BSE Odisha 10th Class Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

Odisha State Board BSE Odisha 10th Class Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ Important Questions and Answers.

BSE Odisha Class 10 Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

Subjective Type Questions With Answers
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ସଡ଼କ ଦୁର୍ଘଟଣା କ’ଣ ? ଏହାର ନିରାକରଣର ପ୍ରକୃଷ୍ଟ ବ୍ୟବସ୍ଥା କ’ଣ ?
Answer:
(i) ସଡ଼କ ଦୁର୍ଘଟଣା ଏକ ଅପ୍ରାକୃତିକ ଘଟଣା । ଏହାର ଅନେକ କାରଣ ରହିଛି ।
(ii) ଦୁର୍ଘଟଣା ପାଇଁ ସଡ଼କ, ଗାଡ଼ି, ଗାଡ଼ିଚାଳକ, ରାସ୍ତା ବ୍ୟବହାରକାରୀ ଓ ପାରିପାଶ୍ୱିକ ଅବସ୍ଥା ଦାୟୀ ।
(iii) ଏହାର ପ୍ରକୃଷ୍ଟ ନିରାକରଣ ପାଇଁ ସଡ଼କ ସୁରକ୍ଷା ନିହାତି ଜରୁରୀ ।

୨।. ସଡ଼କ ଦୁର୍ଘଟଣାର ପ୍ରାକୃତିକ ଓ ମନୁଷ୍ୟକୃତ କାରଣ ଉଲ୍ଲେଖ କର ।
Answer:
(i) ସଡ଼କ ଦୁର୍ଘଟଣାର ପ୍ରାକୃତିକ କାରଣଗୁଡ଼ିକ ହେଲା- ବର୍ଷା, ଝଡ଼, କୁହୁଡ଼ି, ବରଫାବୃତ ଓ ଧୂଆଁ ଇତ୍ୟାଦି ।
(ii) ରାସ୍ତା ଉପରେ ଜବରଦଖଲ, ରାସ୍ତା ପାର୍ଶ୍ଵରେ ସ୍କୁଲ, କଲେଜ ସ୍ଥାପନ,ରାସ୍ତାରେ ପାର୍କିଙ୍ଗ୍ ବ୍ୟବସ୍ଥାର ଅଭାବ ଇତ୍ୟାଦି ମନୁଷ୍ୟକୃତ କାରଣ ଅଟେ ।
(iii) ଉପରୋକ୍ତ କାରଣଗୁଡ଼ିକ ପ୍ରତିକୂଳ ପରିବେଶ ସୃଷ୍ଟି କରିଥାଏ ଯାହା ସଡ଼କ ଦୁର୍ଘଟଣା ଘଟିବାରେ ସହାୟକ ହୋଇଥାଏ ।

୩। ଓଡ଼ିଶାରେ ରାସ୍ତା ଓ ଯାନବାହନର ଏକ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
(i) ସଂପ୍ରତି ଓଡ଼ିଶା ରାଜ୍ୟର ପ୍ରାୟ ୨ ଲକ୍ଷ ୬୫ ହଜାର କିଲୋମିଟର ରାସ୍ତା ଉପରେ ପ୍ରାୟ ୭୨ ଲକ୍ଷ ଗାଡ଼ି ଚଳପ୍ରଚଳ କରୁଅଛି ।
(ii) ପ୍ରତିବର୍ଷ ଯାନବାହନ ସଂଖ୍ୟା ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଉଅଛି ।
(iii) କିନ୍ତୁ ରାସ୍ତାର ଦୈର୍ଘ୍ୟ ଓ ପ୍ରସ୍ଥ ୧ ପ୍ରତିଶତରୁ କମ୍ ବୃଦ୍ଧି ପାଉଛି ।

୪। ଦୁଇଚକିଆ ଗାଡ଼ିର ଚାଳକମାନଙ୍କୁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଉଛି କାହିଁକି ?
Answer:
(i) ସମସ୍ତ ଯାନବାହନ ସଂଖ୍ୟାର ଅଶୀ ପ୍ରତିଶତ ଦୁଇଚକିଆ ଗାଡ଼ି ଯାହାକି ପ୍ରାୟତଃ ଯୁବଗୋଷ୍ଠୀ ଚଳାଇଥାନ୍ତି ।
(ii) ଦୁଇଚକିଆ ଗାଡ଼ି ଏକମାତ୍ର ଯାନ ଯାହାର ବାହ୍ୟ ସୁରକ୍ଷା ନଥାଏ ।
(iii) ସେଥ‌ିପାଇଁ ଏହି ଗାଡ଼ିଚାଳକମାନଙ୍କୁ ହେଲମେଣ୍ଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯାହାଫଳରେ ମୃତ୍ୟୁ ସଂଖ୍ୟା ଓ ଜୀବନବ୍ୟାପି ଅକର୍ମଣ୍ୟ ହେବାର ସମ୍ଭାବନା କମ୍ ହୋଇଥାଏ ।

୫। ସଡ଼କ ସୁରକ୍ଷା ପାଇଁ କ’ଣ ସବୁ ଆଇନ ଓ ନିୟମାବଳୀ ରହିଛି ?
Answer:
(i) ସୁରକ୍ଷିତ ଓ ଶୃଙ୍ଖଳିତ ଯାତ୍ରା ନିମନ୍ତେ କେନ୍ଦ୍ରୀୟ ମୋଟରଯାନ ଆଇନ କାର୍ଯ୍ୟକାରୀ ହେଉଛି ।
(ii) ସର୍ବଭାରତୀୟ ସ୍ତରରେ ଭାରତୀୟ ପେନାଲ କୋଡ଼ (IPC) ଆଦି ବିସ୍ତୃତ ଆଇନ ରହିଛି ।
(iii) ରାଜ୍ୟ ସ୍ତରରେ ରାଜ୍ୟସ୍ତରୀୟ ଟ୍ରାଫିକ୍ ନିୟମ କାର୍ଯ୍ୟକାରୀ ହେଉଅଛି ।

୬। ଗାଡ଼ିଚାଳକମାନଙ୍କୁ କିଏ କିପରି ଶିକ୍ଷା ପ୍ରଦାନ କରାଇଥାଏ ?
Answer:
(i) ବିଶେଷକରି ଗାଡ଼ିଚାଳକମାନଙ୍କ ନିମନ୍ତେ ଗାଡ଼ିଚାଳନାର ପ୍ରକୃଷ୍ଟ ପ୍ରଣାଳୀ, ସ୍ଵାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା ନିୟମିତ ଭାବେ କରିବା ଉଚିତ ।
(ii) ଗଣମାଧ୍ୟମ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଘ, ମୋଟରଯାନ ସଂଘ ମାନେ ସଡକ ସୁରକ୍ଷା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିଥା’ନ୍ତି ।
(iii) ସମସ୍ତ ବର୍ଗର ଦୁର୍ଘଟଣାପ୍ରବଣ ଗାଡ଼ିଚାଳନା ଏବଂ ଯୁବଗୋଷ୍ଠୀ ଚାଳକମାନଙ୍କ ନିମନ୍ତେ ଶିକ୍ଷା କାର୍ଯ୍ୟକ୍ରମ ଅତି ଗୁରୁତ୍ବପୂର୍ଣ୍ଣ ।

BSE Odisha 10th Class Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ମଣିଷକୁ ଗତିଶୀଳ କେଉଁମାନେ କରାଇଥାନ୍ତି ?
Answer:
(i) ସମୟ ସ୍ରୋତରେ ମାନବ ସଭ୍ୟତା ନିରନ୍ତର ଭାବରେ ପରିବର୍ତ୍ତନଶୀଳ ହୋଇ ଚାଲିଥାଏ ।
(ii) ଜନସଂଖ୍ୟା ବୃଦ୍ଧି, ବିକାଶ ପ୍ରକ୍ରିୟା, ସହରୀକରଣ, ଶିଳ୍ପାୟନ, ସଭ୍ୟତାର ଆଧୁନିକତା ଓ ଜୀବନ ଜୀବିକାର ବିବିଧତା ମଣିଷକୁ ଗତିଶୀଳ କରିଥାଏ ।

୨।. ସଡ଼କ ଦୁର୍ଘଟଣାକୁ ଏକ ସମ୍ବେଦନଶୀଳ ପରିସ୍ଥିତି କୁହାଯାଏ କାହିଁକି ?
Answer:
(i) ସଡ଼କ ଦୁର୍ଘଟଣା ଏକ ଅପ୍ରାକୃତିକ ଘଟଣା । ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ ।
(ii) ଏହାର ପରିବ୍ୟାପ୍ତି ଏବଂ ଭୟାବହତା ହିଁ ଏହାକୁ ଅତି ସମ୍ବେଦନଶୀଳ କରିଥାଏ ।

୩। ସଡ଼କ ଦୁର୍ଘଟଣାର ଚାପ କାହିଁକି ବୃଦ୍ଧି ପାଇଥାଏ ?
Answer:
(i) ଯାନବାହନ ସଂଖ୍ୟାର ଅହେତୁକ ବୃଦ୍ଧି ଓ ବ୍ୟାବସାୟିକ ଗାଡ଼ି ଚାଳନାରେ ପ୍ରତିଯୋଗୀତାମୂଳକ ମନୋଭାବ ଇତ୍ୟାଦି ଦୁର୍ଘଟଣାର ଚାପ ବଢ଼ାଇଥାଏ ।
(ii) ସଡ଼କ ଉପରେ ଚାଳକମାନଙ୍କର ବିଶୃଙ୍ଖଳିତ ବ୍ୟବହାର ଇତ୍ୟାଦି ଘଟଣାମାନ ସଡକ ଦୁର୍ଘଟଣାର ଚାପକୁ ବୃଦ୍ଧି କରିଥାଏ ।

୪। କେଉଁସବୁ ଆନୁଷଙ୍ଗିକ କାରଣ ଦୁର୍ଘଟଣାକୁ ବଢ଼ାଇ ଦେଇଥାଏ ?
Answer:
(i) ଯାନବାହାନର ବିବିଧ ପ୍ରକାରଭେଦ ଓ ଚାଳକମାନଙ୍କର ଅଭିଜ୍ଞତା ଓ ଜ୍ଞାନର ଅଭାବ ହେତୁ ଦୁଘଟଣା ଘଟିଥାଏ ।
(ii) ଦୁର୍ଘଟଣାକୁ ବହୁମାତ୍ରାରେ ବଢ଼ାଇ ଦେଇଥାଏ ।

୫। ଆମ ରାଜ୍ୟରେ ସଡ଼କ ଦୁର୍ଘଟଣାର କେତେ ପ୍ରତିଶତ ଓ କେଉଁମାନଙ୍କ ତ୍ରୁଟି ପାଇଁ ହୋଇଥାଏ ?
Answer:
(i) ହେଲମେଟ୍ ନ ପିନ୍ଧିବା କାରଣରୁ ଅନେକ ଯୁବ ଗାଡ଼ି ଚାଳକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥାଏ ।
(ii) ଆମ ରାଜ୍ୟର ସମସ୍ତ ସଡ଼କ ଦୁର୍ଘଟଣାର ୯୫ ପ୍ରତିଶତ କେବଳ ମାନବୀୟ ତ୍ରୁଟି ପାଇଁ ହୋଇଥାଏ ।

BSE Odisha 10th Class Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୬। ସୁରକ୍ଷିତ ଓ ଶୃଙ୍ଖଳିତ ଯାତ୍ରା ନିମନ୍ତେ ସରକାରଙ୍କ ତରଫରୁ କ’ଣ ବ୍ୟବସ୍ଥା ରହିଛି ?
Answer:
ସୁରକ୍ଷିତ ଓ ଶୃଙ୍ଖଳିତ ଯାତ୍ରା ନିମନ୍ତେ କେନ୍ଦ୍ରୀୟ ମୋଟରଯାନ ଆକୁ ଏବଂ ନିୟମ, ରାଜ୍ୟସ୍ତରୀୟ ଟ୍ରାଫିକ୍ ନିୟମ ଓ ଭାରତୀୟ ପେନାଲ କୋଡ଼ ଆଦି ବିସ୍ତୃତ ଆଇନ ପାଳନ କରାଯାଉଛି ।
(ii) ସଡ଼କ ନିରାପତ୍ତା ବ୍ୟବସ୍ଥାରେ ପ୍ରତ୍ୟେକ ରାସ୍ତା ଓ ଯାନ ବ୍ୟବହାରକାରୀଙ୍କୁ ଟ୍ରାଫିକ୍ ନିୟମ, ଶୃଙ୍ଖଳା ସମ୍ବନ୍ଧରେ ଶିକ୍ଷିତ କରାଯାଇଥାଏ ।

୭| ମୋଟରଯାନ ଆଇନ ଉଲ୍ଲଙ୍ଘନକାରୀମାନଙ୍କ ପାଇଁ କି ପ୍ରକାର ଦଣ୍ଡର ବ୍ୟବସ୍ଥା କରାଯାଇଛି ?
Answer:
(i) ମୋଟରଯାନ ଆଇନରେ ପର୍ଯ୍ୟାପ୍ତ ମୋଟରଯାନ ସମ୍ପର୍କୀୟ ନିୟମାବଳୀ ରହିଛି ।
(ii) ଏହି ନିୟମର ବ୍ୟତିକ୍ରମ ଓ ଉଲ୍ଲଙ୍ଘନ ହେଲେ ସମ୍ପୃକ୍ତ ଗାଡ଼ିମାଲିକ କିମ୍ବା ଗାଡ଼ିଚାଳକଙ୍କ ବିରୋଧରେ କଠୋର ଆର୍ଥିକ କିମ୍ବା ଜେଲ ଦଣ୍ଡ ଦେବାର ବ୍ୟବସ୍ଥା କରାଯାଇଛି ।

୮|. ଗାଡ଼ି ଚାଳକ ପାଖରେ କେଉଁସବୁ ଗାଡ଼ି ସମ୍ବନ୍ଧୀୟ କାଗଜପତ୍ର ରହିବା ଆବଶ୍ୟକ ?
Answer:
(i) ଗାଡ଼ିଚାଳକ ପାଖରେ ଗାଡ଼ି ସମ୍ବନ୍ଧୀୟ କେତେକ କାଗଜପତ୍ର ରହିବା ନିହାତି ଆବଶ୍ୟକ ।
(ii) ସେଗୁଡ଼ିକ ହେଲା— ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍, ଇନ୍‌ସୁରାନ୍ସ, ଫିଟନେସ୍, ପ୍ରଦୂଷଣ ନିୟନ୍ତ୍ରଣ ଓ ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି ।

Objective Type Questions With Answers
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। କେନ୍ଦ୍ରୀୟ ମୋଟର ଯାନ ଆକ୍ସେକେବେ ସଂଶୋଧ ହୋଇଥିଲା ?
Answer:
୨୦୧୯ ମସିହାରେ କେନ୍ଦ୍ରୀୟ ମୋଟର ଯାନ ଆକୁ ସଂଶୋଧ ହୋଇଥିଲା ।

୨। ମୋଟରଯାନ ଦୁର୍ଘଟଣା ମାମଲାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାରକୁ କେତେ ଟଙ୍କା ମିଳିଥାଏ ?
Answer:
ମୋଟର ଯାନ ଦୁର୍ଘଟଣାରେ ପ୍ରାଣ ହରାଉଥ‌ିବା ବ୍ୟକ୍ତିଙ୍କୁ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ମିଳିଥାଏ ।

୩। ନିଶାସକ୍ତ ବେପରୁଆ ଗାଡ଼ିଚାଳକଙ୍କୁ କେଉଁ ଦଣ୍ଡରେ ଦଣ୍ଡିତ କରାଯାଇଥାଏ ?
Answer:
ନିଶାସକ୍ତ ବେପରୁଆ ଗାଡ଼ିଚାଳକଙ୍କୁ ଆର୍ଥିକ ଦଣ୍ଡ ସହ ଜେଲ ଦଣ୍ଡ ଭୋଗିବାର ବ୍ୟବସ୍ଥା ରହିଛି ।

BSE Odisha 10th Class Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୪। ଛୋଟ ପିଲାମାନେ ଗାଡ଼ିରେ ଯିବାବେଳେ ସେମାନଙ୍କ ପାଇଁ କ’ଣ ସାବଧାନତା ଅବଲମ୍ବନ କରିବେ ?
Answer:
ଛୋଟ ପିଲାମାନେ ଗାଡ଼ିରେ ଯିବାବେଳେ ହେଲମେଟ୍ ପରିଧାନ କରିବା ବାଧ୍ୟତାମୂଳକ କରିବା ସହ ପିଲାମାନଙ୍କୁ ସୁରକ୍ଷା ବେଲ୍ସ ପିନ୍ଧାଇବା ବାଧ୍ୟତାମୂଳକ କରାଯାଇଛି ।

୫। ଆମ ରାଜ୍ୟରେ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ତୁରନ୍ତ ମେଡ଼ିକାଲ ଚିକିତ୍ସା ପ୍ରଦାନ କରି ଜୀବନ ବଞ୍ଚାଇବା ପାଇଁ କେଉଁ ନୀତି ପ୍ରଣୟନ କରାଯାଇଛି ?
Answer:
ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ତୁରନ୍ତ ମେଡ଼ିକାଲ ଚିକିତ୍ସା ପ୍ରଦାନ କରି ଜୀବନ ବଞ୍ଚାଇବା ପାଇଁ ଆମ ରାଜ୍ୟରେ ‘ଓଡ଼ିଶା ଗୁଡ୍ ସମରିଟାନ୍‌ ନୀତି’’ ପ୍ରଣୟନ କରାଯାଇଛି ।

୬। “‘ଓଡ଼ିଶା ଗୁଡ଼ ସମରିଟାନ୍‌ ନୀତି’’ ପ୍ରଣୟନ କରିବାପାଇଁ ସୁପ୍ରିମକୋର୍ଟ କେବେ ନିର୍ଦେଶ ପ୍ରଦାନ କରିଥିଲେ ?
Answer:
‘ଓଡ଼ିଶା ଗୁଡ଼ ସମରିଟାନ୍‌ ନୀତି’ ପ୍ରଣୟନ କରିବା ପାଇଁ ସୁପ୍ରିମ କୋର୍ଟ ୨୦୧୪ ମସିହାରେ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

୭। ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ କେତେ ଟଙ୍କା ପ୍ରୋତ୍ସାହନ ମିଳିଥାଏ ?
Answer:
ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ୨୦୦୦ ଟଙ୍କା ପ୍ରୋତ୍ସାହନ ମିଳିଥାଏ ।

୮। ଗୋଲ୍ଡେନ୍ ଆୱାର କ’ଣ ?
Answer:
ଆହତଙ୍କର ୧ ଘଣ୍ଟା ମଧ୍ୟରେ ଉପଯୁକ୍ତ ଚିକିତ୍ସା କରାଇବା ବ୍ୟବସ୍ଥାକୁ ଗୋଲଡ଼େନ୍ ଆୱାର କୁହାଯାଇଥାଏ

୯। ସଡ଼କ ପରିବହନ ବ୍ୟବସ୍ଥାରେ ମୁଖ୍ୟ ଇନ୍ଧନ ଭାବେ କାହାକୁ ବ୍ୟବହାର କରାଯାଇଥାଏ ?
Answer:
ଉ ସଡ଼କ ପରିବହନ ବ୍ୟବସ୍ଥାରେ ପେଟ୍ରୋଲ ଓ ଡିଜେଲକୁ ମୁଖ୍ୟ ଇନ୍ଧନ ଭାବେ ବ୍ୟବହାର କରାଯାଇଥାଏ ।

୧୦ । ସାଇକେଲକୁ କେଉଁ ଯାନର ଆଖ୍ୟା ପ୍ରଦାନ କରାଯାଇଛି ?
Answer:
ସାଇକେଲକୁ ‘ସବୁଜ ଯାନ’ର ଆଖ୍ୟା ପ୍ରଦାନ କରାଯାଇଛି

BSE Odisha 10th Class Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

B. ଶୂନ୍ୟସ୍ଥାନ ପୂରଣ କର ।

୧। ସଡ଼କ ଦୁର୍ଘଟଣା ଏକ _________________ ଘଟଣା ।
Answer:
ଅପ୍ରାକୃତିକ

୨। ସଡ଼କ ପରିବହନ ବ୍ୟବସ୍ଥାରେ ବିଶେଷତଃ __________________ ଟି ପ୍ରମୁଖ ଉପାଦାନ ରହିଛି ।
Answer:
5

୩। ସମ୍ପ୍ରତି ଓଡ଼ିଶାରେ ରାସ୍ତା ଉପରେ ପ୍ରାୟ __________________ ଲକ୍ଷ ଗାଡ଼ି ଚଳପ୍ରଚଳ କରୁଅଛି ।
Answer:
୭୨

୪। ପ୍ରତି ଶହେ ଦୁର୍ଘଟଣାରେ ଓଡ଼ିଶାରେ _______________ ଜଣ ମୃତାହତ ହେଉଛନ୍ତି ।
Answer:
୪୫

୫। ଶତକଡ଼ା ପ୍ରାୟ ________________ ପ୍ରତିଶତ ସଡ଼କ ଦୁର୍ଘଟଣା ମାନବୀୟ ତ୍ରୁଟି ଯୋଗୁଁ ସଂଗଠିତ ହୋଇଥାଏ ।
Answer:
୯୫

୬। ସଡ଼କ ଦୁର୍ଘଟଣା ହ୍ରାସ ନିମନ୍ତେ _______________ ଅତି ଉପଯୋଗୀ ମାଧ୍ୟମ ।
Answer:
ବଳବତ୍ତକରଣ

୭। ______________ ହଣ୍ଡି ଗାଡ଼ିରେ ନ ଲଗାଇବାପାଇଁ ବାରଣ କରାଯାଇଛି ।
Answer:
ପ୍ରେସର

BSE Odisha 10th Class Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୮। କାର୍ ଚାଳକମାନଙ୍କୁ __________________ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି ।
Answer:
ସିଟ୍‌ବେଲ୍ସ

୯। __________________ ବର୍ଷରୁ କମ୍ ପିଲାଙ୍କ ନିମନ୍ତେ ଡ୍ରାଇଭିଂ ଲାଇସେନ୍ସ ଉପଲବ୍ଧ ହୋଇପାରିବ ନାହିଁ ।
Answer:
୧୮

୧୦|. _________________ ମସିହାରେ ମୋଟର ଯାନ ଆକୁ ସଂଶୋଧ ହୋଇଥିଲା ।
Answer:
।୨୦୧୯

C. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ । ସଂଖ୍ୟା ବାଛି ଶୂନ୍ୟସ୍ଥାନ ପୂରଣ କର ।

୧।. ଦୁର୍ଘଟଣା ହ୍ରାସ ଓ ଜୀବନ ସୁରକ୍ଷାରେ _______________ ଓ ବଳବତ୍ତକରଣର ସମତୁଲ୍ୟ ଭୂମିକା ରହିଛି । (ଶିକ୍ଷା, ସଚେତନତା, ଟ୍ରାଫିକ୍‌ନିୟମ, ଜରିମାନା )
Answer:
ସଚେତନତା

୨ । ମୋଟର ଯାନ (ସଂଶୋଧ) ଆକ୍ଟ, ୨୦୧୯ରେ କ୍ଷତିପୂରଣ ଓ ______________ କୁ ଅଧ୍ଵ ଗୁରୁତ୍ୱ ଦିଆଯାଇଛି । ( ନିୟମ ପାଳନ, ଗାଡ଼ିଚାଳନା, ଜୋରିମାନା, ସହଭାଗିତା)
Answer:
ଜୋରିମାନା

୩। ଓଡ଼ିଶାରେ ପ୍ରତିବର୍ଷ ________________ ହଜାରରୁ ଅଧ‌ିକ ଲୋକ ସଡ଼କ ଦୁର୍ଘଟଣାରେ ମୃତ ହୋଇଥା’ନ୍ତି । (୨, ୩, ୪, ୫)
Answer:

୪। ପ୍ରତିବର୍ଷ ଓଡ଼ିଶାରେ ଯାନବାହନ ସଂଖ୍ୟା ପ୍ରାୟ ______________ ପ୍ରତିଶତ ବୃଦ୍ଧି ପାଉଛି । (୮, ୯, ୧୦, ୧୨)
Answer:
୧୦

BSE Odisha 10th Class Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୫। କେବଳ ରାଜପଥମାନଙ୍କର _______________ ରୁ ଅଧ୍ବକ ପ୍ରତିଶତ ଦୁର୍ଘଟଣା ଘଟୁଛି । (୪୦, ୫୦, ୬୦, ୭୦)
Answer:
୪୦

୬। ମାନବୀୟ ତ୍ରୁଟି ଯୋଗୁଁ ଆମ ରାଜ୍ୟରେ ସମସ୍ତ ଦୁର୍ଘଟଣାର _______________ ପ୍ରତିଶତ ଦୁର୍ଘଟଣା ଘଟିଥାଏ । (୯୦, ୯୫, ୮୫, ୭୫)
Answer:
୯୫

୭। ସଡ଼କ ନିରାପତ୍ତା ବ୍ୟବସ୍ଥାକୁ ବିଶେଷ କରି _________________ ଟି ଶ୍ରେଣୀଭୁକ୍ତ କରାଯାଇଛି । (୨, ୩, ୪, ୫)
Answer:

୮ । ବିଶେଷ କରି ଗାଡ଼ିଚାଳକମାନଙ୍କର ____________________ ପରୀକ୍ଷା ନିୟମିତ ଭାବେ ହେବା ଆବଶ୍ୟକ ।(କଣ୍ଠ, ନାସା, ଚକ୍ଷୁ, ଚର୍ମ)
Answer:
ଚକ୍ଷୁ

୯। ଦୁର୍ଘଟଣା ହ୍ରାସ ନିମନ୍ତେ ___________________ ଏକ ଅତି ଉପଯୋଗୀ ମାଧ୍ୟମ ।
Answer:
ବଳବତ୍ତକରଣ

୧୦ । ରାସ୍ତାପାରିହେବା ପୂର୍ବରୁ ପ୍ରଥମେ _______________ ପାଖକୁ ଦେଖିବା ଉଚିତ । (ଡାହାଣ, ବାମ, ପଛ, ଆଗ)
Answer:
ବାମ

D. ରେଖାଙ୍କିତ ଶବ୍ଦକୁ ବଦଳାଇ ଠିକ୍‌ରି ଲେଖ ।

୧। ସଡ଼କ ଦୁର୍ଘଟଣା ଏକ ପ୍ରାକୃତିକ ଘଟଣା ।
Answer:
ସଡ଼କ ଦୁର୍ଘଟଣା ଏକ ଅପ୍ରାକୃତିକ ଘଟଣା ।

୨। ପ୍ରତିବର୍ଷ ସାରା ବିଶ୍ବରେ ଚାରି ଲକ୍ଷରୁ ଅଧ‌ିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥା’ନ୍ତି
Answer:
ପ୍ରତିବର୍ଷ ସାରା ବିଶ୍ବରେ ପାଞ୍ଚ ଲକ୍ଷରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥା’ନ୍ତି ।

୩। ଓଡ଼ିଶାରେ ପ୍ରାୟ ୭୫ ଲକ୍ଷ ଗାଡ଼ି ଚଳପ୍ରଚଳ କରୁଅଛି ।
Answer:
ଓଡ଼ିଶାରେ ପ୍ରାୟ ୭୨ ଲକ୍ଷ ଗାଡ଼ି ଚଳପ୍ରଚଳ କରୁଅଛି ।

୪। ଆମ ରାଜ୍ୟରେ ପ୍ରତିଶହେ ଦୁର୍ଘଟଣାରେ ୪୦ ଜଣ ମୃତାହତ ହେଉଛନ୍ତି ।
Answer:
ଆମ ରାଜ୍ୟରେ ପ୍ରତିଶହେ ଦୁର୍ଘଟଣାରେ ୪୫ ଜଣ ମୃତାହତ ହେଉଛନ୍ତି ।

BSE Odisha 10th Class Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୫ । ଆମ ରାଜ୍ୟର ମୋଟ ଗାଡ଼ି ସଂଖ୍ୟାର ପ୍ରାୟ ପଚାଶ ପ୍ରତିଶତ ଦୁଇଚକିଆ ଗାଡ଼ି ଚଳାଚଳ କରୁଛି ।
Answer:
ଆମ ରାଜ୍ୟର ମୋଟ ଗାଡ଼ି ସଂଖ୍ୟାର ପ୍ରାୟ ଅଶୀ ପ୍ରତିଶତ ଦୁଇଚକିଆ ଗାଡ଼ି ଚଳାଚଳ କରୁଛି ।

୬। ଆମ ରାଜ୍ୟର ସମସ୍ତ ସଡ଼କ ଦୁର୍ଘଟଣା ୯୦ ପ୍ରତିଶତ କେବଳ ମାନବୀୟ ତ୍ରୁଟି ଯୋଗୁଁ ।
Answer:
ଆମ ରାଜ୍ୟର ସମସ୍ତ ସଡ଼କ ଦୁର୍ଘଟଣା ୯୫ ପ୍ରତିଶତ କେବଳ ମାନବୀୟ ତ୍ରୁଟି ଯୋଗୁଁ ।

୭ । ଦୃତଗତି ଓ ନିଶାସକ୍ତ ଚାଳନା ନିୟନ୍ତ୍ରଣ କରିବାପାଇଁ ରାଜପଥରେ ଅଣ୍ଡରପାସ ବ୍ୟବସ୍ଥା କରାଯାଇଛି ।
Answer:
ଦ୍ରୁତଗତି ଓ ନିଶାସକ୍ତ ଚାଳନା ନିୟନ୍ତ୍ରଣ କରିବାପାଇଁ ରାଜପଥରେ ଇଣ୍ଟରସେପ୍ନ ବ୍ୟବସ୍ଥା କରାଯାଇଛି ।

୮। ରାଜପଥ ସଂଲଗ୍ନ ସ୍କୁଲମାନଙ୍କ ନିମନ୍ତେ ଇଣ୍ଟରସେପ୍ଟ ପ୍ରତିଷ୍ଠା ହେବା ଆବଶ୍ୟକ ।
Answer:
ରାଜପଥ ସଂଲଗ୍ନ ସ୍କୁଲମାନଙ୍କ ନିମନ୍ତେ ସଙ୍ଗେ ପ୍ରତିଷ୍ଠା ହେବା ଆବଶ୍ୟକ ।

୯୮ ମୋଟରଯାନ ଆକୁ ଅନୁସାରେ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ତୁରନ୍ତ ମେଡ଼ିକାଲ ଚିକିତ୍ସା ପ୍ରଦାନ କରାଯାଇଥାଏ ।
Answer:
ସମରିଟାନ୍‌ ନୀତି ଅନୁସାରେ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ତୁରନ୍ତ ମେଡ଼ିକାଲ ଚିକିତ୍ସା ପ୍ରଦାନ କରାଯାଇଥାଏ ।

୧୦ । ବର୍ତ୍ତମାନ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଁ ଗୋଲଡେନ୍ ଆୱାର ଦାୟୀ ।
Answer:
ବର୍ତ୍ତମାନ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ପ୍ରାୟ ୬୦ ପ୍ରତିଶତ ହ୍ରାସ ପାଇଁ ଗୋଲଡ଼େନ୍ ଆୱାର ଦାୟୀ ।

BSE Odisha 10th Class Political Science Important Questions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question and answer

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question and answer 2

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

Odisha State Board BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ Important Questions and Answers.

BSE Odisha Class 10 Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ପରୋକ୍ଷ ନିର୍ବାଚନ ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:

  • ନିର୍ବାଚନ ମୁଖ୍ୟତଃ ଦୁଇପ୍ରକାର; ଯଥା – ପ୍ରତ୍ୟକ୍ଷ ନିର୍ବାଚନ ଓ ପରୋକ୍ଷ ନିର୍ବାଚନ । ପରୋକ୍ଷ ନିର୍ବାଚନରେ ଲୋକମାନେ ପରୋକ୍ଷ ଭାବରେ ନିଜର ପ୍ରତିନିଧିଙ୍କୁ ବାଛିଥାଆନ୍ତି ।
  • ଏଥ‌ିରେ ପ୍ରଥମେ ମତଦାତାମାନେ ଗୋଟିଏ ପ୍ରତିନିଧୂ ସଭା ପାଇଁ ଲୋକପ୍ରତିନିଧୁ ନିର୍ବାଚିତ କରନ୍ତି । ଏହି ଲୋକପ୍ରତିନିଧ୍ ସଭାର ସଦସ୍ୟମାନେ ଅନ୍ୟ ଲୋକପ୍ରତିନିଧୁମାନଙ୍କୁ ନିର୍ବାଚିତ କରନ୍ତି ।
  • ଭାରତର ରୀଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟସଭାର ସଦସ୍ୟ ଓ ରାଜ୍ୟ ବିଧାନ ପରିଷଦର ସଦସ୍ୟମାନେ ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହୋଇଥାଆନ୍ତି ।
  • ପ୍ରତ୍ୟେକ ରାଜ୍ୟ ବିଧାନସଭାର ବିଧାୟକମାନେ ନିଜ ରାଜ୍ୟରୁ ନିର୍ଦ୍ଦିଷ୍ଟ ସଂଖ୍ୟକ ରାଜ୍ୟସଭା ସଦସ୍ୟମାନଙ୍କୁ କରିଥା’ନ୍ତି । ସେହିପରି ରାଜ୍ୟ ବିଧାନ ପରିଷଦର ଏକ-ତୃତୀୟାଂଶ ସଦସ୍ୟ ରାଜ୍ୟ ବିଧାନସଭାର ସଦସ୍ୟମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି ।
  • ଏସବୁ ନିର୍ବାଚନରେ ଦେଶର ମତଦାତାମାନେ ସିଧାସଳଖ ସଂପୃକ୍ତ ହୋଇନଥା’ନ୍ତି ।

୨। ପ୍ରତ୍ୟକ୍ଷ ନିର୍ବାଚନର ସୁଫଳଗୁଡ଼ିକ କ’ଣ ?
Answer:

  • ପ୍ରତ୍ୟକ୍ଷ ନିର୍ବାଚନରେ ପ୍ରତ୍ୟେକ ନାଗରିକ ନିଜର ରାଜନୈତିକ କର୍ଭବ୍ୟ ପ୍ରତି ସଚେତନ ରହେ ଓ ନିଜ ମତଦାନ ଅଧିକାରର ଗୁରୁତ୍ଵ ବୁଝିଥାଏ ।
  • ଏହି ନିର୍ବାଚନ ପ୍ରକ୍ରିୟାରେ ଲୋକପ୍ରତିନିଧୁମାନେ ଜନ ସମର୍ଥନ ହାସଲ କରିବାପାଇଁ ମତଦାତାମାନଙ୍କ ସହିତ ସମ୍ପର୍କ ରକ୍ଷା କରିଥା’ନ୍ତି । ଆମ ଦେଶରେ ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ପ୍ରତିନିଧ୍ଵ ଚୟନ ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ ହୋଇଥାଏ ।
  • ପ୍ରତ୍ୟକ୍ଷ ନିର୍ବାଚନରେ ନିର୍ବାଚନ ପ୍ରକ୍ରିୟା ଲୋକମାନଙ୍କର ରାଜନୀତିକ ଚିନ୍ତାଧାରାକୁ ଉଜ୍ଜୀବିତ କରାଏ ଏବଂ ରାଜନୈତିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାପାଇଁ ସେମାନଙ୍କୁ ଉତ୍ସାହିତ କରାଏ ।

୩। ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ଏବଂ ରିଟର୍ଡିଂ ଅଫିସର ଓ ନିର୍ବାଚନ ପ୍ରକ୍ରିୟାରେ ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ନିଯୁକ୍ତି ସମ୍ପର୍କରେ ଆଲୋଚନା କର ।
Answer:

  • ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ ଆୟୋଗ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ବିଚାରବିମର୍ଶ କରି ଲୋକସଭା ପାଇଁ ସାଧାରଣ ନିର୍ବାଚନ ନିମନ୍ତେ ନିର୍ଦ୍ଦିଷ୍ଟ ତାରିଖ ଓ ଦିନ ଘୋଷଣା କରାଯାଏ
  • ରାଜ୍ୟ ବିଧାନସଭା କ୍ଷେତ୍ରରେ ରାଜ୍ୟପାଳଙ୍କ ଆଦେଶମତେ ନିର୍ଦ୍ଦିଷ୍ଟ ତାରିଖ ଓ ଦିନ ଘୋଷଣା କରାଯାଏ ।
  • ନାମାଙ୍କନ ପତ୍ର ଦାଖଲ, ପ୍ରାର୍ଥୀପତ୍ର ଯାଞ୍ଚ, ପ୍ରାର୍ଥୀପତ୍ର ପ୍ରତ୍ୟାହାର, ମତଦାନ ତାରିଖ ଓ ମତଗଣନା ତାରିଖ ନିର୍ବାଚନ ଆୟୋଗ ଘୋଷଣା କରନ୍ତି ।
  • ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ପାଇଁ ଜଣେ ରିଟଣ୍ଡିଂ ଅଫିସର ଓ ତିନିଜଣ ନିରପେକ୍ଷ ପରିଦର୍ଶକଙ୍କୁ ନିର୍ବାଚନ ଆୟୋଗ ନିଯୁକ୍ତ କରନ୍ତି । ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ମଧ୍ଯ ନିଯୁକ୍ତ ହୁଅନ୍ତି ।
  • ଜିଲ୍ଲାପାଳଙ୍କୁ ସେହି ଜିଲ୍ଲାରେ ଥିବା ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ରିଟଣ୍ଡିଂ ଅଫିସର ଓ ଉପ-ଜିଲ୍ଲାପାଳଙ୍କୁ ରାଜ୍ୟ ବିଧାନସଭାର ସଂପୃକ୍ତ ଉପଖଣ୍ଡରେ ଥ‌ିବା ନିର୍ବାଚନମଣ୍ଡଳୀ ପାଇଁ ରିଟଣ୍ଡିଂ ଅଫିସର ଭାବରେ ନିର୍ବାଚନ ଆୟୋଗଙ୍କଦ୍ବାରା ନିଯୁକ୍ତି ଦିଆଯାଏ ।

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

୪ । ନାମାଙ୍କନ ପତ୍ର ଦାଖଲ ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:

  • ନିର୍ବାଚନ ଆୟୋଗଙ୍କଦ୍ୱାରା ନିର୍ବାଚନର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ନିର୍ଦ୍ଧାରିତ ତାରିଖ ମଧ୍ୟରେ ନିଜ ନିଜ ନିର୍ବାଚନମଣ୍ଡଳୀର ରିଟଣ୍ଡିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରନ୍ତି ।
  • ନାମାଙ୍କନ ପତ୍ର ନିମନ୍ତେ ନିର୍ବାଚନ ଆୟୋଗଙ୍କଦ୍ବାରା ଏକ ନିର୍ଦ୍ଦିଷ୍ଟ ଫର୍ମ ପ୍ରସ୍ତୁତି କରାଯାଇଥାଏ । ପ୍ରାର୍ଥୀମାନେ ସେହି ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରନ୍ତି ।
  • ପ୍ରତି ନାମାଙ୍କନ ପତ୍ରରେ ପ୍ରତ୍ୟେକ ପ୍ରାର୍ଥୀଙ୍କ ନାମକୁ ଅନ୍ୟୁନ ଜଣେ ମତଦାତା ପ୍ରସ୍ତାବ କରିବେ ଏବଂ ଆଉ ଜଣେ ମତଦାତା ସମର୍ଥନ କରିବେ ଏବଂ ପ୍ରାର୍ଥୀ ନିଜେ ନିଜର ସମ୍ମତି ପ୍ରଦାନପୂର୍ବକ ଏଥରେ ସ୍ବାକ୍ଷର ପ୍ରଦାନ କରିବେ ।
  • ଦଳୀୟ ପ୍ରାର୍ଥୀଙ୍କ ଛଡ଼ା ସ୍ବାଧୀନ ପ୍ରାର୍ଥୀମାନେ ମଧ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରନ୍ତି ।
  • ପ୍ରତ୍ୟେକ ପ୍ରାର୍ଥୀ ନାମାଙ୍କନପତ୍ର ସହିତ ନିଜର ଆୟର ପରିମାଣ ଓ ନିଜ ବିରୋଧରେ ଥ‌ିବା ଫୌଜଦାରୀ ମୋକଦ୍ଦମାର ସୂଚନା ଦାଖଲ କରନ୍ତି ।

୫। ସିଦ୍ଧମତ ଗଣତି ଏବଂ ଚୂଡ଼ାନ୍ତ ଫଳାଫଳ ଘୋଷଣା ସମ୍ପର୍କରେ ଆଲୋଚନା କର ।
Answer:

  • ନିର୍ବାଚନ ଆୟୋଗଙ୍କଦ୍ବାରା ସିଦ୍ଧମତ ଗଣତି କରିବାର ସ୍ଥାନ, ତାରିଖ, ଦିନ ଓ ସମୟ ଘୋଷଣା କରାଯାଇଥାଏ ।
  • ପୂର୍ବ ସୂଚିତ ମତଦାନ ଗଣନା କେନ୍ଦ୍ରରେ ନିର୍ଦ୍ଧାରିତ ସମୟରେ ମତଦାନ ପେଟି କିମ୍ବା ଇ.ଭି.ଏମ୍.ଗୁଡ଼ିକୁ ଖୋଲାଯାଏ ଓ ଗଣନା ଅଧିକାରୀମାନେ ସିଦ୍ଧମତ ଗଣନା କାର୍ଯ୍ୟ ଆରମ୍ଭ କରନ୍ତି । ଏହି ଗଣନା ଗୋଟିଏ ମତଦାତାର ଗୋଟିଏ ଭୋଟ ନୀତିରେ କରାଯାଏ । ନାକଚ ହୋଇଥିବା ମତଦାନ ପତ୍ରକୁ ହିସାବକୁ ନିଆଯାଏ ନାହିଁ ।
  • ସର୍ବାଧ୍ଵ ମତଦାତାଙ୍କର ସିଦ୍ଧମତ ସମର୍ଥନ ପାଇଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଏ । ରିଟଣ୍ଡିଂ ଅଫିସର ନିର୍ବାଚନ ଫଳାଫଳ ଘୋଷଣା କରନ୍ତି ଓ ସେହି ଘୋଷଣାନାମାକୁ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାନ୍ତି । ବିଜୟୀ ପ୍ରାର୍ଥୀଙ୍କୁ ତମ୍ପର୍କିତ ଏକ ସାର୍ଟିଫିକେଟ୍ ମିଳେ ।
  • ପରାଜିତ ପ୍ରାର୍ଥୀଙ୍କ ଅନୁରୋଧକ୍ରମେ ପୁନଃ ମତଗଣତି କରାଯାଏ । ସେଥିପାଇଁ ରିଟଣ୍ଡିଂ ଅଫିସରଙ୍କ ସମ୍ମତି ମିଳିବା ଆବଶ୍ୟକ ।
  • ହିଂସାଜନିତ ଅବରୋଧ ଓ ଅନ୍ୟାନ୍ୟ କାରଣରୁ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଲେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ସେହି ମତଦାନ କେନ୍ଦ୍ରରେ ପୁନଃ ମତଦାନ ବ୍ୟବସ୍ଥା ହୋଇଥାଏ ।

୬। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ଓ କାର୍ଯ୍ୟ ସମ୍ପର୍କରେ ଆଲୋଚନା କର ।
Answer:

  • ରାଜ୍ୟ ନିର୍ବାଚନ ଆୟୋଗ ଏକ-ସଦସ୍ୟ ବିଶିଷ୍ଟ ଅଟନ୍ତି । ସେ ରାଜ୍ୟପାଳଙ୍କଦ୍ୱାରା ନିଯୁକ୍ତି ପାଆନ୍ତି । ତାଙ୍କ କାର୍ଯ୍ୟକାଳର ବୟସସୀମା ସର୍ବାଧ‌ିକ ୬୨ ବର୍ଷ ।
  • ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଭୁବନେଶ୍ଵରରେ ଅବସ୍ଥିତ ।
  • ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟକାଳ ଏବଂ କାର୍ଯ୍ୟ ସର୍ଭାବଳୀ ରାଜ୍ୟପାଳ, ସେହି ରାଜ୍ୟର ବିଧାନମଣ୍ଡଳଦ୍ଵାରା ପ୍ରଣୀତ ଆଇନକୁ ନଜରରେ ରଖ୍ ସ୍ଥିର କରିଥା’ନ୍ତି ।
  • ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ଅନୁରୋଧକ୍ରମେ, ରାଜ୍ୟପାଳ ନିର୍ବାଚନ ଆୟୋଗର ଅନ୍ୟ କର୍ମଚାରୀମାନଙ୍କୁ ନିଯୁକ୍ତ କରନ୍ତି ।
  • ସମ୍ବିଧାନର ୭୩ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ସେ ପଞ୍ଚାୟତିରାଜ ଅନୁଷ୍ଠାନମାନ; ଯଥା – ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ସଦସ୍ୟମାନଙ୍କ ନିର୍ବାଚନ ପରିଚାଳନା କରନ୍ତି । ସେହିପରି ସମ୍ବିଧାନର ୭୪ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ସହରାଞ୍ଚଳର ପୌରପାଳିକା, ନଗରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାଚନ ପରିଚାଳନା କରନ୍ତି । ଉକ୍ତ ନିର୍ବାଚନ ପାଇଁ ମତଦାତାମାନଙ୍କର ପୂର୍ଣ୍ଣାଙ୍ଗ ନାମ ତାଲିକା ପ୍ରସ୍ତୁତ କରନ୍ତି ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ଗଣତନ୍ତ୍ରରେ ନିର୍ବାଚନର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଇଛି କାହିଁକି ?
Answer:

  • ଜନମତ ହେଉଛି ଗଣତନ୍ତ୍ରର ଭିଭିଭୂମି । ଗଣତାନ୍ତ୍ରିକ ସରକାରରେ ଜନକଲ୍ୟାଣ ବା ଜନମଙ୍ଗଳ ପାଇଁ ଆଇନ ପ୍ରଣୟନ କରିବା ଉଦ୍ଦେଶ୍ୟରେ ନିର୍ବାଚନ ମାଧ୍ୟମରେ ଜନସାଧାରଣ ପ୍ରତିନିଧ୍ଵ ଚୟନ କରନ୍ତି ।
  • କେଉଁ ରାଜନୈତିକ ଦଳ ସରକାର ଗଠନ କରିବେ, ସେହି ନିଷ୍ପଭି ମଧ୍ୟ ମତଦାତାମାନେ ଏହି ନିର୍ବାଚନ ମାଧ୍ୟମରେ ସାବ୍ୟସ୍ତ କରିଥା’ନ୍ତି । ତେଣୁ ଆମ ଗଣତନ୍ତ୍ରରେ ନିର୍ବାଚନର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି ।

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

୨। ପରୋକ୍ଷ ନିର୍ବାଚନର ଦୁଇଟି ସୁଫଳ ଲେଖ ।
Answer:

  • ପରୋକ୍ଷ ନିର୍ବାଚନରେ କମ୍ ଖର୍ଚ୍ଚ ହୋଇଥାଏ ।
  • ଏଥରେ ଦଳୀୟ ରାଜନୀତିର ପ୍ରଭାବ କମ୍ ଥାଏ ।

୩। ଇ.ଭି.ଏମ୍. କ’ଣ ? ଏହାର ସୁଫଳ କ’ଣ ?
Answer:

  • ଇ.ଭି.ଏମ୍. ହେଉଛି ‘ଇଲେକ୍ଟ୍ରୋନିକ୍‌ ମତଦାନ ଯନ୍ତ୍ର’ ।
  • ଏହାଦ୍ଵାରା ମତଦାନ ଏବଂ ମତଗଣନା କାର୍ଯ୍ୟ ସହଜରେ ଓ ଶୀଘ୍ର ହୋଇପାରିଥାଏ ।

୪। ମତଦାତାଙ୍କ ନାମ ତାଲିକା କେଉଁ ସମୟରେ ସଂଶୋଧନ କରାଯାଏ ?
Answer:

  • ପ୍ରତ୍ୟେକ ନିର୍ବାଚନ ପାଇଁ ଉଦ୍ଦିଷ୍ଟ ମତଦାତାଙ୍କ ନାମ ତାଲିକା ନିୟମିତ ଭାବରେ ନିର୍ବାଚନ ପୂର୍ବରୁ ସଂଶୋଧନ କରାଯାଏ ।
  • ପୁନଶ୍ଚ ପ୍ରତ୍ୟେକ ଜନଗଣନା ଶେଷହେବା ପରେ ପ୍ରାୟତଃ ଏହା ସଂଶୋଧନ କରାଯାଏ । ଏତଦ୍‌ବ୍ୟତୀତ କୌଣସି ନିର୍ବାଚନ ପୂର୍ବରୁ ଭାରତର ନିର୍ବାଚନ ଆୟୋଗଙ୍କ ଆଦେଶ ବଳରେ ମଧ୍ୟ ମତଦାତାଙ୍କର ନାମ ତାଲିକାରେ ସଂଶୋଧନ କାର୍ଯ୍ୟ କରାଯାଏ ।

୫। ଆମ ଦେଶରେ ନିର୍ବାଚନ ଅବାଧ, ସ୍ୱଚ୍ଛ ଏବଂ ଦୁର୍ନୀତିମୁକ୍ତ ହୋଇଥାଏ କାହିଁକି ?
Answer:

  • ଆମ ଦେଶରେ ଗୋପନୀୟ ମତଦାନ ବ୍ୟବସ୍ଥାର ପ୍ରଚଳନ ରହିଛି ।
  • ଏହା ଫଳରେ ଜଣେ ମତଦାତା ନିର୍ଭୟରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥା’ନ୍ତି; ଫଳରେ ନିର୍ବାଚନ ଅବାଧ, ସ୍ଵଚ୍ଛ ଏବଂ ଦୁର୍ନୀତିମୁକ୍ତ ହୋଇଥାଏ ।

୬। ସମ୍ବିଧାନରେ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ବିବାଦର ସମାଧାନ ପାଇଁ କେଉଁ ବ୍ୟବସ୍ଥା ରହିଛି ?
Answer:

  • ନିର୍ବାଚନ ସମ୍ପର୍କିତ ସମସ୍ତ ବିବାଦ ସମାଧାନର କ୍ଷମତା ରାଜ୍ୟର ଉଚ୍ଚ ନ୍ୟାୟାଳୟ ଓ ଦେଶର ଉଚ୍ଚତମ ନ୍ୟାୟାଳୟ ଉପରେ ନ୍ୟସ୍ତ କରାଯାଇଛି ।
  • ବିଜୟୀ ପ୍ରାର୍ଥୀମାନଙ୍କର ନିର୍ବାଚନର ବୈଧତା ସମ୍ପର୍କିତ ଆସିଥିବା ଅଭିଯୋଗର ବିଚାର ଏହି ନ୍ୟାୟାଳୟରେ କରାଯାଇଥାଏ ।

୭। କେଉଁମାନେ ମତଦାନ କରିବାପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ନାହିଁ ?
Answer:
ସମ୍ବିଧାନ ଓ ଆଇନଗତ ବ୍ୟବସ୍ଥା ମାଧ୍ୟମରେ ସୂଚିତ ମାନସିକ ବିକୃତି, ଅଣନାଗରିକତା, କେତେକ ନିର୍ଦ୍ଦିଷ୍ଟ ଅପରାଧ ବା ନିର୍ବାଚନରେ ଦୁର୍ନୀତିପରାୟଣତା, ବାସସ୍ଥାନରୁ ବିଚ୍ୟୁତ ଓ ବେଆଇନ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଥ‌ିବା ଇତ୍ୟାଦି କାରଣରୁ ଅଯୋଗ୍ୟ ବିବେଚିତ ବ୍ୟକ୍ତି ମତଦାନ କରିବାପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ନାହିଁ ।

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

୮। ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ନିମନ୍ତେ ନିର୍ବାଚନ ଖର୍ଚ୍ଚର ସର୍ବାଧ‌ିକ ପରିମାଣ କେତେ ସ୍ଥିର କରାଯାଇଛି ?
Answer:

  • ପ୍ରତ୍ୟେକ ଲୋକସଭା ପ୍ରାର୍ଥୀଙ୍କ ନିମନ୍ତେ ସର୍ବାଧ‌ିକ ନିର୍ବାଚନ ଖର୍ଚ୍ଚ ୨୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି ।
  • ପ୍ରତ୍ୟେକ ରାଜ୍ୟ ବିଧାନସଭା ପ୍ରାର୍ଥୀଙ୍କ ନିମନ୍ତେ ସର୍ବାଧ‌ିକ ନିର୍ବାଚନ ଖର୍ଚ୍ଚ ୧୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି ।

୯। ଓଡ଼ିଶାରେ କେତୋଟି ବିଧାନସଭା ଲୋକସଭା ଆସନ ରହିଛି ଓ ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀ ଅନୁପାତ କେତେ ?
Answer:

  • ଓଡ଼ିଶାରେ ୧୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ୨୧ ଗୋଟି ଲୋକସଭା ଆସନ ରହିଛି ।
  • ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀର ଅନୁପାତ ହେଉଛି ୭ : ୧ ।

୧୦ । ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନଙ୍କୁ ନିର୍ବାଚନ ପ୍ରଚାର ପାଇଁ କେତେଦିନ ସମୟ ମିଳେ ଓ ନିର୍ବାଚନର ନିର୍ଦ୍ଧାରିତ ଦିନର କେତେ ସମୟ ପୂର୍ବରୁ ପ୍ରଚାର ଅଭିଯାନ ବନ୍ଦ ହୁଏ ?
Answer:

  • ନିର୍ବାଚନ ପ୍ରଚାର ପାଇଁ ପ୍ରାର୍ଥୀମାନଙ୍କୁ ୧୫ ଦିନ ସମୟ ମିଳିଥାଏ ।
  • ନିର୍ବାଚନ ପ୍ରଚାର ଅଭିଯାନ ମତଦାନ ପାଇଁ ନିର୍ଦ୍ଧାରିତ ଦିନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୁଏ ।

୧୧ । ସାମ୍ବିଧାନର କେଉଁ କେଉଁ ଧାରାରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିଛି ?
Answer:

  • ସମ୍ବିଧାନର ୩୩୦ ଧାରାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଲୋକସଭାରେ ଆସନ ସଂରକ୍ଷଣର ବ୍ୟବସ୍ଥା ରହିଛି ।
  • ସେହିପରି ସମ୍ବିଧାନର ଧାରା ୩୩୨ରେ ରାଜ୍ୟ ବିଧାନସଭାରେ ଅନୁରୂପ ଆସନ ସଂରକ୍ଷଣର ବ୍ୟବସ୍ଥା ରହିଛି ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
Objective Type Questions With Answers
A । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ସମ୍ବିଧାନ ପ୍ରଣେତାମାନେ କେଉଁ ପ୍ରକାର ନିର୍ବାଚନ ଉପରେ ଗୁରୁତ୍ବ ପ୍ରଦାନ କରିଥା’ନ୍ତି ?
Answer:
ଭାରତର ସମ୍ବିଧାନ ପ୍ରଣେତାମାନେ ଏକ ମୁକ୍ତ, ଅବାଧ ଓ ନିର୍ମଳ ନିର୍ବାଚନ ପ୍ରକ୍ରିୟା ଉପରେ ବିଶେଷ ଗୁରୁତ୍ୱ ଦେଇଥା’ନ୍ତି ।

2. ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କେତେବେଳେ କରାଯାଇଥାଏ ?
Answer:
ଯଦି ଲୋକସଭା ଓ ରାଜ୍ୟ ବିଧାନସଭା ତାହାର ସ୍ଵାଭାବିକ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଭାଙ୍ଗିଯାଏ, ତେବେ ସେଠାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରାଯାଇଥାଏ ।

3. ଲୋକସଭାରେ ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କ ସଂଖ୍ୟା କେତେ ?
Answer:
ଲୋକସଭାରେ ନିର୍ବାଚିତ ସାଂସଦ ହେଉଛନ୍ତି ୫୪୩ ଜଣ ଏବଂ ରାଷ୍ଟ୍ରପତିଙ୍କଦ୍ୱାରା ମନୋନୀତ ସଦସ୍ୟଙ୍କ ସଂଖ୍ୟା ମାତ୍ର ୨ ଜଣ ।

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

4. ସମ୍ବିଧାନର ୩୩୦ ଧାରା ଓ ୩୩୨ ଧାରାରେ କ’ଣ ଉଲ୍ଲେଖ କରାଯାଇଛି ?
Answer:
ସମ୍ବିଧାନର ୩୩୦ ଧାରାରେ ଲୋକସଭା ପାଇଁ ଓ ୩୩୨ ଧାରାରେ ବିଧାନସଭା ପାଇଁ ଆସନ ସଂରକ୍ଷଣର ବ୍ୟବସ୍ଥା ଉଲ୍ଲେଖ କରାଯାଇଛି ।

5. ବର୍ତ୍ତମାନ ଆମ ଲୋକସଭାରେ କେଉଁମାନଙ୍କ ପାଇଁ କେତୋଟି ଆସନ ସଂରକ୍ଷିତ ରଖାଯାଇଛି ?
Answer:
ବର୍ତ୍ତମାନ ଲୋକସଭାରେ ୭୯ ଆସନ ଓ ୪୧ଟି ଆସନ ଯଥାକ୍ରମେ ଅନୁସୂଚିତ ଜାତି (ହରିଜନ) ଓ ଅନୁସୂଚିତ ଜନଜାତି (ଆଦିବାସୀ)ମାନଙ୍କ ପାଇଁ ସଂରକ୍ଷିତ ରହିଛି ।

6. ଆମ ଦେଶରେ ଜଣେ ପ୍ରାର୍ଥୀ କେତେ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିପାରିବେ ?
Answer:
ପ୍ରତ୍ୟେକ ରାଜ୍ୟ ଲୋକସଭା ପ୍ରାର୍ଥୀଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଓ ପ୍ରତ୍ୟେକ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଏହି ପରିମାଣ ୧୦ ଲକ୍ଷ ଟଙ୍କା ସ୍ଥିର କରାଯାଇଛି ।

7. ନିର୍ବାଚନ ପ୍ରଚାର ପାଇଁ କେତେ ଦିନ ସମୟ ମିଳିଥାଏ ?
Answer:
ନିର୍ବାଚନ ପ୍ରଚାର ଅଭିଯାନ ମତଦାନ ପାଇଁ ନିର୍ଦ୍ଧାରିତ ଦିନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୁଏ ଏବଂ ନିର୍ବାଚନ ପ୍ରଚାର ପାଇଁ ପ୍ରାୟ ୧୫ ଦିନ ସମୟ ମିଳିଥାଏ ।

8. ନିର୍ବାଚନ ପାଇଁ ମତଦାନ ଦିନ, ତାରିଖ ଓ ସମୟସୀମା କିଏ ସ୍ଥିର କରିଥା’ନ୍ତି ?
Answer:
ନିର୍ବାଚନ ଆୟୋଗ ନିର୍ବାଚନ ପାଇଁ ମତଦାନ ତାରିଖ, ଦିନ ଓ ସମୟସୀମା ସ୍ଥିର କରିଥା’ନ୍ତି ।

9. ନିର୍ବାଚନ ଆୟୋଗ ଗଠନ ସମ୍ପର୍କରେ ସମ୍ବିଧାନରେ କ’ଣ ସୂଚନା ପ୍ରଦାନ କରାଯାଇଛି ?
Answer:
ଆମ ସମ୍ବିଧାନର ୩୨୪ ଧାରାରେ ଏକ ତିନି-ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗର ଗଠନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି

10 ସମ୍ବିଧାନର କେଉଁ ଧାରାରେ ନିର୍ବାଚନ ଆୟୋଗର କ୍ଷମତା ଓ କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି ?
Answer:
ଭାରତୀୟ ସମ୍ବିଧାନର ଧାରା ୩୨୪ରୁ ଧାରା ୩୨୮ ମଧ୍ୟରେ ନିର୍ବାଚନ ଆୟୋଗର କ୍ଷମତା ଓ କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି ।

11. ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କୁ କିଏ ନିଯୁକ୍ତି ଦିଅନ୍ତି ଓ ତାଙ୍କର ଅବସର ବୟସସୀମା କେତେ ?
Answer:
ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କୁ ରାଜ୍ୟପାଳ ନିଯୁକ୍ତ କରନ୍ତି ଓ ତାଙ୍କର ଅବସର ବୟସସୀମା ୬୨ ବର୍ଷ ଅଟେ ।

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ଅମାନତ ଅର୍ଥରାଶି ଫେରି ପାଇବା ପାଇଁ ପ୍ରାର୍ଥୀଙ୍କୁ ମିଳିତବା ସମସ୍ତ ସିଦ୍ଧମତର ଅନ୍ୟୁନ କେତେ ଅଂଶ ମିଳିଥିବା ଆବଶ୍ୟକ ?
Answer:
ଏକ-ଷଟାଂଶ

2. ବର୍ତ୍ତମାନ କେତେକ ରାଜନୀତିକ ଦଳରେ କାହାର ଛିଟା ଦେଖିବାକୁ ମିଳୁଛି ?
Answer:
ପାରିବାରିକ ରାଜନୀତି

3. ନିର୍ବାଚନ ପ୍ରଚାର କାଳରେ ପ୍ରତ୍ୟେକ ରାଜନୀତିକ ଦଳ କ’ଣ ପ୍ରକାଶ କରିଥା’ନ୍ତି ?
Answer:
ନିର୍ବାଚନ ଇସ୍ତାହାର

4. ରାଜ୍ୟ ନିର୍ବାଚନ ଆୟୋଗର ବିଭିନ୍ନ କର୍ମଚାରୀଙ୍କୁ କିଏ ନିଯୁକ୍ତ ଦିଅନ୍ତି ?
Answer:
ରାଜ୍ୟପାଳ

5. ସ୍ବାଭାବିକ କାର୍ଯ୍ୟକାଳ ସମାପ୍ତି ପୂର୍ବରୁ ଲୋକସଭା ଭାଙ୍ଗିଗଲେ କ’ଣ କରାଯାଏ ?
Answer:
ମଧ୍ୟବତ୍ତାକାଳାନ ନିର୍ବାଚନ

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

6. କେଉଁ ବ୍ୟବସ୍ଥାଦ୍ୱାରା ତୃଣମୂଳ ସ୍ତରରେ ଗଣତନ୍ତ୍ର ପ୍ରତିଷ୍ଠିତ ହୋଇପାରିଛି ?
Answer:
ସ୍ୱାୟତ୍ତ ଶାସନ

7. ପ୍ରତ୍ୟେକ ମତଦାନ କେନ୍ଦ୍ରରେ କେତେ ସଂଖ୍ୟକ ମତଦାତା ମତଦାନ କରିବାର ବ୍ୟବସ୍ଥା ଥାଏ ?
Answer:
୭୦୦ରୁ ୮୦୦

8. ଓଡ଼ିଶା ନିର୍ବାଚନ ଆୟୋଗଙ୍କର କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ?
Answer:
ଭୁବନେଶର

9. ନିର୍ବାଚନ ପ୍ରଚାର ପାଇଁ ରାଜନୀତିକ ଦଳକୁ କେତେକ ସମୟ ମିଳିଥାଏ ?
Answer:
୧୫ ଦିନ

10. ପ୍ରତ୍ୟେକ ଲୋକସଭା ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସର୍ବାଧ‌ିକ କେତେ ମଧ୍ୟରେ ହେବା ଆବଶ୍ୟକ ?
Answer:
୨୫ ଲକ୍ଷ

11. ନିର୍ବାଚନ ପ୍ରଚାର ଅଭିଯାନ ମତଦାନ ପାଇଁ ନିର୍ଦ୍ଧାରିତ ଦିନର କେତେ ଘଣ୍ଟା ପୂର୍ବରୁ ବନ୍ଦ ହୋଇଥାଏ ?
Answer:
୪୮ ଘଣ୍ଟା

12. ନିର୍ବାଚନ ସମ୍ପର୍କିତ ସମସ୍ତ ବିବାଦର ସମାଧାନ କିଏ କରିଥା’ନ୍ତି ?
Answer:
ନିର୍ବାଚନ ଆୟୋଗ

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

C. ଶୂନ୍ୟସ୍ଥାନ ପୂରଣ କର ।

1. ଭାରତରେ ବତ୍ତମାନ ___________________ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନେ ମତଦାନ ଅଧିକାର ଉପଭୋଗ କରୁଛନ୍ତି ।
Answer:
୧୮

2. ____________________ ହେଉଛି ଗଣତନ୍ତ୍ରର ଭିତ୍ତିଭୂମି ।
Answer:
ଜନମତ

3. କେବଳ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ _____________________ ଙ୍କୁ ନିର୍ବାଚିତ କରନ୍ତି ।
Answer:
ଉପରାଷ୍ରପତି

4. ସମ୍ବିଧାନର _______________________ ଧାରାରେ ଲୋକସଭାରେ ଆଦିବାସୀ ଓ ହରିଜନଙ୍କ ପାଇଁ ଆସନ ସଂରକ୍ଷଣର ବ୍ୟବସ୍ଥା ରହିଛି ।
Answer:
୩୩୦

5. ପ୍ରତ୍ୟେକ ନିର୍ବାଚିତ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯିବା ସହିତ ତାଙ୍କୁ _________________ ଏକ ସ୍ବୀକୃତି ପତ୍ର ପ୍ରଦାନ କରନ୍ତି ।
Answer:
ରିଟଣ୍ଡିଂ ଅଫିସର

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

6. ଲୋକସଭାରେ ________________________ ଟି ଆସନ ପାଇଁ ନିର୍ବାଚନ କରାଯାଇଥାଏ ।
Answer:
୫୪୩

7. ନିର୍ବାଚନରେ ଜଣେ ପ୍ରାର୍ଥୀ ହେବାପାଇଁ ହେଲେ ତାଙ୍କୁ ____________________ ବର୍ଷ ହୋଇଥିବା ଆବଶ୍ୟକ ।
Answer:
୨୫

8. ପୌର ସଂସ୍ଥାମାନଙ୍କର ନିର୍ବାଚନ ପରିଚାଳନା କାର୍ଯ୍ୟ ___________________ ନିର୍ବାଚନ ଆୟୋଗ ହାତରେ ନ୍ୟସ୍ତ କରାଯାଇଛି ।
Answer:
ରାଜ୍ୟ

9. ରାଜ୍ୟସଭାର ସର୍ବାଧ‌ିକ ସଦସ୍ୟ ସଂଖ୍ୟା __________________ ।
Answer:
୨୫୦

D. ଠିକ୍ ଉକ୍ତି ପାଇଁ (-) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (x) ଚିହ୍ନ ଦିଅ ।

1. ସମ୍ବିଧାନର ୩୩୦ ଧାରାରେ ରାଜ୍ୟ ବିଧାନସଭାରେ ଆସନ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି ।
Answer:
x

2. ବର୍ତ୍ତମାନ ଲୋକସଭାରେ ୧୨୦ଟି ଆସନ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି ।
Answer:

3. ଓଡ଼ିଶା ବିଧାନସଭାରେ ୫୬ଟି ଆସନ ଅନୁସୂଚିତ ଜାତି ଓ ଜନଜାତି ପାଇଁ ସଂରକ୍ଷିତ ରହିଛି ।
Answer:

4. ପ୍ରତ୍ୟେକ ରାଜନୈତିକ ଦଳକୁ ରାଷ୍ଟ୍ରପତି ଦଳୀୟ ସଙ୍କେତ ପ୍ରଦାନ କରିଥା’ନ୍ତି ।
Answer:
x

5. ନିର୍ବାଚନ ଆୟୋଗ ନିର୍ବାଚନ ପାଇଁ ମତଦାନର ତାରିଖ, ଦିନ ଓ ସମୟ ସୀମା ସ୍ଥିର କରିଥା’ନ୍ତି ।
Answer:

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

6. ନିର୍ବାଚନ ସମୟରେ ନିର୍ବାଚନ ଆୟୋଗ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ ଦୁଇଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ କରନ୍ତି ।
Answer:
x

7. ପୌର ସଂସ୍ଥାମାନଙ୍କର ନିର୍ବାଚନ ପରିଚାଳନା କାର୍ଯ୍ୟ ରାଜ୍ୟ ନିର୍ବାଚନ ଆୟୋଗ ହାତରେ ନ୍ୟସ୍ତ କରାଯାଇଛି ।
Answer:

8. ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟକାଳର ବୟସସୀମା ସର୍ବାଧ‌ିକ ୬୫ ବର୍ଷ ।
Answer:
x

9. ରାଜ୍ୟ ନିର୍ବାଚନ ଆୟୁକ୍ତ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହୋଇଥାନ୍ତି ।
Answer:
x

10. ଓଡ଼ିଶା ବିଧାନସଭା ପାଇଁ ରାଜ୍ୟରେ ୧୪୭ ଗୋଟି ଏକ ସଦସ୍ୟ ବିଶିଷ୍ଟ ନିର୍ବାଚନ ମଣ୍ଡଳୀ ରହିଛି ।
Answer:

11. ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଜିଲ୍ଲାପାଳ ରିଟଣ୍ଡିଂ ଅଫିସର ଭାବରେ କାର୍ଯ୍ୟ କରିଥା’ନ୍ତି ।
Answer:

12. ଓଡ଼ିଶାରେ ୨୦ ଗୋଟି ଲୋକସଭା ନିର୍ବାଚନ ମଣ୍ଡଳୀ ରହିଛି ।
Answer:
x

13. ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ସ୍ବୟଂଶାସିତ ସଂସ୍ଥା ।
Answer:

14. ଜଣେ ଲୋକସଭା ପ୍ରାର୍ଥୀ ନିର୍ବାଚନରେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ।
Answer:

15. ଜଣେ ବିଧାନସଭା ପ୍ରାର୍ଥୀ ନିର୍ବାଚନରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ।
Answer:
x

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

16. ଭାରତବର୍ଷରେ ପ୍ରତି ୧୦ ବର୍ଷରେ ଥରେ ଜନଗଣନା ହୋଇଥାଏ ।
Answer:

17. ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀ ଏକାଧ୍ଵ ରାଜ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ହୋଇଥାଏ ।
Answer:

18. ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଚାଲିଥିବା ସମୟରେ ‘ଆଦର୍ଶ ଆଚରଣ ବିଧ୍ୱଂ’’ ଲାଗୁ କରିଥା’ନ୍ତି ।
Answer:
x

19. ଆମ ଦେଶରେ ଲୋକସଭା ଓ ପ୍ରତ୍ୟେକ ରାଜ୍ୟ ବିଧାନସଭା ପୁନର୍ଗଠନ ପାଇଁ ପ୍ରତି ଛଅ ବର୍ଷରେ ଥରେ ନିର୍ବାଚନ କରାଯିବାର ବ୍ୟବସ୍ଥା ରହିଛି ।
Answer:
x

20. କୌଣସି ନିର୍ବାଚିତ ସଦସ୍ୟଙ୍କ ଇସ୍ତଫା କିମ୍ବା ମୃତ୍ୟୁ ହେତୁ ବା ତାଙ୍କର ନିର୍ବାଚନ ଅସିଦ୍ଧ ଘୋଷିତ ହେଲେ ସେହି ଶୂନ୍ୟ ପଡ଼ିଥ‌ିବା ସଦସ୍ୟ ପଦ ପୂରଣ ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରାଯାଏ ।
Answer:
x

21. ଯଦି ଲୋକସଭା ବା ରାଜ୍ୟ ବିଧାନସଭା ତାହାର ସ୍ବାଭାବିକ କାର୍ଯ୍ୟକାଳ ପାଞ୍ଚ ବର୍ଷ ଶେଷ ହେବା ପୂର୍ବରୁ ଭାଙ୍ଗିଯାଏ, ତେବେ ସେଠାରେ ଉପନିର୍ବାଚନ କରାଯାଇଥାଏ ।
Answer:
x

22. କେବଳ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରନ୍ତି ।
Answer:

23. ଗ୍ରାମପଞ୍ଚାୟତର ସରପଞ୍ଚ ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।
Answer:
x

24. ସ୍ୱାୟତ୍ତ ଶାସନ ସଂସ୍ଥାର ନିର୍ବାଚନ କାର୍ଯ୍ୟରେ ମତଦାନ ବ୍ୟବସ୍ଥା ବ୍ୟାଲଟ୍‌ ପେପର ମାଧ୍ୟମରେ କରାଯାଇଥାଏ ।
Answer:

25. ସମ୍ବିଧାନର ୩୩୨ ଧାରାରେ ଲୋକସଭାରେ ସ୍ଥାନ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି ।
Answer:
x

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

26. ରାଷ୍ଟ୍ରପତି ରାଜ୍ୟସଭାକୁ କଳା, ସାହିତ୍ୟ, ବିଜ୍ଞାନ ଓ ସମାଜସେବା କ୍ଷେତ୍ରରୁ ୧୦ ଜଣ ସଦସ୍ୟଙ୍କୁ ମନୋନୀତ କରନ୍ତି ।
Answer:
x

27. ଓଡ଼ିଶା ବିଧାନସଭାର ସଦସ୍ୟମାନେ ରାଜ୍ୟସଭାକୁ ୧୦ ଜଣ ସାଂସଦଙ୍କୁ ନିର୍ବାଚିତ କରନ୍ତି ।
Answer:

28. ଲୋକସଭାର ସର୍ବାଧିକ ସଦସ୍ୟ ସଂଖ୍ୟା ୫୫୦ ।
Answer:
x

29. ରାଷ୍ଟ୍ରପତି ଲୋକସଭାକୁ ୩ ସଦସ୍ୟଙ୍କୁ ମନୋନୀତ କରନ୍ତି ।
Answer:
x

30. ନିର୍ବାଚନ ପ୍ରଚାର ପାଇଁ ପ୍ରାୟ ୨୦ ଦିନ ସମୟ ମିଳିଥାଏ ।
Answer:
x

31. ନିର୍ବାଚନ ପ୍ରଚାର ଅଭିଯାନ ମତଦାନ ପାଇଁ ନିର୍ଦ୍ଧାରିତ ଦିନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୁଏ
Answer:

32. ଜଣେ ବ୍ୟକ୍ତି ନିର୍ବାଚନରେ ପ୍ରାର୍ଥୀ ହେବାପାଇଁ ବୟସସୀମା ଅନ୍ୟୁନ ୩୦ ବର୍ଷ ହୋଇଥିବା ବାଞ୍ଛନୀୟ ।
Answer:
x

BSE Odisha 10th Class Political Science Important Questions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question1

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question2

BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା

Odisha State Board BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା will enable students to study smartly.

BSE Odisha Class 10 Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା

→ ସଡ଼କ ସୁରକ୍ଷା ଶିକ୍ଷାରେ ସମାନ୍ତର ପ୍ରଗତିର ପ୍ରୟୋଗ :

→ ଉଦ୍ଦେଶ୍ୟ – ସଡ଼କରେ ଯାତାୟତ କରିବା ସମୟରେ ବିଭିନ୍ନ ଟ୍ରାଫିକ୍ ନିୟମ ଓ ସଂକେତ ସବୁ ମାନିବାକୁ ପଡ଼ିଥାଏ । ଟ୍ରାଫିକ୍ ସଂକେତଗୁଡ଼ିକ ମଧ୍ୟରେ ଥ‌ିବା ଦୂରତା ଓ ସେଗୁଡ଼ିକୁ ଅତିକ୍ରମ କରିବାର ସମୟକୁ ନେଇ ଏକ ସମାନ୍ତର ଅନୁକ୍ରମ (Arithmatic Sequence) ସୃଷ୍ଟି କରି ଏହି ପ୍ରକ୍ରିୟାକୁ ଏକ ଗାଣିତିକ ଭିଭି ଦେବା ଏହି ପାଠ୍ୟର
ଉଦ୍ଦେଶ୍ୟ ଅଟେ ।

→ ପ୍ରସଙ୍ଗ – ଏକ ସମାନ୍ତର ପ୍ରଗତିରେ ସଂଖ୍ୟାଗୁଡ଼ିକର ଅନୁକ୍ରମ ଓ ସେମାନଙ୍କର ସମାନ୍ତର ଶ୍ରେଣୀ ବିଷୟରେ ଆଲୋଚନା କଲାବେଳେ, ସମୟ ଓ ଦୂରତାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଏ । ଉଦାହରଣ ସ୍ଵରୂପ, ଯେତେବେଳେ ଗୋଟିଏ ଯାନ ସଡ଼କ ପଥରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନର ଦୂରତା ଅତିକ୍ରମ କରେ ଓ ଉକ୍ତ ଦୂରତାକୁ ଅତିକ୍ରମ କରିବାପାଇଁ ଯେଉଁ ସମୟ ନେଇଥାଏ, ତାହାକୁ ଆଧାର କରି ଏକ ସମାନ୍ତର ପ୍ରଗତି ତିଆରି କରାଯାଇପାରିବ ।

ଉଦାହରଣ – 1:
A ଓ B ମଧ୍ୟରେ ଦୂରତା 150 କି.ମି. । A ଓ B ମଧ୍ୟରେ 10 ଟି ଟ୍ରାଫିକ୍ ସଂକେତ ଅଛି । ଗୋଟିଏ କାର ଘଣ୍ଟା ପ୍ରତି 60 କି.ମି. ବେଗରେ A ରୁ ବାହାରି ସମସ୍ତ ଟ୍ରାଫିକ୍ ସଂକେତ ଅତିକ୍ରମ କରି 2 ଘଣ୍ଟା 30 ମିନିଟ୍‌ରେ B ରେ ପହଞ୍ଚେ । ମାତ୍ର ଅନ୍ୟ ଦିନ ମାନଙ୍କରେ ଅତ୍ୟଧକ ଭିଡ଼ ଯୋଗୁଁ ନିମ୍ନ ମତେ ବିଭିନ୍ନ ଟ୍ରାଫିକ୍ ସଂକେତ ପାଖରେ କାରକୁ ଠିଆ ହେବାକୁ ପଡ଼ିଥାଏ ।
ପ୍ରଥମ ଟ୍ରାଫିକ୍ ସଂକେତ : 1 ମିନିଟ୍
ଦ୍ଵିତୀୟ ଟ୍ରାଫିକ୍ ସଂକେତ : 2 ମିନିଟ୍
ଏବଂ ଦଶମ ଟ୍ରାଫିକ୍ ସଂକେତ ପର୍ଯ୍ୟନ୍ତ 10 ମିନିଟ୍
ଯଦି କାରର ଘଣ୍ଟା ପ୍ରତି ବେଗ 60 କି.ମି. ହୁଏ ଓ କାରଟି ସମସ୍ତ ଟ୍ରାଫିକ୍ ନିୟମ ପାଳନ କରେ ତେବେ ଉକ୍ତ ଯାତ୍ରାରେ କାରଟି ନେଇଥିବା ସମୟ ନିର୍ଣ୍ଣୟ କର ।
ଉ :
1 ଠାରୁ 10 ପର୍ଯ୍ୟନ୍ତ ଟ୍ରାଫିକ୍ ସଂକେତରେ ଅଟକିବା ସମୟଗୁଡ଼ିକ କ୍ରମ ଅନୁସାରେ 1, 2, 3,…., 10
∴ ଏହା ସମାନ୍ତର ଶ୍ରେଣୀ ଅଟେ । A.P. = 1, 2, 3…..10
ଏଠାରେ ପ୍ରଥମପଦ a = 1, ସାଧାରଣ ଅନ୍ତର d = 1 ଓ ପଦସଖ୍ୟା n = 10
∴ ମୋଟ ଅଟକିଥିବା ସମୟ = \(\frac{n(n + 1)}{2}\) = \(\frac{10(10 + 1)}{2}\) = 55 ମିନିଟ୍ ।
କାରର ବେଗ ଘଣ୍ଟାପ୍ରତି 60 କି.ମି. ହେଲେ ଏହା କେଉଁଠି ନ ଅଟକି 2 ଘଣ୍ଟା 30 ମିନିଟ୍‌ରେ A ଠାରୁ B ପର୍ଯ୍ୟନ୍ତ ଯାଏ ।
∴ ଟ୍ରାଫିକ୍ ସଂକେତରେ ନିର୍ଦ୍ଧାରିତ ସମୟକ୍ରମରେ ଅଟକି A ଠାରୁ B ପର୍ଯ୍ୟନ୍ତ ପହଞ୍ଚିବା ସମୟ
= 2 ଘ. 30 ମି. + 55 ମି. = 3 ଘଣ୍ଟା 25 ମିନିଟ୍ ।

BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା

ଉଦାହରଣ – 2:
ଅଶୋକ ଏକ ସଡ଼କରେ ଗାଡ଼ି ଚଳାଇ ଗଲାବେଳେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଟ୍ରାଫିକ୍ ଲାଇଟ୍‌କୁ ଯଥାକ୍ରମେ 5, 12 ଓ 19 ସେକେଣ୍ଡରେ ଅତିକ୍ରମ କଲା । ଏହିପରି କ୍ରମରେ ଟ୍ରାଫିକ୍ ଲାଇଟ୍‌କୁ ଅତିକ୍ରମ କରି ଚାଲିଲେ, 75 ସେକେଣ୍ଡରେ କେଉଁ ନମ୍ବରର ଟ୍ରାଫିକ୍ ଲାଇଟ୍‌କୁ ଅତିକ୍ରମ କରିବ ?
ଉ :
ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଟ୍ରାଫିକ୍ ଲାଇଟ୍‌ ସମୟ ଯଥାକ୍ରମେ 5, 12 ଓ 19 ସେକେଣ୍ଡ ହେବ ।
∴ ସମୟଗୁଡ଼ିକ ସମାନ୍ତର ପ୍ରଗତି ବିଶିଷ୍ଟ; AP = 5, 12, 19
∴ ଏଠାରେ ପ୍ରଥମ ପଦ a = 5, DIUINA ABQ d = 12 – 5 = 7
ମନେକର 75 ସେକେଣ୍ଡରେ ଅଶୋକ n ତମ ଟ୍ରାଫିକ୍ ଲାଇଟ୍‌କୁ ଅତିକ୍ରମ କରିବ ।
∴ tn = 75 ସେକେଣ୍ଡରେ
∴ tn = a + (n – 1) d
⇒ 75 = 5 + (n – 1)7 = 75 = 5 + 7n – 7
⇒ 7n – 2 – 75 = 0
⇒ 7n = 77
⇒ n = 11
∴ ଅଶୋକ 75 ସେକେଣ୍ଡରେ 11ଟି ଟ୍ରାଫିକ୍ ଲାଇଟ ଅତିକ୍ରମ କରିବ ।

ଉଦାହରଣ – 3:
କୌଣସି ସିଧା ସଡ଼କରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଟ୍ରାଫିକ ସଂକେତ ଯଥାକ୍ରମେ 3 କି.ମି., 5 କି.ମି. ଓ 7 କି.ମି. ଦୂରରେ ଲାଗିଛି ।
ଏହି କ୍ରମରେ 10ମ ଟ୍ରାଫିକ୍ ସଂକେତର ଦୂରତା କେତେ କି.ମି. ହେବ ?
ଉ :
ଦତ୍ତଅନୁସାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଟ୍ରାଫିକ୍ ସଂକେତ ଦୂରତା ଯଥାକ୍ରମେ 3 କି.ମି., 5 କି.ମି. ଓ 7 କି.ମି. ।
ଅର୍ଥାତ୍ ଏହି ଦୂରତା ଏକ ସମାନ୍ତର ଶ୍ରେଣୀ ବିଶିଷ୍ଟ ।
∴ A. P = 3, 5, 7
ଏଠାରେ ପ୍ରଥମ ପଦ a = 3, ସାଧାରଣ ଅନ୍ତର d = 5 – 3 = 2
∴ 10 ମ ଟ୍ରାଫିକ୍ ସଂକେତର ଦୂରତା = t10 ଏଠାରେ n = 10
t10 = a + (n – 1) d = 3 + (10 – 1)2 = 3 + 18 = 21 କି.ମି.
∴10 ମ ସଂକେତର ଦୂରତା 21 କି.ମି. ।

BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା

ଉଦାହରଣ – 4:
କୌଣସି ସଡ଼କ ଉପରେ ଲଗାଯାଇଥିବା ଟ୍ରାଫିକ୍ ଲାଇଟଗୁଡ଼ିକର ଦୂରତା ଏକ ସମାନ୍ତର ଶ୍ରେଣୀ ବିଶିଷ୍ଟ । ଯଦି ତୃତୀୟ ଲାଇଟର ଦୂରତା 1500 ମିଟର ଏବଂ ଅଷ୍ଟମ ଲାଇଟର ଦୂରତା 3000 ମିଟର ହୁଏ, ତେବେ 15 ତମ ଲାଇଟର ଦୂରତା କେତେ ନିର୍ଣ୍ଣୟ କର ।
ଉ :
ତୃତୀୟ ଲାଇଟ୍‌ର ଦୂରତା = 1500 ମି. ଅର୍ଥାତ୍ t3 = 1500 ମି.
ଓ ଅଷ୍ଟମ ଲାଇଟ୍‌ର ଦୂରତା = 3000 ମି. ଅର୍ଥାତ୍ t8 = 3000 ମି.
ଏକ ସମାନ୍ତର ଶ୍ରେଣୀର n ତମ ପଦ । ହେଲେ,
tn = a + (n – 1) d
ପ୍ରଶ୍ମାନୁସାରେ, t3 = 1500 ଏବଂ t8 = 3000
a + (3 – 1) d = 1500
⇒ a + 2d = 1500 …. (i)
ଏବଂ a + (8 – 1) d = 3000
⇒ a + 7d = 3000 …..(ii)
ସମୀକରଣ (ii) ରୁ (ii) କୁ ବିୟୋଗ କଲେ,
(a + 7d) − (a + 2d) = 3000 – 1500
⇒ 5d = 1500 ⇒ d = 300
‘d’ ର ମୂଲ୍ୟକୁ ସମୀକରଣ (i) ରେ ପ୍ରୟୋଗ କଲେ,
a + 2 × 300 = 1500 ⇒ a+ 600 = 1500 ⇒ a = 900
∴ 15-ତମ ଲାଇଟ୍‌ର ଦୂରତା
= t15 = a + (15 – 1) d = 900 + 14 × 300
= 900 + 4200 = 5100 ମିଟର ।

BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା

→ ସଡ଼କ ସୁରକ୍ଷା ଶିକ୍ଷାରେ ପରିସଂଖ୍ୟାନର ପ୍ରୟୋଗ :

→ ଉଦ୍ଦେଶ୍ୟ – ଯାନବାହନ ଦ୍ବାରା ସୃଷ୍ଟି ପ୍ରଦୂଷଣ, ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ତରରେ ପହଞ୍ଚିଥାଏ । ପରିବେଶ ସୁରକ୍ଷା ଦୃଷ୍ଟିରୁ ବାୟୁମଣ୍ଡଳର ପ୍ରଦୂଷଣ ସ୍ତର କମାଇବା ଆବଶ୍ୟକ । ସେହିଭଳି ବିଭିନ୍ନ କାରଣରୁ ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ିଚାଲିଛି । ବିଭିନ୍ନ ପ୍ରଦୂଷଣ ତଥା ସଡ଼କ ଦୁର୍ଘଟଣା ବିଷୟକ ତଥ୍ୟ ସଂଗ୍ରହ କରିବା ଓ ତାହାର ପରିସଂଖ୍ୟାନ ଭିତ୍ତିକ ଲେଖଚିତ୍ର ପ୍ରସ୍ତୁତ କରି ତାହା ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ଏହି ପାଠ୍ୟର ଉଦ୍ଦେଶ୍ୟ ।

→ ପ୍ରସଙ୍ଗ – 1889 ଭାରତ ସରକାରଙ୍କ ମୋଟର ଯାନ ଆଇନ ଅନୁସାରେ ସବୁ ପ୍ରକାର ଡିଜେଲ ଓ ପେଟ୍ରୋଲ ଚାଳିତ ଯାନ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ର (PUC ଅର୍ଥାତ୍ Pollution Under Control) ଜରୁରୀ । ଏହା ଆଗରୁ ସେତେଟା କଡ଼ାକଡ଼ି ଭାବେ ଲାଗୁ ହେଉନଥିଲା । ଦିଲ୍ଲୀ, ବମ୍ବେ, ମାଡ୍ରାସ, ହାଇଦ୍ରାବାଦ ଓ ବାଙ୍ଗାଲୋର ଆଦି ପ୍ରମୁଖ ସହରରେ ନିକଟରେ ଏହି ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସରକାର ସ୍ଥିର କରିଛନ୍ତି । ଆଗରୁ କାଗଜ ତିଆରି ନିମ୍ନ ପ୍ରଦୂଷଣ ନିୟନ୍ତ୍ରଣ ପତ୍ର ଦିଆଯାଉଥିଲା । ତାହା ବେଳେ ବେଳେ ହଜି ଯାଉଥିଲା ବା ନଷ୍ଟ ହୋଇଯାଉଥିଲା । ବର୍ତ୍ତମାନ ଅକ୍ଟୋବର 1, 2019 ଠାରୁ online ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଦିଆଯାଉଛି । ଯେଉଁଥରେ କି ହଜିଯିବା ଓ ନଷ୍ଟ ହୋଇଯିବାର ଭୟ ନାହିଁ । ନୂଆ ଗାଡ଼ି ପାଇଁ ପ୍ରଦୂଷଣ ସାର୍ଟିଫିକେଟ ଏକ ବର୍ଷ ପାଇଁ ଓ ପୁରୁଣା ଗାଡ଼ି ପାଇଁ ଏହା 6 ମାସ ପାଇଁ ବୈଧ ଅଟେ । ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବିନା ଗାଡ଼ି ଚଳାଇଲେ 2000 ଟଙ୍କା କିମ୍ବା 3 ମାସ ଜେଲ (ପ୍ରଥମ ଥର ପାଇଁ), ଦ୍ଵିତୀୟ ଥର ଖିଲାପ କଲେ 4000 ଟଙ୍କା କିମ୍ବା 4 ମାସ ପର୍ଯ୍ୟନ୍ତ ଜେଲ ହେବାର ପ୍ରାବଧାନ ରହିଛି । ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ି ବଢ଼ି
ଚାଲିବାର ପ୍ରଧାନ କାରଣଗୁଡ଼ିକ ହେଲା –
(i) ଟ୍ରାଫିକ୍ ନିୟମ ପାଳନ ନ କରି ବେପରୱା ଗାଡ଼ି ଚଳାଇବା
(ii) ନିଶାସକ୍ତ ହୋଇ ଗାଡ଼ି ଚଳାଇବା ।
(iii) ଦ୍ରୁତ ଗତିରେ ଗାଡ଼ି ଚଳାଇବା ।
(iv) ବିନା ହେଲମେଟରେ ଗାଡ଼ି ଚଳାଇବା ଇତ୍ୟାଦି ।
ଏହି ସବୁ ଦୁର୍ଘଟଣାର ହାର କମାଇବା ପାଇଁ ସରକାର ନିକଟରେ କଡ଼ା ପଦକ୍ଷେପ ନେଇଛନ୍ତି । ପୂର୍ବ ଅପେକ୍ଷା ଟ୍ରାଫିକ୍ ଜୋରିମାନା ଅତ୍ୟଧିକ ବୃଦ୍ଧି କରାଯାଇଛି ।
ନୂଆ ଟ୍ରାଫିକ୍ ଜୋରିମାନାର ଏକ ତାଲିକା ନିମ୍ନରେ ପ୍ରଦତ୍ତ ହେଲା ।

ଉଦାହରଣ – 5
ପ୍ରଦୂଷକଙ୍କ ମାତ୍ରା ଦର୍ଶାଯାଇଛି । କେଉଁ ବର୍ଷ ପ୍ରମୁଖ ପ୍ରଦୂଷକର ମାତ୍ରା ସର୍ବନିମ୍ନ ସ୍ତରରେ ପହଞ୍ଚିଲା ? ପ୍ରଦୂଷଣ ନିମ୍ନ ସ୍ତରରେ ପହଞ୍ଚାଇବା ପାଇଁ କାହାକୁ ଶ୍ରେୟ ଦିଆଯିବ ?
BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା -1
ଉ :
2003 ମସିହାରେ CO ପ୍ରଦୂଷଣ ମାତ୍ରା ସବୁଠାରୁ କମ୍ । ଏହାର ଶ୍ରେୟ ସରକାରଙ୍କର କାର୍ଯ୍ୟକ୍ରମ;
(i) ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ରକୁ କଡ଼ାକଡ଼ି ଭାବେ ଲାଗୁ କରିବା ।
(ii) ଯାନମାନଙ୍କରେ ’CNG ଲଗାଇବା ପାଇଁ ସରକାର କଡ଼ା ନିୟମ କରିବା ।
(iii) ଜନଗହଳି ସ୍ଥାନମାନଙ୍କରେ ପ୍ରଦୂଷଣ ମାତ୍ରା ବିଷୟରେ ବଡ଼ ବଡ଼ ଲେଖଚିତ୍ରର ବିଜ୍ଞାପନ ମାରି ଲୋକଙ୍କୁ ସଚେତନ ସଚେତନ କରାଇବ। ।

BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା

ଉଦାହରଣ – 6.
ଦତ୍ତ ସ୍ତମ୍ଭଲେଖ ଚିତ୍ରଟି କୌଣସି ଏକ ସହରର ବିଗତ BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା -2 ଲୋକସଂଖ୍ୟା ବ୍ୟକ୍ତ କରୁଛି ।
BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା -3
(a) 2011 – 2013 ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟାରେ କେତେ ବୃଦ୍ଧି ବା ହ୍ରାସ୍ ହୋଇଛି ?
(b) 2012 – 2014 ମଧ୍ଯରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାରେ ଶତକଡ଼ା ହ୍ରାସ ବା ବୃଦ୍ଧି ନିର୍ଣ୍ଣୟ କର ।
ଉ :
ଦତ୍ତ ଲେଖଚିତ୍ର ଅନୁସାରେ
(a) 2011 ମସିହାରେ ମୃତ୍ୟୁ ସଂଖ୍ୟା = 300
2013 ମସିହାରେ ମୃତ୍ୟୁ ସଂଖ୍ୟା = 350
ବୃଦ୍ଧି = 350 – 300 = 50
BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା -4

(b) 2012 ମସିହାରେ ମୃତ୍ୟୁ ସଂଖ୍ୟା = 400
2014 ମସିହାରେ ମୃତ୍ୟୁ ସଂଖ୍ୟା = 200
ହ୍ରାସ = 400 – 200 = 200
BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା -5

ଉଦାହରଣ – 7.
ଦିଆଯାଇଥବା ବୃତ୍ତଲେଖରେ 2018 ମସିହାରେ କୌଣସି ସହରରେ ସଡ଼କ ଦୁର୍ଘଟଣାରେ ବିଭିନ୍ନ କାରଣ ଯୋଗୁଁ ମୃତ୍ୟୁ ସଂଖ୍ୟାକୁ ଡିଗ୍ରୀରେ ବ୍ୟକ୍ତ କରାଯାଇଛି । ଯଦି ଉକ୍ତ ବର୍ଷ 10800 ଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥା’ନ୍ତି, ତେବେ ନିମ୍ନଲିଖତ ପ୍ରଶ୍ନର ଉତ୍ତର ଦିଅ ।
BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା -6
(a) ମଦ ପିଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା କେତେ ?
(b) ଦ୍ରୁତଗତିରେ ଗାଡ଼ି ଚଳାଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା କେତେ ?
ଉ :
ସମୁଦାୟ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା = 10800
∴ ବୃତ୍ତାକାର ହେତୁ ଏହାର ଡିଗ୍ରୀ ପରିମାପ = 360°
(a) ମଦ ପିଇ ଗାଡ଼ି ଚଳାଇ ଦୁର୍ଘଟଣାରେ ପଡ଼ିଥିବା ବ୍ୟକ୍ତିଙ୍କ ଡିଗ୍ରୀ ପରିମାପ = 120°
ଏହାର ସଂଖ୍ୟା = \(\frac{10800}{360°}\) × 120° = 3600 ଜଣ ।

(b) ଦ୍ରୁତଗତିରେ ଗାଡ଼ି ଚଳାଇ ମୃତ୍ୟୁବରଣ କରିଥିବା ସଂଖ୍ୟାର ଡିଗ୍ରୀ ପରିମାପ = 90°
ଏହାର ସଂଖ୍ୟା = \(\frac{10800}{360°}\) × 90° = 2700 ଜଣ ।

BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା

→ ଉଦ୍ଦେଶ୍ୟ – ଦିନକୁ ଦିନ ବଢୁଥ‌ିବା ସଡ଼କ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ରାତିରେ ସଡ଼କମାନଙ୍କରେ ଉଜ୍ଜ୍ବଳ ଆଲୋକର ବ୍ୟବସ୍ଥା କରାଯାଇଥାଏ । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ କରିବାପାଇଁ ମଧ୍ୟ ସଡ଼କର ବିଭିନ୍ନ ସ୍ଥାନରେ CCTV କ୍ୟାମେରା ଲଗାଯାଇଥାଏ । ଏହି ସବୁ ବ୍ୟବସ୍ଥାରେ ତ୍ରିକୋଣମିତିକୁ କିପରି ପ୍ରୟୋଗ କରାଯାଇପାରିବ ତାହା ଏହି ପାଠ୍ୟର ଲକ୍ଷ୍ୟ ।

→ ପ୍ରସଙ୍ଗ – ସାଧାରଣତଃ ବଡ଼ ବଡ଼ ଖୁଣ୍ଟ ଉପରେ ବା ରାସ୍ତା କଡ଼ରେ ଥ‌ିବା ବଡ଼ ବଡ଼ ଅଟ୍ଟାଳିକା, ଟାୱାର ଉପରେ ଆଲୋକ ଓ CCTV ବ୍ୟବସ୍ଥା କରାଯାଇଥାଏ । ତ୍ରିକୋଣମିତିରେ ଥ‌ିବା ଉଚ୍ଚତା ଓ ଦୂରତା (Height and distance)

ଉଦାହରଣ – 8
12 ସେ.ମି. ଉଚ୍ଚ ଏକ ସ୍ତମ୍ଭ ଉପରେ ଗୋଟିଏ CCTV କ୍ୟାମେରା ଏପରି ଭାବେ ଖଞ୍ଜି ଦିଆଯାଇଛି ଯେ ସ୍ତମ୍ଭ ଉପରୁ ଲକ୍ଷ୍ୟ କଲେ 13 ସେ.ମି. ଦୀର୍ଘ ଦୃଷ୍ଟି ରେଖା (Line of sight) ଆଗକୁ ଚଳାଚଳ କରୁଥିବା ଯାନବାହନ (Traffic) ସବୁ ଦୃଷ୍ଟିଗୋଚର ହୁଏ ।
BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା -7
ଯଦି ସତ୍ୟ,
(i) ସ୍ତମ୍ଭର ପାଦଦେଶରୁ ଯେଉଁ ସ୍ଥାନ ପରେ ଟ୍ରାଫିକ୍ ଦୃଷ୍ଟିଗୋଚର ହୁଏ, ତା’ର ଦୂରତା ନିର୍ଣ୍ଣୟ କର ।
(ii) ସ୍ତମ୍ଭର ଚତୁଃପାର୍ଶ୍ଵରେ ଥ‌ିବା କେତେ ପରିମିତ ସ୍ଥାନକୁ ଘାସରେ ଆଚ୍ଛାଦିତ କରାଯାଇପାରିବ ? (green belt)
(iii) ତୁମେ ଭାବୁଛ କି CCTV କ୍ୟାମେରାଗୁଡ଼ିକ ପ୍ରକୃତରେ ଟ୍ରାଫିକ ନିୟନ୍ତ୍ରଣରେ ସାହାଯ୍ୟକାରୀ ?
ଉ :
BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା -8
(i) ଦୀର୍ଘ ଦୃଷ୍ଟି ରେଖା AB = 13 ସେ.ମି. ।
ସ୍ତମ୍ଭର ଉଚ୍ଚତା OA = 12 ସେ.ମି.,
ତାହା ସ୍ତମ୍ଭର ପାଦଦେଶରୁ ଯେଉଁ ସ୍ଥାନ ପରେ ଟ୍ରାଫିକ
AOB ସମକୋଣୀ ∆ରେ
= OB = \(\sqrt{AB^2 – OA^2}\)
= \(\sqrt{(13)^2-(12)^2}\)
= \(\sqrt{169-144}\) = √25 =5 ସେ.ମି. ।

(ii) ସ୍ତମ୍ଭ ଚାରିପଟେ ଥିବା OB ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତାକାର କ୍ଷେତ୍ରରେ ଟ୍ରାଫିକ ଦୃଶ୍ୟମାନ ହେବ ନାହିଁ । ଉକ୍ତ ବୃତ୍ତାକାର କ୍ଷେତ୍ରରେ ଘାସ ଆଚ୍ଛାଦିତ (Green belt) କରାଯାଇପାରେ ।
∴ ଉକ୍ତ ପଡ଼ିଆର କ୍ଷେତ୍ରଫଳ = tr = π OB² (r = OB)
= π.5² ସେ.ମି. = 25π ସେ.ମି.

(iii) ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ CCTV କ୍ୟାମେରାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ।
ଟ୍ରାଫିକ୍ ନିୟମ ଖୁଲାପକାରୀ CCTV କ୍ୟାମେରା ଦ୍ଵାରା ଧରାପଡ଼ି ଥା’ନ୍ତି ।

BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା

ଉଦାହରଣ – 9
ଏକ ଚାରିଛକ ପାଖରେ ଏକ ଖମ୍ବର ଶୀର୍ଷ ଦେଶରେ ଏକ CCTV କ୍ୟାମେରା ଲାଗିଛି । ଉକ୍ତ କ୍ୟାମେରାରୁ ସଡ଼କ ଉପରେ ଥ‌ିବା ଏକ କାରର କୌଣିକ ଅବନତି 45 । ଖମ୍ବର ପାଦଦେଶରୁ କାରର ଦୂରତ୍ବ 10 ମିଟର ହେଲେ ଖମ୍ବର ଉଚ୍ଚତା
କେତେ ?
ଉ :
BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା -9
AB ଖମ୍ବର ଶୀର୍ଷ ଦେଶରେ ଅର୍ଥାତ୍ A ଠାରେ CCTV କ୍ୟାମେରା ଲାଗିଛି ।
ଏହାର ପାଦଦେଶ ‘B’ ଠାରୁ 10 ମି. ଦୂର ‘C’ ଠାରେ ଏକ କାରର କୌଣିକ ଅବନତି = 45°
ABC ସମକୋଣୀ ତ୍ରିଭୁଜରେ BC = 10 ମି. ଓ ∠BCA = 45°
tan 45°= \(\frac{AB}{BC}\)
⇒ 1 = \(\frac{AB}{10}\) ⇒ AB = 10 ମିଟର ।
∴ ଖମ୍ବର ଉଚ୍ଚତା 10 ମିଟର ।

ଉଦାହରଣ – 10
ଏକ 8 ମିଟର ଉଚ୍ଚ ଖମ୍ବ ଉପରେ ସଡ଼କରେ ଯାତାୟତ ନିୟନ୍ତ୍ରଣ ପାଇଁ ଏକ କ୍ୟାମେରା ଲାଗିଛି । କ୍ୟାମେରାଟି ଖମ୍ବର ଶୀର୍ଷରୁ 17 ମିଟର ଦୂର ଦୃଷ୍ଟିରେଖା ପର୍ଯ୍ୟନ୍ତ ଯାତାୟତ ଦେଖିପାରେ । କ୍ୟାମେରାଟି ଖମ୍ବର ଚାରିପଟେ କେତେ କ୍ଷେତ୍ରଫଳ ବିଶିଷ୍ଟ କ୍ଷେତ୍ରର ଯାତାୟତ ନିୟନ୍ତ୍ରଣ କରିପାରିବ ?
ଉ :
ଚିତ୍ରାନୁସାରେ, ଖମ୍ବର ଉଚ୍ଚତା AB = 8
ମିଟର ଦୃଷ୍ଟିରେଖା AC = 17 ମିଟର
ସମକୋଣୀ A ABC ରେ AC² = BC² + AB²
⇒ 17² = BC² + 8²
⇒ BC² = 17² – 8² = 15²
⇒ BC = 15
କ୍ୟାମେରା ଦ୍ବାରା ଖମ୍ବର ଚାରିପଟେ ଦର୍ଶନୀୟ କ୍ଷେତ୍ରର କ୍ଷେତ୍ରଫଳ = π(BC)²
= 3.14 × 225 = 706.5 ମିଟର

→ସଡ଼କ ସୁରକ୍ଷା ଶିକ୍ଷାର ଦୁଇ ଚଳ ରାଶି ବିଶିଷ୍ଟ ସମସ୍ୟା :
ଉଦ୍ଦେଶ୍ୟ – ସଡ଼କରେ ଦୃଶ୍ୟ ଉପରେ ଆଧାରିତ ସମସ୍ୟାମାନଙ୍କ ସାହାଯ୍ୟରେ ନିମ୍ନ ସମୀକରଣକୁ ସମାଧାନ କରିବା ହେଲା ଏହି ଦ ର ଉଦ୍ଦେଶ୍ୟ ।

→ ସମୀକରଣ – ପ୍ରତିକ୍ରିୟା ଦୂରତା + ବେଗ କ୍ଷୟ ଦୂରତା = ସ୍ଥିରତା ଆସିବା ଦୂରତା
ସ୍ଥିରତା ଆସିବା ଦୂରତା = ପ୍ରତିକ୍ରିୟା ଦୂରତା × ପିଛା କରିବା ଦୂରତା
BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା -10

→ ପିଛା କରିବା ଦୂରତା (Chasing distance) :
ଆଗରେ ଯାଉଥ‌ିବା ଯାନକୁ ପିଛା କରିବା ଦୂରତା ସାଧାରଣତଃ ସେକେଣ୍ଡରେ ନିର୍ଦ୍ଧାରିତ କରାଯାଏ । ଏହାକୁ ପ୍ରତିକ୍ରିୟା ଦୂରତା ଓ ସ୍ଥିରତା ଆସିବା ଦୂରତା ଦ୍ଵାରା ହିସାବ କରାଯାଏ ।

BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା

ଉଦାହରଣ – 11
ତଳର ସାରଣୀରେ ହିସାବ କରି ଶୂନ୍ୟସ୍ଥାନ ପୂରଣ କର ।
BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା -11
ଉ :
(i) ସମ୍ପୂର୍ଣ୍ଣ ସ୍ଥିରତା ଆସିବା ଦୂରତ୍ବ = ପ୍ରତିକ୍ରିୟା ଦୂରତ୍ୱ x ପିଛା କରିବା ଦୂରତ୍ୱ
ପ୍ରଥମ ଶୂନ୍ୟସ୍ଥାନ ପାଇଁ ସ୍ଥିରତା ଆସିବା ଦୂରତା = 54 ମି.
ଓ ପ୍ରତିକ୍ରିୟା ଦୂରତା = 18 ମି.
∴ ପିଛା କରିବା ଦୂରତା = \(\frac{54}{18}\) ମି. = 3 ମି.

(ii) ଦ୍ଵିତୀୟ ଶୂନ୍ୟସ୍ଥାନ ପାଇଁ ସ୍ଥିରତା ଆସିବା ଦୂରତା = 108 ମି.
ଓ ପିଛା କରିବା ଦୂରତା = 4 ମି.
∴ ପ୍ରତିକ୍ରିୟା ଦୂରତା = \(\frac{108}{4}\) = 27 ମି.

ପୂରଣ ସାରଣୀଟି ହେବ –
BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା -12
ବେଗ ସମ୍ବନ୍ଧୀୟ ସମୀକରଣ :
(i) v = u + at
(ii) v² = u² + 2as
ଏଠାରେ v = ଅନ୍ତିମ ବେଗ, u = ପ୍ରାରମ୍ଭିକ ବେଗ, a = ତ୍ୱରଣ, t = ସମୟ

ଉଦାହରଣ – 12
ଗୋଟିଏ କାର୍‌ର ଘଣ୍ଟା ପ୍ରତି ବେଗ 50 କି.ମି. । ଯଦି ସ୍ଥିରତାକୁ ଆସିବାର ଦୂରତା 40 ମିଟର ଓ ମନ୍ଦିତ ବେଗ 4.4 ମି./ସେକେଣ୍ଡ ହୁଏ ତେବେ କାରଟି କେତେ ସମୟ ପରେ ସ୍ଥିର ହେବ ?
ଉ :
କାରର ପ୍ରାରମ୍ଭିକ ବେଗ u = 50 କି.ମି. | ଘଣ୍ଟା = 50 × \(\frac{5}{18}\) = \(\frac{129}{9}\) ମିଟର / ସେକେଣ୍ଡ
ସ୍ଥିରତାକୁ ଆସିବାର ଦୂରତା s = 40 ମିଟର
ମିଟର ବେଗ = 4.4 ମିଟର / ସେକେଣ୍ଡ
⇒ a = – 4.4 ମିଟର / ସେକେଣ୍ଡ
ବେଗର ପ୍ରଥମ ସମୀକରଣ ଅନୁସାରେ : v = u + at (v = ଶେଷ ବେଗ, ସ୍ଥିରତା ସମୟରେ v = 0)
⇒ 0 = \(\frac{129}{9}\) – 4.4 t
⇒ 4.4t = \(\frac{129}{9}\)
⇒ t = \(\frac{125}{9×4.4}\) = t = \(\frac{1250}{396}\)
⇒ t = 3.16
∴ କାର୍ ସ୍ଥିର ହେବା ପାଇଁ 3.16 ସେକେଣ୍ଡ ଲାଗିବ ।

ସୂତ୍ରାବଳୀ (Formulae)

→ ସମାନ୍ତର ପ୍ରଗତି :
ପ୍ରଥମ ପଦ = a
ସାମାରଣ ଅନ୍ତର = d
∴ n-ତମ ପଦ = tn = a + (n – 1) d
n ସଂଖ୍ୟକ ପଦର ଯୋଗାଗଫଳ Sn = \(\frac{n}{2}\) [2a + (n – 1) d]
ପ୍ରଥମ n ସଂଖ୍ୟକ ଗଣନ ସଂଖ୍ୟାର ସମଷ୍ଟି = 1 + 2 + 3 + ………. + n = \(\frac{n(n+1)}{2}\)
ବୃତ୍ତଲେଖ :
ସମସ୍ତ ବୃତ୍ତକଳାର କେନ୍ଦ୍ରୀୟ କୋଣର ପରିମାଣର ସମଷ୍ଟି = 360°
BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା -13

→ ତ୍ରିକୋଣମିତି :
ଉଚ୍ଚତା ଓ ଦୂରତା
BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା -14

→ ଦୁଇଚଳ ରାଶି ବିଶିଷ୍ଟ ସମସ୍ୟା –
ପ୍ରତିକ୍ରିୟା ଦୂରତା + ବେଗ କ୍ଷୟ ଦୂରତା = ସ୍ଥିରତା ଆସିବା ଦୂରତା ।
ପ୍ରତିକ୍ରିୟା ଦୂରତା = ସ୍ଥିରତା ଆସିବା ଦୂରତା – ବେଗ କ୍ଷୟ ଦୂରତା
ବେଗ କ୍ଷୟ ଦୂରତା = ସ୍ଥିରତା ଆସିବା ଦୂରତା – ପ୍ରତିକ୍ରିୟା ଦୂରତା
ସ୍ଥିରତା ଆସିବା ଦୂରତା = ପ୍ରତିକ୍ରିୟା ଦୂରତା × ପିଛାକରିବା ଦୂରତା ।
BSE Odisha 10th Class Maths Notes Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା -15

BSE Odisha 10th Class Physical Science Important Questions Chapter 4 କାର୍ବନ ଓ ଏହାର ଯୌଗିକ

Odisha State Board BSE Odisha 10th Class Physical Science Important Questions Chapter 4 କାର୍ବନ ଓ ଏହାର ଯୌଗିକ Important Questions and Answers.

BSE Odisha 10th Class Physical Science Important Questions Chapter 4 କାର୍ବନ ଓ ଏହାର ଯୌଗିକ

Objective Type Questions with Answers 

A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. କାର୍ବନର ସଂଯୋଜକ ଇଲେକ୍‌ଟ୍ରନ୍‌ ସଂଖ୍ୟା କେତେ ?
ଉ –
4

2. ଅକ୍‌ସିଜେନ୍‌ର ବହିଃସ୍ଥ କକ୍ଷରେ କେତୋଟି ଇଲେକ୍‌ଟ୍ରନ୍ ଥାଏ ?
ଉ –
6

3. ସହସଂଯୋଜ୍ୟ ବନ୍ଧ ଗଠନରେ ଅକ୍‌ସିଜେନ୍ କେତୋଟି ଇଲେକ୍‌ଟ୍ରନ୍ ସହଭାଜନ କରେ ।
ଉ –
4

4. କାର୍ବନର ନିକଟତମ ନିଷ୍କ୍ରିୟ ଗ୍ୟାସ୍‌ର ଇଲେକ୍‌ଟ୍ରନ୍ ସଂରଚନା ପାଇଁ କେତୋଟି ଇଲେକ୍‌ଟ୍ରନ୍ ଆବଶ୍ୟକ ?
ଉ –
4

5. କାର୍ବନ-କାର୍ବନ ମଧ୍ୟରେ ବନ୍ଧ ଗଠନ କରି ବୃହତ୍ ଅଣୁ ଗଠନ କରିବା ଗୁଣକୁ କ’ଣ କହନ୍ତି ?
ଉ –
କାଟିନେସନ୍

6. C ଓ Si ମୌଳିକ କେଉଁ ଧର୍ମ ପ୍ରଦର୍ଶନ କରନ୍ତି ?
ଉ –
କାଟିନେସନ୍

7. ଫୁଲେରିନ୍‌ରେ କାର୍ବନ ପରମାଣୁ ସଂଖ୍ୟା କେତେ ?
ଉ –
60

BSE Odisha 10th Class Physical Science Important Questions Chapter 4 କାର୍ବନ ଓ ଏହାର ଯୌଗିକ

8. ପୃକ୍ତ ହାଇଡ୍ରୋକାର୍ବନଗୁଡ଼ିକର ଏକ ଅଣୁରେ ସର୍ବନିମ୍ନ କେତୋଟି କାର୍ବନ ପରମାଣୁ ଥିଲେ ଆଇସୋମର୍ ହୋଇପାରିବ ?
ଉ –
4

9. C2H6 ଯୌଗିକରେ କାର୍ବନ ଓ ହାଇଡ୍ରୋଜେନ୍ ମଧ୍ୟରେ ଥିବା ବନ୍ଧ ସଂଖ୍ୟା କେତେ ?
ଉ –
7

10. C4H10 ର ସଂରଚନାତ୍ମକ ଆଇସୋମ୍‌ର ସଂଖ୍ୟା କେତେ ?
ଉ –
2

11. ଏକ ପୃକ୍ତ ଚକ୍ରୟ କାର୍ବନ ବିଶିଷ୍ଟ ଯୌଗିକର ନାମ ଲେଖ ।
ଉ –
ସାଇକ୍ଳୋତ୍ରେକ୍ସେନ୍

12. ସର୍ବନିମ୍ନ କେତୋଟି କାର୍ବନ ପରମାଣୁ ଥିଲେ ଆଇସୋମର୍ ସମ୍ଭବ ହୋଇଥାଏ ?
ଉ –
4

13. ହାଇଡ୍ରୋକାର୍ବନ ଯୌଗିକର ଚାରୋଟି ହାଇଡ୍ରୋଜେନ୍ ପରମାଣୁ ଥିଲେ ଆଲ୍‌କାଇନ୍‌ର କାର୍ବନ ପରମାଣୁ ସଂଖ୍ୟା କେତେ ?
ଉ –
3

14. କେଉଁ ହାଇଡ୍ରୋକାର୍ବନକୁ ଆଲକେନ୍ କହନ୍ତି ?
ଉ –
ପୃକ୍ତ ହାଇଡ୍ରୋକାର୍ବନ

15. ବ୍ୟୁଟେନ୍ ଓ ହେକ୍‌ସେନ୍‌ରେ ଥିବା ମୋଟ ବନ୍ଧ ସଂଖ୍ୟା କେତେ ?
ଉ –
32

16. ତ୍ରିବନ୍ଧ ବିଶିଷ୍ଟ ପ୍ରଥମ କାର୍ବନ ଯୌଗିକର ସଂକେତ କ’ଣ ?
ଉ –
C2H2

17. ମିଥେନ୍ ଅଣୁରେ ବନ୍ଧ ଗଠନ ପାଇଁ କେତୋଟି ଇଲେକ୍‌ଟ୍ରନ୍‌ ଆବଶ୍ୟକ ?
ଉ –
8

18. ଦୁଇଟି ନାଇଟ୍ରୋଜେନ୍ ପରମାଣୁ ଓ ଦୁଇଟି ଅକ୍‌ସିଜେନ୍ ମଧ୍ୟରେ ଥିବା ମୋଟ ବନ୍ଧ ସଂଖ୍ୟା କେତେ ?
ଉ –
5

19. 5ଟି କାର୍ବନ ପରମାଣୁ ବିଶିଷ୍ଟ ଆଲ୍‌ଟ୍‌ର ଅଣୁ ସଙ୍କେତ କେତେ ?
ଉ –
C5H10

20. ଇଥାଇନ୍‌ର ଅଣୁସଂକେତ କ’ଣ ?
ଉ –
C2H2

21. କାର୍ବନ କାର୍ବନ ମଧ୍ୟରେ କେଉଁ ବନ୍ଧ ଥ‌ିବା ଯୌଗିକଟି C2H2 ?
ଉ –
ତ୍ରିବନ୍ଧ

22. ହେଵେନ୍‌ର କେତୋଟି ସହସଂଯୋଜ୍ୟ ବନ୍ଧ ଅଛି ?
ଉ –
19

23. ଇଥେନ୍ ଅଣୁର ବନ୍ଧ ଗଠନରେ ମୋଟ କେତୋଟି ଇଲେକ୍‌ଟ୍ରନ୍ ଭାଗ ନିଅନ୍ତି ?
ଉ –
14

BSE Odisha 10th Class Physical Science Important Questions Chapter 4 କାର୍ବନ ଓ ଏହାର ଯୌଗିକ

24. ଆଲକାଇନ୍ ଶ୍ରେଣୀର ପଞ୍ଚମ ଯୌଗିକର ଅଣୁ ସଙ୍କେତ ଏବଂ ଆଲେକେନ୍ ଶ୍ରେଣୀର ଷଷ୍ଠ ଯୌଗିକର ଅଣୁ ସଙ୍କେତ ମଧ୍ୟରେ ପାର୍ଥକ୍ୟ ହେଉଛି :
ଉ –
4H

25. ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ଦ୍ବିବନ୍ଧ ଥିବା ଚକ୍ରିୟ କାର୍ବନ ଯୌଗିକଟି କିଏ ?
ଉ –
ବେଞ୍ଜିନ୍

26. C5H12, ଯୌଗିକ ଆଇସୋମର୍ ସଂଖ୍ୟା କେତେ ?
ଉ –
3

27. ମିଥାଇଲ୍ କ୍ଲୋରାଇଡ୍ ଯୌଗିକରେ ଥିବା ମୌଳିକଗୁଡ଼ିକର ପରମାଣୁ କ୍ରମାଙ୍କଗୁଡ଼ିକର ସମଷ୍ଟି କେତେ ?
ଉ –
24

28. ଭିନେଗାରରେ ଥ‌ିବା ଜୈବିକ ଅମ୍ଳର ନାମ କ’ଣ ?
ଉ –
ଏସିଟିକ୍ ଏସିଡ୍

29. କାର୍ବନ୍ ଅନ୍ୟ ମୌଳିକ ପରମାଣୁ ସହ ସହଭାଜନଦ୍ଵାରା କେଉଁ ନିଷ୍କ୍ରିୟ ଗ୍ୟାସ୍ତର ସଂରଚନା ଧାରଣ କରେ ?
ଉ –
ନିୟନ

30. ଗୋଟିଏ ଆଲ୍‌କାଇନ୍‌ର 75ଟି କାର୍ବନ ଥିଲେ ହାଇଡ୍ରୋଜେନ୍ ପରମାଣୁ ସଂଖ୍ୟା କେତେ ?
ଉ –
148

31. COOH ସକ୍ରିୟ ଗ୍ରୁପ୍‌ର ନାମ କ’ଣ ?
ଉ –
କାର୍ବୋକ୍‌ସିଲିକ୍ ଏସିଡ୍‌

32. ପ୍ରୋପେନ୍‌ର ହେମୋଲୋଗସ୍ ଶ୍ରେଣୀରେ ଥ‌ିବା ଯୌଗିକଟିର ସଂକେତ କ’ଣ ?
ଉ –
C10H22

33. ଆଲକେନ୍ ହେମୋଲଗସ୍ ଶ୍ରେଣୀର ଷଷ୍ଠ ମୌଳିକର ଆଣବିକ ବସ୍ତୁତ୍ୱ କେତେ ?
ଉ –
86

34. CH3COCH3ର ସକ୍ରିୟ ଗ୍ରୁପ୍‌ର ନାମ କ’ଣ ?
ଉ –
କିଟୋନ୍

35. ଆଲକେନ୍‌ର ସାଧାରଣ ଅଣୁ ସଙ୍କେତଟି କ’ଣ ?
ଉ –
CnH2n+2

36. କାର୍ବନ ଯୌଗିକକୁ ସ୍ଵତନ୍ତ୍ର ଧର୍ମ ପ୍ରଦାନ କରୁଥିବା ଅସମ ପରମାଣୁଗୁଡ଼ିକୁ କ’ଣ କୁହାଯାଏ ?
ଉ –
ସକ୍ରିୟ ଗ୍ରୁପ୍

37. ଆଲକହଲ୍ ହୋମୋଲଗସ୍ ଶ୍ରେଣୀର ତୃତୀୟ ଯୌଗିକଟି କ’ଣ ?
ଉ –
C3H7OH

38. ହୋମୋଲଗସ୍ ଶ୍ରେଣୀର ଯୋଡ଼ିଗୁଡ଼ିକ ମଧ୍ୟରେ ଆଣବିକ ବସ୍ତୁତ୍ଵର ପ୍ରଭେଦ କେତେ ?
ଉ –
14u

39. ପୃକ୍ତ ହାଇଡ୍ରୋକାର୍ବନ ଦହନରେ କେଉଁ ଶିଖା ଦେଇ ଥାଏ ?
ଉ –
ସ୍ଵଚ୍ଛ

40. ହାଇଡ୍ରୋକାର୍ବନର ସମ୍ପୂର୍ଣ୍ଣ ଦହନରୁ କେଉଁ ଗ୍ୟାସ୍ ନିର୍ଗତ ହୋଇଥାଏ ?
ଉ –
CO2 ଓ H2O

BSE Odisha 10th Class Physical Science Important Questions Chapter 4 କାର୍ବନ ଓ ଏହାର ଯୌଗିକ

41. KMnO4 ଉପସ୍ଥିତିରେ କେଉଁ ଯୌଗିକ CH3COOHରେ ପରିଣତ ହୁଏ ।
ଉ –
C2H5OH

42. Kr2Cr2O7ର ଉପସ୍ଥିତିରେ C2H5OH କେଉଁ ଯୌଗିକରେ ପରିଣତ ହୁଏ ?
ଉ –
CH3COOH

43. ପ୍ରୋପିନ୍ (C3H6) ଅଣୁରେ କେତୋଟି ସହସଂଯୋଜକ ବନ୍ଧ ରହିଛି ?
ଉ –
8

44. C4H8 ର ଆଣବିକ ବସ୍ତୁତ୍ଵ କେତେ ?
ଉ –
56u

45. ପୃକ୍ତ ହାଇଡ୍ରୋକାର୍ବନର ଅସମ୍ପୂର୍ଣ ଦହନ ହେଲେ କେଉଁ ରଙ୍ଗର ଧୂଆଁ ସୃଷ୍ଟି ହୁଏ ?
ଉ –
କଳା

46. ଏସିଟିକ୍ ଏସିଡ୍‌ର ଗଳନାଙ୍କ କେତେ ?
ଉ –
290K

47. 82ଟି ହାଇଡ୍ରୋଜେନ୍‌ଥିବା ଆଲ୍‌କେନ୍‌ରେ କେତୋଟି କାର୍ବନ ଅଛି ?
ଉ –
40

48. ଯୌଗିକ ଅଣୁର ସଙ୍କେତ C50H98 ହେଲେ ଏହା କେଉଁ ହୋମୋଲଗସ୍ ଶ୍ରେଣୀର ଅନ୍ତର୍ଗତ ?
ଉ –
ଆଲକାଇନ୍

49. ଆଲକହଲର ହୋମଲଗସ୍ ଶ୍ରେଣୀର ଚତୁର୍ଥ ଯୌଗିକଟିର ନାମ କ’ଣ ?
ଉ –
C4H9OH

50. ଲକିନ୍‌ର ସାଧାରଣ ଅଣୁ ସଙ୍କେତ କେତେ ?
ଉ –
CnH2n

51. ଏସିଟିକ୍ ଏସିଡ଼ର ଜଳୀୟ ଦ୍ରବଣକୁ କ’ଣ କହନ୍ତି ?
ଉ –
ଭିନେଗାର

52. ଆଲକାଇନ୍ ଶ୍ରେଣୀର ତୃତୀୟ ଯୌଗିକରେ କାର୍ବନ-କାର୍ବନ ମଧ୍ୟରେ କେତୋଟି ସହ ସଂଯୋଜୀ ବନ୍ଧ ରହିଛି ?
ଉ –
5

53. ଥଣ୍ଡା ଜଳବାୟୁରେ ଘନୀଭୂତ ବିଶୁଦ୍ଧ ଏସିଟିକ୍ ଏସିଡ୍କୁ କ’ଣ କହନ୍ତି ?
ଉ –
କାର୍ବୋକ୍‌ସିଲିକ୍ ଏସିଡ୍‌

54. ସାଇକ୍ଲୋପ୍ରୋପେନ୍‌ରେ କେତୋଟି ବନ୍ଧ ଥାଏ ?
ଉ –
9

55. ଆଲକାଇନ୍‌ର ସାଧାରଣ ଅଣୁ ସଂକେତ କେତେ ?
ଉ –
CnH2n-2

56. ଯୌଗିକଗୁଡ଼ିକରେ ହାଇଡ୍ରୋଜେନ୍‌ ପରିବର୍ତ୍ତେ ଥିବା ଅସମ ପରମାଣୁକୁ କ’ଣ କହନ୍ତି ?
ଉ –
ସକ୍ରିୟ ଗ୍ରୁପ୍

57. ପ୍ରାକୃତିକ ଗ୍ୟାସ୍‌ର ମୁଖ୍ୟ ଉପାଦାନଟିର ନାମ କ’ଣ ?
ଉ –
ମିଥେନ୍

58. CH3CH2OHର ସ୍ଫୁଟନାଙ୍କ କେତେ ?
ଉ –
78° C

59. ମିଥାନୋଇକ୍ ଏସିଡ୍‌ର ସଙ୍କେତ କ’ଣ ?
ଉ –
BSE Odisha 10th Class Physical Science Important Questions Chapter 4 img-1

60. ମିଥେନ୍‌ର ଗଳନାଙ୍କ କେତେ ?
ଉ –
90 K

B ଶୂନ୍ୟସ୍ଥାନ ପୂରଣ କର |

1. CH3CH2OH ର IUPAC ନାମ ………………….. |
2. ଭୂପୃଷ୍ଠରେ କାର୍ବନର ପରିମାଣ ………………….. % |
3. ବାୟୁମଣ୍ଡଳରେ କାର୍ବନ ଡାଇଅକସ୍|ଇଭ୍‌ର ପରିମାଣ …………….. % |
4. ବେଞ୍ଜିନ୍‌ରେ ………………… ଟି ଦ୍ବିବନ୍ଧ ଅଛି ।
5. କ୍ଲୋରୋଫର୍ମର ଗଳନାଙ୍କ ………………….. K |
6. ମିଥେନ୍‌ର ସ୍ଫୁଟନାଙ୍କ ……………… K |
7. କାର୍ବନାର ସଂଯୋଜକ ଇଲେକଟନ ଫଖ୍ୟା ………………… |
8. C4- ପାଇଁ …………………… ଟି ଇଲେକ୍‌ଟ୍ରନ୍ ଆବଶ୍ୟକ ।
9. C4+ ପାଇଁ ………………….. ଟି ଇଲେକ୍‌ଟ୍ରନ ତ୍ୟାଗ କରିବା ଆବଶ୍ୟକ ।
10. C4H10 ର ………………….. ଟି ଇଲେକ୍‌ଟ୍ରନ୍ ଆବଶ୍ୟକ ।
11. ପ୍ରଥମ ନିଷ୍କ୍ରିୟ ଗ୍ୟାସ୍‌ ନାମ‍, ……………………. |
12. ଏକ ବନ୍ଧ ଗଠନ ପାଇଁ ………………….. ଟି ଇଲେକ୍‌ଟ୍ରନ୍ ଆବଶ୍ୟକ ।
13. ଦୁଇଟି ଅକ୍‌ସିଜେନ୍ ପରମାଣୁ ମଧ୍ୟରେ ……………………… ଟି ବନ୍ଧ ଅଛି ।
14. ଦୁଇଟି ନାଇଟ୍ରୋଜେନ୍ ପରମାଣୁ ମଧ୍ୟରେ ………………………… ଟି ସହସଂଯୋଗ୍ୟ ବନ୍ଧ ଅଛି ।
15. NH366 ………………. ଟି ସହ ସଂଯୋଜ୍ୟ ବନ୍ଧ ଅଛି ।
16. 5 ଟି ବନ୍ଧ ପାଇଁ …………………. ଟି ଇଲେକ୍‌ଟ୍ରନ ଆବଶ୍ୟକ ।
17. ଜୈବଗ୍ୟାସ୍‌ର ମୁଖ୍ୟ ଉପାଦାନଟି …………………. |
18. CNG ମୁଖ୍ୟ ଉପାଦାନଟି …………… ଗ୍ୟାସ୍ ।
19. କାର୍ବନ ଇଲେକ୍‌ଟ୍ରନ୍‌ ସହଭାଜନ ଫଳରେ ……………….. ଗ୍ୟାସ୍‌ ସଂରଚନା ଧାରଣ କରେ ।
20. ଆଠଟି ସଲଫର୍ ପରମାଣୁ ପରସ୍କରସହ ସଂଯୁକ୍ତ ହେଲେ ……………… ଟି ବନ୍ଧ ଗଠିତ ହୁଏ ।
21. ଏସିଟିଲିନ୍‌ରେ ……………….. ଟି ସହସଂଯୋଜ୍ୟ ବନ୍ଧ ଅଛି ।
22. କାର୍ବନ ଯୌଗିକର ସଂଖ୍ୟା ……………. ରୁ ଅଧ୍ଵ ।
23. କାର୍ବନ-କାର୍ବନ ମଧ୍ୟରେ ବନ୍ଧ ଗଠନ କରିବା ଗୁଣକୁ ……………କହନ୍ତି ।
24. କାର୍ବନ ଯୌଗିକର ପ୍ରତ୍ୟେକ କାର୍ବନ ପରମାଣୁ କେବଳ ଏକ ବନ୍ଧଦ୍ଵାରା ଅନ୍ୟ ପରମାଣୁ ସହ ସଂଯୁକ୍ତ ହେଲେ ତାକୁ ……………. କୁହାଯାଏ ।
25. ଯେଉଁ ଯୌଗିକଗୁଡ଼ିକରେ କାର୍ବନ-କାର୍ବନ ମଧ୍ୟରେ ଦ୍ଵିବନ୍ଧ କିମ୍ବା ତ୍ରିବନ୍ଧ ରହିଥାଏ ତାକୁ …………….. ଯୌଗିକ କହନ୍ତି ।
26. ପ୍ରୋପେନ୍‌ର ଆଣବିକ ସଙ୍କେତ ……………. |
27. ଏଥୁନ ଯୌଗିକରେ ବନ୍ଧ ସଂଖ୍ୟା ………………… |
28. ସାଇକ୍ଲୋହେକ୍‌ରେ ……………… ଟି ବନ୍ଧ ଅଛି ।
29. ପୁକ୍ତ ହାଇଡ୍ରୋକାର୍ବନକୁ …………………….. କୁହାଯାଏ ।
30. ଏକ ବା ଅଧିକ ଦ୍ଵିବନ୍ଧ ଥ‌ିବା ଅପୃକ୍ତ ହାଇଡ୍ରୋକାର୍ବନକୁ ………………. କହନ୍ତି ।
31. ଅସମ ପରମାଣୁ ରହିଥ‌ିବା ଗ୍ରୁପ୍ ଯୌଗିକକୁ ସ୍ଵତନ୍ତ୍ର ଧର୍ମ ପ୍ରଦାନ କରେ । ତେଣୁ ସେଗୁଡ଼ିକୁ …………… କହନ୍ତି ।
32. କିଟୋନର ସକ୍ରିୟ ଗ୍ରୁପ୍ …………. |
33. C4H10 ର ଆଣବିକ ବସ୍ତୁତ୍ଵ …………………. |
34. ଆଲ୍‌କେନ୍‌ର ସାଧାରଣ ଅଣୁ ସଙ୍କେତ ……………….. |
35. ନାଇଟ୍ରୋଜେନ୍‌ ଅଣୁରେ ……………….. ଟି ସହଭାଗୀ ଇଲେକ୍‌ଟ୍ରନ ଯୁଗଳ ଅଛି ।
36. ଇଥାନଲ୍‌ର ସ୍ଫୁଟନାଙ୍କ …………… K
37. ଇଥାନୋଇକ୍ ଏସିଡ୍‌ର ଅନ୍ୟ ନାମ …………….. |
38. ପରମାଣୁଗୁଡ଼ିକର …………………. ବକ୍ଷରେ କଲେକଟ୍ରନର ସହଭାଜନ ଘଟେ |
39. ଜଳ ଅଣୁରେ ………………. ଟି ସହ ସଂଯୋଗ୍ୟ ବନ୍ଧ ଅଛି ।
40. NH3 ରେ, ……………..
41. ସରଳତମ ହାଇଡ୍ରୋକାର୍ବନ୍‌ଟି …………. |
42. ସଂଚାପିତ ପ୍ରାକୃତିକ ଗ୍ୟାସ୍‌ ……………. ମୁଖ୍ୟ ଉପାଦାନ ।
43. ଏଥୁରେ ମୋଟ ……………………. ଟି ସହସଂଯୋଜ୍ୟ ବନ୍ଧ ଅଛି ।
44. ପୃକ୍ତ ହାଇଡ୍ରୋକାର୍ବନ୍‌ରେ ପରମାଣୁର ଯୋଗ୍ୟତା ……………….. ବନ୍ଧଦ୍ୱାରା ସମ୍ପୂର୍ଣ୍ଣ ହୁଏ ।
45. ଏଥୁନ୍‌ ର ଅଣୁସଙ୍କେତ ……………… |

Answer:
1. ଇଥାନଲ୍
2. 0.02%
3. 0.03%
4. 3
5.209
6. 111
7. 4
8. 4
9.4
10. 2
11. ହିଲିୟମ୍
12. 2
13. 2
14. 3
15. 4
16. 10
17. ମିଥେନ୍
18. ମିଥେନ୍
19. Ne
20. 6
21. 5
22. ତିନି ନିୟୁତରୁ ଅଧ୍ଵ
23. କାଟିନେସନ୍
24. ପୃକ୍ତ ଯୌଗିକ
25. ଅପୃକ୍ତ
26. C3H8
27. 6
28. 15
29. ଆଲ୍‌କେନ୍
30. ଆଲ୍‌କିନ୍
31. ସକ୍ରିୟଗ୍ରୁପ୍
32. C = 0
33. 58
34. CnH2n+2
35. 3
36. 351
37. CO2
38. ବହିଃସ୍ଥ
39. 3
41. CH4
42. CH4
43. 6
40. 1
44. ଏକ
45. C2H4

BSE Odisha 10th Class Physical Science Important Questions Chapter 4 କାର୍ବନ ଓ ଏହାର ଯୌଗିକ

C ଠିକ୍ ଉକ୍ତି ପାଇଁ ( ✓) ବା ଭୁଲ ଉକ୍ତି ପାଇଁ (x) ଲେଖ

1. ଫୁଲେରିନ୍‌ କାର୍ବନ୍‌ର ଏକ ରୂପ ।
2. ଗ୍ରାଫାଇଟ୍ ଏକ ଅଧାତୁ, ତେଣୁ ଏହା ବିଦ୍ୟୁତ୍ ପରିବହନ କରେ ନାହିଁ ।
3. ଏଥୁନ୍ ଅଣୁରେ କାର୍ବୋନ୍ ଓ ହାଇଡ୍ରୋଜେନ୍‌ର ପରମାଣୁ ସଂଖ୍ୟାର ଅନୁପାତ 1 : 2 |
4. ସାଇକ୍ଲୋପ୍ରୋପେନ୍‌ରେ 7ଟି ବନ୍ଧ ଥାଏ ।
5. ହୀରାର ସଂରଚନାରେ ପ୍ରତ୍ୟେକ କାର୍ବନ୍ ପରମାଣୁ ଚାରିଟି କାର୍ବନ୍ ପରମାଣୁ ସହିତ ସଂଯୁକ୍ତ ହୋଇଥାଏ ।
6. CH3COCH3ର ସକ୍ରିୟ ଗ୍ରୁପ୍‌ର ନାମ କିଟୋନ୍ ।
7. ଆଲକେନ୍‌ର ସାଧାରଣ ଅଣୁ ସଙ୍କେତଟି CnH2n
8. ଆଲକହଲ୍ ହୋମୋଲଗସ୍ ଶ୍ରେଣୀର ତୃତୀୟ ଯୌଗିକ C4H9OH |
9. ହୋମୋଲଗସ୍ ଶ୍ରେଣୀର ଯୋଡ଼ିଗୁଡ଼ିକ ମଧ୍ୟରେ ଆଣବିକ ବସ୍ତୁତ୍ଵର ପ୍ରଭେଦ 14u |
10. ପୃକ୍ତ ହାଇଡ୍ରୋକାର୍ବନ୍ ଦହନରେ ସ୍ୱଚ୍ଛ ଶିଖା ଦେଇଥାଏ ।
11. ହାଇଡ୍ରୋକାର୍ବନ୍‌ର ସମ୍ପୂର୍ଣ୍ଣ ଦହନରୁ CO ଓ H2O ନିର୍ଗତ ହୁଏ ।
12. ଆଲକାଇନ୍‌ର ସାଧାରଣ ଅଣୁ ସଙ୍କେତ CnH2n-2
13. C4H8 ର ଆଣବିକ ବସ୍ତୁତ୍ଵ 14 ।
14. ପୃକ୍ତ ହାଇଡ୍ରୋକାର୍ବନ୍‌ର ଅସମ୍ପୂର୍ଣ୍ଣ ଦହନ ହେଲେ ସ୍ବଚ୍ଛନୀଳ ରଙ୍ଗର ଧୂଆଁ ସୃଷ୍ଟି ହୁଏ ।
15. ବ୍ୟୁଟାନାନ୍‌ର ସକ୍ରିୟ ଗ୍ରୁପ୍‌ ଆଲଡ଼ିହାଇଡ୍ ।
16. 82ଟି ହାଇଡ୍ରୋଜେନ୍ ଥ‌ିବା ଆଲ୍‌କେନ୍‌ରେ 42ଟି କାର୍ବନ୍ ଅଛି ।
17. ଯୌଗିକ ଅଣୁର ସଙ୍କେତ C50H98 ଆଲକାଇନ୍ ହୋମୋଲଗସ୍ ଶ୍ରେଣୀର ଅଟେ ।
18. ଆଲକହଲର ହୋମୋଲଗସ୍ ଶ୍ରେଣୀର ଚତୁର୍ଥ ଯୌଗିକଟି C2H5OH।
19. ଆଲ୍‌କିନ୍‌ର ସାଧାରଣ ଅଣୁ ସଙ୍କେତ CnH2n-2
20. ଏସିଟିକ୍ ଏସିଡ୍ର ଜଳୀୟ ଦ୍ରବଣକୁ ଭିନେଗାର କହନ୍ତି ।
21. ପୃକ୍ତ ହାଇଡ୍ରୋକାର୍ବନଗୁଡ଼ିକର ଏକ ଅଣୁରେ ସର୍ବନିମ୍ନ ଚୈ କାର୍ବନ ପରମାଣୁ ଥିଲେ ଆଇସୋମର୍ ହୋଇପାରିବ ।
22. ପୃକ୍ତ ହାଇଡ୍ରୋକାର୍ବନକୁ ଆଲକିନ୍ କହନ୍ତି ।
23. ବ୍ୟୁଟେନ୍ ଓ ହେକ୍‌ସେନ୍‌ରେ ଥିବା ମୋଟ ବନ୍ଧ ସଂଖ୍ୟା 32 |
24. ହେକ୍ସନ୍‌ର 1 9ଟି ସହସଂଯୋଜ୍ୟ ବନ୍ଧ ଅଛି ।
25. ପ୍ରୋପିନ୍ (C3H6) ଅଣୁରେ ଟି ସହସଂଯୋଜକ ବନ୍ଧ ରହିଛି ।
26. ଆଲକହଲ୍ ହୋମୋଲଗସ୍ ଶ୍ରେଣୀର ତୃତୀୟ ଯୌଗିକ C3H7OH |
27. କାର୍ବନର ସଂଯୋଜକ ଇଲେକ୍‌ଟ୍ରନ୍‌ ସଂଖ୍ୟା 4 ।
28. ସହସଂଯୋଜ୍ୟ ବନ୍ଧ ଗଠନରେ ଅକ୍‌ସିଜେନ୍ 3ଟି ଇଲେକ୍‌ଟ୍ରମ୍‌ ସହଭାଜନ କରେ ।
29. ଗୋଟିଏ ଅଣୁର ଆଣବିକ ସଂକେତ C6H6O ହେଲେ ଏଥରେ – CO – ସକ୍ରିୟ ଗ୍ରୁପ୍‌ ଅଛି ।
30. ବେଞ୍ଜିନ୍ ଅଣୁ ମଧ୍ୟରେ 3ଟି ଦ୍ବିବନ୍ଧ ଅଛି ।

Answer:
1. ✓
2. x
3. ✔
4. x
5. ✔
6. ✔
7. x
8. ✔
9. ✔
10. ✔
11. x
12. ✔
13. x
14. x
15. x
16. ✔
17. ✔
18. x
19. ✔
20. ✔
21. x
22. x
23.✓
24. ✓
25. x
26.✓
27.✓
28. x
29. x
30. ✔

BSE Odisha 10th Class Physical Science Important Questions Chapter 4 କାର୍ବନ ଓ ଏହାର ଯୌଗିକ

D ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

BSE Odisha 10th Class Physical Science Important Questions Chapter 4 img-2
BSE Odisha 10th Class Physical Science Important Questions Chapter 4 img-3
BSE Odisha 10th Class Physical Science Important Questions Chapter 4 img-4
BSE Odisha 10th Class Physical Science Important Questions Chapter 4 img-5

BSE Odisha 10th Class Physical Science Important Questions Chapter 4 କାର୍ବନ ଓ ଏହାର ଯୌଗିକ

E ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. କାର୍ବନ କାହିଁକି ଚତୁଃସଂଯୋଜୀ ?
ଉ–
କାର୍ବନ ପରମାଣୁର ବହିଃସ୍ଥ କକ୍ଷରେ 4ଟି ଇଲେକ୍‌ଟ୍ରନ ଥାଏ । ଅକ୍‌ଟ ପୁରଣ କରିବାପାଇଁ ଆଉ 4ଟି ଇଲେକ୍‌ଟ୍ରନ ଆବଶ୍ୟକ ହୁଏ । ତେଣୁ କାର୍ବନ ଚତୁଃସଂଯୋଜୀ ।

2. କାର୍ବନର ଅପରରୂପଗୁଡ଼ିକର ନାମ ଲେଖ ।

କାର୍ବନର ଅପରୂପଗୁଡ଼ିକର ନାମ ହେଲା – ଗ୍ରାଫାଇଟ୍‌, ହୀରା ଓ ଫୁଲେରିନ୍‌ ।

3. ଅସମ ପରମାଣୁ କାହାକୁ କହନ୍ତି ?
ଉ—
ହାଇଡ୍ରୋକାର୍ବନ ଯୌଗିକରେ ହାଇଡ୍ରୋଜେନ୍ ବଦଳରେ ଅନ୍ୟ ଯେଉଁ ମୌଳିକର ପରମାଣୁ ସ୍ଥାନ ନିଏ, ତାହାକୁ ଅସମ ପରମାଣୁ କହନ୍ତି ।
ଉଦାହରଣ :
CH4 + Cl2 → CH3Cl + HCl

4. ସକ୍ରିୟ ଗ୍ରୁପ୍ କାହାକୁ କହନ୍ତି ?
ଉ –
ହାଇଡ୍ରୋକାର୍ବନ ଯୌଗିକରେ ଥିବା ଅସମ ପରମାଣୁ ଓ ଗ୍ରୁପରେ ଥ‌ିବା ଅସମ ପରମାଣୁ ଯୌଗିକକୁ ସ୍ବତନ୍ତ୍ର ଧର୍ମ ପ୍ରଦାନ କରୁଥିବାରୁ ଏଗୁଡ଼ିକୁ ସକ୍ରିୟ ଗ୍ରୁପ୍ କହନ୍ତି।

5. ସଜାତୀୟ (ହୋମୋଲଗସ୍) ଶ୍ରେଣୀ କାହାକୁ କହନ୍ତି ?
ଭ–
ଯେଉଁ ହାଇଡ୍ରୋକାର୍ବନ ଯୌଗିକ ଶ୍ରେଣୀରେ ଏକ ସକ୍ରିୟ ଗ୍ରୁପ, ସମାନ ରାସାୟନିକ ଧର୍ମ ଏବଂ ପ୍ରତ୍ୟେକ ଯୌଗିକ ତାର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଯୌଗିକଠାରୁ (- CH2) ଗ୍ରୁପ୍‌ଦ୍ୱାରା ଭିନ୍ନ ସେହି ଯୌଗିକ ଶ୍ରେଣୀକୁ ହୋମୋଲଗସ୍ ଶ୍ରେଣୀ କୁହାଯାଏ ।

6. ସଂରଚନାତ୍ମକ ଆଇସୋମର୍‌ ସୃଷ୍ଠିହେବାର କାରଣ କ’ ଣ ?
ଭ–
ଯୌଗିକରେ ଏକା ଅଣୁ ସଙ୍କେତ ଥାଇ ଅଣୁ ଭିତରେ ପୃଥକ୍ ପରମାଣୁ ସଜ୍ଜାଯୋଗୁଁ ସଂରଚନାତ୍ମକ ଆଇସୋମର୍ ସୃଷ୍ଟି ହୁଏ । କାର୍ବନ ଶୃଙ୍ଖଳରେ ସକ୍ରିୟ ଗ୍ରୁପର ସ୍ଥାନ ପରିବର୍ତ୍ତନ ଏଥ‌ିପାଇଁ ଦାୟୀ ।

7. ସଂରଚନାତ୍ମକ ଆଇସୋମର୍‌ କାହାକୁ କହନ୍ତି ?
ଭ–
ଯେଉଁ ଯୌଗିକଗୁଡ଼ିକର ଏକା ଅଣୁ ସଙ୍କେତଥାଇ ଅଣୁ ଭିତରେ ପରମାଣୁ ସଜ୍ଜା ପୃଥକ୍ ହୋଇଥାଏ, ସେହି ଯୌଗିକକୁ ସଂରଚନାତ୍ମକ ଆଇସୋମର୍ କହନ୍ତି ।

୫. କାଟିନେସନ୍ କାହାକୁ କହନ୍ତି ?-
ଭ–
କାର୍ବନର ଅନ୍ୟ କାର୍ବନ ପରମାଣୁ ସହିତ ବନ୍ଧ ଗଠନକରି ବୃହତ୍ ଅଣୁ ସୃଷ୍ଟି କରିବାର ଅନନ୍ୟ ସାମର୍ଥ୍ୟ ଗୁଣକୁ କାଟିନେସନ୍ କହନ୍ତି ।

9. ପୃକ୍ତ ହାଇଡ୍ରୋକାର୍ବନ (ପୃକ୍ତ ଯୌଗିକ) କାହାକୁ କହନ୍ତି ?
ଭ–
ହାଇଡ୍ରୋକାର୍ବନ ଯୌଗିକର ପ୍ରତ୍ୟେକ କାର୍ବନ ପରମାଣୁ କେବଳ ଏକ ବନ୍ଧଦ୍ଵାରା ଅନ୍ୟ ପରମାଣୁ ସହିତ ସଂଯୁକ୍ତ ହେଲେ ତାହାକୁ ପୃକ୍ତ ହାଇଡ୍ରୋକାର୍ବନ କହନ୍ତି ।

10. ଅପୃକ୍ତ କାର୍ବନ ଯୌଗିକ କାହାକୁ କହନ୍ତି ?
ଊ–
ଯେଉଁ ହାଇଡ୍ରୋକାର୍ବନ ଯୌଗିକଗୁଡ଼ିକରେ କାର୍ବନ କାର୍ବନ ମଧ୍ୟରେ ଦ୍ଵିବନ୍ଧ ବା ତ୍ରିବନ୍ଧ ରହିଥାଏ, ସେଗୁଡ଼ିକୁ ଅପୃକ୍ତ ହାଇଡ୍ରୋକାର୍ବନ ବା ଅପୃକ୍ତ କାର୍ବନ ଯୌଗିକ କହନ୍ତି ।

11. ଆଲ୍‌କେନ୍ କାହାକୁ କହନ୍ତି ?
ଊ–
ପୃକ୍ତ ହାଇଡ୍ରୋକାର୍ବନକୁ ଆଲ୍‌କେନ୍ କହନ୍ତି ।

BSE Odisha 10th Class Physical Science Important Questions Chapter 4 କାର୍ବନ ଓ ଏହାର ଯୌଗିକ

12. ଆଲ୍‌କିନ୍ କାହାକୁ କୁହାଯାଏ ?
ଊ–
ଯେଉଁ ଅପୃକ୍ତ ହାଇଡ୍ରୋକାର୍ବନରେ ଏକ ବା ଏକାଧ୍ଵକ ଦ୍ବିବନ୍ଧ ଥାଏ ତାକୁ ଆଲ୍‌କିନ୍ କହନ୍ତି ।

13. ଆଲ୍‌କାଇନ୍ କାହାକୁ କହନ୍ତି ?
ଉ-
ଏକ ବା ଏକାଧ୍ଵକ ତ୍ରିବନ୍ଧ ଥିବା ଅପୃକ୍ତ ହାଇଡ୍ରୋକାର୍ବନକୁ ଆଲ୍‌କାଇନ୍ କହନ୍ତି ।

14. ସହ ସଂଯୋଗ୍ୟ ଯୌଗିକ ଗୁଡ଼ିକର ଗଳନାଙ୍କ ଓ ସ୍ଫୁଟନାଙ୍କ କମ୍ କାହିଁକି ?
ଉ-
ସହସଂଯୋଜ୍ୟ ଯୌଗିକଗୁଡ଼ିକର ଆନ୍ତଃ ଆଣବିକ ବଳ କମ୍ ଥିବାରୁ, ଏଗୁଡ଼ିକର ଗଳନାଙ୍କ ଓ ସ୍ଫୁଟନାଙ୍କ କମ୍ ।

15. ସହ ସଂଯୋଗ୍ୟ ବନ୍ଧ କାହାକୁ କହନ୍ତି ?
ଉ–
ପରମାଣୁ ମଧ୍ୟରେ ଇଲେକ୍‌ଟ୍ରନ ଯୁଗଳର ସହଭାଜନଦ୍ଵାରା ଗଠିତ ହେଉଥ‌ିବା ବନ୍ଧକୁ ସହ ସଂଯୋଗ୍ୟ ବନ୍ଧ କହନ୍ତି ।

16. କାର୍ବନ ଗଠନ କରୁଥିବା ବନ୍ଧ ଖୁବ୍ ଶକ୍ତ କାହିଁକି ?
ଭ–
କାର୍ବନଦ୍ୱାରା ଶକ୍ତ ବନ୍ଧ ଗଠନର ଗୋଟିଏ କାରଣ ହେଲା ଏହାର ଆକାର ଛୋଟ ହୋଇଥିବାରୁ ଏହା ସହ ବିଭାଜିତ ଇଲେକ୍‌ଟ୍ରନ୍ ଯୁଗଳକୁ ଶକ୍ତ ଭାବରେ ଧରି ରଖୁବାପାଇଁ ନ୍ୟୁକ୍ଲିୟସ୍‌କୁ ସମର୍ଥ କରିଥାଏ ।

17. ଚକ୍ରୀୟ କାର୍ବନ୍ ଯୌଗିକ କାହାକୁ କହନ୍ତି ?
ଊ–
ଯେଉଁ କାର୍ବନ୍ ଯୌଗିକରେ କାର୍ବନ ପରମାଣୁଗୁଡ଼ିକ ରିଙ୍ଗ୍ ପରି ବା ଚକ୍ରାକାରରେ ସଜ୍ଜିତ ହୋଇଥାଏ, ତାହାକୁ ଚକ୍ରୀୟ

18. ପ୍ରତିସ୍ଥାପନ ପ୍ରତିକ୍ରିୟା କାହାକୁ କୁହାଯାଏ ?
ଭ–
ସୂର୍ଯ୍ୟାଲୋକ ଉପସ୍ଥିତିରେ କ୍ଲୋରିନ୍ ଅତି ଦ୍ରୁତ ପ୍ରତିକ୍ରିୟା କରି ହାଇଡ୍ରୋକାର୍ବନ୍ ସହ ସଂଯୋଗ କରିଥାଏ । ଏହି ପ୍ରତିକ୍ରିୟାରେ ପୃକ୍ତ ହାଇଡ୍ରୋକାର୍ବନ୍‌ର ହାଇଡ୍ରୋଜେନ ପରମାଣୁ ସ୍ଥାନରେ କ୍ଲୋରିନ୍ ପରମାଣୁ ଗୋଟି ଗୋଟି ହୋଇ ପ୍ରତିସ୍ଥାପିତ ହୋଇଥାଏ । ଏହାକୁ ପ୍ରତିସ୍ଥାପନ ପ୍ରତିକ୍ରିୟା କୁହାଯାଏ ।

19. ଆଲକାଇନ୍ ଶ୍ରେଣୀର ତୃତୀୟ ଯୌଗିକରେ କାର୍ବନ୍-କାର୍ବନ୍ ମଧ୍ଯରେ କେତୋଟି ସହସଂଯୋଜୀ ବନ୍ଧ ରହିଛି ?
ଉ–
ଆଲକାଇନ୍ ଶ୍ରେଣୀର ତୃତୀୟ ଯୌଗିକରେ କାର୍ବନ୍-କାର୍ବନ୍ ମଧ୍ଯରେ 5ଟି ସହସଂଯୋଜୀ ବନ୍ଧ ରହିଛି ।

20. ପୃକ୍ତ ହାଇଡ୍ରୋକାର୍ବନ୍‌ଗୁଡ଼ିକର ଏକ ଅଣୁରେ ସର୍ବନିମ୍ନ କେତୋଟି କାର୍ବନ୍ ପରମାଣୁ ଥୁଲେ ଆଇସୋମର୍ ହୋଇପାରିବ ?
ଉ–
ପୃକ୍ତ ହାଇଡ୍ରୋକାର୍ବନ୍‌ଗୁଡ଼ିକର ଏକ ଅଣୁରେ ସର୍ବନିମ୍ନ 4ଟି କାର୍ବନ୍ ପରମାଣୁ ଥିଲେ ଆଇସୋମର୍ ହୋଇପାରିବ ।

21. CO2ର ଇଲେକ୍‌ଟ୍ରନ ଡଟ୍ ସଂରଚନା ଲେଖ ।
ଉ–
BSE Odisha 10th Class Physical Science Important Questions Chapter 4 img-6

22. 8 ଟି ସଲଫର ପରମାଣୁରେ ଗଠିତ ଏକ ସଲଫର୍ ଅଣୁର ଡଟ୍ ସଂରଚନା କ’ଣ ହେବ ?
ଉ–
BSE Odisha 10th Class Physical Science Important Questions Chapter 4 img-7

23. ସାଇକ୍ଲୋହେକ୍‌ସେନ୍‌ ସଂରଚନା ଲେଖ ।
ଉ–
BSE Odisha 10th Class Physical Science Important Questions Chapter 4 img-8

24. ବେଞ୍ଜିନ୍‌ର ସଙ୍କେତ ଲେଖ ।
ଉ–
BSE Odisha 10th Class Physical Science Important Questions Chapter 4 img-9

25. ଇଥେନ୍‌ର ଇଲେକ୍‌ଟ୍ରିନ ଡଟ ସଂରଚନା ଓ ଅଣୁ ସଙ୍କେତ ଲେଖ ।
ଉ-
BSE Odisha 10th Class Physical Science Important Questions Chapter 4 img-10

26. ପେଣ୍ଟେନର ସଂରଚନା ଓ ଅଣୁ ସଙ୍କେତ ଲେଖ ।
ଉ–
BSE Odisha 10th Class Physical Science Important Questions Chapter 4 img-11

F ପ୍ରଥମଯୋଡ଼ିର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ୱିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।

1. ଭୂପୃଷ୍ଠରେ କାର୍ବନର ପରିମାଣ : 0.02% :: ବାୟୁମଣ୍ଡଳରେ କାର୍ବନର ପରିମାଣ : ………………….. |
2. ମିଥେନ୍ : ୨୦ :: ଏସିଟିକ୍ ଏସିଡ୍ : ………………… |
3. C : 6 :: 0 : …………… |
4. H : K :: F : …………. |
5. ଇଥାନଲ : 351 :: ଏସିଟିକ୍ ଏସିଡ୍ : ………………… |
6. ଅକ୍‌ସିଜେନ୍ : ଦ୍ଵିବନ୍ଧ :: ନାଇଟ୍ରୋଜେନ୍ : ……………….. |
7. ସ୍ଫୁଟନାଙ୍କ କମ୍ : ସହସଂଯୋଜ୍ୟ ଯୌଗିକ :: ସ୍ଫୁଟନାଙ୍କ ଅଧ୍ଵକ : ………………… |
8. ଇଥେନ୍ : 7ଟି ବନ୍ଧ :: ଏଥୁନ୍ : ……………….. |
9. ଏକବନ୍ଧ : ଆଲ୍‌କେନ୍ :: ତ୍ରିବନ୍ଧ : …………………… |
10. ଆଲ୍‌କିନ୍ : CnH2n :: ଆଲ୍‌କାଇନ୍ : ……………… |
11. ଆଲ୍‌କହଲ : -OH :: ବ୍ରୋମୋ : …………… |
12. CH3OH : ମିଥାନଲ୍ :: C2H5OH : ………………. |
13. : 12u :: ହାଇଡ୍ରୋଜେନ୍ : …………………… |
14. CH4 + O2 → CO2 + H2O : C2H5OH + O2CO2 +: ………………….. |
15. ଗନ୍ଧକର୍ପୁର : ଅପୃକ୍ତ ହାଇଡ୍ରୋକାର୍ବନ :: ଆଲ୍‌କହଲ : ………………….. |
16. ପୃକ୍ତ ହାଇଡ୍ରୋକାର୍ବନ : ସ୍ୱଚ୍ଛଶିଖା :: ଅପୃକ୍ତ ହାଇଡ୍ରୋକାର୍ବନ : ………………………. |
17. C2H2OHବହନ : CO2+ H2O :: C2H2OH ଜାରଣ : …………………. |
18. ଆଲକାଇନ୍ : ଇଥାଇନ୍ :: ଆଲ୍‌କିନ୍ : ………………….. |
19. ଆନ୍ତଃ ଆଣବିକ ବଳ କମ୍ : ସହସଂଯୋଜ୍ୟ ଯୌଗିକ :: ଆନ୍ତଃ ଆଣବିକ ବଳ ଅଧ୍ଵ : …………………. |
20. C2H2n+2 : ଆଲ୍‌କେନ୍ :: C2H2n-2; ……………….. |
21. C4H10 : ମ୍ୟୁଟେନ୍ :: C4H8 : ……………….. |
22. ମିଥେନ୍ ଗନ୍ଧ ଗଠନ : 8 ଇଲେକ୍‌ଟ୍ରନ୍ ::ଏସିଟିଲିନ୍ ବନ୍ଧ ଗଠନ : ………………………… |
23. ମିଥେନ୍ ବନ୍ଧ ଗଠନ : 8 ଇଲେକ୍‌ଟ୍ରମ୍‌ :: ଇଥେନ୍ ବନ୍ଧ ଗଠନ : ………………. |
24. ତ୍ରିବନ୍ଧ ଥ‌ିବା ହାଇଡ୍ରୋକାର୍ବନ୍ : ଆଲ୍‌କାଇନ୍ :: ଦ୍ବିବନ୍ଧ ଥ‌ିବା ହାଇଡ୍ରୋକାର୍ବନ୍ : …………………. |
25. – OH : ହାଇଡ୍ରକ୍‌ସିଲ୍ :: BSE Odisha 10th Class Physical Science Important Questions Chapter 4 img-12 : ……………
26. – OH : ହାଇଡ୍ରକ୍‌ସିଲ୍ :: CHO : ……….
27. – OH : ହାଇଡ୍ରକ୍‌ସିଲ୍ :: – COOH : ………….
28. ବ୍ଲୁଟେନ୍ : 10 ହାଇଡ୍ରୋଜେନ୍ :: ହେକ୍ସନ୍ :
29. ଇଥେନ୍ : 2 କାର୍ବନ ପରମାଣୁ :: ଏଥୁଲିନ୍ :
30. C10H22 : ଆଲ୍‌କେନ୍ :: C12H22 : ……………..
31. CH2 – CH2 – CH2 – CH3 : ସଳଟ ଚେନ୍‌ ବ୍ୟୁଟେନ୍ ::
BSE Odisha 10th Class Physical Science Important Questions Chapter 4 img-13 : ………….
32. ବିଦ୍ୟୁତ୍ ସଂଯୋଜ୍ୟ ଯୌଗିକ : ବିଦ୍ୟୁତ୍ ସୁପରିବାହୀ :: ସହସଂଯୋଜ୍ୟ ଯୌଗିକ : ……………………. |
33. ବିଦ୍ୟୁତ୍ ସଂଯୋଜ୍ୟ ବନ୍ଧ : ଇଲେକ୍‌ଟ୍ରମ୍‌ ସ୍ଥାନାନ୍ତରଣ :: ସହସଂଯୋଜ୍ୟ ବନ୍ଧ : ……………………. |
34. ଆୟନିକ ଯୌଗିକ : ସ୍ଫୁଟନାଙ୍କ ଅଧ୍ଵ :: ସହସଂଯୋଜ୍ୟ ଯୌଗିକ : ……………………. |
35. ଆୟନିକ ଯୌଗିକ : ଇଲେକ୍‌ଟ୍ରନ୍ ଆଦାନପ୍ରଦାନ :: ସହସଂଯୋଜ୍ୟ ଯୌଗିକ : ……………………. |
36. C4- : ଏନାୟନ :: C4+ : ……………………. |
37. ହାଇଡ୍ରୋଜେନ୍ : K କକ୍ଷ :: ଅକ୍‌ସିଜେନ : ……………………. |
38. ଦ୍ଵିବନ୍ଧ : 4 ଇଲେକ୍‌ଟ୍ରନ୍ :: ତ୍ରିବନ୍ଧ : ……………………. |
39. ଜୈବଗ୍ୟାସ୍‌ : ମିଥେନ :: ପେଟ୍ରୋଲିୟମ ଗ୍ୟାସ୍‌ ……………………. |
40. ନାଇଟ୍ରୋଜେନ୍ ଅଣୁ : ତ୍ରିବନ୍ଧ :: ଅକ୍‌ସିଜେନ୍ ଅଣୁ : ……………………. |

Answer:
1. 0.03%
2.290
3. 8
4. L
5. 391
6. ତ୍ରିବନ୍ଧ
7. ବିଦ୍ୟୁତ୍ ସଂଯୋଜ୍ୟ ଯୌଗିକ
8. 6
9. ଆଲ୍‌ଇନ୍
10. CnH2n-2
11. -Br
12. ଇଥାନଲ୍
13. lu
14. H2O
15. ପୁକ୍ତ ହାଇଡ୍ରୋକାର୍ବନ
16. କଳାଧୂଆଁ ସହ ହଳଦିଆ ରଙ୍ଗର ଶିଖା
17. CH3COOH
18.12
19. ବିଦ୍ୟୁତ୍ ସଂଯୋଜ୍ୟ ଯୌଗିକ
20. ଆଲ୍‌କାଇନ୍
21. ବ୍ଯଟାଇନ୍
22. 10 ଇଲେକ୍‌ଟ୍ର
23. 14 ଇଲେକ୍‌ଟ୍ର
24. ଆଲ୍‌କିନ୍
25. କିଟୋନ୍
26. ଆଲ୍‌ହାଇଡ୍
27. କାର୍ବୋକ୍‌ଲିକ୍ ଏସିଡ୍
28. 14 ହାଇଡ୍ରୋଜେନ୍
29. ଦୁଇ କାର୍ବନ୍ ପରମାଣୁ
30. ଆଲ୍‌କାଇନ୍
31. 2 ମିଥାଇଲ୍ ପ୍ରୋପେନ୍
32. ବିଦ୍ୟୁତ୍ କୁପରିବାହୀ
33. ଇଲେକ୍‌ଟ୍ରନ୍ ସହଭାଜନ
34. ସ୍ଫୁଟନାଙ୍କ କମ୍
35. ଇଲେକ୍‌ଟ୍ରନ୍ ସହଭାଜନ
36. କାଟାୟନ
37. L
38. 6 ଇଲେକ୍‌ଟ୍ରନ୍
39. ବ୍ଲୁଟେନ୍
40. ଦ୍ବିବନ୍ଧ

BSE Odisha 10th Class Physical Science Important Questions Chapter 4 କାର୍ବନ ଓ ଏହାର ଯୌଗିକ

SUBJECTIVE TYPE QUESTIONS WITH ANSWERS

1. ମିଥେନ୍ ଅଣୁର ଗଠନ ଇଲେକ୍‌ଟ୍ରଡ୍‌, ଡଟ୍ ଓ ଛକି ଚିହ୍ନଦ୍ଵାରା ଆଲୋଚନା କର । ହୋମୋଲଗସ୍ ଶ୍ରେଣୀ କ’ଣ ଉଦାହରଣ ଦେଇ ବୁଝାଅ ।
ଉ –

  • ମିଥେନ୍ ଅଣୁ ଏକ ପୃକ୍ତ ହାଇଡ୍ରୋକାର୍ବନ । ଏହାର ଅଣୁ ସଙ୍କେତ CH4 ଖୋଟିଏ କାର୍ବନ ପରମାଣୁ ରାରୋଟି ହାଇଡ୍ରୋଜେନ୍ ପରମାଣୁ ସହ ସହସଂଯୋଜୀ ବନ୍ଧ ଗଠନ କରି ମିଥେନ ଅଣୁ ଉତ୍ପନ୍ନ କରେ ।
  • ହାଇଡ୍ରୋଜେନ୍‌ର ଯୋଗ୍ୟତା 1 । ଇଲେକ୍‌ଟ୍ରନ ସଂରଚନା K(1)। କାର୍ବନର ଯୋଗ୍ୟତା 4। କାରଣ ଏହାର ଚାରୋଟି ସଂଯୋଜକ ଇଲେକ୍‌ଟ୍ରନ୍ ଅଛି । ନିଷ୍କ୍ରିୟ ଗ୍ୟାସ୍‌ର ସଂରଚନା ଲାଭ କରିବାକୁ କାର୍ବନ ଏହି ଇଲେକ୍‌ଟ୍ରନଗୁଡ଼ିକୁ ଚାରୋଟି ହାଇଡ୍ରୋଜେନ୍ ପରମାଣୁ ସହିତ ଭାଗ କରିଥାଏ ।
  • ହାଇଡ୍ରୋଜେନ୍ ଇଲେକ୍‌ଟ୍ରନ୍‌କୁ ଡଟ୍ (.) ଭାବେ କାର୍ବନର ଚାରୋଟି ଇଲେକ୍‌ଟ୍ରକୁ ଛବି (x) ଭାବେ ଗ୍ରହଣ କରି ଏବଂ ଇଲେକଟ୍ରନ୍ ଯୁଗଳକୁ (.x) ରେଖାଖଣ୍ଡ ବା ବନ୍ଧରୂପେ ଦର୍ଶାଯାଏ । ତେବେ ପ୍ରସ୍ତୁତ ହେଉଥ‌ିବା ମିଥେନ୍ ଅଣୁର ସହସଂଯୋଗ୍ୟ ବନ୍ଧର ଚିତ୍ର ନିମ୍ନ ପ୍ରକାରର ହେବ ।
  • BSE Odisha 10th Class Physical Science Important Questions Chapter 4 img-14
  • ହୋମୋଲଗସ୍ ଶ୍ରେଣୀ – ସମାନ ସଂରଚନା ଓ ସମାନ ରାସାୟନିକ ଧର୍ମ ବିଶିଷ୍ଟ ଗୋଟିଏ ଜୈବ ଯୌଗିକ ଶ୍ରେଣୀରେ ଗୋଟିଏ ଯୌଗିକ ତା’ର ପୂର୍ବବର୍ତୀ ଓ ପରବର୍ତ୍ତୀ ଯୌଗିକଠାରୁ ତା’ର ଆଣବିକ ସଙ୍କେତ -CH2 ଗ୍ରୁପ୍ ଦ୍ଵାରା ପୃଥକ ହୋଇଥାଏ । ସେହି ଶ୍ରେଣୀକୁ ହୋମୋଲଗସ୍ ଶ୍ରେଣୀ କହନ୍ତି ଏବଂ ପ୍ରତ୍ୟେକ ଯୌଗିକକୁ ହୋମୋଲଖ୍ କହନ୍ତି

ଉଦାହରଣ – ମିଥେନ୍ (CH4), ଇଥେନ୍ (C2H6), ପ୍ରୋପେନ୍ (C3H8), ବ୍ୟୁଟେନ୍ (C4H10) । ପ୍ରତ୍ୟେକ ଗୋଟିଏ ଗୋଟିଏ ହୋମୋଲଗ୍ । ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ ତା’ର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଯୌଗିକଠାରୁ – CH2 ଗ୍ରୁପ୍‌ଦ୍ବାରା ଅଲଗା ହୋଇଥାଏ ।

2. ହାଇଡ୍ରୋକାର୍ବନ କ’ଣ ? କାର୍ବନ ଯୌଗିକର ବହୁଳତାର କାରଣ କ’ଣ ? ହାଇଡ୍ରୋକାର୍ବନର ଦୁଇଟି ଧର୍ମ ସମୀକରଣ ସହ ବୁଝାଅ ।
ଉ –
(i) କାର୍ବନ ଓ ହାଇଡ୍ରୋଜେନ୍‌ର ଯୌଗିକକୁ ହାଇଡ୍ରୋକାର୍ବନ କୁହାଯାଏ ।
ଉଦାହରଣ :
ମିଥେନ୍ (CH4), ଇଥେନ୍ (C2H6), ପ୍ରୋପେନ୍ (C3H8) ଇତ୍ୟାଦି ।

(ii) କାର୍ବନର ଅନ୍ୟ କାର୍ବନ ପରମାଣୁ ସହିତ ବନ୍ଧ ଗଠନ କରି ବୃହତ୍ ଅଣୁ ସୃଷ୍ଟି କରିବାର ଅନନ୍ୟ ସାମର୍ଥ୍ୟ ଗୁଣକୁ କାଟିନେସନ୍ କହନ୍ତି । ଏହା କାର୍ବନଠାରେ ଯେତେ ମାତ୍ରାରେ ଦେଖାଯାଏ ଅନ୍ୟ କୌଣସି ମୌଳିକଠାରେ ଦେଖାଯାଏ ନାହିଁ ।

(iii) ଏହି ଯୌଗିକଗୁଡ଼ିକ କାର୍ବନର ଦୀର୍ଘ ଶୃଙ୍ଖଳ; କାର୍ବନର ଶାଖାଯୁକ୍ତ ଶୃଙ୍ଖଳ କିମ୍ବା କାର୍ବନ ପରମାଣୁଗୁଡ଼ିକର ଚକ୍ରୀୟ ସଜ୍ଜା ଦେଖାଯାଏ ।

(iv) (a) ଦହନ : ଅଧିକାଂଶ କାର୍ବନ ଯୌଗିକ ଦହନ ପ୍ରତିକ୍ରିୟାରେ ବହୁ ପରିମାଣରେ ତାପଶକ୍ତି ଓ ଆଲୋକ ଶକ୍ତି ସୃଷ୍ଟି କରିଥାଏ ।
(b) ପୃକ୍ତ ହାଇଡ୍ରୋକାର୍ବନ ସାଧାରଣତଃ ସ୍ଵଚ୍ଛ ଶିଖା ଦେଉଥ‌ିବାବେଳେ ଅପୃକ୍ତ ହାଇଡ୍ରୋକାର୍ବନଗୁଡ଼ିକ କଳାଧୂଆଁ ସହ ହଳଦିଆ ଶିଖା ସୃଷ୍ଟି କରେ ।

ଭଦାହରଣ :
BSE Odisha 10th Class Physical Science Important Questions Chapter 4 img-15

(v) ଜାରଣ : ସମ୍ପୂର୍ଣ୍ଣ ଜାରଣ ଛଡ଼ା ଅନେକ ପ୍ରତିକ୍ରିୟା ଅଛି ଯେଉଁଥରେ ଆଲକହଲ୍‌ଗୁଡ଼ିକ କାର୍ବୋକ୍‌ଲିକ୍ ଏସିଡ଼ିରେ ପରିଣତ ହୁଏ । କ୍ଷାରୀୟ ପୋଟାସିୟମ୍ ପରମାଙ୍ଗାନେଟ୍ କିମ୍ବା ଅମ୍ଳୀୟ ପୋଟାସିୟମ୍ ଡାଇକ୍ରୋମେଦ୍ଵାରା ଆଲକହଲ୍ ଜାରିତ ହୋଇ ଏସିଡ୍ ସୃଷ୍ଟି କରେ ।
BSE Odisha 10th Class Physical Science Important Questions Chapter 4 img-16

3. ହାଇଡ୍ରୋକାର୍ବନ କ’ଣ ? ଉଦାହରଣ ଦେଇ ପୃକ୍ତ ଓ ଅପୃକ୍ତ ହାଇଡ୍ରୋକାର୍ବନ ମଧ୍ୟରେ ସଂରଚନାତ୍ମକ ପାର୍ଥକ୍ୟ ଦର୍ଶାଅ । ହୋମୋଲଗସ୍ ଶ୍ରେଣୀର ବୈଶିଷ୍ଟ୍ୟ ଲେଖ ।
ଉ –
(i) କାର୍ବନ ଓ ହାଇଡ୍ରୋଜେନ୍‌ର ଯୌଗିକକୁ ହାଇଡ୍ରୋକାର୍ବନ କହନ୍ତି ।
ଉଦାହରଣ – ମିଥେନ୍ (CH4), ଇଥେନ୍ (C2H6) ଇତ୍ୟାଦି ।

(ii) ପୃକ୍ତ ହାଇଡ୍ରୋକାର୍ବନରେ କାର୍ବନ-କାର୍ବନ ମଧ୍ୟରେ ଗୋଟିଏ ଲେଖାଏଁ ବନ୍ଧ ଥାଏ ।
ଉଦାହରଣ :
BSE Odisha 10th Class Physical Science Important Questions Chapter 4 img-17

(iii) ଅପୃକ୍ତ ହାଇଡ୍ରୋକାର୍ବନରେ କାର୍ବନ-କାର୍ବନ ମଧ୍ୟରେ ଦୁଇଟି କିମ୍ବା ତିନୋଟି ବନ୍ଧ ଥାଏ ।
BSE Odisha 10th Class Physical Science Important Questions Chapter 4 img-18
ପୃକ୍ତ ହାଇଡ୍ରୋକାର୍ବନକୁ ଆଲ୍‌କେନ୍ କୁହାଯାଏ । କାର୍ବନ-କାର୍ବନ ଦ୍ଵିବନ୍ଧ ଥବା ହାଇଡ୍ରୋକାର୍ବନକୁ ଆଲ୍‌କିନ୍ ଓ କାର୍ବନ-କାର୍ବନ ମଧ୍ୟରେ ତିନୋଟି ବନ୍ଧ ଥବା ହାଇଡ୍ରୋକାର୍ବନକୁ ଆଲ୍‌କାଇନ୍ କହନ୍ତି ।

ହୋମୋଲଗସ୍ ଶ୍ରେଣୀର ବୈଶିଷ୍ଟ୍ୟ
(i) ଏହି ଶ୍ରେଣୀର ପ୍ରତ୍ୟେକ ଯୌଗିକ ଏକା ପ୍ରକାରର ସାଧାରଣ ଅଣୁ ସଙ୍କେତ ବହନ କରିଥା’ନ୍ତି ।
ଉଦାହରଣ :
ଆଲ୍‌କେନ୍ – CnH2n+2, ଆଲ୍‌କିନ୍ – CnH2n, ଆଲ୍‌କାଇନ୍ – CnH2n-2

(ii) ପ୍ରତ୍ୟେକ ଯୌଗିକ ତା’ର ଠିକ୍ ପୂର୍ବବର୍ତୀ ଓ ଠିକ୍ ପରବର୍ତ୍ତୀ ଯୌଗିକଠାରୁ – CH2 ଗ୍ରୁପ୍‌ଦ୍ୱାରା ପୃଥକ ହୋଇଥାନ୍ତି ।

(iii) ଯେକୌଣସି ଦୁଇଟି ଯୋଡ଼ିର ଆଣବିକ ବସ୍ତୁତ୍ଵରେ ପ୍ରଭେଦ ହେଉଛି 14 a.m.u |

(iv) ନିର୍ଦ୍ଦିଷ୍ଟ ଦ୍ରାବକରେ ଏଗୁଡ଼ିକ ଦ୍ରବଣୀୟ ଅଟନ୍ତି ।

(v) ଶ୍ରେଣୀରେ ଗଳନାଙ୍କ, ସ୍ଫୁଟନାଙ୍କ, ସାନ୍ଦ୍ରତା ଆଦିରେ କ୍ରମ ପରିବର୍ତ୍ତନ ଦେଖାଯାଏ ।

(vi) ରାସାୟନିକ ଧର୍ମ କେବଳ ସକ୍ରିୟ ନିର୍ମିତ ହୋଇଥାଏ ।

BSE Odisha 10th Class Physical Science Important Questions Chapter 4 କାର୍ବନ ଓ ଏହାର ଯୌଗିକ

4. ଅପୃକ୍ତ ହାଇଡ୍ରୋକାର୍ବନର ଯୋଗ ପ୍ରକ୍ରିୟା କ’ଣ ? ଉତ୍ପ୍ରେରକ କାହାକୁ କହନ୍ତି ? ହାଇଡ୍ରୋଜେନୀକରଣର ଉପକାରିତା କ’ଣ ? ଅପୃକ୍ତ ହାଇଡ୍ରୋକାର୍ବନ କେତେ ପ୍ରକାର ଓ କ’ଣ କ’ଣ ?
ଉ –

  • ଅପୃକ୍ତ ହାଇଡ୍ରୋକାର୍ବନ ଉତ୍ପ୍ରେରକ ଉପସ୍ଥିତିରେ ହାଇଡ୍ରୋଜେନ୍ ସହ ଯୋଗ ପ୍ରତିକ୍ରିୟା କରି ପୃକ୍ତ ହାଇଡ୍ରୋକାର୍ବନ ଦେଇଥାଏ ।
  • ପାଲାଡ଼ିୟମ୍ କିମ୍ବା ନିକେଲ୍‌କୁ ଉତ୍ପ୍ରେରକ ରୂପେ ବ୍ୟବହାର କରାଯାଏ ।
  • ଯେଉଁ ପଦାର୍ଥ ନିଜେ ପ୍ରତିକ୍ରିୟା ଶେଷରେ ଅପରିବର୍ତ୍ତିତ ରହି ପ୍ରତିକ୍ରିୟା ଘଟାଇବାର କାରଣ ହୋଇଥାଏ କିମ୍ବା ପ୍ରତିକ୍ରିୟା ଗତିକୁ ଭିନ୍ନ ବେଗରେ ଅଗ୍ରସର କରାଇଥାଏ, ତାହାକୁ ଉତ୍ପ୍ରେରକ କୁହାଯାଏ ।
  • ଏହି ପ୍ରତିକ୍ରିୟାଟିକୁ ବିଶେଷ ଭାବରେ ନିକେଲ୍ ଉତ୍ପ୍ରେରକ ବ୍ୟବହାର କରି ବନସ୍ପତି ତେଲର ହାଇଡ୍ରୋଜେନୀକରଣ
  • ବନସ୍ପତି ତେଲରେ ଅପୃକ୍ତ କାର୍ବନ ଶୃଙ୍ଖଳ ଥାଏ । ସ୍ବାସ୍ଥ୍ୟ ପ୍ରତି ଉପକାରୀ ରୋଷେଇ ପାଇଁ ଅପୃକ୍ତ ଫ୍ୟାଟି ଏସିଡ୍ ଥ‌ିବା ତେଲକୁ ପସନ୍ଦ କରିବା ଉଚିତ, କାରଣ ଏହା ହୃଦ୍‌ରୋଗରୁ ରକ୍ଷା କରେ ।
    BSE Odisha 10th Class Physical Science Important Questions Chapter 4 img-19
  • ଅପୃକ୍ତ ହାଇଡ୍ରୋକାର୍ବନ ଦୁଇ ପ୍ରକାରର – ଆଲ୍‌କିନ୍ ଓ ଆଇକାଇନ୍ ।
    • ଯେଉଁ ହାଇଡ୍ରୋକାର୍ବନର କାର୍ବନ ପରମାଣୁ ମଧ୍ୟରେ ଦ୍ଵିବନ୍ଧ ଥାଏ ତାହାକୁ ଆଲ୍‌କିନ୍ କହନ୍ତି । ଏହାର ସାଧାରଣ ଅଣୁ ସଙ୍କେତ CnH2n |
    • ଯେଉଁ ହାଇଡ୍ରୋକାର୍ବନରେ କାର୍ବନ-କାର୍ଟୁନ ପରମାଣୁ ମଧ୍ଯରେ ତ୍ରିବନ୍ଧ ଥାଏ ତାହାକୁ ଆଲ୍‌କାଇନ୍ କହନ୍ତି । ଏହାର ଅଣୁ ସଙ୍କେତ CnH2n-2

ସଂକ୍ଷିପ୍ତ ଭତ୍ତରମୂଳକ ପ୍ରଶ୍ନୋତ୍ତର

1. ମିଥେନ୍ ଅଣୁର ଗଠନ ବୁଝାଅ ।
ଉ –

  • କାର୍ବନଦ୍ୱାରା ସୃଷ୍ଟି ହେଉଥ‌ିବା ସରଳତମ ଯୌଗିକ ଗୁଡ଼ିକ ମଧ୍ୟରୁ ମିଥେନ୍ ଅନ୍ୟତମ । ଏହାର ଅଣୁ ସଙ୍କେତ CH4 |
  • କାର୍ବନ ପରମାଣୁର ବାହ୍ୟତମ କକ୍ଷରେ 4ଟି ଇଲେକ୍‌ଟ୍ରନ୍ ଥିବାରୁ ନିଷ୍କ୍ରିୟ ଗ୍ୟାସ ସଂରଚନା ଧାରଣ କରିବାପାଇଁ ଆଉ 4ଟି ଇଲେକ୍‌ଟ୍ରନ୍ ଆବଶ୍ୟକ । ସେହିପରି ହାଇଡ୍ରୋଜେନ୍‌ର ଯୋଗ୍ୟତା 1 ଅଟେ । ଏହାର ଗୋଟିଏ ଇଲେକ୍‌ଟ୍ରନ୍ ଥ‌ିବାରୁ ଏହା ନିକଟତମ ନିଷ୍କ୍ରିୟ ଗ୍ୟାସ୍ ହିଲିୟମ୍ ସଂରଚନା ଧାରଣ କରିବାପାଇଁ ଗୋଟିଏ ଇଲେକ୍‌ଟ୍ରନ୍ ଆବଶ୍ୟକ ।
  • ତେଣୁ କାର୍ବନ ପରମାଣୁର 4ଟି ଇଲେକ୍‌ଟ୍ରନ୍‌କୁ 4ଟି ହାଇଡ୍ରୋଜେନ୍ ପରମାଣୁ ସହ ଇଲେକ୍‌ଟ୍ରନ୍ ସହଭାଜନ ଫଳରେ 4ଟି ସହ ସଂଯୋଜ୍ୟ ବନ୍ଧ ଗଠନ କରେ ।
  • BSE Odisha 10th Class Physical Science Important Questions Chapter 4 img-20.1

2. କାର୍ବନ ଏକ ବନ୍ଧୁତ୍ଵପୂର୍ଣ୍ଣ ମୌଳିକ । ଉକ୍ତିର ଯଥାର୍ଥତା ପ୍ରତିପାଦନ କର ।
ଭ –

  • କାର୍ବନ ଅନ୍ୟ ମୌଳିକ ଯଥା – ହାଲୋଜେନ୍, ଅକ୍‌ସିଜେନ୍, ନାଇଟ୍ରୋଜେନ୍ ଏବଂ ସଲଫର୍‌ ସହିତ ବନ୍ଧ ଗଠନ କରେ ।
  • ଏକ ହାଇଡ୍ରୋକାର୍ବନ ଶୃଙ୍ଖଳରେ ଏକ ବା ଅଧିକ ହାଇଡ୍ରୋଜେନ୍ ସ୍ଥାନ ଏହି ସବୁ ମୌଳିକଦ୍ଵାରା ପୂରଣ କରାଯାଇ ପାରିବ । ଏଥ‌ିରେ ବି କାର୍ବନର ଯୋଗ୍ୟତା ପୂର୍ଣ ରହିବ ।
  • କାର୍ବନ ପରମାଣୁର ଆକାର ଛୋଟ ହେତୁ ଏହି ବନ୍ଧଗୁଡ଼ିକରେ ଥ‌ିବା ଇଲେକ୍‌ଟ୍ରନ ଯୁଗଳଗୁଡ଼ିକ ପ୍ରତି କାର୍ବନ ନ୍ୟୁକ୍ଲିୟସ୍‌ ଆକର୍ଷଣ ବଳ ଅଧ୍ବକ, ତେଣୁ ବନ୍ଧଗୁଡ଼ିକ ଅଧ୍ବକ ଶକ୍ତ ।
  • ହାଇଡ୍ରୋକାର୍ବନରେ କେତେକ ଅସମ ପରମାଣୁ ହାଇଡ୍ରୋଜେନ୍ ବଦଳରେ ସ୍ଥାନ ପାଏ । ଯାହାକି ମୌଳିକ ରୂପରେ କିମ୍ବା କେତେକ ଗ୍ରୁପ୍‌ରେ ରହିଥାଆନ୍ତି ଏଗୁଡ଼ିକ ଉପସ୍ଥିତିରେ କାର୍ବନ ଯୌଗିକକୁ ଏକ ନିର୍ଦ୍ଦିଷ୍ଟ ଧର୍ମ ପ୍ରଦାନ କରିଥାଏ ।

3. କାର୍ବନ ଯୌଗିକ କ୍ଷେତ୍ରରେ ଦହନ ପ୍ରକ୍ରିୟା କିପରି ସଂଗଠିତ ହୁଏ ଉଦାହରଣ ଦେଇ ବୁଝାଅ ।
ଉ –
ଦହନ :

  • ଅଧିକାଂଶ କାର୍ବନ ଯୌଗିକ ଦହନ ପ୍ରକ୍ରିୟାରେ ବହୁ ପରିମାଣରେ ତାପଶକ୍ତି ଓ ଆଲୋକ ଶକ୍ତି ସୃଷ୍ଟି କରିଥାନ୍ତି ।
  • ପୃକ୍ତ ହାଇଡ୍ରୋକାର୍ବନ୍‌ଗୁଡ଼ିକ ସାଧାରଣତଃ ସ୍ଵଚ୍ଛ ଶିଖା ଦେଉଥ‌ିବାବେଳେ ଅପୃକ୍ତ ହାଇଡ୍ରୋକାର୍ବନ୍‌ଗୁଡ଼ିକ ବହୁ ପରିମାଣରେ ହଳଦିଆ ଶିଖାସହ ଅସଂପୂର୍ଣ୍ଣ ଦହନ ହୁଏ ।

ଉଦାହରଣ :

BSE Odisha 10th Class Physical Science Important Questions Chapter 4 img-20

BSE Odisha 10th Class Physical Science Important Questions Chapter 4 କାର୍ବନ ଓ ଏହାର ଯୌଗିକ

4. ଆଲ୍‌କହଲ୍ ଓ ଆଲ୍‌ହାଇଡ୍‌ର ସାଧାରଣ ଅଣୁ ସଙ୍କେତ ଓ ସକ୍ରିୟ ଗ୍ରୁପ୍ ଲେଖ୍ ଦୁଇଟି ଲେଖାଏଁ ଉଦାହରଣ ଦିଅ ।
ଉ –
(i) ଆଲକହଲର ସାଧାରଣ ଅଣୁ ସଙ୍କେତ CnH2n+1 OH ବା R–OH, R = CnH2n+1, ଏଠାରେ n = 1, 2, 3, 4…
ସକ୍ରିୟ ଗ୍ରୁପ – OH (ହାଇଡ୍ରକ୍‌ସିଲ୍)

ଉଦାହରଣ :
CH3OH – ମିଥାନଲ୍
C2H5OH – ଇଥାନଲ୍

(ii) ଆଲ୍‌ହାଇଡ୍‌ର ସାଧାରଣ ଅଣୁ ସଙ୍କେତ CnH2n+1 CHO ବା R-CHO, n = 0, 1, 2, 3…
ସକ୍ରିୟ ଗ୍ରୁପ -CHO (ଆଲଡିହାଇଡ୍)
ଉଦାହରଣ :
HCHO – ମିଥାନାଲ୍
CH3CHO – ଇଥାନାଲ୍

5. ଏମୋନିଆ ଅଣୁର ଗଠନ ବୁଝାଅ । ନିଃସଙ୍ଗ ଇଲେକ୍‌ଟ୍ରନ୍ ଯୁଗଳ କ’ଣ ?
ଉ—

  • ନାଇଟ୍ରୋଜେନ୍‌ର ପରମାଣୁ କ୍ରମାଙ୍କ 7, ଇଲେକ୍‌ଟ୍ରନ୍‌ ସଂରଚନା K(2) L(5) |
  • ନାଇଟ୍ରୋଜେନ୍‌ର ବହିଃସ୍ଥ କକ୍ଷରେ 5ଟି ଇଲେକ୍‌ଟ୍ରନ୍ ଥାଏ । ଅକ୍ଟେଟ ପୂରଣ ପାଇଁ ଆଉ 3ଟି ଇଲେକ୍‌ଟ୍ରମ୍‌ ଆବଶ୍ୟକ । ଯାହାଫଳରେ ନିକଟତମ ନିଷ୍କ୍ରିୟ ଗ୍ୟାସ୍‌ ନିୟନର ସଂରଚନା ଧାରଣ କରିବ ।
  • ହାଇଡ୍ରୋଜେନ୍‌ର ପରମାଣୁ କ୍ରମାଙ୍କ 1 । ଏହାର ଇଲେକ୍‌ଟ୍ରନ୍ ସଂରଚନା K(1) । ଆଉ ଗୋଟିଏ ଇଲେକ୍‌ଟ୍ରନ ହେଲେ ତାହା ନିକଟତମ ନିଷ୍କ୍ରିୟ ଗ୍ୟାସ୍ ହିଲିୟମର ସଂରଚନା ଧାରଣ କରିବ ।
  • ଅକ୍ଳେଟ୍ ପୂରଣ ପାଇଁ ନାଇଟ୍ରୋଜେନ୍ ତାହାର ବହିଃସ୍ଥ କକ୍ଷରେ 3ଟି ଇଲେକ୍‌ଟ୍ରନ୍ ସହ ତିନୋଟି ହାଇଡ୍ରୋଜେନ୍‌ର ପ୍ରତ୍ୟେକ ଇଲେକ୍‌ଟ୍ରନ୍ ସହ ସହଭାଜନରେ ନାଇଟ୍ରୋଜେନ୍-ହାଇଡ୍ରୋଜେନ୍ ମଧ୍ୟରେ ଏକ ବନ୍ଧ ଗଠିତ ହୁଏ ।
    BSE Odisha 10th Class Physical Science Important Questions Chapter 4 img-21
  • ନାଇଟ୍ରୋଜେନ୍‌ର ଅନ୍ୟ ଏକ ଇଲେକ୍‌ଟ୍ରନ୍ ଯୁଗଳ କୌଣସି ବନ୍ଧ ଗଠନ ନ କରି ସେହିପରି ରହିଥାଏ ଏହାକୁ ନି8ସଙ୍ଗ ଇଲେକଟ୍ରନ୍‌ କହନ୍ତି

6. CO2 ର ଅଣୁର ଗଠନ କିପରି ହୁଏ । ଏହାର ଇଲେକ୍‌ଟ୍ରନ୍‌ ଡଟ୍ ସଂରଚନା ଚିତ୍ର ଅଙ୍କନ କର ।
ଉ –

  • ଗୋଟିଏ କାର୍ବନ ପରମାଣୁ ଓ ଦୁଇଟି ଅକ୍‌ସିଜେନ୍ ପରମାଣୁକୁ ନେଇ କାର୍ବନ ଡାଇଅକ୍‌ସାଇଡ୍ ଅଣୁ ଗଠିତ ।
  • କାର୍ବନ ପରମାଣୁ କ୍ରମାଙ୍କ 6, ଇଲେକ୍‌ଟ୍ରନ ସଂରଚନା K(2) L(4) । ଅକ୍‌ସିଜେନ୍‌ର ପରମାଣୁ କ୍ରମାଙ୍କ ୫, ଇଲେକ୍‌ଟ୍ରନ୍ ସଂରଚନା K(2), L(6) |
  • କାର୍ବନର ଦୁଇଟି ଲେଖାଏଁ ଇଲେକ୍‌ଟ୍ରନ୍ ପୃଥକ ଭାବରେ ଗୋଟିଏ ଅକ୍‌ସିଜେନ୍ ପରମାଣୁର ଦୁଇଟି ଲେଖାଏଁ ଇଲେକ୍‌ଟ୍ରନ୍ ସହ ସହଭାଜିତ ହୋଇ CO2 ଅଣୁ ଗଠନ କରେ ।
  • BSE Odisha 10th Class Physical Science Important Questions Chapter 4 img-22

7. କାର୍ବନ୍‌ର ବିଭିନ୍ନ ରୂପ ସମ୍ପର୍କରେ ଦର୍ଶାଅ ।
ଉ –

  • ପ୍ରକୃତିରେ କାର୍ବନ ମୌଳିକ ବିଭିନ୍ନ ରୂପରେ ମିଳିଥାଏ । ଏହି ବିଭିନ୍ନ ରୂପଗୁଡ଼ିକର ରାସାୟନିକ ପ୍ରକୃତି ସମାନ ହେଲେ ମଧ୍ୟ ଭୌତିକ ପ୍ରକୃତି ଭିନ୍ନ ଅଟେ ।
  • ହୀରା, ଗ୍ରାଫାଇଟ୍ ଓ ଫୁଲେରିନ୍‌ କାର୍ବନର ତିନୋଟି ରୂପ ଅଟେ ।
  • କାର୍ବନ୍‌ର ଏହି ସବୁ ରୂପ ମଧ୍ଯରେ କେବଳ ପରସ୍ପର ବନ୍ଧଗଠନ ପ୍ରଣାଳୀରେ ପ୍ରଭେଦ ରହିଥାଏ ।
  • ହୀରାର ପ୍ରତ୍ୟେକ କାର୍ବନ୍ ପରମାଣୁ ଅନ୍ୟ ଚାରୋଟି କାର୍ବନ୍ ପରମାଣୁ ସହିତ ଦୃଢ଼ଭାବରେ ସଂଯୁକ୍ତ ହୋଇଥାଏ ଏବଂ ଏହା ଏକ ତ୍ରିବିମୀୟ ସଂରଚନା ପ୍ରଦାନ କରିଥାଏ ।
  • ଗ୍ରାଫାଇଟ୍‌ରେ ପ୍ରତ୍ୟେକ କାର୍ବନ ପରମାଣୁ ଅନ୍ୟ ତିନୋଟି କାର୍ବନ ପରମାଣୁ ସହ ଏକ ସମତଳରେ ବନ୍ଧ ଗଠନ କରିଥାନ୍ତି ଏବଂ ଏହା ଏକ ଷଡ଼ଭୁଜୀୟ ବିନ୍ୟାସ ପ୍ରଦାନ କରିଥାଏ । ଏହି ଷଡ଼ଭୁଜୀୟ ବିନ୍ୟାସଗୁଡ଼ିକ ଗୋଟିଏ ସ୍ତର ଉପରେ ଆଉ ଏକ ସ୍ତର ରହିବା ଦ୍ବାରା ଗ୍ରାଫାଇଟ୍‌ ସଂରଚନା ସୃଷ୍ଟି ହୋଇଥାଏ ।
  • କାର୍ବନ୍‌ର ଆଉ ଏକ ରୂପ ହେଉଛି ଫୁଲେରିନ୍ । କାର୍ବନ୍‌ର ଏହି ରୂପଟି ହେଲା C-60, ଯେଉଁଥ‌ିରେ କାର୍ବନ୍ ପରମାଣୁ ଗୁଡ଼ିକ ଫୁଟ୍‌ବଲ୍‌ ଆକାରରେ ସଜ୍ଜିତ ହୋଇ ରହିଥାଏ ।

8. କାର୍ବନ ଯୌଗିକର ଦହନ ଓ ଜାରଣ କିପରି ହୁଏ ବୁଝାଅ ।
ଉ –
ଦହନ : ବାୟୁର ଉପସ୍ଥିତିରେ କାର୍ବନ ଯୌଗିକକୁ ଜାଳିଲେ ସେଥୁରୁ କାର୍ବନ ଡାଇଅକ୍‌ସାଇଡ୍, ଜଳ ଓ ତାପଶକ୍ତି ଉତ୍ପନ୍ନ ହୁଏ । ଏହା ଜାରଣ ପ୍ରତିକ୍ରିୟା ।
ଉଦାହରଣ :
(i) କାର୍ବନ ଅକ୍‌ସିଜେନ୍ ସହ ପ୍ରତିକ୍ରିୟା କରି CO2, ତାପ ଓ ଆଲୋକ ଦିଏ ।
C + O2 → CO2 + ତାପ ଓ ଆଲୋକ

(ii) ମିଥେନ୍ ଅକ୍‌ସିଜେନ୍ ସହ ଜଳି CO2, H2O ତାପ ଓ ଆଲୋକ ଦିଏ ।
CH4 + O2 → CO2 + H2O + ରାପ ଓ ଆଲୋକ

ଜାରଣ :

  • କାର୍ବନ ଯୌଗିକ ଜାରକର ଉପସ୍ଥିତିରେ ଅକ୍‌ସିଜେନ୍ ଗ୍ରହଣ କଲେ ତାହାକୁ ଜାରଣ କରନ୍ତି ।
  • ଉଦାହରଣ : ଆଲକହଲ୍ କ୍ଷାରୀୟ KMnO4 କିମ୍ବା ଅମ୍ଳୀୟ K2Cr2O7, ଉପସ୍ଥିତିରେ ଜାରିତ ହୋଇ କାର୍ବୋକ୍‌ଲିକ୍ ଏସିଡ୍‌ରେ ପରିଣତ ହୁଏ ।
    BSE Odisha 10th Class Physical Science Important Questions Chapter 4 img-23

9. ସଜାତୀୟ ଶ୍ରେଣୀ କ’ଣ ? ପୃକ୍ତ ଓ ଅପୃକ୍ତ କାର୍ବନ ଯୌଗିକର ଉଦାହରଣ ଦେଇ ଆଲୋଚନା କର । ସଜାତୀୟ ଶ୍ରେଣୀ : ଯେଉଁ ଯୌଗିକ ଶ୍ରେଣୀର ପ୍ରତ୍ୟେକ ଯୌଗିକ ତାର ପୂର୍ବବର୍ତ୍ତୀ ଓ ପରବର୍ତୀ ଯୌଗିକଠାରୁ (CH.) ଗ୍ରୁପ୍‌ଦ୍ୱାରା ଭିନ୍ନ ସେହି ଯୌଗିକ ଶ୍ରେଣୀକୁ ହୋମୋଲଗ୍‌ ଶ୍ରେଣୀ ବା ସଜାତୀୟ ଶ୍ରେଣୀ କହନ୍ତି । କୌଣସି ଯୌଗିକ ଶ୍ରେଣୀର କାର୍ବନ ଶୃଙ୍ଖଳରେ ଥ‌ିବା ହାଇଡ୍ରୋଜେନ୍‌ ପାଇଁ ଏକା ପ୍ରକାରର ସକ୍ରିୟ ଗ୍ରୁପ୍ ପ୍ରତିସ୍ଥାପିତ ହେଲେ ସେହି ଯୌଗିକ ଶ୍ରେଣୀକୁ ସଜାତୀୟ ବା ହୋମୋଲୋଗସ୍ ଶ୍ରେଣୀ କୁହାଯାଏ ।

ଉଦାହରଣ :
(i) ପୃକ୍ତ କାର୍ବନ ଯୌଗିକ; ଯଥା – CH4, C2H6, C3H8, C4H10, ଇତ୍ୟାଦି ସଜାତୀୟ ଶ୍ରେଣୀଭୁକ୍ତ ଅଟନ୍ତି । ଇଥେନ୍ C2H6 ତାର ପୂର୍ବବର୍ତୀ ମିଥେନ୍ (CH4) ଓ ପରବର୍ତ୍ତୀ ପ୍ରୋପେନ୍ (C3H8) ଠାରୁ – CH2 ଗ୍ରୁପ୍‌ଦ୍ୱାରା ଭିନ୍ନ ।

(ii) ଅପୃକ୍ତ କାର୍ବନ ଯୌଗିକ ଗୁଡ଼ିକ C2H4, C3H6, C4H8, C5H10, ଇତ୍ୟାଦି ସଜାତୀୟ ଶ୍ରେଣୀଭୁକ୍ତ । ପ୍ରୋପିନ୍ (C3H6) ତାର ପୂର୍ବବର୍ତୀ ଏଥ୍ନ୍ (C2H4) ଓ ପରବର୍ତ୍ତୀ ବ୍ୟୁଟିନ୍ (C4H8) ଠାରୁ -CH2, ଗ୍ରୁପ୍‌ଦ୍ୱାରା ଭିନ୍ନ ।

BSE Odisha 10th Class Physical Science Important Questions Chapter 4 କାର୍ବନ ଓ ଏହାର ଯୌଗିକ

ଅତିସଂଯିପ୍ର ଉତ୍ତରମ୍ଜଲକ ପ୍ରଣ୍ଟୋତ୍ତର

1. ସହସଂଯୋଜ୍ୟ ଯୌଗିକ ବିଦ୍ୟୁତ୍ କୁପରିବାହୀ ଓ ନିମ୍ନ ଗଳନାଙ୍କ ଓ ନିମ୍ନ ସୁଟନାଙ୍କ ବିଶିଷ୍ଟ କାହିଁକି ?
ଉ –

  • ସହସଂଯୋଜ୍ୟ ଯୌଗିକ ବିଦ୍ୟୁତ୍ କୁପରିବାହୀ କାରଣ ଏହି ଯୌଗିକଗୁଡ଼ିକରେ ଦୁଇ ପରମାଣୁ ମଧ୍ୟରେ ମିଳିତ ଭାବେ ଇଲେକ୍‌ଟ୍ରନ୍ ଭାଗ ହୋଇଥାଏ ଏବଂ ଚାର୍ଜଯୁକ୍ତ କଣିକାମାନ ସୃଷ୍ଟି ହୋଇନଥାଏ ।
  • ସହସଂଯୋଗ୍ୟ ବନ୍ଧଦ୍ୱାରା ଗଠିତ ଅଣୁଗୁଡ଼ିକର ଅଭ୍ୟନ୍ତରରେ ଶକ୍ତ ବନ୍ଧ ରହିଥ‌ିବା ଦେଖାଯାଏ; ଆନ୍ତଃଅଣୁକ ବଳ କମ୍ ଥାଏ । ଏହି କାରଣରୁ ଏପରି ଯୌଗିକଗୁଡ଼ିକର ଗଳନାଙ୍କ ଓ ସ୍ଫୁଟନାଙ୍କ କମ୍ ହୋଇଥାଏ ।

2. H2 ଅଣୁର ଗଠନ କିପରି ହୁଏ ଚିତ୍ର ସହ ବୁଝାଅ ।
ଉ –

  • ହାଇଡ୍ରୋଜେନ୍‌ର ପରମାଣୁ କ୍ରମାଙ୍କ 1 । ଏହାର ଇଲେକ୍‌ଟ୍ରନ ସଂରଚନା K(1) । ଏହା ଏହାର ନିକଟତମ ନିଷ୍କ୍ରିୟ ମୌଳିକ He ର ସଂରଚନା ଧାରଣ କରିବାକୁ ଚାହେଁ ।
  • ଦୁଇଟି ହାଇଡ୍ରୋଜେନ୍ ପରମାଣୁ ସେମାନଙ୍କ ଗୋଟିଏ ଲେଖାଏଁ ଇଲେକ୍‌ଟ୍ରର ସହଭାଜନ କରି ଏକ ସହ ସଂଯୋଜ୍ୟ ବନ୍ଧ ଗଠନ କରି H2 ଅଣୁ ଗଠନ କରନ୍ତି ।
    BSE Odisha 10th Class Physical Science Important Questions Chapter 4 img-24

3. ଫୁଲେରିନ୍‌ କ’ଣ ? ଏହାର ନାମକରଣ ଏପରି କାହିଁକି କରାଯାଇଛି ?
ଊ–

  • କାର୍ବନର ଅନ୍ୟ ଏକ ରୂପ ହେଲା- ଫୁଲୋରିନ୍ ।
  • ପ୍ରଥମେ ଚିହ୍ନିତ ହୋଇଥିବା କାର୍ବନର ଏହି ରୂପଟି ହେଲା C-60। ଯେଉଁଥ‌ିରେ କାର୍ବନ ପରମାଣୁଗୁଡ଼ିକ ଫୁଟବଲ ଆକାରରେ ସଜ୍ଜିତ ହୋଇ ରହିଥାଏ ।
  • ଯୁକ୍ତରାଷ୍ଟ୍ର ଆମେରିକାର ସ୍ଥପତି ବକ୍‌ମିନ୍‌ଷ୍ଟର ଫୁଲରଙ୍କ ଦ୍ବାରା ପରିକଳ୍ପନା କରାଯାଇଥିବା ଭୂପରିଣାମ ବିଦ୍ୟା
  • ଏହାର ଆକାର ସାଧାରଣତଃ ଖେଳୁଥିବା ଫୁଟ୍‌ବଲ୍‌ ପରି ।

4. ଅସମ ପରମାଣୁ କ’ଣ ? ଏମାନଙ୍କର ବିଶେଷତ୍ବ କ’ଣ ?
ଊ–

  • ହାଇଡ୍ରୋକାର୍ବନରେ ହାଇଡ୍ରୋଜେନ୍ ବଦଳରେ ଯେଉଁ ମୌଳିକ ପରମାଣୁ ବା କେତେକ ମୌଳିକ ପରମାଣୁର ଗ୍ରୁପ୍ ସ୍ଥାନ ପାଇଥାଏ, ତାହାକୁ ଅସମ ପରମାଣୁ କହନ୍ତି ।
  • ଏହି ଅସମ ପରମାଣୁ କାର୍ବନ ଯୌଗିକର ଗୁଣ ନିର୍ଦ୍ଧାରଣ କରିଥା’ନ୍ତି ।

5. କାର୍ବନ ଯୌଗିକର ବହୁଳତାର ଦୁଇଟି କାରଣ ଲେଖ ।
ଊ– ‍
(i) କାଟିନେସନ୍ – କାର୍ବନର ଅନ୍ୟ କାର୍ବନ ପରମାଣୁ ସହିତ ବନ୍ଧ ଗଠନ କରି ବୃହତ୍ ଅଣୁ ସୃଷ୍ଟି କରିବାପାଇଁ ଅନନ୍ୟ ସାମର୍ଥ୍ୟ ରହିଛି । ଏହି ଗୁଣକୁ କାଟିନେସନ୍ କହନ୍ତି । ଯୌଗିକଗୁଡ଼ିକର ସଂରଚନା ସଳଖ ଚେନ୍, ଶାଖା ଚେନ୍ କିମ୍ବା ଚକ୍ରାକାର ଚେନ୍ ରୂପରେ ଦେଖାଯାଏ ।

(ii) ଚତୁଃ ସଂଯୋଗ୍ୟତା – କାର୍ବନର ସଂଯୋଜକ କକ୍ଷରେ 4ଟି ଇଲେକ୍‌ଟ୍ରନ ଥିବାରୁ ଏହାର ଇଲେକ୍‌ଟ୍ରନ୍ ଅନ୍ୟ କାର୍ବନ କିମ୍ବା ଅନ୍ୟ ଏକ ଯୋଗ୍ୟତା ବିଶିଷ୍ଟ ଅନ୍ୟ ମୌଳିକର ପରମାଣୁ ସହ ବନ୍ଧ ଗଠନ କରିବା ପାଇଁ ସମର୍ଥ ହୋଇଥାଏ । ଅକ୍‌ସିଜେନ୍ ହାଇଡ୍ରୋଜେନ୍, ନାଇଟ୍ରୋଜେନ୍‌, ସଲଫର୍‌, କ୍ଲୋରିନ୍‌ ଏବଂ ଆହୁରି ଅନେକ ମୌଳିକ ସହ କାର୍ବନର ଯୌଗିକ ସୃଷ୍ଟି ହୋଇଥାଏ । ଫଳରେ କାର୍ବନର ଯୌଗିକ ସଂଖ୍ୟା ବୃଦ୍ଧି ହୋଇଥାଏ ।

6. ଜୈବ ରସାୟନ ବିଜ୍ଞାନ ବଦଳରେ କାର୍ବନ ଯୌଗିକ ବିଜ୍ଞାନ କୁହାଯାଇଛି କାହିଁକି ?
ଉ-

  • କାର୍ବନ ଓ ହାଇଡ୍ରୋଜେନ୍‌କୁ ନେଇ ଯୌଗିକ ପ୍ରାକୃତିକ ପଦାର୍ଥରୁ ନିଷ୍କାସନ କରାଯାଉଥିଲା, ତେଣୁ ଏହାକୁ କାର୍ବନ ଯୌଗିକ ବା ଜୈବ ଯୌଗିକ କୁହାଯାଉଥିଲା । ଧାରଣା ଥିଲା ଯେ ଏହା ଜୀବନ୍ତ ପଦାର୍ଥ ଭିତରେ ପ୍ରସ୍ତୁତ
  • କିନ୍ତୁ ଫ୍ରେଡ୍ରିକ୍ ଭୋଲାର 1828 ମସିହାରେ ଏମୋନିୟମ୍ ସିଆନେଟ୍‌ରୁ ୟୁରିଆ ପ୍ରସ୍ତୁତ କରି ଏହାକୁ ଖଣ୍ଡନ କରିଥିଲେ ।

7. ସେବେଠାରୁ ଏହାକୁ ଜୈବ ରସାୟନ ବିଜ୍ଞାନ ବଦଳରେ କାର୍ବନ ଯୌଗିକ ବିଜ୍ଞାନ କୁହାଗଲା । କୋଇଲା ଓ ପେଟ୍ରୋଲିୟମ୍ବର ଦହନ ପରିବେଶକୁ ପ୍ରଦୂଷଣ କରେ କାହିଁକି ?
ଉ-

  • କୋଇଲା ଓ ପେଟ୍ରୋଲିୟମ୍‌ରେ କିଛି ପରିମାଣରେ ନାଇଟ୍ରୋଜେନ୍ ଓ ସଲଫର୍‌ ଥାଏ ।
  • କୋଇଲା ଓ ପେଟ୍ରୋଲିୟମ୍‌ର ଦହନରେ ନାଇଟ୍ରୋଜେନ୍ ନାଇଟ୍ରୋଜେନ୍‌ ଅକ୍‌ସାଇଡ୍‌ରେ ଏବଂ ସଲଫର-ସଲଫର୍ ଡାଇଅକ୍‌ସାଇଡ୍‌ରେ ପରିଣତ ହୁଏ । ଏହି ଦୁଇଟି ଗ୍ୟାସ୍ ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ |

BSE Odisha 10th Class Physical Science Important Questions Chapter 4 କାର୍ବନ ଓ ଏହାର ଯୌଗିକ

8. ହୋମଲଗସ୍ ଶ୍ରେଣୀର ଗୁଣଗୁଡ଼ିକ ଲେଖ ।
ଉ-

  • ହୋମଲଗସ୍ ଶ୍ରେଣୀର ସକ୍ରିୟ ଗ୍ରୁପ୍ ସମାନ ଥାଏ ।
  • ଏଗୁଡ଼ିକ ସମାନ ରାସାୟନିକ ଧର୍ମ ପ୍ରଦର୍ଶନ କରନ୍ତି ।
  • ଭୌତିକ ପ୍ରକୃତିରେ ଏକ କ୍ରମବିନ୍ୟାସ ଦେଖାଯାଏ ଏବଂ ଆଣବିକ ବସ୍ତୁତ୍ଵ ବୃଦ୍ଧି ଘଟେ ।
  • ଏଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଦ୍ରାବକରେ ଦ୍ରବୀଭୂତ ହୋଇଥା’ନ୍ତି ।

9. ଲ୍‌କେନ୍ ଓ ଆଲ୍‌କିନ୍ କ’ଣ ବୁଝାଅ ? ପ୍ରତ୍ୟେକର ସାଧାରଣ ଅଣୁ ସଙ୍କେତ ‘ଲେଖ ।
ଉ-

  • ଯେଉଁ ହାଇଡ୍ରୋକାର୍ବନଗୁଡ଼ିକରେ କାର୍ବନ କାର୍ବନ ମଧ୍ୟରେ ଗୋଟିଏ ଲେଖାଏଁ ବନ୍ଧ ଥାଏ ସେଗୁଡ଼ିକୁ ଆଲ୍‌କେନ୍ କହନ୍ତି ।
  • ଏହାର ସାଧାରଣ ଅଣୁ ସଙ୍କେତ CnH2n+2 |
  • ଯେଉଁ ହାଇଡ୍ରୋକାର୍ବନଗୁଡ଼ିକରେ କାର୍ବନ କାର୍ବନ ମଧ୍ୟରେ ଦୁଇଟି ଲେଖାଏଁ ବନ୍ଧ ଥାଏ, ସେଗୁଡ଼ିକୁ ଆଲ୍‌କିନ୍ କହନ୍ତି ।
  • ଏହାର ସାଧାରଣ ଅଣୁ ସଙ୍କେତ CnH2n

10. ସଂରଚନାତ୍ମକ ଆଇସୋମର କ’ଣ ? ଗ୍ରାଫିକ୍ ସଙ୍କେତ ସହ ଉଦାହରଣ ଦେଇ ବୁଝାଅ ।
ଉ –

  • ଯେଉଁ ଯୌଗିକଗୁଡ଼ିକର ଏକ ଅଣୁ ସଙ୍କେତ ଥାଏ; କିନ୍ତୁ ଅଣୁ ଭିତରେ ପରମାଣୁ ସଜ୍ଜା ପୃଥକ୍ ହୋଇଥାଏ, ସେହି ଯୌଗିକଗୁଡ଼ିକୁ ସଂରଚନାତ୍ମକ ଆଇସୋମର କହନ୍ତି ।
  • ଉଦାହରଣ : ବ୍ଲୁଟେନ୍‌ର ଅଣୁ ସଙ୍କେତ C4H10
    BSE Odisha 10th Class Physical Science Important Questions Chapter 4 img-25

11. କାଟିନେସନ୍ କ’ଣ ? ସିଲିକନ୍‌ର କାଟିନେସନ୍ କାର୍ବନର କାଟିନେସନ୍‌ଠାରୁ କିପରି ଭିନ୍ନ ?
ଉ –

  • କାର୍ବନ୍‌ର ଅନ୍ୟ କାର୍ବନ ପରମାଣୁ ସହିତ ବନ୍ଧ ଗଠନ କରି ବୃହତ୍ ଅଣୁ ସୃଷ୍ଟି କରିବା ପାଇଁ ଅନନ୍ୟ ସାମର୍ଥ୍ୟ ରହିଛି । ଏହି ଗୁଣକୁ କାଟିନେସନ୍ କହନ୍ତି ।
  • କାର୍ବନ ଶୃଙ୍ଖଳରେ ବହୁସଂଖ୍ୟକ କାର୍ବନ ସଂଯୁକ୍ତ ହେଉଥ‌ିବାବେଳେ ସିଲିକନ୍ ଶୃଙ୍ଖଳରେ ସାତଟି କିମ୍ବା ଆଠଟି ସିଲିକନ୍ ପରମାଣୁ ସଂଯୁକ୍ତ ହୋଇଥାଏ ।

12. ଆଣବିକ ସଙ୍କେତ C3H6O ଉଭୟ ଆଲ୍‌ହାଇଡ୍ ଓ କିଟୋନ୍ ହୋଇପାରେ । ସେମାନଙ୍କର ସଂରଚନା ଓ ନାମ ଲେଖ ।
ଉ –
C3H6O ଆଣବିକ ସଙ୍କେତ ଥିବା ଆଲଡିହାଇଡ୍‌ର ନାମ ପ୍ରୋପାନାଲ ଏବଂ କିଟୋନ୍‌ର ନାମ ପ୍ରୋପାନନ୍ । ଏମାନଙ୍କର ସକ୍ରିୟ ଗ୍ରୁପ୍ ଭିନ୍ନ ଅଟେ ।
BSE Odisha 10th Class Physical Science Important Questions Chapter 4 img-26

13. ସହସଂଯୋଜ୍ୟ ଯୌଗିକର ଧର୍ମ ଦର୍ଶାଅ I
ଉ –

  • ଏହି ଯୌଗିକଗୁଡ଼ିକ ସାଧାରଣତଃ ବିଦ୍ୟୁତ୍ କୁପରିବାହୀ ଅଟେ ।
  • ଏହି ଯୌଗିକଗୁଡ଼ିକର ଗଳନାଙ୍କ ଓ ସ୍ଫୁଟନାଙ୍କ କମ୍ ଅଟେ ।
  • ଏହି ଯୌଗିକର ଅଣୁଗୁଡ଼ିକ ମଧ୍ୟରେ ଆକର୍ଷଣ ବଳ ଦୃଢ଼ ନୁହେଁ ।
  • ଏହି ଯୌଗିକଗୁଡ଼ିକର ବନ୍ଧ କୌଣସି ଆୟନ୍ ସୃଷ୍ଟି କରନ୍ତି ନାହିଁ ।

14. ମିଥେନ୍ ଅଣୁର ସଂକେତ ଓ ଦୁଇଟି ବ୍ୟବହାର ଲେଖ ।

  • ମିଥେନ୍ ଅଣୁର ସଙ୍କେତ CH4BSE Odisha 10th Class Physical Science Important Questions Chapter 4 img-27
  • ବ୍ୟବହାର :
    • ମିଥେନ୍ ଇନ୍ଧନ ରୂପେ ବହୁଳ ବ୍ୟବହୃତ ହୁଏ । ଏହା ଏକ ଜୈବଗ୍ୟାସ୍ ।
    • ସଞ୍ଚାପିତ ପ୍ରାକୃତିକ ଗ୍ୟାସ୍‌ର ମୁଖ୍ୟ ଉପାଦାନ ଅଟେ ।

15. କାର୍ବନ ଏବଂ ଏହାର ଯୌଗିକକୁ ଅଧିକାଂଶ ପ୍ରୟୋଗରେ ଇନ୍ଧନ ରୂପେ ବ୍ୟବହାର କରାଯାଏ କାହିଁକି ?
ଉ –

  • କାର୍ବନର ଯେକୌଣସି ଯୌଗିକ ଅକ୍‌ସିଜେନ୍‌ରେ ଜଳିଲେ କାର୍ବନ ଡାଇଅକ୍‌ସାଇଡ୍, ତାପ ଓ ଆଲୋକ ଉତ୍ପନ୍ନ ହୁଏ ।
  • ଅଧିକାଂଶ କାର୍ବନ ଯୌଗିକ ମଧ୍ୟ ଦହନ ପ୍ରତିକ୍ରିୟାରେ ବହୁ ପରିମାଣର ତାପଶକ୍ତି ଓ ଆଲୋକ ଶକ୍ତି ସୃଷ୍ଟି କରିଥା’ନ୍ତି ।
  • ଏକକ ବସ୍ତୁତ୍ଵ ବିଶିଷ୍ଟ କାର୍ବନ ଯୌଗିକରୁ ଅନ୍ୟ ତୁଳନାରେ ଅଧ୍ଵକ ଶକ୍ତିମିଳେ ।

16. ପେଣ୍ଟିନ୍‌ ଓ ପ୍ରୋପାଇନ୍ ଅଣୁରେ କେତୋଟି ଲେଖାଏ ହାଇଡ୍ରୋଜେନ ପରମାଣୁ ଅଛି ?
ଉ –

  • ପେଣ୍ଟିନ୍ ଅଣୁ (C5H10 ) 10 ଟି ହାଇଡ୍ରୋଜେନ ପରମାଣୁ ଅଛି ।
  • ପ୍ରୋପାଇନ୍ ଅଣୁ (C3H4) ରେ 4 ଟି ହାଇଡ୍ରୋଜେନ୍ ପରମାଣୁ ଅଛି ।

17. କାଟିନେସନ୍ କାର୍ବନଠାରେ କାହିଁକି ଦେଖାଯାଏ ?
ଉ –

  • କାର୍ବନର ଆକାର ଛୋଟ ଯୋଗୁଁ ଏହା ଅକ୍ଳେଶରେ ବନ୍ଧ ଗଠନ କରିପାରେ ।
  • ସହଭାଜିତ ଇଲେକ୍‌ଟ୍ରମ୍ ଯୁଗଳକୁ ଶକ୍ତଭାବରେ ଧରି ରଖୁବାପାଇଁ ଏହା ନ୍ୟୁକ୍ଲିୟସକୁ ସମର୍ଥ କରିଥାଏ । ଫଳରେ ଏକ-ବନ୍ଧ, ଦ୍ବି-ବନ୍ଧ କିମ୍ବା ତ୍ରି-ବନ୍ଧ ଗଠନ କରିବାକୁ ସମର୍ଥ ହୁଏ ।

18. ପୃକ୍ତ କାର୍ବନ ଯୌଗିକ କ’ଣ ଉଦାହରଣ ଦିଅ ।
ଊ–

  • ପୃକ୍ତ କାର୍ବନ ଯୌଗିକ : ଯେଉଁ କାର୍ବନ ଯୌଗିକରେ ପ୍ରତ୍ୟେକ କାର୍ବନ ପରମାଣୁ କେବଳ ଏକ ସହ ସଂଯୋଜ୍ୟ ବନ୍ଧଦ୍ଵାରା ଅନ୍ୟ କାର୍ଟୁନ ପରମାଣୁ ସହ ସଂଯୁକ୍ତ ହୋଇଥାଏ, ତାହାକୁ ପୃକ୍ତ କାର୍ବନ ଯୌଗିକ କହନ୍ତି । ଏହାକୁ ଆଲକେନ୍ ମଧ୍ୟ କହନ୍ତି ।
  • ଉଦାହରଣ : ମିଥେନ୍ (CH4), ଇଥେନ୍ (C2H6), ପ୍ରୋପେନ୍ (C3H8) ଆଦି ପୃକ୍ତ କାର୍ବନ ଯୌଗିକ ।

19. ଇଥାନଲ୍‌ରୁ ଇଥାନୋଇକ୍ ଏସିଡ୍କୁ ରୂପାନ୍ତର କାହିଁକି ଏକ ଜାରଣ ପ୍ରକ୍ରିୟା ?
ଊ–

  • BSE Odisha 10th Class Physical Science Important Questions Chapter 4 img-28
  • ଏହି ପ୍ରତିକ୍ରିୟାରେ ହାଇଡ୍ରୋଜେନ୍ ପରମାଣୁର ହ୍ରାସ ପରିଲକ୍ଷିତ ହେଉଥ‌ିବାରୁ ଏହା ଏକ ଜାରଣ ପ୍ରତିକ୍ରିୟା ଅଟେ ।

BSE Odisha 10th Class Maths Solutions Geometry Chapter 4 ତ୍ରିକୋଣମିତି Ex 4(c)

Odisha State Board BSE Odisha 10th Class Maths Solutions Geometry Chapter 4 ତ୍ରିକୋଣମିତି Ex 4(c) Textbook Exercise Questions and Answers.

BSE Odisha Class 10 Maths Solutions Geometry Chapter 4 ତ୍ରିକୋଣମିତି Ex 4(c)

Question 1.
ଗୋଟିଏ ବୃକ୍ଷର ପାଦଦେଶ ସହ ଏକ ସମତଳରେ ଏବଂ ଏହାଠାରୁ 120 ମିଟର ଦୂରରେ ଅବସ୍ଥିତ କୌଣସି ବିନ୍ଦୁରେ ବୃକ୍ଷର ଅଗ୍ରଭାଗର କୌଣିକ ଉନ୍ନତିର ପରିମାଣ 30° ହେଲେ ବୃକ୍ଷର ଉଚ୍ଚତା ନିର୍ଣ୍ଣୟ କର ।
Solution:
ପାଣଣ୍ଠ ତିତ୍ରରେ ମନେକର AB ବଘର କଲତା |
BC = ବୃକ୍ଷର ପାଦଦେଶଠାରୁ C ବିନ୍ଦୁର ଦୂରତ୍ବ = 120 ମିଟର
C ଠାରେ A ବିନ୍ଦୁର କୌଣିକ ଉନ୍ନତି = 30°, ଅର୍ଥାତ୍ m∠ACB = 30° |
ABC ସମକୋଣା ତ୍ରିଭୁଇରେ , tan 30° = \(\frac { AB }{ BC }\)
BSE Odisha 10th Class Maths Solutions Geometry Chapter 4 Img 1
⇒ \(\frac{1}{\sqrt{3}}\) = \(\frac { AB }{ 120 }\) ⇒ AB = \(\frac{120}{\sqrt{3}}\) ମି.
⇒ AB = \(\frac{120 \sqrt{3}}{3}\) ମି. = 40√3 ମି. = 40 × 1.732 ମି. = 69.28 ମି.

BSE Odisha 10th Class Maths Solutions Geometry Chapter 4 ତ୍ରିକୋଣମିତି Ex 4(C)

Question 2.
27 ମିଟର ଉଚ୍ଚ ଏକ ବତୀଘରର ଶୀର୍ଷରୁ ଏକ ଜାହାଜର କୌଣିକ ଅବନତିର ପରିମାଣ 30° । ବତୀଘରଠାରୁ ଜାହାଜର ଦୂରତା ନିର୍ଣ୍ଣୟ କର ।
Solution:
ପାର୍ଶ୍ୱସ୍ଥ ଚିତ୍ରରେ ମନେକର AB ବତୀଘରର ଉଚ୍ଚତା = 27 ମି.
ବତୀଘର ଶୀର୍ଷ Aରୁ ଏକ ସମତଳରେ ଅବସ୍ଥିତ ଜାହାଜର କୌଣିକ ଅବନତି 30° |
∵ m∠DAC 30°
ବତୀଘରଠାରୁ ଜାହାଜର ଦୂରତା = BC
ଏଠାରେ \(\overline{\mathrm{BC}}\) ||\(\overline{\mathrm{AD}}\), \(\overline{\mathrm{AC}}\) ଛେଦକ ।
∴ m∠DAC = m∠ACB = 30° (ଏକାନ୍ତ୍ରର)
BSE Odisha 10th Class Maths Solutions Geometry Chapter 4 Img 2
ABC ସମକୋଣା ତ୍ରିରୁ କାଲେ tan 30° = \(\frac { AB }{ BC }\)
⇒ \(\frac{1}{\sqrt{3}}\) = \(\frac { 27 }{ BC }\) = 27√3 ମି. = 27 × 1.732 = 46.76 ମି.
∴ ବତୀଘରଠାରୁ ଜାହାଜର ଦୂରତା 46.76 ମିଟର ।

Question 3.
2 ମିଟର ଉଚ୍ଚ ଏକ ଦର୍ଶକ ଦେଖିଲା ଯେ, 24 ମିଟର ଦୂରରେ ଥ‌ିବା ଏକ ସ୍ତମ୍ଭର କୌଣିକ ଉନ୍ନତିର ପରିମାଣ 30° । ସ୍ତମ୍ଭର ଉଚ୍ଚତା ନିର୍ଣ୍ଣୟ କର ।
Solution:
ପାର୍ଶ୍ୱସ୍ଥ ଚିତ୍ରରେ, ମନେକର ସ୍ତମ୍ଭର ଉଚ୍ଚତା AB |
CD = ଦର୍ଶକର ଉଚ୍ଚତା = 2 ମିଟର = BE,
∠ADE = 30°, BC = DE = 24 ମି. ।
BSE Odisha 10th Class Maths Solutions Geometry Chapter 4 Img 3
AED ସମକୋଣା ତ୍ରିରୁ କାଲେ, tan 30° = \(\frac { AE }{ DE }\)
⇒ \(\frac{1}{\sqrt{3}}\) = \(\frac { AE }{ 24 }\) ⇒ AE = \(\frac{24}{\sqrt{3}}\) ମି. = \(\frac{24 \sqrt{3}}{3}\) ମି. = 8√3 ମି.
= 8 × 1.732 ମି. = 13.86 ମି. |
∴ ସ୍ତମ୍ଭର ଉଚ୍ଚତା = AB = AE + BE = 13.86 ମି. + 2 ମି. = 15.86 ମି.
∴ ସ୍ତମ୍ଭର ଉଚ୍ଚତା 1586 ମିଟର ।

Question 4.
ଏକ ସିଡ଼ି ଏକ କାନ୍ଥର ଶୀର୍ଷକୁ ସ୍ପର୍ଶ କରୁଅଛି । ସିଡ଼ର ପାଦଦେଶରୁ କାନ୍ଥର ଦୂରତା 3 ମିଟର । ସିଡ଼ିଟି ଭୂମି ସହ 60° ରେ ଆନତ । ସିଡ଼ିର ଦୈର୍ଘ୍ୟ ସ୍ଥିର କର ।
Solution:
ପାଣଣ୍ଠ ଚିତ୍ରରେ, କାନ୍ତର ଇଲତା = AB ଓ ପତିର ବୈଶ୍ୟ = AC |
BC = ସିଡ଼ିର ପାଦଦେଶରୁ କାନ୍ଥର ଦୂରତା = 3 ମି.,
କାନ୍ଥଟି ଭୂମି ସହ ଲମ୍ବଭାବରେ ଥିବାରୁ m∠ABC = 90°
ସିଡ଼ିଟି ଭୂମି ସହ ଅଙ୍କନ କରିଥିବା କୋଣର ପରିମାଣ = 60°,
BSE Odisha 10th Class Maths Solutions Geometry Chapter 4 Img 4
ABC ସିଡ଼ିର ଦୈର୍ଘ୍ୟ 6 ମିଟର cos 60° = \(\frac { BC }{ AC }\)
⇒ \(\frac { 1 }{ 2 }\) = \(\frac { 3 }{ AC }\) ⇒ AC = 2 × 3 = 6 ମି.
∴ ସିତିର ଦେଶ୍ୟ 6 ମିଟର |

BSE Odisha 10th Class Maths Solutions Geometry Chapter 4 ତ୍ରିକୋଣମିତି Ex 4(C)

Question 5.
15 ମିଟର ଉଚ୍ଚ ଜଣେ ଦର୍ଶକ ଏକ କୋଠାଘରଠାରୁ 12 ମିଟର ଦୂରସ୍ଥ ଏକ ବିନ୍ଦୁରୁ ଦେଖୁଲା ଯେ, କୋଠାଘରର ଶୀର୍ଷର କୌଣିକ ଉନ୍ନତିର ପରିମାଣ 60° । କୋଠାଘରର ଉଚ୍ଚତା ନିର୍ଣ୍ଣୟ କର ।
Solution:
ପାର୍ଶ୍ୱସ୍ଥ ଚିତ୍ରରେ, AB = କୋଠାଘରର ଉଚ୍ଚତା |
CD = ଦର୍ଶକର ଉଚ୍ଚତା 1-5 ମିଟର = BM,
∠ACM = 60°, BD = MC = 12 ମିଟର ।
BSE Odisha 10th Class Maths Solutions Geometry Chapter 4 Img 5
AMC ସମକୋଣା ତ୍ରିଭୁକରେ tan 60° = \(\frac { AM }{ MC }\) ⇒ √3 = \(\frac { AM }{ 12 }\)
⇒ AM = 12 √3 = 12 × 1.732 = 20.78 ମି.
∴ କୋଠାଘରର ଉଚ୍ଚତା = AB = AM + MB = 20.78 + 1.5 = 22.28 ମିଟର ।

Question 6.
ସୂର୍ଯ୍ୟର କୌଣିକ ଉନ୍ନତିର ପରିମାଣ 60° ବେଳେ ଗୋଟିଏ ଗଛର ଛାଇର ଦୈର୍ଘ୍ୟ 15 ମିଟର ଥିଲା । ଗଛର ଉଚ୍ଚତା ନିର୍ଣ୍ଣୟ କର ।
Solution:
ପାର୍ଶ୍ୱସ୍ଥ ଚିତ୍ରରେ, ଗଛର ଉଚ୍ଚତା = AB | ଗଛର ଛାଇର ଦୈର୍ଘ୍ୟ = BC = 15 ମି. |
ସୂର୍ଯ୍ୟର କୌଣିକ ଉନ୍ନତି 60° ଅର୍ଥାତ୍ m∠ACB = 60° |
ABC ସମକୋଣା ତ୍ରିରୁ କାଲେ
BSE Odisha 10th Class Maths Solutions Geometry Chapter 4 Img 6
⇒ tan C = \(\frac { AB }{ BC }\)
⇒ tan 60° = \(\frac { AB }{ 15 }\) ⇒ √3 = \(\frac { AB }{ 15 }\)
⇒ AB = 15√3 ମି. = 15 × 1.732 = 25.98 ମି. |
∴ ଗାଛ୍ର ରକତା 25.98 ମିଟର |

Question 7.
300 ମି. ଉଚ୍ଚ ଏକ ପାହାଡ଼ ଉପରୁ ଏକ ସମତଳରେ ଅବସ୍ଥିତ ଗୋଟିଏ ସ୍ତମ୍ଭର ଶୀର୍ଷ ଓ ପାଦଦେଶର କୌଣିକ ଅବନତିର ପରିମାଣ ଯଥାକ୍ରମେ 30° ଓ 60° ହେଲେ ସ୍ତମ୍ଭର ଉଚ୍ଚତା ନିର୍ଣ୍ଣୟ କର ।
Solution:
ପାର୍ଶ୍ୱସ୍ଥ ଚିତ୍ରରେ, ପାହାଡ଼ର ଉଚ୍ଚତା = AB = 300 ମି.
ଓ ସ୍ତମ୍ଭର ଉଚ୍ଚତା = CD |
ପାହାଡ଼ ଓ ସ୍ତମ୍ଭ ମଧ୍ଯରେ ଦୂରତା = BC = DE, m∠ACB = 60° (ଏକାନ୍ତର)
ଓ m∠MAD = m∠ADE = 30° (ଏକାନ୍ତର) , CD = BE
ABC ସମକୋଣୀ ତ୍ରିଭୁଜରେ , tan C = \(\frac { AB }{ BC }\)
⇒ tan 60° = \(\frac { 300 }{ BC }\) ⇒ √3 = \(\frac { 300 }{ BC }\)
⇒ BC = \(\frac{300}{\sqrt{3}}\) = 100√3 ମି. |
BSE Odisha 10th Class Maths Solutions Geometry Chapter 4 Img 7
∴ BC = DE = 100√3 ମି.
AED ସମକୋଣୀ ତ୍ରିଭୁଜରେ tan D = \(\frac { AE }{ ED}\)
⇒ tan 30° = \(\frac{\mathrm{AE}}{100 \sqrt{3}}\) ⇒ \(\frac{1}{\sqrt{3}}\) = \(\frac{\mathrm{AE}}{100 \sqrt{3}}\) ⇒ AE = \(\frac{100 \sqrt{3}}{\sqrt{3}}\) = 100 ମି. |
CD = BE = AB – AE = (300 – 100) ମି. = 200 ମି.
∴ ସ୍ତମ୍ଭର ଉଚ୍ଚତା 200 ମିଟର ।

Question 8.
ସୂର୍ଯ୍ୟର କୌଣିକ ଉନ୍ନତିର ପରିମାଣ 60° ରୁ 45° କୁ ହ୍ରାସ ପାଇଥିବାରୁ ଏକ ସ୍ତମ୍ଭର ଛାଇର ଦୈର୍ଘ୍ୟ 24 ମିଟର ବୃଦ୍ଧି ପାଇଲା । ସ୍ତମ୍ଭର ଉଚ୍ଚତା ନିର୍ଣ୍ଣୟ କର ।
Solution:
ପାର୍ଶ୍ୱସ୍ଥ ଚିତ୍ରରେ, ସ୍ତମ୍ଭର ଉଚ୍ଚତା = AB ।
ସୂର୍ଯ୍ୟର କୌଣିକ ଉନ୍ନତି 60° ବେଳେ AB ସ୍ତମ୍ଭର ଛାଇର ସୂର୍ଯ୍ୟର କୌଣିକ BC |
ସୂର୍ଯ୍ୟର କୌଣିକ ଉନ୍ନତି 45° ବେଳେ AB ସ୍ତମ୍ଭର ଛାଇର ସୂର୍ଯ୍ୟର କୌଣିକ BD |
m∠ACB = 60° ଓ m∠ADB = 45°, CD = 24 ମି.
ମନେକର BC = x ମି. BD = BC + CD = (x + 24) ମି.
BSE Odisha 10th Class Maths Solutions Geometry Chapter 4 Img 8
ABC ସମକୋଣା ତ୍ରିଭୁଜରେ, tan C = \(\frac { AB }{ BC }\)
⇒ tan 60° = \(\frac { AB }{ BC }\) ⇒ √3 = \(\frac { AB }{ x }\) ⇒ AB = √3x ମି. |
ABD ସମକୋଣା ତ୍ରିଭୁଜରେ, tan D = \(\frac { AB }{ BD }\)
⇒ tan 45° = \(\frac{\sqrt{3} x}{x+24}\) ⇒ 1 = \(\frac{\sqrt{3} x}{x+24}\)
⇒ √3x = x + 24 ⇒ √3x – x = 24 ⇒ x (√3x – 1) = 24
⇒ x = \(\frac{24}{\sqrt{3}-1}\) = \(\frac{24(\sqrt{3}+1)}{(\sqrt{3}-1)(\sqrt{3}+1)}\) = \(\frac{24(\sqrt{3}+1)}{3-1}\)
= \(\frac{24(\sqrt{3}+1)}{2}\) = 12 (√3x + 1) ମି. |
∴ ପ୍ତମ୍ନର ଉକତା = AB = √3x = √3 × 12 (√3x + 1)
= (36 + 12√3) ମି. = 36 + 12 × 1.732 = 36 + 20.784 = 56.784 ମି. |
∴ ପ୍ତମ୍ନର ଉକତା 56.78 ମି. |

Question 9.
ଏକ ସମତଳ ଭୂମି ଉପରେ 40 ମିଟର ବ୍ୟବଧାନରେ ଦୁଇଟି ଖୁଣ୍ଟ ଲମ୍ବଭାବରେ ପୋତାଯାଇଛି । ଗୋଟିଏ ରେଖାଖଣ୍ଡର ମଧ୍ୟବିନ୍ଦୁରେ ଯେଉଁ କୋଣ ଉତ୍ପନ୍ନ କରନ୍ତି, ସେମାନେ ପରସ୍ପର ଅନୁପୂରକ । ଖୁଣ୍ଟଦ୍ଵୟର ଉଚ୍ଚତା ନିର୍ଣ୍ଣୟ କର ।
Solution:
ପାର୍ଶ୍ଵସ୍ଥ ଚିତ୍ରରେ, ସାନ ଖୁଣ୍ଟର ଉଚ୍ଚତା = AB ଓ ବଡ଼ ଖୁଣ୍ଟର ଉଚ୍ଚତା = EC । ଖୁଣ୍ଟଦ୍ଵୟ ମଧ୍ଯରେ ଦୂରତା = BC = 40 ମି. |
ମନେକର AB = x ମି., ତେବେ EC = 2x ମି. |
BD = CD = \(\frac { 40 }{ 2 }\) = 20 ମି. | m∠ADB + m∠EDC = 90°
ମନେକର m∠ADB = θ |
ତେବେ m∠EDC = 90° – θ
ABD ସମକୋଣା ତ୍ରିଭୁଜରେ, tan θ = \(\frac { AB }{ BD }\)
BSE Odisha 10th Class Maths Solutions Geometry Chapter 4 Img 9
⇒ tan θ = \(\frac { x }{ 20 }\)
ECD ସମକୋଣା ତ୍ରିଭୁଜରେ, tan (90° – θ) = \(\frac { EC }{ CD }\)
⇒ cot θ = \(\frac { 2x }{ 20 }\) = \(\frac { x }{ 10 }\) ⇒ tan θ = \(\frac { 10 }{ x }\)
(i) ଓ (ii) ରୁ \(\frac { x }{ 20 }\) = \(\frac { 10 }{ x }\) ⇒ x2 = 200
⇒ x = √200 = 10√2 ମି. |
∴ AB ଖୁଣର ଉକତା = x = 10√2 ମି. |
ଓ EC ଖୁଣର ଉକତା = 2x = 10√2 × 2 ମି. = 20√2 ମି. |

BSE Odisha 10th Class Maths Solutions Geometry Chapter 4 ତ୍ରିକୋଣମିତି Ex 4(C)

Question 10.
ଗୋଟିଏ ଗଛର ଶୀର୍ଷରୁ ଭୂମି ଉପରେ ଥ‌ିବା ଗୋଟିଏ ବସ୍ତୁର କୌଣିକ ଅବନତିର ପରିମାଣ 60° ଥିଲା । ସେହି ଗଛର ଶୀର୍ଷରୁ 15 ମିଟର ତଳକୁ ଓହ୍ଲାଇଆସିଲେ ଉକ୍ତ ବସ୍ତୁର କୌଣିକ ଅବନତିର ପରିମାଣ 30° ହୁଏ । ଗଛର ଉଚ୍ଚତା ନିର୍ଣ୍ଣୟ କର ।
Solution:
ପାର୍ଶ୍ୱସ୍ଥ ଚିତ୍ରରେ, ମନେକର ଗଛର ଉଚ୍ଚତା AC = x ମିଟର, AB = 15 ମିଟର । ସୁତରାଂ BC = (x – 15) ମିଟର ।
ବସ୍ତୁର ଅବସ୍ଥିତି D ହେଉ । CD ସହିତ \(\overrightarrow{\mathrm{AX}}\) ଓ \(\overrightarrow{\mathrm{BY}}\) ସମାନ୍ତର ସରଳରେଖା ଅଙ୍କନ କର । ପ୍ରଶ୍ନନୁସାରେ, A ଓ B ଠାରେ କୌଣିକ ଅବନତି m∠XAD = 60°
ଓ m∠YBD = 30° |
AX ଓ BY ରକାଯେ CD ସଦୃ ମାମାକୁର ହୋଇ ଥିବାରୁ m∠YBD = 30° ଓ m∠CDB = 30° |
ବର୍ତ୍ତମାନ ACD ସମକୋଣୀ ତ୍ରିଭୁଜରେ \(\frac { AC }{ CD }\) = tan 60° ⇒ \(\frac { x }{ CD }\) = √3
BSE Odisha 10th Class Maths Solutions Geometry Chapter 4 Img 10
⇒ CD = \(\frac{x}{\sqrt{3}}\)
BCD ସମକୋଣୀ ତ୍ରିଭୁଜରେ \(\frac { BC }{ CD }\) = tan 30° ⇒ \(\frac { x – 15 }{ CD }\) = \(\frac{1}{\sqrt{3}}\)
⇒ CD = (x – 15) √3
(i) ଓ (ii) ଉଭୟରୁ \(\frac{x}{\sqrt{3}}\) = (x −15) √3
⇒ 3 (x – 15) = x ⇒ 3x – 45 = x
⇒ 2x = 45 ଦା x = \(\frac { 45 }{ 2 }\) = 22\(\frac { 1 }{ 2 }\)
∴ ଗଛର ଉଚ୍ଚତା 22.5 ମିଟର ।

Question 11.
10 ମିଟର ଉଚ୍ଚ ଏକ ସ୍ତମ୍ଭର ଅଗ୍ରଭାଗରୁ ଏକ ସମତଳରେ ଅବସ୍ଥିତ ଗୋଟିଏ ମନ୍ଦିରର ଶୀର୍ଷର କୌଣିକ ଉନ୍ନତିର ପରିମାଣ ଓ ପାଦଦେଶର କୌଣିକ ଅବନତିର ପରିମାଣ ଯଥାକ୍ରମେ 45° ଓ 30° ହୋଇଯାଏ । ମନ୍ଦିରର ଉଚ୍ଚତା ନିର୍ଣ୍ଣୟ କର ।
BSE Odisha 10th Class Maths Solutions Geometry Chapter 4 Img 11
Solution:
ପାର୍ଶ୍ୱସ୍ଥ ଚିତ୍ରରେ, ସ୍ତମ୍ଭର ଉଚ୍ଚତା = AB = 10 ମି. । ମନ୍ଦିରର ଉଚ୍ଚତା = DC
ସ୍ତମ୍ଭ ଓ ମନ୍ଦିର ମଧ୍ୟରେ ଦୂରତା = BC = AE I ସ୍ତମ୍ଭର ଶୀର୍ଷ Aରୁ
ଏକ ସମତଳରେ ଅବସ୍ଥିତ ମନ୍ଦିରର ଶୀର୍ଷ Dର କୌଣିକ ଉନ୍ନତି 45° ।
ଆଥାତ; m∠DAE = 45°, m∠EAC = m∠ACB = 30°
AB = CE = 10 ମି. BC = AE
AED ସମକୋଣା ତ୍ରିଭୁଜରେ, tan A = \(\frac { DE }{ AE }\)
⇒ tan 45° = \(\frac{\mathrm{DE}}{10 \sqrt{3}}\) ⇒ 1 = \(\frac{\mathrm{DE}}{10 \sqrt{3}}\) ⇒ DE = 10√3 ମି. |
DC = DE + CE = 10√3 + 10 = 10 × 1.732 + 10 = 17.32 + 10 = 27.32 ମି. |
∴ ଗଛର ଉଚ୍ଚତା 27.32 ମିଟର ।

Question 12.
12 ମିଟର ପ୍ରସ୍ଥ ଏକ ରାସ୍ତାର ଏକ ପାର୍ଶ୍ଵରେ ଥ‌ିବା ଏକ କୋଠାଘର, ଏହାର ଅପରପାର୍ଶ୍ବରେ ଥ‌ିବା ଅନ୍ୟ ଏକ ଘରର ଝରକାରେ ଏକ ସମକୋଣ ସୃଷ୍ଟି କରେ । କୋଠାଘରର ପାଦଦେଶରେ ଝରକାର କୌଣିକ ଉନ୍ନତିର ପରିମାଣ 30° ହେଲେ କୋଠାଘରର ଉଚ୍ଚତା ନିର୍ଣ୍ଣୟ କର ।
Solution:
ପାର୍ଶ୍ୱସ୍ଥ ଚିତ୍ରରେ, ରାସ୍ତାର ପ୍ରସ୍ଥ = BC = 12 ମି. |
କୋଠାଘରର ଉଚ୍ଚତା = AB |
ଅପର ପାର୍ଶ୍ଵରେ ଥ‌ିବା ଝରକାର ଅବସ୍ଥାନ = D |
m∠ADB = 90°, m∠CBD = 30°, m∠ABC = 90°
m∠ABD = 90°, m∠ABC – m∠CBD = 90° – 30° = 60°
BSE Odisha 10th Class Maths Solutions Geometry Chapter 4 Img 12
BCD ସମକୋଣୀ ତ୍ରିଭୁଜରେ , cos 30° = \(\frac { BC }{ BD }\)
⇒ \(\frac{\sqrt{3}}{2}\) = \(\frac { 12 }{ BD }\) ⇒ BD = \(\frac{24}{\sqrt{3}}\) = 8√3 ମି. |
ABD ସମକୋଣୀ ତ୍ରିଭୁଜରେ , cos 60° = \(\frac { BC }{ BD }\)
= \(\frac { 1 }{ 2 }\) = \(\frac{8 \sqrt{3}}{A B}\) ⇒ AB = 16√3 = 16 × 1.732 = 27.71 ମି. |
∴କୋଠାଘରର ଉଚ୍ଚତା 27.71 ମି. |

Question 13.
ଜଣେ ଲୋକ ଗୋଟିଏ ନଦୀ କୂଳରେ ଠିଆ ହୋଇ ଦେଖୁଲା ଯେ, ନଦୀର ଅପର ପାର୍ଶ୍ୱସ୍ଥ ଭୂମିରେ ଥ‌ିବା ଗୋଟିଏ ଦୁର୍ଗର କୌଣିକ ଉନ୍ନତିର ପରିମାଣ 60° | ଦୁର୍ଗ ସହିତ ଏକ ସରଳରେଖାରେ ମିଟର 60 ପଛକୁ ଘୁଞ୍ଚିଆସି ଦେଖୁଲା ଯେ, ଉକ୍ତ କୌଣିକ ଉନ୍ନତିର ପରିମାଣ 45° ହେଲା । ନଦୀର ପ୍ରସ୍ଥ ନିର୍ଣ୍ଣୟ କର ।
Solution:
ପାର୍ଶ୍ୱସ୍ଥ ଚିତ୍ରରେ, ଦୁର୍ଗର ଉଚ୍ଚତା = AB | ଲୋକଟି ବିନ୍ଦୁରେ ଠିଆ ହୋଇଥିଲା । A ବିନ୍ଦୁରେ C ର କୌଣିକ ଉନ୍ନତିର ପରିମାଣ 60° ଓ D ର କୌଣିକ ଉନ୍ନତିର ପରିମାଣ 45° |
ଅଥାତ୍ ; m∠ACB = 60° ଓ m∠ADB = 45°, CD = 60° ମି |
ମନେକର BC = x ମି |
BD = BC + CD = (x + 60) ମି
BSE Odisha 10th Class Maths Solutions Geometry Chapter 4 Img 13
ABC ସମକୋଣା ତ୍ରିଭୁଜରେ, tan C = \(\frac { AB }{ BC }\)
⇒ tan 60° = \(\frac { AB }{ x }\) ⇒ √3 = \(\frac { AB }{ x }\) ⇒ AB = √3x ମି |
ABD ସମକୋଣା ତ୍ରିଭୁଜରେ, tan D = \(\frac { AB }{ BD }\)
⇒ tan 45° = \(\frac{\sqrt{3} x}{x+60}\)
⇒ 1 = \(\frac{\sqrt{3} x}{x+60}\)
⇒ √3x = x + 60
⇒ √3x – x = 60
⇒ x (√3 – 1) = 60
⇒ x = \(\frac{60}{\sqrt{3}-1}\) = \(\frac{60(\sqrt{3}+1)}{(\sqrt{3}-1)(\sqrt{3}+1)}\) = \(\frac{60(\sqrt{3}+1)}{(\sqrt{3})^2-(1)^2}\) = \(\frac{60(\sqrt{3}+1)}{3-1}\) = 30 (√3x + 1) ମି |
= 30 (1.732 + 1) ମି = 30 × 2.732 = 81.96 ମି |

Question 14.
ଦୁଇଟି ସ୍ତମ୍ଭ ପରସ୍ପରଠାରୁ 12 ମିଟର ଦୂରରେ ଏକ ସମତଳ ଉପରେ ଅବସ୍ଥିତ । ଗୋଟିକର ଉଚ୍ଚତା ଅନ୍ୟଟିର ଦୁଇଗୁଣ । ସ୍ତମ୍ଭଦ୍ବୟର ପାଦବିନ୍ଦୁକୁ ଯୋଗକରୁଥ‌ିବା ରେଖାଖଣ୍ଡର ମଧ୍ୟବିନ୍ଦୁରୁ ଦେଖ‌ିଲେ ସ୍ତମ୍ଭଦ୍ଵୟର ଶୀର୍ଷବିନ୍ଦୁଦ୍ଵୟର କୌଣିକ ଉନ୍ନତି ପରସ୍ପର ଅନୁପୂରକ ହୁଏ, ସ୍ତମ୍ଭନ୍ୱୟର ଉଚ୍ଚତା ନିର୍ଣ୍ଣୟ କର ।
Solution:
ପାର୍ଶ୍ୱସ୍ଥ ଚିତ୍ରରେ, ସ୍ତମ୍ଭଦ୍ବୟର ଉଚ୍ଚତା ଯଥାକ୍ରମେ AB ଓ ED ସ୍ତମ୍ଭଦ୍ବୟ ମଧ୍ୟରେ ଦୂରତା = BD = 12 ମି |
BC = CD = \(\frac { 12 }{ 2 }\) = 6 ମି
ଯଦି m∠ECD = θ° ହୁଏ, ତେବେ m∠ACB = 90° – θ° ହେବ |
ମନେକର ED = x ମି ତେବେ, AB = 2x ମି (∵ AB = 2ED)
ECD ସମକୋଣା ତ୍ରିଭୁଜରେ, tan θ = \(\frac { ED }{ CD }\) ⇒ tan θ = \(\frac { x }{ 6 }\)
ABC ସମକୋଣା ତ୍ରିଭୁଜରେ, tan (90° – θ) = \(\frac { AB }{ BC }\)
BSE Odisha 10th Class Maths Solutions Geometry Chapter 4 Img 14
⇒ cot θ = \(\frac { 2x }{ 6 }\) ⇒ \(\frac { 1 }{ tan θ }\) = \(\frac { 2x }{ 6 }\)
⇒ tan θ = \(\frac { 3 }{ x }\)
(i) ଓ (ii) ର \(\frac { x }{ 6 }\) = \(\frac { 3 }{ x }\) ⇒ x2 = 18
⇒ x = √18 = 3√2 ମି , ED = x = 3√2 ମି
AB = 2x = 2 × 3√2 = 6√2 ମି
∴ ସମଦ୍ଵୟର ରକ୍ତା ଯଥାକୃଣେ 6√2 ମି ଓ 3√2 ମି |

Question 15.
ଗୋଟିଏ ଦୁର୍ଗର ପାଦଦେଶ ସହ ଏକ ସରଳରେଖାରେ ଥ‌ିବା ଦୁଇଟି ବିନ୍ଦୁରୁ ଦୁର୍ଗର ଶୀର୍ଷଭାଗର କୌଣିକ ଉନ୍ନତିର ପରିମାଣ ଯଥାକ୍ରମେ 30° ଓ 45° । ଦୁର୍ଗର ଉଚ୍ଚତା 30 ମିଟର ହେଲେ, ବିନ୍ଦୁଦ୍ଵୟ ମଧ୍ୟରେ ବ୍ୟବଧାନ କେତେ ନିର୍ଣ୍ଣୟ କର ।
Solution:
ପାର୍ଶ୍ୱସ୍ଥ ଚିତ୍ରରେ, ଦୁର୍ଗର ଉଚ୍ଚତା AB = 30 ମିଟର ।
m∠ACB ଓ m∠ADB ଯଥାକ୍ରମେ C ଓ D ଦିନ୍ଦୁରୁ ଦୁଗର ଶୀର୍ଷ Aର କୌଣିକ ଉନ୍ନତି ଦତ୍ତ ଅଛି । ସେଗୁଡ଼ିକ ହେଲା –
m∠ACB = 45°, m∠ADB = 30°, ବିନ୍ଦୁଦ୍ଵୟ ମଧ୍ଯରେ ଦୂରତା CD ।
BSE Odisha 10th Class Maths Solutions Geometry Chapter 4 Img 15
ABC ସମକୋଣା ତ୍ରିଭୁଜରେ, tan 45° = \(\frac { AB }{ BC }\)
⇒ 1 = \(\frac { 30 }{ BC }\) ⇒ BC = 30 ମିଟର ।
ABD ସମକୋଣା ତ୍ରିଭୁଜରେ, tan 30° = \(\frac { AB }{ BD }\)
⇒ \(\frac{1}{\sqrt{3}}\) = \(\frac { 30 }{ BD }\) ⇒ 30√3 – 30
= (√3 – 1) = 30 (1.732 – 1) = 30 × 0. 732 = 21.96 ମିଟର ।

Question 16.
ଗୋଟିଏ କୋଠାର ଉଚ୍ଚତା 12 ମିଟର । କୋଠାର ଶୀର୍ଷରୁ ଏକ ସମତଳରେ ଅବସ୍ଥିତ ଏକ ସ୍ତମ୍ଭର ଶୀର୍ଷ ଓ ପାଦଦେଶର କୌଣିକ ଉନ୍ନତି ଓ ଅବନତିର ପରିମାଣ ଯଥାକ୍ରମେ 60° ଓ 30° । ସ୍ତମ୍ଭର ଉଚ୍ଚତା ଓ କୋଠାଘର ଠାରୁ ସ୍ତମ୍ଭର ଦୂରତା ନିର୍ଣ୍ଣୟ କର ।
Solution:
ପାର୍ଶ୍ୱସ୍ଥ ଚିତ୍ରରେ, କୋଠାର ଉଚ୍ଚତା AB = 12 ମି. । ମନେକର ସ୍ତମ୍ଭର ଉଚ୍ଚତା CD = x ମିଟର
∠DAE, A ବିନ୍ଦୁରୁ D ର କୌଣିକ ଉନ୍ନତି
∠EAC, A ବିନ୍ଦୁରୁ C ବିନ୍ଦୁର କୌଣିକ ଅବନତି ।
m∠DAE = 60°, m∠EAC = m∠ACB = 30° (ଏକାନ୍ତର)
BSE Odisha 10th Class Maths Solutions Geometry Chapter 4 Img 16
ABC ସମକୋଣୀ ତ୍ରିଭୁଜରେ tan 30° = \(\frac { AB }{ BC }\) ⇒ \(\frac{1}{\sqrt{3}}\) = \(\frac { 12 }{ BC }\)
⇒ BC = 12√3 = 12 × 1.732 = 20.78 ମିଟର ।
DAE ସମକୋଣା ତ୍ରିଭୁଜରେ, tan 60° = \(\frac { DE }{ AE }\)
⇒ √3 = x – 12 ⇒ x = 48 ମିଟର |
∴ ସ୍ତମ୍ଭର ଉଚ୍ଚତା 48 ମିଟର ଓ କୋଠାଘର ଠାରୁ ସ୍ତମ୍ଭର ଦୂରତା 20-78 ମିଟର ।

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

Odisha State Board BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ Important Questions and Answers.

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

Objective Type Questions with Answers 

A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. କାର୍ବନର ଏକ ଅପରରୂପର ନାମ ଲେଖ ।
ଉ –
ଗ୍ରାଫାଇଟ୍

2. ଜିଙ୍କ ଆମାଲଗାମରେ ଜିଙ୍କ୍ ସହ କ’ଣ ଥାଏ ?
ଉ –
ପାରଦ

3. Al2O3 + 2NaOH → ………………. + H2O.
ଉ –
2NaAlO3

4. ଜଳରେ କେଉଁ ଯୌଗିକଟି ଦ୍ରବୀଭୂତ ହେଲେ NaOH ଦିଏ ?
ଉ –
Na2O

5. ଉଭୟ ଅମ୍ଳୀୟ ଓ କ୍ଷାରୀୟ ଧର୍ମ ପ୍ରଦର୍ଶନ କରୁଥ‌ିବା ଅକ୍‌ସାଇଡ୍‌କୁ କ’ଣ କୁହାଯାଏ ?
ଉ –
ଏମ୍ପୋଟେରିକ୍‌ ଅକ୍‌ସାଇଡ୍

6. କେଉଁ ପ୍ରକ୍ରିୟାରେ ଏଲୁମିନିୟମ୍ ମୌଳିକ ଉପରେ ପ୍ରଲେପ ଦିଆଯାଏ ?
ଉ –
ଏନୋଡାଇଡିଂ

7. ଏନୋଡାଇଜିଂ ପ୍ରଣାଳୀରେ କେଉଁ ଅମ୍ଳ ବ୍ୟବହୃତ ହୁଏ ?
ଉ –
dil. H2SO4

8. Zn(s) + FeSO4(aq) → ZnSO4(aq) + Fe….(5) ମଧ୍ୟରେ କେଉଁଟି ବର୍ଣ୍ଣହୀନ ?
ଉ –
ZnSO4

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

9. ଗରମ ପାଣିଟାଙ୍କି ପାଇଁ କେଉଁ ଧାତୁର ପାତ୍ର ବ୍ୟବହାର କରାଯାଏ ?
ଉ –
ତମ୍ବା

10. Ca(s) + 2 H2O(l) → ………………. + H2(g)
ଉ –
Ca(OH)2

11. ଧାତୁକୁ କେଉଁ ତରଳ ପଦାର୍ଥରେ ବୁଡ଼ାଇ ରଖାଯାଏ ?
ଉ –
କିରୋସିନି

12. BSE Odisha 10th Class Physical Science Important Questions Chapter 3 img-1 ସମୀକରଣ କେଉଁ ରାସାୟନିକ ପ୍ରତିକ୍ରିୟା ଅଟେ ?
ଉ –
କାସିନେସନ୍

13. BSE Odisha 10th Class Physical Science Important Questions Chapter 3 img-2 ସମୀକରଣଟି କେଉଁ ରାସାୟନିକ ପ୍ରତିକ୍ରିୟା ଅନ୍ତର୍ଗତ ?
ଉ –
ରୋଷ୍ଟିଂ

14. ଲୌହ ବାମ୍ଫ ସହ ପ୍ରତିକ୍ରିୟା କରି କେଉଁ ଅକ୍‌ସାଇଡ୍ ସୃଷ୍ଟି ହୋଇଥାଏ ?
ଉ –
Fe3O4

15. ଜଳ କେଉଁ ଅବସ୍ଥାରେ ଥିବାବେଳେ ଏଲୁମିନିୟମ୍ ପ୍ରତିକ୍ରିୟା କରି ଅକ୍‌ସାଇଡ୍ ସୃଷ୍ଟିକରେ ?
ଉ –
ବାମ୍ଫ

16. ଅମ୍ଳରାଜରେ ଗାଢ଼ ନାଇଟ୍ରିକ୍ ଏସିଡ୍ ଓ ଗାଢ଼ ହାଇଡ୍ରୋକ୍ଲୋରିକ୍ ଏସିଡ୍‌ର ଅନୁପାତ କେତେ ?
ଉ –
1:3

17. MgCI2 ରେ ଯୌଗିକଗଠନପାଇଁ କେତୋଟି ଇଲେକ୍‌ଟ୍ରନ ଭାଗ ନେଇଥାନ୍ତି ?
ଉ –
16

18. ଏକ ଅମ୍ଳରାଜ ପ୍ରସ୍ତୁତିରେ HNO3 6 ml ହେଲେ HCIର ପରିମାଣ କେତେ ?
ଉ –
18 ml

19. ଧାତୁ ଲଘୁ ଅମ୍ଳସହ ପ୍ରତିକ୍ରିୟା କରି କେଉଁ ଗ୍ୟାସ୍ ଉତ୍ପନ୍ନ କରାଏ ?
ଉ –
ହାଇଡ୍ରୋଜେନ୍

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

20. ହିଲିୟମ୍ ବ୍ୟତୀତ ନୋବଲ ଗ୍ୟାସ୍‌ର ବହିଃସ୍ଥ କକ୍ଷରେ କେତୋଟି ଇଲେକ୍‌ଟ୍ରନ୍ ରହିଥାଏ ?
ଉ –
କେବଳ 8ଟି

21. NaCl ର ଗଳନାଙ୍କ କେତେ K ?
ଉ –
1074

22. ଧାତୁ ଉପରେ Znର ଲେପକୁ ………………………. କୁହାଯାଏ |
ଉ –
ଗାଲଭାନାଇଜିଂ

23. ଯେଉଁ ଖଣିଜରୁ ଧାତୁକୁ ନିଷ୍କାସନ କରିବା ଲାଭଜନକ ହୋଇଥାଏ, ତାକୁ କ’ଣ କହନ୍ତି ?
ଉ –
ଧାତୁପିଣ୍ଡ

24. ପ୍ରକୃତିରେ ଭୂତ୍ଵକ୍‌ରୁ ମିଳୁଥିବା ମୌଳିକ ବା ଯୌଗିକକୁ କେଉଁ ପଦାର୍ଥ କହନ୍ତି ?
ଉ –
ଖଣିଜ

25. ଲୁହା ଉପରେ ଜିଙ୍କ୍ ଲେପନକୁ କ’ଣ କୁହାଯାଏ ?
ଉ –
ଗାଲ୍‌ଭାନାଇଜିଙ୍ଗ୍

26. ଭାରତରେ କେତେ କ୍ୟାରେଟ୍ ସୁନା ଅଳଙ୍କାର ତିଆରି ପାଇଁ ବ୍ୟବହୃତ ହୁଏ ?
ଉ –
22

27. ପିତ୍ତଳରେ ତମ୍ବାର ପରିମାଣ ଶତକଡ଼ା କେତେ ଥାଏ ?
ଉ –
70

28. ସୋଲଡ଼ର,କେଉଁ କେଉଁ ଧାତୁର ଏକ ମିଶ୍ରଧାତୁ ।
ଉ –
ସୀସା ଓ ଟିଣ

29. ବିଦ୍ୟୁତ୍ ତାରର ଝଳେଇରେ କେଉଁ ମିଶ୍ରଧାତୁ ବ୍ୟବହାର କରାଯାଏ ।
ଉ –
ସୋଲଡ଼ର

30. MnO2 କାହାଦ୍ଵାରା ବିଜାରିତ ହୁଏ ?
ଉ –
Al

31. ବୈଦ୍ୟୁତିକ ପ୍ରଲେପନଦ୍ଵାରା ଟିଫିନ୍ ବକ୍ସ ଉପରେ କେଉଁ ଧାତୁର ଲେପ ଦିଆଯାଏ ?
ଉ –
Sn

32. ଲୁହାରେ ଶତକଡା କେତେଭାଗ କାର୍ବନ ମିଶାଇଲେ ତାହା ଶକ୍ତ ହୁଏ ?
ଉ –
0.05

33. କେଉଁ ଧାତୁପିଣ୍ଡକୁ କାସିନେସନ୍ ପଦ୍ଧତିରେ ଉତ୍ତପ୍ତ କରାଯାଏ ?
ଉ –
କାର୍ବୋନେଟ୍

34. ଲୁହାରେ କ’ଣ ମିଶାଇଲେ ତାହା ଶକ୍ତ ଓ କଠିନ ହୋଇଥାଏ ?
ଉ –
କାର୍ବନ

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

35. ବ୍ରୋଞ୍ଜ ଓ ସୋଲ୍ଡରରେ କେଉଁ ସାଧାରଣ ଉପାଦାନ ଥାଏ ?
ଉ –
Sn

36. କଳଙ୍କିହୀନ ଇସ୍ପାତରେ ଲୌହ ସହ କ’ଣ ମିଶାଯାଇଥାଏ ?
ଉ –
Ni + Cr

37. ଉଜ୍ଜ୍ୱଳ ଦେଖାଯାଉଥ‌ିବା ଏକ ଅଧାତୁର ନାମ ଲେଖ ।
ଉ –
ଆୟୋଡ଼ିନ୍

38. କାର୍ବନ୍ କେଉଁ ରୂପରେ ବିଦ୍ୟୁତ୍ ପରିବହନ କରିଥାଏ ?
ଉ –
ଗ୍ରାଫାଇଟ୍

39. ସୋଡ଼ିୟମ୍ ଏଲୁମିନେଟ୍‌ ରାସାୟନିକ ସଙ୍କେତ କେତେ ?
ଉ –
NaAIO2

40. କେଉଁ ଧାତୁର ଗୁଣ୍ଡକୁ ଅଗ୍ନିଶିଖାରେ ଛିଦେଲେ ତାହା ଜଳିଯାଏ; କିନ୍ତୁ ତାହାକୁ ଉତ୍ତପ୍ତ କଲେ ତାହା ଜଳି ନ ଥାଏ ?
ଉ –
ଲୌହ

41. କେଉଁ ଧାତୁ ନିଆଁରେ ଜଳେନାହିଁ; କିନ୍ତୁ ଏହା ଉପରେ ଏକ କଳା ଆବରଣ ସୃଷ୍ଟି ହୁଏ ?
ଉ –
ତମ୍ବା

42. LiClର ସ୍ଫୁଟନାଙ୍କ ଓ ଗଳନାଙ୍କ କେତେ ?
ଉ –
1600K 3 887K

43. କପରକୁ ବାୟୁରେ ରଖିଲେ ଏହା ଉପରେ କେଉଁ ରଙ୍ଗର ଆବରଣ ସୃଷ୍ଟି ହୁଏ ?
ଉ –
ସବୁଜ

44. ବୈଦ୍ୟୁତିକ ଶୋଧନରେ କେଉଁ ଧାତୁକୁ ଏନୋଡ଼ ରୂପେ ନିଆଯାଏ ?
ଉ –
ଅଶୋଧୃ ଧାତୁ

45. କାର୍ବନ୍‌ର ସର୍ବୋଚ୍ଚ କଠିନତା ପ୍ରାକୃତିକ ଅପର ରୂପଟି କ’ଣ ?
ଉ –
ହୀରା

46. ଅଧିକାଂଶ ଧାତୁ କେଉଁ ପଦାର୍ଥରେ ଦ୍ରବୀଭୂତ ହେଲେ କ’ଣ ସୃଷ୍ଟିକରେ ?
ଉ –
କ୍ଷାରୀୟ ଅକ୍‌ସାଇଡ୍

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

47. Cu2S ଧାତୁପିଣ୍ଡର ନିଷ୍କାସନରୁ କେଉଁ ଧାତୁ ମିଳେ ?
ଉ –
ତମ୍ବା

48. କେଉଁ ଧାତୁ ଗରମ ଜଳ ସହ ରାସାୟନିକ ପ୍ରତିକ୍ରିୟା କରେ ?
ଉ –
Mg

49. ସିନାବାର୍ କେଉଁ ଧାତୁର ଧାତୁପିଣ୍ଡ ଅଟେ ?
ଉ –
ପାରଦ

50. ସାଧାରଣତଃ ଅଧିକାଂଶ ଧାତୁର ଧାତୁପିଣ୍ଡ ହେଉଛି
ଉ –
ଅକ୍ସାଇଡ୍

51. କେଉଁ ଧାତୁ ଥଣ୍ଡା ଜଳ ସହ ପ୍ରତିକ୍ରିୟା କରି ଜଳରେ ଭାସେ ?
ଉ –
Ca

52. ଗରମ ପାଣିଟାଙ୍କି ପାଇଁ କେଉଁ ଧାତୁର ପାତ୍ର ବ୍ୟବହାର କରାଯାଏ ?
ଉ –
ତମ୍ବା

B ଶୂନ୍ୟସ୍ଥାନ ପୂରଣ କର ।

1. ଧାତୁର ନମନୀୟତା ଓ …………………. ଗୁଣ ଯୋଗୁଁ ବିଭିନ୍ନ ଆକାରରେ ବଦଳାଯାଇପାରେ ।
2. ବିଦ୍ୟୁତ୍ ପରିବହନ କରୁଥିବା ଅଧାତୁର ନାମ …………………. |
3. ………………………. ଅଧାତୁର ଔଜଲ୍ୟ ଅଛି ।
4. ଧାତବ ଅକ୍‌ସାଇଡ୍‌ର ଗୁଣ ………………….. |
5. …………………… ଧାତୁ କିରୋସିନ୍‌ରେ ରଖାଯାଏ ।
6. …………………. ଅକ୍‌ସାଇଡ୍‌ର ସ୍ତର ଧାତୁକୁ ଅଧ୍ଵ ଜାରଣରୁ ରକ୍ଷା କରେ ।
7. K2O ଜଳରେ ଦ୍ରବୀଭୂତ ହୋଇ ……………… ସୃଷ୍ଟି କରେ ।
8. କ୍ୟାଲ୍‌ସିୟମ୍‌ର ସଂଯୋଜକ ସେଲ୍‌ରେ …………………… ଟି ଇଲେକ୍‌ଟ୍ରନ୍‌ ଅଛି ।
9. ଧାତବ ଅକ୍‌ସାଇଡ୍ ଜଳ ସହ ପ୍ରତିକ୍ରିୟା କରି ………………… ଦେଇଥାଏ ।
10. ପ୍ରତିକ୍ରିୟାଶୀଳତାର ଅନୁକ୍ରମରେ ନିମ୍ନରେ ଥ‌ିବା ଧାତୁ …………………… |
11. ସକ୍ରିୟତା ଅନୁକ୍ରମରେ ଥ‌ିବା ଅଧାତୁଟି ……………………. |
12. NaCl ର ଆନାୟନରେ ଥ‌ିବା ମୋଟ ଇଲେକ୍‌ଟ୍ରନ୍‌ ସଂଖ୍ୟା …………………….|
13. MgCl2ଏକ ………………………. ଯୌଗିକ |
14. CaO ର ଗଳନାଙ୍କ ……………………… |
15. CaCl2 ର ସ୍ଫୁଟନାଙ୍କ …………………… |
16. ଧାତୁର ମୁଖ୍ୟ ଉତ୍ସ ହେଉଛି ……………… |
17. Au, Ag, Pt, Cu ……………. ଅବସ୍ଥାରେ ମିଳେ ।
18. ଧାତୁ ନିଷ୍କାସନରେ କାର୍ବନ ………………….. ରୂପେ ବ୍ୟବହୃତ ହୁଏ ।
19. ଫେରିକ୍ ଅକ୍‌ସାଇଡ୍ ସହ ……………….. ପ୍ରତିକ୍ରିୟା ରେଳଧାରଣା ଯୋଡ଼ିବାରେ ବ୍ୟବହୃତ ହୁଏ ।
20. ବାୟୁରେ ଥିବା …………………….. ରୁପା ସହ ପ୍ରତିକ୍ରିୟା କରେ ।
21. ଥରମିଟ୍ ପଦ୍ଧତିରେ …………………….. କୁ ବିଜାରକ ରୂପେ ବ୍ୟବହାର କରାଯାଏ ।
22. ପାରଦର ଧାତୁପିଣ୍ଡର ନାମ …………………. |
23. ଫ୍ଲୋରିନ୍‌ର L ସେଲ୍‌ରେ …………………. ଟି ଇଲେକ୍‌ଟ୍ରନ୍ ଅଛି ।
24. ପାରଦ ମିଶ୍ରିତ ମିଶ୍ର ଧାତୁକୁ ……………………. କହନ୍ତି ।
25. ଲୁହାକୁ ଆଦ୍ର ବାୟୁରେ ରଖୁ …………………….. ରଙ୍ଗର ଆବରଣ ସୃଷ୍ଟି ହୁଏ ।
26. Zn ଓ Fe ମଧ୍ୟରେ …………… ଅଧ୍ଵ ପ୍ରତିକ୍ରିୟାଶୀଳ ।
27. H ଓ Cu ମଧ୍ୟରେ …………….. ଅଧ୍ଵ ପ୍ରତିକ୍ରିୟାଶୀଳ ।
28. ସଲ୍‌ଫର୍‌ର ପରମାଣୁ କ୍ରମାଙ୍କ …………………… |
29. ଧାତୁର ତାର ବାହାରିବା ଗୁଣକୁ ………………………….. କହନ୍ତି ।
30. ଗ୍ରାମ୍ ସୁନାରୁ ପ୍ରାୟ …………………………. କି.ମି. ଦୈର୍ଘ୍ୟର ତାର ଟଣାଯାଇପାରିବ ।
31. …………………….. ଏକ ଅଧାତୁ ହେଲେ ମଧ୍ୟ ତା’ର ଧାତବ ଔଜଲ୍ୟ ଅଛି ।
32. 4Al + 302 → ………………
33. ………………. ଅକ୍ସାଇଡର ପ୍ରତ ଧାତୁକୁ ଅଧିକ ଜାରଣରୁ ରଷ୍ଟାକରେ
34. ଧାତୁ + ଲଘୁ ଅମ୍ଳ → ………………… + ହାଇଡ୍ରୋଜେନ୍
35. ତମ୍ବା …………….ଅମ୍ଳ ସହ ପ୍ରତିକ୍ରିୟା କରେ ନାହିଁ ।
36. ……………….. ର ଗ୍ୟାସୀୟ ମୌଳିକଟି ସକ୍ରିୟତା ଅନୁକ୍ରମରେ ଅଛି ।
37. ଫ୍ଲୋରିନ୍‌ର ବହିସ୍ଥ କକ୍ଷରେ …………………… ଟି ଇଲେକ୍‌ଟ୍ରନ ଅଛି ।
38. ଏଲୁମିନିୟମ୍ ବିଜାରକ …………………. ପଦ୍ଧତିରେ ବ୍ୟବହୃତ ହୁଏ ।
39. ରେଳ ଧାରଣା ଯୋଡ଼ିବା ପ୍ରକ୍ରିୟାକୁ ……………………… ପ୍ରକ୍ରିୟା କହନ୍ତି |
40. ଆଲୁମିନିୟମ୍‌ର ଏକ ମୋଟା ଅକ୍‌ସାଇଡ୍‌ର ପ୍ରଲେପ ଦେବା ପଦ୍ଧତିକୁ …………………. କୁୁତାଯାଏ |
41. ଅମ୍ଳରାଜ ପ୍ରସ୍ତୁତି ପାଇଁ ପ୍ରତି 3 ml ହାଇଡ୍ରୋକ୍ଲୋରିକ୍ ଅମ୍ଳ ସହ ………………….. ପରିମାଣର ନାଇଟ୍ରିକ୍ ଅମ୍ଳ ମିଶାଯାଏ |
42. ପୋଟାସିୟମ୍ ଅକ୍‌ସାଇଡ୍ ଜଳର ଦ୍ରବୀଭୂତ ହେଲେ ……………… ସୃଷ୍ଟି କରେ ।

Anwer:
1. ମନ୍ୟତା
2. ଗ୍ରାଫାଇଟ୍
3. ଆୟୋଡ଼ିନ୍
4. କ୍ଷାର1ପ୍
5. ସୋଡ଼ିୟମ୍/ପୋଟାସିୟମ୍
6. ସଂରକ୍ଷୀ
7. KOH
8. 2
9. ଧାତବ ହାଇଡ୍ରକ୍‌ସାଇଡ୍
10. ସୁନା
11. ହାଇଡ୍ରୋଜେନ୍
12. 18
13. ଆୟନିକ୍/ବିଦ୍ୟୁତ୍ ସଂଯୋଜ୍ୟ
14. 2850 K
15. 1900 K
16. ଭୂତ୍ବକ୍
17. ମୁକ୍ତ
18. ବିଜାରକ
19. ଏଲୁମିନିୟମ୍
20. ସଲ୍ଫର୍
21. ଏଲୁମିନିୟମ୍
22. ସିନାବାର
23. 7
24. ଆମାଲଗାମ୍
25. ବାଦାମୀ
26. Zn
27. H
28. 16
29. ତନ୍ୟତା
30.2
31. ଆୟୋଡ଼ିନ୍
32. 2Al2O3
33. °1
34. ଲବଣ
35. ଲଘୁ ହାଇଡ୍ରୋକ୍ଲୋରିକ୍
36. ହାଇଡ୍ରୋଜେନ
37. 7
38. ଥରମିଟ୍
39. ଥରମିଟ୍
40. ଏନୋଡ଼ାଇଜିଙ୍ଗ୍

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

C ଠିକ୍ ଉକ୍ତି ପାଇଁ (✓) ବା ଭୁଲ ଉକ୍ତି ପାଇଁ (x) ଲେଖ ।

1. ସୋଡ଼ିୟମ ଧାତୁକୁ ଜଳରେ ରଖାଯାଏ ।
2. କଠିନ ଗାଲିଲିୟମ୍ ଧାତୁକୁ ପାପୁଲିରେ ଧରିଲେ ତାହା ତରଳିଯାଏ ।
3. ହାଇଡ୍ରୋକ୍ଲୋରିକ୍ ଅମ୍ଳର ପରିମାଣର ଅନୁପାତ 3 : 1 |
4. ସିଲ୍‌ଭର, ଗୋଲ୍ଡ ଆଦି ଧାତୁ କମ୍ ପ୍ରତିକ୍ରିୟାଶୀଳ ।
5. କୌଣସି ଧାତୁରେ ଜିଙ୍କ୍ ଧାତୁର ପ୍ରଲେପନ କରିବାକୁ ଏନୋଡ଼ାଇଜିଙ୍ଗ୍ କୁହାଯାଏ ।
6. ବାଇକାର୍ବୋନେଟ୍ ଧାତୁପିଣ୍ଡକୁ କାସିନେସନ୍ ପଦ୍ଧତିରେ ଉତ୍ତପ୍ତ କରାଯାଏ ।
7. ବ୍ରୋଞ୍ଜ ଓ ସୋଲ୍ଡରରେ Sn ସାଧାରଣ ଉପାଦାନ ଥାଏ ।
8. କଳଙ୍କିହୀନ ଇସ୍ପାତ୍‌ରେ ଲୌହ ସହ Ni + Cr ମିଶାଯାଇଥାଏ ।
9. ଆୟୋଡ଼ିନ୍ ଅଧାତୁ ହେଲେ ମଧ୍ୟ ଉଜ୍ଜଳ ।
10. କାର୍ବନ୍ ଗ୍ରାଫାଇଟ୍ ରୂପରେ ବିଦ୍ୟୁତ୍ ପରିବହନ କରେ ।
11. ସୋଡ଼ିୟମ୍ ଏଲୁମିନେଟ୍‌ର ରାସାୟନିକ ସଙ୍କେତ NaAlO3
12. ଲୌହ ଧାତୁର ଗୁଣ୍ଡକୁ ଅଗ୍ନିଶିଖାରେ ଛିଞ୍ଚିଦେଲେ ତାହା ଜଳିଯାଏ; କିନ୍ତୁ ତାହାକୁ ଉତ୍ତପ୍ତ କଲେ ତାହା ଜଳି ନ ଥାଏ ।
13. ତମ୍ବା ଧାତୁ ନିଆଁରେ ଜଳେ ନାହିଁ; କିନ୍ତୁ ଏହା ଉପରେ ଏକ କଳା ଆବରଣ ସୃଷ୍ଟି ହୁଏ ।
14. ସିନାବାର୍ ଏଲୁମିନିୟମ୍ ଧାତୁର ଧାତୁପିଣ୍ଡ ଅଟେ ।
15. Cu2S ଧାତୁପିଣ୍ଡର ନିଷ୍କାସନରୁ ତମ୍ବା ଧାତୁ ମିଳେ ।
16. ବୈଦ୍ୟୁତିକ ଶୋଧନରେ ଧାତୁପିଣ୍ଡକୁ ଏନୋଡ଼ ରୂପେ ନିଆଯାଏ ।
17. ବୈଦ୍ୟୁତିକ ଶୋଧନରେ ବିଶୁଦ୍ଧ ଧାତୁ ଏନୋଡ୍‌ଠାରେ ଜମା ହୁଏ ।
18. କପର୍‌କୁ ବାୟୁରେ ରଖିଲେ ଏହା ଉପରେ ସବୁଜ ରଙ୍ଗର ଆବରଣ ସୃଷ୍ଟି ହୁଏ ।
19. ଲୁହା ଉପରେ ଜିଙ୍କ୍ ଲେପନକୁ ଏନୋଡ଼ାଇଜିଙ୍ଗ୍ କୁହାଯାଏ ।
20. ଭାରତରେ 22 କ୍ୟାରେଟ୍‌ ସୁନା ଅଳଙ୍କାର ତିଆରି ପାଇଁ ବ୍ୟବହୃତ ହୁଏ ।
21. ପିତ୍ତଳରେ ତମ୍ବା 80 ଶତକଡ଼ା ଥାଏ ।
22. ସୀସାର ଧାତୁପିଣ୍ଡର ନାମ ଗାଲେନା ।
23. ତରଳ ସୋଡ଼ିୟମ୍‌ କ୍ଲୋରାଇଡ୍ ମଧ୍ୟରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କଲେ ଏନୋଡ଼ଠାରେ ବିଘଟନ ଘଟେ ।
24. ଜଳରେ NaNO3 ଯୌଗିକଟି ଦ୍ରବୀଭୂତ ହେଲେ NaOH ଦିଏ ।
25. ଧାତୁ ଲଘୁ ଅମ୍ଳସହ ପ୍ରତିକ୍ରିୟା କରି ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପନ୍ନ କରାଏ ।
26. HgS ଧାତୁପିଣ୍ଡ ପାଇଁ ରୋଷ୍ଟିଙ୍ଗ୍‌ ପ୍ରଣାଳୀ ଅବଲମ୍ବନ କରାଯାଏ ।
27. MgCI2 ରେ ଯୌଗିକଗଠନପାଇଁ 14ଟି ଇଲେକ୍‌ଟ୍ରନ ଭାଗ ନେଇଥାନ୍ତି ।
28. ଭାରତରେ ସାଧାରଣ ଭାବେ ବ୍ୟବହୃତ ସୁନା ଅଳଙ୍କାରଗୁଡ଼ିକ ଉପଧାତୁରେ ତିଆରି ହୋଇଥାଏ ।
29. ବିଦ୍ୟୁତ୍ ତାରର ଝଳେଇରେ ସୋଲଡ଼ର ମିଶ୍ରଧାତୁ ବ୍ୟବହାର କରାଯାଏ ।
30. ପ୍ରକୃତିରେ ଭୂତ୍ଵକ୍‌ରୁ ମିଳୁଥିବା ମୌଳିକ ବା ଯୌଗିକକୁ ଖଣିଜ କହନ୍ତି ।

Answer:
1. ✓
2. ✓
3. x
4. ✓
5. ✓
6. x
7. x
8. ✓
9. ✓
10. ✓
1. x
2. ✓
3. x
4. ✓
5. x
6. x
7. ✔
8. ✓
9. ✓
10. ✓
11. x
12.✔
13.✔
14. ×
15.✔
16. ×
17 x
18.✔
19. x
20. ✓
21.✔
22.✔
23. x
24. x
25. ✔
26. ✔
27. x
28. x
29.✓
30.✔

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

D ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

BSE Odisha 10th Class Physical Science Important Questions Chapter 3 img-3
BSE Odisha 10th Class Physical Science Important Questions Chapter 3 img-4
BSE Odisha 10th Class Physical Science Important Questions Chapter 3 img-5
BSE Odisha 10th Class Physical Science Important Questions Chapter 3 img-6
BSE Odisha 10th Class Physical Science Important Questions Chapter 3 img-7

E ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଧାତୁର ନମନୀୟତା ଗୁଣ କାହାକୁ କହନ୍ତି ?
ଉ-
ଧାତୁକୁ ଆଘାତକଲେ ତାହା ପତଳା ଚଦରରେ ପରିଣତ ହୁଏ । ଏହି ଗୁଣକୁ ନମନୀୟତା କୁହାଯାଏ ।

2. ନମନୀୟତା ଗୁଣ କେଉଁ କେଉଁ ଧାତୁରେ ସର୍ବାଧ‌ିକ ?
ଉ –
ସୁନା ଓ ରୂପାର ନମନୀୟତା ଗୁଣ ସର୍ବାଧ‌ିକ ।

3. ଧାତୁର ତାର ବାହାରକରିବା ଗୁଣକୁ କଣ କୁହାଯାଏ ? କେଉଁ ଧାତୁରେ ତନ୍ୟତା ଗୁଣ ସର୍ବାଧ‌ିକ ?
ଉ –
ଧାତୁରୁ ତାର ବାହାରିବା ଗୁଣକୁ ତନ୍ୟତା କୁହାଯାଏ । ସୁନାର ତନ୍ୟତା ଗୁଣ ସର୍ବାଧ୍ଵ ।

4. ଧାତୁ ଓ ଅଧାତୁ କିପରି ସଂଯୁକ୍ତ ହୁଅନ୍ତି ?
ଉ –
ଧାତୁ ଓ ଅଧାତୁ ଇଲେକ୍‌ଟ୍ରନ୍‌ର ସ୍ଥାନାନ୍ତରଣ ଦ୍ଵାରା ପରସ୍ପର ସହ ସଂଯୁକ୍ତ ହୁଅନ୍ତି । ଧାତୁ ଇଲେକ୍‌ଟ୍ରନ୍‌ ତ୍ୟାଗକଲେ ଅଧାତୁ ଇଲେକ୍‌ଟ୍ରନ ଗ୍ରହଣ କରେ ।

5. ବିଦ୍ୟୁତ୍ ତାର ଉପରେ PVC କିମ୍ବା ରବର ଭଳି ପଦାର୍ଥର ଲେପ ଦିଆଯାଇଥାଏ କାହିଁକି ?

ବିଦ୍ୟୁତ୍ ତାର ଉପରେ PVC କିମ୍ବା ରବରର (କୁପରିବାହୀ) ଆବରଣ ଦେବା ଆବଶ୍ୟକ । କାରଣ ଏହା ଆମକୁ ବିଦ୍ୟୁତ୍ ଧକ୍‌କା (Shock) ରୁ ରକ୍ଷାକରେ ।

6. ସ୍କୁଲ ଘଣ୍ଟା ନାହିଁକି ଧାତୁରେ ତିଆରି କରାଯାଇଛି ?
ଉ –
ଧାତୁର କଠିନ ବସ୍ତୁକୁ ଆଘାତକଲେ ସୁମଧୁର ଧ୍ଵନି ସୃଷ୍ଟି ହୁଏ ଏବଂ ଦୂରକୁ ଶୁଣାଯାଇଥାଏ ।

7. ଧାତୁ କାହିଁକି ବିଦ୍ୟୁତ୍ ସୁପରିବାହୀ ଅଟେ ।

ଧାତୁର ପରମାଣୁ ସହଜରେ ଇଲେକ୍‌ଟ୍ରନ୍ ତ୍ୟାଗ କରିପାରେ, ତେଣୁ ଧାତୁ ବିଦ୍ୟୁତ୍ ସୁପରିବାହୀ ଅଟେ ।

8. ସିଜିୟମ୍ ଓ ଗ୍ୟାଲିୟମ୍‌କୁ ହାତ ପାପୁଲିରେ ରଖିଲେ ତାହା ତରଳିଯାଏ କାହିଁକି ?
ଉ-
ସିଜିୟମ୍ ଓ ଗାଲିୟମ୍ ଅତି ନିମ୍ନ ଗଳନାଙ୍କ ବିଶିଷ୍ଟ ଧାତୁ । ଗଳନାଙ୍କ ଏତେ କମ୍ ଯେ ଧାତୁକୁ ତରଳରେ ପରିଣତ କରିବା ପାଇଁ ଶରୀରର ତାପମାତ୍ରା ଯଥେଷ୍ଟ ହୁଏ । ତେଣୁ ସିଜିୟମ୍ ଓ ଗାଲିୟମ୍‌କୁ ହାତ ପାପୁଲିରେ ରଖିଲେ ତାହା ତରଳିଯାଏ ।

9. ଏଲୁମିନିୟମ୍ ଓ କପର୍‌ରେ ରୋଷେଇ ଉପକରଣ କାହିଁକି ତିଆରି କରାଯାଇଥାଏ ?
ଉ-
ଏଲୁମିନିୟମ୍ ଓ କପର ଭଳି ଧାତୁ ତାପର ସୁପରିବାହୀ ଏବଂ ଉଚ୍ଚ ଗଳନାଙ୍କ ବିଶିଷ୍ଟ ହୋଇଥିବାରୁ ରୋଷେଇ ଉପକରଣଗୁଡ଼ିକ ଏଲୁମିନିୟମ୍ ଓ କପର୍‌ରେ ତିଆରି ହୋଇଥାଏ ।

10. ଦୁଇଟି ନରମ ଧାତୁ ଯାହାକୁ ଛୁରିରେ କଟାଯାଇ ପାରିବ ତାର ନାମ ଲେଖ ।
ଊ –
ସୋଡ଼ିୟମ୍ ଓ ପୋଟାସିୟମ୍ ଦୁଇଟି ନରମ ଧାତୁ ।

11. କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ୍ ଜଳରେ ଭାସେ କାହିଁକି ?
ଉ –
କ୍ୟାଲ୍‌ସିୟମ୍ ଓ ମ୍ୟାଗ୍ନେସିୟମ୍ ଜଳ ସହ ପ୍ରତିକ୍ରିୟା କରି ହାଇଡ୍ରୋଜେନ ଗ୍ୟାସ୍ ଉତ୍ପନ୍ନ କରେ । ଏହାର ପୃଷ୍ଠ ଭାଗରେ ହାଇଡ୍ରୋଜେନ୍ ଗ୍ୟାସ୍‌ର ଫୋଟକା ଥ‌ିବା ଯୋଗୁଁ ଏହା ଭାସିଥାଏ ।

12. କେଉଁ ଧାତୁ ଜଳସହ ଆଦୌ ପ୍ରତିକ୍ରିୟା କରନ୍ତି ନାହିଁ ?
ଭ –
ଲେଡ୍, ତମ୍ବା, ରୁପା ଓ ସୁନା ଜଳ ସହ ଆଦୌ ପ୍ରତିକ୍ରିୟା କରେ ନାହିଁ ।

13. ଧାତୁ ଅମ୍ଳ ସହ ପ୍ରତିକ୍ରିୟା କରି କ’ଣ ସୃଷ୍ଟି କରେ ?
ଉ –
ଧାତୁ ଅମ୍ଳ ସହ ପ୍ରତିକ୍ରିୟା କରି ଲବଣ ଓ ହାଇଡ୍ରୋଜେନ୍ ଉତ୍ପନ୍ନ କରେ ।

14. ଧାତୁ HNO3 ଅମ୍ଳ ସହ ପ୍ରତିକ୍ରିୟା କଲେ ହାଇଡ୍ରୋଜେନ୍ ଗ୍ୟାସ୍ ବାହାରେ ନାହିଁ କାହିଁକି ? (Mg ଓ Mn ବ୍ୟତୀତ)
ଭ –
ନାଇଟ୍ରିକ୍ ଏସିଡ୍ ଏକ ସବଳ ଜାରକ । ହାଇଡ୍ରୋଜେନ୍‌କୁ ଜାରଣ କରି ଜଳ ସୃଷ୍ଟି କରେ ।

15. ଅମ୍ଳ ସହ ପ୍ରତିକ୍ରିୟାଶୀଳତାର ଅଧଃକ୍ରମରେ ସଜାଅ । (Mg, Fe, Zn, Al)
ଭ –
Mg > Al < Zn > Fe

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

16. ଅମ୍ଳରାଜ କ’ଣ ?
ଉ –
ଅମ୍ଳରାଜ ହେଉଛି ସଦ୍ୟ ପ୍ରସ୍ତୁତ ଗାଢ଼ HCl ଏବଂ ଗାଢ଼ HNO3 ର 3 : 1 ଅନୁପାତର ମିଶ୍ରଣ । ଏହା ସୁନାକୁ ଦ୍ରବୀଭୂତ କରିପାରେ ।

17. ଦୁଇଟି ଧାତୁର ନାମ ଲେଖ ଯାହାକି ଅତି ଲଘୁ ନାଇଟ୍ରିକ୍ ଏସିଡ୍ ସହ ପ୍ରତିକ୍ରିୟା କରି H2 ଗ୍ୟାସ୍ ଦିଏ ?
ଭ –
ମାଙ୍ଗାନିଜ୍ (Mn) ଓ ମ୍ୟାଗ୍ନେସିୟମ୍ (Mg)

18. ଖଣିଜ କାହାକୁ କହନ୍ତି ?
ଉ –
ପ୍ରକୃତିରେ ଭୂତ୍ଵକ୍‌ରୁ ମିଳୁଥିବା ମୌଳିକ ବା ଯୌଗିକକୁ ଖଣିଜ କୁହାଯାଏ ।

19. ଓର୍ ବା ଧାତୁପିଣ୍ଡ କାହାକୁ କହନ୍ତି ?
ଉ –
ଯେଉଁ ଖଣିଜରୁ ଧାତୁକୁ ନିଷ୍କାସନ କରିବା ଲାଭଜନକ ହୋଇଥାଏ, ସେହି ଖଣିଜକୁ ଓର୍ ବା ଧାତୁପିଣ୍ଡ କୁହାଯାଏ ।

20. ଅଧିକାଂଶ ଧାତୁର ଧାତୁପିଣ୍ଡ ଅକ୍‌ସାଇଡ୍ କାହିଁକି ?
ଉ –
ଅକ୍‌ସିଜେନ ଅତି ପ୍ରତିକ୍ରିୟାଶୀଳ ମୌଳିକ ଏବଂ ବହୁଳ ପରିମାଣରେ ପୃଥ‌ିବୀରେ ଉପଲବ୍ଧ ହୋଇଥାଏ । ତେଣୁ ଅଧିକାଂଶ ଧାତୁର ଧାତୁପିଣ୍ଡ ଅକ୍‌ସାଇଡ୍ ଅଟେ ।

21. କେଉଁ ଧାତୁ ହାଇଡ୍ରୋଜେନ୍ ବିସ୍ଥାପନ କରିପାରିବ ?
ଉ –
ସକ୍ରିୟତାର ଅନୁକ୍ରମରେ ହାଇଡ୍ରୋଜେନ୍ ଉପରେ ଥ‌ିବା ଧାତୁଗୁଡ଼ିକ ହାଇଡ୍ରୋଜେନ୍ ବିସ୍ଥାପନ କରିପାରିବେ ।

22. ଗାଈ କାହାକୁ କହନ୍ତି ?
ଉ –
ଖଣିରୁ ବାହାରୁଥୁବା ଧାତୁପିଣ୍ଡରେ ବାଲି, ମାଟି ଇତ୍ୟାଦି ଅପଦ୍ରବକୁ ଗାଙ୍ଗୁ କହନ୍ତି ।

23. ରୋମିଂ କାହାକୁ କହନ୍ତି ?
ଉ –
ଧାତୁପିଣ୍ଡକୁ ଯଥେଷ୍ଟ ପରିମାଣର ବାୟୁର ଉପସ୍ଥିତିରେ ଅଧ‌ିକ ପରିମାଣରେ ଉତ୍ତପ୍ତ କରିବା ପ୍ରଣାଳୀକୁ ରୋଟିଂ କହନ୍ତି ।

24. କାନେସନ୍ କ’ଣ ?
ଉ –
ସିମୀତ ପରିମାଣର ବାୟୁରେ କାର୍ବୋନେଟ୍ ଧାତୁପିଣ୍ଡକୁ ଉତ୍ତପ୍ତ କରି ଅକ୍‌ସାଇଡ୍‌ରେ ପରିବର୍ତ୍ତନ କରାଯାଏ । ଏହି ପ୍ରଣାଳୀକୁ କାଲ୍‌ସିନେସନ୍ କହନ୍ତି ।

25. ଅଧ‌ିକ ପ୍ରତିକ୍ରିୟାଶୀଳ ଧାତୁକୁ ବିଜାରକ ରୂପେ ବ୍ୟବହାର କରାଯାଏ କାହିଁକି ?
ଉ –
ଅଧ‌ିକ ପ୍ରତିକ୍ରିୟାଶୀଳ ଧାତୁ; ଯଥା : ସୋଡ଼ିୟମ୍, କ୍ୟାଲସିୟମ୍ ଇତ୍ୟାଦି କମ୍ ପ୍ରତିକ୍ରିୟାଶୀଳ ଧାତୁକୁ ଏମାନଙ୍କର ଯୌଗିକରୁ ଅପସାରଣ କରିପାରନ୍ତି । ତେଣୁ ଅଧ‌ିକ ପ୍ରତିକ୍ରିୟାଶୀଳ ଧାତୁ ବିଜାରକ ରୂପେ ବ୍ୟବହୃତ ହୁଏ ।

26. ଥରମିଟ୍ ପ୍ରତିକ୍ରିୟା କାହାକୁ କହନ୍ତି ?
ଉ –
ଫେରିକ୍ ଅକ୍‌ସାଇଡ୍ (Fe2O3) ର ଏଲୁମିନିୟମ୍ ସହ ପ୍ରତିକ୍ରିୟାରୁ ଉତ୍ପନ୍ନ ତାପ ରେଳଧାରଣା ଯୋଡ଼ିବା କିମ୍ବା ଫାଟିଯାଇଥ‌ିବା ଯନ୍ତ୍ରାଂଶକୁ ଯୋଡିବାପାଇଁ ବ୍ୟବହାର କରାଯାଏ । ଏହାକୁ ଥରମିଟ୍ ପ୍ରତିକ୍ରିୟା କହନ୍ତି ।

27. ଏନୋଡ୍ କର୍ଦ୍ଦମ କାହାକୁ କହନ୍ତି ?
ଉ –
ବୈଦ୍ୟୁତିକ ବିଶୋଧନରେ ଅଦ୍ରବଣୀୟ ଅପଦ୍ରବ ଏନୋଡ୍‌ର ତଳେ ବସିଥାଏ, ତାହାକୁ ଏନୋଡ୍ କର୍ଦ୍ଦମ କୁହାଯାଏ ।

28. ରୁପାର ଉପକରଣ କଳାପଡ଼େ କାହିଁକି ?
ଉ –
ରୁପାର ଉପକରଣ ବାୟୁରେ ଥିବା ସଲଫର ସହିତ ପ୍ରତିକ୍ରିୟା କରି ସିଲଭର ସଲଫାଇଡ୍‌ର ଏକ କଳାରଙ୍ଗର ଆବରଣ ସୃଷ୍ଟି କରେ ।

29. କପର ବାୟୁରେ ରଖୁଲେ ଏକ ସବୁଜ ଆସ୍ତରଣ ଲାଭକରେ କାହିଁକି ?
ଉ –
କପର ବାୟୁରେ ଥ‌ିବା ଆଦ୍ର ଅଙ୍ଗାରକାମ୍ଳ ସହ ପ୍ରତିକ୍ରିୟା କରି କପର କାର୍ବୋନେଟ୍‌ ଏକ ସବୁଜ ଆସ୍ତରଣ ସୃଷ୍ଟି କରେ ।

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

30. ଏନୋଡାଇଜିଂ କ’ଣ ?
ଉ –
ଏଲୁମିନିୟମ୍ ଧାତୁରେ ଏଲୁମିନିୟମ୍ ଅକ୍‌ସାଇଡ୍‌ର ଏକ ଲେପ ଦେବାକୁ ଏନୋଡାଇଭିଂ କହନ୍ତି ।

31. ଗାଲ୍‌ଭାନାଇଜିଂ ପ୍ରଣାଳୀ କ’ଣ ?
ଉ –
ଲୁହା ଭଳି ନିକୃଷ୍ଟ ଧାତୁ ଉପରେ ଜିଙ୍କର ଲେପ ଦେବାକୁ ଗାଲ୍‌ଭାନାଇଜେସନ୍ ବା ଗାମ୍‌ଭାନାଇଜିଂ ପ୍ରଣାଳୀ କୁହାଯାଏ ।

32. ଏମ୍ପୋଟେରିକ୍ ଅକ୍‌ସାଇଡ୍ କାହାକୁ କହନ୍ତି ?
ଉ –
ଯେଉଁ ଅକ୍‌ସାଇଡ୍ ଉଭୟ କ୍ଷାରୀୟ ଓ ଅମ୍ଳୀୟ ଗୁଣ ପ୍ରଦର୍ଶନ କରିଥାଏ, ତାହାକୁ ଏଫୋଟୋରିକ୍ ଅକ୍‌ସାଇଡ୍ କୁହାଯାଏ ।

33. ‘22 କ୍ୟାରେଟ୍ ସୁନା’ର ଅର୍ଥ କ’ଣ ?
ଉ –
22 ଭାଗ ବିଶୁଦ୍ଧ ସୁନା ଓ 2 ଭାଗ ତମ୍ବା କିମ୍ବା ରୁପା ମିଶାଇ ମିଶ୍ର ଧାତୁ ପ୍ରସ୍ତୁତ କରାଯାଏ । ତାହାକୁ 22 କ୍ୟାରେଟ୍ ସୁନା

34. P ଗୋଟିଏ ଅଧାତୁ ଠୁ ଓ R ରୂପରେ ମିଳେ । Q କଠିନତମ ପଦାର୍ଥ ଏବଂ R ବିଦ୍ୟୁତ୍ ପରିବହନ କରେ । P, Q ଓ R ର ନାମ ଲେଖ ।
ଉ –
P- କାର୍ବନ, Q- ହୀରା, R- ଗ୍ରାଫାଇଟ୍ ।

35. ଦୁଇଟି ଅମ୍ଳୀୟ ଅକସାଇଡ଼ର ଉଦାହରଣ ଦିଅ ।
ଊ –
CO2, SO2

36. ଦୁଇଟି ନିରପେକ୍ଷ ଅକସାଇଡ଼ର ଉଦାହରଣ ଦିଅ ।

କାର୍ବନ ମନୋକସାଇଡ଼୍ (CO) ନାଇଟ୍ରୋଜେନ ଅକସାଇଡ଼ (N2O)
ହାଇଡ୍ରୋଜେନ ଅକସାଇଡ୍ (H2O)

37. ଧାତବ ଉଜ୍ଜ୍ବଳତା କାହାକୁ କହନ୍ତି ?
ଉ –
ବିଶୁଦ୍ଧ ଅବସ୍ଥାରେ ଧାତୁର ପୃଷ୍ଠ ଚକ୍ ଚକ୍ କରେ ଏବଂ ଧାତୁର ଏହି ଧର୍ମକୁ ଧାତବ ଦିସ୍ତୀ ବା ଧାତବ ଉଜ୍ଜ୍ବଳତା କୁହାଯାଏ ।

38. ଧାତୁ ନାଇଟ୍ରିକ୍ ଏସିଡ୍ ସହ ପ୍ରତିକ୍ରିୟା କଲେ ଉଦ୍‌ଜାନ ଗ୍ୟାସ ଉତ୍ପନ୍ନ ହୁଏ ନାହିଁ କାହିଁକି ?
ଉ –
ନାଇଟ୍ରିକ ଏସିଡ଼୍ ଏକ ଉତ୍ତମ ଜାରକ, ଏହା ହାଇଡ୍ରୋଜେନକୁ ଜାରଣ କରି ଜଳ ଉତ୍ପନ୍ନ କରେ ଏବଂ ନିଜେ ବିଜାରିତ ହୋଇ ନାଇଟ୍ରୋଜେନ୍ ଅକ୍‌ସାଇଡ୍ ସୃଷ୍ଟି କରେ ।

39. ଧାତୁ ନିଷ୍କାସନ କାହାକୁ କହନ୍ତି ?
ଉ –
ଧାତୁପିଣ୍ଡରୁ ଧାତୁକୁ ନିଷ୍କାସନ ଏବଂ ପରେ ଶୋଧନ କରି ବ୍ୟବହାର ଉପଯୋଗୀ କରିବାକୁ ଧାତୁ ନିଷ୍କାସନ କୁହାଯାଏ ।

40. ଧାତୁକୁ ବିଦ୍ୟୁତ୍ ଯୁକ୍ତାତ୍ମକ କାହିଁକି କୁହାଯାଏ ?

ଧାତୁ ସହଜରେ ଇଲେକ୍‌ଟ୍ରନ ତ୍ୟାଗକରି ଯୁକ୍ତାତ୍ମକ ଆୟନରେ ପରିଣତ ହୁଏ ।
Na → Na+ + e

41. ଆମାଲ୍‌ଗମ୍ କାହାକୁ କହନ୍ତି ?
ଉ –
ପାରଦର ମିଶ୍ରଧାତୁକୁ ଆମାଲ୍‌ଗମ୍ କହନ୍ତି ।

42. ମିଶ୍ରଧାତୁ କାହାକୁ କହନ୍ତି ?
ଉ –
ଦୁଇ କିମ୍ବା ତହିଁରୁ ଅଧ୍ଵ ଧାତୁ କିମ୍ବା ଏକ ଧାତୁ ଓ ଏକ ଉପଧାତୁର ସମଜାତୀୟ ମିଶ୍ରଣକୁ ମିଶ୍ରଧାତୁ କୁହାଯାଏ ।

43. କ୍ୟାଲସିୟମ୍ ଧାତୁକୁ ଜଳରେ ପକାଇଲେ ଯେଉଁ ପ୍ରତିକ୍ରିୟା ହୁଏ ତା’ର ରାସାୟନିକ ସମୀକରଣଟି ଲେଖ ।
ଉ –
Ca + 2H2O → Ca (OH)2 + H2

44.
ଧାତୁ X ବାୟୁରେ ଉତ୍ତପ୍ତ କଲେ ଜଳେ ନାହିଁ କିନ୍ତୁ Y ର ଏକ କଳା ଆବରଣ ସୃଷ୍ଟି ହୁଏ । X ଧାତୁର ନାମ ଲେଖ ।
ଉ –
X କପର ଅଟେ ଏବଂ Y କପର (II) ଅକ୍‌ସାଇଡ୍ ।

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

F ପ୍ରଥମଯୋଡ଼ିର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ୱିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।

1. ପାରଦ : ତରଳ :: କ୍ରୋମିନ୍ : …………………… |
2. ସୁନା : ନମନୀୟ :: ଗ୍ରାଫାଇଟ୍ : …………………… |
3. ଲୌହ : ଉଚ୍ଚ ଗଳନାଙ୍କ ବିଶିଷ୍ଟ :: ଗାଲିଲିୟମ୍ : …………………. |
4. MgO : କ୍ଷାରୀୟ :: SO2 : …………… |
5. Na : ଅଧ୍ଵ ପ୍ରତିକ୍ରିୟାଶୀଳ :: Ag : …………….. |
6. K : 1 :: Mg : …………… |
7. Ne : 8 :: Ar : …………. |
8. କ୍ଲୋରିନ୍ : କ୍ଲୋରାଇଡ୍ :: ଫ୍ଲୋରିନ୍‌ : ………………….. |
9. Na : ଯୁକ୍ତାତ୍ମକ :: Cl : …………….. |
10. NaCl: 1686 :: CaO: ……………. |
11. Cu+Zn: ପିତ୍ତଳ :: Cu+Sn : ……………… |
12. Fe + C: ଷ୍ଠିଲ୍‌ :: Pb + Sn: ……………… |
13. Al: ବୈତ୍ୟୁତିକ ବିଜାରଣ :: Mn : …………. |
14. Na : କ୍ୟାଥେଠାରେ :: Cl2: ……………. |
15. ଅଶୋଧିତ ଧାତୁ : ଏନୋଡ୍ :: ଶୁଦ୍ଧଧାତୁ : ………………………… |
16. ରୁପା : କଳା :: କପର : ………………….. |
17. ରୁପା : ସିଲ୍‌ଭର ସଲଫାଇଡ୍ :: କପର : ……………………… |
18. ସଲଫାଇଡ୍ ଧାତୁପିଣ୍ଡ : ରୋଚିଂ :: କାର୍ବୋନେଟ୍ ଧାତୁପିଣ୍ଡ : ……………………………|
19. ZnO: C:: MnO2 : ……………….. |
20. Al + H2O : Al2O3 : : Fe + H2O : ……………….. |
21. K : ଥଣ୍ଡାଜଳ :: Zn : ………………. |
22. ଏଲୁମିନିୟମ୍ ଅକ୍‌ସାଇଡ୍‌ର ଲେପ : ଏଲାଡାଇଜିଂ :: ଜିଲ୍‌ର ଲେପ : …………………… |
23. ଓର୍ : ଯୌଗିକ :: ଏଲୟ : …………………… |
24. Al2O3 : ଏଫୋଟୋରିକ୍ :: ZnO : ……………. |
25. CuO ::: CuCO3: ……………… |
26. Ca: ବୈତ୍ୟୁତିକ ବିଶ୍ଳେଷଣ: Fe: ……………… |
27. ସୋଲଡର : ସର୍ବନିମ୍ନ ଗଳନାଙ୍କ :: ଷ୍ଟିଲ୍‌ : ……………… |
28. ଧାତୁ : ପାରଦ :: ଅଧାତୁ : …………………….. |
29. Cu + O2 → CuO :: Al + O2 → …………………
30. ଏଲୁମିନିୟମ : ହାଇଡ୍ରୋଜେନକୁ ବିସ୍ଥାପିତ କରେ :: କପର : …………………………….
31. CaCl2 : 1045 :: MgCl2 : ……………….
32. ପାରଦ : ସିନାବାର :: ଏଲୁମିନିୟମ୍ : ……………………. |
33. କାର୍ବୋନେଟ୍ ଧାତୁ : କାଲ୍‌ସିନେସନ : : ସଲଫାଇଡ୍ ଧାତୁପିଣ୍ଡ : ……………………….|
34. ଶୁଦ୍ଧଧାତୁ : କ୍ୟାଥୋଡ଼ :: ଅଶୋଧ ଧାତୁ : ………………………….. |
35. ଉଜ୍ଜ୍ଵଳ ଧାତୁ : ସୁନା :: ଉଜ୍ଜ୍ଵଳ ଅଧାତୁ : ………………………………….. |
36. ଫ୍ଲୋରିନ୍‌ : ଗ୍ୟାସୀୟ ଅଧାତୁ :: ବ୍ରୋମିନ୍ : ………………………………… |
37. କାସିନେସନ୍ : କାର୍ବୋନେଟ୍ ଧାତୁପିଣ୍ଡ :: ରୋଚିଂ : ……………………………… |

Answer:

1. ତରଳ
2. ଭଙ୍ଗୁର
3. ନିମ୍ନ ଗଳନାଙ୍କ ବିଶିଷ୍ଟ
4. ଅମ୍ଳୀୟ
5. କମ୍ ପ୍ରତିକ୍ରିୟାଶୀଳ
6.2
7.8
8. ଫ୍ଲୋରାଇଡ୍
9. ବିଯୁକ୍ତାତ୍ମକ
10. 3120
11. ବ୍ରୋଞ୍ଜ
12. ସୋଲ୍ଡର
13. ଧାତବ ବିଜାରଣ
14. ଏନୋଡଠାରେ
15. କ୍ୟାଥୋଡ୍
16. ସବୁଜ
17. କପର କାର୍ବୋନେଟ୍
18. କାସିନେସନ୍
19. Al
20. Fe3O4
21. ବାମ୍ଫ
22. ଗାଲ୍‌ଭାନାଇଜିଙ୍ଗ୍
23. ମିଶ୍ରଣ
24. ଏମ୍ପୋଟେରିକ୍
25. ସବୁଜ
26. କାର୍ବନ ବିଜାରଣ
27. ଉଚ୍ଚ ଗଳନାଙ୍କ
28. ବ୍ରୋମିନ୍
29. Al2O3
30. ହାଇଡ୍ରୋଜେନ୍‌ଦ୍ୱାରା ବିସ୍ଥାପତି ହୁଏ
31.981
32. ବକ୍‌ସାଇଟ୍
33. ରୋଷ୍ଟିଙ୍ଗ୍
34. ଏନୋଡ୍
35. ଆୟୋଡ଼ିନ୍
36. ତରଳ ଧାତୁ
37. ସଲଫାଇଡ୍ ଧାତୁପିଣ୍ଡ ।

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

SUBJECTIVE TYPE QUESTIONS WITH ANSWERS

1. ଧାତୁ ଜଳ ସହ କିପରି ପ୍ରତିକ୍ରିୟା କରେ ସମୀକରଣ ସହ ଲେଖ । ପ୍ରତିକ୍ରିୟାଶୀଳତା ସମ୍ବନ୍ଧରେ ଆଲୋଚନା କର ।
ଉ-
(i) ଧାତୁ ଜଳ ସହ ପ୍ରତିକ୍ରିୟା କରି ଧାତବ ଅକ୍‌ସାଇଡ୍ ଏବଂ ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପନ୍ନ କରେ । ଯେଉଁ ଧାତବ ଅକ୍‌ସାଇଡ୍ ଜଳରେ ଦ୍ରବଣୀୟ ତାହା ପୁଣି ଜଳରେ ମିଶି ଧାତବ ହାଇଡ୍ରୋକ୍‌ସାଇଡ୍ ସୃଷ୍ଟି କରେ । ସବୁ ଧାତୁ ଜଳ ସହ ପ୍ରତିକ୍ରିୟା କରନ୍ତି ନାହିଁ ।
ଧାତୁ + ଜଳ → ଧାତବ ଅକ୍‌ସାଇଡ୍ + ହାଇଡ୍ରୋଜେନ୍‌
ଧାତବ ଅକ୍‌ସାଇଡ୍ + ଜଳ → ଧାତବ ହାଇଡ୍ରୋଜେନ୍‌

ଥଣ୍ଡା ଜଳ ସହ ପ୍ରତିକ୍ରିୟା :
(ii) ସୋଡ଼ିୟମ୍ ଏବଂ ପୋଟାସିୟମ୍ ଭଳି ଧାତୁ ଥଣ୍ଡା ଜଳ ସହ ତୀବ୍ର ପ୍ରତିକ୍ରିୟା କରେ । ଏଠାରେ ପ୍ରତିକ୍ରିୟା ଦ୍ଵୟ ଖୁବ୍ ତୀବ୍ର ଏବଂ ତାପ ଉତ୍ପାଦୀ ହୋଇଥିବାରୁ ଉତ୍ପନ୍ନ ହେଉଥ‌ିବା ହାଇଡ୍ରୋଜେନ୍‌ରେ ସଙ୍ଗେ ସଙ୍ଗେ ନିଆଁ ଲାଗିଯାଏ।
2K(s) + 2H2O(l) → 2KOH(aq) + H2(g) + ତାପଣକ୍ରି
2Na(s) + 2H2O(l) → 2NaOH(aq) + H2(g) + ତାପଣକ୍ରି

(iii) କ୍ୟାଲସିୟମ୍‌ର ଜଳ ସହ ପ୍ରତିକ୍ରିୟା କମ୍ ତୀବ୍ରତାରେ ହୋଇଥାଏ ଏବଂ ଏଥୁରୁ ସୃଷ୍ଟି ହୋଇଥିବା ତାପ ହାଇଡ୍ରୋଜେନ୍‌କୁ
Ca(s) + 2H2O(l) → Ca(OH)2(aq) + H2(g)
କ୍ୟାଲସିୟମ୍ ଜଳରେ ଭାସିବାକୁ ଆରମ୍ଭ କରେ କାରଣ ଉତ୍ପନ୍ନ ହେଉଥ‌ିବା ହାଇଡ୍ରୋଜେନ୍ ଗ୍ୟାସ୍‌ର ଫୋଟକାଗୁଡ଼ିକ ଧାତୁର ଉପରିଭାଗରେ ଲାଖ୍ ରହିଯାଏ ।

ଗରମ ଜଳ ସହ ପ୍ରତିକ୍ରିୟା :
(iv) Mg ଥଣ୍ଡା ଜଳ ସହ ପ୍ରତିକ୍ରିୟା କରେ ନାହିଁ କିନ୍ତୁ ଗରମ ଜଳ ସହ ପ୍ରତିକ୍ରିୟା କରି ମ୍ୟାଗ୍ନେସିୟମ ହାଇଡ୍ରୋକ୍‌ସାଇଡ୍ ଏବଂ ହାଇଡ୍ରୋଜେନ ଉତ୍ପନ୍ନ କରେ । ଏହାର ପୃଷ୍ଠରେ ଭାସୁଥ‌ିବା ହାଇଡ୍ରୋଜେନ୍ ଗ୍ୟାସ୍‌ର ଫୋଟକା ଯୋଗୁ ଭାସେ ।
Mg(s) + 2H2O(l) → Mg(OH)2 + H2O

ଚାମ୍ପ ସହ ପ୍ରତିକ୍ରିୟା :
(v) ଏଲୁମିନିୟମ୍, ଲୌହ ଏବଂ ଜିଙ୍କ ପରି ଧାତୁ ଥଣ୍ଡା ବା ଗରମ ପାଣିରେ ପ୍ରତିକ୍ରିୟା ଆଦୌ କରନ୍ତି ନାହିଁ । ଏହି ଧାତୁ ବାମ୍ଫ ସହ ପ୍ରତିକ୍ରିୟା କରି ଧାତବ ଅକସାଇଡ୍ ଏବଂ ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପନ୍ନ କରନ୍ତି ।
2Al(s) + 3H2O(g) → Al2O3(s) + 3H2(g)
3Fe(s) + 4H2O(g) → Fe3O4(s) + 4H2(g)

(vi) ଲେଡ୍, ରୁପା, ତମ୍ବା ଏବଂ ସୁନା ଆଦି ଧାତୁ ଜଳ ସହ ଆଦୌ ପ୍ରତିକ୍ରିୟା କରନ୍ତି ନାହିଁ ।

(vii) ଏଥିରୁ ଜଣାଯାଏ ଯେ ପୋଟାସିୟମ୍, ସୋଡ଼ିୟମ୍ ଧାତୁ କାଲସିୟମ୍‌ଠାରୁ ଅଧ୍ଵ ପ୍ରତିକ୍ରିୟାଶୀଳ ଓ ମ୍ୟାଗ୍ନେସିୟମ କ୍ୟାଲସିୟମ୍‌ଠାରୁ କମ୍ ପ୍ରତିକ୍ରିୟାଶୀଳ ।ଏଲୁମିନିୟମ୍, ଆଇରନ୍, ଜିଙ୍କ ଧାତୁ ମ୍ୟାଗ୍ନେସିୟମ୍‌ଠାରୁ କମ୍ ପ୍ରତିକ୍ରିୟାଶୀଳ ।

2. ଏଲୟ କ’ଣ ? ଏହା କିପରି ପ୍ରସ୍ତୁତ କରାଯାଏ ? ଏଲୟ କିପରି ମୂଳ ଧାତୁଠାରୁ ଭିନ୍ନ । ଏଲୟର 2ଟି
ଉ –
ଏଲୟ ଧାତୁ ସହ ଧାତୁ, ଅଧାତୁ କିମ୍ବା ଉପଧାତୁର ସମଜାତୀୟ ମିଶ୍ରଣକୁ ମିଶ୍ରଧାତୁ ବା ଏଲୟ କହନ୍ତି ।

  • ପ୍ରଥମେ ପ୍ରାରମ୍ଭିକ ଧାତୁକୁ ତରଳାଯାଏ ଏବଂ ତା’ପରେ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ଅନ୍ୟ ମୌଳିକକୁ ଏଥ‌ିରେ ଦ୍ରବୀଭୂତ କରାଇ ମିଶ୍ରଧାତୁ ପ୍ରସ୍ତୁତ କରାଯାଏ । ଏହାପରେ ଏହାକୁସାଧାରଣ ତାପମାତ୍ରାରେ ଶୀତଳ କରାଯାଏ ।
  • ଧାତୁର ଧର୍ମରେ ଉନ୍ନତି ଆଣିବାପାଇଁ ମିଶ୍ରଧାତୁର ପ୍ରସ୍ତୁତୀକରଣ ଏକ ଉତ୍ତମ ପ୍ରଣାଳୀ ଅଟେ ।
  • ଲୁହା ଏବଂ ବହୁଳ ବ୍ୟବହୃତ ଧାତୁ, କିନ୍ତୁ ଏହାକୁ କଦାପି ବିଶୁଦ୍ଧ ଅବସ୍ଥାରେ ବ୍ୟବହାର କରାଯାଏ ନାହିଁ । କାରଣ ବିଶୁଦ୍ଧ ଲୁହା ଅତ୍ୟନ୍ତ ନରମ ଏବଂ ଉତ୍ତପ୍ତ କଲେ ସହଜରେ ପ୍ରସାରିତ ହୁଏ । ମାତ୍ର ଏହାକୁ ଅଳ୍ପ ପରିମାଣର କାର୍ବନ ପ୍ରାୟ (0.05%) ସହ ମିଶାଇଲେ ତାହା ଶକ୍ତ ଏବଂ କଠିନ ହୋଇଯାଏ ।
    ଲୁହା, ନିକେଲ ଓ କ୍ରୋମିୟମ୍ ସହ ମିଶିଲେ ଷ୍ଟେନ୍‌ସ୍‌ ମିଳେ । ଏହା ଶକ୍ତ ଓ ଏଥ‌ିରେ କଳଙ୍କି ଲାଗେ ନାହିଁ । ଲୁହା ଯଦି ଅନ୍ୟ କୌଣସି ପଦାର୍ଥ ସହ ମିଶେ ତେବେ ତା’ର ଧର୍ମ ବଦଳିଯାଏ ।
  • ଗୋଟିଏ ମିଶ୍ରଧାତୁର ବିଦ୍ୟୁତ୍ ପରିବାହିତା ଏବଂ ଗଳନାଙ୍କ ବିଶୁଦ୍ଧ ଧାତୁଠାରୁ କମ୍ । ସୀସା ଓ ଟିଣ (pb ଓ Sn)ର ଏକ ମିଶ୍ରଧାତୁ ହେଉଛି ସୋଲଡ଼ର ଯାହାର ଗଳନାଙ୍କ ମୂଳଧାତୁଠାରୁ କମ୍ ଅଟେ ।

ମିଶ୍ରଧାତୁର ଉପଯୋଗିତା :

  • Sn ଓ Pb ର ମିଶ୍ରଧାତୁ ସୋଲଡ଼ରକୁ ଫ୍ୟୁଜ୍ ରୂପେ ବ୍ୟବହାର କରାଯାଏ ।
  • ସୁନାରେ 2 ଭାଗ ଖାଦ ମିଶାଇ 22 କ୍ୟାରେଟ୍ ସୁନା ପ୍ରସ୍ତୁତ କରାଯାଏ ଯାହାକି ଶକ୍ତ ଓ ଅଳଙ୍କାର ପ୍ରସ୍ତୁତିରେ ବ୍ୟବହାର କରାଯାଏ ।
  • ବ୍ରୋଞ୍ଜକୁ ବିଦ୍ୟୁତ୍ କୁପରିବାହୀ ରୂପେ ବ୍ୟବହୃତ କରାଯାଏ । .
  • ସୋଲଡ଼ର ବିଦ୍ୟୁତ୍ ତାରର ଝଳେଇ ବା ସଂଯୋଗରେ ବ୍ୟବହୃତ ହୁଏ।

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

3. ୟନିକ ଯୌଗିକ କାହାକୁ କହନ୍ତି ? ସୋଡ଼ିୟମ୍ କ୍ଲୋରାଇଡ୍ (NaCl) ଯୌଗିକର ଗଠନ ଚିତ୍ର ସହ ବର୍ଣ୍ଣନା କର ।

ଆୟନିକ୍ ଯୌଗିକ : ଧାତୁ ଗୁଡ଼ିକର ପରମାଣୁରୁ କୌଣସି ଅଧାତବ ପରମାଣୁକୁ ଇଲେକ୍‌ଟ୍ରନର ସ୍ଥାନାନ୍ତରଣ ଯୋଗୁଁ ସୃଷ୍ଟି ହେଉଥ‌ିବା ଯୌଗିକକୁ ଆୟନିକ ଯୌଗିକ ବା ବିଦ୍ୟୁତ୍ ସଂଯୋଜ୍ୟ ଯୌଗିକ କୁହାଯାଏ ।
ସୋଡ଼ିୟମ୍ କ୍ଲୋରାଇଡ୍ (NaCI) ର ଗଠନ :
(i) ସୋଡ଼ିୟମ୍‌ର ପରମାଣୁ କ୍ରମାଙ୍କ 11 । ଏହାର ଇଲେକ୍‌ଟ୍ରନ୍‌ ସଂରଚନା K(2), L(8), M(1)। ଏହା ଯଦି M କକ୍ଷରୁ ଗୋଟିଏ ଇଲେକ୍‌ଟ୍ରନ୍ ହରାଇ ଦିଏ ତେବେ L କକ୍ଷଟି ବାହ୍ୟତମ କକ୍ଷ ହୋଇଯିବ । L କକ୍ଷରେ 8 ଟି ଇଲେକ୍‌ଟ୍ରନ୍‌ ଥ‌ିବାରୁ ଏହା ସ୍ଥାୟୀ ଅଷ୍ଟକ ଅଟେ । Na ର ପରମାଣୁର ନ୍ୟୁକ୍ଲିୟସରେ 11 ଟି ପ୍ରୋଟନ ଅଛି ଓ କିନ୍ତୁ ଇଲେକ୍‌ଟ୍ରନ ସଂଖ୍ୟା 10 ହୋଇଯାଇଛି । ବଳକା ଗୋଟିଏ ପ୍ରୋଟନ (ଯୁକ୍ତ ଚାର୍ଜ) ସୋଡ଼ିୟମ କାଟାୟନ (Na+) ସୃଷ୍ଟି କରୁଛି ।
BSE Odisha 10th Class Physical Science Important Questions Chapter 3 img-8

(ii) କ୍ଲୋରିନ୍‌ର ପରମାଣୁ କ୍ରମାଙ୍କ 17 ଇଲେକ୍‌ଟ୍ରନ ସଂରଚନା K(2), L(8), M(7), ଅଷ୍ଟକ ପୂର୍ଣ୍ଣହେବା ପାଇଁ ମାତ୍ର ଗୋଟିଏ ଇଲେକ୍‌ଟ୍ରନ ଆବଶ୍ୟକ । ସୋଡ଼ିୟମ ସହ କ୍ଲୋରିନ୍‌ର ପ୍ରତିକ୍ରିୟା ହେଲେ ସୋଡ଼ିୟମ୍ ହରାଇଥିବା ଗୋଟିଏ ଇଲେକ୍‌ଟ୍ରନ କ୍ଲୋରିନ୍ ଗ୍ରହଣ କରିପାରିବ । ଗୋଟିଏ ଇଲେକ୍‌ଟ୍ରମ୍ ପାଇବା ଫଳରେ କ୍ଲୋରିନ୍ (CI) ଏନାୟନରେ ପରିଣତ ହେବ ।
BSE Odisha 10th Class Physical Science Important Questions Chapter 3 img-9

(iii) Na+ ଓ CI ବିପରୀତ ଚାର୍ଜ ବିଶିଷ୍ଟ ହୋଇଥିବାରୁ ପରସ୍ପରକୁ ଆକର୍ଷଣ କରେ ଏବଂ ଶକ୍ତିଶାଳୀ ସ୍ଥିର ବିଦ୍ୟୁତ୍ ଆକର୍ଷଣ ବଳଦ୍ଵାରା ଧରି ରଖ୍ NaCI ଗଠିତ ହୁଏ ।
BSE Odisha 10th Class Physical Science Important Questions Chapter 3 img-10

ସଂକ୍ଷିପ୍ତ ଭତ୍ତରମୂଳକ ପ୍ରଶ୍ନୋତ୍ତର

1. ଧାତୁ ଓ ଅଧାତୁକୁ ଭୌତିକ ଧର୍ମାନୁଯାୟୀ ବର୍ଗୀକରଣ କରାଯାଇପାରିବ ନାହିଁ – ଉଦାହରଣ ଦେଇ ବୁଝାଅ ।
ଭ –

  • ସାଧାରଣ ତାପମାତ୍ରାରେ ପାରଦ ବ୍ୟତୀତ ପ୍ରତ୍ୟେକ ଧାତୁ କଠିନ ଅବସ୍ଥାରେ ଥାଏ । ସାଧାରଣତଃ ଧାତୁଗୁଡ଼ିକ ଉଚ୍ଚ ଗଳନାଙ୍କ ବିଶିଷ୍ଟ, କିନ୍ତୁ ଗାଲିଲିୟମ ଏବଂ ସୀସିୟମ ଅତି ନିମ୍ନ ଗଳନାଙ୍କ ବିଶିଷ୍ଟ ଧାତୁ । ଏହି ଧାତୁ ଦ୍ଵୟକୁ ପାପୁଲିରେ ରଖୁଲେ ତାହା ତରଳିଯାଏ ଯାହାକି ଧାତୁର ଭୌତିକ ଧର୍ମ ନୁହେଁ ।
  • ଧାତୁର ଔଜ୍ୱଲ୍ୟ ଅଛି; କିନ୍ତୁ ଆୟୋଡ଼ିନ୍ ଅଧାତୁ ହେଲେ ମଧ୍ୟ ତାହାର ଔକ୍ସଲ୍ୟ ଅଛି ।
  • କାର୍ବନ ବିଭିନ୍ନ ରୂପରେ ରହିଥ‌ିବା ଅଧାତୁ ଅଟେ । ପ୍ରତ୍ୟେକ ରୂପକୁ ଅପରରୂପ କୁହାଯାଏ । ହୀରା ଅଧାତୁ ହେଲେ ମଧ୍ୟ କଠିନତମ । ଯାହା ଧାତୁର ଧର୍ମ । ଧାତୁଗୁଡ଼ିକର ଗଳନାଙ୍କ ଓ ସ୍ଫୁଟନାଙ୍କ ଅଧିକ । ହୀରା ଅଧାତୁ ହେଲେ ମଧ୍ୟ ଏହାର ଗଳନାଙ୍କ ଓ ସ୍ଫୁଟନାଙ୍କ ଅଧିକ ।
  • କ୍ଷାର ଧାତୁ ନିମ୍ନ ସାନ୍ଦ୍ରତା ଓ ଗଳନାଙ୍କ ବିଶିଷ୍ଟ ଧାତୁ ଅଟେ, ଯାହାକି ଅଧାତୁମାନଙ୍କଠାରେ ଦେଖାଯାଏ । ତେଣୁ ଉପରୋକ୍ତ ଆଲୋଚନାରୁ ଆମେ ଜାଣିଲେ ଯେ ଭୌତିକ ଧର୍ମ ଅନୁସାରେ ଧାତୁ ଓ ଅଧାତୁକୁ ବର୍ଗୀକରଣ କରାଯାଇ ପାରିବ ନାହିଁ ।

2. ଏନୋଡ଼ାଇଜିଙ୍ଗ୍ କ’ଣ ? ଏହା କିପରି କରାଯାଏ ?
ଉ –

  • ଏନୋଡାଇଜିଙ୍ଗ୍ ହେଉଛି ଏଲୁମିନିୟମ ଉପରେ ମୋଟା ଅକ୍‌ସାଇଡ୍ ପ୍ରଲେପ ଦେବା ପ୍ରଣାଳୀ । ଏଲୁମିନିୟମ୍ ବାୟୁରେ ରହିଲେ ଏକ ପତଳା ଅକ୍‌ସାଇଡ୍‌ର ଆବରଣ ସୃଷ୍ଟି ହୁଏ । ଏହି ଏଲୁମିନିୟମ୍ ଅକ୍‌ସାଇଡ୍‌ର ପ୍ରଲେପ ଅଧ‌ିକ ସଂକ୍ଷାରଣ ହେବାକୁ ପ୍ରତିରୋଧ କରେ ।
  • ଏହି ପ୍ରଣାଳୀରେ ପରିଷ୍କାର ଏଲୁମିନିୟମ୍‌କୁ ଏନୋଡ଼ରେ ସଂଯୁକ୍ତ କରି ଲଘୁ ସଫ୍ୟୁରିକ୍ ଏସିଡ୍ ବୈଦ୍ୟୁତିକ ବିଶ୍ଳେଷଣ କରାଯାଏ ।
  • ଏନୋଡ଼ରେ ସୃଷ୍ଟି ହୋଇ ଅକ୍‌ସିଜେନ୍ ଏଲୁମିନିୟମ୍ ସହ ପ୍ରତିକ୍ରିୟା କରି ଏହା ଉପରେ ମୋଟା ପ୍ରତିରୋଧକାରୀ ଅକ୍‌ସାଇଡ୍ ଆବରଣ ସୃଷ୍ଟି କରେ । ଏହା ଏଲୁମିନିୟମ୍‌କୁ ସଂକ୍ଷାରଣରୁ ରକ୍ଷାକରେ । ଏଲୁମିନିୟମ୍ ପଦାର୍ଥକୁ ଅକ୍‌ସାଇଡ୍ ସ୍ତରଦ୍ଵାରା ରଙ୍ଗେଇ ସହଜରେ ଆକର୍ଷଣୀୟ ରୂପ ଦିଆଯାଏ ।

3. କୌଣସି ଧାତୁ ନାଇଟ୍ରିକ୍ ଏସିଡ୍ ସହ ପ୍ରତିକ୍ରିୟା କଲେ କାହିଁକି ହାଇଡ୍ରୋଜେନ୍ ଗ୍ୟାସ୍ ନିର୍ଗତ ହୁଏ ନାହିଁ ? କିନ୍ତୁ Mn Mg ସହ ପ୍ରତିକ୍ରିୟା କରି H2 ଗ୍ୟାସ୍ ନିର୍ଗତ କରେ ।
ଉ –

  • କୌଣସି ଧାତୁ ନାଇଟ୍ରିକ୍ ଏସିଡ୍ ସହ ପ୍ରତିକ୍ରିୟା କଲେ ନାଇଟ୍ରୋଜେନ୍ ଗ୍ୟାସ୍ ନିର୍ଗତ ହୁଏ ନାହିଁ କାରଣ ନାଇଟ୍ରିକ୍ ଏସିଡ୍ ଏକ ସବଳ ଜାରକ ।
  • ଏହା ଉତ୍ପନ୍ନ ହେଉଥ‌ିବା ହାଇଡ୍ରୋଜେନ୍‌କୁ ଜାରଣ କରି ଜଳ ସୃଷ୍ଟି କରେ ଏବଂ ନିଜେ ବିଜାରିତ ହୋଇ ଯେକୌଣସି ନାଇଟ୍ରୋଜେନ୍ ଅକ୍‌ସାଇଡ୍ (N2O, NO, NO2) ରେ ପରିଣତ କରେ ।
  • କିନ୍ତୁ ମ୍ୟାଗ୍ନେସିୟମ ଓ ମାଙ୍ଗାନିଜ ଅତି ଲଘୁ ନାଇଟ୍ରିକ୍ ଏସିଡ୍ ସହ ପ୍ରତିକ୍ରିୟା କରି H, ଗ୍ୟାସ୍ ନିର୍ଗତ କରେ ।
    Mg(s) + HNO3(aq) → Mg(NO3)2(aq) + H2(g)

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

4. ଧାତୁଗୁଡ଼ିକ ଅକ୍‌ସିଜେନ୍, ଜଳ ଓ ଲଘୁଅମ୍ଳ ସହ କିପରି ପ୍ରତିକ୍ରିୟା କରନ୍ତି, ରାସାୟନିକ ସମୀକରଣ ସହ ବୁଝାଇ ଲେଖ ।
ଭ –
(i) ଧାତୁ ଅକ୍‌ସିଜେନ୍ ସହ ପ୍ରତିକ୍ରିୟା କରି ଧାତବ ଅକ୍‌ସାଇଡ୍ ଗଠନ କରେ ।
ଉଦାହରଣ :
ମ୍ୟାଗ୍ନେସିୟମ ପାତକୁ ବାୟୁରେ ଜାଳିଲେ ମ୍ୟାଗ୍ନେସିୟମ ଅକ୍‌ସାଇଡ୍ ମିଳେ ।
2Mg + O2 → 2MgO

(ii) କେତେକ ଧାତୁ ଥଣ୍ଡା ଜଳ ଓ କେତେକ ଧାତୁ ଗରମ ଜଳ ଓ କେତେକ ଧାତୁ ବାମ୍ଫ ସହ ପ୍ରତିକ୍ରିୟାକରି କ୍ଷାରକ ଉତ୍ପନ୍ନ କରନ୍ତି ।
ଉଦାହରଣ :
ପୋଟାସିୟମ୍ ଥଣ୍ଡା ଜଳ ସହ ପ୍ରତିକ୍ରିୟା କରି ପୋଟାସିୟମ ହାଇଡ୍ରକ୍‌ସାଇଡ୍ ଉତ୍ପନ୍ନ କରେ ।
2K(s) + 2H2O(l) → 2KOH(aq) + H2(g)
ଏଲୁମିନିୟମ୍ ବାମ୍ଫ ସହ ପ୍ରତିକ୍ରିୟା କରି ଏଲୁମିନିୟମ୍ ଅକସାଇଡ୍ ଉତ୍ପନ୍ନ କରେ ।
2Al(s) + 2H2O(g) → Al2O3(s) + 3H2(g)

(iii) କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ୍ ଭଳି ଧାତୁ ଲଘୁ ଅମ୍ଳ ସହ ପ୍ରତିକ୍ରିୟା କରି ଲବଣ ଓ ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପନ୍ନ କରେ ।
Ca(s) + 2HCl(aq) → CaCl2(aq) + H2(g)
କିନ୍ତୁ ତମ୍ବା ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ ସହ ପ୍ରତିକ୍ରିୟା କରେ ନାହିଁ ।

5. ଧାତୁର କ୍ରିୟାଶୀଳତାର ଅନୁକ୍ରମ ଦର୍ଶାଅ ଏବଂ ହାଇଡ୍ରୋଜେନ୍ ଅଧାତୁ ହେଲେ ମଧ୍ୟ ସକ୍ରିୟତାର ଅନୁକ୍ରମରେ ଅଛି କାରଣ ଦର୍ଶାଅ ।
ଉ –
(i) ଧାତୁର ପ୍ରତିକ୍ରିୟାଶୀଳତାର କ୍ରମଟି ହେଲା –
BSE Odisha 10th Class Physical Science Important Questions Chapter 3 img-11

(ii) ସକ୍ରିୟତା ଅନୁକ୍ରମର ଊର୍ଦ୍ଧ୍ବରେ ଥ‌ିବା ଧାତୁଗୁଡ଼ିକ ଏତେ ପ୍ରତିକ୍ରିୟାଶୀଳ ଯେ ତାହା ପ୍ରକୃତିରେ ମୁକ୍ତ ଅବସ୍ଥାରେ ମିଳେ ନାହିଁ ।

(iii) ସକ୍ରିୟତା ଅନୁକ୍ରମରେ ମଝିରେ ଥ‌ିବା Zn, Fe, Pb ଇତ୍ୟାଦି ମଧ୍ୟମ ପ୍ରତିକ୍ରିୟାଶୀଳ ଓ ଏଗୁଡ଼ିକ ଭୂତ୍ଵକ୍‌ରେ ଅକ୍‌ସାଇଡ୍, ସଲ୍‌ଫାଇଡ୍ କିମ୍ବା କାର୍ବୋନେଟ୍ ରୂପରେ ମିଳିଥାଏ ।

(iv) ସକ୍ରିୟତା ଅନୁସାରେ ନିମ୍ନରେ ଥିବା ଧାତୁଗୁଡ଼ିକ କମ୍ ପ୍ରତିକ୍ରିୟାଶୀଳତା ହେତୁ ପ୍ରକୃତିରୁ ମୁକ୍ତ ଭାବରେ ମିଳିଥାଏ । ହାଇଡ୍ରୋଜେନ ଏକ ଧାତୁ ହୋଇନଥିଲେ ମଧ୍ୟ ଏହା ଇଲେକ୍‌ଟ୍ରନ୍‌ ତ୍ୟାଗକରି ଯୁକ୍ତାତ୍ମକ ଆୟନ (H+) ସୃଷ୍ଟି କରେ ।

6. ସକ୍ରିୟତା କ୍ରମର ଊର୍ଦ୍ଧ୍ବରେ ଥ‌ିବା ଧାତୁଗୁଡ଼ିକର ନିଷ୍କାସନ କିପରି ସମ୍ଭବ ହୁଏ କାରଣ ସହ ଲେଖ ।
ଊ–

  • ସକ୍ରିୟତା କ୍ରମର ଊର୍ଦ୍ଧ୍ବରେ ଥିବା ପୋଟାସିୟମ୍, ସୋଡ଼ିୟମ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଏଲୁମିନିୟମ୍ ଆଦି ଧାତୁ ତୀବ୍ର ପ୍ରତିକ୍ରିୟାଶୀଳ ।
  • ଏହି ଧାତୁଗୁଡ଼ିକର ଅକ୍‌ସାଇଡ୍‌କୁ କାର୍ବନ ବିଜାରଣ ପଦ୍ଧତିରେ ବିଜାରତ କରାଯାଇପାରିବ ନାହିଁ, କାରଣ ଏଗୁଡ଼ିକର କାର୍ବନ ଅପେକ୍ଷା ଅକ୍‌ସିଜେନ୍ ପ୍ରତି ଆକର୍ଷଣ ଅତ୍ମକ । ଏଗୁଡ଼ିକରୁ ବୈଦ୍ୟୁତିକ ବିଜାରଣଦ୍ବାରା ଧାତୁ ମିଳିପାରିବ ।
  • ତରଳ କ୍ଲୋରାଇଡ୍‌ରୁ ବୈଦ୍ୟୁତିକ ବିଶ୍ଳେଷଣଦ୍ଵାରା ଜଳରେ ସୋଡ଼ିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ଇତ୍ୟାଦି ମିଳିଥାଏ । ଧାତୁ କ୍ୟାଥୋଡ଼ଠାରେ ଜମା ହେଉଥିଲାବେଳେ କ୍ଲୋରିନ୍ ଏନୋଡ଼ଠାରେ ନିର୍ଗତ ହୁଏ ।
    BSE Odisha 10th Class Physical Science Important Questions Chapter 3 img-12

7. ସକ୍ରିୟତା କ୍ରମର ନିମ୍ନରେ ଥିବା ଧାତୁଗୁଡ଼ିକ କିପରି ନିଷ୍କାସନ କରାଯାଏ ଉଦାହରଣ ଦେଇ ଲେଖ ।
ଉ–
(i) ସକ୍ରିୟତାର ଅନୁକ୍ରମର ନିମ୍ନରେ ଥିବା ଧାତୁଗୁଡ଼ିକ; ଯଥା- Cu, Hg, Au, Ag ଅତ୍ୟନ୍ତ କମ୍ ପ୍ରତିକ୍ରିୟାଶୀଳ । ବାୟୁରେ ଉତ୍ତପ୍ତ କରି ସେଗୁଡ଼ିକର ଅକ୍‌ସାଇଡ୍‌ରୁ ଧାତୁକୁ ପୃଥକ୍ କରାଯାଏ ।
ଡତାହରଣ –

(ii) ପାରଦର ଧାତୁପିଣ୍ଡର ନାମ ସିନାବାର (HgS) । ଏହାକୁ ବାୟୁରେ ଉତ୍ତପ୍ତ କରି ପ୍ରଥମେ ମର୍‌କ୍ୟୁରିକ୍ ଅକ୍‌ସାଇଡ୍ (HgO)ରେ ପରିଣତ କରାଯାଏ । ଏହାକୁ ଆହୁରି ଉତ୍ତପ୍ତ କଲେ ମରକ୍ୟୁରିକ୍ ଅକ୍‌ସାଇଡ୍ ବିଜାରିତ ହୋଇ
BSE Odisha 10th Class Physical Science Important Questions Chapter 3 img-13

(iii) ପ୍ରକୃତିରୁ ମିଳୁଥିବା (Cu2S) ଧାତୁପିଣ୍ଡରୁ ତମ୍ବା ପାଇବା ପାଇଁ ଏହାକୁ ବାୟୁର ଉତ୍ତପ୍ତ କରିବା ଆବଶ୍ୟକ ।
BSE Odisha 10th Class Physical Science Important Questions Chapter 3 img-14

8. ଜାରଣ-ବିଜାରଣ ପ୍ରକ୍ରିୟା ଧାତୁ ନିଷ୍କାସନରେ କିପରି ସାହାଯ୍ୟ କରେ ଉଦାହରଣ ଦେଇ ବୁଝାଅ । ଥରମିଟ୍ ପ୍ରତିକ୍ରିୟା କ’ଣ ବୁଝାଅ ।
ଉ–
(i) ସୋଡ଼ିୟମ୍‌, କ୍ୟାଲସିୟମ୍ ଓ ଏଲୁମିନିୟମ୍ ଆଦି ଧାତୁ ମଧ୍ୟ ବିଜାରକ ରୂପେ କାର୍ଯ୍ୟ କରେ । ସେମାନେ କମ୍ ପ୍ରତିକ୍ରିୟାଶୀଳ ଧାତୁକୁ ସେମାନଙ୍କର ଯୌଗିକରୁ ଅପସାରଣ କରନ୍ତି ।
ଉଦାହରଣ –
ମାଙ୍ଗାନିଜ୍ ଡାଇଅକ୍‌ସାଇଡ୍‌କୁ ଏଲୁମିନିୟମ୍ ଗୁଣ୍ଡ ସହ ଉତ୍ତପ୍ତ କଲେ ମାଙ୍ଗାନିଜ୍ ଧାତୁ ମିଳେ ।
3MnO2(s) + 4Al(s) → 3Mn(l) + 2Al2O3(s) + ଚାପ
ଏଠାରେ MnO2, Mn କୁ ବିଜାରିତ ହୋଇଥିଲାବେଳେ Al, AlO3କୁ ଜାରିତ ହୋଇଛି ।

(ii) ବିସ୍ଥାପନ ପ୍ରତିକ୍ରିୟା ଅତିମାତ୍ରାରେ ତାପ ଉତ୍ପାଦୀ – ଫେରିକ୍‌ ଅକ୍‌ସାଇଡ୍‌ର ଏଲୁମିନିୟମ୍ ସହ ପ୍ରତିକ୍ରିୟା ରେଳଧାରଣାଗୁଡ଼ିକୁ ଯୋଡ଼ିବାରେ କିମ୍ବା ଫାଟିଯାଇଥିବା ଯନ୍ତ୍ରାଂଶକୁ ଯୋଡ଼ିବାପାଇଁ ବ୍ୟବହୃତ ହୋଇଥାଏ । ଏପରି ଯୋଡ଼ିବା ପ୍ରକ୍ରିୟାକୁ ଥରମିଟ୍ ପ୍ରତିକ୍ରିୟା କୁହାଯାଏ ।
Fe2O3(s) + 2Al(s) → 2Fe(l) + Al2O3(s) + ତାପ

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

9. ଏଲୟ କ’ଣ ? ସୁନାର ଏଲୟ ଆବଶ୍ୟକ କାହିଁକି ?
ଭ –

  • ଦୁଇ ବା ତତୋଽଧ୍ଵ ସମଜାତୀୟ ଧାତୁର ମିଶ୍ରଣ କିମ୍ବା ଗୋଟିଏ ଧାତୁ ଏବଂ ଗୋଟିଏ ଅଧାତୁର ମିଶ୍ରଣକୁ ମିଶ୍ରଧାତୁ ବା ଏଲୟ କହନ୍ତି ।
  • ବିଶୁଦ୍ଧ ସୁନା 24 କ୍ୟାରେଟ୍ ନାମରେ ଜଣାଶୁଣା । ତାହା ଅତ୍ୟନ୍ତ ନରମ ହୋଇଥିବାରୁ ସେଥ‌ିରେ ଅଳଙ୍କାର
  • ଏହାକୁ ଶକ୍ତ କରିବାପାଇଁ ଏଥିରେ ରୁପ କିମ୍ବା ତମ୍ବା ମିଶାଯାଏ ।
  • ଭାରତରେ 22 କ୍ୟାରେଟ୍ ସୁନା ଅଳଙ୍କାର ପାଇଁ ଏହା ବ୍ୟବହୃତ ହୁଏ । ଅର୍ଥାତ୍ 22 ଭାଗ ବିଶୁଦ୍ଧ ସୁନା ସହ 2 ଭାଗ ତମ୍ବାର କିମ୍ବା ରୁପା ମିଶାଯାଇ ସୁନା ଅଳଙ୍କାର ତିଆରି ହୁଏ ।

10. କେଉଁ ପ୍ରଣାଳୀରେ (a) ସକ୍ରିୟତା କ୍ରମରେ ନିମ୍ନରେ ଥ‌ିବା ଧାତୁ (b) ମଧ୍ୟମକ୍ରମରେ ଥ‌ିବା ଧାତୁ (c) ଅଧିକ ସକ୍ରିୟତା କ୍ରମରେ ଥ‌ିବା ଧାତୁ ବିଜାରିତ ହୋଇଥାଏ ?
ଉ –
(a) ସକ୍ରିୟତା କ୍ରମରେ ନିମ୍ନରେ ଥ‌ିବା ଧାତୁଗୁଡ଼ିକ ସ୍ବତଃ କିମ୍ବା ତାପ ପ୍ରୟୋଗ କଲେ ବିଜାରିତ ହୁଏ ।
ଉଦାହରଣ –
Cu2S ଧାତୁପିଣ୍ଡରୁ ତମ୍ବା ପାଇବାପାଇଁ ଏହାକୁ ବାୟୁରେ ଉତ୍ତପ୍ତ କରାଯାଏ ।
BSE Odisha 10th Class Physical Science Important Questions Chapter 3 img-15

(b) ମଧ୍ୟମ କ୍ରମର ସକ୍ରିୟ ଧାତୁ କୋଦ୍ବାରା ବିଜାରିତ ହୋଇଥାଏ ।
ଉଦାହରଣ –
ଜିଙ୍କ୍ ଅକ୍‌ସାଇଡ୍‌କୁ କାର୍ବନ ସହିତ ଉତ୍ତପ୍ତ କଲେ ତାହା ଧାତବ ଜିକୁ ବିଜାରିତ ହୋଇଥାଏ ।
ZnO(s) + C(s) → Zn(s) + CO(g)

(c) ଅଧିକ ସକ୍ରିୟତା କ୍ରମରେ ଥିବା ଧାତବ ଅକ୍‌ସାଇଡ୍‌ର ବୈଦ୍ୟୁତିକ ବିଜାରଣ କରାଯାଇଥାଏ ।
ଉଦାହରଣ –
ଏଲୁମିନିୟମ୍ ଅକ୍‌ସାଇଡ୍ରୁ ବୈଦ୍ୟୁତିକ ବିଚ୍ଚାରଣ ସାହାଯ୍ୟରେ ଏଲୁମିନିୟମ୍ ମିଳେ । କ୍ୟାଥୋଡ୍ଠାରେ ଏଲୁମିନିୟମ୍ ଓ ଏନୋଡ୍‌ଠାରେ ଅକ୍‌ସିଜେନ୍ ମିଳେ ।
Al2O3 → 2A3+ + 3O22-
କ୍ୟାଥୋଡ଼ଠାରେ : Al3+ + 3e → Al
ଏନୋଡ୍‌ଠାରେ : 2O2- → O2 + 4e

11. ଲିଥ୍ୟମ୍ ଫ୍ଲୋରାଇଡ୍ ଅଣୁର ଗଠନ ବର୍ଣ୍ଣନା କର ।
ଉ –

  • ଲିଥେମ୍ ପରମାଣୁ ସହଜରେ ଗୋଟିଏ ଇଲେକ୍‌ଟ୍ରନ ତ୍ୟାଗକରି Li+ ଆୟନରେ ପରିଣତ ହୁଏ ଏବଂ ନିକଟତମ
  • ଲିଥ୍ୟମ୍ ଆୟନ ତ୍ୟାଗ କରିଥିବା ଇଲେକ୍‌ଟ୍ରନ୍‌କୁ ଫ୍ଲୋରିନ୍‌ ଗ୍ରହଣ କରି Fଆୟନରେ ପରିଣତ ହୁଏ ଏବଂ ନିକଟତମ ନିଷ୍କ୍ରିୟ ମୌଳିକ ନିୟନ୍ ସଂରଚନା ଧାରଣ କରେ ।
  • ଉଭୟ ଯୁକ୍ତାତ୍ମକ ଆୟନ ଓ ବିଯୁକ୍ତାତ୍ମକ ଆୟନ Li+ ଓ F ପରସ୍ପରକୁ ଆକର୍ଷଣ କରନ୍ତି ଫଳରେ LiF ଯୌଗିକ ଗଠିତ ହୁଏ ।
    BSE Odisha 10th Class Physical Science Important Questions Chapter 3 img-16

ଅତିସଂଯିପ୍ର ଉତ୍ତରମ୍ଜଲକ ପ୍ରଣ୍ଟୋତ୍ତର

1. ଧାତୁର ତନ୍ୟତା ଗୁଣ କ’ଣ ? କେଉଁ ଧାତୁର ଏହି ତନ୍ୟତା ଗୁଣ ସର୍ବାଧ୍ଵ ଓ କିପରି ଧାତୁର କେଉଁ ଗୁଣପାଇଁ ଆମେ ଏହାର ଆକାର ବଦଳାଇପାରୁ ?
ଉ –

  • ଧାତୁର ତାର ବାହାର କରିବା ଗୁଣକୁ ତନ୍ୟତା କହନ୍ତି ।
  • ସୁନାର ଏହି ତନ୍ୟତା ଗୁଣ ସର୍ବାଧ‌ିକ ।
    1 ଗ୍ରାମ୍ ସୁନାରୁ ପ୍ରାୟ 2 କି.ମି. ଦୈର୍ଘ୍ୟର ତାର ଟଣାଯାଇ ପାରିବ ।
  • ଧାତୁର ନମନୀୟତା ଓ ତନ୍ୟତା ଗୁଣ ଯୋଗୁଁ ଆମେ ଆମ ଆବଶ୍ୟକତା ଅନୁସାରେ ସେଗୁଡ଼ିକର ଆକାର ବଦଳାଇ ପାରୁ ।

2. କ୍ଷାର ଧାତୁ ଦୁଇଟିର ନାମ ଓ ଦୁଇଟି ଧର୍ମ ଲେଖ ।
ଊ–

  • କ୍ଷାର ଧାତୁ ଦୁଇଟି – ସୋଡ଼ିୟମ୍ ଓ ପୋଟାସିୟମ୍ ।
  • ଏହା ଅତି ନରମ
    • ଏହାର ସାନ୍ଦ୍ରତା ଓ ଗଳନାଙ୍କ ନିମ୍ନ ହୋଇଥାଏ ।

3. ଧାତୁକୁ ବାୟୁରେ ଦହନ କଲେ କ’ଣ ହୁଏ ଉଦାହରଣ ଓ ରାସାୟନିକ ସମୀକରଣ ସହ ଲେଖ ।
ଊ–
(i) ଧାତୁଗୁଡ଼ିକ ବାୟୁ କିମ୍ବା ଅମ୍ଳଜାନ ସହ ପ୍ରତିକ୍ରିୟା କରି ଧାତବ ଅକ୍‌ସାଇଡ୍ ଉତ୍ପନ୍ନ କରେ ।
ଧାତୁ + ଅକ୍‌ସିଜେନ୍ → ଧାତବ ଅକ୍‌ସାଇଡ୍

(ii) ଉଦାହରଣ – ଏଲୁମିନିୟମକୁ ବାୟୁରେ ଦହନ କଲେ ଏଲୁମିନିୟମ ଅକସାଇଡ୍ ଉତ୍ପନ୍ନ କରେ ।
4Al + 3O2 → 2Al2O3

4. ପୋଟାସିୟମ୍ ଓ ସୋଡ଼ିୟମ୍‌କୁ କିରୋସିନ୍‌ରେ ବୁଡ଼ାଇ ରଖାଯାଏ କାହିଁକି ?
ଊ–

  • ସୋଡ଼ିୟମ୍ ଓ ପୋଟାସିୟମ୍ ଧାତୁ ତୀବ୍ର ପ୍ରତିକ୍ରିୟାଶୀଳ ଧାତୁ । ସକ୍ରିୟତାର ଅନୁକ୍ରମରେ ଏହା ଶୀର୍ଷରେ ଅଛି । ବାୟୁ ଓ ଜଳ ସହ ଏହା ତୀବ୍ର ପ୍ରତିକ୍ରିୟା କରେ।
  • କିରୋସିନ୍‌ରେ ବୁଡ଼ାଇ ରଖିଲେ ଏଗୁଡ଼ିକ ବାୟୁ କିମ୍ବା ଜଳ ସହ ପ୍ରତିକ୍ରିୟା କରନ୍ତି ନାହିଁ କାରଣ ଏମାନେ ବାୟୁ ଓ ଜଳ ସଂସ୍ପର୍ଶରେ ଆସି ନଥା’ନ୍ତି ଏବଂ ପ୍ରଜ୍ବଳନତାର ମାତ୍ରା ପାଇନଥାନ୍ତି ।

5. ଧାତୁ ଅମ୍ଳ ସହ ରାସାୟନିକ ପ୍ରତିକ୍ରିୟା କଲେ କ’ଣ ହୁଏ ରାସାୟନିକ ସମୀକରଣ ସହ ଲେଖ ।
ଊ–

  • ସୋଡ଼ିୟମ୍‌ ଭଳି ବହୁ ଧାତୁ ଅମ୍ଳ ସହ ପ୍ରତିକ୍ରିୟା କରି ଲବଣ ଓ ହାଇଡ୍ରୋଜେନ୍ ଗ୍ୟାସ୍ ନିର୍ଗତ କରେ ।
  • 2Na + 2Cl → 2NaCl + H2(g)

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

6. ଅମ୍ଳରାଜ କ’ଣ ? ଏହା କେଉଁ ଧାତୁକୁ ଦ୍ରବୀଭୂତ କରିପାରିବ ଲେଖ ।
ଊ–

  • ଅମ୍ଳରାଜ ହେଉଛି ସଦ୍ୟ ପ୍ରସ୍ତୁତ ଗାଢ଼ ହାଇଡ୍ରୋକ୍ଲୋରିକ ଏସିଡ୍, ନାଇଟ୍ରିକ୍ ଏସିଡ୍‌ର 3 : 1 ଅନୁପାତରେ ମିଶ୍ରଣ । ଏହି ମିଶ୍ରଣ ସବୁକୁ ଦ୍ରବୀଭୂତ କରିପାରେ ।
  • ଅମ୍ଳରାଜ ଏକ ଭଲ ସଂକ୍ଷାରଣ ଧୂମଶୀଳ ତରଳ ।
  • ଏହାର ସୁନା ଓ ପ୍ଲାଟିନମ୍କୁ ଦ୍ରବୀଭୂତ କରିବାର କ୍ଷମତା ରହିଛି ।

7. ତମ୍ବା ଓ ଲୁହା ମଧ୍ଯରେ କେଉଁଟି ଅଧ‌ିକ ପ୍ରତିକ୍ରିୟାଶୀଳ ଓ କାହିଁକି ? ସମୀକରଣ ସହ ଲେଖ ।
ଊ–

  • ବିସ୍ଥାପନ ପ୍ରତିକ୍ରିୟାରୁ ଧାତୁର ପ୍ରତିକ୍ରିୟାଶୀଳତା ବିଷୟରେ ଅଧ୍ବକ ତଥ୍ୟ ମିଳେ ।
  • ଯଦି A ଧାତୁ, ଧାତୁ Bକୁ ଏହାର ଦ୍ରବଣରୁ ବିସ୍ଥାପନ କରେ, ତେବେ B ଠାରୁ A ଅଧ‌ିକ ପ୍ରତିକ୍ରିୟାଶୀଳ ହେବ ।
  • ଧାତୁ A + B ର ଲବଣ ଦ୍ରବଣ → Aର ଲବଣ ଦ୍ରବଣ + ଧାତୁ B
  • କପର ସଲ୍‌ଫେଟ୍ ଦ୍ରବଣ ନେଇ ସେଥୁରେ ଲୁହାକଣ୍ଟା ଭର୍ଭିକଲେ 20 ମିନିଟ୍ ପରେ କପର ସଲ୍‌ଫେଟ୍‌ର ନୀଳବର୍ଣ ହ୍ରାସ ଘଟିବ ଓ ଏହା ବର୍ଣ୍ଣହୀନ ଆଇରନ୍ ସଲ୍‌ଫେଟ୍‌ରେ ପରିଣତ ହେବ ।
  • Fe(s) + CuSO4(aq) → FeSO4(aq) + Cu(s)
    ଏଥୁରୁ Fe, Cu ଠାରୁ ଅଧ‌ିକ ପ୍ରତିକ୍ରିୟାଶୀଳ ବୋଲି ଜଣାପଡ଼ିଲା ।

8. NaCl ର ଗଠନ ଚିତ୍ରଦ୍ୱାରା ଦର୍ଶାଅ ।
ଊ–
(i) ସୋଡ଼ିୟମ୍ ପରମାଣୁର ବାହ୍ୟତମ କକ୍ଷରେ ଥିବା ଗୋଟିଏ ଇଲେକ୍‌ଟ୍ରନ୍ କ୍ଲୋରିକୁ ଦହନକରି Na+ ଆୟନରେ ପରିଣତ ହୁଏ ଏବଂ କ୍ଲୋରିନ୍‌ ଇଲେକ୍‌ଟ୍ରନ୍‌ ଗ୍ରହଣ କରି Cl ଆୟନରେ ପରିଣତ ହୁଏ ।

(ii) Na+ ଓ Cl ଆୟନ ମଧ୍ୟରେ ଆକର୍ଷଣ ଘଟି NaCI ଅଣୁ ଗଠନ କରେ ।
BSE Odisha 10th Class Physical Science Important Questions Chapter 3 img-17

9. ସୋଡ଼ିୟମ ଓ ଅକ୍‌ସିଜେନ୍‌ର ଇଲେକ୍‌ଟ୍ରନ୍ ଡଟ୍ ସଂରଚନା ଲେଖୁ ଇଲେକ୍‌ଟ୍ରନ ସ୍ଥାନାନ୍ତରଣଦ୍ଵାରା Na2O ର ଗଠନ ଦର୍ଶାଅ ।
ଊ–
BSE Odisha 10th Class Physical Science Important Questions Chapter 3 img-18

10. ଆୟନିକ୍ ଯୌଗିକର ଗଳନାଙ୍କ ଓ ସ୍ଫୁଟନାଙ୍କ ଉଚ୍ଚ କାହିଁକି ? ଦ୍ରବଣରେ ବିଦ୍ୟୁତ୍ ପରିବାହିତ ହୁଏ କାହିଁକି ?
ଊ–

  • ଆୟନିକ୍ ଯୌଗିକଗୁଡ଼ିକ ଉଚ୍ଚ ଗଳନାଙ୍କ ବିଶିଷ୍ଟ ଉଚ୍ଚ ସ୍ଫୁଟନାଙ୍କ ବିଶିଷ୍ଟ କାରଣ ଶକ୍ତ ଅନ୍ତଃ ଆୟନୀୟ ଆକର୍ଷଣ ଭାଙ୍ଗିବାପାଇଁ ଯଥେଷ୍ଟ ପରିମାଣର ଶକ୍ତି ଆବଶ୍ୟକ
  • ଜଳରେ ଆୟନିକ୍ ଯୌଗିକର ଏକ ଦ୍ରବଣରେ ଆୟନ ରହିଥାଏ । ଉକ୍ତ ଦ୍ରବଣରେ ବିଦ୍ୟୁତ୍ ପ୍ରବାହିତ କଲେ ଏହି ଆୟନଗୁଡ଼ିକ ସର୍ବଦା ବିପରୀତ ଚାର୍ଜବିଶିଷ୍ଟ ଇଲେକ୍‌ଟ୍ରୋଡ଼ ଆଡ଼କୁ ଗତି କରିଥାଏ ଫଳରେ ବିଦ୍ୟୁତ୍ ପରିବହନ କରିଥାଏ ।

11. ଷ୍ଟେନ୍‌ଲେସ୍ ଷ୍ଟିଲ୍ କିପରି ମିଳେ ?
ଊ–

  • ଲୁହା, ନିକେଲ ଓ କ୍ରୋମିୟମ ସହ ମିଶିଲେ ଷ୍ଟେନ୍‌ଲେସ୍ ଷ୍ଟିଲ୍ ମିଳେ ।
  • ଏହା ଶକ୍ତ ଏବଂ ଏଥରେ କଳଙ୍କି ଲାଗେ ନାହିଁ ।

12. କଳଙ୍କି କ’ଣ ଓ କିପରି ସୃଷ୍ଟି ହୁଏ ?
ଭ –

  • ଲୁହାକୁ ଆର୍ଦ୍ର ବାୟୁରେ ବହୁତ ସମୟ ରଖେଲେ ଏକ ବାଦାମୀ ରଙ୍ଗର ପତଳା ଆଚ୍ଛାଦନ ସୃଷ୍ଟି ହୁଏ, ଏହାକୁ କଳଙ୍କି
  • ଲୁହା, ଜଳ ଓ ବାୟୁ ସଂସ୍ପର୍ଶରେ ଆସିଲେ ହିଁ ସେଥ‌ିରେ କଳଙ୍କି ଲାଗେ । କେବଳ ଜଳ କିମ୍ବା କେବଳ ବାୟୁ ସଂସ୍ପର୍ଶରେ ଆସିଲେ ଲୁହାରେ କଳଙ୍କି ଲାଗେ ନାହିଁ ।

BSE Odisha 10th Class Physical Science Important Questions Chapter 3 ଧାତୁ ଓ ଅଧାତୁ

13. ବିଦ୍ୟୁତ୍ କୁପରିବାହୀ ଏଲୟ ଏବଂ ବିଦ୍ୟୁତ୍ ତାରର ଝଳେଇ ପାଇଁ ବ୍ୟବହୃତ ଏଲୟ କେଉଁ ଧାତୁରୁ ତିଆରି ଏବଂ ଏହାର ବ୍ୟବହାର ଲେଖ ।
ଊ–

  • ବିଦ୍ୟୁତ୍ କୁପରିବାହୀ ଏଲୟର ନାମ ବ୍ରୋଞ୍ଜ । ଏହା ତମ୍ବା ଓ ଟିଣକୁ ନେଇ ଗଠିତ ।
  • ବିଦ୍ୟୁତ୍ ତାରର ଝଳେଇ ପାଇଁ ସୋଲଡ଼ର ବ୍ୟବହାର କରାଯାଏ । ଏହା ସୀସା ଓ ଟିଣର ଏକ ମିଶ୍ରଧାତୁ ।

14. କାଲସିନେସନ୍ ଓ ରୋଲିଂ କ’ଣ ବୁଝାଅ ?
ଊ–
(i) କାଲସିନେସନ୍ : ସୀମିତ ପରିମାଣ ବାୟୁରେ କାର୍ବୋନେଟ୍ ଧାତୁପିଣ୍ଡକୁ ଉତ୍ତପ୍ତ କରି ଅକ୍‌ସାଇଡ୍ ପରିବର୍ତ୍ତନ କରାଯାଏ । ଏହି ପ୍ରଣାଳୀକୁ କାଲସିନେସନ୍ କୁହାଯାଏ ।
BSE Odisha 10th Class Physical Science Important Questions Chapter 3 img-19

(ii) ରୋଲିଂ – ସଲ୍‌ଫାଇଡ୍ ଧାତୁପିଣ୍ଡକୁ ଅକ୍‌ସାଇଡ୍‌ରେ ପରିଣତ କରିବାକୁ ହେଲେ ଏହାକୁ ଯଥେଷ୍ଟ ପରିମାଣର ବାୟୁର ଉପସ୍ଥିତିରେ ଅଧ‌ିକ ପରିମାଣରେ ଉତ୍ତପ୍ତ କରାଯାଏ ।
ଉଦାହରଣ :
2ZnS(s) + 3O2(g) → 2ZnO(s) + 2SO4(g)

15. କ୍ୟାଲସିୟମ୍ ଧାତୁ ଜଳ ସହ ପ୍ରତିକ୍ରିୟା କଲେ ଉତ୍ପନ୍ନ ହେଉଥ‌ିବା ଉଦ୍‌ଜାନ ଗ୍ୟାସ୍‌ରେ ନିଆଁ ଲାଗୁଥ‌ିବାବେଳେ ସୋଡ଼ିୟମ୍ ଜଳରେ ପ୍ରତିକ୍ରିୟା କଲେ ଉତ୍ପନ୍ନ ହାଇଡ୍ରୋଜେନ୍ ଜଳି ଉଠେ କାହିଁକି ?
ଊ–

  • କ୍ୟାଲସିୟମ୍ ଜଳ ସହ ପ୍ରତିକ୍ରିୟା କଲେ ଉତ୍ପନ୍ନ ହେଉଥ‌ିବା ତାପ ହାଇଡ୍ରୋଜେନ୍‌କୁ ଜଳାଇବାକୁ ଯଥେଷ୍ଟ ହୋଇନଥାଏ, ତେଣୁ ନିଆଁ ଲାଗେନାହିଁ ।
  • ସୋଡ଼ିୟମ୍‌ ଜଳ ସହ ତୀବ୍ର ପ୍ରତିକ୍ରିୟା କରୁଥିବାରୁ ଉତ୍ପନ୍ନ ହେଉଥିବା ତାପ ହାଇଡ୍ରୋଜେନ୍‌କୁ ଜଳାଇବାକୁ ଯଥେଷ୍ଟ ହୁଏ, ଫଳରେ ନିଆଁ ଧରେ ।
  • ଉପରୋକ୍ତ ଦୁଇଟି ପ୍ରକ୍ରିୟା ତାପ ଉତ୍ପାଦୀ ଅଟେ ।

16. ଧାତବ ବିଜାରଣ ଓ କାର୍ବନ ବିଜାରଣ ଦ୍ଵୟ ସମୀକରଣ ସହ ଲେଖ ।
ଊ–
(i) ଧାତବ ବିଜାରଣ – ସୋଡ଼ିୟମ୍, କ୍ୟାଲସିୟମ୍ ଓ ଏଲୁମିନିୟମ୍ ଭଳି ଧାତୁ ବିଜାରକ ରୂପେ ବ୍ୟବହୃତ ହୁଏ, କାରଣ ଏମାନେ କମ୍ ପ୍ରତିକ୍ରିୟାଶୀଳ ଧାତୁକୁ ସେମାନଙ୍କର ଯୌଗିକରୁ ଅପସାରଣ କରେ ।
ମାଙ୍ଗାନିଜ୍ ଡାଇଅକ୍‌ସାଇଡ୍ ଏଲୁମିନିୟମ୍ ଗୁଣ୍ଡ ସହ ପ୍ରତିକ୍ରିୟା କଲେ ମାଙ୍ଗାନିଜ୍ ଧାତୁ ମିଳିଥାଏ ।
3MnO2(s) + 4Al(s) → 3Mn(l) + 2Ạl2O3(s) + ତାପ

(ii) କାର୍ବନ ବିଜାରଣ – ଜିଙ୍କ୍ ଅକ୍‌ସାଇଡ୍ ଭଳି ଧାତବ ଅକସାଇଡ୍ କାର୍ବନ ଗୁଣ୍ଡ ସହ ପ୍ରତିକ୍ରିୟା କରି ଧାତବ ଜିକୁ ବିଜାରିତ ହୁଏ ।
ZnO(s) + C(s) → Zn(s) + Ca(g)

17. ଧାତବ ସଲ୍‌ଫାଇଡ୍‌କୁ ବାୟୁରେ ଉତ୍ତପ୍ତ କଲେ ତରଳ ଧାତୁ ମିଳେ । ଧାତୁଟିର ନାମ,ଏହାର ଧାତୁପିଣ୍ଡ ଏବଂ କେଉଁ ପଦ୍ଧତିରେ ନିଷ୍କାସନ କରାଯାଏ ଲେଖ ।
ଉ-
ତରଳ ଧାତୁଟିର ନାମ ପାରଦ ।
HgSକୁ ରୋମିଂ ପ୍ରଣାଳୀରେ ଉତ୍ତପ୍ତ କଲେ ପାରଦ ମିଳେ ।
BSE Odisha 10th Class Physical Science Important Questions Chapter 3 img-20
ଏହି ରାସାୟନିକ ପ୍ରଣାଳୀର ନାମ ରୋମିଂ ।

18. କାହିଁକି Na ଓ Mgକୁ କାର୍ବନ ବିଜାରଣ କରିପାରେ ନାହିଁ ? Na ଓ Mg ମୁକ୍ତ ଅବସ୍ଥାରେ ମିଳିପାରନ୍ତି ନାହିଁ କାହିଁକି ?
ଉ –

  • Na ଓ Mg କାର୍ବନଠାରୁ ଅଧ‌ିକ ପ୍ରତିକ୍ରିୟାଶୀଳ । ତେଣୁ କାର୍ବନ Na ଓ Mgକୁ ବିଜାରଣ କରିପାରିବ ନାହିଁ ।
  • Na,Mg ପ୍ରତିକ୍ରିୟାଶୀଳତା ଅନୁକ୍ରମର ଶୀର୍ଷରେ ଅଛନ୍ତି, ତେଣୁ ଏମାନେ ଅଧ‌ିକ ପ୍ରତିକ୍ରିୟାଶୀଳ ।

19. ଏଫୋଟେରିକ୍ ଅକ୍‌ସାଇଡ୍ କ’ଣ ? ଏହି ଅକ୍‌ସାଇଡ୍‌ର ଦୁଇଟି ଉଦାହରଣ ଦିଅ ।
ଉ –

  • ଯେଉଁ ଧାତବ ଅକ୍‌ସାଇଡ୍ ଉଭୟ ଅମ୍ଳୀୟ ପ୍ରକୃତି ଓ କ୍ଷାରୀୟ ପ୍ରକୃତି ପ୍ରଦର୍ଶନ କରନ୍ତି, ସେମାନଙ୍କୁ ଉଭୟଧର୍ମୀ ଅକ୍‌ସାଇଡ୍ ବା ଏମ୍ପୋଟେରିକ୍ ଅକ୍‌ସାଇଡ୍ କୁହାଯାଏ ।
  • ଉଦାହରଣ– ଏଲୁମିନିୟମ୍‌ ଅକ୍‌ସାଇଡ୍ (Al2O2) ଏବଂ ଜିଙ୍କ୍ ଅକ୍‌ସାଇଡ୍ (ZnO) ଉଭୟଧର୍ମୀ ଅକ୍‌ସାଇଡ୍ ବା ଏମ୍ପୋଟେରିକ୍ ଅକ୍‌ସାଇଡ୍ ଅଟନ୍ତି ।

20. ପ୍ଲାଟିନମ୍, ସୁନା ଓ ରୁପା ଗହଣା ତିଆରିରେ ବ୍ୟବହୃତ ହୁଏ କାହିଁକି ?

  • ପ୍ଲାଟିନମ୍, ସୁନା ଓ ରୁପା ସବୁଠାରୁ କମ୍ ପ୍ରତିକ୍ରିୟାଶୀଳ ଧାତୁ ଏବଂ ସହଜରେ ବାୟୁଦ୍ଵାରା କ୍ଷୟପ୍ରାପ୍ତ ହୁଅନ୍ତି ନାହିଁ ।
  • ଏଗୁଡ଼ିକ ଅତି ନମନୀୟ, ତନ୍ୟ ଓ ଉଜ୍ଜ୍ଵଳ । ତେଣୁ ପ୍ଲାଟିନମ୍, ସୁନା ଓ ରୂପା ଗହଣା ତିଆରିରେ ବ୍ୟବହୃତ ହୁଏ ।

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

Odisha State Board BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ Important Questions and Answers.

BSE Odisha Class 10 History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

Subjective Type Questions With Answers

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ୧୯୦୬ ମସିହାରେ ଦକ୍ଷିଣ ଆଫ୍ରିକାରେ କେଉଁ କଳା ଆଇନ ପ୍ରଣୟନ କରାଯାଇଥିଲା ? ଏହାକୁ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତୀୟମାନେ କିପରି ବିରୋଧ କରିଥିଲେ ?
Answer:

  • ୧୯୦୬ ମସିହାରେ ଦକ୍ଷିଣ ଆଫ୍ରିକା ସରକାର ଏକ ଆଇନ ପ୍ରଣୟନ କରି ପ୍ରତ୍ୟେକ ଭାରତୀୟଙ୍କୁ ନିଜର ଅଙ୍ଗୁଳି ଛାପ ଥ‌ିବା ପଞ୍ଜୀକୃତ ପ୍ରମାଣପତ୍ରକୁ ସବୁ ସମୟରେ ନିଜ ସହିତ ବହନ କରିବା ବାଧ୍ୟତାମୂଳକ କଲେ ।
  • ଗାନ୍ଧିଜୀ ଉକ୍ତ ଆଇନ ବିରୋଧରେ ଆନ୍ଦୋଳନ କଲେ ଏବଂ ଏହି ଆନ୍ଦୋଳନରେ ପ୍ରଥମଥର ପାଇଁ ସତ୍ୟାଗ୍ରହ ଅସ୍ତ୍ର ପ୍ରୟୋଗ କରାଯାଇଥିଲା ।
  • ୧୯୦୬ ମସିହା ସେପ୍ଟେମ୍ବର ୧୧ ତାରିଖରେ ଜୋହାନେସ୍‌ବର୍ଗର ଏମ୍ପାୟାର ଥ୍ଟରଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉପସ୍ଥିତ ଥ‌ିବା ଭାରତୀୟମାନେ ଏହି କଳା ଆଇନକୁ ଅମାନ୍ୟ କରିବାପାଇଁ ଦୃଢ଼ ସଂକଳ୍ପ ଗ୍ରହଣ କରିଥିଲେ ।
  • ସରକାର ଅନେକ ଆନ୍ଦୋଳନକାରୀଙ୍କୁ ବନ୍ଦୀ କଲେ ଏବଂ ଗାନ୍ଧିଜୀଙ୍କୁ ଜୋହାନେସବର୍ଗ କାରାଗାରରେ ବନ୍ଦୀ କରି ରଖୁଲେ ।
  • ଏହି ଆନ୍ଦୋଳନ ବିରୋଧରେ ସରକାରଙ୍କ ଦମନମୂଳକ ନୀତି ଅଧ୍ଵସଂଖ୍ୟକ ଭାରତୀୟଙ୍କୁ ଆଇନ ଅମାନ୍ୟ କରିବାପାଇଁ ପ୍ରରୋଚିତ କଲା । ଏହି ଆନ୍ଦୋଳନରେ ଗାନ୍ଧିଜୀଙ୍କ ସତ୍ୟାଗ୍ରହ ନୀତି ସଫଳ ହୋଇଥିଲା ।

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ଗାନ୍ଧିଜୀ ବାରିଷ୍ଟରୀ ପଢ଼ିବାପାଇଁ କେବେ ଇଂଲଣ୍ଡ ଯାଇଥିଲେ ? ସେ କେବେ ଆଇନ ଶିକ୍ଷା ସମାପ୍ତ କଲେ ଓ କେଉଁଠାରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ ?
Answer:

  • ୧୮୮୮ ମସିହା ଅକ୍ଟୋବର ମାସରେ ଗାନ୍ଧିଜୀ ବାରିଷ୍ଟରୀ ପଢ଼ିବାପାଇଁ ଇଂଲଣ୍ଡ ଯାତ୍ରା କରିଥିଲେ ।
  • ୧୮୯୧ ମସିହା ଜୁନ୍ ମାସରେ ସେ ଆଇନ ଶିକ୍ଷା ସମାପ୍ତ କରିଥିଲେ ।
  • ସେ ବାରିଷ୍ଟର ଭାବରେ ରାଜକୋଟ ଓ ବମ୍ବେଠାରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ ।

୨ । ‘ନାଟାଲ୍ ଭାରତୀୟ କଂଗ୍ରେସ’ କ’ଣ ? ଏହା କେବେ ଓ କ’ଣ ପାଇଁ ଗଠନ କରାଯାଇଥିଲା ?
Answer:

  • ‘ନାଟାଲ୍ ଭାରତୀୟ କଂଗ୍ରେସ’ ଏକ ରାଜନୈତିକ ଅନୁଷ୍ଠାନ ।
  • ୧୮୯୪ ମସିହାରେ ଏହି ଅନୁଷ୍ଠାନ ଦକ୍ଷିଣ ଆଫ୍ରିକାରେ ଗଠନ କରାଯାଇଥିଲା ।
  • ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ସଚେତନତା ଜାଗ୍ରତ କରିବାପାଇଁ ଗାନ୍ଧିଜୀ ଏହି ଅନୁଷ୍ଠାନ ଗଠନ କରିଥିଲେ ।

୩ । ‘ଇଣ୍ଡିଆନ୍ ଓପିନିଅନ୍’ କ’ଣ ? ଏହାକୁ କିଏ, କେଉଁଠାରେ ଓ କ’ଣ ପାଇଁ ପ୍ରକାଶ କରିଥିଲେ ?
Answer:

  1. ‘ଇଣ୍ଡିଆନ୍ ଓପିନିଅନ୍’ ଏକ ସମ୍ବାଦପତ୍ର ।
  2. ଗାନ୍ଧିଜୀ ଏହାକୁ ଦକ୍ଷିଣ ଆଫ୍ରିକାରେ ପ୍ରକାଶ କରିଥିଲେ ।
  3. ଶ୍ୱେତାଙ୍ଗମାନଙ୍କ ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବାପାଇଁ ଗାନ୍ଧିଜୀ ଏହାକୁ ପ୍ରକାଶ କରିଥିଲେ ।

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

୪। ସାବରମତୀ ଆଶ୍ରମ କେବେ, କେଉଁଠାରେ ଓ କ’ଣ ପାଇଁ ପ୍ରତିଷ୍ଠା କରାଯାଇଥିଲା ?
Answer:

  • ୧୯୧୬ ଖ୍ରୀଷ୍ଟାବ୍ଦରେ ସାବରମତୀ ଆଶ୍ରମ ପ୍ରତିଷ୍ଠା କରାଯାଇଥିଲା ।
  • ଏହି ଆଶ୍ରମ ଅହମ୍ମଦାବାଦ୍ ନିକଟରେ ସାବରମତୀ ନଦୀ କୂଳରେ ପ୍ରତିଷ୍ଠା କରାଯାଇଥିଲା ।
  • ଦେଶବାସୀଙ୍କୁ ସତ୍ୟ, ଅହିଂସା, ନିଷ୍ଠା ଓ ନିଭୀକତାର ପଥ ପ୍ରଦର୍ଶନ କରିବାପାଇଁ ଗାନ୍ଧିଜୀ ଏହି ଆଶ୍ରମ ପ୍ରତିଷ୍ଠା କରିଥିଲେ ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ଇଂରେଜ ସରକାରଙ୍କ ବର୍ବରୋଚିତ କାର୍ଯ୍ୟର ପ୍ରତିବାଦସ୍ଵରୂପ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଓ ଗାନ୍ଧିଜୀ କେଉଁସବୁ ଉପାଧ୍ ତ୍ୟାଗ କରିଥିଲେ ?
Answer:

  • ଇଂରେଜ ସରକାରଙ୍କ ବର୍ବରୋଚିତ କାର୍ଯ୍ୟର ପ୍ରତିବାଦସ୍ବରୂପ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ‘ନାଇଟ୍’ ପଦ ତ୍ୟାଗ କରିଥିଲେ ।
  • ଗାନ୍ଧିଜୀ ମଧ୍ୟ ‘କାଇଜର୍‌-ଇ-ହିନ୍ଦ୍’ ଉପାଧ୍ ତ୍ୟାଗ କରିଥିଲେ ।

୨ । ରାଓଲାଡ଼ ଆଇନ ବିରୋଧୀ ଆନ୍ଦୋଳନ କେବେ ଓ କାହିଁକି ପ୍ରତ୍ୟାହୃତ ହୋଇଥିଲା ?
Answer:

  1. ଜନସାଧାରଣ ଅହିଂସ ଆନ୍ଦୋଳନ ବା ସତ୍ୟାଗ୍ରହ ପାଇଁ ସମ୍ପୂର୍ଣ ରୂପେ ସମର୍ଥ ହୋଇ ନଥ‌ିବା କଥା ଗାନ୍ଧିଜୀ ଉପଲବ୍ଧି କରିଥିଲେ ।
  2. ତେଣୁ ୧୯୧୯ ମସିହା ଏପ୍ରିଲ୍ ୧୮ ତାରିଖରେ ରାଓଲାତ୍ ଆଇନ ବିରୋଧୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

୩ । ଗାନ୍ଧିଜୀଙ୍କ ପୂରା ନାମ କ’ଣ ଥିଲା ? ସେ କେବେ, କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:

  • ଗାନ୍ଧିଜୀଙ୍କ ପୂରା ନାମ ଥିଲା ମୋହନଦାସ କରମଚାନ୍ଦ ଗାନ୍ଧି ।
  • ସେ ୧୮୬୯ ଖ୍ରୀଷ୍ଟାବ୍ଦ ଅକ୍ଟୋବର ୨ ତାରିଖରେ ଗୁଜରାଟର ପୋରବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ ।

୪ । ୧୯୧୩ ମସିହା ମାର୍ଚ୍ଚ ୧୪ ତାରିଖରେ ଦକ୍ଷିଣ ଆଫ୍ରିକା ଉଚ୍ଚତମ ନ୍ୟାୟାଳୟରେ କେଉଁ ରାୟ ପ୍ରକାଶ ପାଇଥିଲା ? ଏହା ବିରୋଧରେ ଗାନ୍ଧିଜୀ କ’ଣ କରିଥିଲେ ?
Answer:

  • ୧୯୧୩ ମସିହା ମାର୍ଚ୍ଚ ୧୪ ତାରିଖରେ ଦକ୍ଷିଣ ଆଫ୍ରିକା ଉଚ୍ଚତମ ନ୍ୟାୟାଳୟରେ ରାୟ ପ୍ରକାଶ ପାଇଲା ଯେ ଖ୍ରୀଷ୍ଟିଆନ୍ ରୀତି ଅନୁସାରେ ସମ୍ପାଦିତ ହୋଇ ନଥ‌ିବା ଓ ପଞ୍ଜୀକରଣ ହୋଇ ନଥ‌ିବା ଭାରତୀୟମାନଙ୍କ ବିବାହର ସ୍ବୀକୃତି ପ୍ରତ୍ୟାହାର କରାଯିବ ।
  • ଏହା ବିରୋଧରେ ଗାନ୍ଧିଜୀ ଆନ୍ଦୋଳନ କରି ସଫଳ ହୋଇଥିଲେ ।

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

୫ । ଭାରତର କେଉଁ ସ୍ଥାନରେ ଓ କେବେ ଗାନ୍ଧିଜୀ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ ଏବଂ ତାଙ୍କ ମତରେ ‘ସତ୍ୟାଗ୍ରହ’ର ଅର୍ଥ କ’ଣ ଥିଲା ?
Answer:

  1. ୧୯୧୬ ମସିହାରେ ଅହମ୍ମଦାବାଦର ସାବରମତୀ ନଦୀକୂଳରେ ଗାନ୍ଧିଜୀ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ ।
  2. ତାଙ୍କ ମତରେ ‘ସତ୍ୟାଗ୍ରହ’ର ଅର୍ଥ ଭୀରୁତା ନୁହେଁ, ବରଂ ଏହା ହେଉଛି ସତ୍ୟ ପ୍ରତି ଆଗ୍ରହ ଓ ଏକ ଶାନ୍ତିପୂର୍ଣ ଆନ୍ଦୋଳନ ।

୬ । ଗାନ୍ଧିଜୀଙ୍କ ରାଜନୈତିକ ଗୁରୁ କିଏ ଥିଲେ ? ସେ ଗାନ୍ଧିଜୀଙ୍କୁ କ’ଣ ପରାମର୍ଶ ଦେଇଥିଲେ ?
Answer:

  • ଗୋପାଳକୃଷ୍ଣ ଗୋଖୁଲେ ଗାନ୍ଧିଜୀଙ୍କର ରାଜନୈତିକ ଗୁରୁ ଥିଲେ ।
  • ଏକବର୍ଷ ପାଇଁ ରାଜନୀତିରୁ ଦୂରେଇ ରହି ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରି ଲୋକମାନଙ୍କର ରାଜନୈତିକ ମନୋଭାବ ଲକ୍ଷ୍ୟ କରିବାପାଇଁ ସେ ଗାନ୍ଧିଜୀଙ୍କୁ ପରାମର୍ଶ ଦେଇଥିଲେ ।

Objective Type Questions with Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1.ଗାନ୍ଧିଜୀ କେଉଁଠାରେ ତାଙ୍କର ଆଇନ ବ୍ୟବସାୟ ଆରମ୍ଭ କରିଥିଲେ ?
Answer:
ଗାନ୍ଧିଜୀ ରାଜକୋଟ ଓ ବମ୍ବେଠାରେ ତାଙ୍କର ଆଇନ ବ୍ୟବସାୟ ଆରମ୍ଭ କରିଥିଲେ ।

2. ଭାରତୀୟମାନଙ୍କୁ ଦକ୍ଷିଣ ଆଫ୍ରିକାରେ କେଉଁ କର ଦେବାକୁ ପଡୁଥିଲା ?
Answer:
ଭାରତୀୟମାନଙ୍କୁ ଦକ୍ଷିଣ ଆଫ୍ରିକାରେ ନିର୍ବାଚନ କର ଦେବାକୁ ପଡୁଥିଲା ।

3. ଗାନ୍ଧିଜୀଙ୍କ ଭାଷାରେ ‘ସତ୍ୟାଗ୍ରହ’ର ଅର୍ଥ କ’ଣ ଥିଲା ?
Answer:
ଗାନ୍ଧିଜୀଙ୍କ ଭାଷାରେ ‘ସତ୍ୟାଗ୍ରହ’ର ଅର୍ଥ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ।

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

4. ଦକ୍ଷିଣ ଆଫ୍ରିକାର କେଉଁ କାରାଗାରରେ ଗାନ୍ଧିଜୀଙ୍କୁ ବନ୍ଦୀ କରି ରଖାଯାଇଥିଲା ?
Answer:
ଦକ୍ଷିଣ ଆଫ୍ରିକାର ଜେହାନସ୍ବର୍ଗ କାରାଗାରରେ ଗାନ୍ଧିଜୀଙ୍କୁ ବନ୍ଦୀ କରି ରଖାଯାଇଥିଲା ।

5. ଗାନ୍ଧିଜୀ କାହାକୁ ନିଜର ରାଜନୈତିକ ଗୁରୁଭାବେ ଗ୍ରହଣ କରିଥିଲେ ?
Answer:
ଗୋପାଳକୃଷ୍ଣ ଗୋଖଙ୍କୁ ନିଜର ରାଜନୈତିକ ଗୁରୁଭାବେ ଗାନ୍ଧିଜୀ ଗ୍ରହଣ କରିଥିଲେ ।

6. ସାବରମତୀ ଆଶ୍ରମ କେବେ ପ୍ରତିଷ୍ଠା କରାଯାଇଥିଲା ?
Answer:
୧୯୧୬ ମସିହାରେ ସାବରମତୀ ଆଶ୍ରମ ପ୍ରତିଷ୍ଠା କରାଯାଇଥିଲା ।

7. ମୋତିହାରିଠାରେ ଗାନ୍ଧିଜୀ କେବେ ପହଞ୍ଚିଥିଲେ ?
Answer:
୧୯୧୭ ମସିହା ଏପ୍ରିଲ ମାସରେ ଗାନ୍ଧିଜୀ ମୋତିହାରିଠାରେ ପହଞ୍ଚିଲେ ।

8. ଚମ୍ପାରନ୍ ଆନ୍ଦୋଳନରେ କେଉଁ ବ୍ୟବସ୍ଥାର ଉଚ୍ଛେଦ କରାଯାଇଥିଲା ?
Answer:
ଚମ୍ପାରନ୍ ଆନ୍ଦୋଳନରେ ତିନିକାଠିଆ ବ୍ୟବସ୍ଥାର ଉଚ୍ଛେଦ କରାଯାଇଥିଲା ।

9. ଖେଡ଼ା ଆନ୍ଦୋଳନରେ ଗାନ୍ଧିଜୀଙ୍କର ମୁଖ୍ୟ ସହଯୋଗୀ କିଏ ଥିଲେ ?
Answer:
ଇନ୍ଦୁଲାଲ ଯାଜ୍ଞକ୍ ଖେଡ଼ା ଆନ୍ଦୋଳନରେ ଗାନ୍ଧିଜୀଙ୍କର ମୁଖ୍ୟ ସହଯୋଗୀ ଥିଲେ ।

10.‘ନବଜୀବନ’ ଓ ‘ୟଙ୍ଗ୍‌ଇଣ୍ଡିଆ’ ପତ୍ରିକାର ସମ୍ପାଦକ ଭାବରେ କିଏ କାର୍ଯ୍ୟ ତୁଲାଉଥିଲେ ?
Answer:
‘ନବଜୀବନ’ ଓ ‘ୟଙ୍ଗ୍ ଇଣ୍ଡିଆ’ ପତ୍ରିକାର ସମ୍ପାଦକ ଭାବେ ମହାତ୍ମା ଗାନ୍ଧି କାର୍ଯ୍ୟ ତୁଲାଉଥିଲେ ।

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

11. ଭାରତରେ ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପକୁ ଦମନ କରିବାପାଇଁ କେଉଁ ଆଇନ ପ୍ରଣୟନ କରାଯାଇଥିଲା ?
Answer:
ଭାରତରେ ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପକୁ ଦମନ କରିବାପାଇଁ ରାଓଲାତ୍ ଆଇନ ପ୍ରଣୟନ କରାଯାଇଥିଲା ।

12. ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ କିଏ ଥିଲେ ?
Answer:
ଅମୃତସରର ସାମରିକ ମୁଖ୍ୟ ଜେନେରାଲ ଡାୟାର ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ଥିଲେ ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ଜମିର କୋଡ଼ିଏ ଭାଗରୁ ତିନିଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବାକୁ କ’ଣ କୁହାଯାଏ ?
Answer:
ତିନିକାଠିଆ ବ୍ୟବସ୍ଥା

2. ଅହମ୍ମଦାବାଦ ନିକଟରେ କେଉଁ ନଦୀ ପ୍ରବାହିତ ହେଉଛି ?
Answer:
ସାବରମତା

3. ଶ୍ଵେତାଙ୍ଗମାନଙ୍କ ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା ଗାନ୍ଧିଜୀ ପ୍ରକାଶ କରିଥିବା ସମ୍ବାଦପତ୍ରିକାର ନାମ କ’ଣ ଥିଲା ?
Answer:
‘ଇଣ୍ଡିଆନ୍ ଓପିନିଅନ୍’

4. ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡ କେଉଁ ରାଜ୍ୟରେ ସଂଘଟିତ ହୋଇଥିଲା ?
Answer:
ପଞ୍ଜାବ

5. ଦକ୍ଷିଣ ଆଫ୍ରିକାରେ ପ୍ରଚଳିତ କଳାଗୋରା ଭେଦଭାବକୁ କ’ଣ କୁହାଯାଉଥିଲା ?
Answer:
ବର୍ଣ୍ଣବୈଷମ୍ୟ ନୀତି

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

6. କିଏ ଶ୍ରମିକମାନଙ୍କୁ ‘ପ୍ଲେଗ୍ ବୋନସ୍’ ଦେଉଥିଲେ ?
Answer:
ଅହମ୍ମଦାବାଦର ଲୁଗାକଳର ମାଲିକମାନେ

7. କେଉଁ ଘଟଣାର ପ୍ରତିବାଦ ସ୍ବରୂପ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ‘ନାଇଟ୍’ ପଦ ଛାଡ଼ିଥିଲେ ?
Answer:
ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ

8. ଏପ୍ରିଲ୍ ୧୩ ତାରିଖରେ ହିନ୍ଦୁ ନବବର୍ଷ ଓ ବୈଶାଖୀ ଉତ୍ସବ ପାଳନ କରିବାପାଇଁ ଲୋକମାନେ କେଉଁଠାରେ ଏକତ୍ରିତ ହୋଇଥିଲେ ?
Answer:
ଜାଲିଆନାୱାଲାବାଗ୍

9. ଗାନ୍ଧିଜୀଙ୍କଦ୍ୱାରା ଭାରତରେ ସଙ୍ଗଠିତ ପ୍ରଥମ ଆନ୍ଦୋଳନ କ’ଣ ଥିଲା ?
Answer:
ଚମାରନ୍ ଆଦୋଳନ

10. ପ୍ରତିବର୍ଷ ଏପ୍ରିଲ ୧୩ ତାରିଖରେ ପଞ୍ଜାବରେ କେଉଁ ଉତ୍ସବ ପାଳିତ ହୋଇଥାଏ ?
Answer:
ବୈଶାଖୀ ଉତ୍ସବ

11. ମହାତ୍ମା ଗାନ୍ଧି କେବେ ବାରିଷ୍ଟରୀ ପଢ଼ିବାପାଇଁ ଇଂଲଣ୍ଡ ଯାଇଥିଲେ ?
Answer:
୧୮୮୮ ଅକ୍ଟୋବର

12. ଦକ୍ଷିଣ ଆଫ୍ରିକାରେ ଇଂରେଜମାନେ କେଉଁମାନଙ୍କୁ ‘କୁଲି’ ବୋଲି ସମ୍ବୋଧନ କରୁଥିଲେ ?
Answer:
ଭାରତୀୟମାନଙ୍କୁ

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

13. ଇଂରେଜ ସରକାର ଗାନ୍ଧିଜୀଙ୍କୁ କେଉଁ ଉପାଧ୍ ପ୍ରଦାନ କରିଥିଲେ ?
Answer:
‘‘କାଇଜର-ଇ-ହିନ୍ଦ୍’’

14. ଜୋହାନେସ୍‌ବର୍ଗ ଏମ୍ପାୟାର ଥାଏଟର ହଲ୍‌ରେ କେବେ ‘ଅଙ୍ଗୁଳିଛାପ’ ଆଇନକୁ ବିରୋଧକରି ଏକ ସାଧାରଣ ସଭା ହୋଇଥିଲା ?
Answer:
୧୯୦୬ ସେପ୍ଟେମ୍ବର ୧୧

15. ଦକ୍ଷିଣ ଆଫ୍ରିକାରେ ବାସ କରୁଥିବା ଗୋରାଲୋକମାନଙ୍କୁ କ’ଣ କୁହାଯାଉଥିଲା ?
Answer:
ଶ୍ୱେତାଙ୍ଗ

16. ତିନିକାଠିଆ ବ୍ୟବସ୍ଥା ଉଚ୍ଛେଦ ଫଳରେ ଇଂରେଜ ମାଲିକମାନେ ଚାଷୀଙ୍କୁ କେତେ ଭାଗ ଅର୍ଥ ଫେରାଇ ଦେଇଥିଲେ ?
Answer:
ପଚିଶ ଭାଗ

17. କେବେ ଗାନ୍ଧିଜୀ ଚାଷୀମାନଙ୍କର ସମସ୍ୟାର ଅନୁଧ୍ୟାନ ପାଇଁ ଚମ୍ପାରନ୍ ଜିଲ୍ଲାର ସଦର ମହକୁମା ମୋତିହାରିରେ ପହଞ୍ଚିଲେ ?
Answer:
୧୯୧୭ ଏପ୍ରିଲ୍

18. ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କୁ କେଉଁ କାରାଗାରରେ ବନ୍ଦୀ କରି ରଖାଯାଇଥିଲା ?
Answer:
ଜୋହାନେସବର୍ଗ

19. ଜେନେରାଲ୍ ସ୍ଟେଟସ୍ କେଉଁ ଦେଶର ଶାସନମୁଖ୍ୟ ଥିଲେ ?
Answer:
ଦକ୍ଷିଣ ଆଫ୍ରିକା

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

20. ଅହମ୍ମଦାବାଦ ନିକଟରେ ଗାନ୍ଧିଜୀଙ୍କଦ୍ବାରା ସ୍ଥାପିତ ଆଶ୍ରମର ନାମ କ’ଣ ଥିଲା ?
Answer:
ସାବରମତୀ

C. ଶୂନ୍ୟସ୍ଥାନ ପୂରଣ କର ।

1. ମହାତ୍ମା ଗାନ୍ଧି ବିଶ୍ଵରେ ଜଣେ _______ ଭାବରେ ପରିଚିତ ।
Answer:
ଜନନାୟକ

2. ଦ୍ଵିତୀୟ ବିଶ୍ୱଯୁଦ୍ଧ ୧୯୩୯ରୁ ______ ଥିଲା ।
Answer:
ମୋତିହାରି

3. ମୁସଲମାନ ବ୍ୟବସାୟୀଙ୍କ_______ ରୂପେ ଏକ ମୋକଦ୍ଦମା ଲଢ଼ିବାପାଇଁ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକା ଯାଇଥିଲେ ।
Answer:
ଓକିଲ

4. ଭାରତୀୟମାନେ ରାତି ________ ପରେ ଘରୁ ବାହାରକୁ ଯାଇପାରୁ ନଥିଲେ ।
Answer:
ନ’ଟା

5. ପ୍ଲେଗ୍ ବୋନସ୍ ______ ର ଲୁଗାକଳଗୁଡ଼ିକରେ ପ୍ରଚଳିତ ଥିଲା ।
Answer:
ମ୍ମଦାବାଦ

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

6. ଭାରତୀୟ ଶ୍ରମିକମାନଙ୍କୁ  ଙ୍ଗରେଜମାନେ _____ ବୋଲି ସମ୍ବୋଧନ କରୁଥିଲେ ।
Answer:
କୁଲି

7. ରାଓଲାତ ଆଇନ ପ୍ରଣୟନ ଫଳରେ ଜନସାଧାରଣଙ୍କର ସ୍ବାଧୀନତା ଓ ______ କ୍ଷୁଣ୍ଣ ହୋଇଥିଲା ।
Answer:
ଅଧ୍କାର

8. ଚମ୍ପାରନ୍ ଜିଲ୍ଲାରେ ଚାଷୀମାନଙ୍କୁ ଜମିର କୋଡ଼ିଏ ଭାଗରୁ ______ ଭାଗ ଅଞ୍ଚଳରେ ନୀଳ ଉତ୍ପାଦନ ପାଇଁ ବାଧ୍ୟ କରାଯାଇଥିଲା ।
Answer:
ତିନି

9. _______ ମସିହା ଏପ୍ରିଲ୍ ୧୮ ତାରିଖରେ ରାଓଲାତ୍ ଆଇନ ବିରୋଧୀ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା ।
Answer:
୧୯୧୯

10. ସରକାରୀ ହିସାବ ଅନୁଯାୟୀ ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡରେ ମୃତକଙ୍କ ସଂଖ୍ୟା ______ ଥିଲା ।
Answer:
୩୭୯

11. ଜେନେରାଲ ଡାୟାର _____ ସହରର ସାମରିକ ଶାସନ ମୁଖ୍ୟ ଥିଲେ ।
Answer:
ଅମୃତସର

12. ଡ. ସଇଫୁଦ୍ଦିନ୍ କିଚଲୁ ରାଓଲାତ୍ ଆଇନ ବିରୋଧୀ ଆନ୍ଦୋଳନ ସମୟରେ ୧୯୧୯ ମସିହା ______ ଗିରଫ ହୋଇଥିଲେ ।
Answer:
ଏପ୍ରିଲ୍ ୧୦

13. ଇଂରେଜ ସରକାରଙ୍କର ବର୍ବରୋଚିତ କାର୍ଯ୍ୟର ପ୍ରତିବାଦ ସ୍ୱରୂପ ବିଶ୍ଵକବି ______ ପଦ ତ୍ୟାଗ କରିଥିଲେ ।
Answer:
ନାଇଟ୍

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

14. ଦକ୍ଷିଣ ଆଫ୍ରିକାର ଭାରତୀୟମାନଙ୍କର ______ ଦାନ କରିବାର ଅଧ୍ୟାର ନଥିଲା ।
Answer:
ଭୋଟ

15. ‘କୌଣସି ପ୍ରକାରରେ ଭାରତୀୟମାନେ ସରକାରଙ୍କର ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ’ ଏହି ଉକ୍ତିଟି ______ କହିଥଲେ ।
Answer:
ମହାତ୍ମା ଗାନ୍ଧି

16. କସ୍ତୁରବାଙ୍କୁ ସମସ୍ତେ ଶ୍ରଦ୍ଧାରେ _______ ବୋଲି ସମ୍ବୋଧନ କରୁଥିଲେ ।
Answer:

17. ଡ. ସତ୍ୟପାଲ _______ ଅଞ୍ଚଳର ସ୍ଥାନୀୟ ନେତା ଥିଲେ ।
Answer:
ଅମୃତସର

D. ଠିକ୍ ଉକ୍ତି ପାଇଁ ( ✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (×) ଚିହ୍ନ ଦିଅ ।

1. ଦାଦା ଅବଦୁଲ୍ଲା ଦକ୍ଷିଣ ଆଫ୍ରିକାର ଜଣେ ମୁସଲମାନ ବ୍ୟବସାୟୀ ଥିଲେ ।
2. ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କର ଶିକ୍ଷାଦାନ ଅଧିକାର ନଥିଲା ।
3. ‘ନାଟାଲ୍ ଭାରତୀୟ କଂଗ୍ରେସ’ ନାମକ ଏକ ଜାତୀୟ ଅନୁଷ୍ଠାନ ଗାନ୍ଧିଜୀଙ୍କ ଦ୍ବାରା ସ୍ଥାପନ କରାଯାଇଥିଲା ।
4. ବିବାହ ପଞ୍ଜୀକରଣ ଆଇନ ବିରୋଧରେ ସଙ୍ଗଠିତ ଆନ୍ଦୋଳନ ଗାନ୍ଧିଙ୍କର ଦକ୍ଷିଣ ଆଫ୍ରିକାରେ ଶେଷ ଆନ୍ଦୋଳନ ଥିଲା ।
5. ୧୯୧୭ ମସିହାରେ ସାବରମତୀ ଆଶ୍ରମ ପ୍ରତିଷ୍ଠା କରାଯାଇଥିଲା ।
6. ‘ତିନିକାଠିଆ ବ୍ୟବସ୍ଥା’ ଚମ୍ପାରନ ଆନ୍ଦୋଳନ ସହିତ ସମ୍ପୃକ୍ତ ।
7. ରାଓଲାତ୍ ଆଇନ ୧୯୧୯ ମସିହାରେ ପ୍ରଣୟନ କରାଯାଇଥିଲା ।
8. ଭାରତୀୟଙ୍କୁ ଗିରଫ କରି ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିବା ବ୍ୟବସ୍ଥା ଖୋଲାଫତ୍ ଆଇନରେ ଥିଲା ।
୨. ଜାଲିଆନାୱାଲାବାଗ୍‌ରେ ଏକମାତ୍ର ପ୍ରବେଶଦ୍ଵାର ଥିଲା ।
10. ଇଂରେଜ ସରକାର ଗାନ୍ଧିଜୀଙ୍କୁ ‘ନାଇଟ୍‌’ ଉପାଧ୍ ପ୍ରଦାନ କରିଥିଲେ ।

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

Answer:
1. ✗
2. ✗
3. ✗
4. ✓
5. ✗
6.✓
7. ✓
8. ✗
9. ✓
10. ✗

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

Odisha State Board BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ Important Questions and Answers.

BSE Odisha Class 10 History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ସମୟ ସ୍ରୋତରେ ଓଡ଼ିଶା କିପରି ତା’ର ସ୍ଵାଧୀନତା ହରାଇ ସର୍ବଶେଷରେ ଇଂରେଜ ଶାସନାଧୀନ ହେଲା ବର୍ଣ୍ଣନା କର ।
Answer:

  • ଗଙ୍ଗାଠାରୁ ଗୋଦାବରୀ ଯାଏ ବିସ୍ତୃତ ମଧ୍ୟଯୁଗୀୟ ଓଡ଼ିଶା ମହାନ୍ ଗଙ୍ଗବଂଶୀ ତଥା ସୂର୍ଯ୍ୟବଂଶୀ ନରପତିଙ୍କ କୃତିତ୍ଵରେ ଉଜ୍ଜ୍ବଳ ଥିଲା ।
  • ସାରା ଭାରତରେ ମୁସଲମାନ ଶାସନର ପ୍ରାଧାନ୍ୟ ଥିଲାବେଳେ ଓଡ଼ିଶାର ହିନ୍ଦୁ ରାଜାମାନେ ଉତ୍କଳୀୟ ସଭ୍ୟତା ଓ ସଂସ୍କୃତିର ଉତ୍କର୍ଷ ସାଧନ କରିଥିଲେ ।
  • କିନ୍ତୁ ୧୫୬୮ ମସିହାରେ ଓଡ଼ିଶା ତା’ର ସ୍ଵାଧୀନତା ହରାଇଲା । ପ୍ରଥମେ ଆଫଗାନ୍ ଓ ପରେ ପରେ ମୋଗଲ ଓ ମରହଟ୍ଟା ଶାସକମାନେ ରାଜତ୍ଵ କଲେ । ଓଡ଼ିଶାର ଶେଷ ସ୍ଵାଧୀନ ହିନ୍ଦୁରାଜା ମୁକୁନ୍ଦଦେବ ଥିଲେ ।
  • ୧୮୦୩ ମସିହାରେ ଓଡ଼ିଶା ଇଂରେଜମାନଙ୍କଦ୍ୱାରା ଅଧିକୃତ ହେଲା ।
  • ଏହିପରି ସର୍ବଶେଷରେ ଓଡ଼ିଶାରେ ଇଂରେଜ ଶାସନ ପ୍ରତିଷ୍ଠା ହେଲା ।

୨। ସମ୍ବଲପୁର ଜିଲ୍ଲାର ବିଦ୍ୟାଳୟମାନଙ୍କରେ ହିନ୍ଦୀ ଭାଷାରେ ଶିକ୍ଷାଦାନ ପରିବର୍ତ୍ତେ ଓଡ଼ିଆ ଭାଷା କିପରି ପୁନଃ ପ୍ରଚଳିତ ହେଲା ଉଲ୍ଲେଖ କର ।
Answer:

  • କେନ୍ଦ୍ରୀୟ ପ୍ରଦେଶ ଅନ୍ତର୍ଗତ ସମ୍ବଲପୁର ଜିଲ୍ଲାରେ ହିନ୍ଦୀକୁ ସରକାରୀ ଭାଷାରୂପେ ପ୍ରଚଳନ କରାଗଲା, କାରଣ ହିନ୍ଦୀଭାଷୀ ସରକାରୀ କର୍ମଚାରୀମାନେ ଓଡ଼ିଆ ଭାଷାରେ କାର୍ଯ୍ୟ କରିବାକୁ ରାଜି ହେଉନଥିଲେ ।
  • ସମ୍ବଲପୁର ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟମାନଙ୍କରେ ହିନ୍ଦୀ ଭାଷାରେ ଶିକ୍ଷାଦାନ କରାଗଲା ।
  • ଏହା ଇଂରେଜ ସରକାର ଓ ହିନ୍ଦୀଭାଷୀମାନଙ୍କଦ୍ୱାରା ଓଡ଼ିଆ ଭାଷାର ବିଲୋପ ପାଇଁ ଉଦ୍ୟମ ବୋଲି ମନେକରି ସରକାରଙ୍କ ନୀତିକୁ ସେହି ଅଞ୍ଚଳର ଓଡ଼ିଆମାନେ ଘୋର ବିରୋଧ କଲେ ।
  • ‘ସମ୍ବଲପୁର ହିତୈଷିଣୀ’ ପତ୍ରିକା ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟ ଜାଗରଣ ସୃଷ୍ଟି କରି ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ଜନମତ ଜାଗ୍ରତ କରିଥିଲା ।
  • ସେ ଯାହାହେଉନା କାହିଁକି ସମ୍ବଲପୁରବାସୀଙ୍କ ଅବିରତ ଉଦ୍ୟମ ଫଳରେ ସମ୍ବଲପୁରରେ ଓଡ଼ିଆ ଭାଷା ପୁନଃ ପ୍ରଚଳିତ ହେଲା ।

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

୩ । ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ କି କି ଜନହିତକର କାର୍ଯ୍ୟ କରିଥିଲେ ?ତା’ଫଳରେ କ’ଣ ହେଲା ?
Answer:

  1. ଓଡ଼ିଶାରେ ୧୮୬୬ ମସିହାରେ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା । ଏହାପରେ ଇଂରେଜମାନେ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିଥିଲେ ।
  2. କମିଶନର ଟି.ଇ. ରେଭେନ୍ସା ଓଡ଼ିଶାର ଉନ୍ନତି ପାଇଁ ବହୁ କାର୍ଯ୍ୟକ୍ରମ ନିଜ ହାତକୁ ନେଇଥିଲେ । ସେ ଆଳି ଓ ବାଙ୍କୀଠାରେ ନୂତନ ବନ୍ଧ ନିର୍ମାଣ ତଥା ପୁରୁଣା ବନ୍ଧର ମରାମତି କରାଇଥିଲେ ।
  3. ଏତଦ୍‌ବ୍ୟତୀତ ବାଣିଜ୍ୟର ଉନ୍ନତି ପାଇଁ ଓଡ଼ିଶା ଭାରତର ଅନ୍ୟ ପ୍ରଦେଶ ସହିତ ପକ୍‌କା ପିଚୁ ରାସ୍ତାଦ୍ଵାରା ସଂଯୋଜିତ ହୋଇଥିଲା ।
  4. ଏହା ଭୌଗୋଳିକ ଅବରୋଧରୁ ମୁକ୍ତକରି ଓଡ଼ିଶାବାସୀଙ୍କୁ ଆଧୁନିକ ସଭ୍ୟତା ସହିତ ପରିଚିତ କରାଇ ପାରିଥିଲା ।
  5. ଫଳରେ ସେମାନଙ୍କ ମନରେ ଜାତୀୟ ଚେତନା ସୃଷ୍ଟି କରିବାରେ ଏହା ସହାୟକ ହୋଇଥିଲା ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ଓଡ଼ିଶାରେ ରେଭେନ୍ସା ମହାବିଦ୍ୟାଳୟ କିପରି ପ୍ରତିଷ୍ଠା ହେଲା ?
ଉ –

  • କଟକରେ ଅବସ୍ଥିତ ଏବଂ ଗୌରବ ବହନ କରୁଥିବା ରେଭେନ୍ସା ମହାବିଦ୍ୟାଳୟର ଆରମ୍ଭ ୧୮୫୮ରେ ସ୍ଥାପିତ କଟକ ଜିଲ୍ଲା ସ୍କୁଲରୁ ହୋଇଥିଲା ।
  • ପ୍ରଥମେ ୧୮୬୭ ଖ୍ରୀ.ଅ.ରେ କଟକ ଜିଲ୍ଲା ସ୍କୁଲକୁ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟକୁ ଉନ୍ନୀତ କରାଗଲା ।
  • ଏହି ଅନୁଷ୍ଠାନରେ ୧୮୭୬ ଖ୍ରୀ.ଅ.ରେ ସ୍ନାତକ ଶ୍ରେଣୀ ଖୋଲାଯାଇ ମହାବିଦ୍ୟାଳୟଟିକୁ ତତ୍କାଳୀନ କମିଶନର ଟି.ଇ. ରେଭେନ୍ସାଙ୍କ ନାମରେ ନାମିତ କରାଯାଇଥିଲା । ଏହିପରି ଭାବରେ ରେଭେନ୍ସା ମହାବିଦ୍ୟାଳୟ ପ୍ରତିଷ୍ଠାଲାଭ କରିଥିଲା ।

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

୨। ଓଡ଼ିଆ ଭାଷାର ସୁରକ୍ଷା ଓ ଓଡ଼ିଆ ଜାତୀୟତାର ବିକାଶ ପାଇଁ କେଉଁ ସମ୍ବାଦପତ୍ରଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ଏବଂ ଏଗୁଡ଼ିକ କେବେ, କେଉଁଠାରୁ ଓ କାହା ସମ୍ପାଦନାରେ ପ୍ରକାଶିତ ହୋଇଥିଲା ?
ଉ –

  • ଓଡ଼ିଆ ଭାଷାର ସୁରକ୍ଷା ଓ ଓଡ଼ିଆ ଜାତୀୟତାର ବିକାଶ ପାଇଁ ‘ଉତ୍କଳଦୀପିକା’, ‘ସମ୍ବାଦ ବାହିକା’, ‘ବୋଧଦାୟିନୀ’ ଓ ‘ସମ୍ବଲପୁର ହିତୈଷିଣୀ’ ଆଦି ସମ୍ବାଦପତ୍ରଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।
  • ୧୮୬୬ ମସିହାରେ କଟକରୁ ‘ଉତ୍କଳ ଦୀପିକା’, ୧୮୬୮ ମସିହାରେ ବାଲେଶ୍ୱରରୁ ‘ସମ୍ବାଦ ବାହିକା’ ଓ ‘ବୋଧଦାୟିନୀ’, ୧୮୮୯ ମସିହାରେ ବାମଣ୍ଡାରୁ ‘ସମ୍ବଲପୁର ହିତୈଷିଣୀ’ ପତ୍ରିକା ପ୍ରକାଶଲାଭ କରିଥିଲା ।
  • ‘ଉତ୍କଳ ଦୀପିକା’ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ପ୍ରକାଶଲାଭ କରିଥିଲାବେଳେ ‘ସମ୍ବାଦ ବାହିକା’,‘ବୋଧଦାୟିନୀ’ ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ପ୍ରକାଶିତ ହେଉଥିଲା । ସେହିପରି ନୀଳମଣି ବିଦ୍ୟାରତ୍ନ ‘ସମ୍ବଲପୁର ହିତୈଷିଣୀ’ର ସମ୍ପାଦକ ଥିଲେ ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ମଧ୍ୟଯୁଗୀୟ ଓଡ଼ିଶାରେ କେଉଁ ମହାନ୍ ବଂଶର ନରପତିମାନେ ଶାସନ କରୁଥିଲେ ଏବଂ କିଏ ଓଡ଼ିଶାର ଶେଷ ସ୍ଵାଧୀନ ହିନ୍ଦୁ ରାଜା ଥିଲେ ?
ଉ –

  1. ମଧ୍ୟଯୁଗୀୟ ଓଡ଼ିଶାରେ ମହାନ୍ ଗଙ୍ଗବଂଶୀ ତଥା ସୂର୍ଯ୍ୟବଂଶୀ ନରପତିମାନେ ଶାସନ କରୁଥିଲେ ।
  2. ଓଡ଼ିଶାର ଶେଷ ସ୍ଵାଧୀନ ହିନ୍ଦୁ ରାଜା ଥିଲେ ମୁକୁନ୍ଦଦେବ । ସେ ୧୫୫୯ରୁ ୧୫୬୮ ମସିହା ପର୍ଯ୍ୟନ୍ତ ରାଜୁତି କରିଥିଲେ ।

୨। ‘ଉତ୍କଳ ସଭା’ କେଉଁମାନଙ୍କ ଉଦ୍ୟମରେ ଓ କେଉଁ ଉଦ୍ଦେଶ୍ୟରେ ଗଠିତ ହୋଇଥିଲା ?
ଉ –

  • ୧୮୮୨ ମସିହାରେ ରାଧାନାଥ ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ ଓ ଗୌରୀଶଙ୍କର ରାୟ ପ୍ରମୁଖ ମନୀଷୀଗଣଙ୍କ ଉଦ୍ୟମରେ କଟକରେ ‘ଉତ୍କଳ ସଭା’ ଗଠିତ ହୋଇଥିଲା ।
  • ଓଡ଼ିଆ ଭାଷା ଓ ସଂସ୍କୃତିର ଉନ୍ନତି ନିମନ୍ତେ ଏହି ଅନୁଷ୍ଠାନ ଗଠିତ ହୋଇଥିଲା ।

୩ । ଗଞ୍ଜାମ ଜିଲ୍ଲାରେ ଓଡ଼ିଆ ଭାଷା କାହିଁକି ଅବହେଳିତ ହେଲା ? ଏହାପରେ ଓଡ଼ିଆମାନେ କ’ଣ କରିଥିଲେ ?
ଉ –

  • ଇଂରେଜ ଶାସନ ସମୟରେ ମାଡ୍ରାସ୍ ପ୍ରଦେଶ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ତେଲୁଗୁ ସରକାରୀ ଭାଷା ରୂପେ ପ୍ରଚଳିତ ହେବା ଫଳରେ ଓଡ଼ିଆ ଭାଷା ଅବହେଳିତ ହେଲା; ଫଳରେ ଗଞ୍ଜାମର ଓଡ଼ିଆମାନେ ଓଡ଼ିଶା ଡିଭିଜନରେ ମିଶିବାପାଇଁ ଆନ୍ଦୋଳନ କଲେ ।
  • ୧୮୭୦ ମସିହା ସେପ୍ଟେମ୍ବର ମାସରେ ସେମାନେ ରସୁଲକୋଣ୍ଡା (ବର୍ତ୍ତମାନର୍ ଭଞ୍ଜନଗର)ଠାରେ ସଭା କରି ସମସ୍ତ ଓଡ଼ିଆଙ୍କୁ ଏକତ୍ର ହେବାପାଇଁ ଆହ୍ୱାନ ଦେଇଥିଲେ ।

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ପୂର୍ବକାଳରେ ଓଡ଼ିଶା କେଉଁଠାରୁ କେଉଁ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ?
Answer:
ପୂର୍ବକାଳରେ ଓଡ଼ିଶା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ।

2. ମଧ୍ୟଯୁଗରେ ଓଡ଼ିଶାରେ କେଉଁ ଦୁଇଟି ରାଜବଂଶ ଶାସନ କରୁଥିଲେ ?
Answer:
ମଧ୍ୟଯୁଗରେ ମହାନ୍ ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ରାଜାମାନେ ଶାସନ କରୁଥିଲେ ।

3. ଓଡ଼ିଶାରେ କେବେଠାରୁ ପରିବର୍ତ୍ତନର ଧାରା ଆରମ୍ଭ ହୋଇଥିଲା ?
Answer:
୧୮୬୬ ମସିହାରେ ନ’ଅଙ୍କ ଦୁର୍ଭିକ୍ଷ ପରେ ।

4. ନୀଳମଣି ବିଦ୍ୟାରତ୍ନ କେଉଁଠାରୁ ଏକ ସମ୍ବାପତ୍ର ପ୍ରକାଶ କରିଥିଲେ ?
Answer:
ନୀଳମଣି ବିଦ୍ୟାରତ୍ନ ବାମଣ୍ଡାରୁ ଏକ ସମ୍ବାଦପତ୍ର ପ୍ରକାଶ କରିଥିଲେ ।

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

5. ସମ୍ବଲପୁର ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟମାନଙ୍କରେ କେଉଁ ଭାଷାରେ ଶିକ୍ଷାଦାନ କରାଯାଉଥିଲା ?
Answer:
ହିନ୍ଦୀ ଭାଷାରେ ସମ୍ବଲପୁର ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ କରାଯାଇଥିଲା ।

6. ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’ କେଉଁଠାରେ ଗଠନ କରାଯାଇଥିଲା ?
Answer:
ବାଲେଶ୍ଵରଠାରେ ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’ ଗଠନ କରାଯାଇଥିଲା ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. କେବେ ଖ୍ରୀଷ୍ଟିଆନ୍ ଧର୍ମପ୍ରଚାରକମାନେ କଟକରେ ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କଲେ ?
Answer:
୧୮୨୩ ମସିହା

2. ମିଶନାରୀମାନଙ୍କଦ୍ୱାରା ପ୍ରତିଷ୍ଠିତ ହିତକାରୀ ଦାତବ୍ୟ ବିଦ୍ୟାଳୟର ପରିଚାଳନା ଭାର ସରକାର କେବେ ହାତକୁ ନେଇଥିଲେ ?
Answer:
୧୮୪୧ ମସିହା

3. ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ରାଜା କିଏ ଥିଲେ ?
Answer:
ମୁକୁନ୍ଦଦେବ

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

4. କଲିକତା ବିଶ୍ବବିଦ୍ୟାଳୟ କେବେ ପ୍ରତିଷ୍ଠା ହୋଇଥିଲା ?
Answer:
୧୮୫୭ ମସିହା

5. ‘ଉତ୍କଳ ଦୀପିକା’ ସମ୍ବାଦପତ୍ରର ସମ୍ପାଦକ କିଏ ଥିଲେ ?
Answer:
ଗୌରୀଶଙ୍କର ରାୟ

6. କିଏ ‘ସମ୍ବାଦବାହିକା’ର ସମ୍ପାଦକ ଥିଲେ ?
Answer:
ଫକୀରମୋହନ ସେନାପତି

7. ଓଡ଼ିଶା ତା’ର ସ୍ଵାଧୀନତା କେବେ ହରାଇଲା ?
Answer:
୧୫୬୮ ମସିହାରେ

8. ଆଳି ଓ ବାଙ୍କୀଠାରେ କିଏ ନୂତନ ବନ୍ଧ ନିର୍ମାଣ ଓ ପୁରୁଣା ବନ୍ଧର ମରାମତି କରାଇଥିଲେ ?
Answer:
କମିଶନର ଟି.ଇ. ରେଭେନ୍ସା

9. ‘ଉତ୍କଳ ଭାଷା ଉଦ୍ଦୀପନୀ ସଭା’ କେଉଁଠାରେ ଅବସ୍ଥିତ ଥିଲା ?
Answer:
କଟକ

10. ଓଡ଼ିଶାର ପ୍ରଥମ ମୁଦ୍ରଣ ପ୍ରେସ୍‌ର ନାମ କ’ଣ ଥିଲା ?
Answer:
ମିଶନ ପ୍ରେସ୍

11. କେଉଁଠାରେ ଗଞ୍ଜାମର ଓଡ଼ିଆମାନେ ସଭାକରି ସମସ୍ତ ଓଡ଼ିଆଙ୍କୁ ଏକତ୍ରିତ କରିଥିଲେ ?
Answer:
ରସୁଲକୋଣ୍ଡା

12. ସମ୍ବଲପୁର ପ୍ରଥମେ କେଉଁ ପ୍ରଦେଶର ଅନ୍ତର୍ଗତ ଥିଲା ?
Answer:
କେନ୍ଦ୍ରୀୟ ପ୍ରଦେଶ

13. ଖ୍ରୀଷ୍ଟଧର୍ମ ଓ ବ୍ରାହ୍ମଧର୍ମ ବିରୋଧରେ ଓଡ଼ିଶାରେ କେଉଁ ଧର୍ମର ଆବିର୍ଭାବ ଘଟିଥିଲା ?
Answer:
ମହିମା ଧର୍ମ

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

14. କେଉଁ ମସିହାରେ ଓଡ଼ିଶା ଇଂରେଜମାନଙ୍କଦ୍ୱାରା ଅଧିକୃତ ହେଲା ?
Answer:
୧୮୦୩ ମସିହା

15. ଓଡ଼ିଶାରେ କେବେ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ?
Answer:
୧୮୬୬ ମସିହା

C. ଶୂନ୍ୟସ୍ଥାନ ପୂରଣ କର ।

1. ଭୀମଭୋଇ ଥିଲେ ମହିମା ଧର୍ମର ମୁଖ୍ୟ _______ ।
Answer:
ପ୍ରଚାରକ

2. ଖ୍ରୀଷ୍ଟଧର୍ମ ଓ ବ୍ରାହ୍ମଧର୍ମର ବିରୋଧରେ ଓଡ଼ିଶାରେ ମୁଣ୍ଡ ଟେକିଥିଲା ________ ।
Answer:
ମହିମା ଧର୍ମ

3. ମହିମା ଗୋସ୍ବାମୀ ଜଣେ ________ ଥିଲେ ।
Answer:
ପ୍ରବର୍ତ୍ତକ

4. _________ ଠାରେ ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’ ପ୍ରତିଷ୍ଠା କରାଯାଇଥିଲା ।
Answer:
ବାଲେଶ୍ୱର

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

5. ସମୃଲପୁରବାସାଙ୍କ ବିରତ ଡଦ୍ୟଳରେ ସମୃଲପୁରରେ __________ ଭାଷା ପୁନଃ ପ୍ରତିଷ୍ଠିତ ହୋଇଥିଲା ।
Answer:
ଓଡ଼ିଆ

6. ________ ମସିହାରେ ଓଡ଼ିଶା ତା’ର ସ୍ବାଧୀନତା ହରାଇଥିଲା ।
Answer:
୧୫୬୮

7. ________ ମସିହାରେ ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ।
Answer:
୧୮୬୬

8. ୧୮୫୮ ମସିହାରେ ଓଡ଼ିଶାରେ ମୋଟ ________ ଟି ହାଇସ୍କୁଲ ଥିଲା ।
Answer:
୩୩

9. ଚାର୍ଲସ୍ ଉଙ୍କ ସୁପାରିସ ________ ମସିହାରେ ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ।
Answer:
୧୮୫୪

10. ଖ୍ରୀଷ୍ଟିଆନ୍ ଧର୍ମ ପ୍ରଚାରକମାନେ ________ ଠାରେ ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
Answer:
କଟକ

11. ସାରା ଭାରତରେ ମୁସଲମାନ୍ ଶାସନର ପ୍ରାଧାନ୍ୟ ଥ‌ିବାବେଳେ _________ ରେ ହିନ୍ଦୁ ରାଜାମାନେ ଶାସନ କରୁଥିଲେ ।
Answer:
ଓଡ଼ିଶା

12. ______ ଙ୍କୁ ଓଡ଼ିଶାର ଶେଷ ହିନ୍ଦୁ ରାଜା ବୋଲି କୁହାଯାଇଥାଏ ।
Answer:
ମୁକୁନ୍ଦଦେବ

13. ଓଡ଼ିଶା ଗଙ୍ଗାଠାରୁ _______ ଯାଏ ପରିବ୍ୟାପ୍ତ ଥିଲା ।
Answer:
ଗୋଦାବରୀ

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

14. ଓଡ଼ିଶାର ପ୍ରଥମ ସ୍ନାତକ ଥିଲେ _________ ।
Answer:
ମଧୁସୂଦନ ଦାସ

15. ୧୮୭୦ ମସିହାରେ ମଧୁବାବୁ _________ ବିଶ୍ବବିଦ୍ୟାଳୟରୁ ବି.ଏ. ପାସ୍ କରିଥିଲେ ।
Answer:
କଲିକତା

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (×) ଚିହ୍ନ ଦିଅ ।

1. ଓଡ଼ିଶାରେ ଚନ୍ଦ୍ରବଂଶୀ ନରପତିମାନେ ଶାସନ କରୁଥିଲେ ।
2. ଇଂରେଜ ଶାସନ କାଳରେ ଓଡ଼ିଶାରେ ପାଶ୍ଚାତ୍ୟ ଶିକ୍ଷା ଓ ଧର୍ମଧାରାର ପ୍ରବାହ ଆରମ୍ଭ ହୋଇଥିଲା ।
3. ଶିକ୍ଷିତ ଯୁବଗୋଷ୍ଠୀ ଏକ ନୂତନ ଓଡ଼ିଶା ନିର୍ମାଣ ପାଇଁ ସ୍ୱପ୍ନ ଦେଖୁଥିଲେ ।
4. ୧୮୫୭ ମସିହାରେ ଚାର୍ଲସ ଉଡ଼ଙ୍କ ପାଠ୍ୟକ୍ରମ ସଂସ୍କାର ନିୟମ ପ୍ରଣୟନ କରାଯାଇଥିଲା ।
5. ଓଡ଼ିଶାର ପ୍ରଥମ ମୁଦ୍ରଣଯନ୍ତ୍ର କଟକ ମିଶନ ପ୍ରେସ୍ ୧୮୨୩ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।
6. ଫକୀରମୋହନଙ୍କ ସମ୍ବାଦପତ୍ର ସମ୍ବାଦ ବାହିକା କଟକରୁ ପ୍ରକାଶ ପାଉଥିଲା ।
7. ଗଞ୍ଜାମରୁ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ବାଦପତ୍ର ପ୍ରକାଶ ପାଉଥିଲା ।
8. ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶାର ମୁଖ୍ୟତଃ କଟକ, ପୁରୀ ଓ ବାଲେଶ୍ୱରକୁ ଶାସନ କରୁଥିଲେ ।
9. କଟକର କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷାରୂପେ ସ୍ବୀକୃତି ପ୍ରଦାନ କରିଥିଲେ ।
10. ଗଙ୍ଗାଧର ମେହେର ପୁରାତନ ସାହିତ୍ୟର ପୁରୋଧା ଥିଲେ ।
11. ରାଧାନାଥ ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ ଓ ଗୌରୀଶଙ୍କର ରାୟ ପ୍ରଭୃତି ବଙ୍ଗଳା ଭାଷାର ଲେଖକ ଥିଲେ ।
12. ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାର ଧର୍ମକ୍ଷେତ୍ରରେ ନବ ଚେତନାର ପ୍ରଭାବ ପରିଲକ୍ଷିତ ହୋଇଥିଲା ।

Answer:
1. x
2. ✓
3. ✓
4. x
5. x
6. x
7. x
8. ✓
9. ✓
10. x
11. x
12. ✓

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

Odisha State Board BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା Important Questions and Answers.

BSE Odisha Class 10 History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ମାଉଣ୍ଟବ୍ୟାଟେନ୍‌ଙ୍କ ଭାରତ ବିଭାଜନକୁ ଦେଖ୍ ଜିନ୍ନା ଅତ୍ୟନ୍ତ ମର୍ମାହତ ଓ କ୍ଷୁବ୍ଧ ହୋଇଥିଲେ କାହିଁକି ?
Answer:

  • ଜାତୀୟ କଂଗ୍ରେସ ଭାରତର ଅଖଣ୍ଡତା ରକ୍ଷାପାଇଁ ସବୁପ୍ରକାର ଚେଷ୍ଟାକରି ବିଫଳ ହେଲା ଏବଂ ମାଉଣ୍ଟବ୍ୟାଟେନ୍‌ଙ୍କ ଯୋଜନାକୁ ଗ୍ରହଣ କରିବା ବ୍ୟତୀତ ଅନ୍ୟ କିଛି ଉପାୟ ନଥିଲା ।
  • ମୁସଲିମ୍ ଲିଗ୍ ପାକିସ୍ତାନ ପାଇଁ ଦୁଇ ତୃତୀୟାଂଶ ଅଞ୍ଚଳ ଦାବି କରୁଥିଲା । ଏହା କଂଗ୍ରେସ ଗ୍ରହଣ କଲା ନାହିଁ କାରଣ ପାକିସ୍ତାନର ଗଠନ ପରେ ମଧ୍ୟ ଭାରତର ମୁସଲିମ୍ ଜନସଂଖ୍ୟା ପାକିସ୍ତାନର ମୁସଲିମ୍ ଜନସଂଖ୍ୟାଠାରୁ ଅଧିକ ହେଉଥିଲା ।
  • ସୁତରାଂ ଯେଉଁ ଅଞ୍ଚଳରେ ମୁସଲିମ୍ ଲିଗର ପ୍ରାଧାନ୍ୟ ରହିଥିଲା, କେବଳ ସେହି ଅଞ୍ଚଳଗୁଡ଼ିକ ଭାଗ କରିବାପାଇଁ କଂଗ୍ରେସ ରାଜିହେଲା ।
  • ସେହି ଆଧାରରେ ପଞ୍ଜାବ, ବଙ୍ଗ ଓ ଆସାମର ବିଭାଜନ ହେଲା । ଏକ କ୍ଷୁଦ୍ର ସଙ୍କୁଚିତ ପାକିସ୍ତାନର ବ୍ୟବସ୍ଥା ଦେଖ୍ ଜିନ୍ନା ମର୍ମାହତ ଓ କ୍ଷୁବ୍ଧ ହେଲେ । କିନ୍ତୁ ଏହି ଯୋଜନାକୁ ସେ ବାଧ୍ୟହୋଇ ଗ୍ରହଣ କରିଥିଲେ ।

୨। ଭାରତ ସ୍ଵାଧୀନତା ପାଇବାର ପରବର୍ତ୍ତୀ ସମୟରେ କ’ଣ ସବୁ କାର୍ଯ୍ୟ କରାଯାଇଥିଲା ?
Answer:

  • ସ୍ଵାଧୀନତାର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ ଜବାହରଲାଲ ନେହେରୁ।
  • ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ଭାବରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କାର୍ଯ୍ୟଭାର ଗ୍ରହଣ କରିଥିଲେ ।
  • ପଟେଲଙ୍କ ପରାମର୍ଶ ଓ ଦକ୍ଷ ନେତୃତ୍ବ ଯୋଗୁଁ ଅଧିକାଂଶ ଦେଶୀୟ ରାଜ୍ୟ ଭାରତ ସହିତ ଯୋଗ ଦେଇଥିଲେ।
  • ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ବିଳମ୍ବିତ ରାତିରେ ଜବାହରଲାଲ ନେହେରୁ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ସ୍ଵାଧୀନ ଭାରତର ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
  • ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତରେ ପ୍ରଥମ ସ୍ଵାଧୀନତା ଦିବସ ବିପୁଳ ଉତ୍ସାହରେ ପାଳନ କରାଯାଇଥିଲା ।

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ମୁସଲିମ୍ ଲିଗ୍‌ର ନେତା କିଏ ଥିଲେ ? ସେ କେବେ ଓ କାହିଁକି ‘ପ୍ରତ୍ୟକ୍ଷ କାର୍ଯ୍ୟଦିବସ’ ପାଳନ କରିବାକୁ ଆହ୍ବାନ ଦେଇଥିଲେ ?
Answer:

  1. ମୁସ୍‌ଲିମ୍ ଲିସ୍‌ର ନେତା ଥିଲେ ମହମ୍ମଦ ଅଲ୍ଲୀ ଜିନ୍ନା ।
  2. ୧୯୪୬ ମସିହା ଅଗଷ୍ଟ ୧୬ ତାରିଖରେ ସାରା ଭାରତରେ ‘ପ୍ରତ୍ୟକ୍ଷ କାର୍ଯ୍ୟଦିବସ’ ପାଳନ କରିବାକୁ ସେ ମୁସଲମାନମାନଙ୍କୁ ଆହ୍ଵାନ ଦେଇଥିଲେ ।
  3. କାରଣ କ୍ୟାବିନେଟ୍ ମିଶନ ପ୍ରସ୍ତାବରେ ସ୍ଵାଧୀନ ପାକିସ୍ତାନ ଗଠନ କଥା କିଛି ଉଲ୍ଲେଖ ନଥିଲା ।

୨। କ୍ୟାବିନେଟ୍ ମିଶନ କ’ଣ ?
Answer:

  • ଦ୍ଵିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ସମୟରେ ବ୍ରିଟିଶ୍ ସରକାର ଭାରତୀୟଙ୍କ ହାତରେ କ୍ଷମତା ହସ୍ତାନ୍ତର କରିବା ନିଷ୍ପତ୍ତି ନେଲେ ଏବଂ ସେଥ‌ିପାଇଁ ଭାରତୀୟ ନେତୃବର୍ଗଙ୍କ ସାଙ୍ଗରେ ବୁଝାମଣା କରିବା ଉଦ୍ଦେଶ୍ୟରେ କ୍ୟାବିନେଟ୍ ମିଶନ ନାମରେ ଏକ ପ୍ରତିନିଧ୍ ଦଳ ଭାରତକୁ ଆସିଥିଲେ ।
  • ସେଥୁରେ ଭାରତ ସଚିବ ପେଥ୍ ଲରେନସ୍, ଏ.ଭି. ଆଲେକ୍‌ଜାଣ୍ଡାର ଓ ଷ୍ଟାଫୋର୍ଡ଼ କ୍ରିପ୍‌ସ୍ ସଦସ୍ୟ ଥିଲେ ।
  • କ୍ୟାବିନେଟ୍ ମିଶନ ୧୯୪୬ ମସିହା ମାର୍ଚ୍ଚ ୨୪ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ ।

୩ । ଭାରତରେ କେବେ ପ୍ରାଦେଶିକ ସ୍ତରରେ ବିଧାନସଭା ପାଇଁ ନିର୍ବାଚନ ହୋଇଥିଲା ଓ ଏହାର ଫଳାଫଳ କ’ଣ ଥିଲା ?
Answer:

  • ୧୯୪୬ ମସିହା ଆରମ୍ଭରେ ଭାରତରେ ପ୍ରାଦେଶିକ ସ୍ତରରେ ବିଧାନସଭା ପାଇଁ ନିର୍ବାଚନ ହେଲା ।
  • ଓଡ଼ିଶା ସମେତ ଆଠଟି ପ୍ରଦେଶରେ କଂଗ୍ରେସ ଓ ଦୁଇଟି ପ୍ରଦେଶରେ ମୁସଲିମ୍ ଲିଗ୍ ମନ୍ତ୍ରୀମଣ୍ଡଳ ଗଠନ କଲା ।
  • ପଞ୍ଜାବରେ ସଂଯୁକ୍ତ ଦଳର ହାୟାତ୍ ଖାଁ ମିଳିତ ମନ୍ତ୍ରୀମଣ୍ଡଳ ଗଠନ କଲେ ।

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

୪ । ମାଉଣ୍ଟବ୍ୟାଟେନ୍ ବଙ୍ଗଳା ଓ ପଞ୍ଜାବକୁ କିପରି ବିଭାଜିତ କରିଥିଲେ ?
Answer:

  1. ମାଉଣ୍ଟବ୍ୟାଟେନ୍‌ଙ୍କ ଯୋଜନା ଅନୁସାରେ ମୁସଲମାନବହୁଳ ପୂର୍ବବଙ୍ଗ ପାକିସ୍ତାନରେ ମିଶିବା ଓ ଅଣମୁସଲମାନବହୁଳ ପଶ୍ଚିମବଙ୍ଗ ଭାରତରେ ରହିବା ବ୍ୟବସ୍ଥା ହୋଇଥିଲା ।
  2. ମୁସଲମାନବହୁଳ ପଶ୍ଚିମ ପଞ୍ଜାବ ପାକିସ୍ତାନରେ ମିଶିବା ଓ ଅଣମୁସଲମାନବହୁଳ ପୂର୍ବ ପଞ୍ଜାବ ଭାରତରେ ରହିବା ବ୍ୟବସ୍ଥା ହୋଇଥିଲା ।
  3. ସାର୍ ସିରିଲ୍ ରେଡ଼କ୍ଲିଫ୍ଙ୍କ ଅଧ୍ୟକ୍ଷତାରେ ଏକ ସୀମା ନିର୍ଦ୍ଧାରଣ କମିଟି ଗଠିତ ହୋଇଥିଲା ।

୫ । ଭାରତ ସ୍ଵାଧୀନତା ଆଇନ କ’ଣ ?
Answer:

  • ଭାରତୀୟ ନେତାମାନେ ମାଉଣ୍ଟବ୍ୟାଟେନ୍ ଯୋଜନାକୁ ଗ୍ରହଣ କରିବା ପରେ ବ୍ରିଟିଶ୍ ସରକାର ଏହାକୁ ଭିଭିକରି ଭାରତ ସ୍ଵାଧୀନତା ନିମନ୍ତେ ଏକ ଆଇନ ପ୍ରସ୍ତୁତ କଲେ ।
  • ଏହାକୁ ୧୯୪୭ ମସିହା ଜୁଲାଇ ୧୮ ତାରିଖରେ ‘ଭାରତ ସ୍ଵାଧୀନତା ଆଇନ ୧୯୪୭’ ଭାବରେ ବ୍ରିଟିଶ୍ ପାର୍ଲିଆମେଣ୍ଟ ଅନୁମୋଦନ କରିଥିଲା ।
  • ଉକ୍ତ ଆଇନ ଅନୁସାରେ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ସ୍ଵାଧୀନ ରାଷ୍ଟ୍ର ଗଠିତ ହେଲା ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। କିଏ କେବେ ଭାରତର ପ୍ରଥମ ଜାତୀୟ ପତାକା ଉତ୍ତୋଳନ କରିଥିଲେ ?
Answer:

  • ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଭାରତର ପ୍ରଥମ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
  • ସେ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ବିଳମ୍ବିତ ରାତ୍ରିରେ ଏହାକୁ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ଉତ୍ତୋଳନ କରିଥିଲେ ।

୨। ଲୌହମାନବ କାହାକୁ କୁହାଯାଏ ? ସେ କେଉଁ ବିଭାଗର ମନ୍ତ୍ରୀ ଥିଲେ ?
Answer:

  1. ସର୍ଦାର ବଲ୍ଲଭଭାଇ ପଟେଲଙ୍କୁ ଲୌହମାନବ କୁହାଯାଏ ।
  2. ସେ ଭାରତର ଗୃହମନ୍ତ୍ରୀ ତଥା ପ୍ରଥମ ଉପପ୍ରଧାନମନ୍ତ୍ରୀ ଥିଲେ ।

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

୩ । ‘ଭାରତ ସ୍ଵାଧୀନତା ଆଇନ’ କେବେ ବ୍ରିଟିଶ୍ ପାର୍ଲିଆମେଣ୍ଟରେ ଅନୁମୋଦନ ଲାଭ କରିଥିଲା ଓ ଏହା ଫଳରେ କେଉଁ ଦୁଇଟି ନୂତନ ରାଷ୍ଟ୍ର ଗଠିତ ହେଲା ?
Answer:

  • ‘ଭାରତ ସ୍ଵାଧୀନତା ଆଇନ’ ୧୯୪୭ ମସିହା ଜୁଲାଇ ୧୮ ତାରିଖରେ ବ୍ରିଟିଶ୍ ପାର୍ଲିଆମେଣ୍ଟରେ ଅନୁମୋଦନ ଲାଭ କରିଥିଲା ।
  • ଉକ୍ତ ଆଇନ ଅନୁସାରେ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ସ୍ଵାଧୀନ ରାଷ୍ଟ୍ର ଗଠିତ ହେଲା ।

୪। ମୁସ୍‌ଲିମ୍ ଲିଗ୍ ଯାକିସ୍ତାନ ପାଇଁ କେତେ ଅଞ୍ଚଳ ଦାବି କରୁଥିଲା ? ଏହାକୁ କାହିଁକି କଂଗ୍ରେସ ଗ୍ରହଣ କଲା ନାହିଁ ?
Answer:

  • ପାକିସ୍ତାନ ଗଠନ ପାଇଁ ମୁସଲିମ୍ ଲିଗ୍ ଦୁଇ-ତୃତୀୟାଂଶ ଅଞ୍ଚଳ ଦାବି କରୁଥିଲା ।
  • କଂଗ୍ରେସ ଏହାକୁ ଗ୍ରହଣ କଲାନାହିଁ କାରଣ ପାକିସ୍ତାନର ଗଠନ ପରେ ମଧ୍ୟ ଭାରତର ମୁସ୍‌ଲିମ୍ ଜନସଂଖ୍ୟା ପାକିସ୍ତାନର ମୁସ୍‌ଲିମ୍ ଜନସଂଖ୍ୟାଠାରୁ ଅଧୂକ ହେଉଥିଲା ।

୫। ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ କେବେ, କେଉଁଠାରେ ବସିଥିଲା ? ଏହାକୁ କିଏ ପ୍ରତ୍ୟାଖ୍ୟାନ କରିଥିଲା ?
Answer:

  1. ୧୯୪୬ ମସିହା ଡିସେମ୍ବର ୯ ତାରିଖରେ ଦିଲ୍ଲୀଠାରେ ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ ବସିଥିଲା ।
  2. ଏହାକୁ ମୁସଲିମ୍ ଲିଗ୍ ପ୍ରତ୍ୟାଖ୍ୟାନ କରିଥିଲା ।

୬ । କ୍ଲିମେଣ୍ଟ ଅଟ୍‌ଲି ଘୋଷଣା କହିଲେ କ’ଣ ବୁଝ ?
Answer:

  • ୧୯୪୭ ମସିହା ଫେବୃୟାରୀ ୨୦ ତାରିଖରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟ ଅଟ୍‌ଲିଙ୍କ ଘୋଷଣାନାମା ପ୍ରକାଶ ପାଇଥିଲା ।
  • ଏଥୁରେ ଘୋଷଣା କରାଯାଇଥିଲା ଯେ ୧୯୪୮ ମସିହା ଜୁନ୍ ୩୦ ତାରିଖ ପୂର୍ବରୁ ଇଂରେଜମାନେ ଭାରତକୁ କ୍ଷମତା ହସ୍ତାନ୍ତର କରିବେ ।

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ବିଶ୍ବ ରାଜନୀତିକ ପରିସ୍ଥିତିରେ କେତେବେଳେ ଏକ ପରିବର୍ତ୍ତନର ଧାରା ଆସିଥିଲା ?
Answer:
୧୯୪୫ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ପରେ ବିଶ୍ଵ ରାଜନୀତିକ ପରିସ୍ଥିତିରେ ଏକ ପରିବର୍ତ୍ତନ ଧାରା ଆସିଥିଲା ।

2. ଭାରତୀୟ ଜନତାର ବୀରତ୍ବ ଓ ଦୃଢ଼ ସଂକଳ୍ପକୁ କେଉଁ ବିପ୍ଳବ ସ୍ପଷ୍ଟ କରି ଦେଇଥିଲା ?
Answer:
୧୯୪୨ ମସିହାର ଅଗଷ୍ଟ ବିପ୍ଳବ ଭାରତୀୟ ଜନତାର ବୀରତ୍ଵ ଓ ଦୃଢ଼ ସଂକଳ୍ପକୁ ସ୍ପଷ୍ଟ କରିଦେଇଥିଲା ।

3. ଆମ ଦେଶରେ ପ୍ରାଦେଶିକ ସ୍ତରରେ ବିଧାନସଭା ପାଇଁ ନିର୍ବାଚନ କେବେ ହୋଇଥିଲା ?
Answer:
ଆମ ଦେଶରେ ୧୯୪୬ ମସିହା ଆରମ୍ଭରେ ପ୍ରାଦେଶିକ ସ୍ତରରେ ବିଧାନସଭା ପାଇଁ ନିର୍ବାଚନ କରାଯାଇଥିଲା ।

4. ମୁସଲିମ୍ ଲିଗ୍‌ର ନେତା କିଏ ଥିଲେ ?
Answer:
ମହମ୍ମଦ ଅଲ୍ଲୀ ଜିନ୍ନା ମୁସଲିମ ଲିଗ୍‌ ନେତା ଥିଲେ ।

5. ଫ୍ରାନ୍‌ସିସ୍ ଟକର କିଏ ଥିଲେ ?
Answer:
ପୂର୍ବାଞ୍ଚଳର ତତ୍କାଳୀନ ସାମରିକ ଅଧ୍ୟକ୍ଷ ଥିଲେ ଫ୍ରାନ୍‌ସିସ୍ ଟକର ।

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

6. ସମ୍ବିଧାନ ପ୍ରଣୟନ ସଭାର ସ୍ଥାୟୀ ସଭାପତି ଭାବେ କିଏ ନିର୍ବାଚିତ ହୋଇଥିଲେ ?
Answer:
ଡ. ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ପ୍ରଣୟନ ସଭାର ସ୍ଥାୟୀ ସଭାପତିଭାବେ ନିର୍ବାଚିତ ହୋଇଥିଲେ ।”

7. ଭାରତକୁ କ୍ଷମତା ହସ୍ତାନ୍ତର କରିବା କଥା ଇଂଲଣ୍ଡର କେଉଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ?
Answer:
ଇଂଲଣ୍ଡର ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟ ଅଟଲି ଭାରତକୁ କ୍ଷମତା ହସ୍ତାନ୍ତର କରିବା କଥା ଘୋଷଣା କରିଥିଲେ ।

8. ବ୍ରିଟିଶ୍ ପାର୍ଲାମେଣ୍ଟରେ ଅନୁମୋଦନ ପରେ କେବେ ମାଉଣ୍ଟବ୍ୟାଟେନ୍ ଯୋଜନା ଘୋଷିତ ହୋଇଥିଲା ?
Answer:
୧୯୪୭ ଜୁନ୍ ୩ ତାରିଖରେ ବ୍ରିଟିଶ୍ ପାର୍ଲାମେଣ୍ଟର ଅନୁମୋଦନ ପରେ ମାଉଣ୍ଟବ୍ୟାଟେନ୍ ଯୋଜନା ଘୋଷିତ ହୋଇଥିଲା ।

9. ଭାରତ ଓ ପାକିସ୍ତାନ ମଧ୍ୟରେ କିଏ ସୀମା ନିର୍ଦ୍ଧାରଣ କରିଥିଲେ ?
Answer:
ସାର୍ ସିରିଲ୍ ରେଡ଼କ୍ଲିଫ୍ ଭାରତ ଓ ପାକିସ୍ତାନ ମଧ୍ୟରେ ସୀମା ନିର୍ଦ୍ଧାରଣ କରିଥିଲେ ।

10. ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ କିଏ ଶପଥ ଗ୍ରହଣ କରିଥିଲେ ?
Answer:
ଲିୟାକତ୍ ଅଲ୍ଲୀ ଖାଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ‘ପ୍ରତ୍ୟକ୍ଷ କାର୍ଯ୍ୟଦିବସ’ ପାଳନବେଳେ କଲିକତାରେ ଘଟିଥିବା ହିଂସାକାଣ୍ଡକୁ ଫ୍ରାନ୍‌ସିସ୍ ଟକର କେଉଁ ନାମ ଦେଇଥିଲେ ।
Answer:
ବିରାଟ କଲିକତା ହତ୍ୟାକାଣ୍ଡ

2. କାହାର ପ୍ରସ୍ତାବକ୍ରମେ ଭାରତ ବିଭାଜିତ ହୋଇଥିଲା ?
Answer:
ମାଉଣ୍ଟବ୍ୟାଟେନ୍

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

3. ଭାରତ ସ୍ଵାଧୀନତା ଆଇନ କେବେ ବ୍ରିଟିଶ୍ ପାର୍ଲିଆମେଣ୍ଟର ଅନୁମୋଦନ ଲାଭ କରିଥିଲା ?
Answer:
୧୯୪୭ ଜୁଲାଇ ୧୮

4. ୧୯୪୫ ମସିହାରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ କିଏ ଥିଲେ ?
Answer:
କ୍ଲିମେଣ୍ଟ ଅଟ୍ଲଲା

5. ମୁସଲମାନମାନଙ୍କୁ ଏକତ୍ର କରିବାପାଇଁ କେଉଁ ସଙ୍ଗଠନ ଗଠନ କରାଯାଇଥିଲା ?
Answer:
ମୁସ୍‌ଲିମ୍ ଲିଗ୍

6. ୧୯୪୬ ମସିହାରେ ଭାରତରେ ସମୁଦାୟ କେତୋଟି ପ୍ରଦେଶ ଥିଲା ?
Answer:
୧୧ଟି

7. କ୍ୟାବିନେଟ୍ ମିଶନର ପ୍ରସ୍ତାବରେ ପାକିସ୍ତାନ ଗଠନ ବିଷୟରେ କିଛି ନଥ‌ିବାରୁ ଜିନ୍ନାଙ୍କ ନିର୍ଦ୍ଦେଶରେ ମୁସଲମାନମାନେ କ’ଣ ପାଳନ କରିଥିଲେ ?
Answer:
ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ

8. ‘ସ୍ଵାଧୀନ ପାକିସ୍ତାନ ଗଠନ’ କେଉଁ ନେତାଙ୍କର ମାନସ ପୁତ୍ର ଥିଲା ?
Answer:
ମହମ୍ମଦ ଅଲ୍ଲୀ ଜିନ୍ନା

୨. ମୁସଲିମ୍ ଲିଗ୍ କାହା ନେତୃତ୍ୱରେ ପରିଚାଳିତ ହୋଇଥିଲା ?
Answer:
ମହମ୍ମଦ ଅଲ୍ଲୀ ଜିନ୍ନା

10. ସମ୍ବିଧାନ ପ୍ରଣୟନ ସଭା ଗଠନ ପାଇଁ କିଏ ସୁପାରିସ କରିଥିଲେ ?
Answer:
ମାଉଣ୍ଟବ୍ୟାଟେନ୍

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

11. ମୁସଲିମ୍ ଲିଗ୍ ପାକିସ୍ତାନ ପାଇଁ କେତେ ଅଞ୍ଚଳ ଦାବି କରୁଥିଲା ?
Answer:
୨/୩ ଅଂଶ

12. ଭାରତକୁ ବିଭାଜନ କରିବାପାଇଁ ବ୍ରିଟିଶ୍ ସରକାର ପ୍ରସ୍ତୁତ କରିଥିବା ଯୋଜନାଟି କ’ଣ ?
Answer:
ମାଉଣ୍ଟବ୍ୟାଟେନ୍ ଯୋଜନା

13. କିଏ ଭାରତ ଓ ପାକିସ୍ତାନରେ ସୀମା ନିର୍ଦ୍ଧାରଣ କରିଥିଲେ ?
Answer:
ସାର୍ ରେଡ୍‌କ୍ଲିଫ୍

14. ୧୯୪୨ରେ ସଙ୍ଗଠିତ ଭାରତ ଛାଡ଼ ଆନ୍ଦୋଳନର ଅନ୍ୟ ନାମ କ’ଣ ଥିଲା ?
Answer:
ଅଗଷ୍ଟ ବିପ୍ଳବ

15. 1946 ମସିହା ପ୍ରାଦେଶିକ ସ୍ତରର ନିର୍ବାଚନରେ ସାଧାରଣ ଆସନରେ କେଉଁ ଦଳ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ?
Answer:
ଜାତୀୟ କଂଗ୍ରେସ

C. ଶୂନ୍ୟସ୍ଥାନ ପୂରଣ କର ।

1.୧୯୪୫ ମସିହା ______ ମାସରେ ଦ୍ବିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି ଘଟିଥିଲା ।
Answer:
ଏପ୍ରିଲ୍

2.୧୯୪୬ ମସିହାରେ ଭାରତରେ ମୋଟ ________ ଟି ପ୍ରଦେଶ ଥିଲା ।
Answer:
୧୧

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

3. ୧୯୪୬ ମସିହାରେ _____ ସ୍ତରରେ ବିଧାନସଭା ପାଇଁ ନିର୍ବାଚନ କରାଯାଇଥିଲା ।
Answer:
ପ୍ରାଦେଶିକ

4. କ୍ୟାବିନେଟ୍ ମିଶନ ପ୍ରସ୍ତାବରେ ______ ଜଣ ସଦସ୍ୟଙ୍କୁ ନେଇ ଏକ ସମ୍ବିଧାନ ପ୍ରଣୟନ ସଭା ଗଠନ କରିବାର ସୁପାରିସ କରାଯାଇଥିଲା ।
Answer:
୩୮୯

5. ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ _______ ଦିନ ପାଳନ କରାଯାଇଥିଲା ।
Answer:
୧୯୪୬ ଅଗଷ୍ଟ ୧୬

6. ସମ୍ବିଧାନ ପ୍ରଣୟନ ସଭାରେ ମୋଟ _______ ଜଣ ସଦସ୍ୟ ଥିଲେ ।
Answer:
୩୮୯

7. ଭାରତର ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ _______ ଠାରେ ବସିଥିଲା ।
Answer:
ଦିଲ୍ଲୀ

8. ________ ତାରିଖ ସୁଦ୍ଧା ଭାରତକୁ କ୍ଷମତା ହସ୍ତାନ୍ତର କରିବାପାଇଁ ଅଟ୍‌ଲୀ ଘୋଷଣା କରିଥିଲେ ।
Answer:
୧୯୪୪ ଜୁନ୍ ୩୦

୨. ଲର୍ଡ଼ ମାଉଣ୍ଟବ୍ୟାଟେନ୍‌ଙ୍କ ଯୋଜନା ________ ତାରିଖରେ ଘୋଷିତ ହୋଇଥିଲା ।
Answer:
୧୯୪୭ ଜୁନ୍ ୩

10. ମଧ୍ୟବର୍ତ୍ତୀକାଳୀନ ସରକାରରେ _______ ଯୋଗଦେବାପାଇଁ ପ୍ରଥମେ ରାଜି ହୋଇନଥିଲେ ।
Answer:
ମୁସ୍‌ଲିମ୍ ଲିଗ୍

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

11. ସ୍ବାଧୀନ ଭାରତର ଜାତୀୟ ପତାକା _______ ଉତ୍ତୋଳନ କରିଥିଲେ ।
Answer:
ଜବାହରଲାଲ ନେହେରୁ

12. ମୁସଲିମ୍ ଲିଗ୍ ପାକିସ୍ତାନ ପାଇଁ ________ ଅଞ୍ଚଳ ଦାବି କରୁଥିଲା ।
Answer:
ଦୁଇ-ତୃତୀୟାଂଶ

13. ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ ପାଳନ ପାଇଁ ଶୋଭାଯାତ୍ରା ବାହାରିବା ସମୟରେ ______ ଠାରେ ହିଂସାକାଣ୍ଡ ଘଟିଥିଲା ।
Answer:
କୋଲକାତା

14. 1946 ମସିହାରେ ପଞ୍ଜାବରେ _______ ଙ୍କ ନେତୃତ୍ୱରେ ମିଳିତ ମନ୍ତ୍ରୀମଣ୍ଡଳ ଗଠିତ ହୋଇଥିଲା ।
Answer:
ୟାତ୍ ଖାଁ

15. ପାକିସ୍ତାନର ପ୍ରଥମ ଗଭର୍ଣ୍ଣର ଜେନେରାଲ ଥିଲେ ________ ।
Answer:
ମହମ୍ମଦ ଅଲ୍ଲୀ ଜିନ୍ନା

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (x) ଚିହ୍ନ ଦିଅ ।

1. କ୍ଲିମେଣ୍ଟ ଅଟଲି ଆମେରିକାର ପ୍ରଧାନ ମନ୍ତ୍ରୀ ଥିଲେ ।
2. ୧୯୪୬ ମସିହା ପ୍ରାଦେଶିକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ।
3. କ୍ୟାବିନେଟ୍ ପ୍ରସ୍ତାବରେ ସ୍ଵାଧୀନ ପାକିସ୍ତାନ ଗଠନ କଥା ସ୍ପଷ୍ଟ ଉଲ୍ଲେଖ ଥିଲା ।
4. ‘ପ୍ରତ୍ୟକ୍ଷ କାର୍ଯ୍ୟଦିବସ’ ପାଳନ କରିବାପାଇଁ ଲିଆକତ୍ ଅଲ୍ଲି ଖାଁ ଆହ୍ବାନ ଦେଇଥିଲେ ।
5. ଡକ୍ଟର ଭୀମରାଓ ରାମ୍‌ଜୀ ଆମ୍ବେଦକର ସମ୍ବିଧାନ ପ୍ରଣୟନ ସଭାର ସ୍ଥାୟୀ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
6. ଇଂଲଣ୍ଡ ସରକାର ଯଥାଶୀଘ୍ର ଭାରତ ସମସ୍ୟାର ସମାଧାନ ନିମନ୍ତେ ନିଷ୍ପତ୍ତି ନେବେ – କ୍ଲିମେଣ୍ଟ ଅଟ୍‌ଲି ଏହିକଥା ଘୋଷଣା କରିଥିଲେ ।
7. ୧୯୪୬ ମାର୍ଚ୍ଚ ୨୨ ରେ ମାଉଣ୍ଟବ୍ୟାଟେଜ୍‌ ଭାରତକୁ ଭାଇସ୍‌ରାୟ ହୋଇ ଆସିଥିଲେ ।
8. ପାକିସ୍ତାନ ପାଇଁ ମୁସଲିମ୍ ଲିଗ୍ ଏକ ତୃତୀୟାଂଶ ଅଂଶ ଅଞ୍ଚଳ ଦାବି କରୁଥିଲା ।
9. ଭାରତର ପ୍ରଥମ ଗୃହମନ୍ତ୍ରୀ ଭାବେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶପଥ ଗ୍ରହଣ କରିଥିଲେ ।
10. ଐତିହାସିକ ବାରବାଟି କିଲ୍ଲାଠାରେ ସ୍ବାଧୀନ ଭାରତର ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।
11. ମହମ୍ମଦ ଅଲ୍ଲି ଜିନ୍ନା ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ।

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

Answer:
1. x
2. ✓
3. x
4. x
5. x
6. ✓
7. x
8. x
9. ✓
10. x
11. x

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

Odisha State Board BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା Important Questions and Answers.

BSE Odisha Class 10 History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ନେତାଜୀ ସିଙ୍ଗାପୁରଠାରେ କେବେ, କିପରି ଓ କାହିଁକି ଆଜାଦ୍ ହିନ୍ଦ୍ ସରକାର ଗଠନ କଲେ ?
Answer:

  • ନେତାଜୀ ଆୟାରଲାଣ୍ଡର ଅସ୍ଥାୟୀ ସରକାର ଅନୁକରଣରେ ୧୯୪୩ ମସିହା ଅକ୍ଟୋବର ୨୧ ତାରିଖରେ ସିଙ୍ଗାପୁରଠାରେ ଆଜାଦ୍ ହିନ୍ଦ୍ ସରକାର ଗଠନ କରିଥିଲେ ।
  • ଜାପାନ, ଜର୍ମାନୀ, ଇଟାଲୀ, ମିଆଁମାର, ଥାଇଲାଣ୍ଡ, ଚୀନ୍, ଫିଲିପାଇନ୍ସ ଓ ମାଞ୍ଚୁରିଆ ଏହି ସରକାରକୁ ସ୍ବୀକୃତି ଦେଇଥିଲେ ।
  • ସୁଭାଷ ବୋଷ ହେଲେ ଏହି ସରକାରର କର୍ଣ୍ଣଧାର, ପ୍ରଥମ ପ୍ରଧାନମନ୍ତ୍ରୀ ତଥା ପ୍ରଧାନ ସେନାପତି ।
  • ବହିର୍ଦେଶ ବିଭାଗ ଓ ଯୁଦ୍ଧ ବିଭାଗ ତାଙ୍କ ଅଧୀନରେ ରହିଲା । ସୁଭାଷଙ୍କ ସହିତ ଏହି ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଅନ୍ୟ ଦଶଜଣ ସଭ୍ୟ ରହିଥିଲେ ।
  • ଇଂରେଜ ସରକାରଙ୍କୁ ଭାରତ ମାଟିରୁ ବିତାଡ଼ିତ କରିବା ଏହି ଅସ୍ଥାୟୀ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

୨। ସୁଭାଷଚନ୍ଦ୍ର ବୋଷଙ୍କର ଆଦ୍ୟ ଜୀବନ ଓ ଶିକ୍ଷା ବିଷୟରେ ସଂକ୍ଷେପରେ ଲେଖ ।
Answer:

  • ସୁଭାଷଚନ୍ଦ୍ର ବୋଷ ୧୮୯୭ ମସିହା ଜାନୁୟାରୀ ୨୩ ତାରିଖରେ ଓଡ଼ିଶାର କଟକଠାରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜାନକୀନାଥ ବୋଷ ଜଣେ ଆଇନଜୀବୀ ଥିଲେ ।
  • କଟକର ରେଭେନ୍ସା କଲିଜିଏଟ୍ ସ୍କୁଲରେ ଛାତ୍ର ଥିବା ସମୟରେ ଛାତ୍ରମାନଙ୍କୁ ସଙ୍ଗଠିତ କରି ସେ ସ୍କୁଲ ହଷ୍ଟେଲରେ ‘ଖୁଦିରାମ୍ ସହିଦ ଦିବସ’ ପାଳନ କରିଥିଲେ ।
  • ମାଧ୍ୟମିକ ଶିକ୍ଷା ସମାପ୍ତି କରି ସେ କୋଲକତାସ୍ଥିତ ପ୍ରେସିଡ଼େନ୍ସି କଲେଜରେ ସେ ଦର୍ଶନଶାସ୍ତ୍ର ଅଧ୍ୟୟନ କରିଥିଲେ । ବ୍ରିଟିଶ୍ ପ୍ରଫେସର. ସି. ଏଫ୍. ୱେଟେନ୍‌ଙ୍କୁ ମାଡ଼ମରା ଘଟଣାରେ ସେ କଲେଜରୁ ବହିଷ୍କୃତ ହୋଇଥିଲେ ।
  • ଏହାପରେ କୋଲ୍‌କତାର ସ୍ଫଟିସ୍ ଚର୍ଚ୍ଚ କଲେଜରେ ସେ ଦର୍ଶନଶାସ୍ତ୍ର ସମ୍ମାନରେ ପ୍ରଥମ ଶ୍ରେଣୀରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ମନସ୍ତତ୍ତ୍ଵରେ ସ୍ନାତକୋତ୍ତର ଶିକ୍ଷା ଅସମ୍ପୂର୍ଣ୍ଣ କରି ସେ ୧୯୧୯ ମସିହାରେ କେମ୍ବ୍ରିଜ୍ ଯାଇଥିଲେ ।
  • ୧୯୨୦ ମସିହାରେ ସୁଭାଷ ଆଇ.ସି.ଏସ୍. ପରୀକ୍ଷାରେ ୪ର୍ଥ ସ୍ଥାନ ହାସଲ କରି ଉତ୍ତୀର୍ଣ୍ଣ ହୋଇଥିଲେ ।

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ସୁଭାଷ ବୋଷ କେଉଁ ମନୀଷୀମାନଙ୍କର ବାଣୀ ଓ କେଉଁ ବିପ୍ଳବୀମାନଙ୍କର ଚିନ୍ତାଧାରାଦ୍ଵାରା ପ୍ରଭାବିତ ହୋଇଥିଲେ ?
Answer:

  1. ରାମକୃଷ୍ଣ ପରମହଂସ, ସ୍ବାମୀ ବିବେକାନନ୍ଦ ଓ ରବୀନ୍ଦ୍ରନାଥ ଠାକୁର ପ୍ରମୁଖ ମହାମନୀଷୀମାନଙ୍କର ବାଣୀଦ୍ଵାରା ସୁଭାଷ ବୋଷ ଗଭୀର ଭାବେ ପ୍ରଭାବିତ ହୋଇଥିଲେ ।
  2. ବେନିଟୋ ମୁସୋଲିନି, ମୁସ୍ତାଫା କମାଲ ପାଶା, କାଉଣ୍ଟ ଡ଼ି କାଲୁର, ଗାରିବାଲ୍‌ ଓ ଲେନିନ୍‌ଙ୍କ ଭଳି ମହାନ୍ ବିପ୍ଳବୀମାନଙ୍କ ଚିନ୍ତାଧାରା ଓ ବ୍ୟକ୍ତିତ୍ଵଦ୍ଵାରା ସେ ପ୍ରଭାବିତ ହୋଇଥିଲେ ?

୨। ୧୯୨୪ ମସିହାରେ ସୁଭାଷଚନ୍ଦ୍ର ବୋଷ କେଉଁସବୁ ପଦପଦବୀ ଅଳଂକୃତ କରିଥିଲେ ?
Answer:

  • ୧୯୨୪ ମସିହାରେ ସୁଭାଷ ବୋଷ କୋଲିକତା ନଗର ନିଗମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିର୍ବାଚିତ ହୋଇଥିଲେ ।
  • ସେ ମଧ୍ଯ ସେହି ବର୍ଷ ବଙ୍ଗଳା ପ୍ରାଦେଶିକ କଂଗ୍ରେସ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।
  • ସେହି ବର୍ଷ ସେ ସର୍ବଭାରତୀୟ ଶ୍ରମିକ କଂଗ୍ରେସର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ ।

୩ । କେଉଁ ଘଟଣା ପାଇଁ ୧୯୧୬ ମସିହାରେ ସୁଭାଷଙ୍କୁ କଲେଜରୁ ବହିଷ୍କାର କରାଯାଇଥିଲା ?
Answer:

  • ଭାରତୀୟ ବିରୋଧୀ ବ୍ରିଟିଶ୍ ପ୍ରଫେସର ସି.ଏଫ୍. ୱେଟେନ୍‌ଙ୍କୁ ଥରେ ସୁଭାଷଙ୍କ ଉପସ୍ଥିତିରେ ମାଡ଼ ମରାଗଲା ।
  • ଏହି ଘଟଣାରେ ସୁଭାଷ ଆକ୍ରମଣକାରୀଙ୍କ ନାମ ପ୍ରକାଶ କଲେ ନାହିଁ କି ନିଜକୁ ନିଘୋଷ ବୋଲି ମଧ୍ୟ କହିଲେ ନାହିଁ ।
  • ଏହି ଘଟଣା ପାଇଁ ସେ କ୍ଷମା ନ ମାଗିବାରୁ ୧୯୧୬ ମସିହାରେ ତାଙ୍କୁ କଲେଜରୁ ବହିଷ୍କାର କରାଗଲା ।

୪। ଜର୍ମାନ୍ ସରକାର ସୁଭାଷଙ୍କୁ କିଭଳି ସାହାଯ୍ୟ କରିଥିଲେ ?
Answer:

  1. ଜର୍ମାନ୍ ସରକାରଙ୍କ ସାହାଯ୍ୟରେ ସୁଭାଷ ବୋଷ ବର୍ଲିନ୍‌ଠାରେ ଏକ ‘ସ୍ଵାଧୀନ ଭାରତ କେନ୍ଦ୍ର’ ପ୍ରତିଷ୍ଠା କଲେ ।
  2. ସେଠାରେ ସେ ଜର୍ମାନ୍ ସରକାରଙ୍କ ସାହାଯ୍ୟରେ ‘ଫ୍ରି ଇଣ୍ଡିଆ ଆର୍ମି’’ ବା ‘ସ୍ୱାଧୀନ ଭାରତ ସୈନ୍ୟବାହିନୀ’ ମଧ୍ୟ ଗଠନ କଲେ ।
  3. ସେଠାରେ ଥ‌ିବା ପ୍ରାୟ କୋଡ଼ିଏ ହଜାର ଭାରତୀୟ ଯୁଦ୍ଧବନ୍ଦୀ ଏଥିରେ ସାମିଲ ହୋଇଥିଲେ । ଏମାନଙ୍କୁ ଜର୍ମାନୀ ସେନାପତିମାନେ ତାଲିମ୍ ଦେଇଥିଲେ ।

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ‘ଫରୱାର୍ଡ଼ ବ୍ଳକ୍‌’ କ’ଣ ? ଏହାକୁ କିଏ, କାହିଁକି ଗଠନ କରିଥିଲେ ?
Answer:

  • ‘ଫରୱାର୍ଡ଼ ବ୍ଳକ’ ଏକ ରାଜନୈତିକ ଦଳ ।
  • ଗାନ୍ଧିଜୀଙ୍କ ସହ ମତଭେଦ ହେବାରୁ ସୁଭାଷଚନ୍ଦ୍ର ବୋଷ କଂଗ୍ରେସ ଦଳ ତ୍ୟାଗ କରି ୧୯୩୯ ମସିହା ମେ ୩ ତାରିଖରେ ଏହି ଦଳ ଗଠନ କରିଥିଲେ ।

୨। ବହିର୍ଶକ୍ତିର ସାହାଯ୍ୟ ବିନା ଭାରତ ସ୍ୱାଧୀନତା ହାସଲ କରିପାରିବ ନାହିଁ ବୋଲି ସୁଭାଷ କାହିଁକି ଭାବୁଥିଲେ ? ସେଥ‌ିପାଇଁ ସେ କେଉଁ କାର୍ଯ୍ୟ କରିଥିଲେ ?
Answer:

  • ସୁଭାଷ ଇତିହାସରୁ ଶିକ୍ଷାଲାଭ କରିଥିଲେ ଯେ କୌଣସି ବହିଶକ୍ତିର ସାହାଯ୍ୟ ବିନା କୌଣସି ଜାତି ସ୍ବାଧୀନତା ହାସଲ କରିପାରି ନାହିଁ । ତେଣୁ ସେ ଏପରି ଭାବୁଥିଲେ ।
  • ସେଥ‌ିପାଇଁ ସେ ଇଂଲଣ୍ଡର ପ୍ରଧାନ ଶତ୍ରୁ ଜର୍ମାନୀ ଓ ଜାପାନର ସମର୍ଥନ ହାସଲ ପାଇଁ ଉଦ୍ୟମ କଲେ ।

୩ । ‘ଆଜାଦ୍ ହିନ୍ଦ୍ ଫୌଜ’ରେ ଥ‌ିବା ସ୍ବତନ୍ତ୍ର ମହିଳା ଶାଖାର ନାମ କ’ଣ ଥିଲା ? ଏହାର ନେତୃତ୍ଵ କିଏ ନେଇଥିଲେ ?
Answer:

  1. ଆଜାଦ୍ ହିନ୍ଦ୍ ଫୌଜରେ ଥ‌ିବା ସ୍ବତନ୍ତ୍ର ମହିଳା ଶାଖାର ନାମ ଥିଲା ‘ଝାନ୍ସୀ ରାଣୀ ବ୍ରିଗେଡ୍’ ।
  2. କ୍ୟାପ୍‌ଟେନ୍‌ ଲକ୍ଷ୍ମୀ ସେହଗଲ ଏହି ମହିଳା ବ୍ରିଗେଡ଼ର ନେତୃତ୍ଵ ନେଇଥିଲେ ।

୪ । ‘ଶହୀଦ୍’ ଓ ‘ସ୍ଵରାଜ’ କ’ଣ ? ଏହାକୁ କିଏ ଏପରି ନାମକରଣ କରିଥିଲେ ?
Answer:

  • ‘ଶହୀଦ୍’ ଓ ‘ସ୍ଵରାଜ’ ଯଥାକ୍ରମେ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜର ନାମ ରଖାଯାଇଥିଲା ।
  • ଜାପାନଠାରୁ ସୁଭାଷ ଏହି ଦୁଇଟି ଦ୍ବୀପ ପାଇଲା ପରେ ତା’ର ଏପରି ନାମକରଣ କରିଥିଲେ ।

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

୫ । ସୁଭାଷ ବୋଷଙ୍କ ପିତାଙ୍କ ନାମ କ’ଣ ଥିଲା ? ସେ କେଉଁ କାର୍ଯ୍ୟ କରୁଥିଲେ ?
Answer:

  • ସୁଭାଷ ବୋଷଙ୍କ ପିତାଙ୍କ ନାମ ଥିଲା ଜାନକୀନାଥ ବୋଷ ।
  • ସେ ଜଣେ ଆଇନଜୀବୀ ଭାବରେ କାର୍ଯ୍ୟ କରୁଥିଲେ ।

୬ । କେଉଁ ଘଟଣାରେ ଓ କେବେ ସୁଭାଷଙ୍କୁ କଲେଜରୁ ବହିଷ୍କାର କରାଯାଇଥିଲା ?
Answer:

  1. ୧୯୧୬ ମସିହାରେ ସୁଭାଷଙ୍କ ଉପସ୍ଥିତିରେ ଭାରତୀୟ ବିରୋଧୀ ପ୍ରଫେସର ସି.ଏଫ୍. ୱେଟେନ୍‌ଙ୍କୁ ମାଡ଼ ମରାଯାଇଥିଲା ।
  2. ଏହି ଘଟଣାରେ ଆକ୍ରମଣକାରୀଙ୍କ ନାମ ପ୍ରକାଶ ନ କରିବା କିମ୍ବା ନିଜକୁ ନିଘୋଷ ବୋଲି ନ କହିବା କାରଣରୁ ସୁଭାଷଙ୍କୁ କଲେଜରୁ ବହିଷ୍କ।ର କରାଯାଇଥିଲା ।

୭ । ସିଙ୍ଗାପୁରଠାରେ ଆଜାଦ୍ ହିନ୍ଦ୍ ସରକାର କେବେ ଗଠିତ ହୋଇଥିଲା ? ଏହାର କର୍ଣ୍ଣଧାର କିଏ ଥିଲେ ?
Answer:

  • ୧୯୪୩ ମସିହା ଅକ୍ଟୋବର ୨୧ ତାରିଖରେ ସିଙ୍ଗାପୁରଠାରେ ଆଜାଦ୍ ହିନ୍ଦ୍ ସରକାର ଗଠିତ ହୋଇଥିଲା ।
  • ସୁଭାଷ ବୋଷ ଏହି ସରକାରର କର୍ଣ୍ଣଧାର ଥିଲେ ।

୮ । ସୁଭାଷ ବୋଷ କେବେ ଓ କେଉଁଥରେ ଜାପାନ ଯାତ୍ରା କରିଥିଲେ ?
Answer:

  • ୧୯୪୩ ମସିହା ଫେବୃୟାରୀ ୮ ତାରିଖରେ ସୁଭାଷ ବୋଷ ଜାପାନ ଯାତ୍ରା କରିଥିଲେ ।
  • ସେ କିଲେ ବନ୍ଦରରୁ ବୁଡ଼ାଜାହାଜରେ ଜାପାନ ଯାତ୍ରା କରିଥିଲେ ।

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. କୋଲକତାସ୍ଥିତ ପ୍ରେସିଡ଼େନ୍ସି କଲେଜରେ ସୁଭାଷ କ’ଣ ଅଧ୍ୟୟନ କରିଥିଲେ ?
Answer:
କୋଲକତାସ୍ଥିତ ପ୍ରେସିଡ଼େନ୍ସି କଲେଜରେ ସୁଭାଷ ଦର୍ଶନଶାସ୍ତ୍ର ଅଧ୍ୟୟନ କରିଥିଲେ ।

2. କେଉଁ ଭାରତ ବିରୋଧୀ ବ୍ରିଟିଶ ପ୍ରଫେସରଙ୍କୁ ସୁଭାଷଙ୍କ ଉପସ୍ଥିତିରେ ମାଡ଼ ମରାଯାଇଥିଲା ?
Answer:
ଭାରତ ବିରୋଧୀ ବ୍ରିଟିଶ୍ ପ୍ରଫେସର ସି.ଏଫ୍.ୱେଟେନ୍‌ଙ୍କୁ ସୁଭାଷଙ୍କ ଉପସ୍ଥିତିରେ ମାଡ଼ ମରାଯାଇଥିଲା ।

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

3. ପ୍ରେସିଡେନ୍ସି କଲେଜରୁ ସୁଭାଷଙ୍କୁ କେବେ ବହିଷ୍କାର କରାଯାଇଥିଲା ?
Answer:
୧୯୧୬ ମସିହାରେ ସୁଭାଷଙ୍କୁ ପ୍ରେସିଡ଼େନ୍ସି କଲେଜରୁ ବହିଷ୍କାର କରାଗଲା ।

4. କେବେ ସୁଭାଷ ବୋଷ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କରିଥିଲେ ?
Answer:
୧୯୨୩ ମସିହାରେ ସୁଭାଷ ବୋଷ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କରିଥିଲେ ।

5. ୧୯୨୪ରେ ସୁଭାଷଙ୍କୁ ଗିରଫ କରିବାର ଏକବର୍ଷ ପରେ କେଉଁ ଜେଲକୁ ପଠାଇ ଦିଆଯାଇଥିଲା ?
Answer:
୧୯୨୪ରେ ସୁଭାଷଙ୍କୁ ଗିରଫ କରିବାର ଏକ ବର୍ଷ ପରେ ବର୍ମାର ମାଣ୍ଡାଲେ ଜେଲକୁ ପଠାଇ ଦିଆଯାଇଥିଲା ।

6. ଜାତୀୟ କଂଗ୍ରେସର କେଉଁ ଅଧୁବେଶନରେ ସୁଭାଷ ବୋଷଙ୍କର ଗାନ୍ଧିଙ୍କ ସହିତ ମତଭେଦ ଦେଖାଦେଇଥିଲା ?
Answer:
ଜାତୀୟ କଂଗ୍ରେସର ତ୍ରିପୁରୀ ଅଧ୍ଵବେଶନରେ ସୁଭାଷ ବୋଷଙ୍କର ଗାନ୍ଧିଙ୍କ ସହିତ ମତଭେଦ ଦେଖାଦେଇଥିଲା ।

7. କଂଗ୍ରେସ ପରିତ୍ୟାଗ କଲାପରେ ସୁଭାଷ କେଉଁ ନୂତନ ରାଜନୈତିକ ଦଳ ଗଠନ କରିଥିଲେ ?
Answer:
କଂଗ୍ରେସ ପରିତ୍ୟାଗ କଲାପରେ ସୁଭାଷ ଫରୱାର୍ଡ଼ ବ୍ଲକ୍ ନାମକ ଏକ ରାଜନୈତିକ ଦଳ ଗଠନ କରିଥିଲେ ।

8. ଜର୍ମାନୀରେ ଗଠିତ ଭାରତୀୟ ସୈନ୍ୟବାହିନୀରେ କେଉଁ ଧ୍ଵନି ବ୍ୟବହୃତ ହେଉଥିଲା ?
Answer:
ଜର୍ମାନୀରେ ଗଠିତ ଭାରତୀୟ ସୈନ୍ୟ ବାହିନୀର ‘ଜୟ ହିନ୍ଦ୍’ ଧ୍ଵନି ବ୍ୟବହୃତ ହେଉଥିଲା ।

9. କେଉଁ ଭାରତୀୟ ବିପ୍ଳବୀ ଜାପାନରେ ବାସ କରୁଥିଲେ ?
Answer:
ଭାରତୀୟ ବିପ୍ଳବୀ ରାସବିହାରୀ ବୋଷ ଜାପାନରେ ବାସ କରୁଥିଲେ ।

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

10. ସିଙ୍ଗାପୁରଠାରେ ଆଜାଦ୍ ହିନ୍ଦ୍ ସରକାର କେଉଁ ଅସ୍ଥାୟୀ ସରକାର ଢାଞ୍ଚାରେ ଗଠନ କରାଯାଇଥିଲା ?
Answer:
ସିଙ୍ଗାପୁରଠାରେ ଆଜାଦ୍ ହିନ୍ଦ୍ ସରକାର ଅସ୍ଥାୟୀ ଆୟାରଲାଣ୍ଡ ସରକାର ଢାଞ୍ଚାରେ ଗଠନ କରାଯାଇଥିଲା ।

11. ସୁଭାଷଙ୍କ ଚିମାନ ଦୁର୍ଘଟଣା କେବେ ହୋଇଥିଲା ?
Answer:
୧୯୪୫ ଅଗଷ୍ଟ ୧୮ରେ ସୁଭାଷଙ୍କ ବିମାନ ଦୁର୍ଘଟଣା ହୋଇଥିଲା ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ୧୯୩୪ ମସିହାରେ ପ୍ରକାଶ ପାଇଥିବା ସୁଭାଷ ବୋଷଙ୍କଦ୍ଵାର। ଲିଖ୍ତ ପୁସ୍ତକର ନାମ କ’ଣ ଥିଲା ?
Answer:
ଭାରତୀୟ ସଂଗ୍ରାମ

2. ସୁଭାଷଚନ୍ଦ୍ର ବୋଷ କାହାଙ୍କୁ ତାଙ୍କର ରାଜନୀତିକ ଗୁରୁଭାବେ ଗ୍ରହଣ କରିଥିଲେ ?
Answer:
ଚିତ୍ତରଞ୍ଜନ ଦାସ

3. କେଉଁ ଦେଶର ସରକାରଙ୍କଠାରୁ ସୁଭାଷ ବୋଷ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜର ଦାୟିତ୍ଵ ଗ୍ରହଣ କରିଥିଲେ ?
Answer:
କାପାନ

4. ୧୯୪୧ ମସିହାରେ ଜର୍ମାନୀରେ ପ୍ରତିଷ୍ଠା କରାଯାଇଥିବା ରେଡ଼ିଓ ଷ୍ଟେସନର ନାମ କ’ଣ ଥିଲା ?
Answer:
ଆଜାଦ୍ ହିନ୍ଦ୍ ରେଡ଼ିଓ

5. ସୁଭାଷ ଗଠନ କରିଥିବା ସ୍ବତନ୍ତ୍ର ଶାଖା ମହିଳା ବ୍ରିଗେଡ଼ର ନାମ କ’ଣ ଥିଲା ?
Answer:
ଝାନ୍ସୀରାଣୀ ବ୍ରିଗେଡ଼

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

6. ଜୟ ହିନ୍ଦ୍ ସ୍ଲୋଗାନ୍ କିଏ ଆରମ୍ଭ କରିଥିଲେ ?
Answer:
ସୁଭାଷ ବୋଷ

7. ମାଧ୍ୟମିକ ଶିକ୍ଷା! ସୁଭାଷ ବୋଷ କେଉଁଠାରେ ସମାପ୍ତ କରିଥିଲେ ?
Answer:
କଟକ

8. ସୁଭାଷ କେବେ କଲିକତାର ନଗର ନିଗମର ଅଧିକାରୀ ହୋଇଥିଲେ ?
Answer:
୧୯୨୪

୨. ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ କାହାର ପରାଜୟ ଆଜାଦ୍ ହିନ୍ଦ୍ ଫୌଜର ପରାଜୟର କାରଣ ହୋଇଥିଲା ?
Answer:
ଜାପାନ

10. ସୁଭାଷ ବୋଷ କେବେ କେମ୍ବ୍ରିଜ୍ ଯାଇଥିଲେ ?
Answer:
୧୯୧୯

11. କ୍ୟାପଟେନ ଲକ୍ଷ୍ମୀ ସେହଗେଲଙ୍କୁ ଭାରତ ସରକାର କେଉଁ ପୁରସ୍କାର ପ୍ରଦାନ କରିଥିଲେ ?
Answer:
ପଦ୍ମଭୂଷଣ

12. ଆଜାଦ୍ ହିନ୍ଦ ଫୌଜର ତିନି ସେନାଧ୍ୟକ୍ଷ କେବେ ଗିରଫ ହୋଇଥିଲେ ?
Answer:
୧୯୪୫

13. ର୍ଜମାନୀ ସରକାରଙ୍କ ସାହାଯ୍ୟରେ ଗଠନ କରାଯାଇଥିବା ସୈନ୍ୟବାହିନୀର ନାମ କ’ଣ ଥିଲା ?
Answer:
ସ୍ଵାଧୀନ ଭାରତ ସୈନ୍ୟବାହିନୀ

14. ସୁଭାଷ ବୋଷ ରେଭେନ୍ସା କଲିଜିଏଟ୍ ସ୍କୁଲରେ ଛାତ୍ର ଥିବା ସମୟରେ ଛାତ୍ରମାନଙ୍କୁ ସଙ୍ଗଠିତ କରି ସ୍କୁଲ ହଷ୍ଟେଲରେ କେଉଁ ଦିବସ ପାଳନ କରିଥିଲେ ?
Answer:
ଖୁଦିରାମ ସହିଦ ଦିବସ

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

15. ନେତାଜୀଙ୍କଦ୍ଵାରା ଦିଆଯାଇଥ‌ିବା ଦୁଇଟି ଗଣଧ୍ଵନି କ’ଣ ଥିଲା ?
Answer:
‘ଦିଲ୍ଲୀ ଚଲୋ’ ଓ ‘ଜୟହିନ୍ଦ୍’

C. ଶୂନ୍ୟସ୍ଥାନ ପୂରଣ କର ।

1. ସୁଭାଷ ଚନ୍ଦ୍ର ବୋଷ ଓଡ଼ିଶାର କଟକଠାରେ ଏକ ________ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
Answer:
ସମ୍ଭ୍ରାନ୍ତ

2. ସୁଭାଷ ବୋଷ ମନସ୍ତତ୍ତ୍ଵରେ ସ୍ନାତକୋତ୍ତର ଶିକ୍ଷା ଅସମ୍ପୂର୍ଣ୍ଣ କରି _______ ମସିହାରେ କେମ୍ବ୍ରିଜ ଯାଇଥିଲେ ।
Answer:
୧୯୧୯

3. ଥାଇଲାଣ୍ଡ ରାଜଧାନୀ କିଏ ______ ।
Answer:
ବ୍ୟାଙ୍କିକ୍

4. _______ ମସିହାରେ ସୁଭାଷ ବୋଷ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କରିଥିଲେ ।
Answer:
୧୯୨୩

5. ସୁଭାଷ ______ ମସିହାରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ପଦବୀ ଅଳଙ୍କୃତ କରିଥିଲେ ।
Answer:
୧୯୨୩

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

6. ଫ୍ରି ଇଣ୍ଡିଆ ଆର୍ମିର ସୈନ୍ୟମାନେ ଅଭିବାଦନ ସ୍ବରୂପ _______ ଧ୍ଵନି ବ୍ୟବହାର କରୁଥିଲେ ।
Answer:
ଜୟ ହିନ୍ଦ୍

7. ଆଜାଦ୍ ହିନ୍ଦ୍ ଫୌଜର ସୈନ୍ୟମାନେ ସୁଭାଷଙ୍କୁ ______ ଆଖ୍ୟାରେ ଭୂଷିତ କରିଥିଲେ ।
Answer:
ନେତାକୀ

8. କଟକର _______ ଠାରେ ସୁଭାଷଙ୍କର ପୈତୃକ ବାସଭବନ ଅଛି ।
Answer:
ଓଡ଼ିଆ ବଜାର

୨. ସ୍ଵାଧୀନ ଭାରତ କେନ୍ଦ୍ର’ ପ୍ରତିଷ୍ଠା ଦିଗରେ ସୁଭାଷ ବୋଷଙ୍କୁ _______ ସାହାଯ୍ୟ କରିଥିଲେ ।
Answer:
ଜର୍ମାନ୍ ସରକାର

10. ଜର୍ମାନୀର ଶାସକ ହିଲର୍ କେବଳ _______ କୋଟି ଲୋକଙ୍କର ଶାସକ ଥିଲେ ।
Answer:
ଆଠ

11. _______ ସରକାରଙ୍କୁ ଅନୁସରଣ କରି ସୁଭାଷଚନ୍ଦ୍ର ବୋଷ ଆଜାଦ୍ ହିନ୍ଦୁ ସରକାର ଗଠନ କରିଥିଲେ ।
Answer:
ଆୟାରଲାଣ୍ଡର ଅସ୍ଥାୟୀ

12. ସୁଭାଷ ବୋଷ _______ମସିହା ______ ତାରିଖରେ ଜନ୍ମଗ୍ରହଣ କରିଥିଲେ ।
Answer:
୧୮୯୭ ଜାନୁଆରୀ ୨୩

13. ମୁସ୍ତାଫା କମାଲ ମାଶା _______ ଦେଶର ଶାସନକର୍ତ୍ତା ଥିଲେ ।
Answer:
ତୁର୍କୀ

14. ମାଣ୍ଡାଲେ ଜେଲ _______ ରେ ଅବସ୍ଥିତ ।
Answer:
ବର୍ମା

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

15. ସୁଭାଷଙ୍କର ବିମାନ ଦୁର୍ଘଟଣା ସମୟରେ ସେ ଫର୍ମୋଜାରୁ _______ କୁ ଯାତ୍ରା କରୁଥିଲେ ।
Answer:
ଟୋକିଓ

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (×) ଚିହ୍ନ ଦିଅ ।

1. ସୁଭାଷ ଚନ୍ଦ୍ର ବୋଷ ଜାନୁଆରୀ ୨୬ ତାରିଖରେ ଜନ୍ମ ହୋଇଥିଲେ ।
2. ବେନିଟୋ ମୁସୋଲିନ୍ ଜଣେ ବିପ୍ଳବୀ ଥିଲେ ।
3.ସୁଭାଷଙ୍କ ଦ୍ଵାରା ଲିଖ୍ ପୁସ୍ତକ ‘ଭାରତୀୟ ସଂଗ୍ରାମ’ ୧୯୩୨ ରେ ପ୍ରକାଶ ପାଇଥିଲା ।
4.ନେହେରୁଙ୍କ ସହିତ ସୁଭାଷଙ୍କର ମତଭେଦ ହେବାରୁ ସେ କଂଗ୍ରେସ ତ୍ୟାଗ କରିଥିଲେ ।
5. ସୁଭାଷ ଜର୍ମାନୀର ଶାସକ ବେନିତୋ ମୁସେଲିନ୍‌ଙ୍କୁ ଦେଖାକରି ଭାରତକୁ ସାହାଯ୍ୟ କରିବାପାଇଁ ଅନୁରୋଧ କରିଥିଲେ ।
6. ଜାପାନ ମିଆଁମାର ପର୍ଯ୍ୟନ୍ତ ସମଗ୍ର ଦକ୍ଷିଣ-ପୂର୍ବ ଏସିଆରେ ଅପ୍ରତିଦ୍ବହୀ ଶକ୍ତି ଥିଲା ।
7. ଭାରତୀୟ ବିପ୍ଳବୀ ରାସବିହାରୀ ବୋଷ ଜର୍ମାନୀରେ ବାସ କରୁଥିଲେ ।
8. ସୁଭାଷ କିଲେ ବନ୍ଦରରୁ ବାହାରି ବୁଡ଼ାଜାହାଜରେ ଜାପାନକୁ ଆସିଥିଲେ ।
9. ଆଜାଦ ହିନ୍ଦ୍ ଫୌଜର ପରାଜୟର ମୁଖ୍ୟ କାରଣ ଥିଲା ପ୍ରବଳ ବର୍ଷା l
10. କ୍ୟାପ୍‌ଟେନ୍ ଲକ୍ଷ୍ମୀ ସେହଗେଲଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ଭୂଷିତ କରାଯାଇଥିଲା ।
11. ମଣିପୁରର ରାଜଧାନୀ ଥିଲା ଇମ୍ଫାଲ ।

Answer:
1. x
2. ✓
3. x
4. x
5. x
6.✓
7. x
8. ✓
9. ✓
10. x
11. ✓

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Q1
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Q2
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Q3
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Q4

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

Odisha State Board BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ Important Questions and Answers.

BSE Odisha Class 10 Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

Objective Type Questions with Answers 

A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଶରୀରରେ ବିଭିନ୍ନ ଅଙ୍ଗ ସଂସ୍ଥାନର ନିୟନ୍ତ୍ରଣ ଓ ସମନ୍ଵୟ ରକ୍ଷା କିପରି ହୋଇଥାଏ ?
ଊ-
ଆମ ଶରୀରର ବିଭିନ୍ନ ଅଙ୍ଗ ସଂସ୍ଥାନର ନିୟନ୍ତ୍ରଣ ଏବଂ ସେଗୁଡ଼ିକ ମଧ୍ୟରେ ସମନ୍ଵୟ ରକ୍ଷାପାଇଁ 2 ପ୍ରକାର ପଦ୍ଧତି ରହିଛି ଯଥା-

  • ସ୍ନାୟବିକ ପଦ୍ଧତି,
  • ରାସାୟନିକ ପଦ୍ଧତି ।

2. ସ୍ନାୟବିକ ପଦ୍ଧତିରେ କାର୍ଯ୍ୟ ତୁ ର ନ୍ତ ହେଉଥ‌ିବାବେଳେ ରାସାୟନିକ ପଦ୍ଧତିରେ କାର୍ଯ୍ୟ ମନ୍ଥର ହୋଇଥାଏ’- କାରଣ ଦର୍ଶାଅ ।
ଉ-
ସ୍ନାୟବିକ ପଦ୍ଧତିରେ ସ୍ନାୟୁକୋଷ ମାଧ୍ୟମରେ ଖବର ବିଦ୍ୟୁତ୍ ରାସାୟନିକ କ୍ରିୟାଦ୍ଵାରା ସଞ୍ଚାରିତ ହୁଏ; କିନ୍ତୁ ରାସାୟନିକ ପଦ୍ଧତିରେ ଅନ୍ତଃସ୍ରାବୀ ଗ୍ରନ୍ଥିରୁ କ୍ଷରିତ ବିଭିନ୍ନ ହର୍‌ମୋନ୍‌ଦ୍ବାରା ବାର୍ତ୍ତା ପ୍ରସାରିତ ହୁଏ ।

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

3. ଆମ ଶରୀରର ଅନ୍ତଃସ୍ରାବୀ ତନ୍ତ୍ରକୁ ‘ସ୍ନାୟୁ- ଅନ୍ତଃସ୍ରାବୀ ତନ୍ତ୍ର’’ କାହିଁକି କୁହାଯାଏ ?
ଉ-
ସମସ୍ତ ଅନ୍ତଃସ୍ରାବୀ ଗ୍ରନ୍ଥିକୁ ନେଇ ଆମ ଶରୀରର ‘‘ଅନ୍ତଃସ୍ରାବୀ ତନ୍ତ୍ର’’ ଗଠିତ ଏବଂ ସ୍ନାୟୁତନ୍ତ୍ର ଓ ଅନ୍ତଃସ୍ରାବୀ ତନ୍ତ୍ର ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷାକରି କାର୍ଯ୍ୟ କରୁଥ‌ିବାରୁ ଏହାକୁ ସ୍ନାୟୁ-ଅନ୍ତଃସ୍ରାବୀ ତନ୍ତ୍ର କୁହାଯାଏ ।

4. ରିଲିଜିଙ୍ଗ ହରମୋନ୍‌ର କାର୍ଯ୍ୟ ଲେଖ ।
ଉ-
ହାଇପୋଥାଲମସ୍ତୁରୁ ରିଲିଜିଙ୍ଗ୍ ହରମୋନ୍ ଏବଂ ଇନ୍ ହିବିଟିଙ୍ଗ ହର୍ ମୋନ୍ କ୍ଷରିତ ହୁଏ । ଏହି ନିୟନ୍ତ୍ରଣ କରିଥା’ନ୍ତି ।

5. ପିଟୁଇଟାରି ଗ୍ରନ୍ଥିର ଗଠନ ଲେଖ ।
ଉ-
ପିଟୁଇଟାରି ଗ୍ରନ୍ଥି ହାଇପୋଥାଲାମସ୍ ସହ ଗୋଟିଏ ଛୋଟ ବୃନ୍ତ ସାହାଯ୍ୟରେ ଲାଗି ରହିଥାଏ ଏବଂ ଏହା ଏଡ଼ି ନୋ ହାଇପୋଫାଇସିସ୍ ଓ ନିଉରୋ ହାଇପୋଫାଇସିସ୍ ନାମକ ଦୁଇଟି ପୃଥକ୍ ଖଣ୍ଡକୁ ନେଇ ଗଠିତ ।

6. ପ୍ରୋଲାକ୍ଟିନ୍‌ ଗ୍ରନ୍ଥିର କାର୍ଯ୍ୟ ଲେଖ ।
ଉ-
ଏହା ମାଆର ସ୍ତନ୍ୟଗ୍ରନ୍ଥି ଉପରେ ପ୍ରଭାବ ପକାଏ ଏବଂ ଏହାଦ୍ଵାରା ଶିଶୁ ପାଇଁ ସେଥ‌ିରେ କ୍ଷୀର ପ୍ରସ୍ତୁତ ହୁଏ ।

7. ଫଲିକଲ୍ ଷ୍ଟିମୁଲେଟିଙ୍ଗ୍ ହରମୋନ୍‌ର କାର୍ଯ୍ୟ କ’ଣ ?
ଊ-
ଏହି ହରମୋନ୍ ଡିମ୍ବାଶୟ ପୁଟିକାର ବୃଦ୍ଧି କରାଏ ।

8. ଅକ୍‌ସିଟୋସିନ୍ ହରମୋନ୍‌ର କାର୍ଯ୍ୟ ଲେଖ ।
ଉ-
ଏହି ହର୍‌ମୋନ୍ ସ୍ତନ୍ୟଗ୍ରନ୍ଥିରୁ କ୍ଷୀର ଝରାଏ ଓ ପ୍ରସବ ପକାଏ ଓ ଗର୍ଭାଶୟର ସଙ୍କୋଚନ ଫଳରେ ଶିଶୁ ଜନ୍ମ ହୁଏ ।

9. କେଉଁ ହର୍‌ମୋନ୍ ଶରୀରରେ ଜୈବିକ ଘଡ଼ି ପରି କାର୍ଯ୍ୟ କରେ ?
ଉ-
ପିନିଆଲ ଗ୍ରନ୍ଥିରୁ କ୍ଷରିତ ମେଲାଟୋନିନ୍ ନାମକ ହରମୋନ୍‌ର ପ୍ରଭାବ ଯୁବକ୍ରାନ୍ତି, ଡିମ୍ବୋତ୍ସର୍ଗ ବା ଡିମ୍ବୋଦୟ ଓ ନିଦ୍ରା ଉପରେ ପଡୁଥ‌ିବାରୁ ଜୈବିକ ଘଡ଼ି ଭାବେ କାର୍ଯ୍ୟ କରେ ।

10. କେଉଁ ଗ୍ରନ୍ଥିକୁ ‘ଆପଦକାଳୀନ ଗ୍ରନ୍ଥି’ କୁହାଯାଏ ? କାରଣ ଦର୍ଶାଅ ।
ଉ-
ଏଡ୍ରିନାଲ୍ ଗ୍ରନ୍ଥିରୁ କ୍ଷରିତ ଏଡ୍ରିନାଲିନ୍ ନାମକ ହରମୋନ୍ ଆକସ୍ମିକ ଆଘାତ, ଭୟ, ଅବଶ ଓ ଉତ୍ତେ ଜି ତ ଅବସ୍ଥାରେ କ୍ଷରିତ ହେଉଥ‌ିବାରୁ ଏହି ଗ୍ରନ୍ଥି କୁ ଆପଦକାଳୀନ ଗ୍ରନ୍ଥି କୁହାଯାଏ ।

B. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

  1. କରୋଟି ସ୍ନାୟୁ ଓ ସୁଷୁମ୍ନା ସ୍ନାୟୁକୁ ନେଇ କେଉଁ ସ୍ନାୟୁତନ୍ତୁ ଗଠିତ ହୋଇଛି ?
  2. ମସ୍ତିଷ୍କ କାହା ଭିତରେ ସୁରକ୍ଷିତ ହୋଇ ରହିଛି ?
  3. ପଶ୍ଚି ଅଗ୍ର ମସ୍ତିଷ୍କର ଉପରି ଭାଗରେ କେଉଁ ଗ୍ରନ୍ଥି ରହିଛି ?
  4. ଗୋଟିଏ ନବଜାତ ଶିଶୁର ମସ୍ତିଷ୍କର ଓଜନ ପ୍ରାୟ କେତେ ଗ୍ରାମ୍ ?
  5. ଶରୀରର ସମସ୍ତ ଅନୈଚ୍ଛିକ କ୍ରିୟାର ନିୟନ୍ତ୍ରଣରେ କେଉଁ ସ୍ନାୟୁତନ୍ତ୍ରର ଭୂମିକା ରହିଛି ?
  6. ଗ୍ରାହୀ ଅଙ୍ଗରୁ ଆବେଗ ସଂଗ୍ରହ କରୁଥିବା ସ୍ନାୟୁମାନଙ୍କୁ କ’ଣ କୁହାଯାଏ ?
  7. ମସ୍ତିଷ୍କର ନିର୍ଦ୍ଦେଶରେ ପରିଚାଳିତ କାର୍ଯ୍ୟଗୁଡ଼ିକୁ କ’ଣ କୁହାଯାଏ ?
  8. ସ୍ନାୟୁକୋଷର ନ୍ୟଷ୍ଟି ଥ‌ିବା ଅଂଶକୁ କ’ଣ କୁହାଯାଏ ?
  9. ମଧ୍ୟମସ୍ତିଷ୍କର ନିମ୍ନ ଭାଗର ଦୁଇଟି ପିଣ୍ଡ କେଉଁ ସମ୍ବନ୍ଧୀୟ ପ୍ରତିକ୍ଷେପକୁ ନିୟନ୍ତ୍ରଣ କରେ ?
  10. ପଶ୍ଚିମସ୍ତିଷ୍କର ଅଗ୍ରଭାଗରେ କେଉଁ ଅଂଶ ଅବସ୍ଥାନ କରିଥାଏ ?
  11. ମଣିଷଠାରେ କେତେ ଯୋଡ଼ା କରୋଟି ସ୍ନାୟୁ ଅଛି ?
  12. ଆମ ଶରୀରରେ ଥ‌ିବା ଆଖୁ, ନାକ, କାନ, ଜିଭ ଓ ଚର୍ମ ଇତ୍ୟାଦି କ’ଣ ଅଟନ୍ତି ?
  13. ଶରୀର ମଧ୍ୟରେ ଆପଣାଛାଏଁ ସମ୍ପାଦିତ ହେଉଥ‌ିବା କ୍ରିୟାକୁ କ’ଣ କୁହାଯାଏ ?
  14. କେଉଁଟି ଆମ ଶରୀରର ସବୁଠାରୁ ଲମ୍ବା କୋଷ ଅଟେ ?
  15. ଦୁଇଟି ସ୍ନାୟୁକୋଷର ମିଳନ ସ୍ଥଳକୁ କ’ଣ କୁହାଯାଏ ?
  16. କେଉଁ ଗ୍ରନ୍ଥି ଆମ ଶରୀରର ହୃତ୍‌ସ୍ପନ୍ଦନ, ରକ୍ତଚାପ, ନିଦ୍ରା ଓ ଭୟ, ରାଗ, ଆନନ୍ଦ ଇତ୍ୟାଦିକୁ ନିୟନ୍ତ୍ରଣ କରେ ?

Answers

  1. ପ୍ରାନ୍ତୀୟ ସ୍ନାୟୁତନ୍ତ୍ର
  2. ଖପୁରି
  3. ପିନିଆଲ
  4. 400
  5. ସ୍ଵୟଂକ୍ରିୟ
  6. ସେନ୍ସରୀ ସ୍ନାୟୁ
  7. ଐଚ୍ଛିକ କ୍ରିୟା
  8. ସେଲ୍‌ବଡ଼ି
  9. ଶ୍ରବଣ
  10. ଅନୁମସ୍ତିଷ୍କ
  11. 12
  12. ଗ୍ରାହୀ ଅଙ୍ଗ
  13. ଅନୈକ୍ଷିକ କ୍ରିୟା
  14. ସ୍ନାୟୁ କୋଷ
  15. ସିନାପସ୍ .
  16. ହାଇପୋଥାଲାମସ୍

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

C ଶୂନ୍ୟସ୍ଥାନ ପୂରଣ କର ।

1. ଆପଦକାଳୀନ ଗ୍ରନ୍ଥି …………….. କୁ କୁହାଯାଏ ।
2. ଗର୍ଭାବସ୍ଥାରେ ………………….. ହରମୋନ୍ କାର୍ଯ୍ୟ କରେ ।
3. ଅଗ୍ନାଶୟର ହର୍‌ ମୋନ୍ କ୍ଷରଣ କରୁଥ‌ିବା ଅଂଶକୁ …………………. କୁହାଯାଏ ।
4. α- କୋଷରୁ ………………… ହର୍‌ମୋନ୍ କ୍ଷରିତ ହୁଏ ।
5. B- କୋଷରୁ ………………. ହର୍‌ମୋନ୍ କ୍ଷରିତ ହୁଏ ।
6. σ କୋଷରୁ …………………… ହର୍‌ମୋନ୍ କ୍ଷରିତ ହୁଏ ।
7. ଇନ୍‌ସୁଲିନ୍ ଶରୀରରେ ……………………. ର ପରିମାଣ ସ୍ଥିର ରଖେ ।
8. ଇନ୍‌ସୁଲିନ୍‌ର ଅଭାବରେ ରକ୍ତରେ ଶର୍କରା ପରିମାଣ ବଢ଼ି ………………….. ରୋଗ ହୁଏ ।
9. ଶୁକ୍ରାଶୟ ମଧ୍ୟରେ ……………………… ରୁ ଟେଷ୍ଟୋଷ୍ଟିରନ୍ ନାମକ ଏକ ପୁରୁଷ ହର୍‌ମୋନ୍ କ୍ଷରିତ ହୁଏ ।
10. ଟେଷ୍ଟୋଷ୍ଟିରନ୍ …………………… ଉତ୍ପତ୍ତିରେ ସହାୟକ ହୁଏ ।
11. ଗର୍ଭଧାରଣରେ ଗୁରୁତ୍ଵପୂର୍ଣ ଭୂମିକା ଥିବାରୁ …………………… ହର୍‌ମୋନକୁ ଗର୍ଭାବସ୍ଥାର ହର୍‌ମୋନ୍ କୁହାଯାଏ ।
12. ଆକସ୍ମିକ ଆଘାତ, ଭୟ, ଅବଶ ଓ ଉତ୍ତେଜିତ ଅବସ୍ଥାରେ ………………… ଗ୍ରନ୍ଥି ରୁ ହରମୋନ୍ କ୍ଷରିତ ହେଉଥ‌ିବାରୁ ଏହାକୁ ‘ଆପଦକାଳୀନ ଗ୍ରନ୍ଥି’ କୁହାଯାଏ ।
13. ଗର୍ଭବତୀ ମହିଳାଙ୍କର ମୂତ୍ର ସହିତ ମିଶି …………………….. ହରମୋନ୍ ଶରୀର ବାହାରକୁ ଆସେ ।
14. ଆମ ଶରୀରରେ ………………… ସଙ୍କେତ ନିୟନ୍ତ୍ରଣ କୁହାଯାଏ । ସଙ୍କେତ ନିୟନ୍ତ୍ରଣ କୁହାଯାଏ ।
15. ଫାଇଟୋହରମୋନ୍ ମୁଖ୍ୟତଃ …………………….. ପ୍ରକାର ।
16. ମସ୍ତିଷ୍କ …………………. ଭାଗରେ ବିଭକ୍ତ ।
17. ଅଗ୍ରମସ୍ତିଷ୍କର ନିମ୍ନଭାଗରେ ଥ‌ିବା …………………… ଗ୍ରନ୍ଥିର କ୍ଷରଣକୁ ନିୟନ୍ତ୍ରଣ କରେ ।
18. ଦୁଇଟି ବୃକ୍‌କର ଉପରିଭାଗକୁ ଲାଗି ଦୁଇଟି ……………………. ଗ୍ରନ୍ଥି ଅଛି ।

Answers
1. ଏଡ୍ରିନାଲ ଗ୍ରନ୍ଥ
2. ପ୍ରୋଜିଷ୍ଟିରନ୍
3. ଆଇଲେସ୍ ଅଫ ଲାଙ୍ଗରହାନ୍ସ
4. ଗ୍ଲା କାଗନ୍
5. ଇନ୍‌ସୁଲିନ୍
6. . ସୋମାଟୋଷ୍ଟାଟିନ୍
7. ଶର୍କରା
8. ମଧୁମେହ
9. ଲେଡ଼ିଗ୍ କୋଷ
10. ଶୁକ୍ରାଣୁ
11. ପ୍ରୋଜିଷ୍ଟିରନ୍‌
12. ଏଡ୍ରିନାଲ ଗ୍ରନ୍ଥି
13. HCG
14. ହରମୋନ୍
15. 5
16. 3
17. ହାଇପୋଥାଲାମସ୍
18. ଏଡ୍ରିନାଲ

D ଠିକ୍ ଉକ୍ତି ପାଇଁ (✓) ଓ ଭୁଲ୍ ଉକ୍ତି ପାଇଁ (✗) ଚିହ୍ନ ଦିଅ ।

1. ପତ୍ରରେ ଫ୍ଲୋରି ଜେନ୍ ନାମକ ହରମୋନ୍ ଓ ଫାଇଟୋକ୍ରୋମ୍ ନାମକ ବର୍ଷକଣା ଫୁଲ ଧରି ବା ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ ।
2. ମୂଳର ଯେଉଁ ଅଂଶରେ ହରମୋନ୍‌ର ସାନ୍ଦ୍ରତା କମ୍ ହୁଏ, ସେଠାରେ ବୃଦ୍ଧି ମଧ୍ଯ କମ୍ ହୁଏ ।
3. ପଶ୍ଚିମସ୍ତିଷ୍କର ଉପରିଭାଗରେ ହାଇପୋଥାଲାମସ୍ ଓ ନିମ୍ନଭାଗରେ ପିନିଆଲ ଗ୍ରନ୍ଥି ଥାଏ ।
4. ମଣିଷଠାରେ 12 ଯୋଡ଼ା କରୋଟି ସ୍ନାୟୁ ଓ 31 ଯୋଡ଼ା ସୁଷୁମ୍ନା ସ୍ନାୟୁ ଥାଏ ।
5. ଅଗ୍ନାଶୟରୁ ଉଭୟ ହରମୋନ୍ ଓ ଏନ୍‌ଜାଇମ୍ କ୍ଷରଣ ହୁଏ ।
6. ମସ୍ତିଷ୍କ -ମେରୁରସ ମସ୍ତିଷ୍କକୁ ବାୟୁମଣ୍ଡଳର ଚାପରୁ ରକ୍ଷାକରେ ।
7. ପ୍ରତି ମିନିଟ୍‌ରେ ମସ୍ତିଷ୍କ ମଧ୍ୟକୁ ପ୍ରାୟ 500 ମିଲି ଲି. ରକ୍ତ ପ୍ରବାହିତ ହୁଏ ।
8. ଅଗ୍ରମସ୍ତିଷ୍କର ଘ୍ରାଣପାଳି ଭାଗଟି ମନୁଷ୍ୟଠାରେ ଅତି କ୍ଷୀଣ ଭାବେ ରହିଛି ।
9. ପଶ୍ଚ ଅଗ୍ରମସ୍ତିଷ୍କର ଭାଗରେ ହାଇପୋଥାଲାମସ୍ ଗ୍ରନ୍ଥି ରହିଛି ।
10. ମଧ୍ୟମସ୍ତିଷ୍କ 2 ଯୋଡ଼ା ବର୍ତ୍ତୁଳ ନିଦା ପିଣ୍ଡକୁ ନେଇ ଗଠିତ ।
11. ମଧ୍ଯ ମସ୍ତିଷ୍କର ଉପର ଦୁଇଟି ପିଣ୍ଡ ଶ୍ରବଣ ସମ୍ବନ୍ଧୀୟ ପ୍ରତିକ୍ଷେପକୁ ନିୟନ୍ତ୍ରଣ କରେ ।
12. ମସ୍ତିଷ୍କର ପିଣ୍ଡଚତୁଷ୍କ ଅଂଶ ସନ୍ତୁଳନ ଓ ଭାରସାମ୍ୟ ରକ୍ଷା କରେ ।
13. ମନୁଷ୍ୟ ଶରୀରର ସୁଷୁମ୍ନାକାଣ୍ଡର ଲମ୍ବ 45 ସେ.ମି. ।
14. ମନୁଷ୍ୟଠାରେ 31 ଯୋଡ଼ା ସୁଷୁମ୍ନା ସ୍ନାୟୁ ରହିଛି ।
15. ମାନବ ସ୍ନାୟୁତନ୍ତ୍ରକୁ ଆମେ 4 ଭାଗରେ ବିଭକ୍ତ କରିପାରିବା ।
16. ପିଣ୍ଡଚତୁଷ୍କ ଅଗ୍ର ମସ୍ତିଷ୍କର ଅଂଶବିଶେଷ ଅଟେ ।
17. ସୁଷୁମ୍ନା ସ୍ନାୟୁ ସୁଷୁମ୍ନାକାଣ୍ଡରୁ ବାହାରିଥାଏ ।

Answers
1. (✓)
2. (✗)
3. (✗)
4. (✓)
5. (✓)
6. (✓)
7. (✗)
8. (✓)
9. (✓)
10. (✓)
11. (✗)
12. (✗)
13. (✓)
14. (✓)
15. (✗)
16. (✗)
17. (✔)

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

E ‘କ’ ସ୍ତମ୍ଭରେ ପ୍ରଥମ ଯୋଡାର ସମ୍ପର୍କକୁ ଲକ୍ଷ୍ୟକରି ‘ଖ’ ସ୍ତମ୍ଭରେ ଦ୍ଵିତୀୟଟିରେ ଶୂନ୍ୟସ୍ଥାନ ପୂରଣ କର ।

1. ‘କ’ ସ୍ତମ୍ଭ ‘ଖ’ ସ୍ତମ୍
ବାମନତା : ଗ୍ରୋଥ୍ ହରମୋନ୍ ରୂପାନ୍ତରଣ :
ଡିମ୍ବାଶୟ କଷ୍ଟୋକେନ ଶୁକ୍ରାଶୟ :
ଫୁଲ ଝଡ଼ିବା : ଏଥୁଲିନ୍‌ ଫୁଲ ଧରିବା :
ଏଡ୍ରିନାଲ ଗ୍ରନ୍ଥି : ଅନ୍ତଃସ୍ରାବୀ ଯକୃତ୍ :
ଚେର : ଅନୁକୂଳ ଜ୍ୟାନୁବର୍ତ୍ତନ କାଣ୍ଡ :

Answers

‘କ’ ସ୍ତମ୍ଭ ‘ଖ’ ସ୍ତମ୍
ବାମନତା : ଗ୍ରୋଥ୍ ହରମୋନ୍ ରୂପାନ୍ତରଣ : ଥାଇରକସିନ୍,
ଡିମ୍ବାଶୟ କଷ୍ଟୋକେନ ଶୁକ୍ଳାଶୟ : ଟେଷ୍ଟୋଷ୍ଟିରନ୍
ଫୁଲ ଝଡ଼ିବା : ଏଥୁଲିନ୍‌ ଫୁଲ ଧରିବା : ଫ୍ଲୋରିଜେନ ଓ
ଏଡ୍ରିନାଲ ଗ୍ରନ୍ଥି : ଅନ୍ତଃସ୍ରାବୀ ଯକୃତ୍ : ବହିଃସ୍ରାବୀ ଗ୍ରନ୍ଥି
ଚେର : ଅନୁକୂଳ ଜ୍ୟାନୁବର୍ତ୍ତନ କାଣ୍ଡ : ପ୍ରତିକୂଳ ଜ୍ୟାନବର୍ତ୍ତନ

 

2. ‘କ ସ୍ତମ୍ଭ ‘ଖ’ ସ୍ତମ୍
ମଣିଷ : ଦୂର୍ବଳଘ୍ରାଣ ପାଳି କୁକୁର :
ଏଡ୍ରିନାଲ : 2 ଅଗ୍ନାଶୟ :
ପିଟୁଇଟାଲୀ : ଅନ୍ତଃସ୍ରାବୀ ଲାଳଗ୍ରନ୍ଥି :
ଅକ୍‌ସିନ୍‌ : ବୃଦ୍ଧିକାରକ ହରମୋନ୍ ଏଥିଲିନ୍ :
GH ହ୍ରାସ : ବାମନତା GH ବୃଦ୍ଧି :

Answers

‘କ ସ୍ତମ୍ଭ ‘ଖ’ ସ୍ତମ୍
ମଣିଷ : ଦୂର୍ବଳଘ୍ରାଣ ପାଳି କୁକୁର : ଭକତ ଘ୍ରାଣପାଳି
ଏଡ୍ରିନାଲ : 2 ଅଗ୍ନାଶୟ : 1
ପିଟୁଇଟାଲୀ : ଅନ୍ତଃସ୍ରାବୀ ଲାଳଗ୍ରନ୍ଥି : ବାହ୍ୟସ୍ରାବୀ
ଅକ୍‌ସିନ୍‌ : ବୃଦ୍ଧିକାରକ ହରମୋନ୍ ଏଥୁଲିନ୍‌: ବୃଦ୍ଧିହାସକ ହରମୋନ
GH ହ୍ରାସ : ବାମନତା GH ବୃଦ୍ଧି : ଅତିକାୟତ

 

3 ‘କ ସ୍ତମ୍ଭ ‘ଖ’ ସ୍ତମ୍
ମସ୍ତିଷ୍କ : ଖପୁରି ସୁଷୁମ୍ନାକାଣ୍ଡ୍ :
ଖାଇବା : ଐତ୍ମିକ କ୍ରିୟା ଖାଦ୍ୟ ପରିପାକ :
ମସ୍ତିଷ୍କ : କେନ୍ଦ୍ରୀୟ ସ୍ନାୟୁତନ୍ତ୍ର କ୍ରାନିଆଲ୍ ସ୍ନାୟୁ :
ନାଳଯୁକ୍ତ : ବହିଃସ୍ରାବୀ ଗ୍ରନ୍ଥି ନାଳବିହୀନ :
ବହିଃସ୍ରାବୀ ଗ୍ରନ୍ଥି : ଏନ୍‌ଜାଇମ୍ ଅନ୍ତଃସ୍ରାବୀ ଗ୍ରନ୍ଥି :

Answers

‘କ ସ୍ତମ୍ଭ ‘ଖ’ ସ୍ତମ୍
ମସ୍ତିଷ୍କ : ଖପୁରି ସୁଷୁମ୍ନାକାଣ୍ଡ : ମେରୁଦଣ୍ଡ
ଖାଇବା : ଐତ୍ମିକ କ୍ରିୟା ଖାଦ୍ୟ ପରିପାକ : ଅନୈଚ୍ଛିକ
ମସ୍ତିଷ୍କ : କେନ୍ଦ୍ରୀୟ ସ୍ନାୟୁତନ୍ତ୍ର କ୍ରାନିଆଲ୍ ସ୍ନାୟୁ : ପ୍ରାନ୍ତୀୟ
ନାଳଯୁକ୍ତ : ବହିଃସ୍ରାବୀ ଗ୍ରନ୍ଥି ନାଳବିହୀନ : ଅନ୍ତଃସ୍ରାବୀ ଗ୍ରନ୍ଥୀ
ବହିଃସ୍ରାବୀ ଗ୍ରନ୍ଥି : ଏନ୍‌ଜାଇମ୍ ଅନ୍ତଃସ୍ରାବୀ ଗ୍ରନ୍ଥି : ହର୍‌ମୋନ


Multiple Choice Questions (Mcqs) With Answers

1. ମଣିଷ ଶରୀରରେ କେତେ ଯୋଡ଼ା କରୋଟି ସ୍ନାୟୁ ଅଛି ?
(A) 31
(C) 10
(B) 15
(D) 12
Answer
(D) 12

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

2. ଘ୍ରାଣ ପାଳି କେଉଁ ଅଂଶରେ ଥାଏ ?
(A) ମଧ୍ୟ ମସ୍ତିଷ୍କ
(B) ଅଗ୍ର ମସ୍ତିଷ୍କ .
(C) ପଶ୍ଚ ମସ୍ତିଷ୍କ
(D) ସୁଷୁମ୍ନା କାଣ୍ଡ
Answer
(B) ଅଗ୍ର ମସ୍ତିଷ୍କ .

3. କେଉଁଥ img ହୁ ଏ ?
(A) ଡିମ୍ବାଶୟ
(B) ଶୁକ୍ରାଶୟ
(C) ଅଗ୍ନ୍ୟାଶୟ
(D) ଯକୃତ
Answer
(C) ଅଗ୍ନ୍ୟାଶୟ

4. ବୃକ୍‌କରୁ କ୍ଷରିତ କେଉଁ ହରମୋନ୍ ଲୋହିତ ରକ୍ତ କଣିକା ତିଆରିରେ ସହାୟକ ହୋଇଥାଏ ?
(A) ଅକ୍‌ସିଟୋସିନ୍
(B) ଏରିଥ୍ରୋପୋଏଟିନ୍
(C) ଭାସୋପ୍ରେସିନ୍
(D) ମେଲାଟୋନିନ୍
Answer
(B) ଏରିଥ୍ରୋପୋଏଟିନ୍

5. କେଉଁ ହରମୋନ୍ ଉଭିଦ କୋଷ ବିଭାଜନ ହାର ବୃଦ୍ଧି କରିଥାଏ ?
(A) ଅକ୍‌ସିନ୍
(B) ଜିବରେଲିନ୍
(C) ସାଇଟୋକାଇନିନ୍
(D) ଆକ୍‌ସିସିକ୍ ଏସିଡ଼
Answer
(C) ସାଇଟୋକାଇନିନ୍

6. କେଉଁଟି ମସ୍ତିଷ୍କର ସବୁଠାରୁ ବଡ଼ ଅଂଶ ?
(A) ମଧ୍ଯ ମସ୍ତିଷ୍କ
(B) ପ୍ରମସ୍ତିଷ୍କ
(C) ଅଗ୍ରପଶ୍ଚ ମସ୍ତିଷ୍କ
(D) ଅନୁ ମସ୍ତିଷ୍କ
Answer
(B) ପ୍ରମସ୍ତିଷ୍କ

7. କେଉଁଟି ଏକ ରାସାୟନିକ ସ୍ନାୟବିକ ସଞ୍ଚାରକ ?
(A) ଡେଡ୍ରାଇଟ୍
(B) ଆକ୍‌ସନ୍
(C) ଏସିଟିଲ୍ କୋଲିନ୍
(D) ସିନାପ୍‌
Answer
(C) ଏସିଟିଲ୍ କୋଲିନ୍

8. କେଉଁଟିରୁ ଏନ୍‌ଜାଇମ୍ କ୍ଷରିତ ହୁଏ ?
(A) ପିଟୁଇଟାରୀ ଗ୍ରନ୍ଥି
(B) ପ୍ରୋଲାକ୍ଟିନ୍‌
(C) ଲାଳ ଗ୍ରନ୍ଥି
(D) ପାରାଥାଇରଏଡ୍ ଗ୍ରନ୍ଥି
Answer
(C) ଲାଳ ଗ୍ରନ୍ଥି

9. କେଉଁଟି ବୃଦ୍ଧି ହ୍ରାସକ ?
(A) ଫ୍ଲୋରିଜେନ୍
(B) ସାଇଟୋକାଇନିନ
(C) ଏଥୁଲିନ୍
(D) ଅକ୍‌ସିନ୍
Answer
(C) ଏଥୁଲିନ୍

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

10. ମସ୍ତିଷ୍କର ବାହ୍ୟ ଆବରଣକୁ କ’ଣ କୁହାଯାଏ ?
(A) ମେନିଞ୍ଜେସ
(B) ହାଇପୋଥାଲାମସ୍
(C) ମସ୍ତିଷ୍କ ମେରୁରସ
(D) ମସ୍ତିଷ୍କ ନିଳୟ
Answer
(A) ମେନିଞ୍ଜେସ

11. କେଉଁଟି ଶରୀରର ଆୟନ ସନ୍ତୁଳନ ରକ୍ଷା କରେ ?
(A) ସ୍ନେହସାର
(C) ଶ୍ଵେତସାର
(B) ଧାତୁସାର
(D) ଜୀବସାର
Answer
(B) ଧାତୁସାର

12. ସ୍ନାୟୁ କୋଷର କେଉଁଠାରୁ ଏସିଟିଲ୍ କୋଲିନ୍‌ର କ୍ଷରଣ ହୁଏ ?
(A) ଡେଡ୍ରାଇଟ୍
(B) ସେଲ୍‌ବଡ଼ି
(C) ନ୍ୟଷ୍ଟି
(D) ଆକ୍‌ସନ୍‌ର ଶେଷଭାଗ
Answer
(D) ଆକ୍‌ସନ୍‌ର ଶେଷଭାଗ

13. କେଉଁ ପ୍ରାଣୀର ଦୁଇଟି ଶୁକ୍ରାଶୟ ଶରୀର ଭିତରେ ଥାଏ ?
(A) ବାଘ
(B) ମାଙ୍କଡ଼
(C) ହାତୀ
(D) ଘୋଡ଼ା
Answer
(C) ହାତୀ

14. କେଉଁଟି ଅଗ୍ରମସ୍ତିଷ୍କର ଅଂଶ ନୁହେଁ ?
(A) ଘ୍ରାଣପାଳି
(B) ପ୍ରମସ୍ତିଷ୍କ
(C) ଅନୁମସ୍ତିଷ୍କ
(D) ପଶ୍ଚଅଗ୍ର ମସ୍ତିଷ୍କ
Answer
(C) ଅନୁମସ୍ତିଷ୍କ

15. ଆମ ପାଟିରେ କେତେ ଯୋଡ଼ା ଲାଳଗ୍ରନ୍ଥି ଅଛି ?
(A) 1
(C) 3
(B) 2
(D) 4
Answer
(C) 3

16. ଶ୍ଵାସନଳୀର ଦ୍ଵାରକୁ କ’ଣ କୁହାଯାଏ ?
(A) ଗଲେଟ୍
(B) କପାଟିକା
(C) ଗ୍ଲଟିସ୍
(D) ଶ୍ଳେଷ୍ମକ ଝିଲ୍ଲୀ
Answer
(C) ଗ୍ଲଟିସ୍

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

17. କେଉଁ ଫାଇଟୋ ହରମୋନ୍ ବୃଦ୍ଧିହ୍ରାସକ ?
(A) ସାଇଟୋକାଇନିନ୍
(B) ଅକ୍‌ସିନ୍
(C) ଜିବରେଲିନ୍
(D) ଏଥୁଲିନ୍
Answer
(D) ଏଥୁଲିନ୍

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 8

1. ଅଗ୍ର ମସ୍ତିଷ୍କର ବିଭିନ୍ନ ଅଂଶ ନାମ ଲେଖ୍ ସେଗୁଡ଼ିକର କାର୍ଯ୍ୟ ଲେଖ ।
ଉ-
ଅଗ୍ରମସ୍ତିଷ୍କ : ଅଗ୍ରମସ୍ତିଷ୍କରେ ଘ୍ରାଣପାଳି, ପ୍ରମସ୍ତିଷ୍କ ଓ ପଶ୍ଚଅଗ୍ରମସ୍ତିଷ୍କ ରହିଛି ।

  • ଘ୍ରାଣପାଳି : ଏହା ମନୁ ଷ୍ୟଠାରେ ଅତି କ୍ଷୀଣିଭାବରେ ରହିଥ‌ିବାରୁ ମନୁଷ୍ୟର ଘ୍ରାଣପାଳି ଦୁର୍ବଳ ।
  • ପ୍ରମସ୍ତିଷ୍କ : ଏହା ମସ୍ତିଷ୍କର ସବୁଠାରୁ ବଡ଼ ଅଂଶ । ଏହାର ଉପରିଭାଗ ବହୁଳଭାବରେ ଭାଙ୍ଗଯୁକ୍ତ । ଆମର ସ୍ମରଣ ଶକ୍ତି ଏହି ଭାଙ୍ଗ ଉପରେ ନିର୍ଭର କରେ ।
  • ଏହା ତାପ, ଚାପ, ଯନ୍ତ୍ରଣା, କଷ୍ଟ, ସ୍ପର୍ଶ ପରି କରିବାରେ ସାହାଯ୍ୟ କରେ । ଚିନ୍ତାଶକ୍ତିକୁ ନିୟନ୍ତ୍ରଣ କରେ ।
  • ପଶ୍ଚଅଗ୍ର ମସ୍ତିଷ୍କ : ହାଇପୋଥାଲାମସ୍ ଆମ ଶରୀରର ହୃଦ୍ୱନ୍ଦନ ରକ୍ତଚାପ, ନିଦ୍ରା, ଭୟ, ରାଗ, ଆନନ୍ଦ ଇତ୍ୟାଦି ନିୟନ୍ତ୍ରଣ କରେ ।

2. ଏଡ଼ିନୋ ହାଇପୋଫାଇସିସ୍‌ରୁ କ୍ଷରିତ ହରମୋନ୍‌ର ନାମ ଓ କାର୍ଯ୍ୟ ଲେଖ ।
ଊ-

  • ଗ୍ରୋଥ୍ ହରମୋନ୍ (GH) – ଏହା ଶରୀରର ବାଲ୍ୟାବସ୍ଥାରେ ଏହାର କ୍ଷରଣ କମ୍ ହେଲେ ବ୍ୟକ୍ତିର ଶରୀର ବାମନ ପ୍ରାୟ ହୁଏ । ଏହାକୁ ବାମନତା କହନ୍ତି । କ୍ଷରଣ ଅଧିକ ହେଲେ ବ୍ୟକ୍ତି 8 ରୁ 9 ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ । ଏହାକୁ ଅତିକାୟତ୍ଵ କୁହାଯାଏ ।
  • ପ୍ରୋଲାକ୍ଟିନ୍ (PRI) – ଏହା ମାଆର ସ୍ତନ୍ୟଗ୍ରନ୍ଥି ଉପରେ ପ୍ରଭାବ ପକାଏ । ଫଳରେ ଶିଶୁ ପାଇଁ କ୍ଷୀର ତିଆରି ହୁଏ ।
  • ଫଲିକଲ ଷ୍ଟିମୁଲେଟିଙ୍ଗ୍ ହରମୋନ୍ (FSH) – ଏହି ହରମୋନ୍ ଡିମ୍ବାଶୟ ପୁଟିକାର ବୃଦ୍ଧି କରାଏ ।
  • ଲିଉଟିନାଇଜିଙ୍ଗ୍ ହରମୋନ୍ (LH) – ଏହା ଡିମ୍ବୋଦୟ କରାଇ ଡିମ୍ବାଶୟରୁ ଡିମ୍ବାଣୁ ବାହାର କରିବାରେ ସହାୟକ ହୁଏ ।
  • ଥାଇରଏଡ୍ ଷ୍ଟିମୁଲେଟିଙ୍ଗ ହରମୋନ୍ (TSH) – ଥାଇରଏଡ୍ ଗ୍ରନ୍ଥିରୁ ଥାଇରକ୍‌ସିନ୍ ହରମୋନ୍ କ୍ଷରଣକୁ ଏହା ନିୟନ୍ତ୍ରଣ କରେ ।
  • ଏଡ଼ିନୋକର୍ଟିକୋଟ୍ରଫିକ୍ ହରମୋନ୍ (ACTH) – ଏହି ହରମୋନ୍ ଆଡ୍ମିନାଲ୍ ଗ୍ରନ୍ଥିର କ୍ଷରଣ ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ ।

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 1

1. ପ୍ରତିକ୍ଷେପ କ୍ରିୟାର ପଦ୍ଧତି ବର୍ଣ୍ଣନା କର ।
-ଉ

  • ମସ୍ତିଷ୍କ ବା ସୁଷୁମ୍ନାକାଣ୍ଡ ଦ୍ବାରା ପରିଚାଳିତ ସ୍ଵତଃପ୍ରବୃତ୍ତ ପ୍ରକ୍ରିୟାକୁ ପ୍ରତିକ୍ଷେପ କ୍ରିୟା କହନ୍ତି ।
  • ଆମ ଶରୀରରେ ସମ୍ପାଦିତ ହେଉଥ‌ିବା ସବୁଠାରୁ ସରଳ ପ୍ରତିକ୍ଷେପ କ୍ରିୟାରେ ସୁଷୁମ୍ନାକାଣ୍ଡ, ଗୋଟିଏ ସଂଜ୍ଞାବହ ସ୍ନାୟୁ ଓ ଗୋଟିଏ ଆଜ୍ଞାବହ ସ୍ନାୟୁ ଅଂଶଗ୍ରହଣ କରିଥାଏ ।
  • ସଂଜ୍ଞାବହ ସ୍ନାୟୁ ଗ୍ରାହୀ ଅଙ୍ଗରୁ ଆବେଗ ଆଣି ସୁଷୁମ୍ନାକାଣ୍ଡରେ ପହଞ୍ଚାଏ ।
  • ସୁଷୁମ୍ନାକାଣ୍ଡ ଖବର ଗ୍ରହଣକରି ତୁରନ୍ତ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଏ ।
  • ଏହି ପ୍ରକ୍ରିୟାରେ ଗୋଟିଏ ସଂଜ୍ଞାବହ ସ୍ନାୟୁ ଓ ଗୋଟିଏ ଆଜ୍ଞାବହ ସ୍ନାୟୁ ସଂଶ୍ଳିଷ୍ଟ ଥ‌ିବାରୁ ଏହାକୁ ଏକକ ସିନାପ୍‌ଟିକ୍ ପ୍ରତିକ୍ଷେପ କୁହାଯାଏ ।
  • ଶରୀରରେ ସଂଜ୍ଞାବହ ସ୍ନାୟୁ, ସୁଷୁମ୍ନାକାଣ୍ଡ ଓ ଆକାରରେ ଥ‌ିବାରୁ ଏହାକୁ ପ୍ରତିକ୍ଷେପ ଚାପ କୁହାଯାଏ ।

2. ସ୍ଵୟଂକ୍ରିୟ ସ୍ନାୟୁତନ୍ତ୍ର କ’ଣ ଓ ଏହା କିପରି କାର୍ଯ୍ୟ କରେ ?
ଊ-

  • ଆମ ଅଜ୍ଞାତସାରରେ ଆପେ ଆପେ ଶରୀର ଭିତରେ ଶ୍ଵାସକ୍ରିୟା ହୃଦ୍‌ସ୍ପନ୍ଦନ, ରେଚନ, ଖାଦ୍ୟ ପରିପାକ, ରକ୍ତସଞ୍ଚାଳନ ଗ୍ରନ୍ଥିରୁ କ୍ଷରଣ ପରି ଅନେକ କାର୍ଯ୍ୟ ସମ୍ପାଦିତ ହୁଏ ।
  • ଶରୀର ମଧ୍ୟରେ ଆପଣାଛାଏଁ ସମ୍ପାଦିତ ହେଉଥ‌ିବା ଏହିସବୁ କ୍ରିୟାକୁ ଅନୈଚ୍ଛିକ କ୍ରିୟା କହନ୍ତି ।
  • ଆମ ଶରୀରରେ ସବୁପ୍ରକାର ଅନୈଚ୍ଛିକ କ୍ରିୟା ସ୍ବୟଂକ୍ରିୟ ସ୍ନାୟୁତନ୍ତ୍ର ଦ୍ୱାରା ପରିଚାଳିତ ସ୍ବୟଂକ୍ରିୟ ସ୍ନାୟୁତନ୍ତ୍ର ସୁଷୁମ୍ନାକାଣ୍ଡ ସହିତ ସଂଯୁକ୍ତ ହୋଇ ରହିଛି ।

3. ଡିମ୍ବାଶୟରୁ କ୍ଷରିତ ହରମୋନ୍‌ର କାର୍ଯ୍ୟଗୁଡ଼ିକ ଲେଖ ।
ଊ-

  • ସ୍ତ୍ରୀ ଉଦର ଗହ୍ଵରର ନିମ୍ନ ଅଂଶରେ ଏକ ଯୋଡ଼ା ଡିମ୍ବାଶୟ ଅଛି । ଡିମ୍ବାଶୟରୁ ଇବ୍ରୋଜେନ୍ ଓ ପ୍ରୋଜେଷ୍ଟିରନ୍ ହରମୋନ୍ କ୍ଷରିତ ହୁଏ ।
  • ଇଣ୍ଟ୍ରୋଜେନ୍ ହରମୋନ୍ ର ପ୍ରଭାବରେ ବାଳିକାମାନଙ୍କ ଶରୀରରେ ସ୍ତ୍ରୀ-ଗୌଣ ଲିଙ୍ଗୀୟ ଲକ୍ଷଣମାନ ଦେଖା ଯାଏ । ପ୍ରୋଜେଷ୍ଟି ରନ୍ ଲକ୍ଷଣ ମାନ ଦେଖାଯାଏ । ପ୍ରୋଜେଷ୍ଟି ର ନ୍ ହୁଏ ।
  • ଗର୍ଭଧାରଣରେ ଏହାର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥ‌ିବାରୁ ଏହାକୁ ଗର୍ଭାବସ୍ଥାର ହରମୋନ୍ କୁହାଯାଏ ।

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

4. ଏକ ସାମୟିକ ଅନ୍ତଃସ୍ରାବୀ ଗ୍ରନ୍ଥିର ନାମ ଓ ଏହାର କାର୍ଯ୍ୟ ଲେଖ ।

  • ଭୃଣବନ୍ଧ ମାଆ ଓ ଗର୍ଭାଶୟସ୍ଥ ଶିଶୁ ମଧ୍ୟରେ ଥ‌ିବା ଏକ ଜୈବ ସଂଯୋଗ । ଏହା ଏକ ସାମୟିକ ଅନ୍ତଃସ୍ରାବୀ ଗ୍ରନ୍ଥି ।
  • ଏଥରୁ କୋରିଓନିକ୍ ଗୋନାଡୋଟ୍ରଫିକ୍ ହରମୋନ୍ କ୍ଷରିତ ହୋଇଥାଏ ।
  • ଗର୍ଭାବସ୍ଥାରେ ମହିଳାଙ୍କ ମୂତ୍ର ସହିତ ମିଶି ଏହି ହରମୋନ୍ ଶରୀର ବାହାରକୁ ଆସେ । ଏହି

5. ଟେଷ୍ଟୋଷ୍ଟିରନ୍ ହରମୋନ୍‌ର ଉତ୍ପତ୍ତି ଓ କାର୍ଯ୍ୟ ଲେଖ ।

  • ଆମ ଶରୀରର ଶୁକ୍ରାଶୟ ଥଳି ମଧ୍ୟରେ ଦୁଇଟି ଶୁକ୍ରାଶୟ ରହିଛି । ଶୁକ୍ରାଶୟ ମଧ୍ୟରେ ଲେଡ଼ିଗ୍ କୋଷରୁ ଟେଷ୍ଟୋଷ୍ଟିରନ୍ ହରମୋନ୍ କ୍ଷରିତ ହୁଏ ।
  • ଯୁବକ୍ରାନ୍ତି ସମୟରେ ଟେଷ୍ଟୋଷ୍ଟିରନ୍ ପ୍ରଭାବରେ ବାଳକ ଶରୀରରେ ପୁରୁଷ ଗୌଣ ଲିଙ୍ଗୀୟ ଲକ୍ଷଣମାନ ଦେଖାଯାଏ । ଯଥା – ନିଶ ଓ ଦାଢ଼ି ଉଠିବା ଏବଂ ସ୍ଵର ପାକଳ ହେବା ଇତ୍ୟାଦି ।
  • ଟେଷ୍ଟୋଷ୍ଟିରନ୍ ଶୁକ୍ରାଣୁ ଉତ୍ପତ୍ତିରେ ମଧ୍ୟ ସହାୟକ ହୁଏ । ଏହାର ଅଭାବରେ ନପୁଂସକତା ଦେଖାଯାଏ ।

6. ଡାଇବେଟିସ୍ ଇନ୍‌ସିପିଡ଼ସ୍ ବା ବହୁମୂତ୍ର ରୋଗ କ’ଣ ?
ଭ-

  • ଭାସୋପ୍ରୋସିନ୍ ନାମକ ଏକ ହରମୋନ୍ ପୁନଃ ଶୋଷଣ ହୁଏ। ଏଥ‌ିପାଇଁ ଏହିହରମୋନ୍ ଅନ୍ୟନାମ ଏଣ୍ଟି ଡାଇୟୁରେଟିକ୍ ହରମୋନ୍ ।
  • ଯଦି ପି ଟୁ ଇଟାରି ରୁ ଅଳ୍ପ ପରି ମାଣର ଭାସୋପ୍ରେସିନ୍ ହରମୋନ୍ କ୍ଷରଣ ହୁଏ ସେହି ବ୍ୟକ୍ତି ଗୋଟିଏ ଦିନରେ ପାଖାପାଖୁ 20 ଲିଟର ପର୍ଯ୍ୟନ୍ତ ପରିସ୍ରା କରେ ।
  • ଏହି ଅବସ୍ଥାକୁ ଡାଇବେଟିସ୍ ଇନ୍‌ସିପିଡ଼ସ୍ ବା ବହୁମୂତ୍ର ରୋଗ କୁହାଯାଏ । ଏହା ମଧୁମେହଠାରୁ ଅଲଗା ।

7. ବାହ୍ୟ ଉଦ୍ଦୀପନା କ’ଣ ? ଏହା ଫଳରେ ଉଭିଦରେ ଦେଖାଯାଉଥ‌ିବା ଜ୍ୟାନୁବର୍ତ୍ତନ ବର୍ଦ୍ଧନ କର ।
ଊ-

  • ଆଲୋକ, ମାଧ୍ୟାକର୍ଷଣ ବଳ, ଜଳ, ରାସାୟନିକ ପଦାର୍ଥ ପ୍ରଭୃତି ବାହ୍ୟ ଉଦ୍ଦୀପନା କାଣ୍ଡ, ଚେର, ପତ୍ରର ଅଗ୍ରଭାଗରେ ପ୍ରତିକ୍ରିୟା କ୍ଷରଣ ବୃଦ୍ଧିପାଏ ।
  • ମାଧ୍ୟାକର୍ଷଣ ବଳ ପ୍ରତ୍ୟେକ ବସ୍ତୁକୁ ପୃଥ‌ିବୀର କେନ୍ଦ୍ରଆଡ଼କୁ ଆକର୍ଷିତ କରିଥାଏ । ଏହି ବଳ ପ୍ରଭାବରେ ଉଭିଦ ବା ଏହାର ଅଂଶବିଶେଷ ମାଟି ତଳକୁ ଗତି କରିଥାଏ । ଏହାକୁ ଜ୍ୟାନୁବର୍ତ୍ତନ ବା ମାଧ୍ୟାକର୍ଷଣ ଅନୁବର୍ତ୍ତନ କୁହାଯାଏ ।
  • ମାଧ୍ୟାକର୍ଷଣ ବଳ ପ୍ରଭାବରେ ଉଭିଦର ଚେର ଓ ମୂଳ ପୃଥ‌ିବୀର କେନ୍ଦ୍ର ଆଡ଼କୁ ଆକର୍ଷିତ ହୋଇଥାଏ । ଏହାକୁ ଅନୁକୂଳ ଜ୍ୟାନୁବର୍ତ୍ତନ କୁହାଯାଏ ।
  • ଉଭିଦର କାଣ୍ଡ ଚେରର ବିପରୀତ ଦିଗକୁ ଗତିକରେ । ଏହାକୁ ପ୍ରତିକୂଳ ଜ୍ୟାନୁବର୍ତ୍ତନ କୁହାଯାଏ ।
  • ମାଧ୍ୟାକର୍ଷଣ ବଳ କାଣ୍ଡ, ଚେର ଓ ପତ୍ରର ଅଗ୍ରଭାଗରେ ପ୍ରତିକ୍ରିୟା ସୃଷ୍ଟିକରେ । ଫଳରେ ସେଠାରେ ହରମୋନ୍ କ୍ଷରଣ ବୃଦ୍ଧିପାଏ ଓ ହୋଇଥାଏ ।

8. ସ୍ନାୟୁକୋଷର ନାମାଙ୍କିତ ଚିତ୍ର ଅଙ୍କନ କର ।
ଊ-
BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 2

9. ମସ୍ତିଷ୍କର ନାମାଙ୍କିତ ଚିତ୍ର ଅଙ୍କନ କର ।
ଊ-
BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 3

10. ସିନାପସ୍‌ର ନାମାଙ୍କିତ ଚିତ୍ର ଅଙ୍କନ କର ।
ଊ-
BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 4

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

11. ପ୍ରତିକ୍ଷେପକ୍ରିୟାର ନାମାଙ୍କିତ ଚିତ୍ର ଅଙ୍କନ କର ।
ଊ-
BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 5

12. ମାନବ ଶରୀରରେ ଅନ୍ତଃସ୍ରାବୀ ତନ୍ତ୍ରର ନାମାଙ୍କିତ ଚିତ୍ର ଅଙ୍କନ କର ।
BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 6

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 7

1. ପ୍ରାଣୀ ଓ ଉଦ୍ଭଦ ଶରୀରରେ ନିୟନ୍ତ୍ରଣ ଓ ସମନ୍ୱୟ କିପରି ହୋଇଥାଏ ?
ଊ-

  • ଉଦ୍ଭଦରେ ରାସାୟନିକ ପଦ୍ଧତିରେ ନିୟନ୍ତ୍ରଣ ଓ ସମନ୍ବୟ ହୋଇଥାଏ ।
  • ପ୍ରାଣୀ ଶରୀରରେ ସ୍ନାୟବିକ ଉଭୟ ପଦ୍ଧତିରେ ନିୟନ୍ତ୍ରଣ ଓ ସମନ୍ଵୟ ହୋଇଥାଏ ।

2. ପ୍ରତିକୂଳ ଓ ଅନୁକୂଳ ଆଲୋକାନୁବର୍ତ୍ତନ କ’ଣ ଲେଖ ।
ଉ-

  • ଆଲୋକାନୁବର୍ତ୍ତନ ଉଭିଦମାନଙ୍କର ଏକ ବିଶେଷ ଲକ୍ଷଣ । ଉଭିଦର କାଣ୍ଡ ଆଲୋକ ଆଡ଼କୁ ଗତି କରିଥାଏ । ଏହାକୁ ଅନୁକୂଳ ଆଲୋକାନୁବର୍ତ୍ତନ କହନ୍ତି ।
  • ଉଭିଦର ଚେର ଆଲୋକର ବିପରୀତ ଦିଗକୁ ଉଭିଦର ଚେର ଆଲୋକର ବିପରୀତ ଦିଗକୁ କୁହାଯାଏ ।

3. ଫ୍ଲୋରିଜେନ୍ ଓ ଫାଇଟୋକ୍ରୋମ ହରମୋନର କାର୍ଯ୍ୟ କ’ଣ ?
ଉ-

  • ଫ୍ଲୋରିଜେନ୍ ଏକ ହରମୋନ୍ ଯାହା ଉଦ୍ଭଦର ଅଗ୍ରଭାଗକୁ ପ୍ରବାହିତ ହୋଇ ଫୁଲ ଧରିବା ପ୍ରକ୍ରିୟାରେ ସାହାଯ୍ୟ କରେ ।
  • ଉଦ୍ଭଦରେ ଫାଇଟୋକ୍ରୋମ୍ ନାମକ ଏକ ସ୍ଵତନ୍ତ୍ର ବର୍ଷ କଣା ହରମୋନ ସହିତ ରହିଥାଏ । ଫ୍ଲୋରିଜେନ୍ ଓ ଫାଇଟୋକ୍ରୋମ ଉଦ୍ଭଦରେ ଫୁଲ ଧରିବା ପ୍ରକ୍ରିୟା ନିୟନ୍ତ୍ରଣ କରେ ।

4. ମଧ୍ୟମସ୍ତିଷ୍କର ଦୁଇଯୋଡ଼ା ବର୍ତ୍ତୁଳ ନିଦାପିଣ୍ଡର କାର୍ଯ୍ୟ କ’ଣ ?
ଊ-

  • ମଧ୍ୟମସ୍ତିଷ୍କରେ ଥ‌ିବା ଦୁଇଯୋଡ଼ା ପିଣ୍ଡ ମଧ୍ୟରୁ ଉପର ଦୁଇଟି ପିଣ୍ଡ ଦୃଷ୍ଟି ସମ୍ବନ୍ଧୀୟ ପ୍ରତିକ୍ଷେପକୁ ନିୟନ୍ତ୍ରଣ କରିଥାଏ ।
  • ନିମ୍ନଭାଗରେ ଥ‌ିବା ଦୁଇଟି ପିଣ୍ଡ ଶ୍ରବଣ ସମ୍ବନ୍ଧୀୟ ପ୍ରତିକ୍ଷେପକୁ ନିୟନ୍ତ୍ରଣ କରିଥାନ୍ତି ।

5. ଉଦ୍ଭଦର କାଣ୍ଡର ବୃଦ୍ଧି ଉପରେ ହରମୋନ୍ ର ପ୍ରଭାବ କ’ଣ ଲେଖ ।
ଉ-

  • ଗୋଟିଏ ଗଛକୁ ସମାନ୍ତର ଭାବରେ ରଖୁଲେ ହରମୋନ୍‌ର ସାନ୍ଦ୍ରତା କାଣ୍ଡର ନିମ୍ନ ଅଂଶରେ ବୃଦ୍ଧିପାଏ ଏବଂ ଏଠାରେ ବୃଦ୍ଧି ଅଧିକ ହୁଏ ।
  • କାଣ୍ଡର ଊର୍ଦ୍ଧ୍ବଭାଗରେ ହରମୋନ୍‌ର ସାନ୍ଦ୍ରତା କମ୍ ହେବାରୁ ସେଠାରେ ବୃଦ୍ଧି କମ୍ ହୁଏ । କାଣ୍ଡ ବୃଦ୍ଧିରେ ଏହି ଅସମାନତା ଯୋଗୁଁ କାଣ୍ଡଟି ଊର୍ଦ୍ଧ୍ୱଗାମୀ ହୋଇଥାଏ ।

6. ମୂଳର ବୃଦ୍ଧି ଉପରେ ହରମୋନ୍‌ର ପ୍ରଭାବ କ’ଣ ଲେଖ ।
ଊ-

  • ମୂଳର ଯେଉଁ ଅଂଶରେ ହରମୋନ୍‌ର ସାନ୍ଦ୍ରତା କମ୍ ସେଠାରେ ବୃଦ୍ଧି ଅଧିକ ହୁଏ ଏବଂ ଯେଉଁଠାରେ ଗତିକରେ ଅର୍ଥାତ୍ ଆଲୋକଠାରୁ ଦୂରରେ ହ୍ରାସ ପାଏ ।
  • ଫଳରେ ମୂଳର ବୃଦ୍ଧି କାଣ୍ଡ ବୃଦ୍ଧିର ବିପରୀତ ଦିଗରେ ହୋଇଥାଏ ଏବଂ ମୂଳ ଭୂପୃଷ୍ଠ ଆଡ଼କୁ ବଙ୍କେଇ ଯାଇଥାଏ ।

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

7. ସୁଷୁମ୍ନାଶୀର୍ଷକର ଅବସ୍ଥିତି ଓ କାର୍ଯ୍ୟ ଲେଖ ।
ଊ-

  • ଏହା ଅନୁ ମସ୍ତିଷ୍କ ପଛକୁ ରହିଥାଏ । ଆମ ଶରୀରର ଶ୍ଵାସକେନ୍ଦ୍ର ଓ ହୃତ୍‌କେନ୍ଦ୍ର ।
  • ଏହା ରକ୍ତଚାପ, ଛିଙ୍କ, ବାନ୍ତି, କାଶ, ଖାଦ୍ୟ ଗିଳିବା ପରି କାର୍ଯ୍ୟକୁ ନିୟନ୍ତ୍ରଣ କରେ ।

8. ସୁଷୁମ୍ନାକାଣ୍ଡର ଦୁଇଟି କାର୍ଯ୍ୟ ଲେଖ ।
ଊ-

  • ଏହା ମଧ୍ୟଦେଇ ଶରୀରର ବିଭିନ୍ନ ଅଂଶରୁ ସଂଗୃହୀତ ବାର୍ତ୍ତା ମସ୍ତିଷ୍କକୁ ଯାଏ ଏବଂ ମସ୍ତିଷ୍କରୁ ପ୍ରେରିତ ଆଦେଶ ଶରୀରର ବିଭିନ୍ନ କାର୍ଯ୍ୟକାରୀ ଅଙ୍ଗ ନିକଟରେ ପହଞ୍ଚେ ।
  • ଏହା ମସ୍ତିଷ୍କ ବିନା ନିର୍ଦ୍ଦେଶରେ ହେଉଥ‌ିବା କାର୍ଯ୍ୟ ବା ପ୍ରତିକ୍ଷେପ କ୍ରିୟା କରିଥାଏ ।

9. ଡାଇବେଟିସ୍ ଇନ୍ ସିପିଡସ୍ ଓ ଡାଇବେଟିସ୍ ମେଲିଟସ୍ କହିଲେ କ’ଣ ବୁଝ ?
ଉ-

  • ଯଦି କୌଣସି କାରଣବଶତଃ ପିଟୁଇଟାରିରୁ ଅଳ୍ପ ପରିମାଣର ଭାସୋପ୍ରେସିନ୍ କ୍ଷରିତ ହୁଏ, ତେବେ ସେହି ବ୍ୟକ୍ତି ଗୋଟିଏ ଦିନରେ ପାଖାପାଖ୍ 20 ଲିଟର ପର୍ଯ୍ୟନ୍ତ ପରିସ୍ରା କରେ । ଏହି ଅବସ୍ଥାକୁ ଡାଇବେଟିସ୍ ଇନ୍ସିପିଡସ୍ ବା ବହୁମୂତ୍ର ରୋଗ କୁହାଯାଏ ।
  • ଇନ୍‌ ସୁଲିନ୍‌ ର ଅଭାବରେ ରକ୍ତରେ ଶର୍କରା ପରିମାଣ ବଢ଼ିଗଲେ ଡାଇବେଟିସ୍ ମେଲିଟସ୍ ବା ମଧୁମେହ ରୋଗ ହୋଇଥାଏ ।

10. ଅକ୍‌ସିର କାର୍ଯ୍ୟ ଉଲ୍ଲେଖ କର ।
ଊ-

  • ଏହି ହରମୋନ୍ ଜୀବକୋଷର ବୃଦ୍ଧି, ଫୁଲ ଓ ଫଳର ଗଠନ ଆଦି ବିଭିନ୍ନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ ।
  • ଏହା ଉଦ୍ଭଦର ବୃଦ୍ଧି ନିୟନ୍ତ୍ରଣ କରେ ।
  • ଏହି ହରମୋନ୍ ଉଦ୍ଭିଦର ଶାଖା ଓ କାଣ୍ଡର ବୃଦ୍ଧିରେ ସହାୟକ ହୋଇଥାଏ ।

11. ଏଡ୍ରି ନାଲ୍‌ କୁ ଆପଦକାଳୀନ ଗ୍ରନ୍ଥି କୁହାଯାଏ କାହିଁକି ?
ଊ-

  • ଏଡ୍ରିନାଲ ଗ୍ରନ୍ଥିରୁ ଅନେକଗୁଡ଼ିଏ ହର୍‌ ମୋନ୍ କ୍ଷରିତ ହୁଏ ଓ ସେଥୁମଧ୍ୟରୁ ଏଡ୍ରି ନାଲି ନ୍ ହରମୋନ ଅନ୍ୟତମ ଅଟେ ।
  • ଏହି ହରମୋନ୍ ଆକସ୍ମିକ ଆଘାତ, ଭୟ, ଅବଶ ଓ ଉତ୍ତେଜିତ ଅବସ୍ଥାରେ କ୍ଷରିତ ହୁଏ ।
  • ଉପରୋକ୍ତ କାର୍ଯ୍ୟମାନଙ୍କ ଯୋଗୁ ଏହି ଗ୍ରନ୍ଥିକୁ ‘ଆପଦକାଳୀନ ଗ୍ରନ୍ଥି’ କୁହାଯାଏ ।

12. ଲାଜକୁଳୀ ଲତାରେ କି ପ୍ରକାର ଗତି ଦେଖାଯାଏ ?
ଉ-

  • ଲାଜକୁଳୀ ଲତାର ଡାଳ କିମ୍ବା ପତ୍ରକୁ ଛୁଇଁଦେବା ମାତ୍ରେ ଲତାରେ ଥ‌ି ପତ୍ରଗୁଡ଼ିକ ନଇଁଯାଇ ଝାଉଁଳି ପଡ଼େ ।
  • ସ୍ପର୍ଶ ପ୍ରତି ଅନୁକ୍ରିୟା ପ୍ରଦର୍ଶନ ସ୍ୱରୂପ ପତ୍ରଗୁଡ଼ିକ ଜାକି ହୋଇଯା’ନ୍ତି ।
  • ଲାଜକୁଳୀ ଲତାର ଏହି ଗତିକୁ ଅନ୍ତକୁଞ୍ଚନ ଗତି କୁହାଯାଏ ।
  • ଏହା ସ୍ପର୍ଶଜନିତ ଉଦ୍ଦୀପନାର ଏକ ବିଶେଷ ଉଦାହରଣ ଅଟେ ।

13. ମସ୍ତିଷ୍କର ବିଭିନ୍ନ ଅଂଶର ନାମ ଲେଖ ।
(i) ମସ୍ତିଷ୍କ ତିନି ଭାଗରେ ବିଭକ୍ତ, ଯଥା-

  • ଅଗ୍ର ମସ୍ତିଷ୍କ,
  • ମଧ୍ୟମସ୍ତିଷ୍କ ଓ
  • ପଶ୍ଚିମସ୍ତିଷ୍କ ।

(ii) ଅଗ୍ରମସ୍ତିଷ୍କରେ

  • ଘ୍ରାଣପାଳି
  • ପ୍ରମସ୍ତିଷ୍କ ଓ
  • ପଶ୍ଚଅଗ୍ରମସ୍ତିଷ୍କ ରହିଥାଏ ।

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

(iii) ମଧ୍ୟମସ୍ତିଷ୍କ 4ଗୋଟି ବର୍ତ୍ତୁଳ ପିଣ୍ଡଚତୁଷ୍କକୁ ନେଇ ଗଠିତ ।

(iv) ପଶ୍ଚ ମସ୍ତିଷ୍କରେ

  • ଅନୁ ମସ୍ତିଷ୍କ ଓ
  • ସୁଷୁମ୍ନାଶୀର୍ଷକ ରହିଥାଏ ।

14. ହାଇପୋଥାଲାମସ୍ ଗ୍ରନ୍ଥିର ଅବସ୍ଥାନ ଓ ଏଥିରୁ କ୍ଷରିତ ହରମୋନର ନାମ ଓ କାର୍ଯ୍ୟ ଲେଖ ।

  • ଅଗ୍ରମସ୍ତିଷ୍କରେ ଥ‌ିବା ଥାଲାମସ୍‌ର ନିମ୍ନଭାଗରେ ଏବଂ ପି ଟୁ ଇଟାରି ଗ୍ରନ୍ଥି ର ଉପର କୁ ହାଇପୋଥାଲାମସ୍ ଅବସ୍ଥିତ ।
  • ହାଇପୋଥୋଲାମସ୍ତୁରୁ କେତେକ ରିଲିଜିଙ୍ଗ୍ ହର୍‌ମୋନ୍ ଏବଂ ଇନ୍‌ହିବିଟିଙ୍ଗ୍ ହର୍‌ମୋନ୍ କ୍ଷରିତ ହୁଏ ।
  • ଏହି ହରମୋନ୍‌ଗୁଡ଼ିକ ପିଟୁଇଟାରି ଗ୍ରନ୍ଥିର କ୍ଷରଣ କ୍ଷମତାକୁ ନିୟନ୍ତ୍ରଣ କରନ୍ତି ।

15. ପିଟୁଇଟାରି ଗ୍ରନ୍ଥିର ଅବସ୍ଥାନ ଓ ଏଥିରୁ କ୍ଷରିତ ହରମୋନର ନାମ ଲେଖ ।
ଉ-
ପିଟୁଇଟାରି ଗ୍ରନ୍ଥି ହାଇପୋଥାଲାମସ୍ ସହିତ ଏକ ଛୋଟ ବୃନ୍ତ ସାହାଯ୍ୟରେ ଲାଗିରହିଥାଏ । ଏହି ଗ୍ରନ୍ଥି ଦୁଇଟି ପୃଥକ୍ ଖଣ୍ଡକୁ ନେଇ ଗଠିତ, ଯଥା

  • ଏ ଡ ନି । ହ । ଇ. ପ। ଫ । ଇ ସଁ ସ (Adenohypophysis) img ହରମୋନ୍ – GH, PRL, FSH, LH, TSH, ACTH]
  • ନ ଉ ର । ହ । ଇ ପ। ଫ । ଇ ସଁ ସ, (Neurohypophysis) img ହରମୋନ୍ – ଅକ୍‌ସିଟୋସିନ୍, ଭାସୋପ୍ରେସିନ୍]

16. ପିନିଆଲ ଗ୍ରନ୍ଥିର ଅବସ୍ଥାନ ଓ ଏଥ‌ିରୁ କ୍ଷରିତ ହରମୋନର ନାମ ଓ କାର୍ଯ୍ୟ ସମ୍ବନ୍ଧରେ ଲେଖ ।
ଉ-

  • ପିନିଆଲ୍ ଗ୍ରନ୍ଥି ଅଗ୍ରମସ୍ତିଷ୍କର ଛାତରେ ରହିଥାଏ ।
  • ଏହା ଆକାରରେ ଅତ୍ୟନ୍ତ ଛୋଟ ଓ ଓଜନ ମାତ୍ର 150 ମିଲିଗ୍ରାମ୍ ଅଟେ ।
  • ଏଥୁରୁ ମେଲାଟୋନିନ୍ ନାମକ ହର୍‌ମୋନ୍ କ୍ଷରିତ ହୁଏ ।
  • ଏହାର ପ୍ରଭାବ ଡିମ୍ବୋତ୍ସର୍ଗ ଓ ନିଦ୍ରା ଉପରେ ପଡ଼ିଥାଏ । ଏହା ଶରୀରର ‘ଜୈବିକ ଘଡ଼ି’ ଭାବେ ମଧ୍ୟ କାର୍ଯ୍ୟକରେ ।

17. ଥାଇରାଏଡ଼ ଗ୍ରନ୍ଥିର ଅବସ୍ଥାନ ଓ ଏଥୁରୁ କ୍ଷରିତ ହରମୋନ୍‌ର ନାମ ଓ କାର୍ଯ୍ୟ ସମ୍ବନ୍ଧରେ ଲେଖ ।
ଉ-

  • ଥାଇରଏଡ୍ ଗ୍ରନ୍ଥି ବେକର ତଳ ଭାଗରେ, ଶ୍ଵାସନଳୀର ଉଭୟ ପଟରେ ଠିକ୍ ସ୍ୱରପେଟିକାର ପଛକୁ ରହିଥାଏ ।
  • ଏଥିରୁ ମୁଖ୍ୟତଃ ଥାଇରକ୍‌ସିନ୍ ହର୍‌ମୋନ୍ କ୍ଷରିତ ହୁଏ ।
  • ଏହା ଶରୀରର ବିଭିନ୍ନ କୋଷର ଅମ୍ଳଜାନ ଶରୀରରେ ଅଧିକ ଶକ୍ତି ସୃଷ୍ଟି ହୁଏ । ଏହା ସାହାଯ୍ୟ କରେ ।

18. ଶୁକ୍ରାଶୟ ଗ୍ରନ୍ଥିର ଅବସ୍ଥାନ ଓ ଏଥୁରୁ କ୍ଷରିତ ହରମୋନ୍‌ର ନାମ ଓ କାର୍ଯ୍ୟ ସମ୍ବନ୍ଧରେ ଲେଖ ।
ଊ-

  • ଆମ ଶରୀରର ଶୁକ୍ରାଶୟ ଥଳି ମଧ୍ୟରେ ଦୁଇଟି ଶୁକ୍ରାଶୟ ରହିଥାଏ ।
  • ଶୁକ୍ରାଶୟ ମଧ୍ୟରେ ଥ‌ିବା ଲେଡ଼ିଗ୍ କୋଷରୁ କ୍ଷରିତ ହୁଏ ।
  • ଯୁବକ୍ରାନ୍ତି ସମୟରେ ଟେଷ୍ଟୋଷ୍ଟିରନ୍‌ର ପ୍ରଭାବରେ ଲକ୍ଷଣମାନ ଦେଖାଯାଏ ।
  • ଟେଷ୍ଟୋଷ୍ଟିରନ୍ ଶୁକ୍ରାଣୁ ଉତ୍ପତ୍ତିରେ ମଧ୍ୟ ସହାୟକ ଦେଖାଯାଏ ।

19. ଡିମ୍ବାଶୟ ଗ୍ରନ୍ଥିର ଅବସ୍ଥାନ ଓ ଏଥ‌ିରୁ କ୍ଷରିତ ହରମୋନର ନାମ ଓ କାର୍ଯ୍ୟ ସମ୍ବନ୍ଧରେ ଲେଖ ।
ଊ-
ସ୍ତ୍ରୀ ଶରୀର ଉଦର ଗହ୍ଵରର ନିମ୍ନ ଅଂଶରେ ଏକ ଯୋଡ଼ା ଡିମ୍ବାଶୟ ରହିଥାଏ ।

  • ଡିମ୍ବାଶୟରୁ ଇଷ୍ଟୋଜେନ୍ ଓ ପ୍ରୋଜେଷ୍ଟିରନ୍ ହର୍‌ମୋନ୍ କ୍ଷରିତ ହୁଏ ।
  • ଇଷ୍ଟ୍ରୋଜେନ୍ ହର୍ ମୋନ୍ ର ପ୍ରଭାବରେ ବାଳିକାମାନଙ୍କ ଶରୀରରେ ସ୍ତ୍ରୀ-ଗୌଣ ଲିଙ୍ଗୀୟ ଲକ୍ଷଣମାନ ଦେଖାଯାଏ ।
  • ପ୍ରୋଜେଷ୍ଟିରନ୍ ହର୍‌ମୋନ୍ ଡିମ୍ବୋଦୟ ପରେ ଡିମ୍ବାଶୟରୁ କ୍ଷରିତ ହୁଏ ।
  • ଗର୍ଭଧାରଣରେ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ଥ‌ିବାରୁ ଏହାକୁ ‘‘ଗର୍ଭାବସ୍ଥାର ହର୍‌ମୋନ୍’’ କୁହାଯାଏ ।

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

20. ଫାଇଟୋହର୍‌ମୋନ୍ ହରମୋନ୍ କହିଲେ କ’ଣ ବୁଝ ?
ଉ-

  • ଉଦ୍ଭିଦରେ ଥିବା ହର୍ ମୋନ କୁ ଫାଇଟୋହର୍‌ମୋନ୍ କୁହାଯାଏ ।
  • ଏହା ମୁଖ୍ୟତଃ ପାଞ୍ଚ ପ୍ରକାରର ; ଯଥା- ଜି ବରେଲିନ୍, ସାଇଟୋକାଇନିନ୍, ଏଥ୍ଲିନ୍ ଏବଂ ଅବ୍‌ସିକ୍ ଏସିଡ୍ ।

21. ଫଟୋପିରିୟଡିଜିମ୍ କ’ଣ ସଂକ୍ଷେପରେ ବୁଝାଅ ।
ଉ-

  • ଉଭିଦର ଫୁଲ ଧରିବା ପ୍ରକ୍ରିୟା ଆଲୋକର ଅବଧୂ ଉପରେ ନିର୍ଭର କରେ । ଏହାକୁ
  • ଅନୁ ଧ୍ୟାନ ରୁ ଜଣାଯାଇଛି ଯେ ଉଭିଦ ଆଲୋକାବଧୂ ପାଏ, ସେତେବେଳେ ତା’ର ସହାୟକ ହର୍‌ମୋନ୍ ତିଆରି ହୁଏ ।

22. ଫାଇଟୋକ୍ରୋମ୍ର ସଂକ୍ଷିପ୍ତ ବିବରଣୀ ଦିଅ ।
ଉ-

  • ହର୍ ମୋନ୍ ସହି ତ ଫାଇଟୋକ୍ରୋମ୍ ନାମକ ଏକ ସ୍ଵତନ୍ତ୍ର ବର୍ଷକଣା ରହିଥାଏ ।
  • ଫ୍ଲୋରି ଜେନ୍‌ ଓ ଫାଇଟୋକ୍ରୋମ୍ ଉଭିଦର ଫୁ ଲ ଧରି ବା। ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥା’ନ୍ତି ।

BSE Odisha 10th Class Life Science Important Questions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

23. ବୃଦ୍ଧି ନିୟନ୍ତ୍ରକ ହରମୋନ୍ କହିଲେ କ’ଣ ବୁଝ ?
ଉ-

  • ଫାଇଟୋହର୍ ମୋନ୍ ମଧ୍ୟରୁ ଅକ୍‌ସିନ୍, ଜିବରେଲିନ୍ ଓ ସାଇଟୋକାଇନିନ୍ ପ୍ରଭୃତି ବୃଦ୍ଧି ନିୟନ୍ତ୍ରଣ କରିଥା’ନ୍ତି ।
  • ଜିବରେଲିନ୍, ଅକ୍‌ସିନ୍ ପରି ଶାଖା ଓ କାଣ୍ଡର
  • ଅନ୍ୟପକ୍ଷରେ ସାଇଟୋକାଇନିନ୍ କୋଷ ବିଭାଜନର ହାର ବୃଦ୍ଧି କରିଥାଏ ଓ ଏହି ହରମୋନ୍ ସାଧାରଣତଃ କ୍ଷି ପ୍ରଭାବେ – ଅଧିକ ପରିମାଣରେ ଉପଲବ୍ଧ ହୁଏ ।

24. ବୃଦ୍ଧିହ୍ରାସକ ହରମୋନ୍ କାହାକୁ କହନ୍ତି ?
ଉ-

  • ଉଭିଦର ବୃଦ୍ଧି ନିୟନ୍ତ୍ରଣ ବା ବୃଦ୍ଧିରୋଧ ପାଇଁ ଏକ ସଙ୍କେତ ଆବଶ୍ୟକ ।
  • କେତେକ ଫାଇଟୋହର୍‌ ମୋନ୍ ଉଦ୍ଭଦର ହରମୋନ୍ ରହିଥା’ନ୍ତି ।
  • ଆକ୍‌ସିସିକ୍ ଅମ୍ଳ ଓ ଏଥ୍ନ୍ ଏହାର ଉଦାହରଣ ଅଟନ୍ତି ।