CHSE Odisha Class 12 Odia Grammar ସର୍ଜନାତ୍ମକ ରଚନା

Odisha State Board CHSE Odisha Class 12 Odia Solutions Grammar ସର୍ଜନାତ୍ମକ ରଚନା Exercise Questions and Answers.

CHSE Odisha Class 12 Odia Grammar ସର୍ଜନାତ୍ମକ ରଚନା

୧। ଆପଣା ହସ୍ତେ ଜିହ୍ଵା ଛେଦି

ଜଗନ୍ନାଥ ଦାସଙ୍କ ଭାଗତରେ ଲେଖାଅଛି –
ଆପଣା ହସ୍ତେ ଜିହ୍ଵା ଛେଦି,
କେ ତାର ଅଛି ପ୍ରତିବାଦୀ ।
ଜିହ୍ଵା ଆମର ଏକ ଅନ୍ୟତମ ଅଙ୍ଗ ବିଶେଷ । ଜିହ୍ବାର ମୁଖ୍ୟ କାର୍ଯ୍ୟ ଦୁଇଟି । ଜିହ୍ଵା ସାହାଯ୍ୟରେ ଆମେ ଆମ ମନର ଭାବ ପ୍ରକାଶ କରିବାରେ ସମର୍ଥ ହେଉ ଅର୍ଥାତ୍ କଥା କହିଥାଉ ଏବଂ ଉଦର ପୂର୍ତ୍ତି ପାଇଁ ଖାଦ୍ୟ ଗ୍ରହଣ କଲାବେଳେ ତା’ର ସ୍ଵାଦ ବାରିପାରୁ । କିନ୍ତୁ କେହି ଯଦି ନିଜ ହାତରେ ନିଜେ ତାହା କାଟିଦିଏ ତେବେ ସେ ନିଜର କ୍ଷତିସାଧନ କରିଥାଏ ଏବଂ ଅନ୍ୟ କେହି ତା’ର ପ୍ରତିବାଦ କଲେ ମଧ୍ୟ କିଛି ଫଳ ହୁଏନାହିଁ । ଏଠାରେ ମଣିଷ ନାନା ମନ୍ଦକାର୍ଯ୍ୟ କରି ବିପଦକୁ ଡାକିଆଣେ । ସେ ଜାଣିପାରେ ନାହିଁ ଯେ ପ୍ରତ୍ୟେକ ଭଲ କର୍ମର ଭଲ ଫଳ ଏବଂ ମନ୍ଦ କର୍ମର ମନ୍ଦ ଫଳ ଅଛି । ସ୍ଵାର୍ଥ ଏବଂ ଲୋଭ ତାକୁ ଏ ଦିଗରେ ପ୍ରୋତ୍ସାହନ ଦିଅନ୍ତି । ବାହାରକୁ ଚାତୁର୍ଯ୍ୟପୂର୍ଣ୍ଣ ଏବଂ ଚମତ୍କାର ମଣିଷକୁ ଭୋଗିବାକୁ ପଡ଼େ । ଲାଞ୍ଚ-ମିଛ, ସରକାରୀ ପାଣ୍ଠି ଆତ୍ମସାତ୍ କରୁଥିବା ଭଦ୍ର ଭୋଗିଲେ ତାକୁ କେହି ସେ ଲଜ୍ଜାରୁ ରକ୍ଷା କରିପାରନ୍ତି ନାହିଁ ।

ନିଜ ଭାଗ୍ୟ ଆଉ ଭବିଷ୍ୟତକୁ ସହଜରେ ସୁଧାରି ନେବାପାଇଁ ଯଦି କେହି ଭଣ୍ଡବାବାଙ୍କ ଶରଣାଗତ ହୁଏ, ତେବେ ସେହି ବାବାଙ୍କ କବଳରୁ ମୁକ୍ତିପାଇବା ସହଜ ହୁଏ ନାହିଁ । ଅଧ୍ଵକ ଧନପ୍ରାପ୍ତିର ଆଶାରଖ୍ କେହି ଯଦି ଚିଟ୍‌ଫଣ୍ଟରେ ଅର୍ଥ ବିନିଯୋଗ କରେ, ତେବେ ତା’ର ସମସ୍ତ କ୍ଷତି ପାଇଁ ସେ ନିଜେ ହିଁ ଦାୟୀ । ଛାତ୍ର-ଛାତ୍ରୀମାନେ ପାଠପଢ଼ାରେ ମନ ନ ଦେଇ ଯଦି ପରୀକ୍ଷାରେ ଅସିତ୍ ଉପାୟ ଅବଲମ୍ବନ କରନ୍ତି ସେଠିବି ସଫଳତାର ଯେଉଁ କଳାଦାଗ ଲାଗିଯିବ, ସେଥ୍ପାଇଁ ସେ ନିଜେ ହିଁ ଦୋଷୀ । ମଦ୍ୟପାନ କରିଥିବା ଗାଡ଼ିଚାଳକର ଯଦି ଦୁର୍ଘଟଣାରେ ମୃତ୍ୟୁ ହୁଏ ତେବେ ତା’ ପାଇଁ ସେ ନିଜେ ହିଁ ବିପଦର କାରଣ ହେବ । ସବୁ ଜାଣି ମଧ୍ଯ ଯିଏ ନିଜେ ନିଜ ପାଇଁ ଗାତ ଖୋଳେ, ସେଠାରେ ‘ଆ’ ବଳଦ ମୋତେ ବିନ୍ଦ୍’ ପରି ନାନା ‘ଦୁର୍ଯ୍ୟୋଗ ଆସେ । ଏହି ପ୍ରସଙ୍ଗରେ ‘ଆପଣା ହସ୍ତେ ଜିହ୍ଵା ଛେଦି’’ର ପ୍ରବାଦଟି ପ୍ରଚଳିତ ଅଛି ।

୨ । କୁସୁମ ପରଶେ ପଟ ନିସ୍ତରେ

କୁସୁମ ଅର୍ଥାତ୍ ଫୁଲର ମାଳଟିଏ ଗୁନ୍ଥି ଦେବତାଙ୍କ ନିକଟରେ ଅର୍ପଣ କରିବାକୁ ହେଲେ କଦଳୀ – ପଟୁଆର ସାହାଯ୍ୟ ଦରକାର ପଡ଼େ । ପ୍ରକୃତରେ କଦଳୀ-ପଟୁଆର ସେମିତି ଭାଗ୍ୟ ନ ଥାଏ ଯେ ତାହା ଏକାକୀ ଠାକୁରଙ୍କଠାରେ ଶୋଭା ପାଇପାରିବ । ଦାଳୁଅ ଯୋଗେ କାନିସିରି ପାଣି ପାଇବା ପରି ଫୁଲ ଯୋଗୁଁ କଦଳୀ-ପଟୁଆର ହିଁ ଗୁରୁତ୍ଵ ବଢ଼ିଥାଏ । କଦଳୀ-ପଟୁଆ ପରି ହେୟ ବା ନଗଣ୍ୟ ଲୋକଙ୍କ ଜୀବନ ମହତ୍ତ ଲୋକଙ୍କ ସମ୍ପର୍କରେ ଆସି ତା’ର ଘୃଣ୍ୟ ଜୀବନରୁ ନିସ୍ତାର ପାଇଥାଏ ।

ସେଥ‌ିପାଇଁ ଶଙ୍କରାଚାର୍ଯ୍ୟ କହିଥିଲେ ଯଦି ଜଣେ କ୍ଷଣକ ପାଇଁ ମଧ୍ୟ ସଜନ ସଙ୍ଗତି କରେ, ତେବେ ତାହା ଏ ଭବସାଗରରୁ ନୌକାସଦୃଶ ତାକୁ ପାର କରିଦେଇ ପାରିବ । ଦସ୍ୟୁ ରତ୍ନାକର ଏକଦା ନାରଦଙ୍କ କରିବାକୁ ସମର୍ଥ ହୋଇଥିଲେ । ଜଗାଇ ମାଧାଇଙ୍କ ପରି ପାପୀ ଚୈତନ୍ୟଙ୍କ ସମ୍ପର୍କରେ ଆସି ହରିନାମ ଭଜିବାରୁ ଏ ପଙ୍କିଳ ସଂସାରରୁ ଉଦ୍ଧାର ପାଇଥିଲେ । ଏହିପରି ଉଦାହରଣ ଅସଂଖ୍ୟ ରହିଛି । ଜଣକର ଉଜ୍ଜ୍ଵଳ ଭବିଷ୍ୟତ ପ୍ରକୃତରେ ମହତ୍ୱାକଙ୍କ ଦ୍ଵାରା ପ୍ରଭାବିତ ହୋଇଥାଏ । କଦଳୀ-ପଟୁଆ କୁସୁମ ପରି ପବିତ୍ର ସୃଷ୍ଟି ସହ ଯୋଡ଼ି ହୋଇ ଯେଉଁ ଉଚ୍ଚ ମହତ୍‌ଲୋକଙ୍କ ଦ୍ଵାରା ପ୍ରଭାବିତ ହୋଇଥାଏ । କଦଳୀ-ପଟୁଆ କୁସୁମ ପରି ପବିତ୍ର ସୃଷ୍ଟି ସହ ଯୋଡ଼ି ହୋଇ ଯେଉଁ ଉଚ୍ଚ ସ୍ଥାନରେ ପହଞ୍ଚିଥାଏ, ତାକୁ ଲକ୍ଷ୍ୟ କରି ଏହିପରି କୁହାଯାଇଛି ଯେ ‘କୁସୁମ ପରଶେ ପଟ ନିସ୍ତରେ ।’’

CHSE Odisha Class 12 Odia Grammar ସର୍ଜନାତ୍ମକ ରଚନା

୩ । ଧୀର ପାଣି ପଥର କାଟେ

ଗିରିଗହ୍ଵର ମଧ୍ୟରେ ଝରି ଝରି ବହି ଚାଲିଥିବା ନିର୍ଝରିଣୀ ପରିଶେଷରେ ସୁବୃହତ୍ ନଦୀରେ ପରିଣତ ହୁଏ । ମାତ୍ର ପାର୍ବତ୍ୟ ଶେଯରେ ତା’ର ଗତିରୋଧ କରନ୍ତି କାହିଁ କେତେ ଶିଳାଖଣ୍ଡ । ଧୀରେ ଧୀରେ ବହି ଆସୁଥ‌ିବା ଝରଣା ଆଗକୁ ବହିଯିବାର ପ୍ରଚେଷ୍ଟାରୁ ନିବୃତ୍ତ ହୁଏ ନାହିଁ । ଅହରହ ତା’ର ସଂଗ୍ରାମ ପ୍ରାୟ ଜାରି ରହିଥାଏ । ଧୀର ଗତିରେ ତା’ର ଏ ଅବିରତ ଚେଷ୍ଟା ତାକୁ ଶେଷରେ ସଫଳ କରେ ଏବଂ ସେ ଶିଳାଖଣ୍ଡର ବାଧାକୁ ଅତିକ୍ରମ କରି ଆଗକୁ ବହିଯାଏ । ଧୀର ଗତିର ପାଣି ହିଁ ଶିଳାକୁ କ୍ଷୟ କରିପାରେ ଓ ବିଶାଳ ପ୍ରସ୍ତରଖଣ୍ଡ ଶେଷରେ କ୍ଷୁଦ୍ର ବାଲିରେଣୁରେ ପରିଣତ ହୁଏ । ଯାହା ଧୀର ପାଣିଦ୍ଵାରା ସମ୍ଭବ ହୁଏ, ତାହା ଦ୍ରୁତଗତିରେ ବା ପ୍ରଖର ସ୍ରୋତରେ ବହି ଚାଲିଥିବା ପାଣି କରିପାରେ ନାହିଁ ।

ପ୍ରକୃତିର ଏ ଉଦାହରଣରୁ ଆମକୁ ମଧ୍ୟ ଶିଖୁବାର ଅଛି । ଯଦି ଜଣେ ଶାନ୍ତ ଓ ଧୀର ଭାବରେ ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟକରେ, ତେବେ ସେ ପରିଶେଷରେ ସଫଳ ହୋଇଥାଏ । ଜୀବନର ଚଲାବାଟରେ ହୁଏତ ଅନେକ ବାଧାବିଘ୍ନ ଆସିପାରେ, ତହିଁରେ ବିଚଳିତ ନ ହୋଇ ଜଣେ ତା’ର ପ୍ରଚେଷ୍ଟା ଅବ୍ୟାହତ ରଖିବା ଉଚିତ । ଏହାଦ୍ଵାରା ପ୍ରତ୍ୟେକ ତାଙ୍କ କାର୍ଯ୍ୟରେ ସଫଳ ହୋଇପାରିବେ । ପୂର୍ବର ଗୁରୁ ପରମ୍ପରାଠାରୁ ଆଜିର ବୈଜ୍ଞାନିକ ଆବିଷ୍କାର ଯାଏ, ସର୍ବତ୍ର କେବଳ ନୀରବ ସାଧକ ହିଁ ଶେଷରେ ସିଦ୍ଧିଲାଭ କରିଛନ୍ତି । ଧୀର ଶାନ୍ତ ଭାବରେ କରୁଥିବା କାର୍ଯ୍ୟର ସଫଳତାକୁ ‘ଧୀର ପାଣି ପଥର କାଟେ’’ ବୋଲି କୁହାଯାଇଛି ।

୪। ଲେମ୍ବୁଅତି ଚିପୁଡ଼ିଲେ ପିତା

ଲେମ୍ବୁର ସ୍ଵାଦ ଖଟା । ଆବଶ୍ୟକ ଅନୁଯାୟୀ ଏହାକୁ ଚିପୁଡ଼ି ପିଇଲେ ଏହାର ସ୍ବାଭାବିକ ସ୍ବାଦ ଅନୁଭବ କରିହୁଏ । ମାତ୍ର ସେଇ ଲେମ୍ବୁକୁ ଅତିମାତ୍ରାରେ ଚିପୁଡ଼ିଲେ ଏହା ପିତା ଓ ଅରୁଚିକର ଲାଗିଥାଏ । ପ୍ରକୃତରେ ଆମେ ଜୀବନରେ ସମସ୍ତ କାର୍ଯ୍ୟ ତା’ର ନିର୍ଦ୍ଦିଷ୍ଟ ସୀମା ଭିତରେ ରହିଲେ ଭଲ। ପ୍ରତି କ୍ଷେତ୍ରରେ ଅତିକଥା ସର୍ବଦା ହାନିକାରକ ହୋଇଥାଏ । ଅତି ପରିଚୟରେ ଗୌରବ ନଷ୍ଟ ହୁଏ, ଅତି ଭକ୍ତିରେ ଚୋରର ଲକ୍ଷଣ ଫୁଟିଉଠେ । ପିଲାମାନଙ୍କୁ ଅତି ଶାସନ କଲେ, ସେମାନେ ପଥ ହୁଡ଼ନ୍ତି, ଅତି କଥନ ଓ ଅତି ତୋଷାମଦ ତା’ର ବିପରୀତ ଫଳ ଦେଇଥାଏ । କଥା ଅଛି ଅତି ଦର୍ପ କରିବାରୁ ରାବଣର ସ୍ଵର୍ଣ୍ଣଲଙ୍କା ଧ୍ଵଂସ ଓ ଶ୍ରୀହୀନ ହୋଇ ଯାଇଥିଲା, ଅତି ଦାନ କରିବାରୁ ବଳିଙ୍କୁ ବାମନାବତାରରେ ଭଗବାନ ପାତାଳପୁରକୁ ଚାପି ଦେଇଥିଲେ । ତେଣୁ ଅତି ହିଁ ସର୍ବଦା ଗର୍ହିତ ହୋଇଥାଏ । ଏହା ବହୁ ଅନର୍ଥ ସୃଷ୍ଟି କରିବା ସହ ନାନା ଅନିଷ୍ଟ ମଧ୍ୟ ଘଟାଇଥାଏ । ଜୀବନରେ ଯେକୌଣସି କ୍ଷେତ୍ରରେ ମାତ୍ରାତ୍ଵିକ ବା ‘ଅତି’ର ପ୍ରୟୋଗ ଅରୁଚିକର ହେବା ସହ ନାନା ବିଘ୍ନ ଘଟାଉଥିବାରୁ କଥିତ ଅଛି ଯେ ‘ଲେମ୍ବୁ ଅତି ଚିପୁଡ଼ିଲେ ପିତା’’ ।

୫। ଅର୍ଥ ହିଁ ଅନର୍ଥର ମୂଳ

ଅର୍ଥ ଜୀବନ ଧାରଣର ମାନଦଣ୍ଡ ଏବଂ – ଦୈନନ୍ଦିନ ଜୀବନର ଏକ ଅପରିହାର୍ଯ୍ୟ ଆବଶ୍ୟକତା । ପରିବାରଟିଏ ଅର୍ଥ ସାହାଯ୍ୟରେ ହିଁ ଆପଣାର ଭରଣ ପୋଷଣ କରିଥାଏ ଓ ପରିବାରର ବର୍ତ୍ତମାନ ଓ ଭବିଷ୍ୟତକୁ ଗଢ଼ି ତୋଳିବାରେ ମନ ଦେଇଥାଏ । ସେହିପରି ରାଜ୍ୟ ଓ ଦେଶ ମଧ୍ୟ ନିଜ ଅର୍ଥ ବ୍ୟବସ୍ଥାକୁ ସୁଗମ କରିବାପାଇଁ ଧ୍ୟାନ ଦେଇଥା’ଛି । ସକଳ ପ୍ରକାର କିଣା-ବିକା ପାଇଁ ଅର୍ଥ ଦରକାର । ଡାକ୍ତର ରୋଗୀର ଚିକିତ୍ସା କରିବା, ଅଧ୍ୟାପକ ପାଠ ପଢ଼ାଇବା ଇଞ୍ଜିନିୟର ନିର୍ମାଣ କ୍ଷେତ୍ରରେ ସହଯୋଗ କରିବା, ବୈଜ୍ଞାନିକ ଗବେଷଣା କରିବା ଏବଂ ଓକିଲ ନ୍ୟାୟ ପାଇଁ ଲଢ଼ିବା କାର୍ଯ୍ୟ ଅର୍ଥ ମାଧ୍ୟମରେ ହିଁ ସମ୍ପାଦିତ ହୋଇଥାଏ । ମାତ୍ର ଦୁଃଖର କଥା ନିଜର ପୁଞ୍ଜି ବଢ଼ାଇବାରେ ତଥା ଅର୍ଥ ଉପାର୍ଜନ କରିବାରେ ମଣିଷ ଯେକୌଣସି ଅନ୍ୟାୟ ଓ ଅବିଚାର କରିବାକୁ କୁଣ୍ଠିତ ହୁଏନାହିଁ ।

ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଅର୍ଥ ପ୍ରତିଯୋଗିତା ବଢ଼ାଉଥ‌ିବାରୁ ଏଠାରେ ପରସ୍ପର ମଧ୍ୟରେ ଲୋଭ, ଆସକ୍ତି, ଈର୍ଷା, ହିଂସା ଓ ପରଶ୍ରୀକାତରତା ଆଦି ମନ୍ଦ ଗୁଣର ବୃଦ୍ଧି ଘଟିଥାଏ । ଅର୍ଥଲୋଭ ମଣିଷକୁ ପଶୁତୁଲ୍ୟ ଭୟାନକ ଓ ହିଂସ୍ର କରି ଦେଇଥାଏ । ଅର୍ଥ ଉପାର୍ଜନର ମାଦକତାରେ ବଶୀଭୂତ ଲୋକେ ଅର୍ଥର ଅପବ୍ୟବହାର କରି ସମାଜରେ ଲାଞ୍ଚ, ମିଛ, ଜାଲ୍, ଜୁଆଚୋରି ଆଦି ନିନ୍ଦିତ କାର୍ଯ୍ୟ କରିବାକୁ ପଶ୍ଚାତ୍‌ଦ ହୁଅନ୍ତି ନାହିଁ । ଅର୍ଥ ହିଁ ନାନା ଦୁର୍ନୀତି ଓ ଅପରାଧର ମାଧ୍ୟମ ହୋଇଥାଏ । ଅର୍ଥ ମଣିଷକୁ ଏପରି କବଳିତ କରି ରଖିଥାଏ ଯେ ସେ ଆଉ ନିଜ ଆୟତ୍ତରେ ରହେନାହିଁ । ସେଥ‌ିପାଇଁ ମହାଭାରତ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ଭୀଷ୍ମ ଯୁଧ୍ୱଷ୍ଠିରଙ୍କୁ କହିଥିଲେ – ‘ପୁରୁଷ ଅର୍ଥର ଦାସ । ଅର୍ଥ କାହାର ଦାସ ନୁହେଁ । ସେ ଅର୍ଥଦ୍ବାରା କୌରବଙ୍କ ନିକଟରେ ବନ୍ଧା । ଅର୍ଥର ଏହି ଅନର୍ଥ ଓ ବିଷାକ୍ତ ପ୍ରତିକ୍ରିୟା’ ଦେଖୁ କୁହାଯାଇଛି – ‘ଅର୍ଥ ହିଁ ଅନର୍ଥର ମୂଳ’’ ।

୬ । ଅଳ୍ପ ବିଦ୍ୟା ଭୟଙ୍କରୀ

ବିଦ୍ୟାର ଶକ୍ତି ଅକଳନ୍ତି । ଅନ୍ୟକୁ ଧନରତ୍ନ ଦାନ କଲେ ତାହା ସରି ସରି ଆସିଥାଏ । ମାତ୍ର ବିଦ୍ୟାରୂପକ ଧନକୁ ଯେତେ ଦାନ କଲେ ତାହା ସେତେ ବୃଦ୍ଧି ପାଇଥାଏ । ସେଥପାଇଁ ମଣି-ମାଣିକ୍ୟ ଭଣ୍ଡାରର ଅଧିକାରୀ ରାଜା କେବଳ ନିଜ ଦେଶରେ ପୂଜା ପାଉଥିବାବେଳେ ବିଦ୍ଵାନଟିଏ ଦେଶ-ବିଦେଶ ସର୍ବତ୍ର ପୂଜା ପାଇଥାଏ । ବିଦ୍ୟାର ମହତ୍ ଗୁଣ ହେଉଛି ତାହା ଆମର ସମସ୍ତ ସଂକୀର୍ୟତାକୁ ଦୂରକରି ଆମକୁ ମୁକ୍ତ ଓ ଉଦାର କରିଥାଏ । ଯେ ଯେତେ ବିଦ୍ୟା ଅଧ୍ୟୟନ କଲେ ମଧ୍ୟ ତା’ପାଇଁ ଆହୁରି ଅନେକ କିଛି ବାକି ରହିଯାଏ । ପ୍ରକୃତରେ ବିଦ୍ୟା ଅର୍ଜନର ଶେଷ ନାହିଁ । ନିଉଟନ୍‌ଙ୍କ ପରି ବୈଜ୍ଞାନିକ ବୋଧହୁଏ ସେଥ‌ିପାଇଁ କହିଥିଲେ – ‘ମୁଁ ଜ୍ଞାନର ଅନନ୍ତ ବେଳାଭୂମିରୁ କ୍ଷୁଦ୍ର ଉପଳ କେତେଖଣ୍ଡ ମାତ୍ର ସଂଗ୍ରହ କରିଛି ।’’ ଜ୍ଞାନୀ-ଗୁଣୀଜନ ତେଣୁ ନମ୍ର ଓ ବିନୟୀ ହୋଇଥା’ନ୍ତି, ଠିକ୍ ଫଳନ୍ତି ଗଛ ନଇଁପଡ଼ିବା ପରି ।

ଅପରପକ୍ଷରେ ଦେଖାଯାଏ ଯେ ଯେଉଁମାନେ ଅଳ୍ପ ବିଦ୍ୟା ଅଧିକାରୀ ହୋଇଥା’ନ୍ତି, ସେମାନେ ନିଜ ନିଜର ସ୍ଵଳ୍ପ ଜ୍ଞାନକୁ ନେଇ ଗର୍ବରେ ଫାଟିପଡ଼ନ୍ତି । ନିଜେ ସବୁ ଜାଣିଛନ୍ତି ବୋଲି ଓ ଜଣେ ଜଣେ ମହାଜ୍ଞାନୀ ବୋଲି ମନେକରି ଏତେ ଅହଙ୍କାର ଦେଖାଇଥା’ନ୍ତି, ଯାହାକୁ ସହ୍ୟ କରି ହୁଏନା । ସଂସ୍କୃତରେ ଶ୍ଳୋକଟିଏ ଅଛି –

‘‘ ଅଗାଧ ଜଳସଂଚାରୀ ରୋହିତୋ ଜୈବ ଗର୍ବିତ
ଗଣ୍ଡୁଷୋଦକମ।ତ୍ରେଣ ଶଫରୀ ଫର୍ଫରାୟତୋ’’

ଅର୍ଥାତ୍ ଅଗାଧ ଜଳରେ ସଂଚରଣ କରୁଥିବା ରୋହିମାଛ କେବେ ତା’ର ଗର୍ବ ଦେଖାଏ ନାହିଁ । ମାତ୍ର ଗଣ୍ଡୁଷେ ବା ପୋଷେମାତ୍ର ଜଳରେ ଥାଇ ଦଣ୍ଡକିରି ମାଛ ଫରଫର ହେଉଥାଏ । ଦେଖାଯାଏ, ସୀମିତ ଜ୍ଞାନସମ୍ପନ୍ନ ବ୍ୟକ୍ତି ବା ପୋଷେମାତ୍ର ଜଳରେ ଥାଇ ଦଣ୍ଡକିରି ମାଛ ଫରଫର ହେଉଥାଏ । ଦେଖାଯାଏ, ସୀମିତ ଜ୍ଞାନସମ୍ପନ୍ନ ବ୍ୟକ୍ତି ବେଙ୍ଗମାନଙ୍କର ରଡ଼ି ପରି ଉଚ୍ଚ କଣ୍ଠରେ ସେମାନଙ୍କ ତଥାକଥ୍‌ ଜ୍ଞାନର ପାଣ୍ଡିତ୍ୟ ଦେଖାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ପ୍ରକୃତରେ ନିଜର ସ୍ଵଜ୍ଞାନ ଯୋଗୁଁ ଏମାନେ କୌଣସି କାର୍ଯ୍ୟକୁ ସଫଳ ଭାବରେ ପୂରଣ କରିପାରି ନଥା’ନ୍ତି । ଅଳ୍ପଜ୍ଞାନୀ ଲୋକ ନିଜ ସୀମିତ ଜ୍ଞାନର ପ୍ରୟୋଗ କରି ବେଳେବେଳେ ଏପରି ଭୁଲ୍ କରି ବସନ୍ତି ଯେ ଯାହାର ଫଳ ଅତ୍ୟନ୍ତ ଭୟାନକ ହୋଇଥାଏ । ସେଥ‌ିପାଇଁ ‘ଅଳ୍ପବିଦ୍ୟା ଭୟଙ୍କରୀ’ ବୋଲି ଯୁଗେ ଯୁଗେ ପ୍ରବାଦ ରହିଛି ।

CHSE Odisha Class 12 Odia Grammar ସର୍ଜନାତ୍ମକ ରଚନା

୭ । ତୁଳସୀ ଦୁଇପତ୍ରରୁ ବାସେ

ଜଣେ ସଚ୍ଛୋଟ ଓ ବଡ଼ମଣିଷ ହେବ, ତା’ହେଲେ ସେହି ପିଲାଟିର ହେତୁ ହେବା ଦିନରୁହିଁ ନିଜର ସୁଗୁଣରେ ସମସ୍ତଙ୍କୁ ଆପଣାର କରି ନେଇଥାଏ । ଅପରପକ୍ଷରେ ଯଦି କୌଣସି ପିଲା ଭବିଷ୍ୟତରେ ଜଣେ ମନ୍ଦ ପ୍ରକୃତିର ଲୋକ ହେବ, ତାହେଲେ ତାହାର ଖଳବୁଦ୍ଧି ବା ଦୁଷ୍ଟବୁଦ୍ଧି ସେହି ପିଲାଦିନରୁହିଁ ପ୍ରକାଶ ପାଇବ । ସେଥ‌ିପାଇଁ କୁହାଯାଇଥାଏ ତୁଳସୀ ଦୁଇପତ୍ରରୁ ବାସେ ଏବଂ ବିଛୁଆତି ଦୁଇପତ୍ରରୁ ଗଲୁ କରେ ।

ଭଗବାନ୍ କୃଷ୍ଣ କଂସର ବନ୍ଦୀଘରେ ଜନ୍ମ ନେଇଥିଲେ । କଂସାସୁର, ବସୁଦେବ ଓ ଦେବକୀଙ୍କୁ ଲୁହାର ଶିକୁଳିରେ ବାନ୍ଧି ରଖିଥିଲା । ମାତ୍ର କୃଷ୍ଣ ଜନ୍ମହେବା ପରେ ସେହି ଶିକୁଳି ଖୋଲି ଯାଇଥିଲା । ବନ୍ଦୀଘରର ସବୁଦ୍ୱାର ଫିଟି ଯାଇଥିଲା । ପ୍ରହରୀମାନେ କାଳନିଦ୍ରାରେ ଅଚେତନ ହୋଇଥିଲେ । ସେହି ସୁଯୋଗରେ ବସୁଦେବ ଶିଶୁକୃଷ୍ଣଙ୍କ ଏକ ପାତ୍ରରେ ଶୁଆଇ ନେଇ ରାଜା ନନ୍ଦଙ୍କ ଘରେ ଛାଡ଼ି ଆସିଥିଲା । ଯିବାବାଟରେ ଅନେକ ବିପଦର ସୂଚନା ମିଳିଥିଲେ ମଧ୍ୟ ସବୁକିଛି ଆପେ ଆପେ ଦୂର ହୋଇ ଯାଇଥିଲା । କୃଷ୍ଣ ନନ୍ଦରାଜାଙ୍କ ଘରେ ଏବଂ ସ୍ନେହମୟୀ ଜନନୀଙ୍କ କେଳରେ ବାଲ୍ୟସମୟ ଅପୂର୍ବ ଲୀଳାଖେଳା କରି କଟାଇ ଦେଇଥିଲେ । କୃଷ୍ଣ ଯେ ସାଧାରଣ ଶିଶୁ ନୁହଁନ୍ତି, ତାହା ତାଙ୍କର ପ୍ରତ୍ୟେକ କାର୍ଯ୍ୟରୁ ପ୍ରମାଣିତ ହୋଇଥିଲା । ସେହି ବାଳକଦିନରୁ ସେ ଅନେକ ଅସୁର ଅସୁରୀଙ୍କୁ ମାରିଥିଲେ । କାଳୀୟନାଗର ଗର୍ବକୁ ହରଣ କରିଥିଲେ । ଇନ୍ଦ୍ରର କୋପରୁ ଗୋପପୁରକୁ ରକ୍ଷା କରିଥିଲେ । କ୍ରମେ ସେ ମଥୁରାକୁ ଯାଇ କଂସାସୁରର ମୃତ୍ୟୁର କାରଣ ହୋଇଥିଲେ ।

କୃଷ୍ଣ ପରବର୍ତୀ ସମୟରେ ଆର୍ଯ୍ୟାବର୍ତ୍ତର ନିୟନ୍ତ୍ରଣକାରୀ ଭାବରେ ନିଜର କାର୍ଯ୍ୟ କରିଥିଲେ । ସେ ଯେ ଲୀଳା ପୁରୁଷୋତ୍ତମ ଏବଂ ଦୁଷ୍ଟମାନଙ୍କୁ ବିନାଶ କରି ଧର୍ମ ପ୍ରତିଷ୍ଠା କରିବା ତାଙ୍କର ମୂଳଲକ୍ଷ୍ୟ ଥିଲା, ତାହା କୃଷ୍ଣଙ୍କର ପିଲାଦିନରୁହିଁ ସୂଚନା ମିଳିଥିଲା ।

କେବଳ ଶ୍ରୀକୃଷ୍ଣ କାହିଁକି ଭଗବାନ୍ ବୁଦ୍ଧ, ଯୀଶୁ, ଶଙ୍କର ଆଦି ଧର୍ମପ୍ରଚାରକମାନଙ୍କର ମହନୀୟତା ଅତି ଅଳ୍ପ ବୟସରୁ ପ୍ରମାଣିତ ହୋଇଥିଲା । ତେଣୁ ପିଲାଦିନର ସୁଗୁଣକୁ ଦେଖି କୁହାଯାଇଥାଏ, ‘ତୁଳସୀ ଦୁଇପତ୍ରରୁ ବାସେ’ । କାରଣ ସେହି ପିଲାଦିନହିଁ ବଡ଼ ମଣିଷ ହେବାର ସବୁକିଛି ସୂଚନା ଦେଇଥାଏ ।

୮ । ବିରାଡ଼ି କପାଳକୁ ଶିକା ଛିଡ଼ିବା

ବିଶେଷ ଅର୍ଥ –
ମଣିଷ ଯାହା ଖୋଜୁଥାଏ, ଅକସ୍ମାତ୍ ଯଦି ତାକୁ ସେହି ଖୋଜୁଥ‌ିବା ଜିନିଷଟି ମିଳିଯାଏ, ତା’ହେଲେ ସେ ବହୁ ଆତ୍ମପ୍ରସାଦ ଲାଭକରେ । ବିରାଡ଼ି ମାଛ, ଶୁଖୁଆ ଓ କ୍ଷୀର ଆଦି ଖାଇବାପାଇଁ ସବୁବେଳେ ଛକି ରହିଥାଏ । ସୁଯୋଗ ଦେଖିଲେ ସେ ତାହାକୁ ଖାଇଦିଏ । ବିରାଡ଼ି ଭୟରେ ସମସ୍ତେ ମାଛ, ଶୁଖୁଆ ବା କ୍ଷୀର ଓ ଦହିକୁ ଶିକାରେ ରଖିଥା’ନ୍ତି । ବିରାଡ଼ି ଶିକାରୁ ଆଉ କୌଣସି ପ୍ରକାରେ ତାହାକୁ ଖାଇପାରେ ନାହିଁ । ଯଦି ଦୈବାତ୍ ଶିକା ଛିଡ଼ିପଡ଼େ ତାହେଲେ ବିରାଡ଼ିକୁ ଆଉ କଷ୍ଟ କରିବାକୁ ପଡ଼େ ନାହିଁ । ସେ ଖୁସି ମନରେ ମାଛ, ଶୁଖୁଆ ଖାଇଦିଏ । ସାମାଜିକ ସ୍ତରରେ ଯଦି କାହାକୁ ଚାହୁଁଥ‌ିବା ଜିନିଷ ମିଳିଯାଏ, ତାହେଲେ କୁହାଯାଏ ବିରାଡ଼ି କପାଳକୁ ଶିକା ଛିଡି଼ଛି ।

ଗଳ୍ପ –
କ୍ଷିତିଶ୍ଵାବୁଙ୍କର ଏକମାତ୍ର ପୁଅ ବାପୁନ୍ । ସେ ଭାରି ମିଠାପ୍ରିୟ । ଘରକୁ ରସଗୋଲା, ଗୋଲାପଜାମୁ, ସନ୍ଦେଶ, ପେଡ଼ା ଆଦି ଯାହା ଆସେ ସେ ତାହାକୁ ଅଧିକ ଖାଇଦିଏ । ସେଥ‌ିପାଇଁ ସେ ଟିକିଏ ବୟସ ତୁଳନାରେ ମୋଟା ହୋଇଗଲା । ଡାକ୍ତର ବାପୁକୁ କହିଲେ ମିଠା ଖିଆ କମାଇ ଦେବାକୁ । ବାପା ଓ ମା’ଙ୍କୁ କହିଲେ ପୁଅକୁ ଆଉ ମିଠା ନଦେବାକୁ । ସେହିଦିନୁ ବାପୁନ୍‌ର ମା’ ଘରକୁ ମିଠା ଆସିଲେ ଫ୍ରିଜ୍‌ରେ ମିଠା ରଖି ତାଲା ପକାଇ ଦିଅନ୍ତି । ବାପୁନ୍‌ର ମନ ସବୁବେଳେ ବ୍ୟସ୍ତ ଥାଏ, କିପରି ସୁଯୋଗ ପାଇଲେ ମିଠା ଖାଇବ । ମାତ୍ର ସେ ମିଠା ଖାଇପାରେ ନାହିଁ ।

ଦିନେ ତରତର କରି ଫ୍ରିଜକୁ ତାଲା ପକାଉ ପକାଉ, ତାଲାଟି ଖରାପ ହୋଇଗଲା । ଆଉ ଫ୍ରିଜକୁ ତାଲା ପକାଯାଇ ପାରିଲା ନାହିଁ । ବାପା ମା’ ବାହାରକୁ ଗଲାପରେ ବାପୁନ୍ ମନଖୁସିରେ ଫ୍ରିଜ୍ ଖୋଲି ମିଠା (ରସଗୋଲା) ଖାଇଲା । କାରଣ ସେ ଯେଭଳି ସୁଯୋଗ ଖୋଜୁଥିଲା, ଅକସ୍ମାତ୍ ତାକୁ ସେହି ସୁଯୋଗ ମିଳିଗଲା ।

ମା’ ଘରକୁ ଫେରିଲେ । ଫ୍ରିଜ୍ ଖୋଲି ଦେଖିଲେ ରସଗୋଲା ଟିଫିନ୍‌ରୁ ଅଧା ରସଗୋଲା ନାହିଁ । ସେ ବାପୁକୁ ପଚାରିଲେ ମାତ୍ର ବାପୁନ୍ କିଛି କହୁନଥାଏ । ବାପାଙ୍କ କାନକୁ କଥା ଗଲା । କ୍ଷିତିଶ୍ ବାବୁ ବାପୁନର ଟକଳା ସ୍ଵଭାବ କଥା ଜାଣନ୍ତି । ସେ ହସି ହସି କହିଲେ, ବାପୁନ୍ ମିଠା ଖାଇଥବ, କାରଣ ବିରାଡ଼ି କପାଳକୁ ଶିକା ଛିଡ଼ିଛି । ଫ୍ରିଜ୍ ତାଲାଟି ଅଚଳ ହୋଇଯିବାରୁ ଏଭଳି ପରିସ୍ଥିତି ଘଟିଛି । ବାପୁନ୍ ସବୁ ଶୁଣି କେବଳ ମୁରୁକି ମୁରୁକି ହସୁଥିଲା ।

୯ । କଳା କନା ବୁଲାଇବା

ବିଶେଷ ଅର୍ଥ –
ଘରୁ ମୂଳପୋଛ କରି ସବୁ ନେଇଯିବା ବା ସର୍ବସ୍ୱାନ୍ତ କରିଦେବା ବା ସର୍ବସ୍ଵ ଲୁଟିନେବା । କେତେକ ଲୋକ ବହୁ କଷ୍ଟକରି ଧନସମ୍ପତ୍ତି ସଂଗ୍ରହ କରିଥା’ନ୍ତି । ଆଶା କରିଥା’ନ୍ତି ସେହି ଧନସମ୍ପତ୍ତି ବା ଟଙ୍କା, ସୁନା, ରୁପା ଆଦି ଜିନିଷ ତାଙ୍କୁ ଭବିଷ୍ୟତରେ ଚଳିବାରେ ସାହାଯ୍ୟ କରିବ । ମାତ୍ର ପ୍ରକୃତରେ ସବୁବେଳେ ସେହି ଆଶା ପୂରଣ ହୁଏ ନାହିଁ । ଚୋର, ଡକାୟତମାନେ ଘରେ ପଶି ସବୁକିଛି ଗଚ୍ଛିତ ଧନକୁ ଲୁଟ କରି ନେଇଯାଆନ୍ତି । ଘରେ କାଣି କଉଡ଼ିଟିଏ ସୁଦ୍ଧା ରଖନ୍ତି ନାହିଁ । ଏଭଳି ପରିସ୍ଥିତିକୁ ବୁଝାଇବାକୁ ଯାଇ କୁହାଯାଏ, ଚୋରମାନେ ଘରୁ କଳାକନା ବୁଲାଇ ସବୁ ନେଇ ଚାଲିଗଲେ ।

ଗଳ୍ପ –
ହରିପୁର ଗ୍ରାମର ମଧୁସୂଦନ ଛୋଟରାୟ ଜଣେ ଜମିଦାର ଶ୍ରେଣୀୟ ଲୋକ । ତାଙ୍କର ଅଗାଧ ଧନସମ୍ପତ୍ତି । ପ୍ରାୟ କେତେକ ବ୍ୟକ୍ତି ଅଛନ୍ତି, ସେମାନଙ୍କର ଯେତିକି ଧନ ଥାଏ, ସେମାନେ ଆହୁରି ଅଧ୍ଵ ଆଶା କରନ୍ତି । ତେଣୁ ଅଚଳାଚଳ ସମ୍ପତ୍ତିର ମାଲିକ ହୋଇ ମଧ୍ୟ ଅନ୍ୟର ଦ୍ରବ୍ୟ ପ୍ରତି ଅହେତୁକ ମମତ୍ୱବୋଧ । ସାଧାରଣତଃ ଦୁଃଖୀ, ରଙ୍କୀ ଲୋକମାନେ ତାଙ୍କ ଦ୍ଵାରକୁ ଆସିଲେ, ସେ ବହୁ ବାହାନା ଦେଖାଇ ଫେରାଇ ଦିଅନ୍ତି । ଖାଦ୍ୟପେୟରେ ମଧ୍ଯ ଅତ୍ୟନ୍ତ ସଂକୀର୍ଣ୍ଣମନା । ସବୁଠାରୁ ଦୁଃଖର ବିଷୟ, ତାଙ୍କର ସନ୍ତାନଟିଏ ନାହିଁ । ତେଣୁ ସାନଭାଇର ପୁଅକୁ ସେ ପୁଅ କରିଛନ୍ତି । ଅନେକ ଶୁଭଚିନ୍ତକ ତାଙ୍କୁ ପରାମର୍ଶ ଦେଲେ ଯଜ୍ଞାନୁଷ୍ଠାନ, ଅଷ୍ଟପ୍ରହରୀ, ଭାଗବତ ସପ୍ତାହ ଏହିପରି ଧର୍ମକାର୍ଯ୍ୟ କରିବାଲାଗି ।

ମାତ୍ର ସେସବୁ କରି ପଇସା ଖର୍ଚ୍ଚ କରିବାରେ ସେ ଅନାଗ୍ରହୀ ଥିଲେ । ତାଙ୍କର ସ୍ଵର୍ଣ୍ଣାଳଙ୍କାର, ଏପରିକି ଯେଉଁମାନଙ୍କଠାରୁ ଯାହା ବନ୍ଧକ ରଖୁଛନ୍ତି ସମସ୍ତ ସେ ଘରତଳେ ପୋତିଦିଅନ୍ତି । ତାଙ୍କର ଜଣେ ବିଶ୍ୱସ୍ତ ଭୃତ୍ୟ ଥାଏ । ସେ କେବଳ ଏପ୍ରକାର ଗୁପ୍ତ ରହସ୍ୟ ଜାଣେ । ଚୋରମାନେ କୌଶଳ କରି ସେ ଚାକରକୁ ହାତ କଲେ । ଦିନେ ରାତିରେ ମଧୁସୂଦନ ଛୋଟରାୟ ଶୋଇଥିବା ଅବସ୍ଥାରେ ରାତ୍ର ଅର୍ଥରେ ପଛ ପାଚେରି ଡେଇଁ ଘର ମଧ୍ୟରେ ପ୍ରବେଶ କଲେ । ଯେଉଁ ଘରେ ମଧୁସୂଦନ ଛୋଟରାୟ ଶୁଅନ୍ତି, ସେ ଘର ଖୋଲିବାର ଉପାୟ ଚାକରକୁ ଜଣାଥାଏ। କବାଟ ଖୋଲିଗଲା ପରେ ଚୋରମାନେ ଘର ମଧ୍ଯରେ ପଶି ଛୋଟରାୟଙ୍କ ମୁହଁପାଟି ସବୁ ବାନ୍ଧିଦେଲେ । ତକିଆତଳୁ ଚାବି ବାହାର କରି ଶାବଳ ସାହାଯ୍ୟରେ ଖୋଳି ସବୁ ଜିନିଷ ନେଇ ପଳାଇଗଲେ । ଚୋରମାନେ ଘରେ କଳାକନା ବୁଲାଇ ଚାଲିଗଲା ପରେ ସକାଳେ ପୋଲିସ୍ ଆସିଲେ ସତ ! କିନ୍ତୁ କିଛି ସନ୍ଧାନ ପାଇଲେ ନାହିଁ ।

୧୦ । ଅଣ୍ଟି ଛୁରି ତଣ୍ଟି କାଟେ

ବିଶେଷ ଅର୍ଥ –
ନିଜର ଲୋକ ଅର୍ଥାତ୍ ନିଜର ହୋଇ ସବୁବେଳେ କାମ କରୁଥିବା ଲୋକ ମଧ୍ୟ ବେଳେ ବେଳେ ସ୍ଵାର୍ଥସାଧନ ପାଇଁ ଶତ୍ରୁରୂପରେ କାର୍ଯ୍ୟକରେ । ସମାଜରେ ଏଭଳି ସ୍ବାର୍ଥପର ଲୋକ ଥାଆନ୍ତି, ଯେଉଁମାନେ କେତେବେଳେ ହେଲେ ପର, ଆପଣାର ଭେଦଭାବ ଦେଖନ୍ତି ନାହିଁ । ନିଜର ସ୍ଵାର୍ଥ ପାଇଁ, ପଦପଦବୀ ପାଇଁ, ଟଙ୍କାପଇସା ପାଇଁ ଅନ୍ୟକୁ ମାରିଦେବାର ଯୋଜନା କରିଥା’ନ୍ତି । ଆଗରୁ ଲୋକମାନେ ନିଜର ନିରାପତ୍ତା ପାଇଁ କିମ୍ବା କାର୍ଯ୍ୟସିଦ୍ଧି ପାଇଁ ଅଣ୍ଟାରେ ଛୁରି ଖୋସୁଥିଲେ । ମାତ୍ର ସେହି ଛୁରି ଯଦି ବିପଦର କାରଣ ହୁଏ, ତାହେଲେ କୁହାଯିବ ଅଣ୍ଟି ଛୁରି ତଣ୍ଟି କାଟେ । ନିଜର ବୋଲି ପାଳି ଆସିଥ‌ିବା ଓ ପୋଷି ଆସିଥିବା ଲୋକ ଯଦି ଶତ୍ରୁ ଭାବରେ କାମ କରେ, ତାହେଲେ ସେହି ନ୍ୟାୟରେ କୁହାଯାଏ ଅଣ୍ଟି ଛୁରି ତଣ୍ଟି କାଟେ ।

ଗଳ୍ପ –
ଗୋଟିଏ ଦେଶରେ ଜଣେ ରାଜା ଥାଆନ୍ତି । ଏ ସେହି ରାଜାରାଜୁଡ଼ା ଅମଳର କଥା । ରାଜାଙ୍କୁ ପ୍ରତିଦିନ ଖୁର କରିବାପାଇଁ ଜଣେ ନାପିତ ଆସେ । ନାପିତଟି ମହାଚତୁର । ମନ୍ତ୍ରୀଙ୍କ ଇଚ୍ଛା ସେ କିପରି ସେ ରାଜ୍ୟର ରାଜା ହେବେ । ସେ ଦେଖ‌ିଲେ ରାଜାଙ୍କ ପାଖଲଗା ଲୋକ ନାପିତ । ତାଙ୍କୁ ହାତ କରିପାରିଲେ, ସେ ଖ୍ର କରୁଥିଲାବେଳେ ଖୁରରେ ରାଜାଙ୍କ ବେକ କାଟି ଦେଇପାରିବ । ତେଣୁ ସେ ନାପିତକୁ ବହୁ ଅର୍ଥ ଦେଲେ । କାମ ସରିଲା ପରେ ଆଉ ଅର୍ଥ ଦେବାର ପ୍ରଲୋଭନ ମଧ୍ୟ ଦେଖାଇଲେ । ରାଜାଙ୍କର ଆଉ ଜଣେ ପାଖଲୋକ ଥାଏ ।

ସେ ପ୍ରତିଦିନ ରାଜଉଆସକୁ ଆସେ । ରାଜାଙ୍କୁ କିଛି ମାଗେ ନାହିଁ । କିନ୍ତୁ କାନ୍ଥରେ ଗୋଟିଏ ଶବ୍ଦ ଲେଖ୍ ଚାଲିଯାଏ । ରାଜା କାରଣ ପଚାରିଲେ, ସେ କିଛି କୁହେ ନାହିଁ । ଦିନେ ନାପିତ ଖ୍ର କରୁଥ‌ିବା ଅବସ୍ଥାରେ ଚିନ୍ତାକଲା, ସେହିଦିନ ରାଜାଙ୍କ ବେକ କାଟିବ । ସେତେବେଳେ ରେଜର ନଥିଲା । ତେଣୁ ଖୁରକୁ ମାଜିବା ଅବସ୍ଥାରେ ଚିନ୍ତାକଲା, ରାଜା ତ ସଞ୍ଜା ଖଞ୍ଜି ଦେଇଛନ୍ତି । ପ୍ରତିଦିନ ପାରିଶ୍ରମିକ ବି ଦିଅନ୍ତି । କିନ୍ତୁ ମନ୍ତ୍ରୀ ଆଜି ବହୁ ଅର୍ଥ ଦେଲେ । ପୁଣି ଦେବେ ବୋଲି କହିଛନ୍ତି । ତା’ ହାତ ଟିକିଏ ଥରିବାକୁ ଲାଗିଲା । ସେତିକିବେଳେ ଅପର ଲୋକଟି ରାଜାଙ୍କ କାନ୍ଥରେ ପ୍ରତିଦିନ ଲେଖୁଥ‌ିବା ଲେଖା ଉପରେ ରାଜାଙ୍କ ଆଖ୍ ପଡ଼ିଲା ଓ ସେ ତାହା ପଢ଼ିବାକୁ ଲାଗିଲେ । ସେଥ‌ିରେ ଲେଖାଥିଲା –

‘‘ଘସର ଘସର ପନ୍ଦର ଘସର ଆଉ କି ଅଛି ପାଣିକି,
ତୁମେ ଯେଉଁ ପାଇଁ ଲସର ପସର ମୁଁ ସେହି କଥା ଜାଣିକି ।’’

ନାପିତ ବିଚାରା ଭୟରେ ଥରହର । ବୋଧହୁଏ ରାଜା ଜାଣିଗଲେଣି । ତେଣୁ ଲମ୍ବହୋଇ ଗୋଡ଼ତଳେ ପଡ଼ି ଭୁଲ ମାଗିଲା । ସବୁକଥା କହିଲା । ମନ୍ତ୍ରୀଙ୍କୁ ଶାସ୍ତି ଦିଆଗଲା । ଯେଉଁ ଲୋକଟି ପ୍ରତିଦିନ ଲେଖନ୍ତି, ତାଙ୍କୁ ମଧ୍ୟ ପୁରସ୍କୃତ କରାଗଲା ।

୧୧ । ତିଳକୁ ତାଳ କରିବା

ବିଶେଷ ଅର୍ଥ –
ଛୋଟ କଥାକୁ ଅତି ବଢ଼େଇ କରି କହିବା । ତିଳ ଏକ ଛୋଟ ଶସ୍ୟ । ତାକୁ ତାଳ ବୋଲି କହିବା ନିହାତି ଅବିଶ୍ଵାସର କଥା । ମାତ୍ର କେତେକ ଛୋଟ କଥା ବା ସାମାନ୍ୟ ଘଟଣାକୁ ବନେଇ ଚୁନେଇ, ଆହୁରି ରଙ୍ଗରୂପ ଦେଇ ଏଭଳି ଉପସ୍ଥାପନ କରନ୍ତି, ଯେ ତାହା ତିଳରୁ ତାଳ ହୋଇଯାଏ ବା ଛୋଟରୁ ହୋଇଯାଏ ବଡ଼ । କୌଣସି ମନ୍ଦ ଉଦ୍ଦେଶ୍ୟ ରଖି କିମ୍ବା ନିଜର ପରାକାଷ୍ଠା ଦେଖାଇବାପାଇଁ ଏଭଳି କୁହାଯାଇଥାଏ । କେତେକଙ୍କର ମଧ୍ୟ ଛୋଟ କଥାକୁ ବଡ଼କରି କହିବା ଏକ ମନ୍ଦ ଅଭ୍ୟାସରେ ପରିଣତ ହୋଇଯାଇଥାଏ । ସେଭଳି ଲୋକଙ୍କୁ ବାହାପିଆ ବା ଗୁଲିଆ ବୋଲି ଆକ୍ଷେପ କରାଯାଇଥାଏ ।

ଗଳ୍ପ –
ଜଣେ ରାଜା ଥିଲେ । ସେତେବେଳେ ରାଜାରାଜୁଡ଼ା ଶାସନ । ରାଜା ଗୋଜା । ଯାହା ବୁଝିଥ‌ିବେ, ସହଜରେ ପରିବର୍ତିତ ହେବେ ନାହିଁ । ତାଙ୍କୁ ବୁଝାଇବ କିଏ ? ତାଙ୍କ ପାଖରେ ଜଣେ ପାର୍ଶ୍ଵଚର ଥାଏ । ଜାତିରେ ନାପିତ । ସେ ଟିକିଏ ଧୂର୍ଣ । ସେ ଯାଇଥିଲା ପଡ଼ୋଶୀ ରାଜ୍ୟକୁ ଏକ ସମ୍ବାଦ ନେଇ । ଆସିଲାବେଳେ ଶ୍ୱଶୁର ଘରେ ଗୋଟିଏ ଦିନ ଅଧ୍ଵ ରହିଗଲା । ରାଜସଭା ବସିଛି । ନାପିତ ପାର୍ଶ୍ଵଚର ଜଣକ ଆସି ପହଞ୍ଚଗଲା । ରାଜା ବିଳମ୍ବର କାରଣ ପଚାରିଲେ । ନାପିତ ହାତଯୋଡ଼ି କହିଲା, ମୁଣ୍ଡ ରହିଲେ, ତୁଣ୍ଡ ଖୋଲିବି । କ’ଣ କହିବି ଆଜ୍ଞା, ସେ ରାଜ୍ୟରୁ ଆସିଲାବେଳେ ବାଟରେ ଗୋଟିଏ ବଣ ପଡ଼େ । ମୁଁ ତ ବଣରେ ପଶିଚି ଆଜ୍ଞା, ବଣ ମଧ୍ୟରେ ଶହେଟା ବାଘ କାମୁଡ଼ାକାମୁଡ଼ି ହେଉଛନ୍ତି । ମନ୍ତ୍ରୀ ଅଧ୍ଵ ଚତୁର । ସେ କହିଲେ, ସତ କହିଲ ! ତୁମେ ଶହେଟି ବାଘ ଦେଖୁଛି ।

ନାପିତ ଚାହିଁଲା, କହିଲା, ହେଉ ଶହେ ନ ହୋଇଥିଲେ ପଚାଶ ହୋଇଥେବେ । ମନ୍ତ୍ରୀ କହିଲେ, ନା, ମୋର କାହିଁକି ବିଶ୍ଵାସ ହେଉନି ? ସତ କହିଲୁ ! ନାପିତ କହିଲା, ଓହୋ ! ପଚାଶ ନହେଲେ ଦଶଟି ହୋଇଥବ । ମନ୍ତ୍ରୀ ପୁଣି ମୁଣ୍ଡ ହଲାଇଲେ । କହିଲେ, ନା । ତା’ପରେ ନାପିତ କହିଲା, ଗୋଟିଏ । ମନ୍ତ୍ରୀ ତଥାପି ମନାକଲେ । ଶେଷରେ ନାପିତ କହିଲା, ବଣରେ କିଏ ଗୋଟାଏ ଖସ୍ ଖସ ହେଉଥିଲା । ତେଣୁ ଏହାହିଁ ତିଳରୁ ତାଳ । ଅନେକ ଲୋକ ଅଛନ୍ତି, ସେମାନଙ୍କ ପ୍ରକୃତି ନାପିତ ଭଳି ଛୋଟ କଥାକୁ ବଡ଼ କରିବା ।

CHSE Odisha Class 12 Odia Grammar ସର୍ଜନାତ୍ମକ ରଚନା

୧୨ । ରୁକୁଣା ରଥ ଅଣବାହୁଡ଼ା

ବିଶେଷ ଅର୍ଥ –
ଯାହା ନିଷ୍ପତ୍ତି ନିଆଯାଇଥୁବ କିମ୍ବା ସ୍ଥିର ହୋଇଥବ ତାହାକୁ କେବେବି ନ ବଦଳାଇ କାର୍ଯ୍ୟରେ ପରିଣତ କରିବାକୁ ଏପରି କୁହାଯାଏ । ଅର୍ଥାତ୍ ଯାହା ନିଷ୍ପତ୍ତି ନିଆଯାଇଥବ, ତାହା ନିଶ୍ଚୟ କାର୍ଯ୍ୟକାରୀ ହେବ । ଅନେକ ଲୋକ ଥାଆନ୍ତି, ଯେଉଁମାନେ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତି, ଆଦେଶ ଦିଅନ୍ତି । ସେହି ଆଦେଶକୁ ବଦଳାଇବାପାଇଁ ସେମାନେ କୌଣସି ସମୟରେ ରାଜି ହୁଅନ୍ତି ନାହିଁ । ସେହି ପରିସ୍ଥିତିକୁ କୁହାଯାଏ – ‘ରୁକୁଣା ରଥ ଅଣବାହୁଡ଼ା’ । ଶ୍ରୀକ୍ଷେତ୍ରରେ ନନ୍ଦିଘୋଷ ଆଦି ତିନି ରଥରେ ଠାକୁର ବିଜେ କଲାଭଳି, ଅଶୋକାଷ୍ଟମୀରେ ଭୁବନେଶ୍ଵରର ଲିଙ୍ଗରାଜଙ୍କ ମନ୍ଦିରର ରୁକୁଣା ରଥରେ ଦିଅଁ ବିଜେ ହୋଇଥା’ନ୍ତି । ସବୁ ରଥଯାତ୍ରାର ବାହୁଡ଼ା ଯାତ୍ରା ଥାଏ, ମାତ୍ର ରୁକୁଣା ରଥର ବାହୁଡ଼ା ଯାତ୍ରା ନଥାଏ । ତେଣୁ କଥାକୁ ନ ବଦଳାଇବା ପ୍ରସଙ୍ଗକ ରୁକୁଣା ରଥ ସହିତ ତୁଳନା କରାଯାଇଛି ।

ଗଳ୍ପ –
ମଧୁପୁର ଗ୍ରାମର ହରିହର ପଟ୍ଟନାୟକ ଜଣେ ଜମିଦାର । ଭାରି ଏକଜିଦିଆ । କିନ୍ତୁ ଲୋକଟା ଟିକିଏ ଦୟାବନ୍ତ । ଯୋଗୀ, ଭିକାରି କେହି ଖାଲି ହାତରେ ଫେରନ୍ତି ନାହିଁ । କିନ୍ତୁ ଟିକିଏ ଭୁଲ୍ ଦେଖ‌ିଲେ କଚେରୀ ପର୍ଯ୍ୟନ୍ତ ନଯାଇ ସେ ଫେରିବେ ନାହିଁ । ଦିନକର ଘଟଣା । ସେ ଶୁଣିବାକୁ ପାଇଲେ ଭାଗବତ ଟୁଙ୍ଗିରେ ସନ୍ଧ୍ୟାକାଳୀନ ସଭା ବସିଛି । ସେହିଠାରେ ଗ୍ରାମର ପୂର୍ବତନ ସରପଞ୍ଚ ଗ୍ରାମ ସଡ଼କପାଇଁ ଯେଉଁ ଟଙ୍କା ବ୍ଲକରୁ ଆଣିଥିଲେ, ତହିଁରୁ ବହୁ ଟଙ୍କା ଆତ୍ମସାତ୍‌ କରି, ରାସ୍ତା ଉପରେ ଦୁଇ ଚାରି ଟୋକେଇ ନାଲିଗୋଡ଼ି ବିଛେଇ ଦେଇଥ‌ିବା କଥା ଆଲୋଚନା ହେବ ।

ଜମିଦାର ବାବୁ ଗ୍ରାମର ଜଣେ ମୁଖ୍ୟ ବ୍ୟକ୍ତି । ଗ୍ରାମର ଚୌକିଦାର ତାଙ୍କୁ ମଧ୍ୟ ଡାକିଯାଇଛି । ତାଙ୍କ ଦେହ ସାମାନ୍ୟ ଅସୁସ୍ଥ ଥିଲା । ସେଥପ୍ରତି ସେ ଭୃକ୍ଷେପ ନକରି ସଙ୍ଗେ ସଙ୍ଗେ ବାହାରିଲେ । ସେ ଭାଗବତ ଟୁଙ୍ଗିକୁ ପ୍ରଣାମ କଲେ । ସରପଞ୍ଚ ପ୍ରଥମେ ନିଜର ଦୋଷ ମାନୁ ନଥିଲେ । ତା’ପରେ ସମସ୍ତଙ୍କ ବାଧ୍ୟବାଧକତାରେ ଦୋଷ ମାନିଲେ । ତହିଁ ପରିଦିନ ଜମିଦାର ବ୍ଲକ୍‌କୁ ଗଲେ । ଚେୟାରମ୍ୟାନ ତଥା ଉନ୍ନୟନ ଅଧିକାରୀଙ୍କୁ ଦେଖାକଲେ । ସେ ଲୋକ ଯେତେ ନେହୁରା ହେଲା ହରିବାବୁ ଶୁଣିଲେ ନାହିଁ । ଥାନାକୁ ଗଲେ । ଶେଷକୁ ସେ ଲୋକ ଜେଲ ଗଲା । ଦୁଇବର୍ଷ କରାଦଣ୍ଡ ଭୋଗିଲା । ଯେଉଁମାନେ ହରିହର ବାବୁଙ୍କୁ ଅର୍ଥ ପ୍ରଲୋଭନ ଦେଖାଇଥିଲେ ସେମାନେ ମଧ୍ୟ ଭାଗବତ ଘର ସମ୍ମୁଖରେ ଭୁଲ୍ ମାଗିଲେ ।

ପରବର୍ତୀ ସମୟରେ ସେହି ହରିବାବୁଙ୍କ ପ୍ରେରଣାରେ ଗାଁ ଲୋକଙ୍କ ଉଦ୍ୟମରେ ଗ୍ରାମ୍ୟ ରାସ୍ତା ନିର୍ମିତ ହୋଇଥିଲା ।

୧୩ । ସମୁଦ୍ରକୁ ଶଙ୍ଖ ପାଣି

ବିଶେଷ ଅର୍ଥ –
ବହୁତ ଆବଶ୍ୟକତା ସମୟରେ, ସାମାନ୍ୟ କିଛିରେ କାର୍ଯ୍ୟ ସାଧନ ହୁଏ ନାହିଁ । ବରଂ ସେଭଳି ପରିସ୍ଥିତିରେ କୁହାଯାଏ, ସମୁଦ୍ରକୁ ଶଙ୍ଖ ପାଣି ! ସମୁଦ୍ର, ଯାହାର ଆଦି, ଅନ୍ତ ଓ ଜଳ ପରିମାଣକୁ କଳନା କରିବା ସାଧାରଣ ଲୋକ ପକ୍ଷରେ ଅସମ୍ଭବ, ସେହିପରି ଆବଶ୍ୟକତା ଥିବା ସମୟରେ ଯଦି ଶଙ୍ଖଭଳି କ୍ଷୁଦ୍ର ପାତ୍ରରେ ଜଳ ଗ୍ରହଣ କରାଯାଏ, ତାହେଲେ ସମୁଦ୍ରର ଗର୍ଭ କେବେବି ପୂରଣ ହେବ ନାହିଁ । ସେହି ଜଳ ସମୁଦ୍ରରେ ପଡ଼ିଲେ ମଧ୍ୟ ତାହାର ସତ୍ତା ଜାଣିହୁଏ ନାହିଁ । ଏଠାରେ ବହୁତ ଆବଶ୍ୟକତାକୁ ସମୁଦ୍ର ସହିତ ଏବଂ ଶଙ୍ଖର ଜଳକୁ ସାମାନ୍ୟ ପରିମାଣ ସହିତ ତୁଳନା କରାଯାଇ ଅର୍ଥ କରାଯାଇଥାଏ ।

ଗଳ୍ପ –
ବିଶାଳ ସମୁଦ୍ର । ଗୋଟିଏ ପଟେ ଛିଡ଼ାହେଲେ ଅନ୍ୟପଟକୁ ଆଖ୍ ପାଏନାହିଁ । ବିଶାଳ, ରାମାୟଣସ୍ଥିତ ଚରିତ୍ର କୁମ୍ଭକର୍ଣ୍ଣ । ଛ’ମାସରେ ଥରେ ଖାଏ । ପର୍ଯ୍ୟାପ୍ତ ଖାଦ୍ୟ ଖାଏ। ତା’ପରେ ମଦ୍ୟପାନ କରେ ଓ ଶୋଇଯାଏ । ଛ’ମାସରେ ଥରେ ଉଠେ । ଶୋଇଥ‌ିବା ମଝିରେ କେହି ଉଠାଇବେ ନାହିଁ । ତାକୁ ଉଠାଇବାକୁ ହେଲେ, ବାଜା ଦରକାର । ବହୁ ଲୋକ ଦରକାର । ଥାଳି ଥାଳି ଖାଦ୍ୟ ତା’ ପାଖରେ ବଢ଼ାଯାଏ । ପେଟଟା ଭୀଷଣକାୟ । ଯେପରି ମହାଭାରତର ଭୀମ ଚରିତ୍ର ଅଧ୍ଵ ଖାଏ । ଚାରି ଭାଇଙ୍କର ଯେତିକି ଖାଦ୍ୟ, ମା’ ସେତିକି ତାକୁ ଏକା ଖାଇବାକୁ ଦିଅନ୍ତି । ସେ ଅଧିକ ଖାଏ ଓ ଅଧ‌ିକ ଉଭୟ ବଳବାନ୍ ମଧ୍ୟ । ରାମାୟଣ ଯୁଦ୍ଧ ଚାଲିଥାଏ । ରାବଣ ଚିନ୍ତାକଲେ କେତେ ମଲେଣି । ଯିଏ ମରୁଛନ୍ତି, ସ୍ୱର୍ଗପ୍ରାପ୍ତି । ଭାଇ କୁମ୍ଭକର୍ଣ୍ଣ କାହିଁକି ବଞ୍ଚ ହେବ ? କିନ୍ତୁ ଛ’ମାସ ପୂର୍ଣ୍ଣ ହୋଇନାହିଁ ।

ରାବଣର ନିର୍ଦ୍ଦେଶରେ ଖାଦ୍ୟ ଥାଳିକୁ ଥାଳି ଧରି, ମଦ ଧରି ସୈନ୍ୟସାମନ୍ତ ପହଞ୍ଚିଲେ । ଛ’ମାସ ତ୍ ପୂର୍ଣ୍ଣ ହୋଇନି । ବହୁ ବାଜା ବାଜିଲା । ତାଙ୍କ ଦେହକୁ ମଧ୍ଯ ସୈନ୍ୟମାନେ ହାଲୁକା ଅସ୍ତ୍ର ସହାୟତାରେ ଆଘାତ ଦେଲେ । କୁମ୍ଭକର୍ଣ୍ଣ ଉଠିଲା । ଖାଦ୍ୟ ଥୁଆ ହୋଇଛି । ମଦ ମଧ୍ଯ ରଖାଯାଇଛି ମଦ୍ୟପାତ୍ରରେ । ଖାଇଲା, ପିଇଲା । ତଥାପି ନିଅଣ୍ଟ । କାରଣ ତା’ପାଇଁ ଯାହା ଥିଲା, ତାହା ଯଥେଷ୍ଟ ନୁହେଁ । କୁମ୍ଭକର୍ଣ୍ଣର କ୍ଷୁଧା ତୁଳନାରେ ତା’ ନିକଟରେ ଥିବା ଖାଦ୍ୟ ଅତି ସାମାନ୍ୟ । ସେହି ଖାଦ୍ୟ ତା’ ପେଟରେ କୁଆଡ଼େ ପଡ଼ିଲା ଜାଣିହେଲା ନାହିଁ । ତା’ ପେଟ ଭରିବାପାଇଁ ତାକୁ ଛଅମାସର ଖାଦ୍ୟ ଦରକାର ହେଲାବେଳେ ସେହି ଖାଦ୍ୟକୁ ଖାଇ ସେ ଅସନ୍ତୁଷ୍ଟ ହେଲା । ସେ ଖାଦ୍ୟ ତା’ପାଇଁ ଥିଲା ସମୁଦ୍ରକୁ ଶଙ୍ଖ ଭଳି । ସେ ଗର୍ଜନ କଲା । ମୋତେ ଅସମୟରେ ଉଠାଇଲ ! ଖାଇବାକୁ ଦେଉନାହଁ । ସୈନ୍ୟମାନେ ସମସ୍ତ କଥା କହିଲେ । ସେ ଭାଇ ରାବଣଙ୍କ ନିକଟକୁ ଯାଇ ଯୁଦ୍ଧ ନକରିବାପାଇଁ ଅନୁରୋଧ କଲା ବାଧ୍ୟହେ।ଇ ଉ।ଇଙ୍କ ନିର୍ଦେଶରେ ଯୁଦ୍ଧକ୍ଷେତ୍ରକୁ ଯିବାରୁ ଲଢ଼ାଇ କରି ପ୍ରାଣଦେଇ ମୁକ୍ତି ପାଇଲା ।

୧୪ । ମାଙ୍କଡ଼. ହାତରେ ଶାଳଗ୍ରାମ

ବିଶେଷ ଅର୍ଥ –
ଅଯୋଗ୍ୟ ଲୋକ ହାତରେ ଦାୟିତ୍ୱ ଦେବାକୁ ମାଙ୍କଡ଼ ହାତରେ ଶାଳଗ୍ରାମ ଦେବା ବୋଲି କୁହାଯାଏ । ଶାଳଗ୍ରାମ ହେଉଛି ବିଷ୍ଣୁରୂପୀ ପଥର । ଯାହାକୁ ଘରେ ରଖି ଅତି ଭକ୍ତିର ସହିତ ପୂଜା କରାଯାଏ । ପ୍ରାୟ ପ୍ରତ୍ୟେକ ବ୍ରାହ୍ମଣଙ୍କ ଘରେ ଶାଳଗ୍ରାମ ରଖି ପୂଜା କରାଯାଏ । ଶାଳଗ୍ରାମ ପୂଜା ନକରି ଗୃହସ୍ଥ ଜଳ ସୁଦ୍ଧା ଗ୍ରହଣ କରେନାହିଁ । ସେମାନଙ୍କୁ କେବେବି ଅପୂଜା ରଖାଯାଏ ନାହିଁ । ଶାଳଗ୍ରାମର ମହତ୍ତ୍ବ ଆମ ହିନ୍ଦୁ ସଂସ୍କୃତିରେ ଯଥେଷ୍ଟ ମହନୀୟ ଭୂମିକା ଗ୍ରହଣ କରିଛି । ମାତ୍ର ସେହି ଶାଳଗ୍ରାମ ପଥରକୁ କରେ । ଏପରିକି ଚିକ୍କଣିଆ ପଥର ଭାବି ଖେଳିଥାଏ । ସେହି ପରିସ୍ଥିତିକୁ ଆଖି ଆଗରେ ରଖି ଦାୟିତ୍ୱପୂର୍ଣ୍ଣ କାମକୁ ଯଦି ଅଯୋଗ୍ୟ ବ୍ୟକ୍ତି ହାତରେ ନ୍ୟସ୍ତ କରାଯାଏ, ତାହେଲେ ସେ ନିଶ୍ଚୟ କାମକୁ ଓଲଟା ଭାବରେ କରିବ । କାରଣ କାମର ମହତ୍ତ୍ବ ସମ୍ପର୍କରେ ସେ କିଛିହେଲେ ବିଚାର କରିବ ନାହିଁ । ଅର୍ଥାତ୍‌ ଅଯୋଗ୍ୟ ବ୍ୟକ୍ତି ସଦାକାଳେ ଅସଫଳ ହୋଇଥାଏ । ସେ କାମକୁ ଠିକ୍ ରୂପେ ପରିଶ୍ରମକରି ସମ୍ପନ୍ନ କରିନଥାଏ । ସୁତରାଂ ସେପରି ଲୋକ ଉପରେ ଯଦି ଦାୟିତ୍ୱ ଦିଆଯାଏ ତେବେ ଫଳାଫଳ ନିଶ୍ଚୟ ବିପରୀତ ହେବ, ଏଥ‌ିରେ ସନ୍ଦେହ ନାହିଁ ।

ଗଳ୍ପ –
ଜନୈକ ବ୍ୟକ୍ତି ଥିଲେ । ବିବାହର କେତେଦିନ ପର୍ଯ୍ୟନ୍ତ ତାଙ୍କର କୌଣସି ପିଲା ହେଲେନାହିଁ । ଶେଷରେ ସେହି ବ୍ୟକ୍ତି ଓ ତାଙ୍କର ସ୍ତ୍ରୀ ଭକ୍ତି ସହକାରେ ଶିବଙ୍କୁ ସେବା ପୂଜା କଲେ । ଶିବ ତାଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ତାଙ୍କ ନିକଟରେ ଉଭାହେଲେ । ଶିବ ସେହି ସ୍ଵାମୀ-ସ୍ତ୍ରୀଙ୍କୁ କହିଲେ, ତୁମେ ଗୋଟିଏ ବୁଦ୍ଧିମାନ୍ ପୁଅ ନେବ ନା ଅଠରଟି ଓଲାପୁଅ ନେବ । ଏହି ଦମ୍ପତ୍ତି ଭାରି ପିଲା କାଙ୍ଗାଳିଆ ଥଲେ । ଗୋଟିଏ ପୁଅରେ ସେମାନେ ସନ୍ତୁଷ୍ଟ ନଥିଲେ । ତେଣୁ ଅଠରଟି ପୁଅ ମାଗି ବସିଲେ । ଶିବ ତଥାସ୍ତୁ କହି ଚାଲିଗଲେ ।

ଶିବଙ୍କ ଦୟାରୁ ତାଙ୍କୁ ଅଠରଟି ପୁଅ ମିଳିଲା । ପୁଅମାନେ ବଡ଼ ହେଲେ । ମାତ୍ର ସେମାନେ ଓଲା ଥ‌ିବାରୁ କୌଣସି କାମକୁ ଯୋଗ୍ୟ ହେଲେ ନାହିଁ । ସବୁବେଳେ ଘରେ ଅଶାନ୍ତି ଲାଗିରହିଲା । ଖାଇବାକୁ ମିଳିଲା ନାହିଁ । ଶେଷରେ ସେମାନେ ଖାଇବାପାଇଁ ଗାଁ ମହାଜନ ଘରେ ଚାକର ରୂପେ ରହିଲେ ।

ମହାଜନ ଜାଣନ୍ତି ସେମାନେ ସମସ୍ତେ ଓଲା । ତେଣୁ ତାଙ୍କୁ ଗାଈ ପାଇଁ ଘାସ ଆଣିବାକୁ ବରାଦ କଲେ । ଓଲାଏ ଘାସ କାଟିବାକୁ ଗଲେ । ଘାସ କାଟି ଘରକୁ ଫେରିଲେ । ଅଠର ଘାସ ବୋଝ କେଉଁଟି ଥୋଇବେ ବୋଲି ଜାଣିପାରିଲେ ନାହିଁ । ବାଡ଼ି ପିଣ୍ଡାରେ ମହାଜନ ଘର’ ବୁଢ଼ୀ ରୁଷିକରି ବସିଥିଲା । ତାହାକୁ ଅଠର ଓଲା ପଚାରିଲେ, ‘ମାଉସୀ ଘାସ କେଉଁଠି ଥୋଇବୁ ।’’ ବୁଢ଼ୀ ରାଗିକରି କହିଲା, ‘ମୋ ମୁଣ୍ଡ ଉପରେ ଥୋଉନା ।’’ ବୁଢ଼ୀ ରାଗିକରି କହୁଛି ବୋଲି ସେମାନେ ଜାଣିପାରିଲେ ନାହିଁ । ବୁଢ଼ୀର କଥାରେ ସେମାନେ ଅଠର ବୋଝ ଘାସ ଦୁଲଦାଲ୍ କରି ତା’ ମୁଣ୍ଡ ଉପରେ ଥୋଇଦେଲେ । ଅଠର ଓଲା ଗାଧୋଇ ଆସି ଖାଇଲେ । ଖାଇସାରିଲା ବେଳକୁ ସମସ୍ତେ ବୁଢ଼ୀକୁ ଖୋଜିଲେ କେଉଁଠି ପାଇଲେ ନାହିଁ । ଅଠର ଓଲାଙ୍କୁ ପଚାରିଲେ, ବୁଢ଼ୀ ଏହିଠାରେ ଥୁଲା କୁଆଡ଼େ ଗଲା । ସେମାନେ କହିଲେ, ବୁଢ଼ୀ ଘାସ ମୁଣ୍ଡେଇ ପିଣ୍ଡାରେ ବସିଛି । ତରତର ହୋଇ ସମସ୍ତେ ଘାସ ବୋଝ କାଢ଼ି ଦେଖିଲାବେଳକୁ ବୁଢ଼ୀ ମରିଯାଇଛି । ମହାଜନ ତାଙ୍କୁ ଘରେ ରଖୁଥ‌ିବାରୁ ଅନୁତାପ କଲା ଏବଂ ଏଭଳି ଅଯୋଗ୍ୟ ଲୋକ ହାତରେ କାମ କରାଇଲେ ବିପଦ ପଡ଼ିବ ଭାବି ଘରୁ ତଡ଼ିଦେଲେ । ତେଣୁ କୁହାଯାଏ, ମାଙ୍କଡ଼ ହାତରେ ଶାଳଗ୍ରାମ ଦେଲେ ଏଭଳି ଅବସ୍ଥା ଭୋଗିବାକୁ ହୁଏ ।

୧୫ । କଳାକାଠ ପଡ଼ିଯିବା

ବିଶେଷ ଅର୍ଥ –
କୌଣସି ପରିସ୍ଥିତିରେ ହତାଶ ହୋଇପଡ଼ିବା ବା ଅପମାନିତ ହେବାକୁ କଳାକାଠ ପଡ଼ିଯିବା ବୋଲି କୁହାଯାଏ । ଅନେକ ଉପସ୍ଥିତ ହେଲେ, ସେହି ପରିସ୍ଥିତିରୁ କିପରି ନିସ୍ତାର ପାଇବ ସେ ଜାଣିପାରେ ନାହିଁ । ତେଣୁ ସେ ଭୟଭୀତ ହୋଇଯାଏ । ଲୋକଟିର ଅବସ୍ଥାକୁ ଯଥାର୍ଥ ଭାବରେ ବୁଝାଇବାପାଇଁ କୁହାଯାଏ, କଳାକାଠ ପଡ଼ିଗଲା । ପୁନଶ୍ଚ ବେଳେବେଳେ ମଣିଷ ଅଜାଣତରେ ଅତି ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହୁଏ । ସେହି ପରିସ୍ଥିତିରେ ତାହାକୁ ବଡ଼ ଅସହାୟ ଲାଗେ । ସେ ଦୁଃଖ ଓ ଅପମାନରେ କଳାକାଠ ପଡ଼ିଯାଏ ।

ଗଳ୍ପ –
ସାଧାରଣତଃ ପୁତ୍ର ବା କନ୍ୟା ଯେତେ ସୁସ୍ଥ ସବଳ ହେଲେ ମଧ୍ୟ ମା’ମାନେ ଏକଥା କହିଥା’ନ୍ତି ‘ପୁଅ ମୋର କଳାକାଠ ପଡ଼ିଗଲାଣି’ । ନିଜର ପଣତକାନିରେ ମୁହଁକୁ ପୋଛିଦିଅନ୍ତି । ମା’ ଯଶୋମତୀ । ନନ୍ଦ, ଯଶୋଦାଙ୍କ ଅଲିଅଳ ପୁଅ କାହ୍ନୁ । ସେ ପ୍ରତିଦିନ ଯାଆନ୍ତ ବଣକୁ ଗାଈ ଚରେଇ ନେବାପାଇଁ । ହାତରେ ବଂଶୀ । ଯେଉଁ ବଂଶୀସ୍ୱନ ଗୋପପୁରକୁ ଉଚ୍ଚାଟିଆ କରେ । ସେହି କାହୁ, ସଞ୍ଜବେଳେ ଫେରନ୍ତି ବଣରୁ । ନିତିଦିନିଆ କଥା । ସେ ଦେବକୀଙ୍କ ସନ୍ତାନ ହେଲେ ମଧ୍ୟ ବଢ଼ିଛନ୍ତି ଗୋପପୁରରେ । ଦିନେ ଦିନେ ଟିକିଏ ବିଳମ୍ବ ହୋଇଗଲେ ମା’ ଯଶୋମତୀ ଅସମ୍ଭାଳ । ସେ ଭୁଲିଯାଆନ୍ତି ତାଙ୍କର କର୍ତ୍ତବ୍ୟ । ବାହାରକୁ ଯାଆନ୍ତି, ପୁଣି ଘର ଭିତରକୁ ଆସନ୍ତି । କାହିଁକି ବିଳମ୍ବ କଲା କାହୁ । ଏତେ ବିଳମ୍ବିତ କେଉଁଦିନ ହୁଏ ନାହିଁ । । କାହ୍ନୁ ବନଭୂମିକୁ ଫେରିଲେ ତାଙ୍କ ମନ ଶାନ୍ତି । ଦିନେ ଶୁଣିଲେ କଂସ ରାକ୍ଷସମାନଙ୍କୁ ବନଭୂମିକୁ ପଠାଉଛି କାହୁ, ଉପରେ ଦାଉ ସାଧବାପାଇଁ । ରାକ୍ଷସମାନେ ବଳଶାଳୀ । ଅତି ନିଷ୍ଠୁର । ତେଣୁ ସେ ଦ୍ଵାରବନ୍ଧକୁ ଧରି କଳାକାଠ ପଡ଼ିଗଲେ । କାଳେ ମୋ କାହ୍ନୁର କ’ଣ ହୋଇଯିବ? ଯଶୋଦାଙ୍କ ନିକଟରେ କାହ୍ନୁ ଥିଲେ ସାଧାରଣ ଶିଶୁ । ସେ କାହୁର ଦୈବୀଗୁଣର ପରିଚୟ ପାଇନଥିଲେ ।

୧୬ । କାଠିକର ପାଠ

ବିଶେଷ ଅର୍ଥ –
ଯାହା କରିବା ସହଜ ନୁହେଁ ଅତି ମୁସ୍କିଲ, ତାହାକୁ କାଠିକର ପାଠ ବୋଲି କୁହାଯାଏ । ଅନେକ କାମ ଅଛି, ଯାହା କରିବା ସହଜ ନୁହେଁ । ସେଇଠି ଆମେ କହୁ ଏ କାମ କରିବା କାଠିକର ପାଠ । ସମଗ୍ର ବର୍ଷ ଛାତ୍ରଛାତ୍ରୀ ମହାବିଦ୍ୟାଳୟରେ ଛୁଟି ବ୍ୟତିରେକେ ଅଧ୍ୟୟନ କରନ୍ତି । କିନ୍ତୁ ଯେତିକି ସମୟ ତାଙ୍କର ଅନ୍ୟଦିଗରେ ବ୍ୟୟିତ ହୁଏ, ତାହା ଅଧ୍ୟୟନ ଦିଗରେ ଲାଗେ ନାହିଁ । ତେଣୁ ପରୀକ୍ଷା ପାଖେଇ ଆସିଲେ, ସେମାନେ ଭୟଭୀତ ହୋଇପଡ଼ନ୍ତି । କିପରି ଏତେଶୀଘ୍ର ପାଠ୍ୟକ୍ରମ ଶେଷ କରିବେ ? କ୍ରମେ କ୍ରମେ ସେମାନେ ରାତି ଉଛିଦ୍ର ରହି ଅନେକ ରୋଗର କବଳିତ ହୁଅନ୍ତି । କିନ୍ତୁ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରନ୍ତି ନାହିଁ । ତେଣୁ ଏହା ଅନ୍ୟ ଏକ ରୂଢ଼ି ପାଇଁ ମଧ୍ୟ ପ୍ରଯୁଜ୍ୟ; ଯଥା – ‘ବାହାଘର ବେଳେ ବାଇଗଣ ରୁଆ’ । କାରଣ କାମ ସମୟରେ ଯଦି ଜଣେ ପାଗଭିଡ଼େ, ତେଣେ କଚେରୀ ବରଖାସ୍ତ ହୋଇଯିବ । ସେଥ‌ିପାଇଁ ପୂର୍ବରୁ ପ୍ରସ୍ତୁତି ଦରକାର । ସେପରି କଲେ ପରୀକ୍ଷା ଲାଗି ଆଉ ଭୟ ନଥ‌ିବ । ମାତ୍ର ପରୀକ୍ଷାର ଅଳ୍ପଦିନ ପୂର୍ବରୁ ପରୀକ୍ଷାପାଇଁ ପ୍ରସ୍ତୁତ ହେଉଥ‌ିବା ପରୀକ୍ଷାର୍ଥୀ କହେ ପରୀକ୍ଷାରେ ପାସ୍‌ କରିବା ‘କାଠିକର ପାଠ’।

ଗଳ୍ପ –
(ଏକ ବିଶେଷ ଅନୁଭୂତିର ଗଳ୍ପ)
ସନିଆ ଓ ସୁନେଇ । ଦୁଇ ପରାଣୀ । ସ୍ଵାମୀ-ସ୍ତ୍ରୀ ଭାବରେ ଘର ସଂସାର କରିଛନ୍ତି । ବିଲବାଡ଼ିରେ ଖଟି ବଞ୍ଚିବାର ସର୍ବନିମ୍ନ ସମ୍ବଳ ସେମାନେ କୌଣସି ପ୍ରକାରେ ଯୋଗାଡ଼ କରନ୍ତି । ସେମାନଙ୍କ ଛୋଟ ପରିବାରର ଭାଗ୍ୟ ଓ ଭବିଷ୍ୟତ ହେଉଛନ୍ତି ଛୋଟ ଛୋଟ ପୁଅଝିଅ – ଧଡ଼ିଆ ଓ ସୁନା । ଅତି ଗେହ୍ଲାରେ ପୁଅଝିଅକୁ ସେମାନେ ପାଳିଥା’ନ୍ତି ।

ମହାବାତ୍ୟାର ସକାଳ ଓଳି । ୧୯୯୯ ମସିହାର’ ଅକ୍ଟୋବର ୨୯ ତାରିଖର ସକାଳୁ ସକାଳୁ ବର୍ଷା ପବନ ଲାଗିଛି ଯେ ଲାଗିଛି । ଟିକିଏ ଛାଡ଼ିବାକୁ ନାହିଁ । ବର୍ଷାର ବେଗକୁ ଦ୍ବିଗୁଣିତ କରୁଛି ପବନ । କ୍ରମଶଃ ପବନ ଅଧିକ ହେବାରୁ ଛୋଟିଆ ଚାଳଘରର ଛପର ଉଡ଼ିଗଲା । ଏଭଳି ପବନକୁ ସନିଆର ଚାଳଘର କେତେ ସମ୍ମୁଖୀନ ହୋଇଥା’ନ୍ତା । ଶେଷରେ ସମୁଦ୍ରର ଜୁଆରି ପାଣି ମାଡ଼ିଆସିଲା । ସନିଆ ପୁଅ ଧଡ଼ିଆକୁ ଏବଂ ଝିଅ ସୁନାକୁ କାଖରେ ଧରିଲା । ସନିଆ ପଛେ ପଛେ ସୁନେଇ ମଧ୍ୟ ଜୁଆର ସୁଅରେ ଭାସିଗଲେ । ନିଜକୁ ନିରାପଦ ସ୍ଥାନରେ ପହଞ୍ଚାଇବା କାଠିକର ପାଠ । କ’ଣ କରିବେ । ଶେଷରେ ସେମାନେ ଯାଇ ଲାଗିଲେ ଏକ ତେନ୍ତୁଳିଗଛର ଡାଳରେ । ପାଣି ସ୍ରୋତକୁ କାଟି ଅତିକଷ୍ଟରେ ସୁନେଇ ଗଛକୁ ଚଢ଼ିଗଲା । ମାତ୍ର ପିଲା ଦୁଇଟିଙ୍କୁ ଧରି ଗଛରେ ଚଢ଼ିବା ସନିଆ ପକ୍ଷରେ ଥୁଲା କାଠିକର ପାଠ । ଏହି ପରିସ୍ଥିତିରେ ସନିଆ ହାତରୁ ପୁଅ ଧଡ଼ିଆ ପାଣିସୁଅରେ ଭାସିଗଲା । ସେହି ପାଣିସୁଅରୁ ପୁଅକୁ ଫେରିପାଇବା ସମ୍ଭବ ନଥିଲା । ସନିଆ ଝିଅକୁ ନେଇ ଗଛଡାଳକୁ ଧରି ଉପରକୁ ଉଠିଗଲା । କ୍ରମେ ରାତି ହୋଇଗଲା ।

ସେହି ରାତି ଥୁଲା କାଳ ରାତି । କାଳ ରାତି ପାହିଲା । ସୁନେଇ ଦେଖିଛି ସନିଆ ହାତରୁ ପୁଅ ପାଣିରେ ଭାସି ଚାଲିଯିବା କଥା । ମାତ୍ର ନିରାପଦରେ ତଳକୁ ଆସିଲା ପରେ ସୁନେଇ ଫୁଲି ଫୁଲି କାନ୍ଦିଲା । ବିକଳ ହୋଇ ସନିଆକୁ ଦୋଷ ଦେଲା । ସନିଆ ନିଜେ ବଞ୍ଚିବ ବୋଲି ପୁଅକୁ ପାଣିକୁ ଠେଲିଦେଇଛି ବୋଲି ନିନ୍ଦାକଲା । ଶେଷରେ ମାନସିକ ଭାରସାମ୍ୟ ହରାଇ ପାଗଳୀ ହୋଇଗଲା ।

ପାଗଳୀ – ସୁନେଇକୁ ନେଇ ଘର ସଂସାର କରିବା ଏବଂ ତା’ମନକୁ ବୁଝାଇ ସ୍ବାଭାବିକ କରିବା ସନିଆପାଇଁ କାଠିକର ପାଠ ଥିଲା ।

CHSE Odisha Class 12 Odia Grammar ସର୍ଜନାତ୍ମକ ରଚନା

୧୭ । ଚାଲି ନଜାଣି ବାଟର ଦୋଷ / କାଟି ନଜାଣି କୁରାଢ଼ି ଦୋଷ | ନାଚି ନଜାଣି ଅଗଣା ଖରାପ

ବିଶେଷ ଅର୍ଥ –
ଉପରୋକ୍ତ ରୂଢ଼ିଗୁଡ଼ିକର ଅର୍ଥ ଏକପ୍ରକାର । କୌଣସି ଲୋକ ଠିକ୍‌ରୂପେ କର୍ମ କରୁନଥିଲେ ଅନ୍ୟକୁ ଦୋଷ ଦେଇ, ନିଜର ଅସାମର୍ଥ୍ୟକୁ ଲୁଚାଇବାକୁ ଚେଷ୍ଟାକରେ । ପ୍ରକୃତରେ ଯଦି ଲୋକଟି ଠିକ୍‌ରୂପେ କୌଣସି ରାସ୍ତାରେ ଚାଲିପାରୁ ନାହିଁ, ସେଥ‌ିପାଇଁ ସେ ନିଜର ଦୋଷକୁ ସ୍ବୀକାର କରେନା, ବରଂ କହେ, ବାଟ ଏପରି ହୋଇଥିବାରୁ ମୁଁ ଚାଲିପାରୁ ନାହିଁ । ମାତ୍ର ସେହି ବାଟଦେଇ ସମସ୍ତେ ଚାଲିଯାଉଛନ୍ତି, କାହାର କିଛି ଅସୁବିଧା ହେଉ ନାହିଁ । ସେହପରି କାଟି ନ ପାରୁଥ‌ିବା ବା ନାଚି ନ ଜାଣିଥୁବା ବ୍ୟକ୍ତି ଯଥାକ୍ରମେ କୁରାଢ଼ି ଦୋଷ ବା ଅଗଣା (ନାଚିବା ସ୍ଥାନ) ଖରାପ ବୋଲି କହିଥା’ନ୍ତି । ମାତ୍ର ସମାଜରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଦୋଷକୁ ସମୀକ୍ଷା ନକରି, ଅନ୍ୟକୁ ଦୋଷ ଦେଇ ନିଜର ନିପାରିଲାପଣିଆକୁ ଲୁଚାଇଥା’ନ୍ତି । ସେଭଳି କ୍ଷେତ୍ରରେ କୁହାଯାଏ, ‘ଚାଲି ନଜାଣି ବାଟର ଦୋଷ’ ।

ଗଳ୍ପ –
ରାଜୁବାବୁଙ୍କ ଏକମାତ୍ର ପୁତ୍ର ମଣ୍ଟୁ । ଭାରି ଗେହ୍ଲାରେ ବଢ଼ିଛି । ଜେଜେବାପା ଓ ଜେଜେମା’ଙ୍କର ଗୋଟିଏ ନାତି ହୋଇଥିବାରୁ ସେମାନେ ତାକୁ କିଛି କହନ୍ତି ନାହିଁ । କେବେ କେମିତି ଭଲ ମଣିଷ ହେବାକୁ ଉପଦେଶ ଦେଇଥା’ନ୍ତି । ବଂଶର ମର୍ଯ୍ୟାଦା ରଖିବାକୁ ପରାମର୍ଶ ଦେଇ କହିଥା’ନ୍ତି ।

ମଣ୍ଟୁ ସ୍କୁଲ ଯାଏ । ପାଠ ପଢ଼େ । ଯାହା ପାଠ ଦିଆଯାଇଥାଏ ତାହାକୁ ଅଭ୍ୟାସ କରେ । ମାତ୍ର ପାଠରେ କେତେବେଳେ ନିଷ୍ଠା ନଥାଏ । ସେଥ‌ିପାଇଁ ସେ ଭଲ ପାଠ ପଢ଼ିଲେ ମଧ୍ୟ ଶ୍ରେଣୀରେ ପ୍ରଥମ କିମ୍ବା ଦ୍ୱିତୀୟ ହୋଇପାରେ ନାହିଁ । ମଣ୍ଡୁ ନିଜର ପାଠପଢ଼ାରେ ଅଧିକ ମନ ନଦେଇ ବରଂ ଶ୍ରେଣୀରେ ଥ‌ିବା ପିଲାମାନଙ୍କୁ ଦୋଷାରୋପ କରେ । ସ୍କୁଲର ଶିକ୍ଷକମାନଙ୍କ ପାଠପଢ଼ା ଠିକ୍ ନୁହେଁ ବୋଲି କହେ । ତେଣୁ ସ୍କୁଲ ବଦଳାଇ ଦେବାକୁ ବାପାଙ୍କ ପାଖରେ କହେ । ବାପା ଓ ଜେଜେମା’ ମଣ୍ଡୁର ଏଭଳି ସ୍ଵଭାବକୁ ଆଦୌ ପସନ୍ଦ କରନ୍ତି ନାହିଁ । ଦିନେ ସନ୍ଧ୍ୟାବେଳେ ଜେଜେମା’ ମଣ୍ଡୁକୁ ଅତି ଆଦରରେ ଡାକିଲେ । ପାଖରେ ବସିବାକୁ କହିଲେ । ମଣ୍ଟୁ ବସିଲା ।

ଥରେ ଗୋଟିଏ ବିଲୁଆ ଯାଉ ଯାଉ ବାଟରେ ଅଙ୍ଗୁର କୋଳି ବଗିଚାଟିଏ ଦେଖିଲା । ଅଙ୍ଗୁର କୋଳିଗୁଡ଼ିକ ପାଚି ପେନ୍ଥା ପେନ୍ଥା ହୋଇ ଓହଳିଥାଏ । ବିଲୁଆ ଅଙ୍ଗୁର କୋଳି ଖାଇବାପାଇଁ ବଗିଚାରେ ପଶିଲା । ଅଙ୍ଗୁରଗୁଡ଼ିକ ବାଡ଼ପୋତା ହୋଇ ଉପରେ ଝୁଲୁଥାଏ । ଅଙ୍ଗୁର ଖାଇବାପାଇଁ, ବିଲୁଆ ବହୁତ ଡେଇଁଲା । ଅଙ୍ଗୁରକୁ ଚାହିଁ ଉପରକୁ ଯେତେ ଡେଇଁଲେ ମଧ୍ୟ, ସେ ଅଙ୍ଗୁରକୁ ପାଇପାରିଲା ନାହିଁ । ନାଚି ନାଚି ବିଲୁଆଟି ଥକିପଡ଼ିଲା । ଏ ଅଙ୍ଗୁରଗୁଡ଼ିକ ଖଟା, ମୁଁ ଏହାକୁ ଖାଇବି ନାହିଁ କହି ସେ ଚାଲିଗଲା । ପ୍ରକୃତରେ ଅଙ୍ଗୁର ଖଟା ନଥିଲା । ଯେହେତୁ ବିଲୁଆ ଖାଇପାରିଲା ନାହିଁ, ସେଥ‌ିପାଇଁ ମିଠା ଅଙ୍ଗୁରକୁ ଖଟା କହି ଚାଲି ଯାଇଥିଲା । ଜେଜେମା’ ମଣ୍ଡୁକୁ ବୁଝାଇ କହିଲେ ଯେଉଁମାନେ କାମକୁ ପାରନ୍ତି ନାହିଁ, ସେମାନେ ଅନ୍ୟକୁ ଦୋଷ ଦେଇ ନିଜ ଦୋଷକୁ ଲୁଚାଇଥା’ନ୍ତି ।

ମଣ୍ଟୁ ଜାଣିଲା ଜେଜେମା’ ତା’ ଉଦ୍ଦେଶ୍ୟରେ ଏଭଳି କଥା କହିଛନ୍ତି । ସେ ସ୍କୁଲକୁ ଦୋଷ ଦେଉଥ‌ିବାରୁ, ସେ ତାହାକୁ ବୁଝାଇଛନ୍ତି । ମଣ୍ଟୁ ସେହିଦିନଠାରୁ କାହାକୁ କିଛି ନକହି ମନଦେଇ ପାଠ ପଢ଼ିଲା ଏବଂ ଶ୍ରେଣୀରେ ପ୍ରଥମ ହେଲା ।

୧୮। ଅରକ୍ଷିତକୁ ଦଇବ ସାହା

ବିଶେଷ ଅର୍ଥ –
ଅନେକ ସମୟରେ ଦେଖାଯାଏ, ଅତି ଗରିବ, ଧନହୀନ ଲୋକମାନେ ଅଯାଚିତଭାବେ ସାହାଯ୍ୟ ପରେ ବିପଦ ପରିସ୍ଥିତିରୁ ଉଦ୍ଧାର ପାଇଥା’ନ୍ତି । ସେଭଳି ପରିସ୍ଥିତିକୁ କୁହାଯାଏ, ଅରକ୍ଷିତକୁ ଦଇବ ସାହା । କାରଣ ପୁରାଣଶାସ୍ତ୍ରଠାରୁ ଆରମ୍ଭ କରି ଦେଖିଲେ ଜଣାଯାଏ ଯେ, ଯେଉଁମାନେ ଗରିବ, ନମ୍ର, ଈଶ୍ବରବିଶ୍ଵାସୀ, ସମର୍ପଣ ଭାବଧାରାର ସେମାନେ ଈଶ୍ଵରଙ୍କର କୃପା ଲାଭ କରିଥା’ନ୍ତି । ଈଶ୍ଵରକୃପା ଲାଭ କରିବାପାଇଁ ଧନ, ପଦପଦବୀ ଓ ଲୌକିକ ମାନସମ୍ମାନର କୌଣସି ଆବଶ୍ୟକତା ନଥାଏ ।

ଗଳ୍ପ –
ଗାଁର ଶେଷ ମୁଣ୍ଡରେ ରହୁଥାଏ ବିଧବା ଅସହାୟା ସ୍ତ୍ରୀ ଲୋକଟିଏ । ତା’ର ଏକମାତ୍ର ପୁଅ ବ୍ୟତୀତ ଆଉ କେହି ନିଜର ବୋଲି ନଥା’ନ୍ତି । ପୁଅଟିର ପାଠପଢ଼ା ବୟସ ହେବାରୁ, ମା’ଟି ପୁଅକୁ ପାଠ ପଢ଼ିବାପାଇଁ ସ୍କୁଲରେ ନାଁ ଲେଖାଇଦେଲେ । ସ୍କୁଲକୁ ଯିବାପାଇଁ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼ିଥାଏ । କାରଣ ସ୍କୁଲଟି ଥିଲା ଜଙ୍ଗଲର ଆରପଟରେ ।

ପିଲାଟି ସ୍କୁଲକୁ ଯାଏ । ମାତ୍ର ଜଙ୍ଗଲିଆ ରାସ୍ତାରେ ତାହାକୁ ଭାରି ଡର ଲାଗେ । ସେ ଡରି ଡରି ସ୍କୁଲ ଯାଏ । ଫେରିବାବେଳକୁ ଅନ୍ଧାରିଆ ହୋଇଗଲେ, ସେହି ବାଟରେ ଆସିବାକୁ ତା’ର ଇଚ୍ଛା ନ ଥିଲେ ବି ସେ ପାଠ ପଢ଼ିବାକୁ ହେଲେ କଷ୍ଟ କରିବାକୁ ହେବ ସେଥ୍ପାଇଁ ସେପରି କରିବାକୁ ବାଧ୍ୟ ହୁଏ ।

ଦିନେ ପିଲାଟି ମା’କୁ କହିଲା, ମା’, ମୋତେ ଜଙ୍ଗଲ ରାସ୍ତାରେ ଫେରିବାପାଇଁ ଭାରି ଡର ଲାଗୁଛି । ମୁଁ ଆଉ ଏକୁଟିଆ ଯାଇପାରିବି ନାହିଁ । ମା’ ଥୁଲା ଧର୍ମପରାୟଣା ଓ ଈଶ୍ବରବିଶ୍ଵାସୀ । ସେ ପୁଅ ମନରେ ସାହସ ସୃଷ୍ଟି କରିବାପାଇଁ କହିଲା, ଜଙ୍ଗଲ ରାସ୍ତାରେ ଗଲାବେଳେ ତୋ ବଡ଼ଭାଇ ଗୋପାଳକୁ ଡାକିବୁ । ସେ ତୋତେ ଜଙ୍ଗଲ ରାସ୍ତାରେ ଯିବାପାଇଁ ସାହାଯ୍ୟ କରିବ । ତୋତେ ଆଉ ଡର ଲାଗିବ ନାହିଁ ।

ପରଦିନ ପିଲାଟି ସ୍କୁଲକୁ ଗଲାବେଳେ, ହଠାତ୍ ମେଘ ଘୋଟିଆସିଲା । ରାସ୍ତା ଅନ୍ଧାରୁଆ ଦେଖାଗଲା । ପିଲାଟିକୁ ଡର ଲାଗିଲା । ସେ ମା’ କଥାକୁ ମନେପକାଇ, ତା’ର ଗୋପାଳ ଭାଇକୁ ଡାକ ଦେଲା । ଦେଖିଲା ବୁଦା ଉହାଡ଼ରୁ ଏକ ସୁସ୍ଥ ସୁନ୍ଦର କିଶୋରଟିଏ ଆସିଲା । ପିଲାଟିକୁ ପରିଚିତ ଢଙ୍ଗରେ କହିଲା, ମୁଁ ତୋତେ ଜଙ୍ଗଲ ରାସ୍ତା ପାର କରିଦେବି । ତୋତେ ଡର ଲାଗିବ ନାହିଁ । ପିଲାଟି ଘରକୁ ଫେରି ମା’କୁ ସବୁ କହିଲା । ମା’ ଭକ୍ତିରେ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି କହିଲା, ‘ଅରକ୍ଷିତକୁ ଦଇବ ସାହା’ ।

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (ଖ) ପଦ୍ୟାଂଶ

Odisha State Board CHSE Odisha Class 12 Odia Solutions Grammar ଅବବୋଧ ପରୀକ୍ଷଣ – (ଖ) ପଦ୍ୟାଂଶ Exercise Questions and Answers.

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (ଖ) ପଦ୍ୟାଂଶ

କବିତାଂଶ – ୧

୧। କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥିବା ପ୍ରଶ୍ନବଳୀର ଉତ୍ତର ଦିଅ ।
CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ କ ଗଦ୍ୟାଂଶ 1
ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ଭବରଙ୍ଗ ଭୂମିରେ କ’ଣ ହୋଇଥାଏ ?
୨। ଐର ନରପତିଙ୍କ ସମ୍ପର୍କରେ କ’ଣ କୁହାଯାଇଛି ?
୩ । ଉତ୍କଳଗୌରବ ରବି ବୋଲି କାହାକୁ କୁହାଯାଇଛି ?
୪ । ରାଜାମାନଙ୍କ ଜୀର୍ଣ୍ଣ ପ୍ରାସାଦ ଏବେ କେଉଁ ଅବସ୍ଥାରେ ଅଛି ?
୫ । ପ୍ରାଚୀନ ପ୍ରାସାଦମାନଙ୍କରେ ଅନ୍ଧାରରେ ଚମଚଟାମାନେ କ’ଣ କରୁଥିଲେ ?

ସମ୍ଭାବ୍ୟ ଉତ୍ତର :
୧। ଭବରଙ୍ଗ ଭୂମିରେ କେହି ଚିରକାଳ ରହିନଥା’ନ୍ତି । ସମସ୍ତେ ନିଜ ନିଜ ଅଭିନୟ ସାରି ସମୟାନୁସାରେ ବାହୁଡ଼ି ଯାଆନ୍ତି ।
୨। ଅନନ୍ତ କୀର୍ତ୍ତିମାନ ଐର ନରପତି ଖାରବେଳ ମଧ୍ଯ କାଳ ତୁଣ୍ଡରେ କବଳିତ ହେଲେ ।
୩ । ନରପତି ଇନ୍ଦ୍ରଦ୍ୟୁମ୍ନଙ୍କୁ ଉତ୍କଳ ଗୌରବ ରବି ବୋଲି କୁହାଯାଇଛି ।
୪। ରାଜାମାନଙ୍କ ଜୀର୍ଣ୍ଣସୌଧ ଏବେ ବାଘ ଭାଲୁଙ୍କ ବସାରେ ପରିଣତ ହୋଇଛି ।
୫। ପ୍ରାଚୀନ ପ୍ରାସାଦମାନଙ୍କରେ ଚମଚଟାମାନେ ଅନ୍ଧାରର ମଞ୍ଜି ବୁଣୁଥିଲେ ବୋଲି କବି କହିଛନ୍ତି ।

କବିତାଂଶ – ୨

୨। କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥ‌ିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ଦେଖୁଲି ସଂସାରେ ବସିଛି ହାଟ,
ଲୋକ ଗହଳିରେ ନ ମିଳେ ବାଟ ।
ଦୋକାନ ପଶରା ଧାଡ଼ିକି ଧାଡ଼ି
ବାଟ ଦୁଇ ପାଶ ବସଛି ମାଡ଼ି ।
ଭୁଲାଇବା ପାଇଁ ଗହକି ମନ,
ହାଟୁଆଙ୍କ ଦେଖ କେଡ଼େ ଯତନ ।
ହାଟୁଆ ବାଟୁଆ ଅଛନ୍ତି ଧାଇଁ, ହାଟେ କିଣାବିକା କରିବା ପାଇଁ ।
X X X X
ବୁଲିବୁଲି ହାଟେ ମୁଁ କ୍ରମେ କ୍ରମେ
ଗୋଟାଏ ଦୋକାନ ଗଲି ପ୍ରଥମେ ।
ଏହି ଦୋକାନଟା ଭାରି ଗହଳ,
ଧାଇଁଛନ୍ତି ଲୋକ ଦଳକୁ ଦଳ ।
ହାତେ ବିଶାକାଠି ଦୋକାନୀ ଧରି,
ବସିଛନ୍ତି ଯମରାଜାଙ୍କ ପରି ।
ଦୋକାନରେ ମାଲ ନ୍ୟାୟବିଚାର,
କିଣେ ସେ କପାଳ ଫାଟେ ଯାହାର ।

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ସଂସାର ମଧ୍ଯରେ ବସିଥିବା ହାଟକୁ କବି କିପରି ଦେଖୁଛନ୍ତି ?
୨। ଗହକିଙ୍କ ମନ ଭୁଲାଇବାପାଇଁ ହାଟୁଆମାନେ କ’ଣ କରିଛନ୍ତି ?
୩ । ଲୋକେ ଦଳକୁ ଦଳ କେଉଁଠିକି ଧାଇଁଛନ୍ତି ବୋଲି କବି କହିଛନ୍ତି ?
୪। ବିଶାକାଠି ହାତରେ ଧରି ଦୋକାନୀ କେଉଁପରି ବସିଛନ୍ତି ?
୫। ପ୍ରଥମ ଦୋକାନରେ କେଉଁ ମାଲ ମିଳେ ବୋଲି କୁହାଯାଇଛି ?

ସମ୍ଭାବ୍ୟ ଉତ୍ତର :
୧। ସଂସାର ମଧ୍ଯରେ ବସିଥିବା ହାଟରେ ଲୋକଗହଳିରେ ବାଟ ମିଳୁ ନ ଥ‌ିବା କବି ଦେଖୁଛନ୍ତି ।
୨। ଗହକିଙ୍କ ମନ ନେବାପାଇଁ ହାଟୁଆମାନେ କେତେପ୍ରକାର ଯତ୍ନ କରିଛନ୍ତି ।
୩ । ଲୋକେ ଦଳକୁ ଦଳ ହାଟରେ ପ୍ରଥମ ଦୋକାନକୁ ନ୍ୟାୟବିଚାର କିଣିବା ପାଇଁ ଧାଇଁଛନ୍ତି ।
୪। ବିଶାକାଠି ହାତରେ ଧରି ଦୋକାନୀ ଯମରାଜାଙ୍କ ପରି ବସିଛନ୍ତି ।
୫। ପ୍ରଥମ ଦୋପାନରେ ନ୍ୟାୟବିଚାର ମାଲ ମିଳେ ବୋଲି କୁହାଯାଇଛି ।

କବିତାଂଶ – ୩

୩। କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥ‌ିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ଡାଆଣ୍ଟିଆ ଖରା ପଡ଼ିଛି ବେଳ ଯାଉଛି ବୁଡ଼ି,
କି ସୁନ୍ଦର ପାରା ଯୋଡ଼ିକ ଯାଉଅଛନ୍ତି ଉଡ଼ି ।
ଆସ ଆସ ପାରା ଯୋଡ଼ିକ ମୋର ପିଣ୍ଡାରେ ବସ,
ଖାଇବାକୁ ଦେବି ତୁମ୍ଭଙ୍କୁ ମୁହଁ ନଡ଼ିଆ-ରସ ।
ପିଇବାକୁ ଦେବି ତୁମ୍ଭକୁ ପଦ୍ମ-ପୋଖରୀ-ପାଣି,
ଶୋଇବାକୁ ଦେବି ଖଟୁଲି ମାଳୀଘରୁ ମୁଁ ଆଣି ।
ମାଳୀଘର ଖଟୁଲିରେ ଯେ ବାଉଁଶର ପାତିଆ,
ମାଆ-ଝୁଅଙ୍କର ଗୋଡ଼ରେ ରତନର ଝୁଣ୍ଟିଆ।
ଶାରୀ ପଚାରିଲା ଶୁଆରେ କେଉଁ ଦାଣ୍ଡରେ ଯିବା,
ଶୁଆ ବୋଲେ ଶାରୀ ଚାଲଗୋ ବଡ଼ଦାଣ୍ଡରେ ଯିବା ।
ବଡ଼ଦାଣ୍ଡେ ଦାଣ୍ଡେ ଯାଆନ୍ତେ ପାଉଁ ଗୋବର ଲଣ୍ଡି
ଲିପି ପୋଛି ଦେଇ ଯାଅ ମା’ ପୂଜି ମଙ୍ଗଳଚଣ୍ଡୀ ।

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧ । ପାରା ଯୋଡ଼ିକୁ କ’ଣ ଖାଇବାକୁ ଓ ପିଇବାକୁ ଦେବାକୁ କବି କହିଛନ୍ତି ?
୨। ମାଳୀଘର ଖଟୁଲି କେଉଁଥୁରେ ତିଆରି ?
୩ । ପାରା ଯୋଡ଼ିକ କେଉଁ ସମୟରେ ଉଡ଼ିଯାଉଥିଲେ ?
୪। କେଉଁ ଦାଣ୍ଡରେ ଯିବାପାଇଁ ଶୁଆ ଶାରୀକୁ କହିଛି ?
୫। ଗୋବର ଲଣ୍ଡିକୁ କ’ଣ କରିବାପାଇଁ କବି କହିଛନ୍ତି ?

ସମ୍ଭାବ୍ୟ ଉତ୍ତର :
୧। ପାରା ଯୋଡ଼ିକୁ ନଡ଼ିଆ ରସ ଖାଇବାକୁ ଓ ପଦ୍ମ ପୋଖରୀ ପାଣି ପିଇବାକୁ ଦେବାକୁ କବି କହିଛନ୍ତି ।
୨। ମାଳୀଘର ଖଟୁଲି ବାଉଁଶ ପାତିଆରେ ତିଆରି ।
୩ । ପାରା ଯୋଡ଼ିକ ବେକ ବୁଡ଼ି ଯାଉଥିବା ସମୟରେ ଉଡ଼ିଯାଉଥ୍ନଲୋ
୪। ବଡ଼ଦାଣ୍ଡରେ ଯିବାପାଇଁ ଶୁଆ ଶାରୀକୁ କହିଛି ।
୫। ଗୋବର ଲଣ୍ଡିକୁ ନେଇ ଲିପାପୋଛା କରି ମଙ୍ଗଳା ପୂଜିବାକୁ କବି କହିଛନ୍ତି ।

କବିତାଂଶ – ୪

୪। କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ନୀରବ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା,
ନୀରବେ ଆକାଶେ ଉଦେ ରବି ଶଶି ପରା,
ନୀରବ ନିଷ୍ଫଳ ବିଶ୍ଵ ନିରୂଢ଼ ମନ୍ତର ।
ସଦା କାଳ-ପାରାବାର-ଅନନ୍ତ ଗରଭେ
ମିଶଇ ସମୟ-ସ୍ରୋତ ସତତ ନୀରବେ,
ନୀରବେ ଜଗତ କରେ ନିଜ କକ୍ଷେ ଗତି
ନୀରବ ନିଷ୍ଫଳ ବିଶ୍ଵ ନିଗୂଢ଼ ଶକତି ।
ନୀରବେ ସରସୀ ବକ୍ଷେ ହସେ ଶତଦଳ
ନୀରବେ ନିରାଶ ହୃଦେ ବହେ ଦୀର୍ଘଶ୍ଵାସ
ସୁଖେ ଦୁଃଖେ ପରାଣର ନୀରବ ଆଶ୍ଵାସ ।

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ନୀରବରେ କିଏ ବଢ଼ିଥାଏ ?
୨। ନୀରବରେ କିଏ ବଢ଼ିଥାଏ ?
୩। କାଳ ପାରାବାର ସଂପର୍କରେ କ’ଣ କୁହ।ଯାଇଛା ?
୪। ନୀରବରେ ପ୍ରେମିକର ନେତ୍ର ଓ ସରସୀର ବକ୍ଷରେ କ’ଣ ଘଟିଥାଏ ?
୫। ନିରାଶ ହୃଦୟରେ ନୀରବରେ କ’ଣ ଘଟିଥାଏ ?

ସମ୍ଭାବ୍ୟ ଉତ୍ତର :
୧। ନୀରବରେ ଦିବ୍ୟ ଜ୍ୟୋତିଧାରା ପ୍ରସାରିତ ହୋଇଥାଏ ।
୨। ନୀରବରେ ତରୁଲତା ମହୀଧର ବଢ଼ିଥାଏ ।
୩ । ନୀରବରେ ସମୟ ସ୍ରୋତ ସର୍ବଦା କାଳ-ପାରାବାରର ଅନନ୍ତ ଗର୍ଭରେ ମିଶିଥାଏ ।
୪। ନୀରବରେ ପ୍ରେମିକର ନେତ୍ର ଅଶ୍ରୁ ଢଳଢ଼ଳ ହୋଇଥାଏ ଓ ସରସୀର ବକ୍ଷରେ ଶତଦଳ ହସୁଥାଏ ।
୫। ନିରାଶ ହୃଦୟରେ ନୀରବରେ ଦୀର୍ଘଶ୍ବାସ ବହିଥାଏ ।

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶଛ

କବିତାଂଶ – ୫

୫। କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ଧର୍ମ ରଖୁଛି ଧରି ଜଗତକୁ ଶୁଣିଲି ବ୍ୟାଖ୍ୟା ବହୁ
ଖୋଜିଲି ଶାସ୍ତ୍ର ଚାଖୁବାକୁ ଏତେ ଧର୍ମ-ମଧୁର ମହୁ ।
ଜଡ଼ ଅକ୍ଷରେ ଭିତରେ ଜଡ଼ିତ ଆଚାର ନିୟମ ଥୋଡ଼ା
ନ ପାଇଲି ଖୋଜି, ଅଛି ଅବା ତହିଁ ଆଉ କେଉଁ ହାତୀଘୋଡ଼ା ।
ନଗରେ ନଗରେ ପଥେ ଜନପଦେ ଧର୍ମ ଦେଖିବା ପାଇଁ
ହାତ ବଢ଼ାଇଲି ଧରିବି ବୋଲି ମୁଁ ପୁଛିଲି କେତେ କାହିଁ ।
ଦେଉଳେ ଦେଖିଲି ଧର୍ମ ଯା ଅଛି, ଗୀର୍ଜାରେ ସେ ତ ଆନ
କିଏ ଅବା ଛେଳି, କଏ ପୁଣି ଗୋରୁ କାଟିବା ପାଇଁ କି ଥାନ ।
କିଛି ନ କାଟିବା ପାଇଁ ଯେଉଁଠାରେ କହିଲେ ଧର୍ମଗୁରୁ
ଲକ୍ଷ୍ୟ ସେଠାରେ ମଣିଷର ବେକ ମଣିଷର ପାଦଊରୁ ।

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। କେଉଁ ବିଷୟରେ ଥିବା ବ୍ୟାଖ୍ୟାକୁ କବି ଶୁଣିଛନ୍ତି ?
୨। ଶାସ୍ତ୍ର ଭିତରେ କବି କ’ଣ ଦେଖୁଛନ୍ତି ?
୩ । କବି କେଉଁଠାରେ ଧର୍ମ ଦେଖିବାପାଇଁ ହାତ ବଢ଼ାଇଛନ୍ତି ?
୪। ଦେଉଳରେ ଓ ଗୀର୍ଜାରେ କବି କେଉଁ ଧର୍ମ ଦେଖୁଛନ୍ତି ?
୫। ଧର୍ମଗୁରୁ କେଉଁ କଥା କହିଛନ୍ତି ଓ ସେଠାରେ ଲକ୍ଷ୍ୟ କ’ଣ ଅଛି ?

ସମ୍ଭାବ୍ୟ ଉତ୍ତର :
୧। ଧର୍ମ ଜଗତକୁ ଧରି ରଖୁଛି – ଏହି ବିଷୟରେ ଥିବା ବ୍ୟାଖ୍ୟା କବି ଶୁଣିଛନ୍ତି ।
୨। ଶାସ୍ତ୍ର ଭିତରେ ଜଡ଼ ଅକ୍ଷରରେ କିଛି ନିୟମ କାନୁନ୍ ଲେଖାହୋଇଥବା କବି ଦେଖୁଛନ୍ତି ।
୩ । ନଗର, ରାସ୍ତା ଓ ଜନପଦମାନଙ୍କର ଧର୍ମ ଦେଖୁପାଇଁ କବି ହାତ ବଢ଼ାଇଛନ୍ତି ।
୪ । ଦେଉଳ ଓ ଗୀର୍ଜାରେ କବି ଅଲଗା ଅଲଗା ପ୍ରକାର ଧର୍ମ ଦେଖୁଛନ୍ତି ।
୫। ମଣିଷର ବେକ ଅର୍ଥାତ୍ ମୁଣ୍ଡପାତି ସହିନେବା ଏବଂ ପାଦଊରୁ ଅର୍ଥାତ୍ ଧର୍ମର ସୀମାକୁ ନ ଡେଇଁବା ଲକ୍ଷ୍ୟ ରଖାଯାଇଛି; ଯାହାକୁ କି ଧର୍ମଗୁରୁ କହିଛନ୍ତି।

କବିତାଂଶ – ୬

୬ । କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥ‌ିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ଶିଳଗୃହ-ଅନ୍ଧକାରବାସୀ ମୁଁ, ଜନନୀ !
ଉତ୍କଳ, ନ ଥୁଲି ଜାଣି, ଅଛି ଲୋ ତୋ ପୁରେ
ଏମନ୍ତ ରୂପର ଲୀଳା; ନ ବାହୁଁ ତରଣୀ
ଆଜି ଏ ଜ୍ୟୋତ୍ସ୍ନାରେ ନୀଳ ମହାନଦୀ ପୂରେ ।
ଆହ କି ବିପୁଳ ଶୋଭା ଭାସେ ଆଖୁ ଆଗେ,
କେମନ୍ତେ ବର୍ଣ୍ଣିବି ମୋର ମୁଗ୍‌ଧ ଅନୁଭବ,
ଚକ୍ଷୁ ମୋର ଅନ୍ଧ ହୁଏ ଜ୍ୟୋଛନା-ପରାଗେ,
ବାଣୀ ମୋର ନାହିଁ ଫୁଟେ ମାନି ପରାଭବ ।
ଧବଳ ଉତ୍ତରୀ ସମ ରଜନୀ-ବଧୂର,
ଜ୍ୟୋଛନା ବ୍ୟାପିଛି ଦୂର ଦିଗଚକ୍ର ଲାଗି,
ତଳେ ତା’ର ଏ ଧରଣୀ, ପ୍ରକୃତି-ମଧୁର
ହୋଇଛି ମଧୁରତର ତା’ ପରଶେ ଜାଗି ।
ଅ।କ।ଶର ଖଣ୍ତ ସମ ମହନଦୀ ବାରି
ଚନ୍ଦ୍ରିକା ଚୁମ୍ବନ ପାଇ ଧବଳ ଚପଳ,
ତରଳ ମୁକୁର ଅବା ଦେଇଛି କେ ପାରି,
ଦେଖିବେ ବଦନ ନଭୁ-ସୀମନ୍ତିନୀଦଳ ।

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ଉତ୍କଳର କେଉଁ କଥା କବି ଜାଣି ନ ଥିଲେ ବୋଲି କହିଛନ୍ତି ?
୨। କବିଙ୍କର ଚକ୍ଷୁ କେଉଁ କଥାରେ ଅନ୍ଧ ହୋଇଛି ?
୩। ଦୂର ଦିଗଚକ୍ରକୁ ଲାଗି କ’ଣ ବ୍ୟାପି ରହିଛି ?
୪। ପ୍ରକୃତି କିପରି ମଧୁରତର ମନେ ହୋଇଛି ?
୫। ନଭଃ ସୀମନ୍ତିନୀଦଳ କେଉଁଥିରେ ମୁଖମଣ୍ଡଳ ଦେଖୁବେ ବୋଲି କୁହାଯାଇଛି ?

ସମ୍ଭାବ୍ୟ ଉତ୍ତର :
୧। ଉତ୍କଳପୁରରେ ରହିଥ‌ିବା ଏପରି ଅପୂର୍ବ ରୂପର ଲୀଳାଥୁବା କଥା କବି ଜାଣି ନ ଥିଲେ ବୋଲି କହିଛନ୍ତି ।
୨। କବିଙ୍କର ଚକ୍ଷୁ ଜ୍ୟୋତ୍ସ୍ନାର ଉଜ୍ଜ୍ବଳ ପ୍ରଭାରେ ଅନ୍ଧ ହୋଇଛି ।
୩ । ଦୂର ଦିଗଚକ୍ରକୁ ଲାଗି ଜ୍ୟୋଛନା ବା ଚନ୍ଦ୍ରକିରଣ ବ୍ୟାପି ରହିଛି ।
୪। ଜ୍ୟୋତ୍ସ୍ନାର ସ୍ପର୍ଶ ପାଇ ମଧୁର ପ୍ରକୃତି ମଧୁରତର ହୋଇଛି ।
୫। ଚନ୍ଦ୍ରିକାର ସ୍ପର୍ଶ ପାଇ ମହାନଦୀ ବାରି ତରଳ ମୁକୁର ପରି ହୋଇଥିବାରୁ ସେଥ‌ିରେ ନଭ ସୀମନ୍ତିନୀଦଳ ମୁଖମଣ୍ଡଳ ଦେଖୁବେ ବୋଲି କୁହାଯାଇଛି ।

କବିତାଂଶ – ୭

୭ । କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥ‌ିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ପୁସ୍ତକ ଡାକି କହେ – ହେ ପାଠକ, ଗ୍ରାହକ ମୋର !
ଭିତର ଖୋଲ
ଲେଖନୀ ମୁନର କର କି ମୂଲ !
ପଇସା ଦେଲ !
ଣସ୍ତା ଅଜି ଏ ଛାପାଖାନା ତଳେ ବେପାର ଚାଲେ
ଦୋକାନ ତଳେ,
ଭାଷା ତୁଲେ ନାହିଁ ଛନ୍ଦ ମିଳେ,
ଭାବନା ଭୁଲେ !!
ରଙ୍ଗୀନ୍ ଛବି କାଗଜ ମେଲି
ଦେଖୁଛ ବୋଲି ?
ଭୂଷଣ-ପ୍ରଧାନ ବେଶ ପରିଧାନ ସନ୍ଥଜନ
ଯାହାରେ ମଣ,
ଭିତରୁ କି ତା’ର ବଚନ ଶୁଣ
ଉଖାରି ଗୁଣ ?
ପରିଧାନ ତଳେ ଚୋର ତସ୍କର ବିଷମ ଅତି
ଓଲଗା ରାତି
ବାହାର ଦିବସ ଭିତର ରାତି
ନକଲି ଯତି !

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ପୁସ୍ତକ କ’ଣ ଡାକି କହିଥାଏ ?
୨। ଭାଷା ତୁଳନାରେ କେଉଁ କଥା ମିଳୁନାହିଁ ବୋଲି କବି କହିଛନ୍ତି ?
୩ । ସଭ୍ୟତା ଆଜି କିପରି ଚାଲିଛି ?
୪। ସନ୍ଥଜନ ବିଷୟରେ କବି କେଉଁ ମତ ଦେଇଛନ୍ତି ?
୫। ନକଲି-ଯତି କହିଲେ କ’ଣ ବୁଝ ?

ସମ୍ଭାବ୍ୟ ଉତ୍ତର :
୧। ପୁସ୍ତକ ପାଠକଙ୍କୁ ଡାକି ଲେଖନୀ ମୁନର ମୂଲ୍ୟାୟନ କରିବାକୁ କହିଥାଏ ।
୨। ଭାଷା ତୁଳନାରେ ଛନ୍ଦ ମିଳୁନାହିଁ ବୋଲି କବି କହିଛନ୍ତି ।
୩ । ସଭ୍ୟତା ଆଜି ମଲାଟ ଉପରେ ଚାଲିଛି।
୪। ସନ୍ତଜନମାନେ ବେଶ ଓ ଭୂଷଣ ଉପରେ ପ୍ରାଧାନ୍ୟ ଦେଉଛନ୍ତି, ମାତ୍ର ସେମାନଙ୍କର ଦିବ୍ୟ ବଚନ ନାହିଁ ।
୫। ଯତି ଭଳି ପରିଧାନ ପିନ୍ଧି, ଚୋର ତସ୍କର ଭଳି ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ନକଲି-ଯତି ବୋଲି କୁହାଯାଇଛି ।

କବିତାଂଶ – ୮

୮। କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥ‌ିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ଭଗବାନ ଅଛ କାହିଁ
ଆକାଶ ପବନ ଗର୍ଜି ମୋ କାନେ
କହିଯାଏ ନାହିଁ ନାହିଁ ।
ଯହିଁ ମୁଁ ଫେରାଏ ଆଜି ବେନି ଆଖ୍
ତହିଁ ଦେଖେ ଖାଲି ଦୀନ, ନିରିମାଖୁ,
ଅନ୍ନ ବିହୁନେ ମଣିଷ ଆତ୍ମା
କରିଅଛି ହାଇ, ହାଇ ।
ଭଗବାନ ଅଛ କାହିଁ ?
ଚାରିଆଡ଼େ ଦେଖେ ଧନାର ଶୋଷଣ
ଧର୍ମ ନାଆଁରେ ଯାବତ କଷଣ
‘ବହୁ’ର ଲହୁତ ଶୋଷିନିଏ ଏକ
ମୁଖେ ହରିନାମ ଗାଇ ।
ଭଗବାନ ଅଛ କାହିଁ ?
ରାଜା ଦେବତାଠୁ ବଡ଼ ଶହେଗୁଣ,
ପୂରବ ଜନମୁ ଜାତ ଧନୀ ପୁଣ
ଧନାର ଶାସ୍ତ ଏହି କଥା କହି
(ଆମ) ମୁଡ଼ଟା ଦିଏ ଖାଇ ।
ଭଗବାନ ଅଛ କାହିଁ ?
ଧନୀର ଶୋଷଣ ନୁହଁଇ ଶୋଷଣ
ଦେବତା ଅଂଶୁ ତାର ଯେ ଜନମ,
ସବୁ ଅବତାର ଧନୀର ଦୁଲାଳ
ମାନିବାକୁ ହେବ ଭାଇ ।
ଭଗବାନ ଅଛ କାହିଁ ?

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ଆକାଶ ପବନ କବିଙ୍କ କାନରେ କେଉଁ କଥା କହିଛନ୍ତି ?
୨। ବେନି ଆଜ୍‌ରେ କବି କ’ଣ ଦେଖୁଛନ୍ତି ?
୩। ଚାରିଆଡ଼େ କବି କ’ଣ ଦେଖୁଛନ୍ତି ବୋଲି କହିଛନ୍ତି ?
୪। ଧନୀର ଶାସ୍ତ୍ରରେ କ’ଣ କୁହାଯାଇଛି ?
୫। ଧନୀର ଶୋଷଣ ବିଷୟରେ କ’ଣ କୁହାଯାଇଛି ?

ସମ୍ଭାବ୍ୟ ଉତ୍ତର :
୧। ଆକାଶ ପବନ କବିଙ୍କ କାନରେ, ଭଗବାନ୍ କେଉଁଠାରେ ଅଛନ୍ତି ବୋଲି କହିଛନ୍ତି ।
୨। ବେନି ଆଖୁରେ କବି ଦୀନ ନିରିମାଙ୍କୁ ଦେଖୁଛନ୍ତି, ଯେଉଁମାନେ ଅନ୍ନ ବିନା ଡହଳ ବିକଳ ହେଉଛନ୍ତି ।
୩। ଚାରିଆଡ଼େ କବି ଧନୀର ଶୋଷଣ ଦେଖୁଛନ୍ତି ବୋଲି କହିଛନ୍ତି ।
୪। ପୂର୍ବ ଜନ୍ମରେ ସୁକର୍ମ କରିଥିବାରୁ, ଏ ଜନ୍ମରେ ଧନୀ ହୋଇଛନ୍ତି ବୋଲି, ଧନୀମାନଙ୍କ ଶାସ୍ତ୍ରରେ କୁହାଯାଇଛି ।
୫। ଯେହେତୁ ଧନୀମାନେ ଦେବତା ଅଂଶରୁ ଜନ୍ମ ନେଇଛନ୍ତି, ସେଥ‌ିପାଇଁ ଧନୀର ଶୋଷଣ ଶୋଷଣ ନୁହେଁ ବୋଲି କୁହାଯାଇଛି ।

କବିତାଂଶ – ୯

୯ । କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥିବା ପ୍ରଶ୍ନବଳୀର ଉତ୍ତର ଦିଅ ।
CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ କ ଗଦ୍ୟାଂଶ 2
ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ସୁପ୍ତ ବନାନୀ ସମ୍ପର୍କରେ କ’ଣ କୁହାଯାଇଛି ?
୨। ଛନ୍ଦକ କିପରି ବୁଦ୍ଧଙ୍କ ଚରଣ ଧରି ଉଭା ହୋଇଥିଲା ବୋଲି କବି କହିଛନ୍ତି ?
୩ । ଛନ୍ଦକ ବୁଦ୍ଧଙ୍କୁ କ’ଣ କହିଛନ୍ତି ?
୪। କିଏ ବନ୍ଧୁର ପରିପଦରେ ଉଜାଣି ରଚନା କରେ ନାହିଁ ?
୫ । ବୁଦ୍ଧ ସ୍ମିତ ହସ ହସି କ’ଣ କହିଥିଲେ ?

ସମ୍ଭାବ୍ୟ ଉତ୍ତର :
୧। ସୁପ୍ତ ବନାନୀ ଶୀତଳ ସମୀରର ସ୍ପର୍ଶ ପାଇ ଧୀରେ କଡ଼ ଲେଉଟାଇଲା ଭଳି ମନେ ହୋଇଛି ।
୨। ଦୁର୍ମଦ ସ୍ରୋତ ସମ୍ମୁଖରେ ଏକ ପଥରବନ୍ଧ ପରି ଛନ୍ଦକ ବୁଦ୍ଧଙ୍କ ଚରଣ ଧରି ଉଭା ହୋଇଥିଲା ବୋଲି କବି କହିଛନ୍ତି ।
୩ । ରାତ୍ରିର ଘନ ଅନ୍ଧକାରରେ ଏକାକୀ ଏ ବିଶାଳ ରାଜ୍ୟ, ପ୍ରଜାପୁଞ୍ଜ ଓ ସ୍ବର୍ଣ୍ଣ ମୁକୁଟିକୁ ଛାଡ଼ି ଘୋର ଦୁର୍ଗମ ବଣ୍ଟନ ପଥରେ କାହିଁକି ଯାଉଛ ବୋଲି ଛନ୍ଦକ ବୁଦ୍ଧଙ୍କୁ କହିଛନ୍ତି ।
୪। ଅମ୍ବୁଧ କୋଳରେ ମିଶିବାକୁ ହିଲ୍ଲୋଳ ଭାବରେ ଧାଉଁଥୁବା ତଟିନୀ ବନ୍ଧୁର ଗିରିପଦରେ ଉଜାଣି ରଚନା କରେ ନାହିଁ ।
୫ । ବୁଦ୍ଧ ସ୍ମିତ ହସ ହସି କହିଲେ, ‘ସଂସାରକୁ ବାହୁଡ଼ିବା ଆଉ ସମ୍ଭବ ନୁହେଁ ଏବଂ ସେଭଳି କଥା ମତେ କୁହ ନାହିଁ’ ।

କବିତାଂଶ – ୧୦

୧୦ । କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ସବୁ ସୁନ୍ଦରିଆ ଜୀବଙ୍କ ଭିତରେ
ତୁ ନିଶ୍ଚୟ ଫାଷ୍ଟ୍ ।
ତୋତେ ଦେଖ‌ିଲେ ଲାଗେ
ହଳଦୀଗୁରୁଗୁରୁ ଗାଁ ବୋହୂଟିଏ
ଅବା ହଳଦୀ ମାଝୀ, କଜ୍ଵଳ ନାଇ
କଅଁଳ ଖରାରେ ଖେଳୁଥିବା କଅଁଳ ଛୁଆଟେ ।
ତୋ ରାବ କଅଁଳ ଛୁଆର କାନ୍ଦ
ନୂଆବୋହୂଟିର ଚୁପି ଚୁପି କଥା
ଥରେ ଶୁଣିଲେ ଆଉ କ’ଣ ରହିହୁଏ
କାମଦାମ ଛାଡ଼ି ତୋତେ ନ ଦେଖ‌ିବା ଯାଏ
ଏ ଜନ୍ମରେ ନହେଲେ ଅନ୍ତତଃ ଆରଜନ୍ମରେ ।
ତୋ ପରି ସୁନ୍ଦରିଆଟେ ହେଇ ମନ ଖୁସିରେ ଉଡ଼ିବୁଲନ୍ତି ।
ସୂର୍ଯ୍ୟକୁ ଆହୁରି ସୂର୍ଯ୍ୟକରି ଗଛର ଅନ୍ଧାର ଭିତରେ ଲୁଚିଯା’ନ୍ତି
ଛୁଆସବୁ ମୋତେ ଦେଖ୍ ଖୁସିହୁଅନ୍ତେ
ମୋ’ ପଛରେ ଧାଆନ୍ତେ
ଆଉ ମୋତେ ଖାଲି ଟିକେ ଦେଖିବାକୁ
କେହି ତ ଜଣେ ତା’ ବସିବା ଥାନରୁ ଉଠି ଆସନ୍ତା ।

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ହଳଦୀବସନ୍ତକୁ ଦେଖ‌ିଲେ କବିଙ୍କୁ କ’ଣ ଲାଗେ ?
୨। ହଳଦୀବସନ୍ତର କେଉଁ କଥା ଥରେ ଶୁଣିଲେ ଆଉ ରହିହୁଏ ନାହିଁ ?
୩ । କେବେ ହଳଦୀବସନ୍ତ ହେବାକୁ କବିଙ୍କର ମନ ହୋଇଛି ?
୪ । କ’ଣ କରି ଗଛର ଅନ୍ଧାର ଭିତରେ କବି ଲୁଚିଯିବାକୁ ଚାହିଁଛନ୍ତି ?
୫। କାହିଁକି ଜଣେ ତା ବସିବା ଥାନରୁ ଉଠିଆସନ୍ତା ବୋଲି କବି କହିଛନ୍ତି ?

ସମ୍ଭାବ୍ୟ ଉତ୍ତର :
୧ । ହଳଦୀ ବସନ୍ତକୁ ଦେଖ‌ିଲେ କବିଙ୍କୁ ହଳଦୀ ଗୁରୁଗୁରୁ ଗାଁ ବୋହୂଟିଏ ଅଥବା ହଳଦୀମାଖୁ କଜ୍ଜଳ ପିନ୍ଧି କଅଁଳ ଖରାରେ ଖୋଳୁଥିବା କଅଁଳ ଝୁଆଟେ ପରି ଲାଗେ ।
୨। ହଳଦୀବସନ୍ତର କଅଁଳାଛୁଆର କାନ୍ଦ କିମ୍ବା ନୂଆବୋହୂର ଚୁପି ଚୁପି କଥା ଭଳି ରାବ ଥରେ ଶୁଣିଲେ ଆଉ ରହିହୁଏ ନାହିଁ ।
୩ । ଏ ଜନ୍ମରେ ସମ୍ଭବ ନହେଲେ ଅନ୍ତତଃ ଆରଜନ୍ମରେ ହଳଦୀବସନ୍ତ ହେବାକୁ କବିଙ୍କ ମନ ହୋଇଛି ।
୪। ସୂର୍ଯ୍ୟଙ୍କୁ ଆହୁରି ସୂର୍ଯ୍ୟ କରି ଗଛରଅନ୍ଧାର ଭିତରେ କି ଲୁଚିଯିବାକୁ ଚାହିଁଛନ୍ତି ।
୫। ସୂର୍ଯ୍ୟଙ୍କୁ ଆହୁରି ସୁର୍ଯ୍ୟକରି ଗଛର ଅନ୍ଧାର ଭିତରେ କବି ଲୁଚିଯିବାକୁ ଚାହିଁଛନ୍ତି ।
୬ | କବି କହିଛନ୍ତି, ସେ ଆରଜନ୍ମରେ ହଳଦୀବସନ୍ତ ହୋଇ ଖୁସିରେ ଉଡ଼ୁଥିଲାବେଳେ, ଛୁଆମାନେ ତାଙ୍କୁ ଦେଖ୍ ଖୁସିହୁଅନ୍ତେ ଓ ତାଙ୍କ ପଛରେ ଧାଆନ୍ତେ, ଆଉ ତାଙ୍କୁ ଦେଖିବାକୁ କେହି ଜଣେ ତା’ ବସିବା ସ୍ଥାନରୁ ଉଠିଆସନ୍ତା ।

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶଛ

ଅନୁଚ୍ଛେଦ ସମ୍ବଳିତ ପ୍ରଶ୍ନୋତ୍ତର

ଅନୁଚ୍ଛେଦ – ୧

ଦେଶ ଛାଡ଼ି ଜଣେ ଯଦି ବିଦେଶରେ କୋଡ଼ିଏ ବର୍ଷ ରହିଯାଏ ତେବେ ସେଇ ବିଦେଶଟା ତାଙ୍କର ଦ୍ବିତୀୟ ଘର ହୋଇଯାଏ । ସବୁ ଅପ୍ରୀତିକର ସ୍ମୃତିକୁ ଭୁଲିଯାଇ ମୋହନ ଦକ୍ଷିଣ ଆଫ୍ରିକାର ଗୋଟିଏ ସୁନ୍ଦର ଚିତ୍ର ହୃଦୟରେ ଧରି ଫେରିଛନ୍ତି । ତାଙ୍କର ବିଦାୟକାଳୀନ ସଭାରେ ଭାରତୀୟଙ୍କ ସହିତ ଅନେକ ଇଂରେଜ ଉପସ୍ଥିତ ଥିଲେ । ବିଦାୟ ସମ୍ବର୍ଦ୍ଧନାର ଉତ୍ତର ଦେଇ ଗାନ୍ଧିଜୀ କହିଥିଲେ, ‘ଯଦି ମାତୃଭୂମି ପରେ କେଉଁ ଦେଶ ମୋର ଅଧ‌ିକ ପ୍ରିୟ, ପବିତ୍ର ହୋଇଥାଏ ତେବେ ତାହା ହେଉଛି ଦକ୍ଷିଣ ଆଫ୍ରିକା । ମୁଁ ଦୁଃଖର ସହିତ ଏ ଦେଶ ଛାଡ଼ୁଛି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଓ ମୋ ଭିତରେ ଯେଉଁ ବ୍ୟବଧାନ ରହିବ ତାହା ବରଂ ମତେ ଏ ଦେଶ ଆଡ଼କୁ ଆକର୍ଷିତ କରିବ । ଦକ୍ଷିଣ ଆଫ୍ରିକାର କଲ୍ୟାଣ ଦେଖୁବାକୁ ମୁଁ ସର୍ବଦା ବ୍ୟାକୁଳିତ ହେଉଥବି । ଏଠି ମୋର ଦେଶବାସୀଙ୍କଠାରୁ ଯେଉଁ ଶ୍ରଦ୍ଧା ପାଇଛି ଏବଂ ୟୁରୋପୀୟମାନେ ମତେ ଉଦାରଭାବେ ସାହାଯ୍ୟ କରିବାକୁ ଯେଭଳି ଆଗେଇ ଆସିଛନ୍ତି, ତାହା ମୋର ସବୁଦିନେ ସ୍ମରଣ ରହିବ ।’’

କହିବା ବାହୁଲ୍ୟ, ଗୋଟିଏ ସ୍ଥାନରେ ନୁହେଁ, ପ୍ରାୟ ପନ୍ଦରଟି ସ୍ଥାନରେ ଗାନ୍ଧୀ ବା’ଙ୍କ ସହିତ ବିଦାୟ ନେବାକୁ ପହଞ୍ଚିଥିଲେ । ଦୁହିଁଙ୍କୁ ଅତି ଆନ୍ତରିକ ସମ୍ବର୍ଦ୍ଧନା ମିଳୁଥିଲା । କେତେ ସ୍ଥାନରେ ସେ କହୁଥିଲେ, ଯେଉଁ ଯୁବକମାନେ ଆନ୍ଦୋଳନରେ ପ୍ରାଣ ଦେଇଛନ୍ତି ସେମାନେ ତାଙ୍କଠାରୁ ମହାନ୍ । ଆଠବର୍ଷ ସତ୍ୟାଗ୍ରହ ସଂଗ୍ରାମ ଚାଲିଛି । ଭାରତୀୟମାନେ ସାହସର ସହିତ ଲଢ଼ିଛନ୍ତି । ୟୁରୋପୀୟମାନେ ପଛରେ ପଡ଼ିନାହାନ୍ତି । ଯାହାହେଉଛି ଏବେ ଯୁଦ୍ଧ ସରିଲା । ଉଭୟ ପକ୍ଷର କ୍ଷତ ଶୀଘ୍ର ଆରୋଗ୍ୟ ହେଉ ବୋଲି ସେ କାମନା କରୁଥିଲେ । ତାଙ୍କର କ୍ଳାନ୍ତ ଦେହ ମନ ଦେଶକୁ ଫେରି କିଛିଦିନ ବିଶ୍ରାମ ନେବାକୁ ବ୍ୟାକୁଳ ଥିଲା । ମାତ୍ର ଗୋଖିଲେ ତାଙ୍କୁ ଡକାଇଲେ । ସେତେବେଳେ ଗୋଖଲେ ଲଣ୍ଡନରେ । ଅଗତ୍ୟା ଯିବାକୁ ହେବ । ସାଙ୍ଗରେ କ୍ୟାଲେନ୍‌ବାକ୍ ଯାଉଥିବାରୁ ମୋହନ ଆଶ୍ଵସ୍ତ ହେଲେ ।

ଜାହାଜରେ ପଶିବା ପୂର୍ବରୁ ମୋହନ ସ୍ମିସନ ଓ ପୋଲାକଙ୍କ ହାତରେ ସ୍କଙ୍କ ପାଖକୁ ଗୋଟିଏ ଉପହାର ପଠାଇଥିଲେ । ତାହା ହେଉଛି ହଳେ ଚପଲ ଯାହାକୁ ଜେଲ୍‌ରେ ଥିବା ସମୟରେ ମୋହନ ଯତ୍ନର ସହିତ ତିଆରି କରିଥିଲେ । ସ୍କଟ୍ସ ତାଙ୍କ କୃଷି ଫାର୍ମରେ ଖରାଦିନେ ସନ୍ଧ୍ୟାବେଳେ ପ୍ରତିଦିନ ଏହି ଚପଲ ପିନ୍ଧି ବୁଲନ୍ତି । ୧୯୩୯ରେ ଗାନ୍ଧିଜୀଙ୍କର ସତୁରୀତମ ଜନ୍ମୋତ୍ସବ ଉପଲକ୍ଷେ ଗୋଟିଏ ସ୍ମାରକୀ ଗ୍ରନ୍ଥ ପ୍ରକାଶ ପାଉଥାଏ । ସେଥ‌ିରେ ଗୋଟିଏ ଲେଖା ଦେବାପାଇଁ ଆୟୋଜକମାନେ ସ୍କଙ୍କୁ ଅନୁରୋଧ କଲେ ।

ଏହି ସ୍ମାରକୀରେ ସ୍କ ସମସ୍ତ ତିକ୍ତତା ଭୁଲି ଗାନ୍ଧିଜୀଙ୍କ ସମ୍ପର୍କରେ ଶ୍ରଦ୍ଧା ଓ ଆନ୍ତରିକତାପୂର୍ବ କେତୋଟି ଧାଡ଼ି ଲେଖୁଥିଲେ । ସେ ଆରମ୍ଭ କଲେ, ‘ଗୋଟିଏ ପୁରୁଷ ପୂର୍ବେ ମୁଁ ଗାନ୍ଧୀଙ୍କ ଶତ୍ରୁପକ୍ଷ ଥିଲି ।’’ ସ୍କଟ୍‌ ମୁକ୍ତକଣ୍ଠରେ କହିଥିଲେ, ‘ମହାତ୍ମାଙ୍କ ପରି ମଣିଷ ଆମକୁ ଘଷରା, ତୁଚ୍ଛ ଓ ନିରର୍ଥକ ଜୀବନରୁ ଟାଣି ଆଣନ୍ତି ଏବଂ ସେ ଅକ୍ଳାନ୍ତ ଭାବେ ଦୀନଦୁଃଖୀଙ୍କ ସେବାରେ ଉତ୍ସର୍ଗ କରିବାକୁ ଆମକୁ ଅନୁପ୍ରାଣିତ କରନ୍ତି ।’’

ପ୍ରଶ୍ନବଳୀ :
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(୧) ମୋହନ ଦକ୍ଷିଣ ଆଫ୍ରିକାରୁ କ’ଣ ନେଇ ଫେରିଲେ ?
(୨) ଗାନ୍ଧିଜୀଙ୍କ ସ୍ମରଣରେ ସବୁଦିନେ କ’ଣ ରହିବ ?
(୩) ମାତୃଭୂମି ପରେ କେଉଁ ଦେଶ ତାଙ୍କର ଅଧ୍ବକ ପ୍ରିୟ ବୋଲି ଗାନ୍ଧିଜୀ କହିଥିଲେ ?
(୪) ଦକ୍ଷିଣ ଆଫ୍ରିକା ଛାଡ଼ିବାବେଳେ ଗାନ୍ଧିଜୀ ବା’ଙ୍କ ସହିତ ପ୍ରାୟ କେତୋଟି ସ୍ଥାନରୁ ବିଦାୟ ନେବାକୁ ପହଞ୍ଚିଥିଲେ ?

(ଖ) ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(୧) କେଉଁମାନେ ଗାନ୍ଧିଜୀଙ୍କଠାରୁ ମହାନ୍ତି ?
(୨) ସ୍କଙ୍କ ପାଖକୁ ମୋହନ କି ଉପହାର ପଠାଇଥିଲେ ?
(୩) ସ୍କସଙ୍କ ସ୍ମାରକୀ ବକ୍ତୃତାରେ ସେ ଗାନ୍ଧିଜୀଙ୍କ ପ୍ରତି କି ପ୍ରକାର ମନୋଭାବ ପୋଷଣ କରିଥିଲେ ?

ସମ୍ଭାବ୍ୟ ଉତ୍ତର
(କ) (୧) ମୋହନ ସମସ୍ତ ପ୍ରକାର ଅପ୍ରୀତିକର ଘଟଣାର ସ୍ମୃତିକୁ ଭୁଲିଯାଇ ନିଜର ପ୍ରିୟ ଓ ପବିତ୍ର ଦେଶ ଦକ୍ଷିଣ ଆଫ୍ରିକାର
(୨) ଦକ୍ଷିଣ ଆଫ୍ରିକାରେ ଭାରତୀୟ ବାସିନ୍ଦାଙ୍କଠାରୁ ସେ ଯେଉଁ ଶ୍ରଦ୍ଧା ପାଇଛନ୍ତି ଏବଂ ୟୁରୋପୀୟମାନେ ଉଦାର ଭାବରେ ତାଙ୍କୁ ଯେପରି ସାହାଯ୍ୟ କରିଛନ୍ତି ତାହା ଗାନ୍ଧିଜୀଙ୍କର ସ୍ମରଣରେ ସବୁଦିନେ ରହିବ ।
(୩) ମାତୃଭୂମି ପରେ ଦକ୍ଷିଣ ଆଫ୍ରିକା ତାଙ୍କର ଅଧ୍ଵ ପ୍ରିୟ ବୋଲି ଗାନ୍ଧିଜୀ କହିଥିଲେ ।
(୪) ଦକ୍ଷିଣ ଆଫ୍ରିକା ଛାଡ଼ିବାବେଳେ ଗାନ୍ଧିଜୀ ବା’ଙ୍କ ସହିତ ପ୍ରାୟ ପନ୍ଦରଟି ସ୍ଥାନରୁ ବିଦାୟ ନେବାକୁ ପହଞ୍ଚିଲେ ।

(ଖ) (୧) ଦକ୍ଷିଣ ଆଫ୍ରିକାରେ ଆଠବର୍ଷକାଳ ସତ୍ୟାଗ୍ରହ ସଂଗ୍ରାମ ଚାଲିଥିଲା । ଯେଉଁ ଯୁବକମାନେ ଆନ୍ଦୋଳନରେ ପ୍ରାଣ ଦେଇଛନ୍ତି ସେମାନେ ତାଙ୍କଠାରୁ ମହାନ୍ ବୋଲି ଗାନ୍ଧିଜୀ କହିଥିଲେ ।
(୨) ଜେଲ୍‌ରେ ଥିବା ସମୟରେ ଯତ୍ନର ସହିତ ଗାନ୍ଧିଜୀ ହଳେ ଚପଲ ତିଆରି କରିଥିଲେ । ସ୍କଟ୍ସଙ୍କ ପାଖକୁ ତାହାକୁ ସେ ଉପହାରସ୍ବରୂପ ପଠାଇଥିଲେ ।
(୩) ସ୍କଟ୍‌ ତାଙ୍କ ସ୍ମାରକୀ ବକ୍ତୃତାରେ ସମସ୍ତ ତିକ୍ତତା ଭୁଲି ଆନ୍ତରିକତାପୂର୍ଣ୍ଣ କଥା କହିଥିଲେ । ସେ କହିଥିଲେ, ମହାତ୍ମାଙ୍କ ପରି ମଣିଷ ଆମକୁ ଘଷରା, ତୁଚ୍ଛ ଓ ନିରର୍ଥକ ଜୀବନରୁ ଟାଣିଆଣନ୍ତି ଏବଂ ସେ ଅକ୍ଳାନ୍ତଭାବେ ଦୀନଦୁଃଖୀଙ୍କ ସେବାରେ ଉତ୍ସର୍ଗ କରିବାକୁ ଆମକୁ ଅନୁପ୍ରାଣିତ କରନ୍ତି ।

ଅନୁଚ୍ଛେଦ – ୨

ଅଧିକାଂଶ ଲୋକେ ଲୋକମତକୁ ଭାରି ଡରନ୍ତି, କାଳେ ଲୋକେ କଅଣ କହିବେ ପରା ! କିନ୍ତୁ ‘ଲୋକମତ’ ଜିନିଷଟା କିମାକାର ବସ୍ତୁ, ଭଲା କେତେ ଲୋକ ତଦାରଖ କରନ୍ତି ? ଏହି ଜାନୁଆରକୁ କିଏ କେତେ ଭାବରେ ଚିତ୍ରି ଯାଇଅଛନ୍ତି । ରାମଚନ୍ଦ୍ର ସୀତାଙ୍କୁ ନିର୍ବାସନ ଦଣ୍ଡ ବିଧାନ କରିଥିଲେ, କେବଳ ଏହି ଜନ୍ତୁକୁ ଭୟ କରି । ଲୋକାପବାଦ ଓ ଲୋକମତର ପରାକ୍ରମ ଢେର୍ ବେଶି; କିନ୍ତୁ ଟିକିଏ ଥୟ କରି ଦେଖ‌ିଲେ ଜାଣିପାରିବ ଯେ, ଏ ଗୋଟିଏ ‘ହୋ’ । ଗୋଟିଏ ତାରକୁ ଦୁଇଆଡ଼େ ଟାଣି ବାନ୍ଧିଦିଅ, ଗୋଟିଏ ଅଂଶରେ ଟିକିଏ ଟଂ କରି ଆଘାତ କରିଦିଅ ଦେଖୁବ ଯେ, ଶବ୍ଦଟି ତାର ତମାମ ବ୍ୟାପିଯିବ ଓ ତାରଟି ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଶବ୍ଦମୟ ହୋଇଯିବ । ପୂର୍ବରୁ ଏଥରେ ଗୋଟିଏ ଉଦାହରଣ ଅଛି, ତାହା ଅବଶ୍ୟ ଅଧିକାଂଶ ପାଠକ ଜାଣନ୍ତି ।

ଯେଉଁମାନେ ଜାଣନ୍ତି ନାହିଁ, ସେମାନଙ୍କ ଉପକାର ନିମନ୍ତେ ପୁନରୁକ୍ତି ଦୋଷ ମାର୍ଜନୀୟ । ଏକ ରାଜାଙ୍କ ଉଆସରେ ଜଣେ ଧୋବା ଥିଲା । ସେ ଧୋବାର ଲୁଗାବୁହା ଗଧଟିର ନାମ ବୁଧୂ । ଦିନେ ସେ ଗଧଟି ମରିଗଲା । ଧୋବାର କାର୍ଯ୍ୟ ଅଚଳ ହେଲା । ସେ ଗଧକୁ ବାହୁନିକରି ଧୋବା କାନ୍ଦୁଥାଏ । ରାଜାଙ୍କର ଜଣେ ପାଖଲୋକ ଧୋବାକୁ କାନ୍ଦିବାର କାରଣ ପଚାରିବାରୁ ଧୋବା କାନ୍ଦି କାନ୍ଦି ଉତ୍ତର ଦେଲା, ‘ବୁଧୂଟି ମରିଗଲା’ । ଭୃତ୍ୟ ଏହା ଶୁଣି କାନ୍ଦି କାନ୍ଦି ନଅରକୁ ଆସି ସମସ୍ତ ଭୃତ୍ୟଙ୍କୁ କହିଲା, ‘ବୁଧୂଟି ମରିଗଲା’ । ଭୃତ୍ୟଯାକ ସମସ୍ତେ ବୁଧୂକୁ ବାହୁନିକରି କାନ୍ଦିଲେ । ରାଣୀମହଲରେ ଏ ଖବର ପହଞ୍ଚିଲାରୁ ରାଣୀଯାକ ମଧ୍ୟ ବୁଧୂ ନାଁ ଧରି କାନ୍ଦିଲେ । ରାଜା ଶୁଣିଲେ, ସେ ମଧ୍ୟ ବୁଧୂ ଯୋଗୁଁ କେତେ କାନ୍ଦିଲେ । ନଅରବ୍ୟାପୀ କୋଳାହଳ ବୁଧୂ ଯୋଗୁଁ ପଡ଼ିଗଲା । ଯେଉଁଠାରେ ଶୁଣ, ବୁଧୁର ବିୟୋଗ ହେତୁ ଶୋକ ।

ଏହି ଶୋକ ସମ୍ବାଦ ମନ୍ତ୍ରୀଙ୍କ କାନରେ ପଡ଼ିବାରୁ ମନ୍ତ୍ରୀ ନଅରକୁ ଆସି ଦେଖ‌ିଲେ, ଏପରି ସମାଚାର ! ସେ ରାଜାଙ୍କୁ ପଚାରିଲେ, କାନ୍ଦୁଛନ୍ତି ସେ ବୁଧୂ କିଏ ? ରାଣୀମାନେ ଭୃତ୍ୟ ମହଲକୁ ସମ୍ବାଦ ଦେଲେ, ଭୃତ୍ୟମାନେ ପ୍ରଥମ ଭୃତ୍ୟକୁ ପଚାରିଲେ; ପ୍ରଥମ ଭୃତ୍ୟ ଉପାୟାନ୍ତର ନ ଦେଖ୍ ଧୋବା ନିକଟକୁ ଯାଇ ଶେଷରେ ସ୍ଥିର କରିଆସିଲା ଯେ ଧୋବାର ମୃତ ଗଧଟିର ନାମ ବୁଧୂ । ଉପାଦାନରେ ଗଠିତ । ଆମର ଏ କଥାକୁ ବିଶ୍ଵାସ ନ କରି ସୁଦ୍ଧା ସାଧାରଣତଃ ପରୀକ୍ଷା କରିଦେଲେ ସନ୍ଦେହ ତୁଟିଯିବ । ତୁମ୍ଭେ ଦାଣ୍ଡରେ ପାଟିକରି ଦଉଡ଼ ‘ ଆରେ ! ଚୋର ଗଲାରେ ! ଆରେ ଚୋର ଗଲାରେ’’ – ଦେଖୁ, ଦଣ୍ଡକ ମଧ୍ୟରେ ଶତାଧ୍ଵ ଲୋକ ତୁମର ଅନୁଗାମୀ ହେବେ ଓ ଚିତ୍କାର କରିବେ । କିନ୍ତୁ ଶତକଡ଼ା ଜଣେ ସୁଦ୍ଧା ତୁମ ପଛରେ ଦଉଡ଼ିବା ପୂର୍ବରୁ ତୁମ୍ଭଙ୍କୁ ପ୍ରଥମେ ଚୋରର ବୃତ୍ତାନ୍ତ ବା ତଥ୍ୟ ପଚାରିବାକୁ ଯିବେ ନାହିଁ । ଅଳଂକାଂଶ ଲୋକାପବାଦ, ଜନରବ, ଜେଜେକାର, ଜନମତ କେବଳ ଅନ୍ଧବିଶ୍ଵାସ, ଚିନ୍ତାଶୂନ୍ୟ, ଅନୁମାନ, ବିଚାରହୀନ ଅନୁସରଣର ଫଳ ।

ପ୍ରଶ୍ନବଳୀ :
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(୧) ଲୋକାପବାଦକୁ ଲେଖକ କେଉଁ ଦୃଷ୍ଟିରେ ଦେଖୁଛନ୍ତି ?
(୨) ‘ପୁନରୁକ୍ତି ଦୋଷ’ କ’ଣ ?
(୩) ଅଧିକାଂଶ ଲୋକେ କାହାକୁ ଭାରି ଡରନ୍ତି ?
(୪) ବୁଧୂ କିଏ ?

(ଖ) ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(୧) ସମଗ୍ର ରାଜ୍ୟରେ ଶୋକର କାରଣ କ’ଣ ଥିଲା ?
(୨) ଜନରବ ଓ ଜନମତ କାହାର ଅନୁସରଣ ମାତ୍ର ?
(୩) ଲୋକମତି ଗଠନର ଉପାଦାନ କ’ଣ ?

ସମ୍ଭାବ୍ୟ ଉତ୍ତର
(କ) (୧) ଲେଖକ ଲୋକାପବାଦକୁ ଏକ ତଦାରଖଶୂନ୍ୟ କିମାକାର ବସ୍ତୁ ଭାବରେ ବିବେଚନା କରି ଏହାକୁ ଗୋଟିଏ
(୨) ପୂର୍ବରୁ କଥ୍ତ ବିଷୟ ଓ ଜଣାଶୁଣା ପ୍ରସଙ୍ଗକୁ ପୁନର୍ବାର କହିବା ହେଉଛି ‘ପୁନରୁକ୍ତି ଦୋଷ’ ।
(୩) ଅଧିକାଂଶ ଲୋକେ ଲୋକମତକୁ ଭାରି ଡରନ୍ତି ।
(୪) ରାଜାଙ୍କ ଉଆସରେ ଥ‌ିବା ଧୋବାର ଲୁଗାବୁହା ଗଧଟିର ନାମ ବୁଧୁ

(ଖ) (୧) ‘ବୁଧୂର ବିୟୋଗ’ ସମଗ୍ର ରାଜ୍ୟରେ ଶୋକର କାରଣ ଥିଲା । ଏହି ବୁଧୂ ରାଜ ଉଆସରେ ଥ‌ିବା ଧୋକାର
(୨) ଜନରବ ଓ ଜନମତ କେବଳ ଅନ୍ଧବିଶ୍ଵାସ, ଚିନ୍ତାଶୂନ୍ୟ, ଅନୁମାନ ଓ ବିଚାରହୀନ ପ୍ରସଙ୍ଗର ଅନୁସରଣ ଫଳ ମାତ୍ର । ଏହାର ପରାକ୍ରମ ଢେର ବେଳ, କ୍ଷଣକରେ ଏହା ଚତୁର୍ଦ୍ଦିଗକୁ ବ୍ୟାପିଥାଏ ।
(୩) ଅନ୍ଧବିଶ୍ଵାସ, ଚିନ୍ତାଶୂନ୍ଯ ଅନୁମାନ, ବିଚାରହୀନ ଅନୁସରଣ ଆଦି ଲୋକମତ ଗଠନର ଉପାଦାନ । ଏହାର ପଛରେ ଥ‌ିବା ସତ୍ୟତାକୁ ଜାଣିବାର ପ୍ରୟାସ କେହି ପ୍ରାୟତଃ କରିନଥା’ନ୍ତି ।

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶଛ

ଅନୁଚ୍ଛେଦ – ୩

ଅଗଷ୍ଟ ପନ୍ଦରରେ ଆଜି ମନେପଡ଼େ ନୃଶଂସ ଜେନେରାଲ୍ ଡାୟାର । ଜାଲିଆନାୱାଲା ବାଗ୍‌ରେ ଆଜି ଯେଉଁ ନଭଶ୍ଚୁମ୍ବୀ ସ୍ମରଣ ସ୍ତମ୍ଭ ଠିଆହୋଇଛି, ଠିକ୍ ସେଇଠି ମଶାମାଛି ପରି ମଣିଷକୁ ମାରିଥିଲା ଜେନେରାଲ୍ ଡାୟାର । ପୁଣି କେତେବର୍ଷ ପରେ ୧୯୪୨ରେ ଭାରତୀୟ ଜନତା ଉପରେ ବ୍ରିଟିଶ୍ ସରକାରଙ୍କର ଗୁଳି ଚାଲିଲା ପାଞ୍ଚଶହ ଅଠତିରିଶ ଥର । ମରିଥିଲେ ଏକ ହଜାର ଅଠାଇଶି, ଆହତ ହେଲେ ବତିଶ ଶହ; ତା’ଛଡ଼ା ଜେଲ୍, ଜୋରିମାନା, ମାଡ଼, ଗାଳି, ଅତ୍ୟାଚାରର ସୀମା ରହିଲା ନାହିଁ ।

ଦାରୁଣ ଅତ୍ୟାଚାର । ନିରନ୍ଧ୍ର ନିଭୃତ କୋଠରି; ମଶା, ମାଛି, ମୂଷାମାନଙ୍କର ଉପଦ୍ରବ । କୋଟିପତି ମୋତିଲାଲଙ୍କ ପୁଅ ଜବାହାର, ହାରୋ-ଏଟନର ରାଜକୁମାର ଜବାହାର । କାହାଣୀ ପରି ଲାଗେ – ନାଭା ଜେଲ୍‌ରେ ଶୟନ, ମୁହଁ ଉପରେ ମଶାମାନଙ୍କର ବେହରଣ । ଶୋଇବା: ନହେଲେ ଉଠିବସି ଭାରତର ଭବିଷ୍ୟତ କଥା ଭାବିଲେ ଅମୃତପୁତ୍ର ଜବାହାର । ବହୁବାର ଜେଲ୍ ଜୋରିମାନାର ସମ୍ମୁଖୀନ ହୋଇ ଆଧୁନିକ ଭାରତର ଭାଗ୍ୟବିଧାତା ବ୍ରିଟିଶ୍ ଜଜମାନଙ୍କୁ ଯାହା ଶୁଣାଇଥିଲେ, ମନେପଡ଼ିଲେ ଅନ୍ତର ଆଜି ଗୌରବରେ ଭରିଯାଏ । ଥରେ କଚେରିରେ ତାଙ୍କ ବିଚାର ଚାଲିଥିଲାବେଳେ ଜଣେ ଜଜଙ୍କୁ ସେ ଶୁଣାଇଥିଲେ – ‘‘ସ୍ଵାଧୀନତା ସଂଗ୍ରାମରେ ଭାରତର ସେବା କରିବାଠୁଁ ବଳି ସୌଭାଗ୍ୟ ଆଉ କିଛି ହୋଇପାରେନା । ତା’ଛଡ଼ା ମହାତ୍ମା ଗାନ୍ଧୀଙ୍କ ପରି ନେତାଙ୍କ ନିର୍ଦ୍ଦେଶରେ କାମ କରିବା ଏକ ପରମ ସୌଭାଗ୍ୟ । ଦେଶର ପୂର୍ଣ ସ୍ଵାଧୀନତା ପାଇଁ ଲଢ଼ୁ ଲଢ଼ୁ ଦେଶ ପାଇଁ ଆତ୍ମବଳି ଦେବାଠାରୁ ଅଧିକ ଗୌରବ ଆଉ ମଣିଷର କ’ଣ ଥାଇପାରେ ?’’ ଆଜି ଏସବୁ ଇତିହାସ । ଯେଉଁମାନେ ମୁହାଁମୁହିଁ ଠିଆହୋଇ ରକ୍ତମାଂସର ଶରୀର ନେଇ ଏସବୁ ସହ୍ୟ କରିଥିଲେ, ସେମାନେ ଏବେ ଇତିହାସର କଥାବସ୍ତୁ । ସେହିମାନଙ୍କ ଚରମ ତ୍ୟାଗର ମୂଲ୍ୟରେ ଏହି ଦେଶକୁ ବହିଆଣିଥିଲେ ସ୍ଵାଧୀନତାର ଉଜ୍ଜ୍ୱଳ ଆଲୋକ ।

ଯେଉଁମାନେ ସ୍ବାଧୀନତା ଆଣିଥିଲେ, ସେମାନେ ତାଙ୍କ କାମ ସାରିଦେଇ ଚାଲିଯାଇଛନ୍ତି । ତାକୁ ରଖୁବାର ଦାୟିତ୍ୱ ବର୍ତ୍ତମାନ ଆମ୍ଭମାନଙ୍କର, ବିଶେଷତଃ ଆମ ଯୁବକ ବନ୍ଧୁମାନଙ୍କର । ଯେ କୌଣସି ଦାୟିତ୍ଵ ପାଇଁ ବାର୍ଦ୍ଧକ୍ୟର ପ୍ରଜ୍ଞା ଓ ଯୌବନର ଶକ୍ତି ଦରକାର । ଗାନ୍ଧୀ ଥିଲେ ଏ ଦେଶର ପ୍ରଜ୍ଞା ଓ ନେହେରୁ ଥିଲେ ଯୌବନର ପ୍ରତୀକ ସାହସ ଓ ଶକ୍ତି । ସେହି ମହାପୁରୁଷମାନେ ଏ ଦେଶର ଯେଉଁ ଦୃଢ଼ ଭିଭି ସ୍ଥାପନ କରିଯାଇଛନ୍ତି, ତାକୁଇ ରକ୍ଷାକରିବା ବର୍ତ୍ତମାନ ଜାତିର କର୍ତ୍ତବ୍ୟ । ଜାତି ଯୁବକମାନଙ୍କ ଶକ୍ତି ଉପରେ ବେଶି ନିର୍ଭର କରୁଥିବାରୁ ଯୁବକମାନେହିଁ ଏହି ମୁହୂର୍ତ୍ତରେ ସବୁଠୁ ବେଶି ଜାଗ୍ରତ ହେବା ଦରକାର । ଜାଗୃତିର ଅର୍ଥ ଅସଂଯତ ଉନ୍ମାଦ ନୁହେଁ, ସଂଯତ କର୍ମବାଦ ।

ପ୍ରଶ୍ନବଳୀ :
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(୧) ଜାଲିଆନାୱାଲାବାଗ୍ କାହିଁକି ସ୍ମରଣରେ ଆସେ ?
(୨) ସ୍ଵାଧୀନତା ସଂଗ୍ରାମୀଙ୍କ ଉପରେ କିପରି ଅତ୍ୟାଚାର କରାଯାଉଥିଲା ?
(୩) ୧୯୪୨ରେ ଭାରତୀୟ ଜନତା ଉପରେ ବ୍ରିଟିଶ୍ ସରକାରଙ୍କ ଗୁଳି କେତେ ଥର ଚାଲିଥିଲା ?
(୪) ଜେଲ୍‌ରେ ଶୋଇ ନ ହେଲେ ଜବାହାର କ’ଣ କରୁଥିଲେ ?

(ଖ) ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(୧) ବ୍ରିଟିଶ୍ ଅତ୍ୟାଚାର ସ୍ଵାଧୀନତା ସଂଗ୍ରାମୀଙ୍କ ପାଇଁ କିପରି ପରମ ସୌଭାଗ୍ୟ ଥିଲା ?
(୨) ଦେଶକୁ ସ୍ଵାଧୀନତା କିପରି ଆସିଲା ?
(୩) ସାଂପ୍ରତିକ ଭାରତର ଯୁବକ-ଯୁବତୀଙ୍କପାଇଁ ପ୍ରାବନ୍ଧିକଙ୍କ ବାର୍ତ୍ତା କ’ଣ ?

ସମ୍ଭାବ୍ୟ ଉତ୍ତର
(କ) (୧) ଆଜି ଯେଉଁଠାରେ ଜାଲିଆନାଓ୍ବାଲାବାଗ୍‌ର ନଭଶ୍ଚୁମ୍ଭୀ ସ୍ମରଣ ସ୍ତମ୍ଭ ଅଛି, ସେଠାରେ ଜେନେରାଲ ଡାୟାର ମଶାମାଛି ପରି ମଣିଷଙ୍କୁ ମାରିଥିଲେ ଯାହା ଲେଖକଙ୍କ ସ୍ମରଣରେ ଆସିଥାଏ ।
(୨) ସ୍ଵାଧୀନତା ସଂଗ୍ରାମୀଙ୍କୁ ହତ୍ୟାକରି, ମାଡ଼ଗାଳି ଦେଇ, ଜେଦଣ୍ଡ ଦେଇ, ଜୋରିମାନା କରି, ମଶା-ମାଛି-ମୂଷାଙ୍କ ଉପଦ୍ରୁତ କାରାଗାରରେ ରଖୁ ସେମାନଙ୍କ ଉପରେ ଅତ୍ୟାଚାର କରାଯାଉଥିଲା ।
(୩) ୧୯୪୨ରେ ଭାରତୀୟ ଜନତା ଉପରେ ବ୍ରିଟିଶ୍ ସରକାରଙ୍କ ଗୁଳି ପାଞ୍ଚ ଶହ ଅଠତିରିଶ ଥର ଚାଲିଥିଲା (୪) ଜେଲ୍‌ରେ ଶୋଇ ନ ହେଲେ ଜବାହାର ଉଠି ବସି ଭାରତର ଭବିଷ୍ୟତ କଥା ଭାବୁଥିଲେ ।

(ଖ) (୧) ଭାରତୀୟ ଜନତା ଉପରେ ବ୍ରିଟିଶ୍ ଅତ୍ୟାଚାର ଫଳରେ ଦେଶରେ ସ୍ଵାଧୀନତା ସଂଗ୍ରାମ କ୍ରିୟାଶୀଳ ହୋଇଥିଲା । ସେହି ସ୍ଵାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ପରି ନେତାଙ୍କ ନିର୍ଦ୍ଦେଶରେ କାମ କରିବା ପରମ ସୌଭାଗ ଥିଲା ।
(୨) ମହାତ୍ମା ଗାନ୍ଧୀଙ୍କ ପରି ନେତାଙ୍କ ନିର୍ଦ୍ଦେଶରେ ସ୍ଵାଧୀନତା ପାଇଁ ସ୍ଵାଧୀନତା ସଂଗ୍ରାମୀମାନେ ଲଢ଼େଇ କରିଥିଲେ । ଇଂରେଜ ଅତ୍ୟାଚାର ସହି ସହି ଆତ୍ମବଳି ଦେବା ଓ ରକ୍ତ ମାଂସର ଶରୀର ନେଇ ବ୍ରିଟିଶ୍ ନିର୍ଯାତନା ସହିବାଦ୍ୱାରା ଦେଶକୁ ସ୍ଵାଧୀନତା ଆସିଲା ।
(୩) ଦେଶ ଓ ଜାତି ଯୁବକମାନଙ୍କ ଉପରେ ବିଶେଷ ନିର୍ଭରଶୀଳ । ଅସଂଯତ ଉନ୍ମାଦ ନହୋଇ ସଂଯତ କର୍ମବାଦ ମଧ୍ୟରେ ଜାଗ୍ରତ ହୋଇ ମହାପୁରୁଷମାନେ ଦେଶର ଯେଉଁ ଦୃଢ଼ ସ୍ଵାଧୀନ ଭିଭି ସ୍ଥାପନ କରିଛନ୍ତି ତାହାକୁ ରକ୍ଷା କରିବାହିଁ ସାଂପ୍ରତିକ ଭାରତର ଯୁବକ-ଯୁବତୀଙ୍କ ପାଇଁ ପ୍ରାବନ୍ଧିକଙ୍କର ବାର୍ତ୍ତା ଅଟେ ।

ଅନୁଚ୍ଛେଦ – ୪

ଯୋଗକୁ ହେଉ ବା ହେଉ କୁରୁକୁଳର ଆଚାର୍ଯ୍ୟ ଦ୍ରୋଣ ଓ ପ୍ରତ୍ୟାଖ୍ୟାତ ଏକଲବ୍ୟ ମଧ୍ଯରେ ପୁଣି ଥରେ ସାକ୍ଷାତ୍‌ ହୋଇଚି । ଗୁରୁଙ୍କୁ ଚକିତକରି ଏକଲବ୍ୟ ତା’ର ବିଦ୍ୟାର ପରିଚୟ ଦେଇଚି । ଅସବର୍ଣ୍ଣ ବା ଅପାଂକ୍ତେୟ ହେଲେ ମଧ୍ୟ ଜଣେ ବିଦ୍ୟାକାମୀ ଆପଣାର ଶ୍ରଦ୍ଧା ଏବଂ ବିଶ୍ଵାସ ବଳରେ କିପରି ପରମ୍ପରାଗତ ସକଳ ନିୟନ୍ତ୍ରଣକୁ ଲଂଘନ କରିଯାଇପାରେ, ଦ୍ରୋଣାଚାର୍ଯ୍ୟଙ୍କୁ ଏକଲବ୍ୟ ତାହାରି ପରିଚୟ ଦେଇଚି । ଯେକୌଣସି ଆଚାର୍ଯ୍ୟ ଏଥରେ ଗୌରବାନ୍ବିତ ଅନୁଭବ କରିବାର କଥା । ଦ୍ରୋଣାଚାର୍ଯ୍ୟଙ୍କର ହୃଦୟ ଅସଲ ଆଚାର୍ଯ୍ୟର ହୃଦୟ ହୋଇଥିଲେ ଦ୍ରୋଣ ସେଦିନ ଏକଲବ୍ୟକୁ କୁଣ୍ଢାଇ ଧରିଥାନ୍ତେ । ଗୁରୁ ଛାତ୍ରଠାରୁ ଶିଖାନ୍ତା, ପରମ୍ପରାର ନିର୍ମୋକ ଖସି ପଡ଼ିଥାନ୍ତା; ଦ୍ରୋଣାଚାର୍ଯ୍ୟଙ୍କ ଭିତରେ ଥ‌ିବା ଅସଲ ଗୁରୁ ସେଦିନ ନବଜନ୍ମ ଲାଭ କରିଥାଆନ୍ତା । କିନ୍ତୁ ମହାଭାରତକାର ବ୍ୟାସଦେବଙ୍କର କାବ୍ୟଦୃଷ୍ଟିରେ ହୁଏତ ଏତକ ସାହସ ନଥିଲା । ସାମାଜିକ ପ୍ରେୟ ଉପରେ ମାନବିକ (ଆଧ୍ୟାତ୍ମିକ ?) ଶ୍ରେୟର ବିପୁଳତାକୁ ଚିହ୍ନିନେବା ଲାଗି ସାହିତ୍ୟ ଦୃଷ୍ଟିରେ ଯେଉଁ ସାହସ ରହିବା ଦରକାର, ବ୍ୟାସଦେବଙ୍କର ହୁଏତ ସେହି ସାହସ ନଥିଲା । ତେଣୁ ଏକଲବ୍ୟର ସାହସ ତାଙ୍କୁ ପ୍ରଧାନତଃ ଦୁଃସାହସ ବୋଲି ହିଁ ମନେହେଲା ଓ ସେ ଏହି ଦୁଃସାହସର ଶାସ୍ତି ଦେବାକୁ ଏକ ସାହିତ୍ୟିକ ନ୍ୟାୟ ଖୋଜିବସିଲେ । ଏହି ଶାସ୍ତ୍ରକୁ ଏକ ଆବଶ୍ୟକତା ବୋଲି ଦେଖାଇବା ଉଦ୍ଦେଶ୍ୟରେ ଦ୍ରୋଣାଚାର୍ଯ୍ୟଙ୍କୁ ଆଚାର୍ଯ୍ୟର ଆସନରୁ ତଳକୁ ଓହ୍ଲାଇ ଆଣିବାକୁ ପଡ଼ିଲା । ତେବେ ଯାଇ ଏକଲବ୍ୟ କଥା ସମ୍ପୂର୍ଣ୍ଣ ହେଲା । କୌଳିକତା ଜିତିଲା, କୁଳୀନତା ଜିତିଲା; କିନ୍ତୁ ଆଚାର୍ଯ୍ୟ ପଦର ଅପମାନ କରାଗଲା ।

ଫଳତଃ, ଜ୍ଞାନୀ-ଦ୍ରୋଣ ଦେଷୀ-ଦ୍ରୋଣରେ ରୂପାନ୍ତରିତ ହେଲେ । ଆଚାର୍ଯ୍ୟ ଦ୍ରୋଣ ଆପଣାର ପ୍ରଧାନତମ ଆଚାରଧର୍ମ ଭୁଲି ଜଣେ ବିଦ୍ୟାର୍ଥୀର ଉତ୍କର୍ଷରେ ଈର୍ଷା ପ୍ରକାଶ କଲେ । ତାଙ୍କ ଈର୍ଷା ତାଙ୍କର ଶ୍ରଦ୍ଧାଶୀଳତାକୁ ମାରିଦେଲା । ତାହାର ବଦଳରେ ସେ ଚତୁରତାକୁ ଆପଣାର ସର୍ବୋପାଦେୟ ସନ୍ତକ ରୂପେ ବ୍ୟବହାର କରିବାକୁ ବାହାରିଲେ । ଏକଲବ୍ୟକୁ ସେ ଗୁରୁଦକ୍ଷିଣା ମାଗିଲେ । ସଂସ୍କୃତ ଭାଷାରେ ଦକ୍ଷିଣା ଓ ଦାକ୍ଷିଣ୍ୟ ଶବ୍ଦ ଦୁଇଟି ମଧ୍ୟରେ ଏକ ଧାତୁମୂଳ ସମ୍ବନ୍ଧ ରହିଚି । କିନ୍ତୁ ଏକଲବ୍ୟ ଓ ଦ୍ରୋଣଙ୍କର ଉପାଖ୍ୟାନରେ ଏଣିକି ଯେଉଁ ଦକ୍ଷିଣା ମାଗିବା ଓ ଦକ୍ଷିଣା ଦେବାର ଅଭିନୟ କରାଗଲା, ସେଥୁରେ ଦାକ୍ଷିଣ୍ୟ ଲାଗି କୌଣସି ସ୍ଥାନହିଁ ନଥ୍‌ଲା । ଦ୍ରୋଣ ଆଙ୍ଗୁଠି ମାଗିଲେ । ଏକଲବ୍ୟ ଆପଣା ହାତର ଆଙ୍ଗୁଠି କାଟିକରି ତାଙ୍କୁ ଦେଲା ।

ମହାଭାରତର ରଚୟିତା ବ୍ୟାସଦେବ କେଉଁ ଉଦ୍ଦେଶ୍ୟର ସାଧନ ବା କେଉଁ ଯୁକ୍ତିର ପ୍ରତିଷ୍ଠା ଲାଗି ଏପରି ଏକ ଦୃଶ୍ୟର ଅବତାରଣା କରାଇଲେ କେଜାଣି ? ଭାରତୀୟ ଶାସ୍ତ୍ରରେ ଗୁରୁଙ୍କୁ ପିତା ବୋଲି କୁହାଯାଇଛି । କେଉଁ ପିତା ପୁତ୍ରଠାରୁ ଆଙ୍ଗୁଠି ମାଗିଥାନ୍ତା ? ଯେଉଁ କବି ବା କଥାକାର ଆପଣାର କାବ୍ୟଗ୍ରନ୍ଥରେ ଏପରି ଏକ ଅଭିଆଣର ଭିଆଣ କରାଇଲେ, ସେହି କବି ପ୍ରକୃତରେ କେଉଁ ସାଂସ୍କୃତିକ ପରମ୍ପରାର ପ୍ରତିନିଧ୍ଵ କରୁଥିଲେ ? ଏ ଦେଶର ଇତିହାସରେ ପ୍ରକୃତରେ ଯଦି ସେପରି କୌଣସି ପରମ୍ପରା କୌଣସି ଯୁଗରେ ସମାଜର ସ୍ଵୀକୃତି ପାଇଥୁଲା, ଆଜି ସେହି ପରମ୍ପରାକୁ ଆପଣାର ବୋଲି କହି ମୁଁ କେତେଦୂର ଗର୍ବ ବା ଗୌରବ ଅନୁଭବ କରିପାରିବି ? ମୋର ସମାଜ ସହିତ ସମ୍ମିଳିତ ହେବା ଲାଗି ଏହି ପରମ୍ପରା ମୋତେ ପ୍ରକୃତରେ କେତେଦୂର ସରଣା ଦେଇପାରିବ ? – ଅନେକ ସମୟରେ ମୁଁ ଆପଣାକୁ ଏହିପରି ନାନା ପ୍ରଶ୍ନ ପଚାରିବି ।

ପ୍ରଶ୍ନବଳୀ :
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(୧) ପରମ୍ପରାର ନିୟନ୍ତ୍ରଣକୁ କିପରି ଲଙ୍ଘନ କରାଯାଇପାରିବ ?
(୨) ମହାଭାରତରେ ବ୍ୟାସଦେବଙ୍କଠାରେ କେଉଁ ପ୍ରକାର ସାହସ ନଥିଲା ?
(୩) ଦ୍ରୋଣାଚାର୍ଯ୍ୟଙ୍କର ହୃଦୟ ଅସଲ ଆଚାର୍ଯ୍ୟର ହୃଦୟ ହୋଇଥିଲେ ସେ ସେଦିନ କ’ଣ କରିଥା’ନ୍ତି ?
(୪) ସଂସ୍କୃତ ଭାଷାରେ ଦକ୍ଷିଣା ଓ ଦାକ୍ଷିଣ୍ୟ ଶବ୍ଦ ଦୁଇଟି ମଧ୍ଯରେ କି ସମ୍ପର୍କ ରହିଛି ?

(ଖ) ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(୧) ଜ୍ଞାନୀ-ଦ୍ରୋଣ ଦେଷୀ-ଦ୍ରୋଣରେ ପରିଣତ ହେଲେ କାହିଁକି ?
(୨) କେଉଁ ଅଭିଆଣ କଥା ବ୍ୟାସଦେବ ଭିଆଇଲେ ?
(୩) ଲେଖକ କେଉଁ ପ୍ରଶ୍ନ ଆପଣାକୁ ପଚାରିବାକୁ କହିଛନ୍ତି ?

ସମ୍ଭାବ୍ୟ ଉତ୍ତର
(କ) (୧) ଅସବର୍ଣ୍ଣ ବା ଅପାଂକ୍ତେୟ ହେଲେ ମଧ୍ୟ ଏକଲବ୍ୟ ପରି ଜଣେ ବିଦ୍ୟାକାମୀ ଆପଣାର ଶ୍ରଦ୍ଧା ଓ ବିଶ୍ୱାସ ବଳରେ ପରମ୍ପରାର ସକଳ ନିୟନ୍ତ୍ରଣକୁ ଲଙ୍ଘନ କରିଯାଇପାରେ ।
(୨) ମହାଭାରତର ରଚୟିତା କବି ବ୍ୟାସଦେବଙ୍କଠାରେ ସାମାଜିକ ପ୍ରେୟ ଉପରେ ମାନବିକ ଅଥବା ଆଧ୍ୟାତ୍ମିକ ଶ୍ରେୟର ବିପୁଳତାକୁ ଚିହ୍ନି ନେବାର ଯେଉଁ ସାହିତ୍ୟିକ ଦୃଷ୍ଟିର ସାହସ ରହିବା ଉଚିତ, ସେହି ପ୍ରକାର କାବ୍ୟଦୃଷ୍ଟିକ ସାହସ ନଥିଲା ।
(୩) ଦ୍ରୋଣାଚାର୍ଯ୍ୟଙ୍କର ହୃଦୟ ଅସଲ ଆଚାର୍ଯ୍ୟର ହୃଦୟ ହୋଇଥିଲେ ସେ ସେଦିନ ଏକଲବ୍ୟକୁ କୁଣ୍ଢାଇ ଧରିଥା’ନ୍ତେ ।
(୪) ସଂସ୍କୃତ ଭାଷାରେ ଦକ୍ଷିଣା ଓ ଦାକ୍ଷିଣ୍ୟ ଶବ୍ଦ ଦୁଇଟି ମଧ୍ୟରେ ଧାତୁମୂଳ ସମ୍ବଳ ରହିଛି ।

(ଖ) (୧) ଦ୍ରୋଣାଚାର୍ଯ୍ୟ ଗୁରୁ ଓ ଆଚାର୍ଯ୍ୟ ପଦର ଅପମାନ କରି ତଳକୁ ଓହ୍ଲାଇ ଆଚାର୍ଯ୍ୟ ଧର୍ମ ଭୁଲି ଜଣେ ବିଦ୍ୟାର୍ଥୀର ଉତ୍କର୍ଷରେ ଈର୍ଷା ପ୍ରକାଶ କରି ଏକଲବ୍ୟକୁ ଆଙ୍ଗୁଠିକୁ ଗୁରୁ ଦକ୍ଷିଣା ଭାବରେ ମାଗିଲେ । ଫଳରେ ଜ୍ଞାନୀ- ଦ୍ରୋଣ ଦ୍ବେଷୀ -ଦ୍ରୋଣରେ ପରିଣତ ହେଲେ ।
(୨) ଭାରତୀୟ ଶାସ୍ତ୍ରରେ ଗୁରୁ ପିତାବତ୍ । ଦ୍ରୋଣ ଗୁରୁ ପିତା ହୋଇ ପୁତ୍ରରୂପୀ ଶିଷ୍ୟ ଏକଲବ୍ୟଠାରୁ ଆଙ୍ଗୁଠି ମାଗିବା ପ୍ରସଙ୍ଗକୁ ଏକ ଅଭିଆଣ କଥା ଯାହା ବ୍ୟାସଦେବ ନିଜର କାବ୍ୟ-ଗ୍ରନ୍ଥରେ ଭିଆଇଲେ ।
(୩) ପିତାରୂପୀ ଗୁରୁ ପୁତ୍ରରୂପୀ ଶିଷ୍ୟଠାରୁ ଆଙ୍ଗୁଠି ଦକ୍ଷିଣା ମାଗି ନେଇପାରେ – ଏହି ଅଭିଆଣ ପରମ୍ପରାକୁ ଆପଣାର କହି ଜଣେ କେତେଦୂର ଗର୍ବ ଅନୁଭବ କରିପାରିବ ବୋଲି ଲେଖକ ପଚାରିଛନ୍ତି । ପୁନଶ୍ଚ ସମାଜ ସହ ସମ୍ମିଳିତ ହେବାରେ ଏ ପରମ୍ପରା କେତେଦୂର ସହ ପ୍ରେରଣା ପ୍ରଦାନ କରିପାରିବ ବୋଲି ପ୍ରଶ୍ନ ଲେଖକ ଆପଣାକୁ ପଚାରିବାକୁ କହିଛନ୍ତି ।

ଅନୁଚ୍ଛେଦ – ୫

ପରବର୍ତ୍ତୀ କାଳରେ ଅର୍ଥାତ୍ ସ୍ବାଧୀନତାପ୍ରାପ୍ତି ପରେ ତାଙ୍କ ସହିତ ଯେଉଁମାନେ କାମ କରିବାକୁ ଆସିଲେ ସେମାନେ ପ୍ରକୃତ ରମାଦେବୀଙ୍କୁ ଜାଣିବାର ସୁଯୋଗ ପାଇଲେ ନାହିଁ । ପାଇବା ସମ୍ଭବ ନଥିଲା । ସେମାନେ ଥିଲେ ତାଙ୍କ ସୁଖର ସାଥୀ । ଅବଶ୍ୟ ଏହାର ବ୍ୟତିକ୍ରମ ଅଛି । ବାଲେଶ୍ଵରର ଲବଣ ଆଇନ ଅମାନ୍ୟ କ୍ଷେତ୍ରରେ ରମାଦେବୀ ଆଗେ ଆଗେ ଚାଲିଛନ୍ତି । ୫୦୦ ଗାଉଁଲୀ ଝିଅ, ବୋହୂ, ବୁଢ଼ୀ ପୁଲିସର ଉପସ୍ଥତିକୁ ଭ୍ରୂକ୍ଷେପ ନ କରି ଚାଲିଛନ୍ତି । ସେହି ବେଶରେ ତାଙ୍କୁ ଯିଏ ଦେଖୁଛି ସେ ତାଙ୍କ ବିଷୟରେ ଯେମିତି କହିବ ଅନ୍ୟମାନେ କିଭଳି ବା କହିବେ ? ଯେଉଁମାନେ ତାଙ୍କୁ ପ୍ରକୃତ ଅର୍ଥରେ ଜାଣନ୍ତି, ସେମାନଙ୍କ ଭିତରୁ ଯିଏସବୁ ଲେଖ୍ ଜାଣନ୍ତି ତାଙ୍କରି ଭିତରୁ କେହି ଜଣେ ତାଙ୍କ ଜୀବନୀ ଲେଖୁଦେଲେ ଓଡ଼ିଆ ଭାଷାରେ ତାହା ହୋଇଯାଆନ୍ତା ଗୋଟିଏ ଉଲ୍ଲେଖଯୋଗ୍ୟ ଜୀବନୀ ପୁସ୍ତକ । ସେଭଳି ଉଦ୍ୟମ ଏ ପର୍ଯ୍ୟନ୍ତ ହେଲା ନାହିଁ । ଯେଉଁମାନେ ଦେଶପ୍ରେମରେ ଉଦ୍‌ବୁଦ୍ଧ, ଦେଶର ମୁକ୍ତି ସଂଗ୍ରାମରେ ଯୋଗଦେଇ କିଛି ତ୍ୟାଗ କରିଛନ୍ତି; ଦରିଦ୍ରର ଭାଷା ବୁଝିପାରନ୍ତି, ଜାତି, ଧର୍ମ, ଭାଷାର ଊର୍ଦ୍ଧ୍ବକୁ ଯାଇ ନିଜକୁ ମାନବଧର୍ମୀ ବୋଲି ବିଚାରିବାକୁ କିଛିଦୂର ସମର୍ଥ ହୋଇଛନ୍ତି – ସେହିମାନଙ୍କ ଭିତରୁ କେହି ଜଣେ ତାଙ୍କ ଜୀବନୀ ଲେଖୁବେ ବୋଲି ମୁଁ ତ ଏହି ୧୯୮୩ ପର୍ଯ୍ୟନ୍ତ ଆଶା ରଖୁଛି ।

ସେ ଆଶା ପୂରଣ ହେବ କି ନାହିଁ ତାହା ଭବିଷ୍ୟତହିଁ କହିବ । ଏବେ ସେ ଗୋଟିଏ ସାପ୍ତାହିକ ପତ୍ରିକାରେ ତାଙ୍କ କଥା ଲେଖୁଛନ୍ତି । ତାହାର ଆବଶ୍ୟକତା ନିଶ୍ଚୟ ରହିଛି । ସେ ଗୋଟାଏ ଖୁବ୍ ଭଲ କାମ କରୁଛନ୍ତି; କିନ୍ତୁ ସେଇଟା ତାଙ୍କ ଜୀବନୀ ନୁହେଁ । ରଙ୍ଗମଞ୍ଚରେ ଅଭିନୟ କଲାବେଳେ ଦର୍ଶକହିଁ କହିପାରିବେ ସେ କିଭଳି କ’ଣ କରୁଚି – ସେ ନିଜେ ଯେତେ ଉଦ୍ୟମ କଲେ ବି କହିପାରିବ ନାହିଁ । ରମାଦେବୀ ନିଜ ବିଷୟରେ କେତେଦୂର କ’ଣ ଲେଖୁବେ ? ଏମିତି ହୋଇପାରେ ଯେ, ସେ କେତେକ ଦୃଷ୍ଟିରୁ ନିଜକୁ ଚିହ୍ନି ନାହାନ୍ତି; ଅର୍ଥାତ୍ ତାଙ୍କ ସାଧନା ଓ କର୍ମର ଫଳ ନାହିଁ । ଲେଖକର ଯେଉଁ ଯୋଗ୍ୟତା ଏହି ସମ୍ପର୍କରେ ଏଠାରେ ଉଲ୍ଲେଖ କରି ସେହି ଯୋଗ୍ୟତା ନଥ‌ିବା ଜଣେ ପ୍ରସିଦ୍ଧ ଲେଖକ ଯେତେ କସରତ କଲେ ମଧ୍ୟ ସଫଳ ହୋଇପାରିବ ନାହିଁ । ଓଡ଼ିଆ ଭାଷାରେ ପ୍ରକାଶିତ କେତୋଟି ଜୀବନୀ ଅତି ଖରାପ ହୋଇଛି, ତାହା ଆମେ ସମସ୍ତେ ଊଣା ଅଧିକେ ଜାଣୁ ।

ଏ ପୁସ୍ତକରେ ମୁଁ ରମାଦେବୀଙ୍କ ଜୀବନୀ ବା ତାଙ୍କ କୃତି ବିଷୟରେ ଲେଖୁନାହିଁ । ତାଙ୍କ ସହିତ ମିଶି ଓ ତାଙ୍କ ନିର୍ଦ୍ଦେଶ ବା ଇଚ୍ଛା ଅନୁସାରେ କାମ କରିବାର ସୁଯୋଗ ମତେ ମିଳିଛି ।

ପ୍ରଶ୍ନବଳୀ :
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(୧) ସ୍ଵାଧୀନତାପ୍ରାପ୍ତି ପରେ ରମାଦେବୀଙ୍କୁ ଜାଣିବାପାଇଁ କେଉଁମାନେ ସୁଯୋଗରୁ ବଞ୍ଚିତ ହେଲେ ?
(୨) ରମାଦେବୀଙ୍କ ଜୀବନୀ ପୁସ୍ତକ କିଏ ଲେଖୁବା ଉଚିତ ?
(୩) ବାଲେଶ୍ବରରେ ଲବଣ ଆଇନ ଅମାନ୍ୟ ବେଳେ ତାଙ୍କ ପଛରେ କେଉଁମାନେ ପୁଲିସର ଉପସ୍ଥିତିକୁ ଭୃକ୍ଷେପ ନ କରି ଚାଲିଥିଲେ ?
(୪) ଲେଖକର ଯୋଗ୍ୟତା ନ ଥାଇ ଜଣେ ଲେଖିଲେ କ’ଣ ହୁଏ ?

(ଖ) ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(୧) ଜୀବନୀର ସ୍ଥାନ କାହିଁକି ପୂରଣ ହୋଇପାରିବ ନାହିଁ ?
(୨) ଆତ୍ମଜୀବନୀ କହିଲେ କ’ଣ ବୁଝାଏ ?
(୩) ଓଡ଼ିଆ ଭାଷାରେ ରଚିତ କେତେକ ଜୀବନୀ ଗ୍ରନ୍ଥ ଖରାପ ହେବାର କାରଣ କ’ଣ ?

ସମ୍ଭାବ୍ୟ ଉତ୍ତର
(କ) (୧) ସ୍ଵାଧୀନତାପ୍ରାପ୍ତି ପରେ ରମାଦେବୀଙ୍କୁ ଜାଣିବାପାଇଁ ତାଙ୍କ ସହିତ ଯେଉଁମାନେ ସୁଖର ସାଥୀ ରୂପରେ କାମ କରିବାକୁ ଆସିଥିଲେ ସେହିମାନେ ପ୍ରକୃତ ରମାଦେବୀଙ୍କୁ ଜାଣିବାର ସୁଯୋଗ ପାଇଲେ ନାହିଁ ।
(୨) ବାଲେଶ୍ଵରର ଲବଣ ଆଇନ ଅମାନ୍ୟ କ୍ଷେତ୍ରରେ ନେତୃତ୍ବ ନେଇ ଆଗେ ଆଗେ ଚାଲିଥିବା ରମାଦେବୀଙ୍କୁ ଯେଉଁମାନେ ପ୍ରକୃତ ଅର୍ଥରେ ଜାଣନ୍ତି ଓ ପ୍ରତ୍ୟକ୍ଷ ଦେଖୁଛନ୍ତି ଯେଉଁମାନେ ଦେଶପ୍ରେମୀ, ତ୍ୟାଗୀ,
(୩) ବାଲେଶ୍ଵରରେ ଲବଣ ଆଇନ ଅମାନ୍ୟବେଳେ ତାଙ୍କ ପଛରେ ୫୦୦ ଗାଉଁଲୀ ଝିଅ, ବୋହୂ, ବୁଢ଼ୀ ପୁଲିସର ଉପସ୍ଥିତିକୁ ଭୂକ୍ଷେପ ନ କରି ଚାଲିଥିଲେ ।
(୪) ଲେଖକର ଯୋଗ୍ୟତା ନ ଥାଇ ଜଣେ ଯେତେ କସରତ କଲେ ମଧ୍ୟ ଲେଖକ ଭାବରେ ସଫଳ ହୋଇପାରିବ ନାହିଁ ।

(ଖ) (୧) ନିଜେ ନିଜକୁ ଜଣେ ଯେତିକି ଜାଣିଛି ବା ଚିହ୍ନିଛି ତାହାର ବର୍ଣ୍ଣନା । ତାହା କେବେ ହେଲେ ଜୀବନୀର ସ୍ଥାନ ପୂରଣ କରିପାରିବ ନାହିଁ, କାରଣ ଆତ୍ମଜୀବନୀ ଲେଖକ ନିଜକୁ କେତେକ ଦୃଷ୍ଟିରୁ ଚିହ୍ନିପାରି ନଥା’ନ୍ତି ।
(୨) ଆତ୍ମଜୀବନୀ ହେଉଛି ନିଜେ ଲେଖକ ନିଜକୁ ନିଜେ ଯେପରି ଦେଖୁଛି, ଯାହା ନିଜ ବିଷୟରେ ଜାଣିଛି ତାହାର ବର୍ଣ୍ଣନା ମାତ୍ର । ଏଥରେ ନିଜ ସମ୍ବନ୍ଧୀୟ ଅନେକ କଥା ସେ ଜାଣି ନଥ‌ିବାରୁ ସେ ସବୁର ଉଲ୍ଲେଖ ନଥାଏ ।
(୩) ଜଣେ ଲେଖକର ଯେଉଁ ଯୋଗ୍ୟତା ରହିବା କଥା ତାହା ନଥିଲେ ସେ ଯେତେ ଉଦ୍ୟମ କଲେ ମଧ୍ୟ ଭଲ ଜୀବନୀ ଗ୍ରନ୍ଥ ଲେଖୁପାରିବ ନାହିଁ । ଏହି କାରଣରୁ ଓଡ଼ିଆ ଭାଷାରେ ରଚିତ କେତେକ ଜୀବନୀଗ୍ରନ୍ଥ ଖରାପ ହୋଇଛି ।

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶ

Odisha State Board CHSE Odisha Class 12 Odia Solutions Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶ Exercise Questions and Answers.

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶ

ର୍ଥନୁଛେଦ – ୧

ଖବର ମିଳି ସାରିଥିଲା ଯେ ବଡଲାଟ୍ ବର୍ଷ ଶେଷ ପୂର୍ବରୁ ଓଡ଼ିଶା ଆସିବେ । ସେଥ‌ିପାଇଁ ବଙ୍ଗଳାର ପ୍ରାଦେଶିକ ସରକାରଙ୍କ ତତ୍ପରତା ବଢ଼ି ଯାଇଥିଲା । ଓଡ଼ିଶାର ଜିଲ୍ଲା ପ୍ରଶାସନଗୁଡ଼ିକ ମଧ୍ୟ ସଜାଗ ହୋଇଯାଇଥିଲେ । ଅମଲା ମହଲରେ ହଇଚଇ । ତରଙ୍ଗହୀନ ଓଡ଼ିଆ ମାଟିରେ ବି ସୃଷ୍ଟି ହୋଇଥିଲା ଗୋଟାଏ ନୂଆ ଜାଗରୁକତା ।

ମଧୁସୂଦନଙ୍କ ଗୋଡ଼ କିନ୍ତୁ ଏଠି ସେଠି ପଡୁଥିଲା । ସେ ଜାଣିଥିଲେ ସରକାରଙ୍କ ଆଶୀର୍ବାଦ ବିନା ଉତ୍କଳର ପରିଚୟରେ ପର ଲଗେଇବା ଏକପ୍ରକାର ଅସମ୍ଭବ । ଥରେ ଭାରତର ଶାସନମୁଖ୍ୟ କଥାଟାକୁ ବୁଝିଗଲେ ଆଉ ତେଣିକି ଅସୁବିଧା ନାହିଁ । ସେଥିରେ ସେ ପାଇସାରିଥିଲେ ପ୍ରଥମ ସଫଳତା । ବଡ଼ଲାଟ୍ ଯେ ଓଡ଼ିଶା ଆସୁଛନ୍ତି ତାହା, କାହାର ଉଦ୍ୟମ ଯୋଗୁଁ ?

ଅକ୍ଟୋବର ଡେଇଁ ନଭେମ୍ବର ଆସି ଯାଇଥିଲା । ଓଡ଼ିଶା ଅଳଙ୍କାର କାରଖାନାରେ ଜୋର୍‌ସୋର୍ କାମ ଲଗେଇ ଦେଇଥିଲେ ମଧୁସୂଦନ । ତାରକସିର ଐନ୍ଦ୍ରଜାଲିକ ସୌନ୍ଦର୍ଯ୍ୟ ଭେଟି ଦେଇ ସେ ମୁଗ୍‌ଧ କରିଦେବେ ପ୍ରତ୍ନତତ୍ତ୍ଵବିଳାସୀ ଭାଇସ୍‌ୟ କର୍ଜନଙ୍କ ଆଖ୍ ଦୁଇଟିକୁ ।

ଶହେବର୍ଷ ଧରି ଇଂରେଜ ସରକାର ପରୋକ୍ଷରେ ହେଉ କି ପ୍ରତ୍ୟକ୍ଷରେ ହେଉ, ସାରା ଭାରତ ଭୂଖଣ୍ଡରେ ଶାସନ ବିସ୍ତାର କରିଛନ୍ତି । ମାତ୍ର ପ୍ରଥମଥର ପାଇଁ ଶାସନର ସର୍ବୋଚ୍ଚକର୍ତ୍ତା ଆସୁଛନ୍ତି ଉତ୍କଳ । କିଛି କମ୍ ନୁହେଁ ଏ ସୁଯୋଗ !

ଅନେକ ବର୍ଷ ତଳେ ଭାଇସ୍‌ୟ ଲର୍ଡ ମେଓ ଓଡ଼ିଶା ପରିଦର୍ଶନରେ ଆସିବାର ଯୋଜନା ହୋଇଥିଲା । ତାହା ଥିଲା ୧୮୭୨ ସନର କଥା । ସେହି ଫେବୃଆରୀରେ ଆନ୍ଦାମାନ ଦ୍ବୀପର ପରିଦର୍ଶନ ସାରି ଜଳ ଜାହାଜରେ ସେ ଆସିଥା’ନ୍ତେ ଓଡ଼ିଶା । ମାତ୍ର ହାୟ, ସେଇଠି ପୋର୍ଟବ୍ଲେୟାର୍‌ଠାରେ ଶେର୍ ଅଲ୍ଲୀ ନାମକ ଜଣେ ଓହାବା ବନ୍ଦୀର ଛୁରିକାଘାତରେ ଅଚାନକ ପ୍ରାଣ ହରାଇଲେ ସେ । ତା’ପରଠାରୁ ଓଡ଼ିଶା ଆସିବାପାଇଁ ଅନ୍ୟ କୌଣସି ଭାଇସ୍‌ୟ ମନ ବଳାଇ ନଥିଲେ ।

ଅଜଣା ଅରଣ୍ୟର ଅଚାଏ ଅନାବିଷ୍କୃତ ଭୂଖଣ୍ଡ ପରି ଓଡ଼ିଶା ପଡ଼ି ରହିଥିଲା ସେମିତି । ଲର୍ଡ ଏଲ୍‌ଗିନ୍‌ଙ୍କ ଅନ୍ତେ ଭାରତ ଭୂଇଁରେ ସ୍ଥଳାଭିଷିକ୍ତ ହୋଇ ଯୋଗ ଦେଇଥିଲେ କର୍ଜନ ସାହେବ । ସେ ଥିଲେ ଐତିହାସିକ, କଳାପ୍ରେମୀ ପୁଣି ପ୍ରତ୍ନତତ୍ତ୍ୱବିତ୍ । ମଧୁବାବୁ ବିଲାତରେ ବୁଝି ଆସିଥିଲେ ସେସବୁ । କଳାପ୍ରେମୀ ମଣିଷର ଥାଏ ଗୋଟାଏ ଉଦାର ଓ କୋମଳ ଦିଗ । ତାକୁ ବାଗେଇ ଛୁଇଁପାରିଲେ ସମ୍ପର୍କ ସହଜ ହୁଏ । ସେଇ କଥାକୁ ମନରେ ରଖ୍ ଉତ୍କଳସଭାରେ କଥାଟାକୁ ପକେଇ ମଧୁସୂଦନ ପ୍ରସ୍ତୁତ କରିଥିଲେ ଏକ ଦୀର୍ଘ ଅଭିନନ୍ଦନ ପତ୍ର ।

ଐତିହ୍ୟସମ୍ପନ୍ନ ମଧ୍ୟଯୁଗୀୟ ଓଡ଼ିଶାର ସ୍ଥାପତ୍ୟ ସୌଷ୍ଠବ ସାଙ୍ଗକୁ ଉତ୍କଳୀୟ ସଂସ୍କୃତିର ଅନନ୍ୟ ସୌଜାତ୍ୟ କର୍ଜନଙ୍କୁ ଯେ ପ୍ରଭାବିତ କରିବ, ସେ ସମ୍ପର୍କରେ ଦୃଢ଼ ନିଶ୍ଚିତ ଥିଲେ ମଧୁସୂଦନ ।

ଅଭିନନ୍ଦନ ପତ୍ରରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ଏକ ଶାସନାଧୀନ କରି ରଖୁ ଲାଗି ସେ ଯୁକ୍ତି ଉପସ୍ଥାପନ କରିଥିଲେ ।

ପ୍ରଶ୍ନବଳୀ :

(କ) ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ : ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ସରକାରଙ୍କ ଆଶୀର୍ବାଦ ବିନା କ’ଣ ଅସମ୍ଭବ ବୋଲି ମଧୁବାବୁ ଜାଣିଥିଲେ ?
୨। ୧୮୭୨ ପରେ ଭାଇସ୍‌ୟମାନେ ଓଡ଼ିଶା ଆସିବାପାଇଁ ମନ ନ ବଳେଇବାର କାରଣ କ’ଣ ?
୩। କର୍ଜନଙ୍କୁ କ’ଣ ପ୍ରଭାବିତ କରିବ ବୋଲି ମଧୁବାବୁ ଦୃଢ଼ ନିଶ୍ଚିତ ଥିଲେ ?
୪ । ଅଭିନନ୍ଦନ ପତ୍ରରେ ମଧୁବାବୁ କେଉଁ ଯୁକ୍ତି ଉପସ୍ଥାପନ କରିଥିଲେ ?

(ଖ) ଦୁଇ ନମ୍ବର ବିଶିଷ୍ଟ ପ୍ରଶ୍ନ : ଦୁଇଟି ବାକ୍ୟରେ ଉତ୍ତର ଲେଖ ।
୧। ବଡ଼ଲାଟ ଓଡ଼ିଶା ଆସିବା ଖବର ଶୁଣି କିପରି ତତ୍ପରତା ପ୍ରକାଶ ପାଇଥିଲା ?
୨। ମଧୁବାବୁ ଓଡ଼ିଶା ଅଳଙ୍କାର କାରଖାନାରେ ଜୋରସୋର କାମ ଲଗାଇବାର ଉଦ୍ଦେଶ୍ୟ କ’ଣ ?
୩ । ମଧୁବାବୁ କର୍ଜନ ସାହେବଙ୍କ ସମ୍ପର୍କରେ ବିଲାତରୁ କ’ଣ ବୁଝି ଆସିଥିଲେ ?

ସମ୍ଭାବ୍ୟ ଉତ୍ତର :

(କ) ୧। ସରକାରଙ୍କ ଆଶୀର୍ବାଦ ବିନା ଉତ୍କଳ ବା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମର୍ଯ୍ୟାଦା ମିଳିବା ଅସମ୍ଭବ ବୋଲି ମଧୁବାବୁ ଜାଣିଥିଲେ ।
୨। ୧୮୭୨ ମସିହାରେ ଭାଇସ୍‌ୟ ଲର୍ଡ଼ ମେଓ ଓଡ଼ିଶା ଆସିବାର ଅବ୍ୟବହିତ ପୂର୍ବରୁ ପୋର୍ଟବ୍ଲେୟାର୍‌ରେ ଛୁରିକାଘାତରେ ମୃତ୍ୟୁବରଣ କରିବାରୁ ଏହାପରେ ଅନ୍ୟ କୌଣସି ଭାଇସ୍‌ୟ ଓଡ଼ିଶା ଆସିବାକୁ ମନ ବଳାଉ ନଥିଲେ ।
୩। ଐତିହ୍ୟସମ୍ପନ୍ନ ଓଡ଼ିଶାର ସ୍ଥାପତ୍ୟ ଓ ଉତ୍କଳୀୟ ସଂସ୍କୃତି ଲର୍ଡ଼ କର୍ଜନଙ୍କୁ ପ୍ରଭାବିତ କରିବ ବୋଲି ମଧୁବାବୁ ଜାଣିଥିଲେ ।
୪ । ଅଭିନନ୍ଦନ ପତ୍ରରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ଓଡ଼ିଶା ପ୍ରଦେଶ ଗଠନ ପାଇଁ ମଧୁବାବୁ ଯୁକ୍ତି ଉପସ୍ଥାପନ କରିଥିଲେ ।

(ଖ) ୧। ବଡ଼ଲାଟଙ୍କ ଓଡ଼ିଶା ଆସିବା ଖବର ଶୁଣି ବଙ୍ଗଳାର ପ୍ରାଦେଶିକ ସରକାର, ଓଡ଼ିଶାର ଜିଲ୍ଲା ପ୍ରଶାସନ ଓ ଅମଲା ମହଲରେ ତତ୍ପରତା ବଢ଼ିଯାଇଥିଲା । ଓଡ଼ିଆ ଲୋକମାନଙ୍କ ମଧ୍ୟରେ ନୂଆ ଜାଗରଣ ସୃଷ୍ଟି ହୋଇଥିଲା ।
୨। ପ୍ରତ୍ନତତ୍ତ୍ବବିଳାସୀ ଭାଇସ୍‌ୟ କର୍ଜନ ସାହେବ ଓଡ଼ିଶା ଆସୁଛନ୍ତି। ତାଙ୍କୁ ତାରକସିର ଐନ୍ଦ୍ରଜାଲିକ ସୌନ୍ଦର୍ଯ୍ୟ ଭେଟିଦେଇ ମୁଗ୍ଧ କରିଦେବାପାଇଁ ମଧୁବାବୁ ଅଳଙ୍କାର କାରଖାନାରେ ଜୋରସୋର କାମ ଲଗାଇଥିଲେ ।
୩ । କର୍ଜନ ସାହେବ ଜଣେ ଐତିହାସିକ, ପ୍ରତ୍ନତତ୍ତ୍ୱବିତ୍ ଓ କଳାପ୍ରେମୀ ଉଦାର ମଣିଷ । ମଧୁବାବୁ ବିଲାତରୁ ଏକଥା ବୁଝି ଆସିଥିଲେ ।

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶଛ

ଅନୁଚ୍ଛେଦ – ୨

ସାଂସାରିକ ବାଧାବିଘ୍ନ ମଧ୍ୟରେ ମନୁଷ୍ୟର ନିଜତ୍ଵ ପ୍ରକାଶିତ ହେବା ସହଜ ନୁହେଁ । ଅନେକ ସମୟରେ ସାମାଜିକ ରୀତିନୀତି ମଧ୍ୟ ପ୍ରତିବନ୍ଧକ ସ୍ଵରୂପ ହୋଇଥାଏ । ପୂର୍ବକାଳରେ ଆମ ଦେଶରେ ଗୃହସ୍ଥର ଆଚରଣ ସମ୍ବନ୍ଧରେ ଶିକ୍ଷା ଦିଆ ହେଉଥୁଲା, କିନ୍ତୁ ଆଜିକାଲି ସେପରି ଶିକ୍ଷାର ପ୍ରଚଳନ ନାହିଁ । ମନୁଷ୍ୟର ଗୋଟାଏ ସଙ୍କୁଚିତ ଅବସ୍ଥା ଆସିଗଲେ, ସେ ସହଜରେ ଆଉ ସେଥୁରୁ ନିଷ୍ପତି ପାଏ ନାହିଁ । ଯେଉଁମାନଙ୍କର ମାନସିକ ପ୍ରବୃତ୍ତି ଟିକିଏ ଉଚ୍ଚ ଦରର ଥାଏ, ସେହିମାନେ କୌଣସି କାରଣବଶତଃ ଲକ୍ଷ୍ୟ ରଖ୍ ଶକ୍ତି ପ୍ରୟୋଗ କରିପାରେ ଓ ତଦ୍ବାରା ତା’ର ଯେଉଁ ବିକାଶ ଜନ୍ମେ, ସେଥ‌ିରେ ନିଜତ୍ଵର ଯଥେଷ୍ଟ ପରିଚୟ ମିଳେ । ନିଜତ୍ୱ ରକ୍ଷା କରି ନ ପାରି ଅଧିକାଂଶ କେବଳ ଏକ ଧାରାବାହିକ କର୍ମପନ୍ଥାର ଆଶ୍ରୟରେ ଜୀବନକୁ କଟାଇ ଦିଅନ୍ତି । ମନୁଷ୍ୟତ୍ୱର ଶ୍ରେଷ୍ଠ ନିଦର୍ଶନ ଏଥ୍ରେ ନ ଥାଏ ଜଗତରେ ଯେତେ ବିସ୍ମୟକର ଓ ମହତ୍ କାର୍ଯ୍ୟ ସମ୍ପାଦିତ ହୋଇଅଛି, ସେଥ‌ିରେ ଗୃହସ୍ଥର ପ୍ରଭାବ ଅଛି । ଗୃହସ୍ଥ ନିଜକୁ ଛୋଟ ମନେ କରିବା ଉଚିତ ନୁହେଁ । ଅର୍ଥ କିମ୍ବା କ୍ଷମତାର ପ୍ରଭାବକୁ ଭୟ କରି ସେ ଯଦି ଶକ୍ତି ପରାକାଷ୍ଠା ମିଳେ ।

କର୍ତ୍ତବ୍ୟପରାୟଣ ଗୃହୀ ସାଂସାରିକ ବିପଦର ସମ୍ମୁଖୀନ ହୋଇ ସୁଦ୍ଧା ନିଜତ୍ଵ ହରାଏ ନାହିଁ । ତା’ର ଲକ୍ଷ୍ୟ ଗୋଟାଏ ଅବଲମ୍ବନକୁ ଆଶ୍ରୟ କରିଥାଏ । ଅବଲମ୍ବନ ନ ଥିଲେ ମନୁଷ୍ୟର ଗତି ସହଜ ହୁଏ ନାହିଁ ଓ ଲକ୍ଷ୍ୟର ସ୍ଥିରତା ମଧ୍ଯ ରହେ ନାହିଁ । ନିଜର ଆକାଙ୍‌କ୍ଷା ଓ ରୁଚି ଅନୁଯାୟୀ ମନୁଷ୍ୟ ଅବଲମ୍ବନ ଗ୍ରହଣ କରେ । କେବଳ ଗୋଟାଏ ଗଡ଼ଡ଼ଳିକା ପ୍ରବାହରେ ଭାସିଯିବା ଲୋକଙ୍କ ସଂଖ୍ୟା ସଂସାରରେ ଅନେକ ଦେଖାଯାଏ । ସେମାନଙ୍କୁ ପ୍ରକୃତ ଗୃହସ୍ଥ ବୋଲି କୁହାଯାଇ ନ ପାରେ । କୌଣସି ପ୍ରଚଳିତ ରୀତି କିମ୍ବା ପ୍ରଥାକୁ ଅନୁସରଣ କରି କାର୍ଯ୍ୟାନୁଷ୍ଠାନ କରାଯାଇପାରେ; କିନ୍ତୁ ସେଥ‌ିରେ ବିଶେଷତ୍ଵ ପ୍ରତି ଲକ୍ଷ୍ୟ ଦେବା ଉଚିତ । ଯାବତୀୟ କର୍ମ କରି ନିଜର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହୋବାପାଇଁ ଆଦୌ ବାଧା ନାହିଁ । କର୍ମରେ ଅନୁପ୍ରାଣିତ ଦୃଢ଼ଭାବରେ ପାଳନ କରେ । ସେପରି କରିବା ତା’ର ପ୍ରଧାନ କର୍ତ୍ତବ୍ୟ; କିନ୍ତୁ କର୍ତ୍ତବ୍ୟ ପାଳନବେଳେ ଅବଲମ୍ବନର ଶକ୍ତି ତାକୁ ଯେପରି ପ୍ରଫୁଲ୍ଲ ରଖେ ଓ ସେ ଯେପରି ଅଦମ୍ୟ ସାହସରେ ସଂଗ୍ରାମ କରେ, ତାହା କେବଳ ସେନାପତିଙ୍କର ଆଦେଶ ବାଣୀ ଶ୍ରବଣରେ ସମ୍ଭବପର ନୁହେଁ । ପ୍ରତ୍ୟେକ ଗୃହସ୍ଥର ବୀର ପରି ଆଚରଣ କରିବା ଗୋଟାଏ ଧର୍ମ । ଭୟାକୁ ହେଲେ ତା ପାଇଁ ଜଗତରେ ଉଚ୍ଚ ସ୍ଥାନ ରହେ ନାହିଁ । ଗୃହସ୍ଥର ପ୍ରଧାନ ଧର୍ମ ସଂସାର-କ୍ଷେତ୍ରରେ ନିଷ୍ଠାର ସହିତ କର୍ତ୍ତବ୍ୟ ପାଳନ ।

ପ୍ରଶ୍ନବଳୀ :

(କ) ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ : ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ମନୁଷ୍ୟର ସଙ୍କୁଚିତ ଅବସ୍ଥା ଆସିଗଲେ କ’ଣ ହୁଏ ?
୨। ମନୁଷ୍ୟତ୍ୱର ଶ୍ରେଷ୍ଠ ନିଦର୍ଶନ କେଉଁଥରେ ନ ଥାଏ ?
୩। କେଉଁ ଗୃହସ୍ଥର ସଂସାରରେ ଉପଯୁକ୍ତ ସ୍ଥାନ ନାହିଁ ?
୪। ଗୃହସ୍ଥର ପ୍ରଧାନ ଧର୍ମ କ’ଣ ?

(ଖ) ଦୁଇ ନମ୍ବର ବିଶିଷ୍ଟ ପ୍ରଶ୍ନ : ଦୁଇଟି ବାକ୍ୟରେ ଉତ୍ତର ଲେଖ ।
୧। ଆଜି କେଉଁ ଶିକ୍ଷାର ପ୍ରଚଳନ ନାହିଁ ?
୨। ଗୃହସ୍ଥକୁ ନିଜତ୍ଵର ଯଥେଷ୍ଟ ପରିଚୟ କେତେବେଳେ ମିଳେ ?
୩। କେଉଁମାନଙ୍କୁ ପ୍ରକୃତ ଗୃହସ୍ଥ ବୋଲି କୁହାଯାଇ ନ ପାରେ ?

ସମ୍ଭାବ୍ୟ ଉତ୍ତର :

(କ) ୧। ମନୁଷ୍ୟର ସଙ୍କୁଚିତ ଅବସ୍ଥା ଆସିଗଲେ, ସେ ସହଜରେ ସେହି ଅବସ୍ଥାରୁ ଆଉ ମୁକ୍ତି ପାଇପାରେ ନାହିଁ ।
୨। ନିଜତ୍ୱ ରକ୍ଷା ନ କରି ଏକ ଧାରାବାହିକ କର୍ମପନ୍ଥାରେ ଜୀବନ ବିତାଇବାରେ ମନୁଷ୍ୟତ୍ୱର ଶ୍ରେଷ୍ଠ ନିଦର୍ଶନ ନଥାଏ ।
୩ । ଯେଉଁ ଗୃହସ୍ଥ ନିଜକୁ ଛୋଟ ମନେକରି ଅର୍ଥ କିମ୍ବା କ୍ଷମତା ଭୟରେ ନିଜର ଶକ୍ତି ବିକାଶ କରେ ନାହିଁ, ସେଭଳି ଗୃହସ୍ଥର ସଂସାରରେ ଉପଯୁକ୍ତ ସ୍ଥାନ ନାହିଁ ।
୪। ସଂସାର କ୍ଷେତ୍ରରେ ନିଷ୍ଠାର ସହିତ କର୍ତ୍ତବ୍ୟ ପାଳନ ହିଁ ଗୃହସ୍ଥର ପ୍ରଧାନ ଧର୍ମ ।

(ଖ) ୧। ପୂର୍ବକାଳରେ ଆମ ଦେଶରେ ଗୃହସ୍ଥର ଆଚରଣ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରାଯାଉଥିଲା । ବର୍ତ୍ତମାନ ସେଭଳି ଶିକ୍ଷାର ପ୍ରଚଳନ ନାହିଁ ।
୨। ଗୃହସ୍ଥ ନିଜର ପାରିବାରିକ ପରିସ୍ଥିତିରେ ଥାଇ ମଧ୍ୟ, ଇଚ୍ଛାନୁସାରେ ଅନୁକୂଳ ଅବସ୍ଥାକୁ ଲକ୍ଷ୍ୟ ରଖ୍ ଶକ୍ତି ପ୍ରୟୋଗ କରିଥାଏ । ସେହି ଶକ୍ତି ପ୍ରୟୋଗଦ୍ଵାରା ଯେଉଁ ବିକାଶ ଜନ୍ମେ, ସେଥୁରୁ ଗୃହସ୍ଥକୁ ନିଜତ୍ଵର ଯଥେଷ୍ଟ ପରିଚୟ ମିଳିଥାଏ ।
୩ । ସଂସାରରେ ଅନେକ ଗୃହସ୍ଥ ଅଛନ୍ତି, ଯେଉଁମାନେ କେବଳ ଗଡ଼ଡ଼ଳିକା ପ୍ରବାହରେ ଭାସିଯାଇଥା’ନ୍ତି । ସେଭଳି ଗୃହସ୍ଥମାନଙ୍କୁ ପ୍ରକୃତ ଗୃହସ୍ଥ କୁହାଯାଇ ପାରିବ ନାହିଁ ।

ଅନୁଚ୍ଛେଦ – ୩

ସାଧନା, ସୁଦୃଢ଼ ଭିଭି ଓ ବେଷ୍ଟନୀ ଉପରେ ଅନେକ ପରିମାଣରେ ନିର୍ଭର କରେ । ବେଷ୍ଟନୀ ଦୁର୍ବଳ ହେଲେ ବାହ୍ୟ ପ୍ରଭାବ ସାଧନାର ପ୍ରତିକୂଳାଚରଣ କରେ । ଜଗତରେ ଯେତେ ମନୀଷୀଙ୍କର ଆବିର୍ଭାବ ଘଟିଅଛି, ସେମାନଙ୍କର ଜୀବନୀ ଆଲୋଚନା କଲେ ଜଣାଯିବ ଯେ, ଅଧିକାଂଶଙ୍କର କାର୍ଯ୍ୟକ୍ରମରେ ଗୋଟାଏ ବିଶେଷତ୍ଵ ଥାଏ । ସାଧାରଣ ଚକ୍ଷୁରେ ଯେଉଁ ଘଟନାଗୁଡ଼ିକ କେବଳ ପ୍ରତିବନ୍ଧକ ବୋଲି ଗ୍ରହଣୀୟ ହୋଇପାରେ, ସେହିଗୁଡ଼ିକ ଅସାଧାରଣ ମାନବର କାର୍ଯ୍ୟାନୁଷ୍ଠାନରେ ବହୁପରିମାଣରେ ସହାୟତା କରନ୍ତି । ଜୀବନର ଜଟିଳ ଗତିରେ ସାଧାରଣ ମନୁଷ୍ୟ ସବୁବେଳେ ଅନୁକୂଳ ଅବସ୍ଥାକୁ ଲକ୍ଷ୍ୟ କରି ରହେ । ନିଜର ଇଚ୍ଛାନୁଯାୟୀ ବେଷ୍ଟନୀଟିଏ ପାଇଲେ ସେ ଆନନ୍ଦ ଅନୁଭବ କରେ । ଜଗତ୍ ସହିତ ତା’ର ସମ୍ପର୍କ ସଂଶ୍ଳିଷ୍ଟ ହୁଏ, ଗୋଟାଏ ସ୍ଵାର୍ଥଜଡ଼ିତ ଦିଗରେ । ସେ ଅନ୍ୟ କୌଣସି ବିଷୟରେ ବିଶେଷ ଆସ୍ଥା ସ୍ଥାପନ କରେ ନାହିଁ । ତା’ର ବେଷ୍ଟନୀଟି ଏପରି ଗଢ଼ି ହୋଇ ଉଠେ ଯେ, ଦୃଷ୍ଟି ସଞ୍ଚାଳନ କରିବାକୁ ତାକୁ ଗୋଟାଏ ଦିଗରେ ଅବସର ମିଳେ । ସାଂସାରିକ କାର୍ଯ୍ୟ ସମ୍ପାଦନରେ ଏପରି ଏକଦେଶଦର୍ଶୀ ହେବା ସମୀଚୀନ ହୋଇପାରେ; କିନ୍ତୁ ଯେଉଁମାନଙ୍କର ଚିନ୍ତାଧାରା ପ୍ରଚଳିତ ରୀତିକୁ ଅତିକ୍ରମ କରେ, ସେମାନଙ୍କର କାର୍ଯ୍ୟ-ପ୍ରଣାଳୀରେ ଗୋଟାଏ ନୂତନତ୍ଵ ଲକ୍ଷିତ ହୁଏ ।

ସେମାନେ ଯେଉଁ ପାରିପାର୍ଶ୍ବକ ଅବସ୍ଥା ସୃଷ୍ଟି କରନ୍ତି, ତାହା ସାଧାରଣ ସାଂସାରିକ ଜୀବନର ବିରୋଧୀ ହୁଏ । ଏହି ବିରୁଦ୍ଧ ବେଷ୍ଟନୀ ସଂସାରୀର ବୋଧଗମ୍ୟ ହୁଏ ନାହିଁ; ତେଣୁ ‘ମହତ୍ ଲୋକର କାର୍ଯ୍ୟ ସହଜରେ ଅନୁସୃତ ହୋଇପାରେ ନାହିଁ । ବେଗବତୀ ନଦୀର ପ୍ରବଳ ପ୍ରବାହ ଅନନ୍ତ ସାଗର ସଙ୍ଗମରେ ଗୋଟାଏ ବିରାଟ ସମାନତା ସୃଷ୍ଟି କରେ; କିନ୍ତୁ ସମୟ ସମୟରେ ଯେଉଁ ଉତ୍ତାଳ ଜଳ-କଲ୍ଲୋଳ ଉଠେ, ତାହା ସେହି ସମତାକୁ ଲୋପ କରିଦିଏ । ଜୀବନର ଧାରାବାହିକ ପଯ୍ୟାୟରେ ଯେତେବେଳେ ଜଡ଼ତା ଆସେ, ସେତେବେଳେ ପ୍ରାକୃତିକ ନିୟମକୁ ଅନୁସରଣ କରି ଗୋଟାଏ ସ୍ପନ୍ଦନ ହୁଏ । ଏହି ସ୍ପନ୍ଦନକୁ କେହି କେହି ଅସ୍ଵାଭାବିକ ବୋଲି ମନେକରି ପାରନ୍ତି; କିନ୍ତୁ ଜଗତରେ କୌଣସି ଘଟନା ଅନାହୂତ ଭାବରେ ସଙ୍ଘଟିତ ହୁଏ ନାହିଁ ।, ଶାନ୍ତ ବାୟୁମଣ୍ଡଳ ପ୍ରଖର ସୂର୍ଯ୍ୟକିରଣ ପ୍ରଭାବରେ ପ୍ରବଳ ଝଡ଼ ସୃଷ୍ଟି କରେ । ଜାଗତିକ କାର୍ଯ୍ୟ ସବୁବେଳେ ଗୋଟିଏ ରୀତିରେ ଆଚରିତ ହୁଏ ନାହିଁ । କାଳର ପ୍ରଭାବ ସଙ୍ଗେ ମନୀଷୀମାନଙ୍କର ପ୍ରେରଣା ମିଶି ଗୋଟାଏ ନୂତନତ୍ଵ ସୃଷ୍ଟି କରେ । ଏହାକୁ ସାଧାରଣତଃ ଆମ୍ଭେମାନେ ଯୁଗୋଚିତ ପରିବର୍ତ୍ତନ ଆଖ୍ୟା ଦେରଥାଉଁ।

ଯେଉଁମାନେ ପ୍ରେରଣା ଦେଇ ପରିବର୍ତ୍ତନର ସୂତ୍ରପାତ କରାନ୍ତି, ସେମାନେ ପ୍ରାୟ ପ୍ରଚଳିତ ଦେଶାଚାରକୁ ଲକ୍ଷ୍ୟ କରନ୍ତି ନାହିଁ । ମନୁଷ୍ୟର ଅନ୍ତର୍ନିହିତ ସ୍ଵାଧୀନ ଭାବ ସେମାନଙ୍କର କ୍ରିୟାକଳ।ପରେ ପ୍ରକାଶିତ ହେବ।ପାଇଁ ଯଥେଷ୍ଠ ସୁବିଧା ପାଏ । ସେମାନେ ସାଧାରଣ ବେଷ୍ଟନୀରେ ଆବଦ୍ଧ ହୁଅନ୍ତି ନାହିଁ । ଜୀବନର ଗତିରେ ଗୋଟାଏ ବିପ୍ଳବ ଆଣିବା ପାଇଁ ସେମାନଙ୍କର ସାଧନା ନିୟୋଜିତ ହୁଏ ।

ପ୍ରଶ୍ନବଳୀ :

(କ) ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ : ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ସାଧନା ଅନେକ ପରିମାଣରେ କାହା ଉପରେ ନିର୍ଭର କରେ ?
୨। ସାଧାରଣ ମନୁଷ୍ୟ କ’ଣ ପାଇଲେ ଆନନ୍ଦ ଅନୁଭବ କରେ ?
୩ । ବେଗବତୀ ନଦୀର ପ୍ରବଳ ପ୍ରବାହ କେଉଁଠାରେ ବିରାଟ ସମାନତା ସୃଷ୍ଟି କରେ ?
୪ । କାଳର ପ୍ରଭାବ ସଙ୍ଗେ କେଉଁମାନଙ୍କ ପ୍ରେରଣା ମିଶି ନୂତନତା ସୃଷ୍ଟି କରେ ?

(ଖ) ଦୁଇ ନମ୍ବର ବିଶିଷ୍ଟ ପ୍ରଶ୍ନ : ଦୁଇଟି ବାକ୍ୟରେ ଉତ୍ତର ଲେଖ ।
୧। ସାଂସାରିକ କାର୍ଯ୍ୟ ସମ୍ପାଦନରେ ମହତ୍ୱାକର କାର୍ଯ୍ୟ ସହଜରେ ଅନୁସୃତ ହୋଇ ନ ପାରିବାର କାରଣ କ’ଣ ?
୨ । କାହାକୁ ସାଧାରଣତଃ ଆମ୍ଭେମାନେ ଯୁଗୋଚିତ ପରିବର୍ତ୍ତନ ଆଖ୍ୟା ଦେଇଥାଉ ?
୩ । ଜୀବନର ଗତିରେ ଗୋଟିଏ ବିପ୍ଳବ ଆଣିବାପାଇଁ କେଉଁମାନଙ୍କ ସାଧନା ନିୟୋଜିତ ହୁଏ ?

ସମ୍ଭାବ୍ୟ ଉତ୍ତର :

(କ) ୧। ସାଧନା ଅନେକ ପରିମାଣରେ ସୁଦୃଢ଼ ଭିଭି ଓ ବେଷ୍ଟନୀ ଉପରେ ନିର୍ଭର କରେ ।
୨ । ସାଧାରଣ ମନୁଷ୍ୟ ଇଚ୍ଛାନୁଯାୟୀ ବେଷ୍ଟନୀଟିଏ ପାଇଲେ ଆନନ୍ଦ ଅନୁଭବ କରିଥାଏ ।
୩ । ବେଗବତୀ ନଦୀର ପ୍ରବଳ ପ୍ରବାହ ସାଗରର ମିଳନରେ ହିଁ ସମାନତା ସୃଷ୍ଟି କରେ ।
୪ । କାଳର ପ୍ରଭାବ ସଙ୍ଗେ ମନୀଷୀମାନଙ୍କ ପ୍ରେରଣା ମିଶି ନୂତନତା ସୃଷ୍ଟି କରେ ।

(ଖ) ୧। ସାଂସାରିକ କାର୍ଯ୍ୟ ସମ୍ପାଦନରେ ମହଡ଼ଲୋକମାନେ ଯେଉଁ ନୂତନ ପାରିପାଶ୍ୱିକ ଅବସ୍ଥା ସୃଷ୍ଟି କରନ୍ତି, ତାହା ପ୍ରଚଳିତ ସାଂସାରିକ ଜୀବନର ବିରୋଧୀ ହୋଇଥାଏ । ଏହି ବିରୁଦ୍ଧ ବେଷ୍ଟନୀ ସାଧାରଣ ସାଂସାରୀର ବୋଧଗମ୍ୟ ନ ହେବାରୁ, ମହତ୍ତୋଲୋକର କାର୍ଯ୍ୟ ସହଜରେ ଅନୁସୃତ ହୋଇନଥାଏ ।
୨ । କାଳର ପ୍ରଭାବ ସହିତ ମନୀଷୀମାନଙ୍କର ପ୍ରେରଣା ମିଶି ନୂତନତ୍ୱ ସୃଷ୍ଟି କରିଥାଏ । ସେହି ନୂତନତ୍ବକୁ ଆମ୍ଭେମାନେ ଯୁଗୋଚିତ ପରିବର୍ତ୍ତନ ଆଖ୍ୟା ଦେଇଥାଉ।
୩ । ଯେଉଁମାନେ ସାଧାରଣ ବେଷ୍ଟନୀରେ ଆବଦ୍ଧ ନ ହୋଇ ସାଧନା ବଳରେ ପରିବର୍ତ୍ତନର ସୂତ୍ରପାତ କରାନ୍ତି, ସେମାନେ ମନୁଷ୍ୟର ଅନ୍ତର୍ନିହିତ ସ୍ଵାଧୀନ ଭାବକୁ ପ୍ରକାଶ କରିବାକୁ ଯଥେଷ୍ଟ ସୁବିଧା ଦେଇଥା’ନ୍ତି । ଜୀବନ ଗତିରେ ବିପ୍ଳବ ଆଣିବାପାଇଁ ସେହିମାନଙ୍କ ସାଧନା ନିୟୋଜିତ ହୁଏ ।

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶଛ

ଅନୁଚ୍ଛେଦ – ୪

ଆମେ ବର୍ତ୍ତମାନ ଯେଉଁ ଲୋକ କଥା ଆଲୋଚନା କରିବାକୁ ଯାଉଛେ, ସେ ରାଜା ଓ ସମ୍ରାଟ୍ ହୋଇଥିଲେ ସୁଦ୍ଧା ଜଣେ ମହାନ୍ ଓ ପ୍ରଶଂସଯୋଗ୍ୟ ଲୋକ ଥିଲେ । ସେ ହେଉଛନ୍ତି ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ନାତି ଅଶୋକ । ଏଚ୍.ଜି.ୱେଲ୍‌ ତାଙ୍କ ବହି ‘ଆଉଟ୍‌ଲାଇନ୍ ଅଫ୍ ହିଷ୍ଟ୍ରି’ରେ ଅଶୋକଙ୍କ ସମ୍ବନ୍ଧରେ ଲେଖୁଛନ୍ତି – ‘ଇତିହାସରେ ମହାରାଜାଧାଜ ସମ୍ରାଟ ଇତ୍ୟାଦି ନାନା ନାମରେ ଯେଉଁ ହଜାର ହଜାର ରାଜା ଆଦିଙ୍କ ନାମ ପୂର୍ଣ୍ଣ ହୋଇଛି, ସେଥ୍ ଭିତରେ ଏକା ଅଶୋକଙ୍କ ନାମ ଗୋଟିଏ ନକ୍ଷତ୍ର ପରି ଉଜ୍ଜ୍ୱଳ ଦେଖାଯାଏ । ଭଲ୍‌ଗାଠାରୁ ଜାପାନ ପର୍ଯ୍ୟନ୍ତ ତାଙ୍କ ନାମ ଏବେ ସୁଦ୍ଧା ପୂଜାପାଏ । ଚୀନ୍, ତିବ୍ବତ ଏବଂ ଭାରତରେ ତାଙ୍କ ମହାନତାର ଚିହ୍ନ ଏବେ ସୁଦ୍ଧା ରଖୁଛନ୍ତି ।

ଖ୍ରୀଷ୍ଟୀୟାନ୍ ଯୁଗ ଆରମ୍ଭର ପ୍ରାୟ ୩୦୦ ବର୍ଷ ପୂର୍ବରୁ ଚନ୍ଦ୍ରଗୁପ୍ତ ମରିଥିଲେ । ତାଙ୍କ ପରେ ତାଙ୍କ ପୁଅ ବିନ୍ଦୁସାର ରାଜା ହେଲେ । ୨୫ ବର୍ଷ ପର୍ଯ୍ୟନ୍ତ ସେ ଶାନ୍ତିପୂର୍ଣ୍ଣ ଭାବରେ ରାଜତ୍ଵ କରିଥିଲେ । ସେ ଗ୍ରୀକ୍‌ମାନଙ୍କ ସହିତ ସମ୍ବନ୍ଧ ରଖୁଥିଲେ ଏବଂ ତାଙ୍କ କଚେରୀକୁ ଇଜିପ୍‌ଟର ଟଲେମି ଓ ପଶ୍ଚିମ ଭାରତର ସେଲ୍ୟୁକସ୍‌ଙ୍କ ପୁତ୍ର ଆଣ୍ଟିଓକ୍‌ସଙ୍କ ପାଖରୁ ଦୂତ ଆସି ରହିଥିଲେ । ବାହାର ଜଗତ ସହିତ ବେପାର ଚଳୁଥିଲା ଏବଂ କଥା ଅଛି ଯେ ଭାରତର ନୀଳ ନେଇ ଇଜିପ୍‌ଟର ଲୋକେ ତାଙ୍କ ଲୁଗା ରଙ୍ଗ କରୁଥିଲେ । ଆହୁରି ମଧ୍ୟ କହନ୍ତି ଯେ ତାଙ୍କ ମମି ବା ମୃତ ଶବଗୁଡ଼ିକୁ ଭାରତୀୟ ଲୁଗାରେ (ମସଲିନ୍) ଘୋଡ଼ାଉ ଥିଲେ । ବିହାରର କେତେକ ପୁରାତନ ସ୍ମୃତିରୁ ଜଣାପଡ଼େ ଯେ ମୌର୍ଯ୍ୟ ବଂଶ ଆରମ୍ଭ ପୂର୍ବରୁ ସେଠାରେ ଏକପ୍ରକାର କାଚ ତିଆରି ହେଉଥିଲା ।

ତୁ ଶୁଣି ଖୁସି ହେବୁ ଯେ ଚନ୍ଦ୍ରଗୁପ୍ତଙ୍କ କୋର୍ଟରେ ଯେଉଁ ଗ୍ରୀକ୍‌ଦୂତ ମେଘାସ୍ଥିନିସ୍ ଥିଲେ, ସେ ଲେଖୁଛନ୍ତି – ସେ ସମୟରେ ଭାରତୀୟମାନେ ଚାରୁକାମ ଓ ସୌନ୍ଦର୍ଯ୍ୟପ୍ରେମୀ ଥିଲେ ଏବଂ ବିଶେଷତଃ ନିଜର ଉଚ୍ଚତା ବଢ଼ାଇବା ପାଇଁ ଜୋତା ବ୍ୟବହାର କରୁଥିଲେ । ସୁତରାଂ ଉଚ୍ଚ ଜୋତା କିଛି ଆଧୁନିକ ଆବିଷ୍କାର ନୁହେଁ ।

ସମଗ୍ର ଉତ୍ତର ଓ ମଧ୍ୟ ଭାରତ ବିନ୍ଦୁସାରଙ୍କ ସାମ୍ରାଜ୍ୟଭୁକ୍ତ ଥିଲା ଏବଂ ମଧ୍ୟ ଏସିଆ ପର୍ଯ୍ୟନ୍ତ ଏହା ପ୍ରସାର ଲଭିଥିଲା । ଖ୍ରୀଷ୍ଟପୂର୍ବ ୨୬୮ରେ ବିନ୍ଦୁସାରଙ୍କ ପରେ ଅଶୋକ ଏହି ବିରାଟ ସାମ୍ରାଜ୍ୟର ଅଧିକାରୀ ହେଲେ । ବୋଧହୁଏ ଦକ୍ଷିଣ-ପୂର୍ବ ଓ ଦକ୍ଷିଣରେ ଥ‌ିବା ଅବଶିଷ୍ଟ ଅଞ୍ଚଳକୁ ନିଜ ସାମ୍ରାଜ୍ୟ ଭିତରେ ମିଶାଇବା ଉଦ୍ଦେଶ୍ୟରେ ସେ ତାଙ୍କ ରାଜୁତିର ନବମ ବର୍ଷରେ କଳିଙ୍ଗ ବିଜୟ ଆରମ୍ଭ କଲେ । ଭାରତର ପୂର୍ବ ଉପକୂଳରେ ମହାନଦୀ, ଗୋଦାବରୀ ଓ କୃଷ୍ଣା ନଦୀ ମଧ୍ୟରେ କଳିଙ୍ଗ ରାଜ୍ୟ ଥିଲା । କଳିଙ୍ଗ ଲୋକେ ଖୁବ୍ ସାହସର ସହିତ ଲଢ଼େଇ କରିଥିଲେ; ମାତ୍ର ଶେଷରେ ଭୀଷଣ ହତ୍ୟାପରେ ସେମାନେ ପରାସ୍ତ ହେଲେ । ଏହି ଯୁଦ୍ଧ ଓ ନରହତ୍ୟା ଅଶୋକଙ୍କ ମନକୁ ଏପରି ଗଭୀର ଭାବରେ ସ୍ପର୍ଶ କଲା ଯେ ଯୁଦ୍ଧ ଓ ଯୁଦ୍ଧ ସମ୍ବନ୍ଧୀୟ ଅନ୍ୟ ସକଳ କାର୍ଯ୍ୟରେ ତାଙ୍କର ବିତୃଷ୍ଣା ଆସିଗଲା । ସେ ସେହିଦିନଠାରୁ ଆଉ ଯୁଦ୍ଧ କରି ନ ଥିଲେ । ଦକ୍ଷିଣରେ ଗୋଟିଏ ଛୋଟ ଅଂଶ ଛଡ଼ା ପ୍ରାୟ ସମଗ୍ର ଭାରତ ତାଙ୍କ ଅଧୀନରେ ଥିଲା ଏବଂ ଛୋଟ ଅଂଶଟିକୁ ଜୟ କରିବା ମଧ୍ୟ ତାଙ୍କ ପକ୍ଷରେ ଖୁବ୍ ସହଜ ଥିଲା । କିନ୍ତୁ ସେ ସେଥୁରୁ ବିରତ ହେଲେ । ଏଚ୍.ଜି. ୱେଲ୍‌ କହନ୍ତି, ଯେତେ ସାମରିକ ସମ୍ରାଟ୍ ଥିଲେ ତାଙ୍କ ଭିତରେ ଅଶୋକ ହିଁ ଏକମାତ୍ର ଲୋକ ଯେ ଜୟଲାଭ କରି ସୁଦ୍ଧା ଯୁଦ୍ଧ ବନ୍ଦ କରିଥ୍ଲଲେ।

ପ୍ରଶ୍ନବଳୀ :
(ପ୍ରଶ୍ନର ଉତ୍ତର ନିଜ ଭାଷାରେ ଦିଅ ।)

(କ) ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ : ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। କେଉଁ ମହାନ୍ ଓ ପ୍ରଶଂସାଯୋଗ୍ୟ ସମ୍ରାଟଙ୍କ କଥା ଆଲୋଚନା କରାଯାଇଛି ?
୨। ଚନ୍ଦ୍ରଗୁପ୍ତଙ୍କ ପରେ କିଏ ମୌର୍ଯ୍ୟ ବଂଶର ରାଜା ହେଲେ ?
୩ । ବିହାରର ପୁରାତନ ସ୍ମୃତିରୁ କ’ଣ ଜଣାପଡ଼େ ?
୪ । ଅଶୋକ ତାଙ୍କ ରାଜତ୍ଵର କେଉଁ ବର୍ଷରେ କଳିଙ୍ଗ ବିଜୟ ଆରମ୍ଭ କରିଥିଲେ ?

(ଖ) ଦୁଇ ନମ୍ବର ବିଶିଷ୍ଟ ପ୍ରଶ୍ନ : ଦୁଇଟି ବାକ୍ୟରେ ଉତ୍ତର ଲେଖ ।
୧। ୱେଲସ୍ ତାଙ୍କ ଇତିହାସ ପୁସ୍ତକରେ ଅଶୋକଙ୍କ ସମ୍ବନ୍ଧରେ କ’ଣ ଲେଖୁଛନ୍ତି ?
୨ । ବିନ୍ଦୁସାରଙ୍କ ରାଜତ୍ଵ କିପରି ଥିଲା ?
୩ । ଅଶୋକଙ୍କ ସାମ୍ରାଜ୍ୟ କେଉଁଠାରୁ କେଉଁ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା ?

ସମ୍ଭାବ୍ୟ ଉତ୍ତର :

(କ) ୧। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ନାତି ସମ୍ରାଟ ଅଶୋକ ମହାନ୍ ଓ ପ୍ରଶଂସାଯୋଗ୍ୟ ଥିଲେ, ତାଙ୍କ କଥା ଆଲୋଚନା କରାଯାଇଛି।
୨ । ଚନ୍ଦ୍ରଗୁପ୍ତଙ୍କ ପରେ, ତାଙ୍କ ପୁଅ ବିନ୍ଦୁସାର ମୌର୍ଯ୍ୟବଂଶର ରାଜା ହେଲେ ।
୩ । ବିହାରର ପୁରାତନ ସ୍ମୃତିରୁ ଜଣାପଡ଼େ, ମୌର୍ଯ୍ୟବଂଶର ଆରମ୍ଭ ପୂର୍ବରୁ ସେଠାରେ ଏକ ପ୍ରକାର କାଚ ତିଆରି ହେଉଥିଲା ।
୪ । ଅଶୋକ ତାଙ୍କ ରାଜତ୍ଵର ନବମ ବର୍ଷରେ କଳିଙ୍ଗ ବିଜୟ ଅଭିଯାନ ଆରମ୍ଭ କରିଥିଲେ ।

(ଖ) ୧। ୱେଲ୍ସ ତାଙ୍କ ଇତିହାସ ପୁସ୍ତକରେ ଲେଖୁଲେ, ଇତିହାସରେ ମହାରାଜାଧାଜ ସମ୍ରାଟ ନାମରେ ହଜାର ହଜାର ରାଜାଙ୍କ ନାମ ରହିଅଛି । ସେହି ରାଜାମାନଙ୍କ ମଧ୍ୟରେ ଅଶୋକ ଶ୍ରେଷ୍ଠ ଏବଂ ତାଙ୍କ ନାମ ଉଜ୍ଜଳ ନକ୍ଷତ୍ର ପରି ଦେଖାଯାଏ ।
୨ । ବିନ୍ଦୁସାର ୨୫ ବର୍ଷ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ରାଜତ୍ଵ କରିଥିଲେ । ସେ ବାହାର ଜଗତ ସହିତ ସମ୍ବନ୍ଧ ରଖୁବା ସହିତ ସେମାନଙ୍କ ସହ ବାଣିଜ୍ୟ ବ୍ୟବସାୟ ଚଳାଉଥିଲେ ।
୩ । ଅଶୋକଙ୍କ ସାମ୍ରାଜ୍ୟ ସମଗ୍ର ଉତ୍ତର, ମଧ୍ୟଭାରତ ଏବଂ ଏସିଆ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । ତଥାପି ସେ ଦକ୍ଷିଣ-ପୂର୍ବ ଓ ଦକ୍ଷିଣରେ ଥ‌ିବା ଅବଶିଷ୍ଟ ଅଞ୍ଚଳକୁ ନିଜ ସାମ୍ରାଜ୍ୟରେ ମିଶାଇବାକୁ ଚାହୁଁଥିଲେ ।

ଅନୁଚ୍ଛେଦ – ୫

ଅବିଶ୍ଵାସରେ ବିଶ୍ଵାସ ନ ଥିଲେ ଅବିଶ୍ବାସ କରିହୁଏ ନାହିଁ । ଯେ କିଛି ବିଶ୍ଵାସ କରେ ନାହିଁ ବୋଲି କହେ, ସେ ଅନ୍ତତଃ ନିଜକୁ ଏବଂ ନିଜର ସଂଶୟାତ୍ମକ ମନକୁ ସ୍ବୀକାର କରେ ଏବଂ ଏହି ସ୍ବୀକୃତି ମାଧ୍ୟମରେ ବିଶ୍ଵାସ କରେ । ବିଶ୍ଵାସ ପରି ଅବିଶ୍ଵାସ ମଧ୍ଯ ସଂକଳ୍ପ ବିକଚ୍ଛାତ୍ମକ ମନର ଏକ ସହଜାତ ଲକ୍ଷଣ । ଏ ଦୁଇଟି ପରସ୍ପର-ବିରୋଧୀ ଧର୍ମର ସଂଘାତରେ ଦ୍ଵନ୍ଦ ଜାତ ହୁଏ । ଦ୍ଵନ୍ଦ ଓ ସଂଶୟ ମନର ପ୍ରମଥନକାରୀ ଅନ୍ୟାନ୍ୟ ଶକ୍ତି ସମୂହକୁ ଉଦ୍ଦୀପ୍ତ କରନ୍ତି । ଫଳରେ ମନ

କେବଳ ବିଷୟାଶ୍ରୟୀ ହୋଇ ରହିଯାଏ । ଚଞ୍ଚଳ ମନର ଆଉ ନିଗ୍ରହ ହୋଇପାରେ ନାହିଁ । କିନ୍ତୁ ଯେ ଦ୍ବନ୍ଦ୍ବତୀତ ଏବଂ ସ୍ଥିତପ୍ରଜ୍ଞ ତା’ପାଇଁ ବିଶ୍ବାସ ଏବଂ ଅବିଶ୍ବାସ ସମପର୍ଯ୍ୟାୟଭୁକ୍ତ । ସେ କୌଣସିଟିରେ ବିଚଳିତ ହୁଏ ନାହିଁ । ସ୍ଥିତପ୍ରଜ୍ଞ ହେବା ନୁହେଁ, ଏଣୁ ନିଜ ନିଜର ବିଶ୍ଵାସ ଅବିଶ୍ଵାସର ଦୃହକୁ ଆଶ୍ରୟକରି ମାନବ ଜାତିର ପ୍ରାରମ୍ଭରୁ ଅଦ୍ୟାବଧୂ ସାଧାରଣ ମନୁଷ୍ୟ ବଞ୍ଚ୍ ଆସିଛି ।

ବାଉଁଶ ସରଳ ନ ହେଲେ ବଇଁଶୀ ବାଜେ ନାହିଁ । ମନ ସରଳ ନ ହେଲେ ବିଶ୍ଵାସ ଉପୁଜେ ନାହିଁ । ମନର ଏଇ ଋଜୁ ଅବସ୍ଥାରେ ଯେଉଁ ବିଶ୍ଵାସ ସେଥୁରେ ଆଧାରିତ ହୋଇଯାଏ, ତାହା ସେଇ ବ୍ୟକ୍ତି ଜୀବନର ଚରମ ସାର୍ଥକତା; ତା’ର ସର୍ବଶ୍ରେଷ୍ଠ ମୂଲ୍ୟବୋଧର ସ୍ତମ୍ଭ ! ସାଧାରଣତଃ ଏହା ଧର୍ମବିଶ୍ଵାସର ରାଜ୍ୟ । ଏହା ଉପରେ ଆଉଜିରହେ ନୈତିକତା, ସାମାଜିକତା, ଶିକ୍ଷା, ସଂସ୍କୃତି, ରାଜନୀତି । ଏଣୁ ଏହା ଉପରେ ହସ୍ତକ୍ଷେପ ହେଲେ ମଣିଷ ଉତ୍‌କ୍ଷିପ୍ତ ହୋଇଉଠେ । ଶହ ଶହ କ୍ରୁସେଡ଼ରେ ପ୍ରାଣବଳି ଦେଇ ସେ ତାକୁ ବଞ୍ଚାଏ, ଶିର୍ ଦେଇ ଶାୟାର୍ ରକ୍ଷାକରେ । ବିଶ୍ଵାସର ସିଂହାସନ ତା’ର କେତେବେଳେ ଖାଲି ରହେ ନାହିଁ । ଧର୍ମର ଆଦର୍ଶ ନ ହେଲେ ମଧ୍ୟ ଅନ୍ୟ ଯେକୌଣସି ଆଦର୍ଶବାଦ ସେ ଗାଦିମାଡ଼ି ବସିବାକୁ ହେବ । ଖାଲି ଖଟୁଲି ରହିବା ସମ୍ଭବ ନୁହେଁ । ସିରିଆ ଏବଂ ବେବିଲୋନର ବିଭିନ୍ନ ଦେବାଶ୍ରିତ ଧର୍ମ-ବିଶ୍ଵାସୀଙ୍କ ସଂଘର୍ଷ ପରି ଏ ଯୁଗରେ ଦୁଇଟି ନୀତି ବା ବିଶ୍ଵାସର ମଧ୍ୟ ସଂଘର୍ଷ, ହୋଇପାରେ; ଉଭୟ ସଂଘର୍ଷ ଭିତରେ ମୌଳିକ ପାର୍ଥକ୍ୟ କିଛି ନାହିଁ ।

ତର୍କ ଏବଂ ବିଶ୍ଵାସ ମନ ପାଇଁ ଦୁଇଟି ସ୍ଵାଧୀନ ଅବଲମ୍ବନ । ଯୁକ୍ତି ଚିନ୍ତାଶୀଳ ମନର ଆଲମ୍ବନ, ଯେପରି ଦୃଷ୍ଟି ପାଇଁ ରଙ୍ଗ ବା ଆକାର, କଣ୍ଠପାଇଁ ଶବ୍ଦ ଏବଂ ରସନା ପାଇଁ ସ୍ଵାଦ । ମନ ରହସ୍ୟମୟ ହେଲେ ସୁଦ୍ଧା ତାହା ଏକ ବିଶିଷ୍ଟ ଇନ୍ଦ୍ରିୟମାତ୍ର । ଚକ୍ଷୁ ଯେପରି ଦେଖେ ଏବଂ ନାସିକା ଗନ୍ଧ ଗ୍ରହଣ କରେ, ମନ ସେପରି ଚିନ୍ତା କରେ, ତର୍କ କରେ ପ୍ରମାଣ ଅପ୍ରମାଣ ନିର୍ଣ୍ଣୟ କରେ । ଏ ସମସ୍ତ ପ୍ରକ୍ରିୟା ପାଇଁ, ଇନ୍ଦ୍ରିୟାନୁଭବ ଏବଂ କୌଣସି ଏକ ନିର୍ଦ୍ଦିଷ୍ଟ ଭାଷାର ପରିସର ପ୍ରୟୋଜନ । ଭାଷା ଶବ୍ଦସମ୍ବଳିତ । ପ୍ରତ୍ୟେକ ଶବ୍ଦର ଅର୍ଥ ସାଧାରଣ ସ୍ବୀକୃତି ଉପରେ ଆଧାରିତ; ଏଣୁ କେବଳ ବିଶ୍ଵାସସାପେକ୍ଷ । କୌଣସି ଏକ ବିଶ୍ଵାସକୁ ଆକ୍ରମଣ କଲାବେଳେ ଯେଉଁ ଶବ୍ଦସମ୍ଭାର ବ୍ୟବହୃତ ହୁଏ, ତା’ର ନିର୍ଦ୍ଦିଷ୍ଟ ଅର୍ଥ ଶ୍ରୋତା ଗ୍ରହଣ କରୁଛି ବୋଲି ବିଶ୍ଵାସ ଥାଏ । ତଥାପି ବିଶ୍ଵାସ ବିରୋଧରେ ଯୁକ୍ତିତର୍କ କରାଯାଏ । ଯୁକ୍ତି କରିବା ପରିଣତ ମସ୍ତିଷ୍କର ଏକ ଅନିବାର୍ଯ୍ୟ ସମୃଦ୍ଧି ।

ପ୍ରଶ୍ନବଳୀ :

(କ) ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ : ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ବିଶ୍ଵାସ ପରି ଅବିଶ୍ବାସ କେଉଁ ମନର ଏକ ସହଜାତ ଲକ୍ଷଣ ?
୨। କାହା ପାଇଁ ବିଶ୍ଵାସ ଓ ଅବିଶ୍ଵାସ ସମପର୍ଯ୍ୟାୟଭୁକ୍ତ ?
୩ । କାହା ଉପରେ ହସ୍ତକ୍ଷେପ ହେଲେ ମଣିଷ ଉତ୍‌କ୍ଷିପ୍ତ ହୋଇଉଠେ ?
୪। ମନର ଦୁଇଟି ସ୍ଵାଧୀନ ଅବଲମ୍ବନ କ’ଣ ? –

(ଖ) ଦୁଇ ନମ୍ବର ବିଶିଷ୍ଟ ପ୍ରଶ୍ନ : ଦୁଇଟି ବାକ୍ୟରେ ଉତ୍ତର ଲେଖ ।
୧। ବିଶ୍ଵାସ ଓ ଅବିଶ୍ଵାସ ପରସ୍ପର କିପରି ସମ୍ବନ୍ଧିତ ?
୨। ମାନବ ଜାତିର ପ୍ରାରମ୍ଭରୁ ଅଦ୍ୟାବଧୂ ସାଧାରଣ ମନୁଷ୍ୟ କିପରି ବସିଛି ?
୩ । କେଉଁ ଦୁଇଟି ସଂଘର୍ଷ ମଧ୍ୟରେ ମୌଳିକ ପାର୍ଥକ୍ୟ ନାହିଁ ?

ସମ୍ଭାବ୍ୟ ଉତ୍ତର :

(କ) ୧ । ବିଶ୍ଵାସ ପରି ଅବିଶ୍ଵାସ ସଂକଳ୍ପ ବିକଚ୍ଛାତ୍ମକ ମନର ଏକ ସହଜାତ ଲକ୍ଷଣ ।
୨। ଯିଏ ଦ୍ଵହାତୀତ ଓ ସ୍ଥିତପ୍ରଜ୍ଞ, ତାଙ୍କ ପାଇଁ ବିଶ୍ବାସ ଓ ଅବିଶ୍ଵାସ ସମପର୍ଯ୍ୟାୟଭୁକ୍ତ ।
୩ । ଧର୍ମ, ନୈତିକତା, ସାମାଜିକତା, ଶିକ୍ଷା, ସଂସ୍କୃତି, ରାଜନୀତି ଉପରେ ହସ୍ତକ୍ଷେପ ହେଲେ ମଣିଷ ଉତ୍‌କ୍ଷିପ୍ତ ହୋଇଉଠେ ।
୪ । ମନର ଦୁଇଟି ସ୍ଵାଧୀନ ଅବଲମ୍ବନ ହେଉଛି, ତର୍କ ଏବଂ ବିଶ୍ଵାସ ।

(ଖ) ୧। ଅବିଶ୍ଵାସୀ ମନରେ ମଧ୍ଯ ବିଶ୍ଵାସ ରହିଥାଏ; କାରଣ ଅବିଶ୍ଵାସୀ ଅନ୍ତତଃ ନିଜକୁ ଏବଂ ନିଜର ସଂଶୟାତ୍ମକ ମନକୁ ସ୍ଵୀକାର କରେ ଓ ସ୍ବୀକୃତି ଦେଇଥାଏ । ସୁତରାଂ ବିଶ୍ଵାସ ଓ ଅବିଶ୍ବାସ ମଧ୍ୟରେ ନିବିଡ଼ ସମ୍ବନ୍ଧ ରହିଛି ।
୨ । ସ୍ଥିତପ୍ରଜ୍ଞ ହେବା ଏତେ ସହଜସାଧ୍ୟ ନୁହେଁ । ତେଣୁ ନିଜ ନିଜର ବିଶ୍ଵାସ ଅବିଶ୍ଵାସର ଦୃହକୁ ଆଶ୍ରୟ କରି ମାନବ ଜାତିର ପ୍ରାରମ୍ଭରୁ ଅଦ୍ୟାବଧୂ ସାଧାରଣ ମନୁଷ୍ୟ ବଞ୍ଚୁସିଛି ।
୩ । ସିରିଆ ଏବଂ ବେବିଲୋନ୍ ବିଭିନ୍ନ ଦେବାଶ୍ରିତ ଧର୍ମବିଶ୍ଵାସୀଙ୍କ ପରି ଦୁଇଟା ନୀତି ଓ ବିଶ୍ଵାସର ସଂଘର୍ଷ ହୋଇପାରେ । ମାତ୍ର ସେହି ବିଶ୍ଵାସ ଓ ଅବିଶ୍ଵାସର ସଂଘର୍ଷ ମଧ୍ଯରେ କୌଣସି ମୌଳିକ ପାର୍ଥକ୍ୟ ନାହିଁ ।

ଅନୁଚ୍ଛେଦ – ୬

ସେଣ୍ଟ୍ରାଲ ଆମେରିକାର ସୁବିସ୍ତୃତ ଜଙ୍ଗଲାଞ୍ଚଳ ବିଲୁପ୍ତ ହୋଇଯାଉଥ‌ିବା ଯୋଗୁଁ ସେଠାକାର ପରିବେଶ ଦୁର୍ଗତିର ସମ୍ମୁଖୀନ ହେବା ସଙ୍ଗେ ସଙ୍ଗେ ସମଗ୍ର ମାନବଜାତି ମଧ୍ୟ ବିପୁଳ ଭାବରେ କ୍ଷତିଗ୍ରସ୍ତ ହେଉଛି । ଏଠାକାର ସମୃଦ୍ଧ ଜୈବିକ ଦିଗରେ ନିୟୋଜିତ କରାଯିବାର ସମ୍ଭାବନାକୁ ଏଡ଼ି ହେଉନାହିଁ । ଉଦାହରଣ ସ୍ଵରୂପ, ୧୯୭୮ ମସିହାରେ ଦକ୍ଷିଣ ମେକ୍‌ସିକୋର ଜଙ୍ଗଲରୁ ଏକ ପ୍ରକାର ବଣୁଆ ଜାତୀୟ ଖାଦ୍ୟଶସ୍ୟର ସନ୍ଧାନ ମିଳିଲା । ବିଭିନ୍ନ ପ୍ରକାର କଲମି କୌଶଳ ପ୍ରୟୋଗ କରାଯିବା ଫଳରେ ଏଥିରୁ ଏପରି ଉତ୍କୃଷ୍ଟ ବିହନ ପ୍ରସ୍ତୁତ କରାଗଲା ଫସଲର ପରିମାଣରେ ବୃଦ୍ଧି ଘଟିବା ସଙ୍ଗେ ଡକ୍ଟର ମନି ଏସ୍. ହସେନ ନାମକ ଜନୈକ ବିଶେଷଜ୍ଞ ସୂଚାଇଛନ୍ତି ଯେ, କୋସ୍ତାରିକାର ଜଙ୍ଗଲାଞ୍ଚଳରେ ଦେଖାଯାଉଥ‌ିବା ଆବଶ୍ୟକୀୟ ଭେଷଜ ମହୌଷଧ୍ ମିଳିପାରିବାର ସମ୍ଭାବନା ରହିଅଛି । ଏଣୁ ଆମେ ବୁଝିପାରୁ ଯେ, ହାମ୍‌ବର୍ଗର ଖାଇବାର ଅଭ୍ୟାସକୁ ବଳବତ୍ତର ରଖୁବା ଯୋଗୁଁ ଉଭୟ ଯୁକ୍ତରାଷ୍ଟ୍ର ଆମେରିକା ଓ ସେଣ୍ଟ୍ରାଲ ଆମେରିକା ଗ୍ରୀଷ୍ମପ୍ରଧାନ ଅଞ୍ଚଳର ଘନଜଙ୍ଗଲରୂପୀ ଏକ ଉତ୍କୃଷ୍ଟ ପରିସଂସ୍ଥାକୁ ଯେପରି ବିପଦାପନ୍ନ କରୁଛନ୍ତି, ସେଥ‌ିପାଇଁ ଉଭୟ ପକ୍ଷ ଭବିଷ୍ୟତରେ ଦାରୁଣ ଭାବରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଏଣୁ ଆସନ୍ନ ସଙ୍କଟ କବଳରୁ ନିଜ ନିଜକୁ ରକ୍ଷା କରିବାପାଇଁ ଉଭୟପକ୍ଷର ସହଯୋଗିତାମୂଳକ କାର୍ଯ୍ୟାନୁଷ୍ଠାନ ନିହାତି ଜରୁରୀ ବୋଧ ହେଉଛି ।

ଆମ ଦେଶ ସମେତ ପୃଥ‌ିବୀର ଯେ କୌଣସି ସ୍ଥାନରେ ପରିସଂସ୍ଥାୟ ଅଧୋଗତି ଯୋଗୁଁ କୌଣସି ପ୍ରକାର ପ୍ରାଣୀ ବା ଉଭିଦ ଯେପରି ଭାବରେ ନିଶ୍ଚିହ୍ନ ହୋଇଯାଉଛି, ତାହାର ସୁଦୂରପ୍ରସାରୀ ପ୍ରଭାବ ସମ୍ପର୍କରେ ଆମେ ଏ ପର୍ଯ୍ୟନ୍ତ ସମ୍ୟକ୍ ଜ୍ଞାନ ଅର୍ଜନ କରିନାହୁଁ । ଭାରତର ଜଙ୍ଗଲାଞ୍ଚଳ ମଧ୍ୟ ସେଣ୍ଟ୍ରାଲ ଆମେରିକା ଭଳି ଗୋଟିଏ ଉତ୍କୃଷ୍ଟ ‘ଜିପୁଲ’ ବା ‘ଜିନ୍ ଭଣ୍ଡାର’ । ଏଣୁ ଏହାକୁ ନଷ୍ଟ କରିଦେବାଦ୍ଵାରା ଆମେ ଭବିଷ୍ୟତରେ ପ୍ରଗତିର ପଥକୁ ମଧ୍ୟ ଅବରୁଦ୍ଧ କରି ଦେଉଛୁ । ଯେଉଁ ଉଭିଦ ଓ ପ୍ରାଣୀକୁ ମନୁଷ୍ୟ ବିଜ୍ଞାନାଶ୍ରୟୀ ଟେକ୍‌ନୋଲଜି ଅବଲମ୍ବନରେ କୃଷି, ଶିଳ୍ପ ବା ଚିକିତ୍ସା- ବିଜ୍ଞାନର ସମୃଦ୍ଧି ସାଧନ ଦିଗରେ ନିୟୋଜିତ କରିବ, ତତ୍‌ସମ୍ପର୍କୀୟ ପ୍ରାକ୍‌ସୂଚନା ଯୋଗାଇଦେବା ସମ୍ଭବ ନୁହେଁ । ଏହା କେବଳ ଏକ ଗବେଷଣା-ସାପେକ୍ଷ ତଥା ଅନୁସନ୍ଧାନ-ସାପେକ୍ଷ ବ୍ୟାପାର । ବିଗତ ଦୁଇ ଦଶନ୍ଧି ମଧ୍ୟରେ ଆଣବିକ ଜୀବ ବିଜ୍ଞାନ, ଅନୁବଂଶିକୀ ଓ ଅନୁବଂଶିକ ଅଭିଯାନ୍ତ୍ରିକୀ କ୍ଷେତ୍ରରେ ଯେଉଁ ପ୍ରକାର ତ୍ଵରାନ୍ବିତ ସମୃଦ୍ଧି ସାଧୁ ହେଉଛି, ତାହାର ଫଳ ସ୍ୱରୂପ ଉବିଷ୍ୟତରେ ‘ଜିନ୍ଫୁଲ’ ର ପଥାର୍ଥ ପ୍ରାୟେ।ଟିକ ବିନିଯୋଗ ବଳଯୋଗ ବଳରେ ମନୁଷ୍ୟ ନିଜ ଚାହି କରିବାର ନିଶ୍ଚିତ ସମ୍ଭାବନା ରହିଛି ।

ପ୍ରଶ୍ନବଳୀ :

(କ) ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ : ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
୧। ଦକ୍ଷିଣ ମେକ୍‌ସିକୋର ଜଙ୍ଗଲରୁ ମିଳୁଥିବା ଖାଦ୍ୟଶସ୍ୟର ଜାତୀୟ କଲମିର ଫଳ କ’ଣ ହେଲା ?
୨। ଆସନ୍ନ ସଙ୍କଟ କବଳରୁ ରକ୍ଷା ପାଇବାପାଇଁ କେଉଁ ଦୁଇ ପକ୍ଷର ସହଯୋଗିତା ଆବଶ୍ୟକ ?
୩ । ପରିସଂଘୀୟ ଅଧୋଗତି ପାଇଁ ଆମ ଦେଶର କ’ଣ ହୋଇଯାଉଛି ?
୪ । ଆମେ ଭାରତର ଭବିଷ୍ୟତ ପ୍ରଗତି ପଥକୁ କିପରି ଅବରୁଦ୍ଧ କରୁଛୁ ?

(ଖ) ଦୁଇ ନମ୍ବର ବିଶିଷ୍ଟ ପ୍ରଶ୍ନ : ଦୁଇଟି ବାକ୍ୟରେ ଉତ୍ତର ଲେଖ ।
୧। ସେଣ୍ଟ୍ରାଲ୍ ଆମେରିକାର ସୁବିସ୍ତୃତ ଜଙ୍ଗଲାଞ୍ଚଳ ବିଲୁପ୍ତ ହେଲେ ମାନବ ଜାତିର କିପରି କ୍ଷତି ହେବ ?
୨। କୋସ୍ତାରିକାର ଜଙ୍ଗଲ ଅଞ୍ଚଳରେ କ’ଣ ମିଳିବାର ସମ୍ଭାବନା ଅଛି ?
୩ । କାହାରା ପ୍ରାୟୋଗିକ ବିନିଯୋଗ ବଳରେ ମନୁଷ୍ୟ ନିଜର ଚାହିଦା ପୂରଣ କରିପାରିବ ?

ସମ୍ଭାବ୍ୟ ଉତ୍ତର :

(କ) ୧ । ଦକ୍ଷିଣ ମେକ୍‌ସିକୋର ଜଙ୍ଗଲରୁ ମିଳୁଥ‌ିବା ଖାଦ୍ୟଶସ୍ୟରେ ଜାତୀୟ କଲମି କୌଶଳ ପ୍ରୟୋଗ କରାଯିବା ଫଳରେ, ସେଥୁ ଉତ୍କୃଷ୍ଟ ବିହନ ପ୍ରସ୍ତୁତ କରାଗଲା; ଯାହାକି ଫସଲ ପରିମାଣ ବୃଦ୍ଧି କରିବା ସହିତ, ଉଭିଦର ଜଣାଶୁଣା ଭାଇରସ୍‌ମାନଙ୍କଦ୍ୱାରା ସଂକ୍ରମିତ ହେଲାନାହିଁ ।
୨। ଆସନ୍ନ ସଙ୍କଟ କବଳରୁ ରକ୍ଷା ପାଇବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଓ ସେଣ୍ଟ୍ରାଲ୍ ଆମେରିକାର ସହଯୋଗିତା ଆବଶ୍ୟକ !
୩ । ପରିସଂଘୀୟ ଅଧୋଗତି ପାଇଁ ଆମ ଦେଶରେ ପ୍ରାଣୀ ଓ ଉଦ୍ଭିଦ ନିଶ୍ଚିହ୍ନ ହୋଇଯାଉଛି ।
୪। ଆମେ ଭାରତର ଜଙ୍ଗଲାଞ୍ଚଳ ଭଳି ଉତ୍କୃଷ୍ଟ ’ଜିପୁଲ’ ବା ‘ଜିନ୍‌ଭଣ୍ଡାର’କୁ ନଷ୍ଟ କରିଦେବାଦ୍ଵାରା, ଭବିଷ୍ୟତ ପ୍ରଗତି ପଥକୁ ଅବରୁଦ୍ଧ କରୁଛୁ ।

(ଖ) ୧। ସେଣ୍ଟ୍ରାଲ୍ ଆମେରିକାର ସୁବିସ୍ତୃତ ଜଙ୍ଗଲାଞ୍ଚଳ ବିଲୁପ୍ତ ହେଲେ ମାନବ ଜାତିର ବିପୁଳ କ୍ଷତି ହେବ । ଜଙ୍ଗଲାଞ୍ଚଳ ବିଲୁପ୍ତ ହେଲେ, ସମୃଦ୍ଧ ଜୈବିକ ଅନୁବଂଶିକ ଉତ୍ସ ନଷ୍ଟ ହୋଇଯିବ ଏବଂ କୃଷି, ଶିଳ୍ପ ଓ ଚିକିତ୍ସା ବିଜ୍ଞାନର ସମୃଦ୍ଧି ହୋଇପାରିବ ନାହିଁ ।
୨। କୋସ୍ତାରିକାର ଜଙ୍ଗଲ ଅଞ୍ଚଳରେ ପ୍ରାୟ ୧୫୦୦ ପ୍ରକାର ଉଭିଦ ରହିଛନ୍ତି । ସେଥିମଧ୍ୟରୁ ଶତକଡ଼ା ୧୫ ଭାଗ ଉଭିଦରୁ ଦୁରାରୋଗ୍ୟ କ୍ୟାନ୍ସର ବ୍ୟାଥ୍‌ର ଉପଶମ ପାଇଁ ଆବଶ୍ୟକୀୟ ଭେଷଜ ମହୌଷଧ୍ ମିଳିପାରିବ ।
୩। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଆଣବିକ ଜୀବବିଜ୍ଞାନ, ଅନୁବଂଶିକୀ ଓ ଅନୁବଂଶିକ ଅଭିଯାନ୍ତ୍ରିକୀ କ୍ଷେତ୍ରରେ ତ୍ବରାନ୍ବିତ ସମୃଦ୍ଧି ସାଧୂ ହେଉଛି । ଫଳସ୍ବରୂପ ଭବିଷ୍ୟତରେ ‘ଜିନ୍ ପୁଲର’ର ଯଥାର୍ଥ ପ୍ରାୟୋଗିକ ବିନିଯୋଗ ବଳରେ ମନୁଷ୍ୟ ନିଜର ଚାହିଦା ପୂରଣ କରିପାରିବ ।

ଅନୁଚ୍ଛେଦ – ୭

ଆମ ଦେଶ ଗୋଟିଏ କୃଷିପ୍ରଧାନ ଦେଶ । ଏ ଦେଶର ଗାଁ ଗହଳରେ ବାସ କରୁଥିବା ବିପୁଳସଂଖ୍ୟକ ଜନସାଧାରଣ କୃଷି ନିର୍ଭରଶୀଳ ହୋଇଛନ୍ତି । ସୁଖର କଥା ଯେ, ବିଗତ ଦଶନ୍ଧିରେ ଆମ ଦେଶର କେତେକ ରାଜ୍ୟରେ କୃଷି କ୍ଷେତ୍ରରେ ବିଜ୍ଞାନସମ୍ମତ ପ୍ରଗତିଶୀଳ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଥ୍ଳବା ଯୋଗୁଁ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି ଏବଂ ଖାଦ୍ୟ ଚାହିଦା ପୂରଣ ଦୃଷ୍ଟିରୁ ଆମେ ପ୍ରାୟତଃ ସ୍ଵାବଲମ୍ବୀ ହୋଇପାରିଛୁ । ଇତ୍ୟବସରରେ କୃଷି ଉତ୍ପାଦନରେ ଅଭିବୃଦ୍ଧି ଘଟାଇବାପାଇଁ ଆମେ ଅବଶ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଭଳି ଉନ୍ନତ ବିହନ, କୃତ୍ରିମ ବା ଅଜୈବ ରାସାୟନିକ ସାର, କୀଟନାଶକ ଦ୍ରବ୍ୟ ଓ ଚାହିଦା ମୁତାବକ ଉପଯୁକ୍ତ ମାତ୍ରାର ଜଳଯୋଗାଣ ପ୍ରଭୃତି ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରିଥିବାରୁ ଉତ୍ପାଦନର ମାତ୍ରା ଏତେ ଅଧ‌ିକ ହୋଇଛି । ଜମି ହଳ କରିବାପାଇଁ ଟ୍ରାକ୍ଟରଗୁଡ଼ିକୁ ବ୍ୟବହାର ଏ ପରିପ୍ରେକ୍ଷୀରେ ଆମେ ବୁଝିବାର କଥା ଯେ, ସ୍ଵଳ୍ପମିଆଦୀ ସୂତ୍ରରେ ଦେଶର ବିପୁଳ-ସଂଖ୍ୟକ ତଥା କ୍ରମବର୍ଷମାନ ଜନସାଧାରଣଙ୍କୁ ଖାଦ୍ୟ ଯୋଗାଇଦେବା

ପାଇଁ ଏପରି ବ୍ୟବସ୍ଥା ବେଶ୍ ସମୟୋପଯୋଗୀ ହୋଇଛି । ମାତ୍ର ଦୀର୍ଘମିଆଦୀ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ହେବ ଏବଂ ବିଜ୍ଞାନର ଏ ଦିଗରେ ଅଗ୍ରଗତି ପ୍ରତି ସଚେତନ ରହିବା ସଙ୍ଗେ କରିବାକୁ ହେବ । କୃଷିଜାତ ଦ୍ରବ୍ୟ ଉତ୍ପାଦନରେ ବିଶେଷ ପାରଙ୍ଗମତା ପ୍ରଦର୍ଶନ କରିଥିବା ଯୁକ୍ତରାଷ୍ଟ୍ର ଆମେରିକା ଭଳି ରାଷ୍ଟ୍ରଗୁଡ଼ିକ ଇତ୍ୟବସରରେ ଜାଣିଗଲେଣି ଯେ, ସୁବିସ୍ତୃତ ଅଞ୍ଚଳରେ ଯାନ୍ତ୍ରିକ ପଦ୍ଧତି ତଥା କୃତ୍ରିମ ଅଜୈବ ସାର ଯୋଗାଇ ଦିଆଯାଉଥ‌ିବା ଛୋଟ ଛୋଟ ଜମିରୁ ମଧ୍ୟ ଜୈବିକ ସାର ପ୍ରୟୋଗ ପଦ୍ଧତି ଅବଲମ୍ବନରେ ତଦନୁରୂପ ମାତ୍ରାର ଫସଲ ଅମଳ କରିବା ସମ୍ଭବ ହେଉଛି । କୃତ୍ରିମ ରାସାୟନିକ ସାର ଓ କୀଟନାଶକ ଦ୍ରବ୍ୟଗୁଡ଼ିକୁ ଅତି ମାତ୍ରାରେ ପ୍ରୟୋଗ କରିବା

ଫଳରେ ଭୂପୃଷ୍ଠର ବିରଳ ମୃତ୍ତିକା ସ୍ତର ଅନୁଦ୍ଧରଣୀୟ ମାର୍ଗରେ ଦୂଷିତ ହେଉଥ‌ିବାର ଉପଲବଧୂ ମଧ୍ୟ ସେମାନଙ୍କୁ ବିକଳ୍ପ ପନ୍ଥାର ଆଶ୍ରୟ ନେବାକୁ ବାଧ୍ୟ କଲାଣି । ଜମି ଉପରେ ପଡୁଥିବା ଚାପକୁ ଲାଘବ କରିବାପାଇଁ ଏବଂ ଜମିର ଉର୍ବରାଶକ୍ତିକୁ ଅଧ୍ୟକ କ୍ଷତିଗ୍ରସ୍ତ ନ କରିବା ପାଇଁ କିଛି ଦିନ ପାଇଁ ଜମିକୁ ପଡ଼ିଆ ରଖାଯାଉଛି । ନିକଟ ଅତୀତରେ ଆଣବିକ ଜୀବବିଜ୍ଞାନ ଓ ଅନୁବଂଶିକ ଅଭିଯାନ୍ତ୍ରିକୀ ଅ।ଧାରିତ ଗବେଷଣାପ୍ରସୂତ ଅବଦାନଗୁଡ଼ିତ୍ରକୁ ପ୍ରୟେ।ଗ ଫଳରେ ଜମିକୁ ଉର୍ବର କରାଯିବାର ପନ୍ଥା ବେଶ୍ ଫଳପ୍ରଦ ହେଉଥ‌ିବାର ଲକ୍ଷ୍ୟ କରାଯାଉଛି । ଶସ୍ୟକ୍ଷେତ୍ରକୁ ଯବକ୍ଷାରଜାନଦ୍ୱା ପରିପୁଷ୍ଟ କରିବାପାଇଁ ଯେପରି କୃତ୍ରିମ ସାର ପ୍ରୟୋଗ କରାଯାଉଥିଲା, ତତ୍‌ପରିବର୍ତ୍ତେ ବ୍ୟାକ୍ଟେରିଆମାନଙ୍କ ଜରିଆରେ ବାୟୁମଣ୍ଡଳରୁ ସଂଗୃହୀତ ଯବକ୍ଷାରଜାନକୁ ଉଭିଦର ଅଭିବୃଦ୍ଧି ପାଇଁ ବ୍ୟବହାରଯୋଗ୍ୟ ମାର୍ଗରେ ଯୋଗାଇ ଦିଆଯିବା ସମ୍ଭବ ହେଲାଣି । ବିଭିନ୍ନ ଜୈବିକସାରଗୁଡ଼ିକର ଉତ୍ପାଦନ ପାଇଁ ବ୍ୟାକ୍ଟେରିଆ ପୋଷଣ ରୂପୀ କାରଖାନାଗୁଡ଼ିକର ସମୃଦ୍ଧି ସାଧନ ଦିଗରେ ବର୍ତ୍ତମାନ ବ୍ୟାପକ ଆଲୋଚନା ଚାଲିଛି ।

ପ୍ରଶ୍ନବଳୀ :

(କ) ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ : ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। କେଉଁ ବ୍ୟବସ୍ଥା କାର୍ଯ୍ୟକାରୀ କରିବାଦ୍ୱାରା ଆମ ଦେଶରେ ଉତ୍ପାଦନର ମାତ୍ରା ବଢ଼ିଛି ?
୨। ଦୀର୍ଘମିଆଦି ସୂତ୍ରରେ ଶସ୍ୟକ୍ଷେତ୍ରର ସୁରକ୍ଷା ପାଇଁ କିପରି ପଦକ୍ଷେପ ନେବାକୁ ହେବ ?
୩ । କୃତ୍ରିମ ରାସାୟନିକ ସାର ଓ କୀଟନାଶକର ପ୍ରୟୋଗ ଫଳରେ କ’ଣ ହେଉଛି ?
୪। କେଉଁ କାରଖାନାଗୁଡ଼ିକର ସମୃଦ୍ଧି ସାଧନ ଦିଗରେ ବର୍ତ୍ତମାନ ବ୍ୟାପକ ଆଲୋଚନା ଚାଲିଛି ?

(ଖ) ଦୁଇ ନମ୍ବର ବିଶିଷ୍ଟ ପ୍ରଶ୍ନ : ଦୁଇଟି ବାକ୍ୟରେ ଉତ୍ତର ଲେଖ ।
୧ । ଭାରତବର୍ଷ ଖାଦ୍ୟ ଚାହିଦା ପୂରଣରେ କିପରି ସ୍ବାବଲମ୍ବୀ ହୋଇପାରିଛି ?
୨। କ୍ରମବର୍ଦ୍ଧମାନ ଜନସାଧାରଣଙ୍କୁ ଖାଦ୍ୟ ଯୋଗାଇବାପାଇଁ କେଉଁ ଅବସ୍ଥା ବେଶ୍ ସମୟ ଉପଯୋଗୀ ?
୩। କେଉଁ ଗବେଷଣାପ୍ରସୂତ ଅବଦାନ ଫଳରେ ଜମିକୁ ଉର୍ବର ରଖାଯାଇପାରିବ ?

ସମ୍ଭାବ୍ୟ ଉତ୍ତର :

(କ) ୧। ବିଜ୍ଞାନସମ୍ମତ ପ୍ରଗତିଶୀଳ ପଦକ୍ଷେପ କାର୍ଯ୍ୟକାରୀ କରିବାଦ୍ୱାରା ଆମ ଦେଶରେ ଉତ୍ପାଦନର ମାତ୍ରା ବଢ଼ିଛି ।
୨। ଦୀର୍ଘମିଆଦି ସୂତ୍ରରେ ଶସ୍ୟକ୍ଷେତ୍ରରେ ସୁରକ୍ଷା ପାଇଁ ଅତ୍ୟାଧୁନିକ ବିଜ୍ଞାନାଶ୍ରୟୀ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ ।
୩ । କୃତ୍ରିମ ରାସାୟନିକ ଓ କୀଟନାଶକର ପ୍ରୟୋଗ ଫଳରେ ଭୂପୃଷ୍ଠର ବିରଳ ମୃତ୍ତିକାସ୍ତର ଅନୁଦ୍ଧରଣୀୟ ମାର୍ଗରେ ଦୂଷିତ ହେଉଛି ।
୪ । ଜୈବିକ ସାରଗୁଡ଼ିକର ଉତ୍ପାଦନ ପାଇଁ ବ୍ୟାକ୍ଟେରିଆ ପୋଷଣ ରୂପୀ କାରଖାନାଗୁଡ଼ିକର ସମୃଦ୍ଧି ସାଧନ ଦିଗରେ ବର୍ତ୍ତମାନ ବ୍ୟାପକ ଆଲୋଚନା ହେଉଛି ।

(ଖ) ୧। ଭାରତବର୍ଷ ବିଜ୍ଞାନସମ୍ମତ ପ୍ରଗତିଶୀଳ ପଦକ୍ଷେପ ନେଇଥ‌ିବାରୁ ଖାଦ୍ୟ ଉତ୍ପାଦନରେ ଅଭିବୃଦ୍ଧି ଘଟିଛି । ଫଳସ୍ୱରୂପ ଖାଦ୍ୟ ଚାହିଦା ଦୃଷ୍ଟିରୁ ଉ।ରତବର୍ଷ ସ୍ୱାବଲମ୍ବୀ ହେ।ଇପାରିଛିା
୨। କୃଷିର ଅଭିବୃଦ୍ଧି ଘଟାଇବାପାଇଁ ଟ୍ରାକ୍ଟରରେ ହଳ କରିବା, ଉନ୍ନତ ବିହନ ବ୍ୟବହାର କରିବା, ଅଜୈବ ରାସାୟନିକ ସାର ବ୍ୟବହାର କରିବା, କୀଟନାଶକ ବ୍ୟବହାର ସହିତ ଉପଯୁକ୍ତ ଜଳ ଯୋଗାଇବାକୁ ହେବ । ଫଳରେ କ୍ରମବର୍ଦ୍ଧମାନ ଜନସାଧାରଣଙ୍କୁ ଖାଦ୍ୟ ଯୋଗାଇବାପାଇଁ ଉପରୋକ୍ତ ବ୍ୟବସ୍ଥା ବେଶ୍ ସମୟ ଉପଯୋଗୀ ।
୩ । ଆଣବିକ ଜୀବବିଜ୍ଞାନ ଓ ଅନୁବଂଶିକ ଅଭିଯାନ୍ତ୍ରିକୀ ଆଧାରିତ ଗବେଷଣାପ୍ରସୂତ ଅବଦାନଗୁଡ଼ିକ ପ୍ରୟୋଗ କରାଯାଉଛି । ଫଳରେ ଏଭଳି ଗବେଷଣାପ୍ରସୂତ ଅବଦାନ ପାଇଁ ଜମିକୁ ଉର୍ବର ରଖାଯାଇପାରିବ ।

CHSE Odisha Class 12 Logic Unit 5 Short & Long Answer Questions in Odia Medium

Odisha State Board CHSE Odisha Class 12 Logic Solutions Unit 5 ନ୍ୟାୟଙ୍କ ଜ୍ଞାନ ସିଦ୍ଧାନ୍ତ ଓ କର୍ମବାଦ Short & Long Answer Questions.

CHSE Odisha Class 12 Logic Unit 5 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।

1. ପ୍ରତ୍ୟକ୍ଷ ପ୍ରମାଣ
Answer:
ଇନ୍ଦ୍ରିୟ ଓ ବିଷୟର ସଂଯୋଗରୁ ହିଁ ପ୍ରତ୍ୟକ୍ଷ ଜ୍ଞାନ ଉତ୍ପନ୍ନ ହୋଇଥାଏ । ପ୍ରତ୍ୟକ୍ଷ ଜ୍ଞାନ ଅନ୍ୟ କୌଣସି ପ୍ରମାଣର ଅପେକ୍ଷା ରଖେ ନାହିଁ । ଅନୁମାନ, ଉପମାନ ଏବଂ ଶବ୍ଦ ପ୍ରତ୍ୟୟ ଉପରେ ନିର୍ଭର କରି ସମ୍ଭବ ହୋଇଥାଏ । ଆଗରୁ ଦେଖା ନ ଯାଇଥିବା ବସ୍ତୁ ସମ୍ପର୍କରେ ଅନୁମାନ କରାଯାଇପାରେ ନାହିଁ । ଉପମାନ କ୍ଷେତ୍ରରେ ମଧ୍ୟ ଦୁଇଟି ବସ୍ତୁର ସାଦୃଶ୍ୟ ପ୍ରତ୍ୟକ୍ଷ ନ ହେଲେ ଜ୍ଞାନଲାଭ ହୁଏ ନାହିଁ । ଶବ୍ଦ ଜ୍ଞାନ କ୍ଷେତ୍ରରେ ପ୍ରଥମତଃ ଶବ୍ଦକୁ ପ୍ରତ୍ୟକ୍ଷ କରି ଶବ୍ଦ ଜ୍ଞାନ ଲାଭ କରାଯାଏ । ଏଣୁ ଅନ୍ୟାନ୍ୟ ସମସ୍ତ ଜ୍ଞାନ ପ୍ରତ୍ୟକ୍ଷ ଜ୍ଞାନ ଉପରେ ନିର୍ଭରଶୀଳ ।

2. ନିର୍ବିକଳ୍ପକ ପ୍ରତ୍ୟକ୍ଷ
Answer:
ନିର୍ବିକଳ୍ପକ ପ୍ରତ୍ୟକ୍ଷ ପ୍ରତ୍ୟକ୍ଷର ପ୍ରାରମ୍ଭିକ ଅବସ୍ଥା ଅଟେ । ଏହାର ଅସ୍ଥିତ୍ଵ ଅନୁମାନଦ୍ୱାରା ସିଦ୍ଧ କରାଯାଏ । ଜୟନ୍ତ ଭଟ୍ଟଙ୍କ ମତାନୁସାରେ ନିର୍ବିକଳ୍ପକ ପ୍ରତ୍ୟକ୍ଷରେ କୌଣସି ବସ୍ତୁର ସାମାନ୍ୟ, ଦ୍ରବ୍ୟତ୍ଵ, ଗୁଣ ଓ କର୍ମ ଗୃହୀତ ହେଉଥିଲେ ମଧ୍ୟ ସେ ସମୟରେ ଏହା ନାମ ସଂଯୁକ୍ତ ହୋଇନଥାଏ । ଭାସବିଜ୍ଞଙ୍କ ମତାନୁସାରେ ନିର୍ବିକଳ୍ପକ ପ୍ରତ୍ୟକ୍ଷ ସେହି ପ୍ରତ୍ୟକ୍ଷ, ଯେଉଁଥିରେ କି ଇନ୍ଦ୍ରିୟ ଓ ବିଷୟର ସନ୍ନିକର୍ଷର ଅବ୍ୟବହିତ ପରେ ବସ୍ତୁର ସ୍ଵରୂପ ମାତ୍ରର ପ୍ରତୀତି ହୁଏ । ବୈୟାକରଣ ଦର୍ଶନରେ ନିର୍ବିକଳ୍ପକ ଜ୍ଞାନର ସଭା ସ୍ବୀକୃତ ହୁଏ ନାହିଁ । ସେମାନଙ୍କ ମତରେ ନାମ ନ ଥାଇ ଜ୍ଞାନ ହେବା ଅସମ୍ଭବ ଅଟେ ।

3. ସବିକଳ୍ପକ ପ୍ରତ୍ୟକ୍ଷ
Answer:
ବସ୍ତୁ ଯେତେବେଳେ ନାମ, ଜାତି ଓ ବିଶେଷଣ ଯୁକ୍ତ ହୋଇ ପ୍ରତ୍ୟକ୍ଷ କରାଯାଏ, ତାକୁ ସବିକଳ୍ପକ ପ୍ରତ୍ୟକ୍ଷ କହନ୍ତି । ଯେଉଁ ପ୍ରତ୍ୟକ୍ଷରେ ପ୍ରକାରତା ବା ବିଶେଷଣ ବିଶେଷ୍ୟ ଭାବର ଜ୍ଞାନ ହୁଏ ତାହା ସବିକଳ୍ପକ ପ୍ରତ୍ୟକ୍ଷ ଅଟେ । ସବିକଚ୍ଛକ ପ୍ରତ୍ୟକ୍ଷରେ ବସ୍ତୁର ସୁସ୍ପଷ୍ଟ ଓ ସୁନିଦ୍ଦିଷ୍ଟ ଜ୍ଞାନ ହୁଏ । ସବିକଳ୍ପକ ପ୍ରତ୍ୟକ୍ଷ ଶବ୍ଦରେ ପ୍ରକାଶ କରାଯାଇପାରେ । ନ୍ୟାୟ ବୈଶେଷିକ ମତରେ ପ୍ରତ୍ୟଭିଜ୍ଞା ମଧ୍ୟ ଏକ ପ୍ରକାର ସବିକଳ୍ପକ ପ୍ରତ୍ୟକ୍ଷ ଅଟେ ।

4. ଲୌକିକ ପ୍ରତ୍ୟକ୍ଷ
Answer:
ଲୌକିକ ପ୍ରତ୍ୟକ୍ଷରେ ଇନ୍ଦ୍ରିୟ ଏବଂ ଅର୍ଥର ଲୌକିକ ସନ୍ନିକର୍ଷ ହୋଇଥାଏ । କର୍ଣ୍ଣ, ଚକ୍ଷୁ, ନାସିକା ପ୍ରଭୃତି ଇନ୍ଦ୍ରିୟ ସଙ୍ଗେ ବିଷୟର ସଂଯୋଗ ଯୋଗୁଁ ଯେଉଁ ପ୍ରତ୍ୟକ୍ଷ ହୁଏ, ତାହାହିଁ ଲୌକିକ ପ୍ରତ୍ୟକ୍ଷ ଅଟେ । ଲୌକିକ ପ୍ରତ୍ୟକ୍ଷ ଦୁଇ ପ୍ରକାରର ଅଟେ; ଯଥା – (୧) ବାହ୍ୟ ପ୍ରତ୍ୟକ୍ଷ ଓ (୨) ମାନସ ପ୍ରତ୍ୟକ୍ଷ । ଚକ୍ଷୁ, କର୍ଣ୍ଣ, ନାସିକା ଜିହ୍ନା ଓ ଦୃକ୍ ଏହି ପାଞ୍ଚଗୋଟି ବହିଃଇନ୍ଦ୍ରିୟ ସଙ୍ଗେ ବିଷୟର ସନ୍ନିକର୍ଷ ହେତୁ ଯେଉଁ ପ୍ରତ୍ୟକ୍ଷ ଉତ୍ପନ୍ନ ହୁଏ, ତାକୁ ବାହ୍ୟ ପ୍ରତ୍ୟକ୍ଷ କୁହାଯାଏ । ମନ ବା ଅନ୍ତଃଇନ୍ଦ୍ରିୟ ସଙ୍ଗେ ମାନସିକ ପ୍ରକ୍ରିୟାଗୁଡ଼ିକର ସଂଯୋଗ ହେତୁ ଯେଉଁ ପ୍ରତ୍ୟକ୍ଷ ହୁଏ, ତାକୁ ମାନସ ପ୍ରତ୍ୟକ୍ଷ କୁହାଯାଏ । ଦୁଃଖ, ସୁଖ ପ୍ରଭୃତି ମାନସିକ କ୍ରିୟାଗୁଡ଼ିକ ମାନସ ପ୍ରତ୍ୟକ୍ଷ ଅନ୍ତର୍ଭୁକ୍ତ ।

5. ଅଲୌକିକ ପ୍ରତ୍ୟକ୍ଷ
Answer:
ଅଲୌକିକ ସନ୍ନିକର୍ଷରୁ ଉତ୍ପନ୍ନ ପ୍ରତ୍ୟକ୍ଷକୁ ଅଲୌକିକ ପ୍ରତ୍ୟକ୍ଷ କହନ୍ତି । ଏଥ‌ିରେ ପଦାର୍ଥ ସଙ୍ଗେ ଇନ୍ଦ୍ରିୟର ଅସାଧାରଣ ବା ଅଲୌକିକ ରୂପରେ ସନ୍ନିକର୍ଷ ହୋଇଥାଏ । ଏହା ତିନି ପ୍ରକାରର – (୧) ସାମାନ୍ୟ ଲକ୍ଷଣ, (୨) ଜ୍ଞାନ ଲକ୍ଷଣ ଓ (୩) ଯୋଗଜ ପ୍ରତ୍ୟକ୍ଷ ।

CHSE Odisha Class 12 Logic Unit 5 Short & Long Answer Questions in Odia Medium

6. ସାମାନ୍ୟ ଲକ୍ଷଣ ପ୍ରତ୍ୟକ୍ଷ
Answer:
କୌଣସି ବ୍ୟକ୍ତିରେ କୌଣସି ଜାତିର ସାମାନ୍ୟ ଧର୍ମର ପ୍ରତ୍ୟକ୍ଷର ଭିତ୍ତିରେ ସମସ୍ତ ଜାତିର ପ୍ରତ୍ୟକ୍ଷକୁ ସାମାନ୍ୟ ଲକ୍ଷଣ ପ୍ରତ୍ୟକ୍ଷ କୁହାଯାଏ । ନବ ନ୍ୟାୟ ମତରେ ବ୍ୟକ୍ତିଠାରେ ସମବେତ ସାମାନ୍ୟର ଜ୍ଞାତଦ୍ୱାରା ଆମ୍ଭେମାନେ ଜାତିର ସମସ୍ତ ବ୍ୟକ୍ତିଙ୍କୁ ପ୍ରତ୍ୟକ୍ଷ କରିଥାଉ । ଉଦାହରଣସ୍ୱରୂପ – ଆମ୍ଭେମାନେ ଜଣେ ମନୁଷ୍ୟକୁ ଦେଖୁଥାଉ ତାହା ସଙ୍ଗେ ସଙ୍ଗେ ତହିଁରେ ସମସ୍ତ ମନୁଷ୍ୟତ୍ଵ ସାମାନ୍ୟକୁ ମଧ୍ୟ ଦେଖୁଥାଉ । ଏହି ସାମାନ୍ୟ ଜରିଆରେ ସବୁ ମନୁଷ୍ୟଙ୍କୁ ଆମ୍ଭେମାନେ ପ୍ରତ୍ୟକ୍ଷ କରୁ ।

7. ଜ୍ଞାନ-ଲକ୍ଷଣ ପ୍ରତ୍ୟକ୍ଷ
Answer:
କୌଣସି ଗୋଟିଏ ଇନ୍ଦ୍ରିୟଦ୍ବାରା ତା’ର ନିଜର ବିଷୟ ବ୍ୟତିରେକେ ଯଦି ଅନ୍ୟ ଇନ୍ଦ୍ରିୟର ବିଷୟ ପ୍ରତ୍ୟକ୍ଷ କରାଯାଏ, ତାକୁ ଜ୍ଞାନ ଲକ୍ଷଣ ପ୍ରତ୍ୟକ୍ଷ କହନ୍ତି । ଉଦାହରଣସ୍ୱରୂପ – ଖଣ୍ଡେ ବରଫ ଦେଖୁ ଯଦି ଜଣାଯାଏ ଯେ ବରଫଟି ଖୁବ୍ ଥଣ୍ଡା । ଏଠାରେ ଚକ୍ଷୁ ଇନ୍ଦ୍ରିୟଦ୍ଵାରା ଯେଉଁ ଶୀତଳତା ଜ୍ଞାନ ଲାଭ ହେଲା ତାହା ଜ୍ଞାନ-ଲକ୍ଷଣ ପ୍ରତ୍ୟକ୍ଷ ଅଟେ ।

8. ଯୋଗଜ ପ୍ରତ୍ୟକ୍ଷ
Answer:
ଯୋଗ-ସାଧନା-ଲବ୍‌ଧ ଅଲୌକିକ ଶକ୍ତିଦ୍ଵାରା ଯୋଗୀମାନେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ, ଦୂରବର୍ତ୍ତୀ ଓ ନିକଟବର୍ତ୍ତୀ ବସ୍ତୁକୁ ସମାନ ଭାବରେ ଯେଉଁ ପ୍ରତ୍ୟକ୍ଷ କରିପାରନ୍ତି, ତାହାହିଁ ଯୋଗଜ ପ୍ରତ୍ୟକ୍ଷ ଅଟେ । ଏହା ଅଲୌକିକ କାରଣ ଯୋଗୀ ବ୍ୟତିରେକ ସାଧାରଣ ଲୋକେ ଏହାକୁ ପ୍ରତ୍ୟକ୍ଷ କରିପାରନ୍ତି ନାହିଁ । ଯୋଗଜ ପ୍ରତ୍ୟକ୍ଷ ଉଭୟ ବେଦାନ୍ତ ଦାର୍ଶନିକ ଓ ନ୍ୟାୟ-ଦାର୍ଶନିକ ସ୍ବୀକାର କରନ୍ତି । କାରଣ ଯୋଗଜ ପ୍ରତ୍ୟକ୍ଷ ଶ୍ରୁତି-ପ୍ରମାଣ ଉପରେ ନିର୍ଭରଶୀଳ ଅଟେ ।

9. ନ୍ୟାୟାନୁମାନ
Answer:
ନ୍ୟାୟ ଦର୍ଶନ ଅନୁସାରେ ‘ଅନୁମାନ’ ହେଉଛି ସେହି ଜ୍ଞାନ ଯାହା ଅନ୍ୟ ଏକ ଜ୍ଞାନର ଅନୁସରଣରେ ସମ୍ଭବ ହୋଇଥାଏ । (ଅନୁ = ପଛରେ, ମନ୍ୟତେ = ଯାହା ଜ୍ଞାନ ହୁଏ) ଉଦାହରଣସ୍ୱରୂପ ଆମେ ନିକଟସ୍ଥ ପର୍ବତରେ ଧୂମ ଥ‌ିବାର ଦେଖୁ ସେଠାରେ ବହ୍ନି ଥ‌ିବାର ଅନୁମାନ କରିଥାଉ । ଏହା ଗୋଟିଏ ଯୁକ୍ତି ମାଧ୍ୟମରେ ବୁଝାଯାଇପାରେ । ଏହି ପର୍ବତରେ ଧୂମ ଥ‌ିବାରୁ ସେଠାରେ ବହ୍ନି ଅଛି, କାରଣ ଯେଉଁଠି ଧୂମ ଥାଏ ସେଠାରେ ବହ୍ନି ଥାଏ । ଏଣୁ ଏଠାରେ ଧୂମ ଥିବା ଦେଖୁ ସେଠାରେ ବହ୍ନି ଥ‌ିବାର ଅନୁମାନ କରାଯାଉଛି ।

10. ବ୍ୟାପ୍ତି
Answer:
ବ୍ୟାପ୍ୟ ଓ ବ୍ୟାପକ ମଧ୍ୟରେ ଥ‌ିବା ନିୟତ ନିରୁପାଧ୍ଵ ସମ୍ବନ୍ଧକୁ ବ୍ୟାପ୍ତି କୁହାଯାଏ । ବ୍ୟାପ୍ୟ ଓ ବ୍ୟାପକ ଦୁଇଟି ଘଟଣା । ଯାହା ବ୍ୟାପେ ତାହା ବ୍ୟାପକ ଏବଂ ବ୍ୟାପକ ଯହିଁରେ ବ୍ୟାପେ ତାହାକୁ ବ୍ୟାପ୍ୟ ବୋଲି କୁହାଯାଏ । ଉଦାହରଣସ୍ୱରୂପ, ‘ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍’ । ପର୍ବତରେ ଧୂଆଁର ଉପସ୍ଥିତି ଦେଖୁ ସେଠାରେ ନିଆଁ ଅଛି ବୋଲି ଆମେ ଅନୁମାନ କରୁ । ଏଠାରେ ଧୂମ ବ୍ୟାପ୍ୟ ଓ ବହ୍ନି ବ୍ୟାପକ ଅଟେ । ବ୍ୟାପ୍ୟ ଓ ବ୍ୟାପକ ମଧ୍ୟରେ ବିଦ୍ୟମାନ ନିତ୍ୟ ସାହଚର୍ଯ୍ୟ ନିୟମକୁ ବ୍ୟାପ୍ତି କୁହାଯାଏ ।

11. ବ୍ୟାପ୍ତିର ସ୍ଵରୂପ
Answer:
(୧) ବ୍ୟାପ୍ତି ଏକ ନିତ୍ୟ ସାହଚର୍ଯ୍ୟ ସମ୍ବନ୍ଧ ।
(୨) ବ୍ୟାପ୍ତି ହେଉଛି ସ୍ବାଭାବିକ ସମ୍ବନ୍ଧ ।
(୩) ବ୍ୟାପ୍ତି ସମ୍ବନ୍ଧ ନିରୁପାଧ୍ଵ ହେବା ଆବଶ୍ୟକ ।
(୪) ବ୍ୟାପ୍ତି ଏକ ଅବ୍ୟଭିଚାରୀ ସମ୍ବନ୍ଧ ।
(୫) ବ୍ୟାପ୍ତି ଅନୁମିତିର ହେତୁ ।

12. ପକ୍ଷଧର୍ମତା
Answer:
ଯୁକ୍ତି ନିମିତ୍ତ ବ୍ୟାପ୍ତି ବ୍ୟତୀତ ପକ୍ଷଧର୍ମତା ଆବଶ୍ୟକ । ପ୍ରଥମତଃ, ଯେଉଁ ସ୍ଥାନରେ (ପର୍ବତରେ) ଧୂମ ଥୁବାର ପରିଲକ୍ଷିତ ହୁଏ ତାହାକୁ ପକ୍ଷ କୁହାଯାଏ । ଏଠାରେ ପର୍ବତ ହେଉଛି ପକ୍ଷ । ଏହାକୁ ଆରିଷ୍ଟଟଲୀୟ ତ୍ରିପଦୀଯୁକ୍ତିରେ ଅପ୍ରଧାନ ପଦ (Minor term) ବୋଲି କୁହାଯାଏ । ଯେଉଁ ଲକ୍ଷଣକୁ ପ୍ରତ୍ୟକ୍ଷ କରି (ଧୂମକୁ ଦେଖୁ) ଆମେ ଅନ୍ୟ ଏକ ବିଷୟ ପ୍ରତିପାଦନ କରୁ ତାହାକୁ ହେତୁ ବୋଲି କୁହାଯାଏ । ଏଣୁ ପକ୍ଷଠାରେ ହେତୁର ଲକ୍ଷଣ ଦେଖିବା (ପର୍ବତଠାରେ ଧୂମ ଦେଖିବା) କୁ ପକ୍ଷଧର୍ମତା କୁହାଯାଏ ।

13. ଲିଙ୍ଗ ପରାମର୍ଶ
Answer:
ପକ୍ଷଧର୍ମତା ଓ ବ୍ୟାପ୍ତି ଜ୍ଞାନ ଉପରେ ନିର୍ଭର କରି ଆମେ ପର୍ବତରେ ବହ୍ନି ଥ‌ିବାର ଅନୁମାନ କରୁ । ବହ୍ନିକୁ ‘ସାଧ୍ୟ’ କୁହାଯାଏ । ଏହାକୁ ତ୍ରିପଦୀଯୁକ୍ତିର ପ୍ରଧାନ ପଦ ବୋଲି ଗ୍ରହଣ କରାଯାଇଅଛି । ହେତୁ (ଧୂମ) ଓ ସାଧ୍ୟ (ବହ୍ନି) ମଧ୍ୟରେ ଥ‌ିବା ନିୟତ, ନିରୁପାଧ୍ଯକ, ସାହଚର୍ଯ୍ୟ ସମ୍ବନ୍ଧକୁ ଲକ୍ଷ୍ୟକରି ଆମେ ପକ୍ଷ ବା ପର୍ବତରେ ସାଧ୍ୟ ବା ବହ୍ନି ଥ‌ିବାର ଅନୁମାନ କରିଥାଉ । ଲିଙ୍ଗର ପକ୍ଷ ଓ ସାଧ୍ଯ ସହିତ ସମ୍ବନ୍ଧ ହିଁ ଅନୁମାନର କାରଣ ବୋଲି କୁହାଯାଇପାରେ । ଲିଙ୍ଗ ପରାମର୍ଶଦ୍ବାରା ପକ୍ଷ, ହେତୁ ଓ ସାଧ୍ୟକୁ ସୂତ୍ରବଦ୍ଧ କରି ପରିଶେଷରେ ପକ୍ଷ ଓ ସାଧର ସମ୍ବନ୍ଧ ପ୍ରତିଷ୍ଠା କରାଯାଏ । ବ୍ୟାପ୍ତିକୁ ଅନୁମାନର ଯଥାର୍ଥ ବୋଲି ସ୍ବୀକାର କଲେ ମଧ୍ୟ ଲିଙ୍ଗ ପରାମର୍ଶକୁ ସିଦ୍ଧାନ୍ତର ଅବ୍ୟବହିତ କାରଣ ବୋଲି ସ୍ୱୀକାର କରାଯାଏ ।

14. ସ୍ଵାର୍ଥାନୁମୀନ
Answer:
ନିଜର ଜ୍ଞାନ ପ୍ରସାରଣ ନିମିତ୍ତ ଉଦ୍ଦିଷ୍ଟ ଅନୁମାନ ସ୍ୱାର୍ଥାନୁମାନ ଅଟେ । ବ୍ୟକ୍ତି ନିଜର ଅଭିଜ୍ଞତାରୁ ଅନୁମାନ ମାଧ୍ଯମରେ ଜ୍ଞାନ ହାସଲ କରିଥାଏ । ସେ ପର୍ବତରେ ହେତୁ (ଧୂମ)ର ସାକ୍ଷାତ୍ ଦର୍ଶନ କରେ ଓ ଧୂମ ଓ ବହ୍ନି ମଧ୍ୟରେ ଥ‌ିବା ନିତ୍ୟ ସାହଚର୍ଯ୍ୟ ସମ୍ବନ୍ଧକୁ ଭିଭିକରି ପର୍ବତରେ ସାଧ୍ୟ (ବହ୍ନି) ବିଦ୍ୟମାନ ବୋଲି ସିଦ୍ଧାନ୍ତ ଗ୍ରହଣ କରେ । ସ୍ଵାର୍ଥାନୁମାନ ଏକ ମନୋଗତ ପ୍ରକ୍ରିୟା । ଏଠାରେ ଚିନ୍ତନର ଗତି ପକ୍ଷାବୟବରେ ପ୍ରତ୍ୟକ୍ଷରୁ ଆରମ୍ଭ ହୋଇ ସାଧାବୟବର ସ୍ମୃତି ମାଧ୍ୟମରେ ସିଦ୍ଧାନ୍ତରେ ଉପନୀତ ହେବ ।
(୧) ପର୍ବତ ଧୂମବାନ୍ । (ସାଧାବୟବ)
(୨) ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍ । (ପକ୍ଷାବୟବ)
(୩) ପର୍ବତ ବହ୍ନିମାନ୍ । (ସିଦ୍ଧାନ୍ତ)
ନିଜର ଜ୍ଞାନ ପାଇଁ ଏହି ତିନିଗୋଟି ବାକ୍ୟର ଆବଶ୍ୟକତା ଥିବାରୁ ଏହାକୁ ସ୍ୱାର୍ଥାନୁମାନ କୁହାଯାଏ ।

15. ପରାର୍ଥାନୁମାନ
Answer:
ଆମର ଅନୁଭୂତିରୁ ହିଁ ଅନୁମାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏହି ଅନୁମାନ ପ୍ରକ୍ରିୟା ନିଜ ମଧ୍ୟରେ ସୀମାବଦ୍ଧ ନ ହୋଇ ବ୍ୟାପକ ହେବା ଉଚିତ । ତେଣୁ ଅନୁମାନକୁ ଯୁକ୍ତି ଆକାରରେ ଅନ୍ୟ ଆଗରେ ଉପସ୍ଥାପନା କରିବା ଉଚିତ । ନିଜର ଲବ୍‌ଧଜ୍ଞାନକୁ ଯୁକ୍ତି ଆକାରରେ ଅନ୍ୟ ସମକ୍ଷରେ ଉପସ୍ଥାପନ ନିମିତ୍ତ ଉଦ୍ଦିଷ୍ଟ ଅନୁମାନକୁ ପରାର୍ଥାନୁମାନ କୁହାଯାଏ । ପରାର୍ଥାନୁମାନ ୫ଟି ଅବୟବକୁ ନେଇ ଗଠିତ । ତେଣୁ ଏହାକୁ ପଞ୍ଚାବୟବୀ ନ୍ୟାୟ କୁହାଯାଏ । ଏହି ପଞ୍ଚାବୟବୀ ନ୍ୟାୟକୁ ପରାର୍ଥାନୁମାନ କୁହାଯାଏ ।

CHSE Odisha Class 12 Logic Unit 5 Short & Long Answer Questions in Odia Medium

16. ପଞ୍ଚାବୟବୀ ନ୍ୟାୟ
Answer:
ଏହାର ପାଞ୍ଚୋଟି ସୋପାନ ଅଛି; ଯଥା – ପ୍ରତିଜ୍ଞା, ହେତୁ, ଉଦାହରଣ, ଉପନୟ ଓ ନିଗମନ ।
ଏହି ପର୍ବତରେ ବହୁ ଅଛି । (ପ୍ରତିଜ୍ଞା)
ଯେହେତୁ ଏହି ପର୍ବତରେ ଧୂମ ଅଛି । (ହେତୁ)

ଯେଉଁଠି ଯେଉଁଠି ଧୂମ ଥାଏ ସେଇଠି ସେଇଠି ବହ୍ନି ଥାଏ; ଯଥା – ରନ୍ଧନଶାଳା । (ଉଦାହରଣ)
ଏହି ପର୍ବତରେ ଧୂମ ଅଛି । (ଉପନୟ)
ଏହି ପର୍ବତରେ ବହୁ ଅଛି । (ନିଗମନ ବା ସିଦ୍ଧାନ୍ତ)

ପ୍ରଥମ ତର୍କବାକ୍ୟରେ ପକ୍ଷଠାରେ ସାଧର ପ୍ରମାଣ କରିବାକୁ ପ୍ରତିଜ୍ଞା କରାଯାଉଅଛି । ଦ୍ଵିତୀୟ ତର୍କବାକ୍ୟରେ ଏହି ପ୍ରତିଜ୍ଞାର କାରଣ ନିର୍ଦ୍ଦେଶ କରାଯାଇଅଛି । ତୃତୀୟ ତର୍କବାକ୍ୟରେ ଉଦାହରଣ ମାଧ୍ୟମରେ ହେତୁ ଏବଂ ସାଧ୍ୟ ମଧ୍ୟରେ ସାମାନ୍ୟ ସମ୍ବନ୍ଧର ଅବତାରଣା କରାଯାଇଅଛି । ଚତୁର୍ଥ ତର୍କବାକ୍ୟରେ ଏହି ଉଦାହରଣର ପକ୍ଷଠାରେ ପ୍ରୟୋଗ କରାଯାଇଅଛି । ତେଣୁ ଏହି ତର୍କବାକ୍ୟକୁ ଉପନୟ ବୋଲି କୁହାଯାଏ । ପଞ୍ଚମ ତର୍କବାକ୍ୟରେ ଉପନୟ ବା ପ୍ରୟୋଗ ମାଧ୍ୟମରେ ପକ୍ଷଠାରେ ସାଧ ଥ‌ିବାର ଅନୁମାନକୁ ସିଦ୍ଧାନ୍ତଭାବେ ଗ୍ରହଣ କରାଯାଇଅଛି । ତେଣୁ ଏହାକୁ ନିଗମନ ବୋଲି କୁହାଯାଏ ।

17. ପୂର୍ବବତ୍ ଅନୁମାନ
Answer:
ଏପ୍ରକାର ନ୍ୟାୟାନୁମାନର ବ୍ୟାପ୍ତି କାର୍ଯ୍ୟ-କାରଣ ସମ୍ବନ୍ଧ ଉପରେ ପ୍ରତିଷ୍ଠିତ । କାରଣକୁ ପ୍ରତ୍ୟକ୍ଷ କରି କାର୍ଯ୍ୟର ଭବିଷ୍ୟତ୍ ସଂଘଟନ ଅନୁମାନ କରିବାକୁ ପୂର୍ବବତ୍ ଅନୁମାନ କୁହାଯାଏ; ଯଥା- ଆଜିର ଦିନରାତି ଅବିରାମ ବର୍ଷାକୁ ଦେଖୁ ଖୁବ୍ ନିକଟରେ ବନ୍ୟା ଆସିବାର ଅନୁମାନ କରିବାକୁ ପୂର୍ବବତ୍ ଅନୁମାନ କୁହାଯାଏ । ଏପରି ଅନୁମାନ କାରଣ ଓ କାର୍ଯ୍ୟ ମଧ୍ୟରେ ଥ‌ିବା ବ୍ୟାପ୍ତି ଉପରେ ଆଧାରିତ ।

18. ଶେଷବତ୍ ଅନୁମାନ
Answer:
ଦୃଷ୍ଟ ହେଉଥ‌ିବା କାର୍ଯ୍ୟକୁ ଦେଖ୍ ଏହାର କାରଣ ବିଷୟରେ ଅନୁମାନ କରିବାକୁ ଶେଷବତ୍ ଅନୁମାନ କୁହାଯାଏ; ଯଥା – ଘର ଭିତରକୁ ପଶିଆସି ପରିବାରର ସଦସ୍ୟମାନେ ହସଖୁସି ଥ‌ିବାର ଦେଖ୍ କୌଣସି ଶୁଭ ଖବର ଆସିଥ‌ିବା ଅନୁମାନ କରିବାକୁ ଶେଷବତ୍ ଅନୁମାନ କୁହାଯାଏ । ଏପରି ଅନୁମାନ ମଧ୍ଯ କାରଣ ଓ କାର୍ଯ୍ୟ ମଧ୍ୟରେ ଥ‌ିବା ବ୍ୟାପ୍ତି ଉପରେ ଅନୁମାନ ଆଧାରିତ ।

19. ସାମାନ୍ୟତୋ ଦୃଷ୍ଟ
Answer:
ଏପ୍ରକାର ନ୍ୟାୟାନୁମାନରେ ବ୍ୟାପ୍ତି କାର୍ଯ୍ୟ-କାରଣ ସମ୍ବନ୍ଧ ଉପରେ ପ୍ରତିଷ୍ଠିତ ନୁହେଁ । ଏଠାରେ ବ୍ୟାପ୍ତି ଦୁଇଟି ଘଟଣାର ବ୍ୟତିକ୍ରମହୀନ ସାହଚର୍ଯ୍ୟ ବା ସହାବସ୍ଥିତି ସମ୍ବନ୍ଧ ଉପରେ ପ୍ରତିଷ୍ଠିତ । ଗୋଟିକର ଉପସ୍ଥିତିକୁ ପ୍ରତ୍ୟକ୍ଷ କରି ଅନ୍ୟଟିର ଉପସ୍ଥିତି ଅନୁମାନ କରାଯାଏ; ଯଥା – ସୁବର୍ଣ୍ଣକୁ ପ୍ରତ୍ୟକ୍ଷ କରି ପୀତବର୍ଷକୁ ଅନୁମାନ କରାଯାଏ ।

20. କେବଳାନ୍ବୟୀ ନ୍ୟାୟ
Answer:
ଏପ୍ରକାର ନ୍ୟାୟାନୁମାନରେ ବ୍ୟାପ୍ତି ହେତୁ ଓ ସାଧର କେବଳ ଅନ୍ବୟ ବା ଭାବାତ୍ମକ ଦୃଷ୍ଟାନ୍ତ ଉପରେ ପ୍ରତିଷ୍ଠିତ । ସାଧ୍ୟପଦ ଓ ହେତୁପଦ ମଧ୍ୟରେ କେବଳ ସଦର୍ଥକ ବା ଭାବାତ୍ମକ ସମ୍ବନ୍ଧ ବିଦ୍ୟମାନ ।
ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍ ।
ପର୍ବତ ଧୂମବାନ୍ ।
∴ ପର୍ବତ ବହ୍ନିମାନ୍ ।
ଏଠାରେ ଧୂମର ବିଦ୍ୟମାନତା ସହିତ ବହ୍ନିର ବିଦ୍ୟମାନତା ଆମର ଅଭିଜ୍ଞତାରୁ ନିରୂପିତ ହୁଏ । ତେଣୁ ଧୂମ ଓ ବହ୍ନି ମଧ୍ୟରେ ନିତ୍ୟ ସାହଚର୍ଯ୍ୟ ସମ୍ବନ୍ଧ ବିଦ୍ୟମାନ ବୋଲି ସିଦ୍ଧାନ୍ତ ଗ୍ରହଣ କରାଯାଏ । ଏହା ମିଲ୍‌ଙ୍କର ଅନ୍ବୟ ପଦ୍ଧତି ସହ ସମତୁଲ୍ୟ ।

21. କେବଳ ବ୍ୟତିରେକ ନ୍ୟାୟ
Answer:
ଏଠାରେ ବ୍ୟାପ୍ତି ହେତୁ ଓ ସାଧ୍ଯର କେବଳ ବ୍ୟତିରେକ ବା ଅଭାବାତ୍ମକ ଦୃଷ୍ଟାନ୍ତ ଉପରେ ପ୍ରତିଷ୍ଠିତ । ସାଧ୍ୟପଦ ଓ ହେତୁପଦ ମଧ୍ୟରେ କେବଳ ନଞର୍ଥକ ବା ଅଭାବାତ୍ମକ ସମ୍ବନ୍ଧ ବିଦ୍ୟମାନ ।
ଯଥା – କୌଣସି ବହ୍ନିହୀନ ବସ୍ତୁ ଧୂମବାନ୍ ନୁହେଁ ।
ପର୍ବତ ଧୂମବାନ୍ ।
ପର୍ବତ ବହ୍ନିମାନ୍ ।
ଏଠାରେ ଧୂମ ଓ ବହ୍ନି ମଧ୍ୟରେ ନିୟତ ସାହଚର୍ଯ୍ୟ ସମ୍ବନ୍ଧ ଥ‌ିବାର ସିଦ୍ଧାନ୍ତ ଗ୍ରହଣ କରାଯାଇଥାଏ । ଏପ୍ରକାର ନ୍ୟାୟାନୁମାନ ଅଭାବାତ୍ମକ ଅଟେ । ଏହା ମିଲ୍‌ଙ୍କର ବ୍ୟତିରେକ ପଦ୍ଧତି ସହ ସମତୁଲ୍ୟ ।

22. ଅନ୍ବୟ ବ୍ୟତିରେକୀ ନ୍ୟାୟ
Answer:
ଅନ୍ବୟ ବ୍ୟତିରେକୀ ନ୍ୟାୟାନୁମାନର ବ୍ୟାପ୍ତି ଉଭୟ ଅନ୍ବୟ ଓ ବ୍ୟତିରେକୀ ଅର୍ଥାତ୍ ଉଭୟ ଭାବାତ୍ମକ ଓ ଅଭାବାତ୍ମକ ଦୃଷ୍ଟାନ୍ତ ଉପରେ ପ୍ରତିଷ୍ଠିତ । ସାଧପଦ ଓ ହେତୁପଦ ମଧ୍ଯରେ ଉଭୟ ଭାବାତ୍ମକ ଓ ଅଭାବାତ୍ମକ ସମ୍ବନ୍ଧ ବିଦ୍ୟମାନ ।
ଯଥା – ଭାବାତ୍ମକ ଦୃଷ୍ଟାନ୍ତ :
ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍ ।

ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍ ।
ପର୍ବତ ଧୂମବାନ୍ ।
∴ ପର୍ବତ ବହ୍ନିମାନ୍ ।

ଅଭାବାତ୍ମକ ଦୃଷ୍ଟାନ୍ତ :
କୌଣସି ବହ୍ନିହୀନ ବସ୍ତୁ ଧୂମବାନ୍ ନୁହେଁ ।
ପର୍ବତ ଧୂମବାନ୍ ।
∴ପର୍ବତ ବହ୍ନିମାନ୍ ।

ଏଠାରେ ଉଭୟ ଭାବାତ୍ମକ ଓ ଅଭାବାତ୍ମକ ଦୃଷ୍ଟାନ୍ତକୁ ନେଇ ଧୂମ ଓ ବହ୍ନି ମଧ୍ୟରେ ଥ‌ିବା ନିତ୍ୟ ସାହଚର୍ଯ୍ୟ ସମ୍ବନ୍ଧଟି ନିର୍ଦ୍ଧାରଣ କରାଯାଇଥାଏ । ଏହା ମିଲ୍‌ଙ୍କର ସଂଯୁକ୍ତ ପଦ୍ଧତି ସହ ସମତୁଲ୍ୟ ।

23. ସମବ୍ୟାପ୍ତି
Answer:
ଧୂମ ଓ ବହ୍ନି ମଧ୍ୟରେ ଥିବା ସମ୍ବନ୍ଧ ନିରୁପାଧ୍ଵ ଅଟେ । ଏଠାରେ ବ୍ୟାପ୍ତି ସମ୍ବନ୍ଧ ଉପାଧ୍ୟଯୁକ୍ତ ନୁହେଁ । କୌଣସି ସର୍ଭ ଅନୁସାରେ ଧୂମ ଓ ବହ୍ନି ସମ୍ବନ୍ଧାନ୍ବିତ ହୋଇନଥା’ନ୍ତି । କିନ୍ତୁ ଯାହା ବହ୍ନିଯୁକ୍ତ ତାହା ଧୂମଯୁକ୍ତ କହିବାରେ ବହ୍ନି ଓ ଧୂମ ମଧ୍ୟରେ ବିଦ୍ୟମାନ ସମ୍ବନ୍ଧ ଉପାଧ୍ୟକ୍ତ । ବହ୍ନି ସହିତ ଆର୍ଦ୍ର ଇନ୍ଧନ ସଂଯୋଗ କଲେ ଧୂମର ଉପସ୍ଥିତି ପରିଲକ୍ଷିତ ହୁଏ । ଏହି କ୍ଷେତ୍ରରେ ଉଭୟ ଧୂମ ଓ ବହ୍ନି ସମବ୍ୟାପକ ହୋଇଥା’ଛି । ବ୍ୟାପ୍ତିର ବ୍ୟାପ୍ୟ ଓ ବ୍ୟାପକ ସମ ବିସ୍ତୃତିଯୁକ୍ତ ହୋଇଥିଲେ, ତାହାକୁ ସମ ବ୍ୟାପ୍ତି କୁହାଯାଏ । ତେଣୁ ଧୂମ ଓ ବହ୍ନି ମଧ୍ୟରେ ଥ‌ିବା ଏପ୍ରକାର ସମ୍ବନ୍ଧକୁ ସମ ବ୍ୟାପ୍ତି କୁହାଯାଏ ।

24. ବିଷମ ବ୍ୟାପ୍ତି
Answer:
ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍, କିନ୍ତୁ ସମସ୍ତ ବହ୍ନିମାନ୍ ବସ୍ତୁ ଧୂମବାନ୍ କହିବା ଠିକ୍ ନୁହେଁ । ଅନେକ କ୍ଷେତ୍ରରେ ବହ୍ନି ଥିଲେ ବି ଧୂମ ନଥାଏ । ଯଥା- ବିଦ୍ୟୁତ୍ ଚୂଲା (ହିଟର) ଓ ତପ୍ତ ଲୌହପିଣ୍ଡ ବହ୍ନିଯୁକ୍ତ ହେଲେ ମଧ୍ୟ ଧୂମଯୁକ୍ତ ନୁହେଁ । ତେଣୁ ଧୂମ ଓ ବହ୍ନି ମଧ୍ୟରେ ଥ‌ିବା ବ୍ୟାପ୍ତି ସମ୍ବନ୍ଧ ବିଷମ ଅଟେ । ଏହାକୁ ସ୍ବାଭାବିକ ସମ୍ବନ୍ଧ ବୋଲି କୁହାଯାଇ ପାରିବ ନାହିଁ । ଏଠାରେ ବହ୍ନିର ବ୍ୟାପ୍ତି ଧୂମ ଅପେକ୍ଷା ବ୍ୟାପକ । ତେଣୁ ବ୍ୟାପ୍ତିର ବ୍ୟାପ୍ୟ ଓ ବ୍ୟାପକ ସମ ବିସ୍ତୃତିଯୁକ୍ତ ହୋଇନଥିଲେ ତାହାକୁ ବିଷମ ବ୍ୟାପ୍ତି କୁହାଯାଏ ।

25. ବ୍ୟଭିଚାରାଗ୍ରହ
Answer:
କେବଳ ଅନ୍ବୟ କିମ୍ବା ବ୍ୟତିରେକ ପର୍ଯ୍ୟାପ୍ତ ନୁହେଁ । ଅବ୍ୟଭିଚାରୀ ସମ୍ବନ୍ଧର ପ୍ରତିପାଦନ କରିବାପାଇଁ କୌଣସି ବିରୁଦ୍ଧ ଦୃଷ୍ଟାନ୍ତ ପର୍ଯ୍ୟବେକ୍ଷଣର ସମ୍ଭାବନା ନଥିବା ଆବଶ୍ୟକ । ଅର୍ଥାତ୍ ଏଭଳି କୌଣସି ବିପରୀତ ଦୃଷ୍ଟାନ୍ତ ନ ଥୁବ ଯଦ୍ବାରା ବ୍ୟାପ୍ୟ ଓ ବ୍ୟାପକ ମଧ୍ୟରେ ଅବ୍ୟଭିଚାରୀ ସମ୍ବନ୍ଧ ପ୍ରତିପାଦିତ ହୋଇପାରିବ – ଯେଉଁଠି ଧୂମ ଥ‌ିବ ସେଠି ବହୁ ଥ‌ିବ । ଏ ମଧ୍ଯରେ କୌଣସି ବିପରୀତ ଦୃଷ୍ଟାନ୍ତ ପରିଲକ୍ଷିତ ହେଲେ ତାହା ଅବ୍ୟଭିଚାରୀ ସମ୍ବନ୍ଧ ପ୍ରତିପାଳନ କରିବାରେ ଅସମର୍ଥ ହେବ ।

CHSE Odisha Class 12 Logic Unit 5 Short & Long Answer Questions in Odia Medium

26. ଉପାଧ୍ ନିରାଶ
Answer:
ଦୁଇଟି ଘଟଣା ମଧ୍ୟରେ ଅନ୍ବୟ ଥାଇପାରେ, ବ୍ୟତିରେକରେ ସହମତି ଥାଇପାରେ । ହୁଏତ ସେମାନଙ୍କ ମଧ୍ୟରେ କୌଣସି ବିପରୀତ ଘଟଣା ନ ଥାଇପାରେ । ମାତ୍ର ବ୍ୟାପ୍ୟ ଓ ବ୍ୟାପକର ସମ୍ବନ୍ଧ ନିସର୍ଭ ହେବା ଆବଶ୍ୟକ । ଏହି ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଯେ ଧୂମ ଓ ବହ୍ନି ମଧ୍ୟରେ ନିସର୍ଭତା ବା ଅନୌପାଧ୍ଵତା ରହିଅଛି । ମାତ୍ର ବହ୍ନି ଓ ଧୂମ ମଧ୍ୟରେ ଥ‌ିବା ସମ୍ବନ୍ଧ ହେଉଛି ଔପାଧ୍ଵ ବା ସର୍ତ୍ତମୂଳକ । ଯେଉଁଠି ଧୂମ ଥ‌ିବ ସେଠି ବହ୍ନି ଥ‌ିବ, ମାତ୍ର ଓଦାଯୁକ୍ତ ନହେଲେ ବହ୍ନିରୁ ଧୂମ ସମ୍ଭବ ହେବ ନାହିଁ ।

27. ତର୍କ
Answer:
ଏହା ଏକ ପ୍ରଣାଳୀ ଯାହାଦ୍ୱାରା କୌଣସି ତର୍କବାକ୍ୟର ସତ୍ୟତା ପରୋକ୍ଷ ଭାବରେ ପ୍ରମାଣ କରାଯାଇପାରେ । ଅର୍ଥାତ୍ ପ୍ରଦତ୍ତ ତର୍କବାକ୍ୟର ବିରୁଦ୍ଧ ତର୍କବାକ୍ୟଟି ମିଥ୍ୟା ବୋଲି ପ୍ରମାଣ କରାଯାଇପାରିଲେ, ପ୍ରଦତ୍ତ ତର୍କବାକ୍ୟଟି ସତ୍ୟ ବୋଲି ସ୍ବୀକୃତ ହୋଇଥାଏ । ଯଦି ‘ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍’ ମିଥ୍ୟା ହୁଏ ତେବେ ଏହାର ବିରୁଦ୍ଧ ତର୍କବାକ୍ୟ ‘କେତେକ ଧୂମବାନ୍ ବସ୍ତୁ ବହ୍ନିମାନ୍ ନୁହେଁ’ ସତ୍ୟ ହେବା ସୁନିଶ୍ଚିତ । ଏହାଦ୍ଵାରା ବହ୍ନି ନଥାଇ ଧୂମ ଜାତ ହୋଇପାରିବ ବୋଲି ସ୍ବୀକାର କରାଯାଉଅଛି ।

28. କର୍ମଯୋଗ
Answer:
ଶ୍ରୀମଦ୍ ଭଗବତ୍ ଗୀତା ମହାଭାରତ ଯୁଦ୍ଧ ପରିପ୍ରେକ୍ଷୀରେ, ଯୋଗେଶ୍ବର ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥ‌ିବା ଉପଦେଶ । ଏହା ଏକାଧାରରେ ଏକ ଜୀବନ ଶାସ୍ତ୍ର, ଧର୍ମ ଶାସ୍ତ୍ର ତଥା ନୀତି ଶାସ୍ତ୍ର । ଗୀତାର ଅଠରଟି ଅଧ୍ୟାୟ ମଧ୍ୟରୁ ଦ୍ଵିତୀୟ ଅଧ୍ୟାୟ ‘ସାଂଖ୍ୟଯୋଗ’’ ନାମରେ ପରିଚିତ । ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମ ସମ୍ପାଦନ ସମ୍ବନ୍ଧରେ ଯେଉଁ ଉପଦେଶ ଦେଇଛନ୍ତି ତାହାକୁ କର୍ମଯୋଗ କୁହାଯାଏ । ଜୀବନ କର୍ମମୟ । ଜୀବନରେ ଏପରି ଏକ ମୁହୂର୍ତ୍ତ ନାହିଁ ଯେଉଁଠି କର୍ମ ନାହିଁ । କର୍ମ ହିଁ ଜୀବନ । କେବଳ ମୃତ୍ୟୁରେ ହିଁ କର୍ମରୁ ମୁକ୍ତି । ତେଣୁ ନିଜର ଧର୍ମାନୁସାରେ କର୍ତ୍ତବ୍ୟ କରିଚାଲିବା ମାନବ ଜୀବନର ଏକମାତ୍ର ଉଦ୍ଦେଶ୍ୟ ।

29. ସକାମ କର୍ମ
Answer:
ଯେଉଁ କର୍ମ କେବଳ ଫଳପ୍ରାପ୍ତିର ଆକାଂକ୍ଷା ରଖ୍ କରାଯାଏ, ତାହାକୁ ସକାମ କର୍ମ କୁହାଯାଏ । କିନ୍ତୁ କର୍ମଟି କରିବା ପରେ ଯଦି କର୍ତ୍ତା ତାହାର ଈପ୍‌ସିତ ଫଳ ନ ପାଏ, ତେବେ ସେ ଯନ୍ତ୍ରଣା ଭୋଗ କରେ ।

30. ନିଷ୍କାମ କର୍ମ
Answer:
ନିଷ୍କାମ କର୍ମରେ କୌଣସି ଫଳଭୋଗର ଇଚ୍ଛା ଜଡ଼ିତ ନ ଥାଏ । ନିଷ୍କାମ କର୍ମ ନୈତିକ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ । ନିଷ୍କାମ କର୍ମ ହେଉଛି କାମନାରହିତ କର୍ମ । କର୍ମଫଳ ପ୍ରତି ଉଦାସୀନ ରହି କର୍ମ କରିବାକୁ ନିଷ୍କାମ କର୍ମବାଦ ଶିକ୍ଷା ଦିଏ । ବ୍ୟକ୍ତି କର୍ମ କରିବାବେଳେ କର୍ମଫଳ ପ୍ରତି ଅନାସକ୍ତ ରହି ଅର୍ଥାତ୍ କର୍ମଫଳକୁ ଲକ୍ଷ୍ୟ ନ ରଖ୍ କର୍ମ କରିବା ଉଚିତ ।

31. ନିଷ୍କାମ କର୍ମର ଲକ୍ଷଣ
Answer:
ନିଷ୍କାମ କର୍ମର ତିନୋଟି ଲକ୍ଷଣ ଅଛି । ପ୍ରଥମତଃ, କର୍ମଫଳର ଆକାଂକ୍ଷା ବର୍ଜନ କରିବା ଆବଶ୍ୟକ । ଦ୍ୱିତୀୟରେ, କର୍ତ୍ତୃତ୍ଵାଭିମାନ ତ୍ୟାଗ କରିବା ଅର୍ଥାତ୍ ବ୍ୟକ୍ତି ନିଜକୁ କର୍ମର କର୍ତ୍ତା ମନେକରି ସବୁକିଛି ତା’ର ନିୟନ୍ତ୍ରଣାଧୀନ ବୋଲି ବିଚାର କରିବା ଅନୁଚିତ । ତୃତୀୟରେ ନିଜର ସମସ୍ତ କର୍ମଫଳ ଈଶ୍ବରଙ୍କୁ ସମର୍ପଣ କରିଦେବା ଉଚିତ । ଯାହାଫଳରେ, କର୍ମଫଳଜନିତ ସୁଖ, ଦୁଃଖ, ସଂଶୟ ଇତ୍ୟାଦି ବ୍ୟକ୍ତିକୁ ସ୍ପର୍ଶ କରେ ନାହିଁ । ଏହାକୁ କର୍ମ ସନ୍ୟାସ କୁହାଯାଏ ।

32. ଅହିଂସା
Answer:
ଗାନ୍ଧିଜୀଙ୍କର ଦର୍ଶନରେ ସତ୍ୟ ଯଦି ଲକ୍ଷ୍ୟ ହୁଏ, ଅହିଂସା ହେଉଛି ସତ୍ୟାପଲବ୍ଧ ଉପାୟ । ଅହିଂସାର ପଥ ଅବଲମ୍ବନ କରି ସତ୍ୟରେ ଉପନୀତ ହେବା ମନୁଷ୍ୟର କର୍ତ୍ତବ୍ୟ । ସତ୍ୟ ଓ ଅହିଂସା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ । ଗାନ୍ଧୀଙ୍କ ପାଇଁ ଅହିଂସାର ସକାରାତ୍ମକ ଦିଗଟି ଅଧିକ ଗୁରୁତ୍ଵପୂର୍ଣ୍ଣ । ମନୁଷ୍ୟ ଜନ୍ମଗତ ଭାବରେ ଅହିଂସ । ଅହିଂସା ହେଉଛି ମାନବର ସ୍ଵାଭିବିକତା । ଅହିଂସା ଆଳସ୍ୟକୁ ପ୍ରଶ୍ରୟ ଦିଏ ନାହିଁ । ଅହିଂସା ହେଉଛି ବିଜୟଲାଭର ସର୍ବଶ୍ରେଷ୍ଠ ମାର୍ଗ । ଅହିଂସା ବ୍ୟକ୍ତିର ଆତ୍ମମର୍ଯ୍ୟାଦା ବୃଦ୍ଧି କରେ । କାରଣ ଅହିଂସା ଆଚରଣଦ୍ଵାରା ସେ ସ୍ୱେଚ୍ଛାଚାରୀ ସମ୍ମୁଖରେ ନତ ହୁଏ ନାହିଁ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ପ୍ରତ୍ୟକ୍ଷ ପ୍ରମାଣ କହିଲେ କ’ଣ ବୁଝ ? ଆଲୋଚନା କର ।
Answer:
ମହର୍ଷି ଗୌତମ ପ୍ରତ୍ୟକ୍ଷର ନିମ୍ନଲିଖ ସଂଜ୍ଞା ପ୍ରଦାନ କରିଛନ୍ତି – ଇନ୍ଦ୍ରିୟ ଓ ବିଷୟର ସଂଯୋଗରୁ ହିଁ ପ୍ରତ୍ୟକ୍ଷ ଜ୍ଞାନ ଉତ୍ପନ୍ନ ହୁଏ । ପ୍ରତ୍ୟକ୍ଷ ଜ୍ଞାନ ଅନ୍ୟ କୌଣସି ପ୍ରମାଣର ଅପେକ୍ଷା ରଖେ ନାହିଁ । ମାତ୍ର ଅନୁମାନ, ଉପମାନ ଏବଂ ଶବ୍ଦ ପ୍ରତ୍ୟକ୍ଷ ଉପରେ ନିର୍ଭର କରି ସମ୍ଭବ ହୋଇଥାଏ । ଉପମାନ କ୍ଷେତ୍ରରେ ମଧ୍ୟ ଦୁଇଟି ବସ୍ତୁରୁ ସାଦୃଶ୍ୟ ପ୍ରତ୍ୟକ୍ଷ ନ ହେଲେ ଜ୍ଞାନଲାଭ ହୁଏ ନାହିଁ । ଶବ୍ଦ ଜ୍ଞାନ କ୍ଷେତ୍ରରେ ପ୍ରଥମତଃ ଶବ୍ଦକୁ ପ୍ରତ୍ୟକ୍ଷ କରି ଶବ୍ଦ ଜ୍ଞାନ ଲାଭ କରାଯାଏ ।

ଏଣୁ ଅନ୍ୟାନ୍ୟ ସମସ୍ତ ଜ୍ଞାନ ପ୍ରତ୍ୟକ୍ଷ ଜ୍ଞାନ ଉପରେ ନିର୍ଭରଶୀଳ । ଗୌତମ ପ୍ରଦତ୍ତ ପ୍ରତ୍ୟକ୍ଷର ସଂଜ୍ଞା କିମ୍ବା ପ୍ରତ୍ୟକ୍ଷର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି – ଅକ୍ଷାଂ ପ୍ରତୀତ୍ୟ ଉତ୍ପଦ୍ୟତେ ଇତି ପ୍ରତ୍ୟକ୍ଷମ୍ । ଅର୍ଥାତ୍ ଚକ୍ଷୁ ଆଦି ଇନ୍ଦ୍ରିୟଦ୍ୱାରା ଯେଉଁ ଜ୍ଞାନ ଉତ୍ପନ୍ନ ହୁଏ ତାହାହିଁ ପ୍ରତ୍ୟକ୍ଷ ଜ୍ଞାନ । ପ୍ରତ୍ୟକ୍ଷ ଜ୍ଞାନ ଅନ୍ୟ କୌଣସି ଜ୍ଞାନ ଉପରେ ନିର୍ଭର କରେ ନାହିଁ । ଏ କ୍ଷେତ୍ରରେ ଅନ୍ୟ ଜ୍ଞାନ କାରଣ ନୁହେଁ ।

CHSE Odisha Class 12 Logic Unit 5 Short & Long Answer Questions in Odia Medium

ପ୍ରତ୍ୟକ୍ଷର ପ୍ରକାରଭେଦ :
ବିଭିନ୍ନ ଭାବରେ ପ୍ରତ୍ୟକ୍ଷର ଶ୍ରେଣୀକରଣ କରାଯାଇଅଛି । ପ୍ରତ୍ୟକ୍ଷ ସାଧାରଣ ଭାବେ ଦୁଇ ପ୍ରକାର; ଯଥା – ନିର୍ବିକଳ୍ପକ ଓ ସବିକଚ୍ଛକ ପ୍ରତ୍ୟକ୍ଷ । ନବ୍ୟନ୍ୟାୟରେ ପ୍ରତ୍ୟକ୍ଷର ଅନ୍ୟ ଗୋଟିଏ ଭେଦ କରାଯାଇଅଛି; ଯଥା – (୧) ଲୌକିକ, (୨) ଅଲୋକିକ ପ୍ରତ୍ୟକ୍ଷ ।

ନିର୍ବିକଳ୍ପକ ପ୍ରତ୍ୟକ୍ଷ :
ନିର୍ବିକଚ୍ଛକ ପ୍ରତ୍ୟକ୍ଷ ପ୍ରତ୍ୟକ୍ଷର ପ୍ରାରମ୍ଭିକ ଅବସ୍ଥା ଅଟେ । ଏହାର ଅସ୍ଥିତ୍ଵ ଅନୁମାନଦ୍ୱାରା ସିଦ୍ଧ କରାଯାଏ । ଜୟନ୍ତ ଭଟ୍ଟଙ୍କ ମତାନୁସାରେ ନିର୍ବିକଳ୍ପକ ପ୍ରତ୍ୟକ୍ଷରେ କୌଣସି ବସ୍ତୁର ସାମାନ୍ୟ, ଦ୍ରବ୍ୟତ୍ୱ, ଗୁଣ ଓ କର୍ମ ଗୃହୀତ ହେଉଥିଲେ ମଧ୍ୟ ସେ ସମୟରେ ଏହା ନାମ ସଂଯୁକ୍ତ ହୋଇନଥାଏ । ସବିକଳ୍ପକ ପ୍ରତ୍ୟକ୍ଷରେ ନାମ ସହିତ ଏ ସମସ୍ତ ଗ୍ରହଣ କରାଯାଏ । ଭାସବିଜ୍ଞଙ୍କ ମତରେ ନିର୍ବିକଳ୍ପକ ପ୍ରତ୍ୟକ୍ଷ ସେହି ପ୍ରତ୍ୟକ୍ଷ ଯେଉଁଥିରେ କି ଇନ୍ଦ୍ରିୟ ଓ ବିଷୟର ସନ୍ନିକର୍ଷର ଅବ୍ୟବହିତ ପରେ ବସ୍ତୁର ସ୍ୱରୂପ ମାତ୍ରର ପ୍ରତୀତି ହୁଏ ।

ଗଙ୍ଗେଶ ନିର୍ବିକଳ୍ପକ ପ୍ରତ୍ୟକ୍ଷକୁ ନାମ, ଜାତି ଇତ୍ୟାଦି ଯୋଜନାରହିତ ବୈଶିଷ୍ଟ୍ୟ ଗ୍ରହଣ ନ କରୁଥିବା ନିଷ୍ପ୍ରକାରକ ଜ୍ଞାନ କହିଛନ୍ତି । ଅରଂଭଟ୍ଟଙ୍କ ମତରେ ନିର୍ବିକଳ୍ପକ ପ୍ରତ୍ୟକ୍ଷରେ ଧର୍ମ ଏବଂ ଧର୍ମର ସମ୍ବନ୍ଧ ଗ୍ରହଣ ହୁଏ ସତ୍ୟ କିନ୍ତୁ ବିଶେଷଣ ବିଶେଷ୍ୟ ରୂପରେ ସେମାନଙ୍କର ସମ୍ବନ୍ଧ ଗ୍ରହଣ ହୁଏ ନାହିଁ । ବୈୟାକରଣ ଦର୍ଶନରେ ନିର୍ବିକଳ୍ପକ ଜ୍ଞାନର ସତ୍ତା ସ୍ବୀକୃତ ହୁଏ ନାହିଁ । ବେଦାନ୍ତ ଓ ବୌଦ୍ଧ ଦର୍ଶନରେ ନିର୍ବିକଳ୍ପ ହିଁ ପ୍ରକୃତ ଜ୍ଞାନ ବୋଲି ସ୍ବୀକୃତ ହୋଇଅଛି ।

ବସ୍ତୁ ଯେତେବେଳେ ନାମ, ଜାତି ଓ ବିଶେଷଣ ଯୁକ୍ତ ହୋଇ ପ୍ରତ୍ୟକ୍ଷ କରାଯାଏ ତାକୁ ସବିକଳ୍ପକ କହନ୍ତି । ଯେଉଁ ପ୍ରତ୍ୟକ୍ଷରେ ପ୍ରକାରତା ବା ବିଶେଷଣ ବିଶେଷ୍ୟ ଭାବର ଜ୍ଞାନ ହୁଏ ତାହା ସବିକଳ୍ପକ ଅଟେ । ସବିକଚ୍ଛକ ପ୍ରତ୍ୟକ୍ଷରେ ବସ୍ତୁର ସୁସ୍ପଷ୍ଟ ଓ ସୁନିଦ୍ଦିଷ୍ଟ ଜ୍ଞାନ ହୁଏ । ନ୍ୟାୟ ବୈଶେଷିକ ମତରେ ପ୍ରତ୍ୟଭିଜ୍ଞା ମଧ୍ୟ ଏକ ପ୍ରକାର ସବିକଳ୍ପକ ପ୍ରତ୍ୟକ୍ଷ ଅଟେ । କୌଣସି ପୂର୍ବଦୃଷ୍ଟ ବସ୍ତୁକୁ ପୁଣିଥରେ ଦେଖୁ ଏହା ସେହି ଏହିଭଳି ଜ୍ଞାନ ଦେବାକୁ ପ୍ରତ୍ୟଭିଜ୍ଞା କହନ୍ତି । ଏହା ଅନୁଭବାତ୍ମକ ଓ ସପ୍ରକାରକ ଜ୍ଞାନ, ଏଣୁ ସବିକଳ୍ପକ ଅଟେ ।

ଲୌକିକ ପ୍ରତ୍ୟକ୍ଷ :
ଲୌକିକ ପ୍ରତ୍ୟକ୍ଷରେ ଇନ୍ଦ୍ରିୟ ଏବଂ ଅର୍ଥର ଲୌକିକ ସନ୍ନିକର୍ଷ ହୋଇଥାଏ । ଚକ୍ଷୁ, କର୍ଣ୍ଣ, ନାସିକା ପ୍ରଭୃତି ଇନ୍ଦ୍ରିୟ ସଙ୍ଗେ ବିଷୟର ସଂଯୋଗ ହେତୁ ଯେଉଁ ପ୍ରତ୍ୟକ୍ଷ ହୁଏ ତାହାହିଁ ଲୌକିକ ପ୍ରତ୍ୟକ୍ଷ । ଏହି ଲୌକିକ ପ୍ରତ୍ୟକ୍ଷ ଦୁଇ ଭାଗରେ ବିଭକ୍ତ; ଯଥା – ବାହ୍ୟ ଓ ମାନସ ପ୍ରତ୍ୟକ୍ଷ । ଚକ୍ଷୁ, କର୍ଣ୍ଣ, ନାସିକା, ଜିହ୍ଵା ଓ ତ୍ବକ୍ ଏହି ପାଞ୍ଚଗୋଟି ବହିରିନ୍ଦ୍ରିୟ ସଙ୍ଗେ ବିଷୟର ସନ୍ନିକର୍ଷ ହେତୁ ଯେଉଁ ପ୍ରତ୍ୟକ୍ଷ ଉତ୍ପନ୍ନ ହୁଏ, ତାକୁ ବାହ୍ୟ ପ୍ରତ୍ୟକ୍ଷ କୁହାଯାଏ । ମନ ବା ଅନ୍ତରିନ୍ଦ୍ରିୟ ସଙ୍ଗେ ମାନସିକ ପ୍ରକ୍ରିୟାଗୁଡ଼ିକର ସଂଯୋଗ ହେତୁ ଯେଉଁ ପ୍ରତ୍ୟକ୍ଷ ହୁଏ, ତାକୁ ମାନସ ପ୍ରତ୍ୟକ୍ଷ କହନ୍ତି । ଯଥା – ଦୁଃଖ, ସୁଖ ପ୍ରଭୃତି ମାନସିକ କ୍ରିୟାଗୁଡ଼ିକୁ ପ୍ରତ୍ୟକ୍ଷ କରିବା ।

ଅଲୌକିକ ସନ୍ନିକର୍ଷରୁ ଉତ୍ପନ୍ନ ପ୍ରତ୍ୟକ୍ଷକୁ ଅଲୌକିକ ପ୍ରତ୍ୟକ୍ଷ କହନ୍ତି । ଏହା ତିନି ପ୍ରକାରର – ସାମାନ୍ୟ ଲକ୍ଷଣ, ଜ୍ଞାନ ଲକ୍ଷଣ ଓ ଯୋଗଜ ।

ସାମାନ୍ୟ ଲକ୍ଷଣ ପ୍ରତ୍ୟକ୍ଷ – କୌଣସି ବ୍ୟକ୍ତିରେ କୌଣସି ଜାତିର ସାମାନ୍ୟ ଧର୍ମର ପ୍ରତ୍ୟକ୍ଷର ଭିଭିରେ ସମସ୍ତ ଜାତିର ପ୍ରତ୍ୟକ୍ଷକୁ ସାମାନ୍ୟ ଲକ୍ଷଣ ପ୍ରତ୍ୟକ୍ଷ କୁହାଯାଏ । ନବନ୍ୟାୟ ମତରେ ବ୍ୟକ୍ତିଠାରେ ସମବେତ ସାମାନ୍ୟର ଜ୍ଞାନଦ୍ୱାରା ଆମ୍ଭେମାନେ ଜଣେ ମନୁଷ୍ୟକୁ ଦେଖୁଥାଉ ତା ସଙ୍ଗେ ସଙ୍ଗେ ତହିଁରେ ସମବେତ ମନୁଷ୍ୟତ୍ୱ ସାମାନ୍ୟକୁ ମଧ୍ୟ ଦେଖୁଥାଉ । ଏହି ସାମାନ୍ୟ ଜରିଆରେ ସବୁ ମନୁଷ୍ୟଙ୍କୁ ଆମ୍ଭେମାନେ ପ୍ରତ୍ୟକ୍ଷ କରୁ । ଏଠାରେ ସାମାନ୍ୟର ଜ୍ଞାନଦ୍ୱାରା ଜାତିଗତ ସମସ୍ତ ବ୍ୟକ୍ତିଙ୍କୁ ଜାଣି ହେଉଥ‌ିବାରୁ ଏହାର ନାମ ସାମାନ୍ୟ-ଲକ୍ଷଣ ପ୍ରତ୍ୟକ୍ଷ ଅଟେ ।

ଜ୍ଞାନ ଲକ୍ଷଣ ପ୍ରତ୍ୟକ୍ଷ – କୌଣସି ଗୋଟିଏ ଇନ୍ଦ୍ରିୟଦ୍ବାରା ତା’ର ନିଜର ବିଷୟ ବ୍ୟତିରେକେ ଯଦି ଅନ୍ୟ ଇନ୍ଦ୍ରିୟର ବିଷୟ ପ୍ରତ୍ୟକ୍ଷ କରାଯାଏ, ତାକୁ ଜ୍ଞାନ ଲକ୍ଷଣ ପ୍ରତ୍ୟକ୍ଷ କହନ୍ତି । ଖଣ୍ଡେ ବରଫ ଦେଖୁ ଯଦି ଜଣାଯାଏ ଯେ ବରଫଟି ଖୁବ୍ ଥଣ୍ଡା । ଏଠାରେ ଚକ୍ଷୁ ଇନ୍ଦ୍ରିୟଦ୍ଵାରା ପ୍ରତ୍ୟକ୍ଷ କରାଯାଏ । ଯେଉଁ ଶୀତଳତା ଜ୍ଞାନଲାଭ ହେଲା ତାହା ଜ୍ଞାନ ଲକ୍ଷଣ ପ୍ରତ୍ୟକ୍ଷ ଅଟେ । ଜ୍ଞାନ ଲକ୍ଷଣ ପ୍ରତ୍ୟକ୍ଷ ପୂର୍ବଜ୍ଞାନ ଉପରେ ନିର୍ଭରଶୀଳ ।

ଯୋଗଜ ପ୍ରତ୍ୟକ୍ଷ – ଯୋଗ-ସାଧନା-ଲବ୍‌ଧ ଅଲୌକିକ ଶକ୍ତିଦ୍ଵାରା ଯୋଗୀମାନେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ, ଦୂରବର୍ତ୍ତୀ ଓ ନିକଟବର୍ତ୍ତୀ ବସ୍ତୁକୁ ସମାନ ଭାବରେ ଯେଉଁ ପ୍ରତ୍ୟକ୍ଷ କରିପାରନ୍ତି, ତାହାହିଁ ଯୋଗଜ ପ୍ରତ୍ୟକ୍ଷ ଅଟେ । ଏହା ଅଲୌକିକ କାରଣ ଯୋଗୀ ବ୍ୟତିରେକେ ସାଧାରଣ ଲୋକେ ଏହାକୁ ପ୍ରତ୍ୟକ୍ଷ କରିପାରନ୍ତି ନାହିଁ । ଯୋଗଜ ପ୍ରତ୍ୟକ୍ଷ ଉଭୟ ବେଦାନ୍ତ ଦାର୍ଶନିକ ଓ ନ୍ୟାୟ ଦାର୍ଶନିକ ସ୍ବୀକାର କରନ୍ତି । କାରଣ ଯୋଗଜ ପ୍ରତ୍ୟକ୍ଷ ଶ୍ରୁତି-ପ୍ରମାଣ ଉପରେ ନିର୍ଭରଶୀଳ ଅଟେ ।

2. ବ୍ୟାପ୍ତି କାହାକୁ କୁହନ୍ତି ? ବିଭିନ୍ନ ପ୍ରକାର ବ୍ୟାପ୍ତିକୁ ଉଦାହରଣ ସହ ବ୍ୟାଖ୍ୟା କର ।
Answer:
ଦୁଇଟି ପଦର ନିୟତ ଅନୌପାଧ୍ଵ ସମ୍ବନ୍ଧକୁ ବ୍ୟାପ୍ତି କୁହାଯାଏ; ଯଥା – ‘ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍’, ‘ସମସ୍ତ ମନୁଷ୍ୟ ମରଣଶୀଳ’ । ଉକ୍ତ ଉଦାହରଣ ଦୁଇଟିକୁ ଲକ୍ଷ୍ୟକଲେ ଆମେ ଜାଣିପାରିବା ଯେ ଏଠାରେ ‘ଧୂମ’ ଓ ‘ବହ୍ନି’ ଏବଂ ‘ମନୁଷ୍ୟ’ ଓ ‘ମରଣଶୀଳତା’ ମଧ୍ୟରେ ସର୍ଭ ନିରପେକ୍ଷ ଅବ୍ୟଭିଚାରୀ ସମ୍ବନ୍ଧ ସ୍ଵୀକାର କରାଯାଇଅଛି । ଏହି ସମ୍ବନ୍ଧରେ କୌଣସି ବ୍ୟତିକ୍ରମ ନାହିଁ, ଏହା ବ୍ଯଭିଚାରୀ ନୁହେଁ, ନିୟତ । ଧୂମ ବହ୍ନିଯୁକ୍ତ ହେବା ନିମିତ୍ତ କୌଣସି ସର୍ଭ ନାହିଁ, ତେଣୁ ଏହା ସର୍ଭ ନିରପେକ୍ଷ ଓ ଅନୌପାତ୍ମକ ମଧ୍ୟ ଅଟେ । ତେଣୁ ଏଠାରେ ବ୍ୟାପ୍ତି ବିଦ୍ୟମାନ ।

ବ୍ୟାପ୍ତି ବସ୍ତୁତଃ ସତ୍ୟ ଏବଂ ଏହା ସର୍ବଦା ସାର୍ବିକ ସ୍ବଭାବସମ୍ପନ୍ନ ଅଟେ । ଏହା ଅନ୍ବୟୀ ବା ବ୍ୟତିରେକୀ ହୋଇପାରେ; ଯଥା – ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍ (ସମସ୍ତ ମ ପ) । ଏହା ଏକ ଅନ୍ବୟୀ ବ୍ୟାପ୍ତିର ଉଦାହରଣ । ଏହାର ତାତ୍ପର୍ଯ୍ୟ ହେଉଛି ‘କୌଣସି ଅବହ୍ନିମାନ୍ ବସ୍ତୁ ଧୂମବାନ୍ ନୁହେଁ, (କୌଣସି ନ-ପ ମ ନୁହେଁ) । ପୁଣି ଏହାକୁ ସମସ୍ତ ‘ଅ-ବହ୍ନିମାନ୍ ବସ୍ତୁ ଅ- ଧୂମବାନ୍’ (ସମସ୍ତ ନ-ପ ନ-ମ) ରୂପେ ବ୍ୟକ୍ତ କଲେ ତାହା ବ୍ୟତିରେକୀ ବ୍ୟାପ୍ତିର ଉଦାହରଣ ହେବ ।

ବ୍ୟାପ୍ତି ହେଉଛି ବ୍ୟାପ୍ୟ- ବ୍ୟାପକ ସମ୍ବନ୍ଧ । ଯାହା ବ୍ୟାପେ ତାହା ବ୍ୟାପକ । ବ୍ୟାପକ ଯହିଁରେ ବ୍ୟାପେ ତାହା ବ୍ୟାଯ୍ୟ । ଦତ୍ତ ଉଦାହରଣରେ ବହ୍ନି ବ୍ୟାପକ ଏବଂ ଧୂମ ବ୍ୟାପ୍ୟ ଅଟେ । ବହ୍ନି ସର୍ବଦା ଧୂମ ଥିବା କ୍ଷେତ୍ରରେ ବିଦ୍ୟମାନ; କିନ୍ତୁ ଧୂମ ବହ୍ନି ଥ‌ିବା କ୍ଷେତ୍ରରେ ନଥାଇପାରେ; ଯଥା – ଉତ୍ତପ୍ତ ଲୌହ ପିଣ୍ଡୁଳା ।

ବ୍ୟାପ୍ତି ହେଉଛି ଗୋଟିଏ ସାହଚର୍ଯ୍ୟ ସମ୍ବନ୍ଧ; କିନ୍ତୁ ସମସ୍ତ ସାହଚର୍ଯ୍ୟ ସମ୍ବନ୍ଧ ବ୍ୟାପ୍ତି ନୁହେଁ । ‘ସମସ୍ତ ଧୂମବାନ୍ ବସ୍ତୁ ବହ୍ନିବାନ୍’ ଗୋଟିଏ ବ୍ୟାପ୍ତି କାରଣ ଧୂମରେ ବହ୍ନି ରହିବା ଅବ୍ୟଭିଚାରୀ । ଅନ୍ୟପକ୍ଷରେ ଅଧିକାଂଶ ସ୍ଥାନରେ ବହ୍ନି ସହିତ ଧୂମର ସାହଚର୍ଯ୍ୟ ଥିଲେ ମଧ୍ୟ ସବୁଠାରେ ଏହି ସମ୍ପର୍କ ବିଦ୍ୟମାନ ଅଛି ବୋଲି କୁହାଯାଇ ନପାରେ । ଯଥାର୍ଥରେ କହିବାକୁ ଗଲେ ‘ବହ୍ନିମାନ୍ ବସ୍ତୁ ଧୂମବାନ୍’, ବ୍ୟାପ୍ତି ନୁହେଁ ।

ବ୍ୟାପ୍ତିର ବିସ୍ତୃତିକୁ ବିଚାର କଲେ ଏହା ଦୁଇପ୍ରକାର; ଯଥା – ସମ ବ୍ୟାପ୍ତି ଓ ଅସମ ବ୍ୟାପ୍ତି । ବ୍ୟାପ୍ତିର ବ୍ୟାପ୍ୟ ଓ ବ୍ୟାପକ ସମବିସ୍ତୃତିଯୁକ୍ତ ହୋଇଥିଲେ, ତାହାକୁ ସମ ବ୍ୟାପ୍ତି କୁହାଯାଏ । ଉଦାହରଣସ୍ୱରୂପ, ସମସ୍ତ ମନୁଷ୍ୟ ବିଚାରବୃଦ୍ଧିସମ୍ପନ୍ନ ପ୍ରାଣୀ ।

ବ୍ୟାପ୍ତିର ବ୍ୟାପ୍ୟ ଓ ବ୍ୟାପକ ସମବିସ୍ତୃତିଯୁକ୍ତ ହୋଇ ନଥିଲେ ତାହାକୁ ଅସମ ବ୍ୟାପ୍ତି ବା ବିଷମ ବ୍ୟାପ୍ତି କୁହାଯାଏ । ଉଦାହରଣସ୍ୱରୂପ, ସମସ୍ତ ମନୁଷ୍ୟ ମରଣଶୀଳ । ସମ ବ୍ୟାପ୍ତିରେ ଆମେ ଗୋଟିଏ ପଦର ସ୍ଥିତିରୁ ଅନ୍ୟପଦଟିର ସ୍ଥିତି ଅନୁମାନ କରିପାରିବା କିନ୍ତୁ ବିଷମ ବ୍ୟାପ୍ତିରେ ବ୍ୟାପ୍ୟର ସ୍ଥିତିରୁ ବ୍ୟାପକ ଅନୁମାନ କରିହେବ; କିନ୍ତୁ ବ୍ୟାପକର ସ୍ଥିତିରୁ ବ୍ୟାପ୍ୟ ଅନୁମାନ କରିହେବ ନାହିଁ ।

ଅନ୍ବୟୀ ଓ ବ୍ୟତିରେକୀ ବ୍ୟାପ୍ତିକୁ ତୁଳନା କରି ଦେଖ‌ିଲେ, ଏହା ଜଣାଯିବ ଯେ ଅନ୍ବୟୀ ବ୍ୟାପ୍ତିରେ ବ୍ୟାପ୍ୟ ଉଦ୍ଦେଶ୍ୟ ଏବଂ ବ୍ୟାପକ ବିଧେୟ ହୁଏ, କିନ୍ତୁ ବ୍ୟତିରେକୀ ବ୍ୟାପ୍ତିରେ ବ୍ୟାପକର ବିରୁଦ୍ଧ ପଦ ଉଦ୍ଦେଶ୍ୟ ଓ ବ୍ୟାପ୍ୟର ବିରୁଦ୍ଧ ପଦ ବିଧେୟ ହୁଏ ।

CHSE Odisha Class 12 Logic Unit 5 Short & Long Answer Questions in Odia Medium

3. ନ୍ୟାୟାନୁମାନରେ ବ୍ୟାପ୍ତିର ଗୁରୁତ୍ବ ନିର୍ଦ୍ଧାରଣ କର ।
Answer:
ନୈୟାୟିକମାନେ ବ୍ୟାପ୍ତି ଜ୍ଞାନ ନିମିତ୍ତ ବୌଦ୍ଧମାନଙ୍କଦ୍ୱାରା ଅନୁମୋଦିତ ପ୍ରଣାଳୀର ସମର୍ଥନ ନକରି ବୈଦାନ୍ତକମାନଙ୍କଦ୍ୱାରା ଅନୁମୋଦିତ ପ୍ରଣାଳୀର ସମର୍ଥନ କରନ୍ତି । ସେମାନଙ୍କ ମତରେ ଦୁଇଟି ଘଟଣା ମଧ୍ୟରେ ତାଦାତ୍ମ୍ୟ (Essential Identity) ବା କାର୍ଯ୍ୟ-କାରଣ ସମ୍ବନ୍ଧ (Causal connection) ନଥିଲେ ସୁଦ୍ଧା ଦୁହିଁଙ୍କ ମଧ୍ୟରେ ବ୍ୟାପ୍ତି ସମ୍ବନ୍ଧ ସ୍ଵୀକାର କରାଯାଏ । ଉଦାହରଣସ୍ୱରୂପ, ଦିବସ ଓ ରାତ୍ରି ମଧ୍ୟରେ ତାଦାତ୍ମ୍ୟ ବା କାର୍ଯ୍ୟ-କାରଣ ସମ୍ବନ୍ଧ ନାହିଁ, ତଥାପି ଦୁହିଁଙ୍କ ସମ୍ବନ୍ଧକୁ ବ୍ୟାପ୍ତି ବୋଲି କୁହାଯାଇପାରେ ।

ବ୍ୟାପ୍ତି ନିର୍ଦ୍ଧାରଣ ପାଇଁ ନୈୟାୟିକମାନଙ୍କର ପ୍ରଦତ୍ତ ଛଅଗୋଟି ସୋପାନ ଉଲ୍ଲେଖଯୋଗ୍ୟ ।
(୧) ଅନ୍ବୟ – ପ୍ରଥମତଃ, ଦୁଇଟି ବସ୍ତୁ ମଧ୍ୟରେ ବ୍ୟତିକ୍ରମରହିତ ସହୋପସ୍ଥିତି ଲକ୍ଷ୍ୟ କରାଯାଏ । ଯତ୍ର ଯତ୍ର ଧୂମସ୍ତତ୍ର ତତ୍ର ବହ୍ନି ଥିବାର ଲକ୍ଷ୍ୟ କରି ଧୂମ ଏବଂ ବହ୍ନି ମଧ୍ୟରେ ବ୍ୟାପ୍ତି ସମ୍ବନ୍ଧର ପ୍ରକଳ୍ପ ମନ ମଧ୍ୟରେ ଜାଗ୍ରତ ହୁଏ ।
(୨) ବ୍ୟତିରେକ – ବସ୍ତୁ ଦୁଇଟି ମଧ୍ୟରେ ବ୍ୟତିକ୍ରମରହିତ ସହାନୁପସ୍ଥିତି ଲକ୍ଷ୍ୟ କରାଯାଏ । ଯେଉଁ ଯେଉଁ କ୍ଷେତ୍ରରେ ବହ୍ନିର ଅଭାବ ପରିଲକ୍ଷିତ ହୁଏ, ସେହି ସେହି କ୍ଷେତ୍ରରେ ଧୂମର ଅଭାବ ପରିଲକ୍ଷିତ ହୁଏ ।
(୩) ବ୍ୟଭିଚାରାଗ୍ରହ – ଯଦି ବସ୍ତୁ ଦୁଇଟି ମଧ୍ୟରେ କୌଣସି କ୍ଷେତ୍ରରେ ବ୍ୟଭିଚାରିତା ପରିଦୃଷ୍ଟ ନହୁଏ କିମ୍ବା ଯଦି କୌଣସି କ୍ଷେତ୍ରରେ ଅଗ୍ନିର ଅଭାବ ସତ୍ତ୍ଵେ ଧୂମର ଉପସ୍ଥିତିର ଦୃଷ୍ଟାନ୍ତ ମିଳେନାହିଁ, ତେବେ ତାହାକୁ ବ୍ୟଭିଚାରାଗ୍ରହ ବୋଲି କୁହାଯାଏ ।

(୪) ଉପାଧ୍ ନିରାଶ – ଉପରୋକ୍ତ ପ୍ରଣାଳୀତ୍ରୟର ପ୍ରୟୋଗଦ୍ଵାରା କୌଣସି କ୍ଷେତ୍ରରେ ଗୋଟିଏ ସାର୍ବିକ ସ୍ଵଭାବ ସମ୍ବନ୍ଧ ସ୍ଥାପିତ ହେଲେ ମଧ୍ୟ ଏହି ସମ୍ବନ୍ଧ କୌଣସି ସର୍ଭ ସମ୍ବଳିତ କି ନୁହେଁ ପରୀକ୍ଷା କରି ଦେଖୁବା ଆବଶ୍ୟକ ବୋଲି ନୈୟାୟିକମାନେ ଅବ୍ୟାପ୍ତସାଧନା ଯଃ ସାଧ୍ୟ – ସମବ୍ୟାପ୍ତି, ସୂଚ୍ୟତେ ସ ଉପାଧ୍ତି ।’’ ଯାହା ସାଧ୍ୟ ସହିତ ସମବ୍ୟାପ୍ତ; କିନ୍ତୁ ସାଧନ ବା ହେତୁ ସହିତ ସମବ୍ୟାପ୍ତ ନୁହେଁ, ତାହାହିଁ ଉପାଧ୍ ।

ଉଦାହରଣସ୍ୱରୂପ, ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍ କିନ୍ତୁ ସମସ୍ତ ବହ୍ନିମାନ୍ ବସ୍ତୁ ଧୂମବାନ୍ ନୁହେଁ । ଏଣୁ ଧୂମନିମିତ୍ତ ବହୁ ବ୍ୟତୀତ ଅନ୍ୟ କୌଣସି ସାଧନ ଆବଶ୍ୟକ । ତାହା ହେଉଛି ଆର୍ଦ୍ରନ୍ଧନ । ଆର୍ଦ୍ରନ୍ଧନ ଉତ୍ପନ୍ନ ବହ୍ନି ସର୍ବଦା ଏବଂ ସର୍ବତ୍ର ଧୂମବାନ୍ । ‘ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍’ – ଏହା ବ୍ୟାପ୍ତି ନୁହେଁ, କାରଣ ଏହି ସମ୍ବନ୍ଧ ପାଇଁ କୌଣସି ଉପାଧୂର ଆବଶ୍ୟକତା ନାହିଁ । ‘ସମସ୍ତ ବହ୍ନିମାନ୍ ବସ୍ତୁ ଧୂମବାନ୍’- ଏହା ବ୍ୟାପ୍ତି ନୁହେଁ । କାରଣ ଏହି ସମ୍ବନ୍ଧ ଅନୌପାଧ୍ଵକ ନୁହେଁ ।

(୫) ତର୍କ – ଉପରୋକ୍ତ ପ୍ରଣାଳୀସିଦ୍ଧ ସାର୍ବିକ ସମ୍ବନ୍ଧଟି ମିଥ୍ୟା ହୋଇଥିଲେ, ତାହାର ବିରୁଦ୍ଧ ତର୍କବାକ୍ୟ ସତ୍ୟ ହେବା ସୁନିଶ୍ଚିତ । ‘ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍’ ମିଥ୍ୟା ହେଲେ ‘କେତେକ ଧୂମବାନ୍ ବସ୍ତୁ ବହ୍ନିମାନ୍ ନୁହେଁ’ ସତ୍ୟ ହେବା ସୁନିଶ୍ଚିତ । ଏଠାରେ ବିନା ବହ୍ନିରେ ଧୂମ ଜାତ ହୋଇପାରେ ବୋଲି ସ୍ଵୀକାର କରାଯାଇଅଛି । କିନ୍ତୁ ଏହି ଉକ୍ତିଟି କାରଣ ବିନା କାର୍ଯ୍ୟ ସମ୍ଭବପର ବୋଲି କହିବା ସହିତ ସମାନ, ଏହା ସମ୍ପୂର୍ଣ୍ଣ ଅସଙ୍ଗତ ଏବଂ ଅସମ୍ଭବ ।

କେତେକ କ୍ଷେତ୍ରରେ କାରଣ ବିନା କାର୍ଯ୍ୟ ଜାତ ହେବା ସମ୍ଭବପର ବୋଲି କେହି କେହି ଯୁକ୍ତି କରିଥା’ନ୍ତି, ସେହି କ୍ଷେତ୍ରରେ ତାହାକୁ ‘ବ୍ୟାଘାତ’ କରିବାପାଇଁ ପ୍ରଶ୍ନ କରାଯାଇପାରେ ଯେ ସେ କାହିଁକି ଧୂମପାନ କରିବା ନିମିତ୍ତ ବହ୍ନିସଂଯୋଗ କରନ୍ତି, ଅଥବା ସେ କାହିଁକି କ୍ଷୁଧା ନିବାରଣ ନିମିତ୍ତ ଖାଦ୍ୟ ଭକ୍ଷଣ କରନ୍ତି । ଏହିପରି ଭାବରେ ସାର୍ବିକ ତର୍କବାକ୍ୟର ବିରୁଦ୍ଧ ତର୍କବାକ୍ୟକୁ ମିଥ୍ୟା ବୋଲି ପ୍ରତିପାଦନ କରିବାଦ୍ୱାରା ତାହା ବ୍ୟାପ୍ତି ବୋଲି ସ୍ୱୀକୃତି ଲାଭ କରେ ।

(୬) ସାମାନ୍ୟ ଲକ୍ଷଣ ପ୍ରତ୍ୟକ୍ଷ – ନୈୟାୟିକମାନେ ମତ ଦିଅନ୍ତି ଯେ, ସାଧାରଣ ପ୍ରତ୍ୟକ୍ଷଲବ୍ଧ କେତେକ କ୍ଷେତ୍ରର ଜ୍ଞାନରୁ ସାମାନ୍ୟକରଣଦ୍ୱାରା ସାର୍ବିକସ୍ୱଭାବ ସିଦ୍ଧାନ୍ତରେ ଉପନୀତ ହେବା ପ୍ରକ୍ରିୟା ଅନୁମାନର ଏକ ମୌଳିକ ନିୟମ ଲଙ୍ଘନଜନିତ ଦୋଷରେ ଦୋଷିତ ଅଟେ । କେତେକ ଦୃଷ୍ଟ ବିଷୟରୁ ଅସଂଖ୍ୟ ଦୃଷ୍ଟାଦୃଷ୍ଟ ବିଷୟରେ ସିଦ୍ଧାନ୍ତ ଗ୍ରହଣ କଲେ ତାହା ନିଶ୍ଚିତିମୂଳକ ନହୋଇ ସମ୍ଭାବନାମୂଳକ ହେବା ସ୍ଵାଭାବିକ ।

କିନ୍ତୁ ଗୋଟିଏ ସମ୍ଭାବନାମୂଳକ ହେତୁବାକ୍ୟରୁ ଲବ୍‌ଧ ସିଦ୍ଧାନ୍ତ କୌଣସି କ୍ଷେତ୍ରରେ ନିର୍ଭରଯୋଗ୍ୟ ହୋଇନପାରେ । ଅନ୍ୟପକ୍ଷରେ ସାର୍ଥିକ ସ୍ଵଭାବ ହେତୁ ବ୍ୟାପ୍ତି ବିନା ନ୍ୟାୟାନୁମାନ ସମ୍ଭବପର ନୁହେଁ । ତେଣୁ ନ୍ୟାୟାନୁମାନର ଭିଭି ବ୍ୟାପ୍ତି ଏକାଧାରରେ ସାର୍ବିକ ସ୍ଵଭାବ ତଥା ନିଶ୍ଚିତିମୂଳକ ହେବା ଆବଶ୍ୟକ । ଏଥନିମିତ୍ତ ଧୂମବାନ୍ ବସ୍ତୁଶ୍ରେଣୀର ସମସ୍ତ ବସ୍ତୁ ବହ୍ନିମାନ୍ ବୋଲି ପ୍ରତ୍ୟକ୍ଷୀଭୂତ ହେବା ଆବଶ୍ୟକ । ଏଣୁ ନୈୟାୟିକମାନେ ବ୍ୟାପ୍ତି ସାମାନ୍ୟ ଲକ୍ଷଣର ପ୍ରତ୍ୟକ୍ଷ ଉପରେ ପ୍ରତିଷ୍ଠିତ ବୋଲି ଗ୍ରହଣ କରନ୍ତି ।

4. ପଞ୍ଚାବୟବୀ ନ୍ୟାୟାନୁମାନରେ ଅବୟବମାନରେ ସ୍ଵରୂପ ଆଲୋଚନାପୂର୍ବକ ‘ଉଦାହରଣ’ର ଗୁରୁତ୍ଵ ଆଲୋଚନା କର ।
Answer:
ପ୍ରତ୍ୟେକ ଯୁକ୍ତି କେତୋଟି ତର୍କବାକ୍ୟକୁ ନେଇ ଗଠିତ । ଏହି ତର୍କବାକ୍ୟକୁ ନ୍ୟାୟ ଦର୍ଶନରେ ଅବୟବ ବୋଲି ଆଖ୍ୟା ଦିଆଯାଇଛି । ପରାର୍ଥାନୁମାନ ପାଞ୍ଚୋଟି ଅବୟବକୁ ନେଇ ଗଠିତ । ତେଣୁ ଏହାକୁ ପଞ୍ଚାବୟବୀ ନ୍ୟାୟ କୁହାଯାଏ । ପଞ୍ଚାବୟବୀ ନ୍ୟାୟର ପାଞ୍ଚୋଟି ସୋପାନ ଅଛି; ଯଥା – ପ୍ରତିଜ୍ଞା, ହେତୁ, ଉଦାହରଣ, ଉପନୟ ଓ ନିଗମନ । ପଞ୍ଚାବୟବୀ ନ୍ୟାୟର ଉଦାହରଣ ହେଲା –

ଏହି ପର୍ବତରେ ବହୁ ଅଛି । (ପ୍ରତିଜ୍ଞା)
ଯେହେତୁ ଏହି ପର୍ବତରେ ଧୂମ ଅଛି । (ହେତୁ)
ଯେଉଁଠି ଯେଉଁଠି ଧୂମ ଥାଏ ସେଇଠି ସେଇଠି ବହ୍ନି ଥାଏ; ଯଥା – ରନ୍ଧନଶାଳା । (ଉଦାହରଣ)
ଏହି ପର୍ବତରେ ଧୂମ ଅଛି । (ଉପନୟ)
∴ ଏହି ପର୍ବତରେ ବହୁ ଅଛି । (ନିଗମନ ବା ସିଦ୍ଧାନ୍ତ)

ପ୍ରତିଜ୍ଞାର କାରଣ ନିର୍ଦ୍ଦେଶ କରାଯାଇଅଛି । ତୃତୀୟ ତର୍କବାକ୍ୟରେ ଉଦାହରଣ ମାଧ୍ୟମରେ ହେତୁ ଏବଂ ସାଧ୍ୟ ମଧ୍ୟରେ ସାମାନ୍ୟ ସମ୍ବନ୍ଧର ଅବତାରଣା କରାଯାଇଅଛି । ଚତୁର୍ଥ ତର୍କବାକ୍ୟରେ ଏହି ଉଦାହରଣକୁ ପକ୍ଷଠାରେ ପ୍ରୟୋଗ କରାଯାଇଅଛି । ତେଣୁ ଏହି ତର୍କବଚନକୁ ଉପନୟ ବୋଲି କୁହାଯାଏ । ପଞ୍ଚମ ତର୍କବଚନରେ ଉପନୟ ବା ପ୍ରୟୋଗ ମାଧ୍ୟମରେ ପକ୍ଷଠାରେ ସାଧ୍ୟ ଥ‌ିବାର ଅନୁମାନକୁ ସିଦ୍ଧାନ୍ତ ଭାବେ ଗ୍ରହଣ କରାଯାଇଅଛି । ତେଣୁ ଏହାକୁ ନିଗମନ ବୋଲି କୁହାଯାଏ ।

ଏହି ପାଞ୍ଚଗୋଟି ତର୍କବାକ୍ୟ ମଧ୍ୟରୁ ଉଦାହରଣ ହେଉଛି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ଏଠାରେ ଗୋଟିଏ ସାମାନ୍ୟ ତର୍କବାକ୍ୟ ନିଆଯାଇଛି ଏବଂ ସେହି ତର୍କବାକ୍ୟର ସମର୍ଥନରେ ଗୋଟିଏ ଉଦାହରଣ ଦିଆଯାଇଛି ଓ ଏହି ଯୁକ୍ତିକୁ ଆହୁରି ବଳିଷ୍ଠ କରିବାପାଇଁ ନଞର୍ଥକ ଦୃଷ୍ଟାନ୍ତ ମଧ୍ୟ ଦିଆଯାଏ; ଯଥା – ଯେଉଁଠି ବହ୍ନି ନଥାଏ ସେଠାରେ ଧୂମ ନଥାଏ । ଏହି ବିଶେଷ ଦୃଷ୍ଟାନ୍ତକୁ ଦୃଷ୍ଟିରେ ରଖ୍ ପର୍ବତଠାରେ ମଧ୍ୟ ବହ୍ନି ଥ‌ିବାର ପ୍ରମାଣ କରାଯାଏ ।

ଏଠାରେ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଲା ଯେ ତୃତୀୟ ହେତୁବାକ୍ୟ – ଉଦାହରଣ – ଅବରୋହ ନ୍ୟାୟ ଅନ୍ତର୍ଗତ ତ୍ରିପଦୀଯୁକ୍ତିର ପ୍ରଧାନ ହେତୁବାକ୍ୟ କାର୍ଯ୍ୟ କରିଥାଏ । ପୁଣି ସଦର୍ଥକ ଓ ନଞର୍ଥକ ଭଳି ବିଶେଷ ଦୃଷ୍ଟାନ୍ତମାନଙ୍କଦ୍ୱାରା ‘ଯେଉଁଠି ଧୂମ ଥାଏ ସେଇଠି ବହ୍ନି ଥାଏ’ ଭଳି ଏକ ସାମାନ୍ୟ ବାକ୍ୟ ପ୍ରତିଷ୍ଠା କରି ଆରୋହ ଅନୁମାନର କାର୍ଯ୍ୟ ସମ୍ପାଦନ କରିଥାଏ । ଏଣୁ ଏହାର ସିଦ୍ଧାନ୍ତ ନିଶ୍ଚିତିମୂଳକ ନହୋଇ ସମ୍ଭାବନାମୂଳକ ହୋଇଥାଏ ।

5. ନ୍ୟାୟାନୁମାନ ଓ ଆରିଷ୍ଟଟଲୀୟ ତ୍ରିପଦୀଯୁକ୍ତି ମଧ୍ୟରେ ଏକ ତୁଳନାତ୍ମକ ବିବରଣୀ ଦିଅ ।
Answer:
ପାଶ୍ଚାତ୍ୟ ତର୍କଶାସ୍ତ୍ରର ଜନକ ହେଉଛନ୍ତି ଆରିଷ୍ଟଟଲ୍ । ଆରିଷ୍ଟଟଲ୍‌ଙ୍କର ତ୍ରିପଦୀଯୁକ୍ତିରେ ଗୋଟିଏ ପ୍ରଧାନ ହେତୁବାକ୍ୟ, ଗୋଟିଏ ଅପ୍ରଧାନ ହେତୁବାକ୍ୟ ଥାଏ । ଏହି ଦୁଇଟି ହେତୁବାକ୍ୟ ଯୁକ୍ତ ହେଲେ ତହିଁରୁ ଗୋଟିଏ ସିଦ୍ଧାନ୍ତ ନିଷ୍ପନ୍ନ ହୋଇଥାଏ; ଯଥା –

ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍ । (ପ୍ରଧାନ ହେତୁବାକ୍ୟ)
ଏହି ପର୍ବତ ଧୂମବାନ୍ । (ଅପ୍ରଧାନ ହେତୁବାକ୍ୟ)
∴ ଏହି ପର୍ବତ ବହ୍ନିମାନ୍ । (ସିଦ୍ଧାନ୍ତ)

CHSE Odisha Class 12 Logic Unit 5 Short & Long Answer Questions in Odia Medium

ଏହି ଯୁକ୍ତିରେ ତିନୋଟି ପଦ ରହିଅଛି । ସେଗୁଡ଼ିକ ହେଲା ପ୍ରଧାନ ପଦ (Major term) ଅର୍ଥାତ୍ ଯାହା ପ୍ରତିପାଦନ କରିବାର ପ୍ରୟାସ କରାଯାଇଅଛି । ଅପ୍ରଧାନ ପଦ (Minor term) ଅର୍ଥାତ୍ ଯେଉଁଠାରେ ପ୍ରଧାନ ପଦକୁ ପ୍ରତିପାଦନ କରାଯାଉଅଛି ଏବଂ ମଧ୍ୟମପଦ (Middle term) ଅର୍ଥାତ୍ ଯାହା ମାଧ୍ୟମରେ ଅପ୍ରଧାନ ପଦଠାରେ ପ୍ରଧାନ ପଦକୁ ପ୍ରତିପାଦନ କରାଯାଉଅଛି । ନ୍ୟାୟ ଦର୍ଶନରେ ‘ସାପଦ’ ଆରିଷ୍ଟଟଲୀୟ ତର୍କଶାସ୍ତ୍ରର ପ୍ରଧାନ ପଦ ସହିତ, ‘ପକ୍ଷ’ ଅପ୍ରଧାନ ପଦ ସହିତ ଏବଂ ହେତୁ ବା ଲିଙ୍ଗ ମଧ୍ଯ ପଦ ସହିତ ତୁଳନୀୟ ।

ଆରିଷ୍ଟଟଲୀୟ ଯୁକ୍ତିରେ ‘ବହ୍ନି’ ହେଉଛି ପ୍ରଧାନ ପଦ, ‘ଧୂମ’ ମଧ୍ୟପଦ ଏବଂ ‘ପର୍ବତ’ ପକ୍ଷପଦ । ଆରିଷ୍ଟଟଲୀୟ ଯୁକ୍ତିରେ ପ୍ରଧାନ ହେତୁବାକ୍ୟ, ‘ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍’ରେ ମଧ୍ୟମ ପଦ ଓ ପ୍ରଧାନ ପଦ (ହେତୁ ଓ ସାଧ୍ୟ) ମଧ୍ୟରେ ଅବ୍ୟଭିଚାରୀ ଅନୌପାଧ୍ଵ ସମ୍ବନ୍ଧକୁ ସ୍ଵୀକାର କରାଯାଇଛି । ପ୍ରଧାନ ହେତୁବାକ୍ୟ ଗୋଟିଏ ସାର୍ବିକ ତର୍କବାକ୍ୟ । ଏହାର କେବଳ ଆକାରଗତ ସତ୍ୟତା ରହିଛି । ଏହି ସତ୍ୟକୁ ସ୍ବୀକାର କରିନେଇ ଅପ୍ରଧାନ ହେତୁବାକ୍ୟରେ ଅପ୍ରଧାନ ପଦ ସହିତ ମଧ୍ୟମ ପଦର ସମ୍ବନ୍ଧକୁ ଲକ୍ଷ୍ୟକରି ସିଦ୍ଧାନ୍ତରେ ଅପ୍ରଧାନ ପଦ ସହିତ ପ୍ରଧାନ ପଦର ସମ୍ବନ୍ଧକୁ ପ୍ରତିପାଦନ କରାଯାଇଅଛି ।

ବ୍ୟାପ୍ତି ଦୃଷ୍ଟିରୁ ବିଚାର କଲେ ନ୍ୟାୟାନୁମାନ ସ୍ୱାର୍ଥାନୁମାନ ଓ ପରାର୍ଥାନୁମାନରେ ବିଭକ୍ତ । ସ୍ୱାର୍ଥାନୁମାନରେ ତିନୋଟି ପଦ ବ୍ୟାପ୍ତି ଦୃଷ୍ଟିରୁ ବିଚାର କଲେ ନ୍ୟାୟାନୁମାନ ସ୍ୱାର୍ଥାନୁମାନ ଓ ପରାର୍ଥାନୁମାନରେ ବିଭକ୍ତ । ସ୍ୱାର୍ଥାନୁମାନରେ ତିନୋଟି ପଦ (ପକ୍ଷ, ହେତୁ ଏବଂ ସାଧ୍ଯ) ଥାଏ ଏବଂ ତିନୋଟି ତର୍କବାକ୍ୟ (ପ୍ରତିଜ୍ଞା, ହେତୁ ଏବଂ ଉଦାହରଣ) ଥାଏ । ପରାର୍ଥାନୁମାନରେ ଏହି ତିନିଗୋଟି ପଦ ଥାଏ ମାତ୍ର ପ୍ରତିଜ୍ଞା, ହେତୁ ଏବଂ ଉଦାହରଣ ସହ ଆଉ ଦୁଇଟି ତର୍କବାକ୍ୟ; ଯଥା – ଉପନୟ ଏବଂ ନିଗମନ ସଂଯୁକ୍ତ ହୋଇଥାଏ ।

ନ୍ୟାୟ ଦର୍ଶନର ପଞ୍ଚାବୟବୀ ଅନୁମାନର ଦୃଷ୍ଟାନ୍ତ ହେଲା –
(୧) ଏହି ପର୍ବତ ବହ୍ନିମାନ୍ । (ପ୍ରତିଜ୍ଞା)
(୨) ଯେହେତୁ ଏହି ପର୍ବତ ଧୂମବାନ୍ । (ହେତୁ)
(୩) ସମସ୍ତ ଧୂମବାନ୍ ପଦାର୍ଥ ବହ୍ନିମାନ୍; ଯଥା – ପାକଶାଳା, ବାଡ଼ବାଗ୍ନି ଇତ୍ଯାଦି । (ଉଦାହରଣ)
(୪) ଏହି ପର୍ବତ ମଧ୍ଯ ଧୂମବାନ୍ । (ଉପନୟ)
(୫) ତେଣୁ ଏହି ପର୍ବତ ବହ୍ନିମାନ୍ । (ନିଗମନ)

ପ୍ରତିଜ୍ଞା ହେଉଛି ପ୍ରଥମ ତର୍କବାକ୍ୟ ଯେଉଁଠି ପୂର୍ବପକ୍ଷ ପ୍ରତିପକ୍ଷ ସମକ୍ଷରେ ନିଜର ପ୍ରତିପାଦ୍ୟ ବିଷୟକୁ ଉପସ୍ଥାପନ କରେ । ‘ହେତୁ’ରେ ନିଜର ପ୍ରତିପାଦ୍ୟ ବିଷୟ ସପକ୍ଷରେ କାରଣ ପ୍ରକାଶ ହୋଇଥାଏ । ‘ଉଦାହରଣ’ରେ ହେତୁ ଓ ସାଧ୍ଯ ମଧ୍ୟରେ ବ୍ୟାପ୍ତି ସମ୍ବନ୍ଧକୁ ପ୍ରତିପାଦନ କରି ଏହାର ବିଭିନ୍ନ ସଦର୍ଥକ ଓ ନଞର୍ଥକ ଦୃଷ୍ଟାନ୍ତ ମାଧ୍ୟମରେ ସମର୍ଥ କରାଇଥାଏ ।

ଏହି ନ୍ୟାୟାନୁମାନରେ ତୃତୀୟ ତର୍କବାକ୍ୟ (ଉଦାହରଣ) ବିଭିନ୍ନ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ପ୍ରଥମତଃ, ଏହା ଆରିଷ୍ଟଟଲୀୟ ପ୍ରଧାନ ହେତୁବାକ୍ୟ ଭଳି ଏକ ସାର୍ବିକ ତର୍କବାକ୍ୟ । ଦ୍ୱିତୀୟତଃ, ଆରିଷ୍ଟଟଲୀୟ ତ୍ରିପଦୀଯୁକ୍ତିରେ ଏହାକୁ ଆକାରଗତ ସତ୍ୟଭାବରେ ବିନାମ୍ବିଧାରେ ଗ୍ରହଣ କରାଯାଇଥାଏ । ଏହାର ସଦର୍ଥକ ଓ ନଞର୍ଥକ ଦୃଷ୍ଟାନ୍ତଗୁଡ଼ିକ ପର୍ଯ୍ୟବେକ୍ଷଣ ଉପରେ ଆଧାର କରି ନିରୂପିତ ହୋଇଅଛି ।

ତୃତୀୟତଃ, ‘ଉଦାହରଣ’ ତର୍କବାକ୍ୟକୁ ପ୍ରଧାନ ହେତୁବାକ୍ୟଭାବେ ଗ୍ରହଣ କରି ‘ହେତୁ’ ଏବଂ ‘ପ୍ରତିଜ୍ଞା’କୁ ଯଥାକ୍ରମେ ଅପ୍ରଧାନ ହେତୁବାକ୍ୟ ଏବଂ ‘ପ୍ରତିଜ୍ଞା’କୁ ସିଦ୍ଧାନ୍ତଭାବେ ବ୍ୟବହାର କରି ଗୋଟିଏ ଆରିଷ୍ଟଟଲୀୟ ତ୍ରିପଦୀଯୁକ୍ତ ଗଠନ କରାଯାଇଅଛି । ସେହିପରି ଉଦାହରଣକୁ ପ୍ରଧାନ ହେତୁବାକ୍ୟ, ଉପନୟକୁ ଅପ୍ରଧାନ ହେତୁବାକ୍ୟ ଏବଂ ନିଗମନକୁ ସିଦ୍ଧାନ୍ତଭାବେ ଗ୍ରହଣ କରି ଅନ୍ୟ ଏକ ତ୍ରିପଦୀଯୁକ୍ତ ଗଠନ କରାଯାଇପାରେ । ଚତୁର୍ଥ ତର୍କବାକ୍ୟକୁ ଉପନୟ ବୋଲି କୁହାଯାଏ ।

ଏହି ବାକ୍ୟରେ ଉପସ୍ଥିତ କ୍ଷେତ୍ରରେ ବ୍ୟାପ୍ତି ସମ୍ବନ୍ଧର ପ୍ରୟୋଗ କରାଯାଇ ପଞ୍ଚମ ତର୍କବାକ୍ୟରେ ‘ପକ୍ଷ’ଠାରେ ‘ସାଧ୍ୟ’ର ପ୍ରମାଣ କରାଯାଇଥାଏ ।

6. ଗୀତାର ନିଷ୍କାମ କର୍ମ ବିଷୟରେ ବ୍ୟାଖ୍ୟା କର ।
କିମ୍ବା, ଗୀତାର ମତାନୁସାରେ ନିଷ୍କାମ କର୍ମ କିପରି ବନ୍ଧନର କାରଣ ନୁହେଁ ବୁଝାଇଦିଅ ।
Answer:
ପ୍ରତ୍ୟେକ ଧର୍ମର ନିଜସ୍ଵ କିଛି ଶାସ୍ତ୍ର ଥାଏ, ଯାହା ଧର୍ମର ମେରୁଦଣ୍ଡ ଭାବରେ ବିବେଚିତ ହୁଏ । ଉପନିଷଦ୍ ଓ ଶ୍ରୀମଦ୍ ଭଗବତ୍ ଗୀତା ଠିକ୍ ସେହିପରି ହିନ୍ଦୁଧର୍ମର କାଳଜୟୀ ଗ୍ରନ୍ଥ । ଶ୍ରୀମଦ୍ ଭଗବତ୍ ଗୀତା ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟରେ ଅନ୍ୟତମ ଶ୍ରେଷ୍ଠ ଗ୍ରନ୍ଥ ରୂପେ ପରିଚିତ । ଶ୍ରୀଅରବିନ୍ଦ ଏହାକୁ ସମଗ୍ର ମାନବଜାତିର ପ୍ରକୃତ ଶାସ୍ତ୍ର ବୋଲି ମନେକରନ୍ତି । ଏହା କେବଳ ଏକ ପୁସ୍ତକ ନୁହେଁ, ଏକ ଜୀବନ୍ତ ସୃଷ୍ଟି ।

ଶ୍ରୀମଦ୍ ଭଗବତ୍ ଗୀତା, ମହାଭାରତ ଯୁଦ୍ଧ ପରିପ୍ରେକ୍ଷୀରେ, ଯୋଗେଶ୍ଵର ଶ୍ରୀକୃଷ୍ଣ ଧନୁର୍ଦ୍ଧର ଅର୍ଜୁନଙ୍କୁ ଦେଇଥ‌ିବା ଉପଦେଶ । ଏହା ଏକାଧାରରେ ଏକ ଜୀବନ ଶାସ୍ତ୍ର, ଧର୍ମଶାସ୍ତ୍ର ତଥା ନୀତିଶାସ୍ତ୍ର । ସାଧାରଣ ଭାବରେ ଏକ ଧର୍ମଶାସ୍ତ୍ର ଭାବରେ ବିବେଚିତ ହେଲେ ମଧ୍ୟ ଏଥରେ ନୈତିକତା ଅଧ୍ଵ ଗୁରୁତ୍ଵ ଲାଭ କରିଛି । ଗୀତାର ଅଠରଟି ଅଧ୍ୟାୟ ମଧ୍ୟରୁ ଦ୍ଵିତୀୟ ଅଧ୍ୟାୟ ‘ସାଂଖ୍ୟଯୋଗ’’ ନାମରେ ପରିଚିତ । ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମ ସମ୍ପାଦନ ସମ୍ପର୍କରେ ଯେଉଁ ଉପଦେଶ ଦେଇଛନ୍ତି ପ୍ରଥମ ଦିନରେ ପାଣ୍ଡବସେନାର ସେନାପତି ଅର୍ଜୁନ ସମ୍ମୁଖରେ ସ୍ଵଜନମାନଙ୍କୁ ଦେଖ୍ ଯୁଦ୍ଧ କରିବାକୁ ଅନିଚ୍ଛୁକ ।

ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଅର୍ଜୁନଙ୍କ ମୋହ ଭଙ୍ଗ କରି ତାଙ୍କୁ ଯୁଦ୍ଧ କରିବାକୁ ପ୍ରବର୍ତ୍ତାଇବା ଉଦ୍ଦେଶ୍ୟରେ ତାଙ୍କୁ କର୍ମର ଜଟିଳ ତତ୍ତ୍ବ ବ୍ୟାଖ୍ୟା କରିଛନ୍ତି ଶ୍ରୀକୃଷ୍ଣ । ଜୀବନ କର୍ମମୟ । ଜୀବନରେ ଏପରି ଏକ ମୁହୂର୍ତ୍ତ ନାହିଁ ଯେଉଁଠି କର୍ମ ନାହିଁ । କର୍ମ ହିଁ ଜୀବନ । କୌଣସି ଫଳରେ ଆଶା ନ ରଖ୍ ସମ୍ପୂର୍ଣ୍ଣ ନିରାସକ୍ତ ଭାବରେ କାର୍ଯ୍ୟ କରିବା ହିଁ କର୍ମଯୋଗ ଏବଂ ଯିଏ କେବଳ କର୍ତ୍ତବ୍ୟ ପାଳନର ଉଦ୍ଦେଶ୍ୟରେ ଫଳାଫଳ ପ୍ରତି ଧ୍ୟାନ ନ ଦେଇ ନିଜକୁ କର୍ମରେ ସମ୍ପୂର୍ଣ୍ଣ ନିୟୋଜିତ କରେ ସେ କର୍ମଯୋଗୀ ଅଟେ । କର୍ମଯୋଗର ଅର୍ଥ ହୃଦୟଙ୍ଗମ କରିବାକୁ ହେଲେ ଆମକୁ ନିଷ୍କାମ କର୍ମ କ’ଣ ଜାଣିବା ଆବଶ୍ୟକ ।

କର୍ମ ଦୁଇ ପ୍ରକାରର ହୋଇପାରେ ସକାମ ଓ ନିଷ୍କାମ କର୍ମ । ଯେଉଁ କର୍ମ କେବଳ ଫଳପ୍ରାପ୍ତିର ଆକାଂକ୍ଷା ରଖ୍ କରାଯାଏ, ତାହାକୁ ସକାମ କର୍ମ କୁହାଯାଏ । କିନ୍ତୁ କର୍ମଟି କରିବା ପରେ ଯଦି କର୍ତ୍ତା ତାହାର ଈପ୍‌ସିତ ଫଳ ନ ପାଏ, ତେବେ ସେ ଯନ୍ତ୍ରଣା ଭୋଗ କରେ । ମାତ୍ର ନିଷ୍କାମ କର୍ମରେ କୌଣସି ଫଳଭୋଗର ଇଚ୍ଛା ଜଡ଼ିତ ନ ଥାଏ । ନିଷ୍କାମ କର୍ମ ନୈତିକ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ ।

ନିଷ୍କାମ କର୍ମ ହେଉଛି କାମନାରହିତ କର୍ମ । କର୍ମଫଳ ପ୍ରତି ଉଦାସୀନ ରହି କର୍ମ କରିବାକୁ ନିଷ୍କାମ କର୍ମବାଦ ଶିକ୍ଷା ଦିଏ । ବ୍ୟକ୍ତି କର୍ମ କରିବାବେଳେ କର୍ମଫଳ ପ୍ରତି ଅନାସକ୍ତ ରହି, ଅର୍ଥାତ୍ କର୍ମଫଳକୁ ଲକ୍ଷ୍ୟ ନ ରଖ୍ କର୍ମ କରିବା ଉଚିତ । ନିଷ୍କାମ କର୍ମର ତିନୋଟି ଲକ୍ଷଣ ଅଛି । ପ୍ରଥମତଃ କର୍ମଫଳର ଆକାଂକ୍ଷା ବର୍ଜନ କରିବା ଆବଶ୍ୟକ । ଦ୍ଵିତୀୟରେ କର୍ତ୍ତୃତ୍ଵାଭିମାନ ତ୍ୟାଗ କରିବା, ଅର୍ଥାତ୍ ବ୍ୟକ୍ତି ନିଜକୁ କର୍ମର କର୍ତ୍ତା ମନେକରି ସବୁକିଛି ତାର ନିୟନ୍ତ୍ରଣାଧୀନ ବୋଲି ବିଚାର କରିବା ଅନୁଚିତ । ଶେଷରେ ନିଜର ସମସ୍ତ କର୍ମଫଳ ଈଶ୍ବରଙ୍କୁ ସମର୍ପଣ କରିଦେବା ଉଚିତ । ଯାହାଫଳରେ, କର୍ମଫଳଜନିତ ସୁଖ, ଦୁଃଖ, ସଂଶୟ ଇତ୍ୟାଦି ବ୍ୟକ୍ତିକୁ ସ୍ପର୍ଶ କରେ ନାହିଁ । ଏହାକୁ କର୍ମ ସନ୍ନ୍ୟାସ କୁହାଯାଏ । ତେଣୁ ଗୀତାରେ କୁହାଯାଇଛି –

“କର୍ମଣ୍ୟବ୍ୟାଧ୍ୟାକାରସ୍ତେ ମା ଫଳେଷୁ କଦାଚନ ।
ମା କର୍ମଫଳ ହେତୁର୍ଭୁର୍ମାତେ ସହସ୍ତ କର୍ମଣି ॥”

ଅର୍ଥାତ୍ କର୍ମରେ ତୁମର ଅସ୍ଵୀକାର, କଦାପି କର୍ମଫଳରେ ନୁହେଁ । ତେଣୁ ତୁମେ କର୍ମଫଳର କାରଣ ହୁଅ ନାହିଁ ତଥା ତୁମର କର୍ମ ନ କରିବାରେ ଆସକ୍ତି ନ ରହୁ ।

ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏପରି ଉପଦେଶ ଦେବାର କାରଣ ଅର୍ଜୁନ ଫଳର ଆଶା ରଖ୍ ଅର୍ଥାତ୍ ଶତ୍ରୁମାନଙ୍କୁ ନିଧନ କରି ନିଜ ଇଚ୍ଛାରେ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲେ । ଶ୍ରୀକୃଷ୍ଣଙ୍କର ତାଙ୍କ ପ୍ରତି ଉପଦେଶ ଥିଲା ଯୁଦ୍ଧ (କର୍ମ) କର କିନ୍ତୁ ଜୟପରାଜୟର ଚିନ୍ତା (ଫଳ ଆଶା) କର ନାହିଁ ।

CHSE Odisha Class 12 Logic Unit 5 Short & Long Answer Questions in Odia Medium

7. ଗାନ୍ଧୀଜୀଙ୍କ ଅହିଂସା ନୀତି ବିଷୟରେ ବ୍ୟାଖ୍ୟା କର ।
Answer:
ମୋହନ ଦାସ୍ କରମଚାନ୍ଦ ଗାନ୍ଧୀ ଥିଲେ ଜଣେ ମହାନ୍ ବ୍ୟକ୍ତିତ୍ଵ । ତାଙ୍କୁ ବିରଳ ବ୍ୟକ୍ତିତ୍ବ କହିବାର କାରଣ ଜଣେ ରାଜନୈତିକ କର୍ମୀ ଭାବରେ ସବୁବେଳେ ସାଧାରଣ ଜୀବନରେ ରହି ମଧ୍ୟ ତାଙ୍କ ଅନନ୍ୟ ଜୀବନଦର୍ଶନଦ୍ୱାରା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର ଦର୍ଶନ ଓ ନୀତିଜ୍ଞାନକୁ ତାଙ୍କର କାର୍ଯ୍ୟକଳାପ ଓ ବିଭିନ୍ନ ଲେଖନୀ ମଧ୍ୟରୁ ଖୋଜି ବାହାର କରିବାକୁ ପଡ଼େ । ସତ୍ୟ ଓ ଅହିଂସା ଗାନ୍ଧିଜୀଙ୍କ ଜୀବନର ସର୍ବଶ୍ରେଷ୍ଠ ମନ୍ତ୍ର ଥିଲା ।

ଭାରତରେ ଅହିଂସାର ପ୍ରଚାର ବୌଦ୍ଧ ଓ ଜୈନଧର୍ମ କାଳରୁ ଦେଖିବାକୁ ମିଳେ । ହିନ୍ଦୁଧର୍ମ ଅହିଂସାକୁ ମୁକ୍ତିର ମାର୍ଗ ଭାବରେ ଗ୍ରହଣ କରିଛି । ଗାନ୍ଧିଜୀ ତାଙ୍କ ଦର୍ଶନରେ ସେହି ପୁରାତନ ଚିନ୍ତାଧାରାକୁ ପୁନର୍ଜୀବିତ କରିଥିଲେ । ଏହା ସତ୍ତ୍ବେ ଗାନ୍ଧିଜୀଙ୍କର କିଛି ବିଶେଷତ୍ଵ ଥିଲା । ଅହିଂସାରେ ବିଶ୍ଵାସ ଜୀବନରେ ପ୍ରୟୋଗ କରିବାର କୌଣସି ପ୍ରୟାସ ସେମାନଙ୍କର ପାଖରେ ନ ଥିଲା । କିନ୍ତୁ ମହାତ୍ମା ଗାନ୍ଧୀ ସାଧାରଣ ଜୀବନ ସହିତ ଜଡ଼ିତ ଏକ କର୍ମଯୋଗୀ ଥିଲେ ।

ସେ ଅହିଂସାକୁ କେବଳ ଧର୍ମର ସୀମିତ ପରିଧ୍ ମଧ୍ଯରେ ନ ରଖ୍ ଜୀବନର ଅନ୍ୟାନ୍ୟ କ୍ଷେତ୍ରରେ ପ୍ରୟୋଗ କରିଥିଲେ । ସେ କହୁଥିଲେ ସତ୍ୟ ଓ ଅହିଂସା ପାହାଡ଼ ଭଳି ପୁରାତନ । ଗାନ୍ଧୀଙ୍କର ନୈତିକ ଚିନ୍ତନ କହିଲେ ମୁଖ୍ୟତଃ ତିନୋଟି ବିଷୟକୁ ବୁଝାଏ । ସେଗୁଡ଼ିକ ହେଲେ – (୧) ସତ୍ୟାଗ୍ରହ, (୨) ଅହିଂସା, (୩) ସାଧ୍ଯ ଓ ସାଧନ ।

ଗାନ୍ଧିଜୀଙ୍କର ଦର୍ଶନରେ ସତ୍ୟ ଯଦି ଲକ୍ଷ୍ୟ ହୁଏ, ଅହିଂସା ହେଉଛି ସତ୍ୟାପଲବ୍‌ର ଉପାୟ । ଅହିଂସାର ପଥ ଅବଲମ୍ବନ କରି ସତ୍ୟରେ ଉପନୀତ ହେବା ହେଉଛି ମନୁଷ୍ୟର କର୍ତ୍ତବ୍ୟ । ସତ୍ୟ ଓ ଅହିଂସା ପରସ୍ପର ସହିତ ଏଭଳି ଭାବରେ ଜଡ଼ିତ ଯେ ସେମାନଙ୍କୁ ପୃଥକ୍ କରିବା ଅସମ୍ଭବ । ସତ୍ୟ ଓ ଅହିଂସା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ । ଅହିଂସା ହେଉଛି ସତ୍ୟର ଆଧାର ।

ଅହିଂସାକୁ ଅନୁସରଣ କରିବା ଭାରତୀୟ ସଂସ୍କୃତିର ବହୁ ପୁରାତନ ଐତିହ୍ୟ । ତେଣୁ ଏହା ଗାନ୍ଧିଜୀଙ୍କର କୌଣସି ନୂତନ ପ୍ରତ୍ୟୟ ନ ହେଲେ ମଧ୍ୟ ସେ ଅହିଂସାର କେତୋଟି ନୂତନ ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି । ସାଧାରଣ ଭାବରେ ‘ଅହିଂସା’ ଶବ୍ଦଟି ‘ହିଂସା’ର ବିପରୀତ ଶବ୍ଦ ଭାବରେ ଏକ ନଞର୍ଥକ ଅର୍ଥ ବହନ କରେ । ‘ହିଂସା’’ର ଅର୍ଥ ହେଲା କୌଣସି ସ୍ଵାର୍ଥସିଦ୍ଧି ପାଇଁ କିମ୍ବା କ୍ରୋଧଜନିତ କାରଣରୁ ଅନ୍ୟର କ୍ଷତି କରିବା । ଅହିଂସାର ଅର୍ଥ ହେଲା ଅନ୍ୟର କ୍ଷତି ନ କରିବା ।

ଯେଉଁ ଅର୍ଥରେ ନେଲେ ମଧ୍ଯ ଅହିଂସା ଏକ ନକାରାତ୍ମକ ଅର୍ଥ ବହନ କରେ । ଗାନ୍ଧୀଙ୍କ ପାଇଁ ଅହିଂସାର ସକାରାତ୍ମକ ଦିଗଟି ଅଧ୍ଵକ ଗୁରୁତ୍ଵପୂର୍ଣ । ମନୁଷ୍ୟ ଜନ୍ମଗତ ଭାବରେ ଅହିଂସ । ହିଂସା ତାର ଏକ ସାମୟିକ କୃତ୍ରିମ ଅବସ୍ଥା । ବିଭିନ୍ନ ପ୍ରକାର ବାହ୍ୟ ଚାପ ଯୋଗୁଁ ସେ ହିଂସା ଆଚରଣ କରେ । ଅହିଂସା ହେଉଛି ମାନବର ସ୍ଵାଭାବିକତା ।

ଅହିଂସା ଆଳସ୍ୟକୁ ପ୍ରଶ୍ରୟ ଦିଏ ନାହିଁ । ଅନ୍ୟର କ୍ଷତି ନ କରିବା ଅର୍ଥ ନୁହେଁ ଚୁପ୍‌ଚାପ୍ ବସିବା କିମ୍ବା ପାରିପାର୍ଶ୍ବକ ଘଟଣାବଳୀ ପ୍ରତି ଉଦାସୀନ ରହିବା । ଅନ୍ୟ ପ୍ରତି ପ୍ରେମ, ସହାନୁଭୂତି ପ୍ରକାଶିତ ହୁଏ କର୍ମ ମାଧ୍ୟମରେ । ତେଣୁ ଜଣେ ସତ୍ୟାଗ୍ରହୀ ନିରବଚ୍ଛିନ୍ନ ଭାବରେ କର୍ମ କରିବାର ଚିନ୍ତା ଓ ପ୍ରଚେଷ୍ଟା ଜାରି ରଖେ । କଷ୍ଟ ସହିବା ଓ ତ୍ୟାଗ କରିବା ଅହିଂସାର ଅପରିହାର୍ଯ୍ୟ ଅଙ୍ଗ । ତେଣୁ ଅହିଂସା ହେଉଛି ବିଜୟଲାଭର ସର୍ବଶ୍ରେଷ୍ଠ ମାର୍ଗ ।

ଅହିଂସାମାର୍ଗୀର ଯଥେଷ୍ଟ ଶକ୍ତି ଥାଏ ବିରୋଧୀକୁ ଆଘାତ ଦେବା ପାଇଁ ତଥାପି ସେ ଅହିଂସା ଆଚରଣ କରେ କାରଣ ନିଜର ପ୍ରତିଶୋଧ ନେବାର ମାନସିକତା ଉପରେ ଅହିଂସା ଏକ ସଚେତନ ଶକ୍ତ ଲଗାମ୍ । ଜଣେ ଦୁର୍ବଳ ଓ ଅସହାୟ ହୋଇଥିବାରୁ ସେ ଶତ୍ରୁଙ୍କୁ ଆଘାତ କରିପାରୁନାହିଁ । ସେପରି ବ୍ୟକ୍ତିକୁ ଅହିଂସାଧର୍ମୀ କୁହାଯିବ ନାହିଁ । କାରଣ ସୁଯୋଗ ପାଇଲେ ସେ ଆଘାତ କରିବ । ଅହିଂସାରେ ବ୍ୟକ୍ତି ପ୍ରେମଦ୍ୱାରା ମନ ଜିଣିବାକୁ ଚେଷ୍ଟା କରେ ।

ଅହିଂସାର ଅର୍ଥ ନୁହେଁ ସ୍ୱେଚ୍ଛାଚାରୀର ଇଚ୍ଛା ଆଗରେ ନିଜକୁ ସମର୍ପି ଦେବା । ବରଂ ସ୍ଵେଚ୍ଛାଚାରୀ ଇଚ୍ଛା ବିରୁଦ୍ଧରେ ନିଜର ସମ୍ପୂର୍ଣ ଶକ୍ତିକୁ ନିୟୋଜିତ କରିବା ହେଉଛି ଅହିଂସା । ଜଣେ ଅହିଂସାଧର୍ମୀ ସତ୍ୟାଗ୍ରହୀ ଗୋଟିଏ ସମ୍ପୂର୍ଣ ସାମ୍ରାଜ୍ୟ ବିରୁଦ୍ଧରେ ଏକାକୀ ପ୍ରତିବାଦ କରିବାର ସାମର୍ଥ୍ୟ ରଖେ ।

ଅହିଂସା ବ୍ୟକ୍ତିର ଆତ୍ମମର୍ଯ୍ୟାଦା ବୃଦ୍ଧି କରେ । କାରଣ ଅହିଂସା ଆଚରଣଦ୍ଵାରା ସେ ସ୍ୱେଚ୍ଛାଚାରୀ ସମ୍ମୁଖରେ ନତ ହୁଏ ନାହିଁ; ବରଂ ସ୍ଵେଚ୍ଛାଚାରୀ ସତ୍ୟାଗ୍ରହୀ ସମ୍ମୁଖରେ ନତ ହେବାକୁ ବାଧ୍ୟ ହୁଏ । ଗାନ୍ଧୀଙ୍କ ମତରେ ଅହିଂସା ମାର୍ଗରେ ଈଶ୍ଵରଙ୍କ ଉପରେ ଗଭୀର ଭକ୍ତି ଓ ଦୃଢ଼ ଆସ୍ଥା ରହିବା ଏକାନ୍ତ ଆବଶ୍ୟକ । ପ୍ରେମ ହିଁ ଅହିଂସାର ସକାରାତ୍ମକ ଅର୍ଥ । ଅହିଂସା ପ୍ରାୟତଃ ବିରୋଧୀ ବିରୁଦ୍ଧରେ କୌଣସି ଅସ୍ତ୍ର ନୁହେଁ । ଏହା ହେଉଛି ସାମଗ୍ରିକ ପ୍ରେମ ।

ଗାନ୍ଧିଜୀ ମନେକରନ୍ତି ଯେ ଜୀବନ ଭଗବାନଙ୍କର ସର୍ବଶ୍ରେଷ୍ଠ ଉପହାର । ଆମେ ଜୀବନକୁ ଓ ଏହାର ବିଭିନ୍ନ ରୂପକୁ ଭଲ ପାଇବା ଉଚିତ । ଗାନ୍ଧୀଙ୍କ ମତରେ ସତ୍ୟ ହେଉଛି ମାନବର ସର୍ବଶ୍ରେଷ୍ଠ ଲକ୍ଷ୍ୟ ଏବଂ ଅହିଂସା ହେଉଛି ସର୍ବୋତ୍ତମ କର୍ତ୍ତବ୍ୟ । କେବଳ ଅହିଂସା ମାର୍ଗରେ କରାଯାଇଥିବା କାର୍ଯ୍ୟ ହେଉଛି ସର୍ବଶ୍ରେଷ୍ଠ ନୈତିକ କର୍ମ । ତେଣୁ ଅହିଂସା ହିଁ ତାଙ୍କ ମତରେ ସର୍ବୋତ୍ତମ ନୈତିକ ମାନଦଣ୍ଡ ।

CHSE Odisha Class 11 Economics Solutions Chapter 17 ବାରମ୍ବାରତା ବିତରଣ

Odisha State Board CHSE Odisha Class 11 Economics Solutions Chapter 17 ବାରମ୍ବାରତା ବିତରଣ Questions and Answers.

CHSE Odisha 11th Class Economics Solutions Chapter 17 ବାରମ୍ବାରତା ବିତରଣ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

୧। ତଥ୍ୟ ବିନ୍ୟାସ କହିଲେ ତଥ୍ୟାବଳୀର ଲବ୍‌ଧାଙ୍କମାନଙ୍କୁ କିପରି ସଜା ଯାଏ ?
(i) ଆରୋହୀ କ୍ରମରେ
(ii) ଅବରୋହୀ କ୍ରମରେ
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ଉଭୟ (i) ଓ (ii)

୨। ବାରମ୍ବାରତା ପରିବଣ୍ଟନରେ ସଂଭାଗ ବିସ୍ତାର କେଉଁ ଦୁଇଟିର ଦୂରତ୍ଵକୁ ବୁଝାଇଥାଏ।
(i) ସଂଭାଗର ନିମ୍ନସୀମା ଓ ଉର୍ଦ୍ଧ୍ୱସୀମା
(ii) ଗୋଟିଏ ସଂଭାଗର ଉର୍ଦ୍ଧ୍ୱସୀମା ଏବଂ ପରବର୍ତୀ ସଂଭାଗର ନିମ୍ନସୀମା
(iii) ଗୋଟିଏ ସଂଭାଗର ନିମ୍ନସୀମା ଓ ପରବର୍ତୀ ସଂଭାଗର ନିମ୍ନସୀମା
(iv) ଉଭୟ (i) ଓ (ii)
Answer:
(i) ସଂଭାଗର ନିମ୍ନସୀମା ଓ ଉର୍ଦ୍ଧ୍ୱସୀମା

୩। ଗୋଟିଏ ସଂଭାଗକୁ ଅବାଧ ସଂଭାଗ କୁହାଯାଏ ଯେତେବେଳେ ଏହାର
(i) ନିମ୍ନସୀମା ଅଦୃଶ୍ୟ ହୋଇଥାଏ
(ii) ଉର୍ଦ୍ଧ୍ୱସୀମା ଅଦୃଶ୍ୟ ହୋଇଥାଏ
(iii) ଉଭୟ ନିମ୍ନସୀମା ଓ ଉର୍ଦ୍ଧ୍ୱସୀମା
(iv) ନିମ୍ନସୀମା କିମ୍ବା ଉର୍ଦ୍ଧ୍ୱସୀମା ଅଦୃଶ୍ୟ ହୋଇଥାଏ
Answer:
(iv) ନିମ୍ନସୀମା କିମ୍ବା ଉର୍ଦ୍ଧ୍ୱସୀମା ଅଦୃଶ୍ୟ ହୋଇଥାଏ

୪। ବିଚ୍ଛିନ୍ନ ସମ୍ଭୋଗ କ୍ଷେତ୍ରରେ –
(i) ନିମ୍ନସୀମା ସଂଭାଗ ଅନ୍ତର୍ଭୁକ୍ତ ହୋଇଥାଏ
(ii) ଉର୍ଦ୍ଧ୍ୱସୀମା ସଂଭାଗ ଅନ୍ତର୍ଭୁକ୍ତ ହୋଇଥାଏ
(iii) ଉଭୟ ନିମ୍ନସୀମା ଓ ଉର୍ଦ୍ଧ୍ୱସୀମା ସଂଭାଗ ଅନ୍ତର୍ଭୁକ୍ତ ହୋଇଥା’ନ୍ତି
(iv) ଉଭୟ ନିମ୍ନସୀମା ଓ ଉର୍ଦ୍ଧ୍ୱସୀମା ସଂଭାଗ ଅନ୍ତର୍ଭୁକ୍ତ ହୋଇ ନ ଥା’ନ୍ତି
Answer:
(iii) ଉଭୟ ନିମ୍ନସୀମା ଓ ଉର୍ଦ୍ଧ୍ୱସୀମା ସଂଭାଗ ଅନ୍ତର୍ଭୁକ୍ତ ହୋଇଥାଏ।

୫। (୧୦-୧୯) ଶ୍ରେଣୀ ସଂଭାଗର ମଧ୍ୟବିନ୍ଦୁ କେତେ ?
(i) ୧୪
(ii) ୧୪.୫
(iii) ୧୫
(iv) ୧୫,୫
Answer:
(ii) ୧୪.୫

CHSE Odisha Class 11 Economics Solutions Chapter 17 ବାରମ୍ବାରତା ବିତରଣ

୬। ନିମ୍ନୋକ୍ତ ମଧ୍ୟରୁ କେଉଁଟି ବହିର୍ନିବେଶୀ ସଂଭାଗ ଅଟେ ?
(i) ୧୦-୨୦ ଓ ୨୦-୩୦
(ii) ୧୦-୧୯ ଓ ୨୦-୨୯
(iii) ଉଭୟ (i) ଓ (ii)
(iv) ଉପରୋକତ କୌଣସିଟି ନୁହେଁ
Answer:
(i) ୧୦-୨୦ ଓ ୨୦-୩୦

୭। କେଉଁଟି ପ୍ରକାଶ୍ୟ ଅନ୍ତଃ ସଂଭାଗ ଅଟେ ?
(i) ୧୦-୨୦
(ii) ୯-୧୦
(iii) ୨୦ରୁ କମ୍
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ୯-୧୦

୮। ବିସ୍ତାର ମଧ୍ୟରେ ଥିବା ସମସ୍ତ ମୂଲ୍ୟକୁ ଧାରଣ କରିପାରୁଥିବା ବିତରଣକୁ କ’ଣ କହନ୍ତି ?
(i) ବିଚ୍ଛିନ୍ନ ବିତରଣ
(ii) ନିରବଚ୍ଛିନ୍ନ ବିତରଣ
(iii) ଏକକ ବିତରଣ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ନିରବଚ୍ଛିନ୍ନ ବିତରଣ

୯। ଗୋଟିଏ ଶ୍ରେଣୀର ଉର୍ଦ୍ଧ୍ୱସୀମା ଓ ନିମ୍ନସୀମାର ଅନ୍ତର ଫଳକୁ କ’ଣ କୁହାଯାଏ ?
(i) ଶ୍ରେଣୀ ସଂଖ୍ୟା
(ii) ଶ୍ରେଣୀ ସୀମା
(iii) ଶ୍ରେଣୀ ବିସ୍ତାର
(iv) ଶ୍ରେଣୀ ମଧ୍ୟବିନ୍ଦୁ
Answer:
(iii) ଶ୍ରେଣୀ ବିସ୍ତାର

୧୦। ଯଦି ଗୋଟିଏ ଶ୍ରେଣୀ (୧୦-୨୦) ଏହି ଶ୍ରେଣୀର ମଧ୍ୟବିନ୍ଦୁ କେତେ ହେବ ?
(i) ୧୫
(ii) ୧୨
(iii) ୨୦
(iv) ୧୮
Answer:
(i) ୧୫

B. ଶୂନ୍ୟସ୍ଥାନ ପୂରଣ କର ।

୧। ଅଶୋଧୂତ ସାଂଖ୍ୟକ ତଥ୍ୟାବଳୀର _____________________ ଧର୍ମଗୁଡ଼ିକ ସହଜରେ ପ୍ରକାଶିଲାଭ କରନ୍ତି ନାହିଁ।
Answer:
ମୌଳିକ

୨। ତଥ୍ୟାବଳୀକୁ ବାରମ୍ବାରତା ପରିବଣ୍ଟନ ସାରଣୀ ମାଧ୍ୟମରେ ପ୍ରଦର୍ଶନ କଲେ, ତାହାର ______________________ ବୈଶୈଷ୍ନମାନଙ୍କର ପରିପ୍ରକାଶ ଘଟିଥାଏ ।
Answer:
ଅନ୍ତର୍ନିହିତ

CHSE Odisha Class 11 Economics Solutions Chapter 17 ବାରମ୍ବାରତା ବିତରଣ

୩। ଲବ୍‌ଧାଙ୍କ ଗୁଡ଼ିକୁ ଗୋଟିଏ ସମ୍ଭରେ ଓ ସେମାନଙ୍କର ବାରମ୍ବାରତା ଗୁଡ଼ିକୁ ଅନ୍ୟ ଏକ ସ୍ତମ୍ଭରେ ଲେଖୁ ଯେଉଁ ସାରଣୀ ପ୍ରସ୍ତୁତ କରାଯାଏ ତାହାକୁ ________________________ ସାରଣୀ କୁହାଯାଏ ।
Answer:
ବାରମ୍ବାରତା ପରିବଣ୍ଟନ

୪। ତଥ୍ୟାବଳୀର ପ୍ରତ୍ୟେକ ଲବ୍‌ଧାଙ୍କ ଲାଗି ଲବ୍‌ଧାଙ୍କ ତାଲିକାରେ ସଂପୃକ୍ତ ଲବ୍‌ଧାଙ୍କ ଡାହାଣରେ ଗୋଟିଏ ଗୋଟିଏ ଗାର (/) ସାମାନ୍ୟ ତିର୍ଯ୍ୟକ ଭାବେ ଅଙ୍କନ କରାଯାଏ, ଏହି ଗାରକୁ _________________________ ରେଖା କୁହାଯାଏ ।
Answer:
ମେଳକ

୫। ତଥ୍ୟାବଳୀକୁ ଅଳ୍ପ ସ୍ଥାନରେ ଓ ସଂକ୍ଷିପ୍ତରେ ଦର୍ଶାଇବା ନିମିତ୍ତ ଲବ୍‌ଧାଙ୍କ ଗୁଡ଼ିକୁ କେତେକ ସଂଭାଗରେ ବିଭକ୍ତ କରାଯାଏ, ଏହି ପ୍ରକ୍ରିୟାକୁ _____________________ କୁହାଯାଏ ।
Answer:
ସଂଭାଗୀକରଣ

୬। ସଂଭାଗଗୁଡ଼ିକୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ, ଗୋଟିଏ ହେଲା ନିରବଚ୍ଛିନ୍ନ ସଂଭାଗ ଅନ୍ୟଟି ହେଉଛି ________________________ ।
Answer:
ବିଚ୍ଛିନ୍ନ ସଂଭାଗ

୭। ______________________ ସଂଭାଗ କ୍ଷେତ୍ରରେ ଉଭୟ ନିମ୍ନସୀମା ଓ ଉର୍ଦ୍ଧ୍ୱସୀମା ସେହି ସଂଭାଗରେ ଅନ୍ତର୍ଭୁକ୍ତ ହୋଇଥା’ନ୍ତି ।
Answer:
ବିଚ୍ଛିନ୍ନ

୮। _______________________ ସଂଭାଗରେ ଗୋଟିଏ ସଂଭାଗର ଉର୍ଦ୍ଧ୍ୱସୀମା ତାହାର ଠିକ୍ ପରବର୍ତୀ ସଂଭାଗର ନିମ୍ନସୀମା ସହ ସମାନ।
Answer:
ନିରବିଚ୍ଛିନ୍ନ

୯। ନିରବଚ୍ଛି ସଂଭାଗର _____________________ ତାହାର ଉର୍ଦ୍ଧ୍ୱସୀମା ଓ ନିମ୍ନସୀମାର ଅନ୍ତର ଫଳକୁ ସୂଚାଇଥାଏ।
Answer:
ସଂଭାଗବିସ୍ତାର

୧୦। ସଂଭାଗର ସଂଖ୍ୟା କେତେ ହେବା ଉଚିତ୍ ସେଥ‌ିପାଇଁ କୌଣସି ଧରାବନ୍ଧା ନିୟମ ନ ଥିଲେ ମଧ୍ୟ ସାଧାରଣତଃ ଏହାକୁ ୫ରୁ _________________________ ମଧ୍ୟରେ ସୀମିତ ରଖାଯାଇଥାଏ।
Answer:
୨୫

୧୧। କୌଣସି ସମ୍ଭାଗର ନିମ୍ନସୀମା କିମ୍ବା ଉର୍ଦୁସୀମା ପ୍ରଦତ୍ତ ନ ଥିଲେ ତାହାକୁ _____________________ ସଂଭାଗ ବୋଲି କୁହାଯାଏ।
Answer:
ଅବାଧ

CHSE Odisha Class 11 Economics Solutions Chapter 17 ବାରମ୍ବାରତା ବିତରଣ

୧୨। ଏକ ତଥ୍ୟାବଳୀର ସର୍ବନିମ୍ନ ଲବ୍‌ଧାଙ୍କଠାରୁ କୌଣସି ଏକ ନିର୍ଦ୍ଦିଷ୍ଟ ଲବ୍‌ଧାଙ୍କ ପର୍ଯ୍ୟନ୍ତ ମୋଟ ଲବ୍‌ଧାଙ୍କ ସଂଖ୍ୟାକୁ ଉକ୍ତ ନିଦ୍ଦିଷ୍ନ ଲବ୍ଧାଙ୍କର ___________________________ କୁହାଯାଏ ।
Answer:
ସଞ୍ଚୟ ବାରମ୍ବାରତା

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

୧। ଶ୍ରେଣୀ ବିଭାଗୀକରଣ କ’ଣ ?
Answer:
ତଥ୍ୟକୁ ସେମାନଙ୍କର ସାଧାରଣ ବୈଶିଷ୍ଟ୍ୟଭିଭିରେ ଅନୁକ୍ରମ ଓ ଶ୍ରେଣୀଭୁକ୍ତ କରିବା ପ୍ରକ୍ରିୟା ଶ୍ରେଣୀ ବିଭାଗୀକରଣ କୁହାଯାଏ ।

୨। ବାରମ୍ବାରତା କ’ଣ ?
Answer:
ତଥ୍ୟାବଳୀରେ ବାରମ୍ବାର ଆବିର୍ଭାବ ହେଉଥ‌ିବା ଲବ୍‌ଧାଙ୍କମାନଙ୍କ ଆବିର୍ଭାବର ସାଂଖ୍ୟକ ପରିପ୍ରକାଶକୁ ବାରମ୍ବାରତା କୁହାଯାଏ ।

୩ । ଏକ ଉତ୍ତମ ଶ୍ରେଣୀବିଭାଗୀକରଣର ବୈଶିଷ୍ଟ୍ୟ କ’ଣ ?
Answer:
ଏକ ଉତ୍ତମ ଶ୍ରେଣୀବିଭାଗୀକରଣର ବୈଶିଷ୍ଟ୍ୟ ହେଉଛି ସମଜାତୀୟତା।

୪। ଶ୍ରେଣୀ ସୀମା କାହାକୁ କୁହାଯାଏ ?
Answer:
ଶ୍ରେଣୀ ବିଭାଗୀକରଣ ପ୍ରକ୍ରିୟାରେ ଶ୍ରେଣୀରେ ରହିଥିବା ଉର୍ଦ୍ଧ୍ୱସୀମା ଓ ନିମ୍ନସୀମା ସମାହାରକୁ ଶ୍ରେଣୀ ସୀମା କୁହାଯାଏ।

୫। ଶ୍ରେଣୀ ବିସ୍ତାର କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ଶ୍ରେଣୀରେ ଉର୍ଦ୍ଧ୍ୱସୀମା ଓ ନିମ୍ନସୀମା ମଧ୍ୟରେ ରହିଥିବା ପାର୍ଥକ୍ୟକୁ ଶ୍ରେଣୀ ବିସ୍ତାର କୁହାଯାଏ।

୬। ଶ୍ରେଣୀ ବାରମ୍ବାରତା କାହାକୁ କୁହାଯାଏ ?
Answer:
ଏକ ନିର୍ଦ୍ଦିଷ୍ଟ ଶ୍ରେଣୀରେ ରହିଥା ଉପାଦାନମାନଙ୍କର ସଂଖ୍ୟାକୁ ଶ୍ରେଣୀ ବାରମ୍ବାରତା କୁହାଯାଏ।

୭। ମଧ୍ୟବିନ୍ଦୁ କ’ଣ ?
Answer:
ଗୋଟିଏ ସଂଭାଗ ବିସ୍ତାରର ସଂଭାଗ ସୀମା ଦ୍ଵୟର କେନ୍ଦ୍ରରେ ଥିବା ମୂଲ୍ୟକୁ ଶ୍ରେଣୀର ମଧ୍ୟ-ମୂଲ୍ୟ ବା ସଂଭାଗ ମଧ୍ୟବିନ୍ଦୁ କୁହାଯାଏ।

୮। ମଧ୍ୟବିନ୍ଦୁ କିପରି ସ୍ଥିର କରାଯାଏ ?
Answer:
image

୯। ପରିସଂଖ୍ୟାନ ମାଳା କାହାକୁ କୁହାଯାଏ ?
Answer:
ତଥ୍ୟାବଳୀର ଯଥାର୍ଥ ଅନୁକ୍ରମିକ ବ୍ୟବସ୍ଥାକୁ ପରିସଂଖ୍ୟାନ ମାଳା କୁହାଯାଏ।

୧୦। ପରିସଂଖ୍ୟାନ ମାଳା କେତେ ପ୍ରକାର ?
Answer:
ପରିସଂଖ୍ୟାନ ମାଳା ତିନି ପ୍ରକାର ଯଥା – ପୃଥକ୍ ମାଳା, ସ୍ଵତନ୍ତ୍ର ମାଳା ଓ ନିରବଚ୍ଛିନ୍ନମାଳା

CHSE Odisha Class 11 Economics Solutions Chapter 17 ବାରମ୍ବାରତା ବିତରଣ

୧୧। ସ୍ଵତନ୍ତ୍ରମାଳା କ’ଣ ?
Answer:
ଯେଉଁମାଳାରେ ରାଶିଗୁଡ଼ିକ ସ୍ଵତନ୍ତ୍ରଭାବେ ଦର୍ଶାଯାଇଥାଏ ତାହାକୁ ସ୍ଵତନ୍ତ୍ରମାଳା କୁହାଯାଏ।

୧୨। ପୃଥକମାଳା କାହାକୁ କୁହାଯାଏ ?
Answer:
ଯେଉଁ ରାଶିଗୁଡ଼ିକର ଯଥାର୍ଥ ମାପ କରାଯାଇ ପୃଥକ୍ ଭାବେ ପ୍ରଦର୍ଶିତ କରାଯାଇଥାଏ ତାହାକୁ ପୃଥକମାଳା କୁହାଯାଏ ।

୧୩। ନିରବଚ୍ଛିନ୍ନ ମାଳା କ’ଣ ?
Answer:
ଯେଉଁ ବିତିରଣ ପ୍ରକ୍ରିୟାରେ ଆନୁମାନିକ ପରିମାପ ଏବଂ ଶ୍ରେଣୀ ତାହାକୁ ନିରବଚ୍ଛିନ୍ନ ମାଳା କୁହାଯାଏ।

୧୪। ବହିଃର୍ନିବେଶୀ ଶ୍ରେଣୀ କ’ଣ ?
Answer:
ଯେଉଁ ନିରବଚ୍ଛିନ୍ନ ଶ୍ରେଣୀରେ ଗୋଟିଏ ଶ୍ରେଣୀର ଉର୍ଦ୍ଧ୍ୱସୀମା ତା’ର ଠିକ୍ ପରବର୍ତ୍ତୀ ଶ୍ରେଣୀର ନିମ୍ନସୀମା ହୋଇଥାଏ, ତାହାକୁ ବହିଃର୍ନିବେଶୀ ଶ୍ରେଣୀ କୁହାଯାଏ।

୧୫। ଅନ୍ତର୍ନିବେଶୀ ଶ୍ରେଣୀ କ’ଣ ?
Answer:
ଯେଉଁ ନିରବଚ୍ଛିନ୍ନ ଶ୍ରେଣୀରେ ଉଭୟ ଉର୍ଦ୍ଧ୍ୱସୀମା ଓ ନିମ୍ନସୀମାକୁ ଅନ୍ତର୍ଭୁକ୍ତ କରାଯାଇଥାଏ, ତାହାକୁ ଅନ୍ତର୍ନିବେଶୀ ଶ୍ରେଣୀ କୁହାଯାଏ।

୧୬। ବାରମ୍ବାରତା ବିତରଣ ସାରଣୀ କ’ଣ ?
Answer:
ଲବ୍‌ଧାଙ୍କ ବା ସଂଭାଗଗୁଡ଼ିକୁ ଗୋଟିଏ ସ୍ତମ୍ଭରେ ଓ ସେମାନଙ୍କର ବାରମ୍ବାରତାକୁ ଅନ୍ୟ ଏକ ସ୍ତମ୍ଭରେ ଲେଖୁ ଯେଉଁ

୧୭। ନିରବଚ୍ଛିନ୍ନ ସଂଭାଗରେ କେଉଁ ସୀମା ଅନ୍ତର୍ଭୁକ୍ତ ହୋଇନଥାଏ ?
Answer:
ନିରବଚ୍ଛିନ୍ନ ସଂଭାଗରେ ଉର୍ଦ୍ଧ୍ୱସୀମା ଅନ୍ତର୍ଭୁକ୍ତ ହୋଇନଥାଏ।

୧୮। ଅବାଧ ସଂଭାଗ କ’ଣ ?
Answer:
ଯେଉଁ ଭାଗ ବିଭକ୍ତ ତଥ୍ୟାବଳୀର ପ୍ରଥମ ସଂଭାଗର ନିମ୍ନସୀମା ଓ ଶେଷ ସଂଭାଗର ଊର୍ଦ୍ଧ୍ୱସୀମା ନଥାଏ ତାହାକୁ

୧୯। ନିରବଚ୍ଛିନ୍ନ ଓ ବିଚ୍ଛିନ୍ନ ସଂଭାଗ ମଧ୍ୟରୁ କେଉଁଠି ଅଧୁକ ଗ୍ରହଣୀୟ ?
Answer:
ନିରବଚ୍ଛିନ୍ନ ସଂଭାଗ

୨୦ । ରାଶିକୃତ ବାରମ୍ବାରତା କ’ଣ ?
Answer:
ଏକ ତଥ୍ୟାବଳୀର ସର୍ବନିମ୍ନ ଲବ୍‌ଧାଙ୍କଠାରୁ କୌଣସି ଏକ ନିର୍ଦ୍ଦିଷ୍ଟ ଲବ୍‌ଧାଙ୍କ ପର୍ଯ୍ୟନ୍ତ ମୋଟ ଲବ୍‌ଧାଙ୍କ ସଂଖ୍ୟାକୁ

୨୧। ଶ୍ରେଣୀ ସଂଖ୍ୟା କିପରି ନିର୍ଦ୍ଧାରଣ କରାଯାଇପାରିବ ?
Answer:
image

୨୨। ବିସ୍ତାର କାହାକୁ କୁହାଯାଏ ?
Answer:
କୌଣସି ବିତରଣରେ ଶ୍ରେଣୀମାନଙ୍କରେ ଥିବା ଉର୍ଦ୍ଧ୍ୱସୀମା ଓ ନିମ୍ନସୀମା ମଧ୍ୟରେ ଥିବା ପାର୍ଥକ୍ୟକୁ ବିସ୍ତାର କୁହାଯାଏ।

CHSE Odisha Class 11 Economics Solutions Chapter 17 ବାରମ୍ବାରତା ବିତରଣ

୨୩। ନିରବଚ୍ଛିନ୍ନ ଚଳ ବା ନିରବଚ୍ଛିନ୍ନ ଲବ୍ଧଙ୍କ କ’ଣ ?
Answer:
ଯେଉଁ କ୍ଷେତ୍ରରେ ଆନୁମାନିକ ପରିମାପ ଓ ଶ୍ରେଣୀ ବ୍ୟବଧାନକୁ ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ପ୍ରକାଶ କରାଯାଇଥାଏ ଏବଂ ରାଶିଗୁଡ଼ିକର ପ୍ରତ୍ୟେକ ଆନୁମାନିକ ଅଂଶକୁ ଅନ୍ତର୍ଭୁକ୍ତ କରିଥାଏ, ତାହାକୁ ନିରବଚ୍ଛିନ୍ନ ଚଳ ବା ନିରବଚ୍ଛିନ୍ନ ଲବ୍ଧଙ୍କ କୁହାଯାଏ।

୨୪। ପୃଥକ୍ ଚଳ ବା ପୃଥକ୍ ଲବ୍ଧଙ୍କ କ’ଣ ?
Answer:
ଯେଉଁ ତଥ୍ୟାବଳୀର ପ୍ରତ୍ୟେକ ଏକକ ପୃଥକ୍ ଓ ସଂପୂର୍ଣ୍ଣ ମାତ୍ର ବିଭାଜନକ୍ଷମ ହୋଇ ନ ଥଶଏ ଏବଂ ରାଶିଗୁଡ଼ିକର ପ୍ରଦ୍ୟୁତକ ଆନୁମାନିକ ଅଂଶକୁ ସୂଚାଇ ନ ଥାଏ, ତାହାକୁ ପୃଥକ୍ ଚଳ ବା ପୃଥକ୍ ଲଢ଼ାଙ୍କ କୁହାଯାଏ।

୨୬ । ପ୍ରକାଶିତ ଉତ୍ସ କାହାକୁ କୁହାଯାଏ ।
Answer:
କେତେଗୁଡ଼ିଏ ସଂସ୍ଥା ତଥ୍ୟକୁ ସଂଗ୍ରହ କରି ନିୟମିତ ପଢ଼ିବା (Regular journal) ବା ବିବୃତ୍ତି (Report) ପ୍ରକାଶିତ କରିଥାନ୍ତି । ଏ ପ୍ରକାର ସଂସ୍ଥା, ଉତ୍ସଗୁଡ଼ିକୁ ତଥ୍ୟର ପ୍ରକାଶିତ ଉତ୍ସ (Published sources) କୁହାଯାଏ ।

୨୭ । ଶ୍ରେଣୀ କାହାକୁ କୁହାଯାଏ ?
Answer:
ଶ୍ରେଣୀ ହେଉଛି ବର୍ଗର ବିସ୍ତାର । ଦୁଇଟି ଶେଷ ସଂଖ୍ୟା ମଧ୍ୟରେ ଥିବା ବ୍ୟବଧାନକୁ ଶ୍ରେଣୀର ସୀମା ଯଥା 20 – 25, 25 -30 ଇତ୍ୟାଦି,20 – 24,25 – 29 ଇତ୍ୟାଦି ଶ୍ରେଣୀ କୁହାଯାଏ ।

୨୮ । ଶ୍ରେଶୀ ସୀମା କ’ଣ ?
Answer:
ପ୍ରତ୍ୟେକ ଶ୍ରେଣୀର ଦୁଇଟି ସୀମା ଥାଏ । ନିମ୍ନସୀମା (L1) ଏବଂ ଊର୍ଦ୍ଧ୍ୱସୀମା (L2) କୁହାଯାଏ । ଉଦାହରଣ (20 ରୁ 30) ଶ୍ରେଣୀରେ L1 = 20, L2 = 30 ।

୨୯। ଶ୍ରେଣୀ ବିସ୍ତାର କାହାକୁ କୁହାଯାଏ ?
Answer:
ଶ୍ରେଣୀର ଦୁଇଟି ସୀମା ମଧ୍ଯର ବ୍ୟବଧାନକୁ ଶ୍ରେଣୀ ବିସ୍ତାର କୁହାଯାଏ । ଏହା ଊର୍ଶସୀମାରୁ ନିମ୍ନସୀମାର ସଂଖ୍ୟାର ଫଳ ସହ ସମାନ । ଏହା ଶ୍ରେଣୀ ବିସ୍ତାର କୁହାଯାଏ ।

୩୦। ଶ୍ରେଣୀ ବାରମ୍ବାରତା କାହାକୁ କୁହାଯାଏ ?
Answer:
ଶ୍ରେଣୀ ମଧ୍ଯରେ ଆସୁଥିବା ବିଷୟର ସମସ୍ତ ସଂଖ୍ୟା ଯାହାକି ମୂଲ୍ୟ L1 ଓ L2 ମଧ୍ୟରେ ରହିଥାଏ । ତାହାକୁ ଶ୍ରେଣୀ ବାରମ୍ବାରତା କୁହାଯାଏ ।

୩୧। ବିଚ୍ଛିନ୍ନ ଶ୍ରେଣୀ ବିଭାଗ କାହାକୁ କୁହାଯାଏ?
Answer:
ଶ୍ରେଣୀ ଅନ୍ତରାଳର ଦୁଇଟିଯାକ ସୀମା ଊର୍ଦ୍ଧ୍ବ ନିମ୍ନ, ସେହିଶ୍ରେଣୀ ଅନ୍ତରାଳରେ ଅନ୍ତଭୁକ୍ତ ହେବ । ସେଥ‌ିପାଇଁ ଏହାକୁ ବିଛିନ୍ନ ଶ୍ରେଣୀ ବିଭାଗ କୁହାଯାଏ ।

CHSE Odisha Class 11 Economics Solutions Chapter 17 ବାରମ୍ବାରତା ବିତରଣ

୩୨। ମୁକ୍ତ ଶ୍ରେଣୀ ବା ଶ୍ରେଣୀ ସଂଭାଗ କାହାକୁ କୁହାଯାଏ ?
Answer:
କୌଣସି ଶ୍ରେଣୀର ଊର୍ଦ୍ଧ୍ୱସୀମା ବା ନିମ୍ନସୀମା (ଯେକୌଣସି ଗୋଟିଏ ସୀମା ନଥିଲେ) ତାହାକୁ ମୁକ୍ତ ଶ୍ରେଣୀ ବା ମୁକ୍ତ ସଂଭାଗ କୁହାଯାଏ ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

୧। ବିଚ୍ଛିନ୍ନ ଶ୍ରେଣୀ ତଥ୍ୟାବଳୀର ନିରବଚ୍ଛିନ୍ନତା ଦର୍ଶାଇଥାଏ
Answer:
ନିରବିଚ୍ଛିନ୍ନ ଶ୍ରେଣୀ ତଥ୍ୟାବଳୀର ନିରବଚ୍ଛିନ୍ନତା ଦର୍ଶାଇଥାଏ ।

୨। ଏକ ନିରବଚ୍ଛିନ୍ନ ଚଳ ପ୍ରଦତ୍ତ ବିସ୍ତାର ମଧ୍ୟରେ ସମସ୍ତ ମୂଲ୍ୟ ଗ୍ରହଣ କରିପାରେ ନାହିଁ।
Answer:
ଏକ ପୃଥକ ଚଳ ପ୍ରଦତ୍ତ ବିସ୍ତାର ମଧ୍ୟରେ ସମସ୍ତ ମୂଲ୍ୟ ଗ୍ରହଣ କରିପାରେ ନାହିଁ।

୩। ନିରବଚ୍ଛିନ୍ନ ଶ୍ରେଣୀ ପଦ୍ଧତିରେ ଶ୍ରେଣୀର ଊର୍ଦ୍ଧ୍ୱସୀମା ସେହି ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇଥାଏ ।
Answer:
ନିରବଚ୍ଛିନ୍ନ ଶ୍ରେଣୀ ପଦ୍ଧତିରେ ଶ୍ରେଣୀର ଉର୍ଦ୍ଧସୀମା ତା’ର ଠିକ୍ ପରବର୍ତୀ ଶ୍ରେଣୀର ନିମ୍ନସୀମାରେ ଅନ୍ତର୍ଭୁକ୍ତ ହୋଇଥାଏ।

୪। ଶ୍ରେଣୀ ମଧ୍ୟବିନ୍ଦୁ ଶ୍ରେଣୀ ସୀମାଦ୍ବୟର ସମଷ୍ଟି ଅଟେ ।
Answer:
ଠିକ୍

୫। ଶ୍ରେଣୀ ବିସ୍ତାର ଶ୍ରେଣୀ ସୀମାଦ୍ବୟର ସମଷ୍ଟି ଅଟେ ।
Answer:
ଶ୍ରେଣୀ ବିସ୍ତାର ଶ୍ରେଣୀ ସୀମାଦ୍ବୟର ଅନ୍ତର ଫଳ ଅଟେ।

୬। ଶ୍ରେଣୀ ବିଭାଗୀକରଣ ପ୍ରକ୍ରିୟାରେ ସମସ୍ତ ତଥ୍ୟକୁ ବିଷମ ଜାତୀୟ ଶ୍ରେଣୀରେ ଶ୍ରେଣୀବିଭାଗ କରାଯାଏ।
Answer:
ଶ୍ରେଣୀ ବିଭାଗୀକରଣ ପ୍ରକ୍ରିୟାରେ ସମସ୍ତ ତଥ୍ୟକୁ ସମଜାତୀୟ ବର୍ଗରେ ଶ୍ରେଣୀବିଭାଗ କରାଯାଏ।

୭। ଶ୍ରେଣୀବିଭାଗୀକରଣର ମୂଳଭିତ୍ତି ହେଉଛି ବିଭିନ୍ନତା ମଧ୍ୟରେ ଏକତା।
Answer:
ଶ୍ରେଣୀବିଭାଗୀକରଣର ମୂଳଭିତ୍ତି ହେଉଛି ଏକତା ମଧ୍ୟରେ ବିଭିନ୍ନତା।

୮। ନିରବଚ୍ଛିନ୍ନ ମାଳାରେ ତଥ୍ୟଗୁଡ଼ିକୁ ସ୍ଵତନ୍ତ୍ର ଭାବେ ଦର୍ଶା ଯାଇଥାଏ।
Answer:
ଭାଗବିହୀନ ବା ସ୍ଵତନ୍ତ୍ର ମାଳାରେ ତଥ୍ୟଗୁଡ଼ିକୁ ସ୍ଵତନ୍ତ୍ର ଭାବେ ଦର୍ଶା ଯାଇଥାଏ।

CHSE Odisha Class 11 Economics Solutions Chapter 17 ବାରମ୍ବାରତା ବିତରଣ

୯। ନିରବଚ୍ଛିନ୍ନ ତଥ୍ୟାବଳୀକୁ ପରିମାପ କରାଯାଇ ପାରିବ।
Answer:
ପୃଥକ ତଥ୍ୟାବଳୀକୁ ପରିମାପ କରାଯାଇ ପାରିବ।

୧୦। ଊର୍ଦ୍ଧ୍ୱସୀମା ଓ ନିମ୍ନସୀମା ମଧ୍ୟରେ ଥିବା ପାର୍ଥକ୍ୟକୁ ଶ୍ରେଣୀ ସୀମା କୁହାଯାଏ।
Answer:
ଊର୍ଦ୍ଧ୍ୱସୀମା ଓ ନିମ୍ନସୀମା ମଧ୍ୟରେ ଥିବା ପାର୍ଥକ୍ୟକୁ ବିସ୍ତାର କୁହାଯାଏ।

୧୧। ନିରବଚ୍ଛିନ୍ନ ସଂଭାଗରେ ଗୋଟିଏ ସଂଭାଗର ନିମ୍ନସୀମା ତାହାର ଠିକ୍ ପରବର୍ତୀ ସଂଭାଗର ଉର୍ଦ୍ଧ୍ୱସୀମା ହୋଇଥାଏ।
Answer:
ନିରବଚ୍ଛିନ୍ନ ସଂଭାଗରେ ଗୋଟିଏ ସଂଭାଗର ଊର୍ଦ୍ଧ୍ୱସୀମା ତାହାର ଠିକ୍ ପରବର୍ତୀ ସଂଭାଗର ନିମ୍ନସୀମା ହୋଇଥାଏ।

୧୨ । ଅବିଚ୍ଛିନ୍ନ ସଂଭାଗ କ୍ଷେତ୍ରରେ ସଂଭାଗର ନିମ୍ନସୀମା ଓ ଊର୍ଦ୍ଧ୍ୱସୀମା ଉଭୟ ସେହି ସଂଭାଗରେ ଅନ୍ତର୍ଭୁକ୍ତ ହୋଇଥା’ନ୍ତି।
Answer:
ବିଚ୍ଛିନ୍ନ ସଂଭାଗ କ୍ଷେତ୍ରରେ ସଂଭାଗର ନିମ୍ନସୀମା ଓ ଊର୍ଦ୍ଧ୍ୱସୀମା ଉଭୟ ସେହି ସଂଭାଗରେ ଅନ୍ତର୍ଭୁକ୍ତ ହୋଇଥା’ନ୍ତି।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖତ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ୟରେ ଦିଅ ।

୧। ବାରମ୍ବାରତା ଅନୁବିନ୍ୟାସ କ’ଣ ?
Answer:
ଅନୁବିନ୍ୟାସ କଲାବେଳେ କେତେଗୁଡ଼ିଏ ଲବ୍ଧଙ୍କ ବାରମ୍ବାର କିମ୍ବା ପୁନଃପୁନଃ ଦେଖା ଦେଇଥାଏ, ଏହାକୁ ବାରମ୍ବାରତା ଅନୁବିନ୍ୟାସ କୁହାଯାଏ । ଯଦି ମାଳାରେ ଘଟୁଥ‌ିବା ସମସ୍ତ ଲବ୍ଧଙ୍କ ଗୁଡ଼ିକୁ ତାଲିକାଭୁକ୍ତ କରାଯାଏ ଓ ମାଳାରେ ଲବ୍ଧଙ୍କ କେତେଥର ଦେଖା ଦେଇଛି, ତାହା ଆକଳନ କରାଯାଏ, ତେବେ ତାହାକୁ ବାରମ୍ବାରତା ଅନୁବିନ୍ୟାସ ରୂପେ ଅଭିହିତ କରାଯାଏ।

ତେଣୁ ବାରମ୍ବାରତା ଅନୁବିନ୍ୟାସ କହିଲେ ମାଳାରେ ଥିବା ଲଚ୍ଛାଙ୍କ ଗୁଡ଼ିକ ସଜାଡ଼ିବା ଓ କେତେଥର ପ୍ରତ୍ୟେକ ଲଚ୍ଛାଙ୍କ ମାଳାରେ ଦୃଶ୍ୟ ହେଉଚି ତା’ର ଆକଳନକୁ ବୁଝାଏ। ଏହି ବାରମ୍ବାରତା ଓ ଅନୁବିନ୍ୟାସ ମେଳକ ରେଖା ସହାୟତାରେ ପ୍ରସ୍ତୁତ କରାଯାଏ।

୨। ଶ୍ରେଣୀ ବିଭାଗୀକରଣ କ’ଣ ?
Answer:
ପରିସଂଖ୍ୟାନ ତଥ୍ୟାବଳୀକୁ ଏକ ସାଧାରଣ ବୈଶିଷ୍ଟ୍ୟ ଭିତ୍ତିରେ ଅନୁକ୍ରମ ଓ ବର୍ଗ ସଂପର୍କିତ ବିନ୍ୟାସକରଣ ପ୍ରକ୍ରିୟାକୁ ଶ୍ରେଣୀ ବିଭାଗୀକରଣ କୁହାଯାଏ, ଏ କ୍ଷେତ୍ରରେ ତଥ୍ୟକୁ ଏକ ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟ ଭିଭିରେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀଭୁକ୍ତ କରାଯାଇଥାଏ। ଶ୍ରେଣୀ ବିଭାଗୀକରଣ ପ୍ରକ୍ରିୟାରେ ସମସ୍ତ ତଥ୍ୟକୁ ସମଜାତୀୟ ବର୍ଗରେ ଶ୍ରେଣୀଭୁକ୍ତ କରାଯାଇଥାଏ।

ଏହା ବାସ୍ତବ ବା କାଳ୍ପନିକ ହୋଇପାରେ । ଅଶୋଧୂତ ତଥ୍ୟକୁ ଶ୍ରେଣୀ ବିଭାଗୀକରଣ ଜରିଆରେ ବୋଧଗମ୍ୟ କରାଯାଏ। ଏହା ଜଟିଳ ତ୍ୟକୁ ସରଳ, ସଂକ୍ଷିପ୍ତ କରିବା ସଙ୍ଗେ ସଙ୍ଗେ ଏହାର ସାମଞ୍ଜସ୍ୟଗୁଡ଼ିକ ସ୍ପଷ୍ଟଭାବେ ଦର୍ଶାଇଥାଏ ।

୩। ବାରମ୍ବାରତା ବିତରଣ କ’ଣ ?
Answer:
ବାରମ୍ବାରତା ବିତରଣ ପରିସଂଖ୍ୟାନ ଅଧ୍ୟୟନରେ ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରିଥାଏ, କାରଣ ତଥ୍ୟ ସଂଗ୍ରହ ସମୟରେ ତାହା ଅଶୋଧୃତ ଆକାରରେ ଥାଏ। ସେହି ଅଶୋଧୂତ ତଥ୍ୟରୁ ତଥ୍ୟାବଳୀ ସମ୍ବନ୍ଧରେ ସଠିକ୍ କଥା ଜାଣିବା କଷ୍ଟକର ହୋଇଥାଏ। ତେଣୁ ବାରମ୍ବାରତା ବିତରଣ କହିଲେ ଏକ ପରିବର୍ତ୍ତନଶୀଳ ଉପାଦାନର ବିଭିନ୍ନ ମୂଲ୍ୟ ଓ ତାହାର ସମ୍ପୃକ୍ତ ବାରମ୍ବାରତାର ବିନ୍ୟାସକୁ ବୁଝାଏ।

ଏହା ଏକ ସାରଣୀ ଯେଉଁଥିରେ ତଥ୍ୟାବଳୀକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ଅର୍ଥାତ୍ ପରିମାଣରେ ପରିପ୍ରକାଶ ହୋଇପାରୁଥିବା କୌଣସି ଉପାଦାନ ଭିତ୍ତିରେ ତଥ୍ୟାବଳୀର ବର୍ଗୀକରଣକୁ ବାରମ୍ବାରତା ବିତରଣ କୁହାଯାଏ।

CHSE Odisha Class 11 Economics Solutions Chapter 17 ବାରମ୍ବାରତା ବିତରଣ

୪। ଅବାଧ ସଂଭାଗ ବିସ୍ତାର ବା ପ୍ରକାଶ୍ୟ ଅନ୍ତ ବିସ୍ତାର କ’ଣ ?
Answer:
ଯେଉଁ ଭାଗ ବିଭକ୍ତ ତଥ୍ୟାବଳୀର ପ୍ରଥମ ସଂଭାଗର ନିମ୍ନସୀମା ଓ ଶେଷ ସଂଭାଗର ଉର୍ଦ୍ଧ୍ୱସୀମା ନ ଥାଏ, ତାହାକୁ ଅବାଧ ସଂଭାଗ ବିସ୍ତାର କହନ୍ତି । ଏଥୁରେ ପ୍ରଥମ ସଂଭାଗର ନିମ୍ନସୀମାରେ ‘ରୁ’ କମ୍ ଓ ଶେଷ ସଂଭାଗର ଉର୍ଦ୍ଧ୍ୱସୀମାରେ ‘ରୁ’ ବେଶୀ ହୋଇଥାଏ। ଉଦାହରଣ ସ୍ୱରୂପ –

ସଂଭାଗ ବାରମ୍ୱରତା
୨୦ରୁ କମ୍
୨୦-୪୦
୪୦ରୁ  ବେଶୀ


୫। ନିରବଚ୍ଛିନ୍ନ ମାଳା କାହାକୁ କୁହାଯାଏ ?
Answer:
ଯେଉଁ ବିତରଣ କ୍ଷେତ୍ରରେ ଆନୁମାନିକ ପରିମାପ ଏକ ଶ୍ରେଣୀ ବ୍ୟବଧାନକୁ ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ପ୍ରକାଶ କରାଯାଇଥାଏ, ତାହାକୁ ନିରବଚ୍ଛିନ୍ନ ମାଳା କୁହାଯାଏ। ଏହା ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଥାଇ ସଠିକ୍ ପରିମାପ ହୋଇପାରୁ ନଥୁବା ରାଶି ଗୁଡ଼ିକର ସଂଗ୍ରହକୁ ବୁଝାଏ। ଏହି ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ରାଶିଗୁଡ଼ିକର ଯେ କୌଣସି ସାଂଖ୍ୟକ ମୂଲ୍ୟ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇଥାଏ।

ଏହି ନିରବଚ୍ଛିନ୍ନ ଶ୍ରେଣୀର ଅନ୍ତର୍ନିବେଶୀ ବା ବର୍ହିବେଶୀ ହୋଇଥାଏ। ଅନ୍ତର୍ନିବେଶୀ ଶ୍ରେଣୀରେ ଉଭୟ ଉଦ୍ଧସୀମା ଓ ନିମ୍ନସୀମା ଅନ୍ତର୍ଭୁକ୍ତ କରାଯାଇଥାଏ। ମାତ୍ର ବହିଃର୍ନିବେଶୀ ଶ୍ରେଣୀରେ ଉର୍ଦ୍ଧ୍ୱସୀମା ପାରସ୍ପରିକ ଶ୍ରେଣୀରୁ ବାଦ୍ ଦିଆଯାଇ ଏହାକୁ ଠିକ୍ ପରବର୍ତୀ ଶ୍ରେଣୀର ନିମ୍ନସୀମା ସହ ଶ୍ରେଣୀଭୁକ୍ତ କରାଯାଇଥାଏ। ଏହି ଶ୍ରେଣୀ ମଧ୍ଯରୁ ବହିଃର୍ନିବେଶୀ ଶ୍ରେଣୀର ବହୁଳ ପ୍ରୟୋଗ କରାଯାଇଥାଏ ।

୬। ରାଶିକୃତ ବାରମ୍ବାରତା କ’ଣ ?
Answer:
ଏକ ତଥ୍ୟାବଳୀର ସର୍ବନିମ୍ନ ଲଜ୍ଜାଙ୍କଠାରୁ କୌଣସି ଏକ ନିର୍ଦ୍ଦିଷ୍ଟ ଅକ୍ତାଙ୍କ ପର୍ଯ୍ୟନ୍ତ ମୋଟ୍ ଇଚ୍ଛାଙ୍କ ସଂଖ୍ୟାକ ଉକ୍ତ ନିର୍ଦ୍ଦିଷ୍ଟ ଲବ୍ଧଙ୍କର ରାଶିକୃତ ବାରମ୍ବାରତା କୁହାଯାଏ। ପ୍ରଥମ ଲଜ୍ଜାଙ୍କର ବାରମ୍ବାରତା ହିଁ ତା’ର ରାଶିକୃତ ବାରମ୍ବାରତା, କିନ୍ତୁ ଦ୍ଵିତୀୟ ଲବ୍‌ଧାଙ୍କର ରାଶିକୃତ ବାରମ୍ବାରତା ପ୍ରଥମ ସଂଭାଗର ରାଶିକୃତ ବାରମ୍ବାରତା ଓ ଦ୍ଵିତୀୟ ଲଜ୍ଜାଙ୍କର ବାରମ୍ବାରତାର ସମଷ୍ଟି । ସେହି ପ୍ରକାରରେ ଅନ୍ୟ ଲବ୍ଧଙ୍କ ମାନଙ୍କର ରାଶିକୃତ ବାରମ୍ବାରତା ନିର୍ଣ୍ଣୟ କରାଯାଇଥାଏ। ଶେଷ ଲଜ୍ଜାଙ୍କର ରାଶିକୃତ ବାରମ୍ବାରତା ତଥ୍ୟାବଳୀର ମୋଟ ଲବ୍ଧଙ୍କ ସହିତ ସମାନ ହୋଇଥାଏ।

୭। ବାରମ୍ବାରତା କ’ଣ ?
Answer:
ଗୋଟିଏ ଶ୍ରେଣୀର ବିସ୍ତାର ମଧ୍ୟରେ ଯେତେଥର ରାଶିଗୁଡ଼ିକ ଆବିର୍ଭୂତ ହୋଇଥାଏ, ସେଗୁଡ଼ିକୁ ସେହି ଶ୍ରେଣୀର ବାରମ୍ବାରତା କୁହାଯାଏ। ଅର୍ଥାତ୍ କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀର ସଲଗ୍ନ ରାଶି ସଂଖ୍ୟା ଗୁଡ଼ିକୁ ସେହି ଶ୍ରେଣୀର ବାରମ୍ବାରତା ରୂପେ ଅଭିହିତ କରାଯାଏ । ସମସ୍ତ ଶ୍ରେଣୀଗୁଡ଼ିକର ରାଶି ସଂଖ୍ୟା ଗୁଡ଼ିକର ସମଷ୍ଟିକୁ ବିତରଣର ମୋଟ ବାରମ୍ବାରତା କୁହାଯାଏ । ସରଳରେ କହିଲେ ଗୋଟିଏ ଶ୍ରେଣୀରେ ଆବିର୍ଭୂତ ହେଉଥ‌ିବା ରାଶି ସଂଖ୍ୟାକୁ ସେହି ଶ୍ରେଣୀର ବାରମ୍ବାରତା କୁହାଯାଏ।

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

୧। ଅନ୍ତଃର୍ନିବେଶୀ ପ୍ରଣାଳୀ ଏବଂ ବହିଃର୍ନିବେଶୀ ପ୍ରଣାଳୀ
Answer:
ଯେଉଁ ପ୍ରଣାଳୀରେ ସଂଭାଗର ଉର୍ଦ୍ଧ୍ୱସୀମା ଓ ନିମ୍ନ ସୀମାଦ୍ଵୟ ସେହି ସଂଭାଗରେ ଅନ୍ତର୍ଭୁକ୍ତ କରାଯାଇଥାଏ, ତାହାକୁ ଅନ୍ତର୍ନିବେଶୀ ପ୍ରଣାଳୀ କୁହାଯାଏ। ଯଦି ଏହି ପ୍ରଣାଳୀ ଅନୁଯାୟୀ ନିରବଚ୍ଛିନ୍ନ ବାରମ୍ବାରତା ବିତରଣ ପ୍ରସ୍ତୁତ କରାଯାଏ, ଏହାକୁ ନିରବଚ୍ଛିନ୍ନ ବାରମ୍ବାରତା ବିତରଣର ଅନ୍ତଃର୍ନିବେଶୀ ପ୍ରଣାଳୀ କୁହାଯାଏ। ଯଦି ନିରବଚ୍ଛିନ୍ନ ବାରମ୍ବାରତା ବିତରଣ ଅନ୍ତଃର୍ନିବେଶୀ ପ୍ରଣାଳୀରେ ପ୍ରସ୍ତୁତ ହୋଇଥାଏ, ସଂଭାଗ ଗୁଡ଼ିକ ମଧ୍ୟରେ କ୍ରମାଗତ ସଂପର୍କ ନିମନ୍ତେ ସଂଭାଗ ବିସ୍ତାରକୁ ସଜାଡ଼ିବା ଦରକାର ପଡ଼େ।

ଯେତେବେଳେ ସଂଭାଗର ବିସ୍ତାର ଏପରି ହୋଇଥାଏ ଯେ କୌଣସି ଏକ ସଂଭାଗର ଉର୍ଦ୍ଧ୍ୱସୀମା ଠିକ୍ ପରବର୍ତୀ ସଂଭାଗର ନିମ୍ନସୀମା ହୋଇଥାଏ, ତାହାକୁ ବହିଃନିବେଶୀ ପ୍ରଣାଳୀ କୁହାଯାଏ। ଏହି ପ୍ରଣାଳୀରେ ସଂଭାଗର ଉର୍ଦ୍ଧସୀମା ସେହି ସଂଭାଗରୁ ବହିଃର୍ଭୂତ ହୋଇଥାଏ ଓ ଏହା ଠିକ୍ ପରବର୍ତୀ ସଂଭାଗରେ ଅନ୍ତଃର୍ଭୁକ୍ତ ହୋଇଥାଏ।

CHSE Odisha Class 11 Economics Solutions Chapter 17 ବାରମ୍ବାରତା ବିତରଣ

୨। ଶ୍ରେଣୀ ସଂଖ୍ୟା ଓ ଶ୍ରେଣୀ ସୀମା
Answer:
ନିରବଚ୍ଛିନ୍ନ ବାରମ୍ବାରତା ବିତରଣର ପ୍ରସ୍ତୁତି ପାଇଁ ଶ୍ରେଣୀ ସଂଖ୍ୟା ଏକ ପ୍ରଧାନ ଉପାଦାନ । ମାଳାର ବିଭିନ୍ନ ରାଶିଗୁଡ଼ିକୁ ବିଭିନଦ୍ଧ ଶ୍ରେଣୀରେ ବିଭକ୍ତ କରାଯାଏ ଓ ସେହି ଶ୍ରେଣୀରେ ଅନ୍ତର୍ଭୁକ୍ତ ରାଶିଗୁଡ଼ିକର ସଂଖ୍ୟା ତା ପାଖରେ ଲେଖାଯାଏ। ଏହା ଫଳରେ ମାଳାଟିକୁ ଆମେ ସଂକ୍ଷିପ୍ତକରିଥାଉ ଓ ଏହା ତଥ୍ୟାବଳୀର ଅନ୍ତର୍ନିହିତ ବୈଶିଷ୍ଟ୍ୟଗୁଡ଼ିକୁ ସୂଚାଇବାରେ ସାହାଯ୍ୟ କରେ, ଶ୍ରେଣୀ ସଂଖ୍ୟା କେତେ ହେବା ଉଚିତ୍ ସେଥ୍ପାଇଁ କୌଣସି ଧରାବନ୍ଧା ନିୟମ ନ ଥିଲେ ମଧ୍ୟ ସାଧାରଣତଃ ଏହାକୁ ୫ରୁ ୨୫ ମଧ୍ୟରେ ସୀମିତ ରଖାଯାଇଥାଏ ।

ପ୍ରତ୍ୟେକ ଶ୍ରେଣୀ ସୀମା ଦ୍ଵାରା ଆବଦ୍ଧ ହୋଇଥାଏ । ଗୋଟିଏ ଶ୍ରେଣୀର ଦୁଇଟି ସୀମା ଥାଏ, ଯଥା – ଗୋଟିଏ ନିମ୍ନ ସୀମା ଓ ଅନ୍ୟଟି ଉର୍ଦ୍ଧ୍ଵ ସୀମା । କୌଣସି ଶ୍ରେଣୀର ନିମ୍ନସୀମା ଓ ଉର୍ଦ୍ଧ୍ୱ ସୀମା ସହିତ ସେ ଦ୍ଵୟ ସୀମା ଭିତରେ ସମସ୍ତ ମୂଲ୍ୟ ସେହି ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇଥାଏ। କିନ୍ତୁ ବହୁ ସମୟରେ ଗୋଟିଏ ଶ୍ରେଣୀ ସୀମା ଦୁଇଥର ଆବିର୍ଭୂତ ହୋଇଥାଏ; ଯାହା ଗୋଟିଏ ଶ୍ରେଣୀର ଉର୍ଦ୍ଧ୍ଵ ସୀମାରେ ଓ ପରବର୍ତୀ ଶ୍ରେଣୀ ନିମ୍ନ ସୀମାରେ, ଉର୍ଦ୍ଧ୍ୱ ସୀମାରେ ଆବିର୍ଭୂତ ମୂଲ୍ୟଟି ସେହି ଶ୍ରେଣୀରେ ଅନ୍ତର୍ଭୁକ୍ତ ନ ହୋଇ ପରବର୍ତ୍ତୀ ଶ୍ରେଣୀର ନିମ୍ନ ସୀମାରେ ଆବିର୍ଭୂତ ହୋଇଥିବା ମୂଲ୍ୟଟି ସେହି ପରବର୍ତୀ ଶ୍ରେଣୀରେ ହିଁ ଅନ୍ତର୍ଭୁକ୍ତ ହୋଇଥାଏ।

୩। ସଂଭାଗ ବିସ୍ତାର ଓ ସଂଭାଗର ମଧ୍ୟବିନ୍ଦୁ
Answer:
ଗୋଟିଏ ଶ୍ରେଣୀର ବିସ୍ତାରକୁ ଶ୍ରେଣୀ ବିସ୍ତାର କୁହାଯାଏ। ଅର୍ଥାତ୍ ଗୋଟିଏ ଶ୍ରେଣୀର ଉର୍ଦ୍ଧ୍ୱସୀମା ଓ ନିମ୍ନସୀମାର ପାର୍ଥକ୍ୟକୁ ଶ୍ରେଣୀ ବିସ୍ତାର କୁହାଯାଏ। ଶ୍ରେଣୀର ବିସ୍ତାର ୧୦ କିମ୍ବା ୨୦ କିମ୍ବା ୫୦ ଇତ୍ୟାଦି ହେବା ଉଚିତ୍। ଉପଯୁକ୍ତ ଶ୍ରେଣୀ ବିସ୍ତାର ଆକଳନ ପାଇଁ ଗୋଟିଏ ସରଳ ପଦ୍ଧତି ଅବଲମ୍ବନ କରାଯାଏ, ତାହା ହେଲା –

CHSE Odisha Class 11 Economics Solutions Chapter 17 ବାରମ୍ବାରତା ବିତରଣ 1

ଗୋଟିଏ ସଂଭାଗ ବିସ୍ତାରର ସଂଭାଗ ସୀମା ଦ୍ଵୟର କେନ୍ଦ୍ରରେ ଥିବା ମୂଲ୍ୟକୁ ଶ୍ରେଣୀର ମଧ୍ୟ-ମୂଲ୍ୟ ଶ୍ରେଣୀ ବା ସଂଭାଗ ମଧ୍ୟବିନ୍ଦୁ କୁହାଯାଏ। ସଂଭାଗର ମଧ୍ୟ-ବିନ୍ଦୁ ସଂଭାଗର ପ୍ରତିନିଧ୍ବ ରୂପେ ପରିକଳ୍ପନା କରାଯାଇଥାଏ।

CHSE Odisha Class 11 Economics Solutions Chapter 17 ବାରମ୍ବାରତା ବିତରଣ 2

ସଂଭାଗ ବିସ୍ତାର ଅନୁଯାୟୀ ତଥ୍ୟାବଳୀର ସଂଭାଗୀକରଣ ପାଇଁ ଦୁଇଟି ପ୍ରଣାଳୀ ରହିଥାଏ; ଯଥା – (କ) ଅନ୍ତର୍ନିବେଶୀ ପ୍ରଣାଳୀ ଓ (ଖ) ବହିର୍ନିବେଶୀ ପ୍ରଣାଳୀ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ବାରମ୍ବାରତା ବିତରଣ (Frequency Distribution) କହିଲେ କ’ ଣ ବୁଝାଯାଏ ? ବାରମ୍ବାରତା ବିତରଣ ପ୍ରସ୍ତୁତି ସମୟରେ କେଉଁ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ?
Answer:
ପରିସଂଖ୍ୟାନ ତଥ୍ୟଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟ ଭିଭିରେ ଶ୍ରେଣୀବିଭାଗ କରାଯାଇ ପରିମାଣାତ୍ମକଭାବେ ପରିପ୍ରକାଶ କରାଗଲେ ତାହାକୁ ବାରମ୍ବାରତା ବିତରଣ କୁହାଯାଏ । ବାରମ୍ବାରତା ବିତରଣ ପ୍ରକ୍ରିୟାରେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇଥିବା ତଥ୍ୟ ବା ଉପାଦାନଗୁଡ଼ିକର ସାଂଖ୍ୟକ ସ୍ଥିତିର ପରିପ୍ରକାଶ କରାଯାଇଥାଏ ।

ଅନ୍ୟ ଅର୍ଥରେ କୌଣସି ଉପାଦାନ ସେହି ନିର୍ଦ୍ଦିଷ୍ଟ ଶ୍ରେଣୀରେ କେତେ ଥର ଆବିର୍ଭାବ ହୋଇଛି ବା ସେହି ଉପାଦାନର ସେହି ଶ୍ରେଣୀରେ ପରିମାଣାତ୍ମକ ସ୍ଥିତି କ’ଣ ତାହା ବାରମ୍ବାରତା ବିତରଣରେ ଶ୍ରେଣୀବିଭାଗ କରାଯାଇ ସେହି ତଥ୍ୟସମୂହରେ ରହିଥ‌ିବା ଉପାଦାନ କେତେଥର ସେହି ନିର୍ଦ୍ଦିଷ୍ଟ ଶ୍ରେଣୀରେ ରହିଛି ତାହାର ପରିମାଣାତ୍ମକ ପରିପ୍ରକାଶ ଘଟିଥାଏ । ସଂଗୃହୀତ ତଥ୍ୟାବଳୀକୁ ବାରମ୍ବାରତା ବିତରଣ ସରଣୀ ମାଧ୍ୟମରେ ପ୍ରକାଶ କରାଯାଏ ।

ବାରମ୍ବାରତା (Frequency) କହିଲେ କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀର ଉପାଦାନ କେତେ ଥର ସଂଘଟିତ ହୋଇଛି ତାହା ପ୍ରଦର୍ଶିତ କରେ; ଯଥା – କୌଣସି ଶ୍ରେଣୀରେ 60 ରୁ ୫୦ ନମ୍ବର ରଖୁଥ‌ିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା 20 । ଏଥିରେ ବାରମ୍ବାରତା 20 କାରଣ 60- 80 ନମ୍ବର ଭିତରେ 20 ଜଣ ଛାତ୍ରଛାତ୍ରୀ ରହିଛନ୍ତି । 60-80 ନମ୍ବର ଏହି ଶ୍ରେଣୀର ଉପାଦାନ ଅଟେ ଯାହା ପରିବର୍ତ୍ତନଶୀଳ । ଏହି ଉପାଦାନ ବା ରାଶିଗୁଡ଼ିକ ସ୍ବତନ୍ତ୍ର ବା ପୃଥକ୍ ବା ନିରବଚ୍ଛିନ୍ନ ହୋଇପାରେ କିମ୍ବା ଏହା ଅଶୋଧ ହୋଇପାରେ ।

CHSE Odisha Class 11 Economics Solutions Chapter 17 ବାରମ୍ବାରତା ବିତରଣ

ତେଣୁ ବାରମ୍ବାରତା ବିତରଣ ତିନି ପ୍ରକାରର ହୋଇଥାଏ; ଯଥା – ସ୍ଵତନ୍ତ୍ର ଶ୍ରେଣୀ, ପୃଥକ୍ ଶ୍ରେଣୀ ଓ ନିରବଚ୍ଛିନ୍ନ ଶ୍ରେଣୀ । ସ୍ବତନ୍ତ୍ର ରାଶି ବା ଉପାଦାନ ବା ତଥ୍ୟାବଳୀଗୁଡ଼ିକ ଏକକ ବା ସ୍ୱତନ୍ତ୍ରଭାବେ ଦର୍ଶାଯାଇଥାଏ । ପର୍ଯ୍ୟବେକ୍ଷଣ ପରେ ତାହା ଏକାକୀ ତାଲିକାଭୁକ୍ତ କରାଯାଇଥାଏ । ପୃଥକ୍ ରାଶି ବା ତଥ୍ୟାବଳୀର ଏକ ନିର୍ଦ୍ଦିଷ୍ଟ ମାନ ରହିଛି ଯାହା ପରସ୍ପରଠାରୁ ପୃଥକ୍; ଯଥା – ଗୋଟିଏ ଛାତ୍ର ଅର୍ଥନୀତିରେ 60 ନମ୍ବର ଓ ଅନ୍ୟଟି 70 ନମ୍ବର ରଖୁଛନ୍ତି । ଏହି ଦୁଇଟି ରାଶି ପରସ୍ପରଠାରୁ ପୃଥକ୍ ।

ଅନ୍ୟ ଅର୍ଥରେ ମନେକର ଗୋଟିଏ ଶ୍ରେଣୀରେ 60 ନମ୍ବର ରଖୁଥ‌ିବା ଛାତ୍ରଙ୍କ ସଂଖ୍ୟା 20 ଓ 70 ରଖୁବା ଛାତ୍ରଙ୍କ ସଂଖ୍ୟା 25 । ଏହି ସାଂଖ୍ୟକ ପରିପ୍ରକାଶ ପରସ୍ପରଠାରୁ ପୃଥକ୍ । ମାତ୍ର ନିରବଚ୍ଛିନ୍ନ ମାଳାରେ ବିତରଣ କ୍ଷେତ୍ରରେ ଆନୁମାନିକ ପରିମାପ ଏବଂ ଶ୍ରେଣୀ ବ୍ୟବଧାନକୁ ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ପ୍ରକାଶ କରାଯାଏ । ଏହି ସୀମା ମଧ୍ୟରେ ରହିଥ‌ିବା ସମସ୍ତ ଉପାଦାନ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇଥାନ୍ତି ।
ବାରମ୍ବାରତା ବିତରଣ ପ୍ରସ୍ତୁତ କରିବାପାଇଁ ସେପରି ଏକ ନିର୍ଦ୍ଦିଷ୍ଟ ନିୟମ ନାହିଁ । ମାତ୍ର ନିମ୍ନଲିଖିତ ଦିଗପ୍ରତି ସାଧାରଣଭାବେ ବାରମ୍ବାରତା ବିତରଣ ପ୍ରସ୍ତୁତି ସମୟରେ ଦୃଷ୍ଟି ଦିଆଯାଇଥାଏ ।

(1) ଶ୍ରେଣୀ ସଂଖ୍ୟା ନିର୍ଦ୍ଧାରଣ – ବାରମ୍ବାରତା ବିତରଣ କ୍ଷେତ୍ରରେ ଶ୍ରେଣୀ ସଂଖ୍ୟା ନିର୍ଦ୍ଧାରଣ ଏକ ସମସ୍ୟା ସୃଷ୍ଟି କରିଥାଏ । ଏହି ଶ୍ରେଣୀ ସଂଖ୍ୟାର ପରିମାଣ କେତେ ହେବ ସେପରି ନିର୍ଦ୍ଦିଷ୍ଟ ନିୟମ ନଥାଏ । ମାତ୍ର ପରିସଂଖ୍ୟାନ ଦୃଷ୍ଟିକୋଣରୁ ଶ୍ରେଣୀ ସଂଖ୍ୟା ଅତ୍ୟଧ୍ୱ କିମ୍ବା ଅତି ସ୍ଵଳ୍ପ ହେବା ଉଚିତ ନୁହେଁ । ଏହାର ସଂଖ୍ୟା ସୁବିଧା ଦୃଷ୍ଟିରୁ 5 ରୁ 20 ମଧ୍ୟରେ ରହିବା ଉଚିତ । ଏପରି ହେଲେ ଗଣନା,ବା ଆକଳନ କ୍ଷେତ୍ରରେ ସୁବିଧା ହୋଇଥାଏ ।

(2) ବିସ୍ତାର – ଶ୍ରେଣୀର ନିମ୍ନସୀମା ଓ ଊର୍ଦ୍ଧ୍ୱସୀମା ମଧ୍ୟରେ ଥିବା ପାର୍ଥକ୍ୟ ରାଶି ବା ତଥ୍ୟଗୁଡ଼ିକର ବିସ୍ତାର ସଂପର୍କରେ ସୂଚନା ଦେଇଥାଏ । ଯଦି ଏହି ପାର୍ଥକ୍ୟ ଅତ୍ୟଧ୍ଵକ ହୋଇଥାଏ ତେବେ ଶ୍ରେଣୀ ସଂଖ୍ୟା କମ୍ ହୋଇଥାଏ । ଯଦି ଏହି ବିସ୍ତାର କମ୍ ହୋଇଥାଏ ତେବେ ଶ୍ରେଣୀସଂଖ୍ୟା ଅଧିକ ହୋଇଥାଏ । ତେଣୁ ବାରମ୍ବାରତା ବିତରଣ ସାରଣୀ ପ୍ରସ୍ତୁତି ସମୟରେ ଏହି ଦିଗପ୍ରତି ଦୃଷ୍ଟିଦେବା ଆବଶ୍ୟକ ।

(3) ମୂଳବିନ୍ଦୁ ନିର୍ଦ୍ଧାରଣ – ବାରମ୍ବାରତା ବିତରଣ ସାରଣୀରେ ପ୍ରଥମ ଶ୍ରେଣୀର ନିମ୍ନ ସୀମାକୁ ମୂଳବିନ୍ଦୁ ବା ଆରମ୍ଭବିନ୍ଦୁ କୁହାଯାଏ । ଏହାର ମୂଲ୍ୟ ଶୂନ କିମ୍ବା 5 କିମ୍ବା 5 ର ଗୁଣିତକ ହେବା ଉଚିତ । ତେଣୁ ସାରଣୀ ପ୍ରସ୍ତୁତ ସମୟ ଏଥପ୍ରତି ଯତ୍ନବାନ ହେବା ଉଚିତ ।

(4) ସଂଭାବ ବିସ୍ତାର – କୌଣସି ଶ୍ରେଣୀରେ ଊର୍ଦ୍ଧ୍ୱସୀମା ଓ ନିମ୍ନସୀମା ମଧ୍ୟରେ ପାର୍ଥକ୍ୟ 5 କିମ୍ବା ଏହାର ଗୁଣିତକ ହେବା ଉଚିତ । ତେଣୁ ସଂଭାଗ ବିସ୍ତାର 5 କିମ୍ବା ଏହାର ଗୁଣିତକ ହେବା ଉଚିତ । ଏହାଦ୍ଵାରା ଗଣନା କାର୍ଯ୍ୟ ସରଳ ଓ ସହଜସାଧ୍ୟ ହୋଇଥାଏ କାରଣ ବ୍ୟକ୍ତିବିଶେଷ କୌଣସି ବ୍ୟକ୍ତି ଏହି ସଂଖ୍ୟା ଓ ଏହାର ଗୁଣିତକ ସହ ଅଧିକ ଅଭ୍ୟସ୍ତ ଥାଆନ୍ତି ।

(5) ବାରମ୍ବାରତା ବିତରଣ ଅନୁକ୍ରମିକ ହେବା ଉଚିତ – ଯଦି କୌଣସି ବଣ୍ଟନ ପ୍ରକ୍ରିୟାରେ ଶ୍ରେଣୀ ବିଭାଗ କରିବା ସମୟରେ ବାରମ୍ବାରତା ଅନୁକ୍ରମରେ ଅସୁବିଧା ବା ଅନିୟମିତତା ଦେଖାଯାଏ ତେବେ ଏ କ୍ଷେତ୍ରରେ କେତେକ ଶ୍ରେଣୀକୁ ଏକାଠି କରାଯାଇ ସାମଗ୍ରିକଭାବେ ପରିପ୍ରକାଶ କରାଯାଏ ଯଦ୍ବାରା ବାରମ୍ବାରତାର ଅନୁକ୍ରମ ଠିକ୍ ରୁହେ । ଏ କ୍ଷେତ୍ରରେ ଅଧିକ ଶ୍ରେଣୀ ରହିଥ‌ିବାର ଦେଖାଯାଏ ଯାହା ପରବର୍ତ୍ତୀ ସମୟରେ ହ୍ରାସ କରାଯାଇ ବାରମ୍ବାରତା ବିତରଣ ସାରଣୀରେ ନିୟମିତତା ରଖାଯାଇଥାଏ ।

(6) ବହିଃର୍ନିବେଶୀ ଶ୍ରେଣୀର ବ୍ୟବହାର – ସଂଭାଗ ବିସ୍ତାରକୁ ସଠିକ୍ ଓ ଅନୁକ୍ରମିକ କରିବାକୁ ହେଲେ ବହିଃର୍ନିବେଶୀ (Exclusive) ପଦ୍ଧତି ଅବଲମ୍ବନ କରିବା ଉଚିତ । ଯଦି ସଂଭାଗ ବା ଶ୍ରେଣୀଟି ଅନ୍ତଃର୍ନିବେଶୀ ରହିଥାଏ ତେବେ ତାହାକୁ ବହିଃର୍ନିବେଶୀ ଶ୍ରେଣୀରେ ପରିଣତ କରାଯିବା ଉଚିତ । ଏହାଦ୍ଵାରା ସଂଭାବ ବିସ୍ତାର ନିର୍ଭୁଲ ହୋଇଥାଏ ଓ ଏହାର ଅନୁକ୍ରମ ଠିକ୍ ରହିଥାଏ ।

(7) ସଂଭାଗ ବିସ୍ତାର ସମାନ ରହିବା ଉଚିତ – କୌଣସି ତଥ୍ୟାବଳୀକୁ ନେଇ ନିରବଚ୍ଛିନ୍ନ ମାଳା ପ୍ରସ୍ତୁତି କରିବା ସମୟରେ ସମ୍ଭାବ ବିସ୍ତାର ପ୍ରତି ଦୃଷ୍ଟିଦେବା ଆବଶ୍ୟକ । ସଂଭାଗ ବିସ୍ତାରଗୁଡ଼ିକ ସମାନ ରହିବା ଉଚିତ ଅର୍ଥାତ୍ ଶ୍ରେଣୀ ବିଭାଗୀକରଣ, ସମୟରେ ଶ୍ରେଣୀର ଊର୍ଦ୍ଧ୍ୱସୀମା ଓ ନିମ୍ନସୀମା ମଧ୍ୟରେ ବ୍ୟବଧାନ ଏକ ଓ ଅଭିନ୍ନ ହେବା ଉଚିତ । ଏହାଦ୍ଵାରା ବିଭିନ୍ନ ଶ୍ରେଣୀମଧ୍ଯରେ ବାରମ୍ବାରତାର ତୁଳନା ସହଜସାଧ୍ୟ ହୁଏ ଓ ଗଣନା ସରଳ ହୋଇଥାଏ ।

(8) ପ୍ରାକାଶ୍ୟ ଅନ୍ତଃଶ୍ରେଣୀଗୁଡ଼ିକର ପରିହାର – ବାରମ୍ବାରତା ବିତରଣ ସାରଣୀରେ ନିରବଚ୍ଛିନ୍ନ ମାଳାରେ ପ୍ରଥମ ଶ୍ରେଣୀର ନିମ୍ନସୀମା କିମ୍ବା ଶେଷ ଶ୍ରେଣୀର ଊର୍ଦ୍ଧ୍ୱସୀମା କିମ୍ବା ଉଭୟ ଅପ୍ରକାଶିତ ରହିଲେ ତାହାକୁ ପ୍ରକାଶ୍ୟ ଅନ୍ତଃଶ୍ରେଣୀ କୁହାଯାଏ । ଏ କ୍ଷେତ୍ରରେ ମଧ୍ୟ ମୂଲ୍ୟ ବା ମଧ୍ୟବିନ୍ଦୁ ମିଳିବାରେ ଅସୁବିଧା ସୃଷ୍ଟି ହୁଏ । ତେଣୁ ଯେତେଦୂର ସମ୍ଭବ ଏ ପ୍ରକାରର ଶ୍ରେଣୀଠାରୁ ଦୂରରେ ରହିବା ଉଚିତ ।

(9) ସଂଭାଗୀକରଣରେ ବାରମ୍ବାରତା ଅନୁପସ୍ଥିତ – ଅନେକ ସମୟରେ ତଥ୍ୟାବଳୀର ସମ ସଂଭାଗ ବିସ୍ତାର ସହ ସଂଭାଗୀକରଣ କରାଯିବା ସମୟରେ କେତେକ ସଂଭାଗ ବା ଶ୍ରେଣୀ କୌଣସି ବାରମ୍ବାରତା ରହି ନଥାଏ । ଏ କ୍ଷେତ୍ରରେ ସଂଭାଗ ବିସ୍ତାର ଆକାରକୁ ପରିବର୍ତ୍ତନ କରାଯିବା ଆବଶ୍ୟକ । ବ୍ୟବଧାନ ସମାନ ରହିନଥିବାରୁ ବାରମ୍ବାରତାଗୁଡ଼ିକରେ ତୁଳନା ସମ୍ଭବପର ହୁଏନାହିଁ । ତେଣୁ ସଂଭାଗ ବିସ୍ତାରଗୁଡ଼ିକ ଏକ ଓ ଅଭିନ୍ନ ହେବା ଉଚିତ ।

ବାରମ୍ବାରତା ବିତରଣ ପ୍ରସ୍ତୁତି ସମୟରେ ଉପରୋକ୍ତ ଦିଗପ୍ରତି ଯତ୍ନଶୀଳ ହେବା ଉଚିତ । ଏହାଦ୍ଵାରା ବାରମ୍ବାରତା ବିତରଣ ସାରଣୀ ଯଥାର୍ଥ ହୋଇଥାଏ ଏବଂ ବଣ୍ଟନ ପ୍ରକ୍ରିୟାରେ ଗାଣିତିକ ପ୍ରକ୍ରିୟାକରଣ ସହଜ ହୋଇଥାଏ ।

୨। ସଂଭାଗୀକରଣ କ’ଣ ? ଏହା କିପରି ପ୍ରସ୍ତୁତ କରାଯାଏ ?
Answer:
ତଥ୍ୟାବଳୀକୁ ଅଳ୍ପସ୍ଥାନରେ ଓ ସଂକ୍ଷିପ୍ତରେ ଦର୍ଶାଇବାପାଇଁ ଲବ୍‌ଧାଙ୍କଗୁଡ଼ିକୁ କେତେକ ସଂଭାଗ (class ବା group) ରେ ବିଭକ୍ତ କରାଯାଇଥାଏ । ଏହି ପ୍ରକ୍ରିୟାକୁ ସଂଭାଗୀକରଣ (classification) କୁହଯାଏ । ଉପରୋକ୍ତ ଉଦାହରଣରେ ଦିଆଯାଇଥିବା ଲବ୍‌ଧାଙ୍କଗୁଡ଼ିକୁ ତଳଲିଖତ ଦୁଇଟି ଉପାୟରେ ସଂଭାଗୀକରଣ କରାଯାଏ ।

(କ) 0 – 10 10 – 20 20 – 30 30 – 40 40 – 50 50 – 60 60 – 70
କିମ୍ୱ।(ଖ) 0 – 9 10 – 19 20 – 29 30 – 39 40 – 49 50 – 59 60 – 69

ସଂଭାଗୀକରଣ ପ୍ରକ୍ରିୟା ସମ୍ବନ୍ଧରେ ଜାଣିବା କଥା :
(1) ସଂଭାଗଗୁଡ଼ିକ ଦୁଇପ୍ରକାରର; ଯଥା – ନିରବଚ୍ଛିନ୍ନ ସଂଭାଗ (exclusive class) ଓ ବିଚ୍ଛିନ୍ନ ସଂଭାଗ (inclusive class) । ନିରବଚ୍ଛିନ୍ନ ସଂଭାଗରେ ଗୋଟିଏ ସଂଭାଗର ଊର୍ଦ୍ଧ୍ୱସୀମା ତାହାର ଠିକ୍ ପରବର୍ତ୍ତୀ ସଂଭାଗର ନିମ୍ନସୀମା ହୋଇଥାଏ । ‘ ଦର୍ଶାଯାଇଥିବା ସଂଭାଗୀକରଣ ନିରବଚ୍ଛିନ୍ନ ସଂଭାଗ ଅଟେ । ଏଥ‌ିରେ କୌଣସି ସଂଭାଗର ଊର୍ଦ୍ଧ୍ୱସୀମା ସେହି ସଂଭାଗରେ ଅନ୍ତର୍ଭୁକ୍ତ ନହୋଇ ପରବର୍ତ୍ତୀ ସଂଭାଗରେ ଅନ୍ତର୍ଭୁକ୍ତ ହୋଇଥାଏ, ଯଥା 10-20, 20-30 ଯଦି ସଂଭାଗଗୁଡ଼ିକ ହୁଏ, ତେବେ 20, (10-20) ସଂଭାଗରେ ଅନ୍ତର୍ଭୁକ୍ତ ନହୋଇ 20-30 ସଂଭାଗରେ ଅନ୍ତର୍ଭୁକ୍ତ ହୋଇଥାଏ ।

CHSE Odisha Class 11 Economics Solutions Chapter 17 ବାରମ୍ବାରତା ବିତରଣ

କିନ୍ତୁ ‘ଖ’ ପ୍ରକାରର ସଂଭାଗୀକରଣ ବିଚ୍ଛିନ୍ନ ସଂଭାଗ (inclusive class) ପ୍ରକାରର ଅଟେ । ଏଥ‌ିରେ ସଂଭାଗର ଉଭୟ ନିମ୍ନସୀମା ଓ ଊର୍ଦ୍ଧ୍ୱସୀମା ସେହି ସଂଭାଗରେ ଅନ୍ତର୍ଭୁକ୍ତ ହୋଇଥାନ୍ତି, ଯଥା – 0–19, 20-29 ଯଦି ସଂଭାଗଗୁଡ଼ିକ ହୁଏ, ତେବେ 20 ଓ 29 ଉଭୟ 20-29 ସଂଭାଗର ଅନ୍ତର୍ଭୁକ୍ତ ।

ବିଚ୍ଛିନ୍ନ ସଂଭାଗକୁ ନିରବଚ୍ଛିନ୍ନ ସଂଭାଗରେ ପରିଣତ କରାଯାଇପାରେ । ଏଠାରେ ବିଚ୍ଛିନ୍ନ ସଂଭାଗର ଯେକୌଣସି ସଂଭାଗର ଊର୍ଦ୍ଧ୍ୱସୀମା ଓ ତା’ର ଠିକ୍ ପରବର୍ତ୍ତୀ ସଂଭାଗର ନିମ୍ନସୀମାର ପାର୍ଥକ୍ୟକୁ 2 ରେ ଭାଗକରି, ଭାଗଫଳକୁ ପ୍ରଥମ ସଂଭାଗର ଊର୍ଦ୍ଧ୍ୱସୀମାରେ ଯୋଗକରାଯାଏ ଓ ତା’ର ଠିକ୍ ପରବର୍ତ୍ତୀ ସଂଭାଗର ନିମ୍ନସୀମାକୁ ବିୟୋଗ କରାଯାଏ ।

ବଚ୍ଛିନ୍ନ ସଂଭାଗ ନିରବଚ୍ଛିନ୍ନ ସଂଭାଗ
10 – 19
20 – 29
30 – 39
9.5 – 19.5
19.5 – 29.5
29.5 – 39.5

[ ଏଠାରେ \(\frac{20-19}{2}=0 \cdot 5\) ରୁ
(10-19) ସଂଭାଗର 19 ରେ ମିଶାଯାଇ
(20-29) ସଂଭାଗର 20 ରୁ ଫେଡ଼ାଯାଇଛି ।
ସେହିପରି ଅନ୍ୟାନ୍ୟ ବିଚ୍ଛିନ୍ନ ସଂଭାଗରେ ନିରବଚ୍ଛିନ୍ନ ସଂଭାଗକୁ ପରିଣତ କରାଯାଇଥାଏ ।]

(2) ତଥ୍ୟାବଳୀକୁ କେତେକ ସଂଭାଗରେ ପରିଣତ କଲାବେଳେ ପ୍ରତ୍ୟେକ ସଂଭାଗର ପ୍ରଥମ ସଂଖ୍ୟାକୁ ସେହି ସଂଭାଗର ନିମ୍ନସୀମା (lower limit) ଓ ଦ୍ବିତୀୟ ସଂଖ୍ୟାକୁ ସେହି ସଂଭାଗର ଊର୍ଦ୍ଧ୍ୱସୀମା (upper limit) କୁହାଯାଏ; ଯଥା – 10-20 ସଂଭାଗରେ 10 ନିମ୍ନସୀମା ଓ 20 ଊର୍ଦ୍ଧ୍ୱସୀମା ଅଟେ ।

(3) ସଂଭାଗୀକରଣ ସମୟରେ ପ୍ରଥମ ସଂଭାଗର ନିମ୍ନସୀମା ତଥ୍ୟାବଳୀର ସର୍ବନିମ୍ନ ଲବ୍‌ଧାଙ୍କଠାରୁ କମ୍ ବା ସମାନ ରହେ । ସେହିପରି ଶେଷ ସଂଭାଗର ଊର୍ଦ୍ଧ୍ୱସୀମା ସର୍ବାଧ‌ିକ ଲବ୍‌ଧାଙ୍କଠାରୁ ବଡ଼ ବା ସମାନ ରହେ ।

(4) ନିରବଚ୍ଛିନ୍ନ ସଂଭାଗର ସଂଭାଗ ବିସ୍ତାର (class interval) ତାହାର ଉର୍ଜସୀମା ଓ ନିମ୍ନସୀମାର ଅନ୍ତରଫଳକୁ ସୂଚାଇଥାଏ; ଯଥା h = l2 – l1 ଏଠାରେ h = ସଂଭାଗ ବିସ୍ତାର, ଘୃ = ସଂଭାଗର ଊର୍ଦ୍ଧ୍ୱସୀମା ଓ l1=ସଂଭାଗର ନିମ୍ନସୀମା । 10-20 ସଂଭାଗରେ h = 20-10=10 । କିନ୍ତୁ ବିଚ୍ଛିନ୍ନ ସଂଭାଗରେ h = (l2 – l1) + 1 ତେଣୁ (10-19) ସଂଭାଗରେ h = (19-10)+1 = 10 266।

(5) ସଂଭାଗର ସଂଖ୍ୟା କେତେ ହେବା ଉଚିତ ସେଥ‌ିପାଇଁ କୌଣସି ଧରାବନ୍ଧା ନିୟମ ନାହିଁ । ତଥାପି ଏହା 5 ରୁ 25 ମଧ୍ୟରେ ସୀମିତ ରହିବା ଉଚିତ ।

CHSE Odisha Class 11 Economics Solutions Chapter 17 ବାରମ୍ବାରତା ବିତରଣ 3

(6) ଗଣନା ଓ ହିସାବର ସୁବିଧା ଲାଗି ସଂଭାଗ ବିସ୍ତାରଗୁଡ଼ିକୁ 5 ବା 10ର ଗୁଣିତକ ଆକାରରେ ବ୍ୟକ୍ତ କରାଯାଏ ।

(7) ସଂଭାଗର \(\frac{l_1+l_2}{2}\)
କୁ ସେହି ସଂଭାଗର ମଧ୍ୟବିନ୍ଦୁ (mid-point) କୁହାଯାଏ;
ଯଥା – (10-20) ସଂଭାଗରେ ମଧ୍ୟବିନ୍ଦୁ \(\frac{10+20}{2}\) = 15
କିନ୍ତୁ (10-19) ସଂଭାଗରେ ମଧ୍ୟବିନ୍ଦୁ = \(\frac{10+19}{2}\) = 14.5

ଭାଗବିଭକ୍ତ ବାରମ୍ବାରତା ବିତରଣ ସାରଣୀ ପ୍ରସ୍ତୁତ (Preparation for grouped frequency distribution)

(1) ପ୍ରଥମ ସଂଭାଗଗୁଡ଼ିକୁ ଗୋଟିଏ ସ୍ତମ୍ଭରେ ଲେଖାଯାଏ ।
(2) ତାହାପରେ ତଥ୍ୟାବଳୀର ପ୍ରତ୍ୟେକ ଲବ୍‌ଧାଙ୍କ ଲାଗି ତାହା ଯେଉଁ ସଂଭାଗର ଅନ୍ତର୍ଭୁକ୍ତ ତାହା ଡାହାଣରେ ଏକ ମେଳକ ଚିହ୍ନ (tally mark) ଦିଆଯାଏ ।
(3) ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କ ଲାଗି ମେଳକ ଚିହ୍ନ ଦେଇସାରିବା ପରେ ସେଗୁଡ଼ିକୁ ଗଣି ପ୍ରତ୍ୟେକ ସଂଭାଗର ବାରମ୍ବାରତା ପ୍ରକାଶ କରାଯାଏ ।
ଉପରେ ଦର୍ଶାଯାଇଥ‌ିବା ତଥ୍ୟାବଳୀ ଓ ସଂଭାଗୀକରଣକୁ ନେଇ ଆମେ ଏଠାରେ ଭାଗ-ବିଭକ୍ତ ବାରମ୍ବାରତା ବିତରଣ ସାରଣୀ ପ୍ରସ୍ତୁତ କରିପାରିବା; ଯଥା –

ସଂଭାଗ(class) ମେଳକ ଚିହ୍ନ(tally mark) ବାରମ୍ୱ‍।ରତା(frequency)
0 – 10
10 – 20
20 – 30
30 – 40
40 – 50
50 – 60
60 – 70
|
||| |||
|||
||| |||
||
|
1
8
3
11
2
6
1
ମୋଟ 32

CHSE Odisha Class 12 Logic Unit 5 Objective Questions in Odia Medium

Odisha State Board CHSE Odisha Class 12 Logic Solutions Unit 5 ନ୍ୟାୟଙ୍କ ଜ୍ଞାନ ସିଦ୍ଧାନ୍ତ ଓ କର୍ମବାଦ Objective Questions.

CHSE Odisha Class 12 Logic Unit 5 Objective Questions in Odia Medium

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. କାହାକୁ ନ୍ୟାୟ ଦର୍ଶନର ପ୍ରତିଷ୍ଠାତା ବୋଲି କୁହାଯାଏ ?
(କ) କଣାଦ
(ଖ) ମହର୍ଷି ଗୌତମ
(ଗ) କପିଳ
(ଘ) ଜୈନ୍ୟ
Answer:
(ଖ) ମହର୍ଷି ଗୌତମ

2. ନ୍ୟାୟ ଦର୍ଶନରେ କେତୋଟି ପ୍ରମାଣ ସ୍ଵୀକୃତି ଲାଭ କରିଅଛି ?
(କ) ୪
(ଖ) ୫
(ଗ) ୬
(ଘ) ୭
Answer:
(କ) ୪

3. ନ୍ୟାୟ ଦର୍ଶନରେ କେତୋଟି ପଦାର୍ଥ ସ୍ୱୀକୃତି ଲାଭ କରିଅଛି ?
(କ) ୧୪
(ଖ) ୧୫
(ଗ) ୧୬
(ଘ) ୧୭
Answer:
(ଗ) ୧୬

CHSE Odisha Class 12 Logic Unit 5 Objective Questions in Odia Medium

4. ନ୍ୟାୟ ମତରେ ଜ୍ଞାନ କାହାକୁ ବୁଝାଏ ?
(କ) ପ୍ରମା ଓ ଅପ୍ରମା
(ଖ) ବୈଧ ଓ ଅବୈଧ
(ଗ) ସ୍ମୃତି ଓ ସଂଶୟ
(ଘ) ତର୍କ ଓ ବୁଦ୍ଧି
Answer:
(କ) ପ୍ରମା ଓ ଅପ୍ରମା

5. ପ୍ରତ୍ୟକ୍ଷକୁ କେଉଁ କେଉଁ ଭାଗରେ ଶ୍ରେଣୀଭୁକ୍ତ କରାଯାଇଛି ?
(କ) ପ୍ରମା ଓ ଅପ୍ରମା
(ଖ) ନିର୍ବିକଳ୍ପକ ଓ ସବିକଳ୍ପକ
(ଗ) ବୈଧ ଓ ଅବୈଧ
(ଘ) ଉପରୋକ୍ତ ମଧ୍ୟରୁ କେଉଁଟି ବି ଠିକ୍ ନୁହେଁ
Answer:
(ଖ) ନିର୍ବିକଳ୍ପକ ଓ ସବିକଳ୍ପକ

6. ନବ୍ୟ ନ୍ୟାୟରେ ପ୍ରତ୍ୟକ୍ଷକୁ କେଉଁ କେଉଁ ଭାଗରେ ବିଭକ୍ତ କରାଯାଇଛି ?
(କ) ପ୍ରମା ଓ ଅପ୍ରମା
(ଖ) ନିର୍ବିକଳ୍ପକ ଓ ସବିକଳ୍ପକ
(ଗ) ଲୌକିକ ଓ ଅଲୌକିକ
(ଘ) ବୈଧ ଓ ଅବୈଧ
Answer:
(ଗ) ଲୌକିକ ଓ ଅଲୌକିକ

7. କାହାକୁ ପ୍ରତ୍ୟକ୍ଷର ପ୍ରାରମ୍ଭିକ ଅବସ୍ଥା କହନ୍ତି ?
(କ) ସବିକଳ୍ପକ
(ଖ) ନିର୍ବିକଳ୍ପକ
(ଗ) ଲୌକିକ
(ଘ) ଅଲୌକିକ
Answer:
(ଖ) ନିର୍ବିକଳ୍ପକ

8. କିଏ ନିର୍ବିକଳ୍ପକ ପ୍ରତ୍ୟକ୍ଷରେ କୌଣସି ବସ୍ତୁର ସାମାନ୍ୟ, ଦ୍ରବ୍ୟତ୍ବ, ଗୁଣ ଓ କର୍ମ ଗୃହୀତ ହେଉଥିଲେ ମଧ୍ୟ ସେ ସମୟରେ ଏହା ନାମ ସଂଯୁକ୍ତ ହୋଇନଥାଏ ବୋଲି ମତପୋଷଣ କରିଛନ୍ତି ?
(କ) ଗୌତମ
(ଖ) କଣାଦ
(ଗ) ଜୟନ୍ତ ଭଟ୍ଟ
(ଘ) କପିଳ
Answer:
(ଗ) ଜୟନ୍ତ ଭଟ୍ଟ

9. କେଉଁ ଦର୍ଶନରେ ନିର୍ବିକଳ୍ପକ ଜ୍ଞାନର ସତ୍ତା ସ୍ୱୀକୃତ ହୁଏ ନାହିଁ ?
(କ) ନ୍ୟାୟ ଦର୍ଶନ
(ଖ) ବୈଶେଷିକ ଦର୍ଶନ
(ଗ) ବୈୟାକରଣ ଦର୍ଶନ
(ଘ) ବୌଦ୍ଧ ଦର୍ଶନ
Answer:
(ଗ) ବୈୟାକରଣ ଦର୍ଶନ

CHSE Odisha Class 12 Logic Unit 5 Objective Questions in Odia Medium

10. ବସ୍ତୁ ଯେତେବେଳେ ନାମ, ଜାତି ଓ ବିଶେଷଣ ଯୁକ୍ତ ହୋଇ ପ୍ରତ୍ୟକ୍ଷ କରାଯାଏ, ତାକୁ କ’ଣ କହନ୍ତି ?
(କ) ସବିକଳ୍ପକ ପ୍ରତ୍ୟକ୍ଷ
(ଖ) ନିର୍ବିକଳ୍ପକ
(ଗ) ଲୌକିକ
(ଘ) ଅଲୌକିକ
Answer:
(କ) ସବିକଳ୍ପକ ପ୍ରତ୍ୟକ୍ଷ

11. କେଉଁ ପ୍ରତ୍ୟକ୍ଷରେ ଇନ୍ଦ୍ରିୟ ଏବଂ ଅର୍ଥର ଲୌକିକ ସନ୍ନିକର୍ଷ ହୋଇଥାଏ ?
(କ) ସବିକଳ୍ପକ
(ଖ) ନିର୍ବିକଳ୍ପକ
(ଗ) ଲୌକିକ
(ଘ) ଅଲୌକିକ
Answer:
(କ) ସବିକଳ୍ପକ

12. ଅଲୌକିକ ସନ୍ନିକର୍ଷରୁ ଉତ୍ପନ୍ନ ପ୍ରତ୍ୟକ୍ଷକୁ କେଉଁ ପ୍ରତ୍ୟକ୍ଷ କହନ୍ତି ?
(କ) ଲୌକିକ
(ଖ) ଅଲୌକିକ
(ଗ) ସବିକଳ୍ପକ
(ଘ) ନିର୍ବିକଳ୍ପକ
Answer:
(ଖ) ଅଲୌକିକ

13. ଅଲୌକିକ ପ୍ରତ୍ୟକ୍ଷକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
(କ) ୨
(ଖ) ୩
(ଗ) ୪
(ଘ) ୫
Answer:
(ଖ) ୩

14. କୌଣସି ବ୍ୟକ୍ତିରେ କୌଣସି ଜାତିର ସାମାନ୍ୟ ଧର୍ମର ପ୍ରତ୍ୟକ୍ଷର ଭିତ୍ତିରେ ସମସ୍ତ ଜାତିର ପ୍ରତ୍ୟକ୍ଷକୁ କ’ଣ କୁହାଯାଏ ?
(କ) ଜ୍ଞାନଲକ୍ଷଣ ପ୍ରତ୍ୟକ୍ଷ
(ଖ) ଯୋଗଜ
(ଗ) ସାମାନ୍ୟ ଲକ୍ଷଣ
(ଘ) କୌଣସିଟି ନୁହେଁ
Answer:
(ଗ) ସାମାନ୍ୟ ଲକ୍ଷଣ

15. କୌଣସି ଗୋଟିଏ ଇନ୍ଦ୍ରିୟଦ୍ବାରା ତା’ର ନିଜର ବିଷୟ ବ୍ୟତିରେକେ ଯଦି ଅନ୍ୟ ଇନ୍ଦ୍ରିୟର ବିଷୟ ପ୍ରତ୍ୟକ୍ଷ କରାଯାଏ, ତାକୁ କ’ଣ କୁହାଯାଏ ?
(କ) ଜ୍ଞାନ ଲକ୍ଷଣ ପ୍ରତ୍ୟକ୍ଷ
(ଖ) ସାମାନ୍ୟ ଲକ୍ଷଣ ପ୍ରତ୍ୟକ୍ଷ
(ଗ) ଯୋଗଜ ପ୍ରତ୍ୟକ୍ଷ
(ଘ) ସବିକଳ୍ପକ ପ୍ରତ୍ୟକ୍ଷ
Answer:
(କ) ଜ୍ଞାନ ଲକ୍ଷଣ ପ୍ରତ୍ୟକ୍ଷ

16. ଯୋଗ-ସାଧନାଲବ୍‌ଧ ଅଲୌକିକ ଶକ୍ତିଦ୍ଵାରା ଯୋଗୀମାନେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍‌, ଦୂରବର୍ତ୍ତୀ ଓ ନିକଟବର୍ତ୍ତୀ ବସ୍ତୁକୁ ସମାନ ଭାବରେ ଯେଉଁ ପ୍ରତ୍ୟକ୍ଷ କରିପାରନ୍ତି, ତାକୁ କ’ଣ କୁହାଯାଏ ?
(କ) ଜ୍ଞାନ ଲକ୍ଷଣ ପ୍ରତ୍ୟକ୍ଷ
(ଖ) ସାମାନ୍ୟ ଲକ୍ଷଣ ପ୍ରତ୍ୟକ୍ଷ
(ଗ) ଯୋଗଜ ପ୍ରତ୍ୟକ୍ଷ
(ଘ) ନିର୍ବିକଳ୍ପକ ପ୍ରତ୍ୟକ୍ଷ
Answer:
(ଗ) ଯୋଗଜ ପ୍ରତ୍ୟକ୍ଷ

17. କୌଣସି ଏକ ଜ୍ଞାତ ବିଷୟକୁ ଆଶ୍ରୟ କରି ଅନ୍ୟ ଏକ ଅଜ୍ଞାତ ବିଷୟରେ ଉପନୀତ ହେବାକୁ କ’ଣ କୁହାଯାଏ ?
(କ) ଯୁକ୍ତି
(ଖ) ତର୍କ
(ଗ) ଅନୁମାନ
(ଘ) କୌଣସିଟି ନୁହେଁ
Answer:
(ଗ) ଅନୁମାନ

CHSE Odisha Class 12 Logic Unit 5 Objective Questions in Odia Medium

18. ବ୍ୟାପ୍ୟ ଓ ବ୍ୟାପକ ମଧ୍ୟରେ ଥ‌ିବା ନିୟତ ନିରୁପାଧ୍ଵ ସମ୍ବନ୍ଧକୁ କ’ଣ କୁହାଯାଏ ?
(କ) ଅନୁମାନ
(ଖ) ଯୁକ୍ତି
(ଗ) ବ୍ୟାପ୍ତି
(ଘ) ବ୍ୟାପକ
Answer:
(ଗ) ବ୍ୟାପ୍ତି

19. ଯାହା ବ୍ୟାପେ ତାହାକୁ କ’ଣ କହନ୍ତି ?
(କ) ବ୍ଯାପ୍ଯ
(ଖ) ବ୍ୟାପକ
(ଗ) ଅନୁମାନ
(ଘ) କୌଣସିଟି ନୁହେଁ
Answer:
(ଖ ) ବ୍ୟାପକ

20. ବ୍ୟାପକ ଯହିଁରେ ବ୍ୟାପେ ତାହାକୁ କ’ଣ କୁହାଯାଏ ?
(କ) ବ୍ୟାପ୍ୟ
(ଖ) ବ୍ୟାପକ
(ଗ) ବ୍ୟପ୍ତି
(ଘ) ସମସ୍ତ ଉତ୍ତର ଠିକ୍
Answer:
(କ ) ବ୍ୟାପ୍ୟ

21. ପକ୍ଷଠାରେ ହେତୁର ଲକ୍ଷଣ ଦେଖିବାକୁ କ’ଣ ବୋଲି କୁହାଯାଏ ?
(କ) ପକ୍ଷ
(ଖ) ସାଧ୍ୟ
(ଗ) ପକ୍ଷଧର୍ମତା
(ଘ) ଲିଙ୍ଗ ପରାମର୍ଶ
Answer:
(ଗ) ପକ୍ଷଧର୍ମତା

22. ପକ୍ଷଠାରେ ହେତୁକୁ ପ୍ରତ୍ୟକ୍ଷ କରି ସାଧର ସ୍ଥିତି ବିଷୟରେ ଅନୁମାନ କରିବାକୁ କ’ଣ କୁହାଯାଏ ?
(କ) ପକ୍ଷଧର୍ମତା
(ଖ) ଲିଙ୍ଗ ପରାମର୍ଶ
(ଗ) ବ୍ୟାପ୍ତି
(ଘ) ବ୍ୟାପକ
Answer:
(ଖ) ଲିଙ୍ଗ ପରାମର୍ଶ

23. ନିଜର ଜ୍ଞାନ ପ୍ରସାରଣ ନିମିତ୍ତ ଉଦ୍ଦିଷ୍ଟ ଅନୁମାନକୁ କ’ଣ କୁହାଯାଏ ?
(କ) ପକ୍ଷଧର୍ମତା
(ଖ) ଲିଙ୍ଗ ପରାମର୍ଶ
(ଗ) ସ୍ଵାର୍ଥାନୁମାନ
(ଘ) ବ୍ଯାପକ
Answer:
(ଗ ) ସ୍ଵାର୍ଥାନୁମାନ

24. ନିଜର ଲବ୍‌ଧଜ୍ଞାନକୁ ଯୁକ୍ତି ଆକାରରେ ଅନ୍ୟ ସମକ୍ଷରେ ଉପସ୍ଥାପନ ନିମିତ୍ତ ଉଦ୍ଦିଷ୍ଟ ଅନୁମାନକୁ କ’ଣ କୁହାଯାଏ ?
(କ) ସ୍ଵାର୍ଥାନୁମାନ
(ଖ) ପରାର୍ଥାନୁମାନ
(ଗ) ପକ୍ଷଧର୍ମତା
(ଘ) କୌଣସିଟି ନୁହେଁ
Answer:
(ଖ) ପରାର୍ଥାନୁମାନ

25. (୧) ପର୍ବତ ଧୂମବାନ୍ ।
(୨) ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍ ।
(୩) ପର୍ବତ ବହ୍ନିମାନ୍ ।
ଏଠାରେ କେଉଁ ଉକ୍ତିଟି ସାଧାବୟବ ?
(କ) ୧
(ଖ) ୨
(ଗ) ୩
(ଘ) ସବୁଗୁଡ଼ିକ ଠିକ୍
Answer:
(କ) ୧

26. ପ୍ରଶ୍ନ ୨୫ରେ କେଉଁଟି ପକ୍ଷାବୟବ ?
(କ) ୧
(ଖ) ୨
(ଗ) ୩
(ଘ) କୌଣସିଟି ନୁହେଁ
Answer:
(ଖ) ୨

CHSE Odisha Class 12 Logic Unit 5 Objective Questions in Odia Medium

27. ପ୍ରଶ୍ନ ୨୫ରେ କେଉଁଟି ସିଦ୍ଧାନ୍ତ ?
(କ) ୧
(ଖ) ୨
(ଗ) ୩
(ଘ) ସବୁଗୁଡ଼ିକ ଠିକ୍
Answer:
(ଗ) ୩

28. ପଞ୍ଚାବୟବୀ ନ୍ୟାୟ କେତୋଟି ଅବୟବଦ୍ବାରା ଗଠିତ ହୋଇଥାଏ ?
(କ) ୩ଟି
(ଖ) ୪ଟି
(ଗ ) ୫ଟି
(ଘ) ୬ଟି
Answer:
(ଗ) ୫ଟି

29. କାହାକୁ ପଞ୍ଚାବୟବୀ ନ୍ୟାୟର ସର୍ବପ୍ରଥମ ତର୍କବାକ୍ୟ ବୋଲି କୁହାଯାଏ ?
(କ) କାରଣ
(ଖ) ପ୍ରତିଜ୍ଞା
(ଗ) ହେତୁ
(ଘ) ନିଗମନ
Answer:
(ଖ) ପ୍ରତିଜ୍ଞା

30. କାହାକୁ ପଞ୍ଚାବୟବୀ ନ୍ୟାୟର ଶେଷ ତର୍କବାକ୍ୟରୂପେ ବିବେଚନା କରାଯାଏ ?
(କ) ପ୍ରତିଜ୍ଞା
(ଖ) କାରଣ
(ଗ) ହେତୁ
(ଘ) ସିଦ୍ଧାନ୍ତ ବା ନିଗମନ
Answer:
(ଘ) ସିଦ୍ଧାନ୍ତ ବା ନିଗମନ

31. ପଞ୍ଚାବୟବୀ ନ୍ୟାୟର ସିଦ୍ଧାନ୍ତ ସର୍ବଦା କ’ଣ ହୋଇଥାଏ ?
(କ) ସମ୍ଭାବନାମୂଳକ
(ଖ) ନିଶ୍ଚିତମୂଳକ
(ଗ) ଅଳ୍ପ ସମ୍ଭାବନାମୂଳକ
(ଘ) କୌଣସିଟି ନୁହେଁ
Answer:
(କ) ସମ୍ଭାବନାମୂଳକ

32. ବ୍ୟାପ୍ତିର ପ୍ରକୃତି ଅନୁସାରେ ନ୍ୟାୟାନୁମାନକୁ କେଉଁ କେଉଁ ଭାଗରେ ବିଭକ୍ତ କରାଯାଇଛି ?
(କ) ପୂର୍ବବତ୍
(ଖ) ଶେଷବତ୍
(ଗ) ସାମାନ୍ଯତୋ ଦୃଷ୍ଟ
(ଘ) ତିନୋଟିଯାକ ଠିକ୍
Answer:
(ଘ) ତିନୋଟିଯାକ ଠିକ୍

33. କେଉଁ ଅନୁମାନ କାରଣକୁ ପ୍ରତ୍ୟକ୍ଷ କରି କାର୍ଯ୍ୟର ଭବିଷ୍ୟତ୍ ସଂଘଟନ ଅନୁମାନ କରିଥାଏ ?
(କ) ପୂର୍ବବତ୍ ଅନୁମାନ
(ଖ) ଶେଷବତ୍ ଅନୁମାନ
(ଗ) ସାମାନ୍ୟତୋ ଦୃଷ୍ଟ
(ଘ) କୌଣସିଟି ନୁହେଁ
Answer:
(କ) ପୂର୍ବବତ୍ ଅନୁମାନ

34. କେଉଁ ଅନୁମାନ କାର୍ଯ୍ୟକୁ ପ୍ରତ୍ୟକ୍ଷ କରି କାରଣର ଅତୀତ ସଂଘଟନ ଅନୁମାନ କରିଥାଏ ?
(କ) ପୂର୍ବବତ୍ ଅନୁମାନ
(ଖ) ଶେଷବତ୍ ଅନୁମାନ
(ଗ) ସାମାନ୍ୟତୋ ଦୃଷ୍ଟ
(ଘ) କୌଣସଟି ନୁହେଁ
Answer:
(ଖ) ଶେଷବତ୍ ଅନୁମାନ

CHSE Odisha Class 12 Logic Unit 5 Objective Questions in Odia Medium

35. ବ୍ୟାପ୍ତି ଦୁଇଟି ଘଟଣାର ବ୍ୟତିକ୍ରମହୀନ ସାହଚର୍ଯ୍ୟ ବା ସହାବସ୍ଥିତି ସମ୍ବନ୍ଧ ଉପରେ ପ୍ରତିଷ୍ଠିତ । ମାତ୍ର ଯଦି ଗୋଟିକର ଉପସ୍ଥିତିକୁ ପ୍ରତ୍ୟକ୍ଷ କରି ଅନ୍ୟଟିର ଉପସ୍ଥିତି ଅନୁମାନ କରାଯାଏ, ତାହାକୁ କେଉଁ ଅନୁମାନ କୁହାଯାଏ ?
(କ) ପୂର୍ବବତ୍ ଅନୁମାନ
(ଖ) ଶେଷବତ୍ ଅନୁମାନ
(ଗ) ସାମାନ୍ୟତୋ ଦୃଷ୍ଟ
(ଘ) କୌଣସିଟି ନୁହେଁ
Answer:
(ଗ) ସାମାନ୍ୟତୋ ଦୃଷ୍ଟ

36. ବ୍ୟାପ୍ତି ନିର୍ଦ୍ଧାରଣ ପଦ୍ଧତି ଦୃଷ୍ଟିରୁ ନ୍ୟାୟାନୁମାନକୁ କେଉଁ କେଉଁ ଭାଗରେ ବିଭକ୍ତ କରାଯାଏ ?
(କ) କେବଳାନ୍ବୟୀ
(ଖ) କେବଳ ବ୍ୟତିରେକୀ
(ଗ) ଅନ୍ବୟ ବ୍ୟତିରେକୀ
(ଘ) ସବୁଗୁଡ଼ିକ ଠିକ୍
Answer:
(ଘ) ସବୁଗୁଡ଼ିକ ଠିକ୍

37. ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍ !
ପର୍ବତ ଧୂମବାନ୍ ।
.:. ପର୍ବତ ବହ୍ନିମାନ୍ ।
ଏହା କେଉଁ ନ୍ୟାୟାନୁମାନର ଉଦାହରଣ ଅଟେ ?
(କ) କେବଳାନ୍ବୟୀ
(ଖ) କେବଳ ବ୍ୟତିରେକୀ
(ଗ) ଅନ୍ବୟ ବ୍ୟତିରେକୀ
(ଘ) କୌଣସିଟି ଠିକ୍ ନୁହେଁ
Answer:
(କ) କେବଳାନ୍ବୟୀ

38. କୌଣସି ବହ୍ନିହୀନ ବସ୍ତୁ ଧୂମବାନ୍ ନୁହେଁ ।
ପର୍ବତ ଧୂମବାନ୍ ।
.. ପର୍ବତ ବହ୍ନିମାନ୍ ।
ଏହା କେଉଁ ନ୍ୟାୟାନୁମାନର ଉଦାହରଣ ଅଟେ ?
(କ) କେବଳାନ୍ବୟୀ
(ଖ) କେବଳ ବ୍ୟତିରେକୀ
(ଗ) ଅନ୍ବୟ ବ୍ୟତିରେକୀ
(ଘ) ସବୁଗୁଡ଼ିକ ଠିକ୍
Answer:
(ଖ) କେବଳ ବ୍ୟତିରେକୀ

39. ଯେଉଁ ନ୍ୟାୟାନୁମାନରେ ଉଭୟ ସଦର୍ଥକ ଓ ନଞର୍ଥକ ଦୃଷ୍ଟାନ୍ତ ରହିଥାଏ ତାହାକୁ ବ୍ୟାପ୍ତି ନିର୍ଦ୍ଧାରଣ ଦୃଷ୍ଟିରୁ କ’ଣ କୁହାଯାଏ ?
(କ) କେବଳାନ୍ବୟୀ
(ଖ) କେବଳ ବ୍ୟତିରେକୀ
(ଗ) ଅନ୍ବୟ ବ୍ୟତିରେକୀ
(ଘ) କୌଣସିଟି ନୁହେଁ
Answer:
(ଖ) କେବଳ ବ୍ୟତିରେକୀ

40. କେଉଁ ମତରେ କାରଣ ଓ କାର୍ଯ୍ୟ ମଧ୍ୟରେ ବ୍ୟାପ୍ତି ସମ୍ବନ୍ଧ ପରିଲକ୍ଷିତ ହୋଇଥାଏ ?
(କ) ବୌଦ୍ଧ ଦର୍ଶନ ମତ
(ଖ) ନ୍ୟାୟଦର୍ଶନ ମତ
(ଗ) ବେଦାନ୍ତ ଦର୍ଶନ ମତ
(ଘ) ଚାର୍ବାକ୍ ଦର୍ଶନ ମତ
Answer:
(କ) ବୌଦ୍ଧ ଦର୍ଶନ ମତ

41. କେଉଁ ଦର୍ଶନ ମତରେ ବ୍ୟାପ୍ତି ସମ୍ବନ୍ଧ କେବଳ କାରଣ ଓ କାର୍ଯ୍ୟ ମଧ୍ୟରେ ନିହିତ ନ ଥାଏ, ଏହା ଅନ୍ୟ କ୍ଷେତ୍ରରେମଧ୍ୟ ସମ୍ଭବ ହୋଇଥାଏ ?
(କ) ବୌଦ୍ଧ ଦର୍ଶନ ମତ
(ଖ) ବେଦାନ୍ତ ଦର୍ଶନ ମତ
(ଗ) ଜୈନ ଦର୍ଶନ ମତ
(ଘ) ନ୍ୟାୟ ଦର୍ଶନ ମତ
Answer:
(ଘ) ନ୍ୟାୟ ଦର୍ଶନ ମତ

CHSE Odisha Class 12 Logic Unit 5 Objective Questions in Odia Medium

42. କେଉଁ ଦର୍ଶନ ମତରେ ବ୍ୟାପ୍ତି ହେଉଛି ଗୋଟିଏ ଅବ୍ୟଭିଚାରୀ, ଅନୌପାଧ୍ଵ ଏବଂ ସହଚାରୀ ସମ୍ବନ୍ଧ ମାତ୍ର ଅଟେ ?
(କ) ବୌଦ୍ଧ ଦର୍ଶନ ମତ
(ଖ) ବେଦାନ୍ତ ଦର୍ଶନ ମତ
(ଗ) ଜୈନ ଦର୍ଶନ ମତ
(ଘ) ନ୍ୟାୟ ଦର୍ଶନ ମତ
Answer:
(ଖ) ବେଦାନ୍ତ ଦର୍ଶନ ମତ

43. ବ୍ୟାପ୍ତିର ବ୍ୟାପ୍ୟ ଓ ବ୍ୟାପକ ସମ ବିସ୍ତୃତିଯୁକ୍ତ ହୋଇନଥିଲେ ତାହାକୁ କେଉଁ ବ୍ୟାପ୍ତି କୁହାଯାଏ ?
(କ) ସମବ୍ୟାପ୍ତି
(ଖ) ବିଷମ ବ୍ୟାପ୍ତି
(ଗ) ଅନ୍ବୟ
(ଘ) ବ୍ୟତିରେକ
Answer:
(ଖ) ବିଷମ ବ୍ୟାପ୍ତି

44. ବ୍ୟାପ୍ତିର ବ୍ୟାପ୍ୟ ଓ ବ୍ୟାପକ ସମ ବିସ୍ତୃତିଯୁକ୍ତ ହୋଇଥିଲେ ତାହାକୁ କେଉଁ ବ୍ୟାପ୍ତି କୁହାଯାଏ ?
(କ) ସମବ୍ୟାପ୍ତି
(ଖ) ବିଷମ ବ୍ୟାପ୍ତି
(ଗ) ଅନ୍ବୟ
(ଘ) ବ୍ୟତିରେକ
Answer:
(କ) ସମବ୍ୟାପ୍ତି

45. କିଏ ଶ୍ରୀମଦ୍ ଭଗବତ୍ ଗୀତାକୁ ସମଗ୍ର ମାନବ ଜାତିର ପ୍ରକୃତ ଶାସ୍ତ୍ର ବୋଲି ମନେ କରନ୍ତି ?
(କ) ରାଧାକୃଷ୍ଣ
(ଖ) ଶ୍ରୀଅରବିନ୍ଦ
(ଗ) ରବୀନ୍ଦ୍ରନାଥ ଠାକୁର
(ଘ) ଶ୍ରୀଚୈତନ୍ୟ
Answer:
(ଖ) ଶ୍ରୀଅରବିନ୍ଦ

46. କେଉଁ ଗ୍ରନ୍ଥକୁ ଏକାଧାରରେ ଏକ ଜୀବନ ଶାସ୍ତ୍ର, ଧର୍ମଶାସ୍ତ୍ର ତଥା ନୀତିଶାସ୍ତ୍ର ବୋଲି କୁହାଯାଏ ?
(କ) ରାମାୟଣ
(ଖ) ମହାଭାରତ
(ଗ) ଶ୍ରୀମଦ୍ ଭଗବତ୍ ଗୀତା
(ଘ) କୌଣସିଟି ନୁହେଁ
Answer:
(ଗ) ଶ୍ରୀମଦ୍ ଭଗବତ୍ ଗୀତା

47. ଶ୍ରୀମଦ୍ ଭଗବତ୍ ଗୀତାରେ କେତୋଟି ଅଧ୍ୟାୟ ରହିଅଛି ?
(କ) ୧୬
(ଖ) ୧୭
(ଗ) ୧୮
(ଘ) ୧୯
Answer:
(ଗ) ୧୮

48. ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମ ସମ୍ପାଦନ ସମ୍ପର୍କରେ ଯେଉଁ ଉପଦେଶ ଦେଇଛନ୍ତି, ତାହାକୁ କ’ଣ କୁହାଯାଏ ?
(କ) କର୍ମ ଯୋଗ
(ଖ) ସାଂଖ୍ୟ ଯୋଗ
(ଗ) ଜ୍ଞାନ ଯୋଗ
(ଘ) ସମସ୍ତ ଉତ୍ତର ଠିକ୍ ଅଟେ
Answer:
(କ) କର୍ମ ଯୋଗ

49. କୌଣସି ଫଳରେ ଆଶା ନ ରଖୁ ସମ୍ପୂର୍ଣ ନିରାସକ୍ତ ଭାବରେ କାର୍ଯ୍ୟ କରିବାକୁ କ’ଣ କହନ୍ତି ?
(କ) ଜ୍ଞାନ ଯୋଗ
(ଖ) ଭକ୍ତି ଯୋଗ
(ଗ) କର୍ମ ଯୋଗ
(ଘ) ସାଂଖ୍ୟ ଯୋଗ
Answer:
(ଗ) କର୍ମ ଯୋଗ

50. ଯେଉଁ କର୍ମ କେବଳ ଫଳପ୍ରାପ୍ତିର ଆକାଂକ୍ଷା ରଖ୍ କରାଯାଏ, ତାହାକୁ କେଉଁ କର୍ମ କୁହାଯାଏ ?
(କ) ସକାମ
(ଖ) ବିକାମ
(ଗ) ନିଷ୍କାମ
(ଘ) କୌଣସି ଉତ୍ତର ଠିକ୍‌ ନୁହେଁ
Answer:
(କ) ସକାମ

51. କେଉଁ କର୍ମରେ କୌଣସି ଫଳ ଭୋଗର ଇଚ୍ଛା ଜଡ଼ିତ ନ ଥାଏ ?
(କ) ସକାମ
(ଖ) ବିକାମ
(ଗ) ନିଷ୍କାମ
(ଘ) କୌଣସି ଉତ୍ତର ଠିକ୍‌ ନୁହେଁ
Answer:
(ଗ) ନିଷ୍କାମ

CHSE Odisha Class 12 Logic Unit 5 Objective Questions in Odia Medium

52. ଗୀତାରେ ଶ୍ରୀକୃଷ୍ଣ କାହାକୁ କର୍ମର ପଥ ନିର୍ଦ୍ଦେଶ କରିଛନ୍ତି ?
(କ) ଭୀମ
(ଖ) ଅର୍ଜୁନ
(ଗ) ନକୁଳ
(ଘ) ସହଦେବ
Answer:
(ଖ) ଅର୍ଜୁନ

53. କିଏ ଅହିଂସାର ପୂଜାରୀ ଥିଲେ ?
(କ) ସୁଭାଷଚନ୍ଦ୍ର ବୋଷ
(ଖ) ଲାଲ୍ ବାହାଦୁର ଶାସ୍ତ୍ରୀ
(ଗ) ଜବାହରଲାଲ୍ ନେହୁର
(ଘ) ମହାତ୍ମା ଗାନ୍ଧୀ
Answer:
(ଘ) ମହାତ୍ମା ଗାନ୍ଧୀ

54. କାହାକୁ ସତ୍ୟର ଆଧାର ବୋଲି କୁହାଯାଏ ?
(କ) ସତ୍ୟ
(ଖ) ମିଥ୍ୟା
(ଗ) ହିଂସା
(ଘ) ଅହିଂସା
Answer:
(ଘ) ଅହିଂସା

55. କାହାକୁ ଅହିଂସାର ସବୁଠାରୁ ପ୍ରଭାବଶାଳୀ ପ୍ରବର୍ତ୍ତକ ବୋଲି କୁହାଯାଏ ?
(କ) ବୌଦ୍ଧଧର୍ମ
(ଖ) ଜୈନଧର୍ମ
(ଗ) ହିନ୍ଦୁଧର୍ମ
(ଘ) ସମସ୍ତ ଉତ୍ତର ଠିକ୍ ଅଟେ
Answer:
(ଖ) ଜୈନଧର୍ମ

B. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

1. ନ୍ୟାୟ ଶବ୍ଦର ଅର୍ଥ କ’ଣ ବୋଲି କୁହାଯାଏ ?
Answer:
“ନିୟମେନ ଇୟତେ’’

2. ନ୍ୟାୟ ଦର୍ଶନର ଆଦି ପ୍ରବର୍ତ୍ତକଙ୍କ ନାମ କ’ଣ ଅଟେ ?
Answer:
ମହର୍ଷି ଗୌତମ

3. ଗୌତମଙ୍କର ଅନ୍ୟ ନାମ କ’ଣ ଅଟେ ?
Answer:
ଅକ୍ଷପାଦ

4. ନ୍ୟାୟ ବା ତର୍କଶାସ୍ତ୍ରର ଅନ୍ୟ ନାମକୁ କ’ଣ କୁହାଯାଏ ?
Answer:
ପ୍ରମାଣ ଶାସ୍ତ୍ର

5. ନ୍ୟାୟଶାସ୍ତ୍ରର ଅନ୍ୟ ନାମକୁ କ’ଣ କୁହାଯାଏ ?
Answer:
ଅକ୍ଷପାଦ ଦର୍ଶନ

6. କେଉଁ ଦାର୍ଶନିକ ନ୍ୟାୟ ଦର୍ଶନର ଏକ ବିରାଟ ପରିବର୍ତ୍ତନ ଆଣିବାକୁ ସକ୍ଷମ ହୋଇଛନ୍ତି ?
Answer:
ଗଙ୍ଗେଶ

7. ତତ୍ତ୍ବ ଚିନ୍ତାମଣିକୁ କେତୋଟି ଭାଗରେ ବିଭକ୍ତ କରାଯାଇଛି ?
Answer:
ଚାରି ଖଣ୍ଡ

8. ନ୍ୟାୟ ଦର୍ଶନରେ କେତୋଟି ପଦାର୍ଥ ସ୍ୱୀକୃତି ଲାଭ କରିଛି ?
Answer:
ଷୋହଳଟି

9. ନ୍ୟାୟ ମତରେ ପ୍ରମାଣ କେତେ ପ୍ରକାରର ଅଟେ ?
Answer:
ଚାରି ପ୍ରକାର

10. ଯେଉଁ ବସ୍ତୁ ଯେଭଳି ତାକୁ ସେହିଭଳି ଜାଣିବା ବା ଅନୁଭବ କରିବାକୁ କ’ଣ କୁହାଯାଏ ?
Answer:
ପ୍ରମା

11. ଜ୍ଞାନ ଯେତେବେଳେ ନିଜ ବିଷୟର ଅନୁରୂପ ହୋଇଥାଏ ସେତେବେଳେ ତାକୁ କ’ଣ କୁହାଯାଏ ?
Answer:
ପ୍ରମା

12. ବିଷୟର ଅନୁରୂପ ନ ହେଲେ ତାକୁ କ’ଣ କୁହାଯାଏ ?
Answer:
ଅପ୍ରମା

CHSE Odisha Class 12 Logic Unit 5 Objective Questions in Odia Medium

13. ନୈୟାୟିକ ମତରେ ଜ୍ଞାନ କେତେ ପ୍ରକାରର ଅଟେ ?
Answer:
ଚାରି

14. ଚକ୍ଷୁ ଆଦି ଇନ୍ଦ୍ରିୟଦ୍ବାରା ଯେଉଁ ଜ୍ଞାନ ଉତ୍ପନ୍ନ ହୁଏ ତାକୁ କ’ଣ କୁହାଯାଏ ?
Answer:
ପ୍ରତ୍ୟକ୍ଷ ଜ୍ଞାନ

15. ପ୍ରତ୍ୟକ୍ଷ ଜ୍ଞାନକୁ କେଉଁ କେଉଁ ଭାଗରେ ବିଭକ୍ତ କରାଯାଇଛି ?
Answer:
ନିର୍ବିକଳ୍ପକ ଓ ସବିକଳ୍ପକ

16. ନବନ୍ୟାୟରେ ପ୍ରତ୍ୟକ୍ଷକୁ କେଉଁ କେଉଁ ଭାଗରେ ବିଭକ୍ତ କରାଯାଇଛି ?
Answer:
ଲୌକିକ ଓ ଅଲୌକିକ ପ୍ରତ୍ୟକ୍ଷ

17. କାହାକୁ ପ୍ରତ୍ୟକ୍ଷର ପ୍ରାରମ୍ଭିକ ଅବସ୍ଥା କୁହାଯାଏ ?
Answer:
ନିର୍ବିକଳ୍ପ ପ୍ରତ୍ୟକ୍ଷ

18. କେଉଁ ଦାର୍ଶନିକଙ୍କ ମତାନୁସାରେ ନିର୍ବିକଳ୍ପକ ପ୍ରତ୍ୟକ୍ଷରେ କୌଣସି ବସ୍ତୁର ସାମାନ୍ୟ, ଦ୍ରବ୍ୟତ୍ୱ, ଗୁଣ ଓ କର୍ମ ହେଉଥିଲେ ମଧ୍ୟ ସେ ସମୟରେ ଏହା ନାମ ସଂଯୁକ୍ତ ହୋଇନଥାଏ ?
Answer:
ଜୟନ୍ତ ଭଟ୍ଟ

19. କେଉଁ ଦାର୍ଶନିକଙ୍କ ମତାନୁସାରେ ନିର୍ବିକଳ୍ପକ ପ୍ରତ୍ୟକ୍ଷ ସେହି ପ୍ରତ୍ୟକ୍ଷ, ଯେଉଁଥ‌ିରେ କି ଇନ୍ଦ୍ରିୟ ଓ ବିଷୟର ସନ୍ନିକର୍ଷର ଅବ୍ୟବହିତ ପରେ ବସ୍ତୁର ସ୍ଵରୂପ ମାତ୍ରର ପ୍ରତୀତି ହୁଏ ?
Answer:
ଭାସବିଜ୍ଞ

20. ବସ୍ତୁ ଯେତେବେଳେ ନାମ, ଜାତି ଓ ବିଶେଷଣ ଯୁକ୍ତ ହୋଇ ପ୍ରତ୍ୟକ୍ଷ କରାଯାଏ, ତାକୁ କ’ଣ କୁହାଯାଏ ?
Answer:
ସବିକଳ୍ପକ ପ୍ରତ୍ୟକ୍ଷ

21. କେଉଁ ପ୍ରତ୍ୟକ୍ଷରେ ଇନ୍ଦ୍ରିୟ ଏବଂ ଅର୍ଥର ଲୌକିକ ସନ୍ନିକର୍ଷ ହୋଇଥାଏ ?
Answer:
ଲୌକିକ ପ୍ରତ୍ୟକ୍ଷ

22. ଲୌକିକ ପ୍ରତ୍ୟକ୍ଷ କେତେ ପ୍ରକାରର ଅଟେ ?
Answer:
ଦୁଇ

23. ଲୌକିକ ପ୍ରତ୍ୟକ୍ଷ କେଉଁ କେଉଁ ପ୍ରକାରର ଅଟେ ?
Answer:
ବାହ୍ୟ ଓ ମାନସ ପ୍ରତ୍ୟକ୍ଷ

24. ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ନା ଓ ଦୃକ୍ ଏହି ପାଞ୍ଚଗୋଟି ବହିଃଇନ୍ଦ୍ରିୟ ସଙ୍ଗେ ବିଷୟର ସନ୍ନିକର୍ଷ ହେତୁ ଯେଉଁ ପ୍ରତ୍ୟକ୍ଷ ଉତ୍ପନ୍ନ ହୁଏ, ତାକୁ କେଉଁ ପ୍ରତ୍ୟକ୍ଷ କୁହାଯାଏ ?
Answer:
ବାହ୍ୟ ପ୍ରତ୍ୟକ୍ଷ

25. ମନ ବା ଅନ୍ତରିନ୍ଦ୍ରିୟ ସଙ୍ଗେ ମାନସିକ ପ୍ରକ୍ରିୟାଗୁଡ଼ିକର’ ସଂଯୋଗ ହେତୁ ଯେଉଁ ପ୍ରତ୍ୟକ୍ଷ ହୁଏ, ତାକୁ କେଉଁ ପ୍ରତ୍ୟକ୍ଷ କୁହାଯାଏ ?
Answer:
ମାନସ ପ୍ରତ୍ୟକ୍ଷ

26. ଅଲୌକିକ ସନ୍ନିକର୍ଷରୁ ଉତ୍ପନ୍ନ ପ୍ରତ୍ୟକ୍ଷକୁ କ’ଣ କୁହାଯାଏ ?
Answer:
ଅଲୌକିକ ପ୍ରତ୍ୟକ୍ଷ

27. ଅଲୌକିକ ପ୍ରତ୍ୟକ୍ଷ କେଉଁ କେଉଁ ପ୍ରକାରର ଅଟେ ?
Answer:
ସାମାନ୍ୟ ଲକ୍ଷଣ, ଜ୍ଞାନ ଲକ୍ଷଣ ଓ ଯୋଗଜ

28. କୌଣସି ବ୍ୟକ୍ତିରେ କୌଣସି ଜାତିର ସାମାନ୍ୟ ଧର୍ମର ପ୍ରତ୍ୟକ୍ଷର ଭିତ୍ତିରେ ସମସ୍ତ ଜାତିର ପ୍ରତ୍ୟକ୍ଷକୁ କେଉଁ ପ୍ରତ୍ୟକ୍ଷ କୁହାଯାଏ ?
Answer:
ସାମାନ୍ୟ ଲକ୍ଷଣ ପ୍ରତ୍ୟକ୍ଷ

CHSE Odisha Class 12 Logic Unit 5 Objective Questions in Odia Medium

29. କୌଣସି ଗୋଟିଏ ଇନ୍ଦ୍ରିୟଦ୍ବାରା ତା’ର ନିଜର ବିଷୟ ବ୍ୟତିରେକେ ଯଦି ଅନ୍ୟ ଇନ୍ଦ୍ରିୟର ବିଷୟ ପ୍ରତ୍ୟକ୍ଷ କରାଯାଏ, ତାକୁ କେଉଁ ପ୍ରତ୍ୟକ୍ଷ କୁହାଯାଏ ?
Answer:
ଜ୍ଞାନ-ଲକ୍ଷଣ ପ୍ରତ୍ୟକ୍ଷ

30. ଯୋଗ-ସାଧନା-ଲବ୍‌ଧ ଅଲୌକିକ ଶକ୍ତିଦ୍ୱାରା ଯୋଗୀମାନେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍, ଦୂରବର୍ତ୍ତୀ ଓ ନିକଟବର୍ତ୍ତୀ ବସ୍ତୁକୁ ସମାନ ଭାବରେ ଯେଉଁ ପ୍ରତ୍ୟକ୍ଷ କରାଯାଏ, ତାକୁ କେଉଁ ପ୍ରତ୍ୟକ୍ଷ କୁହାଯାଏ ?
Answer:
ଯୋଗଜ ପ୍ରତ୍ୟକ୍ଷ

31. କୌଣସି ଏକ ଜ୍ଞାତ ବିଷୟକୁ ଆଶ୍ରୟ କରି ଅନ୍ୟ ଏକ ଅଜ୍ଞାତ ବିଷୟରେ ଉପନୀତ ହେବାକୁ କ’ଣ କୁହାଯାଏ ?
Answer:
ଅନୁମାନ

32. ବ୍ୟାପ୍ୟ ଓ ବ୍ୟାପକ ମଧ୍ୟରେ ଥ‌ିବା ନିୟତ ନିରୁପାଧ୍ଵ ସମ୍ବନ୍ଧକୁ କ’ଣ କୁହାଯାଏ ?
Answer:
ବ୍ୟାପ୍ତି

33. ଯାହା ବ୍ୟାପେ ତାହାକୁ କ’ଣ କୁହାଯାଏ ?
Answer:
ବ୍ୟାପକ

34. ବ୍ୟାପକ ଯହିଁରେ ବ୍ୟାପେ ତାହାକୁ କ’ଣ କୁହାଯାଏ ?
Answer:
ବ୍ୟାପ୍ୟ

35. ପକ୍ଷଠାରେ ହେତୁର ଲକ୍ଷଣ ଦେଖ‌ିବାକୁ କ’ଣ କୁହାଯାଏ ?
Answer:
ପକ୍ଷଧର୍ମତା

36. ପକ୍ଷଠାରେ ହେତୁକୁ ପ୍ରତ୍ୟକ୍ଷ କରି ସାଧର ସ୍ଥିତି ବିଷୟରେ ଅନୁମାନ କରିବାକୁ କ’ଣ କୁହାଯାଏ ?
Answer:
ଲିଙ୍ଗ ପରାମର୍ଶ

37. ନିଜର ଜ୍ଞାନ ପ୍ରସାରଣ ନିମିତ୍ତ ଉଦ୍ଦିଷ୍ଟ ଅନୁମାନକୁ କ’ଣ କୁହାଯାଏ ?
Answer:
ସ୍ବାର୍ଥାନୁମାନ

38. ନିଜର ଲବ୍‌ଧ ଜ୍ଞାନକୁ ଯୁକ୍ତି ଆକାରରେ ଅନ୍ୟ ସମକ୍ଷରେ ଉପସ୍ଥାପନ ନିମିତ୍ତ ଉଦ୍ଦିଷ୍ଟ ଅନୁମାନକୁ କ’ଣ କୁହାଯାଏ ?
Answer:
ପରାର୍ଥାନୁମାନ

39. କାରଣକୁ ପ୍ରତ୍ୟକ୍ଷ କରି କାର୍ଯ୍ୟର ଭବିଷ୍ୟତ୍ ସଂଘଟନ ଅନୁମାନ କରିବାକୁ କ’ଣ କୁହାଯାଏ ?
Answer:
ପୂର୍ବବତ୍ ଅନୁମାନ

40. କାର୍ଯ୍ୟକୁ ପ୍ରତ୍ୟକ୍ଷ କରି କାରଣର ଅତୀତ ସଂଘଟନ ଅନୁମାନକୁ କ’ଣ କୁହାଯାଏ ?
Answer:
ଶେଷବତ୍ ଅନୁମାନ

41. କେଉଁ ମତାନୁଯାୟୀ ବ୍ୟାପ୍ତି ଏକ ଆବଶ୍ୟକ ସମ୍ବନ୍ଧ ?
Answer:
ବୌଦ୍ଧ ପଦ୍ଧତି

42. କେଉଁମାନଙ୍କ ମତରେ ବ୍ୟାପ୍ୟ ଓ ବ୍ୟାପକ ମଧ୍ୟରେ ଥିବା ନିୟତ ନିରୁପାଧ୍ଵକ ସାହଚର୍ଯ୍ୟ ସମ୍ବନ୍ଧ ହିଁ ବ୍ୟାପ୍ୟ ?
Answer:
ବେଦାନ୍ତ ପଦ୍ଧତି

43. ବ୍ୟାପ୍ତିର ବ୍ୟାପ୍ୟ ଓ ବ୍ୟାପକ ସମ ବିସ୍ତୃତିଯୁକ୍ତ ହୋଇନଥିଲେ ତାହାକୁ କେଉଁ ବ୍ୟାପ୍ତି କୁହାଯାଏ ?
Answer:
ବିଷମ ବ୍ୟାପ୍ତି

44. ବ୍ୟାପ୍ତିର ବ୍ୟାପ୍ୟ ଓ ବ୍ୟାପକ ସମ ବିସ୍ତୃତିଯୁକ୍ତ ହୋଇଥିଲେ ତାହାକୁ କେଉଁ ବ୍ୟାପ୍ତି କୁହାଯାଏ ?
Answer:
ସମ ବ୍ୟାପ୍ତି

45. କେଉଁ ଗ୍ରନ୍ଥକୁ ମହାଭାରତ ଯୁଦ୍ଧ ପରିପ୍ରେକ୍ଷୀରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥ‌ିବା ଉପଦେଶ ବୋଲି କୁହାଯାଏ ?
Answer:
ଶ୍ରୀମଦ୍ ଭଗବତ୍ ଗୀତା

46. ଭଗବତ୍ ଗୀତାରେ କେତୋଟି ଅଧ୍ୟାୟ ରହିଛି ?
Answer:
ଅଠରଟି

47. ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମ ସମ୍ପାଦନ ସମ୍ପର୍କରେ ଯେଉଁ ଉପଦେଶ ଦେଇଛନ୍ତି, ତାହାକୁ କ’ଣ କୁହାଯାଏ ?
Answer:
କର୍ମ ଯୋଗ

CHSE Odisha Class 12 Logic Unit 5 Objective Questions in Odia Medium

48. କର୍ମ କେତେ ପ୍ରକାରର ଅଟେ ?
Answer:
ଦୁଇ ପ୍ରକାର

49. କର୍ମ କେଉଁ କେଉଁ ପ୍ରକାରର ଅଟେ ?
Answer:
ସକାମ ଓ ନିଷ୍କାମ କର୍ମ

50. ଯେଉଁ କର୍ମ କେବଳ ଫଳପ୍ରାପ୍ତିର ଆକାଂକ୍ଷା ରଖ୍ କରାଯାଏ, ତାକୁ କେଉଁ କର୍ମ କୁହାଯାଏ ?
Answer:
ସକାମ କର୍ମ

51. ଯେଉଁ କର୍ମରେ କୌଣସି ଫଳଭୋଗର ଇଚ୍ଛା ଜଡ଼ିତ ନ ଥାଏ, ତାକୁ କେଉଁ କର୍ମ କୁହାଯାଏ ?
Answer:
ନିଷ୍କାମ କର୍ମ

52. ନିଷ୍କାମ କର୍ମର ଅନ୍ୟ ନାମ କ’ଣ ଅଟେ ?
Answer:
କାମନାରହିତ କର୍ମ

53. ଗାନ୍ଧିଦର୍ଶନରେ କାହାକୁ ସତ୍ୟାପଲବ୍‌ଧ୍ର ଉପାୟ ବୋଲି କହନ୍ତି ?
Answer:
ଅହିଂସା

54. କାହାକୁ ସତ୍ୟର ଆଧାର ବୋଲି କୁହାଯାଏ ?
Answer:
ଅହିଂସା

55. କିଏ ଆଳସ୍ୟକୁ ପ୍ରଶ୍ରୟ ଦିଏ ନାହିଁ ?
Answer:
ଅହିଂସା

56. ଗାନ୍ଧିଜୀଙ୍କ ମତରେ କାହାକୁ ଭଗବାନଙ୍କର ସର୍ବଶ୍ରେଷ୍ଠ ଉପହାର ବୋଲି କୁହାଯାଏ ?
Answer:
ଅହିଂସା

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ନ୍ୟାୟ ଦର୍ଶନରେ ତତ୍ତ୍ଵ-ଚିନ୍ତାମଣିକୁ ପାଞ୍ଚ ଖଣ୍ଡରେ ବିଭକ୍ତ କରାଯାଇଛି । (ଭୁଲ୍)
Answer:
ନ୍ୟାୟ ଦର୍ଶନରେ ତତ୍ତ୍ଵ-ଚିନ୍ତାମଣିକୁ ଚାରି ଖଣ୍ଡରେ ବିଭକ୍ତ କରାଯାଇଛି । (ଠିକ୍)

2. ଯଥାର୍ଥ ଅନୁଭବକୁ ଅପ୍ରମା କହନ୍ତି । (ଭୁଲ୍)
Answer:
ଯଥାର୍ଥ ଅନୁଭବକୁ ପ୍ରମା କହନ୍ତି । (ଠିକ୍)

3. ବିଷୟର ଅଭାବ ହୋଇ ମଧ୍ୟ ଯଦି ତଦ୍ ବିଷୟକ ଜ୍ଞାନ ହୁଏ, ତାକୁ ପ୍ରମା କୁହାଯାଏ । (ଭୁଲ୍)
Answer:
ବିଷୟର ଅଭାବ ହୋଇ ମଧ୍ଯ ଯଦି ତଦ୍ ବିଷୟକ ଜ୍ଞାନ ହୁଏ, ତାକୁ ଅପ୍ରମା କୁହାଯାଏ । (ଠିକ୍)

4. ନୟାୟିକ ମତରେ ପ୍ରମା ଛଅ ପ୍ରକାରର ଅଟେ । (ଭୁଲ୍)
Answer:
ନୟାୟିକ ମତରେ ପ୍ରମା ଚାରି ପ୍ରକାରର ଅଟେ । (ଠିକ୍)

5. ନୟାତ୍ମିକ ମତରେ ପ୍ରମା ଚାରି ପ୍ରକାରର ଅଟେ । (ଠିକ୍)
Answer:
ନୟାୟିକ ମତରେ ଅପ୍ରମା ପାଞ୍ଚ ପ୍ରକାରର ଅଟେ । (ଭୁଲ୍)

6. ଇନ୍ଦ୍ରିୟ ଓ ବିଷୟର ସଂଯୋଗରୁ ହିଁ ପରୋକ୍ଷ ପ୍ରମାଣ ଉତ୍ପନ୍ନ ହୁଏ । (ଭୁଲ୍)
Answer:
ଇନ୍ଦ୍ରିୟ ଓ ବିଷୟର ସଂଯୋଗରୁ ହିଁ ପ୍ରତ୍ୟକ୍ଷ ପ୍ରମାଣ ଉତ୍ପନ୍ନ ହୁଏ । (ଠିକ୍)

7. ଚକ୍ଷୁ ଆଦି ଇନ୍ଦ୍ରିୟଦ୍ବାରା ଯେଉଁ ଜ୍ଞାନ ଉତ୍ପନ୍ନ ହୁଏ, ତାହାକୁ ପରୋକ୍ଷ ଜ୍ଞାନ କହନ୍ତି । (ଭୁଲ୍)
Answer:
ଚକ୍ଷୁ ଆଦି ଇନ୍ଦ୍ରିୟଦ୍ବାରା ଯେଉଁ ଜ୍ଞାନ ଉତ୍ପନ୍ନ ହୁଏ, ତାହାକୁ ପ୍ରତ୍ୟକ୍ଷ ଜ୍ଞାନ କହନ୍ତି । (ଠିକ୍)

8. ନିର୍ବିକଳ୍ପ ପ୍ରତ୍ୟକ୍ଷ ପ୍ରତ୍ୟକ୍ଷର ଶେଷ ଅବସ୍ଥା ଅଟେ । (ଭୁଲ୍)
Answer:
ନିର୍ବିକଳ୍ପ ପ୍ରତ୍ୟକ୍ଷ ପ୍ରତ୍ୟକ୍ଷର ପ୍ରାରମ୍ଭିକ ଅବସ୍ଥା ଅଟେ । (ଠିକ୍)

CHSE Odisha Class 12 Logic Unit 5 Objective Questions in Odia Medium

9. ଆର୍ଯ୍ୟଭଟ୍ଟଙ୍କ ମତାନୁସାରେ ନିର୍ବିକଳ୍ପକ ପ୍ରତ୍ୟକ୍ଷରେ କୌଣସି ବସ୍ତୁର ସାମାନ୍ୟ, ଦ୍ରବ୍ୟତ୍ୱ, ଗୁଣ ଓ କର୍ମ ଗୃହୀତ ହେଉଥିଲେ ମଧ୍ୟ ସେ ସମୟରେ ଏହା ନାମ ସଂଯୁକ୍ତ ହୋଇନଥାଏ । (ଭୁଲ୍)
Answer:
ଜୟନ୍ତ ଭଟ୍ଟଙ୍କ ମତାନୁସାରେ ନିର୍ବିକଳ୍ପକ ପ୍ରତ୍ୟୟରେ କୌଣସି ବସ୍ତୁର ସାମାନ୍ୟ, ଦ୍ରବ୍ୟତ୍ବ, ଗୁଣ ଓ କର୍ମ ଗୃହୀତ ହେଉଥିଲେ ମଧ୍ୟ ସେ ସମୟରେ ଏହା ନାମ ସଂଯୁକ୍ତ ହୋଇନଥାଏ । (ଠିକ୍)

10. ବୈୟାକରଣ ଦର୍ଶନରେ ସବିକଳ୍ପକ ଜ୍ଞାନର ସଭା ସ୍ବୀକୃତ ହୁଏ ନାହିଁ । (ଭୁଲ୍)
Answer:
ବୈୟାକରଣ ଦର୍ଶନରେ ନିର୍ବିକଳ୍ପକ ଜ୍ଞାନର ସଭା ସ୍ବୀକୃତ ହୁଏ ନାହିଁ । (ଠିକ୍)

11. ବସ୍ତୁ ଯେତେବେଳେ ନାମ, ଜାତି ଓ ବିଶେଷଣ ଯୁକ୍ତ ହୋଇ ପ୍ରତ୍ୟକ୍ଷ କରାଯାଏ କାକୁ ନିର୍ବିକଳ୍ପକ କୁହାଯାଏ । (ଭୁଲ୍)
Answer:
ବସ୍ତୁ ଯେତେବେଳେ ନାମ, ଜାତି ଓ ବିଶେଷଣ ଯୁକ୍ତ ହୋଇ ପ୍ରତ୍ୟକ୍ଷ କରାଯାଏ କାକୁ ସବିକଳ୍ପକ କୁହାଯାଏ । (ଠିକ୍)

12. ଚକ୍ଷୁ, କର୍ଣ୍ଣ, ନାସିକା ପ୍ରଭୃତି ଇନ୍ଦ୍ରିୟ ସଙ୍ଗେ ବିଷୟର ସଂଯୋଗ ଯୋଗୁଁ ଯେଉଁ ପ୍ରତ୍ୟକ୍ଷ ହୁଏ, ତାକୁ ଅଲୌକିକ ପ୍ରତ୍ୟକ୍ଷ କୁହାଯାଏ । (ଭୁଲ୍)
Answer:
ଚକ୍ଷୁ, କର୍ଣ୍ଣ, ନାସିକା ପ୍ରଭୃତି ଇନ୍ଦ୍ରିୟ ସଙ୍ଗେ ବିଷୟର ସଂଯୋଗ ଯୋଗୁଁ ଯେଉଁ ପ୍ରତ୍ୟକ୍ଷ ହୁଏ, ତାକୁ ଲୌକିକ ପ୍ରତ୍ୟକ୍ଷ କୁହାଯାଏ । (ଠିକ୍)

13. ଅଲୌକିକ ସନ୍ନିକର୍ଷରୁ ଉତ୍ପନ୍ନ ପ୍ରତ୍ୟକ୍ଷକୁ ଲୌକିକ ପ୍ରତ୍ୟକ୍ଷ କୁହାଯାଏ । (ଭୁଲ୍)
Answer:
ଅଲୌକିକ ସନ୍ନିକର୍ଷରୁ ଉତ୍ପନ୍ନ ପ୍ରତ୍ୟକ୍ଷକୁ ଅଲୌକିକ ପ୍ରତ୍ୟକ୍ଷ କୁହାଯାଏ । (ଠିକ୍)

14. କୌଣସି ବ୍ୟକ୍ତିରେ କୌଣସି ଜାତିର ସାମାନ୍ୟ ଧର୍ମର ପ୍ରତ୍ୟକ୍ଷର ଭିଭିରେ ସମସ୍ତ ଜାତିର ପ୍ରତ୍ୟକ୍ଷକୁ ଜ୍ଞାନ ଲକ୍ଷଣ ପ୍ରତ୍ୟକ୍ଷ କହନ୍ତି । (ଭୁଲ୍)
Answer:
କୌଣସି ବ୍ୟକ୍ତିରେ କୌଣସି ଜାତିର ସାମାନ୍ୟ ଧର୍ମର ପ୍ରତ୍ୟକ୍ଷର ଭିତ୍ତିରେ ସମସ୍ତ ଜାତିର ପ୍ରତ୍ୟକ୍ଷକୁ ସାମାନ୍ୟ ଲକ୍ଷଣ ପ୍ରତ୍ୟକ୍ଷ କହନ୍ତି । (ଠିକ୍)

15. କୌଣସି ଗୋଟିଏ ଇନ୍ଦ୍ରିୟଦ୍ବାରା ନିଜର ବିଷୟ ବ୍ୟତିରେକେ ଯଦି ଅନ୍ୟ ଇନ୍ଦ୍ରିୟର ବିଷୟ ପ୍ରତ୍ୟକ୍ଷ କରାଯାଏ, ତାକୁ ସାମାନ୍ୟ ଲକ୍ଷଣ ପ୍ରତ୍ୟକ୍ଷ କୁହାଯାଏ । (ଭୁଲ୍)
Answer:
କୌଣସି ଗୋଟିଏ ଇନ୍ଦ୍ରିୟଦ୍ବାରା ନିଜର ବିଷୟ ବ୍ୟତିରେକେ ଯଦି ଅନ୍ୟ ଇନ୍ଦ୍ରିୟର ବିଷୟ ପ୍ରତ୍ୟକ୍ଷ କରାଯାଏ, ତାକୁ ଜ୍ଞାନ ଲକ୍ଷଣ ପ୍ରତ୍ୟକ୍ଷ କୁହାଯାଏ । (ଠିକ୍)

16. ଯୋଗ-ସାଧନା-ଲବ୍‌ଧ ଅଲୌକିକ ଶକ୍ତିଦ୍ଵାରା ଯୋଗୀମାନେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍‌, ଦୂରବର୍ତ୍ତୀ ଓ ନିକଟବର୍ତ୍ତୀ ବସ୍ତୁକୁ ସମାନ ଭାବରେ ଯେଉଁ ପ୍ରତ୍ୟକ୍ଷ କରିପାରନ୍ତି ତାକୁ ଜ୍ଞାନ ଲକ୍ଷଣ ପ୍ରତ୍ୟକ୍ଷ କୁହାଯାଏ । (ଭୁଲ୍)
Answer:
ଯୋଗ -ସାଧନା -ଲବ୍‌ଧ ଅଲୌକିକ ଶକ୍ତିଦ୍ଵାରା ଯୋଗୀମାନେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍, ଦୂରବର୍ତ୍ତୀ ଓ ନିକଟବର୍ତୀ ବସ୍ତୁକୁ ସମାନ ଭାବରେ ଯେଉଁ ପ୍ରତ୍ୟକ୍ଷ କରିପାରନ୍ତି ତାକୁ ଯୋଗଜ ପ୍ରତ୍ୟକ୍ଷ କୁହାଯାଏ । (ଠିକ୍)

17. କୌଣସି ଏକ ଜ୍ଞାତ ବିଷୟକୁ ଆଶ୍ରୟ କରି ଅନ୍ୟ ଏକ ଅଜ୍ଞାତ ବିଷୟରେ ଉପନୀତ ହେବାକୁ ଯୁକ୍ତି କୁହାଯାଏ । (ଭୁଲ୍)
Answer:
କୌଣସି ଏକ ଜ୍ଞାତ ବିଷୟକୁ ଆଶ୍ରୟ କରି ଅନ୍ୟ ଏକ ଅଜ୍ଞାତ ବିଷୟରେ ଉପନୀତ ହେବାକୁ ଅନୁମାନ କୁହାଯାଏ । (ଠିକ୍)

18. ନ୍ୟାୟ ଦର୍ଶନ ମହର୍ଷି କପିଳମୁନିଙ୍କଦ୍ଵାରା ପ୍ରବର୍ତ୍ତିତ ହୋଇଥିଲା । (ଭୁଲ୍)
Answer:
ନ୍ୟାୟଦର୍ଶନ ମହର୍ଷି ଗୌତମଙ୍କଦ୍ଵାରା ପ୍ରବର୍ତ୍ତିତ ହୋଇଥିଲା । (ଠିକ୍)

19. ବ୍ୟାପ୍ୟ ଓ ବ୍ୟାପକ ମଧ୍ୟରେ ଥିବା ନିୟତ ନିରୁପାଧ୍ଵ ସମ୍ବନ୍ଧକୁ ପକ୍ଷଧର୍ମତା କୁହାଯାଏ । (ଭୁଲ୍)
Answer:
ବ୍ୟାପ୍ୟ ଓ ବ୍ୟାପକ ମଧ୍ୟରେ ଥିବା ନିୟତ ନିରୁପାଧ୍ଵ ସମ୍ବନ୍ଧକୁ ବ୍ୟାପ୍ତି କୁହାଯାଏ । (ଠିକ୍)

20. ‘ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍’ ବ୍ୟାପ୍ତି ନୁହେଁ । (ଭୁଲ୍)
Answer:
‘ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍’ ବ୍ୟାପ୍ତି ଅଟେ । (ଠିକ୍)

21. ପକ୍ଷଠାରେ ହେତୁର ଲକ୍ଷଣ ଦେଖିବାକୁ ଲିଙ୍ଗ ପରାମର୍ଶ କୁହାଯାଏ । (ଭୁଲ୍)
Answer:
ପକ୍ଷଠାରେ ହେତୁର ଲକ୍ଷଣ ଦେଖିବାକୁ ପକ୍ଷଧର୍ମତା କୁହାଯାଏ । (ଠିକ୍)

22. ହେତୁକୁ ପ୍ରତ୍ୟକ୍ଷ କରି ପକ୍ଷଠାରେ ସାଧର ସ୍ଥିତି ବିଷୟରେ ଅନୁମାନ କରିବାକୁ ପକ୍ଷଧର୍ମତା କୁହାଯାଏ । (ଭୁଲ୍)
Answer:
ହେତୁକୁ ପ୍ରତ୍ୟକ୍ଷ କରି ପକ୍ଷଠାରେ ସାଧର ସ୍ଥିତି ବିଷୟରେ ଅନୁମାନ କରିବାକୁ ଲିଙ୍ଗ ପରାମର୍ଶ କୁହାଯାଏ । (ଠିକ୍)

23. ବ୍ୟକ୍ତି ନିଜର ଅଭିଜ୍ଞତାରୁ ଅନୁମାନ ମାଧ୍ୟମରେ ଜ୍ଞାନ ହାସଲ କରିବା ପ୍ରକ୍ରିୟାକୁ ପରାର୍ଥାନୁମାନ କୁହାଯାଏ । (ଭୁଲ୍)
Answer:
ବ୍ୟକ୍ତି ନିଜର ଅଭିଜ୍ଞତାରୁ ଅନୁମାନ ମାଧ୍ୟମରେ ଜ୍ଞାନ ହାସଲ କରିବା ପ୍ରକ୍ରିୟାକୁ ସ୍ୱାର୍ଥାନୁମାନ କୁହାଯାଏ । (ଠିକ୍)

24. ସ୍ଵାର୍ଥାନୁମାନ ଏକ ଯୁକ୍ତିଗତ ପ୍ରକ୍ରିୟା । (ଭୁଲ୍)
Answer:
ସ୍ଵାର୍ଥାନୁମାନ ଏକ ମନୋଗତ ପ୍ରକ୍ରିୟା । (ଠିକ୍)

25. ନିଜର ଲବ୍‌ଧଜ୍ଞାନକୁ ଯୁକ୍ତି ଆକାରରେ ଅନ୍ୟ ସମକ୍ଷରେ ଉପସ୍ଥାପନ ନିମିତ୍ତ ଉଦ୍ଦିଷ୍ଟ ଅନୁମାନକୁ ସ୍ୱାର୍ଥାନୁମାନ କୁହାଯାଏ । (ଭୁଲ୍)
Answer:
ନିଜର ଲବ୍‌ଧଜ୍ଞାନକୁ ଯୁକ୍ତି ଆକାରରେ ଅନ୍ୟ ସମକ୍ଷରେ ଉପସ୍ଥାପନ ନିମିତ୍ତ ଉଦ୍ଦିଷ୍ଟ ଅନୁମାନକୁ ପରାର୍ଥାନୁମାନ କୁହାଯାଏ । (ଠିକ୍)

CHSE Odisha Class 12 Logic Unit 5 Objective Questions in Odia Medium

26. ପଞ୍ଚାବୟବୀ ନ୍ୟାୟକୁ ସ୍ଵାର୍ଥାନୁମାନ କୁହାଯାଏ । (ଭୁଲ୍)
Answer:
ପଞ୍ଚାବୟବୀ ନ୍ୟାୟକୁ ପରାର୍ଥାନୁମାନ କୁହାଯାଏ । (ଠିକ୍)

27. ପ୍ରତିଜ୍ଞା ହେଉଛି ପଞ୍ଚାବୟବୀ ନ୍ୟାୟର ଶେଷ ତର୍କବାକ୍ୟ । (ଭୁଲ୍)
Answer:
ପ୍ରତିଜ୍ଞା ହେଉଛି ପଞ୍ଚାବୟବୀ ନ୍ୟାୟର ସର୍ବପ୍ରଥମ ତର୍କବାକ୍ୟ । (ଠିକ୍)

28. ନିଗମନ (ସିଦ୍ଧାନ୍ତ) ହେଉଛି ପଞ୍ଚାବୟବୀ ନ୍ୟାୟର ପ୍ରଥମ ତର୍କବାକ୍ୟ । (ଭୁଲ୍)
Answer:
ନିଗମନ (ସିଦ୍ଧାନ୍ତ) ହେଉଛି ପଞ୍ଚାବୟବୀ ନ୍ୟାୟର ଶେଷ ତର୍କବାକ୍ୟ । (ଠିକ୍)

29. ଦୃଷ୍ଟ ହେଉଥ‌ିବା କାରଣରୁ ଅଦୃଷ୍ଟ କାର୍ଯ୍ୟର ଅନୁମାନ କରିବାକୁ ଶେଷବତ୍ ଅନୁମାନ କୁହାଯାଏ । (ଭୁଲ୍)
Answer:
ଦୃଷ୍ଟି ହେଉଥ‌ିବା କାରଣରୁ ଅଦୃଷ୍ଟ କାର୍ଯ୍ୟର ଅନୁମାନ କରିବାକୁ ପୂର୍ବବତ୍ ଅନୁମାନ କୁହାଯାଏ । (ଠିକ)

30. ଦୃଷ୍ଟ ହେଉଥ‌ିବା କାର୍ଯ୍ୟକୁ ଦେଖ୍ ଏହାର କାରଣ ବିଷୟରେ ଅନୁମାନ କରିବାକୁ ପୂର୍ବବତ୍ ଅନୁମାନ କୁହାଯାଏ । (ଭୁଲ୍)
Answer:
ଦୃଷ୍ଟ ହେଉଥ‌ିବା କାର୍ଯ୍ୟକୁ ଦେଖ୍ ଏହାର କାରଣ ବିଷୟରେ ଅନୁମାନ କରିବାକୁ ଶେଷବତ୍ ଅନୁମାନ କୁହାଯାଏ । (ଠିକ୍)

31. କେବଳାନ୍ବୟୀ କେବଳ ସଦର୍ଥକ ବା ଭାବାତ୍ମକ ସମ୍ବନ୍ଧ ଉପରେ ପ୍ରତିଷ୍ଠିତ ନୁହେଁ । (ଭୁଲ୍)
Answer:
କେବଳାନ୍ବୟୀ କେବଳ ସଦର୍ଥକ ବା ଭାବାତ୍ମକ ସମ୍ବନ୍ଧ ଉପରେ ପ୍ରତିଷ୍ଠିତ ଅଟେ । (ଠିକ୍)

32. କେବଳ ବ୍ୟତିରେକୀ ଭାବାତ୍ମକ ସମ୍ବନ୍ଧ ଉପରେ ପ୍ରତିଷ୍ଠିତ । (ଭୁଲ୍)
Answer:
କେବଳ ବ୍ୟତିରେକୀ ନଞର୍ଥକ ସମ୍ବନ୍ଧ ଉପରେ ପ୍ରତିଷ୍ଠିତ । (ଠିକ୍)

33. ଅନ୍ବୟ ବ୍ୟତିରେକୀ କେବଳ ଭାବାତ୍ମକ ସମ୍ବନ୍ଧ ଉପରେ ପ୍ରତିଷ୍ଠିତ । (ଭୁଲ୍)
Answer:
ଅନ୍ବୟ ବ୍ୟତିରେକୀ ଉଭୟ ଅନ୍ବୟ ଓ ବ୍ୟତିରେକୀ ସମ୍ବନ୍ଧ ଉପରେ ପ୍ରତିଷ୍ଠିତ । (ଠିକ୍)

34. ଜୈନ ମତ ଅନୁସାରେ ବ୍ୟାପ୍ତି କାର୍ଯ୍ୟ-କାରଣ ସମ୍ବନ୍ଧ ଉପରେ ପ୍ରତିଷ୍ଠିତ । (ଭୁଲ୍)
Answer:
ବୌଦ୍ଧ ମତ ଅନୁସାରେ ବ୍ୟାପ୍ତି କାର୍ଯ୍ୟ- କାରଣ ସମ୍ବନ୍ଧ ଉପରେ ପ୍ରତିଷ୍ଠିତ । (ଠିକ୍)

35. ବ୍ୟାପ୍ତିର ବ୍ୟାପ୍ୟ ଓ ବ୍ୟାପକ ସମ ବିସ୍ତୃତିଯୁକ୍ତ ହୋଇଥିଲେ ତାହାକୁ ବିଷମ ବ୍ୟାପ୍ତି କୁହାଯାଏ । (ଭୁଲ୍)
Answer:
ବ୍ୟାପ୍ତିର ବ୍ୟାପ୍ୟ ଓ ବ୍ୟାପକ ସମ ବିସ୍ତୃତିଯୁକ୍ତ ହୋଇଥିଲେ ତାହାକୁ ସମବ୍ୟାପ୍ତି କୁହାଯାଏ । (ଠିକ୍)

36. ବ୍ୟାପ୍ତିର ବ୍ୟାପ୍ୟ ଓ ବ୍ୟାପକ ସମବିସ୍ତୃତିଯୁକ୍ତ ହୋଇ ନ ଥିଲେ ତାହାକୁ ସମବ୍ୟାପ୍ତି କୁହାଯାଏ । (ଭୁଲ୍)
Answer:
ବ୍ୟାପ୍ତିର ବ୍ୟାପ୍ୟ ଓ ବ୍ୟାପକ ସମ ବିସ୍ତୃତିଯୁକ୍ତ ହୋଇ ନ ଥିଲେ ତାହାକୁ ବିଷମ ବ୍ୟାପ୍ତି କୁହାଯାଏ । (ଠିକ୍)

37. ଚାର୍ବାକ୍‌ଙ୍କ ମତରେ ଦୁଇଟି ବସ୍ତୁ ମଧ୍ୟରେ ଥିବା ନିୟତ, ନିରୁପାଧ‌ିକ ସାହଚର୍ଯ୍ୟ ସମ୍ବନ୍ଧକୁ ବ୍ୟାପ୍ତି କୁହାଯାଏ । (ଭୁଲ୍)
Answer:
ବୈଦାନ୍ତିକ ମତରେ ଦୁଇଟି ବସ୍ତୁ ମଧ୍ୟରେ ଥିବା ନିୟତ, ନିରୁପାଧ‌ିକ ସାହଚର୍ଯ୍ୟ ସମ୍ବନ୍ଧକୁ ବ୍ୟାପ୍ତି କୁହାଯାଏ । (ଠିକ୍)

38. ବ୍ୟାପ୍ତିବଚନ ଏକ ବିଶେଷ ବଚନ । (ଭୁଲ୍)
Answer:
ବ୍ୟାପ୍ତିବଚନ ଏକ ସାର୍ବିକ ବଚନ । (ଠିକ୍)

39. ବୌଦ୍ଧ ମତାନୁଯାୟୀ ବ୍ୟାପ୍ତି ଏକ ପର୍ଯ୍ୟାପ୍ତ ସମ୍ବନ୍ଧ । (ଭୁଲ୍)
Answer:
ବୌଦ୍ଧ ମତାନୁଯାୟୀ ବ୍ୟାପ୍ତି ଏକ ଆବଶ୍ୟକ ସମ୍ବନ୍ଧ । (ଠିକ୍)

40. ଗାନ୍ଧିଜୀଙ୍କ ଦର୍ଶନରେ ସତ୍ୟ ଯଦି ଲକ୍ଷ୍ୟ ହୁଏ, ହିଂସା ହେଉଛି ସତ୍ୟାପଲବ୍‌ର ଉପାୟ । (ଭୁଲ୍)
Answer:
ଗାନ୍ଧିଜୀଙ୍କ ଦର୍ଶନରେ ସତ୍ୟ ଯଦି ଲକ୍ଷ୍ୟ ହୁଏ, ଅହିଂସା ହେଉଛି ସତ୍ୟାପଲବ୍‌ର ଉପାୟ । (ଠିକ୍)

41. ହିଂସା ହେଉଛି ସତ୍ୟର ଆଧାର । (ଭୁଲ୍)
Answer:
ଅହିଂସା ହେଉଛି ସତ୍ୟର ଆଧାର । (ଠିକ୍)

42. ‘ଅହିଂସା’ ଶବ୍ଦଟି ‘ହିଂସା’ର ସଦର୍ଥକ ଅର୍ଥ ବହନ କରେ । (ଭୁଲ୍)
Answer:
‘ଅହିଂସା’ ଶବ୍ଦଟି ‘ହିଂସା’ର ନଞର୍ଥକ ଅର୍ଥ ବହନ କରେ । (ଠିକ୍)

CHSE Odisha Class 12 Logic Unit 5 Objective Questions in Odia Medium

43. ଭାରତରେ ବୌଦ୍ଧ ଧର୍ମ ଅହିଂସାର ସବୁଠାରୁ ପ୍ରଭାବଶାଳୀ ପ୍ରବର୍ତ୍ତକ । (ଭୁଲ୍)
Answer:
ଭାରତରେ ଜୈନ ଧର୍ମ ଅହିଂସାର ସବୁଠାରୁ ପ୍ରଭାବଶାଳୀ ପ୍ରବର୍ଦ୍ଧକ । (ଠିକ୍)

44. ସୁଭାଷଚନ୍ଦ୍ର ବୋଷଙ୍କ ପାଇଁ ଅହିଂସାର ସକାରାତ୍ମକ ଦିଗଟି ଅଧ‌ିକ ଗୁରୁତ୍ଵପୂର୍ଣ୍ଣ । (ଭୁଲ୍)
Answer:
ଗାନ୍ଧୀଙ୍କ ପାଇଁ ଅହିଂସାର ସକାରାତ୍ମକ ଦିଗଟି ଅଧ‌ିକ ଗୁରୁତ୍ଵପୂର୍ଣ୍ଣ । (ଠିକ୍)

45. ଅହିଂସା ଦୁର୍ବଳର ଅସ୍ତ୍ର ଅଟେ । (ଭୁଲ୍)
Answer:
ଅହିଂସା ଦୁର୍ବଳର ଅସ୍ତ୍ର ନୁହେଁ । (ଠିକ୍)

46. ଅହିଂସା ନିଭୀକ ପ୍ରେମର ପରିପ୍ରକାଶ ନୁହେଁ । (ଭୁଲ୍)
Answer:
ଅହିଂସା ନିର୍ଭିକ ପ୍ରେମର ପରିପ୍ରକାଶ ଅଟେ । (ଠିକ୍)

47. କର୍ମ ସମ୍ପାଦନ ସମ୍ପର୍କରେ ଯେଉଁ ଉପଦେଶ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଛନ୍ତି ତାକୁ ଜ୍ଞାନ ଯୋଗ କୁହାଯାଏ । (ଭୁଲ୍)
Answer:
କର୍ମ ସମ୍ପାଦନ ସମ୍ପର୍କରେ ଯେଉଁ ଉପଦେଶ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଛନ୍ତି ତାକୁ କର୍ମ ଯୋଗ କୁହାଯାଏ । (ଠିକ୍)

48. ଯେଉଁ କର୍ମ କେବଳ ଫଳପ୍ରାପ୍ତିର ଆକାଂକ୍ଷା ରଖ୍ କରାଯାଏ ତାହାକୁ ନିଷ୍କାମ କର୍ମ କୁହାଯାଏ । (ଭୁଲ୍)
Answer:
ଯେଉଁ କର୍ମ କେବଳ ଫଳପ୍ରାପ୍ତିର ଆକାଂକ୍ଷା ରଖ୍ କରାଯାଏ ତାହାକୁ ସକାମ କର୍ମ କୁହାଯାଏ । (ଠିକ୍)

49. ଯେଉଁ କର୍ମରେ କୌଣସି ଫଳଭୋଗର ଇଚ୍ଛା ଜଡ଼ିତ ନ ଥାଏ, ତାହାକୁ ସକାମ କର୍ମ କୁହାଯାଏ । (ଭୁଲ୍)
Answer:
ଯେଉଁ କର୍ମରେ କୌଣସି ଫଳଭୋଗର ଇଚ୍ଛା ଜଡ଼ିତ ନ ଥାଏ, ତାହାକୁ ନିଷ୍କାମ କର୍ମ କୁହାଯାଏ । (ଠିକ୍)

D. ଶୂନ୍ୟସ୍ଥାନ ପୂରଣ କର ।

1. ନ୍ୟାୟ ଦର୍ଶନର ପ୍ରତିଷ୍ଠାତା ହେଉଛନ୍ତି ___________ ।
Answer:
ମହର୍ଷି ଗୌତମ

2. ___________ କୁ ନ୍ୟାୟ ଦର୍ଶନର ମୁଖ୍ୟ ବିଷୟବସ୍ତୁ ବୋଲି କୁହାଯାଏ ।
Answer:
ପ୍ରମାଣ ବିଚାର

3. ନ୍ୟାୟ ଦର୍ଶନରେ ଜ୍ଞାନ ___________ ଓ ___________ ପ୍ରକାରର ଅଟେ ।
Answer:
ପ୍ରମା, ଅପ୍ରମା

4. ଜ୍ଞାନ ଯେତେବେଳେ ନିଜ ବିଷୟର ଅନୁରୂପ ହୋଇଥାଏ ସେତେବେଳେ ତାକୁ ସତ୍ୟ ଜ୍ଞାନ ବା ___________ ବୋଲି କୁହାଯାଏ ।
Answer:
ପ୍ରମା

5. ଜ୍ଞାନ ବିଷୟର ଅନୁରୂପ ନ ହେଲେ ତାକୁ ଅସତ୍ୟ ଜ୍ଞାନ ବା ___________ ବୋଲି କୁହାଯାଏ ।
Answer:
ଅପ୍ରମା

6. ଯଥାର୍ଥ ଅନୁଭବ ପ୍ରମା ହେଲେ ତା’ର କରଣକୁ ___________ ବୋଲି କୁହାଯାଏ ।
Answer:
ପ୍ରମାଣ

7. ଚକ୍ଷୁ ଆଦି ଇନ୍ଦ୍ରିୟଦ୍ଵାରା ଯେଉଁ ଜ୍ଞାନ ଉତ୍ପନ୍ନ ହୁଏ, ତାକୁ ___________ କହନ୍ତି ।
Answer:
ପ୍ରତ୍ୟକ୍ଷ ଜ୍ଞାନ

8. ପ୍ରତ୍ୟକ୍ଷକୁ ___________ ଓ ___________ ଭାଗରେ ବିଭକ୍ତ କରାଯାଇଛି ।
Answer:
ନିର୍ବିକଳ୍ପକ, ସବିକଳ୍ପକ

9. ନବ୍ୟ ନ୍ୟାୟରେ ପ୍ରତ୍ୟକ୍ଷକୁ ___________ ଓ ___________ ଭାଗରେ ବିଭକ୍ତ କରାଯାଇଛି ।
Answer:
ଲୌକିକ, ଆଲୌକିକ ପ୍ରତ୍ୟକ୍ଷ

10. ___________ ପ୍ରତ୍ୟକ୍ଷ ପ୍ରତ୍ୟକ୍ଷର ପ୍ରାରମ୍ଭିକ ଅବସ୍ଥା ଅଟେ ।
Answer:
ନିର୍ବିକଳ୍ପକ

11. ___________ ଙ୍କ ମତାନୁସାରେ ନିର୍ବିକଳ୍ପକ ପ୍ରତ୍ୟକ୍ଷରେ କୌଣସି ବସ୍ତୁର ସାମାନ୍ୟ, ଦ୍ରବ୍ୟତ୍ୱ, ଗୁଣ ଓ କର୍ମ ଗୃହୀତ ହେଉଥିଲେ ମଧ୍ୟ ସେ ସମୟରେ ଏହାର ନାମ ସଂଯୁକ୍ତ ହୋଇନଥାଏ ।
Answer:
ଜୟନ୍ତ ଭଟ୍ଟ

CHSE Odisha Class 12 Logic Unit 5 Objective Questions in Odia Medium

12. ___________ ଙ୍କ ମତାନୁସାରେ ନିର୍ବିକଳ୍ପକ ପ୍ରତ୍ୟକ୍ଷ ସେହି ପ୍ରତ୍ୟକ୍ଷ, ଯେଉଁଥରେ କି ଇନ୍ଦ୍ରିୟ ଓ ବିଷୟର ସନ୍ନିକର୍ଷର ଅବ୍ୟବହିତ ପରେ ବସ୍ତୁର ସ୍ୱରୂପ ମାତ୍ରର ପ୍ରତୀତି ହୁଏ ।
Answer:
ଭାସବିଜ୍ଞ

13. ___________ ଦର୍ଶନରେ ନିର୍ବିକଳ୍ପକ ଜ୍ଞାନର ସଭା ସ୍ବୀକୃତ ହୁଏ ନାହିଁ ।
Answer:
ବୈୟାକରଣ

14. ବସ୍ତୁ ଯେତେବେଳେ ନାମ, ଜାତି ଓ ବିଶେଷଣଯୁକ୍ତ ହୋଇ ପ୍ରତ୍ୟକ୍ଷ କରାଯାଏ, ତାକୁ ___________ କହନ୍ତି ।
Answer:
ସବିକଳ୍ପକ ପ୍ରତ୍ୟକ୍ଷ

15. ଚକ୍ଷୁ, କର୍ଣ୍ଣ, ନାସା ଇତ୍ୟାଦି ଇନ୍ଦ୍ରିୟ ସଙ୍ଗେ ବିଷୟର ସଂଯୋଗ ଯୋଗୁଁ ଯେଉଁ ପ୍ରତ୍ୟକ୍ଷ ହୁଏ, ତାକୁ ___________ କହନ୍ତି ।
Answer:
ଲୌକିକ ପ୍ରତ୍ୟକ୍ଷ

16. ଅଲୌକିକ ସନ୍ନିକର୍ଷରୁ ଉତ୍ପନ୍ନ ପ୍ରତ୍ୟକ୍ଷକୁ ___________ ପ୍ରତ୍ୟକ୍ଷ କହନ୍ତି ।
Answer:
ଅଲୌକିକ

17. କୌଣସି ବ୍ୟକ୍ତିରେ କୌଣସି ଜାତିର ସାମାନ୍ୟ ଧର୍ମର ପ୍ରତ୍ୟକ୍ଷର ଭିତ୍ତିରେ ସମସ୍ତ ଜାତିର ପ୍ରତ୍ୟକ୍ଷକୁ ___________ ପ୍ରତ୍ୟକ୍ଷ କୁହାଯାଏ ।
Answer:
ସାମାନ୍ୟ ଲକ୍ଷଣ

18. କୌଣସି ଗୋଟିଏ ଇନ୍ଦ୍ରିୟଦ୍ବାରା ତାର ନିଜର ବିଷୟ ବ୍ୟତିରେକ ଯଦି ଅନ୍ୟ ଇନ୍ଦ୍ରିୟର ବିଷୟ ପ୍ରତ୍ୟକ୍ଷ କରାଯାଏ, ତାକୁ ___________ ପ୍ରତ୍ୟକ୍ଷ କୁହାଯାଏ ।
Answer:
ଜ୍ଞାନ ଲକ୍ଷଣ

19. ଯୋଗ-ସାଧନା-ଲବ୍‌ଧ ଅଲୌକିକ ଶକ୍ତିଦ୍ଵାରା ଯୋଗୀମାନେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ, ଦୂରବର୍ତ୍ତୀ ଓ ନିକଟବର୍ତୀ ବସ୍ତୁକୁ ସମାନ ଭାବରେ ଯେଉଁ ପ୍ରତ୍ୟକ୍ଷ କରିପାରନ୍ତି ତାକୁ ___________ ପ୍ରତ୍ୟକ୍ଷ କୁହାଯାଏ ।
Answer:
ଯୋଗଜ

20. କୌଣସି ଏକ ଜ୍ଞାତ ବିଷୟକୁ ଆଶ୍ରୟ କରି ଅନ୍ୟ ଏକ ଅଜ୍ଞାତ ବିଷୟରେ ଉପନୀତ ହେବାକୁ ___________ କୁହାଯାଏ ।
Answer:
ଅନୁମାନ

21. ବ୍ୟାପ୍ୟ ଓ ବ୍ୟାପକ ମଧ୍ୟରେ ଥ‌ିବା ନିୟତ ନିରୁପାଧ୍ଵ ସମ୍ବନ୍ଧକୁ ___________ କୁହାଯାଏ ।
Answer:
ବ୍ୟାପ୍ତି

22. ପକ୍ଷଠାରେ ହେତୁର ଲକ୍ଷଣ ଦେଖିବାକୁ ___________ କୁହାଯାଏ ।
Answer:
ପକ୍ଷଧର୍ମତା

23. ପକ୍ଷଠାରେ ହେତୁକୁ ପ୍ରତ୍ୟକ୍ଷ କରି ସାଧର ସ୍ଥିତି ବିଷୟରେ ଅନୁମାନ କରିବାକୁ ___________ କୁହାଯାଏ ।
Answer:
ଲିଙ୍ଗ ପରାମର୍ଶ

24. ନ୍ୟାୟାନୁମାନକୁ ଶ୍ରେଣୀକରଣ ଦୃଷ୍ଟିରୁ ___________ ଓ ___________ ରେ ବିଭକ୍ତ କରାଯାଇପାରେ ।
Answer:
ସ୍ବାର୍ଥାନୁମାନ, ପରାର୍ଥାନୁମାନ

25. ସ୍ଵାର୍ଥାନୁମାନ ଏକ ___________ ପ୍ରକ୍ରିୟା ମାତ୍ର ।
Answer:
ମନୋଗତ

26. ନିଜର ଲବ୍‌ଧଜ୍ଞାନକୁ ଯୁକ୍ତି ଆକାରରେ ଅନ୍ୟ ସମକ୍ଷରେ ଉପସ୍ଥାପନ ନିମିତ୍ତ ଉଦ୍ଦିଷ୍ଟ ଅନୁମାନକୁ ___________ କୁହାଯାଏ ।
Answer:
ପରାର୍ଥାନୁମାନ

27. ନିଜର ଜ୍ଞାନ ପ୍ରସାରଣ ନିମିତ୍ତ ଉଦ୍ଦିଷ୍ଟ ଅନୁମାନ ___________ ଅଟେ ।
Answer:
ସ୍ଵାର୍ଥାନୁମାନ

28. ___________ ନ୍ୟାୟକୁ ପରାର୍ଥାନୁମାନ କୁହାଯାଏ ।
Answer:
ପଞ୍ଚାବୟବୀ

29. ପ୍ରତିଜ୍ଞା ନ୍ୟାୟର ___________ ତର୍କବାକ୍ୟ ଅଟେ ।
Answer:
ସବିପ୍ରଥମ

30. ନ୍ୟାୟାନୁମାନର ଶେଷ ତର୍କବାକ୍ୟକୁ ___________ କୁହାଯାଏ ।
Answer:
ନିଗମନ ବା ସିଦ୍ଧାନ୍ତ

31. ଉଭୟ ସ୍ଵାର୍ଥାନୁମାନ ଓ ପରାର୍ଥାନୁମାନରେ ___________ ଟି ପଦ ଥାଏ ।
Answer:
ତିନୋଟି

CHSE Odisha Class 12 Logic Unit 5 Objective Questions in Odia Medium

32. ___________ ମତରେ କାରଣ ଓ କାର୍ଯ୍ୟ ମଧ୍ୟରେ ବ୍ୟାପ୍ତି ସମ୍ବନ୍ଧ ପରିଲକ୍ଷିତ ହୋଇଥାଏ ।
Answer:
ଟୌଦ୍ଧ ଦର୍ଣନ

33. ___________ ମତରେ ବ୍ୟାପ୍ତି ସମ୍ବନ୍ଧ କେବଳ କାରଣ ଓ କାର୍ଯ୍ୟ ମଧ୍ୟରେ ନିହିତ ନଥାଏ; ଏହା ଅନ୍ୟକ୍ଷେତ୍ରରେ ମଧ୍ୟ ସମ୍ଭବ ହୋଇଥାଏ ।
Answer:
ନ୍ୟାୟଦର୍ଶନ

34. ___________ ମତରେ ବ୍ୟାପ୍ତି ହେଉଛି ଗୋଟିଏ ଅବ୍ୟଭିଚାରୀ, ଅନୌପାର୍ଶ୍ଵକ ଏବଂ ସହଚାରୀ ସମ୍ବନ୍ଧ ।
Answer:
ବେଦାନ୍ତ ଦର୍ଶନ

35. କାରଣକୁ ପ୍ରତ୍ୟକ୍ଷ କରି କାର୍ଯ୍ୟର ଭବିଷ୍ୟତ୍ ସଂଘଟନ ଅନୁମାନ କରିବାକୁ ___________ ଅନୁମାନ କୁହାଯାଏ ।
Answer:
ପୂର୍ବବତ୍

36. କାର୍ଯ୍ୟକୁ ପ୍ରତ୍ୟକ୍ଷ କରି କାରଣର ଅତୀତ ସଂଘଟନ ଅନୁମାନ କରିବାକୁ ___________ ଅନୁମାନ କୁହାଯାଏ ।
Answer:
ଶେଷବତ୍

37. ଗୋଟିକର ଉପସ୍ଥିତିକୁ ପ୍ରତ୍ୟକ୍ଷ କରି ଅନ୍ୟଟିର ଉପସ୍ଥିତି ଅନୁମାନ କରିବା ପ୍ରକ୍ରିୟାକୁ ___________ ଅନୁମାନ କୁହାଯାଏ ।
Answer:
ସାମାନ୍ୟତୋ ଦୃଷ୍ଟ

38. କେବଳାନ୍ବୟୀ ___________ ଦୃଷ୍ଟାନ୍ତ ଉପରେ ପ୍ରତିଷ୍ଠିତ ।
Answer:
ଭାବାତ୍ମକ ବା ଅନ୍ବୟ

39. କେବଳ ବ୍ୟତିରେକୀ ___________ ଦୃଷ୍ଟାନ୍ତ ଉପରେ ପ୍ରତିଷ୍ଠିତ ।
Answer:
ନଞର୍ଥକ ବା ବ୍ୟତିରେକ

40. ଅନ୍ବୟ ବ୍ୟତିରେକୀ ଉଭୟ ___________ ଓ ___________ ଦୃଷ୍ଟାନ୍ତ ଉପରେ ପ୍ରତିଷ୍ଠିତ ।
Answer:
ଅନ୍ବୟ, ବ୍ୟତିରେକ

41. ବ୍ୟାପ୍ତିର ବ୍ୟାପ୍ୟ ଓ ବ୍ୟାପକ ସମ ବିସ୍ତୃତିଯୁକ୍ତ ହୋଇନଥିଲେ, ତାହାକୁ ___________ ବ୍ୟାପ୍ତି କୁହାଯାଏ ।
Answer:
ବିଷମ

42. ବ୍ୟାପ୍ତିର ବ୍ୟାପ୍ୟ ଓ ବ୍ୟାପକ ସମ ବିସ୍ତୃତିଯୁକ୍ତ ହୋଇଥିଲେ ତାହାକୁ ___________ ବ୍ୟାପ୍ତି କୁହାଯାଏ ।
Answer:
ସମ

43. ବ୍ୟାପ୍ତିବଚନ ଏକ ___________ ବଚନ ଅଟେ ।
Answer:
ସାର୍ବିକ

44 ବୌଦ୍ଧ ମତାନୁଯାୟୀ ବ୍ୟାପ୍ତି ଏକ ___________ ସମ୍ବନ୍ଧ ।
Answer:
ଆବଶ୍ୟକ

45. ବସ୍ତୁଦ୍ଵୟ ମଧ୍ୟରେ କୌଣସି କ୍ଷେତ୍ରରେ ବ୍ୟଭିଚାରିତା ପରିଦୃଷ୍ଟ ନ ହେବାକୁ ___________ କୁହାଯାଏ ।
Answer:
ବ୍ୟଭିଚାରାଗ୍ରହ

46. ___________ ପ୍ରତ୍ୟକ୍ଷକୁ ଇନ୍ଦ୍ରିୟାତୀତ ବିଷୟର ଅନ୍ତର୍ଦଶନଲବ୍‌ଧ ସାକ୍ଷାତ୍‌ ଜ୍ଞାନ ବୋଲି କୁହାଯାଏ ।
Answer:
ସାମାନ୍ୟ ଲକ୍ଷଣ

47. ___________ ଧର୍ମଗ୍ରନ୍ଥ ସମ୍ପୂର୍ଣ୍ଣ ମାନବ ଜାତିକୁ ଦିଗ୍‌ଦର୍ଶନ ଦିଏ ।
Answer:
ଶ୍ରୀମଦ୍ ଭଗବତ୍ ଗୀତା

48. ଗୀତାରେ ___________ ଟି ଅଧ୍ୟାୟ ରହିଛି ।
Answer:
ଅଠର

49. ଗୀତାର ଦ୍ଵିତୀୟ ଅଧ୍ୟାୟକୁ ___________ ରହିଛି ।
Answer:
ସାଂଖ୍ୟ ଯୋଗ

50. ଶ୍ରୀକୃଷ୍ଣ ଅର୍ଜୁନଙ୍କୁ, କର୍ମ ସମ୍ପାଦନ ସମ୍ପର୍କରେ ଯେଉଁ ଉପଦେଶ ଦେଇଛନ୍ତି, ତାହାକୁ ___________ କୁହାଯାଏ ।
Answer:
କର୍ମ ଯୋଗ

51. କୌଣସି ଫଳରେ ଆଶା ନ ରଖ୍ ସମ୍ପୂର୍ଣ୍ଣ ନିରାସକ୍ତ ଭାବରେ କାର୍ଯ୍ୟ କରିବାକୁ ___________ କହନ୍ତି ।
Answer:
କର୍ମ ଯୋଗ

52. ଯିଏ କେବଳ କର୍ତ୍ତବ୍ୟ ପାଳନର ଉଦ୍ଦେଶ୍ୟରେ ଫଳାଫଳ ପ୍ରତି ଧ୍ୟାନ ନ ଦେଇ ନିଜକୁ କର୍ମରେ ସମ୍ପୂର୍ଣ୍ଣ ନିୟୋଜିତ କରେ, ତାକୁ ___________ କହନ୍ତି ।
Answer:
କର୍ମ ଯୋଗୀ

53. କର୍ମ ___________ ଓ ___________ ଭାବେ ଦୁଇ ଭାଗରେ ବିଭକ୍ତ ।
Answer:
ସକାମ, ନିଷ୍କାମ କର୍ମ

54. ଯେଉଁ କର୍ମ କେବଳ ଫଳପ୍ରାପ୍ତିର ଆକାଂକ୍ଷା ରଖ୍ କରାଯାଏ, ତାହାକୁ ___________ କର୍ମ କୁହାଯାଏ ।
Answer:
ସକାମ

CHSE Odisha Class 12 Logic Unit 5 Objective Questions in Odia Medium

55. ___________ କର୍ମ ହେଉଛି କାମନାରହିତ କର୍ମ ।
Answer:
ନିଷ୍କାମ

56. ___________ ସତ୍ୟାପଲବ୍‌ର ଉପାୟ ଅଟେ ।
Answer:
ଅହିଂସା

57. ___________ ଓ ___________ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ।
Answer:
ସତ୍ୟ, ଅହିଂସା

58. ___________ ହେଉଛି ସତ୍ୟର ଆଧାର ।
Answer:
ଅହିଂସା

59. ___________ ଶବ୍ଦଟି ହିଂସାର ବିପରୀତ ଅଟେ ।
Answer:
ଅହିଂସା

60. ___________ ଆଳସ୍ୟକୁ ପ୍ରଶ୍ରୟ ଦିଏ ନାହିଁ ।
Answer:
ଅହିଂସା

61. ___________ ହେଉଛି ବିଜୟଲାଭର ସର୍ବଶ୍ରେଷ୍ଠ ମାର୍ଗ ।
Answer:
ଅହିଂସା

62. ___________ ଅହିଂସାର ସକାରାତ୍ମକ ଅର୍ଥ ।
Answer:
ପ୍ରେମ

63. ଗାନ୍ଧୀଙ୍କ ମତରେ ___________ ହେଉଛି ସର୍ବୋତ୍ତମ ନୈତିକ ମାନଦଣ୍ଡ ।
Answer:
ଅହିଂସା

CHSE Odisha Class 11 Economics Solutions Chapter 16 ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପଦ୍ଧତି

Odisha State Board CHSE Odisha Class 11 Economics Solutions Chapter 16 ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପଦ୍ଧତି Questions and Answers.

CHSE Odisha 11th Class Economics Solutions Chapter 16 ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପଦ୍ଧତି

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

୧। ତଦନ୍ତ ପ୍ରକ୍ରିୟାରେ ତଥ୍ୟ ସଂଗ୍ରହ ପାଇଁ ସାଧାରଣତଃ କେଉଁ ପ୍ରଣାଳୀ ବ୍ୟବହୃତ ହୋଇଥାଏ ?
(i) ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ପ୍ରଣାଳୀ
(ii) ପରୋକ୍ଷ ମୌଖୂକ ଅନୁସନ୍ଧାନ ପ୍ରଣାଳୀ
(iii) ପ୍ରଶ୍ନମାଳା ପ୍ରଣାଳୀ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ପରୋକ୍ଷ ମୌତ୍ସକ ଅନୁସନ୍ଧାନ ପ୍ରଣାଳୀ ।

୨। ସମ୍ବାଦାତାମାନେ ସାଧାରଣତଃ କେଉଁ ତଥ୍ୟ ସଂଗ୍ରହ ପ୍ରଣାଳୀ ବ୍ୟବହାର କରିଥା’ନ୍ତି ?
(i) ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ପ୍ରଣାଳୀ
(ii) ପରୋକ୍ଷ ମୌତ୍ସକ ଅନୁସନ୍ଧାନ ପ୍ରଣାଳୀ
(iii) ସ୍ଥାନୀୟ ପ୍ରତିନିଧ୍ଵଙ୍କ ଦ୍ଵାରା ତଥ୍ୟ ସଂଗ୍ରହ ପ୍ରଣାଳୀ
(iv) ପ୍ରଶ୍ନମାଳା ପ୍ରଣାଳୀ
Answer:
(iii) ସ୍ଥାନୀୟ ପ୍ରତିନିଧ୍ଵଙ୍କ ଦ୍ଵାରା ତଥ୍ୟ ସଂଗ୍ରହ ପ୍ରଣାଳୀ

୩। ଭାରତର ଜନଗଣନା କେଉଁ ପଦ୍ଧତିରେ କରାଯାଏ ?
(i) ସାମଗ୍ରିକ ଗଣନା ପଦ୍ଧତି
(ii) ନମୁନା ସର୍ବେକ୍ଷଣ ପଦ୍ଧତି
(iii) ଉଭୟ ସାମଗ୍ରିକ ଓ ନମୁନା ସର୍ବେଷଣ ପଦ୍ଧତି
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ସାମଗ୍ରିକ ଗଣନା ପଦ୍ଧତି

୪। ନିମ୍ନୋକ୍ତ କେଉଁଟି ନମୁନା ସର୍ବେକ୍ଷଣ ପଦ୍ଧତିରେ ଉପଲବ୍ଧ ନୁହେଁ ?
(i) ସ୍ୱଳ୍ପବ୍ୟୟ
(ii) ପ୍ରଶାସନିକ ସୁବିଧା
(iii) କମ୍ ସମୟସାପେକ୍ଷ
(iv) ଅଧ‌ିକ ନିର୍ଭରଯୋଗ୍ୟତା
Answer:
(iv) ଅଧୂକ ନିର୍ଭରଯୋଗ୍ୟତ

CHSE Odisha Class 11 Economics Solutions Chapter 16 ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପଦ୍ଧତି

୫। କେଉଁ ପଦ୍ଧତିରେ ଗୋଷ୍ଠୀର ସମସ୍ତ ଏକକ ସମ୍ବନ୍ଧରେ ତଥ୍ୟ ସଂଗୃହୀତ ହୁଏ ?
(i) ସମ୍ପୂର୍ଣ୍ଣ ଗଣନା ପଦ୍ଧତି
(ii) ନମୁନା ସର୍ବେକ୍ଷଣ
(iii) ଐଚ୍ଛିକ ପ୍ରତିଚୟନ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ସମ୍ପୂର୍ଣ୍ଣ ଗଣନା ପଦ୍ଧତି

୬। ନିମ୍ନଲିଖୂତ ମଧ୍ୟରୁ କେଉଁଟି ଏକ ବ୍ୟୟ ସଙ୍କୋଚକାରୀ ପଦ୍ଧତି ଅଟେ ?
(i) ସମ୍ପୂର୍ଣ୍ଣ ଗଣନା
(ii) ନମୂନା ସର୍ବେକ୍ଷଣ
(iii) ଐଚ୍ଛିକ ପ୍ରତିଚୟନ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ନମୂନା ସର୍ବେକ୍ଷଣ

୭। ନିମ୍ନଲିଖତ ମଧ୍ୟରୁ କେଉଁଟି ବ୍ୟୟ ସଙ୍କୋଚକାରୀ ତଥ୍ୟ ସଂଗ୍ରହ ପ୍ରଣାଳୀ ଭାବେ ଜଣାଶୁଣା ?
(i) ବ୍ୟକ୍ତିଗତ ଅନୁସନ୍ଧାନ
(ii) ଗଣନାକାରୀ ଜରିଆରେ ତଥ୍ୟ ସଂଗ୍ରହ
(iii) ଡାକଯୋଗେ ପଠାଯାଉଥ‌ିବା ପ୍ରଶ୍ନବଳୀ
(iv) ଉପରୋକ୍ତ ସମସ୍ତ
Answer:
(iii) ଡାକଯୋଗେ ପଠାଯାଉଥିବା ପ୍ରଶ୍ନବଳୀ

୮। ସରକାରୀ ପ୍ରକାଶନ କେଉଁ ତଥ୍ୟର ଆଧାର ?
(i) ପ୍ରାଥମିକ ତଥ୍ୟ
(ii) ପରୋକ୍ଷ ତଥ୍ୟ
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ପରୋକ୍ଷ ତଥ୍ୟ

୯। ବିସ୍ଫୋରକ ଦ୍ରବ୍ୟର ଗୁଣାଗୁଣ ନିଷ୍କ୍ରିୟ କରିବା ପାଇଁ ବ୍ୟବହାର କରାଯାଉଥ‌ିବା ପଦ୍ଧତି ହେଲା –
(i) ନମୁନା ପଦ୍ଧତି
(ii) ସାମଗ୍ରିକ ଗଣନା ପଦ୍ଧତି
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ନମୁନା ପଦ୍ଧତି

CHSE Odisha Class 11 Economics Solutions Chapter 16 ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପଦ୍ଧତି

୧୦ । କେଉଁ ଦୃଷ୍ଟିରୁ ନମୁନା ସର୍ବେକ୍ଷଣ ପଦ୍ଧତି ଉତ୍କର୍ଷ ?
(i) ଗତି ଓ ମିତବ୍ୟୟିତା
(ii) ଉପଯୋଗିତା
(iii) ବୈଜ୍ଞାନିକ ଦୃଷ୍ଟିକୌଣ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

୧୧। ନମୁନା ସର୍ବେକ୍ଷଣ ପଦ୍ଧତିରେ ଯେଉଁ ତ୍ରୁଟି ପରିଲକ୍ଷିତ ହୁଏ ତାହା ହେଲା–
(i) ପ୍ରତିଚୟନ ତ୍ରୁଟି
(ii) ଅଣ-ପ୍ରତିଚୟନ ତ୍ରୁଟି
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଉଭୟ (i) ଓ (ii)

B. ଶୂନ୍ୟସ୍ଥାନ ପୂରଣ କର :

୧। ଆମ ଦେଶର ଜନଗଣନା ସମୟରେ _________________ ପଦ୍ଧତିରେ ତଥ୍ୟ ସଂଗ୍ରହ କରାଯାଇଥାଏ।
Answer:
ସାମଗ୍ରିକ ଗଣନା

୨। ବିସ୍ଫୋରକ ଦ୍ରବ୍ୟର ଗୁଣାଗୁଣ ନିର୍ଣ୍ଣୟ କରିବା ପାଇଁ __________________ ପଦ୍ଧତି କେବଳ ସମ୍ଭାବ୍ୟ ପଦ୍ଧତି ଅଟେ ।
Answer:
ନମୁନା

୩। ଏକ ଗୋଷ୍ଠୀରେ ଏକକ ସଂଖ୍ୟା ଅସୀମ ହୋଇଥିଲେ ତାହାକୁ _________________________ ଗୋଷ୍ଠୀ ବୋଲି କୁହାଯାଏ।
Answer:
ଅସୀମ

୪। ଏକ ଆଦର୍ଶ ପ୍ରଶାବଳୀରେ __________________ ରୁ _______________ ଟି ପ୍ରଶ୍ନ ରହିବା ବିଧେୟ ।
Answer:
୨୫ରୁ ୩୦

୫। କୌଣସି ଗୋଷ୍ଠୀ ଅସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ _______________________ ପଦ୍ଧତି ବ୍ୟବହୃତ ହୋଇପାରେ ।
Answer:
ନମୁନା

୬। ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ପ୍ରଣାଳୀରେ ଅନୁସନ୍ଧାନକାରୀ _______________________ ଭାବେ ତଥ୍ୟ ପ୍ରଦାନକାରୀଙ୍କଠାରୁ ତଥ୍ୟ ସଂଗ୍ରହ କରନ୍ତି ।
Answer:
ବ୍ୟକ୍ତିଗତ

୭। ପରୋକ୍ଷ ମୌତ୍ସକ ଅନୁସନ୍ଧାନ ପ୍ରଣାଳୀରେ ଅନୁସନ୍ଧାନକାରୀ ପ୍ରତ୍ୟକ୍ଷଭାବେ ତଥ୍ୟ ପ୍ରଦାନକାରଙ୍କଠାରୁ ତଥ୍ୟ ସଂଗ୍ରହ କରନ୍ତି ନାହିଁ, ମାତ୍ର _______________________ ଉତ୍ସରୁ ତଥ୍ୟ ସଂଗ୍ରହ କରନ୍ତି ।
Answer:
ପରୋକ୍ଷ

CHSE Odisha Class 11 Economics Solutions Chapter 16 ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପଦ୍ଧତି

୮। ସାଧାରଣତଃ ସମ୍ବାଦପତ୍ର ଓ ସମ୍ବାଦ ସରବରାହ ସଂସ୍ଥା ଗୁଡ଼ିକ ______________________ ଙ୍କ ଠାରୁ ତଥ୍ୟାବଳୀ ସଂଗ୍ରହ କରନ୍ତି ।
Answer:
ସ୍ଥାନୀୟ ପ୍ରତିନିଧ୍ୟ

୯। ___________________________ ପଦ୍ଧତିରେ ଗୋଷ୍ଠୀରୁ କେତେଗୁଡ଼ିଏ ଏକକୁ ଅଧ୍ୟୟନ କରାଯାଏ।
Answer:
ପ୍ରତ୍ୟେକ

୧୦। ______________________ ପଦ୍ଧତିରେ ଗୋଷ୍ଠୀରୁ କେତେଗୁଡ଼ିଏ ଏକକୁ ଅଧ୍ୟୟନ କରାଯାଏ।
Answer:
ନମୁନା ସର୍ବେକ୍ଷଣ

୧୧। ଯେଉଁଠାରେ ସମ୍ଭାବନା ପ୍ରଣାଳୀକୁ ଅବଲମ୍ବନ ନ କରି ମାନବୀୟ ବିଚାରଧାରା ଅନୁଯାୟୀ ନମୁନାଗୁଡ଼ିକର ଚୟନ କରାଯାଏ, ତାହାକୁ ______________________ ପ୍ରତିଚୟନ କୁହାଯାଏ ।
Answer:
ଐଚ୍ଛିକ

୧୨। ସରଳ ଅହେତୁକ ପ୍ରତିଚୟନ ଏକ ପ୍ରକାରର ସମସମ୍ଭବ ପ୍ରତିଚୟନ ଯହିଁରେ ଅନୁସନ୍ଧାନ ପରିସରଭୁକ୍ତ ପ୍ରତ୍ୟେକ ଏକକ ___________________________ ରେ ଅନ୍ତର୍ଭୁକ୍ତ ହେବାର ସମାନ ସ୍ଵାଧୀନତା ଓ ସମ୍ଭାବନା ଥାଏ।
Answer:
ନମୁନା

୧୩। ଯେଉଁ ପ୍ରକ୍ରିୟାରେ ଗୋଷ୍ଠୀର ବିଭିନ୍ନ ସ୍ତରରୁ ବିଭିନ୍ନ ସଂଖ୍ୟକ ନମୁନା ଅହେତୁକ ଭାବରେ ଚୟନ କରାଯାଏ, ତାହାକୁ ______________________ ପ୍ରତିଚୟନ ରୂପେ ଅଭିହିତ କରାଯାଏ।
Answer:
ସ୍ତରୀକୃତ ଅହେତୁକ

୧୪। _______________________ ପ୍ରଣାଳୀରେ ସମୁଦାୟ ଗୋଷ୍ଠୀର ସମସ୍ତ ଏକକୁ ବର୍ଷ କିମ୍ବା ଭୌଗୋଳିକ ଅଂଚଳ କିମ୍ବା ସଂଖ୍ୟା କିମ୍ବା ଅନ୍ୟାନ୍ୟ କୌଣସି କ୍ରମ ଅନୁଯାୟୀ ଏକ ତାଲିକା ପ୍ରସ୍ତୁତ କରାଯାଏ ଓ ପ୍ରତ୍ୟେକ ଏକକୁ ଏକ ସଂଖ୍ୟା ଦ୍ଵାରା ଚିହ୍ନଟ କରାଯାଏ ଏବଂ ଧର୍ମଗୁଳା ଭିତ୍ତିରେ ପ୍ରଥମେ ସଂଖ୍ୟାଟିକୁ ଅହେତୁକ ଭାବରେ ଚୟନ କରାଯାଏ।
Answer:
ସମବ୍ୟବଧାନ ପ୍ରତିଚୟନ

୧୫। ___________________________ ତଥ୍ୟଗୁଡ଼ିକ ପ୍ରକୃତ ।
Answer:
ପ୍ରାଥମିକ,

୧୬। ପ୍ରାଥମିକ ତଥ୍ୟଗୁଡ଼ିକ ______________________ ଠାରୁ ସଂଗ୍ରହ କରାଯାଏ ।
Answer:
ଅନୁସନ୍ଧାନକାରୀ

୧୭। କେନ୍ଦ୍ରୀୟ ପରିସଂଖ୍ୟାନ ସଂସ୍ଥା ________________________ ତଥ୍ୟ ପ୍ରକାଶ କରନ୍ତି ।
Answer:
ଜାତୀୟ ଅର୍ଥନୀତି

୧୮। ବାରମ୍ବାରତା ବିତରଣ ____________________ ତଥ୍ୟକୁ ବର୍ଗରେ ପ୍ରକାଶ କରେ ।
Answer:
ବିଭାଗୀକରଣ

CHSE Odisha Class 11 Economics Solutions Chapter 16 ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପଦ୍ଧତି

୧୯। ଶ୍ରେଣୀର ଦୁଇଟି ସୀମା ମଧ୍ୟରେ ଥ‌ିବା ବ୍ୟବଧାନକୁ ____________________ ।
Answer:
ଶ୍ରେଣୀ ଅନ୍ତରାଳ

୨୦ । ଏକ ନିରବଚ୍ଛିନ୍ନ ବାରମ୍ବାରତା ବିତରଣରେ ଗୋଟିଏ ବିଷୟର ମୂଲ୍ୟ ଯଦି ଉର୍ଜସୀମା ସହ ସମାନ ହୁଏ, ତେବେ ଏହା ____________________ ରେ ଗଣନା କରାଯିବ ।
Answer:
ପରବର୍ତୀ

୨୧ । ବିଚ୍ଛିନ୍ନ ବାରମ୍ବାରତା ବିତରଣରେ ଉଦ୍ଧୃସୀମାର ମୂଲ୍ୟ ସହ ସମାନ ଥିବା ମୂଲ୍ୟର ମିଷୟଟି ___________________ ଶ୍ରେଣୀରେ ଗଣାଯାଏ ।
Answer:
ସେହି ଶ୍ରେଣୀ

୨୨ । ବାରମ୍ବାରତା ଆନୁକ୍ରମିକ ମୋଟକୁ ନେଇ ଯେଉଁ ବାରମ୍ବାରତା ବିତରଣ ଶ୍ରେଣୀ ତିଆରି କରାଯାଏ, ତାହାକୁ ________________ ବାରମ୍ବାରତା ବିତରଣ କୁହାଯାଏ ।
Answer:
ରାଶିକୃତ ବାରମ୍ବାରତା

୨୩। ଗୋଟିଏ ସହଜ ଧାଡ଼ି / ଆରେରେ ତଥ୍ୟଗୁଡ଼ିକ _______________ ପରି ସଜା ହୋଇଥାନ୍ତି ।
Answer:
ଆରୋହୀ ଓ ଅବରୋହୀ କ୍ରମରେ

୨୪ । ଯଦି ବିଷୟର ସଂଖ୍ୟା _________________ ହୋଇଥାଏ ତେବେ ସହଜ ଆରେର ତଥ୍ୟକୁ ସଂଗଠନ କରିବା ସହଜ ହୋଇଥାଏ ।
Answer:
ସାନ

୨୫ । ତଥ୍ୟକୁ _________________________ ପ୍ରକାରରେ ସଜାଇବା, ଯଦି ବିଷୟର ସଂଖ୍ୟା (item) ହୋଇଥାଏ ।
Answer:
ବାରମ୍ବାରତା

୨୬ । ବାରମ୍ବାରତା ଆରେ ଗୋଟିଏ ବର୍ଗର ତଥ୍ୟର _________________ ଲକ୍ଷଣ ।
Answer:
ଯୋଗାଏ ନାହିଁ

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ।

୧। କେଉଁ ପଦ୍ଧତିରେ ଅନୁସନ୍ଧାନକାରୀ ତଥ୍ୟ ପ୍ରଦାନକାରୀଙ୍କୁ ପ୍ରଶ୍ନ ପଚାରି ତଥ୍ୟ ସଂଗ୍ରହ କରିଥା’ନ୍ତି।
Answer:
ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ପଦ୍ଧତି ।

୨। କେଉଁ ପଦ୍ଧତିରେ ସଂପୂର୍ଣ୍ଣ ମୌଳିକ ତଥ୍ୟ ସଂଗ୍ରହ କରାଯାଇପାରେ ?
Answer:
ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ପଦ୍ଧତି ।

୩। କେଉଁ ପଦ୍ଧତିରେ ସଂଗୃହୀତ ତଥ୍ୟ ଅଧ୍ବକ ବିଶ୍ଵାସ ଯୋଗ୍ୟ ଓ ସଠିକ୍ ହୋଇଥାଏ ?
Answer:
ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ପଦ୍ଧତି ।

୪। ସୂଚୀ କାହାକୁ କୁହାଯାଏ ?
Answer:
ଅନୁସନ୍ଧାନକାରୀ ବ୍ୟକ୍ତିଗତ ଭାବେ ପ୍ରଶ୍ନବଳୀ ମାଧ୍ୟମରେ ତଥ୍ୟ ପ୍ରଦାନକାରୀଙ୍କଠାରୁ ତଥ୍ୟ ସଂଗ୍ରହକୁ ପ୍ରଶ୍ନବଳୀ ସୂଚୀ କୁହାଯାଏ ।

CHSE Odisha Class 11 Economics Solutions Chapter 16 ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପଦ୍ଧତି

୫। ପ୍ରଶ୍ନବଳୀ ଓ ସୂଚୀ ମଧ୍ୟରେ ପାର୍ଥକ୍ୟ କ’ଣ ?
Answer:
ପ୍ରଶ୍ନବଳୀରେ ନିଜେ ତଥ୍ୟ ପ୍ରଦାନକାରୀ ସମସ୍ତ ତଥ୍ୟକୁ ନିଜେ ଲିପିବଦ୍ଧ କରୁଥିବା ବେଳେ ସୂଚୀକ୍ଷେତ୍ରରେ ତାହା ପ୍ରଶାବଳୀ କୁହାଯାଏ ।

୬। ପ୍ରଶ୍ନବଳୀ କାହାକୁ କୁହାଯାଏ ?
Answer:
ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଅନୁସନ୍ଧାନକାରୀ ତଥ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ଯେଉଁ ପ୍ରଶ୍ନମାନ ପ୍ରସ୍ତୁତ କରିଥା’ନ୍ତି ତାହାକୁ ପ୍ରଶାବଳୀ କୁହାଯାଏ ।

୭। ପ୍ରତ୍ୟକ୍ଷ ଓ ପରୋକ୍ଷ ତଥ୍ୟ ସଂଗ୍ରହରେ କେଉଁଟି ଅଧୁକ ବ୍ୟୟବହୁଳ ?
Answer:
ପ୍ରତ୍ୟକ୍ଷ ତଥ୍ୟ

୮। ଖବର କାଗଜରେ ପ୍ରକାଶିତ ତଥ୍ୟ କି ପ୍ରକାର ତଥ୍ୟ ଅଟେ ?
Answer:
ପରୋକ୍ଷ ତଥ୍ୟ

୯। ସାକ୍ଷରତା ହାର ଜାଣିବା ପାଇଁ କି ପ୍ରକାର ତଥ୍ୟ ବିଶେଷ ଉପଯୋଗୀ ?
Answer:
ପରୋକ୍ଷ ତଥ୍ୟ

୧୦ । ଜନଗଣନା ସଂପର୍କିତ ତଥ୍ୟ ଆମ ପାଇଁ କି ପ୍ରକାରର ତଥ୍ୟ ଅଟେ ?
Answer:
ପରୋକ୍ଷ ତଥ୍ୟ

୧୧। ଯଦି ତଥ୍ୟ ପ୍ରଦାନକାରୀଟି ଅଶିକ୍ଷିତ ହୋଇଥାଏ ତେବେ କେଉଁ ପଦ୍ଧତିରେ ତଥ୍ୟ ସଂଗ୍ରହ କରାଯାଇପାରେ ?
Answer:
ପ୍ରଶାବଳୀ ସୂଚୀ ମାଧ୍ୟମରେ ଅଶିକ୍ଷିତ ତଥ୍ୟ ପ୍ରଦାନକାରୀଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇପାରେ। କିମ୍ବା ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ପଦ୍ଧତିରେ ତଥ୍ୟ ସଂଗ୍ରହ କରାଯାଇପାରେ ।

୧୨। ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ କେଉଁ ପଦ୍ଧତି ଅବଲମ୍ବନ କରାଯାଇଥାଏ ?
Answer:
ପରୋକ୍ଷ ମୌକ ପଦ୍ଧତି

୧୩। ସାମ୍ବାଦିକମାନେ ନିୟମିତ ସମ୍ମାନ ସଂଗ୍ରହ କେଉଁ ପଦ୍ଧତିରେ କରିଥା’ନ୍ତି ?
Answer:
ସ୍ଥାନୀୟ ପ୍ରତିନିଧୂଙ୍କଦ୍ଵାରା ତଥ୍ୟ ସଂଗ୍ରହ ପଦ୍ଧତି

୧୪। କଟକରେ ରହୁଥ‌ିବା ଜଣେ ଗବେଷକ ରାଉରକେଲା ଇସ୍ପାତ କାରଖାନା ସଂପର୍କରେ କିପରି ଭାବେ ସ୍ଵଚ୍ଛ ବ୍ୟୟରେ ତଥ୍ୟ ସଂଗ୍ରହ କରିପାରିବେ ?
Answer:
ଡାକଯୋଗେ ପ୍ରେରିତ ପ୍ରଶ୍ନବଳୀ ପଦ୍ଧତିଦ୍ଵାରା

୧୫। ଦଙ୍ଗା ସମ୍ପର୍କିତ ତଥ୍ୟ ସଂଗ୍ରହର ପଦ୍ଧତିଟି କ’ଣ ?
Answer:
ସ୍ଥାନୀୟ ପ୍ରତିନିଧୂଙ୍କ ଦ୍ଵାରା ତଥ୍ୟ ସଂଗ୍ରହ ପଦ୍ଧତି।

୧୬। ଯଦି ନିୟମିତ ବ୍ୟବଧାନରେ ଏକ ଅଞ୍ଚଳରୁ ତଥ୍ୟ ସଂଗ୍ରହ କରିବାକୁ ପନେଏ କେତେ କେଉଁ ପଦ୍ଧତି ଅବଲମ୍ବନ କରାଯିବ ?
Answer:
ସ୍ଥାନୀୟ ପ୍ରତିନିଧୂଙ୍କଦ୍ଵାରା ତଥ୍ୟ ସଂଗ୍ରହ ।

CHSE Odisha Class 11 Economics Solutions Chapter 16 ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପଦ୍ଧତି

୧୭। ଯଦି ଅନୁସନ୍ଧାନର ବିସ୍ତୃତି ବ୍ୟାପକ ଓ ତଥ୍ୟଦାତା ଶିକ୍ଷିତ ହୋଇଥା’ନ୍ତି ତେବେ କେଉଁ ପ୍ରଣାଳୀରେ ତଥ୍ୟ ସଂଗ୍ରହ
Answer:
ଡାକଯୋଗେ ପ୍ରେରିତ ପ୍ରଶ୍ନବଳୀ ମାଧ୍ୟମରେ ତଥ୍ୟ ସଂଗ୍ରହ।

୧୮। ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ସମଷ୍ଟିକୁ ଗୋଷ୍ଠୀ କୁହାଯାଏ।

୧୯। ସାମଗ୍ରିକ ଗଣନା ପଦ୍ଧତି କ’ଣ ?
Answer:
ଯେଉଁ ପଦ୍ଧତିରେ ଅନୁସନ୍ଧାନ ସହ ସଂପୃକ୍ତ ସମସ୍ତ ଉପାଦାନମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ ଓ ବିଶେଷଣ କରାଯାଏ ତାହାକୁ ସାମଗ୍ରିକ ଗଣନା ପଦ୍ଧତି କୁହାଯାଏ।

୨୦। କେଉଁ ପଦ୍ଧତିରେ ଅନୁସନ୍ଧାନର ସମସ୍ତ ଏକକୁ ସଂପୂର୍ଣ୍ଣ ଗଣନା କରାଯାଏ ?
Answer:
ସାମଗ୍ରିକ ଗଣନା ପଦ୍ଧତି

୨୧। ନମୁନା କାହାକୁ କୁହାଯାଏ ?
Answer:
ସର୍ବେକ୍ଷଣ ମାଧ୍ୟମରେ ଯଦି ଗୋଷ୍ଠୀର ଏକ ସ୍ଥିରୀକୃତ ଅଂଶର ଏକ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଏ ତାହାକୁ ନମୁନା କୁହାଯାଏ।

୨୨। ନମୁନା ସର୍ବେକ୍ଷଣ ପଦ୍ଧତି କ’ଣ ?
Answer:
ଯେଉଁ ପଦ୍ଧତି ଦ୍ଵାରା ସମୁଦାୟ ଗୋଷ୍ଠୀର ଏକ ସ୍ଥିରୀକୃତ ଅଂଶର ଏକ ନମୁନା ବା ଏକ ଦଳର ଉପାଦାନକୁ

୨୩। ନମୁନା ଆକାର କ’ଣ ?
Answer:
ସ୍ଥିରୀକୃତ ନମୁନାରେ ଥ‌ିବା ସଂଖ୍ୟାର ଏକକୁ ନମୁନା ଆକାର କୁହାଯାଏ।

୨୪। ରୋଗୀର ରକ୍ତ ପରୀକ୍ଷା କେଉଁ ପଦ୍ଧତିର ଉଦାହରଣ ?
Answer:
ନମୁନା ପଦ୍ଧତି

CHSE Odisha Class 11 Economics Solutions Chapter 16 ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପଦ୍ଧତି

୨୬। ପ୍ରତିଚୟନ ତ୍ରୁଟି କ’ଣ ?
Answer:
ନମୁନା ମାଧ୍ୟମରେ ଗୋଷ୍ଠୀର ବୈଶିଷ୍ଟ୍ୟ ଆଧାରିତ ସିଦ୍ଧାନ୍ତ ଗ୍ରହଣ ଯୋଗ୍ୟତା ଓ ଉପଯୋଗିତା ନିର୍ଦ୍ଦିଷ୍ଟ ଆକାଳନ କ୍ଷେତ୍ରରେ ଯେଉଁ ତ୍ରୁଟି ଦେଖାଯାଏ ତାହାକୁ ପ୍ରତିଚୟନ ତ୍ରୁଟି କୁହାଯାଏ।

୨୭। ସରଳ ଅହେତୁକ ନମୁନା ପଦ୍ଧତି କାହାକୁ କୁହାଯାଏ ?
Answer:
ଯେଉଁ ପଦ୍ଧତିରେ ଅନୁସନ୍ଧାନ ପରିସରଭୁକ୍ତ ପ୍ରତ୍ୟେକ ଏକକ ନମୁନାରେ ଅନ୍ତର୍ଭୁକ୍ତ ହେବାର ସମାନ ସମ୍ଭାବନା ଥାଏ, ତାହାକୁ ସରଳ ଅହେତୁକ ନମୁନା କୁହାଯାଏ।

୨୮। କେଉଁ ପ୍ରତିଚୟନକୁ ସମ୍ଭାବ୍ୟତା ପ୍ରତିଚୟନ କୁହାଯାଏ ?
Answer:
ସରଳ ଅହେତୁକ ନମୁନା

୨୯। ଡାକଯୋଗେ ତଥ୍ୟ ସଂଗ୍ରହର ବଡ଼ ଦୁର୍ଗୁଣ କ’ଣ ?
Answer:
ତଥ୍ୟ ସଂଗ୍ରହରେ ଅହେତୁକ ବିଳମ୍ବ ।

୩୦। ପ୍ରଶ୍ନବଳୀର ପ୍ରଶ୍ନଗୁଡ଼ିକ କିପରି ହେବା ଆବଶ୍ୟକ ?
Answer:
ପ୍ରଶ୍ନବଳୀର ପ୍ରଶ୍ନଗୁଡ଼ିକ ପ୍ରତ୍ୟକ୍ଷ ଓ ସରଳ ଭାଷାରେ ହେବା ଉଚିତ୍ । ଅଯୌକ୍ତିକ ପ୍ରଶ୍ନଗୁଡ଼ିକୁ ଏଡ଼ାଇ ଦେବା ଉଚିତ୍।

୩୧। ଗୁଚ୍ଛ ପ୍ରତିଚୟନର ଉଦାହରଣ ଦିଅ।
Answer:
ମନେକର ଓଡ଼ିଶା ପ୍ରଦେଶରୁ ୩୫୦୦ ପରିବାରକୁ ନମୁନା ରୂପେ ଚୟନ କରିବା ଦରକାର, ପ୍ରଥମେ ଅହେତୁକ ଭାବରେ କେତେଗୁଡ଼ିଏ ଜିଲ୍ଲାକୁ ଚୟନ କରାଯାଏ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ, ଚୟନ ହୋଇଥିବା ଜିଲ୍ଲାମାନଙ୍କରୁ କେତେଗୁଡ଼ିଏ ଗ୍ରାମକୁ ଚୟନ କରାଯାଏ ଏବଂ ତୃତୀୟ ପର୍ଯ୍ୟାୟରେ ସେହି ଚୟନ ହୋଇଥିବା ଗ୍ରାମ ଗୁଡ଼ିକରୁ ୩୫୦୦ ପରିବାରକୁ ନମୁନା ଆକାରରେ ଅନୁସନ୍ଧାନ ପାଇଁ ଚୟନ କରାଯାଏ।

୩୨। ଐଚ୍ଛିକ ପ୍ରତିଚୟନ କ’ଣ ?
Answer:
ଯେଉଁଠାରେ ସମ୍ଭାବନା ପ୍ରଣାଳୀକୁ ଅବଲମ୍ବନ ନ କରି ମାନବୀୟ ବିଚାରଧାରା ଅନୁଯାୟୀ ନମୁନାଗୁଡ଼ିକର ଚୟନ କରାଯାଏ, ତାହାକୁ ଐଚ୍ଛିକ ପ୍ରତିଚୟନ କୁହାଯାଏ।

D. ନିମ୍ନଲିଖତ୍ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

୧। ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ପ୍ରଣାଳୀରେ ଅନୁସନ୍ଧାନକାରୀ ଓ ତଥ୍ୟ ପ୍ରଦାନକାରୀଙ୍କ ମଧ୍ୟରେ ଆଦୌ ସଂପର୍କ
Answer:
ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ପ୍ରଣାଳୀରେ ଅନୁସନ୍ଧାନକାରୀ ଓ ତଥ୍ୟପ୍ରଦାନକାରୀଙ୍କ ମଧ୍ୟରେ ସୁ-ସଂପର୍କ ରହିଥାଏ।

୨। ପରୋକ୍ଷ ମୌଖକ ଅନୁସନ୍ଧାନ ପ୍ରଣାଳୀରେ ମୌଳିକ ତଥ୍ୟ ସଂଗୃହୀତ ହୁଏ
Answer:
ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ପ୍ରଣାଳୀରେ ମୌଳିକ ତଥ୍ୟ ସଂଗୃହୀତ ହୁଏ।

୩ । ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ପ୍ରଣାଳୀରେ ଅନୁସନ୍ଧାନକାରୀ ତୃତୀୟ ପକ୍ଷର ସାହାଯ୍ୟ ଲୋଡ଼ିଥା’ନ୍ତି।
Answer:
ପରୋକ୍ଷ ମୌକ ଅନୁସନ୍ଧାନ ପ୍ରଣାଳୀରେ ଅନୁସନ୍ଧାନକାରୀ ତୃତୀୟ ପକ୍ଷର ସାହାଯ୍ୟ ଲୋଡ଼ିଥା’ନ୍ତି ।

୪। ନିଶା ସେବନକାରୀଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ବିଶେଷ ଉପଯୋଗୀ ।
Answer:
ନିଶା ସେବନକାରୀଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ପରୋକ୍ଷ ମୌଖକ ଅନୁସନ୍ଧାନ ବିଶେଷ ଉପଯୋଗୀ।

୫। ସମ୍ବାଦ ସରବରାହ ସଂସ୍ଥା ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନରେ ତଥ୍ୟ ସଂଗ୍ରହ କରିଥା’ନ୍ତି।
Answer:
ସମ୍ବାଦ ସରବରାହ ସଂସ୍ଥା ସ୍ଥାନୀୟ ପ୍ରତିନିଧୂଙ୍କଦ୍ଵାରା ତଥ୍ୟ ସଂଗ୍ରହ କରିଥା’ନ୍ତି ।

୬। ସମ୍ବାଦପତ୍ରରେ ପ୍ରକାଶିତ ତଥ୍ୟଗୁଡ଼ିକ ପରୋକ୍ଷ ତଥ୍ୟ।
Answer:
ଠିକ୍

CHSE Odisha Class 11 Economics Solutions Chapter 16 ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପଦ୍ଧତି

୭। ପ୍ରାଥମିକ ସ୍ତରରୁ ସଂଗୃଡୀତ ତଥ୍ୟକୁ ପରୋକ୍ଷ ତଥ୍ୟ କୁହାଯାଏ।
Answer:
ପ୍ରାଥମିକ ସ୍ତରରୁ ସଂଗୃହୀତ ତଥ୍ୟକୁ ପ୍ରତ୍ୟକ୍ଷ ତଥ୍ୟ କୁହାଯାଏ।

୮। ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ଦ୍ଵାରା ତଦନ୍ତ କମିଟି ତଥ୍ୟ ସଂଗ୍ରହ କରିଥା’ନ୍ତି।
Answer:
ପ୍ରାଥମିକ ସ୍ତରରୁ ସଂଗୃହୀତ ତଥ୍ୟକୁ ପ୍ରତ୍ୟକ୍ଷ ତଥ୍ୟ କୁହାଯାଏ।

୯। ପରୋକ୍ଷ ତଥ୍ୟ ଅଧୁକ ନିର୍ଭୁଲ ଓ ବିଶ୍ୱାସଯୋଗ୍ୟ ।
Answer:
ପ୍ରତ୍ୟକ୍ଷ ତଥ୍ୟ ଅଧ୍ବକ ନିର୍ଭୁଲ୍ ଓ ବିଶ୍ଵାସଯୋଗ୍ୟ ।

୧୦। ନିୟମିତ ନିରବଚ୍ଛିନ୍ନ ତଥ୍ୟ ସଂଗ୍ରହ ପାଇଁ ଡାକଯୋଗେ ପ୍ରେରିତ ପ୍ରଶ୍ନବଳୀ ଅଧୂକ ଉପଯୋଗୀ ।
Answer:
ନିୟମିତ ନିରବଚ୍ଛିନ୍ନ ତଥ୍ୟ ସଂଗ୍ରହ ପାଇଁ ସ୍ଥାନୀୟ ପ୍ରତିନିଧ୍ଵଙ୍କ ଦ୍ବାରା ତଥ୍ୟ ସଂଗ୍ରହ ଅଧୂକ ଉପଯୋଗୀ ।

୧୧। ସ୍ଥାନୀୟ ପ୍ରତିନିଧ୍ଵଙ୍କ ଦ୍ଵାରା ତଥ୍ୟ ସଂଗ୍ରହରେ ତଥ୍ୟର ମୌଳିକତାର ଅଭାବ ଦେଖାଯାଏ।
Answer:
ଠିକ୍

୧୨। ଦୂରସ୍ଥାନରୁ ତଥ୍ୟ ସଂଗ୍ରହ ପାଇଁ ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନର ଆବଶ୍ୟକତା ରହିଛି।
Answer:
ପ୍ରାଥମିକ ସ୍ତରରୁ ସଂଗୃହୀତ ତଥ୍ୟକୁ ପ୍ରତ୍ୟକ୍ଷ ତଥ୍ୟ କୁହାଯାଏ।

୧୩। ଡାକଯୋଗେ ପ୍ରେରିତ ପ୍ରଶ୍ରାବଳୀ ମାଧ୍ୟମରେ ତଥ୍ୟ ସଂଗ୍ରହ କ୍ଷେତ୍ରରେ ଉତ୍ତରଦାତା ଶିକ୍ଷିତ ହେବା ଆବଶ୍ୟକ।
Answer:
ଠିକ୍

୧୪। ଗଣନାକାରୀଙ୍କଦ୍ବାରା ପ୍ରେରିତ ସୂଚୀରେ ଉତ୍ତରଦାତା ନିଜେ ପ୍ରଶ୍ନବଳୀର ଉତ୍ତର ଲିପିବଦ୍ଧ କରିଥା’ନ୍ତି।
Answer:
ଋଣନାକାରୀଙ୍କଦ୍ଵାରା ପ୍ରେରିତ ସୂଚୀରେ ଗଣନାକାରୀ ନିଜେ ପ୍ରଶ୍ନବଳୀର ଉତ୍ତର ଲିପିବଦ୍ଧ କରିଥା’ନ୍ତି ।

୧୫। ଜନସଂଖ୍ୟାର ଘନତ୍ବ ପ୍ରତ୍ୟକ୍ଷ ତଥ୍ୟରୁ ସଂଗୃଡୀତ ହୁଏ।
Answer:
ଜନସଂଖ୍ୟାର ଘନତ୍ଵ ପରୋକ୍ଷ ତଥ୍ୟରୁ ସଂଗୃହୀତ ହୁଏ।

୧୬। ପ୍ରଶାବଳୀଗୁଡ଼ିକ ବିସ୍ତୃତ ହେବା ଆବଶ୍ୟକ।
Answer:
ପ୍ରଶାବଳୀ ଗୁଡ଼ିକ ସଂକ୍ଷିପ୍ତ ହେବା ଆବଶ୍ୟକ।

CHSE Odisha Class 11 Economics Solutions Chapter 16 ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପଦ୍ଧତି

୧୭। ରିଜର୍ଭ ବ୍ୟାଙ୍କ ବୁଲେଟିନ୍‌ ଏକ ପ୍ରକାଶିତ ପ୍ରତ୍ୟକ୍ଷ ତଥ୍ୟ ।
Answer:
ରିଭର୍ଜ ବ୍ୟାଙ୍କ ବୁଲେଟିନ ଏକ ପ୍ରକାଶିତ ପରୋକ୍ଷ ତଥ୍ୟ।

୧୮। ସର୍ବେକ୍ଷଣ ସମୟରେ ଗୋଷ୍ଠୀର ସମସ୍ତ ଏକକୁ ଗଣନ କରିବା ପଦ୍ଧତିକୁ ନମୁନା ପଦ୍ଧତି କୁହାଯାଏ।
Answer:
ସର୍ବେକ୍ଷଣ ସମୟରେ ଗୋଷ୍ଠୀର ସମସ୍ତ ଏକକୁ ଗଣନା କରିବା ପଦ୍ଧତିକୁ ସାମଗ୍ରିକ ଗଣନା ପଦ୍ଧତି କୁହାଯାଏ।

୧୯। ଜନଗଣନା କ୍ଷେତ୍ରରେ ନମ୍ବର ପଦ୍ଧତି ଅବଲମ୍ବନ କରାଯାଏ।
Answer:
ଜନଗଣନା କ୍ଷେତ୍ରରେ ସାମଗ୍ରିକ ଗଣନା ପଦ୍ଧତି ଅବଲମ୍ବନ କରାଯାଏ।

୨୦ । ପରୋକ୍ଷ ତଥ୍ୟ ସଂଗ୍ରହରେ ବ୍ୟକ୍ତିଗତ ଭାବପ୍ରବଣତର ପ୍ରଭାବ ରହିଥାଏ।
Answer:
ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହରେ ବ୍ୟକ୍ତିଗତ ଭାବପ୍ରବଣତାର ପ୍ରଭାବ ରହିଥାଏ।

୨୧। ଜନଗଣନାରୁ ସଂଗୃହୀତ ତଥ୍ୟ ଆମପାଇଁ ପ୍ରତ୍ୟକ୍ଷ ତଥ୍ୟ ।
Answer:
ଜନଗଣନାରୁ ସଂଗୃହୀତ ତଥ୍ୟ ଆମପାଇଁ ପରୋକ୍ଷ ତଥ୍ୟ।

୨୨। ପ୍ରତ୍ୟକ୍ଷ ତଥ୍ୟ ବିସ୍ତୃତ ଅଞ୍ଚଳରୁ ସଂଗ୍ରହ କରାଯାଇଥାଏ।
Answer:
ପରୋକ୍ଷ ତଥ୍ୟ ବିସ୍ତୃତ ଅଞ୍ଚଳରୁ ସଂଗ୍ରହ କରାଯାଇ ଥାଏ।

୨୩। ଗବେଷକମାନେ ପ୍ରତ୍ୟକ୍ଷ ତଥ୍ୟ ଉପରେ ନିର୍ଭର କରନ୍ତି ।
Answer:
ଗବେଷକମାନେ ପରୋକ୍ଷ ତଥ୍ୟ ଉପରେ ନିର୍ଭର କରନ୍ତି ।

୨୪। ନମୁନା ପଦ୍ଧତିରେ ଗୋଷ୍ଠୀର ଏକ ସ୍ଥିରୀକୃତ ଅଂଶକୁ ଅନ୍ତର୍ଭୁକ୍ତ କରାଯାଏ।
Answer:
ଠିକ୍

୨୫। ନମୁନା ପଦ୍ଧତି ସାମଗ୍ରିକ ଗଣନା ପଦ୍ଧତିଠାରୁ ଅଧିକ ବ୍ୟସାପେକ୍ଷ ।
Answer:
ସାମଗ୍ରିକ ଗଣନା ପଦ୍ଧତି ନମୁନା ପଦ୍ଧତିଠାରୁ ଅଧିକ ବ୍ୟସାପେକ୍ଷ ।

୨୬। ଗୋଷ୍ଠୀର ଆକାର ବୃହତ୍ ହେଲେ ନମୁନା ପଦ୍ଧତି ବିଶେଷ ଉପଯୋଗୀ ହୋଇଥାଏ।
Answer:
ଠିକ୍

୧୭। ନମୁନା ଆକାର ବୃହତ୍ ହେଲେ ତ୍ରୁଟିର ମାତ୍ରା ଅଧିକ ହୋଇଥାଏ।
Answer:
ନମୁନା ଆକାର କ୍ଷୁଦ୍ର ହେଲେ ତ୍ରୁଟିର ମାତ୍ରା ଅଧିକ ହୋଇଥାଏ।

CHSE Odisha Class 11 Economics Solutions Chapter 16 ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପଦ୍ଧତି

୨୮। ସରଳ ଅହେତୁକ ନମୁନା ପଦ୍ଧତିରେ ପ୍ରତ୍ୟେକ ଏକକ ନମୁନାରେ ଅନ୍ତର୍ଭୁକ୍ତ ହେବାର ସମାନ ସମ୍ଭାବନା ନଥାଏ।
Answer:
ସରଳ ଅହେତୁକ ନମୁନା ପଦ୍ଧତିରେ ପ୍ରତ୍ୟେକ ଏକକ ନମୁନାରେ ଅନ୍ତର୍ଭୁକ୍ତ ହେବାର ସମାନ ସମ୍ଭାବନା ଥାଏ।

୨୯। ଲଟେରୀ ପଦ୍ଧତି ସ୍ତରୀକୃତ ନମୁନାରେ ବ୍ୟବହାର ହୋଇଥାଏ।
Answer:
ଲଟେରୀ ପଦ୍ଧତି ସରଳ ଅହେତୁକ ନମୁନାରେ ବ୍ୟବହାର ହୋଇଥାଏ।

୩୦। ସମୁଦାୟ ଗୋଷ୍ଠୀରେ ଭିନ୍ନତା ଦେଖାଦେନଲେ ସରଳ ଅହେତୁକ ନମୁନା ପଦ୍ଧତି ଅବଲମ୍ବନ କରାଯାଏ।
Answer:
ସମୁଦାୟ ଗୋଷ୍ଠୀରେ ଭିନ୍ନତା ଦେଖାଦେନଲେ ସ୍ତରୀକୃତ ନମୁନା ପଦ୍ଧତି ଅବଲମ୍ବନ କରାଯାଏ।

୩୧। ସମବ୍ୟବଧାନ ପ୍ରତିଚଜୟନ ବା ନମନାରେ ସମୁଦାୟ ଗୋଷ୍ଠୀର ବିଭିନ୍ନ ଏକକକୁ ବିଭିନ୍ନ ସ୍ତରରେ ବିଭାଗୀକରଣ କରାଯାଇଥାଏ ।
Answer:
ସମବ୍ୟବଧାନ ପ୍ରତିଚୟନ ବା ନମୁନା ପଦ୍ଧତିରେ ଏକ ନିର୍ଦ୍ଦିଷ୍ଟ କ୍ରମରେ ଗୋଷ୍ଠୀର ଏକକ ଗୁଡ଼ିକୁ ମନୋନୟନ କରାଯାଏ।

୩୨। ସମ୍ପୂର୍ଣ୍ଣ ଗଣନା ପଦ୍ଧତିରେ ନମୁନା ସଂଗୃହୀତ ହୁଏ।
Answer:
ନମୁନା ପଦ୍ଧତିରେ ନମୁନା ସଂଗୃହୀତ ହୁଏ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖତ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ୟରେ ଦିଅ ।

୧। ସାମଗ୍ରିକ ଗଣନା ପଦ୍ଧତି କ’ଣ ?
Answer:
ଯେତେବେଳେ କୌଣସି ଗୋଷ୍ଠୀର ପ୍ରତିଟି ଏକକର ସଂପୂର୍ଣ୍ଣ ଗଣନା କରାଯାଏ, ତାହାକୁ ସାମଗ୍ରିକ ଗଣନା କୁହାଯାଏ। ଏଠାରେ ଗୋଷ୍ଠୀ ସାମଗ୍ରୀକ ଅର୍ଥରେ ବୁଝାଯାଇଥାଏ। ସାମଗ୍ରିକ ଗଣନା ପଦ୍ଧତି ଏକ ପଦ୍ଧତି ଯହିଁରେ ଅନୁସନ୍ଧାନର ପ୍ରତି ଏକକର ସଂପୂର୍ଣ୍ଣ ଗଣନା କରାଯାଇଥାଏ। ଏହି ପଦ୍ଧତିରେ ଗୋଷ୍ଠୀର ପ୍ରତି ଏକକ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଏ । ଯେହେତୁ ଏହି ପଦ୍ଧତିରେ ଗୋଷ୍ଠୀର ପ୍ରତି ଏକକୁ ଗଣନା କରାଯାଏ, ଏହା ସଠିକ୍ ଓ ନିର୍ଭରଶୀଳ ଓ ବିଶ୍ଵାସନୀୟ ଉପସଂହାର ପ୍ରଦାନ କରିଥାଏ। ଏହି ପଦ୍ଧତି ଅତ୍ୟନ୍ତ ବ୍ୟୟ ସାପେକ୍ଷ ଓ ସମୟ ସାପେକ୍ଷ ।

୨। ନମୁନା ପଦ୍ଧତି କ’ଣ ?
Answer:
ଯେଉଁ କ୍ଷେତ୍ରରେ ଗୋଷ୍ଠୀର କିଛି ଅଂଶ ଅଧ୍ୟୟନ କରି ସଂପୂର୍ଣ ଗୋଷ୍ଠୀ ସମ୍ବନ୍ଧରେ ସିଦ୍ଧାନ୍ତ ନିଆଯାଏ, ତାହାକୁ ନମୁନା ସର୍ବେକ୍ଷଣ କୁହାଯାଏ। ନମୁନା ହେଉଛି ଗୋଷ୍ଠୀର ଏକ ଅଂଶ, ଯାହାକୁ ଆମେ ଗୋଷ୍ଠୀର ଅନୁସନ୍ଧାନ ନ ପାଇଁ ଚୟନ କରାଯାଏ। ଯେହେତୁ ଏହି ପଦ୍ଧତିରେ ଗୋଷ୍ଠୀର କିଛି ଅଂଶ ତଦନ୍ତ ପାଇଁ ଅଧ୍ୟୟନ କରାଯାଏ, କମ୍ ସମୟ ଓ କମ୍ ଖର୍ଚ୍ଚରେ ସମ୍ଭବ ହୋଇଥାଏ। ମାତ୍ର ନମୁନା ସର୍ବେକ୍ଷଣ ପଦ୍ଧତି କମ୍ ନିର୍ଭରଶୀଳ ଓ କମ୍ ସଠିକ୍ ଫଳ ପ୍ରଦାନ କରିଥାଏ।

୩। ଐଚ୍ଛିକ ପ୍ରତିଚୟନ କ’ଣ ?
Answer:
ଯେଉଁଠାରେ ସମ୍ଭାବନା ପ୍ରଣାଳୀକୁ ଅବଲମ୍ବନ ନ କରି ମାନବୀୟ ବିଚାରଧାରା ଅନୁଯାୟୀ ନମୁନା ଗୁଡ଼ିକର ଚୟନ କରାଯାଏ, ତାହାକୁ ଐଚ୍ଛିକ ପ୍ରତିଚୟନ କୁହାଯାଏ। ଏହା ଏକ ପ୍ରକାର ଉଦ୍ଦେଶ୍ୟମୂଳକ ପ୍ରତିଚୟନ। ଏଥିରେ ନମୁନାଗୁଡ଼ିକର ସଂପୂର୍ଣ୍ଣରୂପେନ ଅନୁସନ୍ଧାନକାରୀଙ୍କର ବିଚାର ଉପରେ ନିର୍ଭର କରିଥାଏ, ଏବଂ ସେହିସବୁ ନମୁନାଗୁଡ଼ିକୁ ଏପରି ଚୟନ, କରିଥାଏ ଯେପରି ନମୁନାଗୁଡ଼ିକ ତା’ର ବିଚାର ଅନୁଯାୟୀ ଗୋଷ୍ଠୀକୁ ପ୍ରତିନିଧ୍ୟ କରିଥାଏ। ଏହି ପ୍ରକାରର ପ୍ରତିଚୟନ ବ୍ୟବସାୟିକ ସମସ୍ୟାଗୁଡ଼ିକରେ ବହୁଳ ଭାବରେ ବ୍ୟବହୃତ ହୋଇଥାଏ।

CHSE Odisha Class 11 Economics Solutions Chapter 16 ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପଦ୍ଧତି

୪। ସୁବିଧାଜନକ ପ୍ରତିଚୟନ କ’ଣ ?
Answer:
ସୁବିଧାଜନକ ପ୍ରତିଚୟନ ଏକ ପ୍ରକାରର ଅଣଯାଦୃଚ୍ଛା ପ୍ରତିଚୟନ କିମ୍ବା ଉଦ୍ଦେଶ୍ୟମୂଳକ ପ୍ରତିଚୟନ ଯେଉଁଠାରେ ନମୁନାଗୁଡ଼ିକର ଚୟନ ସମ୍ଭାବ୍ୟତା କିମ୍ବା ଐହିକ ଭାବରେ ନ କରି ସୁବିଧା ଦୃଷ୍ଟିରୁ କରାଯାଇଥାଏ। ସଦ୍ୟ ମିଳୁଥିବା ତାଲିକାରୁ ପ୍ରାପ୍ତ ନମୁନା ଗୁଡ଼ିକ ସୁବିଧାଜନକ ପ୍ରତିଚୟନ ରୂପେ ଅଭିହିତ କରାଯାଏ, ଯଦିଓ ନମୁନା ଗୁଡ଼ିକ ସେହି ତାଲିକାରୁ ଅହେତୁକ ଭାବରେ ବଛାଯାଇଥାଏ। ତେଣୁ ସୁବିଧାଜନକ ପ୍ରତିଚୟନରେ ପକ୍ଷପାତିତା ଓ ଭାବପ୍ରଣତା ଦେଖାଯାଇଥାଏ। ଯାହା ହେଉ ସୁବିଧାଜନକ ପ୍ରତିଚୟନରେ ବଡ଼ ବଡ଼ ତଦନ୍ତର ଅଧ୍ୟୟନରେ ବହୁଳ ବ୍ୟବହୃତ ହୋଇଥାଏ।

୫। ନିୟନ୍ତ୍ରିତ ମାତ୍ରାତ୍ମକ ପ୍ରତିଚୟନ କ’ଣ ?
Answer:
ଯେଉଁ ପଦ୍ଧତିରେ ସମୁଦାୟ ଗୋଷ୍ଠୀକୁ ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟତା ଭିତ୍ତିରେ ବିଭକ୍ତ କରି ପ୍ରତ୍ୟେକ ଅନୁସନ୍ଧାନକାରୀ ସେମାନଙ୍କର ଭାଗ ଅଂଶରୁ ତଥ୍ୟ ସଂଗ୍ରହ କରି ଆବଶ୍ୟକୀୟ ବୃତ୍ତାନ୍ତ ପ୍ରଦାନ କରନ୍ତି, ସେହି ପଦ୍ଧତିକୁ ନିୟନ୍ତ୍ରିତ ମାତ୍ରାତ୍ମକ ପ୍ରତିଚୟନ (Quota Sampling) କୁହାଯାଏ । ଏହି ପଦ୍ଧତି ସ୍ତରୀକୃତ ନମୁନା ସହ ସମାନ। ଏହାଦ୍ଵାରା ପ୍ରତ୍ୟେକ ଅନୁସନ୍ଧାନକାରୀ ସେମାନଙ୍କର ପ୍ରାପ୍ୟ ଅଂଶ ପ୍ରଦାନ କରାଯାଇଥାଏ।

ଅର୍ଥାତ୍ ଗୋଷ୍ଠୀକୁ ଏକ ସ୍ଵତନ୍ତ୍ର ବୈଶିଷ୍ଟ୍ୟତା ଯଥଶ ଆୟ ବର୍ଗ, ଲିଙ୍ଗାନୁପାତ, ବୃତ୍ତିଗତ ଢାଞ୍ଚା, ରାଜନୈତିକ ବା ଧର୍ମୀୟ ଅନୁରକ୍ତି ଭିତ୍ତିରେ ବିଭକ୍ତ କରାଯାଇ ପ୍ରତ୍ୟେକ ଅନୁସନ୍ଧାନକାରୀଙ୍କୁ ସେମାନଙ୍କର ରୁଚି ମତେ ଦିଆଯାଇ ଥାଏ। ତନ୍ମଧ୍ୟରୁ ସେମାନେ ତଥ୍ୟ ସଂଗ୍ରହ କରି ତାଙ୍କର ଉପସଂହାର ପ୍ରଦାନ କରନ୍ତି। ଚୟନ ପ୍ରକ୍ରିୟାରେ ହୋଇଥାଏ। ଯାହାହେଉ ଏହା ଜନମତ ଅଧ୍ୟୟନ ପାଇଁ ପ୍ରଯୁଜ୍ୟ ହୋଇଥାଏ।

୬। ସମସମ୍ଭବ ଅଥବା ଅହେତୁକ ପ୍ରତିଚୟନ କ’ଣ ?
Answer:
ସମସମ୍ଭବ ଅଥବା ଅହେତୁକ ପ୍ରତିଚୟନ ଏକ ପ୍ରକାରର ପ୍ରତିଚୟନ ଯାହା ଉଦ୍ଦେଶ୍ୟ ମୂଳକ ପ୍ରତିଚୟନଠାରୁ ଭିନ୍ନ। ଯେଉଁ ନମୁନାର ଚୟନ ସମ୍ଭାବ୍ୟତା ନିୟମ ଭିତ୍ତିରେ ହୋଇଥାଏ ତାହାକୁ ସମସମ୍ଭବ ବା ଅହେତୁକ ନମୁନା କୁହାଯାଏ। ଏହାକୁ ମଧ୍ୟ ସମ୍ଭାବ୍ୟତା ପ୍ରତିଚୟନ କୁହାଯାଏ। ଏହା ସୂଚାଇଦିଏ ଯେ ନମୁନାଗୁଡ଼ିକ ଅନୁସନ୍ଧାନକାରୀଙ୍କ ଦ୍ଵାରା ଅହେତୁକ ଭାବରେ ସଂଗୃହୀତ ହୋଇଥାଏ । ତେଣୁ ଏହି ପ୍ରକାରର ପ୍ରତିଚୟନରେ ନମୁନାଗୁଡ଼ିକର ଚୟନରେ ପକ୍ଷପାତିତା ଓ ଭାବପ୍ରବଣତା ଦେଖାଯାଇ ନ ଥାଏ। ଏହି ସମ ସମ୍ଭବ ପ୍ରତିଚୟନ ଚାରି ପ୍ରକାରର; ଯଥା –

(୧) ସରଳ ଅହେତୁକ ପ୍ରତିଚୟନ,
(୨) ସ୍ତରୀକୃତ ଅହେତୁକ ପ୍ରତିଚୟନ,
(୩) କ୍ରମବଦ୍ଧ ପ୍ରତିଚୟନ ଓ
(୪) ଗୁଚ୍ଛ ପ୍ରତିଚୟନ।

୭। ସରଳ ଅହେତୁକ ପ୍ରତିଚୟନ ପଦ୍ଧତି କ’ଣ ?
Answer:
ଯେଉଁ ପଦ୍ଧତିରେ ଅନୁସନ୍ଧାନ ପରିସରଭୁକ୍ତ ପ୍ରତ୍ୟେକ ଏକକ ଏକକ ନମୁନାରେ ଅନ୍ତର୍ଭୁକ୍ତ ହେବାର ସମ୍ଭାବନା ଥାଏ, ତାହାକୁ ସମସମ୍ଭବ ପ୍ରତିଚୟନ ବା ସରଳ ଅହେତୁକ ପ୍ରତିଚୟନ କୁହାଯାଏ। ଏହି ପଦ୍ଧତିକୁ ସମ୍ଭାବ୍ୟତା ପ୍ରତିଚୟନ କୁହାଯାଏ । ଏହି ପ୍ରକାରର ପ୍ରତିଚୟନରେ ଗୋଷ୍ଠୀର ପ୍ରତ୍ୟେକ ଏକକ ନମୁନାରୂପେ ବିବେଚନା କରିବାର ସମ୍ଭାବନା ରହିଥାଏ। ଏହିପରି ଏକ କୌଶଳ ଯେଉଁଥିରେ ଏକକ ଗୁଡ଼ିକ ଅନ୍ତର୍ଭୁକ୍ତ ହେବାର ସମାନ ସମ୍ଭାବନା ସୃଷ୍ଟି ହୋଇଥାଏ।

୮। ସ୍ତରୀକୃତ ପ୍ରତିଚୟନ କ’ଣ ?
Answer:
ଯେଉଁ ପ୍ରକ୍ରିୟାରେ ଗୋଷ୍ଠୀର ବିଭିନ୍ନ ସ୍ତରରୁ ବିଭିନ୍ନ ସଂଖ୍ୟକ ନମୁନା ଅହେତୁକ ଭାବରେ ଚୟନ କରାଯାଏ, ତାହାକୁ ସ୍ତରୀକୃତ ପ୍ରତିଚୟନ ବୋଲି କୁହାଯାଏ। ଏହି ପ୍ରତିଚୟନରେ ସମୁଦାୟ ଗୋଷ୍ଠୀକୁ ବିଭିନ୍ନ ସ୍ତରରେ ଭାଗ କରାଯାଏ ଓ ପ୍ରତ୍ୟେକ ସ୍ତରରୁ କେତେଗୁଡ଼ିଏ ନମୁନାକୁ ଚୟନ କରାଯାଏ। ଉଦାହରଣ ସ୍ଵରୂପ କଟକ ଅବସ୍ଥାକୁ ଅଧ୍ୟୟନ କରିବା ପାଇଁ ଆମେ କଟକ ସହରକୁ ବିଭିନ୍ନ ଅଞ୍ଚଳରେ ଭାଗ ଭାଗ କରିବା ଓ ପ୍ରତ୍ୟେକ ଭାଗରୁ ଅହେତୁକ ଭାବରେ ନମୁନାଗୁଡ଼ିକୁ ଚୟନ କରିବା। ଯେଉଁ ଗୋଷ୍ଠୀର ବୈଶିଷ୍ଟ୍ୟ ଗୁଡ଼ିକରେ ଯଥେଷ୍ଟ ତାରତମ୍ୟ ଥାଏ, ସେଠାରେ ଏହି ପଦ୍ଧତି ବିଶେଷ ଉପଯୋଗୀ ହୋଇଥାଏ।

CHSE Odisha Class 11 Economics Solutions Chapter 16 ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପଦ୍ଧତି

୯। ଗୁଚ୍ଛ ପ୍ରତିଚୟନ କ’ଣ ?
Answer:
ଯେଉଁ ପଦ୍ଧତିରେ ସମୁଦାୟ କ୍ଷେତ୍ରକୁ କେତୋଟି ସଦୃଶ ଏକକରେ ବିଭକ୍ତ କରାଯାଇ ତହିଁରୁ ଏକ ଗୁଚ୍ଛକୁ ମନୋନିତ କରାଯାଏ, ତାହାକୁ ଗୁଚ୍ଛ ପ୍ରତିଚୟନ କୁହାଯାଏ । ଏହାକୁ ମଧ୍ୟ ବର୍ଗ ନମୁନା କୁହାଯାଏ । ଏହି ବର୍ଗ ନମୁନା ଭୌଗୋଳିକ ଆଧାରରେ ଗଠିତ ହୋଇଥିବାରୁ ଏହାକୁ କ୍ଷେତ୍ର ନମୁନା ବୋଲି ମଧ୍ୟ କୁହାଯାଏ। ଏହି ଗୁଚ୍ଛ ଗୁଡ଼ିକ ଯଥା ସମ୍ଭବ ଛୋଟ ହେବା ଆବଶ୍ୟ । କାରଣ ପ୍ରତ୍ୟେକ ଗୁଚ୍ଛର ନମୁନା ଏକକର ସଂଖ୍ୟା ପ୍ରାୟ ସମାନ ହୋଇଥାଏ। ଏହି ପଦ୍ଧତି ମାଧ୍ୟମରେ ଲୋକମାନଙ୍କର ଆୟ ଆକଳନ କରାଯାଇଥାଏ।

୧୦। ବହୁସ୍ତର ପ୍ରତିଚୟନ କ’ଣ ?
Answer:
ଯେଉଁ ପଦ୍ଧତି ଦ୍ବାରା ସମୁଦାୟ ଗୋଷ୍ଠୀକୁ ଅନେକଗୁଡ଼ିଏ ମନୋନୀତ ଉପବର୍ଗରେ ବିଭକ୍ତ କରି ପ୍ରତ୍ୟେକ ଉପବର୍ଗରୁ ଅହେତୁକ ଭାବେ ଅନେକ ଏକକ ନିର୍ଣ୍ଣୟ କରାଯାଏ, ତାହାକୁ ବହୁସ୍ତର ନମୁନା କୁହାଯାଏ। ଏହି ପଦ୍ଧତି ଦ୍ଵାରା ବିଭିନ୍ନ ସ୍ତର ଦେନଇ ଉଦ୍ଦିଷ୍ଟ ନମୁନାକୁ ଚୟନ କରାଯାଏ। ଏହି କୌଶଳକୁ ଦୁଇ ସ୍ତର ନମୁନା ବୋଲି କୁହାଯାଏ। ଗୁଚ୍ଛକୁ ମୁଖ୍ୟ ଏକକ ଓ ଗୁଚ୍ଛ ଅନ୍ତର୍ଭୁକ୍ତ ଏକକୁ ଗୌଣ ଏକକ କୁହାଯାଏ। ଏହି ପ୍ରକାର ନମୁନା ଚୟନ ଅଧିକ ନମନୀୟ ଓ ପ୍ରଶାସନିକ ସୁବିଧା ସୃଷ୍ଟି କରେ। ଅନୁନ୍ନତ ଦେଶ କ୍ଷେତ୍ରରେ ଏହା ବିଶେଷ ଉପଯୋଗୀ। ମାତ୍ର ଏହାର ସଠିକତା କମ୍ ।

୧୧। ସମବ୍ୟବଧାନ ପ୍ରତିଚୟନ କ’ଣ ?
Answer:
ଯେଉଁ ପଦ୍ଧତିରେ ସମୁଦାୟ ଗୋଷ୍ଠୀର ନମୁଦା ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ କ୍ରମରେ ମନୋନୀତ ହୋଇଥା’ନ୍ତି ତାହାକୁ ସମବ୍ୟବଧାନ ପ୍ରତିଚୟନ କୁହାଯାଏ। ଏହି ପଦ୍ଧତିରେ ସମୁଦାୟ ଗୋଷ୍ଠୀକୁ କେତେକ ସମାନ ଭାଗରେ ବିଭକ୍ତ କରାଯାଏ। ପ୍ରତ୍ୟେକ ଏକକୁ ଏକ ସଂଖ୍ୟାଦ୍ଵାରା ଚିହ୍ନଟ କରାଯାଇ ପ୍ରଥମ ଭାଗର ଯେକୌଣସି ସଂଖ୍ୟାକୁ ଅହେତୁକ ଭାବେ ଚୟନ କରାଯାଏ। ତା’ପରେ ଅନ୍ୟ ଭାଗ ଗୁଡ଼ିକୁ ପ୍ରତ୍ୟେକ ଭାଗରୁ ସମବ୍ୟବଧାନ ରଖୁ ଗୋଟିଏ ପରେ ଗୋଟିଏ କରି କ୍ରମାନ୍ଵୟରେ ଚୟନ କରାଯାଏ।

ଏଥ‌ିପାଇଁ ନମୁନା ଏକକ ଗୁଡ଼ିକ ସାଂଖ୍ୟକ, ବର୍ଣନାକ୍ରମିକ, କାଳାନୁକ୍ରମିକ, ଭୌଗୋଳିକ ଇତ୍ୟାଦି ଭିଭିରେ ବିନ୍ୟାସ କରାଯାଏ। ଏହା ଏପରି ସଜାଇ ରଖାଯାଇଥାଏ ଯେ ଗୋଷ୍ଠୀର ପ୍ରତ୍ୟେକ ନମୁନା ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟକ୍ରମେ ଚିହ୍ନିତ ହୋଇଥାଏ।

୧୨। ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ପ୍ରଣାଳୀ କ’ଣ ?
Answer:
ଯେଉଁ ପ୍ରଣାଳୀରେ ଅନୁସନ୍ଧାନକାରୀ ବ୍ୟକ୍ତିଗତ ଭାବେ ନିଜେ ତଥ୍ୟ ପ୍ରଦାନକାରୀଙ୍କଠାର ତଥ୍ୟ ସଂଗ୍ରହ କରିଥା’ନ୍ତି ତାହାକୁ ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ କୁହାଯାଏ। ଏ କ୍ଷେତ୍ରରେ ଅନୁସନ୍ଧାନକାରୀ ନିଜେ ଉପସ୍ଥିତ ରହି ତଥ୍ୟ ପ୍ରଦାନକାରୀଙ୍କୁ ପ୍ରତ୍ୟକ୍ଷ ଭାବରେ ବିଭିନ୍ନ ପ୍ରଶ୍ନ ପଚାରି ଅଭିଷ୍ଟ ତଥ୍ୟ ସଂଗ୍ରହ କରିଥା’ନ୍ତି। ତେଣୁ ଅନୁସନ୍ଧାନକାରୀ ତଥ୍ୟ ପ୍ରଦାନକାରୀଙ୍କ ସହ ପ୍ରତ୍ୟକ୍ଷ ସଂପର୍କ ସ୍ଥାପନ କରିଥା’ନ୍ତି।

ଅନୁସନ୍ଧାନକାରୀ ନିଜର ଧୀଶକ୍ତି ପ୍ରୟୋଗ କରି ତଥ୍ୟର ଅନୁଶୀଳନ କରିଥା’ନ୍ତି ଓ ଉପଯୁକ୍ତ ତଥ୍ୟ ସଂଗ୍ରହ କରିଥା’ନ୍ତି । ଏହି ପ୍ରଣାଳୀ ଦ୍ଵାରା ମୌଳିକ, ସଠିକ୍ ଓ ବିଶ୍ଵାସନୀୟ ତଥ୍ୟ ସଂଗୃହୀତ ହୋଇଥାଏ। କିନ୍ତୁ ଏହି ପ୍ରଣାଳୀ ଅତ୍ୟନ୍ତ ବହୁଳ ଓ ସମୟ ସାପେକ୍ଷ ଅଟେ । ଏବଂ ସର୍ବେକ୍ଷଣ ପରିସର ବ୍ୟାପକ ହୋଇଥିଲେ ଏହି ପ୍ରଣାଳୀ ଅନୁପଯୁକ୍ତ ହୋଇଥାଏ।

୧୩। ପରୋକ୍ଷ ମୌଖୂକ ଅନୁସନ୍ଧାନ କ’ଣ ?
Answer:
ଯେଉଁ ପ୍ରଣାଳୀରେ ଅନୁସନ୍ଧାନକାରୀ ତୃତୀୟ ପକ୍ଷ ବା ସାକ୍ଷୀମାନଙ୍କର ସହାୟତାରେ ତଥ୍ୟ ସଂଗ୍ରହ କରନ୍ତି, ତାହାକୁ ପରୋକ୍ଷ ମୌକ ଅନୁସନ୍ଧାନ ବୋଲି କୁହାଯାଏ। ଯେଉଁଠାରେ ତଥ୍ୟ ପ୍ରଦାନକାରୀମାନେ ସିଧା ତଥ୍ୟ ପ୍ରଦାନ କରିବାକୁ କୁଣ୍ଠାବୋଧ କରନ୍ତି, ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ କଷ୍ଟସାଧ୍ୟ ହୋଇଥାଏ। ସେ କ୍ଷେତ୍ରରେ ଏହି ପଦ୍ଧତି ଅନୁସୃତ କରାଯାଏ। ସାଧାରଣତଃ ବିଭିନ୍ନ ତଦନ୍ତ କମିଟି, କମିଶନ ବା ସରକାର ଏହି ପଦ୍ଧତି ଅନୁସରଣ କରନ୍ତି।

ପୋଲିସ ବିଭାଗ ଚୋରି, ଡକାୟତି, ଦଙ୍ଗା ବା ହତ୍ୟା ଘଟଣାର ସୂତ୍ର ପାଇବା ପାଇଁ ଏହାକୁ ଗ୍ରହଣ କରନ୍ତି। ସେହିଭଳି ଧୂମ୍ରପାନ, ମଦ୍ୟପାନ, ଜୁଆ ଖେଳ, ତଥା ଶ୍ରମିକମାନଙ୍କର ଅର୍ଥନୈତିକ ଅବସ୍ଥାର ଅନୁଶୀଳନ ପାଇଁ ଏହି ପଦ୍ଧତିରେ ତଥ୍ୟ ସଂଗ୍ରହ କରାଯାଇଥାଏ। ବିଶେଷ କରି ବଡ଼ ବଡ଼ ସମସ୍ୟା ତଥା ଘଟଣା ପ୍ରବାହରୁ ଏହା ତଥ୍ୟ ସଂଗ୍ରହ କରିଥାଏ। କିନ୍ତୁ ଏହି ପଦ୍ଧତିରେ ତଥ୍ୟ ସଂଗ୍ରହ କରାଗଲେ, ଏହାର ସଠିକତା ଓ ସତ୍ୟତାରେ କିଛି ପ୍ରଶ୍ନବାଚୀ ସୃଷ୍ଟି ହୁଏ ।

CHSE Odisha Class 11 Economics Solutions Chapter 16 ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପଦ୍ଧତି

୧୪। ସ୍ଥାନୀୟ ପ୍ରତିନିଧ୍ଵଙ୍କ ଦ୍ବାରା ତଥ୍ୟ ସଂଗ୍ରହ କ’ଣ ?
Answer:
ଯେଉଁ ପ୍ରଣାଳୀରେ ଅନୁସନ୍ଧାନକାରୀମାନେ ସ୍ଥାନୀୟ ପ୍ରତିନିଧୁମାନଙ୍କୁ ନିଯୁକ୍ତି କରି ସେମାନଙ୍କ ମାଧ୍ୟମରେ ତଥ୍ୟ ସଂଗ୍ରହ କରନ୍ତି, ତାହାକୁ ସ୍ଥାନୀୟ ପ୍ରତିନିଧୁଙ୍କ ଦ୍ଵାରା ତଥ୍ୟ ସଂଗ୍ରହ ବୋଲି କହନ୍ତି। ନିଯୁକ୍ତି ପ୍ରାପ୍ତ ପ୍ରତିନିଧୁମାନଙ୍କୁ ସମ୍ବାଦଦାତା ବୋଲି କୁହାଯାଏ। ଏହି ପ୍ରଣାଳୀରେ ସମ୍ବାଦ ପତ୍ର ଓ ସମ୍ବାଦ ସରବରାହ ସଂସ୍ଥାମାନେ ସାଧାରଣତଃ ନିୟମିତ ସମ୍ବାଦ ସଂଗ୍ରହ କରିଥା’ନ୍ତି।

ଏହି ପ୍ରଣାଳୀ ମାଧ୍ୟମରେ ସ୍ଥାନୀୟ ପ୍ରତିନିଧୁମାନଙ୍କ ଦ୍ବାରା ବିଭିନ୍ନ ଅଞ୍ଚଳରୁ ବହୁ ତଥ୍ୟ ସଂଗ୍ରହ କରାଯାଏ । ସେଥିପାଇଁ ଏହାର ପରିସର ବ୍ୟାପକ ଅଟେ । କିନ୍ତୁ ସ୍ଥାନୀୟ ପ୍ରତିନିଧୁମାନଙ୍କ ଦ୍ବାରା ସେମାନଙ୍କର ନିଜସ୍ଵ ରୁଚି, ଶୈଳୀ ତଥା ପଦ୍ଧତି ଦ୍ଵାରା ତଥ୍ୟ ସଂଗ୍ରହ କରାଯାଇଥାଏ, ଫଳରେ ଉକ୍ତ ପଦ୍ଧତି ବ୍ୟକ୍ତି ପ୍ରବଣତାର ବଶବର୍ତୀ ହୋଇଥାଏ।

୧୫ । ପ୍ରାଥମିକ ତଥ୍ୟ ସଂଗ୍ରହ ପ୍ରଣାଳୀ କ’ଣ ?
Answer:
ପ୍ରାଥମିକ ତଥ୍ୟ ସଂଗ୍ରହରେ ସର୍ବେକ୍ଷଣ ପଦ୍ଧତି (Survey method) ସର୍ବୋତ୍କୃଷ୍ଟ ଅଟେ । ସମାଜ ବିଜ୍ଞାନୀ, ଅର୍ଥନୈତିଜ୍ଞ ଓ ଗବେଷକମାନେ ଏହି ମାଧ୍ୟମ ଉପରେ ବିଶେଷ ଗୁରୁତ୍ୱ ଦେଇଥାଆନ୍ତି । ଯୋଜନାବଦ୍ଧ ଭାବରେ କମ୍ ଖର୍ଚ୍ଚରେ କିପରି ଉନ୍ନତମାନର ନିର୍ଭର ଯୋଗ୍ୟତଥ୍ୟ ସଂଗ୍ରହ କରାଯାଇପାରିବ ସେଥୂପାଇଁ ସର୍ବେକ୍ଷଣରେ ବିଭିନ୍ନ ପ୍ରାଣାଳୀ ଅବଲମ୍ବନ କରାଯାଇଛି ।

୧୬ । ପ୍ରତ୍ୟେକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ପଦ୍ଧତି କ’ଣ ?
Answer:
ଏହି ପଦ୍ଧତିରେ ଅନୁସନ୍ଧାନକାରୀ ବ୍ୟକ୍ତି ବା ସହଂସ୍ଥା ନିଜେ କିମ୍ବା ନିଜର ପ୍ରତିନିଧି ମାଧ୍ୟମରେ ତଥ୍ୟ ପ୍ରଦାନକାରୀମାନଙ୍କୁ ସାକ୍ଷାତ କରି ସେମାନଙ୍କଠାରୁ ଉଦ୍ଧଷ୍ଟ ତଥ୍ୟ ସଂଗ୍ରହ କରି ଥାଆନ୍ତି । ଅନୁସନ୍ଧାନକାରୀ ନିଜ ମନରୁ ଅଥବା ପୂର୍ବପ୍ରସ୍ତୁତି ପ୍ରଶ୍ନବଳୀ ଅନୁସରଣରେ ପ୍ରଶ୍ନ ପଚାରି ତଥ୍ୟ ପ୍ରଦାନକାରୀମାନଙ୍କ ଉତ୍ତରକୁ ଲିପିବଦ୍ଧ କରିଥାଆନ୍ତି । ସେଥୂପାଇଁ ଅନୁସନ୍ଧାନକାରୀ ସର୍ବେକ୍ଷଣସ୍ଥଳରେ ଉପସ୍ଥିତ ରହିବା ଆବଶ୍ୟକ ହୋଇଥାଏ ।

୧୭ । ପ୍ରତ୍ୟେକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ପଦ୍ଧତିର ସୁବିଧାଗୁଡ଼ିକ ଲେଖ ।
Answer:
ସୁବିଧା –

  • ଏହା ଅନୁସନ୍ଧାନକାରୀଙ୍କ ଦ୍ବାରା ସର୍ବେକ୍ଷଣ କରାଯାଉଥ‌ିବାରୁ ଏହାର ସଠିକତା ବେଶୀ ।
  • ଅନୁସନ୍ଧାନକାରୀ ଉତ୍ତରଦାତାଙ୍କର ପ୍ରଶ୍ନସଂପର୍କୀୟ ସମସ୍ତ ସନ୍ଦେହ ଓ ଆଶଙ୍କା ଦୂର କରିବାରେ ସାହାଯ୍ୟ କରୁଥିବାରୁ ସେମାନେ ଠିକ୍ ଉତ୍ତର ଦେବାକୁ ସକ୍ଷମ ହୋଇଥାଆନ୍ତି ।
  • ଅନୁସନ୍ଧାନକାରୀ ନିଜେ ତଥ୍ୟ ପ୍ରଦାନକାରୀମାନଙ୍କୁ ସାକ୍ଷାତ କରୁଥିବାରୁ ଉତ୍ସାହଜନକ ଭାବରେ ଉତ୍ତର ମିଳିଥାଏ ।
  • ଏହି ପ୍ରଣାଳୀରେ ଅନୁସନ୍ଧାନ କାରୀ ଉଦ୍ଧିଷ୍ଟ ଲକ୍ଷ୍ୟ ସମ୍ବନ୍ଧୀୟ ଅତିରିକ୍ତ ତଥ୍ୟ ସଂଗ୍ରହ କରିବାରେ ସଫଳ ହୋଇଥାନ୍ତି ।

୧୮। ପ୍ରତ୍ୟେକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ପଦ୍ଧତିର ଅସୁବିଧାଗୁଡ଼ିକ ଲେଖ ।
Answer:
ଅସୁବିଧା –
(i) ଅନୁସନ୍ଧାନକାରୀ ତଥ୍ୟ ସଂଗ୍ରହରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରୁଥିବାରୁ ସଂଗୃହୀତ ତଥ୍ୟକୁ ତା’ର ଅନୁଭୂତି ଓ ସ୍ଵକଳ୍ପିତ ଚିନ୍ତାଧାରା ପ୍ରଭାବିତ କରିବାରେ ଅଧିକ ସମ୍ଭାବନା ଥାଏ ।
(ii) ସର୍ବେକ୍ଷଣର ପରିସର ବ୍ୟାପକ ହୋଇଥିଲେ ଏହି ପ୍ରଣାଳୀ ବ୍ୟୟବହୁଳ ଓ ସମୟସାପେକ୍ଷ ହୋଇଥାଏ ।

୧୯ । ପରୋକ୍ଷ ଅନୁସନ୍ଧାନ କ’ଣ ଓ ଏହାର ଅସୁବିଧାଗୁଡ଼ିକ ଲେଖ ।
Answer:
ଏହି ପ୍ରଣାଳୀରେ ସଂଶ୍ଳିଷ୍ଟ ବ୍ୟକ୍ତିମାନଙ୍କ ସହିତ ଉଦ୍ଧିଷ୍ଟ ଲକ୍ଷ ହାସଲ ପାଇଁ ମୌଖିକ ବା ଲିଖିତ ପ୍ରଶ୍ନବଳୀ ସାହାଯ୍ୟରେ ମତାମତ ସଂଗ୍ରହ କରାଯାଇଥାଏ । ସରକାରଙ୍କ ଦ୍ଵାରା ନିଯୁକ୍ତ କମିଶନ ଓ କମିଟିଗୁଡ଼ିକ ମୂଖ୍ୟତଃ ଏହି ପ୍ରଣାଳୀରେ ତଥ୍ୟସଂଗ୍ରହ କରିଥାଆନ୍ତି ।
ଅସୁବିଧା –
(i) ଅନୁସନ୍ଧାନକାରୀ ଓ ତଥ୍ୟପ୍ରଦାନକାରୀମାନଙ୍କ ସାଧୁତା ଓ ନିଷ୍ଠା ଉପରେ ତଥ୍ୟର ସତ୍ୟତା ନିର୍ଭର କରୁଥ‌ିବାରୁ ଏହି ପଦ୍ଧତିରେ ବ୍ୟକ୍ତିଗତ ଅଭିନତି ପ୍ରବେଶ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।
(ii) ତଥ୍ୟ ପ୍ରଦାନକାରୀ ଏକ ବିବାଦୀୟ ବ୍ୟକ୍ତିତ୍ଵ ହୋଇଥିଲେ ସଂଗୃହୀତ ତଥ୍ୟ ଓ ତଦୀୟ ସିଦ୍ଧାନ୍ତ ବିବାଦୀୟ ହୋଇପଡ଼େ ।

୨୦ । ପରୋକ୍ଷ ଅନୁସନ୍ଧାନ ପଦ୍ଧତିର ସୁବିଧାଗୁଡ଼ିକ ଲେଖ ।
Answer:
ଅସୁବିଧା –

  • ପ୍ରାଥମିକ ଅନୁସନ୍ଧାନ ପ୍ରଣାଳୀ ତୁଳନାରେ ଏହା ସ୍ବଳ୍ପ ବ୍ୟୟ ଓ ସମନ୍ଧସାପେକ୍ଷ ହୋଇଥାଏ ।
  • ବ୍ୟକ୍ତିଗତ ସାକ୍ଷାତକାର ଯୋଗୁଁ ନିର୍ଭରଯୋଗ୍ୟ ତଥ୍ୟ ସଂଗ୍ରହର ସମ୍ଭାବନା ଅଧିକ ଥାଏ ।
  • ସାଧାରଣତଃ ବିଶେଷଜ୍ଞମାନେ ଏହି ପ୍ରଣାଳୀରେ ତଥ୍ୟ ସଂଗ୍ରହ କରୁଥିବାରୁ ଏହା ଅଧିକ ଗ୍ରହଣୀୟ ହୋଇଥାଏ ।

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

୧। ସାମଗ୍ରିକ ଗଣନା ଏବଂ ନମୁନା ସର୍ବେକ୍ଷଣ ପଦ୍ଧତି
Answer:
ଗୋଷ୍ଠୀର ପ୍ରତ୍ୟେକ ଉପାଦାନକୁ ନେଇ ତଥ୍ୟ ସଂଗ୍ରହ କରାଗଲେ, ତାହାକୁ ସାମଗ୍ରିକ ଗଣନା ପଦ୍ଧତି କୁହାଯାଏ। ଏହା ଏକ ପଦ୍ଧତି ଯହିଁରେ ଅନୁସନ୍ଧାନର ସମସ୍ତ ଏକକ । ସମ୍ପୂର୍ଣ ରୂପେ ଗଣନା କରାଯାଇଥାଏ। ଜନସଂଖ୍ୟା ଗଣନା କିମ୍ବା କୃଷି ଉତ୍ପାଦନ ଗଣନା ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ। ଅନୁସନ୍ଧାନ ନିମିତ୍ତ ସାମଗ୍ରିକ ଗଣନା ପଦ୍ଧତିରେ ତଥ୍ୟ ସଂଗ୍ରହ ଅଧ‌ିକ ସତ୍ୟ, ସଠିକ୍ ଓ ବିଶ୍ଵାସନୀୟ ଅଟେ । କାରଣ ଏଥିରେ ପ୍ରତ୍ୟେକ ବସ୍ତୁର ତଦନ୍ତ କରାଯାଇଥାଏ, କିନ୍ତୁ ଏହି ପଦ୍ଧତି ଅଧ୍ୟକ ଅର୍ଥ, ଶ୍ରମ, ସମୟ ଓ ଶକ୍ତି ଆବଶ୍ୟକ କରିଥାଏ।

CHSE Odisha Class 11 Economics Solutions Chapter 16 ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପଦ୍ଧତି

ଅନ୍ୟ ପକ୍ଷରେ ଯେଉଁ ପଦ୍ଧତି ଦ୍ଵାରା ସମୁଦାୟ ଗୋଷ୍ଠୀ ମଧ୍ୟରୁ ଏକ ସ୍ଥିରୀକୃତ ଅଂଶର ଏକ ନମୁନା ପରୀକ୍ଷା ନିମିତ୍ତ ତଥ୍ୟ ସଂଗ୍ରହ କରି କିଛି ଉପସଂହାର ଗ୍ରହଣ କାଯାଏ, ତାହାକୁ ନମୁନା ସର୍ବେକ୍ଷଣ ପଦ୍ଧତି କୁହାଯାଏ। ଏଠାରେ କୌଣସି ଗୋଷ୍ଠୀର କେତେଗୁଡ଼ିଏ ଏକକ ଅଧ୍ୟୟନ କରି ସମଗ୍ର ଗୋଷ୍ଠୀ ସମ୍ବନ୍ଧରେ ସିଦ୍ଧାନ୍ତ ନିଆଯାଏ ।

ଯେହେତୁ ଏହି ପଦ୍ଧତିରେ ଗୋଷ୍ଠୀର କିଛି ଅଂଶ ତଦନ୍ତ ପାଇଁ ଅଧ୍ୟୟନ କରାଯାଏ, ଏହା କମ୍ ସମୟ ଓ କମ୍ ଖର୍ଚ୍ଚରେ ସମ୍ଭବ ହୋଇଥାଏ, କିନ୍ତୁ ଗୋଷ୍ଠୀର ପ୍ରତ୍ୟେକ ଏକକର ତଥ୍ୟ ନିଆ ନ ଯାଇ ନମୁନା ପଦ୍ଧତିରେ ଗୋଷ୍ଠୀର ଏକ ସ୍ଥିରୀକୃତ ଅଂଶର ତଥ୍ୟ ସଂଗ୍ରହ ହୋଇଥାଏ। ତେଣୁ ସଂଗୃହୀତ ତଥ୍ୟରୁ ଗୋଷ୍ଠୀର ବୈଚିତ୍ରା ଓ ବୈଶିଷ୍ଟ୍ୟ ବିଷୟରେ ଜଣାପଡ଼େ। ଯଦି ନମୁନାଗୁଡ଼ିକ ଠିକ୍ ଭାବରେ ସଂଗ୍ରହ ନ କରାଯାଇଥାଏ, ତେବେ ଭୁଲ୍ ସିଦ୍ଧାନ୍ତ ଦେବାରେ ଯଥେଷ୍ଟ ସମ୍ଭାବନା ଥାଏ।

୨। ପ୍ରଶ୍ନବଳୀ ଦ୍ବାରା ତଥ୍ୟ ସଂଗ୍ରହ ।
Answer:
ଯେଉଁ ପ୍ରଣାଳୀରେ ତଥ୍ୟ ପ୍ରଦାନକାରୀଙ୍କଠାରୁ ଡାକଯୋଗେ ପ୍ରଶ୍ନ ପଠାଇ ଉତ୍ତର ସଂଗ୍ରହ କରାଯାଏ, ତାହାକୁ ଡାକଯୋଗେ ପଠାଯିବା ପ୍ରଶାବଳୀ ମାଧ୍ୟମରେ ତଥ୍ୟ ସଂଗ୍ରହ ପ୍ରଣାଳୀ ବୋଲି କୁହାଯାଏ। ଏହି ପ୍ରଣାଳୀରେ ତଦନ୍ତର ସମସ୍ୟା ଅନୁଯାୟୀ ପ୍ରଶାବଳୀର ଏକ ତାଲିକା ପ୍ରସ୍ତୁତ କରାଯାଏ ଓ ଏହି ପ୍ରଶ୍ନ ସମ୍ବଳିତ ତାଲିକାଟିକୁ ଡାକ ଦ୍ବାରା ବିଭିନ୍ନ ତଥ୍ୟ ପ୍ରଦାନକାରୀମାନକୁ ପଠାଯାଏ। ପ୍ରଶ୍ନ ସମ୍ବଳିତ ତାଲିକାରେ ଉତ୍ତର ଲେଖିବା ପାଇଁ ସ୍ଥାନ ରଖାଯାଇଥାଏ। ପ୍ରଶ୍ନବଳୀ ସହିତ ଗୋଟିଏ ଡାକ ଟିକେଟ ଯୁକ୍ତ ଅନୁସନ୍ଧାନକାରୀଙ୍କ ଠିକଣା ଲେଖାଥିବା ଲଫାଫା ପଠାଯାଇଥାଏ, ଯାହା ମାଧ୍ୟମରେ ଉତ୍ତରଦାତା ଉତ୍ତର ପଠାଇ ପାରିବେ ।

ଏହି ପ୍ରଣାଳୀ ସରଳ, ବ୍ୟୟ ସଙ୍କୋଚ, ସମୟ ସଂଚୟ କରିବା, ପ୍ରବଣତାରୁ ମୁକ୍ତ, କିନ୍ତୁ ତଥ୍ୟ ପ୍ରଦାନକାରୀ ଅଶିକ୍ଷିତ ହେଲେ ଏହି ପ୍ରଣାଳୀକୁ ବ୍ୟବହାର କରିହେବ ନାହିଁ । ଯେଉଁ ପ୍ରଣାଳୀରେ ଗଣନାକାରୀ ପ୍ରଶ୍ନବଳୀ ତାଲିକା ଧରି ବ୍ୟକ୍ତିଗତଭାବେ ତଥ୍ୟ ପ୍ରଦାନ କାରୀମାନଙ୍କଠାରୁ ତଥ୍ୟ ସଂଗ୍ରହ କରନ୍ତି, ତାହାକୁ ଗଣନାକାରୀ ମାଧ୍ୟମରେ ପଠାଯାଉଥିବା ପ୍ରଶାବଳୀ ସୂଚୀ ଦ୍ଵାରା ତଥ୍ୟ ସଂଗ୍ରହ ରୂପେ ଅଭିହିତ କରାଯାଏ।

ଏହି ପ୍ରଣାଳୀରେ ଅନୁସନ୍ଧାନକାରୀ ପ୍ରଶାବଳୀ ସୂଚୀ ପ୍ରସ୍ତୁତ କରି ଗଣନାକାରୀଙ୍କ ହାତରେ ପଠାନ୍ତି। ଗଣନାକାରୀ ପ୍ରଶାବଳୀ ସୂଚୀକୁ ନେଇ ତଥ୍ୟ ପ୍ରଦାନକାରୀଙ୍କ ପାଖକୁ ଯାଆନ୍ତି ଓ ସେହି ସବୁ ପ୍ରଶ୍ନ ତାଙ୍କୁ ପଚାରି ଉତ୍ତର ସଂଗ୍ରହ କରନ୍ତି । ଏହି ପ୍ରଣାଳୀରେ ସଂଗୃହୀତ ତଥ୍ୟ ବେଶୀ ନିର୍ଭରଶୀଳ, ଅଧ‌ିକ ନିରପେକ୍ଷ ଓ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ ହୋଇଥାଏ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ସାମଗ୍ରିକ ଗଣନା ପଦ୍ଧତି କ’ଣ ? ଏହାର ସୁଗୁଣ ଓ ଦୁର୍ଗୁଣଗୁଡ଼ିକ ବର୍ଣନା କର ।
Answer:
ଗୋଷ୍ଠୀର ବୈଶିଷ୍ଟ୍ୟ ଓ ବୈଚିତ୍ର ସମ୍ବନ୍ଧରେ ଆଲୋଚନା କରି ସିଦ୍ଧାନ୍ତରେ ଉପନୀତ ହେବା ଯେକୌଣସି ଅନୁସନ୍ଧାନର ମୂଳ ଉଦ୍ଦେଶ୍ୟ । ସେଥିଲାଗି ଦୁଇଟି ପଦ୍ଧତିରେ ତଥ୍ୟ ସଂଗ୍ରହ କରାଯାଇଥାଏ; ଯଥା –

(1) ସାମଗ୍ରିକ ଗଣନା ପଦ୍ଧତି ବା
(2) ନମୁନା ପଦ୍ଧତି ।

ଯେଉଁ ପଦ୍ଧତିରେ ଗୋଷ୍ଠୀର ସମସ୍ତ ଏକକ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଗଲେ ତାହାକୁ ସାମଗ୍ରିକ ଗଣନା (Census) ବୋଲି କୁହାଯାଏ । ଏହି ପଦ୍ଧତିରେ ଗୋଷ୍ଠୀ (Population) ର ପ୍ରତ୍ୟେକ ଏକକ (Unit) କୁ ଅନୁସନ୍ଧାନ କରି ତଥ୍ୟ ସଂଗ୍ରହ କରାଯାଇଥାଏ ।

ଧରାଯାଉ, ଗୋଟିଏ ଶ୍ରମିକ ବସ୍ତିର ଶ୍ରମିକମାନଙ୍କର ଦୈନିକ ଆୟ ଓ ବ୍ୟୟ ଉପରେ ଅନୁସନ୍ଧାନ କରିବାକୁ ଅଛି । ସାମଗ୍ରିକ ଗଣନା ପଦ୍ଧତିରେ ତଥ୍ୟ ସଂଗ୍ରହକାରୀ ବସ୍ତିର ପ୍ରତ୍ୟେକ ଶ୍ରମିକଙ୍କ ନିକଟକୁ ଯିବ ଓ ତାଙ୍କଠାରୁ ତାଙ୍କ ଆୟବ୍ୟୟ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବାକୁ ହୁଏ । ଏହାପରେ ସଂଗୃହୀତ ତଥ୍ୟ ଉପରେ ଯେକୌଣସି ସିଦ୍ଧାନ୍ତରେ ଉପନୀତ ହେବାପାଇଁ ପ୍ରୟାସ କରାଯାଏ ।
ସାମଗ୍ରିକ ଗଣନା ପଦ୍ଧତି ତଥ୍ୟ ସଂଗ୍ରହରେ ନମୁନା ପଦ୍ଧତିର ବିକଳ୍ପ ଅଟେ । ସାମଗ୍ରିକ ଗଣନା ପଦ୍ଧତିର ବହୁତ ସୁଗୁଣ ଅଛି । ସେଗୁଡ଼ିକ ହେଲା –

(i) ଅଧିକ ଭାବରେ ଅଧ୍ୟୟନ – ଯେହେତୁ ସାମଗ୍ରିକ ପଦ୍ଧତିରେ ଗୋଷ୍ଠୀର ପ୍ରତ୍ୟେକ ଏକକକୁ ଅନୁସନ୍ଧାନ କରି ତଥ୍ୟ ସଂଗ୍ରହ କରାଯାଇଥାଏ; ତେଣୁ ଗୋଷ୍ଠୀର ବୈଶିଷ୍ଟ୍ୟ ଓ ବୈଚିତ୍ର ବିଷୟରେ ଅଧ୍ବକ ଅଧ୍ୟୟନ କରିବା ସହଜ ହୋଇଥାଏ ।

(ii) ସଠିକ୍ ତଥ୍ୟ – ସାମଗ୍ରିକ ପଦ୍ଧତିରେ ସଂଗୃହୀତ ତଥ୍ୟଗୁଡ଼ିକ ଅଧ‌ିକ ସଠିକ୍ ଓ ନିର୍ଭରଯୋଗ୍ୟ । ଏହି ପଦ୍ଧତିରେ ତଥ୍ୟଗୁଡ଼ିକ ସିଧାସଳଖ ଗୋଷ୍ଠୀର ପ୍ରତ୍ୟେକ ଉପାଦାନଠାରୁ ସଂଗ୍ରହ କରାଯାଇଥିବାରୁ ଏହା ନିର୍ଭୁଲ ଓ ଅଧ‌ିକ ଉପଯୋଗୀ ହୋଇଥାଏ ।

(iii) ବିଜାତୀୟ ଗୋଷ୍ଠୀ କ୍ଷେତ୍ରରେ ଅଧ୍ଵ ଉଦ୍‌ଯୋଗୀ – ସାମଗ୍ରିକ ଗଣନା ପଦ୍ଧତି ବିଜାତୀୟ ଗୋଷ୍ଠୀ (Heterogenous population) କ୍ଷେତ୍ରରେ ନମୁନା ପଦ୍ଧତି ଅପେକ୍ଷା ଅଧିକ ଉପଯୋଗୀ ।

(iv) ବିକଳ୍ପ ପଦ୍ଧତିର ଅଭାବ– ତଥ୍ୟ ସଂଗ୍ରହରେ ନମୁନା ପଦ୍ଧତି ସାମଗ୍ରିକ ଗଣନା ପଦ୍ଧତିର ବିକଳ୍ପ ପଦ୍ଧତି ଅଟେ । କିନ୍ତୁ କେତେକ କ୍ଷେତ୍ରରେ ସାମଗ୍ରିକ ଗଣନା ପଦ୍ଧତିର ବିକଳ୍ପ ପଦ୍ଧତିର ଅଭାବ ପରିଲକ୍ଷିତ ହୋଇଥାଏ । ସେସବୁ କ୍ଷେତ୍ରରେ ସାମଗ୍ରିକ ଗଣନା ପଦ୍ଧତି ନିଶ୍ଚିତରୂପେ ତଥ୍ୟ ସଂଗ୍ରହରେ ପ୍ରୟୋଗ କରାଯାଇଥାଏ । ଉଦାହରଣସ୍ୱରୂପ, ଭାରତରେ ଜନଗଣନାପାଇଁ ସାମଗ୍ରିକ ଗଣନା ପଦ୍ଧତି ହେଉଛି ଏକମାତ୍ର ତଥ୍ୟସଂଗ୍ରହ ପଦ୍ଧତି । ଏ ସବୁ ସୁଗୁଣ ଥିସତ୍ତ୍ବେ ସାମଗ୍ରିକ ଗଣନା ପଦ୍ଧତିର ବହୁତଗୁଡ଼ିଏ ଦୁର୍ଗୁଣ ଥ‌ିବାରୁ ଏହା ନମୁନା

ପଦ୍ଧତି ଅପେକ୍ଷା କମ୍ ଆଦୃତ ହୋଇଥାଏ । ସେହି ଦୁର୍ଗୁଣଗୁଡ଼ିକ ହେଲା –
(i) ବ୍ୟୟସାପେକ୍ଷ – ଗୋଷ୍ଠୀର ସମସ୍ତ ଏକକ ସଂକ୍ରାନ୍ତୀୟ ତଥ୍ୟ ସଂଗ୍ରହ କରାଯାଉଥିବାରୁ ଏହି ପଦ୍ଧତି ଅଧ୍ୟକ ବ୍ୟୟସାପେକ୍ଷ । ସାମଗ୍ରିକ ଗଣନା ପଦ୍ଧତିରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବାର ସମ୍ଭାବନା ହେଲେହେଁ ସୀମିତ ସମ୍ବଳ ମଧ୍ଯରେ ଏହାର ପ୍ରୟୋଗ କଷ୍ଟକର ହୋଇପଡ଼େ ।

CHSE Odisha Class 11 Economics Solutions Chapter 16 ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପଦ୍ଧତି

(ii) ସମୟସାପେକ୍ଷ – ସାମଗ୍ରିକ ଗଣନା ପଦ୍ଧତିରେ ଗୋଷ୍ଠୀର ସମସ୍ତ ଏକକ ସଂକ୍ରାନ୍ତୀୟ ତଥ୍ୟ ସଂଗ୍ରହ କରାଯାଉଥିବାରୁ ଏହା ବହୁତ ସମୟ ନଷ୍ଟ କରିଥାଏ ।

(iii) କର୍ମଚାରୀମାନଙ୍କ ମଧ୍ୟରେ ସଙ୍ଗତିର ଅଭାବ – ସାମଗ୍ରିକ ଗଣନା ପଦ୍ଧତିରେ ବହୁତ କର୍ମଚାରୀ ଓ ଅନୁସନ୍ଧାନକାରୀ ନିୟୋଜିତ ହୋଇଥା’ନ୍ତି । ଏଣୁ ତଥ୍ୟ ସଂଗ୍ରହରେ ସେମାନଙ୍କ ମଧ୍ୟରେ ସଂଗତି ରକ୍ଷାକରାଯାଇପାରେ ନାହିଁ । ସେମାନେ ମଧ୍ୟ ଦାୟିତ୍ୱହୀନଭାବରେ ତଥ୍ୟ ସଂଗ୍ରହ କରିବାର ସମ୍ଭାବନା ଥାଏ ।

(iv) ବିସ୍ତୃତ ଗୋଷ୍ଠୀ – ଗୋଷ୍ଠୀର ବିସ୍ତୃତି ଅନନ୍ତ କିମ୍ବା ଉପକଳ୍ପିତ ହୋଇଥିଲେ ସମସ୍ତ ଏକକ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଅସମ୍ଭବ ହୋଇପଡ଼େ । ଉଦାହରଣସ୍ୱରୂପ, ଭାତହାଣ୍ଡିରେ ଭାତ, ଜଙ୍ଗଲର ଗଛର ଗଣନା ସାମଗ୍ରିକ ଗଣନା ପଦ୍ଧତିଦ୍ୱାରା ଅସମ୍ଭବ ।

(v) ବିସ୍ଫୋରକ ଦ୍ରବ୍ୟ – ବିସ୍ଫୋରକ ଦ୍ରବ୍ୟ କିମ୍ବା ରାସାୟନିକ ମିଶ୍ରଣର ଗୁଣାଗୁଣ ନିର୍ଣ୍ଣୟପାଇଁ ପରୀକ୍ଷଣ କଲାବେଳେ ଉପରୋକ୍ତ ପଦାର୍ଥଗୁଡ଼ିକ ଧ୍ୱଂସ ହୋଇଯାଏ । ତେଣୁ ଏ କ୍ଷେତ୍ରରେ ସାମଗ୍ରିକ ଗଣନା ପଦ୍ଧତି ପ୍ରୟୋଗ କରିବା ଅପ୍ରାସଙ୍ଗିକ ଅଟେ ।

୨। ନମୁନା ସର୍ବେକ୍ଷଣ ପଦ୍ଧତି କ’ଣ ? ଏହାର ସୁଗୁଣ ଓ ଦୁର୍ଗୁଣଗୁଡ଼ିକ ବର୍ଣ୍ଣନା କର ।
Answer:
ସାମଗ୍ରିକ ଗଣନା ପଦ୍ଧତିରେ ଗୋଷ୍ଠୀର ପ୍ରତ୍ୟେକ ଏକକ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଏ । କିନ୍ତୁ ଅପରପକ୍ଷରେ ନମୁନା ସର୍ବେକ୍ଷଣ ପଦ୍ଧତିରେ ଗୋଷ୍ଠୀର ସ୍ଥିରୀକୃତ ଅଂଶର ଏକକ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଇ ସିଦ୍ଧାନ୍ତରେ ପହଞ୍ଚିବାପାଇଁ ପ୍ରୟାସ କରାଯାଏ । ଗୋଷ୍ଠୀର ଏକ ସ୍ଥିରୀକୃତ ଅଂଶର ଏକକ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଏ, ତାହାକୁ ‘ନମୁନା’ (Sample) କୁହାଯାଏ । ନମୁନା ସାଧାରଣତଃ ଗୋଷ୍ଠୀର ପ୍ରତିନିଧୁତ୍ଵ କରିଥାଏ ।

Snedecor ଙ୍କ ମତରେ, ‘A car load of coal is accepted or rejected on the evidence gained from testing only a few pounds. The physician makes inferences about a patient’s blood through examination of a single drop. Samples are devices for learning about large masses by observing a few individuals. ନମୁନା ସର୍ବେକ୍ଷଣ ପଦ୍ଧତିରେ ସାମଗ୍ରିକ ଗଣନ ପଦ୍ଧତି ଭଳି ଗୋଷ୍ଠୀର ପ୍ରତ୍ୟେକ ଏକକରୁ ତଥ୍ୟ ସଂଗ୍ରହ କରିବା ପରିବର୍ତ୍ତେ ଗୋଷ୍ଠୀର ଏକ ସ୍ଥିରୀକୃତ ଅଂଶରୁ ତଥ୍ୟ ସଂଗ୍ରହ କରି ଉଦ୍ଦିଷ୍ଟ ଗୋଷ୍ଠୀର ପ୍ରକୃତି, ବିନ୍ୟାସ, ବଣ୍ଟନ, ବୈଶିଷ୍ଟ୍ୟ ଇତ୍ୟାଦି ନିରୂପଣ କରାଯାଏ ।

ଉଦାହରଣସ୍ୱରୂପ, ହାଣ୍ଡିରେ ରନ୍ଧାଯାଇଥବା ଭାତ ସିଝିଲାଣି କି ନାହିଁ ଜାଣିବାପାଇଁ ସମୁଦାୟ ହାଣ୍ଡିକ ଭାତକୁ ପରୀକ୍ଷା କରା ନ ଯାଇ ଭାତର କେତୋଟି ଦାନାକୁହିଁ ପରୀକ୍ଷା ସାମଗ୍ରିକ ଗଣନା ଅପେକ୍ଷା ନମୁନା ସର୍ବେକ୍ଷଣ ପଦ୍ଧତି ସାଂଖ୍ୟକ ଅନୁସନ୍ଧାନରେ ବେଶୀ ଆଦୃତ ଓ ବ୍ୟାପକଭାବରେ ବ୍ୟବହୃତ ହୋଇଥାଏ । କାରଣ ନମୁନା ସର୍ବେକ୍ଷଣ ପଦ୍ଧତିର ବହୁତଗୁଡ଼ିଏ ସୁଗୁଣ ରହିଅଛି । ସେଗୁଡ଼ିକ ହେଲା –

  • ନମୁନା ସର୍ବେକ୍ଷଣ ପଦ୍ଧତିରେ ଖୁବ୍ କମ୍ ଖର୍ଚ୍ଚରେ ଓ କମ୍ ସମୟରେ ତଥ୍ୟ ସଂଗ୍ରହ କରାଯାଇଥାଏ ।
  • ନମୁନା ସର୍ବେକ୍ଷଣ ପଦ୍ଧତି ମଧ୍ଯ ବିଜ୍ଞାନସମ୍ମତ ଅଟେ ।
  • ନମୁନା ସର୍ବେକ୍ଷଣରୁ ସଂଗୃହୀତ ତଥ୍ୟ ଅପେକ୍ଷାକୃତ ସଠିକ୍ ଓ ନିର୍ଭରଯୋଗ୍ୟ ଅଟେ । କାରଣ ଏହା ଗୋଷ୍ଠୀର ଏକ ଅଂଶରୁ ସଂଗ୍ରହ କରାଯାଇଥାଏ ।
  • ରାସାୟନିକ ବା ବିସ୍ଫୋରକ ଦ୍ରବ୍ୟଗୁଡ଼ିକର ତଥ୍ୟ ସଂଗ୍ରହ କରିବାରେ ନମୁନା ସର୍ବେକ୍ଷଣ ପଦ୍ଧତି ସର୍ବୋତ୍କୃଷ୍ଟ ଅଟେ ।
  • ନମୁନା ସର୍ବେକ୍ଷଣ ପଦ୍ଧତିରେ ପ୍ରତିଚୟନ ତ୍ରୁଟି ପରିଲକ୍ଷିତ ହୋଇଥାଏ । କିନ୍ତୁ ତଥ୍ୟସଂଗ୍ରହକାରୀ ଏ ବିଷୟରେ ପୂର୍ବରୁ ଜାଣି ସତର୍କତା ଅବଲମ୍ବନ କରିଥା’ନ୍ତି ।
  • ଗହନ ଓ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସଂଗ୍ରହରେ ନମୁନା ପଦ୍ଧତି ଅଧୂକ ଉପଯୋଗୀ ।
  • ଗୋଷ୍ଠୀର ବିସ୍ତୃତି ଅନନ୍ତ କିମ୍ବା ଉପକଳ୍ପିତ ହୋଇଥିଲେ ନମୁନା ପଦ୍ଧତିରେ ଗୋଷ୍ଠୀର ବୈଶିଷ୍ଟ୍ୟ ସମ୍ବନ୍ଧରେ ଆକଳନ ବୋଲି ବିବେଚନା କରାଯାଇଥାଏ । ଜଙ୍ଗଲରେ ବାସ କରୁଥିବା ବନ୍ୟଜନ୍ତୁମାନଙ୍କର କରିବା ଏକମାତ୍ର ବିକଳ୍ପ ପନ୍ଥା ଗଣନା କେବଳ ନମୁନା ପଦ୍ଧତିରେହିଁ ସମ୍ଭବ ହୋଇଥାଏ ।

ଏସବୁ ସୁଗୁଣଗୁଡ଼ିକ ନମୁନା ପଦ୍ଧତିରେ ରହିଥିଲେ ମଧ୍ୟ ଏହାର ଅନେକଗୁଡ଼ିଏ ଦୁର୍ଗୁଣ ଭର୍ତ୍ତି ରହିଅଛି । ସେଗୁଡ଼ିକ ହେଲା –

  • ଗୋଷ୍ଠୀର ପ୍ରତ୍ୟେକ ଏକକର ତଥ୍ୟ ନିଆଯାଇ, ନ ଯାଇ, ନମୁନା ପଦ୍ଧତିରେ ଗୋଷ୍ଠୀର ଏକ ସ୍ଥିରୀକୃତ ଅଂଶର ତଥ୍ୟ ସଂଗ୍ରହ ହୋଇଥାଏ । ତେଣୁ ସଂଗୃହୀତ ତଥ୍ୟରୁ ଗୋଷ୍ଠୀର ବୈଚିତ୍ର ଓ ବୈଶିଷ୍ଟ୍ୟ ବିଷୟରେ ଜଣାପଡ଼େ । ଯଦି ନମୁନାଗୁଡ଼ିକ ଠିକ୍‌ଭାବରେ ସଂଗ୍ରହ ନ କରାଯାଇଥାଏ, ତେବେ ଗୋଷ୍ଠୀ ବିଷୟ ଭୁଲ୍ ସିଦ୍ଧାନ୍ତ ଦେବାରେ ଯଥେଷ୍ଟ ସମ୍ଭାବନା ରହିଥାଏ ।
  • ନମୁନା ପଦ୍ଧତିରେ ନମୁନା ସଂଗ୍ରହ କରିବା, ନମୁନାର ପରିମାଣ ସ୍ଥିରକରିବା ଇତ୍ୟାଦି ସାଧାରଣ ବ୍ୟକ୍ତି ପକ୍ଷରେ ସମ୍ଭବ ନୁହେଁ । ଏଥ‌ିପାଇଁ ସ୍ଵତନ୍ତ୍ର ତାଲିମ ନେବାର ଆବଶ୍ୟକତା ରହିଅଛି ।
  • ବିଜାତୀୟ ଗୋଷ୍ଠୀ କ୍ଷେତ୍ରରେ ନମୁନା ପ୍ରଣାଳୀରେ ତଥ୍ୟ ସଂଗ୍ରହ କରିବା ଆଦୌ ଗ୍ରହଣୀୟ ନୁହେଁ ।
  • ନମୁନା ପଦ୍ଧତିରେ ଗୋଷ୍ଠୀର ଆଂଶିକ ତଥ୍ୟ ସଂଗ୍ରହ କରାଯାଇ ଗୋଷ୍ଠୀର ବୈଶିଷ୍ଟ୍ୟମାନ ଆକଳନ କରାଯାଉଥିବାରୁ ସେଥ‌ିରେ ଦୋଷତ୍ରୁଟି ପରିଲକ୍ଷିତ ହୁଏ । ଏହି ଦୋଷତ୍ରୁଟିକୁ ପ୍ରତିଚୟନ ତ୍ରୁଟି (sampling error) କୁହାଯାଏ।
  • କେତେକ କ୍ଷେତ୍ରରେ ନମୁନା ପଦ୍ଧତି ଗ୍ରହଣୀୟ ନୁହେଁ । ଯେଉଁ କ୍ଷେତ୍ରରେ ଗୋଷ୍ଠୀର ପ୍ରତ୍ୟେକ ଏକକର ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ରହିଛି, ସେସବୁ କ୍ଷେତ୍ରରେ ନମୁନା ପଦ୍ଧତି ଉପଯୋଗୀ ନୁହେଁ । ସେଥ‌ିପାଇଁ ଭାରତର ଜନଗଣନା ସାମଗ୍ରିକ ଗଣନା ପଦ୍ଧତିରେ କରାଯାଇଥାଏ ।

୩। ନମୁନାର ପ୍ରକାରଭେଦଗୁଡ଼ିକ ବର୍ଣନା କର ।
Answer:
କୌଣସି ଗବେଷଣା ବା ଅନୁସନ୍ଧାନରେ କେଉଁପ୍ରକାରର ନମୁନା ବ୍ୟବହୃତ ହେଲେ ସିଦ୍ଧାନ୍ତଗୁଡ଼ିକ ସାର୍ବଜନୀନ ହେବ, ତାହା ଉଦ୍ଦିଷ୍ଟ ଗୋଷ୍ଠୀର ଅନେକଗୁଡ଼ିଏ ବିଷୟବସ୍ତୁ ଏବଂ ଅନୁସନ୍ଧାନକାରୀର ସମ୍ବଳ ଓ ସମୟ ଇତ୍ୟାଦି ଅନେକ କାରଣ ଉପରେ ନିର୍ଭର କରିଥାଏ । ନମୁନାର ପ୍ରକାରଭେଦ ଅନେକ । ଏହା ମୁଖ୍ୟତଃ ଦୁଇପ୍ରକାରର; ଯଥା – (a) ସମସମ୍ଭବ ପ୍ରତିଚୟନ (Random Sampling), (b) ଅଣଯଦୃଚ୍ଛ ପ୍ରତିଚୟନ (Non-random Sampling) ।

CHSE Odisha Class 11 Economics Solutions Chapter 16 ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପଦ୍ଧତି

(a) ସମସମ୍ଭବ ପ୍ରତିଚୟନ (Random Sampling) –
(Probability Sampling) କୁହାଯାଏ । ଏହି ପ୍ରକାରର ପ୍ରତିଚୟନରେ ଗୋଷ୍ଠୀର ପ୍ରତ୍ୟେକ ଏକକକୁ ନମୁନାରୂପେ ବିବେଚନା କରିବାର ନିଶ୍ଚିତ ସମ୍ଭାବନା ରହିଥାଏ । ସମସମ୍ଭବ ପ୍ରତିଚୟନ ଅନେକ ପ୍ରକାରର; ଯଥା –

(1) ସରଳ ସମସମ୍ଭବ ପ୍ରତିଚୟନ (Simple random Sampling) – ଏହି ପ୍ରକାରର ପ୍ରତିଚୟନରେ ଗୋଷ୍ଠୀର ପ୍ରତ୍ୟେକ ଏକକର ନମୁନା ହେବାର ସମପରିମାଣର ସମ୍ଭାବନା ଥାଏ । ଏହା ଦୁଇପ୍ରକାରରେ ହୋଇଥାଏ; ଯଥା –

(i) ଧର୍ମଗୁଳା (Lottery method) – ଏହି ପଦ୍ଧତିରେ ଗୋଷ୍ଠୀର ପ୍ରତ୍ୟେକ ଏକକ ପାଇଁ ଗୁଳା (chit) ବା ପତ୍ରକ (card) ତିଆରି କରାଯାଇ ସେଗୁଡ଼ିକୁ ଗୋଟିଏ ବାକ୍ସ ବା ଡବାରେ ରଖାଯାଇ ଫେଣ୍ଟି ଦିଆଯାଏ । ସେଥୁରୁ ଆବଶ୍ୟକ ସଂଖ୍ୟକ ପତ୍ରକ ବା ଗୁଳା ଅଣାଯାଇ ନମୁନା ସଂଗ୍ରହ କରାଯାଏ ।

(ii) କ୍ରମହୀନ ସଂଖ୍ୟା ସାରଣୀ (Random number Table) — ପଙ୍କ୍ତି ଓ ସ୍ତମ୍ଭରେ (Rows and columns) ଯଦୃଚ୍ଛା ସଜାଯାଇଥିବା ସଂଖ୍ୟାମାନଙ୍କର ଏକ ତାଲିକାକୁ କ୍ରମହୀନ ସଂଖ୍ୟା ସାରଣୀ ବୁଝାଏ । ଏହି ସାରଣୀ ବ୍ୟବହାର କରି ନମୁନା ଏକକ ସଂଗ୍ରହ କରାଯାଇଥାଏ । ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତି ଓ ସଂସ୍ଥା ଏହି ସାରଣୀ ପ୍ରସ୍ତୁତ କରିଛନ୍ତି । ସେଗୁଡ଼ିକ ମଧ୍ୟରୁ ଟିପେଟ୍, ଫିସର ଓ ୟେଟସଙ୍କ ସାରଣୀ ଉଲ୍ଲେଖଯୋଗ୍ୟ ।

(2) ସ୍ତରୀକୃତ ପ୍ରତିଚୟନ (Stratified Sampling) – ଏହି ପଦ୍ଧତିରେ ପ୍ରଥମେ ସମୁଦାୟ ଗୋଷ୍ଠୀକୁ କୌଣସି ଏକ ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟ ଭିତ୍ତିରେ ସଦୃଶ ଉପଗୋଷ୍ଠୀମାନଙ୍କରେ ବିଭକ୍ତ କରାଯାଏ । ଏହି ପ୍ରକ୍ରିୟାକୁ ସ୍ତରୀକରଣ କୁହାଯାଏ । ଏହାପରେ ପ୍ରତ୍ୟେକ ଉପଗୋଷ୍ଠୀକୁ ସମାନ କିମ୍ବା ବିଭିନ୍ନ ଅନୁପାତର ନମୁନା ଏକକ ମନୋନୀତ କରାଯାଇଥାଏ । ଗୋଷ୍ଠୀର ବୈଶିଷ୍ଟ୍ୟଗୁଡ଼ିକରେ ଯଥେଷ୍ଟ ତାରତମ୍ୟ ଥିଲେ ସ୍ତରୀକୃତ ନମୁନା ପଦ୍ଧତିର ବ୍ୟବହାର ବେଶ୍ ଉପଯୋଗୀ ହୋଇଥାଏ ।

(3) ସମବ୍ୟବଧାନ ପ୍ରତିଚୟନ (Systematic Sampling) – ଏକ ନିର୍ଦ୍ଦିଷ୍ଟ କ୍ରମରେ ଗୋଷ୍ଠୀର ଏକକଗୁଡ଼ିକୁ ମନୋନୟନ କରିବାକୁ ସମବ୍ୟବଧାନ ନମୁନା କୁହାଯାଏ । ପ୍ରଥମେ ଗୋଷ୍ଠୀର ଏକକଗୁଡ଼ିକକୁ କ୍ରମାନ୍ୱୟରେ ଚିହ୍ନିତ କରାଯାଏ । ଏହାପରେ ଏକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ରହିଥ‌ିବା ଏକକଗୁଡ଼ିକୁ ନମୁନାରୂପେ ଗ୍ରହଣ କରାଯାଏ ।

ମନେକର ଗୋଟିଏ ଗ୍ରାମରେ 1 ରୁ 100 ପର୍ଯ୍ୟନ୍ତ ପରିବାର ଅଛନ୍ତି ଏବଂ ପ୍ରତି ଦଶଟି ପରିବାରରେ ଗୋଟିଏ ନମୁନା ସଂଗ୍ରହ କରାଯିବାର ଅଛି । ତେଣୁ ଯଦି ଆମେ ପ୍ରଥମେ ଷଷ୍ଠତମ ପରିବାରକୁ ନମୁନା ଏକକ ବୋଲି ନେଉ, ତେବେ ଅନ୍ୟ ନମୁନା ଏକକଗୁଡ଼ିକ 16, 26, 36, 46, 56, 66, 76, 86, 96 ତମ ପରିବାର ହେବେ ।

(4) ବର୍ଗନମୁନା ବା ଗୁଚ୍ଛ ପ୍ରତିଚୟନ (Cluster Sampling) – ବର୍ଗ ନମୁନାରେ ସମୁଦାୟ ଗୋଷ୍ଠୀକୁ ସଦୃଶ ଏକକରେ ବିଭକ୍ତ କରି ସେଥୁରୁ ଗୋଟିଏ ବର୍ଗ ବା ଗୁଚ୍ଛ ମନୋନୀତ କରିବାକୁ ବର୍ଗନମୁନା କୁହାଯାଏ । ଗୋଟିଏ କଲେଜର ଛାତ୍ରଛାତ୍ରୀମାନଙ୍କ ଗମନାଗମନ ଭିତ୍ତିରେ ସଦୃଶ ଏକକରେ ବିଭକ୍ତ କରି ନମୁନା ଚୟନ କରିବା ଗୁଚ୍ଛ ପ୍ରତିଚୟନର ଉଦାହରଣ ।

(5) କ୍ଷେତ୍ରଫଳ ପ୍ରତିଚୟନ (Area Sampling) – ଯେତେବେଳେ ବର୍ଗନମୁନା ଭୌଗୋଳିକ ଆଧାରରେ ଗଠିତ ହୁଏ, ତାହାକୁ କ୍ଷେତ୍ର ନମୁନା କୁହାଯାଏ । ଏହି ପଦ୍ଧତିରେ ଗୋଷ୍ଠୀକୁ ଭୌଗୋଳିକ ଭିଭିରେ ବିଭକ୍ତ କରାଯାଇ ନମୁନା ସଂଗ୍ରହ କରାଯାଇଥାଏ । ଓଡ଼ିଶାର 30ଟି ଜିଲ୍ଲାରୁ 7ଟି ଜିଲ୍ଲାକୁ ମନୋନୟନ କରିବା କ୍ଷେତ୍ରଫଳ ପ୍ରତିଚୟନର ଉଦାହରଣ ।

(6) ବହୁସ୍ତରୀୟ ପ୍ରତିଚୟନ (Multiphase Sampling) – ପ୍ରଥମେ ବର୍ଗଗୁଡ଼ିକୁ ମନୋନୀତ କଲାପରେ ସେଥିରୁ ଉପବର୍ଗ ଏବଂ ଉପବର୍ଗରୁ ଅହେତୁକ ଭାବେ ଏକକ ନିର୍ଣ୍ଣୟ କରିବା ପଦ୍ଧତିକୁ ବହୁ ବର୍ଗୀୟ (Multiphase Sampling) ପ୍ରତିଚୟନ କହନ୍ତି । ରାଜ୍ୟରୁ ଜିଲ୍ଲା, ଜିଲ୍ଲାରୁ ବ୍ଳକ୍, ବ୍ଳକରୁ ଗ୍ରାମ ଓ ଗ୍ରାମରୁ ପରିବାର ମନୋନୟନ କରିବା ବହୁ ବର୍ଗୀୟ ନମୁନାର ଉଦାହରଣ ।

(b) ଅଣଯଦୃଚ୍ଛ ପ୍ରତିଚୟନ (Non-random Sampling) – ଏହି ପଦ୍ଧତିରେ ବିଷୟବସ୍ତୁକୁ ଆଧାର କରି ଗୋଷ୍ଠୀରୁ ନମୁନା ଏକକ ସଂଗ୍ରହ କରାଯାଇଥାଏ । ଏଠାରେ ସମ୍ଭାବିତ ନିୟମ ଲାଗୁ ହୋଇ ନ ଥାଏ । ଅଣଯଦୃଚ୍ଛ ପ୍ରତିଚୟନ 4 ପ୍ରକାରର ।

(1) ଉଦ୍ଦେଶ୍ୟମୂଳକ ପ୍ରତିଚୟନ (Purposive Sampling) – ଏହି ପଦ୍ଧତିରେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ବା ଲକ୍ଷ୍ୟକୁ ଆଧାର କରି ଗୋଷ୍ଠୀର ନମୁନା ଏକକ ସଂଗ୍ରହ କରାଯାଇଥାଏ । ଏହି ପଦ୍ଧତିରେ ଅନୁସନ୍ଧାନକାରୀ ନିଜ ଇଚ୍ଛା ଅନୁସାରେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟକୁ ଆଖ୍ୟାଗରେ ରଖ୍ ନମୁନା ଏକକ ମନୋନୟନ କରିଥା’ନ୍ତି । ଉଦାହରଣସ୍ୱରୂପ, କୌଣସି TV ପ୍ରୋଗ୍ରାମ୍ର ଦର୍ଶକମାନଙ୍କ ମତାମତ ସଂଗ୍ରହପାଇଁ ଅନୁସନ୍ଧାନକାରୀ ନିଜ ଇଚ୍ଛାରେ ନମୁନା ଏକକ ମନୋନୟନ କରିପାରିବେ ।

(2) ନିୟନ୍ତ୍ରିତ ମାତ୍ରାତ୍ମକ ପ୍ରତିଚୟନ (Quota Sampling) – ଏହି ପଦ୍ଧତିରେ ଅନୁସନ୍ଧାନକାରୀ ଗୋଷ୍ଠୀକୁ ବିଭିନ୍ନ ବୈଚିତ୍ର ଭିଭିରେ ବିଭକ୍ତ କରି ପ୍ରତ୍ୟେକ ଭାଗରୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାର ନମୁନା ଏକକ ସଂଗ୍ରହ କରିଥାଏ । ସାଧାରଣତଃ ଅର୍ଥନୈତିକ ଓ ସାମାଜିକ ଅନୁସନ୍ଧାନ ଗୁଡ଼ିକରେ ଏହି ପଦ୍ଧତି ବ୍ୟବହୃତ ହୁଏ । ରେଡ଼ିଓ ଶ୍ରୋତାମାନଙ୍କର ତଥ୍ୟ ସଂଗ୍ରହ କରିବାକୁ ହେଲେ, ସମୁଦାୟ ଶ୍ରୋତାମାନଙ୍କ ଲିଙ୍ଗ, ଶିକ୍ଷା, ବୟସ, ବାସସ୍ଥାନ ଭିତ୍ତିରେ ଭାଗଭାଗ କରି ପ୍ରତ୍ୟେକ ଭାଗରୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ନମୁନା ଏକକ ସଂଗ୍ରହ କରାଯାଏ ।

(3) ଉପଯୋଗିତା ପ୍ରତିଚୟନ (Convenience Sampling) – ଏହି ପଦ୍ଧତିରେ ତଥ୍ୟ ସଂଗ୍ରହକାରୀ ନିଜର ସୁବିଧା ସୁଯୋଗ ଭିଭିରେ ନମୁନା ଏକକ ସଂଗ୍ରହ କରିଥାନ୍ତି । ଗୋଷ୍ଠୀର ଏକ ଅଂଶକୁ ଉପଯୋଗିତା ଭିତ୍ତିରେ ନମୁନା ଏକକରୂପେ ମନୋନୟନ କରାଯାଏ । ଏଠାରେ ଅନୁସନ୍ଧାନକାରୀ ନିଜର ଇଚ୍ଛାମୁତାବକ ବା ଏକକ ସମ୍ଭାବ୍ୟତା ଅନୁସାରେ ନମୁନା ସଂଗ୍ରହ କରିନଥା’ନ୍ତି । ସ୍ଥାନ, ସମୟ, ସମ୍ବଳ ଇତ୍ୟାଦି ସୁବିଧା ଭିତ୍ତିରେ ଏହି ପଦ୍ଧତିରେ ନମୁନା ସଂଗ୍ରହ କରାଯାଏ । ଟେଲିଫୋନ ଡାଏରୀ, ଯାନବାହନ ରେଜିଷ୍ଟ୍ରେସନ ରେକର୍ଡ଼ରୁ ନମୁନା ସଂଗ୍ରହ କରିବା ଏହି ପଦ୍ଧତିର ଉଦାହରଣ ।

(4) ଅନୁକ୍ରମିକ ପ୍ରତିଚୟନ (Sequential Sampling) – ଏହି ପଦ୍ଧତିରେ ପ୍ରଥମେ ଅତି ଅଳ୍ପ ଏକକକୁ ନମୁନା ଆକାରରେ ନିଆଯାଇ ପରୀକ୍ଷା କରାଯାଏ । ଏହାପରେ ନମୁନା ଏକକର ସଂଖ୍ୟା ବୃଦ୍ଧି କରାଯାଏ । ଯଦି ପ୍ରଥମେ ନିଆଯାଇଥ ନମୁନାଗୁଡ଼ିକର ପରୀକ୍ଷା ସଫଳ ହୁଏ ନାହିଁ, ତେବେ ନମୁନା ନିଆଯାଇଥିବା ଅଂଶଟିକୁ ସମ୍ପୂର୍ଣ୍ଣରୂପେ ପ୍ରତ୍ୟାଖ୍ୟାନ କରାଯାଇ ଅନ୍ୟ ଏକ ଅଂଶର ନମୁନା ସଂଗ୍ରହ କରି ପୁଣି ପରୀକ୍ଷା କରାଯାଏ । ଏହି ପଦ୍ଧତି ସାଧାରଣତଃ ଗୁଣ ନିୟନ୍ତ୍ରଣ (Quality control) କ୍ଷେତ୍ରରେ ବ୍ୟବହାର କରାଯାଏ ।

CHSE Odisha Class 11 Economics Solutions Chapter 16 ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପଦ୍ଧତି

୪। ସଂକ୍ଷେପରେ ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ ପ୍ରଣାଳୀଗୁଡ଼ିକ ବର୍ଣ୍ଣନା କର ।
Answer:
ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହରେ ଅନେକ ପ୍ରଣାଳୀ ବ୍ୟବହୃତ ହୋଇଥାଏ । ସେଗୁଡ଼ିକ ହେଲା –
(1) ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ (Direct Personal Investigation)
(2) ପରୋକ୍ଷ ଅନୁସନ୍ଧାନ (Indirect Investigation)
(3) ସ୍ଥାନୀୟ ପ୍ରତିନିଧ୍ଵଙ୍କ ଦ୍ୱାରା ତଥ୍ୟସଂଗ୍ରହ (Information received through local agents)
(4) ଡାକଯୋଗେ ପ୍ରେରିତ ପ୍ରଶ୍ନବଳୀ ମାଧ୍ୟମରେ ତଥ୍ୟ ସଂଗ୍ରହ (Mailed Questionnaire method)
(5) ଗଣନାକାରୀ ସାହାଯ୍ୟରେ ଭର୍ତ୍ତି କରାଯାଇଥିବା ପ୍ରଶ୍ନବଳୀ (Questionnaire filled up by enumerator)

(1) ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ – ଏହି ପ୍ରଣାଳୀକୁ ସାକ୍ଷାତକାର ପଦ୍ଧତି ମଧ୍ୟ କୁହାଯାଏ । ଏହି ପ୍ରଣାଳୀରେ ଅନୁସନ୍ଧାନକାରୀ ବ୍ୟକ୍ତି ବା ସଂସ୍ଥା ନିଜେ ତଥ୍ୟ ପ୍ରଦାନକାରୀମାନଙ୍କୁ ସାକ୍ଷାତ କରି ସେମାନଙ୍କଠାରୁ ଉଦ୍ଦିଷ୍ଟ ତଥ୍ୟ ସଂଗ୍ରହ କରିଥା’ନ୍ତି । ଏଥିଲାଗି ଅନୁସନ୍ଧାନକାରୀ ସର୍ବେକ୍ଷଣ ସ୍ଥଳରେ ଉପସ୍ଥିତ ରହିବାକୁ ପଡ଼େ ।

ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନଦ୍ୱାରା ଉନ୍ନତମାନର ନିର୍ଭରଯୋଗ୍ୟ ତଥ୍ୟ-ସଂଗ୍ରହ କରାଯାଇଥାଏ । ଯେହେତୁ ତଥ୍ୟଗୁଡ଼ିକ ମୂଳ ଉତ୍ସରୁ ସଂଗ୍ରହ ହୋଇଥାଏ, ତେଣୁ ସେଗୁଡ଼ିକ ଅଧ‌ିକ ବିଶ୍ୱାସଯୋଗ୍ୟ ହୋଇଥା’ନ୍ତି । କିନ୍ତୁ ଯଦି ସର୍ବେକ୍ଷଣର ପରିସର ବ୍ୟାପକ ହୋଇଥାଏ, ଏହି ପ୍ରଣାଳୀ ବ୍ୟୟବହୁଳ ଓ ସମୟସାପେକ୍ଷ ହେବ । ଏହାଛଡ଼ା ସଂଗୃହୀତ ତଥ୍ୟଗୁଡ଼ିକ ଅନୁସନ୍ଧାନକାରୀର ସ୍ଵକଳ୍ପିତ ଚିନ୍ତାଧାରାଦ୍ଵାରା ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

(2) ପରୋକ୍ଷ ଅନୁସନ୍ଧାନ – ବହୁତ ସମୟରେ ତଥ୍ୟ ପ୍ରଦାନକାରୀ ଉତ୍ତର ଦେବାକୁ ଅନିଚ୍ଛା ପ୍ରକାଶ କରିଥା’ନ୍ତି । ଅନେକ ସମୟରେ ମଧ୍ୟ ତଥ୍ୟର ମୂଳଉତ୍ସ ସ୍ଥିତିବିହୀନ ହୋଇଥାଏ । ଏସବୁ କ୍ଷେତ୍ରରେ ପ୍ରତ୍ୟକ୍ଷ ବ୍ୟକ୍ତିଗତ ଅନୁସନ୍ଧାନ ଫଳପ୍ରଦ ହୁଏ ନାହିଁ । ଏପରିସ୍ଥଳେ ପରୋକ୍ଷ ଅନୁସନ୍ଧାନ ପ୍ରଣାଳୀ ଅବଲମ୍ବନ କଲେ ଅଧିକ ଫଳପ୍ରଦ ହୋଇଥାଏ ।

ଏହି ପ୍ରଣାଳୀରେ ସଂଶ୍ଳିଷ୍ଟ ବ୍ୟକ୍ତିମାନଙ୍କ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପର୍କଥିବା ବ୍ୟକ୍ତିଠାରୁ ମୌଖ୍ ବା ଲିଖ ପ୍ରଶ୍ନବଳୀ ସାହାଯ୍ୟରେ ମତାମତ ସଂଗ୍ରହ କରାଯାଇଥାଏ । ସରକାରଙ୍କଦ୍ବାରା ନିଯୁକ୍ତ କମିଶନ ଓ କମିଟିଗୁଡ଼ିକ ମୁଖ୍ୟତଃ ଏହି ପ୍ରଣାଳୀରେ ତଥ୍ୟ ସଂଗ୍ରହ କରିଥା’ନ୍ତି । ଏହି ପ୍ରଣାଳୀରେ ଅପେକ୍ଷାକୃତ ସ୍ଵଳ୍ପ ବ୍ୟୟରେ ସ୍ୱଳ୍ପ ସମୟ ମଧ୍ୟରେ ତଥ୍ୟ ସଂଗ୍ରହ ସମ୍ଭବ ହୋଇଥାଏ ।

ଯେହେତୁ ବିଶେଷଜ୍ଞମାନଙ୍କଦ୍ୱାରା ଏହି ପ୍ରଣାଳୀରେ ତଥ୍ୟ ସଂଗ୍ରହ କରାଯାଇଥାଏ, ତେଣୁ ନିର୍ଭରଯୋଗ୍ୟ ଓ ଅଧ‌ିକ ଗ୍ରହଣୀୟ ତଥ୍ୟ ସଂଗ୍ରହର ସମ୍ଭାବନା ଅଧିକ । ଅପରପକ୍ଷରେ ଏହି ପ୍ରଣାଳୀଦ୍ଵାରା ସଂଗୃହୀତ ତଥ୍ୟ ଅନୁସନ୍ଧାନକାରୀ ଓ ତଥ୍ୟପ୍ରଦାନକାରୀମାନଙ୍କ ସାଧୁତା ଓ ନିଷ୍ଠା ଉପରେ ନିର୍ଭର କରେ । ଆହୁରି ମଧ୍ୟ ଯଦି ତଥ୍ୟପ୍ରଦାନକାରୀ ବିବାଦୀୟ ବ୍ୟକ୍ତି ହୋଇଥା’ନ୍ତି, ତେବେ ସଂଗୃହୀତ ତଥ୍ୟରୁ ତଦୀୟ ସିଦ୍ଧାନ୍ତ ବିବାଦୀୟ ହୋଇପଡ଼େ ।

(3) ସ୍ଥାନୀୟ ପ୍ରତିନିଧୂମାନଙ୍କଦ୍ୱାରା ତଥ୍ୟ ସଂଗ୍ରହ – ଏହି ପ୍ରଣାଳୀରେ ତଥ୍ୟ ସଂଗ୍ରହ କରାଯାଇଥିବା ଅଞ୍ଚଳରେ ସ୍ଥାନୀୟ ପ୍ରତିନିଧ୍ର, ଯିଏ କି ସାମ୍ବାଦିକଭାବରେ ପରିଚିତ ଏବଂ ତାଙ୍କୁ ନିଯୁକ୍ତି ଦିଆଯାଇଥାଏ ସେମାନେ ସେହି ଅଞ୍ଚଳର ଆବଶ୍ୟକ ତଥ୍ୟ ସଂଗ୍ରହ କରି ଅନୁସନ୍ଧାନକାରୀ ସଂସ୍ଥାର କେନ୍ଦ୍ରୀୟ କାର୍ଯ୍ୟାଳୟକୁ ନିୟମିତ ବ୍ୟବଧାନରେ ପଠାଇଥା’ନ୍ତି ।

ସମ୍ବାଦ ସରବରାହ ସଂସ୍ଥା ଓ ଅନେକ ସମୟରେ ସରକାରୀ ଓ ବେସରକାରୀ ସଂସ୍ଥା ଏହି ପ୍ରଣାଳୀ ଅବଲମ୍ବନ କରିଥା’ନ୍ତି । ନିୟମିତ କାଳାନୁସାରୀ ତଥ୍ୟର ଆବଶ୍ୟକତା ଥିଲେ ଏହି ପ୍ରଣାଳୀ ଶ୍ରେୟସ୍କର ଅଟେ । ଅନ୍ୟପକ୍ଷରେ ସମ୍ବାଦଦାତାମାନେ ନିଜର ସୁବିଧା ଓ ଖ୍ୟାଲ ଅନୁସାରେ ତଥ୍ୟ ପ୍ରଦାନ କଲେ ତାହାର ଶୁଦ୍ଧତା ନିମ୍ନମାନର ହୋଇଥାଏ ।

(4) ଡାକଯୋଗେ ପ୍ରେରିତ ପ୍ରଶ୍ନବଳୀ ମାଧ୍ୟମରେ ତଥ୍ୟ ସଂଗ୍ରହ– ଏହି ପ୍ରଣାଳୀରେ ଅନୁସନ୍ଧାନ ବିଷୟବସ୍ତୁ ସମ୍ବନ୍ଧରେ ଏକ ପ୍ରଶ୍ନବଳୀ (Questionnnaire) ପ୍ରସ୍ତୁତ କରି ତଥ୍ୟ ପ୍ରଦାନକାରୀମାନଙ୍କ ନିକଟକୁ ଡାକଯୋଗେ ପଠାଯାଏ । ଏଥିରେ ଅନୁସନ୍ଧାନର ଉଦ୍ଦେଶ୍ୟ ଓ ପ୍ରଶ୍ନବଳୀରେ ବ୍ୟବହୃତ ଶବ୍ଦମାନଙ୍କର ବ୍ୟାବହାରିକ ସଂଜ୍ଞାର ଏକ ଟିପ୍ପଣୀ ପ୍ରଦାନ କରାଯାଇ ତଥ୍ୟ ପ୍ରଦାନକାରୀଙ୍କର ସହଯୋଗ କାମନା କରି ଏକ ସଂକ୍ଷିପ୍ତ ପୂର୍ବାଭାଷ ପଠାଯାଇଥାଏ ।

ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖୁ ଫେରାଇବାପାଇଁ ଅନୁରୋଧ କରାଯାଇଥାଏ । ସେଥ‌ିପାଇଁ ଅନୁସନ୍ଧାନକାରୀ ସଂସ୍ଥା ବା ବ୍ୟକ୍ତି ନିଜ ଠିକଣା ଲେଖାଥ‌ିବା ଓ ଡାକଟିକଟ ଲାଗିଥିବା ଲଫାପା ଉତ୍ତରଦାତାଙ୍କ ପାଖକୁ ଏଥୁସହିତ ସଂଲଗ୍ନ କରିଥା’ନ୍ତି । ଏହି ପ୍ରଣାଳୀ ସମୟ, ଶ୍ରମ, ସମ୍ବଳ ଦୃଷ୍ଟିକୋଣରୁ ସର୍ବୋତ୍କୃଷ୍ଟ ବିବେଚିତ ହୋଇଥାଏ ।

ଏହାଦ୍ୱାରା ମଧ୍ୟ ଅଧିକ ନିର୍ଭରଯୋଗ୍ୟ ଓ ଉପାଦେୟ ତଥ୍ୟ ମିଳିଥାଏ । ଅପର ପକ୍ଷରେ ନିରକ୍ଷର ଓ ଅନୁନ୍ନତ ଉତ୍ତରଦାତାଙ୍କ କ୍ଷେତ୍ରରେ ଏହା ସମ୍ଭବ ହୁଏ ନାହିଁ । ଆହୁରି ମଧ୍ଯ ତଥ୍ୟପ୍ରଦାନକାରୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଥ୍ୟ ଦେବାକୁ ବାଧ୍ୟ ନୁହଁନ୍ତି । ତେଣୁ ତଥ୍ୟ ସଂଗ୍ରହ ନିରୁତ୍ସାହଜନକ ହୋଇଥାଏ ।

(5) ଗଣନାକାରୀ ସାହାଯ୍ୟରେ ଭର୍ତ୍ତି କରାଯାଇଥିବା ପ୍ରଶ୍ନବଳୀ– ଏହି ପ୍ରଣାଳୀରେ ପ୍ରଶ୍ନବଳୀଗୁଡ଼ିକୁ ଡାକଯୋଗେ ପଠାଇବା ପରିବର୍ତ୍ତେ ଅନୁସନ୍ଧାନକାରୀ ବ୍ୟକ୍ତି ବା ସଂସ୍ଥା ନିଜର ଗଣନାକାରୀ ବା ପ୍ରତିନିଧିଙ୍କ ହାତରେ ଉତ୍ତରଦାତାଙ୍କ ନିକଟକୁ ପ୍ରଶ୍ନବଳୀ ପଠାଇଥା’ନ୍ତି । ଗଣନାକାରୀ ଉତ୍ତରଦାତାଙ୍କୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଢ଼ାଇ ଶୁଣାନ୍ତି ଓ ଉତ୍ତରଦାତାଙ୍କର ଉତ୍ତରକୁ ସେଠାରେ ଲିପିବଦ୍ଧ କରିଥା’ନ୍ତି । ଏଥୁରେ ଗଣନାକାରୀ ଉତ୍ତରଦାତାଙ୍କ ପ୍ରଶ୍ନ ବୁଝିବାରେ ସାହାଯ୍ୟ କରିଥା’ନ୍ତି । ଏହି ପ୍ରଣାଳୀ ମାଧ୍ୟମରେ ସଠିକ୍ ତଥା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଥାଏ ।

CHSE Odisha Class 11 Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ

Odisha State Board CHSE Odisha Class 11 Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ Questions and Answers.

CHSE Odisha 11th Class Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

୧। ଯେଉଁ ତଥ୍ୟ ମୌଳିକ ବା ମୂଳ ରୂପରେ ଅନୁସନ୍ଧାନକାରୀଙ୍କ ହସ୍ତଗତ ହୋଇଥାଏ, ତାହା
(i) ମୌଳିକ ତଥ୍ୟ
(ii) ପରୋକ୍ଷ ତଥ୍ୟ
(iii) ପ୍ରାଥମିକ ତଥ୍ୟ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ପ୍ରାଥମିକ ତଥ୍ୟ

୨। ଇଣ୍ଟରନେଟରୁ ସଂଗୃହୀତ ତଥ୍ୟ
(i) ମୌଳିକ ତଥ୍ୟ
(ii) ପରୋକ୍ଷ ତଥ୍ୟ
(iii) ପ୍ରାଥମିକ ତଥ୍ୟ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ପରୋକ୍ଷ ତଥ୍ୟ

୩। ପ୍ରାଥମିକ ତଥ୍ୟ କାହାକୁ କୁହାଯାଏ ?
(i) ପ୍ରଥମଥର ସଂଗୃହୀତ ତଥ୍ୟ
(ii) ଦ୍ଵିତୀୟଥର ସଂଗୃହୀତ ତଥ୍ୟ
(iii) ତୃତୀୟଥର ସଂଗୃହୀତ ତଥ୍ୟ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ପ୍ରଥମଥର ସଂଗୃହୀତ ତଥ୍ୟ

୪। ସମ୍ପାଦାନରୁ ତଥ୍ୟାବଳୀର କ’ଣ ପ୍ରୟାସ କରାଯାଇଥାଏ ?
(i) ସଠିକତା
(ii) ପୂର୍ବତା
(iii) ସଙ୍ଗତି
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

୫। ଯେଉଁମାନଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଏ, ସେମାନଙ୍କୁ କ’ଣ କୁହାଯାଏ ?
(i) ଅନୁସନ୍ଧାନକାରୀ
(ii) ପରିସଂଖ୍ୟାନବିତ୍
(iii) ତଥ୍ୟପ୍ରଦାନକାରୀ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ତଥ୍ୟ ପ୍ରଦାନକାରୀ

CHSE Odisha Class 11 Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ

୬। ପରୋକ୍ଷ ତଥ୍ୟ କାହାକୁ ବୁଝାଏ ?
(i) ପ୍ରଥମଥର ସଂଗୃହୀତ ତଥ୍ୟ
(ii) ଦ୍ଵିତୀୟଥର ସଂଗୃହୀତ ତଥ୍ୟ
(iii) ତୃତୀୟଥର ସଂଗୃହୀତ ତଥ୍ୟ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ଦ୍ଵିତୀୟଥର ସଂଗୃହୀତ ତଥ୍ୟ

B. ଶୂନ୍ୟସ୍ଥାନ ପୂରଣ କର :

୧। ______________________ ହେଉଛି ପରିସଂଖ୍ୟାନର ମୂଳଭିଭି ।
Answer:
ସାଂଖ୍ୟକ ତଥ୍ୟ

୨। ଯେଉଁମାନେ ତଥ୍ୟ ସଂଗ୍ରହ କରନ୍ତି, ସେମାନଙ୍କୁ __________________________ ବୋଲି କୁହାଯାଏ।
Answer:
ଅନୁସନ୍ଧାନକାରୀ

୩। ସଂଗୃହୀତ ସାଂଖ୍ୟକ ତଥ୍ୟକୁ ଅନୁସନ୍ଧାନକାରୀମାନେ ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ଲିପିବଦ୍ଧ କରିଆଣିବା ପ୍ରଣାଳୀକୁ ______________________ କୁହାଯାଏ ।
Answer:
ତଥ୍ୟ ସଂଗ୍ରହ

୪। କୌଣସି ଏକ ସଂଗଠନର ଆଭ୍ୟନ୍ତରୀଣ ରିପୋର୍ଟଗୁଡ଼ିକରୁ ପ୍ରାପ୍ତ ତଥ୍ୟକୁ _____________________ ଉତ୍ସର ତଥ୍ୟ ରୂପେ ଅଭିହିତ କରାଯାଏ ।
Answer:
ଆଭ୍ୟନ୍ତରୀଣ

୫। ଆନ୍ତର୍ଜାତୀୟ ବାଣିଜ୍ୟ, ବଜାର ପରିସ୍ଥିତି, ସରକାରଙ୍କର ଅର୍ଥନୈତିକ ନୀତି, ପ୍ରତିଷ୍ଠାନ ସମୂହ ଇତ୍ୟାଦି ସମ୍ବନ୍ଧୀୟ ତଥ୍ୟ ଗୁଡ଼ିକ ______________________ ଉତ୍ସରୁ ସଂଗୃହୀତ ହୋଇଥାଏ।
Answer:
ବାହ୍ୟ

CHSE Odisha Class 11 Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ

୬। ଯେଉଁସବୁ ତଥ୍ୟଗୁଡ଼ିକ କୌଣସି ଉଦ୍ଦେଶ୍ୟ ପୂରଣ କରିବାକୁ ପ୍ରଥମଥର ପାଇଁ ମୂଳ ଉତ୍ସରୁ ସଂଗ୍ରହ କରାଯାଏ, ସେଗୁଡ଼ିକୁ _______________________ ତଥ୍ୟ କୁହାଯାଏ ।
Answer:
ପ୍ରତ୍ୟକ୍ଷ

୭। ଯେଉଁ ସବୁ ତଥ୍ୟଗୁଡ଼ିକ ପୂର୍ବରୁ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଦ୍ଵାରା ସଂଗୃହୀତ ହୋଇ ବିଶ୍ଳେଷଣ କରାଯାଇଥାଏ, ସେଗୁଡ଼ିକୁ ____________________ ତଥ୍ୟ ରୂପେ ଅଭିହିତ କରାଯାଏ।
Answer:
ପରୋକ୍ଷ

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

୧। ପରିସଂଖ୍ୟାନ ତଥ୍ୟ କାହାକୁ କୁହାଯାଏ ?
Answer:
ସମଷ୍ଟିଗତ ସାଂଖ୍ୟକ ବିବରଣୀକୁ ପରିସଂଖ୍ୟାନ ତଥ୍ୟ କୁହାଯାଏ ।

୨। ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କର ଆୟକୁ ପରିସଂଖ୍ୟାନ ତଥ୍ୟ କୁହାଯିବ ନାହିଁ, କାହିଁକି ?
Answer:
କାରଣ ଏହା ସମଷ୍ଟିଗତ ସାଂଖ୍ୟକ ବିବରଣୀ ନୁହେଁ ।

୩। ତଥ୍ୟ ସଂଗ୍ରହ କାହାକୁ କୁହାଯାଏ ?
Answer:
ସଂଗୃହୀତ ସାଂଖ୍ୟକ ତଥ୍ୟକୁ ଅନୁସନ୍ଧାନକାରୀ ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ଲିପିବଦ୍ଧ କରିବା ପଦ୍ଧତିକୁ ତଥ୍ୟ ସଂଗ୍ରହ କୁହାଯାଏ ।

୪। ତଥ୍ୟ ସଂଗ୍ରହର ଉତ୍ସଗୁଡ଼ିକ କ’ଣ ?
Answer:
ତଥ୍ୟ ସଂଗ୍ରହର ଉତ୍ସଗୁଡ଼ିକ ହେଲା – ପ୍ରତ୍ୟକ୍ଷ ଓ ପ୍ରରୋକ୍ଷ ଉତ୍ସ।

୫। ପ୍ରତ୍ୟକ୍ଷ ତଥ୍ୟ କାହାକୁ କୁହାଯାଏ ?
Answer:
ଅନୁସନ୍ଧାନକାରୀ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ସଂପୂର୍ଣ୍ଣ ସଦ୍ୟ ତଥ୍ୟ ସଂଗ୍ରହ କଲେ ତାହାକୁ ପ୍ରତ୍ୟକ୍ଷ ତଥ୍ୟ କୁହାଯାଏ।

୬। ପରୋକ୍ଷ ତଥ୍ୟ କାହାକୁ କୁହାଯାଏ ?
Answer:
ଯେଉଁ ତଥ୍ୟ ଅନୁସନ୍ଧାନକାରୀ ପୂର୍ବରୁ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଦ୍ଵାରା ସଂଗୃହୀତ ହୋଇ ବିଶ୍ଳେଷଣ କରାଯାଇଥାଏ, ସେଗୁଡ଼ିକୁ ପରୋକ୍ଷ ତଥ୍ୟ କୁହାଯାଏ।

CHSE Odisha Class 11 Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ

୭। ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା (NSSO) କେବେ ପ୍ରତିଷ୍ଠା ହୋଇଥିଲା ?
Answer:
ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା 1950 ମସିହାରେ ପ୍ରତିଷ୍ଠା ହୋଇଥିଲା ।

୮। ଜନଗଣନା କହିଲେ କ’ଣ ବୁଝ ?
Answer:
ଗୋଟିଏ ଦେଶର ଜନସଂଖ୍ୟା ଉପରେ ବ୍ୟାପକ ତଥ୍ୟ ସଂଗ୍ରହ ପଦ୍ଧତିକୁ ‘ଜନଗଣନା’ କୁହାଯାଏ ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

୧। କୌଣସି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା ସଂପର୍କରେ ତଥ୍ୟ କାହିଁକି ଉତ୍ସରୁ ସଂଗୃହୀତ ହୋଇଥାଏ ।
Answer:
କୌଣସି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା ସଂପର୍କରେ ତଥ୍ୟ ଆଭ୍ୟନ୍ତରୀଣ ଉତ୍ସରୁ ସଂଗୃହୀତ ହୋଇଥାଏ।

୨। ପ୍ରତ୍ୟକ୍ଷ ତଥ୍ୟକୁ ଦ୍ଵିତୀୟ ହସ୍ତ ବୃତ୍ତାନ୍ତ କୁହାଯାଏ।
Answer:
ପ୍ରତ୍ୟକ୍ଷ ତଥ୍ୟକୁ ପ୍ରଥମ ହସ୍ତ ବୃତ୍ତାନ୍ତ କୁହାଯାଏ।

୩। ପ୍ରତ୍ୟକ୍ଷ ତଥ୍ୟ ମୂଳ ଉତ୍ସରୁ ସଂଗୃହୀତ ହୁଏ ।
Answer:
ଠିକ୍

CHSE Odisha Class 11 Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ

୪। ପ୍ରତ୍ୟକ୍ଷ ତଥ୍ୟ ସଦ୍ୟ ଓ ବାସ୍ତବ
Answer:
ଠିକ୍

୫। ବଡ଼ ବଡ଼ ସଂଗଠନ ଯଥା ସରକାରୀ କ୍ଷେତ୍ରରେ ବାହ୍ୟ ତଥ୍ୟ ବିଶେଷ ଉପଯୋଗୀ।
Answer:
ବଡ଼ ବଡ଼ ସଂଗଠନ ଯଥା ସରକାରୀ କ୍ଷେତ୍ରରେ ଆଭ୍ୟନ୍ତରୀଣ ତଥ୍ୟ ବିଶେଷ ଉପଯୋଗୀ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ୟରେ ଦିଅ ।

୧। ପରିସଂଖ୍ୟାନ ତଥ୍ୟ କାହାକୁ କୁହାଯାଏ ?
Answer:
ସମଷ୍ଟିଗତ ସାଂଖ୍ୟକ ବିବରଣୀକୁ ତଥ୍ୟ କୁହାଯାଏ। ଏହା କୌଣସି ନିର୍ଦ୍ଦିଷ୍ଟ ଘଟଣା ସହ ଜଡ଼ିତ ନୁହେଁ । ଏହା ସଂପୂର୍ଣ୍ଣ ଭାବେ ସମଷ୍ଟିଗତ । ଏହା ସମଷ୍ଟିଗତ ସାଂଖ୍ୟକ ପରିପ୍ରକାଶ। ଏହା ଏକ ବୃହତ୍ ତଥ୍ୟାବଳୀର ଅଂଶବିଶେଷ ଅଟେ । ଏହି ତଥ୍ୟ କୌଣସି ନିର୍ଦ୍ଦିଷ୍ଟ ଏକକ କିମ୍ବା ନିର୍ଦ୍ଦିଷ୍ଟ ବସ୍ତୁ ଉପରେ ପ୍ରତିଷ୍ଠିତ ନୁହେଁ ।

ଏହାକେତେକ ସାଂଖ୍ୟକ ତଥ୍ୟର ସମାହାର। ଏହା ସମଷ୍ଟିଗତ ଭାବେ ପରିପ୍ରକାଶ ହେଲେ ତାହାକୁ ପରିସଂଖ୍ୟାନ ତଥ୍ୟ କୁହାଯାଏ। ତଥ୍ୟ ସାଧାରଣତଃ ଦୁଇ ପ୍ରକାର; ଯଥା – ପ୍ରତ୍ୟକ୍ଷ ତଥ୍ୟ ଓ ପରୋକ୍ଷ ତଥ୍ୟ । ପ୍ରତ୍ୟକ୍ଷ ତଥ୍ୟ କ୍ଷେତ୍ରରେ ଅନୁସନ୍ଧାନକାରୀ ପ୍ରତ୍ୟକ୍ଷ ଭାବେ ପ୍ରାଥମିକ ସ୍ତରରେ ଥିବା ତଥ୍ୟ ପ୍ରଦାନକାରୀଙ୍କଠାରୁ ତଥ୍ୟ ସଂଗ୍ରହ କରିଥା’ନ୍ତି। ମାତ୍ର ପରୋକ୍ଷ ତଥ୍ୟ କ୍ଷେତ୍ରରେ ଅନୁସନ୍ଧାନକାରୀ ବିଭିନ୍ନ ମାଧ୍ୟମର ସହାୟତା ନେଇ ପରୋକ୍ଷ ଭାବେ ତଥ୍ୟ ସଂଗ୍ରହ କରିଥା’ନ୍ତି ।

୨। ପ୍ରତ୍ୟକ୍ଷ ତଥ୍ୟ କାହାକୁ କୁହାଯାଏ ?
Answer:
ଯେଉଁ ତଥ୍ୟ ଅନୁସନ୍ଧାନକାରୀ ପ୍ରତ୍ୟକ୍ଷ ଭାବରେ କୌଣସି ଉଦ୍ଦିଷ୍ଟ ଲକ୍ଷ୍ୟ ପୂରଣ ପାଇଁ ପ୍ରାଥମିକ ସ୍ତରର ତଥ୍ୟ ପ୍ରଦାନକାରୀଙ୍କଠାରୁ ସଂଗ୍ରହ କରିଥା’ନ୍ତି ତାହାକୁ ପ୍ରତ୍ୟକ୍ଷ ତଥ୍ୟ କୁହାଯାଏ। ଏହା ମୂଳ ଉତ୍ସରୁ ସଂଗୃହୀତ ହୋଇଥାଏ।

ଅନୁସନ୍ଧାନ ପ୍ରକ୍ରିୟାରେ ମୂଳ ଉତ୍ସରୁ ସଂଗୃହୀତ ତଥ୍ୟାବଳୀକୁ ପ୍ରତ୍ୟକ୍ଷ ତଥ୍ୟ କୁହାଯାଏ। ଅନୁସନ୍ଧାନକାରୀ ଏହି ତଥ୍ୟ ସଂଗ୍ରହର ପ୍ରଥମ ବ୍ୟକ୍ତି ବୋଲି ବିବେଚିତ ହୋଇଥା’ନ୍ତି। ଉଦାହରଣ ସ୍ଵରୂପ, ଯଦି ଜଣେ ରାଉରକେଲା ଇସ୍ପାତ କାରଖାନର ଶ୍ରମିକମାନଙ୍କର ଜୀବନ ଧାରଣର ମାନ ନିର୍ଦ୍ଧାରଣ ପାଇଁ ସଂପୃକ୍ତ ଶ୍ରମିକମାନଙ୍କଠାରୁ ତଥ୍ୟ ସଂଗ୍ରହ କରନ୍ତି, ତା’ହେଲେ ଉକ୍ତ ତଥ୍ୟକୁ ପ୍ରତ୍ୟକ୍ଷ ତଥ୍ୟ ବୋଲି କୁହାଯାଏ ।

CHSE Odisha Class 11 Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ

୩ । ପରୋକ୍ଷ ତଥ୍ୟ କ’ଣ ?
Answer:
ଯେଉଁ ସବୁ ତଥ୍ୟ ଗୁଡ଼ିକ ପୂର୍ବରୁ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଦ୍ଵାରା ସଂଗୃହୀତ ହୋଇ ବିଶ୍ଳେଷଣ କରାଯାଇଥାଏ, ସେଗୁଡ଼ିକୁ ପରୋକ୍ଷ ତଥ୍ୟ ରୂପେ ଅଭିହିତ କରାଯାଏ। ସେହି ତଥ୍ୟ ଗୁଡ଼ିକୁ ଦ୍ଵିତୀୟ ସ୍ତରୀୟ ବୃତ୍ତାନ୍ତ ରୂପେ ମଧ୍ଯ ଅଭିହିତ କରାଯାଏ।

ଏହି ତଥ୍ୟାବଳୀ ମୂଳ ଉତ୍ସରୁ ସଂଗୃହୀତ ହୋଇ ନ ଥାଏ, ବରଂ ପ୍ରକାଶିତ କିମ୍ବା ଅପ୍ରକାଶିତ ଉତ୍ସରୁ ଏହି ସବୁ ତଥ୍ୟ କରାଯାଏ। ଏହି ତଥ୍ୟାବଳୀ ମୂଳ ଉତ୍ସରୁ ସଂଗୃହୀତ ହୋଇ ନ ଥାଏ, ବରଂ ପ୍ରକାଶିତ କିମ୍ବା ଅପ୍ରକାଶିତ ଉତ୍ସରୁ ଏହି ସବୁ ତଥ୍ୟ ମିଳିଥାଏ। ଉଦାହରଣ ସ୍ଵରୂପ – ଗୋଟିଏ ଅନୁସଂଧାନକାରୀଙ୍କ ଦ୍ଵାରା ଜନଗଣନାରୁ ସଂଗୃହୀତ ତଥ୍ୟ, ଜାତୀୟ ପ୍ରତିଚୟନ ସର୍ବେକ୍ଷଣରୁ ସଂଗୃହୀତ ତଥ୍ୟ, ଭାରତର ଶିଳ୍ପଗୁଡ଼ିକର ବାର୍ଷିକ ସର୍ବେକ୍ଷଣରୁ ସଂଗୃହୀତ ତଥ୍ୟ ଇତ୍ୟାଦି।

୪ । ଜାତୀୟ ନମୁନା ସର୍ବେକ୍ଷଣ ଓ ଭାରତର ଜନଗଣନା ସଂସ୍ଥାର କାର୍ଯ୍ୟ ଲେଖ ।
Answer:
ଜାତୀୟ ନମୁନା ସର୍ବେକ୍ଷଣ ଓ ଭାରତର ଜନଗଣନା ସଂସ୍ଥାର କାର୍ଯ୍ୟ :

  • ଖାଉଟିର ବ୍ୟୟ, ନିଯୁକ୍ତି, ସ୍ଵାସ୍ଥ୍ୟ ଇତ୍ୟାଦି ପ୍ରସଙ୍ଗରେ ନମୁନା ସର୍ଭେ କରିବା ।
  • ପ୍ରତିବର୍ଷ ବାର୍ଷିକ ଶିଳ୍ପ ସର୍ଭେ କରିବା ।
  • ପ୍ରତିବର୍ଷ ଭାରତର କୃଷି ଉତ୍ପାଦନ ଉପରେ ରିପୋର୍ଟ ପ୍ରକାଶ କରିବା ଇତ୍ୟାଦି କାର୍ଯ୍ୟ ଅଟେ ।

F ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

୧ । ତଥ୍ୟର ଆଭ୍ୟନ୍ତରୀଣ ଉତ୍ସ ଓ ବାହ୍ୟିକ ଉତ୍ସ
Answer:
କୌଣସି ସଂଗଠନର ନିଜସ୍ଵ ନଥୁପତ୍ର ବା ଆଭ୍ୟନ୍ତରୀଣ ବିବରଣୀରୁ ସଂଗୃହୀତ ତଥ୍ୟକୁ ଆଭ୍ୟନ୍ତରୀଣ ତଥ୍ୟ ବୋଲି କୁହାଯାଏ । ନିଜ ସଂଗଠନ ବା ସଂସ୍ଥା ବାହାରୁ ଏହି ତଥ୍ୟ ସଂଗ୍ରହ କରାଯାଉ ନଥାବାରୁ ଏହା ବାସ୍ତବରେ ଆଭ୍ୟନ୍ତରୀଣ ତଥ୍ୟ ଓ ଏହାର ଉତ୍ସକୁ ଆଭ୍ୟନ୍ତରୀଣ ଉତ୍ସ ବୋଲି କୁହାଯାଏ। ଉଦାହରଣ ସ୍ଵରୂପ, ପାରାଦ୍ବୀପ ବନ୍ଦର କର୍ତ୍ତୃପକ୍ଷ ବନ୍ଦରର ଆମଦାନୀ, ରପ୍ତାନୀ, ଲାଭ, କ୍ଷତି, କର୍ମଚାରୀଭୁକ ମଜୁରି ଇତ୍ୟାଦି ସମ୍ବନ୍ଧରେ ବାର୍ଷିକ ବିବରଣୀ ପ୍ରକାଶ କରୁଛନ୍ତି। ବାସ୍ତବରେ ଏହା ପାରାଦୀପ ବନ୍ଦରର ନିଜସ୍ଵ ତଥ୍ୟ ଓ ଏହା ହିଁ ଆଭ୍ୟନ୍ତରୀଣ ଉତ୍ସରୁ ସଂଗୃହୀତ ହୋଇଥାଏ।

ଅନ୍ୟାନ୍ୟ ସଂଗଠନ ବା ସଂସ୍ଥା ତଥା ସରକାର ଅର୍ଦ୍ଧସରକାରୀ ସଂଗଠନ, ପତ୍ରପତ୍ରିକା, ସମ୍ବାଦପତ୍ର ଇତ୍ୟାଦିରୁ ସଂଗୃହୀତ ତଥ୍ୟକୁ ବାହ୍ୟିକ ତଥ୍ୟ ଓ ତା’ର ଉତ୍ସକୁ ବାହ୍ୟିକ ଉତ୍ସ ବୋଲି କୁହାଯାଏ। ଉଦାହରଣ ସ୍ଵରୂପ, ଓଡ଼ିଶାରେ ବିଦ୍ୟୁତ୍ ଶକ୍ତି, ସମସ୍ୟା ଅଧ୍ୟୟନ କରିବା ପାଇଁ ଆମକୁ ବିଭିନ୍ନ ଉତ୍ସ ତଥା ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡ, ଓଡ଼ିଶାର ବିଭିନ୍ନ ଶକ୍ତି ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଇତ୍ୟାଦିଙ୍କଠାରୁ ତଥ୍ୟ ସଂଗ୍ରହ କରିବାକୁ ପଡ଼ିବ। ସେହି ଉତ୍ସ ଗୁଡ଼ିକୁ ବାହ୍ୟ ଉତ୍ସ ବୋଲି କୁହାଯାଏ।

୨। ପ୍ରତ୍ୟକ୍ଷ ତଥ୍ୟ ଓ ପରୋକ୍ଷ ତଥ୍ୟ
Answer:
ଅନୁସନ୍ଧାନକାରୀ ପ୍ରତ୍ୟକ୍ଷ ଭାବେ ଉଦ୍ଦିଷ୍ଟ ଲକ୍ଷ୍ୟ ପୂରଣ ପାଇଁ ଯେଉଁ ସମ୍ପୂର୍ଣ୍ଣ ସଦ୍ୟ ତଥ୍ୟ ସଂଗ୍ରହ କରନ୍ତି, ତାହାକୁ ପ୍ରତ୍ୟକ୍ଷ ତଥ୍ୟ କୁହାଯାଏ। ଏହା ମୂଳ ଉତ୍ସରୁ ସଂଗୃହୀତ ହୋଇଥାଏ। ତେଣୁ ଅନୁସନ୍ଧାନ ପ୍ରକ୍ରିୟାରେ ମୂଳ ଉତ୍ସରୁ ସଂଗୃହୀତ ତଥ୍ୟାବଳୀକୁ ପ୍ରତ୍ୟକ୍ଷ ତଥ୍ୟ ବୋଲି କୁହାଯାଏ। ସଂପୃକ୍ତ ଅନୁସନ୍ଧାନକାରୀ ଏହି ତଥ୍ୟ ସଂଗ୍ରହର ପ୍ରଥମ ବ୍ୟକ୍ତି। ତେଣୁ ଏହାକୁ ପ୍ରଥମ ହସ୍ତ ବୃତ୍ତାନ୍ତ ବୋଲି କୁହାଯାଏ।

ଯେଉଁ ତଥ୍ୟ ଗୁଡ଼ିକ ପୂର୍ବରୁ ସଂଗୃହୀତ ହୋଇ ବିଶ୍ଳେଷଣ କରାଯାଇଥାଏ, ତାହାକୁ ପରୋକ୍ଷ ତଥ୍ୟ କୁହାଯାଏ। ଏହା ଅନ୍ୟ କୌଣସି ସଂସ୍ଥା ବା ବ୍ୟକ୍ତିଙ୍କ ଦ୍ଵାରା ସଂଗୃହୀତ ହୋଇଥାଏ। ଉଦାହରଣ ସ୍ଵରୂପ ଭାରତରେ ଜନ୍ମ ମୃତ୍ୟୁହାର, ସାକ୍ଷରତା ହାର, ପରମାୟୁ, ଜନସଂଖ୍ୟାର ଘନତ୍ଵ, ଅଭିବୃଦ୍ଧି ହାର ଇତ୍ୟାଦି ଜନଗଣନା କାର୍ଯ୍ୟାଳୟ ଦ୍ଵାରା ପ୍ରତ୍ୟକ୍ଷ ଭାବେ କଳନା କରାଯାଇଥାଏ ଏବଂ ଏହି ତଥ୍ୟକୁ ସର୍ବସାଧାରଣ ଅନୁଷ୍ଠାନ ବା ଗବେଷକମାନେ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟବହାର କରନ୍ତି।

CHSE Odisha Class 11 Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ତଥ୍ୟର ମୁଖ୍ୟ ଉତ୍ସଗୁଡ଼ିକ କ’ଣ ? ପ୍ରାଥମିକ ତଥ୍ୟ ଓ ପରୋକ୍ଷ ତଥ୍ୟର ଉତ୍ସ କ’ଣ ବୁଝାଅ ।
Answer:
(i) ତଥ୍ୟ ସଂଗ୍ରହ – କୌଣସି ତଦନ୍ତର ପ୍ରଥମ ପର୍ଯ୍ୟାୟ ହେଉଛି ତଥ୍ୟ ସଂଗ୍ରହ । ଅନୁସନ୍ଧାନକାରୀ ବିଭିନ୍ନ ସୁତ୍ରରୁ ଏହି ତଥ୍ୟ ସଂଗ୍ରହ କରିଥାନ୍ତି । ସମ୍ପୂର୍ଣ୍ଣ ତଥ୍ୟ ପ୍ରତ୍ୟକ୍ଷ ଭାବରେ ସଂଗ୍ରହ କରାଗଲେ ତାହାକୁ ପ୍ରାଥମିକ ତଥ୍ୟ ପୁନର୍ବାର ବ୍ୟବହାର ହେଲେ ତାହାକୁ ପରୋକ୍ଷ ତଥ୍ୟ କୁହାଯାଏ । କିନ୍ତୁ ସଂଗୃହୀତ ପ୍ରାଥମିକ ତଥ୍ୟ ଉଦାହରଣ – ଭାରତୀୟ ରିଜର୍ଭ ବ୍ୟାଙ୍କ ଇସ୍ତାହାର, ଜାତୀୟ ଆୟବ୍ୟୟ ହିସାବ ଫର୍ଦ ପରିସଂଖ୍ୟାନଗୁଡ଼ିକ ପ୍ରଚ୍ଚାରିତ ତଥ୍ୟ ଅର୍ଥାତ ପରୋକ୍ଷ ତଥ୍ୟ ।

(ii) ତଥ୍ୟର ସଂଗଠନ ବା ସଜ୍ଜୀକରଣ – ତଥ୍ୟ ସଂଗଠନର ଅଙ୍କ ବା ଅକୃତିର ସଜ୍ଜୀକରଣ ଏପରି କରାଯାଇଥାଏ ଯେପରି ଏକ ଗୋ ଷ୍ଠୀର ତଥ୍ୟକୁ ତୁଳନା କରାଇବା ବା ବିଶ୍ଳେଷଣ କରିବା ସମୟରେ ସୁବିଧା ହେବ । ଏକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସଂଗଠନର ପଦ୍ଧତି ହେଉଛି ଲକ୍ଷଣ ଉପରେ ଅଧିକ ଦୃଷ୍ଟି ଦେଇ ବିଭିନ୍ନ ଶ୍ରେଣୀ ବା ଉପଶ୍ରେଣୀ;ର ବିଭାଗୀକରଣ କରାଇବା, ଏ ପ୍ରକାର ପଦ୍ଧତିକୁ ତଥ୍ୟର ବିଭାଗୀକରଣ ମଧ୍ୟ କୁହାଯାଏ ।

(iii) ତଥ୍ୟର ଉପସ୍ଥାପନା – ତଥ୍ୟର ଉପସ୍ଥାପନା ଅର୍ଥ ଶୁଦ୍ଧ ଏବଂ ଆକର୍ଷଣୀୟ ତଥ୍ୟର ପ୍ରଦର୍ଶିତ ହେବ, ଯେପରି ଏଗୁଡ଼ିକ ସହଜରେ ବୁଝିହେବ ଏବଂ ବିଶ୍ଳେଷଣ କରାଯାଇପାରିବ । ତଥ୍ୟର ଉପସ୍ଥାପନା ବିଭିନ୍ନ ପ୍ରକାରରେ କରାଯାଇପାରେ, ତନ୍ମଧ୍ୟରୁ ବିଶେଷ ଭାବରେ ବ୍ୟବହାର କରାଯାଉଥ‌ିବା ପ୍ରଚାର ନିମ୍ନରେ ଆଲୋଚନା କରାଗଲା । ଯଥା – ପାଠ୍ୟ ବିଷୟଗତ ବା ବର୍ଣ୍ଣନାତ୍ମକ ଉପସ୍ଥାପନା, ସାରଣୀ ମାଧ୍ୟମରେ ଉପସ୍ଥାପନା ଚିତ୍ର ମଧ୍ଯମରେ ଉପସ୍ଥାପନା । ପରବର୍ତ୍ତୀ ପର୍ଯ୍ୟାୟରେ ଏ ସଂପର୍କରେ ବିଶେଷ ଆଲୋଚନା କରାଯିବ ।

(iv) ତଥ୍ୟର ବିଶ୍ଳେଷଣ – ତଥ୍ୟଗୁଡ଼ିକ ସଂଗୃହୀତ, ସଂଗଠିତ ଏବଂ ଉପସ୍ଥାପନ ହୋଇସାରିବା ପରେ ସେଗୁଡ଼ିକର ବିଶ୍ଳେଷଣ କରାଯିବା ଆବଶ୍ୟକ । ତଥ୍ୟର ବିଶ୍ଳେଷଣ ହେଉଛି ଏକ ପ୍ରକାର କୌଶଳ ଯାହା ମାଧ୍ୟମରେ ମିଳିଥିବା ସାଂଖ୍ୟକ ତଥ୍ୟରୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ବାହାର କରାଯାଏ । ତଥ୍ୟ- ବିଶ୍ଲେଷଣର ସବୁଠାରୁ ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେପରି ମିଳିଥିବା ଏକମାତ୍ର ମୂଲ୍ୟରୁ ସମ୍ପୂର୍ଣ୍ଣ ତଥ୍ୟର ଲକ୍ଷଣ ସମ୍ପର୍କରେ ବିଷଦ ଭାବରେ ଜାଣିହେବ । କେତେଗୁଡ଼ିଏ ପରିସଂଖ୍ୟାନ ସାଧନର ଯଥା- ମିନ୍ ମିଡ଼ିୟାନ ଏବଂ ମୋଡ଼ ବ୍ୟବହାର କରିବା ବିନା ଆମ ଅର୍ଥନୈତିକ ବା ଅନ୍ୟାନ୍ୟ ସମସ୍ୟା ବିଶ୍ଳେଷଣ କରିପାରିବା ନାହିଁ ।

ପ୍ରାଥମିକ ତଥ୍ୟର ଉତ୍ସ :
ପ୍ରାଥମିକ ତଥ୍ୟ – ପ୍ରାଥମିକ ତଥ୍ୟ ସଂଗ୍ରହର ଅନେକଗୁଡ଼ିଏ ପଦ୍ଧତି ରହିଛି । ସେମାନଙ୍କ ମଧ୍ୟରୁ କେତେଗୁଡ଼ିଏ ନିମ୍ନରେ
(i) ପ୍ରତ୍ୟେକ୍ଷ ବ୍ୟକ୍ତଗତ ଅନୁସନ୍ଧାନ – ଏହି ପଦ୍ଧତିରେ ଅନୁସନ୍ଧାନକାରୀ ଯାହା ପାଖରୁ ତଥ୍ୟ ସଂଗ୍ରହ କରିବେ, ତାଙ୍କ ସହ ସାମ୍ନାସାମ୍ନି ଆଲୋଚନା କରିବାକୁ ପଡ଼ିବ । ଏହି ପ୍ରକ୍ରିୟା ଯାହା ପାଖରୁ ତଥ୍ୟ ସଂଗ୍ରହ କରାଯିବ, ତାଙ୍କୁ ଅନୁକାରକ କୁହାଯାଏ ।

(ii) ପରୋକ୍ଷ ମୌଖୂ ଅନୁସନ୍ଧାନ – ଏହି ପଦ୍ଧତିରେ ତଥ୍ୟଗୁଡ଼ିକ ପରୋକ୍ଷ ଉତ୍ସରୁ ସଂଗ୍ରହ କରାଯାଏ । ଏହି ପଦ୍ଧତିରେ ଅନୁସଂନ୍ଧାର ସମ୍ପର୍କିତ ପ୍ରଶ୍ନଗୁଡ଼ିକ ଅନ୍ୟମାନଙ୍କୁ ପଚରାଯାଇ ଉତ୍ତରଗୁଡ଼ିକୁ ରେକର୍ଡ଼ କରାଯିବ ଯେତେବେଳେ ଲୋକ ଜଣକ ଯାହାଠାରୁ ତଥ୍ୟ ସଂଗ୍ରହ କରାଯିବା କଥା ସେ ଉତ୍ତର ଦେବାକୁ ଇଚ୍ଛା କରିବେ ନାହିଁ ବା ଅନୁପସ୍ଥିତ ଥ‌ିବେ ସେତେବେଳେ ଏହି ପଦ୍ଧତିଟି ଉପଯୋଜ କରାଯିବ ।

(iii) ପ୍ରଶ୍ନବଳୀ ପଦ୍ଧତି – ଏହି ପଦ୍ଧତି ପାଇଁ ପ୍ରଶ୍ନର ଏକ ତାଲିକା ପ୍ରସ୍ତୁତ କରାଯାଏ ଏବଂ ତାହାକୁ ଅନୁକାରକଙ୍କ ପାଖକୁ ଡାକଯୋଗେ ବା ବ୍ୟକ୍ତିଗତ ଭାବେ ଦିଆଯାଏ, ଯେତେବେଳେ ଅନୁସନ୍ଧାନର ପରିସର ବ୍ୟାପକ ଥାଏ, ତେବେ ଏହି ପଦ୍ଧତି ଉପଯୁକ୍ତ ହୋଇଥାଏ ।

CHSE Odisha Class 11 Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ

ପରୋକ୍ଷ ତଥ୍ୟର ଉତ୍ସ :
କେତେଗୁଡ଼ିଏ ସଂସ୍ଥା ତଥ୍ୟକୁ ସଂଗ୍ରହ କରି ନିୟମିତ ପଢ଼ିବା ବା ବିବୃତ୍ତି ପ୍ରକାଶିତ କରିଥାନ୍ତି । ଏ ପ୍ରକାର ସଂସ୍ଥା ଉତ୍ସଗୁଡ଼ିକୁ ତଥ୍ୟର ପ୍ରକାଶିତ ଉତ୍ସ କୁହାଯାଏ । ଭାତତରେ ଥ‌ିବା କେତେଗୁଡ଼ିଏ ପ୍ରକାଶିତ ଉତ୍ସ ହେଲା ।

  • ଏହି ସଂସ୍ଥା ଜାତୀୟ ଆୟ, ସଞ୍ଚୟ, ପୁଞ୍ଜିଗଠନ ଇତ୍ୟାଦି ସଂମ୍ପର୍କରେ ତଥ୍ୟପ୍ରକାଶିତ କରିଥାନ୍ତି ।
  • ଯାତୀୟ ନମୂନା ସର୍ବେକ୍ଷଣ ସଂସ୍ଥା – ଏହି ସଂସ୍ଥାଟି ଅର୍ଥମନ୍ତ୍ରୀଙ୍କ ଅଧୀନରେ ଥାଏ । ତେଣୁ ଏହା ଜାତୀୟ ଆୟ ସମ୍ପର୍କିତ ସମସ୍ତ ତଥ୍ୟ ଯଥା – କୃଷି, ଶିଳ୍ପ, ଶ୍ରମିକ ଇତ୍ୟାଦି ସମ୍ପର୍କରେ ପ୍ରକାଶ କରନ୍ତ ।
  • ଭାରତୀୟ ରିଜର୍ଭ ବ୍ୟାଙ୍କ – ଏହି ଅର୍ଥନୈତିକ ପରିସଂଖ୍ୟାନ ସମ୍ପର୍କରେ ତଥ୍ୟ ପ୍ରକାଶିତ କରିଥାନ୍ତି । ମୁଦ୍ରା, ଅର୍ଥ, ଭାରତୀୟ ରିଜର୍ଭ ବ୍ୟାଙ୍କର ଇସ୍ତାହାର, ଭାରତୀୟ ବ୍ୟାଙ୍କଗୁଡ଼ିକର ସାରଣୀ ଆଦିର ତଥ୍ୟର ରିପୋର୍ଟ ପ୍ରକାଶ କରନ୍ତି ।
  • ଶ୍ରମିକ ସଂସ୍ଥା – ଏହି ଭାରତୀୟ ଶ୍ରମିକ ପରିସଂଖ୍ୟାନ, ଭାରତୀୟ ଶ୍ରମିକ ବର୍ଷ ପୁସ୍ତକ ଏବଂ ଭାରତୀୟ ଶ୍ରମିକ ଇସ୍ତାହାର ।
  • ଜନସଂଖ୍ୟାର ଗଣନା – ଏହା ରେଜିଷ୍ଟାର ଜେନେରାଲ, ଭାରତୀୟ ଜନଗଣନା , ଗୃହ ମନ୍ତ୍ରଣାଳୟ ପର୍ଯ୍ୟାୟଭୁକ୍ତ । ଏମାନେ ଜନଗଣନାର ପରିସଂଖ୍ୟାନ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥାନ୍ତି ।
  • ସମ୍ବାଦପତ୍ର ଓ ପତ୍ର ପତ୍ରିକା – କ୍ୟାପିଟାଲ, କମର୍ସ, ଇକୋନ୍‌ମିକ୍ ଆଣ୍ଡ ପଲିଟିକାଲ୍ ୱିକ୍‌ଲି, ଇକୋନମିକ୍ ଟାଇମ୍ସ ଆଦି ଇସ୍ତାହାର ଗୁଡ଼ିକ ବିଭିନ୍ନ ପରିସଂଖ୍ୟାନ ତଥ୍ୟ ପ୍ରକାଶ କରିଥାନ୍ତି ।

୨। ପରୋକ୍ଷ ତଥ୍ୟ କହିଲେ କ’ଣ ବୁଝ ? ପରୋକ୍ଷ ତଥ୍ୟ ସଂଗ୍ରହର ବିଭିନ୍ନ ପ୍ରଣାଳୀଗୁଡ଼ିକ ବର୍ଣ୍ଣନା କର ।
Answer:
ସଂଗୃହୀତ ପ୍ରତ୍ୟକ୍ଷ ତଥ୍ୟ ପୁନର୍ବାର ବ୍ୟବହୃତ ହେଲେ ବିନିଯୋଗକାରୀର ଦୃଷ୍ଟିକୋଣରୁ ଏହାକୁ ପରୋକ୍ଷ ତଥ୍ୟ ବୋଲି କୁହାଯାଏ । ଏହି ତଥ୍ୟ ସାଧାରଣତଃ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କରୁ ସଂଗ୍ରହ କରାଯାଇଥାଏ । ଏହି ତଥ୍ୟଗୁଡ଼ିକ ଦୁଇପ୍ରକାରରେ ସଂଗୃହୀତ ହୋଇଥାଏ; ଯଥା – ଘୋଷିତ (published) ଏବଂ ଅଘୋଷିତ (unpublished) । ଯେଉଁସବୁ ପ୍ରଣାଳୀରେ ଏହିପ୍ରକାର ତଥ୍ୟଗୁଡ଼ିକ ସଂଗ୍ରହ କରାଯାଇଥାଏ ସେଗୁଡ଼ିକ ହେଲା –

(i) ସରକାରଙ୍କଦ୍ଵାରା ପ୍ରକାଶିତ ତଥ୍ୟ (Govt. publications) – କେନ୍ଦ୍ରୀୟ ସରକାର ଓ ରାଜ୍ୟସରକାରଙ୍କର ବିଭିନ୍ନ ବିଭାଗର ପ୍ରକାଶିତ ତଥ୍ୟଗୁଡ଼ିକ ପରୋକ୍ଷ ତଥ୍ୟର ପ୍ରମୁଖ ଉତ୍ସରୂପେ କାର୍ଯ୍ୟକରନ୍ତି । ଭାରତ ସରକାରଙ୍କ ଗଣନା କାର୍ଯ୍ୟାଳୟ, ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ଇତ୍ୟାଦି ପ୍ରମୁଖ ଉତ୍ସରୂପେ ଖ୍ୟାତିଲାଭ

(ii) ଆନ୍ତର୍ଜାତୀୟ ପ୍ରକାଶନ – ବହୁ ଆନ୍ତର୍ଜାତୀୟ ସଂଗଠନ ବା କାର୍ଯ୍ୟାଳୟ ପରୋକ୍ଷ ତଥ୍ୟର ଉତ୍ସ ଅଟନ୍ତି । UNO, ILO, WHO, IBRD, IMF ଭଳି ଆନ୍ତର୍ଜାତୀୟ ସଂସ୍ଥା ନିୟମିତ ବ୍ୟବଧାନରେ ପ୍ରକାଶନ କରୁଥିବା ତଥ୍ୟଗୁଡ଼ିକୁ ପରୋକ୍ଷ ତଥ୍ୟରୂପେ ବ୍ୟବହାର କରାଯାଏ ।

(iii) ବିଭିନ୍ନ କମିଟି ଓ କମିଶନଦ୍ବାରା ପ୍ରକାଶିତ ରିପୋର୍ଟ – କେନ୍ଦ୍ରସରକାର ଓ ରାଜ୍ୟସରକାର ବିଭିନ୍ନ ସମୟରେ ବିଭିନ୍ନ କମିଟି ଓ କମିଶନ ଗଠନ କରାଇଥା’ନ୍ତି । ଏହି କମିଟି ବା କମିଶନ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଥା’ନ୍ତି, ତାହା ପରୋକ୍ଷ ତଥ୍ୟର ଉତ୍ସରୂପେ କାମ କରେ ।

(iv) ବେସରକାରୀ ଓ ଅର୍ଦ୍ଧସରକାରୀ ସଂସ୍ଥାଦ୍ୱାରା ପ୍ରକାଶିତ ତଥ୍ୟ – ବେସରକାରୀ ସଂସ୍ଥା; ଯଥା – ସ୍ଵେଚ୍ଛାସେବୀ ସଙ୍ଗଠନ ବା ଅର୍ଦ୍ଧସରକାରୀ ସଂସ୍ଥା; ଯଥା – ବୋର୍ଡ଼, କର୍ପୋରେସନ୍ ଇତ୍ୟାଦି ବହୁତ ସମୟରେ ବିଭିନ୍ନ ବିଷୟବସ୍ତୁ; ଯଥା – ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ ଇତ୍ୟାଦି ଉପରେ ତଥ୍ୟଭିଭିକ ରିପୋର୍ଟ ପ୍ରସ୍ତୁତ କରିଥା’ନ୍ତି । ଏଗୁଡ଼ିକୁ ପରୋକ୍ଷ ତଥ୍ୟର ଉତ୍ସରୂପେ ବ୍ୟବହାର କରାଯାଏ ।

(v) ପ୍ରଣାଳୀ ଅଟେ । ବିଭିନ୍ନ ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ଅନ୍ୟାନ୍ୟ ସମସ୍ୟାବଳୀ ଉପରେ ଏହି ସଂସ୍ଥାଗୁଡ଼ିକ ବହୁ ତଥ୍ୟସମ୍ବଳିତ ସମ୍ବାଦ ପ୍ରକାଶନ କରିଥା’ନ୍ତି । ସେଗୁଡ଼ିକୁ ପରୋକ୍ଷ ତଥ୍ୟରୂପେ ବ୍ୟବହାର କରାଯାଇପାରେ । ଆମ ଦେଶରେ The Times of India, The Statesman, The Indian Express ଇତ୍ୟାଦି ପ୍ରମୁଖ ସମ୍ବାଦପତ୍ର ଓ କୁରୁକ୍ଷେତ୍ର, ଯୋଜନା, ଇଣ୍ଡିଆ ଟୁଡ଼େ ଇତ୍ୟାଦି ମାଗାଜିନ୍ ପରୋକ୍ଷ ତଥ୍ୟର ପ୍ରମୁଖ ଉତ୍ସରୂପେ କାର୍ଯ୍ୟ କରନ୍ତି ।

CHSE Odisha Class 11 Economics Solutions Chapter 15 ପରିସାଂଖ୍ୟକ ତଥ୍ୟର ଉତ୍ସ

(vi) ଗବେଷଣାଜନିତ ପ୍ରକାଶିତ ତଥ୍ୟ – ଗବେଷଣାଜନିତ ପ୍ରକାଶିତ ତଥ୍ୟ ମଧ୍ୟ ପରୋକ୍ଷ ତଥ୍ୟରୂପେ କାର୍ଯ୍ୟକରେ । ଆମ ଦେଶରେ ବିଭିନ୍ନ ଗବେଷଣା ପ୍ରତିଷ୍ଠାନ; ଯଥା – Institutes of Economic Growth, National Council of Applied Economic Research, University Grants Commission ଇତ୍ୟାଦି ବହୁ ସମୟରେ ଗବେଷଣାତ୍ମକ ତଥ୍ୟ ସମ୍ବଳିତ ପ୍ରବନ୍ଧଗୁଡ଼ିକ ପ୍ରକାଶନ କରିଥା’ନ୍ତି । ଏହି ପ୍ରବନ୍ଧଗୁଡ଼ିକୁ ପରୋକ୍ଷ ତଥ୍ୟର ଉତ୍ସରୂପେ ବ୍ୟବହାର କରାଯାଇଥାଏ ।

(vii) କମ୍ପାନୀମାନଙ୍କଦ୍ୱାରା ପ୍ରସ୍ତୁତ ରିପୋର୍ଟ – ବ୍ୟବସାୟୀ ସଙ୍ଗଠନ ବା କମ୍ପାନୀମାନେ ସେମାନଙ୍କର ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରିଥା’ନ୍ତି । ସେମାନଙ୍କ ମଧ୍ୟରୁ କେତେକ ଏହାକୁ ପ୍ରକାଶନ କରିଥା’ନ୍ତି ଓ ଅନ୍ୟ କେତେକ କରି ନ ଥା’ନ୍ତି । ଏହି ରିପୋର୍ଟଗୁଡ଼ିକୁ ମଧ୍ୟ ପରୋକ୍ଷ ତଥ୍ୟରୂପେ ବ୍ୟବହାର କରାଯାଇଥାଏ ।

(viii) ଶ୍ରମିକ ସଂଘଦ୍ୱାରା ପ୍ରକାଶିତ ତଥ୍ୟ – ବିଭିନ୍ନ ଶ୍ରମିକ ସଙ୍ଗଠନ ସେମାନଙ୍କର ମାସିକ ବା ବାର୍ଷିକ ବୁଲେଟିନ୍ ମାଧ୍ୟମରେ ବହୁ ତଥ୍ୟଭିଭିକ ବିଷୟବସ୍ତୁ ପ୍ରକାଶନ କରିଥା’ନ୍ତି । ସେଗୁଡ଼ିକୁ ମଧ୍ୟ ପରୋକ୍ଷ ତଥ୍ୟଭାବରେ ବ୍ୟବହାର କରାଯାଇଥାଏ ।

(ix) ବ୍ୟକ୍ତିମାନଙ୍କଦ୍ୱାରା ସଂଗୃହୀତ ତଥ୍ୟ – ସମାଜସେବା, ରାଜନୀତିଜ୍ଞ, ଅର୍ଥନୀତିଜ୍ଞ, ଶିକ୍ଷକ, ଶ୍ରମିକ ନେତା, ଷ୍ଟକ୍ ଦଲାଲ ଇତ୍ୟାଦି ବହୁ ବ୍ୟକ୍ତିମାନେ ବିଭିନ୍ନ ବିଷୟବସ୍ତୁ ଉପରେ ତଥ୍ୟ ସଂଗ୍ରହ କରିଥା’ନ୍ତି । ସେହି ସଂଗୃହୀତ ତଥ୍ୟଗୁଡ଼ିକୁ ମଧ୍ୟ

CHSE Odisha Class 12 Economics Chapter 15 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 15 ବ୍ୟାଙ୍କ Long Answer Questions.

CHSE Odisha 12th Class Economics Chapter 15 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ବାଣିଜ୍ୟିକ ବ୍ୟାଙ୍କର କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:
ବାଣିଜ୍ୟିକ ବ୍ୟାଙ୍କ୍ ଏକ ଋଣ ପ୍ରଦାନକାରୀ ସଂସ୍ଥା । ଏହା ସ୍ୱଳ୍ପକାଳୀନ ଋଣ କାରବାର କରିଥାଏ । ଏହା ସର୍ବସାଧାରଣଙ୍କର ଉଦ୍‌ବୃତ୍ତ ଅର୍ଥ ସଂଗ୍ରହ କରି ବାଣିଜ୍ୟିକ ଓ ଔଦ୍ୟୋଗିକ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଅସ୍ଥାୟୀ ଆବଶ୍ୟକତାର ବିତ୍ତୀୟନ କରିଥାଏ । ଏହା ଏକ ଲାଭ ଅର୍ଜନକାରୀ ସଂସ୍ଥା ହୋଇଥିବାରୁ ସାଧାରଣ ବ୍ୟାଙ୍କ କାରବାର କରି ତଥା ଅନ୍ୟ କେତେକ ବିବିଧ କାର୍ଯ୍ୟ କରି ଏହା ଲାଭ ଅର୍ଜନ କରିଥାଏ । ବାଣିଜ୍ୟିକ ବ୍ୟାଙ୍କର ଚାରିଗୋଟି ପ୍ରଧାନ କାର୍ଯ୍ୟ ରହିଛି ।

ସେଗୁଡ଼ିକ ହେଲା – ସର୍ବସାଧାରଣଙ୍କଠାରୁ ଜମା ଗ୍ରହଣ, ଋଣ ପ୍ରଦାନ, ଋଣମୁଦ୍ରା କାରବାର ଓ ମୁଦ୍ରା ସୃଷ୍ଟି ।

(i) ଜମା ଗ୍ରହଣ – ବାଣିଜ୍ୟିକ ବ୍ୟାଙ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେଲା ସର୍ବସାଧାରଣଙ୍କଠାରୁ ଜମା ଗ୍ରହଣ କରିବା । ସେମାନଙ୍କ ଜମାର ନିରାପତ୍ତା ଓ ଜମା ଉପରେ ଦିଆଯାଉଥିବା ସୁଧ ଗ୍ରାହକମାନଙ୍କୁ ବ୍ୟାଙ୍କରେ ଜମା ରଖୁବାକୁ ପ୍ରରୋଚିତ କରିଥାଏ । ଜମା ବିଭିନ୍ନ ପ୍ରକାରର; ଯଥା – ଚାହିଦା ଜମା ବା ଚଳନ୍ତି ଜମା (Demand deposit or Current deposit), (Savings deposit) & all (Fixed or Time deposit) ।

ଚାହିଦା ଜମା ବା ଚଳନ୍ତି ଜମା ହାତରେ ରଖୁଥିବା ମୁଦ୍ରା ସଙ୍ଗେ ସମାନ । ଜମାକାରୀ ପୂର୍ବରୁ କୌଣସି ନୋଟିସ୍ ନ ଦେଇ ଯେକୌଣସି କାର୍ଯ୍ୟକାରୀ ଦିନରେ ଏହି ହିସାବରୁ ମୁଦ୍ରା ଉଠାଇପାରିବ । ଏହିଭଳି ଜମାକୁ ଅନ୍ୟ କୌଣସିଠାରେ ଲାଭଜନକଭାବେ ବିନିଯୋଗ କରାଯାଇ ନ ଥାଏ । କାରଣ ଚାହିଁବାମାତ୍ରେ ଜମାକାରୀଙ୍କୁ ମୁଦ୍ରା ଦେଇଦେବାପାଇଁ ବ୍ୟାଙ୍କ ସବୁବେଳେ ଏହାକୁ ନିଜ ପାଖରେ ନଗଦ ମୁଦ୍ରା ଆକାରରେ ରଖୁଥାଏ ।

ତେଣୁ ବ୍ୟାଙ୍କ ସାଧାରଣତଃ ଏହି ଜମା ଉପରେ ଅତି ସାମାନ୍ୟ ସୁଧ ଦେଇଥାଏ ବା ଆଦୌ କୌଣସି ସୁଧ ଦେଇ ନଥାଏ । ଯଦି ଏହି ଜମା ଏକ ନିର୍ଦ୍ଦିଷ୍ଟ ସର୍ବନିମ୍ନ ପରିମାଣରୁ କମ୍ ହୋଇଥାଏ ବ୍ୟାଙ୍କ ନିଜର କମିଶନ ଆକାରରେ ଗ୍ରାହକମାନଙ୍କଠାରୁ ସାମାନ୍ୟ କିଛି ଆଦାୟ କରିଥାଏ । ଚେଦ୍ଵାରା ଏହି ହିସାବରେ ପ୍ରଚଳନ କରାଯାଇଥାଏ ।

ମିଆଦି ଜମା ଏକ ନିର୍ଦ୍ଧାରିତ ସମୟକାଳ ପାଇଁ କରାଯାଇଥାଏ । ଏହି ନିର୍ଦ୍ଧାରିତ ସମୟସୀମା ଅବ୍ୟବହିତ ହେବା ପୂର୍ବରୁ ଏହାକୁ ଉଠାଯାଇ ପାରିବ ନାହିଁ । ବ୍ୟାଙ୍କ ଏହି ଜମାକୁ କେତେକ ଲାଭଜନକ ଉଦ୍ୟୋଗରେ ବିନିଯୋଗ କରି କିଛି ଲାଭ ଅର୍ଜନ କରିଥାଏ । ଅନ୍ୟାନ୍ୟ ହିସାବ ଉପରେ ମିଳୁଥିବା ସୁଧହାର ଅପେକ୍ଷା ଏହି ହିସାବ ଉପରେ ମିଳୁଥିବା ସୁଧହାର ଅଧିକ । ସମୟକାଳ ଯେତିକି ଦୀର୍ଘତର ହୋଇଥାଏ ସୁଧହାର ସେତିକି ଅଧ‌ିକ ହୋଇଥାଏ ।

CHSE Odisha Class 12 Economics Chapter 15 Long Answer Questions in Odia Medium

ସଞ୍ଚୟ ବ୍ୟାଙ୍କ ଜମାରୁ ଚାହିଁବାମାତ୍ରେ ଟଙ୍କା ଉଠାଇ ଅଣାଯାଇ ପାରିବ; କିନ୍ତୁ ଗୋଟିଏ ସପ୍ତାହରେ ସୀମିତ ଦିନରେ; କୁହାଯାଉ ସପ୍ତାହକୁ ଦିନେ ବା ଦୁଇଦିନ ଏହି ଉଠାଣ କରାଯାଇପାରିବ । କେତେକ ବ୍ୟାଙ୍କ ସପ୍ତାହକୁ ଦିନେ ଓ ଆଉ କେତେକ ବ୍ୟାଙ୍କ ସପ୍ତାହକୁ ଦୁଇଦିନ ଉଠାଣ ପାଇଁ ଅନୁମତି ଦେଇଥା’ନ୍ତି । ପୁଣି ଯଦି ବଡ଼ ପରିମାଣର ଉଠାଣ ଥାଏ ତାହାହେଲେ ବ୍ୟାଙ୍କକୁ ପୂର୍ବରୁ ନୋଟିସ୍ ଦେବା ଆବଶ୍ୟକ ହୋଇପାରେ । ଏହି ହିସାବ ଉପରେ ଏକ ପରିମିତ ସୁଧହାର ଦିଆଯାଇଥାଏ ଏବଂ ଏହା କ୍ଷୁଦ୍ର ସଞ୍ଚୟକୁ ଉତ୍ସାହିତ କରିଥାଏ ।

(ii) ଋଣ ପ୍ରଦାନ – ବାଣିଜ୍ୟିକ ବ୍ୟାଙ୍କର ଦ୍ୱିତୀୟ ପ୍ରଧାନ କାର୍ଯ୍ୟ ହେଲା, ସର୍ବସାଧାରଣରୁ ଜମା ଆକାରରେ ପାଉଥିବା ଅର୍ଥରୁ ଋଣ ଓ ଅଗ୍ରିମ ଋଣ ଦେବା । ବ୍ୟାଙ୍କ ନିଜର ଅଭିଜ୍ଞତାରୁ ଜାଣେ ଯେ, ସର୍ବସାଧାରଣଙ୍କଠାରୁ ମିଳିଥିବା ମୋଟ ଜମାର କେବଳ ଗୋଟିଏ କ୍ଷୁଦ୍ର ଅଂଶ ନିଜ ପାଖରେ ସଞ୍ଚିତ ଆକାରରେ ରଖୁଲେ ନଗଦୀ ପାଇଁ ହେଉଥିବା ସମସ୍ତ ଚାହିଦା ସେ ପୂରଣ କରିପାରିବ ।

ତେଣୁ ସେ ଜମାର ଏକ ନିର୍ଦ୍ଦିଷ୍ଟ ଶତାଂଶକୁ ନିଜର ନଗଦ ସଞ୍ଚ ଆକାରରେ ରଖୁଥାଏ ଏବଂ ବାକିତକ ଲାଭ ଉପାର୍ଜନ ପାଇଁ ସରକାରୀ ପ୍ରତିଭୂତିରେ ହେଉ ବା ଅନ୍ୟ କୌଣସି ଲାଭଜନକ ସଂସ୍ଥାରେ ହେଉ ବିନିଯୋଗ କରିଥାଏ । ଏହା ବ୍ୟବସାୟୀ ଓ ବେପାରୀମାନଙ୍କୁ ମଧ୍ୟ ଅଗ୍ରୀମ ଋଣ ଦେଇପାରେ । ଋଣଦାନ ବ୍ୟାଙ୍କ ଆୟର ଅନ୍ୟତମ ମୂଳ ଉତ୍ସ । ବ୍ୟାଙ୍କ ନିମ୍ନୋକ୍ତ ଉପାୟରେ ଋଣ ଦେଇଥାଏ ।

(a) ଋଣ ବ୍ୟବସ୍ଥା – ଏହା ଏକ ସରଳ ବ୍ୟବସ୍ଥା । ଏହାକୁ ମଧ୍ୟ ସ୍ପଷ୍ଟ ଅଗ୍ରୀମ ବ୍ୟବସ୍ଥା (clean advance system) କୁହାଯାଇଥାଏ । ବ୍ୟାଙ୍କ କେତେକ ସାପାର୍ଶିକ ପ୍ରତିଭୂତି (collateral securities) ଦେଇଥାଏ । ଋଣ ଗ୍ରହଣକାରୀ ଅନୁମୋଦିତ ଋଣମୁଦ୍ରା ବ୍ୟାଙ୍କରୁ ଉଠାଇ ଆଣି ନିଜ କାର୍ଯ୍ୟରେ ଲଗାଇ ପାରନ୍ତି କିମ୍ବା ଏହି ଋଣକୁ ଋଣଗ୍ରହୀତାର ହିସାବରେ ଜମା ଦିଆଯାଇଥାଏ ଏବଂ ସେ ନିଜର ଆବଶ୍ୟକ ସମୟରେ ଚେକ୍ ମାଧ୍ୟମରେ ତା’ର ହିସାବରୁ ମୁଦ୍ରା ଉଠାଇଥା’ନ୍ତି ।

ଏହି ଧରଣର ଋଣ ଦିଆଗଲାବେଳେ ଋଣଗ୍ରହୀତାର ପରିଶୋଧ କ୍ଷମତା ଓ ସାଧୁତା ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥାଏ । ତେଣୁ ଏହି ଉଦ୍ଦେଶ୍ୟରେ ବ୍ୟକ୍ତିଗତ ପ୍ରତିଶ୍ରୁତି, ଅଙ୍ଗୀକାର ବା ପ୍ରତିଭୂତିକୁ ଯଥେଷ୍ଟ ବୋଲି ବିଚାର କରାଯାଇଥାଏ ।

(b) ଓଭର ଡ୍ରାଫ୍‌ଟ ବ୍ୟବସ୍ଥା – ଓଭର ଡ୍ରାଫ୍‌ଟ ବ୍ୟବସ୍ଥା ଗୋଟିଏ ପ୍ରକାର ବିଶେଷ ସୁବିଧା । ଏହି ସୁବିଧା ବ୍ୟାଙ୍କ ତା’ର ଜମାକାରୀମାନଙ୍କୁ ଦେଇଥାଏ । ଏହି ସୁବିଧା ଦିଆଗଲେ ଜମାକାରୀମାନେ ବ୍ୟାଙ୍କ ପାଖରେ ରଖିଥିବା ସେମାନଙ୍କ ଜମା ପରିମାଣ ଅପେକ୍ଷା ସେମାନଙ୍କ ହିସାବରୁ ଅଧିକ ମୁଦ୍ରା ଉଠାଣର ସୁବିଧା ପାଇଥା’ନ୍ତି । ଏହାର ଅର୍ଥ ବ୍ୟାଙ୍କ ପାଖେ ଥିବା ସେମାନଙ୍କ ଜମା ପରିମାଣ ବାହାରେ ଓଭର ଡ୍ରାଫ୍‌ଟ ବ୍ୟବସ୍ଥାରେ ଦର୍ଶାଯାଇଥିବା ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଚେକ୍ କାଟିବାକୁ ବ୍ୟାଙ୍କ ଏହାର କେତେକ ଗ୍ରାହକଙ୍କୁ ଅନୁମତି ଦେଇଥାଏ ।

ଅନୁମତିପ୍ରାପ୍ତ ଅତିରିକ୍ତ ଉଠାଣ ପରିମାଣ ଗ୍ରାହକମାନଙ୍କୁ ଦିଆଯାଇଥିବା ଏକ ବ୍ୟକ୍ତିଗତ ଋଣ ବୋଲି ଧରିନିଆଯାଇଥାଏ ଏବଂ ସେମାନେ ଏହା ଉପରେ ସୁଧ ଦେଇଥା’ନ୍ତି ।

(c) ନଗଦ ମୁଦ୍ରା ଋଣ – ବ୍ୟାଙ୍କ ଋଣଗ୍ରହୀତାଙ୍କ ବଚନପତ୍ର ଉପରେ ସେମାନଙ୍କୁ ନଗଦ ମୁଦ୍ରାର ଋଣ (Cash Credit) ଦେଇଥାଏ । ଏହି ବଚନପତ୍ରରେ ଅନ୍ତତଃ ଦୁଇଜଣ ଜାମିନ୍ଦାର ଗ୍ୟାରେଣ୍ଟି ଦେଇଥା’ନ୍ତି ଏବଂ ଅନେକ ସମୟରେ ପ୍ରତିଭୂତି ବା ବିଭିନ୍ନ ଦ୍ରବ୍ୟକୁ ଅଙ୍ଗୀକାରରୂପେ ବନ୍ଧକ ଦିଆଯାଇଥାଏ । ଋଣ ମଞ୍ଜୁର କରାଯାଇ ଋଣଗ୍ରହୀତାଙ୍କ ନାମରେ ବ୍ୟାଙ୍କରେ ଗୋଟିଏ ହିସାବ ଖୋଲାଯାଏ ଏବଂ ଅନୁମତିପ୍ରାପ୍ତ ଋଣ ସୀମାକୁ ଅତିକ୍ରମ ନ କରି ବେଳକୁ ବେଳ ତା’ର ଆବଶ୍ୟକତା ଅନୁସାରେ ସେଥୁରୁ ମୁଦ୍ରା ଉଠାଣ କରିବାକୁ ତାକୁ କୁହାଯାଏ ।

ବ୍ୟାଙ୍କ ଯେତେବେଳେ ଚାହିଁବ ଏହି ସୁବିଧାକୁ ପ୍ରତ୍ୟାହାର କରି ନେଇଯାଇପାରିବ ବା ଋଣ ସୀମାକୁ ହ୍ରାସ କରିଦେଇପାରିବ । ଋଣଗ୍ରହୀତା ପ୍ରକୃତରେ ଉଠାଇ ସାରିଥିବା ପରିମାଣର ମୁଦ୍ରା ଉପରେ ସୁଧ ଦେଇଥା’ନ୍ତି ।

(d) ବିନିମୟ ପତ୍ର ଅପହାର କରିବା ବ୍ୟବସ୍ଥା – ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଦେଶ ଭିତରେ ଏବଂ ବିଭିନ୍ନ ଦେଶ ମଧ୍ୟରେ ଦ୍ରବ୍ୟଗୁଡ଼ିକର ଚଳନର ବିତ୍ତୀୟନ ବ୍ୟବସ୍ଥା କରିଥା’ନ୍ତି । ବିନିମୟ ପତ୍ର ଅପହାର କରିବା ବ୍ୟବସ୍ଥା (Discounting bills of exchange) ମାଧ୍ୟମରେ ଏହା କରାଯାଇଥାଏ ।

ଆଧୁନିକ ବ୍ୟବସାୟ ଅନେକାଂଶରେ ଋଣ କାରବାର ଉପରେ ନିର୍ଭର କରିଥାଏ । ବିନିମୟ ପତ୍ର ଏକ ବ୍ୟବସାୟ ଋଣର ସ୍ବୀକୃତିପତ୍ର ହୋଇଥାଏ । ବିଲ୍‌ଧାରକଙ୍କୁ ବିଲ୍‌ ପରିଣତ ଅବସ୍ଥାକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ । କିନ୍ତୁ ସେ ଯଦି ସଙ୍ଗେ ସଙ୍ଗେ ମୁଦ୍ରା ଆବଶ୍ୟକ କରୁଥା’ନ୍ତି, ତାହାହେଲେ ସେ ଗୋଟିଏ ବାଣିଜ୍ୟିକ ବ୍ୟାଙ୍କ୍‌କୁ ଏହି ବିଲ୍‌କୁ ଭଙ୍ଗାଇବାପାଇଁ ଅନୁରୋଧ କରିଥା’ନ୍ତି । ବାଣିଜ୍ୟିକ ବ୍ୟାଙ୍କ ଅପହାର ସୂତ୍ରରେ ଏହି ବିଲ୍‌କୁ କିଣିନେଇଥା’ନ୍ତି ।

ବିନିମୟ ପତ୍ର ଅପହାର ବ୍ୟବସ୍ଥାଦ୍ୱାରା ବ୍ୟାଙ୍କ ଆଭ୍ୟନ୍ତରୀଣ ଓ ବୈଦେଶିକ ବ୍ୟାପାରର ବିତ୍ତୀୟନ କରିଥାଏ । ପୁଣି ଏହି ବ୍ୟବସ୍ଥା ବ୍ୟାଙ୍କ ଋଣ ଦେବାର ଅନ୍ୟ ଏକ ବ୍ୟବସ୍ଥା । ପ୍ରକୃତରେ ଯେଉଁ ବ୍ୟକ୍ତିଙ୍କ ନାମରେ ବିଲ୍‌ କଟାଯାଇଥାଏ ବ୍ୟାଙ୍କ ତାଙ୍କୁ ଗୋଟିଏ ଋଣ ଦେଇଥାଏ ଏବଂ ମିଆଦ ପୂରିଗଲେ ତାଙ୍କଠାରୁ ସୁଧ ସହ ଏହାକୁ ଅସୁଲ କରିଥାଏ । ତେଣୁ ଅପହାର ବ୍ୟବସ୍ଥା ଏକ ଋଣଦାନ ପଦ୍ଧତି । ଏହା ଉଭୟ ଆଭ୍ୟନ୍ତରୀଣ ଓ ଆନ୍ତର୍ଜାତିକ ବାଣିଜ୍ୟର ବିତ୍ତୀୟନ କରିଥାଏ ।

(iii) ଅର୍ଥନୈତିକ ବିକାଶ – ବାଣିଜ୍ୟିକ ବ୍ୟାଙ୍କ ଦେଶର ଅର୍ଥନୈତିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀରେ ବାଣିଜ୍ୟିକ ବ୍ୟାଙ୍କର ଜନ୍ମ ବିନା ଇଂଲଣ୍ଡରେ ଶିଳ୍ପବିପ୍ଳବ ସଫଳ ହୋଇପାରି ନଥା’ନ୍ତା । ବଳିଷ୍ଠ ବ୍ୟାଙ୍କ କାରବାରର ବିକାଶବିନା ବିକାଶଶୀଳ ଦେଶମାନେ ଅର୍ଥନୈତିକ ବିକାଶ ପାଇଁ ସେମାନଙ୍କ ଉଦ୍ୟମକୁ ତ୍ବରାନ୍ବିତ କରିପାରିବେ ନାହିଁ । ଭାରତର ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଗ୍ରାମାଞ୍ଚଳ ବିକାଶ ଦାୟିତ୍ୱ ଦିଆଯାଇଛି ।

କେତେକ ବାଣିଜ୍ୟିକ ବ୍ୟାଙ୍କ ଅଗ୍ରଣୀ ବ୍ୟାଙ୍କ ବ୍ୟବସ୍ଥା ମାଧ୍ୟମରେ ବିଭିନ୍ନ ଜିଲ୍ଲାକୁ ପୋଷ୍ୟ ଜିଲ୍ଲାରୂପେ ଗ୍ରହଣ କରିନେଇଛନ୍ତି ଏବଂ ସେହି ଜିଲ୍ଲାଗୁଡ଼ିକର ଗ୍ରାମାଞ୍ଚଳର ସର୍ବବିଧ ବିକାଶ ପାଇଁ ପଦକ୍ଷେପମାନ ନେଉଛନ୍ତି । ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଏବେ ଅଧ୍ଵକଭାବେ ବିକାଶମୂଳକ କାର୍ଯ୍ୟକଳାପ ସହିତ ସଂପୃକ୍ତ ।

(iv) ଏଜେଣ୍ଟରୂପେ ସେବାଦାନ – ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଗ୍ରାହକମାନଙ୍କର ଏଜେଣ୍ଟରୂପେ ସେମାନଙ୍କ ତରଫରୁ ଅନେକ କାର୍ଯ୍ୟ କରିଥା’ନ୍ତି । ସେମାନେ ସେମାନଙ୍କ ଗ୍ରାହକମାନଙ୍କ ତରଫରୁ ପ୍ରତିଭୂତି କ୍ରୟ -ବିକ୍ରୟ କରିଥା’ନ୍ତି, ଲାଭାଂଶ ଓ ସୁଧ ଅସୁଲ କରିଥା’ନ୍ତି ଏବଂ ସେମାନଙ୍କପାଇଁ ନ୍ୟାସଧାରୀ (trustee), ତତ୍ତ୍ୱାବଧାରକ (executor) ଓ ଅନୁମୋଦିତ ପ୍ରତିନିଧ (attorney) ଭାବେ କାର୍ଯ୍ୟ କରିଥା’ନ୍ତି ।

CHSE Odisha Class 12 Economics Chapter 15 Long Answer Questions in Odia Medium

ଚେକ୍, ବିଲ୍, ଦେୟ ଓ ବୀମା କିସ୍ତି ଆଦି ଆଦାୟ କରିବାରେ ଓ ଦେବାରେ ସେମାନେ ମଧ୍ୟ ସେମାନଙ୍କ ଗ୍ରାହକମାନଙ୍କର ଏଜେଣ୍ଟରୂପେ କାର୍ଯ୍ୟ କରିଥା’ନ୍ତି । ମୂଲ୍ୟବାନ୍ ଜିନିଷ ଓ ଗୁରୁତ୍ଵପୂର୍ଣ୍ଣ ଦଲିଲକୁ ନିରାପଦରେ ରଖୁବାର ସୁବିଧା ମଧ୍ୟ ସେମାନେ ଯୋଗାଇ ଦେଇଥା’ନ୍ତି ।

(v) ମୁଦ୍ରା ଅନ୍ତରଣ – ବାଣିଜ୍ୟିକ ବ୍ୟାଙ୍କମାନେ ବ୍ୟାଙ୍କ ଡ୍ରାଫ୍‌ଟ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ମୁଦ୍ରା ପ୍ରେରଣ କରିବାରେ ସାହାଯ୍ୟ କରିଥା’ନ୍ତି । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ମୁଦ୍ରା ପ୍ରେରଣ କରିବାର ଏହା ସବୁଠାରୁ ଶସ୍ତା ବ୍ୟବସ୍ଥା ।

(vi) ମୁଦ୍ରା ସୃଷ୍ଟି – ଅଧୁନାତନ ବିଶ୍ବରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ହେଲା ବ୍ୟାଙ୍କ ଜମା ସୃଷ୍ଟି କରିବା । ଉନ୍ନତ ଦେଶମାନଙ୍କରେ ବ୍ୟାଙ୍କ ମୁଦ୍ରା ହିଁ ମୁଦ୍ରା ଯୋଗାଣର ବଡ଼ ଅଂଶ ହୋଇଥ୍‌ବାର ଦେଖାଯାଇଥାଏ । ବ୍ୟାଙ୍କ ଗୋଟିଏ ଋଣ ମଞ୍ଜୁର କଲାବେଳେ ଋଣଗ୍ରହୀତାଙ୍କ ନାମରେ ବ୍ୟାଙ୍କରେ ଗୋଟିଏ ଜମା ହିସାବ ଖୋଲିଦେଇଥାଏ ଏବଂ ଏହି ହିସାବ ଉପରେ ଚେକ୍ କାଟି ମୁଦ୍ରା ଉଠାଣ କରିବାକୁ ଅନୁମତି ଦେଇଥାଏ ।

ଋଣଗ୍ରହୀତା ଚେକ୍ ଦେଇଚାଲେ । ଏହି ଚେକ୍‌ଗୁଡ଼ିକ ଭଙ୍ଗାଣ ପାଇଁ ବ୍ୟାଙ୍କ୍‌କୁ ଆସିବା ପୂର୍ବରୁ ଅନେକ ହାତଦେଇ ଗତି କରିଥା’ନ୍ତି । ଚେକ୍‌ଗୁଡ଼ିକର ପ୍ରଚଳନ ବିସ୍ତୃତି ପର୍ଯ୍ୟନ୍ତ ସେଗୁଡ଼ିକ ବିନିମୟ ମାଧ୍ୟମ ସୃଷ୍ଟି କରିଥା’ନ୍ତି । ଏହାହିଁ ବ୍ୟାଙ୍କ ମୁଦ୍ରା ।

2. ଗୋଟିଏ ବାଣିଜ୍ୟିକ ବ୍ୟାଙ୍କର ଦେଣା -ପାଉଣା ସନ୍ତୁଳନ ଫର୍ଦ ପ୍ରସ୍ତୁତ କରି ଉଭୟ ପାଖରେ ଥିବା ବିଷୟଗୁଡ଼ିକୁ ବୁଝାଅ ।
Answer:
ବାଣିଜ୍ୟିକ ବ୍ୟାଙ୍କର ସନ୍ତୁଳନ ଫର୍ଦ୍ଦ ଏକ ନିର୍ଦ୍ଦିଷ୍ଟ ସମୟପାଇଁ ଏହାର ଦେଣା – ପାଉଣାର ଏକ ବିବରଣୀ ମାତ୍ର । ଏହା ସେହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବ୍ୟାଙ୍କର ବିତ୍ତୀୟ ଅବସ୍ଥାର ସୂଚନା ଦେଇଥାଏ ଏବଂ ବ୍ୟାଙ୍କ କିପରି ଅର୍ଥ ସଂଗ୍ରହ କରିଛି ଓ କେଉଁ ଉପାୟରେ ଏହାର ବିନିଯୋଗ କରିଛି ତାହା ଦର୍ଶାଇଥାଏ । ଋଣଗ୍ରହୀତା ହିସାବରେ ବ୍ୟାଙ୍କର କାର୍ଯ୍ୟକଳାପ ସନ୍ତୁଳନ ଫର୍ଦ୍ଦର ଦେୟତା ପାଖେ ଦର୍ଶାଯାଇଥାଏ । ପାଉଣା ପାଖ ବା ପରିସମ୍ପତ୍ତି ପାଖ ହେଲା ଋଣଦେବା ପାଖ ଏବଂ ପରିସମ୍ପରି ବା ପାଉଣା ବ୍ୟାଙ୍କର ସମ୍ପଦର ସୂଚନା ଦେଇଥାଏ ।

ବାଣିଜ୍ୟିକ ବ୍ୟାଙ୍କର ସନ୍ତୁଳନ ଫର୍ଦ ସାଧାରଣତଃ ପ୍ରତ୍ୟେକ ଆର୍ଥିକ ବର୍ଷ ଶେଷରେ ପ୍ରସ୍ତୁତ କରାଯାଇଥାଏ । ଏହା ଏକ ଦର୍ପଣ ସଦୃଶ । ଏଥିରେ ବ୍ୟାଙ୍କର ସାଧାରଣ ସ୍ୱାସ୍ଥ୍ୟ ଅବସ୍ଥା ଓ ବ୍ୟବସାୟ କାରବାର ପ୍ରତିଫଳନ ହୋଇଥାଏ । ଏହି ବାର୍ଷିକ ଆର୍ଥକ ବିବରଣୀରୁ ବ୍ୟାଙ୍କର ଆର୍ଥିକ ସ୍ଥିତି ବା ଋଣ ପରିଶୋଧ କ୍ଷମତା ଏବଂ ନଗଦୀ ଅବସ୍ଥା ନିରୂପଣ କରାଯାଇପାରିବ । ବ୍ୟାଙ୍କର ସମଗ୍ର ବ୍ୟବସାୟ ସର୍ବସାଧାରଣଙ୍କ ଆସ୍ଥା ଉପରେ ପ୍ରତିଷ୍ଠିତ ।

ଯଦି ସନ୍ତୁଳନ ଫର୍ଦ୍ଦ ବ୍ୟାଙ୍କର ସୁଦୃଢ଼ ଆର୍ଥିକ ସ୍ଥିତିର ପ୍ରତିଫଳନ କରେ, ବ୍ୟାଙ୍କ ଉପରେ ସର୍ବସାଧାରଣଙ୍କ ଆସ୍ଥା ବୃଦ୍ଧିପାଏ; କିନ୍ତୁ ଏହାର ଯଦି କୌଣସି ସନ୍ତୋଷଜନକ ଆର୍ଥିକ ସ୍ଥିତିର ସୂଚନା ନ ଦିଏ, ତେବେ ସର୍ବସାଧାରଣ ବ୍ୟାଙ୍କ ଉପରୁ କ୍ରମେ ଆସ୍ଥା ହରାଇବାକୁ ଆରମ୍ଭ କରନ୍ତି । ଶେଷରେ ବ୍ୟାଙ୍କ ବ୍ୟବସାୟ ଭୁଶୁଡ଼ି ପଡ଼େ । ସମଗ୍ର ସମାଜ ବ୍ୟାଙ୍କର ସନ୍ତୁଳନ ଫର୍କରେ ଆଗ୍ରହ ପ୍ରକାଶ କରିଥାଏ । ନିମ୍ନରେ ଗୋଟିଏ ବାଣିଜ୍ୟିକ ବ୍ୟାଙ୍କର ସନ୍ତୁଳନ ଫର୍ଦର ଏକ ନମୁନା ଆଲୋଚନା କରାଗଲା –

ସନ୍ତୁଳନ ଫର୍ଦ୍ଦ

ଦେୟତା ପାଉଣା ବା ପରିସମ୍ପତ୍ତି
1. ପ୍ରଦତ୍ତ ପୁଞ୍ଜି 1. ହାତରେ ଓ କେନ୍ଦ୍ରୀୟ ବ୍ୟାଙ୍କରେ ଥିବା ନଗଦ ମୁଦ୍ରା
2. ସଞ୍ଚ୍ତ ନିଧି ଓ ଅନ୍ୟାନ୍ୟ ସଞ୍ଚ୍ତି 2. ଚାହିଦା ମାତ୍ରେ ଓ ଅଳ୍ପ ସମୟ ନୋଟିସ୍‌ରେ ମିଳୁଥିବା ମୁଦ୍ରା
3. ଜମା ଓ ଅନ୍ୟାନ୍ୟ ହିସାବ, ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ କମ୍ପାନୀ ଏଜେଣ୍ଟ ଆଦିଙ୍କଠାରୁ ଋଣ 3. ଅପହ୍ରାସିତ ବିଲ୍
4. ଦେୟଯୋଗ୍ୟ ବିଲ୍ 4. ଆଦାୟ ହେଉଥିବା ଚେକ୍
5. ସ୍ବୀକୃତି ଓ ପୃଷ୍ଠାଙ୍କନ 5. ବିନିଯୋଗ
6. ଅନ୍ୟାନ୍ୟ ଦେୟତା 6. ଋଣ ଓ ଅଗ୍ରିମ
7. ସ୍ଵୀକୃତି ଓ ପୃଷ୍ଠାଙ୍କନ
8. ଅନ୍ୟାନ୍ୟ ପାଉଣା

ଦେଣା ବା ଦେୟତା (Liabilities) :
ସର୍ବସାଧାରଣ ସେମାନଙ୍କ ଅଂଶ ଉପରେ ମୁଦ୍ରା ଆକାରରେ ବ୍ୟାକୁ ଦେଇଥିବା ପରିମାଣ ଅର୍ଥକୁ ପ୍ରଦତ୍ତ ପୁଞ୍ଜି (Paid – up capital) କୁହାଯାଏ । ତେଣୁ ଏହା ଅଂଶୀଦାରମାନଙ୍କୁ ବ୍ୟାଙ୍କର ଦେଣା ଅଟେ ।

ବ୍ୟାଙ୍କର ବଣ୍ଟାଯାଇ ନ ଥିବା ଲାଭରୁ ଆରକ୍ଷିତ ନିଧୁ (Reserve fund) ସୃଷ୍ଟି କରାଯାଇଥାଏ । ଭବିଷ୍ୟତ ଦୁର୍ଘଟଣା ଏବଂ ଅଦୃଷ୍ଟପୂର୍ବ କ୍ଷୟକ୍ଷତିର ସମ୍ମୁଖୀନ ହେବାପାଇଁ ବର୍ଷ ପରେ ବର୍ଷ ଲାଭର ଏକ ଅଂଶକୁ ସଞ୍ଚୟ କରି ରଖାଯାଇଥାଏ । ବ୍ୟାଙ୍କ ତା’ର ଲାଭର ଶତକଡ଼ା 20 ଭାଗ ଆରକ୍ଷିତ ନିସ୍‌ରେ ରଖିବାପାଇଁ ବ୍ୟବସ୍ଥା ଭାରତୀୟ ଆଇନରେ ଅଛି । ଆରକ୍ଷିତ ନିଧୁର ସୃଷ୍ଟି ବ୍ୟାଙ୍କ ପ୍ରତି ସର୍ବସାଧାରଣଙ୍କର ଆସ୍ଥା ଜନ୍ମାଇଥାଏ ।

ବ୍ୟାଙ୍କର ବଣ୍ଟା ହୋଇ ନଥିବା ଲାଭରୁ ଆରକ୍ଷିତ ନିଧୁର ସୃଷ୍ଟି ହୋଇଥିବାରୁ ବ୍ୟାଙ୍କ ପ୍ରତି ସର୍ବସାଧାରଣଙ୍କର ଆସ୍ଥା ଜନ୍ମାଇଥାଏ । ବ୍ୟାଙ୍କର ବଣ୍ଟା ହୋଇ ନଥୁବା ଲାଭରୁ ଆରକ୍ଷିତ ନିସ୍‌ର ସୃଷ୍ଟି ହୋଇଥବାରୁ ଏଥୁରେ ସଞ୍ଚିତ ହୋଇ ରହିଥିବା ଅର୍ଥ ଅଂଶୀଦାରମାନଙ୍କର ଏବଂ ଏହା ବ୍ୟାଙ୍କର ଅଂଶୀଦାରଙ୍କ ପ୍ରତି ଏକ ଦେଣା । ଯେକୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଆରକ୍ଷିତ ନିଜ୍ ଭଳି ଅନ୍ୟାନ୍ୟ ନିଧୁ ରଖାଯାଇପାରେ । ସେଗୁଡ଼ିକ ମଧ୍ୟ ଅଂଶୀଦାରମାନଙ୍କ ପ୍ରତି ବ୍ୟାଙ୍କର ଦେଣାରୁ ସୂଚନା ଦେଇଥା’ନ୍ତି ।

ଜମା ଅର୍ଥ ବ୍ୟାଙ୍କର ଏକ ପ୍ରଧାନ ଦେଣା । ଜମା ସାଧାରଣତଃ 3 ପ୍ରକାରର – ଚାହିଦା ଜମା, ସଞ୍ଚୟ ଜମା ଓ ମିଆଦି ଜମା । ଚାହିଦା ଜମା ମୁଦ୍ରା ଅଟେ ଏବଂ ମିଆଦି ଜମା ପ୍ରାୟତଃ ମୁଦ୍ରା, କାରଣ ଏହା ଚାହିଁବା ମାତ୍ରେ ମିଳେ ନହିଁ ଏବଂ ଏହାକୁ ଚେଦ୍ଵାରା ହସ୍ତାନ୍ତର କରାଯାଇ ପାରିନଥାଏ । ବିଭିନ୍ନ ପ୍ରକାର ଜମାରେ ମଧ୍ୟ ଭିନ୍ନ ଭିନ୍ନ ସୁଧହାର ମିଳିଥାଏ । ସାଧାରଣତଃ ଚାହିଦା ଜମା ଉପରେ କୌଣସି ସୁଧ ଦିଆଯାଏ ନାହିଁ । କିନ୍ତୁ ଅନ୍ୟ ଜମା ଉପରେ ମିଳୁଥିବା ସୁଧହାର ଜମାର ସମୟକାଳର ଦୀର୍ଘତା ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ ।

ସ୍ବୀକୃତି ଓ ପୃଷ୍ଠାଙ୍କନ (Acceptances and Endorsements) : ସ୍ବୀକୃତି ଓ ପୃଷ୍ଠାଙ୍କନ ବ୍ୟାଙ୍କର ଏକ ଦେଣା । ନିଜ ଗ୍ରାହକମାନଙ୍କ ପକ୍ଷରୁ ବିନିମୟ ପତ୍ର ସ୍ଵୀକାର କରି ଓ ପୃଷ୍ଠାଙ୍କନ କରି ବ୍ୟାଙ୍କ ଏହି ଦେୟତା ଗ୍ରହଣ କରିଥାଏ । ଏହାଦ୍ଵାରା ବ୍ୟାଙ୍କ ଆକସ୍ମିକ ଦେୟତା ସୃଷ୍ଟି କରିଥାଏ । ଏହା କରିବାଦ୍ଵାରା ତା’ର ଗ୍ରାହକମାନେ ତା’ର ନାଆଁକୁ ବ୍ୟବହାର କରିଥା’ନ୍ତି ଏବଂ ବିଲ୍ଵ ଭଙ୍ଗାଇବା ଦିନ ଆସିଗଲେ ସେମାନେ ବିଲ୍ ଭଙ୍ଗାଇଥା’ନ୍ତି ।

ତେଣୁ ଏହି ବିଷୟଟି ସନ୍ତୁଳନ ଫର୍ଦରେ ଉଭୟ ଦେଣା ଓ ପାଉଣା ପାଖରେ ଦେଖାଯାଇଥାଏ । ଯଦି ବିଲ୍‌ର ସମୟ ପୂରିଯାଇଥିବା ଦିନ ଗ୍ରାହକ ବିଲ୍ ପରିମାଣ ଅର୍ଥ ଦେବାକୁ ଅକ୍ଷମ ହୁଏ, ବ୍ୟାଙ୍କ ଏହି ଦେୟତା ଗ୍ରହଣ କରିଥାଏ । ତେଣୁ ଏ ବିଷୟଟି ଦେୟତା ପାଖରେ ଦେଖିବାକୁ ମିଳିଥାଏ । ସ୍ବୀକୃତିରେ କ୍ଷତିଭୟ ଥିବାରୁ ସ୍ବୀକୃତି ଦାନକାରୀ ବ୍ୟାଙ୍କ ଏକ କମିଶନ୍ ଅସୁଲ କରିଥାଏ । ଏହାକୁ ପାଉଣା ବା ପରିସମ୍ପତ୍ତି ପାଖରେ ଦେଖାଇବାର କାରଣ ହେଲା – ଏହି ଦାୟିତ୍ବ ଭରଣାପାଇଁ ଅର୍ଥ ଯୋଗାଇଦେବା ଗ୍ରାହକମାନଙ୍କ ଦାୟିତ୍ଵ ।

ଅନ୍ୟାନ୍ୟ ଦେୟତା ମଧ୍ୟରେ ଅନ୍ୟକୁ ଦେବାକୁ ଥିବା ବିଲ୍ ଅନ୍ୟ ବ୍ୟାଙ୍କରୁ ଆଣିଥିବା ଋଣ ଏବଂ ଆକସ୍ମିକ ଦେୟତା ଅନ୍ତର୍ଭୁକ୍ତ ।

ପାଉଣା ବା ପରିସମ୍ପରି (Assets) :
ବ୍ୟାଙ୍କର ଅର୍ଥକୁ କେଉଁ ଉପାୟରେ ଉପଯୋଗ କରାଯାଇଛି, ପାଉଣା ପାଖରୁ ତାହା ଜଣାପଡ଼େ । ପାଉଣା ପାଖରେ ଥିବା ବିଷୟଗୁଡ଼ିକର ଆଲୋଚନା ନିମ୍ନରେ କରାଗଲା –

(i) ହାତରେ ଥିବା ନଗଦ ମୁଦ୍ରା – ଜମାକାରୀମାନଙ୍କଦ୍ୱାରା କରାଯାଉଥିବା ଉଠାଣ ନିମନ୍ତେ ଏକ ପ୍ରଥମ ଶ୍ରେଣୀୟ ସଞ୍ଚ୍ତି ବ୍ୟବସ୍ଥା କରିବାପାଇଁ ହାତରେ ମୁଦ୍ରା ରଖାଯାଇଥାଏ । ପ୍ରତ୍ୟେକ ବ୍ୟାଙ୍କ ଗ୍ରାହକମାନଙ୍କର ଚାହିଦାମାତ୍ରକେ ସେମାନଙ୍କ ଆବଶ୍ୟକତା ପୂରଣ କରିବାପାଇଁ ନିଜ ପାଖରେ କିଛି ନଗଦ ମୁଦ୍ରା ସଞ୍ଜୁତ ରଖୁଥାଏ । ଅନ୍ୟାନ୍ୟ ବ୍ୟାଙ୍କମାନଙ୍କ ପାଖରେ ମଧ୍ୟ କିଛି ଅର୍ଥ ରଖାଯାଇପାରେ । ହାତରେ ଥିବା ନଗଦ ମୁଦ୍ରା କିଛି ଲାଭ ଅର୍ଜନ କରିନଥାଏ ।

ତେଣୁ ଗ୍ରାହକମାନଙ୍କର ଚାହିଦା ପୂରଣ କରିବାପାଇଁ ଯାହା ଆବଶ୍ୟକ ବ୍ୟାଙ୍କ ତା’ଠାରୁ ଅଧିକ ଅର୍ଥ ନଗଦ ମୁଦ୍ରା ଆକାରରେ ନିଜ ପାଖରେ ରଖୁନଥାଏ । ହାତରେ ଥିବା ନଗଦ ମୁଦ୍ରାକୁ ହସ୍ତସ୍ଥ ମୁଦ୍ରା (till money) କହନ୍ତି ।

(ii) ଚାହିଦା ଓ ଅଳ୍ପ ସମୟ ନୋଟିସ୍‌ରେ ମିଳୁଥିବା ମୁଦ୍ରା – ଅତି ଅଳ୍ପ ସମୟ ନୋଟିସ୍‌ରେ ପରିଶୋଧଯୋଗ୍ୟ ସ୍ଵଳ୍ପକାଳୀନ ଋଣକୁ ଏହା ବୁଝାଇଥାଏ । ଏହି ଋଣଗୁଡ଼ିକ ଉପରେ ଅତି ଅଳ୍ପ ସୁଧ ହାର ମିଳିଥାଏ । କାରଣ ଅତି କମ୍ ସମୟ ନୋଟିସ୍‌ରେ ଏଗୁଡ଼ିକୁ ଫେରାଇ ଅଣାଯାଇପାରିବ । ଏହି ପାଉଣାକୁ ଅତି ସହଜରେ ନଗଦ ମୁଦ୍ରାରେ ପରିଣତ କରାଯାଇପାରିବ ।

ଯେତେବେଳେ ବ୍ୟାଙ୍କର ସଞ୍ଚି ଅପ୍ରତ୍ୟାଶିତ ଭାବେ ହ୍ରାସ ପାଇଯାଇଥାଏ ଏହା ତତ୍‌କ୍ଷଣାତ୍‌ ଏହି ସ୍ଵଳ୍ପକାଳୀନ ଋଣରୁ କିଛି ପ୍ରତ୍ୟାହାର କରି ଆଣିଥାଏ କିମ୍ବା ସେଗୁଡ଼ିକର ନବୀକରଣ କରିବାକୁ ମନା କରିଦେଇଥାଏ ଯାହାକି ସାଧାରଣ ପରିସ୍ଥିତିରେ ନବୀକରଣ କରାଯାଇ ପାରିଥା’ନ୍ତା । ଏହା ବ୍ୟାଙ୍କର ପ୍ରତିରକ୍ଷା ବ୍ୟବସ୍ଥା ।

CHSE Odisha Class 12 Economics Chapter 15 Long Answer Questions in Odia Medium

(iii) ଅପହ୍ରାସିତ ବିଲ୍‌ – ଏହାର ପ୍ରକୃତି ପୂର୍ବରୁ ବୁଝାଇ ଦିଆଯାଇଛି । ବିଲ୍‌ଗୁଡ଼ିକ ସ୍ଵୟଂ ସମାପନୀୟ (Self liquidating) ହୋଇଥିବାରୁ ଏଥୁରୁ ବିନିଯୋଗ ଆକର୍ଷଣୀୟ ହୋଇଥାଏ । ପୁଣି, ନିର୍ଦ୍ଦିଷ୍ଟ ସମୟକାଳ ପୂରିବା ପୂର୍ବରୁ ସେଗୁଡ଼ିକ ପୁନଃ ଅପହ୍ରାସିତ କରାଯାଇପାରିବ ଏବଂ ଋଣଦେବା ଅପେକ୍ଷା ସେଗୁଡ଼ିକୁ ଅଧ‌ିକ ନିରାପଦ ବୋଲି ମନେକରାଯାଇଥାଏ ।

(iv) ଆଦାୟ ଅବସ୍ଥାରେ ଥିବା ଚେକ୍ – ଏହା ଆଦାୟ କରାଯାଉଥିବା ଚେକ୍‌ଗୁଡ଼ିକୁ ବୁଝାଇଥାଏ । ସେଗୁଡ଼ିକ ଅତି ନଗଦ, କାରଣ ଚେକ୍‌ଗୁଡ଼ିକ ଆଦାୟ କରାଯିବା ମାତ୍ରେ ନଗଦ ମୁଦ୍ରା ସଞ୍ଜୁର ପରିମାଣ ବୃଦ୍ଧି ପାଏ ।

(v) ବିନିଯୋଗ – ବାଣିଜ୍ୟିକ ବ୍ୟାଙ୍କମାନେ ସରକାରୀ ପ୍ରତିଭୂତି ଏବଂ ଘରୋଇ କମ୍ପାନୀମାନଙ୍କର ଅଂଶ ଓ ଡିବେଞ୍ଚରେ ଅର୍ଥ ବିନିଯୋଗ କରିଥା’ନ୍ତି । ଏହି ବିନିଯୋଗଗୁଡ଼ିକ କମ୍ ନଗଦୀ ହୋଇଥିବାରୁ ସାଧାରଣତଃ ବିଲ୍ ଅପେକ୍ଷା ଅଧିକ ସୁଧହାର ବହନ କରିଥା’ନ୍ତି । ସେଥୁରୁ ଏକ ନିର୍ଦ୍ଧାରିତ ଆୟ ମିଳିଥାଏ ଏବଂ ବ୍ୟାଙ୍କ ଏଥୁରୁ ନିରବଚ୍ଛିନ୍ନଭାବେ ଲାଭ ପାଇଚାଲିଥାଏ ।

(vi) ଅଗ୍ରୀମ ଋଣ – ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ ଏବଂ ବିଭିନ୍ନ ଉଦ୍ୟୋଗକୁ ଋଣ ଦେଇଥାଏ । ବ୍ୟାଙ୍କ ବ୍ୟବସାୟର ଏହି ଋଣ ହିଁ ପ୍ରଧାନ ଅଂଶ ହୋଇଥାଏ ।

(vii) ସ୍ୱୀକୃତି ଓ ପୃଷ୍ଠାଙ୍କନ – ଏହି ବିଷୟଟି ସନ୍ତୁଳନ ଫର୍ଦର ଉଭୟ ପାଖରେ ରହିଥାଏ । ବ୍ୟାଙ୍କଦ୍ଵାରା ସ୍ବୀକୃତ ବିଲ୍ ଦଲିଲ୍ ଏହାର ଅନ୍ତର୍ଭୁକ୍ତ । ବିଲ୍‌ଗୁଡ଼ିକର ସମୟ ପୂରିଗଲେ ବିଲ୍ ପରିମାଣ ଅର୍ଥ ବ୍ୟାଙ୍କ ଏହାର ଗ୍ରାହକମାନଙ୍କଠାରୁ ଆଦାୟ କରିବ । ତେଣୁ ସେଗୁଡ଼ିକ ଏହାର ପାଉଣା ।

ବ୍ୟାଙ୍କର କୋଠାବାଡ଼ି, ଆସବାବପତ୍ର ଓ ଅନ୍ୟାନ୍ୟ ସମ୍ପତ୍ତି ଆଦି ମଧ୍ୟ ପରିସମ୍ପତ୍ତି ଅନ୍ତର୍ଭୁକ୍ତ । ଏହା ବ୍ୟାଙ୍କର ସ୍ଥାବର – ଅସ୍ଥାବର ସମସ୍ତ ସମ୍ପତ୍ତିର ମୋଟ ମୂଲ୍ୟକୁ ବୁଝାଇଥାଏ । ଏଗୁଡ଼ିକ ବ୍ୟାଙ୍କର ସ୍ଥାୟୀ ପରିସମ୍ପତ୍ତି ।

3. କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:
କେନ୍ଦ୍ରୀୟ ବ୍ୟାଙ୍କ ଦେଶର ବ୍ୟାଙ୍କ କାରବାର ବ୍ୟବସ୍ଥାର ଶୀର୍ଷସ୍ଥାନରେ ରହିଥାଏ । ଏହା ସରକାରଙ୍କର ମୁଦ୍ରା ନୀତିକୁ କାର୍ଯ୍ୟକାରୀ କରିଥାଏ ଏବଂ ଦେଶର ସାଧାରଣ ଅର୍ଥନୈତିକ ସ୍ଥିରତା ରକ୍ଷା କରିଥାଏ । ଭାରତର କେନ୍ଦ୍ରୀୟ ବ୍ୟାଙ୍କ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନାମରେ ପରିଚିତ । ଏହା 1935 ମସିହାରେ ପ୍ରତିଷ୍ଠା କରାଯାଇଥିଲା ।

କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟାବଳୀ :
ସଙ୍ଗଠନ, ଢାଞ୍ଚା, ନୀତି ଓ ପ୍ରବିଧ୍ ଦୃଷ୍ଟିରୁ ବିଚାର କଲେ ଦେଶ ଦେଶ ମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଭିନ୍ନ ଭିନ୍ନ ହୋଇଥିବାର ଦେଖାଯାଇଥାଏ । କିନ୍ତୁ ସେମାନଙ୍କର କେତେଗୁଡ଼ିଏ କାର୍ଯ୍ୟ ସମାନ ରହିଥିବାର ଦେଖାଯାଏ । କେନ୍ଦ୍ରୀୟ ବ୍ୟାଙ୍କର ପ୍ରଧାନ କାର୍ଯ୍ୟଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

(i) ନୋଟ୍ ପ୍ରଚଳନକାରୀ ବ୍ୟାଙ୍କ (Bank of Issue) – କେନ୍ଦ୍ରୀୟ ବ୍ୟାଙ୍କର ନୋଟ୍ ପ୍ରଚଳନ କରିବାର ଏକାଧ୍ୟାକାର ରହିଛି । ଏହି ନୋଟଗୁଡ଼ିକ ଦେଶରେ ଆଇନାନୁମୋଦିତ ମୁଦ୍ରାରୂପେ ପ୍ରଚଳନ ହୋଇଥାଏ ଏବଂ ତାହାହିଁ ବ୍ୟାଙ୍କର ନଗଦ ମୁଦ୍ରା ସଞ୍ଚ୍ତି । ପ୍ରାୟ ପ୍ରତ୍ୟେକ ଦେଶରେ କେନ୍ଦ୍ରୀୟ ବ୍ୟାଙ୍କକୁ ନୋଟ୍ ପ୍ରଚଳନ ଏକାଧିକାର ଦିଆଯିବା ମୂଳରେ କେତେକ ଗୁରୁତ୍ଵପୂର୍ଣ୍ଣ କାରଣ ରହିଛି । ପ୍ରଥମତଃ, ନୋଟ୍ ପ୍ରଚଳନର କେନ୍ଦ୍ରୀକରଣ ନୋଟ୍ ପ୍ରଚଳନରେ ସମରୂପତା ଆଣିଥାଏ ।

ଅତୀତର ଅନେକ ସରକାରଙ୍କଦ୍ବାରା କରାଯାଇଥିବା ଅତିରିକ୍ତ ନୋଟ୍ ପ୍ରଚଳନ ସରକାରୀ ମୁଦ୍ରା ପ୍ରଚଳନ ବ୍ୟବସ୍ଥା ଉପରେ ଅନାସ୍ଥା ଭାବ ସୃଷ୍ଟି କରିଥିଲା । ସରକାରଙ୍କଦ୍ବାରା ପ୍ରତ୍ୟକ୍ଷଭାବେ ନୋଟ୍ ପ୍ରଚଳନ କରାଯାଇ ଯଦିଓ ସମରୂପତା ରକ୍ଷା କରାଯାଇପାରିଥା’ନ୍ତା ତଥାପି କେନ୍ଦ୍ରୀୟ ବ୍ୟାଙ୍କକୁ ଏହି କାରଣରୁ ନୋଟ୍ ପ୍ରଚଳନର ସ୍ବତନ୍ତ୍ର ଏକାତ୍‌କାର ଦିଆଯାଇଛି । ଦ୍ୱିତୀୟତଃ, ନୋଟ୍ ପ୍ରଚଳନ ଏକାଧିକାର ବାଣିଜ୍ୟିକ ବ୍ୟାଙ୍କମାନଙ୍କଦ୍ୱାରା ସୃଷ୍ଟି କରାଯାଉଥିବା ଋଣର ନିୟନ୍ତ୍ରଣ କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କକୁ ଫଳପ୍ରଦ କ୍ଷମତା ଦେଇଥାଏ ।

ତୃତୀୟତଃ, କେନ୍ଦ୍ରୀୟ ବ୍ୟାଙ୍କଦ୍ୱାରା ପ୍ରଚଳନ କରାଯାଉଥିବା ନୋଟ୍ ପଛରେ ରାଷ୍ଟ୍ରର ସମର୍ଥନ ରହିଥିବାରୁ ନୋଗୁଡ଼ିକ ସ୍ଵତନ୍ତ୍ର ମର୍ଯ୍ୟାଦା ପାଇଥା’ନ୍ତି । ଚତୁର୍ଥତଃ, ନୋଟ୍ ପ୍ରଚଳନ ଏକାଧିକାର ଯୋଗୁଁ ଅନେକ ବ୍ୟାଙ୍କଦ୍ୱାରା ନୋଟ୍ ପ୍ରଚଳନଜନିତ ଗୁରୁତର ଦରଦାମ୍ ହ୍ରାସ ଓ ବୃଦ୍ଧି ଭୟକୁ କେନ୍ଦ୍ରୀୟ ବ୍ୟାଙ୍କ ଦୂର କରିଥାଏ ।

(ii) ସରକାରଙ୍କ ବ୍ୟାଙ୍କ (Banker to Government) – କେନ୍ଦ୍ରୀୟ ବ୍ୟାଙ୍କ ସରକାରଙ୍କ ବ୍ୟାଙ୍କ, ଏଜେଣ୍ଟ ଓ ପରାମର୍ଶଦାତାରୂପେ କାର୍ଯ୍ୟ କରିଥାଏ । ସରକାରଙ୍କ ବ୍ୟାଙ୍କ ହିସାବରେ ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ବ୍ୟାଙ୍କ କାରବାରର ହିସାବ ରଖୁଥାଏ ଏବଂ ସରକାରଙ୍କ ତରଫରୁ ଅର୍ଥ ଗ୍ରହଣ ଓ ଅର୍ଥଦାନ କରିଥାଏ । ଅସ୍ଥାୟୀ ଅସୁବିଧା ଦୂର କରିବାପାଇଁ ଏହା ସରକାରଙ୍କୁ ସ୍ଵଳ୍ପକାଳୀନ ଋଣ ଓ ଅଗ୍ରିମ ଋଣ ଦେଇ ସାହାଯ୍ୟ କରିଥାଏ ।

ଏହି ଋଣକୁ କାମଚଳା ଋଣ (Ways and means advances) କୁହାଯାଏ । କେନ୍ଦ୍ରୀୟ ବ୍ୟାଙ୍କ ମାଧ୍ୟମରେ ସବୁ ସରକାରୀ ଋଣ ଉଠାଣ ହୋଇଥାଏ । ଏହି ବ୍ୟାଙ୍କ ମଧ୍ୟ ସରକାରୀ ଋଣର ପରିଚାଳନା କରିଥାଏ ଏବଂ ସରକାରଙ୍କୁ ମୁଦ୍ରା ଓ ଅର୍ଥନୈତିକ ବ୍ୟାପାର ଉପରେ ପରାମର୍ଶ ଦେଇଥାଏ ।

(iii) ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ନଗଦ ମୁଦ୍ରା ସଞ୍ଚିର ତତ୍ତ୍ୱାବଧାରକ (Custodian of the Cash Reserves of Commercial Banks) – ପ୍ରତ୍ୟେକ ବାଣିଜ୍ୟିକ ବ୍ୟାଙ୍କ ସେମାନଙ୍କ ନଗଦ ମୁଦ୍ରା ସଞ୍ଚିତିର ଏକ ଅଂଶ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ପାଖେ ଜମା ଆକାରରେ ରଖୁ’ନ୍ତି । ତେଣୁ ଏହା ବ୍ୟାଙ୍କମାନଙ୍କର ବ୍ୟାଙ୍କ (Banker’s Bank) ହୋଇଥାଏ । ବ୍ୟାଙ୍କମାନଙ୍କର ବ୍ୟାଙ୍କ ହିସାବରେ ଏହା ବାଣିଜ୍ୟିକ ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ସଞ୍ଚର ତତ୍ତ୍ୱାବଧାରକରୂପେ କାର୍ଯ୍ୟ କରିଥାଏ ।

ନଗଦ ମୁଦ୍ରା ସଞ୍ଚିର କେନ୍ଦ୍ରୀକରଣ ଦେଶର ବ୍ୟାଙ୍କ କାରବାର ବ୍ୟବସ୍ଥାର ଦୃଢ଼ତାର ଏକ ପ୍ରଧାନ ଉତ୍ସ । ପ୍ରଥମତଃ, ଏହା ଆନ୍ତଃବ୍ୟାଙ୍କ ହିସାବ ନିକାଶ କରିବାରେ କେନ୍ଦ୍ରୀୟ ବ୍ୟାଙ୍କକୁ ସମର୍ଥ କରାଇଥାଏ । ଦ୍ବିତୀୟତଃ, ବିଭିନ୍ନ ବ୍ୟାଙ୍କରେ ବିକ୍ଷିପ୍ତଭାବେ ନଗଦ ମୁଦ୍ରା ସଞ୍ଚି ରଖୁ ଅପେକ୍ଷା କେନ୍ଦ୍ରୀଭୂତ ନଗଦ ମୁଦ୍ରା ସଞ୍ଚି ଦେଶର ଏକ ବୃହତ୍ତର ଓ ଅଧ୍ଵକ ସ୍ଥିତିସ୍ଥାପକ ଋଣ ଢାଞ୍ଚା ଭିତ୍ତିରୂପ କାର୍ଯ୍ୟ କରିବ । ଏହାଦ୍ଵାରା ଋଣ ସମ୍ପ୍ରସାରଣ ପାଇଁ ରହିଥିବା ସେମାନଙ୍କ ସାମର୍ଥ୍ୟ ହ୍ରାସ ପାଇଥା’ନ୍ତା ।

ତୃତୀୟତଃ, କେନ୍ଦ୍ରୀଭୂତ ନଗଦ ମୁଦ୍ରା ସମ୍ପ୍ର ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ବିଭିନ୍ନ ସଙ୍କଟ ଓ ଜରୁରୀ ପରିସ୍ଥିତିର ସମ୍ମୁଖୀନ ହେବାକୁ ସମର୍ଥ କରାଇଥାଏ । ଚତୁର୍ଥତଃ, ବାଣିଜ୍ୟିକ ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ସଞ୍ଚତିକୁ ବୃଦ୍ଧି କରି ବା ହ୍ରାସ କରି ସେମାନଙ୍କ ଋଣ ସୃଷ୍ଟି କ୍ଷମତାକୁ ନିୟନ୍ତ୍ରିତ କରିବାରେ ଏହା କେନ୍ଦ୍ରୀୟ ବ୍ୟାଙ୍କ୍‌କୁ ସମର୍ଥ କରାଇଥାଏ ।

(iv) ଋଣଦାନର ଶେଷ ଆଶ୍ରୟସ୍ଥଳ (Lender of last resort) – କେନ୍ଦ୍ରୀୟ ବ୍ୟାଙ୍କ ବ୍ୟାଙ୍କମାନଙ୍କର ବ୍ୟାଙ୍କ୍ ହିସାବରେ ବିତ୍ତୀୟ ଆବଶ୍ୟକତା ସମୟରେ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ସହାୟତା ପ୍ରଦାନ କରିଥାଏ । କେନ୍ଦ୍ରୀୟ ବ୍ୟାଙ୍କ କାରବାରର ଗୋଟିଏ ମୌଳିକ ନୀତି ହେଲା ଯେ ବ୍ୟାଙ୍କମାନଙ୍କର ବ୍ୟାଙ୍କ ଓ ସର୍ବୋଚ୍ଚ ବ୍ୟାଙ୍କ କାରବାରର କର୍ତ୍ତା ହିସାବରେ କେନ୍ଦ୍ରୀୟ ବ୍ୟାଙ୍କ କୌଣସି ଉପଯୁକ୍ତ ଋଣଗ୍ରହୀତାକୁ ଋଣ ଦେବାପାଇଁ କେବେ ମନାକରି ନଥାଏ ।

ଏହା ଜରୁରିକାଳୀନ ଋଣର ଅନ୍ତିମ ଉତ୍ସ । ଯଦି ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଅନ୍ୟାନ୍ୟ ସୂତ୍ରରୁ ଋଣ ସୁବିଧା ପାଇବାକୁ ସମର୍ଥ ନ ହୁଅନ୍ତି ତେବେ ଶେଷ ଆଶ୍ରୟସ୍ଥଳ ବା ଅନ୍ତମ ଋଣଦାତା ହିସାବରେ ସେମାନେ ଆବଶ୍ୟକ ଋଣ ସୁବିଧା ଯୋଗାଇଦେବାପାଇଁ କେନ୍ଦ୍ରୀୟ ବ୍ୟାଙ୍କକୁ ଅନୁରୋଧ କରିଥା’ନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ସେହି ସମୟରେ ଉପଯୁକ୍ତ ସରକାରୀ ପ୍ରତିଭୂତି ରଖ୍ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ଋଣ ଯୋଗାଇ ଦେଇଥାଏ ।

ଋଣଦାତା ହିସାବରେ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କର ଶେଷ ଆଶ୍ରୟସ୍ଥଳ କହିବାର ଅର୍ଥ ହେଲା, ଅସୁବିଧା ସମୟରେ ଓ ସଙ୍କଟଜନକ ପରିସ୍ଥିତିରେ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କର ଋଣ ପାଇଁ ଥିବା ସମସ୍ତ ଯୁକ୍ତିଯୁକ୍ତ ଚାହିଦାକୁ ପ୍ରତ୍ୟକ୍ଷଭାବେ ବା ପରୋକ୍ଷଭାବେ ପୂରଣ କରିବାର ଦାୟିତ୍ଵ ଗ୍ରହଣ କରିଥାଏ । ଟ୍ରେଜେରୀ ବିଲ୍‌ଗୁଡ଼ିକର ପୁନଃ ଅପହାର ବ୍ୟବସ୍ଥାଦ୍ୱାରା କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ବାଣିଜ୍ୟିକ ବ୍ୟାଙ୍କମାନଙ୍କପାଇଁ ଋଣ ବ୍ୟବସ୍ଥା କରିଥାଏ । ତେଣୁ ଏହାକୁ ପୁନଃ ଅପହାର ବ୍ୟାଙ୍କ (Bank of rediscount) ବୋଲି କୁହାଯାଏ ।

(v) ଋଣ ନିୟନ୍ତ୍ରକ (Controller of Credit) – ଋଣ ନିୟନ୍ତ୍ରଣ ହେଲା କେନ୍ଦ୍ରୀୟ ବ୍ୟାଙ୍କର ଅନ୍ୟତମ ଅତି ଗୁରୁତ୍ଵପୂର୍ଣ କାର୍ଯ୍ୟ । କେନ୍ଦ୍ରୀୟ ବ୍ୟାଙ୍କ ଚଳନ୍ତି ମୁଦ୍ରା ଓ ରଣର ପରିମାଣକୁ ନିୟନ୍ତ୍ରଣ କରି ଦେଶରେ ଅର୍ଥନୈତିକ ସ୍ଥିରତା ରକ୍ଷା କରିଥାଏ । ନୋଟ୍ ପ୍ରଚଳନ କରିବାର ଏକାଧିକାର ଚଳନ୍ତ ମୁଦ୍ରାର ନିୟନ୍ତ୍ରଣ ସହିତ ସମ୍ପୃକ୍ତ । ଦୁଇ ପ୍ରକାରର ଋଣ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି; ଯଥା – ପରିମାଣାତ୍ମକ ଋଣ ନିୟନ୍ତ୍ରଣ (Quantitative credit control) ଏବଂ ଗୁଣାତ୍ମକ ବା ନିର୍ବାଚିତ ଋଣ ନିୟନ୍ତ୍ରଣ (Qualitative or selective credit control) ।

CHSE Odisha Class 12 Economics Chapter 15 Long Answer Questions in Odia Medium

ପରିମାଣାତ୍ମକ ଋଣ ନିୟନ୍ତ୍ରଣ ପ୍ରୟୋଗ କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କ ହାତରେ ଥିବା ପ୍ରଧାନ ଅସ୍ତ୍ର ହେଲା – ବ୍ୟାଙ୍କ ସୁଧ ହାର ନୀତି (Bank rate policy), ଖୋଲା ବଜାର କାରବାର (Open market operation) ଏବଂ ନଗଦ ମୁଦ୍ରା ସଞ୍ଚିର ପରିବର୍ତ୍ତନ (Variation of cash reserve) ଗୁଣାତ୍ମକ ଋଣ ନିୟନ୍ତ୍ରଣ ଋଣର ବିଭିନ୍ନ ବ୍ୟବହାର ଏହାର ନିୟନ୍ତ୍ରଣ କରିଥାଏ । ଉଦାହରଣ – ସୀମାନ୍ତ ଆବଶ୍ୟକତା ନିର୍ଦ୍ଧାରଣ, ଖାଉଟୀ ଋଣ ନିୟନ୍ତ୍ରଣ, ବ୍ୟାଙ୍କ ଋଣ ନିୟନ୍ତ୍ରଣ ଏବଂ ଋଣ ପଡ଼ିପ୍ରଥା ପ୍ରଚଳନ, ନୈତିକ ପ୍ରରୋଚନା ଏବଂ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଋଣ ନିୟନ୍ତ୍ରଣ କରିଥାଏ ।

ଉଦାହରଣ – ସୀମାନ୍ତ ଆବଶ୍ୟକତା ନିର୍ଦ୍ଧାରଣ, ଖାଉଟୀ ଋଣ ନିୟନ୍ତ୍ରଣ, ବ୍ୟାଙ୍କ ଋଣ ନିୟନ୍ତ୍ରଣ ଏବଂ ଋଣ ପଡ଼ିପ୍ରଥା ପ୍ରଚଳନ, ନୈତିକ ପ୍ରରୋଚନା ଏବଂ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଋଣ ନିୟନ୍ତ୍ରଣ । କିନ୍ତୁ ରଣ ନିୟନ୍ତ୍ରଣର ପରିମାଣାତ୍ମକ ପଦ୍ଧତି ସମସ୍ତ ପଦ୍ଧତି ମଧ୍ୟରେ ସବୁଠାରୁ ଅଧିକ ଫଳପ୍ରଦ । କେନ୍ଦ୍ରୀୟ ବ୍ୟାଙ୍କ ଦେଶର ଚଳନ୍ତି ମୁଦ୍ରା ଓ ଋଣ ପରିମାଣ ନିୟନ୍ତ୍ରଣ କରିବାରେ ବ୍ୟାଙ୍କ ସୁଧ ହାର ନୀତି, ଖୋଲା ବଜାର କାରବାର ଏବଂ ନଗଦ ମୁଦ୍ରାର ସଞ୍ଚିରେ ପରିବର୍ତ୍ତନ ଆଦି ଅସ୍ତ୍ରକୁ ବ୍ୟବହାର କରିଥାଏ ।

କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ସର୍ବନିମ୍ନ ସରକାରୀ ହାରରେ ପ୍ରଥମ ଶ୍ରେଣୀୟ ବିନିମୟ ପତ୍ରକୁ ପୁନଃଅପହ୍ରାସ କରିବାକୁ ଏବଂ ଅନୁମୋଦିତ ପ୍ରତିଭୂତି ଉପରେ ଅଗ୍ରିମ ଋଣ ଦେବାପାଇଁ ପ୍ରସ୍ତୁତ ଥାଏ ଏହାକୁ ବ୍ୟାଙ୍କ ସୁଧହାର କୁହାଯାଏ । ଏହି ହାରକୁ କମ୍ ବା ବେଶି କରି କେନ୍ଦ୍ରୀୟ ବ୍ୟାଙ୍କ ଋଣକୁ ଶସ୍ତା ବା ବେଶି ମହଙ୍ଗା କରିଦେଇଥାଏ । ବ୍ୟାଙ୍କ ସୁଧହାର ବୃଦ୍ଧି ପାଇଲେ ଋଣ ଆଣିବା ଅଧିକ ବ୍ୟୟସାପେକ୍ଷ ହୋଇଥାଏ । ବ୍ୟାଙ୍କ ସୁଧହାର ହ୍ରାସ ପାଇଲେ ଅନ୍ୟାନ୍ୟ ସୁଧହାର ହ୍ରାସ ପାଇଥାଏ ଏବଂ ଋଣ ଆଣିବା ଅଧିକ ବ୍ୟୟସାପେକ୍ଷ ହୋଇଥାଏ । ବ୍ୟାଙ୍କ ସୁଧହାର ହ୍ରାସ ପାଇଲେ ଅନ୍ୟାନ୍ୟ ସୁଧହାର ହ୍ରାସ ପାଇଥାଏ ଏବଂ ଋଣ ଆଣିବା ଅପେକ୍ଷାକୃତ ଶସ୍ତା ହୁଏ ।

ଖୋଲା ବଜାର କାରବାର ହେଲା କେନ୍ଦ୍ରୀୟ ବ୍ୟାଙ୍କଦ୍ଵାରା ଖୋଲା ବଜାରରେ ପ୍ରତିଭୂତିଗୁଡ଼ିକର କ୍ରୟବିକ୍ରୟ କରିବା । ଯଦି କେନ୍ଦ୍ରୀୟ ବ୍ୟାଙ୍କ ଦେଶରେ ଋଣ ପରିମାଣକୁ ହ୍ରାସ କରିବାକୁ ଇଚ୍ଛା କରୁଥାଏ ତେବେ ଏହା ବାଣିଜ୍ୟିକ ବ୍ୟାଙ୍କମାନଙ୍କ ପ୍ରତିଭୂତି ବିକ୍ରୟ କରେ । ଜନସାଧାରଣଙ୍କଦ୍ବାରା ଓ ବ୍ୟାଙ୍କମାନଙ୍କଦ୍ଵାରା ପ୍ରତିଭୂତି କ୍ରୟ ସେମାନଙ୍କ ହାତରେ ଥିବା ନଗଦ ମୁଦ୍ରା ପରିମାଣକୁ ହ୍ରାସ କରିବ । ନଗଦ ମୁଦ୍ରା ସଞ୍ଚି ହ୍ରାସ ପାଇଲେ ବ୍ୟାଙ୍କମାନଙ୍କଦ୍ୱାରା ସୃଷ୍ଟି କରାଯାଉଥବା ଋଣ ପରିମାଣ ହ୍ରାସ କରିବାପାଇଁ ସେମାନେ ବାଧ୍ୟ ହେବେ ।

ଯଦି କେନ୍ଦ୍ରୀୟ ବ୍ୟାଙ୍କ ଋଣ ପରିମାଣ ବୃଦ୍ଧି କରିବାକୁ ଇଚ୍ଛା କରେ, ଏହା ବଜାରରୁ ଅନୁମୋଦିତ ପ୍ରତିଭୂତି କ୍ରୟ କରିଥାଏ । ଏହାର ପରିଣାମରେ ଲୋକମାନଙ୍କ ହାତରେ ଓ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ହାତରେ ଥିବା ନଗଦ ମୁଦ୍ରା ପରିମାଣ ବୃଦ୍ଧି ପାଇବ । ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ସଞ୍ଜୁ ବୃଦ୍ଧିପାଇଲେ ସେମାନେ ଅଧ‌ିକ ଋଣ ସୃଷ୍ଟି କରିବାପାଇଁ ଉତ୍ସାହିତ ହେବେ ।

କେନ୍ଦ୍ରୀୟ ବ୍ୟାଙ୍କ ନଗଦ ମୁଦ୍ରା ସମ୍ପ୍ରତି ହାରର ପରିବର୍ତ୍ତନ କରି ବାଣିଜ୍ୟିକ ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ସଞ୍ଚିକୁ ପ୍ରତ୍ୟକ୍ଷଭାବେ ପରିବର୍ତ୍ତନ କରିପାରିବ ଏବଂ ଋଣ ସୃଷ୍ଟି କରିବାପାଇଁ ଥିବା ସେମାନଙ୍କ ସାମର୍ଥ୍ୟକୁ ପ୍ରଭାବିତ କରିପାରିବ । କେନ୍ଦ୍ରୀୟ ବ୍ୟାଙ୍କ ଉଚ୍ଚତର ନଗଦ ମୁଦ୍ରା ସଞ୍ଚିତି ହାର ପ୍ରବର୍ତ୍ତନ କଲେ ବାଣିଜ୍ୟିକ ବ୍ୟାଙ୍କମାନେ ସେମାନଙ୍କ ଋଣ ପରିମାଣ ହ୍ରାସ କରିବାକୁ ବାଧ୍ୟ ହେବେ । ଅନ୍ୟପକ୍ଷରେ ନଗଦ ମୁଦ୍ରା ସମ୍ପ୍ରତି ହାର ହ୍ରାସ ପାଇଲେ ବାଣିଜ୍ୟିକ ବ୍ୟାଙ୍କମାନେ ସତର୍କତାମୂଳକ ଋଣ ନୀତି ଅନୁସରଣ କରିବେ ନାହିଁ ଏବଂ ଋଣ ସମ୍ପ୍ରସାରଣ କରିବାପାଇଁ ଉତ୍ସାହିତ ହେବେ ।

(vi) ଦେଶର ବୈଦେଶିକ ମୁଦ୍ରା ସଞ୍ଚିତିର ତତ୍ତ୍ୱାବଧାରକ (Custodian of Nation’s Foreign Currency Reserves) – ଦେଶର ସ୍ବର୍ଣ୍ଣ ଓ ବୈଦେଶିକ ମୁଦ୍ରା ସଞ୍ଚିର ସୁରକ୍ଷା ଓ ପରିଚାଳନା ଦାୟିତ୍ଵ କେନ୍ଦ୍ରୀୟ ବ୍ୟାଙ୍କ ଉପରେ ନ୍ୟସ୍ତ କରାଯାଇଥାଏ । ଦରଦାମ୍ର ସ୍ଥିରତା ବଜାୟ ରଖ୍ବା ଏବଂ ପୂର୍ଣ ନିୟୋଜନ ଲକ୍ଷ୍ୟ ହାସଲ କରିବା ଆଦି ଜାତୀୟ ଲକ୍ଷ୍ୟଗୁଡ଼ିକ ହାସଲ କରିବାପାଇଁ ଦେଶର ମୁଦ୍ରା ଯୋଗାଣର ପରିଚାଳନା କରିବା କେନ୍ଦ୍ରୀୟ ବ୍ୟାଙ୍କର କର୍ତ୍ତବ୍ୟ ।

ବିଶ୍ବବ୍ୟାଙ୍କକୁ ସଭ୍ୟ ଦେଶମାନଙ୍କରେ ଥିବା କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଉପରେ ବିନିମୟ ହାର ସ୍ଥିରତା ରକ୍ଷା କରିବାର ଦାୟିତ୍ୱ ଦିଆଯାଇଛି । ସଂକ୍ଷେପରେ, କେନ୍ଦ୍ରୀୟ ବ୍ୟାଙ୍କ ଦେଶର ଚଳନ୍ତି ମୁଦ୍ରାର ଉଭୟ ଆଭ୍ୟନ୍ତରୀଣ ଓ ବହିରାଗତ ମୂଲ୍ୟର ରକ୍ଷକ ।

(vii) ବିକାଶର ବାହକ (Agent of Development) – ଭାରତ ଭଳି ସ୍ଵଳ୍ପ ବିକଶିତ ଦେଶରେ ଅର୍ଥନୈତିକ ବିକାଶଧାରାରେ ସାହାଯ୍ୟ କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ କ୍ରମେ ଅଧ୍ଯକ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ଦେଶଗୁଡ଼ିକରେ କେନ୍ଦ୍ରୀୟ ବ୍ୟାଙ୍କକୁ ବିକାଶର ବାହକ ବା ଅର୍ଥନୈତିକ ବିକାଶର ଏକ ପ୍ରଧାନ ଅସ୍ତ୍ରରୂପେ ବିଚାର କରାଯାଉଛି ।

4. “ବାଣିଜ୍ୟିକ ବ୍ୟାଙ୍କମାନେ କେବଳ ଋଣ ବ୍ୟବସାୟ କରନ୍ତି ନାହିଁ, ସେମାନେ ମଧ୍ୟ ମୁଦ୍ରା ସର୍ଜନା କରନ୍ତି ।” – ଏହି ଉକ୍ତିର ତାତ୍ପର୍ଯ୍ୟ ଆଲୋଚନା କର ।
Answer:
ବାଣିଜ୍ୟିକ ବ୍ୟାଙ୍କମାନେ ଚଳନ୍ତି ଜମା ସୃଷ୍ଟି କରି ଦେଶର ମୁଦ୍ରା ଯୋଗାଣକୁ ପ୍ରଭାବିତ କରିଥା’ନ୍ତି । ସେହି କାରଣରୁ ବ୍ୟାଙ୍କମାନେ କେବଳ ଋଣ ବ୍ୟବସାୟୀ ନୁହଁନ୍ତି, ଋଣ ସୃଷ୍ଟିକର୍ତ୍ତା ବୋଲି କୁହାଯାଏ । ବର୍ତ୍ତମାନ ଋଣମୁଦ୍ରା କିପରି ସୃଷ୍ଟି କରାଯାଏ ତାହା ଏକ ଉଦାହରଣ ସାହାଯ୍ୟରେ ବୁଝାଇ ଦିଆଯାଇପାରେ ।

ବ୍ୟୁତ୍ପନ୍ନ ଜମା ସୃଷ୍ଟି କରିବାପାଇଁ ବ୍ୟାଙ୍କମାନଙ୍କୁ ସେମାନଙ୍କ ଅନୁଭୂତି ଓ ଅଭିଜ୍ଞତା ଉପରେ ନିର୍ଭର କରିବାକୁ ହୋଇଥାଏ । ଅଭିଜ୍ଞତାରୁ ସେମାନେ ଜାଣନ୍ତି ଯେ, ଜମାକାରୀମାନେ ଏକସମୟରେ ଜମା ପ୍ରତ୍ୟାହାର କରନ୍ତି ନାହିଁ । ବ୍ୟାଙ୍କ ନିକଟରେ ଥିବା ଜମାରୁ କିଛି ସୁଧ ଆକାରରେ ଆୟ ମିଳୁଥିବାରୁ ଏବଂ ଜମା ନିରାପଦ ରହୁଥିବାରୁ ବିଶେଷ ଆବଶ୍ୟକତା ବ୍ୟତୀତ ଅନ୍ୟ ସମୟରେ ସେମାନେ ମୁଦ୍ରା ପ୍ରତ୍ୟାହାର କରିବାକୁ ଚାହିଁ ନଥା’ନ୍ତି ।

ଏହାଛଡ଼ା ପ୍ରତ୍ୟାହାର କରାଯାଉଥିବା ଜମାର ବହୁଳାଶ ନଗଦ ମୁଦ୍ରା ଆକାରରେ କରା ନ ଯାଇ ହିସାବ ହସ୍ତାନ୍ତର ଆକାରରେ ହୋଇଥାଏ । ଏହି ଦୁଇଟି ଅନୁଭୂତିରୁ କୁହାଯାଇପାରେ ଯେ, ଜମାର କିୟଦଂଶ ମାତ୍ର ନଗଦ ମୁଦ୍ରା ଆକାରରେ ଉଠାଯାଏ ଏବଂ ଅବଶିତାଂଶ ବ୍ୟାଙ୍କରେ ରହିଥାଏ । ତେଣୁ ବ୍ୟାଙ୍କମାନେ ମୋଟ ଜମାର କିଛି ଅଂଶ ଗଚ୍ଛିତ ରଖ୍ ଅବଶିଷ୍ଟ ଋଣ ଓ ଅଗ୍ରୀମ ସ୍ବରୂପ ଦେଇଥା’ନ୍ତି । ଉଦାହରଣସ୍ୱରୂପ, ମନେକରାଯାଉ ଜମାକାରୀମାନେ ଜମାର ମାତ୍ର ଶତକଡ଼ା ଦଶଭାଗ ନଗଦ ଆକାରରେ ପ୍ରତ୍ୟାହାର କରନ୍ତି ।

ତେଣୁ ବ୍ୟାଙ୍କମାନେ ଏହି ପରିମାଣ ମୁଦ୍ରା ଗଚ୍ଛିତ ରଖ୍ ଅବଶିଷ୍ଟକୁ ଋଣ ଆକାରରେ ଦିଅନ୍ତି । ପୁନଶ୍ଚ, ମନେକରାଯାଉ, ଏକ ନିର୍ଦ୍ଦିଷ୍ଟ ଦିନ 1000 ଟଙ୍କା ‘କ’ ବ୍ୟାଙ୍କରେ ପ୍ରାଥମିକ ଜମା ଆକାରରେ ରଖାଯାଏ । ‘କ’ ବ୍ୟାଙ୍କ ବର୍ତ୍ତମାନ ଏହି ଜମାର ଦଶ ଶତାଂଶ ଅର୍ଥାତ୍ 100 ଟଙ୍କା ମୁଦ୍ରା ଆକାରରେ ରଖ୍ ଅବଶିଷ୍ଟ 900 ଟଙ୍କା ଋଣ ଆକାରରେ ଦେଇପାରନ୍ତି ।

ଏହି 900 ଟଙ୍କା ବର୍ତ୍ତମାନ ‘ଖ’ ବ୍ୟାଙ୍କ୍‌ରେ ପ୍ରାଥମିକ ଜମା ରଖାଯାଏ । ‘ଖ’ ବ୍ୟାଙ୍କ ବର୍ତ୍ତମାନ 90 ଟଙ୍କା ସଂରକ୍ଷିତ ଅନୁପାତ ଆକାରରେ ରଖ୍ 810 ଟଙ୍କାକୁ ଋଣ ସ୍ୱରୂପ ଦେଇପାରନ୍ତି ଯାହାକି ‘ଗ’ ବ୍ୟାଙ୍କକୁ ପ୍ରାଥମିକ ଜମାସ୍ବରୂପ ଆସେ ।

‘ଗ’ ବ୍ୟାଙ୍କ ଏହାର ଦଶମାଂଶ ଅର୍ଥାତ୍ 81 ଟଙ୍କା ନଗଦ ଆକାରରେ ରଖ୍ 729 ଟଙ୍କା ଋଣ ଆକାରରେ ଦେଇପାରନ୍ତି । ଏହିପରି ଭାବରେ ମୋଟ ଜମା ପ୍ରାଥମିକ ଜମାର ଦଶଗୁଣ ଅର୍ଥାତ୍ 10,000 ଟଙ୍କା ହେବା ପର୍ଯ୍ୟନ୍ତ ଜମା ସୃଷ୍ଟି ଚାଲିଥାଏ ।

ଏହି ଉଦାହରଣରୁ ଜଣାଯାଏ ଯେ, ଋଣ ମୁଦ୍ରା ସୃଷ୍ଟିର ପରିମାଣ ପ୍ରାଥମିକ ଜମା ଓ ସର୍ବନିମ୍ନ ସଂରକ୍ଷିତ ଅନୁପାତ ଉପରେ ନିର୍ଭର କରେ । ପ୍ରାଥମିକ ଜମା ଅଧ୍ବକ ହୋଇ ସଂରକ୍ଷିତ ଅନୁପାତ କମ୍ ହେଲେ ଋଣ ପରିଶୋଧ ଅଧ୍ଯକ ହୁଏ । ଏହାର ବିପରୀତ ଅବସ୍ଥାରେ ଋଣ ସୃଷ୍ଟି କମ୍ ହୋଇଥାଏ ।

ଋଣ ମୁଦ୍ରା ସୃଷ୍ଟି ପରିପ୍ରେକ୍ଷୀରେ ସ୍ମରଣ ରଖୁବାକୁ ହେବ ଯେ, କୌଣସି ଗୋଟିଏ ବ୍ୟାଙ୍କର ଋଣମୁଦ୍ରା ସୃଷ୍ଟି କରିବା କ୍ଷମତା ସୀମିତ । ଋଣମୁଦ୍ରା ସୃଷ୍ଟି ବ୍ୟାଙ୍କ ବ୍ୟବସ୍ଥାର ସବୁ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହଯୋଗରେ ସମ୍ଭବ ହୋଇଥାଏ । ଏହିପ୍ରକାର ଋଣ ସୃଷ୍ଟିକୁ ଗୁଣିତକ ସର୍ଜନା କୁହାଯାଏ ।

ଋଣ ସୃଷ୍ଟି କରିବାରେ ସୀମାବଦ୍ଧତା – ବାଣିଜ୍ୟିକ ବ୍ୟାଙ୍କମାନେ ଋଣମୁଦ୍ରା ସୃଷ୍ଟି କରନ୍ତି ସତ, ମାତ୍ର ସେମାନଙ୍କର ଋଣ ସୃଷ୍ଟି କରିବା ଶକ୍ତି ଅସୀମ ନୁହେଁ । ସେମାନଙ୍କର ଋଣମୁଦ୍ରା ସୃଷ୍ଟି କରିବା ଶକ୍ତି ନଗଦ ମୁଦ୍ରାର ପରିମାଣ ଓ ସଂରକ୍ଷିତ ଅନୁପାତ ପ୍ରଭୃତି ଉପାଦାନ ଉପରେ ନିର୍ଭର କରେ । ସେ ସବୁର ଆଲୋଚନା ନିମ୍ନୋକ୍ତ ପ୍ରକାରେ କରାଯାଇପାରେ ।

(a) ସଂରକ୍ଷଣ ଅନୁପାତ – ବାଣିଜ୍ୟିକ ବ୍ୟାଙ୍କମାନେ ଆଇନତଃ ବା ପରମ୍ପରାଗତଭାବେ ମୋଟ ଜମାର ଏକ ନିର୍ଦ୍ଦିଷ୍ଟ ଅଂଶ ସଂରକ୍ଷଣ କରି ରଖୁବାକୁ ବାଧ୍ୟ ହୋଇଥା’ନ୍ତି । ତେଣୁ ଯେଉଁ ଦେଶରେ ସଂରକ୍ଷଣ ଅନୁପାତ ଅଧିକ ସେ ଦେଶରେ ବ୍ୟାଙ୍କମାନଙ୍କର ଋଣ ସୃଜନଶକ୍ତି ଅଧ‌ିକ ହୋଇଥାଏ । ସୁତରାଂ ବ୍ୟାଙ୍କମାନଙ୍କର ଋଣ ସୃଜନଶକ୍ତି ସଂରକ୍ଷଣ ଅନୁପାତଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

CHSE Odisha Class 12 Economics Chapter 15 Long Answer Questions in Odia Medium

(b) ବିହ୍ୟ ଅନୁପାତ – ବ୍ୟାଙ୍କମାନଙ୍କ ପାଖରେ ଥିବା ନଗଦ ମୁଦ୍ରାର ପରିମାଣ ଦେଶର ବିଧ୍ୱଂଗ୍ରାହ୍ୟ ମୁଦ୍ରା ପରିମାଣ ଉପରେ ନିର୍ଭର କରେ । ଦେଶର ଅଧ‌ିକ ପରିମାଣ ମୁଦ୍ରା ପ୍ରଚଳିତ ହେଉଥିଲାବେଳେ ଅଧିକ ମୁଦ୍ରା ଜମା ଆକାରରେ ବ୍ୟାଙ୍କକୁ ଆସିଥାଏ । ବ୍ୟାଙ୍କମାନଙ୍କରେ ନଗଦ ଜମା ବୃଦ୍ଧି ହେବାଫଳରେ ଋଣମୁଦ୍ରା ପରିମାଣ ବୃଦ୍ଧି ପାଏ ଓ ଜମା ହ୍ରାସ ହେଲେ ଋଣମୁଦ୍ରା ହ୍ରାସ ହୁଏ । ସୁତରାଂ ବ୍ୟାଙ୍କମାନଙ୍କର ଋଣ ସୃଷ୍ଟି କରିବା ଶକ୍ତି ମୁଦ୍ରା ଯୋଗାଣଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

(c) ନଗଦ ମୁଦ୍ରା ପାଇଁ ମାନ୍ୟତା – ସାଧାରଣତଃ ଲୋକମାନେ ନିଜ ନିଜର ସଞ୍ଚୟକୁ ବ୍ୟାଙ୍କ ମାର୍ଫିତରେ ନରଖ୍ ନିଜ ପାଖରେ ରଖୁବାକୁ ପସନ୍ଦ କରନ୍ତି । ସେମାନଙ୍କର ଏହି ପ୍ରବୃତ୍ତି ଦେଶର ଆର୍ଥିକ ଅବସ୍ଥା ଓ ବ୍ୟକ୍ତିଗତ ପସନ୍ଦ ଉପରେ ନିର୍ଭର କରେ । ଲୋକମାନେ ଯଦି ବ୍ୟାଙ୍କ ମାର୍କତରେ ତାଙ୍କ ଜମା ନରଖ୍ ନିଜ ନିଜ ପାଖରେ ରଖିବାକୁ ଚାହାନ୍ତି, ତେବେ ବ୍ୟାଙ୍କର ଜମା ପରିମାଣ ବୃଦ୍ଧି ପାଇପାରେ ନାହିଁ କି ଋଣ ମୁଦ୍ରା ଯୋଗାଣ ବୃଦ୍ଧି ହୋଇପାରେ ନାହିଁ ।

(d) ପ୍ରତିଭୂତିର ସୁଲଭତା – ବ୍ୟାଙ୍କମାନେ ଋଣ ବା ଅଗ୍ରୀମ ଦେବାପାଇଁ ଋଣକର୍ତ୍ତାଙ୍କଠାରୁ ପ୍ରତିଭୂତି ଚାହିଁଥା’ନ୍ତି । ଏହି ପ୍ରତିଭୂତି ଦ୍ରବ୍ୟ ଆକାରରେ ହୋଇପାରେ ବା ବ୍ୟକ୍ତିକ ହୋଇପାରେ । ଉପଯୁକ୍ତ ପ୍ରତିଭୂତିର ଅଭାବରୁ ଋଣ ସୃଷ୍ଟି ସୀମିତ ହୋଇଥାଏ । ବ୍ରାଉଦର ଏହି କାରଣରୁ ମତ ଦେଇଛନ୍ତି ଯେ, ବ୍ୟାଙ୍କ ଶୂନ୍ୟରୁ ମୁଦ୍ରା ସୃଷ୍ଟି କରେନାହିଁ । ଏହା କେବଳ ଅନ୍ୟଧରଣର ପରିସମ୍ପତ୍ତିକୁ ମୁଦ୍ରାରେ ପରିଣତ କରିଥାଏ । ସୁତରାଂ, କୁହାଯାଇପାରେ ଯେ, ବ୍ୟାଙ୍କମାନଙ୍କର ଋଣ ସର୍ଜନାଶକ୍ତି ପ୍ରତିଭୂତିର ସୁଲଭତାଦ୍ବାରା ନିୟନ୍ତ୍ରିତ ହୋଇଥାଏ ।

(e) ମୁଦ୍ରାର ସ୍ଖଳନ – ମୁଦ୍ରା ସୃଜନ ପ୍ରକ୍ରିୟାରେ ଗୋଟିଏ ବ୍ୟାଙ୍କରୁ ଋଣ ନେଇ ଅନ୍ୟ ବ୍ୟାଙ୍କରେ ଜମା କରୁଥିବା ଅନୁମାନ କରିବାକୁ ହୁଏ; କିନ୍ତୁ ସେ ଯେ ରଣକୁ ଅନ୍ୟ ବ୍ୟାଙ୍କରେ ଜମା ରଖୁବେ ସେ ବିଷୟରେ କୌଣସି ନିଶ୍ଚିତତା ନାହିଁ । ସେ ଯଦି ଋଣକୁ ଜମା ଆକାରରେ ନ ରଖ୍ ନିଜ ନିକଟରେ ରଖନ୍ତି ତେବେ ବ୍ୟାଙ୍କ ଜମା ବୃଦ୍ଧି ହୁଏ ନାହିଁ କି ଋଣ ମୁଦ୍ରାରେ ଯୋଗାଣ ବୃଦ୍ଧି ହୁଏ ନାହିଁ ।

(f) ଋଣ ଗ୍ରହଣ ଓ ଋଣଦାନ ଅଭିପ୍ରାୟ – ଋଣ ସୃଷ୍ଟି, ଋଣଦାତା ଓ ଋଣଗ୍ରହୀତାଙ୍କ ଇଚ୍ଛା ଉପରେ ନିର୍ଭର କରେ । ଋଣଦାତା ଋଣ ଦେବାପାଇଁ ଆଗ୍ରହ ପ୍ରକାଶ କରୁଥିଲାବେଳେ ଯଦି ଋଣକର୍ତ୍ତା ଋଣ ନେବାପାଇଁ ଆଗ୍ରହୀ ନ ହୁଅନ୍ତି ତେବେ ବ୍ୟାଙ୍କ ପକ୍ଷରେ ଋଣ ସୃଷ୍ଟି କରିବା ସମ୍ଭବପର ହୁଏ ନାହିଁ । ସେହି ଯୁକ୍ତି ଋଣଦାତାମାନଙ୍କପାଇଁ ମଧ୍ୟ ପ୍ରଯୁଜ୍ୟ । ଏଣୁ ଋଣଦାତା ଓ ଋଣକର୍ତ୍ତା ଇଚ୍ଛା ଉପରେ ଋଣ ସୃଷ୍ଟି ନିର୍ଭର କରେ ।

(g) ବ୍ୟବସାୟର ଅବସ୍ଥା – ଦେଶର ବ୍ୟାବସାୟିକ ଅବସ୍ଥା ଓ ଆର୍ଥନୀତିକ ସ୍ଥିରତା ଋଣ ମୁଦ୍ରାର ଯୋଗାଣକୁ ପ୍ରଭାବିତ କରେ । ବ୍ୟାବସାୟିକ ଉତ୍‌ଥାନ ଅବସ୍ଥାରେ ଋଣ ମୁଦ୍ରା ଯୋଗାଣ ବୃଦ୍ଧି ହୋଇଥାଏ ଓ ପତନାବସ୍ଥାରେ ଋଣ ଯୋଗାଣ ହ୍ରାସ ହୋଇଥାଏ । ପୂର୍ବୋକ୍ତ ଅବସ୍ଥାରେ ବ୍ୟବସାୟୀମାନେ ଆଶାବାଦୀ ହୋଇ ଉତ୍ପାଦନ ବୃଦ୍ଧି କରନ୍ତି ଏବଂ ଏଥିପାଇଁ ଅଧିକ ଋଣ ମୁଦ୍ରା ଆବଶ୍ୟକ କରନ୍ତି । ତେଣୁ ବ୍ୟାଙ୍କମାନେ ଋଣ ସୃଷ୍ଟି କରିବା ସୁଯୋଗ ଲାଭ କରନ୍ତି ।

ବିପରୀତ ଅବସ୍ଥାରେ ଯେତେବେଳେ ଦରଦାମ୍ ହ୍ରାସ ହେଉଥାଏ ଓ ଲାଭ ଆଶା ମଉଳି ଯାଉଥାଏ, ସେତେବେଳେ ଋଣ ପାଇଁ ଚାହିଦା କମିଯାଏ ଓ ବ୍ୟାଙ୍କମାନେ ଋଣ ସମ୍ପ୍ରସାରଣ କରନ୍ତି ନାହିଁ ।

(h) କେନ୍ଦ୍ରୀୟ ବ୍ୟାଙ୍କ ନୀତି – ବାଣିଜ୍ୟିକ ବ୍ୟାଙ୍କମାନେ ଋଣ ସୃଷ୍ଟି କରନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କର ଋଣ ସର୍ଜନା କାର୍ଯ୍ୟକୁ ନିୟନ୍ତ୍ରଣ କରେ । ସେତେବେଳେ ବାଣିଜ୍ୟିକ ବ୍ୟାଙ୍କମାନେ ଅତ୍ୟଧ୍ଵ ଋଣ ସୃଷ୍ଟି କରୁଥିବା ସୂଚନା ମିଳେ ଏବଂ ଏପରି ଋଣ ସର୍ଜନା ଦେଶର ସାମୂହିକ ହିତର ପରିପନ୍ଥୀ ବିବେଚିତ ହୁଏ, ସେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ ବିଭିନ୍ନ ପନ୍ଥାର ଆଶ୍ରୟ ନେଇ ସେମାନଙ୍କ ଋଣ ସର୍ଜନା ଶକ୍ତି ହ୍ରାସ କରେ ।

(i) ଋଣ ସୃଷ୍ଟି- ଋଣ ସୃଷ୍ଟି କରିବା ଗୋଟିଏ ବାଣିଜ୍ୟିକ ବ୍ୟାଙ୍କଦ୍ୱାରା ସମ୍ଭବପର ହୁଏ ନାହିଁ । ସେଥିପାଇଁ ଏକାଧ୍ଵକ ବ୍ୟାଙ୍କ ଏପରିକି ସମଗ୍ର ବ୍ୟାଙ୍କ ବ୍ୟବସ୍ଥା ଜଡ଼ିତ ହେବା ଆବଶ୍ୟକ ହୋଇଥାଏ ।

ଏହିସବୁ କାରଣରୁ ବ୍ୟାଙ୍କମାନଙ୍କର ଋଣ ସୃଜନ ଶକ୍ତି ଅସୀମ ନୁହେଁ ବୋଲି କୁହାଯାଏ ।

5. ବାଣିଜ୍ୟିକ ବ୍ୟାଙ୍କ ଓ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
କେନ୍ଦ୍ରୀୟ ବ୍ୟାଙ୍କ ଓ ବାଣିଜ୍ୟିକ ବ୍ୟାଙ୍କ ମଧ୍ୟରେ କେତେକ କାର୍ଯ୍ୟଗତ ପାର୍ଥକ୍ୟ ପରିଲକ୍ଷିତ ହୁଏ ।
ସେଗୁଡ଼ିକ ହେଲା –
(i) ବାଣିଜ୍ୟିକ ବ୍ୟାଙ୍କମାନେ ଲାଭ ପ୍ରତ୍ୟାଶା ରଖ୍ କାର୍ଯ୍ୟ କରନ୍ତି | ଲାଭ ନ ପାଇଲେ, ସେମାନେ ତିଷ୍ଠି ରହିପାରନ୍ତି ନାହିଁ; କିନ୍ତୁ ଲାଭ ଅର୍ଜନ କରିବା କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ । ଏହାର ପ୍ରଧାନ ଉଦ୍ଦେଶ୍ୟ ହେଲା – ମୁଦ୍ରା ବ୍ୟବସ୍ଥା ଓ ବ୍ୟାଙ୍କ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଏବଂ ଦେଶରେ ଆର୍ଥନୀତିକ ସ୍ଥିରତା ରକ୍ଷା କରିବା ।

(ii) ଦେଶରେ ବହୁସଂଖ୍ୟକ ବ୍ୟାଙ୍କ ପରସ୍ପର ସହଯୋଗିତାରେ କାର୍ଯ୍ୟ କରନ୍ତି । ସେମାନେ ଜନସାଧାରଣଙ୍କ ସହିତ ସମ୍ପର୍କ ରଖ୍ କାର୍ଯ୍ୟ କରନ୍ତି । ମାତ୍ର ପ୍ରତି ଦେଶରେ ଗୋଟିଏ ମାତ୍ର କେନ୍ଦ୍ରୀୟ ବ୍ୟାଙ୍କ କାର୍ଯ୍ୟ କରେ । ଏହା ଲୋକମାନଙ୍କ ସହିତ ବ୍ୟାବସାୟିକ ସମ୍ପର୍କ ରଖେ ନାହିଁ ।

(iii) ବାଣିଜ୍ୟିକ ବ୍ୟାଙ୍କମାନଙ୍କର ସରକାରଙ୍କ ସହିତ ଘନିଷ୍ଠ ସମ୍ପର୍କ ନଥାଏ । ସେମାନେ କେନ୍ଦ୍ରୀୟ ବ୍ୟାଙ୍କ ମାଧ୍ୟମରେ ସରକାରୀ କର୍ତ୍ତୃପକ୍ଷଙ୍କ ସହିତ ସମ୍ପର୍କ ସ୍ଥାପନ କରନ୍ତି; କିନ୍ତୁ କେନ୍ଦ୍ରୀୟ ବ୍ୟାଙ୍କ ଜାତୀୟ ସ୍ବାର୍ଥର ସୁରକ୍ଷାକଳ୍ପେ ସରକାରଙ୍କ ସହିତ ଘନିଷ୍ଠ ସମ୍ପର୍କ ରକ୍ଷା କରେ ।

(iv) ଜନସାଧାରଣ ହେଉଛନ୍ତି ବାଣିଜ୍ୟିକ ବ୍ୟାଙ୍କମାନଙ୍କ ଗ୍ରାହକ । ସେମାନେ ଏହି ବ୍ୟାଙ୍କରେ ପାଣ୍ଠି ଜମା ରଖନ୍ତି । ବାଣିଜ୍ୟିକ ବ୍ୟାଙ୍କମାନେ ଗ୍ରାହକମାନଙ୍କୁ ଆବଶ୍ୟକତା ବିଚାରରେ ଋଣ ଦେଇଥା’ନ୍ତି । ସେମାନେ କେନ୍ଦ୍ରୀୟ ବ୍ୟାଙ୍କର ଗ୍ରାହକ । ସେମାନେ କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ସେମାନଙ୍କ ସମ୍ବଳର କିଛି ଅଂଶ ସଂରକ୍ଷଣ କରନ୍ତି । ଏହା ସାହାଯ୍ୟରେ ଆନ୍ତଃବ୍ୟାଙ୍କ ଦେୟତା ପରିଶୋଧ ହୁଏ ।

କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କୁ ଆପଦ ବିପଦରେ ଋଣ ଆକାରରେ ସାହାଯ୍ୟ କରେ । ମୋଟ ଉପରେ କହିବାକୁ ଗଲେ ଜନସାଧାରଣଙ୍କର ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହିତ ଯେଉଁ ସମ୍ପର୍କ ଥାଏ ବାଣିଜ୍ୟିକ ବ୍ୟାଙ୍କମାନଙ୍କର କେନ୍ଦ୍ରୀୟ ବ୍ୟାଙ୍କ ସହିତ ସେହି ସମ୍ପର୍କ ଥାଏ ।

(v) ବାଣିଜ୍ୟିକ ବ୍ୟାଙ୍କମାନେ ଋଣ ମୁଦ୍ରା ସୃଷ୍ଟି କରନ୍ତି । ମାତ୍ର କେନ୍ଦ୍ରୀୟ ବ୍ୟାଙ୍କ ଋଣ ମୁଦ୍ରା ସୃଷ୍ଟି କରେ ନାହିଁ । କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ନୋଟ୍ ପ୍ରଚଳନ କରନ୍ତି, ତାହା ଦେଶରେ ବିଗ୍ରାହ୍ୟ ମୁଦ୍ରା ରୂପେ ପ୍ରଚଳିତ ହୁଏ । କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନେ ସୃଷ୍ଟି କରୁଥିବା ରଣମୁଦ୍ରାକୁ ନିୟନ୍ତ୍ରଣ କରେ । ଏହି ଦୃଷ୍ଟିରୁ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହିତ ପ୍ରତିଯୋଗିତା କରେ ନାହିଁ ।

(vi) ବାଣିଜ୍ୟିକ ବ୍ୟାଙ୍କମାନେ କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶ ମାନି ଚଳିବାକୁ ବାଧ୍ୟ ହୋଇଥା’ନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କ କାର୍ଯ୍ୟାକଳାପକୁ ନିୟନ୍ତ୍ରଣ କରେ ।

6. କେନ୍ଦ୍ରୀୟ ବ୍ୟାଙ୍କର ପରିମାଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତି ବର୍ଣ୍ଣନା କର ।
Answer:
ବାଣିଜ୍ୟିକ ବ୍ୟାଙ୍କମାନଙ୍କଦ୍ୱାରା ସୃଷ୍ଟି କରାଯାଉଥିବା ଋଣ ମୁଦ୍ରାର ଯୋଗାଣକୁ ନିୟନ୍ତ୍ରଣ କରିବା କେନ୍ଦ୍ରୀୟ ବ୍ୟାଙ୍କର ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରୂପେ ବିବେଚିତ ହୁଏ । ଏଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଦୁଇଟି ପନ୍ଥାର ଆଶ୍ରୟ ନେଇଥାଏ; ଯଥା- ପରିମାଣାତ୍ମକ ଋଣ ନିୟନ୍ତ୍ରଣ ଓ ଗୁଣାତ୍ମକ ଋଣ ନିୟନ୍ତ୍ରଣ । ମୁଦ୍ରାର ପରିମାଣ ନିୟନ୍ତ୍ରଣ କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟତଃ ତିନୋଟି ଅସ୍ତ୍ର ପ୍ରୟୋଗ କରିଥାଏ ।
ସେଗୁଡ଼ିକ ହେଲା-
(i) ସୁଧହାର
(ii) ଖୋଲାବଜାର କାରବାର
(iii) ନଗଦ ମୁଦ୍ରା ସଂରକ୍ଷଣ ହାର ।

(i) ବ୍ୟାଙ୍କହାର ବା ସୁଧହାର ନୀତି- ବ୍ୟାଙ୍କହାର କହିଲେ କେନ୍ଦ୍ରୀୟ ବ୍ୟାଙ୍କ ସରକାରୀ ପ୍ରତିଭୂତି ଏବଂ ପ୍ରଥମ ଶ୍ରେଣୀୟ ବିନିମୟପତ୍ରର ଅବମୂଲ୍ୟନ ହାରକୁ ବୁଝାଯାଏ । ଯେତେବେଳେ ବ୍ୟାଙ୍କହାର ପରିବର୍ତ୍ତନ କରାଯାଏ, ସେତେବେଳେ ବଜାରରେ ପ୍ରଚଳିତ ସୁଧହାର ମଧ୍ୟ ପରିବର୍ତ୍ତିତ ହୋଇଥାଏ । ବ୍ୟାଙ୍କ ହାର ଓ ସୁଧହାର ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ଅର୍ଥାତ୍ ବ୍ୟାଙ୍କହାର ବୃଦ୍ଧି ହେଲେ ସୁଧହାର ଅଧ‌ିକ ହେବା ଯୋଗୁଁ ଋଣ କରିବା ନିରୁତ୍ସାହିତ ହୁଏ ଏବଂ ଏହାଫଳରେ ଋଣ ପରିମାଣ ହ୍ରାସ ହୁଏ । ସେହିପରି ବ୍ୟାଙ୍କହାର ହ୍ରାସ ହେଲେ ବଜାର ସୁଧହାର ହ୍ରାସ ହୁଏ ଏବଂ ଋଣ କାରବାର ବୃଦ୍ଧି ହୁଏ ।

(ii) ଖୋଲାବଜାର କାରବାର- ବ୍ୟାଙ୍କହାର ପରି ଖୋଲାବଜାର କାରବାର ହେଉଛି କେନ୍ଦ୍ରୀୟ ବ୍ୟାଙ୍କର ପାରମ୍ପରିକ ଅସ୍ତ୍ର । ଖୋଲାବଜାର କାରବାରରେ କେନ୍ଦ୍ରୀୟ ବ୍ୟାଙ୍କ ସରକାରୀ ପ୍ରତିଭୂତି କ୍ରୟ ବିକ୍ରୟ କରିଥାଏ । ବଜାରରେ ଋଣ କାରବାର ହ୍ରାସ କରିବା ଆବଶ୍ୟକ ହେଲେ କେନ୍ଦ୍ରୀୟ ବ୍ୟାଙ୍କ ଜନସାଧାରଣଙ୍କୁ ଓ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ପ୍ରତିଭୂତି ବିକ୍ରୟ କରିଥାଏ । ଏହାଫଳରେ ଲୋକମାନଙ୍କଠାରୁ ଓ ବ୍ୟାଙ୍କମାନଙ୍କଠାରୁ ନଗଦ ମୁଦ୍ରା କେନ୍ଦ୍ରୀୟ ବ୍ୟାଙ୍କକୁ ହସ୍ତାନ୍ତର ହୋଇଥାଏ ।

CHSE Odisha Class 12 Economics Chapter 15 Long Answer Questions in Odia Medium

ନଗଦ ମୁଦ୍ରା ସଂରକ୍ଷଣ ହ୍ରାସ ହେବା କାରଣରୁ ବ୍ୟାଙ୍କସମୂହ ଋଣ ପରିମାଣ ହ୍ରାସ କରିଥା’ନ୍ତି । ସେହିପରି ଋଣ ଯୋଗାଣ ବୃଦ୍ଧି କରିବା ଆବଶ୍ୟକ ହେଲେ କେନ୍ଦ୍ରୀୟ ବ୍ୟାଙ୍କ ଖୋଲାବଜାରରୁ ପ୍ରତିଭୂତି କ୍ରୟ କରି ନେଇଥାଏ । ଏହାଫଳରେ ଜନସାଧାରଣ ଓ ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ପରିମାଣ ବୃଦ୍ଧି ହୋଇଥାଏ । ବାଣିଜ୍ୟିକ ବ୍ୟାଙ୍କମାନେ ଅଧ‌ିକ ଋଣ ସୃଷ୍ଟି କରିବାପାଇଁ ସମର୍ଥ ହୋଇଥା’ନ୍ତି । ଏହିପରି ଭାବରେ କେନ୍ଦ୍ରୀୟ ବ୍ୟାଙ୍କ ଋଣ ମୁଦ୍ରା ଯୋଗାଣକୁ ନିୟନ୍ତ୍ରଣ କରିଥା’ନ୍ତି ।

(iii) ନଗଦ ମୁଦ୍ରା ସଂରକ୍ଷଣ ହାର ପରିବର୍ତ୍ତନ- ପରମ୍ପରାଗତଭାବେ ହେଉ ବା ଆଇନତଃ ହେଉ, ବାଣିଜ୍ୟିକ ବ୍ୟାଙ୍କସମୂହ ସେମାନଙ୍କ ଜମାର ଏକ ନିର୍ଦ୍ଦିଷ୍ଟ ଅନୁପାତ କେନ୍ଦ୍ରୀୟ ବ୍ୟାଙ୍କ ନିର୍ଦେଶରେ ନଗଦ ମୁଦ୍ରା ଆକାରରେ ଗଚ୍ଛିତ ରଖୁଥା’ନ୍ତି । ଯେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ ନଗଦ ସଂରକ୍ଷଣ ଅନୁପାତକୁ ପରିବର୍ତ୍ତନ କରନ୍ତି, ସେତେବେଳେ ବାଣିଜ୍ୟିକ ବ୍ୟାଙ୍କମାନେ ତାହା ପାଳନ କରିଥା’ନ୍ତି ।

ଋଣ ସଂକୋଚନ କରିବା ଆବଶ୍ୟକ ମନେକଲେ କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ଥିବା ନଗଦ ସଂରକ୍ଷଣ ହ୍ରାସ ହୁଏ ଏବଂ ସେମାନଙ୍କ ଋଣ ସୃଷ୍ଟି କରିବା ସାମର୍ଥ୍ୟ ହ୍ରାସ ପାଇଥାଏ । ସେହିପରି ସଂରକ୍ଷଣ ଅନୁପାତ ହ୍ରାସ କରି କେନ୍ଦ୍ରୀୟ ବ୍ୟାଙ୍କ ଋଣ ସୃଷ୍ଟିକୁ ଉତ୍ସାହିତ କରିଥାଏ ।

7.କେନ୍ଦ୍ରୀୟ ବ୍ୟାଙ୍କର ଗୁଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତି ବର୍ଣ୍ଣନା କର ।
Answer:
କେନ୍ଦ୍ରୀୟ ବ୍ୟାଙ୍କ ଗୁଣାତ୍ମକ ଋଣ ନିୟନ୍ତ୍ରଣ କଲାବେଳେ ନିମ୍ନଲିଖତ କୌଶଳ ଅବଲମ୍ବନ କରିଥାଏ ।
(i) ଉପଭୋକ୍ତାଙ୍କ ଋଣ ନିୟନ୍ତ୍ରଣ- ଏହି ପଦ୍ଧତିରେ ଅପେକ୍ଷାକୃତ ସ୍ଥାୟୀ ଉପଭୋଗ ଦ୍ରବ୍ୟର ବ୍ୟବହାରକୁ ଋଣ ଜରିଆରେ ନିୟନ୍ତ୍ରଣ କରାଯାଇଥାଏ । ରେଡ଼ିଓ, ଟେଲିଭିଜନ, ମଟରଗାଡ଼ି ଓ ରେଫ୍ରିଜିରେଟର ପ୍ରଭୃତି କ୍ରୟ ପାଇଁ ବ୍ୟାଙ୍କମାନେ ଋଣ ଯୋଗାଇଥା’ନ୍ତି । କାରଣ ଏହିସବୁ ଦ୍ରବ୍ୟର ମୂଲ୍ୟ ଅଧ‌ିକ ହୋଇଥିବାରୁ ଲୋକମାନେ ଦାମ୍ ଏକକାଳୀନ ଦେଇ କ୍ରୟ କରିପାରନ୍ତି ନାହିଁ । ତେଣୁ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଦ୍ରବ୍ୟର ମୂଲ୍ୟ ପରିଶୋଧ କରେ ଏବଂ ସେମାନଙ୍କଠାରୁ ସହଜ କିସ୍ତିରେ ପରିଶୋଧ ପାଇଥାଏ ।

ଯେତେବେଳେ ବ୍ୟାଙ୍କ ଅନୁଭବ କରେ ଯେ, ଏହିପ୍ରକାର ଋଣ ଉତ୍ସାହିତ କରାଯିବା ଆବଶ୍ୟକ, ସେତେବେଳେ କିସ୍ତି ସଂଖ୍ୟା ଅଧ୍ବକ କରିଥାଏ ଏବଂ ଯେତେବେଳେ ଏହିସବୁ ଦ୍ରବ୍ୟର ଉପଭୋଗକୁ ନିରୁତ୍ସାହିତ କରିବା ଆବଶ୍ୟକ ହୁଏ, ସେତେବେଳେ କିସ୍ତି ସଂଖ୍ୟା ହ୍ରାସ କରିଥାଏ । କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶକ୍ରମେ ବାଣିଜ୍ୟିକ ବ୍ୟାଙ୍କମାନେ ପରିଚାଳିତ ହୋଇ ଏହିପ୍ରକାର ନିୟନ୍ତ୍ରଣ ଜାରି କରନ୍ତି ।

(ii) ପ୍ରୟୋଜନୀୟ ନଗଦଂଶ ନିରୂପଣ – ଆବଶ୍ୟକ ଅନୁଯାୟୀ କେନ୍ଦ୍ରୀୟ ବ୍ୟାଙ୍କ ପ୍ରୟୋଜନୀୟ ନଗତାଂଶକୁ ପରିବର୍ତ୍ତନ କରି ଋଣ ପରିମାଣକୁ ନିୟନ୍ତ୍ରଣ କରିଥାଏ । ଏହାଦ୍ୱାରା ପରିକଳ୍ପିତ ଉଦ୍ଦେଶ୍ୟରେ ବ୍ୟବହୃତ ଋଣକୁ ନିୟନ୍ତ୍ରଣ କରାଯାଇପାରେ । ଉଦାହରଣସ୍ୱରୂପ, 1000 ଟଙ୍କା ପ୍ରତିଭୂତି ବଦଳରେ ଯଦି ଟ,800.00 ଙ୍କା ଋଣ ମିଳେ ତେବେ ପ୍ରୟୋଜନୀୟ ନଗତାଂଶ 200 ଟଙ୍କା ବୁଝିବାକୁ ହୁଏ । ପ୍ରୟୋଜନୀୟ ନଗତାଂଶ ଅଧ୍ଵ ହେଲେ ଋଣ ଚାହିଦା ହ୍ରାସ ହୁଏ ଏବଂ ତାହା କମ୍ ହେଲେ ଋଣ ଚାହିଦା ବୃଦ୍ଧି ପାଏ ।

(iii) ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ – ଆବଶ୍ୟକ ମନେକଲେ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ଋଣ ନିୟନ୍ତ୍ରଣ ଉପରେ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ । ଯଦି କୌଣସି ବ୍ୟାଙ୍କ କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶକୁ ଅମାନ୍ୟ କରେ ବା ଋଣନୀତିର ବିରୁଦ୍ଧାଚରଣ କରେ, ତେବେ କେନ୍ଦ୍ରୀୟ ବ୍ୟାଙ୍କ ସେହି ବ୍ୟାଙ୍କର ବିନିମୟପତ୍ର ପୁନଃ ଅବମୂଲ୍ୟାୟନ କରିବାକୁ ଅସ୍ଵୀକାର କରିପାରେ ଏବଂ ଋଣ ଆବେଦନ ପ୍ରତ୍ୟାଖ୍ୟାନ କରିପାରେ ।

(iv) ରଣ ପଢ଼ି ପ୍ରଥା- ଋଣ ପଡ଼ି ପ୍ରଥା ପ୍ରଚଳନ କରି କେନ୍ଦ୍ରୀୟ ବ୍ୟାଙ୍କ ଋଣର ସୁଷମ ବଣ୍ଟନ କରିଥାଏ । ଶିଳ୍ପମାନଙ୍କୁ ଏହାଫଳରେ ଆବଶ୍ୟକତା ଓ ବାଞ୍ଛନୀୟତା ବିଚାରରେ ଋଣ ଯୋଗାଇପାରେ । ଏ ବିଷୟରେ କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ଗ୍ରହଣ କରେ ଏବଂ ତଦନୁଯାୟୀ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଏ ।

(v) ନୈତିକ ଚାପ – ବାଣିଜ୍ୟିକ ବ୍ୟାଙ୍କ ଓ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବାରୁ କେନ୍ଦ୍ରୀୟ ବ୍ୟାଙ୍କ ଏହାର ରଣନୀତି ଅନୁସରଣ ପାଇଁ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ଉପରେ ନୈତିକ ଚାପ ପକାଇଥାଏ । କେଉଁ କ୍ଷେତ୍ରକୁ ଋଣ ଦେବା ଆବଶ୍ୟକ ଓ କେଉଁ କ୍ଷେତ୍ରକୁ ଋଣ ଦେବା ଆବଶ୍ୟକ ନୁହେଁ, ସେ ବିଚାର କେନ୍ଦ୍ରୀୟ ବ୍ୟାଙ୍କ କରିଥାଏ ଏବଂ ତଦନୁଯାୟୀ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ କାର୍ଯ୍ୟ କରିବାପାଇଁ ଉପଦେଶ ଦେଇଥାଏ ।

ବାଣିଜ୍ୟିକ ବ୍ୟାଙ୍କମାନେ ଏହି ନୈତିକ ଚାପର ବଶବର୍ତ୍ତୀ ହୋଇ କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶକ୍ରମେ କାର୍ଯ୍ୟ କରନ୍ତି ।

ଏହିପରି ଭାବରେ କେନ୍ଦ୍ରୀୟ ବ୍ୟାଙ୍କ ଋଣର ଗୁଣାତ୍ମକ ନିୟନ୍ତ୍ରଣ କରିଥାଏ ।

CHSE Odisha Class 12 Economics Chapter 15 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 15 ବ୍ୟାଙ୍କ Short Answer Questions.

CHSE Odisha 12th Class Economics Chapter 15 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

1. ବ୍ୟାଙ୍କ କାହାକୁ କୁହାଯାଏ ?
Answer:
ଯେଉଁମାନଙ୍କ ପାଖରେ ମୁଦ୍ରା ସଂଚୟ କରିବାପାଇଁ ଅଛି ବା ଯେଉଁମାନେ ସେମାନଙ୍କ ଆୟରୁ ସଂଚୟ କରୁଛନ୍ତି, ସେମାନଙ୍କଠାରୁ ମୁଦ୍ରା ସଂଗ୍ରହ କରି ଆବଶ୍ୟକ କରୁଥିବା ଲୋକମାନଙ୍କୁ ଋଣ ପ୍ରଦାନ କରୁଥିବା ଅନୁଷ୍ଠାନକୁ ବ୍ୟାଙ୍କ କୁହାଯାଏ । ଅର୍ଥାତ୍ ଯେଉଁ ଅନୁଷ୍ଠାନ ଜମା ଗ୍ରହଣ, ଏହି ଜମାଭିଭିରେ ଋଣ ପ୍ରଦାନ ଏବଂ ଏହି ଋଣ ପ୍ରଦାନ ପ୍ରକ୍ରିୟାରେ ମୁଦ୍ରା ସୃଜନ କରନ୍ତି, ସେହି ଅନୁଷ୍ଠାନକୁ ବ୍ୟାଙ୍କ କୁହାଯାଏ ।

2. ପୌନଃପୁନିକ ଜମା କ’ଣ ?
Answer:
ବ୍ୟାଙ୍କଦ୍ଵାରା ଜମା ଗ୍ରହଣର ପୌନଃପୁନିକ ଜମା ଏକ ନୂତନ ମାଧ୍ୟମ । ଏହି ଜମା ହିସାବରେ ଜମାକାରୀ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ମୁଦ୍ରା କିଛି ବର୍ଷ ପାଇଁ ତା’ର ପୌନଃପୁନିକ ଜମାଖାତାରେ ପୈଠ କରିଥାନ୍ତି | ସ୍ଥିର ସମୟ ଅବଧୂ ପୂର୍ଣ୍ଣ ହେବାପରେ ଜମାକାରୀ ତା’ର ମୂଳଜମା ସହିତ ଅର୍ଜିତ ସୁଧ ଫେରି ପାଇଥାଏ । ଏଭଳି ଜମା ଉପରେ ଜମାକାରୀମାନେ ସାଧାରଣତଃ ସୁଧର ହାର ମିଆଦି ଜମା ପରି ଉଚ୍ଚ ହାରରେ ପାଇଥାନ୍ତି ।

3. ସଞ୍ଚୟ ଜମା କ’ଣ ?
Answer:
ସ୍ବଳ୍ପ ସଞ୍ଚୟକାରୀ ଓ ନିମ୍ନ ଆୟକାରୀ ଲୋକମାନଙ୍କ ସୁବିଧା ପାଇଁ ବ୍ୟାଙ୍କ୍ ସଞ୍ଚୟ ଜମା ସୁବିଧା ପ୍ରଦାନ କରିଥାଏ । ସ୍ଵଳ୍ପ ପରିମାଣରେ ମୁଦ୍ରା ଜମା କରି ବ୍ୟାଙ୍କରେ ଏଭଳି ଜମାଖାତା ଖୋଲାଯାଇପାରେ । ଏହି ଜମାକୁ ବିନା ନୋଟିସ୍‌ରେ ଚାହିଁବାମାତ୍ରେ ବ୍ୟାଙ୍କୁରୁ ଉଠାଯାଇ ପାରିବ; କିନ୍ତୁ ବ୍ୟାଙ୍କ ଉଠାଣର ସଂଖ୍ୟା ଏବଂ ଉଠାଣର ପରିମାଣ ଉପରେ କେତେକ କଟକଣା ଲାଗୁ କରିଥାଏ । ସଞ୍ଚୟ ଜମା ଉପରେ ମିଳୁଥିବା ସୁଧହାର ସାଧାରଣତଃ ମିଆଦି ଜମାର ସୁଧ ହାରଠାରୁ କମ୍ ଓ ଚଳନ୍ତି ଜମାର ସୁଧହାରଠାରୁ ଅଧିକ ହୋଇଥାଏ ।

4. ଋଣ ପ୍ରଦାନ କହିଲେ କ’ଣ ବୁଝ ?
Answer:
ବ୍ୟାଙ୍କର ସର୍ବଶ୍ରେଷ୍ଠ କାର୍ଯ୍ୟ ହେଲା ଋଣ ପ୍ରଦାନ । ଆୟ ଓ ଉପାର୍ଜନ ଦୃଷ୍ଟିରୁ ଏହା ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ । ଏହି କାର୍ଯ୍ୟ ଯୋଗୁଁ ବ୍ୟାଙ୍କ୍ ଜାତୀୟ ଅର୍ଥନୈତିକ ପ୍ରଗତିର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେଉଁ ବ୍ୟାଙ୍କ୍ ଯେତେ ଅଧିକ ଋଣ ପ୍ରଦାନ କରେ, ସେ ସେତେ ଅଧ‌ିକ ଆୟ ଓ ଲାଭ କରେ । ବ୍ୟାଙ୍କ୍ସିମାନେ ସଂଗୃହୀତ ଜମା ଉପରେ ଜମାକାରୀଙ୍କୁ ଯେଉଁ ସୁଧ ଦେଇଥା’ନ୍ତି, ଋଣ ଉପରେ ତାହାଠାରୁ ଅଧ୍ଵ ସୁଧ ଧାର୍ଯ୍ୟ କରିଥା’ନ୍ତି । ଏହି ଦୁଇ ସୁଧର ପାର୍ଥକ୍ୟ ହେଉଛି ବ୍ୟାଙ୍କର ଲାଭ ।

CHSE Odisha Class 12 Economics Chapter 15 Short Answer Questions in Odia Medium

5. ଓଭରଡ୍ରାଫ୍‌ଟ ବ୍ୟବସ୍ଥା କ’ଣ ?
Answer:
ଯେଉଁ ବ୍ୟବସ୍ଥାଦ୍ୱାରା ଜମାକାରୀ ନିଜର ଚାହିଦା ଜମାଖାତାରେ ଥିବା ପରିମାଣଠାରୁ ଅଧିକ ମୁଦ୍ରା ବ୍ୟାଙ୍କରୁ ଉଠାଇବାକୁ ସକ୍ଷମ ହୋଇଥାଏ, ତାହାକୁ ଓଭରଡ୍ରାଫ୍‌ଟ ବ୍ୟବସ୍ଥା କୁହାଯାଏ । ନିଜ ଜମାଖାତାରେ ଥିବା ପରିମାଣଠାରୁ ଯେତିକି ଅଧିକ ମୁଦ୍ରା ଜମାକାରୀ ଉଠାଇଥାଏ, ସେହି ବଳକା ପରିମାଣ ଉପରେ ହିଁ ତାହାକୁ ସୁଧ ଦେବାକୁ ପଡ଼ିଥାଏ । ବ୍ୟବସାୟୀମାନେ ସାମୟିକ ଆର୍ଥିକ ନିଅଣ୍ଟ ମେଣ୍ଟାଇବା ପାଇଁ ଏହି ଋଣ କରିଥା’ନ୍ତି ।

6. ନଗଦୀ ଋଣ କ’ଣ ?
Answer:
ଯେଉଁ ଋଣଗୁଡ଼ିକ ଗ୍ରାହକମାନଙ୍କର ପ୍ରତିଶ୍ରୁତି ପତ୍ର ବଦଳରେ ପ୍ରଦାନ କରାଯାଏ, ତାହାକୁ ନଗଦୀ ଋଣ କୁହାଯାଏ । ଏହି ପ୍ରତିଶ୍ରୁତି ପତ୍ରଗୁଡ଼ିକ ଅନ୍ୟନପକ୍ଷେ ଦୁଇଜଣ ବ୍ୟକ୍ତିଙ୍କଦ୍ବାରା ପ୍ରତିଭୂତ ହୋଇଥାଏ । ଏହିସବୁ ସର୍ଭ ପୂରଣ ହୋଇସାରିଲା ପରେ ବ୍ୟାଙ୍କ୍ ନଗଦୀ ଋଣ ମଞ୍ଜୁର କରିଥା’ନ୍ତି । ପ୍ରଥମେ ବ୍ୟାଙ୍କ୍ ଏହି ଋଣ ନେଇଥିବା ଗ୍ରାହକମାନଙ୍କ ନାମରେ ଏକ ଚଳନ୍ତି ହିସାବ ଖୋଲନ୍ତି ଏବଂ ମଞ୍ଜୁର କରିଥିବା ଋଣକୁ ଗ୍ରାହକମାନଙ୍କ ନାମରେ ଜମା କରନ୍ତି । ବ୍ୟବସାୟୀମାନେ ଏହିପ୍ରକାର ଋଣକୁ
ପସନ୍ଦ କରନ୍ତି |

7. ବିନିମୟ ପତ୍ରର ପୂର୍ବପ୍ରାପଣ କ’ଣ ?
Answer:
ପରିପକ୍ବ ସମୟ ଅବଧୂ ପୂର୍ବରୁ ବିନିମୟ ପତ୍ରଗୁଡ଼ିକୁ ଭଙ୍ଗାଇ ତାହାର ଅଧିକାରୀମାନଙ୍କୁ ଅର୍ଥ ପ୍ରଦାନ କରିବା ହେଉଛି ବିନିମୟ ପତ୍ରର ପୂର୍ବପ୍ରାପଣ । ବିନିମୟ ପତ୍ର ହେଉଛି ଏକ ଋଣପତ୍ର । ଏହା ଗଣକର୍ତ୍ତା ଋଣଦାତାଙ୍କୁ ଭବିଷ୍ୟତରେ ଏକ ନିର୍ଦ୍ଦିଷ୍ଟ ପରିମାଣ ମୁଦ୍ରା ଦେବାର ଏକ ଆଦେଶନାମା ମାତ୍ର । ଯଦି ଏହି ବିନିମୟ ପତ୍ରର ପରିପକ୍ବତା ପୂର୍ବରୁ ଋଣଦାତାଙ୍କର ଅର୍ଥର ଜରୁରୀ ଆବଶ୍ୟକତା ପଡ଼େ, ସେ କ୍ଷେତ୍ରରେ ବ୍ୟାଙ୍କ୍ କମିଶନ ରଖ୍ ବିନିମୟ ପତ୍ର ଭଙ୍ଗାଇଥା’ନ୍ତି । ଏହି ସୁବିଧା ପ୍ରଦାନ କରିବାଦ୍ଵାରା ବାଣିଜ୍ୟିକ ବ୍ୟାକ୍ ଦେଶରେ ବାଣିଜ୍ୟ ବ୍ୟବସାୟର ସମୃଦ୍ଧି ଘଟାଇବା ସହିତ ବ୍ୟବସାୟୀମାନେ ବିନା ଅର୍ଥରେ ନିଜ ବ୍ୟବସାୟ କରିବାର ସୁଯୋଗ ଲାଭ କରିଥାଆନ୍ତି ।

8. ପ୍ରତ୍ୟକ୍ଷ ଋଣ କ’ଣ ?
Answer:
ବାଣିଜ୍ୟିକ ବ୍ୟାଙ୍କ୍ ପ୍ରତ୍ୟକ୍ଷ ଭାବେ ବ୍ୟକ୍ତିବିଶେଷ ଓ ବ୍ୟବସାୟ ପ୍ରତିଷ୍ଠାନକୁ ଋଣ ପ୍ରଦାନ କରିଥାଏ । ଋଣ ଗ୍ରହୀତାଙ୍କ ନାମରେ ଏକ ହିସାବ ଖୋଲି ବ୍ୟାଙ୍କ ଋଣ ମଞ୍ଜୁର କରେ ଏବଂ ମଞ୍ଜୁରୀପ୍ରାପ୍ତ ଋଣ ଉପରେ ସୁଧ ହିସାବ କରାଯାଏ । ଏହି ଋଣର ପରିଶୋଧ ଥରକରେ କିମ୍ବା ବ୍ୟାଙ୍କ୍ ସ୍ଥିର କରିଥିବା କିସ୍ତି ଅନୁସାରେ କରିବାକୁ ହୋଇଥାଏ । ଏହି ଋଣ ମଞ୍ଜୁର ପାଇଁ ଆବଶ୍ୟକ ସ୍ଥଳେ ଜାମିନ୍ଦାର ଓ ବନ୍ଧକ ଦେବାକୁ ହୋଇଥାଏ ।

9. ଶାଖା ବ୍ୟାଙ୍କ୍ ବ୍ୟବସ୍ଥା କ’ଣ ?
Answer:
ଏହି ବ୍ୟବସ୍ଥାରେ ରାଷ୍ଟ୍ରରେ ଅଳ୍ପ କେତେକ ବାଣିଜ୍ୟିକ ବ୍ୟାଙ୍କ୍ ଥାଏ ଏବଂ ପ୍ରତ୍ୟେକ ବ୍ୟାଙ୍କର ବିଭିନ୍ନ ଶାଖା ରହିଥାଏ । ଏଭଳି ବ୍ୟାଙ୍କ୍ ବ୍ୟବସ୍ଥାର ଉତ୍ପରିଂ ଇଂଲଣ୍ଡରେ ହୋଇଥିଲା । ଭାରତରେ ମଧ୍ୟ ଶାଖା ବ୍ୟାଙ୍କ୍ ବ୍ୟବସ୍ଥା ପ୍ରଚଳିତ ହୋଇ ଆସୁଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ କେନ୍ଦୁଝର ଶାଖା, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ କଟକ ଶାଖା ଇତ୍ୟାଦି ନାମରେ ଦେଖୁବାକୁ ମିଳିଥାଏ ।

10. ଏକକ ବ୍ୟାକ୍ ବ୍ୟବସ୍ଥା କ’ଣ ?
Answer:
ଏକକ ବ୍ୟାଙ୍କ୍ ବ୍ୟବସ୍ଥାରେ ଗୋଟିଏ ବ୍ୟାଙ୍କର ଏକମାତ୍ର କାର୍ଯ୍ୟାଳୟ ରହିଥାଏ । ବ୍ୟାଙ୍କ୍ ଏକ ସୀମିତ ସ୍ଥାନରେ ନିଜ କାର୍ଯ୍ୟ ସମ୍ପାଦନ କରେ । ତେଣୁ ରାଷ୍ଟ୍ରରେ ଅନେକ ବାଣିଜ୍ୟିକ ବ୍ୟାଙ୍କ୍ କାର୍ଯ୍ୟ କରିଥା’ନ୍ତି । ଏହି ବ୍ୟାଙ୍କ୍ ବ୍ୟବସ୍ଥା ପ୍ରଥମେ ଆମେରିକାରେ ଉତ୍ପତ୍ତି
ହୋଇଥିଲା ।

11. ଗ୍ରାମ୍ୟବ୍ୟାଙ୍ଗ୍‌ର କାର୍ଯ୍ୟ କ’ଣ ?
Answer:
ଗ୍ରାମୀଣ ଜନସାଧାରଣଙ୍କୁ ବ୍ୟାଙ୍କ୍ ସୁବିଧା ଯୋଗାଇଦେବା ପାଇଁ 1975 ମସିହାରେ ଭାରତ ସରକାର ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଇଥିଲେ । ଏହା ସ୍ଵଳ୍ପ ଜମା ଗ୍ରହଣ ଓ ସର୍ବାଙ୍ଗୀନ ଉନ୍ନତି ପାଇଁ ଋଣ ପ୍ରଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଏହି ବ୍ୟାକ୍‌ଗୁଡ଼ିକ ବାଣିଜ୍ୟିକ ବ୍ୟାଦ୍ଵାରା ପ୍ରୟୋଜିତ ହୋଇଥାଏ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗ୍ରାମ୍ୟବ୍ୟାଙ୍କ୍ କାର୍ଯ୍ୟ କରିଥାଏ ।

12. ଚାହିଦା ମାତ୍ରେ ଫେରସ୍ତଯୋଗ୍ୟ ଋଣ କ’ଣ ?
Answer:
ଖୁବ୍ କମ୍ ସମୟ ପାଇଁ ପ୍ରଦାନ କରାଯାଉଥିବା ଏହା ଏକ ସ୍ବତନ୍ତ୍ର ଋଣ । ନୋଟିସ୍ ଦେବାର 24 ଘଣ୍ଟାରୁ 14 ଦିନ ମଧ୍ୟରେ ବ୍ୟାଙ୍କ୍ ଋଣକାରୀଠାରୁ ଏହି ଋଣ ଫେରସ୍ତ ଆଣିପାରେ । ଏହି ଋଣ ସାଧାରଣତଃ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନ ବାଣିଜ୍ୟିକ ବ୍ୟାକ୍‌ଠାରୁ ନେଇଥା’ନ୍ତି । ଏହାର ସୁଧହାର ବହୁତ କମ୍ । ଏହା ବ୍ୟାଙ୍କ୍‌କୁ ‘ତରଳତା ସହିତ ଲାଭ’ ଅର୍ଜନର ସୁଯୋଗ ପ୍ରଦାନ କରିଥାଏ ।

13. ବ୍ୟାଙ୍କର ସନ୍ତୁଳନ ପତ୍ର କ’ଣ ?
Answer:
ସନ୍ତୁଳନ ପତ୍ର ହେଉଛି ବାଣିଜ୍ୟିକ ବ୍ୟାଙ୍କର ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଦେୟତା ଓ ପରିସମ୍ପଭିର ଏକ ଲିଖ୍ ବିବରଣୀ । ଏହି ବିବରଣୀରେ ବ୍ୟାଙ୍କର ଆର୍ଥିକ ବର୍ଷର ଶେଷଭାଗ ପ୍ରତିଫଳିତ ହୋଇଥାଏ । ପ୍ରତି ଆର୍ଥିକ ବର୍ଷର ଶେଷଭାଗରେ ବ୍ୟାଙ୍କ୍ ଏହି ବିବରଣୀ ପ୍ରକାଶ କରିଥାଏ ।

14. ବାଣିଜ୍ୟିକ ବ୍ୟାଙ୍କ ଦେଶର ଅର୍ଥନୈତିକ ବିକାଶରେ କିପରି ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥାଏ ?
Answer:
ବଳିଷ୍ଠ ବ୍ୟାଙ୍କ କାରବାରର ବିକାଶ ବିନା ବିକାଶଶୀଳ ଦେଶମାନେ ଅର୍ଥନୈତିକ ବିକାଶ ପାଇଁ ସେମାନଙ୍କ ଉଦ୍ୟମକୁ ତ୍ୱରାନ୍ବିତ କରିପାରିବେ ନାହିଁ । ଭାରତର ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଗ୍ରାମାଞ୍ଚଳ ବିକାଶ ଦାୟିତ୍ୱ ଦିଆଯାଇଛି । ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଏବେ ଅଧିକ ଭାବେ ବିକାଶମୂଳକ କାର୍ଯ୍ୟକଳାପ ସହିତ ସମ୍ପୃକ୍ତ ।

CHSE Odisha Class 12 Economics Chapter 15 Short Answer Questions in Odia Medium

15. ବାଣିଜ୍ୟିକ ବ୍ୟାଙ୍କ କେତେ ପ୍ରକାର ଜମା ଗ୍ରହଣ କରେ ?
Answer:
ବାଣିଜ୍ୟିକ ବ୍ୟାଙ୍କ୍ ତିନି ପ୍ରକାର ଜମା ଗ୍ରହଣ କରନ୍ତି; ଯଥା – ଚଳନ୍ତି ଜମା, ସଞ୍ଚୟ ଜମା ଓ ମିଆଦି ବା ସ୍ଥାୟୀ ଜମା । ବ୍ୟାଙ୍କ୍ ଚଳନ୍ତି ଜମା ପାଇଁ କୌଣସି ସୁଧ ପ୍ରଦାନ କରି ନଥାଏ କାରଣ ଏହି ଜମାକୁ ଲାଭ ଉଦ୍ଦେଶ୍ୟରେ ବିନିଯୋଗ କରିପାରେ ନାହିଁ । ସଞ୍ଚୟ ଜମାର ଉଠାଣରେ ବାଣିଜ୍ୟିକ ବ୍ୟାଙ୍କର କଟକଣା ରହିଥାଏ, ଫଳରେ ବାଣିଜ୍ୟିକ ବ୍ୟାଙ୍କ୍ ସଞ୍ଚୟ ଜମାକୁ ବିନିଯୋଗ କରି ଉପାର୍ଜନ କରେ ଏବଂ ଜମାକାରୀଙ୍କୁ ସୁଧ ପ୍ରଦାନ କରେ । ସ୍ଥାୟୀ ଜମାରାଶିକୁ ବ୍ୟାଙ୍କ୍ ଲାଭ ଉଦ୍ଦେଶ୍ୟରେ ବିନିଯୋଗ କରେ, ତେଣୁ ଜମାକାରୀଙ୍କୁ ସର୍ବାଧ‌ିକ ସୁଧ ପ୍ରଦାନ କରେ ।

16. କେନ୍ଦ୍ରୀୟ ବ୍ୟାଙ୍କ୍ କାହାକୁ କହନ୍ତି ?
Answer:
କେନ୍ଦ୍ରୀୟ ବ୍ୟାଙ୍କ୍ ରାଷ୍ଟ୍ରର ଏକମାତ୍ର ମୁଦ୍ରା କର୍ତ୍ତୃପକ୍ଷ । ପ୍ରତ୍ୟେକ ରାଷ୍ଟ୍ରରେ କେନ୍ଦ୍ରୀୟ ବ୍ୟାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଏହା ରାଷ୍ଟ୍ରର ମୌଦ୍ରିକ ତଥା ବ୍ୟାଙ୍କ୍ ବ୍ୟବସ୍ଥାର ସର୍ବୋଚ୍ଚ ଅନୁଷ୍ଠାନ । ଏହା ଅର୍ଥବ୍ୟବସ୍ଥାର ପଥପ୍ରଦର୍ଶକ ।

17. କେନ୍ଦ୍ରୀୟ ବ୍ୟାଙ୍କ୍ ଋଣ ନିୟନ୍ତ୍ରକ କହିଲେ କ’ଣ ବୁଝ ?
Answer:
ବାଣିଜ୍ୟିକ ବ୍ୟାଙ୍କ୍ ବହୁଗୁଣିତ ଋଣ ମୁଦ୍ରା ସୃଜନ କରିଥାଏ । ଋଣ ମୁଦ୍ରା ସୃଜନ ରାଷ୍ଟ୍ର ପାଇଁ ଆବଶ୍ୟକ ହେଲେ ମଧ୍ୟ ଅତ୍ୟଧିକ ଋଣମୁଦ୍ରା ସୃଜନ ରାଷ୍ଟ୍ର ପାଇଁ କ୍ଷତିକାରକ । ଏହା ମୁଦ୍ରାଷ୍ଟୀତି ସୃଷ୍ଟି କରିଥାଏ । ତେଣୁ ଅର୍ଥବ୍ୟବସ୍ଥାର ତତ୍ତ୍ୱାବଧାରକ ରୂପେ କେନ୍ଦ୍ରୀୟ ବ୍ୟାଙ୍କ୍ ଋଣ ନିୟନ୍ତ୍ରଣ କରିଥାଏ ।

18. ପରିମାଣାତ୍ମକ ପଦ୍ଧତି କ’ଣ ?
Answer:
ବାଣିଜ୍ୟିକ ବ୍ୟାଙ୍କ୍ ଋଣ ମୁଦ୍ରା ସୃଜନ କରିଥାଏ । ତେଣୁ କେନ୍ଦ୍ରୀୟ ବ୍ୟାଙ୍କ୍ ଋଣ ନିୟନ୍ତ୍ରଣ କରିଥାଏ । ଋଣ ନିୟନ୍ତ୍ରଣ ପଦ୍ଧତି ଦୁଇଭାଗରେ ବିଭକ୍ତ । ସେଗୁଡ଼ିକ ହେଲା – ପରିମାଣାତ୍ମକ ପଦ୍ଧତି ଓ ଗୁଣାତ୍ମକ ପଦ୍ଧତି । ପରିମାଣାତ୍ମକ ପଦ୍ଧତି ମୋଟ ଋଣ ପରିମାଣରେ ପରିବର୍ତ୍ତନ ଆଣିଥାଏ । କେନ୍ଦ୍ରୀୟ ବ୍ୟାଙ୍କ୍ ଋଣ ପରିମାଣର ପରିବର୍ତ୍ତନ ପାଇଁ ତିନୋଟି ଅସ୍ତ୍ର ପ୍ରୟୋଗ କରିଥାଏ । ସେଗୁଡ଼ିକ ହେଲା – ବ୍ୟାଙ୍କ୍ ହାର, ଖୋଲାବଜାର କାରବାର ଓ ପରିବର୍ତ୍ତନଶୀଳ ନଗଦୀ ସଂରକ୍ଷଣ ଅନୁପାତ ।

19. ଖୋଲାବଜାର କାରବାର କ’ଣ ?
Answer:
ଋଣ ପରିମାଣରେ ନିୟନ୍ତ୍ରଣ ଆଣିବାପାଇଁ ଖୋଲା ବଜାର କାରବାର ଏକ ଆୟୁଧ । କେନ୍ଦ୍ରୀୟ ବ୍ୟାଙ୍କ୍ରା ଖୋଲା ବଜାରରେ ସରକାରୀ ପ୍ରତିଭୂତିର କ୍ରୟ -ବିକ୍ରୟ ପ୍ରକ୍ରିୟାକୁ ଖୋଲା ବଜାର କାରବାର କୁହାଯାଏ । ସରକାରୀ ପ୍ରତିଭୂତିର ସୁଧ ହାର ଅଧ‌ିକ ଥିବାରୁ ବାଣିଜ୍ୟିକ ବ୍ୟାଙ୍କ୍ ଓ ଜନସାଧାରଣ ଅଧିକ ଆୟ ଆଶାରେ ସେଗୁଡ଼ିକ କ୍ରୟ କରିଥା’ନ୍ତି । ଏହାଦ୍ଵାରା ବାଣିଜ୍ୟିକ ବ୍ୟାଙ୍କ୍ ନିକଟରେ ନଗଦ ମୁଦ୍ରାର ପରିମାଣ ହ୍ରାସ ପାଏ ଓ ଋଣ ନିୟନ୍ତ୍ରଣ କରାଯାଇପାରେ ।

20. ପରିବର୍ତ୍ତନଶୀଳ ନଗଦୀ ସଂରକ୍ଷଣ ଅନୁପାତ କ’ଣ ?
Answer:
ଜମାର ଯେଉଁ ଅନୁପାତ ବାଣିଜ୍ୟିକ ବ୍ୟାଙ୍କ୍ ଋଣ ଦେଇପାରେ ନାହିଁ ତାହାକୁ ନଗଦୀ ସଂରକ୍ଷଣ ଅନୁପାତ କୁହାଯାଏ । ଏହା ପରିବର୍ତ୍ତନଶୀଳ । ରାଷ୍ଟ୍ରର ଋଣ ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ନଗଦୀ ସଂରକ୍ଷଣ ଅନୁପାତରେ ପରିବର୍ତ୍ତନ ଆଣିଥାଏ । ନଗଦୀ ସଂରକ୍ଷଣ ଅନୁପାତ ଓ ଋଣ ଗୁଣାଙ୍କ ମଧ୍ୟରେ ପରୋକ୍ଷ ଆନୁପାତିକ ସମ୍ପର୍କ ରହିଛି । ତେଣୁ, ଋଣ ପରିମାଣର ବ୍ୟାପକ ହ୍ରାସ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ନଗଦୀ ସଂରକ୍ଷଣ ଅନୁପାତ ବୃଦ୍ଧି କରିଥାଏ ।

21. ଗୁଣାତ୍ମକ ପଦ୍ଧତି କ’ଣ ?
Answer:
ଗୁଣାତ୍ମକ ପଦ୍ଧତି ମାଧ୍ୟମରେ କେନ୍ଦ୍ରୀୟ ବ୍ୟାଙ୍କ୍ ରାଷ୍ଟ୍ରର ଋଣ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାପାଇଁ ସମର୍ଥ ହୋଇଥାଏ । କେନ୍ଦ୍ରୀୟ ବ୍ୟାଙ୍କ୍ କେତେକ ନିର୍ଦ୍ଦିଷ୍ଟ ସ୍ୱଚ୍ଛ ଆବଶ୍ୟକ କ୍ଷେତ୍ର ଚୟନ କରିଥାଏ । କେବଳ ସେହି କ୍ଷେତ୍ରମାନଙ୍କର ଋଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଥାଏ । ତେଣୁ ଗୁଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତିକୁ ଚୟନାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତି ମଧ୍ଯ କୁହାଯାଏ ।
ଏହି ପଦ୍ଧତିର କେତେକ ନିର୍ଦ୍ଦିଷ୍ଟ ଆୟୁଧମାନ ହେଲା –
(i) ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ
(ii) ଋଣ ପଡ଼ି ବ୍ୟବସ୍ଥା
(iii) ନୈତିକ ପ୍ରବର୍ତ୍ତନ, ଇତ୍ୟାଦି ।

22. ଉପଭୋକ୍ତା ଋଣ ନିୟନ୍ତ୍ରଣ କ’ଣ ?
Answer:
କେନ୍ଦ୍ରୀୟ ବ୍ୟାଙ୍କ୍ ଉପଭୋକ୍ତା ଋଣ ଉପରେ କଟକଣା ଜାରି କରିଥାଏ । ଉପଭୋକ୍ତା ଋଣର ପରିମାଣ ସାଧାରଣତଃ ଦୁଇଟି ଉପାଦାନ ଉପରେ ନିର୍ଭର କରେ । ସେଗୁଡ଼ିକ ହେଲା ପ୍ରାଥମିକ କିସ୍ତି ଦେୟ (Down Payment) ଓ କିସ୍ତି ସଂଖ୍ୟା । କେନ୍ଦ୍ରୀୟ ବ୍ୟାଙ୍କ୍ ପ୍ରାଥମିକ ଦେୟ ବୃଦ୍ଧି ଏବଂ କିସ୍ତି ସଂଖ୍ୟା ହ୍ରାସ ପାଇଁ ନିର୍ଦ୍ଦେଶ ଦିଏ । ଏହା ଫଳରେ ଉପଭୋକ୍ତାମାନେ ଋଣ ପାଇଁ ନିରୁତ୍ସାହିତ ହୁଅନ୍ତି ଏବଂ ଉପଭୋକ୍ତା ଋଣ ନିୟନ୍ତ୍ରିତ ହୁଏ ।

23. କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶନାମା କ’ଣ ?
Answer:
ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଋଣ ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ବାଣିଜ୍ୟିକ ବ୍ୟାକ୍‌ମାନଙ୍କ ପ୍ରତି ନିର୍ଦ୍ଦେଶନାମା ଜାରି କରେ । ଏହାକୁ ବ୍ୟାଙ୍କମାନେ ପାଳନ କରିବାକୁ ବାଧ୍ୟ । ଅବଶ୍ୟ, ଏହାର କାର୍ଯ୍ୟକାରିତା କେନ୍ଦ୍ରୀୟ ବ୍ୟାଙ୍କର ସ୍ଥିତି ଉପରେ ନିର୍ଭର କରେ ।

24. ଋଣ ପଢ଼ି ବ୍ୟବସ୍ଥା କ’ଣ ?
Answer:
ଋଣର ଆବଶ୍ୟକତା ଅନୁସାରେ ପ୍ରତ୍ୟେକ ଋଣର ସର୍ବୋଚ୍ଚ ସୀମା ଧାର୍ଯ୍ୟ କରି କୌଣସି ପରିସ୍ଥିତିରେ ତା’ଠାରୁ ଅଧିକ ଋଣ ନ ଦେବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ବାଣିଜ୍ୟିକ ବ୍ୟାଙ୍କ୍ସିମାନଙ୍କୁ ନିର୍ଦ୍ଦେଶ ଦେଇଥାଏ । ଏହାକୁ ଋଣ ପଡ଼ି ବ୍ୟବସ୍ଥା କୁହାଯାଏ । ଏହାଦ୍ଵାରା ଆବଶ୍ୟକୀୟ କ୍ଷେତ୍ର ପାଇଁ ଅଧ‌ିକ ଋଣର ସୁଯୋଗ ସୃଷ୍ଟି ହେଉଥିବାବେଳେ କମ୍ ଆବଶ୍ୟକ କ୍ଷେତ୍ରରେ ଋଣ ନିୟନ୍ତ୍ରଣ କରାଯାଇପାରେ ।

25. କେନ୍ଦ୍ରୀୟ ବ୍ୟାଙ୍କର ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ କ’ଣ ?
Answer:
କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଋଣ ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ନିର୍ଦେଶ ଦେଇପାରେ । ଯଦି କୌଣସି ବ୍ୟାଙ୍କ୍ ଏହି ନିର୍ଦ୍ଦେଶ ଅବମାନନା କରେ, କେନ୍ଦ୍ରୀୟ ବ୍ୟାଙ୍କ୍ ତାକୁ ସତର୍କ କରିପାରେ ଏବଂ ଆବଶ୍ୟକସ୍ଥଳେ ଶାସ୍ତି ବିଧାନ ମଧ୍ୟ କରିପାରେ । ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ବ୍ୟାଙ୍କ୍ ଋଣ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାରେ ସହାୟତା ପ୍ରଦାନ କରେ ।

CHSE Odisha Class 12 Economics Chapter 15 Short Answer Questions in Odia Medium

26. ବିନିଯୋଗ ବ୍ୟାଙ୍କର ପରିସମ୍ପତ୍ତି କିପରି ?
Answer:
ବାଣିଜ୍ୟିକ ବ୍ୟାଙ୍କମାନେ ସରକାରୀ ପ୍ରତିଭୂତି ଓ ଋଣପତ୍ର କ୍ରୟ କରିଥା’ନ୍ତି । କାରଣ ଆବଶ୍ୟକ ହେଲେ ଏହାକୁ ସହଜରେ ବିକି ଦେଇପାରନ୍ତି । ଏହା ବ୍ୟତୀତ ଘରୋଇ କମ୍ପାନୀଗୁଡ଼ିକର ଅଂଶ କିଣିଥା’ନ୍ତି, କାରଣ ଏଗୁଡ଼ିକ କମ୍ ନଗଦୀ ଓ ଅଧ୍ଵକ ସୁଧହାର ବହନ କରିଥାଏ । ବ୍ୟାଙ୍କ୍ ଏଥୁରୁ ନିରବଚ୍ଛିନ୍ନ ଭାବରେ ଲାଭ ପାଇଥାଏ । ତେଣୁ ଏହା ବ୍ୟାଙ୍କର ପରିସମ୍ପତ୍ତି ।

27. ବ୍ୟାକ୍ ହାତରେ ଓ କେନ୍ଦ୍ରୀୟ ବ୍ୟାଙ୍କ୍‌ରେ ଥିବା ନଗଦ ମୁଦ୍ରା କିପରି ବ୍ୟାକ୍ଚର ପରିସମ୍ପତ୍ତି ?
Answer:
ପ୍ରତ୍ୟେକ ବ୍ୟାକ୍ ଗ୍ରାହକମାନଙ୍କ ଚାହିଦାମାତ୍ରେ ସେମାନଙ୍କର ଆବଶ୍ୟକତା ପୂରଣ କରିବାପାଇଁ ନିଜ ପାଖେ କିଛି ନଗଦ ମୁଦ୍ରା ରଖନ୍ତି, ଏହାକୁ ହସ୍ତସ୍ଥ ମୁଦ୍ରା କୁହାଯାଏ । ଏହା ବ୍ୟତୀତ ପରମ୍ପରାଗତ ଭାବେ ହେଉ ବା ଆଇନ ଯୋଗୁଁ ହେଉ, ବାଣିଜ୍ୟିକ ବ୍ୟାଙ୍କମାନେ କେନ୍ଦ୍ରୀୟ ବ୍ୟାଙ୍କ୍ ପାଖରେ ମୋଟ ଜମାର କିଛି ଶତାଂଶ ନଗଦ ଆକାରରେ ଗଚ୍ଛିତ ରଖୁଥା’ନ୍ତି । ଏହି ସବୁ ବାବଦରେ ଗଚ୍ଛିତ ହୋଇ ରହୁଥିବା ମୁଦ୍ରା ବ୍ୟାଙ୍କର ପରିସମ୍ପତ୍ତି ।

28. ଗ୍ରାହକମାନଙ୍କ ତରଫରୁ ସ୍ୱୀକୃତି ପ୍ରଦତ୍ତ ଓ ବରାଦି ବିଲ୍‌ ଦେୟ କିପରି ବ୍ୟାଙ୍କର ଦେୟତା ଏବଂ ପାଉଣା ?
Answer:
ବିନିମୟ ପତ୍ରର ପରିପକ୍ଵ ଅବସ୍ଥାରେ ଯଦି ତାହାର ଧାରକ ମୂଲ୍ୟ ପରିଶୋଧ କରିବାକୁ ଅସମର୍ଥ ହୁଅନ୍ତି, ତେବେ ସ୍ବୀକୃତି ପ୍ରଦାନ କରିଥିବା ବ୍ୟାକୁ ଏହି ଅର୍ଥ ଦେବାକୁ ହୋଇଥାଏ । ଏହା ଫଳରେ ବ୍ୟାଙ୍କର ଦେୟତା ସୃଷ୍ଟି ହୁଏ । ଏହି କାର୍ଯ୍ୟ କରୁଥିବାରୁ ବ୍ୟାଙ୍କମାନଙ୍କୁ କମିଶନ ସ୍ବରୂପ ଯେଉଁ ଆୟ ମିଳେ ତାହା ସନ୍ତୁଳନ ପତ୍ରର ଆୟ (ପରିସମ୍ପତ୍ତି) ପାର୍ଶ୍ବରେ ଦର୍ଶାଯାଏ । ଅର୍ଥାତ୍ ଏହି ବିଷୟଟି ସନ୍ତୁଳନ ପତ୍ରର ଉଭୟ ପରିସମ୍ପତ୍ତି (ପାଉଣା) ଓ ଦେୟତା ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି| ଛଅଟି ବାକ୍ୟରେ ଦିଅ ।

1. ନୋଟ୍ ପ୍ରଚଳନର ଏକାଧିକାର କ’ଣ ?
Answer:
ନୋଟ୍ ପ୍ରଚଳନର ଏକାଧିକାର କେନ୍ଦ୍ରୀୟ ବ୍ୟାଙ୍କର ସର୍ବଶ୍ରେଷ୍ଠ ଅଧିକାର । ସେଥିପାଇଁ କେନ୍ଦ୍ର ବ୍ୟାଙ୍କ୍‌କୁ ନୋଟ ପ୍ରଚଳନ ବ୍ୟାଙ୍କ୍ ବୋଲି କୁହାଯାଏ । କେନ୍ଦ୍ରୀୟ ବ୍ୟାଦ୍ଵାରା ନୋଟ ପ୍ରଚଳନ ହେବାଦ୍ୱାରା ଦେଶର ମୁଦ୍ରା ବ୍ୟବସ୍ଥାରେ ସମତା ରକ୍ଷା କରାଯାଇପାରିଲା । ନୋଟ୍‌ଗୁଡ଼ିକ ସମଜାତୀୟ ହେବା ହେତୁ ସାଧାରଣ ଲୋକଙ୍କଦ୍ୱାରା ସହଜରେ ଗ୍ରହଣୀୟ ହୋଇପାରିଲା । କେନ୍ଦ୍ରୀୟ ବ୍ୟାଙ୍କ୍‌ଦ୍ୱାରା ପ୍ରଚଳିତ ମୁଦ୍ରା ସରକାରଙ୍କ ଅନୁମୋଦିତ ହୋଇଥିବାରୁ ସେଗୁଡ଼ିକ ବିହ୍ୟ ମୁଦ୍ରା ଏବଂ ଜନସାଧାରଣ ଉକ୍ତ ମୁଦ୍ରା ଉପରେ ଆସ୍ଥା ପ୍ରକଟ କରିଥା’ନ୍ତି । କେନ୍ଦ୍ରୀୟ ବ୍ୟାଙ୍କ୍‌ଦ୍ୱାରା ନୋଟ୍ ପ୍ରଚଳନ ଫଳରେ କେନ୍ଦ୍ରୀୟ ବ୍ୟାଙ୍କ୍ ଦେଶର ମୁଦ୍ରା ଓ ଋଣ ପରିମାଣକୁ ନିୟନ୍ତ୍ରଣ କରିଥାଏ ।

2. କେନ୍ଦ୍ରୀୟ ବ୍ୟାଙ୍କ ସରକାରଙ୍କ ବ୍ୟାଙ୍କ୍ କହିଲେ କ’ଣ ବୁଝ ?
Answer:
କେନ୍ଦ୍ରୀୟ ବ୍ୟାଙ୍କ୍ ସରକାରଙ୍କ ବ୍ୟାଙ୍କ୍ ହିସାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଆର୍ଥିକ କାର୍ଯ୍ୟକଳାପର ହିସାବ ରଖେ । ଦେଶର ସଂଗୃହୀତ ଟିକସ ଓ ବଳକା ପାଣ୍ଠି ଗଚ୍ଛିତ କରି ରଖେ । ସରକାରଙ୍କ ସାମୟିକ ଆର୍ଥିକ ସଙ୍କଟ ଦୂର କରିବାପାଇଁ ଏହି ବ୍ୟାଙ୍କ୍ ସ୍ଵଳ୍ପକାଳୀନ ଋଣ ଓ ଅଗ୍ରୀମ ଋଣ ପ୍ରଦାନ କରିଥାଏ । ଏହି ଋଣକୁ କାମଚଳା ଅଗ୍ରୀମ କୁହାଯାଏ । ସରକାରଙ୍କ ପ୍ରତିନିଧି ଭାବରେ କେନ୍ଦ୍ରୀୟ ବ୍ୟାଙ୍କ ଋଣ ଉଠାଇଥାଏ । ସରକାରଙ୍କ ତରଫରୁ ଋଣପତ୍ର ଓ ପ୍ରତିଭୂତିର କ୍ରୟ ବିକ୍ରୟ କରିଥାଏ । ଦେଶର ଆର୍ଥିକ ପରିସ୍ଥିତିର ସବିଶେଷ ବିବରଣୀ ଯୋଗାଇବା ସହିତ ଆର୍ଥିକ ସମସ୍ୟାର ସମାଧାନର ପନ୍ଥା ନେଇ ଏହା ସରକାରଙ୍କୁ ପରାମର୍ଶ ଯୋଗାଇଥାଏ ।

3. ବ୍ୟାମାନଙ୍କର ବ୍ୟାକ୍ କ’ଣ ?
Answer:
ଗୋଟିଏ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍, ବ୍ୟାଙ୍କ୍ରାମାନଙ୍କ ବ୍ୟାଙ୍କ୍ ହିସାବରେ କାର୍ଯ୍ୟ କରେ । ପରମ୍ପରା ଦୃଷ୍ଟିରୁ ବା ଆଇନ ଦୃଷ୍ଟିରୁ ହେଉ, ଦେଶର ସମସ୍ତ ବାଣିଜ୍ୟିକ ବ୍ୟାଟ୍ସମାନେ ସେମାନଙ୍କ ନଗଦ ଜମାମୁଦ୍ରାର ଏକ ନିର୍ଦ୍ଦିଷ୍ଟ ଅନୁପାତ କେନ୍ଦ୍ରୀୟ ବ୍ୟାଙ୍କ୍ ନିକଟରେ ସଂରକ୍ଷଣ କରନ୍ତି । ବାଣିଜ୍ୟିକ ବ୍ୟାଙ୍କ୍ ସମୂହର ଜମା କେନ୍ଦ୍ରୀୟ ବ୍ୟାଙ୍କ୍ ନିକଟରେ କେନ୍ଦ୍ରୀଭୂତ ହେଉଥିବାରୁ କେନ୍ଦ୍ରୀୟ ବ୍ୟାଙ୍କ୍‌କୁ ବ୍ୟାକ୍‌ସମୂହର ବ୍ୟାଙ୍କ୍ ବୋଲି କୁହାଯାଏ । କେନ୍ଦ୍ରୀୟ ବ୍ୟାଙ୍କ୍ ବାଣିଜ୍ୟିକ ବ୍ୟାଟ୍ସମାନଙ୍କ ଦ୍ଵାରା ସଂଗୃହୀତ ବିନିମୟ ପତ୍ରଗୁଡ଼ିକର ପୁନଃ ଅପହ୍ରାସ କରି ନଗଦ ଅର୍ଥ ଯୋଗାଇଥାଏ ଏବଂ କେନ୍ଦ୍ରୀୟ ବ୍ୟାଙ୍କ୍ ମଧ୍ଯ ବାଣିଜ୍ୟିକ ବ୍ୟାକ୍‌ଗୁଡ଼ିକୁ ସରକାରୀ ପ୍ରତିଭୂତି ବଦଳରେ ଋଣଦାନ କରିଥାଏ ।

4. ବାଣିଜ୍ୟିକ ବ୍ୟାକ୍ଚର ସନ୍ତୁଳନ ପତ୍ର କ’ଣ ?
Answer:
ସନ୍ତୁଳନପତ୍ର ହେଉଛି ବାଣିଜ୍ୟିକ ବ୍ୟାଙ୍କର ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଦେଣା ପାଉଣାର ଏକ ଲିଖ୍ତ ବିବରଣୀ । ଏହି ବିବରଣୀରେ ବ୍ୟାଙ୍କର ଆର୍ଥିକ ଅବସ୍ଥା, ଅର୍ଥାତ୍ ଦେୟତା ଓ ପରିସମ୍ପତ୍ତି ପ୍ରତିଫଳିତ ହୋଇଥାଏ । ସନ୍ତୁଳନ ପତ୍ରର ଦୁଇଟି ପାର୍ଶ୍ଵ ଥାଏ – ଦେୟତା ଓ ପରିସମ୍ପତ୍ତି ପାର୍ଶ୍ବ । ଦେୟତା ପାର୍ଶ୍ଵରେ ଅଂଶୀଦାରମାନଙ୍କ ପ୍ରାପ୍ୟ, ବିଭିନ୍ନ ସଂସ୍ଥାରୁ ଆଣିଥିବା ଋଣ ଓ ଜମାକାରୀଙ୍କ ପ୍ରାପ୍ୟ ଆଦି ଉଲ୍ଲେଖ ଥାଏ । ଅର୍ଥାତ୍ ଯେଉଁ ପରିମାଣର ଅର୍ଥ ବ୍ୟାଙ୍କ୍ ଅନ୍ୟମାନଙ୍କୁ ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ତାହା ଦେୟତା ପାର୍ଶ୍ଵରେ ଉଲ୍ଲେଖ ଥାଏ । ଅନ୍ୟପକ୍ଷରେ ଯାହା ବ୍ୟାଙ୍କ୍ ଅନ୍ୟମାନଙ୍କଠାରୁ ପାଇବାକୁ ହକ୍‌ର ତାହା ପରିସମ୍ପତ୍ତି ପାର୍ଶ୍ଵରେ ଉଲ୍ଲେଖ ଥାଏ । ବ୍ୟାଙ୍କ୍ ନିକଟରେ ଥିବା ନଗଦ ମୁଦ୍ରା, ବ୍ୟାଙ୍କର ନିବେଶ, ଋଣ ଓ ଅଗ୍ରୀମରୁ ଆୟ ଆଦି ପରିସମ୍ପତ୍ତି ପାର୍ଶ୍ଵରେ ଉଲ୍ଲେଖ ଥାଏ ।

5. ସ୍ଥାୟୀ ଜମା ବା ମିଆଦି ଜମା କ’ଣ ?
Answer:
ବାଣିଜ୍ୟିକ ବ୍ୟାଙ୍କର ଗୋଟିଏ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ହେଲା ସର୍ବସାଧାରଣଙ୍କଠାରୁ ଜମା ଗ୍ରହଣ କରିବା । ନିର୍ଦ୍ଧାରିତ ସମୟ ପାଇଁ ତଥା ଏକ ସ୍ଥିର ପରିମାଣର ମୁଦ୍ରା ଜମା ଆକାରରେ ରହୁଥିବା ଜମାକୁ ସ୍ଥାୟୀ ଜମା କୁହାଯାଏ । ଏଥିରେ ଜମାକାରୀଙ୍କୁ ଜମାର ସମୟ ଭତ୍ତାରେ ସୁଧ ମିଳିଥାଏ । ବ୍ୟାଙ୍କ୍ ଏହି ଜମାକୁ ଲାଭଜନକ ଉଦ୍ୟୋଗରେ ବିନିଯୋଗ କରି ଲାଭ ଅର୍ଜନ କରିଥାଏ । ତେଣୁ ଅନ୍ୟାନ୍ୟ ଜମା ଉପରେ ମିଳୁଥିବା ସୁଧ ହାର ଅପେକ୍ଷା ଏହି ଜମା ଉପରେ ମିଳୁଥିବା ସୁଧ ହାର ଅଧ୍ଵ । ମିଆଦକାଳ ଯେତେ ଦୀର୍ଘତର ହୋଇଥାଏ, ସୁଧ ହାର ସେତିକି ଅଧିକ ହୋଇଥାଏ । ସାଧାରଣତଃ, ଯେଉଁମାନଙ୍କର ଅଧିକ ଟଙ୍କା ଥାଏ ସେମାନେ ମିଆଦି ଜମା ଆକାରରେ ବ୍ୟାଙ୍କ୍‌ରେ ରଖୁବାକୁ ପସନ୍ଦ କରିଥା’ନ୍ତି ।

6. ଚଳନ୍ତି ବା ଚାହିଦା ଜମା କ’ଣ ?
Answer:
ଚଳନ୍ତି ଜମା ହାତରେ ରଖୁଥିବା ମୁଦ୍ରା ସଙ୍ଗେ ସମାନ । ଚଳନ୍ତି ଜମା ସେହି ଜମାକୁ ବୁଝାଏ, ଯାହା ଜମାକାରୀ ଯେ କୌଣସି କାର୍ଯ୍ୟକାରୀ ଦିନରେ ଚେକ୍ ବା ଉଠାଣ ଫର୍ମ ଜରିଆରେ ପ୍ରତ୍ୟାହାର କରିପାରନ୍ତି । ଯେହେତୁ ଜମାକାରୀଙ୍କୁ ଚାହିଁବାମାତ୍ରେ ବ୍ୟାଙ୍କ୍ ମୁଦ୍ରା ଦେଇଥାଏ, ତେଣୁ ଚଳନ୍ତି ଜମାକୁ ମଧ୍ୟ ଚାହିଦା ଜମା କୁହାଯାଏ । ମୁଦ୍ରା ପ୍ରତ୍ୟାହାର ପୂର୍ବରୁ ଜମାକାରୀଙ୍କୁ ବ୍ୟାଙ୍କ୍‌କୁ କୌଣସି ସୂଚନା ଦେବାକୁ ପଡ଼େନାହିଁ । ବ୍ୟାଙ୍କ୍ ଏହି ଜମାରାଶିକୁ କୌଣସି ଲାଭଜନକ କ୍ଷେତ୍ରରେ ବିନିଯୋଗ କରିପାରେ ନାହିଁ । ସେଥୂପାଇଁ ସାଧାରଣତଃ ଏହି ଜମା ଉପରେ ଅତି ସାମାନ୍ୟ ସୁଧ ଦେଇଥାଏ ବା ଆଦୌ କୌଣସି ସୁଧ ଦେଇ ନ ଥାଏ ।

CHSE Odisha Class 12 Economics Chapter 15 Short Answer Questions in Odia Medium

7. ଅଧ୍ଵ ଉଠାଣ କ’ଣ ?
Answer:
ଅଧୁକ ଉଠାଣ ବ୍ୟବସ୍ଥା ଗୋଟିଏ ପ୍ରକାର ଋଣ, ଯାହାକି କେବଳ ଜମାକାରୀମାନଙ୍କୁ ମିଳିଥାଏ । ଏହି ବ୍ୟବସ୍ଥାରେ ଜମାକାରୀଙ୍କ ଜମା ପରିମାଣ ବାହାରେ କିଛି ନିର୍ଦ୍ଦିଷ୍ଟ ପରିମାଣରେ ଋଣ ଉଠାଇବାକୁ ବ୍ୟାକ୍ ଅନୁମତି ଦେଇଥାଏ । ଏହା ସେମାନେ ଚେକ୍ ଅଥବା ଉଠାଣ ଫର୍ମ ମାଧ୍ୟମରେ ଉଠାଇପାରନ୍ତି । ସାଧାରଣତଃ ବ୍ୟବସାୟୀମାନେ କୌଣସି ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଲେ, ଏହି ସୁଯୋଗ ହାସଲ ପାଇଁ ଆବେଦନ କରିଥା’ନ୍ତି । ଜମାକାରୀଙ୍କୁ ଜମା ଟଙ୍କାଠାରୁ ଅଧିକ ଉଠାଣ ଟଙ୍କା ଉପରେ କେବଳ ସୁଧ ଦେବାକୁ ହୋଇଥାଏ । ଅନୁମତିପ୍ରାପ୍ତ ଅତିରିକ୍ତ ଋଣ ଉଠାଣ ପରିମାଣ ଗ୍ରାହକମାନଙ୍କୁ ଦିଆଯାଇଥିବା ଏକ ବ୍ୟକ୍ତିଗତ ଋଣ ବୋଲି ବିଚାର କରାଯାଏ, ତେଣୁ ସେମାନେ ଏହା ଉପରେ ଚୁକ୍ତି ଅନୁସାରେ ସୁଧ ଦେଇଥା’ନ୍ତି ।

8. ପ୍ରତ୍ୟକ୍ଷ ଋଣ କ’ଣ ?
Answer:
ବାଣିଜ୍ୟିକ ବ୍ୟାଙ୍କ୍‌ଗୁଡ଼ିକ ବ୍ୟକ୍ତିବିଶେଷ ଓ ବ୍ୟବସାୟ ପ୍ରତିଷ୍ଠାନମାନଙ୍କୁ ପ୍ରତ୍ୟକ୍ଷ ଋଣ ଦେଇଥା’ନ୍ତି । ଏହି ଋଣକୁ କେହି କେହି ସାଧାରଣ ଋଣ କହିଥା’ନ୍ତି । ଏହି କ୍ଷେତ୍ରରେ ବ୍ୟାଙ୍କ୍ ଋଣଗ୍ରହୀତାଙ୍କଠାରୁ ଋଣ ପରିଶୋଧ କରିବାର ପ୍ରତିଶ୍ରୁତି ଆବଶ୍ୟକ କରିଥାଏ । ଋଣ ମଞ୍ଜୁର ସମୟରେ ବ୍ୟାଙ୍କ ଋଣଗ୍ରହୀତାଙ୍କ ପରିଶୋଧ କ୍ଷମତା ଓ ସାଧୁତା ପ୍ରତି ବିଶେଷ ଦୃଷ୍ଟି ଦେଇଥାଏ । ସମୟେ ସମୟେ ବ୍ୟାଙ୍କ୍ ଋଣଗ୍ରହୀତାଙ୍କଠାରୁ କିଛି ବନ୍ଧକ ମଧ୍ଯ ନେଇଥା’ନ୍ତି । ଋଣଗ୍ରହଣକାରୀ ଅନୁମୋଦିତ ଋଣମୁଦ୍ରା ବ୍ୟାଙ୍କୁରୁ ଉଠାଇ ପାରନ୍ତି କିମ୍ବା ଏହି ଋଣକୁ ଋଣଗ୍ରହୀତାଙ୍କ ବ୍ୟାଙ୍କରେ ଥିବା ହିସାବ ଖାତାରେ ଜମା କରି ଦିଆଯାଏ ଏବଂ ସେ ନିଜର ଆବଶ୍ୟକ ସମୟରେ ଚେକ୍ ବା ଉଠାଣ ଫର୍ମ ମାଧ୍ୟମରେ ଏଥୁରୁ ମୁଦ୍ରା ଉଠାଇପାରନ୍ତି । ଏହି ଋଣ ବାଣିଜ୍ୟିକ ବ୍ୟାଟ୍ସମାନେ ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରିବା ନିମନ୍ତେ ବା ଦୀର୍ଘସ୍ଥାୟୀ ଖାଉଟି ଦ୍ରବ୍ୟ କିଣିବା ନିମନ୍ତେ ଦେଇଥା’ନ୍ତି ।

9. ମୁଦ୍ରା ସୃଜନ କ’ଣ ?
Answer:
ବାଣିଜ୍ୟିକ ବ୍ୟାଙ୍ଗ୍‌ମାନେ କେବଳ ମୁଦ୍ରା କାରବାର କରି ନ ଥା’ନ୍ତି, ଏମାନେ ମଧ୍ୟ ମୁଦ୍ରା ସୃଜନ କରିଥା’ନ୍ତି । ଜମାର ଯେଉଁ ଅଂଶ ଅପ୍ରତ୍ୟାହୃତ ଭାବେ ବ୍ୟାଙ୍କରେ ରହେ, ତାହାକୁ ବ୍ୟାଙ୍କ ଅନ୍ୟକୁ ଋଣ ଆକାରରେ ଦିଏ । ଋଣକର୍ତ୍ତାକୁ ନଗଦ ମୁଦ୍ରା ଆକାରରେ ଋଣ ନ ଦେଇ, ବ୍ୟାଙ୍କ୍ ଋଣ ପରିମାଣ ଅନୁଯାୟୀ ଏକ ଜମା ସୃଷ୍ଟି କରେ ଏବଂ ଚେକ୍ ସାହାଯ୍ୟରେ ଟଙ୍କା ଉଠାଣ କରିବାକୁ ସୁଯୋଗ ଦେଇଥାଏ । ଏହିପରି ଯେଉଁ ଜମା ସୃଷ୍ଟି ହୁଏ, ତାହାକୁ ବ୍ୟୁତ୍ପନ୍ନ ଜମା (Derived Deposit) କୁହାଯାଏ । ଏହି ଜମା ମୁଦ୍ରା ସ୍ଵରୂପ ବ୍ୟାଙ୍କମାନେ ବ୍ୟାଙ୍କ୍ ମୁଦ୍ରା ସୃଷ୍ଟି କରନ୍ତି, ତେଣୁ ମୁଦ୍ରା ସୃଷ୍ଟି ବ୍ୟାଙ୍କମାନଙ୍କର ଏକ ମୁଖ୍ୟ କାର୍ଯ୍ୟ ବୋଲି ଧରାଯାଏ ଓ ବାଣିଜ୍ୟିକ ବ୍ୟାଙ୍କ୍ରାମାନଙ୍କୁ ଋଣ ବ୍ୟବସାୟୀ କୁହାଯାଏ ।

10. କେନ୍ଦ୍ରୀୟ ବ୍ୟାକ୍ କିପରି ବିକାଶର ବାହକ ?
Answer:
ପ୍ରତ୍ୟେକ ବିକାଶଶୀଳ ରାଷ୍ଟ୍ରରେ କେନ୍ଦ୍ରୀୟ ବ୍ୟାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଅର୍ଥନୈତିକ ସ୍ଥିରତା ବିକାଶ ପାଇଁ ସର୍ବାଦୌ ଆବଶ୍ୟକ । ଏହି ଗୁରୁ ଦାୟିତ୍ଵ କେନ୍ଦ୍ରୀୟ ବ୍ୟାଙ୍କ୍ ବହନ କରିଥାଏ । ଅର୍ଥନୈତିକ ବିକାଶ ପାଇଁ କେଉଁ କେଉଁ ପଦକ୍ଷେପ ନେବା ଉଚିତ, ସେଗୁଡ଼ିକ ସରକାରଙ୍କୁ ସୂଚାଇଥାଏ । ଅର୍ଥନୈତିକ ବିକାଶ ପାଇଁ ଯେଉଁ କ୍ଷେତ୍ରମାନଙ୍କରେ ଋଣ ସୃଷ୍ଟିର ଆବଶ୍ୟକତା ରହିଛି, ସେଗୁଡ଼ିକ ଗବେଷଣା ମାଧ୍ୟମରେ ଚୟନ କରି ସୁବିଧାରେ ଋଣ ପ୍ରଦାନ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ବାଣିଜ୍ୟିକ ବ୍ୟାଟ୍ସମାନଙ୍କୁ ନିର୍ଦ୍ଦେଶ ଦେଇଥାଏ । ତେଣୁ, କେନ୍ଦ୍ରୀୟ ବ୍ୟାଙ୍କ୍ ଅର୍ଥନୈତିକ ବିକାଶର ବାହକ । ସର୍ବୋପରି ଏହା ରାଷ୍ଟ୍ରର ବନ୍ଧୁ, ପରାମର୍ଶଦାତା ଓ ପଥ ପ୍ରଦର୍ଶକ । ମୋଟାମୋଟି ଭାବେ କହିଲେ କେନ୍ଦ୍ରୀୟ ବ୍ୟାଙ୍କ୍ ଦେଶର ଉନ୍ନୟନର ଗୁରୁ ଦାୟିତ୍ଵ ଗ୍ରହଣ କରିଥାଏ ।

11. ନଗଦୀ ଋଣ କ’ଣ ?
Answer:
ବାଣିଜ୍ୟ – ବ୍ୟବସାୟ କ୍ଷେତ୍ରରେ ନଗଦୀ ଋଣ ବେଶ୍ ଆଦୃତ । ଜଣେ ଋଣ ଗ୍ରହୀତା ସର୍ବାଧ‌ିକ କେତେ ଟଙ୍କାର ନଗଦୀ ଋଣ ନେଇପାରିବେ ତାହା ବାଣିଜ୍ୟିକ ବ୍ୟାଙ୍କ୍ ସ୍ଥିର କରି ଋଣ ମଞ୍ଜୁର କରେ । ନଗଦୀ ଋଣ ପଦ୍ଧତି ଅନୁସାରେ ବ୍ୟାଙ୍କ୍ ଋଣଗ୍ରହୀତାଙ୍କ ନାମରେ ଏକ ଚଳନ୍ତି ହିସାବ ଖୋଲି ମଞ୍ଜୁରୀପ୍ରାପ୍ତ ଅର୍ଥ ଉକ୍ତ ହିସାବରେ ଜମାକରେ । ଋଣଗ୍ରହୀତା ନିଜ ଆବଶ୍ୟକ ମୁତାବକ ଅର୍ଥ ଚେକ୍ ମାଧ୍ୟମରେ ଉଠାଣ କରନ୍ତି । ସେ ମଞ୍ଜୁରୀପ୍ରାପ୍ତ ଋଣ ଉପରେ ସୁଧ ନଦେଇ କେବଳ ଉଠାଣ କରିଥିବା ଅର୍ଥ ଉପରେ ସୁଧ ଦିଅନ୍ତି । ନଗଦୀ ଋଣ ପ୍ରଦାନ ସମୟରେ ବାଣିଜ୍ୟିକ ବ୍ୟାଙ୍କ୍ ଅନ୍ୟୁନ ଦୁଇଜଣ ଜାମିନ୍ଦାର ସହିତ ଅଂଶଧନ, ବଣ୍ଡ ଇତ୍ୟାଦି ବନ୍ଧକ ରଖୁଥାଏ ।

12. ବିନିମୟ ପତ୍ରର ଅବମୂଲ୍ୟାୟନ କ’ଣ ?
Answer:
ବିନିମୟ ପତ୍ରର ଅବମୂଲ୍ୟାୟନ ବାଣିଜ୍ୟିକ ବ୍ୟାଙ୍କର ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ । ଏହା ମାଧ୍ୟମରେ ବ୍ୟାଙ୍କ୍ ବ୍ୟବସାୟ ବାଣିଜ୍ୟର ପ୍ରସାର ପାଇଁ ଋଣ ପ୍ରଦାନ କରିଥାଏ । ବିନିମୟ ପତ୍ର ଏକ ଋଣ ପତ୍ର । ଏଥୁରେ ବିକ୍ରେତା କ୍ରେତାଙ୍କୁ ସାଧାରଣତଃ 90 ଦିନ ପରେ ମୂଲ୍ୟ ପରିଶୋଧ କରିବାପାଇଁ ଆଦେଶ ଦେଇଥା’ନ୍ତି । କିନ୍ତୁ 90 ଦିନ ପୂର୍ବରୁ ଯଦି ବିକ୍ରେତାଙ୍କ ଅର୍ଥ ଆବଶ୍ୟକ ହୁଏ, ସେ ବାଣିଜ୍ୟିକ ବ୍ୟାଙ୍କରେ ଉକ୍ତ ବିନିମୟ ପତ୍ର ଅବମୂଲ୍ୟାୟନ କରିପାରିବେ । ଲିଖ୍ତ ମୂଲ୍ୟଠାରୁ କମ୍ ମୂଲ୍ୟରେ ସେ ବାଣିଜ୍ୟିକ ବ୍ୟାଙ୍କ୍‌କୁ ବିନିମୟ ପତ୍ର ବିକ୍ରୟ କରିପାରିବେ । ତେଣୁ ବିନିମୟ ପତ୍ରର ଅବମୂଲ୍ୟାୟନ ଏକ ସ୍ବତନ୍ତ୍ର ରଣଦାନ ପ୍ରକ୍ରିୟା । ଏହା ମାଧ୍ୟମରେ ବାଣିଜ୍ୟିକ ବ୍ୟାଙ୍କ୍ ନିରାପଦରେ ଋଣ ପ୍ରଦାନ କରି ଲାଭ ଅର୍ଜନ କରିପାରେ ।

13. ବ୍ୟାଙ୍କ୍ ହାର କ’ଣ ?
Answer:
କେନ୍ଦ୍ରୀୟ ବ୍ୟାଙ୍କ୍ ବାଣିଜ୍ୟିକ ବ୍ୟାଟ୍ସମାନଙ୍କୁ ଯେଉଁ ହାରରେ ଋଣ ଦେଇଥାଏ ତାହାକୁ ବ୍ୟାକ୍ ହାର କୁହାଯାଏ । ଏହା ବାଣିଜ୍ୟିକ ବ୍ୟାଙ୍କର ଋଣ ପାଇଁ ବ୍ୟୟ । ଯେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ୍ ବ୍ୟାହାର ବୃଦ୍ଧି କରେ, ବାଣିଜ୍ୟିକ ବ୍ୟାଙ୍କ୍ ସୁଧହାର ବୃଦ୍ଧି କରେ । ବାଣିଜ୍ୟିକ ବ୍ୟାଙ୍କ୍ ଯେଉଁ ହାରରେ ତା’ର ଗ୍ରାହକମାନଙ୍କୁ ଋଣ ଦିଏ ତାହା ସୁଧ ହାର ! ତେଣୁ, ବ୍ୟାଙ୍କ୍ ହାର ବୃଦ୍ଧି ସହିତ ସୁଧ ହାର ବୃଦ୍ଧି ପାଇବାଦ୍ୱାରା ବାଣିଜ୍ୟିକ ବ୍ୟାଙ୍କ୍ ନିକଟରେ ଋଣର ଚାହିଦା ହ୍ରାସ ପାଏ । ଫଳରେ ଋଣ ନିୟନ୍ତ୍ରଣ ହୋଇଥାଏ ।

14. ବ୍ୟାଙ୍କ୍ ମୁଦ୍ରା କ’ଣ ?
Answer:
ଜମା ଗ୍ରହଣ ଓ ଋଣ ପ୍ରଦାନ ବ୍ୟତୀତ ବାଣିଜ୍ୟିକ ବ୍ୟାଟ୍ସମାନେ ମଧ୍ୟ ମୁଦ୍ରା ସୃଷ୍ଟି କରନ୍ତି । ଋଣକର୍ତ୍ତାଙ୍କୁ ନଗଦ ମୁଦ୍ରା ଆକାରରେ ଋଣ ନଦେଇ, ଋଣ ପରିମାଣ ଅନୁଯାୟୀ ଏକ ଜମା ବ୍ୟାଙ୍କ୍ ସୃଷ୍ଟି କରେ ଏବଂ ଋଣଗ୍ରହୀତାଙ୍କୁ ଚେକ୍ ସାହାଯ୍ୟରେ ଟଙ୍କା ଉଠାଣ କରିବାକୁ ସୁଯୋଗ ଦେଇଥାଏ । ଗ୍ରହୀତା ବିଭିନ୍ନ ବ୍ୟକ୍ତିଙ୍କ ପ୍ରାପ୍ୟ ଚେକ୍ ମାଧ୍ୟମରେ ପ୍ରଦାନ କରନ୍ତି । ଏହି ଚେକ୍ ପୁଣି ବ୍ୟାଙ୍କରେ ଜମା ହୁଏ । ଏହି ପ୍ରକ୍ରିୟାରେ ବ୍ୟାଙ୍କ୍ ବାରମ୍ବାର ଋଣ ବା ମୁଦ୍ରା ସୃଷ୍ଟି କରିଚାଲେ । ବ୍ୟାଙ୍କ୍ ସୃଷ୍ଟି କରୁଥିବା ଏହି ମୁଦ୍ରା ନଗଦ ମୁଦ୍ରା ନୁହେଁ । ଏହା କାଗଜ କଲମରେ ସୃଷ୍ଟ । ଏହାକୁ ବ୍ୟାଙ୍କ୍ ମୁଦ୍ରା କୁହାଯାଏ ।

CHSE Odisha Class 12 Economics Chapter 15 Short Answer Questions in Odia Medium

15. କେନ୍ଦ୍ରୀୟ ବ୍ୟାଙ୍କ୍ କାହାକୁ କୁହାଯାଏ ?
Answer:
ପ୍ରତ୍ୟେକ ରାଷ୍ଟ୍ରର ବ୍ୟାଙ୍କ୍ ବ୍ୟବସ୍ଥାର ଶୀର୍ଷବ୍ୟାକ୍ ହେଉଛି କେନ୍ଦ୍ରୀୟ ବ୍ୟାଙ୍କ୍ । ଭାରତର କେନ୍ଦ୍ରୀୟ ବ୍ୟାଙ୍କର ନାମ ଭାରତୀୟ ରିଜର୍ଭ ବ୍ୟାଙ୍କ୍ । କେନ୍ଦ୍ରୀୟ ବ୍ୟାଙ୍କ୍ ରାଷ୍ଟ୍ରରେ ନୋଟ୍ ପ୍ରଚଳନର ଏକାଧିକାର ପାଇଥାଏ । ଏହା ମଧ୍ୟ ସରକାରଙ୍କ ବ୍ୟାଙ୍କ୍ । ଏହା ରାଷ୍ଟ୍ରୀୟ ଅର୍ଥବ୍ୟବସ୍ଥାର ଅଭିଭାବକ । ଉନ୍ନୟନ ସହିତ ଅର୍ଥନୈତିକ ସ୍ଥିରତା କେନ୍ଦ୍ରୀୟ ବ୍ୟାଙ୍କର ଉଦ୍ଦେଶ୍ୟ । ସୁତରାଂ, କେନ୍ଦ୍ରୀୟ ବ୍ୟାଙ୍କ୍ ରାଷ୍ଟ୍ରର ଏକମାତ୍ର ମୁଦ୍ରା କର୍ତ୍ତୃପକ୍ଷ । ଏହା ରାଷ୍ଟ୍ରର ହିତ ପାଇଁ, ଅନେକ ମୌଦ୍ରିକ କାର୍ଯ୍ୟକ୍ରମ ଗ୍ରହଣ କରିଥାଏ । ଏହା ରାଷ୍ଟ୍ରର ମୁଦ୍ରାନୀତି ପ୍ରଣୟନକାରୀ ସଂସ୍ଥା ।

16. ଅନ୍ତିମ ଋଣଦାତା କହିଲେ କ’ଣ ବୁଝ ?
Answer:
କେନ୍ଦ୍ରୀୟ ବ୍ୟାଙ୍କ୍ ଅନ୍ତିମ ଋଣଦାତା ହିସାବରେ ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଥାଏ । କୌଣସି ଆର୍ଥିକ ସଂକଟ ସମୟରେ ଯଦି ବାଣିଜ୍ୟିକ ବ୍ୟାଙ୍କ୍ ଅନ୍ୟ କୌଣସି ସୂତ୍ରରୁ ଅର୍ଥ ଯୋଗାଡ଼ କରିବାପାଇଁ ଅସମର୍ଥ ହୁଏ, ତେବେ ଏହା ପରିଶେଷରେ କେନ୍ଦ୍ରୀୟ ବ୍ୟାଙ୍କର ଦ୍ବାରସ୍ଥ ହୋଇଥାଏ ଏବଂ କେନ୍ଦ୍ରୀୟ ବ୍ୟାଙ୍କୁ ସାଧାରଣତଃ ଆର୍ଥିକ ସହାୟତା ପ୍ରଦାନ କରେ । ବିନିମୟ ପତ୍ରର ପୁନଃ -ଅବମୂଲ୍ୟାୟନ କିମ୍ବା ପ୍ରତିଭୂତି ବନ୍ଧକ ରଖ୍ କେନ୍ଦ୍ରୀୟ ବ୍ୟାଙ୍କ୍ ଋଣ ଦେଇଥାଏ । କେବଳ ସଙ୍କଟ ସମୟରେ କେନ୍ଦ୍ରୀୟ ବ୍ୟାଙ୍କ୍ ଆର୍ଥିକ ସହାୟତା ଯୋଗାଇଥାଏ । ଏହି ଋଣ ସ୍ଵଳ୍ପକାଳୀନ । ଏଥିପାଇଁ ବାଣିଜ୍ୟିକ ବ୍ୟାକ୍‌କୁ ନିର୍ଦ୍ଦିଷ୍ଟ ହାରରେ ସୁଧ ଦେବାକୁ ହୋଇଥାଏ ।

C. ଛଅଟି ବାକ୍ୟରେ ସୀମିତ ରଖି ପାର୍ଥକ୍ୟ ଦର୍ଶାଅ ।

1. କେନ୍ଦ୍ରୀୟ ବ୍ୟାଙ୍କ୍ ଓ ବାଣିଜ୍ୟିକ ବ୍ୟାଙ୍କ୍ :
Answer:
କେନ୍ଦ୍ରୀୟ ବ୍ୟାଙ୍କ୍ ଓ ବାଣିଜ୍ୟିକ ବ୍ୟାଙ୍କ୍ ଉଭୟ ବ୍ୟାଙ୍କ୍ ବ୍ୟବସାୟ କରୁଥିଲେ ମଧ୍ୟ ସେମାନଙ୍କର କାର୍ଯ୍ୟ ପରିସର ଓ ଭୂମିକାରେ ଅନେକ ପାର୍ଥକ୍ୟ ପରିଲକ୍ଷିତ ହୁଏ ।
ସେଗୁଡ଼ିକ ହେଲା –
(i) କେନ୍ଦ୍ରୀୟ ବ୍ୟାଙ୍କ୍, ବ୍ୟାଙ୍କ ବ୍ୟବସ୍ଥାର ଏକ ଶୀର୍ଷସ୍ଥାନୀୟ ଅନୁଷ୍ଠାନ । ପ୍ରତ୍ୟେକ ଦେଶରେ ଗୋଟିଏ କେନ୍ଦ୍ରୀୟ ବ୍ୟାଙ୍କ୍ ଥାଏ; ମାତ୍ର ପ୍ରତ୍ୟେକ ଦେଶରେ ଏକାଧ୍ଯକ ବାଣିଜ୍ୟିକ ବ୍ୟାଙ୍କ୍ ରହିଥାଏ ।
(ii) କେନ୍ଦ୍ରୀୟ ବ୍ୟାଙ୍କ୍ ସରକାରଙ୍କ ବ୍ୟାଙ୍କ୍ ଭାବରେ କାର୍ଯ୍ୟ କରେ; ମାତ୍ର ବାଣିଜ୍ୟିକ ବ୍ୟାଙ୍କ୍ ବ୍ୟକ୍ତିବିଶେଷଙ୍କ ପାଇଁ କାର୍ଯ୍ୟ କରିଥାଏ ।
(iii) କେନ୍ଦ୍ରୀୟ ବ୍ୟାଙ୍କର ଲାଭର ପ୍ରତ୍ୟାଶା ନଥାଏ; ମାତ୍ର ବାଣିଜ୍ୟିକ ବ୍ୟାଙ୍କର ଲାଭର ପ୍ରତ୍ୟାଶା ରହିଥାଏ ।
(iv) କେନ୍ଦ୍ରୀୟ ବ୍ୟାଙ୍କ୍ ଦେଶରେ ବିଧୂଗ୍ରାହ୍ୟ ମୁଦ୍ରା ପ୍ରଚଳନ କରେ, ବାଣିଜ୍ୟିକ ବ୍ୟାଙ୍କ୍ ଋଣମୁଦ୍ରା ସୃଷ୍ଟି କରେ । କେନ୍ଦ୍ରୀୟ ବ୍ୟାଙ୍କ୍ ଋଣ ନିୟନ୍ତ୍ରଣ କରେ ।

2. ଚାହିଦା ଜମା ଓ ମିଆଦି ଜମା :
Answer:
ଚାହିଁବା ମାତ୍ରେ ଚଳନ୍ତି ଜମାର ଉଠାଣ ସମ୍ଭବ ହେଉଥିବାରୁ ଏହାକୁ ଚାହିଦା ଜମା କୁହାଯାଏ । ଏହି ଜମା ଚାହିଁବା ମାତ୍ରେ ଫେରସ୍ତ ଯୋଗ୍ୟ ହୋଇଥିବାରୁ ବାଣିଜ୍ୟିକ ବ୍ୟାଙ୍କ୍ ସର୍ବଦା ନିଜ ପାଖରେ ନଗଦ ମୁଦ୍ରା ଆକାରରେ ରଖୁଥାଏ ଏବଂ ଏହାକୁ ଲାଭ ଉଦ୍ଦେଶ୍ୟରେ ବିନିଯୋଗ କରିପାରେ ନାହିଁ । ତେଣୁ ବ୍ୟାଙ୍କ୍ ଚାହିଦା ଜମା ପାଇଁ କୌଣସି ସୁଧ ପ୍ରଦାନ କରିନଥାଏ । ମିଆଦି ଜମା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ କରାଯାଇଥାଏ । ନିର୍ଦ୍ଧାରିତ ସମୟସୀମା ଅତିକ୍ରାନ୍ତ ନହେବା ପର୍ଯ୍ୟନ୍ତ ଏହି ଜମା ପ୍ରତ୍ୟାହୃତ ହୋଇପାରେ ନାହିଁ । ତେଣୁ ଏହାକୁ ସ୍ଥାୟୀ ଜମା ମଧ୍ୟ କୁହାଯାଏ । ବ୍ୟାଙ୍କ୍ ଏହି ଜମାରାଶିକୁ ନିର୍ଦ୍ଦିଷ୍ଟ ସମୟ ପାଇଁ ଲାଭ ଉଦ୍ଦେଶ୍ୟରେ ନିବେଶ କରିବାର ସୁଯୋଗ ପାଇଥାଏ । ତେଣୁ ବ୍ୟାଙ୍କ୍ ଜମାକାରୀଙ୍କୁ ଏହି ଜମା ଉପରେ ସର୍ବାଧ‌ିକ ସୁଧ ପ୍ରଦାନ କରେ । ଏହି ସୁଧର ହାର ଜମାର ମିଆଦ ଓ ଜମା ପରିମାଣ ଉପରେ ନିର୍ଭର କରେ ।

3. ସଞ୍ଚୟ ଜମା ଓ ଚଳନ୍ତି ଜମା :
Answer:
କ୍ଷୁଦ୍ର ଜମାକାରୀଙ୍କୁ ବ୍ୟାଙ୍କରେ ଜମା କରିବା ପାଇଁ ଆକୃଷ୍ଟ କରିବା ସଞ୍ଚୟ ଜମାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଜମାର ଉଠାଣରେ ବାଣିଜ୍ୟିକ ବ୍ୟାଙ୍କର କଟକଣା ରହିଥାଏ । ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜଣେ ଜମାକାରୀ ସର୍ବାଧ୍ଵ କେତେଥର ଏବଂ କେତେ ଟଙ୍କା ଉଠାଣ କରିପାରିବ, ତାହା ବ୍ୟାଙ୍କ୍ ସ୍ଥିର କରିଥାଏ । ଫଳରେ ବାଣିଜ୍ୟିକ ବ୍ୟାଙ୍କ୍ ସଞ୍ଚୟ ଜମାକୁ ବିନିଯୋଗ କରି ଉପାର୍ଜନ କରେ ଏବଂ ଉପାର୍ଜିତ ଅର୍ଥରୁ କିଛି ଜମାକାରୀଙ୍କୁ ସୁଧ ଆକାରରେ ପ୍ରଦାନ କରିଥାଏ ।

ପୂର୍ବରୁ କୌଣସି ନୋଟିସ୍ ନଦେଇ ଜମାକାରୀ ଯେ କୌଣସି ବ୍ୟାଙ୍କ୍ କାର୍ଯ୍ୟ ଦିବସରେ ଯେଉଁ ଜମା ଉଠାଣ କରିପାରନ୍ତି, ତାହାକୁ ଚଳନ୍ତ ଜମା କୁହାଯାଏ । ଏହି ଜମା ଚାହିଁବା ମାତ୍ରେ ଫେରସ୍ତଯୋଗ୍ୟ ହୋଇଥିବାରୁ ବାଣିଜ୍ୟିକ ବ୍ୟାଙ୍କ୍ ସର୍ବଦା ନିଜ ପାଖରେ ନଗଦ ମୁଦ୍ରା ଆକାରରେ ରଖୁଥାଏ ଏବଂ ଏହାକୁ ଲାଭ ଉଦ୍ଦେଶ୍ୟରେ ବିନିଯୋଗ କରିପାରେ ନାହିଁ । ତେଣୁ ବ୍ୟାଙ୍କ୍ ଚଳନ୍ତି ଜମା ପାଇଁ ଅଳ୍ପ ସୁଧ ବା କୌଣସି ସୁଧ ପ୍ରଦାନ କରି ନଥାଏ ।

4. ନଗଦୀ ଋଣ ଏବଂ ଅତିରିକ୍ତ ଉଠାଣ :
Answer:
ବାଣିଜ୍ୟ – ବ୍ୟବସାୟ କ୍ଷେତ୍ରରେ ନଗଦୀ ଋଣ ବେଶ୍ ଆଦୃତ । ନଗଦୀ ଋଣ ପଦ୍ଧତି ଅନୁସାରେ ବ୍ୟାଙ୍କ୍ ଋଣଗ୍ରହୀତାଙ୍କ ନାମରେ ଏକ ଚଳନ୍ତି ହିସାବ ଖୋଲି ମଞ୍ଜୁରୀପ୍ରାପ୍ତ ଅର୍ଥ ଉକ୍ତ ହିସାବରେ ଜମା କରେ । ଋଣଗ୍ରହୀତା ନିଜ ଆବଶ୍ୟକ ମୁତାବକ ଅର୍ଥ ଚେକ୍ ମାଧ୍ୟମରେ ଉଠାଣ କରନ୍ତି । ନଗଦୀ ଋଣ ପ୍ରଦାନ ସମୟରେ ବାଣିଜ୍ୟିକ ବ୍ୟାଙ୍କ୍ ଅନ୍ୟୁନ ଦୁଇଜଣ ଜାମିନ୍ଦାର ସହିତ ଅଂଶଧନ, ବଣ୍ଡ୍ ଇତ୍ୟାଦି ବନ୍ଧକ ରଖୁଥାଏ ।

ବ୍ୟାଙ୍କ୍ ଋଣର ଅନ୍ୟ ଏକ ମାଧ୍ୟମ ହେଉଛି ଅତିରିକ୍ତ ଉଠାଣ । ଅତିରିକ୍ତ ଉଠାଣ ସୁବିଧା ଅନୁସାରେ ଜଣେ ଜମାକାରୀଙ୍କୁ ତାଙ୍କ ଜମାରାଶିଠାରୁ ଅଧିକ ଉଠାଣ ପାଇଁ ବ୍ୟାଙ୍କ ଅନୁମତି ପ୍ରଦାନ କରିଥାଏ । ଜମାକାରୀ ଯେଉଁ ଅତିରିକ୍ତ ଉଠାଣ କରନ୍ତି ତାହା ବ୍ୟାଙ୍କ୍ ଦେଇଥିବା ଋଣ । ଏଥିପାଇଁ ତାଙ୍କୁ ସୁଧ ଦେବାକୁ ପଡ଼ିଥାଏ ।

5. ବ୍ୟୁତ୍ପନ୍ନ ଜମା ଓ ପ୍ରାଥମିକ ଜମା :
Answer:
ବାଣିଜ୍ୟିକ ବ୍ୟାଙ୍କ୍ ମୁଦ୍ରା ସୃଜନ କରିଥାଏ । ଏହା ବାଣିଜ୍ୟିକ ବ୍ୟାଙ୍କର ଅନନ୍ୟ କ୍ଷମତା । ଜମା ଗ୍ରହଣ ଓ ଋଣ ଦାନ ପ୍ରକ୍ରିୟାରେ ମୁଦ୍ରା ସୃଜନ ସମ୍ଭବ ହୋଇଥାଏ । ଋଣ ଦାନ ସମୟରେ ବ୍ୟାଙ୍କ୍ ଋଣଗ୍ରହୀତାଙ୍କ ନାମରେ ଜମା ହିସାବ ଖୋଲି ମଞ୍ଜୁରିପ୍ରାପ୍ତ ଋଣକୁ ଉକ୍ତ ହିସାବରେ ଜମା କରେ । ଏହି ପ୍ରକ୍ରିୟାରେ ଜଣେ ଋଣ ଗ୍ରହୀତା ଜମା କାରୀରେ ପରିଣତ ହୁଏ । ତେଣୁ ପ୍ରତ୍ୟେକ ଋଣ ଜମା ସୃଷ୍ଟି କରିଥାଏ । ବ୍ୟାଦ୍ୱାରା ସୃଷ୍ଟ ଏପରି ଜମାକୁ ବ୍ୟୁତ୍ପନ୍ନ ଜମା କୁହାଯାଏ ।

ଅନ୍ୟ ପକ୍ଷରେ ପ୍ରତ୍ୟେକ ଜମା ମଧ୍ୟ ଋଣ ସୃଷ୍ଟି କରେ । ନିରାପଦରେ ରଖୁବାପାଇଁ ଓ ସୁଧ ପାଇବାପାଇଁ ଲୋକମାନେ ବ୍ୟାଙ୍କ୍‌ରେ ଯେଉଁ ଅର୍ଥ ଜମା କରନ୍ତି ତାହା ମଧ୍ୟ ବ୍ୟାଙ୍କର ଋଣ । ଏହି ଜମାକୁ ପ୍ରାଥମିକ ଜମା କୁହାଯାଏ । ପ୍ରାଥମିକ ଜମାର ଏକ ବୃହତ୍ ଅଂଶ ଋଣଦେଇ ବାଣିଜ୍ୟିକ ବ୍ୟାଙ୍କ୍ ବ୍ୟୁତ୍ପନ୍ନ ଜମା ସୃଷ୍ଟି କରେ ।

CHSE Odisha Class 12 Economics Chapter 15 Short Answer Questions in Odia Medium

6. ପରିମାଣାତ୍ମକ ଓ ଗୁଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତି :
Answer:
ଅର୍ଥବ୍ୟବସ୍ଥାର ତତ୍ତ୍ଵାବଧାରକ ରୂପେ କେନ୍ଦ୍ରୀୟ ବ୍ୟାଙ୍କ୍ ଋଣ ନିୟନ୍ତ୍ରଣ କରିଥାଏ । ଋଣ ନିୟନ୍ତ୍ରଣ ପଦ୍ଧତି ପ୍ରଧାନତଃ ଦୁଇଭାଗରେ ବିଭକ୍ତ । ସେଗୁଡ଼ିକ ହେଲା ପରିମାଣାତ୍ମକ ପଦ୍ଧତି ଓ ଗୁଣାତ୍ମକ ପଦ୍ଧତି । ପରିମାଣାତ୍ମକ ପଦ୍ଧତି ମୋଟ ଋଣ ପରିମାଣରେ ପରିବର୍ତ୍ତନ ଆଣିଥାଏ । କେନ୍ଦ୍ରୀୟ ବ୍ୟାଙ୍କ୍ ଋଣ ପରିମାଣର ପରିବର୍ତ୍ତନ ପାଇଁ ତିନୋଟି ଅସ୍ତ୍ର ପ୍ରୟୋଗ କରିଥାଏ ।
ସେଗୁଡ଼ିକ ହେଲା –
(i) ବ୍ୟାଙ୍କ୍ ହାର
(ii) ଖୋଲାବଜାର କାରବାର
(iii) ପରିବର୍ତ୍ତନଶୀଳ ନଗଦୀ ସଂରକ୍ଷଣ ଅନୁପାତ ।

ଅନ୍ୟପକ୍ଷରେ ଗୁଣାତ୍ମକ ପଦ୍ଧତି ମାଧ୍ୟମରେ କେନ୍ଦ୍ରୀୟ ବ୍ୟାଙ୍କ୍ ରାଷ୍ଟ୍ରର ଋଣ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସମର୍ଥ ହୋଇଥାଏ । କେନ୍ଦ୍ରୀୟ ବ୍ୟାଙ୍କ୍ କେତେକ ନିର୍ଦ୍ଦିଷ୍ଟ ସ୍ଵଚ୍ଛ ଆବଶ୍ୟକ କ୍ଷେତ୍ର ଚୟନ କରିଥାଏ । କେବଳ ସେହି କ୍ଷେତ୍ରମାନଙ୍କର ଋଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଥାଏ । ତେଣୁ ଗୁଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତିକୁ ଚୟନାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତି ମଧ୍ୟ କୁହାଯାଏ । ଏହି ପଦ୍ଧତି କେତେକ ନିର୍ଦ୍ଦିଷ୍ଟ ଆୟୁଧମାନଙ୍କୁ ନେଇ ଗଠିତ ।
ସେଗୁଡ଼ିକ ହେଲା –
(i) ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ
(ii) ଋଣ ପଡ଼ି ବ୍ୟବସ୍ଥା
(iii) ନୈତିକ ପ୍ରବର୍ତ୍ତନା
(iv) ପ୍ରଚାର,
(v) ଉପଭୋକ୍ତା ଋଣ ନିୟନ୍ତ୍ରଣ ଇତ୍ୟାଦି ।

7. ବ୍ୟାଙ୍କ୍ ହାର ଓ ଖୋଲାବଜାର କାରବାର :
Answer:
କେନ୍ଦ୍ରୀୟ ବ୍ୟାଙ୍କ୍ ବାଣିଜ୍ୟିକ ବ୍ୟାଟ୍ସମାନଙ୍କୁ ଯେଉଁ ହାରରେ ଋଣ ଦେଇଥାଏ, ତାହାକୁ ବ୍ୟାଙ୍କ୍ ହାର କୁହାଯାଏ । ଏହା ବାଣିଜ୍ୟିକ ବ୍ୟାଙ୍କର ଋଣ ପାଇଁ ବ୍ୟୟ । ଯେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ୍ ବ୍ୟାକ୍ ହାର ବୃଦ୍ଧି କରେ ବାଣିଜ୍ୟିକ ବ୍ୟାଙ୍କ୍ ମଧ୍ୟ ସୁଧାହାର ବୃଦ୍ଧି କରେ । ତେଣୁ ବ୍ୟାଙ୍କ୍ ହାର ବୃଦ୍ଧି ସହିତ ସୁଧ ହାର ବୃଦ୍ଧି ପାଇବାଦ୍ୱାରା ବାଣିଜ୍ୟିକ ବ୍ୟାଙ୍କ୍ ନିକଟରେ ଋଣର
ଚାହିଦା ହ୍ରାସ ପାଏ । ଫଳରେ ଋଣ ନିୟନ୍ତ୍ରିତ ହୋଇଥାଏ ।

ଋଣ ପରିମାଣରେ ନିୟନ୍ତ୍ରଣ ଆଣିବାପାଇଁ ଖୋଲାବଜାର କାରବାର ଅନ୍ୟ ଏକ ଆୟୁଧ । କେନ୍ଦ୍ରୀୟ ବ୍ୟାଙ୍କଦ୍ୱାରା ଖୋଲା ବଜାରରେ ସରକାରୀ ପ୍ରତିଭୂତିର କ୍ରୟ ବିକ୍ରୟ ପ୍ରକ୍ରିୟାକୁ ଖୋଲା ବଜାର କାରବାର କୁହାଯାଏ । ସରକାରୀ ପ୍ରତିଭୂତିର ସୁଧ ହାର ଅଧ‌ିକ ଥିବାରୁ ବାଣିଜ୍ୟିକ ବ୍ୟାଙ୍କ୍ ଓ ଜନସାଧାରଣ ଅଧ୍ଵ ଆୟ ଆଶାରେ ସେଗୁଡ଼ିକ କ୍ରୟ କରିଥା’ନ୍ତି । ଏହାଦ୍ଵାରା ବାଣିଜ୍ୟିକ ବ୍ୟାଙ୍କ୍ ନିକଟରେ ନଗଦ ମୁଦ୍ରାର ପରିମାଣ ହ୍ରାସ ପାଏ ଓ ଋଣ ନିୟନ୍ତ୍ରଣ କରାଯାଇପାରେ ।

8. ଦେୟତା ଓ ପରିସମ୍ପରି :
Answer:
ବ୍ୟାଙ୍କ୍ ଅନ୍ୟମାନଙ୍କୁ ଯେଉଁ ପାଉଣା ଆଇନତଃ ଦେବାକୁ ବାଧ୍ୟ, ତାହା ହେଉଛି ବ୍ୟାଙ୍କର ଦେୟତା । ସନ୍ତୁଳନ ପତ୍ରର ଦେୟତା କହିଲେ ବ୍ୟାଙ୍କ୍ ଜମାକାରୀ, ଅଂଶୀଦାର ଇତ୍ୟାଦିଙ୍କଠାରୁ ଆଣିଥିବା ଋଣକୁ ବୁଝାଏ, ଯାହାକୁ ପରିଶୋଧ କରିବାର ଦାୟିତ୍ୱ ବ୍ୟାଙ୍କ୍ ବହନ କରିଥାଏ । ସନ୍ତୁଳନ ପତ୍ରର ବାମପାର୍ଶ୍ଵରେ ବ୍ୟାଙ୍କର ଦେୟତା ପ୍ରକାଶ କରାଯାଏ । ଦେୟତା ପାର୍ଶ୍ୱ ଆଲୋଚନା କଲେ ବ୍ୟାଙ୍କ୍ କେଉଁ କେଉଁ ସୂତ୍ରରୁ ପାଣ୍ଠି ସଂଗ୍ରହ କରିଥାଏ, ତାହା ଜଣା ଯାଇଥାଏ ।

ସେହିପରି ପରିସମ୍ପତ୍ତି ହେଉଛି ବ୍ୟାଙ୍କର ସମ୍ପଦ ଓ ଆଇନତଃ ପାଇବାକୁ ଥିବା ପ୍ରାପ୍ୟର ଅଧିକାର । ବ୍ୟାଙ୍କର ସମ୍ପଦ ଓ ବ୍ୟାଙ୍କ୍ ଯାହା ଅନ୍ୟମାନଙ୍କଠାରୁ ପାଇବାକୁ ହକ୍‌ର ଥିବା ଅର୍ଥ ପରିସମ୍ପଭିର ଅନ୍ତର୍ଭୁକ୍ତ । ସନ୍ତୁଳନ ପତ୍ରର ଡାହାଣ ପାର୍ଶ୍ଵରେ ବ୍ୟାଙ୍କର ପରିସମ୍ପରି ପ୍ରକାଶ କରାଯାଇଥାଏ । ପରିସମ୍ପତ୍ତି ପାର୍ଶ୍ଵକୁ ବିଶ୍ଳେଷଣ କଲେ ବ୍ୟାଙ୍କ୍ ତା’ର ପାଣ୍ଠିକୁ କେଉଁ ଉପାୟରେ ବିନିଯୋଗ କରୁଛି, ତାହା ଜଣାପଡ଼େ । ତେଣୁ ପରିସମ୍ପତ୍ତି ପାର୍ଶ୍ଵ ବାଣିଜ୍ୟିକ ବ୍ୟାଙ୍କର ପାଣ୍ଠି ବିନିଯୋଗ ନୀତିର ଏକ ବାସ୍ତବ ପ୍ରତିଫଳନ ମାତ୍ର ।

9. ସଞ୍ଚୟ ଜମା ଓ ପୌନଃପୁନିକ ଜମା :
Answer:
କ୍ଷୁଦ୍ର ଜମାକାରୀଙ୍କୁ ବ୍ୟାଙ୍କରେ ଜମା କରିବାପାଇଁ ଆକୃଷ୍ଟ କରିବା ସଞ୍ଚୟର ମୁଖ୍ୟ ଉଦ୍ଦେଶ୍ୟ । ଏହି ଜମାର ଉଠାଣରେ ବାଣିଜ୍ୟିକ ବ୍ୟାଙ୍କର କଟକଣା ରହିଥାଏ । ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜଣେ ଜମାକାରୀ ସର୍ବାଧ୍ଵକ କେତେଥର ଏବଂ କେତେ ଟଙ୍କା ଉଠାଣ କରିପାରିବେ, ତାହା ବ୍ୟାଙ୍କ୍ ସ୍ଥିର କରିଥାଏ ।

ପୌନଃପୁନିକ ଜମା କ୍ଷେତ୍ରରେ ଜମାକାରୀମାନଙ୍କୁ ନିୟମିତ ମାସିକିଆ କିସ୍ତି ଆକାରରେ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଜମା କରିବାକୁ ହୋଇଥାଏ । ଧାର୍ଯ୍ୟ ସମୟ ମଧ୍ୟରେ ଜମା ଅର୍ଥ ପଇଠ କରିବାରେ ବିଫଳ ହେଲେ ସୁଧଦେଇ ଜମାକୁ ନିୟମିତ କରିବାକୁ ପଡ଼େ । ସର୍ବାଧିକ ଅବଧୂ ପାଞ୍ଚବର୍ଷ ହୋଇଥିବାବେଳେ ତା’ପୂର୍ବରୁ ଟଙ୍କା ଉଠାଇନେଲେ ସୁଧ ହରାଇବାକୁ ପଡ଼େ । ଏହି ଜମା, ସଞ୍ଚୟ ଜମାଠାରୁ ଅଧ୍ଵ ସୁଧ ବହନ କରିଥାଏ ।

BSE Odisha 8th Class Science Solutions Chapter 11 ବଳ ଓ ଚାପ

Odisha State Board BSE Odisha 8th Class Science Solutions Chapter 11 ବଳ ଓ ଚାପ Textbook Exercise Questions and Answers.

BSE Odisha Class 8 Science Solutions Chapter 11 ବଳ ଓ ଚାପ

Question 1.
ନିମ୍ନ ଉକ୍ତିଗୁଡ଼ିକରେ ଶୂନ୍ୟସ୍ଥାନ ପୂରଣ କର ।
(a) ………………… ବଳଦ୍ଵାରା ପାଣି କଢ଼ାଯାଏ ।
(b) ଏକ ଚାର୍ଜିତ ବସ୍ତୁ ଓ ଅଚାର୍ଜିତ ବସ୍ତୁ ମଧ୍ୟରେ …………………… ବଳ ରହିଥାଏ ।
(c) ବସ୍ତା ଭର୍ତ୍ତି ଧାନ ଲଦା ହୋଇ ଯାଉଥିବା ଶଗଡ଼କୁ ………………. କରି ଗତିଶୀଳ କରାଯାଏ ।
(d) ଏକ ଚୁମ୍ବକର ଉତ୍ତର ମେରୁ ଅନ୍ୟ ଏକ ଚୁମ୍ବକର ଉତ୍ତର ମେରୁ ଦ୍ଵାରା …………………… ହୋଇଥାଏ ।
(e) ଏକକ କ୍ଷେତ୍ରଫଳ ପ୍ରତି ଲମ୍ବଭାବରେ ପ୍ରଯୁକ୍ତ ବଳକୁ ……………….. କହନ୍ତି ।

Answers:
(a) ଟଣା
(b) ଆକର୍ଷଣ
(c) ମାଂସପେ ଶୀୟ/ଟଣା
(d) ବିକର୍ଷିତ
(e) ଚାପ

BSE Odisha 8th Class Science Solutions Chapter 11 ବଳ ଓ ଚାପ

Question 2.
ନିମ୍ନରେ ଦିଆଯାଇଥ‌ିବା ପରିସ୍ଥିତି ଗୁଡ଼ିକରେ ବଳର କାରକ ଓ ଯେଉଁ ବସ୍ତୁ ପ୍ରତି ବଳ ପ୍ରୟୋଗ କରାଯାଏ ସେଗୁଡ଼ିକ ଚିହ୍ନାଅ । ପ୍ରତି ପରିସ୍ଥିତିରେ ବଳ ପ୍ରୟୋଗ ଦ୍ଵାରା କ’ଣ ହୁଏ ଲେଖ ।
(a) ଲେମ୍ବୁରୁ ରସ ବାହାର କରିବା ପାଇଁ ଫାଳେ ଲେମ୍ବୁକୁ ଆଙ୍ଗୁଠିରେ ଧରି ଚିପିବା ବେଳେ ।
(b) ଟୁଥ୍ ପେଷ୍ଟ୍ ଟ୍ୟୁବ୍‌ରୁ ପେଷ୍ଟ୍ ବାହାର କରିବା ବେଳେ ।
(c) କାନ୍ଥରେ ଥିବା କଣ୍ଟାରୁ ଝୁଲୁଥ୍ ସ୍ପ୍ରିଙ୍ଗ୍‌ରୁ ଓଜନିଆ ବସ୍ତୁଟିଏ ଝୁଲାଇଲେ ।
(d) ଉଚ୍ଚଡିଆରେ କିଛି ଉଚ୍ଚତାରେ ରଖାଯାଇଥ‌ିବା ସିଧା ଦଣ୍ଡଟିକୁ ଡିଆଁଳି ଅତିକ୍ରମ କରୁଥିବାବେଳେ ।
ଉ-
BSE Odisha 8th Class Science Solutions Chapter 11 ବଳ ଓ ଚାପ 1

Question 3.
କମାର ଲାଲ ଉତ୍ତପ୍ତ ଲୁହାକୁ ପିଟି ପିଟି କଟୁରୀଟିଏ ତିଆରି କରେ । ଏଠାରେ ହାତୁଡ଼ି ଦ୍ଵାରା ପ୍ରଯୁକ୍ତ ବଳ ସାହାଯ୍ୟରେ ଲୁହାଟିରେ କି ପରିବର୍ତ୍ତନ ସୃଷ୍ଟି ହୁଏ ଲେଖ ।
ଉ-
ଏଠାରେ ହାତୁଡ଼ିଦ୍ୱାରା ପ୍ରଯୁକ୍ତ ବଳ ସାହାଯ୍ୟରେ ଲୁହାଟିର ଆକୃତିରେ ପରିବର୍ତ୍ତନ ହୁଏ ।

Question 4.
ଜଣେ ବ୍ୟକ୍ତି ହାତରେ ପାଣି ବାଲ୍‌ଟିଏ ଭୂମିଠାରୁ କିଛି ଉଚ୍ଚତାରେ ଟେକି ଧରିଛନ୍ତି । ବାଲ୍ଟିଟି ଉପରେ କି, କି ବଳ କ୍ରିୟାଶୀଳ ହୁଏ ଲେଖ । ଏହି ବଳମାନଙ୍କ ଦ୍ବାରା ବାଲ୍ଟିର ଗତି ଅବସ୍ଥାରେ ପରିବର୍ତ୍ତନ ହୁଏ କି ? ଆଲୋଚନା କର ।
ଉ-
(i) ବାଲ୍ଟିଟି ଉପରେ ନିମ୍ନଲିଖ ବଳ କାର୍ଯ୍ୟକାରୀ ହୁଏ ।
(a) ବାଲ୍ଟି ଓ ବାଲ୍ଟି ମଧ୍ୟରେ ଥ‌ିବା ପାଣିର ନିମ୍ନମୁଖୀ ଓଜନ ବଳ ।
(b) ବ୍ୟକ୍ତିଟିର ମାଂସପେଶୀୟ ବଳ
(ii) ବାଲ୍ଟିଟି ଭୂମିଠାରୁ କିଛି ଉଚ୍ଚତାରେ ଥାଏ ଓ ପରିଣାମୀ ବଳ ଶୂନ ହେତୁ ବାଲ୍ଟିର ଗତି ଅବସ୍ଥାରେ କିଛି ପରିବର୍ତ୍ତନ ହୁଏ ନାହିଁ ।

Question 5.
ଏକ ଡ୍ରପର୍‌ରେ ଥିବା କାଚନଳୀର ଗୋଜିଆ ମୁଣ୍ଡଟି ଜଳରେ ବୁଡ଼ାଇ, ଏହାର ରବରଟି ଚାପିଲେ କ’ଣ ହୁଏ ଲକ୍ଷ୍ୟକର ଓ ଲେଖ । ତା’ପରେ ରବରଟିରୁ ଚାପ ପ୍ରତ୍ୟାହାର କରିନେଲେ କ’ଣ ହୁଏ ଓ କାହିଁକି ସେପରି ହୁଏ,

  • ହୋଇ ବାୟୁ ବାହାରେ । ରବରଟିରୁ ଚାପ ପ୍ରତ୍ୟାହାର କରିନେଲେ ଡ୍ରପର ମଧ୍ୟଦେଇ ଜଳ ଉପରକୁ ଉଠିଆସେ ।
  • ପ୍ରଥମ ଅବସ୍ଥାରେ ଡ୍ରପର ମଧ୍ୟରେ ଥ‌ିବା ବାୟୁ ଜଳ ମଧ୍ୟଦେଇ ବାହାରକୁ ବାହାରିଯାଏ । ରବରଟିରୁ ଚାପ ପ୍ରତ୍ୟାହାର କରିନେଲେ ଡ୍ରପର ମଧ୍ୟସ୍ଥ ବାୟୁ ଚାପ କମିଯାଏ । ତେଣୁ ବାହାର ବାୟୁ ଜଳ ଉପରେ ଚାପ ପକାଏ । ତେଣୁ ଜଳ କାଚନଳୀ ମଧ୍ୟଦେଇ ଡ୍ରପର ମଧ୍ୟକୁ ଉଠିଆସେ ।

Question 6.
ଦୈନନ୍ଦିନ ଜୀବନରେ ଠେଲା ବଳ ଓ ଟଣା ବଳ ପ୍ରୟୋଗ ଦ୍ୱାରା ବସ୍ତୁର ଗତି ଅବସ୍ଥାରେ ପରିବର୍ତ୍ତନ ହେଉଥୁବାର, ଦୁଇଟି ଲେଖାଏଁ ଉଦାହରଣ ଲେଖ ।
ଠେଲାବଳ :

  • ଘରେ ପଶି କବାଟ ଖୋଲିବା ସମୟରେ ଠେଲାବଳ କାର୍ଯ୍ୟ କରିଥାଏ ।
  • ଘର ଚଟାଣରେ ଥ‌ିବା ଧୂଳିକୁ ଝାଡୁରେ ଠେଲାବଳ ପ୍ରୟୋଗ କରି ବାହାର କରାଯାଏ ।

ଟଣାବଳ :

  • ଘରର ବାହାରପଟୁ ଥିବା ଝରକା ଟଣାବଳ ପ୍ରୟୋଗ କରି ବନ୍ଦ କରାଯାଏ ।
  • କୂଅରୁ ପାଣି କାଢ଼ିବା ବେଳେ ଟଣାବଳ ଆବଶ୍ୟକ ହୋଇଥାଏ ।

Question 7.
“‘ବଳ ବସ୍ତୁର ଆକୃତି ପରିବର୍ତ୍ତନ କରିପାରେ’’ । ଏହାର ଦୁଇଟି ଉଦାହରଣ ଉଲ୍ଲେଖ କର ।
ଉ-

  • ଅଟା ଚକଟି ଏହାର ପିଣ୍ଡୁଳାକୁ ବେଲଣାକାଠି ଦ୍ଵାରା ଚାପ ପ୍ରୟୋଗ କରି ରୁଟି, ପୁରିରେ ପରିଣତ କରିବା ।
  • କମାରଶାଳରେ ଉତ୍ତପ୍ତ ଲୁହାକୁ ବାଡ଼େଇ ସେଥୁରୁ ଦାଆ, ପନିକି, କଟୁରୀ ଇତ୍ୟାଦି ଦିଆରି କରିବା ।

BSE Odisha 8th Class Science Solutions Chapter 11 ବଳ ଓ ଚାପ

Question 8.
ନିମ୍ନଲିଖ ପ୍ରତ୍ୟେକ ଉଦାହରଣରେ ପ୍ରଯୁକ୍ତ ବଳ ସଂସ୍ପର୍ଶ ବଳ କି ଅସଂସ୍ପର୍ଶ ବଳ, ଲେଖ ।
(a) ବୁଢ଼ୀମା’ ଛୋଟ ପିଲାଟିକୁ ତେଲ ଘଷୁଛନ୍ତି ।
(b) ଏକ ପାତ୍ରରେ ଥ‌ିବା ଶସ୍ୟଦାନାରେ କିଛି ଲୁହାଗୁଣ୍ଡ ମିଶି ଯାଇଛି ଓ ରାମ ବାବୁ ଖଣ୍ଡିଏ ଚୁମ୍ବକ ଧରି ସେହି ଲୁହାଗୁଣ୍ଡ ଗୁଡ଼ିକୁ ଅଲଗା କରୁଛନ୍ତି ।
(c) ପ୍ଲାଷ୍ଟିକ୍ ପାନିଆରେ ଶୁଖୁଲା କେଶ କୁଣ୍ଡାଇବା ପରେ ପାନିଆଟି ଦ୍ଵାରା ପିଲାଟିଏ ଟୁକୁରା କାଗଜଗୁଡ଼ିକୁ ଉଠାଇ ଆଣୁଛି ।
(d) ତୁମେ ବହିଥାକରୁ ତୁମର ଗଣିତ ବହିଟି ବାହାର
(e) ଜଣେ ବ୍ୟକ୍ତି ରାସ୍ତାରେ ଚାଲିଚାଲି ଯାଉଛନ୍ତି
(f) ପାଚିଲା ଆମ୍ବଟିଏ ଗଛରୁ ଝଡୁଛି ।

Answers:
(a) ସଂସ୍ପର୍ଶ ବଳ (ଟଣାବଳ)
(b) ସଂସ୍ପର୍ଶ ବଳ (ଚୁମ୍ବକୀୟ ବଳ)
(c) ଅସଂସ୍ପର୍ଶ ବଳ (ସ୍ଥିର ବିଦ୍ୟୁତ୍ ବଳ)
(d) ସଂସ୍ପର୍ଶ ବଳ (ଟଣା ବଳ)
(e) ସଂସ୍ପର୍ଶ ବଳ (ଘର୍ଷଣ ବଳ)
(f) ଅସଂସ୍ପର୍ଶ ବଳ (ମାଧ୍ୟାକର୍ଷଣ ବଳ)

(ଛାତ୍ରଛାତ୍ରୀମାନେ ଜାଣିବାପାଇଁ ବିଭିନ୍ନ ବଳର ନାମ ଦିଆଯାଇଛି ।)

Question 9.
ଚାପ ଓ ବଳ ମଧ୍ୟରେ ସଂପର୍କଟି ଲେଖ ।
ଉ-
BSE Odisha 8th Class Science Solutions Chapter 11 ବଳ ଓ ଚାପ 2
A = 1 ବର୍ଗ ଏକକ ହେଲେ P = F । ତେଣୁ, ଚାପ ହେଉଛି ଏକକ କ୍ଷେତ୍ରଫଳ ଉପରେ ପ୍ରଯୁକ୍ତ ବଳ ।

Question 10.
ସମକ୍ଷେତ୍ରଫଳ ବିଶିଷ୍ଟ ଦୁଇଟି ପ୍ଲାଷ୍ଟିକ ନଳ A ଓ B ରେ ଜଳ ଭର୍ତ୍ତି କରିବାରୁ ମୁଁ ନଳରେ ଜଳର ଉଚ୍ଚତା 20 ସେ.ମି. ଓ B ନଳରେ ସେହି ଉଚ୍ଚତା 15 ସେ.ମି. ହେଲା କେଉଁ ନଳର ଭୂମି ଉପରେ ଜଳର ଚାପ ଅଧ୍ଵ ଓ କାହିଁକି, ବୁଝାଅ ।
ଉ-

  • A ନଳରେ ଜଳର ଉଚ୍ଚତା = 20 ସେ.ମି. ଓ B ନଳରେ ଜଳର ଉଚ୍ଚତା = 15 60. ।
  • A ନଳର ଭୂମି ଉପରେ ଜଳର ଚାପ ଅଧିକ କାରଣ ଏଠାରେ ଜଳପୃଷ୍ଠର ଉଚ୍ଚତା ଅଧିକ ।

Question 11.
ମୁନ ନଥିବା ପିନ୍‌କଣ୍ଟା ଦ୍ଵାରା କିଛି କାଗଜ ଏକାଠି ଗୁଛିବା କଷ୍ଟ ହୁଏ କାହିଁକି, ବୁଝାଅ ।
ଉ-
ମୁନ ନ ଥିଲେ ପିନ୍‌କଣ୍ଟାର ପୃଷ୍ଠକ୍ଷେତ୍ରଫଳ ଅଧିକ ହୋଇଥାଏ, ଫଳରେ ଚାପ କମ୍ ହୁଏ । ଚାପ ଏକ ପରିମେୟ ସଂଖ୍ୟା ଯାହାର ହର କ୍ଷେତ୍ରଫଳ । ଏଠାରେ ପୃଷ୍ଠକ୍ଷେତ୍ରଫଳ ଅଧ‌ିକ ହେତୁ ଚାପ କମ୍ ହୁଏ, ତେଣୁ କିଛି କାଗଜ ଗୁଛିବା କଷ୍ଟ ହୁଏ ।

BSE Odisha 8th Class Science Solutions Chapter 11 ବଳ ଓ ଚାପ

Question 12.
ଏକ ପ୍ଲାଷ୍ଟିକ୍ ବୋତଲରେ ଗରମ ପାଣି ରଖ୍ ଏହାର ଠିପିଟି ବନ୍ଦ କରାଗଲା । ପ୍ରାୟ 1 ଘଣ୍ଟାପରେ ଦେଖାଗଲା ଯେ ବୋତଲଟି ଚେପା ହୋଇଯାଇଛି । ଏହାର କାରଣ ବୁଝାଅ ।
ଉ-

  • ପ୍ଲାଷ୍ଟିକ୍ ବୋତଲରେ ଗରମ ପାଣି ରଖୁ ଏହାର ଠିପିଟି ବନ୍ଦ କରାଗଲା ।
  • କିଛି ସମୟପରେ ଗରମପାଣି ଶୀତଳ ହୋଇ ଥଣ୍ଡା ପାଣିରେ ପରିଣତ ହେବ, ଫଳରେ ସେ ପାଣିର ଆୟତନ କମିଯିବ ।
  • ତେଣୁ ବୋତଲ ମଧ୍ୟରେ ବାୟୁଚାପ କମିଯିବ । ଫଳରେ ବାହାର ବାୟୁର ସର୍ବଦିଗ ଚାପ ଯୋଗୁଁ ବୋତଲଟି ଚେପା ହୋଇଯିବ ।

Question 13.
ଜଣେ ଧନୁର୍ଦ୍ଧାରୀ ଲକ୍ଷ୍ୟସ୍ଥଳକୁ ଶର ମାରିବା ପାଇଁ ଧନୁରେ ଶରଟି ରଖ୍ ଗୁଣ ଚଢ଼ାଇଲେ । ଲକ୍ଷ୍ୟ ସ୍ଥିର ରଖ୍ ସେ ଶରଟି ଛାଡ଼ିଲେ । ଶରଟି ଲକ୍ଷ୍ୟସ୍ଥଳ ଆଡ଼କୁ ଗତିଶୀଳ ହେଲା । ଏହି ସୂଚନାକୁ ଆଧାରକରି ବନ୍ଧନୀ ମଧ୍ଯରେ ପ୍ରଦତ୍ତ ଶବ୍ଦମାନଙ୍କ ମଧ୍ୟରୁ ଉପଯୁକ୍ତ ଶବ୍ଦଗୁଡ଼ିକ ବ୍ୟବହାର କରି ଶୂନ୍ୟସ୍ଥାନ ପୂରଣ କର । (ମାଂସପେଶୀୟ, ସଂସ୍ପର୍ଶ, ଅସଂସ୍ପର୍ଶ, ମାଧ୍ୟାକର୍ଷଣ, ଘର୍ଷଣ, ଆକୃତି, ଆକର୍ଷଣ)
(a) ଧନୁଟିରେ ଗୁଣ ଦେବାପାଇଁ ଧନୁର୍ଦ୍ଧାରୀ ଯେଉଁ ବଳ ପ୍ରୟୋଗ କରନ୍ତି ତାହା ଧନୁଟିର …………………. ପରିବର୍ତ୍ତନ କରେ ।
(b) ଧନୁରେ ଗୁଣ ଦେବାବେଳେ ଏଥ‌ିରେ ପ୍ରଯୁକ୍ତ ହେଉଥ‌ିବା ବଳ ……………….. ବଳର ଏକ ଉଦାହରଣ ।
(c) ଶବ୍ଦଟିର ଗତି ଅବସ୍ଥାରେ ପରିବର୍ତ୍ତନ ପାଇଁ ଏଥ‌ିରେ ପ୍ରଯୁକ୍ତ ବଳ …………………. ବଳର ଏକ ଉଦାହରଣ ।
(d) ଶରଟି ଲକ୍ଷ୍ୟସ୍ଥଳ ଆଡ଼କୁ ଅଗ୍ରସର ହେଉଥ‌ିବାବେଳେ ଏହା ଉପରେ କ୍ରିୟାଶୀଳ ବଳଗୁଡ଼ିକ ମଧ୍ୟରୁ ଗୋଟିଏ …………………. ଯୋଗୁଁ ଓ ଅନ୍ୟଟି ବାୟୁର ………………….. ଯୋଗୁଁ ସୃଷ୍ଟି ହୋଇଥାଏ ।

Answers:
(a) କୃତି
(b) ମାଂସପେଶୀୟ
(c) ମାଧ୍ୟାକର୍ଷଣ
(d) ମାଧ୍ୟାକର୍ଷଣ, ଘର୍ଷଣ ବଳ

Question 14.
ଏକ କୃତ୍ରିମ ଉପଗ୍ରହକୁ ଏହାର କକ୍ଷରେ ଅବସ୍ଥାପନ କରିବାପାଇଁ ଏକ ରକେଟ୍ ସାହାଯ୍ୟରେ ଏହାକୁ ଉପରକୁ ପଠାଗଲା । ରକେଟ୍ ପ୍ରେରଣ କେନ୍ଦ୍ରରୁ ଠିକ୍ ଛାଡ଼ିବାପରେ ରକେଟ୍ ଉପରେ ଯେଉଁ ଦୁଇଟି ବଳ କ୍ରିୟାଶୀଳ ହୁଅନ୍ତି, ସେମାନଙ୍କର ନାମ ଲେଖ ।
ଉ-
ରକେଟ୍ ପ୍ରେରଣ କେନ୍ଦ୍ରରୁ ଠିକ୍ ଛାଡ଼ିବା ପରେ ରକେଟ୍ ଉପରେ ନିମ୍ନଲିଖ ବଳ କ୍ରିୟାଶୀଳ ହୁଏ – କୃତ୍ରିମ ଉପଗ୍ରହ ଓ ରକେଟ୍‌ର ନିମ୍ନମୁଖୀ ଓଜନ ବଳ (ପୃଥୁବୀର ମହାକର୍ଷଣ ବଳ) ଏବଂ ବାୟୁର ଘର୍ଷଣ ବଳ ।

Question 15.
ଯଦି ଏକ ବସ୍ତୁ ଉପରେ ଦୁଇଟି ବଳ F1 ଓ F2 ପରସ୍ପରର ବିପରୀତ ଦିଗରେ କ୍ରିୟାଶୀଳ ହୁଅନ୍ତି, ତେବେ ବସ୍ତୁଟି ଉପରେ କେଉଁ ପରିଣାମୀ ବଳ କ୍ରିୟାଶୀଳ ହୋଇଥାଏ ?
ଉ-
ଯଦି ଏକ ବସ୍ତୁ ଉପରେ ଦୁଇଟି ବଳ F1 ଓ F2 ପରସ୍ପରର ବିପରୀତ ଦିଗରେ କ୍ରିୟାଶୀଳ ହୁଅନ୍ତି, ତେଣୁ ବସ୍ତୁଟି ଉପରେ F1 – F2 ଯଦି F1 > F2 ବା F2 – F1 ଯଦି F2 > F1 ବଳ କ୍ରିୟାଶୀଳ ହୁଏ ।
ଅର୍ଥାତ୍ :

  • ଯଦି F1 = F2, ତେବେ ପରିମାଣୀ ବଳ = F1 – F2 = 0
  • ଯଦି F1 > F2, ତେବେ ପରିଣାମୀ ବଳ = F1 – F2
  • ଯଦି F1 < F2, ତେବେ ପରିଣାମୀ ବଳ = F2 – F1

BSE Odisha 8th Class Science Solutions Chapter 11 ବଳ ଓ ଚାପ

Question 16.
ଭୂସମାନ୍ତର ଭାବେ ଥ‌ିବା ଏକ ବୃତ୍ତାକାର ପଥରେ ଗୋଟିଏ ବସ୍ତୁ ସମବେଗରେ ଘୂରୁଅଛି । ସେହି ବସ୍ତୁ ଉପରେ କିଛି ବଳ କ୍ରିୟାଶୀଳ ହେଉଛି କି ? କାହିଁକି ?
ଉ-
ଭୂସମାନ୍ତର ଭାବେ ଥ‌ିବା ଏକ ବୃତ୍ତାକାର ପଥରେ ଗୋଟିଏ ବସ୍ତୁ ସମବେଗରେ ଘୁରୁଅଛି । ସେହି ବସ୍ତୁ ଉପରେ ମହାକର୍ଷଣ ବଳ ଓ ମାଧ୍ୟାକର୍ଷଣ ବଳ କ୍ରିୟାଶୀଳ ହେଉଛି ।

  • ଏଠାରେ ପୃଥ‌ିବୀ ଓ ଘୂରୁଥୁବା ବସ୍ତୁର ବସ୍ତୁତ୍ଵ ପରସ୍ପରକୁ ଆକର୍ଷଣ କରନ୍ତି । ଏହି ବସ୍ତୁତ୍ଵଜନିତ ବଳ ମହାକର୍ଷଣ ବଳ ।
  • ପୃଥ‌ିବୀ ମାଧ୍ୟାକର୍ଷଣ ବଳଦ୍ୱାରା ଘୂରୁଥିବା ବସ୍ତୁକୁ ଆକର୍ଷଣ କରିଥାଏ ।

ଆଉ କ ଣ କରିହେବ -ତୁମ ପାଇଁ କିଛି ଅଧିକ କାର୍ଯ୍ୟ ଓ ପ୍ରକଳ୍ପ :

1. 50 ସେ.ମି. ଲମ୍ବ ଓ 50 ସେ.ମି. ପ୍ରସ୍ଥ ବିଶିଷ୍ଟ ଏକ ବାଲୁକାଶଯ୍ୟା ପ୍ରସ୍ତୁତ କର, ଯେପରିକି ଏହାର ଉଚ୍ଚତା ପ୍ରାୟ 10 ସେ.ମି. ହେବ । କାଠ କିମ୍ବା ପ୍ଲାଷ୍ଟିକ୍‌ର ଏକ ସ୍କୁଲ ନିଅ । ଖଣ୍ଡିଏ ଗ୍ରାଫ୍ କାଗଜରୁ 1 ସେ.ମି. ପ୍ରସ୍ଥର ଦୁଇଟି ଲମ୍ବା ପଟି କାଟ । ଗୋଟିଏ ପଟି ସ୍କୁଲ୍‌ର ଏକ ଗୋଡ଼ ଉପରେ ଏହାର ତଳଠାରୁ ଉପର ଆଡ଼କୁ ଅଠାଦ୍ଵାରା ଲଗାଅ । ଅନ୍ୟଟି କରି ସ୍କୁଲ୍‌ ଧୀରେ ତା ଉପରେ ରଖ, ଯେପରିକି ତୁମର କୌଣସି ଚାପ ଷ୍ଟୁଲ୍‌ ଉପରେ ନ ପଡ଼େ ।

ବର୍ତ୍ତମାନ ବହି ଭଉଁଥିବା ତୁମର ସ୍କୁଲବ୍ୟାଗ, (କିମ୍ବା ଖଣ୍ଡେ ଇଟା ବା ପଥର ପରି ଓଜନିଆ ଜିନିଷ) ଷ୍ଟୁଲ୍‌ ଉପରେ ଧୀରେ ରଖ । ସ୍କୁଲ୍‌ର ଗୋଡ଼ଟି ବାଲି ଭିତରକୁ କିଛି ଦୂର ପଶିଥିବାର ତୁମେ ଲକ୍ଷ୍ୟ କରୁଛ କି ? ତୁମ ପେନ୍‌ସିଲ ଦ୍ବାରା ଗ୍ରାଫ୍ କାଗଜରେ ସେଠାରେ ଏକ ଦାଗ (mark) ଦିଅ । ଏହାପରେ ସ୍କୁଲ୍ ଓ ବ୍ୟାଗ୍ କାଢ଼ିନିଅ ଏବଂ ବାଲିର ଶଯ୍ୟାକୁ ଭଲ ଭାବେ ସମତଳ କରିଦିଅ । ବର୍ତ୍ତମାନ ସ୍କୁଲ୍‌ଟି ଏହି ଶଯ୍ୟା ଉପରେ ଧୀରେ ଓଲଟାଇ ରଖ ଏବଂ ବ୍ୟାଗ୍‌ ତା’ ଉପରେ ରଖିଦିଅ ।

ଏଥର କାଗଜରେ ଦେଇଥ‌ିବା ଦାଗରୁ ତୁମେ ଜାଣିପାରିବ, କେଉଁ କ୍ଷେତ୍ରରେ ସ୍କୁଲ୍‌ କେତେ ବାଲି ଭିତରକୁ ପଶିଛି । ଏଥୁରୁ ସ୍କୁଲ୍ ଓ ବ୍ୟାଗର ଓଜନ ଦ୍ବାରା ବାଲିର ଶଯ୍ୟା ଉପରେ ପଡୁଥିବା ଚାପ କେଉଁ କ୍ଷେତ୍ରରେ ଅଧ୍ଵ ହେଉଛି ଜାଣିପାରିବ, ଏହାର କାରଣ ନିର୍ଣ୍ଣୟ କର । ଉଭୟ କ୍ଷେତ୍ରରେ ଚାପଦ୍ଵୟର ଅନୁପାତ ବି ନିର୍ଣ୍ଣୟ କର । (ଏକ ସରୁ ମୁହଁଥ‌ିବା କାଚ କିମ୍ବା ପ୍ଲାଷ୍ଟିକ୍ ଡିବା ବ୍ୟବହାର କରି ଏହି ପ୍ରକଳ୍ପଟି ମଧ୍ୟ କରାଯାଇପାରିବ) ।
ଉ-
(i) ପ୍ରଥମ କ୍ଷେତ୍ରରେ ଷ୍ଟୁଲ୍‌ର ଚାରିଟି ଗୋଡ଼ର ମୋଟ ଭୂମିର କ୍ଷେତ୍ରଫଳ ଖୁବ୍ କମ୍, ତେଣୁ ଚାପ ଅଧିକ ହେବ ଓ ସ୍କୁଲ୍‌ର ଗୋଡ଼ ବାଲି ମଧ୍ୟକୁ ପ୍ରବେଶ କରିବ ।
(ii) ଦ୍ଵିତୀୟ କ୍ଷେତ୍ରରେ ସ୍କୁଲ୍‌ର ସ୍ପର୍ଶ କ୍ଷେତ୍ରଫଳ ସ୍କୁଲ୍‌ର ଉପର ପଟାର କ୍ଷେତ୍ରଫଳଠାରୁ ବହୁତ ବେଶି । ତେଣୁ ଏ କ୍ଷେତ୍ରରେ ଚାପ ଅଧିକ ହେତୁ ଚାପ ଖୁବ୍ କମ୍ ହେବ । ତେଣୁ ଦ୍ବିତୀୟ କ୍ଷେତ୍ରରେ ସ୍କୁଲ୍‌ ବାଲି ମଧ୍ୟରେ ଖୁବ୍ କମ୍ ପ୍ରବେଶ କରିବ ।

2. ଜଳ ଭଭି ଏକ କାଚଗିଲାସ ନିଅ । ପୋଷ୍ଟକାଡ଼ ପରି ଖଣ୍ଡିଏ ମୋଟା କାଗଜ ଦ୍ଵାରା ଏହାର ମୁହଁଟି ଘୋଡ଼ାଇଦିଅ [ଚିତ୍ର (a) । ବର୍ତ୍ତମାନ ଗୋଟିଏ ହାତରେ ଗିଲାସଟି ଧରି, ଅନ୍ୟ ହାତରେ କାଗଜଟିକୁ ଗିଲାସର ମୁହଁ ଉପରେ [ଚିତ୍ର (b)] ଯେପରିକି ଏହା ପୂରାପୁରି ସିଧା ରହିବ । ଧୀରେ କାଗଜଟି ଉପରୁ ହାତଟି କାଢ଼ିନିଅ [ଚିତ୍ର (c)] । କ’ଣ ଲକ୍ଷ୍ୟ କରୁଛ ? କାଗଜଟି ତଳକୁ ପଡ଼ିଗଲା ଓ ଜଳ ଢାଳି ହୋଇଗଲା କି ?

ଯଦି ସେପରି ହେଲା, କିଛି ଅଧ୍ଵ ସାବଧାନତାର ସହ ପରୀକ୍ଷାଟି ଆଉଥରେ କର । ତୁମେ ଦେଖୁ ଯେ ହାତର ବିନା ସାହାଯ୍ୟରେ କାଗଜଟି ଖସି ନଯାଇ ଗିଲାସରେ ଜଳକୁ ଧରି ରଖୁଛି । ଏପରି କାହିଁକି ହେଉଛି, କାରଣଟି ନିର୍ଣ୍ଣୟ କର । କାଗଜଟି କାଢ଼ିନେଇ ଗିଲାସର ମୁହଁଟି ଏକ କନାଦ୍ଵାରା ଘୋଡ଼ାଇ ପରୀକ୍ଷାଟି ଆଉଥରେ କର [ଚିତ୍ର (d), (e)] । କ’ଣ ଦେଖୁଛ ଓ କାହିଁକି ? ତୁମେ ପାଉଥବା ସିଦ୍ଧାନ୍ତଟି ଲେଖ ।
BSE Odisha 8th Class Science Solutions Chapter 11 ବଳ ଓ ଚାପ 3
ଉ-

  • ବାୟୁର ଊର୍ଦ୍ଧ୍ବଚାପ ଅଛି । ବାୟୁ ନିମ୍ନମୁଖୀ ଗ୍ଲାସ୍‌ ପୋଷ୍ଟକାର୍ଡ଼ ଉପରେ ଊର୍ଦ୍ଧ୍ବଚାପ ପକାଇବାରୁ ପୋଷ୍ଟକାର୍ଡ଼ଟି ତଳକୁ ଖସିବ ନାହିଁ କି ପାଣି ଢାଳି ହୋଇଯିବ ନାହିଁ ।
  • କନାଦ୍ଵାରା ଘୋଡ଼ାଇ ଓଲଟାଇଲେ କନାମଧ୍ୟ ଦେଇ ଜଳ ମଧ୍ୟ ବାୟୁର ଊର୍ଦ୍ଧ୍ବଚାପ ଯୋଗୁ ତଳକୁ ପଡ଼ିବ ନାହିଁ ।

BSE Odisha 8th Class Science Solutions Chapter 11 ବଳ ଓ ଚାପ

3. ଭିନ୍ନ ଭିନ୍ନ ଆକୃତିର ଯେ କୌଣସି ଚାରୋଟି ପ୍ଲାଷ୍ଟିକ୍ ଦୁଇଟି ବୋତଲରେ ଗୋଟିଏ ଲେଖାଏଁ ଓ ଅନ୍ୟ ଦୁଇଟି ବୋତଲରେ ଦୁଇଟି ଲେଖାଏଁ ରନ୍ଧ୍ର କର । ବର୍ତ୍ତମାନ ତିନୋଟି ସରୁ ପ୍ଲାଷ୍ଟିକ୍ ପାଇପ୍ ବା ନଳୀ ଦ୍ଵାରା ବୋତଲଗୁଡ଼ିକୁ ସଂଯୁକ୍ତ କର (ଚିତ୍ର ) । ସମତଳ ପୃଷ୍ଠ ଉପରେ ରଖ ।

ମହମଦ୍ଵାରା (ଚିତ୍ର ) ଯୋଡ଼ା ଯାଇଥିବା ସ୍ଥାନ ବନ୍ଦ କର, ଯେପରିକି କୌଣସି ବୋତଲରୁ ଜଳ ଝରିଯିବ ନାହିଁ । ଏବେ ଗୋଟିଏ ବୋତଲରେ ଜଳ ଢାଳ । ସେହି ବୋତଲଟି ଆଗ ପୁରିଯାଉଛି ନା ପ୍ରତିଟି ବୋତଲରେ ଜଳ କ୍ରମଶଃ ଭର୍ତ୍ତି ହେଉଛି ? ପ୍ରତି ବୋତଲରେ ଜଳର ପତ୍ତନ ଲକ୍ଷ୍ୟ କର । ଜଳର ପତ୍ତନ ପ୍ରତି ବୋତଲରେ ସମାନ ଦେଖାଯାଉଛି କି ? ଏପରି କାହିଁକି ହେଲା ? ବୁଝିବା ପାଇଁ ଚେଷ୍ଟା କର ।
BSE Odisha 8th Class Science Solutions Chapter 11 ବଳ ଓ ଚାପ 4
ଉ-
ଗୋଟିଏ ବୋତଲରେ ଜଳ ଢାଳିଲେ ସବୁ ବୋତଲରେ ଜଳ ସମାନ ଉଚ୍ଚତା ରହିବ । ଏହାକୁ ଜଳର ସମୋଚ୍ଚଶୀଳତା

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

1. ଶୂନ୍ୟସ୍ଥାନ ପୂରଣ କର ।

(i) ବିଶ୍ଵରେ ଥ‌ିବା ଯେକୌଣସି ଦୁଇଟି ବସ୍ତୁ ପରସ୍ପରକୁ ସ୍ପର୍ଶ ନକରି ଆକର୍ଷଣ କଲେ ତାହାକୁ ………………….. ବଳ କୁହାଯାଏ ।
(ii) ବିଶ୍ଵର ସର୍ବତ୍ର ……………………. ବଳ ହୋଇଥାଏ ।
(iii) ପୃଥ‌ିବୀ ଚାରିପଟେ ବାୟୁମଣ୍ଡଳ …………………. କି.ମି. ପର୍ଯ୍ୟନ୍ତ ବିସ୍ତୃତ ।
(iv) 0°C ତାପମାତ୍ରାରେ l ବର୍ଗ ସେ.ମି. କ୍ଷେତ୍ରଫଳ ବିଶିଷ୍ଟ ସ୍ଥାନ ଉପରେ ପଡ଼ୁଥ‌ିବା ବାୟୁର ବଳ ………………….. ଓଜନ ସହ ସମାନ ।
(v) ଚାପ ହେଉଛି …………………. କ୍ଷେତ୍ରଫଳ ପ୍ରତି ପ୍ରଯୁକ୍ତ ବଳ ।
(vi) ଯେକୌଣସି ସଂସ୍ପର୍ଶବଳ ଯାହାଦ୍ଵାରା ପ୍ରୟୋଗ କରାଯାଏ ତାହାକୁ ଉକ୍ତ ବଳର ………………… କୁହାଯାଏ ।
(vii) ଲଗାଲଗି ଦୁଇଟି ପୃଷ୍ଠ ମଧ୍ଯରେ …………………. ଘର୍ଷଣର କାରଣ ଅଟେ ।
(viii) ଦୁଇଟି ଚୁମ୍ବକ ମଧ୍ୟରେ ………………….. ବଳ ଯୋଗୁ ଚୁମ୍ବକୀୟ ବଳ ସମ୍ଭବ ହୋଇଥାଏ ।
(ix) ଦୁଇଟି ଚୁମ୍ବକର ସମମେରୁ ପରସ୍ପରକୁ …………………….. କରନ୍ତି ।
(x) …………………. ବଳଦ୍ଵାରା ଶରୀରକୁ ବଙ୍କାଇ ହୁଏ ।
(xi) ବସ୍ତୁଟିର ବେଗ ‘0’ ହେଲେ, ସେହି ଅବସ୍ଥାକୁ ବସ୍ତୁଟିର …………………… କୁହାଯାଏ ।
(xii) ଠେଲାବଳ ଓ ଟଣାବଳକୁ ମିଳିତଭାବେ …………………. ବଳ କୁହାଯାଏ ।
(xiii) ଯାହାଦ୍ଵାରା ଠେଲାବଳ ବା ଟଣାବଳ ବସ୍ତୁ ଉପରେ ପ୍ରୟୋଗ କରାଯାଏ ତାକୁ ……………….. କରନ୍ତି ।
(xiv) ବଳ ପ୍ରୟୋଗବେଳେ କାରକ ବସ୍ତୁକୁ ସ୍ପର୍ଶ କଲେ ସେ ଧରଣର ବଳକୁ …………………… ବଳ କୁହାଯାଏ ।
(xv) ବଗିଚାରୁ ଘାସ ଉପାଡ଼ିବା ବେଳେ ଘାସ ଉପରେ ………………….. ବଳ ପ୍ରୟୋଗ କରାଯାଏ ।
(xvi) କୌଣସି ବସ୍ତୁ ଉପରେ ଦୁଇ ବିପରୀତ ଦିଗରୁ କ୍ରିୟାଶୀଳ ସମପରିମାଣ ବଳଗୁଡ଼ିକର ପରିଣାମୀ ବଳ …………………….. ହୁଏ ।
(xvii) F1 ଓ F2 ବଳ ଏକ ଦିଗରୁ ଏକ ବସ୍ତୁ ଉପରେ କ୍ରିୟାଶୀଳ ହେଲେ ପରିଣାମୀ ବଳ …………………… ହେବ ।
(xviii) ………………. ହେଉଛି ଏକକ କ୍ଷେତ୍ରଫଳ ପ୍ରତି ପ୍ରଯୁକ୍ତ ବଳ ।
(xix) ପୃଥ‌ିବୀପୃଷ୍ଠରେ ବା ପୃଷ୍ଠରୁ କିଛି ଉଚ୍ଚତାରେ ପୃଥ‌ିବୀର କେନ୍ଦ୍ର ଆଡ଼କୁ କାର୍ଯ୍ୟକାରୀ ଆକର୍ଷଣ ବଳକୁ …………………… କହନ୍ତି ।
(xx) ଏକ ଚୁମ୍ବକର ଦକ୍ଷିଣ ମେରୁ ଅନ୍ୟ ଏକ ଚୁମ୍ବକର ଉତ୍ତର ମେରୁ ଦ୍ବାରା ………………….. ହୋଇଥାଆନ୍ତି ।

BSE Odisha 8th Class Science Solutions Chapter 11 ବଳ ଓ ଚାପ

Answer:
(i) ମହାକର୍ଷଣ
(ii) ମହାକର୍ଷଣ
(iii) 1000
(iv) 1 Kg.
(v) ଏକକ
(vi) କାରକ
(vii) ଆପେକ୍ଷିକ ଗତି
(viii) ଆନ୍ତଃକ୍ରିୟା
(ix) ବିକର୍ଷଣ
(x) ମାଂସପେଶୀୟ
(xi) ସ୍ଥିରାବସ୍ଥା
(xii) ସଂସ୍ପର୍ଶ
(xiii) କାରକ
(xiv) ସଂସ୍ପର୍ଶ
(xv) ଟଣା
(xvi) ଶୂନ
(xvii) F1 ଓ F2
(xviii) ଚାପ
(xix) ମାଧ୍ୟାକର୍ଷଣ ବଳ
(xx) ଆକର୍ଷିତ

2. ବାମପାର୍ଶ୍ଵର ସମ୍ପର୍କକୁ ଲକ୍ଷ୍ୟକରି ଶୂନ୍ୟସ୍ଥାନ ପୂରଣ କର ।

(i) ସମମେରୁ : ବିକର୍ଷଣ :: ବିଷମମେରୁ : ………………………।
(ii) ଫୁଲତୋଳା : ଟଣାବଳ :: ବଲମାରିବା : ………………………।
(iii) ସାଧାରଣ ତରାଜୁ : କମାନୀ ତରାଜୁ :: ବସ୍ତୁତ୍ଵ : ………………………।
(iv) ଚୁମ୍ବକର ସମମେରୁ : ବିକର୍ଷଣ :: ବିଷମମେରୁ : ………………………।
(v) ଗାଡ଼ି ଟାଣିବା : ଟଣାବଳ :: କୂଅରୁ ପାଣିକାଢ଼ିବା : ………………………।
(vi) କାଠପେଲିବା : ଠେଲାବଳ :: ଖୁସୁଣିରେ ଗଛରୁ ଆମ୍ବପାରିବା : ………………………।
(vii) ଠେଲାବଳ : ସଂସ୍ପର୍ଶ ବଳ :: ମହାକର୍ଷଣ ବଳ : ………………………।
(viii) ସାଧାରଣ ତରାଜୁ : ବସ୍ତୁତ୍ଵ :: କମାନୀ ତରାଜୁ : ………………………।
(ix) ବିଶ୍ଵରେ ଦୁଇଟି ବସ୍ତୁ : ମହାକର୍ଷଣ ବଳ :: ପୃଥ‌ିବୀ ଓ ଚନ୍ଦ୍ର : ………………………।

Answer:
(i) ଆକର୍ଷଣ
(ii) ଠେଲାବଳ
(iii) ଓଜନ
(iv) ଆକର୍ଷଣ
( v ) ଟଣାବଳ
(vi) ଟଣା ବଳ
(vii) ଅସଂସ୍ପର୍ଶ ବଳ
(viii) ବଳ ( ଓଜନ)
(ix) ମହାକର୍ଷଣ ବଳ

BSE Odisha 8th Class Science Solutions Chapter 11 ବଳ ଓ ଚାପ

3. ଶୂନ୍ୟସ୍ଥାନ ପୂରଣ କର ।
(i) କୌଣସି ବସ୍ତୁ ଉପରେ ଦୁଇ ବିପରୀତ ଦିଗରୁ କ୍ରିୟାଶୀଳ ହେଉଥ‌ିବା ସମପରିମାଣ ବଳଗୁଡ଼ିକର ବଳ ………………….. ହେବ । (୦, ୨ ଗୁଣ, ଅଧା, ୩ ଗୁଣ)
(ii) 0 ତାପମାତ୍ରାରେ I ବର୍ଗ ସେ.ମି. କ୍ଷେତ୍ରଫଳ ଉପରେ ପଡୁଥ‌ିବା ବାୟୁର ବଳ …………………… କି.ଗ୍ରା. । (0, 1, 2, 3)
(iii) ଧନୁରେ ଗୁଣ ଦେବାବେଳେ ଏଥ‌ିରେ ପ୍ରଯୁକ୍ତ ହେଉଥିବା ବଳ ……………………. ବଳର ଏକ ଉଦାହରଣ । (ମାଧ୍ୟାକର୍ଷଣ, ସଂସ୍ପର୍ଶ, ମାଂସପେଶୀୟ, ଅସଂସ୍ପର୍ଶ)
(iv) ଶରଟିର ଗତି ଅବସ୍ଥାରେ ପରିବର୍ତ୍ତନ ପାଇଁ ଏଥ‌ିରେ ପ୍ରଯୁକ୍ତ ବଳ ……………………… ବଳର ଏକ ଉଦାହରଣ ଅଟେ । (ଘର୍ଷଣ, ସଂସ୍ପର୍ଶ, ମାଂସପେଶୀୟ, ମାଧ୍ୟାକର୍ଷଣ)
(v) ଚୁମ୍ବକୀୟବଳ, ସ୍ଥିର ବିଦ୍ୟୁତ୍ ବଳ ଓ ମହାକର୍ଷଣ ବଳକୁ ମିଳିତଭାବେ ………………….. ବଳ କୁହାଯାଏ । (ସଂସ୍ପର୍ଶ, ଅସଂସ୍ପର୍ଶ, ମାଧ୍ୟାକର୍ଷଣ, ଆକର୍ଷଣ)
(vi) ମାଧ୍ୟାକର୍ଷଣ ବଳ …………………….. ବଳର ଅନ୍ତର୍ଗତ ଅଟେ । (ସଂସ୍ପର୍ଶ, ଅସଂସ୍ପର୍ଶ, ଘର୍ଷଣ, ମହାକର୍ଷଣ)
(vii) ସ୍ଥିର ବିଦ୍ୟୁତ୍ଵଳ ……………………… ବଳର ଅନ୍ତର୍ଗତ ଅଟେ । (ସଂସ୍ପର୍ଶ, ଅସଂସ୍ପର୍ଶ, ଘର୍ଷଣ, ମହାକର୍ଷଣ)
(viii) ଚାପର ଏକକ ……………………….। (N, Nm, Nm2, Nm-2)
(ix) ………………………. ଯନ୍ତ୍ରଦ୍ୱାରା ବାୟୁମଣ୍ଡଳୀୟ ଚାପ ମପାଯାଏ । ( ଲାକ୍ଟୋମିଟର, ବାରୋମିଟର, ଆନିମୋମିଟର, ହାଇଡ୍ରୋମିଟର)
(x) ………………………. ବଳଦ୍ୱାରା କୂଅରୁ ପାଣି କଢ଼ାଇବା ସମ୍ଭବ ଅଟେ । (ଟଣାବଳ, ଠେଲାବଳ, ଚୁମ୍ବକୀୟ ବଳ, ଆକର୍ଷଣ ବଳ)

Answer:
(i) 0
(ii) 1
(iii) ମାଂସପେଶୀୟ
(iv) ମାଧ୍ୟାକର୍ଷଣ
(v) ଅସଂସ୍ପର୍ଶ
(vi) ମହାକର୍ଷଣ
(vii) ଅସଂସ୍ପର୍ଶ
(viii) Nm-2
(ix) ବାରୋମିଟର
(x) ଟଣାବଳ

4. ‘କ’ ସ୍ତମ୍ଭରେ ଶବ୍ଦସହ ‘ଖ’ ସ୍ତମ୍ଭର ସମ୍ପର୍କିତ ଶବ୍ଦକୁ ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ଚାଲିବା (i) ମହାକର୍ଷଣ ବଳ
(ii) ସମମେରୁ (ii) ଅସଂସ୍କର୍ଶଚ୍କ
(iii) 2 ଟି ଚୁମ୍ବକ ମଧ୍ୟରେ ଆନ୍ତଃକ୍ରିୟା ଅସମମେରୁ (iii) ବିକର୍ଷଣ
(iv) ଆସମମେରୁ (iv) ବାରୋମିଟର
(v) 2ଟି ପୃଷ୍ଠ ମଧ୍ୟରେ ଆପେକ୍ଷିକଗତି (v) ମାଧ୍ୟାକର୍ଷଣ ବଳ
(vi) କମାନୀ ତରାଜୁ (vi) ଚ୍ସ୍ତୁତ୍ଵ
(vii) ଗ୍ରହମାନଙ୍କର ଘୂର୍ଣ୍ଣନ (vii) ମାଂସପେଶୀୟ ବଳ
(viii) ସାଧାରଣ ତରାଜୁ (viii) ଓଚ୍ଚନ
(ix) ବସ୍ତୁଉପରେ କ୍ରିୟାଶୀଳ ବଳ (ix) ଘର୍ଷଣର କାରଣ
(x) ବାୟୁମଣ୍ଡଳୀୟ ଚାପ (x) ଆକର୍ଷଣ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ଚାଲିବା (vii) ମାଂସପେଶୀୟ ବଳ
(ii) ସମମେରୁ (iii) ବିକର୍ଷଣ
(iii) 2 ଟି ଚୁମ୍ବକ ମଧ୍ୟରେ ଆନ୍ତଃକ୍ରିୟା ଅସମମେରୁ (ii) ଅସଂସ୍କର୍ଶଚ୍କ
(iv) ଆସମମେରୁ (x) ଆକର୍ଷଣ
(v) 2ଟି ପୃଷ୍ଠ ମଧ୍ୟରେ ଆପେକ୍ଷିକଗତି (ix) ଘର୍ଷଣର କାରଣ
(vi) କମାନୀ ତରାଜୁ (viii) ଓଚ୍ଚନ
(vii) ଗ୍ରହମାନଙ୍କର ଘୂର୍ଣ୍ଣନ (i) ମହାକର୍ଷଣ ବଳ
(viii) ସାଧାରଣ ତରାଜୁ (vi) ଚ୍ସ୍ତୁତ୍ଵ
(ix) ବସ୍ତୁଉପରେ କ୍ରିୟାଶୀଳ ବଳ (v) ମାଧ୍ୟାକର୍ଷଣ ବଳ
(x) ବାୟୁମଣ୍ଡଳୀୟ ଚାପ (iv) ବାରୋମିଟର