BSE Odisha 8th Class Odia Solutions Chapter 11 ଚେଙ୍କ ଆତଙ୍କ

Odisha State Board BSE Odisha 8th Class Odia Solutions Chapter 11 ଚେଙ୍କ ଆତଙ୍କ Textbook Exercise Questions and Answers.

BSE Odisha Class 8 Odia Solutions Chapter 11 ଚେଙ୍କ ଆତଙ୍କ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧ ।
ଆସ, କଥାବାର୍ତ୍ତା ହେବା :
(କ) ସହରରେ ରହୁଥ‌ିବା ସାଙ୍ଗର ଚଳଣି କିପରି ଥିଲା ?
Answer:
ସହରରେ ରହୁଥ‌ିବା ସାଙ୍ଗ ସୁରେଶର ଆଧୁନିକ ଚଳଣି ଥିଲା । ବିଜ୍ଞାନ ଆଧାରରେ ସେ ସବୁ କଥାକୁ ବିଚାର କରୁଥିଲା ।

(ଖ) ଗାଁରେ କିଏ ରହୁଥିଲା ?
Answer:
ଗାଁରେ ହରି ରହୁଥିଲା । ହରି ଦିଶାରୀ କଥାକୁ ବିଶ୍ଵାସ କରୁଥିଲା ।

BSE Odisha 8th Class Odia Solutions Chapter 11 ଚେଙ୍କ ଆତଙ୍କ

(ଗ) ଦିଶାରୀ କଥାକୁ କିଏ ବିଶ୍ଵାସ କରୁଥିଲା ?
Answer:
ଗାଁରେ ରହୁଥ‌ିବା ହରି ଦିଶାରୀ କଥାକୁ ବିଶ୍ଵାସ କରୁଥିଲା ।

(ଘ) ପୁଅକୁ ଭଲ ଲାଗିବା ପାଇଁ ହରି କ’ଣ କଲା ?
Answer:
ପୁଅକୁ ଭଲ ଲାଗିବା ପାଇଁ ହରି ଗୁଣିଆକୁ ଡାକି, ଗୁଣିଆ କଥାନୁସାରେ ପୁଅର ପେଟରେ ଚେଙ୍କ ଦେବାର ବ୍ୟବସ୍ଥା କରିଥିଲା ।

(ଙ) ପିଲାଟି କଷ୍ଟ ପାଇବାର କାରଣ କ’ଣ ବୋଲି ତୁମେ ଭାବୁଛ ?
Answer:
ପିଲାଟି କଷ୍ଟ ପାଇବାର କାରଣ ହେଉଛି, ଦିଶାରୀ ପିଲାଟିର ପେଟରେ ଯେଉଁ ଚେଙ୍କ ଦେଇଥିଲେ ସେ ଜାଗାଟି ଆକ୍ରାନ୍ତ ହୋଇ ବିଷାକ୍ତ ଓ ସଂକ୍ରମିତ ହୋଇଯାଇଥିଲା ।

Question ୨ ।
(କ) କାହାକୁ ଆଧାର କରି ସୁରେଶ ବିଚାର କରେ ଓ କାହାର ପରାମର୍ଶ ନିଏ ?
Answer:
ସୁରେଶ ସହରରେ ରହୁଥ‌ିବାରୁ ବିଜ୍ଞାନ ଆଧାରରେ ସେ ସବୁକଥାକୁ ବିଚାର କରେ । ପିଲାଙ୍କ ଦେହ ଖରାପ ହେଲେ ସେ ଡାକ୍ତରଙ୍କ ପରାମର୍ଶ ନିଏ ।

(ଖ) ହରି ଗ୍ରାମଠାକୁରାଣୀଙ୍କଠାରେ ବୋଦା, କୁକୁଡ଼ା ବଳି କାହିଁକି ଚଢ଼ାଏ ?
Answer:
ହରି ଦିଶାରୀ କଥାକୁ ବିଶ୍ଵାସ କରେ । ଛୁଆଙ୍କୁ ହାଡ଼ଫୁଟି, ମିଳିମିଳା ହେଲେ ପଣା ଦିଏ, ଗୁଣିଆ ଡକାଇ ଝଡ଼ାଫୁଙ୍କା କରେ ଏବଂ ଠାକୁରାଣୀଙ୍କଠାରେ ବୋଦା, କୁକୁଡ଼ା ଆଦି ବଳି ଚଢ଼ାଏ ।

(ଗ) ସହରର ପିଲାମାନେ ଜ୍ଵର ହେଲେ କିପରି ଭଲ ହୁଅନ୍ତି ?
Answer:
ସହରର ପିଲାମାନେ ଜ୍ଵର ହେଲେ ଡାକ୍ତରଙ୍କ ପାଖକୁ ଯାଆନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇ ଭଲ ହୁଅନ୍ତି ।

Question ୩।
ଭୁଲ୍ ଥ‌ିବା ଶବ୍ଦଗୁଡ଼ିକୁ ଠିକ୍ କରି ତା’ ପାଖରେ ଲେଖୁବା । (ପ୍ରଶ୍ନ ସହ ଉତ୍ତର)

ମୂଖ୍ୟମନ୍ତ୍ରୀ – ମୁଖ୍ୟମନ୍ତ୍ରୀ
ପୁରଷ୍କାର – ପୁରସ୍କାର
ପ୍ରଶାରୀତ – ପ୍ରସାରିତ
ଜିବନଜୀପନ – ଜୀବନଯାପନ
ପଡ଼ୋଶି – ପଡ଼ୋଶୀ
ଗୁଣିଆ – ଗୁଣିଆ

ତୁମପାଇଁ କାମ:

Question ୧ ।
ତଳେ ଦିଆଯାଇଥ‌ିବା କବିତାଟିକୁ ମନେରଖ୍ ଜନସଚେତନତା କାର୍ଯ୍ୟକ୍ରମ ବା ପଥପ୍ରାନ୍ତ ନାଟକରେ ଅଭିନୟ କର ।

ଆଜି ଏହି ବୈଜ୍ଞାନିକ ଯୁଗରେ
‘ଚେଙ୍କ’ ଦେବା ନାହିଁ ଶିଶୁ ଦେହରେ ।
ରୋଗବଇରାଗ ହୋଇଲେ ତାକୁ
ଦେଖାଇବ ନେଇ ଡାକ୍ତରଙ୍କୁ !
ଖାଇଲେ ଔଷଧ ତୁଟିବ ରୋଗ
ସେଥ‌ିପାଇଁ ସଦା ହୁଅ ସଜାଗ ।
ଗୁଣିଗାରେଡ଼ି ତ ଅନ୍ଧବିଶ୍ଵାସ

ଗୁଣିଆ କରନ୍ତି ପ୍ରାଣର ନାଶ ।
ପଢ଼ିଲେ ବିଜ୍ଞାନ ପାଠ ଆମେରେ
ଜାଣିବା କାରଣ ସବୁ କଥାରେ ।
କୁସଂସ୍କାର ଦିଅ ମନୁ ଦୂରେଇ
ଶିକ୍ଷତ ସମସ୍ତେ ହୁଅରେ ଭାଇ ।
କମିବ ଶିଶୁଙ୍କ ମୃତ୍ୟୁର ହାର
ବୈଜ୍ଞାନିକ ଚିନ୍ତା ୟାର ପ୍ରତିକାର ।

BSE Odisha 8th Class Odia Solutions Chapter 11 ଚେଙ୍କ ଆତଙ୍କ

Question ୨ ।
ଆମ ସମାଜରେ ଏବେ ବି ରହିଥ‌ିବା ଆଉ କେତୋଟି ଅନ୍ଧବିଶ୍ଵାସର ତାଲିକା ପ୍ରସ୍ତୁତ କର ।
Answer:
ଭୂତ ବା ଡାଆଣୀ ଲାଗିବା
ଭୈରବ ଡାକିବା
ରାତିରେ ସାପ ନାଁ ନ ଧରିବା
ପ୍ରେତ କର୍ମ କରିବା

ପୂର୍ବପାଠ:

ପିଲାମାନେ, ପୂର୍ବରୁ ତୁମେମାନେ ‘‘ବୈଜ୍ଞାନିକ ମନୋବୃତ୍ତି’’ ଓ ‘ରୋଗୀସେବା’’ ଗଦ୍ୟରଚନା ଦୁଇଟି ପାଠ କରିଛ । ଏଥ‌ିରେ ମନୁଷ୍ୟ ଜୀବନରେ ବୈଜ୍ଞାନିକ ମନୋବୃତ୍ତିର ପ୍ରୟୋଜନ ଓ ଅନ୍ଧବିଶ୍ଵାସର ଅପକାରିତା ବିଷୟ ବୁଝିପାରିଛ । ଆମ ସମାଜରେ ବର୍ତ୍ତମାନ ମଧ୍ୟ ବହୁ ପ୍ରକାର ଅନ୍ଧବିଶ୍ଵାସ ରହିଛି । ଏହିସବୁ ଅନ୍ଧବିଶ୍ଵାସ ସମ୍ବନ୍ଧରେ ଲୋକମାନଙ୍କୁ ଶିକ୍ଷା ଦେବା ଓ ସେଗୁଡ଼ିକ ଦୂରକରିବା ପାଇଁ ଚେଷ୍ଟା କରିବା ଆମର କର୍ତ୍ତବ୍ୟ । ନିମ୍ନରେ ଦିଆଯାଇଥ‌ିବା ବିଷୟଟିକୁ ପଢ଼ିଲେ ଏଇ ଅନ୍ଧବିଶ୍ଵାସ ଫଳରେ ଏବେ ବି ଆମ ସମାଜରେ କିପରି ଶିଶୁମାନେ ଏହାର ଶିକାର ହୋଇ ଅସହ୍ୟ ଯନ୍ତ୍ରଣା ସହି ମୃତ୍ୟୁବରଣ କରୁଛନ୍ତି ତାହା ବୁଝିହେବ ।

ଏ ପ୍ରକାର ପ୍ରଥା ବିଷୟରେ ତୁମେ କ’ଣ ଭାବୁଛ ? ଏସବୁ କ’ଣ ଭଲ ? ଏ ଅନ୍ଧବିଶ୍ଵାସର ପରିସମାପ୍ତି ପାଇଁ ତୁମର କିଛି ଦାୟିତ୍ଵ ଅଛି ବୋଲି ତୁମେ ଭାବୁଛ କି ? ତଳେ ଦିଆଯାଇଥିବା ପାଠଟି ପଢ଼ିଲେ ସମାଜରୁ ଏଭଳି କୁପ୍ରଥା ଦୂର କରିବା ପାଇଁ ତୁମେ କ’ଣ କରିପାରିବ, ବୁଝିବ ।

ଓଡ଼ିଶାର ଉପାନ୍ତ ଅଞ୍ଚଳର ଏକ ଗାଁ ବାଘପଦାରେ ଦୁଇସାଙ୍ଗ ସୁରେଶ ଓ ହରିଙ୍କ ଘର । ସୁରେଶ ସହରରେ ଚାକିରି କରୁଥ‌ିବାବେଳେ ହରି ଗାଁରେ ରହି ଚାଷବାସ କରି ଚଳେ । ସୁରେଶର ଆଧୁନିକ ଚଳଣି ଓ ସବୁ କଥାକୁ ବୈଜ୍ଞାନିକ ମନୋବୃତ୍ତି ନେଇ ବିଚାର କରେ । ପିଲାମାନେ ଅସୁସ୍ଥ ହେଲେ ଡାକ୍ତରଙ୍କ ପରାମର୍ଶ ନିଏ । ମାତ୍ର ହରି ପାଠପଢ଼ି ନ ଥ‌ିବାରୁ ଗାଁର ଗୁଣିଆ, ପୂଜାରୀ ଓ ଦିଶାରୀଙ୍କ କଥାରେ ବିଶ୍ଵାସ କରେ । ଛୁଆଙ୍କୁ ହାଡ଼ଫୁଟି କି ମିଳିମିଳା ହେଲେ ଗୁଣିଆ ଡକାଇ ଝଡ଼ାଫୁଙ୍କା କରେ । ଠାକୁରାଣୀଙ୍କୁ ପଣା ଦିଏ ଓ ବୋଦା ଓ କୁକୁଡ଼ା ବଳି ଦିଏ । ସୁରେଶ ତାକୁ ଏ ବିଷୟରେ ଯେତେ ବୁଝାଇଲେ ବି ହରିର ମନ ବଦଳେ ନାହିଁ । ସେ ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସକୁ ମାନେ ।

ଥରେ ହରିର ଛଅମାସର ପୁଅର ଦେହ ଖରାପ ହୋଇ ଜ୍ଵର ଓ ଝାଡ଼ା ହେଲା । ପିଲାଟା ସୁସ୍ଥ ନ ହେବାରୁ ସେ ଗୁଣିଆକୁ ଡାକି ଆଣିଲା । ଗୁଣିଆ ଚୁଲିରେ ଲୁହା ଗରମ କରି ଶିଶୁଟିର ପେଟରେ ଚେଙ୍କ ଦେଲେ । କୁକୁଡ଼ା ବଳି ଦେଲେ ଦେହରୁ ଡାଆଣୀ ଛାଡ଼ିଯିବ ଓ ପିଲାଟି ଭଲ ହୋଇଯିବ ବୋଲି କହିଲେ । ହରି ଏସବୁ କଲାପରେ ମଧ୍ୟ ପିଲାଟା ଭଲ ହେଲା ନାହିଁ, ବରଂ ଚେଙ୍କ ଜାଗାଟି ଆକ୍ରାନ୍ତ ହୋଇ ସଂକ୍ରମିତ ହେଲା । ପିଲାଟି ଯନ୍ତ୍ରଣାରେ ଛଟପଟ ହୋଇ ନିସ୍ତେଜ ହୋଇଗଲା । ଖବର ପାଇ ସୁରେଶ ଆସି ପିଲାଟିକୁ ଡାକ୍ତରଖାନାକୁ ନେଇଗଲା । ଆଠଦିନ କାଳ ଡାକ୍ତରଖାନାରେ ରହିବା ପରେ ପିଲାଟି ଭଲ ହେଲା, ହେଲେ ଦେହଯାକ ଫୋଟକାଦାଗ ରହିଗଲା । ଏହି ଘଟଣା ପରେ ହରିର ଅନ୍ଧବିଶ୍ଵାସ ତୁଟିଗଲା । ଗାଁ ସ୍କୁଲରେ ପଢ଼ୁଥ‌ିବା ଦିପୁ ସିପୁ ଏକଥା ଗାଁ ଲୋକଙ୍କୁ ବୁଝାଇଲେ । ଏଣିକି କାହାର ପିଲାର ଦେହ ଖରାପ ହେଲେ କେହି ଚେଙ୍କ ଦିଆ ଗୁଣିଆ ପାଖକୁ ନ ଯାଇ ଡାକ୍ତରଙ୍କ ପାଖକୁ ଗଲେ ।

BSE Odisha 8th Class Odia Solutions Chapter 11 ଚେଙ୍କ ଆତଙ୍କ

ଦିପୁ ଓ ସିପୁଙ୍କ ଏପରି କାର୍ଯ୍ୟ କଥା ଖବରକାଗଜରେ ବାହାରିଲା ଓ ସେମାନେ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ପାଇଲେ । ଏ ଖବର ପ୍ରସାରିତ ହେବା ଫଳରେ ଲୋକମାନେ ଏଣିକି ରୋଗୀଙ୍କୁ ଡାକ୍ତରଖାନାକୁ ନେଲେ । ଫଳରେ ଚେଙ୍କ ଆତଙ୍କ ଦୂର ହେଲା ଓ ଶିଶୁ ମୃତ୍ୟୁହାର ମଧ୍ୟ କମିଗଲା। ,

ଏଥୁରୁ କ’ଣ ଶିଖୁଲେ ?

ଚିକିତ୍ସା ଶାସ୍ତ୍ରରେ କୁଶଳତା ନଥିବା ଗୁଣିଆଠାରୁ ଚିକିତ୍ସା ସହାୟତା ନେବା ନାହିଁ ।
ମନରୁ ଡାଆଣୀ, ଭୂତପ୍ରେତ, ଝଡ଼ାଫୁଙ୍କା ଭଳି ଗୁଣିଗାରେଡ଼ି ଅନ୍ଧବିଶ୍ଵାସ ଓ ଭୟ ଦୂର କରିଦେବା ।
ଆମ ପଡ଼ୋଶୀଙ୍କୁ ଏ ବିଷୟରେ ବୁଝାଇ ଜନ ସଚେତନତା ସୃଷ୍ଟି କରିବା ।
ଆଧୁନିକ ଚିକିତ୍ସା ପଦ୍ଧତିର ସୁଯୋଗ ନେବା ଓ ପିଲାଙ୍କୁ ରୋଗମୁକ୍ତ ରଖୁ ।
ଶିଶୁ ମୃତ୍ୟୁହାର କମାଇବାପାଇଁ ଜୀବନଯାପନ ଶୈଳୀକୁ ଉନ୍ନତ କରିବା ।

ଆସ, ଜାଣିବା କେତୋଟି ନୂତନ ଶବ୍ଦ

  • ଉପାନ୍ତ – ନିକଟ
  • ପରାମର୍ଶ – ଅଭିମତ, ମନ୍ତ୍ରଣା
  • ଯୁକ୍ତିଯୁକ୍ତ – ଯଥାର୍ଥ
  • ଦିଶାରୀ – ଆଦିବାସୀ ଅଞ୍ଚଳରେ ଦେବଦେବୀ ପୂଜକ।
  • ଝଡ଼ାଫୁଙ୍କା – ମନ୍ତ୍ର ବୋଲି ଦେହକୁ ଝାଡ଼ିବା ଓ ଫୁଙ୍କିବା ।
  • ବଳି – ଉତ୍ସର୍ଗ
  • ଚେଙ୍କ – ଅନ୍ଧବିଶ୍ଵାସରେ ଶିଶୁପେଟରେ ତାତିଲା ଲୁହା ମଡ଼ାଇବା ।
  • ଅନ୍ଧବିଶ୍ଵାସ – ସତ୍ୟାସତ୍ୟ ନଥାଇ ପାରମ୍ପରିକ ବିଶ୍ୱାସ ।
  • ଗୁଣିଗାରେଡ଼ି – ତନ୍ତ୍ରମନ୍ତ୍ର ବିଦ୍ୟଶ ।

BSE Odisha 8th Class Maths Notes Algebra Chapter 4 ଉତ୍ପାଦକୀକରଣ

Odisha State Board BSE Odisha 8th Class Maths Notes Algebra Chapter 4 ଉତ୍ପାଦକୀକରଣ will enable students to study smartly.

BSE Odisha Class 8 Maths Notes Algebra Chapter 4 ଉତ୍ପାଦକୀକରଣ

→ ଉପକ୍ରମଣିକା (Introduction) :
ଗଣନ ସଂଖ୍ୟା ବା ସ୍ଵାଭାବିକ ସଂଖ୍ୟାକୁ କେତେକ ମୌଳିକ ସଂଖ୍ୟାର ଗୁଣନୀୟକ ଭାବେ ପରିଣତ କରିବାର ପ୍ରଣାଳୀକୁ ଉତ୍ପାଦକୀକରଣ କୁହାଯାଏ ।

→ ଉତ୍ପାଦକ ଏବଂ ଉତ୍ପାଦକୀକରଣ (Factors and Factorisation):
ସହ ସମାନ ହେଲେ, ଉକ୍ତ ସଂଖ୍ୟା ଏବଂ ଉତ୍ପନ୍ନ ରାଶିମାନଙ୍କୁ ଦତ୍ତ ରାଶିର ଗୋଟିଏ ଗୋଟିଏ ଉତ୍ପାଦକ କୁହାଯାଏ ।

ଉଦାହରଣ : 3xy = 3 × x × x × y
ଏଠାରେ 3xy ର 3, x, x ଏବଂ y ଗୋଟିଏ ଗୋଟିଏ ଗୁଣନୀୟକ ବା ଉତ୍ପାଦକ ।

ଉଦାହରଣ : 30 = 1 × 30 = 2 × 15 = 3 × 10 = 5 × 6 = 2 × 3 × 5
(i) କୌଣସି ମୌଳିକ ସଂଖ୍ୟାକୁ ଅନନ୍ୟ ଭାବେ କେତେକ ମୌଳିକ ସଂଖ୍ୟାର ଗୁଣନୀୟକ ଭାବେ ପ୍ରକାଶ କରାଯାଏ; ଅର୍ଥାତ୍ 30 = 2 × 3 × 5
(ii) ଉତ୍ପାଦକୀକରଣ ଏକ ପ୍ରକ୍ରିୟା, ଯେଉଁଥରେ ଦତ୍ତ ବୀଜଗାଣିତିକ ରାଶିକୁ କେବଳ ମୌଳିକ ସଂଖ୍ୟା ବା ମୌଳିକ

→ ବଣ୍ଟନ ନିୟମ ବ୍ୟବହାର କରି ଉତ୍ପାଦକ ବିଶ୍ଳେଷଣ :
(i) ପରିମେୟ ସଂଖ୍ୟା ସେଟ୍‌ରେ ବଣ୍ଟନ ନିୟମଟି ହେଲା –
x (a + b) = xa + bx ବା xa + xb = x (a + b)
ଏଠାରେ x (a + b) ପରିପ୍ରକାଶର x ଏକ ଉତ୍ପାଦକ ଓ a + b ଅନ୍ୟ ଏକ ଉତ୍ପାଦକ ।

(ii) ବଣ୍ଟନ ନିୟମ ଦୁଇରୁ ଅଧୂକ ପଦବିଶିଷ୍ଟ ରାଶି ପାଇଁ ମଧ୍ୟ ପ୍ରଯୁଜ୍ୟ ।
xa + xb + xc = x(a + b + c)

BSE Odisha 8th Class Maths Notes Algebra Chapter 4 ଉତ୍ପାଦକୀକରଣ

ମନେରଖ :

  • ପଦମାନଙ୍କର କୌଣସି ସାଧାରଣ ଗୁଣନୀୟକ ନଥିଲେ, ଏ ପ୍ରଣାଳୀ ପ୍ରଯୁଜ୍ୟ ହେବ ନାହିଁ ।
  • ଦ୍ବିପଦ, ତ୍ରିପଦ ବା ବହୁପଦ ବିଶିଷ୍ଟ ରାଶି ମଧ୍ୟ ଗୁଣନୀୟକ ହୋଇପାରେ ।
  • ସାଧାରଣ ଗୁଣନୀୟକ, ଗୋଟିଏ ସଂଖ୍ୟା ବା ବୀଜଗାଣିତିକ ସଂକେତ; ଯଥା – a, b, c, x, y, z ଇତ୍ୟାଦି ହୋଇପାରେ ।

ଉଦାହରଣ :
4x + 8 କୁ ଉତ୍ପାଦକରେ ବିଶ୍ଳେଷଣ କର ।
ସମାଧାନ :
4x + 8 = 4 (x + 2)

ଉଦାହରଣ :
x²yx + xy²z + xyz² କୁ ଉତ୍ପାଦକରେ ବିଶ୍ଳେଷଣ କର ।
ସମାଧାନ :
x²yx + xy²z + xyz² = x × y × z (x + y + z) = xyz (x + y + z)

→ ପଦଗୁଡ଼ିକୁ ଦୁଇ ବା ତତୋଽଧ୍ଵକ ଭାଗରେ ବିଭକ୍ତ କରି ଉତ୍ପାଦକ ନିର୍ଣ୍ଣୟ (Factorisation by grouping method) :
ବୀଜଗାଣିତିକ ପରିପ୍ରକାଶକୁ ଏପରି ଦୁଇ ବା ତତୋଽଧ୍ଵ ଭାଗରେ ବିଭକ୍ତ କରାଯିବ, ଯେପରି ପ୍ରତ୍ୟେକ ଆବଶ୍ୟକସ୍ଥଳେ ପଦଗୁଡ଼ିକୁ ପୁନଃସଜିକରଣ କରାଯାଇ ଉତ୍ପାଦକ ନିର୍ଣ୍ଣୟ କରିବାକୁ ହେବ ।

ଉଦାହରଣ :
x² – xy – xz + yz ର ଉତ୍ପାଦକ ବିଶ୍ଳେଷଣ କର ।
ସମାଧାନ :
x² – xy – xz + yz = x(x – y) – z (x – y) = (x – y) (x – z)

→ ଦ୍ଵିଘାତ ପଲିନୋମିଆଲର ଉତ୍ପାଦକୀକରଣ ପ୍ରଣାଳୀ :
ଦ୍ଵିଘାତ ପଲିନୋମିଆଲର ସାଧାରଣ ରୂପ ହେଉଛି x² + px + q ।
ଏହାର ମଧ୍ୟମ ପଦ px କୁ ଯେଉଁଥରେ x ଚଳରାଶି ଓ p ସହଗ ଏବଂ ଉଭୟ p ଓ q ପ୍ରତ୍ୟେକ ଧ୍ରୁବକ ପଦ ।
(i) ଦ୍ବିଘାତ ପରିପ୍ରକାଶକୁ ଅଜ୍ଞାତ ରାଶିର ଘାତର ଅଧଃକ୍ରମରେ ସଜାଇ ରଖୁବାକୁ ହେବ ।
(ii) ଏପରି ଦୁଇଟି ସଂଖ୍ୟା ନିର୍ଣ୍ଣୟ କରିବାକୁ ହେବ, ଯାହାର ଯୋଗଫଳ ମଧ୍ୟମ ପଦର ସହଗ ସହ ସମାନ ଓ ଗୁଣଫଳ ତୃତୀୟ ପଦ ସହ ସମାନ ହେବ ।
(iii) ଏହାପରେ ମଧ୍ୟମ ପଦଟିକୁ ଆବଶ୍ୟକତା ଅନୁଯାୟୀ ଦୁଇଟି ପଦରେ ପ୍ରକାଶ କରିହେବ ।
(iv) ବର୍ତ୍ତମାନ ଚାରିପଦ ବିଶିଷ୍ଟ ରାଶିକୁ ଉତ୍ପାଦକରେ ବିଶ୍ଳେଷଣ କରିବା ।

ଉଦାହରଣ :
ଉତ୍ପାଦକରେ ବିଶ୍ଳେଷଣ କର ।
(i) x² + 5x + 6
(ii) x² – 5x + 6
ସମାଧାନ :
(i) x² + 5x + 6 କୁ x² + px + q ରେ ପ୍ରକାଶକଲେ p = 5 ଓ q = 6 ହେବ ।
5 କୁ ଦୁଇଟି ପଦରେ ଭାଙ୍ଗିବାକୁ ହେବ, ଯେପରି ଏହାର ଯୋଗଫଳ 5 ଓ ଗୁଣଫଳ 6 ହେବ ।
ଏଠାରେ ଗୁଣଫଳ ଧନାତ୍ମକ ହୋଇଥିବାରୁ, ଯୋଗ ବା ମିଶାଣଫଳ ମଧ୍ୟ ଧନାତ୍ମକ ।
x² + 5x + 6 = x² + (3 + 2)x + 3 × 2
= x² + 3x + 2x + 6 = x(x + 3) + 2(x + 3) = (x + 3) (x + 2)

(ii) x² – 5x + 6 ଏଠାରେ p = -5 ଓ q = 6
x² + (-5)x + 6 = x² + {(3) + (-2) }x + (-3)(-2) = x² – 3x – 2x + 6
= x(x – 3) – 2(x – 3) = (x – 3) (x – 2)

BSE Odisha 8th Class Maths Notes Algebra Chapter 4 ଉତ୍ପାଦକୀକରଣ

ମନେରଖ :
BSE Odisha 8th Class Maths Notes Algebra Chapter 4 ଉତ୍ପାଦକୀକରଣ - 1

→ ବିଭିନ୍ନ ଅଭେଦ ସାହାଯ୍ୟରେ ଉତ୍ପାଦକ ନିର୍ଣ୍ଣୟ (Factorisation using different Identities) :
ଉତ୍ପାଦକ ବିଶ୍ଳେଷଣରେ ଆବଶ୍ୟକ ଅଭେଦାବଳୀ ନିମ୍ନରେ ଦତ୍ତ ଅଛି ।
(i) a² + 2ab + b² = (a + b)²
(ii) a² – 2ab + b² =(a – b)²
(iii) a² – b² = (a + b)(a – b)
(iv) a² + b² + c² + 2ab + 2bc + 2ca = (a + b + c)²
(v) a² + b² + c² – 2ab – 2bc + 2ca = (a – b + c)²
(vi) a² + b² + c² + 2ab – 2bc – 2ca = (a + b – c)²
(vii) a² + b² + c² – 2ab + 2bc – 2ca = (a – b – c)²

BSE Odisha 8th Class Odia Solutions Chapter 12 ଡାକମୁନ୍ସି

Odisha State Board BSE Odisha 8th Class Odia Solutions Chapter 12 ଡାକମୁନ୍ସି Textbook Exercise Questions and Answers.

BSE Odisha Class 8 Odia Solutions Chapter 12 ଡାକମୁନ୍ସି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଆସ, କଥାବାର୍ତ୍ତା ହେବା ।
(କ) ହରିସିଂ କେଉଁ ପୋଷ୍ଟ ଅଫିସ୍‌ରେ କାର୍ଯ୍ୟ କରୁଥିଲେ ?
Answer:
ହରିସିଂ ଚାକିରି କଲା ଦିନରୁ ମଫସଲର ଅନେକ ପୋଷ୍ଟ ଅଫିସ୍‌ କାର୍ଯ୍ୟ କରିବା ପରେ ଦଶବର୍ଷ ହେଲା କଟକ ସଦର ପୋଷ୍ଟ ଅଫିସ୍‌ରେ କାର୍ଯ୍ୟ କରୁଥିଲେ ।

(ଖ) ମାସିକ ଦରମା ରୂପେ ହରିସିଂଙ୍କୁ କେତେ ଟଙ୍କା ମିଳୁଥିଲା ?
Answer:
ମାସିକ ଦରମା ରୂପେ ହରିସିଂଙ୍କୁ ନଅଟଙ୍କା ମିଳୁଥିଲା ।

BSE Odisha 8th Class Odia Solutions Chapter 12 ଡାକମୁନ୍ସି

(ଗ) ହରିସିଂଙ୍କ ଦେହ କାହିଁକି କଳାକାଠ ପଡ଼ିଯାଇଥିଲା ?
Answer:
ପୋଷ୍ଟମାଷ୍ଟରଙ୍କଠାରୁ ଚାକିରି ଶେଷ ହେବା କଥା ଶୁଣି, ଗୋପାଳକୁ କିପରି କଟକ ଆଣି ଇଂରାଜୀ ପାଠ ପଢ଼ାଇବେ, ସେହି କଥା ଭାବି ଭାବି ହରିସିଂଙ୍କ ଦେହ କଳାକାଠ ପଡ଼ି ଯାଇଥିଲା ।

(ଘ) ପୋଷ୍ଟମାଷ୍ଟର୍ ବାବୁ କେତେବେଳେ ଇଂରେଜୀ ଖବର କାଗଜ ପଢ଼ୁଥିଲେ ?
Answer:
ପୋଷ୍ଟମାଷ୍ଟରବାବୁ ସଞ୍ଜବେଳେ ଇଂରେଜୀ ଖବରକାଗଜ ପଢ଼ୁଥିଲେ ।

(ଙ) ହରିସିଂଙ୍କୁ ପୋଷ୍ଟମାଷ୍ଟର୍ ବାବୁ କାହିଁକି ଭଲପାଉଥିଲେ ?
Answer:
ପୋଷ୍ଟମାଷ୍ଟର ବାବୁଙ୍କ ମନଜାଣି ମିଠାକଡ଼ା ଗୁଡ଼ାଖୁ ଚିଲମ ସଜାଇ ଦେଉଥ‌ିବାରୁ ଓ ଉପରହାକିମ ଆସିଲେ ସେମାନଙ୍କ ଖୁସି ପାଇଁ ଖାଦ୍ୟପଦାର୍ଥ ବ୍ୟବସ୍ଥା କରୁଥିବାରୁ, ହରିସିଂଙ୍କୁ ପୋଷ୍ଟମାଷ୍ଟର ବାବୁ ଭଲପାଉଥିଲେ ।

Question ୨।
ଦୁଇ ବା ତିନୋଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖୁବା ?
(କ) ନଅ ଟଙ୍କା ଦରମାରେ ହରିସିଂ କିପରି ଗୁଜୁରାଣ ମେଣ୍ଟାଉଥିଲେ ?
Answer:
ହରିସିଂ ନଅଟଙ୍କା ଦରମାରୁ ପାଞ୍ଚଟଙ୍କାରେ କଟକ ସହରରେ କୌଣସି ପ୍ରକାରେ ଅତିକଷ୍ଟରେ ଚଳୁଥିଲେ । ଅବଶିଷ୍ଟ ଚାରି ଟଙ୍କାକୁ ଗାଁକୁ ପଠାଉଥିଲେ, କାରଣ ଗାଁରେ ରହୁଥିଲେ ତାଙ୍କର ସ୍ତ୍ରୀ ଓ ଆଠବର୍ଷର ପୁଅ ଗୋପାଳ । ଗୋପାଳର ପାଠପଢ଼ା ଖର୍ଚ୍ଚ ସାଙ୍ଗକୁ ଘରଖର୍ଚ୍ଚ, ଗାଁରେ ସେମାନେ ଟାଣଟୁଣ ହୋଇ ଚଳୁଥ୍ଳୋ

(ଖ) ଗୋପାଳକୁ ଇଂରେଜୀ ପଢ଼ାଇବା ପାଇଁ ହରିସିଂ କାହିଁକି ଇଚ୍ଛା କରିଥଳେ ?
Answer:
ଗୋପାଳକୁ ଇଂରେଜୀ ପଢ଼ାଇବା ପଛରେ ହରିସିଂଙ୍କ ମନରେ ଉଚ୍ଚ ଆଶା ରହିଥିଲା । ଇଂରେଜୀ ପଢ଼ିଲେ ଗୋପାଳ ମଫସଲ ପୋଷ୍ଟଅଫିସ୍‌ରେ ସର୍‌ପୋଷ୍ଟମାଷ୍ଟର ହେବାର ଇଚ୍ଛା ସେ ରଖୁଥିଲେ ।

(ଗ) ହରିସିଂ ଗାଆଁରେ ପହଞ୍ଚି କ’ଣ ଦେଖ‌ିଲେ ?
Answer:
ହରିସିଂ ଗାଆଁରେ ପହଞ୍ଚ୍ ଦେଖ‌ିଲେ, ବୁଢ଼ୀର ଅବସ୍ଥା ଶେଷ ପ୍ରାୟ ହୋଇଗଲାଣି । ବୁଢ଼ୀକୁ ଏପରି ଅବସ୍ଥାରେ ଦେଖୁ ହରିସିଂଙ୍କ ଆଖ୍ର ଜ୍ୟୋତି ହଜିଗଲା। ବୁଢ଼ୀ ସ୍ଵାମୀଙ୍କ ମୁହଁକୁ ଅନାଇ, ଦୁଇ ହାତ ଉଠାଇ ଦଣ୍ଡବତ ହୋଇ, ପାଦଧୂଳି ନେବା ସହିତ ଶେଷ ନିଃଶ୍ବାସ ତ୍ୟାଗ କଲେ ।

BSE Odisha 8th Class Odia Solutions Chapter 12 ଡାକମୁନ୍ସି

(ଘ) ପନ୍ତ୍ରୀଙ୍କ ମୃତ୍ୟୁ ପରେ ହରିସିଂ କ’ଣ କଲେ ?
Answer:
ପତ୍ନୀଙ୍କ ମୃତ୍ୟୁ ପରେ ହରିସିଂ ଗାଁରେ ଯାହାକିଛି ମାଲମତା ଥିଲା ସେସବୁକୁ ବିକି ଦେଇଥିଲେ । ପୁଅ ଗୋପାଳକୁ ସାଙ୍ଗରେ ଧରି ସେ କଟକ ପଳାଇ ଆସିଥିଲେ ।

(ଙ) ଚାକିରି ସରିଯିବା ପରେ ହରିସିଂଙ୍କର କ’ଣ ଅସୁବିଧା ହେଲା ?
Answer:
ଚାକିରି ସରିଯିବା ପରେ ହରିସିଂଙ୍କର ପେନ୍‌ସନ୍‌ ହୋଇଗଲା । ଚଳିବାରେ କଷ୍ଟ ହେବାରୁ ଘରର ଲୋଟା
କଂସା ଯାହା ଦୁଇଖଣ୍ଡ ଥିଲା ସେସବୁକୁ ବିକ୍ରି କରି ଖାଇଲେ । ଚାକିରିରେ ଥିବାବେଳେ ଅତି କଷ୍ଟରେ ମାସକୁ ଯେଉଁ ଦୁଇ-ଚାରି ଅଣା ସଞ୍ଚୟ କରିଥିଲେ, ସେସବୁ ଗୋପାଳର ମାଇନର ପଢ଼ାରେ ଶେଷ ହୋଇଗଲା ।

Question ୩ ।
ଆସ, ତଳେ ଦିଆଯାଇଥିବା ବାକ୍ୟଗୁଡ଼ିକୁ ସରଳ ଭାଷାରେ ବୁଝାଇ ଲେଖୁ ।
(କ) ‘ଆରେ ନିର୍ବୋଧ ଏ କ’ଣରେ ! ଆଚ୍ଛା ବୁଝିବୁ’’ ।
Answer:
ଆଲୋଚ୍ୟ ପ୍ରସଙ୍ଗଟି ଗାଳ୍ପିକ ଫକୀରମୋହନ ସେନାପତିଙ୍କ ଲିଖ୍ ‘ଡାକମୁନ୍ସି’ ଗଳ୍ପରୁ ଆସିଅଛି । ଏଠାରେ ଗାଳ୍ପିକ ହରିସିଂଙ୍କ ଉଦ୍ଦେଶ୍ୟରେ, ଭଗବାନଙ୍କର ନିଷ୍ଠୁର ବିଚାରଧାରାକୁ ଉଲ୍ଲେଖ କରିଛନ୍ତି । ଗୋପାଳ ଚାକିରି ପାଇବା ପରେ ହରିସିଂଙ୍କ ମନୋଭାବ ବଦଳି ଯାଇଥିଲା । ସେ ସବୁବେଳେ ପୁଅର ଖାଇବା, ପିନ୍ଧିବା କଥା ଚିନ୍ତା କରି ସମୟ ବିତାଇଲେ । ପୁଅର ସୁଖ ସୁବିଧା ପାଇଁ ଦିନରାତି ଲାଗି ପଡ଼ିଲେ । ଆଗରୁ ସେ ଠାକୁରଙ୍କୁ ଡାକୁଥିଲେ, ବେଳେବେଳେ ହରିନାମ କରୁଥିଲେ । ମାତ୍ର ଗୋପାଳ ପାଇଁ ସେସବୁ ଭୁଲିଗଲେ । ଏପରି ପରିସ୍ଥିତି ଦେଖୁ ହରି ଅର୍ଥାତ୍ ଭଗବାନ୍, ହରିସିଂହଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଯାଇଥିଲେ । ରାଗିକରି ହରିସିଂ ପାଇଁ ଉପଯୁକ୍ତ ଦଣ୍ଡର ବ୍ୟବସ୍ଥା କରାଇବାକୁ ଯାଇ କହିଥିଲେ, ‘ନିର୍ବୋଧ, ଏପରି କରି ତୁ କିଛି ଭଲ କରୁନାହୁଁ । ଏହାରି ପ୍ରତିଫଳିତ ତୋତେ ନିଶ୍ଚୟ ଭୋଗ କରିବାକୁ ପଡ଼ିବ ।’ ଭଗବତ୍ ବିଶ୍ଵାସହୀନ ହେଲେ ମଣିଷ କିପରି ଦଣ୍ଡିତ ହୁଏ, ଏଠାରେ ତାହା ବୁଝାଇ କୁହାଯାଇଛି ।

(ଖ) ‘ଅଜାଗା ଘା, ଦେଖ୍ହୁଏ ନାହିଁ କି ଦେଖାଇହୁଏ ନାହିଁ’ ।
Answer:
ଆଲୋଚ୍ୟ ପ୍ରସଙ୍ଗଟି ଗାଳ୍ପିକ ଫକୀରମୋହନ ସେନାପତିଙ୍କ ରଚିତ ‘ଡାକମୁନ୍ସି’ ଗଳ୍ପରୁ ଆସିଅଛି । ଏଠାରେ ଗାଳ୍ପିକ ଓଡ଼ିଆରେ ଏକ ବହୁ ପ୍ରଚଳିତ ଋଢ଼ିକୁ ବ୍ୟବହାର କରି, ହରିସିଂ ନିଜ ପୁଅ କଥାରେ ବ୍ୟଥ୍‌ତ ହୋଇଥିବା ପରିସ୍ଥିତି କଥା ସୂଚାଇ ଅଛନ୍ତି । ଗୋପାଳ ଚାକିରି କଲାପରେ, ପ୍ରଥମେ ତାହାର ବାପାଙ୍କ ପ୍ରତି ମନୋଭାବ ଠିକ୍ ଥିଲା । ମାତ୍ର ପରବର୍ତ୍ତୀ ସମୟରେ ତାହାର ଚିନ୍ତାଧାରା ବଦଳି ଯାଇଥିଲା । ବାପାଙ୍କୁ ସେ ଅଶିକ୍ଷିତ, ମଳିମୁଣ୍ଡିଆ ବୋଲି ବିଚାର କଲା । ବାପାଙ୍କ

ପାଇଁ ତାହାର ସମ୍ମାନ ଯାଉଛି ବୋଲି ଚିନ୍ତାକଲା । ଏଣିକି ସେ ବାପାଙ୍କୁ ବିନାକାରଣରେ ଗାଳି ଦେଲା । ଥରେ କେତେ ଜଣ ସେମିଜ୍ ପିନ୍ଧା ମହିଳାଙ୍କ ଆଗରେ ହରିସିଂ ଖୋଲା ଦେହରେ ଚାଲିଯିବାରୁ ଗୋପାଳକୁ ଖୁବ୍ ଅପମାନ ବୋଧ ହେଲ । ବାହାର ଲୋକଙ୍କ ନିକଟରେ ତାହାର ମାନହାନୀ ହେଉଛି ବୋଲି କହିଲା । ଗୋପାଳର ନିଷ୍ଠୁର କଥା ଶୁଣି, ହରିସିଂର କାନମୁଣ୍ଡ ଭାଁ ଭାଁ ହୋଇଗଲା । ସେ କ’ଣ କରିବ ବୋଲି ଚିନ୍ତା କରି ପାରିଲା ନାହିଁ । ନିଜ ପୁଅ କଥା କାହା ଆଗରେ କହିବ ବୋଲି ଉଚିତ୍ ମନେକଲା ନାହିଁ । ନିଜ ମନରେ ଦୁଃଖକୁ ଚାପି ରଖୁଲା । ଏହାକୁ ବୁଝାଇବା ପାଇଁ ଗାଳ୍ପିକ ଏଭଳି ରୂଢ଼ି ପ୍ରୟୋଗ କରି, ନିଜର ବକ୍ତବ୍ୟ ଆହୁରି ସ୍ପଷ୍ଟ କରାଇଛନ୍ତି ।

(ଗ) ବର୍ତ୍ତମାନ ସର୍ବସ୍ଵ ଲୋକ ଉପସ୍ଥିତ ସୁଖ ବା ଦୁଃଖରେ ବିମୋହିତ ହୋଇପଡ଼ିଥାନ୍ତି ?
Answer:
ଆଲୋଚ୍ୟ ପ୍ରସଙ୍ଗଟି ଗାଳ୍ପିକ ଫକୀରମୋହନ ସେନାପତିଙ୍କ ‘ଡାକମୁନସି’ ଗଳ୍ପରୁ ଆସିଅଛି । ଏଠାରେ ଲେଖକ ହରିସିଂଙ୍କ ବର୍ତ୍ତମାନ ସର୍ବସ୍ଵ ଚିନ୍ତାଧାରା ପ୍ରତି ଆକ୍ଷେପ କରି ଏଭଳି ଚିନ୍ତାଧାରା ପ୍ରକାଶ କରିଛନ୍ତି । ହରି ସିଂଙ୍କୁ ପୋଷ୍ଟମାଷ୍ଟର୍ ଦୟା କରିଛନ୍ତି । ହରି ସିଂର ଚାକିରିକାଳ ବଢାଇଦେବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିଛନ୍ତି । ତାଙ୍କର ଦରଖାସ୍ତ ଉପରେ ସୁପାରିସ କରି ସଦର ଅଫିସ୍‌ ପଠାଇଛନ୍ତି । ଯାହା ଫଳରେ ହରିସିଂଙ୍କ ଚାକିରିକାଳ ଆଉ ଦୁଇବର୍ଷ ବଢ଼ି ଯାଇଛି । ଏହି ଖବର ପାଇଲା ପରେ, ହରିସିଂ ଖୁସି ହୋଇଛନ୍ତି । ନିଜର ଖୁସି ଖବର ଗାଁକୁ ପଠାଇ ଦେଇଛନ୍ତି । ଏହି ପରିସ୍ଥିତିକୁ ବିଚାର କରି ଗାଳ୍ପିକ ଲେଖୁଛନ୍ତି, ହରିସିଂ ଭଳି ବର୍ତ୍ତମାନସର୍ବସ୍ଵ ମଣିଷ, ସାମାନ୍ୟ ଖୁସିରେ ଯେପରି ବିମୋହିତ ହୁଅନ୍ତି, ସାମାନ୍ୟ ଦୁଃଖରେ ମଧ୍ୟ ସେହିପରି ଭାଙ୍ଗି ପଡ଼ନ୍ତି । ବାସ୍ତବରେ ଗାଳ୍ପିକ, ହରିସିଂ ପାଇଁ ଯେଉଁ ମତାମତ ଦେଇଛନ୍ତି, ତାହା ଯଥାର୍ଥ ମନେ ହୋଇଥାଏ ।

BSE Odisha 8th Class Odia Solutions Chapter 12 ଡାକମୁନ୍ସି

Question ୪ ।
ତଳେ ଦିଆଯାଇଥ‌ିବା ବୈଦେଶିକ ଶବ୍ଦଗୁଡ଼ିକର ଅର୍ଥ ପାଖ କୋଠରିରେ ଅଛି । ଆସ, ଏହାକୁ ମିଳାଇ ଲେଖୁବା, ଯେପରି ରକମ୍ – ପ୍ରକାର ।
ଜିନିଷପତ୍ର, ଗାଁ ଅଞ୍ଚଳ, ନିନ୍ଦା ବାଗାଳି, ହଇରାଣ, ଉପସ୍ଥିତ, ମର୍ଯ୍ୟାଦା ଅବସ୍ଥା, ମାନସିକ ସ୍ଥିତି, କ୍ଷମା
ମଫସଲ ___________
ମାଲମତା ___________
ଇଜ୍ଜତ୍ ___________
ଫଜିତ୍ ___________
ହରକତ୍ ___________
ହାଜର୍ ___________
ହାଲ୍ ___________
ମିଜାକ୍ ___________
Answer:
ମଫସଲ – ଗାଁ ଅଞ୍ଚଳ
ମାଲମତା – ଜିନିଷପତ୍ର
ଇଜ୍ଜତ୍ – ମର୍ଯ୍ୟାଦା
ଫଜିତ୍ – ନିନ୍ଦା ବା ଗାଳି
ହରକତ୍ – ହଇରାଣ
ହାଜର୍ – ଉପସ୍ଥିତ
ହାଲ୍ – ଅବସ୍ଥା
ମିଜାକ୍ – ମାନସିକ ସ୍ଥିତି

Question ୫ ।
ତଳେ ‘କ’ – ସ୍ତମ୍ଭରେ କେତେଗୁଡ଼ିଏ ଶବ୍ଦ, ‘ଖ’ ସ୍ତମ୍ଭରେ – ସେହି ଶବ୍ଦର ଅର୍ଥ ଓ ‘ଗ’ ସ୍ତମ୍ଭରେ ତାହାର ସମ୍ପର୍କିତ ବାକ୍ୟ ଦିଆଯାଇଛି । ସେଗୁଡ଼ିକୁ ଗାରଟାଣି ଯୋଡ଼ିବା । (ପ୍ରଶ୍ନ ସହିତ ଉତ୍ତର)
BSE Odisha 8th Class Odia Solutions Chapter 12 ଡାକମୁନ୍ସି 1

Question ୬ ।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକୁ ନେଇ ଆସ ଗୋଟିଏ ଛୋଟ ଅନୁଚ୍ଛେଦ ଲେଖୁବା ।
ଖାଦ୍ୟପେୟ, ତୁଷ୍ଟି, ଉଚ୍ଛୁଣି, ଧର୍ମକର୍ମ, ଦୁଃଖସୁଖ, ଆନନ୍ଦ ଉତ୍ସବ
Answer:
ବାହାର ଖାଦ୍ୟପେୟ ଘରର ବ୍ୟବସ୍ଥାଭଳି ହୋଇ ନଥାଏ । ଏପରି ଖାଦ୍ୟରେ କୌଣସି ପ୍ରକାର ତୁଷ୍ଟି ମିଳିନଥାଏ । ଉଛୁଣି ଅନେକ ଲୋକ ବାହାର ଖାଦ୍ୟପେୟ ଉପରେ ନିର୍ଭର କରି ଚଳୁଛନ୍ତି । ଏଭଳି ଖାଦ୍ୟପେୟ ଗ୍ରହଣଦ୍ବାରା ଯେ ମଣିଷର ଧର୍ମକର୍ମ ନଷ୍ଟ ହେଉଛି, ସେ କଥା କେହି ବୁଝୁନାହାନ୍ତି । ଦୁଃଖସୁଖରେ ସବୁକୁ ଚଳେଇ ନେବାକୁ ହେଉଛି । ମାତ୍ର ଆନନ୍ଦ ଉତ୍ସବ ଦିନମାନଙ୍କରେ ସମସ୍ତେ ନିଜ ବାସଗୃହରେ ଖାଦ୍ୟପେୟର ସୁବନ୍ଦୋବସ୍ତ କରିଥାଆନ୍ତି ।

Question ୭ ।
ତଳେ ଦିଆଯାଇଥିବା ରୂଢ଼ିଗୁଡ଼ିକର ଅର୍ଥ ଲେଖ୍ ବାକ୍ୟରେ ବ୍ୟବହାର କରିବା । (ପ୍ରଶ୍ନ ସହ ଉତ୍ତର)
Answer:
(କ) ବଜ୍ର ପଡ଼ିବା – ଅର୍ଥ (ଅଚାନକ ବିପଦ ପଡ଼ିବା)
ବାକ୍ୟ – ହଠାତ୍ ବାପାଙ୍କ ମୃତ୍ୟୁ ଖବର ଶୁଣି, ମୋ ମୁଣ୍ଡରେ ବଜ୍ର ପଡ଼ିଲା ପରି ଲାଗିଲା ।

(ଖ) ଭେକ ଦେଖ୍ ଭିକ – ଅର୍ଥ (ବେଶପୋଷାକ ଅନୁସାରେ ମର୍ଯ୍ୟାଦା ମିଳିବା)
ବାକ୍ୟ – ଯଦୁବାବୁ ନିଜର ପରିଷ୍କାର ପରିଚ୍ଛନ୍ନତା ଓ ସୁନ୍ଦର ବେଶପୋଷାକ ପାଇଁ ସବୁଠାରେ ଆଦର ପାଆନ୍ତି, ସେଥୂପାଇଁ କୁହାଯାଏ, ଭେକ ଦେଖ୍ ଭିକ ।

(ଗ) ଚକେ ଗଲେ ବାରହାଟ – ଅର୍ଥ (ସମୟ ଅନୁସାରେ ସ୍ଵଭାବ ବଦଳିବା)
ବାକ୍ୟ – ରାମର ସ୍ବଭାବ ଏପରି ଯେ, ସେ ଚକେ ଗଲେ ବାର ହାତ । ତା’ ଉପରେ ନିର୍ଭର କରିବା ଠିକ୍ ନୁହେଁ । ହରିବାବୁ ପୂର୍ବରୁ ଖୁବ୍ ବିନୟୀ ଥିଲେ, ମାତ୍ର ଦୁଇ ପୁଅ ଚାକିରି ପାଇବା ପରଠାରୁ କାହାକୁ ଖାତିର କରୁନାହାନ୍ତି । ସେଇଥପାଇଁ ତ କୁହାଯାଏ ଚକେ ଗଲେ ବାର ହାତ ।

(ଘ) ଚାଲି ନଜାଣି ବାଟର ଦୋଷ – ଅର୍ଥ (ନିଜର ଦୁର୍ବଳତାକୁ ବିଚାର କରି ଅନ୍ୟକୁ ଦୋଷଦେବା)
ବାକ୍ୟ – ତୁମେ ତ କୌଣସି କାମ ଠିକ୍ ଭାବେ କରିପାରୁନାହଁ, ଚାଲି ନ ଜାଣି ବାଟର ଦୋଷ ଦେଉଛ କାହିଁକି ?

BSE Odisha 8th Class Odia Solutions Chapter 12 ଡାକମୁନ୍ସି

Question ୮ ।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ସନ୍ଧିବିଚ୍ଛେଦ କରି ଲେଖୁବା । (ପ୍ରଶ୍ନ ସହ ଉତ୍ତର)
Answer:
(କ) ଉଚ୍ଚାଶା = ଉଚ୍ଚ + ଆଶା
(ଖ) ମୁଦ୍ରିତାବସ୍ଥା = ମୁଦ୍ରିତ + ଅବସ୍ଥା
(ଗ) ପରସ୍ପର = ପର + ପର
(ଘ) ମତାମତ = ମତ + ଅମତ

Question ୯ ।
ତଳେ ଦିଆଯାଇଥ‌ିବା ଅନୁଛେଦଟିକୁ ପଢ଼ି କେତୋଟି ପ୍ରଶ୍ନ ତିଆରି କରିବା ।
Answer:
ଦିନେ ଡାକମୁନ୍‌ସିବାବୁ ବାପକୁ କହିଦେଲେ, – ‘ଦେଖ, ତୁମେ ମୋର କିଛି ଉପକାର କରି ନାହଁ । ଇଚ୍ଛା ହେଲେ ବସାରେ ରହ ନୋହିଲେ ଚାଲିଯାଅ । ଆଉ ଦେଖ, ବାବୁମାନେ ଆମ ଦୁଆରକୁ ଆସିଲେ ତୁମେ ଘରୁ ବାହାରିବ ନାହିଁ ।’’ ଗୋପାଳ କଥା ଶୁଣି ବୁଢ଼ାର କାନମୁଣ୍ଡ ଗାଁର୍ଭା କଲା – ଗୁମ୍ କରି ବସି ପଡ଼ିଲା, କାହାକୁ କହିବ ? ପୁଅ କଥା; ଅଜାଗା ଘା’ ଦେଖୁହୁଏ ନାହିଁ କି ଦେଖାଇ ହୁଏ ନାହିଁ । ଯାହାକୁ ମନର କଥା କହନ୍ତା, ସେ ଯାଇଛି । ବୁଢ଼ୀ କଥା ମନରେ ପଡ଼ିଲା, ଢେର କାନ୍ଦିଲା, ଚାରିଆଡ଼କୁ ଅନାଇଲା – କେହି ଭରସା ନାହିଁ । ବୁଢ଼ା ଦୁଃଖ ବେଳେ ବୁଢ଼ୀ କଥା ମନରେ କରେ, ସୁଖ ବେଳେ ମନରେ କରେ । ମୁହଁ ପୋଛିଲା, ଆଉ କାନ୍ଦିଲା ନାହିଁ, ଗୋପାଳର କାଳେ ଅମଙ୍ଗଳ ହେବ ।
ପ୍ରଶ୍ନ :
(କ) ଡାକମୁନ୍‌ସିବାବୁ ବାପାକୁ କ’ଣ କହିଲେ ?
(ଖ) ‘ବାବୁମାନେ ଆମ ଦୁଆରକୁ ଆସିଲେ ତୁମେ ଘରୁ ବାହାରିବ ନାହିଁ’ – ଏକଥା କିଏ କାହାକୁ କହିଥିଲା ?
(ଗ) ଗୋପାଳ କଥା ଶୁଣି ବୁଢ଼ାର ଅବସ୍ଥା କ’ଣ ହେଲା ?
(ଘ) ବୁଢ଼ା ଦୁଃଖବେଳେ କାହା କଥା ମନେ ପକାଇଥାଏ ?
(ଙ) ବୁଢ଼ା କାହିଁକି କାନ୍ଦିଲା ନାହିଁ ?

Question ୧୦ ।
ଭୁଲ୍ ଶବ୍ଦକୁ ଠିକ୍ କରି ତା’ ପାଖରେ ଲେଖୁବା । (ପ୍ରଶ୍ନ ସହ ଉତ୍ତର)
Answer:

  • ମୁକରୀର – ମୁକରିର
  • ଫଜିତ୍ – ଫଜିତ୍
  • ତୃଷ୍ଟି – ତୁଷ୍ଟି
  • ସୂତ – ସୂତ୍ର
  • ମେହରବାନି – ମେହେରବାନି
  • ଦେଶି – ଦେଣୀ
  • ମୁର୍ଖ – ମୂର୍ଖ
  • ଲଜା – ଲଜ୍ଜା
  • ଦୁଖଃ – ଦୁଃଖ
  • ମୁଶ୍ମିଲ୍ – ମୁସ୍କିଲ
  • ନିଃସ୍ୱାସ – ନିଃଶ୍ଵାସ
  • ସ୍ୱାମି – ସ୍ୱାମୀ
  • ପାର୍ଥନା – ପ୍ରାର୍ଥନା
  • ମୁଲିଆ – ମୂଲିଆ

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ପେନ୍‌ସନ୍ ନେବାକୁ ପଡ଼ିବ ବୋଲି ଶୁଣିବା ପରେ ହରି ସିଂଙ୍କ ମୁଣ୍ଡରେ ବଜ୍ର ପଡ଼ିଲା କାହିଁକି ?
Answer:
ହରି ସିଂ କଟକ ସଦର ପୋଷ୍ଟ ଅଫିସ୍‌ରେ ହେଡ୍‌ପିଅନ ଭାବେ କାର୍ଯ୍ୟକରି ଗୁଜୁରାଣ ମେଣ୍ଟାଉଥିଲେ । ପୁଅକୁ ଇଂରାଜୀ ପଢ଼ାଇ ଗୋଟେ ମଫସଲ ପୋଷ୍ଟ ଅଫିସ୍‌ରେ ସପୋଷ୍ଟମାଷ୍ଟର କରିବାର ଉଚ୍ଚ ଆଶା ପୋଷଣ କରିଥିଲେ । ମାତ୍ର ତାଙ୍କୁ ୫୫ ବଜ୍ର ପଡ଼ିଲା । ସଂସାର କିପରି ଚଳିବ, ଗୋପାଳର ପାଠପଢ଼ା କାଳେ ବନ୍ଦ ହୋଇଯିବ ଏହି ଚିନ୍ତାରେ ତାଙ୍କୁ ରାତିରେ ନିଦ ହେଲା ନାହିଁ ।

BSE Odisha 8th Class Odia Solutions Chapter 12 ଡାକମୁନ୍ସି

Question ୨ ।
ଗୋପାଳ ଚାକିରି କଲାପରେ ହରି ସିଂଙ୍କର ବ୍ୟସ୍ତତା ବଢ଼ିଗଲା କାହିଁକି ?
Answer:
ଗୋପାଳ ଚାକିରି କଲାପରେ ପ୍ରଥମ ମାସର ଦରମା ହରି ସିଂଙ୍କୁ ଦେଇଥଲା। ବୁଢ଼ାର ଆନନ୍ଦ କହି ହେବ ନାହିଁ । ସେ ବଜାରକୁ ଯାଇ ଜୋତା, କୁରୁତା ଆଦି ଜିନିଷ ପୁଅ ପାଇଁ ଖୁସିରେ କିଣି ପକାଇଲେ। ନିଜେ ମଇଳା ଲୁଗା ଖଣ୍ଡେ ପିନ୍ଧି ଘର ଭିତରେ କାମରେ ଲାଗି ପଡ଼ିଲେ। ଗୋପାଳ କିପରି ଭଲ ଖାଇବ, ଭଲ ପିନ୍ଧିବ, ତା’ର ବିଛଣାପତ୍ର ପରିଷ୍କାର ରହିବ ଆଦି କାର୍ଯ୍ୟରେ ହରି ସିଂ ଲାଗିପଡ଼ିଲେ। ହରି ସିଂ ଏହିପରି ବ୍ୟସ୍ତତା ଭିତରେ ସମୟ କାଟିଲେ।

Question ୩ ।
ହରି ସିଂଙ୍କୁ ଘରର ସବୁ ଆସବାବପତ୍ର ବିକିବାକୁ ପଡ଼ିଥିଲା କାହିଁକି ?
Answer:
ହରି ସିଂ ଯେତେବେଳେ ପେନ୍‌ସନ୍ ନେଲେ ସେତେବେଳକୁ ଗୋପାଳ ମାଇନର ପଢୁଥିଲା । କଷ୍ଟେ ମଷ୍ଟେ ଚଳି ସେ ଜୀବନକାଳ ମଧ୍ୟରେ ଯାହା ସଞ୍ଚୟ କରିଥିଲେ ସେସବୁ ଗୋପାଳର ମାଇନର ପଢ଼ାରେ ଖର୍ଚ୍ଚ କଲେ । ସେସବୁ ଯଥେଷ୍ଟ ନଥିବାରୁ ଘରର ଲୋଟା, କଂସା ଯାହାକିଛି ଆସବାବପତ୍ର ଥିଲା ସବୁ ବିକିବାକୁ ବାଧ୍ୟ ହୋଇଥିଲେ । ତାଙ୍କର ବଡ଼ ଆଶା ଥିଲା ଗୋପାଳ ମାଇନର ଖଣ୍ଡକ ପାଶ୍ କରିଗଲେ ସବ୍‌ ପୋଷ୍ଟମାଷ୍ଟର ହେବ । ତାଙ୍କର ସବୁ କଷ୍ଟ ମେଣ୍ଟିବ । ଗୋପାଳ ବି ବାପାଙ୍କୁ ଭରସା ଦେଇଥୁଲା ଯେ ଚାକିରି କରି ସବୁ ଧାର କରଜ ଶୁଝିଦେବ ।

Question ୪।
ହରି ସିଂ ଅସୁସ୍ଥ ହୋଇପଡ଼ିଲେ କାହିଁକି ?
Answer:
ପୁଅ ଗୋପାଳର ମଫସଲକୁ ବଦଳି ହେଲାପରେ ପୁଅର କହିବା ଅନୁସାରେ ଘରର ସବୁ ଜିନିଷ ମୁଟରି ବାନ୍ଧି ମୁଣ୍ଡାଇ ବସି ଉଠି ଆଣିଥିଲେ । ମଫସଲରେ ପହଞ୍ଚିବାପରେ ଏତେ ବର୍ଷ ସହରରେ ଚଳିଥିବା ହରି ସିଂଙ୍କ ଦେହରେ ସେଠାକାର ପାଣି ପବନ ଗଲା ନାହିଁ । ତାଙ୍କୁ ମଧ୍ଯ ଗୋପାଳ ପାଇଁ ବ୍ୟସ୍ତ ରହି ସମସ୍ତ କାମ କରିବାକୁ ପଡୁଥିଲା । ତାଙ୍କୁ ଥଣ୍ଡା ଜ୍ୱର ଧରିଲା ଓ କାଶ ହେଲା । ରାତିରେ ଅଧ‌ିକ କାଶ ହେଲା । ସେ ଅସୁସ୍ଥ ହୋଇପଡ଼ିଲେ ।

Question ୫ ।
କେଉଁ ସବୁ ଉପଲବ୍ଧିକୁ ଆଧାର କରି ଫକୀରମୋହନ ସେନାପତି ‘ଡାକମୁନ୍ସୀ’ ଗଳ୍ପ ରଚନା କରିଥିଲେ ?
Answer:
‘ଡାକମୁନ୍‌ସି ଏକ ପାରିବାରିକ କାହାଣୀ’ । ଏହା ପିତା-ପୁତ୍ର ସଂପର୍କ ଉପରେ ଆଧାରିତ । ସେ ସମୟରେ ଇଂରାଜୀ ଶିକ୍ଷା ଓ ପାଶ୍ଚାତ୍ୟ ସଭ୍ୟତା ନବ ଯୁବପିଢ଼ିଙ୍କୁ ଆକୃଷ୍ଟ କରିଦେଇଥିଲା । ସେମାନେ ସମାଜରେ ପ୍ରତିଷ୍ଠିତ ହେବା ପରେ ଓ ରୋଜଗାରକ୍ଷମ ହେବାପରେ ପରିବାର, ବାପା-ମାଆଙ୍କୁ ଭୁଲି ଯାଇଛନ୍ତି । ସେମାନେ ବ୍ୟକ୍ତିଗତ ସୁଖ ଓ ବିଳାସକୁ ଗୁରୁତ୍ଵ ଦେବା ଫଳରେ ପିତା-ପୁତ୍ର ଭଳି ସଂପର୍କ ତୁଟି ଯାଇଛି । ଏସବୁ ଉପଲବ୍ଧକୁ ଆଧାର କରି ଫକୀରମୋହନ ‘ଡାକମୁନ୍ସି’ ପ୍ରବନ୍ଧ ରଚନା କରିଛନ୍ତି ।

ଗାଳ୍ପକ ପରିଚୟ: 

ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ନିର୍ମାତା ହେଉଛନ୍ତି ଫକୀରମୋହନ ସେନାପତି । ସେ କଳ୍ପନା ବିଳାସକୁ ପରିହାର କରି ବାସ୍ତବ ସମାଜ ଓ ଅନୁଭବକୁ ନେଇ ସାହିତ୍ୟ ନିର୍ମାଣ କରିଛନ୍ତି । ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ସେ ଥିଲେ କର୍ଣ୍ଣଧାର । ଓଡ଼ିଆ କଥା ସାହିତ୍ୟ, ଗଦ୍ୟ ସାହିତ୍ୟ ଓ କାବ୍ୟ ସାହିତ୍ୟକୁ ନୂଆ ରୂପ ଦେବା ନିମନ୍ତେ ସେ ଥିଲେ ଦୃଢ଼ସଙ୍କଳ୍ପ । ପ୍ରାଚୀନ ଅନ୍ଧବିଶ୍ୱାସକୁ ବିଲୋପ କରି ସାହିତ୍ୟ ମାଧ୍ୟମରେ ସଂସ୍କାର ଆଣିବାରେ ସେ ଥିଲେ ଯଥାର୍ଥରେ ଜାତୀୟ ସେନାପତି । ଓଡ଼ିଆମାନଙ୍କ କଥା ଭାଷାକୁ ସେ ସାହିତ୍ୟ-ମର୍ଯ୍ୟାଦା ଦେଇଥିଲେ । ଇଂରେଜୀ ଶିକ୍ଷା ଓ ସଭ୍ୟତାର କୁପରିଣାମ ସୃଷ୍ଟିକାରୀ ପ୍ରଭାବ ଓ ଅନୁସରଣକୁ ସେ ନିନ୍ଦା କରୁଥିଲେ । ତାଙ୍କର ଏହି ମାନସିକତା ତାଙ୍କ ଗଳ୍ପ, ଉପନ୍ୟାସ, ଆତ୍ମଚରିତ, ଭ୍ରମଣ ରଚନା ଆଦିରେ ପ୍ରତିଫଳିତ । ତାଙ୍କଦ୍ୱାରା ରଚିତ ଲେଖାଗୁଡ଼ିକ ଊନବିଂଶ ଶତାବ୍ଦୀର ସାମାଜିକ ଜୀବନ ଓ ବ୍ୟବସ୍ଥାର ନିଖୁଣ ଚିତ୍ର । ତାଙ୍କଦ୍ୱାରା ରଚିତ ସାହିତ୍ୟକୃତିଗୁଡ଼ିକୁ ଆମେ ନିମ୍ନମତେ ବିଚାର କରିବା ।

(କ) କାବ୍ୟ କବିତା – ବୌଦ୍ଧାବତାର କାବ୍ୟ, ଉତ୍କଳ ଭ୍ରମଣଂ, ଉପହାର, ପୂଜାଫୁଲ, ଧୂଳି, ଅବସର ବାସରେ ।
(ଖ) ଗଦ୍ୟ ଗ୍ରନ୍ଥ – ଆତ୍ମ ଚରିତ ।
(ଗ) ଉପନ୍ୟାସ ଗ୍ରନ୍ଥ – ଛ’ମାଣ ଆଠଗୁଣ୍ଠ, ମାମୁ, ଲଛମା, ପ୍ରାୟଶ୍ଚିତ୍ତ ।
(ଘ) ଗଚ୍ଚ୍ପଗ୍ରନ୍ଥ – ଗଳ୍ପସ୍ବଚ୍ଛ – ୧ମ ଭାଗ, ୨ୟ ଭାଗ । ତାଙ୍କ କ୍ଷୁଦ୍ରଗଳ୍ପର ସଂଖ୍ୟା – ୨୨।
ଏହି ୨୨ଗୋଟି ଗଳ୍ପ ହାସ୍ୟ ଓ ବ୍ୟଙ୍ଗ ଶୈଳୀରେ ଲିଖ୍ । ପ୍ରତ୍ୟେକ ଗଳ୍ପରେ ତତ୍‌କାଳୀନ ସମାଜର ଚିତ୍ର ପ୍ରତିଫଳିତ । ଅଧିକାଂଶ ଗଳ୍ପରେ ସମାଜସଂସ୍କାର ଦୃଷ୍ଟିଭଙ୍ଗୀ ପ୍ରତିଫଳିତ ।

ଗଳ୍ପର ପୃଷ୍ଠଭୂମି: 

‘ଡାକମୁନ୍ସି’ ଏକ ପାରିବାରିକ କାହାଣୀମୂଳକ ଲେଖା । ଏହି କ୍ଷୁଦ୍ରଗଳ୍ପରେ ପିତାପୁତ୍ରର କାହାଣୀ ବର୍ଣ୍ଣିତ । ଇଂରେଜୀ ଶିକ୍ଷା ଓ ସଭ୍ୟତା ଓଡ଼ିଶାର ନବ ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରିଦେଇଛି । ସେମାନେ ସମାଜରେ ପ୍ରତିଷ୍ଠିତ ଓ ରୋଜଗାରକ୍ଷମ ହେବା ପରେ ପରିବାର, ବାପ-ମାଆଙ୍କୁ ଭୁଲିଯାଇଛନ୍ତି । ସେମାନେ ବ୍ୟକ୍ତିଗତ ସୁଖ ଓ ବିଳାସକୁ ଅଧିକ ଗୁରୁତ୍ବ ଦେଇଛନ୍ତି । ପାରିବାରିକ ଓ ପିତା-ପୁତ୍ରଭଳି ପବିତ୍ର ସମ୍ପର୍କ ତୁଟିଯାଇଛି । ଏହି ଉପଲବ୍ଧକୁ ଆଧାର କରି ଫକୀରମୋହନ ‘ଡାକମୁନ୍ସି’ ଗଳ୍ପ ରଚନା କରିଛନ୍ତି । ଏହି ଗଳ୍ପଟି ସବୁସମୟରେ ପାଠକଙ୍କୁ ପିତାର ଦାୟିତ୍ଵ, ଆଦର ଓ ପୁତ୍ରର କର୍ତ୍ତବ୍ୟ, ସେବା, ଭକ୍ତି ସମ୍ପର୍କରେ ସଚେତନ କରାଇଦିଏ । ଉପଯୁକ୍ତ ପିତାର ଉପଯୁକ୍ତ ପୁତ୍ର ହୋଇ ନ ପାରିବାର ଅବସୋସର ଚିତ୍ର ଏହି ଗଳ୍ପଟିକୁ ଓଡ଼ିଆ ପାଠକ ମହଲରେ ସୁପରିଚିତ କରାଇ ପାରିଛି ।

ଗଳ୍ପର ସାରକଥା:

ହରି ସିଂ କଟକ ସଦର ପୋଷ୍ଟ ଅଫିସର ହେଡ଼ପିଅନ । ମାସକୁ ଦରମା ନଅ ଟଙ୍କା । କଟକ ସହରରେ ନିଆଁଠୁ ପାଣି ଯାଏ ସବୁ କିଣା । ଅତି କଷ୍ଟରେ ମାସକୁ ପାଞ୍ଚ ଟଙ୍କାରେ ଚଳି ଘରକୁ ଚାରି ଟଙ୍କା ପ୍ରତିମାସରେ ସେ ପଠାନ୍ତି । ଗାଁଘରେ ସ୍ତ୍ରୀ ଓ ଆଠବର୍ଷର ପୁଅ ଗୋପାଳ ସେହି ଚାରିଟଙ୍କାରେ ଚଳିଯା’ନ୍ତି । ପୁଅ ଗୋପାଳ ଅପର ପ୍ରାଇମେରୀ ସ୍କୁଲରେ ପଢ଼େ । ସ୍କୁଲର ଦୁଇଅଣା ଦରମା, ବହି, ପ୍ଲେଟ୍, କାଗଜ ଆଦି ପାଠପଢ଼ା ଜିନିଷ କିଣୁ କିଣୁ ଯେଉଁ ମାସରେ ବେଶି ଖରଚ ପଡ଼ିଯାଏ ସେ ମାସରେ ବୁଢ଼ା ଦିନେ ଦିନେ ଉପାସରେ ରହିଯା’ନ୍ତି । ଗୋପାଳ ପଢ଼ା ପାଇଁ ବୁଢ଼ା କିଛି ବି ଊଣା କରନ୍ତିନି । ଗୋପାଳଟି ପଢ଼ୁ – ଏହାହିଁ ବୁଢ଼ାଙ୍କର ବଡ଼ ସ୍ଵପ୍ନ ଓ ଏକମାତ୍ର ଆଶା ।

BSE Odisha 8th Class Odia Solutions Chapter 12 ଡାକମୁନ୍ସି

ମାତ୍ର ଯେଉଁଦିନ ପୋଷ୍ଟମାଷ୍ଟର ୫୫ ବର୍ଷ ହୋଇଯାଇଥିବାରୁ ହରି ସିଂଙ୍କୁ ପେନ୍‌ସନ୍ ନେବାକୁ ପଡ଼ିବ ବୋଲି ଜଣାଇଦେଲେ ସେଦିନ ମୁଣ୍ଡରେ ବଜ୍ର ପଡ଼ିଲା ପରି ତାଙ୍କୁ ଲାଗିଲା । ସଂସାର କିପରି ନକିବ, ଗୋପାଳର ପାଠପଢ଼ା କାଳେ ବନ୍ଦ ହୋଇଯିବ ଏହି ଚିନ୍ତାରେ ତାଙ୍କୁ ରାତିରେ ନିଦ ହୋଇନାହିଁ । ପୁଅ ଗୋପାଳକୁ ନେଇ ହରି ସିଂଙ୍କର ଉଚ୍ଚ ଆଶା ଥିଲା । ଗୋପାଳ ଇଂରେଜୀ ପାଠ ପଢ଼ି ଗୋଟେ ମସଲ ପୋଷ୍ଟ ଅଫିସରେ ସମ୍ପୋଷ୍ଟମାଷ୍ଟର ହେବ । ସେଥ‌ିପାଇଁ ସେ ଗୋପାଳକୁ କଟକ ଆଣି ଇଂରେଜୀ ପଢ଼ାଇବାକୁ ମନ କରିଥିଲେ । ତାଙ୍କର ଚାକିରି ଚାଲିଗଲେ ଏତେବଡ଼ ଆଶା ନିରାଶାରେ ପରିଣତ ହେବ । ଏହି କଥା ଭାବି ସିଙ୍ଗେ କଳାକାଠ ପଢ଼ିଗଲେ ।

ସରକାରୀ କାମ କରିବା ପରେ ସିଙ୍ଗେ ସଞ୍ଜବେଳେ ପୋଷ୍ଟମାଷ୍ଟରବାବୁଙ୍କ ଘରେ ଦୁଇଚାରିଟା ଅଧିକ କାମ କରି ଦେଉଥିଲେ । ଏ କାରଣରୁ ପୋଷ୍ଟମାଷ୍ଟରବାବୁ ହରି ସିଂଙ୍କ ଉପରେ ମେହେରବାନ ଥିଲେ । ହରି ସିଂ ଏହାର ସୁଯୋଗ ନେଇ ଦିନେ ସଞ୍ଜବେଳେ ବାବୁଙ୍କୁ ଗୁଡ଼ାଖୁ ଚିଲିମ ସଜାଇ ଦେଇ ଧୂଆଁ ଟାଣିବାକୁ ଦେଲେ । ବାବୁଙ୍କ ମୁହଁରୁ ଧୂଆଁ ଭକ୍ତଭକ୍ ହୋଇ ବାହାରିବା ସହିତ ଆଖୁଜି ହୋଇଆସିଲା । ଏହାକୁ ଠିକ୍ ସମୟ ଭାବି ହରି ସିଂ ପୋଷ୍ଟମାଷ୍ଟରବାବୁଙ୍କୁ ନିଜର
ଏଥ‌ିପାଇଁ ଦରଖାସ୍ତ ଖଣ୍ଡେ ଲେଖୁ ଆଣିବାକୁ ହରି ସିଂଙ୍କୁ କହିଲେ ।

ହରି ସିଂଙ୍କ ଦରଖାସ୍ତକୁ ପୋଷ୍ଟମାଷ୍ଟର ବାବୁ ସୁପାରିସ କରି ଉପର ହାକିମଙ୍କ ପାଖକୁ ପଠାଇଦେଲେ । ପୋଷ୍ଟମାଷ୍ଟରବାବୁଙ୍କ ଘରକୁ ଇନ୍‌ସିପେକ୍ଟର; ସୁପରିଣ୍ଟେଣ୍ଡଣ୍ଟବାବୁ ପ୍ରଭୃତି ଉପର ହାକିମବାବୁମାନେ ଆସିଲେ ହରି ସିଂ ସେମାନଙ୍କ ମିଜାଜ ଜାଣି ସେବା କରି ଖୁସି କରିଦିଏ । ଏ କାରଣରୁ ଉପର ହାକିମ ହରି ସିଂଙ୍କ ଚାକିରିକୁ ଦୁଇ ବରଷ ବଢ଼ାଇଦେଲେ । ମହାଖୁସିରେ ଏହି ବଡ଼ ଖବରଟାକୁ ସିଙ୍ଗେ ଚିଠି ଲେଖୁ ଗାଁକୁ ଜଣାଇଦେଲେ ।

ହରି ସିଂଙ୍କ ବର୍ତ୍ତମାନସର୍ବସ୍ଵ ଏ ଖୁସିଟା ବେଶି ସମୟ ରହିଲା ନାହିଁ । ବିଧାତାର ବିଧାନରେ ସିଙ୍ଗଙ୍କ ମହାଖୁସିଟା ପାଣିଫୋଟକା ପରି ଫାଟଗଲା । ସେ ଘରୁ ଚିଠି ପାଇଲେ ଯେ ଗୋପାଳର ମାଆ ସନ୍ନିପାତ ରୋଗରେ ପୀଡ଼ିତା । ଛୁଟି ନେଇ ଗାଁରେ ପହଞ୍ଚିବା ମାତ୍ରେ ହରି ସିଂଙ୍କୁ ଦେଖୁ ଗୋପାଳର ମାଆ ଶେଷନିଃଶ୍ୱାସ ତ୍ୟାଗ କଲେ । ସିଙ୍ଗଙ୍କ ଘର ଭାଙ୍ଗିଗଲା । ଘରର ମାଲମତା ବିକି ଦେଇ ଗୋପାଳକୁ ଧରି ସିଙ୍ଗେ କଟକ ଆସିଲେ । ସିଙ୍ଗେ ପେନ୍‌ସନ୍ ନେଲାବେଳକୁ ଗୋପାଳ ମାଇନର ପଢୁଛି । କଷ୍ଟେମଷ୍ଟେ ଚଳି ହରି ସିଂ ଯାହା କିଛି ସଞ୍ଚୟ କରିଥିଲେ ସେସବୁ ଗୋପାଳ ମାଇନର ପଢ଼ାରେ ଖର୍ଚ୍ଚ କଲେ । ଘରର ଲୋଟା କଂସାକୁ ବି ଏଥ‌ିପାଇଁ ସେ ବିକିଦେଲେ ।

ସିଙ୍ଗଙ୍କର ବଡ଼ ଆଶା – ଗୋପାଳ ପାସ୍ କରିଗଲେ ସପୋଷ୍ଟମାଷ୍ଟର ହେବ । ସବୁ କଷ୍ଟ ମେଣ୍ଟିବ । ଗୋପାଳ ବି ବାପାଙ୍କୁ ଭରସା ଦେଇଛି – ଚାକିରି କରି ସବୁ ଧାର କରଜ ଶୁଝିଦେବ । ହରି ସିଂଙ୍କ ଆଶା ଭଗବାନ ପୂରଣ କଲେ । ଗୋପାଳ ମାଇନର ପାଶ୍ କଲାପରେ ହରି ସିଂ ଉପର ହାକିମଙ୍କୁ ବହୁ ନିବେଦନ କଲେ । ଗୋପାଳ କୋଡ଼ିଏ ଟଙ୍କାରେ ମଫସଲ ମକ୍ରାମପୁର ପୋଷ୍ଟ ଅଫିସ୍‌ରେ ସପୋଷ୍ଟମାଷ୍ଟର ନିଯୁକ୍ତି ପାଇଲା । ଗୋପାଳର ଚାକିରି ପାଇବା ଖବର ପାଇ ବୁଢ଼ା ହରି ସିଂ ଖୁବ୍ ଆନନ୍ଦିତ ହେଲେ । ବୁଢ଼ୀ ଏ ସୁଖ ଦେଖୁବାକୁ ବଞ୍ଚି ରହିନଥୁବାରୁ ସିଙ୍ଗେ ଖୁବ୍ ଦୁଃଖ ଅନୁଭବ କରିଥିଲେ । ଗୋପାଳ ହାକିମ ହୋଇଥିବାରୁ ହରି ସିଂ ଈଶ୍ବରଙ୍କ ପାଖରେ ତା’ର ମଙ୍ଗଳ କାମନା କରିଥିଲେ ।

ଗୋପାଳ ପ୍ରଥମ ମାସର ଦରମା ବୁଢ଼ାଙ୍କୁ ଦେଲାପରେ ବୁଢ଼ା ହାକିମ ପୁଅର ଭେକ ପାଇଁ, ସମ୍ମାନ ପାଇଁ ଜୋତା, କୁରୁତା, ଲୁଗା ବଜାରରୁ କିଣି ଆଣିଲେ । ଅଫିସ୍‌ରେ ଗୋପାଳ ଇଂରେଜୀ ଲେଖେ । ବଡ଼ ବଡ଼ ବାବୁଙ୍କ ସହିତ କାରବାର କରେ । ସମସ୍ତେ ଗୋପାଳ ଚନ୍ଦ୍ର ସିଂଙ୍କୁ ଡାକନ୍ତି ‘ଡାକମୁନ୍‌ସିବାବୁ’ । ବୁଢ଼ା ଏଥୁରେ ଖୁସି । ମଳିଆ ଲୁଗା ଖଣ୍ଡେ ପିନ୍ଧି ବୁଢ଼ା ସବୁବେଳେ ଗୋପାଳର ଖାଇବା, ଗାଧୋଇବା, ଲୁଗାପଟା ପିନ୍ଧିବା ଆଦି ଚିନ୍ତାରେ ଥା’ନ୍ତି । ଏପରିକି ପୁଅ ପାଇଁ ବ୍ୟସ୍ତ ରହି ଆଗରୁ କରୁଥିବା ହରିନାମ ବି ଭୁଲିଗଲେଣି ।

ଧୀ ଧୀରେ ବୁଢ଼ା ବାପା ପ୍ରତି ପୁତ୍ର ଗୋପାଳବାବୁଙ୍କର ମନ ବଦଳିଗଲାଣି । ମଳିଆ ଲୁଗାପିନ୍ଧା ଲୋକଟାକୁ ବାପା ବୋଲି ପରିଚୟ ଦେବାକୁ ସେ କୁଣ୍ଠାବୋଧ କଲେ । ଯେଉଁଦିନ କିଛି ସେମିଜ୍ ପିନ୍ଧା ଶିକ୍ଷିତା ସ୍ତ୍ରୀଲୋକଙ୍କ ପାଖଦେଇ ମଳିଆ ଲୁଗାପିନ୍ଧା ହରି ସିଂ ଚାଲିଗଲେ ସେହିଦିନ ଗୋପାଳବାବୁ ଅପମାନ ବୋଧ କରି ବୁଢ଼ା ଉପରେ ଗରଗର ହେବା ଆରମ୍ଭ କଲେ । ମୂର୍ଖ ବୁଢ଼ାକୁ ବସାରୁ ତଡ଼ିଦେବାକୁ ଭାବିଲେ । ଏପରିକି ବାପା ତାଙ୍କ ପାଇଁ କିଛି ଉପକାର କରି ନାହାଁନ୍ତି ବୋଲି ସେ କହିଥିଲେ । ବାହାର ବାବୁମାନେ ଆସିଲେ ଘରୁ ନ ବାହାରିବାକୁ ତାଗିଦ କରିଥିଲେ । ଗୋପାଳ କଥାକୁ ଅଜାଗା ଘା’ ଦେଖୁ ହୁଏ ନାହିଁ କି ଦେଖାଇ ହୁଏ ନାହିଁ ନ୍ୟାୟରେ କାହାକୁ ହରି ସିଂ କାହାକୁ ଜଣାଇପାରୁ ନଥିଲେ । ବୁଢ଼ୀ କଥା ମନେପକାଇ କାନ୍ଦ ମାଡ଼ିଲେ ବି ଗୋପାଳର ଅମଙ୍ଗଳ ହେବ ଭାବି ସେ କାନ୍ଦି ନଥିଲେ ।

କେବେ ବି ବାପପୁଅ ଏକ ଜାଗାରେ ବସି କଥା ହେବା କେହି ଦେଖିନଥିଲେ । ବୁଢ଼ାକୁ ସମ୍ମାନ ଦେବା ଦୂରର କଥା, ଗୋପାଳବାବୁ ତାଙ୍କୁ ନଜଣାଇ ନିଜେ କନ୍ୟା ଠିକ୍ କରି ବିଭା ହୋଇଯାଇଥିଲେ । ଏପରିକି ମଫସଲକୁ ହାକିମ ହୋଇ ଆସିଲାବେଳେ ପୁଅ କହିବା ଅନୁସାରେ ବୁଢ଼ା ମୁଟରି ବାନ୍ଧି ମୁଣ୍ଡାଇ ବସିଉଠି ଆଣିକରି ଆସିଥିଲେ ।ମଫସଲରେ ପହଞ୍ଚିବା ପରେ ମଫସଲ ପାଣି ବୁଢ଼ାଙ୍କ ଦେହରେ ଗଲାନାହିଁ । କାଶ ଧରିଲା । ରାତିରେ ଅଧ୍ଵକ କାଶ ହେବାରୁ ଗୋପାଳବାବୁ ରାତିରେ ଭଲରେ ଶୋଇ ନପାରିବାରୁ ବୁଢ଼ାକୁ କିଆବାଡ଼ରେ ଫୋପାଡ଼ି ଦେଇ ଆସିବାକୁ ପିଅନକୁ ହୁକୁମ ଦେଇଥିଲେ । ମାତ୍ର ଇଂରେଜୀ ଅପଢୁଆ ଦେଶୀ ହୃଦୟର ପିଅନଟି ସେପରି କରିପାରି ନଥିଲା । ଥଣ୍ଡା-ଜ୍ଵରରେ ବୁଢ଼ାର କାଶ ବଢ଼ିଯିବାରୁ ଗୋପାଳବାବୁ ଖପା ହୋଇ ବୁଢ଼ାକୁ ଦୁଇଟା ଇଂରେଜୀ ଘୁଷି ମାରି ବିଛଣାପତ୍ର ବାହାରେ ଫୋପାଡ଼ି ଦେଲେ । ଶେଷରେ ବୁଢ଼ା ପୁତ୍ର ମୋହ ଛାଡ଼ି ଗାଁକୁ ପଳାଇଆସିଲା ।

BSE Odisha 8th Class Odia Solutions Chapter 12 ଡାକମୁନ୍ସି

ବୁଢ଼ା ହରି ସିଂ ଗାଁକୁ ଆସିବା ଦିନରୁ ଗୋପାଳବାବୁ ଚାକିରି ସ୍ଥାନରେ ଖୁସିରେ ରହିଲେ । ଗାଁରେ ଦୁଇମାଣ ଜମିକୁ ଭାଗ ଲଗାଇ ପେନ୍‌ସନ୍‌ ଟଙ୍କା ପାଇ ତେଲଲୁଣ ଖର୍ଚ୍ଚ ଚଳାଇ ବୁଢ଼ା ବି ଭଲରେ ରହିଲା । କାଶ ହେଲେ ଅଫିମ ଖାଇ ପିଣ୍ଡାରେ ବସି ହରିନାମ କରି ବୁଢ଼ା ଦିନ କାଟିଲା । ଅଲଗା ଅଲଗା ରହିବାରୁ ଏବେ ବାପ ପୁଅ ଦୁହେଁ ଖୁସିରେ ରହିଲେ । ଏହି ଗଛଟି ପଢ଼ିବା ପରେ ପାଠକଙ୍କର ଧାରଣା ହୁଏ ଯେ ହରି ସିଂ ଅଯୋଗ୍ୟ ପୁତ୍ରର ସୁଯୋଗ୍ୟ ପିତା ଓ ଗୋପାଳ ଯୋଗ୍ୟ ପିତାଙ୍କର ଅଯୋଗ୍ୟ ପୁତ୍ର ।

ସୂଚନା ଓ କଠିନ ଶବ୍ଦାର୍ଥ:

  • ବାହାଲ – ସ୍ଥାୟୀ ନିଯୁକ୍ତି ।
  • ରକମ – ପ୍ରକାରର ।
  • ଉଛୁଣି – ନର୍ତ୍ତମାନ
  • ହାଲ୍ – ଅବସ୍ଥା ବା ପରିସ୍ଥିତି ।
  • ଭେକ – ବେଶପୋଷାକ ।
  • ମିଜାଜ୍ – ମନର ଅବସ୍ଥା, ମାନସିକ ସ୍ଥିତି ।
  • ହାଜର – ପହଞ୍ଚା, ଉପସ୍ଥିତ ହେବା ।
  • ମେହେରବାନି – ଦୟା, ଅନୁକମ୍ପା ।
  • ଇଜ୍ଜତ୍ – ମର୍ଯ୍ୟାଦା, ସମ୍ମାନ ।
  • ସୂତ୍ର – କୌଶଳ, ଉପାୟ ।
  • ମୁକରିର – ନିଯୁକ୍ତ ।
  • ଫଜିତ୍ – ଗାଳି ବା ନିନ୍ଦା
  • ଇଞ୍ଜାମ – ପ୍ରଶଂସାର ସହିତ କାର୍ଯ୍ୟନିର୍ବାହ କରିବା ।
  • ମାଲମତା – ଜିନିଷପତ୍ରା
  • ମୁସ୍କିଲ – କଷ୍ଟସାଧ୍ୟ ।
  • ସେମିଜ୍ – ଝିଅମାନେ ପିନ୍ଧୁଥ‌ିବା ଏକ ପ୍ରକାର ସଂକ୍ଷିପ୍ତ ବସ୍ତ୍ର ।
  • ମୁଟରି – ଗଣ୍ଠିଲି ।
  • ସୁପାରିସ୍ – ଅନ୍ୟର ଭଲ ପାଇଁ ଅନୁରୋଧ ।
  • ତୁଷ୍ଟି – ସନ୍ତୋଷ ବିଧାନ ।

BSE Odisha 8th Class Odia Solutions Chapter 6 ରୋଗୀସେବା

Odisha State Board BSE Odisha 8th Class Odia Solutions Chapter 6 ରୋଗୀସେବା Textbook Exercise Questions and Answers.

BSE Odisha Class 8 Odia Solutions Chapter 6 ରୋଗୀସେବା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧ ।
ଆସ, କଥାବାର୍ତ୍ତା ହେବା ।
(କ) ସେ ସମୟରେ ଗ୍ରାମବାସୀମାନଙ୍କର ଡାକ୍ତର ବିଷୟରେ କ’ଣ ଧାରଣା ଥିଲା ?
Answer:
ସେ ସମୟରେ ଗ୍ରାମବାସୀଙ୍କର ଧାରଣାଥିଲା, ଡାକ୍ତରମାନେ କେବଳ କଟାକଟି କରନ୍ତି । ତେଣୁ ରୋଗ ହେଲେ କେହି ଡାକ୍ତରଙ୍କ ପାଖକୁ ନଯାଇ ବୈଦ୍ୟ ପାଖକୁ ଯାଆନ୍ତି ।

(ଖ) ଛୋଟ ପିଲାମାନେ କାହିଁକି ବୈଦ୍ୟଙ୍କୁ ଦେଖ୍ ଡରୁଥିଲେ ?
Answer:
ଛୋଟ ପିଲାମାନଙ୍କୁ ରୋଗ ହେଲେ, ଅନେକ ସମୟରେ ବୈଦ୍ୟମାନେ, ପିଠିପାଖ ବେକରେ ଲୁହା ତତାଇ ଚଡୁ ଦେଉଥିଲେ ଓ ସେହି ସ୍ଥାନ ପାଚି ଘାଆ ହୋଇଯାଉଥିଲା । ସେଥ‌ିପାଇଁ ଛୋଟ ପିଲାମାନେ ବୈଦ୍ୟକୁ ଦେଖୁ ଡରୁଥିଲେ ।

(ଗ) କଟାଘା’ର ଚିକିତ୍ସା ବିଷୟରେ ସ୍ଵାସ୍ଥ୍ୟରକ୍ଷା ବହିରେ କ’ଣ ଲେଖାଥିଲା ?
Answer:
ପାଠ୍ୟପୁସ୍ତକର ସ୍ବାସ୍ଥ୍ୟରକ୍ଷା ବହିରେ ଉଲ୍ଲେଖ ଥିଲା ଯେ କଟା ଘା’ରେ ଦୂବକୁ ଛେଚି ବା ପାଟିରେ ଚୋବାଇ ଲଗାଇଦେଲେ ରକ୍ତ ବୋହିବା ସଙ୍ଗେ ସଙ୍ଗେ ବନ୍ଦ ହୋଇଯାଏ ଓ ଘା’ ମଧ୍ୟ ଶୀଘ୍ର ଶୁଖ୍ଯାଏ ।

(ଘ) ବୈଦ୍ୟ ଗୋଡ଼ର କଟାଘାଆ ଶୁଖାଇବା ପାଇଁ କେଉଁ ଜିନିଷର ବ୍ୟବହାର କରୁଥିଲେ ?
Answer:
ବୈଦ୍ୟ ଗୋଡର କଟା ଘା’ ଶୁଖାଇବା ପାଇଁ, କୌଣସି ଏକ ଗଛର ଗୁଡିଏ ପତ୍ର ଛେଦି ପୂରାଇ ଦେଉଥିଲେ ଓ ଖଣ୍ଡିଏ କନାରେ କଟାସ୍ଥାନକୁ ଜୋରରେ ବାନ୍ଧି ଦେଉଥ‌ିଲେ । ପ୍ରତିଦିନ କିଛି କଅଁଳ ଦୁବଘାସ ଛିଡାଇ ତାକୁ ଛେଚି ଗୋଟିଏ ପତ୍ର ପୁଡ଼ିଆରେ ବାନ୍ଧି ଔଷଧରୂପେ ଦେଉଥିଲେ ।

(ଙ) ‘ସୁଦୁରିଆନା’ କିଏ ?
Answer:
‘ସୁଦୁରିଆନା’ ହେଉଛନ୍ତି ମହାନ ଜନସେବକ ସୁଦର୍ଶନ ପ୍ରହରାଜ । ସେ ସାଇକେଲରେ ବୁଲିବୁଲି ଖରାବର୍ଷାକୁ ଖାତିର ନକରି ଅକୁଣ୍ଠ ଚିତ୍ତରେ ରୋଗୀ ଓ ଦୁଃଖୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ।

BSE Odisha 8th Class Odia Solutions Chapter 6 ରୋଗୀସେବା

Question ୨ ।
ଦୁଇ ବା ତିନୋଟି ଧାଡ଼ିରେ ଆସ ଉତ୍ତର ଲେଖିବା ।
(କ) ‘ଯାହା କରିବେ ସାଇଁ, ତାହା କାହାରି ହାତରେ ନାହିଁ? ଲେଖକଙ୍କ ବାପା ଏକଥା କାହିଁକି କହିଥିଲେ ?
Answer:
ଲେଖକଙ୍କ ବାପା ରୋଗ ଶଯ୍ୟାରେ ପଡ଼ିଥିବା ବେଳେ, ଈଶ୍ଵରଙ୍କ ଉପରେ ଭରସା କରି ଏହା କହିଥିଲେ । ବିଧୂର ବିଧାନକୁ କେହି ଅଟକାଇପାରିବେ ନାହିଁ, ଯାହା ହେବାର ଥିବ ତାହା ନିଶ୍ଚୟ ହେବ ।

(ଖ) ବୋଉଙ୍କର ସ୍ନେହପୂର୍ଣ ଆଦେଶ ଲେଖକ ଭାଙ୍ଗି ନ ପାରିବାର କାରଣ କ’ଣ ?
Answer:
ଦିନକ ପାଇଁ ଛୁଟି ନେଇ ଲେଖକ ଘରକୁ ଆସିଥିଲେ ଓ ବୋଉଙ୍କର ଅସୁସ୍ଥତା ହେତୁ ତାଙ୍କୁ ତିନିଦିନ ଅଟକିଯିବାକୁ ପଡ଼ିଲା । କର୍ମକ୍ଷେତ୍ର କଟକ ଫେରିବାକୁ ବୋଉଠାରୁ ଅନୁମତି ମାଗିଲାରୁ, ବୋଉ ସ୍ନେହପୂର୍ଣ ଦୃଷ୍ଟିରେ ଚାହିଁ ଆଉ ଦୁଇଦିନ ରହିଯିବାକୁ କହିଲେ । ଲେଖକଙ୍କର ବୋଉଙ୍କ ପ୍ରତି ଗଭୀର ଭଲପାଇବା ବା ଅସୁସ୍ଥ ଅବସ୍ଥାରେ ତାହା ଛାଡିଯିବା ଉଚିତ୍ ନୁହେଁ ବୋଲି ବିଚାରକରି, ବୋଉଙ୍କର ସ୍ନେହପୂର୍ଣ୍ଣ ଆଦେଶକୁ ସେ ଭାଙ୍ଗି ପାରି ନଥିଲେ ।

(ଗ) ସୁଦର୍ଶନ ପ୍ରହରାଜଙ୍କର ବ୍ୟକ୍ତିତ୍ଵ କିପରି ଥୁଲା ?
Answer:
ସୁଦର୍ଶନ ପ୍ରହରାଜ ଜଣେ ମହାନ୍ ଜନସେବକ ଥିଲେ, ଯିଏ କି ଗାଁ ଗାଁ ବୁଲି ରୋଗୀଙ୍କର ସେବା କରୁଥିଲେ । ସେ ଥିଲେ ବଳିଷ୍ଠ, କର୍ମଠ ଓ ପରଦୁଃଖକାତର, ନିରଳସ ବ୍ୟକ୍ତି । ଶୀତ, ଖରା, ବର୍ଷାକୁ ଖାତିର ନକରି ଭୋକ ଶୋଷ ଭୁଲି ସେ ଅକୁଣ୍ଠ ଚିତ୍ତରେ ରୋଗୀ ଓ ଦୁଃଖୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ।

(ଘ) ସତ୍ୟବାଦୀ ବିଦ୍ୟାଳୟର ଛାତ୍ରମାନେ କିପରି ରୋଗୀସେବା କରୁଥିଲେ ?
Answer:
ସତ୍ୟବାଦୀ ବିଦ୍ୟାଳୟରେ ରୋଗୀସେବା ପାଠ୍ୟନ୍ତର୍ଭୁକ୍ତ ଥିଲା ଏବଂ ଆଚାର୍ଯ୍ୟ ମହାଶୟଙ୍କ ତତ୍ତ୍ୱାବଧାନରେ ଅନ୍ତେବାସୀଙ୍କୁ ପାଳିକରି ଏହି ସେବାକାର୍ଯ୍ୟ କରିବାକୁ ହେଉଥିଲା । ଛାତ୍ରାବାସରେ କୌଣସି ପିଲା ଜ୍ଵର କିମ୍ବା ବେମାରରେ ପଡ଼ିଲେ, ତାହାର ସେବା କରିବା ଓ ପଥକରାଇବା ଏବଂ ଡାକ୍ତରଖାନାରୁ ଔଷଧ ଆଣି ଦେବା ବ୍ୟବସ୍ତା କରିବାକୁ ହେଉଥିଲା । ଝାଡା ପରିସ୍ରା ହୋଇଗଲେ ବିଛଣା ଧୋଇ ପରିଷ୍କାର କରିବା ଆଦି କାର୍ଯ୍ୟ ରୋଗୀ ସେବା କରୁଥିବା ଛାତ୍ରକୁ ହିଁ କରିବାକୁ ପଡୁଥିଲା ।

Question ୩ ।
ଆସ, ମନେ ପକାଇ ଉତ୍ତର ଲେଖୁ ।
(କ) ଲେଖକ ଉଦୟନାଥ ଷଡ଼ଙ୍ଗୀ ତାଙ୍କ ବାପା ବୋଉଙ୍କର କିପରି ସେବା କରିଥିଲେ ?
Answer:
ଲେଖକ ସତ୍ୟବାଦୀ ବିଦ୍ୟାଳୟରେ ଜଣେ ଆଦର୍ଶ ଛାତ୍ରଭାବେ ଅଧ୍ୟୟନ କରି ରୋଗୀସେବା ସମ୍ପର୍କରେ ଉପଯୁକ୍ତ ଜ୍ଞାନ ଆହରଣ କରିଥିଲେ । ମାଟ୍ରିକ୍ୟୁଲେସନ୍ ପରୀକ୍ଷା ପରେ ଘରେ ଥିଲାବେଳେ ତାଙ୍କ ବାପା ଗ୍ରହଣୀ ଝାଡା ରୋଗରେ ଆକ୍ରାନ୍ତ ହୋଇଥିଲେ । ଲେଖକ ପିତାଙ୍କ ରୋଗଶଯ୍ୟା ନିକଟରେ ଦିନରାତି ବସି ସେବା କରିଥିଲେ । ଝାଡା ରୋଗ ହେତୁ ବାପାଙ୍କ ବିଛଣା ଚାଦର ବାରମ୍ବାର ମଇଳା ହୋଇଯାଉଥିଲା । ତେଣୁ ଘନଘନ ବିଛଣା ଚାଦର ବଦଳାଇବା, ପଥ୍ ଖୁଆଇ ଦେବା, ଉଠି ବସାଇବାରେ ସହାୟତା ପ୍ରଦାନ କରିବା ଆଦି କାର୍ଯ୍ୟ ଲେଖକ ନିଜେ କରୁଥିଲେ । ସାରାରାତି ଅନିଦ୍ରା ହୋଇ ସେ ବାପାଙ୍କ ଦେହ ହାତ ଆଉଁଶି ଦେଉଥିଲେ । ଲେଖକଙ୍କ ସେବାଶୈଳୀ ଏହିପରି ଥିଲା ଯେ ନିଦରୁ ଉଠିଲାମାତ୍ରେ ବାପା ପ୍ରଥମେ ତାଙ୍କୁ ହିଁ ଖୋଜୁଥିଲେ ।

ବାପାଙ୍କ ପରି ବୋଉଙ୍କ ଶେଷ ସମୟରେ ମଧ୍ୟ ଲେଖକ ତାଙ୍କ ପାଖେପାଖେ ରହି ସେବା କରିବାର ସୁଯୋଗ ପାଇଥିଲେ । କଟକରେ ଚାକିରି କରିଥିବା ସମୟରେ ସେଥ‌ିଲେ ଦିନକ ପାଇଁ ଛୁଟି ନେଇ ଘରକୁ ଆସି ଦେଖନ୍ତି ତ ବୋଉ ଜ୍ଵର ରୋଗରେ ଶଯ୍ୟାଶାୟୀ ହୋଇଛନ୍ତି । ଲେଖକ ବୋଉଙ୍କ ପାଖରେ ବସିରହି ତାଙ୍କ ପିଠି ଆଉଁସି ଦେଉଥିଲେ । ତିନିଦିନ ରହିଲା ପରେ, କର୍ମକ୍ଷେତ୍ରକୁ ଯିବା ପାଇଁ ଲେଖକ ବୋଉଙ୍କର ଅନୁମତି ମାଗିଥିଲେ । କିନ୍ତୁ ବୋଉ ହୁଏତ ଆଉ ବେଶିଦିନ ବଞ୍ଚେ ନାହିଁ ବୋଲି ଅନୁଭବ କରି ପୁଅକୁ ଆଉ ଦୁଇଦିନ ରହିଯିବାକୁ କହିଲେ ।

ବୋଉଙ୍କ କଥାରେ ଲେଖକ କଟକ ଯିବା କାର୍ଯ୍ୟକ୍ରମ ବାତିଲି କଲେ । ବୋଉଙ୍କର ବିଛଣାରେ ହିଁ ମଳମୂତ୍ର ହୋଇଯାଉଥିଲା । ଲେଖକ ନିଜେ ସେ ସବୁ ବଦଳାଇ ନିଜ ହାତରେ ବିଛଣା ଚାଦର ସଫାକରି ଦେଉଥିଲେ । ଏହି ପରି ଭାବରେ ଲେଖକ ପିତୃମାତୃ ସେବାକରି ନିଜ ଜୀବନକୁ ଧନ୍ଯକରି ପାରିଥିଲେ ଓ ସେମାନଙ୍କ ଆଶୀର୍ବାଦପ୍ରାପ୍ତ ହୋଇ ଜୀବନର ଉନ୍ନତି ପଥରେ ଅଗ୍ରସର ହୋଇଥିଲେ।

(ଖ) ସତ୍ୟବାଦୀ ବିଦ୍ୟାଳୟରେ ଛାତ୍ରମାନଙ୍କୁ ରୋଗୀସେବା କାହିଁକି ଶିକ୍ଷା ଦିଆଯାଉଥିଲା ?
Answer:
ସତ୍ୟବାଦୀ ବନବିଦ୍ୟାଳୟ, ସାଧାରଣ ବିଦ୍ୟାଳୟ ନଥିଲା, ତାହା ଥିଲା ମଣିଷ ତିଆରି କାରଖାନା । ସେଠାକାର ଛାତ୍ରମାନେ ପ୍ରତ୍ୟେକ ବିଷୟରେ ଶିକ୍ଷାଲାଭ କରୁଥିଲେ । ସ୍ବାବଲମ୍ବୀ ହେବା ଓ ସେବା ମନୋବୃତ୍ତି ପ୍ରକାଶ କରିବା ତାଙ୍କ ବିଦ୍ୟଳୟର ଅନ୍ୟତମ ଉଦ୍ଦେଶ୍ୟ ଥିଲା । ଏପରିକି ସେଠାରେ ରୋଗୀସେବା ପାଠ୍ୟନ୍ତର୍ଭୁକ୍ତ ଥିଲା । ଆଚାର୍ଯ୍ୟ ମହାଶୟଙ୍କ ଦାୟିତ୍ଵ ଓ ତତ୍ତ୍ୱାବଧାନରେ ଅନ୍ତେବାସୀଙ୍କୁ ପାଳିକରି ରୋଗୀସେବଂ କାର୍ଯ୍ୟ କରିବାକୁ ପଡୁଥିଲା ।

ରୋଗୀସେବା ପାଳି ଦାୟିତ୍ଵରେ ଥ‌ିବା ପିଲା ପ୍ରତିଦିନ ସକାଳେ ଗୋଟିଏ ଛୋଟ କ୍ଲାସରେ କିଛିକିଛି ନିମ ଛେଲି ବା ଚିରେଇତା ସିଝାପାଣି ପ୍ରତି ପିଲାଙ୍କୁ ଦେଉଥିଲେ । ଯେତେ ଅରୁଚିକର ହେଲେ ମଧ୍ୟ ସମସ୍ତେ ତାହା ପିଇବାକୁ ବାଧ୍ୟ ଥିଲେ । କାରଣ ରୋଗୀସେବ କାଳେ ଆଚାର୍ଯ୍ୟ ମହାଶୟଙ୍କୁ କହିଦେବ, ସେହି ଭୟରେ କେହି ପିଇବାକୁ ବାରଣ କରିପାରୁ ନଥିଲେ ।

ଛାତ୍ରାବାସର କୌଣସି ପିଲା ଜ୍ଵର ବା କିଛି ବେମାରରେ ପଡ଼ିଲେ ତା’ ପାଖରେ ରାତିଦିନ ବସି ରହିବାକୁ ପଡ଼ୁଥିଲା । ଡାକ୍ତରଖାନାରୁ ଔଷଧ ଆଣି ଠିକ୍ ସମୟରେ ଖୁଆଇବା, ନିର୍ଦ୍ଦିଷ୍ଟ ବେଳାରେ ଦେହରେ ଉତ୍ତାପ ମାପି ଚାର୍ଟରେ ଲେଖୁବା, ଦୁଧ, ସାଗୁ, ବାଲି, ପସାରୁଣି ପତ୍ର ସଂଗ୍ରହ କରିଆଣି ପଥ୍ କରାଇବା ଆଦି ଦାୟିତ୍ୱ ରୋଗୀ-ସେବକ ଉପରେ ନ୍ୟସ୍ତ ଥିଲା । ଏପରିକି ରୋଗୀର ମୁଣ୍ଡ, ଗୋଡ ଚିପିଦେବା, ଝାଡା, ପରିସ୍ରା ହୋଇଗଲେ ବିଛଣା ଧୋଇ ପରିଷ୍କାର କରିବା ଆଦି କାର୍ଯ୍ୟ ରୋଗୀ ସେବକକୁ ହିଁ କରିବାକୁ ପଡୁଥିଲା । ଏହାହିଁ ଥିଲା ସତ୍ୟବାଦୀ ବିଦ୍ୟାଳୟର ବିଶେଷତ୍ଵ ।

(ଗ) ଆଚାର୍ଯ୍ୟ ମହାଶୟ ଛାତ୍ରାବାସରେ ଶିକ୍ଷାର୍ଥୀମାନଙ୍କର ସେବା କରିବାର କାରଣ କ’ଣ ଥିଲା ?
Answer:
ଆଚାର୍ଯ୍ୟ ମହାଶୟ ଛାତ୍ରାବାସ ଦାୟିତ୍ଵରେ ରହିଥିଲେ । ପ୍ରତ୍ୟେକ ପିଲା କିପରି ସୁସ୍ଥ ଓ ନୀରୋଗ ରହିବେ, ତାହା ତାଙ୍କର ମୂଳଲକ୍ଷ୍ୟ ଥିଲା ( ସେଥିପାଇଁ ସେ ଥିଲେ ଋଷି ପ୍ରତିପ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ । ସେତେବେଳେ ସେହି ବିଦ୍ୟାଳୟରେ ରୋଗୀସେବା ପାଠର ଏକ ଅଙ୍ଗ ଥିଲା । ଛାତ୍ରାବାସରେ ରହୁଥ‌ିବା ଛୋଟ ପିଲାମାନଙ୍କ ଦେହରେ କାଛୁ ପୂରି ଯାଇଥାଏ । ଆଚାର୍ଯ୍ୟ ମହାଶୟ ନିଜେ ସକାଳେ ନିମପତ୍ର ସିଝା ଚରମ ପାଣିରେ ପିଲାମାନଙ୍କ କାଛୁକୁ ଧୋଇ ଦେଉଥିଲେ । କଷ୍ଟ ହେଉଥିଲେ ମଧ୍ୟ ଆଚାର୍ଯ୍ୟ ମହାଶୟଙ୍କ ଆଗରେ କୌଣସି ପିଲା ମୁଖ ବିକୃତ କରିବାକୁ ସାହସ କରୁ ନଥିଲେ । ପିଲାଙ୍କ ଯନ୍ତ୍ରଣା ଲାଘବ କରିବାକୁ ସେ ସରସ ମଜାଳିଆ କଥା କହି ଏପରି ମଜାଇ ଦେଉଥିଲେ ଯେ, ପିଲା କାଛୁଧୁଆ କଷ୍ଟ ଜାଣିପାରୁ ନଥିଲେ ।

BSE Odisha 8th Class Odia Solutions Chapter 6 ରୋଗୀସେବା

Question ୪।
ଆସ, ସରଳ ଭାଷାରେ ବୁଝାଇ ଲେଖୁ ।
(କ) ବଡ଼ ସ୍ନେହଭରା ଅଥଚ କରୁଣ ସେ ଚାହାଁଣୀ ।
Answer:
ବଡ଼ ସ୍ନେହଭରା ……………………………. ସେ ଚାହାଣି ।
ପ୍ରୟତ୍ତ ଗଦ୍ଦ୍ୟାଂଶଟି ଉଦୟନାଥ ଷଡ଼ଙ୍ଗାଙ୍କ ଆମ୍ଚରିତ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ ରୁ ସଂଗୃହୀତ ‘ରୋଗା ସେବା’ ଶୀର୍ଷକ ବିଷୟରୁ ଆନୀତ । ଏଠାରେ ଲେଖକ ନିଜ ରୋଗାକ୍ରାନ୍ତ ବୋଉଙ୍କର ମୃତ୍ୟୁର ଅବ୍ୟବହିତ ପୂର୍ବ ଚାହାଣିରେ ଭରିରହିଥ‌ିବା କାରୁଣ୍ୟ ଉପରେ ଆଲୋକପାତ କରିଛନ୍ତି । ପିତାଙ୍କ ମୃତ୍ୟୁର ଠିକ୍ ପାଞ୍ଚବର୍ଷ ପରେ ଲେଖକଙ୍କ ବୋଉ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । ସେ ସମୟକୁ ଲେଖକ କଟକର ଦତ୍ତ ପ୍ରେସରେ ଚାକିରି କରୁଥିଲେ । ଦିନକ ପାଇଁ ଛୁଟି ନେଇ ଘରକୁ ଆସି ସେ ବୋଉଙ୍କୁ ଜ୍ଵର ରୋଗରେ ପୀଡ଼ିତ ଥ‌ିବା ଅବସ୍ଥାରେ ଦେଖିଲେ । ବାଧ୍ୟ ହୋଇ ଦୁଇଦିନ ଛୁଟି ବଢ଼ାଇ ବୋଉଙ୍କ ସେବା ଶୁଶ୍ରୂଷା କଲେ । ବୋଉ ସାମାନ୍ୟ ସୁସ୍ଥ ହେବାପରେ କର୍ମକ୍ଷେତ୍ରକୁ ବାହାରିବାକୁ ଅଗ୍ରସର ହେବାରୁ ଆଉ ଦୁଇଦିନ ରହିଯିବାକୁ ବୋଉ ଅତି ବିକଳ ଭାବେ ପୁଅକୁ କହିଲେ ।

ବୋଉଙ୍କ ସ୍ନେହପୂର୍ଣ କଥା କାଟି ନପାରି ଲେଖକ ରହିବାକୁ ବାଧ୍ୟ ହେଲେ । କିନ୍ତୁ ସେଦିନ ରାତିକୁ ହଠାତ୍ ବୋଉ ସଂଜ୍ଞାହୀନ ହୋଇପଡ଼ିଲେ । ଡାକ୍ତର ଔଷଧର ବ୍ୟବସ୍ଥା କରିବାର ଦିନକ ପରେ ସେ ପ୍ରକୃତିସ୍ଥ ହେଲେ । ମାତ୍ର ରାତିକୁ ଅବସ୍ଥାରେ ଅବନତି ଘଟିଲା । ପାହାନ୍ତା ପହରକୁ ଦୁଆରକୁ ଉଠାଇ ନେବାକୁ ବୋଉ ଲେଖକଙ୍କୁ କହିଲେ । ସେତେବେଳକୁ ତାଙ୍କ ଶେଷ ସମୟ ଆସି ସାରିଥିଲା । ଅନ୍ତିମ ଆଶୀର୍ବାଦ ଦେବାକୁ ଅତି କରୁଣ ଦୃଷ୍ଟିରେ ପୁଅକୁ ଚାହିଁ ହାତ ‘ଉଠାଇବାକୁ ଚେଷ୍ଟା କରି ମଧ୍ୟ ଉଠାଇ ପାରିଲେ ନାହିଁ । ଏହା ଜାଣିପାରି ଲେଖକ ବୋଉଙ୍କ ହାତକୁ ଧରି ଟେକିବାକୁ ଚେଷ୍ଟା କଲେ । ଲେଖକଙ୍କ ହାତକୁ ଧରି ବୋଉ ଆଖବୁଜିଲେ । ସେହି ସମୟରେ ବୋଉଙ୍କ ଆଖୁର ଚାହାଣିରେ ଭରି ରହିଥୁଲା ଆକୁଳତା ଯାହାକୁ ଲେଖକ ଶ୍ରେଷ୍ଠ ଆର୍ଶୀବାଦ ବୋଲି ପରବର୍ତ୍ତୀ ସମୟରେ ଅନୁଭବ କରିଥିଲେ ।

(ଖ) ଯଦି ଚିତ୍ରକର ହୋଇଥାଆନ୍ତି, ତେବେ ତା’ର ଗୋଟିଏ ଅପରୂପ ଛବି ଆଙ୍କି ଦେଇପାରନ୍ତି ।
Answer:
ଯଦି ଚିତ୍ରକର …………………….. ଆଙ୍କି ଦେଇପାରନ୍ତି ।
ଶଂସିତ ଗଦ୍ୟାଂଶଟି ଉଦୟନାଥ ଷଡଙ୍ଗାଙ୍କ ରଚିତ ଆମ୍ଚରିତ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ରୁ ସଂଗୃହାତ ‘ରୋଗୀସେବା’ ଶୀର୍ଷକ ବିଷୟରୁ ଆନୀତ । ଏଠାରେ ଲେଖକ ନିଜ ପିତାଙ୍କ ମୃତ୍ୟୁ ପୂର୍ବର ସ୍ନେହପୂର୍ଣ ଢଳଢ଼ଳ ମୁହଁ ଓ ଆବେଗଭରା ଚାହାଣି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଲେଖକଙ୍କ ପିତା ୭୨ ବର୍ଷ ବୟସରେ ଇହଲୀଳା ସାଙ୍ଗ କରିଥିଲେ । ମୃତ୍ୟୁ ପୂର୍ବରୁ ସେ ଗ୍ରହଣୀ ଝାଡ଼ା ରୋଗରେ ପୀଡ଼ିତ ଥିଲେ । ଶେଷ ମୁହୂର୍ଭ ପର୍ଯ୍ୟନ୍ତ ଲେଖକ ତାଙ୍କର ସେବା ଶୁଶ୍ରୂଷା କରିଥିଲେ । ଡାକ୍ତର ଡାକିବାକୁ କହିଥିଲେ ମଧ୍ୟ ତାଙ୍କ ପିତା ବାରଣ କରିଥିଲେ । ହୁଏତ ସେହି ରୋଗରେ ସେ ଶେଷନିଃଶ୍ୱାସ ତ୍ୟାଗ କରିବାକୁ ଚାହିଁଥିଲେ । ଲେଖକ ଗାଁ ବୈଦ୍ୟଙ୍କ ନିକଟରୁ ଔଷଧ ଆଣିଥିଲେ ମଧ୍ୟ ସେ ଖାଇନଥିଲେ ।

ମୃତ୍ୟୁ ପୂର୍ବରୁ ଶେଷ ତିନିଦିନ ସେ ଅଚୈତନ୍ୟ ଅବସ୍ଥାରେ ରହିଥିଲେ । ଯେତେବେଳେ ଚେତନା ଫେରିଆସେ, ଅତି ଆଦରରେ ସେ ଲେଖକଙ୍କ ମୁହଁ ଓ ପିଠିରେ ହାତ ବୁଲାଇ ଆଣନ୍ତି, ସ୍ନେହପୂର୍ଣ ଚକ୍ଷୁରେ ଚାହିଁ ରହନ୍ତି । ସେହି ଆଖୁର ଢଳଢଳ ଚାହାଣିରୁ ସତେଯେପରି ଆଶୀର୍ବାଦର କିରଣ ଝରି ଆସୁଥିବା ପରି ଲେଖକ ଚକ୍ଷୁରେ ଚାହିଁ ରହନ୍ତି । ସେହି ଆଖୁର ଢଳଢଳ ଚାହାଣିରୁ ସତେଯେପରି ଆଶୀର୍ବାଦର କିରଣ ଝରି ଆସୁଥିବା ପରି ଲେଖକଅନୁଭବ କରୁଥିଲେ । ପରବର୍ତ୍ତୀ ସମୟରେ ବାପାଙ୍କର ସେହି ମୁହଁ ଲେଖକଙ୍କ ମାନସପଟରେ ନାଚି ଉଠେ । କୌଣସି ଏକ ମନୋମୁଗ୍ଧକାରୀ ଦୃଶ୍ୟକୁ କେବଳ ଚିତ୍ରକର ହିଁ ରଙ୍ଗତୂଳୀରେ ରୂପ ଦେଇପାରେ । ଲେଖକ ଜଣେ ଚିତ୍ରଶିଳ୍ପୀ ହୋଇ ନଥିବାରୁ ପିତାଙ୍କର ସେହି ରୂପକୁ କେବଳ ସ୍ମରଣ ମାତ୍ର କରିପାରନ୍ତି, ମାତ୍ର ଆଙ୍କି ପାରନ୍ତି ନାହିଁ ।

Question ୫।
ଆସ, ତଳେ ଦିଆଯାଇଥ‌ିବା ଅନୁଚ୍ଛେଦଟି ପଢ଼ିବା ଓ ତାକୁ ଉତ୍ତର ମନେକରି ତା’ ପାଇଁ କିଛି ପ୍ରଶ୍ନ ତିଆରି କରିବା । ଘରଘର ବୁଲି ରୋଗୀଙ୍କ ଅବସ୍ଥା ଦେଖୁ । ଡାକ୍ତରଖାନାରୁ ଔଷଧ ନେଇ ଖାଇବାକୁ ଦେଉ । ଗୁରୁତର ରୋଗୀମାନଙ୍କୁ ଡାକ୍ତରଖାନାକୁ ଆଣିବାର ବ୍ୟବସ୍ଥା କରୁ । ସାନିଟାରୀ ଇନ୍ସପେକ୍ଟରଙ୍କୁ ଧରି କୂଅ, ପୋଖରୀ ବିଶୋଧନ କରାଉ । ଅନେକ ସମୟରେ ସାଗୁପାଣି ତିଆରି କରି ସଙ୍ଗରେ ନେଇଥାଉ । ଗରିବମାନଙ୍କର ତାହା ପଥ୍ ହୁଏ, ଆଶ୍ରମରୁ ସକାଳୁ ବାହାରିଗଲେ ଦିନେ ଦିନେ ଫେରିବାକୁ ରାତି ବେଶି ହୋଇଯାଏ । କିନ୍ତୁ ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀଙ୍କର କଡ଼ା ତାଗିଦା ଥାଏ, ସନ୍ଧ୍ୟା ପୂର୍ବରୁ ଫେରିବ । ଆଶ୍ରମ ଭିତରକୁ ଯିବା ପୂର୍ବରୁ ଗୋଡ଼ହାତ ଫିନାଇଲ୍ ପାଣିରେ ଧୋଇବ, ଗରମ ପାଣିରେ ଗାଧୋଇବ ।
Answer:
(କ) ଗୁରୁତର ରୋଗୀମାନଙ୍କ ପାଇଁ କିପରି ବ୍ୟବସ୍ଥା କରିବାକୁ ହୋଇଥାଏ ?
(ଖ) କାହାକୁ ଧରି କୂଅ ପୋଖରୀ ବିଶୋଧନ କରାଯାଏ ?
(ଗ) ସାନିଟାରୀ ଇନିସ୍‌କ୍ଲେରଙ୍କୁ ଧରି କ’ଣ କରାଯାଏ ?
(ଘ) ସାଗୁପାଣି କାହିଁକି ସାଙ୍ଗରେ ନେବାକୁ ହୋଇଥାଏ ?
(ଙ) ଅନେକ ସମୟରେ କ’ଣ ତିଆରି କରି ସାଙ୍ଗରେ ନେବାକୁ ହୋଇଥାଏ ?
(ଚ) ସକାଳୁ ବାହାରି ଗଲେ, ଆଶ୍ରମକୁ କେତେବେଳେ ଫେରିବାକୁ ହୋଇଥାଏ ?
(ଛ) ଗୋପବନ୍ଧୁ ଚୌଧୁରୀଙ୍କର କଡ଼ା ତାଗିଦା କ’ଣ ଥାଏ ?
(ଜ) ସଂନ୍ଧ୍ୟା ପୂର୍ବରୁ ଫେରିବା ପାଇଁ କିଏ ତାଗିଦ କରିଥାନ୍ତି ?
(ଝ) ଆଶ୍ରମ ଭିତରକୁ ଯିବା ପୂର୍ବରୁ କିପରି ପରିଷ୍କାର ହେବାକୁ ପଡ଼ିଥାଏ ?

Question ୬।
ଆସ, ତଳେ ଥ‌ିବା କୋଠରୀରୁ ଅକ୍ଷର ନେଇ ଶବ୍ଦ ଗଢ଼ିବା ।
BSE Odisha 8th Class Odia Solutions Chapter 6 ରୋଗୀସେବା 1
Answer:
ତାଲିମ, ସମାଗମ, ସ୍ଵେଚ୍ଛାସେବକ, ପ୍ରଖର, ବିକୃତି, ଛେଉଣ୍ଡ, ତାଗିଦା, ଖଞ୍ଜା ପ୍ରକୃତି, ଛେଲି, ବଚ୍ଛା, ସେବା ।

Question ୭ ।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କରିବା ।
(କ) ବାପା ଶେଷ ତିନି ଦିନ ________ ଅବସ୍ଥାରେ ପଡ଼ି ରହିଲେ । (ଅଚତୈନ, ଅନୌତନ, ଅଚୈତନ୍ୟ)
(ଖ) ବୋତର ଶରାରରେ ରୋଗ ________ ଶକ୍ତି ନଥିଲା । (ପ୍ରତିଶେଧକ, ପ୍ରତିଷେଧକ, ପ୍ରତିସେଧକ)
(ଗ) ମା’ ପୁଅକୁ ________କଲେ । (ଆଶ୍ରିବାଦ, ଆଶୀର୍ବାଦ, ଆର୍ଶୀବାଦ)
(ଘ) ଶୁଭ ________ ଆସିଗଲା । (ମୁହୂର୍ଭ, ମୂହୁର୍ତ୍ତ, ମୁହୂର୍ର)
(ଙ) ରୋଗା ପାଇଁ ଉପଯୁକ୍ତ ________ ଆବଶ୍ୟକ । (ଶୁଶ୍ରୂଷା, ଶୁଶ୍ରୂଷା, ସୁଶ୍ରୂଷା)
Answer:
(କ) ବାପା ଶେଷ ତିନି ଦିନ ଅବସ୍ଥାରେ ପଡ଼ି ରହିଲେ ।
(ଖ) ବୋତର ଶରାରରେ ରୋଗ ପ୍ରତିଷେଧକ ଶକ୍ତି ନଥିଲା ।
(ଗ) ମା’ ପୁଅକୁ ଆଶୀର୍ବାଦ କଲେ ।
(ଘ) ଶୁଭ ମୁହୂର୍ଭ ଆସିଗଲା ।
(ଙ) ରୋଗା ପାଇଁ ଉପଯୁକ୍ତ ଶୁଶ୍ରୂଷା ଆବଶ୍ୟକ ।

Question ୮।
ଆରମ୍ଭରେ ‘ଅ’ ଅକ୍ଷର ଯୋଗ କରି ପାଞ୍ଚଟି ଶବ୍ଦ ଗଢ଼ିବା ।
ନୂତନ ଶବ୍ଦଗୁଡ଼ିକୁ ଏଠାରେ ଲେଖୁବା ।
BSE Odisha 8th Class Odia Solutions Chapter 6 ରୋଗୀସେବା 2
Answer:
ଅଚୈତନ୍ୟ, ଅସାମାନ୍ୟ, ଅହିତକର, ଅଗୋଚର, ଅନୈତିକ ସେହି ଶବ୍ଦଗୁଡ଼ିକୁ ନେଇ ବାକ୍ୟ ଗଠନ କରିବା ।
ଅଚୈତନ୍ୟ – ରୋଗୀଟି ରୋଗରେ ଅଚୈତନ୍ୟ ହୋଇଯାଇଛି ।
ଅସାମାନ୍ଯ – ଗଙ୍ଗାଧର ମେହେର ଅସାମାନ୍ୟ କବି ପ୍ରତିଭାର ଅଧିକାରୀ ଥିଲେ ।
ଅହିତକର – ଅତ୍ୟଧ୍ୟ ତେଲମସଲାଯୁକ୍ତ ଖାଦ୍ୟ ସ୍ୱାସ୍ଥ୍ୟପ୍ରତି ଅହିତକର ।
ଅଗୋଚର – ବିଶ୍ୱକବିଙ୍କ ପୂରାନାମ କାହାକୁ ଅଗୋଚର ନଥ‌ିବ ।
ଅନୈତିକ – ଅନୈତିକ କାର୍ଯ୍ୟରେ ଲିପ୍ତ ହେଲେ ଅବଶ୍ୟ ଦଣ୍ଡ ଭୋଗିବାକୁ ପଡ଼ିଥାଏ ।

Question ୯।
ଆସ, ଉପଯୁକ୍ତ ବିପରୀତ ଅର୍ଥବୋଧକ ଶବ୍ଦଗୁଡ଼ିକୁ ବଡ଼ କୋଠରିରୁ ବାଛି ସାନ କୋଠରିରେ ଲେଖୁବା ।
ଆସହଯୋଗ, ରୋଗାକ୍ରାନ୍ତ,  ପ୍ରତ୍ୟୁଷ, ଅଶାର୍ବାଦ, ଆସମ୍ଭବ,
BSE Odisha 8th Class Odia Solutions Chapter 6 ରୋଗୀସେବା 3
Answer:
ଆସହଯୋଗ – ସହଯୋଗ
ରୋଗାକ୍ରାନ୍ତ – ରୋଗ ମୁକ୍ତ
ପ୍ରତ୍ୟୁଷ – ପ୍ରଦେ।ଷ
ଅଶାର୍ବାଦ – ଅଭିଶାପ
ଆସମ୍ଭବ – ସମ୍ଭବ

Question ୧୦ ।
ଏକଥା କିଏ କାହାକୁ କହିଛନ୍ତି ପାଖ ବନ୍ଧନୀ ମଧ୍ଯରେ ଲେଖୁବା ।
(କ) ‘‘ଯାହା କରିବେ ସାଇଁ, ତାହା
(ଖ) ‘‘ପିଲାଟା କାଲି ରାତିରେ ଜମା ଶୋଇ ନାହିଁ ।
(ଗ) ‘‘ମୋ ଧନକୁ କିଏ ଆଣିଲାଟି। !!
(ଘ) ‘‘ଆସିଛୁ ଯେତେବେଳେ ଆଉ ଦୁଇଟାଦିନ ରହିଯା’’ ।
Answer:
(କ) ଲେଖକଙ୍କ ବାପା, ଲେଖକଙ୍କୁ କହିଥିଲେ ।
(ଖ) ଲେଖକଙ୍କ ବାପା, ଲେଖକଙ୍କ ବୋଉକୁ କହିଥିଲେ ।
(ଗ) ଲେଖକଙ୍କ ବୋଉ ଲେଖକଙ୍କୁ କହିଥିଲେ ।
(ଘ) ଲେଖକଙ୍କ ବୋଉ ଲେଖକଙ୍କୁ କହିଥିଲେ ।

BSE Odisha 8th Class Odia Solutions Chapter 6 ରୋଗୀସେବା

Question ୧୧ ।
ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକୁ ସନ୍ଧିବିଚ୍ଛେଦ କରି ଲେଖୁବା
ପ୍ରଶ୍ନୋତ୍ତର ________ + ________
ଅଧିକାଂଶ ________ + ________
ଛାତ୍ର।ବାସ ________ + ________
ଜରନ୍ନ।ଥ ________ + ________
ସ୍ଵେଚ୍ଛା ________ + ________
Answer:
ପ୍ରଶ୍ନୋତ୍ତର = ପ୍ରଶ୍ନ + ଉତ୍ତର
ଅଧିକାଂଶ = ଅଧିକ + ଅଂଶ
ଛାତ୍ରାବାସ = ଛାତ୍ର + ଆବାସ
ଜଗନ୍ନାଥ = ଜଗତ୍ + ନାଥ = ସ୍ୱ + ଇଚ୍ଛା

Question ୧୨ ।
ଭୁଲ୍ ଲେଖାଥିବା ଶବ୍ଦକୁ ତା’ ପାଖରେ ଠିକ୍ କରି ଲେଖୁବା ।

ଭୁଲ୍‌ ଶବ୍ଦ ଠିକ୍ ଶବ୍ଦ
ଶିଘ୍ର
ଆଶ୍ୱାଶନା
ବିକ୍ରୁତି
ସ୍ନେହପୁର୍ଣ୍ଣ
ଯିଦ୍
ଚାଟଷାଳୀ
ଅସ୍ପଷ୍ଟ
ସ୍ନେହପୁର୍ଣ୍ଣ
ସଂଜ୍ଞାହିନ
ସଂଜ୍ଞାହିନ
ଯିଦ୍
ଅସ୍ପଷ୍ଟ
ଶୁଶ୍ରୂଷା

Answer:

ଭୁଲ୍‌ ଶବ୍ଦ ଠିକ୍ ଶବ୍ଦ
ଶିଘ୍ର ଶାଘ୍ର
ଆଶ୍ୱାଶନା ଆଶ୍ୱାସନା
ବିକ୍ରୁତି ବିକୃତି
ସ୍ନେହପୁର୍ଣ୍ଣ ଆଶାର୍ବାଦ
ଯିଦ୍ ଚାଟଶାଳା
ଚାଟଷାଳୀ ପ୍ରଭୂତି
ଅସ୍ପଷ୍ଟ ସ୍ନେହପୂର୍ଣ୍ଣ
ସ୍ନେହପୁର୍ଣ୍ଣ ସଂଜ୍ଞାହାନ
ସଂଜ୍ଞାହିନ ଜିଦ୍‌
ଯିଦ୍ ବ୍ୟବସ୍ଥା
ଅସ୍ପଷ୍ଟ ଅସ୍ତଷ୍କ
ଶୁଶ୍ରୂଷା ଶୁଶ୍ରୂଷା

Question ୧୩ ।
କୌଣସି ସେବାମୂଳକ କାର୍ଯ୍ୟରେ ଅଂଶଗ୍ରହଣ ମାଧ୍ୟମରେ ତୁମେ ଲାଭ କରିଥିବା ଅନୁଭୂତିକୁ ବର୍ଣନା କରି ବନ୍ଧୁଙ୍କ ନିକଟକୁ ଚିଠିଟିଏ ଲେଖ ।
Answer:

ତା ୨୫.୪.୨୦୧୯
ସୁଜନପୁର

ପ୍ରିୟ ସୁରେଶ,

ଶୁଭେଚ୍ଛା ନେବୁ । ଗତ ଶନିବାର ଦିନ ତୋ’ ଚିଠି ପାଇଲି । ହଷ୍ଟେଲ ଜୀବନ ତୋତେ ଭଲ ଲାଗୁଛି ଜାଣି ଖୁସି ହେଲି । ଆଜି ତୋତେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଖବର ଜଣାଉଛି । ତୁ ଜାଣି ଖୁସି ହେବୁ ଯେ ମୁଁ ରେଭେନ୍ସା କଲିଜିଏଟ୍ ସ୍କୁଲ୍‌ର ନେତାଜୀ ସ୍ଵେଚ୍ଛାସେବକ ବାହିନୀରେ ଯୋଗ ଦେଇଛି । ଆମ ସ୍କାଉଟ୍ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଆମେ ଗତିରାଉତପାଟଣାଠାରେ ଅନୁଷ୍ଠିତ ଝାମୁ ଯାତ୍ରାରେ ସେବାକାର୍ଯ୍ୟ କରିବାପାଇଁ ଯାଇଥିଲୁ ।

ସଙ୍ଗରେ ଗୋଟିଏ ତମ୍ବୁ, ଦରି ଓ ବ୍ୟାନର ନେଇଥିଲୁ । ପହଞ୍ଚିଲା ପରେ ସ୍ଥାନୀୟ ୱାର୍ଡମେମ୍ବର ଓ କେତେଜଣ ଯୁବକ ଆମକୁ ସ୍ଵାଗତ କରିଥିଲେ । ନିକଟସ୍ଥ ଏକ ଆମ୍ବତୋଟାରେ ତମ୍ବୁ ପକାଇଲା ପରେ ସଙ୍ଗରେ ନେଇଥ‌ିବା ପାନୀୟ ଜଳ ଯୋଗାଣର ସରଞ୍ଜାମ ଧରି ଯାତ୍ରାସ୍ଥଳକୁ ବାହାରିଲୁ । ପୂର୍ବରୁ ଆମ ପାଇଁ ସେଠାରେ ଜଳଖୁର ବନ୍ଦୋବସ୍ତ କରାଯାଇଥିଲା । ଜଳଖୁଆ ଖାଇସାରିଲା ପରେ ପରେ ସ୍ଥାନୀୟ ସରପଞ୍ଚ ଆସି ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଗଲେ । ତମ୍ବୁରେ ଥିବା ଆମ ଜିନିଷପତ୍ର ଦାୟିତ୍ବରେ ବିଦ୍ୟାଳୟର ପିଅନ ରବି ଭାଇ ରହିଲେ ।

ମଧ୍ୟାହ୍ନରେ ଯାତ୍ରା ଆରମ୍ଭ ହେବାର ଥିଲା । ଗ୍ରୀଷ୍ମର ପ୍ରାଦୁର୍ଭାବ କ୍ରମେ ବଢ଼ିବାକୁ ଲାଗିଲା । ଯାତ୍ରୀସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବାକୁ ଲାଗିଲା । ସ୍ଥାନୀୟ ନଳକୂପରୁ ପାଣି ଆଣି ଚାରିଗୋଟି ଡ୍ରମରେ ରଖୁ । ଖରାତାତି ବଢ଼ିବା ସହିତ ଆମ କାର୍ଯ୍ୟର ତତ୍ପତା ବୃଦ୍ଧି ପାଇଲା । ଚାରିଜଣ ଜଳ ଯୋଗାଣ ଦାୟିତ୍ଵରେ ରହିଲେ, ଦୁଇଜଣ ପିଲା ନଳକୂପରୁ ପାଣି ଆଣି ଡ୍ରମରେ ଭରିବା ଦାୟିତ୍ୱରେ ଥିଲେ । ଆଉ ଦୁଇଜଣ ଯାତ୍ରୀମାନଙ୍କୁ ଶୃଙ୍ଖଳିତଭାବେ ଯାତ୍ରା ଦେଖିବା କାର୍ଯ୍ୟରେ ସାହାଯ୍ୟ କରିବାକୁ ମୁତୟନ ହେଲେ । ଆମ ଗୁରୁଜୀ ଆମମାନଙ୍କର କାର୍ଯ୍ୟ କିପରି ସୁପରିଚାଳିତ ହେବ ତାହା ବୁଝାବୁଝି କରୁଥିଲେ । ଖରା ତେଜ ସହି ନପାରି ଦୁଇ ତିନିଜଣ ବୃଦ୍ଧା ଅଚେତ ହୋଇ ପଡ଼ିଥିଲେ । ସେମାନଙ୍କୁ ଟେକିଆଣି ଶିବିରରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲୁ । ଆମର କାମ ଦେଖି ସ୍ଥାନୀୟ ଲୋକେ ପ୍ରଶଂସା କରୁଥିଲେ ବୟସ୍କ ଲୋକମାନେ ଆମକୁ କଲ୍ୟାଣ କରୁଥିଲେ ।

ସୁରେଶ, ତୁ ବିଶ୍ଵାସ କରିପାରିବୁନି, ସେଦିନର ସେ ଅନୁଭୂତି ଆମକୁ ଏତେ ଆନନ୍ଦ ଦେଇଥିଲା ଯେ ଆମେ ଜୀବନରେ ତାହା ଭୁଲିପାରିବୁନି । ମଧ୍ୟାହ୍ନ ଭୋଜନ ଆମ କ୍ୟାମ୍ପକୁ ଆସିଲାପରେ ଜଣ ଜଣ କରି ଯାଇ ଖାଇଆସି କାମରେ ଲାଗିପଡ଼ିଥିଲୁ । ଅପରାହ୍ନକୁ ଗହଳି ଧୀରେ ଧୀରେ କମିବାକୁ ଲାଗିଲା। ୫ଟା ପରେ ଆମେ ଶିବିରକୁ ଫେରିଲୁ । ସ୍ଥାନୀୟ କିଛି ଭଦ୍ରବ୍ୟକ୍ତି ଜଳଖୁ ଆଣି ଆମକୁ ଖାଇବାକୁ ଦେଲେ । ସନ୍ଧ୍ୟାରେ ଜିନିଷପତ୍ର ଗାଡ଼ିରେ ଲଦି ହଷ୍ଟେଲକୁ ଫେରିଲୁ । ପରଦିନ ପ୍ରଧାନଶିକ୍ଷକ ପ୍ରାର୍ଥନା ସଭାରେ ଆମକୁ ଗୋଟିଏ ଗୋଟିଏ ପ୍ରଶଂସାପତ୍ର ଦେଇ ପୁରସ୍କୃତ କଲେ । ମୁଁ ପୁରୀ ଗଲେ ତମ ହଷ୍ଟେଲକୁ ନିଶ୍ଚୟ ଯିବି । କାଲି ମୁଁ ବାପାଙ୍କ ସହ ଘରକୁ ଆସିଥୁଲି । ସୋମବାର ସକାଳୁ ହଷ୍ଟେଲ ଚାଲିଯିବି । ଚିଠି ପାଇ ଚିଠି ଦେବୁ । ଏତିକିରେ ରହୁଛି । । ଇତି ।

ତୋର ମମତାବଦ୍ଧ ରଘୁ

BSE Odisha 8th Class Odia Solutions Chapter 6 ରୋଗୀସେବା 4

ତୁମ ପାଇଁ କାମ

କୌଣସି ସେବାମୂଳକ କାର୍ଯ୍ୟରେ ଅଂଶଗ୍ରହଣ ମାଧ୍ୟମରେ ତୁମେ ଲାଭ କରିଥିବା ଅନୁଭୂତିକୁ ବର୍ଣନା କରି ଏକ ବିବରଣୀ ଲେଖ ।

ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନେ।ତ୍ତର

Question ୧।
ଲେଖକଙ୍କ ବାପାଙ୍କ ପାଦରୁ ରକ୍ତ କାହିଁକି ଝରୁଥୁଲା ?
Answer:
ଲେଖକଙ୍କ ବାପା ବାଡ଼ିରେ କାମ କରୁଥିଲାବେଳେ ଖଣ୍ଡେ ଭଙ୍ଗାକାଚ ପାଦରେ ପଶିଯିବାରୁ ତାଙ୍କ ପାଦରୁ ରକ୍ତ ଝରୁଥିଲା ।

Question ୨।
ଲେଖକଙ୍କ ବାପାଙ୍କର ମୃତ୍ୟୁ କିପରି ହୋଇଥିଲା ?
Answer:
ଲେଖକଙ୍କ ବାପା ଗ୍ରହଣୀ ଝାଡ଼ା ରୋଗରେ ଆକ୍ରାନ୍ତ ହୋଇଥିଲେ । ଲେଖକ ଡାକ୍ତର ଡାକିବା କଥା କହିବାରୁ ସେ ବାରଣ କଲେ । ଗ୍ରାମର ବୈଦ୍ୟଙ୍କଠାରୁ ଆଣିଥିବା ଔଷଧ ମଧ୍ଯ ସେ ଖାଇନଥିଲେ । ଦଶ ବାର ଦିନ ଶଯ୍ୟାଶାୟୀ ହେବା ପରେ ସେହି ରୋଗରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

Question ୩ ।
ଲେଖକଙ୍କ ବୋଉଙ୍କର ଦେହାନ୍ତ କେବେ ହୋଇଥିଲା ?
Answer:
୧୯୨୭ ମସିହାରେ ଲେଖକଙ୍କ ବାପା ଦେହତ୍ୟାଗ କରିବାର ପାଞ୍ଚବର୍ଷ ପରେ ତାଙ୍କ ବୋଉଙ୍କ ଦେହାନ୍ତ ହୋଇଥୁଲା, ଅର୍ଥାତ୍ ୧୯୩୨ ମସିହାରେ ତାଙ୍କ ବୋଉ ଇହଧାମ ତ୍ୟାଗ କରିଥିଲେ ।

BSE Odisha 8th Class Odia Solutions Chapter 6 ରୋଗୀସେବା

Question ୪ ।
ସେତେବେଳେ ଲେଖକ କେଉଁଠାରେ ଚାକିରି କରୁଥିଲେ ?
Answer:
ଲେଖକଙ୍କ ବୋଉ ରୋଗଗ୍ରସ୍ତ ହୋଇ ମୃତ୍ୟୁବରଣ କଲା ସମୟରେ ଲେଖକ କଟକର ଦତ୍ତ ପ୍ରେସରେ ଚାକିରୀ କରୁଥିଲେ ।

Question ୫ ।
୧୯୨୨ ମସିହାରେ କେଉଁଠାରେ ହଇଜା ବ୍ୟାପିଥିଲା ?
Answer:
୧୯୨୨ ମସିହାରେ ଜଗତ୍‌ସିଂହପୁରର ଅଳକାଶ୍ରମ ଆଖପାଖ କେତୋଟି ଗ୍ରାମରେ ହଇଜା ବ୍ୟାପିଥିଲା ।

Question ୬।
ସୁଦର୍ଶନଙ୍କ ସହିତ ମିଶି ଲେଖକ କିପରି ରୋଗୀସେବା କରୁଥିଲେ ?
Answer:
ଲେଖକ ସୁଦର୍ଶନ ପ୍ରହରାଜଙ୍କୁ ଗୁରୁଜ୍ଞାନ କରୁଥିଲେ । ଶ୍ରଦ୍ଧାରେ ସେ ତାଙ୍କୁ ସୁଦୁରିଆନା ବୋଲି ଡାକୁଥିଲେ । ତାଙ୍କ ସହିତ ଘର ଘର ବୁଲି ଲେଖକ ରୋଗୀମାନଙ୍କ ଅବସ୍ଥା ଦେଖିବା, ଡାକ୍ତରଖାନାରୁ ଔଷଧ ଆଣିଦେବା, ସାନିଟାରୀ ଇନିସ୍ପେକ୍ଟରଙ୍କ ସହାୟତାରେ କୂଅ, ପୋଖରୀ ବିଶୋଧନ କରାଇବା ଆଦି କାର୍ଯ୍ୟ କରୁଥିଲେ । ଅନେକ ସମୟରେ ସାରୁପାଣି ତିଆରି କରି ଗରିବ ଲୋକଙ୍କୁ ପଥ ଯୋଗାଇବା କାର୍ଯ୍ୟ ମଧ୍ୟ କରୁଥିଲେ । ଆଶ୍ରମରୁ ବେଳେବେଳେ ବାହାରିଗଲେ ଫେରିବାକୁ ବେଶି ରାତି ହୋଇଯାଏ ।

Question ୭ ।
ଲେଖକ କେଉଁଠାରୁ ରୋଗୀସେବା ଶିକ୍ଷା କରିଥିଲେ ?
Answer:
ପାଠ୍ୟନ୍ତର୍ଭୁକ୍ତ ବିଷୟ ସହ ରୋଗୀସେବାର ଶିକ୍ଷା ଦେଉଥଲେ ଆଚାର୍ଯ୍ୟ ହରିହର । ଆଚାର୍ଯ୍ୟ ମହାଶୟ ସେବା କରିବାକୁ କେବଳ ଶିକ୍ଷା ଦେଉନଥିଲେ, ବରଂ ନିଜେ ତାହା କରି ଦେଖାଇ ଦେଉଥିଲେ । ଲେଖକ ତାଙ୍କଠାରୁ ରୋଗୀସେବା ଶିକ୍ଷା କରିଥିଲେ ।

Question ୮।
‘ରୋଗୀସେବା’ ପ୍ରବନ୍ଧର ଲେଖକ କିଏ ? ତାଙ୍କର କେଉଁ ଉପନ୍ୟାସ ଓଡ଼ିଆ ପାଠକମାନଙ୍କ ମଧ୍ୟରେ ସୁପରିଚିତ?
Answer:
‘ରୋଗୀସେବା’ ପ୍ରବନ୍ଧର ଲେଖକ ହେଉଛନ୍ତି ଶିଶୁ ସାହିତ୍ୟିକ ଉଦୟନାଥ ଷଡ଼ଙ୍ଗୀ । ତାଙ୍କ ଅନୁବାଦ ଉପନ୍ୟାସ ‘ଟମକକାଙ୍କ କୁଟୀର’ ଓଡ଼ିଆ ସାହିତ୍ୟର ପାଠକ ମହଲରେ ବେଶ୍ ସୁପରିଚିତ ।

Question ୯।
ବାପାଙ୍କ ପାଦରୁ ରକ୍ତ ଝରୁଥ‌ିବା ଦେଖୁ ଲେଖକ କ’ଣ କରିଥିଲେ ?
Answer:
ବାପାଙ୍କ ପାଦରୁ ରକ୍ତ ଝରୁଥ‌ିବା ଦେଖୁ ଲେଖକ ପ୍ରଥମେ ବିଚଳିତ ହୋଇ ପଡ଼ିଥିଲେ । ତଥାପି ସାହସର ସହ କ୍ଷତ ସ୍ଥାନରେ ଗାମୁଛା ବାନ୍ଧି ଗ୍ରାମର ବୈଦ୍ୟଙ୍କ ନିକଟକୁ ନେଇ ଚିକିତ୍ସା ବ୍ୟବସ୍ଥା କରିଥିଲେ । ବୈଦ୍ୟଙ୍କଠାରୁ ଚିକିତ୍ସା ପଦ୍ଧତି ଶିଖ୍ ବାଡ଼ିର କଅଁଳ ଦୂବଘାସ ଛେଚି କ୍ଷତସ୍ଥାନରେ ବାନ୍ଧିବା କାର୍ଯ୍ୟ କରିଥିଲେ । ବାପା କଷ୍ଟ ପାଉଥିବାବେଳେ ସେ ପାଦ ଓ ଆଉଁଶି ଦେଇଥିଲେ ।

Question ୧୦।
ଲେଖକ କେବେ ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ରାବାସରୁ ଘରକୁ ଫେରିଥିଲେ ? ସେହି ସମୟରେ କି ଘଟଣା ଘଟିଲା ?
Answer:
୧୯୨୭ ମସିହାରେ ମାଟ୍ରିକ୍ୟୁଲେସନ ପରୀକ୍ଷା ଘରକୁ ଫେରିଥିଲେ । ସେହି ସମୟରେ ତାଙ୍କ ବାପା ଗ୍ରହଣୀ କରିଥିଲେ । ଦେଇସାରି ଲେଖକ ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ରାବାସରୁ ରୋଗରେ ଆକ୍ରାନ୍ତ ହୋଇ ୭୨ ବର୍ଷ ବୟସରେ ଦେହତ୍ୟାଗ

Question ୧୧ ।
ଲେଖକ ଗ୍ରହଣୀ ଝାଡ଼ା ରୋଗରେ ଆକ୍ରାନ୍ତ ତାଙ୍କ ପିତାଙ୍କର କିପରି ସେବା ଶୁଶ୍ରୂଷା କରିଥିଲେ ?
Answer:
ଲେଖକ ଗ୍ରହଣୀ ଝାଡ଼ା ରୋଗରେ ଆକ୍ରାନ୍ତ ବାପାଙ୍କ ପାଇଁ ବୈଦ୍ୟଙ୍କଠାରୁ ଔଷଧ ଆଣିଦେବା ଓ ବାପାଙ୍କ ସେବାଶ୍ରୁଶୁଷା କରିବାରେ ଅବହେଳା କରିନଥିଲେ । ବାପାଙ୍କ ଶେଷ ସମୟକୁ ସେ ତାଙ୍କ ପାଖେ ପାଖେ ରହି ମଇଳା ବିଛଣା ସଫା କରିବା, ପଥ୍ ଖୋଇଦେବା, ରାତି ଅନିଦ୍ରା ହୋଇ ଜଗି ବସିବା ପରି ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ।

Question ୧୨ ।
ଆଚାର୍ଯ୍ୟ ମହାଶୟ କିଏ ? ତାଙ୍କୁ ଲୋକେ ଆଚାର୍ଯ୍ୟ ମହାଶୟ ବୋଲି କହିଥିଲେ ?
Answer:
ଋଷିପ୍ରତିମ ହରିହର ଦାସ ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସାଥୀ ଏବଂ ସତ୍ୟବାଦୀ ବନବିଦ୍ୟାଳୟର ଅନ୍ୟତମ ଶିକ୍ଷକ । ଶ୍ରଦ୍ଧାରେ ଲୋକେ ତାଙ୍କୁ ଆଚାର୍ଯ୍ୟ ହରିହର ଅଥବା ଆଚାର୍ଯ୍ୟ ମହାଶୟ ବୋଲି କହୁଥିଲେ । ସେ ୧୮୭୯ ମସିହାରେ ଜନ୍ମଗ୍ରହଣ କରି ୧୯୭୧ ମସିହାରେ ମୃତ୍ୟୁବରଣ କରିଥିଲେ ।

ସରଳ ଭାଷାରେ ଚୁଝାଇ ଲେଖ :

Question ୧୩ ।
ସତ୍ୟବାଦୀ ସ୍କୁଲରେ ରୋଗୀସେବା କରିବା ତାଲିମ ପାଇଥିଲି, ତାହା ହିଁ କାର୍ଯ୍ୟରେ ଲଗାଇଲି ।
Answer:
ସତ୍ୟବାଦୀ ସ୍କୁଲରେ ………. କାର୍ଯ୍ୟରେ ଲଗାଇଲି ।
ଶଂସିତ ଗଦ୍ୟାଶଟି ଉଦୟନାଥ ଷଡ଼ଙ୍ଗୀଙ୍କ ଆତ୍ମଜୀବନୀ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ ଶୀର୍ଷକ ପୁସ୍ତକରୁ ସଂଗୃହୀତ ‘ରୋଗୀସେବା’ବିଷୟରୁ ଆନୀତ । ଏଠାରେ ଲେଖକ ନିଜ ରୋଗଗ୍ରସ୍ତ ବୃଦ୍ଧ ପିତାଙ୍କ ସେବା ଶୁଶ୍ରୂଷା କରିବାରେ ସତ୍ୟବାଦୀ ବିଦ୍ୟାଳୟର ସେବା ତାଲିମ କିପରି ସହାୟକ ହୋଇଥିଲା ତାହା ବର୍ଣ୍ଣନା କରିଛନ୍ତି । ୧୯୨୭ ମସିହାରେ ମାଟ୍ରିକ୍ୟୁଲେସନ୍ ପରୀକ୍ଷା ପରେ ଘରେ ଅବସ୍ଥାନ କରୁଥିବା କାଳରେ ଲେଖକଙ୍କ ପିତା ଦଶ ବାର ଦିନ ଧରି ରୋଗଗ୍ରସ୍ତ ହୋଇ ଶଯ୍ୟାଶାୟୀ ହୋଇଥିଲେ । ଗ୍ରହଣୀ ଝାଡ଼ା ରୋଗରେ ପୀଡ଼ିତ ହୋଇଥ‌ିବା ପିତାଙ୍କୁ ସେ ସୁଚାରୁରୂପେ ସେବା ପ୍ରଦାନ କରିଥିଲେ। ସତ୍ୟବାଦୀ ସ୍କୁଲ ଛାତ୍ରାବାସରେ ଲେଖକ ରୋଗୀସେବା କରିବା ତାଲିମ ପାଇଥିଲେ । ତେଣୁ ପିତାଙ୍କ ସେବା କରିବାରେ ତାଙ୍କର କୌଣସି ଅସୁବିଧା ହୋଇନଥିଲା ।

ରାତିଦିନ ପାଖରେ ବସିରହି ମଇଳା ବିଛଣା ଚାଦର ଘନ ଘନ ପରିବର୍ତ୍ତନ କରିବା, ଦୁର୍ବଳ, କ୍ଷୀଣ ଶରୀର ବିଶିଷ୍ଟ ପିତାଙ୍କୁ କାଖ ପାଖରେ ଓ ଅଣ୍ଟାରେ ହାତ ଦେଇ ଉଠାଇ ବିଛଣା ବଦଳାଇବା କାର୍ଯ୍ୟ କରିବାରେ ତାଙ୍କୁ କଷ୍ଟକର ଲାଗିନଥିଲା । ଦିନସାରା ପାଖରେ ରହିବା ସହ ରାତି ସାରା ଅନିଦ୍ରା ରହି ସେ ପିତାଙ୍କର ସେବା କରିଥିଲେ । ରାତିରେ ବାପାଙ୍କ ନିଦ ଟିକେ ଭାଙ୍ଗିଗଲେ ସେ ଲେଖକଙ୍କୁ ହିଁ ଖୋଜୁଥିଲେ । ଲେଖକ ମଧ୍ଯ ଜଣେ ଦକ୍ଷ ତାଲିମପ୍ରାପ୍ତ ସେବକ ପରି ନିର୍ବିକାର ଚିତ୍ତରେ ପିତାଙ୍କ ସେବା କରିପାରିଥିଲେ ଓ ରୋଗଗ୍ରସ୍ତ ପିତାଙ୍କର ଅନ୍ତର ଖୋଲା ଆର୍ଶୀବାଦ ଲାଭ କରିଥିଲେ ।

BSE Odisha 8th Class Odia Solutions Chapter 6 ରୋଗୀସେବା

Question ୧୪ ।
ମୋର ଜୀବନକାଳ ମଧ୍ୟରେ ସବୁ କାର୍ଯ୍ୟରେ, ପିତାମାତାଙ୍କର ସେହି ଅନ୍ତିମ ଆର୍ଶୀବାଦ ହିଁ ତା’ ପଛରେ ରହି ପ୍ରେରଣା ଦେଉଅଛି।
Answer:
ମେର ଜାବନକାଳ ………………… ପ୍ରେରଣା ନ୍ଦେଉଅଛା
ପ୍ରୋକ୍ତ ଗଦ୍ୟାଶଟି ଉଦୟନାଥ ଷଡ଼ଙ୍ଗୀଙ୍କ ରଚିତ ଆତ୍ମଜୀବନୀ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ ପୁସ୍ତକରୁ ସଂଗୃହୀତ ‘ରୋଗୀସେବା’ ଶୀର୍ଷକ ବିଷୟରୁ ଆନୀତ । ଏଠାରେ ଲେଖକ ପିତାମାତାଙ୍କ ଆଶୀର୍ବାଦଦ୍ଵାରା ମାନବ କିପରି ଜୀବନ ଯୁଦ୍ଧରେ ସର୍ବତ୍ର ବିଜୟଲାଭ କରିଥାଏ ତାହା ବର୍ଣ୍ଣନା କରିଛନ୍ତି । ବାଲ୍ୟକାଳରୁ ସେବାକୁ ଜୀବନର ମହାନ୍ ବ୍ରତଭାବେ ଗ୍ରହଣ କରିଥିଲେ ଲେଖକ । ଏପରିକି ଚାଟଶାଳୀର ଛାତ୍ର ଥିଲାବେଳେ ମଧ୍ୟ ସେ ବାପାଙ୍କ କଟା ଘା’ର ଚିକିତ୍ସାରେ ସହାୟତା କରିଥିଲେ । ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷାଲାଭ କରି ରୋଗୀସେବା ସମ୍ପର୍କରେ ସେ ଆଚାର୍ଯ୍ୟ ହରିହରଙ୍କଠାରୁ ତାଲିମ ପାଇଥିଲେ । ନିଜ ପିତାମାତାଙ୍କ ଶେଷ ସମୟରେ

ସେମାନଙ୍କ ରୋଗଶଯ୍ୟା ନିକଟରେ ରହି ସେ ଉପଯୁକ୍ତ ସେବା ପ୍ରଦାନ କରିଥିଲେ । ପିତାମାତା ଯେ ଜୀବନ୍ତ ଦେବତା ଓ ତାଙ୍କୁ ସେବା କରିବାଦ୍ଵାରା ଯେଉଁ ଧର୍ମ ଅର୍ଜନ କରାଯାଏ ତାହା ହିଁ ପରବର୍ତ୍ତୀ ସମୟରେ ମଣିଷକୁ ସବୁକ୍ଷେତ୍ରରେ ସଫଳତା ଆଣିଦିଏ । ଏହା ମର୍ମେ ମର୍ମେ ଲେଖକ ଅନୁଭବ କରିଛନ୍ତି । ଜୀବନରେ ପାଇଥିବା ସମସ୍ତ ସାଫଲ୍ୟ ଅନ୍ତରାଳରେ ଯେ ପିତାମାତାଙ୍କର ଆର୍ଶୀବାଦ ରହିଥିଲା, ଏହା ଲେଖକ ମୁକ୍ତକଣ୍ଠରେ ସ୍ୱୀକାର କରିଛନ୍ତି । ‘ମାନବ ସେବା ହିଁ ମାଧବ ସେବା’ ଏହି ମହାମନ୍ତ୍ରରେ ଦୀକ୍ଷିତ ହୋଇ ପ୍ରତ୍ୟେକ ବ୍ୟକ୍ତି ପ୍ରଥମେ ନିଜ ପିତାମାତାଙ୍କୁ ସେବା ପ୍ରଦାନ କଲେ ଈଶ୍ବରଙ୍କ ଆଶିଷ ଲାଭ କରିପାରିବେ, ଲେଖକ ଏହାହିଁ କହିବାକୁ ଚାହିଁଛନ୍ତି ।

Question ୧୫ ।
‘ସେବା କାମେ ମନ ନ ଥିଲେ ମାତି
ସଇତାନ ତହିଁ କରେ ରାଜୁତି ।’
ଏହି କବିତାଂଶର ଭାବ ସମ୍ପ୍ରସାରଣ କରି ଗୋଟିଏ ଅନୁଚ୍ଛେଦ ଲେଖ ।
Answer:
‘ମାନବ ସେବା ହିଁ ମାଧବ ସେବା’ – ଏହି ଉକ୍ତିଟିର ଯଥାର୍ଥତା ରହିଛି । ସେବାଦ୍ୱାରା ମଣିଷ ଆତ୍ମପ୍ତି ଲାଭ କରିବା ସହ ସେବା ପାଉଥ‌ିବା ବ୍ୟକ୍ତିର କଲ୍ୟାଣ ପ୍ରାପ୍ତ ହୋଇଥାଏ । ପ୍ରତ୍ୟେକ ଜୀବ ମଧ୍ଯରେ ଭଗବାନଙ୍କ ସତ୍ତା ନିହିତ ଅଛି । ତେଣୁ ସେବକ ଉପରେ ଭଗବାନଙ୍କ ଅପାର ଆଶୀର୍ବାଦ ଝରିପଡ଼େ । ଭଗବାନ ଯେଉଁ ସ୍ଥାନରେ ନଥା’ନ୍ତି ସେଠାରେ ସଇତାନ ରାଜୁତି କରେ । ଅର୍ଥାତ୍ ମନ ମଧ୍ୟକୁ କୁଭାବନା ପ୍ରବେଶ କରି ମନ ଓ ଶରୀରକୁ ଗ୍ରାସ କରେ । ଈର୍ଷା, ଦ୍ବେଷ, ପରଶ୍ରୀକାତରତା ଆଦି କୁ-ପ୍ରବୃତ୍ତି ମନରେ ଜାଗରିତ ହୁଏ । ସେବାକାର୍ଯ୍ୟରେ ମନୋନିବେଶ କରୁଥିବା ବ୍ୟକ୍ତି ମଧ୍ୟକୁ ଏପରି ଭାବନା ପ୍ରବେଶ କରିପାରେ ନାହିଁ । ଶାସ୍ତ୍ର ପୁରାଣାଦିରେ ସେବାର ମହତ୍ତ୍ବ ସମ୍ପର୍କରେ ବହୁଳଭାବେ ବର୍ଣ୍ଣନା କରାଯାଇଛି ।

ସେହି ସେବା ମାଧ୍ୟମରେ ମନୁଷ୍ୟ ପିତା-ମାତା, ଗୁରୁ-ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ସେବାକାର୍ଯ୍ୟ ପ୍ରତି ବୀତସ୍ପୃହ ବ୍ୟକ୍ତିର ଅନ୍ତର କର୍କଶତାରେ ଭରିଯାଏ ଯେଉଁଠାରେ କି ଆସୁରିକ ପ୍ରବୃଷ୍ଟି ଜନ୍ମନିଏ । ଗାନ୍ଧି, ଗୋପବନ୍ଧୁ, ମଦର ଟେରେସା ଆଦି ମହାମିନୀଷୀମାନେ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଜୀବନକୁ ଧନ୍ୟ କରିପାରିଛନ୍ତି । ପୁରାଣରୁ ଆମେ ଆରୁଣି, ଉପମନ୍ୟୁ ଓ ଏକଲବ୍ୟଙ୍କ କଥା ଶୁଣିଛେ । ତେଣୁ ସେହି ମହନୀୟ ଆଦର୍ଶର ଅନୁଗାମୀ ହେବା ସର୍ବାଦୌ ଉଚିତ । ସେମାନଙ୍କ ଭଳି ମାନବ ସେବାରେ ନିଜକୁ ନିୟୋଜିତ କରି ଭଗବାନ୍‌ଙ୍କ କରୁଣାରେ ନିଜ ଚଲାପଥକୁ କୁସୁମିତ କରିବା ସମସ୍ତଙ୍କ ଲକ୍ଷ୍ୟ ହେବା ବିଧେୟ ।

Question ୧୬ ।
ତୁମ ବିଦ୍ୟାଳୟରେ ସ୍ଵେଚ୍ଛାସେବକ ବାହିନୀଟିଏ ଗଠନ କରିବା ନିମନ୍ତେ ଅନୁରୋଧ ଜଣାଇ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ ।
Answer:
ମାନନାୟ

ଶ୍ରାଯୁକ୍ତ ଅସୁରେଶ୍ଵର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
ମହୋଦୟ ……………………………… ସମାପେକ୍ଷୁ ।
ମହାଶୟା,

ବିହିତ ସମ୍ମାନ ଓ ଆନୁଗତ୍ୟ ସହକାରେ ଆମ୍ଭେ ଅଷ୍ଟମ ଶ୍ରେଣୀର ନିମ୍ନ ସ୍ଵାକ୍ଷରକାରୀ ମନିଟରମାନେ ଆପଣଙ୍କ ନିକଟରେ ନିମ୍ନଲିଖ୍ ନିବେଦନ କରି ଆପଣଙ୍କ ସ୍ବୀକୃତି ନିମିତ୍ତ ଅନୁରୋଧ ଜଣାଉଛୁ । ନିବେଦ୍ୟ ଏହିକି ଆମ୍ଭ ଅଷ୍ଟମ ଶ୍ରେଣୀର ‘କ’, ‘ଖ’ ଓ ‘ଗ’ ବିଭାଗର ଛାତ୍ରମାନେ ଏକ ସ୍ୱେଚ୍ଛାସେବକ ବାହିନୀ ଗଠନକରି ଆସନ୍ତା ରାମଜନ୍ମୋତ୍ସବରେ ରଘୁନାଥଜୀଉଙ୍କ ମନ୍ଦିର ନିକଟରେ ଯାତ୍ରୀମାନଙ୍କୁ ପାନୀୟ ଜଳ ଯୋଗାଣ ତଥା ସେବାକାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଅଛୁ ।

ଏ ଦିଗରେ ଆମକୁ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବାପାଇଁ ଆମ ବିଦ୍ୟାଳୟର ସ୍କାଉଟ ଶିକ୍ଷକ ମହାଶୟ ସଦୟ ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ଆପଣଙ୍କ ଅନୁମତି ବିନା ଏହି ବାହିନୀ ଗଠନ କରିବା ଅସମ୍ଭବ । ଏଣୁ ଆପଣଙ୍କୁ ସବିନୟ ନିବେଦନ କରୁଅଛୁ କି ଆପଣ ଦୟାପରବଶ ହୋଇ ସ୍ଵେଚ୍ଛାସେବକ ବାହିନୀ ଗଠନ କରିବାପାଇଁ ଅନୁମତି ପ୍ରଦାନ ପୂର୍ବକ ଆବଶ୍ୟକ ଅର୍ଥ ବିଦ୍ୟାଳୟ ସ୍କାଉଟ ଫଣ୍ଡରୁ ମଞ୍ଜୁର କଲେ ଆମେ ଆପଣଙ୍କ ନିକଟରେ ଚିର ଉପକୃତ ରହିବୁ ।

BSE Odisha 8th Class Odia Solutions Chapter 6 ରୋଗୀସେବା 5

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନେ।ତ୍ତର :

Question ୧୭ ।
ନିମ୍ନଲିଖ ଶବ୍ଦଗୁଡ଼ିକୁ ବାକ୍ୟରେ ବ୍ୟବହାର କର । ଅବାଞ୍ଛିତ, ପ୍ରତିଷେଧକ, ରୋଗାକ୍ରାନ୍ତ, ପାଠ୍ୟପୁସ୍ତକ, ପଟ୍ଟଶିଷ୍ୟ
Answer:
ଅବାଞ୍ଛିତ – ଅବାଞ୍ଛିତ ଆର୍ଥିକ ସାହାଯ୍ୟ ଓ ସହଯୋଗ ଯୋଗୁଁ ଆମ ଗ୍ରାମର ପାଠାଗାର ପାଇଁ ଏକ ପକ୍କା ଗୃହ ନିର୍ମାଣ ସମ୍ଭବ ହେଲା ।
ପ୍ରତିଷେଧକ – ଗତକାଲି ହାଇଜା ପ୍ରତିଷେଧକ ଇୱୈକ୍ସନ୍‌ ଦେବାକୁ ଟାକାଦାର ଆମ ବିଦ୍ୟାଳୟକୁ ଆସିଥ୍ ଲୋ
ରୋଗାକ୍ରାନ୍ତ – ରୋଗାକ୍ରାନ୍ତ ବ୍ୟକ୍ତିର ସେବା କରିବା ମାନବ ଜୀବନର ପରମ ଧର୍ମ ।
ପାଠ୍ୟପୁସ୍ତକ – ଛାତ୍ରଛାତ୍ରାମାନଙ୍କୁ ପାଠ୍ୟପୁସ୍ତକ ସମୟରେ ଯୋଗାଇବା ନିମନ୍ତେ ସରକାର ସମସ୍ତ୍ର ପଦଷେପ ନେଉଛନ୍ତି।
ପଟ୍ଟଶିଷ୍ୟ – ଗୋପବନ୍ଧୁ ଗାନ୍ଧିଜାଙ୍କ ପଟ୍ଟଶିଷ୍ୟ ଭାବେ ଦାନଦୁଃଖା ସେବାରେ ନିଜ କାବନକୁ ଉତ୍ସର୍ଗ କରିଥିଲେ।

Question ୧୮।
‘ଭୋକଶୋଷ’, ‘ଛଟପଟ’ ଗୋଟିଏ ଗୋଟିଏ ଯୁଗ୍ମ ଶବ୍ଦ । ପଠିତ ପ୍ରବନ୍ଧରେ ଥ‌ିବା ଯୁଗ୍ମଶବ୍ଦଗୁଡ଼ିକୁ ବାଛି ଲେଖ ।
Answer:
ଧରାଧରି, କଟାକଟି, ସେବାଶୁଶ୍ରୂଷା, ବୁଲାଉ ବୁଲାଉ, ଖନେଇ ଖନେଇ, ସଙ୍ଗେ ସଙ୍ଗେ, ଜୀବନକାଳ, ଆପଦବିପଦ, ଦୁଃଖସୁଖ, ରୋଗଯନ୍ତ୍ରଣା, ଯୁକ୍ତିତର୍କ, ପଟ୍ଟଶିଷ୍ୟ, ଶାଗୁପାଣି, ଗୋଡ଼ହାତ, ରୋଗୀସେବା, ରୋଗୀ-ସେବକ, ରାତିଦିନ, ଲକ୍ଷଲକ୍ଷ, ଖାଦ୍ୟପେୟ, ରଥଯାତ୍ରା, ସ୍ଵେଚ୍ଛାସେବକ ।

Question ୧୯ ।
ତଳ ବାକ୍ୟମାନଙ୍କରେ ଥ‌ିବା’ରେଖାଙ୍କିତ ଶବ୍ଦଗୁଡ଼ିକର ଅର୍ଥ ଲେଖ ।
(କ) ଗାଡ଼ିରେ ବହୁତ ଭିଡ ହୋଇଛି ।
(ଖ) ତାଙ୍କ ଘରେ କାମର ଭିଡ଼ ନ ଥାଏ
(ଗ) ସେପାଖରେ ଠିଆ ହୋଇ ତୁମେ ଦଉଡ଼ିକୁ ଭିଡ଼ ।
Answer:
(କ) ଭିଡ଼ – ଗହଳି
(ଗ) ଭିଡ଼ – ଟାଣ ଓଟାର
(ଗ) ଭିଡ଼ – ଟାଣ / ଓଟାର

BSE Odisha 8th Class Odia Solutions Chapter 6 ରୋଗୀସେବା

Question ୨୦ ।
‘ଶୁଆଇବା’ ଗୋଟିଏ ପ୍ରେରଣାର୍ଥକ କ୍ରିୟା । ସେହିପରି ଆଉ ଚାରୋଟି ପ୍ରେରଣାର୍ଥକ କ୍ରିୟା ଲେଖ ।
Answer:
ଖୁଆଇବା, ଖେଳାଇବା, ହସାଇବା, କନ୍ଦାଇବା ।

Question ୨୧ ।
‘ମାରିବା’ଗୋଟିଏ କ୍ରିୟାପଦ, କିନ୍ତୁ ଘୁଙ୍ଗୁଡ଼ି ମାରିବା’ ଗୋଟିଏ କ୍ରିୟାଯୁକ୍ତ ରୂଢ଼ି । କାରଣ ଏଠାରେ ‘ମାରିବା’ର ଅର୍ଥ ଅଲଗା । ‘ମାରିବା’ ଶବ୍ଦକୁ ନେଇ ୫ଟି କ୍ରିୟାଯୁକ୍ତ ରୂଢ଼ି ଲେଖ ।
Answer:
ଠାସୁକ ମାରିବା, ଫୁଟୁକି ମାରିବା, ହାତ ମାରିବା, ମୁହଁ ମାରିବା, ଦାନା ମାରିବା

ଲେଖକ ପରିଚୟ :

ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଶିଶୁ ସାହିତ୍ୟ ରଚୟିତାଭାବେ ଯେଉଁ କେତେଜଣ ସ୍ୱନାମଧନ୍ୟ ସାରସ୍ଵତ ସାଧକ ପ୍ରସିଦ୍ଧି ଲାଭ କରିଛନ୍ତି, ସେମାନଙ୍କ ମଧ୍ୟରେ ଉଦୟନାଥ ଷଡ଼ଙ୍ଗୀ ଅନ୍ୟତମ । କେବଳ ଶିଶୁ ସାହିତ୍ୟ ନୁହେଁ ଅନୁବାଦ କ୍ଷେତ୍ରରେ ମଧ୍ୟ ତାଙ୍କର ପାରଦର୍ଶିତା ରହିଛି । ତାଙ୍କ ରଚିତ ‘ଟୁଉକୁ ମୂଷି’, ‘ଚକାଚକା ଭଉଁରୀ’, ‘ଜହ୍ନମାମୁ’, ‘ବିଲୁଆନନାର ବାହାଘର’, ‘ମିନିର ମନକଥା’, ‘ଆମ ଗ୍ରହ ଉପଗ୍ରହ’, ‘ଜଳଜନ୍ତୁ ସିରିଜ୍’ ଓ ‘ଆଦିବାସୀ କଥା’ ଆଦି ଉଲ୍ଲେଖଯୋଗ୍ୟା ତାଙ୍କ ଅନୁବାଦ ଭପନ୍ୟାସ ‘ଟମକକାଙ୍କ କୁଟାର’ ଓଡ଼ିଆ ସାହିତ୍ୟର ପାଠକମାନଙ୍କ ମଧ୍ୟରେ ସୁପରିଚିତ । ତାଙ୍କ ଆତ୍ମଜୀବନୀ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ ପୁସ୍ତକଟି ବହୁଭାବେ ଶିକ୍ଷଣୀୟ ବିଷୟବସ୍ତୁରେ ପରିପୂର୍ଣ୍ଣ ।

ପ୍ରବନ୍ଧର ପୃଷ୍ଠଭୂମି :

ମଣିଷ ତିଆରି କାରଖାନା । ସେହି ବିଦ୍ୟାଳୟର ଛାତ୍ର ଥିଲେ ଲେଖକ ଉଦୟନାଥ ଷଡ଼ଙ୍ଗୀ । ଏହି ଆବାସିକ ବିଦ୍ୟାଳୟରେ ସେବାକାର୍ଯ୍ୟ ଥିଲା ପାଠ୍ୟର ଏକ ଅଙ୍ଗ । ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ଲେଖକ ଛାତ୍ରାବସ୍ଥାରୁ ‘ମାନବସେବା ହିଁ ମାଧବ ସେବା’ ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ । ପିତାମାତା ହିଁ ଜୀବନ୍ତ ଦେବତା ଓ ତାଙ୍କରି ସେବାଦ୍ୱାରା ହିଁ ମାନବ ଜୀବନ ଧନ୍ୟ ହୁଏ, ଏହି ଶିକ୍ଷା ଲେଖକ ତାଙ୍କ ବିଦ୍ୟାଳୟରୁ ଲାଭ କରିଥିଲେ । ସେବା କରିବାରେ ଯେଉଁ ଶାଶ୍ବତ ଆନନ୍ଦ ମିଳେ ତାହା ଅନୁଭବୀ ହିଁ ଜାଣେ । ଏହି ରଚନାଟିରେ ଲେଖକ ନିଜ ଜୀବନର ଅନୁଭୂତିକୁ ଅତି ଆବେଗପୂର୍ଣ ଭାଷାରେ ବର୍ଣ୍ଣନା କରିଛନ୍ତି । ଲେଖକଙ୍କ ଆତ୍ମଜୀବନୀ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ ଶୀର୍ଷକ ପୁସ୍ତକରୁ ଆଲୋଚ୍ୟ ପ୍ରବନ୍ଧଟି ସଂଗୃହୀତ ।

ପ୍ରବନ୍ଧର ସାରକଥା :

ସେବା ମଣିଷର ପରମ ଧର୍ମ । ବାଲ୍ୟାବସ୍ଥାରୁ ଏହି ମହାନ୍ ଆଦର୍ଶରେ ଲେଖକ ଅନୁପ୍ରାଣିତ ହୋଇଥିଲେ । ଚାଟଶାଳୀର ଛାତ୍ର ଥିଲାବେଳେ ବାପାଙ୍କ ଗୋଡ଼ରୁ ରକ୍ତ ଝରିପଡ଼ୁଥ‌ିବା ଦେଖ୍ ଯଦିଓ ସେ ବିଚଳିତ ହୋଇ ପଡ଼ିଥିଲେ, ତଥାପି ସାହସର ସହିତ କ୍ଷତ ସ୍ଥାନରେ ଗାମୁଛା ବାନ୍ଧି ଗ୍ରାମର ବୈଦ୍ୟଙ୍କ ନିକଟରେ ଚିକିତ୍ସା ବ୍ୟବସ୍ଥା କରିଥିଲେ । ବୈଦ୍ୟଙ୍କଠାରୁ ଚିକିତ୍ସା ପଦ୍ଧତି ଶିଖ୍ ନିଜେ ବାଡ଼ିର କଅଁଳ ଦୂବଘାସ ଛେଚି କ୍ଷତ ସ୍ଥାନରେ ବାନ୍ଧିବା କାର୍ଯ୍ୟ କରିଥିଲେ । ସେ ସମୟରେ ଯନ୍ତ୍ରଣାର ଉପଶମ ପାଇଁ କୌଣସି ଡାକ୍ତରୀ ଔଷଧ ମଫସଲ ଗାଁରେ ମିଳୁନଥିଲା । ବାପା ଯନ୍ତ୍ରଣାରେ କଷ୍ଟ ପାଉଥ‌ିବା ଲକ୍ଷ୍ୟ

କରି ସେ ତାଙ୍କ ପାଦ ଓ ଦେହକୁ ଆଉଁଶି ଦେଇଥିଲେ । ପନ୍ଦର ଦିନ ଧରି ଏହିପରି ସେବା କଲାପରେ ବାପା ସୁସ୍ଥ ହୋଇଥିଲେ । ବାପାଙ୍କ ପାଦର ଘା’ ଭଲ ହେଲାପରେ ମଧ୍ୟ ତାଙ୍କର ସେହି ଅଭ୍ୟାସ ଦୈନନ୍ଦିନ କର୍ତ୍ତବ୍ୟରେ ପରିଣତ ହୋଇଥିଲା । ଏପରିକି ବାର୍ଷିକ ପରୀକ୍ଷା ପାଇଁ ରାତି ଅନିଦ୍ରା ହୋଇ ପାଠ ପ୍ରସ୍ତୁତ କଲାବେଳେ ମଧ୍ୟ ବାପାଙ୍କ ବାରଣ ସତ୍ତ୍ଵେ ସେ ତାଙ୍କ ଗୋଡ଼ ଘଷିଦେବାରେ ଏକ ଘଣ୍ଟା ସମୟ ବ୍ୟୟ କରୁଥିଲେ । ପ୍ରତିଦିନ ରାତିରେ କିଛି ସମୟ ପାଇଁ ବାପାଙ୍କ ଅଣ୍ଟା, ପିଠି, ଗୋଡ଼ ଚିପି ଦେଲାପରେ ସେ ଶୋଇବାକୁ ଯାଉଥିଲେ ।

ଲେଖକ ସତ୍ୟବାଦୀ ବନବିଦ୍ୟାଳୟରେ ମାଟ୍ରିକ୍ୟୁଲେସନ ପର୍ଯ୍ୟନ୍ତ ଶିକ୍ଷାଲାଭ କରିଥିଲେ । ୧୯୨୭ ମସିହାରେ ମାଟ୍ରିକ ପରୀକ୍ଷା ପରେ ସେ ଛାତ୍ରାବାସରୁ ଘରକୁ ଆସିଲେ । ସେହି ସମୟକୁ ତାଙ୍କ ବାପା ଗ୍ରହଣୀ ଝାଡ଼ା ରୋଗରେ ଆକ୍ରାନ୍ତ ହୋଇ ୭୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ରୋଗଗ୍ରସ୍ତ ଅବସ୍ଥାରେ ଥିଲାବେଳେ ସେ ବାପାଙ୍କ ପାଇଁ ବୈଦ୍ୟଙ୍କଠାରୁ ଔଷଧ ଆଣିଦେବା ଓ ବାପାଙ୍କ ସେବାଶୁଶ୍ରୁଷା କରିବାରେ ଅବହେଳା କରିନଥିଲେ । ପିଲାଦିନୁ ସେବା କାର୍ଯ୍ୟରେସେ ଯେପରି ଆଗ୍ରହୀ ଥିଲେ, ପରେ ସତ୍ୟବାଦୀ ବନ ବିଦ୍ୟାଳୟରେ ତାହା ଅଧିକ ଶୃଙ୍ଖଳିତ ହୋଇପାରିଥିଲା ।

କାରଣ ସେଠାରେ ରୋଗୀସେବା କରିବାର ତାଲିମ ତାଙ୍କୁ ସେହି କାର୍ଯ୍ୟରେ ଅଧିକ ପରିପକ୍ବ କରାଇଥିଲା । ବାପାଙ୍କ ଶେଷ ସମୟକୁ ସେ ତାଙ୍କ ପାଖେ ପାଖେ ରହି ମଇଳା ବିଛଣା ସଫା କରିବା, ପଥ୍ ଖୋଇଦେବା, ରାତି ଅନିଦ୍ରା ହୋଇ ଜଗି ରହିବା ପରି ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ।
ପିତାଙ୍କ ଦେହତ୍ୟାଗର ପାଞ୍ଚବର୍ଷ ପରେ ଲେଖକଙ୍କର ମାତୃବିୟୋଗ ହୋଇଥିଲା । ସେ ସମୟକୁ ସେ ଦତ୍ତ ପ୍ରେସରେ ଚାକିରି କରିସାରିଥିଲେ ।

ଘରୋଇ ସଂସ୍ଥାରେ ଚାକିରି କରୁଥିବାରୁ ତାଙ୍କୁ ଖୁବ୍ କମ୍ ଛୁଟି ମିଳୁଥିଲା । ଦିନକ ପାଇଁ ଘରକୁ ଆସି, ଘରେ ବୋଉ ବେମାର ଥ‌ିବାରୁ ଆଉ ଦୁଇଦିନ ଘରେ ରହିବାକୁ ବାଧ୍ୟ ହୋଇଥିଲେ । ମାତ୍ର ବୋଉଙ୍କ ଜ୍ଵର ରୋଗ ବଢ଼ିବାରେ ଲାଗିଥିଲା । ବୋଉଙ୍କ ଶଯ୍ୟାପାଖରେ ବସି ରହି ଦେହହାତ ଆଉଁଶି ଦେବା, ପଥ୍ ଖୋଇଦେବା, ଦେହର ଉତ୍ତାପ ମାପିବା ଆଦି କାର୍ଯ୍ୟ କରି ଦେଉଥିଲେ । ଶେଷ ସମୟ ଆସିବା ପୂର୍ବରୁ ବୋଉ ପୁଅକୁ ସ୍ନେହପୂର୍ଣ ଆସ୍‌ରେ ଚାହିଁ ସତେ ଯେପରି କଲ୍ୟାଣ କରୁଥିଲେ । ଶେଷରେ ଲେଖକଙ୍କ ହାତକୁ ମୁଠାଇ ଧରି ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ।

୧୯୨୨ ମସିହାରେ ଜଗତ୍‌ସିଂହପୁର ଅଳକାଶ୍ରମ ଆଖପାଖ ଅଞ୍ଚଳରେ ପ୍ରବଳ ହଇଜା ବ୍ୟାପିଥିଲା । ସୁଦର୍ଶନ ପ୍ରହରାଜଙ୍କ ସହ ମିଶି ଲେଖକ ଗାଁ ଗାଁ ବୁଲି ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ଘର ଘର ବୁଲି ରୋଗୀଙ୍କ ଅବସ୍ଥା ଦେଖ୍, ଡାକ୍ତରଖାନାରୁ ଔଷଧ ନେଇ ରୋଗୀଙ୍କୁ ଖୁଆଇବା, ଗୁରୁତର ଅବସ୍ଥାରେ ଥ‌ିବା ରୋଗୀଙ୍କୁ ଡାକ୍ତରଖାନାକୁ ଆଣିବା ଏବଂ ସାନିଟାରୀ ଇନସ୍ପେକ୍ଟରଙ୍କୁ ଧରି କୂଅ, ପୋଖରୀ ବିଶୋଧନ କରାଇବା ଆଦି କାର୍ଯ୍ୟରେ ଲେଖକ ବ୍ୟସ୍ତ ରହୁଥିଲେ । ଆଶ୍ରମରୁ ସକାଳୁ ବାହାରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅକୁଣ୍ଠ ଚିତ୍ତରେ ରୋଗୀମାନଙ୍କର ସେବା କରିବାରେ ସେ ବ୍ୟସ୍ତ ରହୁଥିଲେ । ସୁଦର୍ଶନ ପ୍ରହରାଜ ଜଣେ କର୍ମଠ, ବଳିଷ୍ଠ ଓ ପରଦୁଃଖକାତର ବ୍ୟକ୍ତି ଥିଲେ । କାମରେ ଲାଗିଗଲେ ସେ ଭୋକଶୋଷ, ଖରାବର୍ଷା, ଶୀତକାକର ଭୁଲିଯା’ନ୍ତି । ଏଭଳି ଗୁରୁଙ୍କ ପାଖରେ ଥ‌ିବାରୁ ତାଙ୍କୁ ସେବାକାର୍ଯ୍ୟରୁ ତ୍ରାହି ମିଳୁ ନଥିଲା ।

ସତ୍ୟବାଦୀ ବନବିଦ୍ୟାଳୟରେ ପଢୁଥିବାବେଳେ ରୋଗୀସେବା କିପରି ପାଠ୍ୟର ଗୋଟିଏ ଅଙ୍ଗ ଥିଲା ସେ ବିଷୟରେ ଲେଖକ ଉଲ୍ଲେଖ କରିଛନ୍ତି । ଆଚାର୍ଯ୍ୟ ହରିହର ଥିଲେ ବିଦ୍ୟାଳୟର ଜଣେ ଆଦର୍ଶ ଛାତ୍ରବତ୍ସଳ ଶିକ୍ଷକ । ରୋଗୀମାନଙ୍କୁ କିପରି ସେବା କରାଯାଏ ସେହି ଶିକ୍ଷା ଲେଖକ ତାଙ୍କରିଠୁ ଶିଖୁଥିଲେ । ନିମ୍ବପତ୍ର ସିଝା ପାଣିରେ କାଛୁ କୁଣ୍ଡିଆକୁ ଆଚାର୍ଯ୍ୟ ମହାଶ୍ରୟ ନିଜ ହାତରେ ଧୋଇ ସଫା କରୁଥିଲେ । ନିର୍ବିକାର ଭାବେ ଏ କାର୍ଯ୍ୟ କରିବାକୁ ପିଲାମାନେ ତାଙ୍କଠାରୁ ଶିଖୁଥିଲେ । ପାଳି ଅନୁସାରେ ପ୍ରତ୍ୟେକ ପିଲାଙ୍କୁ ଏ କାର୍ଯ୍ୟ କରିବାକୁ ପଡ଼େ । ଚର୍ମରୋଗ ନ ବ୍ୟାପିବାପାଇଁ ସବୁ ଛାତ୍ରମାନଙ୍କୁ ନିମଛେଲି ବା ଚିରେଇତା ସିଝା ପାଣି ପିଇବାକୁ ପଡ଼ିଥାଏ । ଛାତ୍ରାବାସରେ କେହି ପିଲା ଜ୍ଵର ବା ଅନ୍ୟ କିଛି ବେମାରରେ ପଡ଼ିଲେ ତା’ ପାଖରେ ସାରା ରାତି ଜଗି ରହିବାକୁ ପଡ଼ିଥାଏ । ଯେଉଁ ପିଲାର ପାଳି ଥାଏ ସେ କାର୍ଯ୍ୟଟିକୁ ନିଷ୍ଠାର ସହିତ କରିଥାଏ । ପାଠପଢ଼ା ସଙ୍ଗେ ସଙ୍ଗେ ପ୍ରତ୍ୟେକ ପିଲା ଏହି ସେବାକାର୍ଯ୍ୟରେ ଅଭ୍ୟସ୍ତ ହୋଇପଡ଼ନ୍ତି । ଅନ୍ୟାନ୍ୟ ସ୍କୁଲଠାରୁ ସତ୍ୟବାଦୀ ବିଦ୍ୟାଳୟର ଏହି ବିଶେଷତ୍ଵ ରହିଥିଲା ।

ସେ ସମୟରେ ପୁରୀ ରଥଯାତ୍ରାବେଳେ ଯାତ୍ରୀ ସମାଗମ ହେତୁ ବେଳେବେଳେ ହଇଜାର ପ୍ରାଦୁର୍ଭାବ ଦେଖାଯାଉଥିଲା । ପୁରୀ ଯାଇ ରୋଗୀମାନଙ୍କ ସେବା କରିବା ଦାୟିତ୍ଵ ସତ୍ୟବାଦୀ ବିଦ୍ୟାଳୟର ଛାତ୍ରମାନଙ୍କ ଉପରେ ନ୍ୟସ୍ତ କରାଯାଉଥିଲା । ଏଥ୍‌ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ସ୍ବତନ୍ତ୍ର ଭାବେ ସତ୍ୟବାଦୀ ସ୍କୁଲର ଛାତ୍ରମାନଙ୍କୁ ନିମନ୍ତ୍ରଣ କରୁଥିଲେ । ଛାତ୍ରମାନେ ମଧ୍ୟ ଆନନ୍ଦ ମନରେ ସ୍ଵେଚ୍ଛାସେବୀ ଭାବେ ଶିବିରରେ ଯୋଗଦେଇ ଥାଆନ୍ତି । ଲେଖକଙ୍କୁ କେବଳ ଦୁଇଟି ରଥଯାତ୍ରାରେ ସ୍ୱେଚ୍ଛାସେବକ ହେବାର ସୁଯୋଗ ମିଳିଥିଲା ବୋଲି ଲେଖକ ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି ।

BSE Odisha 8th Class Odia Solutions Chapter 6 ରୋଗୀସେବା

ସୂଚନା ଓ କଠିନ ଶବ୍ଦାର୍ଥ :

  • ଚଉତିବା – ଚାରିଭାଇ କରିବା ।
  • ଚଡ଼ୁ ଦେବା – ଲୁହାକୁ ଗରମ କରି ଦେହରେ ଚିଆଁ ଦେବା, ଯାହା ବାତ ରୋଗର ଚିକିତ୍ସାରେ ଦିଆଯାଇଥାଏ ।
  • ଯାହା କରିବେ ସାଇଁ, ତାହା କାହାରି ହାତରେ ନାହିଁ – ଏହା ଏକ ଲୋକବାଣୀ । ବିଧାତାଙ୍କ ବିଧାନକୁ କେହି ଅଟକାଇ ପାରିବେ ନାହିଁ । (ଯାହା ଘଟିବାର ଥବ, ତାହା ଅବଶ୍ୟ ଘଟିବ ।)
  • ଅଚୈତନ୍ୟ ଅବସ୍ଥା – ଚେତାଶୂନ୍ୟ ଅବସ୍ଥା ।
  • ଅପରୂପ – ଅତ୍ୟନ୍ତ ସୁନ୍ଦର / ଯାହାର ତୁଳନା ନଥାଏ ।
  • ସଂଜ୍ଞାହୀନ – ଚେତାଶୂନ୍ୟ ।
  • ଆଚାର୍ଯ୍ୟ ମହାଶୟ – ଋଷିପ୍ରତିମ ହରିହର ଦାସ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସାଥୀ ଏବଂ ସତ୍ୟବାଦୀ ବନବିଦ୍ୟାଳୟର ଅନ୍ୟତମ ଶିକ୍ଷକ । ଶ୍ରଦ୍ଧାରେ ଲୋକେ ତାଙ୍କୁ ଆଚାର୍ଯ୍ୟ ହରିହର ଅଥବା ଆଚାର୍ଯ୍ୟ ମହାଶୟ କହନ୍ତି । ସେ
  • ୧୮୭୯ ମସିହାରେ ଜନ୍ମଗ୍ରହଣ କରି ୧୯୭୧ ମସିହାରେ ମୃତ୍ୟୁବରଣ କରିଥିଲେ ।
  • ଅଳକାଶ୍ରମ – ଜଗତ୍‌ସିଂହପୁର ଜିଲ୍ଲାର ଆଶ୍ରମ । ସ୍ଵାଧୀନତା ଆନ୍ଦୋଳନ ସମୟରେ ଏହାର ଏକ ପ୍ରମୁଖ ଭୂମିକା ଥିଲା
  • ସ୍ଵେଚ୍ଛାସେବକ – ବିନା ପାରିଶ୍ରମିକରେ ଯିଏ ସେବାକାର୍ଯ୍ୟରେ ଆଗଭର ହୋଇଥାଏ ।

କେତୋଟି ନୂତନ ଶବ୍ଦ ଓ ଏହାର ଅର୍ଥ :

  • ସମାଗମ – ମିଳିତ ହେବା ।
  • ଠୁଳ ହେବା ପ୍ରଖର – ତିବ୍ର । ଅଧ୍ଵ
  • ବିକୃତି – ବିକାରଭାବ ।
  • ଯନ୍ତ୍ରଣାକ୍ତ ଭାବ ତାଗିଦା – ଟାଣକରି କହିବା
  • ତାଲିମ୍ – କୌଶଳ | କାମ କରିବାର ଉପାୟ
  • ସ୍ଵେଚ୍ଛାସେବକ – ନିଜ ଇଚ୍ଛାରେ ଓ ନିଜ ପାରିଶ୍ରମିକରେ ସେବା
  • ଛେଉଣ୍ଡ – ବାପା ଓ ମା’ଙ୍କୁ ହରାଇଥ୍ବା ପିଲା
  • ଖଞ୍ଜା – ନିଯୁକ୍ତ ହେବା

BSE Odisha 8th Class Odia Solutions Chapter 5 ବଶିଷ୍ଠ ଓ ବିଶ୍ଵାମିତ୍ର

Odisha State Board BSE Odisha 8th Class Odia Solutions Chapter 5 ବଶିଷ୍ଠ ଓ ବିଶ୍ଵାମିତ୍ର Textbook Exercise Questions and Answers.

BSE Odisha Class 8 Odia Solutions Chapter 5 ବଶିଷ୍ଠ ଓ ବିଶ୍ଵାମିତ୍ର

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଆସ, କଥାବାର୍ତ୍ତା ହେବା ।
(କ) ଏହି କବିତାରେ ବର୍ଣ୍ଣିତ ଘଟଣାଟି କେଉଁଠାରେ ଘଟିଥିଲା ?
Answer:
ଏହି କବିତାରେ ବର୍ଣ୍ଣିତ ଘଟଣାଟି ତାପସ ବଶିଷ୍ଠଙ୍କ ଆଶ୍ରମରେ ଘଟିଥିଲା ।

(ଖ) ଅରୁନ୍ଧତୀ କାହାକୁ ଲକ୍ଷ୍ୟକରି ‘ଆତତାୟୀ’ ବୋଲି କହିଛନ୍ତି ?
Answer:
ଅରୁନ୍ଧତୀ ବିଶ୍ୱାମିତ୍ରଙ୍କୁ ଲକ୍ଷ୍ୟକରି ‘ଆତତାୟୀ’ ବୋଲି କହିଛନ୍ତି ।

(ଗ) ବଶିଷ୍ଠ ଓ ଅରୁନ୍ଧତୀ କଥାବାର୍ତ୍ତା ବଶିଷ୍ଠ ଓ ଅରୁନ୍ଧତୀ କଥାବାର୍ତ୍ତା ହେଉଥ‌ିବା ବେଳେ କି ଘଟଣା ଘଟିଲା ?
Answer:
ବଶିଷ୍ଠ ଓ ଅରୁନ୍ଧତୀ କଥାବାର୍ତ୍ତା ହେଉଥ‌ିବା ବେଳେ ହଠାତ୍ ବିଶ୍ଵାମିତ୍ର ବାତ୍ୟାରେ ଉପୁଡ଼ି ପଡ଼ିଥ‌ିବା ଶାଳଗଛ ପରି ବଶିଷ୍ଠଙ୍କ ପାଦ ଉପରେ କଚାଡ଼ି ହୋଇ ପଡ଼ିଲେ । ସେ କରିଥିବା ପାଶବ ପାଶବ ପ୍ରୟାସ ପାଇଁ କ୍ଷମା କରିଦେବାକୁ କହିଲେ ।

(ଘ) ଅନୁତପ୍ତ ବିଶ୍ୱାମିତ୍ରଙ୍କୁ ଆଲିଙ୍ଗନ କରି ବଶିଷ୍ଠ କ’ଣ କହିଲେ ?
Answer:
ଅନୁତପ୍ତ ବିଶ୍ୱାମିତ୍ରଙ୍କୁ ଆଲିଙ୍ଗନ କରି ବଶିଷ୍ଠ ‘ଉଠ ଏବେ ଉଠ ହେ ମହର୍ଷି’ ବୋଲି କହିଲେ ।

(ଙ‍) ବଶିଷ୍ଠଙ୍କୁ ଅରୁନ୍ଧତୀ ‘ମହୀୟାନ୍ ଦେବତା’ ବୋଲି କହିବାର କାରଣ କ’ଣ ?
Answer:
ବଶିଷ୍ଠଙ୍କୁ ଅରୁନ୍ଧତୀ ‘ମହୀୟାନ୍ ଦେବତା’ ବୋଲି କହିଲେ; କାରଣ ଯେତେ ଅପରାଧ କରିଥିଲେ ମଧ୍ୟ ବଶିଷ୍ଠ ବିଶ୍ୱାମିତ୍ରଙ୍କୁ କ୍ଷମା କରିଦେଇଥିଲେ ।

(ଚ) ‘‘ନାଶ ମୋର ପାଶବ-ପ୍ରୟାସ’’- କିଏ କାହାକୁ କହିଥିଲେ ?
Answer:
‘‘ ନାଶ ମୋର ପାଶବ-ପ୍ରୟାସ ’ – ଏକଥା ବିଶ୍ୱାମିତ୍ର ବଶିଷ୍ଠଙ୍କୁ କହିଥିଲେ ।

(ଛ) କେଉଁ କଥାକୁ ଏଠାରେ ପାଶବ-ପ୍ରୟାସ ବୋଲି କୁହାଯାଇଛି ?
Answer:
ପଶୁ ଯେପରି ବିନା ବିଚାରରେ ଅନ୍ୟକୁ ଆକ୍ରମଣ କରିଥାଏ, ଠିକ୍ ସେହଜିପରି ବିଶ୍ୱାମିତ୍ର, ବଶିଷ୍ଠଙ୍କ ପୁତ୍ରକୁ ମାରିବା ପରେ, ତାଙ୍କୁ ମଧ୍ୟ ମାରିବାର ଚେଷ୍ଟା କରିଥିବାରୁ ଏଠାରେ ପାଶବ-ପ୍ରୟାସ ବୋଲି କୁହାଯାଇଛି ।

BSE Odisha 8th Class Odia Solutions Chapter 5 ବଶିଷ୍ଠ ଓ ବିଶ୍ଵାମିତ୍ର

Question ୨ ।
ଆସ, ଦୁଇ ବା ତିନୋଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖିବା ।
(କ) ବିଶ୍ଵାମିତ୍ରଙ୍କୁ ‘ଆତତାୟୀ’ ବୋଲି କହିବାର କାରଣ କ’ଣ ?
Answer:
ବିଶ୍ଵାମିତ୍ର ବଶିଷ୍ଠଙ୍କର ପୁତ୍ରମାନଙ୍କୁ ଗୋଟି ଗୋଟି କରି ହତ୍ୟା କରିଥିବାରୁ ତାଙ୍କୁ ବଶିଷ୍ଠଙ୍କ ପତ୍ନୀ ଅରୁନ୍ଧତୀ ଆତତାୟୀ ବୋଲି କହିଛନ୍ତି ।

(ଖ) ବଶିଷ୍ଠ ବିଶ୍ଵାମିତ୍ରଙ୍କୁ ‘ମହର୍ଷି’ ବୋଲି ସମ୍ବୋଧନ କରିନଥିଲେ କାହିଁକି ?
Answer:
ବଶିଷ୍ଠ ବିଶ୍ୱାମିତ୍ରଙ୍କୁ ‘ମହର୍ଷି’ ବୋଲି ସମ୍ବୋଧନ କରିନଥିଲେ; କାରଣ ବିଶ୍ଵାମିତ୍ରଙ୍କ ଅନ୍ତର ମଧ୍ଯରେ ହିଂସା, ଦ୍ବେଷ ଆଦି କୁପ୍ରବୃତ୍ତି ଥିଲା । ଯାହା ମନରେ ହିଂସା ଓ ଅହଂକାର ରହିଥାଏ, ସେ କେବେହେଲେ ମହର୍ଷି ପଦବାଚ୍ୟ ହୋଇ ନଥାଏ ।

(ଗ) ଅରୁନ୍ଧତୀ ଚମକି ପଡ଼ିବାର କାରଣ କ’ଣ ?
Answer:
ଅଚାନକଭାବେ ଭୀଷଣ ଶବ୍ଦ କରି ବିଶ୍ଵାମିତ୍ରଙ୍କ ହାତରୁ ଖଡ୍‌ଗ ତଳେ ପଡ଼ିଯିବାର ଶବ୍ଦ ଶୁଣି ଓ ବିଶ୍ଵାମିତ୍ର ବଶିଷ୍ଠଙ୍କ ପାଦତଳେ କଚାଡ଼ି ହୋଇ ପଡ଼ିବା ଦେଖୁ ଅରୁନ୍ଧତୀ ଚମକି ପଡ଼ିଲେ ।

(ଘ) ବିଶ୍ଵାମିତ୍ରଙ୍କ ମନରେ ଅନୁତାପ ଜାତ ହେଲା କାହିଁକି ?
ବିଶ୍ଵାମିତ୍ର ବଶିଷ୍ଠଙ୍କ ପୁତ୍ରମାନଙ୍କୁ ଗୋଟି ଗୋଟି ହତ୍ୟା କରିଥିଲେ ମଧ୍ୟ ବଶିଷ୍ଠ ନିଜର ପୁତ୍ରହନ୍ତା ବିଶ୍ଵାମିତ୍ରଙ୍କୁ ଅନ୍ତରରେ ଭଲ ପାଉଥିଲେ । ବଶିଷ୍ଠଙ୍କର ମହାନୁଭବତା ଅନୁଭବ କରି ବିଶ୍ଵାମିତ୍ରଙ୍କ ମନରେ ଅନୁତାପ ଜାତ ହୋଇଥିଲା ।

(ଙ) ବଶିଷ୍ଠଙ୍କ କଥାକୁ ବିଶ୍ଵାମିତ୍ର ଋତ-ପରିହାସ ବୋଲି ଭାବିଲେ କାହିଁକି ?
Answer:
ବଶିଷ୍ଠଙ୍କ କଥାକୁ ବିଶ୍ଵାମିତ୍ର ଋତ-ପରିହାସ ବୋଲି ଭାବିଲେ; କାରଣ ତାଙ୍କ ପରି ଜଣେ ପୁତ୍ରହନ୍ତାକୁ ପୁତ୍ରଶୋକାତୁର ପିତା କେବେହେଲେ ଭଲପାଇବା ସମ୍ଭବପର ନୁହେଁ ।

(ଚ) ଶେଷରେ ବଶିଷ୍ଠ ବିଶ୍ଵାମିତ୍ରଙ୍କୁ ‘ମହର୍ଷି’ ବୋଲି ସମ୍ବୋଧନ କଲେ କାହିଁକି ?
Answer:
ଶେଷରେ ବଶିଷ୍ଠ ବିଶ୍ଵାମିତ୍ରଙ୍କୁ ‘ମହର୍ଷି’ ବୋଲି ସମ୍ବୋଧନ କଲେ; କାରଣ ସେତେବେଳକୁ ଅନୁତାପାନଳରେ ଦଗ୍ଧ ହୋଇଥ୍ ବା ଶ୍ୱାମିତ୍ରଙ୍କ ମନରୁ ଈର୍ଷାପ୍ରଶୋଦିତ ମନେ।ଭାବ ଦୂର ହୋଇଯାଇଥ୍ ଲା ହୋଇଯାଇଥିଲା ।

(ଛ) ବିଶ୍ଵାମିତ୍ରଙ୍କ ଘରକୁ ଲୁଣ ମାଗିଯିବାକୁ ଅରୁନ୍ଧତୀ ଆପରି କରିଥିଲେ କାହିଁକି ?
Answer:
ବିଶ୍ଵାମିତ୍ର ହିଂସ୍ର ଆଚରଣ କରି ଅରୁନ୍ଧତୀଙ୍କ ପୁଅମାନଙ୍କୁ ଗୋଟି ଗୋଟି କରି ହତ୍ୟା କରିଥ୍ ବାରୁ ଜଣେ ପୁତ୍ରହନ୍ତା ଆତତାୟୀର ଘରକୁ ଅରୁନ୍ଧତୀ ଲୁଣ ମାଗିଯିବାକୁ ଆପରି କରିଥିଲେ ।

(ଜ) ବଶିଷ୍ଠଙ୍କ ଆଗରେ କିଛି କହିବାବେଳେ ବିଶ୍ଵାମିତ୍ରଙ୍କ ଆଖୁ ଲୁହ ଝରିଯାଉଥ୍‌ଲା କାହିଁକି ?
ବିଶ୍ଵାମିତ୍ର ହିଂସାର ବଶବର୍ତ୍ତୀ ହୋଇ ବଶିଷ୍ଠଙ୍କର ପୁତ୍ରମାନଙ୍କୁ ହତ୍ୟା କରିଥିଲେ ମଧ୍ୟ ବଶିଷ୍ଠ ଅରୁନ୍ଧତୀଙ୍କ ଆଗରେ ସେ ବିଶ୍ଵାମିତ୍ରଙ୍କୁ ଖୁବ୍ ଭଲପାଆନ୍ତି ବୋଲି କହିଥିଲେ । ଏହା ଶୁଣିବାପରେ ବିଶ୍ଵାମିତ୍ର ବଶିଷ୍ଠଙ୍କ ମହନୀୟତା ଅନୁଭବ କରିଥିଲେ, ତେଣୁ ତାଙ୍କ ଆଗରେ କିଛି କହିବାବେଳେ ବିଶ୍ଵାମିତ୍ରଙ୍କ ଆଖୁ ଲୁହ ଝରିଯାଉଥିଲା ।

BSE Odisha 8th Class Odia Solutions Chapter 5 ବଶିଷ୍ଠ ଓ ବିଶ୍ଵାମିତ୍ର

Question ୩ ।
ସରଳ ଭାଷାରେ ବୁଝାଇ ଲେଖୁ
(କ) ‘‘ମୋ ଆଖରେ ନୁହେଁ ଆତତାୟୀ
ଭଲ ପାଏ, ଡାକୁ ଭଲ ପାଏ।”
Answer:
ମୋ ଆଖ ରେ ……………………. ଭଲ ପାଏ,
ଉକ୍ତ ପଦ୍ୟାଶଟି ଆମ ପଠିତ ସାହିତ୍ୟ ପୁସ୍ତକର ‘ବଶିଷ୍ଠ ଓ ବିଶ୍ଵାମିତ୍ର’ କବିତାରୁ ଉଦ୍ଧାର କରାଯାଇଛି । ଏଠାରେ କବି ଅନନ୍ତ ପଟ୍ଟନାୟକ ପୁତ୍ରଶୋକାତୁରା ଜନନୀ ଅରୁନ୍ଧତୀଙ୍କ ପ୍ରଶ୍ନରେ ସ୍ଵାମୀ ବଶିଷ୍ଠଙ୍କ ମାନସିକ ପ୍ରତିକ୍ରିୟାର ସୂଚନା ଦେଇ ତାଙ୍କର ମହାନତାର ଗୁଣକୀର୍ତ୍ତନ କରିଛନ୍ତି ।

ଅରୁନ୍ଧତୀ ବଶିଷ୍ଠଙ୍କୁ ଘରେ ରନ୍ଧନ କାର୍ଯ୍ୟ ପାଇଁ ଲବଣ ନ ଥିବା କଥା ଜଣାଇଥିଲେ । ନିକଟସ୍ଥ ବିଶ୍ଵାମିତ୍ରଙ୍କ ଆଶ୍ରମରୁ ଲବଣ ଧାର ଆଣି କାମ ଚଳାଇନେବାକୁ ବଶିଷ୍ଠ ପତ୍ନୀଙ୍କୁ ଆଦେଶ ଦେଇଥିଲେ । ଏଥ‌ିରେ ପ୍ରତିବାଦ ଜଣାଇଥିଲା ଅରୁନ୍ଧତୀଙ୍କ ମାତୃହୃଦୟ; କାରଣ ଆତତାୟୀ ନିଷ୍ଠୁର ବିଶ୍ଵାମିତ୍ର ତାଙ୍କର ପୁତ୍ରମାନଙ୍କୁ ଗୋଟି ଗୋଟି କରି ହତ୍ୟା କରିଥିଲେ । ଜଣେ ପୁତ୍ର ଦୃଷ୍ଟିରେ ଦେଖୁପାରିବ ନାହିଁ । ସେପରି ଏକ ବ୍ୟକ୍ତିର ଆଶ୍ରମରୁ ଦୃଷ୍ଟିରେ ଦେଖୁପାରିବ ନାହିଁ । ସେପରି ଏକ ବ୍ୟକ୍ତିର ଆଶ୍ରମରୁ ଲୁଣ ଧାର ମାଗିବାକୁ ଯିବା ତାଙ୍କ ପକ୍ଷେ କେବେ ସମ୍ଭବପର ନୁହେଁ ।

ପ୍ରତ୍ୟୁତ୍ତରରେ ବଶିଷ୍ଠ ପତ୍ନୀଙ୍କୁ ଅବଗତ କରାଇଥିଲେ ଯେ ତାଙ୍କ ଆଦେଶ କେବେ ଭାଗ୍ୟର ଉପହାସ ନୁହେଁ; କାରଣ ବିଶ୍ଵାମିତ୍ର ତାଙ୍କର ପୁତ୍ରହନ୍ତା ବୋଲି ଜାଣି ସୁଦ୍ଧା ସେ ତାଙ୍କୁ ଆଦୌ ଘୃଣାଚକ୍ଷୁରେ ଦେଖନ୍ତି ନାହିଁ । ଏବେ ବି ସେ ଆନ୍ତରିକ ଭାବରେ ତାଙ୍କୁ ପୂର୍ବପରି ଭଲପାଉଛନ୍ତି । ବିଶ୍ୱାମିତ୍ରଙ୍କ ପରି ଅପରିଣାମଦର୍ଶୀ ପ୍ରତିଶୋଧପରାୟଣ ହେବାକୁ ବଶିଷ୍ଠ ଜମା ମସନ୍ଦ କରିନାହାନ୍ତି। ଏଠ।ରେ ଅପରାଧା – ନିରପରାଧ ସମସ୍ତ୍ରଙ୍କୁ ଭଲପାଇବାର ସ୍ନେହ – କରୁଣା ବନ୍ଧନରେ ବାନ୍ଧି ରଖିବାକୁ କବି ଆହ୍ବାନ ଜଣାଇଛନ୍ତିା

(ଖ) ‘‘ମହୀୟାନ୍ ଦେବତାରେ ଭଲା
ଜାଣିଥାନ୍ତି ମୁହିଁ କେଉଁପରି ।’’
Answer:
“ମହାୟାନ୍‌ ……………….. କେଉଁପରି।”
ଉକ୍ତ ପଦ୍ୟାଶଟି କବି ଅନନ୍ତ ପଟ୍ଟନାୟକଙ୍କ ଲେଖନୀ ନିଃସୃତ ‘ବଶିଷ୍ଠ ଓ ବିଶ୍ୱାମିତ୍ର’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ ଋଷି-ପତ୍ନୀ ଅରୁନ୍ଧତୀ ସ୍ବାମୀ ବଶିଷ୍ଠଙ୍କ ମହାନ୍ ହୃଦୟବତ୍ତାର ପରିଚୟ ପାଇଥବା କଥା ବର୍ଣ୍ଣନା କରିଛନ୍ତି ।

ବିଶ୍ଵାମିତ୍ର ଥିଲେ କ୍ରୋଧ ଓ ପ୍ରତିହିଂସାର ଅବତାର । ମହର୍ଷି ବଶିଷ୍ଠ ଥିଲେ ସ୍ନେହ ଓ ସଦିଚ୍ଛାର ବାର୍ଭାବହ । ବିଶ୍ୱାମିତ୍ର ନିଜର ନିଷ୍ଠୁର ସ୍ଵଭାବର ପରିଚୟ ଦେଇ ବଶିଷ୍ଠଙ୍କ ପୁତ୍ରମାନଙ୍କୁ ଅତି ନିଷ୍ଠୁର ଭାବରେ ହତ୍ୟା କରିଥିଲେ; ତଥାପି କ୍ଷମାସ୍ନିଗ୍ଧ ଅନ୍ତରର ଭାବୋଚ୍ଛାସ ନେଇ ବଶିଷ୍ଠ ବିଶ୍ଵାମିତ୍ରଙ୍କୁ ଅତି ଭଲ ପାଉଥିଲେ ବୋଲି ପତ୍ନୀ ଅରୁନ୍ଧତୀଙ୍କ ନିକଟରେ ପ୍ରକାଶ କରିଥିଲେ । ସ୍ଵାମୀଙ୍କର ଏହି ଅଦ୍ଭୁତ ଅପୂର୍ବ ମନୋଭାବକୁ ପୁତ୍ରଶୋକାତୁରା ଜନନା ଅରୁନ୍ଧତା ବୁଝିନପାରି ଚକିତ ହୋଇଯାଇଥିଲେ । ଜଣେ ପୁତ୍ରହନ୍ତା ପ୍ରତି ପୁତ୍ରହରା ପିତାର ଏହି ଅନୁକମ୍ପା ଅରୁନ୍ଧତୀଙ୍କ ପାଇଁ ସମ୍ପୂର୍ଣ୍ଣ ଅସ୍ଵାଭାବିକ ଥିଲା ।

ଇତ୍ୟବସରରେ ବଶିଷ୍ଠଙ୍କୁ ହତ୍ୟା କରିବାକୁ ଆସିଥିବା ବିଶ୍ୱାମିତ୍ର ବିଶିଷ୍ଠଙ୍କର ଅନାବିଳ ହୃଦୟୁର ମହାନତାର ପରିଚୟ ପାଇ ଅନୁତାପ କରିଥିଲେ ଓ ତାଙ୍କ ପାଦ ଧରି କ୍ଷମାଭିକ୍ଷା କରିଥିଲେ । ପ୍ରତିହିଂସାର ଅଶୁବିନ୍ଦୁ ତାଙ୍କ ଆଖୁ ଲୁହ ହୋଇ ଝରିଯାଇଥିଲା । ବଶିଷ୍ଠ ତାଙ୍କୁ ‘ମହର୍ଷି’ ବୋଲି ସମ୍ବୋଧନ କରି ଆଲିଙ୍ଗନ କରିଥିଲେ । ଏଥର ପତିଦେବତାଙ୍କର ଦେବୋପମ ହୃଦୟର ପରିଚୟ ପାଇପାରିଥିଲେ ପତ୍ନୀ ଅରୁନ୍ଧତୀ । ତାଙ୍କ ନୟନରୁ ଆନନ୍ଦାଶୁ ନିଗିଡ଼ି ପଡ଼ିଥିଲା । ଏଠାରେ ସମାଜରୁ ପାଶବ ପ୍ରବୃତ୍ତିକୁ ବିଲୋପ କରି ସ୍ନେହ ଓ ସଦ୍‌ଭାବନା ପ୍ରତିଷ୍ଠା କରିବାକୁ କବି ଆହ୍ୱାନ ଜଣାଇଛନ୍ତି ।

(ଗ) “କ୍ଷମାକରେ, କ୍ଷମାକର ମୋତେ
ନାଶ ମୋର ପାଶବ – ପ୍ରୟାସ”
Answer:
“କ୍ଷମାକରେ ………………. ପାଶବ – ପ୍ରୟାସ।

ଉକ୍ତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ବଶିଷ୍ଠ ଓ ବିଶ୍ଵାମିତ୍ର’ କବିତାରୁ ଉଦ୍ଧାର କରାଯାଇଛି । ଏଠାରେ କବି ଅନନ୍ତ ପଟ୍ଟନାୟକ ଅନୁତାପ ଅନଳରେ ଦଗ୍ଧଭୂତ ହୋଇଥିବା ବିଶ୍ଵାମିତ୍ରଙ୍କ ମନୋଭାବକୁ ପରିପ୍ରକାଶ କରିଛନ୍ତି । ବଶିଷ୍ଠ ପନ୍ତ୍ର ଅରୁନ୍ଧତୀଙ୍କୁ ଜଣାଇଛନ୍ତି, ସେ କେବେବି ବିଶ୍ଵାମିତ୍ରଙ୍କୁ ହୀନ ଦୃଷ୍ଟିରେ ଦେଖୁ ନାହାନ୍ତି । ତାଙ୍କ ମନରେ ଏବେବି ବିଶ୍ୱାମିତ୍ରଙ୍କ ପ୍ରତି ରହିଛି ଅମାପ ଭଲ ପାଇବା । ଆତତାୟୀ ଭାବେ ଲୁଚି ରହିଥ‌ିବା ବିଶ୍ଵାମିତ୍ର, ବଶିଷ୍ଠଙ୍କ କଥା ଶୁଣିଛନ୍ତି । ତାଙ୍କ ମନରେ ଥ‌ିବା ହିଂସା ଓ ଅହଙ୍କାର ଭାବ ଦୂରେଇ ଯାଇଛି । ହଠାତ୍ ଝଡ଼ ବେଗରେ ଶାଳତରୁ ଭୂଲୁଣ୍ଠିତ ହେବାପରି ବଶିଷ୍ଠଙ୍କ ପଦଯୁଗଳରେ ବିଶ୍ଵାମିତ୍ର ଲୋଟି ପଡ଼ିଛନ୍ତି ।

ତାଙ୍କ ହସ୍ତରୁ ଖଡ୍ଗ ଭୂପତିତ ହୋଇଛି । ଏ ଦୃଶ୍ୟ ଦେଖୁ ହତଚକିତ ହୋଇ ଯାଇଛନ୍ତି ଅରୁନ୍ଧତୀ । ବିଶ୍ୱାମିତ୍ରଙ୍କ ନୟନ ଯୁଗଳ ଅନୁତାପର ଅଶ୍ରୁଜ୍ବାଳାରେ ବଶିଷ୍ଠଙ୍କ ପଦଧୌତ କରିଛି । ବାଞ୍ଛାୟିତ କଣ୍ଠରେ ସେ କ୍ଷମାପ୍ରାର୍ଥନା କରିଛନ୍ତି । ତାଙ୍କ ମନରେ ରହିଥିବା ପାଶବିକ ଭାବକୁ ଦୂରେଇ ଦେବାକୁ ସେ କରିଛି । ବାଞ୍ଛାୟିତ କଣ୍ଠରେ ସେ କ୍ଷମାପ୍ରାର୍ଥନା କରିଛନ୍ତି । ତାଙ୍କ ମନରେ ରହିଥ‌ିବା ପାଶବିକ ଭାବକୁ ଦୂରେଇ ଦେବାକୁ ସେ ଅନୁରୋଧ କରିଛନ୍ତି ।

BSE Odisha 8th Class Odia Solutions Chapter 5 ବଶିଷ୍ଠ ଓ ବିଶ୍ଵାମିତ୍ର

Question ୪।
ଆସ, ୧୦୦ରୁ ୧୨୦ ଶବ୍ଦ ମଧ୍ଯରେ ତଳ ପ୍ରଶ୍ନଗୁଡିକର ଉତ୍ତର ଲେଖୁବା ।
(କ) ପଠିତ କବିତା ଆଧାରରେ ବଶିଷ୍ଠଙ୍କ ଚରିତ୍ରର ମହନୀୟତା ବର୍ଶନ କର ।
Answer:
ପ୍ରକାଶ କରିଥିଲେ ବି ଅନେକ ସମୟରେ ମାନବବାଦୀ ଆବେଦନ ସୃଷ୍ଟି କରିଥା’ନ୍ତି । ତାଙ୍କର କବିତା ପୁସ୍ତକଗୁଡ଼ିକ ମଧ୍ୟରେ କବି ଅନନ୍ତ ପଟ୍ଟନାୟକ ଜଣେ ପ୍ରଗତିଶୀଳ କବି । ସେ ତାଙ୍କର କବିତାରେ ସମାଜବାଦୀ ଚିନ୍ତାଧାରାକୁ ‘ରକ୍ତଶିଖା’, ‘ଶାନ୍ତଶିଖା’, ‘ତର୍ପଣ କରେ ଆର୍ଜି, ‘ଛାଇର ଛିଟା’, ‘ଅଲୋଡ଼ା ଲୋଡ଼ା’ ପ୍ରଧାନ । ଏହି କବିତା ସଙ୍କଳନଗୁଡ଼ିକରେ ସେ ଯେଉଁ କବିତା ସଂଯୋଜିତ କରିଛନ୍ତି, ସେଥ‌ିରେ ସେ ନିଜର ସମାଜସଚେତନ ଦୃଷ୍ଟିଭଙ୍ଗୀକୁ ପ୍ରକାଶ କରିଛନ୍ତି । ଆଲୋଚ୍ୟ କବିତାଟି ଏକ ପୌରାଣିକ ଆଖ୍ୟାୟିକ ଉପରେ ଆଧାରିତ । ଏଥରେ କବି ହିଂସା, କ୍ରୋଧ, ଅସହିଷ୍ଣୁତା ଉପରେ ସଦ୍‌ଭାବ, ପ୍ରେମ ଓ କ୍ଷମାର ବିଜୟ ଘୋଷଣା କରିଛନ୍ତି । ପାରସ୍ପରିକ ବୁଝାମଣାଦ୍ୱାରା ଯେ ମାନବିକ ସଂପ୍ରୀତି ସୃଷ୍ଟି ହୋଇପାରେ, ତାହା କବି ବଶିଷ୍ଠ ଓ ବିଶ୍ଵାମିତ୍ର ଚରିତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି ।

ସାହିତ୍ୟରେ ଚରିତ୍ର ଚିତ୍ରଣ ଏକ ଅପୂର୍ବ କଳା । ଚରିତ୍ରମାନେ କବି ବା ସାହିତ୍ୟିକ ହୃଦୟର ଯଥାର୍ଥ ପ୍ରତିନିଧୂ । କବି ଯାହା ଚାହେଁ ତାହା ସିଧାସଳଖ ପ୍ରକାଶ ନକରି, ତାହା ତାଙ୍କ ଉପସ୍ଥାପିତ ଚରିତ୍ର ମାଧ୍ୟମରେ ପ୍ରକାଶ କରିଥା’ନ୍ତି । ଏଠାରେ କବି ବିଶିଷ୍ଠ ଚରିତ୍ର ମାଧ୍ୟମରେ ଦୃଢ଼ ମାନବିକ ଭାବର ପରିପ୍ରକାଶ କରିଛନ୍ତି । କବିତାରେ ବଶିଷ୍ଠଙ୍କୁ ଜଣେ ସହିଷ୍ଣୁ, କ୍ଷମାଶୀଳ, ଅକ୍ରୋଧୀ ଭାବରେ କବି ବର୍ଣ୍ଣନା କରିଛନ୍ତି ।

କବିତାର ଆରମ୍ଭରେ କବି ତାଙ୍କୁ ଜଣେ ସାଧାରଣ ସାଂସାରିକ ମଣିଷ ଭାବରେ ବର୍ଣ୍ଣନା କରିଛନ୍ତି । ବଶିଷ୍ଠ ସାଧାରଣ ସଂସାରୀ ଭାବରେ ଅଭାବ ଅସୁବିଧା, ଥିଲା ନଥିଲାର ସମସ୍ୟା ଦେଇ ଆଶ୍ରମିକ ଜୀବନଯାପନ କରିଛନ୍ତି । କୌଣସି ଏକ ବର୍ଷଣମୁଖର ସନ୍ଧ୍ୟାରେ ପତ୍ନୀ ଅରୁନ୍ଧତୀ ବଶିଷ୍ଠଙ୍କୁ ଜଣାଇଛନ୍ତି ଯେ ରୋଷେଇ ପାଇଁ ଲବଣ ନାହିଁ । ବଶିଷ୍ଠ ଏହି ସମସ୍ୟା ପାଇଁ ସାମାନ୍ୟ ବ୍ୟସ୍ତ ହୋଇନାହାଁନ୍ତି । ବରଂ ସହଜ ସମାଧାନର ସୂତ୍ର ବାହାର କରି ଋଷିପତ୍ନୀଙ୍କୁ ସେ ପାଖରେ ଥ‌ିବା ବିଶ୍ଵାମିତ୍ର ଆଶ୍ରମରୁ କିଛି ଲବଣ ମାଗି ଆଣିବାପାଇଁ କହିଛନ୍ତି ।

ପତ୍ନୀ ଅରୁନ୍ଧତୀ ସ୍ଵାମୀ ବଶିଷ୍ଠଙ୍କ କଥାକୁ ଠିକ୍ ରୂପେ ଗ୍ରହଣ କରି ନାହାଁନ୍ତି I ପୁତ୍ର ହତ୍ୟାକାରୀ ବିଶ୍ଵାମିତ୍ରଙ୍କ ଆଶ୍ରମକୁ ଯିବାକୁ ସେ ଅନିଚ୍ଛା ପ୍ରକାଶ କରିଛନ୍ତି । ବଶିଷ୍ଠ ଅରୁନ୍ଧତୀଙ୍କୁ ବୁଝାଇ କହିଛନ୍ତି ଯେ ସେ ଏବେ ମଧ୍ୟ ବିଶ୍ଵାମିତ୍ରଙ୍କ ପ୍ରତି ଶୁଭଦୃଷ୍ଟି ରଖୁଛନ୍ତି । ବିଶ୍ୱାମିତ୍ରଙ୍କ ପ୍ରତି ତାଙ୍କ ଭଲପାଇବା ଏବେ ମଧ୍ୟ ପୂର୍ବ ପରି ରହିଛି । କ୍ଷମାଶୀଳ ବଶିଷ୍ଠ କହିଛନ୍ତି-

“ଭାଗ୍ୟରେ ଏ ନୁହେଁ ଉପହାସ
ତା’ ର ଧର୍ମେ କଲ୍ୟାଣ ମୁଁ ଗାହେଁ,
ମୋ ଆଖିରେ ନୁହେଁ ଆତତାୟା
ଭଲ ପାଏ, ତାକୁ ଭଲ ପାଏ।”

ଏଭଳି ବକ୍ତବ୍ୟରୁ ବଶିଷ୍ଠଙ୍କର ଉଦାର ମାନବିକ ଚିନ୍ତାଧାରାର ପରିପ୍ରକାଶ ହୋଇଥାଏ । ପୁତ୍ର ହତ୍ୟାକାରୀକୁ ସେ ସହଜ ସୁଲଭ ଗୁଣରେ ଗ୍ରହଣ କରି ନେଇଛନ୍ତି । ପତ୍ନୀଙ୍କର ଅଭିମାନରେ ସେ କୌଣସି ପ୍ରକାରେ ପ୍ରଭାବିତ ହୋଇନାହାଁନ୍ତି । ବିଶ୍ୱାମିତ୍ରଙ୍କ ପାଶବିକ ବ୍ୟବହାର କୌଣସି ପ୍ରକାରେ ତାଙ୍କୁ ନିଜ ସ୍ଥିତିରୁ ବିଚ୍ୟୁତ କରିପାରି ନାହିଁ ।

ଅରୁନ୍ଧତୀ ବଶିଷ୍ଠଙ୍କ ନିକଟରେ ଅଭିଯୋଗ କରିବା ଶୈଳୀରେ କହିଛନ୍ତି, ‘ପ୍ରକୃତରେ ତୁମେ ଯଦି ବିଶ୍ୱାମିତ୍ରଙ୍କୁ ଭଲ ପାଅ, ତାହାଙ୍କୁ ମହର୍ଷି ବୋଲି କାହିଁକି ଡାକିଲ ନାହିଁ ।’ ନିଜ ପତ୍ନୀ ଅରୁନ୍ଧତୀଙ୍କୁ ବୁଝାଇବାକୁ ଯାଇ ବଶିଷ୍ଠ କହିଛନ୍ତି, ‘ଯେହେତୁ ମୁଁ ବିଶ୍ଵାମିତ୍ରର ପ୍ରକୃତ ଉନ୍ନତି ଚାହେଁ ଓ ତାହାକୁ ପ୍ରାଣର ସହ ଭଲପାଏ, ସେଥିପାଇଁ ତାହାକୁ ମହର୍ଷି ବୋଲି ଡାକିପାରି ନାହିଁ ।’

ବଶିଷ୍ଠ ଧୈର୍ଯ୍ୟର ସହିତ ବିଶ୍ୱାମିତ୍ରଙ୍କର ହୃଦୟ ପରିବର୍ତ୍ତନକୁ ଅପେକ୍ଷା କରି ରହିଥିଲେ । ବିଶ୍ୱାମିତ୍ରଙ୍କ ହୃଦୟରେ ଥ‌ିବା ଅହଂଭାବ ଓ ଆତତାୟୀ ମନୋଭାବକୁ ସେ ବଦଳାଇ ଦେବାକୁ ଚାହିଁଥିଲେ । ବିଶ୍ୱାମିତ୍ର ତାଙ୍କର ଯେତେ କ୍ଷତି କଲେ ମଧ୍ୟ ସେ କୌଣସି ପ୍ରକାରେ କ୍ରୋଧ ପ୍ରକାଶ କରିନଥିଲେ । ବରଂ ଅକ୍ରୋଧୀ ଭାବରେ ସେ ବିଶ୍ୱାମିତ୍ରଙ୍କ ପ୍ରତି ଶୁଭ ଭାବନା ରଖୁଥିଲେ । ବଶିଷ୍ଠଙ୍କର ଏହି ଭାବ ବିଶ୍ଵାମିତ୍ରଙ୍କ ହୃଦୟରେ ଆଣିଥିଲା ପରିବର୍ତ୍ତନ । ବଶିଷ୍ଠଙ୍କ ହୃଦୟର ଗଭୀରତାକୁ ବିଶ୍ଵାମିତ୍ର ବୁଝିପାରିଥିଲେ । ସେ ଆତତାୟୀ ଭାବରେ ଆସିଥିଲେ ବି ଜଣେ ଅସହାୟ ମଣିଷ ଭାବରେ ବଶିଷ୍ଠଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଥିଲେ । ବିଶ୍ୱାମିତ୍ରଙ୍କର ହୃଦୟ ପରିବର୍ତ୍ତନରେ ବଶିଷ୍ଠ ବିମୋହିତ ହୋଇଥିଲେ । ସେ ଆନନ୍ଦ ମନରେ କ୍ଷମାପ୍ରାର୍ଥନା କରୁଥିବା ବିଶ୍ଵାମିତ୍ରଙ୍କୁ କୋଳେଇ ନେଇଥିଲେ । ତାଙ୍କୁ ‘ମହର୍ଷି’ ଭାବରେ ସମ୍ବୋଧନ କରିଥିଲେ । କବିଙ୍କ ଭାଷାରେ

“ଚିଶ୍ୱାମିତ୍ରେ ତୋଳି ଭୂମିତଳୁ
ସତେ ଅବା ଅମୃତ ବରଷି,
ସ୍ନେହଭରେ କହିଲେ ବଶିଷ୍ଠ,
‘ଉଠ ଏବେ ଉଠ ହେ ମହର୍ଷା”

ବାସ୍ତବରେ ବଶିଷ୍ଠଙ୍କର ଧୈର୍ଯ୍ୟ, ଉଦାର ମାନବିକ ଭାବ ଓ କ୍ଷମାଶୀଳତାକୁ କବି ସୁନ୍ଦର ଭାବରେ ପ୍ରକାଶ କରି ତାଙ୍କ ଚରିତ୍ରର ମହତ୍ତ୍ବ ପ୍ରତିପାଦନ କରିଛନ୍ତି ।

(ଖ) ବିଶ୍ଵାମିତ୍ରଙ୍କୁ ‘ମହର୍ଷି’ ସମ୍ବୋଧନ କରିବାପାଇଁ ବଶିଷ୍ଠ ଏତେ ବିଳମ୍ବ କଲେ କାହିଁକି ?
Answer:
ଶୌର୍ଯ୍ୟ ଓ ଗାମ୍ଭୀର୍ଯ୍ୟର ଗାଥା ଗାଇ ସାମାଜିକ ଅସଙ୍ଗତି ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ ଓଡ଼ିଆ ପ୍ରଗତିଶୀଳ ସାହିତ୍ୟର ସୈନିକକବି ଅନନ୍ତ ପଟ୍ଟନାୟକ । ତାଙ୍କ ଶାଣିତ ଲେଖନୀର ମୁଖ୍ୟ ସ୍ଵର ଥିଲା ମାନବବାଦର ଜୟଗାନ କରିବା । ନୂତନ ଛନ୍ଦ, ଚେତନଶୀଳ ଦୃଷ୍ଟିଭଙ୍ଗୀ ଓ ମଧୁର ଭାଷା-ଶୈଳୀ ନେଇ କବି ରଚନା କରିଛନ୍ତି ‘ଶାନ୍ତଶିଖା’, ‘ତର୍ପଣ କରେ ଆର୍ଜି, ‘ଅଲୋଡ଼ା ଲୋଡ଼ା’, ‘ଛାଇର ଛିଟା’, ‘କିଞ୍ଚିତ୍’, ‘ ଅବାନ୍ତର’ ଇତ୍ୟାଦି ବହୁଜନପ୍ରିୟ କବିତା ସଞ୍ଚୟନ । ଆଲୋଚ୍ୟ କବିତା ‘ବଶିଷ୍ଠ ଓ ବିଶ୍ଵାମିତ୍ର’ ମାନବତାର ମାନ୍ୟତା ନେଇ ଏକ ପୌରାଣିକ ଆଖ୍ୟାୟିକା ଉପରେ ଆଧାରିତ । ତପସିଦ୍ଧ ହୋଇ ପ୍ରଚଣ୍ଡ ମନ୍ତ୍ରଶକ୍ତିର ଅଧିକାରୀ ହେଲେ ବି ଜଣେ ଅହଂକାରୀ, କ୍ରୋଧୀ ଓ ହିଂସ୍ର ପାଶବ ସ୍ଵଭାବର ଉଗ୍ରତପା ବ୍ୟକ୍ତି କେବେହେଲେ ‘ମହର୍ଷି’ ପଦବାଚ୍ୟ ନୁହେଁ ବୋଲି କବି ଏଠାରେ ଉଲ୍ଲେଖ କରିଛନ୍ତି ।

ଏକ କ୍ଷମାସ୍ନିଗ୍ଧ ହୃଦୟରୁ ମହତ୍ତର ସୁଗନ୍ଧି ବିଚ୍ଛୁରିତ ହୋଇଥାଏ । ଜଣେ ଶ୍ରେଷ୍ଠ ସାଧକ ହୋଇପାରେ; କିନ୍ତୁ ଲୋକପ୍ରୀତିପ୍ରଣୋଦିତ କିଛି ତ୍ୟାଗ ନ ଥିଲେ, ସଂପ୍ରୀତି ଓ ପାରସ୍ପରିକ ବୁଝାମଣା ନ ଥିଲେ ସେହି ବ୍ୟକ୍ତି କେବେ ମହାନ୍ ହୃଦୟବତ୍ତାର ଅଧିକାରୀ ହୋଇପାରିବ ନାହିଁ । ହିଂସା, କ୍ରୋଧ, ଅସହିଷ୍ଣୁତା ଉପରେ ସଦ୍‌ଭାବ, ପ୍ରେମ ଓ କ୍ଷମାର ବିଜୟ ଘୋଷଣା କରିପାରିଥିବା ବ୍ୟକ୍ତି ପ୍ରକୃତରେ ସ୍ମରଣୀୟ ଓ ବରଣୀୟ । ଉପରୋକ୍ତ ଦୁଇଟି ଭିନ୍ନ ସ୍ବଭାବର ବ୍ୟକ୍ତି ଥିଲେ ବିଶ୍ଵାମିତ୍ର ଓ ବଶିଷ୍ଠ ।

ଉଗ୍ରତପା ବିଶ୍ଵାମିତ୍ର ପ୍ରଚଣ୍ଡ ମନ୍ତ୍ରଶକ୍ତିର ଅଧିକାରୀ ହୋଇଥିଲେ । ତପସିଦ୍ଧି ପରେ ସେ ନିଜକୁ ‘ମହର୍ଷି’ ରୂପରେ ବିବେଚନା କରିଥିଲେ । ମହର୍ଷି ବଶିଷ୍ଠଙ୍କଦ୍ୱାରା ସେ ‘ମହର୍ଷି’ ବୋଲି ସମ୍ବୋଧ ହେବାକୁ କାମନା କରିଥିଲେ । ତାଙ୍କ ତପ- ବଳରେ ପ୍ରୀତ ହୋଇ ବଶିଷ୍ଠ ତାଙ୍କୁ ‘ବିଶ୍ୱସ୍ୟ ମିତ୍ର’ ଓ ‘ରାଜର୍ଷି’ ବୋଲି ସମ୍ବୋଧନ କରିଥିଲେ; କିନ୍ତୁ ‘ମହର୍ଷି’ କହି ନଥିଲେ । ଏଥ‌ିରେ କ୍ଷୁବ୍ଧ ହୋଇଥିଲେ ବିଶ୍ଵାମିତ୍ର । ନିଜର ପାଶବ-ପ୍ରବୃତ୍ତି ନେଇ କ୍ରୋଧାନ୍ଧ ବିଶ୍ଵାମିତ୍ର ବଶିଷ୍ଠ ଓ ଅରୁନ୍ଧତୀଙ୍କ ପୁତ୍ରମାନଙ୍କୁ ଗୋଟି ଗୋଟି କରି ଆତତାୟୀରୂପେ ହତ୍ୟା କରିଥିଲେ । ସ୍ଥିତପ୍ରଜ୍ଞ ବଶିଷ୍ଠ ଏଥ‌ିରେ କିନ୍ତୁ ଅବିଚଳିତ ରହିଥିଲେ;

ମାତ୍ର ଶୋକାକୁଳିତ ହୋଇ ପଡ଼ିଥିଲେ ପୁତ୍ରବିରହବିଧୁରା ଜନନୀ ଅରୁନ୍ଧତୀ । ଦିନେ ବଶିଷ୍ଠ ଅରୁନ୍ଧତୀଙ୍କୁ ବିଶ୍ଵାମିତ୍ରଙ୍କ ଆଶ୍ରମରୁ ଲବଣ ଧାର ଆଣିବାପାଇଁ କହିବାରୁ ନିଜର ପୁତ୍ରହନ୍ତାଙ୍କ ଘରକୁ ଯିବାପାଇଁ ସେ ଅନିଚ୍ଛା ପ୍ରକାଶ କରିଥିଲେ । ପ୍ରତ୍ୟୁତ୍ତରରେ ବଶିଷ୍ଠ ବିଶ୍ଵାମିତ୍ରଙ୍କୁ ପୂର୍ବବତ୍ ଭଲ ପାଉଛନ୍ତି ବୋଲି କହିଥିଲେ । କବିଙ୍କ ଭାଷାରେ –

‘ମହର୍ଷି ମୁଁ ଡାକି ନାହିଁ ତାକୁ
ପ୍ରାଣେ ପ୍ରାଣେ ଭଲ ପାଏ ବୋଲି ।’’

ବଶିଷ୍ଠଙ୍କୁ ହତ୍ୟା କରିବାକୁ ଯାଇଥିବା ବିଶ୍ଵାମିତ୍ର ବଶିଷ୍ଠ ଓ ଅରୁନ୍ଧତୀଙ୍କ କଥୋପକଥନରୁ କ୍ଷମାଶୀଳ ବଶିଷ୍ଠଙ୍କ ମହାନ୍ ହୃଦୟବତ୍ତାର ପରିଚୟ ପାଇପାରିଛନ୍ତିା ଅନୁତାପାନକରେ ତାଙ୍କର କ୍ରେ।ଧଜର୍ଜରିତ ହୃଦୟ ଶୁର୍ଦ୍ଧ ସୁବର୍ଣ୍ଣପରି ପପିତ୍ର – ତ୍ତଜ୍ଣକ ହୋଇଯାଇଛି । ତାଙ୍କ ହାତରେ ଥ‌ିବା ଶାଣିତ କରବାଳ ଭୂଲୁଣ୍ଠିତ ହୋଇଛି । ସେ ସ୍ତମ୍ଭୀଭୂତ ହୋଇଯାଇଛନ୍ତି । ତାଙ୍କ ମନରେ ଭାବାନ୍ତର ସୃଷ୍ଟି ହୋଇଛି । ହିଂସ୍ରତା, କ୍ରୂରତା, କ୍ରୋଧ, ପ୍ରତିହିଂସା ପ୍ରଭୃତି ପାଶବ ପ୍ରବୃତ୍ତି ମନ-ଅଙ୍ଗନରୁ ଅପସରି ଯାଇଛି । ବଶିଷ୍ଠଙ୍କ ପାଦଧରି ସେ କ୍ଷମା ମାଗିଛନ୍ତି । ବିଶ୍ୱାମିତ୍ରଙ୍କୁ ଆଲିଙ୍ଗନାବଦ୍ଧ କରିଛନ୍ତି ବଶିଷ୍ଠ । ସ୍ନେହରେ, ମଧୁରବିନୟ ସ୍ଵରରେ ସେ ବିଶ୍ଵାମିତ୍ରଙ୍କୁ ‘ମହର୍ଷି’ ବୋଲି ସମ୍ବୋଧନ କରିଛନ୍ତି । କବିଙ୍କ ଭାଷାରେ –

‘ବିଶ୍ୱାମିତ୍ରେ ତୋଳି ଭୂମିତଳୁ
ସତେ ଅବା ଅମୃତ ବରଷି,
ସ୍ନେହଭରେ କହିଲେ ବଶିଷ୍ଠ
‘ଉଠ ଏବେ ଉଠ ହେ ମହର୍ଷି’ ।’’

ସୁତରାଂ, ବର୍ତ୍ତମାନ ବିଶ୍ଵାମିତ୍ର ଅହଂକାର, ପ୍ରତିହିଂସା ଓ କ୍ରୋଧାଦି ପଶୁ ପ୍ରବୃତ୍ତିରୁ ନିଷ୍କୃତି ଲାଭ କରି ନିଜ ହୃଦୟକୁ ଅନାବିଳ କରିପାରିଥିବାରୁ ସେ ‘ମହର୍ଷି’ ପଦବାଚ୍ୟ ହୋଇଗଲେ । ପୂର୍ବରୁ ସେ ମହର୍ଷିର ନିଜସ୍ବ ଗୁଣରେ ବିଭୂଷିତ ହୋଇ ନ ଥ‌ିବାରୁ ବିଶ୍ୱାମିତ୍ରଙ୍କୁ ‘ମହର୍ଷି’ ସମ୍ବୋଧନ କରିବାପାଇଁ ବଶିଷ୍ଠ ବିଳମ୍ବ କରିଥିଲେ ।

BSE Odisha 8th Class Odia Solutions Chapter 5 ବଶିଷ୍ଠ ଓ ବିଶ୍ଵାମିତ୍ର

Question ୫।
ଅସଂପୃକ୍ତ ଶବ୍ଦଟିକୁ ବାଛି ପାଖ କୋଠରିରେ ରଖୁବା ।
(କ) ମାଧବ, କେଶବ, ବାସବ, ପାଶବ
(ଖ) ଉତ୍ତରିଲେ, ସଞ୍ଚରିଲେ, ପଚାରିଲେ, ଉଚ୍ଚାରିଲେ
(ଘ) ମହାମତି, ମହାଭୀତ, ମହାସତୀ, ମହାଯତି
Answer:
(କ) ପାଶବ,
(ଖ) ସଞ୍ଚରିଲେ,
(ଗ) ମହାଭୀତ

Question ୬ ।
ନିମ୍ନଲିଖ ଦିଆଯାଇଥିବା ଅସଜଡ଼ା ଶବ୍ଦଗୁଡ଼ିକୁ ଠିକ୍ ଭାବରେ ଲେଖୁବା ।
(କ) ଦେବତାରେ ଭଲା ମହୀୟାନ୍ କେଉଁପରି ମୁହିଁ ଜାଣିଥାନ୍ତି
(ଖ) ବିଶ୍ଵାମିତ୍ର ଯାଇ ପାଶେ କିଞ୍ଚିତ୍ ଲବଣ ମାଗିଆଣ ଘରେ
(ଗ) କରବାଳ କରେ ଏ ଶାଣିତ ଜାଣି ମୁଁ ଆଜି ଆସିଥିଲି ଯେ
Answer:
(କ) ମହୀୟାନ୍ ଦେବତାରେ ଭଲା ଜାଣିଥାନ୍ତି ମୁହିଁ କେଉଁପରି ।
(ଖ) ମାଗିଆଣ କିଞ୍ଚ୍ ଲବଣ ପାଶେ ଯାଇ ବିଶ୍ୱାମିତ୍ର ଘରେ ।
(ଗ) ଶାଣିତ ଏ କରବାଳ କରେ ଜାଣି ମୁଁ ଯେ ଆସିଥିଲି ଆଜି ।

Question ୭ ।
ଯେପରି ଉତ୍ + ତରଳ = ଉତ୍ତରଳ ହୁଏ, ସେପରି ‘ଉତ୍’ ପୂର୍ବରେ ବ୍ୟବହାର କରି ଆଉ ଦୁଇଟି ଶବ୍ଦ ଲେଖ ।
Answer:
ଉତ୍ + ତପ୍ତ = ଉତ୍ତପ୍ତ, ଉତ୍ + ଲାସ = ଉଲ୍ଲାସ ।

Question ୮।
‘ଅରୁନ୍ଧତୀ ନେତ୍ରୁ ଅଜାଣତେ ଶ୍ରାବଣର ବର୍ଷା ଗଲା ଝରି’ – ଏହି ପଂକ୍ତିରେ ଶ୍ରାବଣର ବର୍ଷା କେଉଁ ଭାବକୁ ସୂଚାଉଛି, ତାହା ନିମ୍ନରୁ ବାଛି ଲେଖୁବା ।
(କ) ଅରୁନ୍ଧତୀଙ୍କ ଆନନ୍ଦ
(ଖ) ଅରୁନ୍ଧତାଙ୍କ ଦୁଃଖ
(ଗ) ଅରୁନ୍ଧତୀଙ୍କ ଅନୁତାପ
(ଘ) ଶ୍ରାବଣ ମାସର ବର୍ଷା
Answer:
(କ) ଅରୁନ୍ଧତୀଙ୍କ ଆନନ୍ଦ

Question ୯ ।
ଆସ, ନିମ୍ନରେ ଦିଆଯାଇଥ‌ିବା ପଦଗୁଡିକୁ ଗଦ୍ୟରେ ଲେଖୁ ।
(କ) ନିର୍ଝରର ରୁଦ୍ଧ ଘୋଷ ସମ ଜଣାଇଲେ ଆବେଗ ଉଲ୍ଲାସ ।
(ଖ) ଅଦ୍ଭୁତ ଏ ଆଦେଶ ମହର୍ଷି, ଭାଗ୍ୟର ଏକ ଉପହାସ ପରି ।
(ଗ) ବାତ୍ୟା ନିକି ଶାଳବୃକ୍ଷ କାହୁଁ ପଦପ୍ରାନ୍ତେ ପିଟିଦେଲା ଆଣି ।
(ଘ) ନୁହଁ ତ ଏ ଋତୁ ପରିହାସ ଝିଙ୍ଗାସି ତ କହୁ ନାହିଁ ଛଳି ?
Answer:
(କ) ରୁଦ୍ଧ ନିର୍ଝରର ଘୋଷପରି ଆବେଗ ଉଲ୍ଲାସ ଜଣାଇଲେ ।
(ଖ) ମହର୍ଷିଙ୍କର ଅଦ୍ଭୁତ ଆଦେଶ ଭାଗ୍ୟର ଉପହାସ ଭଳି ଥିଲା ।
(ଗ) ବାତ୍ୟାରେ ଶାଳତରୁ ପିଟି ହୋଇ ପଡ଼ିଗଲା ପରି, ସେ ପାଦ ପାଖରେ ପଡ଼ିଗଲେ ।
(ଘ) ସତରେ ପରିହାସ ଓ ଛଳନା କରି ଏଭଳି ଝିଙ୍ଗାସି କହୁ ନାହଁ ତ ?

Question ୧୦ ।
‘ପାଶବ – ପ୍ରୟାସ’ କହିଲେ କେଉଁ ଅର୍ଥକୁ ବୁଝାଏ, ତାହା ତଳେ ଥ‌ିବା ଉତ୍ତରରୁ ବାଛି ଲେଖୁବା ।
(କ) ଜୀବନରୁ ମାରିଦେବା
(ଖ) ଖଣ୍ଡାରେ ହାଣିବା
(ଗ) ହତ୍ୟା କରିବା
(ଘ) ପଶୁତୁଲ୍ୟ ଚେଷ୍ଟା
Answer:
(ଘ) ପଶୁତୁଲ୍ୟ ଚେଷ୍ଟା

Question ୧୦ ।
‘ପାଶବ – ପ୍ରୟାସ’ କହିଲେ କେଉଁ ଅର୍ଥକୁ ବୁଝାଏ, ତାହା ତଳେ ଥ‌ିବା ଉତ୍ତରରୁ ବାଛି ଲେଖୁବା ।
(କ)ଜାବନରୁ ମାରିଦେବା
(ଖ) ଖଣ୍ଡାରେ ହାଣିବା
(ଗ) ବାଣ୍ୟା କରିବା
(ଘ) ପଶୁତ୍ନୁଲ୍ୟ ଚେଷ୍ଟା
Answer:
(ଘ) ପଶୁତ୍ନୁଲ୍ୟ ଚେଷ୍ଟା

BSE Odisha 8th Class Odia Solutions Chapter 5 ବଶିଷ୍ଠ ଓ ବିଶ୍ଵାମିତ୍ର

Question ୧୧ ।
‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭର କେଉଁ ଶବ୍ଦର ଉପଯୁକ୍ତ ସମ୍ପର୍କ ରହିଛି ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’
ମଧୁମୟ ଅଧର
ତିମିରିତ ଜନନା
ସ୍କୁରିତ ପ୍ରୟାସ
ଗୋକାତୁରା ଲବଣ
ଉତ୍ତରକ ଅଶ୍ରୁ
ପାଶବ ଘର
ସୁର

Answer:

‘କ’ ସ୍ତମ୍ଭ ‘ଖ’
ମଧୁମୟ ସୁର
ତିମିରିତ ଘର
ସ୍କୁରିତ ଅଧର
ଗୋକାତୁରା ଜନନା
ଉତ୍ତରକ ଅଶ୍ରୁ
ପାଶବ ପ୍ରୟାସ

Question ୧୨ ।
କ୍ଷମାର ମହତ୍ତ୍ବ ସମ୍ପର୍କରେ ବର୍ଣନା କରି ଗୋଟିଏ ଛୋଟ ଅନୁଚ୍ଛେଦ ଲେଖୁ ।
Answer:
କ୍ଷମାର ମହତ୍ତ୍ଵ : କ୍ଷମାର ମହତ୍ତ୍ବ ସ୍ଵର୍ଗୀୟ । ଏହି ଅନୁଚିନ୍ତା ଅସାଧାରଣ । କ୍ଷମାଦ୍ୱାରା ମଣିଷ ମନରେ ପରିବର୍ତ୍ତନ ଆସେ । କ୍ଷମା ପାଇଥିବା ବ୍ୟକ୍ତି ମନରେ ପ୍ରତିହିଂସା ସୃଷ୍ଟି ହୁଏ ନାହିଁ । ବରଂ ନିଜର ଭୁଲ ପାଇଁ ସେ ଅନୁତପ୍ତ ହୁଏ । କ୍ଷମା କରି ଦେଇଥ‌ିବା ବ୍ୟକ୍ତି ପ୍ରତି ସେ ଆନୁଗତ୍ୟ ପ୍ରକାଶ କରେ । ଦଣ୍ଡଦେଲେ ମଣିଷ ମନ ବଦଳିଯାଏ ନାହିଁ । ମାତ୍ର କ୍ଷମା କଲେ ମଣିଷ ମନରେ ସୁହୃଦ ଭାବ ସୃଷ୍ଟି ହୁଏ । ଆମେ ସମସ୍ତେ ଜାଣିଛେ, ମଣିଷ କେବେ ଜାଣିଶୁଣି ଭୁ ଲ କରେ ନାହିଁ । ଭୁଲ ପାଇଁ ଅନେକ ସମୟରେ ଅଶିକ୍ଷା, ପରିବେଶ ଓ ପରିସ୍ଥିତି ଦାୟୀ ହୋଇଥାଏ । ସୁତରାଂ, ଦୋଷୀକୁ ଦଣ୍ଡ ନଦେଇ, କ୍ଷମା କରିଦେଲେ ଦୋଷ କରିଥିବା ବ୍ୟକ୍ତିଠାରେ ଦେବଭାବ ସୃଷ୍ଟି ହୋଇଥାଏ ।

Question ୧୩ ।
ତଳେ ଦିଆଯାଇଥିବା ଶବ୍ଦଗୁଡିକର ଅର୍ଥକୁ ପାଖ କୋଠରିରୁ ଖୋଜି ସେହି ଶବ୍ଦ ପାଖରେ ଲେଖୁବା ।
ଆବେଗେ, ଝିଙ୍ଗାସି, ରତ, ଉପରକ, କୃପାଣ, ଗତ୍ଵର,
BSE Odisha 8th Class Odia Solutions Chapter 5 ବଶିଷ୍ଠ ଓ ବିଶ୍ଵାମିତ୍ର 1
Answer:
ଆବେଗେ – ଦୃଦୟର ଏକ ଭାବ
ଝିଙ୍ଗାସି – ଭତ୍ସନା କରି
ରତ – ସତ୍ୟ
ଉପରକ – ଅତି ଚଞ୍ଚଳ
କୃପାଣ – ଖଡ୍ ଗ
ଗତ୍ଵର – ଅଗଣା

Question ୧୪ ।
ଠିକ୍ ଭକ୍ତି ପାଖରେ ‘✓’ ଚିହ୍ନ ଓ ଭୁଲ୍ ଭକ୍ତି ପାଖରେ ‘x’ ଚିହ୍ନ ଦେବା ।
(କ) ଅନ୍ଧାର ଯୋଗୁଁ ଅରୁନ୍ଧତୀଙ୍କୁ ରନ୍ଧନ କରିବାରେ ଅସୁବିଧା ହେଉଥିଲା ।
(ଖ) ବଶିଷ୍ଠଙ୍କ ମହାନତା ଦେଖ୍ ବିଶ୍ଵାମିତ୍ର ଅନୁତାପ କରିଥିଲେ ।
(ଗ) ବିଶ୍ଵାମିତ୍ରଙ୍କ ଆଶ୍ରମକୁ ଯିବାଲାଗି ଅରୁନ୍ଧତୀଙ୍କ ଇଚ୍ଛା ନଥିଲା ।
(ଘ) ବଶିଷ୍ଠଙ୍କ ଆଶ୍ରମରେ ବିଶ୍ଵାମିତ୍ର ନିଆଁ ଲଗାଇ ଦେଇଥିଲେ ।
Answer:
(କ) ଅନ୍ଧାର ଯୋଗୁଁ ଅରୁନ୍ଧତୀଙ୍କୁ ରନ୍ଧନ କରିବାରେ ଅସୁବିଧା ହେଉଥିଲା । (✗)
(ଖ) ବଶିଷ୍ଠଙ୍କ ମହାନତା ଦେଖ୍ ବିଶ୍ଵାମିତ୍ର ଅନୁତାପ କରିଥିଲେ । (✓)
(ଗ) ବିଶ୍ଵାମିତ୍ରଙ୍କ ଆଶ୍ରମକୁ ଯିବାଲାଗି ଅରୁନ୍ଧତୀଙ୍କ ଇଚ୍ଛା ନଥିଲା । (✓)
(ଘ) ବଶିଷ୍ଠଙ୍କ ଆଶ୍ରମରେ ବିଶ୍ଵାମିତ୍ର ନିଆଁ ଲଗାଇ ଦେଇଥିଲେ । (✗)

BSE Odisha 8th Class Odia Solutions Chapter 5 ବଶିଷ୍ଠ ଓ ବିଶ୍ଵାମିତ୍ର

Question ୧୫ ।
ନିମ୍ନଲିଖତ କବିତାଂଶଟିକୁ ମନେ ପକାଇ ପୂରଣ କରିବା ଓ ତାକୁ ଆବୃତ୍ତି କରିବା ।
(କ) ଜାବନ ଏ ରକ୍ତେ ଅରୁଣିତ
_____________________॥

(ଖ) _________________
ଋଷିପନ୍ା ସତୀ ଅରୁନ୍ଧିତା ॥

(ଗ) ଗୋଟି ଗୋଟି ପୁତ୍ରଗଣ
___________________॥
Answer:
ଜାବନ ଏ ରକ୍ତେ ଅରୁଣିତ
ନୋହିଥାନ୍ତ୍ରା ଆର୍ତ୍ତ ହାହାକାରେ॥

(ଖ) ମୁଦୁ ଭାଷେ ସୁଚାଇଲେ ଆସି
ଋଷିପନ୍ା ସତୀ ଅରୁନ୍ଧିତା ॥

(ଗ) ଗୋଟି ଗୋଟି ପୁତ୍ରଗଣ
ହତ୍ୟାକଲା ଯେଉଁ ଆତତାୟା ।

ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନେ।ତ୍ତର:

Question ୧ ।
ନିମ୍ନଲିଖ କବିତାଂଶଟିକୁ ମନେ ପକାଇ ପୂରଣ କରିବା ଓ ତାକୁ ଆବୃତ୍ତି କରିବା ।
(କ) ଅରୁନ୍ଧତୀଙ୍କୁ ହତ୍ୟା କରିବାପାଇଁ ବିଶ୍ଵାମିତ୍ରଙ୍କ ଅଭିଳାଷ ଥିଲା । (ଭୁଲ୍/ଠିକ୍)
(ଖ) ବିଶ୍ଵାମିତ୍ରଙ୍କ ପ୍ରତି ବଶିଷ୍ଠଙ୍କ ଅନ୍ତରରେ ସ୍ନେହ ଥିଲା । (ଭୁଲ୍/ଠିକ୍)
(ଗ ) ଯେତେ ଅପରାଧ କରୁଥିଲେ ମଧ୍ୟ ବଶିଷ୍ଠ ବିଶ୍ଵାମିତ୍ରଙ୍କୁ କ୍ଷମା କରିଦେଉଥିଲେ । (ଭୁଲ୍/ଠିକ୍)
Answer:
(କ) ଭୁଲ୍, (ଖ) ଠିକ୍, (ଗ) ଠିକ୍ ।

Question ୨।
କବିତାଟିରେ ବିଶ୍ଵାମିତ୍ରଙ୍କୁ ଆତତାୟୀ କୁହାଯିବାର କାରଣ କ’ଣ ?
(କ) ବଶିଷ୍ଠଙ୍କ ଆଶ୍ରମରେ ବିଶ୍ଵାମିତ୍ର ନିଆଁ ଲଗାଇ ଦେଇଥିଲେ ।
(ଖ) ବିଶ୍ଵାମିତ୍ର ବଶିଷ୍ଠଙ୍କ ଭୂସମ୍ପତ୍ତି ଜବରଦସ୍ତ ଦଖଲ କରିଥିଲେ ।
(ଗ) ବଶିଷ୍ଠଙ୍କ ପୁତ୍ରମାନଙ୍କୁ ବିଶ୍ଵାମିତ୍ର ହତ୍ୟା କରିଥିଲେ ।
(ଘ) ବିଶ୍ୱାମିତ୍ର ଅରୁନ୍ଧତୀଙ୍କୁ ଅପମାନିତ କରିଥିଲେ ।
Answer:
(ଗ) ବଶିଷ୍ଠଙ୍କ ପୁତ୍ରମାନଙ୍କୁ ବିଶ୍ଵାମିତ୍ର ହତ୍ୟା କରିଥିଲେ ।

ସଂକ୍ଷିପ୍ତ ତ୍ତରମୂଳକ ପ୍ରଶ୍ନୋତ୍ତର :

Question ୧।
ଅରୁନ୍ଧତୀ ବ୍ୟଞ୍ଜନ ପ୍ରସ୍ତୁତି ନିମନ୍ତେ ନିଜର ଅକ୍ଷମତା ପ୍ରକାଶ କଲେ କାହିଁକି ? ତାଙ୍କୁ ସ୍ଵାମୀ ବଶିଷ୍ଠ କି ପରାମର୍ଶ ଦେଲେ ?
Answer:
ଘରେ ଲବଣ ନଥିବାରୁ ଅରୁନ୍ଧତୀ ବ୍ୟଞ୍ଜନ ପ୍ରସ୍ତୁତି ନିମନ୍ତେ ନିଜର ଅକ୍ଷମତା ପ୍ରକାଶ କଲେ । ପ୍ରଶାନ୍ତ ମଧୁମୟ କଣ୍ଠରେ ବଶିଷ୍ଠ ତାଙ୍କୁ ନିକଟସ୍ଥ ବିଶ୍ଵାମିତ୍ରଙ୍କ ଆଶ୍ରମରୁ କିଛି ଲବଣ ଧାର ଆଣିବାକୁ ପରାମର୍ଶ ଦେଲେ ।

Question ୨ ।
‘ବଶିଷ୍ଠ ଓ ବିଶ୍ୱାମିତ୍ର’ କବିତାର କବି କିଏ ? ତାଙ୍କର ଦୁଇଟି ସାହିତ୍ୟକୃତିର ନାମ ଲେଖ ।
Answer:
‘ବଶିଷ୍ଠ ଓ ବିଶ୍ଵାମିତ୍ର’ କବିତାର କବି ହେଉଛନ୍ତି ଅନନ୍ତ ପଟ୍ଟନାୟକ । ‘ଆଲୋଡ଼ା ଲୋଡ଼ା’ ଓ ‘ଅବାନ୍ତର’ ଦୁଇଟି ବହୁ ଜନପ୍ରିୟ ସାହିତ୍ୟକୃତି ।

BSE Odisha 8th Class Odia Solutions Chapter 5 ବଶିଷ୍ଠ ଓ ବିଶ୍ଵାମିତ୍ର

Question ୩ ।
କବିତାଟିରେ କେଉଁ ଆଶ୍ରମ ବିଷୟରେ ବର୍ଣ୍ଣନା କରାଯାଇଛି ? ସେତେବେଳର ପରିବେଶ କିପରି ଥିଲା ?
Answer:
କବିତାଟିରେ ବଶିଷ୍ଠ ଋଷିଙ୍କର ଆଶ୍ରମ ବିଷୟରେ ବର୍ଣ୍ଣନା କରାଯାଇଛି । ସେଦିନ ଥିଲା ଶ୍ରାବଣୀ ପରିବେଶର ଏକ ବର୍ଷଣମୁଖର ରାତ୍ରି । ଆଶ୍ରମର ତରୁ ତୃଣ ବର୍ଷାସ୍ନାତ ଏବଂ ପୋଲାଙ୍ଗ ତେଲ ସ୍ତମିତ ଦୀପଶିଖା ତିମିରିତ ଆଶ୍ରମକୁ ଆଲେ।କିତ କରୁଥ୍ ଲା

Question ୪ ।
ପନ୍ତ୍ରୀ ଅରୁନ୍ଧତୀଙ୍କ ଅଭିଯୋଗ ଶୁଣି ବଶିଷ୍ଠ କ’ଣ କଲେ ?
Answer:
ପନ୍ଥୀ ଅରୁନ୍ଧତୀଙ୍କ ଅଭିଯୋଗ ଶୁଣି ବଶିଷ୍ଠଙ୍କ ବଦନମଣ୍ଡଳରେ ସ୍ମିତ ହାସ୍ୟରେଖା ଖେଳିଗଲା । ପତ୍ନୀଙ୍କୁ ସେ ହୃଦ୍‌ବୋଧ କରାଇଲେ ଯେ ସେ ବିଶ୍ଵାମିତ୍ରଙ୍କୁ ବହୁତ ଆଦର କରନ୍ତି ବୋଲି ତାଙ୍କ ଘରୁ ଲୁଣ ମାଗି ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସରଳ ଭାଷାରେ ବୁଝାଇ ଲେଖ :

Question ୧।
” ବାତ୍ୟା ନିକି ଶାଳବୃକ୍ଷ କାର୍ହି
ପଦପ୍ର।ନ୍ତେ ପିଟିଦେଲା ଆଣି”
Answer:
ବାତ୍ୟା ନିକି …………………… ହେଲା ଆଣି ।
ଉକ୍ତ ପଦ୍ୟାଶଟି ଆମ ପଠିତ ସାହିତ୍ୟ ବହିର ‘ବଶିଷ୍ଠ ଓ ବିଶ୍ଵାମିତ୍ର କବିତାରୁ ଆନୀତ । ଏଠାରେ କବି ଅନନ୍ତ ପଟ୍ଟନାୟକ ଈର୍ଷାଜର୍ଜର ପ୍ରତିଶୋଧ ପରାୟଣ ବିଶ୍ଵାମିତ୍ର କିପରି ଅନୁତାପ ଦଗ୍ଧ ହୋଇ ଉଠିଛନ୍ତି, ତାହା ବର୍ଣ୍ଣନା କରିଛନ୍ତି ।

ଅରୁନ୍ଧତୀ ବଶିଷ୍ଠଙ୍କୁ ଘରେ ରନ୍ଧନ କାର୍ଯ୍ୟ ପାଇଁ ଲୁଣ ନଥିବା କଥା ଜଣାଇଥିଲେ । ବଶିଷ୍ଠ ପଡ଼ୋଶୀ ବିଶ୍ଵାମିତ୍ର ଆଶ୍ରମରୁ ଲବଣ ଧାର ଆଣିବା ପାଇଁ ପରାମର୍ଶ ଦେଇଥିଲେ । ବଶିଷ୍ଠଙ୍କ ଏଭଳି ପରାମର୍ଶକୁ ଯଥାର୍ଥ ଭାବରେ ଅରୁନ୍ଧତୀ ଗ୍ରହଣ କରି ନଥିଲେ । ଆତତାୟୀ ମନୋଭାବଯୁକ୍ତ ନିଷ୍ଠୁର ବିଶ୍ଵାମିତ୍ର ତାଙ୍କର ପୁତ୍ରମାନଙ୍କୁ ଗୋଟି ଗୋଟି କରି ହତ୍ୟା କରିଥିବାରୁ ଅରୁନ୍ଧତୀ ତାଙ୍କ ଆଶ୍ରମରୁ ଲୁଣ ମାଗିବାପାଇଁ ଯିବାକୁ ଚାହିଁ ନଥୁଲେ ।

ପତ୍ନୀ ଅରୁନ୍ଧତୀଙ୍କୁ ବଶିଷ୍ଠ ଜଣାଇଲେ ଯେ ପୁତ୍ରହନ୍ତା ବୋଲି ଜାଣି ସୁଦ୍ଧା ସେ ପୁତ୍ରଘାତକ ବିଶ୍ଵାମିତ୍ରଙ୍କୁ ଘୃଣାଚକ୍ଷୁରେ ଦେଖନ୍ତି ନାହିଁ । ଏବେ ବି ସେ ଆନ୍ତରିକ ଭାବରେ ତାଙ୍କୁ ପୂର୍ବପରି ଭଲ ପାଉଛନ୍ତି । ଏକଥା ଶ୍ରବଣ କରି ଲୁଚି ରହିଥ‌ିବା ବିଶ୍ଵାମିତ୍ରଙ୍କର ଅହଙ୍କାର ସେତୁବନ୍ଧ ଭାଙ୍ଗି ଯାଇଛି । ହଠାତ୍ ଝଡ଼ବେଗରେ ଶାଳତରୁ ଭୂଲୁଣ୍ଠିତ ହେଲାପରି ବଶିଷ୍ଠଙ୍କ ପଦଯୁଗଳରେ ବିଶ୍ଵାମିତ୍ର ଲେ।ଟି ପଢିଛନ୍ତି। ତାଙ୍କ ହସ୍ତରୁ ଖଘ୍ନ ଭୂପତିତ ହୋଇଛି। ହତଚକିତ ହୋଇ ଯାଇଛନ୍ତି ଅରୁନ୍ଧତୀ । ଶବ୍ଦାୟିତ ହୋଇଉଠିଛି ପକ୍ଷୀ ନୀଡ଼ । ଇଙ୍ଗୁଦୀର ଦୀପଶିଖା ତେଜୀୟାନ୍ ହୋଇଉଠିଛି । ବିଶ୍ଵାମିତ୍ରଙ୍କ ନୟନ ଯୁଗଳ ଅନୁତାପର ଅଶ୍ରୁଜଳରେ ବଶିଷ୍ଠଙ୍କ ପଦଧୌତ କରିଛି । ବାଞ୍ଛାୟିତ କଣ୍ଠରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଶ୍ରାବଣୀ ପରିବେଶର ଏକ ବର୍ଷଣମୁଖର ରାତ୍ରି । ତାପସ ବଶିଷ୍ଠଙ୍କ ଆଶ୍ରମ । ଆଶ୍ରମର ତରୁତୃଣ ବର୍ଷାସ୍ନାତ । ଇଙ୍ଗୁଦୀ ତୈଳର ସ୍ତମିତ ଦୀପଶିଖା ତିମିରିତ ଆଶ୍ରମକୁ ଆଲୋକିତ କରୁଥାଏ । ବଶିଷ୍ଠଙ୍କ ପାଖରେ ପତ୍ନୀ ଅରୁନ୍ଧତୀ ଉପସ୍ଥିତ ହେଲେ । ଲବଣ ବିନା ବ୍ୟଞ୍ଜନ ପ୍ରସ୍ତୁତିରେ ସେ ନିଜର ଅକ୍ଷମତା ପ୍ରକାଶ କଲେ । ପ୍ରଶାନ୍ତ ମଧୁମୟ କଣ୍ଠରେ ଋଷିବର ପତ୍ନୀଙ୍କୁ ତାଙ୍କ ଆଶ୍ରମ ନିକଟସ୍ଥ ଋଷି ବିଶ୍ୱାମିତ୍ରଙ୍କ ଆଶ୍ରମରୁ କିଛି ଲବଣ ଧାର ଆଣିବାକୁ ସୁପରାମର୍ଶ ଦେଲେ । ସ୍ୱାମୀଙ୍କର ଏହି ବିଚିତ୍ର, ଅଭ ତ ଆଦେଶରେ ବିସ୍ମୟବିମୂଢ଼ା ହୋଇଗଲେ ପତ୍ନୀ ଅରୁନ୍ଧତୀ; କାରଣ ତାଙ୍କ ପାଇଁ ବିଶ୍ଵାମିତ୍ର ଥିଲେ ଆତତାୟୀ । ସେମାନଙ୍କ ପୁତ୍ରଗଣଙ୍କୁ ସେ ଗୋଟି ଗୋଟି କରି ସେ ହତ୍ୟା କରିଥିଲେ । ତେଣୁ ସ୍ଵାମୀଙ୍କର ଅପୂର୍ବ ନିର୍ବିକାର ମନ୍ତବ୍ୟରେ ସେ କହିଛନ୍ତି

‘ଜନନୀ ମୁଁ ଶୋକାତୁରା
ତା’ ଆଶ୍ରମେ ଯିବି କେଉଁପରି ?
ଅଦ୍ଭୁତ ଏ ଆଦେଶ ମହର୍ଷି,
ଭାଗ୍ୟର ଏ ଉପହାସ ପରି ।’’

ପତ୍ନୀଙ୍କୁ ବଶିଷ୍ଠ ହୃଦ୍‌ବୋଧ କରାଇଲେ ଯେ ସେ ବିଶ୍ଵାମିତ୍ରଙ୍କୁ ବହୁତ ଭଲପାଆନ୍ତି ବୋଲି ଲବଣ ସେଠାରୁ ଧାର ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥର ବି ପ୍ରତିବାଦ କଲେ ଅରୁନ୍ଧତୀ; କାରଣ ପ୍ରକୃତରେ ଯଦି ବିଶ୍ୱାମିତ୍ର ସ୍ୱାମୀଙ୍କର ଅତି ପ୍ରିୟ ତେବେ ଥରେମାତ୍ର ତାଙ୍କୁ ‘ମହର୍ଷି’ ବୋଲି ବଶିଷ୍ଠ ସମ୍ବୋଧନ କରିଥିଲେ ସେ ଆଜି ସନ୍ତାନହରା ହୋଇ ନଥାଆନ୍ତେ । ସେମାନଙ୍କ ପରିବାରର ରକ୍ତରଞ୍ଜିତ ଇତିହାସ ଲେଖ୍ବାକୁ ଉଗ୍ରତପା ବିଶ୍ୱ।ମିତ୍ର ଅଗ୍ରସର ହୋଇ ନଥାଆନ୍ତେ । ସାହାସ୍ୟ ଚଜନରେ, ନମ୍ର ନିର୍ବିକାର କଣ୍ଠସ୍ୱରରେ ମହାତପା ବଶିଷ୍ଠ ବିଶ୍ୱାମିତ୍ରଙ୍କୁ ପ୍ରାଣଠାରୁ ଅଧିକ ଭଲପାଆନ୍ତି ଏବଂ ବିଶ୍ୱାମିତ୍ରଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ସେ ତାଙ୍କୁ ଆଜିଯାଏ ‘ମହର୍ଷି’ ବୋଲି ସମ୍ବୋଧନ କରିନାହାନ୍ତି ବୋଲି କହିଥିଲେ ।

ବଶିଷ୍ଠଙ୍କ ପଦଧୌତ ହେଲା । ବାଖାୟିତ କଣ୍ଠରେ କ୍ଷମା ଯାଚନା କଲେ ସେ । ଭୁଲିଗଲେ ଜୀବନର ବାଜି କଥା । ଅନୁତାପାନଳରେ ତାଙ୍କ କ୍ରୋଧ୍ ତ ହୃଦୟ ପବିତ୍ର – ଉତ୍ଵ୍ୱଳ ହୋଇଗଲା । ହଠାତ୍ ଝଡ଼ବେଗରେ ଶାଳତରୁ ଭୂଲୁଣ୍ଠିତ ହେଲାପରି ବଶିଷ୍ଠଙ୍କ ପଦଯୁଗଳରେ ଲୋଟିଗଲେ କ୍ରୋଧାନ୍ଧ ବିଶ୍ଵାମିତ୍ର। ତାଙ୍କ ହସ୍ତରୁ ଶାଣିତ କରବାଳ ଭୂପତିତ ହେଲା । ହତଚକିତ ହୋଇଗଲେ ଅରୁନ୍ଧତୀ । ଶବ୍ଦାୟିତ ହୋଇଉଠିଲା ପକ୍ଷୀନୀଡ଼ । ବିଶ୍ୱାମିତ୍ରଙ୍କ ନୟନଯୁଗଳର ଅନୁତାପର ଅଶ୍ରୁଜଳରେ ବଶିଷ୍ଠଙ୍କ ପଦଧୌତ ହେଲା । ବାଞ୍ଛାୟିତ କଣ୍ଠରେ କ୍ଷମା ଯାଚନା କଲେ ସେ । ଭୁଲିଗଲେ ଜୀବନର ବାଜି କଥା । ଆଲିଙ୍ଗନାବଦ୍ଧ କରି ତାଙ୍କୁ ସାଦରରେ ‘ମହର୍ଷି’ ବୋଲି ସମ୍ବୋଧନ କଲେ ବଶିଷ୍ଠ । ବଶିଷ୍ଠଙ୍କ ମହନୀୟ ଚରିତ୍ର ଉଦ୍ଦେଶ୍ୟରେ କବି ଗାଇଉଠିଲେ

“ଅରୁନ୍ଧତା ନେତ୍ରୁ ଆକାଶତେ
ଶ୍ରାବଣର ବର୍ଷା ଗଲା ଝରି,
‘ମହାୟାନ୍‌ ଦେବତାରେ ଭଲ ।
ଜାଣିଥାନ୍ତି ମୁର୍ହି କେଉଁପରି”

ଆଲୋଚ୍ୟ କବିତାର ନାଟକୀୟତା ମଧ୍ଯରେ କବି ଦର୍ଶାଇଛନ୍ତି ଯେ ଜଣେ ଆତତାୟୀ ବି ମହର୍ଷି ପାଲଟି ଯାଇପାରେ – ଜଣେ ପ୍ରତିଶୋଧପରାୟଣ କ୍ରୋଧଜର୍ଜର ବ୍ୟକ୍ତି ବି ମାନବିକ ଗୁଣରେ ବିଭୂଷିତ ହୋଇପାରେ ଜଣେ ଦୋଷଯୁକ୍ତ ବି କ୍ଷମାର ମହତ୍ତ୍ବ ସମ୍ପର୍କରେ ଗୋଟିଏ ଅନୁଚ୍ଛେଦ ଲେଖ ।

BSE Odisha 8th Class Odia Solutions Chapter 5 ବଶିଷ୍ଠ ଓ ବିଶ୍ଵାମିତ୍ର

Question ୨ ।
କ୍ଷମାର ମହତ୍ତ୍ବ ସମ୍ପର୍କରେ ଗୋଟିଏ ଅନୁଚ୍ଛେଦ ଲେଖ ।
Answer:
କ୍ଷମା ମାନବ ହୃଦୟର ଏକ ସ୍ବର୍ଗୀୟ ଭାବ । ମଣିଷ ଯେତେବେଳେ ଦେବଭାବାପନ୍ନ ହୁଏ, ସେ ସ୍ବତଃ କ୍ଷମାଶୀଳ ହୋଇଯାଏ । ସେ କାହାରି ଦୋଷ ବା ଭୁଲ୍‌କୁ ନିଜ ହୃଦୟରେ ବିଚାର ନକରି ଉଦାର ଭାବାପନ୍ନ ହୋଇଥାଏ । ମହାପୁରୁଷ ଓ ସାଧୁସନ୍ଥମାନେ ମନରେ କାହାରି ପ୍ରତି ବିଦ୍ବେଷଭାବ ରଖୁନଥା’ନ୍ତି, ବରଂ ସମସ୍ତଙ୍କୁ କ୍ଷମା ଦେଇ ସାଧାରଣ ମଣିଷକୁ ଅସାଧାରଣ କରିବାର ପ୍ରଚେଷ୍ଟା କରିଥା’ନ୍ତି । ମହାପୁରୁଷ ଯିଶୁ କ୍ଷମାଶୀଳ ହୋଇ ତାଙ୍କୁ ଯେଉଁମାନେ କ୍ରୁଶରେ ଚଢ଼ାଇ ତାଙ୍କ ଦେହରେ ଲୁହାକଣ୍ଟା ବାଡ଼େଇ ଦେଉଥିଲେ, ତାଙ୍କ ପାଇଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

କ୍ଷମା ମଣିଷ ମନରେ ଦେବଭାବ ସୃଷ୍ଟି କରେ । ସଂସାରରେ କେହି ତା’ର ଶତ୍ରୁ ହୋଇ ରହିନଥା’ଛି । କ୍ଷମାଶୀଳ ବ୍ୟକ୍ତି ଅନ୍ୟର ଦୋଷ ନ ଦେଖ୍ ସେହି ଦୋଷକୁ କ୍ରୋଧରେ ରୂପାନ୍ତରିତ ନକରି ଦୋଷୀକୁ କ୍ଷମା କରିଦିଏ । ପରିସ୍ଥିତିକୁ ଦୋଷ ଦେଇ ସେ ଅନ୍ୟ ପ୍ରତି ଉଦାରଭାବାପନ୍ନ ହୁଏ, ଫଳରେ ଦୋଷ କରିଥିବା ଲୋକର ହୃଦୟ ବଦଳିଯାଏ । ସେ ତା’ର ଭୁଲକୁ

ବୁଝିପାରେ । ଶତ୍ରୁତା ମିତ୍ରତାରେ ପରିଣତ ହୁଏ । ଏହାଦ୍ଵାରା ଉଭୟଙ୍କର ଉପକାର ହୋଇଥାଏ । କ୍ଷମାଦାତା ଅନ୍ୟର ପରିବର୍ତ୍ତନ କରିଥିବାରୁ ଆତ୍ମସନ୍ତୋଷ ଲାଭକରେ । ସେହିପରି କ୍ଷମାର ଗ୍ରହୀତା ସେଭଳି ମନ୍ଦ ବ୍ୟବହାର ଆଉ କାହାରି ପ୍ରତି କରିବାକୁ ଚେଷ୍ଟାକରି ନଥାଏ । କ୍ଷମାର ମହତ୍ତ୍ବ ଅସୀମ। ସେଥ‌ିପାଇଁ ପଲ୍ଲୀକବି ନନ୍ଦକିଶୋର ବଳ କ୍ଷମାର ମହତ୍ତ୍ଵ ବୁଝାଇବାକୁ ଯାଇ କହିଛନ୍ତି

“କ୍ଷମା ତ ମିଳଇ କ୍ଷମା ତ ମିଳଇ
କ୍ଷମାର ନ ମିଳେ ଅନ୍ତ,
ଷମାର ଗ୍ରହାତା କ୍ଷମା ଦାତା ଦୁହେଁ
ଏ ଭୁବନେ ଭାଗ୍ୟବନ୍ତ ।’’

କ୍ଷମାଦାତାର ମହତ୍ତ୍ବ କେବେହେଲେ ବ୍ୟର୍ଥ ଯାଏନା । ସେ ଯଦି ଅନ୍ୟ ପ୍ରତି କ୍ଷମାଶୀଳ ହୁଏ, ତା’ହେଲେ ଦିନେନା ଦିନେ ସେ କାହାରିଦ୍ଵାରା କ୍ଷମା ଲାଭ କରିଥାଏ । ଅଜାଣତରେ କୌଣସି ଭୁଲ୍ କଲେ ମଧ୍ୟ ସେ ଅନ୍ୟଦ୍ୱାରା କ୍ଷମା ପାଇଥାଏ । ମଣିଷର ସ୍ଵାଭାବିକ ଭୁଲ୍‌କୁ ଉଦାର ମନରେ ଗ୍ରହଣ କରି କ୍ଷମ କରିବାପାଇଁ ବହୁ ଧାର୍ମିକ ପୁସ୍ତକରେ ମାନବ ସମାଜକୁ ଉପଦେଶ ଦିଆଯାଇଛି । ଏପରିକି ଦଣ୍ଡ ଦେଉଥ‌ିବା ବ୍ୟକ୍ତି ଯେ ପରିସ୍ଥିତିର ତାଡ଼ନାରେ ଦିନେ କ୍ଷମାଶୀଳ ମଣିଷର ରୂପାନ୍ତରିତ ହୋଇଥାଏ, ତାହାର ଜ୍ଵଳନ୍ତ ଉଦାହରଣ ହେଉଛି ମଗଧ ସମ୍ରାଟ ଅଶୋକ ଧର୍ମାଶୋକରେ ପରିଣତ ହେବା । ଏଥିପାଇଁ ଜଗନ୍ନାଥ ଦାସ ‘ଭାଗବତ’ରେ କହିଛନ୍ତି –

“ଦଶ୍ରିବା ଶକ୍ତି ଯା’ର ଥାଇ,
ସେ ପୁଣି କ୍ଷମା ଆଚରଇ।”

ବାସ୍ତବରେ କ୍ଷମା ପାଇଁ ହିଁ ଏ ସୃଷ୍ଟି ତଷ୍ଠି ରହିଛି । କ୍ଷମାଭାବ ନଥିଲେ ଏ ସୃଷ୍ଟି କ୍ରୋଧ ଅଗ୍ନିରେ ଧ୍ୱଂସ ପାଇଯାଇଥା’ନ୍ତ୍ରୀ ।

Question ୩ ।
ତୁମେ ତୁମ ସାଙ୍ଗ ନିକଟରେ ଏକ ଭୁଲ୍ କରିଦେଲ । ସେଥ‌ିପାଇଁ ଅନୁତାପ କରୁଛ ବୋଲି ଜଣାଇ ସାଙ୍ଗ ନିକଟକୁ ଏକ ପତ୍ର ଲେଖ ।
Answer:

ତା ୧୫-୫-୨୦୧୯
ବିବେକାନନ୍ଦ ବିଦ୍ୟାପୀଠ, ବହୁଗ୍ରାମ

ପ୍ରିୟବନ୍ଧୁ ପ୍ରଦାସ୍ତ,

ମୋର ଶୁଭେଚ୍ଛା ନେବ । ମଉସା ମାଉସୀଙ୍କୁ ମୋର ପ୍ରଣାମ ଜଣାଇଦେବ । ବାବୁନି ଓ ମୀନାକୁ ମୋର ସ୍ନେହ ଦେବ । ମୁଁ ତୁମର ଚିଠି ପା, ଠିକ୍ ସମୟରେ ତୁମ ପାଖରେ ପହଞ୍ଚି ପାରିନଥୁଲି । ତୁମେ ଅସୁବିଧାରେ ପଡ଼ି ଡାକ୍ତରଖାନାରେ ମାଉସୀଙ୍କ ପାଖରେ ରହିଥିଲ । ମୋତେ ତୁମ ପାଖକୁ ଯାଇ ତୁମକୁ ସାହାଯ୍ୟ କରିବାପାଇଁ ଅନୁରୋଧ କରିଥିଲେ । ମାତ୍ର ମୁଁ ସେହି ସମୟରେ ଅନ୍ୟ କାମରେ ବ୍ୟସ୍ତ ରହି ତୁମ ନିକଟରେ ପହଞ୍ଚିପାରି ନଥୁଲି । ପରେ ଶୁଣିଲି ସେଥିପାଇଁ ତୁମକୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିଥିଲା । ମୁଁ ସେସବୁ ଶୁଣିଲା ପରେ ନିଜକୁ ଖୁବ୍ ଦୋଷୀ ମନେକରୁଛି । ତୁମ ପାଖରେ ମୁଁ ଥିଲେ, ତୁମକୁ ଏତେ କଷ୍ଟ କରିବାକୁ ପଡ଼ିନଥା’ନ୍ତା ବୋଲି ଅନୁଭବ କରୁଛି ।

ମୋ ଅସୁବିଧା ସମୟରେ ତୁମେ ସବୁବେଳେ ସାହାଯ୍ୟ କରି ଆସିଛ । ଯେତେବେଳେ ମୁଁ ତୁମକୁ ଚାହିଁଛି, ସେତେବେଳେ ତୁମେ ମୋ ନିକଟରେ ପହଞ୍ଚିଛି । ମାତ୍ର ତୁମ ଅସୁବିଧା ସମୟରେ ତୁମ ନିକଟରେ ମୁଁ ପହଞ୍ଚିପାରି ନଥ‌ିବାରୁ ମୋତେ କ୍ଷମା କରିଦେବ । ମୁଁ ଯେ କେଉଁ ପରିସ୍ଥିତିରେ ପଡ଼ି ତୁମକୁ ସାହାଯ୍ୟ କରିପାରି ନଥିଲି, ସେ ବିଷୟରେ ଦେଖାହେଲେ କହିବି । ଦୟାକରି ମୋତେ ଭୁଲ ବୁଝିବ ନାହିଁ । କାରଣ ତୁମେ ମୋତେ ଭୁଲ୍ ବୁଝିଲେ, ଏ ଦୁଃଖ ମୁଁ ଆଉ କାହା ଆଗରେ ପ୍ରକାଶ କରିପାରିବି ନାହିଁ । ଆସନ୍ତା ମାସର ଶେଷ ରବିବାର ମୁଁ ତୁମ ଘରେ ପହଞ୍ଚି । ପୁଣି ଥରେ କ୍ଷମା ମାଗି ନେଉଛି। ଜଗନ୍ନାଥଙ୍କ ଅପାର କରୁଣାରୁ ତୁମେ ପରିବାର ସହିତ ଭଲରେ ଥାଅ ।

॥ ଇତି॥
ତୁମର ବନ୍ଧୁ
ମାନସ

BSE Odisha 8th Class Odia Solutions Chapter 5 ବଶିଷ୍ଠ ଓ ବିଶ୍ଵାମିତ୍ର 3

କବି ପରିଚୟ :

ଓଡ଼ିଆ ପ୍ରଗତିଶୀଳ ସାହିତ୍ୟର ଜଣେ ସାମ୍ୟ-ଶାନ୍ତି-ସଂଗ୍ରାମର ସୈନିକ ଥିଲେ କବି ଅନନ୍ତ ପଟ୍ଟନାୟକ । ଶ୍ରେଣୀ- ଶୋଷଣହୀନ ସମାଜ ପ୍ରତିଷ୍ଠା ତାଙ୍କର ଏକାନ୍ତ କାମନା ଥିଲା । ଅନ୍ଧବିଶ୍ବାସର କୁପରିଣାମକୁ ବୈଜ୍ଞାନିକ ଦୃଷ୍ଟିକୋଣ ନେଇ ସୂଚେଇଦେବା ତାଙ୍କର ବାସନା ଥିଲା । ତାଙ୍କ ଶାଣିତ ଲେଖନୀର ମୁଖ୍ୟ ସ୍ଵର ଥିଲା ମାନବବାଦର ଜୟଗାନ କରିବା । ମାର୍କସୀୟ ଦର୍ଶନ ଆଧାରିତ ତାଙ୍କ କବିତାଗୁଡ଼ିକ ନୂତନ ଛନ୍ଦ, ଚେତନଶୀଳ ଦୃଷ୍ଟିଭଙ୍ଗୀ, ଭାଷାଗତ ଭିନ୍ନତା, ମଧୁର ଶୈଳୀ ଓ ସଂପୂର୍ଣ୍ଣ ନୂତନ ରୂପରଙ୍ଗରେ ରୂପାୟିତ ଥିଲା । ତାଙ୍କର ଅଧିକାଂଶ କବିତାରେ ନୂତନ ଯୁଗ ଓ ନୂତନ ସମାଜ ପାଇଁ ସଶ୍ରଦ୍ଧ ଆହ୍ବାନ ଦୃଷ୍ଟିଗୋଚର ହୁଏ ।

କବି ଓ କବିତା :

ଶୌର୍ଯ୍ୟ ଓ ଗାମ୍ଭୀର୍ଯ୍ୟର ଗାଥା ଗାଇ ଏବଂ ସାମାଜିକ ଅସଙ୍ଗତି ବିରୋଧରେ ସ୍ବର ଉତ୍ତୋଳନ କରି କବି ରଚନା କରିଥିଲେ ‘ଶାନ୍ତଶିଖା (୧୯୫୨), ‘ତର୍ପଣ କରେ ଆଜି (୧୯୪୮), ‘ଅଲୋଡ଼ା ଲୋଡ଼ା’, ‘ଛାଇର ଛିଟା’, ‘କିଞ୍ଚିତ୍’, ‘ଅବାନ୍ତର ’ ଇତ୍ୟାଦି ବହୁଜନପ୍ରିୟ କବିତା ସଞ୍ଚୟନ । ଆଲୋଚ୍ୟ କବିତା ‘ବଶିଷ୍ଠ ଓ ବିଶ୍ଵାମିତ୍ର ମାନବତାର ମାନ୍ୟତା ନେଇ ପୌରାଣିକ ଆଖ୍ୟାୟିକା ଉପରେ ଆଧାରିତ । ଏହି କବିତାର ପ୍ରତିଟି ପଂକ୍ତିରେ ହିଂସା, କ୍ରୋଧ, ଅସହିଷ୍ଣୁତା ଉପରେ ସଦ୍‌ଭାବ, ପ୍ରେମ ଓ କ୍ଷମାର ବିଜୟ ଘୋଷଣା ଅନୁରଣିତ ହୋଇଉଠିଛି । କବିତାଟିର ଅନ୍ତର୍ନିହିତ ବାର୍ତ୍ତାରୂପେ ଅଭିମନ୍ତ୍ରିତ ହୋଇଉଠିଛି ପାରସ୍ପରିକ ବୁଝାମଣା, ସଂପ୍ରୀତି ଏବଂ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ନିବିଡ଼ ଆତ୍ମୀୟତା ।

BSE Odisha 8th Class Odia Solutions Chapter 5 ବଶିଷ୍ଠ ଓ ବିଶ୍ଵାମିତ୍ର

କବିତାର ସାରକଥା :

(୧) ତାପସ ବଶିଷ୍ଠଙ୍କ ସୁପରାମର୍ଶରେ ବିସ୍ମୟ-ବିଧୁରା ପତ୍ନୀ ଅରୁନ୍ଧତୀ : ଶ୍ରାବଣୀ ପରିବେଶର ଏକ ବର୍ଷଣମୁଖର ରାତ୍ରି । ତାପସ ବଶିଷ୍ଠଙ୍କ ଆଶ୍ରମ । ଆଶ୍ରମର ତରୁତୃଣ ବର୍ଷାସ୍ନାତ । ପୋଲାଙ୍ଗ ତୈଳର ସ୍ତମିତ ଦୀପଶିଖା ତିମିରିତ ଆଶ୍ରମକୁ ଆଲୋକିତ କରୁଥାଏ । ଶାନ୍ତ ଅବିଚଳିତଭାବେ ଉପବେଶନ କରିଥାଆନ୍ତି ମହର୍ଷି ବଶିଷ୍ଠ । ସେଠାରେ ପତ୍ନୀ ଅରୁନ୍ଧତୀ ଉପସ୍ଥିତ ହେଲେ । ଲବଣ ବିନା ବ୍ୟଞ୍ଜନ ପ୍ରସ୍ତୁତିରେ ନିଜର ଅକ୍ଷମତା ପ୍ରକାଶ କଲେ । ପ୍ରଶାନ୍ତ ମଧୁମୟ କଣ୍ଠରେ ଋଷିବର ପତ୍ନୀଙ୍କୁ ତାଙ୍କ ଆଶ୍ରମ ନିକଟସ୍ଥ ଋଷି ବିଶ୍ଵାମିତ୍ରଙ୍କ ଆଶ୍ରମରୁ କିଛି ଲବଣ ଧାର ଆଣିବାକୁ ସୁପରାମର୍ଶ ଦେଲେ । ବଶିଷ୍ଠଙ୍କର ଏହି ବିଚିତ୍ର, ଅଦ୍ଭୁତ ଆଦେଶରେ ବିସ୍ମୟବିମୂଢ଼ା ହୋଇଗଲେ ଅରୁନ୍ଧତୀ; କାରଣ ତାଙ୍କ ପାଇଁ ବିଶ୍ଵାମିତ୍ର ଆତତାୟୀ ଥିଲେ । ବିଶ୍ୱାମିତ୍ର ସେମାନଙ୍କ ପୁତ୍ରଗଣଙ୍କୁ ଗୋଟି ଗୋଟି କରି ହତ୍ୟା କରିଥିଲେ । ତେଣୁ ଅବିଚଳିତ ସ୍ଵାମୀଙ୍କର ଅପୂର୍ବ ମନ୍ତବ୍ୟରେ ଶୋକାତୁରା ପତ୍ନୀଙ୍କର ଭୁକୁଞ୍ଚନ ସୃଷ୍ଟିହେଲା । ନିଜ ସ୍ଵାମୀ-ଦେବତାଙ୍କଦ୍ୱାରା ସେ ଉପହସିତ ହେଉଛନ୍ତି ବୋଲି ଭାବିଲେ ।

(୨) ପୁତ୍ରହନ୍ତା ହେଲେ ବି ବିଶ୍ୱାମିତ୍ର ବଶିଷ୍ଠଙ୍କର ଅତି ଆଦରର : ପତ୍ନୀ ଅରୁନ୍ଧତୀଙ୍କ ଅଭିଯୋଗ ଶୁଣି ମହାମୁନି ବଶିଷ୍ଠଙ୍କ ଅବିଚଳିତ ବଦନମଣ୍ଡଳରେ ସ୍ମିତ ହାସ୍ୟରେଖା ଖେଳିଗଲା । ପତ୍ନୀଙ୍କୁ ସେ ହୃଦ୍‌ବୋଧ କରାଇଲେ ଯେ ସେ ବିଶ୍ୱାମିତ୍ରଙ୍କୁ ବହୁତ ଭଲପାଆନ୍ତି ବୋଲି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥର ବି ପ୍ରତିବାଦ କଲେ ଅରୁନ୍ଧତୀ; କାରଣ ପ୍ରକୃତରେ ଯଦି ବିଶ୍ଵାମିତ୍ର ସ୍ଵାମୀଙ୍କର ଅତି ପ୍ରିୟ ତେବେ ଥରେମାତ୍ର ତାଙ୍କୁ ‘ମହର୍ଷି’ ବୋଲି ବଶିଷ୍ଠ ସମ୍ବୋଧନ କରିଥିଲେ ସେ ଆଜି ସନ୍ତାନହରା ହୋଇ ନ ଥାଆନ୍ତେ । ସେମାନଙ୍କର ପରିବାରରେ ରକ୍ତରଞ୍ଜିତ ଇତିହାସ ଲେଖୁବାକୁ ଉଗ୍ରତପା ବିଶ୍ଵାମିତ୍ର ଅଗ୍ରସର ହୋଇ ନ ଥାଆନ୍ତେ । ଏଥର ମଧ୍ୟ ପୂର୍ବ ପରି ସହାସ୍ୟ ବଦନରେ ନମ୍ର ନିର୍ବିକାର କଣ୍ଠରେ ମହାତପା ବିଶ୍ଵାମିତ୍ରଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ତାଙ୍କୁ ‘ମହର୍ଷି’ ସମ୍ବୋଧନ କରି ନଥିଲେ ବୋଲି କହିଲେ ।

(୩) କୃଦ୍ଧ ବିଶ୍ଵାମିତ୍ର ଅନୁତାପାନଳରେ ଜଳିଗଲେ : ବିଶ୍ୱାମିତ୍ର ବଶିଷ୍ଠ ଓ ଅରୁନ୍ଧତୀଙ୍କ ଉକ୍ତି -ପ୍ରତ୍ୟୁକ୍ତି ଶୁଣିପାରିଥିଲେ । ଅନୁତାପାନଳରେ ଜଳିଗଲେ ସେ । ହଠାତ୍ ଝଡ଼ବେଗରେ ଶାଳତରୁ ଭୂଲୁଣ୍ଠିତ ହେଲାପରି ବଶିଷ୍ଠଙ୍କ ପଦଯୁଗଳରେ ଲୋଟିଗଲେ କ୍ରୋଧାନ୍ଧ ବିଶ୍ଵାମିତ୍ର । ତାଙ୍କ ହସ୍ତର ଖଡ୍ଗ ଭୂପତିତ ହେଲା । ହତଚକିତ ହୋଇଗଲେ ଅରୁନ୍ଧତୀ । ଶବ୍ଦାୟିତ ହୋଇଉଠିଲା ପକ୍ଷୀନୀଡ଼ । ଇଟ୍ଟଦୀର ଦୀପଶିଖା ତେଜୀୟାନ୍ ହୋଇଉଠିଲା । ବିଶ୍ୱାମିତ୍ରଙ୍କ ନୟନଯୁଗଳର ଅନୁତାପଜନିତ ଅଶ୍ରୁଜଳରେ ବଶିଷ୍ଠଙ୍କ ପଦଧୌତ ହେଲା । ବାଞ୍ଛାୟିତ କଣ୍ଠରେ କ୍ଷମା ଯାଚନା କଲେ ସେ ।

(୪) ବିଶ୍ଵାମିତ୍ରଙ୍କ ଦୁରଭିସନ୍ଧି ପଦାରେ ପଡ଼ିଲା : ବଶିଷ୍ଠଙ୍କ ପୁତ୍ରବତ୍ ସ୍ନେହ ବିଶ୍ଵାମିତ୍ରଙ୍କୁ ପରିହାସ ପରି ମନେହେଲା । ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ସେ ମହର୍ଷିଙ୍କ ଆଶ୍ରମକୁ ଆସିଥିଲେ । ତାଙ୍କ ସ୍ୱହସ୍ତର କରବାଳ ଆଜି ବଶିଷ୍ଠଙ୍କର ମସ୍ତକ ଛିନ୍ନ କରିଥା’ନ୍ତା । ଜୀବନର ବାଜି ଆଜି ତାଙ୍କର ସଫଳ ହୋଇଥା’ନ୍ତା ।

(୫) ଈର୍ଷାରହିତ ହୋଇ ଋଷି ବିଶ୍ଵାମିତ୍ର ମହର୍ଷି ହେଲେ : ବସୁଧାରୁ ବିଶ୍ଵାମିତ୍ରଙ୍କୁ ତୋଳି ଧରିଲେ ବଶିଷ୍ଠ । ଆଲିଙ୍ଗନାବଦ୍ଧ କରି ତାଙ୍କୁ ସାଦରରେ ‘ମହର୍ଷି’ ବୋଲି ସମ୍ବୋଧନ କଲେ । ଅରୁନ୍ଧତୀଙ୍କ ନେତ୍ରଯୁଗଳରୁ ଅଜାଣତରେ ଆନନ୍ଦାଶୁ ଝରିଗଲା । ତାଙ୍କ ଅନ୍ତରରୁ ପୁଞ୍ଜୀଭୂତ ଆତ୍ମଗ୍ଲାନି ଓ ଅସନ୍ତୋଷ ଦୂରୀଭୂତ ହେଲା । ତାଙ୍କ ସ୍ବାମୀଦେବତାଙ୍କର ମହୀୟାନ୍ ହୃଦୟର ସ୍ୱର୍ଗୀୟ ଦିବ୍ୟ ଭାବାନ୍ତର ତାଙ୍କର ହୃଦ୍‌ବୋଧ ହେଲା ।

ସୂଚନା ଓ କଠିନ ଶବ୍ଦାର୍ଥ 

  • ବିଶ୍ଵାମିତ୍ର – ରାମଚନ୍ଦ୍ରଙ୍କ ବାଲ୍ୟଗୁରୁ ।
  • ବଶିଷ୍ଠ – ବଶିନ୍ + ଇଷ୍ଠ ।
  • ତରୁ – ଗଛ / ପାଦପ ।
  • ଇଙ୍ଗୁଦା – ( ଇଙ୍ଗୁ + ଉ + ଦା + ଅ + ଈ) ତାପସ ତରୁ / ଫୁଟିଫୁଟିକିଆ ଗଛ । ଏହି ଗଛର ଫଳରୁ ତେଲ ବାହାର କରାଯାଏ । ଏହାର ତୈଳ ମୁନି ମାନେ ଜଟାରେ ବ୍ୟବହାର କରୁଥିବାରୁ ଏହାକୁ ତାପସ ତରୁ କୁହାଯାଏ ।
  • ଭାଷେ – ବଚନରୋ
  • ମୃଦୁ – ଧାରୋ
  • ଆତତାୟା – ଆକ୍ରମଣକାରା / ହତ୍ୟାକାରା / ଅଗ୍ନି ସଂଯୋଗ, ହତ୍ୟା ଓ ଗ୍ଠହଦାହ ପରି ୬ର୍ଟି ହିଂସାକାଣ୍ଡରେ ଜଡ଼ିତ ଥିବା
  • ଶୋକାତୁରା – ଦୁଃଖରେ ଆତୁରା ।
  • ସ୍ମିତ – ମଧୁର ହସା
  • କୃତାନ୍ତ୍ର – ଯମା
  • କୃପାଣ – ଅଣା / ଖଣ୍ତା
  • ପାଣବ – ପ୍ରୟାସ – ପଶୁସୁଲଭ ଉଦ୍ୟମ। (ବିନା ବିଚାରରେ କରୁଥ୍ ବା ଭୁଲ
  • ପଦପ୍ରାନ୍ତ୍ରେ – ପାଦତଳୋ
  • ନାଢ଼ – ବସା
  • ଚତ୍ଵର – ଅଗଣା
  • ଉତ୍ତରକ – (ଉତ୍ – ତରଳ) ଅତି ଚଞ୍ଚଳା
  • ନିର୍ଝର – ଝରଣା, ସ୍ରୋତସ୍ୱିନୀ
  • ଘୋଷ – ଶବ୍ଦା
  • ଚଳି – ଅଧ୍ କା
  • ନାଢ଼ – ବସା ।
  • ଚତ୍ଵର – ଅଗଣା
  • ଉତ୍ତରଳ – (ଉତ୍ – ତରଳ) ଅତି ଚଞ୍ଚଳା
  • ନିର୍ଝର – ଝରଣା, ସ୍ରୋତସ୍ଵିନୀ
  • ଆବେଗ – ହୃଦୟର ଭାବା
  • ଉ ୍ପି।ସ – (ଉତ୍ – ଖ୍ୱସ୍ – ଅ) ଗୋକ ହେତୁ ଦୀର୍ଘଶ୍ଚାସ୍ ।

କେତୋଟି ନୂତନ ଶବ୍ଦ ଓ ତା’ର ଅର୍ଥ :

  • ତୃଶ – ଘ।ସା
  • ତିମିରିତ – ଅନ୍ଧlରା
  • ମହାମତି – ମହାଜ୍ଞାନା
  • ଉତ୍ତରିଲେ – ଉତ୍ତର ଦେଲେ ।
  • ପ୍ରଶାନ୍ତି – ସ୍ଥିର ଚିତ୍ତରୋ
  • ରୋଷ – ଆସନ୍ତେଷା
  • ସୁଚିତ – କମ୍ପିତା
  • ଅରୁଶିତ – ରକ୍ତବର୍ଣ୍ଣ / ଲାଲ୍ ରଇଂ।
  • ଆର୍ତ୍ତ – ଦୁଃଖରରେ ଅଧାରା
  • ଶ୍ନଶ୍ରୁ – ବାତି ।
  • ନିକି – ପରି / ଭଳି / ସଦୃଶ।
  • ଶାଣିତ – ଧାରୁଆ ।

BSE Odisha 8th Class Science Solutions Chapter 10 କୈଶୋର

Odisha State Board BSE Odisha 8th Class Science Solutions Chapter 10 କୈଶୋର Textbook Exercise Questions and Answers.

BSE Odisha Class 8 Science Solutions Chapter 10 କୈଶୋର

Question 1.
କୈଶୋରର ସଂଜ୍ଞା ନିରୂପଣ କର ।
ଉ-
ଜୀବନର ଯେଉଁ ଅବସ୍ଥାରେ ଦ୍ରୁତ ଅଭିବୃଦ୍ଧି ଘଟି ବହୁ ପରିବର୍ତ୍ତନ ସହ ବୟଃପ୍ରାପ୍ତ ଅବସ୍ଥା ଆଡ଼କୁ ଗତିକରେ ତାହାକୁ କୈଶୋର କୁହାଯାଏ । ଏହା ପ୍ରାୟ 10-11 ବର୍ଷ ବୟସରୁ ଆରମ୍ଭ ହୋଇ 18-19 ବର୍ଷ ବୟସ ପର୍ଯ୍ୟନ୍ତ ଚାଲୁ ରହିଥାଏ । ଏହାକୁ କୈଶୋର ବା କିଶୋରାବାସ୍ଥା (adolescence) କୁହାଯାଏ । ଝିଅମାନଙ୍କଠାରେ ଏହିସବୁ ପରିବର୍ତ୍ତନ ପ୍ରାୟ ବର୍ଷେ ଆଗରୁ ଦେଖାଯାଏ । ହଠାତ୍ ଉଚ୍ଚତା ବଢ଼ିବା, ପୁଅମାନଙ୍କ ନିଶ ଉଠିବା ପରି ବହୁ ଶାରୀରିକ ପରିବର୍ତ୍ତନ ସହ ମାନସିକ ଓ ବୌଦ୍ଧିକ ସ୍ତରରେ ପରିବର୍ତ୍ତନ ଘଟିଥାଏ । କିଶୋରକିଶୋରୀମାନଙ୍କ ଆଚରଣରେ ମଧ୍ୟ ପୂର୍ବ ଅବସ୍ଥା ତୁଳନାରେ କିଛି ପାର୍ଥକ୍ୟ ଦେଖାଯାଏ ।

Question 2.
କୈଶୋର ସମୟରେ ଶରୀରରେ ହେଉଥ‌ିବା ପରିବର୍ତ୍ତନଗୁଡ଼ିକ ଲେଖ ।
ଉ-

  • ଦ୍ରୁତ ଉଚ୍ଚତା ବୃଦ୍ଧି ହୋଇ ପରେ ଏହି ହାର କମିଯାଏ ।
  • ହାତ ଓ ଗୋଡ଼ ଖୁବ୍ ଶୀଘ୍ର ବଢୁଥ‌ିବା ବେଳେ ଅନ୍ୟାନ୍ୟ ଅଙ୍ଗର ବୃଦ୍ଧି ମନ୍ଥର ଗତିରେ ହୋଇଥାଏ ।
  • ଜନନ ଅଙ୍ଗର ବିକାଶ ଘଟି ଯୁଗ୍ମକ ଉତ୍ପାଦନ ଓ ପରିପକ୍ବନ ଆଦି ଆରମ୍ଭ ହୁଏ ।
  • ପୁଅମାନଙ୍କ ସ୍ୱର ପେଟିକା ବୃଦ୍ଧି ପାଇବାଦ୍ୱାରା ସ୍ଵର କର୍କଶ ହୁଏ ।
  • ଚିନ୍ତନ ମନନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ ।

BSE Odisha 8th Class Science Solutions Chapter 10 କୈଶୋର

Question 3.
ଠିକ୍ ଉତ୍ତରଟି ବାଛି ଲେଖ ।
(କ) କିଶୋର କିଶୋରୀମାନେ ନିଜ ଖାଦ୍ୟ ପ୍ରତି ଯତ୍ନ ନେବା ଉଚିତ, କାରଣ
(i) ଉଚିତ ଖାଦ୍ୟ ମସ୍ତିଷ୍କର ବିକାଶ ଘଟାଏ ।
(ii) ଶରୀରରେ ଘଟୁଥ‌ିବା ଦୃତ ବୃଦ୍ଧି ପାଇଁ ଉପଯୁକ୍ତ ଖାଦ୍ୟ ଆବଶ୍ୟକ ।
(iii) କିଶୋର କିଶୋରୀମାନଙ୍କୁ ସବୁବେଳେ ଭୋକ ହୁଏ ।
(iv) କିଶୋର କିଶୋରୀମାନଙ୍କ ସ୍ବାଦ ମୁକୁଳ (taste buds) ବେଶ୍ ବିକଶିତ ।

(ଖ) କିଶୋର କିଶେରୀମାନଙ୍କ ପାଇଁ ଉପଯୁକ୍ତ ଖାଦ୍ୟ କ’ଣ ?
(i) ଚିପ୍‌ସ, ନୁଡୁଲ୍, କେକ୍
(ii) ରୁଟି, ଡାଲି, ପନିପରିବା
(iii) ଭାତ, ନୁଡୁଲ, ବର୍ଗର୍
(iv) ଭେଜିଟେବୁଲ୍ କଟ୍‌ଲେଟ୍, ଚିପ୍ସ, ଲେମ୍ବୁରସ
ଉ-
(କ) (ii) ଶରୀରରେ ଘଟୁଥ‌ିବା ଦୃତ ବୃଦ୍ଧି ପାଇଁ ଉପଯୁକ୍ତ ଖାଦ୍ୟ ଆବଶ୍ୟକ ।
(ଖ) (ii) ରୁଟି, ଡାଲି, ପନିପରିବା

Question 4.
ଟିପ୍ପଣୀ ଲେଖ :
(କ) ଗଳ ଘଣ୍ଟିକା:
ଉ-
ଯୁବକ୍ରାନ୍ତିରେ ପୁଅଙ୍କ ସ୍ଵର ପେଟିକା ବଢ଼େ । ଫଳରେ ସେମାନଙ୍କର କଣ୍ଠ ସାମାନ୍ୟ ଫୁଲି ଆଗକୁ ବାହାରିଆସିଥିବା ପରି ଦେଖାଯାଏ । ଏହି ଅଂଶକୁ ଗଳଘଣ୍ଟିକା ବା ‘ଆଡାମୁ ଏପଲ୍ କୁହାଯାଏ । କିନ୍ତୁ ଝିଅଙ୍କ ସ୍ବର ପେଟିକା ଛୋଟ ହୋଇରହିଥାଏ ଏବଂ ବାହାରକୁ ପ୍ରାୟ ଦେଖାଯାଏ ନାହିଁ । ଫଳରେ ପୁଅ ଓ ଝିଅଙ୍କ ସ୍ବରରେ ମଧ୍ଯ ପାର୍ଥକ୍ୟ ରହିଥାଏ । ସାଧାରଣତଃ ପୁଅଙ୍କ ସ୍ବର କିଛିଟା କର୍କଶ ଓ ଝିଅଙ୍କ ସ୍ବର ସାଧାରଣତଃ ସୁମଧୁର ହୋଇଥାଏ ।

BSE Odisha 8th Class Science Solutions Chapter 10 କୈଶୋର

(ଖ) ପୁଅ ନା ଝିଅ:
ଉ-

  • ଷିକ୍ତ ସମାୟିତ ଡିମ୍ବରେ ଥ‌ିବା ଗୁଣସୂତ୍ର ଉପରେ ପୁଅ କି ଝିଅ ହେବ ନିର୍ଭର କରେ ।
  • ମଣିଷର ଗୁଣସୂତ୍ର ସଂଖ୍ୟା ହେଉଛି 23 ଯୋଡ଼ା । ଏଥିରୁ ଗୋଟିଏ ଯୋଡ଼ାକୁ ‘ଲିଙ୍ଗ ଗୁଣସୂତ୍ର’ କୁହାଯାଏ ।
  • ନାରୀଠାରେ ଏହି ଯୋଡ଼ା ଦୁଇଟି ‘X’ ଗୁଣସୂତ୍ରକୁ ନେଇ ଏବଂ ପୁରୁଷଠାରେ ଏହା ଗୋଟିଏ ‘x’ ଓ ଗୋଟିଏ ‘y’ ଗୁଣସୂତ୍ରକୁ ନେଇ ଗଠିତ, ଅର୍ଥାତ୍‌ ନାରୀଠାରେ ‘xx’ ଗୁଣସୂତ୍ର ଥିବାସ୍ଥଳେ ପୁରୁଷଠାରେ ‘xy’ ଗୁଣସୂତ୍ର ଥାଏ ।
  • ପ୍ରତ୍ୟେକ ପରିପକ୍ବ ଡିମ୍ବାଣୁରେ ‘x’ ଗୁଣସୂତ୍ର ଥିବା ବେଳେ କେତେକ ଶୁକ୍ରାଣୁରେ ‘x’ ଏବଂ ଅବଶିଷ୍ଟ ଶୁକ୍ରାଣୁରେ ‘y’ ଗୁଣସୂତ୍ର ଥାଏ । ସେ ଦୃଷ୍ଟିରୁ ସବୁ ଡିମ୍ବାଣୁ ଏକା ପ୍ରକାରର କିନ୍ତୁ ଶୁକ୍ରାଣୁ ଦୁଇ ପ୍ରକାରର ।
  • ‘x’ ଗୁଣସୂତ୍ର ଥ‌ିବା ଶୁକ୍ରାଣୁ ଓ ଡିମ୍ବାଣୁର ମିଳନରେ କନ୍ୟା ସନ୍ତାନ ଜାତ ହୁଏ ଏବଂ ‘y’ ଗୁଣସୂତ୍ର ଥିବା ଶୁକ୍ରାଣୁ ଓ ‘x’ ଗୁଣସୂତ୍ର ଥବା ଡିମ୍ବାଣୁର ମିଳନରେ ପୁତ୍ର ସନ୍ତାନ ଜାତ ହୁଏ ।
  • ସୁତରାଂ ପୁତ୍ର ସନ୍ତାନ ଜାତ ହେବାକୁ ହେଲେ ଗୁଣସୂତ୍ର ଯୁକ୍ତ ଶୁକ୍ରାଣୁ ଆବଶ୍ୟକ । ତେଣୁ ସନ୍ତାନର ଲିଙ୍ଗ ନିର୍ଦ୍ଧାରଣରେ ମା’ର ଭୂମିକା ନାହିଁ । ଏଥ‌ିପାଇଁ ପୁରୁଷ ହିଁ ଦାୟୀ ।

Question 5.
ପୁଅ ଓ ଝିଅଙ୍କ ବୟସ ବୃଦ୍ଧି ସହ ଉଚ୍ଚତା ବୃଦ୍ଧି ଘଟେ । ନିମ୍ନ ଟେବୁଲ୍‌ରେ ଏ ସମ୍ପର୍କିତ ତଥ୍ୟ ଦିଆଯାଇଛି । ଉଭୟ ପୁଅ ଓ ଝିଅଙ୍କ ଉଚ୍ଚତା ଦର୍ଶାଇ ଗୋଟିଏ ଗ୍ରାଫ୍ ପେପର୍‌ରେ ଗ୍ରାଫ୍ ଅଙ୍କନ କର । ଏହି ଗ୍ରାଫ୍‌ରୁ କି ସିଦ୍ଧାନ୍ତ ନେଇହେବ ?
BSE Odisha 8th Class Science Solutions Chapter 10 କୈଶୋର 1
ସିଦ୍ଧାନ୍ତ : ଜନ୍ମ ସମୟରେ ପୁଅ ଓ ଝିଅଙ୍କ ଉଚ୍ଚତା ସମାନ ଥ‌ିବାବେଳେ 20 ବର୍ଷ ବୟସ ବେଳକୁ ପୁଅମାନଙ୍କର ଉଚ୍ଚତା ଝିଅମାନଙ୍କ ଠାରୁ ସାମାନ୍ୟ ଅଧିକ ରହିଥାଏ ।

BSE Odisha 8th Class Science Solutions Chapter 10 କୈଶୋର

1. ଆଦ୍ୟ ବା ବାଲ୍ୟ ବିବାହ କେତେଦୂର ଆଇନସମ୍ମତ – ସେ ବିଷୟରେ ତୁମର ବରିଷ୍ଠ ସମ୍ପର୍କୀୟମାନେ କେତେ ସଚେତନ, ବୁଝ । ଏ ସମ୍ପର୍କରେ ତୁମେ ନିଜେ ଶିକ୍ଷକଙ୍କ ଠାରୁ, ପିତାମାତା ଓ ଡାକ୍ତରଙ୍କ ଠାରୁ ବା ଇଣ୍ଟରନେଟ୍‌ ତଥ୍ୟ ସଂଗ୍ରହ କରିପାରିବ । ଆଦ୍ୟ ବିବାହ ଦମ୍ପତି ପାଇଁ କାହିଁକି ସ୍ପୃହଣୀୟ ନୁହେଁ, ସେ ବିଷୟରେ ଏକ ଦୁଇ ମିନିଟ୍ ବକ୍ତବ୍ୟ ଲେଖ ।

2. HIV ଓ AIDS ଉପରେ ପତ୍ର ପତ୍ରିକାରୁ ତଥ୍ୟ ତଥା ଖବରକାଗଜ କଟିଂ ସଂଗ୍ରହ କର । HIV ଓ AIDS ଉପରେ 15-20 ଟି ବାକ୍ୟରେ ଗୋଟିଏ ଏକ-ପୃଷ୍ଠା ପ୍ରବନ୍ଧ ଲେଖ ।

3. ଏକ ଜନଗଣନା ଅନୁଯାୟୀ ଆମ ଦେଶରେ ପ୍ରତି 1000 କିଶୋରରେ ମାତ୍ର 882 କିଶୋରୀ ଅଛନ୍ତି । ଏହା ସମାଜ ପାଇଁ କାହିଁକି ଉଦ୍‌ବେଗଜନକ ଚିନ୍ତା କର । ମନେରଖ ପୁଅ ବା ଝିଅ ଜନ୍ମ ହେବାର ସମ୍ଭାବନା ସମାନ ।
ଉ-
ଛାତ୍ରଛାତ୍ରୀମାନ ନିଜେ ସଂଗ୍ରହ କରିବେ ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

1. ଶୂନ୍ୟସ୍ଥାନ ପୂରଣ କର ।

(i) କିଶୋରକାଳୀନ ଦ୍ରୁତ ଅଭିବୃଦ୍ଧି ପ୍ରାୟ …………………… ବର୍ଷ ବୟସରେ ଆରମ୍ଭ ହୁଏ ।
(ii) କୈଶୋର ଅବସ୍ଥା ……………………… ବର୍ଷ ବୟସ ପର୍ଯ୍ୟନ୍ତ ଚାଲୁ ରୁହେ ।
(iii) କିଶୋର କିଶୋରୀମାନଙ୍କଠାରେ …………………. ଏକ ବିଶେଷ ଅବସ୍ଥା ।
(iv) ଗୋଟିଏ ପୁଅର ବୟସ ୨ ବର୍ଷ ଏବଂ 120 ସେ.ମି. ହେଲେ ବୃଦ୍ଧିର ଅବଧୂ ଶେଷବେଳକୁ ସମ୍ଭାବ୍ୟ ଉଚ୍ଚତା …………….. ସେ.ମି. ହେବ ।
(v) ପ୍ରାଥମିକ ଅବସ୍ଥାରେ ଝିଅମାନଙ୍କ ଉଚ୍ଚତା ବୃଦ୍ଧି ପୁଅମାନଙ୍କଠାରୁ …………………. ହୋଇଥାଏ ।
(vi) ପ୍ରାୟ ………………………… ବର୍ଷ ବୟସ ବେଳକୁ ଉଭୟ ପୁଅ ଓ ଝିଅ ଯେତିକି ଉଚ୍ଚ ହେବା କଥା ସେତିକି ହୋଇସାରିଥା’ନ୍ତି ।
(vii) ଶରୀରର ଉଚ୍ଚତା ପିତାମାତାଙ୍କଠାରୁ ଆସିଥିବା………………………. ଉପରେ ନିର୍ଭର କରେ ।
(viii) ଯୁବକ୍ରାନ୍ତିରେ ପୁଅଙ୍କ ……………………. ବଢ଼ିଯିବା ଫଳରେ ସେମାନଙ୍କ କଣ୍ଠ ସାମାନ୍ୟ ଫୁଲି, ଆଗକୁ ବାହାରି ଆସିଥ‌ିବା ପରି ଦେଖାଯାଏ ।
(ix) ସାଧାରଣତଃ ପୁଅଙ୍କ ସ୍ଵର କିଛିଟା …………………. ହୋଇଥିବା ବେଳେ ଝିଅଙ୍କ ସ୍ଵର ସାଧାରଣତଃ ସୁମଧୁର ହୋଇଥାଏ ।
(x) ସ୍ବେଦଗ୍ରନ୍ଥି ଓ ତୈଳଗ୍ରନ୍ଥିରୁ କ୍ଷରଣ ଅଧ‌ିକ ହେଲେ ଅନେକଙ୍କ ମୁହଁରେ …………………… ବାହାରେ ।
(xi) ଅନ୍ତଃସ୍ରାବୀ ଗ୍ରନ୍ଥିରୁ …………………… କ୍ଷରିତ ହୁଏ ।
(xii) ଅନ୍ତଃସ୍ରାବୀ ଗ୍ରନ୍ଥିର ଅନ୍ୟନାମ ……………….. ଅଟେ ।
(xiii) ହରମୋନ କ୍ଷରଣ …………………. ଗ୍ରନ୍ଥିଦ୍ୱାରା ନିୟନ୍ତ୍ରିତ ହୁଏ
(xiv) ସୁସ୍ଥ ଶରୀର ପାଇଁ …………………. ଖାଦ୍ୟ ଆବଶ୍ୟକ ।
(xv) ଜନ୍ମ ପରେ ମା’ଠାରୁ ଝରୁଥ‌ିବା …………………. ଶିଶୁ ପାଇଁ ଅତ୍ୟନ୍ତ ଉପାଦେୟ ।
(xvi) ରକ୍ତ ଗଠନ ପାଇଁ …………………. ପୋଷକ ଆବଶ୍ୟକ ।
(xvii) ମଣିଷର ଗୁଣସୁତ୍ର ସଂଖ୍ୟା ………………….. ଯୋଡ଼ା ।
(xviii)ଡିମ୍ବାଣୁ + y ଗୁଣସୂତ୍ର ଥ‌ିବା ଶୁକ୍ରାଣୁ = ………………….।
(xix) ଡିମ୍ବାଣୁ + x ଗୁଣସୂତ୍ର ଥ‌ିବା ଶୁକ୍ରାଣୁ = ………………….।
(xx) ପୁଅ ଜନ୍ମ ହେଉ ନାହିଁ ବୋଲି …………………. ମାନଙ୍କୁ ଦୋଷ ଦେବା ଭୁଲ୍ ଅଟେ ।

Answer:
(i) 10-11
(ii) 18-19
(iii) ଯୁବକ୍ରାନ୍ତି
(iv) 160
(v) ଅଧ୍ବକ
(vi) 18
(vii) କିନ୍
(viii) ସ୍ୱରପେଟିକା
(ix) କର୍କଶ
(x) ଚ୍ରଣ
(xi) ହରମୋନ୍
(xii) ଅନାଳଗ୍ରନ୍ଥି
(xiii) ପୋଷଗ୍ରନ୍ଥି |
(xiv) ସୁଷମ
(xv) କଷକ୍ଷରୀ
(xvi) ଲୌହ
(xvii) 23
(xviii) ପୁଅ
(xix) ଝିଅ
(xx) ନାରୀ

BSE Odisha 8th Class Science Solutions Chapter 10 କୈଶୋର

2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।

(i) ଜନ୍ମପରେ ମଣିଷ ଶରୀରରେ ………………….. ଟି ପର୍ଯ୍ୟାୟରେ ଦ୍ରୁତ ଅଭିବୃଦ୍ଧି ହୁଏ । (1, 2, 3, 4)
(ii) କିଶୋରକାଳୀନ ଦ୍ରୁତ ଅଭିବୃଦ୍ଧି ………………….. ବର୍ଷ ବୟସରେ ହୋଇଥାଏ । (8-10, 10-11, 12-15, 10-18)
(iii) ………………….. ଅବସ୍ଥାରେ ଝିଅମାନଙ୍କ ଉଚ୍ଚତା ବୃଦ୍ଧି ପୁଅଙ୍କଠାରୁ ଅଧିକ । (ପ୍ରାଥମିକ, ମାଧ୍ୟମିକ, 18 ବର୍ଷ, ବୃଦ୍ଧ)
(iv) ଶରୀରର ଉଚ୍ଚତା …………………. ଉପରେ ନିର୍ଭର କରେ । (ନ୍ୟଷ୍ଟି, ଗୁଣସୂତ୍ର, ଜୀବକୋଷ, ଜିନ୍).
(v) ଯୁଚକ୍ର।ନ୍ତି ସମୟରେ ପୁଅମାନରେ ………………… ଫୁଲି ଆଗକୁ ବାହାରି ଆସିବା ପରି ଦେଖାଯାଏ । (ଗଳଘଣ୍ଟିକା, ହୃତ୍‌ପିଣ୍ଡ, ଯକୃତ, ପିତ୍ତାଶୟ)
(vi) ପୋଷଗ୍ରନ୍ଥି …………………. ର ପ୍ରବାହକୁ ନିୟନ୍ତ୍ରଣ କରେ । (ଏନ୍‌ଜାଇମ୍, ହରମୋନ, ରକ୍ତ ପ୍ରବାହ, ଶ୍ଵାସକ୍ରିୟା)
(vii) ସୁସ୍ଥ ଶରୀର ପାଇଁ …………………. ଆଚ୍ଶ୍ୟକ । (ପ୍ୟାକେଟ୍ ଖାଦ୍ୟ, ନିଶା ଔଷଧ, କଷକ୍ଷୀର, ସୁଷମଖାଦ୍ୟ)
(viii) AIDS ରୋଗ …………….. ଭୂତାଣୁ ଯୋଗୁଁ ହୋଇଥାଏ । (HIV, VII, TMV, AT)
(ix) ନିଷିକ୍ତ ସମାୟିତ ଡିମ୍ବରେ ଥ‌ିବା ………………… ଉପରେ ପୁଅ କି ଝିଅ ହେବ ନିର୍ଭର କରେ । (ଜିନ୍, ଗୁଣସୂତ୍ର, ମାଇଟୋକୁଣ୍ଡିଆ, ରାଇବୋଜୋମ୍ )
(x) ପୁଅ ଜନ୍ମ ହେଉ ନାହିଁ ବୋଲି ……………….. ମାନଙ୍କୁ ଦୋଷ ଦେବା ଠିକ୍ ହେବ । (ଡାକ୍ତର, ନାରୀ, ପୁରୁଷ, ଔଷଧ)

Answer:
(i) 3
(ii) 10-11
(iii) ପ୍ରାଥମିକ
(iv) ଜିନ୍
(v) ଗକଘଶ୍ଚିକା
(vi) ହରମୋନ୍
(vii) ସୁଷମ ଖାଦ୍ୟ
(viii) HIV
(ix) ଗୁଣସୂତ୍ର
(x) ପୁରୁଷ

3. ବାମ ପାର୍ଶ୍ୱସ୍ଥ ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣପାର୍ଶ୍ବର ଶୂନ୍ୟସ୍ଥାନ ପୂରଣ କର ।

(i) କୈଶୋର ଅବସ୍ଥା ଆରମ୍ଭ : 10-11 ବର୍ଷ :: କୈଶୋର ଅବସ୍ଥା ଶେଷ : …………………।
(ii) ଝିଅମାନଙ୍କ ବିବାହର ସର୍ବନିମ୍ନ ବୟସ : 18 ବର୍ଷ :: ପୁଅମାନଙ୍କର ବିବାହର ସର୍ବନିମ୍ନ ବୟସ : …………………।
(iii) ମଣିଷର ଗୁଣସୂତ୍ର ସଂଖ୍ୟା : 23 ଯୋଡ଼ା :: ଲିଙ୍ଗ ଗୁଣସୂତ୍ର ସଂଖ୍ୟା : …………………।
(iv) XX : ଝିଅ :: XY : ……………………।
(v) ପୁରୁଷ : ସ୍ତ୍ରୀ :: ଶୁକ୍ରାଣୁ : ……………………।
(vi) ହରମୋନ୍ କ୍ଷରଣ : ଅନ୍ତଃସ୍ରାବୀ ଗ୍ରନ୍ଥି :: ହରମୋନ୍ କ୍ଷରଣ ନିୟନ୍ତ୍ରଣ : …………………।
(vii) ଝିଅଙ୍କ ସ୍ୱର : ସୁମଧୁର :: ପୁଅଙ୍କ ସ୍ବର : …………………।
(viii) ରକ୍ତ ଗଠନ : ଶାଗ, ମୁଗ, କମଳା :: ଶରୀର ସୁରକ୍ଷା : …………………।
(ix) ପୁଅ : ସ୍ୱରପେଟିକା ଫୁଲି ବାହାରକୁ ଦେଖାଯାଏ :: ଝିଅ : …………………।
(x) 11 ବର୍ଷ ବୟସରେ ପୁଅର ସମ୍ଭାବ୍ୟ ଉଚ୍ଚତା : 81% :: 11 ବର୍ଷ ବୟସରେ ଝିଅର ସମ୍ଭାବ୍ୟ ଉଚ୍ଚତା : …………………।

Answer:
(i) 18-19 ବର୍ଷ
(ii) 21 ବର୍ଷ
(iii) 1 ଯୋଡ଼ା
(iv) ପୁଅ
(v) ଡିମ୍ବାଣୁ
(vi) ପିଟ୍ୟୁଟାରୀ ଗ୍ରନ୍ଥି
(vii) କ ର୍କଶ
(viii) ପନି ପରିବା, ଶାଗ,
(ix) ଛୋଟ ଓ ବାହାରକୁ ଦେଖାଯାଏ ନାହିଁ
(x) 88%

BSE Odisha 8th Class Science Solutions Chapter 10 କୈଶୋର

4. ‘କ’ ସ୍ତମ୍ଭରେ ଶବ୍ଦସହ ‘ଖ’ ସ୍ତମ୍ଭର ସମ୍ପର୍କିତ ଶବ୍ଦକୁ ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) କିଶୋରାବସ୍ତୁ। (i) 23 ଯୋଡ଼ା
(ii) ଗଳଘଣ୍ଟିକା (ii) ଉପାଦେୟ ସୁଷମ ଖାଦ୍ୟ
(iii) ସ୍ବେଦ ଓ ତୈଳଗ୍ରନ୍ଥିର କ୍ଷରଣ (iii) ଡିମ୍ବାଣୁ
(iv) କଷକ୍ଷୀର (iv) । ଯୋଡ଼ା
(v) ମଣିଷର ଗୁଣସୂତ୍ର (v) ଆଡ଼ାମ୍ବ ଏପଲ୍
(vi) xx ଗୁଣସୂତ୍ର (vi) 10-11 ବର୍ଷ
(vii) xy ଗୁଣସୂତ୍ର (vii) ଶୁକ୍ରାଣୁ
(viii) ଲିଙ୍ଗ ଗୁଣସୂତ୍ର ସଂଖ୍ୟା (viii) 10 ରୁ 19 ବର୍ଷ
(ix) କିଶୋରକାଳୀନ ଦ୍ରୁତ ଅଭିବୃଦ୍ଧି ଆରମ୍ଭ (ix) ବର୍ତ୍ତମାନର ଉଚ୍ଚତା ସେ.ମି. × 100.
(x) ସମ୍ଭାବ୍ୟ ଉଚ୍ଚତା ହିସାବ (x) ଚ୍ରଣ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) କିଶୋରାବସ୍ତୁ। (viii) 10 ରୁ 19 ବର୍ଷ
(ii) ଗଳଘଣ୍ଟିକା (v) ଆଡ଼ାମ୍ବ ଏପଲ୍
(iii) ସ୍ବେଦ ଓ ତୈଳଗ୍ରନ୍ଥିର କ୍ଷରଣ (x) ଚ୍ରଣ
(iv) କଷକ୍ଷୀର (i) 23 ଯୋଡ଼ା
(v) ମଣିଷର ଗୁଣସୂତ୍ର (iii) ଡିମ୍ବାଣୁ
(vi) xx ଗୁଣସୂତ୍ର (iii) ଡିମ୍ବାଣୁ
(vii) xy ଗୁଣସୂତ୍ର (vii) ଶୁକ୍ରାଣୁ
(viii) ଲିଙ୍ଗ ଗୁଣସୂତ୍ର ସଂଖ୍ୟା (iv) । ଯୋଡ଼ା
(ix) କିଶୋରକାଳୀନ ଦ୍ରୁତ ଅଭିବୃଦ୍ଧି ଆରମ୍ଭ (vi) 10-11 ବର୍ଷ
(x) ସମ୍ଭାବ୍ୟ ଉଚ୍ଚତା ହିସାବ (ix) ବର୍ତ୍ତମାନର ଉଚ୍ଚତା ସେ.ମି. × 100.

BSE Odisha 8th Class Odia Solutions Chapter 13 ଦଶହରା ଭେଟି

Odisha State Board BSE Odisha 8th Class Odia Solutions Chapter 13 ଦଶହରା ଭେଟି Textbook Exercise Questions and Answers.

BSE Odisha Class 8 Odia Solutions Chapter 13 ଦଶହରା ଭେଟି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଆସ, କଥାବର୍ଷା ହେବା ।
(କ) ଗଳ୍ପଟିରେ କେଉଁ ସମୟର କଥା କୁହାଯାଇଛି ?
Answer:
ଗଳ୍ପଟିରେ ଅଶିଣ ମାସ ଦୁର୍ଗାପୂଜା ବା ବିଜୟାଦଶମୀର ସକାଳ କଥା କୁହାଯାଇଛି ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

(ଖ) ସୁନନ୍ଦାଙ୍କୁ ଉପହାର ଦେବା ପାଇଁ ତାଙ୍କ ସ୍ୱାମୀ କାହିଁକି ଭାବିଥିଲେ ?
Answer:
ଦୁର୍ଗାପୂଜା ଅବସରରେ ସୁନନ୍ଦାଙ୍କୁ ଉପହାର ଦେବାପାଇଁ ତାଙ୍କ ସ୍ଵାମୀ ଭାବିଥିଲେ ।

(ଗ) ଲେଖକଙ୍କ କୋଠରିରେ ଥ‌ିବା କେଉଁ ଛବିଗୁଡ଼ିକୁ ଦେଖ୍ ସୁନନ୍ଦା ଭୟ କରୁଥିଲେ ?
Answer:
ସୁନନ୍ଦାଙ୍କ ସ୍ଵାମୀ ସାତ ଆଠ ଦିନ ତଳେ ଖବରକାଗଜରୁ କାଟି, ବଡ଼ ବଡ଼ ପେଷ୍ଟବୋର୍ଡ଼ରେ ଲଗାଇଥିବା ଛବିଗୁଡ଼ିକ ଦେଖି ସୁନନ୍ଦା ଭୟ କରୁଥିଲେ ।

(ଘ) କେଉଁମାନଙ୍କୁ ନିମନ୍ତ୍ରଣ କରିବାକୁ ସୁନନ୍ଦା ଲେଖକଙ୍କୁ କହିଥିଲେ ?
Answer:
ନୂଆ ସବ୍‌ଜଜ୍ ପ୍ରେମରାଜବାବୁ, ତାଙ୍କ ସ୍ତ୍ରୀ ଚାନ୍ଦିନୀ ଓ ତାଙ୍କର ପୁଅଝିଅ, ପ୍ଲିଡ଼ର, ବଙ୍କିମବାବୁ, ଜୋସେଫ୍ ରାଉତ ଓ ତାଙ୍କ ସ୍ତ୍ରୀ ଈଭ ରାଉତ, ଚରଣ କିଙ୍କରବାବୁଙ୍କୁ ନିମନ୍ତ୍ରଣ କରିବାକୁ ସୁନନ୍ଦା ଲେଖକଙ୍କୁ କହିଥିଲେ ।

(ଙ) ଉପହାରରୂପେ କେଉଁ କେଉଁ ଜିନିଷ ପାଇବାପାଇଁ ସୁନନ୍ଦା ଇଚ୍ଛା ପ୍ରକାଶ କରିଥିଲେ ?
Answer:
ଉପହାରରୂପେ ଗୋଟିଏ ରେଡ଼ିଓ, ଗୋଟିଏ ସେଟ୍ ଇଭିନିଂ ଇନ୍ ପ୍ୟାରିସ୍, ଦୁଇଖଣ୍ଡ ଦାମିକିଆ ଶାଢ଼ି ସୁନନ୍ଦା ଇଚ୍ଛା ପ୍ରକାଶ କରିଥିଲେ ।

Question ୨।
ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇ ବା ତିନୋଟି ବାକ୍ୟରେ ଲେଖୁବା
(କ) ସୁନନ୍ଦା ଓ ଲେଖକଙ୍କ ମଧ୍ୟରେ କି ପାର୍ଥକ୍ୟ ରହିଥିଲା ?
Answer:
ସୁନନ୍ଦା ଧନୀଘରର ଝିଅ ହିସାବରେ, ସ୍ବାମୀଙ୍କୁ ଆର୍ଥିକ ସାହାଯ୍ୟ କରିଥିଲେ ବି, ତାଙ୍କ ମନରେ ଅହଂଭାବ ଲୁଚି ରହିଥିଲା ଓ ସେ ଥିଲେ କାବ୍ୟକବିତା ଅନୁରାଗୀ । ମାତ୍ର ଲେଖକ ଥିଲେ ଦରଦୀ, ମାନବବାଦୀ, ବାସ୍ତବବାଦୀ ଓ ଭାବପ୍ରବଣତାହୀନ । ସୁନନ୍ଦାଙ୍କୁ ଲେଖକ ଗୁରୁତ୍ଵ ଦେଉଥିଲାବେଳେ, ସୁନନ୍ଦା ନିଜ ଉପରେ ଗୁରୁତ୍ଵ ଦେଉଥିଲେ ।

(ଖ) ଦୁଃଖ୍ମାଆ ରମୁକୁ କାହିଁକି ଚିନି ମାଗୁଥିଲା ?
Answer:
ଦୁଃଖୀ ଅଭାବୀ ଦୁଃଖିଆମାଆର ରହିଛି କୁନି ପୁଅଟିଏ, ଯାହାକୁ ସେ ଦୁଧ ଟିକେ ପିଇବାକୁ ଦେଇପାରେ ନାହିଁ । ଖାଲି ପାଣିରେ ଚିନି ଦେଇ ତା’ କଅଁଳା ଛୁଆଟାକୁ ହାପୁଡ଼ାଇ ଦିଏ । ଚିନି ନ ଥ‌ିବାରୁ, ସେଇ ଛୁଆକୁ ପିଆଇବା ପାଇଁ ଦୁଃଖିଆ ମା’ ରମୁକୁ ଚିନି ଟିକେ ମାଗିଥିଲା ।

(ଗ) ବଜାରକୁ ଗଲାବେଳେ ସୁନନ୍ଦା କ’ଣ ଦେଖ‌ିଲେ ?
Answer:
ବଜାରକୁ ଯାଉଥ‌ିବାବେଳେ ରାଜପଥ କଡ଼ରେ ଜଣେ ମାଗନ୍ତା ଶିଶୁ କୁକୁର ବାନ୍ତିଗୁଡ଼ାକ ଚାଟୁଥିବାର ସୁନନ୍ଦା ଦେଖିଲେ । ସେହି ନିକଟରେ ପିଲାର ମାଆ ଛିଡ଼ା ହୋଇ, କେବଳ ତାକୁ ବାଲୁବାଲୁ କରି ଅନାଇଥର ଦୃଶ୍ୟ ମଧ୍ୟ ସୁନନ୍ଦା ଦେଖିଥ୍ ଲେ ।

(ଘ) ଶାଢ଼ି ଓ ଜିନିଷପତ୍ର କିଣିବାକୁ ସୁନନ୍ଦା କାହିଁକି ମନା କଲେ ?
Answer:
ମାଗନ୍ତା ପିଲାର କୁକୁର ବାନ୍ତିଗୁଡ଼ାକ ଚାଟି ଖାଇବାର ଦୃଶ୍ୟ, ଅନାହାରୀ ମାଆର ନର୍ଦ୍ଦମାରୁ ଅଇଁଠା ଖଲିପତ୍ର ସାଉଁଟିବାର ଦୃଶ୍ୟ, ଗଳି ରାସ୍ତାକଡ଼ରେ ଦୁଧ ଟୋପେ ନ ପାଇ ମା’ କୋଳରେ ଶିଶୁ ଢଳି ପଡ଼ିବାର ପ୍ରସଙ୍ଗ ଜାଣିବା ପରେ ସୁନନ୍ଦାଙ୍କ ହୃଦୟ କରୁଣାରେ ଭରିଯାଇଥିଲା । ସେହିପରି ସେବକଙ୍କଠାରୁ ଅନାହାର, ମହାମାରୀରେ ମଫସଲରେ ଅଖାଦ୍ୟ ଖାଇ ପଟାଳି ପଟାଳି ଲୋକ ମରୁଥିବାର କଥା ଶୁଣି ତାଙ୍କ ମନରେ ପରିବର୍ତ୍ତନ ଆସିଥିଲା । ସେହିସବୁ ଲୋକଙ୍କ ପାଇଁ ମନରେ ଦୟା ଆସିଥିବାରୁ, ସୁନନ୍ଦା ଦଶହରା ମଉଜ ଉପଲକ୍ଷେ ଶାଢ଼ି ଓ ଜିନିଷପତ୍ର କିଣିବାକୁ ସ୍ବାମୀଙ୍କୁ ମନା କରିଥିଲେ ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

(ଙ) ‘ସୁନନ୍ଦା-ଭୋଜନାଳୟ’ କାହିଁକି ଖୋଲା ଯାଇଥିଲା ?
Answer:
ଗାଳ୍ପିକଙ୍କ ସହ ରାସ୍ତାରେ ଗଲାବେଳେ ଖାଦ୍ୟ ପାଇଁ ବୁଭୁକ୍ଷୁ ଲୋକମାନଙ୍କ ଯନ୍ତ୍ରଣା ଓ ଖାଦ୍ୟ ବିନା ଲୋକମାନଙ୍କ ମୃତ୍ୟୁର ବୀଭତ୍ସ ଦୃଶ୍ୟ ଦେଖି ସୁନନ୍ଦାଙ୍କ ହୃଦୟ ତରଳି ଯାଇଥିଲା । ସେହି ବୁଭୁକ୍ଷୁମାନଙ୍କୁ ମୁଠାଏ ଦାନା ଯୋଗାଇ ଦେବାପାଇଁ ଓ ପ୍ରତି ସଞ୍ଜରେ ପାଞ୍ଚ ଶହରୁ ଅଧ୍ଵ ଭିକାରି ଭିକାରୁଣୀ ମୁହଁରେ ଦାନା ଦେବା ପାଇଁ ସୁନନ୍ଦା ଭୋଜନାଳୟ ଖୋଲା ଯାଇଥିଲା ।

Question ୩ ।
ତଳେ ଦିଆଯାଇଥ‌ିବା ଉକ୍ତିଗୁଡ଼ିକୁ ସରଳ ଭାଷାରେ ବୁଝାଇ ଲେଖୁବା ।
(କ) ସେହି ସଙ୍ଗୀତ ଆଜି ବି ମୋର ପ୍ରାଣକୁ ମଧୁଛନ୍ଦରେ ଉଥଳ କରେ, ଯେତେବେଳେ ମୁଁ ତାଙ୍କର ହାସଦୀପ୍ତ ତୃପ୍ତମୁଖ ଉପରେ ନେତ୍ରପାତ କରେ ।
Answer:
ଉକ୍ତ ଗତାଂଶଟି ଗାଳ୍ପିକ ରାଜକିଶୋର ରାୟଙ୍କ, ମାନବିକ ମୂଲ୍ୟବୋଧର ଗଳ୍ପ ‘ଦଶହରା ଭେଟି’ର ଏକ ଉଲ୍ଲେଖଯୋଗ୍ୟ ପ୍ରସଙ୍ଗ । ଏଥିରେ ଲେଖକଙ୍କ ମନରେ ପତ୍ନୀ ସୁନନ୍ଦାଙ୍କ ପ୍ରତି ରହିଥ‌ିବା ଆବେଗାତ୍ମକ ଭାବକୁ ସୁନ୍ଦର ଭାବରେ ସୂଚ।ଯାଇଅଛିା
ଲେଖକ ଦୀର୍ଘ କୋଡ଼ିଏ ବର୍ଷତଳେ ସୁନନ୍ଦାଙ୍କୁ ବିଦାହ କରିଛନ୍ତି । ସୁନନ୍ଦାର ରୂପକୁ ନେଇ ତାଙ୍କ ମନରେ ଦେଖା ଦେଇଛି ଆନନ୍ଦ ଭାବ । ସେହି ରୂପଶୋଭାକୁ ନେଇ ତାଙ୍କ ମନରେ ଗୁଞ୍ଜରିତ ହୋଇଛି ସଙ୍ଗୀତର ସ୍ବର । ସେହି ସ୍ଵର ଦୀର୍ଘଦିନ ପରେ ବି ବେସୁରା ହୋଇନାହିଁ । ବରଂ କୋଡ଼ିଏ ବର୍ଷ ପରେ ସେହି ସୁମଧୁର ଭାବ ଲେଖକଙ୍କ ପ୍ରାଣକୁ ତରଙ୍ଗାୟିତ କରେ । ସୁନନ୍ଦାର ହସହସ ମୁହଁକୁ ଦେଖିଲେ, ଲେଖକଙ୍କ ମନରେ ସୃଷ୍ଟି ହୁଏ ଆନନ୍ଦ, ଉତ୍‌ଫୁଲ୍ଲିତ ଚିନ୍ତାଧାରା । ସୁନନ୍ଦା ପ୍ରତି ଲେଖକଙ୍କ ମନରେ ରହିଥ‌ିବା ଭଲ ପାଇବାକୁ, ଗାଳ୍ପିକ ସୁନ୍ଦର ଭାବରେ ସୂଚାଇ ଅଛନ୍ତି ।

(ଖ) ‘ତୁମର ପରିତୃପ୍ତି ପାଇଁ ମୋର ଏତେ ଦିନର ଦାନ – ବୃକ୍ଷରେ ଗୋଟିଏ ମାତ୍ର କୀଟ ମୁଁ ଛାଡ଼ିଦେଇ ପାରେନା ।’
Answer:
ଆଲୋଚ୍ୟ ଗତାଂଶଟି ଗାଳ୍ପିକ ରାଜକିଶୋର ରାୟଙ୍କ ‘ଦଶହରା ଭେଟି’ର ଏକ ମୂଲ୍ୟବାନ୍ ପ୍ରସଙ୍ଗ । ଏଥ‌ିରେ ଲେଖକଙ୍କ ମନରେ ପତ୍ନୀ ସୁନନ୍ଦାଙ୍କ ପ୍ରତି ରହିଥ‌ିବା ଅହେତୁକ ଭଲ ପାଇବାକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।

ଲେଖକ ବିବାହ କରିଛନ୍ତି ସୁନନ୍ଦାକୁ ଦୀର୍ଘ କୋଡ଼ିଏ ବର୍ଷତଳୁ । ସୁନନ୍ଦା ଧନୀର କନ୍ୟା ଭିତରେ ସାମାନ୍ୟ ଅଂହକୁ, ସେ ସହିପାରନ୍ତି ନାହିଁ । ତଥାପି କୌଣସି ସମୟରେ ସୁନନ୍ଦା ମନଦୁଃଖ ହେଲାଭଳି ପ୍ରତିବାଦ କରନ୍ତି ନାହିଁ । ଲେଖକ ସୁନନ୍ଦା ପାଇଁ ଅନେକ କିଛି କଲାପରେ ମଧ୍ୟ ତାଙ୍କର ମନୋଭାବକୁ ବଦଳାଇ ପାରନାହାନ୍ତି । ବିଜୟା ଦଶମୀର ସୁନ୍ଦର ସୁଖକର ପ୍ରଭାତରେ ସୁନନ୍ଦା ନିଜ କୋଠରିଟିକୁ ଝାଡ଼ି ସଫାକରି ଭଲ ଭାବରେ ସଜାଇ ଦେଇଛନ୍ତି । ମାତ୍ର ସ୍ଵାମୀଙ୍କର କୋଠରିକୁ ସଜାଇବାକୁ ଚାହିଁ ନାହାନ୍ତି । କାରଣ ସ୍ଵାମୀଙ୍କ କୋଠରିରେ ଟଙ୍ଗା ଯାଇଥବା ଚିତ୍ରକୁ ସେ ସହ୍ୟ କରିପାରନ୍ତି ନାହିଁ । ବରଂ ସେହିସବୁ ଚିତ୍ର ଦେଖିଲେ ସୁନନ୍ଦାଙ୍କ ମନରେ ଭୟ ଆସେ । ସୁନନ୍ଦାଙ୍କ ଏଭଳି ଚିନ୍ତାଧାରାକୁ ଲେଖକ ବଦଳାଇ ଦେବାକୁ ଚାହିଁଛନ୍ତି । ଯେଉଁ ଚିତ୍ର ସୁନନ୍ଦାଙ୍କ ମନରେ ଭୟ ସୃଷ୍ଟିକାରୀ, ତାହାକୁ ସେ ଖୋଲି ଦେବାକୁ କହିଛନ୍ତି । କାରଣ ସୁନନ୍ଦାର ପରିତୃପ୍ତି ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ ହୋଇଛନ୍ତି । ସୁନନ୍ଦା ମନରେ ଖୁସି ସୃଷ୍ଟି କରିବାକୁ ଲେଖକ ସବୁବେଳେ ଆଗ୍ରହ ପ୍ରକାଶ କରିଛନ୍ତି । ସୂଚନାତ୍ମକ ଭାବେ କହିଛନ୍ତି, ଯେଉଁ ଦାନ-ବୃକ୍ଷକୁ ସେ ଏତେଦିନ ଧରି ଯତ୍ନର ସହିତ ରଖିଛନ୍ତି, ସେଥୁରେ ସାମାନ୍ୟ କୀଟଟିଏ ବସିବାକୁ ଅନୁମତି ନେଇପାରିବେ ନାହିଁ । ସୁନନ୍ଦାଙ୍କ ପ୍ରତି ଲେଖକଙ୍କ ମନରେ ରହିଥ‌ିବା ଭାବ ଏହି ଉକ୍ତି ମାଧ୍ୟମରେ ସୁନ୍ଦର ଭାବେ ପ୍ରକାଶ ପାଇଛି ।

Question ୪ ।
ତଳେ କେତେଗୁଡ଼ିଏ ଶବ୍ଦ ଦିଆଯାଇଛି, ଡାହାଣ ପାଖ କୋଠରିରେ ତାହାର ଅର୍ଥ ଦିଆଯାଇଛି । ଠିକ୍ ଅର୍ଥ ବାଛି ସେହି ଶବ୍ଦ ନିକଟରେ ଲେଖୁ ବା।
ଲାଉ ଖୋଳରେ ତିଆରି ଭିକ୍ଷାପାତ୍ର, ଇସାରା, ମନୋଯୋଗ, ପ୍ରକଟ ହେବା, କଞ୍ଚା, ଅସ୍ଥିର
ଆପଜ୍ୱ ____________
ଥାଳ ____________
ଇଙ୍ଗିତ ____________
ଉଥଳ ____________
ଅଭିନିବେଶ ____________
Answer:
ଆପଜ୍ୱ- କଞ୍ଚା
ଥାଳ – ଲାଉ ଖୋଳରେ ତିଆରି ଭିକ୍ଷାପାତ୍ର
ଇଙ୍ଗିତ – ଇସାରା
ଉଥଳ – ଅସ୍ଥିର
ଅଭିନିବେଶ – ମନୋଯୋଗ

BSE Odisha 8th Class Odia Solutions Chapter 13 ଦଶହରା ଭେଟି

Question ୫ ।
‘କ’ ସ୍ତମ୍ଭରେ କେତୋଟି ଶବ୍ଦ, ‘ଖ’ ସ୍ତରେ ସେହି ଶବ୍ଦ ସମ୍ପର୍କିତ ବାକ୍ୟ ଓ ‘ଗ’ ସ୍ତମ୍ଭରେ ସେହି ଶବ୍ଦର ଅର୍ଥ ରହିଛି । ଆସ ‘କ’ ଓ ‘ଖ’ ସ୍ତମ୍ଭକୁ ମିଶାଇବା ପରେ ‘ଗ’ ସ୍ତମ୍ଭରୁ ଅର୍ଥ ଖୋଜି ପୁଣି ଥରେ ଶବ୍ଦ, ଅର୍ଥ ସହ ବାକ୍ୟଟିକୁ ଲେଖୁବା ।

‘କ’ଶବ୍ଦ ‘ଖ’ (ବାକ୍ୟ) ‘ଗ’ ଅର୍ଥ
ଅଳାକ ଏହି ଅଳୀକ ସଂସାର ମାୟାପୂର୍ଣ୍ଣ ସତେଚ୍ଚ
ଅମ୍ଳାନ ଶିଶୁଟିର ଅମ୍ଳାନ ମୁଖଟିକୁ ଦେଖ୍ ଖୁସି ହେଲି ରାଶି
ତିଳ ପ୍ରଭୁ ଗଣେଶଙ୍କର ତିଳରେ ତିଆରି ଲଡୁ ପ୍ରିୟ ବିହ୍ଵଳ
ଆତ୍ମହରା କାଶ୍ମୀରର ଦୃଶ୍ୟ ଦେଖୁ ମହେଶ ଆତ୍ମହରା ହୋଇଗଲେ ନିଜକୁ ଭୁଲି ଯିବା
ଅଭିଭୂତ ମୁଖ୍ୟମନ୍ତ୍ରୀଙ୍କ ଆତିଥ୍ୟରେ ଅତିଥୁ ଅଭିଭୂତ ହୋଇଗଲେ ମିଥ୍ୟା

Answer:

‘କ’ ଶବ୍ଦ ‘ଖ’ (ବାକ୍ୟ) ‘ଗ’ ଅର୍ଥ
ଅଳାକ ଏହି ଅଳୀକ ସଂସାର ମାୟାପୂର୍ଣ୍ଣ ମିଥ୍ୟା
ଅମ୍ଳାନ ଶିଶୁଟିର ଅମ୍ଳାନ ମୁଖଟିକୁ ଦେଖ୍ ଖୁସି ହେଲି ସତେଚ୍ଚ
ତିଳ ପ୍ରଭୁ ଗଣେଶଙ୍କର ତିଳରେ ତିଆରି ଲଡୁ ପ୍ରିୟ ରାଶି
ଆତ୍ମହରା କାଶ୍ମୀରର ଦୃଶ୍ୟ ଦେଖୁ ମହେଶ ଆତ୍ମହରା ହୋଇଗଲେ ନିଜକୁ ଭୁଲି ଯିବା
ଅଭିଭୂତ ମୁଖ୍ୟମନ୍ତ୍ରୀଙ୍କ ଆତିଥ୍ୟରେ ଅତିଥୁ ଅଭିଭୂତ ହୋଇଗଲେ ବିହ୍ଵଳ

ଶବ୍ଦ, ଅର୍ଥ ସହ ବାକ୍ୟ :
ଅଳୀକ – ମିଥ୍ୟା – ଏହି ଅଳୀକ ସଂସାର ମାୟାପୂର୍ଣ୍ଣ ।
ଅମ୍ଳାନ – ସତେଜ – ଶିଶୁଟିର ଅମ୍ଳାନ ମୁଖଟିକୁ ଦେଖ୍ ଖୁସି ହେଲି ।
ତିଳ – ରାଶି – ପ୍ରଭୁ ଗଣେଶଙ୍କର ତିଳରେ ତିଆରି ଲଡ଼ୁ ପ୍ରିୟ ।
ଆତ୍ମହରା – ନିଜକୁ ଭୁଲିଯିବା – କାଶ୍ମୀରର ଦୃଶ୍ୟ ଦେଖ୍ ମହେଶ ଆତ୍ମହରା ହୋଇଗଲେ ।
ଅଭିଭୂତ – ବିହ୍ଵଳ – ମୁଖ୍ୟମନ୍ତ୍ରୀଙ୍କ ଆତିଥ୍ୟରେ ଅତିଥୁ ଅଭିଭୂତ ହୋଇଗଲେ ।

Question ୬ ।
ଯେପରି ‘ମୁକ୍ତ’ ଶବ୍ଦ ସହ ‘ମାୟା’ ମିଶି ‘ମାୟାମୁକ୍ତ’ ହେଲା, ସେହିପରି ଦିଆଯାଇଥ‌ିବା ଶବ୍ଦଗୁଡ଼ିକରୁ ଉପଯୁକ୍ତ ଶବ୍ଦ ବାଛି ନୂଆ ଶବ୍ଦଗୁଡ଼ିକ କ’ଣ ହେବ, ଲେଖୁବା ।
ଘର, ଲୋଭ, ଶାପ, ଧୀର, ଦୁର୍ନୀତି, ଋଣ, ଶୋଷଣ, ଚିଠି, ପାପ, କଟକ, ଗବାକ୍ଷ

  • ଲୋଭମୁକ୍ତ
  • ଶାମୁକ୍ତ
  • ଦୁର୍ନୀତିମୁକ୍ତ
  • ଋଣମୁକ୍ତ
  • ଶୋଷଣମୁକ୍ତ
  • ପାପମୁକ୍ତ

Question ୭ ।
‘ନେତ୍ରପାତ’ ପରି ତଳେ କେତେଗୁଡ଼ିଏ ଶବ୍ଦ ଦିଆଯାଇଛି । ସେହି ଶବ୍ଦଗୁଡ଼ିକୁ ନେଇ ବାକ୍ୟଗଠନ କରିବା । (ପ୍ରଶ୍ନ ସହ ଉତ୍ତର)

ବୃଷ୍ଟିପାତ – ଶ୍ରାବଣ ମାସରେ ଅଧ୍ୱ ବୃଷ୍ଟିପାତ ହୋଇଥାଏ ।
ରକ୍ତପାତ କା – ଯୁଦ୍ଧର ରକ୍ତପାତ ଅଶୋକଙ୍କ ମନୋଭାବକୁ ବଦଳାଇ ଦେଇଥିଲା ।
କରକାପାତ – କରକାପାତ ଫସଲ ନଷ୍ଟ କରିଦିଏ ।
ତୃଷ୍ଟିପାତ – କାହାରି ଧନ ଉପରେ ଅଯଥା ଦୃଷ୍ଟିପାତ କର ନାହିଁ ।
କର୍ଣ୍ଣପାତ – ଖଳ ଲୋକମାନେ ଅନ୍ୟର କଥାକୁ କର୍ଣ୍ଣପାତ କରିଥା’ନ୍ତି ।

Question ୮।
ତଳେ ଦିଆଯାଇଥ‌ିବା ଅନୁଚ୍ଛେଦଟି ପଢ଼ି କେତୋଟି ପ୍ରଶ୍ନ ଦିଆରି କରିବା ।
ସୁନନ୍ଦାର ବେପଥୁ ହାତ ବଢ଼ାଇ ଦେଲା କୋଡ଼ିଏଟି ଟଙ୍କା, ଆଖୁର ପାଣିରେ ତାଙ୍କର ଆଖ୍ ଦୁଇଟି ସେତେବେଳକୁ ବୁଡ଼ି ଯାଇଥିଲା । ଏଭଳି ଭାବପ୍ରବଣା ମାଆଙ୍କୁ ଦେଖୁ ସେବକଟି ବୋଧହୁଏ ସଙ୍କୁଚିତ ନ ହୋଇ କହିଲା – ମାଆ, ଏ ଜାତି ଅଭିଶପ୍ତ । କେବେ ଶୁଣିଛନ୍ତି, ନ ଖାଇ ଭୋକ ଉପାସରେ କେଉଁ ଜାତି ମରିଛି ? ମଫସଲର କାହାଣୀ ନ ଶୁଣିବା ହିଁ ଭଲ । ପଟାଳି ପରେ ପଟାଳି, କେବେ ଅନାହାର ନୁହେଁ ମହାମାରୀ, ମାଲେରିଆ, ଅଖାଦ୍ୟ ଖାଇଲେ ପିଣ୍ଡ ରହିବ ତ ମାଆ ? ମୁଁ ଯାଏ ଧନ୍ୟବାଦ …….. ରାମ ନାମ ସତ୍ୟ ହେ ………. ।
ପ୍ରଶ୍ନ-
(କ) ସୁନନ୍ଦାର ବେପଥୁ ହାତ କେତେ ଟଙ୍କା ବଢ଼ାଇ ଦେଇଥୁଲା ?
(ଖ) କାହାର ବେପଥୁ ହାତ କୋଡ଼ିଏ ଟଙ୍କା ବଢ଼ାଇ ଦେଇଥୁଲା ?
(ଗ) କାହାର ଆଖିର ପାଣିରେ ଆଖି ଦୁଇଟି ବୁଡ଼ି ଯାଇଥିଲା ?
(ଘ) ସେବକଟି କାହିଁକି ସଙ୍କୁଚିତ ନ ହୋଇ କହିଥିଲା ?
(ଙ) ସେବକଟି ସଙ୍କୁଚିତ ନ ହୋଇ କ’ଣ କହିଥିଲା ?
(ଚ) ମଫସଲର କାହାଣୀ କିପରି ଥିଲା ?
(ଛ) କେଉଁ ସମୟରେ ‘ରାମ ନାମ ସତ୍ୟ ହେ’ କୁହାଯାଇଥାଏ ?
(ଜ) କିଏ ‘ରାମ ନାମ ସତ୍ୟ ହେ’ ବୋଲି କହିଥିଲା ?

Question ୯ ।
ଶବ୍ଦଗୁଡ଼ିକର ବନାନ୍ ଠିକ୍ କରି ଲେଖିବା ।
ବୁଭୂକ୍ଷା _____________
ଆଦ୍ର _____________
ଉପାଷ _____________
ଣନ୍ୟାସି _____________
ଅର୍ଣ୍ଣପୂର୍ଣ୍ଣା _____________
ଉର୍ଦ୍ଧ୍ବ _____________
ଗବାକ୍ଷ _____________
ବତ୍କୃତା _____________
ଅନ୍ତର୍ଯ୍ୟାମି _____________
ମୁର୍ତ୍ତି _____________
Answer:
ବୁଭୂକ୍ଷା – ବୁଭୁକ୍ଷା
ଆଦ୍ର – ଆର୍ଦ୍ର
ଉପାଷ – ଉପାସ
ଣନ୍ୟାସି – ସନ୍ନ୍ୟାସୀ
ଅର୍ଣ୍ଣପୂର୍ଣ୍ଣା – ଅନ୍ନପୂର୍ଣ୍ଣା
ଉର୍ଦ୍ଧ୍ବ – ଊର୍ଦ୍ଧ୍ବ
ଗବାକ୍ଷ – ଗବାକ୍ଷ
ବତ୍କୃତା – ବକ୍ତୃତା
ଅନ୍ତର୍ଯ୍ୟାମି – ଅନ୍ତର୍ଯ୍।ମୀ
ମୁର୍ତ୍ତି – ମୂର୍ତ୍ତି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
‘ଦଶହରା ଭେଟି’ ଗଳ୍ପଟି କେଉଁ ଗଳ୍ପ ସଂକଳନରୁ ସଂଗୃହୀତ ? ଏହି ଗଳ୍ପର ମର୍ମବାଣୀ କ’ଣ ?
Answer:
‘ଦଶହରା ଭେଟି’ ଗଳ୍ପଟି ରାଜକିଶୋର ରାୟଙ୍କ ବହୁଚର୍ଚ୍ଚିତ ଗଳ୍ପ ସଂକଳନ ‘ଅଶୋକ ଚକ୍ର’ରୁ ସଂଗୃହୀତ । ଏହି ଗଳ୍ପରେ ମାନବିକ ସମ୍ବେଦନା ଓ ମୂଲ୍ୟବୋଧର ମହତ୍ତ୍ଵ ପ୍ରକାଶିତ ହୋଇଛି । ପ୍ରତ୍ୟେକ ମଣିଷଠାରେ ଏକ ସମ୍ବେଦନଶୀଳ ସମବ୍ୟଥୀ ବିବେକ ଥାଏ । କରୁଣ ଓ ଦୁଃଖପୂର୍ଣ ଦୃଶ୍ୟ, ଘଟଣା, ଅବସ୍ଥା ତା’ର ହୃଦୟକୁ ବିଗଳିତ କରିଥାଏ । ନିଷ୍ଠୁରତା ଓ କଠିନତାର ଆବରଣଗୁଡ଼ିକ ସ୍ନେହ, କରୁଣା ଓ ସହାନୁଭୂତିରେ ତରଳିଯାଏ । ମଣିଷର ହୃଦୟ ଦୁଃଖୀ ମଣିଷମାନଙ୍କ ହୃଦୟ ସହିତ ଯୋଡ଼ି ହୋଇଯାଏ । ଏହି ମହତ୍ତର ସତ୍ୟକୁ ଆଧାର କରି ଗାଳ୍ପିକ ‘ଦଶହରା ଭେଟି’ ଗଳ୍ପଟିକୁ ରଚନା କରିଛନ୍ତି ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

Question ୨।
ଲେଖକଙ୍କ ରୁମ୍‌ରେ ଟଙ୍ଗା ଯାଇଥିବା ଛବିଗୁଡ଼ିକ ପ୍ରତି ସୁନନ୍ଦାଙ୍କ ମନୋଭାବ କ’ଣ ଥିଲା ?
Answer:
ଲେଖକଙ୍କ ରୁମ୍‌ରେ ଉତ୍କଳମଣି, ଗୌତମବୁଦ୍ଧ, ଦୀନବନ୍ଧୁ, ନିଉଟନ୍, ଭର୍‌ଜିନ୍ ମେରୀ, ଶିବାଜୀଙ୍କ ଛବି ଟଙ୍ଗାଯାଇଥିଲା । ଏସବୁ ଛବି ସୁନନ୍ଦାଙ୍କୁ ଭଲ ଲାଗିନଥିଲା । କାରଣ ଉତ୍କଳମଣି, ମହାତ୍ମାଗାନ୍ଧୀ, ବୁଦ୍ଧ, ଦୀନବନ୍ଧୁ ପ୍ରମୁଖ ଯେ ମଣିଷ ଜଗତର ଦୁଃଖସୁଖରେ ସମଭାଗୀ ଥିଲେ ଏକଥା ସୁନନ୍ଦାଙ୍କୁ ଜଣା ନଥିଲା । ଲେଖକ ସୁନନ୍ଦାଙ୍କୁ ଗୋପବନ୍ଧୁଙ୍କ ମାନବ ଦରଦୀ ହୃଦୟ, ଗୌତମଙ୍କ ଅମୃତତ୍ତ୍ଵ, ଦୀନବନ୍ଧୁଙ୍କ ମହାଭାରତୀୟ ପ୍ରେମ ବିଷୟରେ ଶୁଣାଇଛନ୍ତି । ଏଗୁଡ଼ିକ ବହୁ ବର୍ଷଧରି ଲେଖକଙ୍କ କୋଠରି ମଣ୍ଡନ କରୁଥିଲେ ସେସବୁ ସୁନନ୍ଦା ପାଇଁ ଭୟର କାରଣ ହୋଇଛି । ସେଗୁଡ଼ିକ କୋଠରିରୁ ବାହାର କରିଦେବା ପାଇଁ ସେ ଲେଖକଙ୍କୁ କହିଛନ୍ତି । ସୁନନ୍ଦାଙ୍କ ମନୋଭାବ ବସ୍ତୁବାଦୀ ଥିଲା । ତେଣୁ ସେ ଛବିଗୁଡ଼ିକର ମହତ୍ତ୍ବ ବୁଝିପାରୁ ନଥିଲେ ।

Question ୩ ।
ସହରର ଗଳି ରାସ୍ତାର କେଉଁସବୁ ଦୃଶ୍ୟ ସୁନନ୍ଦାଙ୍କ ହୃଦୟକୁ ତରଳାଇ ଦେଇଥିଲା ?
ଉ–
ସହରର ଗଳି ରାସ୍ତାରେ ସୁନନ୍ଦା ଦେଖୁଥିଲା ଯେ ଜଣେ ପାଞ୍ଚବର୍ଷର ଭୋକିଲା ଶିଶୁ କୁକୁର ବାନ୍ତିରୁ ଭାତ ବାଛି ଖାଉଛି । ପିଲାଟିର ମା’ ନିର୍ବିକାର ଭାବେ କିଛି ଦୂରରେ ଛିଡ଼ା ହୋଇଛି । ଅଇଁଠା ଖଲିରୁ କିଛି ବି ବଳକା ଖାଦ୍ୟ ନପାଇ ତା’ ମାଆ ହତାଶ ଚାହାଣୀରେ ଚାହିଁ ରହିଛି । ଗଳ୍ପନାୟିକାଙ୍କର ହୃଦ୍‌ବୋଧ ହୋଇଛି ଯେ ସହରର ଗଳିରାସ୍ତାରେ ବି ଭୋକର, ଅଭାବର ବୀଭତ୍ସ ଲୀଳା ଭରି ରହିଛି । ସେ ଶୁଣିଛନ୍ତି ଯେ ଦୁଇମାସର ପିଲା କ୍ଷୀର ଟୋପେ ମୁହଁରେ ଦେବାକୁ ପାଇନି । ମାଆ ତାକୁ ମୁନ୍ଦେ ପେଜ ପିଆଇ ଦେବାରୁ ସେ ଆଖ୍ କାନ ଖୋସି ମାଆ କୋଳରେ ଟଳିପଡ଼ିଛି । ଏସବୁ କଥା ତାଙ୍କ ହୃଦୟର କଠିନତାକୁ ସଂପୂର୍ଣ୍ଣରୂପେ ତରଳାଇ ଦେଇଛି । ଏପରିକି ତାଙ୍କର ବରାଦ ମୁତାବକ ଉପହାର ସାମଗ୍ରୀ କିଣିବାପାଇଁ ସେ ଲେଖକଙ୍କୁ ବାରଣ କରିଛନ୍ତି ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
‘ଦଶହରା ଭେଟି’ ଗଳ୍ପଟି କେଉଁ ଗଳ୍ପ ସଂକଳନରୁ ସଂଗୃହୀତ ? ଏହି ଗଳ୍ପର ମର୍ମବାଣୀ କ’ଣ ?
Answer:
‘ଦଶହରା ଭେଟି’ ଗଳ୍ପଟି ରାଜକିଶୋର ରାୟଙ୍କ ବହୁଚର୍ଚ୍ଚିତ ଗଳ୍ପ ସଂକଳନ ‘ଅଶୋକ ଚକ୍ର’ରୁ ସଂଗୃହୀତ । ଏହି ଗଳ୍ପରେ ମାନବିକ ସମ୍ବେଦନା ଓ ମୂଲ୍ୟବୋଧର ମହତ୍ତ୍ଵ ପ୍ରକାଶିତ ହୋଇଛି । ପ୍ରତ୍ୟେକ ମଣିଷଠାରେ ଏକ ସମ୍ବେଦନଶୀଳ ସମବ୍ୟଥୀ ବିବେକ ଥାଏ । କରୁଣ ଓ ଦୁଃଖପୂର୍ଣ୍ଣ ଦୃଶ୍ୟ, ଘଟଣା, ଅବସ୍ଥା ତା’ର ହୃଦୟକୁ ବିଗଳିତ କରିଥାଏ । ନିଷ୍ଠୁରତା ଓ କଠିନତାର ଆବରଣଗୁଡ଼ିକ ସ୍ନେହ, କରୁଣା ଓ ସହାନୁଭୂତିରେ ତରଳିଯାଏ । ମଣିଷର ହୃଦୟ ଦୁଃଖୀ ମଣିଷମାନଙ୍କ ହୃଦୟ ସହିତ ଯୋଡ଼ି ହୋଇଯାଏ । ଏହି ମହତ୍ତର ସତ୍ୟକୁ ଆଧାର କରି ଗାଳ୍ପିକ ‘ଦଶହରା ଭେଟି’ ଗଳ୍ପଟିକୁ ରଚନା କରିଛନ୍ତି ।

Question ୨।
ଲେଖକଙ୍କ ରୁମ୍‌ରେ ଟଙ୍ଗା ଯାଇଥିବା ଛବିଗୁଡ଼ିକ ପ୍ରତି ସୁନନ୍ଦାଙ୍କ ମନୋଭାବ କ’ଣ ଥିଲା ?
Answer:
ଲେଖକଙ୍କ ରୁମ୍‌ରେ ଉତ୍କଳମଣି, ଗୌତମବୁଦ୍ଧ, ଦୀନବନ୍ଧୁ, ନିଉଟନ୍, ଭର୍‌ଜିନ୍ ମେରୀ, ଶିବାଜୀଙ୍କ ଛବି ଟଙ୍ଗାଯାଇଥିଲା । ଏସବୁ ଛବି ସୁନନ୍ଦାଙ୍କୁ ଭଲ ଲାଗିନଥିଲା । କାରଣ ଉତ୍କଳମଣି, ମହାତ୍ମାଗାନ୍ଧୀ, ବୁଦ୍ଧ, ଦୀନବନ୍ଧୁ ପ୍ରମୁଖ ଯେ ମଣିଷ ଜଗତର ଦୁଃଖସୁଖରେ ସମଭାଗୀ ଥିଲେ ଏକଥା ସୁନନ୍ଦାଙ୍କୁ ଜଣା ନଥିଲା । ଲେଖକ ସୁନନ୍ଦାଙ୍କୁ ଗୋପବନ୍ଧୁଙ୍କ ମାନବ ଦରଦୀ ହୃଦୟ, ଗୌତମଙ୍କ ଅମୃତତ୍ଵ, ଦୀନବନ୍ଧୁଙ୍କ ମହାଭାରତୀୟ ପ୍ରେମ ବିଷୟରେ ଶୁଣାଇଛନ୍ତି । ଏଗୁଡ଼ିକ ବହୁ ବର୍ଷଧରି ଲେଖକଙ୍କ କୋଠରି ମଣ୍ଡନ କରୁଥିଲେ ସେସବୁ ସୁନନ୍ଦା ପାଇଁ ଭୟର କାରଣ ହୋଇଛି । ସେଗୁଡ଼ିକ କୋଠରିରୁ ବାହାର କରିଦେବା ପାଇଁ ସେ ଲେଖକଙ୍କୁ କହିଛନ୍ତି । ସୁନନ୍ଦାଙ୍କ ମନୋଭାବ ବସ୍ତୁବାଦୀ ଥିଲା । ତେଣୁ ସେ ଛବିଗୁଡ଼ିକର ମହତ୍ତ୍ବ ବୁଝିପାରୁ ନଥିଲେ ।

Question ୩ ।
ସହରର ଗଳି ରାସ୍ତାର କେଉଁସବୁ ଦୃଶ୍ୟ ସୁନନ୍ଦାଙ୍କ ହୃଦୟକୁ ତରଳାଇ ଦେଇଥିଲା ?
Answer:
ସହରର ଗଳି ରାସ୍ତାରେ ସୁନନ୍ଦା ଦେଖୁଥିଲା ଯେ ଜଣେ ପାଞ୍ଚବର୍ଷର ଭୋକିଲା ଶିଶୁ କୁକୁର ବାନ୍ତିରୁ ଭାତ ବାଛି ଖାଉଛି । ପିଲାଟିର ମା’ ନିର୍ବିକାର ଭାବେ କିଛି ଦୂରରେ ଛିଡ଼ା ହୋଇଛି । ଅଇଁଠା ଖଲିରୁ କିଛି ବି ବଳକା ଖାଦ୍ୟ ନପାଇ ତା’ ମାଆ ହତାଶ ଚାହାଣୀରେ ଚାହିଁ ରହିଛି । ଗଳ୍ପନାୟିକାଙ୍କର ହୃଦ୍‌ବୋଧ ହୋଇଛି ଯେ ସହରର ଗଳିରାସ୍ତାରେ ବି ଭୋକର, ଅଭାବର ବୀଭତ୍ସ ଲୀଳା ଭରି ରହିଛି । ସେ ଶୁଣିଛନ୍ତି ଯେ ଦୁଇମାସର ପିଲା କ୍ଷୀର ଟୋପେ ମୁହଁରେ ଦେବାକୁ ପାଇନି । ମାଆ ତାକୁ ମୁନ୍ଦେ ପେଜ ପିଆଇ ଦେବାରୁ ସେ ଆଖ୍ କାନ ଖୋସି ମାଆ କୋଳରେ ଟଳିପଡ଼ିଛି । ଏସବୁ କଥା ତାଙ୍କ ହୃଦୟର
ଲେଖକଙ୍କୁ ବାରଣ କରିଛନ୍ତି ।

ଗାଳ୍ପକ ପରିଚୟ 

ଓଡ଼ିଆ କ୍ଷୁଦ୍ରଗଳ୍ପ ଆକାଶରେ ଗାଳ୍ପିକ ରାଜକିଶୋର ରାୟ ସ୍ୱତନ୍ତ୍ର ଆଭା ପ୍ରକଟକାରୀ ନକ୍ଷତ୍ର । ପୁରୀ ଜିଲ୍ଲାର ଛତାବର ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୪୦ରୁ ୧୯୮୦ ମସିହା ପର୍ଯ୍ୟନ୍ତ ସେ ଓଡ଼ିଆ ଭାଷାରେ ଆଦର୍ଶ ଓ ସୌନ୍ଦର୍ଯ୍ୟକୁ ନେଇ ସୁନ୍ଦର ଗଳ୍ପ ରଚନା କରିଛନ୍ତି । ଜଣେ ଆଦର୍ଶବାଦୀ ଭାବୁକ କଥାଶିଳ୍ପୀ ଭାବରେ ସେ ବେଶ୍ ଜନପ୍ରିୟ ।

ରାଜକିଶୋର ରାୟ ତାଙ୍କ କର୍ମମୟ ଜୀବନ କ୍ଷେତ୍ରରେ ଯେପରି ଶାନ୍ତ ସମାହିତ, ଗଳ୍ପରଚନା କ୍ଷେତ୍ରରେ ସେହିପରି ସହୃଦୟ ଓ ଭାବପ୍ରବଣ । ଦୈନନ୍ଦିନ ଜୀବନର ପରିଚିତ ଘଟଣା ଓ ଅନୁଭବକୁ ସେ ନାଟକୀୟ ଭଙ୍ଗୀରେ ବିଚିତ୍ର ଆବେଦନରେ ଗଳ୍ପରୂପ ଦେବାରେ ସିଦ୍ଧହସ୍ତ । ‘ନୀଳ ଲହରୀ’, ‘ଜୟଶଙ୍ଖ’, ‘ମନର ମୃଣାଳ’, ‘ବିକଚ ଶତଦଳ’, ‘ଅଶୋକଚକ୍ର’, ‘ଆଦିପୁରୁଷ’, ‘ମଧ୍ୟାହ୍ନର ମରୁପଥେ’, ‘ପଙ୍କ ଚନ୍ଦନ’, ‘ଜୀବନ ସଙ୍ଗୀତ’, ‘ଦୁର୍ବଳ ଦେବାଳୟ’ ଓ ‘ଭାବବନ୍ଧନ’ ପ୍ରଭୃତି ତାଙ୍କର ଜନପ୍ରିୟ ଗଳ୍ପ ସଂକଳନ ।

ଗଳ୍ପର ପୃଷ୍ଠଭୂମି 

ଆଲୋଚ୍ୟ ଗଳ୍ପଟି ଗାଳ୍ପିକଙ୍କ ବହୁଚର୍ଚ୍ଚିତ ଗଳ୍ପ ସଂକଳନ ‘ଅଶୋକଚକ୍ର ‘ରୁ ସଂଗୃହୀତ । ଏହି ଗଳ୍ପରେ ମାନବିକ ସମ୍ବେଦନା ଓ ମୂଲ୍ୟବୋଧର ମହତ୍ତ୍ବ ପ୍ରକାଶ ପାଇଛି । ପ୍ରତ୍ୟେକ ମଣିଷର ଏକ ସମ୍ବେଦନଶୀଳ ସମବ୍ୟର୍ଥୀ ବିବେକ ଥାଏ । କରୁଣ ଓ ଦୁଃଖପୂର୍ଣ୍ଣ ଦୃଶ୍ୟ, ଘଟଣା, ଅବସ୍ଥା ଦେଖୁ ସେହି ବିବେକଟି ତରଳି ଯାଏ । ନିଷ୍ଠୁର ତାର, କଠିନତାର ଆବରଣଗୁଡ଼ିକ ସ୍ନେହ, କରୁଣା ଓ ସହାନୁଭୂତିରେ ତରଳିଯାଏ । ମଣିଷର ହୃଦୟ ଅନ୍ୟ ଜଣେ ଦୁଃଖୀ ମଣିଷର ହୃଦୟ ସହିତ ଯୋଡ଼ି ହୋଇଯାଏ । ହୃଦୟ ପରିବର୍ତ୍ତନର ଅପୂର୍ବ ଦୃଷ୍ଟାନ୍ତ ଭାବରେ ଏହି ଗଳ୍ପଟି ପାଠକଙ୍କୁ ମୁଗ୍ଧ କରିଥାଏ । ମୋଟ ଉପରେ ଅଶ୍ରୁଳ ଓ ଅଭାବମୟ ଅବସ୍ଥାର ଦୃଶ୍ୟ ମଣିଷ ହୃଦୟରେ ଦୟାର୍ଦ୍ର ଭାବ ସୃଷ୍ଟିକରେ – ଏହି ସତ୍ୟକୁ ଆଲୋଚ୍ୟ ଗଳ୍ପରେ ସୁନନ୍ଦା ଚରିତ୍ର ମାଧ୍ୟମରେ ଗାଳ୍ପିକ କଥାରୂପ ଦେଇଛନ୍ତି ।

ଗଳ୍ପର ସାରକଥା 

ଗାଳ୍ପିକ ସ୍ଵୟଂ ଏହି ଗଳ୍ପର ଗଳ୍ପନାୟକ । ପ୍ରଥମ ପୁରୁଷ କଥନଶୈଳୀରେ ଏହି ଗଳ୍ପଟି ରଚିତ । ଗଳ୍ପନାୟକଙ୍କ ପତ୍ନୀ ସୁନନ୍ଦା । ଅପକ୍ବ ବୟସରେ (ଅର୍ଥାତ୍ ବିବାହ ଜୀବନର ଭାର ବୋହିବାର ଦକ୍ଷତା ଆସିବାର ବହୁପୂର୍ବର ତରୁଣ ଅବସ୍ଥା) ସୁନନ୍ଦାଙ୍କ ସହିତ ଗଳ୍ପନାୟକଙ୍କର ବିବାହ ହୋଇଯାଇଛି । ପତି ଭାବରେ ତାଙ୍କ ପାଖରୁ ଗଳ୍ପନାୟକ ଯାହା ଚାହାଁନ୍ତି ସେ ସବୁ ପୂରଣ କରନ୍ତି । ମାତ୍ର ତାଙ୍କର ସ୍ନେହ, ପ୍ରେମ, ଶ୍ରଦ୍ଧାରେ ଧନୀ ଦୁଲାଳୀର ଯେଉଁ ସାମାନ୍ୟ ଅହଂଟିଏ ଲୁଚି ରହିଥାଏ ତାହାକୁ ଗଳ୍ପନାୟକଙ୍କ ସ୍ବାମୀପଣ ଖୁବ୍ ଗୋଟେ ଯନ୍ତ୍ରଣା ଭିତରେ ସହ୍ୟ କରିଥାଏ । ସୁନନ୍ଦା କାବ୍ୟକବିତାର ପ୍ରେୟସୀ ଓ କଳ୍ପନାବାଦୀ । ମାତ୍ର ଗଳ୍ପନାୟକ ତାଙ୍କର ବିପରୀତ ଗୁଣଧାରୀ ଅର୍ଥାତ୍ ବାସ୍ତବବାଦୀ । ତାଙ୍କ ପାଇଁ ଜନ୍ମ ମୃତ୍ୟୁ, ଜୀବନ ମରଣ ସବୁ ସମାନ ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

କୋଡ଼ିଏ ବର୍ଷ ତଳର ଅଶିଣ ସକାଳର ସୁନନ୍ଦା ଏବଂ ବିବାହର କୋଡ଼ିଏ ବର୍ଷ ପରର ସୁନନ୍ଦା ଭିନ୍ନ । ମାତ୍ର ଗାଳ୍ପିକଙ୍କ ଅନ୍ତଃମାନସ କୋଡ଼ିଏ ବର୍ଷ ତଳର ଶ୍ରୀମୟୀ ସୁନନ୍ଦାକୁ ଖୋଜିଥାଏ । ଗାଳ୍ପିକଙ୍କ ମତରେ ସୁନନ୍ଦା ପାଇଁ ଅନେକ କିଛି କରିବା ସତ୍ତ୍ବେ ବି ସୁନନ୍ଦାର ତାଙ୍କ ପ୍ରତି ମନୋଭାବ ବଦଳି ପାରିନାହିଁ । କୌଣସି ବିଜୟା ଦଶମୀର ସୁନ୍ଦର ସୁଖକର ପ୍ରଭାତରେ ସୁନନ୍ଦା ନିଜ କୋଠରିଟିକୁ ସଜାଇବାରେ ଲାଗିଛନ୍ତି । ସ୍ଵାମୀଙ୍କ ରୁମ୍ ସଜାଇବାକୁ ତାଙ୍କର ଇଚ୍ଛା ଥିଲେ ବି ସେଠାରେ ଟଙ୍ଗା ଯାଇଥିବା ଛବିଗୁଡ଼ିକ ତାଙ୍କୁ ଭୟଙ୍କର ଅସୁଖ ଲାଗିଛନ୍ତି । ତେଣୁ ସେ ରୁମ୍ ସଫା କରିପାରି ନଥ‌ିବା କଥା କହିଛନ୍ତି । ଗଳ୍ପନାୟକ ସୁନନ୍ଦାଙ୍କୁ ସ୍ୱୟଂ ରୁଚିକର ଲାଗୁ ନ ଥ‌ିବାରୁ ତାଙ୍କ ରୁମ୍ ଓ ରୁମ୍ରେ ଥ‌ିବା ଉତ୍କଳମଣି, ଗୌତମ ବୁଦ୍ଧ, ଦୀନବନ୍ଧୁ ପ୍ରମୁଖଙ୍କ ଛବିଗୁଡ଼ିକ ତାଙ୍କର ପ୍ରିୟ ହେବନି – ଏକଥା ଗନ।ୟକଙ୍କୁ ବ୍ବକଣା ।

ଗଳ୍ପନାୟକଙ୍କ ରୁମ୍‌ରେ ଟଙ୍ଗାଯାଇଥିବା ଉତ୍କଳମଣି, ଗୌତମବୁଦ୍ଧ, ଦୀନବନ୍ଧୁ, ନିଉଟନ, ଭରଜିନ୍ ମେରୀ, ଶିବାଜୀ ପ୍ରଭୃତିଙ୍କ ଛବି ସୁନନ୍ଦାଙ୍କୁ ଭଲ ଲାଗି ନ ଥିଲା । ମାତ୍ର ସେହି ଉତ୍କଳମଣି, ଗାନ୍ଧୀ, ବୁଦ୍ଧ, ଦୀନବନ୍ଧୁ ପ୍ରମୁଖ ଯେ ମଣିଷ ଜଗତର ଦୁଃଖସୁଖରେ ସମଭାଗୀ ଥିଲେ ଏକଥା ତାଙ୍କୁ ଜଣାନଥିଲା । ଗଳ୍ପନାୟକ ସୁନନ୍ଦାଙ୍କୁ ଗୋପବନ୍ଧୁଙ୍କ ମାନବଦରଦୀ ହୃଦୟ, ଗୌତମଙ୍କ ଅମୃତତ୍ତ୍ଵ, ଦୀନବନ୍ଧୁଙ୍କ ମହାଭାରତୀୟ ପ୍ରେମ ବିଷୟରେ ଶୁଣାଇଛନ୍ତି । ସେସବୁ ଛବି ବହୁବର୍ଷ ହେବ ଗଳ୍ପନାୟକଙ୍କ କୋଠରି ମଣ୍ଡନ କରିବା କଥା ସୁନନ୍ଦା ଜାଣନ୍ତି । ତଥାପି ଯେଉଁ ଛବିଗୁଡ଼ିକ ସୁନନ୍ଦାଙ୍କ ପାଇଁ ଭୟର କାରଣ ହୋଇଛି, ସେଗୁଡ଼ିକୁ କୋଠରିରୁ ବାହାର କରିଦେବାକୁ ଗଳ୍ପନାୟକ କହିଛନ୍ତି । ସୁନନ୍ଦା କିନ୍ତୁ ସାତ ଆଠଦିନ ତଳେ ଖବରକାଗଜରୁ କଟାଯାଇ ବଡ଼ ବଡ଼ ପେଷ୍ଟବୋର୍ଡ଼ରେ ଲଗାଯାଇଥିବା ଛବିଗୁଡ଼ିକ କ’ଣ ବାସ୍ତବ ବୋଲି ପଚାରିଛନ୍ତି । ସେସବୁ ଛବିଗୁଡ଼ିକର ମହତ୍ତ୍ବ ସୁନନ୍ଦାଙ୍କ ପାଖରେ କିଛି ନାହିଁ ବୋଲି ଜାଣିପାରି ଗଳ୍ପନାୟକ ତାଙ୍କୁ କି ଦଶହରା ଭେଟି ଦେବେ ବୋଲି ପଚାରିଛନ୍ତି । ଏଥ‌ିରେ ସୁନନ୍ଦା ଉତ୍ଫୁଲ୍ଲ ହୋଇଉଠିଛନ୍ତି । ଏଥୁରୁ ସୁନନ୍ଦାଙ୍କ ବସ୍ତୁବାଦୀ ମାନସିକତାର ପରିଚୟ ମିଳିଥାଏ ।

ଦଶହରା ଅବକାଶରେ ରେଡ଼ିଓଠାରୁ ଶାଢ଼ି କିଣିବା ପର୍ଯ୍ୟନ୍ତ ନାନା ବରାଦ ସୁନନ୍ଦା ଦେଇଛନ୍ତି । ସନ୍ଧ୍ୟାରେ ପ୍ରିୟଜନମାନଙ୍କୁ ଆତିଥ୍ୟ ପ୍ରଦାନ ପାଇଁ ପେସ୍ତା, ଅଙ୍ଗୁର, ବାଦାମ ଓ କ୍ୱାଶ୍ ଇତ୍ୟାଦି ଆଣିବାକୁ କହିଛନ୍ତି । ସବ୍‌ଜଜ୍ ପ୍ରେମରାଜ୍‌ବାବୁଙ୍କଠାରୁ ପୁପୁ, ମିନା, ବଙ୍କିମବାବୁ, ଜୋସେଫ୍, ଈଭ ରାଉତଙ୍କ ପର୍ଯ୍ୟନ୍ତ ଅନେକ ଅତିଥିଙ୍କୁ ନିମନ୍ତ୍ରଣ କରିବାର ତାଲିକାଟିଏ ସୁନନ୍ଦା ଦେଇଛନ୍ତି ।

ଏହି ସମୟରେ ଚାକର ରମୁ ଦୁଃଖୁ ମାଆ ତା’ ମାସକର ଛୁଆଟିକୁ କ୍ଷୀର ଖୁଆଇବାପାଇଁ ଚିନି ଟିକିଏ ମାଗୁଛି ବୋଲି ସୁନନ୍ଦାଙ୍କୁ କହିଛି । ମାତ୍ର ସୁନନ୍ଦା ଅତି ନିଷ୍ଠୁର ଢଙ୍ଗରେ ‘ନା, ଚିନି ନାହିଁ”’ ବୋଲି କହି ମନା କରି ଦେଇଛନ୍ତି । ମାତ୍ର ଗଳ୍ପନାୟକ ଦୁଃଖୁ ମାଆ ପ୍ରତି ସମ୍ବେଦନଶୀଳ ହୋଇପଡ଼ିଛନ୍ତି । ସେ ତା’ର ଛୁଆକୁ ଦୁଧ ଅଭାବରେ ଚିନିପାଣି ପିଆଇବା କଥା ଶୁଣି ତା’ର ଛୁଆ ବଡ଼ ହେବାଯାଏ ନିତି ଗାଈ ଦୁଧ ଘରୁ ନେଇଯିବାକୁ କହିଛନ୍ତି । କୌଣସି ପ୍ରକାରେ ତା’ ପିଲାଟା ବଞ୍ଚିଯାଉ ବୋଲି ସୁନନ୍ଦାକୁ ବୁଝାଇଛନ୍ତି । ଏହାପରେ ସୁନନ୍ଦାଙ୍କୁ ତାଙ୍କ ମନ ପସନ୍ଦର ଜିନିଷ କିଣିବାପାଇଁ ତାଙ୍କ ସହ ବଜାର ଯିବାକୁ ଆମନ୍ତ୍ରଣ କରିଛନ୍ତି ।

ଡ୍ରାଇଭରକୁ ଦଶହରା ବୁଲିବାପାଇଁ ଘରକୁ ପଠାଇ ଦେଇଥିବାରୁ ଗଳ୍ପନାୟକ ପତ୍ନୀ ସୁନନ୍ଦାଙ୍କ ସହିତ ଚାଲିଚାଲି ବଜାର କରିବାକୁ ବାହାରି ଯାଇଛନ୍ତି । ଦଶହରାର ଚାକଚକ୍ୟପୂର୍ଣ୍ଣ ସଜ୍ଜା ଭିତରେ ସହରଟା ଐନ୍ଦ୍ରଜାଲିକ ଶୋଭାରେ ମନ ମୋହି ନେଉଛି । ସ୍ଵାମୀ ସ୍ତ୍ରୀ ଦୁହେଁ ପାଖାପାଖ୍ ଚାଲିଚାଲି ଯାଉଛନ୍ତି । କୁକୁର ବାନ୍ତିରୁ ଭାତ ବାଛି ଖାଉଥ‌ିବା ଗୋଟିଏ ମାଗନ୍ତା ଭୋକିଲା ଶିଶୁକୁ ଦେଖୁ

ସୁନନ୍ଦା− ‘ଇଂ……ଇଲୋ, କେଡ଼େ ଅସନା ପିଲାଟେ ମ’ ବୋଲି ଚିତ୍କାର କରିଛନ୍ତି । ପାଞ୍ଚବର୍ଷର ଅସ୍ଥିକଙ୍କାଳସାର ମଣିଷ ପିଲାଟିର କିଛି ଦୂରରେ ତା’ର ମାଆ ନିର୍ବିକାରଭାବେ ଛିଡ଼ା ହୋଇଛି । ଏ ଦୃଶ୍ୟ ଦେଖ୍ ସୁନନ୍ଦାଙ୍କ ମୁଣ୍ଡ ଘୂରି ଯାଇଛି । ଗୋଟିଏ ପଟରେ ମାଗନ୍ତା ପିଲାର କୁକୁର ବାନ୍ତିରୁ ଭାତ ବାଛି ଖାଇବାର କରୁଣ ବୀଭତ୍ସ ଦୃଶ୍ୟ ଓ ଅନ୍ୟପଟରେ ନର୍ଦ୍ଦମାରେ ପଡ଼ିଥିବା ଅଇଁଠା ଖଲିରୁ କିଛି ବି ବଳକା ଖାଦ୍ୟ ନପାଇ ତା’ ମାଆର ହତାଶ ଚାହାଁଣି ଗଳ୍ପନାୟକଙ୍କୁ ବିବ୍ରତ କରିଦେଇଛି । ଯେତେବେଳେ ମାଆଟି ରାକ୍ଷସୀ ପରି ଧାଇଁ ଆସି ପିଲାଟିକୁ ତଳକୁ ଠେଲି କୁକୁର ବାନ୍ତିକୁ ଶୋଷି ନେଲା – ସେତେବେଳେ ଏ ଦୃଶ୍ୟ ଗଳ୍ପନାୟକଙ୍କ ହୃଦୟକୁ ବିଦାରି ଦେଇଛି । ସ୍ତ୍ରୀଙ୍କ ଡାକରେ ରେଡ଼ିଓ କିଣିବାକୁ ଗଳ୍ପନାୟକ ରାଜପଥ ଛାଡ଼ି ସହରର ଏକ ଗଳି ରାସ୍ତାରେ ଯାଇଛନ୍ତି ।

ସହରର ଗଳିରାସ୍ତାରେ ବି ଭୋକର, ଅଭାବର ବୀଭତ୍ସ ଲୀଳା ଭରି ରହିଛି । ଗଳ୍ପନାୟକ ରାସ୍ତାରେ ଯାଉଯାଉ ଶୁଣିବାକୁ ପାଇଛନ୍ତି ଜଣଙ୍କର ଦୁଇମାସର ପିଲା ମାସେ ହେଲା କ୍ଷୀର ଟୋପେ ମୁହଁରେ ଦେଇନି । ତା’ ମାଆ ତାକୁ ପେଜ ମୁନ୍ଦେ ପିଆଇ ଦେବାରୁ ସେ ମା’ କୋଳରେ ଆଖ୍ କାନ ଖୋଷି ଢଳିପଡ଼ିଲା । ସବୁଠି ଜୀବନ ବଞ୍ଚିବାର କରୁଣ ଦୃଶ୍ୟ । ଏହି ଦୃଶ୍ୟସବୁରୁ ମୁକ୍ତି ପାଇବାପାଇଁ ଗଳ୍ପନାୟକ ଆଗକୁ ଆଗକୁ ମାଡ଼ି ଚାଲିଯାଉଥ‌ିବା ବେଳେ ସୁନନ୍ଦା ପଛରୁ ତାଙ୍କର ହାତ ଧରି ଡାକିଛି । ଶାଢ଼ି, ରେଡ଼ିଓ, ଅଙ୍ଗୁର, ପେନ୍ଥା – କିଛି ବି କିଣିବାକୁ ଆଉ ତାଙ୍କର ଇଚ୍ଛା ନାହିଁ । ଅଭାବ କ’ଣ ଜାଣି ନଥ‌ିବା ଓ ସହରରେ ଭାବର ମହଲ ଭିତରେ ଥ‌ିବା ସୁନନ୍ଦା ଯେତେବେଳେ ସହରର ରାଜପଥଠୁଁ ଗଳିରାସ୍ତାଯାଏ ସବୁଠି ଭୋକର, ଅଭାବର କରୁଣ ଦୃଶ୍ୟ ଦେଖୁଛନ୍ତି, ସେତେବେଳେ ତାଙ୍କର ବିଳାସୀ ହୃଦୟ ତରଳିଯାଇଛି । ଆଖୁ ଅନ୍ୟର ଦୁଃଖରେ ଛଳଛଳ ହୋଇଉଠିଛି । ଗାଳ୍ପିକ ସୁନନ୍ଦାଙ୍କ ଅନିଚ୍ଛାସତ୍ତ୍ବେ ଗୋଟିଏ ଟାକ୍‌ସି ଅଟକାଇ ସେଥ‌ିରେ ସୁନନ୍ଦାଙ୍କୁ ବସାଇ ବଙ୍ଗଳାକୁ ଯିବାକୁ ବାହାରିପଡ଼ିଲେ ।

ଏହି ସମୟରେ ନିଶୂଳ ଶବସଂସ୍କାର ସମିତିର ସେବକମାନେ ‘ରାମନାମ ସତ୍ୟ ହେ’ ଡାକ ଦେଇ ଗୋଟିଏ ଶବକୁ ବୋହି ନେଉଛନ୍ତି । ଶବ ସଂସ୍କାର ପାଇଁ ଜଣେ ସେବକ ହାତପାତି ସାହାଯ୍ୟ ମାଗିବାରୁ ସୁନନ୍ଦା ତାଙ୍କୁ ଏକାଥରକେ କୋଡ଼ିଏ ଟଙ୍କା ବଢ଼ାଇ ଦେଇଛନ୍ତି । ସେବକଟିଠାରୁ ସେ ଶୁଣିଛନ୍ତି ମହାମାରୀ, ମ୍ୟାଲେରିଆ ଓ ଭୋକ ଉପାସରେ ମଣିଷ ଜାତିଟା ଗାଁରୁ ସହର ଯାଏ – କେବଳ ଦୁର୍ଦ୍ଦଶା ଭୋଗି ମରି ଚାଲିଛି । ସେବକଟି ଟଙ୍କା ନେଇ କୋକେଇ କାନ୍ଧେଇଲା ବେଳକୁ ଗଳ୍ପନାୟକ ଟାକ୍‌ସିକୁ ଶାଢ଼ି ଦୋକାନ ଆଡ଼େ ଯିବାକୁ କହିଛନ୍ତି । ମାତ୍ର ସେତେବେଳକୁ ସୁନନ୍ଦାଙ୍କର ହୃଦୟ ଉଚ୍ଛସିତ କୋହରେ ଭରି ଉଠିଛି । ସେ କାକୁସ୍ଥ କଣ୍ଠରେ କହିଛନ୍ତି – ମତେ କ୍ଷମା କର । ପୋଡ଼ିଯାଉ ସେ ନିମନ୍ତ୍ରଣ । ମୋ ରାଣ ଖାଅ, ତୁମ ରୁମରେ ଯେଉଁ ଏଭଳି ଦୁଃଖୀ ଭୋକୀ ଶୋଷୀଙ୍କର ଛବି ରହିଛି, ସେସବୁ ଆଜିଠାରୁ ମୋ ଘରେ ରହିବ ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

ସୁନନ୍ଦା ବଦଳି ଯାଇଛନ୍ତି । ତାଙ୍କ ହୃଦୟରେ ପରିବର୍ତ୍ତନ ଆସିଛି । ଶାଢ଼ି, ରେଡ଼ିଓ ଆଦି ଉପହାର କିଣିବାପାଇଁ ଆଣିଥିବା ସାତଶହ ଟଙ୍କାରେ ଗଳିପଥରେ ଭୋକିଲା ହୋଇ ପଡ଼ି ଥିବା ଦୁଃଖ୍ରଙ୍କୀଙ୍କ ଖାଇବା ପିଇବାପାଇଁ ଦେବାକୁ ଗଳ୍ପନାୟକଙ୍କୁ ସେ ଅନୁରୋଧ କରିଛନ୍ତି । ଅଭାବ ପଡ଼ିଲେ ଆଉ ଟଙ୍କା ଆଣି ଦଶହରାରେ ଭୋକିଲାଙ୍କ ଭୋଜନ ବ୍ୟବସ୍ଥା କରିବାକୁ ସେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ବୋଲି ଭାବିଛନ୍ତି । ଏ ଘଟଣା ପରଠାରୁ ସୁନନ୍ଦା ବିଳାସୀ ଜୀବନ ଛାଡ଼ି ଦେଇଛନ୍ତି । ଆରମ୍ଭ ହୋଇଛି ଦରିଦ୍ରନାରାୟଣ ସେବା । ‘ସୁନନ୍ଦା ଭୋଜନାଳୟ’ ପ୍ରତିଷ୍ଠା କରି ସେ ପ୍ରତି ସଞ୍ଜରେ ପାଞ୍ଚଶହରୁ ଅଧ୍ଵ ଭିକାରୀ ଭିକାରୁଣୀଙ୍କ ମୁହଁରେ ଦାନା ଦିଅନ୍ତି । ଏମାନଙ୍କ ପାଇଁ ନିଜେ ସୁନନ୍ଦା ଅନ୍ନପୂର୍ଣ୍ଣା ସାଜି ରୋଷେଇ କରନ୍ତି । ଗାଳ୍ପିକ ସୁନନ୍ଦାଙ୍କ ପରି ଭୋକିଲାଙ୍କ ହୃଦୟ ବୁଝି ପାରୁଥିବା ପତ୍ନୀଙ୍କୁ ପାଇଥିବାରୁ ନିଜ ଜୀବନକୁ ସାର୍ଥକ ମଣିଛନ୍ତି ।

ସୂଚନା ଓ କଠିନ ଶବ୍ଦାର୍ଥ:

  • ଅପକ୍ୱ – କଞ୍ଚା/ବୁଝିବା ଓ ଦାୟିତ୍ଵ ନେବା ଭଳି ବୟସ ହେ।ଇନଥ୍ ବ।
  • ଉଥଳ – ତରଙ୍ଗାୟିତ
  • ପାସଙ୍ଗ – ସମାନ ବା ତୁଳନାଯୋଗ୍ୟ ନୁହେଁ
  • ଅମ୍ଳାନ – ଯାହା ମଳିନ ନୁହେଁ / ସତେକ
  • ସେର – ପୂର୍ବରୁ ଶସ୍ୟ ଓ ତରଳ ପଦାର୍ଥ ମାପ ପାଇଁ ବ୍ୟବହୃତ ମାପପାତ୍ର, ଯାହାକି ବର୍ତ୍ତମାନର ଏକ କିଲୋଗ୍ରାମ୍‌ ଠାରୁ ଅଧିକ
  • ଆଳ – ବାହାନା / ଚଛଳନା
  • ଗବାକ୍ଷ – ଝରକା
  • ରିସ୍।ରିତ – ପ୍ରସାରିତ
  • ଉଚ୍ଛ୍ଵସିତ – ଆନନ୍ଦକର/ବିଭୋର
  • ତୁଙ୍ଗ – ଖୁବ୍ ଉଚ୍ଚ
  • ତିଳ – ରାଶି / ଖସା / ଅତି ଛୋଟ
  • ପ୍ରେୟସୀ – ପ୍ରିୟତମା / ଅତି ପ୍ରିୟ
  • ଅଭିନିବେଶ – ଏକାଗ୍ରତା
  • ଅଭିଭୂତ – ବିହ୍ବଳ
  • ପଟାଳି – ପର୍ଯ୍ୟାୟ / ସ୍ତର
  • ଇଙ୍ଗିତ – ସଙ୍କେତ / ସୂଚନା / ନିର୍ଦ୍ଦେଶ
  • ଅଳୀକ – ମିଥ୍ୟା
  • ଆତ୍ମହରା – ନିଜକୁ ଭୁଲିଯିବା
  • କ୍ଳେଦ – କାଦୁଅ
  • ବୁଭୁକ୍ଷା – ଭୋକ ଅବସ୍ଥା / ପ୍ରବଳ କ୍ଷୁଧା
  • ହୁଦା – ପଦବୀସୂଚକ ଧାତୁ ଚିହ୍ନ
  • ବେପଥୁ – କମ୍ପିତ / ଥରିଲା ଥରିଲା
  • ନେତ୍ର ପାତ – ଆଖି ପଡ଼ିବା/ଆଖି ପକାଇବା
  • ମାୟାମୁକ୍ତ – କୌଣସି ପ୍ରକାର ଆସକ୍ତି ନ ଥ‌ିବା
  • ଢେ।କେ – ଥରକରେ ଗିଳିପାରିବା ଭଳି

BSE Odisha 8th Class Science Solutions Chapter 9 ପ୍ରାଣୀଙ୍କ ପ୍ରଜନନ

Odisha State Board BSE Odisha 8th Class Science Solutions Chapter 9 ପ୍ରାଣୀଙ୍କ ପ୍ରଜନନ Textbook Exercise Questions and Answers.

BSE Odisha Class 8 Science Solutions Chapter 9 ପ୍ରାଣୀଙ୍କ ପ୍ରଜନନ

Question 1.
ପ୍ରାଣୀମାନଙ୍କର ଜନନର ଗୁରୁତ୍ଵ ବୁଝାଅ ।
ଉ-

  • ପ୍ରତ୍ୟେକ ଜୀବ ଜନନ ପ୍ରକ୍ରିୟାରେ ନିଜପରି ଜୀବ ସୃଷ୍ଟି କରିଥାଏ ।
  • ଏହା ସମସ୍ତ ପ୍ରକାର ଜୀବଙ୍କ ସଂଖ୍ୟା ବୃଦ୍ଧି କରିଥାଏ ।
  • ଏହା ଏକ ଜାତିର ନିରବଚ୍ଛିନ୍ନତା ରକ୍ଷା କରିଥାଏ ।
  • ଜନନ ପ୍ରକ୍ରିୟା ଦ୍ବାରା ନୂତନ ପ୍ରାଣୀ ସୃଷ୍ଟି ଅସମ୍ଭବ ହୋଇଥାନ୍ତା । ବେଙ୍ଗର ସମାୟନ କିପରି ହୁଏ, ବର୍ଶନ କର ।

BSE Odisha 8th Class Science Solutions Chapter 9 ପ୍ରାଣୀଙ୍କ ପ୍ରଜନନ

Question 2.
ବେଙ୍ଗର ସମାୟନ କିପରି ହୁଏ, ବଣ୍ଣନ କର ।
ବେଙ୍ଗ ଏକ ଅଣ୍ଡଜ ପ୍ରାଣୀ :
ଉ-

  • ବର୍ଷାଋତୁରେ ମାଈ ବେଙ୍ଗମାନେ ଜଳରେ ଡିମ୍ବ ଦିଅନ୍ତି ।
  • ଏହି ଡିମ୍ବରେ କଠିନ ଖୋଳ ନଥାଏ ।
  • ଏହି ଡିମ୍ବଗୁଡ଼ିକ ଜଳରେ ଜେଲି ଭଳି ଭାସୁଥା’ନ୍ତି ।
  • ଏହି ଡିମ୍ବ ଉପରେ ପୁରଷ ବେଙ୍ଗର ଶୁକ୍ରାଣୁ ପଡ଼ିଲେ ତାହାର ସମାୟନ ହୁଏ ।
  • ପୁଂ ଯୁଗ୍ମକ ଓ ସ୍ତ୍ରୀ ଯୁଗ୍ଧକର ମିଳନ ଘଟି ଯୁଗ୍ମଜ ସୃଷ୍ଟି ହୁଏ ।
  • ବେଙ୍ଗର ସମାୟନ ଶରୀର ବାହାରେ ହେଉଥ‌ିବାରୁ ଏହା ବହିଃ ସମାୟନ ଅଟେ ।
  • ପରବର୍ତ୍ତୀ ପର୍ଯ୍ୟାୟରେ ଯୁଗ୍ମଜର ବିଭାଜନ ଘଟେ ଓ ଏଥୁରୁ ଭୃଣ ସୃଷ୍ଟି ହୁଏ ।

Question 3.
ଠିକ୍ ଉତ୍ତରଟି ବାଛି ଲେଖ ।
(i) ଅନ୍ତଃ ସମାୟନ ହୋଇଥାଏ
(କ) ସ୍ତ୍ରୀ ଶରୀରରେ
(ଖ) ପୁରୁଷ ଶରୀରରେ
(ଗ) ସ୍ତ୍ରୀ ଶରୀର ବାହାରେ
(ଘ) ପୁରୁଷ ଶରୀର ବାହାରେ

BSE Odisha 8th Class Science Solutions Chapter 9 ପ୍ରାଣୀଙ୍କ ପ୍ରଜନନ

(ii) ବେଙ୍ଗଫୁଲାରୁ ବୟଃପ୍ରାପ୍ତ ବେଙ୍ଗର ବିକାଶ ପ୍ରକ୍ରିୟାଟି ହେଉଛି
(କ) ସମାୟନ
(ଖ) କୋରକୋଦ୍‌ଗମ
(ଗ) ରୂପାନ୍ତରଣ
(ଘ) ବିଭାଜନ

(iii) ଯୁଗ୍ମଜରେ କେତୋଟି ନ୍ୟଷ୍ଟି ଥାଏ ?
(କ) ଗୋଟିଏ
(ଖ) ଚାରୋଟି
(ଗ) ଦୁଇଟି
(ଘ)ଛ ଟି

Answers:
(i) (କ) ସ୍ତ୍ରୀ ଶରୀରରେ
(ii) (ଗ) ରୂପାନ୍ତରଣ
(iii) (କ) ଗୋଟିଏ

Question 4.
ଉକ୍ତିଟି ଠିକ୍ ବା ଭୁଲ୍ ଲେଖ ।
(i) ଅଣ୍ଡଜ ପ୍ରାଣୀମାନେ ଶାବକ ଜନ୍ମ କରନ୍ତି ।
(ii) ଶୁକ୍ରାଣୁ ଏକ ଜୀବକୋଷ ।
(iii) ବେଙ୍ଗରେ ବହିଃସମାୟନ ଦେଖାଯାଏ ।
(iv) ଯୁଗ୍ମକରୁ ମନୁଷ୍ୟ ଶରୀର ବିକଶିତ ହୁଏ ।
(v) ସମାୟନ ପରେ ଜାତ ଯୁଗ୍ମଜ ଗୋଟିଏ କୋଷରେ ତିଆରି ।
(vi) ଏମିବା କୋରକୋଦଗମ୍ ପ୍ରଣାଳୀରେ ଜନନ କରେ ।
(vii) ଅଲିଙ୍ଗୀ ଜନନରେ ମଧ୍ୟ ସମାୟନ ଆବଶ୍ୟକ ।
(viii) ଦ୍ବିବିଭାଜନ ଏକ ପ୍ରକାର ଅଲିଙ୍ଗୀ ଜନନ ।
(ix) ଯୁଗ୍ମକ ସମାୟନଦ୍ୱାରା ସୃଷ୍ଟି ହୁଏ ।
(x) ଭୃଣ ଗୋଟିଏ କୋଷରେ ଗଠିତ ।

BSE Odisha 8th Class Science Solutions Chapter 9 ପ୍ରାଣୀଙ୍କ ପ୍ରଜନନ

Answers:
(i) ଭୁଲ୍
(ii) ଠିକ୍
(iii) ଠିକ୍
(iv) ଭୁଲ୍
(v) ଠିକ୍
(vi) ଭୁଲ୍
(vii)ଭୁଲ୍
(viii) ଠିକ୍
(ix) ଠିକ୍
(x) ଭୁଲ୍

Question 5.
ଯୁଗ୍ମଜ ଓ ଫିଟସ୍ ମଧ୍ୟରେ ଥ‌ିବା ପାର୍ଥକ୍ୟ ଦୁଇଟି ଲେଖ ।
ଉ-
BSE Odisha 8th Class Science Solutions Chapter 9 ପ୍ରାଣୀଙ୍କ ପ୍ରଜନନ 1

Question 6.
ଅଲିଙ୍ଗୀ ଜନନ କ’ଣ ? ପ୍ରାଣୀର ଅଲିଙ୍ଗୀ ଜନନର ଦୁଇଟି ଉପାୟ ବର୍ଣନା କର ।
ଉ-
ଜନନ କୋଷର ମିଳନ ନଘଟି ନୂତନ ଜୀବର ସୃଷ୍ଟି ହେଲେ, ଉକ୍ତ ପ୍ରକ୍ରିୟାକୁ ଅଲିଙ୍ଗୀ ଜନନ କୁହାଯାଏ । ଯେକୌଣସି ସୋମୀୟ କୋଷରୁ ପ୍ରତ୍ୟକ୍ଷ ଭାବେ ଉତ୍ପନ୍ନ ହେଉଥ‌ିବା ଅପତ୍ୟ ଏହି ପ୍ରକାର ଜନନର ଉଦାହରଣ ଅଟେ । ଉଦାହରଣ –
(a) ଏମିବାର ଦ୍ବିବିଭାଜନ,
(b) ହାଇଡ୍ରାର କୋରକୋଦ୍‌ଗମ ।

(a) ଏମିବାର ଦ୍ବିବିଭାଜନ,

  • ଏମିବା ଗୋଟିଏ ଏକକୋଷୀ ପ୍ରାଣୀ ।
  • ପ୍ରଥମେ ଏଥିରେ ଥ‌ିବା ନ୍ୟଷ୍ଟିଟି ନ୍ୟଷ୍ଟିରେ ପରିଣତ ହୁଏ ।
  • ପରେ ଏମିବାର ଶରୀର ଦୁଇ ଭାଗରେ ବିଭକ୍ତ ହୁଏ ଓ ପ୍ରତ୍ୟେକ ଭାଗରେ ଗୋଟିଏ
  • ଏହିପରିଭାବେ ଗୋଟିଏ ମାତ୍ର ଏମିବାରୁ ଦୁଇଟି ଏମିବା ସୃଷ୍ଟି ହେବା ପ୍ରଣାଳୀକୁ ଏମିବାର ଦ୍ବିବିଭାଜନ କୁହାଯାଏ ।

BSE Odisha 8th Class Science Solutions Chapter 9 ପ୍ରାଣୀଙ୍କ ପ୍ରଜନନ 2

BSE Odisha 8th Class Science Solutions Chapter 9 ପ୍ରାଣୀଙ୍କ ପ୍ରଜନନ

(b) ହାଇଡ୍ରାର କୋରକୋଦ୍‌ଗମ ।

BSE Odisha 8th Class Science Solutions Chapter 9 ପ୍ରାଣୀଙ୍କ ପ୍ରଜନନ 3

  • ହାଇଡ୍ରା ମଧୁର ଜଳରେ ବାସକରୁଥବା ସିଲେନ୍‌ରାଟା ଜାତୀୟ ପ୍ରାଣୀ ।
  • ଅନୁକୂଳ ପରିବେଶରେ ପ୍ରତ୍ୟେକ ହାଇଡ୍ରାରେ ଗୋଟିଏ ବା ଦୁଇଟି ପ୍ରବର୍ଷ ଦେଖାଯାଏ । ଏହାକୁ କୋରକ (Bud) କୁହାଯାଏ ।
  • କୋରକରୁ ନୂତନ ହାଇଡ୍ରା ବା ଅପତ୍ୟ ହାଇଡ୍ରା ସୃଷ୍ଟି ହୁଏ ।
  • କୋରକର ବିକାଶ ଘଟେ ଏବଂ ଏହା ମାତୃଶରୀରରୁ ବିଚ୍ଛିନ୍ନ ହୋଇ ସ୍ବାଧୀନ ଭାବେ ଜୀବନ ଯାପନ କରେ ।
  • କୋରକର ସୃଷ୍ଟିଦ୍ୱାରା ହେଉଥ‌ିବା ହାଇଡ୍ରାର ଏପ୍ରକାର ଜନନକୁ କୋରକୋଦ୍‌ଗମ୍ କୁହାଯାଏ । ଉଦାହରଣ ସହ ରୂପାନ୍ତରଣ ବୁଝାଅ ।

Question 7.
ବେଙ୍ଗର ବିକାଶର ତିନୋଟି ଅବସ୍ଥା ଅଛି; ଯଥା –
ଉ-
BSE Odisha 8th Class Science Solutions Chapter 9 ପ୍ରାଣୀଙ୍କ ପ୍ରଜନନ 4
(1) ଡିମ୍ବ ଅବସ୍ଥା
(2) ବେଙ୍ଗଫୁଲା (ଶୂକ) ଅବସ୍ଥା
(3) ବୟଃପ୍ରାପ୍ତ ଅବସ୍ଥା

  • ବେଙ୍ଗ ଡିମ୍ବରେ ଥିବା ସଞ୍ଚିତ ଖାଦ୍ଯ (ପୀତକ)ର ପରିମାଣ ଅପେକ୍ଷାକୃତ କମ୍ ଥିବାରୁ ବେଙ୍ଗଡିମ୍ବରୁ ଆଦ୍ୟ ବେଙ୍ଗଫୁଲା ସୃଷ୍ଟି ହୁଏ ।
  • ଆଦ୍ୟ ବେଙ୍ଗଫୁଲା ସ୍ଵାଧୀନ ଭାବେ ଖାଦ୍ୟ ଆହରଣ କରେ ଏବଂ ଏହାର ବିକାଶ ସମ୍ପୂର୍ଣ୍ଣ ହୋଇ ଏହା ଏକ ବେଙ୍ଗଫୁଲାରେ ପରିଣତ ହୁଏ ।
  • ବେଙ୍ଗଫୁଲାରେ ବହୁ ପରିବର୍ତ୍ତନ ଘଟି ଏହା ବୟଃପ୍ରାପ୍ତ ଅବସ୍ଥାକୁ ଆସିଥାଏ ।
  • ବେଙ୍ଗର ଜୀବନଚକ୍ରରେ ଏପ୍ରକାର ପରିବର୍ତ୍ତନକୁ ରୂପାନ୍ତରଣ କୁହାଯାଏ । ମଣିଷରେ ଏପ୍ରକାର ରୂପାନ୍ତରଣ ଦେଖାଯାଏ ନାହିଁ ।

BSE Odisha 8th Class Science Solutions Chapter 9 ପ୍ରାଣୀଙ୍କ ପ୍ରଜନନ

ଆଉ କ’ଣ କରିହେବ :
1. କୁକୁଡ଼ାଫାର୍ମକୁ ଯାଇ ପରିଚାଳକଙ୍କ ସହ ଆଲୋଚନା କରି ଉତ୍ତର ଦିଅ ।

  • ଅଣ୍ଡାଦିଆ କୁକୁଡ଼ା ଓ ବ୍ରଏଲର ମଧ୍ୟରେ ପାର୍ଥକ୍ୟ କ’ଣ ?
  • କୁକୁଡ଼ା ଅସମାୟିତ ଡିମ୍ବ ଦିଏ କି ?
  • ତୁମେ ସମାୟିତ ଓ ଅସମାୟିତ ଅଣ୍ଡା କିପରି ପାଇବ ?
  • ଦୋକାନର ଅଣ୍ଡା ସମାୟିତ ନା ଅସମାୟିତ ?
  • ସମାୟିତ ଅଣ୍ଡା ଖାଇ ହେବ କି ?
  • ସମାୟିତ ଓ ଅସମାୟିତ ଡିମ୍ବର ପୌଷ୍ଟିକତା ଭିନ୍ନ କି ?

ଉ-
ଛାତ୍ରଛାତ୍ରୀମାନ ନିଜେ ସଂଗ୍ରହ କରିବେ ।

Question 2.
ଡାକ୍ତରଙ୍କ ସହ ସାକ୍ଷାତ କରି ଯମଜ ଭାଇ ଓ ଭଉଣୀ କିପରି ହୁଅନ୍ତି ବିବରଣୀ ପ୍ରଦାନ କର ।
ଉ-
ଛାତ୍ରଛାତ୍ରୀମାନ ନିଜେ ସଂଗ୍ରହ କରିବେ ।

Question 3.
ଇନକ୍ୟୁବେଟରରେ ସମାୟିତ ଅଣ୍ଡାରୁ କିପରି ଭୃଣ ସୃଷ୍ଟି ହୁଏ ?
ଉ-
ଛାତ୍ରଛାତ୍ରୀମାନ ନିଜେ ସଂଗ୍ରହ କରିବେ ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

1. ଶୂନ୍ୟସ୍ଥାନ ପୂରଣ କର ।
(i) ପ୍ରତ୍ୟେକ ଜୀବ ନିଜ ଭଳି ଜୀବ ସୃଷ୍ଟି କରିଥାଏ । ଏହାକୁ ……………………. କୁହାଯାଏ ।
(ii) ପ୍ରାଣୀମାନେ 2 ପ୍ରକାର ଜନନ କରନ୍ତି; ଯଥା ………………….. ଓ ……………….. ।
(iii) ଗୋଟିଏ ମାତୃ ଏମିବାରୁ 2ଟି ଏମିବା ସୃଷ୍ଟି ହେବା ପ୍ରଣାଳୀକୁ ……………… କୁହାଯାଏ ।
(iv) କୋରକ ସୃଷ୍ଟିଦ୍ୱାରା ହାଇଡ୍ରାର ଜନନକୁ …………………… କୁହାଯାଏ ।
(v) ଯେଉଁମାନେ ଅଣ୍ଡାରୁ ଜନ୍ମ ହୁଅନ୍ତି ସେମାନଙ୍କୁ …………………….. କୁହାଯାଏ ।
(vi) ଯେଉଁମାନେ ଶାବକ ଜନ୍ମ କରନ୍ତି ସେମାନଙ୍କୁ ……………………… କୁହାଯାଏ ।
(vii) କୁକୁଡ଼ା ଅଣ୍ଡା ପରି ବେଙ୍ଗ ଡିମ୍ବରେ ………………….. ନଥାଏ ।
(viii) ବେଙ୍ଗ ଡିମ୍ବଗୁଡ଼ିକ ପୋଖରୀ ଜଳରେ ……………………. ପଦାର୍ଥ ଭଳି
(ix) ବେଙ୍ଗ ଡିମ୍ବ ଉପରେ ପୁରୁଷ ବେଙ୍ଗର ଶୁକ୍ରାଣୁ ପଡ଼ିଲେ ………………… ହୁଏ ।
(x) ପୁଂ ଯୁଗ୍ମକ ଓ ସ୍ତ୍ରୀ ଯୁଗ୍ଧକର ମିଳନ ଘଟିଲେ …………………… ସୃଷ୍ଟି ହୁଏ ।
(xi) ଶରୀର ବାହାରେ ହେଉଥ‌ିବା ସମାୟନ ପ୍ରକ୍ରିୟାକୁ …………………. କୁହାଯାଏ ।
(xii) ଶରୀର ଭିତରେ ହେଉଥ‌ିବା ସମାୟନ ପ୍ରକ୍ରିୟାକୁ …………………. କୁହାଯାଏ ।
(xiii) ଭୃଣ ବିକାଶର ଅବସ୍ଥାକୁ ……………….. କୁହାଯାଏ ।
(xiv) କୁକୁଡ଼ାରେ ……………………. ସମାୟନ ଦେଖାଯାଏ ।
(xv) କୁକୁଡ଼ା ଅଣ୍ଡାଦେବା ବେଳକୁ ଭୃଣରେ ପ୍ରାୟ ……………………….. କୋଷ ସୃଷ୍ଟି ହୋଇ ସାରିଥାଏ ।
(xvi) କୁକୁଡ଼ା ଅଣ୍ଡାର ଭ୍ରୂଣ ……………………. ସପ୍ତାହ ମଧ୍ୟରେ ଚିଆଁରେ ପରିଣତ ହୁଏ ।
(xvii) ପ୍ରାଣୀଙ୍କ ଡିମ୍ବରେ ଥିବା ସଞ୍ଚିତ ଖାଦ୍ୟ ……………………. ଅଟେ ।
(xviii)ବେଙ୍ଗ ଭ୍ରୂଣ ବିକାଶରେ ଥ‌ିବା ଭିନ୍ନତାକୁ ……………………. କୁହାଯାଏ ।
(xix) ମନୁଷ୍ୟ ଡିମ୍ବାଣୁ ଓ ଶୁକ୍ରାଣୁର ଶରୀର ବାହାରେ ସମାୟନ ପ୍ରକ୍ରିୟାକୁ ……………………. କୁହାଯାଏ ।
(xx) ବିଶ୍ବର ପ୍ରଥମ ଟେଷ୍ଟଟ୍ୟୁବ୍ ବେବି ………………………. ହୋଇଥିଲା ।

BSE Odisha 8th Class Science Solutions Chapter 9 ପ୍ରାଣୀଙ୍କ ପ୍ରଜନନ

Answers:
(i) ପ୍ରଜନନ ଜନନ
(ii) ଅଲିଙ୍ଗୀ ଜନନ, ଲିଙ୍ଗୀୟ
(iii) ଦ୍ବିବିଭାଜନ
(iv) କୋରକୋଦ୍‌ଗମ
(v) ଅଣ୍ଡଚ୍ଚପ୍ରଣୀ
(vi) ଜରାୟୁକ ପ୍ରାଣୀ
(vii) କଠିନ ଖୋଳ
(viii) ଡେଲି
(ix) ସମାୟନ
(x) ଯୁଗ୍ମଜ
(x) ବହିଃ ସାମୟନ
(xii) ଅନ୍ତଃ ସମାୟନ
(xiii) ଫିଟସ୍
(xiv) ଅନ୍ତଃ
(xv) 60.000
(xvi) 3
(xvii) ପୀତକ
(xviii) ରୂପାନ୍ତରଣ
(xix) IVF
(xx) 25.07.1978

2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(i) . ଏମିବା …………………… ପଦ୍ଧତିରେ ଅଲିଙ୍ଗୀ ଜନନ କରେ ।[ଦ୍ଧିବିଭାଜନ, କୋରକୋଦ୍‌ଗମ, ରେଣୁଭବନ, ବିଖଣ୍ଡନ]
(ii) ହାଉସ୍ରା …………………… ପଦ୍ଧତିରେ ଅଲିଙ୍ଗୀ ଜନନ କରେ । [ଦ୍ଧିବିଭାଜନ, କୋରକୋଦ୍‌ଗମ, ରେଣୁଭବନ, ବିଖଣ୍ଡନ]
(iii) ଅଲିଙ୍ଗୀଜନନ ପ୍ରକ୍ରିୟାରେ ହାଇଡ୍ରାରେ …………………. ସୃଷ୍ଟି ହୁଏ । [ରେଣୁ, ସମ୍ପୁଟ, କୋରକ, ପାଦପଟା]
(iv) ଜରାୟୁଜ ପ୍ରାଣୀର ଉଦାହରଣ …………………….. । [କାଉ, ଛଞ୍ଚାଣ, ବଗ, ବାଦୁଡ଼ି]
(v) ଅଣ୍ଡଜ ପ୍ରାଶୀର ଉଦାହରଣ ……………………… । [ତିମି, ଡଲଫିନ୍, ସ୍ତନ୍ୟପାୟୀ ପ୍ରାଣୀ, ବେଙ୍ଗ]
(vi) ବେଙ୍ଗର ବିକାଶର …………………. ଟି ଅବସ୍ଥା ଅଛି । [1,2,3,4]
(vii) ପୁଂ ଯୁଗ୍ମକ ଓ ସ୍ତ୍ରୀ ଯୁଗ୍ମକ ମିଶି …………………….. ଗଠନ କରନ୍ତି । [ଯୁଗ୍ମକ, ଯୁଗ୍ମଜ,ଭୃଣ, ଫିଟସ୍)
(viii) ତ୍ତ୍ରଶରେ ……………………. ସଂଖ୍ୟକ ଜୀବକୋଷ ରହି ପୂଣ୍ଡାଙ୍ଗ କୁକୁଡ଼ା ଅଣ୍ଡା ହୋଇଥାଏ । [30,000, 40,000, 50,000, 60,000]
(ix) …………………….. କୌଶଳ ଜରିଆରେ ବିଶ୍ବର ପ୍ରଥମ ଟେଷ୍ଟଟ୍ୟୁବ୍ ବେବି ଜନ୍ମ ହୋଇଥିଲା । [IME, IVE, SRE, TRF]
(x) ରବର୍ଟ ଏଡ଼ୱାର୍ଡ଼ଙ୍କୁ ……………………… ମସିହାରେ ନୋବେଲ ପରୁସ୍କାର ମିଳିଥିଲା । [2000, 2005, 2010, 1995]

Answers:
(i) ଦ୍ୱିବିଭାଜନ
(ii) କୋରକୋଦ୍‌ଗମ
(iii) କୋରକ
(iv) ବାଦୁଡ଼ି
(vii) ଯୁଗ୍ମଜ
(viii) 60,000
(v) ବେଙ୍ଗ
(vi) 3
(ix) IVF
(x) 2010

BSE Odisha 8th Class Science Solutions Chapter 9 ପ୍ରାଣୀଙ୍କ ପ୍ରଜନନ

3. ବାମ ପାର୍ଶ୍ୱସ୍ଥ ଶବ୍ଦଦ୍ବୟର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣପାର୍ଶ୍ବର ଶୂନ୍ୟସ୍ଥାନ ପୂରଣ କଟ
(i) ପ୍ରଥମ ଟେଷ୍ଟଟ୍ୟୁବ୍ ବେବି : 1978 :: ପ୍ରଥମ ସ୍ତନ୍ୟପାୟୀ କ୍ଲୋନ୍ : ………………………
(ii) ପ୍ରଥମ ଟେଷ୍ଟଟ୍ୟୁବ୍ ବେବି : ଲୁଇସେ ବ୍ରାଉନ୍ :: ପ୍ରଥମ ସ୍ତନ୍ୟପାୟୀ କ୍ଲୋନ୍ : ………………………
(iii) ପ୍ରଥମ ଟେଷ୍ଟଟ୍ୟୁବ୍ ବେବିର ଜନକ : ପ୍ୟାଟ୍ରିକ୍ ଷ୍ଟେପ୍‌ଟୋ :: ପ୍ରଥମ ସ୍ତନ୍ୟପାୟୀ କ୍ଲୋନର ଜନକ : ………………………
(iv) ବେଙ୍ଗଫୁଲା : ବେଙ୍ଗ :: ସଂବାଳୁଆ ………………………
(v) କୁକୁଡ଼ା : ଅନ୍ତଃ ସମାୟନ :: ମାଛ : ………………………
(vi) ଅନ୍ତଃ ସମାୟନ : ମଣିଷ :: ବହିଃ ସମାୟନ : ………………………
(vii) ଅଣ୍ଡଜ ପ୍ରାଣୀ : ଅଣ୍ଡା :: ଜରାୟୁଜ ପ୍ରାଣୀ : ………………………
(viii) ଅଣ୍ଡଜ ପ୍ରାଣୀ : ଜରାୟୁଜ ପ୍ରାଣୀ :: କୁମ୍ଭୀର : ………………………
(ix) ଏମିବା : ଦ୍ଵିବିଭାଜନ:: ହାଇଡ୍ରା : ………………………
(x) ଏମିବା : ଅଲିଙ୍ଗୀ ଜନନ :: ମଣିଷ :………………………

Answers:
(i) 1996
(ii) ଡଲି
(fil) ଇଆନ୍ ୱିଲ୍‌ମୁଟ୍
(iv) ପ୍ରଜାପତି
(v) ବହିଃ ସମାୟନ
(vi) ଷ୍ଟାର ଫିସ୍
(vii) ଶାବକ
(viii) fa
(ix) କୋରକୋଦ୍‌ଗମ
(x) ଲିଙ୍ଗୀୟ ଜନନ

BSE Odisha 8th Class Science Solutions Chapter 9 ପ୍ରାଣୀଙ୍କ ପ୍ରଜନନ

4. ‘କ’ ସ୍ତମ୍ଭରେ ଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦକୁ ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ଟେଷ୍ଟଟ୍ୟୁବ୍ ବେବି (i) 14.02.2003
(ii) ଲୁଇସେ ବ୍ରାଉନ୍‌ର ଜନ୍ମ (ii) ବହିଃ ସମାୟନ
(iii) ଡଲିର ମୃତ୍ୟୁ (iii) IVF
(iv) ସମସ୍ତ ସ୍ତନ୍ୟପାୟୀ ପ୍ରାଣୀ (iv) ଚିଆଁ
(v) ଗାଈ (v) ବେଙ୍ଗ
(vi) କୁକୁଡ଼ା (vi) 25.07.1978
(vii) ହାଇଡ୍ରା (vii) 1201
(viii) ଜଳଜୀବା (viii) ମଣିଷ
(ix) ରୂପାନ୍ତରଣ ହୁଏ (ix) ଅନ୍ତଃସମାୟନ
(x) ରୂପାନ୍ତରଣ ହୁଏନାହିଁ (x) ପ୍ରବର୍ଦ୍ଧ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ଟେଷ୍ଟଟ୍ୟୁବ୍ ବେବି (i) 14.02.2003
(ii) ଲୁଇସେ ବ୍ରାଉନ୍‌ର ଜନ୍ମ (ii) ବହିଃ ସମାୟନ
(iii) ଡଲିର ମୃତ୍ୟୁ (iii) IVF
(iv) ସମସ୍ତ ସ୍ତନ୍ୟପାୟୀ ପ୍ରାଣୀ (iv) ଚିଆଁ
(v) ଗାଈ (v) ବେଙ୍ଗ
(vi) କୁକୁଡ଼ା (vi) 25.07.1978
(vii) ହାଇଡ୍ରା (vii) 1201
(viii) ଜଳଜୀବା (viii) ମଣିଷ
(ix) ରୂପାନ୍ତରଣ ହୁଏ (ix) ଅନ୍ତଃସମାୟନ
(x) ରୂପାନ୍ତରଣ ହୁଏନାହିଁ (x) ପ୍ରବର୍ଦ୍ଧ

 

BSE Odisha 8th Class Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ

Odisha State Board BSE Odisha 8th Class Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ Textbook Exercise Questions and Answers.

BSE Odisha Class 8 Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ

Question 1.
ନିମ୍ନରେ ଥ‌ିବା ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
(ଆଦିପୁରସ, କୋଷଭିଭି, କୂଟପାଦ, ଓଟପକ୍ଷୀର ଅଣ୍ଡା, ନିନ୍ୟଷ୍ଟି, ଜିନ୍, ପ୍ରାକ୍‌ନ୍ୟଷ୍ଟୀୟ କୋଷ)

(କ) ନ୍ୟଷ୍ଟି ମଧ୍ୟରେ ଥ‌ିବା ଗୋଲାକାର ଅଂଶକୁ ……………… କୁହାଯାଏ ।
(ଖ) ଏମିବା ଶରୀରରୁ ବାହାରୁଥିବା ପ୍ରବର୍ଷକୁ ………………… କୁହାଯାଏ ।
(ଗ) ଉଦ୍ଭିଦ କୋଷର ବାହାର ଆବରଣକୁ ………………….. କୁହାଯାଏ ।
(ଘ) ଜୀବନ୍ତ କୋଷ ………………. ଦ୍ଵାରା ଗଠିତ ।
(ଙ) ପ୍ରକୃତିରେ ଦେଖାଯାଉଥ‌ିବା ବୃହତ୍ତମ କୋଷ ହେଉଛି …………………. ।
(ଚ) ଯେଉଁ କୋଷରେ ନ୍ୟଷ୍ଟିର ନ୍ୟଷ୍ଟି ଝିଲ୍ଲୀ ନାହିଁ, ତାହାକୁ ……………… କୋଷ କୁହାଯାଏ ।
(ଛ) ବଂଶଗତିର ଏକକ …………………… କୁ କୁହାଯାଏ ।

Answers:
(କ) ନିନ୍ୟଷ୍ଟି
(ଖ) କୂଟପାଦ
(ଗ) କୋଷଭିଭି
(ଘ) ଆଦିପୁରସ
(ଙ) ଓଟପକ୍ଷୀର ଅଣ୍ଡା
(ଚ) ପ୍ରାକ୍‌ନ୍ୟଷ୍ଟୀୟ କୋଷ
(ଛ) ଜିନ୍

BSE Odisha 8th Class Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ

Question 2.
ଠିକ୍ ଥିଲେ ଠିକ୍, ଭୁଲ୍ ଥିଲେ ଭୁଲ୍ ଲେଖ-
(କ) ଏକକୋଷୀ ଜୀବମାନଙ୍କ ଶରୀର ଗୋଟିଏ କୋଷରେ ଗଢ଼ା ।
(ଖ) ପେଶୀୟ କୋଷଗୁଡ଼ିକ ଶାଖାପ୍ରାଶାଖା ବିଶିଷ୍ଟ ।
(ଗ) ଗୋଟିଏ ଜୀବର ଜୀବନ୍ତ ମୌଳିକ ଏକକ ହେଉଛି ଅଙ୍ଗପ୍ରତ୍ୟଙ୍ଗ ।
(ଘ) ଏମିବା ଶରୀର ବିଷମାକାର ।
(ଙ) ସିଝା ଅଣ୍ଡାରେ ଥ‌ିବା ଧଳା ପଦାର୍ଥ ପୀତକ ଅଟେ ।

Answers:
(କ) ✓
(ଖ) ✗
(ଗ) ✗
(ଘ) ✓
(ଙ) ✗

Question 3.
ପ୍ରତ୍ୟେକରୁ ଦୁଇଟି ଉଦାହରଣ ଦିଅ
(କ) ପ୍ରାକ୍‌ନ୍ୟଷ୍ଟୀୟ କୋଷ
ଉ-
ବୀଜାଣୁ ଓ ନୀଳହରିତ ଶୈବାଳ

(ଖ) ସୁନ୍ୟଷ୍ଟୀୟ କୋଷ
ଉ-
ଗାଲମୁଣାରେ ଥ‌ିବା କୋଷ

Question 4.
ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ ।
(କ) ପ୍ରୋଟୋପ୍ଲାଜମ୍ କହିଲେ କ’ଣ ବୁଝ ?
ଉ-

  • ଏକ ଜୀବନ୍ତ କୋଷରେ ଥ‌ିବା ସମସ୍ତ ପଦାର୍ଥକୁ ଆଦିପୁରସ (Protoplasm) କୁହାଯାଏ । ଏହା କୋଷଜୀବକ (Cytoplasm) ଓ ନ୍ୟଷ୍ଟି (Nucleus) କୁ ନେଇ ଗଠିତ ।
  • ଆଦିପୁରସ ବା ପ୍ରୋଟୋପ୍ଲାଜମ୍ = କୋଷଜୀବକ + ନ୍ୟଷ୍ଟି
  • ଆଦିପୁରସ ହେଉଛି କୋଷର ଜୀବନ୍ତ ପଦାର୍ଥ ।

(ଖ) କୋଷଝିଲ୍ଲୀର କାର୍ଯ୍ୟ କ’ଣ

  • ଏହାଦ୍ଵାରା ଜୀବକୋଷଗୁଡ଼ିକ ପରସ୍ପରଠାରୁ ଓ ବାହ୍ୟ ମାଧ୍ୟମଠାରୁ ମଧ୍ୟ ପୃଥକ ହୋଇ ରହିଥା’ନ୍ତି ।
  • ଏହା ଛିଦ୍ରଯୁକ୍ତ ହୋଇଥିବାରୁ କୋଷ ଭିତରକୁ ଓ ବାହାରକୁ ବିଭିନ୍ନ ପଦାର୍ଥ ଆଦାନପ୍ରଦାନ କରିବାରେ ସାହାଯ୍ୟ କରନ୍ତି ।
  • ଏହା କୋଷକୁ ଏକ ଆକୃତି ପ୍ରଦାନ କରେ ।

(ଗ) ଜିନ୍‌କୁ କିଏ ବହନ କରେ ?
ଉ-
ନ୍ୟଷ୍ଟି ମଧ୍ୟରେ ସୂତାଭଳି ଥ‌ିବା ଅଂଶକୁ ଗୁଣସୂତ୍ର କୁହାଯାଏ । ଏହା ଜିକୁ ବହନ କରିଥାଏ । ଜିନ୍ ବଂଶଗତିର ଏକକ ଅଟେ । ଏହା ଜୀବର ବିଭିନ୍ନ ଲକ୍ଷଣର ପ୍ରରିପ୍ରକାଶ ପାଇଁ ଦାୟୀ ଅଟେ ।

(ଘ) କୋଷଭିଭି କାହାକୁ କହନ୍ତି ?
ଉ-
ଉଭିଦ କୋଷର କୋଷଭିଭି ଏକ ଅତିରିକ୍ତ କୋଷ ଆବରଣ ଅଟେ । ଏହା ଉଭିଦ କୋଷକୁ ଆକୃତି ଓ ଦୃଢ଼ତା ପ୍ରଦାନ କରିବା ସହ କୋଷ ଝିଲ୍ଲୀକୁ ସୁରକ୍ଷା ପ୍ରଦାନ କରେ । ସାଧାରଣତଃ ଉଭିଦ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗତି କରିପାରୁ ନଥ‌ିବାରୁ କୋଷଭିଭିଜନିତ ସୁରକ୍ଷା ଆବଶ୍ୟକ କରେ ।

Question 5.
ସଂକ୍ଷେପରେ ବର୍ଣ୍ଣନା କର ।
କୋଷଜୀବକ, ନ୍ୟଷ୍ଟି, ଗୁଣସୂତ୍ର, କୋଷ ଝିଲ୍ଲୀ
ଉ-
କୋଷଜୀବକ – ଏହା ଦେଖିବାକୁ ଜେଲିଭଳି । କୋଷ ଝିଲ୍ଲୀ ଓ ନ୍ୟଷ୍ଟି ମଧ୍ୟରେ ଏହା ରହିଅଛି । ଏଥ‌ିରେ ବିଭିନ୍ନ ପ୍ରକାର କୋଷ ଅଙ୍ଗିକା ଦେଖାଯା’ନ୍ତି । ସେଗୁଡ଼ିକ ହେଉଛି ମାଇଟୋକଣ୍ଡ୍ରିଅନ, ଗଲ୍‌ଜିବଡ଼ି ଓ ରାଇବୋଜୋମ ଇତ୍ୟାଦି ।

ନ୍ୟଷ୍ଟି-ଜୀବକୋଷର ଏହା ହେଉଛି ମୁଖ୍ୟ ଅଂଶ । ସାଧାରଣ ଭାବରେ ଏହା ଗୋଲାକାର ଓ କୋଷର କେନ୍ଦ୍ରରେ ଅବସ୍ଥିତ । ଏହାକୁ ରଙ୍ଗରେ ରଞ୍ଜିତ କରି ଅଣୁବୀକ୍ଷଣରେ ଦେଖ୍ହେବ । ନ୍ୟଷ୍ଟିଟି କୋଷଜୀବକଠାରୁ ନ୍ୟଷ୍ଟି ଝିଲ୍ଲୀ ଦ୍ଵାରା ପୃଥକ୍ ହୋଇଥାଏ । ଏହି ଝିଲ୍ଲୀଟି ଛିଦ୍ରଯୁକ୍ତ । ଏହା କୋଷଜୀବକ ଓ ନ୍ୟଷ୍ଟି ମଧ୍ୟକୁ ବିଭିନ୍ନ ପଦାର୍ଥ ଆଦାନପ୍ରଦାନ କରିବାରେ ସାହାଯ୍ୟ କରେ ।

ଗୁଣସୂତ୍ର –

  • ନ୍ୟଷ୍ଟି ମଧ୍ୟରେ ସୂତାଭଳି ଥ‌ିବା ଅଂଶକୁ ଗୁଣସୂତ୍ର କୁହାଯାଏ ।
  • ଏଗୁଡ଼ିକ ଗୁଣପିଣ୍ଡ ବା ଜିନ୍ (Gene) ବହନ କରନ୍ତି ।
  • କୋଷ ବିଭାଜନବେଳେ ଗୁଣସୂତ୍ର ସ୍ପଷ୍ଟ ଦେଖ୍ହୁଏ ।
  • ଏହା ବଂଶଗତିର ଏକକ ଅଟେ ।

କୋଷ ଝିଲ୍ଲୀ-

  • ଏହା କୋଷର ମୌଳିକ ଅଂଶ ଅଟେ ।
  • ଏହାଦ୍ଵାରା କୋଷଜୀବକ ଆବୃତ ହୋଇ ରହିଥାଏ ।
  • ଏହାଦ୍ଵାରା ପ୍ରତ୍ୟେକ କୋଷ ପରସ୍ପରଠାରୁ ଓ ବାହ୍ୟ ମାଧ୍ୟମଠାରୁ ପୃଥକ ହୋଇ ରହିଥା’ନ୍ତି ।
  • ଏହା ଛିଦ୍ରଯୁକ୍ତ ହୋଇଥ‌ିବାରୁ କୋଷ ଭିତରକୁ ଓ ବାହାରକୁ ବିଭିନ୍ନ ପଦାର୍ଥ ଆଦାନପ୍ରଦାନରେ ସାହାଯ୍ୟ କରନ୍ତି ।
  • ଏହା କୋଷକୁ ଏକ ଆକୃତି ପ୍ରଦାନ କରେ ।
  • ଉଭିଦ କୋଷରେ କୋଷଭିଭି କୋଷ ଝିଲ୍ଲୀକୁ ସୁରକ୍ଷା ପ୍ରଦାନ କରେ ।

BSE Odisha 8th Class Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ

Question 6.
କୋଷର କେଉଁ ଅଂଶରେ ଅଙ୍ଗିକାଗୁଡ଼ିକ ଅଛି ଓ ସେଗୁଡ଼ିକ କ’ଣ କ’ଣ ?
ଉ-
ଜୀବକୋଷର କୋଷ ଝିଲ୍ଲୀ ଓ ନ୍ୟଷ୍ଟି ମଧ୍ୟରେ ଥ‌ିବା ଜେଲିଭଳି ତରଳ ପଦାର୍ଥକୁ କୋଷଜୀବକ କୁହାଯାଏ । କୋଷ ଅଙ୍ଗିକାଗୁଡ଼ିକ ମାଇଟୋକଣ୍ଡ୍ରିଅନ୍, ଗଜିବଡ଼ି, ରାଇବୋଜମ୍ ଇତ୍ୟାଦି ଅଟନ୍ତି ।

Question 7.
ପ୍ରାଣୀ କୋଷ ଓ ଉଭିଦ କୋଷର ଚିତ୍ର ଅଙ୍କନ କରି ତିନୋଟି ପାର୍ଥକ୍ୟ ଲେଖ ।
ଉ-
BSE Odisha 8th Class Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ 1

ପାର୍ଥକ୍ୟ :

  • ଉଭିଦ କୋଷରେ କୋଷଭିଭି ଥ‌ିବାବେଳେ ପ୍ରାଣୀ କୋଷରେ ଏହା ନଥାଏ ।
  • ଉଭିଦ କୋଷରେ ଲବକ ଥିବା ବେଳେ ପ୍ରାଣୀ କୋଷରେ ଏହା ନଥାଏ
  • ଉଭିଦ କୋଷର ରସଧାନୀ ବୃହତ୍ ଓ ପ୍ରାଣୀ କୋଷର ରସଧାନୀ କ୍ଷୁଦ୍ର ।

Question 8.
‘‘କୋଷ ଜୀବ ଶରୀରର ଗାଠନିକ ଏକକ’- ବୁଝାଅ ।
ଉ-

  • ଜୀବର ଅଙ୍ଗପ୍ରତ୍ୟଙ୍ଗ ଅସଂଖ୍ୟ ଟିସୁଦ୍ଵାରା ଗଠିତ ଏବଂ ଟିସୁ ଅସଂଖ୍ୟ କୋଷକୁ ନେଇ ଗଠିତ । ଜୀବମାନେ ପରସ୍ପରଠାରୁ ପୃଥକ୍ ହୋଇଥିଲେ ମଧ୍ୟ ସେମାନଙ୍କ ଶରୀରର ମୌଳିକ ଗଠନିକ ଏକକ ହେଉଛି ଜୀବକୋଷ ।
  • ଏକାଧ୍ଵକ କୋଷରେ ଗଠିତ ହୋଇଥିବା ଜୀବକୁ ବହୁକୋଷୀ ଜୀବ ଓ ଗୋଟିଏ କୋଷରେ ଗଠିତ ଜୀବକୁ ଏକକୋଷୀ ଜୀବ କୁହାଯାଏ । ଏକକୋଷୀ ଜୀବ ଗୋଟିଏ କୋଷ ମଧ୍ୟରେ ବହୁକୋଷୀ ଜୀବଭଳି ତା’ର ସମସ୍ତ ଆବଶ୍ୟକ ଜୀବନ ପ୍ରକ୍ରିୟା ସମ୍ପନ୍ନ କରିଥାଏ ।
  • ସୁତରାଂ ଜୀବକୋଷ ଶରୀରର ମୌଳିକ ଓ ଗାଠନିକ ଏକକ ।

Question 9.
କେବଳ ଉଭିଦ କୋଷରେ କାହିଁକି ପତ୍ରହରିତ୍‌ ଦେଖାଯାଏ ?
ଉ-

  • ଜୀବଜଗତରେ ସବୁଜ ଉଭିଦମାନେ ସ୍ବଭୋଜୀ; ଅର୍ଥାତ୍ ଏମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିଥା’ନ୍ତି । ସବୁଜ ଉଭିଦର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟାକୁ ଆଲୋକଶ୍ଳେଷଣ କୁହାଯାଏ ।
  • ପତ୍ରରେ ହରିତ୍ ଲବକର ଉପସ୍ଥିତି ଯୋଗୁଁ ଏହାର ରଙ୍ଗ ସବୁଜ ହୋଇଥାଏ ।
  • ହରିତ୍‌ ଲବକରେ ଥିବା ସବୁଜକଣା ବା ପତ୍ରହରିତ୍ ଖାଦ୍ୟ ପ୍ରସ୍ତୁତି ପାଇଁ ଅପରିହାର୍ଯ୍ୟ ଉପାଦାନ ହୋଇଥିବାରୁ ଏହା କେବଳ ଉଭିଦ କୋଷରେ ଦେଖାଯାଏ ।

BSE Odisha 8th Class Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ

Question 10.
ନିମ୍ନରେ ଦିଆଯାଇଥିବା ସୂତ୍ର ପ୍ରୟୋଗ କରି ଶବ୍ଦ ଖନ୍ଦାକୁ ସମ୍ପୂର୍ଣ୍ଣ କର ।
ଉ-
ଉପରୁ ତଳ :

  • କୋଷ ମଧ୍ୟରେ ଥ‌ିବା ତରଳ ରସ
  • ଅଣୁବୀକ୍ଷଣଦ୍ୱାରା ଦେଖାଯାଉଥ‌ିବା ଜୀବ

ବାମରୁ ଡାହାଣ :

  • ଜୀବର ଶରୀରର ମୌଳିକ ଏକକ ଅଣୁଜୀବର ଅନ୍ୟନାମ
  • ଅଣୁଜୀବର ଅନ୍ୟନାମ

BSE Odisha 8th Class Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ 2

BSE Odisha 8th Class Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ

ଆଉ କ’ଣ କରିହେବ :
ତୁମପାଇଁ କାମ ଏବଂ ପ୍ରକଳ୍ପ ପ୍ରସ୍ତୁତି :

  • ତୁମ ବିଦ୍ୟାଳୟ ପରୀକ୍ଷାଗାର କିମ୍ବା ପାଖାପାଖ୍ ଜୁନିୟର କଲେଜ କିମ୍ବା ପାଥୋଲାବ ଯାଇ ଅଣୁବୀକ୍ଷଣର କାର୍ଯ୍ୟ ଏବଂ ଏହାଦ୍ଵାରା ସ୍ଲାଇଡ଼ର ପର୍ଯ୍ୟବେକ୍ଷଣ କିପରି ହେଉଛି ଦେଖ ।
  • ତୁମ ପାଖାପାଖ୍ ସ୍ଥାନରେ ଯଦି ଡାକ୍ତର କିମ୍ବା ଜୀବବିଜ୍ଞାନୀ ଥାଆନ୍ତ ତାଙ୍କଠାରୁ ବଂଶଗତ ରୋଗର କାରଣ
  • ତୁମ ବିଦ୍ୟାଳୟ ନିକଟରେ କୃଷି ଫାର୍ମକୁ ଯାଇ ଜିନ୍ ପରିବର୍ତ୍ତିତ ଉଭିଦ ସଂପର୍କରେ ଜାଣ । ଏହା ଉପରେ ଏକ ସଂକ୍ଷିପ୍ତ ବକ୍ତବ୍ୟ ପ୍ରସ୍ତୁତ କର ।
  • ଜଣେ କୃଷି ବିଶେଷଜ୍ଞଙ୍କଠାରୁ Bt Cotton ବିଷୟରେ ତଥ୍ୟ ସଂଗ୍ରହ କର । ଏହାର ଉପକାରିତା ଓ ଅପକାରିତା ବିଷୟରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରସ୍ତୁତ କର ।

ପ୍ରକଳ୍ପ ପ୍ରସ୍ତୁତି :

  • ତୁମେ ବେଙ୍ଗ କିମ୍ବା ମାଛର ରକ୍ତ ନମୁନା ନେଇ ସ୍ଲାଇଡ୍ ପ୍ରସ୍ତୁତ କର ଏବଂ ଅଣୁବୀକ୍ଷଣରେ ପରୀକ୍ଷା କର ।
  • ପତ୍ରର ଉପର ଆବରଣ କାଢ଼ି ସ୍ଲାଇଡ଼ ଉପରେ ରଖ୍ ଅଣୁବୀକ୍ଷଣରେ ଦେଖୁରିବ ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

1. ଶୂନ୍ୟସ୍ଥାନ ପୂରଣ କର ।
(i) ରର୍ବଟ ହୁକ୍ କର୍କରେ ଥ‌ିବା କୋଠରିଗୁଡ଼ିକୁ ……………… ନାମରେ ନାମିତ କରିଥିଲେ ।
(ii) ରର୍ବଟ ହୁକ୍‌ଙ୍କ ପରୀକ୍ଷଣର ………………………. ବର୍ଷ ପର୍ଯ୍ୟନ୍ତ ଜୀବକୋଷ ସମ୍ବନ୍ଧରେ
(iii) ଜୀବମାନେ ପରସ୍ପରଠାରୁ ପୃଥକ୍ ହେଲେ ମଧ୍ୟ ସେମାନଙ୍କ ଶରୀରର ମୌଳିକ ଗାଠନିକ ଏକକ ……………… ଅଟେ
(iv) ଶରୀରରେ ଭିନ୍ନ ଭିନ୍ନ ଆକୃତି ଓ ଆୟତନର ………………… ରୁ ଅଧିକ ଜୀବକୋଷ ରହିଛି ।
(v) ଏକାଧ୍ଵକ କୋଷରେ ଗଠିତ ହୋଇଥିବା ଜୀବକୁ ……………………. ଜୀବ କୁହାଯାଏ ।
(vi) ଗୋଟିଏ ମାତ୍ର କୋଷରେ ଗଠିତ ହୋଇଥିବା ଜୀବକୁ …………………….. ଜୀବ କୁହାଯାଏ ।
(vii) ଟିସୁଗୁଡ଼ିକର ସମଷ୍ଟିରେ ……………………. ତିଆରି ହୋଇଥାଏ ।
(viii) ଏମିବା ଶରୀରରୁ ବାହାରିଥିବା ଦୀର୍ଘ ପ୍ରବର୍ଦ୍ଧ ଟୁଡିକୁ ………………………. କୁହାଯାଏ ।
(ix) ମନୁଷ୍ୟର ରକ୍ତରେ ଥ‌ିବା …………………… ଦୀର୍ଘ ପ୍ରବନ୍ଧଗୁଡ଼ିକୁ – ଗୋଟିଏ କୋଷରେ ଗଠିତ ।
(x) ଦୀର୍ଘ ଓ ଶାଖା ପ୍ରଶାଖା ବିଶିଷ୍ଟ …………………. କୋଷଗୁଡ଼ିକ ବାର୍ତ୍ତା ଗ୍ରହଣ ଓ ପ୍ରେରଣ କରନ୍ତି ।
(xi) କୋଷର ବିଭିନ୍ନ ଉପାଦାନ ଏକ ……………….. ଦ୍ଵାରା ଆବୃତ ।
(xii) କୋଷଝିଲ୍ଲୀ ଜୀବକୋଷକୁ ……………………. ପ୍ରଦାନ କରେ ।
(xiii) ଉଦ୍ଭିଦ କୋଷରେ ………………… ଏକ ଅତିରିକ୍ତ କୋଷ ଆବରଣ ।
(xiv) କ୍ଷୁଦ୍ରତମ କୋଷର ଆୟତନ ……………………. ମାଇକ୍ରୋମିଟର ।
(xv) ବୃହତ୍ତମ କୋଷର ଆୟତନ ……………………. ମିଲିମିଟର ।
(xvi) କ୍ଷୁଦ୍ରତମ କୋଷର ଉଦାହରଣ ……………………. ।
(xvii) ବୃହତ୍ତମ କୋଷର ଉଦାହରଣ ……………………. ।
(xviii) ଅଣ୍ଡାରେ ଥିବା ଧଳା ପଦାର୍ଥର ନାମ ………………. ।
(xix) ଅଣ୍ଡାରେ ଥିବା ହଳଦିଆ ଅଂଶର ନାମ ………………. ।
(xx) ପ୍ରତ୍ୟେକ ଅଂଶ କ୍ଷୁଦ୍ର ଅଂଶକୁ ନେଇ ଗଠିତ । ଏହାକୁ ………………. କୁହାଯାଏ ।

BSE Odisha 8th Class Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ

Answers:
(i) କୋଷ
(ii) 150
(iii) ଜୀବକୋଷ
(iv) 1 ଲକ୍ଷ କୋଟି
(v) ବହୁକୋଷୀ
(vi) ଏକକୋଷୀ
(vii) ଅଙ୍ଗପ୍ରତ୍ୟଙ୍ଗ
(viii) କୂଟପାଦ
(ix) ଶ୍ଵେତ ରକ୍ତକଣିକା
(x) ସ୍ନାୟୁ
(xi) ଝିଲ୍ଲୀ
(xii) ଆକୃତି
(xiii) କୋଷଭିତ୍ତି
(xiv) 0.1 ରୁ 0.5
(xv) 170 x 130
(xvi) ବୀଜାଣୁ
(xvii) ଓଟପକ୍ଷୀର ଅଣ୍ଡା
(xviii) ଆଲ୍‌ବମିନ୍
(xix) ପୀତକ
(xx) ତନ୍ତୁ

2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର :
(i) ଅଙ୍ଗପ୍ରତ୍ୟଙ୍ଗ ଅସଂଖ୍ୟ ………………… କୁ ନେଇ ଗଠିତ । [ଟିସୁ, ଅଙ୍ଗିକା, କୋଷଜୀବକ, ଲବକ]
(ii) ଟିସୁ ଅସଂଖ୍ୟ ………………. କୁ ନେଇ ଗଠିତ । [ଜୀବକୋଷ, ମାଇଟୋକଣ୍ଡ୍ରିଅନ୍, ଲବକ, ରସଧାନୀ]
(iii) କୋଷଝିଲ୍ଲୀଦ୍ଵାରା …………….ଆବୃତ ହୋଇଥାଏ । [ନ୍ୟଷ୍ଟି, କୋଷଜୀବକ, କୋଷରସ, ଲବକ]
(iv) କୋଷଝିଲ୍ଲୀ ଓ ନ୍ୟଷ୍ଟି ମଧ୍ୟରେ ଥ‌ିବା ରସାଳ ପଦାର୍ଥକୁ ……………………. କୁହାଯାଏ । [ମାଇଟୋକଣ୍ଡ୍ରିଅନ୍, ରସଧାନୀ, କୋଷଜୀବକ, ଲବକ]
(v) ଜୀବକୋଷର ମୁଖ୍ୟ ଅଂଶ………………… [ମାଇଟୋକଣ୍ଡ୍ରିଅନ୍, ରସଧାନୀ, କୋଷଜୀବକ, ନ୍ୟଷ୍ଟି]
(vi) ନ୍ୟଷ୍ଟିରେ ଥ‌ିବା ଗୋଲାକାର ଅଙ୍ଗିକାର ନାମ ……………………. । [ ନିନ୍ୟଷ୍ଟି, ରସଧାନୀ, ଗଲଜିପିଣ୍ଡ, ଲବକ]
(vii) ନ୍ୟଷ୍ଟିରେ ଥବା ସୂତା ଭଳି ଅଂଶକୁ ……………………. । [ଜିନ୍, ଗୁଣସୂତ୍ର, ନିନ୍ୟଷ୍ଟି, ନ୍ୟଷ୍ଟିଝିଲ୍ଲୀ]
(ix) ବଂଶଗତିର ଏକକ ……………………. । [ ନିନ୍ୟଷ୍ଟି, ନ୍ୟଷ୍ଟି, ଗୁଣସୂତ୍ର, ଲବକ]
(viii) କୋଷ ବିଭାଜନବେଳେ …………………….ସ୍ପଷ୍ଟ ଦିଶେ । [ଗୁଣସୂତ୍ର, ଜିନ୍, ନ୍ୟଷ୍ଟି, ନିନ୍ୟଷ୍ଟି]
(x) ଜୀବନ୍ତ କୋଷରେ ଥିବା ସମସ୍ତ ପଦାର୍ଥକୁ ……………………. କୁହାଯାଏ । (କୋଷରସ, ଆଦିପୁରସ, ଅଙ୍ଗିକା, ନ୍ୟଷ୍ଟି]

Answers:
(i) ଟିସୁ
(ii) ଜୀବକୋଷ
(iii) କୋଷଜୀବକ
(iv) କୋଷଜୀବକ
(v) ନ୍ୟଷ୍ଟି
(vi) ନିନ୍ୟ ଷ୍ଟି
(vii) ଗୁଣସୂତ୍ର
(viii) ଗୁଣସୂତ୍ର
(ix) ଜିନ୍
(x) ଆଦିପୁରସ

BSE Odisha 8th Class Science Solutions Chapter 8 କୋଷ – ଗଠନ ଓ କାର୍ଯ୍ୟ

3. ବାମ ପାର୍ଶ୍ଵର ସମ୍ପର୍କକୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ଵର ଶୂନ୍ୟସ୍ଥାନ ପୂରଣ କର ।
(i) ବୀଜାଣୁ : ପ୍ରାକ୍‌ନ୍ୟଷ୍ଟୀୟ କୋଷ :: ପିଆଜ : ……………………..
(ii) ନୀଳହରିତ୍ ଶୈବାଳ : ପ୍ରାକ୍‌ନ୍ୟଷ୍ଟୀୟ କୋଷ :: ଗାଲମୁଣାରେ ଥ‌ିବା କୋଷ : ………………………
(iii) ଉଦ୍ଭିଦ ରସାଧାନୀ : ବୃହତ୍ :: ପ୍ରାଣୀ ରସଧାନୀ : ………………………
(iv) କୋଷଭିଭି ଥାଏ : ଉଭିଦ କୋଷ :: କୋଷଭିଭି ନଥାଏ : ………………………
(v) ଉଭିଦ କୋଷ : ଲବକ ଥାଏ :: ପ୍ରାଣୀକୋଷ : ………………………
(vi) କୋଷଝିଲ୍ଲୀ ଓ ନ୍ୟଷ୍ଟି ମଧ୍ୟରେ ଥ‌ିବା ରସାଳ ପଦାର୍ଥ : କୋଷଜୀବକ :: ଜୀବନ୍ତ କୋଷର ସମସ୍ତ ପଦାର୍ଥ : ………………………
(vii) ଅଣ୍ଡାର ଧଳା ଅଂଶ : ଆଲବୁମିନ୍ :: ଅଣ୍ଡାର ହଳଦିଆ ଅଂଶ : ………………………
(viii) କ୍ଷୁଦ୍ରତମ କୋଷ : 0.1ରୁ 0.5 ମାଇକ୍ରୋମିଟର :: ବୃହତ୍ତମ କୋଷ : ………………………
(ix) ବୀଜାଣୁ : କ୍ଷୁଦ୍ରତମ କୋଷ :: ଓଟପକ୍ଷୀର ଅଣ୍ଡା : ………………………

Answers:
(i) ସୁନ୍ୟଷ୍ଟୀୟ କୋଷ
(ii) ସୁନ୍ୟଷ୍ଟୀୟ କୋଷ
(iii) କ୍ଷୁଦ୍ର
(iv) ପ୍ରାଣୀକୋଷ
(v) ଲବକ ନଥାଏ
(vi) ଆଦିପୁରସ
(vii) ପୀତକ
(viii) 170×130.
(ix) ବୃହତ୍ତମ କୋଷ

4. ‘କ’ସ୍ତମ୍ଭରେ ଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥ‌ିବା ସମ୍ପର୍କିତ ଶବ୍ଦକୁ ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) କୋଷ ନାମକରଣ (i) ଦୀର୍ଘ ଓ ଶାଖା ପ୍ରଶାଖା ବିଶିଷ୍ଟ
(ii) ଗୋଟିଏ ଜୀବକୋଷ (ii) ଏମିବା
(iii) ପୂର୍ଣାଙ୍ଗ ଜୀବ (iii) ତନ୍ତୁ
(iv) ଦୀର୍ଘ ପ୍ରବଦ୍ଧ (iv) ଟ୍ରାଡ଼ିସକାସିଆ
(v) ସ୍ନାୟୁ କୋଷ (v) ନ୍ୟଷ୍ଟି
(vi) ଅସଂଖ୍ୟ କୋଷର ସମାହାର (vi) 1665
(vii) କୋଷଝିଲ୍ଲୀ (vii) ପତ୍ରହରିତ୍
(viii) କୋଷଝିଲ୍ଲୀ ପରୀକ୍ଷଣ (viii) କୁଟପାଦ
(ix) ଜୀବକୋଷର ମୁଖ୍ୟ ଅଂଶ (ix) କୁକୁଡ଼ା ଅଣ୍ଡା
(x) ହରିତ୍ ଲବକ (x) ଛିଦ୍ରଯୁକ୍ତ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) କୋଷ ନାମକରଣ (vi) 1665
(ii) ଗୋଟିଏ ଜୀବକୋଷ (ix) କୁକୁଡ଼ା ଅଣ୍ଡା
(iii) ପୂର୍ଣାଙ୍ଗ ଜୀବ (ii) ଏମିବା
(iv) ଦୀର୍ଘ ପ୍ରବଦ୍ଧ (viii) କୁଟପାଦ
(v) ସ୍ନାୟୁ କୋଷ (i) ଦୀର୍ଘ ଓ ଶାଖା ପ୍ରଶାଖା ବିଶିଷ୍ଟ
(vi) ଅସଂଖ୍ୟ କୋଷର ସମାହାର (iii) ତନ୍ତୁ
(vii) କୋଷଝିଲ୍ଲୀ (x) ଛିଦ୍ରଯୁକ୍ତ
(viii) କୋଷଝିଲ୍ଲୀ ପରୀକ୍ଷଣ (iv) ଟ୍ରାଡ଼ିସକାସିଆ
(ix) ଜୀବକୋଷର ମୁଖ୍ୟ ଅଂଶ (v) ନ୍ୟଷ୍ଟି
(x) ହରିତ୍ ଲବକ (vii) ପତ୍ରହରିତ୍

 

BSE Odisha 8th Class Odia Solutions Chapter 4 ଜାତୀୟ ପତାକା

Odisha State Board BSE Odisha 8th Class Odia Solutions Chapter 4 ଜାତୀୟ ପତାକା Textbook Exercise Questions and Answers.

BSE Odisha Class 8 Odia Solutions Chapter 4 ଜାତୀୟ ପତାକା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୨।
ଆସ, କଥାବାର୍ତ୍ତା ହେବା ।
(କ) ଜାତୀୟ ପତାକା ପବନ ସ୍ରୋତରେ କିପରି ଉଡ଼ିଥାଏ ବୋଲି କବିତାରେ କୁହାଯାଇଛି ?
Answer:
ଜାତୀୟ ପତାକା ପବନ ସ୍ରୋତରେ ଫରଫର ହୋଇ ଉଡ଼ିଥାଏ ବୋଲି କବିତାରେ କୁହାଯାଇଛି ।

(ଖ) ଜାତୀୟ ପତାକାକୁ ଜାତିର ଅମୂଲ୍ୟ ସମ୍ପଦ ବୋଲି କୁହାଯିବାର କାରଣ କ’ଣ ?

ଯେହେତୁ ଜାତୀୟ ପତାକା ଆମ ଦେଶ ବା ଜାତିର ପ୍ରତୀକ, ସେଥ‌ିପାଇଁ ଜାତୀୟ ପତାକା ଆମ ଜାତିର ଅମୂଲ୍ୟ ସମ୍ପଦା

(ଗ) କେଉଁ କେଉଁ ସ୍ଥାନରେ ଜାତୀୟ ପତାକା ଉଡ଼ିଥାଏ ?
Answer:
ଆମର ଜାତୀୟ ସୌଧ ଓ ଉଚ୍ଚ ନ୍ୟାୟାଳୟ ଉପରେ ଜାତୀୟ ପତାକା ଉଡ଼ିଥାଏ । ସ୍ଥଳସେନାର ଯୁଦ୍ଧଯାନ, ବିମାନବାହିନୀର ଯୁଦ୍ଧବିମାନ ଏବଂ ଜଳବାହିନୀର ଯୁଦ୍ଧ ଜାହାଜରେ ମଧ୍ଯ ଜାତୀୟ ପତାକା ଉଡ଼ିଥାଏ । ଏହାବ୍ୟତୀତ ଆମର ଜାତୀୟ ଦିବସମାନଙ୍କରେ ସବୁ ସ୍ଥାନରେ ଜାତୀୟ ପତାକା ଉଡ଼ିଥାଏ ।

(ଘ) ଜାତୀୟ ପତାକା ଆମ ଜାତିର ଟେକ ରଖୁବ କିପରି ?
Answer:
ଜାତୀୟ ପତାକା ସାରା ସଂସାରରେ ଆମ ଦେଶ ଓ ଆମର ପରିଚୟ ବହନ କରି ତାହାର ମାନ ମର୍ଯ୍ୟାଦା ରଖ୍ ଆମ ଜାତିର ଟେକ ରଖୁ।

BSE Odisha 8th Class Odia Solutions Chapter 4 ଜାତୀୟ ପତାକା

Question ୨।
ଆସ, କବିତାରୁ ଭଲ ଲାଗୁଥ‌ିବା ପଦ କେତୋଟିକୁ ଆବୃତ୍ତି କରି ଶୁଣାଇବା ।
Answer:
ପିଲାମାନେ ନିଜେ ଆବୃତ୍ତି କରିବେ ।

Question ୩ ।
ଆସ, ଦୁଇ ବା ତିନୋଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖିବା ?
(କ) ‘ବାଟ କାଟିଯିବ ସମୀର ସ୍ରୋତେ’- ଏହା କୁହାଯିବାର କାରଣ କ’ଣ ?
Answer:
ଜାତୀୟ ପତାକା ଉଡ଼ିବା ସମୟରେ ପବନର ବେଗ ତାହାକୁ ପ୍ରତିହତ କରିପାରିବ ନାହିଁ । ଏହି ଜାତୀୟ ପତାକା ଆମର ବ୍ୟୋମବାହିନୀର ଯୁଦ୍ଧଯାନରେ ଉଡ଼ି ପବନ ସ୍ରୋତକୁ କାଟି ଆଗେଇ ଆଗେଇ ଚାଲିବ ବୋଲି କବି ଏପରି କହିଛନ୍ତି । ଏହା ଆମ ଦେଶର ଗୌରବକୁ ଦେଶ ବିଦେଶରେ ପରିପ୍ରଚାର କରିବ ।

(ଖ) ଜାତୀୟ ପତାକାକୁ ପ୍ରଣାମ କରିବାପାଇଁ କବି କାହିଁକି କହିଛନ୍ତି ?
Answer:
ଜାତୀୟ ପତାକା ଆମ ଜାତିର ଅମୂଲ୍ୟ ସମ୍ପଦ । ଏହି ପତାକାର ମର୍ଯ୍ୟାଦା ପାଇଁ ଶହଶହ ବୀର ପ୍ରାଣ ଦେଇଛନ୍ତି ଏବଂ ସଂସାରରେ ଆମର ମାନ ରଖୁଛୁ । ପୁନଶ୍ଚ ଏହା ଜାତିର ଦେବତା ହୋଇଥିବାରୁ ତାହାକୁ ପ୍ରଣାମ କରିବାପାଇଁ କବି କହିଛନ୍ତି ।

(ଗ) ଜାତାୟ ପତାକା ଯେତେ ଫରଫର ଭଡ଼ିବ ଆମର ହୃଦୟ ନାଚିଉଠିବ ବୋଲି କହିବାର କାରଣ କ’ଣ?
ଯେଉଁ ଯେଉଁ ସ୍ଥାନରେ ଆମ ଜାତିର ମହତ୍ତ୍ଵ ପ୍ରକାଶ ପାଇବ ଏବଂ ଆମେ ଜୟଯୁକ୍ତ ହେବା, ସେଠାରେ ଜାତୀୟ ପତାକା ଫରଫର ଉଡ଼ିବ । ସେହି ଉଡ଼ିଥିବା ପତାକାକୁ ଦେଖ‌ିଲେ ଆମର ହୃଦୟ ଗର୍ବ ଓ ଗୌରବରେ ନାଚି ଉଠିବ ।

(ଘ) ଆମେ ସ୍ଵାଧୀନତା ହାସଲ କରିଛୁ କିପରି ?
Answer:
ଜାତୀୟ ସଂଗ୍ରାମରେ ଶହ ଶହ ବୀର ସଂଗ୍ରାମ କରି ଜାତିର ମର୍ଯ୍ୟାଦା ପାଇଁ ପ୍ରାଣ ଦେଇଥିଲେ । ବହୁ କଷ୍ଟ ସ୍ବୀକାର କରି ଆମେ ବିଦେଶୀମାନଙ୍କୁ ତଡ଼ି ସ୍ୱାଧୀନତା ହାସଲ କରିଛୁ ।

Question ୪।
ଆସ, ସରଳ ଭାଷାରେ ବୁଝାଇ ଲେଖୁବା ।
(କ) ଛାର କନା ଖଣ୍ଡେ ନମଣ ଏହାକୁ,
ଏ ତ ଆମ ପ୍ରିୟ ଜାତୀୟ ଧ୍ଵଜା ।
Answer:
ଛାର କନା ଖଣ୍ଡେ ……………………………. ପ୍ରିୟ ଜାତୀୟ ଧ୍ଵଜା ।
ଉକ୍ତ ପଦ୍ୟାଶଟି କବି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ‘ଜାତୀୟ ପତାକା କବିତାରୁ ଆସିଅଛି । ଏଠାରେ କବି ଜାତାୟ ପତାକାର ବିଶେଷତାକୁ ବର୍ଣ୍ଣନା କରିବାକୁ ଯାଇ ଏପରି କାହିଛନ୍ତି ଆମର ଜାତୀୟ ପତାକା ହେଉଛି ତ୍ରିରଙ୍ଗା ପତକା । ଏହି ତିନୋଟି ରଙ୍ଗର ଜାତୀୟ ପତାକା ତ୍ରିରଙ୍ଗା ହେଉଛି ଆମ ଜାତିର ପ୍ରତାକା ଏହାର ମହତ୍ତ୍ୱ ଖୁବ୍ ବେଶି। ଆମ ଦେଶ ଓ ଜାତି ଯେ କୌଣସି ସ୍ଥାନକୁ ବିଜୟ ଲକ୍ଷ୍ୟ ନେଇ ଯାଇଥାଏ, ସାଙ୍ଗରେ ନେଇ ଯାଇଥାଏ ତା’ର ଜାତୀୟ ପତାକାକୁ । ବିଜୟ ସ୍ମାରକୀ ସ୍ବରୂପ ସେ ଜାତୀୟ ପତାକାକୁ ଫରଫର କରି ଉଡ଼ାଇଥାଏ । ଏହି ପତାକାର ମହତ୍ତ୍ବ ରଖୁବାପାଇଁ କେତେ କେତେ ଜାତୀୟ ବୀର ପ୍ରାଣବଳି ଦେଇଛନ୍ତି ।

କେତେ କେତେ ସ୍ଵାଧୀନତା ସଂଗ୍ରାମୀ ଦେଶକୁ ସ୍ଵାଧୀନ କରିବାପାଇଁ ଏହି ପତାକାତଳେ ବଜ୍ର ଶପଥ ନେଇଛନ୍ତି । ବୀର ଯବାନମାନେ ସେମାନଙ୍କ ଯୁଦ୍ଧଯାନରେ ଏହାକୁ ଉଡ଼ାଇ ଥାଆନ୍ତି । ସାରା ବିଶ୍ୱରେ ଆମ ଜାତିର ଚିହ୍ନ ବା ପ୍ରତୀକ ହେଉଛି ଜାତୀୟ ପତାକା । ଏତେ ବିଶେଷତା ଥିବା ଜାତୀୟ ପତାକାକୁ ଆମେ ସାଧାରଣ ଖଣ୍ଡେ ତିନିରଙ୍ଗର କନା ବୋଲି ଭାବିବା ଉଚିତ ନୁହେଁ । ଏହା ହେଉଛି ଆମର ଜାତିର ପ୍ରିୟ ପତାକା । ବାସ୍ତ୍ରବରେ ଏଥିରୁ କବଙ୍କର ଜାତାୟତାବୋଧ ପ୍ରକାଶ ପାଇଥାଏ।

(ଖ) କରିବ ନିଜର ଦେଶୁ ଦେଶେ ଯାହା,
କରିଅଛ ମର୍ତ୍ତ୍ୟେ ଜାତି ବୈରଖା
Answer:
କରିବ ନିଜର …………………. ଜାତି ବୈରଖା
ଶଂସିତ ପଦ୍ୟାଶଟି ଆମ ସାହିତ୍ୟ ବହିର କବି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଲିଖ୍ ‘ ଜାତୀୟ ପତାକା କବିତାରୁ ଆସିଅଛି । ଏଠାରେ କବି ଜାତୀୟ ପତାକାର ମହତ୍ତ୍ବ ପ୍ରତିପାଦନ କରିବାକୁ ଯାଇ ଜଣାଇଛନ୍ତି ଯେ ଏହି ପତାକା ସବୁବେଳେ ଆମ ଜାତିର ସମ୍ମାନ ବଜାୟ ରଖୁ !

ଜାତୀୟ ପତାକା ଆମ ଜାତିର ଗର୍ବ ଗୌରବର ପ୍ରତୀକ । ସାରା ବିଶ୍ବରେ ଆମର ଜାତୀୟ ପତାକା ହିଁ ଆମର ସ୍ଥିତିକୁ ପରିପ୍ରଚାର କରେ । ତେଣୁ ଆମର ଜାତୀୟ ଦିବସମାନଙ୍କରେ ଜାତୀୟ ପତାକା ସାରା ଦେଶରେ ଉଡ଼ାଯାଏ । ସେହି ପତାକାତଳେ ସମଗ୍ର ଦେଶବାସୀ ଦେଶର ଗୌରବ ରକ୍ଷା ପାଇଁ ବଜ୍ର ଶପଥ ନିଅନ୍ତି । ଏହି ପତାକା ଦେଶବାସୀଙ୍କୁ ଦେଶର ଓ ଜାତିର ଉନ୍ନତି ପାଇଁ ପ୍ରେରଣା ଦେଇଥାଏ । ଏହା ଆମ ଦେଶର ମର୍ଯ୍ୟାଦା ବଢ଼ାଇଥାଏ ଓ ଗୌରବର ପରିପ୍ରଚାର କରିଥାଏ । ତେଣୁ ଏହି ଜାତୀୟ ପତାକାକୁ ଜାତିପ୍ରେମୀ କବି ଗୋଦାବରୀଶ ଶୁଭ ସଂକେତ ରୂପେ ଗ୍ରହଣ କରିଛନ୍ତି ।
ବାସ୍ତବିକ କବିଙ୍କର ଚିନ୍ତାଧାରା ବେଶ୍ ପ୍ରଭାବଶାଳୀ ମନେ ହୋଇଥାଏ ।

BSE Odisha 8th Class Odia Solutions Chapter 4 ଜାତୀୟ ପତାକା

Question ୫।
ଆସ, ଅସଜଡା ପଦକୁ ସଜାଡି ଲେଖିବା
(କ) ଅମୂଲ୍ୟ ଏ ଅଟେ ସମ୍ପଦ ଜାତିର
କେବଳ ଖଣ୍ଡେ ନୁହେଁ ଛେକା କନା
Answer:
ଜାତିର ଏ ଅଟେ ଅମୂଲ୍ୟ ସମ୍ପଦ,
କନା ଛେକା ଖଣ୍ଡେ କେବଳ ନୁହେ।

(ଖ) ସମରେ ଶତଶତ ବୀର ଜାତୀୟ
ମୁଣ୍ଡ ଲଢ଼ିତ ହରାଇ ଅଛନ୍ତି ।
Answer:
ଜାତାୟ ସମରେ ଶତଶତ ବାର
ଲଢ଼ି ତ ହରାଇ ଅଛନ୍ତି ମୁଣ୍ଡ

(ଗ) ତହୁଁ ରାଇଜେ ଆସିଛି ସ୍ବାଧୀନତା
ରାଜା ଯାଇଛନ୍ତି ବିଦେଶୀ ଚାଲି ।
Answer:
ତହୁଁ ସ୍ଵାଧୀନତା ଆସିଛି ରାଇଜେ,
ଯାଇଛନ୍ତି ଚାଲି ବିଦେଶୀ ରାଜା

Question ୫ ।
ଆସ, ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ପଦକୁ ଯୋଡି ଲେଖୁବା ପରେ ‘ଗ’ ସ୍ତମ୍ଭରେ ଥ‌ିବା ଗଦ୍ୟରୂପକୁ ଯୋଡିବା ।

‘କ’ ‘ଖ’ ‘ଗ’
ଲଢିତ ଦାରାଇ ଜାତିର ଟେକ ଏହାକୁ ମାମୁଲି କନା ଖଣ୍ଡେ ଭାବିବା ଭଚିତ ନୁହେଁ
ଛାର କନା ଖଣ୍ଡେ ମାନ ଏ ସଂସାରେ ଜାତିର ସମ୍ମାନ ବୃଦ୍ଧି କରିବା
ଚଢ଼ାଇବ ଆମ ଚାଲରେ ସର୍ବେ ଯୁଦ୍ଧିକରି ମୃତ୍ୟୁବରଣ କରିଛନ୍ତି
ରଖିବ ଏ ଆମ ନ ମଣ ଏହାକୁ ଏହା ସଂସାରରେ ଆମର ସମ୍ମାନ ରକ୍ଷା କରିବା
କୁହାରିବା ଆଜି ଅଛନ୍ତି ମୁଣ୍ଡ ଆଜି ଚାଲ ସମସ୍ତେ ମିଶି ପ୍ରଶାମ କରିବା

Answer:

‘କ’ ‘ଖ’ ‘ଗ’
ଲଢିତ ଦାରାଇ ଅଛନ୍ତି ମୁଣ୍ଡ ଆଜି ଚାଲ ସମସ୍ତେ ମିଶି ପ୍ରଶାମ କରିବା
ଛାର କନା ଖଣ୍ଡେ ନ ମଣ ଏହାକୁ ଏହା ସଂସାରରେ ଆମର ସମ୍ମାନ ରକ୍ଷା କରିବା
ଚଢ଼ାଇବ ଆମ ଜାତିର ଟେକ ଏହାକୁ ମାମୁଲି କନା ଖଣ୍ଡେ ଭାବିବା ଭଚିତ ନୁହେଁ
ରଖିବ ଏ ଆମ ମାନ ଏ ସଂସାରେ ଜାତିର ସମ୍ମାନ ବୃଦ୍ଧି କରିବା
କୁହାରିବା ଆଜି ଚାଲରେ ସର୍ବେ ଯୁଦ୍ଧିକରି ମୃତ୍ୟୁବରଣ କରିଛନ୍ତି

Question ୬।
ଆସ, ବନ୍ଧନା ମଧ୍ୟରୁ ଉପଯୁକ୍ତ ଶବ୍ଦବାଛି ମୁଖ୍ୟସ୍ଥାନ ପୂରଣ କରିବା।
(କ) ରଖି ଏ ଆମ _______ ଏ  _______
ବଢ଼ାଇବ ଆମ ଜାତିର _______
କରିବ ନିଜର ଦେଶୁ ଦେଶେ ଯାହା,
କରିଅଛି _______ ଜାତି _______।
(ଜଗତେ, ସଂସାରେ, ଯଶ, ମାନ, ମର୍ତ୍ତ୍ୟ, ମନ, ଟେକ, ପତାକା, ବୈରଖ)

(ଖ) ଆସ, ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କରିବା ।
ଯେତେ _______ଭଡିବ ଏ ସତେ,
_______ ଆମର ନାଚିବ ଗର୍ବେ।
(ଫୁର୍‌ଫୁର୍, ଫରଫର, ମନ, ପ୍ରାଣ, ହୃଦୟ)
Answer:
(କ)ରଖିବ ଏ ଆମ ମାନସଂସାରେ,
ବଢ଼ାଇବ ଆମ ଜାତିର ଟେକ;
କରିବ ନିକର ଦେଶୁ ଦେଶେ ଯାହା,
କରିଅଛ ମର୍ତ୍ତ୍ୟେ ଜାତି ବୈରଖା

(ଖ) ଯେତେ ଫରଫର ତ୍ତଡ଼ିବ ଏ ସତେ
ହୃଦୟ ଆମର ନାଚିକ ଗର୍ବେ ।

BSE Odisha 8th Class Odia Solutions Chapter 4 ଜାତୀୟ ପତାକା

Question ୭।
ତଳେ ଦିଆଯାଇଥବା ଶବ୍ଦପାଇଁ କବିତାରେ ପ୍ରୟୋଗ କରାଯାଇଥିବା ଶବ୍ଦବାଛି ଲେଖୁବା ।
(କ) ପତାକା _________
(ଖ) ଆକାଶ _________
(ଗ) ପବନ _________
(ଘ) ଜାହାଜ _________
(ଙ) ପୈନ୍ୟ _________
(ଚ) ଯୁଦ୍ଧ _________
Answer:
(କ) ପତାକା – ଧ୍ୱଜା / ବୈରଖ
(ଖ) ଆକାଶ – ବ୍ୟୋମ
(ଗ) ପବନ – ସମାର
(ଘ) ଜାହାଜ – ପୋତି
(ଙ) ପୈନ୍ୟ –
(ଚ) ଯୁଦ୍ଧ –

Question ୮ ।
ରଜା, ଧ୍ଵଜା, ଟେକ, ବୈରଖ, ସର୍ବେ, ଗର୍ବେ
ଏହି ଶବ୍ଦଗୁଡିକୁ ବ୍ୟବହାର କରି ‘ଜାତୀୟ ପତାକା’ ସମ୍ପର୍କରେ ଆସ ଛୋଟ କବିତାଟିଏ ଲେଖୁବା ।
Answer:
ଫରଫର ଉଡେ ତ୍ରିରଙ୍ଗା ଧ୍ଵଜା,,
ପ୍ରଣାମ କରିବା ସେ ଆମ ରାଜା ।
ରଖୁବା ଆମେରେ ତାହାରି ଟେକ,
ଦେଶ ବିଦେଶରେ ଜାତି ବୈରଖ ।
ଏହାର ମହିମା ବୁଝିବା ସର୍ବେ,
ସେନା ରଖୁଛନ୍ତି ଏହାକୁ ଗର୍ବେ ।

Question ୯ ।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡିକର ବିପରୀତ ଅର୍ଥବୋଧକ ଶବ୍ଦଗୁଡିକୁ ଲେଖୁବା ।

ଶବ୍ଦ ବିପରାତ ଅର୍ଥବୋଧକ ଶବ୍ଦ
ବାଟ
ବାର
ସମ୍ପଦ
ମାନ
ପରିବେଶ।
ସ୍ଵାଧାନତା

Answer:

ଶବ୍ଦ ବିପରାତ ଅର୍ଥବୋଧକ ଶବ୍ଦ
ବାଟ ଅବାଟ
ବାର ଭାବୁ
ସମ୍ପଦ ବିପଦ
ମାନ ଅପମାନ
ପରିବେଶ। ସ୍ୱଦେଶୀ
ସ୍ଵାଧାନତା ପରାଧାନତା

Question ୧୦ ।
ଭୁଲଥିବା ଶବ୍ଦକୁ ତା’ ପାଖରେ ଠିକ୍ କରି ଲେଖୁବା-
ତିରାସ ___________
ରୂଣ୍ଡ ___________
ସ୍ୱାଧିିନତା ___________
ପରକା ___________
ଅମୂଲ୍ୟ ___________
ବିଦେଶି ___________
ସମିର  ___________
ପ୍ରାୟ ___________
Answer:
ତିରାସ – ତିରିଶ
ରୂଣ୍ଡ – ରୁଣ୍ଡ
ସ୍ୱାଧିିନତା – ସ୍ୱାଧାନତା
ପରକା – ପତାକା
ଅମୂଲ୍ୟ – ସମାଲ୍ୟ
ବିଦେଶି – ବିଦେଶା
ସମିର – ସମାର
ପ୍ରାୟ – ପ୍ରିୟ

ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନେ।ତ୍ତର:

Question ୧।
ନିମ୍ନଲିଖତ ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ ।
ସଇନ, ରାଇଜ, ବରଷ
Answer:

ପଦ୍ୟରୂପ ଗଦ୍ୟରୂପ
ସଇନ ସୈନ୍ୟ
ରାଇଜ ରାଜ୍ୟ
ବରଷ ବର୍ଷ

Question ୨।
ବିପରୀତ ଅର୍ଥବୋଧକ ଶବ୍ଦ ଲେଖ ।
ରାଜା, ଜାତୀୟ
Answer:

ଶବ୍ଦ ବିପରାତ ଅର୍ଥବୋଧକ ଶବ୍ଦ
ରାଜା ପ୍ରଜା
ଜାତାୟ ବିଜାତାୟ

Question ୩ ।
ଫରଫର ଗୋଟିଏ ଧ୍ୱନ୍ୟାତ୍ମକ ଶବ୍ଦ, ଏହିପରି ଆଉ ପାଞ୍ଚୋଟି ଧ୍ୱନ୍ୟାତ୍ମକ ଶବ୍ଦ ଲେଖ ।
Answer:
ସରସର, ଗରଗର, ଢକଢକ, ଦକଦକ, ସକସକ ।

BSE Odisha 8th Class Odia Solutions Chapter 4 ଜାତୀୟ ପତାକା

Question ୪।
ଜାତୀୟ ପତାକାକୁ ଆଧାର କରି ଛୋଟ କବିତାଟିଏ ଲେଖ । ତହିଁରେ କେତୋଟି ଧ୍ୱନ୍ୟାତ୍ମକ ଶବ୍ଦ ବ୍ୟବହା କରିବାପାଇଁ ଚେଷ୍ଟା କର ।
Answer:
ଜ଼ାତାୟ ପତାକା ଫରଫର
ଦେଶପ୍ରେମେ ଆମେ ଜରଜର
ଦେଶ ପାଇଁ ଆମେ ଜାବନ ଦେବାରେ
ଅରାତିକୁ ଆମ ନାହିଁ ଡର ।

ଜାତାୟ ପତାକା ତିନି ରଙ୍ଗ
ଆମ ଦେଶ ନୁହେଁ ଭଙ୍ଗାଭଙ୍ଗ
ଅରାତି ଗର୍ବକୁ ଦଳିଦେଇ ଯିବା
ଭୁଲିବାନି ଦେଖ୍ ତାଙ୍କ ଢଙ୍ଗ ।

ଜାତାୟ ପତାକା ଟେକ ରଖ
ମନରେ ରଖନା କେବେ ଦକ
କଳକଳ ନାଦେ ଦେଶପ୍ରେମ ସ୍ରୋତ
ବୀର ଶିଶୁ ତୁମେ ଶୁଣି ରଖ ।

ସଂକ୍ଷିପ୍ତ ତ୍ତରମୂଳକ ପ୍ରଶ୍ନୋତ୍ତର :

Question ୧।
‘ଜାତୀୟ ପତାକା’ ବର୍ଣ୍ଣନାରୁ କବିଙ୍କର କି ପ୍ରକାର ଭାବ ସୂଚିତ ହେଉଛି ?
Answer:
ଏପରି ବର୍ଣ୍ଣନାରୁ କବିଙ୍କର ସ୍ବଦେଶପ୍ରେମମୂଳକ ଭାବ ସୂଚିତ ହେଉଛି ।

Question ୨।
‘ଜାତୀୟ ପତାକା’ କବିତାର କବି କିଏ ? ସେ କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
ପଣ୍ଡିତ ଗୋଦାବରୀଶ ମିଶ୍ର ‘ଜାତୀୟ ପତାକା’ କବିତାର କବି । ସେ ୧୮୮୬ ମସିହାରେ ଖୋର୍ଦ୍ଧା ଜିଲ୍ଲାର ବାଣପୁରଠାରେ ଜନ୍ମଗ୍ରହଣ କରିଥିଲେ ।

Question ୩ ।
‘ଜାତୀୟ ପତାକା’ କବିତାଟିରେ କବିଙ୍କର କେଉଁ ମନୋଭାବ ପ୍ରକାଶ ପାଇଛି ?
Answer:
‘ଜାତୀୟ ପତାକା’ କବିତାରେ କବିଙ୍କର ଜାତୀୟ ପତାକା ପ୍ରତି ସମ୍ମାନ, ସ୍ବଦେଶପ୍ରେମ ଓ ସୌନ୍ଦର୍ଯ୍ୟ ଚେତନା ଆଦି ମନୋଭାବ ପ୍ରକାଶିତ ହୋଇଛି ।

Question ୪।
ଆମ ଦେଶର ସେନାବାହିନୀ କେତେ ଭାଗରେ ବିଭକ୍ତ ଓ ସେନାମାନଙ୍କର ବିଜୟର ପ୍ରତୀକ କିଏ ?
Answer:
ଆମ ଦେଶର ସେନାବାହିନୀ ତିନି ଭାଗରେ ବିଭକ୍ତ; ଯଥା- ସ୍ଥଳବାହିନୀ, ଜଳବାହିନୀ ଓ ଆକାଶ ବାହିନୀ । ସେମାନଙ୍କର ବିଜୟର ପ୍ରତାକ ହେଉଛି ଜାତାକା

Question ୫।
ଜାତୀୟ ପତାକା ଆମର ଜାତିର ପ୍ରତୀକ କିପରି ?
Answer:
ଆମ ଦେଶର ବୀର ଯବାନମାନେ ଜାତୀୟ ପତାକାର ମର୍ଯ୍ୟାଦା ରକ୍ଷା ନିମିତ୍ତ ଲଢ଼େଇ କରି ପ୍ରାଣବଳି ଦିଅନ୍ତି । ସ୍ଵାଧୀନତା ସଂଗ୍ରାମୀମାନେ ଏଇ ପତାକା ତଳେ ରୁଣ୍ଡହୋଇ ସ୍ଵାଧୀନତା ସଂଗ୍ରାମ ଆରମ୍ଭ କରିଥିଲେ । ତେଣୁ ଜାତୀୟ ପତାକାହିଁ ଯଥାର୍ଥରେ ଆମ ଜାତିର ପ୍ରତୀକ ଅଟେ ।

BSE Odisha 8th Class Odia Solutions Chapter 4 ଜାତୀୟ ପତାକା

Question ୬।
ଜାତୀୟ ପତାକା ଆମ ଜାତିର ଦେବତା କିପରି ?
Answer:
ଜାତୀୟ ପତାକା ଆମ ଦେଶ ଭାର ପ୍ରତୀକ । ଏହା ଆମକୁ ଭାରତୀୟଭାବେ ବିଦେଶରେ ପରିଚିତି ପ୍ରଦାନ କରେ । ତେଣୁ ଏହି ପତାକା ଆମ ଜାତିର ଦେବତା । ଆମେ ସମସ୍ତେ ଭକ୍ତିପୂତ ଭାବେ ଏହି ପତାକାକୁ ପ୍ରଣାମ କରିବା ଉଚିତ ।

ସରଳ ଭାଷାରେ ବୁଝାଇ ଲେଖ :

Question ୧।
ଯେତେ ଫରଫର ଉଡ଼ିବ ଏ ସତେ,
ହୃଦୟ ଆମର ନାଚିବ ଗର୍ବେ ।
Answer:
ଯେତେ ଫରଫର …………………………. ନାଚିବ ଗବେ ।
ଉକ୍ତ ପଦ୍ୟାଶଟି ଆମ ସାହିତ୍ୟ ବହିର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କଦ୍ଵାରା ଲିଖ୍ ‘ ଜାତୀୟ ପତାକା କବିତାରୁ ଆସିଅଛି । ଏଠାରେ କବି ଜାତୀୟ ପତାକାର ମହତ୍ତ୍ବ ବର୍ଣନା କରିବା ସଙ୍ଗେ ସଙ୍ଗେ ଜାତୀୟ ପତାକା ଉଡ଼ିଲେ ଆମ ମନରେ ଆନନ୍ଦ ଭାବ ସୃଷ୍ଟି ହୋଇଥାଏ ବୋଲି କହିଛନ୍ତି ।

କବିଙ୍କ ବିଚାରରେ ଜାତୀୟ ପତାକା ହେଉଛି ଜାତିର ଗର୍ବ ଓ ଗୌରବର ପ୍ରତୀକ । ସମଗ୍ର ବିଶ୍ଵରେ ଆମ ଦେଶ ଓ ଜାତି ଜାତୀୟ ପତାକାକୁ ନେଇ ପରିଚିତ ହୋଇଥାଏ । ଯେ କୌଣସି ବିଜୟ ସ୍ଥଳରେ ଓ ବିଜୟ ଯାତ୍ରାରେ ଆମେ ଜାତୀୟ ପତାକାକୁ ଉଡ଼ାଇ ଉଡ଼ାଇ ଚାଲିଥାଉ । ସେହି ଜାତୀୟ ଧ୍ଵଜା ଯେତେ ଫରଫର ଉଡ଼ିବ, ଆମ ହୃଦୟ ସେତେ ଆନନ୍ଦରେ ନାଚି ଉଠିବ । ଅର୍ଥାତ୍ ବିଭିନ୍ନ ସ୍ଥାନରେ ଆମର ଜାତୀୟ ପତାକା ଉଡ଼ିଲେ, ଆମର ସ୍ଥିତି ଯେ ସୁଦୃଢ଼, ଆମେ ଯେ ସ୍ଵତନ୍ତ୍ର ତାହା ପ୍ରଚାରିତ ହେବ । ଯୁଦ୍ଧଠାରୁ ଆରମ୍ଭ କରି ଖେଳ ପର୍ଯ୍ୟନ୍ତ, ବିବାଦଠାରୁ ଆରମ୍ଭକରି ବୈଦେଶିକ ଚୁକ୍ତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମେ ଜାତୀୟ ପତାକା ଉଡ଼ାଇଥାଉ । ଜାତୀୟ ପତାକା ଉଡ଼ିଲେ ସମଗ୍ର ଦେଶବାସୀଙ୍କ ମନରେ ଅପୂର୍ବ ପ୍ରେରଣା ସୃଷ୍ଟି ହୁଏ ଏବଂ ସେମାନେ ଅପୂର୍ବ ଆନନ୍ଦରେ ବିଭୋର ହୋଇଉଠନ୍ତି । ସେମାନଙ୍କ ହୃଦ ତନ୍ତ୍ରୀରେ ଯେପରି ଜାତୀୟତାବୋଧ ସୃଷ୍ଟି ହୋଇଥାଏ । ବାସ୍ତବିକ ଏଭଳି ବର୍ଣ୍ଣନାରୁ କବିଙ୍କ ମନର ଜାତୀୟତାବୋଧ ଓ ଜାତିପ୍ରୀତି ସମ୍ପର୍କରେ ସ୍ପଷ୍ଟ ପରିଚୟ ମିଳିଥାଏ ।

ତ୍ତରମୂଳକ ପ୍ରଶ୍ନୋତ୍ତର :

Question ୧।
ଜାତୀୟ ପତାକାର ମହତ୍ତ୍ବ ପ୍ରତିପାଦନ କର ।
Answer:
‘ଜାତୀୟ ପତାକା କବିତାର କବି ଗୋଦାବରୀଶ ମିଶ୍ର । କବି ଥିଲେ ଜଣେ ଜାତୀୟତାବାଦୀ ଓ ସ୍ଵଦେଶପ୍ରେମୀ । ଦେଶପ୍ରେମ ଭାବଧାରାରେ ଉଦ୍‌ବୁଦ୍ଧ ହୋଇ ସେ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସ୍ଵଚ୍ଛ ଦରମା ପାଉଥିଲେ ବି ସଚ୍ଚାମଣିଷ ଗଢ଼ିବାର ସଂକଳ୍ପ ସେ ନେଇଥିଲେ । ପରବର୍ତ୍ତୀ ସମୟରେ ସେ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ ଦେଶକୁ ସ୍ୱାଧୀନ କରିବାପାଇଁ ଆଗଭର ହୋଇଥିଲେ । ଯେହେତୁ ସେ ଥିଲେ ସ୍ଵଦେଶପ୍ରେମୀ, ତେଣୁ ତାଙ୍କ ସାହିତ୍ୟରେ ଜାତୀୟତାବୋଧ ଥିଲା ମୁଖ୍ୟ ସ୍ୱର । ସେ ରଚନା କରିଥିଲେ ‘ଆଲେଖ୍କା’, ‘କିଶଳୟ’ ଓ ‘ଗୀତାୟନ’ ଆଦି କାବ୍ୟଗ୍ରନ୍ଥ ଓ ‘ ମୁକୁନ୍ଦଦେବ’, ‘ ପୁରୁଷୋତ୍ତମଦେବ ଭଳି ନାଟକ ଏବଂ ‘ ଅଭାଗିନୀ ଓ ‘ ୧୮୧୭ ପରି ଉପନ୍ୟାସ । ତାଙ୍କର ଆତ୍ମଜୀବନୀ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ପୁସ୍ତକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲେ ।

ଆଲୋଚ୍ୟ କବିତା ‘ ଜାତୀୟ ପତାକା’ରେ ଜାତୀୟ ପତାକା ପ୍ରତି ମର୍ଯ୍ୟାଦାବୋଧ ଓ ସ୍ବଦେଶପ୍ରେମ ଭାବକୁ କବି ଅତି ଏକାଡେମୀ ପୁରସ୍କାର ଲାଭ କରିଥ୍ ଲୋ ଜାତୀୟ ପତାକା ହେଉଛି ଆମ ଜାତିର ଓ ଦେଶର ପ୍ରତୀକ । ଆମ ଦେଶ ଯେକୌଣସି ସ୍ଥାନରେ ବିଜୟଲାଭ କଲେ, ସେହି ସ୍ଥାନରେ ଆମ ଜାତୀୟ ଧ୍ଵଜା ଫରଫର ହୋଇ ଉଡ଼େ । ତେଣୁ କବି ଜାତୀୟ ପତାକାକୁ ସାଧାରଣ କନାଖଣ୍ଡେ ବୋଲି ବିଚାର ନ କରିବାପାଇଁ ଭାରତବାସୀଙ୍କୁ ପ୍ରେରଣା ଦେଇଛନ୍ତି । ଏହି ଜାତୀୟ ପତାକା ହେଉଛି ଆମର ଅମୂଲ୍ୟ ସମ୍ପଦ । କବିଙ୍କ ଭାଷାରେ

ଏହି ଯେ ଆମର ଜାତୀୟ ପତାକା,
ଉଡ଼େ ଫରଫର ପବନ ହୁଏ;
ଜାତିର ଏ ଅଟେ ଅମୂଲ୍ୟ ସମ୍ପଦ,
କନା ଛେକା ଖଣ୍ଡେ କେବଳ ନୁହେଁ ।’’

ଏହି ପତାକାର ସମ୍ମାନ ଓ ମର୍ଯ୍ୟାଦା ରକ୍ଷା ପାଇଁ ବହୁ ସୈନ୍ୟ ପ୍ରାଣପାତ ଉଦ୍ୟମ କରିଛନ୍ତି । ଜାତୀୟ ସମରରେ ପ୍ରାଣବଳି ମଧ୍ୟ ଦେଇଛନ୍ତି । ଫଳରେ ସେହିଭଳି ସଂଗ୍ରାମୀମାନଙ୍କ ତ୍ୟାଗ ପାଇଁ ଆମେ ଆଜି ପାଇଛୁ ସ୍ବାଧୀନତା । କଷ୍ଟଲବ୍ଧ ସ୍ଵାଧୀନତା ପ୍ରାପ୍ତି ପରେ ଆମର ଜାତୀୟ ଧ୍ଵଜା ଫରଫର ହୋଇଉଡୁଛି ।

ଆମର ସୈନ୍ୟମାନେ ଜାତୀୟ ପତାକାକୁ ତାଙ୍କର ସାମରିକ ଯାନ ଆଗରେ ଛଡ଼ାଇ ଆଗେଇ ଆଗେଇ ଚାଲନ୍ତି । ସ୍ଥଳଭାଗରେ ପଦାତିକ ସେନା, ଜଳଭାଗରେ ଜଳସେନା ଓ ମହାକାଶରେ ବ୍ୟୋମସେନାମାନଙ୍କର ଯୁଦ୍ଧଯାନରେ ଜାତୀୟ ପତାକାକୁ ଅତି ମର୍ଯ୍ୟାଦାଜନକଭାବରେ ଉଡ଼ାଯାଇଥାଏ । ତାହା ସେମାନଙ୍କ ମନରେ ଅପୂର୍ବ ପ୍ରେରଣା ସୃଷ୍ଟିକରେ । ସେମାନେ ସତେ ଯେପରି ତାହାରି ପ୍ରେରଣାରେ ଅନୁପ୍ରାଣିତ ହୋଇ ଆଗେଇ ଆଗେଇ ଚାଲନ୍ତି । କବି ଜାତୀୟ ପତାକାର ମହତ୍ତ୍ଵ ପ୍ରମାଣିତ କରି ଲେଖୁଛନ୍ତି

‘‘ ସ୍ଥଳେ ଉଡ଼ାଇଲେ ପଦାତିକ ସେନା,
ଉଡ଼ିବ ସାଗରେ ସମର-ପୋତେ,
ବ୍ୟୋମେ ଯୁଦ୍ଧ – ବ୍ୟୋମଯାନେ ଏ ଶୋଭିବ,
ବାଟ କାଟିଯିବ ସମୀର ସ୍ରୋତେ ।’’

କବି ଦୃଢ଼ତାର ସହିତ କହିଛନ୍ତି ଯେ ଏହି ଜାତୀୟ ଧ୍ଵଜାହିଁ ଆମର ମାନ ଏ ସଂସାରରେ ରଖୁ । ଆମେ ଏହାରି ପାଇଁ ବିଶ୍ବସ୍ତରରେ ସ୍ଵତନ୍ତ୍ର ମର୍ଯ୍ୟାଦା ନେଇ ପରିଚିତ ହେବା । ତେଣୁ ଜାତୀୟ ପତାକାକୁ କବି ଜାତୀୟ ଦେବତା ଭାବରେ ପରିଚିତ କରାଇଛନ୍ତି । ଏହାକୁ ସମସ୍ତେ ଭକ୍ତିର ସହିତ ପ୍ରଣାମ କରିବାପାଇଁ ପ୍ରେରଣା ଦେଇଛନ୍ତି । ଏହି ପତାକା ଯେତେ ଫରଫର ହୋଇ ଉଡ଼ିବ, ଆମର ହୃଦୟ ସେତେ ଆନନ୍ଦରେ ଉଲ୍ଲସିତ ହେବ ।

ଆମ ଜାତୀୟ ପତାକା ହେଉଛି ତ୍ରିରଙ୍ଗା ପତାକା । ଏହାର ଉପରେ ରହିଛି କେଶରୀ ରଙ୍ଗ, ମଧ୍ୟଭାଗରେ ଧଳା ଓ ତଳେ ରହିଛି ଗାଢ଼ ସବୁଜ ରଙ୍ଗ । ପତାକାର ମଧ୍ୟ ଭାଗରେ ରହିଛି ବାଇଗଣୀ ରଙ୍ଗର ଚକ୍ର ଚିହ୍ନଟିଏ । ଏହି ଚକ୍ରରେ ଚିବିଶଟି ଅର ରହିଛି । ଏହି ଚକ୍ରଚିହ୍ନ ଅଶୋକ ସ୍ତମ୍ଭର ଚକ୍ରଚିହ୍ନ । ଏହି ପତାକାର ଓସାର ଓ ଲମ୍ବର ପରିମାଣ ଯଥାକ୍ରମେ ଦୁଇଭାଗରେ ତିନିଭାଗ । ଅର୍ଥାତ୍‌ ଓସାର ଦୁଇଭାଗ ହେଲାବେଳେ ଲମ୍ବ ତିନିଭାଗ । ଆମର ଏହି ଜାତୀୟ ପତାକା ୧୯୪୭ ମସିହା ଜୁଲାଇ ୨୨ ତାରିଖଠାରୁ ସାମ୍ବିଧାନିକ ସ୍ୱୀକୃତି ଲାଭ କରିଛି । କବି ଗୋଦାବରୀଶ ଭାରତୀୟଙ୍କ ମନରେ ଜାତୀୟତାବୋଧ ସୃଷ୍ଟି କରିବାପାଇଁ ଜାତୀୟ ପତାକାର ମହତ୍ତ୍ବ ଦେଖାଇଛନ୍ତି । କବିଙ୍କ ମନରେ ଜାତୀୟ ପତାକା ପ୍ରତି ଯେଉଁ ସମ୍ମାନବୋଧ ରହିଛି, ତାହାକୁ ପ୍ରକାଶ କରିବାପାଇଁ ସେ ଏହି କବିତା ସୃଷ୍ଟି କରିଛନ୍ତି ।

BSE Odisha 8th Class Odia Solutions Chapter 4 ଜାତୀୟ ପତାକା

Question ୨ ।
ଆମେ କିପରି ସ୍ୱାଧୀନତା ପାଇଲୁ ଲେଖ ।
Answer:
ଆମ ଦେଶ ଭାରତ ମହାନ୍ତି । ଏହାର ଉତ୍ତର ଦିଗରେ ରହିଛି ହିମାଳୟ, ଦକ୍ଷିଣ ଦିଗରେ ରହିଛି ଭାରତ ମହାସାଗର, ପୂର୍ବଦିଗରେ ବଙ୍ଗୋପସାଗର ଓ ପଶ୍ଚିମ ଦିଗରେ ରହିଛି ଆରବ ସାଗର । ଭାରତୀୟ ସଭ୍ୟତା ବହୁ ପୁରାତନ ସଭ୍ୟତା । ଏହି ସଭ୍ୟତା ସିନ୍ଧୁନଦୀ କୂଳରେ ଗଢ଼ି ଉଠିଥିଲା । ଆର୍ଯ୍ୟମାନେ ଓ ଦ୍ରାବିଡ଼ମାନେ ମିଳିତଭାବେ ବସବାସ କଲାପରେ ଏହି ଭାରତୀୟ ସଭ୍ୟତାକୁ ପ୍ରଥମେ ଆକ୍ରମଣ କରିଥିଲେ ପାରସ୍ୟର ରାଜା ସାଇରସ୍ । ସେ ଭାରତକୁ ନିଜ ଶାସନରେ ରଖିଲେ ବି ଅଧ୍ଵ ଦିନ ତାଙ୍କର ଶାସନ ତିଷ୍ଠି ନଥିଲା । କ୍ରମେ ଭାରତ ସହିତ ବିଦେଶୀ ପାରସିକମାନେ ଏକାକାର ହୋଇଯାଇଥିଲେ । ଏହିପରି ଅନେକ ବୈଦେଶିକ ଭାରତକୁ ବିଭିନ୍ନ ସମୟରେ ଆକ୍ରମଣ କରି ସେମାନଙ୍କ ଅଧୀନରେ ଏହାକୁ ରଖୁବାକୁ ଚେଷ୍ଟା କରିଛନ୍ତି । ମାତ୍ର ସେମାନଙ୍କର ପ୍ରଭାବ ସ୍ଥାୟୀ ହୋଇ ରହିନାହିଁ । ପୁଣି ଭାରତ ହୋଇଛି ସ୍ବାଧୀନ ଦେଶ ।

ସର୍ବଶେଷରେ ଭାରତକୁ ଆସିଥିଲେ ଇଂରେଜ ଜାତି । ସେମାନେ ବାଣିଜ୍ୟ କରିବାକୁ ଆସିଥିଲେ ବି କୂଟନୀତି ପ୍ରୟୋଗକରି ଭାରତକୁ ଖଣ୍ଡ ଖଣ୍ଡ କରି ନିଜ ଅଧୀନକୁ ନେଇଯାଇଥିଲେ । ସମସ୍ତ ଭାରତକୁ ସେମାନେ ଅତ୍‌କାର କରି ନିଜର ସ୍ଵେଚ୍ଛାଚାରୀ ଶାସନ ଚଳାଇଥିଲେ । ଇଂରେଜମାନେ ୧୮୦୩ ମସିହାରେ ଓଡ଼ିଶାକୁ ଅଧିକାର କଲେ । ୧୮୧୭ ମସିହାରେ ଓଡ଼ିଶାର ପାଇକମାନେ ଓଡ଼ିଶାରୁ ଇଂରେଜମାନଙ୍କୁ ହଟାଇ ଦେବାକୁ ଚେଷ୍ଟା କରିଥିଲେ ବି ସେଥୁରେ ସଫଳ ହୋଇ ନଥିଲେ । ଭାରତର ବହୁତ ରାଜା ଇଂରେଜଙ୍କ ଅଧୀନରେ ରହି ନିଜ ନିଜ ରାଜ୍ୟ ଶାସନ କଲେ । ସେମାନଙ୍କ ଉପରେ ଇଂରେଜମାନଙ୍କ ଆଧ୍ୟତ୍ୟ ରହିଲା ।

ଭାରତରୁ ଇଂରେଜମାନଙ୍କୁ ତଡ଼ିବାପାଇଁ ୧୮୫୭ ମସିହାରେ ଭାରତରେ ଗୋଟିଏ ବଡ଼ ଲଢ଼େଇ ହୋଇଥିଲା । ଏହି ଲଢ଼େଇକୁ ଇଂରେଜମାନେ ‘ସିପାହୀ ବିଦ୍ରୋହ’ ନାମିତ କଲେ । ପ୍ରକୃତରେ ଏହା ଥିଲା ଭାରତର ‘ପ୍ରଥମ ସ୍ଵାଧୀନତା
କିନ୍ତୁ ଏହି ସଂଗ୍ରାମ ବେଶିଦିନ ଚାଲିପାରିଲା ନାହିଁ । ଇଂରେଜ ସେନାପତିମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ଏହି ବିଦ୍ରୋହକୁ ଦମନ କରିଥିଲେ । ପରବର୍ତ୍ତୀ ସମୟରେ ଇଂରେଜ ସରକାର କମ୍ପାନୀ ହାତରୁ ଭାରତ ଶାସନଭାର କାଢ଼ିନେଲେ । ସେମାନେ ଭାରତକୁ କଡ଼ାକଡ଼ିଭାବେ ଶାସନ କଲେ । ଅସ୍ତ୍ର ଆଇନ ଜାରିକରି ଭାରତୀୟମାନଙ୍କ ହାତରୁ ସମସ୍ତ ଅସ୍ତ୍ର କାଢ଼ିନେଲେ ।

ଇଂରେଜମାନେ ଭାରତୀୟଙ୍କୁ ନିଜ ଶାସନରେ ରଖୁଥିଲେ ବି ତାଙ୍କର ଶିକ୍ଷା ବ୍ୟବସ୍ଥା ହେତୁ ଅନେକ ଜ୍ଞାନୀ ଓ ଗୁଣୀ ଲୋକ ଇଂରେଜଶାସନ ବିରୁଦ୍ଧରେ ସ୍ଵର ଉତ୍ତୋଳନ କଲେ । ଭାରତୀୟମାନଙ୍କୁ ପ୍ରଥମେ ସାହାଯ୍ୟ କରିଥିଲେ ଜଣେ ଇଂରେଜ । ସେ ହେଉଛନ୍ତି ଏ.ଓ.ହିଉମ୍ । ସେ ଭାବିଲେ ଭାରତୀୟମାନଙ୍କର ଦୁଃଖ ଦୁର୍ଦ୍ଦଶା, ଆପରି ଅଭିଯୋଗ ଇଂରେଜ

ସରକାରଙ୍କୁ ଜଣାଇବାପାଇଁ ଭାରତବାସୀଙ୍କର ଗୋଟିଏ ଅନୁଷ୍ଠାନ ରହିବା ଦରକାରା ହିଉମ୍ ଙ୍କ ଉଦ୍ୟମ ଓ ପରିଶ୍ରମ ଯୋଗୁଁ ୧୮୮୫ ମସିହାରେ ଗଠିତ ହେଲା ଜାତୀୟ କଂଗ୍ରେସ । ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନ ବମ୍ବେଠାରେ ଆରମ୍ଭ ହୋଇଥିଲା । ସରକାରଙ୍କୁ ଦରଖାସ୍ତ ଦେଇ ଭାରତୀୟମାନଙ୍କର ଦୁଃଖ ଲାଘବ କରାଇବା ସେତେବେଳେ କଂଗ୍ରେସର ଏକମାତ୍ର ଲକ୍ଷ୍ୟଥିଲା ।

ପରବର୍ତୀ ସମୟରେ କଂଗ୍ରେସର ଚିନ୍ତାଧାରା ପରିବ୍ୟାପ୍ତ ହେଲା । କଂଗ୍ରେସରେ ଯୋଗଦେଲେ ମହାତ୍ମା ଗାନ୍ଧୀ କରାଯିବ । ୧୯୨୦ ମସିହାରେ କଲିକତା ଅଧ୍ଵବେଶନରେ କଂଗ୍ରେସ ଗାନ୍ଧିଜୀଙ୍କର ଏହି ପ୍ରସ୍ତାବରେ ରାଜି ହେଲା । ଭାରତର ସ୍ଵାଧୀନତା ଲାଭ ପାଇଁ ଭାରତର କେତେକ ଲୋକ ୧୯୦୫ ମସିହାରୁ ଆତଙ୍କବାଦୀ ଆନ୍ଦୋଳନ କରାଯିବ । ୧୯୨୦ ମସିହାରେ କଲିକତା ଅଧୂବେଶନରେ କଂଗ୍ରେସ ଗାନ୍ଧିଜୀଙ୍କର ଏହି ପ୍ରସ୍ତାବରେ ରାଜି ହେଲା ।

ଭାରତର ସ୍ଵାଧୀନତା ଲାଭ ପାଇଁ ଭାରତର କେତେକ ଲୋକ ୧୯୦୫ ମସିହାରୁ ଆତଙ୍କବାଦୀ ଆନ୍ଦୋଳନ ଚଳାଇଥିଲେ । ଏମାନେ ଗୋରାକର୍ମଚାରୀଙ୍କୁ ଲୁଚିଛପି ମାରିପକାଉଥିଲେ । ଏମାନେ ହିଂସା ବଦଳରେ ହିଂସା କରିବାକୁ ଚାହୁଁଥିଲେ । ଏଥ‌ିପାଇଁ ବହୁ ସଂଗ୍ରାମୀମାନଙ୍କୁ ସହିଦ ହେବାକୁ ପଡ଼ିଥିଲା ।

କଂଗ୍ରେସକୁ ବାରମ୍ବାର ଇଂରେଜ ସରକାର ଆହ୍ଵାନ କରି ବୈଠକ କରାଇଥିଲେ । ମାତ୍ର ସେହି ବୈଠକ ପ୍ରାଥମିକ ସ୍ତରରେ ସଫଳ ହୋଇନଥିଲେ ମଧ୍ୟ ପରେ ସଫଳ ହୋଇଥିଲା । ଶେଷରେ ଇଂରେଜମାନେ ବାଧ୍ୟହୋଇ ଭାରତବାସୀଙ୍କୁ

କିଛି କ୍ଷମତା ଦେଇଥିଲେ । ଇଂରେଜ ସରକାରଙ୍କ ପ୍ରତି ହିଂସାନୀତି ଚଳେଇଲେ ଭାରତକୁ ଶୀଘ୍ର ସ୍ଵାଧୀନତା ମିଳିବ ବୋଲି ସୁଭାଷଚନ୍ଦ୍ର ବୋଷ ବିଶ୍ଵାସ କରୁଥିଲେ । ତେଣୁ ସେ ‘ଫରୱାର୍ଡ ବ୍ଲକ୍’ ନାମରେ ଗୋଟିଏ ଅଲଗା ଦଳ ଗଠନ କଲେ।

୧୯୪୨ ମସିହାରେ ଇଂରେଜମାନେ ଭାରତ ଛାଡ଼ି ଚାଲିଯିବାକୁ କଂଗ୍ରେସ ଦାବିକଲା । ଫଳରେ ବ୍ରିଟିଶ୍ ସରକାର କଂଗ୍ରେସ ନେତାମାନଙ୍କୁ ବନ୍ଦୀ କଲେ । ନେତାମାନଙ୍କୁ ହରାଇ ଲୋକମାନେ ତାତି ଉଠିଲେ । କଚେରୀ, ଥାନା, ଡାକଘର ସବୁ ପୋଡ଼ିଦେଲେ । ବହୁତ ଲୋକ ପୁଲିସ ଗୁଳିରେ ଜୀବନ ଦେଲେ । ଏହି ଆନ୍ଦୋଳନକୁ ‘ଭାରତଛାଡ଼ ଆନ୍ଦୋଳନ’ ନାମରେ ନାମିତ କରାଗଲା ।

ଏହିପରି ବହୁ ଶ୍ରମ କରି ସଂଗ୍ରାମୀମାନେ ସଂଗ୍ରାମ ଚଳାଇଲେ । ଶେଷରେ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଭାରତ ସ୍ବାଧୀନତା ଲାଭକଲା । କବି ଗୋଦାବରୀଶ ଏହାକୁ ଲକ୍ଷ୍ୟକରି ଲେଖୁଛନ୍ତି

“ଏ ପତାକା ତଳେ ତିରିଶ ବରଷ,
ହୋଇଛନ୍ତି ଜାତି ସଇନେ ରୁଣ୍ଡ;
ଜାତୀୟ ସମରେ ଶତ ଶତ ବୀର,
ଲଢ଼ି ତ ହରାଇ ଅଛନ୍ତି ମୁଣ୍ଡ ।”

ମୋଟ ଉପରେ କହିବାକୁ ଗଲେ ବହୁ କଷ୍ଟ ଓ ସଂଗ୍ରାମ କରି ଭାରତ ସ୍ବାଧୀନତା ଲାଭ କରିଥିଲା ।

BSE Odisha 8th Class Odia Solutions Chapter 4 ଜାତୀୟ ପତାକା

Question ୩।
ଜାତୀୟ ପତାକାର ମହତ୍ତ୍ବ ପ୍ରକଟିତ ହେବାରେ ଜାତିର କି ଭୂମିକା ରହିଛି ଲେଖ ।
Answer:
କବି ପଣ୍ଡିତ ଗୋଦାବରୀଶ ଥିଲେ ଜଣେ ଜାତୀୟତାବାଦୀ କବି । ସେ ଓଡ଼ିଆମାନଙ୍କୁ ସ୍ବଦେଶପ୍ରେମ ଭାବରେ ଉଦ୍‌ବୁଦ୍ଧ କରିବାପାଇଁ ସାହିତ୍ୟ ସୃଷ୍ଟି କରିଥିଲେ । ସୁତରାଂ ତାଙ୍କର ସାହିତ୍ୟ ଥିଲା ଉଦ୍ଦେଶ୍ୟ ପ୍ରଣୋଦିତ । ପରାଧୀନ ଓଡ଼ିଆଙ୍କ ମନରେ ଜାତୀୟତାବୋଧ ସୃଷ୍ଟିକରି ଦେଶ ପାଇଁ ଓ ଜାତି ପାଇଁ ଉତ୍ସଗୀକୃତ ମନୋଭାବ ସୃଷ୍ଟି କରିବାପାଇଁ ସେ ପ୍ରକାରାନ୍ତରେ ଚେଷ୍ଟା କରିଥିଲେ । ଆଲୋଚ୍ୟ ‘ଜାତୀୟ ପତାକା’ କବିତାରେ କବିଙ୍କର ଅନୁରୂପ ଭାବଧାରା ପ୍ରକାଶ ପାଇଛିା

ଦେଶ ଓ ଜାତିର ଗୌରବର ସ୍ମାରକୀ ହେଉଛି ଜାତୀୟ ପତାକା । ଦେଶର ପ୍ରତୀକ ଭାବରେ ସେ ସବୁଠାରେ ନିଜର ସତ୍ତା ପ୍ରକାଶ କରିଥାଏ । ଏହି ପତାକାର ମର୍ଯ୍ୟାଦା ରକ୍ଷାକରିବାକୁ ହେଲେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଦେଶପ୍ରେମଭାବ ଉଦ୍‌ବୁଦ୍ଧ ହେବା ଆବଶ୍ୟକ । ଆମ ଦେଶକୁ କୌଣସି ସମୟରେ ବିଦେଶୀ ରାଷ୍ଟ୍ର ଆକ୍ରମଣ କଲେ ତାହାକୁ ପ୍ରତିହତ କରିବାପାଇଁ ପ୍ରାଣପାତ ଉଦ୍ୟମ କରିବାକୁ ପଡ଼ିବ । ଆମକୁ ସବୁସ୍ଥାନରେ ଜାତୀୟ ପତାକାର ମହତ୍ତ୍ବ ପ୍ରତିଷ୍ଠା କରିବାକୁ ପଡ଼ିବ । ଆମେ ଯେ ସ୍ଵତନ୍ତ୍ର, ଆମର ଯେ ମହତ୍ତ୍ବ ରହିଛି, ତାହାର ପରିପ୍ରଚାରର ମାଧ୍ୟମ ହେଉଛି ଆମ ଜାତୀୟ ପତାକା ।

ଆନ୍ତର୍ଜାତିକ କ୍ଷେତ୍ରରେ ବା ବିଶ୍ବସ୍ତରରେ ଜାତୀୟ ପତାକାହିଁ ଆମର ସତ୍ତା ପ୍ରକାଶ କରେ । ତେଣୁ ରାଜନୀତିକ କ୍ଷେତ୍ରରେ, ସାଂସ୍କୃତିକ କ୍ଷେତ୍ରରେ ଓ ଆର୍ଥନୀତିକ କ୍ଷେତ୍ରରେ ଆମେ ସ୍ଵାବଲମ୍ବୀ ହେଲେ ଆମ ଜାତୀୟ ପତାକାର ମହତ୍ତ୍ଵ ପ୍ରକାଶିତ ହେବ । କବି ଜାତୀୟ ପତାକାର ଜୟଗାନ କରି କହିଛନ୍ତି–

“ ଏହି ଯେ ଆମର ଜାତୀୟ ପତାକା,
ଉଡ଼େ ଫରଫର ପବନ ସୁଏ;
ଜାତିର ଏ ଅଟେ ଆମୂଲ୍ୟ ସମ୍ପଦ,
ଜାତିର ଏ ଅଟେ ଅମୂଲ୍ୟ ସମ୍ପଦ,”

ଦେଶର ଯବାନମାନେ ସବୁ ସମୟ ପାଇଁ ଜାତୀୟ ପତାକାର ଟେକ ରଖିବାପାଇଁ ଯତ୍ନବାନ୍ ହେବା ଆବଶ୍ୟକ । ପୂର୍ବରୁ ଏହାର ଟେକ ରଖୁବାପାଇଁ ଶତ ଶତ ବୀର ସୈନିକ ପ୍ରାଣ ଦେଇଛନ୍ତି । ସେହିପରି କୃଷି କ୍ଷେତ୍ରରେ ଆମ ଦେଶ ସ୍ଵାବଲମ୍ବୀ ହେଲେ, ଆମ ଦେଶର ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇବ ଓ ଆମ ଦେଶର ଜାତୀୟ ଧ୍ଵଜା ସବୁସ୍ଥାନରେ ନିଜର ମର୍ଯ୍ୟାଦା ରକ୍ଷା କରିପାରିବ ।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମ ଦେଶ ଉନ୍ନତ ହେଲେ, ଆମ ଜାତୀୟ ପତାକାର ମହତ୍ତ୍ବ ବଢ଼ିପାରିବ । ପୁନଶ୍ଚ କ୍ରୀଡ଼ା କ୍ଷେତ୍ରରେ ଆମେ ଯଦି ବିଶ୍ୱସ୍ତରରେ ଉନ୍ନତ ମାନର କ୍ରୀଡ଼ା ପ୍ରଦର୍ଶନ କରିବା, ତା’ହେଲେ ଆମ ଜାତୀୟ ଧ୍ଵଜାର ଶିର ଉନ୍ନତ ହେବ । ଆଧ୍ୟାତ୍ମିକ କ୍ଷେତ୍ରରେ ଏଯାବତ୍ ଭାରତ ସମଗ୍ର ବିଶ୍ଵରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବାରୁ ଆମେ ଆମର ଜାତୀୟ ଧ୍ଵଜାର ମହତ୍ତ୍ଵ ରଖିପାରିଛୁ । କବି ଉଦ୍‌ବୋଧନ ଦେଇ କବିତାର ଶେଷରେ କହିଛନ୍ତି

‘‘ ତେଣୁ ଏ ଯେ ଆମ ଜାତିର ଦେବତା,
ଜୁହାରିବା ଆଜି ଚାଲରେ ସର୍ବେ
ଯେତେ ଫରଫର ଉଡ଼ିବ ଏ ସତେ,
ହୃଦୟ ଆମର ନାଚିବ ଗର୍ବେ “

ମୋଟ ଉପରେ କହିବାକୁ ଗଲେ, ଆମେ ଯଦି ଭାରତମାତାର ଯୋଗ୍ୟ ସନ୍ତାନ ହେବା, ଦେଶ ଓ ଜାତିର ମହତ୍ତ୍ବ ବଜାୟ ରଖୁ, ସଂକୀର୍ଣ୍ଣତାକୁ ପରିହାର କରି ନିଜକୁ ଆମେ ସମସ୍ତେ ଏକ ବୋଲି ପ୍ରମାଣିତ କରିପାରିବା, ତା’ହେଲେ ଆମ ଜାତୀୟ ପତାକାର ମହତ୍ତ୍ବ ପ୍ରକଟିତ ହେବ ।

BSE Odisha 8th Class Odia Solutions Chapter 4 ଜାତୀୟ ପତାକା

Question ୪ ।
ଜାତୀୟ ପତାକାର ଟେକ ରଖୁବା ନିମନ୍ତେ ତୁମର ଅଭିଳାଷ ବର୍ଣ୍ଣନା କରି ସାଙ୍ଗ ନିକଟକୁ ପତ୍ର ଲେଖ ।

ପ୍ରିୟ ମନାଷା

ତା ୧୬-୦୫-୨୦୧୯
ସରକାରୀ ବାଳିକା ବିଦ୍ୟାଳୟ, କୁଜଙ୍ଗ ।

ମୋର ଶୁଭେଚ୍ଛା ନେବୁ । ମଉସା ମାଉସୀଙ୍କୁ ମୋର ପ୍ରଣାମ ଜଣାଇଦେବୁ । ସାନଭାଇ ମିଠୁକୁ ମୋର ହୃଦୟଭରା ସ୍ନେହ ଦେବୁ । ଗତ ସପ୍ତାହରେ ମୋ ପାଖକୁ ଚିଠିଟିଏ ଲେଖିଲୁ । ସେଥ‌ିରେ ଆମ ଜୀବନର ଭବିଷ୍ୟତ ସମ୍ପର୍କରେ କେତେ କଥା ଲେଖୁଥିଲୁ । ଜୀବନର ଯଥାର୍ଥ ମୂଲ୍ୟବୋଧକୁ ବୁଝିବାକୁ ମୋତେ ମଧ୍ୟ ଅନେକ ପରାମର୍ଶ ଦେଇଥୁଲୁ । ସେହି ଚିଠି ପାଇଲା ପରେ ମୋ ମନରେ ଅସୁମାରି ଅଭିଳାଷ ଦେଖାଦେଇଛି, ଯାହାକୁ ପୂରଣ କରିବା ମୁଁ ପ୍ରାଣପ୍ରଣେ ଚେଷ୍ଟାକରିବି ଓ ଲକ୍ଷ୍ୟପଥରେ ପହଞ୍ଚି ବୋଲି ମନରେ ବିଶ୍ଵାସ ରଖୁଛି ।

ତୁ ତ ଜାଣୁ, ମୋର ଖେଳରେ ଭାରି ଆଗ୍ରହ । ପାଠପଢ଼ା ସହିତ ଖେଳାଖେଳି କରିବାକୁ ମୋତେ ଭାରି ଭଲ ଲାଗେ । ଅବଶ୍ୟ ବେଳେବେଳେ ମୁଁ ମୋର ଦୌଡ଼ ଅଭ୍ୟାସ କରିବାକୁ ଯାଇ ଅନେକ ସମୟ ପଡ଼ିଆରେ ରହିଯାଏ । ସେଥ‌ିପାଇଁ ବାପା ଓ ମା’ଙ୍କଠାରୁ ବହୁ ଗାଳି ଶୁଣେ । ତଥାପି ମୁଁ ଖେଳକୁ ଛାଡ଼ିପାରେ ନାହିଁ । ରାତି ପାହିଲାମାତ୍ରେ ମୁଁ ମୋର ନିତ୍ୟକର୍ମ ସାରି ସକାଳୁ ଘଣ୍ଟାଏ ପାଇଁ ପଡ଼ିଆକୁ ଯାଏ । ଦୌଡ଼ାଦୌଡ଼ି କରେ । ସବୁଦିନ କେତେ ବେଗରେ ଦୌଡ଼ୁଛି ତାହାର ସମୟ ନିର୍ଦ୍ଧାରିତ କରେ । ସେହି ଅଭ୍ୟାସ ପାଇଁ ପ୍ରାଥମିକ ସ୍କୁଲଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ପ୍ରତିବର୍ଷ ଦୌଡ଼ରେ ମୁଁ ପ୍ରଥମ ସ୍ଥାନ ଅଧିକାର କରି ଆସିଛି ।

ଏପରିକି ବ୍ଲକ୍ ସ୍ତରରେ ଓ ଜିଲ୍ଲାସ୍ତରରେ ମୁଁ ମଧ୍ୟ ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏବର୍ଷ ମୋର ଅଷ୍ଟମ ଶ୍ରେଣୀ । ପାଠପଢ଼ାର ଗୁରୁତ୍ଵ ଟିକିଏ କମ୍ । ଏ ବର୍ଷ ମୁଁ ଦୌଡ଼ ପାଇଁ ପ୍ରାଦେଶିକ ସ୍ତରରେ ମନୋନୀତ ହୋଇଛି ଏବଂ ସେଥ‌ିରେ ଖେଳି ମୋର ସୁନାମ ବଜାୟ ରଖିବାକୁ ଇଚ୍ଛା ପ୍ରକାଶ କରୁଛି । ମନରେ ମଧ୍ୟ ସେହିଭଳି ଅଭିଳାଷ ରଖୁଛି । ବିଶ୍ୱସ୍ତରରେ ଖେଳି ସୁନାମ ରଖିଲେ, ମୋ ଜାତିର, ଦେଶର ଓ ସର୍ବୋପରି ଆମ ଜାତୀୟ ପତାକାର ଟେକ ।

ଦୌଡ଼ରାଣୀ ପି.ଟି. ଉଷାଙ୍କଠାରୁ ଆହୁରି ଅଧ‌ିକ ପରିଶ୍ରମ କଲେ ଏବଂ ଅଧ‌ିକ ବେଗରେ ଦୌଡ଼ିଲେ ମୁଁ ନିଶ୍ଚୟ ବିଶ୍ବସ୍ତରରେ ଆମ ଦେଶର ଜାତୀୟ ପତାକାର ଟେକ ରଖୁ । ଆମ ଦେଶର ଗର୍ବ ଓ ଗୌରବର କାରଣ ହେବି । ଜାତୀୟ ପତାକା ତଳେ ମୁଁ ମଧ୍ଯ ଏହିଭଳି ଶପଥ ରଖୁଛି । ସେଥ‌ିପାଇଁ ମୁଁ ଚେଷ୍ଟା ଚାଲୁ ରଖୁଛି, ତଥାପି ଜଗତର ନାଥ ଜଗନ୍ନାଥଙ୍କର କରୁଣା ଆଶା କରୁଛି । ତାଙ୍କ କରୁଣା ହେଲେ ନିଶ୍ଚୟ ମୁଁ ସଫଳ ହେବି ଓ ମୋର ଅଭିଳାଷ ପୂରଣ ହେବ ।

॥ଇତି॥
ତେ।ର ବାନ୍ଧିବା
ମୈତ୍ରେୟା

BSE Odisha 8th Class Odia Solutions Chapter 4 ଜାତୀୟ ପତାକା 1

କବି ପରିଚୟ :

ସତ୍ୟବାଦୀ ଯୁଗର ଅନ୍ୟତମ ସାରଥ, ପଣ୍ଡିତ ଗୋଦାବରୀଶ ମିଶ୍ର ଉତ୍କଳ ସାହିତ୍ୟ କାନନର ବିଚକ୍ଷଣ ରୂପକାର ଥିଲେ । ଏହି ପୁଣ୍ୟାତ୍ମାଙ୍କ ଆବିର୍ଭାବ ଘଟିଥିଲା ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ୧୮୮୬ ମସିହାରେ । ତାଙ୍କ ଯାଦୁକରୀ ଲେଖନୀର କାଉଁରୀ ସ୍ପର୍ଶରେ ଲୋକକଥା, କିମ୍ବଦନ୍ତୀ, ଗାଥାମାନ କବିତାର ରୂପ ପାଇ ଜନମାନସରେ ଆଦୃତ । ଗାଥାକବି ଭାବରେ ସମ୍ମାନିତ ଗୋଦାବରୀଶ ଏକାଧାରରେ ଜଣେ କବି, ଗାଳ୍ପିକ, ପ୍ରାବନ୍ଧିକ, ନାଟ୍ୟକାର ତଥା ଔପନ୍ୟାସିକ ଭାବେ ମଧ୍ୟ ସ୍ଵୀକୃତ । ଓଡ଼ିଆ ସାହିତ୍ୟକୁ ତାଙ୍କର ଦାନ ଅନବଦ୍ୟ, ଅତୁଳନୀୟ ଓ ଅବିସ୍ମରଣୀୟ । ସତ୍ୟବାଦୀ ବନବିଦ୍ୟାଳୟରେ ସେ ଜଣେ ଯଶସ୍ୱୀ, କୃତବିଦ୍ୟ ଶିକ୍ଷକ ଥିଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ସହ ମିଶି ସେ ଉତ୍ତମ ମଣିଷ ସୃଷ୍ଟି କରିବାପାଇଁ ଚେଷ୍ଟିତ ଥିଲେ ।

କବି ଓ କବିତା :

କବିଙ୍କର ଆତ୍ମଜୀବନୀ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ ନିମିତ୍ତ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛନ୍ତି । ତାଙ୍କଦ୍ୱାରା ରଚିତ କବିତା ସଂକଳନ ମଧ୍ୟରେ ‘ଆଲେଖ୍’, ‘କିଶଳୟ’, ‘ଗୀତାୟନ ଆଦି ପ୍ରଧାନ । ସେ ‘ ମୁକୁନ୍ଦଦେବ ଓ ‘ ପୁରୁଷୋତ୍ତମଦେବ ନାମରେ ଦୁଇଟି ନାଟକ; ‘୧୮୧୭’, ‘ଅଭାଗିନୀ’, ‘ଘଟାନ୍ତର’ ଆଦି ଉପନ୍ୟାସ ମଧ୍ୟ ରଚନା କରିଛନ୍ତି । ଶିଶୁ ସାହିତ୍ୟିକ ହିସାବରେ ପିଲାଙ୍କ ପାଇଁ ‘ପିଲାଙ୍କ କାହାଣୀ’, ‘ରାମାୟଣ କଥା’, ‘ ମହାଭାରତ କଥା, ‘ଦକ୍ଷିଣ ଆଫ୍ରିକା’, ‘ଗ୍ରେଟ୍‌ବ୍ରିଟେନ୍’ ଓ ‘ ମଧ୍ୟ ଆମେରିକା ପ୍ରଭୃତି ପୁସ୍ତକ ରଚନା କରିଛନ୍ତି । ଆଲୋଚ୍ୟ କବିତା ‘ ଜାତୀୟ ପତାକାରେ ଜାତୀୟ ପତାକା ପ୍ରତି ସମ୍ମାନ, ସ୍ଵଦେଶପ୍ରେମ ଓ ସୌନ୍ଦର୍ଯ୍ୟ ଚେତନା ଭାବ ପ୍ରକାଶ ପାଇଛା

BSE Odisha 8th Class Odia Solutions Chapter 4 ଜାତୀୟ ପତାକା

କବିତାର ସାରକଥା :

(୧) ଜାତୀୟ ପତାକା ଆମର ଅମୂଲ୍ୟ ସମ୍ପଦ – କବି ଗୋଦାବରୀଶ ଥିଲେ ଜାତୀୟତାବାଦୀ କବି ।
ସତ୍ୟବାଦୀର ପ୍ରେରଣାରେ ଅନୁପ୍ରାଣିତ ହୋଇ ଦେଶ ଓ ଜାତିକୁ ଉଦ୍‌ବୋଧନ ଦେଲାଭଳି କବିତା ସେ ରଚନା କରିଥିଲେ । କବିଙ୍କ ବିଚାରରେ ଜାତୀୟ ପତାକା ସାମାନ୍ୟ ନୁହେଁ ବୋଲି ଏହାକୁ ଜାତି ବୁଝିବା ଉଚିତ । ଆମର ଉଡୁଥିବା ତ୍ରିରଙ୍ଗା ପତାକାକୁ ଦେଖ୍ କବିଙ୍କ ମନରେ ଆନନ୍ଦ ଜାତ ହୋଇଛି । ସେ ଜାତିପ୍ରେମରେ ଉତ୍‌ଫୁଲ୍ଲିତ ହୋଇ ଉଠିଛନ୍ତି । ଜାତୀୟ . ପତାକା, ଯାହାକି ପବନରେ ଫରଫର ଉଡୁଛି, ସେହି ପତାକା ହେଉଛି ଜାତିର ଅମୂଲ୍ୟ ସମ୍ପଦ । ସେ କପଡ଼ା ବା କନାରେ ତିଆରି ହେଲେ ମଧ୍ୟ ତାହାର ମୂଲ୍ୟ ଖଣ୍ଡେ କପଡ଼ା ସହିତ ତୁଳନୀୟ ନୁହେଁ ।

(୨) ଜାତୀୟ ପତାକା ଆମ ପ୍ରିୟ ଧ୍ଵଜା : ଏହି ଜାତୀୟ ପତାକା ତଳେ ସବୁ ଭାରତୀୟ ରୁଣ୍ଡ ହୋଇ ଦେଶ ପାଇଁ ଓ ଜାତି ପାଇଁ ଯଥାର୍ଥ କର୍ତ୍ତବ୍ୟ କରିବାର ଶପଥ ନିଅନ୍ତି । ଏ ଦେଶର ବୀର ଯବାନମାନେ ଜାତୀୟ ସମରରେ ଆଗଭର ହୋଇ ଏହାର ମର୍ଯ୍ୟାଦା ରକ୍ଷାକରି ପ୍ରାଣଘାତକ ଲଢ଼େଇ କରନ୍ତି । ଅନେକ ସମୟରେ ଏହି ପତାକାର ମହତ୍ତ୍ବ ବଜାୟ ରଖିବାପାଇଁ ଲଢ଼ାଇରେ ଜୀବନ ଦାନ କରିବାକୁ ହୁଏ । ଏହି ଜାତୀୟ ପତାକାକୁ ଜାତିର ପ୍ରତୀକ ରୂପେ ଗ୍ରହଣ କରି ସ୍ଵାଧୀନତା ସଂଗ୍ରାମୀମାନେ ସଂଗ୍ରାମ କରିବାକୁ ଆଗେଇ ଆସିଛନ୍ତି । ଜାତିର ସ୍ଵାଭିମାନ ରକ୍ଷା ପାଇଁ ଓ ପତାକାର ସମ୍ମାନ ରକ୍ଷା କରିବାପାଇଁ ବିଦେଶୀମାନଙ୍କ ସହିତ ସଂଗ୍ରାମ କରିଛନ୍ତି । ଶେଷରେ ଆମ ଜାତିର ଜୟ ହୋଇଛି । ବିଦେଶୀ ଶାସକମାନେ ବାଧ୍ୟହୋଇ ନିଜ ଦେଶକୁ ଫେରି ଯାଇଛନ୍ତି । ଯାହାକିଛି ହୋଇଛି, ସବୁ ଏହି ଜାତୀୟ ପତାକା ପାଇଁ । ସୁତରାଂ ଏହି ଜାତୀୟ ପତାକା ହେଉଛି ସମସ୍ତଙ୍କର ଅତି ପ୍ରିୟ ।

(୩) ସେନାମାନଙ୍କର ବିଜୟର ପ୍ରତୀକ ଜାତୀୟ ପତାକା : ଆମ ଦେଶକୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ସେନାମାନେ ବିଭିନ୍ନ ଭାବରେ ଜଗିରହିଛନ୍ତି । ସେହି ସେନାମାନଙ୍କୁ ତିନିଭାଗରେ ବିଭକ୍ତ କରାଯାଇଛି । ସେମାନେ ହେଲେ ସ୍ଥଳବାହିନୀ, ଜଳବାହିନୀ ଓ ଆକାଶବାହିନୀ । ସ୍ଥଳପଥରୁ, ଜଳପଥରୁ ଓ ଆକାଶପଥରୁ ଆକ୍ରମଣ କରି, ସୈନ୍ୟମାନେ ଶତ୍ରୁସୈନ୍ୟକୁ ପରାସ୍ତ କରିଥା’ନ୍ତି । ସେମାନେ ଯୁଦ୍ଧଯାନ ନେଇ ବାହାରିଲାବେଳେ ଆମ ଜାତିର ପ୍ରତୀକ ଜାତୀୟ ପତାକାକୁ ଆଗରେ ଉଡ଼ାଇ ଉଡ଼ାଇ ଚାଲିଥା’ନ୍ତି । କବି ଭାବପ୍ରବଣ ହୋଇ କହିଛନ୍ତି ଯେ ସେହି ପତାକା ପଦାତିକ ଯାନରେ, ଜଳ ଜାହାଜରେ ଓ ବ୍ୟୋମଯାନରେ ଫରଫର ହୋଇ ଉଡ଼ି ପବନ ବାଧାକୁ କାଟି ଆଗକୁ ଆଗକୁ ଚାଲିବ ।

(୪) ଜାତୀୟ ପତାକା ଆମ ଜାତିର ଦେବତା : କବିଙ୍କ ମନରେ ପୂର୍ଣ୍ଣ ଭରସା ଓ ଆତ୍ମବିଶ୍ଵାସ ଆସିଛି କେବଳ ଜାତୀୟ ପତାକା ପାଇଁ । ଏହି ଜାତୀୟ ପତାକା ଆମର ସମ୍ମାନ ନିଶ୍ଚୟ ରକ୍ଷାକରିବ । ଏହାରି ପାଇଁ ଆମେ ସଂସାରରେ ସ୍ୱତନ୍ତ୍ର ପରିଚୟ ପାଇବା । ଏହା ନିଶ୍ଚୟ ଆମକୁ ବିଭିନ୍ନ ଦେଶ ପାଖରେ ଉନ୍ନତ କରି ପରିଚିତ କରିବ । ସୁତରାଂ ଏହି ପତାକା ଆମ ପାଇଁ ହେବ ଜାତିର ଦେବତା । ଏହାରି ପାଖରେ ଆମେ ସମସ୍ତେ ପ୍ରଣାମ କରିବା । ଏହି ପତାକା ଉନ୍ନତ ମଥା ତୋଳି ଯେତିକି ଫରଫର ହୋଇ ଉଡ଼ିବ, ଆମ ହୃଦୟ ଗର୍ବ ଓ ଆନନ୍ଦରେ ସେତିକି ନାଚିଉଠିବ ।

ସୂଚନା ଓ କଠିନ ଶବ୍ଦାର୍ଥ :

  • ସୁଏ – ସ୍ରୋତରେ ।
  • ରୁଣ୍ଡ – ଏକାଠି ।
  • ପଦାତିକ ସେନା – ସ୍ଥଳବାହିନୀର ସେନା । ଯୁଦ୍ଧ ଜାହାଜ ।
  • ସମର ପୋତ – ଯୁଦ୍ଧ ଜାହାଜା
  • ବ୍ୟୋମ -ଆକାଶ ।
  • ସମାର – ପବନ / ବାୟୁ।
  • ଧୃଜା – ପତାକା ।
  • ଟେକ – ମର୍ଯ୍ୟାଦା ।
  • ନିକର – ନିଶୃୟା
  • ବୈରଖ – ପତାକା ।
  • ଜୁହାରିବା – ପ୍ରଣାମ କରିବା ।
  • ହୃଦୟ୍ଟ ନାଚିବ – ଆନନ୍ଦିତ ହେବ ।

କେତୋଟି ନୂତନ ଶବ୍ଦ ଓ ତା’ର ଅର୍ଥ :

  • ଛେକା – ସାମାନ୍ୟ / ସାଧାରଣ
  • ପୋତ – ଜଳଜାହାଜ
  • ଜୁହାରିବା – ପ୍ରଶାମ କରିବା
  • ପଦାତିକ – ପାଦରେ ଚାଲୁଥିବା / ସ୍ଥଳଭାଗରେ ରହିଥ୍ ବା
  • ବ୍ୟୋମ – ଆକାଶ
  • ଛାର – ମୂଲ୍ୟହାନ / ସାମାନ୍ୟ

BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

Odisha State Board BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର will enable students to study smartly.

BSE Odisha Class 8 Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

→ ଉପକ୍ରମଣିକା (Introduction) :
(i) ଦୈନନ୍ଦିନ ଜୀବନରେ କୃଷି, ଶିଳ୍ପ, ସ୍ବାସ୍ଥ୍ୟ, ଶିକ୍ଷା, ଅର୍ଥନୀତି, ବାଣିଜ୍ୟ, ପ୍ରତିରକ୍ଷା ଆଦି କ୍ଷେତ୍ରରେ ଆମେ ସୂଚନା ପାଇଥାଉ । ଏଗୁଡ଼ିକୁ ତଥ୍ୟ କହନ୍ତି ।
(ii) ତଥାବଳୀ ସଂଗ୍ରହକରି ସ୍ଵତନ୍ତ୍ର ଉପସ୍ଥାପନାଶୈଳୀ ମାଧ୍ୟମରେ ବ୍ୟାଖ୍ୟା ଓ ବିଶ୍ଳେଷଣ କରି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବାର ପ୍ରୟାସ କରିଥା’ନ୍ତି ।

→ ତଥ୍ୟାବଳୀ (Data) :
(i) କେତେକ କ୍ଷେତ୍ରରେ ତଥ୍ୟାବଳୀ ମାଧ୍ୟମରେ କେତେକ ସୂଚନା ମିଳିଥାଏ; ଯଥା-
(କ) ତୁମ ଶ୍ରେଣୀର ଗତବର୍ଷ ବାର୍ଷିକ ପରୀକ୍ଷାରେ ଗଣିତରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରସଂଖ୍ୟା ଏବଂ

(ଖ) ଗତ ମାସରେ ତୁମେ ପଢ଼ିଥିବା କେତେକ ଗପବହିର ସଂଖ୍ୟା ।
ଉପରୋକ୍ତ ପ୍ରକାର ତଥ୍ୟଗୁଡ଼ିକୁ ସାଂଖ୍ୟକ ତଥ୍ୟ କୁହାଯାଏ ।

  • ‘ସାଂଖ୍ୟକ ତଥ୍ୟ’ ମାଧ୍ୟମରେ କୌଣସି ବିଷୟଗତ ସୂଚନା ମିଳିଥାଏ ।

(ii) କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଆଗରେରଖ୍ ସାଧାରଣତଃ କୌଣସି ବ୍ୟକ୍ତି, ସଂସ୍ଥା ବା ଅନୁଷ୍ଠାନରେ ତଥ୍ୟ ସଂଗ୍ରହକାରୀମାନେ ପ୍ରତ୍ୟକ୍ଷ ଭାବରେ ତଥ୍ୟ ସଂଗ୍ରହ କରିଥା’ନ୍ତି । ଏ ପ୍ରକାର ତଥ୍ୟକୁ ପ୍ରାଥମିକ ତଥ୍ୟ (Primary Data) କୁହାଯାଏ ।

(iii) ତଥ୍ୟ ସଂଗ୍ରହକାରୀଙ୍କ ଜରିଆରେ ତଥ୍ୟ ସଂଗ୍ରହ ନ କରି ପୁସ୍ତକାଗାର, ସରକାରୀ କାଗଜପତ୍ର, ଖବରକାଗଜ ବା ଟେଲିଭିଜନରେ ପ୍ରସାରିତ ଖବରରୁ ସଂଗୃହିତ ତଥ୍ୟକୁ ପରୋକ୍ଷ ତଥ୍ୟ (Secondary Data) କୁହାଯାଏ ।

BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

→ ତଥ୍ୟାବଳୀର ସଜ୍ଜୀକରଣ (Organisation of Data) :
(i) ସଂଗୃହୀତ ପ୍ରାଥମିକ ବା ପରୋକ୍ଷ ତଥ୍ୟକୁ ଲବ୍‌ଧାଙ୍କ (Score) କୁହାଯାଏ ।

(ii) ଏକାଧ୍ଵକବାର ରହିଥିବା ଲବ୍‌ଧାଙ୍କଗୁଡ଼ିକୁ ବାରମ୍ବାର ନଲେଖୁ ସେମାନଙ୍କ ସଂଖ୍ୟାକୁ ବାରମ୍ବାରତା (Fre- quency) କୁହାଯାଏ ।

(iii) ତଥ୍ୟ ସଜ୍ଜୀକରଣ ପାଇଁ ସୋପାନଗୁଡ଼ିକ ହେଲା-

  • ପ୍ରଥମ ସଂଗୃହୀତ ତଥ୍ୟଗୁଡ଼ିକୁ ଲେଖୁ ତାହାକୁ ଉର୍ଦ୍ଧ୍ବକ୍ରମ ବା ଅଧଃକ୍ରମରେ ଲେଖାଯାଏ ।
  • ଅଧ‌ିକ ସଂଖ୍ୟକ ଲଜ୍ଜାଙ୍କ ଥିଲେ ସେଗୁଡ଼ିକୁ ଉର୍ଦ୍ଧ୍ବ ବା ଅଧଃକ୍ରମରେ ଲେଖୁବା ସମୟସାପେକ୍ଷ ହେଉଥ‌ିବାରୁ ପ୍ରତ୍ୟେକ ଲଜ୍ଜାଙ୍କ ତଥ୍ୟାବଳୀରେ କେତେଥର
  • ରହିଛି ତାକୁ ବିଚାରକୁ ନେଇ ଲଜ୍ଜାଙ୍କର ବାରମ୍ବାରତା ନିରୂପଣ କରାଯାଏ ।
  • ଲବ୍ଧଙ୍କ ସହ ବାରମ୍ବାରତାକୁ ନେଇ ଯେଉଁ ସାରଣୀ ପ୍ରସ୍ତୁତ କରାଯାଏ, ତାକୁ ବାରମ୍ବାରତା-ବିତରଣ ସାରଣୀ (Frequency-distribution table) କହନ୍ତି ।

(a) ନିମ୍ନରେ ଦିଆଯାଇଥିବା ଲବ୍‌ଧାଙ୍କଗୁଡ଼ିକୁ ଊକ୍ରମରେ ସଜାଅ ।
(b) ଉକ୍ତ ଲବ୍‌ଧାଙ୍କଗୁଡ଼ିକୁ ନେଇ ଏକ ବାରମ୍ବାରତା-ବିତରଣ ସାରଣୀ ପ୍ରସ୍ତୁତ କର ।
(c) ସାରଣୀକୁ ଦେଖ୍ ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i)ସର୍ବନିମ୍ନ ଲବ୍‌ଧାଙ୍କ କେତେ ?
(ii) ସର୍ବୋଚ୍ଚ ଲବ୍‌ଧାଙ୍କ କେତେ ?
(iii) କେଉଁ ଲବ୍‌ଧାଙ୍କର ବାରମ୍ବାରତା ସର୍ବାଧ‌ିକ ?
(iv) କେଉଁ ଲବ୍‌ଧାଙ୍କର ବାରମ୍ବାରତା ସର୍ବନିମ୍ନ ?
(v) ଲବ୍‌ଧାଙ୍କମାନଙ୍କର ସଂଖ୍ୟା କେତେ ?
ସମାଧାନ :
(a) ଲବ୍ଧଙ୍କଗୁଡ଼ିକୁ ଊର୍ଦ୍ଧ୍ବକ୍ରମରେ ସଜାଇଲେ ହେବ ।
74, 62, 64, 72, 67, 73, 80, 78, 65, 69, 73, 84, 83, 73, 93
72, 62, 79, 88, 79, 61, 53, 87, 56, 87, 81, 42, 70, 45, 66

(b)
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 1

(c)
(i) ସର୍ବନିମ୍ନ ଲଚ୍ଛାଙ୍କଟି = 42
(ii) ସର୍ବୋଚ୍ଚ ଲବ୍ଧଙ୍କଟି = 93
(iii) ଲଜ୍ଜାଙ୍କ 73 ର ବାରମ୍ବାରତା ସର୍ବାଧିକ ।
(iv) ଅନେକ ଲଜ୍ଜାଙ୍କର ବାରମ୍ବାରତା ସର୍ବନିମ୍ନ !
(v) ଲବ୍‌ଧାଙ୍କମାନଙ୍କର ସଂଖ୍ୟା = 30

BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

→ ତଥ୍ୟ ଉପସ୍ଥାପନା (Presentation of Data) :
ତିନି ପ୍ରକାର ଗ୍ରାଫ୍ (ଲେଖଚିତ୍ର) ଦ୍ଵାରା ତଥ୍ୟ ଉପସ୍ଥାପନା କରାଯାଇପାରେ । ସେଗୁଡ଼ିକ ହେଲା–
(i) ଚିତ୍ର ଲେଖ (Pictograph / Picture graph)
(ii) ସ୍ତମ୍ଭ ଲେଖ (Bar graph) ଏବଂ
(iii) ଲେଖ (Circle graph / Pie Chart)

→ ଚିତ୍ରଲେଖ (Pictograph) :
ସଂଗୃହୀତ ତଥ୍ୟକୁ ଚିତ୍ର ମାଧ୍ୟମରେ ପ୍ରକାଶକଲେ ତାକୁ ଚିତ୍ରଲେଖ କୁହାଯାଏ ।
ଉଦାହରଣ :
ନିମ୍ନ ତଥ୍ୟକୁ ଚିତ୍ରଲେଖରେ ପ୍ରକାଶ କର ।
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 2
ସମାଧାନ :
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 3

ଉଦାହରଣ :
ନିମ୍ନ ତଥ୍ୟାବଳୀକୁ ଚିତ୍ରଲେଖରେ ପ୍ରକାଶ କର ।
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 4
ସମାଧାନ :
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 5

BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

→ ସ୍ତମ୍ଭ ଲେଖ (Bar graph):

  • ସ୍ତମ୍ଭ ଲେଖ ମାଧ୍ୟମରେ ତଥ୍ୟ ଉପସ୍ଥାପନ, ତଥ୍ୟ ଅନୁଶୀଳନ ଓ ତଥ୍ୟର ବ୍ୟାଖ୍ୟା ଅତି ସହଜ ହୋଇଥାଏ ।
  • ସମ ଓସାର (ପ୍ରସ୍ଥ) ଓ ସ୍ତମ୍ଭ ସ୍ତମ୍ଭ ମଧ୍ୟରେ ବ୍ୟବଧାନ ସମାନ ଥାଇ ସ୍ତମ୍ଭ ଲେଖ ସାଧାରଣ ଭାବରେ ସଫଳ ତଥ୍ୟ ଉପସ୍ଥାପନା ପାଇଁ ଆମର ଦୃଷ୍ଟି ଆକର୍ଷଣ କରିଥାଏ ।
  • ସ୍ତମ୍ଭ ଲେଖ ଗୋଟିଏ ସାଂଖ୍ୟକ ତଥ୍ୟକୁ ଭିଭିକରି ଅଙ୍କନ କରାଯାଇଥାଏ ।
  • ସ୍ତମ୍ଭ ଲେଖକୁ ଆନୁଭୂମିକ (Horizontal) ବା ଉଲ୍ଲମ୍ବ (Vertical) ଭାବରେ ଅଙ୍କନ କରାଯାଇପାରେ ।
  • ଦୁଇଟି ସ୍ତମ୍ଭକୁ ପାଖାପାଖୁ ରଖୁ ତଥ୍ୟ ଉପସ୍ଥାପନକଲେ ସେ ସ୍ତମ୍ଭ ଲେଖକୁ ଦ୍ଵିସ୍ତମ୍ଭ ଲେଖ (Double Bar Graph) କୁହାଯାଏ ।

→ ସ୍ତମ୍ଭଲେଖ ଅଙ୍କନ ସୋପାନଗୁଡ଼ିକ ହେଲା-
ପ୍ରଥମେ ଏକ ଲେଖ କାଗଜ ନେଇ ଗୋଟିଏ ଆନୁଭୂମିକ ଏବଂ ଉଲ୍ଲମ୍ବ ରେଖା ଅଙ୍କନ କର ଯେପରିକି ସେମାନେ ପରସ୍ପରକୁ ଲମ୍ବ ଭାବରେ ଛେଦକରିବେ ।
ଆନୁଭୂମିକ ରେଖାର ନିମ୍ନଭାଗରେ ବିଭିନ୍ନ ପ୍ରକାରର ମୋଟର କାର୍ ଏବଂ ଉଲ୍ଲମ୍ବ ରେଖାର ବାମପାର୍ଶ୍ଵରେ ମୋଟର କାର୍ ସଂଖ୍ୟାକୁ ଏକ ନିର୍ଦ୍ଦିଷ୍ଟ ସ୍କେଲ୍‌କୁ ଭିଭିକରି ଲେଖ ।
ଆନୁଭୂମିକ ରେଖାରେ ଓସାର ସମାନ ଏବଂ ବ୍ୟବଧାନକୁ ସମାନ ରଖ୍ ସ୍କେଲ୍ ନିର୍ଦ୍ଦିଷ୍ଟ କର । ଉଲ୍ଲମ୍ବ ରେଖାର ପ୍ରତି ପାଞ୍ଚଗୋଟି କିମ୍ବା ଦଶଗୋଟି ଛୋଟ ଘରକୁ ଏକ ଏକକ ଲେଖାଏଁ ନେଇ ସୂଚାଅ । (ଅବଶ୍ୟ ଆବଶ୍ୟକତା ଅନୁଯାୟୀ ନିଜେ ସ୍କେଲ୍ ଚୟନ କର ।)
ତତ୍ପରେ ସ୍ତମ୍ଭଲେଖ ଅଙ୍କନ କର ।

  • ଲେଖ କାଗଜର ବିନା ସହାୟତାରେ ଠିକ୍ ମାପ ବିଶିଷ୍ଟ ସ୍ତମ୍ଭ ଲେଖ ମଧ୍ଯ ଅଙ୍କନ କରାଯାଇପାରେ

ଉଦାହରଣ :
ନିମ୍ନ ତଥ୍ୟାବଳୀକୁ ନେଇ ଏକ ସ୍ତମ୍ଭ ଲେଖ ଅଙ୍କନ କର ।
ଏକ ସପ୍ତାହରେ ପ୍ରତ୍ୟେକ ଦିନ ବିକ୍ରିହୋଇଥିବା ଏକ ସ୍କୁଟରର ସଂଖ୍ୟା ନିମ୍ନରେ ଦିଆଯାଇଛି ।
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 6
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 7

BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

ନିଜେ କର :
ଗୋଟିଏ ଛାତ୍ରର 2008-09 ଏବଂ 2009-10 ଦୁଇ ଶିକ୍ଷାବର୍ଷରେ ତା’ର ପାଠ ବିଷୟରେ ରଖୁଥ‌ିବା ମାର୍କ (ନିମ୍ନ ପ୍ରକାରରେ) ସାରଣୀରେ ଦିଆଯାଇଛି । ଏହାକୁ ଆଧାର କରି ଗୋଟିଏ ଦ୍ୱି-ସ୍ତମ୍ଭ-ଲେଖ ଅଙ୍କନ କର ।
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 8
ସମାଧାନ :
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 9

→ ବୃତ୍ତଲେଖ (Circle graph/Pie chart) :
(i) ଗୋଟିଏ ବୃତ୍ତ ମଧ୍ୟରେ ସାଂଖ୍ୟକ ତଥ୍ୟଗୁଡ଼ିକୁ ଉପସ୍ଥାପନା କରାଯାଇପାରିବ ।
(ii) ବୃତ୍ତ ମଧ୍ୟରେ ତଥ୍ୟ ଉପସ୍ଥାପନା କରାଗଲେ ଉକ୍ତ ଚିତ୍ରକୁ ବୃତ୍ତଲେଖ କୁହାଯାଏ ।
ବୃତ୍ତ ଲେଖରେ କେନ୍ଦ୍ରୀୟ କୋଣର ପରିମାଣ ଜଣାଥିଲେ ଆମେ ତଥ୍ୟଗୁଡ଼ିକୁ କହିପାରିବା ।

→ ମନେରଖ :

  • ବୃତ୍ତର ଯେ କୌଣସି ଦୁଇ ବ୍ୟାସାର୍ଦ୍ଧ ଏବଂ ଚାପକୁ ନେଇ ଗଠିତ ଚିତ୍ରକୁ ବୃତ୍ତକଳା କୁହାଯାଏ ।
  • ପାର୍ଶ୍ୱସ୍ଥ ଚିତ୍ରରେ OACB ଏକ ବୃତ୍ତକଳା ।
    BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 10
  • ବୃତ୍ତକଳାର କେନ୍ଦ୍ରରେ ଉତ୍ପନ୍ନ କୋଣର ପରିମାଣ 360° ର ଏକ ଭଗ୍ନାଂଶ ସହ ସମାନ ।
  • ବୃତ୍ତର କେନ୍ଦ୍ରରେ ବୃତ୍ତକଳାଗୁଡ଼ିକଦ୍ବାରା ଉତ୍ପନ୍ନ କୋଣମାନଙ୍କର ପରିମାଣର ସମଷ୍ଟି 360° ହେବ।

→ ବୃତ୍ତ ଲେଖି ଅଙ୍କନ ପ୍ରଣାଳୀ :
ପ୍ରଥମେ ଦତ୍ତ ତଥ୍ୟଗୁଡ଼ିକର ଆନୁପାତିକ ଅଂଶ ସ୍ଥିର କରାଯାଏ ।
ତତ୍ପରେ ପ୍ରତ୍ୟେକ ତଥ୍ୟକୁ ବୃତ୍ତଲେଖରେ ଉପସ୍ଥାପନା କରିବାପାଇଁ କେନ୍ଦ୍ରୀୟ କୋଣର ପରିମାଣ ସ୍ଥିର କରାଯାଏ । ଏକ ନିର୍ଦ୍ଦିଷ୍ଟ ବ୍ୟାସାଦ୍ଧବିଶିଷ୍ଟ ବୃତ୍ତ ଅଙ୍କନ କରାଯାଏ ।
ତତ୍ପରେ ବୃତ୍ତକଳାଗୁଡ଼ିକୁ କାର୍ଯ୍ୟ ବା ସୂଚନା ଅନୁଯାୟୀ ସୂଚାଯାଏ ।

ନିଜେ କର :
ଗୋଟିଏ ଛାତ୍ରାବାସରେ ରହୁଥ‌ିବା ଛାତ୍ରମାନେ କହିପାରୁଥିବା ଭାଷାମାନଙ୍କୁ ନେଇ ଏକ ସାରଣୀ ପ୍ରସ୍ତୁତ କରାଯାଇଛି । ଉକ୍ତ ତଥ୍ୟଗୁଡ଼ିକୁ ଆଧାର କରି ବୃତ୍ତ ଲେଖ ଅଙ୍କନ କର ।
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 11
ସମାଧାନ :
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 12

BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

→ ଭାଗ ବିଭକ୍ତ ବାରମ୍ବାରତା ବିତରଣ (Grouped Frequency Distribution) :

  • ତଥ୍ୟାବଳୀର ଉପସ୍ଥାପନା ନିମିତ୍ତ ଏବଂ ଏହାର ଉପସ୍ଥାପନା କିପରି ସରଳ ଓ ବୋଧଗମ୍ୟ ଏବଂ ସର୍ବୋପରି ସମୟସାପେକ୍ଷ ନ ହୋଇ କମ୍ ସ୍ଥାନ ମଧ୍ଯରେ ଉପସ୍ଥାପିତ ହୋଇପାରିବ, ସେଥ‌ିପାଇଁ ଏହାକୁ କେତେକ ଶ୍ରେଣୀ ବା ସଂଭାଗ (Class or group) ରେ ବିଭକ୍ତ କରାଯାଇଥାଏ ।
  • ତଥ୍ୟାବଳୀର ସର୍ବୋଚ୍ଚ ଓ ସର୍ବନିମ୍ନ ଲବ୍‌ଧାଙ୍କଦ୍ଵୟ ମଧ୍ୟରେ ଥ‌ିବା ଦୂରତ୍ବକୁ ତଥ୍ୟାବଳୀର ବିସ୍ତାର (Range) କୁହାଯାଏ ।
  • ସାଧାରଣତଃ ତଥ୍ୟାବଳୀର ବିସ୍ତାର ଅଧ୍ବକ ହୋଇଥିଲେ ତଥ୍ୟାବଳୀକୁ ବିଭିନ୍ନ ସଂଭାଗରେ ବିଭକ୍ତ କରାଯାଇଥାଏ ।
  • ଏକ ତଥ୍ୟାବଳୀର ସଂଭାଗରେ 0-5, 5-10, 10-15, 15-20 ………. ବା 10-20, 20-30, 30-40, …… କରାଯାଇଥାଏ ।
  • ‘10-20’ ସଂଭାଗର 10କୁ ସଂଭାଗଟିର ନିମ୍ନ ସୀମା (Lower limit) ଏବଂ 20କୁ ସଂଭାଗର ଉଚ୍ଚ ସୀମା (Upper limit) କୁହାଯାଏ ।
  • ସଂଭାଗର ଉଚ୍ଚ ସୀମା ଓ ନିମ୍ନ ସୀମା ଦ୍ବୟର ଅନ୍ତରଫଳକୁ ସଂଭାଗର ବିସ୍ତାର କୁହାଯାଏ ।
    0-5, 5-10, 10-15, … ଇତ୍ୟାଦି ସଂଭାଗୀକରଣରେ ସଂଭାଗ ବିସ୍ତାର = 5−0 = 10 —5 = …. = 5

ନିଜେ କର :
Question 1.
20 ଜଣ ଛାତ୍ରଙ୍କର ଓଜନର ଏକ ଭାଗ ବିଭକ୍ତ ବାରମ୍ବାରତା ବିତରଣ ସାରଣୀ ପ୍ରସ୍ତୁତ କର, ଯାହାର ବିସ୍ତାର 5 ହେବ ।
ଦତ୍ତ ତଥ୍ୟଗୁଡ଼ିକୁ – 40, 38, 33, 48, 60, 53, 31, 46, 34, 36, 49, 41, 55, 49, 65, 42, 44, 47, 38, 39 ।
ସମାଧାନ :
ଦତ୍ତ ତଥ୍ୟଗୁଡ଼ିକୁ ଊକ୍ରମରେ ସଜାଇଲେ –
31, 33, 34, 36, 38, 38, 39, 40, 41, 42, 44, 46, 47, 48, 49, 49, 53, 55, 60, 65 ।
ସର୍ବନିମ୍ନ ଲବ୍ଧଙ୍କ = 31 ଓ ସର୍ବୋଚ୍ଚ ଲବ୍ଧଙ୍କ = 65 ।
ସଂଭାଗ ବିସ୍ତାର = 65 – 31 + 1 = 35
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 13

BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

Question 2.
ନିମ୍ନରେ ଦିଆଯାଇଥୁବା ଲବ୍ଧଙ୍କଗୁଡ଼ିକୁ (ତଥ୍ୟାବଳୀ) ନେଇ ଏକ ବାରମ୍ବାରତା ବିତରଣ ସାରଣୀ ପ୍ରସ୍ତୁତ କର, ଯାହାର ସଂଭାଗ ବିସ୍ତାର 10 ହେବ ।
21, 10, 30, 22, 33, 5, 37, 12, 25, 42,
15, 39, 26, 32, 18, 27, 28, 19, 29, 35,
31, 24, 36, 18, 20, 38, 22, 44, 16, 24,
10, 27, 39, 28, 49, 29, 32, 23, 31, 21,
34, 22, 23, 36, 24, 36, 33, 47, 48, 50,
39, 20, 07, 16. 36, 45, 47, 30, 22, 17
ସମାଧାନ :
ସର୍ବନିମ୍ନ ଲବ୍ଧଙ୍କ = 5 ଓ ସର୍ବୋଚ୍ଚ ଲକ୍ତାଙ୍କ = 50
ସଂଭାଗ ବିସ୍ତାର = 50 – 5 + 1 = 46
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 14

→ ହିଷ୍ଟୋଗ୍ରାମ୍ (Histogram):

  • ଭାଗବିଭକ୍ତ ବାରମ୍ବାରତା ମାଧ୍ୟମରେ ମଧ୍ୟ ପ୍ରକାଶ କରାଯାଇପାରେ ।
  • ହିଷ୍ଟୋଗ୍ରାମ୍ ପ୍ରସ୍ତୁତି ବେଳେ ସ୍ତମ୍ଭ ଲେଖ ଭାବେ ଅଙ୍କନ କରାଯାଏ; ମାତ୍ର ସ୍ତମ୍ଭ ଲେଖରେ ସ୍ତମ୍ଭମାନଙ୍କ ମଧ୍ୟରେ କିଛି ବ୍ୟବଧାନ ଥ‌ିବାବେଳେ ହିଷ୍ଟୋଗ୍ରାମିଂରେ କିଛି ବ୍ୟବଧାନ ନଥାଏ ।
    • ପ୍ରତ୍ୟେକ ହିଷ୍ଟୋଗ୍ରାମ୍ ଗୋଟିଏ ଗୋଟିଏ ସ୍ତମ୍ଭ ଲେଖ ।
  • ଲବ୍ଧଙ୍କଗୁଡ଼ିକର ସଂଭାଗୀକରଣ ବ୍ୟବସ୍ଥାରେ ଅଙ୍କିତ ସ୍ତମ୍ଭ ଲେଖକୁ ହିଷ୍ଟୋଗ୍ରାମ୍ କୁହାଯାଏ । ଅନ୍ୟ ପ୍ରକାରରେ କହିଲେ, ଭାଗବିଭକ୍ତ ତଥ୍ୟାବଳୀର ସ୍ତମ୍ଭ ଲେଖକୁ ହିଷ୍ଟୋଗ୍ରାମ୍ କୁହାଯାଏ ।

ନିଜେ କର :
Question 1.
ତୁମ ସ୍କୁଲର 25 ଜଣ ଶିକ୍ଷକଙ୍କର ବୟସକୁ ନିମ୍ନ ଭାଗ ବିଭକ୍ତ ବାରମ୍ବାରତା ବିତରଣ ସାରଣୀରେ ପ୍ରକାଶ କରାଯାଇଛି । ଏହାକୁ ବ୍ୟବହାର କରି ହିଷ୍ଟୋଗ୍ରାମ୍ ଅଙ୍କନ କର ।
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 15
ସମାଧାନ :
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 16

BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

→ ଲେଖଚିତ୍ର ସମ୍ବନ୍ଧୀୟ ପ୍ରାରମ୍ଭିକ ଧାରଣା (Introduction to Graphs) :
(i) ସପ୍ତଦଶ ଶତାବ୍ଦୀରେ ଗଣିତଜ୍ଞ ରେନେ ଡେସ୍‌କାର୍ଟେ (Rene Descartes) ଥରେ ଗୋଟିଏ ଛାତର ଏକ କୋଣରେ ଗୋଟିଏ ପୋକର ଚଳପ୍ରଚଳକୁ ଲକ୍ଷ୍ୟ କରୁଥିଲେ । ଏକ ନିର୍ଦ୍ଦିଷ୍ଟ ସମୟରେ ପୋକଟିର ଅବସ୍ଥାନକୁ ଜାଣିବା ପାଇଁ ସେ ଗୋଟିଏ ସମତଳରେ ଗୋଟିଏ ବିନ୍ଦୁରେ ଚିହ୍ନଟୀକରଣ କରିବାର ଉପାୟ ଉଦ୍ଭାବନ କରିଥିଲେ ।
(ii) ଡେସ୍‌କାର୍ଟେଙ୍କ ଉଦ୍ଭାବନ ଦୁଇଟି ମାପାଙ୍କଦ୍ୱାରା କିପରି ଏକ ବିନ୍ଦୁର ଚିହ୍ନଟ ସମ୍ଭବ ତାହା ସୂଚାଇଥିଲା ।
(iii) ମାପାଙ୍କଦ୍ଵୟ ମଧ୍ୟରୁ ଗୋଟିଏ ଆନୁଭୂମିକ (Horizontal) ମାପାଙ୍କ ଥିଲାବେଳେ ଅନ୍ୟଟି ଉଲ୍ଲମ୍ବ (Vertical) ମାପାଙ୍କ ଥିଲା । ତାଙ୍କରି ନାମାନୁସାରେ ଉକ୍ତ ବିନ୍ଦୁର ଚିହ୍ନଟୀକରଣର ପଦ୍ଧତିକୁ କାର୍ଟେଜୀୟ ପଦ୍ଧତି ବା (Cartesian System) କୁହାଯାଏ ।

→ ସରଳରେଖୀୟ ଲେଖଚିତ୍ର (Linear Graphs) :
(i) ନେଇଥାଏ । ଏପ୍ରକାର ଲେଖଚିତ୍ରକୁ ସରଳରେଖୀୟ ଲେଖଚିତ୍ର କୁହାଯାଏ ।
(ii) ସରଳରେଖୀୟ ଲେଖଚିତ୍ର ଅଙ୍କନ ପାଇଁ ଲେଖକାଗଜ ଉପରେ କେତେଗୁଡ଼ିଏ ବିନ୍ଦୁ ଚିହ୍ନଟ କରିବାକୁ ପଡ଼ିଥାଏ ।

→ ବିନ୍ଦୁର ଅବସ୍ଥିତି ନିରୂପଣ (Location of a Point) :
କଳାପଟାରେ ଏକ ବିନ୍ଦୁ ଚଦ୍ଵାରା ଦେଇ ଏହାର ଅବସ୍ଥିତି ସମ୍ପର୍କରେ ପଚାରିଲେ ଭିନ୍ନ ଭିନ୍ନ ଉତ୍ତର ଆସିବ; କିନ୍ତୁ କଳାପଟାର ଏକ କୋଣରୁ ଆନୁଭୂମିକ ରେଖାରେ ଡାହାଣକୁ ଏକ ନିର୍ଦ୍ଦିଷ୍ଟ ଦୂରତାରେ (ମନେକର 60 ସେ.ମି.) ଆସି A ବିନ୍ଦୁରେ ପହଞ୍ଚିଲେ A ବିନ୍ଦୁର ଅବସ୍ଥାନ ନିର୍ଦ୍ଦିଷ୍ଟ ହେବ । A ବିନ୍ଦୁରୁ ଉପରକୁ 40 ସେ.ମି. ସିଧାଯାଇ ଯଦି ଆମେ P ବିନ୍ଦୁରେ ପହଞ୍ଚିବା; ତେବେ P ବିନ୍ଦୁର ଅବସ୍ଥାନ ନିର୍ଦ୍ଦିଷ୍ଟ ହେବ । P ବିନ୍ଦୁର ଅବସ୍ଥାନ ଡାହାଣକୁ 60 ସେ.ମି. ଆସି ଉପରକୁ 40 ସେ.ମି. ଯିବ । ତେଣୁ P ବିନ୍ଦୁକୁ (60, 40) ଦ୍ବାରା ସୂଚିତ କରିପାରିବା ।

BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

ନିଜେ କର :
ନିମ୍ନ ବିନ୍ଦୁଗୁଡ଼ିକର ଅବସ୍ଥାନଗୁଡ଼ିକୁ ସଂକ୍ଷିପ୍ତରେ ଦର୍ଶାଯାଇଛି । ଏଗୁଡ଼ିକର ବିସ୍ତୃତ ବ୍ୟାଖ୍ୟା କର । (ମାପର ଏକକ ସେ.ମି.ରେ ଦିଆଯାଇଛି ।)
(a) M (16, 80)
(b) N (100, 35)
(c) R (80, 80)
ସମାଧାନ :
(a) M ବିନ୍ଦୁଟି ଏକ ଆରମ୍ଭ ବିନ୍ଦୁର ଆନୁଭୂମିକ ରେଖାରେ ଡାହାଣକୁ 16 ସେ.ମି. ଆସି ସେଠାରୁ ଉପରକୁ 80 ସେ.ମି. ଦୂରରେ ଅବସ୍ଥିତ ।
(b) N ବିନ୍ଦୁଟି ଏକ ଆରମ୍ଭ ବିନ୍ଦୁର ଆନୁଭୂମିକ ରେଖାରେ 100 ସେ.ମି. ଡାହାଣକୁ ଆସି ସେଠାରୁ ଉପରକୁ 35 ସେ.ମି. ଦୂରରେ ଅବସ୍ଥିତ ।
(c) R ବିନ୍ଦୁଟି ଆରମ୍ଭ ବିନ୍ଦୁର ଆନୁଭୂମିକ ରେଖାରେ ୫୦ ସେ.ମି. ଡାହାଣକୁ ଆସି ସେଠାରୁ ଉପରକୁ ୫୦ ସେ.ମି. ଦୂରରେ ଅବସ୍ଥିତ ।

ସପ୍ତଦଶ ଶତାବ୍ଦୀରେ ରେନେ ଡେସ୍‌କାଟେ (Rene Descartes) ସ୍ଥାନାଙ୍କ ଜ୍ୟାମିତି ଉଦ୍ଭାବନ କରିଥିଲେ ତାଙ୍କର ଉଦ୍ଭାବନ, ଦୁଇଟି ମାପାଙ୍କଦ୍ବାରା ଏକ ବିନ୍ଦୁକୁ ଚିହ୍ନଟ କରୁଥିଲା ।

→ ସ୍ଥାନାଙ୍କ (Co-ordinates):
(a) ମନେକର ଏକ ସିନେମାହଲକୁ ସିନେମା ଦେଖିବାକୁ ଯାଇଥିବାବେଳେ ବସିବାପାଇଁ ଟିକେଟ୍‌ରେ ଲେଖାହୋଇଛି ଅଷ୍ଟମ ଧାଡ଼ିର ସପ୍ତମ ସିଟ୍ । ତେଣୁ ସେଠାରେ ଅଷ୍ଟମ ଧାଡ଼ିକୁ ଯାଇ ସିସଂଖ୍ୟା ଗଣି ଠିକ୍ ସପ୍ତମ ସିଟ୍‌ରେ ବସିବାକୁ ହେବ ।
(b) ସେହିପରି କଳାପଟାରେ ଯେଉଁ ବିନ୍ଦୁ ଚିହ୍ନଟ କଲ ତାକୁ P(3, 4) ରୂପେ ଲେଖାଯାଏ । ଏହି (3, 4)କୁ ସ୍ଥାନାଙ୍କ କୁହାଯାଏ ।

→ ସମତଳରେ ବିନ୍ଦୁ ସଂସ୍ଥାପନ (Plotting of points on a plane) :
(i) ଲେଖ କାଗଜ (Graph paper) ରେ ଦୁଇଟି ଅକ୍ଷ; ଯଥା – ଆନୁଭୂମିକ (X-ଅକ୍ଷ) ଓ ଉଲ୍ଲମ୍ବ ଅକ୍ଷ (Y- ଅକ୍ଷ)ର ଆବଶ୍ୟକ ହୋଇଥାଏ । ଏହି ଦୁଇଟି ଅକ୍ଷ ପରସ୍ପର ପ୍ରତି ଲମ୍ବ ହୋଇଥ‌ିବା ଆବଶ୍ୟକ ।
(ii) X-ଅକ୍ଷ ଓ Y -ଅକ୍ଷର କେବଳ ଧନାତ୍ମକ ଅଂଶକୁ ନେଇ ଗଠିତ ସମତଳର ଅଂଶକୁ ଲେଖଚିତ୍ର ପାଇଁ ନେଇ ବି ନ୍ଦୁ କରାଯାଏ ।
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 17
(iii) ବିନ୍ଦୁଟି ଏକ ସ୍ଥାନଙ୍କ ଦ୍ୱାରା ନିରୂପିତ ହୁଏ । ବିନ୍ଦୁର ପ୍ରଥମ ଅଂଶଟିକୁ X-ଉପାଂଶ ଏବଂ ଦ୍ଵିତୀୟ ମୂଳବିନ୍ଦୁ ଅଂଶଟିକୁ Y-ଉପାଂଶ କୁହାଯାଏ ।

→ ସୂଚନା :
X-ଅକ୍ଷ ଓ Y-ଅକ୍ଷ ଗୋଟିଏ ଗୋଟିଏ ସଂଖ୍ୟାରେଖା । ସଂଖ୍ୟାରେଖାଦ୍ୱୟର କେବଳ 0 ରୁ ଆରମ୍ଭ କରି ଧନାତ୍ମକ ପୂର୍ଣ୍ଣସଂଖ୍ୟା ଅଂଶକୁ ଦର୍ଶାଯାଇଛି ।
X-ଅକ୍ଷରେ ‘3’ ଏକକ ମୂଳବିନ୍ଦୁରୁ ଡାହାଣକୁ ନିଆଯାଇଥିବାରୁ 3କୁ X-ସ୍ଥାନାଙ୍କ (X-Co-ordinate) ବା ଭୁଜ (abscissa) ଏବଂ Y-ଅକ୍ଷରେ ‘4’ ଏକକ ମୂଳବିନ୍ଦୁରୁ ଉପରକୁ ନିଆଯାଇଥିବାରୁ 4କୁ Y-ସ୍ଥାନାଙ୍କ (Y- Co-ordinate) ବା କୋଟି (ordinate) କୁହାଯାଏ ।
X-ଅକ୍ଷରେ ‘3’ ଏବଂ Y-ଅକ୍ଷରେ ‘4’ ଚିହ୍ନିତ ବିନ୍ଦୁଠାରେ ଅଙ୍କିତ ସରଳରେଖାଦ୍ବୟର ଛେଦବିନ୍ଦୁ ହେଉଛି P ଯାହାକୁ P(3, 4) ଦ୍ବାରା ସୂଚାଯାଇଥାଏ । ଏଠାରେ P ବିନ୍ଦୁର ସ୍ଥାନାଙ୍କ (3, 4) । 962/6 (Applications):

→ ପ୍ରୟୋଗ (Applications) :
(i) ଦୈନନ୍ଦିନ ଜୀବନରେ କେତେକ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟକୁ କିଣାବିକା କରାଯାଏ । ଦ୍ରବ୍ୟର ପରିମାଣ ଉପରେ ଦ୍ରବ୍ୟର ଦାମ୍ ନିର୍ଭର କରେ ।
(ii) ଦ୍ରବ୍ୟର ଦାମ୍ ଓ ଦ୍ରବ୍ୟର ପରିମାଣ ଉଭୟେ ଚଳପଦାର୍ଥ (Variable) । କିନ୍ତୁ ଏଠାରେ ଦ୍ରବ୍ୟର ଦାମ୍ ଦ୍ରବ୍ୟର ପରିମାଣ ଉପରେ ନିର୍ଭରକରେ ।
(iii) ଦ୍ରବ୍ୟର ପରିମାଣକୁ ସ୍ଵାଧୀନ ଚଳ (Independent Variable) ଓ ଦ୍ରବ୍ୟର ଦାମ୍‌କୁ ସାପେକ୍ଷ ଚଳ (Dependent Variable) କହନ୍ତି ।

ଉଦାହରଣ :
BSE Odisha 8th Class Maths Notes Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର - 18

ଲେଖଚିତ୍ର ଅଙ୍କନ ପାଇଁ ସୂଚନା :
(i) ପ୍ରଥମେ ଲେଖକାଗଜରେ \(\overleftrightarrow{X’X}\) ଅକ୍ଷ ଆନୁ ଭୂମିକ ଅକ୍ଷ ଅନୁଭୂମିକ ଅଙ୍କନ କରାଯାଏ, କରାଯାଏ, ଯେପରି ବାମ ପାର୍ଶ୍ଵରେ X’ ଓ ଦକ୍ଷିଣ ପାର୍ଶ୍ଵରେ X ବିନ୍ଦୁ ରହିବ ।
(ii) ତତ୍ପରେ ଏହାପ୍ରତି ଲମ୍ବ ଭାବରେ YY’ ଅକ୍ଷ କରାଯାଉ ଯେପରି Y ବିନ୍ଦୁଟି ଉପର ପାର୍ଶ୍ଵକୁ ଓ Y’ ବିନ୍ଦୁଟି ତଳ ପାର୍ଶ୍ଵକୁ ରହୁ ।

(iii) \(\overleftrightarrow{XX’}\) ଓ \(\overleftrightarrow{YY’}\) ର ଛେଦବିନ୍ଦୁକୁ O ନାମରେ ନାମିତ କରାଯାଉ । “O” ବିନ୍ଦୁଟି ମୂଳବିନ୍ଦୁ ।
(iv) ସ୍ଵାଧୀନ ଚଳକୁ X ଅକ୍ଷରେ ଉପଯୁକ୍ତ ଏକକ ନେଇ ଓ ସାପେକ୍ଷ ଚଳକୁ Y ଅକ୍ଷରେ ଉପଯୁକ୍ତ ଏକକ ନେଇ ଚିହ୍ନିତ କରାଯାଉ ।
(v) ତତ୍ପରେ ଲେଖକାଗଜରେ ବିନ୍ଦୁ ସଂସ୍ଥାପନ କରାଯାଉ ।
(vi) ବିନ୍ଦୁମାନଙ୍କୁ କ୍ରମାନ୍ୱୟରେ ଯୋଗ କରି ଲେଖଚିତ୍ର ଅଙ୍କନ କରାଯାଏ ।

ନିଜେ କର :
Question 1.

ଅଙ୍କିତ ଲେଖଚିତ୍ରକୁ ଅନୁଧ୍ୟାନ କରି ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) 18 ଲିଟର ପେଟ୍ରୋଲ୍‌ର ଦାମ୍ କେତେ ?
ଉ – 900
(ii) 850 ଟଙ୍କାରେ କେତେ ଲିଟର ପେଟ୍ରୋଲ କିଣାଯାଇପାରିବ ?
ଉ – 17 ଲିଟର

Question 2.

ଅଙ୍କିତ ଲେଖଚିତ୍ରକୁ ଅନୁଧ୍ୟାନ କରି ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) 1 ଘଣ୍ଟା 36 ମିନିଟ୍ ସମୟରେ ଅଜିତ୍ ଅତିକ୍ରମ କରୁଥିବା ଦୂରତାକୁ କି.ମି.ରେ ପ୍ରକାଶ କର ।
ଉ – 48 କି.ମି.
(ii) 50 କି.ମି. ଅତିକ୍ରମ କରିବାରେ ଅଜିତକୁ କେତେ ସମୟ ଲାଗିବ ?
ଉ – 1 ଘଣ୍ଟା 40 ମିନିଟ୍