Odisha State Board BSE Odisha 6th Class Geography Important Questions Chapter 6(d) ଦକ୍ଷିଣ ଆମେରିକା Important Questions and Answers.
BSE Odisha Class 6 Geography Important Questions Chapter 6(d) ଦକ୍ଷିଣ ଆମେରିକା
Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ଦକ୍ଷିଣ ଆମେରିକାର ଭୌଗୋଳିକ ଅବସ୍ଥିତି ଏହାର ଜଳବାୟୁକୁ କିପରି ନିୟନ୍ତ୍ରଣ କରିଥାଏ ?
Answer:
- ଏହି ମହାଦେଶର ବିଷୁବବୃତ୍ତ ଓ ମକରକ୍ରାନ୍ତି ମଧ୍ୟବର୍ତ୍ତୀ ବୃହତ୍ ଅଞ୍ଚଳରେ ଉଷ୍ଣ ଜଳବାୟୁ ଅନୁଭୂତ ହୁଏ ।
- ଏହି ମହାଦେଶର ଦକ୍ଷିଣପ୍ରାନ୍ତ କୁମେରୁ ନିକଟବର୍ତ୍ତୀ ହୋଇଥିବାରୁ ଏଠାରେ ପ୍ରବଳ ଥଣ୍ଡା ଅନୁଭୂତ ହୁଏ ।
- ପାର୍ବତ୍ୟ ଅଞ୍ଚଳରେ ମଧ୍ୟ ଖୁବ୍ ଥଣ୍ଡା ଅନୁଭୂତ ହୁଏ ।
- ଆମାଜନ ନଦୀ ଉପତ୍ୟକା ଅଞ୍ଚଳରେ ବର୍ଷସାରା ପ୍ରଚୁର ବୃଷ୍ଟି ହେଉଥିବାରୁ ସେଠାରେ ନିରକ୍ଷୀୟ ଚିରହରିତ୍ ଜଙ୍ଗଲ ‘ସେଲ୍ଭା’ ଦେଖାଯାଏ ।
- ଆମାଜନ ନଦୀର ଉଭୟ ପାର୍ଶ୍ବରେ ସାଭାନ୍ନା ତୃଣଭୂମି ଦେଖାଯାଏ । ଏହି ତୃଣଭୂମି ବ୍ରାଜିଲରେ କାମ୍ପୋସ୍ ଓ ଓରିନୋକୋ ଉପତ୍ୟକାରେ ‘ଲାନୋସ୍’ କୁହାଯାଏ ।
୨। ଦକ୍ଷିଣ ଆମେରିକାର ଅଧ୍ବବାସୀ ଓ ସେମାନଙ୍କ ଜୀବନଯାପନ ପ୍ରଣାଳୀ ବିଷୟରେ ଲେଖ ।
Answer:
- ଲୋହିତ ଭାରତୀୟ, ନିଗ୍ରୋ ଓ ୟୁରୋପୀୟମାନେ ଦକ୍ଷିଣ ଆମେରିକାରେ ବାସ କରନ୍ତି ।
- ଚାଷଜମି କମ୍ ଥୁଲେ ହେଁ ଏହି ମହାଦେଶର ଅଧିକାଂଶ ଲୋକେ କୃଷି ଉପରେ ନିର୍ଭର କରନ୍ତି ।
- ଗୋପାଳନ ଓ ମେଷପାଳନ ଦକ୍ଷିଣ ଆମେରିକାର ଲୋକମାନଙ୍କ ପ୍ରଧାନ ବ୍ୟବସାୟ । ସେମାନେ ଘୋଡ଼ା ଓ ଗଧ ମଧ୍ୟ ପାଳନ୍ତି ।
- ମାଂସ, ପଶମ ଓ ଚମଡ଼ା ବ୍ୟବସାୟ କରି ଅନେକ ଅଧ୍ବବାସୀ ଜୀବିକା ନିର୍ବାହ କରନ୍ତି । ମାଛ ଧରିବା ମଧ୍ୟ ଏଠାକାର ଅନେକ ଲୋକଙ୍କ ପ୍ରଧାନ ଜୀବିକା ।
- ଏହାଛଡ଼ା ଶିଳ୍ପ, ଖଣିଜ ଉତ୍ତୋଳନ, ଶିକ୍ଷା, ଗମନାଗମନ, ଆଦି କ୍ଷେତ୍ରରେ ଅନେକ ଲୋକ ନିଯୁକ୍ତି
୩। ଦକ୍ଷିଣ ଆମେରିକାର ଜଳବାୟୁ ଓ ନଦୀଗୁଡ଼ିକ ବିଷୟରେ ଲେଖ ।
Answer:
- ଦକ୍ଷିଣ ଆମେରିକାର ବିଷବ ବୃତ୍ତ ଓ ମକରକ୍ରାନ୍ତି ମଧ୍ୟବର୍ତ୍ତୀ ଅଞ୍ଚଳରେ ଉଷ୍ଣ ଜଳବାୟୁ ଅନୁଭୂତ ହୁଏ ।
- ଏହି ମହାଦେଶର କୁମେରୁ ବୃତ୍ତ ନିକଟବର୍ତ୍ତୀ ଦକ୍ଷିଣପ୍ରାନ୍ତ ଓ ପାର୍ବତ୍ୟ ଅଞ୍ଚଳରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହୁଏ ।
- ସମଗ୍ର ମହାଦେଶରେ ଉତ୍ତମ ବୃଷ୍ଟିପାତ ହୋଇଥାଏ ।
- ଦକ୍ଷିଣ ଆମେରିକାରେ ପ୍ରବାହିତ ଆମାଜନ ନଦୀ ପୃଥିବୀର ବୃହତ୍ତମ ନଦୀ ।
- (ଏହି ମହାଦେଶର ଅନ୍ୟାନ୍ୟ ନଦୀମାନଙ୍କ ମଧ୍ୟରେ ଆଣ୍ଡିଜ୍ ପର୍ବତମାଳାରୁ ବାହାରିଥିବା ଓରିନୋକୋ, ପାରନା-ପାରାଗୁଏ ଓ ଉରୁଗୁଏ ନଦୀ ପ୍ରଧାନ ।
ସଂକ୍ଷେପରେ ଉତ୍ତର ଦିଅ ।
(କ) ସଂକ୍ଷେପରେ ଉତ୍ତର ଦିଅ ।
୧। ଲାନୋସ୍ ଓ କାର୍ଲୋସ୍ କାହାକୁ କୁହାଯାଏ ?
Answer:
(i)ସାଭାନ୍ନା ତୃଣଭୂମିକୁ ଓରିନୋକୋ ନଦୀ ଉପତ୍ୟକାରେ ‘ଲାନୋସ୍’ କୁହାଯାଏ ।
(ii) ଏହି ତୃଣଭୂମିକୁ ବ୍ରାଜିଲରେ ‘କାମ୍ବୋସ’ କୁହାଯାଏ ।
୨। ଦକ୍ଷିଣ ଆମେରିକାରେ କେଉଁ କେଉଁ ଜାତିର ଲୋକେ ବାସ କରନ୍ତି ?
Answer:
(i) ଦକ୍ଷିଣ ଆମେରିକାରେ ମୁଖ୍ୟତଃ ଲୋହିତ ଭାରତୀୟ । ନିଗ୍ରୋ ଓ ୟୁରୋପୀୟମାନେ ବାସ କରନ୍ତି ।
(ii) ୟୁରୋପୀୟମାନଙ୍କ ମଧ୍ୟରେ ପର୍ତ୍ତୁଗୀଜ ଓ ସ୍ପେନୀୟ ଅଧିକ ସଂଖ୍ୟାରେ ବାସ କରନ୍ତି ।
୩। ଦକ୍ଷିଣ ଆମେରିକାର ଜଳବାୟୁ କିପରି ?
Answer:
(i) ଦକ୍ଷିଣ ଆମେରିକାର ବିଷୁବବୃତ୍ତ ଓ ମକର କ୍ରାନ୍ତି ମଧ୍ୟବର୍ତ୍ତୀ ଅଞ୍ଚଳରେ ଉଷ୍ଣ ଜଳବାୟୁ, କୁମେରୁ ନିକଟବର୍ତ୍ତୀ ଅଞ୍ଚଳ ଓ ପାର୍ବତ୍ୟାଞ୍ଚଳରେ ଅତ୍ୟଧିକ ଥଣ୍ଡା ଜଳବାୟୁ ଅନୁଭୂତ ହୁଏ ।
(ii) ସମଗ୍ର ମହାଦେଶରେ ଉତ୍ତମ ବୃଷ୍ଟିପାତ ହୁଏ ।
୪। ପୃଥିବୀର ବୃହତ୍ତମ ଅରଣ୍ୟର ନାମ କ’ଣ ? ଏହା କେଉଁଠାରେ ଦେଖାଯାଏ ?
Answer:
(i) ନିରକ୍ଷୀୟ ଚିରହରିତ ଅରଣ୍ୟ ପୃଥିବୀର ବୃହତ୍ତମ ଅରଣ୍ୟ ଅଟେ ।
(ii) ଏହା ଦକ୍ଷିଣ ଆମେରିକାର ଆମାଜନ ନଦୀ ଉପତ୍ୟକା ଅଞ୍ଚଳରେ ଦେଖାଯାଏ ।
୫। ଜାଗୁଆର କ’ଣ ?
Answer:
(i) ଜାଗୁଆର ଦକ୍ଷିଣ ଆମେରିକାର ଚିତାବାଘ ଅଟେ ।
(ii) ଏହା ଗଛ ଚଢ଼ିପାରେ ଓ ପାଣିରେ ପହଁରିପାରେ ।
୬। ସେଭା ଅରଣ୍ୟରେ କେଉଁସବୁ ପଶୁପକ୍ଷୀ ଦେଖାଯାଆନ୍ତି ?
Answer:
(i) ସେଲଭା ଅରଣ୍ୟରେ ବିଭିନ୍ନ ପ୍ରକାର ସରୀସୃପ, ମାଙ୍କଡ଼, ଜାଗୁଆର ଓ ପୁମା ପରି ହିଂସ୍ରଜନ୍ତୁ ଦେଖାଯାଆନ୍ତି ।
(ii) ବଜ୍ରକାପ୍ତା ଓ ଅନେକ ଜାତିର ପକ୍ଷୀ ଏଠାରେ ବାସ କରନ୍ତି ।
୭। ଆର୍ମାଡ଼ିଲୋ କ’ଣ ?
Answer:
(i) ଆର୍ମାଡ଼ିଲୋ ଏକ ଦନ୍ତହୀନ ପ୍ରାଣୀ ଅଟେ ।
(ii) ଏହାର ଜିଭ ଓ ମୁହଁ ଲମ୍ବା । ଏହା କୀଟପତଙ୍ଗ, ଜନ୍ଦା, ପିମ୍ପୁଡ଼ି ପ୍ରଭୃତି ଖାଇ ବଞ୍ଚେ ।
(ଖ) ପାର୍ଥକ୍ୟ ଦର୍ଶାଅ ।
୧। ସାଭାନ୍ନା ଓ ସେଲ୍
Answer:
ସାଭାନ୍ନା | ସେଲ୍ |
(i) ଆଫ୍ରିକା ଓ ଉତ୍ତର ଆମେରିକାର ଗ୍ରୀଷ୍ମମଣ୍ଡଳୀୟ ତୃଣଭୂମିକୁ ସାଭାନ୍ନା କୁହାଯାଏ । ଏହି ତୃଣଭୂମିରେ ଘାସଗୁଡ଼ିକ ମୋଟା ଓ ଲମ୍ବା । (ii) ଏହା ଆମାଜନ ନଦୀର ଉଭୟ ପାର୍ଶ୍ଵ ରେ, ବ୍ରାଜିଲରେ ଓ ଓରିନୋକୋ ନଦୀ ଉପତ୍ୟକାରେ ଦେଖାଯାଏ । |
(i) ଆମାଜନ୍ ନଦୀ ଉପତ୍ୟକା ଅଞ୍ଚଳରେ ବର୍ଷସାରା ଆମାଜନ୍ ନଦୀ ଉପତ୍ୟକା ଅଞ୍ଚଳରେ ବର୍ଷସାରା ନିରକ୍ଷୀୟ ଚିରହରିତ୍ ଅରଣ୍ୟ ଦେଖାଯାଏ । ଏହି ଅରଣ୍ୟକୁ ସେଲଭା କୁହାଯାଏ । (ii) ଏହି ଅରଣ୍ୟ ପୃଥିବୀର ବୃହତ୍ତମ ଅରଣ୍ୟ । |
୨ । କାସ ଓ ପମ୍ପାସ :
Answer:
କାସ | ପମ୍ପାସ |
(i) ସାଭାନ୍ନା ତୃଣଭୂମିକୁ ବ୍ରାଜିଲ୍ରେ କାମ୍ବୋସ କହନ୍ତି । (ii) ଏହା ଏକ ଗ୍ରୀଷ୍ମମଣ୍ଡଳୀୟ ତୃଣଭୂମି । |
(i) ଆର୍ଜେଣ୍ଟିନାରେ ପମ୍ପାସ ତୃଣଭୂମି ଦେଖାଯାଏ । (ii) ପମ୍ପାସ ଏକ ନାତିଶୀତୋଷ୍ଣ ମଣ୍ଡଳୀୟ ତୃଣଭୂମି । |
(ଗ) ଭୌଗୋଳିକ କାରଣ ଦର୍ଶାଅ ।
୧। ‘ଦକ୍ଷିଣ ଆମେରିକାର ନଦୀଗୁଡ଼ିକ ସୁନାବ୍ୟା ।
Answer:
(i) ଦକ୍ଷିଣ ଆମେରିକାର ନଦୀମାନଙ୍କରେ ବର୍ଷସାରା ଯଥେଷ୍ଟ ପାଣି ଥାଏ ।
(ii) ଏହି ନଦୀଗୁଡ଼ିକରେ ବର୍ଷସାରା ନୌଚାଳନା ସମ୍ଭବପର ହୋଇଥାଏ । ତେଣୁ ଦକ୍ଷିଣ ଆମେରିକାର ନଦୀଗୁଡ଼ିକ ସୁନାବ୍ୟା ।
୨। ଦକ୍ଷିଣ ଆମେରିକା ଦୁଧ, ମାଂସ, ପଶମ ଓ ଚମଡ଼ା ନିମନ୍ତେ ପ୍ରସିଦ୍ଧ ।
Answer:
(i) ଦକ୍ଷିଣ ଆମେରିକାରେ ବିସ୍ତୀର୍ଣ୍ଣ ଚାରଣଭୂମି ରହିଛି । କୃଷି ଭଳି ଗୋପାଳନ ଓ ମେଷପାଳନ ଏଠାକାର
(ii) ମାଂସ, ପଶମ ଓ ଚମଡ଼ା ବ୍ୟବସାୟ କରି ଅନେକ ଅଧ୍ବବାସୀ ଜୀବିକା ନିର୍ବାହ କରନ୍ତି । ତେଣୁ ଦକ୍ଷିଣ ଆମେରିକା ଦୁଧ, ମାଂସ, ପଶମ ଓ ଚମଡ଼ା ନିମନ୍ତେ ପ୍ରସିଦ୍ଧ ।
୨। ଶୂନ୍ୟସ୍ଥାନ ପୂରଣ କର ।
(୧) ଆମାଜନ ନଦୀର ଉଭୟପାର୍ଶ୍ଵରେ _________________ ତୃଣଭୂମି ଦେଖାଯାଏ ।
Answer:
ସାଭାନ୍ନା
(୨) ପୃଥିବୀର ବୃହତ୍ତମ ନଦୀ ________________ ।
Answer:
ଆମାଜନ
(୩) ଦକ୍ଷିଣ ଆମେରିକାର _________________ ପ୍ରାଣୀ ଦନ୍ତହୀନ ଅଟେ ।
Answer:
ଆର୍ମାଡ଼ିଲୋ
(୪) ପୃଥିବୀର ବୃହତ୍ତମ ଅରଣ୍ୟ ____________________ ।
Answer:
ସେଲ୍ଭା
(୫) ଆର୍ଜେଣ୍ଟିନାର ନାତିଶୀତୋଷ୍ଣ ତୃଣଭୂମିକୁ _________________ କୁହାଯାଏ ।
Answer:
ପମ୍ପାସ
(୬) ଭେନେଜୁଏଲା ଓ କଲମ୍ବିଆରେ _________________ ମିଳେ ।
Answer:
ଖଣିଜତୈଳ
(୭) ଦକ୍ଷିଣ ଆମେରିକାର ଅନେକ ଲୋକଙ୍କର ପ୍ରଧାନ ବ୍ୟବସାୟ _________________ ।
Answer:
ମାଛ ଧରିବା
(୮) _____________________ ଦକ୍ଷିଣ ଆମେରିକାର ଚିତାବାଘ ଅଟେ ।
Answer:
ଜାଗୁଆର
(୯) ଯେଉଁ ନଦୀଗୁଡ଼ିକରେ ବର୍ଷସାରା ନୌଚାଳନା ସମ୍ଭବପର ହୋଇଥାଏ, ସେହିଭଳି ନଦୀକୁ _____________________ କୁହାଯାଏ ।
Answer:
ସୁନାବ୍ୟା
(ଖ) ଗୋଟିଏ ବା ଦୁଇଟି ଭୌଗୋଳିକ ଶବ୍ଦରେ ଉତ୍ତର ଲେଖ ।
(୧) ଦକ୍ଷିଣ ଆମେରିକାର ପଶ୍ଚିମରେ ଥିବା ପର୍ବତଶ୍ରେଣୀ – ଆଣ୍ଡିଜ୍ ପର୍ବତଶ୍ରେଣୀ
(୨) ଦକ୍ଷିଣ ଆମେରିକାରେ ବାସ କରୁଥିବା ଦନ୍ତହୀନ ପ୍ରାଣୀ – ଆର୍ମାଡ଼ିଲୋ
(୩) ଓରିନୋକୋ ନଦୀ ଉପତ୍ୟକାରେ ଥିବା ଗ୍ରୀଷ୍ମମଣ୍ଡଳୀୟ ତୃଣଭୂମି – ଲାନୋସ୍
(୪) ବ୍ରାଜିଲରେ ଥିବା ଗ୍ରୀଷ୍ମମଣ୍ଡଳୀୟ ତୃଣଭୂମି – କାମ୍ବୋସ୍
(୫) ପୃଥିବୀର ବୃହତ୍ତମ ଅରଣ୍ୟ – ସେଲ୍ଭା
(୬) ଆଣ୍ଡିଜ୍ର ଉଚ୍ଚ ଶୃଙ୍ଗରେ ବାସ କରୁଥିବା ଶାଗୁଣା ଜାତୀୟ ପକ୍ଷୀ – କଣ୍ଡର
(୭) ପାଟାଗୋନିଆ ଅଞ୍ଚଳରେ ବାସ କରୁଥିବା ପକ୍ଷୀ – ରିଆପକ୍ଷୀ
(୮) ଦକ୍ଷିଣ ଆମେରିକାର ବଳବାନ୍ ପ୍ରାଣୀ – ପୁମା
(ଗ) କେବଳ ନାମ ଲେଖ ।
(୧) ପୃଥିବୀର ବୃହତ୍ତମ ନଦୀ – ଆମାଜନ
(୨) ଦକ୍ଷିଣ ଆମେରିକାର ଚିତାବାଘ – ଜାଗୁଆର
(୩) ଦକ୍ଷିଣ ଆମେରିକାର ନାତିଶୀତୋଷ୍ଣ ମରୁଭୂମି – ପାଟାଗୋନିଆ
(୪) ଚିଲିର ରାଜଧାନୀ – ସାଣ୍ଟିଆଗୋ
(୫) ଆର୍ଜେଣ୍ଟିନାର ରାଜଧାନୀ – ବୁଏନସ୍ ଏୟାରିସ୍
(୬) ପେରୁର ରାଜଧାନୀ – ଲିମା
(୭) କଲମ୍ବିଆର ରାଜଧାନୀ – ବୋଗୋଟା
(୮) ବ୍ରାଜିଲ୍ର ରାଜଧାନୀ – ବ୍ରାସିଲିଆ
(୯) ପୃଥିବୀର ଚତୁର୍ଥ ବୃହତ୍ତମ ମହାଦେଶ – ଦକ୍ଷିଣ ଆମେରିକା
(୧୦) ଦକ୍ଷିଣ ଆମେରିକାର ସିଂହ – ପୁମା
(ଘ) ସ୍ତମ୍ଭ ମିଳନ କର :
Answer:
Answer:
Answer:
(ଙ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
୧। ନିମ୍ନଲିଖ ମଧ୍ୟରୁ ଦକ୍ଷିଣ ଆମେରିକାର ନାତିଶୀତୋଷ୍ଣ ତୃଣଭୂମିରେ କେଉଁ ପ୍ରାଣୀ ଦେଖାଯାଆନ୍ତି ?
(A) ପୁମା
(B) ରିଆପକ୍ଷୀ
(C) ଜାଗୁଆର
(D) ଆର୍ମାଡିଲୋ
Answer:
(B) ରିଆପକ୍ଷୀ
୨। ସାଭାନ୍ନା ତୃଣଭୂମିକୁ ଓରିନୋକୋ ନଦୀ ଉପତ୍ୟକାରେ କ’ଣ କୁହାଯାଏ ?
(A) ସେଲ୍
(B) ଲାନୋସ୍
(C) କାର୍ମୋସ
(D) ପମ୍ପାସ
Answer:
(B) ଲାନୋସ୍
୩। ନିମ୍ନଲିଖ ମଧ୍ୟରୁ ପୃଥିବୀର ବୃହତ୍ତମ ନଦୀ କିଏ ?
(A) ଆମାଜନ
(B) ମିଶୋରୀ
(C) ମସିସିପି
(D) ନୀଳ
Answer:
(A) ଆମାଜନ
୪। ନିମ୍ନଲିଖ ମଧ୍ୟରୁ କେଉଁ ପଶୁ ଗଛ ଚଢ଼ିପାରେ ଓ ପାଣିରେ ପହଁରିପାରେ ?
(A) ପୁମା
(B) ଜାଗୁଆର
(C) ମାଙ୍କଡ଼
(D) କଣ୍ଡର
Answer:
(B) ଜାଗୁଆର
୫। ନିମ୍ନଲିଖୂ ଜିନିଷ ମଧ୍ୟରୁ ଭେନେଜୁଏଲା ଓ କଲମ୍ବିଆରେ କ’ଣ ମିଳେ ?
(A) ରିଆ
(B) ଖଣିଜତୈଳ
(C) ସୁନା
(D) ହୀରା
Answer:
(B) ଖଣିଜତୈଳ
୬ । ଦକ୍ଷିଣ ଆମେରିକାର କେଉଁ ପକ୍ଷୀ ଉଡ଼ିପାରେ ନାହିଁ ?
(A) ରିଆ
(B) କାଉ
(C) ବଜ୍ରକାପ୍ତା
(D) ଚିଲ
Answer:
(A) ରିଆ
୭। ନିମ୍ନଲିଖୂତ ମଧ୍ୟରୁ କେଉଁଟି ଏକ ଦଣ୍ଡହୀନ ପ୍ରାଣୀ ?
(A) ପୁମା
(B) ମାଙ୍କଡ଼
(C) ଆର୍ମାଡ଼ିଲୋ
(D) ଜାଗୁଆର
Answer:
(C) ଆର୍ମାଡ଼ିଲୋ
୮। ନିମ୍ନଲିଖ କେଉଁ ପଶୁକୁ ଦକ୍ଷିଣ ଆମେରିକାର ଚିତାବାଘ କୁହାଯାଏ ?
(A) ପୁମା
(B) ବଜ୍ରକାପ୍ତା
(C) ବଣଘୁଷୁରୀ
(D) ଜାଗୁଆର
Answer:
(D) ଜାଗୁଆର
୯। ନିମ୍ନଲିଖ ମଧ୍ୟରୁ କେଉଁଟି ଦକ୍ଷିଣ ଆମେରିକାର ଏକ ବଡ଼ ହିଂସ୍ରଜନ୍ତୁ ?
(A) ପୁମା
(B) ବଜ୍ରକାପ୍ତା
(C) ଜାଗୁଆର
(D) ବଣଘୁଷୁରୀ
Answer:
(A) ପୁମା
→ ଦକ୍ଷିଣ ଆମେରିକାର ୧୦ଟି ଦେଶର ନାମ ଏବଂ ସେଗୁଡ଼ିକର ରାଜଧାନୀର ଏକ ତାଲିକା ପ୍ରସ୍ତୁତ କର ।
Answer:
→ ଦକ୍ଷିଣ ଆମେରିକାର ରେଖାଙ୍କିତ ମାନଚିତ୍ରରେ ନିମ୍ନଲିଖଗୁଡ଼ିକୁ ଦର୍ଶାଅ ।
ଆଣ୍ଡିଜ୍ ପର୍ବତମାଳା, ଓରିନୋକୋ ନଦୀ, ଆମାଜନ୍ ନଦୀ, ବିଷୁବମଣ୍ଡଳୀୟ ଅରଣ୍ୟ, ବୁଏନସ୍ ଏୟାରିସ୍ ସହର
Answer:
( ନିଜେ କର ।)