫।
ଅଯୋଧ୍ୟାର ଜନମଣ୍ଡଳୀ ଭକ୍ତି ସହକାରେ କାହାକୁ ଦେଖୁ ବୋଲି କୁହାଯାଇଛି ?
(i) ସୀତା
(ii) ସୁବର୍ଣ୍ଣ ସୀତା
(iii) ଦ୍ଵିତୀୟା ପତ୍ନୀ
(iv) ଉର୍ମିଳା
Answer:
(iii) ଦ୍ଵିତୀୟା ପତ୍ନୀ

Question ୬ ।
ପ୍ରଭୁ ରାମଚନ୍ଦ୍ର କବିତାରେ କେଉଁ ଭାବରେ ବର୍ଣ୍ଣିତ ନୁହଁନ୍ତି ?
(i) ଦାନବାରିସ୍
(ii) ତାପସ ଅଶାନ୍ତିନାଶଙ୍କ
(iii) ଦନୁଜ ଦର୍ପହାରୀ
(iv) ଧୀରବର
Answer:
(iii) ଦନୁଜ ଦର୍ପହାରୀ

Question ୭ ।
ଅତ୍ୟନ୍ତ ଅବୋଧ ବୋଲି ସୀତା କାହାକୁ କହିଛନ୍ତି ?
(i) ରାମଚନ୍ଦ୍ର
(ii) ଲକ୍ଷ୍ମଣ
(iii) ଲବକୁଶ
(iv) ବାଲ୍ମୀକି
Answer:
(iii) ଲବକୁଶ

Question ୮ ।
ସୀତାଙ୍କ ପୁତ୍ରମାନଙ୍କର କେଉଁ ଭାଗ୍ୟ ନାହିଁ ବୋଲି କୁହାଯାଇଛି ?
(i) ଅଯୋଧ୍ୟାର ସିଂହାସନପ୍ରାପ୍ତି
(ii) ଅଶ୍ଵମେଧ ଯଜ୍ଞରେ ଅଂଶଗ୍ରହଣ
(iii) ପିତୃକୋଳ ଆହୋରଣ
(iv) ସବୁଗୁଡ଼ିକ
Answer:
(iii) ପିତୃକୋଳ ଆହୋରଣ

Question ୯ ।
ଲବକୁଶ କାହା ସହିତ ଅଯୋଧ୍ୟା ଯାତ୍ରା କରୁଥିଲେ ?
(i) ମହର୍ଷି ବାଲ୍ମୀକି
(ii) ବିଶ୍ଵାମିତ୍ର
(iii) ବଶିଷ୍ଠ
(iv) ସୁମନ୍ତ
Answer:
(i) ମହର୍ଷି ବାଲ୍ମୀକି

Question ୧୦ ।
ସୀତାଙ୍କର ଶିଶୁପୁତ୍ରଦ୍ଵୟଙ୍କ ମନ କ’ଣ ପାଇଁ ଆକର୍ଷିତ ହୋଇଥିଲା ?
(i) ଅଶ୍ଵମେଧ ଯଜ୍ଞ ଦର୍ଶନ
(ii) ଶ୍ରୀରାମଙ୍କ ପଦପଙ୍କଜ ଦର୍ଶନ
(iii) ଯଜ୍ଞର ଦାନ ଗ୍ରହଣ
(iv) ସବୁଗୁଡ଼ିକ
Answer:
(ii) ଶ୍ରୀରାମଙ୍କ ପଦପଙ୍କଜ ଦର୍ଶନ

Question ୧୧ ।
ସୀତାଙ୍କ ଲିଖ୍ ପତ୍ର କେଉଁଥରେ ଧୌତ ହେଉଥିଲା ?
(i) ଝରଣାର ଜଳ
(ii) ତମସାର ଜଳ
(iii) ନୟନର ଜଳ
(iv) ହୃଦୟର ଜଳ
Answer:
(iii) ନୟନର ଜଳ

Question ୧୨ ।
ଲବକୁଶ କେଉଁ ବାଦ୍ୟଯନ୍ତ୍ର ସହାୟତାରେ ରାମାୟଣ ଗାନ କରୁଥିଲେ ?
(i) ତାନପୁରା
(ii) ବୀଣା
(iii) ସନ୍ତୁର
(iv) କୌଣସିଟି ନୁହେଁ
Answer:
(ii) ବୀଣା

Question ୧୩ ।
‘‘କିଏ ନ କାନ୍ଦିବ ବହି ମାନବ ହୃଦୟ’’ – ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
(i) ସୀତାଙ୍କର ପୂର୍ବକଥା ସ୍ମରଣ
(ii) ଲବକୁଶଙ୍କର ରାମାୟଣ ଗାନ
(iii) ବାଲ୍ମୀକିଙ୍କର ରାମାୟଣ ରଚନା
(iv) ସୀତାଙ୍କର ନିର୍ବାସନ
Answer:
(ii) ଲବକୁଶଙ୍କର ରାମାୟଣ ଗାନ

CHSE Odisha Class 12 Odia Solutions Chapter 6 ତପସ୍ବିନୀର ପତ୍ର

Question ୧୪ ।
ରାମଚନ୍ଦ୍ରଙ୍କ ମହାଯଜ୍ଞରେ ରାମଚନ୍ଦ୍ରଙ୍କ ବାମାଙ୍କ କିଏ ବୀକ୍ଷିତ ହୋଇଥିଲେ ?
(i) ନବ ବଧୂ
(ii) ନବ ପନ୍ନୀ
(iii) ନବ ବାମା
(iv) ନବ ଜାୟା
Answer:
(iii) ନବ ବାମା

Question ୧୫ ।
ଗତ ଦୁଃଖର କାହାଣୀ କିଏ ଶୁଣାଇବେ ବୋଲି କୁହାଯାଇଛି ?
(i) ବାଲ୍ମୀକି
(ii) ସୀତା
(iii) ଶିଶୁଦ୍ଵୟ
(iv) ଆଶ୍ରମବାସୀ
Answer:
(iii) ଶିଶୁଦ୍ଵୟ

Question ୧୬ ।
ଦୁଃଖ୍ନୀର ପୁତ୍ରଦ୍ଵୟ ଜନ୍ମକାଳରୁ କ’ଣ ଜାଣନ୍ତି ନାହିଁ ?
(i) ମାତୃସ୍ନେହ
(ii) ରାଜ୍ୟଭୋଗ
(iii) ଭ୍ରାତୃସ୍ନେହ
(iv) ପିତୃ ଅନୁରାଗ
Answer:
(iv) ପିତୃ ଅନୁରାଗ

Question ୧୭ ।
ବୈଦେହୀର ପ୍ରଣୟକୁ କ’ଣ ମଣିବ ବୋଲି କୁହାଯାଇଛି ?
(i) ସୁପନ
(ii) କୁହେଳି
(iii) ମରୀଚିକା
(iv) ସ୍ମୃତି
Answer:
(iv) ସ୍ମୃତି

Question ୧୮ ।
ନୟନର ଜଳେ କ’ଣ ଧୌତ ହେଉଥାଏ ?
(i) ପତ୍ର
(ii) ଗଣ୍ଡଦେଶ
(iii) ଆଖ୍
(iv) ବସନ
Answer:
(i) ପତ୍ର

Question ୧୯ ।
କିଏ ମୁଗ୍ଧ ହେବ ବୋଲି ସୀତା ଭାବିଛନ୍ତି ?
(i) ନବବଧୂ
(ii) ବ୍ରାହ୍ମଣମାନେ
(iii) ବାଲ୍ମୀକି
(iv) ଲବକୁଶ
Answer:
(i) ନବବଧୂ

Question ୨୦ ।
ନବବାମା କେଉଁଠି ଶୋଭିତ ହେଉଥ‌ିବେ ବୋଲି କୁହାଯାଇଛି ?
(i) ସମ୍ମୁଖରେ
(ii) ସ୍ଵର୍ଣ୍ଣସିଂହାସନେ
(iii) ଦକ୍ଷିଣାଙ୍କ
(iv) ବାମାଙ୍କ
Answer:
(iv) ବାମାଙ୍କ

(କ) କବି ପରିଚିତି :

‘‘ଭିକ୍ଷୁକ ସଙ୍ଗତେ ନୃପ ମୁକୁଟ ମଣ୍ଡିତ,
କାଳବଳେ ହେବେ ସର୍ବେ ଭବୁ ଅନ୍ତର୍ହିତ ।
କିନ୍ତୁ ତୁମ୍ଭେ ଦୀନ କବି ରହିବ ଜୀବିତ
ଯେତେଦିନ ଭବେ ଖୁବ ଓଡ଼ିଆ ସାହିତ୍ୟ ।’’
‘ଇନ୍ଦୁମତୀ’ କାବ୍ୟପ୍ରଣେତା ଗଙ୍ଗାଧର ମେହେରଙ୍କୁ କବି ନନ୍ଦକିଶୋର ବଳ ଏହିଭଳି ଭାବରେ ପ୍ରଶଂସା କରିଥିଲେ । ସୁନ୍ଦର ଓ ପବିତ୍ର କାବ୍ୟ କବିତାର ପ୍ରଣେତା ରୂପେ ଓଡ଼ିଆ କାବ୍ୟଧାରାରେ ଗଙ୍ଗାଧର ଚିରସ୍ମରଣୀୟ । ଦାରିଦ୍ର୍ୟ-ନିପୀଡ଼ିତ ଜୀବନରେ ଜାତୀୟ ସାହିତ୍ୟକୁ ସମୃଦ୍ଧ କରିବାପାଇଁ ସେ ଯେଉଁ ଐତିହାସିକ ସାଧନ କରିଥିଲେ ତାହା ଉଲ୍ଲେଖନୀୟ । ସେ ୧୮୬୨ ମସିହା ଶ୍ରାବଣ ପୂର୍ଣ୍ଣମୀରେ ସମ୍ବଲପୁରର ବରପାଲୀରେ ଭୂମିଷ୍ଠ ହୋଇଥିଲେ ଏବଂ ତିରୋହିତ ହୋଇଥିଲେ ୧୯୨୪ ମସିହା ଚୈତ୍ର ଅମାବାସ୍ୟାରେ । ଦାରିଦ୍ର୍ୟର ନିଷ୍ଠୁର ଆଘାତରେ ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ଗଙ୍ଗାଧର, ପରବର୍ତ୍ତୀ କାଳରେ ଦେଶୀୟ ପାଠଶାଳା ସାର୍ଟିଫିକେଟ ପାଇଥିଲେ ।

ଅଭାବ ଓ ଅନଟନ ଭିତରେ ତାଙ୍କର ଉଚ୍ଚଶିକ୍ଷା ଲାଭକରିବାର ସ୍ଵପ୍ନବିଡ଼ମ୍ବିତ ହୋଇଥିଲା ସତ୍ୟ; କିନ୍ତୁ ଜ୍ଞାନ ଆହରଣର ପିପାସା ତାଙ୍କର ଚିରଦିନ ଅନାହତ ରହିଥିଲା । ତେଣୁ ସ୍ଵକୀୟ ପ୍ରଚେଷ୍ଟାରେ ସେ ପଢ଼ିଥିଲେ ସଂସ୍କୃତ ସାହିତ୍ୟ, ପ୍ରାଚୀନ ଓଡ଼ିଆ ସାହିତ୍ୟ ଇତ୍ୟାଦି । କବି ଜୀବନର ପ୍ରାରମ୍ଭରେ ପ୍ରାଚୀନ ରୀତିରେ ସେ ଲେଖୁଥିଲେ ‘ରସ ରତ୍ନାକର’ କାବ୍ୟ । ପରବର୍ତ୍ତୀ କାଳରେ ନୂତନ ଯୁଗର ଆଶା ଆକାଂକ୍ଷାକୁ ସଫଳ କରି ସେ ନିଜର ସୃଷ୍ଟି ଆଭିମୁଖ୍ୟ ପରିବର୍ତ୍ତନ କରି ଆଧୁନିକ ଓଡ଼ିଆ କାବ୍ୟଧାରାର ଏକ ଯଶସ୍ବୀ କବିରୂପେ ପ୍ରଖ୍ୟାତ ହେଲେ । ତାଙ୍କ ଅମରଲେଖନୀରୁ ଆମେ ପାଇପାରିଲୁ ‘ଅହଲ୍ୟାସ୍ତବ’, ‘ଇନ୍ଦୁମତୀ’, ‘ଉତ୍କଳ ଲକ୍ଷ୍ମୀ’, ‘ଅଯୋଧ୍ୟା ଦୃଶ୍ୟ’, ‘କୀଚକ ବଧ’, ‘ପ୍ରଣୟ ବଲ୍ଲରୀ’, ‘ତପସ୍ବିନୀ’, ‘ପଦ୍ମିନୀ’, ‘ଅର୍ଘ୍ୟଥାଳୀ’, ‘କବିତା କଲ୍ଲୋଳ’ ପ୍ରଭୃତି ଉଚ୍ଚମାନର ସାହିତ୍ୟ ସୃଷ୍ଟି ।

ଓଡ଼ିଆ ସାହିତ୍ୟରେ ଗଙ୍ଗାଧର ସୁନୀତି ଓ ସୁରୁଚିର କବି । ସେ ହେଉଛନ୍ତି ଆଶା, ଆନନ୍ଦ ଓ ଆଲୋକର ରବି। ନବଯୁଗରେ ସେ ସାହିତ୍ୟ ସୃଷ୍ଟି ମାଧ୍ୟମରେ ଆମ ଜାତୀୟ ସଂସ୍କୃତିର ମହିମାଗାନ କରି ଯାଇଛନ୍ତି । ଜାତୀୟ ଜୀବନକୁ ଦେଇ ଯାଇଛନ୍ତି ଦିଗଦର୍ଶନ । ମାତୃଭୂମି ଓ ମାତୃଭାଷା ପ୍ରତି ଅନୁରାଗ ସୃଷ୍ଟି କରିବାପାଇଁ ସେ ହୋଇଛନ୍ତି ସତତ ପ୍ରୟାସୀ । ସେ ଲେଖିଛନ୍ତି –
‘‘ମାତୃଭମି ମାତୃଭାଷାର ମମତା
ଯା ହୃଦେ ଜନମି ନାହିଁ,
ତାକୁ ଯେବେ ଜ୍ଞାନି ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ ’’
ତାଙ୍କ ଦିବ୍ୟଦୃଷ୍ଟିରେ ପୁଣି ସମଗ୍ର ବିଶ୍ଵ ଅମୃତମୟ, ମଧୁମୟ –
‘‘ବିଶ୍ବ ଦେଖ ମଧୁମୟରେ ଜୀବନ
ବିଶ୍ବ ଦେଖ ମଧୁମୟ,
ମଧୁର ଝରଣ କରିବ ହରଣ
ତୋ’ ପାପ ମରଣ ଭୟରେ ଜୀବନ ।’’
ଚିନ୍ତା-ବାକ୍ୟ-କର୍ମ ସବୁଥ୍ରେ ତାଙ୍କର ଫୁଟି ଉଠିଥିଲା ପବିତ୍ରତା । ଆପଣା ଜୀବନକୁ ମଧୁମୟ ସ୍ପର୍ଶ ଦେବାପାଇଁ ସେ ହୋଇଉଠିଥିଲେ ବ୍ୟାକୁଳ, ସତେଯେପରି ସେ ଆକାଶର ପବିତ୍ର ଅମୃତଧାରା । ଯାବତୀୟ ପ୍ରତିକୂଳ ପରିବେଶରେ ଗତି କରୁଥିଲେ ମଧ୍ୟ ସେ ଦିବଧାରା ଶୁଖୁଯିବ ନାହିଁ । ବର୍ଷା ନ ହେଲେ ଶିଶିର ତ ହେବ । ସାଗରରୁ ଉଠି ପୁଣି ସେଇ ସାଗରରେ ମିଶିବ । ସୃଷ୍ଟି ପ୍ରକ୍ରିୟାର ଏହି ଅବିସମ୍ବାଦିତ ସତ୍ୟକୁ କବି ସ୍ୱୀୟ ଜୀବନଚର୍ଯ୍ୟାରେ ସ୍ଵୀକାର କରିବାକୁ ଯାଇ ଲେଖୁଛନ୍ତି –
‘‘ମୁଁ ତ ଅମୃତ ସାଗର ବିନ୍ଦୁ,
ନଭେ ଉଠିଥୁଲି ତେଜି ସିନ୍ଧୁ,
ଖସି ମିଶିଛି ଅମୃତ ଧାରେ,
ଗତି କରୁଛି ସେ ଅକୃପାରେ ।
ପଥେ ଶୁଖୁଲେ ପାପ ତାପରେ,
ଅମୃତ ପୟ ଅମୃତମୟ,
ସହିତ ମିଶିବି ସାଗରରେ ।’’
ଧୂଳିମଳିନ ଧରଣୀର କୌଣସି ମଳିନତା ତାଙ୍କୁ ସ୍ପର୍ଶ କରିପାରି ନଥିଲା । ଆପଣାର ଜୀବନରେ ସେ ମାଧୁର୍ଯ୍ୟର ସ୍ପର୍ଶ ଲାଭ କରିଥିଲେ, ମଧୁମୟର ସନ୍ଧାନ
ପାଇଥିଲେ । ବନବଲ୍ଲରୀର ସ୍ନିଗ୍ଧ ସୁନ୍ଦର କମୁକୁଞ୍ଜ ତଳେ ସେ ସନ୍ଧାନ କରିଥିଲେ ଆପଣାର ଦିବ୍ୟ କବିତାକୁ । ପ୍ରକୃତିର ଚାରୁ ଆଲେଖ୍ୟ ତାଙ୍କ ଆଜ୍‌ରେ ଭରି ଦେଇଥିଲା କଳ୍ପଲୋକର ଅପରୂପ ଆନନ୍ଦ । ପ୍ରକୃତି ମଧ୍ୟରେ ସେ ଦେଖୁଥୁଲେ ମଣିଷର ଜୀବନକୁ, ବ୍ୟକ୍ତିର ଅନ୍ତଃସତ୍ତାକୁ; ପାରମ୍ପରିକ ବର୍ଣ୍ଣନାକୁ । ତେଣୁ ଦେଲେ ସେ ନୂତନ ବିଭୂତି । ପ୍ରକୃତି ମୂକ-ନିପ୍ରାଣତା ଓ ନିର୍ବେଦତା ତ୍ୟାଗକରି ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲା ମଣିଷର ଅତି ଆତ୍ମୀୟ ବନ୍ଧୁଟିଏ ପରି । ଗଙ୍ଗାଧରଙ୍କ ଏଇ ଅପୂର୍ବ କବିତ୍ଵ, ସମକାଳୀନ ବହୁ ସାହିତ୍ୟିକ ମହଲରେ ତାଙ୍କ ପ୍ରତି ଆତ୍ମୀୟତା ସୃଷ୍ଟି କରିଥିଲା । ଆବେଗପ୍ରବଣ କବି ନନ୍ଦକିଶୋର ବଳ ଥରେ ହେଲେ ଗଙ୍ଗାଧରଙ୍କୁ ଜୀବନରେ ଦେଖିନଥିଲେ ମଧ୍ୟ ତାଙ୍କ ଉଦ୍ଦେଶ୍ୟରେ କବିତାର ଅର୍ଘ୍ୟ ପ୍ରଦାନ କରିଥିଲେ । ଓଡ଼ିଶାରେ ଜନ୍ମ ହୋଇଥିବାରୁ ଗଙ୍ଗାଧରଙ୍କର ଦାରିଦ୍ର୍ୟ ରହିଛି ବୋଲି ଦୁଃଖପ୍ରକାଶ କରି ଲେଖିଛନ୍ତି –
‘‘ଲୋଡ଼େ ନାହିଁ ଦେଖିବାକୁ ମୁଁ ତୁମ୍ଭ ମୂରତି,
ଦେଖି କାଳେ ତୁଟିଯିବ ମାୟା ତବ ପ୍ରତି।
ପଢ଼ିଅଛି ଇନ୍ଦୁମତୀ କାବ୍ୟ କେତେଥର,
ସେହିଠାରେ ପରିଚୟ ତୁମ୍ଭର ମୋହର ।
ଲାବଣ୍ୟ କାସାର ହଂସ ପୁରୁଷ ଅଦ୍ଭୁତ,
କାଳିଦାସ – ଭାରତୀୟ ବାଣୀ ବରସୁତ ।
ଯୋଗ୍ୟ ଅନ୍ତେବାସୀ ତୁମ୍ଭେ ଅଟ ତାହାଙ୍କର,
ବଳିହାର ଗୁରୁପ୍ରତି ସମ୍ଭାର ଅର୍ଘ୍ୟର ।
ପବିତ୍ର ପ୍ରଣୟ ଏ ମୋ’ ସରତୀ ନନ୍ଦନ,
ମହାର୍ଘ ଭାବିଣ ପ୍ରିୟ କର ହେ ଗ୍ରହଣ ।
X X X X
ଜନ୍ମିଥା’ନ୍ତ ଯେବେ ସଭ୍ୟ ଉନ୍ନତି ଦେଶରେ,
ବାଜୁଥା’ନ୍ତା ନାମ ତବ ଦିଗ ଦିଗନ୍ତରେ ।
ହୃଦ ମଧ୍ୟ ରଖିଥା’ନ୍ତେ ତବ ଦୀନ ଛବି ।’
ପୂଜ୍ୟପୂଜାର ବ୍ୟତିକ୍ରମର ଦୃଷ୍ଟାନ୍ତ ଏ ଦେଶରେ ଅନେକ । କବି ଦୀନକୃଷ୍ଣ ରୁଗ୍ଣ, ଭିକ୍ଷାଶୀ, ଦରିଦ୍ର ହୋଇ ଜୀବନ ବିତାଇଛନ୍ତି । ଉପେନ୍ଦ୍ର ରାଜପୁତ୍ର ହୋଇ ହୋଇଛନ୍ତି ଦାଣ୍ଡର ଭିକାରୀ । କବି ଯଦୁମଣି ମୁଠାଏ ଖାଇବାକୁ ନପାଇ ନଅଙ୍କରେ ମୃତ୍ୟୁବରଣ କରିଛନ୍ତି । ବନମାଳୀ, ସାଲବେଗ, ଗୋପାଳକୃଷ୍ଣଙ୍କ କଥା ପଚାରେ କିଏ ? ପ୍ରଚଣ୍ଡ ପ୍ରତିଭାଧାରୀ ଗଙ୍ଗାଧରଙ୍କର ଅବସ୍ଥା ମଧ୍ୟ ଠିକ୍ ସେଇଆ ହୋଇଛି । ଦାରିଦ୍ର୍ୟ ତାଙ୍କ ଜୀବନକୁ କେବେ ଛାଡ଼ିନାହିଁ । ତଥାପି ସେ ଭାଙ୍ଗିପଡ଼ି ନାହାଁନ୍ତି । ଦେଶ, ଜାତି, ସାହିତ୍ୟ ସମାଜ ପାଇଁ ଯେତିକି ପାରିଛନ୍ତି ସେତିକି ଉଦ୍ୟମ କରିଛନ୍ତି । ମାତୃଭାଷା ଓ ମାତୃଭୂମିର ଉନ୍ନତି ପାଇଁ ବ୍ୟାକୁଳ ହୋଇ ଉଠିଛନ୍ତି, ଆଉ ରଚନା କରିଛନ୍ତି କାବ୍ୟକବିତାର ସୁମଞ୍ଜୁଳ ମନୋରମ ସୌଧ ।

‘ତପସ୍ବିନୀ’ କବିଙ୍କର ସର୍ବଶ୍ରେଷ୍ଠ ରଚନା । କାତ୍ୟିକ ରସସୌନ୍ଦର୍ଯ୍ୟ ଓ ବର୍ଣ୍ଣନାର ପ୍ରୌଢ଼ତା ଏଥ‌ିରେ ସର୍ବବାଦୀସମ୍ମତ । ତାଙ୍କର ପ୍ରତିଟି କାବ୍ୟଗ୍ରନ୍ଥ ସର୍ବଭାରତୀୟ ପରମ୍ପରାର ପ୍ରତିନିଧ୍ । ଏଥ‌ିପାଇଁ କେତେକ ଗଙ୍ଗାଧରଙ୍କୁ ପାଶ୍ଚାତ୍ୟ ପ୍ରଭାବିତ ରାଧାନାଥ କାବ୍ୟଚେତନାର ମୌନ ପ୍ରତିବାଦୀ ଆଖ୍ୟା ଦେଇଥା’ନ୍ତି। ଭାରତୀୟ ଚିନ୍ତା ଓ ଚେତନା, ବିଧ୍ ବ୍ୟବସ୍ଥା, ପରମ୍ପରା ମୁଦ୍ରାରେ ପ୍ରତିଟି କାବ୍ୟର ଗତି ଗମ୍ଭୀର । କବି ଗଙ୍ଗାଧର ଜୀବନରେ ସକଳ ଅଭାବ ଅବସାଦ ସତ୍ତ୍ବେ ଏତିକିମାତ୍ର ପ୍ରତିଭା ଚିରପ୍ରଶଂସିତ ହୋଇ ରହିବ ।

(ଖ) କବିତାର ପୃଷ୍ଠଭୂମି :

ଏକାଦଶ ସର୍ଗର ଉଲ୍ଲେଖଯୋଗ୍ୟ ଅଂଶବିଶେଷ । ଏଥରେ କବି ତପସ୍ବିନୀ ରାମହୃଦୟ ଜ୍ୟୋତ୍ସ୍ନା ସତୀ ସୀତାଙ୍କର ମାନସିକ ଆଲୋଡ଼ନକୁ ଅତି ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । ପୁନଶ୍ଚ ସୀତାଙ୍କ ଚରିତ୍ର ମାଧ୍ୟମରେ ନାରୀ ହୃଦୟର ମାର୍ମିକ ଅନୁଚିନ୍ତା ପତିବ୍ରତା ନାରୀର ମହନୀୟତା କବି ଦେଖାଇ ଦେଇଛନ୍ତି ।

କୌଣସି ଏକ ସନ୍ଧ୍ୟାରେ, ମହର୍ଷି ବାଲ୍ମୀକି ‘ଲବକୁଶ’ଙ୍କ ଭବିଷ୍ୟତ ନେଇ ଚିନ୍ତା କରିଛନ୍ତି । ଲବକୁଶଙ୍କର କିପରି ପିତା ରାମଚନ୍ଦ୍ରଙ୍କ ସହିତ ମିଳନ ହେବ ସେ ସମ୍ବନ୍ଧରେ ବିଚାର କରୁଥା’ନ୍ତି । ସେହି ସମୟରେ, ଜନୈକ ରାଜଦୂତ ଆସି ରାମଚନ୍ଦ୍ରଙ୍କ ପତ୍ର ଦେଇଛି ବାଲ୍ମୀକିଙ୍କୁ । ସେହି ପତ୍ର ପାଠକରି ମହର୍ଷି ଜାଣିଛନ୍ତି, ରାମଚନ୍ଦ୍ର ଅଶ୍ଵମେଧ ଯଜ୍ଞ କରୁଛନ୍ତି ଏବଂ ତାଙ୍କୁ ସେହି ଶୁଭକାର୍ଯ୍ୟରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରିଛନ୍ତି। ଏହି ଅବକାଶରେ ମହର୍ଷି, ଲବ-କୁଶଙ୍କୁ ସାଙ୍ଗରେ ନେଇ ଯଜ୍ଞସ୍ଥଳକୁ ଯିବାପାଇଁ ମନସ୍ଥ କରିଛନ୍ତି । କାରଣ ଯଜ୍ଞସ୍ଥଳରେ ଲବ-କୁଶ ରାମାୟଣ ଗାନ କରି ସମସ୍ତଙ୍କ ମନକୁ ମୋହିତ କରିବେ ଏବଂ ରାମଚନ୍ଦ୍ର ନିଜର ପୁତ୍ରଦ୍ଵୟଙ୍କର ପରିଚୟ ପାଇବାର ଅବସର ମିଳିବ।

ବାଲ୍ମୀକି, ସୀତାଙ୍କ ନିକଟରେ ରାମଚନ୍ଦ୍ରଙ୍କର ଅଶ୍ଵମେଧ ଯଜ୍ଞ କରିବାର ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି । ଆସନ୍ତାକାଲି ସେ ଲବ-କୁଶଙ୍କୁ ନେଇ ଯଜ୍ଞସ୍ଥଳକୁ ଯିବେ ବୋଲି ବିଚାର କରିଛନ୍ତି । ରାମଚନ୍ଦ୍ର ଯେ ଯଜ୍ଞ କରୁଛନ୍ତି, ସେହି ଖବର ଜାଣିଲାପରେ ସୀତାଙ୍କ ମନରେ ଦାରୁଣ ଖେଦ ସୃଷ୍ଟି ହୋଇଛି । ସେ ଭାବିଛନ୍ତି, ରାମଚନ୍ଦ୍ର ହୁଏତ ଦ୍ବିତୀୟ ପତ୍ନୀ ଗ୍ରହଣ କରିଛନ୍ତି । କାରଣ ପତ୍ନୀ ବିନା ଯଜ୍ଞକାର୍ଯ୍ୟ ସମ୍ଭବ ନୁହେଁ । ସେଥ‌ିପାଇଁ ସେ ଅତି ବିନୟଭାବରେ ରାମଚନ୍ଦ୍ରଙ୍କ ନିକଟକୁ ପତ୍ର ଲେଖିଛନ୍ତି । ଦ୍ଵିତୀୟ ପତ୍ନୀ କେଉଁ ପ୍ରକାର ତପସ୍ୟା କରିଥିବାରୁ ରାମଚନ୍ଦ୍ରଙ୍କୁ ପତିରୂପେ ପାଇଛନ୍ତି ବୋଲି ଜାଣିବାକୁ ଚାହିଁଛନ୍ତି ।

(ଗ) କବିତାର ସାରକଥା :

ପତିଗତପ୍ରାଣା ସୀତା ତପସ୍ବିନୀ ଭାବରେ ବାଲ୍ମୀକି ଆଶ୍ରମରେ ବାଳୁତ ପୁତ୍ର ଲବ ଓ କୁଶଙ୍କୁ ନେଇ ଜୀବନଯାପନ କରୁଥା’ନ୍ତି । ସେହି ସମୟରେ ସେ ଶୁଣିବାକୁ ପାଇଛନ୍ତି, ଅଯୋଧ୍ୟାର ରାଜା ରାମଚନ୍ଦ୍ର ଅଶ୍ଵମେଧ ଯଜ୍ଞ କରୁଛନ୍ତି । ସେହି ଖବର ଶୁଣି ସ୍ବାଭବିକ ଭାବରେ ସତୀ ଶିରୋମଣି ସୀତାଙ୍କ ହୃଦୟ ଆଶଙ୍କାରେ ଉଦ୍‌ବେଳିତ ହୋଇଉଠିଛି । ଅଭିମାନରେ ସେ ସ୍ଵାମୀ ରାମଚନ୍ଦ୍ରଙ୍କୁ ବିନୟଭାବରେ ପତ୍ର ଲେଖିଛନ୍ତି । ପତ୍ର ଲେଖିବାକୁ ଯାଇ ସୀତା ରାମଙ୍କର ମହିମା ଗାନ କରିଛନ୍ତି । ସ୍ଵାମୀଅନୁଗତା ଭାବରେ, ସ୍ବାମୀଙ୍କର ବିଶେଷତାକୁ ବିଶେଷ ଭାବରେ ସୂଚିତ କରିଛନ୍ତି । ତାଙ୍କ ବିଚାରରେ ରାମଚନ୍ଦ୍ର ହେଉଛନ୍ତି, ଶରଣବତ୍ସଳ ଧ୍ଵଜ । ଅର୍ଥାତ୍ ସେ ଶରଣକାରୀକୁ ରକ୍ଷାକରିବା ରୂପକ ପତାକା । ପୁନଶ୍ଚ ଯେଉଁମାନେ ତାଙ୍କ ପ୍ରତି ଶତ୍ରୁତା ଆଚରଣ କରନ୍ତି, ସେମାନଙ୍କ ପାଇଁ ସେ ଉପଯୁକ୍ତ ବିରୋଧମୂଳକ ପଦକ୍ଷେପ ନେଇପାରନ୍ତି । କବି ଏହାକୁ ଯଥାର୍ଥଭାବରେ ସୀତାଙ୍କ ମୁଖରେ କହିଛନ୍ତି, ରାମଚନ୍ଦ୍ର ଶତ୍ରୁରୂପକ ହସ୍ତୀମାନଙ୍କପାଇଁ ଅଙ୍କୁଶ ବା ତେଣ୍ଟା ଭଳି । ପୁନଶ୍ଚ ସେ ଦୁଃଖରୂପକ ପର୍ବତ ଉପରେ ବଜ୍ର ସଦୃଶ । ବଜ୍ର ଯେପରି ପର୍ବତକୁ ଆଘାତ କରି ବିଚୂଷ୍ଠିତ କରେ, ରାମଚନ୍ଦ୍ର ସେହିପରି ପ୍ରଜାମାନଙ୍କର ଦୁଃଖକୁ ଦୃଢ଼ତାର ସହିତ ଦୂର କରିଦେଇଥା’ନ୍ତି ।

ସତୀ ସୀତା ପତ୍ର ଲେଖିବାକୁ ଯାଇ ପ୍ରଥମେ ରାଜା ରାଜେଶ୍ଵର ରାମଚନ୍ଦ୍ରଙ୍କ ପାଦପଦ୍ମର ବନ୍ଦନା କରିଛନ୍ତି । ଅର୍ଥାତ୍ ପତ୍ନୀ ହିସାବରେ ନିଜକୁ ଦୀନା ଭିକାରୁଣୀ ମନେକରି ସ୍ଵାମୀଙ୍କର ପାଦଯୁଗଳରେ ନିଜର ଭକ୍ତିପୂତ ପ୍ରଣାମ ଜଣାଇଛନ୍ତି । ସେ ନିଜର ମଧୁଆଶାରୂପୀ ଅନ୍ଧକାର ଭେଦ କରିବାପାଇଁ ଚାହିଁଛନ୍ତି ଏବଂ ଅତି କାତର ଭାବରେ ଅରଣ୍ୟରେ ଥାଇ ନିବେଦନ କରିଛନ୍ତି । ମହାରାଜା ଭାବରେ ରାମଚନ୍ଦ୍ର ମହାଯଜ୍ଞ କରିବାପାଇଁ ନୂତନ ପତ୍ନୀଙ୍କୁ ବାମପାର୍ଶ୍ବରେ ଉପବେଶନ କରାଇଥବେ । ପ୍ରିୟତମା ବଧୂଙ୍କ ମନରେ ଶତଗୁଣ ଆନନ୍ଦ ଦେବାପାଇଁ ସେ ଅନେକ ଭାବରେ ପ୍ରୟାସ କରିଥିବେ । ଫଳସ୍ବରୂପ ତାଙ୍କର ସଦ୍‌ଗୁଣ ବହୁଭାବରେ ବଢ଼ିଯାଉଥ‌ିବ ।

ସୀତା ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ହେ ପ୍ରଭୁ, ମହାଯଜ୍ଞ କରିବା ଅବକାଶରେ ଆପଣ ଅନେକ ପ୍ରକାର ଧନ, ରତ୍ନ ଓ ପାଟବସ୍ତ୍ର ପ୍ରଦାନ କରିବେ । ଏହିସବୁ ଦାନ ଦେବାଦ୍ଵାରା ଆପଣଙ୍କର ମନୋକାମନା ପରିପୂରଣ ହେବ । ସେହି ଦାନ ଦେବା ଅବକାଶରେ ମୋ’ ପ୍ରତି ଦୟାପରବଶ ହୋଇ, ମୋ’ ମନରେ ସୃଷ୍ଟି ହୋଇଥିବା ଭିକ୍ଷାକୁ ପୂରଣ କରିବେ । ଏହି ସାମାନ୍ୟ ଭିକ୍ଷା ଦେବାରେ ଆପଣ କେବେହେଲେ କୃପଣ ହେବେ ନାହିଁ । କାରଣ ଆପଣ ହେଉଛନ୍ତି, ଦାନ ଦେବାରେ

ସାଗର ସଦୃଶ । ଅର୍ଥାତ୍ ଦୟା କରିବାରେ ରତ୍ନରେ ଆପଣ ବାରିଧୂରି । ମୁଁ କିଏ, ସେ ସମ୍ବନ୍ଧରେ ଜାଣିବାର କୌଣସି ଆବଶ୍ୟକତା ନାହିଁ । ଅନ୍ୟଭାବରେ ପ୍ରକାଶ କଲେ, ଅଭିମାନୀ ସୀତା ନିଜର ପରିଚୟ ଦେବାକୁ ଚାହିଁନାହାଁନ୍ତି । ରାମଚନ୍ଦ୍ର ସଦାସର୍ବଦା, ତପସ୍ଵୀମାନଙ୍କର ଦୁଃଖ ହରଣ କରିଥା’ନ୍ତି । ବିପଦରେ ସହାୟ ହୋଇଥା’ନ୍ତି । ରାମଚନ୍ଦ୍ରଙ୍କର ମାନସିକତାକୁ ଆକଳନକରି ସୀତା କହିଛନ୍ତି, ତପସ୍ବୀମାନଙ୍କଠାରେ ତାଙ୍କର କୌଣସି ଅଦେୟ ନ ଥାଏ । ସେହି ହିସାବରେ ଜଣେ ତପସ୍ବିନୀଭାବରେ, କେବେହେଲେ ମୋତେ ହେୟ ଦୃଷ୍ଟିରେ ଦେଖିବେ ନାହିଁ ବୋଲି ସୀତା ନିଜର ମନୋଭାବ ପ୍ରକାଶ କରିଛନ୍ତି ।

ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସୀତା କହିଛନ୍ତି, ‘ଯେ ଆଜି ଯୋଗ୍ୟା ପତ୍ନୀ ଭାବରେ ଆପଣଙ୍କର କୋଳରେ ବା ଆପଣଙ୍କ ବାମପାର୍ଶ୍ଵରେ ବସି ଯଜ୍ଞ କାର୍ଯ୍ୟରେ ସହଯୋଗ କରୁଛନ୍ତି ଏବଂ ସମଗ୍ର ଅଯୋଧ୍ୟାବାସୀ ଯାହାଙ୍କୁ ଭକ୍ତିଭାବରେ ଦେଖୁଛନ୍ତି, ସେହି ଯୋଗ୍ୟ, ପୂର୍ବେ କେଉଁଭଳି ତପ ଆଚରଣ କରିଥିଲା, କେଉଁ ସମୟରେ କେଉଁ ଭଳି ମନ୍ତ୍ର ଉଚ୍ଚାରଣ କରିଥିଲା, ଯାହାର ଫଳସ୍ଵରୂପ ଏଭଳି ସୌଭାଗ୍ୟର ଅଧିକାରିଣୀ ହୋଇପାରିଲା । ସେହି ତପସ୍ୟାର ମୂଳସୂତ୍ରଟିକୁ ମୋତେ ଜଣାଇଦେବେ । ହେ ପ୍ରଭୁ, ମୋର ଅନ୍ୟ କୌଣସି ଧନରେ ପ୍ରୟୋଜନ ନାହିଁ ।

କୋଟିଏ ଅଶ୍ଵମେଧ ଯଜ୍ଞରେ ଯେତେ ଧନ ଦାନ କରିବାକୁ ହୋଇଥାଏ, ସେହି ଦାନ ତୁଳନାରେ ମୋର ଏହି ଜ୍ଞାନ ଅଧିକ ମୂଲ୍ୟବାନ୍ ଓ ଶ୍ରେୟ । ଆଉ ଗୋଟିଏ କଥା ଅନୁରୋଧ କରି ସୀତା କହିଛନ୍ତି, ବାଲ୍ମୀକିଙ୍କ ସହିତ ଯାଉଥିବା ମୋର ପୁତ୍ରଦ୍ଵୟ ଅତ୍ୟନ୍ତ ଅବୋଧ । ଭଲମନ୍ଦ ବିଚାର କରିବାର ଜ୍ଞାନ ତାଙ୍କର ହୋଇନାହିଁ । ସେମାନଙ୍କ ଜୀବନରେ ପିତୃକୋଳରେ ବସିବାର ଭାଗ୍ୟ ନାହିଁ । ତେଣୁ ପିତୃସ୍ନେହରୁ ଲୋତକାପ୍ଲ ତ କରିଥା’ନ୍ତି । ସେମାନଙ୍କର କରୁଣ ରାମାୟଣ ଗାନ ଶ୍ରବଣକରି, ମାନବ ହୃଦୟଧରି କିଏ ଯେ ନ କାନ୍ଦିବ ! ସେପରି କେହି ନାହିଁ; ଏପରିକି, ସେହି ଗାନ ଶୁଣି ତରୁଲତାମାନେ ମଧ୍ଯ ଅଥୟ ହୋଇଥା’ନ୍ତି ।’’

ସୀତା ପୁନର୍ବାର କହିଛନ୍ତି, ‘ରାମଚରିତ ଗାନକରି, ଶିଶୁପୁତ୍ରଦ୍ଵୟ ରାମଚନ୍ଦ୍ରଙ୍କୁ ଦେଖିବାପାଇଁ ବିମୋହିତ ହୋଇଛନ୍ତି । ମନରେ ତାଙ୍କର ରହିଛି ଗଭୀର ଆବେଗ । ମହର୍ଷି ବାଲ୍ମୀକିଙ୍କ ସହିତ, ତୁମ୍ଭର ପାଦପଦ୍ମ ଦର୍ଶନ କରିବାପାଇଁ ସେମାନେ ଆକର୍ଷିତ ହୋଇ ଯାଉଛନ୍ତି । ସୀତା ନିଜର ଭାବାବେଗରେ ଏହିକଥା ପ୍ରକାଶ କରିଛନ୍ତି-

‘‘ଶିଶୁପୁତ୍ରଦ୍ଵୟ ତୁମକୁ ତୁମ ଜୀବନରେ ଘଟିଯାଇଥବା ଦୁଃଖଦ ଘଟଣାବଳୀକୁ ଶୁଣାଇବେ । ସେହି ଦୁଃଖପୂର୍ଣ୍ଣ କାହାଣୀ ଶୁଣିଲେ ଦୁଃଖିନୀ ମା’ର ହୃଦୟ ବିଦୀର୍ଣ୍ଣ ହୋଇଯାଏ ବୋଲି ସେ କହିଛନ୍ତି । ଶୁଣିଲେ ମନଦୁଃଖ ହୁଏ, ନ ଶୁଣିଲେ ଶୁଣିବାପାଇଁ ଆଗ୍ରହ ଦେଖାଦେଇଥାଏ ।’’ ସୀତା ରାମଚନ୍ଦ୍ରଙ୍କୁ ଧୀରବର ବା ଧୈର୍ଯ୍ୟର ଅବତାର ଭାବରେ ସମ୍ବୋଧନ କରି କହିଛନ୍ତି, ‘ଆପଣ ସେହି ଦୁଃଖପୂର୍ଣ୍ଣ କାହାଣୀକୁ କଣ୍ଠରେ ଶ୍ରବଣକରି, ମନରେ ଯଦି ବୈଦେହୀର ସ୍ମୃତି ଆସିଯାଏ, ତା’ହେଲେ ବୈଦେହୀର ପ୍ରଣୟକୁ ସ୍ଵପ୍ନ ବୋଲି ଧରିନେବେ ।’’ ନବପରିଣୀତା ପ୍ରଣୟିନୀର ହସହସ ମୁଖକୁ ଆନନ୍ଦରେ ସୀତା ମଧ୍ୟ ରାମଚନ୍ଦ୍ରଙ୍କୁ କହିଛନ୍ତି ।

ସୀତା ନିଜ ହୃଦୟକୁ ବିଦୀର୍ଣ୍ଣକରି ଅତି ବିକଳ ଭାବରେ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ବିନୟ ପତ୍ର ଲେଖୁଥା’ନ୍ତି । ତାଙ୍କ ନୟନରୁ ବହି ଚାଲିଥାଏ ଅବାରିତ ଲୁହ । ସେହି ଲୁହରେ ଲେଖୁଥ‌ିବା ପତ୍ରଟି ଭିଜି ଯାଉଥାଏ । ଆଉ କ’ଣ କ’ଣ ଲେଖିବି ଓ କଥାରେ ସୀତାଙ୍କର ପତ୍ରଲେଖା ପର୍ଯ୍ୟାୟ ଅଟକିଯାଇଛି ।

କବିତାଟିରେ କବି ସୀତାଙ୍କୁ ସତୀ ଶିରୋମଣି ଭାବରେ ବର୍ଣ୍ଣନା କରିବା ସହିତ, ସାଧାରଣ ନାରୀର ଅଭିମାନୀ ମାନସିକତାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି।

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ:
CHSE Odisha Class 12 Odia Solutions Chapter 6 ତପସ୍ବିନୀର ପତ୍ର 1

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

Odisha State Board CHSE Odisha Class 11 Economics Solutions Chapter 3 ଜନସଂଖ୍ୟା Questions and Answers.

CHSE Odisha 11th Class Economics Solutions Chapter 3 ଜନସଂଖ୍ୟା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. ଭାରତରେ ଜନସଂଖ୍ୟା ଇତିହାସରେ କେଉଁ ବର୍ଷକୁ ବୃହତ୍ତର ବିଭାଜକ କୁହାଯାଏ ?
(i) 1901
(ii) 1911
(iii) 1921
(iv) 1951
Answer:
(iii) 1921

2. 2001 ଜନଗଣନା ଅନୁସାରେ ଦେଶର ଜନସଂଖ୍ୟା କେତେ ?
(i) 100 କୋଟି
(ii) 102 6916
(iii) 102.7 କୋଟି
(iv) 110 କୋଟି
Answer:
(iii) 102.7 କୋଟି

3. ପରିବାର ନିୟୋଜନ କ’ଣ ?
(i) ପରିବାର ସଂଖ୍ୟା ହ୍ରାସ
(ii) ପରିବାର ଭିଭିକ ଯୋଜନା
(iii) ପରିବାର ଆକାର ସଂକୋଚନ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ପରିବାର ଆକାର ସଂକୋଚନ

4. ଆମ ଦେଶରେ କେତେ ବର୍ଷ ଅନ୍ତରରେ ଜନଗଣନା କରାଯାଏ ?
(i) ପ୍ରତିବର୍ଷ
(ii) 5 ବର୍ଷରେ
(iii) 10 ବର୍ଷରେ
(iv) 20 ବର୍ଷରେ
Answer:
(iii) 10 ବର୍ଷରେ

5. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜନ ବିସ୍ଫୋରଣ ଅନ୍ୟତମ ପରିଣାମ ଅଟେ ?
(i) ଭୂମି ଉପରେ ଚାପହ୍ରାସ
(ii) ନିବେଶଯୋଗ ସମ୍ବଳର ଅଭାବ
(iii) ସାମୁହିକ ସଞ୍ଚୟ ବୃଦ୍ଧି
(iv) ଦରଦାମ ହ୍ରାସ
Answer:
(ii) ନିବେଶଯୋଗ ସମ୍ବଳର ଅଭାବ

6. ଏଥ୍ ମଧ୍ୟରୁ କେଉଁଟି ଭାରତରେ ମୃତ୍ୟୁହାର ହ୍ରାସର ଅନ୍ୟତମ କାରଣ ଅଟେ ।
(i) ସ୍ୱ।ସ୍ଥ୍ୟ ଉପରେ ଅବନୀତି
(ii) ଜୀବନଯାପନ ମାନରେ ଅବନୀତି
(iii) ବିଳମ୍ବିତ ବିବାହ
(iv) ଶିକ୍ଷା ଓ ସଚେତନତାର ହ୍ରାସ
Answer:
(iii) ବିଳମ୍ବିତ ବିବାହ

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

7. ଏଥ୍ ମଧ୍ୟରୁ କେଉଁଟି ଭାରତରେ ଉଚ୍ଚ ଜନ୍ମହାରର ଅନ୍ୟତମ କାରଣ ଅଟେ ?
(i) ସାର୍ବଜନୀନ ବିବାହ
(ii) ଅଧ୍ଵ ବୟସରେ ନାରୀମାନଙ୍କ ବିବାହ
(iii) ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମର ପୂର୍ବ ସଫଳତା
(iv) ପ୍ରାଚୁର୍ଯ୍ୟ
Answer:
(i) ସାର୍ବଜନୀନ ବିବାହ

8. ଜନସଂଖ୍ୟା ଦୃଷ୍ଟିରୁ ଭାରତର ସ୍ଥାନ ହେଲା –
(i) ପ୍ରଥମ
(ii) ଦ୍ବିତୀୟ
(iii) ତୃତୀୟ
(iv) ଉପରୋକ୍ତ କୌଣ ନୁହେଁ
Answer:
(ii) ଦ୍ବିତୀୟ

9. ଜନସଂଖ୍ୟା ଚଳନତତ୍ତ୍ଵ ଜନସଂଖ୍ୟାର କେଉଁ ଦିଗକୁ ଆଲୋଚନା କରେ ?
(i) ଗୁଣାତ୍ମକ
(ii) ପରିମାଣାତ୍ମକ
(iii) ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ପରିମାଣାତ୍ମକ

10. ଜନସଂଖ୍ୟାର ଚଳନତତ୍ତ୍ଵର ଦ୍ଵିତୀୟ ପର୍ଯ୍ୟାୟରେ କ’ଣ ଦେଖାଯାଏ ?
(i) ଅଧିକ ମୃତ୍ୟୁହାର ଓ କମ୍ ଜନ୍ମହାର
(ii) ଅଧ୍ଵ ଜନ୍ମହାର ଓ ସ୍ବଳ୍ପ ମୃତ୍ୟୁହାର
(iii) ଅଧ‌ିକ ମୃତ୍ୟୁହାର ଓ ଅଧ୍ଵକ ଜନ୍ମହାର
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ଅଧିକ ଜନ୍ମହାର ଓ ସ୍ବଳ୍ପ ମୃତ୍ୟୁହାର

11. ପରିବାର କଲ୍ୟାଣ ଯୋଜନା କ’ଣ ପାଇଁ ଉଦ୍ଦିଷ୍ଟ ?
(i) ଜନ୍ମହାର ହ୍ରାସ ଓ ମୃତ୍ୟୁହାର ବୃଦ୍ଧି
(ii) ଜନ୍ମହାର ବୃଦ୍ଧି ଓ ମୃତ୍ୟୁହାର ହ୍ରାସ
(iii) ଜନ୍ମହାର ହ୍ରାସ ଓ ମୃତ୍ୟୁହାର ହ୍ରାସ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଜନ୍ମହାର ହ୍ରାସ ଓ ମୃତ୍ୟୁହାର ହ୍ରାସ

12. ଉନ୍ନତି ରାଷ୍ଟ୍ରମାନେ ଜନସଂଖ୍ୟା ଚଳନତତ୍ତ୍ଵର କେଉଁ ସ୍ତରଦେଇ ଗତି କରିଥା’ନ୍ତି ?
(i) ପ୍ରଥମ ସ୍ତର
(ii) ଦ୍ଵିତୀୟ ସ୍ତର
(iii) ତୃତୀୟ ସ୍ତର
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ତୃତୀୟ ସ୍ତର

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

13. ପ୍ରତି ଏକଶତ ଜନସଂଖ୍ୟାରେ ଶିଶୁ ଜନ୍ମସଂଖ୍ୟା କ’ଣ ସୂଚନା ଦିଏ ?
(i) ଶିଶୁ ମୃତ୍ୟୁହାର
(ii) ଶିଶୁ ଜନ୍ମହାର
(iii) ଉଭୟ ଶିଶୁ ଜନ୍ମହାର ଏବଂ ଶିଶୁ ମୃତ୍ୟୁହାର
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ଶିଶୁ ଜନ୍ମହାର

14. 1999 ମସିହା ଅକ୍ଟୋବର 12 ତାରିଖ ଦିନ କାହାର ଜନସଂଖ୍ୟା 600 କୋଟିରେ ପହଁଞ୍ଚିଲା ?
(i) ଭାରତ
(ii) ଚୀନ୍
(iii) ଆଫ୍ରିକା
(iv) ପୃଥ‌ିବୀ
Answer:
(iv) ପୃଥ‌ିବୀ

15. 2011 ଜନଗଣନା ଅନୁସାରେ ଭାରତରେ ଭାରତର ଜନସଂଖ୍ୟା କେତେ ?
(i) 121 କୋଟି
(ii) 100 6016
(iii) 102 କୋଟି
(iv) 110 କୋଟି
Answer:
(i) 121 କୋଟି

16. 2011 ଜନଗଣନାନୁଯାୟୀ ଦେଶର ସାକ୍ଷରତା ହାର କେତେ ?
(i) 55%
(ii) 74.04%
(iii) 65.02%
(iv) 85.21%
Answer:
(ii) 74.04%

17. 2011 ଜନଗଣନାନୁଯାୟୀ କେରଳ ରାଜ୍ୟର ସାକ୍ଷରତା ହାର କେତେ ?
(i) 74.04%
(ii) 85.21%
(iii) 90%
(iv) 93.9%
Answer:
(iv) 93.9%

18. 2011 ଜନଗଣନାନୁଯାୟୀ ଭାରତରେ ଜନସଂଖ୍ୟାର ଘନତା କେତେ ?
(i) 250
(ii) 364
(iii) 340
(iv) 324
Answer:
(ii) 364

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

19. 2011 ଜନଗଣନାନୁଯାୟୀ ଓଡ଼ିଶାର ଜନସଂଖ୍ୟାର ଘନତା କେତେ ?
(i) 269
(ii) 236
(iii) 250
(iv) 260
Answer:
(i) 269

20. 2011 ଜନଗଣନାନୁଯାୟୀ ଭାରତରେ ପ୍ରତି ଏକ ହଜାର ପୁରୁଷଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା କେତେ ?
(i) 900
(ii) 890
(iii) 950
(iv) 940
Answer:
(ii) 940

21. ପରିବାର କଲ୍ୟାଣ କାର୍ଯ୍ୟକ୍ରମ କେଉଁ ବର୍ଷ ପ୍ରଚଳନ କରାଯାଇଥିଲା ?
(i) 1951
(ii) 1956
(iii) 1971
(iv) 1977
Answer:
(i) 1951

22. ଭାରତର ପ୍ରଥମ ଜାତୀୟ ଜନସଂଖ୍ୟା ନୀତି କେଉଁ ମସିହାରେ ଘୋଷଣା କରାଯାଇଥିଲା ?
(i) 1952
(ii) 1976
(iii) 2000
(iv) 2010
Answer:
(ii) 1976

B. ଶୂନ୍ୟସ୍ଥାନ ପୂରଣ କର :

1. ଭାରତର ଦ୍ରୁତ ଜନସଂଖ୍ୟା ବୃଦ୍ଧିହାର ଏବଂ ଜନସଂଖ୍ୟାର ବୃହତ୍ ଆକାରକୁ ଲକ୍ଷ୍ୟକରି, ଅର୍ଥଶାସ୍ତ୍ରୀମାନେ ଭାରତରେ ___________________ ଘଟିଛି ବୋଲି ମତପୋଷଣ କରିଛନ୍ତି ।
Answer:
ଜନବିସ୍ଫେ।ରଣ

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

2. ___________________ ମସିହାକୁ ବୃହତ୍ତର ବିଭାଜନ ବର୍ଷ ବୋଲି କୁହାଯାଏ ।
Answer:
1921

3. ଭାରତର ପ୍ରତ୍ୟେକ ବର୍ଷ ଜନସଂଖ୍ୟା ଦୃଷ୍ଟିରୁ ଗୋଟିଏ _________________________ ମହାଦେଶ ତିଆରି କରାଯାଇ ପାରୁଛି ।
Answer:
ଅଷ୍ମ୍ରଲିଆ

4. ପୃଥ‌ିବୀର ମୋଟ ଭୂଭାଗର ମାତ୍ର ଶତକଡ଼ା 2.4 ଭାଗ ଥାଇ ଭାରତ ବିଶ୍ଵ ଜନସଂଖ୍ୟାର ପ୍ରାୟ _________________ ପ୍ରତିଶତ ଲୋକଙ୍କୁ ପରିପୋଷଣ କରୁଛି ।
Answer:
17 %

5. ପ୍ରତ୍ୟେକ 1000 ଲୋକସଂଖ୍ୟାରେ ପ୍ରତ୍ୟେକ ବର୍ଷ ମୃତ୍ୟୁ ଜନ୍ମ ନେଉଥ‌ିବା ଶିଶୁମାନଙ୍କ ସଂଖ୍ୟାକୁ ଗଣିତ କରି ବାର୍ଷିକ _____________________ ଠିକ୍ କରାଯାଇଥାଏ ।
Answer:
ଜନ୍ମହାର

6. ଜନ୍ମହାର ଓ ମୃତ୍ୟୁହାରର ପ୍ରଭେଦ ହିଁ ଜନସଂଖ୍ୟାର ସ୍ଵାଭାବିକ _______________________ ଠିକ୍ କରିଥାଏ ।
Answer:
ବୃଦ୍ଧିହାର

7. ପ୍ରତ୍ୟେକ 1000 ଲୋକସଂଖ୍ୟାରେ ପ୍ରତ୍ୟେକ ବର୍ଷ ମୃତ୍ୟୁ ଜନସଂଖ୍ୟାକୁ ନେଇ ବାର୍ଷିକ ________________________ ନିର୍ଦ୍ଧାରଣ କରାଯାଏ ।
Answer:
ମୃତ୍ୟୁହାର

8. ଭାରତରେ ବିବାହ _______________________ ହୋଇଥିବାରୁ ଜନ୍ମହାର ଅଧିକ ହୋଇଥାଏ ।
Answer:
ସାର୍ବଜନୀନ

9. ଭାରତରେ କେତେକ ଅଧିବାସୀ ଏକରୁ ଅନେକ ସ୍ତ୍ରୀମାନଙ୍କୁ ବିବାହ କରିବା ଦେଖାଯାଏ, ଏହାକୁ ________________________ ପ୍ରଥା କୁହାଯାଏ ।
Answer:
ବହୁବିବାହ

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

10. ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରୁ ଭୂମି ଉପରେ _____________________ ମଧ୍ୟ ବୃଦ୍ଧି ପାଉଛି ।
Answer:
ଚାପ

11. ଜନସଂଖ୍ୟା ବୃଦ୍ଧି ହାରଠାରୁ କୃଷି ଉତ୍ପାଦନ ବୃଦ୍ଧି ହାର ଅଧିକ ନ ହେଲେ ____________________ ର ଅଭାବ ଦେଖାଦିଏ ।
Answer:
ଖାଦ୍ୟାନ୍ତର

12. ଦ୍ରୁତ _____________________ ବୃଦ୍ଧି ଦେଶରେ ବେକାରି ସମସ୍ୟାକୁ ଆହୁରି ଜଟିଳ କରିଦେଇଛି ।
Answer:
ଜନସଂଖ୍ୟା

13. ଜନସଂଖ୍ୟା ବୃଦ୍ଧି ହେଲେ ବିଭିନ୍ନ ଦ୍ରବ୍ୟପାଇଁ ଚାହିଦା ସ୍ବତଃ _______________ ପାଇଥାଏ ।
Answer:
ବୃଦ୍ଧି

14. ସହର ଓ ଗ୍ରାମାଞ୍ଚଳ ଜନାକୀର୍ଣ୍ଣ ହେବାଫଳରେ କ୍ରମେ ଜଙ୍ଗଲ ଧ୍ଵଂସ ପାଉଛି ଏବଂ ଜଳ ଓ ବାୟୁ ____________________ ଆପେ ଆପେ ହ୍ରାସପାଏ ।
Answer:
ପ୍ରଦୂଷିତ

15. ବିକଶିତ ଦେଶମାନଙ୍କର ଅଭିଜ୍ଞତାରୁ ଜଣାଯାଏ ଯେ ସମାଜ ଶିଳ୍ପଭିତ୍ତିକ ଓ ସହରାଭିମୁଖୀ ହେଲେ __________________ ଆପେ ଆପେ ହ୍ରାସପାଏ ।
Answer:
ଜନ୍ମହାର

16. ପରିବାର କଲ୍ୟାଣ ଯୋଜନାର ସଫଳତା ________________________ ଉପରେ ନିର୍ଭରଶୀଳ ।
Answer:
ଜନସଚେତନତା

17. କୌଣସି ସ୍ବୀକୃତ _________________________ ବ୍ୟବସ୍ଥା ନ ଥ‌ିବାରୁ ବାର୍ଦ୍ଧକ୍ୟର ଅସହାୟତା ଦୂର କରିବାପାଇଁ ଲୋକମାନେ ବଡ଼ ପରିବାରକୁ ପସନ୍ଦ କରିଥା’ନ୍ତି ।
Answer:
ସାମାଜିକ ନିରାପତ୍ତା

18. ଲୋକମାନଙ୍କ ବିଶ୍ୱାସଭାଜନ ହେବାପାଇଁ ‘ପରିବାର ନିୟୋଜନ ଯୋଜନାକୁ _______________________ ଯୋଜନା ଭାବରେ ପୁନର୍ନିମିତ କରାଗଲା ।
Answer:
ପରିବାର କଲ୍ୟାଣ

19. 2011 ଜନଗଣନା ଅନୁଯାୟୀ ଭାରତରେ ଜନସଂଖ୍ୟାର ସାନ୍ଦ୍ରତା _______________________ଅଟେ ।
Answer:
382

20. 2000 ମସିହାର ଜନସଂଖ୍ୟା ନୀତିରେ ଜନସଂଖ୍ୟାର ଅଭିବୃଦ୍ଧି ______________________ ମସିହା ସୁଦ୍ଧା ସ୍ଥିର ରଖୁବା ପାଇଁ ଲକ୍ଷ କରାଯାଇଛି ।
Answer:
2045

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଜନବିସ୍ଫୋରଣ କାହାକୁ କୁହାଯାଏ ।
Answer:
ଯେଉଁ ଅବସ୍ଥାରେ ଦେଶର ଜନସଂଖ୍ୟା ଦ୍ରୁତ ବୃଦ୍ଧି ଅବିରତ ଭାବରେ ପରିଲକ୍ଷିତ ହୁଏ ଏବଂ ଜନସଂଖ୍ୟାର ଆକାର ବୃହତ୍, ତାହାକୁ ଜନବିସ୍ଫୋରଣ କୁହାଯାଏ ।

2. କେଉଁ ବର୍ଷକୁ ‘ବୃହତ୍ ବିଭାଜନ’ର ବର୍ଷ ବୋଲି କୁହାଯାଏ ?
Answer:
1921 ମସିହାକୁ ବୃହତ୍ ବିଭାଜନର ବର୍ଷ କୁହାଯାଏ ।

3. 1921 ମସିହାକୁ କାହିଁକି ବୃହତ୍ ବିଭାଜନ ବୋଲି କୁହାଯାଏ ।
Answer:
1921 ମସିହା ପୂର୍ବରୁ ଦେଶରେ ଜନସଂଖ୍ୟାର ଅଭିବୃଦ୍ଧି ଅତ୍ୟନ୍ତ ନଗଣ୍ୟ ଥିଲା, ମାତ୍ର 1921 ମସିହା ପରବର୍ତୀ ସମୟରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । ତେଣୁ 1921 ମସିହାକୁ ବୃହତ୍ ବିଭାଜନ ବର୍ଷ କୁହାଯାଏ ।

4. 2011 ଜନଗଣନା ଅନୁସାରେ ଭାରତର ଜନସଂଖ୍ୟା କେତେ ଥିଲା ?
Answer:
2011 ଜନଗଣନା ଅନୁସାରେ ଭାରତର ଜନସଂଖ୍ୟା 121 କୋଟି ଥିଲା ।

5. 2011 ଜନଗଣନା ଅନୁସାରେ ଭାରତର ସାକ୍ଷରତା ହାର କେତେ ?
Answer:
2011 ଜନଗଣନା ଅନୁସାରେ ଭାରତର ସାକ୍ଷରତା ହାର 74.04% ।

6. ଜନସଂଖ୍ୟା ଚଳନ ତତ୍ତ୍ବ କ’ଣ ?
Answer:
ଯେଉଁ ତତ୍ତ୍ଵରେ କୌଣସି ଅର୍ତବ୍ୟବସ୍ଥାରେ ଜନ୍ମହାର ଓ ମୃତ୍ୟୁହାର ପରିମାଣାତ୍ମକ ପରିବର୍ତ୍ତନ ପ୍ରତିଫଳିତ ହୋଇଥାଏ ତାହାକୁ ଜନସଂଖ୍ୟା ଚଳନତତ୍ତ୍ଵ କୁହାଯାଏ ।

7. ଭାରତରେ କେଉଁ ବର୍ଷ ପ୍ରଥମ ଜନଗଣନା ଆରମ୍ଭ ହୋଇଥିଲା ?
Answer:
1881 ମସିହାରେ ପ୍ରଥମ ଜନଗଣନା ଆରମ୍ଭ ହୋଇଥିଲା ।

8. ଶିଶୁ ମୃତ୍ୟୁହାର କ’ଣ ?
Answer:
ପ୍ରତି ହଜାରରେ ଶୂନ୍ୟରୁ 5 ବର୍ଷ ମଧ୍ୟରେ ମୃତ୍ୟୁବରଣ କରୁଥିବା ଶିଶୁଙ୍କ ସଂଖ୍ୟାକୁ ଶିଶୁ ମୃତ୍ୟୁହାର କୁହାଯାଏ ।

9. ଜନ୍ମହାର କାହାକୁ କୁହାଯାଏ ?
Answer:
ଦେଶରେ ପ୍ରତି ହଜାର ଜନସଂଖ୍ୟାରେ ଜନ୍ମଗ୍ରହଣ କରୁଥିବା ଶିଶୁଙ୍କ ସଂଖ୍ୟାକୁ ଜନ୍ମହାର କୁହାଯାଏ ।

10. ମୃତ୍ୟୁହାର କ’ଣ?
Answer:
ପ୍ରତି ଏକହଜାର ଜନସଂଖ୍ୟାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟାକୁ ମୃତ୍ୟୁହାର କୁହାଯାଏ ।

11. ଦେଶଷର କେତେ ବର୍ଷରେ ଥରେ ଜନସଂଖ୍ୟା ଗଣନା କରାଯାଏ ?
Answer:
ପ୍ରତି ଦଶ ବର୍ଷ ପରେ ଜନସଂଖ୍ୟା ଗଣନା କରାଯାଏ ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

12. 2011 ଜନଗଣନା ଅନୁସାରେ ଭାରତର ଜନସଂଖ୍ୟାର ଘନତା ବା ସାନ୍ଦ୍ରତା କେତେ ?
Answer:
ପ୍ରତି ବର୍ଗ କିଲୋମିଟରରେ 364 ଜଣ ।

13. 2011 ଜନଗଣନା ଅନୁସାରେ ଓଡ଼ିଶାର ଜନସଂଖ୍ୟାର ଘନତା କେତେ ?
Answer:
ପ୍ରତି ବର୍ଗ କିଲୋମିଟରରେ 269 ଜଣ ।

14. ଜନ୍ମହାର ହ୍ରାସ ପାଇଁ ଦୁଇଟି ପଦକ୍ଷେପ ଉପସ୍ଥାପନ କର ।
Answer:
ଶିକ୍ଷାର ପ୍ରସାର ଓ କର୍ମନିଯୁକ୍ତି ବୃଦ୍ଧି ।

15. ମୃତ୍ୟୁହାର ହ୍ରାସର ଦୁଇଟି କାରଣ ଉଲ୍ଲେଖ କର ।
Answer:
ସଂକ୍ରାମକ ରୋଗର ନିୟନ୍ତ୍ରଣ, ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ସେବା ।

16. ଜନସଂଖ୍ୟା ବିସ୍ଫୋରଣର କାରଣ କ’ଣ ?
Answer:
ଉଚ୍ଚ ଜନ୍ମହାର, ସ୍ଵଳ୍ପ ମୃତ୍ୟୁହାର, ସ୍ଥାନାନ୍ତର ଜନବିସ୍ଫୋରଣର କାରଣ ଅଟେ ।

17. ଉଚ୍ଚ ଜନ୍ମହାରର କାରଣ କ’ଣ ?
Answer:
ସାର୍ବଜନୀନ ବିବାହ, ନିରକ୍ଷରତା, ଦାରିଦ୍ର୍ୟ ଆଦି ଉଚ୍ଚ ଜନ୍ମହାରର ମୁଖ୍ୟ କାରଣ ।

18. ଜନସଂଖ୍ୟା ଚଳନର କେଉଁ ପର୍ଯ୍ୟାୟ ସର୍ବଦା ଗ୍ରହଣୀୟ ?
Answer:
ତୃତୀୟ ପର୍ଯ୍ୟାୟ

19. ଭାରତର ଜନସଂଖ୍ୟା ଚଳନର କେଉଁ ପର୍ଯ୍ୟାୟ ଦେଇ ଗତି କରୁଛି ?
Answer:
ଦ୍ୱିତୀୟ ପର୍ଯ୍ୟାୟ

20. ଜନସଂଖ୍ୟା ଚଳନ ତତ୍ତ୍ଵର ଦ୍ଵିତୀୟ ପର୍ଯ୍ୟାୟର ଲକ୍ଷଣ କ’ଣ ?
Answer:
ଉଚ୍ଚ ଜନ୍ମହାର ଓ ସ୍ବଳ୍ପ ମୃତ୍ୟୁହାର ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. 1901 ମସିହାକୁ ବୃହତ ବିଭାଜନ ବର୍ଷ କୁହାଯାଏ ।
Answer:
1921 ମସିହାକୁ ବୃହତ୍ ବିଭାଜନ ବର୍ଷ କୁହାଯାଏ ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

2. ଜନସଂଖ୍ୟା ଚଳନ ତତ୍ତ୍ବ ଜନସଂଖ୍ୟାର ଗୁଣାତ୍ମକ ଦିଗକୁ ଆଲୋଚନା କର ।
Answer:
ଜନସଂଖ୍ୟା ଚଳନ ତତ୍ତ୍ଵ ଜନସଂଖ୍ୟାର ପରିମାଣାତ୍ମକ ଦିଗକୁ ଆଲୋଚନା କରେ ।

3. ଭାରତରେ 1921 ମସିହାରେ ପ୍ରଥମେ ଜନଗଣନା ଆରମ୍ଭ କରାଗଲା ।
Answer:
ଭାରତରେ 1881 ମସିହାରେ ପ୍ରଥମେ ଜନଗଣନା ଆରମ୍ଭ କରାଗଲା ।

4. ଜନସଂଖ୍ୟା ଦୃଷ୍ଟିରୁ ଭାରତ ପ୍ରଥମ ବୃହତ୍ତମ ଦେଶ ।
Answer:
ଜନସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ଵିତୀୟ ବୃହତ୍ତମ ଦେଶ ।

5. ଜନସଂଖ୍ୟା ଚଳନ ତତ୍ପରେ 4ଟି ପର୍ଯ୍ୟାୟ ରହିଛି ।
Answer:
ଜନସଂଖ୍ୟା ତତ୍ତ୍ଵରେ 3ଟି ପର୍ଯ୍ୟାୟ ରହିଛି ।

6. ଜନସଂଖ୍ୟାର ଚଳନ ତତ୍ତ୍ବର ଦ୍ବିତୀୟ ପର୍ଯ୍ୟାୟରେ ଅଧ‌ିକ ମୃତ୍ୟୁହାର ଓ କମ୍ ଜନ୍ମହାର ଦେଖାଯାଏ ।
Answer:
ସ୍ଵଳ୍ପ ମୃତ୍ୟୁହାର ଦେଖାଯାଏ ।

7. ଉଚ୍ଚ ମୃତ୍ୟୁହାର ଓ ଉଚ୍ଚ ଜନ୍ମହାର ଜନସଂଖ୍ୟା ଚଳନ ତତ୍ତର ପ୍ରଥମ ସ୍ତରର ବିଶେଷତ୍ଵ ।
Answer:
ଜନସଂଖ୍ୟାର ଚଳନ ତତ୍ତ୍ଵର ଦ୍ଵିତୀୟ ପର୍ଯ୍ୟାୟରେ ଅଧୂକ ଜନ୍ମହାର ଓ ସ୍ଵଚ୍ଛ ମୃତ୍ୟୁହାର ଦେଖାଯାଏ ।

8. ଭାରତ ସମ୍ପ୍ରତି ଜନସଂଖ୍ୟା ଚଳନତତ୍ତ୍ବର ପ୍ରଥମ ସ୍ତର ଦେଇ ଗତି କରୁଛି ।
Answer:
ଭାରତ ସମ୍ପ୍ରତି ଜନସଂଖ୍ୟା ଚଳନତତ୍ତ୍ଵର ଦ୍ଵିତୀୟ ସ୍ତର ଦେଇ ଗତି ଗରୁଛି ।

9. ଉନ୍ନତ ରାଷ୍ଟ୍ରମାନେ ଚଳନ ତତ୍ତର ପ୍ରଥମ ସ୍ତର ଦେଇ ଗତି କରନ୍ତି ।
Answer:
ଉନ୍ନତ ରାଷ୍ଟ୍ରମାନେ ଚଳନ ତତ୍ତ୍ଵର ତୃତୀୟ ସ୍ତରଦେଇ ଗତିକରନ୍ତି ।

10. ଜନସଂଖ୍ୟା ଚଳନ ତତ୍ତ୍ବର ପ୍ରଥମ ସ୍ତରରେ ଉଚ୍ଚ ଜନ୍ମହାର ଓ ସ୍ଵଚ୍ଛ ମୃତ୍ୟୁହାର ଦେଖାଯାଏ ।
Answer:
ଜନସଂଖ୍ୟା ଚଳନ ତତ୍ତ୍ଵର ପ୍ରଥମ ସ୍ତରରେ ଉଚ୍ଚ ଜନ୍ମହାର ଓ ଉଚ୍ଚ ମୃତ୍ୟୁହାର ଦେଖାଯାଏ ।

11. ଜନସଂଖ୍ୟା ଚଳନ ତତ୍ତ୍ଵର ଦ୍ଵିତୀୟ ସ୍ତରରେ ସ୍ଵଳ୍ପ ଜନ୍ମହାର ଓ ସ୍ଵଳ୍ପ ମୃତ୍ୟୁହାର ଦେଖାଯାଏ ।
Answer:
ଜନସଂଖ୍ୟା ଚଳନ ତତ୍ତ୍ଵର ତୃତୀୟ ସ୍ତରରେ ସ୍ଵଳ୍ପ ଜନ୍ମହାର ଓ ସ୍ବଳ୍ପ ମୃତ୍ୟୁହାର ଦେଖାଯାଏ ।

12. ପ୍ରତି ଏକଶତ ଜନସଂଖ୍ୟାରେ ଶିଶୁ ଜନ୍ମସଂଖ୍ୟା ଜନ୍ମହାର ସୂଚନା ଦିଏ ।
Answer:
ପ୍ରତି ଏକହଜାର ଜନସଂଖ୍ୟାରେ ଶିଶୁ ଜନ୍ମସଂଖ୍ୟା ଜନ୍ମହାର ସୂଚନା ଦିଏ ।

13. ଭାରତରେ ଉଚ୍ଚ ଜନ୍ମହାର ଓ ସ୍ଵଳ୍ପ ମୃତ୍ୟୁହାର ଦେଖାଯାଏ ।
Answer:
ଠିକ୍

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

14. ଜନସଂଖ୍ୟା ପ୍ରଚଳନ ତତ୍ତ୍ବର ପ୍ରଥମ ସ୍ତରଟି ଅର୍ଥନୈତିକ ବିକାଶ ପାଇଁ ଗ୍ରହଣୀୟ ।
Answer:
ଜନସଂଖ୍ୟା ଚଳନତତ୍ତ୍ଵର ତୃତୀୟ ସ୍ତରଟି ଅର୍ଥନୈତିକ ବିକାଶ ପାଇଁ ଗ୍ରହଣୀୟ ।

15. 2001 ଜନଗଣନା ତୁଳନାରେ 2011 ମସିହା ଜନଗଣନାରେ ଜନ୍ମହାର ବୃଦ୍ଧି ଘଟିଛି ।
Answer:
2001 ଜନଗଣନା ତୁଳନାରେ 2011 ମସିହା ଜନଗଣନାରେ ଜନ୍ମହାର ହ୍ରାସ ଘଟିଛି ।

16. ଜନବିସ୍ଫୋରଣ କେବଳ ଉଚ୍ଚ ଜନ୍ମହାର ଯୋଗୁଁ ଘଟିଥାଏ ।
Answer:
ଜନବିସ୍ଫୋରଣ ଉଚ୍ଚ ଜନ୍ମହାର, ସ୍ଵଳ୍ପ ମୃତ୍ୟୁହାର ଓ ସ୍ଥାନାନ୍ତର ଯୋଗୁଁ ଘଟିଥାଏ ।

17. ପ୍ରତି ଏକଶତ ଜନସଂଖ୍ୟାରେ ମୃତ୍ୟୁବରଣ କରୁଥିବା ଲୋକସଂଖ୍ୟାକୁ ମୃତ୍ୟୁହାର କୁହାଯାଏ ।
Answer:
ପ୍ରତି ଏକହଜାର ଜନସଂଖ୍ୟାରେ ମୃତ୍ୟୁବରଣ କରୁଥିବା ଲୋକସଂଖ୍ୟାକୁ ମୃତ୍ୟୁହାର କୁହାଯା।

18. ଭାରତରେ ମୃତ୍ୟୁହାର କ୍ରମାଗତ ଭାବେ ବୃଦ୍ଧି ପାଉଛି ।
Answer:
ଭାରତରେ ମୃତ୍ୟୁହାର କ୍ରମାଗତ ଭାବେ ହ୍ରାସ ପାଉଛି ।

19. ଭାରତରେ ଶିଶୁ ମୃତ୍ୟୁହାର ବୃଦ୍ଧି ପାଉଛି ।
Answer:
ଭାରତରେ ଶିଶୁ ମୃତ୍ୟୁହାର ହ୍ରାସ ପାଉଛି ।

20. ଭାରତର ମହିଳା ସଂଖ୍ୟା ପୁରୁଷମାନଙ୍କ ସଂଖ୍ୟାଠାରୁ ଅଧିକ।
Answer:
ଭାରତର ପୁରୁଷ ସଂଖ୍ୟା ମହିଳାମାନଙ୍କ ସଂଖ୍ୟାଠାରୁ ଅଧ୍ଵ ।

21. ଭାରତରେ ମହିଳା ସାକ୍ଷରତା ହାର ପୁରୁଷମାନଙ୍କ ତୁଳନାରେ ଅଧିକ ।
Answer:
ଭାରତରେ ପୁରୁଷମାନଙ୍କ ସାକ୍ଷରତା ହାର ମହିଳାମାନଙ୍କ ତୁଳନାରେ ଅଧିକ ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

22. ଜନ୍ମହାର ହ୍ରାସ ଓ ମୃତ୍ୟୁହାର ବୃଦ୍ଧିଦ୍ୱାରା ଜନବିସ୍ପୋରଣକୁ ନିୟନ୍ତ୍ରଣ କରାଯିବା ଦରକାର ।
Answer:
ଜନ୍ମହାର ହ୍ରାସ ଓ ମୃତ୍ୟୁହାର ହ୍ରାସଦ୍ବାରା ଜନବିସ୍ଫୋରଣକୁ ନିୟନ୍ତ୍ରଣ କରାଯିବା ଦରକାର ।

23. ପରିବାର କଲ୍ୟାଣ ଯୋଜନା ଜନ୍ମହାର ହ୍ରାସ ଓ ମୃତ୍ୟୁହାର ବୃଦ୍ଧି ପାଇଁ ଉଦ୍ଦିଷ୍ଟ ।
Answer:
ପରିବାର କଲ୍ୟାଣ ଯୋଜନା ଜନ୍ମହାର ହ୍ରାସ ଓ ମୃତ୍ୟୁହାର ହ୍ରାସପାଇଁ ଉଦ୍ଦିଷ୍ଟ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ତିନୋଟି ବାକ୍ୟ ମଧ୍ଯରେ ଦିଅ ।

1. ଜନବିସ୍ଫୋରଣ କହିଲେ କ’ଣ ବୁଝ ?
Answer:
ଜନସଂଖ୍ୟାର ଦ୍ରୁତଗତିରେ ବୃଦ୍ଧିକୁ ଜନବିସ୍ଫୋରଣ କୁହାଯାଏ । ଭାରତର ଜନସଂଖ୍ୟା କେବଳ ବିଶାଳ ନୁହେଁ, ଯେଉଁ ହାରରେ ଏହାର ବୃଦ୍ଧି ଘଟିଛି ତାହା ଭୟାବହ । ଯେତେବେଳେ ଜନସଂଖ୍ୟାର ବୃଦ୍ଧି ତୀବ୍ରତର ହୋଇଥାଏ, ସେତେବେଳେ ଜନବିସ୍ଫୋରଣ ଘଟିଛି ବୋଲି କୁହାଯାଏ । ଜନବିସ୍ଫୋରଣ ସାଧାରଣତଃ ଉଚ୍ଚ ଜନ୍ମହାର ଓ ମୃତ୍ୟୁହାର ହ୍ରାସ ଘଟୁଥିବା ସମୟରେ ପରଲକ୍ଷିତ ହୁଏ । ତେଣୁ ଦ୍ରୁତ ଜନସଂଖ୍ୟା ବୃଦ୍ଧିହାର ଏବଂ ଜନସଂଖ୍ୟାର ବୃହତ୍ ଆକାରକୁ ଲକ୍ଷ୍ୟକରି, ଭାରତରେ ଜନବିସ୍ଫୋରଣ ଘଟିଛି ବୋଲି କୁହାଯାଉଛି ।

2. ବୃଦ୍ଧିଜନପିତ ଚାପର କି କି ଲକ୍ଷଣ ଦେଖାଯାଉଛି ?
Answer:
ଜନସଂଖ୍ୟା ବୃଦ୍ଧିଜନିତ ଚାପ ଭାରତର ନିମ୍ନଲିଖ୍ ବିଷୟଗୁଡ଼ିକ ଉପରେ ପ୍ରଭାବିତ ହେଉଅଛି ।

  • ଜନସଂଖ୍ୟା ବୃଦ୍ଧିଦ୍ୱାରା ଦେଶରେ ଦାରିଦ୍ର୍ୟ ବୃଦ୍ଧି ହେବାରେ ଲାଗିଛି ।
  • ଏହାଦ୍ଵାରା ଖାଦ୍ୟଶସ୍ୟର ଅଭାବ ହେତୁ ଆମେ ଏଥପାଇଁ ବିଦେଶରୁ ଖାଦ୍ୟଶସ୍ୟ ଆମଦାନୀ କରିବାକୁ ବଧ ହେଉଛୁ ।
  • ଜନସଂଖ୍ୟା ବୃଦ୍ଧି ଆମ ଦେଶର ମୁଣ୍ଡପିଛା ଆୟ ଓ ମୁଣ୍ଡପିଛା ଭୂମି କମାଇବାରେ ଦାୟୀ ।
  • ଜୀବନଧାରଣର ମାନ ଆମ ଦେଶର ଲୋକମାନଙ୍କ ଅତି ନିମ୍ନସ୍ତରର ହେବାର କାରଣ ପାଇଁ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ଦାୟୀ ।
  • ବେକାରି ଓ ବେରୋଜଗାରି ବହୁମାତ୍ରାରେ ବଢ଼ିଚାଲିଛି ।
  • ଜନସଂଖ୍ୟା ବୃଦ୍ଧିଯୋଗୁଁ ସର୍ବସାଧାରଣ ସେବା; ଯଥା – ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ ପ୍ରଭୃତି ବିପର୍ଯ୍ୟସ୍ତ ହୋଇଛି ।
  • ଦେଶର ମୁଦ୍ରାଷ୍ଟୀତି ମଧ୍ୟ ଏହି ବୃଦ୍ଧିଦ୍ୱାରା ପ୍ରଭାବିତ ହୋଇଛି ।

3. ଜନସଂଖ୍ୟା ବୃଦ୍ଧି ରୋକିବା ପାଇଁ କି କି ସାମାଜିକ ପଦକ୍ଷେପମାନ ନିଆଯିବା ଆବଶ୍ୟକ ଦର୍ଶାଅ ।
Answer:
ଜନସଂଖ୍ୟା ବୃଦ୍ଧି ରୋକିବା ପାଇଁ ସାମାଜିକ ପରିବର୍ତ୍ତନ ଆବଶ୍ୟକ । ନିମ୍ନଲିଖ୍ ଉପାୟରେ ସମାଜର ପରିବର୍ତ୍ତନ ଅଣାଯାଇପାରିବ ।

  • ଶିକ୍ଷାର ପ୍ରସାରଦ୍ବାରା ଲୋକମାନଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିବା
  • ବିଳମ୍ବ ବିବାହକୁ ସାମାଜିକ ସ୍ବୀକୃତି ଦେବା
  • ନାରୀମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା ପାଇଁ ପଦକ୍ଷେପ ନେବା
  • ନାରୀମାନଙ୍କ ଶିକ୍ଷାର ପ୍ରସାର ପାଇଁ ଗୁରୁତ୍ୱ ପ୍ରଦାନ କରିବା ଓ
  • ସମାଜରୁ ଅନ୍ଧବିଶ୍ବାସ ନିରାକରଣ ଇତ୍ୟାଦି ଦ୍ଵାରା ବୃଦ୍ଧି ମଧ୍ୟ ରୋକିହେବ ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

4. ଜନସଂଖ୍ୟା ବୃଦ୍ଧିର ପ୍ରତିରୋଧ କରିବା ପାଇଁ କି କି ଅର୍ଥନୈତିକ ପଦକ୍ଷେପର ଗୁରୁତ୍ଵ ରହିଛି ଦର୍ଶାଅ ।
Answer:
ଅର୍ଥନୈତିକ ବିକାଶ ଜନସଂଖ୍ୟା ବୃଦ୍ଧିର ସର୍ବୋତ୍କୃଷ୍ଟ ଗର୍ଭନିରୋଧକ ବୋଲି କୁହାଯାଏ । ଅର୍ଥନୈତିକ ବିକାଶ ହେଲେ ଜନସାଧାରଣ ଛୋଟ ପରିବାର ଗଠନ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ । ତେଣୁ ଏ ଦିଗରେ ଏହି ପଦକ୍ଷେପଗୁଡ଼ିକ ଗ୍ରହଣ କରିବା ଉଚିତ ।

  • ଶିଳ୍ପର ବହୁଳ ବିକାଶ ଆବଶ୍ୟକ ।
  • ଦେଶର ନୂତନ ସହର ଗଠନ କିମ୍ବା ଉପସ୍ଥିତ ସହରଗୁଡ଼ିକର ବୃଦ୍ଧି ହେଲେ ଛୋଟ ପରିବାର ଗଠନକୁ ଲୋକମାନେ ପସନ୍ତ କରିବେ ।
  • ଅଧ୍ଵସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆବଶ୍ୟକ ।
  • ଦାରିଦ୍ର୍ୟ ଦୂରୀକରଣପାଇଁ ପଦକ୍ଷେପ ନିଆଯିବା ଦରକାର ।
  • ବାଣିଜ୍ୟ ଓ ବ୍ୟବସାୟ ଦିଗରେ ବୃଦ୍ଧି ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

5. ଜନସଂଖ୍ୟା ବୃଦ୍ଧିକୁ ପ୍ରତିରୋଧ କରିବା ପାଇଁ ଅନ୍ୟାନ୍ୟ ପଦକ୍ଷେପମାନ ଉଲ୍ଲେଖ କର ।
Answer:

  • ଆତ୍ମସଞ୍ଜମ ରକ୍ଷା କରିବା ।
  • ଅଧୂକ ଚିତ୍ତବିନୋଦନ କେନ୍ଦ୍ର ସ୍ଥାପନ କରିବା ।
  • ଜନ୍ମନିୟନ୍ତ୍ରଣ ବିଷୟକୁ ଉଚ୍ଚଶିକ୍ଷା ପାଠ୍ୟକ୍ରମରେ ସ୍ଥାନ ଦେବା ।
  • ସାଧାରଣ ଲୋକ ବୁଝିବା ଭଳି ପ୍ରଚାର ମାଧ୍ୟମରେ ଜନସଂଖ୍ୟା ନିୟନ୍ତ୍ରଣ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ।
  • ଜନ୍ମନିୟନ୍ତ୍ରଣ ଯୋଜନାକୁ ଅଧିକ ବ୍ୟାପକ କରିବା ସହିତ ଏହାକୁ ଲୋକପ୍ରିୟ କରିବା ପାଇଁ ଅଧ‌ିକ ପ୍ରୋତ୍ସାହନର ବ୍ୟବସ୍ଥା ରହିବା ଦରବାର । ଶେଷରେ ସର୍ବସାଧାରଣ ପରିବାର ନିୟନ୍ତ୍ରଣ ଯୋଜନାରେ ନିଜକୁ ସାମିଲ କରିବା ପାଇଁ ସ୍ୱେଚ୍ଛାକୃତଭାବେ ମନ ବଳାଇବା ଆବଶ୍ୟକ ।

6. ଭାରତ ଏକ ଜନବହୁଳ ଦେଶ– ଏହା କ’ଣ ଯଥାର୍ଥ ?
Answer:
ଯେଉଁ ଦେଶର ଜନସଂଖ୍ୟା ସେ ଦେଶର ଆବଶ୍ୟକ ଜନସଂଖ୍ୟାଠାରୁ ଅଧିକ ସେହି ‘ଦେଶକୁ ଜନବହୁଳ ଦେଶ’ କୁହାଯାଏ । ଏହି ଦୃଷ୍ଟିରୁ ଯଦି ଦେକାଯାଏ, ଭାରତ ଏକ ଜନବହୁଳ ଦେଶ । ପୃଥ‌ିବୀର ଜନସଂଖ୍ୟା ଦୃଷ୍ଟିରୁ ଆମ ଦେଶର ସ୍ଥାନ ଦ୍ବିତୀୟ ଯଦିଓ ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ଆମଦେଶ ସପ୍ତମ ସ୍ଥାନ ଅଧିକାର କରିଛି । ପୃଥ‌ିବୀର ପ୍ରାୟ 2.4 ଶତାଂଶ ଭୂମି ଭାରତରେ ଥିଲାବେଳେ ଏହାର ଜନସଂଖ୍ୟାର 16 ଶତାଂଶ ଭାରତବାସୀ ।

ଭାରତର ଜନସଂଖ୍ୟା 1996 ମସିହାରେ ୨। କୋଟି ଥିଲା I 2001 ମସିହା ଜନଗଣନା ଅନୁଯାୟୀ ତାହା 102.7 କୋଟି ଏବଂ 2011 ମସିହା ଜନଗଣନା ଅନୁଯାୟୀ ତାହା 121 କୋଟିରେ ପହଞ୍ଚିଛି । ଏହାର ଜନସଂଖ୍ୟା ଆମେରିକା, ରୁଷିଆ ଓ ଜାପାନର ମିଳିତ ଜନସଂଖ୍ୟାଠାରୁ ଅଧୂକ । ପ୍ରତ୍ୟେକ ବର୍ଷ ଭାରତ ଅଷ୍ଟ୍ରେଲିଆର ମୋଟ୍ ଜନସଂଖ୍ୟା ପରିମାଣର ବିଶାଳ ଜନରାଶି ନିଜ ଜନସଂଖ୍ୟାରେ ମିଶାଇ ଚାଲିଛି । ପ୍ରତିବର୍ଷ 1.6 କୋଟି ଲୋକ ବଢୁଛନ୍ତି । ତେଣୁ ଭାରତର ଜନସଂଖ୍ୟା ଏହାର ଆବଶ୍ୟକତାଠାରୁ ଢେର୍ ଅଧିକ । ତେଣୁ ଏହା ଏକ ଜନବହୁଳ ରାଷ୍ଟ୍ର ।

7. ଭାରତର ଶିଶୁ ମୃତ୍ୟୁହାର ।
Answer:
ଶିଶୁ ମୃତ୍ୟୁହାର କହିଲେ ଜନ୍ମ ନେଉଥ‌ିବା ପ୍ରତି ହଜାର ଶିଶୁଙ୍କ ମଧ୍ୟରୁ 0.5 ବୟସ ମଧ୍ୟରେ ମୃତ୍ୟୁବରଣ କରୁଥିବା ଶିଶୁଙ୍କ ସଂଖ୍ୟାକୁ ବୁଝାଏ । ଏହି ହାର ଭାରତରେ ବହୁତ ଅର୍ଧକ । ଉଚ୍ଚ ଶିଶୁ ମୃତ୍ୟୁହାର ମୁଖ୍ୟତଃ ସୁଷମ ଖାଦ୍ୟର ଅଭାବ, ବାଳିକା ଶିଶୁମାନଙ୍କ ଯତ୍ନର ଅଭାବ, ନିମ୍ନମାନର ପରିମଳ ବ୍ୟବସ୍ଥା । ସ୍ୱାସ୍ଥ୍ୟସେବାର ଅଭାବଜନିତ କାରଣରୁ ହୋଇଥାଏ । ଅବଶ୍ୟ ଭାରତରେ ଶିଶୁ ମୃତ୍ୟୁହାର କମିବାରେ ଲାଗିଛି, ତଥାପି ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଏହା ବହୁତ ଅଧିକ । ଏହା 2000 ମସିହାରେ ହଜାର ପ୍ରତି 68 ଥିଲା କିନ୍ତୁ 2006 ମସିହାବେଳକୁ 57 କୁ ଖସିଆସିଛି ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

8. ପରିବାର ନିୟନ୍ତ୍ରଣ କହିଲେ କ’ଣ ବୁଝ ?
Answer:
ପରିବାର ନିୟନ୍ତ୍ରଣ କହିଲେ ଯୋଜନାବଦ୍ଧ ପରିବାର ଗଠନ କରିବା । ଯୋଜନାବଦ୍ଧ ପରିବାର କହିଲେ, ପରିବାରର ସଭ୍ୟ ସଂଖ୍ୟାକୁ ଏକ ନିର୍ଦ୍ଦିଷ୍ଟ ସୀମାରେଖା ମଧ୍ୟରେ ସୀମିତ ରଖ୍ବା ଓ ଦୁଇଟି ସନ୍ତାନର ଜନ୍ମ ମଧ୍ୟରେ ଅଧିକ ବ୍ୟବଧାନ ରଖ୍ବା । ପରିବାର ନିୟନ୍ତ୍ରଣ ଯୋଜନାର ପ୍ରଧାନ ଆଭିମୁଖ୍ୟ ହେଲା– ଏକ ସଚେତନଶୀଳ ପିତାମାତା ଶ୍ରେଣୀ ଗଠନ, ସନ୍ତାନସନ୍ତତିଙ୍କୁ ସ୍ୱାସ୍ଥ୍ୟବାନ୍ କରିବା ଓ ଜୀବନଧାରଣର ମାନକୁ ଉନ୍ନତ କରିବା । ଭାରତରେ ପରିବାର ନିୟନ୍ତ୍ରଣ ଯୋଜନାକୁ ଜନସଂଖ୍ୟା ପ୍ରତିରୋଧ କରିବା ପାଇଁ ପ୍ରଧାନ ଆୟୁଧରୂପେ ବ୍ୟବହାର କରାଯାଉଛି ।

9. ଭାରତରେ ମୃତ୍ୟୁହାର ହ୍ରାସର କାରଣଗୁଡ଼ିକ ଉଲ୍ଲେଖ କର ।
Answer:
ବିଭିନ୍ନ କାରଣରୁ ଭାରତରେ ମୃତ୍ୟୁହାର ହ୍ରାସ ପାଉଛି । ସେଗୁଡ଼ିକ ହେଲା

  • ଶିଶୁ ମୃତ୍ୟୁହାର ହ୍ରାସ ।
  • ପ୍ରସବକାଳୀନ ମୃତ୍ୟୁହାର ହ୍ରାସ ।
  • ହଇଜା, ବସନ୍ତ, ମ୍ୟାଲେରିଆ, ପ୍ଲେଗ୍ ଭଳି ମହାମାରୀଗୁଡ଼ିକର ନିରାକରଣ ।
  • ପ୍ରାକୃତିକ ବିପର୍ଯ୍ୟୟ ଯଥା ବଢ଼ି, ବନ୍ୟା, ବାତ୍ୟା, ମରୁଡ଼ିର ଉପଯୁକ୍ତ ମୁକାବିଲା କରାଯାଇଥିବା ହେତୁ ।
  • ଜୀବନଧାରଣ ମାନର ଉନ୍ନତି ।
  • ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାର ଉନ୍ନତି ।

10. ଭାରତରେ ଉଚ୍ଚ ଜନ୍ମହାରର କାରଣଗୁଡ଼ିକ ଉଲ୍ଲେଖ କର ।
Answer:
ଭାରତରେ ଦ୍ରୁତ ଜନସଂଖ୍ୟା ବୃଦ୍ଧିର କାରଣ ହେଲା– ଏହାର ଉଚ୍ଚ ଜନ୍ମହାର । ଏହି ଉଚ୍ଚ ଜନ୍ମହାରର କାରଣଗୁଡ଼ିକ ହେଲା–

  • ଶିକ୍ଷାର ଅଭାବ
  • ଦାରିଦ୍ର୍ୟରେ ପୀଡ଼ିତ
  • ବାଲ୍ୟ ବିବାହ
  • ସାର୍ବଜନୀନ ବିବାହ
  • ଖ୍ରୀଷ୍ଟପ୍ରଧାନ ଜଳବାୟୁ
  • ଅନ୍ଧବିଶ୍ଵାସ
  • ଉଚ୍ଚ ଶିଶୁ ମୃତ୍ୟୁହାର
  • ଅଜ୍ଞତା
  • ଚିତ୍ତବିନୋଦନ କେନ୍ଦ୍ରର ଅଭାବ
  • ମନ୍ଥର ଅର୍ଥନୈତିକ ବିକାଶ

11. 1921 ମସିହାକୁ କାହିଁକି ‘ବୃହତ୍ ବିଭାଜନ’ ବର୍ଷ କୁହାଯାଏ ?
Answer:
1981 ମସିହା ଜନଗଣନାଠାରୁ 1911 ମସିହା ଜନଗଣନା ପର୍ଯ୍ୟନ୍ତ ଭାରତର ଜନସଂଖ୍ୟା ବୃଦ୍ଧିହାର କମ୍ ଥିଲା । କିନ୍ତୁ 1911 ରୁ 1921 ଦଶନ୍ଧିରେ ଭାରତର ଜନସଂଖ୍ୟା ବୃଦ୍ଧି ହେବା ପରିବର୍ତ୍ତେ ହ୍ରାସ ପାଇଥିଲା । 1921 ମସିହା ଜନଗଣନାଠାରୁ ଭାରତର ଜନ୍ମସଂଖ୍ୟା ଆଜି ପର୍ଯ୍ୟନ୍ତ ଦ୍ରୁତ ଗତିରେ ବଢ଼ିବାରେ ଲାଗିଚି । ଯେହେତୁ ଭାରତର ଜନଗଣନା ଇତିହାରସରେ କେବଳ 1921 ଜଗନଗଣନାରେ ଏହାର ଲୋକସଂଖ୍ୟା ହ୍ରାସ ପାଇଥିଲା ଏବଂ ଏହାର ପୂର୍ବ ଓ ପର ଜନଗଣନାଗୁଡ଼ିକରେ ଜନସଂଖ୍ୟା ବୃଦ୍ଧି ପାଇଛି । ତେଣୁ 1921 ମସିହାକୁ ‘ବୃହତ୍ ବିଭାଜନ’ ବର୍ଷ କୁହାଯାଏ ।

12. ଜନସଂଖ୍ୟା ଚଳନତତ୍ତ୍ବ କହିଲେ କ’ଣ ବୁଝ ?
Answer:
ଜନସଂଖ୍ୟା ଚଳନତତ୍ତ୍ବ ଅନୁସାରେ, ଅର୍ଥନୈତିକ ବିକାଶ ସହିତ ଜନ୍ମହାର ଓ ମୃତ୍ୟୁହାରର ସମ୍ବନ୍ଧ ରହିଛି । ଏହି ତତ୍ତ୍ଵ ବିଭିନ୍ନ ଦେଶର ଅର୍ଥନୈତିକ ବିକାଶର ଇତିହାସ ଉପରେ ଆଧାରିତ । ଏହି ତତ୍ତ୍ବ ଅନୁସାରେ, ଅର୍ଥନୈତିକ ବିକାଶଦ୍ଵାରା ଜନ୍ମହାର ଓ ମୃତ୍ୟୁହାର ହ୍ରାସ ହୋଇଥାଏ ଏବଂ ଜନ୍ମହାର ଓ ମୃତ୍ୟୁହାରକୁ ଦେଶର ଅର୍ଥନୈତିକ ବୃଦ୍ଧିକ୍ରମରେ ତିନୋଟି ସୋପାନରେ ବିଭକ୍ତ କରାଯାଇଥାଏ । ସେଗୁଡ଼ିକ ହେଲା-

(i) ପ୍ରଥମ ସୋପାନ – ଏହି ସମୟରେ ଉଭୟ ଜନ୍ମହାର ଓ ମୃତ୍ୟୁହାର ଉଚ୍ଚ । ତେଣୁ ଜନସଂଖ୍ୟା ବୃଦ୍ଧିହାର ଓ ମୃତ୍ୟୁହାର ଉଚ୍ଚ । ତେଣୁ ଜନସଂଖ୍ୟା ବୃଦ୍ଧିହାର ନିମ୍ନ ରହିଥାଏ । ଏହି ପ୍ରକାର ଜନବୃଦ୍ଧି ସାଧାରଣତଃ ଅନୁନ୍ନତ ଅର୍ଥନୀତି ତଥା ପାରମ୍ପରିକ ସମାଜରେ ଘଟିଥାଏ ।

(ii) ଦ୍ଵିତୀୟ ସୋପାନ – ଏହି ସୋପାନରେ ଜନ୍ମହାର ଉଚ୍ଚ ରହିଥ‌ିବାବେଳେ ମୃତ୍ୟୁହାର ହ୍ରାସ ଘଟିଥାଏ । ଫଳତଃ, ଜନସଂଖ୍ୟା ବୃଦ୍ଧିହାର ଅଧିକ ରହେ । ଏହି ପ୍ରକାର ପରିସ୍ଥିତି ପ୍ରାୟତଃ ବିକାଶଶୀଳ ଦେଶମାନଙ୍କରେ ଦେଖାଯାଏ ।

(iii) ତୃତୀୟ ସୋପାନ ଏହି ସୋପାନରେ ଉଭୟ ଜନ୍ମହାର ଓ ମୃତ୍ୟୁହାର କମ୍‌ଥାଏ । ଏହାଦ୍ଵାରା ଜନସଂଖ୍ୟା ବୃଦ୍ଧିହାର କମ୍ ରହେ । ଏହିଭଳି ପରିସ୍ଥିତି ଶିଳ୍ପ-ବିକଶିତ ଦେଶଗୁଡ଼ିକରେ ଦେଖାଯାଏ ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ଜନ୍ମ ନିୟନ୍ତ୍ରଣର ସାମାଜିକ ଓ ଅର୍ଥନୈତିକ ଉପାୟ ।
Answer:
ଉଚ୍ଚ ଜନ୍ମହାରର କାରଣ ସମ୍ପର୍କୀୟ ଆଲୋଚନାରୁ ଜଣାଯାଏ ଯେ ଏହା ସହିତ ବହୁ ସାମାଜିକ ପ୍ରତିବନ୍ଧକ ମଧ୍ୟ ଜଡ଼ିତ । ଏହି ପରିପ୍ରେକ୍ଷୀରେ କେତେକ ସାମାଜିକ ଉପାୟ ଉପରେ ମଧ୍ୟ ଗୁରୁତ୍ବାରୋପ କରିବା ଉଚିତ । ବାଲ୍ୟବିବାହ ଏକ ସାମାଜିକ ବ୍ୟାଧ୍ ।

ଏହାଦ୍ଵାରା ଉଭୟ ପୁରୁଷ ସ୍ତ୍ରୀମାନଙ୍କର ଗର୍ଭାଧାନ ସମୟ ଅଧ‌ିକ ହୁଏ । ଆଇନ ତଥା ଜନସଚେତନତା ଦ୍ଵାରା ବିବାହର ବୟସ ସୀମା ବୃଦ୍ଧି କରାଗଲେ ଜନ୍ମହାର ହ୍ରାସ ପାଇବ । ତେଣୁ ବିବାହର ସର୍ବନିମ୍ନ ହ୍ରାସପାଏ । ତେଣୁ ଶିକ୍ଷା, ବିଶେଷତଃ ନାରୀଶିକ୍ଷାର ବ୍ୟାପକ ପ୍ରସାର ସର୍ବାଦୌ ଆବଶ୍ୟକ ଏବଂ ବାର୍ଦ୍ଧକ୍ୟକାଳୀନ ସୁରକ୍ଷା ପ୍ରଦାନ କରାଗଲେ, ପୁତ୍ର ସନ୍ତାନ ପାଇବାର ଇଚ୍ଛା ସହିତ ଜନ୍ମହାର ମଧ୍ୟ ହ୍ରାସ ପାଇବ ।

ଦାରିଦ୍ର୍ୟ ଉଚ୍ଚ ଜନ୍ମହାରର ଅନ୍ୟତମ କାରଣ । ତେଣୁ ପରିବାରକୁ ଅର୍ଥନୈତିକ ଦୃଷ୍ଟି କୋଣରୁ ସାହାଯ୍ୟ କରିବା ନିମନ୍ତେ ଅଧିକ ସନ୍ତାନ ଆବଶ୍ୟକ ହୋଇଥାଏ । ତେଣୁ ଦାରିଦ୍ର୍ୟତାର ଦୂରୀକରଣ ମାଧ୍ୟମରେ ଜନ୍ମହାର ହ୍ରାସ ନିମନ୍ତେ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ । ଏହା ସହିତ କୃଷି, ଗ୍ରାମୀଣ କ୍ଷୁଦ୍ରଶିଳ୍ପ ତଥା ରାସ୍ତାଘାଟର ଉନ୍ନତି ଦ୍ୱାରା ଜନ୍ମହାରକୁ ନିମ୍ନଗାମୀ କରାଯାଇପାରିବ ଏବଂ ସମାଜ ଯେତେ ଶିଳ୍ପଭିଭିକ ଓ ସହରାଭିମୁଖୀ ହେବ ଜନ୍ମହାର ସେତେ ଅଧିକ ହ୍ରାସ ପାଇବ ।

2. ପରିବାର ନିୟନ୍ତ୍ରଣ ଉପାୟ ଓ ପ୍ରଶାସନିକ ଉପାୟ ।
Answer:
ପରିବାର ନିୟନ୍ତ୍ରଣ ଉପାୟ ଅବଲମ୍ବନ କରି ପ୍ରବଳ ବେଗରେ ବୃଦ୍ଧି ପାଉଥ‌ିବା ଜନ୍ମହାରକୁ ହ୍ରାସ କରାଯାଇପାରେ । ପରିବାର ନିୟନ୍ତ୍ରଣ ହେଉଛି ଏକ ପଦ୍ଧତି ଯେଉଁଥ‌ିରେ କି ପ୍ରତ୍ୟେକ ପରିବାରର ଆକାର ନିର୍ଦ୍ଧାରିତ ହୋଇଥାଏ । ଜନ୍ମ ନିରୋଧ ଉପକରଣଗୁଡ଼ିକର ବହୁଳ ପ୍ରସାର ଓ ବ୍ୟାପକ ବ୍ୟବହାର ଏହା ସମ୍ଭବ ହୋଇପାରିବ ।

ପରିବାର ନିୟନ୍ତ୍ରଣ ନିମନ୍ତେ ବ୍ୟବହାର କରାଯାଉଥିବା ଉପକରଣଗୁଡ଼ିକର ବ୍ୟାପକ ବ୍ୟବହାର ନିମନ୍ତେ ଲୋକମାନଙ୍କୁ ପ୍ରେରଣା ଦେବା ଉପରେ ପରିବାର ନିୟନ୍ତ୍ରଣର ସଫଳତା ନିର୍ଭର କରେ । ପରିବାର ନିୟନ୍ତ୍ରଣର ସଫଳତା ନିର୍ଭର କରେ । ପରିବାର ନିୟନ୍ତ୍ରଣ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ନିମନ୍ତେ ଗଣମାଧ୍ୟମ ଯଥା ଖବରକାଗଜ, ରେଡ଼ିଓ, ଟେଲିଭିଜନ ଓ ପତ୍ରପତ୍ରିକା, ପଥପ୍ରାନ୍ତ ସଭା ଇତ୍ୟାଦିର ସହାୟତା ନେବା ନିତାନ୍ତ ଆବଶ୍ୟକ । ଜନ୍ମ ନିୟନ୍ତ୍ରଣ ପାଇଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯଥେଷ୍ଟ ସଂଖ୍ୟକ ଜନ୍ମ ନିୟନ୍ତ୍ରଣ କେନ୍ଦ୍ରମାନ ସ୍ଥାପନ କରିବା ଉଚିତ ।

ଉପନ୍ଯୁକ୍ତ ପରିବାର ନିୟନ୍ତ୍ରଣ ଉପାୟ ସହ, କେତେକ ଶାସନଗତ ପଦକ୍ଷେପମାନ ଗ୍ରହଣ କଲେ, ଜନ୍ମହାର ହ୍ରାସ ପାଇପାରେ । ଗୋଟିଏ ବା ଦୁଇଟି ସନ୍ତାନ ନିୟମ ପ୍ରତ୍ୟେକ ସ୍ୱାମୀ-ସ୍ତ୍ରୀମାନଙ୍କର ଲକ୍ଷ୍ୟ ହେବା ଉଚିତ । ଏ ଦିଗରେ ସରକାର ନିୟମ ପ୍ରଣୟନ କରି ପରିବାରର ଜନସଂଖ୍ୟାକୁ ସୀମାବଦ୍ଧ କରିପାରିଲେ ଜନ୍ମହାର ହ୍ରାସ ପାଇପାରିବ ଏବଂ ଛୋଟ ପରିବାର ଗଠନ ନିମନ୍ତେ ସରକାରୀ ସ୍ତରରେ ବିଭିନ୍ନ ପ୍ରୋତ୍ସାହନ ଉଦ୍ଦୀପକ ଯୋଜନାମାନ କାର୍ଯ୍ୟକାରୀ ହେବା ଉଚିତ ।

3. ବହୁ ବିବାହ ପ୍ରଥା ଓ ବିଧବା ବିବାହ ।
Answer:
ଭାରତରେ କେତେକ ଅସ୍ଵାସୀ ଏକରୁ ଅନେକ ସ୍ତ୍ରୀମାନଙ୍କୁ ବିବାହ କରିବା ଦେଖାଯାଏ । ଏହାକୁ ବହୁ ବିବାହ ପ୍ରଥା କୁହାଯାଏ । କେତେକ ଧନୀ ଶ୍ରେଣୀର ଲୋକ ନିଜର ସୁଖ ସ୍ବାଚ୍ଛନ୍ଦ୍ୟ ନିମନ୍ତେ ଅଧ‌ିକ ସଂଖ୍ୟକ ସ୍ତ୍ରୀମାନଙ୍କୁ ବିବାହ କରିବା ପସନ୍ଦ କରନ୍ତି । କେହି କେହି ବେଶୀ ସଂଖ୍ୟକ ସନ୍ତାନ ପ୍ରଶବ କରିବା ନିମନ୍ତେ ମନ ଦେଇଥା’ନ୍ତି । ପୁଅଟିଏ ପାଇବା ଆଶାରେ କେତେକ ବ୍ୟକ୍ତି ମଧ୍ୟ ଏକରୁ ଅନେକ ସ୍ତ୍ରୀମାନଙ୍କୁ ବିବାହ କରିବାର ଉଦାହରଣ ସମାଜରେ ଦେଖାଦେଇଥାଏ । ଏଣୁ ଏହି ବହୁ ବିବାହ ପ୍ରଥାଦ୍ଵାରା ଦେଶର ଉଚ୍ଚ ଜନ୍ମହାର ମଧ୍ୟ ଦେଖାଦିଏ ।

ପୂର୍ବେ ହିନ୍ଦୁ ସମାଜରେ ବିଧବା ବିବାହ ପ୍ରଥା ଲୋପ କରାଯାଉଥିଲା । ମାତ୍ର କାଳକ୍ରମେ ସାମାଜିକ ପରିବର୍ତ୍ତନ, ଶିକ୍ଷାର ପ୍ରସାର ତଥା ପାଶ୍ଚାତ୍ୟ ଦେଶର ଚଳଣିକୁ ଅନୁସରଣ କରି, କେତେକ ବିଧବା ମହିଳା ବିବାହ ନିମନ୍ତେ ଆଗେଇ ଆସୁଥୁବା ଦେଖାଯାଏ । ତେବେ ଏହା ଏକ ସମାଜ ସଂସ୍କାରର ନମୁନା ହେଲେ ମଧ୍ୟ ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଏହା ଏକ ସହଯୋଗୀ କାରଣ ବୋଲି ଧରାଯିବ ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

4. ଜନ୍ମହାର ଓ ମୃତ୍ୟୁହାର
Answer:
ପ୍ରତ୍ୟେକ 1000 ଜନସଂଖ୍ୟାରେ ପ୍ରତ୍ୟେକ ବର୍ଷ ଜନ୍ମ ନେଉଥ‌ିବା ଶିଶୁମାନଙ୍କ ସଂଖାକୁ ଗଣତି କରି ବାର୍ଷିକ ଜନ୍ମହାର ଠିକ୍ କରାଯାଇଥାଏ । ସେହିପରି, ପ୍ରତ୍ୟେକ 1000 ଲୋକ ସଂଖ୍ୟାରେ ପ୍ରତ୍ୟେକ ବର୍ଷ ମୃତ୍ୟୁ ଜନସଂଖ୍ୟାକୁ ନେଇ ବାର୍ଷିକ ମୃତ୍ୟୁହାର ନିର୍ଦ୍ଧାରଣ କରାଯାଏ । ଜନ୍ମହାର ଜନସଂଖ୍ୟା ବୃଦ୍ଧିରେ ସହାୟକ ହେବାବେଳେ ମୃତ୍ୟୁହାର ଜନସଂଖ୍ୟା ବୃଦ୍ଧିକୁ ପ୍ରତିରୋଧ କରେ ।

ଜନ୍ମହାର ବୃଦ୍ଧି ଯେତିକି ବିପଦପୂର୍ଣ୍ଣ, ମୃତ୍ୟୁହାର ବୃଦ୍ଧି ସେତିକି ଅହିତକର । ତେଣୁ ପ୍ରତ୍ୟେକ ଦେଶ ଉଭୟର ହ୍ରାସ ଘଟାଇବା ଲକ୍ଷ୍ୟ ରଖନ୍ତି । ମାତ୍ର, ମୃତ୍ୟୁହାର ହ୍ରାସ ଘଟାଇବା ଯେତିକି ସହଜ, ଜନ୍ମହାର ହ୍ରାସ ଘଟାଇବା ସେତେ ସହଜ ନୁହେଁ । ମୃତ୍ୟୁହାର ଆର୍ଥିକ ପ୍ରଗତି ସହ ପ୍ରତ୍ୟକ୍ଷ ସମ୍ପର୍କିତ ବେଳେ ଜନ୍ମହାର ଅନ୍ୟାନ୍ୟ ଯଥା— ସାମାଜିକ, ଧାର୍ମିକ ଉପାଦାନ ଆଦି ଉପରେ ନିର୍ଭରଶୀଳ ଅଟେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଭାରତୀୟ ଅର୍ଥବ୍ୟବସ୍ଥାର ଜନସାଂଖ୍ୟକ ବୈଶିଷ୍ଟ୍ୟ ଆଲୋଚନା କର
Answer:
ସାଂଖ୍ୟକ ତତ୍ୱ ସମ୍ପର୍କରେ ଜନସଂଖ୍ୟାର ଆକାର ଓ ଅଭିବୃଦ୍ଧି ହାର କେବଳ ମାତ୍ର ଏକ ସୁ ଳ ଧାରଣା ଦେଇପାରେ, କିନ୍ତୁ ପ୍ରତ୍ୟେକ ଦେଶ ଜନସଂଖ୍ୟାର ଗତି, ଆକୃତି ଓ ପ୍ରକୃତିରେ କେତେକ ବିଶେଷ ଲକ୍ଷଣ ପରିଦ୍ର ଷ୍ଟହୁଏ, ଯାହାର ବିଶ୍ଳେଷଣ ଅର୍ଥନୈତିକ ବିକାଶକୁ ଜନସଂଖ୍ୟା କିଭଳି ପ୍ରଭାବିତ କରୁଛି, ତାହା ଜାଣିବା ସହଜ ହୁଏ ।

ଅର୍ଥାତ୍ ବର୍ଷିତ ଜନସଂଖ୍ୟାର ମାନ ନିଦ୍ଧାରଣ କରିଥାଏ । ଯେ କୌଣସି ଦେଶର ଜନସଂଖ୍ୟାର ବୈଶିଷ୍ଟ୍ୟ ଆଲୋଚନା କଲାବେଳେ ଆମକୁ ଜନସଂଖ୍ୟାର ଉଭୟ ପରିମାଣାତ୍ମକ (Quantitative) ଏବଂ ଗୁଣାତ୍ମକ (Qulitative) ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ, ନିମ୍ନରେ ଭାରତୀୟ ଜନସଂଖ୍ୟା ଦୃଶ୍ୟପଟର କେତେଗୁଡ଼ିଏ ମୁଖ୍ୟ ବୈଶିଷ୍ଟ୍ୟ ଆଲୋଚନା କରାଯାଇଛି ।

(i) ଜନସଂଖ୍ୟାର ବିରାଟ ଆକାର ଓ ଦୃତ ଅଭିବୃଦ୍ଧି (Large Size and Fast Growth of Population) : ଭାରତୀୟ ଜନସଂଖ୍ୟାର ବିଶାଳତା ଏବଂ ଦୃତ ଅଭିବୃଦ୍ଧି ହେଉଛି ଅର୍ଥବ୍ୟବସ୍ଥାର ଏକ ପ୍ରଧାନ ବୈଶିଷ୍ଟ୍ୟ,2011 ମସିହାରେ ଜନଗଣନାନୁସାରେ ଭାରତର ଜନସଂଖ୍ୟା 121.02 କୋଟି ଯାହା 1921 ଜନସଂଖ୍ୟାର ପ୍ରାୟ ଚାରି ଗୁଣରୁ ଅଧ୍ଵ ।

ପ୍ରତ୍ୟେକ ବର୍ଷ ପ୍ରାୟତଃ 2 କୋଟି ଲୋକ ଅର୍ଥାତ ବାର୍ଷିକ 1.60% ବୃଦ୍ଧି ପାଉଛି, ଯାହାକି ଅଷ୍ଟ୍ରେଲିଆ ଜନସଂଖ୍ୟା ସହ ସମାନ, ସମଗ୍ର ଭୂଭାଗର 2.4 ପ୍ରତିଶତ ଭାରତରେ ଥିବା ବେଳେ ମୋଟ୍ ପୃଥ‌ିବୀ ଜନସଂଖ୍ୟାର 17.5% ଭାରତରେ ବାସ କରନ୍ତି । ବିଶ୍ଵ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ଵିତୀୟ ଜନବହୁଳ ରାଷ୍ଟ୍ର । ଅତଏବ ଉପରୋକ୍ତ ବୈଶିଷ୍ଟ୍ୟ ରାଷ୍ଟ୍ର ଅର୍ଥନୀତିଜ୍ଞମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

(ii) ଜନସଂଖ୍ୟା ଚଳନତତ୍ବର ଦ୍ବିତୀୟ ସ୍ତର (Second Stage of Demographic Transition) : ବର୍ତ୍ତମାନଭାରତ ଚଳନତତ୍ଵର ଦ୍ଵିତୀୟ ସ୍ତରରେ ଗତିକରୁଛି । ଏହି ସ୍ତରରେ ଅର୍ଥନୈତିକ ଅଭିବୃଦ୍ଧି ଦ୍ବାରା ଲୋକମାନଙ୍କର ଜୀବନ ଧାରଣର ମାନ ଓ ବାସ୍ତବ ଆୟରେ ଉନ୍ନତି ପରିଲିକ୍ଷିତ ହୋଇଥାଏ, ଯଦ୍ଵାରା ମୃତ୍ୟୁହାର, ହ୍ରାସ ପାଏ ଏବଂ ଜନ୍ମହାର ପ୍ରାୟତଃ ହ୍ରାସ ପାଏ ନହିଁ ।

ଏହାଫଳରେ ଜନସଂଖ୍ୟରେ ଦୃତ ବୃଦ୍ଧିପାଏ, ପ୍ରାୟ p ରୁ m ପ୍ରତିଶତ ବୃଦ୍ଧିପାଏ ଯାହାକୁ ଜନସଂଖ୍ୟା ବିସ୍ଫୋରଣ କୁହାଯାଏ, 2010 ରେ ଜନ୍ମହାର ଓ ମୃତ୍ୟୁହାର ଯଥାକ୍ରମେ 22.1 ଓ 7.2 କୁ ହ୍ରାସ ପାଇଛି, ଅର୍ଥାତ୍‌ଉଚ୍ଚ ଜନ୍ମ ହାର ଏବଂ ହ୍ରାସମାନ ମୃତ୍ୟୁହାର ଯୋଗୁଁ ଭାରତର ଜନସଂଖ୍ୟାର ଦୃତ ଅଭିବୃଦ୍ଧି ଘଟୁଛି ।

(iii) ଜନସଂଖ୍ୟା ଘନତାରେ ଅଭିବୃଦ୍ଧି (Rising Density of Population) – ସାଧାରଣତଃ ଏକ ବର୍ଗ କିଲୋମିଟର ଭୂଭାଗରେ ବାସ କରୁଥିବା ହାରାହାରୀ ଜନସଂଖ୍ୟାକୁ ବୁଝାଏ, ଦେଶର ମଣିଷ–ଭୂମି ଅନୁପାତଦ୍ୱାରା ଜନସଂଖ୍ୟାର ଘନତା ହିସାବ କରାଯାଏ । ଭାରତରେ ଜନସଂଖ୍ୟାର ଘନତ୍ଵ 1901 ମସିହାରେ ମାତ୍ର 77 ଥ‌ିବା ବେଳେ 2011 ଜନଗଣନାନୁସାରେ ତାହା 382 ରେ ପହଞ୍ଚିଲା, କିନ୍ତୁ ଜନସଂଖ୍ୟାର ଘନତା ଓ ଅର୍ଥନୈତିକ ବିକାଶ ସ୍ତର ମଧ୍ଯରେ କୌଣସି ପ୍ରତ୍ୟକ୍ଷ ବିବାଦ ମୁକ୍ତ ସମ୍ପର୍କ ସ୍ଥାପନ କରିବା ସମ୍ଭବ ନୁହେଁ । ଯାହାର ବିରୋଧାଭାଷ ଜାପାନ ଓ ଆଫଗାନିସ୍ଥାନ ଦେଶ କ୍ଷେତ୍ରରେ ଦେଖିବାକୁ ମିଳେ, ତେବେ ବର୍ତ୍ତମାନ ପୃଥ‌ିବୀରେଏକ ଜନବହୁଳ ରାଷ୍ଟ୍ର ।

(iv) ଗ୍ରାମାଞ୍ଚଳ ଜନସଂଖ୍ୟାର ପ୍ରାଧାନ୍ୟ : (Predominance of Agriculture) କୁହାଯାଏ ‘‘ ଭାରତ ଗାଁରେ ରହୋ’’ ଅର୍ଥାତ୍ ଗ୍ରାମାଞ୍ଚଳ ଜନସଂଖ୍ୟାର ପ୍ରାଧାନ୍ୟ ଭାରତୀୟ ଜନସଂଖ୍ୟାର ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ । ସ୍ଵାଧୀନତା ପରେ ଶିଳ୍ପାୟନ ଓ ସହରୀକରଣ ପରେ ସହରାଞ୍ଚଳରେ ଜନସଂଖ୍ୟା ଓ ଅନୁପାତ ବଢୁଛି ସତ ତଥାପି ଭାରତ ଏକ ଗ୍ରାମ ପ୍ରଧାନ ଦେଶ ହୋଇ ରହିଛି ।

1951 ମସିହାରେ ଗ୍ରାମାଞ୍ଚଳରେ 82.7% ବାସକରୁଥିବାବେଳେ ସହରାଞ୍ଚଳରେ 17.3% ଥିଲା । 2011 ରେ ଗ୍ରାମାଞ୍ଚଳରେ ବାସକରୁଥି ଅନୁପାତ 68.84 % କୁ ହ୍ରାସ ପାଇଥିବା ବେଳେ ସହରାଞ୍ଚଳ ଜନସଂଖା 31.16% କୁ ବୃଦ୍ଧି ପାଇଛି । ଏବେବି ଭାରତରେ ଗ୍ରାମାଞ୍ଚଳ ଲୋକ ସଂଖ୍ୟାର ପ୍ରାଧାନ୍ୟ ରହିଛି। ତେଣୁ ଆମ ଦେଶକୁ ଗ୍ରାମୀଣ ଭାରତ (rural India) ବୋଲି କୁହାଯାଏ ।

(v) ନାରୀ ପ୍ରତିକୁଳ ଲିଙ୍ଗାନୁପାତ (Sex Ratio Unfavourable to women)
ପରୁଷ ଓ ମହିଳାଙ୍କ ସଂଖ୍ୟା ତୁଳନା କଲେ ପୁରୁଷଙ୍କ ଅନୁପାତ ଅଧିକ ଦେଖାଯାଏ । ଏହାକୁ ସମାଜ ବିଜ୍ଞାନୀ ନାରୀ ପ୍ରତି ସମାଜର ଅବହେଳା ପ୍ରତିଫଳନ ବୋଲି ଦର୍ଶାଉଛନ୍ତି । 1901 ମସିହାରେ ଜନଗଣନା ଅନୁସାରେ ପ୍ରତି ଏକ ହଜାର ପରୁଷରେ 972 ନାରୀ ଥିବାବେଳେ 2011 ମସହା ଜନଗଣନା ଅନୁସାରେ ପ୍ରତି ହଜାର ପୁରୁଷଙ୍କ ଅନୁପାତରେ 940 ଜଣ ମହିଳା ଅଛନ୍ତି ।

ମହିଳାମାନଙ୍କ ଅପେକ୍ଷାକୃତ କମ ଅନୁପାତ ଏକ ଉଦ୍‌ବେଗର କାରଣ ହୋଇଛି । ଉନ୍ନତ ଦେଶମାଙ୍କରେ ଏହି ନାରୀ ପୁରୁଷ ଅନୁପାତ ମହିଳାଙ୍କ ସପକ୍ଷରେ ଯାଉଥିବାବେଳେ, ଭାରତରେ କେବଳ କେରଳରେ (1084) ଏହା ଦେଖାଯାଏ ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

(vi) ଜନସଂଖ୍ୟାର ନିମ୍ନଗୁଣାତ୍ମକ ମାନ (Low quality of population) – ଜନସଂଖ୍ୟାର ଗୁଣାତ୍ମକମାନ କହିଲେ ଦେଶରେ ସାକ୍ଷରତା ହାର ଲୋକମାନେ ହାସଲ କରିଥିବା ପ୍ରାବିଧ‌ି ତାଲିମ୍ ସ୍ତର ଓ ଲୋକମାନଙ୍କର ହାରାହାରି ଆୟୁ ପ୍ରତ୍ୟାଶାକୁ ବୁଝାଏ । ଏହି ମାନଦଣ୍ଡ ଭାରତୀୟ ଜନସଂଖ୍ୟା କ୍ଷେତ୍ରରେ ପ୍ରୟୋଗ କଲେ ଆମ ଜନସଂଖ୍ୟାର ନିମ୍ନ ଗୁଣାତ୍ମକମାନର ସୂଚନା ମିଳିଥାଏ । 2001 ମସିହାରେ ଭାରତରେ ସାକ୍ଷରତାର ହାର 65.38 ଶତାଂଶ ଥିଲା ।

2011 ମସିହାରେ ଏହା ବୃଦ୍ଧିପାଇ 74% ରେ ପହଞ୍ଚିଛି । ତନିମଧ୍ୟରୁ ପରୁଷ ସାକ୍ଷରତା ହାର 82.46 % ଥିଲାବେଳେ ମହିଳା ସାକ୍ଷରତା ହାର 65.46% ଅଛି । ଉନ୍ନତ ରାଷ୍ଟ୍ରମାନଙ୍କରେ ଶତପ୍ରତିଶତ ସାକ୍ଷରତାହାର ଥିବାବେଳେ ଭାରତରେ ଯଥେଷ୍ଟ କମ୍ । ବର୍ତ୍ତମାନ ଆମ ଦେଶରେ ସର୍ବାଧ‌ିକ ସାକ୍ଷରତା ହାର କେରଳରେ (93.91%) ଏବଂ ସର୍ବନିମ୍ନ ବିହାର (63.82%) । ହାରାହାରି ଆୟୁ ପ୍ରତ୍ୟାଶା – ଜନସଂଖ୍ୟାର ଗୁଣାତ୍ମକ ମାନ ନିର୍ଦ୍ଧାରଣ ର ଏକ ପ୍ରମୁଖ ମାନଦଣ୍ଡ, 1951 ମସିହାରେ ଭାରତରେ ହାରାହାରୀ ଆୟୁ ପ୍ରତ୍ୟାଶା 33 ବର୍ଷ ଥିଲାବେଳେ 2001 ମସିହାରେ 63.9 ବର୍ଷରେ ପହଞ୍ଚିଛି ।

ଶିଶୁ ମୃତ୍ୟୁହାର ଓ ମୃତ୍ୟୁହାରର ହ୍ରାସମାନ ଗତି ଯୋଗୁଁ ଆୟୁର ପ୍ରତ୍ୟାଶା ବୃଦ୍ଧି ପାଇଛି । ଉନ୍ନତ ଦେଶ ଯଥା ନରୱେ, ଅଷ୍ଟ୍ରେଲିଆରେ ଆୟୁ ପ୍ରତ୍ୟଶା ହାର 80.5 ବର୍ଷ, 81.4 ବର୍ଷ ଥିଲା । ତେଣୁ ଆମେ ନିମ୍ନରେ ଅଛୁ । ପ୍ରାବିଧ୍ଵ ତାଲିମ ସ୍ତର – ଦୃଷ୍ଟିକୋଣରୁ ବିଚାର କଲେ ଆମ ଦେଶରେ ଏକ ନିୟୁତ ଜନସଂଖ୍ୟାରେ ଡାକ୍ତର ସଂଖ୍ୟା 13 ଓ ଇଂଜିନିୟରଙ୍କ ସଂଖ୍ୟା 16 ରେ ଥିଲାବେଳେ ଉନ୍ନତ ଦେଶମାନଙ୍କ ତୁଳନାରେ ଏହା ନିମ୍ନ ଅଟେ ।

(vii) ନିମ୍ନଭାରି ବୟସ ସରଂଚନା (Bottom – heavy age structure) – ଭାରତୀୟ ଜନସଂଖ୍ୟାର ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବୈଶିଷ୍ଟ୍ୟ ହେଲା ବୟସ ସିରଞ୍ଚନାରେ ଉତ୍ପାଦନ ଅକ୍ଷମ ଶିଶୁଙ୍କ ଅନୁପାତ ଉନ୍ନତ ଦେଶ ତୁଳନାରେ ଯଥେଷ୍ଟ ଅଧିକ । 1951 ମସିହାରେ ଶିଶୁଙ୍କ ଅନୁପାତ 37.4 ପ୍ରତିଶତ ଥିବା ବେଳେ 2011 ମସିହା ରେ ଏହା 34.33 ଶତାଂଶରେ ସୀମିତ ଅଛି । ଯାହା ଜନସଂଖ୍ୟାର 40.63 ଶତାଂଶ ଲୋକ ଅଣ ଉତ୍ପାଦୀ ଉପୋଭକ୍ତା
ଉପରୋକ୍ତ ଆଲୋଚନାରୁ ଏହା ସୁଷ୍ପଷ୍ଟ ଯେ, ଭାରତରେ ଜନସଂଖ୍ୟା ଗୁଣାତ୍ମକ ମାନ ଅତି ନିମ୍ନ ସ୍ତରର । ଜାତିସଂଘ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରସ୍ତୁତ ମାନବୀୟ ବିକାଶ ସୂଚକ (HDI) 2011 ଅନୁଯାଇ ଭାରରର ସ୍ଥାନ 134 ତମ ଥିବା ପ୍ରକାଶ । ଏହା ଏକ ଅନୁନ୍ନତ ଅର୍ଥବ୍ୟବସ୍ଥାର ଚରିତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ ।

2. ଭାରତୀୟ ଜନସଂଖ୍ୟାର ନୀତି ବର୍ଣ୍ଣନା କର ।
Answer:
ଭାରତ ତା’ର ଜନସଂଖ୍ୟାର ଅହେତୁକ ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ପୃଥିବୀର ପ୍ରଥମ ଦେଶ ଭାବେ 1952 ମସିହାରେ ଏକ ସ୍ବତନ୍ତ୍ର ନୀତି ପ୍ରଣୟନ କଲା । ପ୍ରଥମେ ଏହି ନୀତି ମାଧ୍ୟମରେ ପରିବାରର ଆକାରକୁ ସୀମିତ ରଖ୍ ଓ ଜନ୍ମର ବ୍ୟବଧାନକୁ ପ୍ରାଧାନ୍ୟ ଦିଆଯାଇଥିଲା ।

ପରବର୍ତ୍ତୀ କାଳରେ ପରିବାର ନିୟନ୍ତ୍ରଣ ବଦଳରେ ପରିବାର କଲ୍ୟାଣ ନାମରେ କାର୍ଯ୍ୟକ୍ରମ ଜାରି ରହିଲା; କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ଜନସଂଖ୍ୟା ନୀତିରେ ଜନସଂଖ୍ୟାର ଆକାର, ଅଭିବୃଦ୍ଧି, ସଂରଞ୍ଚନା, ଶିକ୍ଷା ଓ ମାତୃମଙ୍ଗଳ ଆଦିକୁ ସଂଶ୍ଳିଷ୍ଟ କରାଯାଇ ପରିବର୍ତ୍ତନ ସହିତ ଲକ୍ଷ୍ୟସାଧନରେ ପହଞ୍ଚିବା ପାଇଁ ଏକ ବାଧ୍ୟତାମୂଳକ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି ।

ଜନସଂଖ୍ୟାର ନିୟନ୍ତ୍ରଣର ଉପାୟ– ଜନ୍ମହାର ହ୍ରାସ ନିମନ୍ତେ କେତେକ ଉପାୟମାନ ଅବଲମ୍ବନ କରାଯାଇପାରେ । ସେଗୁଡ଼ିକ ହେଲା –

(କ) ପରିବାର ନିୟନ୍ତ୍ରଣ ଉପାୟ –
(i) ଉପଯୁକ୍ତ ପ୍ରେରଣା,
(ii) ଜନ୍ମନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ,
(iii) ଗବେଷଣା,
(iv) ଲୋକପ୍ରିୟ ଆନ୍ଦୋଳନ ।

(ଖ) ସାମାଜିକ ଉପାୟ –
(i) ବିବାହ ବୟସ ବୃଦ୍ଧି,
(ii) ଶିକ୍ଷାର ପ୍ରସାର,
(iii) ମହିଳାମାନଙ୍କର ମର୍ଯ୍ୟାଦା ବୃଦ୍ଧି,
(iv) ବାର୍ଦ୍ଧକ୍ୟକାଳୀନ ସୁରକ୍ଷା ପ୍ରଦାନ ।

(ଗ) ଅର୍ଥନୈତିକ ଉପାୟ –
(i) ଦାରିଦ୍ର୍ୟ ଦୂରୀକରଣ,
(ii) ଗ୍ରାମ୍ୟକ୍ଷେତ୍ରରେ ବିକାଶ,
(iii) ଶିଳ୍ପବିକାଶ,
(iv) ଶିକ୍ଷାରେ ଅଧ୍ୟ ବିନିଯୋଗ,
(v) ଜନ୍ମନିରୋଧକ ଔଷଧର ପର୍ଯ୍ୟାପ୍ତ ଯୋଗାଣ ଓ ବନ୍ଧ୍ୟାକରଣ ନିମନ୍ତେ ପ୍ରୋତ୍ସାହନ ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

(ଘ) ପ୍ରଶାସିନିକ ଉପାୟ –
(i) ଏକ ବା ଦୁଇ ସନ୍ତାନର ନିୟମ,
(ii) ପ୍ରୋତ୍ସାହନ ଓ ନିରୁତ୍ସାହ ।

ଭାରତ ପୃଥ‌ିବୀରେ ପ୍ରଥମ ଦେଶ ଯେ କି ପରିବାର ନିୟନ୍ତ୍ରଣକୁ ଏକ ସରକାରୀ କାର୍ଯ୍ୟକ୍ରମ ରୂପରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା ଆରମ୍ଭରୁ କାର୍ଯ୍ୟକାରୀ କରିଆସୁଛି । 1951 ଠାରୁ 1961 ମସିହା ସମୟକୁ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମର ପରୀକ୍ଷାମୂଳକ ସମୟ ବୋଲି ଧରାଯାଏ । ଏହି କାର୍ଯ୍ୟକ୍ରମକୁ ଲୋକମାନେ ସ୍ଵଇଚ୍ଛାରେ ଗ୍ରହଣ କରିବାର ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ତୃତୀୟ ଯୋଜନାରେ ଦେଶରେ ଜନସଂଖ୍ୟାର ଦ୍ରୁତ ବୃଦ୍ଧିହାରକୁ ପ୍ରତିରୋଧ କରିବାର ଲକ୍ଷ୍ୟ ରଖାଗଲା । 1966 ମସିହାରେ ଏକ ସ୍ବତନ୍ତ୍ର ଜନ୍ମନିୟନ୍ତ୍ରଣ ବିଭାଗ ଓ କେନ୍ଦ୍ରରେ ଜନ୍ମନିୟନ୍ତ୍ରଣ କମିଶନର ପଦବୀ ସୃଷ୍ଟି କରାଗଲା ।

1977 ମସିହା ଜୁନ୍ ମାସରେ କେନ୍ଦ୍ରରେ ପ୍ରତିଷ୍ଠିତ ଜନତା ସରକାର ଜନସଂଖ୍ୟା ନୀତି ଘୋଷଣ କଲେ । ଏହି ନୂତନ ନୀତିରେ ପ୍ରଧାନତଃ ଦୁଇଟି ନୂତନ ଆଭିମୁଖ୍ୟ ଲକ୍ଷ୍ୟ କରାଯାଏ । ପ୍ରଥମତଃ, ଏହା ସ୍ଵେଚ୍ଛାକୃତ ପରିବାର ନିୟନ୍ତ୍ରଣ ସହିତ ପରିବାରର ସ୍ଵାସ୍ଥ୍ୟସେବା ଉପରେ ଏହି ନୀତି ପ୍ରାଧାନ୍ୟ ଦେଲା । ଅର୍ଥାତ୍ ଜନ୍ମନିୟନ୍ତ୍ରଣ ସହ, ସ୍ବାସ୍ଥ୍ୟସେବା, ମାତୃମଙ୍ଗଳ, ଶିଶୁପାଳନ ଓ ପୁଷ୍ଟିସାର ଖାଦ୍ୟ ଯୋଗାଣ ଆଦିକୁ ସଂଶ୍ଳିଷ୍ଟ କରିବା ନୂତନ ନୀତିର ଉଦ୍ଦେଶ୍ୟ ହେଲା । ତେଣୁ ଏହା ନୂତନ ନୀତି ଅନୁସାରେ ‘ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମ’ ପରିବାର କଲ୍ୟାଣ କାର୍ଯ୍ୟକ୍ରମରେ ରୂପାନ୍ତରିତ କରାଗଲା ।

ଷଷ୍ଠ ପଞ୍ଚବାର୍ଷିକ ଯୋଜନା ଦେଶର ଜନସଂଖ୍ୟାକୁ ସୀମିତ ରଖୁବାର ଦୀର୍ଘକାଳୀନ ଲକ୍ଷ୍ୟ ସ୍ଥିରକରି, ଏହାର ହାସଲ ନିମନ୍ତେ ନିର୍ଦ୍ଦିଷ୍ଟ ନୀତି ନିର୍ଦ୍ଧାରଣ କଲା । ସପ୍ତମ ଯୋଜନା ସମୟ ମଧ୍ୟରେ ସମସ୍ତଙ୍କ ପାଇଁ ସ୍ଵାସ୍ଥ୍ୟସେବା ଯୋଗାଇବା ଏବଂ 2000 ମସିହାରୁ ନିଟ୍ ପ୍ରଜନନ ହାର 1 କୁ ହ୍ରାସ କରିବାର ଲକ୍ଷ୍ୟ ରଖାଯାଇଥିଲା । ଏହି ଯୋଜନାରେ ମଧ୍ୟ ମାତୃ ଓ ଶିଶୁ ସ୍ଵାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ଅଗ୍ରାଧ୍ୟାକାର ଦିଆଯାଇଥିଲା । ପରିବାର କଲ୍ୟାଣ କାର୍ଯ୍ୟକ୍ରମରେ ଉଭୟ ମାତୃ ଓ ଶିଶୁ ମୃତ୍ୟୁହାରକୁ ହ୍ରାସ କରିବା ସପ୍ତମ ଯୋଜନାର ମୂଳ ଲକ୍ଷ୍ୟଥିଲା ।

1992 ମସିହା ଅପ୍ରେଲ ପହିଲା ତାରିଖରେ ଅଷ୍ଟମ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହେଲା । 1991 ମସିହା ଡିସେମ୍ବର ମାସରେ ଯୋଜନା କମିଶନ ଜାତୀୟ ଉନ୍ନୟନ ପରିଷଦରେ ‘ଜନସଂଖ୍ୟା ନିୟନ୍ତ୍ରଣ ଆହ୍ବାନ ଓ କୋଶଳ’ ଶୀର୍ଷକନାମକ ଦଲିଲ ଦସ୍ତାବିଜ୍ ଉପସ୍ଥାପନ କଲେ ।ଏଥିରେ ଉଲ୍ଲେଖ ଥିଲା, ଜନ ବିସ୍ଫୋରଣ, ଯାହାକି ଦେଶର ସାମାଜିକ, ଅର୍ଥନୈତିକ ବିକାଶ ନିମନ୍ତେ ସମଗ୍ର ପ୍ରଚେଷ୍ଟାକୁ ପ୍ରତିହତ କରୁଛି । ତାହା ଦେଶ ପକ୍ଷରେ ଏକମାତ୍ର ଅତି ଜରୁରୀ ସମସ୍ୟା । ତେଣୁ ସରକାର ଏକକର୍ମ ଯୋଜନା ପ୍ରସ୍ତାବ (Action Plan) ରଖିଲେ ।

ଏହାକୁ କେବଳ ପ୍ରଚାରରେ ସୀମିତ ନ କରାଯାଇ ଏହାର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ଦିଗରେ ଅଧ‌ିକ ଗୁରୁତ୍ଵ ଦିଆଯାଇଛି । ଏହାକୁ କେବଳ ପ୍ରଚାରରେ ସୀମିତ ନ କରାଯାଇ ଏହାର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ଦିଗରେ ଅଧ‌ିକ ଗୁରୁତ୍ଵ ଦିଆଯାଇଛି । କାରଣ ଏହି ଜନ ବିସ୍ଫୋରଣ ବର୍ତ୍ତମାନ ବୋମା ବିସ୍ଫୋରଣଠାରୁ ଯେ ଅଧିକ ଭୟଙ୍କର ତାହା ସମସ୍ତେ ଅନୁଭବ କଲେଣି ।

ଜାତୀୟ ଜନସଂଖ୍ୟା ନୀତି, 2000 – ଏମ୍.ଏସ୍. ସ୍ଵାମୀନାଥନ୍ କମିଟି 1994 ମସିହାରେ ଏକ ଖସଡ଼ା ପ୍ରସ୍ତୁତ କରିଥିଲେ ଯାହା ସରକାରଙ୍କଦ୍ଵାରା 2000 ମସିହା ଫେବୃୟାରୀ 15 ତାରିଖରେ ଘୋଷଣା କରାଯାଇଥିଲା । ଯେଉଁଥିରେ 2045 ମସିହା ପର୍ଯ୍ୟନ୍ତ ଦେଶର ଜନସଂଖ୍ୟାକୁ ସ୍ଥିର ରଖୁବାକୁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା । ନିମ୍ନରେ 2000 ମସିହା ଜନସଂଖ୍ୟା ନୀତି ଉଲ୍ଲେଖ ହୋଇଛି ।

(a) ଜନ୍ମ ନିୟନ୍ତ୍ରଣ ପାଇଁ ଆବଶ୍ୟକ ସାଧନର ସ୍ୱଳ୍ପତାକୁ ଦୂର କରିବା, ଶିଶୁ ସ୍ଵାସ୍ଥ୍ୟର ସେବା ଯୋଗାଇବା, ଯାହା ଏକ ସ୍ଵଳ୍ପକାଳୀନ ଲକ୍ଷ୍ୟ ।
(b) ମୋଟ ପ୍ରଜନନ ହାରକୁ 2010 ସୁଦ୍ଧା ପ୍ରତିସ୍ଥାପନ ସ୍ତରରେ ସ୍ଥିର ରଖୁବା; ଯାହା ଏକ ମଧ୍ୟମକାଳୀନ ଲକ୍ଷ୍ୟ ଥିଲା ।
(c) ଜନସଂଖ୍ୟାର ଅଭିବୃଦ୍ଧିକୁ 2045 ମସିହା ସୁଦ୍ଧା ସ୍ଥିର ରଖୁ କରିବା ଓ ପର୍ଯ୍ୟାବରଣର ସୁରକ୍ଷା ଓ ସାମାଜିକ ଉନ୍ନତି ଏହି ନୂତନ ନୀତିର ଏକ ଦୀର୍ଘକାଳୀନ ଲକ୍ଷ୍ୟ ଥିଲା ।

3. ଭାରତରେ ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣଗୁଡ଼ିକ ଆଲୋଚନା କର ।
କିମ୍ବା, ଭାରତରେ ଜନସଂଖ୍ୟା ବିସ୍ଫୋରଣର କାରଣଗୁଡ଼ିକ ଦର୍ଶାଅ ।
Answer:
ଭାରତର ଜନସଂଖ୍ୟା କ୍ରମାଗତଭାବରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିବର୍ଷ ଭାରତର ଜନସଂଖ୍ୟା 1.93% ହାରରେ ବୃଦ୍ଧି ହୋଇ ଚାଲିଛି । 1991 ମସିହା ଜନଗଣନା ଅନୁଯାୟୀ ଭାରତର ଲୋକସଂଖ୍ୟା 84.4 କୋଟି ଥିଲା । ତାହା 1996 ମସିହାବେଳକୁ 91.6 କୋଟିକୁ ଟପିଗଲାଣି । ପ୍ରତିବର୍ଷ ଆମେ 1.6 କୋଟି ଅଧିକ ଲୋକଙ୍କର ମୁହଁ ଦେଖିବାକୁ ପାଉଛୁ ।

2001 ଜନଗଣନା ଅନୁଯାୟୀ ଭାରତର ଜନସଂଖ୍ୟା 102.7 କୋଟି ଏବଂ ଏହି ଦୃଷ୍ଟିରୁ ଏହା ପୃଥ‌ିବୀରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି । ଏତେ ଦ୍ରୁତଗତିରେ ବୃଦ୍ଧିକୁ ଜନସଂଖ୍ୟା ବିସ୍ଫୋରଣ କୁହାଯାଉଛି । ଏତେ ଉଚ୍ଚତମ ହାରରେ ଜନସଂଖ୍ୟା ବୃଦ୍ଧିପାଇଁ ମୁଖ୍ୟତଃ ଦୁଇଟି କାରଣ ଦାୟୀ । ଏହି କାରଣଗୁଡ଼ିକ ହେଲା –

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

(A) ଉଚ୍ଚ ଜନ୍ମହାର
(B) ମୃତ୍ୟୁହାରର ହ୍ରାସ ।

(A) ଉଚ୍ଚ ଜନ୍ମହାର (High Birth Rate)– 1991 ମସିହା ପରିସଂଖ୍ୟାନରୁ ଜଣାଯାଇଛି ଯେ, ଭାରତରେ ଜନ୍ମହାର ପ୍ରତି ହଜାରରେ 29.1 । ଅବଶ୍ୟ ଏହା 28.3 କୁ 1996 ମସିହାବେଳକୁ ଖସିଆସିଛି । ତଥାପି ଏହି ହାର ବହୁତ ଅଧିକ । ନିମ୍ନଲିଖ କାରଣଗୁଡ଼ିକପାଇଁ ଏହି ହାର ଅଧୂକ ରହିଛି ।

(i) ସାର୍ବଜନୀନ ବିବାହ (Universal marriage) : ଆମ ଦେଶରେ ବିବାହ ଏକ ସାର୍ବଜନୀନ ସମାଜିକ ପ୍ରଥା । ଏହାକୁ ସମସ୍ତେ ପବିତ୍ର କର୍ତ୍ତବ୍ୟ ବୋଲି ମନେକରନ୍ତି । ଆମ ଦେଶରେ ସବୁ ପୁଅ ଝିଅକୁ ବିବାହ କରିବାକୁ ପଡ଼ିଥାଏ । ଅବିବାହିତ ବ୍ୟକ୍ତିଙ୍କୁ ସମାଜ ଘୃଣା ଦୃଷ୍ଟିରେ ଦେଖୁଥାଏ ।

ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଭାରତରେ 15 ରୁ 44 ବର୍ଷ ବୟସସୀମା ମଧ୍ୟରେ ପ୍ରାୟ 76 ଭାଗ ମହିଳା ବିବାହ ସୂତ୍ରରେ ଆବଦ୍ଧ ହୋଇଥା’ନ୍ତି । ଏହି ସମୟ ମଧ୍ୟରେ ସେମାନେ ଅଧ୍ବକ ଶିଶୁ ଜନ୍ମ କରିବାର ସମ୍ଭାବନା ଥାଏ; କିନ୍ତୁ ଇଂଲଣ୍ଡ ଭଳି ଉନ୍ନତ ଦେଶରେ 35 ବର୍ଷୀୟା ମହିଳାମାନଙ୍କ ମୋଟ ସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ଅବିବାହିତ ରହିଥା’ନ୍ତି । ତେଣୁ ଏହି ସାର୍ବଜନୀନ ବିବାହ ପ୍ରଥା ଯୋଗୁଁ ଭାରତରେ ଜନ୍ମହାର ଅଧିକ ।

(ii) ବାଲ୍ୟବିବାହ (Early marriage) : ବାଲ୍ୟବିବାହ ଆମ ଦେଶର ଅତି ପୁରୁଣା ପ୍ରଚଳିତ ପ୍ରଥା । ଅବଶ୍ୟ ଏହି ପ୍ରଥା ବଦଳି ଯାଇଛି; କିନ୍ତୁ ଏହା ସଂପୂର୍ଣ୍ଣରୂପେ ଉଚ୍ଛେଦ ହୋଇପାରିନାହିଁ । ଆମ ଦେଶର ପ୍ରାୟ 80 ଭାଗ ବାଳିକା 15 ରୁ 20 ବର୍ଷ ବୟସ ମଧ୍ୟରେ ବିବାହ କରିଥା’ନ୍ତି । ଗ୍ରାମାଞ୍ଚଳରେ ଏହା ମଧ୍ୟ ଆହୁରି କମ୍ । ଏହାଦ୍ୱାରା ମହିଳାମାନଙ୍କର ପ୍ରସବକାଳ ସୁଦୀର୍ଘ ହୋଇଥାଏ । ତେଣୁ ସେମାନେ ଅଧୁକ ଶିଶୁ ଜନ୍ମ କରିବାର ସମ୍ଭାବନା ଥାଏ; କିନ୍ତୁ ଇଂଲଣ୍ଡରେ ସାଧାରଣତଃ ବାଳିକାମାନେ 30 ବର୍ଷ ବୟସରେ ଓ ଆମେରିକାରେ 41 ବର୍ଷ ବୟସରେ ବିବାହ କରିଥା’ନ୍ତି ।

(iii) ବିଧବା ପୁନର୍ବିବାହ (Widow remarriage) : ଆଗକାଳରେ ଆମ ଦେଶରେ ବିଧବାମାନେ ଆଉଥରେ ବିବାହ କରିବାକୁ ମନା ଥିଲା । ସେମାନଙ୍କ ମଧ୍ୟରୁ ଅନେକ ବାଲ୍ୟବିଧବା ମଧ୍ୟ ରହୁଥିଲେ । ବର୍ତ୍ତମାନ ତାହା ବଦଳି ଯାଇଛି । ଆମ ଦେଶରେ ବିଧବାମାନେ ଆଉଥରେ ବିବାହ କରିବାପାଇଁ ସୁଯୋଗ ମିଳିଛି । ଏହାଦ୍ୱାରା ସେମାନେ ଆଉଥରେ ପିଲାଜନ୍ମ କରିବାର ସୁଯୋଗ ପାଉଛନ୍ତି । ତେଣୁ ଏହା ମଧ୍ଯ ଉଚ୍ଚ ଜନ୍ମହାରର କାରଣ ।

(iv) ଗ୍ରୀଷ୍ମପ୍ରଧାନ ଜଳବାୟୁ (Hot climate) : ଭାରତ ଏକ ଗ୍ରୀଷ୍ମପ୍ରଧାନ ଦେଶ । ଗ୍ରୀଷ୍ମପ୍ରଧାନ ଦେଶରେ ଶୀତପ୍ରଧାନ ଦେଶ ତୁଳନାରେ ଝିଅମାନେ ଶୀଘ୍ର ବୟଃପ୍ରାପ୍ତ ହୋଇଥା’ନ୍ତି । ଆମ ଦେଶରେ ଝିଅମାନେ 12 ରୁ 14 ବର୍ଷ ବୟସ ମଧ୍ୟରେ ବୟଃପ୍ରାପ୍ତ ହୋଇଥା’ନ୍ତି । ଏହାଦ୍ଵାରା ପିତାମାନେ ବାଳିକାମାନଙ୍କର ଶୀଘ୍ର ବିବାହ କରାଇଥାନ୍ତି । ତେଣୁ ଆମ ଦେଶର ମହିଳାମାନଙ୍କର ଜନ୍ମ କରିବାର ଶକ୍ତି ପ୍ରଖର ଏବଂ ଦୀର୍ଘସ୍ଥାୟୀ ହୋଇଥାଏ, ଯାହାଦ୍ଵାରା ଅଧ୍ବକ ଶିଶୁ ଜନ୍ମ କରିବା ସମ୍ଭବ ହୁଏ ।

(v) ଯୌଥ ପରିବାର ବ୍ୟବସ୍ଥା (Joint family system) : ଆମ ଦେଶରେ ଯୌଥ ପରିବାର ବ୍ୟବସ୍ଥା ଆମ ସମାଜର ମୁଖ୍ୟ ଭିଭିଭୂମି । ଯଦିଓ ଏହି ପ୍ରଥା କାଳକ୍ରମେ ହ୍ରାସ ପାଇବାରେ ଲଗିଛି, ତଥାପି ଏହା ବିଲୋପ ହୋଇନାହିଁ । ଯୌଥ ପରିବାର ବ୍ୟବସ୍ଥାରେ ପିଲାମାନଙ୍କର ଲାଳନପାଳନ, ଶିକ୍ଷା ବ୍ୟବସ୍ଥା ଇତ୍ୟାଦି ଦାୟିତ୍ବ ପରିବାରର ସମସ୍ତ ଉପାର୍ଜନକାରୀ ସଦସ୍ୟ ସମ୍ମିଳିତଭାବରେ ତୁଲାଇଥା’ନ୍ତି । ତେଣୁ ବ୍ୟକ୍ତିଗତଭାବରେ କାହାରି ଉପରେ ଅର୍ଥନୈତିକ, ସାମାଜିକ ଚାପ ପଡ଼ି ନଥାଏ । ଫଳତଃ, ବ୍ୟକ୍ତିଗତ ହିସାବରେ କେହି ପରିବାର ଆକାରକୁ ସୀମିତ ରଖୁବାପାଇଁ ବ୍ୟଗ୍ରତା ପ୍ରକାଶ କରି ନଥା’ନ୍ତି । ସୁତରାଂ ପରିବାରର ଶିଶୁସଂଖ୍ୟା ବଢ଼ି ଚାଲିଥାଏ ।

(vi) କୃଷିର ପ୍ରାଧାନ୍ୟ (Predominance of Agriculture) : ଭାରତ ଏକ କୃଷିପ୍ରଧାନ ଦେଶ । ଭାରତର କୃଷିରେ ସାଧାରଣତଃ ପରିବାରର ସବୁସଦସ୍ୟ କାମ କରିଥାନ୍ତି । ଚାଷ ସମୟରେ, ବୁଣାବୁଣି, ବେଉଷଣ ତଥା ଅମଳ ସମୟରେ ଘରର ମହିଳାମାନେ, ପିଲାମାନେ ସାହାଯ୍ୟ କରିଥା’ନ୍ତି । ତେଣୁ ଅଧ୍ଵ ପିଲା ଜନ୍ମ ହେଲେ ପରିବାରର କୃଷିକାର୍ଯ୍ୟରେ ସାହାଯ୍ୟ କରିବେ ବୋଲି ଅଧିକାଂଶ ଲୋକ ମନେକରନ୍ତି । ତେଣୁ ପରିବାରର ସଦସ୍ୟ ସଂଖ୍ୟା ବଢ଼ିବାରେ ବିଶେଷ ପ୍ରତିବନ୍ଧକ ନ ଥାଏ ।

(vii) ଦାରିଦ୍ର୍ୟ (Poverty) : ଦାରିଦ୍ର୍ୟ ଆମ ଦେଶର ଜନ୍ମହାର ବୃଦ୍ଧି କରିବାର ଅନ୍ୟତମ କାରଣ । ଆମ ଦେଶର ଅଧିକାଂଶ ଲୋକ ଦାରିଦ୍ର୍ୟର କଷାଘାତରେ ପୀଡ଼ିତ । ସେମାନେ ଭାବନ୍ତି ଯେ, ଅଧ୍ଵସଂଖ୍ୟକ ପୁତ୍ରକନ୍ୟା ଜନ୍ମ ହେଲେ ସେମାନଙ୍କ ଦାରିଦ୍ର୍ୟ ଓ କ୍ଳେଶ ଲାଘବ ହେବ । ସେମାନଙ୍କର ଧାରଣା ଯେ, ପରିବାରର ଆୟର ବୃଦ୍ଧି ପରିବାରର ସଦସ୍ୟ ସଂଖ୍ୟାର ବୃଦ୍ଧି ଉପରେ ନିର୍ଭର କରେ । ତେଣୁ ସେମାନେ ସ୍ଵଳ୍ପକୁଟୁମ୍ବୀ ପରିବାର ଅପେକ୍ଷା ବହୁକୁଟୁମ୍ବୀ ପରିବାର ଚାହିଁଥା’ନ୍ତି ।

(viii) ନିରକ୍ଷରତା, ଅଜ୍ଞତା ଓ ଅନ୍ଧବିଶ୍ଵାସ (IIliteracy, Ignorance and Superstitions) : ଆମ ଦେଶର ବହୁଳାଶ ଜନସଂଖ୍ୟା ନିରକ୍ଷର । 1991 ମସିହା ଜନଗଣନା ଅନୁସାରେ ଆମ ଦେଶର ସାକ୍ଷରତା ହାର 52% । ନିରକ୍ଷରତା ଅଜ୍ଞତା ଓ ଧର୍ମାନ୍ଧତା ସୃଷ୍ଟିକରେ । ନିରକ୍ଷରତା ଯୋଗୁଁ ଲୋକମାନେ ସଚେତନ ହୋଇପାରନ୍ତି ନାହିଁ । ତାହାଛଡ଼ା ସେମାନେ ମଧ୍ୟ ପରିବାର ନିୟନ୍ତ୍ରଣ ଯୋଜନାର ସଫଳ ରୂପାୟନ ଦେବାରେ ବ୍ୟର୍ଥ ହୁଅନ୍ତି ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

ତାହାଛଡ଼ା ଆମ ଦେଶରେ ପିଲାଟିଏ ଜନ୍ମ ହେଲେ ଈଶ୍ଵରଙ୍କ ଆଶୀର୍ବାଦ ବୋଲି ଭାବନ୍ତି । ସେମାନେ ମଧ୍ୟ ପୁଅକୁ ଝିଅ ଅପେକ୍ଷା ଅଧ୍ବକ ପ୍ରାଧାନ୍ୟ ଦିଅନ୍ତି । ଗୋଟିଏ ପୁଅପାଇଁ ଲୋକମାନେ ଅଧ୍ଵସଂଖ୍ୟକ ଝିଅ ଜନ୍ମ କରିବାରେ ଦ୍ବିଧା ପ୍ରକାଶ କରନ୍ତି ନାହିଁ । କାରଣ ଲୋକମାନେ ଭାବନ୍ତି ପୁଅ ମୁଖାଗ୍ନି, ଶ୍ରାଦ୍ଧକ୍ରିୟା ଇତ୍ୟାଦି କଲେ ବାପାମାଆଙ୍କର ସ୍ବର୍ଗପ୍ରାପ୍ତି ହୋଇଥାଏ । ଆହୁରି ମଧ୍ୟ ବହୁତ ଲୋକ କୃତ୍ରିମ ଉପାୟରେ ପରିବାର ନିୟନ୍ତ୍ରଣକୁ ଧର୍ମଦ୍ରୋହୀ ଓ ଈଶ୍ଵରଦ୍ରୋହୀ ବୋଲି ବିବେଚନା କରନ୍ତି । ତେଣୁ ଲୋକମାନଙ୍କର ଏହି ପ୍ରକାର ଆଚରଣ ଓ ମନୋଭାବ ଜନସଂଖ୍ୟା ହ୍ରାସ ପରିକଳ୍ପନାକୁ ପ୍ରତିହତ କରେ ।

(ix) ଉଚ୍ଚ ଶିଶୁ ମୃତ୍ୟୁହାର (High Infant mortality) : ଭାରତର ଶିଶୁ ମୃତ୍ୟୁହାର ବହୁତ ଅର୍ଧ । ଏହା ପ୍ରତି ହଜାରରେ 74 ଅଟେ । ଦେଶର ଅଧିକାଂଶ ଶିଶୁ 0-15 ବର୍ଷ ବୟସ ମଧ୍ୟରେ ମୁତ୍ୟୁମୁଖରେ ପଡ଼ିଥା’ନ୍ତି । ତେଣୁ ପିତାମାତାଙ୍କର ଗୋଟିଏ ପିଲା ଉପରେ ବିଶ୍ଵାସ ନ ଥାଏ । ତେଣୁ ସେମାନେ କୃତ୍ରିମ ଉପାୟରେ ପରିବାର ନିୟନ୍ତ୍ରଣ କରିବା ପରିବର୍ତ୍ତେ ଅଧ୍ୟା ଶିଶୁ ଜନ୍ମ ଦେବାକୁ ନିରାପଦ ମନେକରନ୍ତି ।

(x) ନିମ୍ନମାନର ଜୀବନ ଧାରଣ (Low standard of living) : ଜୀବନଧାରଣ ମାନ ଆମ ଦେଶରେ ଅତି ନିମ୍ନ ଅଟେ । ଦେଶର ଅଧିକାଂଶ ଲୋକ ଭଲ କରି ଗଣ୍ଡେ ଖାଇବାକୁ ପାଆନ୍ତି ନାହିଁ, ଖଣ୍ଡେ ପିନ୍ଧିବାକୁ ପାଆନ୍ତି ନାହିଁ । ବହୁତ ଲୋକ ଗଛତଳେ, ରାସ୍ତାକଡ଼ରେ, କୁଡ଼ିଆଘରେ ରହନ୍ତି । ସେମାନେ ଟେଲିଭିଜନ୍, ରେଡ଼ିଓ, ସମ୍ବାଦପତ୍ର ପ୍ରଭୃତି ଗଣମାଧ୍ୟମର ସୁଯୋଗ ପାଇପାରନ୍ତି ନାହିଁ ଯାହାଫଳରେ ଜନସଂଖ୍ୟା ସମ୍ବନ୍ଧୀୟ ବିବରଣୀ ତାଙ୍କ ପାଖରେ ପହଞ୍ଚିପାରେ ନାହିଁ । ତେଣୁ ସେମାନେ ପରିବାର ନିୟନ୍ତ୍ରଣ ବିଷୟରେ ଅନଭିଜ୍ଞ ରହନ୍ତି ।

(xi) ଧୂମା ସହରୀକରଣ (Slow process of urbanisation) : ଆମ ଦେଶରେ ସହରରେ ବହୁତ କମ୍ ଲୋକ ବସବାସ କରନ୍ତି । ପିଲାମାନଙ୍କର ଲାଳନପାଳନ, ଶିକ୍ଷା, ଖାଦ୍ୟ, ବସ୍ତ୍ର ଇତ୍ୟାଦି ପାଇଁ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାଏ । ତେଣୁ ସହରର ଲୋକ ସ୍ଵଳ୍ପକୁଟୁମ୍ବୀ ପରିବାରକୁ ପସନ୍ଦ କରିଥା’ନ୍ତି । ଯେହେତୁ ଖୁବ୍ କମ୍ ଲୋକ ସହରରେ ରହନ୍ତି, ଏହା ଜନ୍ମହାର ବୃଦ୍ଧିରେ ସହାୟତା ପ୍ରଦାନ କରିଥାଏ ।

(xii) ଚିତ୍ତବିନୋଦନ ସୁଯୋଗର ଅଭାବ (Lack of recreational facilities) : ଦାରିଦ୍ର୍ୟଯୋଗୁଁ ଜନସାଧାରଣ କୌଣସି ଚିତ୍ତବିନୋଦନର ସୁଯୋଗ ପାଆନ୍ତି ନାହିଁ । ଭାରତରେ ମଧ୍ୟ ଚିତ୍ତବିନୋଦନ କେନ୍ଦ୍ରର ଅଭାବ ପରିଲକ୍ଷିତ ହୋଇଥାଏ । ଏଣୁ ଲୋକମାନେ ପରିବାର ଓ ପିଲାମାନଙ୍କ ସହିତ ବହୁତ ସମୟ କଟାଇ ଥାଆନ୍ତି । ବହୁତ ସମୟ ସେମାନେ ସ୍ତ୍ରୀମାନଙ୍କ ସହିତ ସହବାସ କରନ୍ତି, ଯାହାଫଳରେ ଜନ୍ମହାର ବୃଦ୍ଧି ହୋଇଥାଏ ଜନ୍ମହାର ବୃଦ୍ଧି ହୋଇଥାଏ ।

(B) ମୃତ୍ୟୁହାର ହ୍ରାସ (Low Death rate) – ଭାରତରେ ମୃତ୍ୟୁହାର ଦ୍ରୁତଗତିରେ ହ୍ରାସ ପାଉଥବାରୁ ଜନସଂଖ୍ୟାର ବୃଦ୍ଧି ଘଟିଛି । ଏହି ହାର 1991 ମସିହାରେ ପ୍ରତି ହଜାର ଲୋକରେ 10.1 ଥିଲାବେଳେ, ଏହା 1996 ମସିହାବେଳକୁ ୨ କୁ ହ୍ରାସ ପାଇଛି । ଏହାଦ୍ୱାରା ଜନସଂଖ୍ୟାର ଦ୍ରୁତ ବୃଦ୍ଧି ଘଟୁଛି । ମୃତ୍ୟୁହାର ହ୍ରାସର କାରଣଗୁଡ଼ିକ ନିମ୍ନରେ ପ୍ରଦତ୍ତ କରାଯାଇଛି ।

(i) ମହାମାରୀ ରୋଗ ନିୟନ୍ତ୍ରଣ (Control of epidemics) : ଦେଶରେ ମହାମାରୀ ରୋଗଗୁଡ଼ିକ; ଯଥା – ହଇଜା, ମ୍ୟାଲେରିଆ, ବସନ୍ତ, ପ୍ଲେଗ୍ ପ୍ରଭୃତିର ନିୟନ୍ତ୍ରଣ କରାଯାଇଛି । ତେଣୁ ମୃତ୍ୟୁହାର କମିଛି ।

(ii) ପ୍ରାକୃତିକ ବିପର୍ଯ୍ୟୟ ନିୟନ୍ତ୍ରଣ (Control of natural calamities) – 1943 ମସିହା ପରଠାରୁ ଦେଶରେ ଦୁର୍ଭିକ୍ଷ ହୋଇନାହିଁ । ଆମେ ବନ୍ୟା, ବାତ୍ୟା ସମୟରେ ଜାଗତିଆର ରହୁ ଅଛୁ । ତେଣୁ ଏହି ସମୟରେ ଲୋକମାନଙ୍କର ମୃତ୍ୟୁକୁ

(iii) ପ୍ରସୂତିକାଳୀନ ମୃତ୍ୟୁହାର ହ୍ରାସ (Fall in the maternity mortality ) Answer:ଆଜିକାଲି ଆଧୁନିକ ପ୍ରଣାଳୀରେ ମ୍ୟାଲେରିଆ, ବସନ୍ତ, ପ୍ଲେଗ୍ ପ୍ରଭୃତିର ନିୟନ୍ତ୍ରଣ କରାଯାଇଛି । ତେଣୁ ମୃତ୍ୟୁହାର କମିଛି ।

(iv) ପରମାୟୁ ବୃଦ୍ଧି (Rise in life expectancy) – ଦେଶରେ ପରମାୟୁ 61 ବର୍ଷ ବୟସକୁ ବୃଦ୍ଧି ହୋଇଥିବା ଯୋଗୁଁ ମୃତ୍ୟୁହାର ମଧ୍ୟ କମିଯାଇଛି ।

(v) ହସ୍‌ପିଟାଲଜନିତ ସୁବିଧା (Medical facilities) – ଆଗ ଅପେକ୍ଷା ବର୍ତ୍ତମାନ ଆମ ଦେଶରେ ଅଧ୍ଵସଂଖ୍ୟକ ହସ୍‌ପିଟାଲ, ଡାକ୍ତର, ଔଷଧ, ନର୍ସ, ଧାଈ ଯୋଗାଇ ଦିଆଯାଇଛି, ଯାହାଫଳରେ ଲୋକମାନେ ସହଜରେ ଏଗୁଡ଼ିକ ଉପଲବ୍‌ କରୁଛନ୍ତି । ଏଣୁ ମୃତ୍ୟୁହାର କମିଛି ।

(vi) ଶିକ୍ଷାର ପ୍ରସାର (Spread of education) – ସମାଜରେ ଶିକ୍ଷାର ପ୍ରସାର ଘଟିଛି । ଏହାଦ୍ୱାରା ଜନସାଧାରଣ ଖାଦ୍ୟପେୟ, ଶିକ୍ଷା, ଶିଶୁର ବିକାଶ, ସ୍ୱାସ୍ଥ୍ୟ ପ୍ରଭୃତିରେ ଧ୍ୟାନ ଦେଉଛନ୍ତି । ତେଣୁ ସେମାନେ ସୁଷମ ଖାଦ୍ୟ ତଥା ଉତ୍ତମମାନର ଜୀବନଧାରଣ ପ୍ରତି ବିଶେଷ ପ୍ରାଧାନ୍ୟ ଦେଉଛନ୍ତି । ଏଣୁ ମୃତ୍ୟୁହାର ହ୍ରାସ ଘଟିଛି ।

4. ଭାରତର ଦ୍ରୁତ ଜନସଂଖ୍ୟା ବୃଦ୍ଧିର କୁପରିଣାମ ଆଲୋଚନା କର ।
କିମ୍ବା, ଦ୍ରୁତ ଜନସଂଖ୍ୟା ବୃଦ୍ଧି ଦେଶର ଦ୍ରୁତ ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମକୁ ପ୍ରତିହତ କରେ । ତୁମେ ଏହି ଉକ୍ତି ସହିତ ଏକମତ କି ? କାରଣ ସହ ଉତ୍ତର ଦିଅ ।
କିମ୍ବା, ଜନସଂଖ୍ୟା ବୃଦ୍ଧି ଜାତୀୟ ପ୍ରଗତି ପାଇଁ ଏକ ବିପଦ – ଏହି ଉକ୍ତିର ସତ୍ୟତା ଭାରତୀୟ ଅର୍ଥନୀତି ପରିପ୍ରେକ୍ଷୀରେ ଆଲୋଚନା କର ।
Answer:
ଏକ ଅର୍ଥନୀତିର ସମୃଦ୍ଧି ସେହି ଦେଶର ପ୍ରାକୃତିକ ସମ୍ବଳ ଓ ମାନବିକ ସମ୍ବଳର ଉପଯୋଗ ଉପରେ ନିର୍ଭର କରେ । ପ୍ରାକୃତିକ ସମ୍ବଳର ଯେଗାଣ ସୀମିତ; କିନ୍ତୁ ମାନବିକ ସମ୍ବଳର ଯୋଗାଣ ଆବଶ୍ୟକତା ଅନୁଯାୟୀ ହ୍ରାସବୃଦ୍ଧି କରାଯାଇପାରେ । ପ୍ରାକୃତିକ ସମ୍ବଳର ସଦୁପଯୋଗ ମାନବିକ ସମ୍ବଳର ସହାୟତାରେ କରାଯାଇପାରେ ।

ତେଣୁ ଦେଶର ଅର୍ଥନୈତିକ ବିକାଶଧାରାରେ ମାନବିକ ସମ୍ବଳର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଦେଶର ମାନବିକ ସମ୍ବଳର ସମୃଦ୍ଧି ଜନସଂଖ୍ୟାର ପରିମାଣାତ୍ମକ ଓ ଗୁଣାତ୍ମକ ବୃଦ୍ଧି ଉପରେ ନିର୍ଭର କରେ । ଯେତେବେଳେ ଜନସଂଖ୍ୟାର ଗୁଣାତ୍ମକ ବୃଦ୍ଧି ନ ହୋଇ ପରିମାଣାତ୍ମକ ବୃଦ୍ଧି ଘଟେ, ତାହାକୁ ମାନବିକ ସମ୍ବଳର ବିକାଶ କହିବା ପରିବର୍ତ୍ତେ ଜନବହୁଳତା କହନ୍ତି । ଜନବହୁଳତା ଦେଶର ଅଭିବୃଦ୍ଧିକୁ ପ୍ରତିହତ କରେ । ବର୍ତ୍ତମାନ ଆମ ଜଣାପଡ଼ିବ ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

(1) ଜାତୀୟ ଆୟବୃଦ୍ଧି ଉପରେ ଚାପ ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି ହେତୁ ଲୋକମାନଙ୍କର ମୁଣ୍ଡପିଛା ଆୟ ବୃଦ୍ଧି ସମ୍ଭବ ହୋଇପାରୁ ନାହିଁ । ପ୍ରତିବର୍ଷ ପ୍ରାୟ 16 ନିୟୁତ ଲୋକ ଆମ ଦେଶର ଉପସ୍ଥିତ ଜନସଂଖ୍ୟାରେ ଯୋଗଦିଅନ୍ତି । ଏହାଫଳରେ ଜାତୀୟ ଆୟ ଉପରେ ଚାପ ପଡ଼ିଥାଏ । ଆମ ଦେଶର ମୁଣ୍ଡପିଛା ଆୟ ଅନ୍ୟାନ୍ୟ ଦେଶ ତୁଳନାରେ ବହୁତ କମ୍ । 1994-95 ମସିହା ମୂଲ୍ୟ ହିସାବରେ ଆମ ଦେଶର ବର୍ତ୍ତମାନ ମୁଣ୍ଡପିଛା ଆୟ ମାତ୍ର 8232 ଟଙ୍କା । ବିଗତ 50 ବର୍ଷ ଭିତରେ ଆମ ଦେଶରେ ବହୁତ ଉନ୍ନତି ସାଧୁ ହୋଇଛି ।

1950-51 ଓ 1980-81 ମସିହା ମଧ୍ୟରେ ଜାତୀୟ ଆୟର ବାର୍ଷିକ ହାରାହାରି ଅଭିବୃଦ୍ଧି ହାର 3.6 ଶତାଂଶ ହୋଇଥ‌ିବାବେଳେ ମୁଣ୍ଡପିଛା ଆୟ ମାତ୍ର 1.3 ଶତାଂଶ ହାରରେ ବୃଦ୍ଧିପାଇଛି । ଏହାର କାରଣ, ବର୍ଦ୍ଧିତ ଜାତୀୟ ଆୟର ଏକ ବଡ଼ଭାଗ ଲୋକମାନଙ୍କର ଭରଣପୋଷଣରେ ଖର୍ଚ୍ଚ ହୋଇଥାଏ । ତେଣୁ ମୁଣ୍ଡପିଛା ଆୟର ଅଭିବୃଦ୍ଧି ହାର ବହୁତ ମନ୍ଥର ।

(2) ଭୂମି ଉପରେ ଚାପ – 1950-51 ମସିହାରୁ 1996-97 ମସିହା ସୁଦ୍ଧା ଦେଶର ଭୌଗୋଳିକ ଆୟତନର କୌଣସି ଅଭିବୃଦ୍ଧି ଘଟିନାହିଁ । କିନ୍ତୁ ଏହି ସମୟ ମଧ୍ୟରେ ଜନସଂଖ୍ୟାର ବୃଦ୍ଧି ପ୍ରାୟ ଦୁଇଗୁଣରୁ ଅଧିକ । ଏହାଦ୍ଵାରା ଭୂମି ଉପରେ ଅଧ୍ବକ ଚାପ ସୃଷ୍ଟି ହେଉଛି । ପରିସଂଖ୍ୟାନରୁ ଜଣାଯାଏ, 1921 ମସିହାରେ ଦେଶର ମୁଣ୍ଡପିଛା କୃଷିଭୂମିର ପରିମାଣ 1.11 ଏକର ଥିଲା । କିନ୍ତୁ 1981 ମସିହାକୁ 0.6 ଏକରକୁ ହ୍ରାସ ପାଇଛି । ଏହା ପ୍ରମାଣ କରୁଛି ଯେ, ଜନସଂଖ୍ୟା ବୃଦ୍ଧିହେତୁ ଜମି ଜୋତର ବିଘଟନ ଘଟୁଛି । ଫଳତଃ, କୃଷି ଉତ୍ପାଦିତାର ଅଭିବୃଦ୍ଧି ହୋଇପାରୁନାହିଁ ।

(3) ଖାଦ୍ୟଶସ୍ୟ ଅଭାବ – ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି ହେବାଦ୍ୱାରା ଭୂମି ଉପରେ ପ୍ରବଳ ଚାପ ସୃଷ୍ଟି ହୁଏ । ଏହାଦ୍ଵାରା ଭୂମିର ଶସ୍ୟ ଉତ୍ପାଦିତା ଶକ୍ତି ହ୍ରାସ ପାଇଥାଏ । ଯଦିଓ ବର୍ତ୍ତମାନ ଦେଶରେ ପ୍ରାୟ 175 ନିୟୁତ ଟନ୍‌ର ଅଧୁକ ଖାଦ୍ୟଶସ୍ୟ ଉତ୍ପାଦନ କରାଯାଇପାରୁଛି, ତଥାପି ମୁଣ୍ଡପିଛା ଖାଦ୍ୟଯୋଗାଣରେ କିଛି ଅଭିବୃଦ୍ଧି ହେବାର ପରିଲକ୍ଷିତ ହେଉନାହିଁ ।

ଦେଶର ପ୍ରାୟ ଏକୃତୀୟାଂଶ ଲୋକ ଅଧିକାଂଶ ଦିନ ପେଟପୂରା ଗଣ୍ଡିଏ ଖାଇବାକୁ ପାଉନାହାନ୍ତି । ଦେଶର ଖାଦ୍ୟଶସ୍ୟ ସମସ୍ୟାର ସମାଧାନ ପାଇଁ ଆମକୁ ବିଦେଶରୁ ବହୁପରିମାଣର ଖାଦ୍ୟଶସ୍ୟ ଆମଦାନୀ କରିବାକୁ ପଡ଼ିଥାଏ । ଫଳତଃ, ଦେଶର ସ୍ୱଳ୍ପ ବୈଦେଶିକ ମୁଦ୍ରା ଉପରେ ଚାପ ପଡ଼ିଥାଏ, ଯାହାକି ଦେଶର ଅର୍ଥନୈତିକ ବିକାଶକୁ ପ୍ରତିହତ କରେ ।

(4) ବେକାର ସମସ୍ୟା – ବେକାରି ଓ ବେରୋଜଗାରୀ ଦେଶର ଅର୍ଥନୈତିକ ବିକାଶର ମୁଖ୍ୟ ପ୍ରତିବନ୍ଧକ । ଭାରତରେ ବେକାର ସମସ୍ୟା ଅତି ଉତ୍କଟ । ଏହାର ମୁଖ୍ୟ କାରଣ, ଦେଶର ଶ୍ରମଯୋଗାଣ ବୃଦ୍ଧିର ହାରଠାରୁ ଜନସଂଖ୍ୟାର ବୃଦ୍ଧିର ହାର ବହୁତ ଅତ୍ମକ । ପ୍ରତିବର୍ଷ ଦେଶରେ ନିଯୁକ୍ତିର ଯେତିକି ସୁଯୋଗ ସୃଷ୍ଟି ହୁଏ, ତାହାଠାରୁ ଅଧିକ ଲୋକ ଶ୍ରମଶକ୍ତିରେ ଯୋଗଦିଅନ୍ତି । ବେରୋଜଗାରୀ ଗ୍ରାମାଞ୍ଚଳ ଓ କୃଷିକ୍ଷେତ୍ରରେ ଅଧ୍ଵ ।

ଗଣବେକାରି ବ୍ୟତୀତ ଅନ୍ୟ ବେକାରି; ଯଥା – ଅର୍ବବେକାରି, ଛଦ୍ମବେଶୀ ବେକାରି ମଧ୍ୟ ବହୁଳଭାବରେ ଭାରତରେ ସମସ୍ୟା ସୃଷ୍ଟିକରୁଛି । ପରିସଂଖ୍ୟାନରୁ ଜଣାଯାଇଛି, ବର୍ତ୍ତମାନ ପ୍ରତିବର୍ଷ ପ୍ରାୟ 50 ଲକ୍ଷରୁ ଅଧୂକ ଲୋକ ଶ୍ରମଶକ୍ତିରେ ଯୋଗ ଦେଉଛନ୍ତି । କିନ୍ତୁ ଏତେ ଲୋକଙ୍କପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇପାରୁ ନାହିଁ । ଏହାଦ୍ୱାରା ବେକାରି ସମସ୍ୟା ସମାଧାନ ହେବା ପରିବର୍ତ୍ତେ ଜଟିଳ ହେବାରେ ଲାଗିଛି ।

(5) ନିମ୍ନମାନର ଜୀବନଧାରଣ – ଯଦିଓ ଦେଶର ଜାତୀୟ ଆୟ 1950 ରୁ 1981 ମସିହା ମଧ୍ୟରେ ବୃଦ୍ଧି ଘଟିଛି, ତଥାପି ଲୋକମାନଙ୍କର ଜୀବନଧାରଣ ମାନରେ କିଛି ଉନ୍ନତିସାଧନ ହୋଇନାହିଁ । ଆମ ଦେଶର ଲୋକମାନଙ୍କର ଜୀବନଧାରଣ ମାନ ଅତି ନିମ୍ନ । ଅଧ୍ଯକାଂଶ ଲୋକ ଦିନବେଳା ଗଣ୍ଡାଏ ଖାଇବାକୁ ପାଆନ୍ତି ନାହିଁ, ଖଣ୍ଡିଏ ପିନ୍ଧିବାକୁ ପାଆନ୍ତି ନାହିଁ । ବହୁତ ଲୋକ ଦେଶର ରାସ୍ତାକଡ଼ରେ ଜୀବନଯାପନ କରନ୍ତି ।

ଦେଶରେ ବିଦ୍ୟାଳୟ, ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥାର ବହୁଳ ଅଭାବ ରହିଛି । ପ୍ରାୟ ଦେଶର ଏକ ତୃତୀୟାଂଶରୁ ଅଧ୍ଵ ଲୋକ ଦାରିଦ୍ର୍ୟର ସୀମାରେଖା ତଳେ ରହୁଛନ୍ତି । ସାଧାରଣ ଜୀବନଯାପନପାଇଁ ଜଣେ ବ୍ୟକ୍ତି ପ୍ରତିଦିନ 2580 କ୍ୟାଲୋରୀ ଖାଦ୍ୟ ଖାଇବା କଥା । କିନ୍ତୁ ଆମ ଦେଶର ଲୋକମାନେ ହାରାହାରି 1880 କ୍ୟାଲୋରୀ ଖାଦ୍ୟ ପ୍ରତିଦିନ ଖାଇଥା’ନ୍ତି । ଏଥୁରୁ ଅନୁଶୀଳନ କରାଯାଇପାରେ ଯେ, ଆମମାନଙ୍କ ଜୀବନଧାରଣ ମାନ କେତେ ନିକୃଷ୍ଟ । ଏହାର ମୁଖ୍ୟ କାରଣ ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି ।

(6) ଅଣଉତ୍ପାଦନଶୀଳ ଉପଭୋକ୍ତାଙ୍କ ବୃଦ୍ଧି – ଜନସଂଖ୍ୟା ବୃଦ୍ଧିହେଲେ ଅଣଉତ୍ପାଦନଶୀଳ ଉପଭୋକ୍ତାଙ୍କ ବୃଦ୍ଧି ହୁଏ । ଶିଶୁ ଓ ବୃଦ୍ଧଲୋକମାନେ ଉତ୍ପାଦନ ପ୍ରକ୍ରିୟାକୁ କିଛି ଦାନ କରନ୍ତି ନାହିଁ, ମାତ୍ର ସେମାନେ ଭାଗ ଭୋଗ କରୁଥା’ନ୍ତି । ପରିସଂଖ୍ୟାନରୁ ଜଣାଯାଇଛି, ଆମ ଦେଶରେ ଶିଶୁ ଓ ବୃଦ୍ଧ ଲୋକମାନେ ଜନସଂଖ୍ୟାର 48 ଶତାଂଶ ।

ସେମାନେ ଦେଶ ପ୍ରତି ବୋଝ ହୋଇଥାଆନ୍ତି । ଜନସଂଖ୍ୟାର ବୃଦ୍ଧିହେଲେ ଏହି ଶ୍ରେଣୀର ଉପଭୋକ୍ତାଙ୍କର ସଂଖ୍ୟା ଅଧ‌ିକ ବୃଦ୍ଧି ହୋଇଥାଏ । ପାଶ୍ଚାତ୍ୟ ଦେଶରେ ଏମାନଙ୍କର ସଂଖ୍ୟା ବହୁତ କମ୍ । ଏହି ଅଣଉତ୍ପାଦନଶୀଳ ଉପଭୋକ୍ତାଙ୍କ ବୃଦ୍ଧି ଫଳରେ ଆମ ଦେଶର ସୀମିତ ସମ୍ବଳ ଉପରେ ଚାପ ପଡୁଛି ଏବଂ ଅର୍ଥନୈତିକ ପ୍ରଗତି ବ୍ୟାହତ ହେଉଅଛି ।

(7) ପୁଞ୍ଜିଗଠନ ବ୍ୟାହତ – ଦେଶର ଅଭିବୃଦ୍ଧିପାଇଁ ଦୃତଗତିରେ ପୁଞ୍ଜିଗଠନ ଅନିବାର୍ଯ୍ୟ । ପୁଞ୍ଜିଗଠନ ଜନସଂଖ୍ୟା ବୃଦ୍ଧିଦ୍ୱାରା ବ୍ୟାହତ ହୁଏ । ବଦ୍ଧିତ ଲୋକମାନଙ୍କୁ ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ଚିକିତ୍ସା ସୁବିଧା ଯୋଗାଇବାକୁ ହୁଏ । ମୋଟ ଉପରେ କହିଲେ, ସେମାନଙ୍କର ଉପଭୋଗ ବୃଦ୍ଧିପାଏ ।

CHSE Odisha Class 11 Economics Solutions Chapter 3 ଜନସଂଖ୍ୟା

ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ମେଣ୍ଟାଇବାପାଇଁ ଦେଶର ଜାତୀୟ ଆୟର ଏକ ବଡ଼ ଭାଗ ଖର୍ଚ୍ଚ କରିବାକୁ ପଡ଼େ, ଯାହାଫଳରେ ପୁଞ୍ଜିଗଠନ କରିବାପାଇଁ ସ୍ୱଳ୍ପ ପରିମାଣର ଆୟ ବଳିପଡ଼ିପାରେ ବା କିଛି ନ ଥାଏ ବୋଲି କୁହାଯାଇପାରେ । ଆହୁରି ମଧ୍ୟ ପୁଞ୍ଜିଗଠନ ଘରୋଇ ସଞ୍ଚୟ ଉପରେ ନିର୍ଭର କରେ । କିନ୍ତୁ ଯେହେତୁ ଆମ ଦେଶର ଲୋକଙ୍କ ମୁଣ୍ଡପିଛା ଆୟ ଅତି କମ୍, ଘରୋଇ ସଞ୍ଚୟ ମଧ୍ଯ କମ୍, ତେଣୁ ଆମ ଦେଶରେ ପୁଞ୍ଜିଗଠନ ଏକ କଷ୍ଟକର ବ୍ୟାପାର ହୋଇଛି । ଫଳତଃ, ଅର୍ଥନୈତିକ ବିକାଶଧାରା ମନ୍ଥର ହୋଇଛି ।

(8) ଅଧ‌ିକ ଖର୍ଚ୍ଚାନ୍ତ ଜନସଂଖ୍ୟା ବୃଦ୍ଧି ହେଲେ ବିଶେଷତଃ, ଶିଶୁମାନଙ୍କ ସଂଖ୍ୟା ଅଧ‌ିକ ହେଲେ ସେମାନଙ୍କ ଲାଳନପାଳନ, ଶିକ୍ଷା ଓ ସ୍ବାସ୍ଥ୍ୟ ବାବଦରେ ଅଧିକ ଖର୍ଚ୍ଚ କରିବାକୁ ହୋଇଥାଏ । କେବଳ ଶିକ୍ଷା ବାବଦରେ ବ୍ୟୟ କଥା ବିଚାର କଲେ କୁହାଯାଇପାରେ ଯେ, ପ୍ରତ୍ୟେକ ଛାତ୍ରପାଇଁ ମାସିକ ଆୟ ପ୍ରାୟ 100 ଟଙ୍କା ।

ଏକ କଳନାରୁ ଜଣାଯାଏ ଯେ, ଲୋକସଂଖ୍ୟା ଯଦି ପ୍ରତିବର୍ଷ 1.60 କୋଟି ଲେଖାଏଁ ବୃଦ୍ଧି ହୁଅନ୍ତି, ତାହାହେଲେ ଆମକୁ ପ୍ରତିବର୍ଷ 1.27 ଲକ୍ଷ ଅଧ୍ଵ ବିଦ୍ୟାଳୟ, 3.77 ଲକ୍ଷ ଶିକ୍ଷକ, 50 ଲକ୍ଷ ନୂତନ ନିଯୁକ୍ତି ସୁଯୋଗ, 25 ଲକ୍ଷ ବାସଗୃହ ଯୋଗାଇବାକୁ ପଡ଼ିବ । ଏହା ବ୍ୟତୀତ ଅଧିକ ଡାକ୍ତର, କଲେଜ, ଔଷଧ, ପରିମଳ ବ୍ୟବସ୍ଥା, ପରିବହନ ବ୍ୟବସ୍ଥା, ପୋଲିସ୍ ବ୍ୟବସ୍ଥା ଆବଶ୍ୟକ ହେବ । ତେଣୁ ଦ୍ରୁତଗତିରେ ଜନସଂଖ୍ୟା ବୃଦ୍ଧି ଦେଶ ଉପରେ ବୋଝ ହୋଇଯିବାରେ ଲାଗିଛି ।

(9) କର୍ମଦକ୍ଷତା ହ୍ରାସ – ଜନସଂଖ୍ୟା ବୃଦ୍ଧି ହେତୁ ଲୋକମାନଙ୍କର କାର୍ଯ୍ୟଦକ୍ଷତା ହ୍ରାସ ପାଇଥାଏ । ସୁଷମ ଖାଦ୍ୟ, ଭଲ ବାସଗୃହ, ଉନ୍ନତମାନର ଜୀବନଯାପନ କର୍ମଦକ୍ଷତା ବଢ଼ାଇଥାଏ । କିନ୍ତୁ ଭାରତରେ ଲୋକମାନଙ୍କ ଆୟ ପ୍ରାୟତଃ ପିଲାମାନଙ୍କ ପିଛା ଖର୍ଚ୍ଚ ହୋଇଯାଇଥାଏ । କାରଣ ବହୁତ ପିଲାମାନଙ୍କ ଯତ୍ନ କରିବାକୁ ସେମାନଙ୍କୁ ପଡ଼ିଥାଏ । ତେଣୁ ସେମାନେ ଫଳ, କ୍ଷୀର, ମାଂସ ତଥା ଅନ୍ୟାନ୍ୟ ସୁଷମ ଖାଦ୍ୟ ଖାଇପାରନ୍ତି ନାହିଁ । ସେହିଭଳି ମଧ୍ୟ ସେମାନେ ଭଲ ପରିବେଶରେ ରହିପାରନ୍ତି ନାହିଁ । ତେଣୁ ସେମାନଙ୍କର ଦକ୍ଷତାର ହ୍ରାସ ହୁଏ ।

(10) ପରିବେଶ ଉପରେ ଚାପ – ଜନସଂଖ୍ୟା ବୃଦ୍ଧିହେତୁ ପ୍ରାକୃତିକ ସମ୍ବଳ; ଯଥା— ମାଟି, ପାଣି, ପବନ, ଜଙ୍ଗଲ, ନଦୀ, ପାହାଡ଼ ଉପରେ ଅଧ‌ିକ ନିର୍ଭର କରିବାକୁ ପଡ଼ିଥାଏ । ଏହିଗୁଡ଼ିକୁ ଅଧ‌ିକ ମାତ୍ରାରେ ବ୍ୟବହାର କରିବାଦ୍ୱାରା ପରିବେଶ ଅସନ୍ତୁଳିତ ହୋଇଯାଏ । ଅଧ୍ବକ ଜଙ୍ଗଲ କାଟିବା, ଗାଡ଼ିମଟର ଚଳାଚଳ, ଶିଳ୍ପର ବୃଦ୍ଧି ହେତୁ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି । ଏହାଦ୍ଵାରା ଆମ ସାଧାରଣ ଜୀବନଯାପନରେ ବ୍ୟାହତ ସୃଷ୍ଟି ହେଉଅଛି । ଏସବୁର ମୂଳକାରଣ ଜନସଂଖ୍ୟାର ଅଭିବୃଦ୍ଧି ।

(11) ସାମାଜିକ ଅଶାନ୍ତି ଜନସଂଖ୍ୟାର ଦ୍ରୁତ ବୃଦ୍ଧି ସାମାଜିକ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି କରେ । ଲୋକମାନେ ଗ୍ରାମାଞ୍ଚଳରୁ ସହରାଭିମୁଖୀ ହୁଅନ୍ତି । ବେକାରି ସଂଖ୍ୟା ବୃଦ୍ଧି ଘଟେ । ଫଳତଃ, ଚୋରି, ଡକାୟତି, ହତ୍ୟା ଭଳି ଜଘନ୍ୟ ଘଟଣାର ବୃଦ୍ଧି ହୋଇଥାଏ । ଅପମିଶ୍ରଣ, ଜୁଆ ପ୍ରଭୃତି ଖରାପ କାର୍ଯ୍ୟରେ ଲୋକମାନେ ଲିପ୍ତ ହୁଅନ୍ତି । ମିଥ୍ୟା, ଅବିବେକିତା, ଅସାଧୁତା ପ୍ରଭୃତିର ପ୍ରାଧାନ୍ୟ ଘଟିଥାଏ ।

ଆମ ଦେଶରେ ଜନସଂଖ୍ୟା ବୃଦ୍ଧି ହେତୁ ଏହିସବୁ ପ୍ରକାର ସାମାଜିକ କୁକର୍ମର ବୃଦ୍ଧି ଘଟିଚାଲିଛି । ଦେଶରେ ସବୁବେଳେ ରାଜନୈତିକ ଓ ସାମାଜିକ ସଂଘର୍ଷ ହୋଇ ସାମାଜିକ ଶାନ୍ତି ନଷ୍ଟ କରିବା ସଙ୍ଗେ ସଙ୍ଗେ ଅର୍ଥନୈତିକ ବିକାଶକୁ ପ୍ରତିହତ କରୁଛି ।

CHSE Odisha Class 11 Economics Book Solutions (+2 1st Year)

CHSE Odisha 11th Class Economics Book Solutions (+ 2 1st Year)

CHSE Odisha Class 11 Economics Book Solutions in Odia Medium

Part A Indian Economy

Unit 1 ଭାରତୀୟ ଅର୍ଥନୀତିର ସ୍ଥିତି

Unit 2 କ୍ଷେତ୍ରୀୟ ଉନ୍ନୟନ

Unit 3 ଅର୍ଥନୈତିକ ଯୋଜନା ଏବଂ ଅର୍ଥନୈତିକ ସଂସ୍କାର

Unit 4 ଭାରତୀୟ ଅର୍ଥନୀତି ସାମ୍ନା କରୁଥିବା ସମସ୍ୟା

Part B Statistics for Economics

Unit 5 ପରିସଂଖ୍ୟାନର ଉପସ୍ଥାପନା

Unit 6 ବାରମ୍ବାରତା ବିତରଣ

Unit 7 ପରିସାଂଖ୍ୟିକ ପଦ୍ଧତି (I)

Unit 8 ପରିସାଂଖ୍ୟିକ ପଦ୍ଧତି (II)

CHSE Odisha Class 11 Economics Book Solutions in English Medium

  • Unit 1 Status of Indian Economy
  • Unit 2 Sectoral Development
  • Unit 3 Economic Planning and Economic Reforms
  • Unit 4 Current Challenges Facing the Indian Economy
  • Unit 5 Introductory Statistics
  • Unit 6 Frequency Distribution
  • Unit 7 Statistical Methods – I
  • Unit 8 Statistical Methods – II

CHSE Odisha Class 11 Economics Syllabus (+2 1st Year)

Economics (Paper-I)
First Year CHSE
Indian Economy & Statistics

A. Indian Economy

Unit I Status of Indian Economy (12 Marks)
Basic characteristics of the contemporary Indian economy, Structural changes in the Indian economy and the present state of relative contributions of primary, secondary, and tertiary sectors, Demographic features, Adverse effects of population growth, and Population Policy of India

Unit II Sectoral Development (15 Marks)
Agriculture – Importance, low productivity and its causes, Green Revolution, present agricultural situation.
Industry – Importance, Industrial Policies – 1948,1956, 1991.
Infrastructure -Role, Economic Infrastructure (Energy, Transport, and Communications) and Social Infrastructure (Education and Health)
Foreign Trade – Role, Composition, Direction.

Unit III Economic Planning and Economic Reforms (13 Marks)
Planning – Meaning, Need, Objectives, and Achievements, NitiAyog
Economic Reforms Since 1991 – need and main features of Liberalisation, Privatisation, and Globalisation.

Unit IV Current Challenges Facing the Indian Economy (20 Marks)
Poverty – absolute and relative poverty, causes of poverty, and important poverty alleviation programmes currently in place.
Unemployment and underemployment – causes, dimensions, and government programmes currently in place.
Inflation – causes and anti-inflationary measures in place.
Sustainable economic development – Meaning of sustainable development. Economic growth and its adverse impact on the Environment. Problems of global warming and climate change.

B. Statistics for Economics

Unit V Introductory Statistics (7 Marks)
Meaning, scope, importance, use, and limitations of statistics in economics.
Sources of statistical data – primary and secondary sources, NSSO, and Census of India as sources of secondary data in India.
Methods of collection of primary data – census and sampling methods and their relative merits and demerits

Unit VI Frequency Distribution (8 Marks)
Meaning and types of variables and frequency distribution.
Organisation of Data-Basics, Presentation of data – Tabular and diagrammatic presentation, Bar diagram, Pie diagram, Histogram, Frequency Polygon, Ogives, line graphs, Historigrams.

Unit VII Statistical Methods – I (15 Marks)
Measures of Central Tendency – Simple and Weighted Arithmetic Mean, Median, Mode, Concepts of Geometric Mean, Harmonic Mean
Measures of Dispersion Absolute Measures – Range, Quartile Deviation, Mean Deviation and Standard Deviation Relative Measures – Coefficients of Range, Quartile Deviation, Mean Deviation, and Standard Deviation
Merits and Demerits of different Measures of Dispersion

Unit VIII Statistical Methods – II (10 Marks)
Correlation – Meaning, Correlation and Causation, Types of Correlation, Scatter diagram Method of measuring correlation, uses of correlation in Economics
Regression – Meaning, Difference between Correlation and Regression, Uses of Regression in Economics
Index Numbers – Meaning, Importance, Uses, Consumer, and Wholesale Price Index Number.
Time Series – Meaning, Uses, and Components.

CHSE Odisha Class 11 Sociology Unit 1 Short Answer Questions in Odia Medium

Odisha State Board CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ Short Answer Questions.

CHSE Odisha 11th Class Sociology Unit 1 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୨ଟି / ୩ଟି ବାକ୍ୟରେ ଲେଖ ।

1. ସମାଜ ବିଜ୍ଞାନ କହିଲେ କ’ଣ ବୁଝ ?
Answer:
ସମାଜ ବିଜ୍ଞାନ ଏକ ସାମାଜିକ ବିଜ୍ଞାନଭାବେ ପରିଚିତ । ଏହି ସମାଜ ବିଜ୍ଞାନ ଶବ୍ଦଟି ଲାଟିନ୍ ଶବ୍ଦ ‘ସୋସିଅସ୍’ (Socious) ଏବଂ ଗ୍ରୀକ୍ ଶବ୍ଦ ‘ଲୋଗସ୍’ (Logus) ର ମିଶ୍ରଣରେ ଗଠିତ । ‘ସୋସିଅସ୍’ ବା ‘ସୋସାଇଟିସ’ ଅର୍ଥ ହେଉଛି ‘ସମାଜ’ଏବଂ ‘ଲୋଗସ୍’ ଅର୍ଥ ‘ଅଧ୍ୟୟନ’ ବା ‘ବିଜ୍ଞାନ’ । ତେଣୁ ଏହି ଅର୍ଥରେ ‘ସମାଜବିଜ୍ଞାନ’ର ଅର୍ଥ ହେଉଛି ‘ସମାଜର ବିଜ୍ଞାନ’ । ଅନ୍ୟ ଅର୍ଥରେ ସମାଜ ବିଜ୍ଞାନ ହେଉଛି ମାନବ ସମାଜର ଏକ ସୁବ୍ୟବସ୍ଥିତ ଅଧ୍ୟୟନ ।

2. ସମାଜ ବିଜ୍ଞାନର ସଂଜ୍ଞା ନିରୂପଣ କର ।
Answer:
ମୋରିସ୍ ଜିନିସ୍‌ବର୍ଗ (Morris Ginsberg) ଙ୍କ ମତରେ, “ମାନବୀୟ ପାରସ୍ପରିକ କ୍ରିୟା ଏବଂ ପାରସ୍ପରିକ ସମ୍ପର୍କ, ସେଗୁଡ଼ିକର ଅବସ୍ଥା ଏବଂ ଫଳାଫଳର ଅଧୟନକୁ ସମାଜ ବିଜ୍ଞାନ କୁହାଯାଏ ।’’

ଗିଲିନ୍ ଏବଂ ଗିଲିନ୍ (Gillin and Gillin) ଙ୍କ ମତରେ, “ବିସ୍ତୃତ ଅର୍ଥରେ ସମାଜ ବିଜ୍ଞାନ କହିଲେ ସଂଘବଦ୍ଧ ଜୀବନ ଯାପନ କରୁଥିବା ମନୁଷ୍ୟମାନଙ୍କର ପାରସ୍ପରିକ କ୍ରିୟାର ଅଧ୍ୟୟନକୁ ସମାଜଶାସ୍ତ୍ର କୁହାଯାଏ ।’’

3. ସମାଜ ବିଜ୍ଞାନ ପରିସର ସମ୍ପର୍କରେ କେଉଁ ପ୍ରକାରର ମତବାଦମାନ ପ୍ରଚଳିତ ?
Answer:
ସମାଜ ବିଜ୍ଞାନର ପରିସରକୁ ନେଇ ଦୁଇଗୋଟି ମତବାଦ ରହିଛି । ସେଗୁଡ଼ିକ ହେଲା –
(୧) ସ୍ୱାତନ୍ତ୍ର୍ୟ ବା ଆକୃତିଗତ ମତବାଦ (Formalistic School) ଏବଂ
(୨) ସାଂଶ୍ଳେଷିତ ମତବାଦ (Synthetic School) ।

CHSE Odisha Class 11 Sociology Unit 1 Short Answer Questions in Odia Medium

4. ସ୍ବାତନ୍ତ୍ର୍ୟ ମତବାଦର ପୃଷ୍ଠପୋଷକମାନଙ୍କ ମଧ୍ୟରୁ ଦୁଇଜଣଙ୍କର ନାମ ଉଲ୍ଲେଖ କର ।
Answer:
ଏହି ସ୍ବାତନ୍ତ୍ର୍ୟ ମତବାଦ ଗୋଷ୍ଠୀର ଦୁଇଜଣ ପୃଷ୍ଠପୋଷକ ହେଲେ –
(i) ମ୍ୟାକ୍‌ସ ୱେବର (Max-Weber) ଏବଂ
(ii) ଫର୍ଜିନାଣ୍ଡ୍ ଟନିସ୍ (Ferdinand Tonnies) ।

5. ସାଂଶ୍ଳେଷିକ ମତବାଦର ପୃଷ୍ଠପୋଷକମାନଙ୍କ ମଧ୍ୟରୁ ତିନି ଜଣଙ୍କର ପରିଚୟ ଦିଅ ।
Answer:
ସାଂଶ୍ଳେଷିକ ମତବାଦ ଗୋଷ୍ଠୀର ତିନିଜଣ ପୃଷ୍ଠପୋଷକ ହେଲେ –
(i) ଇମାଇଲ ଦୁର୍ଖମ (Emile Durkheim)
(ii) ଏଲ୍.ଟି.ହବସ୍ (L. T. Hobbouse)
(iii) ପି.ଏ. ସରୋକିନ୍ (P.A. Sorokin) ।

6. କମ୍‌ଙ୍କର ତ୍ରି-ସ୍ତରୀୟ ନିୟମ କ’ଣ ଅଟେ ?
Answer:
ଏହି ତ୍ରି-ସ୍ତରୀୟ ନିୟମ ସମାଜ ବିଜ୍ଞାନ ଇତିହାସକୁ ଏକ ଅତୁଳନୀୟ ଦାନରୂପେ ପରିଚିତ । କମ୍‌ଟେ ୧୮୨୨ ମସିହାରେ ଏହି ନିୟମର ବିଶ୍ଳେଷଣ କରିଥିଲେ । ତାଙ୍କ ମତରେ, ପ୍ରତ୍ୟେକ ମାନବୀୟ ଜ୍ଞାନର ଧାରା ତିନିଗୋଟି ସ୍ତର ଦେଇ ବିକଶିତ ହୋଇଥାଏ । ଏହି ସ୍ତରଗୁଡ଼ିକ ହେଲା; ଯଥା –
(୧) ଧର୍ମତାତ୍ତ୍ଵିକ
(୨) ଆଧ୍ୟାତ୍ମିକ ବା ଅମୂର୍ଖ ଏବଂ
(୩) ବୈଜ୍ଞାନିକ ବା ସକାରାତ୍ମରକ ସ୍ତର ।

7. ଧର୍ମତାତ୍ତ୍ଵିକ ସ୍ତର କହିଲେ ତୁମେ କ’ଣ ବୁଝ ?
Answer:
ମନୁଷ୍ୟ ମନର ବିକାଶଧାରାର ପ୍ରଥମ ସ୍ତର ହେଉଛି ଧର୍ମତାତ୍ତ୍ଵିକ ସ୍ତର । ଏହି ସ୍ତରରେ ମନୁଷ୍ୟ ସମସ୍ତ ବସ୍ତୁକୁ ଅତି ପ୍ରାକୃତିକ ଶକ୍ତିରୂପେ ଦେଖୁଥାଏ । ମନୁଷ୍ୟର ବିଶ୍ବାସ ଯେ ପ୍ରତ୍ୟେକ ଘଟଣା ଏହି ଶକ୍ତିଦ୍ୱାରା ନିୟନ୍ତ୍ରିତ ଅଟେ । ଏହି ଧର୍ମତାତ୍ତ୍ଵିକ ସ୍ତର ତିନୋଟି ଉପସ୍ତର ଦେଇ ଗତି କରିଥାଏ । ସେଗୁଡ଼ିକ ହେଲା –
(i) ଫେଟିସବାଦ,
(ii) ବହୁ ଈଶ୍ୱରବାଦ ଏବଂ
(iii) ଏକେଶ୍ଵରବାଦ ।

8. ଜୈବ ତତ୍ତ୍ବ କହିଲେ କ’ଣ ବୁଝାଏ ?
Answer:
‘ଜୈବ ତତ୍ତ୍ବ’ ହେଉଛି ସମାଜର ଉତ୍ପତ୍ତି ସମ୍ପର୍କୀୟ ଏକ ମୁଖ୍ୟ ତତ୍ତ୍ଵ । ଏହି ତତ୍ତ୍ଵର ପୃଷ୍ଠପୋଷକମାନେ ସମାଜକୁ ଏକ ‘ଜୀବ’ ସହିତ ତୁଳନା କରିଛନ୍ତି । ସେମାନଙ୍କ ମତରେ, ଜୀବର ଯେପରି କ୍ରମବିକାଶ ଘଟିଥାଏ, ସମାଜର ମଧ୍ୟ ସେହିପରି କ୍ରମବିକାଶ ଘଟିଥାଏ ।

9. ଜୈବ ତତ୍ତ୍ଵର ମୁଖ୍ୟ ପୁରୋଧା କିଏ ।
Answer:
ଜୈବ ତତ୍ତ୍ଵର ମୁଖ୍ୟ ପୁରୋଧା ହେଉଛନ୍ତି ହର୍ବଟ୍ ସ୍ପେନ୍ସର ।

10. ସ୍ପେନ୍ସରଙ୍କ ଜୈବ ତତ୍ତ୍ବ କ’ଣ ଅଟେ ?
Answer:
ସେନ୍ସରଙ୍କ ମତରେ, ଜୀବ ଭଳି ସମାଜ କ୍ରମୋନ୍ନତିଶୀଳ ପ୍ରକ୍ରିୟାଦ୍ଵାରା ସରଳରୁ ଜଟିଳାଭିମୁଖୀ ହୋଇଥାଏ । ଜୀବ ପରି ସମାଜ ମଧ୍ୟ ତା’ର ପ୍ରକାର୍ଯ୍ୟରେ ପାର୍ଥକ୍ୟ ଏବଂ ସଂରଚନାରେ ସଂହତି ପ୍ରଦର୍ଶନ କରିଥାଏ ।

11. ଦୁର୍ଖଙ୍କ ଆତ୍ମହତ୍ୟାର ପ୍ରକାରଭେଦ ଦର୍ଶାଅ ।
Answer:
ଦୁର୍ଖମ୍ ତାଙ୍କର ଆତ୍ମହତ୍ୟାକୁ ତିନି ଭାଗରେ ବିଭକ୍ତ କରିଅଛନ୍ତି; ଯଥା –
(i) ଆତ୍ମକୈନ୍ଦ୍ରିକ ଆତ୍ମହତ୍ୟା,
(ii) ଅପ୍ରତିମାନୀୟ ଆତ୍ମହତ୍ୟା ଏବଂ
(iii) ପରାର୍ଥବାଦୀ ଆତ୍ମହତ୍ୟା ।

CHSE Odisha Class 11 Sociology Unit 1 Short Answer Questions in Odia Medium

12. ଆତ୍ମକୈନ୍ଦ୍ରିକ ଆତ୍ମହତ୍ୟା କହିଲେ ତୁମେ କ’ଣ ବୁଝ ?
Answer:
ଦୁର୍ଖଙ୍କ ମତରେ, ଯେତେବେଳେ ବ୍ୟକ୍ତି ସାମାଜିକ ସମୂହରୁ ବିଚ୍ଛିନ୍ନ ହୋଇ ନିଃସଙ୍ଗତା ଅନୁଭବ କରେ, ସେତେବେଳେ ସେ ଆତ୍ମହତ୍ୟା କରିଥାଏ । ଦୁର୍ଖଙ୍କ ମତରେ, ଏକ ବିଘଟିତ ସମାଜ ବ୍ୟକ୍ତିଗତ ବିଘଟନ ସୃଷ୍ଟି କରି ବ୍ୟକ୍ତିକୁ ଆତ୍ମହତ୍ୟା କରିବାର ବାଟ ଦେଖାଇଥାଏ ।

13. ପରାର୍ଥବାଦୀ ଆତ୍ମହତ୍ୟା କହିଲେ ତୁମେ କ’ଣ ବୁଝ ?
Answer:
ଏହିପ୍ରକାର ଆତ୍ମହତ୍ୟା ସମୂହ କଲ୍ୟାଣପାଇଁ ସଂଘଟିତ ହୋଇଥାଏ । ପୁରାତନ ସମାଜରେ ଏହି ପ୍ରକାର ଆତ୍ମହତ୍ୟାର ମାତ୍ରା ଅଧିକ ଥିଲା । ସାଧାରଣତଃ ବୃଦ୍ଧ, ଅକର୍ମଣ୍ୟ ଏବଂ ବିଧବାମାନେ ଏହିପ୍ରକାର ଆତ୍ମହତ୍ୟା କରିଥା’ନ୍ତି । କାରଣ ଏହି ଧରଣର ବ୍ୟକ୍ତିମାନେ ନିଜର ସୁଖସ୍ୱାଚ୍ଛନ୍ଦ୍ୟକୁ ସାମୁହିକ କଲ୍ୟାଣ ଏବଂ ସାମାଜିକ ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖୁବାପାଇଁ ସେମାନଙ୍କର ଜୀବନ ଉତ୍ସର୍ଗ କରିବାକୁ କୁଣ୍ଠା ପ୍ରକାଶ କରି ନ ଥା’ନ୍ତି ।

14. ନୃତତ୍ତ୍ଵର ବିଭିନ୍ନ ଉପ-ବିଭାଗଗୁଡ଼ିକ କ’ଣ ?
Answer:
ନୃତତ୍ତ୍ଵକୁ ମୁଖ୍ୟତଃ ୪ଟି ଭାଗରେ ବିଭକ୍ତ କରାଯାଇଛି; ସେଗୁଡ଼ିକ ହେଲା –
(୧) ଶାରୀରିକ ନୃତତ୍ତ୍ଵ (Physical Anthropology)
(୨) ସାମାଜିକ ନୃତତ୍ତ୍ଵ (Social Anthropology)
(୩) ସାଂସ୍କୃତିକ ପ୍ରତ୍ନତତ୍ତ୍ବ (Cultural Anthropology)
(୪) ପ୍ରାଗ୍-ଐତିହାସିକ ପ୍ରତ୍ନତତ୍ତ୍ବ (Pre-Historic Archaeology)

15. ସାଂସ୍କୃତିକ ନୃତତ୍ତ୍ଵ କହିଲେ ତୁମେ କ’ଣ ବୁଝ ?
Answer:
ସାଂସ୍କୃତିକ ନୃତତ୍ତ୍ବ ନୃତତ୍ତ୍ଵର ଏକ ମୁଖ୍ୟ ଅଂଶରୂପେ ପରିଚିତ । ଏହା ଆଦିମ ମାନବର ଉଭୟ ବସ୍ତୁଭିଭିକ ଏବଂ ବସ୍ତୁତ୍ଵର ସଂସ୍କୃତି ସହିତ ଜଡ଼ିତ । ଏହି ସାଂସ୍କୃତିକ ନୃତତ୍ତ୍ଵ ଆଦିମ-ମାନବର ଅତୀତ ଏବଂ ବର୍ତ୍ତମାନର ସାଂସ୍କୃତିକ ଉପାଦାନଗୁଡ଼ିକ ସମ୍ପର୍କରେ ଆଲୋକପାତ କରିଥାଏ ।

16. ଦୁଇଜଣ ବିଶିଷ୍ଟ ନୃତତ୍ତ୍ବବିତ୍‌ଙ୍କର ନାମ ଉଲ୍ଲେଖ କର ।
Answer:
ଦୁଇଜଣ ବିଶିଷ୍ଟ ନୃତଶ୍ଚିତ୍‌ ହେଉଛନ୍ତି –
(i) ଏ.ଏଲ୍‌. କ୍ରୋବର୍ (A.L. Krober) ଏବଂ
(ii) ରାଡ୍‌କ୍ଲିଫ୍ ବ୍ରାଉନ୍ (Redcliffe Brown) ।

17. ସମାଜ ବିଜ୍ଞାନ ଏବଂ ନୃତତ୍ତ୍ବ ମଧ୍ଯରେ ଯେଉଁ ପାର୍ଥକ୍ୟ ରହଛି, ସେଥ୍ମଧ୍ୟରୁ ଗୋଟିକର ସୂଚନା ଦିଅ ।
Answer:
ସମାଜ ବିଜ୍ଞାନ ଉଭୟ ସଭ୍ୟ ଏବଂ ଜଟିଳ ସମାଜକୁ ତା’ର ଅଧ୍ୟୟନର ପରିସରଭୁକ୍ତ କରିଥାଏ । ମାତ୍ର ନୃତତ୍ତ୍ଵ ପ୍ରାଗ୍-ଲିପିକ ଏବଂ ଆଦିମ ସମାଜକୁ ଅଧ୍ୟୟନ କରିଥାଏ ।

18. ଦୁଇଜଣ ଐତିହାସିକ ସମାଜବିଜ୍ଞାନୀଙ୍କର ନାମ ଉଲ୍ଲେଖ କର ।
Answer:
ବିଶ୍ବର ଦୁଇଜଣ ପ୍ରସିଦ୍ଧ ଐତିହ୍ୟିକ ସମାଜବିଜ୍ଞାନୀଙ୍କର ନାମ ହେଉଛି –
(i) ଆର୍‌ନୋଲ୍‌ ଟଏନବୀ (Arnold Toynbee)
(ii) ଓସୱାଲ୍ଡ ସ୍ପେଙ୍ଗଲର୍ (Oswald Spengler) |

19. ଅଧ୍ୟୟନର ପଦ୍ଧତିକୁ ଭିଭିକରି ସମାଜ ବିଜ୍ଞାନ କିପରି ରାଜନୀତି ବିଜ୍ଞାନଠାରୁ ପୃଥକ୍ ଅଟେ ?
Answer:
ସମାଜ ବିଜ୍ଞାନ ଏବଂ ରାଜନୀତି ବିଜ୍ଞାନର ଅଧ୍ୟୟନ ପଦ୍ଧତିରେ ତାରତମ୍ୟ ପ୍ରକାଶ ପାଇଥାଏ । ସମାଜ ବିଜ୍ଞାନରେ ସାମାଜିକ ସର୍ବେକ୍ଷଣ, ବ୍ୟକ୍ତି ଅଧ୍ୟୟନ, ପର୍ଯ୍ୟବେକ୍ଷଣ ଏବଂ ସାକ୍ଷାତ୍‌କାର ପଦ୍ଧତିର ବ୍ୟବହାର କରାଯାଉଥିବାବେଳେ ରାଜନୀତି ବିଜ୍ଞାନରେ ଆରୋହ ପଦ୍ଧତି (Inductive method) ଏବଂ ଅବରୋହ ପଦ୍ଧତି (Deductive method) ର ପ୍ରୟୋଗ କରାଯାଇଥାଏ ।

20. ସମାଜ ବିଜ୍ଞାନ ଏବଂ ମନସ୍ତତ୍ତ୍ବ ମଧ୍ଯରେ ଗୋଟିଏ ପାର୍ଥକ୍ୟ ଦର୍ଶାଅ ।
Answer:
ସମାଜ ବିଜ୍ଞାନ ସମ୍ପୂର୍ଣ୍ଣ ସମାଜକୁ ଅଧ୍ୟୟନ କରିଥାଏ । ଅପରପକ୍ଷରେ ମନସ୍ତତ୍ତ୍ଵ ବ୍ୟକ୍ତିର ମାନସିକ ଅବସ୍ଥାକୁ ଅଧ୍ୟୟନ କରିଥାଏ । ଏହା ବ୍ୟକ୍ତିର ମାନସିକ ପ୍ରକ୍ରିୟା, ଅନ୍ତଃ ଏବଂ ବାହ୍ୟ ବ୍ୟବହାରକୁ ଅଧ୍ୟୟନ କରିଥାଏ ।

21. ସମାଜ ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ଯରେ ଯେକୌଣସି ଗୋଟିଏ ପ୍ରଭେଦ ଦର୍ଶାଅ ।
Answer:
ସମାଜ ବିଜ୍ଞାନ ପ୍ରାଥମିକଭାବେ ବ୍ୟକ୍ତିର ଅର୍ଥନୈତିକ କାର୍ଯ୍ୟକଳାପର ସାମାଜିକ ଦିଗ ସହିତ ସମ୍ପୃକ୍ତ ଅଟେ । କିନ୍ତୁ ଅର୍ଥଶାସ୍ତ୍ର ମୁଖ୍ୟତଃ ଦ୍ରବ୍ୟ ଉତ୍ପାଦନ, ଉପଭୋଗ, ବିନିମୟ ଏବଂ ବଣ୍ଟନ ବ୍ୟବସ୍ଥା ସହିତ ଜଡ଼ିତ । ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ସମାଜ ବିଜ୍ଞାନର ପ୍ରକୃତି ମାନବବାଦୀ ଅଟେ ଏବଂ ଅର୍ଥଶାସ୍ତ୍ରର ପ୍ରକୃତି ବସ୍ତୁବାଦୀ ଅଟେ ।

22. ‘ଆତ୍ମହତ୍ୟା ତତ୍ତ୍ବ’ କିଏ ପ୍ରବର୍ତ୍ତନ କରିଥିଲେ ?
Answer:
ଆତ୍ମହତ୍ୟା ତତ୍ତ୍ବ ବିଶିଷ୍ଟ ଫରାସୀ ସମାଜଶାସ୍ତ୍ରବିତ୍ ‘ଇମାଇଲ୍ ଦୁର୍ଖମ୍’ ପ୍ରବର୍ତ୍ତନ କରିଥିଲେ ।

23. ‘ତ୍ରି-ସ୍ତରୀୟ ତତ୍ତ୍ବ’ କିଏ ପ୍ରଦାନ କରିଥିଲେ ?
Answer:
‘ତ୍ରି-ସ୍ତରୀୟ ତତ୍ତ୍ୱ’ ବିଶିଷ୍ଟ ଫରାସୀ ସମାଜଶାସ୍ତ୍ରବିତ୍ ‘ଅଗଷ୍ଟ କମ୍‌’ (Auguste Comte) ପ୍ରଦାନ କରିଥିଲେ ।

24. ହର୍ବଟ୍ ସ୍ପେନସର୍‌ଙ୍କ ଯେକୌଣସି ଏକ ବିଶେଷ ଅବଦାନ ଦର୍ଶାଅ ।
Answer:
ହର୍ବଟ୍ ସ୍ପେନସର୍‌ଙ୍କ ସମାଜଶାସ୍ତ୍ର ପ୍ରତି ବିଶେଷ ଅବଦାନ ହେଲା ‘ଜୈବ ତତ୍ତ୍ବ’ (Organic Theory) ।

CHSE Odisha Class 11 Sociology Unit 1 Short Answer Questions in Odia Medium

25. ଆତ୍ମହତ୍ୟାର ସଂଜ୍ଞା ପ୍ରଦାନ କର ।
Answer:
ଇମାଇଲ୍ ଦୁର୍ଖମ୍ (Emile Durkheim) ଙ୍କ ମତରେ, ‘‘ଆତ୍ମହତ୍ୟା, ଉତ୍‌ପୀଡି଼ତ ବ୍ୟକ୍ତି ନିଜେ ବା ପରୋକ୍ଷଭାବରେ, ସକାରାତ୍ମକ ବା ନକରାତ୍ମକ କାର୍ଯ୍ୟଦ୍ୱାରା ସମ୍ପନ୍ନ କରୁଥିବା ସମସ୍ତ ପ୍ରକାର ମୃତ୍ୟୁକୁ ବୁଝାଏ ଏବଂ ଏ ପ୍ରକାର ଫଳାଫଳ ପାଇଁ ବ୍ୟକ୍ତି ନିଜେ ହିଁ ଚେଷ୍ଟା କରିଥାଏ ।’’

26. ସମାଜ ବିଜ୍ଞାନ କେବେ ସୃଷ୍ଟି ହୋଇଥିଲା ?
Answer:
ସମାଜ ବିଜ୍ଞାନ ୧୮୩୯ ମସିହାରେ ସୃଷ୍ଟି ହୋଇଥିଲା ।

27. ଆତ୍ମହତ୍ୟା କହିଲେ କ’ଣ ବୁଝ ?
Answer:
ଆତ୍ମହତ୍ୟା ବା Sucide ସମ୍ପ୍ରତ୍ୟୟଟି ‘Sui’ ଯାହାର ଅର୍ଥ ‘ଆତ୍ମା’ ଓ ‘Cide’ ଯାହାର ଅର୍ଥ ‘ହତ୍ୟା’ର ସମ୍ମିଶ୍ରଣରେ ଗଠିତ । ଅର୍ଥାତ୍ ନିଜେ ନିଜକୁ ହତ୍ୟା କରିବାକୁ ଆତ୍ମହତ୍ୟା କୁହାଯାଏ ।

28. ଇମାଇଲ୍ ଦୁର୍ଖମ୍ (Emaile Durkheim) ଙ୍କର ସମାଜଶାସ୍ତ୍ର ପ୍ରତି ମୁଖ୍ୟ ଅବଦାନଗୁଡ଼ିକ ଉଲ୍ଲେଖ କର ।
Answer:
ଇମାଇଲ୍ ଦୁର୍ଖମଙ୍କର ସମାଜ ବିଜ୍ଞାନକୁ ମୁଖ୍ୟ ଅବଦାନଗୁଡ଼ିକ ହେଲା –
(୧) ଆତ୍ମହତ୍ୟା ତତ୍ତ୍ଵ (Theory of Suicide)
(୨) ଶ୍ରମ ବିଭାଜନ (The Division of Labour)

29. ଅଗଷ୍ଟ କମ୍‌ (Auguste Comte) ଙ୍କର ସମାଜଶାସ୍ତ୍ର ପ୍ରତି ମୁଖ୍ୟ ଅବଦାନଗୁଡ଼ିକ କ’ଣ ?
Answer:
ଅଗଷ୍ଟ କମ୍‌ଙ୍କର ସମାଜଶାସ୍ତ୍ର ପ୍ରତି ମୁଖ୍ୟ ଅବଦାନଗୁଡ଼ି ହେଲା –
(୧) ତ୍ରି-ସ୍ତରୀୟ ନିୟମ (Law of Three Stages)
(୨) ପ୍ରତ୍ୟକ୍ଷବାଦ (Positivism)

30. ସମାଜ ବିଜ୍ଞାନର ଦୁଇଗୋଟି ପ୍ରକୃତି ବା ଲକ୍ଷଣ ଉଲ୍ଲେଖ କର ।
Answer:
(୧) ସମାଜ ବିଜ୍ଞାନ ଏକ ସାମାଜିକ ବିଜ୍ଞାନ ଅଟେ ।
(୨) ସମାଜ ବିଜ୍ଞାନ ଏକ ଅମୂର୍ଖ (Abstract) ବିଜ୍ଞାନ ଅଟେ ।

31. ଭାରତବର୍ଷରେ ସମାଜ ବିଜ୍ଞାନର ସର୍ବପ୍ରଥମେ କେବେ ଓ କେଉଁଠାରେ ଅଧ୍ୟାପନା ଆରମ୍ଭ ହୋଇଥିଲା ?
Answer:
ଭାରତବର୍ଷରେ ସମାଜ ବିଜ୍ଞାନର ଅଧ୍ୟାପନା ସର୍ବପ୍ରଥମେ ବମ୍ବେ ବିଶ୍ବବିଦ୍ୟାଳୟରେ ୧୯୧୯ ମସିହାରେ ଆରମ୍ଭ ହୋଇଥିଲା ।

32. ସମାଜଶାସ୍ତ୍ରରେ ପ୍ରତିଷ୍ଠାତା ଜନକଗଣ କିଏ ?
Answer:
ସମାଜଶାସ୍ତ୍ରରେ ପ୍ରତିଷ୍ଠାତା ଜନକଗଣ ହେଲା –
(୧) ଅଗଷ୍ଟ କମ୍‌ (Auguste Comte)
(୨) ହର୍‌ବର୍ଟ ସେନ୍ସର (Herbert Spencer)
(୩) ଇମାଇଲ୍ ଦୁର୍ଖମ୍ (Emile Durkheim)
(୪) ମାକ୍‌ସ ୱେବର୍ (Max Weber)

33. ସମାଜ ବିଜ୍ଞାନ ଓ ଇତିହାସ ମଧ୍ୟରେ ଥିବା ଗୋଟିଏ ପାର୍ଥକ୍ୟ ଦର୍ଶାଅ ।
Answer:
ସମାଜ ବିଜ୍ଞାନ ଓ ଇତିହାସ ମଧ୍ଯରେ ଗୋଟିଏ ସାମାଜିକ ବିଜ୍ଞାନ ହୋଇଥିବା ସ୍ଥଳେ, ଇତିହାସ ଏକ ମୂର୍ଖ (Concrete) ସାମାଜିକ ବିଜ୍ଞାନ ଅଟେ ।

34. ସମାଜ ବିଜ୍ଞାନ ଓ ରାଜନୀତି ବିଜ୍ଞାନ ମଧ୍ୟରେ ଥ‌ିବା ଗୋଟିଏ ପାର୍ଥକ୍ୟ ଦର୍ଶାଅ ।
Answer:
ସମାଜ ବିଜ୍ଞାନ ଓ ରାଜନୀତି ବିଜ୍ଞାନ ମଧ୍ୟରେ ଗୋଟିଏ ପାର୍ଥକ୍ୟ ହେଉଛି – ସମାଜ ବିଜ୍ଞାନ ସମାଜର ବିଜ୍ଞାନଭାବେ ପରିଗଣିତ ହେଉଥ‌ିବାବେଳେ ରାଜନୀତି ବିଜ୍ଞାନ ରାଷ୍ଟ୍ର ଏବଂ ସରକାରଙ୍କ ବିଜ୍ଞାନରୂପେ ପରିଚିତ । ସମାଜ ବିଜ୍ଞାନ ଏକ ସାଧାରଣ ସାମାଜିକ ବିଜ୍ଞାନରୂପେ; କିନ୍ତୁ ରାଜନୀତି ବିଜ୍ଞାନ ଏକ ସ୍ବତନ୍ତ୍ର ବିଜ୍ଞାନରୂପେ ପରିଚିତ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ୫ଟି / ୬ଟି ବାକ୍ୟରେ ଲେଖ ।

1. ସମାଜ ବିଜ୍ଞାନର ପରିସର କହିଲେ କ’ଣ ବୁଝ ?
Answer:
ସମାଜ ବିଜ୍ଞାନର ପରିସର କହିଲେ ତାହାର ବିଷୟବସ୍ତୁକୁ ହିଁ ବୁଝାଇଥାଏ । ଏହି ପରିସରକୁ ଭିଭିକରି ସମାଜବିଜ୍ଞାନୀମାନେ ଭିନ୍ନ ମତ ପୋଷଣ କରିଥା’ନ୍ତି । ଭି. ଏଫ୍. କାଲବର୍ଟନ୍ (V. F. Callberton)ଙ୍କ ମତରେ, “ସମାଜ ବିଜ୍ଞାନ ଏକ ସ୍ଥିତିତାପକ ବିଜ୍ଞାନ ହୋଇଥିବାରୁ ଏହାର ସୀମା କେଉଁଠାରୁ ଆରମ୍ଭ ଏବଂ କେଉଁଠି ଶେଷ, ତାହା ନିର୍ଦ୍ଧାରଣ କରିବା କଷ୍ଟସାଧ୍ୟ ।’’ ଅନ୍ୟ କେତେକଙ୍କ ମତରେ, ସମାଜ ବିଜ୍ଞାନ ସୂର୍ଯ୍ୟର ଅଧୀନରେ ଥ‌ିବା ସମସ୍ତ ଜିନିଷକୁ ଅଧ୍ୟୟନ କରିଥାଏ । କିନ୍ତୁ ଏହି ମତ ସମାଜ ବିଜ୍ଞାନର ପରିସର ସମ୍ବନ୍ଧରେ ଅତ୍ୟନ୍ତ ଅନିଶ୍ଚିତ ଅଟେ । ପ୍ରକୃତରେ ସମାଜ ବିଜ୍ଞାନର ଅଧ୍ୟୟନ କ୍ଷେତ୍ର ସୀମିତ ଅଟେ ।

ଏହି ସମାଜ ବିଜ୍ଞାନ ହେଉଛି ମାନବିକ ଅନ୍ତଃକ୍ରିୟା ଏବଂ ଅନ୍ତଃ-ସମ୍ପର୍କ, ସେଗୁଡ଼ିକର ଅବସ୍ଥା ଏବଂ ଫଳାଫଳର ଏକ ଅଧ୍ୟୟନ । ସମାଜ ବିଜ୍ଞାନ ସମାଜରେ ମନୁଷ୍ୟର ସମ୍ପୂର୍ଣ୍ଣ ଜୀବନ ତଥା ବ୍ୟବହାରକୁ ଅଧ୍ୟୟନ କରିବା ସହିତ ବ୍ୟକ୍ତିର ସମସ୍ତ କାର୍ଯ୍ୟକଳାପକୁ ଅଧ୍ୟୟନ କରେ । ସମାଜ ବିଜ୍ଞାନର ପରିସରକୁ ନିର୍ଦ୍ଧାରଣ କରିବାପାଇଁ ଆପ୍ରାଣ ଉଦ୍ୟମ କରାଯାଇଛି । ଏଥ‌ିପାଇଁ ଦୁଇଗୋଟି ମତବାଦ ଆମ ଦୃଷ୍ଟିଗୋଚରକୁ ଆସିଛି ।

CHSE Odisha Class 11 Sociology Unit 1 Short Answer Questions in Odia Medium

ସେଗୁଡ଼ିକ ହେଲା ସ୍ୱାତନ୍ତ୍ର୍ୟ ବା ଆକୃତିଗତ ମତବାଦ ଏବଂ ସାଂଶ୍ଲେଷିକ ମତବାଦ । ପ୍ରଥମ ମତବାଦ ଅନୁସାରେ ସମାଜ ବିଜ୍ଞାନ ଏବଂ ଏହାର ପରିସର ସଂକୀର୍ଣ୍ଣ ଏବଂ ସୀମିତ ହେବା ଉଚିତ । ଦ୍ଵିତୀୟ ମତବାଦ ଅନୁସାରେ ସମାଜ ବିଜ୍ଞାନ ଏକ ସାଧାରଣ ତଥା ସୁବ୍ୟବସ୍ଥିତ ବିଜ୍ଞାନ ଏବଂ ଏହାର ପରିସର ସୁଦୂରପ୍ରସାରୀ ଅଟେ ।

2. ଅଗଷ୍ଟ କମ୍‌ଙ୍କର ତ୍ରି-ସ୍ତରୀୟ ନିୟମକୁ ସଂକ୍ଷେପରେ ଆଲୋଚନା କର ।
Answer:
ପ୍ରବୀଣ ଫରାସୀ ସମାଜବିଜ୍ଞାନୀ ଅଗଷ୍ଟ କମ୍‌ଙ୍କର ସମାଜ ବିଜ୍ଞାନ କ୍ଷେତ୍ରକୁ ଅପୂରଣୀୟ ଦାନ ରହିଛି । ସେହି ମହାମାନବଙ୍କର ଯେଉଁସବୁ ଅନୁଦାନଗୁଡ଼ିକ ଆଜି ସମାଜ ବିଜ୍ଞାନକୁ ସମୃଦ୍ଧ କରିଛି, ସେଗୁଡ଼ିକ ମଧ୍ୟରୁ ତ୍ରି-ସ୍ତରୀୟ ନିୟମ
ଅନ୍ୟତମ ।

କମ୍ଫେକଙ୍କର ଯୁକ୍ତି ଏହି ଯେ ମାନବୀୟ ଜ୍ଞାନ ତିନୋଟି ସ୍ତର ଦେଇ ବିକଶିତ ହୋଇଛି । ଏହା କମ୍‌କଙ୍କର ତ୍ରି-ସ୍ତରୀୟ ନିୟମ (Law of Three Stages) ରୂପେ ପରିଚିତ । ତାଙ୍କ ମତରେ, ମନୁଷ୍ୟର ଜ୍ଞାନର ବିବର୍ତ୍ତନ ପ୍ରକ୍ରିୟା ତିନିଗୋଟି ଅବସ୍ଥା; ଯଥା – ଧର୍ମତାତ୍ତ୍ଵିକ, ଆଧ୍ୟାତ୍ମିକ ବା ଅମୂର୍ଖ ଏବଂ ବୈଜ୍ଞାନିକ ସ୍ତର ଦେଇ ଗତି କରିଥାଏ । ଅନ୍ୟ ଅର୍ଥରେ ଏହି ନିୟମ ଅନୁସାରେ ମାନବର ଜ୍ଞାନ ତିନୋଟି ଭିନ୍ନ ସ୍ତର ଦେଇ ବିକଶିତ ହୋଇଥାଏ ।

ଏହି ଧର୍ମତାତ୍ତ୍ଵିକ ସ୍ତରରେ ମନୁଷ୍ୟର ଚିନ୍ତାଧାରା ଏକ ଅତି ପ୍ରାକୃତିକ ଶକ୍ତିଠାରେ କେନ୍ଦ୍ରୀଭୂତ ହୋଇ ରହିଥାଏ । ଅନ୍ୟ ଅର୍ଥରେ କୁହାଯାଇପାରେ ଯେ ଏହି ସ୍ତରରେ ବ୍ୟକ୍ତି ସମସ୍ତ ବସ୍ତୁକୁ ଅତି ପ୍ରାକୃତିକ ଭାବେ ଅଭିହିତ କରିଥାଏ । ଏହି ସ୍ତମ୍ଭ ତିନିଗୋଟି ଉପ-ସ୍ତରରେ ବିଭକ୍ତ; ଯଥା – ଫେଟିସ୍‌ବାଦ, ବହୁଈଶ୍ବରବାଦ ଏବଂ ଏକେଶ୍ବରବାଦ ।

ମନୁଷ୍ୟ ମନର ବିବର୍ତ୍ତନ ପ୍ରକ୍ରିୟାରେ ଦ୍ବିତୀୟ ସ୍ତରଟି ହେଉଛି ଆଧ୍ୟାତ୍ମିକ ବା ଅମୂର୍ଖ ସ୍ତର । ଏହି ସ୍ତରରେ ମନୁଷ୍ୟ ଏକ ଅମୂର୍ଖ ଶକ୍ତିଠାରେ ସ୍ଥାପନ କରିଥାଏ । ତା’ର ଚିନ୍ତାଧାରାରେ ଏହି ଅମୂର୍ତ୍ତ ଶକ୍ତି ସମସ୍ତ କାର୍ଯ୍ୟକଳାପର ପଥପ୍ରଦର୍ଶକ ଅଟେ ।

ଏହି ତ୍ରି-ସ୍ତରୀୟ ନିୟମର ଶେଷ ସ୍ତରଟି ହେଉଛି ବୈଜ୍ଞାନିକ ବା ସକାରାତ୍ମକ ସ୍ତର । କମ୍ପେଙ୍କ ମତରେ, ଏହି ସ୍ତରରେ ବୈଜ୍ଞାନିକ ଚିନ୍ତାଧାରାଦ୍ୱାରା ମନୁଷ୍ୟ ସମ୍ପୂର୍ଣ୍ଣରୂପେ ଅନୁପ୍ରାଣିତ ହୋଇଥାଏ । ସେ ଯୁକ୍ତି ଏବଂ ପର୍ଯ୍ୟବେକ୍ଷଣ ଅନୁଯାୟୀ ଯେକୌଣସି ଦିଗରେ ଅଗ୍ରସର ହୋଇଥାଏ । ଅନ୍ୟ ଅର୍ଥରେ କୁହାଯାଇପାରେ ଯେ ଏହି ସ୍ତରରେ ପର୍ଯ୍ୟବେକ୍ଷଣ, ପରୀକ୍ଷାକରଣ, ବିଶ୍ଳେଷଣ ଏବଂ ବର୍ଗୀକରଣ ଇତ୍ୟାଦି ଉପରେ ଅଧିକ ଗୁରୁତ୍ବ ଆରୋପ କରାଯାଇଥାଏ ।

3. ଇମାଇଲ ଦୁର୍ଖମ୍‌ଙ୍କର ଆତ୍ମହତ୍ୟାର ପ୍ରକାରଭେଦ ଆଲୋଚନା କର ।
Answer:
କଷ୍ଟେଙ୍କ ପରେ ଦୁର୍ଖମ୍ ହେଉଛନ୍ତି ଦ୍ଵିତୀୟ ଫରାସୀ ସମାଜବିଜ୍ଞାନବିତ୍ । ସେ ଜର୍ମାନୀର ସମାଜ ବିଜ୍ଞାନ ଏବଂ ସାଂସ୍କୃତିକ ନୃତତ୍ତ୍ୱକୁ ଅଧ୍ୟୟନ କରିଥିଲେ । ପ୍ରଥମେ ଦୁର୍ଖମ୍ ବୋର୍ଡ଼କ୍‌ ବିଶ୍ୱବିଦ୍ୟାଳୟରେ ସାମାଜିକ ବିଜ୍ଞାନର ପ୍ରଫେସରଭାବେ କାର୍ଯ୍ୟକରି ପରେ ପରେ ପ୍ୟାରିସ୍ ବିଶ୍ୱବିଦ୍ୟାଳୟରେ ସମାଜ ବିଜ୍ଞାନ ଏବଂ ଶିକ୍ଷା ବିଭାଗରେ ପ୍ରଫେସରଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ।

ଦୁର୍ଖମ୍‌ଙ୍କର ବିଭିନ୍ନ ଅବଦାନଗୁଡ଼ିକ ମଧ୍ୟରୁ ଆତ୍ମହତ୍ୟା ଅନ୍ୟତମ ଅଟେ । ସେ ଆତ୍ମହତ୍ୟାକୁ ତିନୋଟି ବିଭାଗରେ ବିଭକ୍ତ କରିଅଛନ୍ତି । ସେଗୁଡ଼ିକୁ ସଂକ୍ଷେପରେ ଆଲୋଚନା କରାଗଲା ।

(i) ଆତ୍ମକୈନ୍ଦ୍ରିକ (Egoistic Sucide) – ଦୂର୍ଖମ୍ ମତ ଦେଇଛନ୍ତି ଯେ, ଏହିପ୍ରକାର ଆତ୍ମହତ୍ୟା ଏକ ନିର୍ଦ୍ଦିଷ୍ଟ କାରଣ ଯୋଗୁ ସଂଘଟିତ ହୋଇଥାଏ । ତାଙ୍କ ମତରେ, ବ୍ୟକ୍ତି ଯେତେବେଳେ ସାମାଜିକ ସମୂହଠାରୁ ବିଚ୍ଛିନ୍ନ ହୋଇପଡ଼େ, ସାମାଜିକ ସମୂହର ସଂହତି ବିଶୃଙ୍ଖଳିତ ହୋଇପଡ଼େ, ଏହି ସମୟରେ ବ୍ୟକ୍ତି ନିଃସଙ୍ଗତା ଅନୁଭବ କରିଥାଏ ଏବଂ ଏହି ନିଃସଙ୍ଗ ଜୀବନର ଅବସାନ ପାଇଁ ସେ ଆତ୍ମହତ୍ୟାର ଆଶ୍ରୟ ନେଇଥାଏ । ଯେଉଁ ବ୍ୟକ୍ତିମାନେ ପାରିବାରିକ ସ୍ନେହରୁ ବଞ୍ଚିତ, ଛାଡ଼ପତ୍ର ପାଇ ପୁରୁଷ ବା ମହିଳା ବ୍ୟକ୍ତି ଏହିପ୍ରକାର ଆତ୍ମହତ୍ୟା କରିଥା’ନ୍ତି । ଆଉ ମଧ୍ୟ ଏହିପ୍ରକାର ଆତ୍ମହତ୍ୟା ଶିଳ୍ପ ଶ୍ରମିକ, ଅବିବାହିତ, ସନ୍ତାନବିହୀନ ଦମ୍ପତିଙ୍କଠାରେ ବିଶେଷଭାବେ ଲକ୍ଷ୍ୟ କରାଯାଇଥାଏ ।

(ii) ଅପ୍ରତିମାନୀୟ ଆତ୍ମହତ୍ୟା (Anomique Suicide) – ଏହିପ୍ରକାର ଆତ୍ମହତ୍ୟା ଦୁର୍ଖଙ୍କ ମତରେ ସାମାଜିକ ଭାରସାମ୍ୟର ଅଧଃପତନ ଯୋଗୁ ଦେଖାଯାଇଥାଏ । ସେ ମତ ଦିଅନ୍ତି, ଯେତେବେଳେ ବ୍ୟକ୍ତି ହଠାତ୍ ବିଫଳତାର ସମ୍ମୁଖୀନ ହୋଇ ଦେବାଳିଆ ହୋଇଯାଏ କିମ୍ବା ବିପୁଳ ସମ୍ପତ୍ତିର ଅଧିକାରୀ ହୁଏ, ସେତେବେଳେ ସେ ମାନସିକ ଭାରସାମ୍ୟ ହରାଇଥାଏ । ଏହି ପରିସ୍ଥିତିରେ ବ୍ୟକ୍ତି ଏହି ଆକସ୍ମିକ ପରିବର୍ତ୍ତନ ସହିତ ନିଜକୁ ସାମିଲ କରି ନ ପାରି ଆତ୍ମହତ୍ୟା କରିଥାଏ । ତେଣୁ ଏହି ପ୍ରକାର ଆତ୍ମହତ୍ୟା ଜୀବନରେ ଆକସ୍ମିକ ବିପତ୍ତି ଏବଂ ଆକସ୍ମିକ ଉନ୍ନତି ପରିପ୍ରେକ୍ଷୀରେ ସଂଘଟିତ ହୋଇଥାଏ ।

(iii) ପରାର୍ଥବାଦୀ ଆତ୍ମହତ୍ୟା (Altruistic Suicide) – ଏହିପ୍ରକାର ଆତ୍ମହତ୍ୟାରେ ବ୍ୟକ୍ତି ବିଶେଷତଃ ତା’ର ସମ୍ପର୍କୀୟମାନଙ୍କର କଲ୍ୟାଣ ପାଇଁ ଆତ୍ମହତ୍ୟା କରିଥାଏ । ଏହି ପରିସ୍ଥିତିରେ ସେ ନିଜର ସୁଖ, ଶାନ୍ତିକୁ ପର ପାଇଁ ଉତ୍ସର୍ଗ କରିଥାଏ । ସାଧାରଣତଃ ବୃଦ୍ଧ, ଅକର୍ମଣ୍ୟ ଏବଂ ବିଧବାମାନେ ଏହିପ୍ରକାର ଆତ୍ମହତ୍ୟାର ଆଶ୍ରୟ ନେଇଥା’ନ୍ତି । କାରଣ ସେମାନେ କୌଣସି କାର୍ଯ୍ୟ କରିବାପାଇଁ ସମର୍ଥ ନୁହଁନ୍ତି । ପରିବାର ଉପରେ ସବୁ ସମୟପାଇଁ ନିର୍ଭର କରିବା ପରିବର୍ତ୍ତେ ସଦସ୍ୟମାନଙ୍କରମଙ୍ଗଳ ପାଇଁ ସେମାନେ ଆତ୍ମହତ୍ୟା କରିବାକୁ ଆଗ୍ରହ ପ୍ରକାଶ କରିଥା’ନ୍ତି ।

4. ସମାଜ ବିଜ୍ଞାନ ଏବଂ ରାଜନୀତି ବିଜ୍ଞାନ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ରାଜନୀତି ବିଜ୍ଞାନ ଏବଂ ସମାଜ ବିଜ୍ଞାନ ମଧ୍ୟରେ କେତେକ କ୍ଷେତ୍ରରେ ସମାନତା ପରିଲକ୍ଷିତ ହେଉଥିଲେ ମଧ୍ୟ ଏହି ଦୁଇଟି ସାମାଜିକ ବିଜ୍ଞାନ ପରସ୍ପରଠାରୁ କେତେକ କ୍ଷେତ୍ରରେ ପୃଥକ୍ ଅଟନ୍ତି ।
(i) ସମାଜ ବିଜ୍ଞାନ ସମ୍ପୂର୍ଣ୍ଣ ସମାଜର ବିଜ୍ଞାନରୂପେ ପରିଚିତ । କିନ୍ତୁ ଅପରପକ୍ଷରେ ରାଜନୀତି ବିଜ୍ଞାନ ରାଷ୍ଟ୍ରର ବିଜ୍ଞାନରୂପେ ପରିଚିତ । ସମାଜ ବିଜ୍ଞାନ ମନୁଷ୍ୟକୁ ଏକ ସାମାଜିକ ପ୍ରାଣୀଭାବେ ଅଧ୍ୟୟନ କରୁଥିବାବେଳେ ରାଜନୀତି ବିଜ୍ଞାନ ମନୁଷ୍ୟକୁ ଏକ ରାଜନୈତିକ ପ୍ରାଣୀଭାବେ ଅଧ୍ୟୟନ କରିଥାଏ ।
(ii) ଦ୍ଵିତୀୟତଃ, ସମାଜ ବିଜ୍ଞାନର ପରିସର ରାଜନୀତି ବିଜ୍ଞାନର ପରିସରଠାରୁ ବ୍ୟାପକ ଅଟେ । ସମାଜ ବିଜ୍ଞାନ ପରିବାର, ବିବାହ, ଧର୍ମ ଜ୍ଞାତି (kinship) ଓ ଜାତି ପ୍ରଭୃତି ସମସ୍ତ ସାମାଜିକ ଅନୁଷ୍ଠାନଗୁଡ଼ିକୁ ଅଧ୍ୟୟନ କରିଥାଏ । ଅନ୍ୟପକ୍ଷରେ ରାଜନୀତି ବିଜ୍ଞାନ କେବଳ ସମାଜରେ ବ୍ୟକ୍ତିର ରାଜନୈତିକ କାର୍ଯ୍ୟକଳାପ ସହିତ ସମ୍ପୃକ୍ତ । ଏହା ରାଷ୍ଟ୍ର ଏବଂ ସରକାର ପରି କେତେକ ନିର୍ଦ୍ଦିଷ୍ଟ ରାଜନୈତିକ ଅନୁଷ୍ଠାନକୁ ଅଧ୍ୟୟନ କରିଥାଏ ।
(iii) ତୃତୀୟତଃ, ସମାଜ ବିଜ୍ଞାନ ଉଭୟ ସଙ୍ଗଠିତ ଏବଂ ବିଘଟିତ ସମୁଦାୟକୁ ଅଧ୍ୟୟନ କରୁଥିବାବେଳେ ରାଜନୀତି ବିଜ୍ଞାନ କେବଳ ସଙ୍ଗଠିତ ସମୁଦାୟକୁ ଅଧ୍ୟୟନ କରିଥାଏ ।
(iv) ଚତୁର୍ଥତଃ, ରାଜନୀତି ବିଜ୍ଞାନ ଏବଂ ସମାଜ ବିଜ୍ଞାନ ସେମାନଙ୍କର ଅଧ୍ୟୟନ ପଦ୍ଧତିରେ ପରସ୍ପରଠାରୁ ପୃଥକ୍ ଅଟନ୍ତି । ସମାଜ ବିଜ୍ଞାନ ତା’ର ଅଧ୍ୟୟନ ପଦ୍ଧତିରେ ପର୍ଯ୍ୟବେକ୍ଷଣ, ବ୍ୟକ୍ତି ଅଧ୍ୟୟନ, ସାକ୍ଷାତକାର ଇତ୍ୟାଦି ପ୍ରୟୋଗ କରିଥାଏ । କିନ୍ତୁ ଅନ୍ୟପକ୍ଷରେ ରାଜନୀତି ବିଜ୍ଞାନ ଆଗମ ଓ ନିଗମ ପଦ୍ଧତି (Inductive and deductive method)ର ପ୍ରୟୋଗ କରିଥାଏ ।
(v) ପଞ୍ଚମତଃ, ସମାଜ ବିଜ୍ଞାନ ସମସ୍ତପ୍ରକାର ସଂଘ ଏବଂ ଅନୁଷ୍ଠାନଗୁଡ଼ିକୁ ଅଧ୍ୟୟନ କରୁଥିବାବେଳେ ରାଜନୀତି ବିଜ୍ଞାନ କେବଳ ରାଷ୍ଟ୍ର ଏବଂ ସରକାର ପରି ନିର୍ଦ୍ଦିଷ୍ଟ ସଂଘ ଓ ସଙ୍ଗଠନ ସହିତ ସମ୍ପୃକ୍ତ । ପ୍ରଫେସର ଗାରନର୍‌ଙ୍କ ମତରେ, ରାଜନୀତି ବିଜ୍ଞାନ କେବଳ ମାନବ ସଙ୍ଗଠନର ଗୋଟିଏ ନିର୍ଦ୍ଦିଷ୍ଟ ଆକୃତି ସହିତ ସମ୍ପୃକ୍ତ, ମାତ୍ର ସମାଜ ବିଜ୍ଞାନ ମାନବ ସଙ୍ଗଠନର ସମସ୍ତ ଆକୃତି ସହିତ ସମ୍ପୃକ୍ତ ଅଟେ ।

CHSE Odisha Class 11 Sociology Unit 1 Short Answer Questions in Odia Medium

5. ସମାଜ ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ଅର୍ଥଶାସ୍ତ୍ର ମନୁଷ୍ୟର ଅର୍ଥନୈତିକ କାର୍ଯ୍ୟକଳାପ ସହିତ ଜଡ଼ିତ । ଏହା ମୁଖ୍ୟତଃ ସମାଜରେ ଦ୍ରବ୍ୟ ଉତ୍ପାଦନ, ଉପଭୋଗ, ବିନିମୟ ଏବଂ ବଣ୍ଟନ ପ୍ରକ୍ରିୟା ସହିତ ସମ୍ପୃକ୍ତ ଅଟେ । କିନ୍ତୁ ସମାଜ ବିଜ୍ଞାନ ସାମାଜିକ ଜୀବନର ସମସ୍ତ ଦିଗଗୁଡ଼ିକୁ ଅଧ୍ୟୟନ କରିଥାଏ । କାର୍ଲ ମାର୍କସ୍‌ଙ୍କ ମତରେ, ମନୁଷ୍ୟର ଅର୍ଥନୈତିକ ସମ୍ପର୍କ ତା’ର ସାମାଜିକ ସମ୍ପର୍କର କାରଣ ହୋଇଥାଏ । କେତେକ ନିର୍ଦ୍ଦିଷ୍ଟ ସାମାଜିକ ସମସ୍ୟା; ଯଥା – ଦାରିଦ୍ର୍ୟ, ବେକାରି, ଭିକ୍ଷାବୃତ୍ତି ଇତ୍ୟାଦି ଉଭୟ ଅର୍ଥନୀତିଜ୍ଞ ଏବଂ ସମାଜବିଜ୍ଞାନୀଙ୍କର ମିଳିତ ଉଦ୍ୟମରେ ଅଧ୍ୟୟନ କରାଯାଇଥାଏ ।

ସମାଜ ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ୟରେ ଘନିଷ୍ଠ ସମ୍ପର୍କ ନିହିତ ଥ‌ିବା ସତ୍ତ୍ବେ ଏହି ଦୁଇଟି ସାମାଜିକ ବିଜ୍ଞାନ ପରସ୍ପରଠାରୁ କେତେକ କ୍ଷେତ୍ରରେ ପୃଥକ୍ ଅଟନ୍ତି ।

  • ସମାଜ ବିଜ୍ଞାନ ସମସ୍ତ ପ୍ରକାର ସାମାଜିକ ସମ୍ପର୍କକୁ ତା’ର ଅଧ୍ୟୟନର ପରିସରଭୁକ୍ତ କରିବାବେଳେ ଅର୍ଥଶାସ୍ତ୍ର କେବଳ ମନୁଷ୍ୟର ଅର୍ଥନୈତିକ ସମ୍ପର୍କ ବିଷୟରେ ଆଲୋକପାତ କରିଥାଏ ।
  • ଅର୍ଥଶାସ୍ତ୍ର ସମାଜ ବିଜ୍ଞାନଠାରୁ ବହୁ ପୁରାତନ ଅଟେ । ଅର୍ଥଶାସ୍ତ୍ର ପୁରୁଣା ସାମାଜିକ ବିଜ୍ଞାନରୂପେ ପରିଗଣିତ ହେଉଥ‌ିବାବେଳେ ସମାଜ ବିଜ୍ଞାନ ବର୍ତ୍ତମାନ ମାତ୍ର ତା’ର ଶୈଶବ ସ୍ତର ଅତିକ୍ରମ କରିଛି ।
  • ସମାଜ ବିଜ୍ଞାନରେ ଅଧ୍ୟୟନର ମୁଖ୍ୟ ପରିସର ହେଉଛି ସମାଜ, ମାତ୍ର ଅର୍ଥଶାସ୍ତ୍ରରେ ବ୍ୟକ୍ତିକୁ ଅଧ୍ୟୟନର ପରିସରଭାବେ ନିଆଯାଇଥାଏ । କାରଣ ସମାଜ ବିଜ୍ଞାନ ସମ୍ପୂର୍ଣ୍ଣରୂପେ ସମାଜକୁ ଅଧ୍ୟୟନ କରିଥାଏ; କିନ୍ତୁ ଅର୍ଥଶାସ୍ତ୍ର ଲୋକମାନଙ୍କର ଅର୍ଥନୈତିକ ସମ୍ପର୍କକୁ ଅଧ୍ୟୟନ କରିଥାଏ ।
  • ଏହି ଦୁଇଟି ସାମାଜିକ ବିଜ୍ଞାନ ଅଧ୍ୟୟନ ପଦ୍ଧତି ପରସ୍ପରଠାରୁ ପୃଥକ ଅଟନ୍ତି ।

6. ସମାଜ ବିଜ୍ଞାନ ଏବଂ ମନସ୍ତତ୍ତ୍ବ ମଧ୍ଯରେ ସମ୍ପର୍କ ଆଲୋଚନା କର ।
Answer:
ସମାଜ ବିଜ୍ଞାନ ଏବଂ ମନସ୍ତତ୍ତ୍ବ ମଧ୍ଯରେ ସମ୍ପର୍କ ଅତି ନିବିଡ଼ ଅଟେ । ପରସ୍ପର ଆନ୍ତଃ-ସମ୍ପୃକ୍ତ ଏବଂ ଆନ୍ତଃନିର୍ଭରଶୀଳ ଅଟନ୍ତି । ସମାଜ ବିଜ୍ଞାନ ମାନବ ସମାଜକୁ ଅଧ୍ୟୟନ କରୁଥିବାବେଳେ ମନସ୍ତତ୍ତ୍ଵ ମନୁଷ୍ୟର ମସ୍ତିଷ୍କ ଏବଂ ତା’ର ବ୍ୟବହାର ଅଧ୍ୟୟନ କରିଥାଏ ।

ମନସ୍ତତ୍ତ୍ବ ତା’ର ଅଧ୍ୟୟନ ପାଇଁ ଆବଶ୍ୟକ ହେଉଥିବା କେତେକ ଉପାଦାନ ସମାଜ ବିଜ୍ଞାନଠାରୁ ପାଇଥାଏ । ମନୁଷ୍ୟର ଚରିତ୍ର ଏବଂ ବ୍ୟବହାରକୁ ସଠିକ୍‌ରୂପେ ବୁଝିବାପାଇଁ ମନସ୍ତତ୍ତ୍ବ ସମାଜ ବିଜ୍ଞାନ ଉପରେ ନିର୍ଭର କରିଥାଏ । ବ୍ୟକ୍ତିର ମାନସିକ ବିକାଶ କ୍ଷେତ୍ର ଉପରେ ସମାଜ ଗଭୀର ପ୍ରଭାବ ପକାଇଥାଏ । ମନୋବିଜ୍ଞାନୀମାନେ ଏହି ସମାଜଶାସ୍ତ୍ର ଜରିଆରେ ବିଭିନ୍ନ ସାମାଜିକ ସମସ୍ୟାଗୁଡ଼ିକୁ ଅଧ୍ୟୟନ କରିଥା’ନ୍ତି ।

ଠିକ୍ ସେହିପରି ମଧ୍ଯ ମନୋବିଜ୍ଞାନ ଆବଶ୍ୟକ ତଥ୍ୟ ବା ଆଧାର ସମାଜ ବିଜ୍ଞାନକୁ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ । ସାମାଜିକ ମନସ୍ତତ୍ତ୍ଵ ସମ୍ପର୍କରେ ଆବଶ୍ୟକ ଜ୍ଞାନ ନ ଥିଲେ ମନୁଷ୍ୟ-ମନୁଷ୍ୟ ମଧ୍ୟରେ ଥ‌ିବା ପାରସ୍ପରିକ ସମ୍ପର୍କ ଏବଂ କାର୍ଯ୍ୟକଳାପଗୁଡ଼ିକୁ ବୁଝିବା ଅସମ୍ଭବ ହୋଇପଡ଼ିବ ।

  1. ପ୍ରଥମତଃ, ସମାଜ ବିଜ୍ଞାନ ସମାଜ ଏବଂ ସାମାଜିକ ଅନୁଷ୍ଠାନଗୁଡ଼ିକୁ ଅଧ୍ୟୟନ କରିଥାଏ । ମାତ୍ର ମନସ୍ତତ୍ତ୍ଵ ବ୍ୟକ୍ତିର ମାନସିକ ପ୍ରକ୍ରିୟାକୁ ଅଧ୍ୟୟନ କରିଥାଏ ।
  2. ଦ୍ଵିତୀୟତଃ, ସମାଜ ବିଜ୍ଞାନ ସମାଜକୁ ଗଠନ କରୁଥିବା ବିଭିନ୍ନ ସମୂହଗୁଡ଼ିକୁ ଅଧ୍ୟୟନ କରିଥାଏ । ମାତ୍ର ମନସ୍ତତ୍ତ୍ଵ ବ୍ୟକ୍ତିର ମାନସିକ ବିକାଶ ଉପରେ ସମୂହ ଜୀବନର ପ୍ରଭାବ, ସମୂହଗୁଡ଼ିକର ମାନସିକ ଜୀବନର ଉନ୍ନତି ଏବଂ ସେମାନଙ୍କର ପାରସ୍ପରିକ ସମ୍ପର୍କ ପ୍ରଭୃତିକୁ ଅଧ୍ୟୟନ କରିଥାଏ ।
  3. ତୃତୀୟତଃ, ଇ. ଏସ୍. ବୋଗାର୍ଡ଼ସ୍‌ଙ୍କ ମତରେ, ମନସ୍ତତ୍ତ୍ବ ମାନସିକ ପ୍ରକ୍ରିୟାଗୁଡ଼ିକୁ ବିଶ୍ଳେଷଣ କରୁଥିବାବେଳେ ସମାଜ ବିଜ୍ଞାନ ସାମାଜିକ ପ୍ରକ୍ରିୟାଗୁଡ଼ିକୁ ପର୍ଯ୍ୟାଲୋଚନା କରିଥାଏ ।
  4. ଚତୁର୍ଥତଃ, ସମାଜ ବିଜ୍ଞାନର ତଥ୍ୟାବଳୀଗୁଡ଼ିକୁ ପରୀକ୍ଷା କରିବା ନିମିତ୍ତ ସେପରି କୌଣସି ନିର୍ଦ୍ଦିଷ୍ଟ ପରୀକ୍ଷାଗାର ନାହିଁ । ମାତ୍ର ମନସ୍ତତ୍ତ୍ଵର ତଥ୍ୟଗୁଡ଼ିକୁ ପରୀକ୍ଷା କରିବାପାଇଁ ଏକ ସ୍ବତନ୍ତ୍ର ପରୀକ୍ଷାଗାର ରହିଛି ।
  5. ପଞ୍ଚମତଃ, ସମାଜ ବିଜ୍ଞାନ ଏବଂ ମନସ୍ତତ୍ତ୍ଵ ଅଧ୍ୟୟନ କ୍ଷେତ୍ରରେ ଭିନ୍ନ ଭିନ୍ନ ପ୍ରଣାଳୀକୁ ବ୍ୟବହାର କରିଥା’ନ୍ତି । ସମାଜ ବିଜ୍ଞାନ କ୍ଷେତ୍ରରେ ସାମୂହିକ ପର୍ଯ୍ୟବେକ୍ଷଣ ପ୍ରଣାଳୀ (Group Observation Method) ବ୍ୟବହୃତ ହୋଇଥାଏ । କିନ୍ତୁ ମନସ୍ତତ୍ତ୍ଵ କ୍ଷେତ୍ରରେ ବ୍ୟକ୍ତିଗତ ପର୍ଯ୍ୟବେକ୍ଷଣ ପ୍ରଣାଳୀ (Individual Observation Method) ସୁଦୁରପ୍ରସାରୀ ଅଟେ ।

CHSE Odisha Class 11 Economics Solutions Chapter 1 ସମସାମୟିକ ଭାରତୀୟ ଅର୍ଥନୀତିର ମୌଳିକ ବୈଶିଷ୍ଟ୍ୟ

Odisha State Board CHSE Odisha Class 11 Economics Solutions Chapter 1 ସମସାମୟିକ ଭାରତୀୟ ଅର୍ଥନୀତିର ମୌଳିକ ବୈଶିଷ୍ଟ୍ୟ Questions and Answers.

CHSE Odisha 11th Class Economics Solutions Chapter 1 ସମସାମୟିକ ଭାରତୀୟ ଅର୍ଥନୀତିର ମୌଳିକ ବୈଶିଷ୍ଟ୍ୟ

ଅତିସଂକ୍ଷିପ୍ତ ଉତ୍ତରମୂଳକ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. ଭାରତରେ ବୃତ୍ତିଗତ ଢାଞ୍ଚାରେ ମନ୍ଥର ପରିବର୍ତ୍ତନର କାରଣ ହେଲା :
(i) ଜନସଂଖ୍ୟାର ଚାପ
(ii) ଉଚ୍ଚ ବେକାରି ହାର
(iii) ଅଧ୍ଵ ଜନ୍ମହାର
(iv)ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

2. ଭାରତୀୟ ଅର୍ଥବ୍ୟବସ୍ଥାରେ କେଉଁ ଉପାଦାନର ସ୍ଵଳ୍ପତା ଏକ ସମସ୍ୟାରୂପେ ଦେଖାଯାଇଥାଏ ?
(i) ଭୂମି
(ii) ଶ୍ରମ
(iii) ପୁଞ୍ଜି
(iv)ଉପରୋକ୍ତ ସମସ୍ତ
Answer:
(ii) ଶ୍ରମ

3. ଭାରତୀୟ ଅର୍ଥବ୍ୟବସ୍ଥାରେ କେଉଁ ଉପାଦାନର ବହୁଳତା ଦେଖାଯାଏ ?
(i) ଭୂମି
(ii) ଶ୍ରମ
(iii) ପୁଞ୍ଜି
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ପୁଞ୍ଜି

4. ଆମ ଦେଶର ଜାତୀୟ ଆୟକୁ କେଉଁ କ୍ଷେତ୍ରର ଅବଦାନ ସର୍ବାଧ‌ିକ ?
(i) ପ୍ରାଥମିକ କ୍ଷେତ୍ର
(ii) ମାଧ୍ୟମିକ କ୍ଷେତ୍ର
(iii) ସେବା କ୍ଷେତ୍ର
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ସେବା କ୍ଷେତ୍ର

CHSE Odisha Class 11 Economics Solutions Chapter 1 ସମସାମୟିକ ଭାରତୀୟ ଅର୍ଥନୀତିର ମୌଳିକ ବୈଶିଷ୍ଟ୍ୟ

5. 2005-06 ସୁଦ୍ଧା ଭାରତର ଜାତୀୟ ଆୟକୁ କୃଷି କ୍ଷେତ୍ରର ଅବଦାନ (ଅଂଶ) କେତେ ?
(i) 30 ପ୍ରତିଶତରୁ ଅଧ‌ିକ
(ii) 20 ପ୍ରତିଶତରୁ କମ୍
(iii) ପ୍ରାୟ 50 ପ୍ରତିଶତ
(iv) ପ୍ରାୟ 60 ପ୍ରତିଶତ
Answer:
(ii) 20 ପ୍ରତିଶତରୁ କମ୍

6. ଆବଶ୍ୟକତା ତୁଳନାରେ ଅଧ‌ିକ ଶ୍ରମିକ ନିଯୁକ୍ତି ପାଇବା ଜନିତ ପରିସ୍ଥିତିକୁ କ’ଣ କୁହାଯାଏ ?
(i) ସୁସ୍ପଷ୍ଟ ବେକାରୀ
(ii) ଋତୁଗତ ବେକାରୀ
(iii) ପ୍ରଚ୍ଛନ୍ନ ବେକାରୀ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ପ୍ରଚ୍ଛନ୍ନ ବେକାରୀ

7. ଦୁର୍ବଳ ମାନବିକ ପୁଞ୍ଜି କହିଲେ କ’ଣ ବୁଝାଯାଏ ?
(i) ଦକ୍ଷ ଶ୍ରମ ଶକ୍ତିର ଅଭାବ
(ii) ଲୋକମାନଙ୍କର ସ୍ଵଳ୍ପ ସଞ୍ଚୟ
(iii) ଲୋକମାନଙ୍କ ନିକଟରେ ସ୍ଵଳ୍ପ ପୁଞ୍ଜି
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ଦକ୍ଷ ଶ୍ରମ ଶକ୍ତିର ଅଭାବ

8. ସର୍ବନିମ୍ନ ମୌଳିକ ଆବଶ୍ୟକତା ପୂରଣ କରିବାର ବିଫଳତାକୁ କ’ଣ କୁହାଯାଏ ?
(i) ଅପେକ୍ଷିକ ଦାରିଦ୍ର୍ୟ
(ii) ବୈଷମ୍ୟତା
(iii) ଚରମ ଦାରିଦ୍ର୍ୟ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଚରମ ଦାରିଦ୍ର୍ୟ

9. ଆମ ଦେଶରେ କେଉଁ କ୍ଷେତ୍ରରେ ଅପେକ୍ଷାକୃତ ଅଧିକ ଶ୍ରମିକ କାର୍ଯ୍ୟ କରନ୍ତି ?
(i) ମାଧ୍ୟମିକ କ୍ଷେତ୍ର
(ii) ସେବା କ୍ଷେତ୍ର
(iii) ପ୍ରାଥମିକ କ୍ଷେତ୍ର
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ପ୍ରାଥମିକ କ୍ଷେତ୍ର

10. ଜାତିସଂଘ ବିକାଶ କାର୍ଯ୍ୟକ୍ରମଦ୍ୱାରା ପ୍ରସ୍ତୁତ ବିକାଶ ରିପୋର୍ଟ 2005ରେ ଭାରତ କେଉଁ ତମ ସ୍ଥାନରେ ରହିଛି ?
(i) 100 ତମ
(ii) 125 ତମ
(iii) 127 ତମ
(iv) 128 ତମ
Answer:
(iii) 127 ତମ

CHSE Odisha Class 11 Economics Solutions Chapter 1 ସମସାମୟିକ ଭାରତୀୟ ଅର୍ଥନୀତିର ମୌଳିକ ବୈଶିଷ୍ଟ୍ୟ

11. ବର୍ତ୍ତମାନ ସମସାମୟିକ ଅର୍ଥନୀତିରେ ଭାରତରେ ସେବାକ୍ଷେତ୍ରର ଅବଦାନ ଜାତୀୟ ଆୟକୁ
(i) ବୃଦ୍ଧି ପାଉଛି
(ii) ହ୍ରାସ ପାଉଛି
(iii) ସ୍ଥିର ଅଛି
(iv) ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ
Answer:
(i) ବୃଦ୍ଧି ପାଉଛି ।

12. କ୍ରୟମୂଲ୍ୟ ସମତା ଭିତ୍ତିରେ ଭାରତ ପୃଥ‌ିବୀରେ କେଉଁ ଅର୍ଥନୀତି ?
(i) ପ୍ରଥମ
(ii) ଦ୍ବିତୀୟ
(iii) ତୃତୀୟ
(iv)ଚତୁର୍ଥ
Answer:
(iii) ତୃତୀୟ

B. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ମୁଣ୍ଡପିଛା ଆୟ କ’ଣ ?
Answer:
ମୁଣ୍ଡପିଛା ଆୟ କହିଲେ, ବ୍ୟକ୍ତିପିଛା ହାରାହାରି ଆୟକୁ ବୁଝାଏ ଓ ଦେଶର ମୋଟ ଜାତୀୟ ଆୟକୁ ମୋଟ ଜନସଂଖ୍ୟାଦ୍ଵାରା ଭାଗ କରି ମୁଣ୍ଡପିଛା ଆୟ ନିର୍ଣ୍ଣୟ କରାଯାଏ ।

2. ଆମ ଅର୍ଥବ୍ୟବସ୍ଥାରେ କେଉଁ କ୍ଷେତ୍ରରେ ପ୍ରଚ୍ଛନ୍ନ ବେକାରୀ ଦେଖାଯାଏ ?
Answer:
ଆମ ଅର୍ଥବ୍ୟବସ୍ଥାରେ କୃଷି କ୍ଷେତ୍ରରେ ପ୍ରଚ୍ଛନ୍ନ ବେକାରୀ ଦେଖାଯାଏ ।

3. ଦ୍ଵୈତ ଅର୍ଥବ୍ୟବସ୍ଥା କ’ଣ ?
Answer:
ଦ୍ଵୈତ ଅର୍ଥବ୍ୟବସ୍ଥା କହିଲେ ପାରମ୍ପରିକ ଅର୍ଥବ୍ୟବସ୍ଥା ଓ ଆଧୁନିକ ଅର୍ଥବ୍ୟବସ୍ଥାର ସହାବସ୍ଥାନକୁ ବୁଝାଏ ।

4. ଦାରିଦ୍ର୍ୟରେଖା କ’ଣ ?
Answer:
ଜଣେ ବ୍ୟକ୍ତିକୁ ଉପଭୋଗର ଏକ ନିମ୍ନତମ ସ୍ତରରେ ପହଞ୍ଚାଇବାପାଇଁ ଯେଉଁ ଆୟସ୍ତର ଆବଶ୍ୟକ ହୋଇଥାଏ, ସେହି ଆୟକୁ ଦାରିଦ୍ର୍ୟ ରେଖା କୁହାଯାଏ ।

5. ପ୍ରଚ୍ଛନ୍ନ ବେକାରୀ କ’ଣ ?
Answer:
ପ୍ରଚ୍ଛନ୍ନ ବେକାରୀ କହିଲେ ସେହି ଅବସ୍ଥାକୁ ବୁଝାଏ, ଯେଉଁ କ୍ଷେତ୍ରରୁ କେତେକ ସଂଖ୍ୟକ ଶ୍ରମିକ ଅପସାରିତ ହେଲେ ମଧ୍ୟ ସେହି କ୍ଷେତ୍ରରେ ମୋଟ ଉତ୍ପାଦନ ଆଦୌ ହ୍ରାସ ପାଏ ନାହିଁ ।

CHSE Odisha Class 11 Economics Solutions Chapter 1 ସମସାମୟିକ ଭାରତୀୟ ଅର୍ଥନୀତିର ମୌଳିକ ବୈଶିଷ୍ଟ୍ୟ

6. ଭାରତ ଏକ ସମୃଦ୍ଧ ରାଷ୍ଟ୍ର, ମାତ୍ର ଭାରତୀୟମାନେ ଦରିଦ୍ର – ଏହି ଉକ୍ତିର ଅର୍ଥ କ’ଣ ?
Answer:
ଏହି ଉକ୍ତିର ଅର୍ଥ ହେଲା, ଭାରତ ପ୍ରାକୃତିକ ସମ୍ପଦରେ ଭରପୁର ସତ୍ୟ, ମାତ୍ର ସେସବୁର ସଦୁପଯୋଗ ନ ହୋଇ ପାରୁଥ‌ିବା ହେତୁ, ଦାରିଦ୍ର୍ୟ ଭାରତର ଚିର ସହଚର ହୋଇ ରହିଛି ।

C. ଶୂନ୍ୟସ୍ଥାନ ପୂରଣ କର :

1. ଭାରତୀୟ ଅର୍ଥବ୍ୟବସ୍ଥା ଏକ ________________ ଅର୍ଥବ୍ୟବସ୍ଥା ।
Answer:
ଅନୁନ୍ନତ

2. ମୁଣ୍ଡପିଛା ଆୟ ______________ ମୋଟ ଜାତୀୟ ଆୟ ।
Answer:
ମୋଟ ଜନସଂଖ୍ୟା

3. ଭାରତର ମୁଣ୍ଡପିଛା ଆୟ 2013 ମସିହାରେ ___________________ ଆମେରିକୀୟ ଡଲାର ଥିଲା ।
Answer:
1499

4. କୃଷି କ୍ଷେତ୍ରରୁ ମୋଟ ଜାତୀୟ ଆୟକୁ ମିଳୁଥିବା ଆୟ _____________________ ଶତାଂଶ ଥିଲା ।
Answer:
19.7

5. ମଫସଲ ଅଞ୍ଚଳରେ ଯେଉଁମାନେ ଦୈନିକ ____________________ କ୍ୟାଲୋରୀ ଓ ସହରାଞ୍ଚଳରେ ଯେଉଁମାନେ କ୍ୟାଲୋରି ଖାଦ୍ୟ ଖାଇବାକୁ ପାଉନାହାନ୍ତି, ସେମାନେ ଦାରିଦ୍ର୍ୟ ସୀମାରେଖାର ନିମ୍ନରେ ଅଛନ୍ତି ।
Answer:
2400, 2100

6. ________________________ ଓ ____________________ ବଣ୍ଟନରେ ବୈଷମ୍ୟ ଭାରତୀୟ ଅର୍ଥନୀତିର ପ୍ରଧାନ ବୈଶିଷ୍ଟ୍ୟ ।
Answer:
ଆୟ ଓ ସମ୍ପଦ,

7. ଭାରତରେ ଦାରିଦ୍ର୍ୟ _______________________ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି ।
Answer:
ଗ୍ରାମାଞ୍ଚଳ

CHSE Odisha Class 11 Economics Solutions Chapter 1 ସମସାମୟିକ ଭାରତୀୟ ଅର୍ଥନୀତିର ମୌଳିକ ବୈଶିଷ୍ଟ୍ୟ

8. ଦେଶର କୃଷିକ୍ଷେତ୍ରରେ _____________________ ଦାରିଦ୍ର୍ୟ ଦେଖାଯାଏ ।
Answer:
ପ୍ରଚ୍ଛନ୍ନ

9. ଭାରତୀୟ କୃଷିରେ ନିୟୋଜିତ ଶ୍ରମିକଙ୍କ ସଂଖ୍ୟା ______________________ ।
Answer:
ହ୍ରାସ ପାଉଛି

10. ଭାରତର ଜନସଂଖ୍ୟା ଇତିହାସରେ ________________________ ବର୍ଷକୁ ବୃହତ୍ ବିଭାଜନର ବର୍ଷ କୁହାଯାଏ ।
Answer:
1921

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକସ୍ଥଳେ ସଂଶୋଧନ କର ।

1. ଭାରତୀୟ ଅର୍ଥନୀତିରେ ପୁଞ୍ଜିର ବହୁଳତା ରହିଛି ।
Answer:
ଭାରତୀୟ ଅର୍ଥନୀତିରେ ପୁଞ୍ଜିର ଅଭାବ ରହିଛି ।

2. ଆମ ଦେଶର ଅଧିକାଂଶ ଶ୍ରମଜୀବୀ ଶିଳ୍ପକ୍ଷେତ୍ରରେ ନିୟୋଜିତ ।
Answer:
ଆମ ଦେଶର ଅଧିକାଂଶ ଶ୍ରମଜୀବୀ କୃଷିକ୍ଷେତ୍ରରେ ନିୟୋଜିତ ।

3. ଶିଳ୍ପ କ୍ଷେତ୍ରରେ ସାଧାରଣତଃ ଲୁକ୍‌କାୟିତ ବେକାରୀ ଦେଖାଯାଏ ।
Answer:
କୃଷି କ୍ଷେତ୍ରରେ ସାଧାରଣତଃ ଲୁକ୍‌କାୟିତ ବେକାରୀ ଦେଖାଯାଏ ।

4. ଭାରତ ଏକ ବିକଶିତ ରାଷ୍ଟ୍ର ।
Answer:
ଭାରତ ଏକ ବିକାଶଶୀଳ ରାଷ୍ଟ୍ର ।

5. ଆମ ଦେଶର ମୁଣ୍ଡପିଛା ଆୟ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।
Answer:
ଆମ ଦେଶର ମୁଣ୍ଡପିଛା ଆୟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।

6. ଦେଶର ଶିଳ୍ପକ୍ଷେତ୍ରରେ ପ୍ରଚ୍ଛନ୍ନ ଦାରିଦ୍ର୍ୟ ଦେଖାଯାଏ ।
Answer:
ଦେଶର କୃଷିକ୍ଷେତ୍ରରେ ପ୍ରଚ୍ଛନ୍ନ ଦାରିଦ୍ର୍ୟ ଦେଖାଯାଏ ।

CHSE Odisha Class 11 Economics Solutions Chapter 1 ସମସାମୟିକ ଭାରତୀୟ ଅର୍ଥନୀତିର ମୌଳିକ ବୈଶିଷ୍ଟ୍ୟ

7. ଭାରତ କୃଷି ପ୍ରଧାନ ରାଷ୍ଟ୍ର ହୋଇଥିବାରୁ ଏହାର ଅର୍ଥବ୍ୟବସ୍ଥା ଅନଗ୍ରସର ଗୁଣ ପ୍ରକାଶ କରେ ।
Answer:
ଠିକ୍

8. ସମ୍ପତ୍ତିଗତ ଅସମାନତା କ୍ଷେତ୍ରରେ ସହରାଞ୍ଚଳଠାରୁ ଗ୍ରାମାଞ୍ଚଳରେ ଅସମାନତା ତିବ୍ର ଅଟେ ।
Answer:
ସମ୍ପଭିଗତ ଅସମାନତା କ୍ଷେତ୍ରରେ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳରେ ଅସମାନତା ତିବ୍ର ଅଟେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ତିନୋଟି ବାକ୍ୟ ମଧ୍ଯରେ ଦିଅ ।

1. ମୁଣ୍ଡପିଛା ଆୟ କ’ଣ ?
Answer:
ମୁଣ୍ଡପିଛା ଆୟ କହିଲେ ବ୍ୟକ୍ତିପିଛା ହାରାହାରି ଆୟକୁ ବୁଝାଏ । ଦେଶର ମୋଟ ଜାତୀୟ ଆୟକୁ ମୋଟ ଜନସଂଖ୍ୟାଦ୍ଵାରା ଭାଗ କରି ମୁଣ୍ଡପିଛା ଆୟ ନିର୍ଣ୍ଣୟ କରାଯାଏ । ଭାରତର ମୁଣ୍ଡପିଛା ଆୟ 2005 ମସିହାରେ 530 ଆମେରିକୀୟ ଡଲାର ଥିଲା । ଉନ୍ନତ ଦେଶମାନଙ୍କର ମୁଣ୍ଡପିଛା ଆୟ ଭାରତ ତୁଳନାରେ ଯଥେଷ୍ଟ ଅଧ୍ଵ । ସ୍ଵିଜରଲାଣ୍ଡରେ ଜଣପିଛା ଆୟ ଭାରତର ଜଣପିଛା ଆୟର 75ଗୁଣ । ସ୍ଵଳ୍ପ ମୁଣ୍ଡପିଛା ଆୟ ଦେଶର ଉତ୍କଟ ଦାରିଦ୍ର୍ୟତାର ସୂଚନା ଦେଇଥାଏ ।

2. ଅର୍ଥବେକାରୀ କ’ଣ ?
Answer:
ବେକାରୀ ଓ ଅର୍ବବେକାରୀ ଭାରତୀୟ ଅର୍ଥ ବ୍ୟବସ୍ଥାର ଏକ ପୁରାତନ ଲକ୍ଷଣ । ଯେତେବେଳେ ଶ୍ରମିକମାନେ ପୂରା ସମୟ ନିମିତ୍ତ କର୍ମନିଯୁକ୍ତିର ସୁବିଧା ପାଇପାରନ୍ତି ନାହିଁ, ତାହାକୁ ଅର୍ବବେକାରୀ କୁହାଯାଏ । ଏପ୍ରକାର ବେକାରୀ, ଗ୍ରାମାଞ୍ଚଳରେ କୃଷି କ୍ଷେତ୍ରରେ ଦେଖାଯାଏ । ଏହାଦ୍ଵାରା ଦେଶର ଅଜସ୍ର ମାନବଶକ୍ତିର ଅପଚୟ ହୋଇଥାଏ । ଭାରତର ବେକାରି ସମସ୍ୟା ଅପେକ୍ଷା ଅର୍ବବେକାରି ସମସ୍ୟା ଅଧିକ ଗୁରୁତର ।

3. ଋତୁଗତ ବେକାରି କ’ଣ ?
Answer:
ବର୍ଷର ବାରମାସ କାମ ନ ପାଇ କେତେକ ନିର୍ଦ୍ଦିଷ୍ଟ ଋତୁରେ କାମଧନ୍ଦା ନ ପାଇବାକୁ ଋତୁଗତ ବେକାରି କୁହାଯାଏ । ଏହି ପ୍ରକାର ବେକାରି ମୁଖ୍ୟତଃ କୃଷି ଓ ତତ୍‌ସଂଲଗ୍ନ ଶିଳ୍ପଗୁଡ଼ିକରେ ଦେଖାଯାଏ । ଭାରତରେ ବହୁଫସଲି ବ୍ୟବସ୍ଥା ବହୁଳଭାବରେ ପ୍ରଚଳିତ ହେଉନଥ‌ିବାରୁ ଅନେକ ସମୟରେ ଚାଷୀ ଚାଷ ମଜୁରିଆମାନେ ବର୍ଷର କେତୋଟି ନିର୍ଦ୍ଦିଷ୍ଟ ମାସରେ କାମ କରି ଅନ୍ୟ ମାସଗୁଡ଼ିକରେ ବସିରହିଥା’ନ୍ତି । ଏହାଦ୍ଵାରା ଦେଶରେ ବହୁତ ମାନବ ଶକ୍ତି ନଷ୍ଟ ହୁଏ ।

CHSE Odisha Class 11 Economics Solutions Chapter 1 ସମସାମୟିକ ଭାରତୀୟ ଅର୍ଥନୀତିର ମୌଳିକ ବୈଶିଷ୍ଟ୍ୟ

4. ଦ୍ୱୈତ ଅର୍ଥନୀତି କହିଲେ କ’ଣ ବୁଝ ?
Answer:
ଭାରତର ଅର୍ଥନୀତିକୁ ଦ୍ୱୈତ ଅର୍ଥନୀତି ମଧ୍ୟ କୁହାଯାଏ । ଦ୍ୱୈତ ଅର୍ଥନୀତି କହିଲେ ପାରମ୍ପରିକ ଅର୍ଥବ୍ୟବସ୍ଥା ଓ ଆଧୁନିକ ଅର୍ଥ ବ୍ୟବସ୍ଥାର ସହାବସ୍ଥାନକୁ ବୁଝାଏ । ଏହି ବ୍ୟବସ୍ଥାର ଗ୍ରାମାଞ୍ଚଳର ପାରମ୍ପରିକତା ସହ ସହରାଞ୍ଚଳର ଆଧୁନିକତାର ସମନ୍ୱୟ ଅନଗ୍ରସରତାର ମାତ୍ରା ବୃଦ୍ଧି କରାଇଥାଏ । ଏଠାରେ ଆଧୁନିକ ମୁଦ୍ରା ଅର୍ଥ ବ୍ୟବସ୍ଥା ଓ କୃଷିଭିତ୍ତିକ ପଣ୍ୟ ବିନିମୟର ପରିଲକ୍ଷିତ ହୁଏ ।

5. ସମ୍ବଳର ସ୍ଵଳ୍ପ ନିୟୋଜନ କ’ଣ ?
Answer:
ଭାରତ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ । କିନ୍ତୁ ଆମ ଦେଶର ଜଳସମ୍ପଦ, ବନ ସମ୍ପଦ ଓ ଖଣିଜ ସମ୍ପଦ ପ୍ରଭୃତି ପ୍ରାକୃତିକ ସମ୍ପଦ ସଦୁପଯୋଗ ହୋଇପାରିନାହିଁ । ଦେଶର ଖଣିଜ ସମ୍ପଦ ଦେଶର ଶିଳ୍ପ ବିକାଶରେ ନିୟୋଜିତ ନ ହୋଇ ମୁଖ୍ୟତଃ ରପ୍ତାନି ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି । ଦେଶର ଆର୍ଥନୀତିକ ବିକାଶ ଓ ଶିଳ୍ପ ବିକାଶ ପାଇଁ ଏସବୁ ପ୍ରାକୃତିକ ସମ୍ପଦର ପୂର୍ଣ୍ଣ ଉପଯୋଗ ହେବା ବାଞ୍ଛନୀୟ । ଏଗୁଡ଼ିକର ସ୍ଵଳ୍ପ-ନିୟୋଜନ ହେବାଦ୍ଵାରା ଦେଶର ଆର୍ଥିକ ମାନଦଣ୍ଡ ସୁଦୃଢ଼ ହୋଇପାରି ନାହିଁ ।

6. ପୁଞ୍ଜିର ସ୍ଵଳ୍ପତା କହିଲେ କ’ଣ ବୁଝ ?
Answer:
ଭାରତୀୟ ଅର୍ଥନୀତିରେ ପୁଞ୍ଜର ସ୍ଵଚ୍ଛତା ଏକ ଚିରନ୍ତନ ବୈଶିଷ୍ଟ୍ୟ ହୋଇ ରହିଆସିଛି । ଗୋଟିଏ ଦେଶର ବିକାଶ ନିମନ୍ତେ ଯଥେଷ୍ଟ ପୁଞ୍ଜିର ଆବଶ୍ୟକତା ରହିଛି । ଆମ ଦେଶର ମୁଣ୍ଡ ପିଛା ଆୟ କମ୍, ଖର୍ଚ୍ଚ ବେଶୀ, ତେଣୁ ସଞ୍ଚୟ ମଧ୍ଯ କମ୍ । ଯାହାଫଳରେ ଦେଶର ନିଜସ୍ୱ ପୁଞ୍ଜିର ଦରିଦ୍ର ନୁହେଁ, ମାନବିକ ପୁଞ୍ଜିରେ ମଧ୍ୟ ଦରିଦ୍ର । ଭାରତରେ ମାନବିକ ପୁଞ୍ଜିର ମାନନିକୃଷ୍ଟ । ମାନବିକ ପୁଞ୍ଜିର ଗଠନ ଦେଶର ଶିକ୍ଷା, ସାକ୍ଷରତା, ସ୍ୱାସ୍ଥ୍ୟ, ଗବେଷଣା ଓ ତାଲିମ ସୁବିଧା ଉପରେ ନିର୍ଭର କରେ ।

7. ଆୟର ବୈଷମ୍ୟତା କହିଲେ କ’ଣ ବୁଝ ?
Answer:
ଲକ୍ଷ୍ୟ ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନାରେ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଏହା ଏଯାବତ୍ ସମ୍ଭବ ହୋଇପାରିନାହିଁ । ଦେଶର ଶତକଡ଼ା ପ୍ରାୟ 51 ଭାଗ ପରିବାର ମୋଟ ସମ୍ପଦର 8 ଭାଗ ନିଜ ଅଧିକାରରେ ରଖୁଛନ୍ତି ମାତ୍ର 4 ଶତାଂଶ ପରିବାର ମୋଟ ସମ୍ପଦର 31ଭାଗ ନିଜ ମାଲିକାନାରେ ରଖୁଛନ୍ତି । ଏହି ପରିସଂଖ୍ୟାନରୁ ଆୟ ବୈଷମ୍ୟର ମାତ୍ରା ବିଷୟରେ ସମ୍ୟକ୍ ସୂଚନା ମଳିଥାଏ ।

F. ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ବେକାରୀ ଓ ଅର୍ଷବେକାରୀ ।
Answer:
ଯେତେବେଳେ ବହୁ କାର୍ଯ୍ୟକ୍ଷମ ଲୋକ ନିଯୁକ୍ତିପାଇଁ ଆଗ୍ରହୀ ଓ ସକ୍ଷମ ଥାଇ ମଧ୍ୟ ପ୍ରଚଳିତ ମଜୁରିରେ କର୍ମନିଯୁକ୍ତ ହୋଇପାରନ୍ତି ନାହିଁ, ସେତେବେଳେ ସେମାନଙ୍କୁ ବେକାର ବୋଲି ଅଭିହିତ କରାଯାଏ । ତେଣୁ କେବଳ କାର୍ଯ୍ୟକ୍ଷମ ଲୋକମାନଙ୍କର ନିଯୁକ୍ତିହୀନତାକୁ ବେକାରି ଆଖ୍ୟା ଦିଆଯାଇଥାଏ । ଦେଶର ବର୍ଦ୍ଧିତ ଜନସଂଖ୍ୟାର ଗୁରୁଚାପ ହେତୁ ଶ୍ରମିକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବର୍ତ୍ତମାନ ଶ୍ରମଶକ୍ତିପାଇଁ ଲାଭଜନକ କର୍ମନିଯୁକ୍ତିର ସୁବିଧା ପର୍ଯ୍ୟାପ୍ତ ପରିମାଣରେ ବୃଦ୍ଧି ପାଉନାହିଁ, ଫଳରେ ଶ୍ରମିକ ବେକାର ରହୁଛି ।

ଯେଉଁ ଶ୍ରମିକମାନେ ନିଯୁକ୍ତି ପାଇ ମଧ୍ୟ ଉତ୍ପାଦନରେ ତାଙ୍କର ପୂର୍ଣ୍ଣ ସାମର୍ଥ୍ୟ ବିନିଯୋଗ କରିପାରନ୍ତି ନାହିଁ ସେମାନଙ୍କୁ ଅର୍ଥ ବେକାର ବୋଲି ଅଭିହିତ କରାଯାଏ । ଏ ପ୍ରକାର ବେକାରି ବର୍ଷସାରା କାର୍ଯ୍ୟ ପାଇନଥ’ନ୍ତି । ବର୍ଷର କେତେକ ନିର୍ଦ୍ଦିଷ୍ଟ ଦିବସରେ ଏମାନେ ନିଯୁକ୍ତି ସୁଯୋଗ ଲାଭ କରିଥିବା ବେଳେ ଅନ୍ୟାନ୍ୟ ସମୟ କୌଣସି କାର୍ଯ୍ୟ ନପାଇ ବସି ରହିଥା’ନ୍ତି । ଏହି ପ୍ରକାର ସମସ୍ୟା ମୁଖ୍ୟତଃ କୃଷି, ଆତ୍ମନିଯୁକ୍ତି ଓ ଦିନ ମଜୁରିଆ ଶ୍ରେଣୀ ଶ୍ରମିକମାନଙ୍କ କ୍ଷେତ୍ରରେ ବିଶେଷ ପରିଲକ୍ଷିତ ହୋଇଥାଏ ।

CHSE Odisha Class 11 Economics Solutions Chapter 1 ସମସାମୟିକ ଭାରତୀୟ ଅର୍ଥନୀତିର ମୌଳିକ ବୈଶିଷ୍ଟ୍ୟ

2. ଅର୍ଷବେକାରୀ ଓ ପ୍ରଚ୍ଛନ୍ନ ବେକାରୀ ।
Answer:
ଯେଉଁ ଶ୍ରମିକମାନେ ନିଯୁକ୍ତି ପାଇ ମଧ୍ୟ ଉତ୍ପାଦନରେ ତାଙ୍କର ପୂର୍ବ ସାମର୍ଥ୍ୟ ବିନିଯୋଗ କରିପାରନ୍ତି ନାହିଁ ସେମାନଙ୍କୁ ‘ ଅର୍ଥ ବେକାର ବୋଲି କୁହାଯାଏ । ଏହି ଶ୍ରେଣୀର ବେକାରି ଅଧ‌ିକ ଥିବା ଦେଶଗୁଡ଼ିକ ଶ୍ରମଦକ୍ଷତାର ପୂର୍ବ ଉପଯୋଗ କରିବାକୁ ଅସମର୍ଥ ହୋଇଥାନ୍ତି । ଭାରତର କୃଷିକ୍ଷେତ୍ରରେ ଏହି ସମସ୍ୟା ଅଧ୍ବକ ଦେଖାଯାଏ ।

ଉତ୍ପାଦନ ପ୍ରକ୍ରିୟାକୁ ଯେଉଁ ଶ୍ରମିକର କୌଣସି ଅବଦାନ ନଥାଏ ଏବଂ ଯାହାର ନିଯୁକ୍ତି ସମାପ୍ତ କରିଦିଆଗଲେ ମଧ୍ୟ ଉତ୍ପାଦନ ହ୍ରାସ ପାଏନାହିଁ, ତାହାକୁ ପ୍ରଚ୍ଛନ୍ନ ବେକାର ଆଖ୍ୟା ଦିଆଯାଏ । ଭାରତ ଭଳି କୃଷିପ୍ରଧାନ ଦେଶମାନଙ୍କରେ ଏଭଳି ବେକାରି ଅଧ୍ବକ ମାତ୍ରାରେ ଦେଖାଦେଇଥାଏ । କୃଷି କ୍ଷେତ୍ରରେ ଆବଶ୍ୟକ ସଂଖ୍ୟକ ଶ୍ରମିକମାନଙ୍କଠାରୁ ଅଧ‌ିକ ସଂଖ୍ୟକ ଶ୍ରମିକ ନିୟୋଜିତ ହୋଇଥିବାରୁ ଏପରି ଅବସ୍ଥା ଦେଖାଯାଏ ।

3. ଚରମ ଦାରିଦ୍ର୍ୟ ଓ ଆପେକ୍ଷିକ ଦାରିଦ୍ର୍ୟ ।
Answer:
ଯେଉଁ ଲୋକମାନେ ବଞ୍ଚୁରହିବାପାଇଁ ଜୀବନର ମୌଳିକ ଆବଶ୍ୟକତାକୁ ପୂରଣ କରିପାରନ୍ତି ନାହିଁ, ସେମାନଙ୍କ କ୍ଷେତ୍ରରେ ଚରମ ଦାରିଦ୍ର୍ୟ ବା ଉତ୍କଟ ଦାରିଦ୍ର୍ୟ ଦେଖାଯାଏ । ତେଣୁ ସର୍ବନିମ୍ନ ଖାଦ୍ୟସାର, ବସ୍ତ୍ର, ବାସଗୃହ ଭିତ୍ତିରେ ଚରମ ଦାରିଦ୍ର୍ୟତା ନିର୍ଣ୍ଣୟ ହୋଇଥାଏ । ଦାରିଦ୍ର୍ୟତାକୁ ମାପିବାପାଇଁ ଆମେ ଚରମ ଦାରିଦ୍ର୍ୟକୁ ମାପିଥାଉ ।

ଯେତେବେଳେ ଦୁଇଜଣ ବ୍ୟକ୍ତି ବା ଦୁଇ ଗୋଷ୍ଠୀ ଲୋକମାନଙ୍କର ଆର୍ଥିକ ସ୍ଥିତିକୁ ନେଇ ତୁଳନା କରାଯାଏ, ସେତେବେଳେ ଆମେ ଆପେକ୍ଷିକ ଦାରିଦ୍ର୍ୟ କଥା କହିଥାଉ । ତେଣୁ ଆପେକ୍ଷିକ ଦାରିଦ୍ର୍ୟତା କହିଲେ ଆୟର ବୈଷମ୍ୟକୁ ବୁଝାଏ । ଆୟ ଓ ସମ୍ପଦର ବଣ୍ଟନରେ ଅସମତା ଦେଶର ଆପେକ୍ଷିକ ଦାରିଦ୍ର୍ୟତା ସୃଷ୍ଟିକରେ । ଆପେକ୍ଷିକ ଦାରିଦ୍ର୍ୟତା ସବୁ ଦେଶରେ ଦେଖାଯାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ସମସାମୟିକ ଭାରତୀୟ ଅର୍ଥନୀତିର ମୌଳିକ ବୈଶିଷ୍ଟ୍ୟଗୁଡ଼ିକ ବର୍ଣ୍ଣନା କର ।
Answer:
ପ୍ରାଚୀନ ଉନ୍ନତ ସଂସ୍କୃତିସମ୍ପନ୍ନ ତଥା ପ୍ରାକୃତିକ ସମ୍ବଳ ପରିପୂର୍ଣ୍ଣ ରାଷ୍ଟ୍ର ହୋଇଥିଲେ ହେଁ ଭାରତ ପୃଥ‌ିବୀର ଏକ ଦରିଦ୍ରତମ ଅନୁନ୍ନତ ରାଷ୍ଟ୍ରଭାବେ ପରିଗଣିତ ହେଉଅଛି । ଅନୁନ୍ନତ ରାଷ୍ଟ୍ରମାନଙ୍କର ସମସ୍ତ ବୈଶିଷ୍ଟ୍ୟବଳୀ ଭାରତୀୟ ଅର୍ଥବ୍ୟବସ୍ଥାରେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହେଉଅଛି । ସ୍ୱାଧୀନତାର ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ କ୍ଷେତ୍ରରେ ପ୍ରଗତି ହାସଲ କରିଥିଲେ ହେଁ ଏକ ଉନ୍ନତ ରାଷ୍ଟ୍ରଭାବରେ ବିବେଚିତ ହେବାର ଯୋଗ୍ୟତା ନିମନ୍ତେ ଏହା ପର୍ଯ୍ୟାପ୍ତ ନୁହେଁ । ଜାତିସଂଘ ବିକାଶ କାର୍ଯ୍ୟକ୍ରମ (UNDP) ଦ୍ଵାରା ପ୍ରସ୍ତୁତ ବିକାଶ ରିପୋର୍ଟ 2005ରେ ଭାରତ 127ତମ ସ୍ଥାନରେ ରହିବା ଏହାର ଆର୍ଥିକ ଅନଗ୍ରସରତା ତଥା ସ୍ଵଚ୍ଛ ବିକାଶର ଜ୍ଵଳନ୍ତ ନିଦର୍ଶନ ।

CHSE Odisha Class 11 Economics Solutions Chapter 1 ସମସାମୟିକ ଭାରତୀୟ ଅର୍ଥନୀତିର ମୌଳିକ ବୈଶିଷ୍ଟ୍ୟ

ପରନ୍ତୁ ଅଧୁନା ସମସାମୟିକ ଭାରତୀୟ ଅର୍ଥନୀତିରେ ଦୀର୍ଘ ଛଅ ଦଶନ୍ଧିର ଯୋଜନାବଦ୍ଧ ବିକାଶ କାର୍ଯ୍ୟକ୍ରମ ଯୋଗୁଁ ଅନଗ୍ରସରତାରୁ ସୁଧୁରି ଏକ ବିକାଶଶୀଳ ରାଷ୍ଟ୍ରରେ ପରିଣତ ହୋଇଛି । ଅର୍ଥନୀତି ଦୃଷ୍ଟିକୋଣରୁ ଭାରତ ପୃଥ‌ିବୀରେ ଏକ ସ୍ଵତନ୍ତ୍ର ସ୍ଥାନ ନେଇ ମହାଶକ୍ତିର ପରିଚୟ ପାଇଛି । ଏହି ପରିପ୍ରେକ୍ଷୀରେ ‘ସମସାମୟିକ ଭାରତୀୟ ଅର୍ଥନୀତିରେ ମୌଳିକ ବୈଶିଷ୍ଟ୍ୟଗୁଡ଼ିକୁ ଆଲୋଚନା କରିବା ବିଧେୟ । ନିମ୍ନରେ ଏହି ବିଷୟ ବର୍ଣ୍ଣନା କରାଯାଇଛି ।

ବୈଶିଷ୍ଟ୍ୟ ବୈଶିଷ୍ନ୍ୟ।ବଳୀ (Characteristics):
ଭାରତୀୟ ଅର୍ଥବ୍ୟବସ୍ଥାରେ ସାଧାରଣତଃ ନିମ୍ନଲିଖ୍ ବୈଶିଷ୍ଟ୍ୟ ସମୂହ ପରିଲକ୍ଷିତ ହୁଏ ।
(i) ସ୍ଵଚ୍ଛ ମୁଣ୍ଡପିଛା ଆୟ (Low per-capita Income) : ଭାରତୀୟ ଅର୍ଥବ୍ୟବସ୍ଥାର ଏକ ମୌଳିକ ଲକ୍ଷଣ ହେଉଛି ସ୍ଵଳ୍ପ ମୁଣ୍ଡପିଛା ଆୟ । ମୁଣ୍ଡପିଛା ଆୟ କହିଲେ ବ୍ୟକ୍ତିପିଛା ହାରାହାରି ଆୟକୁ ବୁଝାଏ । ଦେଶର ମୋଟ ଜାତୀୟ ଆୟକୁ ମୋଟ ଜନସଂଖ୍ୟାଦ୍ଵାରା ଭାଗ କରି ମୁଣ୍ଡପିଛା ଆୟ ନିର୍ଣ୍ଣୟ କରାଯାଏ ।

CHSE Odisha Class 11 Economic Solutions Chapter 1 ସମସାମୟିକ ଭାରତୀୟ ଅର୍ଥନୀତିର ମୌଳିକ ବୈଶିଷ୍ଟ୍ୟ

ଅର୍ଥାତ୍ ଯଦି ମୋଟ ଜାତୀୟ ଆୟର ବୃଦ୍ଧି, ଜନସଂଖ୍ୟାର ବୃଦ୍ଧି ତୁଳନାରେ ଅଧ୍ଵ ହୁଏ ତେବେ ମୁଣ୍ଡପିଛା ଆୟର ବୃଦ୍ଧି ଘଟେ । ମାତ୍ର ଭାରତରେ ଜନସଂଖ୍ୟାର ଦ୍ରୁତ ବୃଦ୍‌ଦି ଯୋଗୁଁ ମୁଣ୍ଡପିଛା ଆୟ ବୃଦ୍ଧି ପାଇପାରୁନାହିଁ । ଭାରତର ମୁଣ୍ଡପିଛା ଆୟ 2005 ମସିହାର 530 ଆମେରିକୀୟ ଡଲାର ଥିଲା ବୋଲି ହିସାବ କରାଯାଇଛି ।

ଉନ୍ନତ ଦେଶମାନଙ୍କର ମୁଣ୍ଡପିଛା ଆୟ ଭାରତ ତୁଳନାରେ ଯଥେଷ୍ଟ ଅଧିକ । ତେଣୁ ଭାରତର ବାସ୍ତବ ଜାତୀୟ ଆୟର ହାରାହାରି ବାଧ୍ଯ ଅଭିବୃଦ୍ଧି ଶତକଡ଼ା 4 ରହିବା ବେଳେ ଜନସଂଖ୍ୟାର ହାରାହାରି ବାର୍ଷିକ ବୃଦ୍ଧି ଶତକଡ଼ା 2 ରହିଥିଲା । ଫଳରେ ଜାତୀୟ ଆୟ ଓ ମୁଣ୍ଡପିଛା ଆୟର ଏହି ବୃଦ୍ଧି ଅନ୍ୟାନ୍ୟ ଉନ୍ନତ ରାଷ୍ଟ୍ରମାନଙ୍କ ତୁଳନାରେ ଯଥେଷ୍ଟ କମ୍ ଅଟେ ।

(ii) ବିଶାଳ ଅର୍ଥବ୍ୟବସ୍ଥା ଓ ସ୍ଵଳ୍ପ ମୁଣ୍ଡପିଛା ଆୟ – ଉତ୍ପାଦନ କ୍ଷେତ୍ର (କୃଷି, ଶିଳ୍ପ ଓ ସେବା)ରେ ଉଲ୍ଲେଖନୀୟ ଅଭିବୃଦ୍ଧି ଫଳରେ ଭାରତର ଅର୍ଥନୀତି ଆଦି ପୃଥ‌ିବୀରେ ୱେଲ୍‌ଥ୍ ରିପୋର୍ଟ ଆଧାରରେ 2012 ଅନୁସାରେ ଚତୁର୍ଥ ବୃହତ୍ତମ ରାଷ୍ଟ୍ର ଏବଂ କ୍ରୟମୂଲ୍ୟ ସମତା ଭିତ୍ତିରେ ପୃଥ‌ିବୀରେ ଭାରତ ତୃତୀୟ ବୃହତ୍ ଅର୍ଥନୀତି; କିନ୍ତୁ ଏହାର ମୁଣ୍ଡପିଛା ଆୟ ବିଶ୍ଵ ମୁଣ୍ଡପିଛା ଆୟର ଏକ ଷତାଂଶ । 2013 ମସିହା ଅନୁଯାୟୀ ଭାରତର ମୁଣ୍ଡପିଛା ଆୟ 1499 ଡଲାର ଯାହାର ଆମେରିକାଠାରୁ ଦଶଗୁଣା କମ୍ ।

(iii) ଦ୍ରୁତ ଜନସଂଖ୍ୟା ବୃଦ୍ଧି (Rapid growth of population) – ଭାରତରେ ଜନସଂଖ୍ୟାର ଦ୍ରୁତ ବୃଦ୍ଧି ଏହାର ଅନଗ୍ରସରତାର ଅନ୍ୟ ଏକ ମୁଖ୍ୟ କାରଣ । ସମୁଦାୟ ଭୂଭାଗର ମାତ୍ର 2.4 ପ୍ରତିଶତ ସ୍ଥାନ ଭାରତ ଦଖଲ କରିଥିଲାବେଳେ, ବିଶ୍ୱଜନସଂଖ୍ୟାର ପ୍ରାୟ 17 ପ୍ରତିଶତ ବାସକରୁଥିବାର ଜଣାଯାଏ । 2011 ଜନଗଣନା ଅନୁସାରେ ଭାରତର ମୋଟ ଜନସଂଖ୍ୟା 121.02 କୋଟି ଥିବାବେଳେ, ଏହାର ବୃଦ୍ଧିର ହାର ଥିଲା ଶତକଡ଼ା 1.93 ଭାଗ ଯଦିଓ ଅନ୍ୟବର୍ଷ ତୁଳନାରେ ଭାରତର ଜନସଂଖ୍ୟା ବୃଦ୍ଧିର ହାର ହ୍ରାସ ପାଇଛି ତଥାପି ଉନ୍ନତ ରାଷ୍ଟ୍ରମାନଙ୍କ ତୁଳନାରେ ଏହି ବୃଦ୍ଧିର ହାର ଯଥେଷ୍ଟ ଅଧିକ । ଜନବିସ୍ଫୋରଣ ଭାରତର ଅର୍ଥବ୍ୟବସ୍ଥାର ଅନ୍ୟଏକ ଭୟାବହ ବୈଶିଷ୍ଟ୍ୟ ।

(iv) କୃଷିର ପ୍ରଧାନ୍ୟ (Predominance of Agriculture) – ଭାରତର ଅର୍ଥବ୍ୟବସ୍ଥାରେ କୃଷିର ପ୍ରଧାନ୍ୟ ଦେଖାଯାଏ । ଯଦିଓ ଜାତୀୟ ଆୟକୁ କୃଷିର ଅବଦାନ ହ୍ରାସ ପାଇଛି, ତଥାପି କୃଷି, ଆମ ଅର୍ଥନୀତିର ମେରୁଦଣ୍ଡ ସଦୃଶ କାମ କରୁଛି । 1941ରେ ଜାତୀୟ ଆୟକୁ କୃଷିର ଅବଦାନ 70 ଶତାଂଶ ଥିଲା କିନ୍ତୁ 2013-14 ସୁଦ୍ଧା ଏହା 15 ଶତାଂଶକୁ ହ୍ରାସ ପାଇଛି ।

ଦେଶର ମୋଟ ଶ୍ରମିକମାନଙ୍କ ମଧ୍ୟରେ 50 ପ୍ରତିଶତ ଶ୍ରମିକ ଏହି କ୍ଷେତ୍ରରେ ନିଯୁକ୍ତ ହୋଇଥାନ୍ତି । ଯୁକ୍ତରାଷ୍ଟ୍ର ଓ ଇଂଲଣ୍ଡ ପ୍ରଭୃତି ଉନ୍ନତ ଦେଶମାନଙ୍କରେ କୃଷି ଉପରେ ନିର୍ଭର କରୁଥିବା ଲୋକସଂଖ୍ୟା ମାତ୍ର 3 ଶତାଂଶରୁ 4 ଶତାଂଶ ମଧ୍ୟରେ । ତେଣୁ କୃଷିର ପ୍ରାଧାନ୍ୟ ଭାରତର ଅର୍ଥନୀତିରେ ଅବ୍ୟାହତ ରହିଛି ।

(v) ବେକାରୀ ଓ ଅର୍ବବେକାରୀ (Unemployment and Underemployment) – ବେକାରୀ ଓ ଅର୍ବବେକାରୀ ଭାରତୀୟ ଅର୍ଥବ୍ୟବସ୍ଥାର ଏକ ଅତି ପୁରାତନ ଲକ୍ଷଣ । ଦେଶର କେତେକ ଶ୍ରମିକ ବେକାର ରହିବା ସହିତ କେତେକ ମଧ୍ୟ ପୁରା ସମୟ ନିମିତ୍ତ କର୍ମନିଯୁକ୍ତିର ସୁବିଧା ପାଇପାରନ୍ତି ନାହିଁ । ପ୍ରଥମ ଶ୍ରେଣୀର ଶ୍ରମିକମାନଙ୍କୁ ବେକାରୀ ଓ ଦ୍ୱିତୀୟ ଶ୍ରେଣୀର ଶ୍ରମିକମାନଙ୍କୁ ଅର୍ବବେକାରୀ କୁହାଯାଏ । ଏମାନଙ୍କ ମଧ୍ୟରୁ କେତେକ ଶ୍ରମିକମାନଙ୍କୁ ମଧ୍ୟ ପ୍ରଚ୍ଛନ ବେକାରୀ କୁହାଯାଏ ।

ଏପ୍ରକାର ବେକାରୀ ଗ୍ରାମାଞ୍ଚଳରେ କୃଷି କ୍ଷେତ୍ରରେ ଦେଖାଯାଏ । ପ୍ରଚ୍ଛନ୍ନ ବେକାରୀ ସେହି ଅବସ୍ଥାକୁ ବୁଝାଏ । ଯେଉଁ କ୍ଷେତ୍ରରୁ କେତେକ ସଂଖ୍ୟକ ଶ୍ରମିକ ଅପସାରିତ ହେଲେ ମଧ୍ୟ, ସେହି କ୍ଷେତ୍ରରେ ମୋଟ ଉତ୍ପାଦନ ହ୍ରାସ ହୁଏନାହିଁ । ତେଣୁ ବେକାରୀ ସମସ୍ୟା ବର୍ତ୍ତମାନ ଦେଶପାଇଁ ଏକ ଭୟାଭୟ ସମସ୍ୟା ରୂପେ ଦେଖାଦେଇଛି ।

(vi) ପୁଞ୍ଜି ଗଠନରେ ଉନ୍ନତି (Development in Capital Formation) – ପୁଞ୍ଜିର ସ୍ପକ୍ପତାହି ଭାରତୀୟ ଅର୍ଥନୀତିର ଏକ ମୁଖ୍ୟ ଚରିତ୍ର । ଯଦ୍ବାରା ଭାରତର ଆର୍ଥିକ ଅଭିବୃଦ୍ଧି ପାଇଁ ଆବଶ୍ୟକ ଥିବା ସମସ୍ତ ସମ୍ବଳ; ଯଥା – ପ୍ରାକୃତିକ ସମ୍ବଳ, ମାନବସମ୍ବଳ ମହଜୁଦ୍ ଥ‌ିବା ସତ୍ତ୍ବେ ବିକାଶ ସମ୍ଭବ ନ ଥିଲା । ଏହି ଅବସ୍ଥା ସ୍ଵାଧୀନତା ପରେ ଦୀର୍ଘ ତିରିଶ ବର୍ଷ ଜାରି ରହିଲା । 1950-51ରେ ମୋଟ ପୁଞ୍ଜି ଗଠନ ଚଳନ୍ତି ବଜାର ଦରରେ ମୋଟ ଘରୋଇ ଉତ୍ପାଦର 8.7% ଥିଲା ।

CHSE Odisha Class 11 Economics Solutions Chapter 1 ସମସାମୟିକ ଭାରତୀୟ ଅର୍ଥନୀତିର ମୌଳିକ ବୈଶିଷ୍ଟ୍ୟ

ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ 2014-15 ଅନୁଯାୟୀ ଭାରତର ମୋଟ ପୁଞ୍ଜି ଗଠନର ହାର 2012-13 ମସିହାରେ 32.3% ଥ‌ିବାବେଳେ 2013-14 ମସିହାରେ 36.6% ପହଞ୍ଚେ ରେକର୍ଡ଼ କରିଥିଲା । ତେଣୁ ଏହା ଭାରତୀୟ ଅର୍ଥନୀତିରେ ପୁଞ୍ଜିଗଠନର ହାର ବୃଦ୍ଧି ବିକାଶର ସଙ୍କେତ ବହନ କରୁଛି । ତଥାପି ଭାରତର ଅର୍ଥନୀତି ଏସିଆର ଚୀନ୍, କୋରିଆ ଆଦି ଦେଶଠାରୁ ନିମ୍ନରେ ଅଛି ।

(vii) ନ୍ୟୁନମାନର ବୈଷୟିକ କୌଶଳ (Low level of technology) – ଭାରତର ଅନଗ୍ରସରତାର ଅନ୍ୟତମ କାରଣ ହେଲା ନ୍ୟୁନମାନର ବୈଷୟିକ କୌଶଳର ଅବଲମ୍ବନ । ଆମ ଦେଶରେ ପାରମ୍ପରିକ ପୂରାତନ ଉତ୍ପାଦନ ପଦ୍ଧତି ଅବଲମ୍ବନ କରାଯାଇଥାଏ । ଆମ ଦେଶରେ ବ୍ୟବହାର କରାଯାଉଥିବା ଉତ୍ପାଦନ କୌଶଳ ଉନ୍ନତ ଦେଶମାନଙ୍କଭଳି ସୁଦୂରପ୍ରସାରୀ ନୁହେଁ । ଉନ୍ନତ ପ୍ରଯୁକ୍ତି ବିଦ୍ୟା ଉତ୍ପାଦନ ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଥାଏ ।

ନୂତନ ଉତ୍ପାଦନ କୌଶଳର ବହୁଳ ବ୍ୟବହାର, ପୁଞ୍ଜି ଓ ତାଲିମପ୍ରାପ୍ତ କୁଶଳୀ କାରିଗରଙ୍କ ସୁଲଭତା ଉପରେ ଉତ୍ପାଦନ ବୃଦ୍ଧି ନିର୍ଭର କରେ । ଭାରତ ପରି ଅଳ୍ପ ବିକଶିତ ଦେଶମାନଙ୍କରେ ପୁଞ୍ଜି ଓ କୁଶଳୀ ଶ୍ରମିକଙ୍କର ଅଭାବ, ଆଧୁନିକ ଉତ୍ପାଦନ କୌଶଳ ଅବଲମ୍ବନ କରିବାରେ ଅନ୍ତରାୟ ସୃଷ୍ଟିକରେ । କୃଷିକ୍ଷେତ୍ରରେ ପାରମ୍ପରିକ ପୁରାତନ ପଦ୍ଧତି ପ୍ରଚଳନ ଓ ଶିଳ୍ପ କ୍ଷେତ୍ରରେ ନିକୃଷ୍ଟ କୌଶଳର ଅବଲମ୍ବନ ଯୋଗୁଁ ଉତ୍ପାଦନ କମ୍ ଓ ଉତ୍ପାଦନ ପରିବ୍ୟୟ ଅଧିକ ହୋଇଥାଏ ।

(viii) ଦୁର୍ବଳ ମାନବିକ ପୁଞ୍ଜି (Weak Human Capital) – ଆମ ଦେଶର ଜନଶକ୍ତି ବିପୁଳ । ମାତ୍ର ଉତ୍ପାଦିକା ଶକ୍ତି ଦୃଷ୍ଟି ଦେଖୁଲେ, ଦେଶର ଶ୍ରମିକମାନଙ୍କ କାର୍ଯ୍ୟଦକ୍ଷତା ସ୍ଵଳ୍ପ ଅଟେ । ଦୁର୍ବଳ ମାନବିକ ପୁଞ୍ଜିର କାରଣ ମୁଖ୍ୟତଃ ନିରକ୍ଷରତା । 2011 ଜନଗଣନା ଅନୁସାରେ ଆମ ଦେଶର ସାକ୍ଷରତା ହାର ମୋଟ ଜନସଂଖ୍ୟାର ପ୍ରାୟ 74 ଶତାଂଶ ଏବଂ 26% ନିରକ୍ଷର । ନିରକ୍ଷରତା ହିଁ ଅର୍ଥନୈତିକ ବିକାଶର ପ୍ରତିବନ୍ଧକ ।

(ix) ଚରମ ଦାରିଦ୍ର୍ୟ (Abject Poverty) – ଭାରତୀୟ ଅର୍ଥବ୍ୟବସ୍ଥାରେ ଦାରିଦ୍ର୍ୟ ଏକ ସାଧାରଣ ବୈଶିଷ୍ଟ୍ୟ । ଭାରତର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦାରିଦ୍ର୍ୟ ଉତ୍କଟ ରୂପ ଧାରଣ କରିଛି ଯଦିଓ ଗ୍ରାମାଞ୍ଚଳରେ ଏହାର ମାତ୍ରା ଅପେକ୍ଷାକୃତ ଅଧିକ । 1999-2000 ମସିହାର ଯୋଜନା କମିଶନଙ୍କ ହିସାବରୁ ଜଣାଯାଏ ଯେ ଏବେବି ଭାରତରେ 26.1 ଶତାଂଶ ଲୋକ ଦାରିଦ୍ର୍ୟର ସୀମାରେଖା ତଳେ ଅଛନ୍ତି । ତେନ୍ଦୁଲକର ପଦ୍ଧତି ଅନୁଯାୟୀ 2011-12 ମସିହାରେ ଓଡ଼ିଶାରେ ଦାରିଦ୍ର୍ୟତାର ସୀମାରେଖା ତଳେ 32.6% ଲୋକ ବାସକରନ୍ତି ଏବଂ ବହାରରେ 33.7% ଲୋକ ବାସକରନ୍ତି ।

ଗ୍ରାମାଞ୍ଚଳରେ ଯେଉଁମାନେ ଦୈନିକ 2400 କ୍ୟାଲୋରି ଓ ସହରାଞ୍ଚଳରେ ଯେଉଁମାନେ 2100 କ୍ୟାଲୋରି ଓ ସହରାଞ୍ଚଳରେ ଯେଉଁମାନେ 2100 କ୍ୟାଲୋରି ଖାଦ୍ୟ ଖାଇବାକୁ ପାଇନାହାନ୍ତି, ସେମାନେ ଦାରିଦ୍ର୍ୟ ସୀମାରେଖାର ନିମ୍ନରେ ଅଛନ୍ତି ବୋଲି କୁହାଯାଏ । ଭାରତୀୟ ଯୋଜନା 62 ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଦାରିଦ୍ର୍ୟର ମାତ୍ରାରେ ଉଲ୍ଲେଖନୀୟ ହ୍ରାସ ପରିଲକ୍ଷିତ ହୋଇନାହିଁ ।

(x) ସମ୍ପଦ ବଣ୍ଟନରେ ଅସମତା (Inequality in the Distribution of wealth) – ଭାରତୀୟ ଅର୍ଥବ୍ୟବସ୍ଥାରେ ସମ୍ପଦ ବଣ୍ଟନରେ ବୈଷମ୍ୟ ପରିଲକ୍ଷିତ ହୋଇଥାଏ । 1980-81 ମସିହାର କୃଷି ଗଣନା ଅନୁସାରେ ଶତକଡ଼ା 10 ଭାଗ ଚାଷୀ ହାତରେ ଶତକଡ଼ା 49 ଭାଗ ଜମି ରହିଥିବାବେଳେ, ଶତକଡ଼ା ୨୦ ଭାଗ ଚାଷୀ ହାତରେ 51 ଭାଗ ଜମି ରହିଥ‌ିବାର ଦେଖାଯାଇଥିଲା । ଶିଳ୍ପ କ୍ଷେତ୍ରରେ ମଧ୍ୟ ବଡ଼ ବଡ଼ ଶିଳ୍ପପତିମାନଙ୍କ ହାତରେ ବିପୁଳ ପରିମାଣର ସମ୍ପଦ ଠୁଳ ହୋଇ ରହିଥ‌ିବାର ଦେଖାଯାଏ ।

(xi) ସମ୍ବଳର ଅର୍ଥ ନିୟୋଜନ (Underutilisation of Resources) – ଭାରତ ହେଉଛି ପ୍ରାକୃତିକ ସମ୍ବଳରେ ସମୃଦ୍ଧ । ମାତ୍ର ସେସବୁର ସଦୁପଯୋଗ ହୋଇପାରୁ ନାହିଁ । ଭାରତରେ ଲୌହ, ମାଙ୍ଗାନିଜ୍, ବକ୍‌ସାଇଟ୍, କୋଇଲା ଆଦି ପ୍ରଚୁର ପରିମାଣରେ ରହିଛି । ମାତ୍ର ଏହି ଖଣିଜ ସମ୍ପଦର ଯଥାଯଥ ବିନିଯୋଗ କରାଯାଇପାରୁ ନାହିଁ । ଫଳରେ ଭାରତ ଏକ ଦରିଦ୍ର ରାଷ୍ଟ୍ରଭାବେ ବିବେଚିତ ହେଉଛି । ପୁଞ୍ଜିର ଅଭାବ ଯୋଗୁଁ ଏହି ଖଣିଜ ସମ୍ପଦଗୁଡ଼ିକୁ ଦେଶର ଆର୍ଥନୀତିକ ବିକାଶ ଓ ଶିଳ୍ପ ବିକାଶ ପାଇଁ ଏସବୁ ପ୍ରାକୃତିକ ସମ୍ପଦର ପୂର୍ଣ୍ଣ ଉପଯୋଗ ହେବା ବାଞ୍ଛନୀୟ ।

(xii) ଦ୍ଵୈତ ଅର୍ଥନୀତି (Dualistic Economy) – ଦ୍ଵୈତ ଅର୍ଥବ୍ୟବସ୍ଥା କହିଲେ ପାରମ୍ପରିକ ଅର୍ଥ ବ୍ୟବସ୍ଥା ଓ ଆଧୁନିକ ଅର୍ଥବ୍ୟବସ୍ଥାର ସହାବସ୍ଥାନକୁ ବୁଝାଏ । ଭାରତର ଅର୍ଥନୀତିକୁ ଦ୍ୱୈତ ଅର୍ଥନୀତି କୁହାଯାଏ, କାରଣ ଏଠାରେ ଆଧୁନିକ ମୁଦ୍ରା ଅର୍ଥବ୍ୟବସ୍ଥା ଓ କୃଷିଭିତ୍ତିକ ପଣ୍ୟ ବିନିମୟର ସହାବସ୍ଥାନ ପରିଲକ୍ଷିତ ହୁଏ ।

(xiii) ବୈଦେଶିକ ବାଣିଜ୍ୟର ଦ୍ରୁତ ଅଭିବୃଦ୍ଧି (Rapid growth of foreign trade) – ସମସାମୟିକ ଅର୍ଥନୀତିରେ ଭାରତର ବୈଦେଶିକ ବାଣିଜ୍ୟ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିଛି । ଜଗତୀକରଣ ଯୋଗୁ ବୈଦେଶିକ ବାଣିଜ୍ୟ ଏବଂ ମୋଟ ଘରୋଇ ଉତ୍ପାଦର ଅନୁପାତ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଭାରତର ମୋଟ ଘରୋଇ ଉତ୍ପାଦର 2014 ଅନୁଯାୟୀ 50% ଚୀନ୍‌ରେ 41.5% ଥିଲା । ଏହା ସୂଚନା ପ୍ରଦାନ କରେକି ଭାରତୀୟ ଅର୍ଥନୀତି ପୃଥ‌ିବୀ ଅର୍ଥନୀତି ସହ ସଂଯୁକ୍ତ ହେବାରେ ଲାଗିଛି ।

ଅନୁପଯୁକ୍ତ ସାମାଜିକ ଓ ରାଜନୈତିକ ବ୍ୟବସ୍ଥା (Unsuitable Social and Political System) ଆମ ଦେଶର ଆର୍ଥିକ ବିକାଶର ଏକ ପ୍ରମୁଖ ପ୍ରତିବନ୍ଧକ ହେଉଛି ଏହାର ଅନୁପଯୁକ୍ତ ସାମାଜିକ ରାଜନୈତିକ ଅବସ୍ଥା, ଆଜି ମଧ୍ୟ ସମାଜରେ ବଞ୍ଚିରହିବା କୁସଂସ୍କାର, ଅନ୍ଧବିଶ୍ଵାସ, ପରମ୍ପରାଗତ ଚିନ୍ତାଧାରା ବିକାଶର କଣ୍ଠରୋଧ କରିଛି । ସର୍ବୋପରି ଦେଶରେ ଶାସନ ବ୍ୟବସ୍ଥା ରାଜନୈତିକ ବ୍ୟବସ୍ଥା ଦୁର୍ନୀତି, ଅପରାଧ ଏବଂ ଆତଙ୍କବାଦରେ ଜର୍ଜରିତ, ଯଦ୍ବାରା ଅନେକ ଯୋଜନା ସତ୍ତ୍ବେ ବିକାଶର ପଥରେଧ କରୁଛି ।

ଘରୋଇ କ୍ଷେତ୍ରରେ ବିସ୍ତାର (Development in Private Sector) – ଅର୍ଥନୀତି ସଂସ୍କାର ପ୍ରକ୍ରିୟାରେ ବିଶେଷ ଭୂମିକା ଗ୍ରହଣ କରୁଥିବା ଘରୋଇକରଣ ବ୍ୟବସ୍ଥା ଓ ପ୍ରୋସାହନ ଯୋଗୁ ଘରୋଇ କ୍ଷେତ୍ରରେ ବିଶେଷ ବିସ୍ତାର ଘଟିଛି । ଖୋଲା ବଜାର ବ୍ୟବସ୍ଥା ଯୋଗୁ ବହୁଦେଶୀୟ କମ୍ପାନୀମାନଙ୍କର ଆବିର୍ଭାବ ଘଟିଛି । ପୁଞ୍ଜିନିବେଶ ସଙ୍ଗେ ସଙ୍ଗେ ଏହା ଘରୋଇ କ୍ଷେତ୍ରର ଦକ୍ଷତା ଏବଂ ଗୁଣବତ୍ତାର ପ୍ରତିଯୋଗୀ ହେବାରେ ସହାୟକ ହୁଏ । ଘରୋଇକ୍ଷେତ୍ରରେ ଉନ୍ନତି ଘଟିଲେ ଭାରତୀୟ ଅର୍ଥନୀତିର ବିକାଶ ଖୁବ୍ ସହଜ ହେବ ।

BSE Odisha 7th Class Odia Solutions Chapter 20 ମୁକ୍ତିଯୋଦ୍ଧା ଜୟୀ ରାଜଗୁରୁ

Odisha State Board BSE Odisha 7th Class Odia Solutions Chapter 20 ମୁକ୍ତିଯୋଦ୍ଧା ଜୟୀ ରାଜଗୁରୁ Textbook Exercise Questions and Answers.

BSE Odisha Class 7 Odia Solutions Chapter 20 ମୁକ୍ତିଯୋଦ୍ଧା ଜୟୀ ରାଜଗୁରୁ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ।
(କ) ‘ମୁକ୍ତିଯୁଦ୍ଧର ପ୍ରଥମ ଯୋଦ୍ଧା’ ବୋଲି କାହାକୁ କୁହାଯାଇଛି ?
Answer:
ଖୋର୍ଦ୍ଧାର ରାଜା ମୁକୁନ୍ଦ ଦେବଙ୍କ ମୁଖ୍ୟ ପରାମର୍ଶଦାତା, ପ୍ରଧାନମନ୍ତ୍ରୀ, ରାଜ୍ୟର ବେବର୍ତ୍ତା, ରାଜ ପୁରୋହିତ,

(ଖ) ଜୟୀ ରାଜଗୁରୁ କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
ଜୟୀ ରାଜଗୁରୁ ୧୭୩୯ ମସିହା ଅକ୍ଟୋବର ମାସ ୨୯ ତାରିଖ ପବିତ୍ର ଅଁଳା ନବମୀ ତିଥିରେ ଶ୍ରୀକ୍ଷେତ୍ର

(ଗ) ସ୍ଵାଧୀନତା ସଂଗ୍ରାମରେ ଭାଗ ନେଇ କ’ଣ କରିବାକୁ ପଡୁଥିଲା ?
Answer:
ସ୍ଵାଧାନତା ସଂଗ୍ରାମରେ ଭାଗନେଇ ବିଦେଶା ଆକ୍ରମଣକାରାଙ୍କ ହାତରୁ ବେଶମାତୃକାକୁ ରକ୍ଷା କରିବାପାଇଁ ନିଜ ଜୀବନକୁ ବିସର୍ଜନ କରିବାକୁ ହେଉଥୁଲା, ନିଜ ଜୀବନଠାରୁ ଦେଶର ସ୍ବାଭିମାନକୁ ବଡ଼ ବୋଲି ଭାବିବାକୁ ହେଉଥୁଲା ଏବଂ ସମୟ ପଡ଼ିଲେ ହସି ହସି ମୃତ୍ୟୁବରଣ କରିବାକୁ ପଡୁଥିଲା ।

(ଘ) କିଏ ଶାସନ କରୁଥିବାବେଳେ ଇଂରେଜମାନେ ଓଡ଼ିଶାକୁ ଆଗମନ କରିଥିଲେ ?
Answer:
ମରହଟ୍ଟାମାନେ ଶାସନ କରୁଥିବାବେଳେ ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶାକୁ ଆଗମନ କରିଥିଲେ ।

(ଙ) ଜୟୀ ରାଜଗୁରୁଙ୍କ ପିଲାବେଳ କିପରି କଟିଥିଲା ?
Answer:
ଜୟୀ ରାଜଗୁରୁ ଥିଲେ ଜନ୍ମରୁ ବୀର । ଶୁଣାଯାଏ ଯେ କାଳିଆ ଘୋଡ଼ା ତାଙ୍କୁ ପିଣ୍ଡାତଳକୁ ଖସି ପଡ଼ିବାବେଳେ ଅଟକାଇ ଦେଇଥିଲା ଏବଂ ସେହିଦିନଠାରୁ ସେ କାଳିଆ ଘୋଡ଼ା ବେକରେ ଓହଳି ଖେଳିବାକୁ ଭଲ ପାଉଥିଲେ। ରକ୍ଷଣଶୀଳ ପରିବେଶରେ ବଢ଼ି, ପିଲାଦିନୁ ସେ ବାଲ୍ୟଶିକ୍ଷା ସହିତ ପାରମ୍ପରିକ ଶାସ୍ତ୍ରାଦିରେ ନିପୁଣତା ଅର୍ଜନ କରିଥିଲେ ।

(ଚ) ଇଂରେଜମାନେ ଜୟୀ ରାଜଗୁରୁଙ୍କୁ ସେନାଧ୍ୟକ୍ଷ ପଦରୁ ହଟାଇବା ପାଇଁ କି ପ୍ରକାରର ଯୋଜନା କରିଥିଲେ ?
Answer:
ଇଂରେଜମାନେ ଜୟୀ ରାଜଗୁରୁଙ୍କୁ ସେନାଧ୍ୟକ୍ଷ ପଦରୁ ହଟାଇବା ପାଇଁ ପ୍ରଥମେ ତାଙ୍କର ବିଶ୍ବସ୍ତ ଶମ୍ଭୁ ଭାରତୀଙ୍କୁ ବନ୍ଦୀ କଲେ । ପରବର୍ତୀ ସମୟରେ ଖୋର୍ଦ୍ଧା ରାଜାଙ୍କୁ ଜୟୀ ରାଜଗୁରୁଙ୍କୁ ସେନାଧ୍ୟକ୍ଷ ପଦରୁ ହଟାଇବାପାଇଁ ପ୍ରବର୍ତ୍ତାଇଲେ । ପୁନଶ୍ଚ ଇଂରେଜ ବିରୋଧୀ ଷଡ଼ଯନ୍ତ୍ରର ମୁଖ୍ୟ ନାୟକ ଭାବେ ଜୟୀଙ୍କ ବିରୁଦ୍ଧରେ ଗୁପ୍ତମନ୍ତ୍ରଣା କଲେ ଓ ଖଳନାୟକ, ସ୍ୱାର୍ଥପର, ଚୁଗୁଲିଆ, ତୋଷାମଦିଆମାନଙ୍କ ସହ କୁମନ୍ତ୍ରଣା ଜାରି ରଖୁଲେ ।

(ଛ) ଖୋର୍ଦ୍ଧାର ବରୁଣେଇ ପାହାଡ଼ କିପରି ସ୍ୱାଧୀନତା ସଂଗ୍ରାମର ମୂକସାକ୍ଷୀ ?
Answer:
ଖୋର୍ଦ୍ଧାର ବରୁଣେଇ ପାହାଡ଼ ନିକଟରେ ଥିବା ମୁକୁନ୍ଦ ପ୍ରସାଦ, ଜେମାଦେଇ, ପୋଡ଼ା ସାହି ଅଞ୍ଚଳରେ ସୈନ୍ୟ ଛାଉଣୀ ସଜାଇ ଇଂରେଜମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଥିଲେ । ମାତ୍ର ଜୟୀ ରାଜଗୁରୁଙ୍କର ଗରିଲାବାହିନୀ ସେଥ୍ୟପ୍ରତି ଭୃକ୍ଷେପ ନକରି, ପାହାଡ଼ ଉପରୁ ଅଗ୍ନିବର୍ଷା ପରି ଶର ନିକ୍ଷେପ କରି ଶହ ଶହ ଇଂରେଜ ସୈନ୍ୟଙ୍କୁ ଧରାଶାୟୀ କରିଥିଲେ । ଘମାଘୋଟ ଯୁଦ୍ଧରେ ବରୁଣେଇ ପାହାଡ଼ କମ୍ପିଉଠିଲା । ଖଣ୍ଡାୟତ ବୀରମାନେ ସିଂହପରି ଗର୍ଜନ କରି ଯୁଦ୍ଧକଲେ । ପାଇକମାନେ ଖଣ୍ଡା ତଲୁଆର ଧରି ଇଂରେଜମାନଙ୍କୁ ଆକ୍ରମଣ କଲେ । ଯେହେତୁ ଖୋର୍ଦ୍ଧାର ବରୁଣେଇ ପାହାଡ଼ ନିକଟରେ ଏହି ଯୁଦ୍ଧ ହୋଇଥିଲା, ସେଥ‌ିପାଇଁ ବରୁଣେଇ ପାହାଡ଼ ହିଁ ସ୍ଵାଧୀନତା ସଂଗ୍ରାମର ମୂକସାକ୍ଷୀ ଥିଲା ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ଜୟୀ ରାଜଗୁରୁଙ୍କୁ ମୁକ୍ତିଯୁଦ୍ଧର ପ୍ରଥମ ଯୋଦ୍ଧା ବୋଲି କାହିଁକି କୁହାଯାଇଛି ?
Answer:
୧୮୦୩ ମସିହାରେ ଇଂରେଜମାନେ ମରହଟ୍ଟା ଶାସନାଧୀନ ଓଡ଼ିଶାକୁ ଦଖଲ କଲାବେଳକୁ ଖୋର୍ଦ୍ଧା ଥିଲା ସ୍ଵାଧୀନ ରାଜ୍ୟ । ସେହି ରାଜ୍ୟର ରାଜା ମୁକୁନ୍ଦ ଦେବଙ୍କର ମୁଖ୍ୟ ପରାମର୍ଶଦାତା, ପ୍ରଧାନମନ୍ତ୍ରୀ, ପ୍ରଧାନ ସେନାପତି ଥିଲେ ଜୟୀ ରାଜଗୁରୁ । ସେ ପ୍ରଥମେ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ଇଂରେଜ ବିରୋଧୀ ଚେତନା ସୃଷ୍ଟି କରିଥିଲେ । ପରବର୍ତୀ ସମୟରେ ତାଙ୍କରି ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର, ତାପଙ୍ଗ ଦଳବେହେରା, ପିଣ୍ଡିକୀ ବାହୁ ବଳେନ୍ଦ୍ର, ଜୋରା ବିଶୋଇ, ଚକରା ବିଶୋଇ, ବୀର ସୁରେନ୍ଦ୍ର ସାଏ ପ୍ରମୁଖ ମୁକ୍ତି ସଂଗ୍ରାମକୁ ଆଗେଇ ନେଇଥିଲେ । ସୁତରାଂ ଜୟୀ ରାଜଗୁରୁ ହିଁ ଥିଲେ ମୁକ୍ତିଯୁଦ୍ଧର ପ୍ରଥମ ଯୋଦ୍ଧା ।

(ଖ) ଜୟୀ ରାଜଗୁରୁଙ୍କ ମାଆ ତାଙ୍କ ପୁଅ ପାଇଁ କି କି ସ୍ଵପ୍ନ ଦେଖୁଥିଲେ ?
ବିୟୋଗ ଘଟିଥିଲା । ଏହି ପରିପ୍ରେକ୍ଷୀରେ ଜୟୀ ରାଜଗୁରୁଙ୍କ ମାଆଙ୍କର ଇଚ୍ଛା ଥିଲା ଯେ ଜୟୀଙ୍କୁ ବିବାହ କରାଇ ଘରକୁ ବୋହୂଟିଏ ଆଣିଲେ, ତାଙ୍କର ଦୁଃଖ ଲାଘବ ହେବ । ପୁନଶ୍ଚ ମା’ଙ୍କ ଇଚ୍ଛା ଥିଲା ପିତାଙ୍କ ପରେ ଖୋର୍ଦ୍ଧା ରାଜାଙ୍କର ରାଜଗୁରୁ ପଦବୀରେ ଜୟୀ ଅଧ୍ୱଷ୍ଠିତ ହେବ । ପୁଅ ପାଇଁ ଜୟୀଙ୍କ ମା’ ଏହିଭଳି ସ୍ବପ୍ନ ଦେଖୁଥିଲେ ।

(ଘ) ଯୋଦ୍ଧାମାନେ କେତେ ଭାଗରେ ବିଭକ୍ତ ହୋଇଥିଲେ ଓ ସେମାନେ କେଉଁ କାର୍ଯ୍ୟ କରୁଥିଲେ ?
Answer:
ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବାପାଇଁ ସୈନ୍ୟମାନଙ୍କୁ ମୁଖ୍ୟତଃ ପଦାତିକ, ଅଶ୍ଵାରୋହୀ ଓ ଗଜାରୋହୀ ଭାଗରେ ବିଭକ୍ତ କରାଯାଇଥିଲା । ପୁନଶ୍ଚ କୁଶଳୀ ଯୋଦ୍ଧାମାନଙ୍କୁ ଜୟୀ ରାଜଗୁରୁ ଚାରିଭାଗରେ ବିଭକ୍ତ କରିଥିଲେ । ସେମାନେ ହେଲେ ପାହାଡ଼ୀ, ବାଣୁଆ, ଢେଙ୍କିଆ ଓ ଗରିଲା । ପାହାଡ଼ୀମାନେ ବଣ ପାହାଡ଼ରେ ଲୁଚିଛପି ଆକ୍ରମଣ କରୁଥିଲେ, ବାଣୁଆମାନେ ଖାର, ଗନ୍ଧକ, କୋଇଲା ଓ ଲୌହଗୁଣ୍ଡରେ ବାଣ ତିଆରି କରି ଆଗ୍ନେୟାସ୍ତ୍ର ପ୍ରୟୋଗରେ ଧୁରନ୍ଧର ଥିଲେ, ଢେଙ୍କିଆମାନେ ଖଣ୍ଡା, ତରୁଆଲ, ଢାଲ, ଧନୁଶର ସାହାଯ୍ୟରେ ଆକ୍ରମଣ କରୁଥିଲାବେଳେ ଗରିଲାମାନେ ପଛପଟୁ ଅତର୍କିତ ଆକ୍ରମଣ କରି ଉଭାନ ହୋଇଯାଉଥିଲେ । ଏହାଛଡ଼ା ସୈନ୍ୟମାନେ ଜଳଧର ବ୍ୟୁହ, ଚକ୍ରବ୍ୟୁହ, ଅର୍ଦ୍ଧଚକ୍ରବ୍ୟୁହ, ସୂଚ୍ୟବ୍ୟୁହ ଓ ସେନାଶାୟୀ ବ୍ୟୁହ ରଚନା କରି ଚକମା ଦେଖାଇବାରେ ଧୁରନ୍ଧର ଥିଲେ ।

(ଙ‍) ଜୟୀ ରାଜଗୁରୁଙ୍କ ସହ କେଉଁ କେଉଁ ଅଞ୍ଚଳର ଲୋକମାନେ ବିଦ୍ରୋହରେ ସାମିଲ ହେବାକୁ ହାତ ବଢ଼ାଇଥିଲେ ?
Answer:
ଜୟୀ ରାଜଗୁରୁ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିବାପାଇଁ ଆଗେଇ ଆସିଥିଲାବେଳେ ତାଙ୍କ ସହ କନିକା, କୁଜଙ୍ଗ, ବିଷ୍ଣୁପୁର ଓ ମରଚିପୁରର ରାଜାମାନେ ବିଦ୍ରୋହରେ ସାମିଲ ହେବାପାଇଁ ହାତ ବଢ଼ାଇଥିଲେ । ପୁନଶ୍ଚ ଜୟୀ ରାଜଗୁରୁ ଭୋନ୍‌ସଲା ଏକମତ ହୋଇଥିଲେ ।

(ଚ) ଖୋର୍ଦ୍ଧାଗଡ଼ରେ ଇଂରେଜମାନଙ୍କ ସମରସଜ୍ଜାର ପ୍ରଭାବ କିପରି ପଡ଼ିଥିଲା ?
Answer:
ଖୋର୍ଦ୍ଧାଗଡ଼ରେ ଇଂରେଜମାନଙ୍କ ସମରସଜ୍ଜା ଦେଖ୍ ଗାଁ ଗାଁରେ ଯୁବଶକ୍ତି, ପାଇକଶକ୍ତି, ଦଳେଇ, ଦଳବେହେରାମାନେ ଓ ଟୋକାଠାରୁ ବୁଢ଼ା ପର୍ଯ୍ୟନ୍ତ, ଝିଅ ବୋହୂଠାରୁ ଆରମ୍ଭକରି ବୁଢ଼ୀମାନଙ୍କ ମନରେ ବିଦ୍ରୋହର ଚମକ ସୃଷ୍ଟି ହୋଇଥିଲା । ସମସ୍ତେ ଉତ୍ତେଜିତ ହୋଇ ମାଟି ମାଆ ପାଇଁ ପ୍ରାଣବଳି ଦେବାକୁ ଅଣ୍ଟାଭିଡ଼ି ଆଗେଇ ଆସିଥିଲେ । ଶହ ଶହ ବୀର ଯବାନ ଓ ପାଇକ ଆଖଡ଼ାଦଳର ଭେଣ୍ଡିଆମାନେ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧବାଦ୍ୟ ବଜାଇ ବାହାରି ଆସିଲେ । ସମଗ୍ର ଖୋର୍ଦ୍ଧାମାଟି ତାତି ଉଠିଥିଲା ।

(ଛ) ଜୟୀ ରାଜଗୁରୁଙ୍କ ଶେଷ ଜୀବନ କିପରି କଟିଥିଲା ?
Answer:
ଇଂରେଜମାନେ ୧୮୦୪ ମସିହା ଡିସେମ୍ବର ମାସ ୫ ତାରିଖରେ ଦେଶଦ୍ରୋହୀଙ୍କ ସହାୟତାରେ ବରୁଣେଇ ଗଡ଼ ମଧ୍ଯରେ ପଶି ଜୟୀ ରାଜଗୁରୁଙ୍କୁ ବନ୍ଦୀ କଲେ । ତାଙ୍କୁ ବନ୍ଦୀକରି ବାରବାଟୀ ଦୁର୍ଗରେ ରଖିଲେ, ମାତ୍ର ଇଂରେଜ ଶାସକ ପୁନର୍ବାର ଭୟଭୀତ ହୋଇ ସେମାନଙ୍କୁ ମେଦିନିପୁର ପଠାଇଦେଲେ। ଶେଷରେ ବିଚାର ହୋଇ ୧୮୦୬ ମସିହା ଡିସେମ୍ବର ୬ ତାରିଖରେ ମେଦିନିପୁରର ବାଘୀ ତୋଟା ନାଳ ନିକଟ ପୁରୁଣା ବରଗଛ ଡାଳ ଦୁଇଟିରେ ମୃତ୍ୟୁଦଣ୍ଡ ଦେଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୩ ।
ପ୍ରାୟ ୮୦ ଶବ୍ଦ ମଧ୍ଯରେ ଉତ୍ତର ଲେଖ ।
(କ) ପୁରୀ ରାଜଦରବାରରେ ରାଜଗୁରୁ ହିସାବରେ ଜୟୀ ରାଜଗୁରୁଙ୍କ କାର୍ଯ୍ୟାବଳୀ ଲେଖ ।
Answer:
ୟୀ ରାଜଗୁରୁ ଥିଲେ ଖୋର୍ଦ୍ଧା ରାଜାଙ୍କର ରାଜ ପୁରୋହିତ, ମନ୍ତ୍ରୀ ଓ ସେନାଧ୍ୟକ୍ଷ । ଦିବ୍ୟସିଂହ ଦେବଙ୍କ ମୃତ୍ୟୁ ପରେ ତାଙ୍କର ନାବାଳକ ପୁତ୍ର ମୁକୁନ୍ଦ ଦେବ ଖୋର୍ଦ୍ଧା ରାଜସିଂହାସନରେ ଅଭିଷିକ୍ତ ହେଲେ । ଏହିପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶକୁ ରକ୍ଷା କରିବାପାଇଁ ଜୟୀ ରାଜଗୁରୁ ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼େଇ କରିଥିଲେ । ଜୟୀ ରାଜଗୁରୁ ଥିଲେ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ । ରାଜାଙ୍କ କୁଳପୁରୋହିତ ଭାବରେ ସେ ମନ୍ଦିର ପ୍ରଶାସନ ଦାୟିତ୍ଵ ନିଜ ହାତକୁ ନେଇଥିଲେ । ଚାରୋଟି ପ୍ରଗଣାରୁ ଖଜଣା ଆଦାୟ ପାଇଁ ଖୋର୍ଦ୍ଧାରାଜ୍ୟ ତରଫରୁ ସେ ସନନ୍ଦ ଜାରି କରିଥିଲେ ।

ଇଂରେଜମାନଙ୍କ ସହିତ ଯୁଦ୍ଧ କରିବା ସମୟରେ ସେ ସୁଡ଼ଙ୍ଗ ବାଟଦେଇ ମହାରାଜା ମୁକୁନ୍ଦଦେବଙ୍କୁ ପୁରୀର ଗଙ୍ଗାମାତ୍ରା ମଠକୁ ପଠାଇଦେଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭୋଗ, ନୀତିନିୟମ ପାଇଁ ମଠାଧୀଶ ନରୋତ୍ତମ ଦାସଙ୍କ ପାଖକୁ ଏକ ପତ୍ର ପ୍ରେରଣ କରିଥିଲେ । ଯୁଦ୍ଧ ସମୟରେ ମଧ୍ୟ ଜଗନ୍ନାଥଙ୍କର ପରମଭକ୍ତ ଓ ସେବକ ଭାବରେ, ମହାପ୍ରଭୁଙ୍କର ସେବାନିମିତ୍ତ ସେ ସଚେତନ ଥିଲେ । ସେ ମଧ୍ୟ ରାଜାଙ୍କୁ ଠାକୁରଙ୍କର ଚଳନ୍ତି ପ୍ରତିମା ବୋଲି ଭାବୁଥିଲେ ।

(ଖ) ଜୟୀ ରାଜଗୁରୁ ଜଣେ କୂଟନୀତିଜ୍ଞ, ତାହା ତାଙ୍କ ଜୀବନରୁ କିପରି ଜଣାପଡ଼େ ବୁଝାଇ ଲେଖ ।
Answer:
ଜୟୀ ରାଜଗୁରୁ ଖୋର୍ଦ୍ଧା ରାଜାଙ୍କର ରାଜଗୁରୁ ଥୁଲେ । ସେହି ସମୟରେ ଦିବ୍ୟସିଂହଦେବଙ୍କର ମୃତ୍ୟୁ ପରେ ତାଙ୍କର ନାବାଳକ ପୁତ୍ର ମୁକୁନ୍ଦ ଦେବ ଖୋର୍ଦ୍ଧା ସିଂହାସନରେ ଅଭିଷିକ୍ତ ହେଲେ । ନିଜର ଅଭିଜ୍ଞତା ଓ କୂଟନୀତି ବଳରେ ସେ ରାଜ୍ୟର ସମସ୍ତ ଦାୟିତ୍ଵ ନିଜ ମୁଣ୍ଡ ଉପରକୁ ନେଇଥିଲେ । ସେ ହୋଇଥିଲେ ମହାମନ୍ତ୍ରୀ, ସେନାଧ୍ୟକ୍ଷ, ପରାମର୍ଶଦାତା ଓ ବେବର୍ଷା । ରାଜା ନହୋଇ ମଧ୍ୟ ସେ ହୋଇଥିଲେ ମୁକୁଟବିହୀନ ସମ୍ରାଟ । ଦେଶକୁ ରକ୍ଷା କରିବାପାଇଁ ସେ କୂଟନୀତି ପ୍ରୟୋଗକରି ଇଂରେଜ ସେନାମାନଙ୍କ ମନରେ ଭୟ ସୃଷ୍ଟି କରିଥିଲେ । ଜୟୀ ରାଜଗୁରୁ ‘ଶମ୍ଭୁ ଭାରତୀ’ ନାମକ ଜଣେ ବିଶ୍ୱସ୍ତ ସନ୍ନ୍ୟାସୀଙ୍କୁ ସାଥୀକରି ଗାଁ ଗାଁରେ ବୁଲି ଲୋକଙ୍କୁ ମତାଇ, ଇଂରେଜ ବିରୋଧୀ ଜନମତ ସୃଷ୍ଟି କରିଥିଲେ । ଖୋର୍ଦ୍ଧା ରାଜ୍ୟର ଗ୍ରାମାଞ୍ଚଳରୁ ବଛା ବଛା ବୀର ଯୁବକମାନଙ୍କୁ ଆଣି ବରୁଣେଇ

ଗଡ଼ରେ ଯୁଦ୍ଧ ତାଲିମ ଦେଇ, ଦୁର୍ଘଷ ସେନାବାହିନୀ ଗଠନ କରିଥିଲେ । କନିକା, କୁଜଙ୍ଗ, ବିଷ୍ଣୁପର ଓ ମରଚିପୁରର ରାଜାମାନେ ବିଦ୍ରୋହରେ ସାମିଲ ହେବାପାଇଁ ତାଙ୍କ ସହ ହାତ ମିଳାଇଥିଲେ । ପୁନଶ୍ଚ ସେ ଚତୁରତାର ସହିତ ମରହଟ୍ଟାମାନଙ୍କଠାରୁ ସାହାଯ୍ୟ ପାଇଁ ନାଗପୁର ଭୋନ୍ସଲାଙ୍କ ସହିତ ଗୁପ୍ତ ମନ୍ତ୍ରଣା କରିଥିଲେ । ନିଶାର୍ଦ୍ଧ ରାତିରେ ସେ ସୁଡ଼ଙ୍ଗ ମଧ୍ୟରେ ଦୁଷ ସୈନ୍ୟମାନଙ୍କୁ ତାଲିମ ଦେଉଥିଲେ । ସମ୍ମୁଖ ସମର ନକରି କିପରି ପାହାଡ଼ୀ, ବାଣୁଆ, ଢେଙ୍କିଆ, ଗରିଲାମାନଙ୍କଦ୍ୱାରା ଇଂରେଜ ସୈନ୍ୟଙ୍କୁ ପରାସ୍ତ କରିବେ, ସେପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ପୁନଶ୍ଚ ଯୁଦ୍ଧ ସମୟରେ ସେ ଗଜପତିଙ୍କ ସୁରକ୍ଷା ପାଇଁ ଗୁପ୍ତସୁଡ଼ଙ୍ଗ ବାଟଦେଇ, ତାଙ୍କୁ ପୁରୀର ଗଙ୍ଗାମାତା ମଠକୁ ପଠାଇ ଦେଇଥିଲେ । ମହାପ୍ରଭୁଙ୍କର ନୀତିନିୟମ ପାଇଁ ମଠାଧୀଶ ନରୋତ୍ତମ ଦାସଙ୍କ ପାଖକୁ ପତ୍ର ପ୍ରେରଣ କରିଥିଲେ । ଏଥୁରୁ ଜଣାପଡ଼େ ଯେ ସେ ଜଣେ ବିଚକ୍ଷଣ କୂଟନୀତିଜ୍ଞ ଥିଲେ ।

Question ୪।
ପ୍ରାୟ ୧୫୦ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
ମହାନ୍ ଯୋଦ୍ଧାଭାବରେ ଜୟୀ ରାଜଗୁରୁଙ୍କର ଦେଶଭକ୍ତି ବର୍ଣ୍ଣନା କର ।
Answer:
ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ‘ମୁକ୍ତିଯୋଦ୍ଧା ଜୟୀ ରାଜଗୁରୁ’ଙ୍କ ଜୀବନୀମୂଳକ ଲେଖାରେ ଜୟୀ ରାଜଗୁରୁଙ୍କୁ ଭାରତୀୟ ମୁକ୍ତି ସଂଗ୍ରାମର ପ୍ରଥମ ଯୋଦ୍ଧା ଓ ଦେଶଭକ୍ତ ଭାବରେ ବର୍ଣ୍ଣନା କରିଛନ୍ତି । ଏଥ‌ିରେ ଜୟୀଙ୍କୁ ଅପୂର୍ବ ତ୍ୟାଗୀ, ସାହସୀ ଓ ମହାନ୍ ଯୋଦ୍ଧାଭାବରେ ପ୍ରମାଣିତ କରାଯାଇଛି ।
ଜୟୀ ଥିଲେ ପରମ ଦେଶଭକ୍ତ । ଦେଶ ଓ ଜାତିର ଉନ୍ନତି ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ତେଣୁ ବ୍ୟକ୍ତିଗତ ସୁଖ, ପାରିବାରିକ ଜଞ୍ଜାଳ ଭିତରେ ବାନ୍ଧିହେବାକୁ ସେ ଚାହିଁନଥିଲେ । ତାଙ୍କର ମା’ ତାଙ୍କୁ ବିବାହ ଦେଇ ବୋହୂଟିଏ ଆଣି ସୁଖରେ ରହିବେ ବୋଲି ଇଚ୍ଛା କରିଥିଲେ ବି ସେଥୁରେ ସେ ରାଜି ହୋଇ ନଥିଲେ । ଲେଖକ ଏହାକୁ ବର୍ଣନା କରି ଲେଖିଛନ୍ତି ‘ଯିଏ ନିଜ ଦେଶ ପାଇଁ, ଅତ୍ୟାଚାରୀ ବିଦେଶୀ ଶାସକମାନଙ୍କ ଦାଉରୁ ପ୍ରଜାମାନଙ୍କୁ ରକ୍ଷାକରିବାପାଇଁ ଅହରହ ଚିନ୍ତା କରୁଥିଲେ ସେ କ’ଣ ନିଜର ସୁଖ ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇପାରେ ?’ ଅର୍ଥାତ୍ ଦେଶଭକ୍ତ ବୀର ଜୟୀ ରାଜଗୁରୁ ନିଜର କର୍ତ୍ତବ୍ୟ ଓ ଦାୟିତ୍ବକୁ ଠିକ୍ ରୂପେ ସମ୍ପାଦନ କରିବାକୁ ଯାଇ ନିଜର ପାରିବାରିକ ଜୀବନ କଥା ଭୁଲିଯାଇ ସାରା ଜୀବନ ଅବିବାହିତ ରହି ଯାଇଥିଲେ ।

ଖୋର୍ଦ୍ଧା ଯେତେବେଳେ ଘଡ଼ିସନ୍ଧି ସମୟରେ ଉପସ୍ଥିତ ହୋଇଥିଲା, ସେତେବେଳେ ଦିବ୍ୟସିଂହ ଦେବଙ୍କର ମୃତ୍ୟୁ ପରେ ତାଙ୍କର ନାବାଳକ ପୁତ୍ର ମୁକୁନ୍ଦ ଦେବ ସିଂହାସନରେ ଅଭିଷିକ୍ତ ହୋଇଥିଲେ । ଜୟୀ ରାଜଗୁରୁ ରାଜ୍ୟର ସମସ୍ତ ଭାର ନିଜ ମୁଣ୍ଡ ଉପରକୁ ନେଇଥିଲେ । ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼େଇ କରି କିପରି ଦେଶକୁ ରକ୍ଷା କରିବେ ସେହି ଚିନ୍ତାରେ ସେ ବୁଡ଼ି ରହିଲେ । ଇଂରେଜମାନେ ସୈନ୍ୟସାମନ୍ତ ନେଇ ଖୋର୍ଦ୍ଧା ରାଜ୍ୟଦେଇ କଟକର ବାରବାଟୀ ଦୁର୍ଗକୁ ଦଖଲ କଲେ । ଇଂରେଜମାନଙ୍କ ବିଶ୍ୱାସଘାତକତାର ଦୃଢ଼ ଜବାବ ଦେବାକୁ ସେ ଗାଁ ଗାଁ ବୁଲି ଇଂରେଜ ବିରୋଧୀ ଜନମତ ସୃଷ୍ଟିକଲେ। ଗାଁର ପାଇକପୁଅ, ଖଣ୍ଡାୟତ ପୁଅ, ଯୋଦ୍ଧାମାନଙ୍କୁ ନେଇ ପାଇକମେଳି କଲେ । ପାଇକମାନଙ୍କ ନେତା ହୋଇ ସୈନ୍ୟମାନଙ୍କୁ ତାଲିମ ଦେଲେ । ଦୁଇ ହଜାର ସୈନ୍ୟଙ୍କୁ ନେଇ ହଠାତ୍ ସେ କଟକର ବାରବାଟୀ ଦୁର୍ଗକୁ ଘେରାଉ କଲେ । କର୍ଣ୍ଣେଲ ହାରକୋର୍ଟଙ୍କଠାରୁ ଚୁକ୍ତିପତ୍ର ଅନୁସାରେ ଏକଲକ୍ଷ ଟଙ୍କା ଓ ପ୍ରଗଣା ଦାବି କଲେ । କର୍ଣ୍ଣେଲ ବାଧ୍ୟହୋଇ ଚାଳିଶ ହଜାର ଟଙ୍କା ଦେବାରୁ, ତାହାକୁ ସେ ପାଇକମାନଙ୍କ ମଙ୍ଗଳ ପାଇଁ ଖର୍ଚ୍ଚକଲେ ଓ ଇଂରେଜ ଶାସକ ବିରୁଦ୍ଧରେ ଯୁଦ୍ଧ ପ୍ରସ୍ତୁତିରେ ଲାଗିପଡ଼ିଲେ ।

ଯୁଦ୍ଧରେ କିପରି ଇଂରେଜ ସୈନ୍ୟମାନଙ୍କୁ ପରାଜିତ କରିବେ, ସେଥ‌ିପାଇଁ ଯୋଦ୍ଧାମାନଙ୍କୁ ବିଭିନ୍ନ ବିଭାଗରେ ବିଭକ୍ତ କଲେ । ନିଶାର୍ଦ୍ଧ ରାତିରେ ସୁଡ଼ଙ୍ଗ ମଧ୍ୟରେ ରହି ଦୁର୍ବଷ୍ଟ ସୈନ୍ୟମାନଙ୍କୁ ତାଲିମ ଦେଲେ । ଇଂରେଜମାନେ ବରୁଣେଇ ପାହାଡ଼ ପାଖରେ ସମରସଜ୍ଜା କଲାବେଳେ, ସେ ତାହାକୁ ସମ୍ମୁଖୀନ ହେବାପାଇଁ ବିହିତ ବ୍ୟବସ୍ଥା କରିଥିଲେ । ସେ ଖୋର୍ଦ୍ଧା ମାଟିକୁ ଦେଶପ୍ରେମ ରୂପକ ବହ୍ନିରେ ତତାଇ ଦେଇଥିଲେ । ଯୁଦ୍ଧରେ ଶହ ଶହ ଇଂରେଜ ସୈନ୍ୟ ଧରାଶାୟୀ ହେଲେ । ମାଟି ମାଆକୁ ରକ୍ଷା କରିବାପାଇଁ ଓ ନିଜର ଭିଟାମାଟିର ସୁରକ୍ଷା ପାଇଁ ସେ ଲୋକମାନଙ୍କ ମନରେ ଉନ୍ମାଦନା ସୃଷ୍ଟି କଲେ ।

ଦେଶର ଜାତୀୟ ଦେବତା ଜଗନ୍ନାଥଙ୍କର ସେ ଥିଲେ ପରମଭକ୍ତ । ସେ ରାଜାଙ୍କୁ ଠାକୁରଙ୍କ ଚଳନ୍ତି ପ୍ରତିମା ବୋଲି ମନେକରୁଥିଲେ । ତେଣୁ ଯୁଦ୍ଧ ସମୟରେ ଠାକୁର ଓ ଠାକୁର ରାଜାଙ୍କ ସୁରକ୍ଷାପାଇଁ ସେ ଯତ୍ନବାନ୍ ହୋଇଥିଲେ । ଗଜପତିଙ୍କ ସୁରକ୍ଷା ପାଇଁ ଗୁପ୍ତ ସୁଡ଼ଙ୍ଗ ବାଟ ଦେଇ ମହାରାଜା ମୁକୁନ୍ଦ ଦେବଙ୍କୁ ପୁରୀର ଗଙ୍ଗାମାତା ମଠକୁ ପଠାଇ ଦେଇଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭୋଗ, ନୀତିନିୟମ ପାଇଁ ମଠାଧୀଶ ନରୋତ୍ତମ ଦାସଙ୍କ ପାଖକୁ ଏକ ପତ୍ର ପ୍ରେରଣ କରିଥିଲେ ।

ଦେଶଦ୍ରୋହୀମାନଙ୍କ ସହାୟତାରେ ଇଂରେଜମାନେ ଗଡ଼ ମଧ୍ୟକୁ ପ୍ରବେଶ କରି ଲୌହମାନବ ଜୟୀ ରାଜଗୁରୁଙ୍କ ଲୌହ ଶୃଙ୍ଖଳରେ ବନ୍ଦୀ କରିଥିଲେ । ଜୟୀ ରାଜଗୁରୁ ଜୀବନର ଶେଷ ପର୍ଯ୍ୟନ୍ତ ଠାକୁର ରାଜାଙ୍କର ବିରୋଧୀ ହୋଇନଥିଲେ କିମ୍ବା ତାଙ୍କ ବିରୁଦ୍ଧରେ ପଦେ ହେଲେ କହିନଥିଲେ । ବରଂ ସବୁଦୋଷ ନିଜ ଉପରକୁ ନେଇଯାଇ ସେ ଇଂରେଜମାନଙ୍କଦ୍ୱାରା ଦଣ୍ଡିତ ହୋଇଥିଲେ । ଦେଶପ୍ରେମୀ ଭାବରେ ଜୟୀ ଥିଲେ ସ୍ୱୟଂସମ୍ପୂର୍ଣ୍ଣ । ଦେଶ ଓ ଜାତିର ଆଦର୍ଶ ପୁରୁଷ ହେବାପାଇଁ ଯେଉଁ ତ୍ୟାଗ ଆବଶ୍ୟକ, ତାହା ବିପ୍ଳବୀ ବୀର ଜୟୀ ରାଜଗୁରୁଙ୍କଠାରେ ଦେଖିବାକୁ ମିଳିଥିଲା ।

ତୁମପାଇଁ କାମ :

  • ଜୟୀ ରାଜଗୁରୁଙ୍କ ସଂପର୍କରେ ଅନ୍ୟ କବି ଓ ଲେଖକଙ୍କ ଲେଖା ସଂଗ୍ରହ କରି ପଢ଼ ।
  • ବୀରେନ୍ଦ୍ର ମହାନ୍ତିଙ୍କ ଅନ୍ୟାନ୍ୟ ଶିଶୁ ସାହିତ୍ୟ ସଂଗ୍ରହ କରି ପଢ଼ ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
(କ) ଭାରତର ମୁକ୍ତି ସଂଗ୍ରାମ ସମ୍ପର୍କରେ ଇତିହାସ କ’ଣ କହେ ?
Answer:
ଭାରତର ମୁକ୍ତି ସଂଗ୍ରାମ ସମ୍ପର୍କରେ ଇତିହାସ କହେ ଯେ ଓଡ଼ିଶାରେ ହିଁ ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ଆରମ୍ଭ ହୋଇଥିଲା ।

(ଖ) କେଉଁମାନଙ୍କ ମଧ୍ୟରେ ବିପ୍ଳବୀ ଜୟୀ ରାଜଗୁରୁ ଅନ୍ୟତମ ?
Answer:
ଯେଉଁମାନେ ଦେଶ ପାଇଁ ଓ ଜାତି ପାଇଁ ବୀର ଭାବରେ ସମ୍ମୁଖ ସଂଗ୍ରାମ କରି ଦେଶମାତୃକାକୁ ବିଦେଶୀ ଆକ୍ରମଣକାରୀଙ୍କ ହାତରୁ ମୁକ୍ତ କରିବାପାଇଁ ନିଜ ଜୀବନକୁ ବିସର୍ଜନ କରିଥିଲେ, ସେହିମାନଙ୍କ ମଧ୍ୟରେ ବିପ୍ଳବୀ ଜୟୀ ରାଜଗୁରୁ ଅନ୍ୟତମ ।

(ଗ) କ’ଣ କରି ଇଂରେଜମାନେ ସାରା ଭାରତବର୍ଷକୁ ନିଜ ଅଧୀନକୁ ନେଇଥିଲେ ?
Answer:
ବିଶ୍ଵାସଘାତକ ଇଂରେଜମାନେ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରି ସାରା ଭାରତବର୍ଷକୁ ନିଜ ଅଧୀନକୁ ନେଇଥିଲେ ।

(ଘ) ଜୟୀ ରାଜଗୁରୁଙ୍କ ପରେ ଓଡ଼ିଶାର କେଉଁ ବୀରମାନେ ମୁକ୍ତି ସଂଗ୍ରାମକୁ ଆଗେଇ ନେଇଥିଲେ ?
Answer:
ଜୟୀ ରାଜଗୁରୁଙ୍କ ପରେ ଓଡ଼ିଶାରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର, ତାପଙ୍ଗ ଦଳବେହେରା, ପିଣ୍ଡିକୀ ବାହୁ ବଳେନ୍ଦ୍ର, ଜୋରା ବିଶୋଇ, ଚକରା ବିଶୋଇ, ବୀର ସୁରେନ୍ଦ୍ର ସାଏ ପ୍ରମୁଖ ବୀରମାନେ ମୁକ୍ତି ସଂଗ୍ରାମକୁ ଆଗେଇ ନେଇଥିଲେ ।

(ଙ‍) ଖୋର୍ଦ୍ଧା ରାଜାଙ୍କର ରାଜ ପୁରୋହିତ କିପରି ଜଣେ ସଚ୍ଚା ଦେଶଭକ୍ତ ଥିଲେ ?
Answer:
ଖୋର୍ଦ୍ଧା ରାଜାଙ୍କ ରାଜ ପୁରୋହିତ ଜୟୀ ରାଜଗୁରୁ ବୀର ଭାବରେ କେବେ ପଛଘୁଞ୍ଚା ଦେଇ ନଥିଲେ କିମ୍ବା ଜୀବନ ଭୟରେ ଦେଶର ସ୍ଵାଭିମାନକୁ ବଳି ଦେଇନଥିଲେ । ବରଂ ସଚ୍ଚା ଦେଶଭକ୍ତ ଭାବରେ ମାତୃଭୂମିକୁ ବିଦେଶୀ ଶତ୍ରୁମାନଙ୍କ କବଳରୁ ରକ୍ଷା କରିବାପାଇଁ ନିଜର ପ୍ରାଣବଳି ଦେଇଥିଲେ ।

(ଚ) ଜୟୀ ରାଜଗୁରୁ କେଉଁ ବଂଶରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ପିତାଙ୍କ ନାମ କ’ଣ ଥିଲା ?
Answer:
ଜୟୀ ରାଜଗୁରୁ ପଣ୍ଡିତ ଶ୍ରେଷ୍ଠ ଗଦାଧର ରାଜଗୁରୁଙ୍କ ବଂଶରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଚାନ୍ଦ ରାଜଗୁରୁ ।

(ଛ) ଜୟୀ କାହିଁକି ଖୋର୍ଦ୍ଧା ରାଜାଙ୍କୁ ପ୍ରଥମେ ସାକ୍ଷାତ କରିଥିଲେ ?
Answer:
ରାଜଗୁରୁ ପଦରେ ଅଭିଷିକ୍ତ ହେବା ପୂର୍ବରୁ ଜୟୀ ନିଜ ଗାଁ ପାଖ ଅଞ୍ଚଳରେ ବର୍ଗାମାନଙ୍କଦ୍ୱାରା ଅତ୍ୟାଚାରିତ ଓ ହିଂସାକାଣ୍ଡରେ ଅତିଷ୍ଠ ହୋଇ ପଡ଼ିଥିବା ଲୋକମାନଙ୍କୁ ସାହାଯ୍ୟ କରିବାପାଇଁ ନିଜେ ପ୍ରଥମେ ଖୋର୍ଦ୍ଧା ରାଜାଙ୍କୁ ସାକ୍ଷାତ କରିଥିଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୨।
ଜୟୀ ରାଜଗୁରୁ ଜନ୍ମରୁ ବୀର ଥିଲେ ବୋଲି କିପରି ଜଣାପଡ଼େ ? କିମ୍ବା, ରାଜଗୁରୁଙ୍କର ବାଲ୍ୟଜୀବନ ବିଷୟରେ ଲେଖ।
Answer:
ଜୟୀ ରାଜଗୁରୁଙ୍କର ସାହସିକତା ଓ ଦେଶଭକ୍ତି ପିଲାଟି ଦିନରୁ ଜଣାପଡ଼ିଥିଲା। କଥାରେ ଅଛି, “ ତୁଳସୀ ଦୁଇ ପତ୍ରରୁ ବାସେ ।” ପିଲାଦିନେ ଜୟୀ ଥରେ ଗୁରୁଣ୍ଡି ଗୁରୁଣ୍ଡି ପିଣ୍ଡା ତଳକୁ ଖସି ପଡ଼ିବାବେଳକୁ ଗୋଟିଏ କାଳିଆଘୋଡ଼ା ଆସି ତାଙ୍କୁ ଅଟକାଇ ଥିଲା। ଜୟୀ ନିର୍ଭୟରେ ଘୋଡ଼ା ବେକରେ ଥ‌ିବା ବେଲ୍ଟରେ ଓହଳି ପଡ଼ି ଖୁସି ହେଉଥିଲେ। ମନ୍ଦିରରୁ ଫେରି ତାଙ୍କ ପିତା ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହିଦିନଠାରୁ ସେ କାଳିଆଘୋଡ଼ା ସହିତ ଖେଳୁଥିଲେ। ପରବର୍ତୀ ସମୟରେ ଏହି ବିପ୍ଳବୀବୀର ଦେଶପାଇଁ କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ପାଦନ କରୁ କରୁ ନିଜର ବ୍ୟକ୍ତିଗତ ସୁଖ ସମୃଦ୍ଧିକୁ ତ୍ୟାଗ କରିଥିଲେ।

Question ୩ ।
“ ମୁକ୍ତିଯୁଦ୍ଧର ପ୍ରଥମ ଯୋଦ୍ଧା” ବୋଲି ଜୟୀ ରାଜଗୁରୁଙ୍କୁ କାହିଁକି କୁହାଯାଇଛି ?
Answer:
ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ଓଡ଼ିଶାରେ ହିଁ ଆରମ୍ଭ ହୋଇଥିଲା । ଇଂରେଜମାନେ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରି ଭାରତବର୍ଷକୁ ନିଜ ଅଧୀନକୁ ନେବାପରେ ଶେଷ ସ୍ଵାଧୀନ ଦେଶ ଓଡ଼ିଶାକୁ ଆସିଥିଲେ। ଖୋର୍ଦ୍ଧା ରାଜା ମୁକୁନ୍ଦଦେବଙ୍କର ମୁଖ୍ୟ ପରାମର୍ଶଦାତା, ପ୍ରଧାନମନ୍ତ୍ରୀ ତଥା ପ୍ରଧାନ ସେନାପତି ରାଜଗୁରୁ ପ୍ରଥମେ ଅତ୍ୟାଚାରୀ ସଂଗ୍ରାମ ଆରମ୍ଭ କରିଥିଲେ । ତାଙ୍କର ଅଗ୍ନିବର୍ଷା ଆହ୍ଵାନରେ ଗାଁ ଗାଁରେ ପାଇକ ପୁଅ, ଖଣ୍ଡାୟତ ପୁଅ, ବୀର ଯୋଦ୍ଧାମାନେ ମାତି ଉଠିଲେ। ‘ଶୁମ୍ଭୁ ଭାରତୀ’ ନାମକ ଜଣେ ସନ୍ନ୍ୟାସୀଙ୍କ ସହାୟତାରେ ବିଦ୍ରୋହ ପ୍ରବଳତର ହେଲା। ତାଙ୍କର ବଳିଷ୍ଠ ନେତୃତ୍ଵ ଓ ଯୁଦ୍ଧ ଦେହି ଡାକରାରେ କନିକା,

କୁଜଙ୍ଗ, ବିଷ୍ଣୁପୁର ଓ ମରଚିପୁରର ରାଜାମାନେ ମଧ୍ଯ ବିଦ୍ରୋହରେ ସାମିଲ ହେଲେ। ଗ୍ରାମାଞ୍ଚଳରୁ ବଛା ବଛା ଯୁବକମାନଙ୍କୁ ଆଣି ବରୁଣେଇ ଗଡ଼ରେ ଯୁଦ୍ଧ ତାଲିମ ଦିଆଗଲା। ସେନାପତି ରାଜଗୁରୁ ପାହାଡ଼ୀ, ବାଣୁଆ, ଢେଙ୍କିଆ ଓ ଗରିଲା ସେନାବିଭାଗ ଗଠନ କରି ଇଂରେଜମାନଙ୍କୁ ପ୍ରତିହତ କଲେ । ପରବର୍ତୀ ସମୟରେ ତାଙ୍କରି ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବକ୍ସି ଜଗବନ୍ଧୁ, ତାପଙ୍ଗ ଦଳବେହେରା, ପିଣ୍ଡିକୀ ବାହୁ ବଳେନ୍ଦ୍ର, ଚକରା ବିଶୋଇ ସୁରେନ୍ଦ୍ର ସାଏ ଇତ୍ୟାଦି ଦେଶଭକ୍ତ ବୀର ଭାରତର ମୁକ୍ତି ସଂଗ୍ରାମକୁ ଆଗେଇ ନେଇଥିଲେ। ତେଣୁ ରାଜଗୁରୁଙ୍କୁ ମୁକ୍ତିଯୁଦ୍ଧର ପ୍ରଥମ ଯୋଦ୍ଧା କହିବାରେ ଯଥାର୍ଥତା ଅଛି ।

Question ୪।
ଜୟୀରାଜଗୁରୁଙ୍କୁ ଇଂରେଜମାନେ କିପରି ହତ୍ୟା କରିଥିଲେ ?
Answer:
ଭାରତୀୟ ମୁକ୍ତିଯୁଦ୍ଧର ପ୍ରଥମ ଯୋଦ୍ଧା ଜୟୀରାଜଗୁରୁ ଜଣେ ଦୁର୍ଘର୍ଷ ସଂଗ୍ରାମୀ ଥିଲେ । ତାଙ୍କ ଡାକରାରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପାଇକମାନେ ସମ୍ମୁଖ ସଂଗ୍ରାମରେ ଅବତୀର୍ଥ ହେଲେ । ତାଙ୍କର ସମରସଜ୍ଜା, ସେନାବାହିନୀ ଗଠନ ଓ ଆକ୍ରମଣରେ ଇଂରେଜମାନେ ଡରିଗଲେ । ଚୁଗୁଲିଆଙ୍କୁ ହାତକରି କୌଶଳରେ ରାଜଗୁରୁଙ୍କୁ ଗୁପ୍ତପଥଦେଇ ରାତିଅଧରେ ବନ୍ଦୀକଲେ । ଠାକୁରରାଜାଙ୍କୁ ରକ୍ଷା କରିବାକୁ ରାଜଗୁରୁ ନିଜ ଉପରକୁ ସମସ୍ତ ଦୋଷ ନେଇଗଲେ। ୧୮୦୬ ମସିହା ଡିସେମ୍ବର ୬ ତାରିଖରେ ମେଦିନୀପୁରର ବାଘତୋଟା ନାଳ ନିକଟ ପୁରୁଣା ବରଗଛରେ ବାନ୍ଧି ତାଙ୍କୁ ଫାଶୀଦଣ୍ଡ ଦିଆଗଲା। ସେତେବେଳେ ସେଇ ତୋଟାର ପଶୁପକ୍ଷୀ, ବୃକ୍ଷଲତା ସବୁ ସତେଯେପରି ନିସ୍ତବ୍‌ଧ, ନୀରବ ହୋଇ ଯାଇଥିଲେ। ହସି ହସି ରାଜଗୁରୁ ଓଡ଼ିଶାର ଟେକପାଇଁ ପ୍ରାଣବଳି ଦେଲେ ସତ, କିନ୍ତୁ ଶତ୍ରୁର ବଶତା ସ୍ଵୀକାର କରି ନଥିଲେ। ସେଥ‌ିପାଇଁ କବି ଲେଖିଛନ୍ତି :

“ କୁଆଡ଼େ ବହି ଯାଉଛି କାଳ
ଗଲାଣି କଟି କେତେ ଶ’ ସାଲ,
ରହିଛି ଏବେ କଥା
ଜୁଇଆ ପଛେ ଜୀବନ ଦେଲା ନୁଆଁଇ ନାହିଁ ମଥା।”

Question ୫।
ଜୟୀରାଜଗୁରୁ ଯୋଦ୍ଧାମାନଙ୍କୁ କେତେ ଭାଗରେ ବିଭକ୍ତ କରାଇଥିଲେ ? କିମ୍ବା ଜୟୀରାଜଗୁରୁଙ୍କ ଯୋଦ୍ଧାମାନେ କେତେ ଭାଗରେ ବିଭକ୍ତ ହୋଇଥିଲେ ଓ ସେମାନେ କେଉଁ କାର୍ଯ୍ୟ କରୁଥିଲେ?
Answer:
ଜୟୀରାଜଗୁରୁଙ୍କର ସମରସଜ୍ଜା ବଳିଷ୍ଠ ଓ ଆକ୍ରମଣାତ୍ମକ ଥିଲା । ସେନ୍ୟମାନଙ୍କୁ ମୁଖ୍ୟତଃ ପଦାତିକ, ଅଶ୍ଵାରୋହୀ ଓ ଗଜାରୋହୀ ଭାବରେ ବିଭକ୍ତ କରାଯାଇଥିଲା। କୁଶଳୀ ଯୋଦ୍ଧାମାନେ ପାହଡ଼ୀ, ବାଣୁଆ, ଢେଙ୍କିଆ ଓ ଗରିଲା ନାମରେ ନାମିତ ଥିଲେ । ପାହାଡ଼ୀମାନେ ବଣପାହାଡ଼ରେ ଲୁଚିଛପି ଆକ୍ରମଣ କରୁଥିଲେ। ବାଣୁଆମାନେ ଖାର, ଗନ୍ଧକ, କୋଇଲା ଓ ଲୁହାଗୁଣ୍ଡରେ ବାଣତିଆରି କରି ଆଗ୍ନେୟାସ୍ତ୍ର ପ୍ରୟୋଗ କରୁଥିଲେ। ଢେଙ୍କିଆମାନେ ଖଣ୍ଡା, ତରୁଆଲ, ଢାଲ ଓ ଧନୁଶର ସାହାଯ୍ୟରେ ଆକ୍ରମଣ କରୁଥୁଲେ ଏବଂ ଗରିଲାମାନେ ପଛପଟୁ ଅତର୍କିତ ଆକ୍ରମଣ କରି ଉଭାନ ହୋଇ ଯାଉଥିଲେ। ତା’ ଛଡ଼ା ସୈନ୍ୟମାନେ ଜଳଧର ବ୍ୟୁହ, ଚକ୍ରବ୍ୟୁହ, ଅର୍ଦ୍ଧଚକ୍ରବ୍ୟୁହ, ସୂତ୍ୟବ୍ୟୁହ ଓ ସେନାଶ୍ରୟୀ ବ୍ୟୁହ ରଚନା କରି ଚକମା ଦେବାରେ ଧୁରନ୍ଧର ଥିଲେ।

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ଜୟୀ ରାଜଗୁରୁ କାହାକୁ ସାଥୀକରି ଗାଁ ଗାଁ ବୁଲି ଇଂରେଜ ବିରୋଧୀ ଜନମତ ସୃଷ୍ଟିକଲେ ଓ ଏହାର ଫଳ କ’ଣ ହେଲା ?
Answer:
ଜୟୀ ରାଜଗୁରୁ ‘ଶମ୍ଭୁ ଭାରତୀ’ ନାମକ ଜଣେ ସନ୍ନ୍ୟାସୀଙ୍କୁ ସାଥ୍‌ କରି ଗାଁ ଗାଁରେ ଲୋକଙ୍କୁ ମତାଇ ଇଂରେଜ ବିରୋଧୀ ଜନମତ ସୃଷ୍ଟି କଲେ। ଫଳରେ ଗାଁ ଗାଁରେ ପାଇକ୍ ପୁଅ, ଖଣ୍ଡାୟତ ପୁଅ, ବୀର, ଯୋଦ୍ଧାମାନେ ମାତି ଉଠିଲେ, ତାତି ଉଠିଲେ। ପାଇକମାନଙ୍କୁ ନେଇ ମେଳି ତିଆରି ହେଲା ।

Question ୨।
କିଏ ମେଳିର ମେଢ଼ି ହେଲେ ଓ ସେ କ’ଣ କଲେ ?
Answer:
ଜୟୀ ରାଜଗୁରୁ ମେଳିର ମେଢ଼ି ହେଲେ ଓ ସୈନ୍ୟମାନଙ୍କୁ ନେଇ ତାଲିମ ଦେଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୩।
ଜୟୀ ରାଜଗୁରୁ କେତେ ଜଣ ସୈନ୍ୟଙ୍କୁ ନେଇ ବାରବାଟୀ ଦୁର୍ଗକୁ ଘେରାଉ କରି କ’ଣ ଦାବି କରିଥିଲେ ?
Answer:
ଜୟୀ ରାଜଗୁରୁ ହଠାତ୍ ଦୁଇ ହଜାର ସୈନ୍ୟସାମନ୍ତଙ୍କୁ ନୈ କଟକ ବାରବାଟୀ ଦୁର୍ଗକୁ ଘେରାଉ କରି କର୍ଣ୍ଣେଲ ହାରକୋର୍ଟଙ୍କଠାରୁ ଚୁକ୍ତିପତ୍ର ଅନୁଯାୟୀ ଏକଲକ୍ଷ ଟଙ୍କା ଦାବି କଲେ।

Question ୪।
ଜୟୀ ରାଜଗୁରୁଙ୍କ ବାରବାଟୀ ଘେରାଭର ଫଳ କ’ଣ ହେଲା ?
Answer:
ବାରବାଟୀ ଘେରାଉ ଫଳରେ କର୍ଣ୍ଣେଲ ଭୟଭୀତ ହୋଇ ନଗଦ ଚାଳିଶ ହଜାର ଟଙ୍କା ପ୍ରଦାନ କଲେ। ମାତ୍ର ଚାରିଗୋଟି ପ୍ରଗଣା ଫେରସ୍ତ ପାଇଁ ରାଜି ହେଲେ ନାହିଁ ।

Question ୫।
ଜୟୀ ରାଜଗୁରୁ ଚାଳିଶ ହଜାର ଟଙ୍କା ଆଣି କ’ଣ କଲେ ?
Answer:
ଜୟୀ ରାଜଗୁରୁ ଚାଳିଶ ହଜାର ଟଙ୍କା ନେଇ ପାଇକମାନଙ୍କ ମଙ୍ଗଳ ପାଇଁ ଖର୍ଚ୍ଚ କଲେ ଓ ଇଂରେଜ ଶାସକ ରାଜ୍ୟର ଗ୍ରାମାଞ୍ଚଳରୁ ବଛା ବଛା ବୀର ଯୁବକମାନଙ୍କୁ ଆଣି ବରୁଣେଇ ଖୋର୍ଦ୍ଧା ଗଡ଼ରେ ଯୁଦ୍ଧ ତାଲିମ ପ୍ରଦାନ କରାଗଲା।

Question ୬।
କେଉଁ ରାଜାମାନେ ବିଦ୍ରୋହରେ ସାମିଲ ହେବାପାଇଁ ହାତ ବଢ଼ାଇଲେ ?
Answer:
କନିକା, କୁଜଙ୍ଗ, ବିଷ୍ଣୁପୁର ଓ ମରଚିପୁର ରାଜାମାନେ ସାମିଲ ହେବାପାଇଁ ହାତ ପଢ଼ାଇଲେ।

Question ୭।
ଜୟୀ ଦୁର୍ଦ୍ଦଷ ସୈନ୍ୟମାନଙ୍କୁ କେଉଁଠାରେ ତାଲିମ ଦେଉଥିଲେ ?
Answer:
ଜୟୀ ନିଶାର୍ଦ୍ଧ ରାତିରେ ସୁଡ଼ଙ୍ଗ ମଧ୍ଯରେ ଦୁର୍ଦ୍ଦଷ ସୈନ୍ୟମାନଙ୍କୁ ତାଲିମ ଦେଉଥିଲେ ।

Question ୮।
ଜୟୀ ସୈନ୍ୟବାହିନୀକୁ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରିଥିଲେ ଓ କ’ଣ କ’ଣ ?
Answer:
ଜୟୀ ସୈନ୍ୟବାହିନୀକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରିଥିଲେ । ସେମାନେ ହେଲେ ପଦାତିକ, ଅଶ୍ଵାରୋହୀ ଓ ଗଜାରୋହୀ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୯।
ଜୟୀ ରାଜଗୁରୁ ବିଭିନ୍ନ କୁଶଳୀ ଯୋଦ୍ଧାମାନଙ୍କୁ କେତେ ଭାଗରେ ବିଭକ୍ତ କରିଥିଲେ ଓ କ’ଣ କ’ଣ ?
Answer:
ଜୟୀ ରାଜଗୁରୁ ବିଭିନ୍ନ କୁଶଳୀ ଯୋଦ୍ଧାମାନଙ୍କୁ ନେଇ ଚାରି ଭାଗରେ ବିଭକ୍ତ କରିଥିଲେ। ପାହାଡ଼ୀ, ବାଣୁଆ, ଢେଙ୍କିଆ, ଗରିଲା ବିଭାଗରେ ମୋଟ ପନ୍ଦର ହଜାର ସୈନ୍ୟ ପ୍ରସ୍ତୁତ ହୋଇଥିଲେ ।

Question ୧୦।
ପାହାଡ଼ୀମାନେ କେଉଁ କାର୍ଯ୍ୟ କରୁଥିଲେ ?
Answer:
ପାହାଡ଼ୀମାନେ ବଣ ପାହାଡ଼ରେ ଲୁଚି ଛପି ଶତ୍ରୁକୁ ଆକ୍ରମଣ କରୁଥିଲେ।

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର

Question ୧।
ଜୟୀ ରାଜଗୁରୁ ଖୋର୍ଦ୍ଧା ରାଜାଙ୍କୁ କାହିଁକି ସାକ୍ଷାତ କଲେ ?
(କ) ତାଙ୍କୁ ରାଜାଙ୍କ ପୁରୋହିତ ପଦରେ ଅଭିଷିକ୍ତ କରିବାପାଇଁ
(ଖ) ତାଙ୍କୁ କିଛି ଭୂମି ଦେବାପାଇଁ
(ଗ) ବର୍ଗା ଆକ୍ରମଣରେ ଅତିଷ୍ଠ ହୋଇପଡୁଥିବା ଜନସାଧାରଣଙ୍କୁ ସାହାଯ୍ୟ କରିବାପାଇଁ
(ଘ) ଇଂରେଜମାନଙ୍କ ଉପରେ ଆକ୍ରମଣ କରିବାପାଇଁ
Answer:
(ଗ) ବର୍ଗା ଆକ୍ରମଣରେ ଅତିଷ୍ଠ ହୋଇପଡୁଥିବା ଜନସାଧାରଣଙ୍କୁ ସାହାଯ୍ୟ କରିବାପାଇଁ

Question ୨।
କେଉଁ ମସିହାରେ ମରହଟ୍ଟା ଶାସନାଧୀନ ଓଡ଼ିଶା ଇଂରେଜମାନଙ୍କ ଅଧିକାରକୁ ଆସିଲା ?
(କ) ୧୮୦୫
(ଖ) ୧୮୦୪
(ଗ) ୧୮୦୩
(ଘ) ୧୭୩ ୫
Answer:
(ଗ) ୧୮୦୩

Question ୩।
ଯେଉଁ ସମୟରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ ସେତେବେଳେ ଖୋର୍ଦ୍ଧା ରାଜସିଂହାସନରେ କିଏ ଅଭିଷିକ୍ତ ହେଲେ ?
(କ) ନରସିଂହ ଦେବ
(ଖ) ଭାନୁ ଦେବ
(ଗ) ଜୟା ରାଜଗୁରୁ
(ଘ) ବାର ସୁରେନ୍ଦ୍ର ସାଏ
Answer:
(ଘ) ବାର ସୁରେନ୍ଦ୍ର ସାଏ

Question ୪।
ମୁକୁଟବିହୀନ ସମ୍ରାଟ କାହାକୁ କୁହାଯାଏ ?
(କ) ବକ୍ସି ଜଗବନ୍ଧୁଙ୍କୁ
(ଖ) ଜୟୀ ରାଜଗୁରୁଙ୍କୁ
(ଗ) ପିଣ୍ଡିକୀ ବାହୁବଳେନ୍ଦ୍ରଙ୍କୁ
(ଘ) ବୀର ସୁରେନ୍ଦ୍ର ସାଏ
Answer:
(ଖ) ଜୟୀ ରାଜଗୁରୁଙ୍କୁ

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୫।
ଜୟୀ ରାଜଗୁରୁ କାହା ସାହାଯ୍ୟରେ ଇଂରେଜ ବିରୋଧୀ ଜନମତ ଗାଁ ଗାଁରେ ସୃଷ୍ଟି କରିଥିଲେ ?
(କ) ଚକରା ବିଶୋଇ
(ଖ) ଦୋରା ବିଶୋଇ
(ଗ) ଶମ୍ଭୁ ଭାରତୀ
(ଘ) ତାପଙ୍ଗ ଦଳବେହେରା
Answer:
(ଗ) ଶମ୍ଭୁ ଭାରତୀ

Question ୬।
ଜୟୀ ରାଜଗୁରୁ ବୀର ଯୁବକମାନଙ୍କୁ କେଉଁଠାରେ ତାଲିମ ଦେଉଥିଲେ ?
(କ) ତାପଙ୍ଗ ଗଡ଼ରେ
(ଖ) ବରୁଣେଇ ଗଡ଼ରେ
(ଗ) ଚୁଡ଼ଙ୍ଗ ଗଡ଼ରେ
(ଘ) ଶିଶୁପାଳ ଗଡ଼ରେ
Answer:
(ଖ) ବରୁଣେଇ ଗଡ଼ରେ

Question ୭।
ଜୟୀ ରାଜଗୁରୁ ମରହଟ୍ଟାମାନଙ୍କ ସାହାଯ୍ୟ ପାଇଁ କାହା ସହିତ ଗୁପ୍ତମନ୍ତ୍ରଣା କରିଥିଲେ ?
(କ) ଚୁନାର ଗଡ଼ ରାଜାଙ୍କ ସହିତ
(ଖ) ଛତିଶଗଡ଼ ରାଜାଙ୍କ ସହିତ
(ଗ) ରୋହିଲାଗଡ଼ ରାଜାଙ୍କ ସହିତ
(ଘ) ନାଗପୁର ଭୋନ୍‌ସଲାଙ୍କ ସହିତ
Answer:
(ଘ) ନାଗପୁର ଭୋନ୍‌ସଲାଙ୍କ ସହିତ

Question ୮।
ଜୟୀ ରାଜଗୁରୁ ସେନାବାହିନୀକୁ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରିଥିଲେ ?
(କ) ଦୁଇ
(ଖ) ତିନି
(ଗ) ଚାରି
(ଘ) ପାଞ୍ଚ
Answer:
(ଖ) ତିନି

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୯।
କେଉଁ ମସିହାରେ ଇଂରେଜ ସେନା ଖୋର୍ଦ୍ଧାଗଡ଼ ଆକ୍ରମଣ କରିଥିଲେ ?
(କ) ୧୯୦୪
(ଖ) ୧୯୦୩
(ଗ) ୧୮୦୩
(ଘ) ୧୮୦୪
Answer:
(ଘ) ୧୮୦୪

Question ୧୦।
ଇଂରେଜମାନଙ୍କ ଖୋର୍ଦ୍ଧାଗଡ଼ ଆକ୍ରମଣର ନେତୃତ୍ବ କିଏ ନେଇଥିଲେ ?
(କ) ମେଜର ଇମ୍ପୋ
(ଖ) ମେଜର କମ୍ବର୍ଲି
(ଗ) ମେଜର ଫ୍ଲେଚର
(ଘ) କର୍ଣ୍ଣେଲ ହାରକୋର୍ଟ
Answer:
(ଗ) ମେଜର ଫ୍ଲେଚର

ଲେଖକ ପରିଚୟ :

ସାହିତ୍ୟିକ । ଶିଶୁ ମନସ୍ତତ୍ତ୍ଵକୁ ଦୃଷ୍ଟିରେ ରଖ୍ ସେ ଅନେକ କବିତା, ଗଳ୍ପ, ପ୍ରବନ୍ଧ, ଜୀବନୀ ଇତ୍ୟାଦି ଲେଖୁଛନ୍ତି । ତାଙ୍କର ସାରସ୍ଵତ ସାଧନା ପାଇଁ ସେ ଓଡ଼ିଶା କରିଛନ୍ତି । ସେ ହିନ୍ଦୀ ଓ ଇଂରାଜୀ ଭାଷାରେ ମଧ୍ୟ ପିଲାମାନଙ୍କ ପାଇଁ କବିତା ଓ ଗଳ୍ପ ସ୍ତରରେ ମର୍ଯ୍ୟାଦା ଲାଭ କରିଛନ୍ତି।

ଲେଖା ଓ ଲେଖକ :

ଶ୍ରୀଯୁକ୍ତ ବୀରେନ୍ଦ୍ର ମହାନ୍ତି ‘ଥୁକୁଲୁ ଥୁକୁଲୁ ଥା’ କବିତା ଗ୍ରନ୍ଥ ପାଇଁ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ସେହିପରି ‘ଶିଶୁ ହସିଲେ ଦୁନିଆ ହସେ’ ପୁସ୍ତକର ହିନ୍ଦୀ ଅନୁବାଦ ପାଇଁ ସେ ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । ‘ଦି ଗ୍ରୀଡ଼ି କ୍ୟାଟ୍ ଆଣ୍ଡ ଅନ୍ଦର ଷ୍ଟୋରଜ୍’ ତାଙ୍କଦ୍ୱାରା ରଚିତ ଇଂରାଜା ଗୱି ସଙ୍କଳନା ସମାବାସ୍ ଠେକୁଆ’, ‘ଅଜା ଦିନେ ମନକଥା କହିଲେ’ ଗଳ୍ପ ପୁସ୍ତକ; ‘ଏଇ ମୋର ପ୍ରିୟ ଜନମଭୂଇଁ’, ‘ଠିଆପୁଚି ନାରଙ୍ଗ’ କବିତା ପୁସ୍ତକ; ‘ଜୟୀ ରାଜଗୁରୁ’,  କେଳୁଚରଣ ମହାପାତ୍ରଙ୍କ ଜୀବନୀ’ ତାଙ୍କଦ୍ୱାରା ରଚିତ କେତୋଟି ବିଶିଷ୍ଟ ରଚନା । ଆଲୋଚ୍ୟ ଜୀବନୀମୂଳକ ଲେଖା ‘ମୁକ୍ତି ଯୋଦ୍ଧା ଜୟୀ ରାଜଗୁରୁ’ରେ, ଜୟୀ ରାଜଗୁରୁଙ୍କୁ ଅପୂର୍ବ ସାହସୀ, ସ୍ବଦେଶ-ପ୍ରେମୀ, ବୀର ଓ ଦକ୍ଷ ସଙ୍ଗଠକ ଭାବେ ବର୍ଣ୍ଣନା କରାଯାଇଛି ।

ବିଷୟବସ୍ତୁର ସାରକଥା :

(୧) ସଂଗ୍ରାମୀ ମଣିଷ:
ଭାରତର ସ୍ଵାଧୀନତା ସଂଗ୍ରାମ ଇତିହାସରେ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର । ଓଡ଼ିଶାରୁ ହିଁ ପ୍ରଥମେ ସ୍ଵାଧୀନତା ସଂଗ୍ରାମର ଧ୍ଵନି ନିନାଦିତ ହୋଇଥିଲା । ଓଡ଼ିଆମାନେ ନିଜର ଦେଶ ପାଇଁ, ମାତୃଭୂମି ପାଇଁ ହସି ହସି ପ୍ରାଣବଳି ଦେଇଥିଲେ । ସେମାନେ ନିଜର ଦେଶମାତୃକାକୁ ବିଦେଶୀମାନଙ୍କ ଆକ୍ରମଣରୁ ରକ୍ଷା କରିବାପାଇଁ ପ୍ରଥମେ ଚେଷ୍ଟା କରିଥିଲେ । ସେମାନେ ଥିଲେ ସଚ୍ଚା ସଂଗ୍ରାମୀ ମଣିଷ । ନିଜ ଅପେକ୍ଷା ସେମାନେ ଦେଶର ସ୍ବାଭିମାନକୁ ବଡ଼ ବୋଲି ବିଚାରୁଥିଲେ । ଦେଶ ପାଇଁ ଫାଶୀଦଣ୍ଡ ପାଇଲେ ମଧ୍ୟ ସେମାନେ ଭୟଭୀତ ହେଉନଥିଲେ । ସେହିଭଳି ଜଣେ ପରମ ଦେଶଭକ୍ତ ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ମୁକ୍ତିଯୋଦ୍ଧା ଜୟୀ ରାଜଗୁରୁ । ସେ ଦେଶର ସ୍ଵାଧୀନତା ସଂଗ୍ରାମର ଅନନ୍ୟ ଉଦାହରଣ ଓ ଅଲିଭା ଦୀପଶିଖା ।

(୨) ଅନ୍ୟତମ ସଂଗ୍ରାମୀ ବୀର:
ଇଂରେଜମାନେ ଥିଲେ ବିଶ୍ଵାସଘାତକ । ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଗଠନ କରି ସେମାନେ ଆସିଥିଲେ ଭାରତକୁ ବ୍ୟବସାୟ କରିବାପାଇଁ । ମାତ୍ର ଅତି ଚତୁରତାର ସହିତ ସେମାନେ ଭାରତକୁ ଖଣ୍ଡ ଖଣ୍ଡ କରି ନିଜ ଅଧୀନକୁ ନେଇଗଲେ । ଶେଷରେ ସେମାନଙ୍କର ଆଖ୍ୟାପଡ଼ିଲା ଓଡ଼ିଶା ଉପରେ । ଓଡ଼ିଶାକୁ ସେମାନେ ଅତ୍‌କାର କରିବାକୁ ଚେଷ୍ଟାକଲେ । ଓଡ଼ିଶାରେ ସେତେବେଳକୁ ମରହଟ୍ଟାମାନେ ରାଜୁତି କରୁଥା’ନ୍ତି । ହାଇଦରାବାଦର ନିଜାମ୍, ମହୀଶୂରର ଟିପ୍ପସୁଲତାନ, ପଞ୍ଜାବର ଶିଖ୍ ସଙ୍ଗଠନ ପ୍ରଭୃତି ଇଂରେଜମାନଙ୍କଦ୍ୱାରା ପ୍ରଚଳିତ ଆଦେଶକୁ ପ୍ରତିହତ କରିବାପାଇଁ ନିଜ ନିଜ
ଭିତରେ ଉଦ୍ୟମ ଜାରି ରଖିଥିଲେ । ସେହିଭଳି ଓଡ଼ିଶାରେ ପ୍ରଥମ ଉଦ୍ୟମ କରିଥିଲେ ଖୋର୍ଦ୍ଧା ରାଜା ମୁକୁନ୍ଦ ଦେବଙ୍କ ମୁଖ୍ୟ

ପରାମର୍ଶଦାତା ପ୍ରଧାନମନ୍ତ୍ରୀ, ରାଜ୍ୟର ବେବର୍ଷା ଜୟୀ ରାଜଗୁରୁ । ସେ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବାର ଚେତନା ସୃଷ୍ଟି କରିଥିଲେ । ତାଙ୍କଦ୍ୱାରା ପ୍ରଭାବିତ ହୋଇ ପରବର୍ତ୍ତୀ ସମୟରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର, ତାପଙ୍ଗ ଦଳବେହରା, ପିଣ୍ଡିକୀ ବାହୁ ବଳେନ୍ଦ୍ର, ଜୋରା ବିଶୋଇ, ଚକରା ବିଶୋଇ, ବୀର ସୁରେନ୍ଦ୍ର ସାଏ ଆଦି ବୀରମାନେ ମୁକ୍ତି ସଂଗ୍ରାମକୁ ଆଗେଇ ନେବାରେ ସହଯୋଗ କରିଥିଲେ ।

(୩) ସଚ୍ଚା ଦେଶଭକ୍ତ: ଉତ୍କଳମଣି ଗୋପବନ୍ଧୁ ଲେଖୁଛନ୍ତି

‘ପଛଘୁଞ୍ଚା ନାହିଁ ବୀରର ଜାତକେ,
ନମରେ ସେ କେବେ ପରାଣ ଆତଙ୍କ ।’’

ପ୍ରକୃତରେ ଯେଉଁମାନେ ସଜା ଦେଶଭକ୍ତ, ସେମାନେ କେବେହେଲେ ଯୁଦ୍ଧକ୍ଷେତ୍ରରେ ପଛଘୁଞ୍ଚା ଦିଅନ୍ତି ନାହିଁ । ସେମାନେ ନିଜ ଜୀବନ ଭୟରେ ଦେଶର ସ୍ୱାଭିମାନକୁ କେତେବେଳେ ହେଲେ ବଳି ଦିଅନ୍ତି ନାହିଁ । ସେହିଭଳି ସଚ୍ଚା ଦେଶଭକ୍ତ ଥିଲେ ଖୋର୍ଦ୍ଧା ରାଜାଙ୍କର ରାଜପୁରୋହିତ, ସେନାଧ୍ୟକ୍ଷ ଜୟୀ ରାଜଗୁରୁ । ସେ ନିଜର ଜନ୍ମଭୂମିକୁ ବିଦେଶୀମାନଙ୍କ କବଳରୁ ମୁକ୍ତି କରିବାପାଇଁ ପ୍ରାଣବଳି ଦେଇଥିଲେ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

(୪) ମୁକ୍ତି ସଂଗ୍ରାମର ପ୍ରଥମ ନାୟକ:
ଜୟୀ ରାଜଗୁରୁ ଥିଲେ ମୁକ୍ତି ସଂଗ୍ରାମର ପ୍ରଥମ ନାୟକ । ସେ ଥିଲେ ଜନ୍ମରୁ ବୀର । ପଣ୍ଡିତ ଶ୍ରେଷ୍ଠ ଗଦାଧର ରାଜଗୁରୁଙ୍କ ବଂଶରେ ସେ ଜନ୍ମଗ୍ରହଣ କରିଥିଲେ । ନିଜର ପାଣ୍ଡିତ୍ୟ ଓ ବୀରତ୍ଵ ବଳରେ ସେ ଭାରତବର୍ଷରେ ହୋଇଥିଲେ ପରିଚିତ । ସେହି ବୀରଶ୍ରେଷ୍ଠ, ସ୍ଵାଧୀନତା ପ୍ରେମୀ ଜୟୀ ରାଜଗୁରୁ ୧୭୩୯ ଖ୍ରୀ.ଅ. ଅକ୍ଟୋବର ମାସ ୨୯ ତାରିଖ ପବିତ୍ର ଅଁଳା ନବମୀ ତିଥିରେ ଶ୍ରୀକ୍ଷେତ୍ର ନିକଟସ୍ଥ ବୀର ହରେକୃଷ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

(୫) ତୁଳସୀ ଦୁଇପତ୍ରରୁ ବାସେ :
ଯିଏ ଯାହା, ତାହାର ପରିଚୟ ପିଲାଦିନରୁ ହିଁ ମିଳିଥାଏ । ଜୟୀ ରାଜଗୁରୁ ଯେ ଜଣେ ସଜା ବୀର, ଦେଶଭକ୍ତ ଓ ସ୍ଵାଧୀନତା ସଂଗ୍ରାମୀ ହୋଇ ଇତିହାସରେ ନାଁ ରଖିବେ, ତାହାର ପରିଚୟ ପିଲାଦିନରୁ ହିଁ ମିଳିଥିଲା । ପିଲାଦିନେ ଜୟୀ ଗୁରୁଣ୍ଡି ଗୁରୁଣ୍ଡି ପିଣ୍ଡାକୁ ଚାଲି ଆସିଲେ । ହଠାତ୍‌ ପିଣ୍ଡାତଳକୁ ଖସିପଡ଼ିବାବେଳେ କାଳିଆ ଘୋଡ଼ା ଆସି ବୀରବାଳକ ଜୟୀଙ୍କୁ ଅଟକାଇ ଦେଇଥିଲା । ସେହି ସୁଯୋଗରେ ଘୋଡ଼ାର ବେକରେ ଥ‌ିବା ବେଲ୍ଟ ଧରି ଜୟୀ ଓହଳି ପଡ଼ି ଖୁସି ହୋଇଥିଲେ । ଏହି ସମୟରେ ତାଙ୍କର ପିତା ମନ୍ଦିରରୁ ପୂଜାସାରି ଫେରୁଥିଲେ । ପୁଅ କାଳିଆ ଘୋଡ଼ା ବେକରେ ଥ‌ିବା ବେଲ୍ଟ ଧରି ଖେଳୁଥ‌ିବାର ଦେଖୁ ସେ ଆଶ୍ଚର୍ଯ୍ୟ ହୋଇଥିଲେ । ସେହିଦିନଠାରୁ ସେ କାଳିଆ ଘୋଡ଼ା ସହିତ ଖେଳିବାକୁ ଆଗ୍ରହ ପ୍ରକାଶ କରିଥିଲେ । ରକ୍ଷଣଶୀଳ ପରିବେଶ ମଧ୍ୟରେ ରହି ଜୟୀ ବାଲ୍ୟଶିକ୍ଷା ଓ ପାରମ୍ପରିକ ଶିକ୍ଷାରେ ନିପୁଣତା ହାସଲ କରିଥିଲେ ।

(୬) ଅବିବାହିତ ରହି ଦେଶସେବା କଲେ:
ଜୟୀ ରାଜଗୁରୁଙ୍କର ପିତା ଥିଲେ ଚାନ୍ଦ ରାଜଗୁରୁ । ସେ ରାଜଗୁରୁ ପଦରେ ଅଧୃଷ୍ଠିତ ଥ‌ିବା ସମୟରେ, ତାଙ୍କର ଅକାଳ ବିୟୋଗ ହୋଇଥିଲା । ଜୟୀଙ୍କ ମାତା ଭାବିଥିଲେ, ପୁଅକୁ ବିବାହ ଦେଇ ବୋହୂଟିଏ ଆଣି ଘରେ ସୁଖରେ ରହିବେ । ମାତ୍ର ଜୟୀ ସେଥ୍ୟପ୍ରତି କର୍ଣ୍ଣପାତ କଲେ ନାହିଁ । କାରଣ ସେ ସବୁବେଳେ ଦେଶର ସୁରକ୍ଷା ଓ ଇଂରେଜ ଶାସକଙ୍କୁ କିପରି ବିତାଡ଼ିତ କରିବେ ସେହି ଚିନ୍ତାରେ ରହିଥିଲେ । ଖୋର୍ଦ୍ଧାର ରାଜା ଜୟୀଙ୍କ ପାଖକୁ ବାରମ୍ବାର ଖବର ପଠାଉଥିଲେ । ଜୟୀ ସେଥ୍ୟପ୍ରତି ବିଶେଷ ନଜର ଦେଉନଥିଲେ । ଥରେ ସେହି ପାଖ ଅଞ୍ଚଳର ଲୋକେ ବର୍ଗୀମାନଙ୍କଦ୍ୱାରା ଅତ୍ୟାଚାରିତ ହେଲେ ।

ସେହି ସମସ୍ୟାର ସମାଧାନ ପାଇଁ ସେ ପହଞ୍ଚିଲେ ଖୋର୍ଦ୍ଧା ରାଜାଙ୍କ ନିକଟରେ । ସେଠାରେ ପହଞ୍ଚିବା ପରେ ଜୟୀ ରାଜଗୁରୁ ପଦରେ ଅଭିଷିକ୍ତ ହେଲେ । ଜୟୀଙ୍କର ଥିଲା ବିଚକ୍ଷଣ ବୁଦ୍ଧି, ଅପୂର୍ବ ଦେଶପ୍ରୀତି । ତାଙ୍କର ଭକ୍ତି, ସାହସ ଓ ଶକ୍ତିକୁ ଦେଖ୍ ଖୋର୍ଦ୍ଧାର ରାଜା ତାଙ୍କୁ ରାଜ୍ୟର ପ୍ରଧାନମନ୍ତ୍ରୀ, ମୁଖ୍ୟ ପରାମର୍ଶଦାତା, ସେନାଧ୍ୟକ୍ଷ ଏବଂ ରାଜ୍ୟର ମୁଖ୍ୟ ବେବର୍ତ୍ତା ରୂପେ ଅବସ୍ଥାପିତ କଲେ । ଏହି ବିପ୍ଳବୀ ବୀର ସବୁବେଳେ ଦେଶକଥାହିଁ ଭାବୁଥିଲେ । ଦେଶ ପାଇଁ କର୍ତ୍ତବ୍ୟ କରିବାକୁ ଯାଇ ସେ ନିଜର ପାରିବାରିକ ଜୀବନ କଥା ଭୁଲିଗଲେ । ସେ ସାରାଜୀବନ ଅବିବାହିତ ରହି ଦେଶର ସେବା କରିବାପାଇଁ ଇଚ୍ଛା ପ୍ରକାଶ କରିଥିଲେ।

(୭) ମୁକୁଟ ବିହୀନ ସମ୍ରାଟ :
୧୮୦୩ ମସିହାରେ ଇଂରେଜମାନେ ମରହଟ୍ଟା ଶାସନାଧୀନ ଓଡ଼ିଶାକୁ ଅଧିକାର କଲେ । ସେତେବେଳକୁ ଖୋର୍ଦ୍ଧା ଥିଲା ସ୍ବାଧୀନ ରାଜ୍ୟ । ଏହିପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜା ଦିବ୍ୟସିଂହ ଦେବଙ୍କର ମୃତ୍ୟୁ ହେଲା । ତାଙ୍କର ନାବାଳକ ପୁତ୍ର ମୁକୁନ୍ଦ ଦେବଙ୍କୁ ଖୋର୍ଦ୍ଧା ରାଜସିଂହାସନରେ ଅଭିଷିକ୍ତ କରାଗଲା । ରାଜ୍ୟର ସମସ୍ତ ଦାୟିତ୍ଵ ବହନ କଲେ ଜୟୀ ରାଜଗୁରୁ । ଅଭିଜ୍ଞ, ଦକ୍ଷ ରାଜନୀତିଜ୍ଞ, କୁଶଳୀ କୂଟନୀତିଜ୍ଞ, ସେନାଧ୍ୟକ୍ଷ, ମହାମନ୍ତ୍ରୀ ଓ ମୁଖ୍ୟ ପରାମର୍ଶଦାତା ଓ ବେବର୍ତ୍ତା ଭାବରେ ସମଗ୍ର ରାଜ୍ୟର ଚିନ୍ତା ତାଙ୍କ ମୁଣ୍ଡ ଉପରେ ଲଦି ହୋଇପଡ଼ିଲା । ସେ ମୁକୁଟ ନ ପିନ୍ଧି ମଧ୍ୟ ସମଗ୍ର ରାଜ୍ୟର ସୁଖଶାନ୍ତି କଥା ଚିନ୍ତାକଲେ । ସେ ହେଲେ ମୁକୁଟ ବିହୀନ ସମ୍ରାଟ ।

(୮) ଇଂରେଜ ବିରୋଧୀ ଜନମତ ସୃଷ୍ଟି:
ଇଂରେଜମାନେ ଖୋର୍ଦ୍ଧା ରାଜ୍ୟଦେଇ ସୈନ୍ୟସାମନ୍ତ ନେଇ କଟକର ଦଖଲ କଲେ । ଇଂରେଜମାନଙ୍କ ବିଶ୍ୱାସଘାତକତାରେ ଜୟୀଙ୍କର ମନ ବିଦ୍ରୋହ କରିଉଠିଲା । ସେ ଇଂରେଜ ବିରୋଧୀ ଜନମତ ସୃଷ୍ଟି କରିବାର ଯୋଜନା କଲେ । ସେ ‘ଶମ୍ଭୁ ଭାରତୀ’ ନାମକ ଜଣେ ସନ୍ନ୍ୟାସୀଙ୍କୁ ସାଥ୍‌ରେ ଧରି ଗାଁ ଗାଁରେ ଜନମତ ସୃଷ୍ଟିକଲେ । ଗାଁର ପାଇକ ପୁଅ, ଖଣ୍ଡାୟତ ପୁଅ, ବୀର ଓ ଯୋଦ୍ଧାମାନେ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିବାପାଇଁ ଆଗେଇ ଆସିଲେ । ପ୍ରଜାମାନଙ୍କ ମଧ୍ୟରେ ମେଳି ସୃଷ୍ଟି ହେଲା । ଜୟୀ ରାଜଗୁରୁ ମେଢ଼ି ହୋଇ ବୀର ଯୋଦ୍ଧାମାନଙ୍କୁ ତାଲିମ ଦେଲେ ।

ସେ ଦୁଇହଜାର ସୈନ୍ୟସାମନ୍ତଙ୍କୁ ନେଇ ହଠାତ୍ କଟକର ବାରବାଟୀ ଦୁର୍ଗକୁ ଘେରାଉ କଲେ। ଦୁର୍ଗ ମଧ୍ୟରେ କର୍ଣ୍ଣେଲ ହାରକୋର୍ଟ ଏଭଳି ଅତର୍କିତ ଆକ୍ରମଣରେ ଭୟଭୀତ ହୋଇପଡ଼ିଲେ। ଜୟୀ ରାଜଗୁରୁ, କଣ୍ଢେଲଙ୍କ ନିକଟରେ ଚୁକ୍ତିପତ୍ର ଅନୁଯାୟୀ ଏକଲକ୍ଷ ଟଙ୍କା ଦାବିକଲେ। କର୍ଣ୍ଣେଲ ବାଧ୍ୟହୋଇ ଜୟୀଙ୍କୁ ନଗଦ ଚାଳିଶ ହଜାର ଟଙ୍କା ଦେଲେ, କିନ୍ତୁ ଚୁକ୍ତି ଅନୁସାରେ ଚାରିଗୋଟି ପ୍ରଗାଣ ଫେରାଇବାପାଇଁ ରାଜିହେଲେ ନାହିଁ। ରାଜଗୁରୁ ସେହି ଟଙ୍କାକୁ ପାଇକମାନଙ୍କର ମଙ୍ଗଳ ପାଇଁ ଖର୍ଚ୍ଚକଲେ ଏବଂ ଇଂରେଜ ଶାସକମାନଙ୍କ ବିରୁଦ୍ଧରେ ଯୁଦ୍ଧ ପ୍ରସ୍ତୁତିରେ ଲାଗିପଡ଼ିଲ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

(୯) ଜୟୀଙ୍କର ସମରସଜ୍ଜା:
ଇଂରେଜ ଶାସକଙ୍କ ବିରୁଦ୍ଧରେ କିପରି ଯୁଦ୍ଧ କରିବେ, ସେଥ‌ିପାଇଁ ଜୟୀ ନୂତନ ସମରସଜ୍ଜା ତିଆରି କଲେ । ସେ ବରୁଣେଇ ଗଡ଼ ମଧ୍ଯରେ ମଧ୍ୟରେ ରହି ସୈନ୍ୟମାନଙ୍କୁ ତାଲିମ ଦେଲେ । ସୈନ୍ୟମାନଙ୍କୁ ସେ ତିନିଭାଗରେ ବିଭକ୍ତ କଲେ । ସେଗୁଡ଼ିକ ହେଲା ପଦାତିକ, ଅଶ୍ଵାରୋହୀ ଓ ଗଜାରୋହୀ । ପୁନଶ୍ଚ ସେ କୁଶଳୀ ଯୋଦ୍ଧାମାନଙ୍କୁ ନେଇ ଚାରିଭାଗରେ ବିଭକ୍ତ କଲେ । ପାହାଡ଼ୀ, ବାଣୁଆ, ଢେଙ୍କିଆ, ଗରିଲା ବିଭାଗରେ ମୋଟ ପନ୍ଦର ହଜାର ସୈନ୍ୟ ପ୍ରସ୍ତୁତ ହୋଇ ରହିଲେ । ପାହାଡ଼ୀମାନେ ବଣପାହାଡ଼ରେ ଲୁଚିଛପି ଶତ୍ରୁଙ୍କୁ ଆକ୍ରମଣ କରୁଥିଲେ। ବାଣୁଆମାନେ ଖାର, ଗନ୍ଧକ, କୋଇଲା ଓ ଲୌହଗୁଣ୍ଡରେ ବାଣ ତିଆରି କରି ଆଗ୍ନେୟାସ୍ତ୍ର ପ୍ରୟୋଗରେ ପାରଙ୍ଗମ ଥିଲେ । ଢେଙ୍କିଆମାନେ ଖଣ୍ଡା, ତରୁଆଲ, ଢାଲ, ଧନୁଶର ସାହାଯ୍ୟରେ ଆକ୍ରମଣ କରିବାପାଇଁ ପ୍ରସ୍ତୁତ ହୋଇ ରହିଲେ । ଗରିଲାମାନେ ପଛପଟୁ ଅତର୍କିତ ଆକ୍ରମଣ କରି ଉଭାନ୍ ହୋଇ ଯାଉଥିଲେ । ଏହାବ୍ୟତୀତ ସୈନ୍ୟମାନେ ଜଳଧରବ୍ୟୁହ, ଚକ୍ରବ୍ୟୁହ, ଅର୍ଦ୍ଧଚକ୍ରବୁହ୍ୟ, ସୂଚ୍ୟବ୍ୟୁହ ଓ ସେନାଶାୟୀ ବ୍ୟୁହ ରଚନା କରି ଇଂରେଜ ସୈନ୍ୟମାନଙ୍କୁ ବ୍ୟତିବସ୍ତ କରି ପକାଉଥିଲେ।

(୧୦) ଜୟୀ ରାଜଗୁରୁଙ୍କ ବିରୋଧରେ ଷଡ଼ଯନ୍ତ୍ର:
ଜୟୀ ରାଜଗୁରୁ ଥିଲେ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ । ସେ ରାଜାଙ୍କ କୁଳପୁରୋହିତ ଭାବରେ ମନ୍ଦିରର ପ୍ରଶାସକ ଦାୟିତ୍ଵ ନିଜ ହାତକୁ ନେଲେ । ଚାରୋଟି ପ୍ରଗଣାରୁ ଖଜଣା ଆଦାୟ କରିବାପାଇଁ ସନନ୍ଦ ଜାରି କଲେ । ଖୋର୍ଦ୍ଧା ସେନାବାହିନୀ ପକ୍ଷରୁ ସେହିସବୁ ପ୍ରଗଣାଗୁଡ଼ିକ ଆକ୍ରମଣ କରାଗଲା । ଏହି ସମୟରେ ଇଂରେଜମାନେ ଜୟୀ ରାଜଗୁରୁଙ୍କର ବିଶ୍ବସ୍ତ ଶମ୍ଭୁ ଭାରତୀଙ୍କୁ ବନ୍ଦୀକଲେ । ଜୟୀ ରାଜଗୁରୁଙ୍କୁ ସେନାଧ୍ୟକ୍ଷ ପଦରୁ ହଟାଇବା ପାଇଁ ଖୋର୍ଦ୍ଧା ରାଜାଙ୍କୁ ପ୍ରବର୍ତ୍ତାଇଲେ । ଜୟୀଙ୍କୁ ଇଂରେଜ ବିରୋଧୀ ଷଡ଼ଯନ୍ତ୍ରର ମୁଖ୍ୟ ନାୟକ ଭାବରେ ଅଭିଯୁକ୍ତ କରାଯାଇ ତାଙ୍କ ବିରୋଧରେ ମନ୍ତ୍ରଣା କରାଗଲା । ଇଂରେଜ ଶାସକ ଖଳନାୟକ, ସ୍ବାର୍ଥପର, ଚୁଗୁଲିଆ, ତୋଷାମଦିଆଙ୍କ ସହିତ କୁମନ୍ତ୍ରଣା ଜାରି ରଖୁ ।

(୧୧) ଜୟୀଙ୍କର ଅତର୍କିତ ଆକ୍ରମଣ:
ଜୟୀଙ୍କ ବିରୋଧରେ ଇଂରେଜମାନେ ଯେତେପ୍ରକାର ଗୁପ୍ତମନ୍ତ୍ରଣା କଲେ ମଧ୍ୟ ସେ କୌଣସିଥରେ ଡରି ନଥିଲେ । ବରଂ ସେ ପିପିଲି ଡେଲାଙ୍ଗ ମଝିରାସ୍ତାରେ ଇଂରେଜ ସୈନ୍ୟମାନଙ୍କୁ ଅତର୍କିତ ଆକ୍ରମଣ କରି ବହୁ ଇଂରେଜ ସୈନ୍ୟଙ୍କୁ ହତ୍ୟାକଲେ । ବହୁ ପରିମାଣରେ ଗୁଳିଗୋଳା ବନ୍ଧୁକ ଆଦି ଆଧୁନିକ ଅସ୍ତ୍ରଶସ୍ତ୍ର ଅକ୍ତିଆର କରିଆଣିଲେ । ଇଂରେଜମାନଙ୍କର ଶୋଚନୀୟ ପରାଜୟ ହେଲା । ଏହି ପରିପ୍ରେକ୍ଷୀରେ କର୍ଣ୍ଣେଲ ହାରକୋର୍ଟ ମାନ୍ଦ୍ରାଜ ଓ କଲିକତାରୁ ଦକ୍ଷ ସୈନ୍ୟମାନଙ୍କ ସହ ମେଜର ଫ୍ଲେଚରଙ୍କୁ ଡକାଇ ପଠାଇଲେ । ୧୮୦୪ ମସିହା ନଭେମ୍ବର ମାସରେ ମେଜର ଫ୍ଲେଚରଙ୍କ ନେତୃତ୍ୱରେ ଇଂରେଜ ସୈନ୍ୟମାନେ ଖୋର୍ଦ୍ଧାଗଡ଼ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଲେ । ଚାରିଆଡ଼େ ବାଜିଉଠିଲା ବୀରବାଦ୍ୟ ।

ଇଂରେଜମାନେ ବରୁଣେଇ ଗଡ଼ତଳେ ଥିବା ମୁକୁନ୍ଦ ପ୍ରସାଦ, ଜେମାଦେଇ, ପୋଡ଼ାସାହି ଆଦି ଅଞ୍ଚଳରେ ସୈନ୍ୟଛାଉଣୀ ପକାଇଲେ । ସେମାନେ ଯୁଦ୍ଧପାଇଁ ପ୍ରସ୍ତୁତ ହେଲେ । ମାତ୍ର ଖୋର୍ଦ୍ଧାବାସୀ ଇଂରେଜଙ୍କର ସୈନ୍ୟମାନଙ୍କୁ ଖାତିର କଲେ ନାହିଁ । ଗରିଲାବାହିନୀ ବରୁଣେଇ ପାହାଡ଼ ଉପରୁ ଅଗ୍ନିବର୍ଷା ପରି ଶର ନିକ୍ଷେପ କଲେ । ଏଥିରେ ଶହ ଶହ ଇଂରେଜ ସୈନ୍ୟ ନିହତ ହେଲେ । ତିନିଦିନ ଧରି ବରୁଣେଇ ଅବରୋଧ ହେଲା । ଗଡ଼ର ଭେଦ ଇଂରେଜମାନେ ପାଇପାରିଲେ ନାହିଁ । ଘମାଘୋଟ ଯୁଦ୍ଧରେ ଗଗନ ପବନ ମୁଖରିତ ହେଲା । ମାଟି ମା’ର ମର୍ଯ୍ୟାଦା ରକ୍ଷା କରିବାପାଇଁ ଓ ନିଜର ଭିଟାମାଟିକୁ ସୁରକ୍ଷିତ କରିବାପାଇଁ ଖୋର୍ଦ୍ଧାବାସୀ ଅପୂର୍ବ ବୀରତ୍ଵ ସହକାରେ ସଂଗ୍ରାମ ଚଳାଇଲେ । ଖଣ୍ଡା ତରୁଆଲ ଧରି ଖୋର୍ଦ୍ଧାର ପାଇକମାନେ ଇଂରେଜ ସୈନ୍ୟଙ୍କ ଉପରେ ସିଂହ ପରି ମାଡ଼ି ଚାଲିଲେ ।

କେଉଁ ପଟରୁ ଆକ୍ରମଣ ହେଉଛି, ସେ ବିଷୟରେ ଇଂରେଜ ସେନାମାନେ ଠିକ୍ ରୂପେ ଜାଣିପାରିଲେ ନାହିଁ । ଏଣେ ସେନାଧ୍ୟକ୍ଷ ରାଜଗୁରୁ ସୁଢ଼ଙ୍ଗ ମଧ୍ୟରେ ରହି ବ୍ୟୁହ ରଚନା କରିବାରେ ଲାଗିପଡ଼ିଲେ । ଗଜପତିଙ୍କୁ ଗୁପ୍ତ ସୁଢ଼ଙ୍ଗ ବାଟ ଦେଇ ପୁରୀର ଗଙ୍ଗାମାତା ମଠକୁ ପଠାଇଦେଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭୋଗ, ନୀତିନିୟମ ପାଇଁ ମଠାଧୀଶ ନରୋତ୍ତମ ଦାସଙ୍କ ପାଖକୁ ପତ୍ର ପ୍ରେରଣ କଲେ । ଯୁଦ୍ଧର ଦୁନ୍ଦୁଭି ବାଜୁଥିଲାବେଳେ ଜଗନ୍ନାଥଙ୍କ ପରମଭକ୍ତ ଜୟୀ ରାଜଗୁରୁ ଜଗନ୍ନାଥଙ୍କ ସେବା ନିମିତ୍ତ ମଧ୍ୟ ସଚେତନ ରହିଥିଲେ ।

(୧୩) ଜୟୀ ଥିଲେ ସ୍ଵୟଂସମ୍ପୂର୍ଣ ମଣିଷ:
ସ୍ଵୟଂସମ୍ପୂର୍ଣ ମଣିଷ ହେବାପାଇଁ ଯେଉଁଭଳି ନିଷ୍ଠା, ନିଃସ୍ୱାର୍ଥପରତା, ସାଧୁତା ଓ କର୍ମଠତା ଆବଶ୍ୟକ, ତାହା ଜୟୀ ରାଜଗୁରୁଙ୍କଠାରେ ଥିଲା । ସେ ଦେଶର ଆଦର୍ଶ ପୁରୁଷ ହେବାପାଇଁ ଥିଲେ ଯୋଗ୍ୟ ମଣିଷ । ସେ ଥିଲେ ବିପ୍ଳବୀ ବୀର ।

(୧୪) ଲୌହମାନବ ଜୟୀ ଲୌହ ଶୃଙ୍ଖଳରେ ହେଲେ ବନ୍ଦୀ:
ଇଂରେଜମାନେ ଦେଶଦ୍ରୋହୀ, ଚୁଗୁଲିଆଙ୍କୁ ହାତକରି ଗଡ଼ ମଧ୍ଯରେ ଚତୁରତାର ସହିତ ପ୍ରବେଶ କଲେ । ଗଡ଼ ମଧ୍ୟରେ ପ୍ରବେଶକରି ନରସଂହାର ଚଳାଇଲେ । ଇଂରେଜମାନଙ୍କର ଗଡ଼ ମଧ୍ୟକୁ ପ୍ରବେଶ କରିବା ଦେଖ୍ ଜୟୀ ରାଜଗୁରୁ ବିଚଳିତ ହୋଇପଡ଼ିଲେ । ସେ କ’ଣ କରିବେ କିଛି ଭାବିପାରିଲେ ନାହିଁ। ଶେଷରେ ଲୌହମାନବ ଜୟୀ ଲୌହ ଶୃଙ୍ଖଳରେ ହେଲେ ବନ୍ଦୀ । ୧୮୦୪ ମସିହା ଡିସେମ୍ବର ୫ ତାରିଖରେ ଜୟୀ ରାଜଗୁରୁ ବନ୍ଦୀହେବା ଜାଣି ମହାରାଜା ବ୍ୟସ୍ତ ବିବ୍ରତ ହୋଇପଡ଼ିଲେ। ସେ ଛଦ୍ମବେଶରେ ଅନ୍ୟତ୍ର ପଳାୟନ କରିବା ବାଟରେ କେତେକ ନିମକହାରାମମାନଙ୍କ ସହାୟତାରେ ଧରାପଡ଼ି ବନ୍ଦୀ ହେଲେ । ରାଜା ଓ ମନ୍ତ୍ରୀ ଦୁହେଁ ବାରବାଟୀ ଦୁର୍ଗରେ ବନ୍ଦୀ ହୋଇ ରହିଲେ । ତଥାପି ଇଂରେଜ ଶାସକ ପୁନର୍ବାର ଭୟଭୀତ ହୋଇ ସେମାନଙ୍କୁ ମେଦିନିପୁର ପଠାଇଦେଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

(୧୫) ଦେଶର ପରମ ଭକ୍ତ:
ଜୟୀ ଥିଲେ ଦେଶପ୍ରେମୀ । ଦେଶର ପରମଭକ୍ତ । ନିଜର ସୁଖ ସୁବିଧାକୁ ସେ ଚାହିଁ ନଥିଲେ । ଭୋଗବିଳାସକୁ ତୁଚ୍ଛ କରିଦେଇଥିଲେ । ମାଟି ମା’ର ଆହ୍ଵାନ ପାଇ ସେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ସେ ସାରା ରାଜ୍ୟକୁ ନିଜର ବୋଲି ଭାବୁଥିଲେ । ରାଜାଙ୍କୁ ଭାବୁଥିଲେ ଠାକୁରଙ୍କର ଚଳନ୍ତି ପ୍ରତିମା । ସେହି ଠାକୁର ରାଜାଙ୍କ ବିରୁଦ୍ଧରେ ସେ କିଛିହେଲେ ଇଂରେଜମାନଙ୍କ ନିକଟରେ କହିନଥିଲେ । ସବୁ ଦୋଷ ନିଜ ମୁଣ୍ଡ ଉପରକୁ ନେଇ ଆସିଥିଲେ । ମୃତ୍ୟୁ ଆସନ୍ନ ଜାଣି ମଧ୍ୟ ସେ ଦମ୍ଭର ସହିତ କର୍ଣ୍ଣେଲ ହାରକୋର୍ଟକୁ ଧମକ ଦେଇଥିଲେ । ମାଟି ମା’ ପାଇଁ ସେ କର୍ତ୍ତବ୍ୟ କରିଛନ୍ତି ବୋଲି ଦୃଢ଼ ଭାବରେ ଜବାବ ଦେଇଥିଲେ ।

(୧୬) ମରି ବି ସେ ଅମର:
ମୃତ୍ୟୁ ଆସନ୍ନ ଜମାନବନ୍ଦୀରେ ଜୟୀ ରାଜଗୁରୁ ନିଜର ମତ ବଦଳାଇ ନଥିଲେ । ବରଂ ସାରା ମାନବ ସମାଜକୁ ଅନୁପ୍ରାଣିତ କରିବାଭଳି ପ୍ରେରଣା ଦେଇଥିଲେ । ଦେଶ ପାଇଁ ପ୍ରତ୍ୟେକ ନାଗରିକ ପାଇଁ ସେ ଦେଇଥିଲେ ଦିଗ୍‌ଦର୍ଶନ । ମିଥ୍ୟା ମତାମତକୁ ଭିଭିକରି ଜୟୀ ରାଜଗୁରୁଙ୍କୁ ଦୋଷାରୋପ କରାଗଲା। ଶେଷରେ ୧୮୦୬ ମସିହା ଡିସେମ୍ବର ୬ ତାରିଖରେ ତାଙ୍କୁ ମେଦିନିପୁରର ବାଘୀ ତୋଟା ନାଳ ନିକଟ ପୁରୁଣା ବରଗଛର ଡାଳ ଦୁଇଟିରେ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା । ସେହି ଆହତ ସିଂହର ମୃତ୍ୟୁରେ ସାରା ପ୍ରକୃତି ସ୍ତବ୍ଧ ହୋଇଯାଇଥିଲା । ତଥାପି ସେ ହେଲେ ଭାରତ ମା’ର ଗର୍ବ ଓ ଗୌରବ ।

କଠିନ ଶବ୍ଦାର୍ଥ :

  • ସମ୍ମୁଖ – ଆଗରେ ।
  • ପରମ – ଶ୍ରେଷ୍ଠ !
  • ବିଶ୍ୱାସଘାତକ – ଯେ ବିଶ୍ୱାସ ସୃଷ୍ଟି କରାଇ ମୃତ୍ୟୁର କାରଣ ବା ବିନାଶର କାରଣ ହୋଇଥାଏ ।
  • ଇଷ୍ଟଇଣ୍ଡିଆ କମ୍ପାନୀ – ବିଲାତ୍ରୁ ବଣିଜ କରିବାକୁ ଆସିଥିବା ବ୍ୟବସାୟୀ ସଂସ୍ଥା ।
  • ଆଗମନ – ଆସିବା ।
  • ପରାମର୍ଶଦାତା – ଯିଏ ପରାମର୍ଶ ଦିଏ ।
  • ପ୍ରତିହତ – ପ୍ରତିବାଦ ।
  • ବେବର୍ତ୍ତା – ତତ୍ତ୍ୱାବଧାରକ ।
  • ସଚ୍ଛା – ଦକ୍ଷ ।
  • ଗୁରୁଣ୍ଡି ଗୁରୁଣ୍ଡି – ଆଣ୍ଠେଇ ଚାଲିବା ।
  • ରକ୍ଷଣଶୀଳ – ଯେଉଁମାନେ ପରମ୍ପରା । ଅନୁଯାୟୀ ଚଳିଥା’ନ୍ତି ।
  • ନିପୁଣ – ଦକ୍ଷ ।
  • ଶଯ୍ୟାଶାୟୀ – ରୋଗ ବା ଅସୁସ୍ଥତା ହେତୁ ଶୋଇ ରହିବା ।
  • ଲୋମହର୍ଷଣକାରୀ – ଭୟ ସୃଷ୍ଟିକାରୀ ।
  • ଅତିଷ୍ଠ – ବ୍ୟସ୍ତ ।
  • ମେଢ଼ି – ନେତା/ଦଳପତି ।
  • ଭଣ୍ଡୁର – ନଷ୍ଟ ।
  • ଚତୁର – ବୁଦ୍ଧିମାନ୍ ।
  • ଦୁର୍ଦ୍ଦଷ – ଯାହାକୁ ଦମନ କରି ହେବ ନାହିଁ ଭୟଙ୍କର ।
  • ପଦାତିକ – ଯେଉଁମାନେ ଚାଲି ଚାଲି ବା ଦଉଡ଼ି ଦଉଡ଼ି ମାଟି ଉପରେ ରହି ଯୁଦ୍ଧ କରନ୍ତି ।
  • ଅଶ୍ୱାରୋହୀ – ଯେଉଁମାନେ ଘୋଡ଼ା ଉପରେ ରହି ଯୁଦ୍ଧ କରନ୍ତି ।
  • ଗଜାରୋହୀ – ଯେଉଁମାନେ ହାତୀ ଉପରେ ରହି ଯୁଦ୍ଧ କରନ୍ତି ।
  • ବର୍ଗୀ – ମରହଟ୍ଟା ଅତ୍ୟାଚାରୀ ଦଳ ।
  • ଅହରହ – ସବୁବେଳେ ।
  • ହାବଭାବ – ବ୍ୟବହାର ।
  • ମୁକୁଟ ବିହୀନ ସମ୍ରାଟ – ଯାହାର ମୁଣ୍ଡରେ ରାଜମୁକୁଟ ନଥୁଲେ ବି ରାଜାଙ୍କ ପରି କାର୍ଯ୍ୟ କରନ୍ତି ।
  • ପ୍ରଗଣା – ଜିଲ୍ଲାର ରାଜସ୍ୱ ବିଭାଗ ।
  • ଭେଣ୍ଡିଆ – ଯୁବକ ।
  • ଅତର୍କିତ – ହଠାତ୍|ଆଗରୁ ସତର୍କ ନକରି ।
  • ଭୂକ୍ଷେପ – ଖାତିର ।
  • ଦୁନ୍ଦୁଭି – ବୀରବାଦ୍ୟ ।
  • ପ୍ରତିପାଦି – ପ୍ରକାଶିତ ।
  • ଚୁଗୁଲିଆ – ଅନ୍ୟ ନାମରେ ବୁ ଗୁ ଲି କରୁଥିବା ବ୍ୟକ୍ତି ।
  • ଲୋତକ – ଲୁହ ।
  • ଆସନ୍ନ – ନିକଟ ।

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Odisha State Board BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା Textbook Exercise Questions and Answers.

BSE Odisha Class 7 Odia Solutions Chapter 22 ଦରଜା ଖୋଲି ଦେବା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ବୁଲା ଓ ରହିମ୍ କିଏ ?
Answer:
ବୁଲା ଓ ରହିମ୍ ଦୁଇଜଣ ଗରିବ ପିଲା । ସେମାନେ ପ୍ରଧାନବାବୁଙ୍କ ଇଟାଭାଟିରେ କାମ କରି ପେଟ ପୋଷନ୍ତି । ତାଙ୍କ ମନରେ ପାଠ ପଢ଼ିବାପାଇଁ ଯଥେଷ୍ଟ ଆଗ୍ରହ ଥିଲେ ମଧ୍ୟ ସେମାନେ ସ୍କୁଲକୁ ଆସିପାରନ୍ତି ନାହିଁ । ପରବର୍ତ୍ତୀ ସମୟରେ

(ଖ ) ସେମାନେ କେଉଁଠି ପ୍ରବେଶ କରିଥିଲେ ?
Answer:
ଛୁଟିଦିନେ କେହି ନଥ‌ିବାବେଳେ ନିଜର ଆଗ୍ରହ ପାଇଁ ସେମାନେ ଅର୍ଥାତ୍ ବୁଲା ଓ ରହିମ୍ ସ୍କୁଲଘରେ ପ୍ରବେଶ କରିଥିଲେ ।

(ଗ) ସେମାନଙ୍କର କାହା ସହିତ ଭେଟ ହେଲା ?
Answer:
ସେମାନଙ୍କର ସ୍କୁଲଘରେ ଥ‌ିବା ଅବସ୍ଥାରେ ଶିକ୍ଷକଙ୍କ ସହିତ ଭେଟ ହୋଇଥିଲା ।

(ଘ) ସେମାନେ ତାଙ୍କ ସହିତ କ’ଣ କଥାବାର୍ତ୍ତା ହେଲେ ?
Answer:
ବୁଲା ଓ ରହିମ୍ ସ୍କୁଲଘରେ ପ୍ରବେଶ କରି ଚକ୍ର ଧରି ଶିକ୍ଷକଙ୍କ ଛବି ଆଙ୍କୁଥିଲାବେଳେ ଶିକ୍ଷକ ସେଠାରେ ପହଞ୍ଚିଲେ । ଶିକ୍ଷକଙ୍କୁ ଦେଖୁ ସେମାନେ ଭୟରେ ପଳାଇଯିବାପାଇଁ ଚାହିଁଲାବେଳେ ଶିକ୍ଷକ ସେମାନଙ୍କୁ ଭୟ ନ କରିବାପାଇଁ କହିଥିଲେ । ସେମାନଙ୍କୁ ପାଖକୁ ଡାକି ସେ ସେମାନଙ୍କ ବିଷୟରେ ବୁଝିଥିଲେ । ଏତେ କମ୍ ବୟସରୁ କାମ କରି ପେଟ ପୋଷୁଥ‌ିବା କଥା ଜାଣି ଦୁଃଖ ପ୍ରକାଶ କରିଥିଲେ । ସେମାନଙ୍କୁ ପାଠପଢ଼ାର ଲାଭ କଥା ବୁଝାଇଥିଲେ । ସେମାନଙ୍କୁ ତା’ପରଦିନଠାରୁ ଘଣ୍ଟାଏ ଘଣ୍ଟାଏ ସ୍କୁଲକୁ ଆସି ପାଠ ପଢ଼ିଯିବାକୁ କହିଥିଲେ ।

(ଙ) ପ୍ରଧାନ କିଏ ? ସେ କିପରି ଲୋକ ଥିଲେ ?
Answer:
ପ୍ରଧାନ ହେଉଛନ୍ତି ଜଣେ କଣ୍ଟ୍ରାକ୍ଟର । ସେ ସତ୍ୟର ବାପା । କଣ୍ଟ୍ରାକ୍ଟରୀ କାମ କରି ସେ ସାଧାରଣ ଲୋକଙ୍କୁ ବହୁଭାବରେ ଶୋଷଣ କରନ୍ତି । ଏପରିକି ତାଙ୍କ ଇଟାଭାଟିରେ ଛୋଟପିଲାଙ୍କୁ କାମ କରାଇ ଠିକ୍ ରୂପେ ମଜୁରି ଦିଅନ୍ତି ନାହିଁ । ସେ ପ୍ରଥମେ ନିଷ୍ଠୁର ଓ ଅହଙ୍କାରୀ ସ୍ୱଭାବର ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କ ଚରିତ୍ରରେ ପରିବର୍ତ୍ତନ ଆସିଛି ।

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Question ୨।
ପ୍ରାୟ ୧୦୦ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(କ) ଶିକ୍ଷକ ଜଣେ ଉଦାର ବ୍ୟକ୍ତି ଥିଲେ ବୋଲି କିପରି ଜାଣୁଛ ?
Answer:
‘ଦରଜା ଖୋଲିଦେବା’ ଏକାଙ୍କିକାର ଅନ୍ୟତମ ମୁଖ୍ୟ ଚରିତ୍ର ହେଉଛନ୍ତି ଶିକ୍ଷକ । ତାଙ୍କୁ ଗାଁଲୋକ ଡାକନ୍ତି ମାଷ୍ଟ୍ରେ, ପିଲା ଡାକନ୍ତି ଗୁରୁଜୀ । ସାଧାରଣ ଲୋକଙ୍କ ଦୃଷ୍ଟିରେ ସେ ଶିକ୍ଷକ । ଶିକ୍ଷକ ଥିଲେ ଜଣେ ଉଦାର ପ୍ରକୃତିର ମଣିଷ । ସବୁବର୍ଗର ପିଲାମାନଙ୍କୁ ସ୍ନେହ ଦେଇ ପାଠ ପଢ଼ାଇବା ତାଙ୍କର ଉଦ୍ଦେଶ୍ୟ । ସ୍କୁଲ ଘରକୁ ବୁଲା ଓ ରହିମ୍ ପ୍ରବେଶ କରି ଚକ୍ରରେ ଚିତ୍ର କରୁଥିଲେ ବି ସେ ସେମାନଙ୍କ ଉପରେ ବିରକ୍ତ ହୋଇ ନାହାଁନ୍ତି । ବରଂ ସେମାନଙ୍କୁ ସେ ଚିତ୍ର କରିବାପାଇଁ ଉତ୍ସାହିତ କରିଛନ୍ତି । ସେମାନେ ଅଳ୍ପ ବୟସରୁ କାମ କରି ପେଟ ପୋଷୁଥ‌ିବାରୁ ତାଙ୍କ ପ୍ରତି ସହାନୁଭୂତିଶୀଳ ହୋଇଛନ୍ତି । କାଲିଠାରୁ ସ୍କୁଲକୁ ଆସି ଘଣ୍ଟାଏ ଘଣ୍ଟାଏ ପାଠ ପଢ଼ିଲେ, ସେମାନେ ଅନେକ ପାଠ ଜାଣିଯିବେ ବୋଲି କହିଛନ୍ତି ।

ଶିକ୍ଷକ ଥିଲେ ସମଭାବାପନ୍ନ ମଣିଷ । ତାଙ୍କ ଦୃଷ୍ଟିରେ ଧନୀ-ଦରିଦ୍ର, ହିନ୍ଦୁ-ମୁସଲମାନ ସମସ୍ତେ ସମାନ । ସମସ୍ତଙ୍କୁ ସେ ସମାନ ଦୃଷ୍ଟିରେ ଦେଖୁଥିଲେ । ଏପରିକି ସେ ପ୍ରଧାନବାବୁଙ୍କ ପୁଅ ସତ୍ୟକୁ ଯେପରି ସ୍ନେହ କରୁଥିଲେ, ଗରିବ ପିଲା ବୁଲା ଓ ରହିମ୍‌ଙ୍କୁ ମଧ୍ୟ ସେହିପରି ଭଲ ପାଉଥିଲେ । ତାଙ୍କଠାରୁ ସ୍ନେହ ଆଦର ପାଇ ସମସ୍ତେ ତାଙ୍କୁ ଭଲ ପାଉଥିଲେ । ପ୍ରଧାନଙ୍କ ମନରୁ ସଂକୀର୍ଣ୍ଣତା ଦୂରେଇ ଦେବାପାଇଁ ସେ କହିଥିଲେ ‘‘ଏଇଟା ସରକାରୀ ବିଦ୍ୟାଳୟ । ଏଠି ସମସ୍ତଙ୍କର ପଢ଼ିବା ଅଧିକାର ଅଛି । ବିଦ୍ୟାଳୟପାଇଁ ଉଚ୍ଚ-ନୀଚ, ଧନୀ-ଗରିବ, ହିନ୍ଦୁ-ମୁସଲମାନ ସମସ୍ତେ ସମାନ । ଏଠି ଜାତି- ଧର୍ମ-ବର୍ଷର ପ୍ରଶ୍ନ ଉଠିବ କୋଉଠୁ ।’’ ଉପରୋକ୍ତ ବିଚାରଧାରାରୁ ସ୍ପଷ୍ଟ ହୁଏ ଯେ, ଶିକ୍ଷକ ଜଣେ ଉଦାର ବ୍ୟକ୍ତି ଥିଲେ ।

(ଖ) ସତ୍ୟ ଏବଂ ତା’ ବାପା ପ୍ରଧାନଙ୍କର ମନୋବୃତ୍ତି ପରସ୍ପରର ବିପରୀତ ଥିଲା କିପରି ?
Answer:
ନାଟ୍ୟକାର ନାରାୟଣ ସାହୁ ‘ଦରଜା ଖୋଲିଦେବା’ ଏକାଙ୍କିକାରେ ସତ୍ୟ ଏବଂ ତା’ ବାପା ପ୍ରଧାନଙ୍କୁ ଦୁଇ ପରସ୍ପର ବିରୋଧୀ ମନୋବୃତ୍ତର ଚରିତ୍ର ଭାବରେ ବର୍ଣ୍ଣନା କରିଛନ୍ତି । ଏଭଳି ଚରିତ୍ରର ଉପସ୍ଥାପନ କରି ସେ ଦୁଇ ଚରିତ୍ରର ବିଶେଷତା ଦେଖାଇ ଅଛନ୍ତି। ସତ୍ୟ ଥିଲା ପ୍ରଧାନବାବୁଙ୍କର ଏକମାତ୍ର ପୁତ୍ର । ସେ ଧନୀ ଘରର ପିଲା ହେଲେ ବି ତା’ମନରେ କୌଣସି ପ୍ରକାର ଅହଙ୍କାର ନଥିଲା । ଅନ୍ୟ ପ୍ରତି ଅସୂୟା ଭାବ ନଥିଲା । ବରଂ ସେ ସବୁପିଲାଙ୍କ ସହିତ ମିଳିମିଶି ପଢ଼ିବାପାଇଁ, ଖେଳିବାପାଇଁ, ଚିତ୍ର ଆଙ୍କିବାପାଇଁ ଭଲ ପାଉଥିଲା । କୌଣସି ସମୟରେ ବୁଲା ଓ ରହିମ୍‌ଠାରୁ ନିଜକୁ ବଡ଼ ବୋଲି ମନେକରୁ ନଥିଲା ।

ସେ ରହିମ୍ ଓ ବୁଲାଙ୍କ ସହିତ ସ୍କୁଲରେ ବସି ପଢ଼ିଲାବେଳେ ପ୍ରଧାନବାବୁ ଏକଥାକୁ ବିରୋଧ କରିଥିଲେ । ସତ୍ୟ ବାପାଙ୍କୁ ବୁଝାଇବାକୁ ଚେଷ୍ଟା କରିଛି । ଶିକ୍ଷକଙ୍କ କଥାକୁ ମଧ୍ୟ ସତ୍ୟ ସମର୍ଥନ କରିଛି । ତଥାପି ସେ ବାପାଙ୍କ କଥାରେ କୌଣସି ସମୟରେ ଅବାଧ୍ଯ ହୋଇନାହିଁ । ସତ୍ୟ ଯିଶୁଖ୍ରୀଷ୍ଟଙ୍କ ଚିତ୍ର ଆଙ୍କିଲାବେଳେ ତା’ ନିକଟରେ ପହଞ୍ଚିଲେ ବୁଲା ଓ ରହିମ୍ । ସେମାନଙ୍କୁ ସେ ଯିଶୁଖ୍ରୀଷ୍ଟଙ୍କ ସମ୍ପର୍କରେ ବୁଝାଇ ଦେଇଛି । ପୁନଶ୍ଚ ବିଛଣାରେ ବସି ଚିତ୍ର ଆଙ୍କିବାକୁ କହିଛି । ବାପା ନଥ‌ିବାରୁ ନିର୍ଭୟରେ ତା’ପାଖରେ ବସିବାକୁ କହିଛି । ନାଟ୍ୟକାର ସତ୍ୟକୁ ଜଣେ ସରଳ, ଶାନ୍ତ, ଉଦାରମନା କିଶୋର ଭାବରେ ବର୍ଣ୍ଣନା କରିଛନ୍ତି ।

ସତ୍ୟ ଯେତିକି ସହଜ ଓ ସରଳ, ତା’ ବାପା ପ୍ରଧାନବାବୁ ସେତିକି ଅହଙ୍କାରୀ ଓ ଅସହିଷ୍ଣୁ । ତାଙ୍କ ପିଲା ଯେ ସାଧାରଣ ପିଲାଙ୍କ ସହିତ ପଢ଼ିବ, ଗରିବ ପିଲାମାନଙ୍କ ସହିତ ମିଶିବ ତାହା ସେ ଚାହୁଁନଥିଲେ । ପୁନଶ୍ଚ ସତ୍ୟ, ବୁଲା ଓ ରହିମ୍‌ଙ୍କୁ ସାଙ୍ଗ ପିଲା ହିସାବରେ ଗ୍ରହଣ କରିଥିଲାବେଳେ, ପ୍ରଧାନବାବୁ ସେମାନଙ୍କୁ ଅତି ହୀନଦୃଷ୍ଟିରେ ଦେଖୁଥିଲେ । ସେ କଣ୍ଟ୍ରାକ୍ଟର ଭାବରେ ସ୍କୁଲ ଘର ତିଆରି କରିଥିବାରୁ ତାଙ୍କ ମନରେ ଯଥେଷ୍ଟ ଅହଙ୍କାର ରହିଥିଲା । ଏପରିକି ସରକାରୀ ବିଦ୍ୟାଳୟରେ ମଧ୍ୟ ସେ ନିଜର ଆଧ୍ୟତ୍ୟ ଦେଖାଇଥିଲେ । ତାଙ୍କ ବ୍ୟତୀତ ଅନ୍ୟ କାହାରି ନିୟମରେ ସ୍କୁଲ ଚାଲିବ ନାହିଁ ବୋଲି ଶିକ୍ଷକଙ୍କୁ ଧମକ ଦେଇଥିଲେ ।

ଅସହିଷ୍ଣୁ ହୋଇ ପ୍ରଧାନବାବୁ ପୁଅ ସତ୍ୟକୁ ଟାଣି ଟାଣି ସ୍କୁଲ ବାହାରକୁ ନେଇଯାଇଥିଲେ । ବୁଲା ଓ ରହିମ୍ ସତ୍ୟ ପାଖରେ ବସି ଡ୍ରଇଁ କରୁଥୁଲାବେଳେ, ସେମାନଙ୍କୁ ସ୍କୁଲ୍‌ରେ ବାଡ଼େଇବାପାଇଁ ଧମକାଇଥିଲେ । କାଲିଠାରୁ ସ୍କୁଲ ନଯିବାପାଇଁ ତାଗିଦ୍ କରିଥିଲେ । ଅତି ନିଷ୍ଠୁରଭାବରେ ବୁଲା ଓ ରହିମୂକୁ କାମ କରିବାପାଇଁ ପଠାଇ ଦେଇଥିଲେ । ସତ୍ୟ ଦୁର୍ଘଟଣାରେ ପଡ଼ିଥିବାବେଳେ ମଧ୍ୟ ସେ ସେମାନଙ୍କୁ ଅଛବ ପିଲା କହି, ସେମାନଙ୍କ ରକ୍ତ ସତ୍ୟକୁ ଦେବାପାଇଁ ଚାହିଁନଥିଲେ । ନାଟ୍ୟକାର ସତ୍ୟ ଓ ପ୍ରଧାନଙ୍କ ଭଳି ଦୁଇଟି ବିପରୀତଧର୍ମୀ ଚରିତ୍ର ସୃଷ୍ଟିକରି ଏକାଙ୍କିକାର ମହତ୍ତ୍ବକୁ ଯଥାର୍ଥ ଭାବେ ପ୍ରକାଶ କରିଛନ୍ତି ।

(ଗ) ସତ୍ୟ ଗୁରୁଜୀଙ୍କ କଥାକୁ ସମର୍ଥନ କରୁଥିଲା କାହିଁକି ?
Answer:
ନାଟ୍ୟକାର ଡ. ନାରାୟଣ ସାହୁ ‘ଦରଜା ଖୋଲିଦେବା’ ଏକାଙ୍କିକାରେ ‘ସତ୍ୟ’କୁ ଏକ ଆଦର୍ଶ ଶିଶୁ ଚରିତ୍ର ଭାବେ ଚିତ୍ରଣ କରିଛନ୍ତି । ସତ୍ୟ ମାଧ୍ୟମରେ ସେ ବୁଲା ଓ ରହିମ୍ ଚରିତ୍ରର ବିଶେଷତା ଦେଖାଇଛନ୍ତି । ପ୍ରଧାନବାବୁଙ୍କ ସଂକୀର୍ଣ୍ଣତାବୋଧର ଯଥାର୍ଥ ଚିତ୍ର ସତ୍ୟ ଚରିତ୍ର ମାଧ୍ୟମରେ ହିଁ ପ୍ରକାଶିତ ହୋଇଛି । ସତ୍ୟ ଆଦର୍ଶ ଛାତ୍ର ହିସାବରେ ଗୁରୁଜୀଙ୍କ କଥାକୁ ମର୍ଯ୍ୟାଦା ଦିଏ । ଗୁରୁଜୀ ଯାହା କହନ୍ତି, ତାହାକୁ ମନଦେଇ ଶୁଣେ । ସତେଯେପରି ଗୁରୁଜୀହିଁ ତା’ ଜୀବନର ଆଦର୍ଶ ବୋଲି ମନେ ହୋଇଥାଏ । ସ୍କୁଲଘରେ ସତ୍ୟ ତା’ର ସାଥୀଙ୍କ ସହିତ ପଢୁଥିଲାବେଳେ, ତା’ର ବାପା ପ୍ରଧାନବାବୁ ଶିକ୍ଷକଙ୍କୁ ବିଭିନ୍ନ ପ୍ରକାର ଆକ୍ଷେପମୂଳକ କଥା କହିଛନ୍ତି । ତାଚ୍ଛଲ୍ୟ କରି ଗାଳି ମଧ୍ୟ ଦେଇଛନ୍ତି ।

ବାପାଙ୍କର ଏଭଳି ବ୍ୟବହାରରେ ସତ୍ୟ ପ୍ରତିବାଦ କରିଛି । ଗୁରୁଜୀ ଠିକ୍ କଥା କହିଛନ୍ତି ବୋଲି ବାପାଙ୍କୁ କହିଛି । ସେହି ସତ୍ୟ ଘରେ, ରହିମ୍ ଓ ବୁଲାଙ୍କୁ ବିଛଣାରେ ବସିବାର ସୁଯୋଗ ଦେଇଥିବାରୁ ତା’ର ବାପା ସମାନ । ମୋ ଦେହରେ ଯେଉଁ ରକ୍ତ, ତାଙ୍କ ଦେହରେ ବି ସେହି ରକ୍ତ ଅଛି ।’ ପୁନଶ୍ଚ ବାପାଙ୍କ ମନରୁ ଛୁଆଁ ଅଛୁଆଁ ସଂକୀର୍ଣ୍ଣତା ଦୂରେଇ ଦେବାକୁ ଯାଇ ସେ କହିଛ ‘ଛୁଆଁ ଅଛୁଆଁ ଭେଦଭାବ କେବେଠାରୁ ଲୋପ ପାଇଗଲାଣି । ଗୁରୁଜୀ କହୁଥିଲେ, ଏସବୁ ଆଇନ ଦୃଷ୍ଟିରୁ ଦଣ୍ଡନୀୟ ।’’ ସତ୍ୟ ବିଚାରରେ ଗୁରୁଜୀ ଯାହା କହୁଥିଲେ ଠିକ୍ । ତେଣୁ ସେ ପ୍ରତି ପଦେ ପଦେ ଗୁରୁଜୀଙ୍କ କଥାକୁ ସମର୍ଥନ କରୁଥିଲା ।

(ଘ) ବୁଲା ଏବଂ ରହିମ୍ ଜୀବନରେ ଶିକ୍ଷକ କିପରି ନୂତନ ଆଶା ସଞ୍ଚାର କରିଥିଲେ ?
Answer:
ନାଟ୍ୟକାର ଡ. ନାରାୟଣ ସାହୁ ‘ଦରଜା ଖୋଲିଦେବା’ ଏକାଙ୍କିକାରେ ବୁଲା ଏବଂ ରହିମ୍ ଭଳି ଚରିତ୍ରର ବର୍ଣ୍ଣନା ଦେଇ ସମାଜକୁ ଏକ ନୂତନ ଦିଗ୍‌ଦର୍ଶନ ଦେଇଛନ୍ତି । ବୁଲା ଏବଂ ରହିମ୍ ଦୁହିଁଙ୍କୁ ଶିକ୍ଷକ ଜଣେ ସଚ୍ଚା ଗୁରୁଜୀ ଭାବରେ ସ୍ନେହ ଆଦର ଦେଇ ପାଠ ପଢ଼ିବାପାଇଁ ପ୍ରେରଣା ଦେଇଛନ୍ତି । ସ୍କୁଲ ଛୁଟିଦିନରେ ବୁଲା ଓ ରହିମ୍ ସ୍କୁଲ କୋଠରିରେ ପ୍ରବେଶ କରିଛନ୍ତି । କୋଠରିର ସବୁକିଛି ଜିନିଷ ଆଗ୍ରହ ସହକାରେ ଦେଖୁଛନ୍ତି । ବୁଲା ଚେୟାର ଉପରେ ଶିକ୍ଷକଙ୍କ ଭଳି ବସିଛି । ରହିମ୍‌କୁ ସବୁକଥା ବୁଝାଇଛି । ଶେଷରେ ଚକ୍ ଧରି ଶିକ୍ଷକଙ୍କ ଛବି ଆଙ୍କିଛି । ଏହି ସମୟରେ ଶିକ୍ଷକ ସେଠାରେ ପହଞ୍ଚିଛନ୍ତି । ଶିକ୍ଷକଙ୍କୁ ଦେଖ୍ ସେମାନେ ଭୟରେ ପଳାଇ ଯିବାକୁ ଚାହିଁଛନ୍ତି । ମାତ୍ର ଶିକ୍ଷକ ସେମାନଙ୍କୁ ସ୍ନେହ ଆଦରରେ ଡାକିଛନ୍ତି । ସେମାନଙ୍କର ନାଁ ପଚାରିଛନ୍ତି । ସେମାନେ କ’ଣ କରନ୍ତି ବୋଲି ଜାଣିବାକୁ ଚାହିଁଛନ୍ତି । ସେମାନେ ଇଟାଭାଟିରେ କାମ କରୁଥିବା କଥା ଜାଣି ଦୁଃଖ ପ୍ରକାଶ କରିଛନ୍ତି । ମନେ ମନେ ଭାବିଛନ୍ତି, ‘ଯେଉଁ ହାତ ସିଲଟ ଖଡ଼ି ଧରବା କଥା, ସେଇ ହାତ ଯଦି ଇଟା, ପଥର ଭାଙ୍ଗିବ ତା’ହେଲେ ଦେଶର ଭବିଷ୍ୟତ କ’ଣ ହେବ ?’

ବୁଲା ଓ ରହିମ୍‌କୁ ପାଠ ପଢ଼ିବାପାଇଁ ଶିକ୍ଷକ ବୁଝାଇଛନ୍ତି । ପାଠ ଯେ ଜୀବନରେ ନିହାତି ଆବଶ୍ୟକ ସେକଥା ବୁଝାଇବାକୁ ଯାଇ ଶିକ୍ଷକ ବିଭିନ୍ନ ଉଦାହରଣ ଦେଇଛନ୍ତି । ଶିକ୍ଷକଙ୍କ ମତରେ, ପାଠ’ ହେଉଛି ଗୋଟିଏ ଆଲୁଅ, ଯାହାକି ସେମାନଙ୍କୁ ଅନେକ କଥା ଠିକ୍ ରୂପେ ଦେଖୁରିବାର ସୁଯୋଗ ଦେବ । ସେମାନେ ଠିକ୍ ରୂପେ ପାଠ ପଢ଼ି ନଥ‌ିବାରୁ ପ୍ରଧାନବାବୁ ସେମାନଙ୍କୁ ଇଟାଭାଟିରେ କାମ କରାଉଛି । ଅଧ‌ିକ କାମ କରାଉଥିଲେ ବି ଉପଯୁକ୍ତ ପଇସା ଦେଉନାହାଁନ୍ତି । ସେମାନେ ନିଜର ଭବିଷ୍ୟତ କଥା ଭାବିବାକୁ ହେଲେ ପାଠ ପଢ଼ିବାକୁ ହେବ ବୋଲି ଶିକ୍ଷକ ବୁଝାଇ ଦେଇଛନ୍ତି । ପାଠ ପଢ଼ିଲେ ସେମାନେ କି ଲାଭ ପାଇବେ ତା’ ବୁଝାଇବାପାଇଁ ଶିକ୍ଷକ କହିଛନ୍ତି ‘ପେଟ ପୂରୁ ନପୂରୁ ଆଖ୍ ଖୋଲିଯିବ, ସବୁ ଜାଣି ପାରିବ ।

ସେଥିଲାଗି କହୁଛି, ପାଠ ପଢ଼ି । ହଁ କାଲିଠାରୁ ତମେ ଦିହେଁ ସ୍କୁଲକୁ ଆସିବ ।’’ ଶିକ୍ଷକ ବୁଲା ଓ ରହିମ୍‌ ବୁଝାଇଛନ୍ତି । ବେଶି ସମୟ ନଦେଲେ ବି ଦିନକୁ ଘଣ୍ଟାଏ ଲେଖାଁ ପାଠ ପଢ଼ିବାକୁ ଆସିଲେ ଯଥେଷ୍ଟ ହେବ । ପ୍ରଧାନବାବୁ ବୁଲା ଓ ରହିମ୍‌କୁ ସ୍କୁଲକୁ ନ ଆସିବାପାଇଁ ଧମକ ଚମକ ଦେଇଥିଲେ ହେଁ ସେମାନେ କେବଳ ଶିକ୍ଷକଙ୍କ ସ୍ନେହ ପାଇଁ ସ୍କୁଲକୁ ଆସିଛନ୍ତି । ଶିକ୍ଷକଙ୍କ ଉଦ୍ୟମ ଯୋଗୁଁ ସେମାନେ ପାଠ ପଢ଼ିବାକୁ ଆଗ୍ରହୀ ହୋଇଛନ୍ତି । ବାସ୍ତବରେ ଶିକ୍ଷକ ନିଜ ସ୍ନେହ ବଳରେ ବୁଲା ଓ ରହିମ୍ ଜୀବନରେ ନୂତନ ଆଶା ସଞ୍ଚାର କରିବାକୁ ଚେଷ୍ଟା କରିଥିଲେ ।

(ଙ‍) ପ୍ରଧାନ ଶେଷରେ କିପରି ନିଜର ଭୁଲ୍ ବୁଝିପାରିଲେ ?
Answer:
ନାଟ୍ୟକାର ଡ. ନାରାୟଣ ସାହୁ ‘ଦରଜା ଖୋଲିଦେବା’ ଏକାଙ୍କିକାରେ ପ୍ରଧାନବାବୁଙ୍କ ଭଳି ସଂକୀର୍ଣ୍ଣମନା, ସ୍ଵାର୍ଥପର ଚରିତ୍ର ମନରେ ପରିବର୍ତ୍ତନ ଆଣିବା ଭଳି ପରିସ୍ଥିତି ସୃଷ୍ଟି କରି କଥାବସ୍ତୁଟିରେ ଉତ୍‌କଣ୍ଠା ରଖୁଛନ୍ତି । ପ୍ରଧାନବାବୁ ଥିଲେ ଜଣେ ସଂକୀର୍ଣ୍ଣମନା ମଣିଷ । ନିଜର ସ୍ୱାର୍ଥ ପାଇଁ ଓ ପଇସା ପାଇଁ ସେ ଛୋଟ ଛୋଟ ପିଲାଙ୍କୁ ତାଙ୍କ ଇଟାଭାଟିରେ କାମ କରାଉଥିଲେ । ଉପଯୁକ୍ତ ମଜୁରି ନଦେଇ, କମ୍ ମଜୁରି ଦେଇ ସେ ଠକି ଦେଉଥିଲେ । ବୁଲା ଓ ରହିମ୍‌କୁ ସ୍କୁଲ ନଯିବାପାଇଁ ସେ ଧମକ ଦେଇଛନ୍ତି । ତାଙ୍କ ବିଚାରରେ ବୁଲା ଓ ରହିମ୍ ପରଘରେ କାମ କରି ପେଟ ପୋଷିବାକୁ ଜନ୍ମ ହୋଇଛନ୍ତି । ପାଠ ପଢ଼ିବାପାଇଁ ସେମାନଙ୍କର କୌଣସି ପ୍ରକାର ଅଧିକାର ନାହିଁ । ବୁଲା ଓ ରହିମ୍‌କୁସ୍କୁଲରେ ବସାଇଥିବାରୁ ପ୍ରଧାନବାବୁ ଶିକ୍ଷକଙ୍କ ଉପରେ ରାଗିଛନ୍ତି ।

ତାଙ୍କୁ ଅନେକ କଥା କହି ଧମକାଇଛନ୍ତି । ପୁଅକୁ ସ୍କୁଲରୁ ହାତଧରି ଉଠାଇ ନେଇଛନ୍ତି । ନିଷ୍ଠୁର ଭାବରେ କହିଛନ୍ତି ‘କାଲି ସକାଳେ ଯେଉଁମାନେ ମୋରି ଘରେ ମୂଲ ଲାଗୁଥିଲେ, ସେମାନେ ପୁଣି ପାଠ ପଢ଼ିବେ ମୋରି ପୁଅ ସାଙ୍ଗରେ ।’’ପାଠ ପଢ଼ିବାରେ ଯେ ସମସ୍ତଙ୍କର ଅଧିକାର ରହିଛି, ସେକଥା ମାନିବାକୁ ସେ ପ୍ରସ୍ତୁତ ହୋଇନାହାଁନ୍ତି । ବୁଲା ଓ ରହିମ୍‌କୁ ଅତି ନିଷ୍ଠୁର ଭାବରେ ଆକ୍ଷେପ କରି କହିଛନ୍ତି ‘ହଇହୋ କି ଅଧିକାର ମତେ ଦେଖଉଛ । ବାରବୁଲା ପତର ଗୋଟେଇବା ପିଲାଙ୍କୁ ପାଠ ପଢ଼େଇବ, ମତେ ଅଧିକାର ଶିଖଉଛ ।’’

ବୁଲା ଓ ରହିମ୍‌ଙ୍କୁ ନିଜ ପୁଅ ସତ୍ୟ ପାଖରେ ବସି ଚିତ୍ର ଆଙ୍କିବା ଦେଖି ପ୍ରଧାନବାବୁ ସହି ପାରିନାହାଁନ୍ତି । ରହିମ୍‌କୁ ବିଛଣା ଉପରେ ବସିଥ୍‌ ଦେଖି ସେ ରାଗରେ ନିଆଁବାଣ ହୋଇଯାଇଛନ୍ତି । ସ୍କେଲ ଧରି ବାଡ଼େଇବାକୁ ଧମକ ଦେଇଛନ୍ତି । ସତ୍ୟ ତା’ର ବାପା ପ୍ରଧାନଙ୍କୁ ବୁଝାଇବାକୁ ଚେଷ୍ଟାକଲେ ମଧ୍ୟ ସେ କିଛି ବୁଝିବାକୁ ପ୍ରସ୍ତୁତ ହୋଇନାହାଁନ୍ତି; ବରଂ ତାଙ୍କ ମନରେ ଛୁଆଁ ଅଛୁଆଁର ଭେଦଭାବ ପୂରି ରହିଛି । ସତ୍ୟର ଆକ୍ସିଡେଣ୍ଟ ପରେ, ପ୍ରଧାନ ନିଜର ପୁଅକୁ କିପରି ବଞ୍ଚାଇବେ ସେଥୁପାଇଁ ବ୍ୟସ୍ତ ହୋଇଛନ୍ତି । ହେଲେ ବୁଲା ବା ରହିମ୍ବର ରକ୍ତ ନେଇ ତାଙ୍କ ପୁଅ ଭଲ ହେଉ ବୋଲି ସେ ଚାହିଁ ନାହାଁନ୍ତି । ଯେତେବେଳେ ତାଙ୍କ ରକ୍ତ ଓ ଶିକ୍ଷକଙ୍କ ରକ୍ତ ସତ୍ୟ ରକ୍ତ ସହ ନମିଶିଛି, ସେତେବେଳେ ସେ ବାଧ୍ୟ ହୋଇ ସତ୍ୟ ଦେହରେ ବୁଲା ରକ୍ତ ଦେଇ ପୁଅକୁ ଭଲ କରାଇଛନ୍ତି । ସତ୍ୟର ଜୀବନ ବଞ୍ଚାଇବାକୁ ବୁଲା ଓ ରହିମ୍ବର ଆଗ୍ରହ ଦେଖି ତାଙ୍କ ମନରେ ପରିବର୍ତ୍ତନ ଆସିଛି । ସେ ନିଜର ଭୁଲ୍ ବୁଝିପାରିଛନ୍ତି । ସବୁପିଲାଙ୍କର ଯେ ପଢ଼ିବାପାଇଁ ସମାନ ଅଧିକାର ରହିଛି, ଏ କଥାକୁ ଶେଷରେ ସେ ମାନି ନେଇଛନ୍ତି ।

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Question ୩।
ପ୍ରାୟ ୧୫୦ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(କ) ଏକାଙ୍କିକାଟିର ନାମ ‘ଦରଜା ଖୋଲିଦେବା’ କିପରି ଯଥାର୍ଥ ହୋଇଛି ଲେଖ ।
Answer:
ଏକାଙ୍କିକାରେ ନାମକରଣ ହେତ୍ତଛି ଏକ ସ୍ୱତନ୍ତ୍ର କଳା । ନାମକଜରଶରେ ର୍ହି ଏକାଙ୍କିକାର କଥାବସ୍ତୁ ସୂଚନାମ୍ କ ଭାବରେ ପ୍ରକାଶ ପାଇଥାଏ । ଏପରିକି ନାମକରଣ ଯେ ଏକାଙ୍କିକାର ସଂକୀର୍ଣ୍ଣ ନିର୍ଯ୍ୟାସ କହିଲେ ଭୁଲ ହେବ ନାହିଁ । ଏସବୁ ଦୃଷ୍ଟିରୁ ଦେଖିଲେ ଜଣାଯାଏ ଯେ ନାଟ୍ୟକାର ଡ. ନାରାୟଣ ସାହୁଙ୍କ ‘ଦରଜା ଖୋଲିଦେବା’ ଏକାଙ୍କିକାଟିରେ ନାମକରଣର ସାର୍ଥକତା ରହିଛି । ଏକାଙ୍କିକାରେ ପ୍ରଧାନବାବୁଙ୍କ ପରି ଚରିତ୍ରର ବର୍ଣ୍ଣନା ରହିଛି । ସେହି ସଂକୀର୍ଣ୍ଣମନା ବ୍ୟକ୍ତିଟି ମନରେ ରହିଛି ଧନୀ ଦରିଦ୍ର, ଉଚ୍ଚ-ନୀଚ୍ଚ, ଛୁଆଁ-ଅଛୁଆଁର ଭେଦଭାବ । ସବୁ ପିଲାଙ୍କର ଯେ ପାଠ ପଢ଼ିବାପାଇଁ ସମାନ ଅଧିକାର ରହିଛି, ସେକଥା ସେ ମାନିବାକୁ ପ୍ରସ୍ତୁତ ହୋଇ ନାହାଁନ୍ତି । ସ୍କୁଲରେ କେବଳ ଉଚ୍ଚ ଜାତିର, ଧନୀଶ୍ରେଣୀର ପିଲାମାନେ ପାଠ

ପଢ଼ିବେ ବୋଲି ସେ କହିଛନ୍ତି । ଶିକ୍ଷକ ତାଙ୍କ ମନରୁ ଏଭଳି ଧାରଣା ଦୂରେଇ ଦେବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସେ ଦେଇ ସେ କହିଛନ୍ତି ‘ବିଦ୍ୟାଳୟ ହେଉଛି ଆମ ମାଆ । ତା’ପ୍ରତି ଅନ୍ୟାୟ କରୁଥିବା ଲୋକକୁ କେବେ କ୍ଷମା ଦିଅଯିବନି ।’’ ବିଦ୍ୟାଳୟ ସର୍ବସାଧାରଣଙ୍କର ହୋଇଥିବାରୁ ସେଠାରେ ସମସ୍ତଙ୍କର ପାଠ ପଢ଼ିବାର ଅଧିକାର ଅଛି ବୋଲି ଶିକ୍ଷକ ବୁଝାଇଛନ୍ତି । ଏଥ‌ିରେ ପ୍ରତିବାଦ କରି ପ୍ରଧାନ କହିଛନ୍ତି ‘କାଲି ସକାଳେ ଯେଉଁମାନେ ମୋରି ଘରେ ମୂଲ ଲାଗୁଥିଲେ, ସେମାନେ ପୁଣି ପାଠ ପଢ଼ିବେ ମୋ ପୁଅ ସାଙ୍ଗରେ ।’ ସେ ମଧ୍ୟ ନିଜ ପୁଅକୁ ଟାଣି ଟାଣି ସ୍କୁଲଘରୁ ନେଇଯାଇଛନ୍ତି ।

ପ୍ରଧାନବାବୁ ତାଙ୍କ ଘରେ ପୁଅ ସତ୍ୟ ସାଙ୍ଗରେ ରହିମ୍ ଓ ବୁଲା ଚିତ୍ର ଆଙ୍କିବା ଦେଖିଛନ୍ତି । ବୁଲା ଚିତ୍ର ଆଙ୍କିବାରେ ସତ୍ୟକୁ ସାହାଯ୍ୟ କରିଛି । ମାତ୍ର ପ୍ରଧାନ ଏହା ଦେଖି ସହିପାରି ନାହାନ୍ତି । ସେ ରାଗରେ ନିଆଁବାଣ ହୋଇଛନ୍ତି । ଏପରିକି ରହିମୂକୁ ସ୍କେଲରେ ପିଟିବାକୁ ଯାଇଛନ୍ତି । ସ୍କୁଲ ନଯିବା ପାଇଁ ତାଗିଦ୍ କରି କହିଛନ୍ତି – ‘ହଇରେ ତୁମକୁ କିଏ କହିଥିଲା ସେ ସ୍କୁଲ ଯିବାକୁ ? ତମେ ଯଦି ପାଠ ପଢ଼ିବ, ତା’ହେଲେ କାମ କରିବ କିଏ ? ସେମାନେ ଜନମ ହୋଇଛନ୍ତି କାମ କରିବାପାଇଁ । ବାପ ଅଜା ଅମଳରୁ ଚଳଣିକୁ ଫାଙ୍କି ଦେବା କ’ଣ ଠିକ୍ ?’’ ପୁଣି ପ୍ରଧାନ ସେମାନଙ୍କୁ ଅଛୁଆଁ ପିଲା କହି ହେୟ ମନେ କରିଛନ୍ତି । ସେମାନଙ୍କୁ କାଲିଠାରୁ ସ୍କୁଲ ନ ଯିବାକୁ ତାଗିଦ କରିଛନ୍ତି ।

ପ୍ରଧାନବାବୁଙ୍କ ପୁଅ ସତ୍ୟର ଆକ୍ସିଡ଼େଣ୍ଟ ହୋଇଛି । ଶିକ୍ଷକ, ବୁଲା ଓ ରହିମ୍ ଡାକ୍ତରଖାନାକୁ ଯାଇଛନ୍ତି । ବୁଲା ରକ୍ତ ଦେଇ ସତ୍ୟର ଜୀବନ ବଞ୍ଚାଇଛି । ବୁଲା ଓ ରହିମ୍ବର ରକ୍ତକୁ ପ୍ରଥମେ ନିଜ ପୁଅ ଦେହରେ ଦେବାକୁ ବାରଣ କରୁଥିଲେ ହେଁ ପରବର୍ତୀ ସମୟରେ ପୁଅର ଜୀବନ ବଞ୍ଚାଇବାକୁ ଯାଇ ସେ ତାହାକୁ ଗ୍ରହଣ କରିଛନ୍ତି । ବୁଲା ଯୋଗୁ ଯେ ତାଙ୍କର ଏକମାତ୍ର ପୁଅ ସତ୍ୟର ଜୀବନ ବଞ୍ଚୁପାରିଛି, ସେକଥା ସେ ଅନୁଭବ କରିଛନ୍ତି ।

ଏକାଙ୍କିକାର ଶେଷଦୃଶ୍ୟରେ ପ୍ରଧାନବାବୁଙ୍କ ଚରିତ୍ରରେ ପରିବର୍ତ୍ତନ ଆସିଛି । ତାଙ୍କର ଅନ୍ଧ ଅହମିକା ଦୂରେଇ ଯାଇଛି । ଏପରିକି ସେ ଭାବପ୍ରବଣ ହୋଇ ବୁଲା ଓ ରହିମ୍‌ଙ୍କୁ କୁଣ୍ଢାଇ ପକାଇଛନ୍ତି । ଶିକ୍ଷକଙ୍କ ନିକଟରେ ନିଜର ଭୁଲ ସ୍ଵୀକାର କହିଛନ୍ତି । ଶିକ୍ଷକଙ୍କୁ କହିଛନ୍ତି ‘ଆପଣ ମୋ ଆଖି ଖୋଲି ଦେଇଛନ୍ତି ।’’ ସ୍କୁଲର ଉନ୍ନତିରେ ଓ ସମସ୍ତ ପିଲା ପାଠ ପଢ଼ିବାରେ କିପରି ସୁଯୋଗ ପାଇବେ ସେଥ୍ପାଇଁ ସେ ଚେଷ୍ଟା କରିବେ ବୋଲି କହିଛନ୍ତି । ଶେଷରେ ପ୍ରଧାନ କହିଛନ୍ତି ‘ଏ ସ୍କୁଲର ଦରଜା ସମସ୍ତଙ୍କ ପାଇଁ ସଦାବେଳେ ଖୋଲା ରହିବ । ସବୁ ଜାତିର, ସବୁ ଧର୍ମର ପିଲାଏ ଏଠି ପାଠ ପଢ଼ିବେ । ମାଗଣାରେ ପଢ଼ିବେ । ଏ ସ୍କୁଲ ପାଇଁ ଯାହା ଦରକାର ହବ, ମୁଁ ଯୋଗାଇବି ।’’ ବାସ୍ତବରେ, ଶିକ୍ଷକଙ୍କ ପ୍ରଚେଷ୍ଟାରେ ପ୍ରଧାନବାବୁଙ୍କର ପରିବର୍ତ୍ତନ ହୋଇଛି । ସ୍କୁଲ ଦରଜା ସମସ୍ତଙ୍କ ପାଇଁ ଖୋଲା ରହିବ ବୋଲି ପ୍ରଧାନବାବୁ ସ୍ଵୀକାର କରିଛନ୍ତି । କଥାବସ୍ତୁକୁ ସମୀକ୍ଷାକରି ଦେଖିଲେ ଜଣାଯାଏ ଯେ ଏକାଙ୍କିକାଟିର

(ଖ) ଏହି ଏକାଙ୍କିକାରେ ନାଟ୍ୟକାର ଆମମାନଙ୍କୁ କ’ଣ କହିବାକୁ ଚାହିଁଛନ୍ତି ?
Answer:
ନାଟ୍ୟକାର ଡ. ନାରାୟଣ ସାହୁ ‘ଦରଜା ଖୋଲିଦେବା’ ଏକାଙ୍କିକାରେ ଶିକ୍ଷାର ମହତ୍ତ୍ବକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଶିକ୍ଷା ମଣିଷକୁ ଅନ୍ଧକାରରୁ ଆଲୋକକୁ ନେଇଯାଏ । ଅଜ୍ଞାନରୂପୀ ଅନ୍ଧକାରରେ ରହିଲେ ମଣିଷ ନିଜର ଉନ୍ନତି ଓ ଭବିଷ୍ୟତ ସମ୍ପର୍କରେ ଠିକ୍ ରୂପେ ବୁଝିପାରେ ନାହିଁ । ଏହି ସୁଯୋଗରେ ଅନେକ ନ୍ୟସ୍ତ-ସ୍ବାର୍ଥ ଗୋଷ୍ଠୀ ସେମାନଙ୍କୁ ଠକି ଦେଇଥା’ନ୍ତି । କାମ କରାଇ ନେଇ ଉପଯୁକ୍ତ ପାରିଶ୍ରମିକ ଦେଇ ନଥା’ନ୍ତି । ପୁନଶ୍ଚ ଏହି ଏକାଙ୍କିକାରେ ସବୁ ପିଲା ଯେ ସମାନ ଏକଥାକୁ ସ୍ପଷ୍ଟ କରିଦିଆଯାଇଛି । ଆଜି ସରକାରୀ ସ୍ତରରେ ‘ସର୍ବଶିକ୍ଷା ଅଭିଯାନ’ର ଯେଉଁ ମୂଳ ଉଦ୍ଦେଶ୍ୟ ରହିଛି,
ତାହାକୁ ନାଟ୍ୟକାର ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି । ଏହାର ଅନ୍ତଃସ୍ବର ହେଉଛି, ସମସ୍ତଙ୍କର ପାଠ ପଢ଼ିବାର ଅଧିକାର ରହିଛି । ଏଥୁରୁ କେହି କାହାକୁ ବଞ୍ଚିତ କରିବା ଉଚିତ ନୁହେଁ ।

ଦ୍ଵିତୀୟତଃ, ଆମ ସମାଜରେ ରହିଛି ଅନେକ କୁସଂସ୍କାର । ଧନୀ-ଦରିଦ୍ର, ଛୁଅଁ-ଅଛୁଆଁ, ହିନ୍ଦୁ-ମୁସଲମାନର ପ୍ରଭେଦ । ନାଟ୍ୟକାର ଏଥ‌ିରେ ଏଭଳି ଚିନ୍ତାଧାରାର ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛନ୍ତି । ପ୍ରଧାନବାବୁ ନିଜର ସଂକୀର୍ଣ୍ଣ ବିଚାରବୋଧ ଜାହିର୍ କରିବାକୁ ଯାଇ କହିଛନ୍ତି, ‘‘କାଲି ସକାଳେ ଯେଉଁମାନେ ମୋରି ଘରେ ମୂଲ ଲାଗୁଥିଲେ, ସେମାନେ ପୁଣି ପାଠ ପଢ଼ିବେ ମୋରି ପୁଅ ସାଙ୍ଗରେ ?’’ ସମୟ ଯେ ବଦଳିଗଲାଣି, ସେକଥା ମାନିବାକୁ ପ୍ରଧାନବାବୁ ପ୍ରସ୍ତୁତ ନୁହଁନ୍ତି । ଗଣତନ୍ତ୍ରର ମୂଲ୍ୟବୋଧକୁ ସେ ଅସ୍ବୀକାର କରିଛନ୍ତି । ଗରିବ ଅଛୁଆଁ ପିଲାଙ୍କୁ ସ୍କୁଲରୁ ବାହାର କରିଦେବାପାଇଁ ସେ ଶିକ୍ଷକଙ୍କୁ ଦୃଢ଼ଭାବେ କହିଛନ୍ତି । ସତ୍ୟ ପାଖରେ ବସି ବୁଲା ଓ ରହିମ୍ ଚିତ୍ର ଆଙ୍କିବା ଦେଖି ସେ ସହିପାରି ନାହାଁନ୍ତି । ବୁଲା ଓ ରହିମୂକୁ ମାଡ଼ମାରି ତଡ଼ିଦେବାକୁ ଉଦ୍ୟତ ହୋଇଛନ୍ତି ।

ସବୁପିଲା ଯେ ସମାନ, ତାହାକୁ ସେ ଗ୍ରହଣ କରିପାରି ନାହାଁନ୍ତି; ବରଂ ଅଛୁଆଁ ପିଲା ବୋଲି ସେମାନଙ୍କୁ ପାଖରେ ନ ବସାଇବା ପାଇଁ ସତ୍ୟକୁ କହିଛନ୍ତି । ସତ୍ୟ ବାପାଙ୍କର ସଂକୀର୍ଣ୍ଣତାକୁ ବଦଳାଇବାକୁ ଚେଷ୍ଟା କରିଛି। ସତେ ଯେପରି ନାଟ୍ୟକାର ସତ୍ୟ ଚରିତ୍ର ମାଧ୍ୟମରେ ସମାଜର ଭେଦଭାବକୁ ବଦଳାଇ ଦେବାକୁ ଚାହିଁଛନ୍ତି । ସତ୍ୟ କହିଛି ‘ଆମେ ସମସ୍ତେ ସମାନ ମୋ ଦେହରେ ଯେଉଁ ରକ୍ତ, ତାଙ୍କ ଦେହରେ ବି ସେହି ରକ୍ତ ଅଛି ।’’ ପୁନଶ୍ଚ ଉଦାରମନା ହୋଇ ସତ୍ୟ ତା’ବାପାଙ୍କୁ ବୁଝାଇ କହିଛି ଲୋପ ପାଇଗଲାଣି । ଗୁରୁଜୀ କହୁଥିଲେ, ଏସବୁ ଆଇନ ଦୃଷ୍ଟିରୁ ଦଣ୍ଡନୀୟ ।’’ ସତ୍ୟ ମାଧ୍ୟମରେ, ନାଟ୍ୟକାର ସମାଜର ପରିବର୍ତ୍ତନ ଆଣିବାର ସ୍ବରକୁ ବଳବତ୍ତର କରିଛନ୍ତି ।

ନାଟ୍ୟକାର ଏକ ଆଦର୍ଶ ଶିକ୍ଷକ ଚରିତ୍ରର ବର୍ଣନା ଦେଇ ଶିକ୍ଷାର ମହତ୍ତ୍ଵକୁ ସ୍ପଷ୍ଟ କରାଇଛନ୍ତି । ଶିକ୍ଷକ ଅତି ସ୍ନେହର ଓ ଆଦରରେ ପିଲାମାନଙ୍କୁ ପାଠ ପଢ଼ାଇବାପାଇଁ ଚେଷ୍ଟା କରିଛନ୍ତି । କାହାରି ମନରେ ବିଭେଦ ସୃଷ୍ଟି କରିବାପାଇଁ ସେ ଚାହିଁନାହାଁନ୍ତି; ବରଂ ପାଠ ପଢ଼ିବାରେ ସମସ୍ତଙ୍କର ସମାନ ଅଧିକାର ରହିଛି, ତାହା ସେ ଯୁକ୍ତି ଛଳରେ ପ୍ରକାଶ କରିଛନ୍ତି । ମୋଟ ଉପରେ କହିବାକୁ ଗଲେ ଜାତି, ଧର୍ମ, ବର୍ଣ୍ଣ, ବୟସ ନିର୍ବିଶେଷରେ ଶିକ୍ଷାକୁ ସାର୍ବଜନୀନ କରିବାପାଇଁ ନାଟ୍ୟକାର ଚେଷ୍ଟା କରିଛନ୍ତି । ସେ ଏଥୁରେ ପୁରାତନପନ୍ଥୀଙ୍କର ମାନସିକ ସଂସ୍କାର ଆଣିବାକୁ ଚେଷ୍ଟା କରିଛନ୍ତି । ରକ୍ତ ଦାନ ଯେ ମହତ୍ ଦାନ ଏବଂ ଏହାଦ୍ଵାରା ଅମୂଲ୍ୟ ଜୀବନକୁ ବଞ୍ଚାଇ ଦିଆଯାଇପାରେ, ସେ ସଂପର୍କରେ ନାଟ୍ୟକାର ସଚେତନତା ଆଣିବାର ପ୍ରୟାସ କରିଛନ୍ତି ।

ତୁମପାଇଁ କାମ :

  • ଏହି ଏକାଙ୍କିକାଟିକୁ ତୁମ ଶ୍ରେଣୀରେ ଅଭିନୟ କର ।
  • ଜାତୀୟ ଏକତା ଓ ସମାଜ ସଂସ୍କାର ପ୍ରୟାସ ରଖ୍ ଲେଖାଯାଇଥିବା ଆଉ କେତୋଟି ଏକାଙ୍କିକା ସଂଗ୍ରହ କର ଓ ସାଙ୍ଗମାନଙ୍କ ସହ ଅଭିନୟ କର ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
“ ସତ୍ୟ”ର କେଉଁ ଗୁଣ ତୁମକୁ ଭଲ ଲାଗୁଛି ?
Answer:
ନାଟ୍ୟକାର ଡ. ନାରାୟଣ ସାହୁ ଏକାଙ୍କିକାରେ ‘ସତ୍ୟ’କୁ ଏକ ଆଦର୍ଶ ଶିଶୁ ଚରିତ୍ର ଭାବେ ବର୍ଣ୍ଣନା କରିଛନ୍ତି । ସତ୍ୟ ଆଦର୍ଶ ଛାତ୍ର ହିସାବରେ ଗୁରୁଜୀଙ୍କ କଥାକୁ ମର୍ଯ୍ୟାଦା ଦିଏ। ସମସ୍ତଙ୍କୁ ଭଲପାଏ। ତା’ମନରେ ଛୁଆଁ-ଅଛୁଆଁ, ଧନୀ-ଗରିବ ଭେଦଭାବ ନଥିଲା। ବଡ଼ ଲୋକର ପୁଅ ହୋଇ ମଧ୍ୟ ତା’ ମନରେ ଗର୍ବ ଓ ଅହମିକା ନଥୁଲା। ବୁଲା ଓ ରହିମ୍‌ଙ୍କ ସାଥୀରେ ବସି

ସେ ପାଠପଢ଼ିଛି । ଯୀଶୁଖ୍ରୀଷ୍ଟଙ୍କର ମହତ ବାଣୀ “ ପାପକୁ ଘୃଣା କର, ହେଲେ ପାପୀକୁ ନୁହେଁ” ସେ ସାଙ୍ଗମାନଙ୍କୁ ଶିଖାଇଛି । ବୁଲାଠାରୁ ଆଗ୍ରହରେ ଚିତ୍ରକଳା ଶିଖୁଛି । ଶିକ୍ଷକଙ୍କ ପ୍ରତି ଏବଂ ବୁଲା, ରହିମ୍‌ଙ୍କ ପ୍ରତି ପ୍ରଧାନଙ୍କର ତାଚ୍ଛଲ୍ୟପୂର୍ଣ୍ଣ ବ୍ୟବହାରରେ ସତ୍ୟ ପ୍ରତିବାଦ ଜଣାଇଛି । ତା’ ବାପାଙ୍କୁ ସାମ୍ୟବାଦ କଥା କହି ବୁଝାଇଛି । ସେ ବାପାଙ୍କୁ କହିଛି, “ ଛୁଆଁ ଅଛୁଆଁ ଭେଦଭାବ କେବେଠାରୁ ଲୋପ ପାଇଗଲାଣି।” ଗୁରୁଜୀ କହୁଥିଲେ, ‘ଏସବୁ ଆଇନ ଦୃଷ୍ଟିରୁ ଦଣ୍ଡନୀୟ।’ ଗୁରୁଜୀଙ୍କ ଆଦର୍ଶକୁ ଅନୁସରଣ କରି ସତ୍ୟ ତା’ ବାପାଙ୍କ ମନର ବୃଥା ଅହମିକା ଓ କୁସଂସ୍କାର ଦୂରେଇ ଦେଇପାରିଛି । ତେଣୁ ସତ୍ୟର ସମସ୍ତ ଭଲଗୁଣ ଆମର ଆଦର୍ଶ ହେଲେ ଆମେ ଭବିଷ୍ୟତରେ ଭଲମଣିଷ ହୋଇପାରିବା।

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Question ୨।
ଶିକ୍ଷକ ବୁଲା ଓ ରହିମ୍‌କୁ କିପରି ସ୍କୁଲକୁ ଆଣିପାରିଥିଲେ ?
Answer:
ଶିକ୍ଷକ ହେଉଛନ୍ତି ସମାଜର ଆଦର୍ଶ। ବ୍ରହ୍ମା, ବିଷ୍ଣୁ, ମହେଶ୍ବରଙ୍କର ଚଳନ୍ତି ପ୍ରତିମା । ଏକାଙ୍କିକାର ଶିକ୍ଷକ ଗରିବ ପିଲା ବୁଲା ଓ ରହିମର ମନ ପରିବର୍ତ୍ତନ କରାଇପାରିଛନ୍ତି । କାମ କରି ପେଟ ପୋଷୁଥୁବା ପିଲା ଦୁଇଜଣ ସ୍କୁଲ କ’ଣ ଜାଣି ନଥିଲେ। ଶିକ୍ଷକ ସ୍ନେହ ଆଦରରେ ସେମାନଙ୍କୁ ପାଠ ପଢ଼ିବା କଥା ବୁଝାଇଛନ୍ତି। ବୁଲାର ଚିତ୍ରକଳାରେ ଆଗ୍ରହ ଶିକ୍ଷକଙ୍କ ନଜରକୁ ଆସିଛି ପାଠ ପଢ଼ି ଦକ୍ଷତା ଅର୍ଜନ କଲେ ଭବିଷ୍ୟତରେ ଭଲ ମଣିଷ ହେବେ, ଦୁନିଆର ଭଲମନ୍ଦ ଜାଣିବେ, ସେମାନଙ୍କୁ କେହି ଠକି ପାରିବେନି ବୋଲି ଶିକ୍ଷକ ପିଲାଙ୍କୁ କହିଛନ୍ତି। ଶିକ୍ଷକଙ୍କ ପ୍ରେରଣା ଓ ଉତ୍ସାହପୂର୍ଣ୍ଣ କଥା ଯୋଗୁଁ ବୁଲା ଓ ରହିମଙ୍କ ମନରେ ଆତ୍ମବିଶ୍ଵାସ ଆସିଛି । ଶିକ୍ଷକ ମଧ୍ଯ ପ୍ରଧାନଙ୍କ ମନରୁ କୁସଂସ୍କାର ଓ ଜାତିଆଣାଭାବ ଦୂରେଇ ପାରିଛନ୍ତି । ଫଳରେ ବୁଲା ଓ ରହିମ୍ ଶିଶୁର ମୌଳିକ ଅଧୂକାର ଶିକ୍ଷା ନିମନ୍ତେ ବିଦ୍ୟାଳୟକୁ ଆସିଛନ୍ତି।

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର :

Question ୧।
ଇଟା ବୋହି ସେମାନେ କେତେ ଟଙ୍କା ପାଇଥିଲେ ?
Answer:
ଇଟା ବୋହି ସେମାନେ ଦେଢ଼ଶହ ଟଙ୍କା ପାଇଥିଲେ।

Question ୨।
ଇଟା ବୋହି ଯେଉଁ ଅର୍ଥ ପାଇଥିଲେ ତାକୁ କିପରି ଖର୍ଚ୍ଚ କରିଥିଲେ । ?
Answer:
ସେମାନେ ଇଟା ବୁହା ଅର୍ଥରେ ସିନେମା ଦେଖିବା ଓ ହୋଟେଲରେ କୁକୁଡ଼ା ମାଂସ, ପରଟା ଖାଇଥିଲେ।

Question ୩।
ଇଟାବୁହା କାମକୁ କଣ୍ଟ୍ରାକ୍ଟର ନେଇଥିଲେ ପ୍ରଧାନବାବୁ କେତେ ଟଙ୍କା ନେଇ ଥାଆନ୍ତେ ?
Answer:
ଇଟାବୁହା କାମକୁ କଣ୍ଟ୍ରାକ୍ଟର ନେଇଥିଲେ ଦୁଇ କିମ୍ବା ତିନି ହଜାର ଟଙ୍କା ନେଇଥାଆନ୍ତେ ।

Question ୪।
ଶିକ୍ଷକ ବୁଲା ଓ ରହିମ୍‌କୁ କେତେ ସମୟ ସ୍କୁଲରେ ପଢ଼ିବା ପାଇଁ କହିଥିଲେ ?
Answer:
ଶିକ୍ଷକ ରୁଲା ଓ ରହିମ୍କୁ କୁ ଘଶୃଏ ଲେଖାଏଁ ବିଦ୍ୟାଳୟରେ ପଢ଼ିବା ପାଇଁ କହିଥିଲୋ

Question ୫।
ଗାଆଁ ପ୍ରଧାନ ଆସି ଶିକ୍ଷକଙ୍କ ଉପରେ କାହିଁକି ବିରକ୍ତ ହେଲେ ?
Answer:
ଶିକ୍ଷକ ରହିମ୍ ଓ ବୁଲାକୁ ପାଠ ପଢ଼ିବା ପାଇଁ ବିଦ୍ୟାଳୟକୁ ଡାକି ଥିବାରୁ ସେ ଶିକ୍ଷକଙ୍କ ଉପରେ ବିରକ୍ତ ହେଲେ।

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Question ୬।
ପ୍ରଧାନବାବୁଙ୍କ ଦାଣ୍ଡ ଘରେ କିଏ କିଏ ଥିଲେ ?
Answer:
ପ୍ରଧାନବାବୁଙ୍କ ଦାଣ୍ଡ ଘରେ ସତ୍ୟ, ରହିମ୍ ଓ ବୁଲା ଏହି ତିନିଜଣ ପିଲା ଥିଲେ ।

Question ୭।
ସତ୍ୟ କାହାର ଚିତ୍ର ଅଙ୍କନ କରୁଥୁଲା ?
Answer:
ସତ୍ୟ ମହାପୁରୁଷ ଯୀଶୁଖ୍ରୀଷ୍ଟଙ୍କର ଚିତ୍ର ଅଙ୍କନ କରୁଥିଲା ।

Question ୮।
ପ୍ରଧାନବାବୁ ଘର ଭିତରକୁ ଆସି ରାଗିଗଲେ କାହିଁକି ?
Answer:
ବିଛଣା ଉପରେ ରହିମ୍ ବସିଥିବାର ଦେଖ୍ ପ୍ରଧାନବାବୁ ରାଗଗଲେ।

Question ୯।
ସତ୍ୟ କାହିଁକି ବିଦ୍ୟାଳୟକୁ ଆସି ନ ଥିଲା ?
Answer:
ସତ୍ୟର ଆକ୍ସିଡେଣ୍ଟ ହୋଇଯାଇଥିବାରୁ ବିଦ୍ୟାଳୟକୁ ଆସି ନ ଥିଲା।

Question ୧୦।
ସତ୍ୟ ଡାକ୍ତରଖାନାରେ ଥିବାର ଶୁଣି କେଉଁମାନେ ଡାକ୍ତରଖାନାକୁ ଗଲେ ?
Answer:
ସତ୍ୟ ଡାକ୍ତରଖାନାରେ ଥିବାର ଶୁଣି ଶିକ୍ଷକ ଓ ସମସ୍ତ ପିଲା ସେଠାକୁ ଗଲେ।

ବିଷୟବସ୍ତୁର ସାରକଥା :

Question ୧।
ପ୍ରଧାନବାବୁ କିପରି ଲୋକ ଥିଲେ ?
(କ) ଉଦାର
(ଖ) ସତ୍ୟନିଷ୍ଠ
(ଗ) ଧନୀ
(ଘ) ଅହଂଙ୍କାରୀ ଓ ସଂକୀର୍ଣ୍ଣମନା
Answer:
(ଘ) ଅହଂଙ୍କାରୀ ଓ ସଂକୀର୍ଣ୍ଣମନା

Question ୨।
ନିମ୍ନୋକ୍ତ କାହାର ଅର୍ଥ ‘ଅଧ୍ଵ ସ୍ନେହରେ ଆପଣାର କରିବା’ ?
(କ) ନାଟର ଗୋବର୍ଦ୍ଧନ
(ଖ) ଆଖି ଖୋଲିଯିବା
(ଗ) ମୁହଁ ଦେବା
(ଘ) ମୁହଁ ଖୋଲିବା
Answer:
(ଗ) ମୁହଁ ଦେବା

Question ୩।
‘ବକଟେ’ ଶବ୍ଦର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଟି ?
(କ) ସତ୍ୟ ଜାଣିଯିବ
(ଖ) ଅଧ‌ିକ ରାଗିଯିବା
(ଗ) ଅତି ଛୋଟ
(ଘ) ପରିସ୍ଥିତିରୁ ସୁଧୁରିବା
Answer:
(ଗ) ଅତି ଛୋଟ

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Question ୪।
‘ଦରଜା ଖୋଲିଦେବା’ ଏକାଙ୍କିକାରେ ଅନ୍ୟତମ ମୁଖ୍ୟ ଚରିତ୍ର କିଏ?
(କ) ପ୍ରଧାନବାବୁ
(ଖ) ଶିକ୍ଷକ
(ଗ) ବୁଲା
(ଘ) ରହିମ୍
Answer:
(ଖ) ଶିକ୍ଷକ

Question ୫।
‘ଦରଜା ଖୋଲିଦେବା’ ଏକାଙ୍କିକାର ଅନ୍ୟତମ ଚରିତ୍ର ‘ସତ୍ୟ’ କିପରି ଚରିତ୍ରର ?
(କ) ଅହଙ୍କାରୀ
(ଖ) ଅସହିଷ୍ଣୁ
(ଗ) ନିଷ୍ଠୁର
(ଘ) ସହଜ ଓ ସରଳ
Answer:
(ଘ) ସହଜ ଓ ସରଳ

Question ୬।
‘‘ପାପକୁ ଘୃଣା କର, ହେଲେ ପାପୀକୁ ନୁହେଁ ।’’ – ଏହା କେଉଁ ମହାପୁରୁଷଙ୍କ ଉକ୍ତି ଥିଲା ?
(କ) କବୀର
(ଖ) ମହମ୍ମଦ
(ଗ) ଯିଶୁ
(ଘ) ଅରବିନ୍ଦ
Answer:
(ଗ) ଯିଶୁ

Question ୭।
କ’ଣ ଆଇନ ଦୃଷ୍ଟିରୁ ଦଣ୍ଡନୀୟ ବୋଲି ସତ୍ୟ କହିଛି ?
(କ) ଚୋରୀ
(ଖ) ଛୁଆଁ ଅଛୁଆଁ ଭେଦଭାବ
(ଗ) ଧନୀ-ଗରିବ
(ଘ) ପାଠ ପଢ଼ିବା
Answer:
(ଖ) ଛୁଆଁ ଅଛୁଆଁ ଭେଦଭାବ

Question ୮।
ସତ୍ୟର ଆକ୍ସିଡେଣ୍ଟ ଖବର କିଏ କହିଲା ?
(କ) ପ୍ରଧାନବାବୁ
(ଖ) ଶିକ୍ଷକ
(ଗ) ରହିମ୍
(ଘ) ଗୋଟିଏ ପିଲା
Answer:
(ଘ) ଗୋଟିଏ ପିଲା

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Question ୯।
ପ୍ରଧାନ କିଏ ଥିଲେ ?
(କ) ଗାଁର ମୁରବୀ ଲୋକ
(ଖ) ସ୍କୁଲର ଶିକ୍ଷକ
(ଗ) କଣ୍ଟ୍ରାକ୍ଟର
(ଘ) ଯନ୍ତ୍ରୀ
Answer:
(କ) ଗାଁର ମୁରବୀ ଲୋକ

Question ୧୦।
ଏ ସ୍କୁଲର ଦରଜା ସମସ୍ତଙ୍କ ପାଇଁ ସଦାବେଳେ ଖୋଲା ରହିବ । – ଏହା କାହାର ଉକ୍ତି ଥିଲା ?
(କ) ଶିକ୍ଷକ
(ଖ) ରହିମ୍
(ଗ) ପ୍ରଧାନବାବୁ
(ଘ) ସତ୍ୟ
Answer:
(ଗ) ପ୍ରଧାନବାବୁ

ନାଟ୍ୟକାର ପରିଚୟ:

ଓଡ଼ିଆ ନାଟ୍ୟ ଜଗତରେ ଯେଉଁ କେତେଜଣ ସ୍ତ୍ରଷ୍ଟା ନିଜକୁ ମହିମାନ୍ବିତ କରିଛନ୍ତି, ସେମାନଙ୍କ ମଧ୍ୟରେ ଢ଼ ନାରାୟଣ ସାହୁ ଅନ୍ୟତମ । ସେ ଅଶୀଦଶକ ପରବର୍ତ୍ତୀ ସମୟର ନାଟ୍ୟକାର ଭାବରେ ସୁପରିଚିତ । ତାଙ୍କ ନାଟକଗୁଡ଼ିକରେ ସେ ପ୍ରଚଳିତ ସାମାଜିକ ବିଧ ବ୍ୟବସ୍ଥାର ପରିବର୍ତ୍ତନ ଆଣିବାପାଇଁ ଚେଷ୍ଟା କରିଛନ୍ତି । ସମସ୍ତଙ୍କ ମନରେ ସଂସ୍କାର ପ୍ରୟାସୀଭାବ ସୃଷ୍ଟି କରିଛନ୍ତି । ଯେକୌଣସି ସାଧାରଣ ଘଟଣା ଓ ସାମାଜିକ ବିଚାରଧାରାକୁ ନେଇ ସେ ନାଟ୍ୟକଥାବସ୍ତୁର ପରିକଳ୍ପନା କରିଥା’ନ୍ତି । ମାତ୍ର ସବୁ ନାଟକରେ ସେ ମଞ୍ଚମୂଲ୍ୟ ପ୍ରତି ସଚେତନ ରହିଥା’ନ୍ତି। କାରଣ ନାଟକର ମଞ୍ଚମୂଲ୍ୟରେ ହିଁ ନାଟକର ସାର୍ଥକତା ରହିଥାଏ ।

ନାଟ୍ୟକାର ଓ ନାଟକ :

‘ମୂକ’, ‘ଉପାସନା’, ‘କ୍ରାନ୍ତି’, ‘ଆଶ୍ରା ଖୋଜି ବୁଲୁଥିବା
ଈଶ୍ବର’ ଆଦି ନାଟକ ଓ ଶତାଧ୍ଵ ଏକାଙ୍କିକା ସେ ରଚନା କରିଛନ୍ତି । ଶିଶୁମାନଙ୍କ ପାଇଁ ସେ ଅନେକ ଛୋଟ ନାଟକ ବା ଏକାଙ୍କିକା ରଚନା କରି ନିଜକୁ ଯଶସ୍ୱୀ କରାଇଛନ୍ତି । ତାଙ୍କର ଏକାଙ୍କିକା ସଂକଳନଗୁଡ଼ିକ ହେଉଛି – ‘ଏମିତି ବି ହୁଏ’ ଓ ‘ଅନ୍ୟାନ୍ୟ ନାଟକ’, ‘ଫ୍ରେଣ୍ଡ୍ଲାଇନ୍ ଓ ଅନ୍ୟାନ୍ୟ ନାଟକ’, ‘ପିଲାଙ୍କ ନାଟକ’ ଇତ୍ୟାଦି । ‘ଆଶ୍ରା ଖୋଜି ବୁଲୁଥିବା ଈଶ୍ବର’ ନାଟକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି ।

ଏକାଙ୍କିକାର ପୃଷ୍ଠଭୂମି :

ଶିକ୍ଷା ହେଉଛି ମଣିଷ ଜୀବନର ଅନ୍ୟତମ ଆବଶ୍ୟକତା । ଆମେ ଶିକ୍ଷାପ୍ରାପ୍ତ ହୋଇ ଜୀବନର ମାନ ଅଭିବୃଦ୍ଧି କରାଇଥାଉ । ଏହି ଶିକ୍ଷାକୁ ପ୍ରତ୍ୟେକ ଶିଶୁ ଗ୍ରହଣ କରିବାପାଇଁ ସରକାରୀ ସ୍ତରରେ ‘ସର୍ବଶିକ୍ଷା ଅଭିଯାନ’ ପଦକ୍ଷେପ ଗ୍ରହଣ କରାଯାଇଛି। ମାତ୍ର ପଲ୍ଲା ଅଞ୍ଚଳରେ ଓ ବସ୍ତି ଅଞ୍ଚଳରେ ଅନେକ ଶିଶୁ ଏହି ସୁଯୋଗରୁ ବଞ୍ଚ ହେଉଛନ୍ତି । ଅତି କମ୍ ବୟସରୁ ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ପରଘରେ କାମ କରୁଛନ୍ତି । ମାତ୍ର ନାଟ୍ୟକାର ସାହୁ, ଉକ୍ତ ଏକାଙ୍କିକାରେ ଶିକ୍ଷାକୁ ଜାତି, ଧର୍ମ, ବର୍ଣ୍ଣ, ବୟସ ନିର୍ବିଶେଷରେ ସାର୍ବଜନୀନ କରିବାପାଇଁ ପ୍ରେରଣା ଦେଇଛନ୍ତି । ପୁରାତନପନ୍ଥୀ ଓ ସଂକୀର୍ଣ୍ଣମନା ବ୍ୟକ୍ତିମାନଙ୍କର ଚିନ୍ତାଧାରାର ପରିବର୍ତ୍ତନ ପାଇଁ ସୂଚନା ଦେଇଛନ୍ତି । ସେହିପରି ସମସ୍ତଙ୍କ ମନରେ ସଂସ୍କାର ଆଣିବା ଓ ରକ୍ତଦାନ କରି ଜୀବନ ବଞ୍ଚାଇବା ପରି ମହତ୍ କାମ କରିବାର ସଚେତନତା ସୃଷ୍ଟି କରିବାପାଇଁ ଏକାଙ୍କିକାରେ ପ୍ରେରଣା ଦିଆଯାଇଛି ।

ଏକାଙ୍କିକାର ସାରକଥା :

ନାଟ୍ୟକାର ଏକାଙ୍କିକାଟିକୁ ଛଅଟି ବିଭାଗରେ ବା ଛଅଟି ଦୃଶ୍ୟରେ ବିଭକ୍ତ କରିଛନ୍ତି । ଏଥ‌ିରେ ପ୍ରାୟ ତିନୋଟି ସେଟିଂ ବା ପରିବେଶର ବର୍ଣ୍ଣନା ରହିଛି । ସେଥୁରୁ ଗୋଟିଏ ହେଉଛି ସ୍କୁଲ ଘର, ଦ୍ଵିତୀୟଟି ହେଉଛି ପ୍ରଧାନଙ୍କ ଘର ଏବଂ ଶେଷଟି ହେଉଛି ଡାକ୍ତରଖାନା । ଏଥ‌ିରେ ଶିକ୍ଷକ, ପ୍ରଧାନ ଓ ଡାକ୍ତର ଭଳି ତିନୋଟି ଚରିତ୍ରର ବର୍ଣ୍ଣନା ରହିଥିବାବେଳେ ବୁଲା, ରହିମ୍, ସତ୍ୟ ସହିତ କେତେକ ପିଲାଙ୍କ ଚରିତ୍ରର ସୂଚନା ଦିଆଯାଇଛି ।

ପ୍ରଥମ ଦୃଶ୍ୟ :

ସାଧାରଣ ସ୍କୁଲର ଶ୍ରେଣୀ ପ୍ରକୋଷ୍ଠ । ଶ୍ରେଣୀରେ ଯାହାକିଛି ଥ‌ିବା କଥା ସବୁକିଛି ରହିଛି । ବ୍ଲାକ୍‌ବୋର୍ଡ, ଚକ୍ ସହିତ କାନ୍ତରେ ଗାନ୍ଧୀ ଏବଂ ଗୋପବନ୍ଧୁଙ୍କ ଫଟୋ ଟଙ୍ଗା ହୋଇଛି । ଶିକ୍ଷକଙ୍କ ପାଇଁ ବସିବାକୁ ଚେୟାର, ଟେବୁଲ୍ ରହିଛି । ପିଲାମାନଙ୍କ ବସିବାପାଇଁ ଡେସ୍କ ଏବଂ ବେଞ୍ଚ ପଡ଼ିଛି । ସେହି ଶ୍ରେଣୀଗୃହକୁ ଦୁଇଟି ପିଲା ଆସିଛନ୍ତି । ସେମାନେ ସତେଯେପରି ନୂଆ ହୋଇ ଶ୍ରେଣୀଗୃହକୁ ପ୍ରବେଶ କଲାଭଳି ବ୍ୟବହାର ଦେଖାଇଛନ୍ତି । ପାଠ କ’ଣ ସେମାନେ ଜାଣି ନାହାଁନ୍ତି । ପିଲାବେଳୁ କାମ କରି, ପରଘରେ ମୂଲ ଲାଗି ପେଟ ପୋଷି ଜାଣିଛନ୍ତି । ଶ୍ରେଣୀଗୃହର ବିଚିତ୍ର ପରିବେଶ ଦେଖୁ ସେମାନେ ଯେପରି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଶ୍ରେଣୀଗୃହକୁ ପ୍ରବେଶ କରିଥିବା ପିଲା ଦୁଇଟି ହେଉଛନ୍ତି ବୁଲା ଓ ରହିମ୍ । ବୁଲା ପ୍ରଥମେ ଶିକ୍ଷକଙ୍କ ଚେୟାର ଉପରେ ବସିପଡ଼ିଛି । ରହିମୂକୁ ବୁଝାଇ କହିଛି, ଏହି ଜାଗାରେ ମାଷ୍ଟର ବସେ । ଜାଗାଟି ଭାରି ବଢ଼ିଆ ହୋଇଛି । ବସିସାରିଲା ପରେ ଆଗକୁ ଅନାଇ ପିଲାଙ୍କୁ ଆଦେଶଦେବା ଭଙ୍ଗୀରେ ପାଠ ପଢ଼ିବାପାଇଁ କହିଛି । ରହିମ୍ କିନ୍ତୁ ଏସବୁ ସାଜ ସରଞ୍ଜାମକୁ ଠିକ୍ ରୂପେ ବୁଝି ପାରିନାହିଁ । ଡେସ୍କ, ବେଞ୍ଚକୁ ଆଙ୍ଗୁଳି ଦେଖାଇ, ଏଗୁଡ଼ାକ କ’ଣ ବୋଲି ବୁଲାକୁ ପଚାରିଛି । ବୁଲା ନିଜକୁ ଅଧ୍ଵ ଜାଣିଥିବା ପିଲା ବୋଲି ଦେଖେଇ ହୋଇ କହିଛି ଯେ ସେହି ବେଞ୍ଚ ଓ ଡେସ୍କରେ ପାଠ ପଢ଼ିବାକୁ ଆସିଥିବା ଆମ ଭଳି ପିଲାମାନେ ବସିଥା’ନ୍ତି । ବୁଲା କଥାକୁ ରହିମ୍ ଠିକ୍ ରୂପେ ଗ୍ରହଣ କରିନାହିଁ ।

ସେ ଜାଣିଛି ତାଙ୍କ ଭଳି ପିଲାମାନେ କେବଳ ଜନ୍ମ ହୋଇଥା’ନ୍ତି ମୂଲଲାଗି ପେଟ ପୋଷିବାପାଇଁ । ବୁଲା ନିଜର ମନକଥା ରହିମ୍‌କୁ କହିଛି । ଏହି ଘରକୁ ପିଲାମାନେ ପାଠ ପଢ଼ିବାକୁ ଆସିଲାବେଳେ ତା’ର ମନହୁଏ ସେମାନଙ୍କ ସାଙ୍ଗରେ ଆସିବାପାଇଁ। ବୁଲାର ଏଭଳି କଥାଶୁଣି ରହିମ୍ କହିଛି, ଆମେ ପତର ଗୋଟାଇବା ଲୋକ, ତୋଟା ମୂଲ କାହିଁକି କରିବାକୁ ଯିବା । ଅର୍ଥାତ୍ ଆମେ ଯେତିକିର ମୁଣ୍ଡ, ସେତିକିରେ ରହିବା ଉଚିତ । ତା’ଠାରୁ ଅଧ‌ିକ ଭାବିବା ଉଚିତ ନୁହେଁ । କାରଣ ଆମେ ଯଦି ପାଠ ପଢ଼ିବାକୁ ଆସିବା, ତାହେଲେ ଆମକୁ କେହି ଖାଇବାକୁ ଦେବେ ନାହିଁ । ରହିମ୍ କଥାରେ ସମ୍ମତ ହୋଇଛି ବୁଲା ।

ପିଲାଳିଆ ସ୍ଵଭାବ ନେଇ ରହିମ୍ ଚକ୍ ଧରି ଦେଖୁଛି । କ’ଣ ବୋଲି ଜାଣିବାପାଇଁ ଶୁଙ୍ଘିଛି । ହେଲେ କିଛି ସେ ଜାଣିପାରିନି । ବୁଲା, ରହିମୁକୁ ବୁଝାଇ କହିଛି, ତାହା ହେଉଛି ଚକ୍, ଯେଉଁଥରେ ଲେଖାହୁଏ । ରହିମ୍ ବ୍ଲାକବୋର୍ଡ ପାଖକୁ ଯାଇ ଡଷ୍ଟରରେ ବ୍ଲାକବୋର୍ଡକୁ ଲିଭାଇଛି । ସବୁ ଅକ୍ଷର ଲିଭିଯାଇଥ‌ିବାରୁ ରହିମ୍ ଖୁସି ହୋଇଯାଇଛି । ବୁଲା ଚକ୍ ନେଇ ବ୍ଲାକ୍‌ବୋର୍ଡ ଉପରେ ଗାରେଇଛି ଓ ରହିମ୍ ତାହାକୁ ଲିଭେଇଛି । ବୁଲା ଚକ୍ରଧରି ମାଷ୍ଟରଙ୍କ ଛବି କରିବାକୁ ଚେଷ୍ଟାକରିଛି । ଏହି ସମୟରେ ଶିକ୍ଷକ ମହାଶୟ ହାତରେ ଛତା ଧରି ସେଠାରେ ପହଞ୍ଚିଛନ୍ତି । ଚୁପ୍‌ଚାପ୍ ଠିଆ ହୋଇ ସେମାନଙ୍କୁ ଲକ୍ଷ୍ୟ କରିଛନ୍ତି । ଶିକ୍ଷକଙ୍କ ନିଶଟି ଛାଡ଼ି ଦେଇଥ‌ିବା କଥା ବୁଲାକୁ ରହିମ୍ କହିଛି । ବୁଲା ମଧ୍ୟ ନିଶଟି କରିଦେଇଛି ।

ବୁଲା ଚିତ୍ରଟି ଠିକ୍ ହେଲା କି ନାହିଁ ବୋଲି ରହିମ୍କୁ ପଚାରୁଥିଲାବେଳେ ଶିକ୍ଷକ କହିଛନ୍ତି, ନା ଚିତ୍ରରେ ଆହୁରି ବାକି ରହିଗଲା, ତା’ଛତାଟା ଛାଡ଼ି ଦେଇଛ । ଶିକ୍ଷକଙ୍କ କଥା ଶୁଣି ପିଲାଦୁଇଜଣ ଦଉଡ଼ି ପଳାଇବାକୁ ଚେଷ୍ଟା କରିଛନ୍ତି । ମାତ୍ର ଶିକ୍ଷକ ସେମାନଙ୍କୁ ସ୍ନେହରେ ଡାକିଛନ୍ତି । ସେ ବାଘ, କିମ୍ବା ସିଂହ ନୁହେଁ ଯେ ସେମାନେ ଭୟରେ ପଳାଉଛନ୍ତି । ନ ଡରିବାପାଇଁ ଶିକ୍ଷକ ଦୁହିଁଙ୍କୁ କହିଛନ୍ତି । କାହାର ଛବି କରୁଥୁଲ ବୋଲି ପଚାରିଛନ୍ତି । ପିଲାଦୁଇଟି ଡରି ଡରି, ‘ତମର ଆଜ୍ଞା’ ବୋଲି କହିଛନ୍ତି । ଶିକ୍ଷକ କହିଛନ୍ତି, ଯେହେତୁ ତୁମେମାନେ ମୋର ଛବି ଆଙ୍କୁଥିଲ, ସେଥ‌ିରେ ଛତାଟି ଛାଡ଼ିଯାଇଥୁଲ । କାରଣ ଛତାଟି ସବୁବେଳେ ମୋ ପାଖରେ ରହିଥାଏ ।

ପ୍ରଧାନଘର ଭାଟିରେ ଇଟାକାମ କରୁଥିବା କଥା କହିଛନ୍ତି । ପିଲାମାନଙ୍କ କଥା ଶୁଣି ଶିକ୍ଷକ ଦୁଃଖ ପ୍ରକାଶ କରିଛନ୍ତି । ମନକୁ ମନ କହିଛନ୍ତି, ‘ଯେଉଁ ହାତ ସିଲଟ ଖଡ଼ି ଧରିବା କଥା, ସେଇ ହାତ ଯଦି ଇଟା, ପଥର ଭାଙ୍ଗିବ, ତେବେ ଏ ଦେଶର ଭବିଷ୍ୟତ କ’ଣ ???

ଶିକ୍ଷକଙ୍କଠାରୁ ସାହସ ପାଇ ବୁଲା ଓ ରହିମ୍ ତାଙ୍କୁ କେତେକ ପ୍ରଶ୍ନ ପଚାରିଛନ୍ତି । ସେମାନଙ୍କର ପାଠ ପଢ଼ିବା କ’ଣ ନିହାତି ଦରକାର ବୋଲି ବୁଲା ପଚାରିଛି । ରହିମ୍ କହିଛି, ପାଠ ନ ପଢ଼ିଲେ ମଧ୍ୟ ସେମାନଙ୍କର କୌଣସି ଅସୁବିଧା ହେଉନାହିଁ । ପାଠର ମହତ୍ତ୍ଵ ବୁଝାଇବାକୁ ଯାଇ ଶିକ୍ଷକ କହିଛନ୍ତି ଯେ ଖାଇବା, ପିଇବା, ପିନ୍ଧିବା ଭଳି ପାଠ ମଧ୍ୟ ଦରକାର । ଅନ୍ଧାର ରାତିରେ ଆଲୋକର ଆବଶ୍ୟକତା ଥିଲା ପରି, ଜୀବନରେ ସବୁକିଛି ଜାଣିବାପାଇଁ ପାଠର ଆବଶ୍ୟକତା ରହିଛି ।

ଶିକ୍ଷକ ସେହି ପିଲା ଦୁଇଜଣଙ୍କୁ ସେମାନେ କେଉଁଠି କି କାମ କରିଛନ୍ତି ବୋଲି ପଚାରିଛନ୍ତି । ରହିମ୍ କହିଛି, ଏହି ସ୍କୁଲଘର ତିଆରି ପାଇଁ ଯେତେ ଇଟା ଦରକାର ହୋଇଛି, ସବୁଯାକ ଇଟା ସେମାନେ ବୋହିଛନ୍ତି । ତାଙ୍କ ପରି ପାଞ୍ଚଜଣ ପିଲାଙ୍କୁ ପ୍ରଧାନବାବୁ ଦେଢ଼ଶହ ଟଙ୍କା ଦେଇ କାମ କରାଇଛନ୍ତି । ଏହି କାମପାଇଁ ତାଙ୍କୁ ପାଞ୍ଚଦିନ ପାଞ୍ଚରାତି ଲାଗିଥିଲା । ସେହି ଟଙ୍କାକୁ ନେଇ ସେମାନେ ସିନେମା ଦେଖିଲେ, ହୋଟେଲରେ କୁକୁଡ଼ା ମାଉଁସ ଆଉ ପରଟା ଖାଇଥିଲେ । ସେମାନଙ୍କ ବିଚାରରେ ଦେଢ଼ ଶହ ଟଙ୍କା ବହୁତ ଅଧିକ । ମାତ୍ର ଶିକ୍ଷକ ସେମାନଙ୍କୁ ବୁଝାଇ ଦେଇଛନ୍ତି, କଣ୍ଟ୍ରାକ୍ଟର ପ୍ରଧାନବାବୁ ସେମାନଙ୍କୁ ଦୁଇ ତିନି ହଜାର ଜାଗାରେ ମାତ୍ର ଦେଢ଼ଶହ ଟଙ୍କା ଦେଇ ଠକି ଦେଇଛନ୍ତି ।

ଶିକ୍ଷକଙ୍କ କଥାରେ ଗୁରୁତ୍ଵ ଦେଇନାହାଁନ୍ତି ବୁଲା ଓ ରହିମ୍ । ସେମାନଙ୍କ ମତରେ ଏତେ ହିସାବ କିତାବରେ ତାଙ୍କର କୌଣସି ଦରକାର ନାହିଁ କିମ୍ବା ସେଥ‌ିରେ ତାଙ୍କର ପେଟ ପୂରିବ ନାହିଁ । ଶିକ୍ଷକ ତାଙ୍କୁ ବୁଝାଇ କହିଛନ୍ତି, ଏଭଳି ହିସାବ କିତାବଦ୍ଵାରା ସେମାନେ ସବୁ ଜାଣିପାରିବେ । ସେମାନଙ୍କର ଆଖ୍ ଖୋଲିଯିବ । ତେଣୁ କାଲିଠାରୁ ସ୍କୁଲକୁ ଆସିବାକୁ ଶିକ୍ଷକ ସେମାନଙ୍କୁ କହିଛନ୍ତି । କାରଣ ଘଣ୍ଟାଏ ଲେଖାଁ ବସିଲେ ସେମାନଙ୍କର ବହୁତ ଉପକାର ହେବ । ପାଠ ପଢ଼ିବାପାଇଁ କୌଣସି ପଇସା ଦେବାକୁ ହେବ ନାହିଁ । ଶେଷରେ ବୁଲା ଓ ରହିମ୍ ଶିକ୍ଷକଙ୍କ କଥାରେ ରାଜି ହୋଇଛନ୍ତି ।

ଦ୍ଵିତୀୟ ଦୃଶ୍ୟ :

ପରଦିନ ସକାଳୁ ଶିକ୍ଷକ କେତେଜଣ ପିଲାଙ୍କୁ ପାଠ ପଢ଼ାଇବାପାଇଁ ବସିଥିଲେ । ସେହି ପିଲାମାନଙ୍କ ମଧ୍ୟରେ ବୁଲା, ରହିମ୍ ଓ ପ୍ରଧାନଙ୍କ ପୁଅ ସତ୍ୟ ଥିଲେ । ବୁଲା ଓ ରହିମ୍ କେବଳ ପ୍ୟାଣ୍ଟ ପିନ୍ଧି ସେମାନଙ୍କ ମଧ୍ୟରେ ବସିଥିଲେ । ହଠାତ୍ ସ୍କୁଲ ଘରକୁ ପଶି ଆସିଥିଲେ ପ୍ରଧାନ । ଶିକ୍ଷକଙ୍କୁ ସେ ଗାଳି ଗୁଲଜ କରିଥିଲେ । ସେ ସାଧାରଣ ପିଲାଙ୍କୁ ପାଠ ପଢ଼ାଇବାକୁ ସୁଯୋଗ ଦେଉଛନ୍ତି ବୋଲି ଶିକ୍ଷକଙ୍କୁ କହିଥିଲେ । ପ୍ରଧାନଙ୍କ ବିଚାରରେ ବିଦ୍ୟାଳୟ ହେଉଛି ମାଆ । ତା’ପ୍ରତି ଅନ୍ୟାୟ କଲେ, କାହାକୁ କ୍ଷମା ଦିଆଯିବ ନାହିଁ । ଶିକ୍ଷକ, ବୁଲା ଓ ରହିମ୍ ଭଳି ପିଲାଙ୍କୁ ବିଦ୍ୟାଳୟକୁ ଆଣି ଯୁଗଯୁଗର ଅନୁଷ୍ଠାନକୁ ଅପବିତ୍ର କରିଦେଇଛନ୍ତ୍ରି।

ପ୍ରଧାନଙ୍କ ମନରେ ଥ‌ିବା କୁସଂସ୍କାର ଓ ଭୁଲ୍ ଧାରଣାକୁ ଶିକ୍ଷକ ବଦଳାଇବାକୁ ଚେଷ୍ଟା କରିଛନ୍ତି । ସେ କହିଛନ୍ତି ‘‘ଏଇଟା ସରକାରୀ ବିଦ୍ୟାଳୟ । ଏଠି ସମସ୍ତଙ୍କର ପଢ଼ିବା ଅସ୍ଵୀକାର ଅଛି । ବିଦ୍ୟାଳୟପାଇଁ ଉଚ୍ଚ-ନୀଚ, ଧନୀ-ଗରିବ, ହିନ୍ଦୁ-ମୁସଲମାନ ସମସ୍ତେ ସମାନ । ଏଠି ଜାତି-ଧର୍ମ-ବର୍ଷର ପ୍ରଶ୍ନ ଉଠିବ କୋଉଠୁ ।’’ ଶିକ୍ଷକଙ୍କର କୌଣସି କଥାକୁ ପ୍ରଧାନ ମାନିବାକୁ ପ୍ରସ୍ତୁତ ହୋଇନାହାଁନ୍ତି । ଯେହେତୁ ସେ କଣ୍ଟ୍ରାକ୍ଟର ଭାବରେ ସ୍କୁଲ ତିଆରି କରିଛନ୍ତି, ସେଥ‌ିପାଇଁ ସ୍କୁଲ ଉପରେ ତାଙ୍କର ପୂରା ଅଧିକାର ରହିଛି । ଶିକ୍ଷକ ପ୍ରଧାନଙ୍କ କଥାର ଉତ୍ତର ଦେଇ କହିଛନ୍ତି, ତାଙ୍କର କାମପାଇଁ ସେ ସରକାରଙ୍କଠାରୁ ପଇସା ନେଇଛନ୍ତି । ସରକାରୀ ସ୍କୁଲ ଭାବରେ ଏଠାରେ ସମସ୍ତଙ୍କର ପାଠ ପଢ଼ିବାର ଅଧିକାର ରହିଛି । ସେହି ଅଧ୍ୟାର ଆମକୁ ଗଣତନ୍ତ୍ର ଦେଇଛି ବୋଲି ଶିକ୍ଷକ କହିଛନ୍ତି ।

ବୁଲା ଓ ରହିମ୍ ଭଳି ପିଲା, ତାଙ୍କ ପୁଅ ସାଙ୍ଗରେ ପାଠ ପଢ଼ିବା କଥା ପ୍ରଧାନ ପସନ୍ଦ କରିନାହାଁନ୍ତି । ରହିମ୍ ପ୍ରଧାନଙ୍କୁ ବୁଝାଇବାକୁ ଚେଷ୍ଟା କରିଛି । ଏପରିକି ତାଙ୍କ ପୁଅ ସତ୍ୟ ମଧ୍ୟ ଗୁରୁଜୀଙ୍କ କଥାକୁ ସମର୍ଥନ କରିଛି । ପ୍ରଧାନ ଏଥିରେ ରାଗିଯାଇଛନ୍ତି। ନିଜ ପୁଅ ସତ୍ୟକୁ ଟାଣି ଟାଣି ସାଙ୍ଗରେ ନେଇ ଯାଇଛନ୍ତି । ଶିକ୍ଷକଙ୍କର କୌଣସି ପ୍ରକାର ବାରଣକୁ ପ୍ରଧାନ ମାନି ନାହାଁନ୍ତି ।

ତୃତୀୟ ଦୃଶ୍ୟ :

ପ୍ରଧାନବାବୁଙ୍କ ଦାଣ୍ଡଘରେ ସତ୍ୟ ବସି ବସି ଚିତ୍ରଟିଏ ଆଙ୍କୁଥିଲା । ଚିତ୍ରଟି ଥିଲା ଯୀଶୁଖ୍ରୀଷ୍ଟଙ୍କର । ପଛପଟୁ ଚିତ୍ରଟିକୁ ଲକ୍ଷ୍ୟ କରୁଥିଲେ ବୁଲା ଓ ରହିମ୍ । ଚିତ୍ରଟିକୁ ଠିକ୍ ରୂପେ ସତ୍ୟ କରିପାରୁ ନଥିଲା । ବୁଲା ଚିତ୍ରଟି କାହାର ବୋଲି, ସତ୍ୟକୁ ପଚାରିଛି। ସତ୍ୟ କହିଛି, ଚିତ୍ରଟି ହେଉଛି ଯୀଶୁଖ୍ରୀଷ୍ଟଙ୍କର; ଯିଏ କି ସଦାବେଳେ କହୁଥିଲେ ‘ପାପକୁ ଘୃଣା କର, ପାପୀକୁ ଘୃଣା କରନାହିଁ ।’’ ସତ୍ୟ ଠିକ୍ ରୂପେ ଚିତ୍ର କରିବାପାଇଁ ବୁଲାକୁ କହିଛି । ବୁଲା ମନାକଲେ ବି ତାକୁ ରବର ପେନ୍‌ସିଲ୍ ଦେଇ ବାଧ୍ୟ କରିଛି ଚିତ୍ର କରିବାପାଇଁ । ସତ୍ୟର କଥା ମାନି ବୁଲା ବିଛଣାରେ ବସି ଚିତ୍ର ଅଙ୍କନ କରିଛି । ବୁଲା ଠିକ୍ ରୂପେ ଚିତ୍ର କରୁଥିବାରୁ ସତ୍ୟ ଖୁସି ହୋଇଛି ।

ବୁଲା ଚିତ୍ର କଲାବେଳେ ଓ ସତ୍ୟକୁ ଚିତ୍ର କରିବାର କୌଶଳ ବତାଇଦେଲାବେଳେ ଘର ଭିତରକୁ ଆସିଛନ୍ତି ପ୍ରଧାନବାବୁ । ବିଛଣା ଉପରେ ରହିମ୍ ବସିଥ‌ିବାର ଦେଖ୍ ସେ ରାଗରେ ନିଆଁବାଣ ହୋଇଯାଇଛନ୍ତି । ରହିମ୍‌କୁ ଧମକ ଦେଇ ପାଖରେ ଥିବା ସ୍କେଲ୍ ଧରି ପିଟିବାକୁ ଯାଇଛନ୍ତି । ରହିମ୍ କାନ୍ଦି ପକାଇଛି । ସତ୍ୟ ତା’ର ବାପା ପ୍ରଧାନବାବୁଙ୍କୁ ବୁଝାଇବାକୁ ଚେଷ୍ଟାକଲେ ମଧ୍ୟ ସେ କିଛି ବୁଝିବାକୁ ପ୍ରସ୍ତୁତ ହୋଇନାହାଁନ୍ତି ।

ପ୍ରଧାନବାବୁ, ବୁଲା ଓ ରହିମୂକୁ ତାଗିଦ କରି ସ୍କୁଲ ନଯିବାପାଇଁ କହିଛନ୍ତି । ସେମାନଙ୍କୁ ବୁଝାଇବାକୁ ଯାଇ କହିଛନ୍ତି ଯେ ସେମାନେ ସ୍କୁଲ ଗଲେ କାମ କିଏ କରିବ ? ପୁଅକୁ ବୁଝାଇଛନ୍ତି, ସେମାନେ କାମ କରିବାକୁ ଜନ୍ମ ହୋଇଛନ୍ତି । ବାପ- ଅଜା ଅମଳରୁ ଏହି ଧାରା ପ୍ରଚଳିତ ହୋଇଆସୁଛି । ନିଜର ଅହଂକାର ପ୍ରକାଶ କରି କହିଛନ୍ତି ଯେ ତାଙ୍କ ଗାଁରେ କୌଣସି ସରକାରୀ ନିୟମ କାନୁନ୍ କାଟୁକରିବ ନାହିଁ । ସେ ଯାହା କହିବେ ତାହାହିଁ ହେବ ଆଇନ ।

ବାପାଙ୍କ କଥାର ପ୍ରତିବାଦ କରିଛି ସତ୍ୟ । ପିଲାଙ୍କୁ ଅଧିକ ଖଟାଇବା ଅପରାଧ ବୋଲି ସତ୍ୟ ବାପାଙ୍କୁ ବୁଝାଇ ଦେଇଛି । ତଥାପି ପ୍ରଧାନବାବୁ କିଛି ବୁଝିବାକୁ ପ୍ରସ୍ତୁତ ହୋଇନାହାନ୍ତି । ବରଂ ରହିମ୍ ଓ ବୁଲାକୁ ଧମକାଇ ସେ କହିଛନ୍ତି ଯେ କାଲିଠାରୁ ସେମାନେ ଆଉ ସ୍କୁଲକୁ ଯିବେ ନାହିଁ । ବୁଲା ଓ ରହିମ୍ କାନମୋଡ଼ି ହୋଇ ପ୍ରଧାନବାବୁଙ୍କ କଥାକୁ ସ୍ଵୀକାର କରିଛନ୍ତି । ସତ୍ୟ ବାପାଙ୍କୁ ବୁଝାଇ କହିଛି ଯେ ସମସ୍ତେ ସମାନ । ସମସ୍ତଙ୍କ ଦେହରେ ସମାନ ରକ୍ତ ରହିଛି । ଛୁଆଁ ଅଛୁଆଁ ଭେଦଭାବ କେବେଠାରୁ ଲୋପପାଇ ଗଲାଣି । ଏଭଳି ଚିନ୍ତାଧାରା ପ୍ରକାଶକଲେ ଆଇନ ଅନୁଯାୟୀ ଦଣ୍ଡିତ ହେବାକୁ ପଡ଼ିବ । ପ୍ରଧାନବାବୁ ଗରୁଜୀଙ୍କୁ ଏଭଳି ପରିସ୍ଥିତି ପାଇଁ ଦୋଷାରୋପ କରିଛନ୍ତି ।

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

ଚତୁର୍ଥ ଦୃଶ୍ୟ :

ସ୍କୁଲଘରେ ଶିକ୍ଷକ ବସିଛନ୍ତି ଓ ପିଲାମାନେ ପାଠ ପଢୁଛନ୍ତି । ଶିକ୍ଷକ ପିଲାମାନଙ୍କୁ ପଚାରିଛନ୍ତି ଯେ ସତ୍ୟ କାହିଁକି ସ୍କୁଲକୁ ଆସିନାହିଁ । ଗତକାଲିର ଘଟଣା ସଂପର୍କରେ ବୁଲା କହିଛି । ସେମାନଙ୍କୁ ଗତକାଲି ସତ୍ୟର ବାପା ପ୍ରଧାନବାବୁ ଗାଳି ଦେଇଛନ୍ତି। ସ୍କୁଲକୁ ନ ଆସିବାପାଇଁ ତାଗିଦ୍ କରିଛନ୍ତି । ଏହି ସମୟରେ କେହି ଜଣେ ପିଲା ଧାଇଁ ଧାଇଁ ଆସି ସ୍କୁଲରେ ପହଞ୍ଚିଛି । ସତ୍ୟର ଆକ୍ସିଡେଣ୍ଟ ହେବା କଥା କହିଛି । ପିଲାଟିର କଥା ଶୁଣି ଶିକ୍ଷକ ବ୍ୟସ୍ତ ହୋଇ ପଡ଼ିଛନ୍ତି । ସାଇକେଲ ନେଇ ସତ୍ୟକୁ ଦେଖିବାପାଇଁ ଡାକ୍ତରଖାନା ଯିବାକୁ ବାହାରିଛନ୍ତି । ବୁଲା ଓ ରହିମ୍ ଯିବାପାଇଁ କହିଛନ୍ତି । ଡାକ୍ତରଖାନା ସେଠାରୁ ତିନିଚାରି କିଲୋମିଟର ଦୂର ହୋଇଥିବାରୁ ସେମାନଙ୍କୁ ଶିକ୍ଷକ ସେଠାକୁ ଯିବାକୁ ମନା କରିଛନ୍ତି । ମାତ୍ର ବୁଲା ଓ ରହିମ୍ ଦଉଡ଼ି ଦଉଡ଼ି ଚାଲିଯିବେ ବୋଲି କହିଛନ୍ତି ।

ପଞ୍ଚମ ଦୃଶ୍ୟ :

ଡାକ୍ତରଖାନାର ଦୃଶ୍ୟ । ବେଞ୍ଚ ଉପରେ ବସିଛନ୍ତି ବୁଲା ଓ ରହିମ୍ । ବାରଣ୍ଡାରେ ଏପଟ ସେପଟ ହୋଇ ବୁଲୁଥିଲେ ପ୍ରଧାନବାବୁ । ଏହି ସମୟରେ ଶିକ୍ଷକ ଭିତରୁ ଆସିଛନ୍ତି । ସତ୍ୟର ରକ୍ତ ସହିତ ପ୍ରଧାନବାବୁଙ୍କର କିମ୍ବା ତାଙ୍କର ରକ୍ତ ମିଶୁନାହିଁ ବୋଲି ସେ ବ୍ୟସ୍ତ ହୋଇଛନ୍ତି । ଶେଷରେ ସେ ବୁଲା ଓ ରହିମ୍ବର ରକ୍ତ ପରୀକ୍ଷା କରିବାକୁ ଦେଇଛନ୍ତି । ଶିକ୍ଷକଙ୍କ

କଥା ଶୁଣି ପ୍ରଧାନବାବୁ ବ୍ୟସ୍ତ ହୋଇଛନ୍ତି । ତାଙ୍କ ପୁଅ ରକ୍ତରେ ଅନ୍ୟ କେଉଁ ଅଛବ ପିଲାର ରକ୍ତ ମିଶୁ ସେ ଏହା ଚାହିଁନାହାନ୍ତି । ସେଭଳି ବାରବୁଲା ପିଲାଙ୍କ ରକ୍ତ, ତାଙ୍କ ପୁଅ ଦେହରେ ଦିଆଯାଉ ବୋଲି ସେ ପସନ୍ଦ କରିନାହାନ୍ତି । ଶିକ୍ଷକ ପ୍ରଧାନବାଙ୍କର ଏଭଳି ସଂକାର୍ଣ୍ଣ ମନୋଦ୍ଭାବକୁ ବଦଳାଇ ଦେବାକୁ ଚେଷ୍ଟା କରିଛନ୍ତି। ପ୍ରଧାନବାବୁଙ୍କୁ ବୁଝାଇବାକୁ ଯାଇ ଶିକ୍ଷକ କହିଛନ୍ତି ‘କାହାକୁ ଅନ୍ୟାୟ ବୋଲି କହୁଛନ୍ତି ? ହିନ୍ଦୁ-ମୁସଲମାନ ହୋଇ ଜନ୍ମହେବାଟା କ’ଣ ଅନ୍ୟାୟ ଧନୀ- ଗରିବ ହୋଇ ଜନ୍ମହେବାଟା କ’ଣ ଅନ୍ୟାୟ ? ଜନ୍ମବେଳେ ତା’ର ଗୋଟିଏ ମାତ୍ର ପରିଚୟ ଥାଏ, ସିଏ ମଣିଷ ଛୁଆ । ବୟସ ବଢ଼ିଗଲା ପରେ ଆପଣମାନେ ନିଜ ନିଜର ସୁବିଧାପାଇଁ, ତା’ ଉପରେ ମୋହର ମାରି ଦିଅଛି । ଏଇ ହିନ୍ଦୁ … ସିଏ ମୁସଲମାନ . ଆଉ କିଏ ଖ୍ରୀଷ୍ଟିଆନ୍ … ।’ପ୍ରଧାନବାବୁ ଶିକ୍ଷକଙ୍କର କୌଣସି ଯୁକ୍ତି ମାନିବାକୁ ପ୍ରସ୍ତୁତ ହୋଇନାହାନ୍ତି ।

ଏହି ସମୟରେ ସେଠାକୁ ଆସିଛନ୍ତି ଡାକ୍ତରବାବୁ । ବୁଲାର ରକ୍ତ ମିଶିଯାଇଛି ବୋଲି ସେ କହିଛନ୍ତି । ମାତ୍ର ପ୍ରଧାନବାବୁ ଡାକ୍ତରଙ୍କ କଥାକୁ ଗ୍ରହଣ କରିବାପାଇଁ ଚାହିଁନାହାନ୍ତି । ସତ୍ୟ ଦେହରେ ବୁଲା ରକ୍ତ ଦିଆ ନ ଯିବାପାଇଁ ସେ କହିଛନ୍ତି । ପ୍ରଧାନବାବୁଙ୍କର ଏଭଳି କଥାରେ ବିରକ୍ତି ପ୍ରକାଶ କରିଛନ୍ତି। ଡାକ୍ତରବାବୁ। କାରଣ ରକ୍ତ ନହେଲେ ସତ୍ୟକୁ ବଞ୍ଚାଇବା ସମ୍ଭବ ହେବନାହିଁ । ବାଧ୍ୟହୋଇ ପ୍ରଧାନବାବୁ ରାଜି ହୋଇଛନ୍ତି । ସତ୍ୟକୁ କୌଣସି ଉପାୟରେ ବଞ୍ଚାଇବାପାଇଁ କହିଛନ୍ତି । ଡାକ୍ତରବାବୁ ବୁଲାକୁ ସାଙ୍ଗରେ ନେଇ ଭିତରକୁ ଯାଇଛନ୍ତି । ବୁଲା ସହିତ ରହିମ୍ ଭିତରକୁ ଯାଇଛି ।

ଷଷ୍ଠ ଦୃଶ୍ୟ :

ସ୍କୁଲ୍ ଘରେ ଶିକ୍ଷକ ଓ ପିଲାମାନେ ବସିଥିଲାବେଳେ, ପ୍ରଧାନବାବୁ ସେଠାରେ ପହଞ୍ଚିଛନ୍ତି । ବୁଲାକୁ ଭାବପ୍ରବଣ ହୋଇ କୁଣ୍ଢାଇ ପକାଇଛନ୍ତି । ପ୍ରଧାନବାବୁଙ୍କର ଏଭଳି ବ୍ୟବହାରରେ ଶିକ୍ଷକ ଖୁସି ହୋଇଛନ୍ତି । ପ୍ରଧାନବାବୁ ଶିକ୍ଷକଙ୍କୁ କହିଛନ୍ତି, ‘ଆପଣ ମୋ ଆଖ୍ ଖୋଲି ଦେଇଛନ୍ତି । ହଁ, ମାଷ୍ଟରବାବୁ । ଆଉ ଗୋଟିଏ ଅନୁରୋଧ । ଗାଧୁଆବେଳର ଖାଇବାଟା ସବୁପିଲାଙ୍କୁ ମୁଁ ଯୋଗେଇବି ।’’ ପ୍ରଧାନବାବୁ ନିଜର ଭୁଲ୍ ବୁଝି ପାରିଛନ୍ତି । ସ୍କୁଲର ଦରଜା ସବୁ ଶ୍ରେଣୀର, ସବୁ ଜାତିର ପିଲାଙ୍କ ପାଇଁ ଖୋଲି ଦେବାକୁ କହିଛନ୍ତି । ସମସ୍ତେ ବିନାବାଧାରେ ମାଗଣାରେ ପଢ଼ିବେ ବୋଲି ସେ କହିଛନ୍ତି ।

କଠିନ ଶବ୍ଦାର୍ଥ :

  • ପେଟ’ ପୋଷିବା – ପରି ଶ୍ରମ କରି ଖାଦ୍ୟ ସଂଗ୍ରହ କରିବା ।
  • ପତର ଗୋଟାଇବା ଲୋକ, ତୋଟା ମୂଲ କାହିଁକି କରିବା – ସାଧାର ଣ ଲୋକ ହୋଇ ପରି ସ୍ଥିତି କୁ ଦେଖ୍, ଅଧିକ ଭାବିବା ।
  • ଖାଡ଼ାଖାଡ୍ ଓପାସ – ପୂରା ଖାଇବାକୁ ନପାଇ ରହିବା|ସମ୍ପୂର୍ଣ ଉପାସ ।
  • ପାଲା ଚାଲିଛି – ହସ ମଜାକରି ସମୟ ନଷ୍ଟ କରିବା ।
  • ଫାଲତୁ କଥା – ମୂଲ୍ୟହୀନ କଥା ।
  • ରାଗରେ ନିଆଁବାଣ – ଅଧ୍ଵ ରାଗିଯିବା ।
  • ମୁଣ୍ଡ ବିଗାଡ଼ିବା – ଭୁ ଲବାଟରେ ପରି ଚାଳିତ କରିବା ।
  • ଦୁଶୁଛି – ‘ଦି ଶୁ ଛି ’ଶବ୍ଦ ର ଗାଉଁଲି ଉଚ୍ଚାରଣ ।
  • ଆଖ୍ ଖୋଲିଯିବା – ସତ୍ୟ ଜାଣି ଯିବା ଜ୍ଞାନ ମିଳିଯିବା ।
  • ବକଟେ – ଅତି ଛୋଟ|ଅତି ସାନ
  • ମୁହଁ ଦେବା – ଅଧିକ ସ୍ନେହରେ ଆପଣାର କରିବା ।
  • ନାଟର ଗୋବର୍ଦ୍ଧନ – ସବୁ ଅନର୍ଥର ମୂଳ / ସବୁ ଭୁଲ୍ କାମର କାରଣ ।
  • ଚାରିଆଡ଼ ଅନ୍ଧାର ଦିଶିବା – ପରିସ୍ଥିତିରୁ ଉଧୁରିବାର ବାଟ ନ ପାଇବା ।
  • ବସୁଧା – ମାଟି ପୃଥ‌ିବୀ ।
  • ଅଛବ – ଅଛୁଆଁ (ପୂର୍ବେ ହରିଜନଙ୍କୁ ଏପରି କୁହାଯାଉଥିଲା ।)

BSE Odisha 7th Class Odia Solutions Chapter 21 ଆମେ ଧରଣୀ ବୁକୁର ଶିଶୁ

Odisha State Board BSE Odisha 7th Class Odia Solutions Chapter 21 ଆମେ ଧରଣୀ ବୁକୁର ଶିଶୁ Textbook Exercise Questions and Answers.

BSE Odisha Class 7 Odia Solutions Chapter 21 ଆମେ ଧରଣୀ ବୁକୁର ଶିଶୁ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ
(କ) ଅଦ୍ଭୁତ ପିଲାଟି କିପରି ଦେଖାଯାଉଥିଲା ?
Answer:
ଅଦ୍ଭୁତ ପିଲାଟିର ଚେହେରା ସାଧାରଣ ପିଲାର ଚେହେରାଠାରୁ ଭିନ୍ନ ଥିଲା । ତାହାର ମୁଣ୍ଡ ସାଧାରଣ ପିଲାମାନଙ୍କ ମୁଣ୍ଡ ଅପେକ୍ଷା ବଡ଼ ଥିଲା । ଆଖ୍ ଦୁଇଟି ଜ୍ଵଳନ୍ତ ଅଙ୍ଗାର ଭଳି ଉଜ୍ଜଳ ଦିଶୁଥିଲା ଓ କାନ ଦୁଇଟି ଥିଲା ଅସମ୍ଭବ ଭାବରେ ଲମ୍ବା । ମୁହଁରେ ଗମ୍ଭୀରତା ସହିତ ସେ ଦେହରେ ଅଦ୍ଭୁତ ପୋଷାକ ପିନ୍ଧିଥିଲା ।

(ଖ ) ପିଲାଟିକୁ ଭୂତ ଭାବି ଶିଳା ଓ ସୀମା ପଳାଇଯିବା ଦେଖ୍ ରୂପା କ’ଣ କହିଲା ?
Answer:
ପିଲାଟିର ଅଦ୍ଭୁତ ଚେହେରା ଦେଖୁ ଶିଳା ଓ ସୀମା ଡରି ଯାଇଥିଲେ ଓ ତାହାକୁ ଭୂତ ଭାବି ପଳାଇଯିବାକୁ ଉଦ୍ୟତ ହୋଇଥିଲେ । ସୀମାର ଜେଜେମା’ ପିଲାଦିନେ ସେହି ଆମ୍ବତୋଟାରେ ଭୂତ ଦେଖୁଥିଲେ ବୋଲି ସୀମା ତାଙ୍କଠାରୁ ଶୁଣିଥିଲା । ରୂପା ଶିଳା ଓ ସାମାକୁ ଚୁଝାଇବାକୁ ଯାଇ କହିଥ୍ ଲା ଯେ ବଢ଼ମାନେ ସେମାନଙ୍କୁ ଡରାଇବାପାଇଁ ଏଭଳି ଅନେକ ମନଗଢ଼ା କଥା କହିଥା’ନ୍ତି । ପ୍ରକୃତରେ ଦୁନିଆରେ ଭୂତ ବୋଲି କିଛି ନାହିଁ । ଏହି ପିଲାଟି ସେମାନଙ୍କ ପରି ଗୋଟିଏ ପିଲା ଏବଂ ସେମାନେ ତା’ ସହିତ କଥା ହେବା ଉଚିତ ।

(ଗ) ରୂପା ଅଦ୍ଭୁତ ପିଲାଟିର ନାଆଁ ପଚାରିବାରୁ ପିଲାଟି କି ଉତ୍ତର ଦେଲା ?
Answer:
ରୂପା ଅଦ୍ଭୁତ ପିଲାଟିର ନାଆଁ ପଚାରିବାରୁ ପିଲାଟି ନାଁର ଅର୍ଥ ଠିକ୍ ରୂପେ ବୁଝିପାରି ନଥୁଲା, ବରଂ ସେଇଟା କ’ଣ ବୋଲି ପ୍ରଶ୍ନ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ରୂପା ନାଁର ଅର୍ଥକୁ ଠିକ୍ ରୂପେ ଉଦାହରଣ ଦେଇ ବୁଝାଇବା ପରେ ତା’ ସୃଷ୍ଟିକର୍ତ୍ତା ତାକୁ ଚାପ୍ ୱାନ୍ ଡାକନ୍ତି ବୋଲି ପିଲାଟି କହିଥିଲା।

(ଘ) ‘ବହୁତ ଆଗରେ’ ଏକଥାଟି ବୁଝାଇବାକୁ ଯାଇ ପିଲାଟି କି ଉତ୍ତର ଦେଲା ?
Answer:
ଅଦ୍ଭୁତ ପିଲାଟି ଜ୍ଞାନ-ବିଜ୍ଞାନ, ବୁଦ୍ଧି-କୌଶଳ, ରୂପ ଓ ପୋଷକରେ ବହୁତ ଆଗରେ ବୋଲି କହିଛି । ସୀମା, ରୂପା ଓ ଜୟନ୍ତୀଙ୍କୁ ‘ବହୁତ ଆଗରେ’ କହିବାର ଅର୍ଥ ବୁଝାଇ ପିଲାଟି ଉତ୍ତର ଦେଇ କହିଛି ଯେ ସେମାନେ ଡାକ୍ତର ହେବାର ସ୍ବପ୍ନ ଦେଖୁଛନ୍ତି; କିନ୍ତୁ ସେ ଗୋଟେ ମିନିଟ୍‌ରେ ଅସାଧ୍ୟ ରୋଗକୁ ଭଲ କରିଦେବ । ସେମାନେ ଇଞ୍ଜିନିୟର ହେବାକୁ ସ୍ଵପ୍ନ ଦେଖୁଛନ୍ତି; ମାତ୍ର ସେ ବିନା ଖୁମ୍ବରେ ଶହ ଶହ ମାଇ ବ୍ରିଜ ତିଆରି କରିପାରିବ । ପୁନଶ୍ଚ ସେମାନେ କଲେକ୍ଟର ହେବାର ସ୍ୱପ୍ନ ଦେଖୁଥିଲାବେଳେ, ସେ ଏକୁଟିଆ ଗୋଟିଏ ଦେଶକୁ ଶାସନ କରିପାରିବି ।

(ଙ) ‘ଜୀବନ ସାରା ତମେ ସ୍ଵପ୍ନ ଦେଖୁଥ‌ିବ, କେବେ ତାହା ସତ ହେବ ନାହିଁ”, ଏକଥା ଶୁଣି ରୂପ କି ପ୍ରତିକ୍ରିୟା ପ୍ରକାଶ କଲା ?
Answer:
ଅଦ୍ଭୁତ ପିଲାଟି ରୂପା, ସୀମା, ଶିଳା, ଜୟନ୍ତୀ ଇତ୍ୟାଦି ପିଲାମାନଙ୍କୁ ପ୍ରଭାବିତ କରିବାକୁ ଯାଇ କହିଛି, ସେମାନେ ତା’ପରି ହୋଇଗଲେ ଅସାଧ୍ୟ ସାଧନ କରିପାରିବ । ନଚେତ୍ ଜୀବନ ସାରା କେବଳ ସ୍ଵପ୍ନ ଦେଖୁଥ‌ିବେ । ଅଦ୍ଭୁତ ପିଲାର ଏଭଳି କଥା ଶୁଣି ରୂପା ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ ମଣିଷ ସ୍ଵପ୍ନ ଭିତରେ ବାସ୍ତବକୁ ଖୋଜି ଆନନ୍ଦ ପାଉଛ ବୋଲି ଏ ଦୁନିଆରେ ବଞ୍ଚି ରହିଛି । କାରଣ ବହୁବର୍ଷ ପୂର୍ବରୁ ଏ ଦୁନିଆରେ ବାପା-ମା’, ଭାଇ-ଭଉଣୀ, ସ୍ନେହ-ଭକ୍ତି, ହସ-କାନ୍ଦ ରହିଥିଲା । ଆଜି ବି ଅଛି । ଏହି ଚିନ୍ତାଧାରା ସବୁଦିନ ପାଇଁ ରହିଥବ । କାରଣ ସେମାନେ ଧରଣୀ ବୁକୁର ଶିଶୁ । ସେମାନେ
ଅଦ୍ଭୁତ ପିଲାଭଳି ଯନ୍ତ୍ରମଣିଷ ନୁହନ୍ତିା

(ଚ) ଅଦ୍ଭୁତ ପିଲାଟି ଉଭେଇ ଗଲାପରେ ରୂପା ସମସ୍ତଙ୍କୁ କ’ଣ କହିଲା ?
Answer:
ଅଦ୍ଭୁତ ପିଲାଟି ଉଭେଇ ଗଲାପରେ ସୀମା ବ୍ୟସ୍ତ ହୋଇପଡ଼ିଲା । ଅଦ୍ଭୁତ ପିଲାଟି ସେମାନଙ୍କୁ ସୁଖ ଦେବ ବୋଲି ସେ ଭାବିଥିଲା । ରୂପା ସମସ୍ତଙ୍କୁ ବୁଝାଇବାକୁ ଯାଇ କହିଲା ଯେ ସେମାନଙ୍କୁ ସେ ପିଲାଟି ସୁଖ ଦେବାକୁ ଆସିନଥିଲା ବରଂ ସେ ଏକ ଅବାସ୍ତବ ଦୁନିଆକୁ ନେଇଯିବାକୁ ଆସିଥିଲା । ମାତ୍ର ସେମାନେ କଠିନ ପରିଶ୍ରମ କରି ନିଜ ସ୍ବପ୍ନକୁ ସାକାର କରିବେ । ନିଜ ପରିବେଶରେ ରହି ସମସ୍ତଙ୍କୁ ଉପଯୁକ୍ତ ସମ୍ମାନ ଦେଇ, ସତ୍‌ପଥରେ ଚାଲି ଜୀବନକୁ ଗଢ଼ିବେ । କାରଣ ସେମାନେ ହେଉଛନ୍ତି ଧରଣୀ ବୁକୁର ଶିଶୁ । ସେମାନେ ଅମୃତର ସନ୍ତାନ । ସେମାନେ କେବେହେଲେ ଅଦ୍ଭୁତ ପିଲାଭଳି ଯନ୍ତ୍ର ମଣିଷ ହେବାକୁ ଚାହିଁବେ ନାହିଁ । ସେମାନଙ୍କ ଲକ୍ଷ୍ୟ ଅମରତ୍ୱ, ବସ୍ତୁବାଦିତା ନୁହେଁ ।

BSE Odisha 7th Class Odia Solutions Chapter 21 ଆମେ ଧରଣୀ ବୁକୁର ଶିଶୁ

Question ୨।
ପ୍ରାୟ ଶହେ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(କ) ଅଦ୍ଭୁତ ପିଲାଟିକୁ ଦେଖ୍ ଓ ତା’ କଥା ଶୁଣିଲା ପରେ ସୀମା କ’ଣ କହିଲା ?
Answer:
ଅଦ୍ଭୁତ ପିଲାଟିକୁ ଦେଖ୍ ସୀମା ଡରିଯାଇଥିଲା ଓ ତାହାକୁ ଭୂତ ବୋଲି ଭାବିଥିଲା । ସୀମାର ଜେଜେମା’ ତାକୁ କହିଥିଲେ ଯେ ଥରେ ପିଲାଦିନେ ସେ ଏହି ଆମ୍ବତୋଟାରେ ଗୋଟିଏ ଭୂତ ଦେଖୁଲେ, ଯାହାର ମୁଣ୍ଡ ଗଣ୍ଡି ଅପେକ୍ଷା ବଡ଼ ଥିଲା ଏବଂ ତାହାର ଆଖ୍ ଦୁଇଟି ଏହିପରି ଜଳୁଥିଲା । ସେ ମଧ୍ୟ ତାଙ୍କୁ କାମୁଡ଼ିବାକୁ ଗୋଡ଼ାଇଥିଲା । ତେଣୁ ସୀମା ବିଚାରରେ ଅଭୁତ ପିଲାଟି ହେଉଛି ସେହି ଭୂତ ଯିଏକି ସେମାନଙ୍କୁ କାମୁଡ଼ିଦେବ । ଏହିଭଳି କଥା କହି ସୀମା ସମସ୍ତଙ୍କୁ ଡରାଇ ଦେଇଥିଲା ।

(ଖ) ‘ଚାପ ୱାନ୍’କୁ କାହିଁକି ଝିଅମାନଙ୍କ ନିକଟକୁ ପଠାଯାଇଥିଲା ?
Answer:
ଚାପ୍ ୱାନ୍‌ର ସ୍ରଷ୍ଟା ଚାପ୍ ୱାନ୍ ପରି ଶହେଟି ପିଲାଙ୍କୁ ସୃଷ୍ଟି କରିଥିଲେ । ସେ ସେହି ପିଲାମାନଙ୍କୁ ପୃଥ‌ିବୀର ବିଭିନ୍ନ ସ୍ଥାନକୁ ପଠାଇ ପୃଥ‌ିବୀର ପିଲାଙ୍କ ସହିତ ମିଶିବା ସହ ସେମାନଙ୍କୁ ସ୍ୱପ୍ନ ଦୁନିଆରୁ ବାସ୍ତବ ଦୁନିଆକୁ ନେଇଯିବାପାଇଁ କହିଥିଲେ । ସୁତରାଂ ଚାପ୍ ୱାକୁ ପଠାଇ ଚାପ୍ ୱାନ୍‌ ସ୍ରଷ୍ଟା ପୃଥ‌ିବୀର ଅର୍ଥାତ୍ ଧରଣୀ ବୁକୁର ଶିଶୁ ଝିଅମାନଙ୍କୁ ନେଇ ଯାଇ ସେମାନ ? ଅଦ୍ଭୁତ ପିଲା ପରି କରିଦେବାକୁ ଏଭଳି କରିଥିଲେ ।

(ଗ) ‘ଚାପ ୱାନ୍’ଙ୍କ ଆଦର୍ଶ କଥା ଶୁଣି ବି ରୂପା ତା’ ସାଙ୍ଗରେ ଯିବାପାଇଁ ମନାକଲା କାହିଁକି ?
Answer:
ଚାପ ୱାନ୍‌ଙ୍କ ଆଦର୍ଶ କଥା ଶୁଣି ରୂପା ତା’ ସାଙ୍ଗରେ ଯିବାପାଇଁ ମନା କରିଥିଲା, କାରଣ ଚାପ୍ ୱାନ୍ ଥିଲା ଯନ୍ତ୍ରମଣିଷ, ବସ୍ତୁବାଦୀ ଚିନ୍ତାଧାରାର ମଣିଷ । ତା’ ଜୀବନରେ ସାଧାରଣ ମଣିଷ ଭଳି ହସ, କାନ୍ଦ, ସ୍ନେହ, ପ୍ରେମ ଓ ଭକ୍ତି ଭଳି କୌଣସି ବ୍ୟବହାର ଦେଖିବାକୁ ମିଳିବ ନାହିଁ । ତେଣୁ ସେଭଳି ସ୍ବପ୍ନହୀନ ଜୀବନ ଅପେକ୍ଷା ଧରଣୀ ବୁକୁର ଶିଶୁ ଭାବରେ ରହିବାପାଇଁ ରୂପା ଚିନ୍ତା କରିଥିବାରୁ, ଚାପ୍ ୱାନ୍ ସାଙ୍ଗରେ ଯିବାପାଇଁ ମନା କରିଥିଲା ।

(ଘ) ଚାପ୍ ୱାନ୍ ଏକ ଯନ୍ତ୍ର ବୋଲି କିପରି ପ୍ରମାଣିତ କରିଥିଲା ?
Answer:
ଚାପ୍ ୱାନ୍ ଏକ ଯନ୍ତ୍ର ବୋଲି ପ୍ରମାଣିତ ହୋଇଥିଲା, କାରଣ ତାହାର ସାଧାରଣ ପିଲା ଭଳି କେହି ବାପା ମା’ ନଥିଲେ କିମ୍ବା ତାହାର ସେଭଳି କୌଣସି ନାମକରଣ ନଥିଲା । ସେ ସ୍ଵପ୍ନ ଅପେକ୍ଷା କେବଳ ବସ୍ତୁବାଦୀ ଚିନ୍ତାଧାରାରେ ବିଶ୍ଵାସ କରୁଥିଲା । ତା’ ଜୀବନରେ ସ୍ନେହ-ଭକ୍ତି, ସୁଖ-ଦୁଃଖ, ସତ୍ୟ-ଶାନ୍ତି, ଦୟା-କ୍ଷମା ପରି ମାନବୀୟ ଗୁଣ ନଥିଲା । ସେ କେବଳ ସ୍ରଷ୍ଟାର ଆଦେଶ ହିଁ ମାନିଥିଲା ଏବଂ ତା’ ନିର୍ଦ୍ଦେଶରେ ହିଁ କାମ କରୁଥିଲା । ଏସବୁରୁ ସେ ଯନ୍ତ୍ର ବୋଲି ନିଜକୁ ପ୍ରମାଣିତ କରିଥିଲା ।

(ଙ‍) ଅଦ୍ଭୁତ ପିଲାଟି ଉଭେଇଗଲା ପରେ ରୂପା କ’ଣ କହିଲା ?
Answer:
ସମସ୍ତଙ୍କ ଭିତରେ ରୂପା ବେଶ୍ ବୁଦ୍ଧିଆ ଥିଲା। ଅଦ୍ଭୁତ ପିଲା ଉଭେଇଗଲା ପରେ ସୀମା ବ୍ୟସ୍ତ ହେଲା। ଅଦ୍ଭୁତ ପିଲା ସେମାନଙ୍କୁ ସୁଖ ଦେବବୋଲି ସେ ଭାବିଥିଲା। ରୂପା ସମସ୍ତଙ୍କୁ ବୁଝାଇ ଦେଲା ଯେ, ଅଦ୍ଭୁତ ପିଲାଟି ସେମାନଙ୍କୁ ଯନ୍ତ୍ରଶିଶୁରେ ପରିଣତ କରାଇ ଏକ ଅବାସ୍ତବ ଦୁନିଆକୁ ନେବାପାଇଁ ଆସିଥିଲା। ମାତ୍ର ତାହା ଠିକ୍ ନୁହେଁ । ସେମାନେ ଏଇ ମାଟିର ଶିଶୁ । କଠିନ ପରିଶ୍ରମ କରି, ନିଜର ପରିବେଶରେ ସମସ୍ତ ମାନବୀୟ ଗୁଣାବଳୀକୁ ଆଧାର କରି ସେମାନେ ନିଜନିଜର ସ୍ଵପ୍ନକୁ ସହକାର କରିବେ । ସତ୍ୟପଥରେ ଜୀବନ ଗଢ଼ିବେ। ଅଦ୍ଭୁତ ପିଲାଭଳି ଯନ୍ତ୍ରମଣିଷ ହେବା ଉଚିତ ନୁହେଁ । ଉତ୍ତମ କର୍ମ ମଣିଷକୁ ଚିରଦିନ ଅମର କରି ରଖିବ। ବାସ୍ତବ ଦୁନିଆଠାରୁ ଯନ୍ତ୍ର କେବେ ଶୀର୍ଷକୁ ଉଠି ନପାରେ । ରୂପା କଥାରେ ସମସ୍ତେ ପ୍ରଭାବିତ ହୋଇଥିଲେ ।

BSE Odisha 7th Class Odia Solutions Chapter 21 ଆମେ ଧରଣୀ ବୁକୁର ଶିଶୁ

Question ୩ ।
ଶହେ ଶବ୍ଦ ମଧ୍ଯରେ ଉତ୍ତର ଲେଖ ।
(କ) ଏହି ଏକାଙ୍କିକାରେ ନାଟ୍ୟକାର ଆମକୁ କ’ଣ କହିବାକୁ ଚାହିଁଛନ୍ତି ?
Answer:
‘ଆମେ ଧରଣୀ ବୁକୁର ଶିଶୁ’ ଏକାଙ୍କିକାର ନାଟ୍ୟକାର ହେଉଛନ୍ତି ଭାସ୍କର ଚନ୍ଦ୍ର ମହାପାତ୍ର । ଉକ୍ତ ଏକାଙ୍କିକାଟିରେ ନାଟ୍ୟକାର ସାଂପ୍ରତିକ ମଣଷମାନଙ୍କର ଚିନ୍ତାଧାରାକୁ ଏକ ‘ଅଦ୍ଭୁତ ପିଲା’ ଚରିତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି । ବର୍ତ୍ତମାନର ମଣିଷ କ୍ରମଶଃ ଯନ୍ତ୍ରରେ ପରିଣତ ହୋଇଯାଉଥବାରୁ, ସେଥୁରେ ମଣିଷପଣିଆର ବିକାଶ ପାଇଁ ବାର୍ତ୍ତା ପ୍ରଦାନ କରାଯାଇଛି ।

ମଣିଷ କେବଳ କାମ କରିବାପାଇଁ ଜନ୍ମ ହୋଇନାହିଁ । ଅଳ୍ପ ପରିଶ୍ରମରେ ଯନ୍ତ୍ର ଭଳି ଅନେକ କାମକରି ପ୍ରତିଷ୍ଠା ଲାଭ କରିବାକୁ ସୃଷ୍ଟି ହୋଇନାହିଁ । ମଣିଷ ଯଦି ଏହିଭଳି ଚିନ୍ତାଧାରା ରଖେ, ତା’ହେଲେ ତା’ ଜୀବନରେ କୌଣସି ପ୍ରକାର ମାନବୀୟ ଗୁଣ ପ୍ରକାଶ ପାଇବ ନାହିଁ । ତା’ ଜୀବନର ସ୍ଵାଭାବିକତା ନଷ୍ଟ ହୋଇଯିବ ।

ମଣିଷ ପିତାମାତାଙ୍କଠାରୁ ଜନ୍ମନିଏ । ପିତାମାତାଙ୍କ ଆଦର, ସ୍ନେହରେ ଲାଳିତ ପାଳିତ ହୁଏ । ପିତାମାତାଙ୍କୁ ସେ ଭଲ ପାଏ ଓ ଭକ୍ତି କରେ । ସେ ଦୁଃଖରେ କାନ୍ଦି ଓ ସୁଖରେ ହସେ । ଅନ୍ୟପ୍ରତି ସହାନୁଭୂତିଶୀଳ ହୁଏ । ସେ ଜୀବନରେ ବଡ଼ ହେବାକୁ ଚାହେଁ। ସେ ଅନେକ ସ୍ବପ୍ନ ଦେଖେ । ସେହି ସ୍ବପ୍ନକୁ ସାକାର କରିବାପାଇଁ ସେ କଠିନ ପରିଶ୍ରମ କରେ । ନିଜର ଉନ୍ନତି ସହିତ ପରିବାର ଓ ଦେଶର ଉନ୍ନତି ପାଇଁ, ମାଟି ମା’ର ମର୍ଯ୍ୟାଦା ରକ୍ଷା ପାଇଁ ସଂଗ୍ରାମ କରେ । ସେ ନିଚାରଧାରାକୁ

ନେଇ ସାହିତ୍ୟ ସୃଷ୍ଟିକରେ । କେବଳ ବିଜ୍ଞାନୀ ହେବାକୁ ଚାହେଁ ନାହିଁ । କାରଣ ଜୀବନରେ ସାହିତ୍ୟର ଭୂମିକା ରହିଛି ଏବଂ ବିଜ୍ଞାନର ଭୂମିକା ମଧ୍ୟ ରହିଛି । କେବଳ ବିଜ୍ଞାନୀ ହେବାକୁ ଓ ସ୍ଵପ୍ନ ବିନା ବାସ୍ତବତାକୁ ଆଦରି ନେବାକୁ ସେ ଚାହେଁ ନାହିଁ । ମାତ୍ର ବର୍ତ୍ତମାନର ମଣିଷ ସ୍ଵପ୍ନ ବିନା ବାସ୍ତବତାକୁ ଅଧ‌ିକ ଗୁରୁତ୍ଵ ଦେଉଛି । ଫଳରେ ତା’ ନିକଟରୁ ମାନବୀୟ ଗୁଣ କ୍ରମଶଃ ଦୂରେଇ ଯାଉଛି । ସେ ସୁଖରେ ହସୁ ନାହିଁ କିମ୍ବା ଦୁଃଖରେ କାନ୍ଦିବାକୁ ଚାହୁଁ ନାହିଁ । ସ୍ନେହ-ଭକ୍ତି, ହସ-କାନ୍ଦ, ସୁଖ-ଦୁଃଖ ଯେ ଜୀବନରେ ନିହାତି ଦରକାର, ତାହା ସେ ଅନୁଭବ କରିପାରୁ ନାହିଁ । ଫଳରେ ମଣିଷ ଜୀବନରୁ ସ୍ଵାଭାବିକତା ଦୂରେଇ ଯାଉଛି । ସେ ଯନ୍ତ୍ରମଣିଷ ପାଲଟି ଯାଉଛି । ନାଟ୍ୟକାର ଏଭଳି ଚିନ୍ତାଧାରାରେ ପରିବର୍ତ୍ତନ ଆଣବାପାଇଁ ଅଦ୍ଭୁତ ପିଲା ଓ ରୂପା ଭଳି ଚରିତ୍ର ସୃଷ୍ଟିକରି ନିଜର ବିଚାରବୋଧକୁ ପ୍ରକାଶ କରିଛନ୍ତି । ବାସ୍ତବିକ ନାଟ୍ୟକାରଙ୍କ ଚିନ୍ତାଧାରା ସମୟପୋଯୋଗା ହୋଇପାରିଛି।

(ଖ) ‘ଆମେ ଧରଣୀ ବୁକୁର ଶିଶୁ’ ବୋଲି ନାମ ଦେବାର ବିଶେଷତ୍ବ କ’ଣ ?
Answer:
‘ଆମେ ଧରିଣୀ ବୁକୁର ଶିଶୁ’ ଏକାଙ୍କିକାର ନାଟ୍ୟକାର ହେଉଛନ୍ତି ଭାସ୍କର ଚନ୍ଦ୍ର ମହାପାତ୍ର । ଉକ୍ତ ଏକାଙ୍କିକାଟିରେ ସେ ନିଜର ସମୟପୋଯୋଗୀ ଚିନ୍ତାଧାରାକୁ ଅତି ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । ଜୀବନର ବାସ୍ତବତାକୁ ମୂଳରୂପେ ଗ୍ରହଣ କରି ‘ଆମେ ଧରଣୀ ବୁକୁର ଶିଶୁ’ ହୋଇ ବଞ୍ଚୁବା ବୋଲି ସେ କହିଛନ୍ତି । ସେ କଳ୍ପିତ ଚରିତ୍ର ମାଧ୍ୟମରେ ମାନବୀୟ ଗୁଶର ବନ୍ଦନା କରିଛନ୍ତ୍ରୀ

ଅଦ୍ଭୁତ ପିଲାଟି ଧରଣୀର ପିଲାଙ୍କୁ ତା’ଭଳି ହେବାପାଇଁ ପ୍ରେରଣା ଦେଇଛି । ବହୁ ପରିଶ୍ରମ କରି ସେମାନେ ଯାହା ହାସଲ କରିବାକୁ ଚାହିଁଛନ୍ତି, ତାହାକୁ ଅତି ସହଜରେ ହାସଲ କରିପାରିବେ ବୋଲି ଅଦ୍ଭୁତ ପିଲାଟି ପ୍ରମାଣ କରି ଦେଖାଇ ଦେଇଛି । ଏପରିକି ଇଞ୍ଜିନିୟର, ଡାକ୍ତର କିମ୍ବା କଲେକ୍ଟର ହେବାର ସହଜବିଧ୍ଵ ପିଲାମାନଙ୍କୁ ସେ ବୁଝାଇ ଦେଇଛି । ତା’ କଥାରେ ପିଲାମାନେ ରାଜି ହେଲେ ମଧ୍ୟ ରୂପ ସମସ୍ତଙ୍କୁ ବାରଣ କରିଛି ଓ ଜୀବନର ବାସ୍ତବତା ସମ୍ପର୍କରେ ବୁଝାଇ ଦେଇଛି । ବିନା ପରିଶ୍ରମରେ କୌଣସି ବିଦ୍ୟାର ଅଧ୍ୟାକାରୀ ହେବାପାଇଁ ରୂପା ଚାହିଁନାହିଁ ।

ରୂପା କହିଛି, ସେମାନେ ହେଉଛନ୍ତି ଧରଣୀ ବୁକୁର ଶିଶୁ । ସେମାନେ ସ୍ବପ୍ନ ଭିତରେ ବାସ୍ତବତାକୁ ଖୋଜି ଆନନ୍ଦ ପାଉଛନ୍ତି । ହଜାର ହଜାର ବର୍ଷଧରି ଏ ମାଟିରେ ବାପା- ମା’, ଭାଇ-ଭଉଣୀ, ସ୍ନେହ-ଭକ୍ତି, ହସ-କାନ୍ଦ ରହିଥିଲା । ଏଭଳି ବିଚାର ଧାରା ଯୁଗ ଯୁଗ ପାଇଁ ଏହି ଧରଣୀ ଉପରେ ଥ‌ିବା ମଣିଷମାନଙ୍କ ଭିତରେ ପ୍ରକାଶ ପାଇବ । ସେମାନେ କେବେହେଲେ ଅଭୁତ ପିଲା ପରି ଯନ୍ତ୍ର ମଣିଷ ହେବାକୁ ଚାହିଁବେ ନାହିଁ।

ରୂପା ବିଚାରରେ ଅଦ୍ଭୁତ ପିଲା ବୁଦ୍ଧିମାନ ହେଲେ ବି ତା’ଠାରେ କୌଣସି ପ୍ରକାର ମାନବୀୟ ଗୁଣ ନାହିଁ । ସେ କେବେହେଲେ ସ୍ନେହ-ଭକ୍ତି, ସୁଖ-ଦୁଃଖ, ସତ୍ୟ-ଶାନ୍ତି, ଦୟା-କ୍ଷମା ପ୍ରକାଶ କରିପାରିବ ନାହିଁ । ବାପ, riଆ ଓ ଗୁରୁଜନ ମେଳରେ ରହି ସ୍ନେହ, ପ୍ରେମ, ଭଲ ପାଇବାକୁ ଆଦରି ସତ୍ଵପଥରେ ଚାଲି ଜୀବନ ଗଢ଼ିବାର ଗୁରୁତ୍ବ ସେ ସାଙ୍ଗମାନଙ୍କୁ ବୁଝାଇ ଦେଇଛି । ସେ କହିଛି ଯେ ସେମାନେ ଅମୃତର ସନ୍ତାନ, ଅମରତ୍ୱ ସେମାନଙ୍କ ଲକ୍ଷ୍ୟ । କେବଳ ବସ୍ତୁବାଦିତାକୁ ସେମାନେ ଘୃଣା କରନ୍ତି । ଉକ୍ତ ଏକାଙ୍କିକାରେ ନାଟ୍ୟକାର ରୂପା ଚରିତ୍ର ମାଧ୍ୟମରେ ଧରଣୀ ବୁକୁର ଶିଶୁଙ୍କର ମହତ୍ତ୍ବକୁ ଯଥାର୍ଥ ଭାବରେ ପ୍ରକାଶ କରିଥିବାରୁ ଏକାଙ୍କିକାର ନାମକରଣଟି ସାର୍ଥକ ହୋଇଛି ।

ତୁମପାଇଁ କାମ :

  • ଏହି ଏକାଙ୍କିକାକୁ ନିଜ ଶ୍ରେଣୀ ଭିତରେ ଅଭିନୟ କର ।
  • ପଠିତ ଏକାଙ୍କିକାର ‘ଚାପ୍ ୱାନ୍’ ଯନ୍ତ୍ର ଭଳି ଚରିତ୍ର ଥ‌ିବା ଆଉ କିଛି ଗପ ବା ଏକାଙ୍କିକା ସଂଗ୍ରହ କର ଓ ପଢ଼ ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
‘ଆମେ ଧରଣୀ ବୁକୁର ଶିଶୁ’ ଏକାଙ୍କିକାରେ ଯାନ୍ତ୍ରିକ ଶିଶୁ ଓ ମାନବ ଶିଶୁ ମଧ୍ୟରେ କି ପ୍ରଭେଦ ତୁମେ ଅନୁଭବ କରୁଛ ?
Answer:
ବିଜ୍ଞାନର ଜୟଯାତ୍ରା ଆଜି ବିଶ୍ବବିଦିତ । ବିଜ୍ଞାନ ବଳରେ ମଣିଷ ଅଦ୍ଭୁତ ଯାନ୍ତ୍ରିକ ଶିଶୁ ତିଆରି କରିପାରିଛି । ନିଜର କାର୍ଯ୍ୟ, ବୁଦ୍ଧିମତା ଓ କୌଶଳ ଯୋଗେ ଯନ୍ତ୍ରମାନବ ଅସାଧ୍ୟ ସାଧନ କରିପାରୁଛି । ସ୍ଵପ୍ନ ଅପେକ୍ଷା ବାସ୍ତବତା ଉପରେ ଅଧ୍ଵକ ଗୁରୁତ୍ଵ ଦେଇଛି। ଏକାଙ୍କିକାରେ ଯାନ୍ତ୍ରିକ ଶିଶୁ ଚାପ୍‌ନ୍ ବାପା-ମା’, ସ୍ନେହ-ଶ୍ରଦ୍ଧା, ସୁଖ-ଦୁଃଖ, ହସ-କାନ୍ଦ ଇତ୍ୟାଦି ମାନବୀୟ ଗୁଣାବଳୀ କ’ଣ ଜାଣିନି। ସ୍ଵପ୍ନ, କଳ୍ପନା, ଅନୁଭବ ନ ଥାଇ ସେ ବିନା ପରିଶ୍ରମରେ ସବୁ ଜ୍ଞାନ ବିଜ୍ଞାନର ଅଧ୍ବକାରୀ ହୋଇପାରିଛି ଏବଂ ନିଜକୁ ମାନବ ଶିଶୁ ବୋଲି ପରିଚୟ ଦେଇଛି।

ଅପରପକ୍ଷେ ମୁଖ୍ୟ ଚରିତ୍ର ଗାଉଁଲି ଝିଅ ରୂପା ଏସବୁ କଥାକୁ ପ୍ରତ୍ୟାଖ୍ୟାନ କରିଛି । କାରଣ ମଣିଷର ଜୀବନଯାତ୍ରା ଆରମ୍ଭଠାରୁ ପରିବାର, ବାପା-ମା’, ଭାଇ-ଭଉଣୀ, ସ୍ନେହ-ଶ୍ରଦ୍ଧା, ସୁଖ-ଦୁଃଖ ଇତ୍ୟାଦି ମାନବୀୟ ଗୁଣାବଳୀର ଅଧିକାରୀ ହୋଇ ମାନବ ଶିଶୁ ବଡ଼ ହୋଇଛି । ପାରିପାର୍ଶ୍ବକ ସହଯୋଗ ଲାଭ କରି ବଡ଼ ହେବାପାଇଁ ସ୍ଵପ୍ନ ଦେଖିଛି । ସ୍ଵପ୍ନକୁ ସାକାର କରିବାକୁ ସେ ପରିଶ୍ରମ କରି ଡାକ୍ତର, ଇଞ୍ଜିନିୟର ଓ ବୌଜ୍ଞାନିକ ହୋଇ ଜାତିର ମାନ ବଢ଼ାଇଛି । ସାହିତ୍ୟ ବିନା ବିଜ୍ଞାନ ଓ ସ୍ଵପ୍ନକୁ ଛାଡ଼ି ବାସ୍ତବ କେବେ ସମ୍ଭବ ନୁହେଁ । ତେଣୁ ଆମେ ଅମୃତର ସନ୍ଧାନରେ ଆଗେଇଯିବାକୁ ଏବଂ ଦେଶମାତୃକାର
ଗୌରବ ବଢ଼ାଇବାକୁ ନାଟଟ୍ୟକାର ପରାମର୍ଶ ଦେଇଛନ୍ତ୍ରା

BSE Odisha 7th Class Odia Solutions Chapter 21 ଆମେ ଧରଣୀ ବୁକୁର ଶିଶୁ

Question ୨।
ଅଦ୍ଭୁତ ଯାନ୍ତ୍ରିକ ପିଲାଟି ଗାଁ ପିଲାମାନଙ୍କୁ କ’ଣ କହିଲା ?
Answer:
କହିଲା । ମୁହୂର୍ଭକରେ ସେ ଶିଲାର ଘା’ଟିକୁ ମଧ୍ଯ ଭଲ କରିଦେଲା । ଇଞ୍ଜିନିୟର ନ ହୋଇ ସେ ବିନା ଖୁମ୍ବରେ ଶହ ଶହ ମାଇଲ ବ୍ରିଜ୍ ତିଆରି କରିପାରିବ। କଲେକ୍ଟର ନ ହୋଇ ସେ ଏକୁଟିଆ ଦେଶକୁ ଶାସନ କରିପାରିବ ଏବଂ ନିଜ ବିଦ୍ୟା ବୁଦ୍ଧି ବଳରେ ଅନ୍ୟାନ୍ୟ କେତେ କ’ଣ ଅସାଧ୍ୟ ସାଧନ କରିପାରିବ ବୋଲି ଦୃଢୋକ୍ତି ପ୍ରକାଶ କଲା। କେବଳ ସ୍ଵପ୍ନ ଦେଖ‌ିଲେ କିଛି ଲାଭ ନାହିଁ ବୋଲି ପିଲାମାନଙ୍କୁ ପରାମର୍ଶ ଦେଲା ଏବଂ ନିଜକୁ ମାନବ ଶିଶୁ ବୋଲି ପ୍ରମାଣିତ କରିବାକୁ ଚାହିଁଲା। ନାଁ, ଗାଁ, ବାପା-ମାଆ, ସାଙ୍ଗ-ସାଥୀ, ସ୍ନେହ-ମମତା, ସୁଖ-ଦୁଃଖ ସମ୍ବନ୍ଧରେ ତା’ର ଧାରଣା ନଥିଲା। ଯାନ୍ତ୍ରିକ ଉଦ୍ଭାବନ ଫଳରେ ଦୁନିଆ କିପରି ଆଗେଇ ଯିବ ଏବଂ କେବଳ ନିଜର କାର୍ଯ୍ୟ ଓ ବୁଦ୍ଧିମତା ଯୋଗୁଁ ମଣିଷ ସମାଜରେ ଶ୍ରେଷ୍ଠ ଆସନ ପାଇପାରିବ, ଏସବୁ କଥା କହି ପିଲାମାନଙ୍କୁ ତା’ଆଡ଼କୁ ଆକର୍ଷିତ କରିବାକୁ ଚେଷ୍ଟା କରିଥିଲା ।

Question ୩।
‘ଆମେ ଧରଣୀ ବୁକୁର ଶିଶୁ’ ଏକାଙ୍କିକାରେ ନାଟ୍ୟକାର ତୁମକୁ କ’ଣ କହିଛନ୍ତି ? କିମ୍ବା, ‘ଆମେ ଧରଣୀ ବୁକୁର ଶିଶୁ’ ଏକାଙ୍କିକାରୁ ତୁମେ କ’ଣ ଶିଖୁଲ ?
Answer:
ଯନ୍ତ୍ର ଯୁଗରେ ମଣିଷ କେବଳ କାମକରି ଚାଲିଛି । ଧନ ଉପାର୍ଜନ କରୁଛି । ମଣିଷପଣିଆ ଭୁଲିଯାଇଛି । କମ୍ ପରିଶ୍ରମରେ ଅଧ୍ବକ ଧନ ରୋଜଗାର କରି ରାତାରାତି ବଡ଼ଲୋକ ହେବାର ସ୍ଵପ୍ନ ଦେଖୁଛି । ତେଣୁ ନାଟ୍ୟକାର ଭବିଷ୍ୟତ ନାଗରିକ ପିଲାମାନଙ୍କୁ ଏଥୁରୁ ବାରଣ କରିଛନ୍ତି । ଯାନ୍ତ୍ରିକ ଶିଶୁ ଚାପୱାନର କଥାକୁ ରୂପା ଓ ତା’ର ସାଙ୍ଗମାନେ ଅଗ୍ରାହ୍ୟ କରିଛନ୍ତି । ପ୍ରକୃତରେ ଆମେ ଧରଣୀ ବୁକୁର ଶିଶୁ। ପରିବାର, ପଡ଼ୋଶୀ, ସାଙ୍ଗସାଥୀ ଏବଂ ଆତ୍ମୀୟ ସୃଜନଙ୍କ ସ୍ନେହଶ୍ରଦ୍ଧା ଏବଂ ପାରିପାର୍ଶ୍ବକ ସହଯୋଗରେ ପିଲାଟି ବଡ଼ ହୋଇ ଦେଶ ଓ ଜାତିର ଗୌରବ ବଢ଼ାଏ। ଆମେ ଅମୃତର ସନ୍ତାନ। ଯନ୍ତ୍ର ମାନବ ହେବାକୁ ଚାହୁଁନା। ମଣିଷପରି ମଣିଷଟିଏ ହୋଇ ସ୍ନେହ-ଶ୍ରଦ୍ଧା, ଦୟା-କ୍ଷମା, ସହଯୋଗ ଓ ପରୋପକାର ଇତ୍ୟାଦି ମାନବୀୟ ଗୁଣାବଳୀର ଭୂଷିତ ହୋଇପାରିଲେ ଆମ ଜନ୍ମ ସାର୍ଥକ ହେବ।

ଅତିସଂକ୍ଷିପ୍ର ପ୍ରଶ୍ନୋତ୍ତର:

Question ୧।
ଉତ୍ତର କୁହ ।
(କ) ଗାଁର କେଉଁ ପର୍ବ ସମୟରେ ଅଦ୍ଭୁତ ପିଲା ପହଞ୍ଚିଲା ଏବଂ ପିଲାମାନେ ସେତେବେଳେ କ’ଣ କରୁଥିଲେ ?
Answer:
ଗାଁର ରଜପର୍ବ ସମୟରେ ଅଦ୍ଭୁତ ପିଲାଟି ପହଞ୍ଚିଲା ଏବଂ ପିଲାମାନେ ସେତେବେଳେ ଦୋଳି, ପୁଚି, ଠିଆପୁଚି ଆଦି ଖେଳ ରଜଗୀତର ତାଳେ ତାଳେ ଖେଳୁଥିଲେ ।

(ଖ) ସୀମାର ଆଈ କ’ଣ କହିଥିଲେ ?
Answer:
ସୀମାର ଆଈ ଥରେ ସୀମାକୁ କହିଥିଲେ ଯେ ଗାଉଁଲି ଭୂତଠାରୁ ସହରୀ ଭୂତ ଅଧିକ ଭୟଙ୍କର ।

(ଗ) ଅଦ୍ଭୁତ ପିଲାକୁ ତା’ର ସୃଷ୍ଟିକର୍ତ୍ତା କିପରି ବଢ଼ାଇଥିଲେ ?
Answer:
ଅଦ୍ଭୁତ ପିଲାର କେହି ବାପା ମା’ ନଥିଲେ । ତାହାର ସୃଷ୍ଟିକର୍ତ୍ତା ତାକୁ ଗୋଟିଏ ଗ୍ଲାସ୍ ଗ୍ଲୋବ୍ ଭିତରେ ରଖ୍ ବଢ଼ାଇଥିଲେ । ଅଦ୍ଭୁତ ପିଲାଟି ସେହି ଗ୍ଲାସ୍ ଗ୍ଲୋବ୍‌ ଭିତରେ ଆପେ ଆପେ ବଢ଼ିଛି ।

(ଘ) ଅଦ୍ଭୁତ ପିଲାର ସୃଷ୍ଟିକର୍ତ୍ତା କେତୋଟି ପିଲା ସୃଷ୍ଟି କରିଥିଲେ ଏବଂ ସେମାନଙ୍କୁ କାହିଁକି ବିଭିନ୍ନ ସ୍ଥାନକୁ ପଠାଇଥିଲେ ?
Answer:
ଅଦ୍ଭୁତ ପିଲାର ସୃଷ୍ଟିକର୍ତ୍ତା ଏକାପରି ଶହେଟି ପିଲା ସୃଷ୍ଟି କରିଥିଲେ ଏବଂ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ପଠାଇଥିଲେ । ପୃଥ‌ିବୀର ପିଲାଙ୍କ ସହିତ ମିଶି ସେମାନଙ୍କୁ ସ୍ୱପ୍ନ ଦୁନିଆରୁ ବାସ୍ତବ ଦୁନିଆକୁ ନେଇଯିବାକୁ କହିଥିଲେ ।

(ଙ) ଅଦ୍ଭୁତ ପିଲାର ସୃଷ୍ଟିକର୍ତ୍ତା ଦ୍ୱାବିଂଶ ଶତାବ୍ଦୀ ବେଳେ ଦୁନିଆର ସବୁପିଲା କିପରି ହୋଇଯିବେ ବୋଲି କହିଥିଲେ ?
Answer:
ଅଦ୍ଭୁତ ପିଲାର ସୃଷ୍ଟିକର୍ତ୍ତା ଦ୍ୱାବିଂଶ ଶତାବ୍ଦୀ ବେଳକୁ ଦୁନିଆର ସବୁ ମଣିଷ ପିଲା, ଅଦ୍ଭୁତ ପିଲା ପରି ହୋଇଯିବେ ବୋଲି କହିଥିଲେ । ଏଣୁ ସେ ଅଦ୍ଭୁତ ପିଲାଙ୍କୁ ସୃଷ୍ଟିକରି ଆଗୁଆ ପରୀକ୍ଷା ନିରୀକ୍ଷା କରିଥିଲେ ।

Question ୨ ।
ଶିଳା କ’ଣ ଚିତ୍କାର କରି ପଳାଇବାକୁ ଉଦ୍ୟତ ହେଲା ?
Answer:
ଶିଳା ଭୂତ ଭୂତ କହି ଚିତ୍କାର କରି ପଳାଇବାକୁ ଉଦ୍ୟତ ହେଲା।

BSE Odisha 7th Class Odia Solutions Chapter 21 ଆମେ ଧରଣୀ ବୁକୁର ଶିଶୁ

Question ୩ ।
ଜୟନ୍ତୀ ବୁଢ଼ୀମାଆ ଭୂତ ସମ୍ପର୍କରେ କ’ଣ କହିଥିଲେ ?
Answer:
ଜୟନ୍ତୀର ବୁଢ଼ୀମାଆ ଏହି ଗାଆଁ ମୁଣ୍ଡ ଆମ୍ବତୋଟାରେ ଦିନବେଳା ଭୂତ ବାହାରିବା କଥା କହିଥିଲେ।

Question ୪।
ଶିଳା, ରୂପା ଓ ଜୟନ୍ତୀ ସମସ୍ତେ କାନ୍ଦି ଉଠିଲେ।
Answer:
ଅଦ୍ଭୁତ ପିଲାଟି ହାଃ ହାଃ ହାଃ କରି ହସିବାରୁ ଭୟରେ ଶିଳା, ରୂପା ଓ ଜୟନ୍ତୀ ସମସ୍ତେ କାନ୍ଦି ଉଠିଲେ।

Question ୫ ।
ଅଦ୍ଭୁତ ପିଲାଟି କେଉଁଠୁ ଓ କାହିଁକି ଆସିଥୁବା କଥା କହିଲା ?
Answer:
ଅଦ୍ଭୁତ ପିଲାଟି ଆମେରିକାରୁ ପିଲାମାନଙ୍କ ସହିତ ମିଶିବା ପାଇଁ ଆସିଥିବା କଥା କହିଲା ।

Question ୬।
ସୃଷ୍ଟିକର୍ତ୍ତା ଅଦ୍ଭୁତ ପିଲାଟିର ନାମ କ’ଣ ଦେଇଥିଲେ ?
Answer:
ପିଲାଟିର ସୃଷ୍ଟିକର୍ତ୍ତା ତା’ର ନାମ ଚାପ୍‌ନ୍ ଦେଇଥିଲେ।

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର :

Question ୧।
ଅଦ୍ଭୁତ ପିଲାକୁ ତା’ର ସୃଷ୍ଟିକର୍ତ୍ତା କ’ଣ ବୋଲି ଡାକନ୍ତି ?
(କ) ରୋବର୍ଟ
(ଖ) ଫୋଟନ
(ଗ) ଚାପୱାନ
(ଘ) ଦରୱାନ୍
Answer:
(ଗ) ଚାପୱାନ

Question ୨।
ଅଦ୍ଭୁତ ପିଲାର ସୃଷ୍ଟିକର୍ତ୍ତା କେତୋଟି ପିଲା ସୃଷ୍ଟି କରିଥିଲେ ?
(କ) ପାଞ୍ଚୋଟି
(ଖ) ପଚାଶଟି
(ଗ) ଦଶୋଟି
(ଘ) ଶହେଟି
Answer:
(ଘ) ଶହେଟି

BSE Odisha 7th Class Odia Solutions Chapter 21 ଆମେ ଧରଣୀ ବୁକୁର ଶିଶୁ

Question ୩।
‘ଚାପୱାନ୍’ କିପରି ବଢ଼ିଥିଲା ?
(କ) ଡାକ୍ତରଖାନାରେ
(ଖ) ଏକ କାଚଘରେ
(ଗ) ମହାଶୂନ୍ୟରେ
(ଘ) ଗ୍ଲାସ୍ ଗ୍ଲୋବ୍‌ ଭିତରେ ଆପେ ଆପେ
Answer:
(ଘ) ଗ୍ଲାସ୍ ଗ୍ଲୋବ୍‌ ଭିତରେ ଆପେ ଆପେ

Question ୪।
ନିମ୍ନୋକ୍ତ ଯୁଗ୍ମ ଶବ୍ଦଗୁଡ଼ିକ ମଧ୍ୟରୁ କେଉଁଟି ସମଶ୍ରେଣୀର ନୁହେଁ ?
(କ) ହସକାନ୍ଦ
(ଖ) ସୁଖଦୁଃଖ
(ଗ) ସ୍ନେହଭକ୍ତି
(ଘ) ପାପପୂଣ୍ୟ
Answer:
(ଗ) ସ୍ନେହଭକ୍ତି

Question ୫।
ମଣିଷ ଏ ଦୁନିଆରେ କିପରି ବଞ୍ଚିଛି ?
(କ) ପୁଷ୍ଟିକର ଖାଦ୍ୟ ଖାଇ
(ଖ) ହସିଖେଳି
(ଗ) ପରିଶ୍ରମ କରି
(ଘ) ସ୍ଵପ୍ନ ଭିତରେ ବାସ୍ତବତାକୁ ଖୋଜି ପାଉଛି ବୋଲି
Answer:
(ଘ) ସ୍ଵପ୍ନ ଭିତରେ ବାସ୍ତବତାକୁ ଖୋଜି ପାଉଛି ବୋଲି

Question ୬।
ମୋ ହାତରେ ଏ ଘା’ଟା ଜମା ଶୁଖୁନି । ଭଲ କଲ ଦେଖ୍ ? ଏହି କଥା କିଏ କହିଛି ?
(କ) ରୂପା
(ଖ) ସୀମା
(ଗ) ଶିଳା
(ଘ) ଅଭୁତ ପିଲା
Answer:
(ଗ) ଶିଳା

BSE Odisha 7th Class Odia Solutions Chapter 21 ଆମେ ଧରଣୀ ବୁକୁର ଶିଶୁ

Question ୭।
କାହା କଥା ଶୁଣି ଅଦ୍ଭୁତ ପିଲା ହଠାତ୍ ଉଭେଇଯାଇଛି ?
(କ) ସୀମା
(ଖ) ଶିଳା
(ଗ) ଜୟନ୍ତୀ
(ଘ) ରୂପା
Answer:
(ଘ) ରୂପା

Question ୮।
କିଏ କହୁଥିଲା ଯେ ସ୍ନେହ, ଭକ୍ତି ଓ ଭଲ ପାଇବା ହିଁ ସବୁ ଦୁଃଖର କାରଣ ?
(କ) ରୂପା
(ଖ) ସୀମା
(ଗ) ଜୟନ୍ତୀ
(ଘ) ଅଦ୍ଭୁତ ପିଲା
Answer:
(ଘ) ଅଦ୍ଭୁତ ପିଲା

Question ୯।
କିଏ କହୁଥିଲା ଯେ ଗାଁ ମୁଣ୍ଡ ତୋଟାରେ ଦିନବେଳା ବି ଭୂତ ବାହାରେ ?
(କ) ଜୟନ୍ତୀର ବୁଢ଼ୀମା’
(ଖ) ରୂପାର ବାପା
(ଗ) ଅଦ୍ଭୁତ ମାନବର ସ୍ରଷ୍ଟା
(ଘ) ଶିଳାର କକା
Answer:
(କ) ଜୟନ୍ତୀର ବୁଢ଼ୀମା’

Question ୧୦।
ନିମ୍ନଲିଖ ମଧ୍ୟରୁ କେଉଁଟି ‘ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ଲେଖାଯାଇ ନାହିଁ ?
(କ) ବନମାଳୀ
(ଖ) ବସନ୍ତଗାଥା
(ଗ) ବ୍ୟବଧାନ
(ଘ) ପକ୍ଷୀ
Answer:
(ଖ) ବସନ୍ତଗାଥା

ନାଟ୍ୟକାର ପରିଚୟ :

‘ଆମେ ଧରଣୀ ବୁକୁର ଶିଶୁ’ ଏକାଙ୍କିକାର ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର । ନାଟ୍ୟକାର ମହାପାତ୍ର ବାଲେଶ୍ଵର ଜିଲ୍ଲାର ଇଜପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ନାଟକ ସହିତ ସାହିତ୍ୟର ଅନ୍ୟାନ୍ୟ ବିଭାଗରେ ମଧ୍ୟ ସେ ଲେଖନୀ ଚାଳନା କରିଛନ୍ତି । ସେ ପ୍ରାୟ ପଚାଶଟି ନାଟକ, ଅନେକ କବିତା ଓ ପ୍ରବନ୍ଧର ରଚୟିତା ଭାବରେ ପରିଚିତ ହୋଇଛନ୍ତି । ତାଙ୍କର ନାଟକ ମଧ୍ୟରୁ ଏଗାରଟି ଶିଶୁନାଟକ ପିଲାଙ୍କ ପାଇଁ ମନଲାଖ୍ ଓ ଶିକ୍ଷାପ୍ରଦ ହୋଇଛି । ତାଙ୍କର ସାରସ୍ବତ ସାଧନା ବ୍ୟତୀତ ଜଣେ ଛାତ୍ର ବତ୍ସଳ ଶିକ୍ଷକଭାବରେ ରାଜ୍ୟସରକାରଙ୍କଦ୍ୱାରା ସେ ପୁରସ୍କୃତ ହୋଇଛନ୍ତି । ସେ ତାଙ୍କର ନାଟକ ପାଇଁ ମଧ୍ୟ ବହୁବାର ପୁରସ୍କାର ଲାଭ କରିଛନ୍ତି ।

ନାଟକ (ଏକାଙ୍କିକା) ଓ ନାଟ୍ୟକାର :

ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ତାଙ୍କର ‘ପକ୍ଷୀ’ ନାଟକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ଶିଶୁ ନାଟ୍ୟକାର ଭାବରେ, ‘କହ୍ନାଇରେ ଫେରିଆ’, ‘ଘାସଫୁଲ’, ‘ବନମାଳୀ’, ‘ବ୍ୟବଧାନ’, ‘ଜନନୀ ଜନ୍ମଭୂମି’, ‘ଏଇ ଆମରି ଗାଆଁ’ରେ ନାଟ୍ୟକାର ଶିଶୁ ମନସ୍ତତ୍ତ୍ୱକୁ ଛ୍ଛଇଁଲାଭଳି କଆବସ୍ତୁର ପରିକଳ୍ପନା କରିଛନ୍ତି ।

ଏକାଙ୍କିକାର ପୃଷ୍ଠଭୂମି :

ଆଲୋଚ୍ୟ ଏକାଙ୍କିକାଟିରେ ସାଂପ୍ରତିକ ମଣିଷମାନଙ୍କର ଯାନ୍ତ୍ରିକ ମନୋଭାବକୁ ପ୍ରକାରାନ୍ତରେ ଆକ୍ଷେପ କରାଯାଇଛି । ମଣିଷ ଜୀବନରୁ ମଣିଷପଣିଆ ଦୂରେଇଗଲେ, ଜୀବନର କୌଣସି ମୂଲ୍ୟ ରହିବ ନାହିଁ ବୋଲି ନାଟ୍ୟକାର ଚରିତ୍ରମାନଙ୍କ ମାଧ୍ୟମରେ ପ୍ରକାଶ କରିଛନ୍ତି । ମଣିଷପଣିଆର ବିକାଶ ପାଇଁ ଯେ ୟୁଗୋପଯୋଗୀ ବାର୍ତ୍ତା ପ୍ରଦାନ କରିଛନ୍ତ୍ରା

ଏକାଙ୍କିକାର ସାରକଥା :

ସେଦିନ ଥାଏ ରାଜପର୍ବା ରଜପର୍ବର ଅନୁଭୂତି ମଫସଲରେ ନିହାତି ମନୋମୁଗ୍ଧକର । ଗାଁ ଆମ୍ବତୋଟାରେ ଲାଗିଥାଏ ଦୋଳି । ଖେଳାଯାଉଥାଏ ବାଗୁଡ଼ି ଖେଳ । ଝିଅମାନେ ରଜ ଗୀତର ତାଳେ ତାଳେ ଦୋଳି, ପୁଚି, ଠିଆପୁଚି ଆଦି ଖେଳି ପରିବେଶକୁ ଜୀବନ୍ତ କରିଥା’ନ୍ତି । ସମସ୍ତେ ପିନ୍ଧିଥା’ନ୍ତି ନୂଆ ଲୁଗା । ପାଦରେ ପିନ୍ଧିଥା’ନ୍ତି ତାଳ ପଟୁଆର ଜୋତା । ଏହି ସମୟରେ ଏକ ଅଦ୍ଭୁତ ଶବ୍ଦ ଶୁଣାଯାଇଛି । ସମସ୍ତେ ଚମକି ପଡ଼ିଛନ୍ତି । ଚାରିଆଡ଼କୁ ଚାହିଁଛନ୍ତି । କିଛି ସମୟ ପରେ ଝିଅମାନେ ଜଣେ ଅଦ୍ଭୁତ ପିଲାକୁ ଦେଖୁଛନ୍ତି । ସେହି ଅଦ୍ଭୁତ ପିଲାଟି ହଠାତ୍ ଆବିର୍ଭାବ ହୋଇଛି ଓ ସମସ୍ତଙ୍କ ଦୃଷ୍ଟି ସ୍ୱତଃ ତା’ ଆଡ଼କୁ ଚାଲିଯାଇଛି । ଆବିର୍ଭାବ ହୋଇଥ‌ିବା ପିଲାଟିର ମୁଣ୍ଡ ସାଧାରଣ ପିଲାର ମୁଣ୍ଡଠାରୁ ଥିଲା ଅପେକ୍ଷାକୃତ ବଡ଼ । ଆଖ୍ ଦୁଇଟି ଜ୍ଵଳନ୍ତ ଅଙ୍ଗାର ଭଳି ଉଜ୍ଜଳ ଦିଶୁଥିଲା । କାନ ଦୁଇଟି ଅସମ୍ଭବ ଭାବରେ ଲମ୍ବା ଥିଲା । ମୁହଁରେ ତା’ର ଗମ୍ଭୀରତା ରହିଥିଲା । ଦେହରେ ଥିଲା ଅଦ୍ଭୁତ ପୋଷାକ । ଧୀରେ ଧୀରେ ପିଲାଟି ଖେଳୁଥିବା ପିଲାଙ୍କ ଆଡ଼କୁ ଆଗେଇ ଆସିଲା । ତା’ର ଅଦ୍ଭୁତ ଚେହେରା ଓ ଅସମ୍ଭବ ପୋଷାକପତ୍ର ଦେଖୁ ପିଲାମାନେ ଡରିଗଲେ ।

ଅଭୁତ ପିଲାଟିକୁ ଦେଖ୍ ପିଲାମାନେ ଭୂତ ବୋଲ ଭାବିଲେ । ପ୍ରଥମେ ଶିଳା ‘ଭୂତ’ ବୋଲି ଚିତ୍କାର କରି ପଳାଇବାକୁ ଉଦ୍ୟତ ହେଲା । ଶିଳାକୁ ଅଟକାଇଲା ରୂପା । ବୁଝାଇ କହିଲା, ଡରିବାର କୌଣସି କାରଣ ନାହିଁ । ଦିନବେଳେ ଭୂତ ଆସିବା ସମ୍ଭବ ନୁହେଁ । ମାତ୍ର ଜୟନ୍ତୀ ରୂପା କଥାକୁ ବିଶ୍ୱାସ କଲା । ସେ କହିଲା ଯେ ତା’ର ବୁଢ଼ୀମାଆ କହୁଥିଲା, ‘ଏହି ଗାଁ ମୁଣ୍ଡ ଆମ୍ବତୋଟାରେ ଦିନବେଳେ ବି ଭୂତ ବାହାରେ। ପୁନଶ୍ଚ ସୀମା ମଧ୍ୟ ଅନୁରୂପ ମତାମତ ଦେଇକହିଲା, ତା’ ଜେଜେମା’ କହୁଥିଲେ, ପିଲାଦିନେ ସେ ଏହି ସ୍ଥାନରେ ଗୋଟିଏ ଭୂତ ଦେଖୁଥିଲେ। ତା’ ମୁଣ୍ଡ ଦେହ ତୁଳନାରେ ବଡ଼ ଥିଲା । ଆଖୁ ଦୁଇଟି ଜଳିଲା ଭଳି ଦେଖାଯାଉଥିଲା । ସେ ଜେଜେମା’ଙ୍କୁ କାମୁଡ଼ିବାକୁ ଗୋଡ଼ାଇଥିଲା । ଏହି ଭୂତ ମଧ୍ୟ ସେମାନକୁ ଗୋଡ଼ାଇ କାମୁଡ଼ିବ । ତେଣୁ ଯେତେଶୀଘ୍ର ଏଠାରୁ ଚାଲିଯିବାକୁ ହେବ । ସେ ମଧ୍ୟ ପଳାଇବାକୁ ଉଦ୍ୟତ ହେଲାବେଳେ, ତାକୁ ରୂପା ଅଟକାଇଛି । ଶିଳା, ଜୟନ୍ତୀ ଓ ସୀମା ଅଦ୍‌ଭୂତ ପିଲାଟିକୁ ଭୂତ ବୋଲି ଚିନ୍ତାକରି ଡରିଯାଇଥିଲେ । ମାତ୍ର ରୂପା ସେମାନଙ୍କୁ ଅଟକାଇଛି ।

ବୁଝାଇ କହିଛି, ବଡ଼ମାନେ ଆମ ମନରେ ଭୟ ସୃଷ୍ଟି କରିବାପାଇଁ ଏଭଳି ମନଗଢ଼ା ଗପସବୁ କହିଥା’ନ୍ତି । ସେହି ଗପରେ କୌଣସି ସତ୍ୟତା ନାହିଁ । ପ୍ରକୃତରେ ଦୁନିଆରେ ଭୂତ ଫୁତ କିଛି ନାହାନ୍ତି । ଆମ ଆଗରେ ଥ‌ିବା ଅଦ୍ଭୁତ ପିଲାଟି ହୁଏତ ଆମ ଅଞ୍ଚଳର ପିଲା ନୁହେଁ। ଅନ୍ୟ କେଉଁ ସହରରୁ ସେ ଆସିଛି । ତେଣୁ ଆମେ ତା’ ସହିତ କଥାହେଲେ ସବୁକଥା ଜଣାପଡ଼ିବ । ଏତେ ବୁଝାଇ କହିଲେ ମଧ୍ୟ ଶିଳା ପୁଣି ଡରିଛି । କାଳେ ଆମକୁ ଅଦ୍ଭୁତ ପିଲାଟି କାମୁଡ଼ିଦେବ, ସେଥ‌ିପାଇଁ ପଳାଇଯିବାକୁ ବାହାରିଛି । ଶିଳାକୁ ବୁଝାଇ ସୁଝାଇ କୌଣସି ପ୍ରକାରେ ରୂପା ଅଟକାଇଛି । ପିଲାଟି ତାଙ୍କୁ କଟମଟ କରି ଚାହିଁଥ‌ିବାରୁ, ଏ ନିଶ୍ଚୟ ଭୂତ ବୋଲି ସୀମା କହିଛି । ସେମାନେ ରୂପାକୁ ଠେଲି ପଳାଇଯିବାକୁ ଉଦ୍ୟତ ହୋଇଛନ୍ତି ।

ପିଲାଙ୍କର ଏଭଳି ବ୍ୟବହାର ଦେଖୁ ଅଦ୍ଭୁତ ପିଲାଟି ସେମାନଙ୍କୁ ଆଦେଶ ଦେଲାଭଳି ରହିବାକୁ କହିଛି । ସେମାନଙ୍କୁ ପାଖକୁ ଡାକିଛି । ନଚେତ୍ ସେମାନଙ୍କୁ ଦଣ୍ଡ ମିଳିବ ବୋଲି କହିଛି । ଅଦ୍ଭୁତ ପିଲାଟିର ଏଭଳି କଥା ଶୁଣି, ସୀମା ଆହୁରି ଛାନିଆ ହୋଇଯାଇଛି । ପିଲାଟିକୁ ସହରୀ ଭୂତ ବୋଲି ମନେକରିଛି । ତା’ ବିଚାରରେ ଗାଉଁଲି ଭୂତଠାରୁ ସହରୀ ଭୂତ ଆହୁରି ଭୟଙ୍କର । ସୀମାର ଏଭଳି କଥା ଶୁଣି ଅଦ୍ଭୁତ ପିଲାଟି ହସଉଠିଛି । ପିଲାଟିର ହସ ଶୁଣି, ସମସ୍ତେ ଭୟରେ କାନ୍ଦି ପକାଉଛନ୍ତି । ଅଦ୍ଭୁତ ପିଲାଟି ତାଙ୍କୁ ଚୁପ୍ ହେବାକୁ କହିଛି । ସେ ଶୁଣିଥିଲା ଗାଉଁଲି ପିଲାମାନେ ବଡ଼ ଦୟାଳୁ, ତାହା ସତ ବୋଲି କହିଛି ।

ଶିଳା, ସୀମା, ଜୟନ୍ତୀ ଭୟଭୀତ ହେଲେ ମଧ୍ୟ ରୂପା କୌଣସି ପ୍ରକାର ଭୟ କରିନାହିଁ । ସେ ସାହସ ସଞ୍ଚୟ କରି ଅଦ୍ଭୁତ ପିଲାକୁ ପ୍ରତ୍ୟୁତ୍ତର ଦେଇ କହିଛି, ଆମେ ପ୍ରକୃତରେ ଭୟାଳୁ ନୋହୁଁ । ବରଂ ତୁମର ଯେଭଳି ରୂପ ହୋଇଛି, ସେଭଳି ରୂପ ଆମ ପାଇଁ ନୂଆ । ତେଣୁ ତୁମକୁ ଯେ କେହି ଦେଖ‌ିଲେ ଡରିଯିବ । ରୂପା କଥା ଶୁଣି ଅଦ୍ଭୁତ ପିନ୍ଦା, ସଫେଇ ଦେଲାଭଳି କହିଛି, ତା’ହେଲେ ସେ କ’ଣ ଅସୁନ୍ଦର । ରୂପା ଉତ୍ତର ଦେଇ କହିଛି, ‘ତୁମେ ଅସୁନ୍ଦର ନୁହଁ ବରଂ ଅଦ୍ଭୁତ । ଯାହା ଆମ ପାଇଁ ଅପରିଚିତ, ଆମେ ଆଗରୁ କେବେ ଦେଖୁ ନଥୁଲୁ, ଠିକ୍ ସେହିଭଳି ଚେହେରା ।

ପ୍ରସଙ୍ଗକ୍ରମେ ସମସ୍ତେ ସହଜ ସରଳ ହେବାକୁ ଚେଷ୍ଟା କରିଛନ୍ତି । ଅଦ୍ଭୁତ ପିଲାଟି ନିଜର ପରିଚୟ ଦେଇ କହିଛି, ସେ ମଧ୍ୟ ତାଙ୍କ ପରି ଗୋଟିଏ ପିଲା । ଅଦ୍ଭୁତ ପିଲାର କଥା ଶୁଣି, ରୂପା ତା’ର ସାଥୀପିଲାଙ୍କ ମନରୁ ଭୟ ଦୂରେଇ ଦେବାକୁ ଚେଷ୍ଟା କରିଛି । ଅଦ୍ଭୁତ ପିଲାର ପାଖକୁ ଯିବାକୁ ସମସ୍ତଙ୍କୁ କହିଛି । ଅଦ୍ଭୁତ ପିଲା ମଧ୍ୟ ଅତି ଆଦରରେ ସମସ୍ତଙ୍କୁ ଆହ୍ଵାନ କରିଛି । ସେ କେବଳ ତାଙ୍କଭଳି ପିଲାଙ୍କ ସହିତ ମିଶିବାକୁ ଆସିଛି ବୋଲି କହିଛି । ତଥାପି ସମସ୍ତେ ଡରି ଡରି ତା’ ପାଖକୁ ଯାଇଛନ୍ତି ।

ପିଲାଟି ଆମେରିକାରୁ ସେମାନଙ୍କ ପାଖକୁ ଆସିଥିବା କଥା କହିଛି । ରୂପା ତାକୁ ତା’ ନାଁ କ’ଣ ବୋଲି ପଚାରିବାରୁ, ସେ କିଛି ବୁଝିପାରି ନାହିଁ । କାରଣ ନାଁ ସମ୍ବନ୍ଧରେ ତାକୁ କିଛି ଜଣା ନାହିଁ । ଆମ ସମାଜରେ, ଆମ ଚଳଣିରେ ଯେପରି ଥାଏ, ସେହିଭଳି ତା’ ନାଁ କ’ଣ ବୋଲି ରୂପା ପଚାରିଛି । ରୂପା କଥାକୁ କିଛି ପରିମାଣରେ ବୁଝିପାରିଛି ଅଦ୍ଭୁତ ପିଲା । ସେ କହିଛି, ମୋର ତୁମମାନଙ୍କ ଭଳି କୌଣସି ନାଁ ନାହିଁ । ବରଂ ମୋର ସୃଷ୍ଟିକର୍ତ୍ତା ପରିମାଣରେ ବୁଝିପାରିଛି ଅଦ୍ଭୁତ ପିଲା । ସେ କହିଛି, ମୋର ତୁମମାନଙ୍କ ଭଳି କୌଣସି ନାଁ ନାହିଁ । ବରଂ ମୋର ସୃଷ୍ଟିକର୍ତ୍ତା ମୋତେ ‘ଚାପ୍ ୱାନ୍’ ବୋଲି ଡାକନ୍ତି। ଅଦ୍ଭୁତ ପିଲା ନିଜର ସୃଷ୍ଟି ସଂପର୍କରେ ପରିଚୟ ଦେବାକୁ ଯାଇ କହିଛି, ‘ମୋର ସୃଷ୍ଟିକର୍ତ୍ତା, ମୋ ଭଳି ଶହେଟି ପିଲାଙ୍କୁ ସୃଷ୍ଟି କରିଛନ୍ତି । ସମସ୍ତଙ୍କୁ ସେ ଚାପ୍ ୱାନ୍, ଚାପ୍ ଟୁ, ଚାପ୍ ଥ୍ ବୋଲି ଡାକିଥା’ନ୍ତି ।

ଅଭୁତ ପିଲାକୁ ଯିଏ ସୃଷ୍ଟି କରିଛନ୍ତି, ରୂପା ତାଙ୍କୁ ତାହାର ବାପା ମା’ ବୋଲି କହିଛି । ଅଦ୍ଭୁତ ପିଲାଟି ବାପ ମା’ କ’ଣ ବୋଲି ପ୍ରଶ୍ନ କରିଛି । କାରଣ ବାପା ମା’ କାହାକୁ କହନ୍ତି ସେ ତାହା ଜାଣିପାରି ନାହିଁ । ପିଲାଟିକୁ ବୁଝାଇବାକୁ ଯାଇ ରୂପା ବାପା ମା’ଙ୍କ ବଦଳରେ ଫାଦର ଓ ମଦର ବୋଲି କହିଛି । ଏଥର ପିଲାଟି ବାପା ମା’ଙ୍କ ଅର୍ଥ ବୁଝିପାରିଛି । ନିଜେ ସ୍ବୀକାର କରିଛି, ବାପା ମା’ କ’ଣ ସେ ବୁଝେ ନାହିଁ । ତା’ର ସୃଷ୍ଟିକର୍ତ୍ତା ତାହାକୁ ଗୋଟିଏ ଗ୍ଲାସ୍ ଗ୍ଲୋବ୍ ଭିତରେ ରଖ୍, ଆପେ ଆପେ ବଢ଼ାଇଛନ୍ତି । ରୂପା ଅଦ୍ଭୁତ ପିଲାଟିକୁ କ୍ଲୋନିଂ ଶିଶୁ ବୋଲି ଜାଣିପାରିଛି । କିନ୍ତୁ ଅଦ୍ଭୁତ ପିଲାଟି କ୍ଲୋନିଂ ଶିଶୁ ନଥିଲା । ସେ ବରଂ ଗୋଟିଏ ସ୍ୱତନ୍ତ୍ର ଜିନ୍‌ରୁ ସୃଷ୍ଟି ହୋଇଥିବା କଥା ସ୍ୱୀକାର କରିଛି । ସାଧାରଣ ପିଲାଙ୍କଠାରେ ଥ‌ିବା ଗୁଣପିଣ୍ଡଠାରୁ ତାହାର ଗୁଣପିଣ୍ଡ ସଂପୂର୍ଣ୍ଣ ସ୍ବତନ୍ତ୍ର ବୋଲି ଅଦ୍ଭୁତ ପିଲାଟି କହିଛି ।

ଏହିଭଳି କଥୋପକଥନ ପରେ, ରୂପା ଅଦ୍ଭୁତ ପିଲାଟିକୁ ତାହାର ଆଗମନର କାରଣ ସମ୍ବନ୍ଧରେ ପଚାରିଛି । ପିଲାଟି କହିଛି, ସେ ଏଠାକୁ ଆପେ ଆପେ ଆସିନାହିଁ । ବରଂ ଏଠାକୁ ତାହାକୁ ପଠାଯାଇଛି । ତା’ର ଜନ୍ମଦାତା ଏହିଭଳି ଶହେଟି ପିଲାଙ୍କୁ ସୃଷ୍ଟିକରି, ପୃଥ‌ିବୀର ବିଭିନ୍ନ ସ୍ଥାନକୁ ପଠାଇଛନ୍ତି । ପୃଥ‌ିବୀର ପିଲାମାନଙ୍କୁ ସ୍ୱପ୍ନ ଦୁନିଆରୁ ବାସ୍ତବ ଦୁନିଆକୁ ନେଇଯିବାପାଇଁ ତାକୁ କହିଛନ୍ତି ।

ଅଦ୍ଭୁତ ପିଲାର କଥା ଶୁଣି, ରୂପା ଠିକ୍ ରୂପେ କିଛି ବୁଝିପାରି ନାହିଁ । ବାସ୍ତବ ଦୁନିଆ କ’ଣ ବୋଲି ସେ ଜାଣିପାରି ନାହିଁ । ରୂପାର ସନ୍ଦେହ ଦୂର କରିବାପାଇଁ ଅଦ୍ଭୁତ ପିଲାଟି କହିଛି, ଯେଉଁଠାରେ ସ୍ଵପ୍ନ ନଥ‌ିବ, ଥ‌ିବ ବାସ୍ତବତା, ଯେଉଁଠି ସାହିତ୍ୟ ନଥ‌ିବ କେବଳ ଥୁବ ବିଜ୍ଞାନ, ଏହିଭଳି ସ୍ଥାନକୁ କୁହାଯିବ ବାସ୍ତବ ଦୁନିଆ । ଅଦ୍ଭୁତ ପିଲାର ଏଭଳି କଥାକୁ ରୂପା ଠିକ୍ ରୂପେ ବୁଝିପାରି ନାହିଁ । ସାହିତ୍ୟ ବିନା ବିଜ୍ଞାନ, ସ୍ୱପ୍ନ ବିନା ବାସ୍ତବତା ସମ୍ଭବ ନୁହେଁ ସେ ଅଦ୍ଭୁତ ପିଲାକୁ ବୁଝାଇବାକୁ ଚେଷ୍ଟାକରିଛି । କିନ୍ତୁ ଅଦ୍ଭୁତ ପିଲାଟି କହିଛି, ସାଧାରଣ ପିଲାମାନେ ଯେ କେବଳ ସ୍ଵପ୍ନକୁ ନେଇ ବଞ୍ଚିରହନ୍ତି । କାରଣ ସେମାନେ ପାଠ ପଢ଼ନ୍ତି । ଭବିଷ୍ୟତରେ କଲେକ୍ଟର, ଇଞ୍ଜିନିୟର ଓ ଡାକ୍ତର ହେବାର ସ୍ବପ୍ନ ଦେଖନ୍ତି । ସବୁବେଳେ ହୁଏତ ସେମାନଙ୍କ ସ୍ୱପ୍ନ ସଫଳ ହୋଇପାରେ ନାହିଁ । ତଥାପି ସେମାନେ ସେହି ସ୍ବପ୍ତିଳ ଭବିଷ୍ୟତକୁ ନେଇ ବଞ୍ଚିବାକୁ ଚେଷ୍ଟା କରିଥା’ନ୍ତି ।

ଅଦ୍ଭୁତ ପିଲା ଥିଲା ଅସାଧାରଣ ଧୀସମ୍ପନ୍ନ । ଶିଳା, ସୀମା, ରୂପା, ଜୟନ୍ତୀ ଯେଉଁ ସ୍ଵପ୍ନ ଦେଖୁଛନ୍ତି, ଭବିଷ୍ୟତରେ ଯାହା ହେବାପାଇଁ ଇଚ୍ଛା କରିଛନ୍ତି, ସେମାନେ ତାହା ହୋଇପାରିବେ ନାହିଁ ବୋଲି ଅଦ୍ଭୁତ ପିଲାଟି କହିଛି । ଅଦ୍ଭୁତ ପିଲାର ଚିନ୍ତାଧାରା ହେଉଛି ଏଭଳି କଲେକ୍ଟର, ଇଞ୍ଜିନିୟର, ଡାକ୍ତର ହେବାର କୌଣସି ମୂଲ୍ୟ ନାହିଁ । ସେ ହେଉଛି ଟେଣ୍ଟି ସେକେଣ୍ଡ ସେଞ୍ଚୁରୀର ପିଲା । ଟେଣ୍ଟି ସେକେଣ୍ଡ ସେଞ୍ଚୁରୀ ବେଳକୁ ସବୁପିଲା ତାଙ୍କ ପରି ବାସ୍ତବତାକୁ ନେଇ ବଞ୍ଚିବାକୁ ଚାହିଁବେ । ଅଦ୍ଭୁତ ପିଲାର କଥା ଶୁଣି ସୀମା କହିଛି, ତା’ହେଲେ ଜ’ଣ ଦ୍ୱାବିଂଶ ଶତାବ୍ଦୀବେଳକୁ ଏ ଦୁନିଆର ସବୁପିଲା ଭୂତ ହୋଇଯିବେ।

ଅଦ୍ଭୁତ ପିଲା ନିଜେ ସ୍ୱୀକାର କରିଛି, ସେ ପ୍ରକୃତରେ ଭୂତ ନୁହେଁ । ସେ ଅନ୍ୟମାନଙ୍କ ପରି ମଣିଷ ପିଲା । ହେଲେ ଜ୍ଞାନବିଜ୍ଞାନ, ବୁଦ୍ଧି-କୌଶଳ, ରୂପ ଓ ପୋଷାକରେ ସେ ବହୁତ ଆଗରେ । କାରଣ ସାଧାରଣ ପିଲା ହିସାବରେ ସେମାନେ ହୁଏତ ଡାକ୍ତର ହେବାର ସ୍ଵପ୍ନ ଦେଖନ୍ତି । ମାତ୍ର ଅଦ୍ଭୁତ ପିଲା ଡାକ୍ତର ନ ହୋଇବି ଗୋଟିଏ ମିନିଟ୍‌ରେ ରୋଗକୁ ଭଲକରି ଦେଇପାରିବ । ଇଞ୍ଜିନିୟର ନ ହୋଇ ବି ବିନା ପିଲାରରେ ଶହ ଶହ ମାଇଲ ବ୍ରିଜ୍ ତିଆରି କରିଦେଇ ପାରିବ । କଲେକ୍ଟର ନ ହୋଇ ବି ଏକୁଟିଆ ଗୋଟିଏ ଦେଶକୁ ଶାସନ କରିପାରିବ ।

ଜୟନ୍ତୀ, ସୀମା, ରୂପା ଆଦି ପିଲାମାନେ ଅଦ୍ଭୁତ ପିଲାର କଥାକୁ ବିଶ୍ୱାସ କରିନାହାଁନ୍ତି । ଏଇଟା ଗାଲୁମାରୁଛି ବୋଲି ଭାବିଛନ୍ତି । ଅଦ୍ଭୁତ ପିଲା ନିଜ କଥାର ସତ୍ୟାସତ୍ୟ ପ୍ରମାଣ କରିବାକୁ ଚାହିଁଛି । କାହାର କିଛି ରୋଗ ହୋଇଥିଲେ ସଙ୍ଗେ ସଙ୍ଗେ ଭଲ କରିଦେବ ବୋଲି କହିଛି। ଶିଳା ତା’ ହାତରେ ଥ‌ିବା ଘା’ଟି ଜମା ଶୁଖୁନାହିଁ ବୋଲି କହିଛି । ପ୍ରତିକାର କରିବାକୁ ଯାଇ ଅଦ୍ଭୁତ ପିଲାଟି ପକେଟରୁ ଔଷଧ ବାହାର କରି ଶିଳା ହାତରେ ଲଗେଇଛି । ଶିଳାର ଘା’ ମଧ୍ଯ ସଙ୍ଗେ ସଙ୍ଗେ ଭଲ ହୋଇଯାଇଛି । ଏଥର ସମସ୍ତେ ଅଦ୍ଭୁତ ପିଲାର କଥାକୁ ବିଶ୍ଵାସ କରିଛନ୍ତି । ଅଭୁତ ପିଲାଭଳି ଅସମ୍ଭବ ବୁଦ୍ଧିମାନ ହେବାକୁ ସମସ୍ତ ପିଲା ଇଚ୍ଛା କରିଛନ୍ତି । ଅଦ୍ଭୁତ ପିଲା ତା’ ସହିତ ଯିବାକୁ କହିବାରୁ ସମସ୍ତେ ତା’ ସହିତ ଯିବାକୁ ରାଜି ହୋଇ ଯାଇଛନ୍ତି । ଅଦ୍ଭୁତ ପିଲାଟି କହିଛି, ଦେହର ଗୁଣପିଣ୍ଡକୁ ବଦଳାଇ ଦେଇ ସ୍ବତନ୍ତ୍ର ଗୁଣପିଣ୍ଡ ଭରିଦେଲେ, ପିଲା ବୁଦ୍ଧିମାନ ହୋଇଯିବ । ପାଠ ନପଢ଼ି ମଧ୍ୟ ସବୁବିଦ୍ୟାର ଅଧିକାରୀ ହୋଇପାରିବ । ବିନା ପରିଶ୍ରମରେ ବିଜ୍ଞାନ ଜାଣିପାରିବ ।

ଅଦ୍ଭୁତ ପିଲାର କଥାରେ ପ୍ରଭାବିତ ହୋଇଛି ସୀମା । ସେ ତା’ ସହିତ ଯିବାକୁ ରାଜି ହୋଇଛି । ଯିବାପାଇଁ ବାହାରି ପଡ଼ିଛି । ମାତ୍ର ସୀମାକୁ ବାରଣ କରିଛି ରୂପା । ଅସମ୍ଭବକୁ ସମ୍ଭବ କରିବା ଅର୍ଥ ବିପଦକୁ ଡାକି ଆଣିବା ବୋଲି କହିଛି । ଅଦ୍ଭୁତ ପିଲାଟି କହିଛି ଯେ ଏହା ଅସମ୍ଭବ ନୁହେଁ । ସେମାନେ ଯାହା ଚାହିଁବେ, ତାହା କରିଦେଇ ପାରିବେ । ସେମାନେ ନୂତନ ସମାଜ ଗଢ଼ିବାକୁ ଚେଷ୍ଟାକରିବେ । ଯେଉଁଠାରେ ସମସ୍ତେ ସମାନ ହେବେ । କେହି କାହା ଅଧୀନରେ ରହିବାପାଇଁ ପଡ଼ିବ ନାହିଁ । ସମସ୍ତେ ଏଥର ଅଦ୍ଭୁତ ପିଲାର କଥାରେ ରାଜି ହୋଇଛିନ୍ତି। ସମସ୍ତେ ଯିବାପାଇଁ ବାହାରିଛନ୍ତି । ମାତ୍ର ରୂପା ସେମାନଙ୍କୁ ବାରଣ କରିଛି ।

ରୂପା ସମସ୍ତଙ୍କୁ ବୁଝାଇବା ସହିତ ଅଦ୍ଭୁତ ପିଲାକୁ କେତେକ ପ୍ରଶ୍ନ ପଚାରିଛି, ଯେଉଁ ପ୍ରଶ୍ନର କୌଣସି ଉତ୍ତର ତା’ପାଖରେ ନାହିଁ । ରୂପା ମତରେ ସମସ୍ତେ ହୁଏତ ଅଦ୍ଭୁତ ପିଲା ଭଳି ବୁଦ୍ଧିମାନ ହୋଇଯିବେ, ହେଲେ ସେମାନଙ୍କଠାରେ ଜୀବନର ସ୍ଵାଭାବିକତା ନଥବ । ସେମାନେ କେବେହେଲେ ସୁଖରେ ହସି ପାରିବେ ନାହିଁ କିମ୍ବା ଦୁଃଖରେ କାନ୍ଦି ପାରିବେ ନାହିଁ । କାରଣ ଅଦ୍ଭୁତ ପିଲା ଜୀବନରେ ହସ କ’ଣ ଜାଣେ ନାହିଁ । କାନ୍ଦକୁ ସେ ଘୃଣାକରେ । ଜୀବନରେ ସ୍ନେହ-ଭକ୍ତି, ହସ-କାନ୍ଦ, ସୁଖ- ଦୁଃଖ ଏସବୁ ତା’ପାଖରେ ମୂଲ୍ୟହୀନ ବୋଲି ଅଦ୍ଭୁତ ପିଲା ସ୍ଵୀକାର କରିଛି । ମାତ୍ର ରୂପା ଅଦ୍ଭୁତ ପିଲାକୁ ବୁଝାଇବାକୁ ଚେଷ୍ଟାକରିଛି । ଜୀବନରେ ଉପରୋକ୍ତ ଅନୁଭବ ରହିଥିବାରୁ ମଣିଷ ସବୁପ୍ରାଣୀ ଭିତରେ ଶ୍ରେଷ୍ଠ ବୋଲି ବିବେଚିତ ହୋଇଛି ।

ଅଭୁତ ପିଲା ଯୁକ୍ତି ଛଳରେ କହିଛି, ମଣିଷ କେବଳ ନିଜର କାର୍ଯ୍ୟ ଓ ବୁଦ୍ଧିମତ୍ତା ଯୋଗୁଁ ଅନ୍ୟାନ୍ୟ ପ୍ରାଣୀଙ୍କଠାରୁ ଭିନ୍ନ ହୋଇଛି । ଅଦ୍ଭୁତ ପିଲାର ଅଦ୍ଭୁତ ଯୁକ୍ତିରେ ରୂପା ହସିଛି । ବୁଝାଇ କହିଛି, ଯେହେତୁ ଅଦ୍ଭୁତ ପିଲା ଜୀବନରେ ବାପା ମା’ କ’ଣ ଜାଣି ନାହିଁ, ଭାଇ ଭଉଣୀ କ’ଣ ଜାଣିନି, ସାଙ୍ଗସାଥୀ କ’ଣ ଜାଣିନି, ତେଣୁ ମଣିଷ ଜୀବନରେ ସ୍ନେହ, ଭକ୍ତି ଓ ଭଲ ପାଇବାର ମୂଲ୍ୟ କେତେ, ସେ ତାହା ବୁଝିପାରିବ ନାହିଁ । ରୂପା କଥାକୁ ଠିକରୂପେ ଅଦ୍ଭୁତ ପିଲା ବୁଝିବାକୁ ଚେଷ୍ଟା କରିନାହିଁ । ବରଂ ଯୁକ୍ତି ଛଳରେ କହିଛି, ସେ ତା’ର ସୃଷ୍ଟି କର୍ତାଙ୍କଠାରୁ ଶୁଣିଛି ଯେ ମଣିଷ ଜୀବନରେ ସ୍ନେହ, ଭକ୍ତି, ଭଲ ପାଇବା ଥୁବାରୁ, ମଣିଷ ଦୁଃଖ ଭୋଗକରୁଛି । ଏଣୁ ସବୁ ଭୁଲିଯାଇ ତା’ପରି ହୋଇଯିବାକୁ ସେ ପିଲାମାନଙ୍କୁ କହିଛି ।

ରୂପା ମଣିଷ ଜୀବନର ବାସ୍ତବ ମୂଲ୍ୟବୋଧକୁ ପ୍ରକାଶ କରିଛି । ସେ କହିଛି, ମଣିଷ ସବୁବେଳେ ସ୍ବପ୍ନ ଦେଖୁଥ‌ିବାରୁ, ଏ ଦୁନିଆରେ ସେ ବଞ୍ଚିରହିଛି । ହଜାର ହଜାର ବର୍ଷରୁ ଏ ଦୁନିଆରେ ବାପା-ମା’, ଭଇ-ଭଉଣୀ, ସୁଖ-ଦୁଃଖ ସବୁକିଛି ରହିଆସିଛି ଏବଂ ଏସବୁ ଭବିଷ୍ୟତରେ ମଧ୍ୟ ରହିଥ‌ିବ । ସେହି ସମ୍ପର୍କ ଓ ଅନୁଭବ ଭିତରେ ସମସ୍ତେ ବଞ୍ଚୁରହିବେ ଓ ଆଗେଇବାକୁ ଚେଷ୍ଟାକରିବେ । ‘କାରଣ ସେମାନେ ହେଉଛନ୍ତି ଧରଣୀ ବୁକୁର ଶିଶୁ । ଅଦ୍ଭୁତ ପିଲା ପରି ଯନ୍ତ୍ର ନୁହଁନ୍ତି । ମାତ୍ର ଅଦ୍ଭୁତ ପିଲା ନିଜକୁ ଯନ୍ତ୍ର ବୋଲି ସ୍ବୀକାର କରିବାକୁ ପ୍ରସ୍ତୁତ ହୋଇନାହିଁ । ରୂପା ଅଦ୍ଭୁତ ପିଲାକୁ ବୁଝାଇବାକୁ ଯାଇ କହିଛି, ମଣିଷ କେବଳ ବୁଦ୍ଧିମାନ ହୋଇଗଲେ ସବୁକିଛି ପାଇଯାଏ ନାହିଁ । ବରଂ ମଣିଷଠାରେ ମାନବିକ ଗୁଣର ଆବଶ୍ୟକତା ରହିଛି । ସ୍ନେହ-ଭକ୍ତି, ସୁଖ-ଦୁଃଖ, ସତ୍ୟ-ଶାନ୍ତି, ଦୟା-କ୍ଷମା ଭଳି ମାନବିକ ଗୁଣରେ ତା’ ହୃଦୟ ପୂର୍ଣ ହୋଇଯିବା ଉଚିତ । ଯେଉଁଦିନ ଅଦ୍ଭୁତ ପିଲା, ତା’ର ସୃଷ୍ଟିକର୍ତ୍ତାଠାରୁ ଏହିସବୁ ଗୁଣକୁ ଆଣିପାରିବ, ସେଦିନ ସେ ଯନ୍ତ୍ରରୁ ମାନବ ଶିଶୁ ହୋଇଯିବ । ସମସ୍ତେ ତାକୁ ମାନବ ଶିଶୁ ବୋଲି ମାନିନେବେ ।

ଅଦ୍ଭୁତ ପିଲାଟି ସାଧାରଣ ପିଲାପରି ବଡ଼ମାନଙ୍କୁ ଭକ୍ତି କରିବାକୁ ଚାହିଁନାହିଁ, ବଡ଼ମାନଙ୍କର ଆଦେଶ ମାନିବାକୁ ଇଚ୍ଛା କରିନାହିଁ । ସାନମାନଙ୍କୁ ସ୍ନେହ କରିବା ଶିଖି ନାହିଁ; ମାତ୍ର ନିଜକୁ ମାନବ ଶିଶୁ ବୋଲି ଦାବି କରିଛି । ରୂପା ଅଦ୍ଭୁତ ପିଲାର କୌଣସି କଥାକୁ ଶୁଣିନାହିଁ । ଶେଷରେ ସେ କହିଛି, ଅଦ୍ଭୁତ ପିଲା କେବେହେଲେ ମାନବ ଶିଶୁ ନୁହେଁ । ସେ ହେଉଛି ଏକ ରୋର୍ବଟ୍ । ଏକ ମଣିଷ ତିଆରି ଯନ୍ତ୍ର । ରୂପାର ଏଭଳି କଥାରେ ଅଦ୍ଭୁତ ପିଲାଟି ବାଧ୍ୟହୋଇ ସେଠାରୁ ଉଭେଇ ଯାଇଛି । ଯେଉଁପରି ଅଭାବନୀୟ ଶବ୍ଦ ପ୍ରକାଶକରି ସେଠାକୁ ଆସିଥିଲା, ସେହିପରି ଶବ୍ଦକରି ସେଠାରୁ ଚାଲିଯାଇଛି । ପିଲାଟି ଉଭେଇ ଗଲାପରେ ସୀମା ବ୍ୟସ୍ତ ହୋଇପଡ଼ିଛି । ତା’ ବିଚାରରେ ସେହି ଅଦ୍ଭୁତ ପିଲା ତାଙ୍କୁ ଦୁଃଖ ଦୁନିଆରୁ ଦୂରେଇ ନେଇ ସୁଖ ଦୁନିଆରେ ପହଞ୍ଚାଇ ଦେଇଥା’ନ୍ତା । ସୀମାର ଏପରି ଭ୍ରମକୁ ଦୂରେଇ ଦେଇଛି ରୂପା । କାରଣ ସେହି

ଅଦ୍ଭୁତ ପିଲା ତାଙ୍କୁ ବାସ୍ତବ ଦୁନିଆରୁ ଦୂରେଇ ନେଇଥା’ନ୍ତା । ଏକ ଅବାସ୍ତବ ଦୁନିଆର ମଣିଷ କରିଦେଇଥା’ନ୍ତା । କାରଣ ସାହିତ୍ୟକୁ ଛାଡ଼ି, ସ୍ଵପ୍ନକୁ ଛାଡ଼ି ବଞ୍ଚିବା ସମ୍ଭବ ନୁହେଁ । କଠୋର ପରିଶ୍ରମ କରି ସେମାନେ ତାଙ୍କର ସ୍ୱପ୍ନକୁ ସାକାର କରିବେ । ବାପା ମା’, ଗୁରୁଜନଙ୍କ ମେଳରେ ସ୍ନେହ, ପ୍ରେମ, ଭଲ ପାଇବାକୁ ଆଦରି ନେଇ ସତ୍‌ପଥରେ ଜୀବନ ଗଢ଼ିବାକୁ ଚେଷ୍ଟା କରିବେ । କାରଣ ସେମାନେ ହେଉଛନ୍ତି ଧରଣୀ ବୁକୁର ଶିଶୁ । ସେମାନେ ଅମୃତର ସନ୍ତାନ । ଯନ୍ତ୍ରଭଳି ହେବାକୁ ସେମାନେ ଜନ୍ମହୋଇ ନାହାନ୍ତି । ବାସ୍ତବକୁ ଆଦରି ନେବାକୁ ସେମାନେ ଚାହିଁଛନ୍ତି । ସମସ୍ତେ ଖୁସି ହୋଇ ପୁଣି ରଜ ଦୋଳି ଗୀତ ଗାଇବା ପାଇଁ ଓ ଦୋଳି ଖେଳି ମଜା କରିବାପାଇଁ ଚାଲିଯାଇଛନ୍ତି ।

କଠିନ ଶବ୍ଦାର୍ଥ :

  • ଅଭାବନୀୟ – ଅଦ୍ଭୁତ ।
  • କଟମଟ କରି ଦେଖୁ – ରାଗିକରି ବଡ଼ ବଡ଼ ଆଖ୍ କରି ଚାହିଁବା
  • ଅସାଧ୍ଯ – ଯାହାକୁ ଭଲ କରିବା କଷ୍ଟ|ଯାହା ସାଧନାରୁ ବାହାରେ ।
  • ପିଲାର – ଖୁଣ୍ଟ/ଖମ୍ବ ।
  • ଗାଲୁ ମାରିବା – ମିଛ କହିବା ।
  • ମାନବିକତା – ମଣିଷପଣିଆ ।
  • ରୋବଟ୍ – ଯନ୍ତ୍ରମଣିଷ ।
  • ଅବାସ୍ତବ – ଯାହା ପ୍ରକୃତ ସତ୍ୟ ନୁହେଁ ।

CHSE Odisha Class 12 Odia Solutions Chapter 5 ବଡ଼ପଣ

Odisha State Board CHSE Odisha Class 12 Odia Solutions Chapter 5 ବଡ଼ପଣ Textbook Exercise Questions and Answers.

CHSE Odisha Class 12 Odia Chapter 5 ବଡ଼ପଣ Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
“କେଶରୀ ଔରସେ ତୁମ୍ଭେ ସିନା ଶ୍ଵାନ’’ – ଏହା କାହାକୁ କୁହାଯାଇଛି ?
(i) ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କୁ
(ii) ସାମନ୍ତ ଚନ୍ଦ୍ରଶେଖରଙ୍କୁ
(iii) ଇଂରେଜ ସାହେବମାନଙ୍କୁ
(iv) କବି ରାଧାନାଥଙ୍କୁ
Answer:
(i) ଦରବାରରେ ଯୋଗ ଦେଇଥିବା ରାଜାମାନଙ୍କୁ

Question ୨।
ବହ୍ନିଶିଖା ପରି ଉର୍ଦ୍ଧ୍ୱଗାମୀ କିଏ ଥିଲେ ?
(i) ସାମନ୍ତ ଚନ୍ଦ୍ରଶେଖର
(ii) ଉତ୍କଳର ଗଜପତି
(iii) ଉତ୍କଳର ସେନାପତି
(iv) ବକ୍ସି ଜଗବନ୍ଧୁ
Answer:
(ii) ଉତ୍କଳର ଗଜପତି

Question ୩ ।
କବି ରାଧାନାଥ ଦରବାରରେ ଯୋଗ ଦେଇଥ‌ିବା ରାଜାମାନଙ୍କର ପିତୃଗଣଙ୍କୁ ପରମ ଉଦାର ବୋଲି କାହିଁକି କହିଛନ୍ତି ?
(i) ସେମାନେ ସୁଶାସକ ଥିଲେ ।
(ii) ଶକ୍ତିଶାଳୀ ଯୋଦ୍ଧା ଥିଲେ ।
(iii) ରାଜ୍ୟକୁ ଏକ ପରିବାର ମନେ କରୁଥିଲେ ।
(iii) ରାଜ୍ୟକୁ ଏକ ପରିବାର ମନେ କରୁଥିଲେ ।
Answer:
(iii) ରାଜ୍ୟକୁ ଏକ ପରିବାର ମନେ କରୁଥିଲେ ।

Question ୪।
କବିଙ୍କ ସମୟର ରାଜା ଓ ପ୍ରଜାଙ୍କ ସମ୍ପର୍କ କିପରି ଥୁଲା ?
(i) ଶୁଆଶାରୀ ପରି
(ii) ବାଜ-ପାରା ପରି
(iii) ସିଂହ-ଶଶକ ପରି
(iv) ପିତା-ପୁତ୍ର ପରି
Answer:
(ii) ବାଜ-ପାରା ପରି

Question ୫ ।
ଦରବାରୀ ରାଜାମାନେ ପ୍ରଜାମାନଙ୍କୁ କିପରି ଭୟଭୀତ କରୁଥିଲେ ?
(i) ବେତମାଡ଼ ଦେଇ
(ii) କର ଆଦାୟ କରି
(iii) ବିଦେଶୀ ବନ୍ଧୁକ ଦେଖାଇ
(iv) ବନ୍ଦୀ କରି
Answer:
(iii) ବିଦେଶୀ ବନ୍ଧୁକ ଦେଖାଇ

Question ୬ ।
ଦରବାରରେ ଯୋଗ ଦେଇଥ‌ିବା ରାଜାମାନଙ୍କର ସର୍ବସ୍ଵ କ’ଣ ଥିଲା ?
(i) ଧନ ସକ୍ରିମଉ
(ii) ସୁନା
(iii) ଗନ୍ତାଘର
(iv) ସୈନ୍ୟସାମନ୍ତ
Answer:
(ii) ଗନ୍ତାଘର

CHSE Odisha Class 12 Odia Solutions Chapter 5 ବଡ଼ପଣ

Question ୭ ।
ଦୁଃଖୀରଙ୍କିଙ୍କୁ ଶୋଷଣ କରି ରାଜାମାନେ ବିଦେଶୀଙ୍କୁ କ’ଣ ଖୁଆଉଥିଲେ ?
(i) ଘିଅ ଅଟା
(iii) କୁକ୍କୁଟାଣ୍ଡ
(iii) କୁକ୍କୁଟାଣ୍ଡ
(iv) ଖୁଦକୁଣ୍ଡା
Answer:
(ii) ଛାଗମୁଣ୍ଡା

Question ୮ ।
ରାଜାମାନେ କିପରି ନିଜର ମାଲଖାନା ପୂର୍ଣ୍ଣ କରୁଥିଲେ ?
(i) ପ୍ରଜାମାନଙ୍କ ଧନ ଅପହରଣ କରି
(ii) ଜରିମାନା କରି
(iii) ବ୍ରିଟିଶ ସରକାରଙ୍କଠାରୁ କରଜ ଆଣି
(iv) ଭୂ-ସମ୍ପତ୍ତି ବିକ୍ରି କରି
Answer:
(ii) ଜରିମାନା କରି

Question ୯ ।
ଧନ ଅର୍ଜନର ସଫଳତା କେଉଁଠି ଥାଏ ?
(i) ଖାଇ ପିଇ ଆରାମ କରିବାରେ
(ii) ବିଳାସ ବ୍ୟସନରେ ବ୍ୟୟ କରିବାରେ
(iii) ସୁବ୍ୟୟରେ
(iv) ଅନ୍ୟକୁ ଦାନ କରିବାରେ
Answer:
(iii) ସୁବ୍ୟୟରେ

Question ୧୦ ।
ବିଶ୍ଵବିଜୟୀ ଆଲେକ୍‌ଜାଣ୍ଡର ସମୁଦ୍ର କୂଳରେ ପହଞ୍ଚ୍ କାହିଁକି କାନ୍ଦି ପକାଇଥିଲେ ?
(i) ଯୁଦ୍ଧ କରି କ୍ଲାନ୍ତ ହୋଇ ଯାଇଥିବାରୁ
(ii) ଜୟ କରିବାକୁ ଆଉ ରାଜ୍ୟ ନ ଥ‌ିବାରୁ
(iii) ପୁରୁଙ୍କ ସହିତ ହାରି ଯିବାରୁ
(iv) ରୋଗଗ୍ରସ୍ତ ହୋଇ ଯାଇଥିବାରୁ
Answer:
(ii) ଜୟ କରିବାକୁ ଆଉ ରାଜ୍ୟ ନଥିବାରୁ

Question ୧୧।
‘‘ଆସିଥିଲି ଫେରିଗଲି ଶୂନ୍ୟହସ୍ତେ’’ – ଉକ୍ତିଟି କାହାର ?
(i) ଉତ୍କଳର ଗଜପତି
(ii) ବିଶ୍ଵବିଜୟୀ ଆଲେକ୍‌ଜାଣ୍ଡର
(iii) ସାମନ୍ତ ଚନ୍ଦ୍ରଶେଖର
(iv) ଜଣେ ସାଧାରଣ ପ୍ରଜାର
Answer:
(ii) ବିଶ୍ଵବିଜୟୀ ଆଲେକ୍‌ଜାଣ୍ଡର

Question ୧୨ ।
ଭଙ୍ଗା ମାଠିଆରୁ ପାଣି ବୋହିଯିବା ପରି ମଣିଷ ଜୀବନରୁ କ’ଣ ସରିଯାଏ ?
(i) ବଳ
(ii) ଆୟୁ
(iii) ଧନ
(iv) ଯୌବନ
Answer:
(ii) ଆୟୁ

Question ୧୩ ।
ମୃତ୍ୟୁ ବହୁ ଦୂରରେ ଅଛି ବୋଲି ମନେକରି ଯିଏ ହସୁଥାଏ ତା’ର କିପରି ଗତି ଘଟେ ?
(i) ହସି ହସି ମୃତ୍ୟୁ ତା’ ପଛରେ ଆସି ବସିଯାଏ ।
(ii) ତା’ ଜୀବନ ଦୀର୍ଘସ୍ଥାୟୀ ହୋଇଯାଏ ।
(iii) ମୃତ୍ୟୁ ଭୟ ଲୋପ ପାଇଯାଏ ।
(iv) ଆନନ୍ଦରେ ରହେ ।
Answer:
(i) ହସି ହସି ମୃତ୍ୟୁ ତା’ ପଛରେ ଆସି ବସିଯାଏ ।

Question ୧୪ ।
ଆୟୁ ବଢ଼ିଗଲେ ଜୀବନରେ ମାୟାର ପ୍ରଭାବ କିପରି ହୁଏ ବୋଲି କବି କହିଛନ୍ତି ?
(i) ଛାୟା ପରି ବଢ଼ିଯାଏ
(ii) ବ୍ୟକ୍ତି ନିର୍ଲିପ୍ତ ହୋଇଯାଏ
(iii) ମାୟାର ଆକର୍ଷଣ ରହେନାହିଁ
(iv) ମାୟା କମିଯାଏ
Answer:
(i) ଛାୟା ପରି ବଢ଼ିଯାଏ

Question ୧୫ ।
ବିଧାତା ଧର୍ମ ରୂପକ ପୋତ ଗଢ଼ିଛନ୍ତି କାହିଁକି ?
(i) ସଂସାର ବାରିସ୍‌କୁ ଅତିକ୍ରମ କରିବାପାଇଁ ।
(ii) ଧର୍ମହୀନ ବ୍ୟକ୍ତିକୁ ଧର୍ମ ସମ୍ପର୍କରେ ସଚେତନ କରିବାପାଇଁ ।
(iii) ଧର୍ମର ପ୍ରସାର କରିବାପାଇଁ ।
(iv) ରାଜ୍ୟ ଶାସନ କରିବାପାଇଁ ।
Answer:
(i) ସଂସାର ବାରିଧ୍ଵ ଅତିକ୍ରମ କରିବାପାଇଁ ।

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
‘ବଡ଼ପଣ’ କବିତା ରାଧାନାଥଙ୍କ କେଉଁ କାବ୍ୟରୁ ଆସିଅଛି ?
Answer:
‘ବଡ଼ପଣ’ କବିତା ରାଧାନାଥଙ୍କ ‘ଦରବାର’ କାବ୍ୟରୁ ଆସିଅଛି ।

Question ୨ ।
ଦରବାରରେ ଯୋଗ ଦେଇଥ‌ିବା ରାଜା ଓ ଜମିଦାରମାନେ କ’ଣ ବିକି ଭାଙ୍ଗି ଖାଉଥିଲେ ?
Answer:
ଦରବାରରେ ଯୋଗ ଦେଇଥ‌ିବା ରାଜା ଓ ଜମିଦାରମାନେ ପୂର୍ବପୁରୁଷର ବିଶାଳ ପ୍ରତିଷ୍ଠାକୁ ବିକି ଭାଙ୍ଗି ଖାଉଥିଲେ ।

Question ୩ ।
କିଏ ବହ୍ନିଶିଖା ପରି ସଦା ଊର୍ଦ୍ଧ୍ୱଗାମୀ ଥିଲେ ?
Answer:
ଉତ୍କଳର ରାଜା ବା ଗଜପତିମାନେ ବହ୍ନିଶିଖା ପରି ସଦା ଊର୍ଦ୍ଧ୍ୱଗାମୀ ଥିଲେ ।

Question ୪ ।
ବହ୍ନିଶିଖାର ଧର୍ମ କ’ଣ ?
Answer:
ବହ୍ନିଶିଖାର ଧର୍ମ ସଦା ଊର୍ଦ୍ଧ୍ୱଗାମୀ ହେବା ।

Question ୫ ।
ଜଳଧାରାର ଧର୍ମ କ’ଣ ?
Answer:
ଜଳଧାରାର ଧର୍ମ ସର୍ବଦା ଅଧୋଗତି ବା ନିମ୍ନକୁ ଗତି କରିବା ।

Question ୬।
ପୂର୍ବ ରାଜାମାନଙ୍କର ବଂଶଧର ହୋଇ ଆଜିର ରାଜା ଓ ଜମିଦାରମାନଙ୍କର କିପରି ଅବସ୍ଥା ହୋଇଛି ?
Answer:
ପୂର୍ବ ରାଜାମାନଙ୍କର ବଂଶଧର ହୋଇ ଆଜିର ରାଜା ଓ ଜମିଦାରମାନଙ୍କର ଅବସ୍ଥା ଜଳଧାରା ପରି ଅଧୋଗତି ହୋଇଛି ।

Question ୭ ।
ଦରବାରରେ ଯୋଗ ଦେଇଥ‌ିବା ରାଜାଙ୍କର ପିତୃଗଣ କିପରି ଥିଲେ ?
Answer:
ଦରବାରରେ ଯୋଗ ଦେଇଥିବା ରାଜାଙ୍କର ପିତୃଗଣ ବହ୍ନିଶିଖା ପରି ସଦା ଊର୍ଷଗାମୀ ଓ ଉଦାର ଥିଲେ ।

Question ୮ ।
କେଉଁମାନେ ରାଜ୍ୟକୁ ନିଜ ପରିବାର ପରି ମନେ କରୁଥିଲେ ?
Answer:
କବିଙ୍କ ସମୟରେ ଯୋଗ ଦେଇଥ‌ିବା ରାଜାମାନଙ୍କର ପିତୃଗଣ ରାଜ୍ୟକୁ ନିଜ ପରିବାର ପରି ମନେ କରୁଥିଲେ ।

CHSE Odisha Class 12 Odia Solutions Chapter 5 ବଡ଼ପଣ

Question ୯ ।
ଏବେ ରାଜା ଓ ପ୍ରଜାଙ୍କ ସମ୍ପର୍କ କିପରି ବୋଲି କୁହାଯାଇଛି ?
Answer:
ଏବେ ରାଜା ଓ ପ୍ରଜାଙ୍କ ସମ୍ପର୍କ ଖାଦକ ଓ ଖାଦ୍ୟର ସମ୍ପର୍କ; ଯାହାକୁ କବି ବାଜ ଓ ପାରାର ସମ୍ପର୍କ ବୋଲି କହିଛିନ୍ତି ।

Question ୧୦ ।
ରାଜଭୋଗର ଅଭିଳାଷ ପ୍ରଜାଙ୍କଠାରୁ କ’ଣ କାଢ଼ିନେଲା ?
Answer:
ରାଜଭୋଗର ଅଭିଳାଷ ପ୍ରଜାଙ୍କଠାରୁ ଶ୍ରୀମାର୍ଜିତ ଗ୍ରାସ କାଢ଼ିନେଲା ।

Question ୧୧ ।
ଦେଶୀ ହୋଇ ରାଜାମାନେ କେଉଁ ବିଦେଶୀ ନୀତି ଅବଲମ୍ବନ କରୁଥିଲେ ?
Answer:
ଦେଶୀ ହୋଇ ରାଜାମାନେ ସର୍ବଶୋଷୀ ବିଦେଶୀ ନୀତି ଅବଲମ୍ବନ କରୁଥିଲେ ।

Question ୧୨ ।
ପ୍ରଜାଙ୍କ ଚିତ୍ତକୁ ପୂର୍ବ ରାଜାମାନେ କିପରି ବାନ୍ଧିଥିଲେ ?
Answer:
ପ୍ରଜାଙ୍କ ଚିତ୍ତକୁ ପୂର୍ବ ରାଜାମାନେ ବାତ୍ସଲ୍ୟ ସ୍ନେହରେ ବାନ୍ଧିଥିଲେ ।

Question ୧୩ ।
କିଏ ବିଦେଶୀ ସଙ୍ଗିନରେ ପ୍ରଜାମାନଙ୍କୁ ଭୟଭୀତ କରୁଥିଲେ ?
Answer:
ସେ ସମୟର ରାଜାମାନେ; ଯେଉଁମାନେ ଦରବାରରେ ଉପସ୍ଥିତ ଥିଲେ, ସେମାନେ ବିଦେଶୀ ସଙ୍ଗିନରେ ପ୍ରଜାମାନଙ୍କୁ ଭୟଭୀତ କରୁଥିଲେ ।

Question ୧୪ ।
ଆଜିର ରାଜାମାନଙ୍କର ସର୍ବସ୍ଵ କ’ଣ ?
Answer:
ଆଜିର ରାଜାମାନଙ୍କର ସର୍ବସ୍ଵ ହେଉଛି ଗନ୍ତାଘର, ପ୍ରାସାଦ, ଗାଭୀ, ଅଶ୍ଵ ଓ ହସ୍ତୀ ।

Question ୧୫ ।
ଆଜିର ରାଜଧର୍ମ କିପରି ବୋଲି କୁହାଯାଇଛି ?
Answer:
ଆଜିର ରାଜଧର୍ମ ହେଉଛି କୌଣସି ପ୍ରକାରେ ପ୍ରଜାମାନଙ୍କ ଧନକୁ ବୋହି ଆଣିବା ।

Question ୧୬ ।
କବି କେଉଁମାନଙ୍କୁ କାନକୁହା ବୋଲି କବି କହିଛନ୍ତି ?
Answer:
କବି ମନ୍ତ୍ରୀମାନଙ୍କୁ କାନକୁହା ବୋଲି କହିଛନ୍ତି ।

Question ୧୭ ।
ଦୁଃଖୀରଙ୍କିଙ୍କୁ ତଣ୍ଡି ରାଜାଗଣ ବିଦେଶୀଙ୍କୁ କ’ଣ ଖୁଆଉଥିଲେ ?
Answer:
ଦୁଃଖୀରଙ୍କିଙ୍କୁ ତଣ୍ଡି ରାଜାଗଣ ବିଦେଶୀଙ୍କୁ କୁକ୍କୁଟାଣ୍ଡ ଖୁଆଉଥିଲେ ।

Question ୧୮ ।
କାଣ୍ଡପୃଷ୍ଠ ହୁଣ୍ଡା ବୋଲି କାହାକୁ କୁହାଯାଇଛି ?
Answer:
“କାଣ୍ଡପୃଷ୍ଠ ହୁଣ୍ଡା ବୋଲି ଜ୍ଞାନଶୂନ୍ୟ ଅସ୍ତ୍ର ବ୍ୟବସାୟୀଙ୍କୁ କୁହାଯାଇଛି ।

Question ୧୯ ।
ପ୍ରଜାଙ୍କ ମଧ୍ୟରେ କିଏ ପାପବୃଦ୍ଧିକୁ ମନାସୁଥିଲେ ?
Answer:
ପ୍ରଜାଙ୍କ ମଧ୍ୟରେ ସେ ସମୟର ରାଜା ଓ ଜମିଦାରମାନେ ପାପବୃଦ୍ଧିକୁ ମନାସୁଥିଲେ ।

Question ୨୦ ।
ରାଜାମାନେ କିପରି ନିଜର ମାଲଖାନା ଭରୁଥିଲେ ?
Answer:
ରାଜାମାନେ ପ୍ରଜାମାନଙ୍କ ଉପରେ ଜୋରିମାନା କରି, ସେହି ଧନରେ ନିଜର ମାଲଖାନା ଭରୁଥିଲେ ।

Question ୨୧ ।
କେଉଁ ଚିନ୍ତା ବିନା ରାଜାମାନଙ୍କର ଅନ୍ୟ ଚିନ୍ତା ନ ଥିଲା ?
Answer:
ଧନ ଚିନ୍ତା ବିନା ରାଜାମାନଙ୍କର ଅନ୍ୟ ଚିନ୍ତା ନ ଥିଲା ।

Question ୨୨ ।
ଜାଗ୍ରତ ଓ ସ୍ଵପ୍ନରେ ରାଜାମାନଙ୍କଠାରେ କେଉଁ ଲାଳସା ଜାତ ହେଉଥିଲା ?
Answer:
ଜାଗ୍ରତ ଓ ସ୍ବପ୍ନରେ ରାଜାମାନଙ୍କଠାରେ ଧନର ଲାଳସା ଜାତ ହେଉଥିଲା ।

CHSE Odisha Class 12 Odia Solutions Chapter 5 ବଡ଼ପଣ

Question ୨୩ ।
ଧନର ସାଫଲ୍ୟ କେଉଁଥିରେ ଥାଏ ?
Answer:
ଧନର ସାଫଲ୍ୟ ସୁ ବ୍ୟୟରେ ହିଁ ଥାଏ ।

Question ୨୪ ।
କିଏ ଧନକୁ ଜଗି ବସିଥାଏ ?
Answer:
ଯକ୍ଷ ଭଳି ରାଜା ଧନକୁ ଜଗି ବସିଥାଏ ।

Question ୨୫ ।
ରାଧାନାଥ କାହାକୁ ସ୍କନ୍ଦର ବୋଲି କହିଛନ୍ତି ?
Answer:
ରାଧାନାଥ ଗ୍ରୀକ୍ ବୀର ଆଲେକ୍‌ଜାଣ୍ଡରଙ୍କୁ ସ୍ପନ୍ଦର ବୋଲି କହିଛନ୍ତି ।

Question ୨୬ ।
ସ୍କନ୍ଦର କାହିଁକି କାନ୍ଦୁଥିଲେ ?
Answer:
ଜିଣିବାକୁ ଆଉ ଧରାଖଣ୍ଡ ନ ଥିବାରୁ ସ୍କନ୍ଦର କାନ୍ଦୁଥିଲେ ।

Question ୨୭ ।
‘ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ’ – କିଏ କହିଛନ୍ତି ?
Answer:
‘ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ’ – ବିଶ୍ବବିଜୟୀ ଆଲେକ୍‌ଜାଣ୍ଡର ବା ସ୍କନ୍ଦର କହିଛନ୍ତି ।

Question ୨୮ ।
ଲକ୍ଷ-ଶୋଷୀ ବୋଲି କାହାକୁ କୁହାଯାଇଛି ?
Answer:
ସେ ସମୟର ରାଜା ଓ ଜମିଦାରଗୋଷ୍ଠୀ ଯେଉଁମାନେ ନିଜକୁ ଲକ୍ଷ-ପୋଷୀ ବୋଲି କହୁଛନ୍ତି, ସେହିମାନଙ୍କୁ ଲକ୍ଷ-ଶୋଷୀ ବୋଲି କବି କହିଛନ୍ତି ।

Question ୨୯ ।
ରାଜା ଓ ଜମିଦାରମାନେ କାହିଁକି ପ୍ରଜାଙ୍କୁ ଶୋଷଣ କରନ୍ତି ?
Answer:
ରାଜା ଓ ଜମିଦାରମାନେ ଗଣିକା, ଓକିଲ, ଛାମୁଆ ପୋଷଣ ଲାଗି ପ୍ରଜାଙ୍କୁ ଶୋଷଣ କରନ୍ତି ।

Question ୩୦ ।
ପାପବିତ୍ତ କିପରି ଅର୍ଜିତ ହୁଏ ?
Answer:
ପ୍ରଜାଙ୍କର ରକ୍ତ, ସ୍ବେଦ, ଲୋତକରେ ଅର୍ଜିତ ଧନରାଶି ଲୁଣ୍ଠନଦ୍ୱାରା ପାପବିତ୍ତ ଅର୍ଜିତ ହୁଏ ।

Question ୩୧ ।
ଭଙ୍ଗା ମାଠିଆରୁ ପାଣି ବୋହିଗଲା ପରି କ’ଣ ପ୍ରତିକ୍ଷଣରେ ବୋହି ଯାଉଅଛି ?
Answer:
ଭଙ୍ଗା ମାଠିଆରୁ ପାଣି ବୋହିଗଲା ପରି ଶରୀରରୁ ଆୟୁ ପ୍ରତିକ୍ଷଣ ବୋହି ଯାଉଅଛି ।

Question ୩୨ ।
କାଳ କିପରି ?
Answer:
କାଳ କ୍ରୂର ଓ ବଡ଼ ଅବିଶ୍ୱାସୀ ।

Question ୩୩ ।
କାହାକୁ ଅବିଶ୍ବାସୀ ବୋଲି କୁହାଯାଇଛି ?
Answer:
କ୍ରୂର କାଳକୁ ଅବିଶ୍ୱାସୀ ବୋଲି କୁହାଯାଇଛି ।

Question ୩୪ ।
କିଏ ହଠାତ୍ ଆସି ହାବୁଡ଼ି ଯିବ ବୋଲି କୁହାଯାଇଛି ?
Answer:
କ୍ରୂର କାଳ ହଠାତ୍ ଆସି ହାବୁଡ଼ି ଯିବ ବୋଲି କୁହାଯାଇଛି ।

Question ୩୫ ।
କାହା ପଛରେ କାଳ ଲୁଚି ବସିଥାଏ ?
Answer:
କାଳ ଦୂରରେ ଅଛି, ଏହା ବିଚାର କରି ଯିଏ ହସୁଥାଏ, କାଳ ତାହା ପଛରେ ଲୁଚି ବସିଥାଏ ।

Question ୩୬ ।
ଛାୟା କେତେବେଳେ ବଢ଼ିଯାଏ ?
Answer:
ସୂର୍ଯ୍ୟ ଯେତେଯେତେ ପଶ୍ଚିମ ଦିଗକୁ ଯାଆନ୍ତି ବା ସମୟ ଯେତେବେଳେ ବଢ଼ିଯାଏ, ଛାୟା ସେତେବେଳେ ବଢ଼ିଯାଏ ।

Question ୩୭ ।
ରାଧାନାଥ ମାୟାକୁ କାହା ସହିତ ତୁଳନା କରିଛନ୍ତି ?
Answer:
ରାଧାନାଥ ମାୟାକୁ ଛାୟା ସହିତ ତୁଳନା କରିଛନ୍ତି ।

Question ୩୮ ।
ମାୟାର ଚେର ଭେଦିଗଲେ କି କ୍ଷତି ହୁଏ ?
Answer:
ମାୟାର ଚେର ଭେଦିଗଲେ ଅନ୍ତକ ସେତିକି ରଗଡ଼ି ଝିଙ୍କିଥାଏ ।

Question ୩୯ ।
ଅନ୍ତକ କିଏ ?
Answer:
ଅନ୍ତକ ହେଉଛି ମୃତ୍ୟୁ ଦେବତା ‘ଯମ’ ।

Question ୪୦ ।
ବେଳ ଥାଉଁ ଥାଉଁ କ’ଣ ଅର୍ଜନ କରିବାକୁ କବି ପରାମର୍ଶ ଦେଇଛନ୍ତି ?
Answer:
ବେଳ ଥାଉଁ ଥାଉଁ ଧର୍ମ ଅର୍ଜନ କରିବାକୁ କବି ପରାମର୍ଶ ଦେଇଛନ୍ତି ।

Question ୪୧ ।
ସଂସାରରେ ଜନ୍ମଫଳରୁ କ’ଣ ମିଳେ ?
Answer:
ସଂସାରରେ ଜନ୍ମଫଳରୁ ବଡ଼ପଣ ମିଳେ ।

Question ୪୨ ।
ବଡ଼ପଣ କିପରି ଚିରସ୍ଥାୟୀ ହୁଏ ?
Answer:
ବଡ଼ପଣ ଧର୍ମଫଳରୁ ଚିରସ୍ଥାୟୀ ହୁଏ ।

Question ୪୩ ।
ବିଧାତା କି ପୋତ ଗଢ଼ିଛନ୍ତି ?
Answer:
ବିଧାତା ଧର୍ମ ପୋତ ଗଢ଼ିଛନ୍ତି ।

Question ୪୪ ।
ଭଗବାନ କାହିଁକି ଧର୍ମର ପୋତ ଗଢ଼ିଛନ୍ତି ?
Answer:
ଭଗବାନ ସଂସାର ବାରିସ୍ ତରିବାପାଇଁ ଧର୍ମର ପୋତ ଗଢ଼ିଛନ୍ତି ।

Question ୪୫ ।
ସଂସାରକୁ କବି କାହା ସହିତ ତୁଳନା କରିଛନ୍ତି ?
Answer:
ସଂସାରକୁ କବି ବାରିଧ୍ ବା ସମୁଦ୍ର ସହିତ ତୁଳନା କରିଛନ୍ତି ।

Question ୪୬ ।
ସଂସାରରେ ମହତପଣିଆ କ’ଣ ?
Answer:

Question ୪୭ ।
ସଂସାରର ସବୁ ବଡ଼ପଣକୁ କବି କ’ଣ ବୋଲି କହିଛନ୍ତି ?
Answer:
ସଂସାରର ସବୁ ବଡ଼ପଣକୁ କବି ଅଢ଼େଇଦିନିଆ ବୋଲି କହିଛନ୍ତି ।

Question ୪୮ ।
ଦ୍ବିଲୋକସାଧନୀ ବୋଲି କବି କାହାକୁ କହିଛନ୍ତି ?
Answer:
ଧର୍ମରୂପକ ବଡ଼ପଣକୁ କବି ଦ୍ବିଲୋକସାଧନୀ ବୋଲି କହିଛନ୍ତି ।

CHSE Odisha Class 12 Odia Solutions Chapter 5 ବଡ଼ପଣ

Question ୪୯ ।
କେଉଁ ବଡ଼ପଣରେ ମତି ବଦଳାଇବାକୁ କବି ପରାମର୍ଶ ଦେଇଛନ୍ତି ?
Answer:
ଯେଉଁ ବଡ଼ପଣ ଦୁଇ ଲୋକର ହିତ ସାଧନ କରେ ଏବଂ ଯାହାପାଖକୁ କାଳ ପ୍ରବେଶ କରିପାରେ ନାହିଁ, ସେହି ବଡ଼ପଣରେ ମନ ବଳାଇବାପାଇଁ କବି ପରାମର୍ଶ ଦେଇଛନ୍ତି ।

Question ୫୦ ।
କେଉଁଥରେ ମନ ବାହୁଡ଼ାଇ ନେବାପାଇଁ କବି ରାଜାମାନଙ୍କୁ ପରାମର୍ଶ ଦେଇଛନ୍ତି ?
Answer:
ଲଳସାରୁ ମନ ବାହୁଡ଼ାଇ ନେବାପାଇଁ କବି ରାଜାମାନଙ୍କୁ ପରାମର୍ଶ ଦେଇଛନ୍ତି ।

Question ୫୧ ।
ନିଜେ ଉଚ୍ଚ ହୋଇ କ’ଣ ଲାଭ କରିବାପାଇଁ କବି ରାଜାମାନଙ୍କୁ ପରାମର୍ଶ ଦେଇଛନ୍ତି ।
Answer:
ନିଜେ ଉଚ୍ଚ ହୋଇ ଉଚ୍ଚତର ଗତି ଲାଭ କରିବାପାଇଁ କବି ରାଜାମାନଙ୍କୁ ପରାମର୍ଶ ଦେଇଛନ୍ତି ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ଲେଖା ଓ ଲେଖକଙ୍କ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ରହିବ । ପ୍ରଶ୍ନର ମୂଲ୍ୟ ୨ ନମ୍ବର ।

କବିତା – ବଡ଼ପଣ, କବି – କବିବର ରାଧାନାଥ ରାୟ ।

Question ୧।
କବି ରାଧାନାଥ କେଉଁମାନଙ୍କୁ ‘‘କେଶରୀ-ଔରସେ ଶ୍ଵାନ’’ ବୋଲି କହଛନ୍ତି ?
Answer:
ସେ ସମୟର ରାଜା ଓ ଜମିଦାରମାନଙ୍କୁ ବ୍ୟଙ୍ଗକରି କବି ରାଧାନାଥ ‘କେଶରୀ ଔରସେ ଶ୍ଵାନ’ ବୋଲି କହିଛନ୍ତି ।

Question ୨।
ପୂର୍ବପୁରୁଷର ବିଶାଳ ପ୍ରତିଷ୍ଠାକୁ କବିଙ୍କ ସମୟର ରାଜାମାନେ କିପରି ନଷ୍ଟ କରିଥିଲେ ?
Answer:
ପୂର୍ବପୁରୁଷର ବିଶାଳ ପ୍ରତିଷ୍ଠାକୁ କବିଙ୍କ ସମୟର ରାଜାମାନେ ନ ବଢ଼ାଇ ବରଂ ତାହାକୁ ବିକି ଭାଙ୍ଗି ଖାଉଥିଲେ ଏବଂ ବଡ଼ାଇ ଦେଖାଇ ହୋଇ ନଷ୍ଟକରି ଦେଉଥିଲେ ।

Question ୩ ।
‘ବହ୍ନିଶିଖା ପରି ସଦା ଊର୍ଦ୍ଧ୍ୱଗାମୀ’ କାହା ଉଦ୍ଦେଶ୍ୟରେ କୁହାଯାଇଛି ?
Answer:
‘ବହ୍ନିଶିଖା ପରି ସଦା ଊର୍ଦ୍ଧ୍ୱଗାମୀ’ ଅତୀତ ଉତ୍କଳର ଯଶସ୍ଵୀ ରାଜାମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ।

Question ୪ ।
ପ୍ରାଚୀନ ଓଡ଼ିଶାର ରାଜାମାନେ କିପରି ଉଦାର ଥିଲେ ?
Answer:
ପ୍ରାଚୀନ ଓଡ଼ିଶାର ରାଜାମାନେ ରାଜ୍ୟକୁ ଏକ ପରିବାର ମନେକରି, ଉଦାର ଭାବ ଦେଖାଉଥିଲେ ।

Question ୫ ।
ରାଜା ଓ ପ୍ରଜାମାନଙ୍କ ମଧ୍ୟରେ ପ୍ରାଚୀନ ସମ୍ପର୍କ କିପରି ଥିଲା ?
Answer:
ରାଜା ଓ ପ୍ରଜାମାନଙ୍କ ମଧ୍ୟରେ ପ୍ରାଚୀନ ସମ୍ପର୍କ ଅତ୍ୟନ୍ତ ଉତ୍ତମ ଥିଲା, ଯାହାକୁ କବି ସୁଧାରା ବୋଲି କହିଛନ୍ତି ।

Question ୬ ।
କାହା-କାହାର ସମ୍ପର୍କକୁ ବାଜ ଓ ପାରାର ସମ୍ପର୍କ ବୋଲି କୁହାଯାଇଛି ?
Answer:
କବିଙ୍କ ସମୟରେ ରାଜା ଓ ପ୍ରଜାର ସମ୍ପର୍କକୁ ବାଜ ଓ ପାରାର ସମ୍ପର୍କ ବୋଲି କୁହାଯାଇଛି ।

Question ୭ ।
ପ୍ରଜାଙ୍କ ଶ୍ରୀମାର୍ଜିତ ଗ୍ରାସ କିଏ କାଢ଼ି ନେଇଛି ?
Answer:
ଭୋଗ ଅଭିଳାଷୀ ରାଜାମାନେ ପ୍ରଜାଙ୍କ ମୁଖରୁ ଶ୍ରୀମାର୍ଜିତ ଗ୍ରାସ କାଢ଼ି ନେଇଛନ୍ତି ବୋଲି କବି କହିଛନ୍ତି ।

Question ୮ ।
ନିର୍ମମ ବିଦେଶୀ ନୀତି କ’ଣ ? :
Answer:
ନିର୍ମମ ବିଦେଶୀ ନୀତି ହେଉଛି ପ୍ରଜାମାନଙ୍କୁ ସବୁଭାବରେ ଶୋଷଣ କରିବା ।

Question ୯ ।
ଦେଶୀ ରାଜାମାନେ କିପରି ବିଦେଶୀ ନୀତି ଆପଣେଇ ଥିଲେ ?
Answer:
ଦେଶୀ ରାଜାମାନେ ସର୍ବଶୋଷଣକାରୀ ନିର୍ମମ ବିଦେଶୀ ନୀତି ଆପଣେଇ ଥିଲେ ।

Question ୧୦ ।
ରାଜାମାନେ ପ୍ରଜାମାନଙ୍କୁ କିପରି ଭୟଭୀତ କରାଉଥିଲେ ?
Answer:
ରାଜାମାନେ ପ୍ରଜାମାନଙ୍କୁ ବିଦେଶୀ ସଙ୍ଗୀନରେ ଭୟଭୀତ କରାଉଥିଲେ ।

Question ୧୧ ।
ଦରବାରକାଳୀନ ରାଜାଙ୍କର ରାଜଧର୍ମ କିପରି ଥୁଲା ?
Answer:
ଦରବାରକାଳୀନ ରାଜାଙ୍କର ରାଜଧର୍ମ ଥିଲା ପ୍ରଜାମାନଙ୍କ ଧନକୁ କୌଣସି ପ୍ରକାରେ ବୋହିନେବା ।

Question ୧୨ ।
ରାଜାମାନେ ବିଦେଶୀଙ୍କୁ କିପରି କୁକ୍କୁଟାଣ୍ଡ ଖୁଆଉଥିଲେ ?
Answer:
ରାଜାମାନେ ଦୁଃଖୀ, ରଙ୍କି, ଅରକ୍ଷିତ ଓ ବିଧବାମାନଙ୍କୁ ଶୋଷଣକରି ବିଦେଶୀଙ୍କୁ କକୁଟାଣ୍ଡ ଖୁଆଉଥିଲେ ।

Question ୧୩।
ରାଜାମାନେ କ’ଣ ପାଇଁ ଟାକି ରହିଥିଲେ ବୋଲି କୁହାଯାଇଛି ?
Answer:
ରାଜାମାନେ ପ୍ରଜାମାନଙ୍କ ଉପରେ ଜୋରିମାନା କରି, ସେହି ଧନରେ ନିଜର ମାଲଖାନା ପୂରଣ କରିବାପାଇଁ ଟାକି ରହିଥିଲେ ।

Question ୧୪ ।
ଧନ ଅର୍ଜନର ପ୍ରକୃତ ସୁଫଳ କିପରି ମିଳେ ବୋଲି କବି କହିଛନ୍ତି ?
Answer:
ଧନ ଅର୍ଜନର ପ୍ରକୃତ ସୁଫଳ କେବଳ ସୁବ୍ୟୟରେ ମିଳିଥାଏ ବୋଲି କବି କହିଛନ୍ତି ।

Question ୧୫ ।
ମଣିଷର ମୃତ୍ୟୁପରେ ତା’ ଅର୍ଜିତ ଧନର କି ପରିଣତି ହୁଏ ?
Answer:
ମଣିଷର ମୃତ୍ୟୁପରେ ତା’ ଅର୍ଜିତ ଧନକୁ ସେ ସାଙ୍ଗରେ ନେଇକରି ଯାଏ ନାହିଁ, ସବୁକିଛି ସେମିତି ପଡ଼ି ରହିଥାଏ ।

Question ୧୬ ।
ବିଶ୍ଵବିଜୟୀ ଆଲେକ୍‌ଜାଣ୍ଡର କାହିଁକି ‘ଅଶ୍ରୁସିକ୍ତ ଗଣ୍ଡ’ କରିଥିଲେ ?
Answer:
ବିଶ୍ୱବିଜୟୀ ଆଲେକ୍‌ଜାଣ୍ଡରଙ୍କର ଜୟ କରିବାକୁ ଆଉ କୌଣସି ଧରାଖଣ୍ଡ ନ ଥିବାରୁ, ସେ ଅଶ୍ରୁସିକ୍ତ ଗଣ୍ଡ କରିଥିଲେ ଅର୍ଥାତ୍ କାନ୍ଦି ପକାଇଥିଲେ ।

Question ୧୭ ।
‘ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ’ କିଏ କେତେବେଳେ କହିଥିଲେ ?
Answer:
ବିଶ୍ଵବିଜୟୀ ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡର ଏକଥା ମୃତ୍ୟୁ ପୂର୍ବରୁ ନିଜର ସହଚରମାନଙ୍କୁ କହିଥିଲେ । ତାଙ୍କ ମୃତ୍ୟୁ ପରେ କୋକେଇରେ ଶବ ନେଲାବେଳେ ଦୁଇ ହସ୍ତ ଦୁଇ ପାର୍ଶ୍ଵକୁ ଝୁଲାଇ ରଖୁବାକୁ ସେ କହିଥିଲେ, ଯେଉଁଥୁରୁ ଜଗତବାସୀ ଜାଣିବେ ଯେ ସେ ଶୂନ୍ୟ ହସ୍ତରେ ଆସିଥିଲେ ଓ ଶୂନ୍ୟ ହସ୍ତରେ ଫେରିଗଲେ ।

Question ୧୮ ।
ରାଜାମାନେ ପ୍ରଜାଙ୍କଠାରୁ ଶୋଷଣ କରି ଆଣୁଥ‌ିବା ବିତ୍ତ କିପରି ବ୍ୟୟ କରୁଥିଲେ ?
Answer:
ରାଜାମାନେ ପ୍ରଜାମାନଙ୍କଠାରୁ ଶୋଷଣ କରି ଆଣୁଥ‌ିବା ବିଭକୁ ଗଣିକା, ଓକିଲ, ଛାମୁଆମାନଙ୍କ ପୋଷଣରେ ବ୍ୟୟ କରୁଥିଲେ ।

Question ୧୯ ।
କବି କାହିଁକି କାଳକୁ ନିଷ୍ଠୁର ଓ ଅବିଶ୍ଵାସୀ ବୋଲି କହିଛନ୍ତି ?
Answer:
କବି କାଳକୁ ନିଷ୍ଠୁର ଓ ଅବିଶ୍ଵାସୀ ବୋଲି କହିଛନ୍ତି, କାରଣ ଯେକୌଣସି ସମୟରେ କାଳ ଆସି ହାବୋଡ଼ି

Question ୨୦ ।
ମାୟା ବଢ଼ିଲେ କ’ଣ ହୁଏ ?
Answer:
ମାୟା ବଢ଼ିଲେ ମାୟାର ଚେର ତଳକୁ ତଳକୁ ଭେଦିଥାଏ, ଅର୍ଥାତ୍ ସାଂସାରିକ ବନ୍ଧନ ଦୃଢ଼ ହୋଇଥାଏ ।

Question ୨୧ ।
ଧର୍ମପୋତ କିଏ ଓ କାହିଁକି ଗଢ଼ିଛନ୍ତି ?
Answer:
ଧର୍ମପୋତକୁ ବିଧ୍, ସଂସାର-ବାରିକୁ ତରିବାପାଇଁ ଗଢ଼ିଛନ୍ତି ।

Question ୨୨ ।
ପ୍ରକୃତ ବଡ଼ପଣ କ’ଣ ?
Answer:
ପ୍ରକୃତ ବଡ଼ପଣ ହେଉଛି ଧର୍ମ, ଯାହାକୁ କି କାଳକବଳିତ କରିପାରେ ନାହିଁ ଓ ସେ ଦ୍ବିଲୋକ ସାଧନୀ ହୋଇଥାଏ ।

CHSE Odisha Class 12 Odia Solutions Chapter 5 ବଡ଼ପଣ

Question ୨୩ ।
‘ଉଚ୍ଚ ହୋଇ ଲଭ ଉଚ୍ଚତର ଗତି’ କିଏ କାହାକୁ କହିଛନ୍ତି ?
Answer:
କବି ସେ ସମୟର ରାଜାମାନଙ୍କୁ ଏକଥା କହିଛନ୍ତି କାରଣ ରାଜାମାନେ ରାଜଧର୍ମରେ ମନ ଦେଇ ମହତ କାର୍ଯ୍ୟ କରି ଉଚ୍ଚତର ଗତି ଲାଭ କରନ୍ତୁ ବୋଲି କବି ପରାମର୍ଶ ଦେଇଛନ୍ତି ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ପାଇଁ ୧ ନମ୍ବର । ଉତ୍ତର ପାଇଁ ୨ ନମ୍ବର ରହିବ ।

କବିତା – ବଡ଼ପଣ, କବି – କବିବର ରାଧାନାଥ ରାୟ ।

Question ୧।
ପୂର୍ବପୁରୁଷଙ୍କ ପ୍ରତିଷ୍ଠା ବିଷୟରେ କବି କି ସୂଚନା ଦେଇଛନ୍ତି ?
Answer:
ଆୟୋଜିତ ଦରବାରକୁ ଆସିଥିଲେ ସେ ସମୟର ରାଜା ଓ ଜମିଦାରମାନେ, ଯେଉଁମାନେ କି ନିଜର ବଡ଼ପଣିଆ ଦେଖାଇ ହେଉଥିଲେ । ସେଭଳି ଦେଖାଇ ହେଉଥ‌ିବା ରାଜାମାନଙ୍କୁ ବ୍ୟଙ୍ଗକରି, କବି ସେମାନଙ୍କ ପୂର୍ବପୁରୁଷଙ୍କ ପ୍ରତିଷ୍ଠା ବିଷୟରେ ସୂଚନା ଦେଇଛନ୍ତି । ପୂର୍ବପୁରୁଷଙ୍କୁ କବି କେଶରୀ ବା ସିଂହ ସହିତ ତୁଳନା କରିଛନ୍ତି । ସେମାନଙ୍କର ପ୍ରତିଷ୍ଠା ଏତେ ବିଶାଳ ଥିଲା; ଯାହାକୁ ପରବର୍ତ୍ତୀ ଦାୟାଦମାନେ କେବଳ ବିକି ଭାଙ୍ଗି ଚଳିଯାଉଥିଲେ ।

Question ୨।
ଉତ୍କଳର ପୂର୍ବ ସମ୍ରାଟମାନଙ୍କର ପରିଚୟ କିପରି ଥିଲା ?
Answer:
ଉତ୍କଳର ପୂର୍ବ ସମ୍ରାଟମାନେ ସିଂହ ସଦୃଶ ପରାକ୍ରମୀ ଥିଲେ ଏବଂ ବିଶାଳ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ବହ୍ନିଶିଖା ସଦୃଶ ସେମାନେ ଉତ୍ତରୋତ୍ତର ଉନ୍ନତି କରୁଥିଲେ । ନିଜର ଉଦାରପଣ ହେତୁ ସେମାନେ ତାଙ୍କର ରାଜ୍ୟକୁ ଏକ ପରିବାର ସଦୃଶ ମନେକରୁଥିଲେ ଏବଂ ପ୍ରଜାଙ୍କୁ ବାତ୍ସଲ୍ୟ ସ୍ନେହରେ ବାନ୍ଧି ରଖୁଥିଲେ ।

Question ୩ ।
‘‘ରାଜା ପ୍ରଜା ଏବେ ହେଲେ ବାଜ-ପାରା’’ – କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
କବି ଦରବାରରେ ଯୋଗଦେଇଥ‌ିବା ରାଜାମାନଙ୍କୁ ବ୍ୟଙ୍ଗକରି, ପୂର୍ବ ରାଜାମାନଙ୍କର ମହତ୍ତ୍ଵ ପ୍ରତିପାଦନ କରିଛନ୍ତି । ପୂର୍ବ ରାଜାମାନେ ରାଜ୍ୟକୁ ଏକ ପରିବାର ଭଳି ମନେକରୁଥିଲେ ଏବଂ ପ୍ରଜାମାନଙ୍କ ମଙ୍ଗଳ ପାଇଁ ସଦା ତତ୍ପର ହେଉଥିଲେ । ମାତ୍ର ବର୍ତ୍ତମାନର ରାଜାମାନେ ପ୍ରଜାମାନଙ୍କୁ ବହୁଭାବରେ ଶୋଷଣ କରୁଛନ୍ତି; ଯାହାକୁ କବି ଖାଦକ ଓ ଖାଦ୍ୟର ସମ୍ପର୍କ ବା ବାଜ ଓ ପାରା ସହିତ ତୁଳନା କରିଛନ୍ତି ।

Question ୪ ।
ଧନ ଅର୍ଜନ ଓ ଏହାର ସୁବ୍ୟୟ କିପରି ହୋଇପାରିବ ବୋଲି କବି ପରାମର୍ଶ ଦେଇଛନ୍ତି ?
Answer:
କବିଙ୍କ ସମୟରେ ଧନଲାଳସୀ ରାଜାମାନଙ୍କୁ ସେ ବ୍ୟଙ୍ଗକରି କହିଛନ୍ତି, କେବଳ ଧନ ଅର୍ଜନ କଲେ କିଛି ଲାଭ ନାହିଁ । କେବଳ ଯକ୍ଷ ପରି ଜଗିବାରେ କୌଣସି ଫଳ ମିଳେନାହିଁ । ଧନ ଅର୍ଜନ ସହିତ ଏହାର ସୁ ବ୍ୟୟରେ ସଫଳତା ମିଳିଥାଏ ବୋଲି କବି କହିଛନ୍ତି । ପ୍ରଜାଙ୍କଠାରୁ ଆଦାୟ କରାଯାଉଥ‌ିବା ଧନ, କେବଳ ସେମାନଙ୍କର ମଙ୍ଗଳ ପାଇଁ ବିନିଯୋଗ କଲେ ରାଜାମାନେ ପ୍ରତିଷ୍ଠା ଫେରିପାଇବେ ବୋଲି କବି ସୂଚାଇ ଦେଇଛନ୍ତି ।

Question ୫ ।
ଆଲେକ୍‌ଜାଣ୍ଡରଙ୍କ ଶେଷ ଇଚ୍ଛା କ’ଣ ଥିଲା ?
Answer:
ଆଲେକ୍‌ଜାଣ୍ଡର ବିଶ୍ବବିଜୟୀ ଭାବେ ପରିଚିତ ହୋଇ ପ୍ରଚୁର କ୍ଷମତା ଓ ଧନସମ୍ପଦର ଅଧିକାରୀ ହୋଇଥିଲେ ଏସବୁର ଅସାରତା ସେ ବୁଝିପାରି ଶେଷ ଜୀବନରେ ହତାଶ ହୋଇ ପଡ଼ିଥିଲେ । ସେ ମୃତ୍ୟୁ ସମୟରେ ନିଜର ଶେଷଇଚ୍ଛା ପ୍ରକାଶ କରି କହିଥିଲେ, ‘‘ମୋ’’ ପିଣ୍ଡରୁ ପ୍ରାଣପକ୍ଷୀ ଚାଲିଗଲା ପରେ, ମୋର ଶବକୁ କୋକେଇରେ ନେଲାବେଳେ ଦୁଇପାଖକୁ ମୋର ହାତ ଝୁଲାଇ ଦେବ । ମୋର ଖାଲି ହାତକୁ ଦେଖୁ ଜଗତ ଜାଣିବ, ମୁଁ ଶୂନ୍ୟ ହସ୍ତରେ ଆସିଥୁଲି,
ଶୁନ୍ୟଦ୍ମପ୍ତରେ ଫେରିଗଲ ’’।

Question ୬।
‘ଘୃଷ୍ଟିମୁଖେ ଢାଳି ଯଜ୍ଞକୁଣ୍ଡ-ଘୃତ’ କେଉଁ ପ୍ରସଙ୍ଗରେ କୁହାଯାଇଛି, ବୁଝାଇ ଦିଅ ।
Answer:
କବି ସେ ସମୟର ରାଜା, ଯେଉଁମାନେ କି ଦରବାରରେ ନିଜର ବଡ଼ପଣ ଦେଖାଇ ହେଉଛନ୍ତି, ସେମାନଙ୍କୁ ବ୍ୟଙ୍ଗ କରି ଏଭଳି କହିଛନ୍ତି । ପ୍ରଜାଙ୍କୁ ଶୋଷଣ କରି ରାଜାମାନେ ଯେଉଁ ଧନ ଲୁଣ୍ଠି ନେଉଛନ୍ତି, ତାହାକୁ ସେମାନେ ଗଣିକା, ଓକିଲ, ଛାମୁଆଙ୍କ ପୋଷଣ ପାଇଁ ବ୍ୟୟ କରୁଥିଲେ । ପାପ ଅର୍ଜିତ ଧନକୁ ପ୍ରାୟଶ୍ଚିତ୍ତରେ ବ୍ୟୟ ନ
କରି ଏଭଳି ବ୍ୟୟ କରିବାଦ୍ଵାରା ସେମାନେ ଅଧ‌ିକ ପାପ କରୁଥିଲେ । ଯଜ୍ଞରେ ବ୍ୟବହାର କରାଯିବା ଘୃତକୁ ଘୁଷୁରି ମୁଖରେ ଢଳିବା ସଦୃଶ ବୋଲି କବି ଆକ୍ଷେପ କରିଛନ୍ତି ।

Question ୭ ।
ରାଜା ଓ ଜମିଦାରଙ୍କ ଅର୍ଥ କିପରି ଅପବ୍ୟୟିତ ହୋଉଥିଲା ବୋଲି କବି ଉଲ୍ଲେଖ କରିଛନ୍ତି ?
Answer:
ଦରବାରରେ ନିଜର ବଡ଼ପଣ ଦେଖାଇ ହେଉଥିବା ରାଜା ଓ ଜମିଦାରମାନଙ୍କୁ କବି ସଚେତନ କରାଇବା ସଙ୍ଗେ ସଙ୍ଗେ ବ୍ୟଙ୍ଗାତ୍ମକ ଭାବ ପ୍ରକାଶ କରିଛନ୍ତି । ସେ ସମୟର ରାଜା ଓ ଜମିଦାରମାନେ ପ୍ରଜାଙ୍କ ଧନକୁ ବହୁଭାବରେ ଶୋଷଣ କରି, ତାହାକୁ ଗଣିକା, ଓକିଲ ଓ ଛାମୁଆଙ୍କ ପୋଷଣରେ ଅପବ୍ୟୟିତ କରୁଥିଲେ ବୋଲି କବି କହିଛନ୍ତି ।

Question ୮।
ମଣିଷ ଜୀବନରେ କାଳର ମହତ୍ତ୍ବକୁ କବି କିପରି ବର୍ଣ୍ଣନା କରିଛନ୍ତି ?
Answer:
ମଣିଷ ଜୀବନରେ କାଳର ଅପ୍ରତିହତ ଉପସ୍ଥିତିକୁ କବି ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । କାଳ ହେଉଛି ବଡ଼ କୁର ଓ ଅବିଶ୍ଵାସୀ । ସେ ଯେକୌଣସି ସମୟରେ ମଣିଷ ନିକଟରେ ପହଞ୍ଚିଯାଇପାରେ । ପୁନଶ୍ଚ ଯେଉଁମାନେ କାଳ ଦୂରରେ ରହିଛି ବୋଲି ହସୁଥା’ନ୍ତି, କାଳ ସେମାନଙ୍କ ପଛରେ ହସିକରି ଲୁଚି ବସିଥାଏ । କାଳର ମହତ୍ତ୍ବକୁ ବଡ଼ିମା ଦେଖାଉଥ‌ିବା ଅଜ୍ଞମାନେ ଜାଣିପାରି ନ ଥା’ନ୍ତି ।

Question ୯ ।
କେଉଁ ଦୁଃଖରୁ ନିସ୍ତାର ଲାଭ କରିବାପାଇଁ ହୁସିଆର ହୋଇ ରହିବାକୁ କବି ପରାମର୍ଶ ଦେଇଛନ୍ତି ?
Answer:
କବି ଦାର୍ଶନିକ ଭାବେ ମଣିଷର ମୋହ, ମାୟାଗ୍ରସ୍ତ ଜୀବନରୁ ଦୂରେଇ ରହିବାକୁ ପରାମର୍ଶ ଦେଇ ଏହା କହିଛନ୍ତି । ମଣିଷର ମାୟା ବନ୍ଧନ ଯେତିକି ବଢ଼ିଥାଏ, ମୃତ୍ୟୁ ତାହାକୁ ସେତିକି କଷ୍ଟ ଦେଇଥାଏ । ଜୀବନ ଓ ମୃତ୍ୟୁର କଠିନ mis

Question ୧୦ ।
ଜନ୍ମ ଅନୁରୂପରେ ପାଇଥିବା ବଡ଼ପଣ ସଫଳ ହେବ କିପରି ?
Answer:
କବି ସେ ସମୟର ରାଜା ଓ ଜମିଦାରମାନଙ୍କୁ ଧର୍ମ ସମ୍ପର୍କରେ ସଚେତନ କରାଇଛନ୍ତି । ସେମାନେ ଯେଉଁ ବୋଲି କବି କହିଛନ୍ତି । କାରଣ ଧର୍ମ ଅର୍ଜନ କଲେ, ଧର୍ମର ଫଳସ୍ଵରୂପ ବଡ଼ପଣ ସ୍ଥାୟୀହୋଇ ରହିବ ଓ ସଫଳତା ମିଳିବ ।

Question ୧୧ ।
ଉଚ୍ଚତର ଗତି କିପରି ଲାଭ କରାଯାଇପାରେ ବୋଲି କବି କହିଛନ୍ତି ?
Answer:
ଦରବାରରେ ଉପସ୍ଥିତ ଥ‌ିବା ରାଜା ଓ ଜମିଦାରମାନଙ୍କ ବଡ଼ପଣକୁ କବି ଆକ୍ଷେପ କରିଛନ୍ତି । କାରଣ ରାଜା ଓ ଜମିଦାରମାନେ ପ୍ରଜାମାନଙ୍କ ସୁଖ ଦୁଃଖକୁ କୌଣସି ସମୟରେ ବିଚାର ନ କରି, ନିଜର ସ୍ବାର୍ଥକୁ ଦେଖୁଛନ୍ତି । ପ୍ରକୃତ ରାଜଧର୍ମ ପାଳନ କରିବାକୁ ସେମାନେ ଇଚ୍ଛାକରି ନାହାଁନ୍ତି । କବି ସେମାନଙ୍କୁ ନିଜର କର୍ତ୍ତବ୍ୟ ବିଷୟରେ ସଚେତନ ହୋଇ ରାଜଧର୍ମ ପାଳନ କରିବାକୁ କହିଛନ୍ତି, ଯଦ୍ବାରା ସେମାନେ ଉଚ୍ଚତର ଗତି ଲାଭ କରିପାରିବେ ।

Question ୧୨ ।
‘ବଡ଼ପଣ ନିଦା’ କହିବାର ଯଥାର୍ଥତା କ’ଣ ବିଚାର କର ।
Answer:
ପ୍ରକୃତ ବଡ଼ପଣ ଧର୍ମକାର୍ଯ୍ୟ ସାଧନଦ୍ଵାରା ଅର୍ଜିତ ପୁଣ୍ୟରୁ ମିଳିଥାଏ, ଯାହା ମଣିଷକୁ ଯଶଶୀଳ ଓ ମହୀୟାନ ସ ବଡ଼ପଣକୁ କ୍ରୂର କାଳ ଗ୍ରାସ କରିଥାଏ । ସେ ବଡ଼ପଣକୁ କ୍ରୂର କାଳ ଗ୍ରାସ କରିପାରେ ନାହିଁ, ସେହି ବଡ଼ପଣ ମଣିଷର ମୃତ୍ୟୁ ପରେ ମଧ୍ୟ ପ୍ରତିଷ୍ଠା ହରାଇ ନ ଥାଏ । ତେଣୁ କବି ପ୍ରକୃତ ବଡ଼ପଣକୁ ନିଦା କହିବା ଯଥାର୍ଥ ଅଟେ ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧।
‘ବଡ଼ପଣ’ କବିତାର ସାରମର୍ମ ନିଜ ଭାଷାରେ ଲେଖ ।
Answer:
‘ଦରବାର’ କାବ୍ୟର ଅଂଶବିଶେଷ । ୧୮୯୪ ମସିହା ଅଗଷ୍ଟ ୨୯ ତାରିଖରେ ଯେଉଁ ଦରବାର ଆୟୋଜିତ ହୋଇଥିଲା, ସେଥୁରେ ଖଣ୍ଡପଡ଼ାର ରାଜବଂଶଜ ଜ୍ୟୋତିର୍ବିଜ୍ଞାନୀ ସାମନ୍ତ ଚନ୍ଦ୍ରଶେଖର ସିଂହ ଓ ବାଲେଶ୍ଵର ଜିଲ୍ଲା କାଉପୁରର ଜମିଦାର ଦୁର୍ଗ ପ୍ରାଙ୍ଗଣରେ ସେହି ଦରବାରକୁ ସେ ସମୟର ଅନେକ ରାଜା ଓ ଜମିଦାର ନିମନ୍ତ୍ରଣ ପାଇ ଆସିଥିଲେ । ସେହି ରାଜା ନୈତିକ ଜୀବନଯାପନ କରି ପ୍ରଜାମଙ୍ଗଳରେ ବ୍ରତୀ ହେବାଲାଗି ସେ ରାଜାଗଣଙ୍କୁ ଉପଦେଶ ଦେଇଛନ୍ତି । ବହ୍ନିଶିଖାପରି ଉର୍ଦ୍ଧ୍ୱଗାମୀ ଥିଲେ, ସେପରି ହେବାକୁ କହିଛନ୍ତି । ପୂର୍ବରୁ ରାଜାମାନେ ରାଜ୍ୟକୁ ନିଜର ପରିବାର ମନେକରି ରାଜା ଓ ପ୍ରଜାର ସମ୍ପର୍କ ହୋଇଛି ଖାଦକ ଓ ଖାଦ୍ୟର ସମ୍ପର୍କ । ପ୍ରଜାମାନଙ୍କୁ ତଣ୍ଡି, ସେମାନେ ସେହି ଧନରେ ବିଦେଶୀ ଶାସକଙ୍କୁ ସନ୍ତୁଷ୍ଟ କରିଛନ୍ତି । ଧନ ଅର୍ଜନ କରି ଧନର ସୁ-ବ୍ୟୟରେ ସାଫଲ୍ୟ ମିଳିଥାଏ ବୋଲି କବି ସଚେତନ କରାଇଛନ୍ତି । ଏହି ପର୍ଯ୍ୟାୟରେ ଧନ ଅର୍ଜନର ଅସାରତା ପ୍ରମାଣ କରିବାପାଇଁ କବି ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡର ପ୍ରସଙ୍ଗକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।

କବି ସତର୍କ କରାଇଛନ୍ତି । କାଳର ନିଷ୍ଠୁର ପ୍ରଭାବରୁ ମୁକ୍ତି ପାଇବାପାଇଁ କବି ପରାମର୍ଶ ଦେଇଛନ୍ତି । ଜନ୍ମ ଅନୁସାରେ ରାଜାମାନେ ରାଜପଦ ଲାଭ କରିଛନ୍ତି । ମାତ୍ର ସେହି ରାଜପଦକୁ ସ୍ଥାୟୀ କରିବାପାଇଁ ଯଥାର୍ଥ କର୍ମ କରିବାପାଇଁ କବି ବୁଝାଇଛନ୍ତି । ବିଧର୍ମୀ ରାଜାମାନଙ୍କୁ କବି ଧର୍ମ ସଚେତନ ହେବାକୁ କହିଛନ୍ତି । କାରଣ ସଂସାର ବାରିଧିକୁ ପାରିହେବାପାଇଁ ଧର୍ମପୋତର ଆବଶ୍ୟକତା ରହିଛି । ଧର୍ମ ହିଁ ଜୀବନରେ ଏକମାତ୍ର ସତ୍ୟ । ଧର୍ମ ବ୍ୟତୀତ ଆଉ ସବୁ ଅଢ଼େଇଦିନିଆ ଓ ଶେଷରେ କବି ଯଥାର୍ଥ ବଡ଼ପଣ ସମ୍ପର୍କରେ କହିଛନ୍ତି । ବଡ଼ପଣ ହେଉଛି କାଳଜୟୀ କର୍ମ । ଯେଉଁ କର୍ମପାଇଁ ମଣିଷ ମରି ମଧ୍ୟ ଅମର ହୋଇ ରହିଥାଏ । ମୃତ୍ୟୁପରେ ବି ଜୀବନ ସୌରଭ ଚହଟୁଥାଏ । କବି ରାଜାମାନଙ୍କୁ ପରାମର୍ଶ ଦେଇ କହିଛନ୍ତି, ‘ଲଳସାରୁ ମନକୁ ବାହୁଡ଼ାଇ ନେଇ ଯଥାର୍ଥ ରାଜଧର୍ମ ଯାହାକି ପ୍ରଜାନୁରଞ୍ଜନ ତାହାକୁ ପାଳନ କରିବାପାଇଁ କହିଛନ୍ତି ।’’

ଧର୍ମ ପଥରେ ଜୀବନ ଯାପନକରି ପ୍ରକୃତ ବଡ଼ପଣର ପରିଚୟ ଦେବାକୁ କବି ପାଠକମାନଙ୍କୁ ନିବେଦନ କରିଛନ୍ତି ।

Question ୨ ।
ମଣିଷ କିପରି ଉଚ୍ଚ ହୋଇ ଉଚ୍ଚତର ଗତି ଲାଭ କରିପାରିବ – ପଠିତ ‘ବଡ଼ପଣ’ ଆଲୋଚନା କର ।
Answer:
କର୍ମ ହିଁ ମଣିଷକୁ ଉଚ୍ଚ ଓ କାଳଜୟୀ କରେ । କେହି ବଡ଼ ହୋଇ ଜନ୍ମ ହେଲେ କିମ୍ବା ଧନୀ ଘରେ ଜନ୍ମିଲେ ବଡ଼ ହୋଇ ନଥା’ନ୍ତି । କର୍ମ ହିଁ ମଣିଷକୁ ଯଥାର୍ଥରେ ବଡ଼ କରେ। କବିବର ରାଧାନାଥ ରାୟ ‘ବଡ଼ପଣ’ କବିତାରେ, ସେ ସମୟର ବିପଥଗାମୀ ରାଜାମାନଙ୍କୁ ସଚେତନ କରିବାପାଇଁ ଏଭଳି ପରାମର୍ଶ ଦେଇଛନ୍ତି । ପୁନଶ୍ଚ କବି ନିଜର ଦାର୍ଶନିକ କରିଛନ୍ତି ।

ଦରବାରରେ ଯେଉଁମାନେ ସର୍ବାଗ୍ରେ ନିଜର ବଡ଼ପଣ ଦେଖାଇ ଆସୀନ ହୋଇଥିଲେ, ସେମାନେ ଥିଲେ ସମକାଳୀନ ଓଡ଼ିଶାର ନାମମାତ୍ର ରାଜା । ଖାଲି ରାଜପଦ ସେମାନଙ୍କର ସର୍ବସ୍ଵ ଥିଲା । ରାଜାର ଭାବ ବା ରାଜାର ଧର୍ମ ସେମାନଙ୍କର ନଥିଲା । ସେମାନେ ପ୍ରଜାମାନଙ୍କୁ ବହୁଭାବରେ ଶୋଷଣ କରି, କେବଳ ବ୍ରିଟିଶ୍ ସରକାରଙ୍କୁ ଯେକୌଣସି ଉପାୟରେ ସନ୍ତୁଷ୍ଟ କରି ରଖୁଥିଲେ । ରାଜା ଓ ପ୍ରଜାମାନଙ୍କର ସମ୍ପର୍କ ଥିଲା ଶୋଷକ ଓ ଶୋଷିତର ସମ୍ପର୍କ । ସେହି ରାଜାମାନଙ୍କୁ ପରାମର୍ଶ ଦେଇ କବି ଯଥାର୍ଥ ବଡ଼ପଣ ଲାଭ କରି ଉଚ୍ଚ ହେବାପାଇଁ କହିଛନ୍ତି ।

କବିଙ୍କ ମତରେ ସେହି କେବଳ ବଡ଼, ଯାହାର ବଡ଼ପଣକୁ କାଳ କବଳିତ କରିପାରେନା । ପୁନଶ୍ଚ ସେହି ବ୍ୟକ୍ତି ସଂସାର ଛାଡ଼ି ପରପାରିକୁ ଚାଲିଗଲେ ମଧ୍ୟ ଏ ସଂସାର ତାକୁ ଝୁରି ହେଉଥାଏ । କର୍ମର ସୌରଭ ପରବର୍ତୀ ଦାୟାଦଙ୍କୁ ମହକାଇ ଦେଉଥାଏ । କବି ସେଭଳି ବ୍ୟକ୍ତିଙ୍କୁ ଦ୍ବିଲୋକସାଧନୀ ବୋଲି କହିଛନ୍ତି । କାରଣ ସେମାନେ କେବଳ ଇହଲୋକରେ ପ୍ରଶଂସିତ ହୋଇ ନଥା’ନ୍ତି ବରଂ ସେମାନେ କର୍ମ ଓ ଉପଯୁକ୍ତ ଧର୍ମ ପାଇଁ ସ୍ଵର୍ଗଲୋକର ବାସୀ ହୋଇଥା’ନ୍ତି । ସେମାନେ ହୋଇଥା’ନ୍ତି କାଳଜୟୀ । କାଳର ବଜ୍ରଦନ୍ତ ସେମାନଙ୍କୁ କବଳିତ କରିପାରେ ନାହିଁ । କବି ରାଜାମାନଙ୍କୁ ପୁନଶ୍ଚ ଉପଦେଶ ଦେଇ କହିଛନ୍ତି, ‘ରାଜପଣରେ କୌଣସି ମୂଲ୍ୟ ନାହିଁ । ସୁତରାଂ ମନକୁ ସଦାସର୍ବଦା ଲାଳସାମୁକ୍ତ କରିବାକୁ ହେବ । କେବଳ ନିଜର ଧର୍ମ ଅର୍ଥାତ୍ ରାଜା ହିସାବରେ ନିଜର କର୍ମରେ ନିଜକୁ ସାମିଲ୍ କରିବାକୁ ପଡ଼ିବ । ‘ମୁଁ କେବଳ ପ୍ରଜାମାନଙ୍କ ସେବକ ମାତ୍ର’, ସେଭଳି ମାନସିକତା ଗ୍ରହଣ କରିବାକୁ ହେବ । ଧର୍ମପଥରେ ଚାଲିଲେ ଓ ଆତ୍ମତତ୍ତ୍ଵରେ ମନଦେଲେ, କାଳଜୟୀ ରାଜା ହୋଇପାରିବ । ନିଜେ ଉଚ୍ଚ ହେବା ସହିତ ସମସ୍ତଙ୍କୁ ସୁଖରେ ରଖୁବାର କାରଣ ହୋଇପାରିବ ।’’

କବି ଏହି ପର୍ଯ୍ୟାୟରେ ଧର୍ମପଥରେ ଜୀବନଯାପନ କରି ପ୍ରକୃତ ବଡ଼ପଣର ପରିଚୟ ଦେବାକୁ ପାଠକମାନଙ୍କୁ ନିବେଦନ କରିଛନ୍ତି ।

Question ୩ ।
‘ବଡ଼ପଣ’ କବିତା ଆଧାରରେ କବି ରାଧାନାଥଙ୍କ ଜୀବନ ପ୍ରତି ଦୃଷ୍ଟିଭଙ୍ଗୀର ପରିଚୟ ପ୍ରଦାନ କର ।
Answer:
କବିତା କବିର ମାନସ ସନ୍ତାନ । କବି ଚିତ୍ତଲୋକରୁ ତା’ର ଜନ୍ମ । ବିବିଧ ମାନସିକ ଭାବର ପରିପାଳନରେ ଏହାର ଅଭିବୃଦ୍ଧି । ତେଣୁ କବିର ଭାବ ହିଁ କବିତାର ଭାବ । କବି ଜୀବନକୁ ଯେମିତି ଦେଖିଥାଏ, ଯେମିତି ଅନୁଭବ କରିଥାଏ, ତାହାକୁ କବିତାରେ କଳାତ୍ମକ ଭାବରେ ସେମିତି ପ୍ରକାଶ କରେ । କବିତାର ଭାବୋଚ୍ଛାସରୁ କବିର ଆତ୍ମ ପୁରୁଷକୁ ପାଠକ ଚିହ୍ନିବାକୁ ଚେଷ୍ଟାକରେ । ସେଥୁରୁ କବିର ଜୀବନଦର୍ଶନ ଆପେ ଆପେ ବାରି ହୋଇଥାଏ । କବିବର ରାଧାନାଥ ରାୟ ସେହିପରି ଜଣେ କବି, ଯାହାଙ୍କ ପ୍ରତ୍ୟେକ ସାରସ୍ଵତ ସୃଷ୍ଟିରେ ତାଙ୍କର ଦାର୍ଶନିକ ଅନୁଚିନ୍ତା ଓ ବିଚାରବୋଧକୁ ଆକଳନ କରିହୁଏ ।

ଆଲୋଚ୍ୟ କବିତା ‘ବଡ଼ପଣ’, କବିଙ୍କର ବ୍ୟଙ୍ଗକାବ୍ୟ ‘ଦରବାର’ର ଏକ ଉଲ୍ଲେଖଯୋଗ୍ୟ ଅଂଶ । ଉକ୍ତ କାବ୍ୟଟି ଏକ ଉଦ୍ଦେଶ୍ୟ ପ୍ରଣୋଦିତ ସୃଷ୍ଟି । କବିଙ୍କ ସମୟରେ ବାରବାଟୀରେ ବସିଥିବା ଦରବାରରେ ସେ ସମୟର ରାଜା ଓ ତୋଷାମୋଦ କରୁଥିଲେ । ପ୍ରଜାମାନଙ୍କୁ ବହୁଭାବରେ ଶୋଷଣ କରି ନିଜର ବଡ଼ପଣ ଦେଖାଇ ହେଉଥିଲେ । ପ୍ରକୃତ ରାଜଧର୍ମକୁ ସେମାନେ ଭୁଲି ଯାଇଥିଲେ । କବି ସେମାନଙ୍କୁ ଜୀବନର ନଶ୍ବରତା ସମ୍ପର୍କରେ ସଚେତନ କରାଇ ଯାହା କହିଛନ୍ତି, ତାହାହିଁ କବିଙ୍କର ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ।

ମଣିଷ ଜୀବନ ପାଣିଫୋଟକା ପରି । କେତେବେଳେ କାହାର ମୃତ୍ୟୁକାଳ ଉପସ୍ଥିତ ହେବ, ତାହା କହିବେହ ନାହିଁ । ତେଣୁ ମୃତ୍ୟୁ ପ୍ରତି ବିଶେଷ ସଚେତନ ହେବା ଉଚିତ । ଫୁଟା ମାଠିଆରୁ ଯେପରି ପାଣି ଧୀରେ ଧୀରେ ବୋହିଯାଏ, ସେହିପରି ଆୟୁ ପ୍ରତି କ୍ଷଣେ କ୍ଷଣେ ସରିଆସୁଛି । କାଳ ଦୂରରେ ଅଛି ବୋଲି ଯେ ଦମ୍ଭ ଧରିଥାଏ, ହସୁଥାଏ, ହସି ହସି କାଳ ଆସି ତା’ପାଖରେ ପହଞ୍ଚିଯାଏ । ସ୍ଥାନ-କାଳ-ପାତ୍ରର ଭେଦ ତା’କୁ ଜଣାନଥାଏ । କବି ମର୍ତ୍ତ୍ୟବାସୀ ମଣିଷମାନଙ୍କୁ ଏହି କାଳ ପ୍ରତି ସଚେତନ ହେବାପାଇଁ ଅନୁରୋଧ କରିଛନ୍ତି । ପ୍ରକାରାନ୍ତରେ ଏଥ‌ିରେ କବିଙ୍କ ଜୀବନର ମୃତ୍ୟୁ ସଚେତନତା ପ୍ରତିପାଦିତ ହୋଇଥାଏ । ରାଜାମାନଙ୍କୁ ସେମାନଙ୍କର ଅପକର୍ମ ଲାଗି ସଚେତନ କରାଇଦେବା ପ୍ରସଙ୍ଗରେ ମଣିଷ ଜୀବନ ଉପରେ ମୃତ୍ୟୁର ଅପ୍ରତିହିତ ପ୍ରଭାବର ସୂଚନା ଦେଇଛନ୍ତି ।

ମୃତ୍ୟୁକାଳୀନ ଦୁଃଖରୁ ମୁକ୍ତି ପାଇବାପାଇଁ ଏକମାତ୍ର ଉପାୟ ହେଉଛି ଧର୍ମ । ଜନ୍ମଫଳରୁ ଯେ ବଡ଼ପଣ ପାଇଛି, ଧର୍ମ ଅର୍ଜନ କରି ତାକୁ ଚିରସ୍ଥାୟୀ କରିବା ଉଚିତ । ଧର୍ମରେ ଚାଲୁଥିବା ବ୍ୟକ୍ତିକୁ କବି ଦ୍ବିଲୋକସାଧନୀ ବୋଲି କହିଛନ୍ତି । ନିଜେ ଉଚ୍ଚ ହେବାପାଇଁ ମହତ୍ କର୍ମ ସାଧନରେ ମନଦେବାକୁ କବି ପରାମର୍ଶ ଦେଇଛନ୍ତି ।

Question ୪ ।
ପଠିତ କବିତା ଅବଲମ୍ବନରେ ମଣିଷ ଜୀବନରେ ଧର୍ମର ଗୁରୁତ୍ଵ ବିଚାର କର।
Answer:
କବିବର ରାଧାନାଥ ରାୟ ଥିଲେ ସତ୍ୟଦ୍ରଷ୍ଟା । ଆଲୋଚ୍ୟ କବିତା ‘ବଡ଼ପଣ’ରେ କବି ଧର୍ମର ଗୁରୁତ୍ଵ ସମ୍ପର୍କରେ ବିଭିନ୍ନ ଉଦାହରଣ ଦେଇ ବୁଝାଇଛନ୍ତି । କବିଙ୍କର ଉଦ୍ଦେଶ୍ୟପ୍ରଣୋଦିତ କାବ୍ୟ ‘ଦରବାର’ର ଏକ ଅଂଶବିଶେଷ । ଏଥରେ ସେ ସମୟର ରାଜା ଓ ଜମିଦାରମାନେ କୌଣସି ପ୍ରକାରେ ଧର୍ମାଧର୍ମର ବିଚାର ରଖୁ ନଥିଲେ ବୋଲି ସୂଚନା ଦିଆଯାଇଛି । ପୂର୍ବବର୍ତ୍ତୀ ରାଜାମାନେ ପ୍ରଜାମାନଙ୍କୁ ପୁତ୍ରପରି ପାଳନ କରୁଥିଲେ । ପ୍ରଜାନୁରଞ୍ଜନ ଥୁଲା ରାଜାଙ୍କର ମୂଳଧର୍ମ । ମାତ୍ର ରାଧାନାଥଙ୍କ ବିଭିନ୍ନ ଭାବରେ ଶୋଷଣ କରୁଥିଲେ । କବି ସେଭଳି ରାଜାଙ୍କୁ ମୃତ୍ୟୁସଚେତନ କରାଇବା ସଙ୍ଗେ ସଙ୍ଗେ ଜୀବନରେ ଧର୍ମର ମହତ୍ତ୍ଵ ସମ୍ପର୍କରେ ବୁଝାଇ କହିଛନ୍ତି ।

‘‘ଜୀବନରେ ମୃତ୍ୟୁ ହିଁ ଏକମାତ୍ର ସତ୍ୟ । ଯେକୌଣସି ସମୟରେ ମୃତ୍ୟୁ ଆସି ମଣିଷ ନିକଟରେ ପହଞ୍ଚି ଯାଇପାରେ । ମୃତ୍ୟୁକାଳୀନ ଦୁଃଖରୁ ମୁକ୍ତି ପାଇବାର ଏକମାତ୍ର ଉପାୟ ହେଉଛି ଧର୍ମ । ଧର୍ମର ଯେଉଁ ବ୍ୟାପକ ସଂଜ୍ଞା ଭାରତୀୟ ଦର୍ଶନରେ ରହିଛି, କବି ଅବଶ୍ୟ ତାକୁ ଗ୍ରହଣ କରିନାହାଁନ୍ତି । ତାଙ୍କ ବିଚାରରେ ଧର୍ମର ଅର୍ଥ, ଜନ୍ମ ଅନୁରୂପ କର୍ମ । ଯେ ଯେଉଁଠାରେ ଜନ୍ମ ହୋଇଛି, ତା’ର ଅନୁରୂପ କର୍ମ ହିଁ ତା’କୁ ବଡ଼ କରାଏ । ଜନ୍ମଫଳରୁ ଯେ ବଡ଼ପଣ ପାଇଛି, ଧର୍ମ ଅର୍ଜନ କରି ତାକୁ ଚିରସ୍ଥାୟୀ କରିବା ଉଚିତ । କାରଣ ଧର୍ମ ଏକ ବିଚିତ୍ର ନୌକା । ଏ ବିଶାଳ ସଂସାର ସାଗରକୁ ପାରି ହେବାପାଇଁ ଈଶ୍ବର ଏ ନୌକାଟିକୁ ନିର୍ମାଣ କରିଛନ୍ତି । ଧର୍ମ ନାବରେ ଥରେ ପାଦଦେଲେ, ମଣିଷ ଜୀବନ ଧନ୍ୟ ହୋଇଯାଏ । ଜନ୍ମ ସଫଳ ହୋଇଥାଏ । ସଂସାର ଜୀବନରେ ଆଉ କୌଣସି ପ୍ରକାର ଦୁଃଖ ଶୋକ ରହିନଥାଏ । ତେଣୁ ଏହି ମରଶଶୀଳ ଦୁନିଆରେ
ଧର୍ମ ହିଁ ଏକମାତ୍ର ସତ୍ୟ । ଧର୍ମ ହିଁ ମଣିଷର ମହତପଣିଆର ପରିଚୟ ଦେଇଥାଏ । ଧର୍ମରହିତ ମଣିଷର କୌଣସି ମୂଲ୍ୟ ନାହିଁ । କବି ତାହାକୁ ଅଢ଼େଇଦିନିଆ ବା କ୍ଷଣସ୍ଥାୟୀ ଜୀବନ ବୋଲି ସୂଚନା ଦେଇଛନ୍ତି । କବିଙ୍କ ଭାଷାରେ –
‘ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧ୍
ଧର୍ମ ଏକା ସିନା ମହତ ପଣିଆ
ଆଉ ବଡ଼ପଣ ଅଢ଼େଇଦିନିଆ ।’’
କବି ଧର୍ମ ସମ୍ପର୍କରେ ଯେଉଁ ଅଭିମତ ଦେଇଛନ୍ତି, ତାହାକୁ ସର୍ବକାଳୀନ ସତ୍ୟ ଭାବରେ ଗ୍ରହଣ କରାଯାଇପାରେ ।

Question ୫ ।
ପଠିତ କବିତା ଅବଲମ୍ବନରେ କବି ରାଧାନାଥ ତାଙ୍କ ସମୟର ରାଜା ଓ କପିଦାରମାନଙ୍କୁ ଯେଉଁ ପରାମର୍ଶ ଦେଇଛନ୍ତି – ଆଲୋଚନା କର ।
Answer:
କବି ପ୍ରଥମେ ଜଣେ ଦରଦୀ ମଣିଷ । ମଣିଷମାନଙ୍କ ମଧ୍ୟରେ ବା ସମାଜରେ କୌଣସି ତ୍ରୁଟିବିଚ୍ୟୁତି ଲକ୍ଷ୍ୟକଲେ, କବି ତା’ର ଅମରଲେଖନୀ ଚାଳନା କରି ଜଗତକୁ ସଚେତନ କରାଏ । ସୁଧୁରି ଯିବାକୁ ପରାମର୍ଶ ଦିଏ । ସେଥ‌ିପାଇଁ ଜୀବନ ପାଇଁ କଳା ସୃଷ୍ଟି ହୋଇଛି ବୋଲି ସମାଲୋଚକମାନେ କହିଥା’ନ୍ତି । ସେହିପରି ଜଣେ କ୍ରାନ୍ତଦର୍ଶୀ ସାରସ୍ବତ ସାଧକ କବିବର ରାଧାନାଥ ରାୟ । ସେ ‘ବଡ଼ପଣ’ କବିତାରେ ସେ ସମୟର ରାଜା ଓ ଜମିଦାରମାନଙ୍କୁ ଉପଯୁକ୍ତ ପରାମର୍ଶ ଦେଇ ଯଥାର୍ଥ କହିଛନ୍ତି, ଦିନେ ଓଡ଼ିଶାର ରାଜାମାନେ ସମଗ୍ର ଭାରତବର୍ଷରେ ଯଶସ୍ବୀ ସମ୍ରାଟ ଭାବରେ ସମ୍ମାନିତ ହେଉଥିଲେ ।

ପ୍ରଜାନୁରଞ୍ଜନ ପାଳନ କରୁଥିଲେ । ସମଗ୍ର ରାଜ୍ୟ ତାଙ୍କ ଦୃଷ୍ଟିରେ ଥିଲା ଏକ ପରିବାର । କିନ୍ତୁ ଦୁଃଖର କଥା ଆଜିର ନାମମାତ୍ର ରାଜା ଓ ଜମିଦାରଙ୍କରଠାରେ ସେହି ଉଦାର ଭାବ ନାହିଁ । ରାଜା ପ୍ରଜାଙ୍କ ସମ୍ପର୍କ ଏବେ ସଞ୍ଚାଣ ଓ କପୋତର ସମ୍ପର୍କରେ ପରିଣତ ହୋଇଛି । ରାଜଭୋଗର ଅଭିଳାଷ, ପ୍ରଜାମାନଙ୍କ ମୁଖରୁ ସେମାନଙ୍କର ଶ୍ରୀମାର୍ଜିତ ଗ୍ରାସ ଛଡ଼ାଇ ନେଇଛି । ଏହି ଦେଶର ରାଜା ଓ ଜମିଦାର ଗୋଷ୍ଠୀ ବିଦେଶୀ

ଇଂରେଜ ଶାସକମାନଙ୍କ ପରି ବନ୍ଧୁକ ମୁନରେ ପ୍ରଜାଙ୍କୁ ଭୀତତ୍ରସ୍ତ କରାଉଛନ୍ତି । ରାଜଧର୍ମ ପ୍ରଜାପାଳନ ନୁହେଁ ପ୍ରଜାଶୋଷଣ ରୂପେ ବିବେଚିତ ହୋଇଛି । ଦୁଃଖୀ, ରଙ୍କୀ, ରାଣ୍ଡୀଙ୍କୁ ଶୋଷଣ କରି ଏମାନେ ଉତ୍କଟ ଧନଲିପ୍‌ସାର ସନ୍ଧାନ ପାଇଛନ୍ତି । ଏପରିକି ପ୍ରଜାମାନଙ୍କ ଜୋରିମାନା ଧନରେ ରାଜକୋଷ ପୂର୍ଣ୍ଣ କରିବାର ଅଭିଳାଷ କବି ରାଧାନାଥ ଏହି ଧନଚିନ୍ତାର ସାର୍ଥକତା ସମ୍ପର୍କରେ ରାଜା ଓ ଜମିଦାରଙ୍କୁ ଉତ୍ତମ ପରାମର୍ଶ ଦେଇଛନ୍ତି । କବିଙ୍କ ମତରେ, ‘ଧନର ସାଫଲ୍ୟ କେବଳ ସୁ-ବ୍ୟୟରେ ହିଁ ହୋଇଥାଏ । ଧନ ଅର୍ଜନ କରି କେବଳ ବିଳାସବ୍ୟସନରେ ଖର୍ଚ୍ଚକଲେ, ଧନର କୌଣସି ମୂଲ୍ୟ ରହେ ନାହିଁ । ପୁନଶ୍ଚ ଯକ୍ଷପରି ଧନକୁ କେବଳ ଆବୋରି ବସିଲେ ଧନ ଅର୍ଜନର କୌଣସି ମୂଲ୍ୟ ରହେନାହିଁ । ବରଂ ରାଜାଭାବରେ ପ୍ରଜାନୁରଞ୍ଜନ ପାଇଁ ଧନକୁ ବ୍ୟୟ କରିବା ହେଉଛି ଉପଯୁକ୍ତ ପଥ ।’’

କବିଙ୍କର ଏହି ଉପଦେଶ ଦେଶର କଣ୍ଠଧାରଙ୍କ ଉଦ୍ଦେଶ୍ୟରେ ଜଣେ ସଚେତନ କାବ୍ୟପୁରୁଷର ଅନ୍ତର୍ବାଣୀ ମାତ୍ର ।

Additional Multiple Choice Questions (Mcqs) With Answers

Question ୧ ।
ଧନ ଅର୍ଜନର ସଫଳତା କେଉଁଠି ଥାଏ ?
(i) ଖାଇ ପିଇ ଆରାମ କରିବାରେ
(ii) ବିଳାସ ବ୍ୟସନରେ ବ୍ୟୟ କରିବାରେ
(iii) ସୁ-ବ୍ୟୟରେ
(iv) ଅନ୍ୟକୁ ଦାନ କରିବାରେ
Answer:
(iii) ସୁ-ବ୍ୟୟରେ

Question ୨ ।
‘ବଡ଼ପଣ’ କବିତା ରାଧାନାଥଙ୍କ କେଉଁ କାବ୍ୟରୁ ଆସିଅଛି ?
(i) ମହାଯାତ୍ରା
(ii) ଦରବାର
(iii) ଚନ୍ଦ୍ରଭାଗା
(iv) ପାର୍ବତୀ
Answer:
(ii) ଦରବାର

Question ୩ ।
ରାଧାନାଥ ରାୟ ତାଙ୍କର ପୂର୍ବସୂରୀ କେଉଁ କବିଙ୍କ ପରି ଓଡ଼ିଶାର ମାଟି, ପାଣି, ଅରଣ୍ୟ, ପର୍ବତ, ନଦୀ, ସମୁଦ୍ର ଓ ତୀର୍ଥମାନଙ୍କୁ ଆପଣା କାବ୍ୟରେ ମହତ୍ ସ୍ଥାନ ପ୍ରଦାନ କରିଛନ୍ତି ?
(i) ସାରଳା ଦାସ
(ii) ଜଗନ୍ନାଥ ଦାସ
(iii) ବଳରାମ ଦାସ
(iv) ଉପେନ୍ଦ୍ର ଭଞ୍ଜ
Answer:
(i) ସାରଳା ଦାସ

Question ୪ ।
ଓଡ଼ିଶାର କେଉଁ ବରପୁତ୍ରଙ୍କୁ ସମ୍ବଦ୍ଧିତ କରିବାକୁ ବାରବାଟୀ ଦୁର୍ଗରେ ଦରବାର ବସିଥିଲା ?
(i) ପଠାଣି ସାମନ୍ତ
(ii) ରାଧାନାଥ ରାୟ
(iii) ବାସୁଦେବ ସୁଢ଼ଳଦେବ
(iv) ଦିବ୍ୟସିଂହ ଦେବ
Answer:
(i) ପଠାଣି ସାମନ୍ତ

CHSE Odisha Class 12 Odia Solutions Chapter 5 ବଡ଼ପଣ

Question ୫ ।
ଜଳଧାରାର ଧର୍ମ କ’ଣ ?
(i) ଉର୍ଦ୍ଧ୍ୱଗାମୀ
(ii) ନିମ୍ନଗତି
(iii) ପଶ୍ଚାତ୍‌ତି
(iv) କୌଣସିଟି ନୁହେଁ
Answer:
(ii) ନିମ୍ନଗତି

Question ୬ ।
ଦୁଃଖୀ, ରଙ୍କି, ପ୍ରଜାମାନଙ୍କୁ ଶୋଷଣ କରି ରାଜା ଓ ଜମିଦାରମାନେ କାହାକୁ ପୋଷଣ କରୁଛନ୍ତି ?
(i) ଗଣିକା
(ii) ଓକିଲ
(iii) ଖୋସାମତିଆ
(iv) ସବୁଗୁଡ଼ିକ
Answer:
(iv) ସବୁଗୁଡ଼ିକ

Question ୭ ।
ରାଧାନାଥ କାହାକୁ ସ୍କନ୍ଦର ବୋଲି କହିଛନ୍ତି ?
(i) ତୈମୁରଲଙ୍ଗ
(ii) ମାମୁଦ
(iii) ଆଲେକ୍ଜାଣ୍ଡାର
(iv) ଅଶୋକ
Answer:
(iii) ଆଲେକ୍ଜାଣ୍ଡାର

Question ୮ ।
‘ଲକ୍ଷଶୋଷୀ’’ ବୋଲି କାହାକୁ କୁହାଯାଇଛି ?
(i) ବ୍ରିଟିଶ ଶାସକ
(ii) ଆଲେକ୍‌ଜାଣ୍ଡାର
(iii) ଗଜପତି
(iv) ରାଜା ଓ ଜମିଦାର
Answer:
(iv) ରାଜା ଓ ଜମିଦାର

Question ୯ ।
କାହାର କ୍ରୂରତା ଓ ଅବିଶ୍ଵାସୀ ପ୍ରକୃତି ବିଷୟରେ କୁହାଯାଇଛି ?
(i) ପାପ
(ii) କାଳ
(iii) ଧନ
(iv) ତୋଷାମଦକାରୀ
Answer:
(ii) କାଳ

Question ୧୦ ।
କେଉଁଥୁରୁ ମନ ବାହୁଡ଼ାଇ ନେବାକୁ କବି ରାଜାମାନଙ୍କୁ ପରାମର୍ଶ ଦେଇଛନ୍ତି ?
(i) ଧନ
(ii) ଅହମିକା
(iii) ପଦପଦବୀ
(iv) ସବୁଗୁଡ଼ିକ
Answer:
(iv) ସବୁଗୁଡ଼ିକ

Question ୧୧ ।
କାହାର କଠିନ ଝିଙ୍କାଝିଙ୍କିରୁ ନିସ୍ତାର ପାଇଁ ହୁସିଆର ହେବାକୁ କବି କହିଛନ୍ତି ?
(i) ଧର୍ମ
(ii) ଧନ
(iii) ମାୟା
(iv) ପଦପଦବୀ ମୋହ
Answer:
(iii) ମାୟା

Question ୧୨ ।
ଜ୍ୟୋତିର୍ବିଦ୍ ସାମନ୍ତ ଚନ୍ଦ୍ରଶେଖରଙ୍କୁ ସମ୍ବର୍ଦ୍ଧିତ କରିବାକୁ କେଉଁଠାରେ ଦରବାର ବସିଥିଲା ?
(i) ରେଭେନ୍ସା ମହାବିଦ୍ୟାଳୟ ପ୍ରାଙ୍ଗଣ
(ii) ଗଜପତିଙ୍କ ରାଜସଭା
(iii) ବାରବାଟୀ ଦୁର୍ଗ
(iv) ବିୟୋଗାନ୍ତକ କାବ୍ୟ
Answer:
(iii) ବାରବାଟୀ ଦୁର୍ଗ

Question ୧୩ ।
‘ଦରବାର’ ଏକ କେଉଁ ପ୍ରକାର କାବ୍ୟ ?
(i) ଗାଥା କାବ୍ୟ
(ii) ବ୍ୟଙ୍ଗ କାବ୍ୟ
(iii) ପ୍ରକୃତି କାବ୍ୟ
(iv) ବାମଣ୍ଡା ରାଜସଭା
Answer:
(ii) ବ୍ୟଙ୍ଗ କାବ୍ୟ

Question ୧୪ ।
ପ୍ରକୃତ ବଡ଼ପଣକୁ କବି କ’ଣ ବୋଲି କହିଛନ୍ତି ?
(i) ଦ୍ବିଲୋକସାଧନୀ
(ii) ଦ୍ୟୁଲୋକସାଧନୀ
(iii) ତ୍ରିଲୋକସାଧନୀ
(iv) ରାଜଧର୍ମ
Answer:
(i) ଦ୍ବିଲୋକସାଧନୀ

Question ୧୫ ।
ସଂସାରର ତୁକସାର ବଡ଼ପଣ ଲାଳସା – ରେଖାଙ୍କିତ ପଦର ଅର୍ଥ କ’ଣ ?
(i) ଅହଙ୍କାର
(ii) ପ୍ରତିଭା
(iii) ମୂଲ୍ୟହୀନ
(iv) ଧାର୍ମିକ ଭାବନା
Answer:
(iii) ମୂଲ୍ୟହୀନ

Question ୧୬ ।
‘‘ଅନ୍ତକର ବଜ୍ର-ଦନ୍ତ ଯାଏ ଭାଙ୍ଗି’’ – ଏହି ପଦର ତାତ୍ପର୍ଯ୍ୟ କେଉଁଟି ?
(i) ପ୍ରଜାନୁରଞ୍ଜନ ଆଦର୍ଶ ରାଜଧର୍ମ
(ii) ସର୍ଭି ଚିର ଅମର
(iii) ମାୟାଗ୍ରସ୍ତଙ୍କ ପାଇଁ ମୃତ୍ୟୁ ଭୟଙ୍କର
(iv) ଅହମିକାର ଅସାରତା
Answer:
(ii) ସର୍ଭି ଚିର ଅମର

Question ୧୭ ।
କବିତାରେ କବିଙ୍କ ଶକ୍ତିଶାଳୀ ଲେଖନୀ କେଉଁ ବିଷୟରେ ଅବତାରଣା କରିଛି ?
(i) ମହାକାଳର କ୍ରୂରତା
(ii) ଧର୍ମର ଶ୍ରେଷ୍ଠତା
(iii) ଅହମିକାର ଅସାରତା
(iv) ସବୁଗୁଡ଼ିକ
Answer:
(iv) ସବୁଗୁଡ଼ିକ

Question ୧୮ ।
ଜିଣିବାକୁ ଆଉ ନାହିଁ ଧରାଖଣ୍ଡ – କିଏ କହିଥିଲେ ?
(i) ଇଂଲଣ୍ଡର ମହାରାଣୀ
(ii) ଉତ୍କଳର ଗଜପତି
(iii) ବିଶ୍ବବିଜୟୀ ସିକନ୍ଦର
(iv) ସମ୍ରାଟ ଅଶୋକ
Answer:
(iii) ବିଶ୍ବବିଜୟୀ ସିକନ୍ଦର

Question ୧୯ ।
ଏବେ ରାଜା-ପ୍ରଜାଙ୍କ ସମ୍ପର୍କ କିପରି ହୋଇଛି ବୋଲି ଆକ୍ଷେପ କରାଯାଇଛି ?
(i) କୁକୁର-ବିରାଡ଼ି
(ii) ସାପ-ବେଙ୍ଗ
(iii) ବାଜ-ପାରା
(iv) ସିଂହ-ଶୃଗାଳ
Answer:
(iii) ବାଜ-ପାରା

Question ୨୦ ।
ପାପାର୍ଜିତ ଧନରେ କ’ଣ ଅର୍ଜନ କରୁଛ ବୋଲି କୁହାଯାଇଛି ?
(i) ପୁଣ୍ଯୟ
(ii) ପାପ
(iii) ଧର୍ମ
(iv) ଯଣ
Answer:
(ii) ପାପ

(କ) କବି ପରିଚିତି

ଓଡ଼ିଶାର ସାମାଜିକ ଜୀବନରେ ଯେତେବେଳେ ନାନା ଘାତ ପ୍ରତିଘାତ ଦେଖାଦେଇ ଗଣଜୀବନକୁ କରିଥିଲା ଶ୍ରୀହୀନ, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଯେତେବେଳେ ନାନା ପ୍ରତିରୋଧ ଓ ପ୍ରତିବନ୍ଧକ ଦେଖାଦେଇ ଓଡ଼ିଆ ଭାଷାକୁ କରିଥିଲା ପଙ୍ଗୁବତ୍ ସ୍ଥିର ଓ ସ୍ତବ୍ଧ; ସେହିପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ୧୮୪୮ ମସିହା ସେପ୍ଟେମ୍ବର ମାସ ୨୮ ତାରିଖରେ ରାଧାନାଥ ଭୂମିଷ୍ଠ ହୋଇଥିଲେ ବାଲେଶ୍ଵର ଜିଲ୍ଲାର କେଦାରପୁର ଗ୍ରାମରେ । ପିତା ସୁନ୍ଦର ନାରାୟଣ ଦେବ ଥିଲେ ଜଣେ ପ୍ରଗତିଶୀଳ ଓ ଶିକ୍ଷାନୁରାଗୀ ବ୍ୟକ୍ତି । ମାତା ତାରିଣୀ ଦାସୀ ଥିଲେ ଜଣେ ଆଦର୍ଶପ୍ରାଣା ମହିଳା । ମାତ୍ର ଓଡ଼ିଶାର ସକଳ ଦୁର୍ଯ୍ୟୋଗର ସନ୍ଧିକ୍ଷଣରେ ଜନ୍ମଲାଭ କରିଥିବା ରାଧାନାଥଙ୍କ ଜୀବନରେ ଅତି ଅଳ୍ପ ବୟସରୁ ଦୁର୍ଯୋଗ ଆସିଥିଲା । ଅଦିନିଆ ମେଘପରି, ଯେଉଁ ଦୁର୍ଯୋଗରେ ପୂର୍ଣ୍ଣଛେଦ ଟାଣିବା ଥିଲା ଏକ ବିଫଳ ପ୍ରୟାସ । ଏ ଦୁର୍ଯ୍ୟୋଗ ଆଉ କିଛି ନୁହେଁ – ରାଧାନାଥଙ୍କ ମାତୃ ବିୟୋଗ । ଚପଳମତି ଶିଶୁ ରାଧାନାଥଙ୍କ ମାତୃବିୟୋଗ ପରେ ସେ ବିମାତା ରୂପ ଦାସୀଙ୍କ ଯତ୍ନରେ ଆପଣାର ଜୀବନସୌଧ ନିର୍ମାଣ କରିଥିଲେ । ଶିକ୍ଷାଗୁରୁଙ୍କର ପଟ୍ଟଶିଷ୍ୟ ରାଧାନାଥଙ୍କ ଜୀବନ ସହ ଯେପରି ଦୁର୍ଯୋଗ, ବିଷାଦ ଓ ଦୁଃଖର ସମ୍ପର୍କ ଥିଲା ଅବିଚ୍ଛେଦ୍ୟ; କିନ୍ତୁ ପ୍ରତିଭାର ବିସ୍ଫୋରଣ ପାଇଁ ଏହି ଦୁର୍ଯୋଗ ହିଁ ଆଣିଥିଲା ସୁବର୍ଣ୍ଣ ସୁଯୋଗ । ଶିକ୍ଷାରମ୍ଭ ବେଳକୁ ରାଧାନାଥଙ୍କ ପ୍ରତିଭାର ଦ୍ଯୁତି ଝଟକି ଉଠିଥିଲା ।

ତତ୍ତ୍ୱାବଧାନରେ । ବାଲ୍ୟକାଳରୁ ତାଙ୍କର ମେଧାବୀପଣିଆ ଓ ଚତୁରତା ତଥା ଅଧ୍ୟବସାୟ ଗୁଣ ପ୍ରକଟିତ ହୋଇଥିଲା । ପିତା ସୁନ୍ଦର ନାରାୟଣଙ୍କ ପ୍ରଯତ୍ନରେ ସ୍ଥାପିତ ସୋରୋ ଭର୍ଣ୍ଣାକୁଲାର ସ୍କୁଲରେ ଅଧ୍ୟୟନ କରୁଥିବାବେଳେ ତାଙ୍କ ସ୍ବାସ୍ଥ୍ୟରେ ଗୁରୁତର ସେଠାକୁ ଚିକିତ୍ସିତ ହେବାକୁ ଯାଇ ଜିଲ୍ଲା ସ୍କୁଲରେ ଅଧ୍ୟୟନ କଲେ ।

ସ୍ଵାସ୍ଥ୍ୟର ଅବନତିକୁ ଭୂକ୍ଷେପ ନ କରି ମେଧାବୀ ରାଧାନାଥ ଶିକ୍ଷାଦିଗରେ ଗଭୀର ମନୋନିବେଶ କରିଥିଲେ । ପ୍ରବେଶିକା ପରୀକ୍ଷାରେ ଏହି ହେତୁ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ମାସିକ ଚଉଦ ଟଙ୍କା ବୃଦ୍ଧି ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ତାଙ୍କର ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀ ପାଇ ଉତ୍ତୀର୍ଣ୍ଣ ହେବା ଘଟଣା ସେ ସମୟରେ ବାଲେଶ୍ଵର ସହରରେ ଏକ ଉଲ୍ଲେଖଯୋଗ୍ୟ ଆଲୋଚ୍ୟ ବିଷୟ ହୋଇପଡ଼ିଥିଲା । ଫକୀରମୋହନ ଅତି ରସାଣିତ କରି ଏ କଥାକୁ ଲେଖିଛନ୍ତି – ‘ମୁଁ ବାରବାଟୀ ସ୍କୁଲରେ ପଢ଼ାଉଥିବା ସମୟରେ ବାଲେଶ୍ଵର ଜିଲ୍ଲାସ୍କୁଲର ଜଣେ ଛାତ୍ର ଏଣ୍ଟ୍ରାନ୍ସ ପରୀକ୍ଷା

ଦେବା ନିମିତ୍ତ କଲିକତାକୁ ପ୍ରେରିତ ହେଲେ । ତାଙ୍କ ନାମ ‘ରାଧାନାଥ ରାୟ’ । କବିବର ରାଧାନାଥ ବାଲେଶ୍ଵର ଜିଲ୍ଲାର ସର୍ବପ୍ରଥମ ଏଣ୍ଟ୍ରାନ୍ସ ପରୀକ୍ଷାତ୍ତୀର୍ଣ୍ଣ ଛାତ୍ର । ସେ ୧୮୬୩ ମସିହାରେ ବାଲେଶ୍ଵର ଜିଲ୍ଲା ସ୍କୁଲରୁ ପ୍ରଥମ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାଶ୍ କରିଥିଲେ । ରାଧାନାଥବାବୁଙ୍କ ପାଶ୍ ସମ୍ବାଦ ବାଲେଶ୍ବରରେ ପହଞ୍ଚିବା ଦିନ କଚେରିରେ ଭାରିଗୋଟାଏ ଚହଳ ପଡ଼ିଗଲା । ଅମଲାମାନେ ଗୋଟାଏ ସ୍ଥାନରେ ବସି ବୋଲାବୋଲି ହେଲେ – ଜଣାଯାଉଛି ଏଣ୍ଟ୍ରାନ୍ସ ପାଶ୍ଚା ଖୁବ୍ ଗୋଟାଏ ବଡ଼ କଥା ନୁହେଁ । ଆମ୍ଭମାନଙ୍କର ସୁନ୍ଦରବାବୁଙ୍କର ସାନ ସନ୍ତିଆ ପିଲାଟା ପାଶ୍ କରି ପକାଇଲା । ଏଇଟା ଆଉ କ’ଣ ବଡ଼କଥା ହୋଇପାରେ । କାହୁଁ ବୁଝିଥା’ନ୍ତେ ରାଧାନାଥଙ୍କ ଗଭୀର ଅଧ୍ୟୟନ ପ୍ରବୃତ୍ତିକୁ ଓ ପ୍ରଚଣ୍ଡ ଜ୍ଞାନପିପାସାକୁ । ଏଣ୍ଟ୍ରାନ୍ସ ପାର୍ଶ୍ଵରେ ରାଧାନାଥ ଉଚ୍ଚଶିକ୍ଷା ଲାଭ ନିମିତ୍ତ କଲିକତାର ପ୍ରେସିଡ଼େନ୍ସି କଲେଜରେ ନାମ ଲେଖାଇଥିଲେ; ମାତ୍ର ରାଧାନାଥଙ୍କ ଦୁର୍ଯୋଗ, ତାଙ୍କ ଦୁର୍ବଳ ସ୍ଵାସ୍ଥ୍ୟ ହିଁ ପ୍ରତିବନ୍ଧକ ହେଲା ତାଙ୍କ ଉଚ୍ଚଶିକ୍ଷା ପ୍ରାପ୍ତି କ୍ଷେତ୍ରରେ । ଫଳରେ
‘‘ଶକ୍ତି ନାହିଁ ବତ୍ସ କାହାରି ଜଗତେ
ନିୟତିକି ନେବ ନିଜ ଇଚ୍ଛାମତେ ।’’
ବିଧପ୍ରଦତ୍ତ ନିର୍ଦ୍ଦେଶକୁ ମାନି ରାଧାନାଥ ବାଲେଶ୍ବର ପ୍ରତ୍ୟାବର୍ତ୍ତନ କଲେ । ଉଚ୍ଚଶିକ୍ଷା ଲାଭର ଆଶା କବିଙ୍କର ହେଲା ସୁଦୂରପରାହତ । ଅବଶ୍ୟ ପରେ ସେ ଘରୋଇଭାବେ ଏଫ୍. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ଦୁର୍ବଳ ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ଲାଭରୁ ବଞ୍ଚ ହେତୁ ଭଗ୍ନ ମନନେଇ ରାଧାନାଥ ବାଲେଶ୍ଵର ଫେରିବା ପରେ, ମାତ୍ର ୧୬ ବର୍ଷ ବୟସରେ ସେ ବାଲେଶ୍ଵର ସ୍କୁଲର ତୃତୀୟ ଶିକ୍ଷକଭାବେ ମାସିକ ଟ ୩୦.୦୦ ବେତନରେ ୧୮୬୪ ମସିହା ମଇ ମାସ ଏକ ତାରିଖରେ ଆପଣାର କର୍ମମୟ ଜୀବନରେ ପ୍ରବେଶ କରିଥିଲେ । ଏହାର ଦୁଇବର୍ଷ ପରେ ରାଧାନାଥଙ୍କର ଜଣେ ଆତ୍ମୀୟ ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇ ତାଙ୍କୁ ‘କଟକ କଲେଜରେ’ ଅଧ୍ୟୟନ କରିବାପାଇଁ ପରାମର୍ଶ ଦେଇଥିଲେ । ମାତ୍ର କବିବରଙ୍କର ସେ ବାସନା ଆଉ ଫଳବତୀ ହୋଇ ନ ଥିଲା । ବାଲେଶ୍ବରରେ ପ୍ରାୟ ପାଞ୍ଚବର୍ଷ ଶିକ୍ଷକତା ରାଧାନାଥଙ୍କର ଛାତ୍ର ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ସେତିକିବେଳେ ମଧୁସୂଦନ ରାଧାନାଥଙ୍କର ଏକାନ୍ତ ପ୍ରିୟଭାଜନ ଓ ଅନୁଗତ ଛାତ୍ରଭାବେ ବେଶ୍ ବିଦିତ ହୋଇପାରିଥିଲେ । ସାହିତ୍ୟ ପ୍ରତି ଉଭୟଙ୍କର ଅନୁରାଗ ଥିବାରୁ ଏ ସମ୍ପର୍କ ସମ୍ଭବତଃ ବିଧ୍ ପ୍ରତିପାଦିତ ଭାବେ ସ୍ଥାପିତ ହୋଇଥିଲା ।

ପୁରୀରେ ମାତ୍ର ଦୁଇବର୍ଷ କାର୍ଯ୍ୟ କରିବାପରେ ରାଧାନାଥ ଗଲେ ଡେପୁଟି କଲେକ୍ଟର ପରୀକ୍ଷା ଦେବାପାଇଁ । ସେତିକିବେଳେ ପ୍ରଚଣ୍ଡ ପରିଶ୍ରମ ଓ ଗଭୀର ଅଧ୍ୟବସାୟ ହେତୁ ସେ ଭୀଷଣ ରୋଗାକ୍ରାନ୍ତ ହୋଇପଡ଼ିଥିଲେ । ପରେ ପରେ ତାଙ୍କୁ ପୁରୀରୁ ବଙ୍ଗପ୍ରଦେଶ ଅନ୍ତର୍ଗତ ବାଙ୍କୁଡ଼ା ଜିଲ୍ଲାକୁ ଦ୍ଵିତୀୟ ଶିକ୍ଷକଭାବେ ବଦଳି କରାଗଲା । ଏହି ବଦଳିରେ ରାଧାନାଥ ତାଙ୍କର ବୃତ୍ତିଗତ ସୌଭାଗ୍ୟରବି ଉଦିତ ହେବ, ଏକଥା ରାଧାନାଥଙ୍କ କଳ୍ପନାମାନସକୁ ସ୍ପର୍ଶ କରି ନ ଥିଲା । ରାଧାନାଥ
କରାଗଲା । ରାଧାନାଥଙ୍କ ଏହି ପଦୋନ୍ନତି ସତେଯେପରି ଓଡ଼ିଆ ସାହିତ୍ୟର ଦୁର୍ଗତି ମୋଚନପାଇଁ ଏ ଶୁଭକ୍ଷଣର ସୂତ୍ରପାତ କରିଥିଲା । କାରଣ ବାଲେଶ୍ଵରଠାରେ ତାଙ୍କର ପ୍ରିୟଛାତ୍ର ମଧୁସୂଦନନ ସେତେବେଳକୁ ଶିକ୍ଷକତା କରୁଥିଲେ, ଆଉ ଓଡ଼ିଆ ହେବାପରେ ଏମାନଙ୍କ ସାହିତ୍ୟ ଆସର ବେଶ୍ ଜମିଥିଲା ଓ ଏହି ତ୍ରୟୀ ସାଧକଙ୍କ ଚିନ୍ତାଧାରାର ମଧୁମିଳନରେ ଆଧୁନିକ କଲା ‘କବିତାବଳୀ’ । ଏହିଠାରୁ ଆରମ୍ଭ ହେଲା ରାଧାନାଥଙ୍କ ସାହିତ୍ୟିକ ଜୀବନର ବିକାଶପର୍ବ । ବାଲେଶ୍ଵରଠାରେ ରାଧାନାଥ ଦୀର୍ଘ ପାଞ୍ଚବର୍ଷ ଡେପୁଟି ଇନ୍ସପେକ୍ଟର ଭାବେ କାର୍ଯ୍ୟ ସମୂହର ଜଏଣ୍ଟ ଇନ୍ସପେକ୍ଟର ପଦକୁ ପ୍ରମୋଶନ ଦିଆଗଲା । ଏତିକିବେଳେ ସେ ବଙ୍ଗଳା

କରିବାପରେ ତାଙ୍କୁ ଓଡ଼ିଶାର ସ୍କୁଲ ‘ଲେଖାବଳୀ’ ନାମକ ଏକ କବିତା ଦେଇଥିଲେ । ଏହାକୁ ପାଠକରି ଭୂଦେବବାବୁ ରାଧାନାଥଙ୍କୁ ଓଡ଼ିଆ ଭାଷାରେ ସାହିତ୍ୟ ସୃଷ୍ଟିପାଇଁ ପ୍ରେରଣା ଦେଇଥିଲେ । ପଟ୍ଟଭୂମି । ଏହି ଭୂଦେବବାବୁଙ୍କ ପ୍ରେରଣାରେ ରାଧାନାଥ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଭ୍ରମଣ କରି ସାହିତ୍ୟ ସୃଷ୍ଟିପାଇଁ ଅପୂର୍ବ ଉପାଦାନମାନ ସଂଗ୍ରହ କରିଥିଲେ । ଜୀବନର ପ୍ରଚଣ୍ଡ ଅନୁଭୂତି ସାଙ୍ଗକୁ ଦୁଃଖ ଯନ୍ତ୍ରଣାର ଅସହ୍ୟ ଜ୍ଵାଳା, ସହନର ଅପୂର୍ବ ଗୁଣମୁଗ୍‌ଧ ବ୍ୟକ୍ତି ଥିଲେ ବାମଣ୍ଡାର ରାଜା ସାର୍ ବାସୁଦେବ ସୁଢ଼ଳଦେବ । ତାଙ୍କ ପ୍ରେରଣା ରାଧାନାଥଙ୍କ ଜୀବନର ଏକ ପରମ ସମ୍ପଦ । ୧୮୯୬ ମସିହାରେ ଜଣେ ବିଶ୍ବସ୍ତ ତଥା ଦାୟିତ୍ଵସମ୍ପନ୍ନ କର୍ମଚାରୀଭାବେ ଇଂରେଜ ସରକାରଙ୍କଠାରୁ ସେ ମର୍ଯ୍ୟାଦାସମ୍ପନ୍ନ ‘ରାୟବାହାଦୂର’ ଉପାଧ୍ ପ୍ରାପ୍ତ ହେଲେ । ୧୮୯୯ ମସିହାରେ ତାଙ୍କୁ ବର୍ତ୍ତମାନ ଶିକ୍ଷାଜିଲ୍ଲାର ଇନ୍ସପେକ୍ଟର ଭାବେ ବଦଳି କରାଗଲା । ସେଠାରେ କିଛି ବର୍ଷ ବିତାଇବାପରେ ଚାକିରିକାଳ ଆହୁରି ଚାରିବର୍ଷ ଥିବାସ୍ଥଳେ ସେ ୧୯୦୩ ମସିହାରେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କଲେ ।

କର୍ମମୟ ଜୀବନରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ସାହିତ୍ୟିକ ଜୀବନରୁ ରାଧାନାଥ ଅବସର ନେଇ ନ ଥିଲେ । ନିରବଚ୍ଛିନ୍ନ ସାହିତ୍ୟ ସାଧନାଦ୍ୱାରା ସେ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଯାଇଛନ୍ତି । ତାଙ୍କ ଅମୃତ ଲେଖନୀର ଫଳଶ୍ରୁତି ହେଉଛି ‘କେଦାରଗୌରୀ’, ‘ଚିଲିକା’, ‘ନନ୍ଦିକେଶ୍ଵରୀ’, ‘ପାର୍ବତୀ’, ‘ମହାଯାତ୍ରା’ ଆଦି ଉଚ୍ଚକୋଟୀର କାବ୍ୟ କବିତା । ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧ ଲେଖକ ହିସାବରେ ତାଙ୍କ ଯଶସ୍ବୀ ସ୍ବାକ୍ଷର ହେଉଛି – ‘ବିବେକୀ’ । ଓଡ଼ିଆ ସାହିତ୍ୟର ଏହି ମହାନ୍ ଚିନ୍ତାନାୟକଙ୍କ ଜୀବନର ଗତି ନାନା ଘାତ ପ୍ରତିଘାତ ମଧ୍ୟରେ ସମାହିତ ହୋଇ ୧୯୪୮ ମସିହା ଅପ୍ରେଲ ମାସ ୧୨ ତାରିଖରେ ନିର୍ବାପିତ ହୋଇଯାଇଥିଲା । ତାଙ୍କ ମୃତ୍ୟୁରେ ଗୁଣଗ୍ରାହୀ ବାମଣ୍ଡାଧୂପତି ଏକ ସୁନ୍ଦର କବିତା ଖୋଦିତ କରାଇଥିଲେ ।

ବାମଣ୍ଡାଧୂପତିଙ୍କ ପ୍ରସ୍ତରଖୋଳାରେ ରାଧାନାଥ ଅମର ହୋଇ ରହିନାହାଁନ୍ତି, ସେ ଅମର ହୋଇ ରହିଛନ୍ତି ଆପଣାର ପ୍ରତିଭା ବଳରେ । ତାଙ୍କ ଜୀବନୀ ତାଙ୍କ ପ୍ରତିଭାବିଳାସର ସ୍ମୃତିଚାରଣରେ ହିଁ ଉଦ୍‌ଜୀବିତ ହୋଇ ରହିଛି । ନିଜକୁ ତିଳ ତିଳ ଦଗ୍ଧକରି ନାନା ଦୁଃଖ ଯନ୍ତ୍ରଣା, ଅପବାଦ-ଲାଞ୍ଛନା, ନିନ୍ଦା-ଗଞ୍ଜଣା ସତ୍ତ୍ବେ ରାଧାନାଥ ସାହିତ୍ୟ ସେବାରେ ବିମୁଖ ହୋଇ ନାହାଁନ୍ତି । ଫଳତଃ ଓଡ଼ିଆ ସାହିତ୍ୟ ଅନୁଭବ କରିଛି ଆଧୁନିକତାର ସ୍ଵାଦ । ରାଧାନାଥ ହେଉଛନ୍ତି ଆଧୁନିକତାର ବାର୍ତ୍ତାବହ ।

CHSE Odisha Class 12 Odia Solutions Chapter 5 ବଡ଼ପଣ

(ଖ) କବିତାର ପୃଷ୍ଠଭୂମି :

ବାରବାଟୀ ଦୁର୍ଗ ଓ କଟକ କମିଶନ ବଙ୍ଗଳାରେ ଅନୁଷ୍ଠିତ ହୋଇଥ‌ିବା ଦୁଇଟି ଦରବାରକୁ ନେଇ କାବ୍ୟଟିକୁ କବି ପରିକଳ୍ପନା କରିଥିଲେ । କାରଣ ଦରବାରରେ କବି ନିଜେ ଉପସ୍ଥିତ ଥାଇ ପ୍ରତ୍ୟକ୍ଷ ଅନୁଭୂତି ଲାଭ କରିଥିଲେ । କାବ୍ୟଟିରେ ପାରମ୍ପରିକ କାବ୍ୟଭଳି କଥାବସ୍ତୁ ସେତେଟା ବଳିଷ୍ଠ ନୁହେଁ । ବାରବାଟୀ ଦୁର୍ଗରେ ଦରବାର ବସିଥିଲା ଏବଂ ଏଥିରେ ସାମନ୍ତ ଚନ୍ଦ୍ରଶେଖର ଓ ଗୋବିନ୍ଦବଲ୍ଲଭ ରାୟଙ୍କୁ ରାୟବାହାଦୂର ଉପାଧ୍ ଦେବାପାଇଁ ବ୍ୟବସ୍ଥା କରାଯାଇଥିଲା । ଦରବାରକୁ ମଧ୍ୟ ନିମନ୍ତ୍ରିତ ହୋଇ ମଧ୍ୟ ଏମାନେ ନିଜର ବଡ଼ିମାକୁ ଦେଖାଇ ହେଉଥିଲେ ଏବଂ ଉପାଧୂପାଇଁ ଲାଳାୟିତ ଥିଲେ । କବି ଉକ୍ତ ପ୍ରସଙ୍ଗରେ, ଧର୍ମକୁ ଆକ୍ଷେପ କରିଛନ୍ତି । ଭୋଗବିଳାସ ପରିତ୍ୟାଗ କରି ଧର୍ମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ନୈତିକ ଜୀବନଯାପନ ପୂର୍ବକ ପ୍ରଜାମଙ୍ଗଳରେ ବ୍ରତୀ ହେବାପାଇଁ ସେ ଉପେଦଶ ଦେଇଛନ୍ତି । ମୋଟ ଉପରେ କବି ଦେଖାଇ ହେଉଥ‌ିବା ବଡ଼ପଣକୁ ଦେଇଛନ୍ତି ।

(ଗ) କବିତାର ସାରକଥା

କାହାର ସନ୍ତାନ କ’ଣ ମନେନାହିଁ ।’ ଅର୍ଥାତ୍ ଅତୀତକୁ ଭୁଲିଯାଇ, ବର୍ତ୍ତମାନସର୍ବସ୍ଵ ଜୀବନଯାପନ କରୁଥିବା ରାଜାମାନଙ୍କୁ ସେ ବହୁଭାବରେ ବ୍ୟଙ୍ଗ କରିଛନ୍ତି । ଉଦ୍‌ବୋଧନ ଦେଇ କହିଛନ୍ତି, ତୁମ୍ଭେ ହେଉଛ ସିଂହର ସନ୍ତାନ; ମାତ୍ର ତୁମର କାର୍ଯ୍ୟକଳାପ ଦେଖିଲେ ମନେହେଉଛି, ତୁମ୍ଭେ ସିଂହ ଔରସରୁ ଜନ୍ମ ନେଇଥିବା ଶ୍ଵାନ । ତୁମ୍ଭର ପୂର୍ବପୁରୁଷ ଯଥେଷ୍ଟ ପ୍ରତିଷ୍ଠା ଅର୍ଜନ ବିକି ଭାଙ୍ଗି ଆଉ କେତେଦିନ ଚଳୁଥବ ବୋଲି କବି ସେମାନଙ୍କୁ ଆକ୍ଷେପ କରିଛନ୍ତି । ପୂର୍ବପୁରୁଷ ଯେତିକି ଅଗ୍ରଗତି କରିଥିଲେ

ପୂର୍ବରୁ ଉତ୍କଳର ସ୍ଵାମୀ ବା ରାଜାମାନେ ଥିଲେ ଉଦାରମନା । ଅଗ୍ନିଶିଖା ପରି ସେମାନେ ଥିଲେ ଊର୍ଦ୍ଧ୍ୱଗାମୀ । ବିଳାସବ୍ୟସନ ପରି ତୁଚ୍ଛ କାର୍ଯ୍ୟରେ ସେମାନେ ବୁଡ଼ି ରହୁ ନ ଥିଲେ । ସେହି ରାଜାମାନଙ୍କର ଉନ୍ନତଚିନ୍ତା କଥା କବି ମନେ ପକାଇଛନ୍ତି । ମାତ୍ର ଅହମିକା ଦେଖାଉଥ‌ିବା ସେ ସମୟର ରାଜାମାନଙ୍କ ମାନସିକତାକୁ ଲକ୍ଷ୍ୟ କରି କବି ଦୁଃଖପ୍ରକାଶ କରିଛନ୍ତି । କାରଣ ସେହି ମହାବଂଶର ବା ଉନ୍ନତ ବଂଶର ଦାୟାଦ ହୋଇ ସେମାନେ ଜଳଧାରା ପରି ସଦାସର୍ବଦା ନିମ୍ନମୁଖୀ ହୋଇଛନ୍ତି । କବି ସେମାନଙ୍କୁ ଆହୁରି କହିଛନ୍ତି, ତୁମର ପିତୃପୁରୁଷଗଣ ଥିଲେ ଏକାନ୍ତ ଉଦାର । ସେମାନଙ୍କ ମଧ୍ୟରେ ସଂକୀର୍ଣ୍ଣତା ନ ଥିଲା । ତେଣୁ ସମଗ୍ର ରାଜ୍ୟକୁ ସେମାନେ ଗୋଟିଏ ପରିବାର ବୋଲି ମନେକରୁଥିଲେ । ପରିବାରର ଦାୟାଦ ହିସାବରେ ସେମାନେ ସମସ୍ତଙ୍କର ସୁଖଦୁଃଖ ବୁଝୁଥିଲେ ।

ବର୍ତ୍ତମାନର ରାଜାମାନେ ପ୍ରଜାମାନଙ୍କର ଭଲମନ୍ଦକୁ ଦୃଷ୍ଟି ଦେଉନାହାଁନ୍ତି ବୋଲି କବି ଆକ୍ଷେପ କରିଛନ୍ତି । ବର୍ତ୍ତମାନ ରାଜା ଓ ପ୍ରଜାର ସଂପର୍କ ହେଉଛି ସଞ୍ଚାଣ ଓ ପାରା ସମ୍ପର୍କ । ଯେଉଁ ସମ୍ପର୍କରେ ରାଜା ପ୍ରଜାର ମଙ୍ଗଳ କରେ ନାହିଁ କିମ୍ବା ଉନ୍ନତି ଚିନ୍ତା କରେ ନାହିଁ । ସେମାନଙ୍କର ଭୋଗ ଅଭିଳାଷ ପ୍ରଜାମାନଙ୍କୁ ବହୁଭାବରେ ଶୋଷଣ କରେ । ପ୍ରଜାମାନଙ୍କର ମୁଖରୁ ଶ୍ରୀମାର୍ଜିତ ଖାଦ୍ୟକୁ ଅତି ନିଷ୍ଠୁର ଭାବରେ ଛଡ଼ାଇନିଏ । ଓଡ଼ିଶାର ପାଣିପବନରେ ଚଳୁଥିଲେ ମଧ୍ୟ ତୁମେ ନିଜର ଦେଶୀୟ ମନୋଭାବକୁ ଦୂରେଇ ଦେଇ ବିଦେଶୀମାନଙ୍କ ନୀତି ଅନୁସରଣ କରିଛ ବୋଲି କବି କହିଛନ୍ତି ।

ପୂର୍ବରୁ ପ୍ରଜାମାନଙ୍କୁ ରାଜାମାନେ ପୁତ୍ର ପରି ମନେକରୁଥିଲେ । ବାତ୍ସଲ୍ୟ ମମତାରେ ବାନ୍ଧି ରଖୁଥିଲେ । ମାତ୍ର ବର୍ତ୍ତମାନ ପରିସ୍ଥିତିରେ ରାଜାମାନେ ବିଦେଶୀମାନଙ୍କ ସହିତ ମିଶି ପ୍ରଜାମାନଙ୍କୁ ଭୟଭୀତ କରୁଛନ୍ତି । ବନ୍ଧୁକ ମୁନରେ ପ୍ରଜାଙ୍କୁ ଶାସନ କରିବାକୁ ଚାହୁଁଛନ୍ତି । ସେମାନେ ନିଜର ଗନ୍ତାଘର ବା ଖଜଣାଖାନା, ରାଜପୁର, ଗାଭୀ, ହସ୍ତୀ, ଅଶ୍ୱାଦି ସମ୍ପଦ ବ୍ୟତୀତ ଅନ୍ୟ କେଉଁଥରେ ଆତ୍ମୀୟତା ରଖିନାହାଁନ୍ତି । ନିଜର ଧନସଂପଦକୁ ସଜାଡ଼ି ରଖିବା ସେମାନଙ୍କ ଜୀବନର ଲକ୍ଷ୍ୟ ହୋଇଛି । ଜଳାଞ୍ଜଳି ଦେଇଥାଏ । ମାତ୍ର ବର୍ତ୍ତମାନର ରାଜାମାନେ ପ୍ରଜାମାନଙ୍କର ଧନକୁ ବହୁଭାବରେ ଶୋଷଣ କରିନେଉଛନ୍ତି । ଯେଉଁ ମନ୍ତ୍ରୀ ପ୍ରଜାଙ୍କୁ ସତ୍ଵପରାମର୍ଶ ଦେବାକଥା, ସେମାନେ ଖଳ, ଖଣ୍ଟ, କାନକୁହାଙ୍କ ଭଳି ରାଜାଙ୍କୁ ହୀନ ପରାମର୍ଶ ଦେଉଛନ୍ତି ।

ରାଜାମାନେ ବିଦେଶୀଙ୍କୁ ସନ୍ତୁଷ୍ଟ କରିବାପାଇଁ ଦୁଃଖୀ, ରଙ୍କ, ଅରକ୍ଷିତ ଓ ବିଧବାମାନଙ୍କୁ ମଧ୍ୟ ଠକୁଛନ୍ତି । ପ୍ରଜାମାନେ ଖୁଦକୁଣ୍ଡା ଖାଇବାକୁ ପାଉ ନ ଥିଲାବେଳେ, ବିଚାର ବୁଦ୍ଧିହୀନ ଅଜ୍ଞ ଅସ୍ତ୍ର ବ୍ୟବସାୟୀମାନଙ୍କୁ ଘିଅ, ଅଟା, ଛେଳିମାଂସ ଆଦି ଦେଇ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର କିଣିଲ । ରାଜପୁରୀର ଇଷ୍ଟଦେବତାଙ୍କୁ ତୁମେମାନେ ଲୋଭଗ୍ରସ୍ତ କରାଇଲ । ବିପଦ ରୂପ ବେତ୍ରାଘାତ ପାଇଲେ ମଧ୍ୟ ତୁମେ ତିଳେହେଲେ ନିଜର ସ୍ଥିତିକୁ ବିଚାର କଲନାହିଁ । ସବୁବେଳେ ପାପଧନରେ ଆଶାୟୀ ହୋଇ ରହିଲ ଏବଂ ପ୍ରଜାମାନଙ୍କ ଅଭିବୃଦ୍ଧି କଥା କୌଣସି ସମୟରେ ଚିନ୍ତା କଲ ନାହିଁ ବୋଲି କବି ସେଭଳି ରାଜାମାନଙ୍କୁ କହିଛନ୍ତି । କାରଣ ରାଜାମାନେ ସ୍ବପନେ ବା ଜାଗରଣେ ମନ ମଧ୍ୟରେ ଧନର ଲାଳସା ରଖିଲେ ।

କୌଣସି ପ୍ରକାରେ ଧନ ସଞ୍ଚୟ କରିବା ବ୍ୟତୀତ ସେମାନଙ୍କ ମଧ୍ୟରେ କୌଣସି ଚିନ୍ତା ନ ଥିଲା । ଧନର ସଫଳତା ରହିଥାଏ କେବଳ ଉପଯୁକ୍ତ ବ୍ୟୟରେ; ମାତ୍ର ଯକ୍ଷ ପରି ଧନକୁ ଆବୋରି ରହିଲେ ବା ଜଗିରହିଲେ ଧନର ମର୍ଯ୍ୟାଦା ନଷ୍ଟ ହୋଇଥାଏ । ଏ ସୃଷ୍ଟିରୂପୀ ରଙ୍ଗମଞ୍ଚକୁ କେତେ ଆସିଛନ୍ତି ଓ କାର୍ଯ୍ୟ ପରିସମାପ୍ତି ପରେ ବିଦାୟ ନେଇଛନ୍ତି, କେହି ମୃତ୍ୟୁ ସମୟରେ ଧନ ମୁଣ୍ଡାଇ ନେଇ ନାହାଁନ୍ତି । ସବୁଧନକୁ ପକାଇଦେଇ ଅନ୍ତିମ ବିଦାୟ ନେଇଛନ୍ତି । ହାତୀ, ଘୋଡ଼ା, ସୁନାରୂପା, ରତ୍ନ ପରିପୂର୍ଣ କୁବେର ଭଣ୍ଡାରପରି ଗନ୍ତାଘରକୁ କେହି ନେଇନାହାଁନ୍ତି । ସେ ଯେମିତି ଖାଲି ହାତରେ ଆସିଥାଏ, ସେମିତି ଖାଲିହାତରେ ଚାଲିଯାଏ ।

ଆଲେକ୍‌ଜାଣ୍ଡାର, ଆଉ ଜୟ କରିବାକୁ ଭୂମି ନାହିଁ ବୋଲି ମନ ଦୁଃଖ କରିଥିଲେ । ଯୁଦ୍ଧ ଜୟକରି ଅନେକ ରାଜ୍ୟର ଅଧିକାରୀ ହୋଇଥିଲେ । ସେ ମଧ୍ୟ ଖାଲି ହାତରେ ଫେରିଯାଇଥିଲେ । ସେ ତାଙ୍କର ଅନୁଚରମାନଙ୍କୁ କହିଥିଲେ; ‘ମୁଁ ମରିଗଲେ ମୋର ଶବ ଧାର ଦୁଇକଡ଼କୁ ଦୁଇ ଶୂନ୍ୟହସ୍ତକୁ ଝୁଲାଇ ଦେଇଥ‌ିବ । ଏହା ଦେଖି ବିଶ୍ଵବାସୀ ବୁଝିବେ, ମୁଁ ବିଶ୍ୱବିଜୟୀ ହେଲି, ମାତ୍ର ମୁଁ କିଛି ନେଇ ଯାଇପାରିଲି ନାହିଁ । କେବଳ ଶୂନ୍ୟ ହସ୍ତରେ ଫେରିଗଲି ।’’ କବି କହିଛନ୍ତି, ହେ ରାଜନ୍ୟବର୍ଗ, ଏ ମହାବାକ୍ୟକୁ ସ୍ମରଣ କରି, ନିଜର ଲୋଭ, ମନ୍ଦ ଭାବକୁ ତ୍ୟାଗ କରି ସତ୍ତ୍ବଗୁଣ ପଥରେ ଗତିକର ।

ବିନାକାରଣରେ ଆଉ ଦୁଃସ୍ଥ, ଅସହାୟମାନଙ୍କୁ ଶୋଷଣ କରନାହିଁ । କାରଣ ଏ ଜୀବନ କ୍ଷଣସ୍ଥାୟୀ । ପୁନଶ୍ଚ ରାଜାମାନେ ଲକ୍ଷ ଲକ୍ଷ ଲୋକଙ୍କୁ ପୋଷଣ କରନ୍ତି ବୋଲି ସେମାନଙ୍କୁ ଲକ୍ଷପୋଷୀ କୁହାଯାଏ । ମାତ୍ର ସେମାନେ କାର୍ଯ୍ୟରେ ଲକ୍ଷପୋଷୀ ନ ହୋଇ ଲକ୍ଷଶୋଷୀ ହୋଇଥା’ନ୍ତି ବା ଲକ୍ଷ ଲକ୍ଷ ଲୋକଙ୍କୁ ଶୋଷଣ କରିଥା’ନ୍ତି । ସେ ସମୟର ରାଜାମାନେ ବେଶ୍ୟାସକ୍ତ ଥିଲେ । ମାଲିମୋକଦ୍ଦମା କରି ଅଯଥା ଅର୍ଥ ବ୍ୟୟ କରୁଥିଲେ । ସୁଯୋଗ ଦେଖି ସେମାନଙ୍କ ପାଖ ଲୋକ ମଧ୍ୟ ସେମାନଙ୍କ ବହୁ ଅର୍ଥ ନେଇଯାଉଥିଲେ ବୋଲି କବି ରାଜାଙ୍କୁ ଆକ୍ଷେପ କରିଛନ୍ତି ।

ପ୍ରଜାମାନଙ୍କର କଷ୍ଟଲବ୍ଧ ଧନକୁ ରାଜା ଅନେକ ସମୟରେ ଠକି ନେଇଥାଏ । ତେଣୁ କବି ରାଜାଙ୍କର ଧନକୁ ପ୍ରଜାଙ୍କର ଲହୁଲୁହର ଧନ ବୋଲି କହିଛନ୍ତି । ରାଜା ପ୍ରଜାଙ୍କଠାରୁ ପାପଧନ ଆଦାୟ କରି ତାହାକୁ ପ୍ରାୟଶ୍ଚିତ୍ତରେ ବ୍ୟୟ କରିବାଦ୍ଵାରା, ସେ ପୁଣି ପାପ କରିଥାଏ । ଯେଉଁ ଘୃତ ଯଜ୍ଞକୁଣ୍ଡରେ ଢଳା ହେବା କଥା, ତାହାକୁ ଘୁଷୁରି ମୁଖରେ ଦେଇ ସେମାନେ ପାପ ଅର୍ଜନ କରୁଛନ୍ତି । ପ୍ରଜାମାନଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ଧନ ବ୍ୟୟ ନ କରି, ଦୁଷ୍ଟଲୋକଙ୍କୁ ତାହା ଦେଉଥ‌ିବାରୁ କବି ଏଭଳି ମଣିଷର ସତ୍ୟ ଓ ଛଳକଥାକୁ ସମ୍ମୁଖୀନ ହେବାର ସାମର୍ଥ୍ୟ ନଥାଏ। ଏଠାରେ କବି ରାଜାମାନଙ୍କ ଉଦ୍ଦେଶ୍ୟରେ ଯାହା କହିଗଲେ ତାହା ଅପ୍ରିୟ ହେଲେ ମଧ୍ୟ ସତ୍ୟ । ଏହାକୁ ଛଳ ନକରି ନିଜର ଶ୍ରେୟପଥ ଚିନ୍ତା କରିବାପାଇଁ ସେ ସେମାନଙ୍କୁ ପରମର୍ଶ ଦେଇଛନ୍ତି ।

କବି ସେ ସମୟର ରାଜାମାନଙ୍କୁ ଜୀବନର ସସୀମତା ସମ୍ପର୍କରେ ସଚେତନ କରାଇଛନ୍ତି । ପରମାୟୁ ଯେ ସରି ସରି ଆସୁଛି, ତାହାକୁ ବୁଝାଇବାକୁ ଯାଇ କହିଛନ୍ତି, କଣା ମାଠିଆରୁ ଯେପରି ଜଳ ସରି ସରି ଆସେ ଠିକ୍ ସେହିପରି ମଣିଷର ଆୟୁ ଦିନକୁ ଦିନ ଶେଷ ହୋଇଯାଉଛି । ଅର୍ଥାତ୍ ପ୍ରତିକ୍ଷଣରେ ହିଁ ମଣିଷର ପରମାୟୁ ସରି ସରି ଯାଉଛି । ପୁନଶ୍ଚ କାଳ ବା ମୃତ୍ୟୁକୁ କୌଣସି ସମୟରେ ବିଶ୍ଵାସ କରାଯାଇ ପାରିବ ନାହିଁ । ସେ ଯେକୌଣସି ସମୟରେ କୌଣସି ସୂଚନା ନ ଦେଇ ଆସି ପହଞ୍ଚିଯିବ । ସମସ୍ତଙ୍କୁ ଆଶ୍ଚର୍ଯ୍ୟକରି ଜୀବନକୁ ସେ କବଳିତ କରିନେବ; ମାତ୍ର ମଣିଷ ଏକଥାକୁ ସହଜରେ ବିଶ୍ଵାସ କରେ ନାହିଁ । ମୃତ୍ୟୁ ଦୂରରେ ରହିଛି ଭାବି ସେ ହସିଥାଏ, କିନ୍ତୁ କାଳ ହସି ହସି ତା’ନିକଟରେ ଲୁଚି ବସିଥାଏ । ସେ ବେଳ ଦେଖି ଆସି ଆଗରେ ପହଞ୍ଚାଇଥାଏ । ଏହାକୁ କେହି ଜାଣିପାରନ୍ତି ନାହିଁ । ଅହଂକାରୀ ମଣିଷମାନଙ୍କୁ କବି ସଚେତନ କରାଇ ଦେଉଛନ୍ତି, ଏହି ଖେଳ ଏଇମିତି କେତେଦିନ ଖେଳୁଥ‌ିବ। ଅନ୍ତିମ ସମୟ ଯେ ପାଖେଇ ପାଖେଇ ଆସୁଛି ।

କବି ଆହୁରି ସଚେତନ କରାଇ କହିଛନ୍ତି, କାଳ ବା ଶେଷସମୟ ଏକାନ୍ତରେ ନୀରବରେ ପ୍ରତିକ୍ଷଣରେ ନିକଟତର ହେଉଛି । ତା’ର ରଥ ସଦାସର୍ବଦା ଗତିଶୀଳ । ଅନବରତ ଗଡ଼ି ଗଡ଼ି ତାହା ଦିନେ ଆସି ତୁମ ପାଖରେ ପହଞ୍ଚିଯିବ । ଆହୁରି ମଧ୍ୟ ଜୀବନର ସର୍ବକାଳୀନ ସତ୍ୟକୁ ଦେଖାଇ ସେ କହିଛନ୍ତି, ସୂର୍ଯ୍ୟ ତଳକୁ ଗଡ଼ିଲେ, ଛାୟା ବଢ଼େ । ସେହିପରି ଆୟୁ ସୂର୍ଯ୍ୟର ଗତି ବା ବୟସ ଯେତେ ଯେତେ ବଢୁଛି, ମଣିଷ ପାର୍ଥିବ ମାୟାମୋହ ପ୍ରତି ସେତେ ଅଧ‌ିକ ଆସକ୍ତ ହୋଇପଡୁଛି । ଯେପରି ବୃକ୍ଷର ଚେର ଯେତିକି ଦମ୍ଭ ହେବ, ଉପାଡ଼ିଲାବେଳକୁ ସେତିକି କଷ୍ଟ ହେବ । ସେହିପରି ପାର୍ଥିବ ମାୟାର ଚେର ଯେତିକି ଶକ୍ତ ହେବ, ଯମ ସେତିକି ଜୋର୍‌ରେ ମଣିଷକୁ ମୃତ୍ୟୁଲୋକକୁ ଝିଙ୍କିନେବ । ମୃତ୍ୟୁର ସେହି କଠିନ ଝିଙ୍କାଝିଙ୍କିରୁ ଥାଉଁ ଧର୍ମକର୍ମରେ ମନଦିଅ । ଯେପରି ମହାନ୍ ବଂଶରେ ଜନ୍ମ ନେଇଛ, ସେହିପରି ମହାନ୍ କର୍ମ କରି ଜୀବନକୁ ସଫଳ କରାଅ । କବି ସେ ସମୟର ରାଜାମାନଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ।

ରାଜାମାନେ ଜନ୍ମସୂତ୍ରରେ ରାଜବଂଶର ଅଧିକାରୀ ହୋଇଛନ୍ତି ଓ ସଂସାରରେ ବଡ଼ପଣ ପାଇଛନ୍ତି । ମାତ୍ର ଧର୍ମକରି, ଧର୍ମ ହେଉଛି ଶ୍ରେଷ୍ଠ । ଏ ବିଶାଳ ସଂସାର ସାଗର ପାରିହେବାପାଇଁ ଧର୍ମ ହିଁ ଏକମାତ୍ର ନୌକା । ବିଧାତା ମର୍ତ୍ତ୍ୟବାସୀଙ୍କ ପାଇଁ ଧର୍ମରୂପକ ସୁନ୍ଦର ପୋତ ନିର୍ମାଣ କରିଛନ୍ତି । ଦୁନିଆର ଧର୍ମହିଁ ଏକମାତ୍ର ମହତ୍ଵପଣ । ଧର୍ମହିଁ ମଣିଷକୁ ଚିରଅମର କରିରଖେ । ଧର୍ମ ଧନରେ ଧନୀ ହେଲେ ମଣିଷର ସେହି ଧନକୁ କେହି ଅପହରଣ କରିପାରେନା । ଧର୍ମବ୍ୟତୀତ ସଂସାରରେ ଆଉ ସବୁ ବଡ଼ପଣ ସମ୍ପର୍କରେ କବି ବୁଝାଇ କହିଛନ୍ତି, ପ୍ରକୃତ ବଡ଼ପଣ ହେଉଛି ଧର୍ମରକ୍ଷା, ଯାହାକୁ କି କେହି ଦ୍ରୁମ ପାଖରୁ ଛଡ଼ାଇ ନେଇପାରିବେ ନାହିଁ । ଶେଷ ସମୟ ପର୍ଯ୍ୟନ୍ତ ତାହାର ସୁଗନ୍ଧିରେ ଚତୁର୍ଦ୍ଦିଗ ମହକି ଯାଉଥବ । ବଡ଼ପଣ ବ୍ୟକ୍ତିକୁ ମର୍ତ୍ତ୍ୟ ଓ ସ୍ଵର୍ଗ ଦୁଇଲୋକରେ ସୁଖୀ କରାଏ । ଏହି ବଡ଼ପଣକୁ କାଳର ଦନ୍ତ ଭେଦ କରିପାରେ ନାହିଁ।

ନିୟତିର ସର୍ବକାଳୀନ ସତ୍ୟକୁ ଉଲ୍ଲେଖ କରି କବି ରାଜାମାନଙ୍କୁ କହିଛନ୍ତି, ଯଥାର୍ଥ ବଡ଼ପଣରେ ମନଦିଅ । ଯେଉଁ ବଡ଼ପଣ ପାଇଁ ତୁମେ କାଳଜୟୀ ହୋଇପାରିବ । କାଳ ତୁମକୁ ସ୍ପର୍ଶ କରିପାରିବ ନାହିଁ । ବଡ଼ପଣ ପ୍ରକାଶ ପାଇଁ ତୁମ ନିକଟରେ ଯଥେଷ୍ଟ ସୁବିଧା ସୁଯୋଗ ରହିଛି । ସେହି ସୁବିଧାକୁ ଉପଯୋଗ କର । ସେଥ‌ିରେ ତିଳେମାତ୍ର ହେଳା କରନାହିଁ । ସେହି ବଡ଼ପଣ ତୁମର ଇହ ଓ ପରକାଳର ମଙ୍ଗଳ କରିବ । ଏହି ସାଂସାରିକ ବଡ଼ପଣରେ କୌଣସି ମୂଲ୍ୟ ନାହିଁ । ସେଭଳି ବଡ଼ପଣରୁ ମନକୁ ଫେରାଇ ନେବାପାଇଁ ସେ କହିଛନ୍ତି । ଦୁନିଆର ମାନ ପ୍ରତି ଉଦାସୀନ ରହିବାକୁ କବି ସଚେତନ କରାଇଛନ୍ତି । କାରଣ ସଂସାର ପ୍ରତି ଉଦାସୀନ ଭାବ ପୋଷଣକରି ଧର୍ମଆଡ଼କୁ ଦୃଷ୍ଟି ରଖିଲେ ଅନ୍ତରରେ ପରମ ସୁଖ ମିଳିବ । କବି ଶେଷରେ କହିଛନ୍ତି, ରାଜାର ଧର୍ମ ହେଉଛି ପ୍ରଜାନୁରଞ୍ଜନ । ପ୍ରଜାମାନଙ୍କୁ ସନ୍ତୁଷ୍ଟ କଲାଭଳି କର୍ମ କଲେ ଓ ଆତ୍ମାନୁସନ୍ଧାନରେ ମନଦେଲେ ନିଜେ ଉଚ୍ଚ ହେବା ସହିତ, ଉଚ୍ଚତର ଗତି ଲାଭ କରିବ ।

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ:
CHSE Odisha Class 12 Odia Solutions Chapter 5 ବଡ଼ପଣ 1