BSE Odisha 10th Class History Solutions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

Odisha State Board BSE Odisha 10th Class History Solutions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ Textbook Exercise Questions and Answers.

BSE Odisha Class 10 History Solutions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ବିଜ୍ଞାନ ଓ ବୈଷୟିକ ବିଦ୍ୟାର ଉପଯୋଗିତା ସମ୍ପର୍କରେ ଜବାହରଲାଲ ନେହେରୁଙ୍କର ମତ କ’ଣ ଥିଲା ?
Answer:

  • ଜବାହରଲାଲ ନେହେରୁ ତାଙ୍କ ପ୍ରଧାନମନ୍ତ୍ରୀତ୍ଵ କାଳ (୧୯୪୬ – ୧୯୬୪)ରେ ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ ପାଇଁ ଅକ୍ଲାନ୍ତ ଚେଷ୍ଟା କରିଥିଲେ ।
  • ନେହେରୁଙ୍କର ଦୃଢ଼ ବିଶ୍ଵାସ ଥିଲା ଯେ କେବଳ ବିଜ୍ଞାନ ହିଁ କ୍ଷୁଧା, ଦାରିଦ୍ର୍ୟ, ଅପରିଚ୍ଛନ୍ନତା, ନିରକ୍ଷରତା, ଅନ୍ଧବିଶ୍ଵାସ, ପ୍ରାକୃତିକ ସମ୍ବଳର ଅସଦ୍ ବିନିଯୋଗ ପ୍ରଭୃତି ଭାରତର ଗୁରୁତର ସମସ୍ୟାଗୁଡ଼ିକର ସମାଧାନ କରିପାରିବ ।
  • ଦେଶର ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ପ୍ରଗତି ପାଇଁ ବିଜ୍ଞାନ ଓ ବୈଷୟିକ ବିଦ୍ୟା ଯେ ଅପରିହାର୍ଯ୍ୟ ତାହା ନେହେରୁ ଉପଲବ୍ଧ କରିଥିଲେ ।
  • ବୈଜ୍ଞାନିକ ଗବେଷଣା ଓ ବୈଷୟିକ ଜ୍ଞାନ ଯେ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବ ସେ ବିଷୟ ଜବାହରଲାଲ ନେହେରୁ ସ୍ପଷ୍ଟ କରିଦେଇଥିଲେ ।
  • ସୁତରାଂ ଭାରତର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜ୍ଞାନ ଓ ବୈଷୟିକ ବିଦ୍ୟା ସହାୟକ ବୋଲି ନେହେରୁ ମତ ଦେଇଥିଲେ ।

(ଖ) ସ୍ଵାଧୀନତା ପ୍ରାପ୍ତି ପରେ ଭାରତରେ କୃଷି ଓ ଶିଳ୍ପର ବିକାଶ ନିମନ୍ତେ କ’ଣ କରାଯାଇଛି ?
Answer:

  • ସ୍ଵାଧୀନତା ପ୍ରାପ୍ତି ପରେ କୃଷିକ୍ଷେତ୍ରରେ ବିଜ୍ଞାନ ଶିକ୍ଷାର ବ୍ୟାପକ ପ୍ରୟୋଗ କରିବାପାଇଁ ବ୍ୟବସ୍ଥା ହେଲା ।
  • ବିଂଶ ଶତାବ୍ଦୀର ସପ୍ତମ ଦଶକରେ ରାସାୟନିକ ସାର ଓ ଅଧ‌ିକ ଉତ୍ପାଦନକ୍ଷମ ବିହନର ବହୁଳ ବ୍ୟବହାର, ସୁବ୍ୟବସ୍ଥିତ ଜଳସେଚନ ବ୍ୟବସ୍ଥା ଫଳରେ ଉତ୍ପାଦନ ବୃଦ୍ଧି ପାଇଲା ଓ ସବୁଜ କ୍ରାନ୍ତି ସମ୍ଭବ ହେଲା ।
  • ୧୯୭୧ ମସିହାରେ କେନ୍ଦ୍ରରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ନାମରେ ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରାଗଲା । ଜୈବ ପ୍ରଯୁକ୍ତି ବିଦ୍ୟାର ବିକାଶ ଓ କୃଷି କ୍ଷେତ୍ରରେ ଏହାର ବିନିଯୋଗ ଲାଭଦାୟକ ହେଲା ।
  • ଶିଳ୍ପ କ୍ଷେତ୍ରରେ ବିଶେଷକରି ଲୌହ ଓ ଇସ୍ପାତ ଶିଳ୍ପ କ୍ଷେତ୍ରରେ ମଧ୍ୟ ପ୍ରଗତି ପାଇଁ ଚେଷ୍ଟା କରାଗଲା ।
  • ୧୯୭୩ ମସିହାରେ ‘ଭାରତୀୟ ଇସ୍ପାତ ପ୍ରାଧ୍ଵରଣ ଲିମିଟେଡ୍’ ନାମକ ସରକାରୀ ସଂସ୍ଥା ସ୍ଥାପନ କରାଯାଇ ଭାରତରେ ପ୍ରତିଷ୍ଠା କରାଯାଇଥିବା ପାଞ୍ଚଟି ଏକୀକୃତ ଇସ୍ପାତ ପ୍ରକଳ୍ପର ପରିଚାଳନା ଭାର ହାତକୁ ନିଆଗଲା ।

BSE Odisha 10th Class History Solutions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

(ଗ) ପରମାଣୁ ଶକ୍ତିର ବିକାଶ ପାଇଁ ଭାରତ ସରକାର କି କି ପଦକ୍ଷେପ ନେଇଛନ୍ତି ?
Answer:

  • ପରମାଣୁ ଶକ୍ତିର ବିକାଶ ପାଇଁ ୧୯୪୮ ମସିହା ଅଗଷ୍ଟ ମାସରେ ବିଶିଷ୍ଟ ବୈଜ୍ଞାନିକ ହୋମି ଜାହାଙ୍ଗୀର ଭାବାଙ୍କ ଅଧ୍ୟକ୍ଷତାରେ ‘ପରମାଣୁ ଶକ୍ତି ଆୟୋଗ’ ଗଠନ କରାଗଲା ।
  • ୧୯୫୪ ମସିହାରେ ଏକ ସ୍ଵତନ୍ତ୍ର ‘ପରମାଣୁ ଶକ୍ତି ବିଭାଗ’ ଖୋଲାଗଲା ।
  • ୧୯୫୬ ମସିହାରେ ଟ୍ରମ୍ବେଠାରେ ପ୍ରଥମ ଆଣବିକ ରିଆକ୍ଟର ଓ ଭାବା ଆଣବିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହାର ଅଧୀନରେ ଅପ୍‌ସରା, ସର୍କସ, ଜେରଲିନା, ଧ୍ରୁବ ପ୍ରଥମ ଓ ଦ୍ୱିତୀୟ, ପୂର୍ଣ୍ଣିମା, କାମିନୀ ପ୍ରଭୃତି ରିଆକ୍ଟର କାର୍ଯ୍ୟକ୍ଷମ ହେଲା ।
  • ଭାବା ଆଣବିକ ଗବେଷଣା କେନ୍ଦ୍ର ତତ୍ତ୍ୱାବଧାନରେ ଅନେକ ଗବେଷଣା କେନ୍ଦ୍ର ପଶ୍ଚିମବଙ୍ଗ, କାଶ୍ମୀର ଓ କର୍ଣ୍ଣାଟକଠାରେ ଗଢ଼ିଉଠିଲା । ୧୯୮୪ ମସିହାରେ ଇନ୍ଦୋରଠାରେ ଉନ୍ନତ ବୈଷୟିକ ଜ୍ଞାନକେନ୍ଦ୍ର ନାମକ ଏକ ଗବେଷଣା ସଂସ୍ଥା ପ୍ରତିଷ୍ଠା କରାଗଲା ।
  • ଭାରତ ପ୍ରଥମଥର ପାଇଁ ୧୯୭୪ ମସିହା ମେ ୧୮ରେ ଓ ଦ୍ବିତୀୟଥର ପାଇଁ ୧୯୯୮ ମସିହା ମେ ୧୧ ଓ ୧୩ରେ ରାଜସ୍ଥାନର ପୋଖରାନ୍‌ଠାରେ ପରମାଣୁ ବୋମା ପରୀକ୍ଷଣ କରିଥିଲା ।

(ଘ) ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଅଗ୍ରଗତି ସମ୍ପର୍କରେ ସୂଚନା ଦିଅ ।
Answer:

  • ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଅଗ୍ରଗତି ଉଦ୍ଦେଶ୍ୟରେ ୧୯୫୮ ମସିହାରେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ ଗଠିତ ହେଲା ।
  • ୧୯୮୩ ମସିହାରେ ଏକୀଭୂତ ନିୟନ୍ତ୍ରିତ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇ ବିଭିନ୍ନ ଧରଣର କ୍ଷେପଣାସ୍ତ୍ରର ଯଥା – ଅଗ୍ନି, ପୃଥ୍ବୀ, ଧନୁଶ, ଆକାଶ, ତ୍ରିଶୂଳ ଓ ନାଗ ଆଦିର ବିକାଶ କରାଗଲା । ,
  • ଏହି କ୍ଷେପଣାସ୍ତ୍ରଗୁଡ଼ିକର ପରୀକ୍ଷା ପାଇଁ ଓଡ଼ିଶାର ଚାନ୍ଦିପୁରଠାରେ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଗଲା ।
  • ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ ତିନି ବାହିନୀ (ସ୍ଥଳ, ଜଳ ଓ ଆକାଶ) ପାଇଁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଓ ତା’ର ଗୁଣବତ୍ତା ପରୀକ୍ଷା କରିବାରେ ପ୍ରଶଂସନୀୟ କାର୍ଯ୍ୟ କରୁଛି ।
  • ପ୍ରତିରକ୍ଷା ପାଇଁ ବ୍ୟବହୃତ ଯାନବାହନ, ଗୋଳାବାରୁଦ, ବୈଦ୍ୟୁତିକ ଯନ୍ତ୍ରପାତି, ଜଳଜାହାଜ ଓ ବୁଡ଼ାଜାହାଜ ମଧ୍ୟ ଭାରତରେ ଉତ୍ପାଦିତ ହେଉଛି ।

(ଙ) ବିଜ୍ଞାନ ଓ ବୈଷୟିକ ବିଦ୍ୟାର ବିକାଶ ଫଳରେ ଭାରତ କିପରି ଲାଭବାନ୍ ହୋଇଛି ?
Answer:

  • ଦେଶରେ ଉପଲବ୍‌ଧ ବିଜ୍ଞାନ ଓ ବୈଷୟକ ବିଦ୍ୟାର ବିକାଶ ଫଳରେ ସମସ୍ତ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ
  • ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଭାରତ ସ୍ବାବଲମ୍ବୀ ହୋଇପାରିଛି ।
  • ଶିଳ୍ପ କ୍ଷେତ୍ରରେ ଭାରତ ପାରଦର୍ଶିତା ହାସଲ କରିପାରିଛି ଓ ଶକ୍ତି କ୍ଷେତ୍ରରେ ସ୍ଵାବଲମ୍ବୀ ହୋଇପାରିଛି ।
  • ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ଜ୍ଞାନକୌଶଳ ପ୍ରୟୋଗ କରି ଦେଶ ଶକ୍ତିଶାଳୀ ହୋଇପାରିଛି ।
  • ମହାକାଶ ଗବେଷଣା, ସାମୁଦ୍ରିକ ବିଜ୍ଞାନ ଗବେଷଣା ଓ ପରିବେଶ ବିଜ୍ଞାନ ସମ୍ପର୍କରେ ଜ୍ଞାନ ଆହରଣ ଓ ବିନିଯୋଗ ସମ୍ଭବପର ହେବା ସହିତ ମାନବ ସମ୍ବଳକୁ ପ୍ରଶିକ୍ଷିତ ଓ ଦକ୍ଷ କରାଯାଇପାରିଛି ।

BSE Odisha 10th Class History Solutions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) କେଉଁ ଉଦ୍ଦେଶ୍ୟରେ ଭାରତର ବୈଷୟିକ ଅନୁଷ୍ଠାନମାନ ପ୍ରତିଷ୍ଠା କରାଯାଇଛି ?
Answer:

  • ଦେଶର ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ପ୍ରଗତି ପାଇଁ ବିଜ୍ଞାନ ଓ ବୈଷୟିକ ବିଦ୍ୟା ଯେ ଅପରିହାର୍ଯ୍ୟ ତାହା ନେହେରୁ ଓ ତତ୍କାଳୀନ ଭାରତର ନେତୃବୃନ୍ଦ ଉପଲବ୍‌ଧ କରିଥିଲେ ।
  • ତେଣୁ ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ଉଚ୍ଚତର ଓ ମୂଲ୍ୟବୋଧଭିଭିକ ଶିକ୍ଷା ପାଇଁ ଭାରତର ବିଭିନ୍ନ ସ୍ଥାନରେ ବୈଷୟିକ ଅନୁଷ୍ଠାନମାନ ପ୍ରତିଷ୍ଠା କରାଯାଇଛି ।

(ଖ) ଭାରତୀୟ ଇସ୍ପାତ ପ୍ରାଧ୍ଵରଣ ଲିମିଟେଡ୍ କେବେ ଗଠିତ ହେଲା ଓ କେବେ କାର୍ଯ୍ୟ ଆରମ୍ଭ କଲା ?
Answer:

  • ‘ଭାରତୀୟ ଇସ୍ପାତ ପ୍ରାଧକରଣ ଲିମିଟେଡ୍‌’ ୧୯୭୩ ମସିହାରେ ଗଠିତ ହେଲା ।
  • ଏହି ସଂସ୍ଥା ସେହି ବର୍ଷ କାର୍ଯ୍ୟ ଆରମ୍ଭ କଲା ।

(ଗ) ଜବାହରଲାଲ ନେହେରୁ ଆଣବିକ ଶକ୍ତି କ୍ଷେତ୍ରକୁ କାହିଁକି ଗୁରୁତ୍ଵ ଦେଉଥିଲେ ?
Answer:

  • ନେହେରୁଙ୍କ ମତ ଥିଲା ପରମାଣୁ ଶକ୍ତି ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ଓ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ ।
  • ତେଣୁ ଜବାହରଲାଲ ନେହେରୁ ଆଣବିକ ଶକ୍ତି କ୍ଷେତ୍ରକୁ ଅଧ‌ିକ ଗୁରୁତ୍ଵ ଦେଉଥିଲେ ।

(ଘ) ଭାବା ଆଣବିକ ଗବେଷଣା କେନ୍ଦ୍ର କେବେ ଏବଂ କେଉଁଠାରେ ପ୍ରତିଷ୍ଠା କରାଗଲା ?
Answer:

  • ଭାବା ଆଣବିକ ଗବେଷଣା କେନ୍ଦ୍ର ୧୯୫୬ ମସିହାରେ ପ୍ରତିଷ୍ଠା କରାଗଲା ।
  • ଏହା ଟ୍ରମ୍ବେଠାରେ ପ୍ରତିଷ୍ଠା କରାଯାଇଥିଲା ।

(ଙ) ଭାରତ କେବେ ଏବଂ କେଉଁଠାରେ ତା’ର ପ୍ରଥମ ପରମାଣୁ ବୋମା ବିସ୍ଫୋରଣ କରିଥିଲା ?
Answer:

  • ଭାରତ ତା’ର ପ୍ରଥମ ପରମାଣୁ ବୋମା ବିସ୍ଫୋରଣ ୧୯୭୪ ମସିହା ମେ ମାସ ୧୮ ତାରିଖରେ କରିଥିଲା ।
  • ଏହା ରାଜସ୍ଥାନର ପୋଖରାନ୍‌ଠାରେ ହୋଇଥିଲା ।

(ଚ) କେଉଁ କାରଣରୁ ଭାରତ ତା’ର ପ୍ରତିରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବାର ଆବଶ୍ୟକତା ଉପଲବ୍ଧ କଲା ?
Answer:

  • ୧୯୬୨ ମସିହାରେ ଚୀନ୍-ଭାରତ ଯୁଦ୍ଧରେ ଭାରତୀୟ ସୈନ୍ୟବାହିନୀର ଦୁର୍ବଳତା ଭାରତୀୟମାନଙ୍କୁ ସତର୍କ
  • ତେଣୁ ଭାରତ ତା’ର ପ୍ରତିରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବାର ଆବଶ୍ୟକତା ଉପଲବ୍‌ କଲା ।

BSE Odisha 10th Class History Solutions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

(ଛ) ୧୯୬୩ ମସିହାରେ କେଉଁଠାରେ ଏକ ରକେଟ୍ ଉକ୍ଷେପଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ଏବଂ ଏହାର ନାମ କ’ଣ ରଖାଯାଇଥିଲା ?
Answer:

  • ୧୯୬୩ ମସିହାରେ କେରଳର ଥୁରୁବନନ୍ତପୁରମ୍ଠାରେ ଏକ ରକେଟ୍ ଉକ୍ଷେପଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ।
  • ଏହାର ନାମ ଥୁମ୍ବା ବିଷୁବୀୟ ରକେଟ୍ ଉକ୍ଷେପଣ କେନ୍ଦ୍ର ରଖାଯାଇଥିଲା ।

(ଜ) ଭାରତ ତିଆରି ପ୍ରଥମ କୃତ୍ରିମ ଉପଗ୍ରହର ନାମ କ’ଣ ଏବଂ ଏହା କେଉଁଦିନ ମହାକାଶକୁ ପ୍ରେରଣ।
Answer:

  • ଭାରତ ତିଆରି ପ୍ରଥମ କୃତ୍ରିମ ଉପଗ୍ରହର ନାମ ଥିଲା ‘ଆର୍ଯ୍ୟଭଟ୍ଟ’ ।
  • ଏହା ୧୯୭୫ ମସିହା ଏପ୍ରିଲ୍ ୧୯ ତାରିଖରେ ମହାକାଶକୁ ପ୍ରେରଣ କରାଯାଇଥିଲା ।

(ଝ) ଭାରତର ପ୍ରଥମ ଯୋଗାଯୋଗ ଉପଗ୍ରହ କେବେ ମହାକାଶକୁ ପ୍ରେରିତ ହେଲା ଏବଂ ତାହାର ନାମ କ’ଣ ?
Answer:

  • ଭାରତର ପ୍ରଥମ ଯୋଗାଯୋଗ ଉପଗ୍ରହ ୧୯୮୧ ମସିହା ଜୁନ୍ ୧୯ ତାରିଖରେ ମହାକାଶକୁ ପ୍ରେରିତ ହେଲା ।
  • ଏହାର ନାମ ଥିଲା ‘ଆପଲ୍’ ।

(ଞ) ଭାରତ ମହାକାଶରେ ଛାଡ଼ିଥ‌ିବା କୃତ୍ରିମ ଉପଗ୍ରହଗୁଡ଼ିକ ମୁଖ୍ୟତଃ କେଉଁ କ୍ଷେତ୍ରରେ ଉପଯୋଗୀ ହୋଇପାରିଛି ?
Answer:
ଭାରତ ମହାକାଶରେ ଛାଡ଼ିଥିବା କୃତ୍ରିମ ଉପଗ୍ରହଗୁଡ଼ିକ ମୁଖ୍ୟତଃ ଦୁଇଟି କ୍ଷେତ୍ରରେ ଉପଯୋଗୀ ହୋଇପାରିଛି । ସେଗୁଡ଼ିକ ହେଲା– (କ) ଯୋଗଯୋଗ, (ଖ) ପାଣିପାଗର ପୂର୍ବାନୁମାନ ।

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) କେବେ ଭାରତର ପ୍ରଥମ ଜାତୀୟ ପରୀକ୍ଷାଗାରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ?
Answer:
ଭାରତର ପ୍ରଥମ ଜାତୀୟ ପରୀକ୍ଷାଗାରର ଭିତ୍ତିପ୍ରସ୍ତର ୧୯୪୭ ମସିହା ଜାନୁଆରୀ ୪ ତାରିଖରେ ସ୍ଥାପନ କରାଯାଇଥିଲା ।

(ଖ) ବୈଜ୍ଞାନିକ ଓ ଶିଳ୍ପ ଗବେଷଣା କେନ୍ଦ୍ରର ପ୍ରଥମ ଅଧ୍ୟକ୍ଷ କିଏ ଥିଲେ ?
Answer:
ବୈଜ୍ଞାନିକ ଓ ଶିଳ୍ପ ଗବେଷଣା କେନ୍ଦ୍ରର ପ୍ରଥମ ଅଧ୍ୟକ୍ଷ ଥିଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ।

BSE Odisha 10th Class History Solutions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

(ଗ) କେଉଁ ଅନୁଷ୍ଠାନ ଢାଞ୍ଚାରେ ଭାରତରେ ବୈଷୟିକ ଶିକ୍ଷାନୁଷ୍ଠାନ ଗଠନ କରାଗଲା ?
Answer:
ଆମେରିକାର ମାଶାଚୁସେଟ୍ସ ବୈଷୟିକ ଶିକ୍ଷାନୁଷ୍ଠାନ ଢାଞ୍ଚାରେ ଭାରତରେ ବୈଷୟିକ ଶିକ୍ଷାନୁଷ୍ଠାନ ଗଠନ କରାଗଲା ।

(ଘ) ଭାରତର କେନ୍ଦ୍ରୀୟ ଶାସନରେ କେବେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ସୃଷ୍ଟି କରାଗଲା ?
Answer:
ଭାରତର କେନ୍ଦ୍ରୀୟ ଶାସନରେ ୧୯୭୧ ମସିହାରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ସୃଷ୍ଟି କରାଗଲା ।

(ଡି) କେବେ ଭାରତର କେନ୍ଦ୍ରୀୟ ଶାସନରେ ଏକ ସ୍ଵତନ୍ତ୍ର ପରମାଣୁ ଶକ୍ତି ବିଭାଗ ଖୋଲାଯାଇଥିଲା ?
Answer:
ଭାରତର କେନ୍ଦ୍ରୀୟ ଶାସନରେ ୧୯୫୪ ମସିହାରେ ଏକ ସ୍ବତନ୍ତ୍ର ପରମାଣୁ ଶକ୍ତି ବିଭାଗ ଖୋଲାଯାଇଥିଲା ।

(ଚ) ଇନ୍ଦୋରରେ ଥ‌ିବା ଆଣବିକ ପ୍ରତିଷ୍ଠାନର ନାମ କ’ଣ ?
Answer:
ଇନ୍ଦୋରରେ ଥ‌ିବା ଆଣବିକ ପ୍ରତିଷ୍ଠାନର ନାମ ‘ଉନ୍ନତ ବୈଷୟିକ ଜ୍ଞାନ କେନ୍ଦ୍ର’ ।

(ଛ) ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ କେବେ ଗଠିତ ହୋଇଥିଲା ?
Answer:
ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ ୧୯୫୮ ମସିହାରେ ଗଠିତ ହୋଇଥିଲା ।

(ଜ) ଅଗ୍ନି କ୍ଷେପଣାସ୍ତ୍ର କେଉଁଠାରେ ପରୀକ୍ଷା କରାଯାଇଥିଲା ?
Answer:
ଅଗ୍ନି କ୍ଷେପଣାସ୍ତ୍ର ଓଡ଼ିଶାର ଚାନ୍ଦିପୁର ନିକଟସ୍ଥ ହୁଇଲର୍ ଦ୍ଵୀପରେ ପରୀକ୍ଷା କରାଯାଇଥିଲା ।

(ଝ) ଆନ୍ଧ୍ରପ୍ରଦେଶର କେଉଁ ସ୍ଥାନରେ ଏକ ରକେଟ୍ ଉକ୍ଷେପଣ କେନ୍ଦ୍ର ପ୍ରତିଷ୍ଠିତ ହୋଇଛି ?
Answer:
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଏକ ରକେଟ୍ ଉତକ୍ଷେପଣ କେନ୍ଦ୍ର ପ୍ରତିଷ୍ଠିତ ହୋଇଅଛି ।

(ଞ) ‘‘ଭାସ୍କର-ପ୍ରଥମ’’ ଉପଗ୍ରହ ପ୍ରେରଣ ପାଇଁ କେଉଁ ଦେଶର ସହାୟତା ନିଆଯାଇଥିଲା ?
Answer:
‘ଭାସ୍କର-ପ୍ରଥମ’ ଉପଗ୍ରହ ପ୍ରେରଣ ପାଇଁ ରୁଷିଆର ସହାୟତା ନିଆଯାଇଥିଲା ।

BSE Odisha 10th Class History Solutions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) କେଉଁଠାରେ ପ୍ରଥମ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା ?
(i) ମୁମ୍ବାଇ
(ii) ଦିଲ୍ଲୀ
(iii) ଖଡ଼ଗପୁର
(iv) ଚେନ୍ନାଇ
Answer:
(iii) ଖଡ଼ଗପୁର

(ଖ) ପରମାଣୁ ଶକ୍ତି ଆୟୋଗର ପ୍ରଥମ ଅଧ୍ୟକ୍ଷ କିଏ ଥିଲେ ?
(i) ଜବାହରଲାଲ ନେହେରୁ
(ii) ହୋମି ଜାହାଙ୍ଗୀର ଭାବା
(iii) ଅବଦୁଲ୍ କାଲାମ୍
(iv) ବିକ୍ରମ ସରାଭାଇ
Answer:
(ii) ହୋମି ଜାହାଙ୍ଗୀର ଭାବା

(ଗ) କେଉଁଟି ଆଣବିକ ରିଆକ୍ଟର ନୁହେଁ ?
(i) ଧ୍ରୁବ
(ii) ଆକାଶ
(iii) ଅପ୍ସରା
(iv) କାମିନା
Answer:
(ii) ଆକାଶ

(ଘ) ଏକୀଭୂତ ନିୟନ୍ତ୍ରିତ କ୍ଷେପଣାସ୍ତ୍ର ବିକାଶ କାର୍ଯ୍ୟକ୍ରମ କେବେଠାରୁ ଆରମ୍ଭ ହେଲା ?
(i) ୧୯୬୨
(ii) ୧୯୭୪
(iii) ୧୯୮୩
(iv) ୧୯୮୪
Answer:
(iii) ୧୯୮୩

(ଡ) ଉପଗ୍ରହ ଯୋଗଯୋଗ କେନ୍ଦ୍ର କେଉଁଠାରେ ଅବସ୍ଥିତ ?
(i) ଇଦୋର
(ii) ଟ୍ରମ୍ବେ
(iii) ଆର୍‌ଭି
(iv) ଲକ୍ଷ୍ନୌ
Answer:
(iii) ଆର୍‌ଭି

BSE Odisha 10th Class History Solutions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

୫. ପାଠରେ ଦିଆଯାଇଥିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

BSE Odisha 10th Class History Important Questions

BSE Odisha Class 10 History Important Questions

BSE Odisha 10th Class History Important Questions

BSE Odisha 10th Class Political Science Important Questions

BSE Odisha 10th Class Text Book Solutions

BSE Odisha 10th Class Maths Solutions Geometry Chapter 3 ବୃତ୍ତର ସ୍ପର୍ଶକ Ex 3

Odisha State Board BSE Odisha 10th Class Maths Solutions Geometry Chapter 3 ବୃତ୍ତର ସ୍ପର୍ଶକ Ex 3 Textbook Exercise Questions and Answers.

BSE Odisha Class 10 Maths Solutions Geometry Chapter 3 ବୃତ୍ତର ସ୍ପର୍ଶକ Ex 3

Question 1.
ଶୂନ୍ୟସ୍ଥାନ ପୂରଣ କର ।
(i) ଏକ ବୃତ୍ତର କେନ୍ଦ୍ର O, ବୃତ୍ତ ବହିଃସ୍ଥ P କୌଣସି ଏକ ବିନ୍ଦୁ ଏବଂ \(\overline{\mathrm{PT}}\) ଉକ୍ତ ବୃତ୍ତର ଏକ ସ୍ପର୍ଶକଖଣ୍ଡ ହେଲେ, m∠OTP = _____ |
(ii) ଏକ ବୃତ୍ତର କେନ୍ଦ୍ର ଠ । ବୃତ୍ତର ବହିଃସ୍ଥ ଏକ ବିନ୍ଦୁ P ଏବଂ \(\overline{\mathrm{PX}}\) ଓ \(\overline{\mathrm{PY}}\) ଉକ୍ତ ବୃତ୍ତ ପ୍ରତି ଅଙ୍କିତ ଦୁଇଟି ସ୍ପର୍ଶକଖଣ୍ଡ । ∠XPY ଏକ ସୂକ୍ଷ୍ମକୋଣ ହେଲେ, ∠XOY ଏକ
କୋଣ ।
(iii) ଏକ ବୃତ୍ତର କେନ୍ଦ୍ର ଠ, ବୃତ୍ତର ବହିଃସ୍ଥ ଏକ ବିନ୍ଦୁ P ଏବଂ \(\overline{\mathrm{PT}}\) ଉକ୍ତ ବୃତ୍ତପ୍ରତି ଏକ ସ୍ପର୍ଶକଖଣ୍ଡ ହେଲେ, m∠TOP + m∠TPO = ____ |
(iv) ଏକ ବୃତ୍ତର କେନ୍ଦ୍ର ଠ, ବୃତ୍ତର ବହିଃସ୍ଥ ଏକ ବିନ୍ଦୁ P ଏବଂ \(\overline{\mathrm{PX}}\) ଓ \(\overline{\mathrm{PY}}\) ଉକ୍ତ ବୃତ୍ତ ପ୍ରତି ଦୁଇଟି ସ୍ପର୍ଶକ ଖଣ୍ଡ ହେଲେ,
(a) XOP କୋଣ ଓ ………………… କୋଣ ସମପରିମାଣ ବିଶିଷ୍ଟ;
(b) YPO କୋଣ ଓ ………………… କୋଣ ସମପରିମାଣ ବିଶିଷ୍ଟ ।
(v) ଏକ ବୃତ୍ତର କେନ୍ଦ୍ର ୦ ଏବଂ ବ୍ୟାସାର୍ଦ୍ଧ r ଏକକ । ବୃତ୍ତର ସମତଳରେ P ଏକ ବିନ୍ଦୁ ଏବଂ OP ଓ 1 ମଧ୍ଯରେ – ବୃହତ୍ତର ହେଲେ, P ବିନ୍ଦୁରୁ ବୃତ୍ତ ପ୍ରତି ଏକ ସ୍ପର୍ଶକ ଖଣ୍ଡ ଅଙ୍କନ ସମ୍ଭବ ।
(vi) 5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତର କେନ୍ଦ୍ରଠାରୁ 13 ସେ.ମି. ଦୂରରେ ଓ ବୃତ୍ତର ସମତଳରେ ଅବସ୍ଥିତ ଏକ ବିନ୍ଦୁ P ହେଲେ, PT ସ୍ପର୍ଶକଖଣ୍ଡର ଦୈର୍ଘ୍ୟ ………………. ସେ.ମି.|
(vii) କେନ୍ଦ୍ର ୦ ଏବଂ 1 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତର ସମତଳରେ ବୃତ୍ତର ବହିଃସ୍ଥ ଏକ ବିନ୍ଦୁ P ଠାରୁ ଉକ୍ତ ବୃତ୍ତ ପ୍ରତି ଅଙ୍କିତ ଏକ ସ୍ପର୍ଶକ ଖଣ୍ଡର ଦୈର୍ଘ୍ୟ t ସେ.ମି. ହେଲେ OP = ………………. ସେ.ମି.|
(viii) ଦୁଇଟି ବହିଃସ୍ପର୍ଶୀ ବୃତ୍ତର (a) ସରଳ ସାଧାରଣ ସ୍ପର୍ଶକ ସଂଖ୍ୟା = ………………… ଏକ
(b) ସରଳ ସାଧାରଣ ସ୍ପର୍ଶକ ସଂଖ୍ୟା = …………………
(ix) ଦୁଇଟି ଅନ୍ତସ୍ପର୍ଶୀ ବୃତ୍ତର (a) ସରଳ ସାଧାରଣ ସ୍ପର୍ଶକ ସଂଖ୍ୟା = ………………..
(b) ତୀର୍ଯ୍ୟକ୍ ସାଧାରଣ ସ୍ପର୍ଶକ ସଂଖ୍ୟା = ……………..
(x) ପରସ୍ପର ବହିଃସ୍ଥ ହୋଇଥ‌ିବା ଦୁଇଟି ଅଣଛେଦୀ ବୃତ୍ତର
(a) ସରଳ ସାଧାରଣ ସ୍ପର୍ଶକ ସଂଖ୍ୟା = ……………………
(b) ତୀର୍ଯ୍ୟକ୍ ସାଧାରଣ ସ୍ପର୍ଶକ ସଂଖ୍ୟା = ………………..
(xi) ପରସ୍ପର ବହିଃସ୍ଥ ହୋଇ ନ ଥ‌ିବା ଦୁଇଟି ଅଣଛେଦୀ ବୃତ୍ତର
(a) ସରଳ ସାଧାରଣ ସ୍ପର୍ଶକ ସଂଖ୍ୟା = …………….
(b) ତୀର୍ଯ୍ୟକ୍ ସାଧାରଣ ସ୍ପର୍ଶକ ସଂଖ୍ୟା = ……………
(xii) △ABC ର AB =AC । △ABC ର ପରିବୃତ୍ତ ଉପରିସ୍ଥ A ବିନ୍ଦୁରେ ଅଙ୍କିତ ସ୍ପର୍ଶକ ଉପରେ P ଏକ ବିନ୍ଦୁ, ଯେପରି P ଓ B ବିନ୍ଦୁଦ୍ଵୟ \(\overline{\mathrm{AC}}\) ର ବିପରୀତ ପାର୍ଶ୍ଵରେ ଅବସ୍ଥିତ ।
m∠PAC = 70° ଦେଲେ, m∠ABC =
(xiii) ଗୋଟିଏ ବୃତ୍ତର ବ୍ୟାସାର୍ଦ୍ଧ ୫ ସେ.ମି. ହେଲେ ଏହାର ଦୁଇଟି ସମାନ୍ତର ସ୍ପର୍ଶକ ମଧ୍ୟବର୍ତ୍ତୀ ଦୂରତା ………………. ସେ.ମି.|
(xiv) ଦୁଇଟି ବର୍ହିସ୍ପର୍ଶୀ ବୃତ୍ତର କେନ୍ଦ୍ରଦ୍ଵୟ ମଧ୍ୟବର୍ତ୍ତୀ ଦୂରତା ହେଉଛି ବୃତ୍ତଦ୍ୱୟର ବ୍ୟାସାର୍ଦ୍ଧମାନଙ୍କର ………………. ସଦ୍ ପମାନ |
(xv) ଦୁଇଟି ଅନ୍ତଃସ୍ପର୍ଶୀ ବୃତ୍ତର କେନ୍ଦ୍ରଦ୍ଵୟ ମଧ୍ୟବର୍ତ୍ତୀ ଦୂରତା ହେଉଛି ବୃତ୍ତଦ୍ଵୟର ବ୍ୟାସାର୍ଦ୍ଧମାନଙ୍କର ……………… ସମାନ |
(xvi) ଏକ ସରଳରେଖା ଉପରିସ୍ଥ ଗୋଟିଏ ବିନ୍ଦୁ P ଠାରେ ସରଳରେଖାଟି ସର୍ବାଧିକ ……………… ହୋଇପାରିବ ।
Solution:
(i) 90°
(ii) ସ୍ଥୂଳକୋଣ
(iii) 90°
(iv) (a) YOP (b) XPO
(v) OP
(vi) 12
(vii) \(\sqrt{\mathrm{r}^2+\mathrm{t}^2}\)
(viii) (a) 2 (b) 1
(ix) (a)1 (b) 0
(x) (a) 2 (b) 0
(xi) (a) 0 (b) 0
(xii) 70°
(xiii) 16 ସେ.ମି.|
(xiv) ସମପୁ
(xv) ଥନ୍ତ୍ରର
(xvi) ଅସଂଖ୍ୟ

BSE Odisha 10th Class Maths Solutions Geometry Chapter 3 ବୃତ୍ତର ସ୍ପର୍ଶକ Ex 3

Question 2.
ଦତ୍ତ ଥ‌ିବା ଉକ୍ତି ଭୁଲ୍‌ଲେ (ଏହାକୁ ଦତ୍ତ ଉକ୍ତିର ନାସ୍ତିବାଚକ ଉକ୍ତି (Negative Statement) ବ୍ୟବହାର ନ କରି) ସଂଶୋଧନ କର ।
(i) r ଏକକ ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତର L ରେଖା ଏକ ଛେଦକ ହେଲେ, ବୃତ୍ତର କେନ୍ଦ୍ରଠାରୁ L ର ଦୂରତା = r ଏକକ ।
(ii) ଗୋଟିଏ ବୃତ୍ତର କେନ୍ଦ୍ର O ଏବଂ ବୃତ୍ତର ସମତଳରେ ବୃତ୍ତ ବହିଃସ୍ଥ କୌଣସି ଏକ ବିନ୍ଦୁ P | P ବିନ୍ଦୁରୁ ବୃତ୍ତ ପ୍ରତି ଅଙ୍କିତ ଏକ ସ୍ପର୍ଶକ ଖଣ୍ଡ \(\overline{\mathrm{PT}}\) ହେଲେ △OPT ରେ ∠POT ଏକ ସମକୋଣ ।
(iii) ଗୋଟିଏ ବୃତ୍ତର ବ୍ୟାସାର୍ଦ୍ଧ r ଏକକ । ବୃତ୍ତର ସମତଳରେ ବୃତ୍ତ ବହିଃସ୍ଥ ଏକ ବିନ୍ଦୁ P ଠାରୁ ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକ ଖଣ୍ଡ \(\overline{\mathrm{PT}}\) ର ଦୈର୍ଘ୍ୟ t ଏକକ ଏବଂ ବୃତ୍ତର କେନ୍ଦ୍ର ୦ ଠାରୁ P ର ଦୂରତା d ଏକକ ହେଲେ, d2 + r2 = t2|
(iv) ଏକ ବୃତ୍ତର ସମତଳରେ ବୃତ୍ତ ବହିଃସ୍ଥ ଏକ ବିନ୍ଦୁ Pରୁ ଉକ୍ତ ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକଖଣ୍ଡ \(\overline{\mathrm{PT}}\); P ବିନ୍ଦୁଗାମୀ ଏକ ଛେଦକ, ବୃତ୍ତଟିକୁ A ଓ B ବିନ୍ଦୁରେ ଛେଦ କରେ, ଯେପରି P – A – B । ତେବେ PT2 = PA × AB |
(v) ଏକ ବୃତ୍ତର ଅନ୍ତଃସ୍ଥ କୌଣସି ଏକ ବିନ୍ଦୁ Q ଠାରୁ ଉକ୍ତ ବୃତ୍ତ ପ୍ରତି ଦୁଇଟି ସ୍ପର୍ଶକଖଣ୍ଡ ଅଙ୍କନ କରାଯାଇ ପାରିବ ।
(vi) ଏକ ନିର୍ଦ୍ଦିଷ୍ଟ ବ୍ୟାସାର୍ଦ୍ଧ ଗୋଟିଏ ବୃତ୍ତର ବହିଃସ୍ଥ କେବଳ ଗୋଟିଏ ବିନ୍ଦୁ P ଅଛି, ଯେଉଁଠାରୁ ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକଖଣ୍ଡ ଏକ ନିର୍ଦ୍ଦିଷ୍ଟ ଦୈର୍ଘ୍ୟ ବିଶିଷ୍ଟ ହେବ ।
(vii) ଦୁଇଟି ସ୍ପର୍ଶକ ବୃତ୍ତର କେନ୍ଦ୍ରବିନ୍ଦୁ ଦ୍ଵୟ ମଧ୍ୟବର୍ତ୍ତୀ ଦୂରତା ସହ ଉକ୍ତ ବୃତ୍ତଦ୍ଵୟର ବ୍ୟାସାର୍ଦ୍ଧର ସମଷ୍ଟି ସମାନ ହେଲେ, ବୃତ୍ତ ଦ୍ଵୟ ଅନ୍ତଃସ୍ପର୍ଶୀ ହେବେ ।
(viii) ଦୁଇଟି ଅନ୍ତଃସ୍ପର୍ଶୀ ବୃତ୍ତର କେନ୍ଦ୍ରନ୍ବୟର ମଧ୍ୟବର୍ତ୍ତୀ ଦୂରତା, ବୃତ୍ତଦ୍ଵୟର ବ୍ୟାସାର୍ଦ୍ଧ ଦ୍ବୟର ପାର୍ଥକ୍ୟ ସହ ସମାନ ।
(ix) ଦୁଇଟି ବୃତ୍ତ ମଧ୍ୟରୁ ଗୋଟିଏ ଅନ୍ୟଟିର ଅନ୍ତର୍ଦେଶରେ ଅବସ୍ଥିତ ହେଲେ, ସେ ଦୁଇଟି ବୃତ୍ତର ଗୋଟିଏ ମାତ୍ର ସାଧାରଣ ସ୍ପର୍ଶକ ରହିବ ।
(x) ଦୁଇଟି ବିନ୍ଦୁରେ ପରସ୍ପରକୁ ଛେଦ କରୁଥିବା ଦୁଇଟି ବୃତ୍ତର କେବଳ ଗୋଟିଏ ତୀର୍ଯ୍ୟକ ସାଧାରଣ ସ୍ପର୍ଶକ ଥାଏ ।
(xi) ଦୁଇଟି ଅନ୍ତଃସ୍ପର୍ଶୀ ସ୍ପର୍ଶକ ବୃତ୍ତର ସ୍ପର୍ଶବିନ୍ଦୁ, ଅନ୍ତଃସ୍ଥ ବୃତ୍ତର ଏକ ବହିଃସ୍ଥ ବିନ୍ଦୁ ନୁହେଁ ।
(xii) ଦୁଇଟି ବହିଃସ୍ପର୍ଶୀ ସ୍ପର୍ଶକ ବୃତ୍ତର ସ୍ପର୍ଶ ବିନ୍ଦୁ, ଉଭୟ ବୃତ୍ତ ମଧ୍ୟରୁ କୌଣସିଟିର ଅନ୍ତଃସ୍ଥ ବିନ୍ଦୁ ନୁହେଁ ।
Solution:
(i) <r
(ii) ∠OTP ଟି ∠PTO
(iii) d2 = t2 + r2
(iv) PT2 = PA × PB
(v) ଅନ୍ତର୍ ବଦଲରେ ଦହିମ
(vi) ଏକ ନିର୍ଦ୍ଦିଷ୍ଟ ବ୍ୟାସାର୍ଦ୍ଧ ବିଶିଷ୍ଟ ଗୋଟିଏ ବୃତ୍ତର ବହିଃସ୍ଥ ଅସଂଖ୍ୟ ବିନ୍ଦୁ P ଅଛି ଯେଉଁଠାରୁ ବୃତ୍ତପ୍ରତି ଅଙ୍କିତ ସ୍ପର୍ଶକଖଣ୍ଡ ଏକ ନିର୍ଦ୍ଦିଷ୍ଟ ଦୈର୍ଘ୍ୟବିଶିଷ୍ଟ ହେବ ।
(vii) ସମଷ୍ଟି ବଦଳରେ ଅନ୍ତର ହେବ ।
(viii) ପାର୍ଥକ୍ୟ ବଦଳରେ ଅନ୍ତର ହେବ ।
(ix) ଗୋଟିଏ ମାତ୍ର ସରଳ ସାଧାରଣ ସ୍ପର୍ଶକ ହେବ ।
(x) ଗୋଟିଏ ତୀର୍ଯ୍ୟକ ବଦଳରେ ଦୁଇଟି ସରଳ ସାଧାରଣ ସ୍ପର୍ଶକ ହେବ ।
(xi) ଉଭୟର ଏକ ସାଧାରଣ ବିନ୍ଦୁ ।
(xii) ଉଭୟ ବୃତ୍ତର ଏକ ସାଧାରଣ ବିନ୍ଦୁ ।

Question 3.
ଗୋଟିଏ ବୃତ୍ତର କେନ୍ଦ୍ରବିନ୍ଦୁ O ଏବଂ ବ୍ୟାସାର୍ଦ୍ଧ ୫ ସେ.ମି. । ଉକ୍ତ ବୃତ୍ତର ବହିଃସ୍ଥ ଏକ ବିନ୍ଦୁ P ଏବଂ PO = 17 ସେ.ମି. ହେଲେ, P ବିନ୍ଦୁରୁ ଉକ୍ତ ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକଖଣ୍ଡର ଦୈର୍ଘ୍ୟ କେତେ ?
Solution:
ମନେକର S ବୃତ୍ତର କେନ୍ଦ୍ର 80 1
\(\overline{\mathrm{PT}}\) ବୃତ୍ତପ୍ରତି ଅଙ୍କିତ ସ୍ପର୍ଶକଖଣ୍ଡ ।
ଓ ବ୍ୟାସାର୍ଦ୍ଧ (OT) = 8 ସେ.ମି., P ବହିଃସ୍ଥ ବିନ୍ଦୁ S ।
PO = 17 ସେ.ମି.|
BSE Odisha 10th Class Maths Solutions Geometry Chapter 3 Img 1
\(\overline{\mathrm{PT}}\) ⊥ \(\overline{\mathrm{OT}}\)
POT ସମକୋଣା ତ୍ରିଭୁଜରେ PT = \(\sqrt{\mathrm{OP}^2-\mathrm{OT}^2}\)
= \(\sqrt{17^2-8^2}\) ସେ.ମି. = \(\sqrt{289-64}\) = \(\sqrt{225}\) = 15 ସେ.ମି.|
∴ P ବିନ୍ଦୁରୁ ଉକ୍ତ ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକଖଣ୍ଡ pତୁର ଦୈର୍ଘ୍ୟ 15 ସେ.ମି. |

Question 4.
ଦୁଇଟି ବହିଃସ୍ପର୍ଶୀ ବୃତ୍ତର ବ୍ୟାସାର୍ଦ୍ଧ 4.5 ସେ.ମି. ଓ 12.5 ସେ.ମି. । ବୃତ୍ତ ଦ୍ଵୟର ଏକ ସାଧାରଣ ସ୍ପର୍ଶକ ବୃତ୍ତ ଦ୍ଵୟକୁ P ଓ Q ବିନ୍ଦୁରେ ସ୍ପର୍ଶ କଲେ, \(\overline{\mathrm{PQ}}\)ର ଦୈର୍ଘ୍ୟ କେତେ ?
Solution:
BSE Odisha 10th Class Maths Solutions Geometry Chapter 3 Img 2

Question 5.
ଦୁଇଟି ଅଣଛେଦୀ ବୃତ୍ତର ଏକ ତୀର୍ଯ୍ୟକ ସାଧାରଣ ସ୍ପର୍ଶକ ବୃତ୍ତ ଦ୍ଵୟକୁ P ଓ ଠୁ ବିନ୍ଦୁରେ ସ୍ପର୍ଶ କରନ୍ତି । କେନ୍ଦ୍ରଦ୍ୱୟ ମଧ୍ୟବର୍ତ୍ତୀ ଦୂରତା 20 ସେ.ମି. ଏବଂ ବ୍ୟାସାର୍ଦ୍ଧ ଦ୍ୱୟ 7 ସେ.ମି. ଓ 5 ସେ.ମି. ହେଲେ, PQ କେତେ ସେ.ମି. ?
Solution:
BSE Odisha 10th Class Maths Solutions Geometry Chapter 3 Img 3

BSE Odisha 10th Class Maths Solutions Geometry Chapter 3 ବୃତ୍ତର ସ୍ପର୍ଶକ Ex 3

Question 6.
ଚିତ୍ରରେ ବୃତ୍ତର ବହିଃସ୍ଥ ବିନ୍ଦୁ P | P ବିନ୍ଦୁଗାମୀ ଗୋଟିଏ ଛେଦକ ଦର ବୃତ୍ତକୁ A ଓ B ବିନ୍ଦୁରେ ଛେଦ କରେ, ଯେପରିକି P – A – B | P ବିଦୁଗାମୀ ଅନ୍ୟ ଏକ ଛେଦକ ଉକ୍ତ ବୃତ୍ତକୁ C ଓ D ବିନ୍ଦୁରେ ଛେଦ କରେ ଯେପରିକି P – C – D|
Solution:
BSE Odisha 10th Class Maths Solutions Geometry Chapter 3 Img 4
(i) ସ୍ପର୍ଶକ-ସଂପୃକ୍ତ ଉପପାଦ୍ୟ ପ୍ରୟୋଗ କରି ପ୍ରମାଣ କର ।
PA × PB = PC × PD
(ii) PA = 10 ସେ.ମି., PB = 16 ସେ.ମି. ଓ PD = 20 ସେ.ମି. 6ହଲେ, CD କଣ୍ଡଯ କର |
(iii) PA = 8 ସେ.ମି. ଓ AB =10 ସେ.ମି. ହେଲେ, P ବିନ୍ଦୁଗାମୀ ସ୍ପର୍ଶକଖଣ୍ଡର ଦୈର୍ଘ୍ୟ ନିର୍ଣ୍ଣୟ କର ।
Solution:
ବଭ : ABCD ଦୂଇରେ P ଦହିମ ଏକ ଦିନ୍ଦୁ |
P – C – D ଓ P – A – B ଦୁଇଟି ଛେଦନ |
ତ୍ପ।ମାଣ୍ୟ : (i) PA × PB = PC × PD
BSE Odisha 10th Class Maths Solutions Geometry Chapter 3 Img 5
ଅକନ : \(\overline{\text { PT }}\) ମ୍ଟଣକଖଣ୍ଡ ଅକନ କର |
ପ୍ତମାଣ: (i) PT2 = PA × PB
PT2 = PC × PD
∴ PA × PB = PC × PD

(ii) PC = \(\frac{PA \times PB}{PD}\) = \(\frac{10 \times 16}{20}\) ସେ.ମି = 8 ସେ.ମି
∴ CD = PD – PC = 20 ସେ.ମି – 8 ସେ.ମି = 12 ସେ.ମି |

(iii) PT2 = PA × PB = PA (PA + AB)
= 8 × (8 + 10) = 8 × 18 ଦଗ ସେ.ମି |

Question 7.
ଚିତ୍ରରେ ଥ‌ିବା ବୃତ୍ତର ବହିଃସ୍ଥ ଏକ ବିନ୍ଦୁ P | P ବିନ୍ଦୁଗାମୀ ଏକ ଛେଦକ ପୂର୍ବୋକ୍ତ ବୃତ୍ତକୁ A ଓ B ବିନ୍ଦୁରେ ଛେଦ କରେ । ଯେପରି P – A – b | P ବିନ୍ଦୁଗାମୀ ସ୍ପର୍ଶକରଶ୍ମିର ସ୍ପର୍ଶବିନ୍ଦୁ T |
BSE Odisha 10th Class Maths Solutions Geometry Chapter 3 Img 7
(i) m\(\overparen{\text { AXT }}\) = 60° m\(\overparen{\text { BYT }}\) = 130° ଛେଦକ, m∠ATP, m∠APT, m∠ATB ଓ m∠BTQ ନିଣ୍ଡୟ କର |
(ii) m∠BTQ = 2m∠ATP ହେଲେ ,ପ୍ରମାଣ କର : (a) BT = TP (b) TA = AP
(iii) PA = 8 ସେ.ମି. ଓ PT = 12 ସେ.ମି. ହେଲେ , AB ନିଣ୍ଟୟ କର |
(iv) PT = 2AP ଏବଂ AB = 18 ସେ.ମି. ହେଲେ , PT ନିଣ୍ଟୟ କର |
(v) PT = 2AP ଏବଂ PB = 24 ସେ.ମି. ହେଲେ , PT ନିଣ୍ଟୟ କର |
Solution:
\(\overline{\mathrm{B} T}\) ଓ \(\overline{\mathrm{A} T}\) ଅଙ୍କନ କର ।
BSE Odisha 10th Class Maths Solutions Geometry Chapter 3 Img 8
(i) m∠ABT = \(\frac { 1 }{ 2 }\)m\(\overparen{\text { AXT }}\) = \(\frac { 1 }{ 2 }\) × 60° = 30°
⇒ m∠ATP = m∠ABT = 30°
m∠BAT = \(\frac { 1 }{ 2 }\)m\(\overparen{\text { BYT }}\) = \(\frac { 1 }{ 2 }\) × 130° = 65°
△ATP ରେ ଦଦ୍ୱିମ m∠BAT = m∠ATP + m∠APT
⇒ m∠APT = m∠BAT – m∠ATP = 65° – 30° = 35°
m∠ATB = 180° – 30° – 65° = 85° (: ATB ଏକ ତ୍ରିଭୁବ)
m∠BTQ = m∠BAT = 65°

(ii) ମନେକର m∠ATP = θ ⇒ m∠ABT = θ
m∠BTQ = 2m∠ATP = 2θ
m∠BAT = m∠BTQ = 2θ
⇒ m∠APT = 2θ – θ = θ
△BTP ରେ m∠TBP = m∠TPB
⇒ BT = TP
△TAP ରେ m∠ATP = m∠APT ଦ୍ରେତୁ AT = AP

(iii) PT2 = PA × PB
⇒ PB = \(\frac{\mathrm{PT}^2}{\mathrm{PA}}\) = \(\frac{12 \times 12}{8}\) = 18 ସେ.ମି
∴ AB = PB – PA = 18 ସେ.ମି – 8 ସେ.ମି = 10 ସେ.ମି |

(iv) PT2 = PA × PB = PA × (PA + AB)
⇒ (2AP)2 = PA (PA + 18)
⇒ \(\frac{4 \mathrm{AP}^2}{\mathrm{PA}}\) = PA + 18 ⇒ 4AP – AP = 18 ସେ.ମି.
⇒ 3AP = 18 ସେ.ମି. ⇒ PA = \(\frac { 18 }{ 3 }\) ସେ.ମି. = 6 ସେ.ମି.

(v) PT2 = PA × PB
⇒ (2AP)2 × (PA + AB)
⇒ PB = \(\frac{4 \mathrm{AP}^2}{\mathrm{PA}}\) = 4AP = 24 ସେ.ମି.
∴ PT = 2AP = \(\frac{4 \mathrm{AP}}{2}\) = \(\frac { 24 }{ 2 }\) ସେ.ମି. = 12 ସେ.ମି. |

Question 8.
(a) ଦୁଇଟି ବୃତ୍ତ ବହିଃସ୍ପର୍ଶୀ ହେଲେ, ପ୍ରମାଣ କର ଯେ, ଏହାର ତୀର୍ଯ୍ୟକ୍ ସାଧାରଣ ସ୍ପର୍ଶକ ଉପରିସ୍ଥ ଯେକୌଣସି ବିନ୍ଦୁରୁ ବୃତ୍ତଦ୍ଵୟ ପ୍ରତି ଅଙ୍କିତ ସ୍ପର୍ଶକଖଣ୍ଡ ଦ୍ବୟ ସର୍ବସମ ।
(b) ଦୁଇଟି ବୃତ୍ତ ଅନ୍ତସ୍ପର୍ଶୀ ହେଲେ, ପ୍ରମାଣ କର ଯେ, ସେମାନଙ୍କର ସାଧାରଣ ସ୍ପର୍ଶକ ଉପରିସ୍ଥ ଯେକୌଣସି ବିନ୍ଦୁରୁ ଉକ୍ତ ବୃତ୍ତ ଦ୍ଵୟ ପ୍ରତି ଅଙ୍କିତ ସ୍ପର୍ଶକଖଣ୍ଡ ଦ୍ଵୟ ସର୍ବସମ ।
BSE Odisha 10th Class Maths Solutions Geometry Chapter 3 Img 9
Solution:
(a) ଦତ୍ତ : S ଓ S ବୃତ୍ତଦ୍ୱୟ ବହିଃସ୍ପର୍ଶୀ । ସେମାନଙ୍କର ସାଧାରଣ ସ୍ପର୍ଶକ L | L ଉପରିସ୍ଥ M ଏକ ବିନ୍ଦୁ | M ବିନ୍ଦୁରୁ ବୃତ୍ତଦ୍ଵୟ ପ୍ରତି ଅଙ୍କିତ ସ୍ପର୍ଶକ ଖଣ୍ଡଦ୍ଵୟ \(\overline{\mathrm{MN}}\) ଓ \(\overline{\mathrm{MR}}\) |
ପ୍ରାମାଣ୍ୟ : MN = MR
ପ୍ରମାଣ : M ବିନ୍ଦୁରୁ S1 ବୃତ୍ତପ୍ରତି ଅଙ୍କିତ ସ୍ପର୍ଶକଖଣ୍ଡଦ୍ୱୟର ଦୈର୍ଘ୍ୟ ସମାନ ।
⇒ MN = MP …(i)
ପୁନଶ୍ଚ M ବିନ୍ଦୁରୁ S2 ବୃତ୍ତପ୍ରତି ଅଙ୍କିତ ସ୍ପର୍ଶକଖଣ୍ଡଦ୍ୱୟର ଦୈର୍ଘ୍ୟ ସମାନ ।
⇒ MR = MP …(ii)
(i) ଓ (ii)ରୁ MN = MR (ପ୍ରମାଣିତ)

(b) ଦତ୍ତ : S1 ଓ S2 ବୃତ୍ତଦ୍ୱୟ ଅନ୍ତଃସ୍ପର୍ଶୀ । ସେମାନଙ୍କର ସାଧାରଣ ସ୍ପର୍ଶକ L । L ଉପରିସ୍ଥ M ଏକ ବିନ୍ଦୁ । M ବିନ୍ଦୁରୁ ବୃତ୍ତଦ୍ଵୟ ପ୍ରତି ଅଙ୍କିତ ସ୍ପର୍ଶକ ଖଣ୍ଡଦ୍ଵୟ \(\overline{\mathrm{MN}}\) ଓ \(\overline{\mathrm{MR}}\) |
BSE Odisha 10th Class Maths Solutions Geometry Chapter 3 Img 10
ପ୍ରାମାଣ୍ୟ : MN = MR
ପ୍ରମାଣ : M ବିନ୍ଦୁରୁ ଅନ୍ତବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକ ଖଣ୍ଡଦ୍ୱୟର ଦୈର୍ଘ୍ୟ ସମାନ ।
⇒ MR = MP
ସେହିପରି M ବିନ୍ଦୁରୁ ବହିଃସ୍ଥ ବୃତ୍ତପ୍ରତି ଅଙ୍କିତ
ସ୍ପର୍ଶକଖଣ୍ଡ ଦ୍ୱୟର ଦୈର୍ଘ୍ୟ ସମାନ ।
⇒ MN = MP
(i) ଓ (ii) ରୁ MN = MR (ପ୍ରମାଣିତ)

Question 9.
ପରସ୍ପରଛେଦୀ ଦୁଇଟି ବୃତ୍ତର ଛେଦବିନ୍ଦୁ A ଓ B । \(\overleftrightarrow{\mathbf{A B}}\) ଉପରିସ୍ଥ P ଏକ ବିନ୍ଦୁ ଯେପରି A – B – P। ପ୍ରମାଣ କର ଯେ, ବୃତ୍ତଦ୍ଵୟ ପ୍ରତି P ବିନ୍ଦୁରୁ ଅଙ୍କିତ ସ୍ପର୍ଶକଖଣ୍ଡ ଦ୍ଵୟ ସର୍ବସମ ।
ସମାଧାନ :
ଦତ୍ତ : ଦୁଇଟି ବୃତ୍ତ S1 ଓ S2, ପରସ୍ପରକୁ A ଓ B ବିନ୍ଦୁରେ ଛେଦ କରନ୍ତି । \(\overleftrightarrow{\mathbf{A B}}\) ଉପରିସ୍ଥ ଏକ ବିନ୍ଦୁ P ଠାରୁ ବୃତ୍ତଦ୍ଵୟ ପ୍ରତି \(\overrightarrow{\mathrm{PQ}}\) ଓ \(\overrightarrow{\mathrm{PR}}\) ସ୍ପର୍ଶକ ଅଙ୍କିତ ହୋଇଛି ।
ପ୍ରାମାଣ୍ୟ : PQ = PR
ପ୍ରମାଣ : S1 ବୃତ୍ତପ୍ରତି ଅଙ୍କିତ ସ୍ପର୍ଶକ \(\overrightarrow{\mathrm{PQ}}\) |
S1 ବୃତ୍ତର ଏକ ଛେଦକ \(\overleftrightarrow{\mathbf{P A B}}\) |
∴ PQ2 = PA.PB …(i)
BSE Odisha 10th Class Maths Solutions Geometry Chapter 3 Img 11
ସେହିପରି S2 ବୃତ୍ତପ୍ରତି ଅଙ୍କିତ ସ୍ପର୍ଶକ \(\overrightarrow{\mathrm{PR}}\) ।
S2 ବୃତ୍ତର ଏକ ଛେଦକ \(\overleftrightarrow{\mathbf{P A B}}\) |
∴ PR2 = PA·PB …(ii)
(i) ଓ (ii) ତି PQ2 = PR2 ⇒ PQ = PR (ପ୍ରମାଣିତ)

Question 10.
ଚିତ୍ରରେ r1 ଓ x2 ଏକକ ବ୍ୟାସାର୍କ ବିଶିଷ୍ଟ ବୃତ୍ତ S1 ଓ S2 ର କେନ୍ଦ୍ର ଯଥାକ୍ରମେ A ଓ B । ଚିତ୍ର (a)ରେ ବୃତ୍ତଦ୍ଵୟର ଗୋଟିଏ ତୀର୍ଯ୍ୟକ୍ ସାଧାରଣ ସ୍ପର୍ଶକ \(\overline{\mathbf{A B}}\) କୁ M ବିନ୍ଦୁରେ ଛେଦ କରେ । ପ୍ରମାଣ କର ଯେ,
AM : MB = r1 : r2 |
BSE Odisha 10th Class Maths Solutions Geometry Chapter 3 Img 12
ଚିତ୍ର (b)ରେ ବୃତ୍ତ ଦ୍ଵୟର ଗୋଟିଏ ସରଳ ସାଧାରଣ ସ୍ପର୍ଶକ \(\overrightarrow{\mathbf{A B}}\) କୁ M ବିନ୍ଦୁରେ ଛେଦ କରେ, ଯେପରିକି A-B-M | ତ୍ପମାଣ କର ସେ AM : BM = r1 : r2 |
ସମାଧାନ :
ଦତ୍ତ : ଦୁଇଟି ଅଣଛେଦୀ ବୃତ୍ତର କେନ୍ଦ୍ର ଯଥାକ୍ରମେ O1 ଓ O2 |
\(\overline{\mathrm{PQ}}\) ଏକ ସାଧାରଣ ତୀର୍ଯ୍ୟକ ସ୍ପର୍ଶକ \(\overleftrightarrow{\mathrm{PQ}}\) ଓ O1O2 ର ଛେଦବିନ୍ଦୁ R |
ପ୍ରାମାଣ୍ୟ : \(\frac{\mathrm{O}_1 \mathrm{R}}{\mathrm{O}_2 \mathrm{R}}\) = \(\frac{r_1}{r_2}\)
ଅଙ୍କନ : \(\overline{\mathrm{O}_1 \mathrm{P}}\) ଓ \(\overline{\mathrm{O}_1 \mathrm{Q}}\) ଅକନ କର |
ପ୍ରମାଣ : O1PR ଓ A O2OR ମଧ୍ୟରେ
m∠O1PR= m∠02QR (ପ୍ତତ୍ୟେକ ସମୟରେ)
m∠O1RP = m∠O∠02RQ (ପ୍ତତ୍ୟେକ ସମୟରେ)
⇒ △O1PR ~ △O2QR (କୋ-କୋ ଗାଦଶ୍ୟ)
⇒ \(\frac{\mathrm{O}_1 \mathrm{R}}{\mathrm{O}_2 \mathrm{R}}\) = \(\frac{\mathrm{O}_1 \mathrm{P}}{\mathrm{O}_2 \mathrm{Q}}\) ⇒ \(\frac{r_1}{r_2}\) (ପ୍ରମାଣିତ)
BSE Odisha 10th Class Maths Solutions Geometry Chapter 3 Img 13
(b) ଦତ୍ତ : S1 ଓ S2 ବୃତ୍ତଦ୍ୱୟ ଅଣଛେଦୀ । ସେମାନଙ୍କ କେନ୍ଦ୍ର ଯଥାକ୍ରମେ A ଓ B |
\(\overline{\mathrm{PQ}}\) ସେମାନଙ୍କର ଏକ ସାଧାରଣ ସ୍ପର୍ଶକ ।
\(\overrightarrow{\mathrm{PQ}}\) ଓ \(\overrightarrow{\mathrm{AB}}\) ର ଛେଦ ବିନ୍ଦୁ M, A – B – M |
ପ୍ରାମାଣ୍ୟ : \(\frac { AM }{ BM }\) = \(\frac{r_1}{r_2}\)
ଅଙ୍କନ : \(\overline{\mathrm{AP}}\) ଓ \(\overline{\mathrm{BQ}}\) ଅଙ୍କନ କର ।
ସ୍ତମାଣ: m∠APM = 90°
BSE Odisha 10th Class Maths Solutions Geometry Chapter 3 Img 14
(\(\overline{\mathrm{PM}}\), S1 ବୃତ୍ତର ସ୍ପର୍ଶକ ହେତୁ)
ସେହିପରି m∠BQM = 90°
⇒ m∠APM = = m∠BQM
m∠PMA = m∠QMB (ପାଧାରଣ କୋଣ)
⇒ △APM ~ △BQM (କୋ-କୋ ଗାଦଶ୍ୟ)
⇒ \(\frac { AM }{ BM }\) = \(\frac{r_1}{r_2}\)

BSE Odisha 10th Class Maths Solutions Geometry Chapter 3 ବୃତ୍ତର ସ୍ପର୍ଶକ Ex 3

Question 11.
ଗୋଟିଏ ବୃତ୍ତରେ \(\overline{\mathrm{PQ}}\) ଓ \(\overline{\mathrm{PR}}\) ଜ୍ୟା ଦ୍ଵୟ ସର୍ବସମ । ପ୍ରମାଣ କର ଯେ, ବୃତ୍ତ ପ୍ରତି P ବିନ୍ଦୁରେ ଅଙ୍କିତ ସ୍ପର୍ଶକ, \(\overline{\mathrm{QR}}\) ସହ ସମାନ୍ତର ।
BSE Odisha 10th Class Maths Solutions Geometry Chapter 3 Img 15
Solution:
ଦତ୍ତ : ବୃତ୍ତର \(\overline{\mathrm{PQ}}\) ଓ \(\overline{\mathrm{PR}}\) ଦୁଇଟି ସର୍ବସମ ଜ୍ୟା ।
P ବିନ୍ଦୁରେ ବୃତ୍ତପ୍ରତି ଅଙ୍କିତ ସ୍ପର୍ଶକ \(\overleftrightarrow{M N}\) |
ପ୍ରାମାଣ୍ୟ : \(\overleftrightarrow{M N}\) || \(\overline{\mathrm{QR}}\)
ପ୍ରମାଣ : m∠MPQ = m∠PRQ (ଏକାନ୍ତର ଚାପାନ୍ତର୍ଲିଖ କୋଣ)
PQ = PR ⇒ m∠PQR = m∠PRQ
∴ m∠MPQ = m∠PQR
କିନ୍ତୁ ଏମାନେ ଏକାନ୍ତର ହେତୁ \(\overleftrightarrow{M N}\) || \(\overline{\mathrm{QR}}\) | (ପ୍ରମାଣିତ)

Question 12.
ଦୁଇଟି ଏକକେନ୍ଦ୍ରିକ ବୃତ୍ତ ମଧ୍ୟରୁ ଗୋଟିକର ଏକ ଜ୍ୟା \(\overline{\mathrm{AB}}\) ଅନ୍ୟ ବୃତ୍ତକୁ P ବିନ୍ଦୁରେ ସ୍ପର୍ଶକଲେ, ପ୍ରମାଣ କର ଯେ P ବିନ୍ଦୁରେ \(\overline{\mathrm{AB}}\) ସମଦ୍ଵିଖଣ୍ଡିତ ହୁଏ ।
Solution:
BSE Odisha 10th Class Maths Solutions Geometry Chapter 3 Img 16
ଦତ୍ତ : S1 ଓ S2 ଦୁଇଟି ଏକକେନ୍ଦ୍ରିକ ବୃତ୍ତ । S1 ବୃତ୍ତର ଜ୍ୟା \(\overline{\mathrm{AB}}\),
ଯାହା S2 ବୃତ୍ତପ୍ରତି M ବିନ୍ଦୁରେ ସ୍ପର୍ଶକ ଅଟେ ।
ପ୍ରାମାଣ୍ୟ : \(\overline{\mathrm{AB}}\) ଜ୍ୟା M ବିନ୍ଦୁରେ ସମଦ୍ବିଖଣ୍ଡିତ ହେବ । ଅର୍ଥାତ୍ AM = MB |
ଅଙ୍କନ : \(\overline{\mathrm{OM}}\) ଅଙ୍କନ କର ।
ପ୍ରମାଣ : S2 ବୃତ୍ତର ‘M’ ସ୍ପର୍ଶବିନ୍ଦୁ । \(\overline{\mathrm{OM}}\) ସ୍ପର୍ଶବିନ୍ଦୁଗାମୀ ବ୍ୟାସାର୍ଦ୍ଧ । ⇒ \(\overline{\mathrm{OM}}\) ⊥ \(\overline{\mathrm{AB}}\)
ପୁନଶ୍ଚ S2 ବୃତ୍ତର \(\overline{\mathrm{AB}}\) ଜ୍ୟା ପ୍ରତି \(\overline{\mathrm{OM}}\) ଲମ୍ବ ହେତୁ M, \(\overline{\mathrm{AB}}\) ର ମଧ୍ୟବିନ୍ଦୁ ।
ଅର୍ଥାତ୍ \(\overline{\mathrm{AB}}\) କ୍ୟାଟି M ବିନ୍ଦୁରେ ସମଦ୍ଵିଖଣ୍ଡିତ ହେବ । (ପ୍ରମାଣିତ)

Question 13.
ପ୍ରମାଣ କର ଯେ, ବୃତ୍ତର ଦୁଇ ସମାନ୍ତର ସ୍ପର୍ଶକର ସ୍ପର୍ଶବିନ୍ଦୁ ଦ୍ଵୟର ସଂଯୋଜକ ରେଖାଖଣ୍ଡ ଉକ୍ତ ବୃତ୍ତର ଏକ ବ୍ୟାସ ।
Solution:
ଦତ୍ତ : S ବୃତ୍ତର ଠ କେନ୍ଦ୍ର ।
\(\overline{\mathrm{AB}}\) || \(\overline{\mathrm{CD}}\) ଏବଂ \(\overline{\mathrm{AB}}\) ଓ \(\overline{\mathrm{CD}}\) ବୃତ୍ତ Sର ଦୁଇଟି ସ୍ପର୍ଶକ ।
ସେମାନଙ୍କ ସ୍ପର୍ଶବିନ୍ଦୁ ଯଥାକ୍ରମେ E ଓ F |
ପ୍ରାମାଣ୍ୟ : E-O-F ଏକ ରେଖ୍ୟ ଅର୍ଥାତ୍‌ \(\overline{\mathrm{EF}}\) ବୃତ୍ତର ବ୍ୟାସ ।
ଅଙ୍କନ : \(\overline{\mathrm{EO}}\) ଓ \(\overline{\mathrm{OF}}\) ଅଙ୍କନ କର । O ବିନ୍ଦୁରେ \(\overline{\mathrm{AB}}\) ଓ \(\overline{\mathrm{CD}}\) ସହ ସମାନ୍ତର କରି \(\overleftrightarrow{\mathrm{MON}}\) ଅଙ୍କନ କର ।
BSE Odisha 10th Class Maths Solutions Geometry Chapter 3 Img 17
ତ୍ପମାଣ : m∠OEA = 90° ଓ \(\stackrel{\leftrightarrow}{\mathrm{AB}}\) || \(\stackrel{\leftrightarrow}{\mathrm{MN}}\)
⇒ m∠EOM = 90°
ସେଦ୍ୱିପରି m∠FOM = 90°
∴ m∠EOM + m∠FOM = 90° + 90° = 180°
⇒ E-O-F ଏକରେଖ୍ୟ ଅର୍ଥାତ୍ \(\overline{\mathrm{EF}}\) ବୃତ୍ତର ବ୍ୟାସ ।

Question 14.
△ABC ସମ୍ପୃକ୍ତ \(\overline{\mathrm{BC}}\) ବାହୁ, \(\overrightarrow{\mathbf{A B}}\) ରଶ୍ମି ଓ \(\overrightarrow{\mathbf{A C}}\) ରଶ୍ମିକୁ POR ବୃତ୍ତ ଯଥାକ୍ରମେ P, Q ଓ R ବିନ୍ଦୁରେ ସ୍ପର୍ଶ କରେ | ତ୍ପମାଣ କର ଯେ, AQ = \(\frac { 1 }{ 2 }\) (AB + BC + AC)|
Solution:
ଦତ୍ତ : △ABC ର ବହିଃସ୍ଥ ଏକ ବୃତ୍ତ POR, \(\overline{\mathrm{BC}}\) ବାହୁକୁ P ବିନ୍ଦୁରେ ସ୍ପର୍ଶକରେ ଏବଂ \(\overrightarrow{\mathrm{AB}}\) ଓ \(\overrightarrow{\mathrm{AC}}\) ରଶ୍ମି ଦ୍ଵୟକୁ ଯଥାକ୍ରମେ Q ଓ R ବିନ୍ଦୁରେ ସ୍ପର୍ଶକରେ ।
ପ୍ରାମାଣ୍ୟ : AQ = \(\frac { 1 }{ 2 }\) (AB + BC + CA)
ପ୍ରମାଣ : ବହିଃସ୍ଥ ବିନ୍ଦୁ A ରୁ ବୃତ୍ତପ୍ରତି ଅଙ୍କିତ ସ୍ପର୍ଶକଖଣ୍ଡ ଦ୍ୱୟର ଦୈର୍ଘ୍ୟ ସମାନ ।
∴ AQ = AR
BSE Odisha 10th Class Maths Solutions Geometry Chapter 3 Img 18
ପୁନଶ୍ଚ BQ = BP ଏବଂ CP = CR
2AQ = AQ + AQ = AQ + AR = AB + BQ + AC + CR
= AB + BP + AC + CP = AB + (BP + CP) + AC = AB + BC + AC
∴ AQ = \(\frac { 1 }{ 2 }\) (AB + BC + AC) (ପ୍ରମାଣିତ)

BSE Odisha 10th Class Maths Solutions Geometry Chapter 3 ବୃତ୍ତର ସ୍ପର୍ଶକ Ex 3

Question 15.
ଏକ ସାମାନ୍ତରିକ ଚିତ୍ରର ସମସ୍ତ ବାହୁକୁ ଗୋଟିଏ ବୃତ୍ତ ସ୍ପର୍ଶ କଲେ, ପ୍ରମାଣ କର ଯେ ସାମାନ୍ତରିକ ଚିତ୍ରଟି ଏକ ରମ୍ବସ୍ ।
Solution:
ଦତ୍ତ :
ABCD ଏକ ସାମାନ୍ତରିକ ଚିତ୍ର । ଏହାର \(\overline{\mathrm{AB}}\), \(\overline{\mathrm{BC}}\), \(\overline{\mathrm{CD}}\) ଓ \(\overline{\mathrm{DA}}\) ଯଥାକ୍ରମେ ଏକ ବୃତ୍ତକୁ P, Q, R, S ବିନ୍ଦୁରେ ସ୍ପର୍ଶ କରେ ।
ପ୍ରାମାଣ୍ୟ : ABCD ଏକ ରମ୍ବସ୍ ।
ପ୍ରମାଣ : ବହିଃସ୍ଥ ବିନ୍ଦୁ A ରୁ AP = AS
ସେହିପରି BP = BQ, DR = DS ଓ CR = CQ
∴ AP + BP + DR + CR = AS + BQ + DS + CQ = AS + DS + BQ + CQ
BSE Odisha 10th Class Maths Solutions Geometry Chapter 3 Img 19
⇒ AB + CD = AD + BC
⇒ AB + AB = AD + AD (‘.’ AB = CD ଓ AD = BC)
⇒ 2AB = 2AD
⇒ AB = AD
ଅର୍ଥାତ୍ ABCD ଏକ ରମ୍ବସ୍ । (ପ୍ରମାଣିତ)

Question 16.
ଗୋଟିଏ ବୃତ୍ତର କେନ୍ଦ୍ର O ଏବଂ ଏହି ବୃତ୍ତର ବହିଃସ୍ଥ ଏକ ବିନ୍ଦୁ P | P ଠାରୁ ପୂର୍ବୋକ୍ତ ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକ ଖଣ୍ଡ ଦ୍ଵୟ ହେଉଛନ୍ତି \(\overline{\mathrm{PA}}\) ଓ \(\overline{\mathrm{PB}}\) | \(\overline{\mathrm{OP}}\) ର ଦୈର୍ଘ୍ୟ ବୃତ୍ତଟିର ବ୍ୟାସ ସହ ସମାନ ହେଲେ, ପ୍ରମାଣ କର ଯେ, △ABP ଏକ ସମବାହୁ ତ୍ରିଭୁଜ ।
Solution:
BSE Odisha 10th Class Maths Solutions Geometry Chapter 3 Img 20
ଦତ୍ତ : ABC ବୃତ୍ତର କେନ୍ଦ୍ର ଠ ଓ P ଏକ ବହିଃସ୍ଥ ବିନ୍ଦୁ । \(\overline{\mathrm{PA}}\) ଓ \(\overline{\mathrm{PB}}\) ବୃତ୍ତପ୍ରତି ଅଙ୍କିତ ସ୍ପର୍ଶକଖଣ୍ଡ ।
OP = ବୃତ୍ତର ବ୍ୟାସ ।
ପ୍ରାମାଣ୍ୟ : △ABP ଏକ ସମବାହୁ ଅର୍ଥାତ୍ AP = BP = AB |
ଅଙ୍କନ : \(\overline{\mathrm{OA}}\), \(\overline{\mathrm{OB}}\) ଓ \(\overline{\mathrm{AR}}\) ଅଙ୍କନ କର ।
∴ OP = 2r = 2OR ⇒ R, \(\overline{\mathrm{OP}}\) ର ମଧ୍ୟବିନ୍ଦୁ ।
∴ △OAP ସମକୋଣୀ (∵ m∠OAP = 90°)
ସମକୋଣରୁ କର୍ଣ୍ଣର ମଧ୍ୟବିନ୍ଦୁ Rକୁ ସଂଯୋଗ କରୁଥିବା ରେଖାଖଣ୍ଡ \(\overline{\mathrm{AR}}\), \(\overline{\mathrm{OP}}\) ର ଅର୍ଦ୍ଧେକ ଦୈର୍ଘ୍ୟ ବିଶିଘୁ |
∴ AR = OA = OR
∴ AROA = OR
m∠AOR = 60°
ସେହିପରି m∠BOR = 60°
∴ m∠AOB 120° ⇒ m∠APB = 60°
ବର୍ତ୍ତମାନ △APBରେ PA = PB ଏବଂ m∠APB = 60°
∴ △APB ସମବାହୁ ।

Question 17.
ଗୋଟିଏ ବୃତ୍ତର କେନ୍ଦ୍ର O ଏବଂ P ବୃତ୍ତର ବହିଃସ୍ଥ ଏକବିନ୍ଦୁ । \(\overrightarrow{\mathbf{P T}}\) ସ୍ପର୍ଶକରଶ୍ମିର ସ୍ପର୍ଶବିନ୍ଦୁ T, \(\overline{\mathrm{OP}}\)ର ମଧ୍ୟବିନ୍ଦୁ Q ହେଲେ ପ୍ରମାଣ କର ଯେ, QT = QP |
Solution:
BSE Odisha 10th Class Maths Solutions Geometry Chapter 3 Img 21
ଦତ୍ତ : S ବୃତ୍ତର ‘O’ କେନ୍ଦ୍ର । P ବୃତ୍ତର ବହିଃସ୍ଥ ଏକ ବିନ୍ଦୁ ।
\(\overline{\mathrm{OP}}\) ର ମଧ୍ୟବିନ୍ଦୁ Q । \(\overrightarrow{\mathbf{P T}}\) ବୃତ୍ତପ୍ରତି P ବିନ୍ଦୁରୁ ଅଙ୍କିତ ସ୍ପର୍ଶକଖଣ୍ଡ ।
ପ୍ରାମାଣ୍ୟ : QT = OP
ଅଙ୍କନ : \(\overline{\mathrm{OT}}\) ଅଙ୍କନ କର ।
ପ୍ରମାଣ : m∠OTP = 90° (ସ୍ପର୍ଶକ, ସ୍ପର୍ଶବିଦୁଗାମୀ ବ୍ୟାସାର୍ଦ୍ଧ ପ୍ରତି ଲମ୍ବ)
∴ △OTP ସମକୋଣୀ । ଉକ୍ତ ତ୍ରିଭୁଜର କର୍ଣ୍ଣର ମଧ୍ୟବିନ୍ଦୁ Q |
∴ ସମକୋଣା ତ୍ରିଭୁକର ସମକୋଣରୁ କଣ୍ଡର ମଧ୍ୟ ବିନ୍ଦୁକୁ ଯୋଗ କରୁଥିବା ସରକରେଖା କଣ୍ଡର ବୈଶ୍ୟର ଅର୍ଦ୍ଧେକ ।
∴ QT = \(\frac { 1 }{ 2 }\) OP = QP (ପ୍ରମାଣିତ)

Question 18.
ଗୋଟିଏ ବୃତ୍ତର ବହିଃସ୍ଥ ଏକ ବିନ୍ଦୁ P ଏବଂ ସ୍ପର୍ଶକ ରଶ୍ମି \(\overrightarrow{\mathbf{P T}}\) ର ସ୍ପର୍ଶବିନ୍ଦୁ T | P ବିନ୍ଦୁଗାମୀ ଏକ ରେଖା ଉକ୍ତ ବୃତ୍ତକୁ A ଓ B ବିନ୍ଦୁରେ ଛେଦ କରେ, ଯେପରିକି P-A-B | \(\overline{\mathrm{AB}}\) ଉପରେ A ଓ Bର ମଧ୍ୟବର୍ତ୍ତୀ C ଏକ ବିନ୍ଦୁ ।
ପ୍ରମାଣ କର :
(a) \(\overrightarrow{\mathbf{T C}}\), ∠ATB , ସମଦ୍ବିଖଣ୍ଡିତ ତ୍ରିଭୁଜର PC = PT
(b) PC = PT ହେଲେ \(\overrightarrow{\mathbf{T C}}\) ଦ୍ଵାରା ∠ATB ସମଦ୍ବିଖଣ୍ଡିତ ହୁଏ ।
Solution:
(a)
ଦତ୍ତ : ଏକ ବୃତ୍ତର ବହିଃସ୍ଥ ବିନ୍ଦୁ P । PT ଏକ ସ୍ପର୍ଶକଖଣ୍ଡ ଏବଂ P – A – B ଏକ ଛେଦକରେଖା ।
\(\overrightarrow{\mathbf{T C}}\), ∠ATBର ସମଦ୍ବିଖଣ୍ଡକ ।
ପ୍ରାମାଣ୍ୟ : PC = PT
ପ୍ରମାଣ : m∠PTA = m∠ABT (ଏକାନ୍ତର ବୃତ୍ତଖଣ୍ଡସ୍ଥ )
BSE Odisha 10th Class Maths Solutions Geometry Chapter 3 Img 22
m∠ATC = m∠BTC (ଦଇ)
⇒ m∠PTA + m∠ATC = m∠ABT + m∠BTC
⇒ m∠ABT + m∠BTC = m∠CBT + m∠BTC = m∠TCA
(△BTCର ବହିଃସ୍ଥ କୋଣ)
ପୁନଶ୍ଚ m∠PTA + m∠ATC = m∠PTC
∴ m∠PTC = m∠TCA ⇒ m∠PTC = m∠TCP ⇒ PT = PC

(b) ଦତ୍ତ : ଏକ ବୃତ୍ତର P ବହିଃସ୍ଥ ବିନ୍ଦୁ । \(\overline{\mathrm{PT}}\) ଏକ ସ୍ପର୍ଶକଖଣ୍ଡ ଏବଂ P-A–B ଏକ ଛେଦକ ।
\(\overline{\mathrm{AB}}\) ର ମଧ୍ୟସ୍ଥ C ଏକ ବିନ୍ଦୁ ଓ PT = PC |
ପ୍ରାମାଣ୍ୟ : \(\overrightarrow{\mathbf{T C}}\), ∠ATBର ସମଦ୍ଵିଖଣ୍ଡକ ।
ପ୍ରମାଣ : △PTCରେ PT = PC (ଦତ୍ତ)
BSE Odisha 10th Class Maths Solutions Geometry Chapter 3 Img 23
⇒ m∠PTC= m∠PCT
⇒ m∠PTA + m∠ATC = m∠CBT + m∠BTC
(∵ △TBC ରେ ଦହିମ କୋଣ ∠PCT)
m∠PTA = m∠CBT (ଏକାନ୍ତ୍ରର ଦ୍ବରଖଣ୍ଡମ)
⇒ m∠ATC = m∠BTC ⇒ \(\overrightarrow{\mathbf{T C}}\), ∠ATBର ସମଦ୍ଵିଖଣ୍ଡକ (ପ୍ରମାଣିତ)

BSE Odisha 10th Class Maths Solutions Geometry Chapter 3 ବୃତ୍ତର ସ୍ପର୍ଶକ Ex 3

Question 19.
△ABCର ବାହୁ AB ଓ AC ଉପରେ ଯଥାକ୍ରମେ X ଓ Y ବିନ୍ଦୁ ଅବସ୍ଥିତ, ଯେପରିକି △ABCର ଅନ୍ତଃବୃତ୍ତକୁ \(\overline{\mathbf{XY}}\) ସ୍ପର୍ଶ କରିବ । ପ୍ରମାଣ କର ଯେ AX + XY+YA = AB + AC – BC |
BSE Odisha 10th Class Maths Solutions Geometry Chapter 3 Img 24
Solution:
ଦତ୍ତ : △ABC ର ଅନ୍ତଃ ବୃ ତ୍ତ ବାହୁ ମାନ ଙ୍କୁ AB, BC, AC କୁ ଯଥାକ୍ରମେ P, Q, R ବିନ୍ଦୁ ରେ B ସ୍ପର୍ଶକରେ । △ABC ର AB ଓ AC ବାହୁ ଉପରେ X ଓ Y ଏପରି ଦୁଇରି ବିନ୍ଦୁ ଯେ XY, AABC Q ଅନ୍ତଃବୃତ୍ତକୁ M ବିନ୍ଦୁରେ ସ୍ପର୍ଶକରେ ।
ହ୍ମାଣ୍ୟ: AX + XY + YA = AB + AC – BC
ପ୍ରମାଣ: AB+ AC – BC
BSE Odisha 10th Class Maths Solutions Geometry Chapter 3 Img 25
= AP + BP + AR + RC − (BQ + QC)
= (AX + XP) + BP + (AY + YR) + RC – BQ – QC
[ଦତ୍ତ XM = XP, YM = YR, BP = BQ 19° RC = QC]
= AX + XM + BQ + AY + MY + QC − BQ – QC
= AX + AY + (XM + MY) = AX + AY + XY
∴ AX + AY + XY = AB + AC – BC

Question 20.
ବହିଃସ୍ପର୍ଶୀ ଦୁଇଟି ବୃତ୍ତ S1 ଓ S2 ପରସ୍ପରକୁ P ବିନ୍ଦୁରେ ସ୍ପର୍ଶ କରନ୍ତି ।
ବୃତ୍ତଦ୍ଵୟର ସରଳ ସାଧାରଣ ସ୍ପର୍ଶକ S1 ଓ S2 ବୃତ୍ତ ଦ୍ଵୟକୁ ଯଥାକ୍ରମେ A ଓ B ବିନ୍ଦୁରେ ସ୍ପର୍ଶ କରନ୍ତି । P ବିନ୍ଦୁ ଦେଇ ଅଙ୍କିତ ସାଧାରଣ ସ୍ପର୍ଶକ \(\stackrel{\leftrightarrow}{\mathbf{A B}}\) କୁ C ବିନ୍ଦୁରେ ଛେଦ କଲେ, ପ୍ରମାଣ କର :
(a) AC = BC ଏର୍ତ (b) m∠APB = 90° |
BSE Odisha 10th Class Maths Solutions Geometry Chapter 3 Img 26
Solution:
ଦତ୍ତ : ଦୁଇଟି ବୃତ୍ତ ପରସ୍ପରକୁ P ବିନ୍ଦୁରେ ସ୍ପର୍ଶ କରନ୍ତି । ସାଧାରଣ ସ୍ପର୍ଶକ \(\stackrel{\leftrightarrow}{\mathbf{A B}}\), ବୃତ୍ତଦ୍ଵୟକୁ A ଓ B ବିନ୍ଦୁରେ ସ୍ପର୍ଶକରେ । P ବିନ୍ଦୁଗାମୀ ସ୍ପର୍ଶକ \(\stackrel{\leftrightarrow}{\mathbf{A B}}\) କୁ ‘C’ ବିନ୍ଦୁରେ ଛେଦ କରୁଛି ।
ପ୍ରାମଣ୍ୟ: (i) AC = CB (ii) m∠APB = 90°
ପ୍ରମାଣ : C ବହିଃସ୍ଥ ବିନ୍ଦୁରୁ ଅଙ୍କିତ ସ୍ପର୍ଶକ ଖଣ୍ଡ ଦ୍ୱୟର ଦୈର୍ଘ୍ୟ ସମାନ । ଅର୍ଥାତ୍ CA = CP |
ସେହିପରି ଅନ୍ୟ ବୃତ୍ତରେ CP = CB ∴CA = CB .. (i) (ପ୍ରମାଣିତ)
∵ CA = CP → m∠CAP = m∠CPA
∵ CP = CB → m∠CBP = m∠CPB
∴ m∠CAP + m∠CBP = m∠CPA + m∠CPB
⇒ m∠CAP +m∠CBP = m∠APB
⇒ m∠CAP+m∠CBP + m∠APB = 2m∠APB
⇒ 180° = 2m∠APB ⇒ m∠APB = 90° …(ii) (ପ୍ରମାଣିତ)

Question 21.
S1 ଓ S2 ବୃତ୍ତଦ୍ଵୟ ପରସ୍ପରକୁ A ଓ B ବିନ୍ଦୁରେ ଛେଦ କରନ୍ତି । S1 ଉପରିସ୍ଥ ଏକ ବିନ୍ଦୁ P ଦେଇ ଅଙ୍କିତ \(\overrightarrow{\mathbf{P A}}\) ଓ \(\overrightarrow{\mathbf{P B}}\) S, ବୃତ୍ତକୁ ଯଥାକ୍ରମେ C ଓ D ବିନ୍ଦୁରେ ଛେଦ କରନ୍ତି । ପ୍ରମାଣ କର ଯେ P ବିନ୍ଦୁରେ S1 ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକ, \(\overline{\mathbf{CD}}\) ସହ ସମାନ୍ତର ।
Solution:
BSE Odisha 10th Class Maths Solutions Geometry Chapter 3 Img 27
ଦତ୍ତ : S1 ଓ S2 ବୃତ୍ତ ଦ୍ବୟ ପରସ୍ପରକୁ A ଓ B ବିନ୍ଦୁରେ ଛେଦ କରନ୍ତି । P, S1 ଉପରିସ୍ଥ ଏକ ବିନ୍ଦୁ । \(\overrightarrow{\mathbf{P A}}\) ଓ \(\overrightarrow{\mathbf{P B}}\), S2 କୁ ଯଥାକ୍ରମେ C ଓ D ବିନ୍ଦୁରେ ଛେଦ କରନ୍ତି ।
ପ୍ରାମାଣ୍ୟ : \(\overleftrightarrow{\mathrm{XY}}\) || \(\overline{\mathbf{CD}}\)
ଅଙ୍କନ : \(\overline{\mathbf{AB}}\) ଅଙ୍କନ କର ।
BSE Odisha 10th Class Maths Solutions Geometry Chapter 3 Img 28
ପ୍ରମାଣ : m∠XPA = m∠ABP (ଏକାନ୍ତର ବୃତ୍ତଖଣ୍ଡସ୍ଥ କୋଣ)
ପୁନଶ୍ଚ ABDC ଏକ ବୃତ୍ତାନ୍ତର୍ଲିଖତ ଚତୁର୍ଭୁଜ ।
∠ABP ଚତୁର୍ଭୁଜଟିର ବହିଃସ୍ଥ କୋଣ ।
ଏଠାରେ m∠ABP = m∠ACD
∴ m∠XPA = m∠ACD କିନ୍ତୁ ଏମାନେ ଏକାନ୍ତର ।
∴ \(\overleftrightarrow{\mathrm{XY}}\) || \(\overline{\mathbf{CD}}\) (ପ୍ରମାଣିତ)

Question 22.
ଦୁଇଟି ପରସ୍ପର ଅଣଛେଦୀ ବୃତ୍ତର ବ୍ୟାସାର୍ଦ୍ଧ r1 ଓ r2 ଏକକ ଏବଂ r1 > r2 ବୃତ୍ତଦ୍ଵୟର କେନ୍ଦ୍ରଦ୍ଵୟ ମଧ୍ୟରେ ଦୂରତା d ଏକକ ହେଲେ ଏବଂ
(a) ଉଭୟ ବୃତ୍ତର ସରଳ ସାଧାରଣ ସ୍ପର୍ଶକର ସ୍ପର୍ଶବିନ୍ଦୁ A ଓ B ହେଲେ, ପ୍ରମାଣ କର ଯେ
AB2 = d2(r1 – r2) ଏବଂ
(b) ଉଭୟ ବୃତ୍ତର ତୀର୍ଯ୍ୟକ୍ ସାଧାରଣ ସ୍ପର୍ଶକର ସ୍ପର୍ଶବିନ୍ଦୁ C ଓ D ହେଲେ, ପ୍ରମାଣ କର ଯେ CD2 = d2(r1 + r2)2
Solution:
(a) ଦତ୍ତ : O ଓ P ଯଥାକ୍ରମେ S1 ଓ S2 ଦୁଇଟି ବୃତ୍ତର କେନ୍ଦ୍ରବିନ୍ଦୁ ଓ OP = d |
S1 ଓ S2 ବୃତ୍ତର ସରଳ ସାଧାରଣ ସ୍ପର୍ଶକର ସ୍ପର୍ଶବିନ୍ଦୁ
ଯଥାକ୍ରମେ A ଓ B|
BSE Odisha 10th Class Maths Solutions Geometry Chapter 3 Img 29
OA = r, PB = r2 , r1 > r2
ପ୍ରାମାଣ୍ୟ : AB2 = d2 – (r1 – r2)2
ଅଙ୍କନ : \(\overline{\mathbf{OA}}\) ଏବଂ \(\overline{\mathbf{PB}}\) ଅଙ୍କନ କର । \(\overline{\mathbf{PD}}\) ⊥ \(\overline{\mathbf{OA}}\) ଅଙ୍କନ କର ।
\(\overline{\mathbf{PD}}\) || \(\overleftrightarrow{\mathrm{AB}}\) ଅଙ୍କନ କର ।

ପ୍ରମାଣ : ADPB ଏକ ଆୟତକ୍ଷେତ୍ରର ପ୍ରତ୍ୟେକ କୋଣ ସମକୋଣ
∴ AD = PB = r2
⇒ OD = OA – AD = r1 – r2 ଓ AB = PD
△ODPରେ m∠ODP = 90°
⇒ OP2 = OD2 + PD2 (ପିଥାଗୋରାସ୍ ଉପପାଦ୍ୟ)
⇒ PD2 = OP2 – OD2 ⇒ AB = d2 – (r1 – r2)2

(b) ଦତ୍ତ: O ଓ P ଯଥାକ୍ରମେ S1 ଓ S2 ବୃତ୍ତର କେନ୍ଦ୍ରବିନ୍ଦୁ ଏବଂ OP = d |
S1 ଓ S2 ବୃତ୍ତର ତୀର୍ଯ୍ୟକ୍ ସାଧାରଣ ସ୍ପର୍ଶକ ଯଥାକ୍ରମେ S1 ଓ S2 ବୃତ୍ତକୁ C ଓ D ବିନ୍ଦୁରେ ସ୍ପର୍ଶ କରେ ।
OC= r1, PD = r2 ଓ r1 > r2 |
ପ୍ରାମାଣ୍ୟ : CD2 = d2 – (r1 + r2)2
ଅଙ୍କନ : \(\overline{\mathbf{OC}}\), \(\overline{\mathbf{PD}}\) ଅଙ୍କନ କର ।
\(\overline{\mathbf{PE}}\) || \(\overline{\mathbf{CD}}\) ଅକନ କର ଯେବେକି \(\overline{\mathbf{PE}}\)
\(\overrightarrow{\mathrm{OF}}\) କୁ E ବିନ୍ଦୁରେ ଛେଦ କରିବ ।
BSE Odisha 10th Class Maths Solutions Geometry Chapter 3 Img 30
ପ୍ରମାଣ : CEPD ଏକ ଆୟତଚିତ୍ର (ପ୍ରତ୍ୟେକ କୋଣ ସମକୋଣ)
CE = PD = r2
∴ OE = OC+CE = r1 + r2
OP = d (ଦତ୍ତ) ଓ PE = CD
m∠OCD = 90°, ∠CDP = 90°, m∠CEP = 90°
△OEPରେ OP2 = OE2 + PE2 (ପିଥାଗୋରାସ୍ ଉପପାଦ୍ୟ)
∴PE2 = OP2 – OE2
⇒ CD2 = OP2 – OE2 = d2 – (r1 + r2)2 (ପ୍ରମାଣିତ)

BSE Odisha 10th Class Maths Solutions Geometry Chapter 3 ବୃତ୍ତର ସ୍ପର୍ଶକ Ex 3

Question 23.
ଗୋଟିଏ ବୃତ୍ତର ବହିଃସ୍ଥ ଏକ ବିନ୍ଦୁ P ଏବଂ P ବିନ୍ଦୁଗାମୀ ସ୍ପର୍ଶକ ରଶ୍ମିଦ୍ଵୟର ସ୍ପର୍ଶବିନ୍ଦୁ ଯଥାକ୍ରମେ Q ଏବଂ R | \(\overline{\mathbf{QR}}\) ଜ୍ୟାଦ୍ଵାରା ଛେଦିତ କ୍ଷୁଦ୍ରଚାପର ମଧ୍ୟବିନ୍ଦୁ S ହେଲେ, ପ୍ରମାଣ କର ଯେ, \(\overrightarrow{\mathrm{QS}}\) ଦ୍ଵାରା ∠PQR ସମଦ୍ବିଖଣ୍ଡିତ ହୁଏ |
Solution:
ଦତ୍ତ : ଗୋଟିଏ ବୃତ୍ତର ବହିଃସ୍ଥ ଏକ ବିନ୍ଦୁ P ଏବଂ P ବିନ୍ଦୁଗାମୀ ସ୍ପର୍ଶକ ରଶ୍ମିଦ୍ବୟର ସ୍ପର୍ଶବିନ୍ଦୁ ଯଥାକ୍ରମେ Q ଏବଂ R । \(\overline{\mathbf{QR}}\) ଜ୍ୟାଦ୍ଵାରା ଛେଦିତ କ୍ଷୁଦ୍ରଚାପର ମଧ୍ୟବିନ୍ଦୁ S ।
ପ୍ରାମାଣ୍ୟ : \(\overline{\mathbf{QS}}\), ∠PORର ସମଦ୍ବିଖଣ୍ଡକ ।
ଅଙ୍କନ : \(\overline{\mathbf{SR}}\) ଅଙ୍କନ କର ।
ପ୍ରମାଣ : \(\overparen{\mathrm{QSR}}\) ଚାପର ମଧ୍ୟବିନ୍ଦୁ S |
BSE Odisha 10th Class Maths Solutions Geometry Chapter 3 Img 31
⇒ \(\overline{\mathbf{QS}}\) ≅ \(\overline{\mathbf{SR}}\) ⇒ m∠SRQ = m∠SQR
\(\overline{\mathbf{PQ}}\) ଏକ ସ୍ପର୍ଶକ ଏବଂ \(\overline{\mathbf{QS}}\) ସ୍ପର୍ଶକ ବିନ୍ଦୁଗାମୀ ଜ୍ୟା ।
⇒ m∠POS = m∠SRQ (ଏକାନ୍ତର ବୃତ୍ତଖଣ୍ଡସ୍ଥ )
∴ m∠PQS = m∠SQR
ଅର୍ଥାତ୍ \(\overrightarrow{\mathrm{SQ}}\), ∠PORର ସମଦ୍ବିଖଣ୍ଡକ ।

Question 24.
ଚିତ୍ରରେ ଥିବା ବୃତ୍ତର AT ଏକ ବ୍ୟାସ । ବୃତ୍ତ ଉପରିସ୍ଥ ଅନ୍ୟ ଏକ ବିନ୍ଦୁ B । \(\overrightarrow{\mathrm{AB}}\) ଏବଂ I ବିନ୍ଦୁରେ ଅଙ୍କିତ ସ୍ପର୍ଶକ ପରସ୍ପରକୁ P ବିନ୍ଦୁରେ ଛେଦ କରନ୍ତି । B ବିନ୍ଦୁରେ ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକ \(\overleftrightarrow{ T P}\) କୁ ( ବିନ୍ଦୁରେ ଛେଦ କଲେ, ପ୍ରମାଣ କର ଯେ Q ବିନ୍ଦୁ ହେଉଛି PT ର ମଧ୍ୟବିନ୍ଦୁ ।
BSE Odisha 10th Class Maths Solutions Geometry Chapter 3 Img 32
Solution:
ଦତ୍ତ : \(\overline{\mathbf{AT}}\) ବୃତ୍ତର ଏକ ବ୍ୟାସ । ABT ବୃତ୍ତ ଉପରିସ୍ଥ B ଏକ ବିନ୍ଦୁ |
\(\overrightarrow{\mathrm{AB}}\) ଓ T ବିନ୍ଦୁରେ ଅଙ୍କିତ ସ୍ପର୍ଶ \(\overleftrightarrow{ T P}\) ର ଛେଦବିନ୍ଦୁ Q |
ପ୍ରାମାଣ୍ୟ : Q, \(\overline{\mathbf{TP}}\)ର ମଧ୍ୟବିନ୍ଦୁ ।
ଅଙ୍କନ : \(\overline{\mathbf{BT}}\) ଅଙ୍କନ କର ।
ପ୍ରମାଣ : ବହିଃସ୍ଥ ( ବିନ୍ଦୁରୁ ବୃତ୍ତପ୍ରତି ଅଙ୍କିତ ସ୍ପର୍ଶକଖଣ୍ଡ ଦ୍ଵୟ \(\overline{\mathbf{QB}}\) ଓ \(\overline{\mathbf{QT}}\) |
⇒ QB = QT
⇒ m∠QBT = m∠QTB
m∠ABT = 90° (∵ \(\overline{\mathbf{AT}}\) ବୃତ୍ତ ଏକ ବ୍ୟାସ)
m∠PBT = 90°
⇒ m∠PBQ + m∠QBT = 90°
ପୁନମ୍ନ m∠BTQ + m∠BPQ = 90°
BSE Odisha 10th Class Maths Solutions Geometry Chapter 3 Img 33
⇒ m∠PBQ + m∠QBT = m∠BTQ + m∠BPQ
(: m∠QBT = m∠QTB)
⇒ m∠PBQ = m∠BPQ ⇒ BQ = QP
ପୁନମ୍ନ BQ = QT ⇒ QP = QT (ପ୍ରମାଣିତ)

Question 25.
ଗୋଟିଏ ବୃତ୍ତରେ \(\overline{\mathbf{AB}}\) ଏକ ବ୍ୟାସ । B ବିନ୍ଦୁରେ ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକ ଉପରେ C ଏପରି ଏକ ବିନ୍ଦୁ ଯେପରି \(\overline{\mathbf{CA}}\), ବୃତ୍ତକୁ D ବିନ୍ଦୁରେ ଛେଦ କରେ । ପ୍ରମାଣ କର ଯେ AB2 = AC × AD |
BSE Odisha 10th Class Maths Solutions Geometry Chapter 3 Img 34
Solution:
ଦତ୍ତ : \(\overline{\mathbf{AB}}\), S ବୃତ୍ତର ଏକ ବ୍ୟାସ ।
\(\overrightarrow{\mathrm{BC}}\) ବୃତ୍ତପ୍ରତି B ବିନ୍ଦୁରେ ଅଙ୍କିତ ସ୍ପର୍ଶକ C – D – A ଏକ ଛେଦକ ।
ପ୍ରାମାଣ୍ୟ : AB2 = AC × AD
ଅଙ୍କନ : \(\overline{\mathbf{BD}}\) ଅଙ୍କନ କର ।
ପ୍ରମାଣ : BC ସ୍ପର୍ଶକ ⇒ ∠ABC = ସମକୋଣ
△ACBରେ AB2 + BC2 = AC2 ⇒ AB2 = AC2 – BC2
ପୁନଶ୍ଚ CB2 = CD · CA
⇒ AB2 = AC2 – BC2 = AC2 – CD · CA
= AC (AC – CD) = AC × AD (ପ୍ରମାଣିତ)

Question 26.
ଗୋଟିଏ ବୃତ୍ତରେ \(\overline{\mathbf{AB}}\) ଏକ ବ୍ୟାସ । B ବିନ୍ଦୁରେ ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକ ଉପରେ C ଓ D ଦୁଇଟି ବିନ୍ଦୁ ଯେପରି C-B-D | ଯଦି CA ଓ \(\overline{\mathbf{DA}}\) ଯଥାକ୍ରମେ ବୃତ୍ତକୁ P ଓ Q ବିନ୍ଦୁରେ ଛେଦ କରନ୍ତି, ପ୍ରମାଣ କର ଯେ AC × AP = AD × AQ |
Solution:
ଦତ୍ତ : \(\overline{\mathbf{AB}}\) ଏକ ବୃତ୍ତର ବ୍ୟାସ । B ବିନ୍ଦୁରେ ବୃତ୍ତପ୍ରତି ଅଙ୍କିତ ସ୍ପର୍ଶକ \(\stackrel{\leftrightarrow}{C D}\) । AC ଓ \(\overline{\mathbf{AD}}\) ବୃତ୍ତକୁ P ଓ Q ବିନ୍ଦୁରେ ଛେଦକରନ୍ତି ।
ପ୍ରାମାଣ୍ୟ : AC × AP = AD × AQ
ଅଙ୍କନ : \(\overline{\mathbf{BP}}\) ଓ \(\overline{\mathbf{BQ}}\) ଅଙ୍କନ କର ।
ପ୍ରମାଣ : △APB ଓ △ABC ମଧ୍ୟରେ
m∠APB m∠ABC (ପ୍ରତ୍ୟେକ ସମକୋଣ)
m∠PAB = m∠BAC (ସାଧାରଣ କୋଣ)
BSE Odisha 10th Class Maths Solutions Geometry Chapter 3 Img 35
⇒ △APB ~ △ABC (କୋ.କୋ, ସାଦୃଶ୍ୟ)
⇒ \(\frac { AP }{ AB }\) = \(\frac { AB }{ AC }\) ⇒ AB2 = AP × AC …(i)
ସେହିପରି △ABQ ~ △ABD
AB2 = AD × AQ …(ii)
∴ (i) ଓ (ii)ରୁ AP × AC = AD × AQ (ପ୍ରମାଣିତ)

Question 27.
ଚିତ୍ରରେ S1 ଓ S2 ବୃତ୍ତ ଦୁଇଟି ବହିଃସ୍ପର୍ଶୀ ଏବଂ G ସେମାନଙ୍କର ସ୍ପର୍ଶବିନ୍ଦୁ । ବୃତ୍ତଦ୍ଵୟର ସରଳ ସାଧାରଣ ସ୍ପର୍ଶକ ରଶ୍ମି \(\overrightarrow{\mathrm{PX}}\) ଓ \(\overrightarrow{\mathrm{PY}}\) ଦ୍ଵୟର ସାଧାରଣ ମୂଳ ବିନ୍ଦୁ P | S1 ଓ S, ବୃତ୍ତକୁ \(\overrightarrow{\mathrm{PX}}\) ଯଥାକ୍ରମେ C ଓ ଯ ବିନ୍ଦୁରେ ଏବଂ \(\overrightarrow{\mathrm{PY}}\) ଯଥାକ୍ରମେ D ଓ F ବିନ୍ଦୁରେ ସ୍ପର୍ଶ କରନ୍ତି ।
(a) ପ୍ରମାଣ କର :
(i) P, A, G, B ଏକ ସରଳରେଖାରେ ଅବସ୍ଥିତ ଓ
(ii) CE = DF
BSE Odisha 10th Class Maths Solutions Geometry Chapter 3 Img 36
(b) ଉଭୟ ବୃତ୍ତ ପ୍ରତି ଅଙ୍କିତ ସାଧାରଣ ସ୍ପର୍ଶକ \(\overrightarrow{\mathrm{PX}}\) ଓ \(\overrightarrow{\mathrm{PY}}\) କୁ ଯଥାକ୍ରମେ M ଓ N ବିନ୍ଦୁରେ ଛେଦକଲେ, ପ୍ରମାଣ କର :
(i) PM = PN, (ii) MG = NG ।
Solution:
ଦତ୍ତ : S1 ଓ S2 ଦୁଇଟି ବହିଃସ୍ପର୍ଶୀ ବୃତ୍ତ ପରସ୍ପରକୁ G ବିନ୍ଦୁରେ ସ୍ପର୍ଶ କରନ୍ତି । ବୃତ୍ତଦ୍ୱୟର ସରଳ ସାଧାରଣ ସ୍ପର୍ଶକ ରଶ୍ମି \(\overrightarrow{\mathrm{PX}}\) ଓ \(\overrightarrow{\mathrm{PY}}\), S1 ଓ S2 ବୃତ୍ତକୁ ଯଥାକ୍ରମେ C ଓ E ଏବଂ D ଓ F ବିନ୍ଦୁରେ ସ୍ପର୍ଶ କରନ୍ତି । ଓ ବିନ୍ଦୁରେ ଅଙ୍କିତ ସାଧାରଣ ସ୍ପର୍ଶକ PX ଓ PY କୁ ଯଥାକ୍ରମେ M ଓ N ବିନ୍ଦୁରେ ଛେଦ କରନ୍ତି । ବୃତ୍ତଦ୍ୱୟର କେନ୍ଦ୍ର ଯଥାକ୍ରମେ A ଓ B |
BSE Odisha 10th Class Maths Solutions Geometry Chapter 3 Img 37
ପ୍ରାମାଣ୍ୟ : (a) (i) P, A, G ଓ B ସରଳରେଖାରେ ଅବସ୍ଥିତ । (ii) CE = DF
(b) (i) PM = PN, (ii) MG = NG
ଅଙ୍କନ : \(\overline{\mathbf{AC}}\) ଓ \(\overline{\mathbf{AD}}\) ଅଙ୍କନ କର ।
ପ୍ରମାଣ : PE = PD (ବହିଃସ୍ଥ P ବିନ୍ଦୁରୁ S2 ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକ ଖଣ୍ଡ)
ପୁନଶ୍ଚ PC = PD (ବହିଃସ୍ଥ P ବିନ୍ଦୁରୁ S1 ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକ ଖଣ୍ଡ)
∴ PE – PC = PF – PD ⇒ CE = DF (ପ୍ରମାଣିତ)
CM = MG ଏବଂ ME = MG ⇒ CM = ME
ସେହିପରି DN = NG ଏବଂ NG = NF
DN = NF, CE = DF (ପୂର୍ବରୁ ପ୍ରମାଣିତ)
⇒ 2 CM = 2 DN ⇒ CM = DN ….(i)
PC = PD = PC + CM = PD + DN → PM = PN
(i)ରୁ CM= DN →:MG = NG
(∵ MC = MG, DN = NG)
PM = PN (ପୂର୍ବରୁ ପ୍ରମାଣିତ)
⇒ m∠PMG = m∠PNG ⇒ m∠CMG = m∠DNG
ଦଇମାନ CAGM ଚତୁରିକରେ m∠ACM + m∠AGM = 180°
∴ m∠CMG + m∠CAG = 180° … (ii)
ସେହିପରି m∠DNG + m∠DAG = 180° …(iii)
m∠CMG + m∠CAG = m∠DNG + m∠DAG
m∠CAG = m∠DAG (∵ m∠CMG = m∠DNG)
m∠PAC = m∠PAD ….(iv)
(iv)ରୁ 2m∠CAG + 2m∠PAC = 360° ⇒ m∠CAG + m∠PAC = 180°
⇒ P, A, G ଏକରେଖ କିନ୍ତୁ A, G, B ଏକ ରେଞ୍ଜ
∴ P, A, G, B ଏକସରଳରେଖାରେ ଅବସ୍ଥିତ । (ପ୍ରମାଣିତ)

BSE Odisha 10th Class Maths Solutions Geometry Chapter 3 ବୃତ୍ତର ସ୍ପର୍ଶକ Ex 3

Question 28.
ପରସ୍ପର ଅନ୍ତଃସ୍ପର୍ଶୀ ଦୁଇଟି ବୃତ୍ତର ସ୍ପର୍ଶବିନ୍ଦୁ P । ଏକ ସରଳରେଖା ଗୋଟିଏ ବୃତ୍ତକୁ A ଓ B ବିନ୍ଦୁରେ ଓ ଅନ୍ୟ ବୃତ୍ତକୁ C ଓ Ð ବିନ୍ଦୁରେ ଛେଦ କରେ । ପ୍ରମାଣ କର ଯେ ∠APC ଓ ∠BPD ସର୍ବସମ । [A-C-D ଓ A-D-C ପ୍ରତ୍ୟେକ କ୍ଷେତ୍ରରେ ପ୍ରମାଣ ଯୋଗ୍ୟ ।
Solution:
BSE Odisha 10th Class Maths Solutions Geometry Chapter 3 Img 38
ଦତ୍ତ : ପରସ୍ପର ଅନ୍ତଃସ୍ପର୍ଶୀ ଦୁଇଟି ବୃତ୍ତର ସ୍ପର୍ଶବିନ୍ଦୁ P । ଏକ ସରଳରେଖା ବୃତ୍ତଦ୍ଵୟକୁ ଯଥାକ୍ରମେ A, B ଓ C, D ବିନ୍ଦୁରେ ଛେଦକରନ୍ତି ।
ପ୍ରାମାଣ୍ୟ : ∠APC ≅ ∠BPD
ଅଙ୍କନ : P ବିନ୍ଦୁରେ ବୃତ୍ତପ୍ରତି ସାଧାରଣ ସ୍ପର୍ଶକ X – P – Y ଅଙ୍କନ କର ।
ମନେକର \(\overline{\mathrm{PC}}\)ର ଏକ ପାର୍ଶ୍ବରେ A ଓ X ଅବସ୍ଥାନ କରୁ ।
\(\overline{\mathrm{PA}}\), \(\overline{\mathrm{PD}}\), \(\overline{\mathrm{PC}}\) ଓ \(\overline{\mathrm{PB}}\) ଅଙ୍କନ କର ।
ପ୍ରମାଣ : ମନେକର A – C – D – B|
m∠DPY = m∠DCP (ଏକାନ୍ତର ବୃତ୍ତଖଣ୍ଡସ୍ଥ)
ସେହିପରି m∠BPY = m∠DAP
∴ m∠DPY – m∠BPY = m∠DCP – m∠DAP
⇒ m∠DPB = m(∠CAP + m∠APC) – m∠DAP
(∵ ବହିଃସ୍ଥ m∠DCP = m∠CAP + m∠APC)
= m∠CAP + m∠APC – m∠CAP = m∠APC
ସେହିପରି A – D – C – B ହେଲେ ପ୍ରମାଣ ଅନୁରୂପ ।

Question 29.
△ABC ର ଅନ୍ତଃବୃତ୍ତ, \(\overline{\mathrm{AB}}\), \(\overline{\mathrm{BC}}\) ଓ \(\overline{\mathrm{CA}}\) କୁ ଯଥାକ୍ରମେ P, Q ଓ R ବିନ୍ଦୁରେ ସ୍ପର୍ଶ କରେ । ଚିତ୍ରରେ BQ = 8 ସେ.ମି., CQ = 6 ସେ.ମି. ଏବଂ △ABCର ପରିସୀମା 36 ସେ.ମି. ହେଲେ, AB ଓ AC ନିର୍ଣ୍ଣୟ କର ।
BSE Odisha 10th Class Maths Solutions Geometry Chapter 3 Img 39
Solution:
ଦତ୍ତ : △ABCର ଅନ୍ତଃବୃତ୍ତ \(\overline{\mathrm{AB}}\), \(\overline{\mathrm{BC}}\) ଓ \(\overline{\mathrm{CA}}\) କୁ ଯଥାକ୍ରମେ P, Q ଓ R ବିନ୍ଦୁରେ ଛେଦକରେ ।
BQ = 8 ସେ.ମି., CQ = 6 ସେ.ମି.
△ABCର ପରିସୀମା = 36 ସେ.ମି.
ନିର୍ଦେୟ : BQ = 8 ସେ.ମି. ⇒ BP = 8 ସେ.ମି.
CQ = 6 ସେ.ମି. ⇒ CR = 6 ସେ.ମି.
ମନେକର AP = AR = x ସେ.ମି.
△ABCର ପରିସୀମା = 36 ସେ.ମି.
⇒ AP + PB + BQ + QC +CR + RA = 36
⇒ (x + 8 + 8 + 6 + 6 + x) = 36 ⇒ 2x + 28 = 36
⇒ 2x = 36 – 28 = 8 ⇒ x = \(\frac { 8 }{ 2 }\) = 4
∴ AB = AP + BP = 4 ସେ.ମି. + 8 ସେ.ମି. = 12 ସେ.ମି.
AC = AR + CR = 4 ସେ.ମି. + 6 ସେ.ମି. = 10 ସେ.ମି. |

Question 30.
ଗୋଟିଏ ବୃତ୍ତର କେନ୍ଦ୍ର O ଏବଂ ପରିଲିଖ୍ ଚତୁର୍ଭୁଜ ABCD ହେଲେ, ପ୍ରମାଣ କର ଯେ ∠AOB ଓ ∠COD ପରସ୍ପର ପରିପୂରକ । ∠B0C ଏବଂ ∠AOD ମଧ୍ୟରେ ଥ‌ିବା ସମ୍ପର୍କ ନିର୍ଣ୍ଣୟ କର ।
Solution:
ଦତ୍ତ : ABCD ଚତୁର୍ଭୁଜ S ବୃତ୍ତର ପରିଲିଖ । ବୃତ୍ତର କେନ୍ଦ୍ର O |
gla: (i) m∠AOB + m∠COD = 180°
(ii) ∠BOC ଏବଂ ∠COD ମଧ୍ୟରେ ସଂପର୍କ ।
ପ୍ରମାଣ : m∠ABO = m∠CBO ⇒ m∠ABO = \(\frac { 1 }{ 2 }\) m∠B
m∠BAO = m∠DA0 ⇒ m∠BAO = \(\frac { 1 }{ 2 }\) m∠A
m∠OCD = m∠OCB ⇒ m∠OCD = \(\frac { 1 }{ 2 }\) m∠C
m∠ODC = m∠ODA ⇒ m∠ODC = \(\frac { 1 }{ 2 }\) m∠D
BSE Odisha 10th Class Maths Solutions Geometry Chapter 3 Img 40
∴ m∠ABO + m∠BAO + m∠OCD + m∠ODC
= \(\frac { 1 }{ 2 }\) (m∠A + m∠B + m∠C + m∠D) = \(\frac { 1 }{ 2 }\) × 360° = 180°
ପୁନଶ୍ଚ m∠ABO + m∠BAO + m∠OCD + m∠ODC + m∠AOB + ∠COD = 180° + 180° = 360° …(ii)
∴ (i) ଓ (ii) ରୁ m∠AOB + m∠COD = 180° (ପ୍ରମାଣିତ)
ସେହିପରି m∠AOD + m∠BOC = 180° ଦେବ |

Question 31.
ଗୋଟିଏ ବୃତ୍ତର ଏକ ଜ୍ଯା \(\overline{\mathrm{AB}}\), ଏହି ବୃତ୍ତ ଉପରିସ୍ଥ ଏକ ବିନ୍ଦୁ P ଠାରେ ଅଙ୍କିତ ସ୍ପର୍ଶକ ସହ ସମାନ୍ତର ହେଲେ, ପ୍ରମାଣ କର ଯେ P ବିନ୍ଦୁଠାରେ \(\overparen{\mathbf{A P B}}\) ସମଦ୍ବିଖଣ୍ଡିତ ହୁଏ ।
ସମାଧାନ :
ଦତ୍ତ : ABP ବୃତ୍ତର AB ଏକ ଜ୍ୟା । P ଠାରେ \(\overline{\mathrm{AB}}\) ସହ ସମାନ୍ତର ଭାବେ ଅଙ୍କିତ ସ୍ପର୍ଶକ \(\overleftrightarrow{\mathrm{XY}}\), \(\overline{\mathrm{PB}}\)ର ଏକ ପାର୍ଶ୍ଵରେ X ଓ A ଅବସ୍ଥିତ ।
ପ୍ରାମାଣ୍ୟ : \(\widehat{\mathrm{AP}}\) ≅ \(\widehat{\mathrm{BP}}\)
BSE Odisha 10th Class Maths Solutions Geometry Chapter 3 Img 41
ଅଙ୍କନ : \(\overline{\mathrm{PA}}\) ଓ \(\overline{\mathrm{PB}}\) ଅଙ୍କନ କର ।
ପ୍ରମାଣ : m∠XPA = m∠PBA (ଏକାନ୍ତର ବୃତ୍ତଖଣ୍ଡସ୍ଥ)
m∠XPA = m∠PAB (ଏକାନ୍ତର କରେ)
⇒ m∠PBA = m∠PAB
⇒ \(\widehat{\mathrm{PA}}\) ≅ \(\widehat{\mathrm{PB}}\)

Question 32.
ଚିତ୍ରରେ ଥ‌ିବା ବୃତ୍ତର କେନ୍ଦ୍ର 0, L1 ଓ L2 ଦୁଇଟି ସ୍ପର୍ଶକ ଏବଂ L1 || L2 | ବୃତ୍ତର K ବିନ୍ଦୁରେ ଅଙ୍କିତ ସ୍ପର୍ଶକ \(\stackrel{\leftrightarrow}{\mathbf{P Q}}\), L1 ଓ L2 କୁ ଯଥାକ୍ରମେ M ଓ N ବିନ୍ଦୁରେ ଛେଦ କରେ । ପ୍ରମାଣ କର ଯେ ∠MON ଏକ ସମକୋଣ ।
BSE Odisha 10th Class Maths Solutions Geometry Chapter 3 Img 42
Solution:
ଦତ୍ତ : S ବୃତ୍ତର କେନ୍ଦ୍ର O,
L1 ଓ L2 ବୃତ୍ତପ୍ରତି ଦୁଇଟି ସ୍ପର୍ଶକ ଏବଂ L1 || L2| ବୃତ୍ତର K ବିନ୍ଦୁରେ ଅଙ୍କିତ ସ୍ପର୍ଶକ PO
L1 ଓ L2 କୁ ଯଥାକ୍ରମେ M ଓ N ବିନ୍ଦୁରେ ଛେଦକରେ ।
ପ୍ଵାମଣ୍ୟ: m∠MON = 90°
ଅଙ୍କନ : \(\overline{\mathrm{CO}}\), \(\overline{\mathrm{DO}}\), \(\overline{\mathrm{OK}}\), \(\overline{\mathrm{MO}}\) ଓ \(\overline{\mathrm{NO}}\) ଅଙ୍କନ କର ।
L1 ଓ L2, S ବୃତ୍ତକୁ ଯଥାକ୍ରମେ C ଓ D ବିନ୍ଦୁରେ ସ୍ପର୍ଶକରୁ ।
ପ୍ରମାଣ : △OCM ଓ △OKMରେ
MC = MK. \(\overline{\mathrm{MO}}\) ସାଧାରଣ ବାହୁ ।
ଓ m∠OCM= m∠OKM (ସାଧାରଣ)
∴ △OCM = △OKM = m∠CMO = m∠OMK
BSE Odisha 10th Class Maths Solutions Geometry Chapter 3 Img 43
ସେହିପରି ପ୍ରମାଣ କରାଯାଇପାରେ ଯେ △OKN ≅ △ODN ⇒ m∠ONK = m∠OND L1 || L2, \(\stackrel{\leftrightarrow}{\mathrm{PQ}}\) ଛେଦକ ।
ତେଣୁ m∠CMK + m∠DNK= 180° ⇒ \(\frac { 1 }{ 2 }\) m∠CMK + \(\frac { 1 }{ 2 }\) m∠DNK = 90°
⇒ m∠KMO + m∠KNO = 90° …(i)
କିନ୍ତୁ m∠KMO + m∠KNO + m∠MON = 180°
90° + m∠MON = 180° [(i) ରୁ]
m∠MON = 180° – 90° = 90° (ପ୍ରମାଣିତ)

BSE Odisha 10th Class Physical Science Notes Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ

Odisha State Board BSE Odisha 10th Class Physical Science Notes Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ will enable students to study smartly.

BSE Odisha Class 10 Physical Science Notes Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ

→ ବିତ୍ତ୍ୟତ୍‌ ପ୍ରୋତର ଚୁମ୍ବକ1ଯ ପ୍ରଭାବ (Magnetic Effect of Electric Current) :
ଚୁମ୍ବକୀୟକ୍ଷେତ୍ର ଓ କ୍ଷେତ୍ରରେଖା (Magnetic Field and Field Lines) :

  • ଚୁମ୍ବକର ଚତୁଃପାର୍ଶ୍ଵରେ ଥ‌ିବା ଯେଉଁ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଥାଏ । ତାହାକୁ ଚୁମ୍ବକୀୟ କ୍ଷେତ୍ର କୁହାଯାଏ ।
  • କମ୍ପାସ ସୂଚୀଟି ମୁକ୍ତ ଅବସ୍ଥାରେ ଉତ୍ତର ଦକ୍ଷିଣ ଦିଗ ନିର୍ଦ୍ଦେଶ କରେ ।
  • ସୂଚୀର ଯେଉଁ ପ୍ରାନ୍ତଟି ଉତ୍ତର ଆଡ଼କୁ ରହେ ତାହାକୁ ଉତ୍ତର ମେରୁ ଓ ଯେଉଁ ପ୍ରାନ୍ତଟି ଦକ୍ଷିଣ ଆଡ଼କୁ ରହେ ତାକୁ ଦକ୍ଷିଣ ମେରୁ କୁହାଯାଏ ।
    BSE Odisha 10th Class Physical Science Notes Chapter 9 img-1
  • ସମମେରୁ ପରସ୍ପରକୁ ବିକର୍ଷଣ କରନ୍ତି ଏବଂ ବିଷମ ମେରୁ ପରସ୍ପରକୁ ଆକର୍ଷଣ କରନ୍ତି ।

→ ପରିବାହୀରେ ବିଦ୍ୟୁତ୍ ସ୍ରୋତ ଜନିତ ଚୁମ୍ବକୀୟ କ୍ଷେତ୍ର(Magnetic Field due to a Current carrying Conductor) :

→ ସଳଖ ପରିବାହୀରେ ବିଦ୍ୟୁତ୍ ସ୍ରୋତ ଜନିତ ଚୁମ୍ବକୀୟ କ୍ଷେତ୍ର (Magnetic Field due to Current through a Straight Conductor):

→ କୁଣ୍ଡଳୀ ବା ବୃତ୍ତାକାର ପରିବାହୀରେ ବିଦ୍ୟୁତ୍ ସ୍ରୋତ ଜନିତ ଚୁମ୍ବକୀୟ କ୍ଷେତ୍ର (Magnetic Field due to a Current through a Circular Loop):

  • ବିଦ୍ୟୁତ୍ ସ୍ରୋତ ବହନ କରୁଥିବା ବୃତ୍ତାକାର ପରିବାହୀ କ୍ଷେତ୍ରରେ ତାରଠାରୁ ଦୂରେଇଗଲେ ସମକେନ୍ଦ୍ରିକ ବୃତ୍ତର ଆକାର ବଢ଼େ ।
  • କୁଣ୍ଡଳୀର କେନ୍ଦ୍ର ଆଡ଼କୁ ବୃତ୍ତଗୁଡ଼ିକ ସରଳରେଖାଭଳି ଦେଖାଯିବ ।
  • ତାରର ପ୍ରତିଟି ଅଂଶ କୁଣ୍ଡଳୀ ମଧ୍ଯରେ ଏକାଦିଗରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରୁଛି ।
  • ପରିବାହୀରେ ବିଦ୍ୟୁତ୍ ସ୍ରୋତର ପରିମାଣ ବଢ଼ିଲେ ସଂପୃକ୍ତ ଚୁମ୍ବକୀୟ କ୍ଷେତ୍ରର ପରିମାଣ ବଢ଼େ ।
  • କୁଣ୍ଡଳୀରେ ଯଦି n ସଂଖ୍ୟକ ଘର ରହେ ତେବେ ଗୋଟିଏ ନିର୍ଦ୍ଦିଷ୍ଟ ବିଦ୍ୟୁତ୍ ସ୍ରୋତ ପାଇଁ ଚୁମ୍ବକୀୟ ପରିମାଣ ଗୋଟିଏ ଘେର ତୁଳନାରେ n ଗୁଣ ହେବ ।

→ ସଲେନଏଡ଼ରେ ବିଦ୍ୟୁତ୍ ସ୍ରୋତ ଜନିତ ଚୁମ୍ବକୀୟ କ୍ଷେତ୍ର (Magnetic Field due to a Current in a Solenoid) :
ବିଦ୍ୟୁତ୍‌ରୋଧୀ ଆବରଣ ଯୁକ୍ତ ତମ୍ବାତାରରୁ ତିଆରି ବହୁ ବୃତ୍ତାକାର ଘେର ବିଶିଷ୍ଟ ଏକ ସିଲିଣ୍ଡର ସଦୃଶ କୁଣ୍ଡଳୀକୁ ସଲେନଏଡ୍ କହନ୍ତି ।

  • ଏହାର ଢାଞ୍ଚାଟି ଗୋଟିଏ ଦଣ୍ଡ ଚୁମ୍ବକ ଜନିତ ଢାଞ୍ଚା ।
  • ବିଦ୍ୟୁତ୍ ପ୍ରବାହ କଲେ ତାହା ଦଣ୍ଡ ଚୁମ୍ବକ ଭଳି ଚାରିପାଖରେ ଚୁମ୍ବକୀୟ କ୍ଷେତ୍ରରେଖା ସୃଷ୍ଟିକରେ ।
    BSE Odisha 10th Class Physical Science Notes Chapter 9 img-2
  • ବିଦ୍ୟୁତ୍ ସ୍ରୋତଧାରୀ ସଲେନଏଡ୍ ଗୋଟିଏ ପ୍ରାନ୍ତ ଚୁମ୍ବକୀୟ ଉତ୍ତର ମେରୁ ଓ ଅନ୍ୟ ପ୍ରାନ୍ତଟି ଦକ୍ଷିଣ ମେରୁ ଭଳି ଆଚରଣ କରେ ।
  • ସଲେନଏଡ୍ ଭିତର ପଟରେ କ୍ଷେତ୍ରରେଖାଗୁଡ଼ିକ ସରଳରୈଖ୍ୟକ ଓ ପରସ୍ପର ସହ ସମାନ୍ତର ।
  • ସଲେନଏଡ୍‌ର ଭିତର ପଟେ ସବୁଠାରେ ଚୁମ୍ବକୀୟ କ୍ଷେତ୍ରର ପରିମାଣ ଓ ଦିଗ ସମାନ ଅର୍ଥାତ୍ ଏହା ଏକ ସମଚୁମ୍ବକୀୟ କ୍ଷେତ୍ର (Uniform magnetic field) ।
  • ନରମ ଲୁହାଭଳି ଚୁମ୍ବକୀୟ ବସ୍ତୁଟିଏ ସଲେନଏଡ୍ ଭିତରେ ରଖିଲେ ସଲେନଏଡ୍ ଚୁମ୍ବକୀୟ କ୍ଷେତ୍ରର ପ୍ରଭାବରେ ତାହା ଚୁମ୍ବକରେ ପରିଣତ ହୁଏ । ଏ ପ୍ରକାର ଚୁମ୍ବକକୁ ବିଦ୍ୟୁତଚୁମ୍ବକ କହନ୍ତି |
    BSE Odisha 10th Class Physical Science Notes Chapter 9 img-3

→ ଚୁମ୍ବକୀୟ କ୍ଷେତ୍ରରେ ବିଦ୍ୟୁତ୍ ସ୍ରୋତଧାରୀ ପରିବାହୀ ଉପରେ ବଳ (Force on a Current Carrying Conductor in a Magnetic Field):

  • ପରିବାହୀରେ ବିଦ୍ୟୁତ୍ ପ୍ରବାହ ହେଲେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟିହୁଏ ।
  • ଏହି ଚୁମ୍ବକୀୟ କ୍ଷେତ୍ରରେ ଚୁମ୍ବକଟିଏ ରହିଲେ ତା ଉପରେ ଏକ ବଳ କାର୍ଯ୍ୟକାରୀ ହୁଏ ।
  • ଫରାସୀ ବୈଜ୍ଞାନିକ ଆନ୍ଦ୍ର-ମ୍ୟାରୀ ଏମ୍ପିୟର ଦର୍ଶାଇଲେ ଯେ ଚୁମ୍ବକଟି ମଧ୍ୟ ବିଦ୍ୟୁତ୍ ସ୍ରୋତ ଧାରୀ ପରିବାହୀ ଉପରେ ସମପରିମାଣର ବିପରୀତ ବଳପ୍ରୟୋଗ କରେ ।

→ ବିଦ୍ୟୁତ୍‌ଚୁମ୍ବକୀୟ ପ୍ରେରଣ (Electromagnetic induction) :
1831 ମସିହାରେ ଇଂରେଜ ବୈଜ୍ଞାନିକ ମାଇକେଲ୍‌ ଫାରାଡେ ଗତିଶୀଳ ଚୁମ୍ବକଦ୍ୱାରା ବିଦ୍ୟୁତ୍ ସ୍ରୋତ ସୃଷ୍ଟି କରିଥିଲେ । ଚୁମ୍ବକତ୍ଵରୁ ବିଦ୍ୟୁତ୍ ସୃଷ୍ଟିର ପଦ୍ଧତିକୁ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ କହନ୍ତି ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ

→ ବିଦ୍ୟୁତ୍ ଜେନେରେଟର (Electric Generator) :
ବିଦ୍ୟୁତ୍ ଜେନେରେଟର ଦ୍ଵାରା ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ତାର କୁଣ୍ଡଳୀର ଘୁର୍ଣ୍ଣନ ଯୋଗୁ ଯାନ୍ତ୍ରିକ ଶକ୍ତିରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ । ଏହି ପଦ୍ଧତି ବ୍ୟବହାର କରି ଘରେ ଓ କଳକାରଖାନାରେ ଆବଶ୍ୟକ ହେଉଥ‌ିବା ଅଧ୍ବକ ପରିମାଣର ବିଦ୍ୟୁତ୍ ପ୍ରବାହ ମଧ୍ଯ ମିଳିଥାଏ ।

  • ABCD ଏକ ପୂର୍ଣ୍ଣ ।ପ୍ମାନ ଆୟତାକାର କୁଣ୍ଡଳୀ ।
  • ସ୍ଥାୟ1 ରୁମ୍ବକ ମଧ୍ୟରେ ଏକ ଅଖ ଯୋଡ଼ାଯାଇଥାଏ, ଯାହାକୁ ଏକ ବାହ୍ୟ ଯାନ୍ତ୍ରିକ ବ୍ୟବସ୍ଥା ଦ୍ୱାରା ଏକ ଅକ୍ଷ ଚାରି ପଟେ ଘୂରେ ।
  • କୁଣ୍ଡଳୀରେ ଯେତେ ସଂଖ୍ୟକ ଘେର ରହିବ ପ୍ରେରିତ ବିଦ୍ୟୁତ୍ ପ୍ରବାହ ତଦନୁ ସାରେ ଅଧ୍ଵ ହେବ ଏବଂ ଅଧ‌ିକ ବିଦ୍ୟୁତ୍ ପ୍ରବାହ ସୃଷ୍ଟି କରାଯାଇ ପାରିବ।
  • ପ୍ରତି ଅର୍ଥ ଘୂର୍ଣ୍ଣନ ପରେ ପ୍ରେରିତ ବିଦ୍ୟୁତ୍ ପ୍ରବାହ ଦିଗରେ ପରିବର୍ତ୍ତନ ଘଟେ । ଏ ପ୍ରକାର ସ୍ରୋତକୁ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ (AC) କହନ୍ତି ।
  • ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ ସ୍ରୋତ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଦିଗ ବଦଳାଏ । ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ଉତ୍ପନ୍ନ କରୁଥିବା ଜେନେରେଟରକୁ AC ଜେନେରେଟର୍‌ କହନ୍ତି ।
  • ଆଦୌ ଦିଗ ବଦଳାଉ ନଥ‌ିବା ବିଦ୍ୟୁତ୍ ପ୍ରବାହକୁ ସଳଖ ବିଦ୍ୟୁତ୍ ପ୍ରବାହ (DC) କହନ୍ତି ।
  • ଏ.ସି. ଜେନେରେଟର୍‌ ବଳୟ ପରିବର୍ତ୍ତେ ବିଖଣ୍ଡିତ ବଳୟ ବା କମ୍ୟୁଟେଟ୍‌ର ବ୍ୟବହାର କଲେ ତାକୁ D.C.

BSE Odisha 10th Class Physical Science Notes Chapter 9 img-4

→ ସଳଖ ବିଦ୍ୟୁତ୍ ପ୍ରବାହ ଓ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ପ୍ରବାହ (Direct Current and Alternating Current) :

  • ସଳଖ ବିଦ୍ୟୁତ୍ ପ୍ରବାହ ସର୍ବଦା ଗୋଟିଏ ଦିଗରେ ପ୍ରବାହିତ ହେଉଥ‌ିବାବେଳେ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଦିଗ ପରିବର୍ତ୍ତନ କରେ ।
  • ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ ସ୍ରୋତ ପ୍ରତି ସେକେଣ୍ଡରେ ଯେତେ ଥର ଦିଗ ବଦଳାଇ ପୂର୍ବାବସ୍ଥାକୁ ଫେରିଆସେ, ତାହାକୁ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତର ଆବୃତ୍ତି କହନ୍ତି ।
  • ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ୍ ବିଦ୍ୟୁତ୍ ପ୍ରକଳ୍ପମାନଙ୍କରୁ ଉତ୍ପାଦିତ ହୁଏ । ସଳଖ ବିଦ୍ୟୁତ୍ ସ୍ରୋତ ବ୍ୟାଟେରୀ ଏବଂ ବିଭିନ୍ନ ପ୍ରକାର ବିଦ୍ୟୁତ୍ ସେଲ୍‌ରୁ ଉତ୍ପନ୍ନ ହୁଏ।
  • ଦୂର ସ୍ଥାନକୁ ସଳଖ ବିଦ୍ୟୁତ୍ ପ୍ରବାହଦ୍ବାରା ବିଦ୍ୟୁତ୍ ଶକ୍ତି ପଠାଇଲେ ଶକ୍ତି ଅପଚୟ ଅଧିକ ହୁଏ । କିନ୍ତୁ ପ୍ରତ୍ୟାବର୍ତୀ ବିଦ୍ୟୁତ୍ ଶକ୍ତି ପଠାଇବାଦ୍ୱାରା ଶକ୍ତି ଅପଚୟ କମ୍ ହୁଏ । ଭାରତରେ ମିଳୁଥିବା ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ ପ୍ରତି \(\frac { 1 }{ 100 }\) ସେକେଣ୍ଡରେ ଦିଗ ପରିବର୍ତ୍ତନ କରେ ଅର୍ଥାତ୍ ଏହାର ଆବୃତ୍ତି 50 ହର୍ସ ।
  • ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ୍ ବିଦ୍ୟୁତ୍ ପ୍ରକଳ୍ପମାନଙ୍କରୁ ଉତ୍ପାଦିତ ହୁଏ । ସଳଖ ବିଦ୍ୟୁତ୍ ସ୍ରୋତ ବ୍ୟାଟେରୀ ଏବଂ ବିଭିନ୍ନ ପ୍ରକାର ବିଦ୍ୟୁତ୍ ସେଲ୍‌ରୁ ଉତ୍ପନ୍ନ ହୁଏ।
  • ଦୂର ସ୍ଥାନକୁ ସଳଖ ବିଦ୍ୟୁତ୍ ପ୍ରବାହଦ୍ଵାରା ବିଦ୍ୟୁତ୍ ଶକ୍ତି ପଠାଇଲେ ଶକ୍ତି ଅପଚୟ ଅଧୂକ ହୁଏ । କିନ୍ତୁ ପ୍ରତ୍ୟାବର୍ତୀ ବିଦ୍ୟୁତ୍ ଶକ୍ତି ପଠାଇବାଦ୍ୱାରା ଶକ୍ତି ଅପଚୟ କମ୍ ହୁଏ ।
  • ଟର୍ଚ୍ଚ, କାଲ୍‌କୁଲେଟର, ଘଣ୍ଟା ଇତ୍ୟାଦି ସଳଖ ବିଦ୍ୟୁତ୍ ପ୍ରବାହଦ୍ଵାରା ଚାଲେ କିନ୍ତୁ ପଙ୍ଖା, ବଲ୍‌ବ, ମୋଟର୍ ଇତ୍ୟାଦି ପ୍ରତ୍ୟାବର୍ତ୍ତୀ ବିଦ୍ୟୁଦ୍ଵାରା ପରିଚାଳିତ ହୁଏ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ

→ ଖୃହ ବିହ୍ୟବ ପରିପଥ (Domestic Electric Circuits) :

  • ବିଦ୍ୟୁତ୍ ଖୁଣ୍ଟିରୁ ଝୁଲନ୍ତା ତାର ବା ମାଟିତଳ କେବଲ୍ (Cable) ଦ୍ବାରା ଦୁଇଟି ତାର ଘରକୁ ଆସିଥାଏ । ଏହାକୁ ମୁଖ୍ୟ ବିଦ୍ୟୁତ୍ ଯୋଗାଣ (Mains) ତାର କହନ୍ତି ।
  • ସେଥୁରୁ ଗୋଟିଏ ଲାଲ୍ ରଙ୍ଗର ବିଦ୍ୟୁତ୍‌ରୋଧୀ ଦ୍ଵାରା ଆବୃତ୍ତ ହୋଇଥାଏ । ଏହାକୁ ଲାଇଭ୍ (Live) ଲାଇନ୍ (Positive) ବାଫେଜ୍ (Phase) ଲାଇନ୍‌ କହନ୍ତି |
  • ଅନ୍ୟ ତାରଟିର ବିଦ୍ୟୁତ୍‌ରୋଧୀ ଆବରଣ କଳାରଙ୍ଗର ଏବଂ ଏହାକୁ ନିଉଟ୍ରାଲ୍ (Negative) ଲାଇନ୍ କହନ୍ତି । ଆମ ଦେଶରେ ଫେଜ୍ ଲାଇନ୍ ଓ ନିଉଟ୍ରାଲ୍ ଲାଇନ୍ ମଧ୍ଯରେ ବିଭବାନ୍ତର 220 V ।
  • ଏହି ତାରଦ୍ଵୟର ମୁଖ୍ୟ ଫ୍ୟୁଜ୍ (Fuse) ଜରିଆରେ ଘରର କାନ୍ଥରେ ଲାଗିଥିବା ମିଟର ବୋର୍ଡ଼କୁ ଆସେ ।
  • ୱାଟ୍ ମିଟରରୁ ଦୁଇଟି ତାର ଲାଇଭ୍ ଓ ନିଉଟ୍ରାଲ୍ ତାର ରୂପରେ ବଣ୍ଟନ ବାକ୍‌ସକୁ ଯାଇଥାଏ ।
  • ବଣ୍ଟନ ବାକ୍‌ସରେ ଲାଇଭ୍ ତାରରେ ଫ୍ୟୁଜ୍ ଲାଗିଥାଏ ।
    BSE Odisha 10th Class Physical Science Notes Chapter 9 img-5
  • ଘର ମଧ୍ୟରେ ଦୁଇ ପ୍ରକାରର ବିଦ୍ୟୁତ୍ ପରିପଥ ଥାଏ ।
    • ଅଧିକ ପାୱାର ଆବଶ୍ୟକ କରୁଥିବା ଜଳ ତାପକ ବା ଗିଜର (Geyser) ଓ ବାୟୁ ଶୀତଳକ (Aircooler) ପାଇଁ 15 A ରେଟିଂର ପରିପଥ।
    • ବିଦ୍ୟୁତ୍ ବଲ୍‌ବ, ପଙ୍ଖା ଆଦି ଉପକରଣ ପାଇଁ 5A ରେଟିଂର ପରିପଥ ବ୍ୟବହାର କରାଯାଏ ।
  • ଘରେ ଫେଜ୍ ତାର ଓ ନିଉଟ୍ରାଲ୍ ତାର ସହିତ ଏକ ତୃତୀୟ ତାର ମଧ୍ୟ ବ୍ୟବହାର ହୁଏ । ଏହାକୁ ଭୂ-ତାର (Earthwire) କହନ୍ତି । ଏହା ସବୁଜ ବର୍ଣ୍ଣର ବିଦ୍ୟୁତ୍‌ରୋଧୀ ଦ୍ଵାରା ଆଚ୍ଛାଦିତ । ଏହାର ଗୋଟିଏ ପ୍ରାନ୍ତ ଧାତବ ଫଳକ ସହିତ ସଂଯୁକ୍ତ ହୋଇଥାଏ ଓ ଅନ୍ୟପ୍ରାନ୍ତ ଘରର ବାହାରେ ମାଟିରେ ବହୁ ଗଭୀରକୁ ପୋତା ଯାଇଥାଏ ।
  • ବୈଦ୍ୟୁତିକ ଇସ୍ତ୍ରୀ, ଟୋଷ୍ଟର, ରେଫ୍ରେଜରେଟର ଆଦି ଉପକରଣର ଧାତବ ଖୋଳକୁ ଭୂ-ତାର ସଂଲଗ୍ନ କରାଯାଇଥାଏ ।
    ଯଦି କେତେବେଳେ ବିଦ୍ୟୁତ୍ ସ୍ରୋତ ଲିକ୍ କରି ଧାତବ ଖୋଳକୁ ଚାଲିଆସେ ତାହା ଭୂ-ତାର ଯୋଗେ ମାଟିକୁ ଚାଲିଯାଏ ଓ ଧାତବ ଉପକରଣକୁ ଛୁଇଁଲେ ଆଘାତ ଲାଗେ ନାହିଁ ।
  • ସମସ୍ତ ଉପକରଣ ପାଇଁ ସମାନ ବିଦ୍ୟୁତ୍ ବିଭବାନ୍ତର ରଖୁବା ସକାଶେ ସେଗୁଡ଼ିକର ସମାନ୍ତରାଳ ସଂଯୋଗ କରାଯାଏ ।
  • ଫ୍ୟୁଜ୍ ଉପକରଣ ଓ ପରିପଥକୁ ଅତ୍ୟଧ‌ିକ ବିଦ୍ୟୁତ୍ ପ୍ରବାହ ଜନିତ କ୍ଷତିରୁ ଫ୍ୟୁଜ୍ ରକ୍ଷାକରେ ।
  • ବିଦ୍ୟୁତ୍‌ରୋଧୀ ଆବରଣ ନଷ୍ଟ ହୋଇଯିବା ଯୋଗୁଁ ବା ଉପକରଣରେ ତ୍ରୁଟି ଥିଲେ ଲାଇଭ୍ ତାର ଓ ନିଉଟ୍ରାଲ୍ ତାର ସିଧାସଳଖ ପରସ୍ପରକୁ ସ୍ପର୍ଶ କରିବାର ଆଶଙ୍କା ଥାଏ । ଏପରି ହେଲେ ବିଦ୍ୟୁତ୍ ପ୍ରବାହର ପରିମାଣ ହଠାତ୍ ବଢ଼ିଯାଏ। ଏହାକୁ ଲଘୁପଥନ (Short-circuiting) କହନ୍ତି ।
  • ଯଦି କୌଣସି କାରଣରୁ ଘରକୁ ଆସିଥିବା ଯୋଗାଣ ତାରର ବିଭବାନ୍ତର ବଢ଼ିଯାଏ ବା ଗୋଟିଏ ପ୍ଲଗ୍ ସକେଟ୍‌ରେ ଏକାଧ୍ଵକ ଉପକରଣ ସଂଯୋଗ କରାଯାଏ ତାହେଲେ ମଧ୍ୟ ବିଦ୍ୟୁତ୍ ସ୍ରୋତର ପରିମାଣ ବଢ଼ିଯାଇପାରେ । ଏହାକୁ ଓଭରଲୋଡିଂ (Overloading) କହନ୍ତି । ଏଭଳି କ୍ଷେତ୍ରରେ ଅଧିକ ବିଦ୍ୟୁତ୍ ପ୍ରବାହ ଯୋଗୁଁ ଫ୍ୟୁଜ୍ ତାର ତରଳି ଯାଇ ପରିପଥକୁ ବିଚ୍ଛିନ୍ନ କରିଦିଏ ଓ ଉପକରଣକୁ ସୁରକ୍ଷିତ ରଖେ ।

BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(b)

Odisha State Board BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(b) Textbook Exercise Questions and Answers.

BSE Odisha Class 10 Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(b)

Question 1.
ବନ୍ଧନୀ ମଧ୍ଯରୁ ସଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ଯଦି (1, – 2) ବିନ୍ଦୁଟି (4, 2) ଓ (K, – 6) ବିନ୍ଦୁଦ୍ବୟର ମଧ୍ୟବିନ୍ଦୁର ସ୍ଥାନାଙ୍କ ହୁଏ, ତେବେ k = ………. । [-2, 2, – 4, 4]
(ii) (- 2, 3) ଓ (3, – 2) ବିନ୍ଦୁଦ୍ଵୟର ମଧ୍ୟବିନ୍ଦୁର ସ୍ଥାନାଙ୍କ ହେଉଛି ………. । [(1, 1), (\(\frac{1}{2}, \frac{1}{2}\)), (\(\frac{5}{2}, \frac{5}{2}\)) (\(-\frac{1}{2}, -\frac{1}{2}\))]
(iii) ଏକ ରେଖାଖଣ୍ଡର ମଧ୍ୟବିନ୍ଦୁ ହେଉଛି ମୂଳବିନ୍ଦୁ; ଯଦି ରେଖାଖଣ୍ଡଟିର ଏକ ପ୍ରାନ୍ତବିନ୍ଦୁ (2, 3) ହୁଏ, ତେବେ ………. । [(-2, 3), (2,-3),(-2,-3) (\(\frac{1}{2}, \frac{3}{2}\))]
(iv) (0, 2) ଓ (2, 0) ବିନ୍ଦୁଦ୍ଵୟର ରେଖାଖଣ୍ଡକୁ 1 : 2 ଅନୁପାତରେ ଅନ୍ତର୍ବିଭକ୍ତ କରୁଥ‌ିବା ବିନ୍ଦୁର ସ୍ଥାନାଙ୍କ ………. । [(\(\frac{4}{3}, \frac{2}{3}\)), (\(\frac{4}{3}, \frac{2}{3}\)), (-2, 4),(4, -2)]
ଉତ୍ତର:
(i) -2
(ii) (\(\frac{1}{2}, \frac{1}{2}\))
(iii) (-2, -3)
(iv) (\(\frac{2}{3}, \frac{4}{3}\))

BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(a)

Question 2.
ନିମ୍ନଲିଖ ପ୍ରତ୍ୟେକ କ୍ଷେତ୍ରରେ ଦତ୍ତ ବିନ୍ଦୁମାନଙ୍କୁ ଯୋଗକରୁଥିବା ରେଖାଖଣ୍ଡର ମଧ୍ୟବିନ୍ଦୁର ସ୍ଥାନାଙ୍କ ନିର୍ଣ୍ଣୟ କର ।
(i) (3, 4), (1,-2)
(ii) (-1,3), (4, 0)
(iii) (\(\frac{1}{2}, \frac{1}{3}\)), (\(\frac{1}{3}, \frac{1}{2}\))
(iv) (0,-3), (-4, 0)
(v) (-1,-2), (3, -1)
(vi) (a, b), (c, d)
(vii) (-2, 1), (-3, -4)
(viii) (at1², 2at1), (at2², 2at2)
ସମାଧାନ :
P (x,, y,) ଓ Q(x, y) ହେଲେ PQର ମଧ୍ୟବିନ୍ଦୁର ସ୍ଥାନାଙ୍କ = (\(\frac{x_1+x_2}{2}, \frac{y_1+y_2}{2}\))
(i) P (3, 4) ଓ Q (1, -2) PQର ମଧ୍ୟବିନ୍ଦୁର ସ୍ଥାନାଙ୍କ (\(\frac{3+1}{2}, \frac{4+(-2)}{2}\)) = (2, 1)
(ii) (-1,3) ଓ (4, 0)ର ମଧ୍ୟବିନ୍ଦୁର ସ୍ଥାନାଙ୍କ (\(\frac{-1+4}{2}, \frac{3+0)}{2}\)) = \(\frac{3}{2}, \frac{3}{2}\)
(iii) (\(\frac{1}{2}, \frac{1}{3}\)) ଓ (\(\frac{1}{3}, \frac{1}{2}\))ର ମଧ୍ୟବିନ୍ଦୁର ସ୍ଥାନାଙ୍କ \(\left(\frac{\frac{1}{2}+\frac{1}{3}}{2}, \frac{\frac{1}{3}+\frac{1}{2}}{2}\right)=\left(\frac{5}{12}, \frac{5}{12}\right)\)
(iv) (0,-3) ଓ (-4,0)ର ମଧ୍ୟବିନ୍ଦୁର ସ୍ଥାନାଙ୍କ (\(\frac{1-4}{2}, \frac{-3+0}{2}\)) = (-2, \(\frac{-3}{2}\))
(v) (-1, -2) ଓ (3, -1)ର ମଧ୍ୟବିନ୍ଦୁର ସ୍ଥାନାଙ୍କ (\(\frac{-1+3}{2}, \frac{-2-1}{2}\)) = (1, \(\frac{-3}{2}\))
(vi) (a, b) ଓ (c, d)ର ମଧ୍ୟବିନ୍ଦୁର ସ୍ଥାନାଙ୍କ (\(\frac{a+c}{2}, \frac{b+d}{2}\))
(vii) (-2, 1) ଓ (-3, -4)ର ମଧ୍ୟବିନ୍ଦୁର ସ୍ଥାନାଙ୍କ (\(\frac{-1+3}{2}, \frac{-2-1}{2}\)) = (1, \(\frac{-3}{2}\))
(viii) (at1², 2at1) ଓ (at2², 2at2)ର ମଧ୍ୟବିନ୍ଦୁର ସ୍ଥାନାଙ୍କ \(\left(\frac{{at}_1^2+{at}_2^2}{2}, \frac{2 {at}_1+2 {at}_2}{2}\right)\) = (\(\frac{a({t}_1^2+{t}_2^2)}{2}\), a(t1+t2))

Question 3.
ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନରେ ଦତ୍ତ ଦୁଇବିନ୍ଦୁକୁ ଯୋଗକରୁଥିବା ରେଖାଖଣ୍ଡର ମଧ୍ୟବିନ୍ଦୁର ସ୍ଥାନାଙ୍କ ହେଉଛି (-1, 2) । ପ୍ରତ୍ୟେକ କ୍ଷେତ୍ରରେ । ଓ kର ମାନ ନିର୍ଣ୍ଣୟ କର ।
(i) (h, -1), (2, k)
(ii) (5, 3), (h, k)
(iii) (1+h, k), (k, -h – 1)
(iv) (h – k, k – h), (2h, 2k)
ସମାଧାନ :
(i) (h, 1 ) ଓ (2, k) ବିନ୍ଦୁଦ୍ଵୟକୁ ଯୋଗ କରୁଥିବା ରେଖାଖଣ୍ଡର ମଧ୍ୟବିନ୍ଦୁର ସ୍ଥାନାଙ୍କ (-1, 2) ।
∴ \(\frac{h+2}{2}\) = -1 ⇒ h + 2 = -2 ⇒ h = -4
ଏବଂ \(\frac{-1+k}{2}\) = 2 ⇒ -1 + k = 4 ⇒ k = 5
∴ h ଓ kର ମାନ ଯଥାକ୍ରମେ – 4 ଓ 5 ।

(ii) 5, 3) ଓ (h, k) ରେଖାଖଣ୍ଡର ମଧ୍ୟବିନ୍ଦୁର ସ୍ଥାନାଙ୍କ (-1, 2) ।
∴ \(\frac{5+h}{2}\) = -1 ⇒ 5 + h = -2 ⇒ h = -7
ଏବଂ \(\frac{3+k}{2}\) = 2 ⇒ 3 + k = 4 ⇒ k = 1
∴ h ଓ kର ମାନ ଯଥାକ୍ରମେ – 7 ଓ 1 ।

(iii) (1+h, k), (k, – h – 1) ବିଦୁ୍ୟଦ୍ୱୟକୁ ଯୋଗକରୁଥିବା ରେଖାଖଣ୍ଡର ମଧ୍ୟବିନ୍ଦୁର ସ୍ଥାନାଙ୍କ (-1, 2) ।
\(\frac{1+h+k}{2}\) = -1 ⇒ 1 + h + k = -2 ⇒ h + k = -3
ଏବଂ \(\frac{k-h-1}{2}\) = 2 ⇒ k – h – 1 = 4 ⇒ k – h = 5
ସମୀକରଣ (i) ଓ (ii) କୁ ଯୋଗକଲେ,
BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(b) -1
kର ମାନ ସମୀକରଣ (i)ରେ ପ୍ରୟୋଗ କଲେ, h + k = – 3
⇒ h + 1 = -3 ⇒ h – 1 – 3 = -4
∴ h = -4 ଓ k = 1

(iv) (h – k, k – h), (2h, 2k) ବିନ୍ଦୁଦ୍ଵୟକୁ ଯୋଗକରୁଥିବା ରେଖାଖଣ୍ଡର ମଧ୍ୟବିନ୍ଦୁର ସ୍ଥାନାଙ୍କ (-1, 2) ।
\(\frac{h-k+2h}{2}\) = -1 ⇒ 3h – k = -2 ……(i)
ଏବଂ \(\frac{k-h-1}{2}\) = 2 ⇒ 3k – h = 4 …….(ii)
BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(b) -2
hର ମାନ ସମୀକରଣ (i)ରେ ପ୍ରୟୋଗ କଲେ, 3h – k = -2
⇒ \(\frac{-3}{4}\) – k = -2 = -k = -2 + \(\frac{-3}{4}\) = \(\frac{-8+3}{4}=\frac{-5}{4}\) ⇒ k = \(\frac{5}{4}\)
∴ h = \(\frac{-1}{4}\) ଓ k = \(\frac{5}{4}\)

BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(a)

Question 4.
(0, 0) ଏକ ରେଖାଖଣ୍ଡର ମଧ୍ୟବିନ୍ଦୁର ସ୍ଥାନାଙ୍କ । ଯଦି ରେଖାଖଣ୍ଡର ଏକ ପ୍ରାନ୍ତବିନ୍ଦୁର ସ୍ଥାନାଙ୍କ (2, 3) ହୁଏ, ତେବେ ଅନ୍ୟ ପ୍ରାନ୍ତବିନ୍ଦୁଟିର ସ୍ଥାନଙ୍କ ନିର୍ଣ୍ଣୟ କର ।
ସମାଧାନ :
ଏକ ରେଖାଖଣ୍ଡର ମଧ୍ୟବିନ୍ଦୁର ସ୍ଥାନାଙ୍କ (0, 0) ଏବଂ ଏକ ପ୍ରାନ୍ତ ବିଦୁର ସ୍ଥାନାଙ୍କ (2, 3) ।
ମନେକର ଅନ୍ୟ ପ୍ରାନ୍ତବିନ୍ଦୁର ସ୍ଥାନାଙ୍କ (x, y) ।
ପ୍ରଶାନୁସାରେ, \(\frac{x+2}{2}\) = 0 ଏବଂ \(\frac{y+3}{2}\) = 0 ⇒ x = – 2 ଏବଂ y = -3
∴ ଅନ୍ୟ ପ୍ରାନ୍ତବିନ୍ଦୁର ସ୍ଥାନାଙ୍କ (x, y) = (-2, -3)

Question 5.
ଏକ ରେଖାଖଣ୍ଡର ଏକ ପ୍ରାନ୍ତବିନ୍ଦୁ ଓ ମଧ୍ୟବିନ୍ଦୁର ସ୍ଥାନାଙ୍କ ଯଥାକ୍ରମେ (-2, 4) ଏବଂ (1, 2), ତେବେ ଅନ୍ୟ ପ୍ରାନ୍ତବିନ୍ଦୁଟିର ସ୍ଥାନଙ୍କ ନିର୍ଣ୍ଣୟ କର ।
ସମାଧାନ :
ଏକ ରେଖାଖଣ୍ଡର ଏକ ପ୍ରାନ୍ତବିନ୍ଦୁ ଓ ମଧ୍ୟବିନ୍ଦୁର ସ୍ଥାନାଙ୍କ ଯଥାକ୍ରମେ (-2, 4) ଓ (1, 2) ।
ମନେକର ଅନ୍ୟ ପ୍ରାନ୍ତ ବିନ୍ଦୁର ସ୍ଥାନାଙ୍କ (x, y) ।
ପ୍ରଶାନୁସାରେ, \(\frac{-2+x}{2}\) = 1 ⇒ x = 2 + 2 = 4 ଏବଂ \(\frac{4+ y}{2}\) = 2 ⇒ y = 4 – 4 = 0
∴ ଅନ୍ୟ ପ୍ରାନ୍ତବିନ୍ଦୁର ସ୍ଥାନାଙ୍କ (4, 0) ।

Question 6.
ଗୋଟିଏ ରେଖାଖଣ୍ଡର ଏକ ପ୍ରାନ୍ତବିନ୍ଦୁ ଓ ମଧ୍ୟବିନ୍ଦୁର ସ୍ଥାନାଙ୍କ ଯଥାକ୍ରମେ (3, 5) ଏବଂ (2, 1) ହେଲେ, ଅନ୍ୟ ପ୍ରାନ୍ତବିନ୍ଦୁଟିର ସ୍ଥାନଙ୍କ ସ୍ଥିର କର ।
ସମାଧାନ :
ଗୋଟିଏ ରେଖାଖଣ୍ଡର ଏକ ପ୍ରାନ୍ତବିନ୍ଦୁ ଓ ମଧ୍ୟବିନ୍ଦୁର ସ୍ଥାନାଙ୍କ ଯଥାକ୍ରମେ (3, 5) ଏବଂ (2, 1) |
ମନେକର ଅନ୍ୟ ପ୍ରାନ୍ତବିନ୍ଦୁର ସ୍ଥାନାଙ୍କ (x, y) ।
ପ୍ରଶାନୁସାରେ, \(\frac{x+3}{2}\) = 2 ⇒ x = 4 – 3 = 1 ଏବଂ \(\frac{y+5}{2}\) = 1 ⇒ y = 2 – 5 = -3
∴ ଅନ୍ୟ ପ୍ରାନ୍ତବିନ୍ଦୁର ସ୍ଥାନାଙ୍କ (1, -3) ।

Question 7.
x ଓ yର କେଉଁ ମୂଲ୍ୟ ପାଇଁ (6, -2) ଓ (2, -4) ବିନ୍ଦୁଦ୍ଵୟକୁ ସଂଯୋଗ କରୁଥିବା ରେଖାଖଣ୍ଡ ଏବଂ (x, 1) ଓ (-2, y) ବିନ୍ଦୁଦ୍ଵୟକୁ ସଂଯୋଗ କରୁଥିବା ରେଖାଖଣ୍ଡ ପରସ୍ପରକୁ ସମଦ୍ବିଖଣ୍ଡ କରିବେ ।
ସମାଧାନ :
ଗୋଟିଏ ରେଖାଖଣ୍ଡ PQର ପ୍ରାନ୍ତବିନ୍ଦୁଦ୍ଵୟର ସ୍ଥାନାଙ୍କ P(6, – 2) ଓ Q(2, – 4) ।
ରେଖାଖଣ୍ଡର ମଧ୍ୟବିନ୍ଦୁର ସ୍ଥାନାଙ୍କ (\(\frac{6+2}{2}, \frac{-2-4}{2}\)) = (4, -3)
ଅନ୍ୟ ଏକ ରେଖାଖଣ୍ଡ \(\bar{RS}\)ର ପ୍ରାନ୍ତବିନ୍ଦୁ ଦ୍ବୟର ସ୍ଥାନାଙ୍କ R(x, 1) ଓ S(-2, y) ।
RS ରେଖାଖଣ୍ଡର ମଧ୍ୟବିନ୍ଦୁର ସ୍ଥାନାଙ୍କ (\(\frac{x+(-2)}{2}, \frac{y+1}{2}\)) ।
PQ ଓ \(\bar{RS}\) ପରସ୍ପରକୁ ସମଦ୍ଵିଖଣ୍ଡ କରିବେ ।
ଅର୍ଥାତ୍ ରେଖାଖଣ୍ଡ ଦ୍ଵୟର ମଧ୍ୟବିନ୍ଦୁ ଅଭିନ୍ନ ଅଟେ ।
ପ୍ରଶାନୁସାରେ, \(\frac{x+(-2)}{2}\) = 4 ⇒ x = 8 + 2 = 10 ଏବଂ \(\frac{1+y}{2}\) = -3 ⇒ y = – 6 – 1 = -7
∴ x = 10 ଓ y = -7।

BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(a)

Question 8.
(2, 3) ଓ (1, 4) ବିନ୍ଦୁଦ୍ଵୟକୁ ଯୋଗ କରୁଥିବା ରେଖାଖଣ୍ଡକୁ 3 : 2 ଅନୁପାତରେ ଅନ୍ତର୍ବିଭକ୍ତ କରୁଥିବା ବିନ୍ଦୁର ସ୍ଥାନାଙ୍କ ନିର୍ଣ୍ଣୟ କର ।
ସମାଧାନ :
A (x1, y1) ଓ B(x2,y2) ବିନ୍ଦୁଦ୍ଵୟର ସଂଯୋଗକାରୀ ରେଖାଖଣ୍ଡ \(\bar{AB}\) କୁ m : n ଅନୁପାତରେ ଅନ୍ତର୍ବିଭକ୍ତ କରୁଥିବା
ବିଦୁର ସ୍ଥାନାଙ୍କ (x, y) = \(\left(\frac{m x_2+n x_1}{m+n}, \frac{m y_2+n y_1}{m+n}\right)\)
(2, 3) ଓ (1, 4) ବିନ୍ଦୁଦ୍ଵୟକୁ ଯୋଗକରୁଥିବା ରେଖାଖଣ୍ଡକୁ 3 : 2 ଅନୁପାତରେ ଅନ୍ତର୍ବିଭକ୍ତ କରୁଥ‌ିବା ବିନ୍ଦୁର ସ୍ଥାନାଙ୍କ (x, y) ହେଉ ।
ଏଠାରେ x1 = 2, y1 = 3, x2 = 1, y2 = 4; m = 3 ଓ n = 2
x-ସ୍ଥାନାଙ୍କ = \(\frac{m x_2+n x_1}{m+n}=\frac{3×1+2×2}{3+2}=\frac{3+4}{5}=\frac{7}{5}\)
y-ସ୍ଥାନାଙ୍କ = \(\frac{m y_2+n y_1}{m+n}=\frac{3×4+2×3}{3+2}=\frac{12+6}{5}=\frac{18}{5}\)
∴ (2, 3) ଓ (1, 4) ରେଖାଖଣ୍ଡକୁ 3 : 2 ଅନୁପାତରେ ଅନ୍ତର୍ବିଭକ୍ତ କରୁଥିବା ବିନ୍ଦୁର ସ୍ଥାନାଙ୍କ (\(\frac{7}{5}, \frac{18}{5}\))

Question 9.
(-2, 3) ଓ (5, -7) ବିନ୍ଦୁଦ୍ଵୟକୁ ଯୋଗ କରୁଥିବା ରେଖାଖଣ୍ଡକୁ 3 : 4 ଅନୁପାତରେ ଅନ୍ତର୍ବିଭକ୍ତ କରୁଥିବା ବିନ୍ଦୁର ସ୍ଥାନାଙ୍କ ନିର୍ଣ୍ଣୟ କର ।
ସମାଧାନ :
ମନେକର (-2, 3) ଓ (5, -7) ବିନ୍ଦୁଦ୍ୱୟକୁ ଯୋଗକରୁଥିବା ରେଖାଖଣ୍ଡକୁ 3 : 4 ଅନୁପାତରେ ଅନ୍ତର୍ବିଭକ୍ତ କରୁଥିବା ବିନ୍ଦୁର ସ୍ଥାନାଙ୍କ (x, y) ।
ଏଠାରେ x1 = -2, y1 = 3, x2 = 5, y2 = -7; m = 3, n = 4 ।
∴ x-ସ୍ଥାନାଙ୍କ = \(\frac{m x_2+n x_1}{m+n}=\frac{3×5+4×(-2)}{3+4}=\frac{15-8}{7}=\frac{7}{7}=1\)
y-ସ୍ଥାନାଙ୍କ = \(\frac{m y_2+n y_1}{m+n}=\frac{3×(-7)+4(3)}{3+4}=\frac{-21+12}{7}=\frac{-9}{7}\)
∴ ଅନ୍ତର୍ବିଭକ୍ତ କରୁଥିବା ବିନ୍ଦୁର ସ୍ଥାନାଙ୍କ (1, \(\frac{-9}{7}\)) ।

Question 10.
ଯଦି (5, 9) ବିନ୍ଦୁଟି, (7, -3) ଓ (4, k)କୁ ସଂଯୋଗ କରୁଥିବା ରେଖାଖଣ୍ଡକୁ 2 : 1 ଅନୁପାତରେ ଅନ୍ତର୍ବିଭକ୍ତ କରେ, ତେବେ kର ମୂଲ୍ୟ ନିର୍ଣ୍ଣୟ କର ।
ସମାଧାନ :
(7, -3) ଓ (4, k) କୁ ଯୋଗକରୁଥିବା ରେଖାଖଣ୍ଡକୁ 2 : 1 ଅନୁପାତରେ ଅନ୍ତର୍ବିଭକ୍ତ କରୁଥିବା ବିନ୍ଦୁଟି (5, 9) ।
ଏଠାରେ x1 = 7, y1 = -3, x2 = 4, y2 = k; m = 2, n = 1
y-ସ୍ଥାନାଙ୍କ = \(\frac{m y_2+n y_1}{m+n}=\frac{2k+1(-3)}{2+1}\)
ପ୍ରଶାନୁସାରେ, \(\frac{2k+1(-3)}{2+1}\) = 9 = 2k – 3 = 9 × 3
⇒ 2k = 27 + 3 = 30 ⇒ k = \(\frac{30}{2}\) = 15
∴ kର ମୂଲ୍ୟ 15 ଅଟେ ।

BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(a)

Question 11.
ସ୍ଥାନାଙ୍କ ଜ୍ୟାମିତି ସାହାଯ୍ୟରେ ପ୍ରମାଣ କର ଯେ, କୌଣସି ତ୍ରିଭୁଜର ମଧ୍ଯମାତ୍ରୟ ଏକ ବିନ୍ଦୁଗାମୀ ।
ସମାଧାନ :
ମନେକର ABC ତ୍ରିଭୁଜର A, B ଓ C ବିନ୍ଦୁର ସ୍ଥାନାଙ୍କ ଯଥାକ୍ରମେ A (x1,y1), B (x2, y2) ଓ C (x3, y3) ।
ABC ତ୍ରିଭୁଜର ମଧ୍ଯମାତ୍ରୟ AD, BE, CF । BC ର ମଧ୍ୟବିନ୍ଦୁ D।
∴ D ବିନ୍ଦୁର ସ୍ଥାନାଙ୍କ (\(\frac{x_2+x_3}{2}, \frac{y_2+y_3}{2}\)) ।
ସେହିପରି E ଓ F ବିନ୍ଦୁର ସ୍ଥାନାଙ୍କ ଯଥାକ୍ରମେ
E(\(\frac{x_1+x_3}{2}, \frac{y_1+y_3}{2}\)), F(\(\frac{x_1+x_2}{2}, \frac{y_1+y_2}{2}\)) ।
BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(b) -3
ମଧ୍ୟମାତ୍ରୟର ଛେଦବିନ୍ଦୁ Gକୁ ତ୍ରିଭୁଜର ଭରକେନ୍ଦ୍ର କୁହାଯାଏ । ଭରକେନ୍ଦ୍ରଠାରେ ମଧ୍ୟମାତ୍ରୟ 2 : 1 ଅନୁପାତରେ ପରସ୍ପରକୁ ଅନ୍ତର୍ବିଭକ୍ତ କରନ୍ତି ।
BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(b) -4
∴ ତିନୋଟି ମଧ୍ଯମାଉପରିସ୍ଥ ଓ ବିନ୍ଦୁର ସ୍ଥାନାଙ୍କ ଅଭିନ୍ନ ଅଟେ । ଏଥୁରୁ ସ୍ପଷ୍ଟ ଯେ କୌଣସି ତ୍ରିଭୁଜର ମଧ୍ଯମାତ୍ରୟ ଏକ ବିନ୍ଦୁଗାମୀ ।

BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(a)

Question 12.
(h, 5), (-4, k) ଓ (8, 9) ବିନ୍ଦୁମାନଙ୍କଦ୍ୱାରା ଗଠିତ ତ୍ରିଭୁଜର ଭରକେନ୍ଦ୍ରର ସ୍ଥାନାଙ୍କ (-2, 6) ହେଲେ h ଓ kର ମୂଲ୍ୟ ନିରୂପଣ କର ।
ସମାଧାନ :
(h, 5), (-4, k) 8 (8, 9) ବିନ୍ଦୁମାନଙ୍କଦ୍ୱାରା ଗଠିତ ତ୍ରିଭୁଜର ଭରକେନ୍ଦ୍ରର ସ୍ଥାନାଙ୍କ (-2, 6) ।
ଏଠାରେ x1 = h, x2, = – 4, x3 = 8, y1 = 5, y2 = k, y3 = 9
ଭରକେନ୍ଦ୍ରର ସ୍ଥାନାଙ୍କ (\(\frac{x_1+x_3+x_3}{3}, \frac{y_1+y_3+y_3}{3}\)
ପ୍ରଶ୍ନନୁସାରେ, \(\frac{x_1+x_3+x_3}{3}=-2\) ଏବଂ \(\frac{y_1+y_3+y_3}{3}\) = 6
⇒ \(\frac{h-4+8}{3}=-2\) ⇒ \(\frac{5+k+9}{3}=6\)
⇒ h + 4 = -6 ⇒ k + 14 = 18
⇒ h = -6 – 4 =- 10 ⇒ k = 18 – 14 = 4
∴ h = 10 ଓ k = 4 ।

Question 13.
∆ ABCର ଭରକେନ୍ଦ୍ରର ସ୍ଥାନାଙ୍କ (1, 1) । A (3, -4), B (-4, 7) ହେଲେ, C ବିନ୍ଦୁର ସ୍ଥାନଙ୍କ ସ୍ଥିର କର ।
ସମାଧାନ :
∆ ABCର ଭରକେନ୍ଦ୍ରର ସ୍ଥାନାଙ୍କ (1, 1) । A ଓ B ବିନ୍ଦୁର ସ୍ଥାନାଙ୍କ ଯଥାକ୍ରମେ A (3, -4) ଓ B(-4, 7) ।
ମନେକର ୯ ବିନ୍ଦୁର ସ୍ଥାନାଙ୍କ (x, y) ।
ପ୍ରଶ୍ନନୁସାରେ, \(\frac{3+(-4)+x}{3}=1\) ଏବଂ \(\frac{-4+7+y}{3}=1\)
⇒ -1 + x = 3 ⇒ y + 3 = 3
⇒ x = 3 + 1 = 4 ⇒ y = 3 – 3 = 0
∴ C ବିନ୍ଦୁର ସ୍ଥାନାଙ୍କ C (4, 0) ।

Question 14.
ଗୋଟିଏ ତ୍ରିଭୁଜର ଶୀର୍ଷବିନ୍ଦୁର ସ୍ଥାନାଙ୍କ ମାନ (-4, 1) ଓ (3,-4) ଏବଂ (1, 3) ହେଲେ, ଏହାର ଭରକେନ୍ଦ୍ର ସ୍ଥାନାଙ୍କ ହେବ ।
ସମାଧାନ :
ଗୋଟିଏ ∆ ର ଶୀର୍ଷବିଦୁ୍ୟତ୍ରୟର ସ୍ଥାନାଙ୍କ ( 4, 1), (3, -4) ଏବଂ (1, 3) ।
ଏହାର ଭରକେନ୍ଦ୍ରର ସ୍ଥାନାଙ୍କ x = \(\frac{-4+3+1}{3}=\frac{0}{3}=0\) ଏବଂ y = \(\frac{1-4+3}{3}=\frac{4-4}{3}=0\)
∴ ∆ର ଭରକେନ୍ଦ୍ରର ସ୍ଥାନାଙ୍କ (0, 0) ଅର୍ଥାତ୍ ମୂଳବିନ୍ଦୁ ଅଟେ । (ପ୍ରମାଣିତ)

Question 15.
A ଓ B ବିନ୍ଦୁର ସ୍ଥାନାଙ୍କ ଯଥାକ୍ରମେ (1, 2) ଓ (5, -4) । AB ରେଖାଖଣ୍ଡ ଉପରେ ଏକ ବିନ୍ଦୁ ସ୍ଥିର କର, ଯେପରି ବିନ୍ଦୁଟିର A ବିନ୍ଦୁଠାରୁ ଦୂରତା, B ବିନ୍ଦୁଠାରୁ ଦୂରତାର 3 ଗୁଣ ହେବ ।
ସମାଧାନ :
AB ର A ଓ B ବିନ୍ଦୁର ସ୍ଥାନାଙ୍କ ଯଥାକ୍ରମେ (1, 2) ଓ (5,-4) ।
AB ଉପରେ ଏକ ବିନ୍ଦୁ P ଯେପରି AP = 3 BP ⇒ AP : BP=3 : 1
ଏଠାରେ x1 = 1, y1 = 2, x2 = 5, y2 = -4; m = 3, n = 1
BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(b) -5

BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(a)

Question 16.
(1, 5) ଓ (7, 2) ସ୍ଥାନାଙ୍କ ବିଶିଷ୍ଟ ବିଦୁ୍ୟଦ୍ୱୟକୁ ଯୋଗ କରୁଥିବା ରେଖାଖଣ୍ଡକୁ ସମତ୍ରିଖଣ୍ଡ କରୁଥିବା ବିନ୍ଦୁଦ୍ବୟର ସ୍ଥାନାଙ୍କ ନିର୍ଣ୍ଣୟ କର ।
ସମାଧାନ :
AB ର A ଓ B ବିନ୍ଦୁର ସ୍ଥାନାଙ୍କ ଯଥାକ୍ରମେ (1, 5) ଓ (7, 2) ।
ମନେକର AB କୁ ସମର୍ଦ୍ଦିଖଣ୍ଡ କରୁଥିବା ବିଦୁ୍ୟଦ୍ଵୟ P ଏବଂ Q ।
BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(b) -6
∴ (1, 5) ଓ (7, 2) ସ୍ଥାନାଙ୍କ ବିଶିଷ୍ଟ ବିଦୁ୍ୟତ୍ବକୁ ଯୋଗ କରୁଥିବା ରେଖାଖଣ୍ଡକୁ ସମତ୍ରିଖଣ୍ଡ କରୁଥିବା ବିଦୁ୍ୟଦ୍ୱୟର ସ୍ଥାନାଙ୍କ (3, 4) ଏବଂ (5, 3) ।

Question 17.
O(0, 0), A (2a, 0) ଓ B (0, 2b) ହେଲେ ଦର୍ଶାଅ ଯେ OAB ଏକ ସମକୋଣୀ ତ୍ରିଭୁଜ ଏବଂ ଏହାର କର୍ଣ୍ଣର ମଧ୍ୟବିନ୍ଦୁ ତ୍ରିଭୁଜର ଶୀର୍ଷବିନ୍ଦୁମାନଙ୍କଠାରୁ ସମାନ ଦୂରରେ ଅବସ୍ଥିତ ।
ସମାଧାନ :
∆ OABର ଶୀର୍ଷବିନ୍ଦୁ ତ୍ରୟର ସ୍ଥାନାଙ୍କ ଠ(0, 0), A(2a, 0) ଓ B (0, 2b) ।
A ବିନ୍ଦୁର ସ୍ଥାନାଙ୍କ (2a, 0) ଏହା x-ଅକ୍ଷ ଉପରେ ଅବସ୍ଥିତ OA = 2a ଏକକ ।
B ବିନ୍ଦୁର ସ୍ଥାନାଙ୍କ (0, 2b) ଏହା y-ଅକ୍ଷ ଉପରେ ଅବସ୍ଥିତ OB = 2b ଏକକ !
⇒ କର୍ଣ୍ଣ AB = \(\sqrt{(0-2a)^2 +(2b-0)^2}\) = \(\sqrt{4a^2 +4b^2}\) = 2\(\sqrt{a^2 +b^2}\)
BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(b) -7
ମନେକର କର୍ପୂର ମଧ୍ୟବିନ୍ଦୁ P ।
AP = BP = \(\frac{\sqrt{a^2 +b^2}}{2}\) = \(\sqrt{a^2 +b^2}\)
∴ P ବିନ୍ଦୁର ସ୍ଥାନାଙ୍କ (\(\frac{2a+0}{2}, \frac{0+2b}{2}\)) = (a,b)
∴ OP = \(\sqrt{a^2 +b^2}\)
∴ AP = BP = OP ଏଥରୁ ପ୍ରମାଣିତ ଯେ, କର୍ପୂର ମଧ୍ୟବିନ୍ଦୁ P ସମକୋଣୀ ତ୍ରିଭୁଜର ଶୀର୍ଷବିନ୍ଦୁମାନଙ୍କଠାରୁ ସମଦୂରବର୍ତ୍ତୀ ।

BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(a)

Question 18.
ସ୍ଥାନାଙ୍କ ଜ୍ୟାମିତି ସାହାଯ୍ୟରେ ପ୍ରମାଣ କର ଯେ, ଏକ ସାମାନ୍ତରିକ ଚିତ୍ରର କର୍ଣ୍ଣଦ୍ଵୟ ପରସ୍ପରକୁ ସମଦ୍ଵିଖଣ୍ଡ କରନ୍ତି ।
ସମାଧାନ :
ପ୍ରଦତ୍ତ ଚିତ୍ରରେ OABC ଏକ ସାମାନ୍ତରିକ ଚିତ୍ର । ମୂଳବିନ୍ଦୁ Oର ସ୍ଥାନାଙ୍କ (0, 0) ।
ମନେକର OA = a ∴ A ବିନ୍ଦୁର ସ୍ଥାନାଙ୍କ (a, 0) ।
C ବିନ୍ଦୁରୁ OA ପ୍ରତି CD ଲମ୍ବ ଅଙ୍କନ କରାଯାଉ ।
ମନେକର CD = b ଏବଂ OD = p ।
∴ C ବିନ୍ଦୁର ସ୍ଥାନାଙ୍କ (p, b) ଏବଂ B ବିନ୍ଦୁର ସ୍ଥାନାଙ୍କ (a + p, b) ।
ବର୍ତ୍ତମାନ OABC ସାମାନ୍ତରିକ ଚିତ୍ରର ଶୀର୍ଷବିନ୍ଦୁଗୁଡ଼ିକର ସ୍ଥାନାଙ୍କ O (0, 0), A (a, 0), B (a + p, b), C (p, b) ।
BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(b) -8
∴ କର୍ଣ୍ଣ AC ର ମଧ୍ୟବିନ୍ଦୁର ସ୍ଥାନାଙ୍କ (\(\frac{a+p}{2}, \frac{o+b}{2}\)) = (\(\frac{a+p}{2}, \frac{b}{2}\))
କର୍ଣ୍ଣ OBର ମଧ୍ୟବିନ୍ଦୁର ସ୍ଥାନାଙ୍କ (\(\frac{a+p+0}{2}, \frac{b+0}{2}\)) = (\(\frac{a+p}{2}, \frac{b}{2}\))
∴ ସାମାନ୍ତରିକ ଚିତ୍ରର କର୍ଣ୍ଣଦ୍ଵୟର ମଧ୍ୟବିନ୍ଦୁରୁ ସ୍ଥାନଙ୍କ ଅଭିନ୍ନ ।
ଅର୍ଥାତ୍ କର୍ଣ୍ଣଦ୍ଵୟ ପରସ୍ପରକୁ ସମଦ୍ବିଖଣ୍ଡ କରନ୍ତି । (ପ୍ରମାଣିତ)

Question 19.
ସ୍ଥାନାଙ୍କ ଜ୍ୟାମିତି ସାହାଯ୍ୟରେ ଦର୍ଶାଅ ଯେ, ଗୋଟିଏ ଆୟତଚିତ୍ରର କଣ୍ଠଦ୍ଵୟ ସର୍ବସମ ଏବଂ ପରସ୍ପରକୁ
ସମାଧାନ :
ପାର୍ଶ୍ୱସ୍ଥ ଚିତ୍ରରେ OABC ଏକ ଆୟତଚିତ୍ର ।
OABC ଆୟତଚିତ୍ରର ଶୀର୍ଷବିନ୍ଦୁ ଚାରୋଟିର ସ୍ଥାନାଙ୍କ ଯଥାକ୍ରମେ
O (0, 0), A (0, a), B (a, b), C (0, b) ।
BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(b) -9
କର୍ଣ୍ଣ AC = \(\sqrt{(0 – a)^2 + (b – 0)^2}\) = \(\sqrt{a^2 +b^2}\)
କର୍ଣ୍ଣ OB = \(\sqrt{(a-0)^2+(b-0)^2}\)= \(\sqrt{a^2 +b^2}\)
∴ AC = OB
କର୍ଣ୍ଣ ACର ମଧ୍ୟବିନ୍ଦୁର ସ୍ଥାନାଙ୍କ (\(\frac{0+a}{2}, \frac{b+0}{2}\)) = (\(\frac{a}{2}, \frac{b}{2}\))
କର୍ଣ୍ଣ OB ର ମଧ୍ୟବିନ୍ଦୁର ସ୍ଥାନାଙ୍କ (\(\frac{a+0}{2}, \frac{b+0}{2}\)) = (\(\frac{a}{2}, \frac{b}{2}\))
∴ OABC ଆୟତଚିତ୍ରର କର୍ଣ୍ଣଦ୍ଵୟ ସର୍ବସମ ଏବଂ ପରସ୍ପରକୁ ସମଦ୍ଵିଖଣ୍ଡ କରନ୍ତି ।

BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(a)

Question 20.
ପାର୍ଶ୍ୱସ୍ଥ ଚିତ୍ରରେ ABC ଏକ ସମବାହୁ ତ୍ରିଭୁଜ । A ବିନ୍ଦୁର ସ୍ଥାନାଙ୍କ (a, 0) ହେଲେ,
(i) ଅନ୍ୟ ଶୀର୍ଷବିନ୍ଦୁଦ୍ଵୟର ସ୍ଥାନାଙ୍କ ନିର୍ଣ୍ଣୟ କର ।
(ii) ବାହୁମାନଙ୍କର ଦୈର୍ଘ୍ୟ ନିର୍ଣ୍ଣୟ କର ।
(iii) BE ମଧ୍ଯମାର ଦୈର୍ଘ୍ୟ ନିର୍ଣ୍ଣୟ କର ।
(iv) G ବିନ୍ଦୁର ସ୍ଥାନାଙ୍କ ନିର୍ଣ୍ଣୟ କର ।
BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(b) -10
ସମାଧାନ :
ଦତ୍ତ ଚିତ୍ରରେ ABC ଏକ ସମବାହୁ ତ୍ରିଭୁଜ । A ବିନ୍ଦୁର ସ୍ଥାନାଙ୍କ (a, 0) ।
∴ CO ⊥ AB ⇒ ABର ମଧ୍ୟବିନ୍ଦୁର ସ୍ଥାନାଙ୍କ (0, 0) ।
ମନେକର \(\frac{a+x}{2}=0\) ⇒ x = -a
\(\frac{0+y}{2}=0\) ⇒ y = 0
∴ Bବିନ୍ଦୁର ସ୍ଥାନାଙ୍କ (-a, 0) ।
BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(b) -11
ସମବାହୁ ତ୍ରିଭୁଜର ବାହୁର ଦୈର୍ଘ୍ୟ (AB)
\(\sqrt{{a-(-a)}^2 +(0-0)^2}\) = √(2a)² = = √4a² = 2a
∴ ସମବାହୁ ତ୍ରିଭୁଜର ଉଚ୍ଚତା (OC)
= ବାହୁର ଦୈର୍ଘ୍ୟ × \(\frac{\sqrt{3}}{2}\) = 2a × \(\frac{\sqrt{3}}{2}\) = √3a
∴ C ବିନ୍ଦୁଟି y ଅକ୍ଷ ଉପରେ ଅବସ୍ଥିତ ହେତୁ ଏହାର y ସ୍ଥାନାଙ୍କ 0 ।
C ବିନ୍ଦୁର ସ୍ଥାନାଙ୍କ (0, √3a) ।
(i) ସମବାହୁ ତ୍ରିଭୁଜର ଅନ୍ୟ ଶୀର୍ଷବିନ୍ଦୁ ଦ୍ବୟର ସ୍ଥାନାଙ୍କ B (-a, 0) ଏବଂ C (0, √3a) ।
(ii) ବାହୁମାନଙ୍କର ଦୈର୍ଘ୍ୟ = 2a
(iii)
BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(b) -12
(iv)
BSE Odisha 10th Class Maths Solutions Algebra Chapter 6 ସ୍ଥାନାଙ୍କ ଜ୍ୟାମିତି Ex 6(b) -13

BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

Odisha State Board BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ Textbook Exercise Questions and Answers.

BSE Odisha Class 10 Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

Question 1.
ଫାଇଟୋହରମୋନ୍ କ’ଣ ? ସେଗୁଡ଼ିକର ପ୍ରକାରଭେଦ ଓ କାର୍ଯ୍ୟ ବର୍ଣ୍ଣନା କର ।
ଉ-
ଫାଇଟୋହରମୋନ୍ – ଉଦ୍ଭଦରେ ଥ‌ିବା ହରମୋନକୁ ଫାଇଟୋହରମୋନ୍ କୁହାଯାଏ ।
ଫାଇଟୋହରମୋନ୍‌ର ପ୍ରକାରଭେଦ – ଉଦ୍ଭଦରେ ଥ‌ିବା ଫାଇଟୋହରମୋନ୍‌ଗୁଡ଼ିକୁ ମୁଖ୍ୟତଃ 5 ଭାଗରେ ବିଭକ୍ତ କର।ଯ।ଇଛି: ଯଥା-

  1. ଅକ୍‌ସିନ୍
  2. ଜିବରେଲିନ୍
  3. ସାଇଟୋକାଇନିନ୍
  4. ଏଥ୍ଲିନ୍
  5. ଆବ୍‌ସିକ୍ ଅମ୍ଳ

BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 1
(i) ଫାଇଟୋହରମୋନ୍ ଉଭିଦର ବିଭିନ୍ନ ଜୈବ ପ୍ରକ୍ରିୟାର ନିୟନ୍ତ୍ରଣ ଓ ସମନ୍ଵୟ ରକ୍ଷାକରିବା ସହିତ ମୁଖ୍ୟତଃ ଦୁଇପ୍ରକାର କାର୍ଯ୍ୟ କରିଥାଏ, ଯଥା- ବୃଦ୍ଧି ନିୟନ୍ତ୍ରଣ ଓ ଚଳନଶକ୍ତିର ନିୟନ୍ତ୍ରଣ ।
ବୃଦ୍ଧି ନିୟନ୍ତ୍ରଣ – ଫାଇଟୋହରମୋନ୍ ଦୁଇ ପ୍ରକାରର; ଯଥା – ବୃଦ୍ଧିକାରକ ହର୍‌ମୋନ୍ ଓ ବୃଦ୍ଧିହ୍ରାସକ ହରମୋନ୍ ।

ବୃଦ୍ଧିକାରକ ହରମୋନ୍ :
(ii) ଫାଇଟୋହର୍‌ମୋନ୍ ମଧ୍ଯରୁ ଅକ୍‌ସିନ୍, ଜିବରେଲିନ୍ ଓ ସାଇଟୋକାଇନିନ୍ ପ୍ରଭୃତି ବୃଦ୍ଧିକାରକ ହରମୋନ ଅଟନ୍ତି ।
(iii) ଜିବରେଲିନ୍ ଓ ଅକ୍‌ସିନ୍ ଶାଖା ଓ କାଣ୍ଡର ବୃଦ୍ଧିରେ ସହାୟକ ହୋଇଥା’ନ୍ତି ।
(iv) ସାଇଟୋକାଇନିନ୍ କୋଷ ବିଭାଜନର ହାର ବୃଦ୍ଧି କରିଥାଏ ଓ ଏହି ହରମୋନ୍ ସାଧାରଣତଃ କ୍ଷିପ୍ରଭାବେ-
(v) କାଣ୍ଡ ଓ ମୂଳର ଅଗ୍ରଭାଗରେ କୋଷ ବୃଦ୍ଧିକାରକ ହରମୋନ୍ ବହୁ ପରିମାଣରେ ଥବାରୁ ସେଠାରେ ବହୁଳ ତଥା ତ୍ବରାନ୍ବିତ କୋଷ ବିଭାଜନ ହୋଇ ଅଗ୍ରଭାଗ ବୃଦ୍ଧିପାଏ ।

ବୃଦ୍ଧିହ୍ରାସକ ହରମୋନ୍ :
(vi) ଅଗ୍ରଭାଗ ତଳକୁ ହର୍‌ମୋନ୍‌ର ପରିମାଣ କ୍ରମଶଃ ହ୍ରାସ ପାଉଥିବାରୁ ବୃଦ୍ଧି ପରିମାଣ ମଧ୍ଯ ତଦନୁସାରେ କମ୍ ହୋଇଥାଏ ।
(vii) ଉଭିଦମାନଙ୍କରେ କେତେକ ବୃଦ୍ଧିହ୍ରାସକ ହର୍‌ମୋନ୍ ରହିଥା’ନ୍ତି । ଆକ୍‌ସିସିକ୍ ଏସିଡ୍ ଓ ଏଥୁଲିନ୍ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ।
(viii) ଏହି ହରମୋନ୍‌ଗୁଡ଼ିକ ସାଧାରଣତଃ ଉଭିଦର ବୃଦ୍ଧି ହ୍ରାସ କରିବା, ପତ୍ର, ଫୁଲ, ଫଳ ଝଡ଼ାଇବା ସହିତ ଉଭିଦର ବାର୍ଷକ୍ୟ ତ୍ବରାନ୍ବିତ କରିଥା’ନ୍ତି । ପାଚିଲା ଫଳ, ଫୁଲ ଓ ପତ୍ର ଝଡ଼ିବା ପୂର୍ବରୁ ସେଥ‌ିରେ ଏହି ବୃଦ୍ଧିହ୍ରାସକ

ଚଳନଶକ୍ତିର ନିୟନ୍ତ୍ରଣ :

  • ଆଲୋକ, ମାଧ୍ୟାକର୍ଷଣ ବଳ ପରି ବାହ୍ୟ ଉଦ୍ଦୀପନାଦ୍ୱାରା ପ୍ରଭାବିତ ହୋଇ ହରମୋନ୍‌ଗୁଡ଼ିକ ଉଦ୍ଭଦର ଚଳନଶକ୍ତିକୁ ନିୟନ୍ତ୍ରଣ କରିଥା’ନ୍ତି ।
  • ଉଭିଦରେ ଦୁଇ ପ୍ରକାର ଚଳନ ଦେଖାଯାଏ । ଯଥା କାଣ୍ଡର ଆଲୋକାନୁବର୍ତ୍ତନ ଓ ଚେରର ଜ୍ୟାନୁବର୍ତ୍ତନ ।
    • ଆଲୋକାନୁବର୍ତ୍ତନ – ଉଭିଦର କାଣ୍ଡ ଆଲୋକ ଆଡ଼କୁ ଗତି କରିବାକୁ ଅନୁକୂଳ ଆଲୋକାନୁବର୍ତ୍ତନ ଓ ଚେର ଆଲୋକର ବିପରୀତ ଦିଗରେ ଗତି କରିବାକୁ ପ୍ରତିକୂଳ ଆଲୋକାନୁବର୍ତ୍ତନ କୁହାଯାଏ ।
    • କ୍ୟାନୁବର୍ତ୍ତନ – ମାଧ୍ୟାକର୍ଷଣ ବଳଦ୍ଵାରା ଉଭିଦର ମୂଳ ପୃଥ‌ିବୀର କେନ୍ଦ୍ର ଆଡ଼କୁ ଆକର୍ଷିତ ହେବାକୁ ଜ୍ୟାନୁବର୍ତନ କୁହାଯାଏ ।

Question 2.
ବାହ୍ୟ ଉଦ୍ଦୀପନା କ’ଣ ? ଏହା ଫଳରେ ଉଦ୍ଭଦରେ ଦେଖାଯାଉଥ‌ିବା ଜ୍ୟାନୁବର୍ତ୍ତନ ବର୍ଣ୍ଣନା କର ।
ଉ-
ବାହ୍ୟ ଉଦ୍ଦୀପନା :
(i) ଆଲୋକ, ମାଧ୍ୟାକର୍ଷଣ ବଳ, ଜଳ, ରାସାୟନିକ ପଦାର୍ଥ ପ୍ରଭୃତି ଉଭିଦର କାଣ୍ଡ, ଚେର ଓ ପତ୍ରର ଅଗ୍ରଭାଗରେ ପ୍ରତିକ୍ରିୟା ସୃଷ୍ଟି କରିଥା’ନ୍ତି । ଫଳରେ ସେଠାରେ ହର୍‌ମୋନ୍ କ୍ଷରଣ ବୃଦ୍ଧି ପାଉଥ‌ିବାରୁ ଏହାକୁ ବାହ୍ୟ ଉଦ୍ଦୀପନା କୁହାଯାଏ ।

ଜ୍ୟାନୁବର୍ତ୍ତନ –
(ii) ବା ଏହାର ଅଂଶବିଶେଷ ମାଟି ତଳକୁ ଗତି କରିଥାଏ । ଏହାକୁ ଜ୍ୟାନୁବର୍ତ୍ତନ ବା ମାଧ୍ୟାକର୍ଷଣ ଅନୁବର୍ତ୍ତନ କୁହାଯାଏ ।
(iii) ମାଧ୍ୟାକର୍ଷଣ ବଳ ପ୍ରଭାବରେ ଉଭିଦର ଚେର ଓ ମୂଳ ପୃଥ‌ିବୀର କେନ୍ଦ୍ରଆଡ଼କୁ ଆକର୍ଷିତ ହୋଇଥାଏ । ଏହାକୁ ଅନୁକୂଳ ଜ୍ୟାନୁବର୍ତ୍ତନ କୁହାଯାଏ ।
(iv) ଉଭିଦର କାଣ୍ଡ ଚେରର ବିପରୀତ ଦିଗକୁ ଗତିକରେ । ଏହାକୁ ପ୍ରତିକୂଳ ଜ୍ୟାନୁବର୍ତ୍ତନ କୁହାଯାଏ ।
(v) ମାଧ୍ୟାକର୍ଷଣ ବଳ, କାଣ୍ଡ, ଚେର ଓ ପତ୍ରର ଅଗ୍ରଭାଗରେ ପ୍ରତିକ୍ରିୟା ସୃଷ୍ଟିକରେ । ଫଳରେ ସେଠାରେ ହରମୋନ୍ କ୍ଷରଣ ବୃଦ୍ଧିପାଏ ଓ ସେଗୁଡ଼ିକର ବୃଦ୍ଧି ହରମୋନ୍‌ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

Question 3.
ଏକ ପରୀକ୍ଷାଦ୍ବାରା ଉଭିଦରେ ଅକ୍‌ସିର ପ୍ରଭାବ ଦର୍ଶାଅ ।

  • ଗୋଟିଏ କୋନିକାଲ୍ ଫ୍ଲସ୍କରେ ପାଣି ଭର୍ତ୍ତି କରାଯାଉ ।
  • ଫ୍ଲାସ୍କର ବେକକୁ ଏକ ତାରଜାଲିରେ ଆଚ୍ଛାଦନ କରାଯାଉ ।
  • ତାର ଜାଲି ଉପରେ 2 ବା 3ଟି ସଦ୍ୟ ଅଙ୍କୁ ରୋଦ୍ ଗମ ହୋଇଥ‌ିବା ବିନ୍ ମଞ୍ଜି
  • ଏକପାଖ ଖୋଲାଥିବା ଏକ ମୋଟା କାଗଜ ବାକ୍ସ ନିଆଯାଉ ।
  • ଫ୍ଲାସ୍କଟିକୁ ବର୍ତ୍ତମାନ ଏହି ବାକ୍ସ ମଧ୍ଯରେ ଏପରିଭାବରେ ରଖାଯାଉ ଯେପରି ଝରକାରେ ଆସୁଥ‌ିବା ଆଲୋକ ବାକ୍ସର ଖୋଲାପାର୍ଶ୍ଵ ଦେଇ ସଦ୍ୟ ଅଙ୍କୁରିତ ଉଭିଦ ଉପରେ ପଡ଼ିବ ।

BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 2

ପର୍ଯ୍ୟବେକ୍ଷଣ :

  1. ଦୁଇ ତିନିଦିନ ପରେ ସେଗୁଡ଼ିକୁ ଲକ୍ଷ୍ୟ କଲେ ଦେଖାଯିବଯେ ଉଦ୍ଭଦଟି କ୍ରମଶଃ ଆଲୋକୋନ୍ମୁ ଖୀ ହୋଇ ଆଲୋକ ଆଡ଼କୁ ବଙ୍କେଇ ଯାଇଛି ।
  2. ସିଦ୍ଧାନ୍ତ – ଯେତେବେଳେ କ୍ରମବର୍ଦ୍ଧିଷ୍ଣୁ ଉଭିଦଟି ଆଲୋକ ପାଏ, ସେତେବେଳେ ଏହାର ଅଗ୍ରଭାଗରେ ଅକ୍‌ସିନ୍ ସଂଶ୍ଳେଷିତ ହୁଏ । ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଦିଗରୁ ଆଲୋକ ଆସେ ଅକ୍‌ସିନ୍ ବିପରୀତ ଦିଗକୁ ପରିବାହିତ ହୁଏ । ଅକ୍‌ସିନ୍‌ ପରିମାଣ ବଢ଼ିବାରୁ ସେଠାରେ ଥ‌ିବା କୋଷଗୁଡ଼ିକର ବୃଦ୍ଧି ଘଟେ । ଫଳତଃ ଅନ୍ଧାରରେ ଥିବା “ପାର୍ଶ୍ଵ ଆଲୋକ ପଟକୁ ଥିବା ପାର୍ଶ୍ବ ଅପେକ୍ଷା ଅଧିକ ଲମ୍ବା ହୋଇଥାଏ । କ୍ରମଶଃ ଉଭିଦଟି ଆଲୋକ ଆଡ଼କୁ ବଙ୍କେଇଯାଏ ।

Question 4.
ମାନବ ମସ୍ତିଷ୍କର ବିଭିନ୍ନ ଅଂଶର ନାମ ଓ କାର୍ଯ୍ୟର ଏକ ବିବରଣୀ ଦିଅ ।
ଉ-
ମାନବ ମସ୍ତିଷ୍କର ବିଭିନ୍ନ ଅଂଶର ନାମ :
BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 3
ମାନବ ମସ୍ତିଷ୍କ ତିନି ଭାଗରେ ବିଭକ୍ତ; ଯଥା-
(I) ଅଗ୍ରମସ୍ତିଷ୍କ,
(II) ମଧ୍ଯ ମସ୍ତିଷ୍କ,
(III) ପଶ୍ଚ ମସ୍ତିଷ୍କ
ମାନବ ମସ୍ତିଷ୍କର ବିଭିନ୍ନ ଅଂଶର କାର୍ଯ୍ୟ-

(I) ଅଗ୍ରମସ୍ତିଷ୍କ :
(i) ଅଗ୍ରମସ୍ତିଷ୍କରେ ଘ୍ରାଣପାଳି, ପ୍ରମସ୍ତିଷ୍କ ଓ ପଶ୍ଚଅଗ୍ରମସ୍ତିଷ୍କ ରହିଛି । ଅଗ୍ରମସ୍ତିଷ୍କରେ ଥ‌ିବା ଘ୍ରାଣପାଳି ମନୁଷ୍ୟଠାରେ ଅତି କ୍ଷୀଣଭାବେ ରହିଥାଏ । ତେଣୁ ମନୁଷ୍ୟର ଘ୍ରାଣଶକ୍ତି ଦୁର୍ବଳ । କିନ୍ତୁ କୁକୁର, ବିଲେଇ ଓ ବାଘ ଇତ୍ୟାଦି ପ୍ରାଣୀଙ୍କଠାରେ ଘ୍ରାଣପାଳି ଉନ୍ନତ ହୋଇଥିବାରୁ ସେମାନଙ୍କର ଘ୍ରାଣଶକ୍ତି ପ୍ରଖର ।

ପ୍ରମସ୍ତିଷ୍କ :
(ii) ପ୍ରମସ୍ତିଷ୍କ ମସ୍ତିଷ୍କର ସବୁଠାରୁ ବଡ଼ ଅଂଶ ଏବଂ ଏହାର ଉପରିଭାଗ ବହୁଳଭାବେ ଭାଙ୍ଗଯୁକ୍ତ । ଆମର ସ୍ମରଣ ଶକ୍ତି ଏହି ଭାଙ୍ଗ ଉପରେ ନିର୍ଭର କରିଥାଏ ।
(iii) ପ୍ରମସ୍ତିଷ୍କ ତାପ, କଷ୍ଟ, ଚାପ, ସ୍ପର୍ଶ ପରି ଉଦ୍ଦୀପନାକୁ ଗ୍ରହଣକରି ପ୍ରତିକ୍ରିୟା ପ୍ରକାଶ କରିବାରେ ସାହାଯ୍ୟ କରେ ।
(iv) ଏଥୁସହିତ କୌଣସି ଘଟଣା ବିଷୟରେ ଶୁଣି, ଭାବି, କଥା ମାଧ୍ୟମରେ ମନର ଆବେଗ ପ୍ରକାଶ କରିବା କାର୍ଯ୍ୟ ମଧ୍ଯ ମସ୍ତିଷ୍କର ଏହି ଅଂଶ ନିୟନ୍ତ୍ରଣ କରେ ।

BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

ପଶ୍ଚଅଗ୍ରମସ୍ତିଷ୍କ :
(v) ପଶ୍ଚଅଗ୍ରମସ୍ତିଷ୍କର ଉପରିଭାଗରେ ପିନିଆଲ ଗ୍ରନ୍ଥି ରହିଛି । ଏହାର ନିମ୍ନଭାଗରେ ଥ‌ିବା ହାଇପୋଥାଲାମସ୍ ଆମ ଶରୀରର ହୃନ୍ଦନ, ରକ୍ତଚାପ, ନିଦ୍ରା, ଭୟ, ରାଗ, ଆନନ୍ଦ ଇତ୍ୟାଦି ନିୟନ୍ତ୍ରଣ କରେ ।

(II) ମଧ୍ୟମସ୍ତିଷ୍କ :

  • ମଧ୍ୟମସ୍ତିଷ୍କ ଦୁଇଯୋଡ଼ା ବର୍ତ୍ତୁଳ ନିଦାପିଣ୍ଡକୁ ନେଇ ଗଠିତ ।
  • ଉପର ଦୁଇଟି ପିଣ୍ଡ, ଦୃଷ୍ଟି ସମ୍ବନ୍ଧୀୟ ପ୍ରତିକ୍ଷେପକୁ ନିୟନ୍ତ୍ରଣ କରୁଥିବାବେଳେ ନିମ୍ନଭାଗର ଦୁଇଟି ପିଣ୍ଡ ଶରୀରର ଶ୍ରବଣ ସମ୍ବନ୍ଧୀୟ ପ୍ରତିକ୍ଷେପକୁ ନିୟନ୍ତ୍ରଣ କରେ ।

(III) ପଶ୍ଚ ମସ୍ତିଷ୍କ :

  • ପଶ୍ଚିମସ୍ତିଷ୍କର ଆଗ ଅଂଶରେ ରହିଛି ଅନୁମସ୍ତିଷ୍କ । ଏହା ମସ୍ତିଷ୍କର ଦ୍ଵିତୀୟ ବୃହତ୍ତମ ଭାଗ !
  • ଏହା ଶରୀରର ସନ୍ତୁଳନ ଓ ଭାରସାମ୍ୟ ରକ୍ଷାକରେ ।
  • କୌଣସି କାରଣରୁ ହଠାତ୍ ଗୋଡ଼ ଖସିଗଲେ ବା ଝୁଣ୍ଟି ପଡ଼ିଯିବା ଅବସ୍ଥାରେ ଶରୀରର ଭାରସାମ୍ୟ ରକ୍ଷାକରି ଠିକ୍ ଭାବରେ ଦୁଇ ଗୋଡ଼ରେ ଠିଆହେବା ପାଇଁ ଏହା ଦାୟୀ ଅଟେ ।
  • ମସ୍ତିଷ୍କର ସୁଷୁମ୍ନାଶୀର୍ଷ ଅନୁମସ୍ତିଷ୍କର ପଛକୁ ରହିଛି । ଏହା ଆମ ଶରୀରର ଶ୍ଵାସକେନ୍ଦ୍ର ଓ ହୃତ୍‌କେନ୍ଦ୍ର । ରକ୍ତଚାପ, ଛିଙ୍କ, କାଶ, ବାନ୍ତି ଓ ଖାଦ୍ୟ ଗିଳିବା ପରି କାର୍ଯ୍ୟକୁ ସୁଷୁମ୍ନାଶୀର୍ଷକ ନିୟନ୍ତ୍ରଣ କରିଥାଏ ।

Question 5.
ପ୍ରତିକ୍ଷେପ କ୍ରିୟା କ’ଣ ? ଆମ ଶରୀରରେ ଘଟୁଥିବା ଏକକ ସିନାପ୍‌ଟିକ ପ୍ରତିକ୍ଷେପ ବର୍ଣନା କର ।
ଉ-
ପ୍ରତିକ୍ଷେପ କ୍ରିୟା :

  • ମସ୍ତିଷ୍କ ଆମ ସ୍ନାୟୁସଂସ୍ଥାର ମୁଖ୍ୟ ଅଟେ I ଆମ ଶରୀରରେ ଘଟୁଥ‌ିବା ସବୁ ଘଟଣାର ଖବର ମସ୍ତିଷ୍କ ପାଖରେ ପହଞ୍ଚେ ।
  • ମସ୍ତିଷ୍କ ସବୁ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ସମନ୍ଵୟ ରକ୍ଷା କରି ଶରୀରକୁ ନିଜର ନିୟନ୍ତ୍ରଣରେ ରଖେ ।
  • ମସ୍ତିଷ୍କ ବା ସୁଷୁମ୍ନାକାଣ୍ଡ ଦ୍ୱାରା ପରିଚାଳିତ ସ୍ବତଃସ୍ଫୁର୍ଭ ଓ ସ୍ଵତଃପ୍ରବୃତ୍ତ ପ୍ରକ୍ରିୟାକୁ ପ୍ରତିକ୍ଷେପ କ୍ରିୟା କୁହାଯାଏ ।

ଏକକ ସିନାପ୍‌ଟିକ୍ ପ୍ରତିକ୍ଷେପ :

  • ଆମ ଶରୀରରେ ସମ୍ପାଦିତ ହେଉଥ‌ିବା ସବୁଠାରୁ ସରଳ ପ୍ରତିକ୍ଷେପ କ୍ରିୟାରେ
    • ସୁଷୁମ୍ନାକାଣ୍ଡ,
    •  ଗୋଟିଏ ସେନ୍ସରୀ ସ୍ନାୟୁ ଓ
    • ଗୋଟିଏ ମୋଟର ସ୍ନାୟୁ ସଂଶ୍ଳିଷ୍ଟ ହୋଇଥାଏ ।
  • ସେନ୍ସରୀ ସ୍ନାୟୁ ଗ୍ରାହୀଅଙ୍ଗରୁ ଆବେଗ ଆଣି ସୁଷୁମ୍ନାକାଣ୍ଡ ନିକଟରେ ପହଞ୍ଚାଏ ।
  • ସୁଷୁମ୍ନାକାଣ୍ଡ ଖବର ଗ୍ରହଣ କରି ତୁରନ୍ତ କାର୍ଯ୍ୟକାରୀ ଅଙ୍ଗକୁ ମୋଟର ସ୍ନାୟୁ ମାଧ୍ୟମରେ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଏ ।
  • ଏହି ପ୍ରକ୍ରିୟାରେ ମାତ୍ର ଗୋଟିଏ ସେନ୍ସରୀ ସ୍ନାୟୁ ଓ ଗୋଟିଏ ମୋଟର ସ୍ନାୟୁ ସଂଶ୍ଳିଷ୍ଟ ଥ‌ିବାରୁ ଏହାକୁ ଏକକ
  •  ଶରୀରରେ ସେନ୍ସରୀ ସ୍ନାୟୁ, ସୁଷୁମ୍ନାକାଣ୍ଡ ଓ ମୋଟର ସ୍ନାୟୁର ଅବସ୍ଥିତି ଏକ ଜ୍ୟାମିତିକ ଚାପ (Arc) ଆକାରରେ ଥ‌ିବାରୁ ଏହାକୁ ପ୍ରତିକ୍ଷେପ ଚାପ କୁହାଯାଏ ।

Question 6.
ସ୍ନାୟୁକୋଷର ଗଠନ ଏବଂ କାର୍ଯ୍ୟ ବର୍ଣ୍ଣନା କର ।
ଉ-
ଉଚ୍ଚ ସ୍ନାୟୁକୋଷର ଗଠନ :

  • ସ୍ନାୟୁକୋଷ ଆମ ସ୍ନାୟୁତନ୍ତ୍ରର ଗଠନିକ ଏବଂ କ୍ରିୟାତ୍ମକ ଏକକ ଅଟେ ।
  • ସ୍ନାୟୁକୋଷରେ ଗୋଟିଏ ନ୍ୟଷ୍ଟି ବା ନ୍ୟୁକ୍ଲିଅସ୍ ଓ
  • ନ୍ୟଷ୍ଟି ଥିବା ଅଂଶକୁ ସେଲବଡ଼ି କୁହାଯାଏ ।
  • ପ୍ରତ୍ୟେକ ସ୍ନାୟୁ କୋଷର ଗୋଟିଏ ପଟରେ ଅନେକଗୁଡ଼ିଏ କ୍ଷୁଦ୍ର ଶାଖାୟିତ ତନ୍ତୁ ଥାଏ । ଏଗୁଡ଼ିକୁ ଡେନ୍ସାଇଟ୍ କୁହାଯାଏ ।
  • ଡେନ୍ସାଇଟ୍‌ର ଠିକ୍ ବିପରୀତ ପଟରେ ସେଲବଡ଼ିରୁ ଏକ ଲମ୍ବ ଆକସନ୍ ବାହାରିଥାଏ ।
  • ସ୍ନାୟୁକୋଷ ଆମ ଶରୀରର ସବୁଠାରୁ ଲମ୍ବା କୋଷ ଅଟେ ।
  • ସେଲ୍‌ବଡ଼ିର ଯେଉଁ ସ୍ଥାନରୁ ଆକସନ ବାହାରିଥାଏ ବିଭାଜିତ ହୋଇ ଟେଲୋଡେନ୍ସିଆ ସୃଷ୍ଟି ହୁଏ ଓ ଟେଲୋଡେନ୍‌ଡ୍ରିଆର ଅଗ୍ରଭାଗ ସ୍ତ୍ରୀତ ହୋଇ ଏଣ୍ଡ୍‌ନବ୍ ତିଆରି ହୋଇଥାଏ ।

BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 4

ସ୍ନାୟୁକୋଷର କାର୍ଯ୍ୟ :

  • ଆଖୁ, ନାକ, କାନ, ଜିଭ ଓ ଚର୍ମ ଆମର ଗ୍ରାହୀଅଙ୍ଗ ଅଟନ୍ତି ।
  • ଆମେ ଆଖୁ ଆଗରେ ଯାହା ଦେଖୁଛୁ ତା’ର ଖବର ଆଖ୍ ଭିତରେ ଥ‌ିବା ସ୍ନାୟୁକୋଷର ଡେନ୍ସାଇଟ୍ ଗ୍ରହଣ କରି ମସ୍ତିଷ୍କକୁ ପଠାଏ । ସେହିପରି ପରିବେଶରେ ସୃଷ୍ଟି ହେଉଥ‌ିବା ଶବ୍ଦକୁ କାନ ଭିତରେ ଥ‌ିବା ସେନ୍ସରୀ କୋଷର ଡେଡ୍ରାଇଟ୍‌ ଗ୍ରହଣ କରିଥା’ନ୍ତି ।
  • ଖଟା, ମିଠା, ପିତା ପରି ସ୍ବାଦକୁ ଜିଭରେ ଥ‌ିବା ସେନ୍ସରୀ ସ୍ନାୟୁର ଡେନ୍ସାଇଟ୍ ଗ୍ରହଣ କରେ ।
  • ଡେନ୍ସାଇଟ୍ ସଂଗ୍ରହ କରୁଥିବା ସ୍ନାୟବିକ ଆବେଗ ବିଦ୍ୟୁତ୍ ରାସାୟନିକ ପ୍ରକ୍ରିୟାଦ୍ଵାରା ସ୍ନାୟୁକୋଷର ଆକ୍‌ସନ୍ ମଧ୍ୟଦେଇ ସଞ୍ଚରିତ ହୋଇ ସିନାପସ୍ ନିକଟରେ ପହଞ୍ଚାଏ ।
  • ଆକ୍‌ସନ୍‌ର ଶେଷଭାଗରେ ବାର୍ତ୍ତା ପହଞ୍ଚିଲେ ସେଠାରୁ ଏସିଟିଲ୍‌କୋଲିନ୍ ନାମକ ଏକ ପ୍ରକାର ରାସାୟନିକ ପଦାର୍ଥର କ୍ଷରଣ ହୁଏ ଓ ଏହା ଏକ ସ୍ନାୟବିକ ସଞ୍ଚାରକ ଅଟେ ।
  • ଏହା ପରବର୍ତ୍ତୀ ସ୍ନାୟୁକୋଷର ଡେଡ୍ରାଇଟ୍‌ରେ ଏକ ନୂଆ ବିଦ୍ୟୁତ୍ ରାସାୟନିକ ଆବେଗ ସୃଷ୍ଟିକରେ । ଏହିପରି ଭାବରେ ବାର୍ତ୍ତା ଗୋଟିଏ ସ୍ନାୟୁକୋଷରୁ ଅନ୍ୟ ସ୍ନାୟୁକୋଷରୁ ଦ୍ରୁତଗତିରେ ପ୍ରସାରିତ ହୋଇ ଶେଷରେ ମସ୍ତିଷ୍କଠାରେ ପହଞ୍ଚେ ।

BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

Question 7.
ସଂକ୍ଷେପରେ ଉତ୍ତର ଦିଅ ।
(କ) ସିନାପ୍‌ସ୍ କହିଲେ କ’ଣ ବୁଝ ?
ଉ-
ଗୋଟିଏ ସ୍ନାୟୁକୋଷର ଆକସନ୍‌ର ଶାଖାଯୁକ୍ତ ଶେଷଭାଗ ନିକଟବର୍ତ୍ତୀ ଅନ୍ୟ ସ୍ନାୟୁକୋଷର ଡେଡ୍ରାଇଗୁଡ଼ିକର ଅତି ନିକଟରେ ଥାଏ । ଏହି ସ୍ଥାନକୁ ସିନାପ୍‌ସ୍ କୁହାଯାଏ ।

(ଖ) ଭାସୋପ୍ରେସିର କାର୍ଯ୍ୟ ଲେଖ ।
ଉ-
ଭାସୋପ୍ରେସିନ୍‌ର ପ୍ରଭାବରୁ ବୃକ୍‌କର ମୂତ୍ରଜନ ନଳିକାରୁ ଜଳ ପୁନଃଶୋଷିତ ହୁଏ । ସେଥ‌ିପାଇଁ ଏହି ହର୍‌ମୋନ୍‌ର ଅନ୍ୟ ନାମ ହେଉଛି ଏକ୍ସିଡାଇୟୁରେଟିକ ହର୍‌ମୋନ୍ । ଯଦି କୌଣସି କାରଣବଶତଃ ପିଟୁଇଟାରିରୁ ଅଳ୍ପ ପରିମାଣର ଭାସୋପ୍ରେସିନ୍ କ୍ଷରିତ ହୁଏ, ତେବେ ସେହି ବ୍ୟକ୍ତି ଗୋଟିଏ ଦିନରେ ପାଖାପାଖୁ 20 ଲିଟର ପର୍ଯ୍ୟନ୍ତ ପରିସ୍ରା କରେ । ଏହି ଅବସ୍ଥାକୁ ଡଶଇବେଟିସ୍ ଇନ୍‌ୟସିପିଡ଼ସ୍ ବା ବହୁମୂତ୍ର ରୋଗ କୁହାଯାଏ ।

(ଗ) ଆଇଲେଟ୍‌ସ୍ ଅଫ୍ ଲାଙ୍ଗର୍‌ହାନସ୍ କେଉଁଠି ଥାଏ ? ଏହାର କୋଷଗୁଡ଼ିକର ନାମ ଓ କାର୍ଯ୍ୟ ଲେଖ ।
ଉ-

  • ଆମ ଶରୀରରେ ପାକସ୍ଥଳୀର ଠିକ୍ ତଳକୁ ଗ୍ରହଣୀଫାସ ମଧ୍ୟରେ ଗୋଟିଏ ଅଗ୍ନ୍ୟାଶୟ ରହିଛି ।
  • ଏହା ଏକ ମିଶ୍ରିତ ଗ୍ରନ୍ଥି, କାରଣ ଏଥୁରୁ ଏନ୍‌ଜାଇମ୍ ଓ ହର୍‌ମୋନ୍ ଉଭୟ କ୍ଷରିତ ହୁଏ ।
  • ଅଗ୍ନ୍ୟାଶୟର ହର୍‌ମୋନ୍ କ୍ଷରଣ କରୁଥିବା ଅଂଶକୁ ଆଇଲେସ୍ ଅଫ୍ ଲାଙ୍ଗରହା କୁହାଯାଏ ।
  • ଏହି ଅଂଶରେ ଆଲ୍‌ଫା-କୋଷ, ବିଟା-କୋଷ ଓ ଡେଲ୍‌ କୋଷ ପରି ସ୍ରାବୀ କୋଷମାନ ରହିଥାଏ ।
  • ଆଲ୍‌ଫା -କୋଷରୁ ଗୁ କାଗନ୍, ବିଟା-କୋଷରୁ ଇନ୍‌ସୁଲିନ୍ ଓ ଡେଲଟା-କୋଷରୁ ସୋମାଟୋଷ୍ଟାଟିନ୍ ହର୍‌ମୋନ୍ କ୍ଷରିତ ହୁଏ ।
  • ଇନ୍‌ସୁଲିନ୍ ଶରୀରରେ ଶର୍କରା (Glucose) ପରିମାଣ ସ୍ଥିର ରଞ୍ଝାରେ ସାହାଯ୍ୟକରେ ।
  • ଇନ୍‌ସୁଲିନ୍‌ର ଅଭାବରେ ରକ୍ତରେ ଶର୍କରା ପରିମାଣ ବଢ଼ି ମଧୁମେହ ରୋଗ (ଡାଇବେଟିସ୍ ମେଲିଟସ୍) ହୁଏ ।

(ଘ) ଅନ୍ତଃସ୍ରାବୀ ଗ୍ରନ୍ଥି ଓ ବହିଃସ୍ରାବୀ ଗ୍ରନ୍ଥି ମଧ୍ୟରେ ପ୍ରଭେଦ ଦର୍ଶାଅ ।
ଉ-
ଅନ୍ତଃସ୍ରାବୀ ଗ୍ରନ୍ଥି

  • ଏଥୁରୁ ହର୍‌ମୋନ୍ କ୍ଷରିତ ହୁଏ ।
  • କ୍ଷରିତ ହର୍‌ମୋନ୍ ସିଧାସଳଖ ରକ୍ତରେ ମିଶେ ।
  • ଉଦାହରଣ : ପିଟୁଇଟାରି, ଥାଇରଏଡ୍ ଇତ୍ୟାଦି।

ବହିଃସ୍ରାବୀ ଗ୍ରନ୍ଥ

  • ଏଥିରୁ ଏନ୍‌ଜାଇମ୍ ଓ ଅନ୍ୟ ପଦାର୍ଥ କ୍ଷରିତ ହୁଏ ।
  • କ୍ଷରିତ ପଦାର୍ଥ ନିର୍ଦ୍ଦିଷ୍ଟ ନାଳ ଦେଇ ଗ୍ରନ୍ଥି ବାହାରକୁ ଆସେ ।
  • ଉଦାହରଣ : ଲାଳଗ୍ରନ୍ଥି, ଯକୃତ୍ ଇତ୍ୟାଦି ।

Question 8.
ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
ଉ-
(କ) ହର୍‌ମୋନ୍
ହୋଇଥାଏ । ଉଭିଦରେ ଥ‌ିବା ହରମୋନ୍‌କୁ ଫାଇଟୋହରମୋନ୍ କୁହାଯାଏ । ଏହା ମୁଖ୍ୟତଃ 5 ପ୍ରକାରର; ଯଥା- ଅକ୍‌ସିନ୍, ଜିବରେଲିନ୍, ସାଇଟୋକାଇନିନ୍, ଏଥୁଲିନ୍, ଆବ୍‌ସିକ୍ ଅମ୍ଳ ।

  • ହରମୋନ୍ ଉଦ୍ଭଦରେ ଆଲୋକାନୁବର୍ତ୍ତନ, ଜ୍ୟାନୁବର୍ତ୍ତନ, ଅନ୍ତକୁଞ୍ଚନ ଗତି, ଷ୍ଟୋମାଟାର ଗତି ଓ ଫଳ ପାଚିବା ଇତ୍ୟାଦିକୁ ନିୟନ୍ତ୍ରଣ କରେ ।
  • ପ୍ରାଣୀ ଶରୀରରେ ବିଭିନ୍ନ ଅନ୍ତଃସ୍ରାବୀ ଗ୍ରନ୍ଥିରୁ କ୍ଷରିତ ହରମୋନ୍‌ଦ୍ୱାରା ରାସାୟନିକ ସମନ୍ବୟ ସମ୍ଭବ ହୋଇଥାଏ ।
  • ହରମୋନ୍ ସିଧାସଳଖ ରକ୍ତରେ ମିଶେ ଓ ଏହା ମାଧ୍ୟମରେ ଦୂର ସ୍ଥାନକୁ ଯାଇ ନିର୍ଦ୍ଦିଷ୍ଟ ଅଙ୍ଗରେ କାର୍ଯ୍ୟ କରେ ।
  • କାର୍ଯ୍ୟ ସରିବା ପରେ ହରମୋନ୍ ନଷ୍ଟ ହୋଇଯାଏ । ତେଣୁ ଏହା ଥରେ ମାତ୍ର କାର୍ଯ୍ୟକ୍ଷମ ଅଟେ ।

(ଖ) ବାମନତା ଓ ଅତ୍ରିକାୟତ୍ଵ
ଉ-

  • ଏଡିନୋହାଇପୋଫାଇସିସ୍‌ରୁ କ୍ଷରିତ ହର୍‌ମୋନ୍‌ର ନାମ ଗ୍ରୋଥ୍ ହରମୋନ୍ ଅଟେ ।
  • ଏହା ଶରୀରର ବୃଦ୍ଧି ନିୟନ୍ତ୍ରଣ କରେ ।
  • ବାଲ୍ୟାବସ୍ଥାରେ ଏହାର କ୍ଷରଣ କମ୍ ହେଲେ ବ୍ୟକ୍ତିର ଶରୀର ବାମନପ୍ରାୟ ହୁଏ । ଏହାକୁ ‘ବାମନତା’ କୁହାଯାଏ ।
  • ଯଦି ଏହାର କ୍ଷରଣ ଅଧ୍ଵ ହୁଏ, ଅତ୍ୟଧିକ ବୃଦ୍ଧି ଘଟି ବ୍ୟକ୍ତି ୫ ଓ ୨ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ । ଏହାକୁ ଅତିକାୟତ୍ଵ କୁହାଯାଏ ।

(ଗ) ଡେଡ୍ରାଇଟ୍‌ ଓ ଆକ୍‌ସନ୍
ଉ-

  • ପ୍ରତ୍ୟେକ ସ୍ନାୟୁକୋଷର ଗୋଟିଏ ପଟରେ ଅନେକଗୁଡ଼ିଏ କ୍ଷୁଦ୍ର ଶାଖାୟିତ ତନ୍ତୁ ଥାଏ । ଏଗୁଡ଼ିକୁ ଡେଡ୍ରାଇଟ୍ କୁହାଯାଏ ।
  • ଡେନ୍ସାଇଟ୍‌ର ଠିକ୍ ବିପରୀତ ପଟରେ ସେଲବଡ଼ିରୁ ଏକ ଲମ୍ବ ଆକସନ୍ ବାହାରିଥାଏ ।
  • ଗ୍ରାହୀ ଅଙ୍ଗମାନଙ୍କଠାରୁ ଆସୁଥିବା ଉଦ୍ଦୀପନାକୁ ସ୍ନାୟୁକୋଷର ଡେଡ୍ରାଇଟ୍ ଗ୍ରହଣ କରେ ।
  • ଡେନ୍‌ଡ୍ରାଇଟ୍ ସଂଗ୍ରହ କରୁଥିବା ସ୍ନାୟବିକ ଆବେଗ ବିଦ୍ୟୁତ୍ ରାସାୟନିକ ପ୍ରକ୍ରିୟାଦ୍ଵାରା ସ୍ନାୟୁକୋଷର ଆକ୍ସନକୁ ସଞ୍ଚରିତ ହୁଏ ।

(ଘ) ଡାଇବେଟିସ୍ ଇନ୍‌ସିପିଡସ୍ ଓ ଡାଇବେଟିସ୍ ମେଲିଟସ୍
ଉ-

  • ଯଦି କୌଣସି କାରଣବଶତଃ ପିଟୁଇଟାରିରୁ ଅଳ୍ପ ପରିମାଣର ଭାସୋପ୍ରେସିନ୍ କ୍ଷରିତ ହୁଏ, ତେବେ ସେହି ବ୍ୟକ୍ତି ଗୋଟିଏ ଦିନରେ ପାଖାପାଖୁ 20 ଲିଟର ପର୍ଯ୍ୟନ୍ତ ପରିସ୍ରା କରେ । ଏହି ଅବସ୍ଥାକୁ ଡାଇବେଟିସ୍ ଇନ୍‌ସିପିଡସ୍ ବା ବହୁମୂତ୍ର ରୋଗ କୁହାଯାଏ ।
  • ଇନ୍‌ସୁଲିନ୍‌ର ଅଭାବରେ ରକ୍ତରେ ଶର୍କରା ପରିମାଣ ବଢ଼ିଗଲେ ଡାଇବେଟିସ୍ ମେଲିଟସ୍ ବା ମଧୁମେହ ରୋଗ ହୋଇଥାଏ ।

(ଙ) ଅକ୍‌ସିର କାର୍ଯ୍ୟ
ଉ-

  • ଏହି ହରମୋନ୍ ଜୀବକୋଷର ବୃଦ୍ଧି, ଫୁଲ ଓ ଫଳର ଗଠନ ଆଦି ବିଭିନ୍ନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଏହା ଉଦ୍ଭଦର ବୃଦ୍ଧି ନିୟନ୍ତ୍ରଣ କରେ ।
  • ଏହା ଉଦ୍ଭଦର ବୃଦ୍ଧି ନିୟନ୍ତ୍ରଣ କରେ ।
  • ଏହି ହରମୋନ ଉଭିଦର ଶାଖା ଓ କାଣ୍ଡର ବୃଦ୍ଧିରେ ସହାୟକ ହୋଇଥାଏ ।

BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

Question 9.
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ଏସିଟିଲ୍‌କୋଲିନ୍‌ର କାର୍ଯ୍ୟ କ’ଣ ?
ଉ-

  • ସ୍ନାୟୁକୋଷରେ ଥିବା ଆକ୍‌ସନ୍‌ର ଶେଷଭାଗରେ ବାର୍ତ୍ତା ପହଞ୍ଚିଲେ ସେଠାରୁ ଏସିଟିଲ୍‌କୋଲିନ୍ ନାମକ ଏକ ପ୍ରକାର ରାସାୟନିକ ପଦାର୍ଥର କ୍ଷରଣ ହୁଏ ।
  • ଏହା ଏକ ସ୍ନାୟବିକ ସଞ୍ଚାରକ ଅଟେ ।
  • ଏହା ପରବର୍ତ୍ତୀ ସ୍ନାୟୁକୋଷର ଡେଡ୍ରାଇଟ୍‌ରେ ଏକ ନୂଆ ବିଦ୍ୟୁତ୍ ରାସାୟନିକ ଆବେଗ ସୃଷ୍ଟିକରେ ।
  • ଏହିପରି ଭାବରେ ବାର୍ତ୍ତା ଗୋଟିଏ ସ୍ନାୟୁକୋଷରୁ ଅନ୍ୟ ସ୍ନାୟୁକୋଷକୁ ଦ୍ରୁତଗତିରେ ପ୍ରସାରିତ ହୋଇ ଶେଷରେ

(ଖ) ଏଡ୍ରିନାଲ୍‌କୁ ଆପଦକାଳୀନ ଗ୍ରନ୍ଥି କୁହାଯାଏ କାହିଁକି ?
ଉ-

  • ଏଡ୍ରିନାଲ ଗ୍ରନ୍ଥିରୁ ଅନେକଗୁଡ଼ିଏ ହରମୋନ୍ କ୍ଷରିତ ହୁଏ ଓ ସେଥୁମଧ୍ୟରୁ ଏଡ୍ରିନାଲିନ୍ ହରମୋନ ଅନ୍ୟତମ
  • ଏହି ହର୍‌ମୋନ୍ ଆକସ୍ମିକ ଆଘାତ, ଭୟ, ଅବଶ ଓ ଉତ୍ତେଜିତ ଅବସ୍ଥାରେ କ୍ଷରିତ ହୁଏ ।
  • ଉପରୋକ୍ତ କାର୍ଯ୍ୟମାନଙ୍କ ଯୋଗୁ ଏହି ଗ୍ରନ୍ଥିକୁ ‘ଆପଦକାଳୀନ ଗ୍ରନ୍ଥି’ କୁହାଯାଏ ।

(ଗ) ଇଣ୍ଟ୍ରୋଜେନ୍‌ର କାର୍ଯ୍ୟ କ’ଣ ?
ଉ-

  • ଡିମ୍ବାଶୟରୁ ଇଷ୍ଟୋଡ୍ରେନ୍ ନାମକ ହରମୋନ୍ କ୍ଷରଣ ହୁଏ ।
  • ଏହି ହର୍‌ମୋନ୍‌ର ପ୍ରଭାବରେ ବାଳିକାମାନଙ୍କ ଶରୀରରେ ସ୍ତ୍ରୀ-ଗୌଣ ଲିଙ୍ଗୀୟ ଲକ୍ଷଣମାନ ଦେଖାଯାଏ ।

(ଘ) ଅଗ୍ନ୍ୟାଶୟକୁ କାହିଁକି ମିଶ୍ରିତ ଗ୍ରନ୍ଥି କୁହାଯାଏ ?
ଉ-
ଅଗ୍ନ୍ୟାଶୟକୁ ଏକ ମିଶ୍ରିତ ଗ୍ରନ୍ଥି କୁହାଯାଏ, କାରଣ ଏଥୁରୁ ଏନ୍‌ଜାଇମ୍ ଓ ହରମୋନ୍ ଉଭୟ କ୍ଷରିତ ହୋଇଥାଏ ।

(ଙ) ଲାଜକୁଳୀ ଲତାରେ କି ପ୍ରକାର ଗତି ଦେଖାଯାଏ ?

  • ଲାଜକୁଳୀ ଲତାର ଡାଳ କିମ୍ବା ପତ୍ରକୁ ଛୁଇଁଦେବା ମାତ୍ରେ ଲତାରେ ଥ‌ିବା ପତ୍ରଗୁଡ଼ିକ ନଇଁଯାଇ ଝାଉଁଳି ପଡ଼େ ।
  • ସ୍ପର୍ଶ ପ୍ରତି ଅନୁକ୍ରିୟା ପ୍ରଦର୍ଶନ ସ୍ୱରୂପ ପତ୍ରଗୁଡ଼ିକ ଜାକି ହୋଇଯା’ନ୍ତି ।
  • ଲାଜକୁଳୀ ଲତାର ଏହି ଗତିକୁ ଅନ୍ତର୍କୁଞ୍ଚନ ଗତି କୁହାଯାଏ ।
  • ଏହା ସ୍ପର୍ଶଜନିତ ଉଦ୍ଦୀପନାର ଏକ ବିଶେଷ ଉଦାହରଣ ଅଟେ ।

Question 10.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(କ) ମଣିଷ ଶରୀରରେ କେତେ ଯୋଡ଼ା କ୍ରାନିଆଲ୍ ସ୍ନାୟୁ ରହିଛି ?
(ଖ) ସୁଷୁମ୍ନାକାଣ୍ଡର ବାହ୍ୟ ଆବରଣକୁ କ’ଣ କୁହାଯାଏ ?
(ଗ) ଆଣ୍ଟିଡାଇୟୁରେଟିକ୍ ହରମୋନ୍‌ର ଅନ୍ୟ ନାମ କ’ଣ ?
(ଘ) କେଉଁଟି ଏକ ସାମୟିକ ଅନ୍ତଃସ୍ରାବୀ ଗ୍ରନ୍ଥି ?
(ଙ) ଉଭିଦର ଚେରରେ କେଉଁ ପ୍ରକାର ଗତି ପରିଲକ୍ଷିତ ହୁଏ ?

Answers
(କ) 12 ଯୋଡ଼ା
(ଖ) ମେନିଞ୍ଜେସ୍
(ଗ) ଭାସୋପ୍ରେସିନ୍
BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 5
(ଙ) ଜ୍ଯାନୁବର୍ତ୍ତନ

Question 11.
ଶୂନ୍ୟସ୍ଥାନ ପୂରଣ କର ।
(କ) ଉଭିଦର ଫଳ ଓ ଫୁଲ ଝଡ଼ିବା ସହ ବାର୍ଦ୍ଧକ୍ୟ ତ୍ୱରାନ୍ବିତ ହେବା ଏଥୁଲିନ୍ ଓ ……………………. ଦ୍ଵାରା ନିୟନ୍ତ୍ରିତ ।
(ଖ) ହରମୋନ୍ ଭ୍ରୁଣକାଣ୍ଡର ……………………… ରେ ତିଆରି ହୁଏ ।
(ଗ) ମସ୍ତିଷ୍କର ………………….. ଭାଗ ଆମ ସ୍ମୃତି ପାଇଁ ଦାୟୀ ।
(ଘ) ଆମ ଶରୀରର ସନ୍ତୁଳନ ଓ ଭାରସାମ୍ୟ ମସ୍ତିଷ୍କର ………………… ନିୟନ୍ତ୍ରଣ କରେ ।
(ଙ) ମସ୍ତିଷ୍କର ଅଗୋଚରରେ ଶରୀରରେ ଘଟୁଥ‌ିବା ଅତି ଜରୁରୀ କାର୍ଯ୍ୟକୁ ………………….. କୁହାଯାଏ ।
(ଚ) ସ୍ନାୟୁକୋଷରେ ……………….. ନଥ‌ିବାରୁ ଏହା ବିଭାଜିତ ହୋଇପାରେ ନାହିଁ ।

Answers
(କ) ଆବ୍‌ସିକ୍ ଅମ୍ଳ
(ଖ) ଅଗ୍ରଭାଗ
(ଗ) ଅଗ୍ରମସ୍ତିଷ୍କ (ପ୍ରମସ୍ତିଷ୍କ )
(ଘ) ଅନୁମସ୍ତିଷ୍କ
(ଙ) ପ୍ରତିକ୍ଷେପ କ୍ରିୟା
(ଚ) ସେଣ୍ଡ୍ରୋଜୋମ୍

Question 12.
ବାକ୍ୟରେ ଚିହ୍ନିତ ରେଖାଙ୍କିତ ଶବ୍ଦ|ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟ ଲେଖ ।
(କ) ଉଭିଦର କାଣ୍ଡ ଆଲୋକ ଆଡ଼କୁ ଗତି କରିବାକୁ ଜ୍ୟାନୁବର୍ତ୍ତନ କୁହାଯାଏ ।
ଉ-
ଉଭିଦର କାଣ୍ଡ ଆଲୋକ ଆଡ଼କୁ ଗତି କରିବାକୁ ଆଲୋକାନୁବର୍ତ୍ତନ କୁହାଯାଏ ।

(ଖ) ଉଦ୍ଭଦରେ ଥ‌ିବା ହର୍‌ମୋନ୍‌ଗୁଡ଼ିକୁ ଟ୍ରପିକ୍ ହରମୋନ୍ କୁହାଯାଏ ।
ଉ-
ଉଭିଦରେ ଥିବା ହର୍‌ମୋନ୍‌ଗୁଡ଼ିକୁ ଫାଇଟୋ ହରମୋନ୍ କୁହାଯାଏ ।

(ଗ) ଥାଇରଏଡ଼ ଗ୍ରନ୍ଥିରୁ ଅକ୍‌ସିଟୋସିନ୍ ହରମୋନ୍ କ୍ଷରିତ ହୁଏ ।
ଉ-
ଥାଇରଏଡ଼ ଗ୍ରନ୍ଥିରୁ ଥାଇରକ୍‌ସିନ୍ ହରମୋନ୍ କ୍ଷରିତ ହୁଏ ।

(ଘ) ବାଲ୍ୟାବସ୍ଥାରେ ପ୍ରୋଲାକ୍ଟିନ ହରମୋନ୍ କ୍ଷରଣ କମ୍ ହେଲେ ବ୍ୟକ୍ତିର ଶରୀର ବାମନ ପ୍ରାୟ ହୁଏ ।
ଉ-
ବାଲ୍ୟାବସ୍ଥାରେ ଗ୍ରୋଥ ହରମୋନ କ୍ଷରଣ କମ୍ ହେଲେ ବ୍ୟକ୍ତିର ଶରୀର ବାମନ ପ୍ରାୟ ହୁଏ ।

(ଙ) ଅଗ୍ନ୍ୟାଶୟକୁ ଆପଦକାଳୀନ ଗ୍ରନ୍ଥି କୁହାଯାଏ ।
ଉ-
ଏଡ୍ମିନାଲ ଗ୍ରନ୍ଥି ଆପଦକାଳୀନ ଗ୍ରନ୍ଥି କୁହାଯାଏ ।

BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

Question 13.
ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖ ।
(କ) ବାମନତା : ଗ୍ରୋଥ ହରମୋନ୍ :: ରୂପାନ୍ତରଣ : ………………….
(ଖ) ଡିମ୍ବାଶୟ : ଇଣ୍ଟ୍ରୋଜେନ୍ :: ଶୁକ୍ରାଶୟ : ………………….
(ଗ) ଫୁଲ ଝଡ଼ିବା : ଏଥୁଲିନ୍ :: ଫୁଲ ଧରିବା : ………………….
(ଘ) ଏଡ୍ରିନାଲ ଗ୍ରନ୍ଥି : ଅନ୍ତଃସ୍ରାବୀ :: ଯକୃତ୍ : ………………….
(ଙ) ଗର୍ଭାବସ୍ଥା ହର୍‌ମୋନ୍ : ପ୍ରୋଜେଷ୍ଟିରନ୍ :: ଗର୍ଭସଞ୍ଚାର ନିର୍ଣ୍ଣାୟକ ହରମୋନ୍ : ………………….

Answers
(କ) ଥାଇରକ୍‌ସିନ୍,
(ଖ) ଟେଷ୍ଟୋଷ୍ଟିରନ୍,
(ଗ) ଫ୍ଲୋରିଜେନ୍ ଓ ଫାଇଟୋକ୍ରୋମ୍,
(ଘ) ବହିଃସ୍ରାବୀ ଗ୍ରନ୍ଥି,
(ଙ) ନ୍ୟୁମାନ୍ କୋରିଓନିକ୍ ଗୋନାଡୋଟ୍ରଫିକ୍ ହର୍‌ମୋନ୍

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

Odisha State Board BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ Textbook Exercise Questions and Answers.

BSE Odisha Class 10 Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

Question ୧।
ପ୍ରତ୍ୟେକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ପୟୋଧ, ତଟିନୀ, ସମୀର, ଭୂଧର, ଉଟଜ, ଅରି
Answer:

ଶବ୍ଦ ପ୍ରତିଶବ୍ଦ
ପୟୋଧି ସମୁଦ୍ର, ସାଗର
ସମାର ପବନ, ବାୟୁ
ଉଟଜ କୁଟାର କୁଡ଼ିଆ
ଭଗିନା ନଦୀ, ସଗିତ
ଭୂଧର ପର୍ବତ, ଅଚଳ
ଅରି ଶତ୍ରୁ, ଅରାତି, ବୈରା

Question ୨ ।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ଶୁଭ୍ର, ଘନ, ସୁନ୍ଦର, ପବିତ୍ର, ପୁଣ୍ୟ, ଦର୍ପିତ
Answer:

ଶବ୍ଦ ବିପରୀତାର୍ଥବୋଧକ ଶବ୍ଦ
ଶୁଭ୍ର ମଳିନ
ପୂର୍ବର ଅସୁନ୍ଦର
ପୁଣ୍ୟ ପାପ
ଘନ ତରଳ
ପବିତ୍ର ଅପବିତ୍ର
ବର୍ଷତ ବିନୀତ

Question ୩ ।
ନିମ୍ନଲିଖ୍ ଶବ୍ଦମାନଙ୍କୁ ନେଇ ସାର୍ଥକ ବାକ୍ୟ ରଚନା କର।
ବିଧୌତ, ସୁଶୋଭିତ, ରାଜିତ, କଳକଳ, ଜ୍ଞାନବିଜ୍ଞାନ, ଭଟଜ
Answer:
ବିଧୌତ – ଜ୍ୟୋତ୍ସ୍ନା ବିଧୌତ ରାତ୍ରି ଭାବୁକକୁ ବିମୋହିତ କରେ।
ସୁଶୋଭିତ – ରାମଚନ୍ଦ୍ରଙ୍କ ସୁଶୋଭିତ ରୂପ ଦେଖ୍ ମୁନିମାନେ ବିମୋହିତ ହୋଇଥିଲେ।
ରାଜିତ – ଆଶ୍ରମରେ ପୁଷ୍ପରାଜିତ ଦୃଶ୍ୟ ଚିତ୍ତ ହରଣ କରେ ।
କଳକଳ – ଚିଲିକାରେ ପକ୍ଷୀମାନଙ୍କର କଳକଳ ଶବ୍ଦ ଶୁଣାଯାଏ ।
ଜ୍ଞାନବିଜ୍ଞାନ – ବର୍ତ୍ତମାନ ଓଡ଼ିଶା ଜ୍ଞାନବିଜ୍ଞାନରେ ଯଥେଷ୍ଟ ଆଗେଇ ଗଲାଣି ।
ଉଟଇ – ଘନ ଅରଣ୍ୟରେ ମୁନିମାନେ ଉଟଜ ତିଆରି କରି ରହୁଥିଲେ।

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

Question ୪।
‘କଳକଳ’ ଭଳି ଆଉ ପାଞ୍ଚଗୋଟି ଧ୍ୱନ୍ୟାତ୍ମକ ଯୁଗ୍ମଶବ୍ଦ ଲେଖ ।
Answer:
ଧ୍ଵନ୍ୟାତ୍ମକ ଯୁଗ୍ମଶବ୍ଦ – ଧଡ଼ଧଡ଼, ଫଡ଼ଫଡ଼, ଘଡ଼ଘଡ଼, ମଡ଼ମଡ଼, ଖରଖର, ଝରଝର।

Question ୫।
ପଠିତ କବିତା ଅବଲମ୍ବନରେ ଶୂନ୍ୟସ୍ଥାନ ପୂରଣ କର । (ପ୍ରଶ୍ନ ସହିତ ଉତ୍ତର)
Answer:
(କ) ପୂତ ପୟୋଧ ବିଧୌତ ଶରୀରା
(ଗ) ଶୁଭ୍ରତଟିନୀ କୂଳ – ଶୀକର, ସମୀରା
(ଙ) ନୀଳ ଭୂଧରମାଳା ସାଜେ ତରଙ୍ଗେ
(ଛ) ସୁନ୍ଦର ଶାଳି ସୁଶୋଭିତ କ୍ଷେତ୍ରା,
(ଝ) ଯୋଗୀ ଋଷିଗଣ ଉଟଜ ପବିତ୍ରା ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।
(ଖ) ତାଳତମାଳ ସୁଶୋଭିତ, ତୀରା
(ଚ) କଳକଳ ମୁଖରିତ ଚାରୁ ବିହଙ୍ଗେ।
(ଜ) ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା,
(ଞ) ସୁନ୍ଦର ମନ୍ଦିର ମଣ୍ଡିତ ଦେଶ,

Question ୬ ।
ଅର୍ଥଟତ ପାର୍ଥକ୍ୟା ଦର୍ଶ ଆ
ସୁର – ଶୂର, ପୂତ – ପୁତ, ଶାଳି – ଶାଳୀ, ବଳି – ବଳୀ, କୂଳ
Answer:
ପୁର – ଦେବତା
ଶୂର – ବାର
ପୁତ – ପବିତ୍ର
ପୁତ – ପୁଅ, ସନ୍ତାନ
ଶାଳି – ଧନ୍ୟ ବିଶେଷ
ଶୀଳା – ପ୍ରାର ସାନଭଉଣ।
ବଳି – ପୂଜା ସାମଗ୍ର।, ଦୈତରଜ ଚିରୋଜ ବିରୋଚନଙ୍କ ପୁତ୍ର
ବଳା – ବଳବାନ୍
କୁଳ – ନଦା, ସମୁନ୍ଦ୍ର ପ୍ରଭୃତିର କଟ
କୁଳ – ବଂଶ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୭।
ଚାରୁହାସମୟୀ ଚାରୁଭାଷମୟୀ କାହାକୁ କୁହାଯାଇଛି?
Answer:
ଉତ୍କଳ ଜନନୀକୁ ଚାରୁହାସମୟୀ ଚାରୁଭାଷମୟୀ ବୋଲି କୁହାଯାଇଛି । ଚାରୁହାସମୟୀ କହିବାଦ୍ୱାରା ଉତ୍କଳର ଗୌରବମୟ ଅବସ୍ଥାକୁ ସୂଚାଇ ଦିଆଯାଇଛି । କାରଣ ସନ୍ତାନମାନଙ୍କର ଗୌରବରେ ଜନନୀ ମୁଖରେ ମଧୁର ହସ ଖେଳିଥାଏ । ପୁନଶ୍ଚ ଓଡ଼ିଆ ଭାଷାର ମୁହୂତା ଓ ମଧୁରତା ହେତୁ ଉତ୍କଳ ଜନନୀକୁ ଚାରୁଭାଷମୟୀ ବୋଲି କୁହାଯାଇଛି ।

Question ୮।
ଉତ୍କଳ ଜନନୀକୁ କିଏ ଧୋଇ ଦେଇଛି ?
Answer:
ପୂତ ମହୋଦଧୂ ଉତ୍କଳ ଜନନୀକୁ ଧୋଇ ଦେଉଛି ।

Question ୯।
ସମୁଦ୍ରକୂଳ କେଉଁ କେଉଁ ବୃକ୍ଷଦ୍ବାରା ସୁଶୋଭିତ ?
Answer:
ସମୁଦ୍ରକୂଳ ତାଳ ଓ ତମାଳ ବୃକ୍ଷଦ୍ଵାରା ସୁଶୋଭିତ ।

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

Question ୧୦ ।
ଉତ୍କଳର ଆକାଶ କାହାର କଳରବରେ ମୁଖରିତ ?
Answer:
ଉତ୍କଳର ଆକାଶ ସୁନ୍ଦର ସ୍ବନ କରୁଥିବା ବିହଙ୍ଗମାନଙ୍କ କଳରବରେ ମୁଖରିତ ।

Question ୧୧ ।
ପର୍ବତମାଳାଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ କିଭଳି ଭାବେ ଶୋଭାପାଇଛି ?
Answer:
ପର୍ବତାମାଳାଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ ତରଙ୍ଗାକାରରେ ସଜ୍ଜିତ ହେଲାଭଳି ଶୋଭାପାଉଛି ।

Question ୧୨ ।
କେଉଁମାନଙ୍କ କୁଟୀରଦ୍ଵାରା ଉତ୍କଳ ପବିତ୍ର ହୋଇଛି ?
Answer:
ଯୋଗୀ ଓ ଋଷିମାନଙ୍କ କୁଟୀରଦ୍ଵାରା ଉତ୍କଳ ପବିତ୍ର ହୋଇଛି। ‘

Question ୧୩ ।
ଶ୍ରେଷ୍ଠ କବିମାନେ କାହାର କୀର୍ତ୍ତି ବନ୍ଦନା କରୁଛନ୍ତି ?
Answer:
ଶ୍ରେଷ୍ଠ କବିମାନେ ଉତ୍କଳ ଜନନୀଙ୍କର କୀର୍ତ୍ତି ବନ୍ଦନା କରୁଛନ୍ତି । ଫଳରେ ଉତ୍କଳ ଜନନୀଙ୍କର କୀର୍ତ୍ତି ସାରା ପୃଥ‌ିବୀରେ ଖ୍ୟାତି ଲାଭ କରିଛି

ପପ୍ରସଙ୍ଗ ସରଳାର୍ଥ

Question ୧୪ ।
ପୂତ-ପୟୋଧ-ବିଧୌତ-ଶରୀରା,
ପୂତ-ପାୟୋଧ…….ସୁଶୋଭିତ ତାରା
Answer:
ଉକ୍ତ ପଦ୍ୟାଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ‘ବନ୍ଦେ ଉତ୍କଳ ଜନନୀ’’ ଶୀର୍ଷକ ଜାତୀୟ ଭାବନା ପ୍ରଣୋଦିତ କବିତାରୁ ଗୃହୀତ ହୋଇଛି । ଏଠାରେ କବି ପ୍ରିୟ ଜନ୍ମଭୂମି ‘ଉତ୍କଳ ଜନନୀଭାବନା’ ର ଭୌଗୋଳିକ ସ୍ଥିତି ବା ବାହ୍ୟ ଶୋଭାର ବର୍ଣ୍ଣନା ଦେଇଛନ୍ତି ଆମର ଜନ୍ମଭୂମି ଉତ୍କଳର ପୂର୍ବ ଦିଗର ସୀମା ବଙ୍ଗୋପସାଗର ଦ୍ଵାରା ବେଷ୍ଟିତ । ଏହି ବଙ୍ଗୋପସାଗରକୁ ପୁରାଣ ଶାସ୍ତ୍ରକାରମାନେ ପବିତ୍ର ମହୋଦଧୂ ଭାବେ ପରିଚିତ କରାଇଛନ୍ତି । କବିଙ୍କ ମତରେ ସେହି ମହୋଦଧୂର ପବିତ୍ର ଜଳ ଉତ୍କଳ ଜନନୀର ଶରୀରକୁ ବିଧୌତ କରୁଛି ।

ମହୋଦଧୂର ପବିତ୍ର ଜଳଦ୍ଵାରା ଉତ୍କଳ ଜନନୀର ଶରୀର ବିଧୌତ ହେବାଦ୍ଵାରା ସେ‘ ସଦା ପବିତ୍ର ହେଉଛି । ପୁନଶ୍ଚ ଏହାର ତଟଦେଶରେ ଶୋଭାପାଇଥାଏ ମାଳମାଳ ତାଳ ଓ ତମାଳ ବୃକ୍ଷ । ସେହି ବୃକ୍ଷର ସବୁଜିମାରେ ଉତ୍କଳ ଜନନୀ ଅପୂର୍ବ ଶ୍ରୀ ଧାରଣ କରିଥାଏ । ଏଠାରେ କବି ଉତ୍କଳର ଭୌଗୋଳିକ ସ୍ଥିତିକୁ କାବ୍ୟକ ରୂପ ଦେଇଛନ୍ତି । କବିଙ୍କର ଏଭଳି ପରିକଳ୍ପନା ହୃଦୟସ୍ପର୍ଶୀ ହୋଇଛି । ଏଭଳି ବର୍ଣ୍ଣନାରେ କବିଙ୍କର ଜାତୀୟତାବୋଧ ମଧ୍ଯ ପ୍ରକାଶିତ ହୋଇଛି ।

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

Question ୧୫ ।
ଘନଘନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ,
Answer:
ଘନଘନ ………………………. ସାଜେ ତରଇେଁ
ଶସିତ ପଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ୍ର ମହାପାତ୍ରଙ୍କ ଦେଶାସରୋଧକ ସଙ୍ଗୀତ ବିନ୍ଦେ ଉତ୍କଳ ଜନନା ରୁ ଗୃହାତ ହୋଇଛି । ଏଥ‌ିରେ କବି ଉତ୍କଳ ଜନନୀଙ୍କର ଅରଣ୍ୟ ଓ ପର୍ବତମାଳାର ଶୋଭାକୁ ଛନ୍ଦାୟିତ ଭାବରେ ପରିପ୍ରକାଶ କରିଛନ୍ତି । ଆମ ଉତ୍କଳ ପ୍ରଦେଶ ଉପକୂଳ ପ୍ରାକୃତିକ ପରିବେଶରେ ସୁଶୋଭିତ । ଏହାର ବିସ୍ତୀର୍ଣ୍ଣ ଅଞ୍ଚଳ ନିଘଞ୍ଚ ଅରଣ୍ୟାନୀଦ୍ଵାରା ଆଚ୍ଛାଦିତ । ଏହି ବନଭୂମି ଶାଳ, ପିଆଶାଳ, ଅସନ, କୁରୁମ, ଶିଶୁ, କେନ୍ଦୁ, ଆମ୍ବ, ଚାକୁଣ୍ଡା, ବର, ଓସ୍ତ, ଗମ୍ଭାରି, ନିମ ଆଦି ଦ୍ରୁମଦ୍ୱାରା ପରିପୂର୍ଣ୍ଣ । ପୁନଶ୍ଚ ଏହି ବନରେ ବାସକରନ୍ତି ବାଘ, ଭାଲୁ, ହାତୀ, ହରିଣ, ଝିଙ୍କ, ଠେକୁଆ, ସମ୍ବର, କୁଟୁରା ଆଦି ପ୍ରାଣୀମାନେ ।

ନାନାଜାତିର ପଶୁ ସାଙ୍ଗକୁ ମୟୂର, କୋଇଲି, କେଚିଳାଖାଇ, ଶୁଆ, ସାରୀ ଆଦି ପକ୍ଷୀମାନେ ମଧ୍ୟ କରନ୍ତି ବହଳ ଗଛ ସାଙ୍ଗକୁ ପଶୁପକ୍ଷୀଙ୍କର ଲୀଳାଖେଳା ଦର୍ଶକକୁ ବିମୋହିତ କରେ । ଉତ୍କଳର ସ୍ଥାନେ ସ୍ଥାନେ ଦେଖାଦିଏ’ ସବୁଜବୃକ୍ଷ । ଆଚ୍ଛାଦିତ ଢଙ୍ଗ ପର୍ବତମାଳା । ସେହି ପର୍ବତମାଳା ଦୂରରୁ ମନୋରମ ଦେଖାଯାଏ । ଛୋଟବଡ଼ ପାହାଡ଼ଗୁଡ଼ିକ ପାଖକୁ ପାଖ ସଜେଇ ହେଲାଭଳି ରହିଥା’ନ୍ତି । ସମୁଦ୍ର ମଧ୍ୟରେ ଉତ୍ତାଳ ତରଙ୍ଗ ଯେପରି ଦେଖାଯାଏ, ଏହି ନୀଳ ପର୍ବତଗୁଡ଼ିକ ସେହିପରି ଦେଖାଯା’ନ୍ତି । କବି ଉତ୍କଳର ଶୋଭାକୁ ଯଥାର୍ଥ ଭାବରେ ବର୍ଣ୍ଣନା କରିବାକୁ ଯାଇ ଏହାର ଅତି ଘଞ୍ଚ ବନପ୍ରଦେଶ ଓ ପର୍ବତମାଳାର, ରୂପକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି । କରିଙ୍କର ଉପସ୍ଥାପନା କ। ବ୍ୟାକଚ ଓ ମନୋଜ୍ଞ ହୋଇପାରିଛି।

Question ୧୬ ।
ସୁନ୍ଦରଶାଳି – ମୁଶୋଭିତ – କ୍ଷେତ୍ରା
ଞ୍ଜାନବିଜ୍ଞାନ – ପ୍ରଦର୍ଶିତ – ନେତ୍ରା
Answer:
ସୁନ୍ଦରଶାଳି …………………. ପ୍ରଦର୍ଶିତ ନେତ୍ରା
ଉକ୍ତ ପଦ୍ୟାଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ‘ବନ୍ଦେ ଉତ୍କଳ ଜନନୀ’ ଶୀର୍ଷକ ଜାତୀୟ ଭାବନା ପ୍ରଣୋଦିତ କବିତାରୁ ଗୃହୀତ ହୋଇଛି । ଏଠାରେ କବି ପ୍ରିୟ ଜନ୍ମଭୂମି ଉତ୍କଳ ଶସ୍ୟଶୋଭିତ ସୁନ୍ଦର କ୍ଷେତ୍ର ଏବଂ ଜ୍ଞାନବିଜ୍ଞାନରେ ମହିମାନ୍ବିତ ହୋଇଥିବା କଥା ଉଲ୍ଲେଖ କରିଛନ୍ତି ।

ଓଡ଼ିଆପୁଅର ମୂଳ ଖାଦ୍ୟ ହେଉଛି ଭାତ । କୃଷକ ପଖାଳ କଂସାରେ ତା’ର ଉଦର ପୂରଣ କରେ । କାରଣ ଧାନ ହେଉଛି ଉତ୍କଳର ପ୍ରଧାନ ଫସଲ । ଏଠାରେ ଦିଗସ୍ତବିସ୍ତାରି ଶସ୍ୟକ୍ଷେତ୍ର ଦେଖାଯାଏ । ଶରତ ଋତୁରେ ଚାରିଆଡ଼େ ଧାନକ୍ଷେତ୍ରର ସବୁଜିମା ନୟନ ମନକୁ ହରଣ କରିନିଏ । ପୁଣି ସେହି ସବୁଜକ୍ଷେତ୍ର ଶୀତଋତୁରେ ସୁବର୍ଷବର୍ଷ ଧାରଣ କରି କେବଳ କୃଷକକୁ ହିଁକି ଯେକୌଣସି ଦର୍ଶକକୁ ପ୍ରାଣଭରା ଆନନ୍ଦ ଦିଏ । କବି ଏଠାରେ ଏକ ବିଶେଷଧରଣର ଶାଳିଧାନ କଥା ସୂଚାଇ ଅଛନ୍ତି। କୂଳ ଭୂମିର ସନ୍ତାନମାନେ ଜ୍ଞାନ ଓ ବିଜ୍ଞାନରେ ଅଧିକ ପାରଙ୍ଗମ । ଏହାକୁ ବୁଝାଇବାକୁ ଯାଇ କବି କହିଛନ୍ତି, ଉତ୍କଳ ଜନନୀଙ୍କ ନତ୍ରରୁ ପ୍ରକାଶିତ ହେଉଛି ଜ୍ଞାନାଲୋକ ଓ ବିଜ୍ଞାନର ଅପୂର୍ବ ଜ୍ୟୋତି I କବିଙ୍କର ଏଭଳି କହିବାର ଉଦ୍ଦେଶ୍ୟ ହେଉଛି, ଏହି ପବିତ୍ର ଉତ୍କଳ ମାଟିରେ ଜନ୍ମ ନେଇଛନ୍ତି ଅନେକ ଜ୍ଞାନୀ ଓ ବିଜ୍ଞାନୀ । ସେମାନେ ଜ୍ଞାନ ଓ ବିଜ୍ଞାନ ବଳରେ କାଳଜୟୀ କୃତିତ୍ଵ ହାସଲ କରିଛନ୍ତି। କବିଙ୍କର ଏଭଳି ବର୍ଣ୍ଣନା ଉତ୍କଳ ଜନନୀ ପାଇଁ ଯଥାର୍ଥ ମନେହୁଏ।

Question ୧୭ ।
ଉତ୍କଳ ଶୂରବର-ଦର୍ପିତ ଗେହା,
ଅରିକୂଳ – ଶୋଣିତ – ଚର୍ଚ୍ଚିତ – ଦେହା,
Answer:
ଉତ୍କଳ ଶ୍ଵରବର ……………….. ଚର୍ଚିତ ଦେହା
ଶଂସିତ ପଦ୍ୟାଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ‘ବନ୍ଦେ ଉତ୍କଳ ଜନନୀ’ ଶୀର୍ଷକ ଦେଶାତ୍ମବୋଧକ କବିତାରୁ ଗୃହୀତ ହୋଇଛି । ଏଠାରେ କବି ଉତ୍କଳ ଜନନୀକୁ ବୀରପ୍ରସବିନୀ ଗୌରବରେ ଗୌରବାନ୍ବିତ କରିବାକୁ ଚାହିଁଛନ୍ତି । ଉତ୍କଳ ହେଉଛି ବୀରମାଟି । ଏଠାରେ ଜନ୍ମ ନେଇଛନ୍ତି ଶୌର୍ଯ୍ୟବନ୍ତ ଓ ବୀର୍ଯ୍ୟବନ୍ତ ବୀରମାନେ । ସେମାନଙ୍କର ବୀରତ୍ଵ ଓ ଗରିମା ସମଗ୍ର ଭାରତବର୍ଷରେ ପରିଚିତ ଓ ପ୍ରଚାରିତ । ତେଣୁ କବି ଉତ୍କଳଭୂମିକୁ ବୀରଶ୍ରେଷ୍ଠମାନଙ୍କର ଗୃହ ବୋଲି କହିଛନ୍ତି । ସେହି ବୀରମାନଙ୍କୁ ନେଇ ସେ ଗୌରବବିମଣ୍ଡିତା । ଅସଂଖ୍ୟ ଶତ୍ରୁଙ୍କୁ ସେହି ବୀରସନ୍ତାନଗଣ ବିନାଶ କରିଛନ୍ତି । ଯେଉଁମାନେ ମ୍ଭର ସହିତ ଶତ୍ରୁମାନଙ୍କୁ ସମ୍ମୁଖୀନ ହୋଇଛନ୍ତି ଏବଂ ସେମାନଙ୍କୁ ବିନାଶ କରିଛନ୍ତି । ଏଠାରେ କବି ଉତ୍କଳର ଐତିହ୍ୟ ସୂଚିତ କରି, ଉତ୍କଳବାସୀଙ୍କ ମନରେ ଜାତୀୟତାବୋଧ ସୃଷ୍ଟି କରିବାକୁ ଚାହିଁଛନ୍ତି ।

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

Question ୧୮ ।
‘‘ବନ୍ଦେ ଉତ୍କଳ ଜନନୀ’’ କବିତାରୁ ଉତ୍କଳର ବୈଶିଷ୍ଟ୍ୟ ଉଲ୍ଲେଖ କର ।
Answer:
ଟ୍ୟକାର, ଗାଳ୍ପିକ, ପ୍ରାବନ୍ଧିକ ଓ ପତ୍ରିକା ସମ୍ପାଦକ । ବ୍ୟଙ୍ଗକବି ଭାବରେ ଓଡ଼ିଆ ସାହିତ୍ୟରେ ସେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ସେ ସ୍ଵଚ୍ଛଳ ଜମିଦାର ପରିବାରର ଦାୟଦ ହୋଇ ଉଚ୍ଚଶିକ୍ଷା ଲାଭ କରିଥିଲେ ବି ଆଜୀବନ ରୋଗବ୍ୟାଧ ତାଙ୍କ
‘ତିଷ୍ଠ ହେବା କାରଣରୁ ନିଜକୁ ଅତି ଅସହାୟ ମନେକରିଥିଲେ । ତଥାପି ଜୀବନସାରା ସାହିତ୍ୟ ସାଧନରେ ନିଜକୁ ସେ ହଜାଇ ଦେବାକୁ ଚାହିଁଥିଲେ । ତାଙ୍କଦ୍ୱାରା ରଚିତ ‘ଜାତୀୟ ସଙ୍ଗୀତ’, ‘ଜୀବନ ସଙ୍ଗୀତ’, ‘ଚଟକ ଚନ୍ଦ୍ରହାସ ଚମ୍ପୂ’ ତାଙ୍କ କବି ପ୍ରତିଭାର `ଳିଷ୍ଠ ସ୍ଵାକ୍ଷର । ‘ସେ ‘ଶରଦ୍ରାସ’, ‘କଣ୍ଠ’, ‘କାଳୀୟ ଦଳନ’ ପ୍ରଭୃତି ଅନେକ ପୌରାଣିକ ନାଟକ ରଚନା କରିଥିଲେ ।

କଥାକାର ଭାବରେ ‘କଣାମାମୁ’ ଉପନ୍ୟାସ ଓ ‘ବୁଢ଼ାଶଙ୍ଖାରି’ ଭଳି ଗଳ୍ପ ତାଙ୍କ ପ୍ରତିଭାର ଯଥାର୍ଥ ପ୍ରମାଣ । ତାଙ୍କର ଦେଶାତ୍ମବୋଧକ କବିତାଗୁଚ୍ଛ ‘ଜାତୀୟ ସଙ୍ଗୀତ’ର ପ୍ରଥମ କବିତା ‘ବନ୍ଦେ ଉତ୍କଳ ଜନନୀ’ । ସଂଗ୍ରାମୀ ପରିବାରର ଦାୟାଦ ଭାବରେ ସେ ମାତୃଭୂମିକୁ ଅତ୍ୟନ୍ତ ଭଲ ପାଉଥିଲେ । ତାଙ୍କ ଦୃଷ୍ଟିରେ ତାଙ୍କର ମାତୃଭୂମି ଅନନ୍ୟା ଓ ଅତୁଳନୀୟା । ଉତ୍କଳ ଜନନୀର ବିମୋହିତ ଛବିକୁ ସେ ସ୍ବଚକ୍ଷୁରେ ଦେଖୁଛନ୍ତି । ତାଙ୍କ ମାନସପଟରେ ଭାସିଉଠିଛି, ମାତୃଭୂମିର ଅନିନ୍ଦ୍ୟ ରୂପ । ଉତ୍କଳ ଜନନୀର ଭୁବନମୋହିନୀ ରୂପଶୋଭା, ହୃଦୟସ୍ପର୍ଶୀ ଭୌଗୋଳିକ ସ୍ଥିତି କବିଙ୍କ ମନରେ ସୃଷ୍ଟି କରିଛି ଉଚ୍ଚାଟିତ ଭାବ । ତାଙ୍କର ସେହି ଭାବକୁ ପ୍ରୀତି ଅର୍ଘ୍ୟଭାବରେ ସେ ଜଣାଇ ଦେଇଛନ୍ତି ।

କବିଙ୍କ ଦୃଷ୍ଟିରେ ଉତ୍କଳ ହେଉଛି ଚାରୁହାସ୍ୟମୟୀ ଅର୍ଥାତ୍ ଉତ୍କଳ ଜନନୀର ହସ ଖୁବ୍ ସୁନ୍ଦର । ତାଙ୍କର ବାଣୀ ମଧ୍ୟ ମଧୁର । ପବିତ୍ର ପୟୋଧ ତାଙ୍କର ଶରୀରକୁ ସଦାବିଧୌତ କରି ପବିତ୍ରୀକୃତ କରିଛି । ସାଗରର ତୀରେ ତୀରେ ଲମ୍ବିଯାଇଛି ତାଳ ଓ ତମାଳ ଭଳି ସୁଦୃଶ୍ୟ ବୃକ୍ଷଶ୍ରେଣୀ । କେତେ କେତେ ସୁନିର୍ମଳ ସ୍ରୋତସ୍ଵିନୀ ପ୍ରବାହିତ ହେଉଛନ୍ତି ଉତ୍କଳ ଜନନୀ ଶରୀରରେ । ସେହି ତଟିନୀର ତରଙ୍ଗାୟିତ ଜଳରୁ ବାଷ୍ପ ଗ୍ରହଣ କରି ସମୀରଣ ହୋଇଛି ସୁଶୀତଳ । ଉତ୍କଳର ଏହି ପ୍ରାକୃତିକ ଶୋଭା ଦେଖାଇ । କବି ଲେଖୁଛନ୍ତି –

‘ପୂତ-ପୟୋଧ-ବିଧୌତ-ଶରୀରା,
ତାକତମାଳ – ସୁଶୋଭିତ – ତାରା
ଶୁଭ୍ର – ତଟିନା – ତ୍କଳ – ଶାଙ୍କର – ସମାରା
ଜନନୀ, ଜନନୀ, ଜନନୀ ।’’

ଉତ୍କଳ ଜନନୀ ଧାରଣ କରିଛି ଘନଘନ ବନରାଜି । ଘଞ୍ଚ ଅରଣ୍ୟରେ ସେ ସବୁଜଶ୍ରୀ ଧାରଣ କରିଛି । ସ୍ଥାନେ ସ୍ଥାନେ ରହିଛି ତରଙ୍ଗାୟିତ ନୀଳ ଭୂଧରମାଳା । ସୁନ୍ଦର ପକ୍ଷୀମାନଙ୍କର କାକଳି ବା କଳଧ୍ଵନିରୂପକ ସଙ୍ଗୀତରେ ଭୂଭାଗ ହେଉଛି ମୁଖରିତ । ଦିଗନ୍ତବିସ୍ତାରି ଶାଳିଧାନର କ୍ଷେତରେ ସୁଶୋଭିତ ଜନନୀ ଅନ୍ନପୂର୍ଣ୍ଣା ସଦୃଶ ଖାଦ୍ୟର ଭଣ୍ଡାର ଖୋଲିଦେଇଛି । ତା’କୋଳରେ ଜୀବନଧାରଣ କରିଥିବା ସନ୍ତାନମାନଙ୍କର ଉଦର ପ୍ରତିପୋଷଣର ସେ ହୋଇଛି କାରଣ । ଜନନୀର ଉନ୍ନୀଳିତ ନେତ୍ରରେ ରହିଛି ଜ୍ଞାନ ଓ ବିଜ୍ଞାନର ଦୃଷ୍ଟିଭଙ୍ଗୀ । ଏଠାରେ ରହିଛନ୍ତି ଊଟଜବାସୀ ଯୋଗୀଋଷି । ସେମାନଙ୍କ କଣ୍ଠରୁ ସ୍ଫୁରିତ ବେଦଧ୍ଵନିରେ ଏ ମାଟି ହୋଇଛି ପବିତ୍ର ।

ଉତ୍କଳ ହେଉଛି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରମାଳିନୀ । ସେହି ମନ୍ଦିର ଗାତ୍ରରେ ଉତ୍କଳର ଶିଳ୍ପୀମାନଙ୍କର ବୈଶିଷ୍ଟ୍ୟ ପ୍ରତିଫଳିତ ପାବନ ତୀର୍ଥଭୂମିରେ ଉତ୍କଳ ପରିପୂର୍ଣ୍ଣ । ଉତ୍କଳରେ ବହୁ ଶୂରବୀର ଜନ୍ମ ନେଇଛନ୍ତି । ସେମାନେ ଶତ୍ରୁକୁ ପଦାନତ କରି ଉତ୍କଳ ମାଟିକୁ କରିଛନ୍ତି ଗୌରବ ବିମଣ୍ଡିତା । ସମଗ୍ର ବିଶ୍ବରେ ଉତ୍କଳ ବୀରମାନଙ୍କ ଶୌର୍ଯ୍ୟର ରହିଛି ପ୍ରମାଣ କବିଙ୍କ ଭାଷାରେ –

‘ଉତ୍କଳ ଶୂରବର-ଦର୍ପିତ ଗେହା,
ଅଟିକୁଳ – ଶୋଣିତ – ଚର୍ଚିତ – ଦେହା
ବିଶ୍ୱଭୂମଣ୍ଡଳ – କୃତବର – ସ୍ନେହା
ଜନନୀ, ଜନନୀ, ଜନନୀ ।’’

ଉତ୍କଳ ଜନନୀ ଜନ୍ମ ଦେଇଛ ଅନେକ କାଳଜୟୀ କବିଙ୍କୁ । ସେହି କବିମାନେ ଜନନୀର ସୁଯୋଗ୍ୟ ସନ୍ତାନ ଭାବରେ ମାତୃଭୂମିର ବନ୍ଦନା ଗାନ କରିଛନ୍ତି । ତାଙ୍କର ସେହି କବିକୃତି ହୋଇଛି ଅନିନ୍ଦ୍ୟ କୀର୍ତି । ତାଙ୍କୁ ଦେହରେ ଧାରଣ କରି ଉତ୍କଳ ଜନନୀ ହୋଇଛି ଧନ୍ୟା, ପୂଣ୍ୟା ଓ ଚରଶରଣା । କବିତାଟିରେ କବି ଉତ୍କଳ ଜନନୀର ଅନିନ୍ଦ୍ୟ ରୂପଶୋଭା, ଐତିହ୍ୟ ଓ ଐଶ୍ବର୍ଯ୍ୟକୁ ଯଥାର୍ଥଭାବରେ ବର୍ଣ୍ଣନା କରିଛନ୍ତି ।

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

Question ୧୯ ।
‘‘ବନ୍ଦେ ଉତ୍କଳ ଜନନୀ’ ଏକ ମାତୃଭୂମି ପ୍ରଶଂସାତ୍ମକ କବିତା – ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କ ।
Answer:
‘ବନ୍ଦେ ଉତ୍କଳ ଜନନୀ’ କବିତାର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ସେ ତାଙ୍କର ସାରସ୍ବତ ସୃଷ୍ଟିରେ ଉତ୍କଳ ଜାତୀୟ ଜୀବନ, ସାମାଜିକ ରୀତିନୀତି ଓ ସାଂସ୍କୃତିକ ଅପରୂପକୁ ଯଥାର୍ଥ ଭାବରେ ଦେଖାଇଛନ୍ତି । ନିଜର କାନ୍ତକୋମଳ ବଜାୟ ରଖୁଛନ୍ତି । ତାଙ୍କଦ୍ୱାରା ରଚିତ ‘ଜୀବନ ସଙ୍ଗୀତ’ରେ କବି ନିଜର ଦାର୍ଶନିକ ଓ ଭାସ୍ତିକ ଭାବକୁ ଉପସ୍ଥାପନ କରିଛନ୍ତି । କବି ଜନ୍ମଭୂମି ପ୍ରତି ତାଙ୍କ ହୃଦୟରେ ରହିଥ‌ିବା ଅନାବିଳ ଭାବକୁ ଦେଖାଇଛନ୍ତି । ‘ବନ୍ଦେ ଉତ୍କଳ ଜନନୀ’ ସେହି କବିତାଗୁଛ ପ୍ରଥମ କବିତା ଏବଂ କବିତାର ଛତ୍ରେ ଛତ୍ରେ କବି ଏହି ଉତ୍କଳ ଜନନୀର ବିଶେଷତ୍ଵକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି । ତାଙ୍କର ‘ଜାତୀୟ ସଙ୍ଗାତ’ କବିତାଗୁଚ୍ଛରେ ୩୩ଟି ମାତୃଭୂମି ପ୍ରଙ୍ଗସାମ୍ନାକ କବିତା ରହିଛି। ସବୁଥିରେ ଜନ୍ମଭୂମିର ଚନ୍ଦନା ଗାନ କରି କବି ଜନ୍ମଭୂମି ପ୍ରତି ତାଙ୍କ ହୃଦୟରେ ରହିଥ‌ିବା ଅନାବିଳ ଭାବକୁ ଦେଖାଇଛନ୍ତି । ‘ବନ୍ଦେ ଉତ୍କଳ ଜନନୀ’ ସେହି କବିତାଗୁଛର ପ୍ରଥମ କବିତା ଏବଂ କବିତାର ଛତ୍ରେ ଛତ୍ରେ କବି ଏହି ଉତ୍କଳ ଜନନୀର ବିଶେଷତ୍ଵକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି ।

ଜନନୀ ଜନ୍ମଦିଏ, ମାତ୍ର ଜନ୍ମଭୂମି ସନ୍ତାନର ବଞ୍ଚିବାର କାରଣ ହୁଏ । ଜନନୀ ସ୍ଵଳ୍ପକାଳ ପାଇଁ ସନ୍ତାନକୁ କ୍ଷୀର ଦେଇଁ ଅପତ୍ୟ ସ୍ନେହରେ ଲାଳନ ପାଳନ କରେ; ମାତ୍ର ମାତୃଭୂମି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସନ୍ତାନକୁ ତା’ର କୋଳରେ ଧରିରଖେ । ଜନ୍ମଭୂମିର ମାଟି, ପାଣି, ପବନରେ ସେ ବର୍ଜିତ ହୁଏ, ପରିପୁଷ୍ଟ ହୁଏ । ତୁଳନାତ୍ମକ ଭାବରେ ଦେଖୁଲେ ମାତାଠାରୁ ମାତୃଭୂମିନ୍ ମହତ୍ତ୍ଵ ଅଧିକ । ମାତାଠାରୁ ମାତୃଭୂମି ଗରୀୟସୀ । କବିଙ୍କ ମନରେ ମାତୃଭୂମି ପ୍ରତି ଏହି ଭାବ ବଳବତ୍ତର ହୋଇଛି । ତାଙ୍କର ବିଚାରରେ ମାତୃଭୂମି ତା’କୋଳରେ ଜନ୍ମନେଇ ବଢ଼ିଥିବା ସନ୍ତାନମାନଙ୍କ ପାଇଁ କେତେ ଯେ ମହାନ୍, ତାହା ପ୍ରକାଶ କରି ହେବ ନାହିଁ । ତେଣୁ କବିତାରେ କବି ମାତୃଭୂମିର ବନ୍ଦନା ଗାନକରି ତାହାର ଅସାମାନ୍ୟତାକୁ ସୂଚାଇ ଅଛନ୍ତି ।

କବି ମାତୃଭୂମିର ପ୍ରଶଂସା ଗାନ କରି କହିଛନ୍ତି, ଉତ୍କଳ ଜନନୀ ହେଉଛି ଚାରୁହାସ୍ୟମୟୀ । ତା’ର ନଭ, ଜଳ, ସ୍ଥଳରେ ହସ ହସ ମନୋମୁଗ୍ଧକର ଭାବ ଦେଖିବାକୁ ମିଳେ । ସେହି ହସ ହସ ଦୃଶ୍ୟକୁ ଦେଖୁ ଦର୍ଶକ ମନରେ ଅପାର ଆନନ୍ଦ ସୃଷ୍ଟି ହୁଏ । ସେ ମଧ୍ଯ ଚାରୁ ଭାଷମୟୀ । ତାହାର ଭାଷା ଅତ୍ୟନ୍ତ ମଧୁର । ସେହି ଭାଷା ଶ୍ରୋତା ମନରେ ଅମୃତମୟ ଭାବ ସୃଷ୍ଟି କରେ । ଉତ୍କଳର ଗାତ୍ର ହେଉଛି ପବିତ୍ର । ସେହି ପବିତ୍ର ଗାତ୍ରକୁ ଆହୁରି ପବିତ୍ର କରେ ମହୋଦଧୂର ଜଳରାଶି । ତାହାର ସାଗର ତୀରରେ ଶୋଭାପାଉଛି ତାଳ ତମାଳ ବୃକ୍ଷରାଜି । ଉତ୍କଳ ଭୂମିରେ ପ୍ରବାହିତ ହେଉଛି ନିର୍ମଳ ସ୍ରୋତ ବିଶିଷ୍ଟ ସ୍ରୋତସ୍ଵିନୀ । ସେହି ସ୍ରୋତସ୍ବିନୀ ଜଳକୁ ସ୍ପର୍ଶକରି ପ୍ରବାହିତ ହେଉଥ‌ିବା ମୃଦୁସମୀର ଶୀତଳତାର ସ୍ପର୍ଶ ଦେଇଥାଏ । ଶୀତଳ ସମୀରରେ ପ୍ରାଣ ଶୀତଳ ହେଲାଭଳି ଅନୁଭବ ହୁଏ ।

କବିଙ୍କ ମାତୃଭୂମିର ଅଙ୍ଗେ ଅଙ୍ଗେ ଭରିରହିଛି ନିଘଞ୍ଚ ବନରାଜି । ନୀଳ ପର୍ବତମାଳା ସମତଳଭୂମି ଉପରେ ଏପରି ଭାବରେ ଦଣ୍ଡାୟମାନ ହୋଇଛି, ଯାହାକୁ ଦେଖ‌ିଲେ ସମୁଦ୍ରର ଜଳରାଶି ଉପରେ ଉତ୍‌ତ ନୀଳ ତରଙ୍ଗର ଭ୍ରମ ସୃଷ୍ଟି ହେଉଛି । ସେଥ‌ିରେ ପୁଣି ସୁନ୍ଦର ସୁନ୍ଦର ପକ୍ଷୀମାନଙ୍କର କଳରବରେ ଚତୁର୍ଦ୍ଦିଗ ମୁଖରିତ ହେଉଛି । କବିଙ୍କ ଭାଷାରେ-

ଘନଘନ ବନଭୂମି ରାଜିତ ଅଙ୍ଗେ,
ନ।ଳ ଭୂଧରମାଳା ସାଜେ ତରଙ୍ଗେ ,
କଳଳକ ମୁଖରିତ ଚାରୁ ଗିହଙ୍ଗେ,
ଜନନୀ, ଜନନୀ, ଜନନୀ ।’’

ଜନ୍ମଭୂମିର ପ୍ରଶଂସା ଗାନକରି କବି କହିଛନ୍ତି, ଦିଗନ୍ତବିସ୍ତାରି କ୍ଷେତଗୁଡ଼ିକ ଶାଳିଧାନରେ ସୁଶୋଭିତ । ଉତ୍କଳ ଜନନୀ ଜ୍ଞାନବିଜ୍ଞାନ ନେତ୍ର ବିଶିଷ୍ଟ । ଅନେକ କୃତୀ ସନ୍ତାନଙ୍କର ସେ ଜନ୍ମଦାତ୍ରୀ । ସେଥ‌ିରେ ପୁଣି ରହିଛି ଯୋଗୀ ଋଷିଙ୍କର ଉଟଜ । ସେହି ଯୋଗୀ ଋଷିଙ୍କର ମନ୍ତ୍ରଧ୍ଵନିରେ ପରିବେଶ ହୋଇଛି ମୁଗ୍ଧ । ଉତ୍କଳଭୂମିର ବହୁସ୍ଥାନରେ ରହିଛି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର । ସୂକ୍ଷ୍ମ କଳାସମୂହଦ୍ଵାରା ସେଗୁଡ଼ିକ ସୁଶୋଭିତ । ଏହିଭୂମି ପୁଣ୍ୟତୀର୍ଥ ସମୂହରେ ପରିପୂର୍ଣ୍ଣ ।

ଉତ୍କଳ ଶୂରବୀରମାନଙ୍କ ଭୂଖଣ୍ଡ ଭାବରେ ସାରା ବିଶ୍ବରେ ପରିଚିତ । ଶତ୍ରୁକୁଳର ରକ୍ତରେ ଏହା ରଞ୍ଜିତ । ଏଥ‌ିରେ ଜନ୍ମ ନଇଛନ୍ତି ଅନେକ ଯଶସ୍ବୀ କବି । ଯାହାଫଳରେ ଉତ୍କଳ ଜନନୀ ହୋଇଛି ଧନ୍ୟା, ପୁଣ୍ୟା ଓ ଚିରଶରଣ୍ୟା । କବି ଏଠାରେ ନିଜର ମାତୃଭୂମି ମହନୀୟତା ବଖାଣି ବସିବା ସହିତ ତାହାର ଜୟଗାନ ଓ ବନ୍ଦନା କରିବାକୁ ପ୍ରକାରାନ୍ତରେ ପ୍ରେରଣା ଦେଇଛନ୍ତି କବିଙ୍କର ଏଭଳି ଚିନ୍ତାଧାରା, ତାଙ୍କର ଜନ୍ମଭୂମି ପ୍ରୀତିର ପରିଚୟ ଦେଇଥାଏ

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

Question ୬୦ ।
‘‘ବନ୍ଦେ ଉତ୍କଳ ଜନନୀ’ ଏକ ଜାତୀୟତାବାଦୀ କବିତା – ବିଚାର କର ।
Answer:
କବି ସଦାସର୍ବଦା ନିଜର ମାଟି ଓ ମାତୃଭୂମି ପ୍ରତି ଅନୁରାଗୀ । ସାହିତ୍ୟ ସମାଜର ମୁକୁର । ସମାଜକୁ ଉପେକ୍ଷା କରି ସେ ସାହିତ୍ୟ ସୃଷ୍ଟି କରିପାରେନା । ପରିବେଶ, ପରିସର ଓ ପ୍ରକୃତି ତା’ ଚିନ୍ତା-ରାଜ୍ୟକୁ ସଦା ଆବୋରି ବସିଛି । ଫଳରେ ସମାନଙ୍କୁ ନେଇ ଚିନ୍ତାକରିବା ତା’ ପକ୍ଷରେ ସ୍ବାଭାବିକ ହୋଇପଡ଼େ । ଜନ୍ମଭୂମିର ରୂପ ତା’ପାଇଁ ହୁଏ ମନୋରମ ଭାବବିମୁଗ୍ଧ କାରକ । ମାତୃଭୂମି ପ୍ରତି ରହିଥ‌ିବା ଗଭୀର ଆନ୍ତରିକତା ଓ ମମତାବୋଧକୁ ସେ ଯଥାର୍ଥଭାବେ ସଂଯୋଜିତ କରିବସେ କବିତା ଆକାରରେ । ମାତୃଭୂମି, ଜନ୍ମମାଟି ତା’ର ଐତିହ୍ୟ ଓ ଅନାଗତ ଭବିଷ୍ୟତ ସ୍ରଷ୍ଟା ମାନସର ମସୃଣ ଫଳକରେ ପ୍ରତିବିମ୍ବିତ ହୁଏ । ଫଳସ୍ବରୂପ ମାଟିର କଥା, ଜାତିର କଥାକୁ ସେ କେବଳ ଚିନ୍ତା କରେ ନାହିଁ ବରଂ ସେ ଜାତିର ଅତୀତ ଭବିଷ୍ୟତକୁ ନିରୀକ୍ଷଣ କରେ । ତା’କୁ ନେଇ ସେ ସୃଷ୍ଟିକରେ ଜାତୀୟତାବାଦୀ କବିତା ।

‘ବନ୍ଦେ ଉତ୍କଳ ଜନନୀ’ର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ଉତ୍କଳର ଅତୀତ ଓ ତତ୍କାଳୀନ ସ୍ଥିତିକୁ ସେ ଭଲଭାବରେ ଅନୁଭବ କରିଥିଲେ । ପୁନଶ୍ଚ ତତ୍କାଳୀନ ରାଜନୈତିକ ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ ସେ ମୟରେ ଭାଷାଭିତ୍ତିକ ଉତ୍କଳି ପ୍ରଦେଶ ଗଠନ କରି ବାପାଇଁ ଉତ୍କଳ ସମ୍ମିଳନା ମାଧ୍ୟମରେ ଉତ୍କଳୀୟଙ୍କ ମନରେ ଜାତୀୟ ତ।ବୋଧ ସୃଷ୍ଟି କରିବାକୁ ଚାହିଁଥିଲେ । କାନ୍ତକବି ଲକ୍ଷ୍ମୀକାନ୍ତ ୧୯୧୨ ମସିହାରେ ଏହି କବିତାଟିକୁ ରଚନା କରି ଉତ୍କଳ ସମ୍ମିଳନୀ ଧୂବେଶନରେ ଗାନ କରାଇବାର ଯୋଜନା କରିଥିଲେ । ଏହି କବିତା ଗାନପରେ କବିତାର ସମୟୋପଯୋଗୀ ଉପସ୍ଥାପନା ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଏହାର ବିଶେଷତାକୁ ଅନୁଭବ କରି ପରବର୍ତ୍ତୀ ସମୟରେ ୨୦୨୦ ମସିହାରେ ଓଡ଼ିଶା ସରକାର ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିଥିଲେ ।

କବିତାର ପ୍ରଥମ ପର୍ଯ୍ୟାୟରେ କବି ନିଜ ମାତୃଭୂମିର ବିଶେଷତାକୁ ବିଶେଷ ଭାବରେ ଦେଖାଇଛନ୍ତି । ତାଙ୍କ ବିଚାରରେ ଉତ୍କଳ ହେଉଛି ଚାରୁ ହାସମୟୀ ଓ ଚାରୁ ଭାଷମୟୀ । ଅର୍ଥାତ୍ ଏହାର ପ୍ରାକୃତିକ ଶୋଭା, ଐତିହ୍ୟ ଯେପରି ସମସ୍ତଙ୍କ ମନରେ ଉଲ୍ଲସିତ, ଉତ୍‌ଫୁଲ୍ଲିତ ଭାବ ସୃଷ୍ଟିକରେ । ଏହାକୁ ଯେକୌଣସି ଦୃଷ୍ଟିରୁ ଦେଖ‌ିଲେ ମନରେ ପୂରିଯାଏ ହସର ଉଲ୍ଲାସ । ମାତୃଭୂମିର ପ୍ରାକୃତିକ ରୂପ ଯେପରି ହସର କାରଣ ହୋଇଯାଏ । ପୁନଶ୍ଚ ଏହାର ଭାଷା ମଧ୍ୟ ଅତ୍ୟନ୍ତ ମଧୁର । କବି ଜନନୀକୁ ଏହିଭଳି ସମ୍ବୋଧନ କରି ନିଜର ମାତୃଭୂମିମନସ୍କ ବିଚାରବୋଧକୁ ସୂଚାଇ ଦେଇଛନ୍ତି ।

ଉତ୍କଳ ହେଉଛି ପବିତ୍ର ଭୂଖଣ୍ଡ । ପବିତ୍ର ମହୋଦଧୂ ଏହାକୁ ସଦାସର୍ବଦା ବିଧୌତ କରୁଛି । ତା’ର ତୀରବର୍ତ୍ତୀ ଅଞ୍ଚ ତାଳ ତମାଳ ବୃକ୍ଷରାଜିରେ ସୁଶୋଭିତ । ତା’ଦେହରେ ପ୍ରବାହିତ ହେଉଛି ନିର୍ମଳ ଜଳ ବିଶିଷ୍ଟ ସ୍ରୋତସ୍ଵିନୀ । ସେହି ନଦୀଜଳ ସ୍ପର୍ଶରେ ମୃଦୁ ସମୀରଣ ହେଉଛି ସୁଶୀତଳ । ଏହି ମାଟିରେ ରହିଛି ଘନବନାନୀ ଓ ତରଙ୍ଗାୟିତ ଶୋଭା ଧାରଣ କରିଥିବା ନୀ ଭୂଧରମାଳା । ପୁନଶ୍ଚ ଏହାର ବିସ୍ତୃତ କ୍ଷେତଗୁଡ଼ିକ ଶାଳିଧାନରେ ସୁଶୋଭିତ । ଜ୍ଞାନ ଓ ବିଜ୍ଞାନଦ୍ୱାରା ସମୁଜ୍ଜ୍ବଳ ନେତ୍ର ବିଶିଷ୍ଟ ଅନେକ କୃତି ସନ୍ତାନ ଏଥ‌ିରେ ଜନ୍ମ ନେଇଛନ୍ତି । ଯୋଗୀ ଋଷିଙ୍କର ଯୋଗସାଧନା ଓ ମନ୍ତ୍ରଧ୍ଵନି ଏହି ମାଟିକୁ କରିଛି ମନ୍ତ୍ରମୁଗ୍ଧ କବି ଏହାକୁ ବିଚାର କରି ଲେଖିଛନ୍ତି –

ସୁନ୍ଦରଶାଳି – ସୁଗୋଭିତି – କ୍ଷେତ୍ରା,
ଞ୍ଜାନବିଜ୍ଞାନ – ପ୍ରଦର୍ଶିତ – ନେତ୍ରା,
ଯୋଗାରଷିଗଣ – ଭାଟଜ – ପରିତ୍ରା,
ଜନନୀ, ଜନନୀ, ଜନନୀ ।’’

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

A. ଚାରିଗୋଟି ବିକଳ୍ପ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. ‘ବନ୍ଦେ ଉତ୍କଳ ଜନନୀ’ କବିତାର କବି କିଏ?
(A) ରାଧାନାଥ ରାୟ
(B) ଗୋଦାବରୀଶ ମହାପାତ୍ର
(C) ଲକ୍ଷ୍ମୀକାନ୍ତ ମହାପାତ୍ର
(D) କୁନ୍ତଳାକୁମାରୀ ସାବତ
Answer:
(C) ଲକ୍ଷ୍ମୀକାନ୍ତ ମହାପାତ୍ର

2. ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ କବି ରୂପେ ସୁପରିଚିତ ?
(A) କାନ୍ତକବି
(B) ପଲ୍ଲୀକବି
(C) ବ୍ୟଙ୍ଗକବି
(D) ଆଶୁକବି
Answer:
(A) କାନ୍ତକବି

3. ବନ୍ଦେ ଉତ୍କଳ ଜନନା ……………………. ର ଏକ ମନୋଜ୍ଞ କୃତ ।
(A) ପଲ୍ଲୀଭାବନା
(B) ଦେଶାତ୍ମଭାବନା
(C) ଭାରତଭାବନା
(D) ପ୍ରକୃତିଭାବନା
Answer:
(B) ଦେଶାତ୍ମଭାବନା

4. ‘ବନ୍ଦେ ଉତ୍କଳ ଜନନୀ’ ଓଡ଼ିଶା ସରକାରଙ୍କଦ୍ଵାରା କେଉଁ ମସିହାରେ ରାଜ୍ୟସଙ୍ଗୀତର ମାନ୍ୟତା ଲାଭକରିଛ ?
(A) ୧୯୧୯
(B) ୧୯୨୦
(C) ୧୯୨୧
(D) ୧୯୧୮
Answer:
(B) ୧୯୨୦

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

5. ପ୍ରକୃତି ପରିଶୋଭିତ ଉତ୍କଳ ଜନନୀଙ୍କ ……………………..ସୁନ୍ଦର ।
(A) ରୂପ ଓ ଗୁଣ
(B) ଐତିହ୍ୟ ଓ ମାଧୁର୍ଯ୍ୟ
(C) ହସ ଓ ଭାଷା
(D) ପ୍ରକୃତି ଓ ଐଶ୍ବର୍ଯ୍ୟ
Answer:
(C) ହସ ଓ ଭାଷା

6. କବି ବାରମ୍ବାର କାହାର ବନ୍ଦନା କରିଛନ୍ତି ?
(A) ଭାରତମାତା
(B) ଜନ୍ମଭୂମି
(C) ଉତ୍କଳ ଜନନୀ
(D) ଗ୍ରାମ ମାଟି
Answer:
(C) ଉତ୍କଳ ଜନନୀ

7. ପୂତ ……………………….. ବିଧୌତ ଶରୀରା।
(A) ଜଳଧୂ
(B) ବାରିସ୍
(C) ପୟୋଧ୍
(D) ଉଦଧୂ
Answer:
(C) ପୟୋଧ୍

8. ଉତ୍କଳର ତଟ ପ୍ରଦେଶ କେଉଁ ବୃକ୍ଷରାଜିରେ ସୁଶୋଭିତ ?
(A) ଆମ୍ବ ଓ ନଡ଼ିଆ
(B) ନାରୀକେଳ ଓ ଗୁବାକ
(C) ତାଳ ଓ ତମାଳ
(D) ପଣସ ଓ ବର
Answer:
(C) ତାଳ ଓ ତମାଳ

9. ସମ୍ବଦ୍ରର ପବିତ୍ର ଜଳଧାରା ଉତ୍କଳ ଜନନଙ୍କ ………………………… କୁ ଧୋଇଦିଏ ।
(A) ଶରୀର
(B) ପାଦ
(C) ମଥା
(D) ହସ୍ତ
Answer:
(A) ଶରୀର

10. ଉତ୍କଳର …………………… ଜଳ ଧାରଣ କରିଥିବା ନଦୀତଟରେ ଶୀତଳ ପବନ ପ୍ରବାହିତ ହୋଇଥାଏ ।
(A) ଆବିଳ
(B) ସ୍ଵଚ୍ଛ
(C) ନୀଳ
(D) ଫେଣ
Answer:
(B) ସ୍ଵଚ୍ଛ

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

11. ଉତ୍କଳ ଜନନୀର ଶରୀର କେଉଁଥରେ ପରିଶୋଭିତ ?
(A) ତାଳତମାଳ
(B) ଘଞ୍ଚବନ
(C) ନଦୀନାଳ
(D) ବନପର୍ବତ
Answer:
(B) ଘଞ୍ଚବନ

12. ନୀଳ ……………………. ତରଙ୍ଗ ଆକାରରେ ପ୍ରକାଶ ପାଇଥାଏ ।
(A) ପର୍ବତମାଳା
(B) ସମୁଦ୍ର
(C) ନଦୀ
(D) ଆକାଶ
Answer:
(B) ସମୁଦ୍ର

13. ଉତ୍କଳ ଜନନୀଙ୍କ ଆକାଶ ସୁନ୍ଦର …………………………….. କଳକଳ ଭାବରେ ମୁଖରିତ ହୋଇଥାଏ ।
(A) ପଶୁମାନଙ୍କ
(B) ଜୀବଜନ୍ତୁମାନଙ୍କ
(C) ପକ୍ଷୀମାନଙ୍କ
(D) ଝରଣାମାନଙ୍କ
Answer:
(C) ପକ୍ଷୀମାନଙ୍କ

14. ଉତ୍କଳର ଶସ୍ୟକ୍ଷେତ୍ର ସୁନ୍ଦର ……………………. ରେ ପରିପୂର୍ଣ୍ଣ ।
(A) ଗହମ
(B) ଫୁଲ
(C) ଫଳ
(D) ଧାନ
Answer:
(D) ଧାନ

15. ଉତ୍କଳର ଚକ୍ଷୁ …………………….ପ୍ରଦର୍ଶନରେ ଉଦ୍‌ଭାସିତ ।
(A) ଜ୍ଞାନବିଜ୍ଞାନ
(B) ସୁଖଶାନ୍ତି
(C) ଧନସମ୍ପଦ
(D) ପ୍ରେମଆନନ୍ଦ
Answer:
(A) ଜ୍ଞାନବିଜ୍ଞାନ

16. ବହୁ ଯୋଗୀଋଷିଙ୍କ …………………..ଦ୍ଵାରା ଉତ୍କଳ ଜନନା ପବିଚ୍ତା
(A) ଜ୍ଞାନ
(B) ତପସ୍ୟା
(C) କୁଟୀର
(D) ଓଁକାର ଧ୍ବନି
Answer:
(C) କୁଟୀର

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

17. ଉତ୍କଳର ମନ୍ଦିର ………………….ଦ୍ଵାରା ସୁଶୋଭିତ ।
(A) କାରୁକଳା
(B) ଚାରୁକଳା
(C) ଶିଳ୍ପକଳା
(D).ପ୍ରସ୍ତର କଳା
Answer:
(B) ଚାରୁକଳା

’18. ଅନେକ ପୁଣ୍ୟ ……………………….. ରେ ଉତ୍କଳ ପ୍ରଦେଶ ପରିପୂର୍ଣ୍ଣ ।
(A) ନଦୀ
(B) ସମୁଦ
(C) ମନ୍ଦିର
(D) ତୀର୍ଥ
Answer:
(D) ତୀର୍ଥ

19. ବହୁ ବୀର ଯୋଦ୍ଧାଙ୍କର ………………………… ଉତ୍କଳ ।
(A) ତୀର୍ଥଭୂମି
(B) ପୁଣ୍ୟଭୂମି
(C) ରଣଭୂମି
(D) ବାସଭୂମି
Answer:
(D) ବାସଭୂମି

20. ଶତ୍ରୁମାନଙ୍କ …………………..ରେ ଉତ୍କଳ ଜନନୀ ଦେହ ଅନୁରଞ୍ଜିତ ହୋଇଛି ।
(A) ଲୁହ
(B) ଶୋଣିତ
(C) ମେଦ
(D) ମାଂସ
Answer:
(B) ଶୋଣିତ

କବି ପରିଚୟ :
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ସାହିତ୍ୟରେ ଜଣେ ଯଶସ୍ବୀ କବି ଭାବରେ ପରିଚିତ । ସେ ଏକାଧାରରେ ଥିଲେ କବି, ନାଟ୍ୟକାର, ଔପନ୍ୟାସିକ, ଗାଳ୍ପିକ, ସଂପାଦକ ଏବଂ ବ୍ୟଙ୍ଗକାର । ସେ ଜୀବନ ଯୁଦ୍ଧରେ ବହୁ କଷ୍ଟ ସ୍ଵୀକାର କରିଥିଲେ ମଧ୍ୟ ସାହିତ୍ୟ ସାଧନାରେ ନିଜକୁ ନିୟୋଜିତ କରି ବିଦଗ୍ଧ ପାଠକଙ୍କ ହୃଦୟରେ ସ୍ବତନ୍ତ୍ର ଆବେଦନ ସୃଷ୍ଟି କରିଛନ୍ତି ।

କବି ଲକ୍ଷ୍ମୀକାନ୍ତ ୧୮୮୮ ମସିହା, ଡିସେମ୍ବର ମାସ ୯ ତାରିଖରେ ମାଣବସା ଗୁରୁବାର ଦିନ ଭଦ୍ରକ ଜିଲ୍ଲା ତାଳପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ମାଣବସା ଗୁରୁବାରରେ ଜନ୍ମଗ୍ରହଣ କରିଥିବାରୁ ତାଙ୍କର ନାମ ଦିଆଯାଇଥିଲା ଲକ୍ଷ୍ମୀକାନ୍ତ । ତାଙ୍କ ପିତାଙ୍କ ନାମ ଥିଲା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଏବଂ ମାତାଙ୍କ ନାମ ରାଧାମଣି ଦେବୀ । ଛାତ୍ର ସମୟରୁ ପାଠପଢ଼ା ସହିତ ସେ ଜଣେ ଦକ୍ଷ ଖେଳାଳୀ, ଅଭିନେତା ହେବା ସହ କବିତା ଲେଖା ଆଦିରେ ମନୋନିବେଶ କରିଥିଲେ । ବାଲେଶ୍ଵର ସ୍କୁଲରୁ ଏଣ୍ଟ୍ରାନ୍ସ ପାସ୍ କଲାପରେ କଟକରେ ଆଇ.ଏ. ଓ କଲିକତାରେ ବି.ଏ. ଅଧ୍ୟୟନ କରିଥିଲେ । କବିତା ଲେଖାରେ ତାଙ୍କର କୃତିତ୍ବ ପାଇଁ ୧୯୩୪ ମସିହାରେ ଭଦ୍ରକ ହାଇସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ, ତାଙ୍କୁ କାନ୍ତକବି ରୂପେ ପରିଚିତ କରାଯାଇଥିଲା । ଭାଗ୍ୟର ବିଡ଼ମ୍ବନା ହେତୁ ଶାରୀରିକ ଅସୁସ୍ଥତା ପାଇଁ ଶିକ୍ଷାକ୍ଷେତ୍ରରେ ସେ ଅଧିକ ଆଗେଇ ପାରିନଥିଲେ । ଗୁରୁ ବାବାଜୀ ରାମଦାସଙ୍କ ପ୍ରରୋଚନାରେ ସେ ସଙ୍ଗୀତ ସୃଷ୍ଟିରେ ମନୋନିବେଶ କରିଥିଲେ ।

କାନ୍ତକବିଙ୍କର କାବ୍ୟଚେତନାର ଆଦର୍ଶ ଥିଲେ ଓଡ଼ିଶାର ଜନନେତା ପଣ୍ଡିତ ଗୋପବନ୍ଧୁ ଦାସ । ସେ ନିଜେ ସ୍ଵୀକାର କରିଛନ୍ତି- ‘‘ମୋର କବିତା ଲେଖାର ଆଦ୍ୟଗୁରୁ ଭାବରେ ସେ ମୋର ପୂଜ୍ୟ । ତାଙ୍କରି କବିତା ମୋର ପ୍ରାଣରେ କବିତାର ଉନ୍ମେଷ ସୃଷ୍ଟି କରିଛି । ତାଙ୍କରି ପ୍ରେରଣା ମୋ ପ୍ରାଣରେ କବିତାର ଭୂର୍ଭି ଆଣିଦେଇଛି । ଏକଥା ସ୍ଵୀକାର କଲାବେଳେ ଛାତି ମୋର ଫୁଲି ଫୁଲି ଉଠୁଛି, ଗର୍ବରେ ଶିର ନତ ହୋଇଯାଉଛି ତାଙ୍କରି ପବିତ୍ର ଚରଣରେ । (କାନ୍ତ ସାହିତ୍ୟ ମାଳା -୧ମ ଖଣ୍ଡ ପୃ୫୪୦) କାନ୍ତକବିଙ୍କ ପରିବାର ଥିଲା ସଂଗ୍ରାମୀ ପରିବାର । ତାଙ୍କର ପିତା ଭାଗବତ ପ୍ରସାଦ, ଭଉଣୀ ମାଳା-୧ମ ଖଣ୍ଡ କୋକିଳା ଦେବୀ, ଜାହ୍ନବୀ ଦେବୀ, ସାନଭାଇ କମଳାକାନ୍ତ, ଜ୍ୟେଷ୍ଠପୁତ୍ର ନିତ୍ୟାନନ୍ଦ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ।

ସେହି ଚିନ୍ତାଧାରାକୁ ନେଇ କାନ୍ତକବି ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ‘ଅସହଯୋଗୀର ଆତ୍ମକଥା’ ପର୍ଯ୍ୟାୟ କ୍ରମେ ପ୍ରକାଶ କରୁଥିଲେ । ତାଙ୍କ ମନରେ ରହିଥିଲା ଅସହଯୋଗ ଓ ଜାତୀୟ ଚେତନାର ଭାବ । ତାହାର ପ୍ରକାଶିତ ରୂପ ହେଉଛି କେତେକ ’ଜାତୀୟ ସଂଗୀତ’ । ପରବର୍ତ୍ତୀ ସମୟରେ ବୈଷ୍ଣବ ଭାବାପନ୍ନ ହେଲା ପରେ ତାଙ୍କ କବିତାରେ ଭକ୍ତସୁଲଭ ଭାବାବେଗ, ପ୍ରେମ, କରୁଣା ତିତିକ୍ଷାରେ ରସସିକ୍ତ ଭାବକୁ ସେ ଦେଖାଇଛନ୍ତି । ସେହିସବୁ ଆଧ୍ୟାତ୍ମ କବିତାଗୁଡ଼ିକ କବିଙ୍କର ‘ଜୀବନ ସଙ୍ଗୀତ’ କବିତା ସଂକଳନରେ ପ୍ରକାଶିତ । ଏଥର ବିଭୁପ୍ରୀତ ଯେଭଳି ରହିଛି, ବୈଷ୍ଣବ -ସୁଲଭ ଭାବାବେଗ ମଧ୍ଯ ସେହିପରି ରହିଛି । କବି ଆନନ୍ଦମୟ ଅନୁଭୂତିରେ ଆମ୍ବହରା ହୋଇ ଯାଇଛନ୍ତି –

‘ଦେ ମୋତେ ବାଇଆ କରି ଆରେ ମୋର ବାଇଆ ରଜା
ନାଚିବି ମୁଁ ଲଙ୍ଗଳା ହୋଇ ତାଳି ମାରି ଦେଖୁ ମଜା ।’’

ଜୀବନର ପରିଣତ ବୟସରୁ କବି ଲକ୍ଷ୍ମୀକାନ୍ତ କେତେଗୁଡ଼ିଏ (Parody) ରଚନା କରିଛନ୍ତି । ସେହି ଲାଳିକାଗୁଡ଼ିକ ‘ଚଟକ ଚନ୍ଦ୍ରହାସ ଚମ୍ପୂ’’ ସଂକଳନରେ ସଂକଳିତ । ଏହାର ଶୁଦ୍ଧ ଓ ବିମଳ ଆନନ୍ଦ ପ୍ରଦାନ ଭଳି ଭାବ ରହିଛି । ହାସ୍ୟରସର ଅନ୍ତରାଳରେ ବ୍ୟଙ୍ଗ ଓ ବିସ୍ତୂପର ବାଣ ମଧ୍ୟ ସେ ନିକ୍ଷେପ କରିଛନ୍ତି ।

କାନ୍ତକବି ଗୋଟିଏ ମାତ୍ର ଉପନ୍ୟାସ ରଚନା କରି ଉପନ୍ୟାସ ସ୍ରଷ୍ଟା ଭାବରେ ନିଜର ବୈଶିଷ୍ଟ୍ୟ ପ୍ରତିପାଦିତ କରିଛନ୍ତି । ତାଙ୍କଦ୍ୱାରା ରଚିତ ଉପନ୍ୟାସ ‘କଣାମାମୁ’ । ସେହି ଉପନ୍ୟାସଟି ଇଂରେଜ ସରକାର ବିରୁଦ୍ଧରେ ସଂଗ୍ରାମ କରିବାର ପ୍ରେକ୍ଷାପଟ ଉପରେ ରଚନା କରାଯାଇଛି । ‘ଦେହି ପଦ ପଲ୍ଲବ ମୁଦାରମ୍’ ତାଙ୍କର ଗଳ୍ପ ସଂକଳନ । ଅପତ୍ୟସ୍ନେହର ଆବେଗକୁ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । ୧୯୩୭ ମସିହାର ‘ଡଗର’ ପତ୍ରିକା ସେ ପ୍ରକାଶ କରିଥିଲେ । ଯେହେତୁ ସେ ଥିଲେ ଅଭିନେତା ଏବଂ ରଙ୍ଗମଞ୍ଚ ସହିତ ତାଙ୍କର ସମ୍ପର୍କ ରହିଥିଲା ସେହି ଦୃଷ୍ଟିରୁ ସେତେବେଳେ ନାଟକ ରଚନା କରି, ତାହାକୁ ମଞ୍ଚସ୍ଥ କରାଇଥିଲେ । ସେହିପରି ସେ ସମୟର ସମାଜକୁ ଆଖିଆଗରେ ରଖ୍ କେତେଗୁଡ଼ିଏ ପ୍ରବନ୍ଧ ରଚନା କରିଥିଲେ । ପ୍ରାୟ ପ୍ରତ୍ୟେକ ସୃଷ୍ଟିରେ କବିଙ୍କର ଜୀବନଦର୍ଶନ ହୋଇଥିଲା ପ୍ରତିଫଳିତ ।

କଟିକାର ପୃଷ୍ଟଭୂମି:

‘ବନ୍ଦେ ଉତ୍କଳ ଜନନୀ’ କବିତାଟି ଓଡ଼ିଶାର ଜନପ୍ରିୟ ଜାତୀୟ ଗୀତିକା ଭାବରେ ପରିଚିତ । ଏଥରେ ମାତୃଭୂମିର ମହତ୍ତ୍ବ, ଐତିହ୍ୟ, ଐଶ୍ବର୍ଯ୍ୟ ସାର୍ଥକଭାବରେ ପ୍ରତିପାଦିତ । ସୁପ୍ତ ଜାତିକୁ କର୍ମମୁଖର ଓ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଏହି କବିତାଟି ସୃଷ୍ଟି କରାଯାଇଥିଲା । କବିଙ୍କର ‘ଜାତୀୟ ସଂଗୀତ’ କବିତା ଗୁଚ୍ଛର ଏହାଥିଲା ପ୍ରଥମ ସଙ୍ଗୀତ । ଓଡ଼ିଶା ସରକାରଙ୍କଦ୍ଵାରା ୨୦୨୦ ମସିହାରେ ଏହି ସଙ୍ଗୀତଟି ରାଜ୍ୟ ସଙ୍ଗୀତର ମାନ୍ୟତା ଲାଭ କରିଛି ।

ଆମେ ସମସ୍ତେ ଓଡ଼ିଶାବାସୀ ବା ଉତ୍କଳବାସୀ ଉତ୍କଳ ମାତାର ସନ୍ତାନ । ଏହାର ମାଟି, ପାଣି, ପବନରେ ଆମେ ବର୍ଦ୍ଧିତ ଓ ପରିପୁଷ୍ଟ । ମାତ୍ର ଆମେ ଆମ ଜନ୍ମମାଟିର ବୈଶିଷ୍ଟ୍ୟକୁ ଅନେକ ସମୟରେ ବିସ୍ତ୍ରୁତ ହୋଇଯାଉ । ଏହି ଜନ୍ମଭୂମି ଯେ ବୀରପ୍ରସବିନୀ, କୀର୍ତ୍ତିଶାଳନୀ ଓ ଅପାସୋରା ସୌନ୍ଦର୍ଯ୍ୟରେ ବିମଣ୍ଡତା, ତାହାକୁ ନେଇ ନିଜର ପରିଚୟ ସୃଷ୍ଟି କରୁନା। କାନ୍ତକବି ଲକ୍ଷ୍ମୀକାନ୍ତ ଉତ୍କଳସନ୍ତାନଙ୍କ ମନରେ ମାତୃଭୂମି ପ୍ରତି ଯଥାର୍ଥ ମର୍ଯ୍ୟାଦା ସୃଷ୍ଟି ପାଇଁ, ‘ଉତ୍କଳ ସନ୍ତାନ’ ସଙ୍ଗୀତର ଏକ ମନୋଜ୍ଞ ଚିତ୍ର ଉପସ୍ଥାପିତ କରିଛନ୍ତି । ଉତ୍କଳବାସୀଙ୍କ ମନରେ ଜନ୍ମଭୂମିକୁ ନେଇ ଜାତୀୟ ଚେତନା ସୃଷ୍ଟି କରିବାପାଇଁ କବି ପ୍ରୟାସ କରିଛନ୍ତି ।

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

କଟିକାର ମର୍ମବଶା:

କବିତାର ଘୋଷା ପଦରେ, କବି ଉତ୍କଳଜନନୀର ବନ୍ଦନା ଗାନ କରିଛନ୍ତି । ନିଜ ମାତୃଭୂମିକୁ ନମସ୍ୟା ଦେବୀ ଭାବରେ ଅଭ୍ୟର୍ଥନା ଜ୍ଞାପନ କରିଛନ୍ତି । ବିଭିନ୍ନ ବିଶେଷଣରେ ବିଶେଷିତା କରିଛନ୍ତି । କବି ଯୋଗ୍ୟ ସନ୍ତାନଭାବରେ କହିଛନ୍ତି, ହେ ଉତ୍କଳ ଜନନୀ ! ମୁଁ ତୁମର ବନ୍ଦନା କରୁଅଛି । ତୁମର ହସ ଅତ୍ୟନ୍ତ ସୁନ୍ଦର ଓ ମନୋମୁଗ୍ଧକର । ତେଣୁ ତୁମେ ଚାରୁହାସମୟୀ । ସେହିପରି ତୁମର ଭାଷା ମଧ୍ୟ ବହୁତ ମଧୁର, ଯାହାକୁ ଶ୍ରବଣ କଲେ ହୃଦୟରେ ଅପୂର୍ବ ପୁଲକ ସୃଷ୍ଟି ହୁଏ । ସୁତରାଂ ତୁମେ ଦେଉଛ ଚାରୁଭାଷମୟୀ । ଏଠାରେ କବି ପ୍ରିୟ ଜନ୍ମଭୂମିର ମନୋମୁଗ୍‌ଧକର ହସ ଓ ହୃଦୟସ୍ପର୍ଶୀ ଭାଷାର ସୂଚନା ଦେଇଛନ୍ତି ।

କବିତାର ପ୍ରଥମ ପଦରେ କବି ଜନ୍ମଭୂମିକୁ ସମ୍ବୋଧନ ଜଣାଇ କହିଛନ୍ତି, ହେ ଉତ୍କଳ ଜନନୀ ତୁମର ଶରୀର ଅତ୍ୟନ୍ତ ପବିତ୍ର, ଯାହାକୁ କେବେବି ଅପବିତ୍ରତାର କାଳିମା ସ୍ପର୍ଶକରିପାରିବ ନାହିଁ । କାରଣ ତୁମର ଶରୀରକୁ ସଦାସର୍ବଦା ପବିତ୍ର ମହାସାଗର ବିଧୌତ କରୁଅଛି । ତୁମର ଶରୀର ସାଗର ବେଷ୍ଟିତ। ସେହି ସାଗର ତୀରବର୍ତ୍ତୀ ଅଞ୍ଚଳ ତାଳ ଓ ତମାଳ ବୃକ୍ଷରାଜିର ସୁଶୋଭିତ । ତୁମ ଦେହକୁ ପବିତ୍ରକୃତ କରି ପ୍ରବାହିତ ହେଉଛି ଅନେକ ନଦୀ । ସେହି ନଦୀମାନଙ୍କର ସ୍ରୋତ ନିର୍ମଳ । ଯାହାକୁ ଶୁଭ୍ର ସ୍ରୋତସ୍ଵିନୀ

ଭାବରେ ବିଚାର କରାଯାଇପାରେ । ସେହି ନଦୀଜଳକୁ ସ୍ପର୍ଶ କରି ପ୍ରବାହିତ ହେଉଥ‌ିବା ମୁଦ୍ରା ସମୀରଣ ଜଳକଣା ସଂଯୁକ୍ତ ହୋଇ ଶୀତଳ ହୋଇଥାଏ । ସେହି ସୁଶୀତଳ ବାୟୁର ସ୍ପର୍ଶ ପ୍ରାଣକୁ ଶୀତଳ କରିଦେଇଥାଏ। ହେ ଉତ୍କଳ ଜନନୀ ! ତୁମ ଅଙ୍ଗେ ଅଙ୍ଗେ ସୁଶୋଭିତ ଘନ ବନାନୀ । ସେହି ନିଘଞ୍ଚ ବନରାଜିର ଅପୂର୍ବ ଶ୍ରୀରେ ତୁମେ ସୁଶୋଭିତା। ନୀଳ ପର୍ବତମାଳା ସମତଳଭୂମି ଉପରେ ଏପରି ଦଣ୍ଡାୟମାନ ହୋଇ ରହିଥା’ନ୍ତି, ଯାହାକୁ ଦେଖ‌ିଲେ ସେଗୁଡ଼ିକ ସମୁଦ୍ରର ନୀଳଜଳରାଶି ଉପରେ ଉତ୍‌ତ ନୀଳତରଙ୍ଗ ଭଳି ପ୍ରତୀୟମାନ ହୁଅନ୍ତି । ସମଗ୍ର ଭୂଭାଗ, ଅର୍ଥାତ୍ ନଭ, ଜଳ, ସ୍ଥଳ, ବିଭିନ୍ନ ପକ୍ଷୀମାନଙ୍କର କାକଳାରେ ପରିପୂର୍ଣ୍ଣ। ଅର୍ଥାତ୍ ସୁନ୍ଦର ପକ୍ଷାମାନଙ୍କର କଳରବରେ ଚତୁର୍ଦ୍ଦଗ ମୁଖରିତ।

ହେ ଉତ୍କଳ ଜନନୀ ! ତୁମର ଦିଗନ୍ତବିସ୍ତାରି କ୍ଷେତଗୁଡ଼ିକ ଶାଳିଧାନରେ ସୁଶୋଭିତ । ଜ୍ଞାନ ଓ ବିଜ୍ଞାନ ହେଉଛି ତୁମର ନେତ୍ରଦ୍ଵୟ । ଜ୍ଞାନ ଓ ବିଜ୍ଞାନଦ୍ୱାରା ସମୁଜ୍ଜ୍ବଳ ନେତ୍ର ବିଶିଷ୍ଟ ଅନେକ କୃତୀ ସନ୍ତାନର ତୁମେ ଜନ୍ମଦାତ୍ରୀ । ଅର୍ଥାତ ଉତ୍କଳର ସନ୍ତାନମାନେ ଜ୍ଞାନ ଓ ବିଜ୍ଞାନ ବଳରେ ଯଶସ୍ବୀ ହୋଇପାରିଛନ୍ତି। ପୁନଶ୍ଚ ଯୋଗୀ ଋଷି ଏଠାରେ କୁଟୀର କରି ସେମାନଙ୍କ ମନ୍ତ୍ରପୂତ ଧ୍ଵନିରେ ଭୂଭାଗକୁ ପବିତ୍ର କରିଛନ୍ତି ।

ହେ ଉତ୍କଳଜନନୀ, ତୁମେ ହେଉଛ ମନ୍ଦିର ମାଳିନୀ । ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର ରାଜିରେ ତୁମେ ବିମଣ୍ଡିତା । ସୂକ୍ଷ୍ମକଳା ସମୂହଦ୍ଵାରା ତୁମର ବେଶ ସୁଶୋଭିତ । ସେହିପରି ତୁମର ସମଗ୍ର ପ୍ରଦେଶ ପୁଣ୍ୟ ତୀର୍ଥସମୂହରେ ପରିପୂର୍ଣ୍ଣ । ଏଠାରେ – କବି କାରୁକାର୍ଯ୍ୟପରିପୂର୍ଣ୍ଣ ମନ୍ଦିର ଓ ପୁଣ୍ୟ ତୀର୍ଥକ୍ଷେତ୍ରଦ୍ଵାରା ଉତ୍କଳଜନନୀ ମହନୀୟା ହୋଇଛି ବୋଲି ସମ୍ବୋଧନ କରିଛନ୍ତି ।

ବୀର ପ୍ରସବିନୀ ଉତ୍କଳମାତାର ମହିମା ଗାନ କରି କବି କହିଛନ୍ତି – ହେ ଉତ୍କଳ ଜନନୀ! ତୁମେ ହେଉଛ ଉତ୍କଳର ଶ୍ରେଷ୍ଠବୀର ମାନଙ୍କର ନିବାସସ୍ଥଳୀ । ଅର୍ଥାତ୍ ବହୁ ବୀରଶ୍ରେଷ୍ଠଙ୍କର ଏହା ହେଉଛି ଗୃହ । ଉତ୍କଳରେ ଜନ୍ମ ନେଇ ସେହି ସନ୍ତାନମାନେ ବୀରଭାବରେ ନିଜର ଅସମାନ୍ୟ ବୀରତ୍ଵ ପ୍ରଦର୍ଶନ କରିଛନ୍ତି । ସେମାନେ ଶତ୍ରୁକୁ ପଦାନତ କରିଛନ୍ତି । ଫଳସ୍ୱରୂପ ଶତ୍ରୁକୁଳର ରକ୍ତରେ ତୁମ ଦେହ ହେଇଛି ରଞ୍ଜିତ । ଏହି ବୀରତ୍ବ ପାଇଁ ତୁମର ରହିଛି ସ୍ଵତନ୍ତ୍ର ମର୍ଯ୍ୟାଦା । ବିଶ୍ଵ-ଭୂମଣ୍ଡଳ ପ୍ରତି ତୁମର ମଧ୍ୟ ରହିଛି ଅଗାଧ ସ୍ନେହ, ସମସ୍ତଙ୍କୁ ଆପଣେଇ ନେବାର ଭାବ ।

ଉତ୍କଳରେ ଅନେକ ଯଶସ୍ବୀ କବି ଜନ୍ମ ନେଇଛନ୍ତି । ସେମାନଙ୍କ କଳାକୃତିରେ ସେମାନେ ଉତ୍କଳର ବାଣୀଭଣ୍ଡାରକୁ କରିଛନ୍ତି ରୁଦ୍ଧିମନ୍ତ । ତେଣୁ କବି କହିଛନ୍ତି, ହେ ଉତ୍କଳଜନନୀ ! କବିଶ୍ରେଷ୍ଠ ତଥା ସୁଯୋଗ୍ୟ ପୁତ୍ରମାନଙ୍କଦ୍ୱାରା ତୁମେ ହୋଇଛ ବନ୍ଦନୀୟା । ସେହି ଯଶସ୍ବୀ କବିମାନଙ୍କ ପାଇଁ ବା ସେମାନଙ୍କର ଅନିନ୍ଦ୍ୟ କୀର୍ତ୍ତିପାଇଁ ତୁମେ ସାରା ପୃଥ‌ିବୀରେ ଖ୍ୟାତି ଅର୍ଜନ କରିଛ । ତୁମେ, ଧନ୍ୟା ତୁମେ ପୁଣ୍ୟବତୀ । ତୁମର ସେହି ପବିତ୍ର, ଐତିହ୍ୟ ପରିପୂର୍ଣ୍ଣ ଭୂମିରେ ଆମେ ସବୁଦିନ ପାଇଁ ଆଶ୍ରୟ ନେଇଛୁ । ଅର୍ଥାତ୍ ଉତ୍କଳ ଜନନୀ ସର୍ବଦା ଶରଣଦାତ୍ରୀଭାବରେ ଚିର ନମସ୍ୟା ।

କଠିନ ଶବ୍ଦାର୍ଥ ଓ ଟିପ୍ପଣୀ:

  • ଗରୁ ହାସମୟୀ – ଯେଉଁ ନାଗାର ହସ ଖୁବ ସୁନ୍ଦର ବା ମନୋମୁ ପ୍ପକର
  • ଚାରୁ ଭାଷମୟୀ – ଯେଉଁ ନାଗାର କଥା ଖୁବା ସୁନ୍ଦର ବା ହୃଦୟସ୍ପର୍ଶୀ
  • ପୂତ – ପବିତ୍ର
  • ପର୍ବୋଧ୍ – ସମୁଦ୍ର
  • ବିଧୋତ – ଧୋଉଥିବା
  • ତାଳ – ଚାଳକୃଷ
  • ତମାଳ – ସମାନ ଗଛ
  • ପୁଶୋଭିତ – ସୁନ୍ଦର ଭାବରେ ଶୋଭାପାଉଥିବା
  • ଚ୍ଚାରା – କୂଳ ଯାହାର
  • ଶୁଭ୍ରତଟିନୀ – ସ୍ୱଚ୍ଛ ଜଳ ଧାରଣ କରିଥିବା ନତା
  • ଶାକର – ଜଳକଣା
  • ସମାର – ପବନ/ବାକୁ
  • ଘନପାନ – ଅତିଘଞ୍ଚ
  • ରାଜିତ – ଶୋଭାପାଏ
  • ନାଳ – ଗାଢ଼ ସବୁଜ
  • ଭୂଧରମାଳା – ପବିତମାଳା/ପର୍ବତଶ୍ରେଣୀ
  • ସାରଜ ତରଙ୍ଗ – ତେଉପରି ପଜିତ ହୋଇଥାଏ
  • କଳକଳ ମୁଖରିତ – ପକ୍ଷୀମାନଙ୍କ ଶବ୍ଦରେ ଶବ୍ଦାୟିତ
  • ଚାରୁ – ସୁନ୍ଦର
  • ବିହଙ୍ଗ – ପକ୍ଷା
  • ଶାଳି – ଧାନ୍ୟ ବିଶେଷ
  • ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ର – ଯେଉଁ ଦିବ୍ୟ ଦୃଷ୍ଟିରେ ଜ୍ଞାନ ଏବଂ ବିଜ୍ଞାନକୁ ଦେଖ ହୁଏ
  • ଚେତ୍ର – ଚକ୍ଷ୍ମା ଆଖ୍
  • ଗଣ – ସମୂହ
  • ଭଟାଇ – କୁଝାର କୁଡିଆ
  • କଳାକଳା – କଳାସମୂହ (ଏଠାରେ ଚିତ୍ରକଳା, ଶିଳ୍ପକଳା ଉଦ୍ଦେଶ୍ୟରେ କୁହାଯାଇଛି)
  • ବେଶା – ‘ବେଶ’ର ବିଶେଷଣ ହୋଇଥିବା ବେଶ ସଂପୃକ୍ତ କଳାଗୁଡ଼ିକ ଗ୍ରହଣ କରିବାକୁ ହେବ
  • ଘର୍ଥବୟ ପୂର୍ଣ୍ଣ – ପାର୍ଥ ସ୍ଥାନ ସମୂହରେ ପରିପୂର୍ଣ୍ଣ
  • ଶ୍ଵରଚାର – ଶ୍ରେଷ୍ଠ ବାର/ବାର ଶ୍ରେଷ୍ଠ
  • ଗେହ – ଗୃହ
  • ଅରିକୁଳ – ଶତ୍ରୁବଂଶ/ ଖତୁସମୂହ
  • ଶୋଣିତ – ରକ୍ତ
  • ଚର୍ଚିତ ଦେହା – ଦେହରେ ବୋଳି ହୋଇଥିବା
  • ଗଣ୍ଠଭୂମଣ୍ଡଳ – ସମଗ୍ର ପୃଥିବୀ
  • କୃତବର – ବିଦ୍ୱାନ
  • କରିକୂଳ – କରିବଂଶ
  • କରିକୁଳ ମୌଲି – କବିକୁଳର ମୌଳି ବା ମୁକ୍ଟଟ ସରୂପ
  • ସୁନନ୍ଦନ – ଉତ୍ତମ ସନ୍ତାନ/ଯୋଦ୍ଧା ସନ୍ତାନ
  • ଚନ୍ଦ୍ୟା – ଚନ୍ଦନାୟ
  • ଭୁବନଘୋଷିତ କାର୍ତ୍ତି – ଯେଉଁ କାଉଁ ପୃଥିବୀରେ ଖ୍ୟାତ ବା ଆଲୋଚ୍ୟ
  • ଅନିନ୍ଦ୍ୟା – ଯାହା ନିନ୍ଦାର ଅଯୋଗ୍ୟ/ ପ୍ରଶସନାୟ
  • ଧନ୍ୟେ – ଧନ୍ୟ ଶବ୍ଦର ସମ୍ବୋଧନ
  • ପୁଣ୍ୟେ – ପୁଣ୍ୟ ଶବ୍ଦର ସମ୍ବୋଧନ
  • ଚିର – ସବୁଦିନ/ପୂର୍ବକାଳ
  • ଶରଣ୍ୟେ – ଶରଶ୍ୟା ଶବ୍ଦର ସମ୍ବୋଧନ (ଶରଣ ପ୍ରଦାନ କରୁଥିବା)

BSE Odisha 10th Class Physical Science Notes Chapter 8 ବିଦ୍ୟୁତ୍

Odisha State Board BSE Odisha 10th Class Physical Science Notes Chapter 8 ବିଦ୍ୟୁତ୍ will enable students to study smartly.

BSE Odisha Class 10 Physical Science Notes Chapter 8 ବିଦ୍ୟୁତ୍

→ ତପକ୍ରମ (Introduction) :

  • ବିଦ୍ୟୁତ୍ ଶକ୍ତିର ଏକ ରୂପ । ଏହାର ସୁବିନିଯୋଗ ହେତୁ ବୈଦ୍ୟୁତିକ ଉପକରଣ ମାଧ୍ୟମରେ ବାସଗୃହ, ବିଦ୍ୟାଳୟ, ଡାକ୍ତରଖାନା, ବିଭିନ୍ନ କାର୍ଯ୍ୟାଳୟ, କଳକାରଖାନା ଇତ୍ୟାଦି ସ୍ଥାନରେ ବିଭିନ୍ନ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।
  • ବିଦ୍ୟୁତ୍ ଶକ୍ତିକୁ ଉପଯୋଗ କରିବାଦ୍ଵାରା ପଙ୍ଖା, ଟେଲିଭିଜନ୍, ମୋଟର୍, ଫ୍ରିଜ୍ ଇତ୍ୟାଦିର ସୁବିଧା ମିଳିଥାଏ ।

→ ବିଦ୍ୟୁତ୍ ସ୍ରୋତ ଓ ପରିପଥ (Electric Current and Circuit) :

  • ଏକ ବିଦ୍ୟୁତ୍ ପରିବାହୀ (ଧାତୁରେ ତିଆରି ତାର) ରେ ବିଦ୍ୟୁତ୍ ଚାର୍ଜ ପ୍ରବାହିତ ହେଲେ ପରିବାହୀ ମଧ୍ୟରେ ବିଦ୍ୟୁତ୍ ସ୍ରୋତ ଉତ୍ପନ୍ନ ହୁଏ ।
  • ଏହା ଅବିଚ୍ଛିନ୍ନ ଓ ମୁଦିତ ବିଦ୍ୟୁତ୍ ସ୍ରୋତର ପ୍ରବାହ ପଥକୁ ବିଦ୍ୟୁତ୍ ପରିପଥ କହନ୍ତି ।
  • ଧାତବ ତାର ବିଶିଷ୍ଟ ପରିପଥରେ ଇଲେକ୍‌ଟ୍ରନ ଗୁଡ଼ିକ ଚାର୍ଜ ରୂପରେ ପ୍ରବାହିତ ହୁଏ ।
  • ଇଲେକ୍‌ଟ୍ରନ୍‌ ହେଉଛି ବିଯୁକ୍ତ ଚାର୍ଜ ବିଶିଷ୍ଟ କଣିକା ।
  • ଇଲେକ୍‌ଟ୍ରନର ଚାର୍ଜ ହେଉଛି 1.6 x 10-19C
  • ଚାର୍ଜର ଆନ୍ତର୍ଜାତୀୟ (SI) ଏକକ କୁଲମ୍ (C) ।

→ ଫରାସୀ ବୈଜ୍ଞାନିକ ଚାର୍ଲସ ଅଗଷ୍ଟିନ୍ ଡି. କୁଲମଙ୍କ ନାମାନୁସାରେ ଚାର୍ଜର ଏକକ କୁଲମ୍ ହୋଇଛି । 6.25 x 1018 ଟି ଇଲେକ୍‌ଟ୍ରନର ସମୁଦାୟ ଚାର୍ଜର ପରିମାଣ IC

  • ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରଫଳ ମଧ୍ୟରେ ଏକକ ସମୟରେ ପ୍ରବାହିତ ହେଉଥ‌ିବା ବିଦ୍ୟୁତ୍ ଚାର୍ଜର ପରିମାଣକୁ ବିଦ୍ୟୁତ୍ ସ୍ରୋତ କହନ୍ତି । ଅର୍ଥାତ୍ ବିଦ୍ୟୁତ୍ ଚାର୍ଜ ପ୍ରବାହର ହାରକୁ ବିଦ୍ୟୁତ୍ ସ୍ରୋତ କହନ୍ତି ।
  • ବିଦ୍ୟୁତ୍ ଆବିଷ୍କାର ବେଳକୁ ଇଲେକ୍‌ଟ୍ରନ୍ ଆବିଷ୍କାର ହୋଇନଥୁଲା, ତେଣୁ ବିଦ୍ୟୁତ୍ ପ୍ରବାହ ଯୁକ୍ତ ଚାର୍ଜ ଯୋଗୁଁ ହୁଏ ବୋଲି ମନେ କରାଯାଉଥିଲା । ସେଥ‌ିପାଇଁ ଯୁକ୍ତଚାର୍ଜର ପ୍ରବାହ ଦିଗ ବିଦ୍ୟୁତ୍ ସ୍ରୋତର ଦିଗ ସହ ସମାନ ।
  • ବାସ୍ତବରେ ଇଲେକ୍‌ଟ୍ରନ ପ୍ରବାହ ଯୋଗୁଁ ବିଦ୍ୟୁତ୍ ସ୍ରୋତ ଜାତ ହେଉଥ‌ିବାରୁ ଏହାର ଦିଗ ଇଲେକ୍‌ଟ୍ରନ ପ୍ରବାହର ଦିଗର ବିପରୀତ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 8 ବିଦ୍ୟୁତ୍

→ ବିଦ୍ୟୁତ୍ ସୋତ ଓ ରାଜ ମଧ୍ୟରେ ସମର୍କ (Relation between charge and Electric currect) :

  • ଯଦି t ସମୟ ମଧ୍ୟରେ ଠୁ ପରିମାଣ ଚାର୍ଜ ଗୋଟିଏ ପରିବାହୀର ପ୍ରସ୍ଥଛେଦ ଦେଇ ପ୍ରବାହିତ ହୁଏ ତେବେ ବିଦ୍ୟୁତ୍ ସୋତ I = \(\frac { Q }{ t }\) ⇒ Q = It
  • ଯଦି l ସେକେଣ୍ଡରେ ପରିବାହୀରେ 1 କୁଲମ (k) ଚାର୍ଜ ପ୍ରବାହିତ ହୁଏ,
    ବିଦ୍ୟୁତ୍ ସ୍ରୋତାର ପରିମାଣ 1 ଏମ୍ପିୟର (1A)
    1A = \(\frac { IC }{ IS }\)
    BSE Odisha 10th Class Physical Science Notes Chapter 8 img-1
  • ଏକକ : ବିଦ୍ୟୁତ୍ ସ୍ରୋତର (SI)ର ଏକକ ହେଉଛି ଏମ୍ପିୟର (ampere) ବା A ।
    BSE Odisha 10th Class Physical Science Notes Chapter 8 img-2
  • ଏହା ଫରାସୀ ବୈଜ୍ଞାନିକ ଆନ୍ଦ୍ର-ମ୍ୟାରୀ ଏମ୍ପିୟରଙ୍କ ନାମାନୁସାରେ ନାମିତ ।
  • ଯଦି Q = 1C, t = Is ହୁଏ ତେବେ IA = \(\frac { IC }{ IS }\) = 1\(\frac { C }{ S }\) = 1 CS-1
    ପ୍ରତି ସେକେଣ୍ଡରେ 1C ଚାର୍ଜ ପ୍ରବାହିତ ହେଉଥିଲେ ବିଦ୍ୟୁତ୍ ସ୍ରୋତର ପରିମାଣ ହେବ 1A ।
  • ସ୍ଵଳ୍ପ ପରିମାଣର ବିଦ୍ୟୁତ୍ ସ୍ରୋତ ମାପିବା ପାଇଁ ମିଲି ଏମ୍ପିୟର୍ (Milliampere) ବା mA ଅଥବା ମାଇକ୍ରୋଏମ୍ପିୟର (microampere) ବା ଭୂ μA ବ୍ୟବହାର କରାଯାଏ ।
    1 ମିଲିଏମ୍ପିୟର (mA) = 10-3 A
    1 ମାଇକ୍ରୋଏମ୍ପିୟର (μA) = 10-6 A

→ ଉପକରଣ :

  • ବିଦ୍ୟୁତ୍ ସ୍ରୋତ ମାପିବା ପାଇଁ ଯେଉଁ ଉପକରଣ ବ୍ୟବହାର କରାଯାଏ ତାକୁ ଏମିଟର (Ammeter) କୁହାଯାଏ । ଏହାକୁ ପରିପଥରେ ଧାଡ଼ିରେ ବା ପଙ୍‌କ୍ତି (series) ରେ ସଂଯୋଗ କରାଯାଏ ।
  • ଏହି ପରିପଥରେ ବିଦ୍ୟୁତ୍ ସ୍ରୋତ ବ୍ୟାଟେରୀର ଯୁକ୍ତ (+) ଅଗ୍ରରୁ ବାହାରି ବଲବ୍ ଓ ଏମିଟର ଦେଇ ବିଯୁକ୍ତ (–) ଚିହ୍ନ ଅଗ୍ର ପର୍ଯ୍ୟନ୍ତ ପ୍ରବାହିତ ହେଉଛି ।
    BSE Odisha 10th Class Physical Science Notes Chapter 8 img-3

SI ପଦ୍ଧତିରେ କେତେକ ଏକକ :
BSE Odisha 10th Class Physical Science Notes Chapter 8 img-4

→ ପରିବାହୀରେ ଚାର୍ଜର ପ୍ରବାହ :

  • ଗୋଟିଏ ପରିବାହୀ ତାରର ଦୁଇ ମୁଣ୍ଡକୁ କ୍ୟାଟେରୀ କିଆସେଲ୍‌ର ଦୁଇ ଅଗ୍ରସର ସଂଯୁକ୍ତ କଲେ, ସେଥ‌ିରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ । ଏହାଦ୍ଵାରା ପରିପଥଟି ମୁଦିତ ପରିପଥରେ ପରିଣତ ହେଲା ।
  • ପରିବାହୀ ତାରକୁ ବିଦ୍ୟୁତ୍ ଉତ୍ସ ସହ ସଂଯୁକ୍ତ କଲେ ତାର ଭିତରେ ଇଲେକଟ୍ରନଗୁଡ଼ିକ ଏଣେ ତେଣେ ଗତି ନ କର ଗୋଟିଏ ନିର୍ଦ୍ଦିଷ୍ଟ ଦିଗରେ ସେଲରେ ବିଯୁକ୍ତ ଅଗ୍ରରୁ ଯୁକ୍ତ ଅଗ୍ର ଆଡ଼କୁ ଗତି କରନ୍ତି ।
  • କିନ୍ତୁ ତାରି ଭିତରେ ଥ‌ିବା ପରମାଣୁ ଓ ଅନ୍ୟ ଇଲେକ୍‌ଟ୍ରନ ଯୋଗୁଁ ଇଲେକ୍‌ଟ୍ରନଟିଏ ଦ୍ରୁତ ବେଗରେ ଗତି କରିପାରେ ନାହିଁ । ତା’ର ବେଗ ଧୀର ହୋଇଯାଏ । ଏହାକୁ ଇଲେକ୍‌ଟ୍ରନର ଚାହିତ ବେଗ କୁହାଯାଏ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 8 ବିଦ୍ୟୁତ୍

→ ଚିତ୍ୟୁତ୍ ବିଭବ ଓ ଚିଭରାନ୍ତ୍ରର (Electric Potential and Potential Difference) :

  • ପରିବାହୀରେ ବିଦ୍ୟୁତ୍ ଚାପର ପାର୍ଥକ୍ୟ ରହିଲେ ଇଲେକ୍‌ଟ୍ରନର ପ୍ରବାହ ହୁଏ । ପରିବାହୀର ଦୁଇ ପ୍ରାନ୍ତ ମଧ୍ୟରେ ଥ‌ିବା ଏହି ବିଦ୍ୟୁତ୍ ଚାପର ପାର୍ଥକ୍ୟକୁ ବିଦ୍ୟୁତ୍ ବିଭବର ପାର୍ଥକ୍ୟ ବା ବିଭବାନ୍ତର (Potential Diference) କୁହାଯାଏ । ଏହି ବିଭବାନ୍ତର ସାଧାରଣତଃ ବିଦ୍ୟୁତ୍ ସେଲ୍ ବା ବ୍ୟାଟେରୀ ସାହାଯ୍ୟରେ ସୃଷ୍ଟି କରାଯାଏ ।
  • ସେଲର ଦୁଇ ଅରବୁ ପରିବାହୀର ଦୁଇ ପ୍ରାନ୍ତସହ ସଂଯୁକ୍ତ କଲେ ପରିବାହୀର ଦୁଇ ପ୍ରାପ୍ତ ମଧ୍ୟରେ ସୃଷ୍ଟି ହେଇଥ‌ିବା ବିଭବାନ୍ତର ତାଭିତରେ ଥ‌ିବା ଇଲେକ୍‌ଟ୍ରକ୍‌କୁ ଗତିଶୀଳ କରିବାଫଳରେ ପରିବାହୀରେ ବିଦ୍ୟୁସ୍ରୋତ ପ୍ରବାହିତ ହୁଏ ।
  • ବିତ୍ୟୁତ୍ ପ୍ରବାହ ଥିବା ପରିପଥରେ ଦୁଇ ବିନ୍ଦୁ ମଧ୍ୟରେ ବିଭବାନ୍ତର ସେହି ଦୁଇ ବିନ୍ଦୁ ମଧ୍ୟରେ ଏକକ ପରିମାଣ ଚାର୍ଜ ସ୍ଥାନାନ୍ତର ପାଇଁ ହେଉଥ‌ିବା କାର୍ଯ୍ୟର ପରିମାଣ ସହ ସମାନ ।
    BSE Odisha 10th Class Physical Science Notes Chapter 8 img-5
  • ଭୋଲ୍‌ଟ (volt) ବା V ହେଉଛି ବିଭବାନ୍ତରର SI ଏକକ ।
  • ଏହା ଇଟାଲୀୟ ବୈଜ୍ଞାନିକ ଆଲେସାଣ୍ଟ୍ରୋ ଭୋଲ୍‌ଟାଙ୍କ ନାମାନୁସାରେ ନାମିତ ।
  • ଯଦି ସ୍ଥାନାନ୍ତର ହେଉଥ‌ିବା ଚାର୍ଜର ପରିମାଣ (Q) 1 କୁଲମ୍ ଓ କାର୍ଯ୍ୟର ପରିମାଣ (W) 1 ଜୁଲ ହୁଏ ତାହେଲେ ବିଭବାନ୍ତର (V) ହେବ । ଭୋଲ୍ଟ ।
    BSE Odisha 10th Class Physical Science Notes Chapter 8 img-6
  • ସମ୍ପାଦିତ କାର୍ଯ୍ୟ = W = VQ ⇒ V = \(\frac { W }{ Q }\) ⇒ Q = \(\frac { W }{ V }\)
  • ବିଭବାନ୍ତର ମାପିବା ପାଇଁ ଭୋଲ୍ସମିଟର ନାମକ ଉପକରଣ ବ୍ୟବହାର କରାଯାଏ । ଯେଉଁ ଦୁଇଟି ବିନ୍ଦୁ ମଧ୍ୟରେ ବିଭବାନ୍ତର ମପାଯାଏ, ସେହି ଦୁଇଟି ବହୁ ସହ ଭୋଲ୍ସମିଟରର ଦୁଇ ଅଗ୍ରକୁ ସମାନ୍ତର ଭାବେ ସଂଯୁକ୍ତ କରାଯାଏ ।

→ ପରିପଥର ଚିତ୍ର (Circuit Diagram) :
ଗୋଟିଏ ପରିପଥ ପାଇଁ ନିର୍ଦ୍ଧାରିତ (Schematic) ଚିତ୍ରଟିଏ ଆଙ୍କି ସେଥୁରେ ବିଭିନ୍ନ ଉପକରଣକୁ ସଙ୍ଗେତ ଦ୍ଵାରା ଚିହ୍ନିତ କରାଯାଏ । ଏହାକୁ ପରିପଥ ଚିତ୍ର କୁହାଯାଏ ।
BSE Odisha 10th Class Physical Science Notes Chapter 8 img-7 BSE Odisha 10th Class Physical Science Notes Chapter 8 img-8

→ ଓମ୍ବକ ନିଯମ (Ohm’s Law) :
1827 ମସିହାରେ ଇଂରେଜ ବୈଜ୍ଞାନିକ ଜର୍ଜ ସାଇମାନ ଓମ୍ ଖଣ୍ଡିଏ ଧାତବ ପରିବାହୀର ଦୁଇପ୍ରାନ୍ତ ମଧ୍ୟରେ ଥ‌ିବା ବିଭବାନ୍ତର (V) ଓ ସେଥ‌ିରେ ପ୍ରବାହିତ ହେଉଥ‌ିବା ବିଦ୍ୟୁତ୍ ସ୍ରୋତ (I) ମଧ୍ୟରେ ସମ୍ପର୍କକୁ ପରୀକ୍ଷା

→ ପରିବାହୀର ପ୍ରତିରୋଧ କେଉଁ କାରକ ଉପରେ ନିର୍ଭର କରେ (Factors on which the resistance of conductor depends) :

→ ପ୍ରତିରୋଧର ସଂଯୋଗ (Combination of Resistances) :

  • ବିଭିନ୍ନ ବିଦ୍ୟୁତ ଉପକରଣରେ ଏକାଧ୍ଵକ ପ୍ରତିରୋଧ ଲାଗିଥାଏ । ସେହି ପ୍ରତିରୋଧ ବିଭିନ୍ନ ପ୍ରକାରରେ ପରିପଥ ସହ ସଂଯୁକ୍ତ ହୋଇଥାଏ ।
  • ସାଧାରଣତଃ ପ୍ରତିରୋଧର ସଂଯୋଗ ଦୁଇ ପ୍ରକାରର ହୋଇଥାଏ ।
    • ପଙ୍‌କ୍ତି ସଂଯୋଗ (Series combination)
    • ସମାନ୍ତର|ଲ ସଂଯୋଗ (Parallel combination)

→ ପଲ୍ଲି ସଂଯୋଗରେ (Series combination) :
ପଲ୍ଲି ସଂଯୋଗରେ ପ୍ରତିରୋଧଗୁଡ଼ିକୁ ଏକ ଧାଡ଼ିରେ ପ୍ରାନ୍ତକୁ ପ୍ରାନ୍ତ ସଂଯୋଗ କରାଯାଏ । ଅର୍ଥାତ୍ ଗୋଟିଏ ପ୍ରତିରୋଧର ଏକ ପ୍ରାନ୍ତ ବା ପାଖ ପ୍ରତିରୋଧର ଏକ ପ୍ରାନ୍ତ୍ର ସହ ସଂଯୁକ୍ତ ହୋଇଥାଏ ।
BSE Odisha 10th Class Physical Science Notes Chapter 8 img-9

→ ପ୍ରତିରୋଧର ସମାନ୍ତରାଳ ସଂଯୋଗ (Parallel Combination of Resistances) :

→ ବିଦ୍ୟୁତ୍ ସ୍ରୋତର ତାପନ କ୍ଷମତା (Heating Effect of Electric Current) :

  • ପରିପଥରେ ବିଦ୍ୟୁତ୍ ସ୍ରୋତ ଚାଲୁ ରଖିବା ପାଇଁ ଆବଶ୍ୟକ ଶକ୍ତି ସେଥ‌ିରେ ସଂଯୁକ୍ତ ସେଲ୍ ବା ବ୍ୟାଟେରିରୁ ଆସିଥାଏ ।
  • ଏହି ଶକ୍ତିର କିଛି ଅଂଶ ପଙ୍ଖା ବୁଲାଇବା ଭଳି ଦରକାରୀ କାମରେ ବିନିଯୋଗ ହୁଏ ଏବଂ ଅନ୍ୟ କିଛି ତାପଶକ୍ତିକୁ ପରିବର୍ତ୍ତିତ ହୋଇ ଉପକରଣକୁ ଗରମ କରାଏ ।
    BSE Odisha 10th Class Physical Science Notes Chapter 8 img-10
  • ଯଦି ଗୋଟିଏ ପରିପଥରେ ବ୍ୟାଟେରୀ ସହ କେବଳ ପ୍ରତିରୋଧ ରହିଥାଏ ତାହେଲେ ବ୍ୟାଟେରୀର ଶକ୍ତି ତାପ ଶକ୍ତିକୁ ରୂପାନ୍ତରିତ ହୋଇ ପ୍ରତିରୋଧକୁ ଉତ୍ତପ୍ତ କରାଏ । ଏହାକୁ ବିଦ୍ୟୁତ୍ ସ୍ରୋତର ତାପନ କ୍ଷମତା କହନ୍ତି ।
  • ପ୍ରତିରୋଧ R ର ଦୁଇପ୍ରାନ୍ତ ମଧ୍ୟରେ ବିଭବାନ୍ତର ହେଉଛି । ଏବଂ ପ୍ରତିରୋଧରେ ବିଦ୍ୟୁତ୍ ସ୍ରୋତ ହେଉଛି I ।
  • ମନେକର ଠୁ ପରିମାଣର ଚାର୍ଜ ପ୍ରତିରୋଧ ଭିତରେ ପ୍ରବାହିତ ହେଉଛି । t ସମୟରେ ସମ୍ପାଦିତ କାର୍ଯ୍ୟ ବା ଯେଉଁ ଶକ୍ତି ଖର୍ଚ୍ଚ କରିବାକୁ ପଡ଼େ ତାହା ହେଉଛି W = VQ
  • ଏକକ ସମୟ ମଧ୍ୟରେ ପରିପଥକୁ ଆସୁଥିବା ଶକ୍ତି ବା ପାୱାର P = \(\frac { VQ }{ t }\) = VI (∵ \(\frac { Q }{ t }\) = 1) ……(i)
  • t ସମୟ ମଧ୍ୟରେ ପରିପଥକୁ ଆସୁଥିବା ଶକ୍ତି (Pt = VQ) (∵\(\frac { Q }{ t }\) = I, Q = lt)
    Pt = VIt
  • ଏହି ଶକ୍ତି ପ୍ରତିରୋଧରେ ତାପ ଶକ୍ତିକୁ ରୂପାନ୍ତରିତ ହୁଏ ।
    ତେଣୁ । ସମୟ ମଧ୍ୟରେ ଉତ୍ପନ୍ନ ତାପର ପରିମାଣ
    H = VIt …………..(ii)
  • ଓମ୍‌ଙ୍କ ସୂତ୍ର V = IR ପ୍ରତିସ୍ଥାପନ କଲେ BSE Odisha 10th Class Physical Science Notes Chapter 8 img-11 ………..(iii)
  • ଏହାକୁ ଜୁଲ୍‌ଙ୍କ ତାପନ ନିୟମ କହନ୍ତି ।
  • ଉତ୍ପନ୍ନ ତାପ H,
    I2 ସହ ସମାନୁପାତୀ ଯଦି R ଓ t ସ୍ଥିରାଙ୍କ ହୁଏ,
    R ସହ ସମାନୁପାତୀ ଯଦି I ଓ t ସ୍ଥିରାଙ୍କ ହୁଏ,
    ଏହାକୁ ଜୁଲ୍‌ଙ୍କ ତାପନ ନିୟମ କହନ୍ତି ।
    t ସହ ସମାନୁପାତୀ ଯଦି I ଓ R ସ୍ଥିରାଙ୍କ ହୁଏ,

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 8 ବିଦ୍ୟୁତ୍

→ ତାପର SI ଏକକ :
ଶକ୍ତି ବା କାର୍ଯ୍ୟର ଏକକ ସହ ସମାନ । ଏହା ହେଉଛି ଜୁଲ ବା J |

→ ବିଦ୍ୟୁତ୍ ସ୍ରୋତର ତାପନ କ୍ଷମତାର ବ୍ୟାବହାରିକ ଉପଯୋଗ (Practical Applications of Heating Effect of Electric Current) :
ଉପକାରିତା :
(i) ବିଦ୍ୟୁତ୍ ତାପକ ଓ ଇସ୍ତ୍ରୀ : ଏଥରେ ଲମ୍ବା ତାରକୁ ଗୁଡ଼ାଇ ଆବଶ୍ୟକ ଆକାରରେ ସଜା ହୋଇ ବନ୍ଧାହୋଇଥାଏ । ଏହି ତାରକୁ ପରିବାହୀ ବେଷ୍ଟନ ମଧ୍ଯରେ ରଖାଯାଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କରାଯାଏ । ତାରର ପ୍ରତିରୋଧ ଅତି ଉଚ୍ଚ । ପ୍ରବାହିତ ବିଦ୍ୟୁତ୍ ସ୍ରୋତ ଅଧ‌ିକ ହେଲେ ତାର ଉତ୍ତପ୍ତ ହୁଏ ଓ ତାପ ପ୍ରଦାନ କରେ । ଏ ପଦ୍ଧତି ବ୍ୟବହାର କରି ବିଦ୍ୟୁତ୍ ଇସ୍ତ୍ରୀ, ବିଦ୍ୟୁତ ଟୋଷ୍ଟର, ବିଦ୍ୟୁତ୍ ଚୁଲା, ବିଦ୍ୟୁତ୍ କେଟ୍‌ଲି ଓ ବିଦ୍ୟୁତ୍ ହିଟର୍ ପ୍ରଭୃତି ଗୃହ ସାମଗ୍ରୀ ବିଦ୍ୟୁତ୍ ସ୍ରୋତର ତାପନ କ୍ଷମତାର ବ୍ୟବହାର କରି କାର୍ଯ୍ୟ କରେ ।

(ii) ବିଦ୍ୟୁତ୍ ବଲବ : ଜୁଲଙ୍କ ତାପୀୟ ପ୍ରଭାବ ଉପରେ ପର୍ଯ୍ୟବସିତ । ବଲବର ସୂତ୍ର, ଅତି ଉଚ୍ଚ ତାପମାତ୍ରା ସହି ପାରୁଥିବା ଟଙ୍ଗଷ୍ଟନ୍ ନାମକ ଧାତୁରୁ ତିଆରି ଯାହାର ଗଳନାଙ୍କ 3380°C । ବଲ୍‌ବ ଭିତରେ ନିଷ୍କ୍ରିୟ ଯବକ୍ଷାରଜାନ ଓ ଆର୍ଗନ ଗ୍ୟାସ୍‌ ଭର୍ତ୍ତିକରାଯାଇ ତା’ ଭିତରେ ସୂତ୍ରଟିର ଆୟୁଷ ବଢ଼ାଯାଇଥାଏ । ସୂତ୍ରରେ ପ୍ରବାହିତ ହେଉଥ‌ିବା ବିଦ୍ୟୁତ୍ ସ୍ରୋତର ବେଶି ଅଂଶ ତାପ ସୃଷ୍ଟି କରୁଥିବାବେଳେ ଅଳ୍ପ ଅଂଶ ଆଲୋକ ସୃଷ୍ଟି କରେ ।

(iii) ଫ୍ୟୁଜ୍ ଉପାଦେୟ ବିଦ୍ୟୁତ୍ ଉପକରଣ ଓ ବିଦ୍ୟୁତ୍ ଯୋଗାଣକୁ ଉଚ୍ଚ ବିଦ୍ୟୁତ୍ ପ୍ରବାହ ଜନିତ ବିପଦରୁ ରକ୍ଷା କରେ । ଫ୍ୟୁଜ୍ ଉପଯୁକ୍ତ ଗଳନାଙ୍କ ବିଶିଷ୍ଟ ଧାତୁ ବା ଧାତୁ ଗୁଡ଼ିକର ମିଶ୍ରଣ । ଏହି ଧାତୁଗୁଡ଼ିକ ହେଉଛି ଏଲୁମିନିୟମ, ତମ୍ବା, ଲୌହ, ଦସ୍ତା, ଟିଣ, ଇତ୍ୟାଦି । ଫ୍ୟୁଜର ଉପାଦାନର ଗଳନାଙ୍କ କମ୍ ଓ ପ୍ରତିରୋଧ ଅଧ୍ୟକ । ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣରୁ ଅଧିକ ବିଦ୍ୟୁତ୍ ସ୍ରୋତ ଫ୍ୟୁଜ୍ ତାର ଦେଇ ପ୍ରବାହିତ ହେଲେ ଫ୍ୟୁଜ୍ ତାରଟି ଉତ୍ତପ୍ତ ହୋଇ ତରଳିଯାଏ । ଫଳରେ ବିଦ୍ୟୁତ୍ ପରିପଥ ଛିନ୍ନ ହୋଇ ଉପକରଣକୁ ରକ୍ଷାକରେ । ଘରୋଇ ବ୍ୟବହାର ପାଇଁ 1A, 2A, 3A, SA, 10A ପ୍ରଭୃତି ମାନର ଫ୍ୟୁଜ୍ ବ୍ୟବହାର କରାଯାଏ । ପୋର୍ସଲିନ୍ ଭଳି ବସ୍ତୁରୁ ନିର୍ମିତ ଦୁଇଟି ଧାତବ ପ୍ରାନ୍ତ ଯୁକ୍ତ ଖୋଳ (Cartridge) ଭିତରେ ଫ୍ୟୁଜ୍ ତାରକୁ ରଖାଯାଇଥାଏ ।

→ ଅପକାରିତା :

  • ପରିବାହୀରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ସେଥ‌ିରେ ତାପ ଉତ୍ପନ୍ନ ହୁଏ । ଅନେକ ସମୟରେ ଏ ପ୍ରକାର ତାପନ ଅଦରକାରୀ ଓ ବିଦ୍ୟୁତ୍ ଶକ୍ତିର ଅପଚୟ ହୁଏ ।
  • ବିଦ୍ୟୁତ୍ ପରିପଥରେ ଏହି ତାପନ ବିଦ୍ୟୁତ୍ ଉପକରଣର ତାପମାତ୍ରା ବଢ଼ାଇ ତା’ର ଗୁଣ ପରିବର୍ତ୍ତନ କରିପାରେ ।

→ ବିଦ୍ୟୁତ୍ ପାୱାର (Electric Power) :

  • ଯେଉଁ ହାରରେ ବିଦ୍ୟୁତ୍ ଶକ୍ତି ବ୍ୟୟ କରାଯାଏ, ତାକୁ ପାୱାର (Power) କହନ୍ତି ।
  • ଯେଉଁ ହାରରେ ବିଦ୍ୟୁତ୍ ଶକ୍ତି ପରିପଥରେ ଖର୍ଚ୍ଚ ହୁଏ ତାକୁ ବିଦ୍ୟୁତ୍ ପାଓ୍ବାର (P) କୁହାଯାଏ । P = VI ଓମ୍‌ଙ୍କ ନିୟମ ବ୍ୟବହାର କଲେ,
    P = VI = IR × I = I2 R
    (∵ R = \(\frac { V }{ I }\) ⇒ I = \(\frac { V }{ R }\) )
    BSE Odisha 10th Class Physical Science Notes Chapter 8 img-12
  • ବିଦ୍ୟୁତ୍ ପାୱାରର SI ଏକକ ହେଉଛି ଓ୍ବାଟ୍ ବା W । ବିଭବାନ୍ତର 1V ଓ ବିଦ୍ୟୁତ୍ ପ୍ରବାହ IA ହେଲେ ପାୱାର ହେବ 1W । ଅର୍ଥାତ୍ 1W = 1 ଭୋଲ୍ଟ × 1 ଏମିୟର୍ = 1 VA ୱାଟ୍‌ର ବଡ଼ ଏକକ ହେଉଛି 1 କିଲୋୱାଟ୍ = 1000 ୱାଟ୍
  • ଖର୍ଚ୍ଚ ହେଉଥ‌ିବା ବିଦ୍ୟୁତ୍ ଶକ୍ତି = ପାୱାର x ସମୟ । ବିଦ୍ୟୁତ୍ ଶକ୍ତିର ଏକକ ୱାଟ୍ ଘଣ୍ଟା ।
  • 1 ଓ୍ବାଟ ପାୱାର I ଘଣ୍ଟା ବ୍ୟବହାର ହେଲେ । ୱାଟ ଘଣ୍ଟା ଶକ୍ତି ଖର୍ଚ୍ଚ ହୁଏ ।
  • ଘରେ ବ୍ୟବହାର କରୁଥିବା ବିଦ୍ୟୁତ୍ ଶକ୍ତିକୁ କିଲୋୱାଟ ଘଣ୍ଟା (kWh) ଏକକରେ ମପାଯାଏ ।
    1wh = 1W × lh = 1W × (60 x 60) s = 3600
    Ws = 3600 J
    1kwh = 1000 × 1Wh = 3.6 × 106
    Ws = 3.6 x 106 J
  • 1 କିଲୋୱାଟ୍ ଘଣ୍ଟା ବିଦ୍ୟୁତ୍ ଶକ୍ତିକୁ 1 ୟୁନିଟ୍ ବିଦ୍ୟୁତ୍ ଶକ୍ତି ବୋଲି କୁହାଯାଏ ।

BSE Odisha 10th Class Physical Science Notes Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

Odisha State Board BSE Odisha 10th Class Physical Science Notes Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ will enable students to study smartly.

BSE Odisha Class 10 Physical Science Notes Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

→ ଉପକ୍ରମ (Introduction) :

  • ଲେନ୍ସ ଓ ବସ୍ତୁର ଦୂରତା ଅନୁସାରେ ସୃଷ୍ଟି ହେଉଥ‌ିବା ପ୍ରତିବିମ୍ବର ପ୍ରକୃତି, ଅବସ୍ଥାନ ଓ ଆପେକ୍ଷିକ ଆକାର ବଦଳିଥାଏ ।
  • ଆଲୋକ ସାହାଯ୍ୟରେ ଆମ ଚାରିପାଖରେ ଥ‌ିବା ବସ୍ତୁକୁ ଚକ୍ଷୁଦ୍ଵାରା ଦେଖିପାରୁ । ଚକ୍ଷୁମଧ୍ଯରେ ଗୋଟିଏ ଲେନ୍ସ ଥାଏ ।

→ ମାନବ ଚକ୍ଷୁ (The Human Eye) :

  • ଚକ୍ଷୁ ଆମର ଅମୂଲ୍ୟ ସମ୍ପଦ ଓ ଏକ ଅତି ସଂବେଦନଶୀଳ (Sensitive) ଇନ୍ଦ୍ରିୟ । ଏହା ସାହାଯ୍ୟରେ ଆମ ଚତୁଃପାର୍ଶ୍ବରେ ଥବା ବୈଚିତ୍ରମୟ ଜଗତକୁ
  • ଦେଖ‌ିବାକୁ ସମର୍ଥ ହେଉ । ଚକ୍ଷୁ ଆଲୋକ ମାଧ୍ୟମରେ ଆମକୁ ପ୍ରତ୍ୟେକ ବସ୍ତୁକୁ ଦେଖୁବାରେ ସାହାଯ୍ୟ କରିଥାଏ ।

→ ମାନବ ଚକ୍ଷୁ :
ଗଠନ :

  • ଚକ୍ଷୁ ଗୋଟିଏ କ୍ୟାମେରା ସଦୃଶ । ଏହା ମଧ୍ୟରେ ଥିବା ଲେନସ୍ ବ୍ୟବସ୍ଥାଦ୍ୱାରା ବସ୍ତୁର ପ୍ରତିବିମ୍ବ ଆଲୋକ ସଂବେଦୀ (Light Sensitive) ପରଦା, ମୁକୁରିକା (Retina) ଉପରେ ସୃଷ୍ଟି ହୁଏ ।
  • ଚକ୍ଷୁ ଗୋଲକ ପ୍ରାୟତଃ ଗୋଲାକାର ଏବଂ ଏହାର ବ୍ୟାସ ପ୍ରାୟ 2.3 ସେ.ମି. ।
  • ଏହାର ସମ୍ମୁଖ ଭାଗ ସାମାନ୍ୟ ବାହାରକୁ ବାହାରିଥାଏ । ଚକ୍ଷୁ ଗୋଲକର ବାହ୍ୟ ଅଂଶ ତିନିସ୍ତର ବିଶିଷ୍ଟ ଟିସୁରେ ଗଠିତ; ଯଥା – ଶ୍ଵେତପଟ୍ଟଳ, କୃଷ୍ଣପଟ୍ଟଳ ଓ ମୁକୁରିକା ।
    • ଶ୍ଵେତପଟ୍ଟଳ : ଏହା ଚକ୍ଷୁର ବାହ୍ୟତମ ଆବରଣ । ଏହା ଧଳା ତନ୍ତୁ ଜାତୀୟ ଟିସୁରେ ଗଠିତ । ଏହା ଚକ୍ଷୁର ମୁଖ୍ୟ ଆଭ୍ୟନ୍ତରୀଣ ଅଂଶଗୁଡ଼ିକୁ ସୁରକ୍ଷା ଦିଏ ।
    • ସ୍ୱଚ୍ଛପଟ୍ଟଳ : ସ୍ୱଚ୍ଛପଟଳ ଏକ ପତଳା ସ୍ଵଚ୍ଛ ଝିଲ୍ଲୀ (Membrane) ହୋଇଥିବାରୁ ଏହା ମଧ୍ୟଦେଇ ଆଲୋକ ଚକ୍ଷୁକୁ ପ୍ରବେଶ କରେ । ଏହା ଚକ୍ଷୁ ଗୋଲକ (Eye ball)ର ସମ୍ମୁଖ ଭାଗରେ ଆଗକୁ ଅଳ୍ପ ବାହାରି ଆସିଥାଏ । ଚକ୍ଷୁ ମଧ୍ୟକୁ ପ୍ରବେଶ କରୁଥିବା ଅଧିକାଂଶ ଆଲୋକ ରଶ୍ମି ସ୍ଵଚ୍ଛପଟ୍ଟଳର ବାହ୍ୟ ପୃଷ୍ଠରେ ପ୍ରତିସୃତ ହୁଏ ।
    • କନୀନିକା : ସ୍ବଚ୍ଛପଟ୍ଟଳର ପଛରେ ଥିବା ଅସ୍ବଚ୍ଛ କଳା ମାଂସଳ ବସ୍ତୁକୁ କନୀନିକା (Iris) କୁହାଯାଏ । ଏହା ନେତ୍ରପିତୁଳା (Pupil)ର ଆକାରକୁ ନିୟନ୍ତ୍ରଣ କରି ଚକ୍ଷୁ ମଧ୍ୟକୁ ଆବଶ୍ୟକ ପରିମାଣର ଆଲୋକ ପଠାଇଥାଏ।
    • ନେତ୍ରପିତୁଳା : କନୀନିକା କେନ୍ଦ୍ରରେ ଥ‌ିବା ରନ୍ଧ୍ରକୁ ନେତ୍ରପିତୁଳା କହନ୍ତି । ଉଜ୍ଜ୍ବଳ ଆଲୋକରେ ଏହାର ଆକାର ଛୋଟ ହୋଇଥାଏ ଏବଂ କ୍ଷୀଣ ଆଲୋକରେ ଆକାର ବୃଦ୍ଧି ଘଟିଥାଏ । ଆବଶ୍ୟକ ପରିମାଣ ଆଲୋକ ଚକ୍ଷୁ ମଧ୍ୟକୁ ଛାଡ଼ିଥାଏ ।
    • ଜଳାଭରସ : ସ୍ୱଚ୍ଛପଟ୍ଟଳ ଓ କନୀନିକା ମଧ୍ୟରେ ଏକ ସ୍ୱଚ୍ଛ ତରଳ ପଦାର୍ଥ ଅଛି, ତାହାକୁ ଜଳାଭରସ (Aque- ous Humour) କହନ୍ତି|
    • କୃଷ୍ଣପଟ୍ଟଳ : ଶ୍ଵେତପଟ୍ଟଳର ଭିତରପଟେ ସଂଯୁକ୍ତ ହୋଇଥିବା କଳାରଙ୍ଗର ପରଦାର ଆସ୍ତରଣକୁ କୃଷ୍ଣପଟ୍ଟଳ କହନ୍ତି । ଏହା ଚକ୍ଷୁରେ ଆଭ୍ୟନ୍ତରୀଣ ପ୍ରତିଫଳନରେ ବାଧା ଦିଏ ।
      BSE Odisha 10th Class Physical Science Notes Chapter 7 img-1
    • ଚକ୍ଷୁ ଲେନ୍ସ : ନେତ୍ରପିତୁଳା ପଛ ଭାଗରେ ଗୋଟିଏ ଚକ୍ଷୁ ଲେନସ୍ ଥାଏ । ଚକ୍ଷୁ ଲେନସ୍ (Eye lens) ଜେଲି ଭଳି ତନ୍ତୁଜାତୀୟ ପଦାର୍ଥରେ ଗଢ଼ା । ଏହା ଏକ ଉତ୍ତଳ ଲେନସ୍ । ଏହା ସିଲିୟାରୀ ମାଂସପେଶୀଦ୍ଵାରା ସଂଯୁକ୍ତ ହୋଇ ଚମ୍ପୁ ଲେନ୍‌ସ୍‌ର ବକ୍ରତା ବଦଳି ଫୋକସ୍ ଦୂରତାର ହ୍ରାସବୃଦ୍ଧି ଘଟିଥାଏ ।
    • ମୁକୁରିକା : ଚକ୍ଷୁ ଗୋଲକର ପଶ୍ଚାତ୍ ଭାଗରେ ପରଦା ଭଳି ମୁକୁରିକା (Retina) ଏକ ସୂକ୍ଷ୍ମ ଆବରଣ । ଏଥ‌ିରେ ଅସଂଖ୍ୟ ଆଲୋକ ସଂବେଦୀ କୋଷ ରହିଥାଏ । ଏହି କୋଷଗୁଡ଼ିକ ହେଲା ରଡ଼ ଓ କୋସ । ରଡ଼ସ ଆଲୋକର ତୀବ୍ରତା ପ୍ରତି ସମ୍ବେଦନଶୀଳ ହୋଇଥିବାବେଳେ କୋନ୍ସ ବର୍ଷ ପ୍ରତି ସମ୍ବେଦନଶୀଳ ହୋଇଥାଏ । ଏହି ମୁକୁରିକାରେ ବସ୍ତୁର ପ୍ରତିବିମ୍ବ ଗଠିତ ହୋଇଥାଏ । ମୁକୁରିକାରେ ଦୁଇଟି ମୁଖ୍ୟ କ୍ଷେତ୍ର ଥାଏ, ଯଥା – ପୀତବିନ୍ଦୁ ଓ ଅନ୍ଧବିନ୍ଦୁ । ଆଲୋକ ମୁକୁରିକା ଉପରେ ପଡ଼ିଲେ ଆଲୋକ ସଂବେଦୀ କୋଷଗୁଡ଼ିକ କ୍ରିୟାଶୀଳ (activate) ହୋଇ ବିଦ୍ୟୁତ୍ ସଂକେତ (Signal) ପ୍ରେରଣ କରନ୍ତି । ଏଠାରେ ପ୍ରତି କୋଷବିମ୍ବ ଗଠନ ହୁଏ ।
    • ପୀତବିନ୍ଦୁ : ନେତ୍ରପିତୁଳାର ଠିକ୍ ପଛପଟେ ମୁକୁରିକାରେ ଥିବା ଏକ ବିନ୍ଦୁକୁ ପୀତବିନ୍ଦୁ କୁହାଯାଏ ।
    • ଅନ୍ଧବିନ୍ଦୁ : ଏହା ମୁକୁରିକାର ଏପରି ଏକ ବିନ୍ଦୁ ଯେଉଁଠାରେ ନେତ୍ରସ୍ନାୟୁ ବାହାରି ମସ୍ତିଷ୍କକୁ ଯାଇଥାଏ । ଏଠାରେ କୌଣସି ପ୍ରତିବିମ୍ବ ଗଠିତ ହେଲେ ତାହାକୁ ଦେଖୁହୁଏ ନାହିଁ ।
    • ନେତ୍ରସ୍ନାୟୁ : ବିଦ୍ୟୁତ୍ ସଂକେତ ନେତ୍ରସ୍ନାୟୁ (Optic Nerve) ମାଧ୍ୟମରେ ମସ୍ତିଷ୍କକୁ ଯାଏ । ମସ୍ତିଷ୍କରେ ସୃଷ୍ଟି ହୋଇଥିବା ଓଲଟା ପ୍ରତିବିମ୍ବକୁ ସଳଖ କରି ବସ୍ତୁ ଯେପରି ଅଛି ସେହିପରି ଧାରଣା ଦେବାରେ ସହାୟକ ହୁଏ ।
    • କାଚାଭରସ : ଚକ୍ଷୁ ଲେନସ୍ ଓ ମୁକୁରିକା ମଧ୍ୟରେ ଏକ ଜେଲିଭଳି ପଦାର୍ଥ ଥାଏ, ଯାହାକୁ କାଚାଭରସ (Vitre- ous Humour) କହନ୍ତି|
      ଆଲୋକ ରଶ୍ମି କୌଣସି ବସ୍ତୁରୁ ଆସି ସ୍ୱଚ୍ଛପଟ୍ଟଳ, ଜଳାଭରସ, ନେତ୍ରପିତୁଳା, ଚକ୍ଷୁ ଲେନ୍ସ ଓ କାଚାଭରସ ମଧ୍ୟଦେଇ ମୁକୁରିକାରେ ପଡ଼େ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

→ କାର୍ଯ୍ୟ ପ୍ରଣାଳ1 :

  • ଚକ୍ଷୁରୁ ଆସୁଥୁବା ଆଲୋକ ରଶ୍ମି ସ୍ଵଚ୍ଛପଟଳ ଓ ନେତ୍ରପିତୁଳା ଦେଇ ଚକ୍ଷୁ ମଧ୍ୟରେ ପ୍ରବେଶ କରିଥାଏ ।
  • ଚକ୍ଷୁ ଲେନ୍‌ସ୍‌ ଆଲୋକ ରଶ୍ମିକୁ ଫୋକସ୍ କରି ମୁକୁରିକାରେ ବସ୍ତୁର ଏକ ବାସ୍ତବ, ଓଲଟା ଓ ଅତି କ୍ଷୁଦ୍ର ପ୍ରତିବିମ୍ବ ଗଠନ କରେ ।
  • ଆଲୋକ ମୁକୁରିକା ଉପରେ ପଡ଼ିଲେ ଆଲୋକ ସମ୍ବେଦୀ କୋଷଗୁଡ଼ିକ କ୍ରିୟାଶୀଳ ହୋଇ ବିଦ୍ୟୁତ୍ ସଙ୍କେତ ପ୍ରେରଣ କରନ୍ତି ।
  • ଏହି ବିଦ୍ୟୁତ ସଙ୍କେତଗୁଡ଼ିକ ନେତ୍ରସ୍ନାୟୁଦ୍ୱାରା ମସ୍ତିଷ୍କକୁ ଯାଏ । ମସ୍ତିଷ୍କରେ ସୃଷ୍ଟି ହେଉଥ‌ିବା ଓଲଟା ପ୍ରତିବିମ୍ବକୁ ପ୍ରେରଣ କରନ୍ତି । ସଲଖ କରି ବସ୍ତୁ ଯେପରି ଅଛି, ସେହିପରି ଧାରଣା ଦେବାରେ ସହାୟକ ହୁଏ ।

→ ସମାପୋଜନ ସାୱ୍ୱାର (Power of Accommodation) :

  • ଚକ୍ଷୁ ଲେନସ୍ ଫୋକସ୍ ଦୂରତାକୁ ଆବଶ୍ୟକତା ଅନୁଯାୟୀ
  • ଚକ୍ଷୁ ଲେନସ୍‌ର ଫୋକସ୍ ଦୂରତା ଏକ ନିର୍ଦ୍ଦିଷ୍ଟ ସର୍ବନିମ୍ନ ସୀମାଠାରୁ ଆଉ ଅଧ୍ଵ କମିପାରିବ ନାହିଁ ।
  • ସାଧାରଣ ଚକ୍ଷୁପାଇଁ ସ୍ପଷ୍ଟ ଭାବରେ କୌଣସି ବସ୍ତୁକୁ ଦେଖୁବାର ସର୍ବନିମ୍ନ ଦୂରତା 25 ସେ.ମି. ଅଟେ । ଏହି ସର୍ବନିମ୍ନ ଦୂରତାକୁ ‘ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା’’(Least distance of distinct vision) କହନ୍ତି ।
  • ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତାକୁ ଚକ୍ଷୁର ନିକଟ ବିନ୍ଦୁ (Near Point) କହନ୍ତି ।
  • ଯେଉଁ ଦୂରତା ପର୍ଯ୍ୟନ୍ତ ଚକ୍ଷୁ ସ୍ପଷ୍ଟ ଭାବରେ ବସ୍ତୁକୁ ଦେଖିପାରେ, * ତାହାକୁ ଦୂରବିନ୍ଦୁ (Farpoint) କୁହାଯାଏ । ସାଧାରଣ ଚକ୍ଷୁପାଇଁ ଏହା ଅନନ୍ତ ଦୂରତା (Infinity) ଅଟେ ।
  • ସାଧାରଣ ସୁସ୍ଥ ଚକ୍ଷୁ 25 ସେ.ମି.ରୁ ଅନନ୍ତ ଦୂରତା ମଧ୍ୟରେ ଥିବା ବସ୍ତୁକୁ ସ୍ପଷ୍ଟ ଭାବରେ ଦେଖିପାରେ ।

→ ମୋତିଆବିନ୍ଦୁ (Cataract) :
ସମୟେ ସମୟେ ବୟସ୍କ ବ୍ୟକ୍ତିଙ୍କର ଅତି ସ୍ଵଚ୍ଛ ଚକ୍ଷୁ ଲେନ୍ସ ଧଳା (ମିଲ୍‌କି) ଏବଂ ଧୂସର (Cloudy) ହୋଇଯାଏ । ଚକ୍ଷୁର ଏହି ଅବସ୍ଥାକୁ ମୋତିଆବିନ୍ଦୁ କହନ୍ତି । ଏହାଫଳରେ ବ୍ୟକ୍ତି ସମ୍ପୂର୍ଣ୍ଣ ବା ଆଂଶିକ ଭାବରେ ଦେଖିପାରେ ନାହିଁ ।

→ ଦୃଷ୍ଟିଦୋଷ ଏବଂ ତା’ର ପ୍ରତିକାର (Defects of Vision & their Correction) :

  • କୌଣସି କାରଣରୁ ଚକ୍ଷୁ ଯଦି କ୍ରମଶଃ ସମାୟୋଜନ ପାଓ୍ବାର ହରାଏ ତେବେ ଦୃଷ୍ଟି ଦୋଷ ହୋଇଛି ବୋଲି କୁହାଯାଏ । ଏହାଫଳରେ ବ୍ୟକ୍ତି ବସ୍ତୁକୁ
  • ସ୍ପଷ୍ଟଭାବରେ ଦେଖିପାରେ ନାହିଁ । ଚକ୍ଷୁ ଲେନ୍ସର ପ୍ରତିସରଣ ତ୍ରୁଟିଯୋଗୁଁ ବସ୍ତୁ ଝାପ୍‌ସା ଦେଖାଯାଏ । ପ୍ରତିସରଣ ଜନିତ ଦୃଷ୍ଟିଦୋଷ ସାଧାରଣତଃ ତିନି ପ୍ରକାରର –
    • ସମୀପ ଦୃଷ୍ଟି (Myopia or near-sightedness)
    • ତୃରତୃଷ୍ଟି (Hypermetropia or far-sightedness)
    • ଚାଳିଶା (Presbyopia)

→ (a) ସମୀପ ଦୃଷ୍ଟି (Myopia or near-sightedness)

  • ସମୀପ ଦୃଷ୍ଟି ଦୋଷ ଥ‌ିବା ବ୍ୟକ୍ତି ଦୂରବସ୍ତୁକୁ ସ୍ପଷ୍ଟ ଦେଖାରେ ନାହିଁ । ମାତ୍ର ନିକଟରେ ଥିବା
  • ଏହି ଦୋଷ ଥ‌ିବା ବ୍ୟକ୍ତିର ଦୂର-ବିନ୍ଦୁ ଅନନ୍ତ ଦୂରତାଠାରୁ କମିଯାଏ, କେବଳ କେତେ ମିଟର ଦୂରତାରେ ଥ‌ିବା ବସ୍ତୁକୁ ସ୍ପଷ୍ଟଭାବରେ ଦେଖ୍ହୁଏ ।
    BSE Odisha 10th Class Physical Science Notes Chapter 7 img-2

→ କାରଣ :
କୌଣସି କାରଣରୁ ଚକ୍ଷୁ ଲେନ୍ସ୍ ବକ୍ରତା ବଢ଼ିଗଲେ କିମ୍ବା ଚକ୍ଷୁଗୋଲକ ଲମ୍ବିଗଲେ ଚକ୍ଷୁ ଲେନସ୍‌ର ଫୋକସ୍ ଦୂରତା କମିଯାଏ । ଫଳରେ ଚକ୍ଷୁ ଲେନ୍‌ସର ପାୱାର ବଢ଼ିଯାଏ ତେବେ ଦୂରବସ୍ତୁରୁ ଆସୁଥ‌ିବା ଆଲୋକ ରଶ୍ମିଗୁଚ୍ଛ ମୁକୁରିକା ପରିବର୍ତ୍ତେ ତା’ ପୂର୍ବରୁ କାଚାଭରସ ଭିତରେ ପ୍ରତିବିମ୍ବ ସୃଷ୍ଟିକରେ । ତେଣୁ ଦୂରବସ୍ତୁ ସ୍ପଷ୍ଟ ଦେଖାଯାଏ ନାହିଁ । ଅପେକ୍ଷାକୃତ

→ ନିରାକରଣ :
ସମୀପ ଦୃଷ୍ଟିର ପ୍ରତିକାର ପାଇଁ ଲେନ୍‌ସର ଫୋକସ୍ ଦୂରତା ବଢ଼ାଇବା ବା ପାୱାର କମାଇବା ଆବଶ୍ୟକ । ଏଥପାଇଁ ଉପଯୁକ୍ତ ଅବତଳ ଲେନ୍ସର ଚଷମା ବ୍ୟବହାର କଲେ ଅବତଳ ଲେନ୍ସ ଓ ଚକ୍ଷୁ ଲେନ୍ସର ସମାହାରର ପାୱାର ଚକ୍ଷୁ ଲେନ୍‌ସର ପାୱାରଠାରୁ କମ୍ ହେବ ଏବଂ ଫୋକସ୍ ଦୂରତା ବଢ଼ିଯିବ । ଫଳରେ ଦୂର ବସ୍ତୁର ପ୍ରତିବିମ୍ବ ମୁକୁରିକାରେ ପଡ଼ିବ ଯାହାଦ୍ୱାରା ବସ୍ତୁ ସ୍ପଷ୍ଟ ଦେଖାଯିବ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

→ (b) ତୃରତୃଷ୍ଟି (Hypermetropia or far-sightedness)

  • ଦୂର ଦୃଷ୍ଟିଥ‌ିବା ବ୍ୟକ୍ତି ଦୂରବସ୍ତୁକୁ ସ୍ପଷ୍ଟ ଦେଖିପାରେ; ମାତ୍ର ନିକଟ ବସ୍ତୁକୁ ସ୍ପଷ୍ଟ ଭାବରେ ଦେଖିପାରେ ନାହିଁ ।
  • ବ୍ୟକ୍ତି ନିକଟ ବିନ୍ଦୁ ସ୍ପଷ୍ଟ ଦର୍ଶନର ନିମ୍ନତମ ଦୂରତା ଅର୍ଥାତ୍ 25 ସେ.ମି.ଠାରୁ ଅଧିକ ଦୂରରେ ରଖ୍ ପଢ଼ିପାରନ୍ତି ।

→ କାରଣ :
କୌଣସି କାରଣରୁ ଚକ୍ଷୁ ଲେନ୍‌ସର ଫୋକସ୍ ଦୂରତା ବଢ଼ିଗଲେ ବା ଚକ୍ଷୁର ଲେନ୍ସର ପାୱାର
କମିଗଲେ ନିକଟ ବସ୍ତୁର ପ୍ରତିବିମ୍ବ ମୁକୁରିକା ପଛପଟେ ଗଠିତ ହୁଏ । ନିକଟ ବସ୍ତୁ ସ୍ପଷ୍ଟ ଦେଖାଯାଏ ନାହିଁ ।
BSE Odisha 10th Class Physical Science Notes Chapter 7 img-3

→ ନିରାକରଣ :
ଚକ୍ଷୁ ପରୀକ୍ଷା କରାଇ ଉପଯୁକ୍ତ ମାପର ଉତ୍ତଳ ଲେନ୍ସର ଚଷମା ପିନ୍ଧିଲେ ଏହି ଉତ୍ତଳ ଲେନ୍ସ ଓ ଚକ୍ଷୁ ଲେନ୍ସର ସମାହାରର ପାୱାର ଅଧୂକ ହୁଏ ଏବଂ ଫୋକସ୍ ଦୂରତା କମିଯାଏ । ପଡ଼େ ଓ ବସ୍ତୁଟି ସ୍ପଷ୍ଟ ଦେଖାଯାଏ ।
BSE Odisha 10th Class Physical Science Notes Chapter 7 img-4

→ (c) ଚାଳିଶା (Presbyopia) :
ବୟସ ବଢ଼ିଗଲେ ଅର୍ଥାତ୍ ପ୍ରାୟ ଚାଳିଶ ବର୍ଷ ପାଖାପାଖି ବା ଅଧିକ ହୋଇଗଲେ । ନିକଟ ବସ୍ତୁ ଦେଖ‌ିବାରେ ଅସୁବିଧା ହୁଏ । ଏପରି ଦୃଷ୍ଟି ଦୋଷକୁ ଚାଳିଶା କୁହାଯାଏ।

→ କାରଣ :

  • ବୟସ 40 ପାଖାପାଖୁ ହେଲେ କିଛି ବ୍ୟକ୍ତିଙ୍କ ଚକ୍ଷୁର ସିଲିଆରୀ ମାଂସପେଶୀ କ୍ରମଶଃ ଦୁର୍ବଳ ହୋଇଯାଏ । ଚକ୍ଷୁ ଲେନ୍ସ ତାହାର ସମାୟୋଜନ କ୍ଷମତା ହରାଇବସେ ।
  • ସମୟେ ସମୟେ ଜଣେ ବ୍ୟକ୍ତିର ଉଭୟ ସମୀପ ଦୃଷ୍ଟି ଓ ଦୂର ଦୃଷ୍ଟିଦୋଷ ରହିଥାଏ ।

→ ନିରାକରଣ :

  • ଚାଳିଶା ଦୃଷ୍ଟିଦୋଷର ନିରାକରଣ ପାଇଁ ଉପଯୁକ୍ତ ପାୱାର ବା ଫୋକସ୍ ଦୂରତା ବିଶିଷ୍ଟ ଉତ୍ତଳ ଲେନ୍ସର ଉଭୟ ସମୀପ ଦୃଷ୍ଟି ଓ ଦୂରଦୃଷ୍ଟି ଦୋଷ ଉଭୟ ଥିବା ବ୍ୟକ୍ତିମାନଙ୍କ ପାଇଁ ବ୍ୟବହୃତ ଚଷମାରେ ଦୁଇ ପ୍ରକାରର ଲେନ୍ସ ଏକାଠି ରଖାଯାଇଥାଏ ।
  • ତଳ ଲେନ୍ସରେ ନିକଟ ବସ୍ତୁକୁ ଦେଖନ୍ତି ବା ବହି ପଢ଼ନ୍ତି ଏବଂ ଉପର ଲେନ୍ସରେ ଦୂରରେ ଥ‌ିବା ବସ୍ତୁକୁ ଦେଖନ୍ତି । ଏହି ପ୍ରକାର ଚଷମାକୁ ବାଇଫୋକାଲ୍ (Bifocal) ବା ଦ୍ୱି- ଫୋକସୀ ଚଷମା କୁହାଯାଏ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

→ ପ୍ରିଜମ୍ ମଧ୍ୟରେ ଆଲୋକର ପ୍ରତିସରଣ (Refraction of Light through a Prism) :

→ କାଚ ଫ୍ରିଜମ୍ ଦ୍ବାରା ଧଳା ଆଲୋକର ପ୍ରକୀର୍ଶନ (Dispersion of White light by a Glass Prism) :

  • ବାସୁମଣ୍ଡଳ1ପ୍ ପ୍ରତିସରଣ (Atmospheric Refraction):
  • ନିଆଁ ଉପରେ ଉପରକୁ ଉଠୁଥ‌ିବା ଉତ୍ତପ୍ତ ବାୟୁ ମଧ୍ୟରେ କୌଣସି ବସ୍ତୁକୁ ଦେଖୁଲେ, ବସ୍ତୁଟି ଅଳ୍ପ ମିଞ୍ଜିମିଞ୍ଜି ହେଲାଭଳି ପ୍ରତୀୟମାନ ହୁଏ l
  • ନିଆଁ ଉପରର ବାୟୁସ୍ତର ତାହା ଉପର ସ୍ତରର ବାୟୁ ଅପେକ୍ଷା ଅଧ‌ିକ ଉତ୍ତପ୍ତ ହୋଇଥାଏ ।
  • ଏହି ଉତ୍ତପ୍ତ ବାୟୁ ତାହା ଉପରେ ଥିବା ଥଣ୍ଡା ବାୟୁ ଅପେକ୍ଷା ହାଲୁକା ଓ କମ୍ ସାନ୍ଦ୍ରତା ବିଶିଷ୍ଟ । ଥଣ୍ଡା ବାୟୁ ଓଜନିଆ ଓ ଅଧିକ ସାନ୍ଧ୍ରତା ବିଶିଷ୍ଟ ହୋଇଥାଏ।
  • ତେଣୁ ଉତ୍ତପ୍ତ ବାୟୁସ୍ତରର ପ୍ରତିସରଣାଙ୍କ ଥଣ୍ଡା ବାୟୁ ସ୍ଥର ଅପେକ୍ଷା କମ୍ ହୋଇଥାଏ ।
  • ଏଠାରେ ପ୍ରତିସରଣ ମାଧ୍ୟମ (ବାୟୁ) ର ଭୌତିକ ସ୍ଥିତି ସବୁ ସମୟରେ ସ୍ଥିର ନଥାଏ ।
  • ନିଆଁ ମଧ୍ୟରେ ଦେଖାଯାଉଥ‌ିବା ବସ୍ତୁର ଆଭାସୀ ଅବସ୍ଥିତି ଏପଟ ସେପଟ ହେବାର ଦେଖାଯାଏ ।

→ ତାରାମାନେ ଦପ୍ ଦପ୍ ହେବା (Twinkling of Stars) :

  • ପୃଥ‌ିବୀର ବାୟୁମଣ୍ଡଳର ଉଚ୍ଚତର ସ୍ତର ସମୁଦ୍ର ପତ୍ତନ ଆଡ଼କୁ ଥିବା ବାୟୁସ୍ତର ଅପେକ୍ଷା କମ୍ ଘନ |
  • ତାରାମାନଙ୍କଠାରୁ ଆସୁଥିବା ଆଲୋକ ରଶ୍ମି କ୍ରମାଗତ ଭାବେ କମ୍ ଘନ ମାଧ୍ୟମରୁ ବେଶି ଘନ ମାଧ୍ୟମ ଆଡ଼କୁ ଗତିକରି ଥାଏ ।
  • ବାୟୁ ମଣ୍ଡଳ ର କ୍ର ମ ପରି ବ ର୍ଜି ତ ଅଭିଲମ୍ବ ଆଡ଼କୁ ଅନବରତ ବଙ୍କେଇ ହେଉଥାଏ ଏବଂ କ୍ରମାଗତ ଭାବରେ ପ୍ରତିସୃତ ହୋଇ ଆମ ଚକ୍ଷୁ ନିକଟରେ ପହଞ୍ଚେ ।
  • ଫଳରେ ତାରାର ଆଭାସୀ ଅବସ୍ଥାନ ତାହାର ପ୍ରକୃତ ଅବସ୍ଥାନ ଅପେକ୍ଷା ଭିନ୍ନ ହୋଇ ସାମାନ୍ଯ ଉପରକୁ ହୁଏ ।
  • ବାୟୁସ୍ତରର ଅବସ୍ଥାରେ ପରିବର୍ତ୍ତନ ହେଉଥ‌ିବାରୁ ବହୁଦୂରର ବିନ୍ଦୁ ଉତ୍ସ ପ୍ରାୟ ତାରାର ଆଭାସୀ ଅବସ୍ଥାନ ସାମାନ୍ୟ ଉପର ତଳ ହୋଇ ବଦଳୁ ଥାଏ ।
  • ଫଳରେ ତାରାଟିର ଉଜ୍ଜ୍ବଳତା କମ୍ ବେଶି ହୋଇ ଦପ୍ ଦପ୍ ହେଲାପରି ଦିଶେ ।
    BSE Odisha 10th Class Physical Science Notes Chapter 7 img-5

→ ଗ୍ରହଗୁଡ଼ିକ ଦପ୍ ଦପ୍ ହୁଅନ୍ତି ନାହିଁ :

  • ଗ୍ରହଗୁଡ଼ିକ ତାରାମାନଙ୍କ ଅପେକ୍ଷା ପୃଥ‌ିବୀର ନିକଟରେ ଥ‌ିବାରୁ ବଡ଼ ଦେଖାଯାଆନ୍ତି ।
  • ଗ୍ରହଗୁଡ଼ିକର ବିସ୍ତୀର୍ଣ୍ଣ ଆଲୋକ ଉତ୍ସର ବିଭିନ୍ନ ବିନ୍ଦୁରୁ ଏକ ସମୟରେ ଅନେକ ରଶ୍ମି ବାହାରି ବାୟୁମଣ୍ଡଳ ମଧ୍ୟକୁ ଏକ ରଶ୍ମି ଗୁଚ୍ଛ ଭାବେ ପ୍ରବେଶ କରେ ।
  • ରଶ୍ମିଗୁଚ୍ଛର ପ୍ରତ୍ୟେକ ବିନ୍ଦୁଉତ୍ସରୁ ଦୀପ୍ତିରେ ହ୍ରାସ ବୃଦ୍ଧି ହେଉଥିଲେ ମଧ୍ୟ ତାହା ସ୍ଵତନ୍ତ୍ର ଭାବେ ଜଣା ନ ପଡ଼ି ସବୁ ବିନ୍ଦୁ ଉତ୍ସର ମିଶ୍ରିତ ଦୀପ୍ତି ସମାନ ରହିଲା ପରି ଲାଗେ ।
  • ତେଣୁ ଗ୍ରହମାନେ ସ୍ଥିର ଆଲୋକ ଦେଲାପରି ଜଣାଯାଏ ।

→ ସଅଳ ସୂଫ୍ୟୋଦୟ ଓ ବିଳମ୍ବ ପୂର୍ଯ୍ୟାସ୍ତ (Advance Sunrise & Delayed Sunset) :

  • ସୂର୍ଯ୍ୟୋଦୟର ପ୍ରାୟ ଦୁଇ ମିନିଟ୍ ପୂର୍ବରୁ ଏବଂ ସୂର୍ଯ୍ୟାସ୍ତର ପ୍ରାୟ ଦୁଇ ମିନିଟ୍ ପରେ ସୂର୍ଯ୍ୟ ଆମକୁ ଦେଖାଯାଏ ।
  • ଏହା ମଧ୍ୟ ଆଲୋକର ବାୟୁମଣ୍ଡଳୀୟ ପ୍ରତିସରଣ ଯୋଗୁଁ ସମ୍ଭବ ହୋଇଥାଏ ।
  • ବାୟୁମଣ୍ଡଳର ଉପର ବାୟୁ ସ୍ତର ଅପେକ୍ଷା ନିମ୍ନ ବାୟୁସ୍ତର ଅଧ୍ବକ ଘନ ।
  • ସୂର୍ଯ୍ୟଠାରୁ ଆସୁଥ‌ିବା ରଶ୍ମି ଭିନ୍ନ ଘନତା ବିଶିଷ୍ଟ ଅନେକ ବାୟୁସ୍ତର ଦେଇ ପ୍ରତିସ୍ମୃତ ହେବାରୁ କିଛି ପରିମାଣରେ ତା’ର ଦିଗ ବଦଳାଇ ଥାଏ ।
  • ଏହା ଭୂପୃଷ୍ଠରେ ପହଞ୍ଚିବା ପରେ ଆମେ ସେହି ପ୍ରତିସୃତ ରଶ୍ମି ସିଧାରେ ସୂର୍ଯ୍ୟଙ୍କୁ ଦିଗ୍‌ବଳୟ ଉପରେ ଅଳ୍ପସମୟ ପାଇଁ ଦେଖୁ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

→ ଆଲୋକର ବିଚ୍ଛୁରଣ (Scattering of light):

  • ଆମ ଚତୁଃପାର୍ଶ୍ବରେ ବିଭିନ୍ନ ବସ୍ତୁ ସହ ଆଲୋକର ପରସ୍ପର କ୍ରିୟା (Interplay)ରୁ ପ୍ରକୃତିରେ ବିଭିନ୍ନ ପ୍ରକାର ଦୃଶ୍ୟ ଘଟେ –
    • ଆକାଶର ବର୍ଣ୍ଣ ନ1ଳ ହେବା
    • ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ ଲାଲ୍ ଦେଖାଯିବ

→ ମିଶ୍ରଣରେ ଆଲୋକର ବିଚ୍ଛୁରଣ :

  • ଗୋଟିଏ ଶୁଦ୍ଧ ଦ୍ରବଣ ମଧ୍ୟରେ ଆଲୋକ ରଶ୍ମିଗୁଚ୍ଛ ପ୍ରବେଶ କଲେ ତାହାର ଗତିପଥ ଦେଖାଯାଏ ନାହିଁ ।
  • ମାତ୍ର କଲଏଡ଼ାଲ୍ ଦ୍ରବଣରେ ଆଲୋକର ଗତିପଥ ଦେଖାଯାଏ । ଲାଲ୍ ଆଲୋକରେ ବିଚ୍ଛୁରଣ ସର୍ବନିମ୍ନ । ବାଇଗଣୀ ଆଲୋକର ବିଚ୍ଛୁରଣ ସର୍ବୋଚ୍ଚ ଅଟେ ।

→ ଟିଣ୍ଡଲ୍ ସିଦ୍ଧାନ୍ତ (Tyndall Effect) :

  • କଲଏଡ୍ ଏକ ବିଷମ ଜାତୀୟ କଣିକାଗୁଡ଼ିକୁ ନେଇ ଗଠିତ । କଲଏଡାଲ୍ କଣିକା ଗୁଡ଼ିକ କ୍ଷୁଦ୍ର (10୬ ମି.ରୁ 10-॰ ମି.) । ତେଣୁ କଣିକାଗୁଡ଼ିକ ଆଲୋକ ରଶ୍ମି ବିଚ୍ଛୁରଣ କରନ୍ତି । ଏପରି ଆଲୋକର ବିଚ୍ଛୁରଣକୁ ଟିଣ୍ଡଲ୍ ସିଦ୍ଧାନ୍ତ କହନ୍ତି ।

→ ଦୈନନ୍ଦିନ ଜୀବନରେ ଟିଣ୍ଡଲ୍ ସିଦ୍ଧାନ୍ତ :

  • ଧୂଆଁ ପୂର୍ଣ୍ଣ ଏକ କୋଠରି ମଧ୍ୟକୁ ଏକ ସୂକ୍ଷ୍ମ ରନ୍ଧ୍ର ସାହାଯ୍ୟରେ ସୂର୍ଯ୍ୟାଲୋକ ପ୍ରବେଶ କରାଇଲେ ଆଲୋକର ଗତିପଥ ଦେଖୁହୁଏ ।
  • ଘନ ଜଙ୍ଗଲର ଚାନ୍ଦୁଆ ବା ବିତାନ (Canpoy) ମଧ୍ୟଦେଇ ସୂର୍ଯ୍ୟାଲୋକର ରଶ୍ମିଗୁଚ୍ଛ ଗତିକଲାବେଳେ କୁହୁଡ଼ି ମଧ୍ୟରେ ଥ‌ିବା କ୍ଷୁଦ୍ର ଜଳବିନ୍ଦୁ ସମୂହ ଆଲୋକକୁ ବିଚ୍ଛୁରଣ କରନ୍ତି ।

→ ଟିଣ୍ଡଲ୍ ସିଦ୍ଧାନ୍ତ କଣିକାର ଆକାର ଉପରେ ନିର୍ଭର କରେ ।

  • ଅତ୍ୟଧ୍ଵକ କ୍ଷୁଦ୍ରକଣିକା ନୀଳ ଆଲୋକ ବିଛୁରଣ କରିଥାଏ ।
  • କଣିକାଗୁଡ଼ିକର ଆକାର ବଡ଼ହେଲେ ଅତ୍ୟଧ‌ିକ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଆଲୋକ ବିଚ୍ଛୁରଣ କରିଥାଏ ।
  • କଣିକାଗୁଡ଼ିକର ଆକାର ଅତ୍ୟଧିକ ବଡ଼ ଆକାରର ହୋଇଥିଲେ ତାହା କେବଳ ଧଳା ଆଲୋକ ବିଚ୍ଛୁରଣ କରିଥାଏ ।

→ ନିର୍ମଳ ଆକାଶ ବର୍ଣ୍ଣ କାହିଁକି ନ1ଳ ? (Why is the colour of the clear sky blue ?) :

  • ବାୟୁମଣ୍ଡଳରେ ଥିବା ବାୟୁର ଅଣୁଗୁଡ଼ିକ ଏବଂ ଆଲୋକ(Visible light)ର ତରଙ୍ଗ ଦୈର୍ଘ୍ୟଠାରୁ ଲାଲ୍ ଆଲୋକ ବିଚ୍ଛୁରଣ ନ କରି କମ୍ ତରଙ୍ଗ ଦୈର୍ଘ୍ୟ
  • ଅନ୍ୟ ସୂକ୍ଷ୍ମକଣିକା ଗୁଡ଼ିକର ଦୈର୍ଘ୍ୟ ଦୃଶ୍ୟମାନ କମ୍ । ଏହି କଣିକା ଗୁଡ଼ିକ ଅଧ‌ିକ ତରଙ୍ଗ ଦୈର୍ଘ୍ୟ ଥ‌ିବା ବିଶିଷ୍ଟ ନୀଳ ଆଲୋକ ବିଚ୍ଛୁରଣ କରନ୍ତି । ଏହି ବଚ୍ଛୁତିତ
  • ନୀଳ ଆଲୋକ ଆମ ଚକ୍ଷୁରେ ପ୍ରବେଶ କରେ । ଲାଲ ଆଲୋକର ତରଙ୍ଗ ଦୈର୍ଘ୍ୟ ନୀଳ ଆଲୋକର ତରଙ୍ଗ ଦୈର୍ଘ୍ୟର 1.8 ଗୁଣ ।
  • ଯଦି ପୃଥ‌ିବୀ ଚାରିପାଖରେ ବାୟୁମଣ୍ଡଳ ନଥାନ୍ତା ତାହାହେଲେ କୌଣସି ବିଚ୍ଛୁରଣ ହୁଅନ୍ତା ନାହିଁ ଏବଂ ଆକାଶ ଅଦ୍ଧିକାରମୟ ହୋଇଥା’ନ୍ତା
  • ଅତି ଉଚ୍ଚ ଆକାଶରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଆକାଶ ମଧ୍ଯ ଅନ୍ଧକାରମୟ ଦେଖାଯାଏ । କାରଣ ଏହି ଉଚ୍ଚତାରେ ବିଚ୍ଛୁରଣ ଖୁବ୍ କମ୍ ହୁଏ ।

→ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟର ବର୍ଷ (Colour of the Sun at Sunrise & Sunset) :

  • ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ ଦିଗ୍‌ବଳୟରେ ଥାଆନ୍ତି ।
  • ସୂର୍ଯ୍ୟଠାରୁ ଆସୁଥ‌ିବା ଆଲେ।କ ଦିଗ୍‌ବଳୟରେ ଥ‌ିବା ବାୟୁସ୍ତର ଦେଇ ଏବଂ ବାୟୁମଣ୍ଡଳରେ ଅଧିକ ଦୂରତା ଗତିକରେ ।
  • ଫଳରେ ଅଧିକାଂଶ କମ୍ ତରଙ୍ଗ ଦୈର୍ଘ୍ୟ | ବିଣିଷ୍ଠ ନ1ଳ ଆଲେ|କ ଷ୍ଟୁତ୍ର କଣିକାଗୁଡ଼ିକଦ୍ୱାରା ବିଚ୍ଛୁରିତ ହୋଇଥାଏ ।
  • ଅଧୂକ ତରଙ୍ଗ ଦୈର୍ଘ୍ୟବିଶିଷ୍ଟ ଆଲୋକ ଅତି କମ୍ ମାତ୍ରାରେ ବିଚ୍ଛୁରଣ ହୋଇଥାଏ ।
  • ଅଧିକ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଲାଲ୍ ଆଲୋକ ଆମ ଆଖିରେ ପଡ଼େ । ତେଣୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟର ବର୍ଣ୍ଣ ଲାଲ୍ ଦେଖାଯାଏ ।
    BSE Odisha 10th Class Physical Science Notes Chapter 7 img-6

BSE Odisha 10th Class History Solutions Chapter 16 ସାମାଜିକ ବିକାଶ

Odisha State Board BSE Odisha 10th Class History Solutions Chapter 16 ସାମାଜିକ ବିକାଶ Textbook Exercise Questions and Answers.

BSE Odisha Class 10 History Solutions Chapter 16 ସାମାଜିକ ବିକାଶ

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ସାମାଜିକ ଶୋଷଣରୁ ମୁକ୍ତ କରିବାପାଇଁ କି କି ପଦକ୍ଷେପମାନ ନିଆଯାଇଛି ?
Answer:

  • ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ସାମାଜିକ ଶୋଷଣରୁ ମୁକ୍ତ କରିବାପାଇଁ ୧୯୪୭ ମସିହାରେ ଏକ ଆଇନ ପ୍ରଣୀତ ହୋଇ ସ୍ଥିର କରାଗଲା ଯେ ଅଣଆଦିବାସୀମାନେ ଆଦିବାସୀମାନଙ୍କ ଜମି କୌଣସି ଆଳରେ ଜବରଦଖଲ କରିପାରିବେ ନାହିଁ ।
  • ସ୍ଵତନ୍ତ୍ର ସରକାରୀ ଅଧିକାରୀଙ୍କୁ ନିୟୋଜନ କରାଯାଇ ଆଦିବାସୀମାନଙ୍କଠାରୁ ଅଣଆଦିବାସୀମାନେ ନେଇଥ‌ିବା ଜମି ଚିହ୍ନଟ କରାଗଲା ଓ ସେମାନଙ୍କୁ ସେସବୁ ଜମି ଫେରାଇ ଦିଆଗଲା ।
  • ସେମାନଙ୍କର ପାରିବାରିକ ଅର୍ଥନୀତିକୁ ସୁଧାରିବାପାଇଁ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଗଲା ।
  • କାମଧନ୍ଦା ପାଇଁ ସେମାନଙ୍କୁ ବଳ, କୃଷି ଉପକରଣ, ଚରଖା ଇତ୍ୟାଦି ଯୋଗାଇ ଦିଆଗଲା I ପୋଡୁଚାଷକୁ ନିରୁତ୍ସାହିତ କରାଗଲା ଓ ନିୟମିତ କୃଷି ପାଇଁ ପ୍ରେ. ସାହିତ କରାଗଲା ।
  • ୧୯୪୯ ମସିହାର ଅପରାଧୀ ଜନଜାତି ଆଇନ ଭଳି ଅଗଣତାନ୍ତ୍ରିକ ବିଧ୍ ବ୍ୟବସ୍ଥାକୁ ରଦ୍ଦକରି ଦିଆଗଲା ।

(ଖ) ଗ୍ରାମାଞ୍ଚଳର ଲୋକଙ୍କ ବିକାଶ ପାଇଁ ସ୍ଵାଧୀନତା ପରେ କି ବ୍ୟବସ୍ଥାମାନ ଗ୍ରହଣ କରାଯାଇଛି ?
Answer:

  • ସ୍ଵାଧୀନତା ପରେ ଗ୍ରାମାଞ୍ଚଳ ଲୋକଙ୍କ ବିକାଶ ଉପରେ ଗୁରୁତ୍ଵ ଦିଆଯାଇଛି । ଇନ୍ଦରା ଆବାସ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନେ ନିଜସ୍ବ ବାସଗୃହ ସୁବିଧା ପାଇଛନ୍ତି |
  • ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗାଁଗୁଡ଼ିକରେ ସିମେଣ୍ଟ କଂକ୍ରିଟ୍‌ ପକ୍‌କା ସଡ଼କ ନିର୍ମିତ ହୋଇଛି ।
  • କେନ୍ଦ୍ର ସରକାରଙ୍କର ଅନ୍ତୋଦୟ ଯୋଜନାଦ୍ୱାରା ଦାରିଦ୍ର୍ୟ ସୀମାରେଖା ତଳେ ରହୁଥ‌ିବା ପରିବାରକୁ ମାସିକ କିଲୋଗ୍ରାମ୍ ପିଛା ୩ ଟଙ୍କା ଦରରେ ୩୫ କିଲୋଗ୍ରାମ୍ ଚାଉଳ ଦେବା ବ୍ୟବସ୍ଥା ହୋଇଛି । ପରେ ରାଜ୍ୟ ସରକାର ନିଜ ପକ୍ଷରୁ କିଲୋଗ୍ରାମ୍ ପ୍ରତି ୨ ଟଙ୍କାରେ ଚାଉଳର ବ୍ୟବସ୍ଥା କରିଛନ୍ତି ।
  • ୨୦୦୫ ମସିହାରେ ଆରମ୍ଭ ହୋଇଥିବା ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ଅନୁଯାୟୀ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ବର୍ଷକୁ ଅନ୍ୟୁନ ୧୦୦ ଦିନ କାମଧନ୍ଦା ଯୋଗାଇ ଦିଆଯାଇଛି । ବର୍ତ୍ତମାନ ଏହି ଯୋଜନା ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାଭାବେ ପରିଚିତ ।
  • ଏହା ବ୍ୟତୀତ ‘ଖାଦ୍ୟ ପାଇଁ କାମ’, ‘ସମ୍ପୂର୍ଣ ଗ୍ରାମ ସ୍ଵରୋଜଗାର ଯୋଜନା’, ‘ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’, ‘ଜବାହର ଗ୍ରାମ ସମୃଦ୍ଧି ଯୋଜନା’, ‘ନିଶ୍ଚିତ ରୋଜଗାର ଯୋଜନା’ ବଳରେ ସାଧାରଣ ଲୋକଙ୍କୁ କର୍ମନିଯୁକ୍ତି ମିଳିବା ସହିତ ଗ୍ରାମାଞ୍ଚଳର ବିକାଶ ସାଧୂ ହୋଇଛି ।

BSE Odisha 10th Class History Solutions Chapter 16 ସାମାଜିକ ବିକାଶ

(ଗ) ସ୍ଵାଧୀନତା ପରେ ଓଡ଼ିଶାରେ ଶିଶୁ ଓ ମହିଳାମାନଙ୍କ ବିକାଶ ଦିଗରେ କ’ଣ କ’ଣ କରାଯାଇଛି ?
Answer:

  • ସ୍ଵାଧୀନତା ପରେ ଓଡ଼ିଶାର ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । କନ୍ୟାଭୃଣ ହତ୍ୟାକୁ ନିଷେଧ କରାଯାଇଛି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ଉଚ୍ଛେଦ କରାଯାଇଛି ।
  • ଶିଶୁମାନଙ୍କୁ ଶିକ୍ଷାଦେବାପାଇଁ ଗ୍ରାମାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ଓ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନଭୋଜନ ଯୋଜନା କାର୍ଯ୍ୟକାରୀ କରି ଶିଶୁମାନଙ୍କୁ ବିଦ୍ୟାଳୟକୁ ଅଣାଯାଉଛି ।
  • ମହିଳାମାନଙ୍କ ସାମାଜିକ ଓ ଆର୍ଥନୀତିକ ଅଭିବୃଦ୍ଧି ପାଇଁ ଜନ୍ମ ନିୟନ୍ତ୍ରଣକୁ ପ୍ରୋତ୍ସାହିତ କରି ଅବାଞ୍ଛିତ ଗର୍ଭଧାରଣ କରିବାରୁ ରକ୍ଷା କରାଯାଇପାରିଛି । ଜନନୀ ସୁରକ୍ଷା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ପ୍ରସବକାଳୀନ ଡାକ୍ତରୀ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।
  • ଗ୍ରାମାଞ୍ଚଳରେ ଗ୍ରାମ୍ୟ ସ୍ବାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି ଦିଆଯାଇଛି ।
  • ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରୁ ‘ମିଶନ ଶକ୍ତି’ ନାମକ ମହିଳା ସଶକ୍ତିକରଣ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ଓ ଋଣ ଯୋଗାଣ ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଇବାପାଇଁ ଉଦ୍ୟମ ଜାରି ରହିଛି ।

(ଘ) ‘ମିଶନ ଶକ୍ତି’ ସମ୍ବନ୍ଧରେ ଏକ ଟିପ୍‌ପଣୀ ଲେଖ ।
Answer:

  • ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରୁ ‘ମିଶନ ଶକ୍ତି’ ନାମକ ଏକ ମହିଳା ସଶକ୍ତିକରଣ ଯୋଜନା ଆରମ୍ଭ କରାଯାଉଛି ।
  • ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ଓ ସେଗୁଡ଼ିକର ଦୃଢ଼ୀକରଣ କରି ସେଗୁଡ଼ିକ ମାଧ୍ୟମରେ ଓଡ଼ିଶାର ମହିଳାମାନଙ୍କର ସାମାଜିକ ତଥା ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ହେଉଛି ‘ମିଶନ ଶକ୍ତି’ର ଉଦ୍ଦେଶ୍ୟ ।
  • ମହିଳା ସ୍ଵୟଂ ସହାୟକ ଦଳର ସଂରକ୍ଷଣ ଓ ପ୍ରସାର, ଦଳଗୁଡ଼ିକୁ ପରିଚାଳନା ଓ ଅନ୍ୟାନ୍ୟ ବିଷୟରେ ତାଲିମ୍ ପ୍ରଦାନ, ସେମାନଙ୍କୁ ଉପଯୁକ୍ତ ଦିଗ୍‌ଦର୍ଶନ ଦେବା ଓ ଋଣ ଯୋଗାଇବାର ବ୍ୟବସ୍ଥା କରିବା ମିଶନ ଶକ୍ତି ଯୋଜନାର ପ୍ରଧାନ କାର୍ଯ୍ୟ ।
  • ସେମାନଙ୍କ କାର୍ଯ୍ୟକଳାପର ତଦାରଖ କରିବା ଏବଂ ନୂତନ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନରେ ସହାୟତା କରିବା ହେଉଛି ‘ମିଶନ ଶକ୍ତି’ର ପ୍ରମୁଖ କାର୍ଯ୍ୟ ।
    (v)
  • ଏହି ଯୋଜନା ଫଳରେ ଅନେକ ମହିଳା ଉପକୃତ ହୋଇପାରିଛନ୍ତି ।

(ଙ) ସ୍ଵାଧୀନତା ପରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥ‌ିବା ପେନ୍‌ସନ୍ ଯୋଜନା ଓ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ସମ୍ବନ୍ଧରେ ଏକ ବିବରଣୀ ପ୍ରଦାନ କର ।
Answer:

  • ସ୍ଵାଧୀନତା ପରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥ‌ିବା ପେନ୍‌ସନ୍ ଯୋଜନା ଓ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛି ଜାତୀୟ ବୃଦ୍ଧାବସ୍ଥା ପେନ୍‌ସନ୍ ଯୋଜନା, ଜାତୀୟ ମାତୃତ୍ଵ ହିତକାରୀ ଯୋଜନା, ଜନନୀ ସୁରକ୍ଷା ଯୋଜନା, ଜାତୀୟ ପରିବାର ହିତ ଯୋଜନା ଓ ମଧୁବାବୁ ପେନ୍‌ସନ୍ ଯୋଜନା ।
  • ୨୦୦୮ ମସିହା ଜାନୁୟାରୀ ୧ ତାରିଖରୁ ଓଡ଼ିଶାରେ ପ୍ରବର୍ତ୍ତିତ ମଧୁବାବୁ ପେନ୍‌ସନ୍ ଯୋଜନା ଅନୁଯାୟୀ ବୃଦ୍ଧ, ବିଧବା, ଭିନ୍ନକ୍ଷମ ଓ କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ପାଇଁ ମାସିକ ଭତ୍ତା ଦେବା ବ୍ୟବସ୍ଥା କରାଯାଇଛି ।
  • ସ୍ଵାସ୍ଥ୍ୟ ସୁରକ୍ଷା ଉଦ୍ଦେଶ୍ୟରେ ୨୦୦୮ ମସିହା ଏପ୍ରିଲ୍ ୧ ତାରିଖରୁ ପ୍ରବର୍ତ୍ତିତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ଓଡ଼ିଶାର କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାରେ ୨୦୦୯-୧୦ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେଉଛି ।
  • ଏହି ଯୋଜନା ଅନୁଯାୟୀ ରୋଗୀର ଡାକ୍ତରଖାନାରେ ଚିକିତ୍ସା ଖର୍ଚ୍ଚ ତିରିଶ ହଜାର ଟଙ୍କା ପର୍ଯ୍ୟନ୍ତ ଭରଣା କରାଯାଏ । ଏଥ‌ିପାଇଁ ହିତାଧ୍ୟାକାରୀଙ୍କୁ ମାତ୍ର ତିରିଶ ଟଙ୍କା ପଞ୍ଜୀକରଣ ପାଇଁ ଦେବାକୁ ପଡ଼ିଥାଏ ।
  • ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ ଓ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଜରୁରିକାଳୀନ ଅବସ୍ଥାରେ ତୁରନ୍ତ ସେବା ଯୋଗାଇବା ପାଇଁ ୨୦୧୩ ମାର୍ଚ୍ଚ ୫ ତାରିଖରୁ ଓଡ଼ିଶାରେ ଜରୁରିକାଳୀନ ମେଡ଼ିକାଲ ଆମ୍ବୁଲାନ୍ସ ସେବା ପ୍ରବର୍ତ୍ତନ କରାଯାଇଛି ।

BSE Odisha 10th Class History Solutions Chapter 16 ସାମାଜିକ ବିକାଶ

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) କେଉଁ ବ୍ୟବସ୍ଥାରୁ ଓଡ଼ିଶାରେ ‘ଗୋତି ପ୍ରଥା’ ଜାତ ହେଲା ଏବଂ ଏହା କେବେଠାରୁ ଉଚ୍ଛେଦ ହେଲା
Answer:

  • ଗ୍ରାମ୍ୟ ମହାଜନୀ ପ୍ରଥା ବ୍ୟବସ୍ଥାରୁ ଓଡ଼ିଶାରେ ‘ଗୋତି ପ୍ରଥା’ ଜାତ ହୋଇଥିଲା ।
  • ୧୯୪୮ ମସିହା ଜୁନ୍ ମାସରେ ଏହି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଥିଲା ।

(ଖ) କେଉଁ ଆଇନ ବଳରେ ଏବଂ କେଉଁଦିନ ଅନୁସୂଚିତ ଜାତିର ଭକ୍ତମାନେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରବେଶ କଲେ ?
Answer:

  • ଓଡ଼ିଶା ମନ୍ଦିର ପ୍ରବେଶ ଅନୁମତି ଆଇନ ବଳରେ ଅନୁସୂଚିତ ଜାତିର ଭକ୍ତମାନେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରବେଶ କରିଥିଲେ ।
  • ୧୯୪୮ ମସିହା ମାର୍ଚ୍ଚ ୧ ତାରିଖରେ ଏହି ଲୋକମାନେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରବେଶ କରିଥିଲେ ।

(ଗ) କୋରାପୁଟରେ କେଉଁମାନେ ଏକ ଭୟଙ୍କର ରୋଗର ଶିକାର ହେଉଥିଲେ ଏବଂ ଏହି ରୋଗର ନାମ କ’ଣ ଥିଲା ?
Answer:

  • କୋରାପୁଟରେ କୋୟାମାନେ ଏକ ଭୟଙ୍କର ରୋଗର ଶିକାର ହେଉଥିଲେ ।
  • ଏହି ରୋଗର ନାମ ଥିଲା ‘ୟଜ୍’ ।

(ଘ) ଅନ୍ତୋଦୟ ଯୋଜନା କ’ଣ ?
Answer:

  • ଏହା କେନ୍ଦ୍ର ସରକାରଙ୍କଦ୍ଵାରା ପ୍ରବର୍ତ୍ତିତ ଏକ ଦାରିଦ୍ର୍ୟ ଦୂରୀକରଣ ଯୋଜନା ।
  • ଏହି ଯୋଜନା ମାଧ୍ୟମରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥ‌ିବା ପରିବାରକୁ ମାସିକ କିଲୋଗ୍ରାମ୍ ପିଛା ୩ ଟଙ୍କା ଦରରେ ୩୫ କିଲୋ ଚାଉଳ ଦେବା ବ୍ୟବସ୍ଥା ଥିଲା; କିନ୍ତୁ ପରେ ରାଜ୍ୟ ସରକାର କିଲୋଗ୍ରାମ୍ ପ୍ରତି ୨ ଟଙ୍କାରେ ଚାଉଳ ଦେବାର ବ୍ୟବସ୍ଥା କରିଥିଲେ ।

BSE Odisha 10th Class History Solutions Chapter 16 ସାମାଜିକ ବିକାଶ

(ଙ) ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା କେବେଠାରୁ ପ୍ରଚଳିତ ହୋଇଥିଲା ଏବଂ ଏହାର ବ୍ୟବସ୍ଥାଟି କ’ଣ ?
Answer:

  • ୨୦୦୫ ମସିହାରେ ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପ୍ରଚଳିତ ହୋଇଥିଲା ।
  • ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ବର୍ଷକୁ ଅନ୍ୟୁନ ୧୦୦ ଦିନ କାମଧନ୍ଦା ଯୋଗାଇ ଦିଆଯାଉଛି ।

(ଚ) ‘ମିଶନ ଶକ୍ତି’ ଯୋଜନାର ଉଦ୍ଦେଶ୍ୟ କ’ଣ ?
Answer:
ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ଓ ସେଗୁଡ଼ିକର ଦୃଢ଼ୀକରଣ କରି ସେଗୁଡ଼ିକ ମାଧ୍ୟମରେ ଓଡ଼ିଶାର ମହିଳାମାନଙ୍କର ସାମାଜିକ ତଥା ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ହେଉଛି ‘ମିଶନ ଶକ୍ତି’ ଯୋଜନାର ଉଦ୍ଦେଶ୍ୟ ।

(ଛ) ମଧୁବାବୁ ପେନ୍‌ସନ୍ ଯୋଜନାରେ କି କି ବ୍ୟବସ୍ଥା କରାଯାଇଛି ?
Answer:
ମଧୁବାବୁ ପେନ୍‌ସନ୍ ଯୋଜନା ଅନୁଯାୟୀ ବୃଦ୍ଧ, ବିଧବା, ଭିନ୍ନକ୍ଷମ ଓ କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ପାଇଁ ମାସିକ ଭତ୍ତା ଦେବାର ବ୍ୟବସ୍ଥା ରହିଛି ।

(ଜ) ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ କି କି ସୁବିଧାମାନ ରହିଛି ?
Answer:

  • ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ବୀମା ଯୋଜନା ଅନୁଯାୟୀ ରୋଗୀର ଡାକ୍ତରଖାନାର ଚିକିତ୍ସା ଖର୍ଚ୍ଚ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଭରଣା କରାଯାଏ ।
  • ଏଥିପାଇଁ ହିତାଧ୍ୟାକାରୀଙ୍କୁ ମାତ୍ର ୩୦ ଟଙ୍କା ପଞ୍ଜୀକରଣ ପାଇଁ ଦେବାକୁ ପଡ଼ିଥାଏ ।

(ଝ) ‘ମୋ କୁଡ଼ିଆ’ ଯୋଜନା କାହା ପାଇଁ ଉଦ୍ଦିଷ୍ଟ ?
Answer:
‘ମୋ କୁଡ଼ିଆ’ ଯୋଜନା ମାଧ୍ୟମରେ ବନ୍ୟା, ଘରପୋଡ଼ି ଓ ହାତୀ ଉପଦ୍ରବଦ୍ଵାରା ଗୃହଶୂନ୍ୟ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ।

BSE Odisha 10th Class History Solutions Chapter 16 ସାମାଜିକ ବିକାଶ

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ୧୯୪୭ ମସିହାରେ ଆଦିବାସୀଙ୍କ ଜମି ସଂକ୍ରାନ୍ତରେ ପ୍ରଣୀତ ଆଇନରେ କି କି ବ୍ୟବସ୍ଥାମାନ ରହିଛି ?
Answer:
୧୯୪୭ ମସିହାରେ ଆଦିବାସୀଙ୍କ ଜମି ସଂକ୍ରାନ୍ତରେ ପ୍ରଣୀତ ଆଇନରେ ବ୍ୟବସ୍ଥା ଅଛି ଯେ ଅଣଆଦିବାସୀମାନେ ଆଦିବାସୀମାନଙ୍କ ଜମି କୌଣସି ଆଳରେ ଜବରଦଖଲ କରିପାରିବେ ନାହିଁ ।

(ଖ) ଅପରାଧୀ ଜନଜାତି ଆଇନକୁ କେବେ ରଦ୍ଦ କରିଦିଆଗଲା ?
Answer:
ଅପରାଧୀ ଜନଜାତି ଆଇନକୁ ୧୯୪୯ ମସିହାରେ ରଦ୍ଦ କରିଦିଆଗଲା ।

(ଗ) କେଉଁ ଆଇନ ବଳରେ ଅସ୍ପୃଶ୍ୟତା କ୍ରମଶଃ ଅପସରିଗଲା ?
Answer:
ନାଗରିକ ଅଯୋଗ୍ୟତା ଦୂରୀକରଣ ଆଇନ ବଳରେ ଅସ୍ପୃଶ୍ୟତା କ୍ରମଶଃ ଅପସରିଗଲା ।

(ଘ) ମ୍ୟାଲେରିଆ ରୋଗରୁ ଲୋକଙ୍କୁ ରକ୍ଷା କରିବାପାଇଁ ସରକାର କି କି ବ୍ୟବସ୍ଥା କରିଥିଲେ ?
Answer:
ମ୍ୟାଲେରିଆ ରୋଗରୁ ଲୋକଙ୍କୁ ରକ୍ଷା କରିବାପାଇଁ ସରକାର ମ୍ୟାଲେରିଆ ନିରାକରଣ ବଟିକା ବିତରଣର ବ୍ୟବସ୍ଥା କରିଥିଲେ ।

BSE Odisha 10th Class History Solutions Chapter 16 ସାମାଜିକ ବିକାଶ

(ଡ) ଓଡ଼ିଶାର ଗ୍ରାମଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ କରିବାପାଇଁ ପ୍ରସ୍ତୁତ ଯୋଜନାର ନାମ କ’ଣ ?
Answer:
ଓଡ଼ିଶାର ଗ୍ରାମଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ କରିବାପାଇଁ ପ୍ରସ୍ତୁତ ଯୋଜନାର ନାମ ‘ବିଜୁ ଗ୍ରାମଜ୍ୟୋତି ଯୋଜନା’ ।

(ଚ) ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାପାଇଁ କେଉଁ ଯୋଜନା ପ୍ରଚଳିତ ହୋଇଛି ?
Answer:
ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାପାଇଁ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନ ଭୋଜନ ଯୋଜନା ପ୍ରଚଳିତ ହୋଇଛି ।

(ଛ) ଜନନୀ ସୁରକ୍ଷା ଯୋଜନା କ’ଣ ?
Answer:
ଜନନୀ ସୁରକ୍ଷା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ପ୍ରସବକାଳୀନ ଡାକ୍ତରୀ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

(ଜ) ମହିଳାମାନଙ୍କ ବିକାଶ କ୍ଷେତ୍ରରେ ସ୍ଵୟଂ ସହାୟକ ଗୋଷ୍ଠୀ କି କାର୍ଯ୍ୟ କରୁଛି ?
Answer:
ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ସେମାନଙ୍କ ଆର୍ଥିକ ବିକାଶ ଦିଗରେ ପଦକ୍ଷେପ ନିଆଯାଉଛି ।

(ଝ) କେଉଁ ଆର୍ଥିକ ବର୍ଷରୁ ଓଡ଼ିଶାରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ ହେଉଛି ?
Answer:
୨୦୦୯-୧୦ ଆର୍ଥିକ ବର୍ଷରୁ ଓଡ଼ିଶାରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ ହେଉଛି ।

(ଞ) ଓଡ଼ିଶା ଜୀବିକା ମିଶନର ଉଦ୍ଦେଶ୍ୟ କ’ଣ ?
Answer:
ଦାରିଦ୍ର୍ୟ ଦୂରୀକରଣ ହେଉଛି ଓଡ଼ିଶା ଜୀବିକା ମିଶନର ଉଦ୍ଦେଶ୍ୟ ।

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ୧୯୪୭ ମାର୍ଚ୍ଚ ମାସରେ କେଉଁ କାର୍ଯ୍ୟଟି ସମ୍ପାଦିତ ହୋଇଥିଲା ?
(i) ଅପରାଧୀ ଜନଜାତି ଆଇନ ରଦ୍ଦ
(ii) ମହାଜନମାନଙ୍କ ଋଣ କାରବାର ନିୟନ୍ତ୍ରଣ
(iii) ଗୋତିପ୍ରଥା ଉଚ୍ଛେଦ
(iv) ଓଡ଼ିଶା ମନ୍ଦିର ପ୍ରବେଶ ଆଇନ ପ୍ରବର୍ତ୍ତନ
Answer:
(ii) ମହାଜନମାନଙ୍କ ଋଣ କାରବାର ନିୟନ୍ତ୍ରଣ

(ଖ) ନାଗରିକ ଅଯୋଗ୍ୟତା ଦୂରୀକରଣ ଆଇନ କେଉଁ ପ୍ରଥା ସହିତ ସମ୍ପୃକ୍ତ ?
(i) ମହାଜନ। ପ୍ରଥା
(ii) ଗୋତି ପ୍ରଥା
(iii) ଅସ୍ପୃଶ୍ୟତା ପ୍ରଥା
(iv) ବେଗାରୀ ପ୍ରଥା
Answer:
(iii) ଅସ୍ପୃଶ୍ୟତା ପ୍ରଥା

(ଗ) ‘କୋୟା’ କାହାକୁ ବୁଝାଏ ?
(i) ପୋଡୁଚାଷ
(ii) ଏକ ସାମାଜିକ ପ୍ରଥା
(iii) ଏକ ଭୟଙ୍କର ରୋଗ
(iv) ଏକ ଜନଜାତି
Answer:
(iv) ଏକ ଜନଜାତି

BSE Odisha 10th Class History Solutions Chapter 16 ସାମାଜିକ ବିକାଶ

(ଘ) ଅଙ୍ଗନବାଡ଼ି କ’ଣ ?
(i) ସ୍ଵୟଂ ସହାୟକ ଦଳ
(ii) ମହିଳା ସଶକ୍ତିକରଣ
(iii) ଶିଶୁମାନଙ୍କ ଶିକ୍ଷାକେନ୍ଦ୍ର
(iv) ଶିଶୁ ଶ୍ରମିକ
Answer:
(iii) ଶିଶୁମାନଙ୍କ ଶିକ୍ଷାକେନ୍ଦ୍ର

(ଡ) କେଉଁ ଅବିଭକ୍ତ ଜିଲ୍ଲାଗୁଡ଼ିକ ବିଜୁ କେବିକେ ଯୋଜନାର ଅନ୍ତର୍ଭୁକ୍ତ ?
(i) କଳାହାଣ୍ଡି, ବାଲେଶ୍ଵର, କୋରାପୁଟ
(ii) କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ
(iii) ଖୋର୍ଦ୍ଧା, ବଲାଙ୍ଗୀର, କୋରାପୁଟ
(iv) କଳାହାଣ୍ଡି, ବାଲେଶ୍ଵର, କେନ୍ଦୁଝର
Answer:
(ii) କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ

୫. ପାଠରେ ଦିଆଯାଇଥିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

Odisha State Board BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ Textbook Exercise Questions and Answers.

BSE Odisha Class 10 History Solutions Chapter 17 ଶିକ୍ଷାର ବିକାଶ

୧. ପ୍ରତ୍ୟେକ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ସ୍ଵାଧୀନତା ପରେ ପରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷା କିପରି ବିକଶିତ ହେଲା ?
Answer:

  • ସ୍ଵାଧୀନତା ପରେ ପରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମହାତ୍ମା ଗାନ୍ଧିଙ୍କ ମୌଳିକ ଶିକ୍ଷାପଦ୍ଧତି ଉପରେ ଗୁରୁତ୍ଵ ଦିଆଯାଇଥିଲା । ଶିଶୁକୁ କର୍ମାଭିମୁଖୀ ଶିକ୍ଷା ପ୍ରଦାନ ପାଇଁ ସରକାର ପାଠ୍ୟକ୍ରମରେ ବ୍ୟାପକ ପରିବର୍ତ୍ତନ କରିଥିଲେ ।
  • ୧୯୪୭-୪୮ ଶିକ୍ଷାବର୍ଷରେ ରାଜ୍ୟ ସରକାର ମୌଳିକ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାପାଇଁ ଅନୁଗୁଳ ଓ ରସୁଲକୋଣ୍ଡାଠାରେ ଦୁଇଟି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିଥିଲେ ।
  • ୧୯୫୦ ମସିହାରେ ଓଡ଼ିଶାରେ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ଥିଲା ୧୦,୧୬୫ ଏବଂ ଛାତ୍ରଛତ୍ରୀମାନଙ୍କ .ସଂଖ୍ୟା ଥିଲା ୪,୪୧,୯୬୭ ।
  • ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ଏବେ ନାମଲେଖା ଉପରେ ଗୁରୁତ୍ଵ ଦିଆଯାଇଛି । ୧୪ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଓ କିଶୋରମାନେ ବିଦ୍ୟାଳୟ ଛାଡ଼ି ନ ଯିବା ପାଇଁ ବିହିତ ବ୍ୟବସ୍ଥା କରାଯାଇଛି ।
  • ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାପାଇଁ ୧୯୯୫ ମସିହାରୁ ସରକାର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି । ୧୯୯୬ ମସିହାରୁ ଜିଲ୍ଲା ପ୍ରାଥମିକ ଶିକ୍ଷା ଯୋଜନା ଓ ପରବର୍ତ୍ତୀ କାଳରେ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକାରୀ କରାଯାଇଛି ।

(ଖ) ସ୍ଵାଧୀନତା ପରେ ଓଡ଼ିଶାରେ ମହାବିଦ୍ୟାଳୟ ସ୍ତରୀୟ ଶିକ୍ଷା ବ୍ୟବସ୍ଥା କିପରି ଥିଲା ?
Answer:

  • ଓଡ଼ିଶାରେ ମହାବିଦ୍ୟାଳୟ ଶିକ୍ଷାକ୍ଷେତ୍ରରେ ବିଂଶ ଶତାବ୍ଦୀର ପଞ୍ଚମ ଦଶନ୍ଧି ସେତେ ଉତ୍ସାହଜନକ ନଥୁଲା । ଓଡ଼ିଶାର ଏକମାତ୍ର ବିଶ୍ଵବିଦ୍ୟାଳୟ ଉତ୍କଳ ବିଶ୍ଵବିଦ୍ୟାଳୟ ୧୯୪୩ ମସିହାରୁ ଏକ ସହବନ୍ଧନ ଓ ପରୀକ୍ଷା ପରିଚାଳକ ବିଶ୍ଵବିଦ୍ୟାଳୟ ଭାବେ କାର୍ଯ୍ୟ କରୁଥିଲା ।
  • ସେତେବେଳେ ରେଭେନ୍ସା ମହାବିଦ୍ୟାଳୟ ଥିଲା ଓଡ଼ିଶା ଉଚ୍ଚଶିକ୍ଷା କ୍ଷେତ୍ରରେ ଏକମାତ୍ର ଅନୁଷ୍ଠାନ । ବାଲେଶ୍ୱର, ପୁରୀ ଓ ସମ୍ବଲପୁରରେ ତିନୋଟି କନିଷ୍ଠ ମହାବିଦ୍ୟାଳୟ ଥିଲା ।
  • ୧୯୪୭ ମସିହାରେ ସରକାର ସେଗୁଡ଼ିକରେ ଡିଗ୍ରୀ ଶ୍ରେଣୀ ସଂଯୁକ୍ତ କଲେ । ସେହି ବର୍ଷ କୋରାପୁଟଠାରେ ଏକ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା ଏବଂ ପାରଳାଖେମୁଣ୍ଡି ମହାବିଦ୍ୟାଳୟକୁ ସରକାର ହାତକୁ ନେଲେ ।
  • ୧୯୫୦ ମସିହା ପୂର୍ବରୁ ରେଭେନ୍ସା ମହାବିଦ୍ୟାଳୟରେ ଡିଗ୍ରୀ ସ୍ତରରେ ବିଜ୍ଞାନ ଶିକ୍ଷା, ଇଂରାଜୀ, ଓଡ଼ିଆ, ଅର୍ଥନୀତି, ଗଣିତ ଓ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ବ୍ୟବସ୍ଥା ଥିଲା । ଅନ୍ୟ ୬ଟି ସରକାରୀ ମହାବିଦ୍ୟାଳୟରେ ଇଣ୍ଟରମିଡ଼ିଏଟ୍ ସ୍ତରରେ ବିଜ୍ଞାନ ଶ୍ରେଣୀ ମଧ୍ୟ ଖୋଲାଯାଇଥିଲା ।
  • ୧୯୫୦ ମସିହାବେଳକୁ ଓଡ଼ିଶାରେ ସର୍ବମୋଟ ମହାବିଦ୍ୟାଳୟ ସଂଖ୍ୟା ଥିଲା ୧୪ ଏବଂ ସେଗୁଡ଼ିକରେ ୫୬୮୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ । ପରବର୍ତ୍ତୀ କାଳରେ ଉଭୟ ସରକାରୀ ଓ ବେସରକାରୀ ଉଦ୍ୟୋଗରେ ମହାବିଦ୍ୟାଳୟଗୁଡ଼ିକର ସଂଖ୍ୟା ବଢ଼ିଲା ।

BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

(ଗ) ଶିକ୍ଷକ ପ୍ରଶିକ୍ଷଣ ନିମିତ୍ତ ଓଡ଼ିଶାରେ କି କି ସୁଯୋଗ ରହିଅଛି ?
Answer:

  • ଶିକ୍ଷକ ପ୍ରଶିକ୍ଷଣ ପାଇଁ କଟକ ପ୍ରଶିକ୍ଷଣ ମହାବିଦ୍ୟାଳୟ କାର୍ଯ୍ୟରତ ଥିଲା । ଏହା ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷା ପରିଦର୍ଶକଙ୍କ ପାଇଁ ପ୍ରଶିକ୍ଷଣ ପ୍ରଦାନ କରୁଥିଲା ।
  • ପରବର୍ତୀ ସମୟରେ ଏହି କଲେଜକୁ ରାଧାନାଥ ପ୍ରଶିକ୍ଷଣ ମହାବିଦ୍ୟାଳୟ ନାମରେ ନାମିତ କରାଗଲା । ୧୯୫୦ ମସିହାରେ ଏହି ପ୍ରଶିକ୍ଷଣ ପ୍ରକ୍ରିୟାକୁ ପ୍ରସାରିତ କରାଗଲା ।
  • ଅନୁଗୁଳ, ସମ୍ବଲପୁର ଓ ବ୍ରହ୍ମପୁରଠାରେ ପ୍ରଶିକ୍ଷଣ ମହାବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଇଥିଲା ।
  • ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ଆବଶ୍ୟକତା ଦୃଷ୍ଟିରୁ ପରବର୍ତ୍ତୀ କାଳରେ ଓଡ଼ିଶାରେ ତତ୍କାଳୀନ ସମସ୍ତ ୧୩ଟି ଜିଲ୍ଲାରେ ଗୋଟିଏ ଲେଖାଁଏ ପ୍ରଶିକ୍ଷଣ ମହାବିଦ୍ୟାଳୟ ଖୋଲାଯାଇଥିଲା ।
  • ଏବେ ରାଧାନାଥ ପ୍ରଶିକ୍ଷଣ ମହାବିଦ୍ୟାଳୟ ରାଧାନାଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଡ଼ଭାନ୍‌ସଡ୍ ଷ୍ଟଡ଼ିଜ୍ ଇନ୍ ଏଡୁକେଶନ୍ (R.N.I.A.S.E.) ନାମରେ ପରିଚିତ ।

(ଘ) ବୈଷୟିକ ଶିକ୍ଷା ପାଇଁ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାରେ ସରକାର କି କି ପଦକ୍ଷେପ ନେଇଛନ୍ତି ?
Answer:

  • ବୈଷୟିକ ଶିକ୍ଷା ପାଇଁ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାରେ ଅନେକ ଯାନ୍ତ୍ରିକ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ୧୯୫୬ ମସିହାରେ ବୁର୍ଲାଠାରେ ଓ ୧୯୬୧ ମସିହାରେ ରାଉରକେଲାଠାରେ ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟର ଶୁଭାରମ୍ଭ କରାଯାଇଥିଲା ।
  • ବିଂଶ ଶତାବ୍ଦୀର ଶେଷ ଦୁଇ ଦଶକରେ ଘରୋଇ ଉଦ୍ୟୋଗରେ ଅନେକଗୁଡ଼ିଏ ଯାନ୍ତ୍ରିକ ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା । ଏହାର ପରିଚାଳନା ପାଇଁ ୨୦୦୨ ମସିହାରେ ରାଉରକେଲାଠାରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।
  • ଭୁବନେଶ୍ଵରରେ କଲେଜ ଅଫ୍ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ନାମରେ ଏକ ଯାନ୍ତ୍ରିକ ମହାବିଦ୍ୟାଳୟ ଓ ସରାଙ୍ଗଠାରେ ଅନ୍ୟ ଏକ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ସ୍ଥାପନ କରାଯାଇଛି ।
  • ବୁର୍ଲାଠାରେ ମଧ୍ୟ ବୀର ସୁରେନ୍ଦ୍ର ସାଏ ଯାନ୍ତ୍ରିକ ମହାବିଦ୍ୟାଳୟ ରହିଅଛି ।
  • ଶିଳ୍ପକ୍ଷେତ୍ରକୁ କୁଶଳୀ କାରିଗର ଯୋଗାଇବାପାଇଁ ଓଡ଼ିଶାରେ ଅନେକ ଯାନ୍ତ୍ରିକ ବିଦ୍ୟାଳୟ, ଶିଳ୍ପ ତାଲିମ କେନ୍ଦ୍ର ଓ ଶିଳ୍ପ ତାଲିମ ଅନୁଷ୍ଠାନମାନ ପ୍ରତିଷ୍ଠା କରାଯାଇଛି ।

(ଙ) କୃଷି, ପଶୁପାଳନ, ମତ୍ସ୍ୟଚାଷ ସମ୍ପର୍କିତ ଶିକ୍ଷା ଓ ଗବେଷଣା ପାଇଁ ଓଡ଼ିଶାରେ କି କି ସୁବିଧା ସୁଯୋଗ ରହିଅଛି ?
Answer:

  • କୃଷି ବିଷୟକ ଶିକ୍ଷା ପ୍ରଦାନ ପାଇଁ ୧୯୫୪ ମସିହାରେ ଭୁବନେଶ୍ବରରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା । ପରେ ଏହାର ପରିସରକୁ ସମ୍ପ୍ରସାରିତ କରି ୧୯୬୨ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଗଲା ।
  • ପରବର୍ତ୍ତୀ କାଳରେ କେନ୍ଦ୍ର ସରକାର କଟକଠାରେ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କଲେ ।
  • ୧୯୭୭ ମସିହାରେ କୌଶଲ୍ୟାଗଙ୍ଗଠାରେ ଏକ ମତ୍ସ୍ୟ ଗବେଷଣା କେନ୍ଦ୍ରର ଭିଭିପ୍ରସ୍ତର ସ୍ଥାପିତ ହେଲା । କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର ନାମରେ ନାମିତ ଏହି ଅନୁଷ୍ଠାନ ମତ୍ସ୍ୟଚାଷ ସମ୍ପର୍କରେ ସର୍ବଭାରତୀୟ ସ୍ତରରେ ଏକ ଅଗ୍ରଣୀ ଅନୁଷ୍ଠାନ ।
  • ପରବର୍ତୀ କାଳରେ ସାକ୍ଷୀଗୋପାଳଠାରେ ଏକ ନାରିକେଳ ଗବେଷଣା କେନ୍ଦ୍ର ମଧ୍ୟ ସ୍ଥାପିତ ହୋଇଛି ।
  • ହୀରାକୁଦର ଅନତିଦୂରରେ ଚିପିଲିମାଠାରେ ଏକ କୃଷି ମହାବିଦ୍ୟାଳୟ ମଧ୍ଯ ପ୍ରତିଷ୍ଠିତ ହୋଇଛି ।

BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ମୌଳିକ ଶିକ୍ଷା କ’ଣ ?
Answer:

  • ମୌଳିକ ଶିକ୍ଷା ପଦ୍ଧତି ମହାତ୍ମା ଗାନ୍ଧିଙ୍କ ସ୍ବପ୍ନ ଥୁଲା ଓ ସ୍ବାଧୀନତା ପରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏହି ପଦ୍ଧତି
  • ଏହାଦ୍ଵାରା ଶିଶୁକୁ କର୍ମାଭିମୁଖୀ ଶିକ୍ଷା ପ୍ରଦାନ କରି ସ୍ଵାବଲମ୍ବୀ ହେବାର ବ୍ୟବସ୍ଥା କରାଯାଉଥିଲା ।

ଇଂରାଜୀ ମାଧ୍ୟମ ବିଦ୍ୟାଳୟମାନଙ୍କରେ ମାଧ୍ୟମିକ ଶିକ୍ଷା ପରେ ପରୀକ୍ଷା ପରିଚାଳନା କରୁଥି ଅନୁଷ୍ଠାନଗୁଡ଼ିକର ନାମ କ’ଣ ?
Answer:

  • ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ମାଧ୍ୟମିକ ଶିକ୍ଷା ପରେ ପରୀକ୍ଷା ପରିଚାଳନା ପାଇଁ ଦୁଇଟି ଅନୁଷ୍ଠାନ ରହିଛି ।
  • ସେଗୁଡ଼ିକ ହେଲା – (୧) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ଼ ଓ (୨) ଭାରତୀୟ ମାଧ୍ୟମିକ ଶିକ୍ଷା ପରିଷଦ ।

(ଗ) ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ କେବେ ପ୍ରତିଷ୍ଠା କରାଯାଇଥିଲା ?
Answer:
୧୯୮୧ ମସିହାରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।

(ଘ) ୧୯୫୦ ମସିହାବେଳକୁ ଶିକ୍ଷକମାନଙ୍କର ପ୍ରଶିକ୍ଷଣ ପାଇଁ ଓଡ଼ିଶାର କେଉଁ କେଉଁ ସ୍ଥାନରେ ଶିକ୍ଷାନୁଷ୍ଠାନମାନ ଥିଲା ?
Answer:
୧୯୫୦ ମସିହାରେ ଶିକ୍ଷକମାନଙ୍କର ପ୍ରଶିକ୍ଷଣ ପାଇଁ ଓଡ଼ିଶାର କଟକ, ଅନୁଗୁଳ, ସମ୍ବଲପୁର ଶିକ୍ଷାନୁଷ୍ଠାନମାନ ଥିଲା ।

(ଡ) ୧୯୬୧ ମସିହା ସୁଦ୍ଧା ଓଡ଼ିଶାରେ କେଉଁ ଯାନ୍ତ୍ରିକ ମହାବିଦ୍ୟାଳୟମାନ ଥିଲା ?
Answer:

  • ୧୯୬୧ ମସିହା ସୁଦ୍ଧା ଓଡ଼ିଶାରେ ବୁର୍ଲାଠାରେ ଗୋଟିଏ ଯାନ୍ତ୍ରିକ ମହାବିଦ୍ୟାଳୟ ଥିଲା ।
  • ୧୯୬୧ ମସିହାରେ ରାଉକେଲାରେ ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟର ଶୁଭାରମ୍ଭ ହେଲା ।

BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

(ଚ) ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ କେବେ ଏବଂ କେଉଁ ମହାବିଦ୍ୟାଳୟକୁ ସମ୍ପ୍ରସାରିତ କରି ପ୍ରତିଷ୍ଠିତ ହୋଇଥିଲା ?
Answer:

  • ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ୧୯୬୨ ମସିହାରେ ପ୍ରତିଷ୍ଠା କରାଯାଇଥିଲା ।
  • ଏହା ଭୁବନେଶ୍ବରରେ ଥ‌ିବା କୃଷି ମହାବିଦ୍ୟାଳୟକୁ ସମ୍ପ୍ରସାରିତ କରି ପ୍ରତିଷ୍ଠିତ ହୋଇଥିଲା ।

(ଛ) କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର କେଉଁଠାରେ ଓ କାହାଦ୍ଵାରା ପ୍ରତିଷ୍ଠା କରାଯାଇଛି ?
Answer:

  • କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର କଟକଠାରେ ପ୍ରତିଷ୍ଠା କରାଯାଇଛି ।
  • ଏହା କେନ୍ଦ୍ର ସରକାରଙ୍କଦ୍ଵାରା ପ୍ରତିଷ୍ଠା କରାଯାଇଛି ।

(ଜ) କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର କେବେ ଏବଂ କେଉଁଠାରେ ସ୍ଥାପିତ ହୋଇଥିଲା ?
Answer:

  • କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ୧୯୭୭ ମସିହାରେ ସ୍ଥାପିତ ହୋଇଥିଲା ।
  • ଏହା ଭୁବନେଶ୍ଵର ନିକଟସ୍ଥ କୌଶଲ୍ୟାଗଙ୍ଗଠାରେ ସ୍ଥାପିତ ହୋଇଥିଲା ।

(ଝ) ଓଡ଼ିଶାରେ ପ୍ରତିଷ୍ଠିତ ସରକାରୀ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟଗୁଡ଼ିକର ନାମ କ’ଣ ?
Answer:

  • ଓଡ଼ିଶାରେ ତିନିଗୋଟି ସରକାରୀ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠିତ ହୋଇଛି ।
  • ସେଗୁଡ଼ିକ ହେଲା (୧) କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, (୨) ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ, (୩) ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ ।

ଞ) ଓଡ଼ିଶାର କେଉଁ ସ୍ଥାନରେ ଆଇନ ଶିକ୍ଷା ଓ ଗଣଯୋଗାଯୋଗ ଶିକ୍ଷା ସମ୍ବନ୍ଧୀୟ ସର୍ବଭାରତୀୟ ଶିକ୍ଷାନୁଷ୍ଠାନ ଅବସ୍ଥିତ ?
Answer:

  • ଓଡ଼ିଶାର ଆଇନ ଶିକ୍ଷା ପାଇଁ କଟକଠାରେ ଏକ ଆଇନ ବିଶ୍ବବିଦ୍ୟାଳୟ ଅଛି ।
  • ଗଣଯୋଗାଯୋଗ ଶିକ୍ଷା ପାଇଁ ଭାରତୀୟ ଗଣଯୋଗାଯୋଗ ସଂସ୍ଥା ଢେଙ୍କାନାଳଠାରେ ପ୍ରତିଷ୍ଠା କରାଯାଇଛି ।

BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ୧୯୪୭-୪୮ ଶିକ୍ଷାବର୍ଷରେ ଓଡ଼ିଶା ସରକାର ମୌଳିକ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାପାଇଁ କେଉଁ ଦୁଇଟି ସ୍ଥାନରେ ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିଥିଲେ ?
Answer:
୧୯୪୭-୪୮ ଶିକ୍ଷାବର୍ଷରେ ଓଡ଼ିଶା ସରକାର ମୌଳିକ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାପାଇଁ ଅନୁଗୁଳ ରସୁଲକୋଣ୍ଡାଠାରେ ଦୁଇଟି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିଥିଲେ ।

(ଖ) ୧୯୫୦ ମସିହାବେଳକୁ ଓଡ଼ିଶାରେ କେତୋଟି ହାଇସ୍କୁଲ ଥିଲା ?
Answer:
୧୯୫୦ ମସିହାବେଳକୁ ଓଡ଼ିଶାରେ ୧୫୩ଟି ହାଇସ୍କୁଲ ଥିଲା ।

(ଗ) କେବେଠାରୁ ଉତ୍କଳ ବିଶ୍ଵବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିଥିଲା ?
Answer:
୧୯୪୩ ମସିହାଠାରୁ ଉତ୍କଳ ବିଶ୍ଵବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିଥିଲା ।

(ଘ) ସମ୍ବଲପୁର ବିଶ୍ଵବିଦ୍ୟାଳୟ କେବେ ପ୍ରତିଷ୍ଠିତ ହେଲା ?
Answer:
୧୯୬୭ ମସିହାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା ।

(ଡ) କେବେ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠିତ ହେଲା ?
Answer:
୧୯୯୯ ମସିହାରେ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠିତ ହେଲା ।

(ଚ) ଓଡ଼ିଶାରେ ପ୍ରତିଷ୍ଠିତ ଜାତୀୟ ବିଶ୍ବବିଦ୍ୟାଳୟ କେଉଁ ସ୍ଥାନରେ ଅବସ୍ଥିତ ?
Answer:
ଓଡ଼ିଶାରେ ପ୍ରତିଷ୍ଠିତ ଜାତୀୟ ବିଶ୍ବବିଦ୍ୟାଳୟ କଟକଠାରେ ଅବସ୍ଥିତ ।

BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

(ଛ) ରାଉରକେଲାସ୍ଥିତ ଯାନ୍ତ୍ରିକ ମହାବିଦ୍ୟାଳୟର ବର୍ତ୍ତମାନର ନାମ କ’ଣ ?
Answer:
ରାଉରକେଲାସ୍ଥିତ ଯାନ୍ତ୍ରିକ ମହାବିଦ୍ୟାଳୟର ବର୍ତ୍ତମାନ ନାମ ‘ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ’ (ଏନ୍.ଆଇ.ଟି.) ।

(ଜ) କେଉଁଠାରେ ଏକ ନାରିକେଳ ଗବେଷଣା କେନ୍ଦ୍ର ସ୍ଥାପିତ ହୋଇଛି ?
Answer:
ସାକ୍ଷୀଗୋପାଳଠାରେ ଏକ ନାରିକେଳ ଗବେଷଣା କେନ୍ଦ୍ର ସ୍ଥାପିତ ହୋଇଛି ।

(ଝ) କେଉଁ ଶିକ୍ଷାବର୍ଷଠାରୁ କଟକର ସରକାରୀ ମେଡ଼ିକାଲ କଲେଜର ନାମ ପରିବର୍ତ୍ତନ କରାଗଲା ?
Answer:
୧୯୪୯-୫୦ ଶିକ୍ଷାବର୍ଷଠାରୁ କଟକର ସରକାରୀ ମେଡ଼ିକାଲ କଲେଜର ନାମ ପରିବର୍ତ୍ତନ କରାଗଲା ।

(ଞ) ଜାତୀୟ ପୁନଃ ଥଇଥାନ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ କେଉଁଠାରେ ଅବସ୍ଥିତ ?
Answer:
ଜାତୀୟ ପୁନଃ ଥଇଥାନ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ ଓଲଟପୁରଠାରେ ଅବସ୍ଥିତ ।

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ୧୯୪୭ ମସିହାରେ କେଉଁଠାରେ ଏକ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା ?
(i) ବାଲେଶ୍ଵର
(ii) ପୁରୀ
(iii) ସମ୍ବଲପୁର
(iv) କୋରାପୁଟ

(ଖ) ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କେବେ ପ୍ରତିଷ୍ଠିତ ହୋଇଥିଲା ?
(i) ୧୯୫୦
(ii) ୧୯୬୭
(iii) ୧୯୮୧
(iv) ୧୯୯୯

(ଗ) ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ କେଉଁଠାରେ ଅବସ୍ଥିତ ?
(i) ପୁରୀ
(ii) ରାଉରକେଲା
(iii) ବୁର୍ଲା
(iv) ଭୁବନେଶ୍ଵର

(ଘ) ଚିପିଲିମାଠାରେ କେଉଁ ମହାବିଦ୍ୟାଳୟ ପ୍ରତିଷ୍ଠିତ ହୋଇଛି ?
(i) ଯାନ୍ତ୍ରିକ ମହାବିଦ୍ୟାଳୟ
(ii) କୃଷି ମହାବିଦ୍ୟାଳୟ
(iii) ଚିକିତ୍ସା ମହାବିଦ୍ୟାଳୟ
(iv) ବିଜ୍ଞାନ ମହାବିଦ୍ୟାଳୟ

BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

(ଙ) ଆଞ୍ଚଳିକ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର କେଉଁଠାରେ ଅବସ୍ଥିତ ?
(i) କଟକ
(ii) ବ୍ରହ୍ମପୁର
(iii) ବୁର୍ଲା
(iv) ଭୁବନେଶ୍ଵର

Answers:
(କ) (iv) କୋରାପୁଟ
(ଖ) (i) ୧୯୬୭
(ଗ) (ii) ରାଉରକେଲା
(ଘ) (ii) କୃଷି ମହାବିଦ୍ୟାଳୟ
(ଙ) (iv) ଭୁବନେଶ୍ଵର