Odisha State Board BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା Textbook Exercise Questions and Answers.
BSE Odisha Class 8 Odia Solutions Chapter 3 ଶିକ୍ଷାଦୀକ୍ଷା
ପାଠ୍ୟପୁସ୍ତ୍ରକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର
Question ୧।
ଆସ, କଥାବାର୍ତ୍ତା ହେବା ।
(କ) ଶ୍ରୀରାମଙ୍କ ପିତାଙ୍କ ନାମ କ’ଣ ?
Answer:
ଶ୍ରୀରାମଙ୍କ ପିତାଙ୍କ ନାମ ଦଶରଥ ।
(ଖ) ରାମଙ୍କ ସହିତ ଆଉ କିଏ କିଏ ବନବାସକୁ ଯାଇଥିଲେ ?
Answer:
ରାମଙ୍କ ସହିତ ତାଙ୍କର ପତ୍ନୀ ସୀତା ଓ ଅନୁଜ ଲକ୍ଷଣ ବନବାସକୁ ଯାଇଥିଲେ ।
(ଗ) ଭରତଙ୍କୁ ପ୍ରବୋଧନା ଦେବାପାଇଁ ରାମ କ’ଣ କରିଥିଲେ ? .
Answer:
ଭରତଙ୍କୁ ପ୍ରବୋଧନା ଦେବାପାଇଁ ରମଚନ୍ଦ୍ର ତାଙ୍କୁ ନିଜର ପାଦୁକୀ ପ୍ରଦାନ କରିଥିଲେ।
(ଘ) ଦଶରଥଙ୍କ ପ୍ରାଣତ୍ୟାଗ ଘଟଣାରୁ କେଉଁ ବିଷୟର ସୂଚନା ମିଳେ ?
Answer:
ପୁତ୍ର ପ୍ରତି ପିତାର କେତେ ସ୍ନେହ ଓ ଆନ୍ତରିକତା ରହିଥାଏ, ଦଶରଥଙ୍କ ପ୍ରାଣତ୍ୟାଗ ଘଟଣାରୁ ସେହି ବିଷୟର ସୂଚନା ମିଳେ ।
(ତଂ) ‘ସେ ପଦପଙ୍କଜେ ଧ୍ୟାୟି କରକୁ ଯୋଡ଼ି’ – ଏହା କିଏ କହିଛନ୍ତି ?
Answer:
‘ସେ ପଦପଙ୍କଜେ ଧ୍ୟାୟି କରକୁ ଯୋଡ଼ି – ଏହା ଗଣକବି ବୈଷ୍ଣବ ପାଣି ‘ରାମ ବନବାସ’ ଗୀତିନାଟ୍ୟସ୍ଥ ‘ଶିକ୍ଷାଦାକ୍ଷା’ କବିତାରେ କହିଛନ୍ତ୍ରି।
Question ୨।
ଆସ, ଦୁଇଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖିବା ।
(କ) ‘ଶିକ୍ଷାଦୀକ୍ଷା’ କବିତାରେ ରାମାୟଣ ବର୍ଣ୍ଣିତ କେଉଁ ଘଟଣାର ପରବର୍ତ୍ତୀ ପ୍ରସଙ୍ଗ ବର୍ଣ୍ଣନ କରାଯାଇଛି?
Answer:
‘ଶିକ୍ଷାଦୀକ୍ଷା’ କବିତାରେ ରାମାୟଣ ବର୍ଣ୍ଣିତ ରାମ ବନବାସ ଘଟଣାର ପରବର୍ତ୍ତୀ ପ୍ରସଙ୍ଗ ବର୍ଣ୍ଣନ। କରାଯାଇଛି
(ଖ) ‘ଭାଇରେ ଭାଇରେ ସ୍ନେହ, କେମନ୍ତେ ଦେଖୁଲ କହ’ – ଏଠାରେ କେଉଁ କେଉଁ ଭାଇଙ୍କ ବିଷୟରେ କୁହାଯାଇଛି ?
Answer:
‘ଭାଇରେ ଭାଇରେ ସ୍ନେହ, କେମନ୍ତେ ଦେଖୁଲ କହ,’- ପ୍ରସଙ୍ଗରେ ରାମ ଓ ଲକ୍ଷ୍ମଣ, ରାମ ଓ ଭରତ ମଧ୍ୟରେ ରହିଥିବା ଅପୂର୍ବ ଭ୍ରାତୃସ୍ନେହ ବିଷୟରେ କୁହାଯାଇଛି ।
(ଗ) ଚିତ୍ତ ଦୃଢ଼ କରିବା ନିମନ୍ତେ କବି ପରାମର୍ଶ ଦେବାର କାରଣ କ’ଣ ?
Answer:
ଚିତ୍ତ ଦୃଢ଼ କଲେ ସାଂସାରି ମଣିଷ ଆଉ ମୋହମାୟାରେ ଦୁଃଖକଷ୍ଟ ପାଇବ ନାହିଁ । ପ୍ରତ୍ୟେକ ଦୁଃଖକୁ ସହିଯିବାର ଶକ୍ତି ମନରେ ଆସିବ । ତେଣୁ କବି ଚିତ୍ତକୁ ଦୃଢ଼ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି ।
(ଘ) କବି କାହାର ଦାସ ହେବାପାଇଁ ଅଭିଳାଷ ପୋଷଣ କରିଛନ୍ତି ?
Answer:
କବି ବୈଷ୍ଣବ ପାଣି ମର୍ଯ୍ୟାଦା ପୁରୁଷୋତ୍ତମ ତଥା ତାଙ୍କର ଆରାଧ ଶ୍ରୀରାମଙ୍କର ଦାସ ହେବାପାଇଁ ଅଭିଳାଷ ପୋଷଣ କରିଛନ୍ତି ।
(ଙ) କାହା କରୁଣାରୁ ହନୁମାନ ସୁବର୍ଷ ଗଡ଼କୁ ଜିଣିପାରିଥିଲେ ?
Answer:
ପ୍ରଭୁ ରାମଚନ୍ଦ୍ରଙ୍କ କରୁଣାରୁ ହନୁମାନ ସୁବର୍ଣ୍ଣ ଗଡ଼କୁ ଜିଣିପାରିଥିଲେ । କାରଣ ହନୁମାନ ସଦାସର୍ବଦା ନିଜର ପ୍ରଭୁ ରାମଚନ୍ଦ୍ରଙ୍କୁ ସ୍ମରଣ କରୁଥିଲେ ।
Question ୩ ।
ଆସ, ୧୦୦ ରୁ ୧୨୦ ଶବ୍ଦ ମଧ୍ଯରେ ତଳ ପ୍ରଶ୍ନଗୁଡିକର ଉତ୍ତର ଲେଖା ।
(କ) ‘ଶିକ୍ଷାଦୀକ୍ଷା’ କବିତାରୁ ଆମର ଯାହା ଯାହା ଶିକ୍ଷା କରିବାର ଅଛି ବର୍ଣ୍ଣନା କରି ଲେଖୁବା ।
Answer:
ଗଣକବି ବୈଷ୍ଣବ ପାଣି ଓଡ଼ିଶାର ନୃତ୍ୟ, ସଙ୍ଗୀତ ଓ ଲୋକକଳାକୁ ଅପୂର୍ବ ଛନ୍ଦରେ ରୁଦ୍ଧିମନ୍ତ କରିଥିଲେ । ନିଜର ଦୁଃଖ ଯାତନାକୁ ସେ ପଛରେ ପକାଇ ରଙ୍ଗମଞ୍ଚରେ ଗୀତିନାଟ୍ୟ ଉପସ୍ଥାପନ କରିବାର ଗୌରବ ଅର୍ଜନ କରିଥିଲେ । ନିଜର ପ୍ରତିଭା ଓ ସାଧନା ବଳରେ ସେ ବହୁ ଗୀତିନାଟ୍ୟ, ପାଲା, ଭଜନ, ଜଣାଣ ଇତ୍ୟାଦି ରଚନା କରିଥିଲେ । ତାଙ୍କର ରଚନାର ଲାଳିତ୍ୟ ଓ ଅପୂର୍ବ ଶବ୍ଦ ସଂଯୋଜନା ଉଭୟ ପାଠକ ଓ ଦର୍ଶକଙ୍କୁ ବିମୋହିତ କରିଥାଏ। ତାଙ୍କ ରଚିତ ଗୀତିନାଟ୍ୟଗୁଡ଼ିକ ମଧ୍ୟରେ ‘ମେଘନାଦ ବଧ’, ‘ରଙ୍ଗସଭା’, ‘କାର୍ଲବୀର୍ଯ୍ୟ ସଂହାର’, ‘ପ୍ରହ୍ଲାଦ ଚରିତ’, ‘ରାମବନବାସ’, ‘କଣ୍ଣବଧ’, ‘ଦକ୍ଷଯଜ୍ଞ’ ଇତ୍ୟାଦି ବହୁ ଜନପ୍ରିୟ ।
ଆଲୋଚ୍ୟ କବିତାଟି ‘ରାମ ବନବାସ’ ଗୀତିନାଟ୍ୟର ଅଂଶବିଶେଷ । କବି ବୈଷ୍ଣବ ପାଣି ପୌରାଣିକ କଥାବସ୍ତୁ ଉପସ୍ଥାପନ କରିବାକୁ ଯାଇ ସମାଜକୁ ସୁସ୍ଥ ସୁନ୍ଦର ହେବାପାଇଁ ପରାମର୍ଶ ଦେଇଛନ୍ତି । ଏକ ନୈତିକ ଜୀବନ ଯାପନ କରିବାକୁ ସେ ବିଭିନ୍ନ ଉଦାହରଣ ମାଧ୍ୟମରେ ଦେଇଥିବା ଶିକ୍ଷାକୁ ଆହୁରି ପ୍ରାଞ୍ଜଳ ଓ ସ୍ପଷ୍ଟ କରିଛନ୍ତି। ଉକ୍ତ କବିତାରେ କବି ପ୍ରସଙ୍ଗକ୍ରମେ ପିତୃଭକ୍ତି, ଭ୍ରାତୃସ୍ନେହ, ଶେଷରେ ମୋହମାୟାର ବନ୍ଧନରେ ବାନ୍ଧିହୋଇଥ ମଶିଷକୁ ଚେତାବନା ଶୁଶାଇଛନ୍ତି।
ପିତୃଭକ୍ତି : ରଘୁବୀର ରାମଚନ୍ଦ୍ର ପିତୃଭକ୍ତିର ଅମଳିନ ସ୍ଵାକ୍ଷର ଥିଲେ । ସେ ପିତୃଆଜ୍ଞାକୁ ଯଥାର୍ଥ ଭାବରେ ପାଳନ କରିବାପାଇଁ ଚଉଦ ବର୍ଷ ବନବାସ ଯାଇଥିଲେ । ରାଜ୍ୟାଭିଷେକ ଆୟୋଜନବେଳେ, ସେ ପିତାଙ୍କ ସତ୍ୟରକ୍ଷା ଉପରେ ଅଧିକ ଗୁରୁତ୍ଵ ଦେଇଥିଲେ । ପିତୃସତ୍ୟ ରକ୍ଷା କରିବାକୁ ଯାଇ ସେ ବନଗମନ କରିଥିଲେ । ରାମଚନ୍ଦ୍ରଙ୍କ ନିକଟରେ ପିତୃଭକ୍ତି ଓ ନିଜ ବଂଶର ମର୍ଯ୍ୟାଦା ଅଧିକ ଗୁରୁତ୍ଵପୂର୍ଣ୍ଣ ଥିଲା । ପିତାଙ୍କର ସତ୍ୟରକ୍ଷା କରିବା ତାଙ୍କ ଜୀବନର ବ୍ରତ ଥିଲା । ଗଣକବି ରାମଚନ୍ଦ୍ରଙ୍କ ପରି ପିତୃଭକ୍ତ ହେବାପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ପିତାଙ୍କ କଥାର ମର୍ଯ୍ୟାଦା ରକ୍ଷା କରିବାକୁ ଯାଇ ଯଦି ଭିକ୍ଷା କରିବାକୁ ପଡ଼େ, ତା’ହେଲେ ସେଥିରେ ଦ୍ବିଧା ପ୍ରକାଶ କରିବା ଉଚିତ ନୁହେଁ । ପିତା ହେଉଛନ୍ତି ସମସ୍ତ ଧର୍ମର ନିୟାମକ । ପିତା ହେଉଛନ୍ତି ସ୍ୱର୍ଗ । ସେହି ପିତାଙ୍କର ସେବା ପୂଜା କଲେ, ସବୁ ଦେବତାଙ୍କର ଆଶୀର୍ବାଦ ଲାଭ ହୋଇପାରିବ । ତେଣୁ ସମାଜକୁ ପରାମର୍ଶ ଦେଇ କବି କହିଛନ୍ତି ଯେ ପିତୃଭକ୍ତି ରୂପକ ଧାର୍ମିକ ପଥରୁ କେବେହେଲେ ବିଚ୍ୟୁତ ହୁଅନାହିଁ ।
ଭ୍ରାତୃସ୍ନେହ : ଅଯୋଧ୍ୟା ରାଜପରିବାରରେ ଭାଇ ଭାଇର ସ୍ନେହ ଥିଲା ଅତୁଟ । ବଡ଼ଭାଇ ରାମଚନ୍ଦ୍ରଙ୍କୁ ସାନଭାଇ ଲକ୍ଷ୍ମଣ ଓ ଭରତ ଆଜ୍ଞାବହ ଭାବରେ ସେବା କରି ଆସୁଥିଲେ । ରାମ ବନବାସ ଯିବାକୁ ବାହାରିବାରୁ ଲକ୍ଷ୍ମଣ ତାଙ୍କ ସହିତ ବନକୁ ଯାଇଥିଲେ । ସେହିପରି ରାମଚନ୍ଦ୍ରଙ୍କୁ ବନରୁ ଫେରାଇ ଆଣିବାପାଇଁ ଭରତ ଚେଷ୍ଟା କରିଥିଲେ । ଶେଷରେ ସେ ରାମଙ୍କଠାରୁ ପାଦୁକା ଆଣି ତାହାକୁ ସିଂହାସନ ଉପରେ ସ୍ଥାପନ କରି ତାଙ୍କର ସେବକ ରୂପେ ରାଜ୍ୟଶାସନ କରିଥିଲେ । କବିଙ୍କ ମତରେ, ଅଯୋଧ୍ୟାର ରାଜକୁମାରଙ୍କ ପରି ଭାଇ ଭାଇ ମଧ୍ୟରେ ସ୍ନେହ ଓ ଭକ୍ତିର ସମ୍ପର୍କ ସ୍ଥାପନ କର । ବୃଥା ଅହଂକାର ନକରି ଭାଇଭାଇର ଦୁଃଖରେ ସମଦୁଃଖୀ ହୁଅ ।
ପତିବ୍ରତା : ସୀତା ଥିଲେ ରାଜନନ୍ଦିନୀ ଓ ରାଜବଧୂ; ମାତ୍ର ସ୍ଵାମୀ ପିତୃସତ୍ୟ ରକ୍ଷା ପାଇଁ ବନକୁ ଯିବା ସମୟରେ ସେ ତାଙ୍କ ସହିତ ବନକୁ ଯାଇଥିଲେ । ସ୍ଵାମୀଙ୍କୁ ଛାଡ଼ି ରାଜପୁରୀର କୌଣସି ସୁଖକୁ ସେ କାମନା କରିନଥିଲେ । ବରଂ ପତିବ୍ରତା ଧର୍ମ ପାଳନ କରି ସେ ସ୍ଵାମୀଙ୍କର ଅନୁଗାମିନୀ ହୋଇଥିଲେ। କବି ସୀତାଙ୍କର ଉଦାହରଣ ଦେଇ ମହିଳାମାନଙ୍କୁ ଉପଦେଶ ଦେଇ ସୀତାଙ୍କ ପରି ପତିବ୍ରତା ହେବାପାଇଁ ପରାମର୍ଶ ଦେଇଛନ୍ତି । ପତିବ୍ରତା ହେଲେ ମହିଳାମାନେ ଯେ ଯଶସ୍ବିନୀ ହୋଇପାରିବେ, ଏହାକୁ କବି ଉପଦେଶ ଛଳରେ ବୁଝାଇଛନ୍ତି ।
ପୁତ୍ରସ୍ନେହ : ଦଶରଥ ପୁତ୍ରସ୍ମେହରେ ଅନ୍ଧି ହୋଇ ନିଜର ସତ୍ୟପଥରୁ ଦୂରେଇଯିବାକୁ ଚାର୍ହିଥ୍ଲୋ ମାତ୍ର ରାମଚନ୍ଦ୍ର ପିତାଙ୍କ ସତ୍ୟରକ୍ଷା ପାଇଁ ବନଗମନ କରିଥିଲେ । ରାମଚନ୍ଦ୍ର ବନକୁ ଯିବା ପରେ ଦଶରଥ ପୁତ୍ରଶୋକରେ ଅଧୀର ହୋଇ ପ୍ରାଣତ୍ୟାଗ କରିଥିଲେ । କବି ଚେତାବନୀ ଶୁଣାଇ କହିଛନ୍ତି, ସଂସାରୀ ମଣିଷ ମୋହମାୟର ବନ୍ଧନରେ ବାନ୍ଧିହୋଇ ବହୁ ଦୁଃଖ ଭୋଗକରେ।
ସଂସାରୀ ମଣିଷ ଜାଗତିକ ବନ୍ଧନରୁ ଦୂରେଇ ଯାଇପାରେ ନାହିଁ । ସେ ଯେତେ ସତର୍କତାର ସହିତ ପାଦପକାଇ ଚାଲିଲେ ବି ସଂସାର ରୂପକ ଖସଡ଼ା ରାସ୍ତାରେ ପାଦ ଖସିଯିବାର ବହୁତ ସମ୍ଭାବନା ରହିଥାଏ । ଏହି ପରିପ୍ରେକ୍ଷୀରେ ମନକୁ ଦୃଢ଼ କରିବାପାଇଁ କବି କରାମର୍ଶ ଦେଇଛନ୍ତି । କାରଣ ମନକୁ ସ୍ଥିର ଓ ଦୃଢ଼ ନ ରଖିଲେ ସଂସାରୀ ମଣିଷ କେବେହେଲେ ନିଜକୁ ଯଥାର୍ଥ ବାଟରେ ପରିଚାଳିତ କରିପାରିବ ନାହିଁ । କବି ପୌରାଣିକ କଥାବସ୍ତୁ ମାଧ୍ୟମରେ ସାମାଜିକ ଜୀବନ ଅତିବାହିତ କରୁଥିବା ମଣିଷମାନଙ୍କୁ ଉପରୋକ୍ତ ପରାମର୍ଶ ଦେଇଛନ୍ତି । କବିଙ୍କର ସେହି ଶିକ୍ଷଣୀୟ ପରାମର୍ଶ କାଳୋତୀର୍ଣ୍ଣ ପରି ମନେହୋଇଥାଏ ।
(ଖ) ରାମାୟଣର ବର୍ଣ୍ଣନା ଅନୁସାରେ ପିତାପୁତ୍ରର ସମ୍ପର୍କ୍ ଏବଂ ଭାଇଭାଇର ସମ୍ପର୍କ ର୍ବଷୟରେ ଆଲୋଚନା କରି ଲେଖିବା
Answer:
ଗଣକବି ବୈଷ୍ଣବ ପାଣି ଉତ୍କଳ ଭାରତୀଙ୍କର ଜଣେ ସୁଯୋଗ୍ୟ ସନ୍ତାନ । ସେ ନିଜର ପ୍ରତିଭା ବଳରେ ବହୁ ପାଲା, ଗୀତିନାଟ୍ୟ, ଭଜନ ଓ ଜଣାଣ ଲେଖୁଛନ୍ତି । ତାଙ୍କଦ୍ବାରା ରଚିତ ଗୀତିନାଟ୍ୟଗୁଡ଼ିକ ମଧ୍ୟରେ ‘ମେଘନାଦ ବଧ’, ‘ରଙ୍ଗସଭା’, ‘କାଉଁବୀର୍ଯ୍ୟ ସଂହାର’, ‘ପ୍ରହ୍ଲାଦ ଚରିତ’, ‘ରାମ ବନବାସ’, ‘କର୍ଣ୍ଣବଧ’, ‘ଦକ୍ଷଯଜ୍ଞ’ ଇତ୍ୟାଦି କୃତି ଅର୍ବସ୍ଥରଶାୟା ସେହିସବୁ ଗାତିନାଟ୍ୟରେ ଗୌରାଶିକ କଥାବସ୍ତୁର ବର୍ଣ୍ଣନା ରହିଥଲେ ମଧ୍ୟ ସେ ସମାଜର ସର୍ବକାଳାନ ଦିଗକୁ ବର୍ଣନା କରିଥିଲେ । ଉନ୍ନତ ସମାନ ଗଠନ ପାଇଁ ସେ ପ୍ରକାରାନ୍ତରେ ପରାମର୍ଶ ଦେଇଥିଲେ ।
‘ରାମାୟଣ ହେଉଛି ଆମ ସମାଜ ଓ ସଂସ୍କୃତିର ଆଦର୍ଶ ଧର୍ମଗ୍ରନ୍ଥ । ଏଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ମାନବୀୟ ଲୀଳାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ଗଣକବି ବୈଷ୍ଣବ ପାଣି ‘ରାମାୟଣ ର ଅଯୋଧ୍ୟାକାଣ୍ଡର ରାମ ବନବାସ କଥାବସ୍ତୁକୁ ତାଙ୍କର ଗୀତିନାଟ୍ୟ କଥାବସ୍ତୁରୂପେ ଗ୍ରହଣ କରି ସେଥିରେ ପିତାପୁତ୍ର ମଧ୍ୟରେ ରହିଥିବା ନବଡ଼ ସମ୍ପର୍କ ଓ ଭାଇ ଭାଇ ମଧ୍ୟରେ ରହିଥିବା ଅନାବିଳ ସ୍ନେହର ଅତି ହୃଦୟଗ୍ରାହୀ ବର୍ଣ୍ଣନା କରିଛନ୍ତି ।
ପିତାପୁତ୍ରର ସମ୍ପର୍କ – ‘ରାମାୟଣ’ରେ ପିତାପୁତ୍ରର ସମ୍ପର୍କ କେତେ ନିବିଡ଼ ତାହାକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ସେ ରାଜା ହେଉ ବା ସାଧାରଣ ପ୍ରଜା ହେଉ ସମସ୍ତେ ସାଂସାରିକ ଜୀବନରେ ପତ୍ନୀ ଗ୍ରହଣ କଲାପରେ ପୁତ୍ର କାମନା କରିଥା’ନ୍ତି। ସମସ୍ତଙ୍କର ବିଶ୍ୱାସ ଥାଏ, ପୁତ୍ର ହିଁ ତାଙ୍କ ପିଣ୍ଡପାଣିର କାରଣ ହେବ । ପୁତ୍ ନାମକ ନର୍କରୁ ଉଦ୍ଧାର କରିବ । ପତ୍ରହିଁ ହେବ ତାଙ୍କର ଭାଗ୍ୟ ଓ ଭବିଷ୍ୟତ । ପୁତ୍ର ପାଇଁ ତାଙ୍କର ବଂଶ ଓ କୁଳର ମର୍ଯ୍ୟାଦା ବଢ଼ିପାରିବ । ରାଜା ଦଶରଥଙ୍କର ବିବାହର ବହୁଦିନ ପର୍ଯ୍ୟନ୍ତ କୌଣସି ପୁତ୍ର ଜନ୍ମ ହୋଇନଥିଲେ। ତେଣୁ ସେ ପୁତ୍ରେଷ୍ଟି ଯଜ୍ଞ କରାଇ ଚାରୁ ଚରୁଅନ୍ନର ପ୍ରଭାବରେ ପୁତ୍ରସନ୍ତାନ ଲାଭ କରିଥିଲେ । ସେ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ନାମରେ ଚାରୋଟି ପୁତ୍ର ଲାଭ କରିଥିଲେ । ପୁତ୍ର ଜନ୍ମ ପରେ ଦଶରଥ ବେଶ୍ ଆନନ୍ଦିତ ହୋଇଥିଲେ । ସେହି ପୁତ୍ରମାନଙ୍କୁ ବେଶ୍ ଯତ୍ନରେ ଉପଯୁକ୍ତ ଶିକ୍ଷା ଦେଇ ଲାଳନ ପାଳନ କରିଥିଲେ । ପିତାପୁତ୍ରର ସମ୍ପର୍କ ହେଉଛି ଜନ୍ମଜନ୍ମର ସମ୍ପର୍କ । ପୁତ୍ରହିଁ ପିତାଙ୍କୁ ଯଶସ୍ବୀ କରିଥାଏ ।
କୌଣସି ଏକ ଦୁର୍ବଳ ମୁହୂର୍ଭରେ ରାଜା ଦଶରଥ ତାଙ୍କର ମଝିଆଁ ରାଣୀ କୈକେୟୀଙ୍କୁ ଦୁଇଟି ବର ଦେବାପାଇଁ ସତ୍ୟ ହେଉଥିଲା, ସେହି ସମୟରେ ରାଣୀ କୈକେୟୀ କୁମନ୍ତ୍ରଣାର ବଶବର୍ତ୍ତୀ ହୋଇ ରାଜଙ୍କୁ ବରଦୁଇଟି ମାଗିବସିଲେ । ପ୍ରଥମ ବର ଅନୁସାରେ ରାମଚନ୍ଦ୍ର ଚଉଦବର୍ଷ ବନବାସ ଯିବେ ଏବଂ ଦ୍ଵିତୀୟ ବରରେ ତାଙ୍କ ପୁତ୍ର ଭରତ ସିଂହାସନ ଆରୋହଣ କରିବେ । ଏଭଳି କଥା ଶୁଣି ରାଜା ଦଶରଥ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ତାଙ୍କର କଥାକୁ ଫେରାଇ ନେବାପାଇଁ ସେ ରାଣୀ କୈକେୟୀଙ୍କୁ ଅନୁରୋଧ କରିଥିଲେ । କାରଣ ରାମଙ୍କୁ ଛାଡ଼ି, ରାମଙ୍କ ପ୍ରତି ଏଭଳି ଅବିଚାର କରି ସେ କେବେହେଲେ ବଞ୍ଚିପାରିବେ ନାହିଁ । ପୁତ୍ର ପାଇଁ ସେ ସତ୍ୟଭଗ୍ନ ହେବାପାଇଁ ମଧ୍ୟ ପ୍ରସ୍ତୁତ ହେଲେ ।
କାରଣ ସତ୍ୟଭଗ୍ନ ହେଲେ ହୁଏତ ତାଙ୍କର କ୍ଷତି ହୋଇପାରେ, ମାତ୍ର ରାମଙ୍କୁ ସେ କେବେହେଲେ ପାଖରୁ ଛାଡ଼ିପାରିବେ ନାହିଁ । ବାସ୍ତବରେ ରାଜା ହୋଇ ମଧ୍ୟ ଦଶରଥ ପୁତ୍ର ପାଇଁ ବିକଳରେ କ୍ରନ୍ଦନ କରିଥିଲେ । ମାତ୍ର କୌଣସି କଥାରେ କୈକେୟୀ ରାଜି ହୋଇ ନଥିଲେ । ରାମଚନ୍ଦ୍ରଙ୍କ ନିକଟରେ ଏହି ଖବର ପହଞ୍ଚି ଯାଇଥିଲା । ସେ ପିତାଙ୍କର ସତ୍ୟପାଳନ ପାଇଁ ଚଉଦବର୍ଷ ବନବାସ ଯିବାପାଇଁ ପ୍ରସ୍ତୁତ ହେଲେ। ସେ କାହାରି ପରାମର୍ଶକୁ ନ ମାନି, କେବଳ ପିତାଙ୍କର ମର୍ଯ୍ୟାଦାକୁ ରକ୍ଷା କରିବାପାଇଁ ଦୃଢ଼ ଶପଥ କରି ଅରଣ୍ୟକୁ ଯାଇଥିଲେ । କବି ଏହି ପରିପ୍ରେକ୍ଷୀରେ ସମାଜକୁ ଦିଗ୍ଦର୍ଶନ ଦେଇ କହିଛନ୍ତି ପିତାଙ୍କର କଥା ରକ୍ଷାକରିବାକୁ ଯାଇ ଭିକ୍ଷା କରିବାକୁ ପଡ଼ିଲେ ମଧ୍ୟ ପୁତ୍ର ତାହା କରିବା ଉଚିତ । କବିଙ୍କ ଭାଷାରେ
‘‘ଶିକ୍ଷା କର ପିତୃଭକ୍ତି, ଦୀକ୍ଷା କର ଏହି ନୀତି,
ଭିକ୍ଷା କର ପଛେ ସତ୍ୟ ବାଟ ନଛାଡ଼ ।’’
ପୁତ୍ର ନିକଟରେ ପିତା ହେଉଛି ଧର୍ମ, ପିତା ହେଉଛି ସ୍ବର୍ଗ । ତେଣୁ ସେହି ପିତାଙ୍କୁ ସନ୍ତୁଷ୍ଟ କଲେ, ପୁତ୍ର ସବୁ ଦେବତାଙ୍କର ଆଶୀର୍ବାଦ ଲାଭ କରିପାରିବ । ସେହିପରି ପୁତ୍ର ସ୍ନେହକୁ ସାଧାରଣ ସଂସାରୀ ମଣିଷ ପରି ରାଜା ଦଶରଥ ଉପେକ୍ଷା କରି ପାରିନାହାଁନ୍ତି । ବରଂ ରାମଚନ୍ଦ୍ର ବନକୁ ଗମନ କଲାପରେ ଦଶରଥ ମାନସିକ ଯନ୍ତ୍ରଣାରେ ଘାରି ଦେବତାଙ୍କର ଆଶୀର୍ବାଦ ଲାଭ କରିପାରିବ । ସେହିପରି ପୁତ୍ର ସ୍ନେହକୁ ସାଧାରଣ ସଂସାରୀ ମଣିଷ ପରି ରାଜା ଦଶରଥ କେତେ ନିବିଡ଼ ତାହା କେହି କହିପାରିବେ ନାହିଁ । କବି ଏହାକୁ ବୁଝାଇ କହିଛନ୍ତି –
‘ପୁତ୍ରେ ପିତା -ସ୍ନେହ କେଡ଼େ, ପୁତ୍ର ବିନେ ପ୍ରାଣ ଛାଡ଼େ,
ଭାଙ୍ଗି କେ,ପାରିବ ଗୁଢ଼ ସ୍ନେହର ବାଡ଼ ।’’
ପୁତ୍ର ସ୍ନେହ ରୂପକ ବାଡ଼କୁ କୌଣସି ପିତା ଭାଙ୍ଗିପାରିବ ନାହିଁ କିମ୍ବା ପୁତ୍ରକୁ ଛାଡ଼ି କୌଣସି ସମୟରେ ପିତା ସୁଖୀ ହୋଇପାରିବ ନାର୍ହି
ଭାଇଭାଇର ସମ୍ପର୍କ : ‘ରାମାୟଣ’ରେ ଭାଇଭାଇର ଅନାବିଳ ସ୍ନେହର ବର୍ଣ୍ଣନା ରହିଛି । ସେହି ସ୍ନେହ ଓ ଅପରପକ୍ଷରେ ରାମଚନ୍ଦ୍ର ମଧ୍ୟ ତାଙ୍କର ଅନୁଜମାନଙ୍କୁ ପ୍ରାଣରୁ ଅଧିକ ପ୍ରିୟ ମନେକରୁଥିଲେ । ଅଯୋଧ୍ୟା ରାଜପୁରୀରେ ଭାଇଭାଇର ସ୍ନେହ ଥୁଲା ନିବିଡ଼ । ରାମ, ଲକ୍ଷ୍ମଣ ଓ ଭରତ, ଶତ୍ରୁଘ୍ନ କେହି କାହାକୁ ମୁହୂର୍ରେ ଛାଡ଼ି ରହିପାରୁ ନଥିଲେ । ସତେଯେପରି କାୟା ପଛରେ ଛାୟା ଲାଗିରହିଲାପରି ରାମଙ୍କ ପାଖେ ପାଖେ ଲକ୍ଷ୍ମଣ ଏବଂ ଭରତଙ୍କ ପାଖେ ପାଖେ ଶତ୍ରୁଘ୍ନ, ରହିଥିଲେ । ତଥାପି ସମସ୍ତେ ଜ୍ୟେଷ୍ଠଭ୍ରାତା ରାମଙ୍କୁ ଅଧିକ ଭକ୍ତି ଓ ମର୍ଯ୍ୟାଦା ଦେଖାଇଥିଲେ । ଅପରପକ୍ଷରେ ରାମଚନ୍ଦ୍ର ମଧ୍ୟ ତାଙ୍କର ଅନୁଜମାନଙ୍କୁ ପ୍ରାଣରୁ ଅଧିକ ପ୍ରିୟ ମନେକରୁଥିଲେ ।
ରାମଚନ୍ଦ୍ର ଯେତେବେଳେ ପିତୃସତ୍ୟ ପାଇଁ ବନଗମନ କରିବାକୁ ବାହାରିଲେ, ତାଙ୍କ ସହିତ ଅନୁଜ ଲକ୍ଷ୍ମଣ ବନକୁ ଯିବାପାଇଁ ଇଚ୍ଛା କରିଥିଲେ । ବଡ଼ଭାଇ ରାମଙ୍କୁ ଛାଡ଼ି ସେ ରାଜପୁରୀରେ ରହିପାରିବେ ନାହିଁ ବୋଲି ନିଷ୍ପଭି ନେଇଥିଲେ । ଲକ୍ଷ୍ମଣ ବନକୁ ଯିବାପାଇଁ ଅଗ୍ରଜ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଥିଲେ । ରାମଙ୍କ ସୁଖଦୁଃଖର ସାଥୀ ହେବାପାଇଁ ସେ ଚାହିଁଥିଲେ । ପୁନଶ୍ଚ ରାମଚନ୍ଦ୍ର ବନକୁ ଯିବା ସମୟରେ ଭରତ ମାମୁଘରେ ରହିଥିଲେ । ସେ ରାଜପୁରୀକୁ ଫେରି ସବୁ ବିଷୟ ଅବଗତ ହେଲା ପରେ ଗଭୀର ଦୁଃଖ ପ୍ରକାଶ କରିଥିଲେ । ମା’ କରିଥିବା ଭୁଲକୁ ସୁଧାରିବାପାଇଁ ସେ ଚେଷ୍ଟା କରିଥିଲେ ।
ରାମଚନ୍ଦଙ୍କ ବନର ଫେରାଇ ଆଣିବାପାଇଁ ସେ ଅରଣ୍ୟକୁ ଯାଇଥିଲେ । ଭରତଙ୍କର ଚିତ୍ରକୂଟ ନାମକ ସ୍ଥାନରେ ବଡ଼ଭାଇ ରାମଙ୍କ ସହିତ ସାକ୍ଷାତ୍ ହୋଇଥିଲା । ଅଯୋଧ୍ୟା ଫେରିବାଲାଗି ଭରତ ରାମଚନ୍ଦ୍ରଙ୍କୁ ବହୁତ ଅନୁରୋଧ କରିଥିଲେ । ରାମଚନ୍ଦ୍ର ଅରଣ୍ୟରୁ ଆଉ ରାଜପୁରୀକୁ ଫେରିବେ ନାହିଁ ବୋଲି ଭରତଙ୍କୁ ବୁଝାଇ କହିଥିଲେ । ତଥାପି ନିଜ ସାନଭାଇ ପ୍ରତି ତାଙ୍କର ଅଧିକ ସ୍ନେହ ଥିବାରୁ ଶ୍ରୀରାମ ତାଙ୍କୁ ନିଜର ପାଦୁକା ଦେଇଥିଲେ । ପ୍ରବୋଧନା ଦେଇ ସେ ଭରତଙ୍କୁ ଅଯୋଧ୍ୟାକୁ ପଠାଇ ଦେଇଥିଲେ । ଶ୍ରୀରାମଙ୍କ ପାଦୁକା ଦୁଇଟିକୁ ସିଂହାସନ ଉପରେ ସ୍ଥାପନ କରି ଭରତ ଶ୍ରୀରାମଙ୍କ ସେବକ ଭାବରେ ଚଉଦବର୍ଷକାଳ ରାଜ୍ୟଶାସନ କରିଥିଲେ । ସୁତରାଂ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ଭିତରେ ଯେପରି ଭାଇଭାଇର ପବିତ୍ର ସ୍ନେହ ସମ୍ପର୍କ ରହିଥିଲା, ତାହା ସାଧାରଣ ମଣିଷ ପାଇଁ ଆଦର୍ଶ ବୋଲି କବି କହିଛନ୍ତି । ଭ୍ରାତୃଭାବକୁ ବଜାୟ ରଖିବା ପାଇଁ ମନରୁ ଅହଂକାର ଦୂରେଇ ଦେବାକୁ କବି ପରାମର୍ଶ ଦେଇଛନ୍ତି । କବିଙ୍କ ଭାଷାରେ-
‘‘ଭାଇରେ ଭାଇରେ ସ୍ନେହ, କେମନ୍ତେ ଦେଖିଲ କହ
ବୃଥା ଅହଂକାର ନରେ ଆଉ ନ ପଡ଼ ।”
ବାସ୍ତବରେ ‘ରାମାୟଣ’ରେ ଭାଇଭାଇର ସ୍ନେହ ଏବଂ ପିତାପୁତ୍ରର ସମ୍ପର୍କକୁ ଯେଭଳି ବର୍ଣ୍ଣନା କରାଯାଇଛି, ତାହା ଯୁଗ ଯୁଗ ପାଇଁ ଅମଳିନ ରହିବ, ଏଥିରେ ସନ୍ଦେହ ନାହିଁ ।
Question ୪ ।
ଆସ, ସରଳ ଭାଷାରେ ବୁଝାଇ ଲେଖୁବା ।
(କ) ଭାଇରେ ଭାଇରେ ସ୍ନେହ କେମନ୍ତ ଦେଖୁଲ କହ,
ବୃଥା ଅହଂକାର ନରେ ଆଉ ନ ପଡ଼ ।
Answer:
ଭାବରେ ଭାରତରେ …………………….ନ ପଢ଼ା
ଶଂସିତ ପଦ୍ୟାଶଟି ଗଣକବି ବୈଷ୍ଣବ ପାଣିଙ୍କ ‘ରାମ ବନବାସ’ ଗୀତିନାଟ୍ୟସ୍ଥ ‘ଶିକ୍ଷାଦୀକ୍ଷା’ କବିତାରୁ ଆସିଅଛି । ଏଠାରେ କବି ଅଯୋଧ୍ୟାପୁରରେ ରହିଥିବା ଭ୍ରାତୃପ୍ରେମର ଉଦାହରଣ ଦେଇ ତାହାକୁ ସମସ୍ତେ ଅନୁସରଣ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ପରାମର୍ଶ ଦେଇଛନ୍ତି।
କବି ବୈଷ୍ଣବ ପାଣି ରାମ ବନବାସ କଥାବସ୍ତୁ ବର୍ଣନା କରିବା ଅବକାଶରେ ଏଭଳି କହିଛନ୍ତି । ପିତୃସତ୍ୟ ରକ୍ଷା ପାଇଁ ରାମଚନ୍ଦ୍ର ଚଉଦବର୍ଷ ବନବାସ କରିବାକୁ ବାହାରିଲେ । ଅଗ୍ରଜ ରାମଚନ୍ଦ୍ରଙ୍କ ବନବାସ ଯିବା କଥା ଶୁଣି ଅନୁଜ ଲକ୍ଷ୍ମଣ ତାଙ୍କ ସହିତ ବନକୁ ଯିବାକୁ ବାହାରିଲେ । ସେମାନଙ୍କ ମଧ୍ୟରେ ଅର୍ଥାତ୍ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କ ଭିତରେ ଭ୍ରାତୃପ୍ରେମ ଏତେ ଅଧିକ ଥିଲା ଯେ ରାମ ବିନା ଲକ୍ଷ୍ମଣ ରାଜପୁରୀରେ ରହିବାକୁ ଇଚ୍ଛା କରିନଥିଲେ । ବଡ଼ଭାଇଙ୍କୁ ଅରଣ୍ୟରେ ସଦାବେଳେ ସାହାଯ୍ୟ କରିବାକୁ ଲକ୍ଷ୍ମଣ ମଧ୍ୟ ବନକୁ ଯାଇଥିଲେ । ସେହିପରି ଭରତ ମାମୁଘରୁ ଫେରିଲା ପରେ ବଡ଼ଭାଇ ରାମଚନ୍ଦ୍ର ବନକୁ ଯିବା ଘଟଣା ଅବଗତ ହୋଇଥିଲେ । ଏହି କପଟ ପାଇଁ ସେ ମାତା କୈକେୟୀଙ୍କୁ ଧ୍ୟାର କରିଥିଲେ ।
କାଳବିଳମ୍ବ ନକରି ରାମଚନ୍ଦ୍ରଙ୍କ ରାଜପୁରୀକୁ ଫେରାଇ ଆଣିବାପାଇଁ ଭରତ ବନକୁ ଯାଇଥିଲେ । ଚିତ୍ରକୂଟ ନାମକ ସ୍ଥାନରେ ସେ ରାମଚନ୍ଦ୍ରଙ୍କୁ ଅଯୋଧ୍ୟାକୁ ପଠାଇ ଦେଇଥିଲେ । ଭରତ ବାଧ୍ୟ କରିବାରୁ ରାମଚନ୍ଦ୍ର ତାଙ୍କୁ ନିଜର ପାଦୁକା ଦୁଇଟି ପ୍ରଦାନ କରିଥିଲେ । ଅଯୋଧ୍ୟାକୁ ଫେରିବା ପରେ ଭରତ ଶ୍ରୀରାମଙ୍କ ପାଦୁକାକୁ ସିଂହାସନରେ ସ୍ଥାପନ କରି ଶ୍ରୀରାମଙ୍କ ସେବକ ଭାବରେ ଚଉଦବର୍ଷକାଳ ରାଜ୍ୟଶାସନ କରିଥ୍ ଲୋ ଗଣକବି ଲକ୍ଷ୍ମଣ ଓ ଭାରତ ମାଧ୍ୟମରେ ଭ୍ରାତୃଭକ୍ତିର ଯଥାର୍ଥ ଉଦାହରଣ ଦେଇ ଭାଇ ଭାଇର ସମ୍ପର୍କକୁ ଯଥାର୍ଥ ଭାବରେ ବର୍ଣ୍ଣନା କରିଛନ୍ତି । ପୁନଶ୍ଚ ରାମଚନ୍ଦ୍ରଙ୍କର ମଧ୍ୟ ତାଙ୍କ ସାନଭାଇ ଲକ୍ଷ୍ମଣ ଓ ଭରତଙ୍କ ପ୍ରତି ଅନୁରୂପ ସ୍ନେହଭାବ ରହିଥିଲା । ଭାଇ ପାଇଁ ଭାଇ ମନରେ ଅପୂର୍ବ ତ୍ୟାଗଭାବ ଥିଲା । କବିଙ୍କ ମତରେ ମନରୁ ବୃଥା ବଡ଼ିମା ବା ଅହଂଭାବକୁ ଦୂରେଇ ଦେଇ ଭ୍ରାତୃତ୍ଵ ଭାବରେ ବୁଡ଼ିରହିଲେ ଜୀବନରେ ଆଉ କୌଣସି ପ୍ରକାର ଦୁଃଖ ଆଶାନ୍ତି ରହିବ ନାର୍ହିଁ। ବାପ୍ତବିକ କବିଙ୍କର ଚିପ୍ରାଧାରା ସର୍ବକାଳାନ ମୂଲ୍ୟବୋଧକୁ ଅନୁସରଣ କରିଛି ।
(ଖ) ପୀଡ଼ନା ମନକୁ କେଭେ ଜଡ଼ି ମାୟା-ମୋହ ଲୋଭେ,
ସବୁ ସୁଖ ମିଳେ ଚିତ୍ତ କରିଲେ ଦୃଢ଼ ।”
Answer:
ପୀଡ଼ନା ମନକୁ………………………..କରିଲେ ଦୃଢ଼ା
ଶଂସିତ ପଦ୍ୟାଶଟି ଗଣକବି ବୈଷ୍ଣବ ପାଣିଙ୍କ ଜନପ୍ରିୟ ଗୀତିନାଟ୍ୟ ‘ରାମ ବନବାସ’ରେ ସଂଯୋଜିତ ‘ଶିକ୍ଷାଦୀକ୍ଷା କବିତାରୁ ଆସିଅଛି । ଏଠାରେ କବି ସଂସାରର ମୋହମାୟାରେ ବୁଡ଼ିରହି ଦୁଃଖ ଭୋଗ କରୁଥିବା ମଣିଷମାନଙ୍କୁ ସର୍ବକାଳୀନ ଚେତାବନା ଶୁଶାଇଛନ୍ତି।
ସଂସାରୀ ମଣିଷ, ସଂସାରର ସୁଖ ପାଇଁ ବହୁ କଷ୍ଟବରଣ କରେ । ସଂସାରର ପ୍ରତ୍ୟେକ ସଦସ୍ୟଙ୍କର ଦୁଃଖକଷ୍ଟକୁ ନିଜ ହୃଦୟରେ ସେ ଅନୁଭବ କରେ । ଫଳରେ ସେହି ମୋହମାୟା ହେତୁ ତା’ ଜୀବନରେ ଦୁଃଖ ଅଶାନ୍ତି ଲାଗି ରହିଥାଏ । ଏହି ପ୍ରସଙ୍ଗରେ କବି କହିଛନ୍ତି ଯେ ଯଦି ଦେବତା ଧରାପୃଷ୍ଠରେ ଜନ୍ମନେଇ ସଂସାରୀ ହୁଅନ୍ତି, ତା’ହେଲେ ସେ ମଧ୍ୟ ଦୁଃଖ ଅଶାନ୍ତି ଭୋଗ କରିଥା’ନ୍ତି । ଯେତେ ସାବଧାନତାର ସହିତ ପାଦ ପକାଇଲେ ମଧ୍ୟ ଯେକୌଣସି ସମୟରେ ସଂସାରରୂପକ ଖସଡ଼ା ରାସ୍ତାରେ ପାଦ ଖସିଯିବାର ସମ୍ଭାବନା ଥାଏ । ତେଣୁ କବି ସଂସାରୀ ମଣିଷମାନଙ୍କୁ ମୋହମୟାରେ ଜଡ଼ିତ ରହି ମନକୁ ପୀଡ଼ିତ ନ କରିବାପାଇଁ ପରାମର୍ଶ ଦେଇଛନ୍ତି । ନିଜର କର୍ମ ଉପରେ ଦୃଢ଼ତା ଓ ଭଗବାନଙ୍କ ଉପରେ ଅଖଣ୍ଡ ବିଶ୍ୱାସ ରଖୁଲେ ଆଉ କୌଣସି ପ୍ରକାର ଦୁଃଖ ରହିବ ନାହିଁ । ତେଣୁ ମନକୁ ଦୃଢ଼ କରିବା ଉପରେ କବି ବିଶେଷ ଗୁରୁତ୍ୱ ଦେଇଛନ୍ତି । ବାସ୍ତବିକ କବିଙ୍କର ପରାମର୍ଶ ଯଥାର୍ଥ ମନେହୋଇଥାଏ ।
Question ୫ ।
ଆସ, କବିତାଟିକୁ ଆବୃରି କରିବା ।
‘ଶିକ୍ଷାଦୀକ୍ଷା’ କବିତାରେ କବି ଏପରି କିଛି ଶବ୍ଦ ବ୍ୟବହାର କରିଛନ୍ତି ଯେଉଁମାନଙ୍କ ଯୋଗୁଁ କବିତାଟି ଶ୍ରୁତିମଧୁର ହୋଇପାରିଛି । କବିତାଟିକୁ ମନଦେଇ ପଢ଼ି ସେହି ଶବ୍ଦଗୁଡିକୁ ବାଛି ଲେଖୁବା । ଉଦାହରଣ : ଶିକ୍ଷା, ଦୀକ୍ଷା
Answer:
(୧) ଭକ୍ତି, ନୀତି (୨) କେଡେ, ଛାଡେ (୩) ଗୂଢ଼, ବାଡ (୪) ସୁଦ୍ଧା, ବିଘ୍ନ-ବାଧା (୫) କେଭେ, ଲୋଭେ, (୬) ଛାଡ, ପଡ (୭) ଲୋଡ, ବାଡ (୮) ଦେଖୁ, ସୁଖୀ (୯) ଆଶ, ଦାସ (୧୦) ଯୋଡ, ଗଡ ।
Question ୬।
ଅସା, ଶୂନ୍ୟସ୍ଥାନ ପୂରଣ କରିବା ।
(କ) ଶିକ୍ଷାକର ପିତୃଭକ୍ତି, ______________
ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ
Answer:
ଶିକ୍ଷାକର ପିତୃଭକ୍ତି, ଦୀକ୍ଷାକର ଏହି ନୀତି
ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ
(ଖ) ଦେବତା ହୋଇଲେ ସୁଦ୍ଧା, ______________
ଯେତେ ସାବଧାନେ ଗଲେ ଖସଇ ଗୋଡ ।
Answer:
(ଖ) ଦେବତା ହୋଇଲେ ସୁଦ୍ଧା, ନ ଛାଡ଼ଇ ବିଘ୍ନ-ବାଧା
ଯେତେ ସାବଧାନେ ଗଲେ ଖସଇ ଗୋଡ ।
Question ୭ ।
ବଡ଼ କୋଠରିରେ କେତେଗୁଡିଏ ଶବ୍ଦ ରହିଛି । ଯେଉଁ ଶବ୍ଦଗୁଡିକ ଗୁଣକୁ ବୁଝାଉ ନାହିଁ, ସେଗୁଡିକୁ ବାଛି ସାନ କୋଠରିରେ ଲେଖୁ । (ପ୍ରଶ୍ନ ସହିତ ଉତ୍ତର)
(ସତ୍ୟ, ଭକ୍ତ, ଦାସ, ଭକ୍ତି, ସ୍ନେହ, ସୁଖ, ଯଶ, ପୀଡା, ଶିକ୍ଷା, ଦୀକ୍ଷା)
Answer:
ଭକ୍ତ, ଦାସ, ସୁଖ, ପୀଡା, ଯଶ
Question ୮ ।
ତଳେ ଦିଆଯାଇଥିବା ଉକ୍ତି ମଧ୍ୟରୁ ଯେଉଁଟି କବିଙ୍କର ପରାମର୍ଶ ନୁହେଁ ବୋଲି ଭାବୁଛ, ତାକୁ କୋଠରି ମଧ୍ୟରେ ଲେଖ । (ପଶ୍ନ ସହ ଉତ୍ତର)
(କ) ସତ୍ୟର ବାଟ ନ ଛାଡିବା ପାଇଁ
(ଖ) ଅହଂକାରରେ ନ କରିବା ପାଇଁ
(ଗ) ଚିତ୍ତ ଦୃଢ଼ ନ କରିବା ପାଇଁ
(ଘ) ସୁଯଶ ଲୋଡିବା ପାଇଁ
Answer:
(ଗ) ଚିତ୍ତ ଦୃଢ଼ ନ କରିବା ପାଇଁ
Question ୯।
ସ୍ନେହର ବାଡ, ମମତାର ଡୋର, ସ୍ନେହର ସୂତା, ବିଘ୍ନବାଧା, ଭାଇଭାଇ, ପିତାପୁତ୍ର, ମାୟାମୋହ, ଦୃଢ଼, ଚିତ୍ତ, ଭକ୍ତି, ସତ୍ୟ, ଶବ୍ଦ|ଶବ୍ଦପୁଞ୍ଜିକୁ ନେଇ କବିତାଟିଏ ରଚନା କରିବା ।
Answer:
ସ୍ନେହର ବାଡ଼ ପରିବାର । ଲାଗିଛି ମମତାର ଡୋର॥
ସ୍ନେହର ସୂତା ପିତାମାତା । ସଭିଙ୍କୁ କହି ପ୍ରିୟକଥା ॥
ନଦେଇ ମନେ ବିଘ୍ନବାଧା । ଭାଇ ଭାଇରେ ପ୍ରିୟ ସଦା ।
ପିତା ପୁତ୍ରରେ ଥାଏ ପ୍ରିୟ । ସଂସାରେ ଏହା ମାୟାମୋହ !
ମନଚିତ୍ତକୁ ଦୃଢ଼କରି । କପଟ ଭାବ ପରିହର !!
ଗୁରୁଜନରେ ଭକ୍ତି କରି । ସତ୍ୟରେ ଦିନନେବ ହରି ॥
୧୦ । ‘ଲୋଭ’ ଶବ୍ଦରୁ ନାମଧାତୁ କ୍ରିୟା ଗଠନ କଲେ ହୁଏ ‘ଲୋଭାଇବା ବା ଲୋଭେଇବା’ । ନିମ୍ନରେ ପ୍ରଦତ୍ତ ଶବ୍ଦରୁ ନାମଧାତୁ କ୍ରିୟା ଗଠନ କରି ସେମାନଙ୍କୁ ବାକ୍ୟରେ ବ୍ୟବହାର କରିବା ।
ଶବ୍ଦ |
ନାମଧାତୁ କ୍ରିୟା ବାକ୍ୟ |
ବାକ୍ୟ |
ଗାଟ |
|
|
ଗୋଡ |
|
|
ମନ |
|
|
ଆଖି |
|
|
ହାତ |
|
|
Answer:
ଶବ୍ଦ |
ନାମଧାତୁ କ୍ରିୟା ବାକ୍ୟ |
ବାକ୍ୟ |
ଗାଟ |
ବାଟୋଇବା |
ନୂଆ ପିଲାଙ୍କୁ ବାଟୋଇବା ପାଇଁ, ମୁଁ ହରିକୁ ପଠାଇଛି । |
ଗୋଡ |
ଗୋଡ଼େଇବା |
କାହାରି ପଛରେ ଗୋଡ଼େଇଲେ କେହି ବଡ଼ ହୁଏ ନାହିଁ । |
ମନ |
ମନେଇବା |
ପିଲାଙ୍କୁ ମନେଇବା ଲାଗି ଶିକ୍ଷକ ବହୁତ ଚେଷ୍ଟା କଲେ । |
ଆଖି |
ଆଖେଇବା |
ପର ଦ୍ରବ୍ୟକୁ ଆଖେଇବା ଉତ୍ତମ ବ୍ୟକ୍ତିର ଲକ୍ଷଣ ନୁହେଁ । |
ହାତ |
ହାତେଇବା |
ନିଜର କାର୍ଯ୍ୟ ସିଦ୍ଧି ପାଇଁ ସେ ତୁମକୁ ହାତେଇଛି । |
Question ୧୧ ।
ଏକାଭଳି ଶୁଭୁଥିବା ଅଲଗା ଅର୍ଥଥିବା କେତେଗୁଡିଏ ଶବ୍ଦ ତଳେ ଲେଖାଯାଇଛି । ସେମାନଙ୍କର ସ୍ପଷ୍ଟ ଅର୍ଥ ପ୍ରକାଶ କରିବା ନିମନ୍ତେ ସେମାନଙ୍କୁ ବାକ୍ୟରେ ବ୍ୟବହାର କରିବା ।
ସୁଧା __________।
ସୁଦ୍ଧା __________।
ଆଶ __________।
ଆସ __________।
ନିତି ___________।
ନାତି ___________।
Answer:
ସୁଧା – ଦେବତାମାନେ ସୁଧା ପାନ କରି ଅମର ହୋଇଛନ୍ତି ।
ସୁଦ୍ଧା – ତୁମେ କାଲି ସୁଦ୍ଧା କଟକ ପଳାଇଯିବା ଭଲ ।
ଆଶ – ପିଲାଟିର ଖାଇବା ଜିନିଷରେ ଆଶ ରହିଛି ।
ଆସ – ଆସ, ଘରକୁ ଯିବା ।
ନିତି – ସେ ନିତିଦିନ ବ୍ୟାୟାମ କରେ ।
ନାତି – ନୀତିରେ ଚାଲିଲେ ତୁମର କ୍ଷତି ହେବ ନାହିଁ ।
Question ୧୨ ।
ମୋହମାୟା, ବାଧାବିଘ୍ନ ଭଳି ଆଉ ଚାରୋଟି ଯୁଗ୍ମଶବ୍ଦ ଲେଖୁବା ।
Answer:
ଦୁଃଖଯନ୍ତ୍ରଣା, ମୁଖସମ୍ପଦ, କ୍ରିୟାକର୍ମ, କଳକୌଶଳ
Question ୧୩ ।
ଲକ୍ଷ୍ମଣଙ୍କ ମା’ଙ୍କ ନାଁ ସୁମିତ୍ରା । ସୁମିତ୍ରାଙ୍କ ପୁଅ ହୋଇଥିବାରୁ ଲକ୍ଷ୍ମଣଙ୍କର ଗୋଟିଏ ନାଁ ହେଉଛି ‘ସୁମିତ୍ରାନନ୍ଦନ’ ବା ‘ସୌମିତ୍ର’ । ନିଜ ମା’ଙ୍କ ନାମ ଅନୁସାରେ ନାମ ଧାରଣ କରିଥିବା ଆଉ ପାଞ୍ଚଜଣ ପୌରାଣିକ ଚରିତ୍ରଙ୍କ ନାମ ଲେଖ ।
କୁନ୍ତୀଙ୍କ ପୁତ୍ର _____________
ପୃଥାଙ୍କ ପୁତ୍ର _____________
ବିନତାଙ୍କ ପୁତ୍ର ___________
ରାଧାଙ୍କ ପୁତ୍ର ____________
ଗଙ୍ଗଙ୍କ ପୁତ୍ର _____________
Answer:
କୁନ୍ତୀଙ୍କ ପୁତ୍ର – କୌନ୍ତେୟ
ପୃଥାଙ୍କ ପୁତ୍ର – ପାର୍ଥ
ବିନତାଙ୍କ ପୁତ୍ର – ବୈନତୟ
ରାଧାଙ୍କ ପୁତ୍ର – ରାଧେୟ
ଗଙ୍ଗଙ୍କ ପୁତ୍ର – ଗାଙ୍ଗେୟ
Question ୧୪ ।
‘ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ଼ ।’
ଏହି ଧାଡ଼ିଟିର ପ୍ରକୃତ ଅର୍ଥକୁ ନିମ୍ନରେ ପ୍ରଦତ୍ତ ଉତ୍ତର ମଧ୍ୟରୁ ବାଛି ଲେଖ ।
(କ) ପରେ ଭିକ୍ଷା ମାଗିବ ଆଗ ସତ୍ୟକୁ ବାଟ ଛାଡ଼ିଦିଅ ।
(ଖ) ପରେ ଭିକ୍ଷା ମାଗିବ କିନ୍ତୁ ସତ୍ୟର ବାଟ ଛାଡ଼ ନାହିଁ ।
(ଗ) ଯେତେ ଅସୁବିଧା ହେଲେ ବି ସତ୍ୟପଥରୁ ଘୁଞ୍ଚ ନାହିଁ ।
(ଘ) ଭିକ ମାଗି ବଞ୍ଚିବାକୁ ହେଲେ ମଧ୍ୟ ସତ୍ୟପଥକୁ ଛାଡ଼ ନାହିଁ ।
Answer:
(ଘ) ଭିକ ମାଗି ବଞ୍ଚିବାକୁ ହେଲେ ମଧ୍ୟ ସତ୍ୟପଥକୁ ଛାଡ଼ ନାହିଁ ।
ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର
ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନେ।ତ୍ତର :
Question ୧।
‘ଶିକ୍ଷାଦୀକ୍ଷା’ କବିତାରେ କବି ଏପରି କିଛି ଶବ୍ଦ ବ୍ୟବହାର କରିଛନ୍ତି ଯେଉଁମାନଙ୍କ ଯୋଗୁଁ କବିତାଟି ଶ୍ରୁତମଧୁର ହୋଇପାରିଛି । କବିତାଟିକୁ ମନଦେଇ ପଢ଼ି ସେହି ଶବ୍ଦଗୁଡ଼ିକ ବାଛି ଲେଖ । (ଉଦାହରଣ : ଶିକ୍ଷା, ଦୀକ୍ଷା)
Answer:
ଶିକ୍ଷା, ଦୀକ୍ଷା, ଭିକ୍ଷା
ଭକ୍ତି, ନୀତି
ପତିବ୍ରତା, ଏହି କଥା
କେଡ଼େ, ଛାଡ଼େ
ଗୂଢ଼, ବାଡ଼
ସୁଦ୍ଧା, ବାଧା
କେଭେ, ଲେ।ଭେ
ଦେଖ୍, ସୁଖୀ
ଆଶ, ଦାସ
ଯୋଡ଼, ଗଡ଼
ସଂକ୍ଷିପ୍ତ ଭରମୂଳକ ପ୍ରଶ୍ନୋତ୍ତର :
Question ୧।
‘ଶିକ୍ଷାଦୀକ୍ଷା’ କବିତାଟି ବୈଷ୍ଣବ ପାଣିଙ୍କ କେଉଁ ଗୀତିନାଟ୍ୟର ଅନ୍ତର୍ଗତ ?
Answer:
‘ଶିକ୍ଷାଦୀକ୍ଷା’ କବିତାଟି ଗଣକବି ବୈଷ୍ଣବ ପାଣିଙ୍କ ‘ରାମ ବନବାସ’ ଗୀତିନାଟ୍ୟର ଅନ୍ତର୍ଗତ ।
Question ୨।
କାହାର ଆଜ୍ଞା ପାଳନ କରି ରାମ ବନବାସ ଯାଇଥିଲେ ?
Answer:
ପିତାଙ୍କ ଆଜ୍ଞା ପାଳନ କରି ରାମ ବନବାସ ଯାଇଥିଲେ ।
Question ୩।
ଭରତ କିଏ ?
Answer:
ଭାରତ ରାମଚନ୍ଦ୍ରଙ୍କର ସାନଭାଇ ଓ ଦଶରଥଙ୍କର ଦ୍ୱିତୀୟ ପୁତ୍ରା ଭାରତଙ୍କୁ ରାଜସିଂହାସନରେ ଅଧ୍ କାରା କରିବାପାଇଁ ତାଙ୍କ ମାତା କୈକେୟୀ ଦଶରଥଙ୍କୁ ବର ମାଗିଥିଲେ ।
Question ୪ ।
ରାମ ବନକୁ ଯିବାବେଳେ ଭରତ କେଉଁଠାରେ ଥିଲେ ?
Answer:
ରାମ ବନକୁ ଯିବାବେଳେ ଭରତ ତାଙ୍କ ମାମୁଘରେ ଥିଲେ ।
Question ୫।
କେଉଁ ପରିସ୍ଥିତିରେ ରାଜା ଦଶରଥ ପରଲୋକ ଗମନ କରିଥିଲେ ?
Answer:
ପୁତ୍ରର ବନବାସ ଗମନ ଦୁଃଖରେ ତାଙ୍କୁ ଝୁରିଝୁରି ଅତି ଅସହାୟ ପରିସ୍ଥିତିରେ ରାଜା ଦଶରଥ ପରଲୋକ ଗମନ
Question ୬।
ଭରତ ଅଯୋଧ୍ୟାକୁ ଫେରି କ’ଣ ଦେଖିଲେ ?
Answer:
ଭରତ ମାମୁଘରୁ ଅଯୋଧ୍ୟାକୁ ଫେରି ଦେଖିଲେ ଗିତୃସତ୍ୟ ପାଳନ ପାଇଁ ବଡ଼ଦବର୍ଷ ପାଇଁ ବନକୁ ଯାଇଛନ୍ତି ଏବଂ ସେହି ଦୁଃଖରେ ପିତା ଦଶରଥ ପ୍ରାଣତ୍ୟାଗ କରିଛନ୍ତି । ସମଗ୍ର ଅଯୋଧ୍ୟା ଯେପରି ହତଶ୍ରୀ ହୋଇଯାଇଛି।
Question ୭ ।
ରାମଙ୍କୁ ଫେରାଇ ଆଣିବାପାଇଁ ଭରତ କ’ଣ କଲେ ?
Answer:
ରାମଙ୍କୁ ଫେରାଇ ଆଣିବାପାଇଁ ଭରତ ରାମଙ୍କ ଅନ୍ଵେଷଣରେ ବନକୁ ଯାଇଥିଲେ ।
Question ୮।
ରାମଙ୍କ ସହିତ ଭରତଙ୍କର କେଉଁ ସ୍ଥାନରେ ସାକ୍ଷାତ୍ ହୋଇଥିଲା ?
Answer:
ରାମଙ୍କ ସହିତ ଭରତଙ୍କର ଚିତ୍ରକୂଟ ନାମକ ସ୍ଥାନରେ ସାକ୍ଷାତ୍ ହୋଇଥିଲା ।
Question ୯।
ଅଯୋଧ୍ୟାକୁ ଫେରିବାପାଇଁ ରାମ ନାସ୍ତି କଲେ କାହିଁକି ?
ଯେହେତୁ ରାମଚନ୍ଦ୍ର ପିତୃସତ୍ୟ ପାଳନ ପାଇଁ ବନକୁ ଯାଇଥିଲେ ଏବଂ ଅଯୋଧ୍ୟାକୁ ଫେରିଲେ ପିତାଙ୍କର ସତ୍ୟଭଗ୍ନ ହେବ, ସେଥୂପାଇଁ ଅଯୋଧ୍ୟାକୁ ଫେରିବାପାଇଁ ସେ ନାସ୍ତି କରିଥିଲେ ।
Question ୧୦ ।
ଅଯୋଧ୍ୟାକୁ ଫେରି ଭରତ କିପରି ଭାବରେ ରାଜ୍ୟଶାସନ କଲେ ?
Answer:
ଅଯୋଧ୍ୟାକୁ ଫେରି ଶ୍ରୀରାମଙ୍କ ପାଦୁକାକୁ ସିଂହାସନରେ ସ୍ଥାପନ କରି ଭରତ ଶ୍ରୀରାମଙ୍କ ସେବକ ଭାବରେ ଚଉଦବର୍ଷକାଳ ରାଜ୍ୟଶାସନ କରିଥ୍ ଲୋ
Question ୧୧ ।
‘ଶିକ୍ଷା କର ପିତୃଭକ୍ତି, ଦୀକ୍ଷା କରି ଏହି ନୀତି’– ଏ କଥା କିଏ କହିଛନ୍ତି ?
Answer:
‘ଶିକ୍ଷା କର ପିତୃଭକ୍ତି, ଦୀକ୍ଷା କର ଏହି ନୀତି’କବିତାଂଶଟି ଗଣକବି ବୈଷ୍ଣବ ପାଣି ‘ରାମ ବନବାସ’ ଗୀତିନାଟ୍ୟରେ କହିଛନ୍ତି।
Question ୧୨ ।
କବିତାର ପ୍ରଥମ ଚାରିଧାଡ଼ି ମଧ୍ଯରେ କେଉଁ କେଉଁ ବିଷୟ ଶିକ୍ଷା
Answer:
କବିତାର ପ୍ରଥମ ଚାରିଧାଡ଼ିରେ ପିତୃଭକ୍ତି ଓ ଭ୍ରାତୃସ୍ନେହ ବିଷୟ ଶିକ୍ଷା
Question ୧୩ ।
ଅହଙ୍କାରର ବଶବର୍ତ୍ତୀ ନହେବାପାଇଁ କୁହାଯାଇଛି କାହିଁକି ?
Answer:
ଅହଙ୍କାରର ବଶବର୍ତ୍ତୀ ହେଲେ ଭାଇ ଭାଇର ସ୍ନେହ ରହିବ ନାହିଁ ବୋଲି ସେହି ଭାବର ବଶବର୍ତ୍ତୀ ନହେବାପାଇଁ କୁହାଯାଇଛି ।
Question ୧୪ ।
ସୀତାଙ୍କଠାରୁ ଆମ ଦେଶର ମହିଳାମାନେ କେଉଁ ଗୁଣ ଶିଖୁବାପାଇଁ କବି କହିଛନ୍ତି ?
Answer:
ସାତାଙ୍କଠାରୁ ଆମ ଦେଶର ମହିଳାନେ ପତିବ୍ରତା ଗୁଶ ଶିଖ୍ ବାପାଇଁ କବି କହିଛନ୍ତି।
Question ୧୫ ।
ମାୟାମୋହରେ ଜଡ଼ିତ ନହେବାପାଇଁ କବି କାହିଁକି କହିଛନ୍ତି ?
Answer:
ମାୟାମୋହରେ ଜଡ଼ିତ ହେଲେ ମଣିଷ ମନରେ ବହୁ ଦୁଃଖକଷ୍ଟ ପାଇ କାଳାତିପାତ କରି ଥାଏ । ତେଣୁ ମାୟାମୋହରେ ଜଡ଼ିତ ନହେବାପାଇଁ କବି କହିଛନ୍ତି।
Question ୧୬ ।
କାହାର ପଦପଙ୍କଜ ବିଷୟରେ ଏଠାରେ କୁହାଯାଇଛି ?
Answer:
ଏଠାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ପଦପଙ୍କଜ ବିଷୟରେ କୁହାଯାଇଛିା
Question ୧୭ ।
କବିତାରେ ବର୍ଣ୍ଣିତ ହନୁ କିଏ ?
Answer:
କବିତାରେ ବର୍ଣ୍ଣିତ ହନୁ ହେଉଛି ରାମଭକ୍ତ ମହାବୀର ହନୁମାନ ।
Question ୧୮ ।
କାହାକୁ ସୁବର୍ଣ୍ଣ ଗଡ଼ କୁହାଯାଇଛି ?
Answer:
ରାବଣର ରାଜ୍ୟ ସୁବର୍ଣ୍ଣ ଲଙ୍କାକୁ ସୁବର୍ଣ୍ଣ ଗଡ଼ ବୋଲି କୁହାଯାଇଛି ।
Question ୧୯।
ଭରତ କିଏ ? ତାଙ୍କର ମାଆଙ୍କ ନାମ କ’ଣ ?
Answer:
ଭରତ ଅଯୋଧ୍ୟା ନରପତି ଦଶରଥଙ୍କ ଦ୍ବିତୀୟ ପୁତ୍ର । ତାଙ୍କ ମାଆଙ୍କ ନାମ କୈକେୟୀ ।
Question ୨୦ ।
କେଉଁ ବିଶେଷ କାରଣ ଯୋଗୁଁ ରାଜା ଦଶରଥ ପ୍ରାଣତ୍ୟାଗ କଲେ ?
Answer:
ଜ୍ୟେଷ୍ଠପୁତ୍ର ରାମଚନ୍ଦ୍ରଙ୍କ ବିରହ ବିଚ୍ଛେଦ ସହ୍ୟ କରି ନପାରି ରାଜା ଦଶରଥ ତାଙ୍କୁ ଝୁରି ଝୁରି ପ୍ରାଣତ୍ୟାଗ କଲେ।
Question ୨୧।
ହନୁମାନ କିଏ ? ସେ କାହାର ଭକ୍ତ ଥିଲେ ?
Answer:
ହନୁମାନ ହେଉଛନ୍ତି ତ୍ରେତୟା ଯୁଗର ସୁ-ପ୍ରସିଦ୍ଧ ବୀର ଯିଏ କି ଯୁଗ ଯୁଗ ନିମିତ୍ତ ଅମରତ୍ୱ ଲାଭ କରିଛନ୍ତି । ସେ ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଭକ୍ତ ଥିଲେ ।
Question ୨୨ ।
ସଂସାରୀ ମଣିଷ କାହାପାଇଁ ସୁଖ ଓ ଦୁଃଖ ଭୋଗ କରେ ?
Answer:
ସଂସାରୀ ମଣିଷ ପାଇଁ ସଂସାର ହେଉଛି ସବୁକିଛି । ସେ ପିତାମାତା, ସ୍ତ୍ରୀ ଓ ପୁତ୍ରକନ୍ୟାଙ୍କ ସୁଖ ଓ ଦୁଃଖ ଭୋଗ କରିଥାଏ ।
ସରଳ ଭାଷାରେ ଚୁଝାଇ ଲେଖ :
Question ୧।
ସାତାଠାରୁ ପତିବ୍ରତା ଶିକ୍ଷା କାର ଏହି କଥା,
ଶିଖାଇ ମହିଳାଗଶେ ସୁଯଶ ଲୋଡ଼ା
Answer:
ପାଣଠାରୁ …………………………… ସୁଯଶ ଲୋଡ଼ା
ଉକ୍ତ ପଦ୍ୟାଶଟି ଗଣକବି ବୈଷ୍ଣବ ପାଣିଙ୍କ ଲୋକପ୍ରିୟ ଗୀତିନାଟ୍ୟ ‘ରାମ ବନବାସ’ରେ ସଂଯୋଜିତ ‘ଶିକ୍ଷାଦୀକ୍ଷା’ କବିତାରୁ ଆସିଅଛି । ଏଠାରେ କବି ସତୀ ସୀତାଙ୍କର ପତିବ୍ରତା ଭାବର ମହତ୍ତ୍ଵକୁ ସୁନ୍ଦରଭାବରେ ବୁଝାଇଛନ୍ତି । ପିତୃସତ୍ୟ ରକ୍ଷା ପାଇଁ ରାମଚନ୍ଦ୍ର ବନକୁ ଯିବାକୁ ପ୍ରସ୍ତୁତ ହେଲେ । ବନକୁ ଯିବା ପୂର୍ବରୁ ସେ ସମସ୍ତଙ୍କଠାରୁ ବିଦାୟ ନେଲେ । ବନକୁ ନଯିବା ପାଇଁ ସମସ୍ତେ ରାମଙ୍କୁ ଅନୁନୟ ବିନୟ କରି କହିଲେ । ମାତ୍ର ନିଜ ପିତାଙ୍କର ସତ୍ୟରକ୍ଷା ପାଇଁ ରାମଚନ୍ଦ୍ର ବନକୁ ଯିବାକୁ ବାହାରିଲେ। ପତ୍ନୀ ସୀତା ମଧ୍ୟ ରାମଙ୍କ ସହିତ ବନକୁ ଯିବାପାଇଁ ବାହାରିଲେ । ରାମଚନ୍ଦ୍ରଙ୍କର କୌଣସି ପ୍ରକାର ବାରଣ ସୀତା ମାନିଲେ ନାହିଁ । ତାଙ୍କ ବିଚାରରେ ସେ ସ୍ଵାମୀଙ୍କର ଅର୍ଦ୍ଧାଙ୍ଗିନୀ । ସ୍ଵାମୀଙ୍କ ସୁଖଦୁଃଖରେ ସେ ସମଭାଗୀ ହେବାକୁ ଚାହାଁନ୍ତି। ସ୍ଵାମୀ ବନସ୍ତକୁ ଗଲେ ସେ ରାଜପୁରୀରେ ରହିପାରିବେ ନାହିଁ ।
ରାଜସୁଖ ତାଙ୍କୁ ଅସହ୍ୟ ମନେହେବ । ବରଂ ସ୍ବାମୀଙ୍କ ପାଖେ ପଖେ ରହି ପଦସେବା କଲେ ସ୍ୱାମୀଙ୍କର ବନଗମନ କଷ୍ଟ ଲାଘବ ହେବ । ପତିବ୍ରତାଭାବରେ ସ୍ୱାମୀଙ୍କର ଦୁଃଖରେ ସେ ସମଦୁଃଖୀ ହୋଇଛନ୍ତି । ସୀତା ରାଜନନ୍ଦିନୀ ଓ ରାଜବଧୂ ହୋଇ ମଧ୍ୟ ସ୍ଵାମୀଙ୍କ ପାଇଁ ସ୍ୱଇଚ୍ଛାରେ ବନବାସ କଷ୍ଟକୁ ଆଦରି ନେଇଥିଲେ । ସୀତାଙ୍କର ଏହି ଅପୂର୍ବ ତ୍ୟାଗକୁ ମହିଳାମାନେ ଗ୍ରହଣ କରି ସ୍ଵାମୀଙ୍କ ସୁଖଦୁଃଖରେ ସମଭାଗୀ ହେବାପାଇଁ କବି ପ୍ରକାରାନ୍ତରେ ପରାମର୍ଶ ଦେଇଛନ୍ତି । ମହିଳାମାନେ ନିଜେ ପତିବ୍ରତା ହେବା ସହ ଅନ୍ୟମାନଙ୍କୁ ଏହା ଶିକ୍ଷାଦେଇ ସୁଯଶରେ ଅଧିକାରୀ ହେବାକୁ କବି କହିଛନ୍ତି । ବାସ୍ତବରେ କବିଙ୍କର ଚିନ୍ତାଧାରା ମାର୍ମିକ ମନେହୋଇଥାଏ ।
Question ୨ ।
ପୁତ୍ରେ ପିତା ସ୍ନେହ କେଡ଼େ,
ପୁତ୍ରବିନା ପ୍ରାଣ ଛାଡ଼େ,
ପୁତ୍ରବିନା ପ୍ରାଣ ଛ।ଡେ,
ଭାଙ୍ଗି କେ ପାରିବ ଗୂଢ଼ ସ୍ନେହର ବାଡ଼ ।
Answer:
ପୁତ୍ରେ ପିତା ……………………….. ସ୍ନେହର ବାଡ଼ା
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ପୁସ୍ତକର ସ୍ଵର୍ଗତ ଗଣକବି ବୈଷ୍ଣବ ପାଣିଙ୍କ ଲେଖନୀ ନିଃସୃତ ‘ରାମ ବନବାସ’ ଗୀତିନାଟ୍ୟର କିୟଦଂଶ କବିତା “ଶିକ୍ଷାଦୀକ୍ଷା”ରୁ ସଂଗୃହୀତ। ଆଲୋଚ୍ୟ ପ୍ରସଙ୍ଗରେ କବି ପିତାପୁତ୍ରର ନିବିଡ଼ ସ୍ନେହ ବନ୍ଧନ ସଂପର୍କରେ ବିଶଦ ବ୍ୟାଖ୍ୟା ପ୍ରଦାନ କରି ଜନସମାଜକୁ ସୁଚିନ୍ତିତ ନୀତିଶିକ୍ଷା ପ୍ରଦାନ କରିଛନ୍ତି ।
ଅଯୋଧ୍ୟାଧୂପତି ଦଶରଥଙ୍କର ନିର୍ମଳ, ନିବିଡ଼ ପୁତ୍ର ସ୍ନେହ ସଂପର୍କରେ କବି ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ପିତାଙ୍କ ପ୍ରତି ରାମଚନ୍ଦ୍ରଙ୍କର ଗଭୀର, ଅସାଧାରଣ ପିତୃଭକ୍ତି ସଂପର୍କରେ ସ୍ପଷ୍ଟ ସୂଚନା ପ୍ରଦାନ କରିଛନ୍ତି। ସତ୍ୟସନ୍ଧ ଦଶରଥ ଓ ସତ୍ୟବ୍ରତ ପାଳନରେ ଦୃଢ଼ ପରିକର ରାମଚନ୍ଦ୍ର ଉଭୟେ ଆଦର୍ଶର ଶୀର୍ଷସ୍ଥାନ ଲାଭ କରିଛନ୍ତି । ପୁତ୍ର ରାମଚନ୍ଦ୍ରଙ୍କ ବିରହ ବିଚ୍ଛେଦ ସହ୍ୟ କରି ନପାରି ଝୁରିଝୁରି ସ୍ଵର୍ଗଗାମୀ ହୋଇଛନ୍ତି ଦଶରଥ । ଏହାଦ୍ଵାରା ପିତାଙ୍କର ପୁତ୍ର ପ୍ରତି ଅନାବିଳ ନିଗୂଢ଼ ସ୍ନେହ ପରିପ୍ରକାଶ ହୋଇଛି । ତେଣୁ ଆଲୋଚ୍ୟ ପ୍ରସଙ୍ଗଟି ଭାବଗର୍ଭକ ଓ ଶିକ୍ଷାପ୍ରଦ ।
ଦୀର୍ଘ ତ୍ତରମୂଳକ ପ୍ରଶ୍ନୋତ୍ତର :
Question ୧।
କବିତାଟିର ନାମ ‘ଶିକ୍ଷାଦୀକ୍ଷା’ ରଖାଯିବାର ଯଥାର୍ଥତା ପ୍ରତିପାଦନ କର ।
Answer:
କବିତା କବି ହୃଦୟର ମାନସ କନ୍ୟା । କବି ବହୁ ଆବେଗରେ କବିତା ରଚନା କରେ । କଥାବସ୍ତୁକୁ ନେଇ ସେ ତା’ର ନାମକରଣ କରେ । ଆଲୋଚ୍ୟ କବିତା ‘ଶିକ୍ଷାଦୀକ୍ଷା’ କବିଙ୍କର ନାମକରଣ ନୁହେଁ । ଏହା ‘ରାମ ବନବାସ ଗୀତିନାଟ୍ୟର ଅଂଶବିଶେଷ । ଯେହେତୁ କବିତାରେ ସମାଜକୁ ଦିଗ୍ଦର୍ଶନ ଦେଲାଭଳି ଅନେକ ପ୍ରସଙ୍ଗ ରହିଛି ଏବଂ ଏହା ପାଠ୍ୟଶ ରୂପେ ସନ୍ନିବେଶିତ ହୋଇଛି, ତେଣୁ କବିତାଟିରେ ଏଭଳି ନାମକରଣ କରାଯାଇଛି । କଥାବସ୍ତୁ ଦୃଷ୍ଟିରୁ ବିଚାର କରି ଦେଖିଲେ ‘ଶିକ୍ଷାଦୀକ୍ଷା ନାମକରଣ ସାର୍ଥକ ହୋଇଛି ।
ରାମ ବନବାସ’ ଗୀତିନାଟ୍ୟର କବି ବୈଷ୍ଣବ ପାଣି । ସେ ଏକାଧାରରେ ଥିଲେ ଗୀତିନାଟ୍ୟର ନାଟ୍ୟକାର, ପାଲାର ସ୍ରଷ୍ଟା ଓ ଭଜନ ଜଣାଣର ରଚୟିତା । ତାଙ୍କ ରଚିତ ଗୀତିନାଟ୍ୟଗୁଡ଼ିକ ମଧ୍ୟରେ, ‘ମେଘନାଦ ବଧ’, ‘ରଙ୍ଗସଭା’, ‘ରାମ ବନବାସ’, ‘କାର୍ଲବୀର୍ଯ୍ୟ ସଂହାର’, ‘ପ୍ରହ୍ଲାଦ ଚରିତ’, ‘କର୍ଷବଧ’, ‘ଦକ୍ଷ ଯଜ୍ଞ’ ଇତ୍ୟାଦି ପ୍ରଧାନ । ନାଟ୍ୟକୃତିରେ ପୌରାଣିକ କଥାବସ୍ତୁର ଅବତାରଣ କରାଯାଇଥିଲେ ମଧ୍ୟ ଏଥୁରେ ଦ୍ବାରି, ଡଗର ଇତ୍ୟାଦି ଚରିତ୍ର ସଂଯୋଜିତ କରି ସେମାନଙ୍କ ମାଧ୍ୟମରେ ସମାଜର ବିଭିନ୍ନ ଦିଗକୁ ବର୍ଣ୍ଣନା କରିବାର କୌଶଳ ପ୍ରୟୋଗ କରାଯାଇଛି । ଆଲୋଚ୍ୟ କବିତାରେ ମଧ୍ଯ ସମାଜକୁ ଦିଗ୍ଦର୍ଶନ ଦେଲାଭଳି ପ୍ରସଙ୍ଗକୁ ଅତି ଚତୁରତାର ସହିତ ଉପସ୍ଥାପନ କରାଯାଇଛି । ଏଥିରେ ଅନେକ ଚଳଣିକୁ ଶିକ୍ଷା କରିବା ଏବଂ ତାହାକୁ ଦୀକ୍ଷାରୂପେ ଗ୍ରହଣ କରିବାପାଇଁ ପ୍ରେରଣା ଦିଆଯାଇଛି ।
ସୁତରାଂ କବିତାର ‘ଶିକ୍ଷାଦୀକ୍ଷା’ ନାମକରଣ ଯଥାର୍ଥ ମନେ ହୋଇଥାଏ । ପିତା ବହୁ ଆବେଗରେ ନିଜର ଭବିଷ୍ୟତର ସୁରକ୍ଷା ଓ ବୃଦ୍ଧ ସମୟର ସହାୟ ପାଇଁ ପୁତ୍ରକୁ ପାଳିପୋଷି ବଡ଼ କରେ । ମାତ୍ର ଅନେକ ସମୟରେ ପୁତ୍ର ବଡ଼ ହେଲାପରେ ପିତାକୁ ମର୍ଯ୍ୟାଦା ଦିଏ ନାହିଁ । ପିତାର ସୁଖଦୁଃଖର ସାଥୀ ନହୋଇ ସ୍ୱେଚ୍ଛାଚାରୀ ହୋଇଯାଏ । ସମାଜର ଏହି ଦୁର୍ବଳ ଦିଗକୁ କବି ରାମଚନ୍ଦ୍ରଙ୍କ ଚରିତ୍ରର ଉଦାହରଣ ଦେଇ ସୁଧାରିବାକୁ ଚାହିଁଛନ୍ତି । ରାମଚନ୍ଦ୍ରଙ୍କର ପିତୃଭକ୍ତି ଯେ ଅତୁଳନୀୟ ଏହା କବି ସ୍ଵୀକାର କରିଛନ୍ତି । ପିତାଙ୍କର ସତ୍ୟରକ୍ଷା ପାଇଁ ସେ ଚଉଦବର୍ଷ ବନକୁ ଯାଇଛନ୍ତି । ପିତାଙ୍କ କଥାର ମର୍ଯ୍ୟାଦା ରକ୍ଷାକରି ସେ ରାଜସିଂହାସନକୁ ଉପେକ୍ଷା କରି ବନବାସ କଷ୍ଟକୁ ଆଦରି ନେଇଛନ୍ତି । ସୁତରାଂ କବି ରାମଚନ୍ଦ୍ରଙ୍କ ପରି ପିତୃଭକ୍ତ ହେବାପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । କବି ଏହା ବୁଝାଇବାକୁ ଯାଇ କହିଛନ୍ତି-
‘‘ଶିକ୍ଷା କର ପିତୃଭକ୍ତି, ଦୀକ୍ଷା କର ଏହି ନୀତି,
ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ଼ ।’’
କବି ଅଯୋଧ୍ୟା ରାଜପୁରୀରେ ଯେପରି ଭ୍ରାତୃସ୍ନେହ ରହିଥିଲା, ସେହିପରି ଭ୍ରାତୃଭାବରେ ରହିଲେ ସମାଜରେ ଆଉ କୌଣସି ବିଶୃଙ୍ଖଳା ରହିବ ନାହିଁ ବୋଲି କହିଛନ୍ତି । ମାତ୍ର ସମାଜରେ ଭାଇ ଭାଇ ମଧ୍ୟରେ ପିଲାଦିନର ସ୍ନେହ, ପରବର୍ତ୍ତୀ ସମୟରେ ସ୍ଵାର୍ଥପରତାର ପ୍ରଭାବରେ ହଜି ଯାଇଥାଏ । ଭାଇ ହୁଏ ଭାଇର ଶତ୍ରୁ । କବି ରାମ, ଲକ୍ଷ୍ମଣ ଓ ଭରତଙ୍କ ଉଦାହରଣ ମାଧ୍ୟମରେ ପବିତ୍ର ଭ୍ରାତୃଭାବକୁ ଶିକ୍ଷା କରି ଏହାକୁ ଦୀକ୍ଷାରୂପେ ଗ୍ରହଣ କରିବାପାଇଁ ମାନବ ସମାଜକୁ ପରାମର୍ଶ ଦେଇ କହିଛନ୍ତି ।
ନାରୀ ହେଉଛି ପୁରୁଷର ପ୍ରେରଣାଦାତ୍ରୀ ଓ ସୁଖଦୁଃଖର ସାଥୀ । ପୁରୁଷକୁ ଦୁଃଖ ସମୟରେ ନାରୀହିଁ ସାହସ ଓ ଧୈର୍ଯ୍ୟ ଦେଇଥାଏ । ମାତ୍ର ବେଳେବେଳେ ସମାଜରେ ନାରୀ ସ୍ଵାର୍ଥସର୍ବସ୍ଵ ହୋଇ ପୁରୁଷକୁ ବିପଥଗାମୀ କରାଏ । କାନକୁହା କଥା କହି ପୁରୁଷକୁ ନିଜର କରିବାକୁ ଚେଷ୍ଟାକରେ । କୌଣସି ସମୟରେ ସେହି ପୁରୁଷ ଯଦି ଅସମର୍ଥ ହୋଇଯାଏ, ତା’ହେଲେ ନାରୀ ତାହାକୁ ଉପେକ୍ଷା କରିବାର ବହୁ ଉଦାହରଣ ରହିଛି । ପୁରୁଷର ଦୁଃଖରେ ସେ ସମଦୁଃଖୀ ନହୋଇ ବରଂ ନିଜ ସ୍ୱାର୍ଥ କଥା ଚିନ୍ତାକରେ । ସମାଜରେ ଏଭଳି ସ୍ବାର୍ଥସର୍ବସ୍ଵ ନାରୀମାନଙ୍କୁ ଶିକ୍ଷା ଦେବାପାଇଁ କବି ଜନକନନ୍ଦିନୀ ପତିବ୍ରତା ସୀତାଙ୍କର ଉଦାହରଣ ଦେଇଛନ୍ତି । ସୀତାଙ୍କ ଚିନ୍ତାଧାରାକୁ ଆପଣାର କରିପାରିଲେ ନାରୀମାନେ ଯେ ଯଶସ୍ବିନୀ ହେବେ, ଏହାକୁ କବି ପ୍ରକାରାନ୍ତରେ ସ୍ବୀକାର କରିଛନ୍ତି । କବିଙ୍କ ଭାଷାରେ-
“ସାତାଠାରୁ ପତିବ୍ରତା, ଶିକ୍ଷା କର ଏହି କଥା,
ଶିଖାଇ ମହିଳାଗଶେ ସୁଯଶ ଲୋଡ଼ା”
ପିତାପୁତ୍ରର ଅନାବିଳ ସମ୍ପର୍କକୁ କବି ରାଜା ଦଶରଥ ଓ ରାମଚନ୍ଦ୍ରଙ୍କ ମାଧ୍ୟମରେ ଶିକ୍ଷା ଦେଇଛନ୍ତି । ପୁତ୍ରକୁ ଛାଡ଼ି ପିତା କେବେହେଲେ ବଞ୍ଚୁରିବ ନାହିଁ । କାରଣ ପୁତ୍ର ହିଁ ପିତାର ଭାଗ୍ୟ ଓ ଭବିଷ୍ୟତ । ପୁତ୍ରର ସୁଖରେ ପିତା ସୁଖୀ ହୁଏ । ପୁତ୍ରର ଗୌରବରେ ପିତା ଗୌରବାନ୍ବିତ ହୁଏ । ଏହି ସମ୍ପର୍କକୁ କେହି ଉପେକ୍ଷା କରିପାରିବେ ନାହିଁ । ସେହିପରି ସାଂସାରିକ ଜୀବନରେ ଅନେକ ବାଧାବିଘ୍ନ ରହିଥାଏ । ମାତ୍ର ବିପଦ ସମୟରେ କେବେହେଲେ ଧୈର୍ଯ୍ୟହରା ନ ହେବାକୁ କବି ପରାମର୍ଶ ଦେଇଛନ୍ତି । ଜାଗତିକ ମୋହମାୟାର ବଶବର୍ତ୍ତୀ ହୋଇ ରହିଲେ, ସର୍ବଦା ଦୁଃଖରେ ସମୟ ଅତିବାହିତ କରିବାକୁ ହେବ । ସେଥିପାଇଁ ଚିତ୍ତ ଦୃଢ଼ କରିବାପାଇଁ କବି ପରାମର୍ଶ ଦେଇଛନ୍ତି । ଏହିପରି ବିଭିନ୍ନ ପ୍ରସଙ୍ଗ ମାଧ୍ୟମରେ କବି ସମାଜକୁ ଶିକ୍ଷା ଦେଇଥ୍ବାରୁ କବିତାର ‘ଶିକ୍ଷାଦାକ୍ଷା’ ନାମକରଣ ସାର୍ଥକ ମନେ ହୋଇଥାଏ।
Question ୨।
ମନରେ ଅହଂକାର ରହିଲେ ଜଣେ କି କି ଅସୁବିଧାର ସମ୍ମୁଖୀନ ହେବ ସେ ସମ୍ପର୍କରେ ଅନୁଚ୍ଛେଦଟିଏ ଲେଖ ।
Answer:
ଆମର ପାପକଳୁଷିତ ସଂସାରକୁ ଯେଉଁସବୁ ବିକାର ପ୍ରଭାବିତ କରି ରଖୁଛି, ସେସବୁ ମଧ୍ୟରୁ ଅହଙ୍କାର ଅନ୍ୟତମ । ଅହଙ୍କାର ହେଉଛି, ନିଜକୁ ଅନ୍ୟଠାରୁ ବଡ଼କରି ଭାବିବା ଓ ସେହିପରି ଭାବ ନେଇ ଦେଖାଇହେବା ପ୍ରବୃତ୍ତି । ଅହଂକାରୀ ଦୃଷ୍ଟିରେ ସେ ସବୁଠାରୁ ଜ୍ଞାନୀ, ମାନୀ, ବଳଶାଳୀ ଓ ବୁଦ୍ଧିମାନ । ତା’ ମନର ଏହି ସଂକୀର୍ଣ୍ଣଭାବ ତାହାକୁ ଅହଙ୍କାରୀ କରାଇଥାଏ । ସେ କାହାକୁ ମର୍ଯ୍ୟାଦା ଦିଏ ନାହିଁ କିମ୍ବା କାହା ପାଖରେ ମୁଣ୍ଡ ନୁଆଁଇବାକୁ ଇଚ୍ଛା କରେ ନାହିଁ । ବରଂ ସେ ଭାବେ ତାହାକୁ ସମସ୍ତେ ମର୍ଯ୍ୟାଦା ଦେବେ ଏବଂ ତାହା କଥା ଅନୁସାରେ ପରିଚାଳିତ ହେବେ । ଏହା ଏକ ପ୍ରକାର
ଆସୁରୀ ସ୍ଵଭାବ । ସେହି ସ୍ଵଭାବନେଇ ଲଙ୍କାର ରାବଣ ବିପଦକୁ ବରଣ କରିଥିଲା । ତା’ର ସ୍ଵର୍ଣ୍ଣମୟ ଲଙ୍କା ଧ୍ବଂସ ହୋଇଯାଇଥିଲା । ସେହିପରି ଅତି ଅହଙ୍କାର ପ୍ରକାଶକରି କୌରବ ଶିରୋମଣି ଦୁର୍ଯ୍ୟୋଧନ ନିଜ ବଂଶନାଶର କାରଣ ହୋଇଥିଲା । ଅତି ଦାନୀଭାବ ଦେଖାଇ ହୋଇ, ଦାନୀର ଅହଙ୍କାର ପ୍ରତିପୋଷଣ କରି ବଳୀ ରାଜା ପାତାଳକୁ ଚାପି ହୋଇଯାଇଥିଲେ । ସୁତରାଂ ଅହଙ୍କାର ଆସିଲେ ମଣିଷ ଜୀବନରେ ଅବକ୍ଷୟ ଘଟିଥାଏ । ଅହଙ୍କାର ମଣିଷକୁ ଅବନତି ଆଡ଼କୁ ବାଟ କଢ଼ାଇ ଆଣେ । ପ୍ରତ୍ୟେକ କ୍ଷେତ୍ରରେ ଅହଂକାର ହିଁ ସର୍ବନାଶର କାରଣ ହୋଇଥାଏ ।
ଅହଂକାରୀ ମଣିଷ ସାମୟିକ ଭାବେ ନିଜର ପ୍ରତିଷ୍ଠା ପ୍ରକାଶ କରିପାରେ । ମାତ୍ର ତାହା ସର୍ବକାଳୀନ ମୂଲ୍ୟବୋଧ ହୋଇ ରହେନାହିଁ । ସାମାଜିକ କ୍ଷେତ୍ରରେ, ପାରିବାରିକ କ୍ଷେତ୍ରରେ ରାଜନୀତିକ କ୍ଷେତ୍ରରେ ଅହଙ୍କାର ମଣିଷକୁ ବହୁ ବିପଦରେ ପକାଇଥାଏ । ଅହଙ୍କାରୀ ମଣିଷକୁ ସାମାଜିକ କ୍ଷେତ୍ରରେ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥାଏ । ପାରିବାରିକ କ୍ଷେତ୍ରରେ ଅହଙ୍କାରୀ ବ୍ୟକ୍ତି, କେବେହେଲେ କାହାରି ମନକୁ ଜିଣିପାରି ନଥାଏ । ସେହିପରି ସମ୍ପର୍କ ସ୍ଥାପନ କ୍ଷେତ୍ରରେ, ପାରସ୍ପରିକ ବୁଝାମଣା କ୍ଷେତ୍ରରେ ଦୁଃଖପୂର୍ଣ୍ଣ ହୋଇଥାଏ । ଅହଂକାରୀର ପତନ ସୁନିଶ୍ଚିତ । ଏହା ଧ୍ରୁବ ସତ୍ୟ ।
କବି ପରିଚୟ :
ପ୍ରସିଦ୍ଧ ଗୀତିନାଟ୍ୟ ସ୍ରଷ୍ଟା ବୈଷ୍ଣବ ପାଣି କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ଅଞ୍ଚଳରେ ଥିବା କୋଠପଦା ଗାଁରେ ୧୮୮୨ ମସିହାରେ କୁମାର ପୂର୍ଣ୍ଣମୀ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସୁଦର୍ଶନ ପାଣି ଓ ମାତାଙ୍କ ନାମ ଚାନ୍ଦ ଦେବୀ । ବୈଷ୍ଣବ ପାଣିଙ୍କ ପିଲାଦିନର ନାମ ଥିଲା ଶତ୍ରୁଘ୍ନ । ପିଲାକାଳରେ ସେ ସାଂଘାତିକ ରୋଗରେ ପୀଡ଼ିତ ହୋଇଥିଲେ । ସେହି ରୋଗରୁ ମୁକ୍ତି କାମନା କରି ତାଙ୍କର ପିତାମାତା ତାଙ୍କୁ ଜଗନ୍ନାଥଙ୍କ ବଡ଼ଛତା ତଳେ ବୈଷ୍ଣବ କରିଦେଇଥିଲେ । ସେ ପରବର୍ତ୍ତୀ ସମୟରେ ସେହି ବୈଷ୍ଣବ ନାମରେ ପରିଚିତ ହୋଇଥିଲେ । ସେ ପିଲାଦିନରୁ ବହୁତ ଅଭାବ ଅସୁବିଧାରେ ଚଳିଥିଲେ ।
ତାଙ୍କର ପରିବାରର ଆର୍ଥିକ ଅବସ୍ଥା ତାଙ୍କର ଭଲ ନଥିଲା । ଦାରିଦ୍ର୍ୟ ହେତୁ ସେ କିଛିଦିନ ଫୁଲତୋଳା ଓ ଫୁଲଗୁନ୍ଥା କାମ କରିଥିଲେ । ସିଂହଙ୍କ ତତ୍ତ୍ୱାବଧାନରେ ରହିଥିଲେ । ସେ କିଛିଦିନ ସେଠାକାର ବିଦ୍ୟାଳୟରେ ପାଚକ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ଠାଇନାଲରେ ସନ୍ତୁଷ୍ଟ ହୋଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାଙ୍କୁ ବିନା ଦରମାରେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାର ସୁଯୋଗ ଦେଇଥିଲେ । ଦାରିଦ୍ର୍ୟ ହେତୁ ସେ ୧୭ ବର୍ଷ ବୟସରୁ ଷଷ୍ଠ ଶ୍ରେଣୀରୁ ଶିକ୍ଷା ପରିସମାପ୍ତି କରିଥିଲେ । ପରବର୍ତ୍ତୀ ସମୟରେ ସେ ନୃତ୍ୟଗୀତ ଓ ଯାତ୍ରା ଦଳରେ ରହି ବହୁ ପ୍ରସିଦ୍ଧି ଅର୍ଜନ କରିଥିଲେ। ସେ ୧୯୫୬ ମସିହା ବୈଶାଖ ଅମାବାସ୍ୟାରେ ଅମର ପଥର ଯାତ୍ରୀ ହୋଇଥିଲେ ।
କବି ଓ କବିତା :
ନିଜର ପ୍ରତିଭା ଓ ସାଧନା ବଳରେ ସେ ବହୁ ଗୀତିନାଟ୍ୟ, ପାଲା, ଭଜନ, ଜଣାଣ ଇତ୍ୟାଦି ରଚନା କରିଯାଇଛନ୍ତି । ତାଙ୍କ ରଚନାର ଲାଳିତ୍ୟ, ଉପଯୁକ୍ତ ଶବ୍ଦ ସଂଯୋଜନା ପାଠକ ତଥା ଦର୍ଶକଙ୍କୁ ବିମୋହିତ କରିଥାଏ । ଓଡ଼ିଆ ସାହିତ୍ୟରେ ବୈଷ୍ଣବ ପାଣି ‘ଗଣକବି’ ଭାବରେ ପରିଚିତ । ‘ମେଘନାଦ ବଧ’ ତାଙ୍କର ପ୍ରଥମ ଓ ସଫଳ ଗୀତିନାଟ୍ୟ । ପରବର୍ତ୍ତୀ ସମୟରେ ସେ ‘ରଙ୍ଗସଭା’, ‘କାର୍ଲବୀର୍ଯ୍ୟ ସଂହାର’, ‘ପ୍ରହ୍ଲାଦ ଚରିତ’, ‘ରାମ ବନବାସ’, ‘କର୍ଣ୍ଣବଧ’, ‘ଦକ୍ଷଯଜ୍ଞ’ ପ୍ରଭୃତି ଲୋକପ୍ରିୟ ଗୀତିନାଟ୍ୟମାନ ରଚନା କରିଥିଲେ । ଉକ୍ତ କବିତାଟି କବିଙ୍କର ‘ରାମ ବନବାସ’ ଗୀତିନାଟ୍ୟରୁ ସଂଗୃହୀତ । ଏଥିରେ ପିତାପୁତ୍ର, ଭାଇଭାଇର ସମ୍ପର୍କ, ସତ୍ୟନିଷ୍ଠା, ଅହଙ୍କାରଶୂନ୍ୟତା, ନାରୀର ପତିଭକ୍ତି ଓ ଭଗବତ୍ ପ୍ରେମର ମହିମା ବର୍ଣ୍ଣିତ । ସତ୍ୟନିଷ୍ଠା, ଅହଙ୍କାରଶୂନ୍ୟତା, ନାରୀର ପତିଭକ୍ତି ଓ ଭଗବତ୍ ପ୍ରେମର ମହିମା ବଣ୍ଠତ ।
କବିତାର ପୃଷ୍ଠଭୂମି:
ମର୍ଯ୍ୟାଦା ପୁରୁଷୋତ୍ତମ ରଘୁବାର ରାମଚନ୍ଦ୍ରଙ୍କର ମାନବାୟ ଲାଳା ବର୍ଣ୍ଣନା କରିବା ଅବକାଶରେ ‘ଶିକ୍ଷାଦାକ୍ଷା’ କବିତାରେ ଅବତାରଣା କରାଯାଇଛି। ଅଯୋଧ୍ୟାର ରାଜା ଦଶରଥଙ୍କର କୋଷ୍ଠପୁତ୍ର ରାମଚନ୍ଦ୍ର ପିତୃସତ୍ୟ ପାଳନ ପାଇଁ ବନଗମନ କରିଥିଲେ । ତାଙ୍କ ସଙ୍ଗରେ ଥିଲେ ଜନକନନ୍ଦିନୀ ପତିବ୍ରତା ସୀତା ଓ ଆଜ୍ଞାବହ ଅନୁଜ ଲକ୍ଷ୍ମଣ । ରାମଚନ୍ଦ୍ର ଯେତେବେଳେ ବନଗମନ କରିଥିଲେ, ସେତେବେଳେ ଭରତ ମାମୁଘରେ ଥିଲେ । ରାମଙ୍କର ବନଗମନ ଦୁଃଖକୁ ଦଶରଥ ସହ୍ୟ କରିପାରି ନଥିଲେ ।
ସେ ଦୁଃଖରେ ଭାଙ୍ଗିପଡ଼ି ରାମଚନ୍ଦ୍ରଙ୍କ ଗୁଣ ସ୍ମରଣ କରି ମୃତ୍ୟୁବରଣ କରିଥିଲେ । ପିତାଙ୍କ ମୃତ୍ୟୁ ସମ୍ବାଦ ଶୁଣି ଭରତ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଅଯୋଧ୍ୟାରେ ପହଞ୍ଚି ଭରତ ସବୁକଥା ଜାଣିବାକୁ ପାଇଲେ । ଶ୍ରୀରାମଙ୍କୁ ଫେରାଇ ଆଣିବାପାଇଁ ସେ ତାଙ୍କ ଅନ୍ଵେଷଣରେ ବନକୁ ଗମନ କରିଥିଲେ । ଚିତ୍ରକୂଟ ନାମକ ସ୍ଥାନରେ ଭରତଙ୍କର ଭାଇମାନଙ୍କ ସହିତ ଦେଖା ହୋଇଥିଲା । ଅଯୋଧ୍ୟା ଫେରିବା ଲାଗି ଭରତ, ରାମଚନ୍ଦ୍ରଙ୍କୁ ବହୁପ୍ରକାର ଅନୁନୟ ବିନୟ କରିଥିଲେ ।
ମାତ୍ର ରାମଚନ୍ଦ୍ର ପିତୃ ସତ୍ୟ ରକ୍ଷାକରି ବନକୁ ଆସିଥିବାରୁ କୌଣସି ପ୍ରକାରେ ଅଯୋଧ୍ୟାକୁ ଫେରିପାରିବେ ନାହିଁ ବୋଲି କହିଥିଲେ । ନିଜ ସାନଭାଇ ଭରତଙ୍କ ପ୍ରତି ରାମଚନ୍ଦ୍ରଙ୍କ ଅନ୍ତରରେ ବହୁତ ସ୍ନେହ ଥିଲା । ସେଥିପାଇଁ ସେ ବାଧ୍ୟହୋଇ ସାନଭାଇ ଭରତଙ୍କୁ ନିଜର ପାଦୁକା ପ୍ରଦାନ କରିଥିଲେ । ବହୁପ୍ରକାର ବୁଝାଇ ଶୁଝାଇ ସେ ବାଧ୍ୟହେ।ଇ ସାନଭାଇ ଭରତଙ୍କୁ ନିଜର ପାଦୁକା ପ୍ରଦାନ କରିଥିଲେ । ବହୁପ୍ରକାର ବୁଝାଇ ଶୁଝାଇ ସେ ଭରତଙ୍କୁ ଅଯୋଧ୍ୟା ଫେରାଇ ଦେଇଥିଲେ । ରାମଚନ୍ଦ୍ରଙ୍କ ପାଦୁକାକୁ ସିଂହାସନରେ ସ୍ଥାପନ କରି ଭରତ ରାମଚନ୍ଦ୍ରଙ୍କର ସେବକ ଭାବରେ ଚଉଦ ବର୍ଷକାଳ ରାଜ୍ୟଶାସନ କରିଥିଲେ । ରାମାୟଣ ବର୍ଣ୍ଣିତ ଏହି ଶିକ୍ଷଣୀୟ କଥାବସ୍ତୁ ଉପରେ କବିତାଟି ରଚନା କରାଯାଇଛି ।
କବିତାର ସାରକଥା :
କବି ପୌରାଣିକ କଥାବସ୍ତୁର ବର୍ଣନା କରିଥିଲେ ହେଁ ଅଯୋଧାର ପାରିବାରିକ ସ୍ନେହ, ପ୍ରେମ, ଆନ୍ତରିକତା ଆଦିର ମୂଲ୍ୟବୋଧକୁ ଯଥାର୍ଥ ଭାବରେ ମୂଲ୍ୟାୟନ କରିଛନ୍ତି ।
(୧) ପିତୃଭକ୍ତି : ରଘୁବୀର ରାମଚନ୍ଦ୍ରଙ୍କର ପିତୃଭକ୍ତି ଥିଲା ଅତୁଳନୀୟ । ପିତାଙ୍କର ସତ୍ୟ ରକ୍ଷା କରିବାପାଇଁ ସେ. ଚଉଦବର୍ଷ ବନକୁ ଯାଇଥିଲେ । ରାମଚନ୍ଦ୍ର ରାଜସିଂହାସନରେ ଅଭିଷିକ୍ତ ହେବା ପୂର୍ବରୁ ମାତା କୈକେୟୀ, ଦାସୀ ମନ୍ଥରାର ପ୍ରରୋଚନାରେ ଦଶରଥଙ୍କୁ ସତ୍ୟପାଳନ କରିବାପାଇଁ ବାଧ୍ୟ କରିଥିଲେ । ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ସେ ଦଶରଥଙ୍କୁ ଦୁଇଟି ବର ମାଗିଥିଲେ । ପ୍ରଥମ ବରରେ ରାମଚନ୍ଦ୍ର ଚଉଦବର୍ଷ ବନବାସ ଯିବେ ଏବଂ ଦ୍ବିତୀୟ ବରରେ ତାଙ୍କ ପୁତ୍ର ଭରତ ସିଂହାସନ ଆରୋହଣ କରିବେ । ଦଶରଥଙ୍କ ସତ୍ୟ ପାଳନ ପାଇଁ ରାମଚନ୍ଦ୍ର ପ୍ରସ୍ତୁତ ହୋଇଥିଲେ । ସେ କାହାରି କଥାକୁ ନମାନି ବନକୁ ଆରୋହଣ କରିବେ । ଦଶରଥଙ୍କ ସତ୍ୟ ପାଳନ ପାଇଁ ରାମଚନ୍ଦ୍ର ପ୍ରସ୍ତୁତ ହୋଇଥିଲେ ।
ସେ କାହାରି କଥାକୁ ନମାନି ବନକୁ ଯିବ।ପାଇଁ ପ୍ରସ୍ତୁତ ହୋଇଥିଲେ । ରାମଚନ୍ଦ୍ରଙ୍କ ପରି ପିତୃଭକ୍ତ ହେବାପାଇଁ କବି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ପିତୃଭକ୍ତି ପାଇଁ ଆବଶ୍ୟକ ହେଲେ ଭିକ୍ଷା କରିବାକୁ ବି ସେ ପଛେଇବ ନାହିଁ । କାରଣ ପିତା ହେଉଛନ୍ତି ସମସ୍ତ ଧର୍ମର ନିୟାମକ, ପିତା ହେଉଛନ୍ତି ସ୍ୱର୍ଗ । ସେହି ପିତାଙ୍କର ସେବା କଲେ, ପିତାଙ୍କୁ ଭକ୍ତିକଲେ ଓ ତାଙ୍କ ପାଇଁ ଜୀବନ ଉତ୍ସର୍ଗ କଲେ, ସବୁ ଦେବତାଙ୍କ ଆଶୀର୍ବାଦ ସେ ଲାଭ କରିପାରିବ । ସୁତରାଂ ସେ ପିତୃଭକ୍ତି ରୂପକ ବାଟରୁ କେବେହେଲେ ବିଚ୍ୟୁତ ହେବ ନାହିଁ କିମ୍ବା ଜୀବନରେ କେବେ ସତ୍ୟପଥରୁ ବିଚ୍ୟୁତ ହେବ ନାହିଁ ।
(୨) ଭ୍ରାତୃସ୍ନେହ : ଅଯୋଧ୍ୟା ରାଜପରିବାରରେ ଭାଇ ପ୍ରତି ଭାଇର ସ୍ନେହ ଥିଲା ଅଧ୍ଵ । ରଘୁବୀର ରାମଚନ୍ଦ୍ର ଯେତେବେଳେ ରାଜପୁରୀ ଓ ରାଜସୁଖକୁ ଉପେକ୍ଷାକରି ପିତୃସତ୍ୟ ପାଳନ ପାଇଁ ଚଉଦବର୍ଷ ବନକୁ ଯିବାକୁ ବାହାରିଲେ, ତାଙ୍କ ସହିତ ଅନୁଜ ଲକ୍ଷ୍ମଣ ବନକୁ ଯିବାପାଇଁ ଇଚ୍ଛା କରିଥିଲେ । ତାଙ୍କୁ ସାଙ୍ଗରେ ବନକୁ ନେବାପାଇଁ ଅଗ୍ରଜ ରାମଚନ୍ଦ୍ରଙ୍କୁ ସେ ଅନୁରୋଧ କରିଥିଲେ । ତାଙ୍କ ସୁଖଦୁଃଖର ସାଥୀ ହୋଇ ରହିବାକୁ ସେ ଚାହିଁଥିଲେ । ପୁନଶ୍ଚ ରାମଚନ୍ଦ୍ର ବନକୁ ଯିବା ସମୟରେ ଭରତ ମାମୁଘରେ ଥିଲେ । ସେ ରାଜପୁରୀକୁ ଫେରି ସବୁବିଷୟ ଜାଣିବା ପରେ ଦୁଃଖ ପ୍ରକାଶ କରିଥିଲେ । ରାମଚନ୍ଦ୍ରଙ୍କୁ ବନରୁ ଫେରାଇ ଆଣିବାପାଇଁ ସେ ଅରଣ୍ୟକୁ ଯାଇଥିଲେ । ଚିତ୍ରକୂଟ ନାମକ ସ୍ଥାନରେ ତାଙ୍କର ଭାଇଙ୍କ ସହିତ ଦେଖାହୋଇଥିଲା ।
ଅଯୋଧ୍ୟା ଫେରିବା ଲାଗି ଭରତ ରାମଚନ୍ଦ୍ରଙ୍କୁ ବହୁତ ଅନୁରୋଧ କରିଥିଲେ । ମାତ୍ର ରାମଚନ୍ଦ୍ର ଅରଣ୍ୟରୁ ଆଉ ରାଜପୁରୀକୁ ଫେରି ନଥିଲେ । ତଥାପି ନିଜ ସାନଭାଇ ଭରତ ପ୍ରତି ଅଧ୍ବକ ସ୍ନେହ ଥିବାରୁ ଶ୍ରୀରାମ ନିଜର ପାଦୁକା ଦୁଇଟି ତାଙ୍କୁ ଦେଇଥିଲେ । ଶ୍ରୀରାମଙ୍କ ପାଦୁକାକୁ ସିଂହାସନରେ ସ୍ଥାପନକରି ଭରତ ଶ୍ରୀରାମଙ୍କ ସେବକ ଭାବରେ ଚଉଦବର୍ଷ କାଳ ରାଜ୍ୟଶାସନ କରିଥିଲେ । ସୁତରାଂ ରାମ, ଲକ୍ଷ୍ମଣ ଓ ଭରତଙ୍କ ଭିତରେ ଯେଭଳି ପବିତ୍ର ଭ୍ରାତୃସ୍ନେହ ରହିଥିଲା, ସେହିଭଳି ସ୍ନେହ ସୂତ୍ରରେ ଭାଇ ଭାଇ ସମ୍ପର୍କକୁ ଦୃଢ଼ କରିବାକୁ କବି ମନୁଷ୍ୟକୁ ପରାମର୍ଶ ଦେଇଛନ୍ତି । ନିଜ ମନରୁ ଅହଂଭାବ ଦୂର ହେଲେ ଏଭଳି ଭ୍ରାତୃସ୍ନେହ ସମ୍ଭବ ବୋଲି କବି ପ୍ରକାରାନ୍ତରେ କହିଥିଲେ ।
(୩) ପତିବ୍ରତାଭାବ : ସୀତା ଥିଲେ ପତିବ୍ରତା ରମଣୀ । ପତିଙ୍କୁ ସୁଖଦୁଃଖକୁ ସେ ନିଜର ମନ, ବଚନ ଓ କର୍ମରେ ମିଶାଇ ଦେବାକୁ ଚାହିଁଥିଲେ । ଜନକ ରାଜାଙ୍କର ଝିଅ ଭାବରେ ଅତି ଅଲିଅଳୀ ହୋଇଥିଲେ ବି ସେ ସ୍ଵାମୀଙ୍କ ସହିତ ବନକୁ ଯିବାକୁ ଇଚ୍ଛା କରିଥିଲେ। ପିତୃସତ୍ୟ ପାଳନପାଇଁ ରାମଚନ୍ଦ୍ର ଚାମଚନ୍ଦ୍ର ଚଉଦବର୍ଷ ବନବାସ ଯିବାକୁ ବାହାରିଥ୍ଲାବେଳେ ସାତା ତାଙ୍କ ସହିତ ବନକୁ ଯିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସେ ସ୍ଵାମୀଙ୍କୁ ଅନୁରୋଧ କରିଥିଲେ ତାଙ୍କୁ ସାଙ୍ଗରେ ନେବାପାଇଁ । ରାମଚନ୍ଦ୍ର ସୀତାଙ୍କୁ ବହୁତ ବୁଝାଇଥିଲେ ବି ସୀତା କୌଣସିଥ୍ରେ ରାଜି ହୋଇନଥିଲେ । ସ୍ଵାମୀଙ୍କ ବିନା ରାଜପୁରୀରେ ରହିବା ତାଙ୍କ ପାଇଁ ଅସମ୍ଭବ ଥିଲା । ସ୍ଵାମୀଙ୍କ ବ୍ୟତୀତ ରାଜପୁରୀ ସୁଖ ତାଙ୍କୁ ତୁଚ୍ଛ ମନେ ହୋଇଥିଲା ।
ପତିବ୍ରତା ଭାବରେ ସେ ସ୍ଵାମୀଙ୍କ ସହିତ ବନଗମନ କରିଥିଲେ । ସ୍ଵାମୀଙ୍କର ପାଖେ ପାଖେ ରହି ସ୍ଵାମୀଙ୍କ ବନବାସ ଦୁଃଖ ଦୂର କରିବାପାଇଁ ଚାହିଁଥିଲେ । ସୀତାଙ୍କ ପତିବ୍ରତା ଭାବକୁ ମହିଳାମାନେ ଅନୁସରଣ କରିବେ ବୋଲି କବି ପରାମର୍ଶ ଦେଇଛନ୍ତି । ସେଭଳି ଭାବ ପ୍ରକାଶଦ୍ୱାରା ମହିଳାମାନେ ନିଶ୍ଚୟ ଯଶସ୍ବିନୀ ହେବେ ବୋଲି କବି କହିଛନ୍ତି । ସମାଜରେ କିପରି ନାରୀମାନେ ସ୍ୱାମୀଙ୍କ ସୁଖଦୁଃଖରେ ଭାଗୀ ହୋଇ ନିଜର ଜୀବନ ଧନ୍ୟ କରିବେ ସେ ସମ୍ପର୍କରେ କବି ପରମର୍ଶ ଦେଇଛନ୍ତି।
(୪) ପୁତ୍ର ସ୍ନେହ : ରାଜା ଦଶରଥ କୌଣସି ଏକ ଦୁର୍ବଳ ମୁହୂର୍ଭରେ ରାଣୀ କୈକେୟୀଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କୁ ଦୁଇଟି ବର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କୈକେୟୀ ସେହି ସୁବିଧାକୁ ଆଧାର କରି ଦାସୀ ମନ୍ଥରାର କୁପରାମର୍ଶରେ ରାଜାଙ୍କୁ ବର ମାଗିଥିଲେ । ପ୍ରଥମ ବରରେ ରାମଚନ୍ଦ୍ର ଅଯୋଧ୍ୟାର ରାଜା ନହୋଇ ଚଉଦବର୍ଷ ବନବାସ ଯିବେ ଏବଂ ଦ୍ଵିତୀୟ ବରରେ ତାଙ୍କ ପୁତ୍ର ଭରତ ଅଯୋଧ୍ୟାର ରାଜା ହୋଇପଡ଼ିଲେ । ଦଶରଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା । ଏଭଳି ବର ସେ । ଦେଇପାରିବେ ନାହିଁ ବୋଲି ରାଣୀ କୈକେୟୀଙ୍କୁ ଅନୁରୋଧ କଲେ । ମାତ୍ର କୈକେୟୀ ରାଜା ଦଶରଥଙ୍କ କୌଣସି କଥା ଶୁଣିବାକୁ ରାଜିହେଲେ ନାହିଁ । ଏହି ଖବର ପୁତ୍ର ସେ ପ୍ରସ୍ତୁତ ହେଲେ । ରାମଙ୍କ ସହିତ ପତ୍ନୀ ସୀତା ଓ ଭ୍ରାତା ଲକ୍ଷ୍ମଣ ମଧ୍ୟ ବନକୁ ଯିବାକୁ ବାହାରିଲେ । ଏଭଳି ଖବର ପାଇ ଦଶରଥ ଅସୁସ୍ଥ ହୋଇପଡ଼ିଲେ । ରାମ ବିନା ବଞ୍ଚିପାରିବେ ନାହିଁ ବୋଲି କୈକେୟୀଙ୍କୁ କହିଲେ । ମାତ୍ର ତାଙ୍କ ହୃଦୟର ବ୍ୟଥାକୁ କେହି ବୁଝିବାକୁ ଚେଷ୍ଟା କରିନଥିଲେ ।
ପୁତ୍ର ପାଇଁ ଯଜ୍ଞ କରାଇ ସେ ବହୁ ଦିନ ପରେ ପୁତ୍ର ପାଇଥିଲେ । ସେହି ପୁତ୍ରକୁ ବନକୁ ପଠାଇ ସେ ଆଉ ଧୈର୍ଯ୍ୟ ଧରି ପାରିନଥିଲେ । ପିତା ପାଇଁ ପୁତ୍ର ହେଉଛି ସବୁକିଛି । ପୁତ୍ରପ୍ରାପ୍ତି ନିମନ୍ତେ ସେ ପତ୍ନୀ ଗ୍ରହଣ କରେ । ପୁତ୍ର ପାଇଁ ତା’ର ସାଂସାରିକ ଜୀବନ ପୂର୍ଣାଙ୍ଗ ହୁଏ । ସେହି ପୁତ୍ରକୁ ଛାଡ଼ି ଦଶରଥ ମାନସିକ ଯନ୍ତ୍ରଣାରେ ଘାରିହେଲେ । ଶେଷରେ ସେହି ପୁତ୍ରକୁ ଝୁରି ଝୁରି ଓ ପୁତ୍ର ସ୍ନେହକୁ ସ୍ମରଣ କରି ସେ ପରପାରିକୁ ଚାଲିଗଲେ । କବିଙ୍କ ମତରେ ପିତା ପୁତ୍ରର ସ୍ନେହ କେତେ ନିବିଡ଼ ତାହା କେହି କହିପାରିବେ ନାହିଁ । ସ୍ନେହରୂପକ ବାଡ଼କୁ ଭାଙ୍ଗି ଦେଇ ପୁତ୍ରହୀନ ଭାବରେ କେହି ବଞ୍ଚିପାରିବେ ନାହିଁ । ବାସ୍ତବରେ କବିଙ୍କର ଏଭଳି ଚିନ୍ତାଧାରା ବେଶ୍ ହୃଦୟଗ୍ରାହୀ ।
(୫) ସଂସାରୀଙ୍କ ପାଇଁ ଚେତାବନୀ : ସଂସାରୀ ମଣିଷ ପାଇଁ ସଂସାର ହେଉଛି ସବୁକିଛି । ସେ ସ୍ତ୍ରୀ, ପୁତ୍ର ପାଇଁ ସବୁବେଳେ ସୁଖ ବା ଦୁଃଖ ଭୋଗକରେ । ସେମାନଙ୍କୁ ସୁଖରେ ରଖିବାପାଇଁ ଯେକୌଣସି ଦୁଃଖକଷ୍ଟକୁ ସେ ବରଣ କରିନେବାପାଇଁ ପ୍ରସ୍ତୁତ ହୋଇଥାଏ । ଯଦି ଦେବତା ଧରାପୃଷ୍ଠରେ ଜନ୍ମନେଇ ସାଂସାରିକ ଜୀବନଯାପନ କରନ୍ତି, ତା’ହେଲେ ସେ ମଧ୍ଯ ଜାଗତିକ ବାଧା ବନ୍ଧନରୁ ଦୂରେଇ ରହିପାରିବେ ନାହିଁ । ସମୟାନୁସାରେ ତାଙ୍କୁ ମଧ୍ୟ ଦୁଃଖ ବା ସୁଖ ଭୋଗ କରିବାକୁ ହୋଇଥାଏ। ଯେତେ ସାବଧାନରେ ପାଦ ପକାଇ ଆଗକୁ ଆଗକୁ ଚାଲିଲେ ବି ଯେକୌଣସି ସମୟରେ ସଂସାର
ରୂପକ ଖସଡ଼ା ରାସ୍ତାରେ ତାଙ୍କ ପାଦ ଖସିଯିବାର ସମ୍ଭାବନା ରହିଥାଏ । ଏହି ପରିପ୍ରେକ୍ଷୀରେ ମନକୁ ଦୃଢ଼ କରିବାକୁ ହେବ। ପରିସ୍ଥିତିକୁ ସମ୍ମୁଖୀନ ହେବାପାଇଁ ସାହସ ସଞ୍ଚୟ କରିବାକୁ ପଡ଼ିବ । ମନ ଦୃଢ଼ ନକଲେ ମନରେ ଅଶାନ୍ତି ଲାଗିରହିବ । ମାୟାମୋହ ଜାଲରେ ଛନ୍ଦି ହୋଇ ଜୀବନ ହା ହୁତାଶରେ ସନ୍ତୁଳିତ ହେବ । କବି ଏପରି ପରିସ୍ଥିତିରେ ନିଜ ଚିତ୍ତକୁ ଦୃଢ଼ କରିବାପାଇଁ ଚେତାବନୀ ଶୁଣାଇଛନ୍ତି । କାରଣ ମନକୁ ସ୍ଥିର ଓ ଚିତ୍ତକୁ ଦୃଢ଼ ନକଲେ ସଂସାରୀ ମଣିଷ କେବେହେଲେ ନିଜକୁ ଯଥାର୍ଥ ବାଟରେ ପରିଚାଳିତ କରିପାରିବ ନାହିଁ ।
(୬) କବିଙ୍କର ଭକ୍ତିଭାବ : ବୈଷ୍ଣବ ପାଣି ପିଲାଦିନରୁ ବୈଷ୍ଣବ ହୋଇଥିଲେ । ଜଗନ୍ନାଥ, ରାମ, କୃଷ୍ଣଙ୍କ ପାଖରେ ତାଙ୍କ ମନ ଥିଲା ସମର୍ପିତ । ତାଙ୍କର ପ୍ରାଣକୁ ସେ ଉତ୍ସର୍ଗ କରିଥିଲେ ସେହି ବିଷ୍ଣୁଙ୍କ ପାଦକମଳରେ । କବିତାର ଶେଷରେ ସେ ଦର୍ଶକମାନଙ୍କୁ ସମ୍ବୋଧନ କରିଛନ୍ତି । ଦର୍ଶକମାନେ ରାମରସରେ ତଲ୍ଲୀନ ହେଲେ ତାଙ୍କର ଶ୍ରମ ଯେ ସାର୍ଥକ ହେବ, ଏହା ସେ ସ୍ୱୀକାର କରିଛନ୍ତି । ରାମଙ୍କର ପଦପଙ୍କଜରେ କର ଯୋଡ଼ିଲେ ଜୀବନରେ କୌଣସି ଦୁଃଖ ଅବସାଦ ରହିବ ନାହିଁ ବୋଲି କବି ପ୍ରକାରାନ୍ତରେ ସ୍ବୀକାର କରିଛନ୍ତି । ସ୍ୱାଭାବିକ ଭାବେ କବିର ବିନୟ ଭାବ ନେଇ ବୈଷ୍ଣବ ପାଣି ନିଜକୁ ମୂଢ଼ ବୋଲି କହିଛନ୍ତି । ସେହି ରାମଚନ୍ଦ୍ରଙ୍କ ନିକଟରେ ସେ ଦାସ ବା ସେବାକାରୀ ହେବାପାଇଁ ଆଶା କରିଛନ୍ତି । ଯେଉଁ ରାମ ନାମକୁ ସ୍ମରଣ କରି ମହାବୀର ହନୁମାନ ଲଙ୍କାର ଅଭେଦ୍ୟ ଦୁର୍ଗକୁ ଜୟ କରିପାରିଲା, ସେହି ରାମନାମ ହିଁ ତାଙ୍କ ପାଇଁ ସବୁକିଛି ବୋଲି କବି ଦୃଢ଼ଭାବରେ କହିଛନ୍ତି ।
ସୂଚନା ଓ କଠିନ ଶବ୍ଦାର୍ଥ :
- ଣିତୃଭକ୍ତ – ପିତାଙ୍କ ପ୍ରତି ଉତ୍ସର୍ଗ ଭାବ ।
- ଦ।କ୍ଷା – ଦୃଢ଼ ସଂକଳ୍ପ / ଯାହାକୁ ଧେୟ ରୂପେ ଗ୍ରହଣ କରାଯାଏ ।
- କେମନ୍ତେ – କିପରି
- ବୃଥା – ମୂଲ୍ୟହୀନ / ଅଯଥା ।
- ଅହଂକାର – ଗର୍ବ / ନିଜକୁ ବଡ଼ ବୋଲି ମନେକରିବା ।
- ନରେ – ଲୋକମାନେ ।
- ପତିବ୍ରତା – ଯେଉଁ ନାରୀ ପତି କୁ ଖୁବ୍ ଭଲପାଏ ଓ ନିଜର ହୃଦୟକୁ ପତି ସୁଖ ପାଇଁ ଉତ୍ସର୍ଗ କରେ / ବ୍ରତ ଆଚରଣ କଲା ପରି ପତିକୁ ସଦା ଭକ୍ତି କରୁଥିବା ନାରା
- ମହଳା – ନାରା।
- ସୁଯଶ – ସୁଖ୍ୟାତି ।
- ଲୋଡ଼ – ଅନୁସରଣ କର | ଖୋଜ ।
- ବିନେ – ବ୍ୟତୀତ ।
- ଗୂଢ଼ – ଅପ୍ରକାଶିତ | ଗୁପ୍ତ ।
- ସ୍ନେହବାଢ଼ – ସ୍ନେହରୂପକ ସନ୍ଧନା
- ପାଡ଼ନା – ଦୁଃଖ ଦିଅ ନାହିଁ ।
- କଡ଼ି – ସାମିଲ୍ କରି / ମିଶାଇ ଦେଇ ।
- ମାୟା – ଭ୍ରାନ୍ତି / ଛଳନା
- ମୋହ – ଆସକ୍ତି ।
- ଦୃଢ଼ – ସ୍ଥିର / ଟାଣ ।
- ତଦତଙ୍କଜ – ସଦରୂପକ କମଲା
- ମୂଢ଼ – ଜ୍ଞାନହୀନ / ନିର୍ବୋଧ ।
- ଆଶ – ଆଶା / ଅଭିଳାଷ ।
- ଦାସ – ସେବକ ।
- ହନୁ – ହନୁମାନ, ରାମଙ୍କ ଦୂତ ।
- ସୁବର୍ଣ୍ଣଗଡ଼ – ସୁନାରେ ତିଆରି ଲଙ୍କା ନଗରୀ ।.
କେତୋଟି ନୂତନ ଶବ୍ଦ ଓ ତା’ର ଅର୍ଥ :
- କେଡେ – କେତେ ଅଧ୍ଵ
- ବିଘ୍ନ – ଅନ୍ତରାୟ /ଅସୁବିଧା
- ଧ୍ୟାୟି – ଧ୍ୟାନ କରି / ମନରେ ଚିନ୍ତାକରି
- ସୁଯଶ – ଯଶସ୍ଵା
- ଚିତ୍ତ – ମନରେ