CHSE Odisha Class 12 Sociology Unit 2 Short Answer Questions in Odia Medium

Odisha State Board CHSE Odisha Class 12 Sociology Solutions Unit 2 ଭାରତୀୟ ସାମାଜିକ ସଂରଚନା Short Answer Questions.

CHSE Odisha 12th Class Sociology Unit 2 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଗ୍ରାମ୍ୟ ସମୁଦାୟର ସଂଜ୍ଞା ପ୍ରଦାନ କର ।
Answer:
ଏମ୍.ଏନ୍. ଶ୍ରୀନିବାସଙ୍କ ମତରେ ‘ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ସ୍ଥାୟୀ ଭାବରେ ବସବାସ କରୁଥିବା ବ୍ୟକ୍ତିମାନଙ୍କର ସମଷ୍ଟି, ଯାହାର ସଦସ୍ୟମାନେ ସାମୁଦାୟିକ ସଚେତନତା ମାଧ୍ୟମରେ ସେମାନଙ୍କର ସାଂସ୍କୃତିକ, ସାମାଜିକ ଓ ଅର୍ଥନୈତିକ ସମ୍ପର୍କ ବୃଦ୍ଧି କରିଥାନ୍ତି ଏବଂ ଯାହାଦ୍ୱାରା ସେମାନେ ଅନ୍ୟ ସମୁଦାୟଠାରୁ ପୃଥକ ବୋଲି ପରିଚିତ ହୋଇଥାନ୍ତି, ତାହାକୁ ହିଁ ଗ୍ରାମ୍ୟ ସମୁଦାୟ କୁହାଯାଏ ।’’

୨। ଗ୍ରାମ୍ୟ ସମୁଦାୟ କହିଲେ କ’ଣ ବୁଝ?
Answer:
ପ୍ରକୃତିର ପରିବେଷ୍ଟନୀ ମଧ୍ୟରେ ସ୍ବତଃ ଗଢ଼ିଉଠିଥିବା ସାମୁଦାୟିକ ଭୂଖଣ୍ଡ ମଧ୍ଯରେ ବସବାସ କରୁଥିବା ଓ ପରସ୍ପର ସହିତ ସହଯୋଗ ସ୍ଥାପନା କରୁଥିବା ଦଳେ ବ୍ୟକ୍ତି ଓ ପରିବାରକୁ ହିଁ ଗ୍ରାମ୍ୟ ସମୁଦାୟ କୁହାଯାଏ । ଏହାର ସଦସ୍ୟମାନେ କୃଷି ଓ ପଶୁପାଳନକୁ ମୁଖ୍ୟ ଜୀବିକା ଭାବେ ଗ୍ରହଣ କରିଥାନ୍ତି ।

୩। ସହର ସମୁଦାୟ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ସାଧାରଣତଃ ଏକ ଲକ୍ଷରୁ ଅଧିକ ଲୋକ ବସବାସ କରୁଥିବା ଓ ଆର୍ଥିକ ଜନସଂଖ୍ୟା ଘନତ୍ଵ ଥିବା ଓ ଶତକଡ଼ା 75ଭାଗରୁ ଅଧ‌ିକ ପୁରୁଷ ଅଣକୃଷି ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ଥ‌ିବା ଅଞ୍ଚଳକୁ ସହର ସମୁଦାୟ କୁହାଯାଏ ।

୪। ଗ୍ରାମ୍ୟ ସମୁଦାୟର ଲକ୍ଷଣ ଦର୍ଶାଅ?
Answer:
କାର୍ଲମାର୍କସଙ୍କ ମତରେ, ଗ୍ରାମ୍ୟ ସମୁଦାୟ ମୁଖ୍ୟତଃ ୪ଟି ଲକ୍ଷଣଦ୍ଵାରା ଚିହ୍ନିତ ହୋଇଥାଏ; ଯଥା- (୧) କ୍ଷୁଦ୍ରତା, (୨) ଆତ୍ମନିର୍ଭରଶୀଳତା, (୩) କୃଷିଭିତ୍ତିକ ଅର୍ଥନୀତି, (୪) ଜାତିପ୍ରଥାଦ୍ଵାରା ନିୟନ୍ତ୍ରିତ ଶ୍ରମ ବିଭାଜନ ।

୫। ସାମୁଦାୟିକ ମନୋଭାବ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ସାମୁଦାୟିକ ମନୋଭାବ ଏକ ପ୍ରକାର ଦୃଢ଼ ‘ଆମ ଭାବନା’କୁ ବୁଝାଏ । ଏହି ଭାବନାର ବଶବର୍ତୀ ହୋଇ ସଦସ୍ୟମାନେ ନିଜକୁ ଅନ୍ୟଠାରୁ ପୃଥକ୍ ମଣିଥାନ୍ତି । ଏହି ପ୍ରକାର ଭାବନା ଏକ ସମୂହ ମଧ୍ଯରେ ଦୃଢ଼ ଏକତା ଭାବ ସୃଷ୍ଟି କରିଥାଏ ।

CHSE Odisha Class 12 Sociology Unit 2 Short Answer Questions in Odia Medium

୬। ଗ୍ରାମ୍ୟ ସମୁଦାୟର ପ୍ରମୁଖ ଲକ୍ଷଣ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ଗ୍ରାମ୍ୟ ସମୁଦାୟ କେତେକ ଜାତିସମୂହକୁ ନେଇ ଗଠିତ, ଯେଉଁଠାରେ କୃଷି ଜୀବିକା ନିର୍ବାହର ଏକ ମୌଳିକ ଉତ୍ସ ଅଟେ । ଗ୍ରାମ୍ୟ ସମୁଦାୟ କେତେକ ସ୍ବତନ୍ତ୍ର ଲକ୍ଷଣଦ୍ୱାରା ନିଜକୁ ଚିହ୍ନିତ କରିଥାଏ; ଯଥା- ଗ୍ରାମ୍ୟ ସମୁଦାୟର ଆକାର କ୍ଷୁଦ୍ର । ଗ୍ରାମ୍ୟ ସମୁଦାୟଗୁଡ଼ିକ ପ୍ରକୃତି ସହ ନିବିଡ଼ ସମ୍ପର୍କ ରହିଛି । ଗ୍ରାମ୍ୟ ସମୁଦାୟରେ ପରିବାର ଓ ପଡ଼ୋଶୀମାନଙ୍କର ପ୍ରଭାବଶାଳୀ ଭୂମିକା ପରିଲକ୍ଷିତ ହୋଇଥାଏ ।

୭। ସହର ସମୁଦାୟ କହିଲେ କ’ଣ ବୁଝ?
Answer:
କେଉଁଠାରୁ ଗ୍ରାମର ଶେଷ ଓ ସହରର ଆରମ୍ଭ ଏହା କହିବା କଷ୍ଟକର । ସହରର ସଠିକ୍ ଅର୍ଥ କରିବା ମଧ୍ୟ ଏକ କଷ୍ଟକର ବ୍ୟାପାର । ତେବେ ସାଧାରଣତଃ 1 ଲକ୍ଷରୁ ଅଧିକ ଲୋକ ବାସ କରୁଥିବା ଅଞ୍ଚଳକୁ ସହର କୁହାଯାଏ । ଅନ୍ୟ ଅର୍ଥରେ ଯେଉଁ ଅଞ୍ଚଳରେ 400ରୁ ଅଧ୍ଵ ଲୋକ ଏକ ବର୍ଗ କି.ମି.ରେ ବାସ କରୁଥିବେ ଓ ସମୁଦାୟ ଜନସଂଖ୍ୟାର 75 ଶତକଡ଼ାରୁ ଅଧିକ ଲୋକ ଅଣକୃଷି ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ଥ‌ିବେ, ତାହାକୁ ସହର ସମୁଦାୟ କୁହାଯାଏ ।

୮ । ସହର ସମୁଦାୟର ମୁଖ୍ୟ ଲକ୍ଷଣଗୁଡ଼ିକ କ’ଣ?
Answer:
ସହର ସମୁଦାୟର ଆକାର ବୃହତ୍ ଓ ଏଠାରେ ଗ୍ରାମ୍ୟ ସମୁଦାୟ ତୁଳନାରେ ଜନସଂଖ୍ୟାର ଘନତ୍ୱ ଅଧିକ ହୋଇଥାଏ । ସହରର ପରିବେଶ କୃତ୍ରିମ ଓ ଦୂଷିତ ଅଟେ । ସହର ସମୁଦାୟର ସଦସ୍ୟମାନଙ୍କ ମଧ୍ୟରେ ଔପଚାରିକ ଓ ପରୋକ୍ଷ ସମ୍ପର୍କ ପରିଲକ୍ଷିତ ହୋଇଥାଏ । ସହରର ଲୋକମାନେ ସ୍ବାଧୀନ ବୃଦ୍ଧି ଅବଲମ୍ବନ କରିଛନ୍ତି । ସହର ସମୁଦାୟର ସ୍ତରୀକରଣ ବ୍ୟବସ୍ଥା ଶ୍ରେଣୀ ଉପରେ ପର୍ଯ୍ୟବସିତ । ସହରରେ ସାମାଜିକ ପରିବର୍ତ୍ତନର ମାତ୍ରା ଦ୍ରୁତ ହୋଇଥାଏ ।

୯। ଗ୍ରାମ୍ୟ ଓ ସହର ସମୁଦାୟ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ?
Answer:
ଗ୍ରାମ୍ୟ ଓ ସହର ସମୁଦାୟ ମଧ୍ଯରେ ନିମ୍ନଲିଖ୍ ପାର୍ଥକ୍ୟମାନ ଦେଖିବାକୁ ମିଳିଥାଏ । (୧) ଗ୍ରାମ୍ୟ ସମୁଦାୟ ଆକାରରେ କ୍ଷୁଦ୍ର ହୋଇଥିବାବେଳେ ସହର ସମୁଦାୟ ଆକାରରେ ବୃହତ୍ ହୋଇଥାଏ । (୨) ଗ୍ରାମ୍ୟ ସମୁଦାୟର ପରିବେଶ ପ୍ରାକୃତିକ ହୋଇଥିବାବେଳେ ସହର ସମୁଦାୟର ପରିବେଶ କୃତ୍ରିମ । (୩) ଗ୍ରାମ୍ୟ ସମୁଦାୟର ସ୍ତରୀକରଣ ବ୍ୟବସ୍ଥା ଜାତି ଉପରେ ପର୍ଯ୍ୟବସିତ । (୪) ଗ୍ରାମ ତୁଳନାରେ ସହର ସମୁଦାୟରେ ଜନସଂଖ୍ୟାର ଘନତ୍ୱ ଅଧିକ ହୋଇଥାଏ ।

୧୦ । ଇଲମ୍ବର ଅର୍ଥ ବୁଝାଅ ।
Answer:
କେରଳର ନମ୍ବୁଦ୍ରି ବ୍ରାହ୍ମଣଙ୍କ ମଧ୍ୟରେ ଦେଖାଯାଉଥିବା ଏକ ସ୍ବତନ୍ତ୍ର ପ୍ରକାରର ହିନ୍ଦୁ ଯୌଥ ପରିବାରକୁ ଇଲମ୍ କୁହାଯାଏ । ଇଲମ୍ବର ସଂପରି ଅବିଭାଜ୍ୟ ଅଟେ । ଇଲମ୍ବର ସଂପରିରେ ପୁରୁଷମାନଙ୍କ ପରି ନାରୀମାନଙ୍କର ମଧ୍ୟ ସମାନ ଅଧିକାର ରହିଛି ।

୧୧ । ତରୱାଡ୍‌ର ଅର୍ଥ ବୁଝାଅ ।
Answer:
କେରଳର ନାୟାରମାନଙ୍କ ମଧ୍ୟରେ ଦେଖାଯାଉଥିବା ମାତୃବଂଶୀୟ, ମାତୃସ୍ଥାନୀୟ ଓ ମାତୃକୈନ୍ଦ୍ରିକ ଯୌଥ ପରିବାରକୁ ତରୱାଡୁ କୁହାଯାଇଥାଏ । ତରଓ୍ବାଡ୍ ଜଣେ ସ୍ତ୍ରୀ, ତା’ର ପୁଅ, ଝିଅ, ଝିଅର ଝିଅ ବା ପୁଅ ଓ ସେମାନଙ୍କର ପିଲାମାନଙ୍କୁ ନେଇ ଗଠିତ । ତରୱାଡ଼ର ସଂପତ୍ତି ଉପରେ ଉଭୟ ପୁରୁଷ ଓ ନାରୀଙ୍କର ଅଧିକାର ରହିଛି । ତରୱାଡ୍‌ର ମୁଖ୍ୟଙ୍କୁ କାର୍ଲାଭାନ୍ କୁହାଯାଏ ।

୧୨ । କାର୍ୟଭାନ୍ କ’ଣ ବୁଝାଅ ।
Answer:
ନାୟାରମାନଙ୍କର ଯୌଥ ପରିବାରକୁ ତରଓ୍ବାତ୍ କୁହାଯାଏ । ତରୱାତ୍‌ର ମୁଖ୍ୟ ପରିଚାଳକଙ୍କୁ କାର୍ତ୍ତାଭାନ୍ କୁହାଯାଏ । କାର୍ଣ୍ଣାଭାନ୍‌ଙ୍କର ପରିବାର ସଂପରି ଉପରେ ଅସୀମ ଅଧିକାର ରହିଛି ।

୧୩। ‘କର୍ଣ୍ଣବାଣ’ କାହାକୁ କୁହନ୍ତି?
Answer:
ତରୱାର୍ଡର ବୟୋଜ୍ୟେଷ୍ଠ ପୁରୁଷ ସଦସ୍ୟ ତରୱାର୍ଡର ପରିଚାଳକ ଅଟନ୍ତି,ତାଙ୍କୁ ‘କଣ୍ଠର୍ବାଣ’ କୁହାଯାଏ । ପରିବାରର ସମ୍ପତ୍ତି ଉପର କଣ୍ଠର୍ବାଣଙ୍କର ଅସୀମ କ୍ଷମତା ଥାଏ; କିନ୍ତୁ ତରୱାର୍ଡର ସମସ୍ତ ସଦସ୍ୟଙ୍କର ସ୍ଵୀକୃତି ନ ନେଇ ସେ ସମ୍ପତ୍ତି ବିକ୍ରୟ କିମ୍ବା ଦାନ କରିପାରନ୍ତି ନାହିଁ।

୧୪। ‘ଟାଭାଜି’ କାହାକୁ କୁହାଯାଏ?
Answer:
ନାୟାର ଗୋଷ୍ଠୀରେ ପ୍ରଚଳିତ ତାରୱାର୍ଡ଼ ଯୌଥ ପରିବାରର ବିଭାଜିତ, ସମାନୁପାତିକ ଅଂଶକୁ ଟାଭାଜି କୁହାଯାଏ ।

୧୫ । ପିତୃତାନ୍ତ୍ରିକ ଯୌଥ ପରିବାର କ’ଣ?
Answer:
ପିତୃତାନ୍ତ୍ରିକ ଯୌଥ ପରିବାରରେ ପିତା ମୁଖ୍ୟ କର୍ତ୍ତା । ସେ ସମସ୍ତ କ୍ଷମତାର ଉତ୍ସ ଓ ଅଧିକାରୀ ଅଟନ୍ତି । ଏହି ଶ୍ରେଣୀୟ ଯୌଥ ପରିବରାରର ସମସ୍ତ ସଦସ୍ୟ ପିତାଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣ ଓ ତତ୍ତ୍ୱାବଧାନରେ ରହିଥା’ନ୍ତି ।

CHSE Odisha Class 12 Sociology Unit 2 Short Answer Questions in Odia Medium

୧୬ । ମାତୃତାନ୍ତ୍ରିକ ଯୌଥ ପରିବାର କ’ଣ?
Answer:
ମାତୃତାନ୍ତ୍ରିକ ଯୌଥ ପରିବାରରେ ସ୍ତ୍ରୀ ବା ମାଆ ପରିବାରର ମୁଖ୍ୟ ଅଟନ୍ତି । ପରିବାରର ସମସ୍ତ ସମ୍ପତ୍ତି ତାଙ୍କ ନାମରେ ଥାଏ । ସେ ସବୁଠାରୁ କ୍ଷମତାଶାଳୀ ହୋଇଥା’ନ୍ତି । ତାଙ୍କ ନାମରେ ବଂଶାନୁକ୍ରମ ଗଣାଯାଇଥାଏ ।

୧୭ । ହିନ୍ଦୁ ଉତ୍ତରାଧ୍ୟାକାରୀ ଆଇନ କ’ଣ?
Answer:
୧୯୫୬ ମସିହାରେ ହିନ୍ଦୁ ଉତ୍ତରାଧିକାରୀ ଆଇନ ପ୍ରଣୟନ ଯୌଥ ପରିବାର ସଂହତି କ୍ଷୁଣ୍ଣ କରିଛି ଏବଂ ସଦସ୍ୟମାନଙ୍କ ମଧ୍ୟରେ ଓ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଥ‌ିବା ସଂପର୍କକୁ ନଷ୍ଟ କରିଛି । ଏହି ଆଇନ ଅନୁସାରେ ପୁରୁଷ ପରି ନାରୀର ମଧ୍ଯ ସମ୍ପତ୍ତି ଉପରେ ସମାନ ଅଧିକାର ଅଛି । ଫଳରେ କନ୍ୟା ପୈତୃକ ସମ୍ପତ୍ତି ଉପରେ ଅଧ୍ବକାର ଦାବି କରିପାରିଛି ।

(ଖ ) ସଂକ୍ଷିପ୍ତ ଟିପ୍ପଣୀ ଲେଖ ।

୧ । ଗ୍ରାମ୍ୟ ସମୁଦାୟ
Answer:
ଯେତେବେଳେ କେତେଗୁଡ଼ିଏ ପରିବାର ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ସ୍ଥାୟୀ ଭାବରେ ବସବାସ କରି ପରସ୍ପର ମଧ୍ୟରେ ସହଯୋଗ ସ୍ଥାପନ କରି କୌଣସି ନିର୍ଦ୍ଦିଷ୍ଟ ପ୍ରାର୍ଥରେ ଭାଗ ନେଇ ଏକ ସାଧାରଣ ଜୀବନର ମୌଳିକ ଅବସ୍ଥାରେ ଭାଗୀଦାର ହୋଇଥାନ୍ତି, ସେତେବେଳେ ତାହାକୁ ଗ୍ରାମ୍ୟ ସମୁଦାୟ କୁହାଯାଏ । ଭାରତରେ ଶତକଡ଼ା ୮୦ ଭାଗ ଲୋକ ଗ୍ରାମରେ ବସବାସ କରନ୍ତି । କୃଷି ସେମାନଙ୍କର ମୁଖ୍ୟ ଜୀବିକା ।

୨ । ସହରୀ ସମୁଦାୟ କ’ଣ?
Answer:
ସାଧାରଣତଃ ଏକ ଲକ୍ଷରୁ ଅଧିକ ଲୋକ ବସବାସ କରୁଥିବା ଓ ଅଧ‌ିକ ଜନସଂଖ୍ୟା ଘନତ୍ବ ଥିବା ଏବଂ ଶତକଡ଼ା ୭୫ ଭାଗରୁ ଅଧ୍ଵ ଲୋକ ଅଣକୃଷି ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ଥିବା ଅଞ୍ଚଳକୁ ସହର ବା ପୌର ସମୁଦାୟ କୁହାଯାଏ । ଏକ ନିର୍ଦ୍ଦିଷ୍ଟ ସୀମାରେଖା ମଧ୍ଯରେ ସ୍ଥାୟୀ ଓ ଅସ୍ଥାୟୀ ଭାବରେ ବସବାସ କରୁଥିବା ଲୋକମାନଙ୍କର ସମାହାରକୁ ସହରୀ ସମୁଦାୟ କୁହାଯାଏ ।

୩ । ସାମୁଦାୟିକ ମନୋଭାବ
Answer:
ସାମୁଦାୟିକ ମନୋଭାବ ଏକ ପ୍ରକାର ଦୃଢ଼ ଆମୈକ ଭାବନା ବା ଆମ ଭାବନାକୁ ବୁଝାଯାଇଥାଏ । ଏହି ଭାବନାର ବଶବର୍ତୀ ହୋଇ ମନୁଷ୍ୟମାନେ ନିଜକୁ ଅନ୍ୟଠାରୁ ପୃଥକ୍ ମନେକରନ୍ତି । ଏହି ପ୍ରକାର ଭାବନା ଏକ ସମୂହ ମଧ୍ୟରେ ଦୃଢ଼ ଏକତାର ଭାବ ସୃଷ୍ଟି କରିଥାଏ ।

୪ । ଗ୍ରାମ୍ୟ ସମୁଦାୟର ତିନିଟି ଲକ୍ଷଣ
Answer:
ଗ୍ରାମ୍ୟ ସମୁଦାୟର ତିନିଟି ଲକ୍ଷଣ:
(i) ପ୍ରାକୃତିକ ପରିବେଶ
(ii) କୃଷି ହିଁ ମୁଖ୍ୟ ଜୀବିକା
(iii) ଅନୌପଚାରିକ ସାମାଜିକ ସଙ୍ଗଠନ

୫ । ସହରୀ ସମୁଦାୟର ତିନିଟି ଲକ୍ଷଣ
Answer:
ସହରୀ ସମୁଦାୟର ତିନିଟି ଲକ୍ଷଣ ହେଲା ·
(i) ଆକାରରେ ବୃହତ୍ତ
(ii) ଅଣକୃଷିଭିଭିକ ଜୀବିକା
(iii) ଅସ୍ଥାୟୀ ଔପଚାରିକ ସମ୍ପର୍କ

CHSE Odisha Class 12 Sociology Unit 2 Short Answer Questions in Odia Medium

୬ । ଗ୍ରାମ୍ୟ ଓ ସହରୀ ସମୁଦାୟର ମଧ୍ଯରେ ଦୁଇଟି ପାର୍ଥକ୍ୟ
Answer:
(i) ଗ୍ରମ୍ୟ ସମୁଦାୟ ଆକାରରେ କ୍ଷୁଦ୍ର ଅଟେ ଏବଂ ସହରୀ ସମୁଦାୟ ଆକାରର ବୃହତ୍ ଅଟେ ।
(ii) ଗ୍ରାମ୍ୟ ସମୁଦାୟର ଲୋକମାନଙ୍କ ମୁଖ୍ୟବୃତ୍ତି କୃଷି ଅଟେ, ମାତ୍ର ସହରୀ ସମୁଦାୟର ଲୋକମାନେ ବିଭିନ୍ନ ବୃଦ୍ଧି; ଯଥା- ଚାକିରି, ବ୍ୟବସାୟ ତଥା ଅନ୍ୟାନ୍ୟ ବୃତ୍ତିରେ ନିୟୋଜିତ ହୋଇଥା’ନ୍ତି ।

(ଗ) ପାର୍ଥକ୍ୟ ଦର୍ଶାଅ ।

୧ । ଐକିକ ଗ୍ରାମ ଓ ରୈଖିକ ଗ୍ରାମ :
Answer:
ଐକିକ ଗ୍ରାମରେ ଗୃହଗୁଡ଼ିକ ଗୋଟିଏ ସ୍ଥାନରେ ପରସ୍ପର ସହ ଲଗାଲଗି ହୋଇ ରହିଥାଏ । ଗ୍ରାମର ମଧ୍ୟଭାଗରେ ଏକ ପ୍ରଶସ୍ତ ରାସ୍ତା ସମସ୍ତ ଗୃହଗୁଡ଼ିକୁ ସଂଯୋଗ କରିଥାଏ ।
ବୈଖ୍ୟକ ଗ୍ରାମରେ ଗୃହଗୁଡ଼ିକ ଧାଡ଼ି ହୋଇ ଗୋଟିଏ ସରଳରେଖାର ଅବସ୍ଥିତ ହୋଇଥାନ୍ତି । ଏହି ଘରଗୁଡ଼ିକ ରାସ୍ତାକଡ଼ରେ କିମ୍ବା ନଦୀ କୂଳରେ ଏକ ବୈଖକ ଭାବରେ ଅବସ୍ଥିତ ହୋଇଥା’ନ୍ତି ।

୨ । ମିଶ୍ରିତ ଗ୍ରାମ୍ୟ ଓ ପରିବ୍ୟାପ୍ତ ଗ୍ରାମ :
Answer:
ଉଭୟ ଐକିକ ଓ ପରିବ୍ୟାପ୍ତ ଗ୍ରାମ୍ୟ ସମୁଦାୟର ସମ୍ମିଶ୍ରଣକୁ ମିଶ୍ରିତ ଗ୍ରାମ୍ୟ ସମୁଦାୟ କୁହାଯାଏ । ଏହି ପ୍ରକାର ଗ୍ରାମଗୁଡ଼ିକ ସମତଳ ଓ ପାହାଡ଼ିଆ ଅଞ୍ଚଳରେ ସୃଷ୍ଟି ହୋଇଥାଏ ।
ପରିବ୍ୟାପ୍ତ ଗ୍ରାମ ସମୁଦାୟରେ ଗୃହଗୁଡ଼ିକ ବିକ୍ଷିପ୍ତ ଭାବରେ ରହିଥାଏ । ନିକଟରେ ବିଲବାଡ଼ି ଓ ତୋଟା ରହିଥାଏ

୩ । ନଦୀକୂଳିଆ ଗ୍ରାମ ଓ ସମୁଦ୍ରକୂଳିଆ ଗ୍ରାମ :
Answer:
ନଦୀକୂଳିଆ ଗ୍ରାମ୍ୟ ସମୁଦାୟ ନଦୀକୂଳରେ ଅବସ୍ଥିତ ହୋଇଥାଏ । ଗୃହଗୁଡ଼ିକ ନଦୀର ଦୁଇ କୂଳରେ ଗୋଟିଏ କିମ୍ବା ଦୁଇଟି ଧାଡ଼ିରେ ପାଖାପାଖ୍ ହୋଇ ରହିଥା’ନ୍ତି ।
ସମୁଦ୍ରକୂଳିଆ ଗ୍ରାମ୍ୟ ସମୁଦାୟ ସାଧାରଣତଃ ସମୁଦ୍ରକୂଳରେ ଗଢ଼ି ଉଠିଥାଏ । ଏହି ଗ୍ରାମଗୁଡ଼ିକ ସାଧାରଣତଃ ଛୋଟ । ଏହାରି ଅଧ୍ବବାସୀମାନଙ୍କୁ ନୋଳିଆ ବା ଧୀବର କୁହାଯାଏ ।

୪ । ପାହାଡ଼ିଆ ଗ୍ରାମ ଓ ଜଙ୍ଗଲିଆ ଗ୍ରାମ :
Answer:
ପାହାଡ଼ିଆ ଗ୍ରାମ ବିଶେଷତଃ ପାହାଡ଼ ପର୍ବତ ଅଞ୍ଚଳରେ ଅବସ୍ଥିତ । ଏହି ପ୍ରକାର ଗ୍ରାମଗୁଡ଼ିକରେ ଗମନାଗମନ ସୁବିଧା ନଥାଏ । ଜଙ୍ଗଲ ବା ସମତଳଭୂମି ପରି ଉର୍ବର ମାଟି ନଥୁବାରୁ କୃଷିଜନିତ ସମସ୍ୟା ଥାଏ ।
ବଣଜଙ୍ଗଲ ନିକଟସ୍ଥ ଗ୍ରାମ୍ୟ ସମୁଦାୟକୁ ଜଙ୍ଗଲିଆ ଗ୍ରାମ କୁହାଯାଏ । ଏହି ଗ୍ରାମ୍ୟ ସମୁଦାୟର ଲୋକମାନେ ସାଧାରଣତଃ ସରଳ, ସହଯୋଗୀ ଓ ପରିଶ୍ରମୀ ଅଟନ୍ତି ।

୫ । ମରୁଭୂମି ଗ୍ରାମ ଓ ସହରତଳି ଗ୍ରାମ
Answer:
ମରୁଭୂମିର ବାଲୁକାରାଶି ଉପରେ ଗଢ଼ିଉଠିଥୁବା ଜନବସତିକୁ ମରୁଭୂମି ଗ୍ରାମ କୁହାଯାଏ । ଏହା ଆକାରରେ ଅତ୍ୟନ୍ତ କ୍ଷୁଦ୍ର ଓ ଗୃହଗୁଡ଼ିକ ବିକ୍ଷିପ୍ତ ଭାବରେ ଚତୁର୍ଦିଗରେ ରହିଥାଏ ।
ସହର ଉପକଣ୍ଠରେ ଗଢ଼ିଉଠିଥୁବା ଗ୍ରାମକୁ ସହରତଳି ଗ୍ରାମ କୁହାଯାଏ । ସହରୀ ସଭ୍ୟତାଦ୍ୱାରା ଏମାନେ ପ୍ରଭାବିତ ଓ ବ୍ୟକ୍ତିତ୍ଵରେ ସେମାନେ ଚତୁର ଓ ଚାଲାକ୍ ଅଟନ୍ତି ।

୬ । ଜମିଦାରୀ ଗ୍ରାମ ଓ ରୟତଓ୍ବାରୀ ଗ୍ରାମ
Answer:
ଜମିଦାରୀ ଗ୍ରାମରେ ଜମିର ମାଲିକାନା ସାଧାରଣତଃ ଗୋଟିଏ ପରିବାର ବା କେତେକ ପରିବାର ଉପରେ ନ୍ୟସ୍ତ ଥାଏ । ଏମାନେ ଜମିଦାର ଓ ଜମି ଉପରେ ଏମାନଙ୍କ ପୂର୍ବ ଅଧିକାର ଥାଏ ।
ରୟତ୍‌ରୀ ଗ୍ରାମରେ କୃଷକମାନେ ଜମିଚାଷ କରନ୍ତି ଓ ନିଜର ମାଲିକାନା ସତ୍ଵ ରହିଥାଏ । କୌଣସି ମଧ୍ଯସ୍ଥିର ଭୂମିକା ନଥାଏ ।

୭ | ଇଲମ୍ ଓ ତରୱାଡ଼୍ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
(୧) ଇଲମ୍ କେରଳର ନମ୍ବୁଦ୍ବିମାନଙ୍କ ମଧ୍ୟରେ ଦେଖାଯାଇଥାଏ; କିନ୍ତୁ ତରୱାତ୍ କେରଳର ନାୟାରମାନଙ୍କ ମଧ୍ୟରେ ଦେଖାଯାଇଥାଏ ।
(୨) ଇଲମ୍ ପିତୃବଂଶୀୟ ଯୌଥ ପରିବାର ହୋଇଥିବାବେଳେ ତରଓ୍ବାତ୍ ମାତୃବଂଶୀୟ ଯୌଥ ପରିବାର କୁହାଯାଏ ।
(୩) ଇଲମ୍ବର ସଂପରି ଅବିଭାଜ୍ୟ ଅଟେ । କିନ୍ତୁ ତରୱାତ୍‌ର ସଂପରି ବିଭାଜିତ ହୋଇଥାଏ ଏହାର ଏକକଗୁଡ଼ିକ ମଧ୍ୟରେ ।

CHSE Odisha Class 12 Sociology Unit 2 Short Answer Questions in Odia Medium

୮। ଏକକ ପରିବାର ଓ ଯୌଥ ପରିବାର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
(୧) ଏକକ ପରିବାର ଏକ କ୍ଷୁଦ୍ର ପରିବାର ହୋଇଥିବାବେଳେ ଯୌଥ ପରିବାର ଏକ ବୃହତ୍ ପରିବାର ଅଟେ ।
(୨) ଏକକ ପରିବାର ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ସନ୍ତାନ ସନ୍ତତିମାନଙ୍କୁ ନେଇ ଗଠିତ; କିନ୍ତୁ ଯୌଥ ପରିବାରରେ ତିନିରୁ ଚାରି ପୁରୁଷ ଗଭୀରତା ଦେଖା ଯାଇଥାଏ ।
(୩) ଏକକ ପରିବାର ମୁଖ୍ୟତଃ ସହର ଓ ଶିଳ୍ପାଞ୍ଚଳରେ ପରିଲକ୍ଷିତ ହେଉଥ‌ିବାବେଳେ ଯୌଥ ପରିବାର ମୁଖ୍ୟତଃ କୃଷିଭିତ୍ତିକ ଅର୍ଥନୀତିରେ ଦେଖାଯାଇଥାଏ ।

୯ । ସମଜାତୀୟତା ବନାମ ବିଷମ ଜାତୀୟତା
Answer:
ଗ୍ରାମ ସମୁଦାୟ ସମଜାତୀୟ ଜନସଂଖ୍ୟାକୁ ନେଇ ଗଠିତ । ଗ୍ରାମ ଅଧ‌ିବାସୀମାନଙ୍କ ମଧ୍ୟରେ ସାମାଜିକ ଏବଂ ମନୋବୈଜ୍ଞାନିକ ଗୁଣରେ ଅଳ୍ପେ ବହୁତେ ସମାନତା ପରିଲକ୍ଷିତ ହୋଇଥାଏ । ସେମାନଙ୍କ ଭାଷା, ବିଶ୍ୱାସ, ଲୋକ ନିୟମ ଏବଂ ବ୍ୟବହାର ସ୍ୱରୂପରେ ସାଦୃଶ୍ୟ ଥାଏ । ଏକ କ୍ଷୁଦ୍ର ସମ୍ପ୍ରଦାୟ ହୋଇଥିବା ଗ୍ରାମ ସମୁଦାୟର ସଦସ୍ୟଗଣ ସାଧାରଣ ସ୍ଵାର୍ଥ ଓ ବ୍ୟବସାୟରେ ଭାଗୀଦାର ହୋଇଥା’ନ୍ତି; ମାତ୍ର ସହର ସମୁଦାୟ ବିଷମଜାତୀୟ ବ୍ୟକ୍ତିମାନଙ୍କୁ ନେଇ ଗଢ଼ି ଉଠିଥାଏ । ବିଭିନ୍ନ ପ୍ରଜାତି, ଜାତି ଏବଂ ସଂସ୍କୃତିର ଲୋକମାନେ ସହରରେ ଏକତ୍ରିତ ହୋଇଥା’ନ୍ତି । ସୋମନଙ୍କର ଜୀବିକା ଅର୍ଜନର ଉପାୟ ମଧ୍ଯ ବିବିଧ । ସେମାନଙ୍କର ଉଦ୍ଦେଶ୍ୟ, ଲକ୍ଷ୍ୟ, ବ୍ୟବହାର ଓ ଆଦର୍ଶରେ ବିଭିନ୍ନତା ବିଶେଷ ଭାବରେ ପରିସ୍ଫୁଟ ହୋଇଥାଏ ।

୧୦ । ଅକୈନ୍ଦ୍ରିକ ଗ୍ରାମ ଏବଂ ବିକ୍ଷିପ୍ତ ଗ୍ରାମ
Answer:
ଅକୈନ୍ଦ୍ରିକ ଗ୍ରାମଗୁଡ଼ିକର ବସତିଗୁଡ଼ିକ ଗୋଟିଏ ଜାଗାରେ ଘନ ହୋଇ ଗଢ଼ି ଉଠିଥାଏ । ଗାଁର ସବୁ ପରିବାରର ଘରଗୁଡ଼ିକ ପରସ୍ପର ଲଗାଲଗି ହୋଇ ରହିଥା’ନ୍ତି । ଏ ପ୍ରକାର ଗ୍ରାମ ଭାରତର ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳିଥାଏ । ବିକ୍ଷିପ୍ତ ଗ୍ରାମ ସମୁଦାୟରେ ଗୃହଗୁଡ଼ିକ ବିକ୍ଷିପ୍ତ ଭାବରେ ରହିଥାଏ । ଫଳତଃ ଗ୍ରାମର କୌଣସି ନିର୍ଦ୍ଦିଷ୍ଟ ଆକାର ନ ଥାଏ । ଗୋଟିଏ ଗୃହ ଅନ୍ୟ ଗୋଟିଏ ଗୃହଠାରୁ ବହୁ ଦୂରରେ ରହିଥାଏ । ଏହି ଦୃଷ୍ଟିରୁ ଗ୍ରାମର ଅଧିକାଂଶ ସଦସ୍ୟ ପରସ୍ପରକୁ ଜାଣି ନ’ଥାନ୍ତି । ଗ୍ରାମରେ ରାସ୍ତା ନ ଥାଏ ।

ପାଦଚଲା ରାସ୍ତାଦ୍ୱାରା ବିଭିନ୍ନ ସ୍ଥାନରେ ଗଢ଼ି ଉଠିଥିବା ଗୃହଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ହୋଇଥାଏ । ବିକ୍ଷିପ୍ତ ଭାବେ ବସବାସ କରୁଥିବାରୁ ଲୋକମାନଙ୍କର ସାମାଜିକ, ଅର୍ଥନୈତିକ, ଧାର୍ମିକ ତଥା ସାଂସ୍କୃତିକ ଜୀବନ ସମାନ ନଥାଏ ।

୧୧ । ନଈକୂଳିଆ ଗାଁ ଓ ସମୁଦ୍ରକୂଳିଆ ଗାଁ
Answer:
ନଈକୂଳିଆ ଗାଆଁଗୁଡ଼ିକ ନଈ କୂଳରେ ଅବସ୍ଥିତ । ଗାଆଁର ଘରଗୁଡ଼ିକ ନଈକୂଳରେ ଗୋଟିଏ ଧାଡ଼ି ବା ଦୁଇଟି ଧାଡ଼ିରେ ନିର୍ମିତ ହୋଇଥାଏ । ନଈବଢ଼ିରୁ ରକ୍ଷା ପାଇବାପାଇଁ ବେଳେବେଳେ ନଈକୂଳରୁ ଅଳ୍ପଦୂରରେ ଘରଗୁଡ଼ିକ ପୁଳିପୁଳି ହୋଇ ଗଢ଼ିଉଠିଥାଏ ଓ ଉଚ୍ଚସ୍ଥାନରେ ବା ଉଚ୍ଚ ନିଅଁ ଉପରେ ଘର ତିଆରି ହୋଇଥାଏ । ସମୁଦ୍ରକୂଳିଆ ଗାଁ ଆକାରରେ ଖୁବ୍ ଛୋଟ । ସମୁଦ୍ରରୁ ମାଛ, କଙ୍କଡ଼ା, ଶାମୁକା ଓ ନାନାପ୍ରକାର ପ୍ରବାଳ ବିକ୍ରିକରି ଏଠାକାର ଅଧ୍ବବାସୀମାନେ ନିଜର ଖର୍ଚ୍ଚ ତୁଲାଇ ଥାଆନ୍ତି ।

୧୨ । ମରୁଭୂମି ଗାଆଁ ଓ ସହରତଳି ଗାଆଁ
Answer:
ମରୁଭୂମି ଗାଁଗୁଡ଼ିକ ମରୁଭୂମି ଅଞ୍ଚଳରେ ଦେଖାଯାଏ । ଏଗୁଡ଼ିକ ଆକାରରେ ଖୁବ୍ ଛୋଟ । ଏ ପ୍ରକାରର ଗାଆଁରେ ଘରଗୁଡ଼ିକ ସାଧାରଣତଃ ମରୂଦ୍ୟାନ ଚାରିପଟେ ଅବସ୍ଥିତ । ସହରର ଉପକଣ୍ଠରେ ଅବସ୍ଥିତ ଗାଁଗୁଡ଼ିକୁ ସହରତଳି ଗାଆଁ କୁହାଯାଏ । ଏ ଗାଆଁଗୁଡ଼ିକ ସହରୀ ସଭ୍ୟତାଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥା’ନ୍ତି । ଗାଆଁର ଅର୍ଥନୀତି ସହରଦ୍ଵାରା ନିୟନ୍ତ୍ରିତ ହୋଇଥାଏ ।

୧୩ । ଜମିଦାରୀ ଗାଆଁ ଓ ରୟତି ଗାଆଁ
Answer:
ଜମିଦାରୀ ଗାଆଁରେ ଜମିର ମାଲିକାନା ଗୋଟିଏ ପରିବାର ବା କେତେକ ପରିବାର ଉପରେ ନ୍ୟସ୍ତ ଥାଏ । ଏମାନଙ୍କୁ ଜମିଦାର ବୋଲି କୁହାଯାଏ ଜମି ଉପରେ ଜମିଦାରଙ୍କର ସମ୍ପୂର୍ଣ୍ଣ ଅଧିକାର ଥାଏ; ମାତ୍ର ସେ ଚାଷ ନ କରି ଅନ୍ୟକୁ ଚାଷ କରିବାପାଇଁ ଜମି ଦେଇଥା’ଛି ଓ ତାହାଠାରୁ ଖଜଣା ଆଦାୟ କରିଥାଆନ୍ତି । ଏହି ଖଜଣାକୁ ଜମିଦାର ସରକାରଙ୍କୁ ଦେଇଥା’ନ୍ତି । ରୟତି ଗାଆଁଗୁଡ଼ିକରେ ଜମିର ମାଲିକ ହେଉଛନ୍ତି କୃଷକ । ସେମାନେ ସିଧାସଳଖ କୌଣସି ମଧ୍ଯସ୍ଥିର ବିନା ସହାୟତାରେ ସରକାରଙ୍କୁ ଖଜଣା ଦେଇଥା’ନ୍ତି ।

୧୪ । ଏକରେଖକ ଗ୍ରାମ ଓ ମିଶ୍ରିତ ଗ୍ରାମ
Answer:
ଏକରୈଖ୍ୟକ ଗ୍ରାମ କହିଲେ ସେହି ଗ୍ରାମକୁ ବୁଝାଏ ଯେଉଁଠି ଘରଗୁଡ଼ିକ ଧାଡ଼ି ହୋଇ ଗୋଟିଏ ସରଳରେଖାରେ ରହିଥାଏ । ଘରଗୁଡ଼ିକ ରାସ୍ତାକଡ଼ରେ କିମ୍ବା ନଦୀକୂଳରେ ତିଆରି ହୋଇଥାଏ । ସମସ୍ତ ଗୃହର ମୁହଁ ଗୋଟିଏ ପାର୍ଶ୍ଵକୁ ଅର୍ଥାତ୍ ରାସ୍ତା ଅଡ଼କୁ ରହିଥାଏ । ନଦୀ କିମ୍ବା ପାହାଡ଼ ଗୋଟିଏ ଗ୍ରାମକୁ ଅନ୍ୟ ଗ୍ରାମଠାରୁ ପୃଥକ୍ କରି ପ୍ରାକୃତିକ ସୀମାରେଖା ଭାବେ କାର୍ଯ୍ୟ କରେ । ମିଶ୍ରିତ ଗ୍ରାମ କହିଲେ ଉଭୟ ଅକୈନ୍ଦ୍ରିକ ଓ ବିକ୍ଷିପ୍ତ ଗ୍ରାମର ସମ୍ମିଶ୍ରଣକୁ ବୁଝାଏ ।

ଏପ୍ରକାର ଗ୍ରାମଗୁଡ଼ିକ ବିଶେଷ ଭାବରେ ସମତଳ ଓ ପାହାଡ଼ିଆ ଅଞ୍ଚଳରେ ଦେଖାଯାଇଥାଏ । ଘରଗୁଡ଼ିକ କେତେକ ସ୍ଥାନରେ ପାଖାପାଖ୍ ହୋଇ ରହିଥାଏ ଓ ଅନ୍ୟ କେତେକ ସ୍ଥାନରେ ବହୁ ଦୂରରେ ରହିଥାଏ।

୧୫ । ସାମାଜିକ ସଞ୍ଚଳନ କ୍ଷେତ୍ରରେ ଗ୍ରାମ୍ୟ ସମୁଦାୟ ଓ ସହର ସମୁଦାୟ
Answer:
ଗ୍ରାମ୍ୟ ସମୁଦାୟର ସାମାଜିକ ସଞ୍ଚଳନ ନଗର ସମୁଦାୟ ତୁଳନାରେ ଅପେକ୍ଷାକୃତ କମ୍ । ଗ୍ରାମ୍ୟ ସମୁଦାୟରେ ସଞ୍ଚଳନର ବିଶେଷ ସୁବିଧା ସୁଯୋଗ ନ ଥିବାରୁ ସାମାଜିକ, ବ୍ୟାବସାୟିକ ଓ ସାଂସ୍କୃତିକ ସଞ୍ଚଳନ ଖୁବ୍ କମ୍ ପରିମାଣରେ ଦେଖାଯାଏ; କିନ୍ତୁ ନଗର ସମୁଦାୟର ଆନୁଷ୍ଠାନିକ କେନ୍ଦ୍ରୀକରଣ ଓ ସାଙ୍ଗଠନିକ ପ୍ରଭେଦୀକରଣ ସାମାଜିକ ତଥା ବ୍ୟାବସାୟିକ ସଞ୍ଚଳନକୁ ତ୍ୱରାନ୍ବିତ କରିଥାଏ ।

(ଘ) ପାଞ୍ଚଟି । ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ଗ୍ରାମ୍ୟ ସମୁଦାୟର ଲକ୍ଷଣ
Answer:
ଗ୍ରାମ୍ୟ ସମୁଦାୟ ଦଳେ ବ୍ୟକ୍ତିଙ୍କୁ ନେଇ ଗଠିତ ହୋଇଥାଏ, ଯେଉଁମାନଙ୍କ ମଧ୍ୟରେ ଦୃଢ଼ ଆମେକ ଭାବନା ପରିଲକ୍ଷିତ ହୋଇଥାଏ ଓ ସଦସ୍ୟମାନେ କୃଷି ତଥା ପଶୁପାଳନକୁ ମୁଖ୍ୟ ଜୀବିକାଭାବେ ଗ୍ରହଣ କରିଥା’ନ୍ତି । ଏହାର ମୁଖ୍ୟ ଲକ୍ଷଣଗୁଡ଼ିକୁ ନିମ୍ନରେ ପ୍ରଦତ୍ତ କରାଗଲା।

ଆକାରରେ କ୍ଷୁଦ୍ର, କୃଷିଭିତ୍ତିକ ଅର୍ଥନୀତି, ପ୍ରାଥମିକ ସମ୍ପର୍କ, ଜନସ୍ୟାରେ କମ୍ ଘନତ୍ବ, ସମଜାତୀୟତା, ଧର୍ମ ଉପରେ ବିଶ୍ଵାସ, ଯୌଥ ପରିବାର ବ୍ୟବସ୍ଥା ଇତ୍ୟାଦି । ଏହା ବ୍ୟତୀତ ଗ୍ରାମ ସମୁଦାୟର ଅନ୍ୟାନ୍ୟ ଗୁଣକୁଡ଼ିକ ହେଲା ସରଳ ଜୀବନଯାପନ, ଦାରିଦ୍ର୍ୟ, ଶାନ୍ତିପୂର୍ଣ୍ଣ ପରିବେଶ, ସାମୁଦାୟିକ ମନୋଭାବ, ନିରକ୍ଷରତା, ରକ୍ଷଣଶୀଳତା, ସାମାଜିକ ନିୟନ୍ତ୍ରଣ ଓ ଧୀର ପରିବର୍ତ୍ତନ ଇତ୍ୟାଦି । କାର୍ଲ ମାର୍କଙ୍କ ମତରେ, ଭାରତୀୟ ଗ୍ରାମ ସମୁଦାୟର ଗୁଣ ବା ଲକ୍ଷଣ କହିଲେ କ୍ଷୁଦ୍ରତା ଆତ୍ମନିର୍ଭରଶୀଳତା, କୃଷି ଓ ଜାତିପ୍ରଥାଦ୍ବାରା ଗ୍ରାମ ବିଭାଜନକୁ ବୁଝାଯାଏ ।

୨ । ଗ୍ରାମ୍ୟ ସମୁଦାୟ ଓ ସହର ସମୁଦାୟ ମଧ୍ଯରେ ପାର୍ଥକ୍ୟ
Answer:
ଗ୍ରାମ୍ୟ ସମୁଦାୟ ଓ ସହର ସମୁଦାୟ ମଧ୍ଯରେ ଅନେକ କ୍ଷେତ୍ରରେ ପାର୍ଥକ୍ୟମାନ ପରିଲକ୍ଷିତ ହୋଇଥାଏ, ଯଥା
(୧) ଗ୍ରାମ୍ୟ ସମୁଦାୟ ଆକାରରେ କ୍ଷୁଦ୍ର ହୋଇଥିବାବେଳେ, ସହର ସମୁଦାୟର ଆକାର ବୃହତ୍ ଅଟେ ।
(୨) ଗ୍ରାମ୍ୟ ସମୁଦାୟର ପରିବେଶ ପ୍ରାକୃତିକ ହୋଇଥିବାବେଳେ ସହର ସମୁଦାୟର ପରିବେଶ କୃତ୍ରିମ ଅଟେ ।
(୩) ଗ୍ରାମ୍ୟ ସମୁଦାୟର ତୁଳନାରେ ସହର ସମୁଦାୟର ଜନସଂଖ୍ୟା ଘନତ୍ଵ ଅଧିକ ଅଟେ ।
(୪) ଗ୍ରାମରେ ସମଜାତୀୟ ଜୀବନଯାପନ ଶୈଳୀ ରହିଥାଏ କିନ୍ତୁ ସହରୀ ଜୀବନ ବିଷମଜାତୀୟ ହୋଇଥାଏ ।
(୫) ଗ୍ରାମରେ ଧୀର ସାମାଜିକ ପରିବର୍ତ୍ତନ ରହିଥାଏ; କିନ୍ତୁ ସହରରେ ଦ୍ରୁତ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ ।

CHSE Odisha Class 12 Sociology Unit 2 Short Answer Questions in Odia Medium

୩ । ଗ୍ରାମ ଓ ସହର ମଧ୍ୟରେ ସମ୍ପର୍କ
Answer:
ଗ୍ରାମ ଓ ସହରୀ ସମୁଦାୟ ପରସ୍ପର ନିର୍ଭରଶୀଳ ।
(୧) ଗ୍ରାମୀଣ ଓ ସହରୀ ପରିବେଶ ପାଇଁ ସ୍ଥାନାନ୍ତର ତଥା ଉଚ୍ଚଶିକ୍ଷା ଓ ସୁବିଧାସୁଯୋଗ ପାଇଁ ସହରୀ ସମୁଦାୟ ପ୍ରତି ଗ୍ରାମବାସୀ ଅକୃଷ୍ଟ ହୁଅନ୍ତି ।
(୨) ଗ୍ରାମର ପର୍ବପର୍ବାଣି ପରମ୍ପରା ସହରବାସୀଙ୍କୁ ଆକୃଷ୍ଟ କରିଥାଏ । ସହରର ଚାକଚକ୍ୟ ସଭ୍ୟତା ଗ୍ରାମବାସୀକୁ ଆକର୍ଷଣ କରେ ।
(୩) ଶ୍ରମ ନିୟୋଜନ ପାଇଁ ସହର ଗ୍ରାମର ଶ୍ରମିକମାନଙ୍କ ଉପରେ ନିର୍ଭର କରିଥାଏ । ସେହିପରି ଗ୍ରାମ୍ୟ ଶ୍ରମିକ ପେଟପୋଷିବା ପାଇଁ ସହରକୁ ସ୍ଥାନାନ୍ତରିତ ହୁଏ ।
(୪) ଗ୍ରାମ୍ୟ କୃଷିଜାତଦ୍ରବ୍ୟ ସହରକୁ ସ୍ଥାନାନ୍ତରିତ ହୋଇଥାଏ, ସେହିପରି ସହରରେ ଉପଲବ୍ଧ ଔଷଧ, ବୈଦ୍ୟୁତିକ ସରଞ୍ଜମ ଓ ଯାନ୍ତ୍ରିକ ଉପକରଣ ଗ୍ରାମବାସୀମାନଙ୍କର ଚାହିଦା ରହିଥାଏ ।
(୫) ସହରୀକରଣର ପ୍ରଭାବ ଫଳରେ ଗ୍ରାମ ସମୁଦାୟରେ ଚିତ୍ତ ବିନୋଦନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖାଯାଇଛି । ସେହିପରି ଗ୍ରାମର ସଂସ୍କୃତି ସହରୀ ଜୀବନକୁ ଗ୍ରାମ ପ୍ରତି ଆକୃଷ୍ଟ କରେ ।

୪। ଯୌଥ ପରିବାରର ଅପକାର୍ଯ୍ଯ ବା ଅପକାରିତାଗୁଡ଼ିକ ବୁଝାଅ ।
Answer:
ଯୌଥ ପରିବାରରେ ନିମ୍ନଲିଖ୍ ଅପକାରିତାଗୁଡ଼ିକ ଦେଖାଯାଇଥାଏ ।
(୧) ଯୌଥ ପରିବାର ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶରେ ଅନ୍ତରାୟ ସୃଷ୍ଟି କରିଥାଏ ।
(୨) ଯୌଥ ପରିବାର କଳହ ଓ ଦ୍ବନ୍ଦ୍ବର ଗନ୍ତାଘର ଭାବେ କାର୍ଯ୍ୟ କରିଥାଏ ।
(୩) ଯୌଥ ପରିବାରରେ ନାରୀମାନଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ।
(୪) ଯୌଥ ପରିବାର ଅଳସୁଆଙ୍କର ବାସସ୍ଥଳୀ ଅଟେ ।
(୫) ଯୌଥ ପରିବାର ଦାରିଦ୍ର୍ୟତାକୁ ପ୍ରୋତ୍ସାହିତ କରିଥାଏ ।
(୬) ଯୌଥ ପରିବାର ଗୋପନୀୟତାର ଅଭାବ ଓ ମାନସିକ ଅଶାନ୍ତି ସୃଷ୍ଟି କରିଥାଏ ।

୫। ଯୌଥ ପରିବାରର ଗୁଣ ବା ଲକ୍ଷଣକୁ ବୁଝାଅ ।
Answer:
ଯୌଥ ପରିବାରରେ ନିମ୍ନଲିଖ ଗୁଣ ବା ଲକ୍ଷଣ ଦେଖାଯାଏ ।
(୧) ଯୌଥ ପରିବାର ଏକ ବୃହତ୍ ସମୂହ ।
(୨) ଏହାର ସଦସ୍ୟମାନେ ଏକ ସାଧାରଣ ଚୁଲାରେ ପ୍ରସ୍ତୁତ ଖାଦ୍ୟ ଖାଇଥା’ନ୍ତି ।
(୩) ସଦସ୍ୟମାନେ ଏକ ସାଧାରଣ ଗୃହରେ ବାସ କରିଥା’ନ୍ତି ।
(୪) ଯୌଥ ପରିବାରରେ ସମସ୍ତେ ସାଧାରଣ ସଂପରି ଉପଭୋଗ କରିଥା’ନ୍ତି ।
(୫) ଏଥରେ କର୍ତ୍ତା ପରିବାରରର ମୁଖ୍ୟ ଅଟନ୍ତି ।
(୬) ଏହାର ସଦସ୍ୟମାନଙ୍କ ମଧ୍ୟରେ ପାରସ୍ପରିକ କର୍ତ୍ତବ୍ୟବୋଧ ରହିଥାଏ ।
(୭) ଏହା ଏକ ସାମ୍ୟବାଦୀ ସଂଗଠନ ।

୬। ଯୌଥ ପରିବାରରେ ଦେଖାଯାଇଥିବା ପରିବର୍ତ୍ତନଗୁଡ଼ିକ ବୁଝାଅ ।
Answer:
ସମୟ ସହ ତାଳ ଦେଇ ଯୌଥ ପରିବାରରେ ଅନେକଗୁଡ଼ିଏ ପରିବର୍ତ୍ତନ ଉଭୟ ସାଙ୍ଗଠନିକ ଓ ପ୍ରକାର୍ଯ୍ୟାତ୍ମକ କ୍ଷେତ୍ରରେ ଦେଖାଦେଇଛି; ଯଥା-
(୧) ସଂପ୍ରତି ଯୌଥ ପରିବାରର ସଂଖ୍ୟା ହ୍ରାସ ପାଇବା ସହିତ ଏହାର ଆକାରରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି ।
(୨) ଯୌଥ ପରିବାର ଆଉ ପୂର୍ବପରି ଚାରି କିମ୍ବା ତହିଁରୁ ଅଧ‌ିକ ପୁରୁଷର ଲୋକମାନଙ୍କୁ ନେଇ ଗଠିତ ହେଉନାହିଁ ।
(୩) ଯୌଥ ପରିବାର ଆଉ ପୂର୍ବପରି ଏକ ମିତବ୍ୟୟୀ ଅନୁଷ୍ଠାନ ହୋଇ ରହିନାହିଁ ।
(୪) ଯୌଥ ପରିବାରର ମୁଖ୍ୟଙ୍କ କ୍ଷମତାରେ ଅନେକ ହ୍ରାସ ଘଟିଛି ।

୭ । ହିନ୍ଦୁ ଯୌଥ ପରିବାର କ’ଣ ବୁଝାଅ ।
Answer:
ହିନ୍ଦୁ ଯୌଥ ପରିବାର ଭାରତୀୟ ସମାଜର ଏକ ଗୁରୁତ୍ଵପୂର୍ଣ୍ଣ ସାମାଜିକ ଅନୁଷ୍ଠାନ । ଭାରତୀୟ ପରିବାର ବ୍ୟବସ୍ଥା ଏହି ଯୌଥ ପରିବାରକୁ ବୁଝାଇଥାଏ । ହିନ୍ଦୁ ସମାଜରେ ସାଧାରଣତଃ ଦୁଇ ପ୍ରକାରର ଯୌଥ ପରିବାର ଦେଖାଯାଇଥାଏ । ଯଥା –

(୧) ମାତୃସ୍ଥାନୀୟ ଯୌଥ ପରିବାର ଓ (୨) ପିତୃସ୍ଥାନୀୟ ଯୌଥ ପରିବାର । ଏକତ୍ର ବସବାସ କରୁଥିବା ଦୁଇ ବା ତିନି ପୁରୁଷର ଲୋକମାନଙ୍କର ଏକ ବୃହତ୍ ସମୂହକୁ ଯୌଥ ପରିବାର କୁହାଯାଏ । ଆର୍. ପି. ଦେଶାଇଙ୍କ ମତରେ, ‘ଯୌଥ ପରିବାରରେ ତିନିରୁ ଚାରି ପୁରୁଷ ଲୋକ ଏକତ୍ର ବାସ କରନ୍ତି ଏବଂ ଯାହାର ସଦସ୍ୟମାନେ ପରସ୍ପର ସହ ସଂପରି, ଆୟ ଓ ପାରସ୍ପରିକ ଅଧିକାର ଓ କର୍ତ୍ତବ୍ୟ ଦୃଷ୍ଟିରୁ ସଂପର୍କିତ ହୋଇଥାନ୍ତି ।’’

BSE Odisha 7th Class Science Important Questions Chapter 6 ତାପ ଓ ତାପ ସଂଚରଣ

Odisha State Board BSE Odisha 7th Class Science Important Questions Chapter 6 ତାପ ଓ ତାପ ସଂଚରଣ Important Questions and Answers.

BSE Odisha Class 7 Science Important Questions Chapter 6 ତାପ ଓ ତାପ ସଂଚରଣ

Question 1.
ପାରଦର କେଉଁ ବିଶେଷ ଗୁଣ ଯୋଗୁ ଏହାକୁ ତାପମାନ ଯନ୍ତ୍ରରେ ବ୍ୟବହାର କରାଯାଏ ?
Solution:
(i) ପାରଦ ଏକ ତରଳ ପଦାର୍ଥ (ଧାତୁ) ହୋଇଥିବାରୁ ଯେକୌଣସି କାଚନଳୀରେ ଏହାକୁ ନେଇ, ତାପ ପ୍ରୟୋଗ କଲେ ଏହାର ପ୍ରସାରଣ ମାପିବା ସହଜସାଧ୍ୟ ହୋଇଥାଏ ।
(ii) ଏହା ଏକ ଅସ୍ବଚ୍ଛ ଏବଂ ଉଜ୍ଜ୍ଵଳ ତରଳ ପଦାର୍ଥ ହୋଇଥିବାରୁ ତାପମାନ ଯନ୍ତ୍ରର କାଚ ମଧ୍ୟ ଦେଇ ସହଜରେ ଚିକ୍ ଚିକ୍ ହୋଇ ଦେଖାଯାଏ ।
(iii) ଏହା କାଚନଳୀରେ ଲାଗିଯାଏ ନାହିଁ ।
(iv) ଅନ୍ୟ ତରଳ ପଦାର୍ଥ ତୁଳନାରେ ଅତି କମ୍ ତାପମାତ୍ରା ବୃଦ୍ଧିରେ ଏହା ଅଧିକ ପ୍ରସାରିତ ହୋଇଥାଏ ।
(v) ନିଦାରିତ ପଦାର୍ଥର ତାପମାତ୍ରା ନିଣ୍ଡୟ କରିବାପାଇଁ ପାରଦ ପଦାଥଠାରୁ ବହୁତ କମ ପରିମାଣର ତାପ ଗହଣ କରେ । ତେଣୁ ସେହି ପଦାର୍ଥର ତାପୀୟ ଅବସ୍ଥାରେ ବିଶେଷ ପରିବର୍ତ୍ତନ ସୃଷ୍ଟି କରେ ନାହିଁ ।
(vi) ପାରଦ ସହଜରେ ଶୁଦ୍ଧ ଅବସ୍ଥାରେ ମିଳେ ।
(vii) ଏହାର ସ୍ଫୁଟନାଙ୍କ 357°C ଏବଂ ହିମାଙ୍କ – 39°C ହୋଇଥିବାରୁ ଏହାକୁ ନେଇ ଗଠିତ ତାପମାନ ଯନ୍ତ୍ରର ପରାସ ଯଥେଷ୍ଟ ଅଧିକ ଅଟେ ।

ସଂଶିପ୍ତଧାମା ପ୍ରଣୋଉର :

Question 1.
ବିକିରଣ ପ୍ରକ୍ରିୟାର ବିଶେଷତ୍ଵ ବୁଝାଅ ।
(i) ବିନା ମାଧ୍ୟମରେ ତାପ ସଞ୍ଚରଣକୁ ବିକିରଣ କୁହାଯାଏ । ପରିବହନ ଓ ପରିଚଳନ ପ୍ରକ୍ରିୟାରେ ତାପ ସଞ୍ଚରଣ ପାଇଁ ମାଧ୍ୟମ ଏକାନ୍ତ ଆବଶ୍ୟକ ହୋଇଥାଏ; ମାତ୍ର ବିକିରଣ ପ୍ରକ୍ରିୟାରେ ମାଧ୍ୟମ ବିନା ତାପ ଏକ ସ୍ଥାନରୁ ଅନ୍ୟ
(ii) ବିକିରଣ ଦ୍ଵାରା ପରିବହନ ଓ ପରିଚଳନ ଅପେକ୍ଷା ଅଧିକ ବେଗରେ ତାପ ସଞ୍ଚରିତ ହୋଇଥାଏ । (iii) ସମସ୍ତ ଉତ୍ତପ୍ତ ବସ୍ତୁ ବିକିରଣ ଦ୍ବାରା ତାପ ହରାଇଥାନ୍ତି ।
(iv) ଉତ୍ପତ୍ତି ସ୍ଥଳରୁ ତାପ ବିକିରଣଦ୍ବାରା ସମଭାବରେ ସବୁଦିଗକୁ ସରଳରେଖାରେ ଗତି କରେ ।

Question 2.
ବୈଜ୍ଞାନିକ କାରଣ ଲେଖ ।
ସମୁଦ୍ର କୂଳରେ ଥ‌ିବା ଘରମାନଙ୍କରେ ସବୁ ଝରକା ଓ ଦ୍ବାର ସମୁଦ୍ର ଆଡ଼କୁ ମୁହଁ କରିଥାଏ ।
Solution:
(i) ଦିନବେଳା ସ୍ଥଳଭାଗ, ଜଳଭାଗ ତୁଳନାରେ ଶୀଘ୍ର ଉତ୍ତପ୍ତ ହୋଇଥାଏ । ତେଣୁ ସ୍ଥଳଭାଗର ତାପମାତ୍ରା ଜଳ ଭାଗର ତାପମାତ୍ରାଠାରୁ ଅଧ‌ିକ ହୋଇଥାଏ ।
(ii) ଫଳରେ ସ୍ଥଳଭାଗ ସଂସ୍ପର୍ଶରେ ଥିବା ବାୟୁ ହାଲୁକା ହୋଇ ଉପରକୁ ଉଠିଯାଏ । ତାହାର ସ୍ଥାନ ପୂରଣ କରିବାପାଇଁ ଜଳଭାଗ ସଂସ୍ପର୍ଶରେ ଥ‌ିବା ଶୀତଳ ଓ ଭାରୀ ବାୟୁ ସ୍ଥଳଭାଗକୁ ପ୍ରବାହିତ ହୁଏ ।
(iii) ଦିନ ବେଳା ଜଳଭାଗରୁ ସ୍ଥଳଭାଗକୁ ବହି ଆସୁଥ‌ିବା ଏହି ପବନକୁ ‘ସମୁଦ୍ର ସମୀର’ କୁହାଯାଏ । ସେଇଥପାଇଁ ସମୁଦ୍ର କୂଳରେ ଥ‌ିବା ଘରମାନଙ୍କରେ ସବୁ ଝରକା ଓ ଦ୍ବାର ସମୁଦ୍ର ଆଡ଼କୁ ମୁହଁ କରିଥାଏ ।

BSE Odisha 7th Class Science Important Questions Chapter 6 ତାପ ଓ ତାପ ସଂଚରଣ

Question 3.
ପାର୍ଥକ୍ୟ ଦର୍ଶାଅ ।
(a) ତାପ ପରିବହନ ଓ ତାପ ପରିଚଳନ
BSE Odisha 7th Class Science Important Questions Chapter 6 Img 1
(b) ତାପ ସୁପରିବାହୀ ଓ ତାପ କୁପରିବାହୀ
BSE Odisha 7th Class Science Important Questions Chapter 6 Img 2
(c) ପରିଚଳନ ଓ ବିକିରଣ
BSE Odisha 7th Class Science Important Questions Chapter 6 Img 3

Question 4.
ବରଫ ବାହାରେ ତରଳିଯାଏ; କିନ୍ତୁ କରତଗୁଣ୍ଡ ବା କୁଣ୍ଡା ଭିତରେ ରଖିଲେ ବହୁ ସମୟ ପର୍ଯ୍ୟନ୍ତ କଠିନ ଅବସ୍ଥାରେ ରହେ ।
Solution:
(i) ବରଫକୁ ବାହାରେ ରଖୁଲେ ତାହା ତରଳିଯାଏ । ଏହା ମୁଖ୍ୟତଃ ବାୟୁମଣ୍ଡଳର ତାପକୁ ଗ୍ରହଣ କରି ତରଳେ ।
(ii) କରତଗୁଣ୍ଡ ବା କୁଣ୍ଡା କୁପରିବାହୀ ହୋଇଥିବାରୁ ତାହା ମଧ୍ୟଦେଇ ବାୟୁମଣ୍ଡଳର ତାପ ବରଫ ପର୍ଯ୍ୟନ୍ତ ଯାଇପାରେ ନାହିଁ । ତେଣୁ ବରଫ ସହଜରେ ନ ତରଳି ବହୁ ସମୟ କଠିନ ଅବସ୍ଥାରେ ରହେ ।

Question 5.
ବୁସେନ୍ ବର୍ଷର ଶିଖା ଉପରେ ତାର ଜାଲି ରଖୁ, ଜାଲି ଉପରକୁ ଶିଖା ଦେଖାଯାଏ ନାହିଁ କାହିଁକି ?
Solution:
(i) ତାରଜାଲି ତାପର ସୁପରିବାହୀ ହୋଇଥ‌ିବାରୁ ଶିଖାରୁ ଉତ୍ପନ୍ନ ତାପକୁ ତାରଜାଲି ଗ୍ରହଣ କରିନିଏ ।
(ii) ଏଣୁ ତାରଜାଲିର ଅପରପାର୍ଶ୍ଵରେ ଗ୍ୟାସ୍ ଉତ୍ତପ୍ତ ହୋଇ ଜଳିବାପାଇଁ ଆବଶ୍ୟକ ତାପ ଶିଖାରୁ ପାଇପାରେ ନାହିଁ । ତେଣୁ ଅପର ପାର୍ଶ୍ଵରେ ଗ୍ୟାସ୍‌ ଜଳେନାହିଁ କିମ୍ବା ଶିଖା ଦେଖାଯାଏ ନାହିଁ ।

ବସ୍ତୁନିଶ ପ୍ତଶୋଇଲ :

I. ଶୂନ୍ୟସ୍ଥାନ ପୂରଣ କର ।
(i) ଗୋଟିଏ ବସ୍ତୁର _________ ଅବସ୍ଥା ଏହାର ତାପମାତ୍ରାକୁ ସୂଚାଇଥାଏ ।
(ii) _________ ଯନ୍ତ୍ର ସାହାଯ୍ୟରେ ତାପମାତ୍ରା ମାପ କରାଯାଇଥାଏ ।
(iii) ବିକିରଣ ଉପାୟରେ ତାପ ସଂଚରଣ ପାଇଁ କୌଣସି _________ ହୁଏ ନାହିଁ ।
(iv) ଗାଢ଼ ରଙ୍ଗର ପୋଷାକ ହାଲ୍‌କା ରଙ୍ଗର ପୋଷାକ ତୁଳନାରେ _________ ତାପ ଅବଶୋଷଣ କରିପାରେ ।
(v) ଗୋଟିଏ ଷ୍ଟିଲ ଚାମଚ ଗରମ ପାଣିରେ ବୁଡ଼ାଇଲେ ଉଭୟଙ୍କ ତାପମାତ୍ରା _________ ହେଲାଯାଏଁ ତାପ ପାଣିରୁ ଚାମଚକୁ ପ୍ରବାହିତ ହେବ ।
(vi) ମଣିଷ ଦେହର ସାଧାରଣ ତାପମାତ୍ରା _________ |
(vii) ଗାଢ଼ ରଙ୍ଗର ପୋଷାକ _________ ଋତୁରେ ପିନ୍ଧାଯାଏ ।
(viii)ଏକ ଥର୍ମୋମିଟର ପରିସର _________
(ix) ଦୂର ତାପମାନ ଯନ୍ତ୍ରର ପରାସ _________
(x) ପଦାର୍ଥରେ ଥିବା ଅଣୁଗୁଡ଼ିକର ଗତିର ବେଗ ବଢ଼ିଲେ ପଦାର୍ଥର ଉଷ୍ଣତା _________ |
(xi) ତାପମାନ ଯନ୍ତ୍ରର ପ୍ରାନ୍ତରେ ଥ‌ିବା ବଲ୍‌ବ _________ ରେ ପୂର୍ଣ୍ଣ ଅଟେ ।
(xii) _________ ଏକ ତରଳ ଧାନ୍ତ ଥିଲେ |
(xiii) ବାୟୁରେ _________ ପ୍ରକ୍ରିୟାରେ ତାପ ସଞ୍ଚରିତ ହୋଇଥାଏ ।
(xiv) ପାରଦରେ ତାପ ସଞ୍ଚରଣ୍ _________ ପ୍ରକ୍ରିୟାରେ ହୋଇଥାଏ ।
Solution:
(i) ତାପୀୟ
(ii) ତାପମାନ ଯନ୍ତ୍ର ବା
(iii) ମାଧ୍ୟମ
(iv) ଅଧୀ
(v) ସମାନ
(vi) 37° C ବା 98.4° F
(vii) ଶୀତ
(viii) 10° C ବା 110° C
(ix) 35° C ରୁ 42° C
(x) ବଢ଼େ
(xi) ପାରଦ
(xii) ପାରଦ
(xiii) ପରିଚଳନ
(xiv) ପରିବଦନ

BSE Odisha 7th Class Science Important Questions Chapter 6 ତାପ ଓ ତାପ ସଂଚରଣ

II. ବାମପାର୍ଶ୍ବର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣପାର୍ଶ୍ବର ଶୂନ୍ୟସ୍ଥାନ ପୂରଣ କର ।
(i) ସେଲ୍‌ସିୟସ୍ ସ୍କେଲ୍ : °C :: ଫାରେନ୍‌ହାଇଟ୍ ସ୍କେଲ୍ : _________
(ii) °C ସ୍କେଲର ଦୁଇପ୍ରାନ୍ତର ମାପାଙ୍କ : 35 ଓ 42 :: °F ସ୍କେଲର ଦୁଇମାପାଙ୍କ : _________
(iii) ପାରଦ : ତାପ ପରିବହନ :: ସମୁଦ୍ର ସମୀର : _________
(iv) ପାରଦ : ତାପ ସୁପରିବାହୀ :: କାଠ : _________
(v) ତରଳ ଓ ଗ୍ୟାସୀୟ ପଦାର୍ଥରେ ତାପ ସଂଚରଣ : ପରିଚଳନ :: ବିନା ମାଧ୍ୟମରେ ତାପ ସଂଚରଣ : _________
(vi) ପାରଦର ସ୍ଫୁଟନାଙ୍କ : 357°C :: ପାରଦର ହିମାଙ୍କ : _________
(vii) ଜ୍ଵର ତାପମାନ ଯନ୍ତ୍ରର ପରାସ : 35°C ରୁ 42°C :: ପରୀକ୍ଷାଗାର ତାପମାନ ଯନ୍ତ୍ରର ପରାସ : _________ |
(viii) ଧାତୁ : ସୁପରିବାହୀ :: ରବର : _________
(ix) ତରଳ : ପରିଚଳନ :: ବିନା ମାଧ୍ୟମ : _________
(x) ଜ୍ଵର ତାପମାନ ଯନ୍ତ୍ର : 35°C – 42°C :: ପରୀକ୍ଷାଗାର ତାପମାନ ଯନ୍ତ୍ର : _________
(xi) ଗ୍ରୀଷ୍ମଋତୁ : ହାଲ୍‌କା ରଙ୍ଗର ପୋଷାକ :: ଶୀତଋତୁ : _________
(xii) ପାରଦ : ପରିବହନ :: ବରଫ : _________
Solution:
(i) °F
(ii) 94 ଓ 108
(iii) ତାପ ପରିଚଳନ
(iv) ତାପ କୁପରିବାହୀ
(v) ବିକିରଣ
(vi) – 39°C
(vii) – 10°C ରୁ 110°C
(viii) କୁପରିବାହୀ
(ix) ବିକିରଣ
(x) – 10°C – 110°C
(xi) ଗାଢ଼ ରଙ୍ଗର ପୋଷାକ
(xii) ପରିଚଳନ

III. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ଜ୍ଵର ତାପମାନ ଯନ୍ତ୍ରର ଦୈର୍ଘ୍ୟ ପ୍ରାୟ, _________ ପେ.ମି. | (10, 20, 30, 40)
(ii) _________ ଯନ୍ତ୍ରରେ ପାରଦକୁ ତାପମାତ୍ରା ମାପକ ପଦାର୍ଥ ରୂପରେ ବ୍ୟବହାର କରାଯାଏ ନାହିଁ । (ଜ୍ଵର ତାପମାନ, ପରୀକ୍ଷାଗାର ତାପମାନ, ଡିଜିଟାଲ୍ ତାପମାନ, କୌଣସିଟି ନୁହେଁ)
(iii) କଠିନ ପଦାର୍ଥ ମଧ୍ଯରେ _________ ପ୍ରଣାଳୀରେ ତାପ ସଂଚରଣ ହୁଏ । (ପରିବହନ, ପରିଚଳନ, ବିକିରଣ, କୌଣସିଟି ନୁହେଁ)
(iv) ତରଳ ପଦାର୍ଥ ମଧ୍ଯରେ _________ ପ୍ରଣାଳୀରେ ତାପ ସଂଚରଣ ହୁଏ । (ପରିବହନ, ପରିଚଳନ, ବିକିରଣ, କୌଣସିଟି ନୁହେଁ)
(v) ଗ୍ୟାସୀୟ ପଦାର୍ଥ ମଧ୍ଯରେ _________ ପ୍ରଣାଳୀରେ ତାପ ସଂଚରଣ ହୁଏ । (ପରିବହନ, ପରିଚଳନ, ବିକିରଣ, କୌଣସିଟି ନୁହେଁ)
(vi) _________ ବ୍ୟତୀତ ସମସ୍ତ ଅଧାତୁ ତାପ କୁପରିବାହୀ । (ଅଙ୍ଗାର, ଗ୍ରାଫାଇଟ୍‌, ଗନ୍ଧକ, ଫସଫରସ୍)
Solution:
(i) 10
(ii) ଡିଜିଟାଲ୍ ତାପମାନ
(iii) ପରିବହନ
(iv) ପରିଚଳନ
(v) ବିକିରଣ
(vi) ଗ୍ରାଫାଇଟ୍

IV. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ଶବ୍ଦରେ ଦିଅ ।
(i) 37° C ବା 98.4°F କାହାର ଦେହର ତାପମାତ୍ରା ଅଟେ ?
(ii) ଜ୍ଵର ତାପମାନ ଯନ୍ତ୍ରର ଦୈର୍ଘ୍ୟ ପ୍ରାୟ କେତେ ହୋଇଥାଏ ?
(iii) ତୁମ ଦେହର ତାପମାତ୍ରା ପ୍ରାୟ କେତେ ଅଟେ ?
(iv) କେଉଁ ତାପମାନ ଯନ୍ତ୍ରରେ ପାରଦକୁ ତାପମାତ୍ରା ମାପକ ପଦାର୍ଥ ରୁପରେ ଗ୍ୟତ୍ସାର କାରାଯାଏ ନାହୃ |
(v) କଠିନ ପଦାର୍ଥ ମଧ୍ଯରେ ତାପ କେଉଁ ଉପାୟରେ ସଞ୍ଚରିତ ହୁଏ ?
(vi) ହିଟର ସାମନାରେ ବସିଲେ ଆମେ କେଉଁ ଉପାୟରେ ହିଟରରୁ ନିର୍ଗତ ତାପ ପାଇଥାଉ ?
Solution:
(i) 37° C ବା 98.4°F ସୁସ୍ଥ ବ୍ୟଲ୍ତକର ଦେହର ଜ୍ବାରାଦାରି ତାପମାତୃ ଅଟେ ।
(ii) 10 ପେ.ମି.
(iii) 37°C ବା 98.4°F
(iv) ଡିଜିଟାଲ୍ ତାପମାନ ଯନ୍ତ୍ର
(v) ପରିବହନ
(vi) ବିକିରଣ

V. ଠିକ୍ ଉତ୍ତରଟି ବାଛି ଲେଖ ।

(କ) କେଉଁ ରଙ୍ଗ ସବୁଠାରୁ ଅଧୂକ ତାପ ବିକିରଣ କରେ ?
(i) କଳା
(ii) ଧଳା
(iii) ସବୁଜ
(iv) ନାଲି
Solution:
(i) କଳା

(ଖ) କେଉଁ ପ୍ରକ୍ରିୟାରେ ଅଣୁଗୁଡ଼ିକ ଉତ୍ତପ୍ତ ବସ୍ତୁରୁ ଶୀତଳ ବସ୍ତୁକୁ ନାହିଁ ?
(i) ପରିବହନ
(ii) ପରିଚଳନ
(iii) ବିକିରଣ
(iv) ପରିବହନ ଓ ପରିଚଳନ
Solution:
(iii) ବିକିରଣ

(ଗ) ରୁମ୍ ହିଟର କେଉଁ ନିୟମ ଅନୁସାରେ କାର୍ଯ୍ୟକରେ ?
(i) ପରିବହନ
(ii) ପରିଚଳନ
(iii) ବିକିରଣ
(iv) ପରିବହନ ଓ ପରିଚଳନ
Solution:
(iii) ବିକିରଣ

(ଘ) ପାରଦର ସ୍ଫୁଟନାଙ୍କ କେତେ °C ?
(i) – 39°C
(ii) 110°C
(iii) 259°C
(iv) 357°C
Solution:
(iv) 357°C

BSE Odisha 7th Class Science Important Questions Chapter 6 ତାପ ଓ ତାପ ସଂଚରଣ

(ଙ) ଧାତୁରେ ତାପ ସଞ୍ଚରଣ କେଉଁ ପ୍ରଣାଳୀରେ ହୁଏ ?
(i) ପରିବହନ
(ii) ପରିଚଳନ
(iii) ବିକିରଣ
(iv) ପରିବହନ ଓ ବିକିରଣ
Solution:
(i) ପରିବହନ

VI. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) °F ସ୍କେଲର ଦୁଇ ପ୍ରାନ୍ତର ମାପାଙ୍କ 35 ଓ 42 ଅଟେ ।
(ii) ପାରଦରେ ତାପ ସଂଚରଣ ପରିଚଳନ ପ୍ରକ୍ରିୟାରେ ହୋଇଥାଏ ।
(iii) ଦିନବେଳା ଜଳଭାଗରୁ ସ୍ଥଳଭାଗକୁ ବହି ଆସୁଥିବା ପବନକୁ ‘ସ୍ଥଳ ସମୀର’ କୁହାଯାଏ ।
(iv) ସ୍ଥଳ ସମୀର ଓ ସମୁଦ୍ର ସମୀର ବାୟୁର ପରିବହନ ପ୍ରକ୍ରିୟାର ଦୃଷ୍ଟାନ୍ତ ଅଟେ ।
(v) ଜଳ ଓ ବାୟୁ ତାପର ସୁପରିବାହୀ ଅଟନ୍ତି ।
Solution:
(i) °F ସ୍କେଲର ଦୁଇ ପ୍ରାନ୍ତର ମାପାଙ୍କ 94 ଓ 108 ଅଟେ ।
(ii) ପାରଦରେ ତାପ ସଂଚରଣ ପରିଚଳନ ପ୍ରକ୍ରିୟାରେ ହୋଇଥାଏ ।
(iii) ଦିନବେଳା ଜଳଭାଗରୁ ସ୍ଥଳଭାଗକୁ ବହି ଆସୁଥ‌ିବା ପବନକୁ ସମୁଦ୍ର ସମୀର କୁହାଯାଏ ।
(iv) ସ୍ଥଳ ସମୀର ଓ ସମୁଦ୍ର ସମୀର ବାୟୁର ପରିଚଳନ ପ୍ରକ୍ରିୟାର ଦୃଷ୍ଟାନ୍ତ ଅଟେ ।
(v) ଜଳ ଓ ବାୟୁ ତାପର କୁପରିବାହୀ ଅଟନ୍ତି ।

VII. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଠିକ୍ ଥିଲେ ଠିକ୍ ( ✓) ଚିହ୍ନ ଓ ଭୁଲ ଥିଲେ ଭୁଲ (x) ଚିହ୍ନ ଦିଅ ।
(i) ଜ୍ଵର ତାପମାନ ଯନ୍ତ୍ରର ଦୈର୍ଘ୍ୟ ପ୍ରାୟ ୮ ସେ.ମି. ହୋଇଥାଏ ?
(ii) ତୁମ ଦେହର ତାପମାତ୍ରା ପ୍ରାୟ 37°C ବା 97.4°F ଅଟେ ?
(iii) ଡିଜିଟାଲ୍ ତାପମାନ ଯନ୍ତ୍ରରେ ପାରଦକୁ ତାପମାତ୍ରା ମାପକ ପଦାର୍ଥ ରୂପରେ ବ୍ୟବହାର କରାଯାଏ ନାହିଁ ।
(iv) କଠିନ ପଦାର୍ଥ ମଧ୍ଯରେ ତାପ ପରିଚଳନ ଉପାୟରେ ସଞ୍ଚରିତ ହୁଏ ।
(v) ହିଟର ସାମନାରେ ବସିଲେ ଆମେ ବିକିରଣ ଉପାୟରେ ହିଟରରୁ ନିର୍ଗତ ତାପ ପାଇଥାଉ ?
Solution:
(i) ×
(ii) ×
(iii) ✓
(iv) ×
(v) ✓

VIII. ସ୍ତମ୍ଭ ମିଳନ କର ।
BSE Odisha 7th Class Science Important Questions Chapter 6 Img 4

IX. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ବସ୍ତୁର ତାପୀୟ ସ୍ଥିତି କେଉଁ ଯନ୍ତ୍ର ସାହାଯ୍ୟରେ ଜାଣି ହେବ ?
(ii) ତାପମାନ ଯନ୍ତ୍ରରେ କେଉଁ ସ୍କେଲ ଅଛି ?
(iii) ତାପମାନ ଯନ୍ତ୍ରର ପ୍ରଥମ ଉଦ୍ଭାବକ କିଏ ଓ କେଉଁ ମସିହାରେ ସେ ଏହାକୁ ଉଦ୍ଭାବନ କରିଥିଲେ ?
(iv) ଆଧୁନିକ ତାପମାନ ଯନ୍ତ୍ର କେଉଁ ମସିହାରେ ତିଆରି ହେଲା ?
(v) ପ୍ରଥମେ ତାପମାନ ଯନ୍ତ୍ରରେ ସୂଚକ ଭାବେ କ’ଣ ବ୍ୟବହାର ହେଉଥିଲା ?
(vi) ଗୋଟିଏ ପଦାର୍ଥର ଉଷ୍ମତା ପଦାର୍ଥର କାହା ଉପରେ ନିର୍ଭର କରେ ?
(vii) ସେଲ୍‌ସିୟସ୍ ତାପମାନ ଯନ୍ତ୍ରର ମାପାଙ୍କ କେତେ ?
(viii)ଫାରେନ୍ହାଇଟ୍ ତାପମାନ ଯନ୍ତ୍ରର ମାପାଙ୍କ କେତେ ?
(ix) ପଦାର୍ଥର ତାପମାତ୍ରା ବଦଳିବା ସହିତ ପଦାର୍ଥର ଭୌତିକ ପରିବର୍ତ୍ତନର କ’ଣ ସମ୍ବନ୍ଧ ରହିଛି ?
(x) ଆଧୁନିକ ତାପମାନ ଯନ୍ତ୍ରରେ ସୂଚକ ଭାବେ କ’ଣ ବ୍ୟବହାର ହେଉଛି ?
(xi) ପାରଦର ସ୍ଫୁଟନାଙ୍କ ଓ ହିମାଙ୍କ କେତେ ?
(xii) ତାପ କେତେ ପ୍ରକାରରେ ସଞ୍ଚରିତ ହୁଏ ଓ କ’ଣ କ’ଣ ?
(xiii)କଠିନ ପଦାର୍ଥରେ ତାପ ସଞ୍ଚରଣକୁ କ’ଣ କହନ୍ତି ?
(xiv) ତରଳ ଓ ଗ୍ୟାସରେ ତାପ ସଞ୍ଚରଣକୁ କ’ଣ କହନ୍ତି ?
(xv) ବିନା ମାଧ୍ୟମରେ ତାପ ସଞ୍ଚରଣକୁ କ’ଣ କହନ୍ତି ?
Solution:
(i) ତାପମାନ ଯନ୍ତ୍ର ସାହାଯ୍ୟରେ ବସ୍ତୁର ତାପୀୟ ସ୍ଥିତି ଜାଣି ହେବ ।
(ii) ତାପମାନ ଯନ୍ତ୍ରରେ ସେଲସିୟସ, ଫାରେନ୍‌ହାଇଟ୍‌, ରୋମର, କେଲଭିନ୍ ଓ ଡିଜିଟାଲ୍ ଇତ୍ୟାଦି ସ୍କେଲ ଅଛି ।
(iii) ତାପମାନ ଯନ୍ତ୍ରର ପ୍ରଥମ ଉଦ୍ଭାବକ ଗାଲିଲିଓ । 1592 ମସିହାରେ ସେ ଏହାକୁ ତିଆରି କରିଥିଲେ ।
(iv) ଆଧୁନିକ ତାପମାନ ଯନ୍ତ୍ର 1655 ମସିହାରେ ତିଆରି ହେଲା ।
(v) ପ୍ରଥମେ ତାପମାନ ଯନ୍ତ୍ରରେ ସୂଚକ ଭାବେ ଆଲକୋହଲ ବ୍ୟବହାର ହେଉଥିଲା ।
(vi) ଗୋଟିଏ ପଦାର୍ଥର ଉଷ୍ମତା ପଦାର୍ଥର ଅଣୁମାନଙ୍କର ଗତି ଉପରେ ନିର୍ଭର କରେ ।
(vii) ସେଲ୍ସିୟସ୍ ତାପମାନ ଯନ୍ତ୍ରର ମାପାଙ୍କ 35 ରୁ 42 ଡିଗ୍ରୀ ସେଲ୍ସିୟସ୍ ।
(viii)ଫାରେନ୍‌ହାଇଟ୍‌ ତାପମାନ ଯନ୍ତ୍ରର ମାପାଙ୍କ 94° ରୁ 108° ଫାରେନ୍ହାଇଟ ।
(ix) ପଦାର୍ଥର ତାପମାତ୍ରା ବଦଳିବା ସହିତ ପଦାର୍ଥର ସଂକୋଚନ ଓ ପ୍ରସାରଣ ହୁଏ ।
(x) ଆଧୁନିକ ତାପମାନ ଯନ୍ତ୍ରରେ ସୂଚକ ଭାବେ ପାରଦ ବ୍ୟବହାର ହେଉଛି ।
(xi) ପାରଦର ସ୍ଫୁଟନାଙ୍କ 357 ଡିଗ୍ରୀ ସେଲସିୟସ ଓ ହିମାଙ୍କ 39 ଡିଗ୍ରୀ ସେଲସିୟସ୍ ।
(xii) ତାପ ତିନି ପ୍ରକାରରେ ସଞ୍ଚରିତ ହୁଏ – ପରିବହନ, ପରିଚଳନ ଓ ବିକିରଣ ।
(xiii)କଠିନ ପଦାର୍ଥରେ ତାପ ସଞ୍ଚରଣକୁ ପରିବହନ କହନ୍ତି ।
(xiv) ତରଳ ଓ ଗ୍ୟାସରେ ତାପ ସଞ୍ଚରଣକୁ ପରିଚଳନ କହନ୍ତି ।
(xv) ବିନା ମାଧ୍ୟମରେ ତାପ ସଞ୍ଚରଣକୁ ବିକିରଣ କହନ୍ତି ।

BSE Odisha 7th Class Science Important Questions Chapter 11 ଗତି ଓ ସମୟ

Odisha State Board BSE Odisha 7th Class Science Important Questions Chapter 11 ଗତି ଓ ସମୟ Important Questions and Answers.

BSE Odisha Class 7 Science Important Questions Chapter 11 ଗତି ଓ ସମୟ

Question 1.
ଗ୍ରାଫ୍ ପାଇଁ ସ୍କେଲ୍ ବାଛିବାବେଳେ କେଉଁ ବିଷୟ ପ୍ରତି ଧ୍ୟାନଦେବା ଉଚିତ ?
Solution:
(i) ଗ୍ରାଫ୍ ଆଙ୍କିବାକୁ ଥ‌ିବା ପ୍ରତ୍ୟେକ ରାଶିର ସାରଣୀରେ ଥିବା ସର୍ବୋଚ୍ଚ ମୂଲ୍ୟ ଓ ସର୍ବନିମ୍ନ ମୂଲ୍ୟ କେତେ ସ୍ଥିର କରିବା ଉଟିତ |
(ii) ରାଶିମାନଙ୍କର ମଧ୍ୟବର୍ତ୍ତୀ ମୂଲ୍ୟ ମଧ୍ଯ କେତେ ଲକ୍ଷ୍ୟ କରିବାକୁ ପଡ଼ିବ ଏବଂ ସ୍କେଲ୍ ଏମିତି ନେବାକୁ ହେବ ଯେମିତି ଏହି ମଧ୍ୟବର୍ତ୍ତୀ ମୂଲ୍ୟଗୁଡ଼ିକ ସହଜରେ ଅକ୍ଷମାନଙ୍କରେ ନିର୍ଣ୍ଣୟ କରିହେବ । ସ୍କେଲ୍ ଏମିତି ବାଛିବ ଯେପରି ଗ୍ରାଫ୍ କାଗଜଟି ପ୍ରାୟ ପୂରାପୂରି ବ୍ୟବହାର ହେବ ।

ବସ୍ତୁନିଷ୍ ପ୍ରଣୋଉର :

I. ଶୂନ୍ୟସ୍ଥାନ ପୂରଣ କର ।
(i) ନୌସଞ୍ଚାଳନ କ୍ଷେତ୍ରରେ ବେଗର ଏକକ ହେଉଛି _________ |
(ii) ଦ୍ଵପ୍ରିମ ଉପଗ୍ହକୃ ଭୂତ୍ପପରୁ ଉଠାଲଦାପାଇଁ ଯେଉଁ କାରାଯାଏ ତାର ବେଗ _________ ଯାଏଁ ହୋଇଥାଏ ।
(iii) ଗ୍ରାଫ୍ ପାଇଁ ଯେଉଁ ଦୁଇଟି ରାଶିକୁ ନିଆଯିବ ତା’ ମଧ୍ୟରୁ ସ୍ଵାଧୀନ ବା ସ୍ୱତନ୍ତ୍ର ରାଶିକୁ _________ ରାଣିକୁ ନିଆଯାଇଥାଏ ।
(iv) ଏକକ ସମୟରେ ଗୋଟିଏ ବସ୍ତୁ ଗତି କରିଥିବା ଦୂରତାକୁ ବସ୍ତୁର _________ କୁହାଯାଏ |
(v) ଗୋଟିଏ ବସ୍ତୁର ଗତିକୁ _________ ସ୍ତାଫ୍ ହାରୀ ଭପସ୍ଥାପନ କହାଯାଏ |
(vi) ବେଗର ମୌଳିକ ଏକକ _________ |
Solution:
(i) ନଟ୍
(ii) ୮ କି.ମି./ସେ.
(iii) x-ଅକ୍ଷରେ ଓ y ଅକ୍ଷରେ
(iv) ବେଗ
(v) ସମୟ-ଦୂରତା
(vi) ମିଟର/ସେକେଣ୍ଡ

BSE Odisha 7th Class Science Important Questions Chapter 11 ଗତି ଓ ସମୟ

II. ବାମପାର୍ଶ୍ଵର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣପାର୍ଶ୍ବର ଶୂନ୍ୟସ୍ଥାନ ପୂରଣ କର ।
(i) ସାଇକେଲ ଚକର ଗତି : ସରଳରେଖ୍ୟ :: ସୂର୍ଯ୍ୟ ଚାରିପାଖରେ ପୃଥ‌ିବୀର ଗତି : _________
(ii) ଦୋଳି ଖେଳିବା ଗତି : ଦୋଳନଗତି : ଘଣ୍ଟାର ସେକେଣ୍ଡ କଣ୍ଟାର ଗତି : _________
(iii) ଦୂରତାର ଏକକ : ମିଟର :: ବେଗର ଏକକ : _________
(iv) ସମୟର ମୌଳିକ ଏକକ : ସେକେଣ୍ଡ : ସମୟର ବୃହତ୍ତର ଏକକ : _________
(v) କୃତ୍ରିମ ଉପଗ୍ରହର ବେଗ : ୫ କି.ମି.|ସେ :: କଇଁଛର ବେଗ : _________
Solution:
(i) ଆବର୍ତୀ
(ii) ବୃତ୍ତୀୟ ଗତି
(iii) ମି./ସେ.
(iv) ମିନିଟ୍
(v) ୫ ମି. ସେ.

III. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) ସମୟର ମୌଳିକ ଏକକ ଘଣ୍ଟା ଅଟେ ।
(ii) ଦୁଇଟି ସହର ମଧ୍ୟରେ ଦୂରତା ସେଣ୍ଟିମିଟରରେ ମପାଯାଏ ।
(iii) ପ୍ରତ୍ୟେକ ବସ୍ତୁ ଗତି କଲାବେଳେ ସାଧାରଣତଃ ଏକ ସମାନ ବେଗରେ ଗତି କରିଥାନ୍ତି ।
(iv) ଗୋଟିଏ ସରଳ ଦୋଳକର ଦୋଳନ ସମୟ ଧ୍ରୁବ ନୁହେଁ ।
(v) ଟ୍ରେନ୍‌ର ବେଗ ମି./ଘଣ୍ଟାରେ ପ୍ରକାଶ କରାଯାଏ ।
Solution:
(i) ସମୟର ମୌଳିକ ଏକକ ସେକେଣ୍ଡ ଅଟେ ।
(ii) ଦୁଇଟି ସହର ମଧ୍ୟରେ ଦୂରତା କିଲୋମିଟରରେ ମପାଯାଏ ।
(iii) ପ୍ରତ୍ୟେକ ବସ୍ତୁ ଗତି କଲାବେଳେ ସାଧାରଣତଃ ଏକ ଅସମ ବେଗରେ ଗତି କରିଥାନ୍ତି ।
(iv) ଗୋଟିଏ ସରଳ ଦୋଳକର ଦୋଳନ ସମୟ ଧ୍ରୁବ ଅଟେ ।
(v) ଟ୍ରେନର ବେଗ କି.ମି.|ଘ.ରେ ପ୍ରକାଶ କରାଯାଏ ।

IV. ସ୍ତମ୍ଭ ମିଳନ କର ।
BSE Odisha 7th Class Science Important Questions Chapter 11 Img 1

V. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଉତ୍ତର ବାଛି ଲେଖ ।
(i) ବେଗର ମୌଳିକ ଏକକ କ’ଣ ? (ମି./ସେ., କି.ମି./ଘଣ୍ଟା, ମାଇଲ୍/ଘଣ୍ଟା, ମିଟର/ଘଣ୍ଟା)
(ii) ଗୋଟିଏ କଇଁଛର ବେଗ ପ୍ରାୟ କେତେ ? (୮ ସେ.ମି./ସେ., ୧୨ ସେ.ମି./ସେ., ୧୦ ସେ.ମି |ସେ., ୧୮ ସେ.ମି./ସେ.)
(iii) ମନ୍ତ୍ରାଶ୍ୱନ୍ୟରେ ଆଲୋକର ବେଗ କେତେ.ମି. ମି./ସେ. ? (3 × 108, 3 × 106, 3 × 105, 3 × 107)
(iv) ଦିଲ୍ଲୀର ଜନ୍ତର-ମନ୍ତରଠାରେ କେଉଁଘଡ଼ି ଅଛି ? (ସୂର୍ଯ୍ୟଘଡ଼ି, ବାଲୁକାଘଡ଼ି, ଜଳଘଡ଼ି, ବିରାମଘଡ଼ି)
(v) ସୂର୍ଯ୍ୟ ଚାରିପାଖରେ ପୃଥ‌ିବୀର ଗତି କେଉଁ ପ୍ରକାର ଗତି ? (ସରଳରେଖକ, ବୃତ୍ତୀୟ, ଆବର୍ଜୀ, ଦୋଳନ)
Solution:
(i) ମି./ସେ
(ii) ୮ ସେ.ମି./ସେ.
(iii) 3 × 108
(iv) ସୂର୍ଯ୍ୟଘଡ଼ି
(v) ଆବର୍ତୀ

BSE Odisha 7th Class Science Important Questions Chapter 11 ଗତି ଓ ସମୟ

VI. ଠିକ୍ ଉତ୍ତରଟି ବାଛି ଲେଖ ।
(କ) ଏକକ ସମୟରେ ଗୋଟିଏ ବସ୍ତୁ ଗତି କରିଥିବା ଦୂରତାକୁ କ’ଣ କୁହାଯାଏ ?
(i) ଗତି
(ii) ବେଗ
(iii) ତ୍ଵରଣ
(iv) ଶକ୍ତି
Solution:
(ii) ବେଗ

(ଖ) କୌଣସି ବସ୍ତୁର ସମୟ ଅନୁସାରେ ସ୍ଥାନ ପରିବର୍ତ୍ତନକୁ କ’ଣ କୁହାଯାଏ ?
(i) ଗତି
(ii) ବେଗ
(iii) ତ୍ଵରଣ
(iv) ଶକ୍ତି
Solution:
(i) ଗତି

(ଗ) ‘ନିଜର ଅକ୍ଷ ଚାରିପାଖରେ ବୁଲୁଥ୍ ପୃଥ‌ିବୀର ଗତି’ କେଉଁ ଗତିର ଅନ୍ତର୍ଗତ ?
(i) ସରଳରୈଖିକ
(ii) ବୃତ୍ତୀୟ
(iii) ଆବର୍ତ୍ତୀ
(iv) ଦୋଳନ
Solution:
(iii) ଆବର୍ତ୍ତୀ

(ଘ) ଗୋଟିଏ ବସ୍ତୁ ଗତି କଲାବେଳେ ଯଦି ତା’ର ବେଗ ମୁହଁମୂହଁ ପରିବର୍ତ୍ତିତ ହୁଏ, ଏପରି ଗତିକୁ କେଉଁ ଗତି କୁହାଯାଏ ?
(i) ନୈକସମାନ ଗତି
(ii) ସମଗତି
(iii) ବିସମ ଗତି
(iv) ବୃତ୍ତୀୟ ଗତି
Solution:
(i) ନୈକସମାନ ଗତି

(ଙ) ସମୟ ମାପିବା ପାଇଁ ଘଣ୍ଟାରେ ବସ୍ତୁର କେଉଁ ଗତି ବ୍ୟବହାର ହୋଇଥାଏ ?
(i) ସରଳରେଖକ ବା ବୃତ୍ତୀୟ
(ii) ବୃତ୍ତୀୟ ବା ଆବର୍ତ୍ତୀ
(iii) ଆବର୍ତୀ ବା ଦୋଳନ
(iv) ଦୋଳନ ବା ସରଳରେଖିକ
Solution:
(iii) ଆବର୍ତୀ ବା ଦୋଳନ

(ଚ) ନିମ୍ନୋକ୍ତ କାହାଦ୍ଵାରା ଗତିଶୀଳ ଯାନର ବେଗ ମପାଯାଏ ?
(i) ଓଡ଼ୋମିଟର
(ii) ସ୍ବିଡ଼ୋମିଟର
(iii) ଷ୍ଟପ୍ଚ୍
(iv) ଡିଜିଟାଲ ଘଡ଼ି
Solution:
(ii) ସ୍ବିଡ଼ୋମିଟର

(ଛି) ଦୋଳକର ଦୋଳନ ସମୟ ମାପିବା ପାଇଁ କେଉଁ ଘଡ଼ି ବ୍ୟହାର କରାଯାଏ ?
(i) ଜଳଘଡ଼ି
(ii) ବାଲୁକାଘଡ଼ି
(iii) ସୂର୍ଯ୍ୟଘଡ଼ି
(iv) ବିରାମଘଡ଼ି
Solution:
(iv) ବିରାମଘଡ଼ି

(ଜ) ନିମ୍ନୋକ୍ତ କାହାଦ୍ଵାରା ଗତିଶୀଳ ଯାନର ଅତିକ୍ରାନ୍ତ ଦୂରତା ମାପ କରାଯାଏ ?
(i) ଓଡ଼ୋମିଟର
(ii) ସ୍ବିଡ଼ୋମିଟର
(iii) ଷ୍ଟପଚ୍
(iv) ଡିଜିଟାଲ ଘଡ଼ିର
Solution:
(i) ଓଡ଼ୋମିଟର

(ଝ) ଗୋଟିଏ ଗତିଶୀଳ ବସ୍ତୁର ସମୟ-ଦୂରତା ଗ୍ରାଫ୍ କେଉଁ ଗ୍ରାଫ୍ ଅଟେ ?
(i) ବାରଗ୍ରାଫ୍
(ii) ରେଖାଗ୍ରାଫ୍
(iii) ପାଇଚାର୍ଟ
(iv) ସ୍ତମ୍ଭ ଗ୍ରାଫ୍
Solution:
(ii) ରେଖାଗ୍ରାଫ୍

(ଞ) ତଥ୍ୟକୁ ଆନୁପାତିକ ପରିମାଣ ଅନୁଯାୟୀ ବୃତ୍ତାକାର ଗ୍ରାଫ୍ଟରେ ପ୍ରକାଶ କରିବାକୁ କ’ଣ କହନ୍ତି ?
(i) ବାରଗ୍ରାଫ୍
(ii) ବୃତ୍ତୀୟ ଗ୍ରାଫ୍
(iii) ପାଇଚାର୍ଟ
(iv) ରେଖାଗ୍ରାଫ୍
Solution:
(iii) ପାଇଚାର୍ଟ

VII. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ଯେକୌଣସି ବସ୍ତୁର ଗତି କେତେ ପ୍ରକାର ଓ କ’ଣ କ’ଣ ହୋଇପାରେ ?
(ii) ପୃଥ‌ିବୀ ନିଜ ଅକ୍ଷରେ ବୁଲିବା କି ପ୍ରକାର ଗତି ?
(iii) ଘଡ଼ିର ସୂଚକ କଣ୍ଟାର ଗତି କି ପ୍ରକାର ଗତି ?
(iv) ବସ୍ତୁର ବେଗ କାହାକୁ କହନ୍ତି ?
(v) ଦୂରତା, ସମୟ ଓ ବେଗର ମୌଳିକ ଏକକ କ’ଣ ?
(vi) ଗୋଟିଏ ବସ୍ତୁର ଗତିକୁ କେଉଁ ଗ୍ରାଫ୍ ଦ୍ବାରା ଉପସ୍ଥାପନ କରାଯାଏ ?
(vii) ସମୟ ମାପିବା ପାଇଁ ଘଣ୍ଟାର କେଉଁ ଗତିକୁ ବ୍ୟବହାର କରାଯାଏ ?
(viii) ଦୁଇଟି ବସ୍ତୁ ମଧ୍ୟରେ କିଏ ଧୀର, କ୍ଷୀପ୍ର କିପରି ଜାଣିବା ?
(ix) ସିଧା ରାସ୍ତାରେ ଯାଉଥିବା ସାଇକେଲ ଚକର ଗତି କେଉଁ ପ୍ରକାରର ହୋଇଥାଏ ?
(x) ସ୍ଥିରବସ୍ତୁ କାହାକୁ କହନ୍ତି ?
Solution:
(i) ଯେକୌଣସି ବସ୍ତୁର ଗତି ସରଳରେଖ, ଦୋଳନ, ବୃତ୍ତୀୟ ଓ ଆବର୍ତ୍ତୀ ହୋଇପାରେ ।
(ii) ପୃଥ‌ିବୀ ନିଜ ଅକ୍ଷରେ ବୁଲିବା ଆବର୍ତୀ ଗତି ।
(iii) ଘଡ଼ିର ସୂଚକ କଣ୍ଟାର ଗତି ଆବର୍ତୀ ଗତି ।
(iv) ଏକକ ସମୟରେ ଗୋଟିଏ ବସ୍ତୁ ଯେତିକି ଦୂରତା ଅତିକ୍ରମ କରେ ତାହାକୁ ସେ ବସ୍ତୁର ବେଗ କୁହାଯାଏ ।
(v) ଦୂରତା ମାପର ମୌଳିକ ଏକକ ମିଟର, ସମୟ ମାପର ସେକେଣ୍ଡ ଓ ବେଗ ମାପର ମୌଳିକ ଏକକ ମିଟର/ସେକେଣ୍ଡ ।
(vi) ଗୋଟିଏ ବସ୍ତୁର ଗତିକୁ ସମୟ-ଦୂରତା ଗ୍ରାଫ୍ ଦ୍ଵାରା ଉପସ୍ଥାପନ କରାଯାଏ ।
(vii) ସମୟ ମାପିବା ପାଇଁ ଘଣ୍ଟାର ଦୋଳନ ଗତି ବା ଆବର୍ତ୍ତୀ ଗତିକୁ ବ୍ୟବହାର କରାଯାଏ ।
(viii) ଦୁଇଟି ବସ୍ତୁ ମଧ୍ୟରେ କିଏ ଧୀର କିଏ କ୍ଷୀପ୍ର ଜାଣିବା ପାଇଁ ସେମାନଙ୍କର ବେଗ ନିର୍ଣ୍ଣୟ କରିବା ।
(ix) ସିଧା ରାସ୍ତାରେ ଯାଉଥିବା ସାଇକେଲ ଚକର ଗତି ସରଳରେଖ୍ୟ ଗତି ।
(x) ଯେଉଁ ବସ୍ତୁ ସମୟ ସହ ନିଜର ସ୍ଥାନ ପରିବର୍ତ୍ତନ କରେ ନାହିଁ, ତାହାକୁ ସ୍ଥିରବସ୍ତୁ କହନ୍ତି ।

BSE Odisha 7th Class Science Important Questions Chapter 10 ଉଦ୍ଭିଦରେ ବଂଶ ବିସ୍ତାର

Odisha State Board BSE Odisha 7th Class Science Important Questions Chapter 10 ଉଦ୍ଭିଦରେ ବଂଶ ବିସ୍ତାର Important Questions and Answers.

BSE Odisha Class 7 Science Important Questions Chapter 10 ଉଦ୍ଭିଦରେ ବଂଶ ବିସ୍ତାର

Question 1.
ସ୍ଵପରାଗଣ ଓ ପରପରାଗଣର ଉପକାରିତା ଓ ଅପକାରିତା ଲେଖ ।
Solution:
BSE Odisha 7th Class Science Important Questions Chapter 10 Img 1

BSE Odisha 7th Class Science Important Questions Chapter 10 ଉଦ୍ଭିଦରେ ବଂଶ ବିସ୍ତାର

Question 2.
ସପୁଷ୍ପକ ଉଦ୍ଭଦରେ ସମାୟନ ପ୍ରକ୍ରିୟାକୁ ଦ୍ବିସମାୟନ ଓ ତ୍ରି ସଂଯୋଜନ କୁହାଯାଏ କାହିଁକି ?
Solution:
(i) ସପୁଷ୍ପକ ଆବୃତଜୀବୀ ଉଦ୍ଭଦରେ ଦୁଇଟି ସମାୟନ କ୍ରିୟା ଦେଖ‌ିବାକୁ ମିଳେ ।
(ii) ସେଥୁରୁ ଗୋଟିଏ ହେଲା ସ୍ତ୍ରୀ ଯୁଗ୍ଧକର ସମାୟନ ଓ ଅନ୍ୟଟି ହେଲା ଦ୍ବିତୀୟକ ନ୍ୟଷ୍ଟିର ସମାୟନ । ଉଭିଦର ଏହି ପ୍ରକ୍ରିୟାକୁ ଦ୍ବିସମାୟନ କୁହାଯାଏ ।
(iii) ପରାଗନଳୀର ଅଗ୍ରଭାଗରେ ଥ‌ିବା ଦୁଇଟି ପୁଂ ଯୁଗ୍ମକ (male gamete) ମଧ୍ୟରୁ ଗୋଟିଏ ସ୍ତ୍ରୀ ଯୁଗ୍ମକର ସମାୟନ ଓ ଅନ୍ୟଟି ଦ୍ବିତୀୟକ ନ୍ୟଷ୍ଟିର ସମାୟନ କରିଥାଏ ।
(iv) ଦ୍ଵିତୀୟ ସମାୟନରେ ଗୋଟିଏ ପୁଂଯୁଗ୍ମକର ଓ ଅନ୍ୟ ଦୁଇଟି ମେରୁନ୍ୟଷ୍ଠିର; ଏହିପରି ତିନୋଟି ନ୍ୟଷ୍ଟିର ସଂଯୋଜକ ଘଟୁଥ‌ିବାରୁ ଏହାକୁ ତ୍ରିସଂଯୋଜକ କୁହାଯାଏ । ଏହିପରି ଭୃଣାଶୟ ଥଳୀ ମଧ୍ୟରେ ଦ୍ବିସମାୟନ ଓ ତ୍ରିସଂଯୋଜନ ଘଟିଥାଏ ।

Question 3.
ଏକବାସୀ ଓ ଦ୍ବିବାସୀ ଉଭିଦ କାହାକୁ କହନ୍ତି, ଉଦାହରଣ ସହ ଲେଖ ।
(i) ଫୁଲ ଏକଲିଜା ଚା ଉଭୟଲିଜା ହୋଲାପାରେ | କଖାରୁ ଗଛିରେ କେବିକ ଫ୍ଲକେଶର ବା ଗଇଂକେଶର ଥ୍ବା ଫୁଲ ଦେଖାଯାଏ । ଦୁଇ ପ୍ରକାର ଫୁଲ ଗୋଟିଏ କଖାରୁ ଗଛରେ ଥ‌ିବାରୁ ଏପରି ଉଭିଦକୁ ଏକବାସୀ ଉଭିଦ କୁହାଯାଏ । ଉଦାହରଣ – କଖାରୁ, କାକୁଡ଼ି, ଜହ୍ନି ଆଦି ଏକବାସୀ ଉଦ୍ଭିଦ ।
(ii) ହେଲେ ସୋରିଷ ଓ ମନ୍ଦାର ଫୁଲରେ ଉଭୟ ପୁଂକେଶର ଓ ଗର୍ଭକେଶର ଗୋଟିଏ ଫୁଲରେ ଥ‌ିବାରୁ ଏହା ଦ୍ଵିଲିଙ୍ଗୀ । କିନ୍ତୁ ଗୋଟିଏ ଖଜୁରୀ ଓ ତାଳ ପରି ଗଛରେ କେବଳ ଅଣ୍ଡିରା ଫୁଲ ବା ମାଈଫୁଲ ହେଉଥିବାର ଦେଖାଯାଏ । ଏଗୁଡ଼ିକୁ ଦ୍ବିବାସୀ ଉଦ୍ଭଦ କୁହାଯାଏ ।
ଉଦାହରଣ – ଖଜୁରୀ ଓ ତାଳ ଆଦି ଦ୍ବିବାସୀ ଉଦ୍ଭିଦ ।

ସଂଶିପ୍ତଧାମା ପ୍ରଣୋଉର :

I. ଶୂନ୍ୟସ୍ଥାନ ପୂରଣ କର ।
(i) ୟୁଲୋଥିକସ୍ ________ ଦ୍ଵାରା ବଂଶବିସ୍ତାର କରେ ।
(ii) ପେନ୍‌ସିଲିୟମ୍ ________ ଦ୍ବାରା ଅଲିଙ୍ଗୀ ଜନନ କରିଥାଏ ।
(iii) ________ କଲିକନ ପ୍ରକ୍ରିମ୍ବାରେ ବଣବିଣ୍ଡାର କରେ |
(iv) ଫିମ୍ପିରେ ________ ଜନନ ଦେଖାଯାଏ ।
(v) ତାଳଗଛ ଏକ ________ ଉଭିଦ ।
(vi) ________ ହେଉଛି ଜୀବର ପ୍ରଥମ କୋଷ !
(vii) ଉଦ୍ଭିଦର ସମାୟନ ପରେ ________ ବଢ଼ି ଭୃଣରେ ପରିଣତ ହୁଏ ।
(viii) ସ୍ପାଇରୋଗାଏରା ________ ପ୍ରକ୍ରିୟାରେ ବଂଶବୃଦ୍ଧି କରେ ।
(ix) ________ ଦେଇଛି ଏକ ଏକକୋଷ ର୍ଶେବାଲ |
(x) ପରାଗରେଣୁ ________ ରେ ସୃଷ୍ଟି ହୁଏ ।
Solution:
(i) ଚଳରେଣୁ
(ii) ବାହ୍ୟରେଣୁ
(iii) ଇଷ୍ଟ
(iv) ଅଲିଙ୍ଗୀ
(v) ଦ୍ବିବାସୀ
(vi) ଯୁଗ୍ମଜ
(vii) ଯୁଗ୍ମଜକୋଷ
(viii) ବିଖଣ୍ଡନ
(ix) କବକ
(x) ପରାଗପେଟି

II. ବାମପାର୍ଶ୍ବରେ ଥ‌ିବା ଶବ୍ଦଦ୍ୱୟର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣପାର୍ଶ୍ଵରେ ଥ‌ିବା ଶବ୍ଦର ସମ୍ପର୍କିତ ଶବ୍ଦଟି ଲେଖ ।
(i) ଇଷ୍ଟ : କଳିକନ :: ସ୍ପାଇରୋଗାଏରା : ________
(ii) ୟୁଲୋଥିକ୍‌ସ : ଚଳରେଣୁ :: ପେନ୍‌ସିଲିୟମ୍ : ________
(iii) ଯୁଗ୍ମକ : ଏକଗୁଣିତ :: ଯୁଗ୍ମଜ : ________
(iv) ସ୍ଵପରାଗଣ : ମଟରଫୁଲ :: ପର ପରାଗଣ : ________
(v) ଚିଙ୍ଗୁଡ଼ିଆ ଦଳ : ଜଳ :: ମକା : ________
Solution:
(i) ବିଖଣ୍ଡନ,
(ii) ବାହ୍ୟରେଣୁ,
(iii) ଦ୍ବିଗୁଣିତ,
(iv) ଖଜୁରି ଫୁଲ,
(v) ବାୟୁ

III. ନିମ୍ନଲିଖୂତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ଶବ୍ଦରେ ଲେଖ ।
(i) ଗୋଟିଏ ଏକବାସୀ ଉଭିଦର ନାମ ଲେଖ ।
(ii) ଯୁଗ୍ମକ ଦୁଇଟିର ମିଳନରୁ କ’ଣ ମିଳେ ?
(iii) ମଟର ଫୁଲରେ କେଉଁ ପରାଗଣ ଦେଖାଯାଏ ?
(iv) ମକାଗଛରେ ଫୁଲରୁ ପରାଗରେଣୁ କେଉଁ ମାଧ୍ୟମରେ ସ୍ଥାନାନ୍ତର ହୁଏ ?
(v) ସମାୟନ ପୂର୍ବରୁ ଦୁଇଟି ମେରୁ ନ୍ୟଷ୍ଟି ମିଳିତ ହୋଇ କ’ଣ ଗଠନ କରନ୍ତି ?
Solution:
(i) କଖାରୁ
(ii) ଯୁଗ୍ମଜ
(iii) ସ୍ବ-ପରାଗଣ
(iv) ବାୟୁ
(v) ଦ୍ବିତୀୟକ ନ୍ୟଷ୍ଟି

IV. ‘କ’ ସ୍ତମ୍ଭରେ ଥ‌ିବା ଶବ୍ଦ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ମିଳାଅ ।
BSE Odisha 7th Class Science Important Questions Chapter 10 Img 2

V. ନିମ୍ନୋକ୍ତ ପଦଗୋଷ୍ଠୀ ମଧ୍ୟରୁ ତିନୋଟି ସମ୍ବନ୍ଧିତ ହେଲେ ଗୋଟିଏ ନୁହେଁ, ଅସମ୍ବନ୍ଧିତ ପଦଟିକୁ ବନ୍ଧନୀ ମଧ୍ଯରୁ ବାଛି ଲେଖ ।
(i) ଫଣ୍ଡ, ମସ୍, ଇଷ୍ଟ, ୟୁଲୋଥିକ୍‌ (ରେଣୁଭବନ ଦୃଷ୍ଟିରୁ)
(ii) ରେଣୁଭବନ, କଳିକନ, ବିଭଞ୍ଜନ, ଡିମ୍ବଯୁଗ୍ମନ (ଉଭିଦର ଅଲିଙ୍ଗୀଜନନ ଦୃଷ୍ଟିରୁ)
(iii) ଡିମ୍ବକ, ଡିମ୍ବକାୟା, କୋଷିକା, ବୀଜରନ୍ଧ୍ର (ଡିମ୍ବାଶୟର ଗଠନ ଦୃଷ୍ଟିରୁ)
(iv) ଡିମ୍ବକୋଷ, ସହାୟକ କୋଷ, ମେରୁ ନ୍ୟଷ୍ଟି, ଆଚ୍ଛାଦ
(v) ମକା, ଚିନାବାଦାମ, ଚଣା, ଖଜୁରୀ (ସ୍ଵପରାଗଣ ଅନୁଯାୟୀ )
Solution:
(i) ଇଷ୍ଟ,
(ii) ଡିମ୍ବଯୁଗ୍ମକ
(iii) କୋଷିକା
(iv) ଆଚ୍ଛାଦ
(v) ଖଜୁର

BSE Odisha 7th Class Science Important Questions Chapter 10 ଉଦ୍ଭିଦରେ ବଂଶ ବିସ୍ତାର

VI. ରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମଥ୍
(i) ଆଳୁ ହେଉଛି ଏକ ରୂପାନ୍ତରିତ ମୂଳ ।
(ii) ଅମରପୋଇ ପତ୍ରର ଡେମ୍ଫରୁ ନୂତନ ଉଭିଦ ଜାତ ହୁଏ ।
(iii) ସ୍ପାଇରୋଗାଇରା କଳିକନ ଦ୍ବାରା ବଂଶବିସ୍ତାର କରେ ।
(iv) ବାହ୍ୟରେଣୁ ରେଣୁପେଟୀରେ ସୃଷ୍ଟି ହୋଇଥାଏ ।
(v) ସମାୟନ ପରେ ଡିମ୍ବାଶୟଟି ବଢ଼ି ବୀଜରେ ପରିଣତ ହୁଏ ।
Solution:
(i) ଆଳୁ ହେଉଛି ଏକ ରୂପାନ୍ତରିତ କାଣ୍ଡ ।
(ii) ଅମରପୋଇ ପତ୍ରର ମୂଳରୁ ନୂତନ ଉଭିଦ ଜାତ ହୁଏ ।
(iii) ସ୍ପାଇରୋଗାଇରା ବିଖଣ୍ଡନ ଦ୍ବାରା ବଂଶବିସ୍ତାର କରେ ।
(iv) ବାହ୍ୟରେଣୁ ଧାରକର ଅଗ୍ରଭାଗରେ ସୃଷ୍ଟି ହୋଇଥାଏ ।
(v) ସମାୟନ ପରେ ଡ୍ରିମ୍ବାଶୟଟି ବଢ଼ି ଫଳରେ ପରିଣତ ହୁଏ ।

VII. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ଶବ୍ଦରେ ଲେଖ ।
(i) ଗୋଟିଏ ଏକବାସୀ ଉଭିଦର ନାମ ଲେଖ ।
(ii) ଯୁଗ୍ମକ ଦୁଇଟିର ମିଳନରୁ କ’ଣ ମିଳେ ?
(iii) ମଟର ଫୁଲରେ କେଉଁ ପରାଗଣ ଦେଖାଯାଏ ?
(v) ସମାୟନ ପୂର୍ବରୁ ଦୁଇଟି ମେରୁ ନ୍ୟଷ୍ଟି ମିଳିତ ହୋଇ କ’ଣ ଗଠନ କରନ୍ତି ?
(iv) ମକାଗଛ ଫୁଲରୁ ପରାଗରେଣୁ କେଉଁ ମାଧ୍ୟମରେ ସ୍ଥାନାନ୍ତର ହୁଏ ?

VIII. ଠିକ୍ ଉତ୍ତରଟି ବାଛି ଲେଖ ।
(କ) ନିମ୍ନୋକ୍ତ ମଧ୍ୟରୁ କେଉଁଟି କାଣ୍ଡ ଅଙ୍ଗୀୟ ଜନନର ଅନ୍ତର୍ଭୁକ୍ତ ନୁହେଁ ?
(i) ଅଦା
(ii) ହଳଦୀ
(iii) ଡାଲିଆ
(iv) ପିଆଜ
Solution:
(iii) ଡାଲିଆ

(ଖ) ଅପୁଷ୍ପକ ଉଦ୍ଭଦଗୁଡ଼ିକ କାହାଦ୍ଵାରା ବଂଶବିସ୍ତାର କରିଥା’ନ୍ତି ?
(i) ଲିଙ୍ଗୀୟ
(ii) ଅଲିଙ୍ଗୀ
(iii) ଅଙ୍ଗୀୟ
(iv) ଲିଙ୍ଗୀୟ ଓ ଅଙ୍ଗୀୟ
Solution:
(iii) ଅଙ୍ଗୀୟ

(ଗ) ଚଳରେଣୁ ଉଭିଦ ମଧ୍ଯରେ କେଉଁଠି ସୃଷ୍ଟି ହୁଏ ?
(i) ରେଣୁପେଟି
(ii) ଧାରକର ଅଗ୍ରଭାଗରେ
(iii) ପରାଗ ପେଟିକା
(iv) ଶଳାକା
Solution:
(i) ରେଣୁପେଟି

(ଘ) ବାହ୍ୟରେଣୁ କେଉଁଠି ସୃଷ୍ଟି ହୁଏ ?
(i) ରେଣୁପେଟି
(ii) ଧାରକର ଅଗ୍ରଭାଗରେ
(iii) ପରାଗ ପେଟିକା
(iv) ଶଳାକା
Solution:
(ii) ଧାରକର ଅଗ୍ରଭାଗରେ

(ଙ) କେଉଁ ଉଇଦର ମୂଲକୁ ନୁତନ ଗଛି ଲାତ ଦ୍ଏ ?
(i) ତାଲିଆ
(ii) ଗୋଲାପ
(iii) ରିକ୍‌ସିଆ
(iv) ଥିବା
Solution:
(i) ତାଲିଆ

(ଚ) କେଉଁ ଜୀବ ଏକକୋଷୀ ନୁହେଁ ?
(i) ବୀଜାଣୁ
(ii) ଆଦିପ୍ରାଣୀ
(iii) ଇଷ୍ଟ
(iv) କୌଣସିଟି ନୁହେଁ
Solution:
(iv) କୌଣସିଟି ନୁହେଁ

(ଛ) କେଉଁ ଉଭିଦ କଳିକନ ପ୍ରକ୍ରିୟାରେ ବଂଶବୃଦ୍ଧି କରେ ?
(i) ଜୀବାଣୁ
(ii) ଇଷ୍ଟ
(iii) ଛତୁ
(iv) ଫଣ୍ଡ
Solution:
(ii) ଇଷ୍ଟ

(ଜି) ଅମରପୋଇ ପତ୍ର ଧାରରେ ଥିବା କେଉଁଥୁରୁ ନୂତନ ଉଭିଦ ସୃଷ୍ଟି ହୁଏ ?
(i) ମୁକୁଳ
(ii) ପରାଗପେଟି
(iii) ଶଳାକା
(iv) ଫଳିକାଶୀର୍ଷ
Solution:
(i) ମୁକୁଳ

(ଝ) ସପୁଷ୍ପକ ଉଦ୍ଭଦର କେଉଁଟି ପ୍ରଜନନ ଅଙ୍ଗ ?
(i) ପତ୍ର
(ii) ଫୁଲ
(iii) କାଣ୍ଡ
(iv) ମୂଲ
Solution:
(ii) ଫୁଲ

BSE Odisha 7th Class Science Important Questions Chapter 10 ଉଦ୍ଭିଦରେ ବଂଶ ବିସ୍ତାର

IX. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ପ୍ରଜନନ କାହାକୁ କହନ୍ତି ?
(ii) ପ୍ରଜନନର ଆବଶ୍ୟକତା କ’ଣ ?
(iii) ଅଙ୍ଗୀୟ ଜନନ କ’ଣ ?
(iv) ଆଳୁର ଆଖ୍ କାହାକୁ କହନ୍ତି ?
(v) ଇଷ୍ଟ କିପରି ବଂଶ ବିସ୍ତାର କରେ ?
(vi) ପେନସିଲିୟମରେ କାହାଦ୍ଵାରା ବଂଶ ବିସ୍ତାର ହୁଏ ?
(vii) ଚଳରେଣୁ କେଉଁଠାରେ ସୃଷ୍ଟି ହୁଏ ?
(viii)ବାହ୍ୟରେଣୁ କେଉଁଠାରେ ସୃଷ୍ଟି ହୁଏ ?
(ix) ସପୁଷ୍ପକ ଉଦ୍ଭଦରେ କେଉଁ କେଉଁ ପ୍ରକାର ପ୍ରଜନନ ହୁଏ ?
(x) ଭ୍ରମର, ମହୁମାଛି ଓ ପ୍ରଜାପତି ଉଭିଦର ପ୍ରଜନନରେ କି ସାହାଯ୍ୟ କରନ୍ତି ?
(xi) ଦ୍ବିବାସୀ ଉଦ୍ଭଦ କାହାକୁ କହନ୍ତି ?
(xii) ଏକବାସୀ ଉଦ୍ଭଦ କାହାକୁ କହନ୍ତି ?
(xiii)ଦ୍ବିଲିଙ୍ଗୀ ଉଭିଦ କାହାକୁ କହନ୍ତି ?
Solution:
(i) ପୃଥ‌ିବୀ ପୃଷ୍ଠରେ ଥ‌ିବା ସମସ୍ତ ପ୍ରାଣୀ ଓ ଉଦ୍ଭିଦ ନିଜପରି ଜୀବଟିଏ ସୃଷ୍ଟି କରିବା ପ୍ରକ୍ରିୟାକୁ ପ୍ରଜନନ କହନ୍ତି ।
(ii) ପ୍ରଜନନ ଦ୍ବାରା ସେହି ଉଭିଦ ବା ପ୍ରାଣୀର ବଂଶବୃଦ୍ଧି ହୁଏ ।
(iii) ଉଦ୍ଭଦର ମୂଳ, କାଣ୍ଡ ବା ପତ୍ରପରି ଅଂଶରୁ ନୂତନ ଉଭିଦ ଜାତ ହେଲେ, ତାହାକୁ ଅଙ୍ଗୀୟ ଜନନ କୁହାଯାଏ ।
(iv) ପୁରୁଣା ଆଳୁ କିଛିଦିନ ଘରେ ରହିଗଲେ ଆଳୁ ଦେହରେ କଳିକା ବାହାରେ । ଏହି କଳିକାକୁ ଆଳୁର ଆଖି କହନ୍ତି ।
(v) ଇଷ୍ଟ କଳିକନ ବା କୋରୋକୋଦ୍‌ଗମ୍ ପ୍ରଣାଳୀରେ ବଂଶ ବିସ୍ତାର କରେ ।
(vi) ପେନସିଲିୟମରେ ବାହ୍ୟରେଣୁ ଦ୍ବାରା ବଂଶ ବିସ୍ତାର ହୁଏ ।
(vii) ଚଳରେଣୁ ଉଭିଦର ରେଣୁପେଟୀଠାରେ ସୃଷ୍ଟି ହୁଏ ।
(viii) ବାହ୍ୟରେଣୁ ଧାରକ ପତ୍ରର ଅଗ୍ରଭାଗରେ ସୃଷ୍ଟି ହୁଏ ।
(ix) ସପୁଷ୍ପକ ଉଦ୍ଭଦରେ ଅଙ୍ଗୀୟ ଓ ଲିଙ୍ଗୀୟ ଜନନରେ ପ୍ରଜନନ ହୁଏ ।
(x) ଭ୍ରମର, ମହୁମାଛି ଓ ପ୍ରଜାପତି ଉଭିଦର ପ୍ରଜନନରେ ପରାଗଣ ପ୍ରକ୍ରିୟାରେ ସାହାଯ୍ୟ କରନ୍ତି ।
(xi) ଯେଉଁ ଉଭିଦରେ କେବଳ ଅଣ୍ଡିରା ଫୁଲ ବା ମାଈଫୁଲ ଫୁଟେ, ତାହାକୁ ଦ୍ବିବାସୀ ଉଭିଦ କହନ୍ତି ।
(xii) ଯେଉଁ ଉଦ୍ଭଦରେ କେବଳ ଅଣ୍ଡିରା ଫୁଲ ବା ମାଈ ଫୁଲ ଅଲଗା ଅଲଗା ଫୁଟେ, ତାହାକୁ ଏକବାସୀ ଉଭିଦ କହନ୍ତି ।
(xiii)ଯେଉଁ ଉଭିଦର ଫୁଲରେ ଉଭୟ ପୁଂକେଶର ଚକ୍ର ଓ ସ୍ତ୍ରୀକେଶର ଚକ୍ର ଥାଏ, ତାହାକୁ ଦ୍ବିଲିଙ୍ଗୀ ଉଭିଦ କହନ୍ତି ।

BSE Odisha 7th Class Science Important Questions Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା – ପ୍ରାଣୀ ଓ ଉଭିଦର ଶ୍ୱସନ

Odisha State Board BSE Odisha 7th Class Science Important Questions Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା – ପ୍ରାଣୀ ଓ ଉଭିଦର ଶ୍ୱସନ Important Questions and Answers.

BSE Odisha Class 7 Science Important Questions Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା – ପ୍ରାଣୀ ଓ ଉଭିଦର ଶ୍ୱସନ

Question 1.
ଏକ ପରୀକ୍ଷାଦ୍ବାରା ଉଦ୍ଭଦରେ କିପରି ଶ୍ବସନ ଘଟେ ଦର୍ଶାଅ ।
Solution:
BSE Odisha 7th Class Science Important Questions Chapter 9 Img 1
ପରୀକ୍ଷା : (i) ଏକ କୋନିକାଲ୍ ଫ୍ଲସ୍କରେ 10 ଗ୍ରାମ୍ ଗଜାମୁଗ ନିଆଯାଉ ।
(ii) ଗୋଟିଏ ଛୋଟ ପରୀକ୍ଷାନଳୀରେ କିଛି କଷ୍ଟିକ୍ ପଟାସ୍ ନେଇ ସୂତାରେ ତାହାକୁ ବାନ୍ଧି ଫ୍ଲାସ୍କ ଭିତରେ ଝୁଲାଯାଉ ।
(iii) ଗୋଟିଏ ବକ୍ରଳନୀ ନେଇ ଚିତ୍ରରେ ଦର୍ଶାଇବା ଭଳି ଏହାର ଗୋଟିଏ ମୁଣ୍ଡ କୋନିକାଲ୍ ଫ୍ଲାସ୍କ ଭିତରେ ରଖାଯାଉ ଓ ଅନ୍ୟ ଅଗ୍ରଭାଗଟି ଏକ ବିକର୍‌ରେ ରଙ୍ଗୀନ ପାଣି ରଖି ତାହା ଭିତରେ ବୁଡ଼ାଯାଉ ।

ପର୍ଯ୍ୟବେକ୍ଷଣ : ଲକ୍ଷ୍ୟକଲେ ଦେଖାଯିବ ଯେ; ଯେଉଁଥ‌ିରେ ଗଜାମୁଗ ଅଛି, ତାହାର ବକ୍ରନଳୀରେ ରଙ୍ଗୀନ ପାଣିର ସ୍ତର ବଢୁଛି , କାରଣ ଶ୍ବସନ ଯୋଗୁଁ ଅମ୍ଳଜାନ ବ୍ୟବହୃତ ହୋଇଛି ଓ ଅଙ୍ଗାରକାମ୍ଳ ଉତ୍ପନ୍ନ ହୋଇଛି । ସେହି ଅଙ୍ଗାରକାମ୍ଳ କଷ୍ଟିକ୍ ପଟାସଦ୍ଵାରା ଶୋଷିତ ହୋଇ ଫ୍ଲାସ୍କ ଭିତରେ ଶୂନ୍ୟସ୍ଥାନ ସୃଷ୍ଟି କରୁଛି, ତାହାକୁ ଭରଣା କରିବା ପାଇଁ ବକ୍ରରେଖାରେ ରଙ୍ଗୀନ ପାଣିର ସ୍ତର ବଢ଼ିଅଛି ।

BSE Odisha 7th Class Science Important Questions Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା - ପ୍ରାଣୀ ଓ ଉଭିଦର ଶ୍ୱସନ

Question 2.
ଉଦ୍ଭଦରେ କିପରି ଶ୍ଵାସକ୍ରିୟା ସମ୍ପାଦିତ ହୁଏ ଲେଖ ।
Solution:
(i) ଉଚ୍ଚତର ପ୍ରାଣୀମାନଙ୍କ ଶ୍ଵାସକ୍ରିୟା ପାଇଁ ନିର୍ଦ୍ଦିଷ୍ଟ ଅଙ୍ଗ ଥ‌ିବାବେଳେ ଉଭିଦର ସେପରି କୌଣସି ନିର୍ଦ୍ଦିଷ୍ଟ ଅଙ୍ଗ ନଥାଏ ।
(ii) ଉଭିଦର କାଣ୍ଡ, ମୂଳ ଓ ପତ୍ରରେ ଥ‌ିବା କିଛି ବାହ୍ୟକୋଷ ଅମ୍ଳଜାନ ସଂଗ୍ରହ କରିଥା’ନ୍ତି ।
(iii) ଉଳତର ପତ୍ରରେ ସ୍ତୋମ (Stomata), ମୂଲକେଶର ଉପର ଅଂଶରେ ଥିବା ଅଧ୍ତ୍ୱିତା (Epithelium) କାଣ୍ଡରେ ଥିବା ବାତରନ୍ଧ୍ର (Leuticels) ମଧ୍ୟଦେଇ ଅମ୍ଳଜାନ ଉଭିଦ ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଏହି ଶ୍ଵାସକ୍ରିୟା ଅହରହ ଚାଲୁରହିଥାଏ । ଦିନବେଳେ ଉଭିଦ ଆଲୋକଶ୍ଳେଷଣରେ ଅମ୍ଳଜାନ ଛାଡୁଥ‌ିବାରୁ ଏହାର ଚାହିଦା ଦିନରେ ପ୍ରାୟ ନ ଥାଏ ।

Question 3.
ପାର୍ଥକ୍ୟ ଦର୍ଶାଅ
(କ) ନିଃଶ୍ବାସ ପ୍ରଶ୍ଵାସ ଓ ଶ୍ବସନ (ଖ) ଆଲୋକଶ୍ଳେଷଣ ଓ ଶ୍ୱସନ
Solution:
BSE Odisha 7th Class Science Important Questions Chapter 9 Img 2
BSE Odisha 7th Class Science Important Questions Chapter 9 Img 3

Question 4.
କୀଟପତଙ୍ଗ, ଜିଆ ଓ ବେଙ୍ଗ କିପରି ସେମାନଙ୍କ ଶ୍ଵାସକ୍ରିୟା କରନ୍ତି ଲେଖ ।
(i) କୀଟପତଙ୍ଗମାନେ ସେମାନଙ୍କ ବିଖଣ୍ଡିତ ଶରୀରରେ ଥିବା ଶ୍ଵାସରନ୍ଧ୍ର, ସୂକ୍ଷ୍ମ ଶ୍ଵାସନଳୀ ଓ ଅତିସୂକ୍ଷ୍ମ ଶ୍ଵାସ ନଳୀକା ମଧ୍ୟ ଦେଲ ସେମାନଙ୍କ ଶ୍ଵାସକ୍ରିୟା ସମାଦନ କରିଥା ନ୍ତି |
(ii) ଜିଆ ଓ ବେଙ୍ଗ ଚର୍ମଦ୍ଵାରା ଶ୍ଵାସକ୍ରିୟା କରନ୍ତି । ଏହି ପ୍ରାଣୀଙ୍କ ଓଦାଳିଆ ଚର୍ମ ବିସରଣ ପ୍ରକ୍ରିୟାରେ ବାୟୁରୁ ଅମ୍ଳଜାନ ସଂଗ୍ରହ କରି ଶ୍ଵାସକ୍ରିୟା କରନ୍ତି । ଏହା ଛଡ଼ା ମଣିଷ ପରି ବେଙ୍ଗର ମଧ୍ୟ ଦୁଇଟି ଫୁସ୍‌ଫୁସ୍ ରହିଛି ଯାହା ଶ୍ଵାସକ୍ରିୟାରେ ସାହାଯ୍ୟ କରେ ।

Question 5.
ଆକୁଞ୍ଚନଜନିତ ବ୍ୟଥା କ’ଣ ? ଏହା କାହିଁକି ଘଟେ ?
(i) ସମୟ ସମୟରେ କଠିନ ପରିଶ୍ରମ (ବ୍ୟାୟାମ) ପରେ ମାଂସପେଶୀରେ ଆକୁଞ୍ଚନ ଜନିତ ବ୍ୟଥା (cramp) ଅନୁଭବ ହୋଇଥାଏ । ଏହି ବ୍ୟଥା ମାଂସପେଶୀୟ କୋଷରେ ଅବାୟୁ ଶ୍ୱସନ ଯୋଗୁଁ ଘଟିଥାଏ ।
(ii) ଏଥରେ ଗ୍ଲୁକୋଜ୍‌ର ଅସମ୍ପୂର୍ଣ୍ଣ ଜାରଣ ଘଟି ଲାକ୍‌ଟିକ୍ ଅମ୍ଳ ଉତ୍ପନ୍ନ ହୋଇଥାଏ । ଏହି ଅମ୍ଳ ବହୁ ପରିମାଣରେ କୋଷରେ ଜମା ହେଲେ ମାଂସପେଶୀରେ ଯନ୍ତ୍ରଣା ଅନୁଭୂତ ହୁଏ । ଗରମ ପାଣି ଉପଚାର ବା ମାଂସପେଶୀରେ ମାଲିସ୍ କଲେ ଯନ୍ତ୍ରଣା କମିଯାଏ ।

Question 6.
ମାଛମାନେ କିପରି ସେମାନଙ୍କ ଶ୍ଵାସକ୍ରିୟା କରନ୍ତି ।
Solution:
(i) ମାଛ ପାଣିରେ ରହେ । ଜଳରେ ଥ‌ିବା ଦ୍ରବୀଭୂତ ଅମ୍ଳଜାନକୁ ମାଛ ଗାଲି ସାହାଯ୍ୟରେ ଗ୍ରହଣ କରେ ।
(ii) ଧମନୀ ଦ୍ବାରା ଯଥେଷ୍ଟ ପରିମାଣରେ ରକ୍ତ ଗାଲିକୁ ଆସିଥାଏ । ସେହିଠାରେ ଅଙ୍ଗାରକାମ୍ଳ ଓ ଅମ୍ଳଜାନର ଆଦାନ ପ୍ରଦାନ ଘଟିଥାଏ ।

BSE Odisha 7th Class Science Important Questions Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା - ପ୍ରାଣୀ ଓ ଉଭିଦର ଶ୍ୱସନ

Question 7.
ମଣିଷ ଶ୍ଵାସତନ୍ତ୍ରର ଏକ ନାମାଙ୍କିତ ଚିତ୍ର ଅଙ୍କନ କର ।
Solution:
BSE Odisha 7th Class Science Important Questions Chapter 9 Img 4

Question 8.
ସୁରାସାର କିଣ୍ବନ କ’ଣ ଲେଖ ।
Solution:
(i) ଲଯୁ ଅନ୍ୟାନ୍ୟ ଅପକାଚା ଅଣୁକାନକଦ୍ୱାରା ସ୍କରାପାଇ କିଣନ ଦୋଲଥାଏ |
(ii) ଏହି ପ୍ରକ୍ରିୟାରେ ଗ୍ଲୁକୋଜ୍‌ର ଅସମ୍ପୂର୍ଣ୍ଣ ଜାରଣରୁ ସୁରାସାର, ଅଙ୍ଗାରକାମ୍ଳ ଓ ଶକ୍ତି ଉତ୍ପନ୍ନ ହୁଏ ।
ଗ୍ଲା କୋଜ୍ ଅମ୍ଳଜାନ ଅନୁପସ୍ଥିତିରେ ସୁରାସାର + ଅଙ୍ଗାରକାମ୍ଳ + ଶକ୍ତି ।

ସଂଶିପ୍ତଧାମା ପ୍ରଣୋଉର :

I. ଶୂନ୍ୟସ୍ଥାନ ପୂରଣ କର ।
(i) କୋଶରେ ଖାଦ୍ୟର ବିଶନେ ଶଟି କାଢ ଦ୍ବେଦା ପ୍ରକ୍ରୟାକୃ __________ କଦୃନ୍ତି |
(ii) ଇଷ୍ଟ ଗୋଟିଏ ________ ଜୀବ ।
(iii) ପାଉଁରୁଟି ସ୍ପଞ୍ଜପରି ନରମ କରିବାକୁ ________ ଗ୍ୟାସ୍ ସାହାଯ୍ୟ କରେ ।
(iv) କଠିନ ପରିଶ୍ରମ କାଳରେ ନିଃଶ୍ବାସ ପ୍ରଶ୍ବାସର ହାର ମିନିଟ୍ ପ୍ରତି ________ ଥରକୁ ବୃଦ୍ଧି ପାଇଥାଏ ।
(v) ________ ଅଙ୍ଗାରକାମ୍ଳ ଗ୍ଲୁକୋଜ୍‌ର କରେ ।
(vi) ସମସ୍ତ ଉଭିଦ ________ ଦ୍ୱାରା ଶ୍ଵାସକ୍ରିୟା କରନ୍ତି ।
(vii) ଜିଆ ________ ଦ୍ୱାରା ଶ୍ଵାସକ୍ରିୟା କରେ ।
(viii)ଝିଣ୍ଟିକା ________ ଦ୍ୱାରା ଶ୍ଵାସକ୍ରିୟା କରେ ।
(ix) ମଣିଷ ________ ଦ୍ୱାରା ଶ୍ଵାସକ୍ରିୟା କରେ ।
(x) ଥମ୍ଳଜାନ ଅନୁପସ୍ଥିତିରେ ମାଂପରପେରେ ଗୁ କୋକ୍ ବିଶଟିତ ହୋଇ ________ ଓ ଶକ୍ତି ଉତ୍ପନ୍ନ କରେ ।
(xi) ଅବାୟୁ ଶ୍ୱସନରେ ଅଙ୍ଗାରକାମ୍ଳ ଓ ଶକ୍ତି ସହିତ ________ ଉତ୍ପନ୍ନ ହୁଏ ।
(xii) ଶରୀର ମାଂସପେଶୀରେ ________ ର ସୃଷ୍ଟି ଯୋଗୁ ମାଂସପେଶୀରେ ଯନ୍ତ୍ରଣା ହୁଏ ।
Solution:
(i) ଶ୍ଵମନ
(ii) ଏକକୋଷୀ
(iii) ଅଙ୍ଗାରକାମ୍ଳ
(iv) 25
(v) କଶିକ୍ ପରାପ
(vi) ସ୍ତୋମ୍
(vii) ଓଦାଳିଆ ଚର୍ମ
(viii)ଶ୍ଵାସରନ୍ଧ୍ରର
(ix) ଫୁସ୍‌ଫୁସ୍
(x) ଲାକ୍ଟିକ୍ ଅମ୍ଳ
(xi) ସୁରାସାର
(xii) ଲାକ୍‌ଟିକ୍ ଅମ୍ଳ

II. ବାମପାର୍ଶ୍ବରେ ଥ‌ିବା ଶବ୍ଦଦ୍ୱୟର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣପାର୍ଶ୍ବରେ ଥ‌ିବା ଖାଲିସ୍ଥାନରେ ଉପଯୁକ୍ତ ଶବ୍ଦଟି ଲେଖ ।
(i) ପ୍ରଶ୍ଵାସ ବାୟୁରେ ଅଙ୍ଗାରକାମ୍ଳ : 0.04% :: ନିଃଶ୍ଵାସ ବାୟୁରେ ଅଙ୍ଗାରକାମ୍ଳ : ________ |
(ii) ଅସରପା : ଶ୍ଵାସରନ୍ଧ୍ର :: ଜିଆ : ________ |
(iii) ଫୁସ୍‌ଫୁସକୁ ବାୟୁ ପ୍ରବେଶ : ପ୍ରଶ୍ଵାସ :: ଫୁସ୍‌ଫୁସରୁ ବାୟୁର ପ୍ରସ୍ଥାନ : ________ |
(iv) ଫୁସ୍‌ଫୁସୀୟ ଧମନୀ : ଅଙ୍ଗାରକାମ୍ଳଯୁକ୍ତ ରକ୍ତ :: ଫୁସ୍‌ଫୁସୀୟ ଶିରା : ________ |
(v) ପ୍ରଶ୍ଵାସ ବାୟୁରେ ଅମ୍ଳଜାନ : 21% :: ନିଃଶ୍ଵାସ ବାୟୁରେ ଅମ୍ଳଜାନ : ________ |
(vi) ବିଶ୍ରାମ : 15-18 ଥର :: ପରିଶ୍ରମ : ________ |
Solution:
(i) 44
(ii) ଓଦାଳିଆ ଚର୍ମ
(iii) ନିଃଶ୍ବାସ
(iv) ଅମ୍ଳଜାନଯୁକ୍ତ ରକ୍ତ
(v) 16.4 %
(vi) 25 ଥର

III. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) କଠିନ ପରିଶ୍ରମ ସମୟରେ ଜଣେ ଲୋକର ନିଃଶ୍ବାସ ପ୍ରଶ୍ଵାସ ହାର କମିଯାଏ ।
(ii) ଉଭିଦର ଚେରରେ ସ୍ତୋମ୍ ଥାଏ ।
(iii) ଯଦି ଖାଦ୍ୟର ବିଘଟନ ଯବକ୍ଷାରଜାନଦ୍ୱାରା ହୁଏ, ତେବେ ତାହାକୁ ବାୟୁଶୂସନ କହନ୍ତି ।
(iv) ଅଧ୍ଯକ ଶାରୀରିକ କାର୍ଯ୍ୟ କଲେ ଶ୍ଵାସକ୍ରିୟା ହାର କମିଯାଏ ।
Solution:
(i) କଠିନ ପରିଶ୍ରମ ସମୟରେ ଜଣେ ଲୋକର ନିଃଶ୍ବାସ ପ୍ରଶ୍ଵାସ ହାର ବଢ଼ିଯାଏ ।
(ii) ଉଭିଦର ପତ୍ରରେ ସ୍ତୋମ୍ ଥାଏ ।
(iii) ଯଦି ଖାଦ୍ୟର ବିଘଟନ ଅମ୍ଳଜାନଦ୍ୱାରା ହୁଏ, ତେବେ ତାହାକୁ ବାୟୁଶୂସନ କହନ୍ତି ।
(iv) ଅଧିକ ଶାରୀରିକ କାର୍ଯ୍ୟ କଲେ ଶ୍ଵାସକ୍ରିୟା ହାର ବଢ଼ିଯାଏ ।

IV. ଠିକ୍ ଉତ୍ତରଟି ବାଛି ଲେଖ ।
(କ) ଅସରପା ଶରୀରରେ ବାୟୁ ଚଳାଚଳ କାହାଦ୍ଵାରା ହୁଏ ?
(i) ଫୁସ୍‌ ଫୁସ୍
(ii) ଗାଲି
(iii) ଶ୍ଵାସରନ୍ଧ୍ର
(iv) ଚମ
Solution:
(iii) ଶ୍ଵାସରନ୍ଧ୍ର

(ଖ) କଠିନ ପରିଶ୍ରମ କଲେ ମାଂସପେଶୀରେ କାହାର ମାତ୍ରା ବଢ଼ିଯାଏ ?
(i) ଲାକ୍‌ଟିକ୍ ଅମ୍ଳ
(ii) ଅମ୍ଳଜାନ
(iii) ଗ୍ଲା କୋଜ୍
(iv) ଜଳର ମାତ୍ରା
Solution:
(i) ଲାକ୍‌ଟିକ୍ ଅମ୍ଳ

(ଗ) ନିଶାସ ବେଲଲ୍ର ପିଚାଡ଼ଦା କିପରି ଫୁଲିଥାଏ |
(i) ବାହାରକୁ
(ii) ତଳକୁ
(iii) ଉପରକୁ
(iv) କୌଣସି ଆଡ଼କୁ ନୁହେଁ
Solution:
(ii) ତଳକୁ

(ଘ) ମାଛ ଜଳରେ ଥିବା ଦ୍ରବୀଭୂତ ଅମ୍ଳଜାନକୁ କାହା ସାହାଯ୍ୟରେ ଗ୍ରହଣ କରିଥାଏ ?
(i) ଫୁସ୍‌ଫୁସ୍
(ii) ଗାଲି
(iii) ଶ୍ଵାସରନ୍ଧ୍ର
(iv) ଚମ
Solution:
(ii) ଗାଲି

(ଙ) ଉଭିଦର କେଉଁଠାରେ ସ୍ତୋମ୍ ହୁଏ ?
(i) ମୂଳରେ
(ii) କାଣ୍ଡରେ
(iii) ପତ୍ରରେ
(iv) କୋଷରେ
Solution:
(iii) ପତ୍ରରେ

(ଚ) କୋଷୀୟ ଶ୍ୱସନରେ ଜୀବ ଶରୀରରେ କାହାର ବିଘଟନ ଘଟେ ?
(i) ଗ୍ଲା କୋଜ୍
(ii) ପୁଷ୍ଟିସାର
(iii) ସ୍ନେହସାର
(iv) ଚମ
Solution:
(i) ଗ୍ଲା କୋଜ୍

(ଛ) କୋଷରେ ଖାଦ୍ୟର ବିଘଟନ ଘଟି ଶକ୍ତି ଜାତ ପ୍ରକ୍ରିୟାକୁ କ’ଣ କୁହାଯାଏ ?
(i) ପୋଷଣ
(ii) ଶ୍ବସନ
(iii) ପବନ
(iv) ବିଘଟନ
Solution:
(ii) ଶ୍ବସନ

(ଜ) ଇଷ୍ଟ କେଉଁ ଶ୍ଵାସନଦ୍ୱାରା ଶକ୍ତି ପାଇଥାଏ ?
(i) କୋଷୀୟ ଶ୍ୱସନ
(ii) ବାୟୁ ଶ୍ୱସନ
(iii) ଅବାୟୁ ଶ୍ୱସନ
(iv) କେଉଁଟି ନୁହେଁ
Solution:
(iii) ଅବାୟୁ ଶ୍ୱସନ

(ଝ) ଶ୍ଵାସନରେ କେଉଁ ଗ୍ୟାସ୍ ନିର୍ଗତ ହୁଏ ?
(i) ଅମ୍ଳଜାନ
(ii) ଅଙ୍ଗାରକାମ୍ଳ
(iii) ଜଳୀୟବାଷ୍ପ
(iv) ହାଇଡ୍ରୋଜେନ୍
Solution:
(ii) ଅଙ୍ଗାରକାମ୍ଳ

(ଞ) ମାଂସପେଶୀୟ କୋଷରେ ଅବାୟୁ ଶ୍ଵାସନଦ୍ୱାରା ଗ୍ଲା କୋଜ୍ ଅସମ୍ପୂର୍ଣ୍ଣଭାବେ ବିଖଣ୍ଡିତ ହୋଇ କେଉଁଥିରେ ପରିଣତ ହୁଏ ?
(i) ସୁରାସାର
(ii) ଲାକ୍‌ଟିକ୍ ଅମ୍ଳ
(iii) ଏସିଟିକ୍ ଅମ୍ଳ
(iv) ସାଇଟ୍ରିକ୍ ଅମ୍ଳ
Solution:
(ii) ଲାକ୍‌ଟିକ୍ ଅମ୍ଳ

BSE Odisha 7th Class Science Important Questions Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା - ପ୍ରାଣୀ ଓ ଉଭିଦର ଶ୍ୱସନ

V. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ନିଃଶ୍ଵାସ ପ୍ରଶ୍ଵାସ କାହାକୁ କୁହାଯାଏ ?
(ii) କୋଷୀୟ ଶ୍ୱସନ, ଅନ୍ତଃ ଶ୍ବସନ ବା ଟିସୁ ଶ୍ୱସନ କ’ଣ ?
(iii) କୋଷୀ କ’ଣ ?
(iv) ଶ୍ଵାସନ କାହାକୁ କହନ୍ତି ?
(v) ବାୟୁ ଶ୍ୱସନରେ କ’ଣ ଉତ୍ପନ୍ନ ହୁଏ ?
(vi) ଅବାୟୁ ଶ୍ୱସନରେ କ’ଣ ଉତ୍ପନ୍ନ ହୁଏ ?
(vii) କେଉଁ ଅଣୁଜୀବ ଅମ୍ଳଜାନକୁ ଶକ୍ତି ଉତ୍ପନ୍ନରେ ବ୍ୟବହାର କରେ ନାହିଁ ?
(viii) ପାଉଁରୁଟିରେ କେଉଁ ପ୍ରକାର ଅଙ୍ଗାରକାମ୍ଳ ବ୍ୟବହୃତ ହୁଏ ?
(ix) ‘ଶ୍ବସନ ହାର’ କ’ଣ ?
(x) କେଉଁ ଅମ୍ଳ ମାଂଶପେଶୀ ବ୍ୟଥାର କାରଣ ?
Solution:
(i) ଶରୀର ଦ୍ବାରା ଅମ୍ଳଜାନ ଆହରଣ ଓ ଅଙ୍ଗାରକାମ୍ଳ ତ୍ୟାଗକୁ ନିଃଶ୍ବାସ ପ୍ରଶ୍ଵାସ କୁହାଯାଏ ।
(ii) ଶ୍ଵାସନ ଏକ ଜୈବରାସାୟନିକ କ୍ରିୟା, ଯାହା କୋଷମଧ୍ଯରେ ସଂଗଠିତ ହୁଏ । ତେଣୁ ଏହାକୁ କୋଷୀୟ ଶ୍ୱସନ, ଅନ୍ତଃଶ୍ୱସନ କୁହାଯାଏ ।
(iii) କୋଷ ଜୀବଶରୀରର ମୌଳିକ ଗାଠନିକ ଓ କ୍ରିୟାତ୍ମକ ଏକକ ଅଟେ ।
(iv) ଯେଉଁ ପ୍ରକ୍ରିୟାରେ କୋଷରେ ଖାଦ୍ୟର ବିଘଟନ ଘଟି ଶକ୍ତି ଉତ୍ପନ୍ନ ହୁଏ, ତାହାକୁ ଶ୍ୱସନ କହନ୍ତି ।
(v) ବାୟୁ ଶ୍ଵାସନରେ ଅଙ୍ଗାରକାମ୍ଳ, ଶକ୍ତି ଓ ଜଳ ଉତ୍ପନ୍ନ ହୁଏ ।
(vi) ଅବାୟୁ ଶ୍ୱସନରେ ଅଙ୍ଗାରକାମ୍ଳ, ଶକ୍ତି ଓ ସୁରାସାର ଉତ୍ପନ୍ନ ହୁଏ ।
(vii) ଇଷ୍ଟ ନାମକ ଅଣୁଜୀବ ଅମ୍ଳଜାନକୁ ଶକ୍ତି ଉତ୍ପନ୍ନରେ ବ୍ୟବହାର କରେ ନାହିଁ ।
(viii)ଇଷ୍ଟ ନାମକ ଅଣୁଜୀବଦ୍ୱାରା ଅବାୟୁ ଶ୍ୱସନରେ ସୁରାସାର ଉତ୍ପନ୍ନ ହୋଇଥାଏ ଏବଂ ଏହି ସମୟରେ ଉତ୍ପନ୍ନ ହେଉଥ‌ିବା ଅଙ୍ଗାରକାମ୍ଳ, ପାଉଁରୁଟିରେ ବ୍ୟବହୃତ ହୁଏ ।
(ix) ମିନିଟ୍ ପ୍ରତି ନିଃଶ୍ଵାସ ପ୍ରଶ୍ଵାସକୁ ଶ୍ୱସନ ହାର କହନ୍ତି ।
(x) ଲାକ୍‌ଟିକ୍ ଅମ୍ଳ ମାଂସପେଶୀ ବ୍ୟଥାର କାରଣ ଅଟେ ।

BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ

Odisha State Board BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ Textbook Exercise Questions and Answers.

BSE Odisha Class 6 Science Solutions Chapter 1 ଖାଦ୍ୟର ଉତ୍ସ

Question 1.
ତଳେ ଦିଆଯାଇଥ‌ିବା ଉଭିଦମାନଙ୍କର କେଉଁ ଅଂଶ ଆମେ ଖାଦ୍ୟ ରୂପେ ବ୍ୟବହାର କରୁ ଲେଖ ।
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 1
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 2

Question 2.
ତଳେ କେତେକ ଖାଦ୍ୟର ନାମ ଦିଆଯାଇଛି । ସେହି ଖାଦ୍ୟର ଉପାଦାନଗୁଡ଼ିକ ଲେଖ ।
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 3
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 4

BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ

Question 3.
(କ) ପୋଡ଼ପିଠା ତିଆରିପାଇଁ ଆବଶ୍ୟକ ଉପାଦାନଗୁଡ଼ିକର ନାମ ଲେଖ ।
ଉ –
ପୋଡ଼ପିଠା ତିଆରିପାଇଁ ଆବଶ୍ୟକ ଖାଦ୍ୟ ଉପାଦାନଗୁଡ଼ିକ ହେଲା – ଚାଉଳ ଚୂନା, ଗୁଡ଼, ନଡ଼ିଆ, ଗୁଜୁରାତି, ଘିଅ, ଦହି, ଗୋଲମରିଚ, ଅଦା, ଅଳେଇଚ, ଲୁଣ, ଲବଙ୍ଗ, ପାଣି ।

(ଖ) ସେହି ଉପାଦାନଗୁଡ଼ିକ କେଉଁଠୁ ମିଳେ ଦୁଇଟି ସ୍ତମ୍ଭରେ ସଜାଇ ଲେଖ ।
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 5

Question 4.
ନିମ୍ନୋକ୍ତ ଜିନିଷ ମଧ୍ୟରେ ଥ‌ିବା ଦୁଇଟି ପାର୍ଥକ୍ୟ ଓ ଦୁଇଟି ସାମଞ୍ଜସ୍ୟ ଲେଖ ।
ପାଚିଲା ଅମୃତଭଣ୍ଡା ଓ କଞ୍ଚା ଅମୃତଭଣ୍ଡା ।
ଉ –
ପାଚିଲା ଅମୃତଭଣ୍ଡା ଓ କଞ୍ଚା ଅମୃତଭଣ୍ଡା ମଧ୍ୟରେ ପାର୍ଥକ୍ୟ –

ପାଚିଲା ଅମୃତଭଣ୍ଡାର କଞ୍ଚା ଅମୃତଭଣ୍ଡାର
(i) ପାଚିଲା ଅମୃତଭଣ୍ଡାର ଉପର ରଙ୍ଗ ହଳଦିଆ । (i) କଞ୍ଚା ଅମୃତଭଣ୍ଡାର ରଙ୍ଗ ସବୁଜ ।
(ii) ପାଚିଲା ଅମୃତଭଣ୍ଡା ନରମ । (ii) କଞ୍ଚା ଅମୃତଭଣ୍ଡା ଟାଣ !

ପାଚିଲା ଅମୃତଭଣ୍ଡା ଓ କଞ୍ଚା ଅମୃତଭଣ୍ଡା ମଧ୍ୟରେ ସାମଞ୍ଜସ୍ୟ –

ପାଚିଲା ଅମୃତଭଣ୍ଡାର କଞ୍ଚା ଅମୃତଭଣ୍ଡାର
(i) ପାଚିଲା ଅମୃତଭଣ୍ଡା ଖାଦ୍ୟ ରୂପେ ବ୍ୟବହୃତ ହୁଏ । (i) କଞ୍ଚା ଅମୃତଭଣ୍ଡା ଖାଦ୍ୟ ରୂପେ ବ୍ୟବହୃତ ହୁଏ ।
(ii) ପାଚିଲା ଅମୃତଭଣ୍ଡାର ବୃନ୍ତ, ଚୋପା ଓ ମଞ୍ଜି ଅଛି । (ii) କଞ୍ଚା ଅମୃତଭଣ୍ଡାର ବୃନ୍ତ, ଚୋପା ଓ ମଞ୍ଜି ଅଛି ।

Question 5.
‘କ’ ସ୍ତମ୍ଭରେ ଥ‌ିବା ପ୍ରତ୍ୟେକ ଖାଦ୍ୟକୁ ‘ଖ’ ସ୍ତମ୍ଭରେ ଦିଆଯାଇଥ‌ିବା ସମ୍ପର୍କିତ ଉଦ୍ଭଦ ଓ ପ୍ରାଣୀ ସହିତ ସଂଯୋଗ କର ।
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 6
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 7

BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ

Question 6.
(କ) ପାଳଙ୍ଗଶାଗ ଯେଉଁ ଯେଉଁ ଖାଦ୍ୟ ତିଆରି ପାଇଁ ଉପାଦାନ ରୂପରେ ବ୍ୟବହାର କରାଯାଏ ତନ୍ମଧ୍ୟରୁ ପାଞ୍ଚାଟିର ନାମ ଲେଖ ।
ଉ –
ପାଳଙ୍ଗ ଶାଗ ଉପାଦାନ ରୂପରେ ଖାଦ୍ୟ ପାଞ୍ଚଟି ହେଲା – ପାଳଙ୍ଗ ଶାଗ ଭଜା, ପାଳଙ୍ଗ ଶାଗ ତରକାରୀ, ପାଳଙ୍ଗ ଶାଗ ପରଟା, ପାଳଙ୍ଗ କୁପ୍ତା ଓ ପାଳଙ୍ଗ ପନିଅର ।

(ଖ) ଅଣ୍ଡା ଯେଉଁ ଯେଉଁ ଖାଦ୍ୟ ତିଆରି ପାଇଁ ଉପାଦାନ ରୂପରେ ବ୍ୟବହାର କରାଯାଏ ସେଗୁଡ଼ିକର ନାମ ଲେଖ ।
ଉ –
ଅଣ୍ଡା ତରକାରି, ଚାଓମିନ୍, ତଡ଼କା, ଭୁଜିଆ, ଆମ୍‌ଲେଟ୍‌, କେକ୍, ପାଉଁରୁଟି ଆଦି ଖାଦ୍ୟ ତିଆରି ପାଇଁ ଅଣ୍ଡା ଉପାଦାନ ରୂପରେ ବ୍ୟବହାର କରାଯାଏ ।

Question 7.
ତୁମ ଅଞ୍ଚଳରୁ ଯଦି ଆଜି ସବୁ ପୋକ, ମାଛି ଲୋପପାଇଯିବେ; ତେବେ ଯେଉଁ ଯେଉଁ ଜୀବମାନଙ୍କର ଖାଦ୍ୟ ସଂଗ୍ରହରେ ଅସୁବିଧା ହେବ ତନ୍ମଧ୍ୟରୁ ପାଞ୍ଚଟିର ନାମ ଲେଖ ।
ଉ –
ଜୀବ ପାଞ୍ଚଟିର ନାମ ହେଲା – (i) କୁକୁଡ଼ା, (ii) ବତକ, (iii) ଝିଟିପିଟି, (iv) ପିମ୍ପୁଡ଼ି, (v) ଏଣ୍ଡୁଅ ।

ଖାଦ୍ୟର ଉତ୍ସ Notes :

→ ଉପକ୍ରମ :
ପ୍ରତ୍ୟେକ ଜୀବର ବୈଶିଷ୍ଟ୍ୟ ହେଉଛି – ଜନ୍ମ, ବୃଦ୍ଧି ଓ ବିକାଶ, ପ୍ରଜନନ ଓ ମୃତ୍ୟୁ । ଏହି ସମସ୍ତ କାର୍ଯ୍ୟ ସମ୍ପାଦନ କରିବାପାଇଁ ଖାଦ୍ୟ ଆବଶ୍ୟକ । ଖାଦ୍ୟରୁ ଶକ୍ତି ମିଳିଥାଏ । ସେହି ଶକ୍ତିଦ୍ଵାରା ସମସ୍ତ କାର୍ଯ୍ୟ ସୂଚାରୁରୂପେ କରିଥାଏ । ତେଣୁ ଖାଦ୍ୟକୁ ଜୀବନ ଧାରଣର ଉତ୍ସ ବୋଲି କୁହାଯାଇଥାଏ ।

→ ଖାଦ୍ୟର ପ୍ରକାର :
Question 1.
ଆମେ ବହୁତ ଦିନ ଧରି ଖାଦ୍ୟ ନ ଖାଇଲେ କ’ଣ ହେବ ?
ଉ –
ଆମେ ବହୁତଦିନ ଧରି ଖାଦ୍ୟ ନ ଖାଇଲେ ଦୁର୍ବଳ ହୋଇ ଶେଷରେ ମୃତ୍ୟୁ ମୁଖରେ ପଡ଼ିବା ।

Question 2.
ତୁମେ ଗତ ଦୁଇଦିନରେ ଘରେ ଯାହା ଖାଇଛ ନିମ୍ନ ସାରଣୀ ଅନୁସାରେ ଲେଖ ।
ଉ –
ଦିବସ –
ମୁଢ଼ି, ଭାତ, ଡାଲମା, ଶାଗଭଜା, ଖଟା, ରୁଟି
ଚୁଡ଼ା, ଭାତ, ମାଛ ତରକାରୀ, ସାଲାଡ଼, ସିମେଇ, ପରଟା

Question 3.
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 12
(i) ତୁମେ ସବୁଦିନ ସମାନ ପ୍ରକାର ଖାଦ୍ୟ ଖାଉଛ କି ?
ଉ –
ଆମେ ସବୁଦିନ ସମାନ ପ୍ରକାର ଖାଦ୍ୟ ଖାଉନାହୁଁ ।

(ii) ତୁମ ଶ୍ରେଣୀର ସମସ୍ତ ପିଲା ଏକ ପ୍ରକାର ଖାଦ୍ୟ ଖାଉଛନ୍ତି କି ?
ଉ –
ଆମ ଶ୍ରେଣୀର ସମସ୍ତ ପିଲା ଏକ ପ୍ରକାର ଖାଦ୍ୟ ଖାଉଛନ୍ତି ।

Question 4.
ଭାତ ତିଆରି ପାଇଁ କ’ଣ ଆବଶ୍ୟକ ?
ଉ –
ଭାତ ତିଆରି ପାଇଁ ଚାଉଳ, ପାଣି ଓ ତାପ ଆବଶ୍ୟକ ।
ଖାଦ୍ୟର ଉପାଦାନ ଓ ଉତ୍ସ :

  • କୌଣସି ଖାଦ୍ୟ ତିଆରି ପାଇଁ ଆବଶ୍ୟକ ପଦାର୍ଥକୁ ସେହି ଖାଦ୍ୟର ଉପାଦାନ କୁହାଯାଏ ।
  • ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରିବାପାଇଁ ଭିନ୍ନ ଭିନ୍ନ ଉପାଦାନ ଆବଶ୍ୟକ ହୁଏ ।
  • ଭାତ ପାଇଁ ଚାଉଳ, ପାଣି ଓ ତାପ ଆବଶ୍ୟକ । ସେହିପରି ରୁଟି ପାଇଁ ଅଟା, ଲୁଣ ଓ ପାଣି ଆବଶ୍ୟକ ।

Question 5.
ପ୍ରତ୍ୟେକ ଖାଦ୍ୟ ତିଆରି କରିବାପାଇଁ କେଉଁ କେଉଁ ଉପାଦାନ ଆବଶ୍ୟକ ସାରଣୀରେ ଦିଆଯାଇଥ‌ିବା ଉଦାହରଣକୁ ଦେଖୁ ଲେଖ ।
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 13
ପ୍ରାଣୀ ଓ ଉଦ୍ଭଦଠାରୁ ମିଳୁଥ‌ିବା ଖାଦ୍ୟ :
(i) ଖାଦ୍ୟ ପ୍ରସ୍ତୁତ କରିବାପାଇଁ କେତେକ ଉପାଦାନ ଉଭିଦଠାରୁ ମିଳିଥାଏ ଓ କେତେକ ଉପାଦାନ ପ୍ରାଣୀଠାରୁ ମିଳିଥାଏ । କେତେକ ଉପାଦାନ ମଧ୍ୟ ପ୍ରାଣୀ ଓ ଉଦ୍ଭଦଠାରୁ ମିଳି ନଥାଏ ।
ଖାଦ୍ୟ ମୁଖ୍ୟତଃ ପ୍ରାଣୀ ଓ ଉଦ୍ଭଦଠାରୁ ମିଳେ ।
(ii) ଉଦାହରଣ ସ୍ୱରୂପ : ଡାଲମା ପ୍ରସ୍ତୁତି ନିମନ୍ତେ ଉପାଦାନ ଗୁଡ଼ିକ ହେଲା – ବିଭିନ୍ନ ପରିବା, ନଡ଼ିଆ, ଡାଲି, ତେଲ, ମସଲା, ଲୁଣ, ପାଣି, ପିଆଜ, ଲଙ୍କା ଓ ହଳଦୀ । ଏଗୁଡ଼ିକ ମଧ୍ୟରୁ ପାଣି ଓ ଲୁଣ ବ୍ୟତୀତ ସମସ୍ତ ଉପାଦାନ ଉଭିଦଠାରୁ ମିଳିଥାଏ ।

Question 6.
ଖାଦ୍ୟଗୁଡ଼ିକର ଉପାଦାନଗୁଡ଼ିକ କେଉଁଠାରେ ମିଳେ ସାରଣୀରେ ଲେଖ ।
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 14

  • ଖାଦ୍ୟ ପ୍ରସ୍ତୁତି ନିମନ୍ତେ ଉଭିଦର ବିଭିନ୍ନ ଅଂଶ ବ୍ୟବହାର କରାଯାଏ ।
  • କେତେକ ଖାଦ୍ୟରେ ଉଭିଦର ମୂଳ ବ୍ୟବହାର ହୋଇଥାଏ ଏବଂ ଅନ୍ୟ କେତେକ ଖାଦ୍ୟରେ ଫୁଲ, ଫଳ, ମଞ୍ଜି, ପତ୍ର ଓ କାଣ୍ଡ ବ୍ୟବହୃତ ହୁଏ ।

Question 7.
ତୁମେ ଏପରି କୌଣସି ଗଛ ଜାଣିଛ, ଯାହାର ପତ୍ର, ଫୁଲ, ଫଳ ଓ କାଣ୍ଡକୁ ଖାଦ୍ୟରୂପେ ବ୍ୟବହାର କରାଯାଏ ?
ଉ –
କଖାରୁ ଗଛର ପତ୍ର, ଫୁଲ, ଫଳ ଓ କାଣ୍ଡକୁ ଖାଦ୍ୟ ରୂପେ ବ୍ୟବହାର କରାଯାଏ ।

Question 8.
ଏହା କେଉଁ ଗଛ ଚିହ୍ନିବାକୁ ଚେଷ୍ଟାକର । ଗଛଟିକୁ ଚିହ୍ନି ଏହାର କେଉଁ କେଉଁ ଅଂଶକୁ ଲେଖ ।
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 15
ଉ –

  • ଏହା କଖାରୁ ଗଛର ଚିତ୍ର ।
  • କଖାରୁ ଗଛର ପତ୍ର, ଫୁଲ, ଫଳ ଓ କାଣ୍ଡକୁ ଖାଦ୍ୟ ରୂପେ ବ୍ୟବହାର କରାଯାଏ ।

Question 9.
ତୁମ ଅଞ୍ଚଳରେ ଥ‌ିବା କେଉଁ କେଉଁ ଉଦ୍ଭଦର କେଉଁ ଅଂଶ ଖାଦ୍ୟରୂପେ ବ୍ୟବହାର କରାଯାଏ ତାହାର ଏକ ତାଲିକା କର ।
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 16

ଅନ୍ୟ ଜୀବ କ’ଣ ଖାଆନ୍ତି :

  • ଆମପରି ସମସ୍ତ ପ୍ରାଣୀମାନେ ଖାଦ୍ୟ ଖାଆନ୍ତି ।
  • କେତେକ ପ୍ରାଣୀ କେବଳ ପ୍ରାଣୀ ବା ପ୍ରାଣୀଜାତ ଖାଦ୍ୟ ଖାଇଥାଆନ୍ତି, କେତେକ ପ୍ରାଣୀ କେବଳ ଉଭିଦ ବା ଉଭିଦଜାତ ପଦାର୍ଥ ଖାଆନ୍ତି ଏବଂ ଆଉ କେତେକ ପ୍ରାଣୀ ଉଭୟ ପ୍ରାଣୀ ଓ ଉଭିଦଜାତ ପଦାର୍ଥକୁ ଖାଇଥାଆନ୍ତି ।
  • ଖାଦ୍ୟ ଅଭ୍ୟାସ ଅନୁସାରେ ପ୍ରାଣୀମାନଙ୍କୁ ଶାକାହାରୀ, ମାଂସାଶୀ (ମାଂସାହାରୀ) ଓ ସର୍ବହାରୀ ଶ୍ରେଣୀରେ
  • ଯେଉଁ ପ୍ରାଣୀମାନେ କେବଳ ଉଦ୍ଭିଦ ବା ଉଦ୍ଭଦଜାତ ପଦାର୍ଥ ଖାଆନ୍ତି, ସେମାନଙ୍କୁ ଶାକାହାରୀ କୁହାଯାଏ । ହରିଣ, ଠେକୁଆ, ହାତୀ ଆଦି ଶାକାହାରୀ ଅଟନ୍ତି ।
  • ଯେଉଁ ପ୍ରାଣୀମାନେ କେବଳ ଅନ୍ୟ ପ୍ରାଣୀମାନଙ୍କୁ ଖାଆନ୍ତି, ସେମାନଙ୍କୁ ମାଂସାଶୀ କୁହାଯାଏ । ବାଘ, ଭାଲୁ, ସିଂହ ଆଦି ମାଂସାଶୀ ଅଟନ୍ତି ।
  • ଯେଉଁ ପ୍ରାଣୀମାନେ ଉଭୟ ଉଭିଦ ଓ ପ୍ରାଣୀଙ୍କୁ ଖାଆନ୍ତି, ସେମାନଙ୍କୁ ସର୍ବାହାରୀ କୁହାଯାଏ । ମଣିଷ, କୁକୁର, ମାଛ ଆଦି ସର୍ବାହାରୀ ଅଟନ୍ତି ।

Question 10.
ତୁମେ ଦେଖୁଥ‌ିବା ପ୍ରାଣୀମାନଙ୍କର ନାମ ଓ ସେମାନେ କ’ଣ ଖାଆନ୍ତି, ନିମ୍ନ ସାରଣୀରେ ଲେଖ ।
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 17

Question 11.
ଉପର ସାରଣୀକୁ ଦେଖୁ ସେଥ‌ିରେ ଲେଖାଥ‌ିବା ପ୍ରାଣୀମାନେ କେଉଁ ଶ୍ରେଣୀର ତଳ ସାରଣୀରେ ପୂରଣ କର ।
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 18

CHSE Odisha Class 12 Sociology Unit 2 Objective Questions in Odia Medium

Odisha State Board CHSE Odisha Class 12 Sociology Solutions Unit 2 ଭାରତୀୟ ସାମାଜିକ ସଂରଚନା Objective Questions.

CHSE Odisha 12th Class Sociology Unit 2 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
(କ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ’’ପ୍ରକୃତଭାରତ ଗ୍ରାମ ସମାଜରେ ହିଁ ପରିଦୃଷ୍ଟ ହୋଇଥାଏ ।’’ ଏହା କିଏ କହିଥିଲେ ?
(କ) ଏ.ଆର.ଦେଶାଇ
(ଖ) ଏମ୍.କେ.ଶାଳୀ
() ମାକସ୍ ୱେବର
(ଘ) ଡି.ଏନ୍. ମଜୁମଦାର
Answer:
(କ) ଏ.ଆର୍.ଦେଶାଇ

୨। ’’ଭାରତ ସର୍ବଦା ଗ୍ରାମମାନଙ୍କର ଏକ ଦେଶ ।’’ ଏହା କିଏ କହିଥିଲେ ?
(କ) ଗାନ୍ଧୀ
(ଖ) ନେହେରୁ
(ଗ) ଦେଶାଇ
(ଘ) ୱେବର
Answer:
(ଘ) ୱେବର

୩। ’’କେଉଁଠାରୁ ସହର ଶେଷ ଓ ଗ୍ରାମର ଆରମ୍ଭ ଏହା କହିବା କଷ୍ଟକର, ଉଭୟଙ୍କ ମଧ୍ୟରେ କୌଣସି ସୁସ୍ପଷ୍ଟ ସୀମାରେଖା ନାହିଁ ।’’ ଏହା କିଏ କହିଥିଲେ ?
(କ) ଏ.ଆର.ଦେଶାଇ
(ଖ) ଏମ୍.ଏନ୍.ଶ୍ରୀନିବାସ
(ଗ) କାର୍ଲମାର୍କସ
(ଘ) ମାକାଇଭର୍
Answer:
(ଘ) ମାକାଇଭର୍

୪। ‘‘ଗ୍ରାମ୍ୟ ସମୁଦାୟଗୁଡ଼ିକ ହେଉଛି ଏକ କ୍ଷୁଦ୍ର ସାଧାରଣତନ୍ତ୍ର ଯାହାର କି ଆବଶ୍ୟକ ଅନୁଯାୟୀ ପ୍ରାୟ ସମସ୍ତ ପ୍ରକାରର ବୈଦେଶିକ ସମ୍ପର୍କଠାରୁ ସ୍ଵାଧୀନ ଅଟେ ।”? ଏହା କିଏ କହିଥିଲେ ?
(କ) ଦେଶାଇ
(ଖ) ଏମ୍.ଏନ୍.ଶ୍ରୀନିବାସ
(ଗ) ଚାର୍ଲସ୍ ମେଟାକାଫ୍
(ଘ) କୌଟିଲ୍ୟ
Answer:
(ଗ) ଚାର୍ଲସ୍ ମେଟାକାଫ୍

୫। ‘‘ଭାରତ ତା’ର ଗ୍ରାମରେ ବାସ କରେ’’ । ଏହି ଉକ୍ତିଟି କିଏ ପ୍ରଦାନ କରିଥିଲେ ?
(କ) ଏ.ଆର୍.ଦେଶାଇ
(ଖ) ନେହେରୁ
(ଗ) ମହାତ୍ମାଗାନ୍ଧୀ
(ଘ) ୱେବର୍
Answer:
(ଗ) ମହାତ୍ମାଗାନ୍ଧୀ

CHSE Odisha Class 12 Sociology Unit 2 Objective Questions in Odia Medium

୬। ସର୍ବପ୍ରଥମେ ମାନବ ସଭ୍ୟତା କେଉଁଠି ଦେଖାଯାଇଥିଲା ?
(କ) ସହର
(ଖ) ଗ୍ର‍।ମ
(ଗ) ନଗର
(ଘ) ବସ୍ତିଅଞ୍ଚଳ
Answer:
(ଖ) ଗ୍ର‍।ମ

୭ । ‘‘ସହର କ’ଣ ପ୍ରତ୍ୟେକ ଲୋକ ଜାଣନ୍ତି, ମାତ୍ର କେହି ସହରର ସନ୍ତୋଷଜନକ ସଂଜ୍ଞା ଦେଇ ପାରିବେ ନାହିଁ ।” ଏହା କିଏ କହିଥିଲେ ?
(କ) ଦେଶାଇ
(ଖ) ବରକେଲ୍
(ଗ) ମାକାଇଭର
(ଘ) ଚାର୍ଲ ମେଟାକାଫ୍
Answer:
(ଖ) ବରକେଲ୍

୮। କେଉଁଠି ଜନସଂଖ୍ୟାର ଅଧୂକ ଘନତ୍ବ ପରିଲକ୍ଷିତ ହୋଇଥାଏ ?
(କ) ସହର ସମୁଦାୟ
(ଖ) ଗ୍ରାମ ସମୁଦାୟ
(ଗ) ପାହାଡ଼ିଆ ଅଞ୍ଚଳ
(ଘ) ସମତଳ ଅଞ୍ଚଳ
Answer:
(କ) ସହର ସମୁଦାୟ

୯। ସମୁଦାୟ ଭାରତର ଜନସଂଖ୍ୟାରୁ କେତେ ଭାଗ ଲୋକ ଗ୍ରାମରେ ବାସ କରନ୍ତି ?
(କ) 90
(ଖ) 60
(ଗ) 70
(ଘ) 30
Answer:
(ଗ) 70

୧୦ । ଗ୍ରାମ୍ୟ ସମୁଦାୟର କ୍ଷୁଦ୍ର ଆକାର ଏହାର ସଦସ୍ୟମାନଙ୍କ ମଧ୍ୟରେ କ’ଣ ସୃଷ୍ଟି କରିଥାଏ ?
(କ) ଆମ ଭାବନା
(ଖ) ଭେଦଭାବ
(ଗ) ଜାତିଭାବ
(ଘ) ବିବାଦ
Answer:
(କ) ଆମ ଭାବନା

୧୧ । ସାଧାରଣ ଭାବରେ କହିଲେ ଯୌଥ ପରିବାର କେଉଁ ପରିବାରର ବିପରୀତ ଅଟେ ?
(କ) ମାତୃସ୍ଥାନିକ ପରିବାର
(ଖ) ଏକକ ପରିବାର
(ଗ) ପିତୃ ବଂଶୀୟ ପରିବାର
(ଘ) ପିତୃସ୍ଥାନିକ ପରିବାର
Answer:
(ଖ) ଏକକ ପରିବାର

୧୨ । କାହା ମତରେ, ‘ଗୋଟିଏ ନିର୍ଦ୍ଦିଷ୍ଟ ଛାତତଳେ ବାସକରୁଥିବା, ସାଧାରଣ ରୋଷଶାଳାରୁ ପ୍ରସ୍ତୁତ ଖାଦ୍ୟଖାଉଥ‌ିବା ସାଧାରଣ ପୂଜାଘରର ବ୍ୟବହାର କରୁଥିବା ଏକତ୍ର ସମ୍ପଭିରେ ସହଭାଗୀ ହେଉଥ‌ିବା ଏବଂ ସର୍ବୋପରି କେତେକ ନିର୍ଦ୍ଦିଷ୍ଟ ପ୍ରକାରର ଜ୍ଞାତି ହିସାବରେ ପରସ୍ପର ସହ ସଂପୃକ୍ତ ହୋଇଥିବା ଗୋଷ୍ଠୀକୁ ଯୌଥ ପରିବାର କୁହାଯାଏ ।’’
(କ) ପି.ଏନ୍. ଏଚ. ପ୍ରଭୁ
(ଖ) ଆଇ.ପି. ଦେଶାଇ
(ଗ) ଡକ୍ଟର ଇରାବତୀ କାର୍ଭେ
(ଘ) କେ. ଏମ୍. କାପାଡ଼ିଆ
Answer:
(ଗ) ଡକ୍ଟର ଇରାବତୀ କାର୍ଭେ

୧୩ । କାହା ମତରେ ‘ଯୌଥପରିବାରେ ତିନି ପୁରୁଷରୁ ଚାରି ପୁରୁଷଯାଏ ଲୋକ ଏକାଠି ବାସକରନ୍ତି, ଯାହା କି ଏକକ ପରିବାରରେ ସମ୍ଭବ ନୁହେଁ । ପୁଣି ଏହି ଲୋକମାନେ ପରସ୍ପର ସହସମ୍ପତ୍ତି, ଆୟ, ପାରସ୍ପରିକ ଅଧିକାର ଓ କର୍ତ୍ତବ୍ୟ ଆଦି ଦୃଷ୍ଟିରୁ ସମ୍ପର୍କିତ ହୋଇଥାନ୍ତି ।’’
(କ) ଡକ୍ଟର ଇରାବତୀ କାର୍ରେ
(ଖ) ଆଇ.ପି. ଦେଶାଇ
(ଗ) ସାରହେନେରୀ ମେନ୍
(ଘ) ପି.ଏନ୍. ଏଚ. ପ୍ରଭୁ
Answer:
(ଖ) ଆଇ.ପି. ଦେଶାଇ

୧୪ । ଯୌଥ ପରିବାର ଏକ ବିଶିଷ୍ଟ ଗୁଣ ବା ଲକ୍ଷଣ କ’ଣ ?
(କ) ଏକତ୍ର ରନ୍ଧନ ଓ ଭୋଜନ
(ଖ) ଏକତ୍ର ଆଳାପ ଓ ଆଲୋଚନା
(ଗ) ଏକତ୍ର ଭ୍ରମଣ
(ଘ) ଏକତ୍ର ପୂଜାର୍ଚ୍ଚନା
Answer:
(କ) ଏକତ୍ର ରନ୍ଧନ ଓ ଭୋଜନ

CHSE Odisha Class 12 Sociology Unit 2 Objective Questions in Odia Medium

୧୫ । କାହା ମତରେ ‘ଏକତ୍ର ବସବାସ ଯୌଥପରିବା ସବୁଠାରୁ ଉଲ୍ଲେଖଯୋଗ୍ୟ ବୈଶିଷ୍ଟ୍ୟ’’?
(କ) ସାର୍, ହେନେରୀ ମେନ୍
(ଖ) ସି.ବି. ମେମୋରିଆ
(ଗ) ପି.ଏନ୍. ଏଚ. ପ୍ରଭୁ
(ଘ) ମ୍ୟାକ୍ସ ୱେବର
Answer:
(କ) ସାର୍. ହେନେରୀ ମେନ୍

୧୬ । ପିତୃସ୍ଥାନିକ ଯୌଥ ପରିବାର କେଉଁ ସମ୍ପ୍ରଦାୟରେ ଦେଖାଯାଏ ?
(କ) ହିନ୍ଦୁ
(ଖ) ଇଲମ୍
(ଗ) ତରୱାର୍ଡ
(ଘ) ଖ୍ରୀଷ୍ଟିୟ
Answer:
(କ) ହିନ୍ଦୁ

୧୭ । ମାତୃସ୍ଥାନିକ ଯୌଥ ପରିବାର କେରଳର କେଉଁ ସମ୍ପ୍ରଦାୟରେ ଦେଖାଯାଏ ?
(କ) ଇଲମ
(ଖ) ତରୱାର୍ଡ
(ଗ) ନାୟାର
(ଘ) ଇଜାଭାନ୍
Answer:
(ଗ) ନାୟାର

୧୮ । ନମ୍ବୁଦ୍ବୀ ବ୍ରାହ୍ମଣଙ୍କ ମଧ୍ୟରେ ପ୍ରଚଳିତ ପିତୃକୈନ୍ଦ୍ରିକ ଯୌଥପରିବାକୁ କ’ଣ କୁହାଯାଏ ?
(କ) ତାଭାଜି
(ଖ) ତରୱାର୍ଡ
(ଗ) କର୍ଣ୍ଣବାଣ
(ଘ) ଇଲମ
Answer:
(ଘ) ଇଲମ

୧୯ । ତରୱାଢ଼ ପରିବାର ସମ୍ପରି ରକ୍ଷଣାବେକ୍ଷଣକାରୀ ମୁଖ୍ୟ ପରିବାରଲୋକଙ୍କୁ କ’ଣ କୁହାଯାଏ ?
(କ) ତାଭାଜି
(ଖ) କର୍ଣ୍ଣବାଣ
(ଗ) ଇଲମ
(ଘ) ତରୱାର୍ଡ
Answer:
(ଖ) କଣ୍ଟିବାଣ

୨୦ । ତରୱାଡ଼ ପରିବାରର ସଦସ୍ୟସଂଖ୍ୟା ବୃଦ୍ଧିଘଟିଲେ ଏହାକୁ ସମାନୁପାତିକ ରୀତିରେ ବିଭକ୍ତ କରାଯାଏ ଓ ପ୍ରତ୍ୟେକ ଅଂକୁ
କ’ଣ କୁହାଯାଏ ?
(କ) ତରୱାର୍ଡ
(ଖ) ତାଭାଜି
(ଗ) ଇଲମ୍
(ଘ) ଉପରୋକ୍ତ କେହି ନୁହଁନ୍ତି
Answer:
(ଖ) ତାଭାଜି

୨୧ । ଯୌଥପରିବାର ର ଏକ ସଂରଚନାତ୍ମକ ପରିବର୍ତ୍ତନକୁ ଲେଖ ?
(କ) କର୍ତ୍ତାଙ୍କ ଗୁରୁତ୍ବହ୍ରାସ
(ଖ) ମନୋରଞ୍ଜନରେ ପରିବର୍ତ୍ତନ
(ଗ) ଶ୍ରମବିଭାଜନରେ ପରିବର୍ତ୍ତନ
(ଘ) ସାମାକିକାକରଶରେ ପରିବର୍ତ୍ତନ
‍Answer:
(କ) କର୍ତ୍ତାଙ୍କ ଗୁରୁତ୍ବହ୍ରାସ

୨୨ । ଯୌଥ ପରିବାରର ଏକ ପ୍ରକାର୍ଯ୍ୟାତ୍ମକ ପରିବର୍ତ୍ତନକୁ ଲେଖ ?
(କ) ସମାନ ବାସଗୃହ ବ୍ୟବହାରରେ ପରିବର୍ତ୍ତନ
(ଖ) ସାଧାରଣ ରନ୍ଧନଶାଳା ବ୍ୟବହାର
(ଗ) ସମ୍ପତ୍ତିର ସହଭାଗୀତା ନିୟମରେ ପରିବର୍ତ୍ତନ
(ଘ) ଶ୍ରମ ବିଭାଜନ ନିୟମରେ ପରିବର୍ତ୍ତନ ‍
Answer:
(ଘ) ଶ୍ରମ ବିଭାଜନ ନିୟମରେ ପରିବର୍ତ୍ତନ

୨୩ । ଯୌଥ ପରିବାର ବିଘଟନ ପାଇଁ ନିମ୍ନ କାରକ ମଧ୍ୟରୁ କେଉଁଟିଦାୟୀ ଅଟେ ?
(କ) ବ୍ଯକ୍ତିତ୍ଵ
(ଖ) ସହରୀ କରଣ
(ଗ) ନିରକ୍ଷରତା
(ଘ) ଶାରୀରିକ ଅକ୍ଷମତା
Answer:
(ଖ) ସହରୀ କରଣ

୨୪ । ‘ଜାତି’ର ଇଂରାଜୀ ପ୍ରତିଶବ୍ଦ ‘କାଷ୍ଟ’ (Caste) କେଉଁ ମୂଳ ଶବ୍ଦରୁ ଅନୀତ ?
(କ) ଫରାସୀ ଶବ୍ଦ ‘କାଷ୍ଠା’
(ଖ) ଗ୍ରୀକ୍ ଶବ୍ଦ ‘କାଷ୍ଟା’
(ଗ) ପର୍ତ୍ତୁଗୀଜ୍ ଶବ୍ଦ ‘କାଷ୍ଟା’
(ଘ) ଜର୍ମାନୀ ଶବ୍ଦ ‘କାଷ୍ଟା’
Answer:
(ଗ) ପର୍ତ୍ତୁଗୀଜ୍ ଶବ୍ଦ ‘କାଷ୍ଟା’

୨୫ । ଭାରତୀୟ ଶବ୍ଦ ଜାତି ମୂଳ ସଂସ୍କୃତ ଶବ୍ଦ ‘ଜନ୍’ରୁ ଆନୀତ । ଏହାର ଅର୍ଥ
(କ) ଜନ୍ମଲାଭ କରିବା
(ଖ) ବୃତ୍ତିଲାଭ କରିବା
(ଗ) ଣିକ୍ଷ‍।ଲାଭ କରିବା
(ଘ) ସଂସ୍କାର ଗ୍ରହଣ କରିବା
Answer:
(କ) ଜନ୍ମଲାଭ କରିବା

୨୬ । ‘ଇଣ୍ଡିଆନ୍ ସୋସିଆଲ୍ ସିଷ୍ଟମ୍’ ପୁସ୍ତକର ଲେଖକ କିଏ ?
(କ) ଏମ୍. ଏନ୍. ଶ୍ରୀନିବାସ
(ଖ) ରାମ ଆହୁଜା
(ଗ) ଯୋଗେଶ ଅଟଳ
(ଘ) କେ. ଏମ୍. କାପାଡ଼ିଆ
Answer:
(ଖ) ରାମ ଆହୁଜା

CHSE Odisha Class 12 Sociology Unit 2 Objective Questions in Odia Medium

୨୭ । ‘କାଷ୍ଟ ଆଣ୍ଡ ରେସ୍ ଇନ୍ ଇଣ୍ଡିଆ’ ପୁସ୍ତକର ରଚୟିତା କିଏ ?
(କ) ଜି.ଏସ୍.ଘୂରେ
(ଖ) ଏ. ଡବ୍ଲ୍ୟୁଗ୍ରୀନ
(ଗ) ଏଫ୍.ଜି. ବେଲ୍ଲୀ ଇ
(ଘ) ୱାଇ. ଏନ୍. ସିଂ
Answer:
(କ) ଜି.ଏସ୍.ଘୂରେ

୨୮ । ‘କାଷ୍ଟ ଇନ୍ ଇଣ୍ଡିଆ’ ପୁସ୍ତକର ରଚୟିତା କିଏ ?
(କ) ରଜନୀ କୋଠାରୀ
(ଖ) ଆଦ୍ରେ ବେତେ
(ଗ) ଟି.ବି. ବଙ୍ଗୋମୋର
(ଘ) ଜେ. ଏଚ୍. ହଟନ୍
Answer:
(ଘ) ଜେ. ଏଚ୍. ହଟନ୍

(ଖ) ଶୂନ୍ୟସ୍ଥାନ ପୂରଣ କର ।

୧। _______________ ଙ୍କ ମତରେ, କେଉଁଠାରୁ ସହରର ଶେଷ ଓ ଗ୍ରାମର ଆରମ୍ଭ ଏହା କହିବା କଷ୍ଟକର । ଉଭୟଙ୍କ ମଧ୍ୟରେ କୌଣସି ସୁସ୍ପଷ୍ଟ ସୀମାରେଖା ନାହିଁ ।
Answer:
ମାକାଇଭର ।

୨। ଗ୍ରାମ ସମୁଦାୟର ଆକାର _______________ ଅଟେ ।
Answer:
କ୍ଷୁଦ୍ର ।

୩। ______________ ଙ୍କ ମତରେ ଭାରତ ତା’ର ଗ୍ରାମରେ ବାସକରେ ।
Answer:
ମହାତ୍ମାଗାନ୍ଧୀ ।

୪। ___________ ଙ୍କ ମତରେ, ‘‘ଭାରତ ସର୍ବଦା ଗ୍ରାମମାନଙ୍କର ଏକ ଦେଶ ।’’
Answer:
ୱେବର ।

୫। ଗ୍ରାମ୍ୟ ସମୁଦାୟର କ୍ଷୁଦ୍ରଆକାର ଏହାର ସଦସ୍ୟମାନଙ୍କ ମଧ୍ୟରେ _____________ ଭାବନା ସୃଷ୍ଟି କରିଥାଏ ।
Answer:
ଦୃଢ଼ ଆମେକ ଭାବନା ।

୬। 1991 ଜନଗଣନା ଅନୁସାରେ ଭାରତରେ ସମୁଦାୟ ଜନସଂଖ୍ୟାର ପ୍ରାୟ _____________ % ଗ୍ରାମର ଅସ୍ଵାସୀ ଥଟନିୁ
Answer:
80%

୭। ____________ ମତରେ ‘ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳ ମଧ୍ୟରେ ସ୍ଥାୟୀଭାବେ ବସବାସ କରୁଥିବା ଲୋକମାନଙ୍କର ଏକ ସମୂହକୁ ଗ୍ରାମ୍ୟ ସମୁଦାୟ କୁହାଯାଏ ।’’
Answer:
କ୍ରୋପକିନ୍ ।

୮। _____________ ଅନୁସାରେ 5000ରୁ କମ୍ ଜନସଂଖା ଥ‌ିବା ସ୍ଥାନକୁ ଏକ ଗ୍ରାମ୍ୟ ସମୁଦାୟ ବୋଲି କୁହାଯାଏ ।
Answer:
ଜନଗଣନା ।

୯। ଭାରତରେ ପ୍ରାୟ ଶତକଡ଼ା 80 ଭାଗ ଗ୍ରାମଗୁଡ଼ିକର ଜନସଂଖ୍ୟା_______________ ରୁ କମ୍ ଅଟେ ।
Answer:
1000

୧୦ । ଯୌଥ ପରିବାର ବ୍ୟବସ୍ଥା ହେଉଛି ________________ ସମାଜର ପ୍ରାଥମିକ ବୈଶିଷ୍ଟ୍ୟ ।
Answer:
ଗ୍ରାମ୍ୟ ।

CHSE Odisha Class 12 Sociology Unit 2 Objective Questions in Odia Medium

୧୧। ଗ୍ରାମ କହିଲେ ____________ କୁ ବୁଝାଏ ।
Answer:
ପ୍ରାକୃତିକ ପରିବେଶ

୧୨ । ଭାରତ ଏକ ____________ ଦେଶ ଅଟେ ।
Answer:
ଗ୍ରାମବହୁଳ

୧୩ । ଭାରତରେ ଶତକଡ଼ା ____________ ଭାଗ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି ।
Answer:
୮୦

୧୪ । ୨୦୦୧ ଜନଗଣନା ଅନୁଯାୟୀ ଭାରତରେ ଗ୍ରାମ ସଂଖ୍ୟା ____________ ।
Answer:
୬, ୩୮,୩୨୫

୧୫ । ୨୦୦୧ ଜନଗଣନା ଅନୁଯାୟୀ ଓଡ଼ିଶାରେ ଗ୍ରାମ ସଂଖ୍ୟା _____________
Answer:
୫୧,୩୫୭

୧୬ । ଓଡ଼ିଶାରେ ____________ ଏସିଆର ବୃହତ୍ତମ ଗ୍ରାମ ଅଟେ ।
Answer:
ଭୁବନ

୧୭ । ଗ୍ରାମାଞ୍ଚଳରେ ତିନି-ଚତୁର୍ଥାଂଶ ଲୋକ ____________ କାର୍ଯ୍ୟ କରି ନିଜ ଜୀବିକା ନିର୍ବାହ କରନ୍ତି ।
Answer:
କୃଷି

୧୮। _____________ ସଂପର୍କ ଗ୍ରାମ ସମୁଦାୟର ଏକ ବିଶେଷତ୍ଵ ଅଟେ ।__________
Answer:
ପ୍ରାଥମିକ

୧୯। ______________ ଗ୍ରାମ ସମୁଦାୟର ଏକ ଗୁଣ ଅଟେ ।
Answer:
ପଡ଼ୋଶୀ ସଂପର୍କ

୨୦ । ଗ୍ରାମର ଲୋକମାନେ ___________ ଓ _____________ ଅଟନ୍ତି ।
Answer:
ଅଶିକ୍ଷିତ, ନିରକ୍ଷର

୨୧ । ଗ୍ରାମର ଲୋକମାନେ ___________ ଉପରେ ବିଶ୍ବାସ କରନ୍ତି ।
Answer:
ଧର୍ମ

୨୨ । ପ୍ରତ୍ୟେକ ଗ୍ରାମସମୂହ ଏକ _____________ ଏକକ ଅଟେ ।
Answer:
ସାଧାରଣତନ୍ତ୍ର

୨୩ । ପରିବାର ______________ ଅନୁଷ୍ଠାନ ରୂପେ କାର୍ଯ୍ୟ କରୁଛି ।
Answer:
ସାମାଜିକ

୨୪ । ସାଧାରଣତଃ ପିତା, ମାତା ସେମାନଙ୍କର ସନ୍ତାନସନ୍ତତିଙ୍କୁ ନେଇ ଗଠିତ ସମାଜିକ ସମୂହକୁ ___________ କୁହାଯାଏ ।
Answer:
ପରିବାର ।

୨୫ । ଯୌଥ ପରିବାରକୁ ପ୍ରାୟତଃ ____________ ଗୁଡ଼ିକର ମିଶ୍ରଣ ରୂପେ ଅଭିହିତ କରାଯାଇଛି ।
Answer:
କ୍ଷୁଦ୍ର ସମୂହ

୨୬ । ଯୌଥ ପରିବାର ବିଶେଷତଃ ______________ ସମୁଦାୟରେ ପରିଲକ୍ଷିତ ହୋଇଥାଏ ।
Answer:
ପ୍ର‍।ଚାନତମ

୨୭ । ଯୌଥ ପରିବାରର ବୟୋଜ୍ୟଷ୍ଠ ବ୍ୟକ୍ତିଙ୍କୁ _____________ କୁହାଯାଏ ।
Answer:
କର୍ରା

୨୮ । କେରଳର _____________ ଯୌଥ ପରିବାର ପିତୃତାନ୍ତ୍ରିକ ଓ ପିତୃସ୍ଥାନିକ ।
ନମୃୁନ୍ଦ୍ର

୨୯ । କେରଳର ନମ୍ବୁଦ୍ରି ଯୌଥ ପରିବାରକୁ _____________ କୁହାଯାଏ ।
Answer:
ଇଲମ

୩୦। ନାୟାର ସଂପ୍ରଦାୟର ପରିବାରଗୁଡ଼ିକ____________ ଅଟେ ।
Answer:
ମାତୃସ୍ଥାନିକ

୩୧ । ତରୱାର୍ଡ ____________ ସମୁଦାୟରେ ପରିଲକ୍ଷିତ ହୋଇଥାଏ ।
Answer:
ନାୟାର

CHSE Odisha Class 12 Sociology Unit 2 Objective Questions in Odia Medium

୩୨ । ତରୱାର୍ଡ଼ ଏକ ____________ ଅଟେ ।
Answer:
ଯୌଥ ପରିବାର

୩୩ । ତରୱାର୍ଡ଼ର ମୁଖ୍ୟଙ୍କୁ ___________ କୁହାଯାଏ ।
Answer:
କଣ୍ଠବାଣ

(ଗ) ଭ୍ରମ ସଂଶୋଧନ କର ।

୧। ପ୍ରକୃତି ଭାରତ ଗ୍ରାମରେ ପରିଦୃଷ୍ଟ ହୋଇଥାଏ ।’’ ଏହା ମାକାଇଭର କହିଥିଲେ ।
Answer:
‘‘ପ୍ରକୃତ ଭାରତ ଗ୍ରାମରେ ପରିଦୃଷ୍ଟ ହୋଇଥାଏ ।’’ ଏହା ସମାଜ ବିଜ୍ଞାନୀ ଏ.ଆର୍.ଦେଶାଇ କହିଥିଲେ । ଭାରତରେ 4 ଲକ୍ଷ ଗ୍ରାମ ରହିଅଛି ।

୨। ଭାରତରେ 4 ଲକ୍ଷ ଗ୍ରାମ ରହିଅଛି ।
Answer:
ଭାରତରେ 6 ଲକ୍ଷରୁ ଉର୍ଦ୍ଧ୍ଵ ଗ୍ରାମ ରହିଅଛି ।

୩ । ଗ୍ରାମ୍ୟ ସମୁଦାୟରେ 75 ଭାଗରୁ ଅଧିକାଂଶ ଲୋକ ଅଣ କୃଷିକାର୍ଯ୍ୟରେ ନିୟୋଜିତ ।
Answer:
ସହର ସମୁଦାୟରେ 75 ଭାଗରୁ ଅଧିକାଂଶ ଲୋକ ଅଣ କୃଷିକାର୍ଯ୍ୟରେ ନିୟୋଜିତ ।

୪। କୃଷିଭିତ୍ତିକ ଅର୍ଥନୀତି ସହର ସମୁଦାୟର ଏକ ମୁଖ୍ୟ ଲକ୍ଷଣ ।
Answer:
କୃଷି ଭିତ୍ତିକ ଅର୍ଥନୀତି ଗ୍ରାମ୍ୟ ସମୁଦାୟର ଏକ ମୁଖ୍ୟ ଲକ୍ଷଣ ଅଟେ ।

୫। ଇଲମ ପରିବାର ମାତୃତାନ୍ତ୍ରିକ ଓ ମାତୃସ୍ଥାନିକ ପରିବାର ।
Answer:
କର୍ୟବାଣ

୬। ତରୱାର୍ଡ଼ ପରିଚାଳକଙ୍କୁ ଜାତି ଉପଦେଷ୍ଟା ବୋଲାଯାଏ ।
Answer:
କର୍ୟବାଣ

୭। ଗ୍ରାମ୍ୟ ସମୁଦାୟରେ ସେମାନେ ଭାବନା ପରିଲକ୍ଷିତ ହୁଏ ।
Answer:
ଗ୍ରାମ୍ୟ ସମୁଦାୟରେ ଆମ ଭାବନା ପରିଲକ୍ଷିତ ହୁଏ ।

ଭାରତର ଶତକଡ଼ା ୮୦ ଭାଗ ଲୋକ ଗ୍ରାମାଞ୍ଚଳରେ ବାସ କରିଥା’ନ୍ତି ।
Answer:
ଠିକ୍‌ଅଛି

୯। ଗ୍ରାମର ସଦସ୍ୟମାନେ ସାଧାରଣତଃ ଅଣକୃଷିଭିତ୍ତିକ ବୃତ୍ତି ଅବଲମ୍ବନ କରିଥା’ନ୍ତି ।
Answer:
ଗ୍ରାମର ସଦସ୍ୟମାନେ ସାଧାରଣତଃ କୃଷିଭିତ୍ତିକ ବୃତ୍ତି ଅବଲମ୍ବନ କରିଥା’ନ୍ତି ।

୧୦ । ଗ୍ରାମ ସମୂହର ବ୍ୟକ୍ତିମାନଙ୍କ ମଧ୍ୟରେ ଅଣଔପଚାରିକ ତଥା ଗୌଣ ସଂପର୍କ ରହିଥାଏ ।
Answer:
ଗ୍ରାମ ସମୂହର ବ୍ୟକ୍ତିମାନଙ୍କ ମଧ୍ୟରେ ଔପଚାରିକ ତଥା ଗୌଣ ସଂପର୍କ ରହିଥାଏ ।

୧୧ । ସହର ସମୂହର ବ୍ୟକ୍ତିମାନଙ୍କ ମଧ୍ୟରେ ଔପଚାରିକ ତଥା ଗୌଣ ସଂପର୍କ ରହିଥାଏ ।-
Answer:
ଗ୍ରାମ୍ୟ ସମୂହର ବ୍ୟକ୍ତିମାନଙ୍କ ମଧ୍ୟରେ ଔପଚାରିକ ତଥା ଗୌଣ ସଂପର୍କ ରହିଥାଏ ।

୧୨ । ଗ୍ରାମ ସମୁଦାୟରେ ବିଷମ ଜାତୀୟତା ଦେଖାଯାଇଥାଏ ।
Answer:
ଗ୍ରାମ ସମୁଦାୟର ସମଜାତୀୟତା ଦେଖାଯାଇଥାଏ ।

୧୩ । ପଡ଼ୋଶୀଗତ ସଂପର୍କ ଗ୍ରାମ ସମୁଦାୟର ବିଶେଷତ୍ଵ ଅଟେ ।
Answer:
ଠିକ୍ ଅଛି

୧୪ । ଗ୍ରାମ ସମୁଦାୟର ସଦସ୍ୟମାନେ ଧର୍ମବିଶ୍ବାସୀ ଅଟନ୍ତି ।
Answer:
ଠିକ୍ ଅଛି

CHSE Odisha Class 12 Sociology Unit 2 Objective Questions in Odia Medium

୧୫ । ସହର ସମୁଦାୟର ସଦସ୍ୟମାନେ ଭାଗ୍ୟବାଦୀ ଅଟନ୍ତି ।
Answer:
ଗ୍ରାମ ସମୁଦାୟର ସଦସ୍ୟମାନେ ଭାଗ୍ୟବାତୀ ଅଟନ୍ତି ।

(ଘ) ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧ । ଜନସଂଖ୍ୟାର ଅର୍ଧକ ଘନତ୍ଵ ଏବଂ 75 ଭାଗରୁ ଅଧ‌ିକ ପୁରୁଷ ଅଣ କୃଷି ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ଥିଲେ,
Answer:
ସହର ସମୁଦାୟ

୨। ମନୁଷ୍ୟ ସମାଜର ସର୍ବପ୍ରଥମ ଅଧ୍ଵସତି କେଉଁଠି ଗଢ଼ି ଉଠିଥିଲା ?
Answer:
ଗ୍ରାମ୍ୟ ସମୁଦାୟ

୩ । ଗ୍ରାମ ଓ ସହର ସମୁଦାୟ ମଧ୍ଯରେ ଥ‌ିବା ଯେକୌଣସି ଗୋଟିଏ ପାର୍ଥକ୍ୟ ଦର୍ଶାଅ
Answer:
ଜନସଂଖ୍ୟା ଘନତ୍ୱରେ ପାର୍ଥକ୍ୟ

୪ । ଭାରତର ଗ୍ରାମ ସଂଖ୍ୟା କେତେ ?
Answer:
୪। 6 ଲକ୍ଷରୁ ଉର୍ଦ୍ଧ୍ଵ ।

୫। ଗ୍ରାମ୍ୟ ସମୁଦାୟର ଯେକୌଣସି ଗୋଟିଏ ଲକ୍ଷଣ ଲେଖ ।
Answer:
କ୍ଷୁଦ୍ର ଆକାର ।

୬ । ଭାରତର ସମୁଦାୟ ଜନସଂଖ୍ୟାର କେତେଭାଗ ଲୋକ ଗ୍ରାମରେ ବାସ କରନ୍ତି ।
Answer:
70 ଭାଗରୁ ବେଶୀ ।

୭ । ‘‘କେଉଁଠାରୁ ସହରର ଶେଷ ଓ ଗ୍ରାମର ଆରମ୍ଭ ଏହା କହିବା କଷ୍ଟକର, ଉଭୟଙ୍କ ମଧ୍ୟରେ କୌଣସି ସୁସ୍ପଷ୍ଟ ସୀମାରେଖା ନାହିଁ ।’’ ଏହା କିଏ କହିଥିଲେ ?
Answer:
ମାକାଇଭର୍

୮। ‘‘ଭାରତ ତା’ର ଗ୍ରାମରେ ବାସ କରେ ।’’ ଏହା କିଏ କହିଥିଲେ ?
Answer:
ମହାମ୍।ଗାଦ୍ଧ।

୯୮ ‘‘ଗ୍ରାମ୍ୟ ସମୁଦାୟ ହେଉଛି ଏକ କ୍ଷୁଦ୍ର ସାଧାରଣତନ୍ତ୍ର, ଯାହାର କି ଆବଶ୍ୟକତା ଅନୁଯାୟୀ ସମସ୍ତ ଜିନିଷ ରହିଛି ଏବଂ ଯାହାକି ସମସ୍ତ ପ୍ରକାରର ବୈଦେଶିକ ସମ୍ପର୍କଠାରୁ ସ୍ଵାଧୀନ ଅଟେ ।’’ ଏହି ସଂଜ୍ଞା କିଏ ଦେଇଥିଲେ ?
Answer:
ଚାର୍ଲସ୍ ମେଟାକାଫ୍

CHSE Odisha Class 12 Sociology Unit 2 Objective Questions in Odia Medium

୧୦ । ଯେଉଁ ପରିବାରରେ ତିନି ବା ତଦୂର୍ବ ପ୍ରିତୀର ସଦସ୍ୟ ବସବାସ କରନ୍ତି ଓ ସେମାନେ ପାରସ୍ପରିକ ସମ୍ପର୍କ ମଧ୍ୟରେ ପିତା,ମାତା, ଅବିବାହିତ ସନ୍ତାନସନ୍ତତି, ବୃଦ୍ଧପିତା ମାତା ଓ ପିତାଙ୍କ ଭ୍ରାତୃବର୍ଗ ସମ୍ପର୍କରେ ରହନ୍ତି ।
Answer:
ଯୌଥ ପରିବାର

୧୧ । କେରଳର ନାୟାରମାନଙ୍କ ମଧ୍ୟରେ ଦେଖାଯାଉଥିବା ମାତୃଭୂମିକ ଯୌଥ ପରିବାରକୁ କ’ଣ କୁହାଯାଏ ?
Answer:
ତୱାର୍ଡ଼

୧୨ । ଯୌଥପରିବାରର ଏକ ସକରାତ୍ମକ ପ୍ରକାର୍ଯ୍ୟକୁ ଲେଖ ।
Answer:
ଋଗ୍‌ ଓ ବୃଦ୍ଧମାନଙ୍କ ପାଇଁ ବୀମା ସଦୃଶ ଯୌଥ ପରିବାର କାର୍ଯ୍ୟ କରେ ।

୧୩ । ଯୌଥ ପରିବାର ବିଘଟନର ଏକ କାରକକୁ ଲେଖ ।
Answer:
ଆଧୁନିକ ଶିକ୍ଷା ।

CHSE Odisha Class 12 Sociology Unit 2 Long Answer Questions in Odia Medium

Odisha State Board CHSE Odisha Class 12 Sociology Solutions Unit 2 ଭାରତୀୟ ସାମାଜିକ ସଂରଚନା Long Answer Questions.

CHSE Odisha 12th Class Sociology Unit 2 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ହିନ୍ଦୁ ଯୌଥ ପରିବାରର ସଂଜ୍ଞା ପ୍ରଦାନ କର ଏବଂ ଏହାର ମୁଖ୍ୟ ଲକ୍ଷଣ ବା ଉପାଦାନଗୁଡ଼ିକ ଆଲୋଚନା କର ।
Answer:
ଯୌଥ ପରିବାର ବା ଏକାନ୍ତବର୍ତ୍ତୀ ପରିବାର ଭାରତୀୟ ସାମାଜିକ ବ୍ୟବସ୍ଥାର ଏକ ଭିତ୍ତିସ୍ତମ୍ଭ କହିଲେ ଅତ୍ୟୁକ୍ତି ହେବନାହିଁ । ଏହା ଏକାତ୍ମକ ଏକକ ପରିବାରର ସମଷ୍ଟି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥ‌ିପାଇଁ ସମ୍ଭବତଃ କେତେକ ସମାଜବିଜ୍ଞାନବିତ୍ ଯୌଥ ପରିବାରକୁ ମଧ୍ୟ ବିସ୍ତୃତ ପରିବାର ରୂପେ ଅଭିହିତ କରିଥା’ନ୍ତି ।

ଶ୍ରୀମତୀ ଇରାବତୀ କାର୍ଭେଙ୍କ ଭାଷାରେ, ‘ଯୌଥ ପରିବାର ହେଉଛି, ସାଧାରଣତଃ ଗୋଟିଏ ଛାତତଳେ ରହୁଥ‌ିବା, ଏକ ରୋଷେଇରେ ଖାଉଥ‌ିବା, ସାମୂହିକ ଭାବରେ ସମ୍ପତ୍ତିବାଡ଼ିର ଭୋଗ ଦଖଲ କରୁଥିବା, ମିଳିମିଶି ପୂଜା ଅର୍ଚ୍ଚନା କରୁଥିବା ଏବଂ ଏକ ନିର୍ଦ୍ଦିଷ୍ଟ ଜ୍ଞାତି ସମ୍ବନ୍ଧରେ ସମ୍ବନ୍ଧିତ ହୋଇଥିବା ଏକ ସମୂହ ।’’

ଲକ୍ଷଣ, ଉପାଦାନ ବା ଗୁଣ – ଉପରୋକ୍ତ ସଂଜ୍ଞାରୁ ଯୌଥ ପରିବାରର ନିମ୍ନଲିଖୁତ ବୈଶିଷ୍ଟ୍ୟ ବା ଲକ୍ଷଣ ସମ୍ବନ୍ଧରେ ସୂଚନା ମିଳିଥାଏ ।
(୧) ବୃହତ୍ ଅକାର (Large size) – ଯୌଥ ପରିବାରରେ ପିତାମାତା, ପ୍ରାପ୍ତ ଓ ଅପ୍ରାପ୍ତ ବୟସ୍କ ସନ୍ତାନ, ପିତାଙ୍କର ଭ୍ରାତୃବର୍ଗ ଓ ବୃଦ୍ଧ ପିତାମାତା ଏହିଭଳି ଦୁଇ ତିନି ପୁରୁଷର ଲୋକମାନଙ୍କ ସହିତ ଅନ୍ୟ କେତେକ ନିକଟ ସମ୍ପର୍କୀୟ ବାସ କରିଥା’ନ୍ତି । ଏଣୁ ଯୌଥ ପରିବାରର ଆକାର ବୃହତ୍ ଅଟେ ।

(୨) ସାଧାରଣ ବାସସ୍ଥଳୀ (Common Residence)- ଯୌଥ ପରିବାରର ସଦସ୍ୟମାନେ ଗୋଟିଏ ସାଧାରଣ ଗୃହରେ ବସବାସ କରିଥା’ନ୍ତି । କେତେକ କ୍ଷେତ୍ରରେ ପରିବାରର ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ଘଟିବା ଯୋଗୁଁ ବା ବାସସ୍ଥାନର ଅଭାବରୁ ସେମାନେ ଦୂରେଇ ରହିଲେ ମଧ୍ୟ ସମସ୍ତ ସଦସ୍ୟ ପରସ୍ପରର ନିକଟତର ହୋଇ ରହିଥା’ନ୍ତି ।

(୩) ସାଧାରଣ ରୋଷେଇଶାଳ (Common Kitchen) – ଯୌଥ ପରିବାରକୁ ଏକାନ୍ତବର୍ତ୍ତୀ ପରିବାର କୁହାଯାଇଥାଏ । ଏହାର କାରଣ ଯୌଥ ପରିବାରର ସମସ୍ତ ସଦସ୍ୟ ଗୋଟିଏ ସାଧାରଣ ରନ୍ଧନଶାଳାରେ ପ୍ରସ୍ତୁତ ଖାଦ୍ୟକୁ ଭୋଜନ କରିଥା’ନ୍ତି । ଏହି ସାଧାରଣ ଭୋଜନଶାଳା ଯୌଥ ପରିବାରର ଅକ୍ଷୁଣ୍ଣତା ଓ ସଂହତି ରକ୍ଷା କରିବାରେ ସହାୟକ ହୋଇଥାଏ।

(୪) ସାଧାରଣ ସମ୍ପରି (Common Property) – ଯୌଥ ପରିବାରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଯାହାକୁ ଉତ୍ତରାଧିକାର ସୂତ୍ରରେ ହେଉ ବା କୌଣସି ସଦସ୍ୟର ସଅର୍ଜିତ ହେଉ, ସମସ୍ତପ୍ରକାର ସମ୍ପତ୍ତି ଉପରେ ସମସ୍ତ ସଦସ୍ୟଙ୍କର ସମାନ ଅଧିକାର ଥାଏ । ପରିବାରର ମୁଖ୍ୟଙ୍କର ଉକ୍ତ ସମ୍ପତ୍ତିର ସମସ୍ତ ରକ୍ଷଣାବେକ୍ଷଣ ଦାୟିତ୍ଵ ବୋଲି ପ୍ରଥାଗତ ଭାବରେ ସ୍ଵୀକାର କରାଯାଇଥାଏ ।

(୫) ସାଧରଣ ଧର୍ମ (Common Religion) – ସାଧାରଣତଃ ଯୌଥ ପରିବାରର ସମସ୍ତ ସଦସ୍ୟ ଗୋଟିଏ ଧର୍ମରେ ବିଶ୍ଵାସ କରିଥା’ନ୍ତି । ଏହା ସହିତ ପ୍ରତ୍ୟେକ ଯୌଥ ପରିବାରର କେତେକ ସ୍ୱତନ୍ତ୍ର ପୂଜା-ଆରାଧନା, ଧାର୍ମିକ ବିଶ୍ଵାସ, ବ୍ରତ ଏବଂ ପର୍ବ ରହିଥାଏ । ପରିବାରର ସମସ୍ତ ସଦସ୍ୟ ସାମୂହିକ ଭାବରେ ଏହି ଧାର୍ମିକ ପୂଜା ଅର୍ଜନାରେ ଭାଗ ନେଇଥା’ନ୍ତି ।

(୬) ପାରସ୍ପରିକ ଅସ୍ଵୀକାର ଏବଂ କର୍ତ୍ତବ୍ୟବୋଧ (Mutual rights and duties) – ଯୌଥ ପରିବାରର ସମସ୍ତ ସଦସ୍ୟ ପରସ୍ପରର ଅଧିକାର ଓ ନୈତିକ କର୍ଭବ୍ୟ ପ୍ରତି ସଚେତନ ଥାଆନ୍ତି । ଆବଶ୍ୟକ ପଡ଼ିଲେ ଯୌଥ ପରିବାରର ସଦସ୍ୟ ନିଜର ସାର୍ଥକୁ ଜଳାଞ୍ଜଳି ଦେଇ ଅନ୍ୟମାନଙ୍କ ସ୍ବାର୍ଥସାଧନ କରିବାକୁ ପଛାଇ ନାଥା’ନ୍ତି ।

CHSE Odisha Class 12 Sociology Unit 2 Long Answer Questions in Odia Medium

(୭) ଅତ୍ୟଧ‌ିକ ପୁରୁଷ ଗଭୀରତା (Generation of depth) – ଯୌଥ ପରିବାରର ଦୁଇ ତିନି ପୁରୁଷ ଜାତିଠାରୁ ଅଧ୍ଵ ପିଢ଼ିର ଲୋକମାନେ ବାସ କରନ୍ତି । ଏଣୁ ଯୌଥ ପରିବାରର ଅତ୍ୟଧ୍ବକ ପୁରୁଷ ଗଭୀରତା ଦେଖାଯାଇଥାଏ ।

(୮) କର୍ରାଙ୍କର ଶାସନ (Rule by Karta) – ଯୌଥ ପରିବାରରେ ସାଧାରଣ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଗୃହକର୍ତ୍ତା ବା ପରିବାରର ମୁଖ୍ କୁହାଯାଏ । ସେ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମାଲିକ । ପରିବାରର ସଦସ୍ୟମାନେ ସେମାନଙ୍କ ବ୍ୟକ୍ତିଗତ ଆୟକୁ ଗୃହକର୍ତ୍ତାଙ୍କ ପାଖରେ ଠୁଳ କରିଥା’ନ୍ତି । ପୁନଶ୍ଚ, ନିଜର ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ତାଙ୍କଠାରୁ ନେଇଥା’ନ୍ତି । ସେ ପରିବାରର ଶାସକ ଏବଂ ପରିବାରର ସମସ୍ତ ସଦସ୍ୟ ତାଙ୍କର ନିୟନ୍ତ୍ରଣରେ ପରିଚାଳିତ ହୋଇଥା’ନ୍ତି ।

(୯) ଅପେକ୍ଷାକୃତ ସ୍ଥାୟୀ ସଂସ୍ଥା (Relatively permanent institution) – ଯୌଥ ପରିବାର ଅପେକ୍ଷାକୃତ ଏକ ସ୍ଥାୟୀ ସଂସ୍ଥା ଅଟେ । ଯଦିଓ ଆଧୁନିକ ଯୁଗରେ ଯୌଥ ପରିବାର ଅନେକ କାରଣରୁ ପ୍ରଭାବିତ ହୋଇଅଛି, ତଥାପି ଯୌଥ ପରିବାରର ମନୋବୃତ୍ତିରେ ସେଭଳି ଆଶାନୁରୂପକ ପରିବର୍ତ୍ତନ ହୋଇନାହିଁ ।

(୧୦) ସାମ୍ୟବାଦୀ ସଙ୍ଗଠନ (Socialistic Organisation) – ଯୌଥ ପରିବାର ସାମ୍ୟବାଦୀ ନୀତି ଉପରେ ପ୍ରତିଷ୍ଠିତ । ଏହାର ସଦସ୍ୟମାନେ ନିଜ ନିଜ ଦକ୍ଷତା ଓ କ୍ଷମତା ଅନୁସାରେ କାର୍ଯ୍ୟ କରିଥା’ନ୍ତି । ମାତ୍ର ସମସ୍ତଙ୍କ ଆବଶ୍ୟକତାକୁ ଆଗରେ ରଖ୍ ସୁବିଧା ସୁଯୋଗର ପାତ୍ର ହୋଇଥା’ନ୍ତି । ଏହି ଦୃଷ୍ଟିରୁ ଯୌଥ ପରିବାର ସାମ୍ୟବାଦ ତତ୍ତ୍ଵକୁ ବଜାୟ ରଖୁଥାଏ ।

୨ । ଇଲମ୍ (ELAM) ସମ୍ବନ୍ଧରେ ଏକ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
Answer:
‘ଇଲମ୍’ ହେଉଛି ଏକପ୍ରକାର ପିତୃତାନ୍ତ୍ରିକ ହିନ୍ଦୁ ଯୌଥ ପରିବାର ଯାହାକି କେରଳର ନମ୍ବୁଦ୍ରି ବ୍ରାହ୍ମଣ ସମ୍ପ୍ରଦାୟରେ ଦେଖିବାକୁ ମିଳିଥାଏ । ସାଧାରଣତଃ ହିନ୍ଦୁ ପରିବାର ଭଳି ଇଲମ୍ବର ସମସ୍ତ ସଦସ୍ୟମାନଙ୍କର ସମ୍ପତ୍ତି ଉପରେ ସମାନ ଅଧିକାର ରହିଥାଏ । କିନ୍ତୁ ଇଲମର ସମ୍ପରି ଅବିଭାଜିତ ଅଟେ । ଯଦି ଆବଶ୍ୟକ ପଡ଼େ ତାହାହେଲେ ସମସ୍ତ ସଦସ୍ୟମାନଙ୍କର ମତାମତକୁ ବିଚାରକୁ ନେଇ ସମ୍ପତ୍ତିର ବିଭାଜନ ହୋଇଥାଏ ।

ନମ୍ବୁଦ୍ରି ପରିବାରର ପ୍ରଥା ଅନୁସାରେ କେବଳ ଜ୍ୟେଷ୍ଠଭ୍ରାତା ନିଜ ଜାତିର କନ୍ୟାଙ୍କୁ ବିବାହ କରିଥା’ନ୍ତି ଏବଂ କନିଷ୍ଠ ଭ୍ରାତାମାନେ ନାୟାର ଜାତିର ଝିଅମାନଙ୍କୁ ବିବାହ କରିଥା’ନ୍ତି । କେବଳ ଜ୍ୟେଷ୍ଠଭ୍ରାତାଙ୍କର ପିଲାମାନେ ଇଲମ୍ବରେ ରହିବା ସୁଯୋଗ ପାଇଥା’ନ୍ତି । ଫଳରେ ପରିବାରରେ ଏକତା ସଂହତି ସମ୍ଭବପର ହୋଇନଥାଏ । ଯେହେତୁ ନାୟାର ମାତୃସ୍ଥାନିକ ଅଟେ, କନିଷ୍ଠ ଭ୍ରାତାମାନେ ସେମାନଙ୍କ ପିଲାମାନଙ୍କ ସହିତ ସ୍ତ୍ରୀ ଗୃହରେ ବାସ କରନ୍ତି ।

ଯଦି ଜ୍ୟେଷ୍ଠଭ୍ରାତା କୌଣସି ସନ୍ତାନ ଜନ୍ମ କରିବାରେ ଅକ୍ଷମ ହୁଅନ୍ତି, ତେବେ ସେ କ୍ଷେତ୍ରରେ ତାଙ୍କ ତଳ ଭାଇ ନିଜ ଜାତିରେ ବିବାହ କରିବାର ସୁଯୋଗ ପାଆନ୍ତି । ଯେହେତୁ ସାନଭାଇମାନେ ସେମାନଙ୍କ ସ୍ତ୍ରୀ ଗୃହରେ ବାସ କରନ୍ତି, ତେଣୁ ଏ କ୍ଷେତ୍ରରେ ପରିବାର ସମ୍ପତ୍ତିକୁ ବିଭାଜନ କରିବାର ଆବଶ୍ୟକତା ଦେଖାଯାଇ ନ ଥାଏ ।

ଜ୍ୟେଷ୍ଠଭ୍ରାତା ‘ଇଲମ୍’ର ମୁଖ୍ୟ ଅଟନ୍ତି । ସମ୍ପତ୍ତିକୁ ତଦାରଖ କରିବାର ଦାୟିତ୍ବ ତାଙ୍କ ହସ୍ତରେ ନ୍ୟସ୍ତ ଥାଏ; କିନ୍ତୁ ଅନ୍ୟ ସଦସ୍ୟମାନଙ୍କର ଅନୁମତି ବିନା ସେ ସମ୍ପଭିକୁ ବିକ୍ରି କରିପାରିବେ ନାହିଁ କିମ୍ବା ଦାନସୂତ୍ରରେ କାହାକୁ ଅର୍ପଣ କରିପାରିବେ ନାହିଁ ।

୩ । ତରଓ୍ବାଡ଼ (Tarwad) ସମ୍ବନ୍ଧରେ ଏକ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
Answer:
ନମ୍ବୁଦ୍ରି ବ୍ରାହ୍ମଣମାନଙ୍କର ଯୌଥ ପରିବାର ‘ଇଲମ୍’ ପରି କେରଳର ନାୟାର ସମ୍ପ୍ରଦାୟର ଯୌଥ ପରିବାରକୁ ‘ତରୱାଡ଼’ କୁହାଯାଏ । ଏହା ଏକ ମାତୃସ୍ଥାନିକ ହିନ୍ଦୁ ଯୌଥ ପରିବାର । ଏହି ପରିବାରର ବ୍ୟବସ୍ଥାନୁସାରେ ବିବାହ ପରେ ସାମୀ ସଗୃହ ପରିତ୍ୟାଗ କରି ସ୍ତ୍ରୀ ଗୃହରେ ବାସ କରିଥାଏ । ସାଧାରଣତଃ, ଜଣେ ସ୍ତ୍ରୀ, ତାଙ୍କର ପୁତ୍ରକନ୍ୟା ଏବଂ କନ୍ୟାରପୁତ୍ରକନ୍ୟାଙ୍କୁ ନେଇ ‘ତରୱାଡ଼’ ଗଠିତ । ଏଠାରେ ମନେରଖୁବା ଉଚିତ ଯେ, ପୁତ୍ରର ପୁତ୍ରକନ୍ୟାମାନଙ୍କୁ ତରୱାଡ଼ରେ ଅନ୍ତର୍ଭୁକ୍ତ କରାଯାଇ ନ ଥାଏ ।

କାରଣ ସେମାନେ ସେମାନଙ୍କର ସ୍ତ୍ରୀମାନଙ୍କ ମା’ଙ୍କ ତରୱାଡ଼ରେ ବାସ କରିଥା’ନ୍ତି । ଏହି ଦୃଷ୍ଟିରୁ ‘ତରଓ୍ବାଡ଼’ର ନିମ୍ନଲିଖ୍ତ ଲକ୍ଷଣମାନ ଦୃଷ୍ଟିଗୋଚର ହୋଇଥାଏ; ଯଥା-

(a) ଏହା ଏକ ମାତୃସ୍ଥାନିକ ହିନ୍ଦୁ ଯୌଥ ପରିବାର ।
(b) ତରୱାଡ଼ରେ ବଂଶପରମ୍ପରା ମା’ଙ୍କ ଆଡୁ ଗଣନା କରାଯାଇଥାଏ । ଏଣୁ ଏହା ଏକ ମାତୃବଂଶିକ (Matri- lineal) ପରିବାର ଅଟେ ।
(c) ତରୱାଡ଼ର ସମ୍ପତ୍ତି ଉପରେ ଉଭୟ ପୁରୁଷ ଏବଂ ନାରୀମାନଙ୍କର ସମାନ ଅଧିକାର ଥାଏ ।
(d) ‘ଇଲମ୍’ ପରି ତରୱାଡ଼ର ସମ୍ପତ୍ତି ବିଭାଜନ ମଧ୍ୟ ସହଜସାଧ୍ୟ ନୁହେଁ କାରଣ ଏଥ‌ିପାଇଁ ଏହାର ସମସ୍ତ ସଦସ୍ୟଙ୍କ ସମ୍ମତି ତଥା ଅନୁମତି ଆବଶ୍ୟକ ।
(e) ପରିବାରର ବୟୋଜ୍ୟେଷ୍ଠ ପୁରୁଷ ବ୍ୟକ୍ତି ‘ତରଓ୍ବାଡ଼’ର ପରିଚାଳକ ଭାବରେ କାର୍ଯ୍ୟ ସମ୍ପାଦନ କରିଥା’ନ୍ତି । ସେ କର୍ଣ୍ଣବାଣ (Karnavana) ନାମରେ ପରିଚିତ ।
(f) ପାରିବାରର ସମ୍ପରି ଉପରେ କର୍ପୂବାଣଙ୍କର ଅସୀମ କ୍ଷମତା ଥିଲେ ମଧ୍ୟ ତରଓ୍ବାଡ଼ର ସଦସ୍ୟଙ୍କ ବିନା ସ୍ୱୀକୃତିରେ ଏହାର ହସ୍ତାନ୍ତରଣ କରିପାରନ୍ତି ନାହିଁ ।
(g) ଯଦି କଣ୍ଠବାଣ କୌଣସି ଶାରୀରିକ ବା ମାନସିକ ଦୃଷ୍ଟିକୋଣରୁ ପରିବାରକୁ ସୁପରିଚାଳନା ପାଇଁ ଅସମର୍ଥ ହୁଅନ୍ତି ତେବେ ସେ ପରିସ୍ଥିତିରେ ବରିଷ୍ଠତା କ୍ରମେ ପରବର୍ତ୍ତୀ ବୟୋଜ୍ୟେଷ୍ଠ ସଦସ୍ୟ କଣ୍ଠବାଣ ଭାବରେ ଦାୟିତ୍ଵ ବହନ କରିଥା’ନ୍ତି । ପୁନଶ୍ଚ ଯଦି ତରୱାଡ଼ର ସଦସ୍ୟମାନେ ଅନୁଭବ କରନ୍ତି ଯେ ସେମାନେ କର୍ପୂବାଣଙ୍କର ବ୍ୟବହାରରେ ଅତିଷ୍ଠ ବା ସେ ଅବିଶ୍ଵାସର ପାତ୍ର ବା ସେ ପରିବାରକୁ ଚଳାଇବାରେ ଅସମର୍ଥ ତେବେ ତାଙ୍କୁ ଉକ୍ତ ପଦବୀରୁ ବହିଷ୍କାର କରାଯାଇପାରେ ।

(h) ଯେତେବେଳେ ତରୱାଡ଼ର ଆକାର ବଢ଼ିଯାଏ ଏବଂ ଏହାର ସୁପରିଚାଳନାରେ ସମସ୍ୟା ଦେଖାଯାଏ, ସେତେବେଳେ ମୁଖ୍ୟ ତରୱାଡ଼କୁ କେତୋଟି ଛୋଟ ଛୋଟ ଏକକରେ ବିଭକ୍ତ କରାଯାଇଥାଏ । ଏହି ଛୋଟ ଛୋଟ ଏକକକୁ ଟାଭାଜି (Tabhazhis) କୁହାଯାଏ । ତରଓ୍ବାଡ଼ ପରି ପ୍ରତ୍ୟେକ ଟାଭାଜି ଜଣେ ସ୍ତ୍ରୀ, ତା’ର ପୁତ୍ର ଓ କନ୍ୟା ଏବଂ କନ୍ୟାର ପୁତ୍ର ଓ କନ୍ୟାକୁ ନେଇ ଗଠିତ ହୋଇଥାଏ । ତଡ଼କୁ ଟାଭାଜି ଭାବରେ ବିଭାଜନ କରିବାକୁ ହେଲେ ତରୱାଡ଼ର ସମସ୍ତ ସଦସ୍ୟଙ୍କ ସମ୍ମତିର ଆବଶ୍ୟକତା ପଡିଥାଏ । ବିଶାଳତା ଦୃଷ୍ଟିରୁ ତରୱାଡର ବିଭାଜନ ହେଲେ ମଧ୍ୟ ତରୱାଡ଼ ସହିତ ପ୍ରତ୍ୟେକ ଟାଭାଜିର ଘନିଷ୍ଠ ସମ୍ପର୍କ ରହିଥାଏ ।

(i) ଯେତେବେଳେ ମୁଖ୍ୟ ତରୱାଡ଼ ଭାଗ ଭାଗ ହୋଇଯାଏ ସେତେବେଳେ ତରୱାଡ଼ର ସମ୍ପରିକୁ ଟାଭାଜିଗୁଡ଼ିକ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯାଇଥାଏ । ଏହି ବିଭାଜନ ପରେ ଟାଭାଜିର ମୂଳ ତରୱାଡ଼ର ସମ୍ପତ୍ତି ଉପରେ କୌଣସି ଅଧିକାର ନଥାଏ ।

(j) ତରୱାଡ଼ର କୌଣସି ସଦସ୍ୟ ନିଜର ଉଦ୍ୟମ ବଳରେ ସମ୍ପଭି ଅର୍ଜନ କରିବା ଓ ଉକ୍ତ ସମ୍ପଭିର ହସ୍ତାନ୍ତରଣ କରିବାର ଅଧିକାର ପାଇଥାଏ । ମାତ୍ର ତା’ର ମୃତ୍ୟୁ ପରେ ଏହା ତରୱାଡ଼ର ସମ୍ପତ୍ତି ଭିତରେ ସାମିଲ୍ ହୋଇଯାଇଥାଏ ।

୪ । ଯୌଥ ପରିବାରର ଉପକାରିତା ଏବଂ ପ୍ରକାର୍ଯ୍ୟମାନ ବର୍ଣ୍ଣନା କର ।
Answer:
ବ୍ୟକ୍ତିର ସାମାଜିକ ଜୀବନରେ ଯୌଥ ପରିବାର ବିଶେଷ ଭୂମିକା ଗ୍ରହଣ କରିଥାଏ । ଏହି ଯୌଥ ପରିବାର ବ୍ୟକ୍ତିର ଅର୍ଥନୈତିକ, ଧାର୍ମିକ ଏବଂ ସାଂସ୍କୃତିକ ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ । ଏହା ପ୍ରାଥମିକ ସାମାଜିକ ଅନୁଷ୍ଠାନ ଭାବେ ବିଭିନ୍ନ ପ୍ରକାର ପ୍ରକାର୍ଯ୍ୟକୁ ସମ୍ପାଦନ କରିବାରେ ଅଦ୍ଵିତୀୟ ଭୂମିକା ଗ୍ରହଣ କରିଥାଏ । ଏହି ପ୍ରକାର୍ଯ୍ୟଗୁଡ଼ିକ ମଧ୍ୟ ଯୌଥ ପରିବାରର ଉପକାରିତା ଭାବେ ବିଚାର କରାଯାଇଥାଏ । ଏଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

(1) ଅର୍ଥନୈତିକ ଉପକାରିତା (Economical Advantages)– ଅର୍ଥନୈତିକ ଦୃଷ୍ଟିକୋଣରୁ ଯୌଥ ପରିବାର ଗୁରୁତ୍ଵପୂର୍ଣ୍ଣ ଅଟେ । ଏହା ଭୂସମ୍ପତ୍ତିକୁ ବିଭାଜନରୁ ରକ୍ଷା କରିଥାଏ । ଫଳରେ ଶସ୍ୟ ଅମଳର ମାତ୍ରାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଯଦି ଭୂସମ୍ପତ୍ତିର ବିଭାଜନ ଘଟେ ତେବେ ଚାଷକାର୍ଯ୍ୟ ପାଇଁ ବିପୁଳ ଅର୍ଥବ୍ୟୟର ଆବଶ୍ୟକତା ଦେଖାଯାଇଥାଏ, ଯୌଥ ପରିବାରରେ ଏହି ପ୍ରକାର ଅସୁବିଧା ସୃଷ୍ଟି ହୋଇ ନ ଥାଏ । ପରିବାରର ସଦସ୍ୟମାନେ ଶ୍ରମବିଭାଜନ ଭିଭିରେ ବିଭିନ୍ନ କାର୍ଯ୍ୟଗୁଡିକୁ ସମ୍ପନ୍ନ କରିଥା’ନ୍ତି |

ଭୂସମ୍ପରିର ଅବିଭକ୍ତ ଯୋଗୁଁ ଓ ସମସ୍ତେ ମିଳିମିଶି ଚାଷକାର୍ଯ୍ୟ କରିବାଦ୍ୱାରା କୃଷି ଉତ୍ପାଦନ ବୃଦ୍ଧି ପାଇଥାଏ । ସଦସ୍ୟମାନଙ୍କୁ ଉପାର୍ଜନକ୍ଷମ ହେବା ପାଇଁ ଯୌଥ ପରିବାର ତାଲିମ୍ ଦେଇଥାଏ । ଆଉ ମଧ୍ୟ ସଦସ୍ୟମାନଙ୍କର ଆୟକୁ କେନ୍ଦ୍ରକରି ଏକ ‘ମିଳିତ ପାଣ୍ଠି’ ଗଠନ କରାଯାଏ । ଆବଶ୍ୟକ ସମୟରେ ସଦସ୍ୟମାନଙ୍କର ଶିକ୍ଷା, ସ୍ଵାସ୍ଥ୍ୟ ଏବଂ ଆମୋଦପ୍ରମୋଦ ପାଇଁ ଆବଶ୍ୟକ ପଡୁଥିବା ଖର୍ଚ୍ଚ ଯୌଥ ପରିବାର ସେହି ପାଣ୍ଠିରୁ ପୂରଣ କରିଥାଏ । ତେଣୁ ଯୌଥ ପରିବାରକୁ ଏକ ‘ସମବାୟ ବ୍ୟାଙ୍କ’ (Co-Operative Bank) ବୋଲି କୁହାଯାଏ ।

(2) ସଦସ୍ୟମାନଙ୍କର ନିରାପତ୍ତା (Protection of members)- ଯୌଥ ପରିବାର ତା’ର ସମସ୍ତ ସଦସ୍ୟମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଇଥାଏ । ଜଣେ ବ୍ୟକ୍ତିର ଦୁର୍ଦ୍ଦିନ ସମୟରେ ଅନ୍ୟ ବ୍ୟକ୍ତିମାନେ ତାକୁ ସାହାଯ୍ୟ କରିବାପାଇଁ ଆଗଭର ହୋଇ ବାହାରି ଆସନ୍ତି । କୌଣସିପ୍ରକାର ବାଧ୍ୟବାଧକତା ଯୋଗୁଁ ସେମାନେ ଏ କାର୍ଯ୍ୟ କରି ନ ଥା’ନ୍ତି, ବରଂ ଏକପ୍ରକାର କର୍ତ୍ତବ୍ୟବୋଧ ସେମାନଙ୍କୁ କାର୍ଯ୍ୟ କରିବାପାଇଁ ପ୍ରେରଣା ଯୋଗାଇଥାଏ ।

ଯୌଥ ପରିବାର ହେଉଛି ବୃଦ୍ଧ, ଅକର୍ମଣ୍ୟ, ବିଧବା ଏବଂ ପିତୃମାତୃହୀନ ବାଳକବାଳିକାମାନଙ୍କ ପାଇଁ ଏକ ଆଦର୍ଶ ରହଣିସ୍ଥଳ । ଆଉ ମଧ୍ୟ ଯୌଥ ପରିବାର ମୃତବ୍ୟକ୍ତିର ପିଲାମାନଙ୍କର ଉଚିତ ଯତ୍ନ ନେଇଥାଏ । ଯୌଥ ପରିବାରକୁ ଫ୍ରଶସାକରି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଜବାହରଲାଲ୍ ନେହେରୁ କହିଛନ୍ତି ଯେ, ଏହି ଯୌଥ ପରିବାରର ମାନସିକ ଏବଂ ଶାରୀରିକ ଦୁର୍ବଳ ବ୍ୟକ୍ତିମାନଙ୍କ ପାଇଁ ଏକ ସାମାଜିକ ବୀମାରୂପେ କାର୍ଯ୍ୟ କରିଥାଏ ।

(3) ଚିତ୍ତବିନୋଦନ ପ୍ରକାର୍ଯ୍ୟ (Means of recreation)– ଯୌଥ ପରିବାର ତା’ର ସଦସ୍ୟମାନଙ୍କୁ ଆମୋଦପ୍ରମୋଦର ସୁବିଧା ଯୋଗାଇଥାଏ । ଏକ ସରଳ, ସୁନ୍ଦର ଏବଂ ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ଏହି ପରିବାର ସମସ୍ତ ବ୍ୟବସ୍ଥା କରିଥାଏ । ଯୌଥ ପରିବାରରେ ଛୋଟ ଛୋଟ ପିଲାମାନଙ୍କର କ୍ରୀଡ଼ାକୌତୁକ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ଯଥେଷ୍ଟ ଆନନ୍ଦ ଯୋଗାଇଥାଏ । ଆଉ ମଧ୍ୟ ପରିବାରର ପୁରୁଷ ବ୍ୟକ୍ତିମାନେ ଦିନବେଳା ଅକ୍ଳାନ୍ତ ପରିଶ୍ରମ କରି କ୍ଲାନ୍ତିବୋଧ କରିଥା’ନ୍ତି ।

ସନ୍ଧ୍ୟା ସମୟରେ ଯେତେବେଳେ ସେମାନେ ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତି ଏବଂ ସେମାନଙ୍କର ସ୍ତ୍ରୀ ଏବଂ ପିଲାମାନଙ୍କର ସଂସ୍ପର୍ଶରେ ଆସନ୍ତି, ସେମାନଙ୍କର କ୍ଳାନ୍ତି କେତେକାଂଶରେ ଦୂର ହୋଇଯାଏ । ଭାଇଭଉଣୀମାନଙ୍କ ମଧ୍ୟରେ ସୃଷ୍ଟି ହେଉଥ‌ିବା କୌତୁକ ଏବଂ ସ୍ନେହଭାବ ପରିବାର ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ ପରିବେଶ ତିଆରି କରିଥାଏ । ସାଧାରଣତଃ କୁହାଯାଇପାରେ ଯେ ଯୌଥ ପରିବାର ଏକ କ୍ଲବ୍‌ର ଭୂମିକା ସଂପାଦନ କରିଥାଏ ।

(4) ବ୍ୟକ୍ତିତ୍ବର ବିକାଶ (Development of personality) – ଯୌଥ ପରିବାର ତା’ର ସଦସ୍ୟମାନଙ୍କର ବ୍ୟକ୍ତିତ୍ଵ ଅଭିବୃଦ୍ଧି ପାଇଁ ଯଥେଷ୍ଟ ସାହାଯ୍ୟ କରିଥାଏ । ଏହା ସଦସ୍ୟମାନଙ୍କର ବିଭିନ୍ନ ସଦ୍‌ଗୁଣଗୁଡ଼ିକ ଶିକ୍ଷାଦେବା ସଂଗେ ସଂଗେ ସେମାନଙ୍କୁ ସମାଜବିରୋଧୀ କାର୍ଯ୍ୟରୁ ନିବୃତ୍ତ କରିଥାଏ । ଏହା ବ୍ୟକ୍ତିକୁ ସ୍ନେହ, ଶୃଙ୍ଖଳା ଜ୍ଞାନ, ଆଜ୍ଞାନୁବର୍ତ୍ତିତା, ଆନ୍ମୋତ୍ସର୍ଗ, ଦୟା, କ୍ଷମା, ନିଃସ୍ବାର୍ଥପରତା, ସହାନୁଭୂତି ପ୍ରଭୃତି ଅପରିହାର୍ଯ୍ୟ ଗୁଣଗୁଡ଼ିକ ଶିକ୍ଷା ଦେଇଥାଏ । ଏହା ଭବିଷ୍ୟତରେ ବ୍ୟକ୍ତିକୁ ସମାଜରେ ଜଣେ ଆଦର୍ଶ ନାଗରିକ ଭାବେ ପ୍ରତିଷ୍ଠିତ କରିବାରେ ସାହାଯ୍ୟ କରିଥାଏ । ଫଳରେ ବ୍ୟକ୍ତିର କାର୍ଯ୍ୟକଳାପ ଏବଂ ସାମାଜିକ ସମ୍ପର୍କ ଯଥେଷ୍ଟ ଭାବେ ମାର୍ଜିତ ହୋଇଥାଏ ଏବଂ ତା’ର ବ୍ୟକ୍ତିତ୍ଵର ଫଳପ୍ରଦ ବିକାଶ ଘଟିଥାଏ ।

(5) ଧନ କ୍ଷେତ୍ରରେ ସମାଜସେବୀ |(Socialisim in wealth)- ସାର୍ ହେନେରୀ ମେନ୍ | (Sir Henery Maine) ମତରେ, ‘‘ଯୌଥ ପରିବାର ହେଉଛି ଏକ ସଂସ୍ଥା ଯେଉଁ ସଂସ୍ଥାର ମାଲିକ ହେଉଛନ୍ତି ପିତା ବା ପରିବାରର ବୟୋଜ୍ୟେଷ୍ଠ ପୁରୁଷ ବ୍ୟକ୍ତି ।’’ ଯଥାର ଏବଂ ବେରୀ (Jathar and Berry) ଙ୍କ ମତରେ, ‘ଯୌଥ ପରିବାରରେ ପ୍ରତ୍ୟେକ ବ୍ୟକ୍ତି ନିଜର ଦକ୍ଷତା ଅନୁସାରେ କାର୍ଯ୍ୟ କରିଥାଏ ଏବଂ ଆବଶ୍ୟକତା ଅନୁସାରେ ଗ୍ରହଣ କରିଥାଏ, ଯାହାକି ସମାଜବାଦର ନିୟମକୁ ପୂରଣ କରିଥାଏ ।’’

ଏହି ସମାଜବାଦର ମୁଖ୍ୟ ନିୟମ ହେଉଛି ବ୍ୟକ୍ତି ଯେତିକି କାର୍ଯ୍ୟ କରିବାପାଇଁ ସମର୍ଥ ସେ ସେତିକି କାର୍ଯ୍ୟ କରିବ ଏବଂ ତା’ ପାଇଁ ଯେତିକି ଆବଶ୍ୟକ ସେ ସେତିକି ଗ୍ରହଣ କରିପାରିବ ।

CHSE Odisha Class 12 Sociology Unit 2 Long Answer Questions in Odia Medium

(6) ଧାର୍ମିକ ପ୍ରକାର୍ଯ୍ୟ (Religious functions) – ଯୌଥ ପରିବାର ବିଭିନ୍ନ ଧାର୍ମିକ ପ୍ରକାର୍ଯ୍ୟଗୁଡ଼ିକ ସଂପାଦନ କରିଥାଏ । ଏହି ପରିବାର ହେଉଛି ଧାର୍ମିକ ପୂଜାବିଧୂର ଏକ କେନ୍ଦ୍ରସ୍ଥଳୀ । ଏହା ସହିତ ଯୌଥ ପରିବାର ତା’ର ସଦସ୍ୟମାନଙ୍କୁ ବହୁ ଆଧ୍ୟାତ୍ମିକ ଗୁଣମାନ ଶିକ୍ଷା ଦେଇଥାଏ । ପଣ୍ଡିତମାନଙ୍କୁ ନିମନ୍ତ୍ରଣ କରି ବହୁ ଧର୍ମୋପଦେଶ ଆଦିର ଚର୍ଚ୍ଚା କରିଥାଏ । ଜନ୍ମ, ବିବାହ ଏବଂ ମୃତ୍ୟୁଜନିତ ଉତ୍ସବ ସମୟରେ ପରିବାର ବହୁ ଧାର୍ମିକ କାର୍ଯ୍ୟମାନ ସଂପାଦନ କରିଥାଏ । ଏହି ପରିବାରରେ ଧାର୍ମିକ ଉପାସନା ସଦସ୍ୟମାନଙ୍କର ଦୈନନ୍ଦିନ ବ୍ୟବହାରକୁ ନିୟନ୍ତ୍ରଣ କରିଥାଏ । ଫଳରେ ସଦସ୍ୟମାନେ ଧର୍ମବିଚ୍ୟୁତ ହେବାର ଲକ୍ଷ୍ୟ କରାଯାଇ ନ ଥାଏ ।

(7) ଶିକ୍ଷାଗତ ପ୍ରକାର୍ଯ୍ୟ (Educational functions) -ପରିବାର ତା’ର ସଦସ୍ୟମାନଙ୍କର ପ୍ରାଥମିକ ଶିକ୍ଷା ପ୍ରତି ଅଧିକ ଯତ୍ନ ନେଇଥାଏ । ପରିବାର ମଧ୍ୟରେ ପିତାମାତା ଏବଂ ଅନ୍ୟ ଗୁରୁଜନମାନଙ୍କ ସଂସ୍ପର୍ଶରେ ଆସି ଶିଶୁର ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥାଏ । ତେଣୁ ଯୌଥ ପରିବାରକୁ ଶିଶୁର ପ୍ରଥମ ଶିକ୍ଷାକେନ୍ଦ୍ର ବୋଲି କୁହାଯାଏ । ଏହି ପରିପ୍ରେକ୍ଷୀରେ ମାଜିନ୍(Mazzin) କହିଛନ୍ତି, ଶିଶୁର ପ୍ରଥମ ପାଠପଢ଼ା ମାତାଙ୍କର ଚୁମ୍ବନ ଓ ପିତାଙ୍କର ସଯତ୍ନ ମଧ୍ୟରେ ଆରମ୍ଭ ହୋଇଥାଏ ।

(8) ସାମାଜିକୀକରଣ (Socialisation) – ବ୍ୟକ୍ତିର ସାମାଜିକୀକରଣ କ୍ଷେତ୍ରରେ ଯୌଥ ପରିବାରର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ଗୋଟିଏ ଐକିକ ପରିବାରରେ ଶୃଙ୍ଖଳା ଏବଂ ଶିକ୍ଷାଦାନ ପଦ୍ଧତି କେତେକାଂଶରେ ସ୍ଵାମୀ ଏବଂ ସ୍ତ୍ରୀ ଉଭୟଙ୍କ ଉପରେ ନ୍ୟସ୍ତ ଥାଏ । କିନ୍ତୁ ଏକ ଯୌଥ ପରିବାରରେ ଶିଶୁର ସାମାଜିକୀକରଣ ପ୍ରକ୍ରିୟାରେ ସଦସ୍ୟମାନେ ସକ୍ରିୟଭାବରେ ଅଂଶ ଗ୍ରହଣ କରିଥା’ନ୍ତି । ପରିବାର ମଧ୍ୟରେ ପିତାମାତା ଏବଂ ଅନ୍ୟ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କର ସଂପର୍କରେ ଆସିବାଦ୍ୱାରା ପିଲାମାନଙ୍କର ଅନ୍ତର୍ନିହିତ ଗୁଣରାଜିଗୁଡ଼ିକର ବିକାଶ ଘଟିଥାଏ ।

ଶିଶୁ ପରିବାର ମଧ୍ୟରୁ ଭାଷା, ବ୍ୟବହାର, ଚାଲିଚଳନ ଏବଂ ରୀତିନୀତି ପ୍ରଭୃତିରୁ ଶିକ୍ଷାଲାଭ କରିଥାଏ । ପାରିବାରିକ ଅନ୍ତଃସମ୍ପର୍କ, ସାମୂହିକ ପୂଜାବିଧ ପାଳନ ଏବଂ ଜୀବନ ପଦ୍ଧତିରେ ଧାରା ସମସ୍ତ କନିଷ୍ଠ ସଦସ୍ୟମାନଙ୍କର ସାମାଜିକୀକରଣ ପ୍ରକ୍ରିୟାରେ ବିଶେଷ ପ୍ରଭାବ ପକାଇଥାଏ ।

୫ । ଯୌଥ ପରିବାରର ମୁଖ୍ୟ ଅପ୍ରକାର୍ଯ୍ୟ ବା ଅପକାରିତାମାନ ବର୍ଣନା କର ।
Answer:
ଯୌଥ ପରିବାରର ଅପକାରିତା- ଯୌଥ ପରିବାର କେତେକ ପ୍ରକାର୍ଯ୍ୟକୁ ସଂପାଦନ କରିବା ସଂଗେ ସଂଗେ କେତେକ ଅପ୍ରକାର୍ଯ୍ୟକୁ ସଂପାଦନ କରିଥାଏ । ଏହି ପରିବାରର ବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ଦୋଷତ୍ରୁଟିରୁ ମୁକ୍ତ ନୁହେଁ । ନିମ୍ନରେ ଯୌଥ ପରିବାରର

(i) ଅର୍ଥନୈତିକ ଅପକାରିତା (Economical disadvantages)- ଯଦିଓ ଯୌଥ ପରିବାର ଅର୍ଥନୈତିକ ଦୃଷ୍ଟିକୋଣରୁ ଏକ ହିତକାରୀ ଅନୁଷ୍ଠାନ ରୂପେ ପରିଚିତ, ଏହାର ମଧ୍ୟ କେତେକ ଅର୍ଥନୈତିକ ଅପକାରିତା ରହିଛି । ସମୟ ସମୟରେ ଦେଖାଯାଏ ଯେ, ଯୌଥ ପରିବାରର ଭରଣପୋଷଣ ଦାୟିତ୍ଵ ଜଣେ କିମ୍ବା କେତେକ ବ୍ୟକ୍ତିଙ୍କ ହାତରେ ନ୍ୟସ୍ତ ଥାଏ । ଫଳରେ ପରିବାରର ଭରଣପୋଷଣ ପାଇଁ ଏହି ବ୍ୟକ୍ତିମାନେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରିଥା’ନ୍ତି ।

ଫଳରେ ସେମାନଙ୍କର ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟର ଦ୍ରୁତ ଅବନତି ପରିଲକ୍ଷିତ ହୁଏ ଏବଂ ସମୟ ଆସେ ଯେତେବେଳେ କାର୍ଯ୍ୟ କରିବାପାଇଁ ସେମାନେ ସଂଘର୍ଣ ରୂପେ ଅକ୍ଷମତା ପ୍ରକାଶ କରିଥା’ନ୍ତି । ଏଠାରେ ସମଗ୍ର ପରିବାର କ୍ଷତିଗ୍ରସ୍ତ ହୋଇଥାଏ । ଆଉ ମଧ୍ୟ ଯୌଥ ପରିବାର ଶନ୍ ବିରୋଧ କରିଥାଏ ।

(ii) ବ୍ୟକ୍ତିତ୍ବର ବିକାଶ ଆଗରେ ପ୍ରତିବନ୍ଧକ (Hindrance to the development of personality)- ଏ ହିପରିବାରର ଏକ ମୁଖ୍ୟ ତ୍ରୁଟି ହେଉଛି ଯେ, ଏହା ସଦସ୍ୟମାନଙ୍କର ବ୍ୟକ୍ତିତ୍ଵର ବିକାଶ ଆଗରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ ।

‘କର୍ତ୍ତା’ ହେଉଛନ୍ତି ପରିବାରର ସର୍ବୋଚ୍ଚ ଶାସକ । କର୍ତ୍ତା ହେଉଛନ୍ତି ପରିବାରର ବୟୋଜେଷ୍ଠ ବ୍ୟକ୍ତି । ଅଧିକାଂଶ ସମୟରେ ସେ ଅନ୍ୟ ସଦସ୍ୟମାନଙ୍କୁ ପିଲାଭାବେ ବିବେଚନା କରିଥା’ନ୍ତି, ଯଦିଓ ସେମାନେ ବୟସ୍କ ହୋଇଥା’ନ୍ତି । ଅନ୍ୟ ସଦସ୍ୟମାନଙ୍କର ଏହି ସର୍ବୋଚ୍ଚ ଶାସକଙ୍କର ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାର ଅଧିକାର ନ ଥାଏ । ଏହିପରିଭାବେ ସବୁ କ୍ଷେତ୍ରରେ କର୍ତ୍ତାଙ୍କ ଉପରେ ନିର୍ଭର କରିବାଦ୍ୱାରା ସେମାନଙ୍କର ବ୍ୟକ୍ତିତ୍ଵର ବିକାଶ ଠିକ୍ ଭାବରେ ସଂଗଠିତ ହୋଇ ନଥାଏ ।

(iii) ମହିଳାମାନଙ୍କ ଶୋଚନୀୟ ଅବସ୍ଥା (Miserable condition of women)- ଯୌଥ ପରିବାର ମହିଳାମାନଙ୍କର ଶୋଚନୀୟ ଅବସ୍ଥା ପାଇଁ ଦାୟୀ ଅଟେ । ଶାଶୁ ଏବଂ ନଣନ୍ଦମାନଙ୍କଦ୍ବାରା ସେମାନଙ୍କୁ ଅନବରତ ଭାବରେ ନିର୍ଯାତିତ କରାଯାଇଥାଏ । ସେମାନଙ୍କୁ ଗୃହର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇ ରହିବାକୁ ପଡ଼ିଥାଏ । ଏପରିକି ବିବାହର ପ୍ରଥମ ଦିବସରେ ବିଧବା ହେଲେ ମଧ୍ୟ ସେମାନଙ୍କୁ ପୁନର୍ବିବାହ କରିବାର ସୁଯୋଗ ଦିଆଯାଇନଥାଏ । ମୋଟ ଉପରେ କହିବାକୁ ଗଲେ ଯୌଥ ପରିବାର ନିମନ୍ତେ ନାରୀର ଜୀବନ ହେଉଛି ଏକ ସନ୍ତାନ ଉତ୍ପାଦନ କରିବା ଯନ୍ତ୍ରସ୍ବରୂପ ।

(iv) କଳହର କେନ୍ଦ୍ରସ୍ଥଳୀ (Centre of conflict) ଯୌଥ ପରିବାର କଳହର କେନ୍ଦ୍ରସ୍ଥଳୀ ଅଟେ । ଯୌଥ ପରିବାର ତା’ର ସଦସ୍ୟମାନଙ୍କ ମଧ୍ୟରେ କଳହର ବୀଜ ବପନ କରିଥାଏ। ଫଳରେ ସେମାନେ ଅନବରତ କଳହରେ ଲିପ୍ତ ରହି ସେମାନଙ୍କର ନୈତିକତାକୁ ହରାଇ ବସିଥା’ନ୍ତି । ସାଧାରଣତଃ ପର୍ଯ୍ୟବେକ୍ଷଣରୁ ଜଣାପଡ଼ିଛି ଯେ ପିଲାମାନଙ୍କର ଛୋଟ ଛୋଟ ଘଟଣାକୁ କେନ୍ଦ୍ର କରି ବିଭିନ୍ନ ଭାଇମାନଙ୍କର ସ୍ତ୍ରୀମାନଙ୍କ ମଧ୍ୟରେ କଳହ ବା ଦ୍ବନ୍ଦ୍ବ ସୃଷ୍ଟି ହୋଇଥାଏ ।

ଫଳରେ ପରିବାରର ଶାନ୍ତ ବାତାବରଣ କଳୁଷିତ ହୋଇ ପରିବାର ବିଘଟନମୁଖୀ ହୋଇଥାଏ । ଆଉ ମଧ୍ୟ ଭିନ୍ନ ସ୍ବାର୍ଥ ଏବଂ ଆତ୍ମକୈନ୍ଦ୍ରିକ ମନୋଭାବର ତାରତମ୍ୟ ଯୋଗୁଁ ଭାଇ ଭାଇ ମଧ୍ୟରେ ସବୁବେଳ ପାଇଁ କଳହ ସୃଷ୍ଟି ହୋଇ ଯୌଥ ପରିବାରକୁ ଆଘାତପ୍ରାପ୍ତ କରିଥାଏ ।

(v) ଆଳସ୍ୟତା (Laziness) ବ୍ୟକ୍ତି ରୋଜଗାର କରୁ ବା ନ କରୁ ଯୌଥ ପରିବାର ତା’ର ସମସ୍ତ ସଦସ୍ୟମାନଙ୍କର ଭରଣପୋଷଣ ଦାୟିତ୍ଵ ବହନ କରିଥାଏ । ତେଣୁ କେତେକ ସଦସ୍ୟ ସେମାନଙ୍କ ପାଖରେ କାର୍ଯ୍ୟ କରିବାପାଇଁ ଯଥେଷ୍ଟ ସୁଯୋଗ ଥିଲେ ସୁଦ୍ଧା ସେହି ସୁଯୋଗର ସଦ୍ଵପଯୋଗ କରି ନଥାନ୍ତି । ଅନ୍ୟପକ୍ଷରେ ସେମାନେ ଅଳସୁଆମିରେ ଜୀବନ କଟାଇବାର ଲକ୍ଷ୍ୟ କରାଯାଇଥାଏ । ଏହା ଭାରତୀୟ ଯୌଥ ପରିବାରର ଏକ ପ୍ରଧାନ ଦୋଷତ୍ରୁଟି ଅଟେ ।

(vi) ଅନିୟନ୍ତ୍ରିତ ପ୍ରଜନନ (Uncontrolled reproduction)- ପିଲାମାନଙ୍କର ଲାଳନପାଳନ ଏବଂ ଶିକ୍ଷାଲାଭର ଦାୟିତ୍ଵ ଯୌଥ ପରିବାରର ଗୁରୁଦାୟିତ୍ଵ ରୂପେ ପରିଚିତ । ଫଳରେ କୌଣସି ସଦସ୍ୟ ପ୍ରଜନନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବାପାଇଁ ଇଚ୍ଛାପ୍ରକାଶ କରି ନଥାଏ । ସବୁ ସଦସ୍ୟଙ୍କର ପିଲାମାନଙ୍କ ପ୍ରତି ସମାନତା ଭାବ ପ୍ରକାଶ ପାଇଥାଏ । ତେଣୁ ସନ୍ତାନ ବୃଦ୍ଧିକୁ ନିୟନ୍ତ୍ରଣ କରିବାପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ କୌଣସି ସଦସ୍ୟ ଚିନ୍ତା କରନ୍ତି ନାହିଁ । ଏହା କେବଳ ପରିବାରର ସଦସ୍ୟ ସଂଖ୍ୟା ବୃଦ୍ଧିକରି ନଥାଏ, ପରନ୍ତୁ ସମାଜର ଜନସଂଖ୍ୟାକୁ ମଧ୍ୟ ଅତିମାତ୍ରାରେ ବୃଦ୍ଧି କରିବାପାଇଁ ସହାୟକ ହୋଇଥାଏ ।

CHSE Odisha Class 12 Sociology Unit 2 Long Answer Questions in Odia Medium

(vii) ଦାରିଦ୍ର୍ୟ (Poverty)- କ୍ରମାଗତ କଳହ ବା ଦ୍ବନ୍ଦ୍ବ, ଆଳସ୍ୟତା, ଅନିୟନ୍ତ୍ରତ ପ୍ରଜନନ ପ୍ରକ୍ରିୟା ପ୍ରଭୃତି ଯୌଥ ପରିବାରର ଅର୍ଥନୈତିକ ଅବସ୍ଥାକୁ ଦୁର୍ବଳ କରିଦିଏ । ଆଉ ମଧ୍ୟ ଯଦି ଦ୍ବନ୍ଦ୍ବ ଯୋଗୁଁ ସାଧାରଣ ସଂପତ୍ତିର ବିଭାଜନ ଘଟେ, ତେବେ ଏହାଦ୍ବାରା ଯୌଥ ପରିବାରର ଅର୍ଥନୈତିକ ମେରୁଦଣ୍ଡ ଦୁର୍ବଳ ହୋଇଥାଏ । ଅନେକ ସମୟରେ ସେହି ବିବାଦ ମାଲିମୋକଦ୍ଦମା ରୂପ ନେଇ ସଦସ୍ୟମାନଙ୍କୁ ସର୍ବସ୍ୱାନ୍ତ କରିଥାଏ । ଆଉ ମଧ୍ୟ ପରିବାର ମଧ୍ୟରେ ବୃଦ୍ଧବ୍ୟକ୍ତିର କଠୋର ଶୃଙ୍ଖଳାଦ୍ବାରା ଆବଦ୍ଧ ହୋଇ ଯୁବକମାନେ ଆତ୍ମନିର୍ଭରଶୀଳ ହୋଇପାରନ୍ତି ନାହିଁ, କିମ୍ବା ନୂତନ ଚିନ୍ତାଧାରରେ ଅନୁପ୍ରାଣିତ ହୋଇପାରନ୍ତି ନାହିଁ । ଏହିସବୁ ବ୍ରାଡ଼ିକ ଯୌଥ ପରିବାର ସଦସ୍ୟମାନଙ୍କର ନିମ୍ନମାନର ଜୀବନଧାରଣ ପାଇଁ ଦାୟୀ ଅଟେ ।

(viii) ସାମାଜିକ ପରିବର୍ତ୍ତନର ପ୍ରତିବନ୍ଧକ (Hindrance to social change) – ଯୌଥ ପରିବାର ସମାଜିକ ପରିବର୍ତ୍ତନ ଆଗରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ସଦସ୍ୟମାନେ ଏତେ ମାତ୍ରାରେ ରକ୍ଷଣଶୀଳ ଅଟନ୍ତି ଯେ, ସେମାନେ ସମାଜର କୌଣସି ପରିବର୍ତ୍ତନ ପ୍ରତି ଆଗ୍ରହ ପ୍ରକାଶ କରି ନ ଥା’ନ୍ତି । ପୁରାତନ ପ୍ରଥା, ପରମ୍ପରା ଏବଂ ଲୋକରୀତିର ବଶବର୍ତ୍ତୀ ହୋଇ ସେମାନେ ପୁରାତନ ସଂସ୍କୃତିକୁ ଛାଡ଼ି ନଥା’ନ୍ତି କିମ୍ବା ନୂତନ ସଂସ୍କୃତି ଏବଂ ମୂଲ୍ୟବୋଧକୁ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରି ନଥା’ନ୍ତି । ଫଳରେ ଯୌଥ ପରିବାର ବୈଜ୍ଞାନିକ ଉଦ୍ଭାବନ, ଆବିଷ୍କାର ଆଗରେ ଏକ ଶକ୍ତ ପ୍ରତିବନ୍ଧକଭାବେ କାର୍ଯ୍ୟ କରିଥାଏ ।

୬ । ଭାରତବର୍ଷରେ ଯୌଥ ପରିବାର ବିଘଟିତ ହୋଇଯାଉଛି କି ? ଆଲୋଚନା କର ।
Answer:
ହଁ, ଭାରତବର୍ଷରେ ଯୌଥ ପରିବାର ବ୍ୟବସ୍ଥା ବିଘଟିତ ହେବାରେ ଲାଗିଛି । ଏହି ବିଘଟନ ପାଇଁ ନିମ୍ନଲିଖୂତ କାରଣମାନ ଦାୟୀ ।

(1) ଶିଳ୍ପୀକରଣ- ଶିଳ୍ପୀକରଣ ପ୍ରକ୍ରିୟା ଆରମ୍ଭ ହେଲେ କଳକାରଖାନାଗୁଡ଼ିକର ଦ୍ରୁତ ପ୍ରସାର ଘଟିଥାଏ । ଏହାର ପ୍ରଭାବ ଫଳରେ ନୂତନ କର୍ମସଂସ୍ଥାନଗୁଡ଼ିକର ସୁଯୋଗ ସୃଷ୍ଟି ହୋଇଥାଏ । ଏହି ନୂତନ କର୍ମସଂସ୍ଥାନ, ଆୟର ପନ୍ଥା, ସୁବିଧା ସୁଯୋଗ ପ୍ରତିଷ୍ଠା ଇତ୍ୟାଦିରେ ପ୍ରଲୋଭିତ ହୋଇ ଗ୍ରାମ୍ୟ ସମୁଦାୟର ଯୌଥ ପରିବାରରେ ବାସ କରି ରହୁଥ‌ିବା ସଦସ୍ୟମାନେ କ୍ରମେ ଯୌଥ ପରିବାରକୁ ଛାଡି ଶିଳ୍ପାଞ୍ଚଳ ନିକଟବର୍ତ୍ତୀ ସ୍ଥାନରେ ରହିବା ଆରମ୍ଭ କରିଦିଅନ୍ତି, ଯାହା ଯୌଥ ପରିବାରରେ ବିଘଟନ ସୃଷ୍ଟି କରିଥାଏ ।

(2) ସହରୀକରଣ – ଶିଳ୍ପୀକରଣ ଓ ସହରୀକରଣ ପ୍ରକ୍ରିୟା ପରସ୍ପର ପରିପୂରକ । ଅର୍ଥାତ୍ ଶିଳ୍ପୀକରଣ ପ୍ରକ୍ରିୟା ସହରୀକରଣର ଓ ସହରୀକରଣ ପ୍ରକ୍ରିୟା ଶିଳ୍ପୀକରଣର ଜନ୍ମଦାତା । ଏଣୁ ଶିଳ୍ପୀକରଣ ପରି ସହରୀକରଣ ପ୍ରକ୍ରିୟା ମଧ୍ୟ ଯୌଥ ପରିବାର ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ । ସହରର ରଙ୍ଗବେରଙ୍ଗ ପରିବେଶ, ପରିବହନର ସୁବିଧାସୁଯୋଗ, ଶିକ୍ଷା, ସାସ୍ଥ୍ୟ ଓ କର୍ମସଂସ୍ଥାନର ସୁବିଧା, ଗ୍ରାମ୍ୟ ସମୁଦାୟର ଚାକଚକ୍ୟପ୍ରେମୀ ସଦସ୍ୟଙ୍କୁ ଆକୃଷ୍ଟ କରିଥାଏ, ଯଦ୍ବାରା ସେମାନେ ଗାଁ ଛାଡ଼ି ସହରରେ ବସବାସ କରିବାକୁ ଲାଗନ୍ତି । ଫଳତଃ ଯୌଥ ପରିବାରର ବିଘଟନ ପ୍ରକ୍ରିୟା ଆରମ୍ଭ ହୋଇଥାଏ ।

(3) ନାରୀଶିକ୍ଷା – ଭାରତୀୟ ସମାଜରେ ନାରୀଶିକ୍ଷାର ପ୍ରସାର ଫଳରେ ନାରୀମାନଙ୍କର ପ୍ରସ୍ଥିତିରେ ଯଥେଷ୍ଟ ଉନ୍ନତି ଘଟିଅଛି । ସେମାନେ ପୂର୍ବ ଭଳି ଆଉ ପୁରୁଷମାନଙ୍କଦ୍ୱାରା ନିୟନ୍ତ୍ରତ ହୋଇ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇ ନରହି ଅଧିକ ଆତ୍ମନିର୍ଭରଶୀଳ ହେବାରେ ଲାଗିଲେଣି । କ୍ରମଶଃ ନିଜ ନିଜର କର୍ତ୍ତବ୍ୟ ଓ ଅଧିକାର ବିଷୟରେ ସଚେତନ ହୋଇ ଯୌଥପରିବାରର ନିର୍ଯାତନା ଓ ଅନ୍ୟାୟକୁ ଦୃଢ଼ ଭାବରେ ବିରୋଧ କରୁଛନ୍ତି । ଫଳସରୂପ ପାରିବାରିକ ମତପାର୍ଥକ୍ୟ ସୃଷ୍ଟି ହୋଇ ଯୌଥ ପରିବାରରେ ବିଘଟନ ସୃଷ୍ଟି ହେଉଛି ।

(4) ପାଶ୍ଚାତ୍ୟ ଓ ସଂସ୍କୃତିର ପ୍ରଭାବ – ପାଶ୍ଚାତ୍ୟ ସମାଜ ଓ ଭାରତୀୟ ସମାଜ ମଧ୍ୟରେ ଦୀର୍ଘଦିନର ସଂପର୍କ ଫଳରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ଭାରତୀୟମାନଙ୍କର ବେଶଭୂଷା, ଚାଲିଚଳନ ଓ ଚିନ୍ତାଧାରାକୁ ବିଶେଷଭାବେ ପ୍ରଭାବିତ କରିଅଛି । ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଯୌଥ ପରିବାରର ସଦସ୍ୟମାନେ ବ୍ୟକ୍ତି ସ୍ବାଧୀନତାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଆଗଭଳି ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ଯଥାମାନ୍ୟ ଦିଆଯାଉନାହିଁ । ବ୍ୟକ୍ତିବାଦ ଓ ସାଧୀନ ମନୋଭାବ ପରିବାରରେ ବୃଦ୍ଧି ପାଇବାରେ ଲାଗିଛି ।

ଯୌଥ ପରିବାରର ସଦସ୍ୟମାନେ ପାଶ୍ଚାତ୍ୟ ସମାଜର ଏକକ ପରିବାରକୁ ଆଦର୍ଶ ମନେକରି ଯୌଥ ପରିବାରଠାରୁ ଦୂରେଇ ଯାଇ ଏକକ ପରିବାର ଗଠନ କରିବାକୁ ଅଧିକ ମନ ବଳାଉଛନ୍ତି ଓ ପାଶ୍ଚାତ୍ୟ ସମାଜର ଛାଡ଼ପତ୍ର ବ୍ୟବସ୍ଥାକୁ ସ୍ବାଗତ କରି ଯୌଥ ପରିବାରକୁ ଖଣ୍ଡ ବିଖଣ୍ଡିତ କରି ପକାଉଛନ୍ତି ।

(5) କୁଟୀର ଶିଳ୍ପର ବିଲୟ – ବୃହତ୍ ଶିଳ୍ପର ବିକାଶ କୁଟୀର ଶିଳ୍ପର ବିଲୟ ପାଇଁ ଦାୟୀ । ଗାଁଗଣ୍ଡାରେ କୃଷି ଅତିରିକ୍ତ ଜୀବିକା ନିର୍ବାହର ମୁଖ୍ୟ ସାଧନ ଥିଲା କୁଟୀର ଶିଳ୍ପ । ଏହି କୁଟୀର ଶିଳ୍ପଗୁଡିକ ବୃହତ୍ ଶିଳ୍ପ ସହ ପ୍ରତିଯୋଗିତା କରି ନ ପାରି ଧୀରେ ଧୀରେ ବନ୍ଦ ହେବାରେ ଲାଗିଛି । ଏଣୁ ଯେଉଁମାନେ ଏଇ ଶିଳ୍ପ ଉପରେ ନିର୍ଭର କରୁଥିଲେ, ସେମାନେ ବେକାର ହୋଇ ଗ୍ରାମ ଛାଡ଼ି କାର୍ଯ୍ୟ ଅନ୍ଵେଷଣରେ ସହରାଞ୍ଚଳକୁ ବାହାରି ଯାଉଛନ୍ତି ଏବଂ ନିଜର ପିଲାଛୁଆଙ୍କୁ ଧରି ସେଠାରେ ବସବାସ କରିବାରେ ଲାଗିଛନ୍ତି । ଫଳତଃ ଯୌଥ ପରିବାରରେ ବିଘଟନ ସୃଷ୍ଟି ହେଉଛି ।

(6) ପାରିବାରିକ କଳହ – ଯୌଥ ପରିବାରରେ ମନୋମାଳିନ୍ୟ ମୁଖ୍ୟତଃ ସ୍ତ୍ରୀମାନଙ୍କର ଈର୍ଷାଭାବ ପରଶ୍ରୀକାତରତାରୁ କଳୁଷିତ କରିଦେଇଥାଏ । ଏହି କଳହ ବେଳେବେଳେ ଏପରି ରୂପ ନେଇଥାଏ ଯେ, ଯୌଥ ପରିବାରକୁ ସୁସଙ୍ଗଠିତ ରଖୁବା ସମ୍ଭବପର ହୋଇନଥାଏ । ଫଳତଃ ଏହା କ୍ଷୁଦ୍ର କ୍ଷୁଦ୍ର ଏକକ ପରିବାରରେ ଭାଗ ଭାଗ ହୋଇଯାଇଥାଏ ।

(7) ନୂତନ ଓ ସାମାଜିକ ଆଇନ – ଭାରତୀୟ ସମାଜରେ ସ୍ବାଧୀନତା ପରବର୍ତ୍ତୀ ସମୟଠାରୁ ୧୯୫୫ମସିହାର ହିନ୍ଦୁ ବିବାହ ଆଇନ, ୧୯୫୬ ମସିହା ହିନ୍ଦୁ ଉତ୍ତରାଧୁକାରୀ ଆଇନ, ୧୯୬୧ ମସିହାର ଯୌତୁକ ନିରୋଧ ଆଇନ ଇତ୍ୟାଦି ଯୌଥ ପରିବାରକୁ ବହୁଳ ଭାବରେ ପ୍ରଭାବିତ କରିଅଛି । ଉଦାହରଣସ୍ୱରୂପ, ହିନ୍ଦୁ ବିବାହ ଆଇନ ବିବାହିତ ମହିଳାଙ୍କୁ କେତେକ ସତନ୍ତ୍ର ସୁବିଧା ପ୍ରଦାନ କରି ଛାଡ଼ପତ୍ର ପାଇଁ ଅଧିକାର ଦେଇଅଛି ।

ସେହିପରି ହିନ୍ଦୁ ଉତ୍ତରାଧିକାରୀ ଆଇନ ବଳରେ ଯୌଥ ପରିବାରର କୋଠସମ୍ପତ୍ତି ମଧ୍ୟରୁ ବ୍ୟକ୍ତି ନିଜର ସତ୍ଵକୁ ଅଲଗା କରିଦେଇପାରୁଛି । ଫଳତଃ ଯୌଥ ପରିବାର ବିଘଟିତ ହେବାରେ ଲାଗିଛି ।

୭ । ହିନ୍ଦୁ ଯୌଥ ପରିବାରରେ ଅଧୁନା ପରିବର୍ତ୍ତନମାନ ବର୍ଣ୍ଣନା କର ।
Answer:
ବିଭିନ୍ନ ସମାଜ ବିଜ୍ଞାନବିତ୍‌ମାନେ ଯୌଥ ପରିବାରର ଅନେକ ସଂଜ୍ଞା ପ୍ରଦାନ କରିଛନ୍ତି । ଶ୍ରୀମତୀ ଇରାବତୀ କାର୍ଭେଙ୍କ ‘‘ ଯୌଥ ପରିବାର ହେଉଛି, ସାଧାରଣତଃ ଗୋଟିଏ ଛାତତଳେ ରହୁଥିବା, ଏକା ରୋଷେଇରେ ଖାଉଥ‌ିବା, ସାମୂହିକଭାବରେ ସମ୍ପଭିବାଡ଼ିର ଭୋଗଦଖଲ କରୁଥିବା, ମିଳିମିଶି ପୂଜା ଅର୍ଚ୍ଚନା କରୁଥିବା ଏବଂ ଏକ ନିର୍ଦ୍ଦିଷ୍ଟ ଜ୍ଞାତି ସମ୍ବନ୍ଧରେ ସମ୍ବନ୍ଧିତ ହୋଇଥିବା ଏକ ସମୂହ ।’’
ପରିବର୍ତ୍ତନ ପ୍ରକୃତିର ଏକ ସାର୍ବଜନୀନ ନିୟମ । ସୃଷ୍ଟିର ଆରମ୍ଭରୁ ଅଦ୍ୟାବଧୂ ଏହି ନିୟମ ଅହରହଭାବେ ଗତିକରି ଚାଲିଛି ।

ଯେପରି ମନୁଷ୍ୟ ଶିଶୁଟିଏ ହୋଇ ଜନ୍ମ ହୁଏ ଏବଂ କାଳକ୍ରମେ କିଶୋର, ଯୁବାବସ୍ଥା ଏବଂ ବୃଦ୍ଧାବସ୍ଥାରେ ପଦାର୍ପଣ କରେ । ସେହିପରି ପ୍ରତ୍ୟେକ ସଂଘ ସଂଗଠନ ତଥା ଅନୁଷ୍ଠାନର ଅହରହ ପରିବର୍ତ୍ତନ ଘଟିଥାଏ । ସାମାଜିକ ପରିବର୍ତ୍ତନ ସ୍ରୋତରେ ଭାସିଯାଇ ମାନବକୃତ ପରିବାରର ଅଭୂତପୂର୍ବ ପରିବର୍ତ୍ତନ ଘଟିଛି । ଯେଉଁ କାର୍ଯ୍ୟ ପାଇଁ ପରିବାର ଏକ ନୈସର୍ଗିକ, ଚିରନ୍ତନ, ଶାଶ୍ୱତ ଓ ଅତ୍ୟାବଶ୍ୟକ ଅନୁଷ୍ଠାନ ରୂପେ ବିଦିତ ହେଉଥିଲା, ସେଗୁଡ଼ିକର ଦ୍ରୁତ ପରିବର୍ତ୍ତନ ହୋଇଅଛି । ନିମ୍ନରେ ଯୌଥ ପରିବାରର ପ୍ରକାର୍ଯ୍ୟ ପରିବର୍ତ୍ତନକୁ ଆଲୋଚନା କରାଗଲା ।

(୧) ସ୍ଵାସ୍ଥ୍ୟଗତ ପ୍ରକାର୍ଯ୍ୟରେ ପରିବର୍ତ୍ତନ (Change in Hygienic Function)- ପୂର୍ବକାଳରେ ପରିବାର ଏହାର ସମସ୍ତ ସଦସ୍ୟମାନଙ୍କର ସ୍ବାସ୍ଥ୍ୟର ଯତ୍ନ ନେଉଥିଲା; ମାତ୍ର ଆଜି ପରିବାରଭୁକ୍ତ ସଦସ୍ୟମାନଙ୍କର ସ୍ଵାସ୍ଥ୍ୟ ଚିନ୍ତା, ପରିବାରର ଚିନ୍ତା ହୋଇ ରହିନାହିଁ । ଡାକ୍ତରଖାନା, ମାତୃମଙ୍ଗଳ କେନ୍ଦ୍ର, କ୍ଲିନିକ୍, ଅଙ୍ଗନବାଡ଼ି, ସେବାସଦନ, ଅନାଥାଶ୍ରମ ଆଦି ବ୍ୟକ୍ତିର ସ୍ବାସ୍ଥ୍ୟରକ୍ଷାପାଇଁ କାର୍ଯ୍ୟ କରୁଅଛି । ପୂର୍ବେ ପରିବାରରେ ଜ୍ଞାତିବର୍ଗଙ୍କଦ୍ବାରା ଶିଶୁର ଯତ୍ନ ନିଆଯାଉଥିଲା; କିନ୍ତୁ ବର୍ତ୍ତମାନ ଗୃହର ଧାତ୍ରୀମାନଙ୍କଦ୍ୱାରା ଶିଶୁର ଯତ୍ନ ନିଆଯାଉଛି ।

ପରିବାର ପରିବର୍ତ୍ତେ ଡାକ୍ତରଖାନାରେ ନିଯୁକ୍ତ ଥ‌ିବା ଡାକ୍ତର, ନର୍ସ, ଧାଈ ପ୍ରଭୃତି ରୋଗୀର ସେବା ଶୁଶ୍ରୂଷା କରୁଛନ୍ତି । ତେଣୁ ପରିବାରର ଆତ୍ମୀୟ ସ୍ୱଜନଙ୍କ ସେବା ଉପରେ ନିର୍ଭର କରିବା ଯୁଗ ଆଉ ନାହିଁ ।

CHSE Odisha Class 12 Sociology Unit 2 Long Answer Questions in Odia Medium

(୨) ଶିକ୍ଷାଗତ ପ୍ରକାର୍ଯ୍ୟରେ ପରିବର୍ତ୍ତନ (Change in Educational Function) ପୂର୍ବେ ଯୌଥ ପରିବାର ଶିକ୍ଷାର କେନ୍ଦ୍ରସ୍ଥଳୀ ଥିଲା । ବ୍ୟକ୍ତି ପରିବାରରୁ ତା’ର ପ୍ରାଥମିକ ଶିକ୍ଷା ଲାଭ କରୁଥିଲା, କିନ୍ତୁ ବର୍ତ୍ତମାନ ପରିବାର ଶିକ୍ଷାଦାନର ପ୍ରାଥମିକ ସ୍ଥଳୀ ହୋଇ ରହିନାହିଁ । ଶିଶୁ ପରିବାରରୁ ଶିକ୍ଷା ନ ପାଇ ସ୍କୁଲ, କଲେଜରୁ ଶିକ୍ଷା ଆରମ୍ଭ କରିଛି । ଶିଶୁର ଧନ୍ଦା ଓ ବୃତ୍ତିମୂଳକ କାର୍ଯ୍ୟ ସ୍କୁଲ, କଲେଜ ଉପରେ ନ୍ୟସ୍ତ ରହିଛି । ପିଲାମାନଙ୍କୁ ଉଚିତ ମାର୍ଗରେ ପରିଚାଳିତ କରିବାପାଇଁ ଏବଂ ଶିକ୍ଷା ଦେବା ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ, ପାଠ୍ୟପୁସ୍ତକ ଏବଂ ସମାଜସେବକମାନଙ୍କ ଭୂମିକା ବୃଦ୍ଧି ପାଇଛି । ଆଧୁନିକ ଯୁଗରେ ଟିଭି, ଟେପ୍ ରେକର୍ଡର, ଚଳଚ୍ଚିତ୍ର ପ୍ରଭୃତି ଗଣମାଧ୍ୟମ ଓ ଯୋଗାଯୋଗ ବ୍ୟବସ୍ଥାଦ୍ୱାରା ଶିଶୁମାନେ ସ୍ବାଧୀନଭାବେ ଗୃହରେ ଶିକ୍ଷାଲାଭ କରିପାରୁଛନ୍ତି ।

(୩) ଅର୍ଥନୈତିକ ପ୍ରକାର୍ଯ୍ୟରେ ପରିବର୍ତ୍ତନ (Change in Economic Function) ପାରମ୍ପରିକ ପରିବାର ଉତ୍ପାଦନ, ଉପଭୋଗ ଏବଂ ବଣ୍ଟନରେ କେନ୍ଦ୍ରସ୍ଥଳୀ ଥିଲା । ପରିବାର ଆବଶ୍ୟକ ଦ୍ରବ୍ୟକୁ ଉତ୍ପାଦନ ଏବଂ ବ୍ୟବହାର କରୁଥିଲା; କିନ୍ତୁ ବର୍ତ୍ତମାନ ପରିବାର ଉତ୍ପାଦନକାରୀ ସଂସ୍ଥା ନହୋଇ ଉପଭୋଗକାରୀ ସଂସ୍ଥାରେ ପରିଣତ ହୋଇଛି । ସଦସ୍ୟମାନଙ୍କର ଅତ୍ୟାବଶ୍ୟକ ପଦାର୍ଥ ପରିବାର ମଧ୍ୟରେ ପ୍ରସ୍ତୁତ ହେଉନାହିଁ, ଏପରିକି ରନ୍ଧନ କ୍ରିୟା ପରିବାରରେ ନ ହୋଇ ହୋଟେଲ ଓ ଜଳଖୁଆ ଦୋକାନ ଆଦିରୁ ଖାଦ୍ୟ ଅଣାଯାଉଛି।

ଗୃହ ମଧ୍ୟରେ ଲୁଗାପଟା ସଫା ନ ହୋଇ ଧୋବାର ଲକ୍ଷ୍ମୀରେ ସଫା କରାଯାଉଛି । ଏହାଫଳରେ ସ୍ତ୍ରୀମାନଙ୍କର ଦାୟିତ୍ଵ କମିଯାଉଛି । ବର୍ତ୍ତମାନ ପରିବାରର ସଦସ୍ୟଗଣ ସାମୂହିକଭାବେ କାର୍ଯ୍ୟ ସମ୍ପାଦନ କରୁନାହାନ୍ତି । ନୂତନ ବଂଶଧରମାନେ ପରିବାରର କୌଳିକ ବୃତ୍ତିକୁ ପରିତ୍ୟାଗ କରି ସେମାନଙ୍କର ଇଚ୍ଛାମୁତାବକ ବିଭିନ୍ନ ବ୍ୟବସାୟକୁ ଗ୍ରହଣ କରୁଛନ୍ତି । ସର୍ବୋପରି ପରିବାର ପୁରାକାଳର ଯେଉଁ ଅର୍ଥନୈତିକ ପ୍ରକାର୍ଯ୍ୟ ସମ୍ପାଦନ କରୁଥିଲା; ବର୍ତ୍ତମାନ ସେଥୁରେ ପରିବର୍ତ୍ତନ ଆସିଛି ।

(୪) ଧାର୍ମିକ ପ୍ରକାର୍ଯ୍ୟରେ ପରିବର୍ତ୍ତନ (Change in Religious Function)- ପୁରାତନ ପରିବାର ବିଭିନ୍ନ ଧାର୍ମିକ କାର୍ଯ୍ୟମାନ ସଂପାଦନ କରୁଥିଲା । ପୂର୍ବ ପ୍ରଥାନୁଯାୟୀ ମୂର୍ତ୍ତିପୂଜା, ପ୍ରାର୍ଥନା, ଧର୍ମଚର୍ଚ୍ଚା, ମେଳା ଓ ମହୋତ୍ସବ ଆଦି ପରିବାରର ଧର୍ମକାର୍ଯ୍ୟରେ ଅନ୍ତର୍ଭୁକ୍ତ ଥୁଲା; ମାତ୍ର ଆଧୁନିକ ବିଜ୍ଞାନ ଯୁଗରେ ଲୋକେ ଏହାକୁ କୁସଂସ୍କାର ବୋଲି କହି ଉପହାସ କରୁଛନ୍ତି । ଧର୍ମ ଆଉ ଅମୂଲ୍ୟ ଧନ ହୋଇନାହିଁ । ଧର୍ମଧାରଣା ଦୂର ହୋଇ ଧର୍ମନିରପେକ୍ଷତା ଅବଲମ୍ବନ କରାଗଲାଣି ।

(୫) ଚିତ୍ତବିନୋଦନ ପ୍ରକାର୍ଯ୍ୟରେ ପରିବର୍ତ୍ତନ (Change in the Recreational Function)- ପ୍ରାଚୀନ ପରିବାର ଚିତ୍ତବିନୋଦନର କେନ୍ଦ୍ରସ୍ଥଳୀ ଥିଲା; କିନ୍ତୁ ବର୍ତ୍ତମାନ ଯୁଗରେ ସଦସ୍ୟମାନେ ସିନେମା, କ୍ଲବ୍, ବଣଭୋଜି, କ୍ରିୟାନୁଷ୍ଠାନ ଓ ବିଭିନ୍ନ ସ୍ଥାନ ଭ୍ରମଣ କରି ମନ ପରିବର୍ତ୍ତନ କରୁଅଛନ୍ତି । ତେଣୁ ଆଧୁନିକ ଯୁଗରେ ପରିବାରରେ ସମସ୍ତ ଚିତ୍ତବିନୋଦନ କାର୍ଯ୍ୟରେ ଦ୍ରୁତ ପରିବର୍ତ୍ତନ ଘଟୁଛି ।

(୬) ସାମାଜିକୀକରଣ ପ୍ରକାର୍ଯ୍ୟରେ ପରିବର୍ତ୍ତନ (Change in the Socialisation Function)- ପୁରାତନ କାଳରେ ସାମାଜିକୀକରଣ ପରିବାରର ଏକ ମୁଖ୍ୟ କାର୍ଯ୍ୟ ଥିଲା । ଶିଶୁମାନେ ପିତାମାତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲାଳିତପାଳିତ ହେଉଥିଲେ; କିନ୍ତୁ ବର୍ତ୍ତମାନ କେତେକାଂଶରେ ପରିବାରର ଏହି ପ୍ରକାର୍ଯ୍ୟରେ ପରିବର୍ତ୍ତନ ଘଟିଛି । ଦ୍ରୁତ ଉଦ୍ୟୋଗୀକରଣ ଏବଂ ନଗରୀକରଣର ପ୍ରଭାବ ଫଳରେ ବିଭିନ୍ନ କର୍ମସଂସ୍ଥା ସୃଷ୍ଟି ହୋଇଛି ଏବଂ ନାରୀମାନଙ୍କର ସାମାଜିକ ପ୍ରସ୍ଥିତିରେ ପରିବର୍ତ୍ତନ ଘଟିଛି ।

ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବେ ଶିଶୁର ଲାଳନାପାଳନ ଦାୟିତ୍ଵ ସଂପୂର୍ଣ୍ଣରୂପେ ଜନନୀ ଉପରେ ନ୍ୟସ୍ତ ଥିଲା । ମାତ୍ର ବର୍ତ୍ତମାନ ମା’ ବଦଳରେ ଧାଈମା’ ସେହି କାର୍ଯ୍ୟ ତୁଲାଇ ପାରୁଛି । ପରିବାର ପରିବର୍ତ୍ତେ ପାଶ୍ଚାତ୍ୟ ଦେଶମାନଙ୍କରେ ନର୍ସରୀ ସ୍କୁଲ, କିଣ୍ଡରଗାର୍ଟନ ସ୍କୁଲ, ମଣ୍ଟୋସରୀ ସ୍କୁଲ ପ୍ରଭୃତି ମାଧ୍ୟମରେ ଶିଶୁର ଯତ୍ନ ଯଥା ଲାଳନପାଳନ ଦାୟିତ୍ୱ ବହନ କରାଯାଉଅଛି ।

(୭) ପ୍ରତିରକ୍ଷାମୂଳକ ପ୍ରକାର୍ଯ୍ୟରେ ପରିବର୍ତ୍ତନ (Change in the Protective function)- ପାରମ୍ପରିକ ସମାଜରେ ପରିବାର ବ୍ୟକ୍ତିର ରକ୍ଷାକବଚ ସଦୃଶ କାର୍ଯ୍ୟ କରୁଥିଲା । ଦୁର୍ଦ୍ଦିନରେ ବ୍ୟକ୍ତିର ଏକମାତ୍ର ସାହା ଭରସାର ସ୍ଥାନ ଥିଲା ପରିବାର; କିନ୍ତୁ ବର୍ତ୍ତମାନ ରାଷ୍ଟ୍ର ବୃଦ୍ଧି ତଥା ଅକର୍ମଣ୍ୟ ବ୍ୟକ୍ତିଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କରିଛି । ବ୍ୟକ୍ତିମାନଙ୍କୁ ବିନା ମୂଲ୍ୟରେ ଡାକ୍ତରୀ ଔଷଧ ଯୋଗାଇ ଦିଆଯାଉଅଛି । ବେକାରୀମାନଙ୍କ କର୍ମସଂସ୍ଥାନ ବ୍ୟବସ୍ଥା କରାଯାଇଛି । ଏହିପରି ଜନମଙ୍ଗଳ ରାଷ୍ଟ୍ରରେ ପ୍ରତିରକ୍ଷାମୂଳକ ବ୍ୟବସ୍ଥା ଫଳରେ ବ୍ୟକ୍ତି ମଧୁମୟ ଜୀବନ ଅତିବାହିତ କରିପାରୁଛି ।

ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ପାରମ୍ପରିକ ପରିବାରର ସମସ୍ତ ପ୍ରକାର୍ଯ୍ୟରେ ଦ୍ରୁତ ପରିବର୍ତ୍ତନ ଘଟୁଛି । ପରିବାରର ଅନେକ କାର୍ଯ୍ୟ ସଂସ୍ଥାଦ୍ବାରା ସମାହିତ ହେଉଅଛି । ମାତ୍ର ଏହା ନିଃସନ୍ଦେହରେ କୁହାଯାଇପାରେ ଯେ ଶିଶୁର ଯତ୍ନ ଏବଂ ଲାଳନପାଳନରେ ମାଆର ଭୂମିକା ଅନ୍ୟାନ୍ୟ ବାହ୍ୟ ସଂସ୍ଥାଠାରୁ ଯଥେଷ୍ଟ ଅଧିକ ଅଟେ । ସେହିପରି ସ୍ବାମୀ ଓ ସ୍ତ୍ରୀର ଯୌନତୃଷା ପରିବାର ଅପେକ୍ଷା ଅନ୍ୟ କୌଣସି ବାହ୍ୟ ସଂସ୍ଥା ଉତ୍ତମ ରୂପେ ପୂରଣ କରିପାରିବ ନାହିଁ । ତେବେ ଯୌଥ ପରିବାରର ପ୍ରକାର୍ଯ୍ୟରେ ଯେତେ ପରିବର୍ତ୍ତନ ଘଟିଲେ ମଧ୍ୟ ଏହା ବ୍ୟକ୍ତିର ଜୀବନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଅଛି।

୮ । ଗ୍ରାମ ସମୁଦାୟର ସଂଜ୍ଞା ପ୍ରଦାନ କର ଓ ଏହାର ଲକ୍ଷଣଗୁଡ଼ିକ ଆଲୋଚନା କର ।
Answer:
ଗ୍ରାମ ସମୁଦାୟର ସଂଜ୍ଞା ନିରୂପଣ କରିବା କଷ୍ଟସାଧ୍ୟ; ତଥାପି କେତେକ ସମାଜବିଜ୍ଞାନୀ କେତେକ ବୈଶିଷ୍ଟ୍ୟ ଆଧାରରେ ଏହାର ସଂଜ୍ଞା ପ୍ରଦାନ କରିଛନ୍ତି ।
ମରିଲ୍ ଏବଂ ଏଲରିଙ୍କ ମତରେ ‘ସାଧାରଣ ହିତରେ ଭାଗ ନେଉଥ‌ିବା ବ୍ୟକ୍ତବିଶେଷ ଓ ଅନେକ ଅନୁଷ୍ଠାନଦ୍ୱାରା ସମାବେଶିତ ଏକ କ୍ଷୁଦ୍ର କେନ୍ଦ୍ର ହେଉଛି ଗ୍ରାମ୍ୟ ସମୁଦାୟ ।’’

ଭାରତୀୟ ଗ୍ରାମ୍ୟ ସମୁଦାୟର ଲକ୍ଷଣ :
ଭାରତୀୟ ଗ୍ରାମ୍ୟ ସମୁଦାୟର ବିବିଧ ଲକ୍ଷଣ ବା ବୈଶିଷ୍ଟ୍ୟଗୁଡିକ ମଧ୍ୟରୁ କେତୋଟି ନିମ୍ନରେ ଉଲ୍ଲେଖ କରାଗଲା ।

(i) ନିର୍ଦ୍ଦିଷ୍ଟ ଅଞ୍ଚଳ- ପ୍ରତ୍ୟେକ ଗ୍ରାମ୍ୟ ସମୁଦାୟର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ବା ସୀମାରେଖା ଥାଏ । ଏହି ସୀମାରେଖା ମଧ୍ଯରେ ବସବାସ କରୁଥିବା ଲୋକମାନେ ଗୋଟିଏ ନିର୍ଦ୍ଦିଷ୍ଟ ନାଁରେ ପରିଚିତ ଥାଆନ୍ତି । ଏହି ନିର୍ଦ୍ଦିଷ୍ଟ ସୀମା ଓ ନିର୍ଦ୍ଦିଷ୍ଟ ନାଁ ସେମାନଙ୍କୁ ଏକ ଆବେଗାତ୍ମକ ବନ୍ଧନରେ ବାନ୍ଧି ରଖୁଥାଏ ।

(ii) ଛୋଟ ଆକାର – ଅନ୍ୟ ସମୁଦାୟଗୁଡ଼ିକ ତୁଳନାରେ ଗ୍ରାମ୍ୟ ସମୁଦାୟର ଆକାର ଛୋଟ । ଭାରତର ପ୍ରାୟ ୫.୭୬ ଲକ୍ଷ ଗାଁ ଅଛି । ଏହି ଗାଁଗୁଡ଼ିକ ମଧ୍ୟରୁ ପ୍ରାୟ ଶତକଡ଼ା ୭୦ ଭାଗର ଲୋକସଂଖ୍ୟା ଏକ ହଜାରରୁ କମ୍ । ଏଥୁରୁ ଭାରତୀୟ ଗ୍ରାମ ସମୁଦାୟର ଆକାର ସ୍ପଷ୍ଟ ଅନୁମେୟ ।

(iii) ଜନସଂଖ୍ୟାର କମ୍ ଘନତ୍ବ – ଗ୍ରାମ୍ୟ ସମାଜରେ ସହର ପରି ଘନ ଜନବସତି ଦେଖାଯାଏ ନାହିଁ । ଗାଁର ଲୋକଙ୍କ ପାଖରେ ଜମିର ଅଭାବ ନ ଥାଏ । ଏଣୁ ଲୋକମାନେ ମୁକ୍ତ ଭାବରେ ନିଜ ନିଜ ଗୃହ କରିବାପାଇଁ ଯଥେଷ୍ଟ ସ୍ଥାନ ପାଇଥା’ନ୍ତି |

(iv) ପ୍ରକୃତି ସହ ଘନିଷ୍ଠତା – ଗ୍ରାମବାସୀମାନେ ପ୍ରକୃତିର କୋଳରେ ଜନ୍ମ ନେଇଥା’ନ୍ତି ଏବଂ ମରିଥା’ନ୍ତି । ଖୋଲା ଓ ବିଶୁଦ୍ଧ ପବନ, ପାଣି, ଆଲୁଅ, ଅନ୍ଧାର, ଥଣ୍ଡା, ଗରମ ସାଙ୍ଗକୁ ସ୍ବଚ୍ଛ ବାତାବରଣ, ଗଛଲତା, ପଶୁପକ୍ଷୀ ଇତ୍ୟାଦି ଘେରା ପରିବେଶ ସହିତ ସେମାନେ ଘନିଷ୍ଠ ଭାବରେ ସମ୍ବନ୍ଧିତ । ଏହିପରି ସେମାନଙ୍କର ଜୀବନଯାପନ ସମ୍ପୂର୍ଣ୍ଣ ଭାବରେ ପ୍ରକୃତି ଉପରେ ନିର୍ଭରଶୀଳ ।

(v) ପ୍ରାଥମିକ ସମ୍ପର୍କ – ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଦୀର୍ଘଦିନ ବସବାସ କରିବା ଫଳରେ ଗ୍ରାମ୍ୟ ସମୁଦାୟର ଲୋକମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ମୁହାଁମୁହିଁ ସମ୍ପର୍କରୁ ଘନିଷ୍ଠତା ବଢ଼ିଚାଲେ । ବ୍ୟକ୍ତିଗତ ସମ୍ପର୍କ ଫଳରେ ସେମାନେ କୃତ୍ରିମ ସମ୍ପର୍କରୁ ଦୂରେଇ ରହି ପାରସ୍ପରିକ ସହଯୋଗ ଓ ପ୍ରାଥମିକ ସମ୍ପର୍କରେ ବାନ୍ଧି ହୋଇ ରହିଥା’ନ୍ତି ।

(vi) ସମଜାତୀୟତା – ଭାରତୀୟ ଗ୍ରାମରେ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଲୋକମାନଙ୍କ ଚାଲିଚଳନ, ଖାଦ୍ୟପାନୀୟ, ଆଶ୍ରୟର ବ୍ୟବହାର, ବିଶ୍ଵାସ, ମନୋବୃତ୍ତି, କାର୍ଯ୍ୟ କରିବାର ଶୈଳୀ, ପୂଜାପାର୍ବଣ ପାଳନ ବିଧ୍ ଇତ୍ୟାଦିରେ ଅନେକ ସମାନତା ଦେଖାଯାଏ ।

CHSE Odisha Class 12 Sociology Unit 2 Long Answer Questions in Odia Medium

(vi) ଈଶ୍ବର ଏବଂ ଧର୍ମ ଉପରେ ବିଶ୍ବାସ – ଗ୍ରାମବାସୀମାନେ ସାଧାରଣତଃ ଧର୍ମପରାୟଣ । ଧର୍ମ ସେମାନଙ୍କର ଜୀବନର କେନ୍ଦ୍ରବିନ୍ଦୁ । ସେମାନଙ୍କର ଦୈନନ୍ଦିନ ଜୀବନର ଅନେକ କ୍ରିୟା ଧର୍ମରୁ ଅଲଗା ହୋଇ ଧର୍ମବିଶ୍ଵାସ ଓ କ୍ରିୟାରେ ଶେଷ ହୋଇଥାଏ । ସେମାନେ ଐଶ୍ଵରୀୟ ଶକ୍ତିକୁ ଆଦର, ଭୟ ଏବଂ ଶ୍ରଦ୍ଧା ଦୃଷ୍ଟିରେ ଦେଖୁଥା’ନ୍ତି ଏବଂ ଏହା ସମ୍ମୁଖରେ ନତମସ୍ତକ ହୋଇଥା’ନ୍ତି । ପାପପୁଣ୍ୟ, ସ୍ଵର୍ଗନର୍କ, ଭଲମନ୍ଦ ଇତ୍ୟାଦି ସେମାନଙ୍କର ଜୀବନକୁ ପ୍ରଭାବିତ କରିଥାଏ ।

(viii) ନିରକ୍ଷରତା – ଗ୍ରାମର ଅଧିକାଂଶ ଲୋକ ଅଶିକ୍ଷିତ । ବିଭିନ୍ନ କାରଣରୁ ଗ୍ରାମବାସୀମାନଙ୍କର ଶିକ୍ଷା ପ୍ରତି ବିମୁଖତା ଦେଖାଯାଇଥାଏ । ଆମେ ଶିକ୍ଷାଗତ ସୁବିଧା ଗାଆଁ ପାଖାପାଖୁ ଅଞ୍ଚଳରେ ନ ଥିବାରୁ ନିରକ୍ଷରତାର ମାତ୍ରା ଅଧିକ ଥିଲା । ଆଜିକାଲି ଏହି କ୍ଷେତ୍ରରେ ଅନେକ ପରିବର୍ତ୍ତନ ସତ୍ତ୍ଵେ ନିରକ୍ଷରତା ହାରରେ ସେତେ ଆଦୃଶିଆ ପରିବର୍ତ୍ତନ ଘଟିନାହିଁ ।

(ix) ଅନ୍ଧବିଶ୍ବାସ- ନିରକ୍ଷରତା, ଭାଗ୍ୟବାଦିତା ଓ ଈଶ୍ବରଙ୍କ ଉପରେ ପ୍ରଗାଢ଼ ବିଶ୍ବାସ ଯୋଗୁଁ ଗ୍ରାମବାସୀମାନେ ଅନେକ ଅନ୍ଧବିଶ୍ଵାସରେ ବୁଡ଼ି ରହିଥା’ନ୍ତି । ଅନେକ ଗ୍ରାମବାସୀ ରୋଗବୈରାଗରୁ ମୁକ୍ତିଲାଭ ପାଇଁ ଈଶ୍ଵରଙ୍କୁ ପୂଜା ଓ ଝଡ଼ା-ଫୁଙ୍କାରେ ଅଧିକ ବିଶ୍ଵାସ ରଖୁ’ନ୍ତି ।

(x) ଆତ୍ମନିର୍ଭରଶୀଳତା – ଭାରତୀୟ ଗ୍ରାମଗୁଡିକ ସ୍ଵାବଲମ୍ବନଶୀଳ । ଏଠାରେ ଗ୍ରାମବାସୀମାନେ ଦୈନନ୍ଦିନ ସହାନୁଭୂତି ବଳରେ ସେମାନେ ସବୁ ଆବଶ୍ୟକତା ପୂରଣ ପାଇଁ ସାମର୍ଥ୍ୟ ହାସଲ କରିଥା’ନ୍ତି । ପ୍ରତ୍ୟେକ ଗାଆଁ ପ୍ରାୟତଃ ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଏବଂ ରାଜନୈତିକ ଦୃଷ୍ଟିରୁ ସ୍ବୟଂସମ୍ପନ୍ନ ଅଟନ୍ତି ।

(xi) ସୁବିଧାସୁଯୋଗର ଅଭାବ- ପ୍ରତ୍ୟେକ ଗ୍ରାମର ଆତ୍ମନିର୍ଭରଶୀଳତାର ଗୁଣ ଭରି ରହିଥିଲେ ମଧ୍ୟ ଅନେକ ସାଧାରଣ ସୁଖ ସ୍ବାଚ୍ଛନ୍ଦ୍ୟ; ଯଥା-ବିଶୁଦ୍ଧ ପାନୀୟ ଜଳଯୋଗାଣ, ଉନ୍ନତ ମାନର ଚିକିତ୍ସାଳୟ, ରାସ୍ତାଘାଟ, ସ୍କୁଲ, କଲେଜ ତଥା ଆଲୋକ ଇତ୍ୟାଦି ଆଧୁନିକ ଜୀବନଧାରଣ ପାଇଁ ଯେଉଁସବୁ ଆବଶ୍ୟକତା ରହିଛି ସେଗୁଡ଼ିକ ସେହି ଗାଁରୁ ପାଇପାରିଥା’ନ୍ତି । ପରସ୍ପର ମଧ୍ୟରେ ସହଯୋଗ ଓ କୁହାଯାଉଥିବା ସହରୀ ସୁବିଧାର ଅଭାବ ପରିଲକ୍ଷିତ ହୋଇଥାଏ।

(xii) ଯୌଥ ପରିବାର ବ୍ୟବସ୍ଥା – ଭାରତୀୟ ଗ୍ରାମ୍ୟ ସମୁଦାୟରେ ଯୌଥ ପରିବାରର ପ୍ରାଧାନ୍ୟ ଅଧିକ । ଏହି ପରିବାରରେ ଦୁଇରୁ ତିନି ପିଢ଼ିର ଲୋକମାନେ ସାଙ୍ଗ ହୋଇ ରହି ସମସ୍ତ କାର୍ଯ୍ୟକୁ ପରସ୍ପର ମଧ୍ୟରେ ବାଣ୍ଟିନେଇ ପରିବାରର ମୁଖୁଆଙ୍କ ନିୟନ୍ତ୍ରଣରେ କରିଥା’ନ୍ତି ।

(xiii) ଜାତିପ୍ରଥା – ଜାତି ଆଧାରରେ ଗାଁରେ ସାମାଜିକ ସ୍ତରୀକରଣ ଦେଖାଯାଏ । ବ୍ୟକ୍ତିର ପାରମ୍ପରିକ ବ୍ୟବହାରକୁ ନିର୍ଦ୍ଧାରିତ କରିବାରେ ଜାତିପ୍ରଥାର ପ୍ରଭାବ ସବୁଠାରୁ ଅଧିକ । ଗାଁର ଲୋକମାନଙ୍କ ମଧ୍ୟରେ ଖାଇବା, ପିଇବା, ଛୁଆଁଛୁତି ଇତ୍ୟାଦି ସମ୍ବନ୍ଧ ଜାତିର ନିୟମ ଅନୁସାରେ ନିର୍ଦ୍ଧାରିତ ହୋଇଥାଏ । ଯେଉଁ ବ୍ୟକ୍ତି ଜାତିର ନିୟମକୁ ଅବମାନନା କରେ ତାକୁ ଜାତି ପଞ୍ଚାୟତଦ୍ବାରା ଦଣ୍ଡିତ କରାଯାଇଥାଏ ।

(xvi) ଯଜମାନୀ ପ୍ରଥା – ଗ୍ରାମ ସମୁଦାୟରେ ଜାତି ବ୍ୟବସ୍ଥା ସହିତ ଯଜମାନୀ ପ୍ରଥା ଅନ୍ୟ ଏକ ବୈଶିଷ୍ଟ୍ୟ । ବୃତ୍ତିଗତ ଆଦାନପ୍ରଦାନଦ୍ୱାରା ଜାତି ଜାତି ମଧ୍ୟରେ ପାରସ୍ପରିକ ସମ୍ବନ୍ଧର ଏକ ରୂପ ନେଇଛି ‘ଯଜମାନୀ ପ୍ରଥା’ । ଏହି ପ୍ରଥାନୁସାରେ ବା ବ୍ୟବସ୍ଥାରେ ଗୋଟିଏ ଜାତି ଅନ୍ୟ ଏକ ଜାତିର ସେବା କରିଥାଏ ଏବଂ ଏହାର ପ୍ରତିବଦଳରେ ସେବା ବା ଅନ୍ୟ ବସ୍ତୁ ପାଇଥାଏ ।

(xv) ଶାନ୍ତିପୂର୍ଣ୍ଣ ବାତାବରଣ – ଗ୍ରାମ୍ୟ ସମୁଦାୟ ପ୍ରକୃତିର କୋଳରେ ଅବସ୍ଥିତ । ପ୍ରାକୃତିକ ପରିବେଶ ଗ୍ରାମ୍ୟ ଜୀବନକୁ ଶାନ୍ତ ଓ କମନୀୟ କରିଥାଏ । ଚତୁର୍ଦ୍ଦିଗରେ ସବୁଜ ଶସ୍ୟକ୍ଷେତ୍ର, ଗଛଲତା, ନଦୀନାଳ, ପଶୁପକ୍ଷୀମାନଙ୍କର ମଧୁର ଗାନ, ଗ୍ରାମ ପରିବେଶକୁ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ ।

୯। ସହର ସମୁଦାୟର ସଂଜ୍ଞା ପ୍ରଦାନ କର ଏବଂ ଏହାର ଲକ୍ଷଣମାନ ବର୍ଣ୍ଣନା କର ।
Answer:
ଗ୍ରାମ୍ୟ ସମୁଦାୟର ବିପରୀତ ସମୁଦାୟକୁ ସାଧାରଣତଃ ‘ସହର ସମୁଦାୟ’ କୁହାଯାଏ । ଗ୍ରାମ୍ୟ ସମୁଦାୟର ସଂଜ୍ଞା ନିରୂପଣରେ ଯେଭଳି ସମସ୍ୟା ଦେଖାଯାଇଥାଏ ସେହିପରି ପୌର ସମୁଦାୟର ସଂଜ୍ଞା ନିରୂପଣ କରିବା ମଧ୍ୟ କଷ୍ଟସାଧ୍ୟ ଅଟେ । ଏହି ପରିପ୍ରେକ୍ଷୀରେ ଇ.ଇ. ବରଗେଲ୍ (E.E. Bergel) ଯଥାର୍ଥରେ ଲେଖୁଛନ୍ତି ଯେ, ସହର କ’ଣ ତାହା ସମସ୍ତେ ବୁଝିଥା’ନ୍ତି, କିନ୍ତୁ କେହିହେଲେ ଏହାର ସନ୍ତୋଷଜନକ ସଂଜ୍ଞା ନିରୂପଣ କରିନାହାନ୍ତି (Everybody seems to know what a city is, but no one has given a saitisfactory definition.) ।

ଏପରି ଅସୁବିଧା ସତ୍ତ୍ବେ କେତେକ ସମାଜବିଜ୍ଞାନୀ ସହର ସମୁଦାୟର ସଂଜ୍ଞା ନିରୂପଣ ପାଇଁ ସମର୍ଥ ହୋଇଛନ୍ତି । ଉଇଲ୍‌କ୍‌ (Willcox) ଙ୍କ ଭାଷାରେ ‘ଜନସଂଖ୍ୟା ଘନତ୍ଵ ପ୍ରତି ମାଇଲ୍ ପିଛା ୧୦୦୦ରୁ ଅଧିକ ଏବଂ ଯେଉଁଠି ବାସ୍ତବରେ କୃଷି ହେଉନଥ‌ିବ, ସେହି ଅଞ୍ଚଳ ସହର ସମୁଦାୟର ଅନ୍ତର୍ଗତ ।’’

ସହର ସମୁଦାୟର ଲକ୍ଷଣ :
ନିମ୍ନରେ ସହର ସମୁଦାୟର କେତୋଟି ପ୍ରଧାନ ଲକ୍ଷଣ ବିଷୟରେ ଉଲ୍ଲେଖ କରାଗଲା; ଯଥା-

(i) ବଡ଼ ଆକାର ଏବଂ ଘନଜନବସତି (Large size and congestion) – ସହର ସମୁଦାୟଗୁଡ଼ିକର ଆକାର ବଡ଼ । ବ୍ୟବସାୟ ବାଣିଜ୍ୟ, ଶିକ୍ଷା, ରାଜନୀତି ଇତ୍ୟାଦି ଅନେକ କାରଣରୁ ଏହି କ୍ଷେତ୍ରରେ ଲୋକସଂଖ୍ୟା ଅଧିକ ।

(ii) ସାମାଜିକ ବିଭିନ୍ନତା (Social heterogeneity) – ସହରାଞ୍ଚଳରେ ଶିଳ୍ପ, ବାଣିଜ୍ୟ ବେପାର ଆଦିର ସୁବିଧା ସୁଯୋଗ ହେତୁ ଅନେକ ଧର୍ମ, ସଂପ୍ରଦାୟ, ଜାତି, ଶ୍ରେଣୀ ଓ କ୍ଷେତ୍ରର ଲୋକ ଆସି ବସବାସ କରିଥା’ନ୍ତି । ଏହି ବିଭିନ୍ନତା କାରଣରୁ ସେମାନଙ୍କ ପୋଷାକ ପରିଚ୍ଛଦ, ଜୀବନଶୈଳୀ, ଭାଷା, ଚାଲିଚଳନ ଇତ୍ୟାଦି କ୍ଷେତ୍ରରେ ବିଭିନ୍ନତା ଦେଖାଯାଏ ।

(iii) ଶ୍ରମ ବିଭାଜନ ଏବଂ ବିଶେଷୀକରଣ (Division of labour and specialization) -ସହର ସମୁଦାୟରେ ଲୋକମାନେ ବିଭିନ୍ନ ବୃତ୍ତିରେ ଲାଗିଥା’ନ୍ତି ପ୍ରାୟତଃ ପ୍ରତ୍ୟେକ ବ୍ୟକ୍ତି କୌଣସି ଗୋଟିଏ କାର୍ଯ୍ୟରେ ବିଶେଷଜ୍ଞ ହୋଇଥାଏ । ପୁନଶ୍ଚ, ସହରରେ ଶିଳ୍ପାନୁଷ୍ଠାନଗୁଡ଼ିକରେ ବହୁମାତ୍ରାରେ ଉତ୍ପାଦନ ହୋଇଥାଏ । ଏଥ‌ିପାଇଁ ଶ୍ରମ ବିଭାଜନ ଓ ବିଶେଷୀକରଣର ଅଧିକ ଆବଶ୍ୟକତା ପଡ଼ିଥାଏ ।

(iv) ବ୍ୟବସାୟରେ ବିଭିନ୍ନତା (Variety of occupation) – ଅସୁମାରି ବ୍ୟବସାୟ ସହର ସମୁଦାୟର ଅନ୍ୟ ଏକ ଲକ୍ଷଣ । ଏଠାରେ କିଏ ସରକାରୀ ଚାକିରିଆ ତ କିଏ ବେସରକାରୀ ଚାକିରିଆ, କିଏ ଟ୍ରକ୍ ଡ୍ରାଇଭର ଓ କିଏ ରିକ୍ବାଚାଳକ, କିଏ ଦୋକାନୀ ତ କିଏ ରାସ୍ତାକଡ଼ର ଖବରକାଗଜ ବିକାଳି । ଏହିପରି ଅସଂଖ୍ୟ ପ୍ରକାର ବ୍ୟବସାୟ ସହର ପରିସରରେ ଉପଲବ୍ଧ ।

(v) ଗୌଣ ସମ୍ବନ୍ଧରେ ପ୍ରାଧାନ୍ୟ (Importance of secondary relations) – ସହର ସମୁଦାୟରେ ବ୍ୟକ୍ତିମାନଙ୍କର ସାମାଜିକ ଓ ସାଂସ୍କୃତିକ ପୃଷ୍ଠଭୂମି ପରସ୍ପରଠାରୁ ଭିନ୍ନ ଥାଏ । ଫଳତଃ ବ୍ୟକ୍ତି ଯେଉଁଠାରେ ତା’ର ସ୍ବାର୍ଥସିଦ୍ଧି ହେବାର ସମ୍ଭାବନା ଥାଏ, ତାହା ସହିତ ସମ୍ପର୍କ ରକ୍ଷା କରିଥାଏ । ଏଠାରେ ଅନେକ ଗୌଣ ସଙ୍ଗଠନ, ଯଥା- ସ୍କୁଲ, କଲେଜ, କଳକାରଖାନା, ଶ୍ରମିକ ସଂଘ ଇତ୍ୟାଦି ନିଜ ନିଜର ଉଦ୍ଦେଶ୍ୟ ସାଧନ ପାଇଁ କାର୍ଯ୍ୟ କରିଚାଲିଥା’ନ୍ତି ।

ଏହି ସଙ୍ଗଠନଗୁଡ଼ିକୁ ପ୍ରଥା, ପରମ୍ପରା ବା ଧର୍ମ ମାଧ୍ୟମରେ ନିୟନ୍ତ୍ରଣ କରିବା ସମ୍ଭବ ହୋଇନଥାଏ । ଏଣୁ ସହର ସମୁଦାୟରେ ଆଇନକାନୁନ, ପୋଲିସ୍, କୋର୍ଟ, ସେନାବାହିନୀ ଇତ୍ୟାଦି ସାମାଜିକ ନିୟନ୍ତ୍ରଣର ଔପଚାରିକ ମାଧ୍ୟମଗୁଡ଼ିକ ସାହାଯ୍ୟରେ ନିୟନ୍ତ୍ରଣ ରକ୍ଷା କରାଯାଏ ।

(vi) ବ୍ୟକ୍ତିଗତ ଏବଂ ପ୍ରତିଯୋଗିତାମୂଳକ ଆଚରଣ | (Individualistic and competitive behaviour) – ସହର ସମୁଦାୟରେ ସମସ୍ତ ପ୍ରକାର ବ୍ୟବହାରରେ ବ୍ୟକ୍ତିବାଦିତା ଏବଂ ପ୍ରତିଯୋଗିତାର ଝଲକ ଦେଖିବାକୁ ମିଳିଥାଏ । ବ୍ୟକ୍ତି ନିଜକୁ ଅଧ୍ଯକ ଚତୁର ଓ ପ୍ରଭାବଶାଳୀ ଦର୍ଶାଇ ଅଧ‌ିକରୁ ଅଧିକ ଲାଭ ଉଠାଇବାର ଚେଷ୍ଟାରେ ଥାଏ । ଏପରିକି ଏହି ଲକ୍ଷ୍ୟ ସାଧନପାଇଁ ଅନ୍ୟ ବ୍ୟକ୍ତିମାନଙ୍କର କ୍ଷତିସାଧନ କରିବାକୁ ସେ ପଛାଇ ନଥାଏ ।

ଏହିପରି ସହରାଞ୍ଚଳରେ ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଏବଂ ପାରିବାରିକ କ୍ଷେତ୍ରରେ ପ୍ରତିଯୋଗିତା ଦେଖ‌ିବାକୁ ମିଳିଥାଏ । ଏଣୁ ପ୍ରତ୍ୟେକ ବ୍ୟକ୍ତିସମୂହ ଅନ୍ୟ ବ୍ୟକ୍ତି ଓ ସମୂହକୁ ଟପିଯିବାପାଇଁ ଚେଷ୍ଟା କରନ୍ତି ।

(vii) ସାମାଜିକ ଗତିଶୀଳତା (Social mobility) – ସହର ସମୁଦାୟରେ ଶ୍ରମ ବିଭାଜନ ପ୍ରତିଯୋଗିତା ଏବଂ ବିଭିନ୍ନତା ଯୋଗୁଁ ସାମାଜିକ ଗତିଶୀଳତାର ମାତ୍ରା ଅଧିକ ଥାଏ । ଏଠାରେ ବ୍ୟକ୍ତି ନିଜର ଯୋଗ୍ୟତା ଓ କ୍ଷମତାନୁସାରେ ତା’ର ସାମାଜିକ ପ୍ରସ୍ଥିତିରେ ପରିବର୍ତ୍ତନ କରି ଚାଲିଥାଏ ।

(viii) ଧର୍ମରେ କମ୍ ଗୁରୁତ୍ବ (Less importance on religion) – ସହରାଞ୍ଚଳରେ ଶିକ୍ଷା ଓ ବିଜ୍ଞାନ ସହିତ ଅଧ୍ଵକ ସମ୍ବନ୍ଧ ଥିବା ଯୋଗୁଁ ଧର୍ମର ମହତ୍ତ୍ବ କମ୍ ଦେଖାଯାଏ । ସେହିପରି ଶିକ୍ଷାର ପ୍ରସାର ଫଳରେ ଲୋକମାନେ ଅନ୍ଧବିଶ୍ୱାସଠାରୁ ଦୂରେଇ ଯାଇଥା’ନ୍ତି । ଏହା ଫଳରେ ଅନେକ ଧାର୍ମିକ ରୀତିନୀତିକୁ ଏମାନେ ସନ୍ଦେହ ଦୃଷ୍ଟିରେ ଦେଖୁଥା’ନ୍ତି ।

(ix) ଅଧ୍ବକ ଅପରାଧ ଓ ସମସ୍ୟା (More crimes and problems) – ପରିବେଶ ବ୍ୟକ୍ତିର ମାନସିକ ସଂଘର୍ଷକୁ ବୃଦ୍ଧି କରିବା ସଂଗେ ସଂଗେ ବ୍ୟକ୍ତିବାଦିତାକୁ ମଜଭୁତ କରିଥାଏ । ଏହାର ଫଳସ୍ବରୂପ ଅପରାଧମୂଳକ ବ୍ୟବହାରକୁ ପ୍ରୋତ୍ସାହନ ମିଳିଥାଏ । ପୁନଶ୍ଚ, ଏହି ସମାଜରେ କୋଳାହଳ ପରିବେଶ ମଧ୍ଯରେ ଅପରାଧୀ ନିଜକୁ ଲୁଚାଇ ନେବାରେ ଅସୁବିଧା ହୋଇନଥାଏ । ଏଣୁ ଏଠାରେ ଶ୍ରେଣୀ ସଂଘର୍ଷ, ଦରିଦ୍ରତା, ବେକାରୀ, ଭ୍ରଷ୍ଟାଚାର, ବେଶ୍ୟାବୃତ୍ତି, ମଦ୍ୟପାନ ଏବଂ ଯୁବ ଉପଦ୍ରବ ଇତ୍ୟାଦି ସାମାଜିକ ସମସ୍ୟା ବହୁମାତ୍ରାରେ ଦୃଷ୍ଟିଗୋଚର ହୋଇଥାଏ ।

୧୦ । ଗ୍ରାମ୍ୟ ସମୁଦାୟ ଓ ସହର ସମୁଦାୟ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ପୌର ସମୁଦାୟକୁ ଗ୍ରାମ୍ୟ ସମୁଦାୟଠାରୁ ପୃଥକ୍ କରିବା ସହଜ ନୁହେଁ । କାରଣ ଗ୍ରାମ୍ୟ ସମୁଦାୟ ଏବଂ ପୌର ସମୁଦାୟର ସେପରି କିଛି ନିର୍ଦ୍ଦିଷ୍ଟ ସଂଜ୍ଞା ନାହିଁ, ଯାହାକି ଏହି ଉଭୟ ସମୁଦାୟକୁ ପରସ୍ପରଠାରୁ ପୃଥକ୍ କରିଥାଏ । ଆମେ ସହଜରେ କଳ୍ପନା କରିପାରିବା ନାହିଁ, କେଉଁଠାରେ ଏକ ଗ୍ରାମର ପରିସମାପ୍ତି ଘଟିଥାଏ ଏବଂ ଏକ ସହର ଆରମ୍ଭ ହୋଇଥାଏ । କେତେକ ବାଧାବିଘ୍ନ ସତ୍ତ୍ବେ, ଅର୍ଥନୈତିକ, ଧାର୍ମିକ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ଗ୍ରାମ ଏବଂ ସହର ପରସ୍ପରଠାରୁ ପୃଥକ୍ ଅଟନ୍ତି ।

ପ୍ରବୀଣ ସମାଜବିଜ୍ଞାନୀ ଇ.ଏସ୍.ବୋଗାର୍ଡସ୍. (E.S.Bogardus), କେ.ଡେଭିସ୍ (K.Devis), ପି.ଏ.ସରୋକିନ୍ (P.A.Sorokin) ଏବଂ ଅନ୍ୟମାନେ ଗ୍ରାମ୍ୟ ସମୁଦାୟ ଏବଂ ପୌର ସମୁଦାୟ ମଧ୍ଯରେ ନିମ୍ନଲିଖ ପ୍ରଭେଦଗୁଡ଼ିକ ଦର୍ଶାଇ ଅଛନ୍ତି ।

(1) ଆକାରରେ ପାର୍ଥକ୍ୟ (Difference in size) – ଗ୍ରାମ୍ୟ ସମୁଦାୟର ଆକାର କ୍ଷୁଦ୍ର ଏବଂ ଏହାର ପରିସର ସୀମିତ ଅଟେ । ଏହା ସ୍ଵସଂଖ୍ୟକ ଲୋକଙ୍କୁ ନେଇ ଗଠିତ । କ୍ଷୁଦ୍ର ଆକାର ଯୋଗୁଁ ଆମେ ଗ୍ରାମ୍ୟ ସମୁଦାୟ ବ୍ୟକ୍ତିମାନଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ଦେଖ‌ିବାକୁ ପାଇଥାଉ । କିନ୍ତୁ ପୌର ସମୁଦାୟର ଆକାର ବୃହତ୍ ଅଟେ । ଏହା ଅଧିକ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ଗଠିତ ଏବଂ ସଦସ୍ୟମାନଙ୍କ ମଧ୍ୟରେ ବ୍ୟକ୍ତିଗତ ସଂପର୍କ ଦେଖିବାକୁ ମିଳି ନ ଥାଏ ।

CHSE Odisha Class 12 Sociology Unit 2 Long Answer Questions in Odia Medium

(2) ପରିବେଶରେ ପାର୍ଥକ୍ୟ (Difference in environment) – ପୌର ସମୁଦାୟ ତୁଳନାରେ ଗ୍ରାମ୍ୟ ସମୁଦାୟର ପରିବେଶ ଅପେକ୍ଷାକୃତ ବିଶୁଦ୍ଧ, ଶାନ୍ତିପୂର୍ଣ୍ଣ ଏବଂ ପ୍ରାକୃତିକ ଅଟେ । ଗ୍ରାମବାସୀମାନେ ଅହରହ ଖରା, ବର୍ଷା, ଶୀତ, କାକର ସହିତ ସଂଗ୍ରାମ କରି କୃଷିକାର୍ଯ୍ୟରେ ନିଜକୁ ନିୟୋଜିତ କରିଥାଆନ୍ତି । କିନ୍ତୁ ପୌର ସମୁଦାୟର ପରିବେଶ କୃତ୍ରିମ ଏବଂ ଦୂଷିତ ଅଟେ । ପୌର ସମୁଦାୟ ହେଉଛି କଳକାରଖାନା ଏବଂ ଯାନବାହନର କେନ୍ଦ୍ରସ୍ଥଳୀ । କଳକାରଖାନାରୁ ନିର୍ଗତ ହେଉଥ‌ିବା ବିଷାକ୍ତ ବାଷ୍ପ ଏବଂ ନାଳନର୍ଦ୍ଦମାର ଜଳ ସହରର ପରିବେଶକୁ ଦୂଷିତ କରିଥାଏ ।

(3) ବୃତ୍ତିରେ ପାର୍ଥକ୍ୟ (Difference in occupation) – ଗ୍ରାମ୍ୟ ସମାଜର ବ୍ୟକ୍ତିମାନଙ୍କର ମୁଖ୍ୟ ବ୍ୟବସାୟ ହେଉଛି କୃଷି । କୃଷି ହେଉଛି ଗ୍ରାମବାସୀଙ୍କର ଜୀବନ । ଅଧିକାଂଶ ବ୍ୟକ୍ତି ଜୀବିକା ନିର୍ବାହ ପାଇଁ ପ୍ରତ୍ୟକ୍ଷ ଭାବରେ କୃଷି ଉପରେ ନିର୍ଭର କରିଥା’ନ୍ତି । ଯଦିଓ କେତେକ ଭୂମିହୀନ ବ୍ୟକ୍ତି ଜୀବନଧାରଣ ପାଇଁ କେତେକ କୁଟୀରଶିଳ୍ପ ଉପରେ ନିର୍ଭର କରନ୍ତି, ତଥାପି ଅର୍ଥନୈତିକ ଦୃଷ୍ଟିକୋଣରୁ କୃଷି ହେଉଛି ଗ୍ରାମବାସୀମାନଙ୍କର ଜୀବନଧାରଣ ମୁଖ୍ୟ ଉତ୍ସ ।

ଅନ୍ୟପକ୍ଷରେ ପୌର ବାସିନ୍ଦାମାନେ କୃଷି ଉପରେ ନିର୍ଭର କରି ନ ଥା’ନ୍ତି । ବାଣିଜ୍ୟ ବ୍ୟବସାୟ ଏବଂ ଚାକିରି ହେଉଛି ସେମାନଙ୍କର ମୁଖ୍ୟ ବୃତ୍ତି । ପୌର ସମୁଦାୟର ଅଧିବାସୀମାନେ ବିଭିନ୍ନ ଅଣ-କୃଷି (Non-agricultural) ବୃଦ୍ଧି ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି ।

(4) ପରିବାର ବ୍ୟବସ୍ଥାରେ ପାର୍ଥକ୍ୟ (Difference in family system) – ଗ୍ରାମ୍ୟ ସମାଜର ପାରିବାରିକ ଜୀବନ ସରଳ ଏବଂ ଶାନ୍ତିପୂର୍ଣ୍ଣ ଅଟେ । ଯୌଥ ପରିବାରର ବ୍ୟବସ୍ଥା ଗ୍ରାମ୍ୟ ସମୁଦାୟରେ ବହୁଳ ଭାବରେ ପରିଲକ୍ଷିତ ହୋଇଥାଏ । ଏହି ଯୌଥ ପରିବାର ହେଉଛି ଗ୍ରାମ୍ୟ ଏକତାର ମୂଳପିଣ୍ଡ ସ୍ଵରୂପ । କିନ୍ତୁ ପୌର ସମୁଦାୟର ପାରିବାରିକ ଜୀବନ ଅତିମାତ୍ରାରେ ବିଶୃଙ୍ଖଳିତ ଏବଂ କଠୋର ଅଟେ । ପୌର ସମୁଦାୟରେ ଐକିକ (Nuclear) ଶ୍ରେଣୀୟ ପରିବାର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହି ଐକିକ ପରିବାରର ସ୍ବତନ୍ତ୍ର ବିଶେଷତ୍ଵ ଏହି ଯେ ଏହା ସବୁରି ସ୍ବାର୍ଥ ଅପେକ୍ଷା ବ୍ୟକ୍ତି ସ୍ବାତନ୍ତ୍ର୍ୟକୁ ଅଧିକ ଗୁରୁତ୍ଵ ଦେଇଥାଏ ।

(5) ବିବାହ ପଦ୍ଧତିରେ ପାର୍ଥକ୍ୟ (Difference in marriage system) – ବିବାହକୁ ଭିଭିକରି ଗ୍ରାମ୍ୟ ଏବଂ ପୌର ସମୁଦାୟ ମଧ୍ୟରେ ତାରତମ୍ୟ ପ୍ରକାଶ ପାଇଥାଏ । ଗ୍ରାମ୍ୟ ସମୁଦାୟରେ ଆନ୍ତଃଜାତି ବିବାହ ପ୍ରଥାକୁ ଗୌଣ ସ୍ଥାନ ଦିଆଯାଇଥାଏ । ପିତାମାତା ଏବଂ ଗ୍ରାମବାସୀମାନଙ୍କର ପ୍ରସ୍ତାବକୁ ସାର୍ବଜନୀନ ଭାବରେ ଗ୍ରହଣ କରାଯାଏ । ଗ୍ରାମରେ ଜାତି ବାହାରେ ବିବାହ କରିବା ସଂପୂର୍ଣ୍ଣ ନିଷିଦ୍ଧ ଅଟେ । କିନ୍ତୁ ଅନ୍ୟପକ୍ଷରେ ପୌର ବା ନଗର ସମୁଦାୟରେ ବିବାହକୁ ଭିଭିକରି ଏପ୍ରକାର କଟକଣା ଦେଖାଯାଇ ନଥାଏ ।

ନଗର ସମୁଦାୟରେ ବିବାହ ମୁଖ୍ୟତଃ ଦୁଇଜଣ ବ୍ୟକ୍ତିଙ୍କର ଇଚ୍ଛାନୁସାରେ ସମାପନ ହୋଇଥାଏ । ଏଠାରେ ସାଥୀ ନିର୍ବାଚନରେ ପିତାମାତାଙ୍କ ଅପେକ୍ଷା ପୁତ୍ର ଏବଂ କନ୍ୟାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ, ତେଣୁ ପ୍ରେମବିବାହ ପ୍ରଥା ପୌର ସମୁଦାୟରେ ଏକ ଆଦର୍ଶ ବିବାହ ପ୍ରଥା ରୂପେ ପରିଚିତ । ଆଉ ମଧ୍ୟ ଆନ୍ତଃ-ଜାତି (Inter-caste) ବିବାହ ପ୍ରଥା ଏବଂ ଛାଡ଼ପତ୍ର ପଦ୍ଧତି ପୌର ସମୁଦାୟରେ ବହୁଳ ମାତ୍ରାରେ ପରିଲକ୍ଷିତ ହୋଇଥାଏ ।

(6) ଜାତି ପ୍ରଥାରେ ପାର୍ଥକ୍ୟ (Difference in caste system) – ଗ୍ରାମ୍ୟ ସମୁଦାୟରେ ଜାତିପ୍ରଥା ଅଧିକ କଠୋର ଏବଂ ଅନମନୀୟ ଅଟେ । ଗ୍ରାମବାସୀମାନେ ଜାତିକୁ ଭିଭିକରି ପରସ୍ପରଠାରୁ ପୃଥକ୍ ହୋଇଥା’ନ୍ତି । ଗ୍ରାମବାସୀମାନଙ୍କର ଏହି ଜାତିପ୍ରଥା ଉପରେ ଦୃଢ଼ବିଶ୍ଵାସ ନିହିତ ଥାଏ ଏବଂ ସେମାନେ ଖାଦ୍ୟ, ପାନୀୟ ଏବଂ ସାମାଜିକ ସଂସର୍ଗଜନିତ ଅନେକଗୁଡ଼ିଏ କଟକଣା ତିଆରି କରିଥା’ନ୍ତି । କିନ୍ତୁ ନଗର ସମୁଦାୟରେ ଏହି ଜାତିପ୍ରଥାର ପ୍ରାଧାନ୍ୟ ହ୍ରାସ ପାଇଥାଏ । ଜାତି ପଦ୍ଧତିକୁ କେନ୍ଦ୍ରକରି ସୃଷ୍ଟି କରାଯାଇଥିବା ବିଭିନ୍ନ କଟକଣାଗୁଡିକର ଗୁରୁତ୍ଵ ପୌର ସମୁଦାୟରେ ହ୍ରାସ ପାଇବାର ଦେଖାଯାଇଥାଏ ।

(7) ଧର୍ମରେ ପାର୍ଥକ୍ୟ (Difference in religion) – ସାଧାରଣତଃ ଗ୍ରାମବାସୀମାନେ ଧର୍ମବିଶ୍ୱାସଦ୍ବାରା ପରିଚାଳିତ । ବିଭିନ୍ନ ଧାର୍ମିକ ବିଧ୍ବ ଏବଂ କର୍ମକାଣ୍ଡ ହେଉଛି ଗ୍ରାମ୍ୟ ଜୀବନର ମୌଳିକ ବୈଶିଷ୍ଟ୍ୟ । ଗ୍ରାମବାସୀମାନଙ୍କର ଈଶ୍ୱରଙ୍କ ଉପରେ ଭୟ ଏବଂ ବିଶ୍ବାସ ଥାଏ । ଧର୍ମଦ୍ୱାରା ଅନୁପ୍ରାଣିତ ହୋଇ ଲୋକମାନେ ବିଭିନ୍ନ ପାପକର୍ମରୁ ନିବୃତ୍ତ ହେବା ସଂଗେ ସଂଗେ ଗ୍ରାମର ସର୍ବବିଧ ଉନ୍ନତି ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥା’ନ୍ତି । କିନ୍ତୁ ପୌର ସମୁଦାୟ ଧର୍ମଦ୍ବାରା ପରିଚାଳିତ ନୁହେଁ ।

ପୌରବାସୀଙ୍କଠାରୁ ନିମ୍ନଧରଣର ଧାର୍ମିକ ବିଶ୍ବାସ ପରିଲକ୍ଷିତ ହୋଇଥାଏ । ସେମାନେ ଧର୍ମକୁ ଏକ ଅନ୍ଧବିଶ୍ଵାସ ଭାବେ ବିଚାର କରନ୍ତି । ଫଳରେ ନଗର ସମୁଦାୟରେ ବିଭିନ୍ନପ୍ରକାର ଅସାମାଜିକ କାର୍ଯ୍ୟର ମାତ୍ରା ତୁଳନାତ୍ମକ ଭାବରେ ବୃଦ୍ଧି ପାଇଥାଏ ।

(8) ସାମାଜିକ ସଂପର୍କରେ ପାର୍ଥକ୍ୟ | (Difference in social relationship) – ଗ୍ରାମ୍ୟ ସମୁଦାୟ ସଂପର୍କଦ୍ଵାରା ଚିହ୍ନିତ ହୋଇଥାଏ । ଗ୍ରାମବାସୀମାନଙ୍କ ମଧ୍ୟରେ ‘ଆମେ’, ‘ଆମ ଭାବନା ଭାବ’ ଦେଖିବାକୁ ପାଇଥାଉ । ସେମାନଙ୍କର ସଂପର୍କ ହେଉଛି ପ୍ରତ୍ୟକ୍ଷ, ଘନିଷ୍ଠ, ଅନୌପଚାରିକ ଏବଂ ସ୍ଥାୟୀ । ତେଣୁ ଗ୍ରାମର ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ପଡ଼ୋଶୀ ତଥା ସେମାନଙ୍କର କାର୍ଯ୍ୟକଳାପ, ଅଭିବୃଦ୍ଧି ଏବଂ ପ୍ରସ୍ଥିତି ସମ୍ବନ୍ଧରେ ସୃଷ୍ଟ ଅବଗତ ଥା’ନ୍ତି ।

କିନ୍ତୁ ପୌର ସମୁଦାୟ ଗୌଣ ସମ୍ପର୍କଦ୍ବାରା ପରିଚାଳିତ । ଏହି ପୌର ସମୁଦାୟର ସଂପର୍କ ପରୋକ୍ଷ, ଅବୈୟକ୍ତିକ, ଔପଚାରିକ ଏବଂ କ୍ଷଣସ୍ଥାୟୀ ଅଟେ । ଏହି ପରିପ୍ରେକ୍ଷୀରେ ଜିଷ୍ଟ ଏବଂ ହାଲବର୍ଟ କୁହନ୍ତି, ‘ନଗର ବୈୟକ୍ତିକ ସଂପର୍କ ପରିବର୍ତ୍ତେ ଅବୈୟକ୍ତିକ ସମ୍ପର୍କକୁ ଉତ୍ସାହିତ କରିଥାଏ ।’’

(9) ସାମାଜିକ ସଞ୍ଚଳନରେ ପାର୍ଥକ୍ୟ (Difference in social mobility) – ପୌର ସମୁଦାୟ ତୁଳନାରେ ଗ୍ରାମ୍ୟ ସମୁଦାୟର ସାମାଜିକ ସଂଚଳନ ଅପେକ୍ଷାକୃତ କମ୍ ଅଟେ । ଯେହେତୁ ଗ୍ରାମ୍ୟ ସମୁଦାୟରେ ସଞ୍ଚଳନର କୌଣସି ସୁବିଧା ନ ଥାଏ, ତେଣୁ ସାମାଜିକ, ବୃତ୍ତିଗତ ଏବଂ ସାଂସ୍କୃତିକ ସଂଚଳନ କ୍ଵଚିତ୍ ପରିମାଣରେ ଦେଖାଯାଇଥାଏ । ପୌର ସମୁଦାୟରେ ଅଧିକୃତ ପ୍ରସ୍ଥିତି ଅପେକ୍ଷା ଉପାର୍ଜିତ ପ୍ରସ୍ଥିତି ଉପରେ ବେଶି ଗୁରୁତ୍ଵ ଦିଆଯାଇଥାଏ ।

ପୌର ସମୁଦାୟରେ ସାମାଜିକ ସଂଚଳନ ମାତ୍ରା ଅଧିକ ଅଟେ । ବ୍ୟକ୍ତିର ସାମାଜିକ ପ୍ରସ୍ଥିତି ତା’ର ବ୍ୟବସାୟ, ଚେଷ୍ଟା ଏବଂ ଅଧ୍ୟବସାୟ ଉପରେ ନିର୍ଭର କରିଥାଏ । ଏହି ପରିପ୍ରେକ୍ଷୀରେ ସମାଜବିଜ୍ଞାନୀ ପି.ଏ. ସରୋକିନ୍ ଏବଂ ଜିମରମ୍ୟାନ୍ (P.A. Sorokin and Zimmerman) କହିଛନ୍ତି, ‘‘ଗ୍ରାମ୍ୟ ସମୁଦାୟ ହେଉଛି କେଟ୍‌ଲୀରେ ଫୁଟୁଥିବା ଉଷ୍ଣଜଳ ସଦୃଶ ।’’

(10) ସାମାଜିକ ସମସ୍ୟାରେ ପାର୍ଥକ୍ୟ (Difference in social problems) – ପୌର ସମୁଦାୟ ତୁଳନାରେ ଗ୍ରାମ୍ୟ ସମୁଦାୟରେ ସାମାଜିକ ସମସ୍ୟାଗୁଡିକ କମ୍ ପରିମାଣରେ ଦେଖାଯାଇଥାଏ । ଗ୍ରାମ୍ୟ ଜୀବନର ମୁଖ୍ୟ ସାମାଜିକ ସମସ୍ୟାଗୁଡିକ ହେଉଛି ଜାଡିବାକ, ଅସ୍ପୃଶ୍ୟତା, ଦାରିଦ୍ର୍ୟ ଏବଂ ବେକାରୀ । ଅପରପକ୍ଷରେ ପୌର ସମୁଦାୟରେ ଅଧୁକ ସାମାଜିକ ସମସ୍ୟା ଉପଲବ୍ଧି କରାଯାଇଥାଏ । ପୌର ଜୀବନକୁ ପ୍ରଭାବିତ କରୁଥିବା ମୁଖ୍ୟ ସାମାଜିକ ସମସ୍ୟାଗୁଡ଼ିକ ହେଲା- ଅପରାଧ, ବାଲ୍ୟଅପରାଧ, ଆତ୍ମହତ୍ୟା, ପାରିବାରିକ ବିଘଟନ, ଛାଡ଼ପତ୍ର ଏବଂ ବେଶ୍ୟାବୃତ୍ତି।

BSE Odisha 8th Class Geography Important Questions Chapter 3.2 କୃଷି ଊନ୍ନୟନ

Odisha State Board BSE Odisha 8th Class Geography Important Questions Chapter 3.2 କୃଷି ଊନ୍ନୟନ Important Questions and Answers.

BE Odisha Class 8 Geography Important Questions Chapter 3.2 କୃଷି ଊନ୍ନୟନ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଯୁକ୍ତରାଷ୍ଟ୍ର ଆମେରିକାର କୃଷି ବିଷୟରେ ଲେଖ ।
Answer:

  • ଯୁକ୍ତରାଷ୍ଟ୍ର ଆମେରିକାର କୃଷି ବାଣିଜ୍ୟଭିଭିକ କୃଷି।
  • ପ୍ରତ୍ୟେକ ଚାଷଜମିର ଆକାର ବଡ଼ ପ୍ରାୟ 250 ହେକ୍ଟରରୁ ଅଧିକ ।
  • କୃଷକମାନେ ଉଚ୍ଚଶିକ୍ଷିତ ଏବଂ ସେମାନେ ଯାନ୍ତ୍ରିକ ପଦ୍ଧତିରେ କୃଷିକାର୍ଯ୍ୟ କରନ୍ତି ।
  • ଉନ୍ନତ କୃଷି କୌଶଳ ପ୍ରୟୋଗରେ କୃଷି ଉତ୍ପାଦନ ଅଧିକ ହୋଇଥାଏ । କୃଷକମାନଙ୍କୁ ଆର୍ଥିକ ରିହାତି ପ୍ରଦାନ କରାଯାଏ ।
  • ଯୁକ୍ତରାଷ୍ଟ୍ରରେ କୃଷିର ଉନ୍ନତି ତଥା ଗବେଷଣା କାର୍ଯ୍ୟ ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଏ।

BSE Odisha 8th Class Geography Important Questions Chapter 3.2 କୃଷି ଊନ୍ନୟନ

Question 2.
ଭାରତର କୃଷି ସମ୍ବନ୍ଧରେ ଉଲ୍ଲେଖ କର ।
Answer:

  • ଭାରତର ଚାଷଜମି ପ୍ରାୟ କ୍ଷୁଦ୍ର ଅଥବା ମଧ୍ୟମଧରଣର ; . ଅର୍ଥାତ୍‌ ପ୍ରତ୍ୟେକ ଚାଷଜମିର ପରିମାଣ 1.5 ହେକ୍ଟର । ଏଠାରେ କୃଷକମାନେ ଗରିବ ନିରକ୍ଷର ଅଥବା ଅଳ୍ପଶିକ୍ଷିତ ।
  • ଭାରତରେ କୃଷିକାର୍ଯ୍ୟ ପାରମ୍ପରିକ ପଦ୍ଧତିରେ କରାଯାଏ ।
  • ଅନିୟମିତ ବର୍ଷା, ଜଳସେଚନର ଅଭାବ, ଚାଷୀ ଗରିବ ହେତୁ କୃଷି ଉତ୍ପାଦନ ଯଥେଷ୍ଟ ହୁଏ ନାହିଁ ।
  • ଏବେ ସରକାରଙ୍କ ତରଫରୁ କୃଷକମାନଙ୍କ ପାଇଁ ଋଣ ସହାୟତା, କୃଷି ବୀମା ଆଦି କାର୍ଯ୍ୟକାରୀ କରାଯାଉଛି ।
  • କୃଷିର ଉନ୍ନତି ପାଇଁ ବିଭିନ୍ନ ଭୂସଂସ୍କାର ବ୍ୟବସ୍ଥା, ଅଳ୍ପ ମୂଲ୍ୟରେ ସାର, କୀଟନାଶକ ଦ୍ରବ୍ୟ, ବିହନ ଆଦି ଯୋଗାଇ ଦିଆଯାଉଛି

Question 3.
ସବୁଜ ବିପ୍ଳବ କାହାକୁ କୁହାଯାଏ ? ଭାରତର କେଉଁ ରାଜ୍ୟରେ ଏହା ସଫଳ ରୂପାୟନ ହୋଇପାରିଛି ଉଲ୍ଲେଖ କର ।
Answer:

  • ଉନ୍ନତ କୃଷି କୌଶଳଦ୍ଵାରା ଗହମ ଉତ୍ପାଦନରେ ଅଧିକ ସଫଳତା ଆଣିବାକୁ ସବୁଜ ବିପ୍ଳବ ବା ଗହମ ବିପ୍ଳବ କହନ୍ତି ।
  • ଭାରତରେ ଏହା ପଞ୍ଜାବ ଓ ହରିୟାଣା ଆଦି ରାଜ୍ୟରେ ସଫଳତା ପାଇଛି ।
  • ପଞ୍ଜାବ ଓ ହରିୟାଣାର କୃଷକ କୃଷି ଋଣ ନେଇ ଟ୍ରାକ୍ଟର ସାହାଯ୍ୟରେ ଜମିଚାଷ କରେ ଓ ରାସାୟନିକ ସାର ବ୍ୟବହାର କରେ । ସେ ବୁନ୍ଦା ଓ ଛିଞ୍ଚା ଜଳସେଚନ ପ୍ରଣାଳୀରେ ବିଭିନ୍ନ ପ୍ରକାର ଫସଲ କରିଥାଏ ।
  • ଜମିରେ ଅଧିକ ଅମଳକ୍ଷମ ବିହନ ବୁଣି ଉନ୍ନତ କୃଷି କୌଶଳ ପ୍ରୟୋଗ କରି ବର୍ଷକୁ ଦୁଇଥର ଫସଲ ଉତ୍ପାଦନ କରାଯାଏ ।
  • ସରକାର, କୃଷି ଅଧିକାରୀ ଓ ଚାଷୀର ମିଳିତ ଉଦ୍ୟମରେ ଏହି ରାଜ୍ୟମାନଙ୍କରେ ସବୁଜ ବିପ୍ଳବ ସମ୍ଭବ ହୋଇଛି ।

Question 4.
କୃଷିର ଉନ୍ନତି କିପରି ହୋଇପାରିବ ?
Answer:
କୃଷିର ବିକାଶ ପାଇଁ ନିମ୍ନଲିଖତ ବ୍ୟବସ୍ଥା କରିବା ଆବଶ୍ୟକ; ଯଥା –

  • କୃଷି ଜମିର ଆକାର ବୃଦ୍ଧି
  • ବିଭିନ୍ନ ପ୍ରକାରର ଶସ୍ୟ ଉତ୍ପାଦନ
  • ଜଳସେଚନର ସୁବନ୍ଦୋବସ୍ତ
  • ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର
  • ନୂତନ କୃଷି କୌଶଳ,
  • ରାସାୟନିକ ସାର ପ୍ରୟୋଗ
  • ଅଧିକ ଅମଳକ୍ଷମ ବିହନର ବ୍ୟବହାର

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ସଂକ୍ଷେପରେ ଉତ୍ତର ଲେଖ ।

Question 1.
ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ କିପରି କୃଷିକାର୍ଯ୍ୟ କରାଯାଉଛି ?
Answer:

  • ଅଧ‌ିକ ଜନସଂଖ୍ୟା ବିଶିଷ୍ଟ ବିକାଶୋନ୍ମୁଖୀ ଦେଶମାନଙ୍କର ଛୋଟ ଛୋଟ ଜମିରେ ସଘନ ପ୍ରଣାଳୀରେ ପ୍ରୟୋଜନଭିଭିକ କୃଷି କରାଯାଉଛି ।
  • ଅଧିକ ଶସ୍ୟ ଉତ୍ପାଦନ ପାଇଁ ଜୈବିକ ଚାଷ ପ୍ରଣାଳୀରେ ଚାଷ କରାଯାଉଛି ।

BSE Odisha 8th Class Geography Important Questions Chapter 3.2 କୃଷି ଊନ୍ନୟନ

Question 2.
ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ କୃଷିର ଉନ୍ନତି ପାଇଁ କ’ଣ କରାଯାଇଥିଲା ?
Answer:

  • ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ କୃଷିକୁ ପ୍ରାଧାନ୍ୟ ଦିଆଯାଇଥିଲା । ଏଥନିମନ୍ତେ କୃଷି ଜମିକୁ ଜଳସେଚନ ପାଇଁ କେନାଲମାନ ଖୋଳାଯାଇଥିଲା ।
  • କୃଷିର ଉନ୍ନତି ପାଇଁ ଏହି ଯୋଜନାକାଳରେ ମହାନଦୀ ଉପରେ ହୀରାକୁଦ ବନ୍ଧ ନିର୍ମାଣ କରାଯାଇଥିଲା ।

Question 3.
ଯୁକ୍ତରାଷ୍ଟ୍ର ଆମେରିକାର ମୁଖ୍ୟ କୃଷିଦ୍ରବ୍ୟଗୁଡ଼ିକର ନାମ ଲେଖ ।
Answer:
ଯୁକ୍ତରାଷ୍ଟ୍ର ଆମେରିକାର ମୁଖ୍ୟ କୃଷିଦ୍ରବ୍ୟର ନାମ, ଯଥା- ମକା, ଗହମ, କପା, ଧୂଆଁପତ୍ର ଓ ସୋୟାବିନ୍ ।

Question 4.
ଯୁକ୍ତରାଷ୍ଟ୍ର ଆମେରିକାରେ କୃଷିଭଳି ଅନ୍ୟ କେଉଁ ସମ୍ପଦକୁ ଗୁରୁତ୍ଵପୂର୍ଣ୍ଣ ବିବେଚନା କରାଯାଏ ଓ କାହିଁକି ?
Answer:

  • ଯୁକ୍ତରାଷ୍ଟ୍ର ଆମେରିକାର କୃଷିଭଳି ପଶୁସମ୍ପଦକୁ ମଧ୍ଯ ଗୁରୁତ୍ଵପୂର୍ଣ୍ଣ ବିବେଚନା କରାଯାଏ ।
  • କାରଣ ବୃହତ୍ ହ୍ରଦ ଅଞ୍ଚଳ ନିକଟରେ ଗୋରୁ, ଘୁଷୁରି, ମେଷପାଳନ କରାଯାଇଥାଏ ଏବଂ ଏହା ଦୁଗ୍ଧ, ଲହୁଣୀ ଓ ଛେନା ବ୍ୟବସାୟର ପ୍ରଧାନ କେନ୍ଦ୍ର ।

Question 5.
ଯୁକ୍ତରାଷ୍ଟ୍ର ଆମେରିକାରେ ମକାର ଉତ୍ପାଦନ ଓ ବ୍ୟବହାର ବିଷୟରେ ଉଲ୍ଲେଖ କର ।
Answer:

  • ପୃଥ‌ିବୀରେ ଉତ୍ପାଦନ ହେଉଥ‌ିବା ମକାର ମୋଟ୍ ପରିମାଣରୁ ଅର୍ବାଧିକ ଉତ୍ପାଦନ ଯୁକ୍ତରାଷ୍ଟ୍ର ଆମେରିକାରେ ହୋଇଥାଏ । ଏଠାରେ ମକାକୁ ମାଂସ ଆକାରରେ ବିକ୍ରି କରାଯାଏ । ଏହାର ମଧ୍ୟ-ପଶ୍ଚିମାଞ୍ଚଳ ମକା ଉତ୍ପାଦନ ପାଇଁ ପ୍ରସିଦ୍ଧ ।
  • ମକା ମୁଖ୍ୟତଃ ଖାଇବା ତେଲ, ମେସିନ୍ ତେଲ, ସାବୁନ୍, ସିରପ୍, ଚିନି, ଆଲ୍‌କୋହଲ, ସ୍ପିରିଟ୍, ରଙ୍ଗ, ଜାଳେଣି, ଗୋଖାଦ୍ୟ ଇତ୍ୟାଦି ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ ।

BSE Odisha 8th Class Geography Important Questions Chapter 3.2 କୃଷି ଊନ୍ନୟନ

Question 6.
କୃଷିର ଉନ୍ନତି ପାଇଁ ଯୁକ୍ତରାଷ୍ଟ୍ର ଆମେରିକାରେ କି କି ବ୍ୟବସ୍ଥାମାନ ରହିଛି ?
Answer:
ଆମେରିକାରେ କୃଷିର ଉନ୍ନତି ପାଇଁ କୃଷିଋଣ, କୃଷିଦ୍ରବ୍ୟର ସହାୟକ ମୂଲ୍ୟ ନିର୍ଦ୍ଧାରଣ, ଆର୍ଥିକ ରିହାତି ଓ କୃଷି ଗବେଷଣା ପାଇଁ ଆର୍ଥିକ ସହାୟତାର ବ୍ୟବସ୍ଥାମାନ ରହିଛି ।

Question 7.
ଜୈବିକ ଚାଷ କାହାକୁ କୁହାଯାଏ ?
Answer:

  • ଜୈବିକ ଚାଷରେ ପ୍ରାକୃତିକ ଓ ଜୈବିକ ଉପାଦାନ ପ୍ରୟୋଗ କରାଯାଇଥାଏ ।
  • ରାସାୟନିକ ସାର ପରିବର୍ତ୍ତେ ସବୁଜସାର, ଜୀବାଣୁ ସାର, ପଶୁଖତ, ପିଡ଼ିଆ ଏବଂ ରାସାୟନିକ କୀଟନାଶକ ପରିବର୍ତ୍ତେ ପାଉଁଶ, ଅମରୀ ଓ ବେଗୁନିଆ ପତ୍ର, ନିମ୍ବ ଓ କରଞ୍ଜ ଛେଲି, ଫୁଲପତ୍ର, ଗୋମୂତ୍ର, ମିତ୍ରକୀଟ ପ୍ରୟୋଗ କରାଯାଏ ।

Question 7.
ଜୈବିକ ଚାଷ କାହାକୁ କୁହାଯାଏ ?
Answer:

  • ଜୈବିକ ଚାଷରେ ପ୍ରାକୃତିକ ଓ ଜୈବିକ ଉପାଦାନ ପ୍ରୟୋଗ କରାଯାଇଥାଏ ।
  • ରାସାୟନିକ ସାର ପରିବର୍ତ୍ତେ ସବୁଜସାର, ଜୀବାଣୁ ସାର, ପଶୁଖତ, ପିଡ଼ିଆ ଏବଂ ରାସାୟନିକ କୀଟନାଶକ ପରିବର୍ତ୍ତେ ପାଉଁଶ, ଅମରୀ ଓ ବେଗୁନିଆ ପତ୍ର, ନିମ୍ବ ଓ କରଞ୍ଜ ଛେଲି, ଫୁଲପତ୍ର, ଗୋମୂତ୍ର, ମିତ୍ରକୀଟ ପ୍ରୟୋଗ କରାଯାଏ ।

Question 8.
ଖାଦ୍ୟ ସୁରକ୍ଷା କଣ ? ବୁଝାଇ ଲେଖ ।
Answer:

  • ସୁସ୍ଥ, ନୀରୋଗ ଓ କର୍ମଠ ଜୀବନଯାପନ ପାଇଁ ପ୍ରତ୍ୟେକ ମନୁଷ୍ୟର ନ୍ୟୁନତମ ପୁଷ୍ଟିସାର ଖାଦ୍ୟ ଆବଶ୍ୟକ ।
  • ଏହା ପୂରଣ ହୋଇପାରିଲେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସମ୍ଭବ ହୋଇପାରିବ ।

BSE Odisha 8th Class Geography Important Questions Chapter 3.2 କୃଷି ଊନ୍ନୟନ

Question 9.
ଗହମ ବିପ୍ଳବ କାହାକୁ କୁହାଯାଏ ?
Answer:

  • ଭାରତର ପଞ୍ଜାବ, ହରିୟାଣା ରାଜ୍ୟମାନଙ୍କରେ ନୂତନ କୃଷି କୌଶଳଦ୍ଵାରା ଗହମ ଉତ୍ପାଦନରେ ଅଧିକ ସଫଳତା ଲାଭକରିଛି ।
  • ଗହମ ଉତ୍ପାଦନର ଏ ପ୍ରକାର ଅଦ୍ଭୁତ ସଫଳତାକୁ ସବୁଜ ବିପ୍ଳବ ବା ଗହମ ବିପ୍ଳବ କୁହାଯାଏ ।

Question 10.
ଯୁକ୍ତରାଷ୍ଟ୍ର ଆମେରିକାର ଗହମ ଚାଷ୍ଟ୍ର ଓ କପାଚାଷ ଅଞ୍ଚଳଗୁଡ଼ିକ କେଉଁଠାରେ ଅବସ୍ଥିତ ଲେଖ ।
Answer:

  • ଯୁକ୍ତରାଷ୍ଟ୍ର ଆମେରିକାର ଲୋହିତ ନଦୀ ଉପତ୍ୟକାର ବୃହତ୍ ସମତଳ ଅଞ୍ଚଳ ଓ କାନାଡ଼ାର ପ୍ରେରୀ ଅଞ୍ଚଳର ଦକ୍ଷିଣ ଅଂଶ ଗହମ ଚାଷ ଅଞ୍ଚଳ ରୂପେ ପ୍ରସିଦ୍ଧିଲାଭ କରିଛି ।
  • ସେହି ପରି ୟୁ କ୍ତରାଷ୍ଟ୍ର ଆମେରିକାର କପାଚ। ଷ ଅଞ୍ଚଳଗୁଡ଼ିକ ମିସିସିପି ନଦୀ ଅବବାହିକାର ଦକ୍ଷିକାଂଶରେ ଦେଖାଯାଏ ।

ଭୌଗୋଳିକ କାରଣ ଦର୍ଶାଅ ।

Question 1.
ଭାରତର କୃଷି ଉତ୍ପାଦନ ଯଥେଷ୍ଟ ନୁହେଁ ।
Answer:

  • ଭାରତର କୃଷକ ମୌସୁମୀ ବର୍ଷା ଓ ଜମିର ଉର୍ବରତା ଉପରେ ନିର୍ଭର କରି ଋଷକାର୍ଯ୍ୟ କରିଥାଏ ।
  • ମାତ୍ର ମୌସୁମୀ ବର୍ଷା ଅନିଶ୍ଚିତତା ଏବଂ ଜମିର ଉର୍ବରତାର କ୍ରମହ୍ରାସ ଯୋଗୁଁ ଭାରତର କୃଷି ଉତ୍ପାଦନ ଯଥେଷ୍ଟ ନୁହେଁ ।

Question 2.
ଯୁକ୍ତରାଷ୍ଟ୍ର ଆମେରିକାରେ କୃଷିକୁ ଏକ ଶିଳ୍ପ ରୂପେ ଗଣନା କରାଯାଏ।
Answer:

  • ଯୁକ୍ତରାଷ୍ଟ୍ର ଆମେରିକା ଏକ ଶିଳ୍ପାନ୍ନତ ଦେଶ।
  • ଏହି ଦେଶରେ ଜମି ଋଷକରିବା, ବିହନ ବୁଣିବା, ଶସ୍ୟ ଅମଳ କରିବା, ରାସାୟନିକ ସାର ପ୍ରୟୋଗ କରିବା ଇତ୍ୟାଦି ସମସ୍ତ କାର୍ଯ୍ୟରେ ଯାନ୍ତ୍ରିକ ଉପକରଣ ବ୍ୟବହାର କରାଯାଇଥାଏ, ତେଣୁ କୃଷିକୁ ଶିଳ୍ପ ରୂପେ ଗଣନା କରାଯାଏ ।

Question 3.
ଭାରତର ଉତ୍ତର ଓ ଉତ୍ତର-ପଶ୍ଚିମାଞ୍ଚଳକୁ ଭାରତର ଶସ୍ୟାଗାର କୁହାଯାଏ ।
Answer:

  • ଭାରତର ଉତ୍ତର ଓ ଉତ୍ତର-ପଶ୍ଚିମାଞ୍ଚଳ ବିଶେଷତଃ ପଞ୍ଜାବ ଓ ହରିୟାଣା ରାଜ୍ୟମାନଙ୍କରେ ଗହମ ଉତ୍ପାଦନ ଅଧିକ କରାଯାଏ ।
  • ଏହି ଅଞ୍ଚଳର କୃଷକ ଜମିରେ ଅଧ୍ବକ ଅମଳକ୍ଷମ ବିହନ ବୁଣି ଉନ୍ନତ କୃଷି କୌଶଳ ପ୍ରୟୋଗ କରି ବର୍ଷକୁ ଅତି କମ୍‌ରେ ଦୁଇଥର ‘ଫସଲ ଉତ୍ପାଦନ କରିଥାଏ। ତେଣୁ ଏହି ଅଞ୍ଚଳକୁ ଭାରତର ଶସ୍ୟାଗାର ବୋଲି କୁହାଯାଏ।

BSE Odisha 8th Class Geography Important Questions Chapter 3.2 କୃଷି ଊନ୍ନୟନ

ପାର୍ଥକ୍ୟ ଦର୍ଶାଅ ।

Question 1.
ସବୁଜ ବିପ୍ଳବ ଓ ଗହମ ବିପ୍ଳବ :
Answer:
BSE Odisha 8th Class Geography Important Questions Chapter 3.2 କୃଷି 1

ପରୀକ୍ଷା ଉପଯୋଗୀ ସମ୍ଭାବିତ ପ୍ରଶ୍ନୋତ୍ତର
ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର

ଶୂନ୍ୟସ୍ଥାନ ପୂରଣ କର ।

1. _____ ରାଜ୍ୟକୁ ଯୁକ୍ତରାଷ୍ଟ୍ର ଆମେରିକାର ପଶୁପାଳନ ଭୂମି କୁହାଯାଏ ।
Answer: ୱିସକନ୍‌ସିନ୍

2. ପୃଥିବୀର ବୃହତ୍ତମ କପା ବ୍ୟବସାୟ କେନ୍ଦ୍ରର ନାମ _____|
Answer: ମେମ୍ପସ୍

3. ଯୁକ୍ତରାଷ୍ଟ୍ର ଆମେରିକାର କୃଷି ମୁଖ୍ୟତଃ _____ଭିଭିକ।
Answer: ବାଣିଜ୍ୟ

4. _____ ପଞ୍ଚବାର୍ଷିକ ଯୋଜନା କାଳରେ ହୀରାକୁଦ ବନ୍ଧ ନିର୍ମାଣ କରାଯାଇଥିଲା।
Answer: ପ୍ରଥମ

5. _____ ଭାରତରେ ପ୍ରଥମ ପଞ୍ଚବାର୍ଷିକ _____ ଯୋଜନା, ଆରମ୍ଭ ହୋଇଥିଲା ।
Answer: ୧୯୫୧

BSE Odisha 8th Class Geography Important Questions Chapter 3.2 କୃଷି ଊନ୍ନୟନ

6. _____ ର ଅନିଶ୍ଚିତତା ଯୋଗୁ ଭାରତର କୃଷି ଉତ୍ପାଦନ ଯଥେଷ୍ଟ ନୁହେଁ ।
Answer: ମୌସୁମୀ ବର୍ଷା

7. ଯୁକ୍ତରାଷ୍ଟ୍ର ଆମେରିକାର ଜଣେ କୃଷକ ଜଣେ ସାଧାରଣ ଚାଷୀ ପରିବର୍ତ୍ତେ ଜଣେ _____ ଭାବରେ ଜମିରେ କାର୍ଯ୍ୟ କରିଥାଏ ।
Answer: ବ୍ୟବସାୟୀ

8. ସିକାଗୋ _____ ବ୍ୟବସ୍ଥାର ପ୍ରଧାନ କେନ୍ଦ୍ର |
Answer: ମାଂସ

ଗୋଟିଏ ବାକ୍ୟରେ ଉତ୍ତର ଦିଅ।

Question 1.
କୃଷି ଉନ୍ନୟନର ମୂଳ ଲକ୍ଷ୍ୟ କ’ଣ ?
Answer:
ଖାଦ୍ୟ ସୁରକ୍ଷା ହେଲା କୃଷି ଉନ୍ନୟନର ମୂଳ ଲକ୍ଷ୍ୟ।

Question 2.
କେବେଠାରୁ ଭାରତରେ କୃଷିକୁ ପ୍ରାଧାନ୍ୟ ଦିଆଯାଇଛି ?
Answer:
୧୯୫୧ ମସିହାଠାରୁ ପଞ୍ଚବାର୍ଷିକ ଯୋଜନା କାଳରେ ଭାରତରେ କୃଷିକୁ ପ୍ରାଧାନ୍ୟ ଦିଆଯାଇଛି।

Question 3.
କେବେ ଓଡ଼ିଶାର ମହାନଦୀରେ ହୀରାକୁଦଠାରେ ବନ୍ଧ ନିର୍ମାଣ କରାଯାଇଥିଲା ?
Answer:
ପ୍ରଥମ ପଞ୍ଚବାର୍ଷିକ ଯୋଜନା କାଳରେ ମହାନଦୀରେ ହୀରାକୁଦ ବନ୍ଧ ନିର୍ମାଣ କରାଯାଇଥିଲା ।

BSE Odisha 8th Class Geography Important Questions Chapter 3.2 କୃଷି ଊନ୍ନୟନ

Question 4.
କୃଷିର ଉନ୍ନତି ପାଇଁ ସରକାର କି କି ପଦକ୍ଷେପ ଗ୍ରହଣ କରିଥିଲେ ?
Answer:
କୃଷିର ଉନ୍ନତି ପାଇଁ ସରକାର ଭୂ-ସଂସ୍କାର ଆଇନ ପ୍ରବର୍ତ୍ତନ ସହିତ କୃଷିବୀମା, ଗ୍ରାମୀଣ ବ୍ୟାଙ୍କ, ସମବାୟ ସଂସ୍ଥା, ସ୍ଵଳ୍ପ ଋଣ ହାର, ଅଳ ମୂଲ୍ୟରେ ସାର ଓ ବିହନ ଯୋଗାଣ ଇତ୍ୟାଦି ବ୍ୟବସ୍ଥା କରିଥିଲେ।

Question 5.
ପାଣିପାଗର ପୂର୍ବାନୁମାନ କୃଷକମାନଙ୍କୁ କିପରି ଯୋଗାଇ ଦିଆଯାଏ ?
Answer:
ଦୂରଦର୍ଶନ ଓ ଆକାଶବାଣୀ ମାଧ୍ୟମରେ ପାଣିପାଗର ପୂର୍ବାନୁମାନ କୃଷକମାନଙ୍କୁ ଯୋଗାଇ ଦିଆଯାଏ ।

Question 6.
ଭାରତର କେଉଁ ରାଜ୍ୟ ଗହମ ଉତ୍ପାଦନରେ ଅଗ୍ରଣୀ ?
Answer:
ପଞ୍ଜାବ ଓ ହରିୟାଣା ଗହମ ଉତ୍ପାଦନରେ ଅଗ୍ରଣୀ ।

Question 7.
ଯୁକ୍ତରାଷ୍ଟ୍ର ଆମେରିକାର ଗୋଟିଏ ସାଧାରଣ ଚାଷଜମିର ଆକାର କେତେ ?
Answer:
ଯୁକ୍ତରାଷ୍ଟ୍ର ଆମେରିକାର ଗୋଟିଏ ସାଧାରଣ ଚାଷ ଜମିର ଆକାର ୨୫୦ ହେକ୍ଟର ।

Question 8.
ଭାରତର ଗୋଟିଏ ସାଧାରଣ ଚାଷଜମିର ଆକାର କେତେ ?
Answer:
ଭାରତର ଗୋଟିଏ ସାଧାରଣ ଚାଷଜମିର ଆକାର ୧.୫ ହେକ୍ଟର ।

Question 9.
ଯୁକ୍ତରାଷ୍ଟ୍ର ଆମେରିକାର କୃଷକମାନେ କିପରି ଲାଭବାନ ହୁଅନ୍ତି ?
Answer:
ଦେଶରେ ଗୋଦାମ ଘର ଓ ବାଣିଜ୍ୟ ସଂସ୍ଥାମାନ ଥିବାରୁ କୃଷକ ଶସ୍ୟ ସଂରକ୍ଷଣ କରି ଏବଂ ବିକ୍ରି କରି ଲାଭବାନ ହୁଏ।

Question 10.
ଯୁକ୍ତରାଷ୍ଟ୍ର ଆମେରିକାର କେଉଁ ସହର ମାଂସ ବ୍ୟବସାୟର ପ୍ରଧାନ କେନ୍ଦ୍ର ?
Answer:
ଯୁକ୍ତରାଷ୍ଟ୍ର ଆମେରିକାର ସିକାଗୋ ସହର ମାଂସ ବ୍ୟବସାୟର ପ୍ରଧାନ କେନ୍ଦ୍ର ।

BSE Odisha 8th Class Geography Important Questions Chapter 3.2 କୃଷି ଊନ୍ନୟନ

Question 11.
କେଉଁ ସହର ପୃଥ‌ିବୀର ବୃହତ୍ତମ କପା ବ୍ୟବସାୟର ପ୍ରଧାନ କେନ୍ଦ୍ର ?
Answer:
ମେମ୍ପିସ୍ ସହର ପୃଥ‌ିବୀର ବୃହତ୍ତମ କପା ବ୍ୟବସାୟ କେନ୍ଦ୍ର।

Question 12.
ଯୁକ୍ତରାଷ୍ଟ୍ର ଆମେରିକାର କେଉଁ ରାଜ୍ୟକୁ Dairy Land ବା ପଶୁପାଳନ ଭୂମି କୁହାଯାଏ ?
Answer:
ଯୁକ୍ତରାଷ୍ଟ୍ର ଆମେରିକାର ୱିସକନ୍‌ସିନ୍ ରାଜ୍ୟକୁ Dairy Land ବା ପଶୁପାଳନ ଭୂମି କୁହାଯାଏ।

Question 13.
ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡ଼ା ଅଞ୍ଚଳ କାହିଁକି ପ୍ରସିଦ୍ଧ ?
Answer:
ଷ୍ଟ୍ରବେରୀ, କମଳା, ସପୁରୀ ଓ ଲିଚୁ ଆଦି ଫଳଚାଷ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡ଼ା ଅଞ୍ଚଳ ପ୍ରସିଦ୍ଧ ।

Question 14.
ଯୁକ୍ତରାଷ୍ଟ୍ର ଆମେରିକା ଗହମ ଉତ୍ପାଦନରେ ପୃଥ‌ିବୀରେ କେଉଁ ସ୍ଥାନ ଅଧିକାର କରିଛି ?
Answer:
ଯୁକ୍ତରାଷ୍ଟ୍ର ଆମେରିକା ଗହମ ଉତ୍ପାଦନରେ ପୃଥବୀର ଦ୍ଵିତୀୟ ସ୍ଥାନ ଅଧିକାର କରିଛି ।

Question 15.
ଯୁକ୍ତରାଷ୍ଟ୍ର ଆମେରିକାର କୃଷିର ବିଶେଷତ୍ଵ କ’ଣ?
Answer:
ଯୁକ୍ତରାଷ୍ଟ୍ର ଆମେରିକାର କୃଷକ ଜଣେ ସାଧାରଣ ଚାଷୀ ପରିବର୍ତ୍ତେ ଜଣେ ବ୍ୟବସାୟୀ ଭାବରେ ଜମିରେ କାର୍ଯ୍ୟ କରିଥାଏ ।

BSE Odisha 8th Class Geography Important Questions Chapter 3.2 କୃଷି ଊନ୍ନୟନ

Question 16.
ମକାବଳୟ କାହାକୁ କୁହାଯାଏ ?
Answer:
ଯୁକ୍ତରାଷ୍ଟ୍ର ଆମେରିକାର ମଧ୍ୟ-ପଶ୍ଚିମାଞ୍ଚଳରେ ବ୍ୟାପକ ମକାଚାଷ କରାଯାଏ। ଏହି ଅଞ୍ଚଳକୁ ମକାବଳୟ ବୋଲି କୁହାଯାଏ।

ଭୌଗୋଳିକ ଶବ୍ଦଗୁଡ଼ିକୁ ଗୋଟିଏ ଗୋଟିଏ ବାକ୍ୟରେ ଲେଖ।

Question 1. ଯୁକ୍ତରାଷ୍ଟ୍ର ଆମେରିକା :
Answer:
ମକା ଉତ୍ପାଦନରେ ପୃଥ‌ିବୀର ପ୍ରଥମ ସ୍ଥାନ ଅଧିକାର କରିଥିବା ଦେଶ ।

2. ଫ୍ଲୋରିଡ଼ାର ଉତ୍ତରାଞ୍ଚଳ :
Answer: ଯୁକ୍ତରାଷ୍ଟ୍ର ଆମେରିକାର ଫଳଚାଷ ପାଇଁ ପ୍ରସିଦ୍ଧିଲାଭ କରିଥିବା ଅଞ୍ଚଳ ।

3. ସିକାଗୋ :
Answer:
ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଧାନ ମାଂସ ବ୍ୟବସାୟ କେନ୍ଦ୍ର ।

4. ମେମ୍ପିସ୍ :
Answer: ପୃଥ‌ିବୀର ବୃହତ୍ତମ କପା ବ୍ୟବସାୟ କେନ୍ଦ୍ର ।

5. ୱିସକନ୍‌ ସିନ୍ ରାଜ୍ୟ :
Answer: ଯୁକ୍ତରାଷ୍ଟ୍ର ଆମେରିକାର ପଶୁପାଳନ ଭୂମି ।

6. ୧୯୫୧ :
Answer: ପ୍ରଥମ ପଞ୍ଚବାର୍ଷିକ ଯୋଜନାର ଆରମ୍ଭ କାଳ ।

7. ଆମେରି କାର ମଧ୍ୟ-ପଶ୍ଚିମାଞ୍ଚଳ :
Answer: ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଧାନ ମକାଚାଷ ଅଞ୍ଚଳ ।

8. ମିସିସିପି ନଦୀ ଅବବାହିକା ଅଞ୍ଚଳ :
Answer: ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଧାନ କପାଚାଷ ଅଞ୍ଚଳ ।

9. ଲୋହିତ ନଦୀ ଉପତ୍ୟକା ଓ ପ୍ରେରୀ ଅଞ୍ଚଳ :
Answer: ଯୁକ୍ତରାଷ୍ଟ୍ର ଆମେରିକାର ମୁଖ୍ୟ ଗହମ ଚାଷ ଅଞ୍ଚଳ ।

10. ଗହମ ଚାଷ :
Answer: କାନାଡ଼ାର ପ୍ରେରୀ ଅଞ୍ଚଳରେ ହେଉଥିବା ମୁଖ୍ୟ ଚାଷ ।

11. ଖାଦ୍ୟ ସୁରକ୍ଷା :
Answer: ପ୍ରତ୍ୟେକ ମନୁଷ୍ୟର ନ୍ୟୁନତମ ପୁଷ୍ଟିସାର ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ କରାଯାଉଥିବା ବ୍ୟବସ୍ଥା ।

BSE Odisha 8th Class Geography Important Questions Chapter 3.2 କୃଷି ଊନ୍ନୟନ

12. ଜୈବିକ ଚାଷ
Answer: ପ୍ରାକୃତିକ ଓ ଜୈବିକ ଉପାଦାନ ପ୍ରୟୋଗ କରାଯାଇ କରାଯାଉଥିବା କୃଷି ।

ଅସଂପର୍କିତ ଶବ୍ଦଟିକୁ ବାଛ।

1. ସବୁଜ ସାର, ଜୀବାଣୁ ସାର, ରାସାୟନିକ ସାର, ପଶୁଖତ ।
Answer: ରାସାୟନିକ ସାର

2. କୃଷିବୀମା, ଗ୍ରାମୀଣ ବ୍ୟାଙ୍କ, ସମବାୟ ସଂସ୍ଥା, ସାହୁକାର ଋଣ।
Answer: ସାହୁକାର ଋଣ

3. ଷ୍ଟ୍ରବେରୀ, କମଳା, ଆମ୍ବ, ସପୁରୀ ।
Answer: ଆମ୍ବ

BSE Odisha 8th Class Geography Important Questions Chapter 3.2 କୃଷି ଊନ୍ନୟନ

4. ଖାଇବା ତେଲ, ସାବୁନ, ଆଲକହଲ, ପାଉଡ଼ର ।
Answer: ପାଉଡ଼ର

Objective Type Questions With Answers
ସ୍ତମ୍ଭ ମିଳନ କର ।

Question 1.
BSE Odisha 8th Class Geography Important Questions Chapter 3.2 କୃଷି 2
Answer:
BSE Odisha 8th Class Geography Important Questions Chapter 3.2 କୃଷି 3

BSE Odisha 8th Class Geography Important Questions Chapter 3.2 କୃଷି ଊନ୍ନୟନ

Question 2.
BSE Odisha 8th Class Geography Important Questions Chapter 3.2 କୃଷି 4
Answer:
BSE Odisha 8th Class Geography Important Questions Chapter 3.2 କୃଷି 5

ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

1. ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ____________ କ୍ଷେତ୍ରରେ ଉନ୍ନତି ପାଇଁ ଗୁରୁତ୍ଵ ଦିଆଯାଇଥିଲା ।
Answer: କୃଷି

2. ଓଡ଼ିଶାର ହୀରାକୁଦ ନଦୀବନ୍ଧ ନିର୍ମାଣ ____________ ପଞ୍ଚବାର୍ଷିକ ଯୋଜନା କାଳରେ କରାଯାଇଥିଲା ।
Answer: ପ୍ରଥମ

3. ଯୁକ୍ତରାଷ୍ଟ୍ର ଆମେରିକାରେ ଗୋଟିଏ ସାଧାରଣ ଋଷଜମିର ଆକାର ____________ ହେକ୍ଟର ।
Answer: ୨୫୦

4. ଭାରତରେ ଗୋଟିଏ ସାଧାରଣ ଋଷଜମିର ଆକାର ____________ହେକ୍ଟର ।
Answer: ୧.୫

5. ଯୁକ୍ତରାଷ୍ଟ୍ର ଆମେରିକାର ____________ ସହର ମାଂସ ବ୍ୟବସାୟର ପ୍ରଧାନ କେନ୍ଦ୍ର।
Answer: ସିକାଗୋ

6. ମିସିସିପି ନଦୀ ଅବବାହିକାର ଦକ୍ଷିକାଂଶରେ ____________ ଋଷ କରାଯାଏ ।
Answer: ଗହମ

BSE Odisha 8th Class Geography Important Questions Chapter 3.2 କୃଷି ଊନ୍ନୟନ

7. ଭାରତର କୃଷି ମୁଖ୍ୟତଃ ____________ କୃଷିର ଅନ୍ତର୍ଗତ
Answer: ପ୍ରୟୋଜନଭିଭିକ

8. ଯୁକ୍ତରାଷ୍ଟ୍ର ଆମେରିକାର ____________ ରୂପେ ବ୍ୟବହାର କରାଯାଇଥାଏ ।
Answer: ମକା

9. ଗହମ ଉତ୍ପାଦନରେ ଯୁକ୍ତରାଷ୍ଟ୍ର ଆମେରିକା ପୃଥ‌ିବୀର _______ ସ୍ଥାନ ଅଧିକାର କରିଅଛି ?
Answer: ଦ୍ଵିତୀୟ

10. 1992-2005 ମସିହା ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର _______ ଜଣ କାର୍ଯ୍ୟରତ କୃଷି ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା ?
Answer: ୫୧୬

ସମ୍ଭାବ୍ୟ ଉତ୍ତର ବାଛି ଲେଖ ।

Question 1.
ନିମ୍ନୋକ୍ତ କେଉଁ ଦେଶର ଜମିର ଆକାରଗୁଡ଼ିକ ବଡ ନୁହେଁ ?
(A) ଭାରତ
(B) ଯୁକ୍ତରାଷ୍ଟ୍ର ଆମେରିକା
(C) କାନାଡ଼ା
(D) ଅଷ୍ଟ୍ରେଲିଆ
Answer:
(A) ଭାରତ

Question 2.
କେବେ ଭାରତରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହୋଇଥୁଲା ?
(A) ୧୯୫୦
(B) ୧୯୫୧
(C) ୧୯୫୨
(D) ୧୯୫୩
Answer:
(B) ୧୯୫୧

BSE Odisha 8th Class Geography Important Questions Chapter 3.2 କୃଷି ଊନ୍ନୟନ

Question 3.
କେଉଁ ଅଞ୍ଚଳକୁ ‘ଭାରତର ଶସ୍ୟାଗାର’ ବୋଲି କୁହାଯାଏ ?
(A) ଓଡ଼ିଶା ଓ ପଶ୍ଚିମବଙ୍ଗ
(B) ଆସାମ ଓ ଉତ୍ତରାଖଣ୍ଡ
(C) ପଞ୍ଜାବ ଓ ହରିୟାଣା
(D) ବିହାର ଓ ଆସାମ
Answer:
(C) ପଞ୍ଜାବ ଓ ହରିୟାଣା

Question 4.
କୃଷି ଉନ୍ନୟନର ମୂଳ ଲକ୍ଷ୍ୟ କ’ଣ ?
(A) ଅଧିକ ଜଳସେଚନର ବନ୍ଦୋବସ୍ତ
(B) କୃଷିଜମିର ଆକାର ବୃଦ୍ଧି
(C) ଅଧିକ ଅମଳକ୍ଷମ ବିହନର ବ୍ୟବହାର
(D) ଖାଦ୍ୟ ସୁରକ୍ଷା
Answer:
(D) ଖାଦ୍ୟ ସୁରକ୍ଷା

Question 5.
କେଉଁଟି କୃଷିର ଉନ୍ନତି ପାଇଁ ଭାରତ ସରକାରଙ୍କ ପଦକ୍ଷେପର ଅନ୍ତର୍ଗତ ନୁହେଁ ?
(A) କୃଷିବୀମା
(B) ଗ୍ରାମୀଣ ବ୍ୟାଙ୍କ
(C) ଜୀବନବୀମା
(D) ସ୍ଵଳ୍ପ ଗଣହାର
Answer:
(C) ଜୀବନବୀମା

BSE Odisha 8th Class Geography Important Questions Chapter 3.2 କୃଷି ଊନ୍ନୟନ

Question 6.
ଯୁକ୍ତରାଷ୍ଟ୍ର ଆମେରିକା କୃଷିର ବିଶେଷତ୍ଵ କ’ଣ ?
(A) ଅଧିକ ଉତ୍ପାଦନ
(B) ଜନ୍ନତ ବିହନ
(C) କୃଷିକୁ ଶିଳ୍ପରୂପେ ଗଣନା
(D) ରାସାୟନିକ ସାର
Answer:
(C) କୃଷିକୁ ଶିଳ୍ପରୂପେ ଗଣନା

Question 7.
କେଉଁ ଶସ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧ୍ବକ କରାଯାଏ ?
(A) ଗହମ
(B) ଝୋଟ
(C) କପା
(D) ମକା
Answer:
(D) ମକା

Question 8.
ଯୁକ୍ତରାଷ୍ଟ୍ର ଆମେରିକାର କୃଷି ମୁଖ୍ୟତଃ କେଉଁ ପ୍ରକାରର ?
(A) ପ୍ରଯୋଜନରିରିକ କୃଷି
(B) ବଜାରଭିଭିକ କୃଷି
(C) ବାଣିଜ୍ୟଭିତ୍ୟିକ କୃଷି
(D) ସଘନଭିଭିକ କୃଷି
Answer:
(C) ବାଣିଜ୍ୟଭିତ୍ୟିକ କୃଷି

Question 9.
କେଉଁଟି ପୃଥ‌ିବୀର ବୃହତ୍ତମ କପା ଉତ୍ପାଦନ କେନ୍ଦ୍ର ?
(A) ବୋଷ୍ଟନ ।
(B) ସାଓପୋଓଲୋ
(C) ହୋଷ୍ଟନ
(D) ମେମ୍ପିସ୍
Answer:
(D) ମେମ୍ପିସ୍

BSE Odisha 8th Class Geography Important Questions Chapter 3.2 କୃଷି ଊନ୍ନୟନ

Question 10.
କେଉଁ ରାଜ୍ୟକୁ ଯୁକ୍ତରାଷ୍ଟ୍ର ଆମେରିକାର Dairy land ବା ପଶୁପାଳନ ଭୂମି କୁହାଯାଏ ?
(A) କାନ୍ସ
(B) ବୋଷ୍ଟନ
(C) ୱିସକନ୍ସିନ୍
(D) ହେଲେନା
Answer:
(C) ୱିସକନ୍ସିନ୍

Question 11.
କେଉଁ ଅଞ୍ଚଳର ଉତ୍ତରାଞ୍ଚଳ ଷ୍ଟ୍ରବେରୀ, କମଳା, ସପୁରୀ, ଲିଚୁ ଇତ୍ୟାଦି ଫଳଋଷପାଇଁ ପରିଚିତ ?
(A) ଫ୍ଲୋରିଡା
(C) ଆଲବାମା
(B) ଭର୍ଜିନିଆ
(D) ଲିଟିର ରକ୍
Answer:
(A) ଫ୍ଲୋରିଡା

Question 12.
ଓଡ଼ିଶାର ହୀରାକୁଦ ନଦୀବନ୍ଧ ନିର୍ମାଣ କେଉଁ ପଞ୍ଚବାର୍ଷିକ ଯୋଜନା କାଳରେ କରାଯାଇଥିଲା ?
(A) ପ୍ରଥମ
(B) ଦ୍ଵିତୀୟ
(C) ତୃତୀୟ
(D) ଚତୁର୍ଥ
Answer:
(A) ପ୍ରଥମ

BSE Odisha 8th Class Geography Important Questions Chapter 3.2 କୃଷି ଊନ୍ନୟନ

Question 13.
ପ୍ରଥମ ପଞ୍ଚବାର୍ଷିକ ଯୋଜନାକାଳରେ କେଉଁଟିର ଉନ୍ନତି ପାଇଁ ଗୁରୁତ୍ଵ ଦିଆଯାଇଥିଲା ?
(A) ଶିଳ୍ପ
(B) କୃଷି
(C) ଯୋଗାଯୋଗ ଓ ପରିବହନ
(D) ଖଣିଜ ଓ ଶକ୍ତିସମ୍ପଦ
Answer:
(A) ପ୍ରଥମ

Question 14.
ଭାରତର କୃଷି ମୁଖ୍ୟତଃ କେଉଁ ପ୍ରକାର ?
(A) ବାଣିଜ୍ୟଭିରିକ
(B) ପ୍ରୟୋଜନଭିରିକ
(C) ସଘନମିଶ୍ରିତ
(D) ବଜାର ଉଦ୍ୟାନଭିଭିକ
Answer:
(B) ପ୍ରୟୋଜନଭିରିକ

Question 15.
ନିମ୍ନଲିଖତ କେଉଁ ଶସ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟାପକ ଭାବରେ ଚାଷକରାଯାଏ ନାହିଁ ?
(A) ମକା
(B) ଝୋଟ
(C) ଗହମ
(D) କପା
Answer:
(B) ଝୋଟ

Question 16.
ଯୁକ୍ତରାଷ୍ଟ୍ର ଆମେରିକାର କେଉଁ ଅଞ୍ଚଳ ପଶୁପାଳନ ପାଇଁ ପ୍ରସିଦ୍ଧ ?
(A) ବୃହତ୍ ସମତଳ ଅଞ୍ଚଳ
(B) ବୃହତ୍ ହ୍ରଦ ଅଞ୍ଚଳ
(C) ମଧ୍ଯ—ପଶ୍ଚିମାଞ୍ଚଳ
(D) ମିସିସିପି ଅବବାହିକା
Answer:
(B) ବୃହତ୍ ହ୍ରଦ ଅଞ୍ଚଳ

Question 17.
2021 ମସିହାବେଳକୁ ଭାରତର ଜନସଂଖ୍ୟା କେତେ ହେବ ବୋଲି ଆକଳନ କରାଯାଇଛି ?
(A) 102 କୋଟି
(B) 120 କୋଟି
(C) 150 କୋଟି
(D) 200 କୋଟି
Answer:
(C) 150 କୋଟି

BSE Odisha 8th Class Geography Important Questions Chapter 3.2 କୃଷି ଊନ୍ନୟନ

Question 18.
ଭାରତର କେଉଁ ରାଜ୍ୟରେ ଗହମ ବିପ୍ଳବ ଦେଖାଦେଇଛି ?
(A) ଓଡ଼ିଶା
(B) ବିହାର
(C) ଉତ୍ତରପ୍ରଦେଶ
(D) ପଞ୍ଜାବ
Answer:
(D) ପଞ୍ଜାବ

CHSE Odisha Class 12 Economics Chapter 10 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 10 ବଜାର Short Answer Questions.

CHSE Odisha 12th Class Economics Chapter 10 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି/ ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ବଜାରର ସଂଜ୍ଞା ପ୍ରଦାନ କର ।
Answer:
ବଜାର କହିଲେ ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର କ୍ରୟ ବିକ୍ରୟକୁ ବୁଝାଯାଏ । ଅର୍ଥଶାସ୍ତ୍ରୀ ଜନ୍ ଏଫ୍ ଡିଉଙ୍କ ଭାଷାରେ, ‘ପରସ୍ପର ସହିତ ନିବିଡ଼ ଭାବରେ ସମ୍ପୃକ୍ତ ଥିବା କେତେକ ସଂଖ୍ୟକ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ କୌଣସି ଏକ ଦ୍ରବ୍ୟର ବିନିମୟ ଘଟିଲେ, ତାହାକୁ ବଜାର କୁହାଯାଏ ।’’ ତେଣୁ ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର କ୍ରେତା, ବିକ୍ରେତା ଓ ସେମାନଙ୍କ ମଧ୍ୟରେ ଥିବା ପ୍ରତ୍ୟକ୍ଷ ସମ୍ପର୍କକୁ ବଜାର କୁହାଯାଏ ।

2. ବିଶୁଦ୍ଧ ବଜାର କ’ଣ ?
Answer:
ପ୍ରଫେସର ଚାମ୍ବରଲିନ୍‌ଙ୍କଦ୍ୱାରା ବିଶୁଦ୍ଧ ପ୍ରତିଯୋଗିତା ତତ୍ତ୍ଵ ବିକାଶ ଲାଭ କରିଥିଲା । ଚାମ୍ବରଲିନ୍‌ଙ୍କ ମତରେ, ଏକାତ୍‌କାରର ଅନୁପସ୍ଥିତିକୁ ବିଶୁଦ୍ଧ ପ୍ରତିଯୋଗିତା କୁହାଯାଏ । ବିଶୁଦ୍ଧ ପ୍ରତିଯୋଗିତାର ଦୁଇଟି ଲକ୍ଷଣ ଥାଏ; ଯଥା- ବିପୁଳ ସଂଖ୍ୟକ କ୍ରେତା ଓ ବିକ୍ରେତାଙ୍କ ଉପସ୍ଥିତି ଏବଂ ସମଜାତୀୟ ଦ୍ରବ୍ୟର କ୍ରୟ ବିକ୍ରୟ ।

3. ବଜାର ଦର କହିଲେ କ’ଣ ବୁଝ ?
Answer:
କୌଣସି ଏକ ସମୟରେ ବଜାରରେ ପ୍ରଚଳିତ ଦାମ୍ଭିକୁ ବଜାର ଦର କୁହାଯାଏ । ଏହି ଦର ସ୍ଵଳ୍ପକାଳ ସ୍ଥାୟୀ । ଚାହିଦା ଓ ଯୋଗାଣଦ୍ଵାରା ଦର ନିର୍ଦ୍ଧାରିତ ହୁଏ । ସ୍ଵଳ୍ପକାଳରେ ଯୋଗାଣ ପ୍ରାୟତଃ ସ୍ଥିର ଥାଏ । ତେଣୁ ଦ୍ରବ୍ୟର ଚାହିଦାଦ୍ୱାରା ଦର ପ୍ରଭାବିତ ହୁଏ ।

4. ସ୍ଵାଭାବିକ ଦର କ’ଣ ?
Answer:
ଦୀର୍ଘକାଳରେ ଉପଲବ୍‌ଧ ହେଉଥ‌ିବା ଦରକୁ ସ୍ଵାଭାବିକ ଦର କୁହାଯାଏ । ଦୀର୍ଘକାଳରେ ଚାହିଦା ଓ ଯୋଗାଣ ଉଭୟ ପରିବର୍ତ୍ତିତ ହୁଅନ୍ତି ଓ ଉଭୟ ସ୍ଵାଭାବିକ ଦରକୁ ପ୍ରଭାବିତ କରନ୍ତି । ସ୍ଵାଭାବିକ ଦର ଏକ ସ୍ଥିର ସନ୍ତୁଳନ ଦର ଅଟେ ।

5. ଅବାଧ ପ୍ରବେଶ ଓ ପ୍ରସ୍ଥାନ କହିଲେ କ’ଣ ବୁଝ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦ୍ରବ୍ୟ ଉତ୍ପାଦନ ଓ ବିକ୍ରୟ କରୁଥିବା ପ୍ରତିଷ୍ଠାନଗୁଡ଼ିକର ବଜାରରେ ପ୍ରବେଶ ଓ ପ୍ରସ୍ଥାନ ଉପରେ କୌଣସି ପ୍ରତିବନ୍ଧକ ନଥାଏ । ପ୍ରତିଯୋଗିତାରେ ସଫଳତା ଆଶା କରି ନୂତନ ଉତ୍ପାଦନ ପ୍ରତିଷ୍ଠାନମାନେ ଶିଳ୍ପ ମଧ୍ୟକୁ ପ୍ରବେଶ କରିପାରିବେ । ସେହିପରି ଅତ୍ୟଧ୍ଵକ କ୍ଷତି ଯୋଗୁଁ କୌଣସି ଉତ୍ପାଦନ ପ୍ରତିଷ୍ଠାନ ବଜାରରୁ ବିଦାୟ ନେଇପାରିବେ ।

CHSE Odisha Class 12 Economics Chapter 10 Short Answer Questions in Odia Medium

6. ସମଜାତୀୟ ଦ୍ରବ୍ୟ କହିଲେ କ’ଣ ବୁଝ ?
Answer:
ପୂର୍ଣ ପ୍ରତିଯୋଗିତାମୂଳକ ବଜାରରେ ବିନିମୟ ହେଉଥ‌ିବା ଦ୍ରବ୍ୟଟି ସର୍ବତୋଭାବେ ସମାନ ହୋଇଥାଏ । ପ୍ରତ୍ୟେକ ଦ୍ରବ୍ୟର ଆକାର, ପ୍ରକାର, ରଙ୍ଗ ଓ କିସମ ସମାନ ହୋଇଥାଏ । ଦ୍ରବ୍ୟର ଏକକଗୁଡ଼ିକ ସର୍ବତୋଭାବେ ସମାନ ହେଲେ, ଉପଭୋକ୍ତାଙ୍କର କୌଣସି ଏକ ନିର୍ଦ୍ଦିଷ୍ଟ ଶିଳ୍ପ ପ୍ରତିଷ୍ଠାନର ଉତ୍ପାଦିତ ଦ୍ରବ୍ୟ ପ୍ରତି ବିଶେଷ ଆଗ୍ରହ ରହେ ନାହିଁ ।

7. ଶୂନ୍ୟ ପରିବହନ ବ୍ୟୟ କହିଲେ କ’ଣ ବୁଝ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ, ଦ୍ରବ୍ୟ ଗୋଟିଏ ସ୍ଥାନରୁ ସରବରାହ କରିବାପାଇଁ କୌଣସି ଖର୍ଚ୍ଚ ହୁଏ ନାହିଁ ବୋଲି ଧରି ନିଆଯାଇଥାଏ । ଏହା ଅବାସ୍ତବ ମନେହୁଏ, କିନ୍ତୁ ଏହି ପରିକଳ୍ପନା ଅପରିହାର୍ଯ୍ୟ । ଏହି ପରିକଳ୍ପନାର ଅନୁପସ୍ଥିତିରେ ଦ୍ରବ୍ୟର ଦର ସର୍ବତ୍ର ସମାନ ରହିବ ନାହିଁ ।

8. ଏକାଧ୍ଵର ବଜାରର ସଂଜ୍ଞା ଲେଖ ।
Answer:
ଏକାଧିକାର ବଜାର କହିଲେ ଜଣେ ମାତ୍ର ବିକ୍ରେତା ଏପରି ଏକ ଦ୍ରବ୍ୟ ବିକ୍ରୟ କରନ୍ତି ଯାହାର କୌଣସି ନିକଟତମ ବିକଳ୍ପ ଦ୍ରବ୍ୟ ଉପଲବ୍ଧ ହୁଏ ନାହିଁ । ଏହିପରି ବଜାର ସ୍ଥିତିରେ ଶିଳ୍ପ ଏବଂ ପ୍ରତିଷ୍ଠାନ ମଧ୍ୟରେ କୌଣସି ପ୍ରଭେଦ ନ ଥାଏ । ଏକାଧ୍ୟାର ପ୍ରତିଷ୍ଠାନ ଦର ଗ୍ରହଣକାରୀ ଭାବେ ପରିଚିତ ନ ହୋଇ ଦର ନିର୍ଣ୍ଣୟକାରୀର କାର୍ଯ୍ୟ ସମ୍ପାଦନ କରିଥାଏ ।

9. ଦାମ୍ ବିଭେଦୀକରଣ କ’ଣ ?
Answer:
କେତେକ କ୍ଷେତ୍ରରେ ଦେଖାଯାଏ ଯେ, ଏକାତ୍‌କାର ପ୍ରତିଷ୍ଠାନ ଗୋଟିଏ ପ୍ରକାର ଉତ୍ପାଦିତ ଦ୍ରବ୍ୟର ବିଭିନ୍ନ ଏକକଗୁଡ଼ିକ ପାଇଁ ବିଭିନ୍ନ ଦର ଧାର୍ଯ୍ୟ କରିଥାଏ । ଅର୍ଥାତ୍‌ ଭିନ୍ନ ଭିନ୍ନ ଉପଭୋକ୍ତାଙ୍କଠାରୁ ଭିନ୍ନ ଭିନ୍ନ ଦାମ୍ ଆଦାୟ କରିଥାଏ । ଏହାକୁ ଏକାଧିକାର ବଜାରରେ ଦାମ୍ ବିଭେଦୀକରଣ କୁହାଯାଏ ବା ଏପ୍ରକାର ବଜାରକୁ ବିଭେଦକାରୀ ଏକାଧିକାର ବଜାର ବୋଲି କୁହାଯାଏ ।

10. ଅଚ୍ଛାଧିକାର କ’ଣ?
Answer:
ଯେଉଁ ବଜାରରେ ଏକାଧିକାର ବଜାରର କିଛି ଲକ୍ଷଣ ଓ ଏକାଧିକାରମୂଳକ ପ୍ରତିଯୋଗିତା ବଜାରର କିଛି ଲକ୍ଷଣ ଦେଖାଯାଏ, ତାହାକୁ ଅଚ୍ଛାତ୍‌କାର କୁହାଯାଏ । ଏହି ବଜାରରେ ଅଳ୍ପ କେତେଜଣ ବୃହତ୍ ପ୍ରତିଷ୍ଠାନ ବା ବିକ୍ରେତା ପରସ୍ପର ସହିତ ପ୍ରତିଦ୍ଵନ୍ଦିତା କରି ଏକ ଦ୍ରବ୍ୟ ଉତ୍ପାଦନ ଓ ବିକ୍ରୟ କରନ୍ତି । ଯେହେତୁ ଜଣେ ବିକ୍ରେତା ବା ଉତ୍ପାଦନକାରୀ ଦ୍ରବ୍ୟର ଏକ ବୃହତ୍ ଅଂଶ ଉତ୍ପାଦନ ଓ ବିକ୍ରୟ କରନ୍ତି । ସେ ଦର ଓ ଉତ୍ପାଦ ପରିମାଣକୁ ଯଥେଷ୍ଟ ପ୍ରଭାବିତ କରିପାରନ୍ତି ।

11. ଏକାଧିକାରମୂଳକ ପ୍ରତିଯୋଗିତା ବଜାର କ’ଣ ?
Answer:
ଅଧ୍ୟାପକ ଚାମ୍ବରଲିନ୍ ୧୯୩୩ ମସିହାରେ ଏକାଧିକାରମୂଳକ ପ୍ରତିଯୋଗିତା ତତ୍ତ୍ଵର ବିଶଦ ବ୍ୟାଖ୍ୟା କରିଥିଲେ । ତାଙ୍କ ମତରେ, ଏକ ନିର୍ଦ୍ଦିଷ୍ଟ ବଜାର ପରିସ୍ଥିତିରେ ପ୍ରତ୍ୟେକ ବିକ୍ରୟକାରୀ ଏକପ୍ରକାର ଏକାଧିକାରୀ ଏବଂ ଏହି ଶ୍ରେଣୀର ଏକାଧିକାରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ରହିଥାଏ । ତେଣୁ ଯେଉଁ ବଜାର ବ୍ୟବସ୍ଥାରେ ଉଭୟ ପ୍ରତିଯୋଗିତା ଏବଂ ଏକାଧ୍ୟାକାରର ସତ୍ତା ଉପଲବ୍ଧ କରାଯାଏ, ସେହି ବଜାରକୁ ଏକାଧିକାରମୂଳକ ପ୍ରତିଯୋଗିତା ବଜାର କୁହାଯାଏ ।

ଅର୍ଥାତ୍ ଯେଉଁଠାରେ ନାନା ମାର୍କା, ଆକାର, ବ୍ୟାବସାୟିକ ଚିହ୍ନ ଭିତ୍ତିରେ ଗୋଟିଏ ଦ୍ରବ୍ୟକୁ ଅଳ୍ପ କେତେକ ଉତ୍ପାଦନକାରୀ ଉତ୍ପାଦନ କରି ପ୍ରତିଯୋଗିତାକୁ ସେମାନଙ୍କ ମଧ୍ୟରେ ସୀମିତ ରଖନ୍ତି, ତାହାକୁ ଏକାଧ୍ୟାକାରମୂଳକ ପ୍ରତିଯୋଗିତା ବଜାର କୁହାଯାଏ ।

12. ବଜାର ଦାମ୍ କ’ଣ ?
Answer:
ବଜାର କାଳରେ ଦ୍ରବ୍ୟର ଯେଉଁ ଦାମ୍ ନିରୂପିତ ହୁଏ, ତାହାକୁ ବଜାର ଦାମ୍ କୁହାଯାଏ । ଯେକୌଣସି ମୁହୂଇଁରେ ଦ୍ରବ୍ୟର ଯୋଗାଣ ଏବଂ ଚାହିଦାଦ୍ୱାରା ନିରୂପିତ ଦାମ୍ଭିକୁ ବଜାର ଦାମ୍ ମଧ୍ଯ କୁହାଯାଏ । ଅର୍ଥାତ୍ ଏହାକୁ ସ୍ଵଳ୍ପକାଳୀନ ଦାମ୍ କୁହାଯାଏ ଯେହେତୁ ବଜାର ଦାମ୍ ସଦାବେଳେ ଦୋଳାୟମାନ ଅବସ୍ଥାରେ ଥାଏ।

13. ସନ୍ତୁଳନ ଦର କ’ଣ?
Answer:
ସନ୍ତୁଳନ ଦର ଏକ ଦର ଯେଉଁଥରେ ଗୋଟିଏ ଦ୍ରବ୍ୟର ଚାହିଦାର ପରିମାଣ ଯୋଗାଣ ପରିମାଣ ସହିତ ନିଶ୍ଚିତ ଭାବେ ସମାନ ରହେ । ବଜାର ଦର ଚାହିଦା ଓ ଯୋଗାଣଦ୍ବାରା ନିର୍ଦ୍ଧାରିତ ହୁଏ । ଯେତେବେଳେ ଏ ଦୁଇଟି ଶକ୍ତି ପରସ୍ପର ସହିତ ସମତୁଲ ଅବସ୍ଥାରେ ଥାଆନ୍ତି, ସେତେବେଳେ ନିର୍ଦ୍ଧାରିତ ବଜାର ଦରକୁ ସନ୍ତୁଳନ ଦର କୁହାଯାଏ ।

14. ବଜାର କାଳ କ’ଣ?
Answer:
ବଜାର କାଳ ଅତି ସ୍ଵଳ୍ପକାଳୀନ ଅଟେ । ଏହା ଗୋଟିଏ ଦିନ ବା ଅଳ୍ପ କେତେଦିନ ହୋଇଥାଏ । ଏହି ସମୟରେ ଯୋଗାଣ ସ୍ଥିର ରହେ । ତେଣୁ ଦର ନିର୍ଦ୍ଧାରଣରେ ଚାହିଦା ମୁଖ୍ୟ ଭୂମିକା ଗ୍ରହଣ କରେ । ଏହି ସମୟ କାଳରେ ଚାହିଦା ଓ ଯୋଗାଣ ମଧ୍ୟରେ ଥ‌ିବା ସନ୍ତୁଳନ କ୍ଷଣସ୍ଥାୟୀ ଅଟେ ।

15. ସ୍ବଳ୍ପକାଳ କ’ଣ?
Answer:
ସ୍ଵଳ୍ପକାଳ ବଜାରକାଳଠାରୁ ଦୀର୍ଘ । ଏହା କେତେମାସ ହୋଇପାରେ । ଏହି ସମୟରେ ଯୋଗାଣରେ କିଛି ମାତ୍ରାରେ ପରିବର୍ତ୍ତନ ଅଣାଯାଇପାରେ । ଏହି କାଳରେ ଯୋଗାଣ ଅପେକ୍ଷା ଚାହିଦା ଦର ନିର୍ଦ୍ଧାରଣରେ ଅଧ‌ିକ ଭୂମିକା ଗ୍ରହଣ କରେ ।

16. ଦୀର୍ଘକାଳ କ’ଣ?
Answer:
ଦୀର୍ଘକାଳ କେତେ ବର୍ଷକୁ ବୁଝାଏ । ଏହି ସମୟରେ ଉତ୍ପାଦନକାରୀମାନେ ଯୋଗାଣର ପରିମାଣ ଚାହିଦାର ପରିମାଣ ଅନୁସାରେ ପରିବର୍ତ୍ତନ କରିପାରନ୍ତି । ଦୀର୍ଘକାଳରେ ସମସ୍ତ ଉପାଦାନ ପରିବର୍ତୀ ଅଟନ୍ତି । ଦୀର୍ଘକାଳୀନ ସନ୍ତୁଳନ ସ୍ଥିର ଅଟେ ଏବଂ ଏହି ସନ୍ତୁଳନ ଦରକୁ ସ୍ଵାଭାବିକ ଦର ବା ସ୍ଵାଭାବିକ ଦାମ୍ କୁହାଯାଏ ।

17. ଅତି ଦୀର୍ଘକାଳ (Secular Period) କ’ଣ ?
Answer:
ମାର୍ଶାଲ୍ ଅତି ଦୀର୍ଘକାଳ ବୋଲି ଆଉ ଏକ ସମୟ ବିଷୟରେ ମଧ୍ଯ ଆଲୋକପାତ କରିଛନ୍ତି । ଅତି ଦୀର୍ଘକାଳ ଦଶବର୍ଷରୁ ଅଧ‌ିକ ସମୟକୁ ବୁଝାଏ । ଏହି କାଳରେ ଉତ୍ପାଦନକାରୀମାନେ ଯଥେଷ୍ଟ ସମୟ ପାଆନ୍ତି ଓ ଉତ୍ପାଦନ ପରିବର୍ତ୍ତନ କରିବାର ସବୁ ପ୍ରକାର କୌଶଳ ଅବଲମ୍ବନ କରନ୍ତି । ଏହି କାଳରେ ଉପଲବ୍ଧ ହେଉଥ‌ିବା ଦରକୁ ଅତି ଦୀର୍ଘକାଳୀନ ଦର (Secular Price) କୁହାଯାଏ ।

18. ପୂର୍ଣାଙ୍ଗ ପ୍ରତିଯୋଗିତା କ’ଣ ?
Answer:
ପୂର୍ଣ୍ଣ ପ୍ରତିଯୋଗିତା ଓ ଏକାଧ୍ୟାର ଦୁଇଟି ଚରମ ବଜାର । ଏ ଦୁଇଟି ଚରମ ବଜାର ମଧ୍ୟରେ ଥିବା ଅନ୍ୟ କେତେଗୁଡ଼ିଏ ବଜାର ବାସ୍ତବ ଜୀବନରେ ଦେଖିବାକୁ ମିଳେ । ଏପ୍ରକାରର ବଜାରରେ ପୂର୍ଣ୍ଣ ପ୍ରତିଯୋଗିତାର କିଛି ଲକ୍ଷଣ ଓ ଏକାଧିକାରର କିଛି ଲକ୍ଷଣ ଦେଖିବାକୁ ମିଳେ । ଏସବୁକୁ ଅପୂର୍ଣ୍ଣାଙ୍ଗ ପ୍ରତିଯୋଗିତାମୂଳକ ବଜାର କୁହାଯାଏ ।

CHSE Odisha Class 12 Economics Chapter 10 Short Answer Questions in Odia Medium

19. ପୂର୍ଣାଙ୍ଗ ବଜାର କ’ଣ ?
Answer:
ଯେଉଁ ବଜାରରେ ଅସଂଖ୍ୟ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଏକ ସମଜାତୀୟ ଦ୍ରବ୍ୟ ଏକ ନିର୍ଦ୍ଦିଷ୍ଟ ପ୍ରଚଳିତ ଦାମ୍‌ରେ କ୍ରୟବିକ୍ରୟ ହୋଇଥାଏ ତାହାକୁ ପୂର୍ଣ୍ଣାଙ୍ଗ ବା ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର କୁହାଯାଏ । ଏହି ବଜାରରେ କ୍ରେତା-ବିକ୍ରେତାଙ୍କ ଅବାଧ ପ୍ରବେଶ ଓ ପ୍ରସ୍ଥାନ ଥାଏ ଏବଂ ବଜାର ସମ୍ପର୍କରେ ସମସ୍ତଙ୍କର ପୂର୍ବଜ୍ଞାନ ଥାଏ । ଏହି ବଜାରରେ ପରିବହନ ଓ ବିଜ୍ଞାପନ ଖର୍ଚ୍ଚରେ ଅନୁପସ୍ଥିତ ଉପଲବଧ ହୁଏ ଏବଂ ଉତ୍ପାଦନ ସାଧନମାନଙ୍କର ପୂର୍ଣ୍ଣ ଗତିଶୀଳତା ଅନୁଭବ କରିହୁଏ ।

20. ସଂରକ୍ଷିତ ଦାମ୍ କ’ଣ ?
Answer:
ସଂରକ୍ଷିତ ଦାମ୍ ଏକ ସର୍ବନିମ୍ନ ଦାମ୍ ଯେଉଁ ଦାମ୍‌ରେ ଉତ୍ପାଦନକାରୀ କୌଣସି ଦ୍ରବ୍ୟ ଯୋଗାଣ କରିନଥା’ନ୍ତି । ଏହି ଦାମରୁ ବଜାର ଦାମ୍ କମ୍ ହେଲେ ବା ସମାନ ହେଲେ ଉତ୍ପାଦନକାରୀ କୌଣସି ଦ୍ରବ୍ୟ ବିକ୍ରୟ ନ କରି ଭବିଷ୍ୟତ ଦାମ୍ ବୃଦ୍ଧି ଆଶାରେ ସଂରକ୍ଷିତ ରଖିଥା’ନ୍ତି । ସଂରକ୍ଷିତ ଦାମ୍ ସାଧାରଣତଃ ସ୍ଥାୟୀଦ୍ରବ୍ୟ କ୍ଷେତ୍ରରେ ପ୍ରଯୁଜ୍ୟ ଓ ଏହା ଦ୍ରବ୍ୟର ସ୍ଥାୟିତ୍ଵ, ଭବିଷ୍ୟତ ପ୍ରତ୍ୟାଶା, ଗଚ୍ଛିତ ରଖୁବା ଖର୍ଚ୍ଚ ଉପରେ ନିର୍ଭରଶୀଳ ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ବଜାର ଅର୍ଥ କ’ଣ ?
Answer:
କୌଣସି ଦ୍ରବ୍ୟର କ୍ରୟ କିମ୍ବା ବିକ୍ରୟ ନିମିତ୍ତ କ୍ରେତା ଓ ବିକ୍ରେତାମାନଙ୍କୁ ପରସ୍ପର ସହିତ ଯୋଗାଯୋଗ କରିବା ପାଇଁ କୌଣସି ବ୍ୟବସ୍ଥାକୁ ବଢାର କୁହାଯାଏ । ଜନ୍.ଏଫ୍. ଡିଉଙ୍କ ଭାଷାରେ, ପରସ୍ପର ମଧ୍ୟରେ ଘନିଷ୍ଠ ସମ୍ପର୍କ ଥ‌ିବା କ୍ରେତା ଓ ବିକ୍ରେତାଙ୍କ ଗୋଷ୍ଠୀକୁ ନେଇ ବଜାର ଗଠିତ, ଯାହାଦ୍ୱାରା ସେମାନଙ୍କ ମଧ୍ୟରେ ବିନିମୟ ସଂଗଠିତ ହୋଇଥାଏ । ତେଣୁ, ବଜାର କହିଲେ ତିନୋଟି ଆବଶ୍ୟକତାକୁ ବୁଝାଏ । ପ୍ରଥମତଃ, ଏକ କ୍ରେତା ଗୋଷ୍ଠୀ ଥିବା ଆବଶ୍ୟକ । ଦ୍ଵିତୀୟତଃ, ଏକ ବିକ୍ରେତା ଗୋଷ୍ଠୀ ଥିବା ଆବଶ୍ୟକ ।

ତୃତୀୟତଃ, କ୍ରେତା ଓ ବିକ୍ରେତାମାନଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିବା ଆବଶ୍ୟକ । ବଜାର ଏକ ଭୌଗୋଳିକ ସ୍ଥାନରେ ସୀମିତ ନୁହେଁ । କ୍ରେତା ଓ ବିକ୍ରେତାମାନେ ବିଭିନ୍ନ ପ୍ରକାର ଯୋଗାଯୋଗ ମାଧ୍ୟମରେ ପରସ୍ପର ସହିତ ସମ୍ପର୍କ ସ୍ଥାପନ କରିପାରନ୍ତି ।

2. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର କ’ଣ ?
Answer:
ଯେଉଁ ବଜାରରେ ବିପୁଳ ସଂଖ୍ୟକ ବଜାର ଦର ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ ଥିବା କ୍ରେତା ଓ ବିକ୍ରେତା ଥାଆନ୍ତି ଏବଂ ସେମାନେ କୌଣସି ପ୍ରତିବନ୍ଧକ ନଥାଇ ଏକ ସମଜାତୀୟ ଦ୍ରବ୍ୟର କିଣାବିକା କରନ୍ତି, ତାହାକୁ ପୁର୍ଣ ପ୍ରତିଯୋଗିତାମୂଳକ ବଜାର କୁହାଯାଏ । ତେଣୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦ୍ରବ୍ୟର ଗୋଟିଏ ଦର ପ୍ରଚଳିତ ଥାଏ । କୌଣସି କ୍ରେତା ବା ବିକ୍ରେତା ପ୍ରଚଳିତ ବଜାର ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ଏକ ନିର୍ଦ୍ଧାରିତ ବଜାର ଦରରେ ଜଣେ ବିକ୍ରେତା କେତେ ପରିମାଣର ଦ୍ରବ୍ୟ ବିକ୍ରୟ କରିବେ, ତାହା ସେ ସ୍ଥିର କରନ୍ତି ।

ସେହିପରି ଜଣେ କ୍ରେତା ତାଙ୍କ କ୍ରୟର ପରିମାଣ ସ୍ଥିର କରନ୍ତି । ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଜଣେ କ୍ରେତା ବା ବିକ୍ରେତା ଦର ଗ୍ରହଣକାରୀ ଅଟନ୍ତି । ତେଣୁ ପ୍ରତିଷ୍ଠାନ ଦର ଗ୍ରହଣକାରୀ ଏବଂ ସେ ପ୍ରଚଳିତ ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ତେଣୁ ପ୍ରତିଷ୍ଠାନର ଚାହିଦା ଲେଖା ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ହୋଇଥାଏ ।

3. ଏକାଧ୍ୟାକାରୀ ପ୍ରତିଯୋଗିତା କ’ଣ ?
Answer:
ଅପୂର୍ଣ୍ଣାଙ୍ଗ ପ୍ରତିଯୋଗିତାରେ ମୁଖ୍ୟତଃ ତିନିପ୍ରକାର ବଜାର ବ୍ୟବସ୍ଥା ଦେଖିବାକୁ ମିଳେ । ସେଗୁଡ଼ିକ ହେଲା (i) ଏକାଧିକାରୀ ପ୍ରତିଯୋଗିତା, (ii) ଅଧ୍ୟାର ଏବଂ (iii) ଦ୍ଵୈତ ଅଧିକାର ବଜାର । ଆଧୁନିକ ବ୍ୟବସାୟ ଜଗତରେ ଏକାଧ୍ୟାକାରୀ ପ୍ରତିଯୋଗିତା ଏକ ପ୍ରାଧାନ୍ୟଯୁକ୍ତ ସ୍ଥାନ ଅଧିକାର କରିଛି । ଏହି ପ୍ରକାର ବଜାର ବ୍ୟବସ୍ଥାରେ ଏକାଧିକାର ଏବଂ ପ୍ରତିଯୋଗିତାର ବୈଶିଷ୍ଟ୍ୟ ଦେଖିବାକୁ ମିଳେ । ଏଥିରେ ପ୍ରତିଷ୍ଠାନବର୍ଗ ଭିନ୍ନ ଭିନ୍ନ ଦ୍ରବ୍ୟ ଉତ୍ପାଦନ କରନ୍ତି, ଯାହାକି ପରସ୍ପରର ନିକଟ ପ୍ରତିସ୍ଥାପକ ମାତ୍ର ସମ୍ପୂର୍ଣ୍ଣ ପ୍ରତିସ୍ଥାପକ ନୁହଁନ୍ତି ।

ବେନ୍‌ଙ୍କ ମତରେ, ଯେଉଁ ଶିଳ୍ପରେ ଅନେକଗୁଡ଼ିଏ କ୍ଷୁଦ୍ର କ୍ଷୁଦ୍ର ବିକ୍ରେତା ପରସ୍ପରଠାରୁ ଭିନ୍ନ ଏବଂ ନିକଟ ପ୍ରତିସ୍ଥାପକ ହୋଇଥିବା ଦ୍ରବ୍ୟ ବିକ୍ରୟ କରନ୍ତି, ସେହି ଶିଳ୍ପକୁ ଏକାଧ୍ୟାକାରୀ ପ୍ରତିଯୋଗିତା କୁହାଯାଏ ।

ଏକାଧ୍ୟାକାରୀ ପ୍ରତିଯୋଗିତାରେ ବିକ୍ରେତାଙ୍କର ଦର ଓ ଉତ୍ପାଦନର ପରିମାଣ ଉପରେ କିଛି ମାତ୍ରାରେ ପ୍ରଭାବ ରହେ । ସୁତରାଂ ଏକାଧିକାରୀ ପ୍ରତିଯୋଗିତାରେ ଚାହିଦାରେଖା ନିମ୍ନଗାମୀ (ଅଧ୍ବକ ଧରାଶାୟୀ) ହୋଇଥାଏ । ଏହାର କାରଣ ହେଉଛି ଯେ, ଏକାଧ୍ୟାକାରୀ ପ୍ରତିଯୋଗିତାର ଦ୍ରବ୍ୟର ନିକଟତମ ପ୍ରତିଦ୍ଵନ୍ଦୀ ବଜାରରେ ଉପଲବ୍ଧ ଥାଏ ଏବଂ ପ୍ରତିଷ୍ଠାନ ଦର ହ୍ରାସ କରି ଦ୍ରବ୍ୟର ବିକ୍ରୟ ବୃଦ୍ଧି କରିପାରିବେ ।

4. ଅଵାଧ୍ଵର (Oligopoly) କ’ଣ ?
Answer:
ଅଳ୍ପାଧିକାର ବଜାରରେ ଏକାଧିକାର ବଜାରର କିଛି ଲକ୍ଷଣ ଓ ଏକାଧିକାରମୂଳକ ପ୍ରତିଯୋଗିତା ବଜାରର କିଛି ଲକ୍ଷଣ ଦେଖାଯାଏ । ଅଚ୍ଛାଧିକାର ବଜାରରେ ଅଳ୍ପ କେତେଜଣ ବୃହତ୍ ପ୍ରତିଷ୍ଠାନ ବା ବିକ୍ରେତା ପରସ୍ପର ସହିତ ପ୍ରତିଦ୍ବନ୍ଦିତା କରି ଏକ ଦ୍ରବ୍ୟ ଉତ୍ପାଦନ ଓ ବିକ୍ରୟ କରନ୍ତି । ଯେହେତୁ ଜଣେ ବିକ୍ରେତା ବା ଉତ୍ପାଦନକାରୀ ଦ୍ରବ୍ୟର ଏକ ବୃହତ୍ ଅଂଶ ଉତ୍ପାଦନ ଓ ବିକ୍ରୟ କରନ୍ତି, ସେ ଦର ଓ ଉତ୍ପାଦନ ପରିମାଣକୁ ଯଥେଷ୍ଟ ପ୍ରଭାବିତ କରିପାରନ୍ତି ।

ଅଚ୍ଛାଧିକାର ବଜାରରେ ଜଣେ ବିକ୍ରେତା ବିକ୍ରେତାମାନଙ୍କ ମଧ୍ୟରେ ଆନ୍ତଃ-ନିର୍ଭରଶୀଳତା ରହିଥାଏ । ପ୍ରତିଷ୍ଠାନଗୁଡ଼ିକ ପରସ୍ପର ଉପରେ ନିର୍ଭରଶୀଳ ହୋଇଥାଏ । ଦ୍ରବ୍ୟର ଦର ନିର୍ଦ୍ଧାରଣ, ପ୍ରତିଦ୍ବନ୍ଦୀ ପ୍ରତିଷ୍ଠାନର କାର୍ଯ୍ୟ କୌଶଳ ଉପରେ ନିର୍ଭର କରିଥାଏ । ତେଣୁ ପ୍ରତ୍ୟେକ ପ୍ରତିଷ୍ଠାନ ବା ବିକ୍ରେତାଙ୍କର ଚାହିଦା ରେଖା ଅନିଶ୍ଚିତ ।

5. ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ସନ୍ତୁଳନ ଦର କହିଲେ କ’ଣ ବୁଝ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଅନେକ କ୍ରେତା ଓ ବିକ୍ରେତା ଥାଆନ୍ତି । ତେଣୁ କୌଣସି ନିର୍ଦ୍ଦିଷ୍ଟ ସମଜାତୀୟ ଦ୍ରବ୍ୟର ଦର ସମସ୍ତ କ୍ରେତାଙ୍କ ଚାହିଦାର ସମଷ୍ଟି ଏବଂ ସମସ୍ତ ବିକ୍ରେତାଙ୍କ ଯୋଗାଣର ସମଷ୍ଟିଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । ଯେଉଁ ଦରରେ ଦ୍ରବ୍ୟର ମୋଟ ଚାହିଦା ମୋଟ ଯୋଗାଣ ସହ ସମାନ ହୁଏ ତାହାକୁ ସନ୍ତୁଳନ ଦର କୁହାଯାଏ । ଅର୍ଥାତ୍ ଚାହିଦା ଓ ଯୋଗାଣ ଶକ୍ତି ମଧ୍ୟରେ ସମତୁଲତା ଥିବା ଅବସ୍ଥାରେ ସନ୍ତୁଳନ ଦର ସ୍ଥିରୀକୃତ ହୋଇଥାଏ । ସନ୍ତୁଳନ ଦରରେ କ୍ରୟ ବିକ୍ରୟ ହେଉଥ‌ିବା ଦ୍ରବ୍ୟର ପରିମାଣକୁ ସନ୍ତୁଳନ ପରିମାଣ କୁହାଯାଏ । ଏହା ବଜାର ଚାହିଦା ଲେଖା ଓ ବଜାର ଯୋଗାଣ ରେଖା ପ୍ରତିଚ୍ଛେଦ ବିନ୍ଦୁରେ ନିର୍ଦ୍ଧାରିତ ହୁଏ ।

CHSE Odisha Class 12 Economics Chapter 10 Short Answer Questions in Odia Medium

6. ଏକାଧ୍ଵର ଚାହିଦା ରେଖା କ’ଣ ?
Answer:
ଜଣେ ଏକାଧ୍ୟାକାରୀ ଦ୍ରବ୍ୟର ଯୋଗାଣରେ ପରିବର୍ତ୍ତନ କରି ବଜାର ଦରକୁ ପ୍ରଭାବିତ କରନ୍ତି । କିନ୍ତୁ ତାଙ୍କର ଉପଭୋକ୍ତାଙ୍କର ଚାହିଦା ଉପରେ ନିୟନ୍ତ୍ରଣ ନଥାଏ । ତେଣୁ ଚାହିଦା ରେଖା ନିମ୍ନଗାମୀ ହୁଏ । ଏକାଧ୍ୟାକାରୀଙ୍କ ପାଇଁ ଦୁଇଟି ବିକଳ୍ପ ଥାଏ । ସେ ଦ୍ରବ୍ୟର ଦର ହ୍ରାସ କରି ବିକ୍ରୟ ବୃଦ୍ଧି କରିପାରନ୍ତି ଅଥବା ଉତ୍ପାଦନ ହ୍ରାସ କରି ଦ୍ରବ୍ୟର ଦର ବୃଦ୍ଧି କରିପାରନ୍ତି । ସେ ଦର ଓ ଉତ୍ପାଦନ ମଧ୍ୟରୁ ଗୋଟିଏ ନିୟନ୍ତ୍ରଣ କରିପାରିବେ । ଉଭୟ ଦର ଓ ଉତ୍ପାଦନ ନିୟନ୍ତ୍ରଣ କରିବାର ସାମର୍ଥ୍ୟ ତାଙ୍କର ନଥାଏ । ଏକାଧ୍ୟାର ବଜାରରେ ଚାହିଦା ଲେଖା ନିମ୍ନଗାମୀ ହୁଏ।

7. ଶୁଦ୍ଧ ପ୍ରତିଯୋଗିତା କ’ଣ ?
Answer:
ଚାମ୍ବରଲିନ୍ ନାମକ ଜଣେ ପ୍ରଖ୍ୟାତ ଆମେରିକାନ୍ ଅର୍ଥଶାସ୍ତ୍ରୀ ‘ଶୁଦ୍ଧ ପ୍ରତିଯୋଗିତା’ ନାମକ ଏକ ବଜାର ସ୍ଥିତି ସମ୍ବନ୍ଧରେ ଆଲୋଚନା କରିଥିଲେ । ତାଙ୍କ ମତରେ, ଶୁଦ୍ଧ ପ୍ରତିଯୋଗିତା ହେଉଛି ଏକାଧିକାର ସ୍ବତ୍ବବିହୀନ ଏକ ବଜାର ବ୍ୟବସ୍ଥା । ତାଙ୍କ ବିଚାରରେ ବଜାରରେ ଏକାଧିକାର ସ୍ବତ୍ଵର ଉପସ୍ଥିତି ଦ୍ରବ୍ୟର ଦର ଉପରେ ନିୟନ୍ତ୍ରଣ ସୂଚନା ପ୍ରଦାନ କରିଥାଏ । ତେଣୁ ଶୁଦ୍ଧ ପ୍ରତିଯୋଗିତା ଦ୍ରବ୍ୟର ଦର ଉପରେ ନିୟନ୍ତ୍ରଣହୀନତାକୁ ହିଁ ବୁଝାଇଥାଏ । ଚାମ୍ବରଲିନ୍‌ଙ୍କ ମତରେ,

  • ବିପୁଳ ସଂଖ୍ୟକ କ୍ରେତା ଓ ବିକ୍ରେତାଙ୍କ ଉପସ୍ଥିତି,
  • ସମଜାତୀୟ ଦ୍ରବ୍ୟର ଉପସ୍ଥିତି ଓ
  • ପ୍ରବେଶ ଓ ପ୍ରସ୍ଥାନର ସ୍ଵାଧୀନତା- ଏହି ତିନୋଟି ବୈଶିଷ୍ଟ୍ୟ ହେଉଛି ଶୁଦ୍ଧ ପ୍ରତିଯୋଗିତାର ମୌଳିକ ଧର୍ମ । ପୂର୍ଣ୍ଣ ପ୍ରତିଯୋଗିତାର ଅର୍ଥ ଅଧିକ ବ୍ୟାପକ ହୋଇଥିଲାବେଳେ ଶୁଦ୍ଧ ପ୍ରତିଯୋଗିତାର ଅର୍ଥ କିଛି ମାତ୍ରାରେ ସଂକୀର୍ଣ୍ଣ ।

8. ଅପୂର୍ଣ୍ଣାଙ୍ଗ ପ୍ରତିଯୋଗିତା ବଜାର କହିଲେ କ’ଣ ବୁଝ ?
Answer:
ପୂର୍ଣ୍ଣ ପ୍ରତିଯୋଗିତା ଓ ଏକାଧିକାର ଦୁଇଟି ଚରମ ବଜାର । ବାସ୍ତବ ଜଗତରେ ଏପ୍ରକାର ବଜାର ବିରଳ । ଏ ଦୁଇଟି ଚରମ ବଜାର ମଧ୍ୟରେ ଥ‌ିବା ଅନ୍ୟ କେତେଗୁଡ଼ିଏ ବଜାର ବାସ୍ତବ ଜୀବନରେ ଦେଖିବାକୁ ମିଳେ । ଏପ୍ରକାରର ବଜାରରେ ପୂର୍ଣ୍ଣ ପ୍ରତିଯୋଗିତାର କିଛି ଲକ୍ଷଣ ଓ ଏକାଧିକାରର କିଛି ଲକ୍ଷଣ ଦେଖିବାକୁ ମିଳେ ଏସବୁକୁ ଅପୂର୍ଣ୍ଣାଙ୍ଗ ପ୍ରତିଯୋଗିତାମୂଳକ ବଜାର କୁହାଯାଏ । ଏକାଧ୍ୟାକାରମୂଳକ ପ୍ରତିଯୋଗିତା ଓ ଅନ୍ଧାଧିକାର ବଜାର ଅପୂର୍ଣ୍ଣାଙ୍ଗ ବଜାରର ଦୁଇ ପ୍ରମୁଖ ଅଂଶ ଅଟନ୍ତି । ପ୍ରତିଷ୍ଠାନଗୁଡ଼ିକ ବିଭେଦିତ ଦ୍ରବ୍ୟ ଉତ୍ପାଦନ କରି ଦ୍ରବ୍ୟର ଦର ନିର୍ଦ୍ଧାରକ ଭୂମିକା ଗ୍ରହଣ କରିଥା’ନ୍ତି ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ବଜାର ଦର ଓ ସ୍ବାଭାବିକ ଦର :
Answer:
କୌଣସି ଏକ ସମୟରେ ବଜାରରେ ପ୍ରଚଳିତ ଦାମକୁ ବଜାର ଦର କୁହାଯାଏ । ଏହି ଦର ସ୍ଵଚ୍ଛକାଳ ସ୍ଥାୟୀ । ଚାହିଦା ଓ ଯୋଗାଣଦ୍ଵାରା ଦର ନିର୍ଦ୍ଧାରିତ ହୁଏ । ସ୍ଵଳ୍ପକାଳରେ ଯୋଗାଣ ପ୍ରାୟତଃ ସ୍ଥିର ଥାଏ । ତେଣୁ ଦ୍ରବ୍ୟର ଚାହିଦାଦ୍ଵାରା ଦର ପ୍ରଭାବିତ ହୁଏ । ବଜାର ଦର ଓ ସ୍ବଳ୍ପକାଳୀନ ସନ୍ତୁଳନ ଅସ୍ଥାୟୀ ଅଟନ୍ତି । ଏକ ନିର୍ଦ୍ଦିଷ୍ଟ ସମୟରେ ଚାହିଦା ଓ ଯୋଗାଣ ଦ୍ବାରା ନିରୂପିତ ହେଉଥ‌ିବା ବା ସ୍ବକାଳୀନ ସନ୍ତୁଳନ ଦରକୁ ବଜାର ଦର କୁହାଯାଏ ।

ଦୀର୍ଘକାଳରେ ଉପଲବ୍‌ଧ ହେଉଥ‌ିବା ଦରକୁ ସ୍ବାଭାବିକ ଦର କୁହାଯାଏ । ଦୀର୍ଘକାଳରେ ଚାହିଦା ଅପେକ୍ଷା ଯୋଗାଣର ଭୂମିକା ଅଧୀକ । ତେଣୁ ସ୍ବାଭାବିକ ଦର ଚାହିଦା ଅପେକ୍ଷା ଯୋଗାଣଦ୍ବାରା ଅଧ‌ିକ ପ୍ରଭାବିତ ହୁଏ । ଦ୍ରବ୍ୟର ଦୀର୍ଘକାଳୀନ ସନ୍ତୁଳନ ଦରକୁ ସ୍ଵାଭାବିକ ଦର କୁହାଯାଏ । ଦୀର୍ଘକାଳରେ ଚାହିଦା ଓ ଯୋଗାଣ ଉଭୟ ପରିବର୍ତ୍ତିତ ହୁଅନ୍ତି ଓ ଉଭୟ ସ୍ଵାଭାବିକ ଦରକୁ ପ୍ରଭାବିତ କରନ୍ତି । ସ୍ଵାଭାବିକ ଦର ଏକ ସ୍ଥିର ସନ୍ତୁଳନ ଦର ଅଟେ ।

2. ପୂର୍ଣ୍ଣାଙ୍ଗ ବଜାର ଓ ଏକାଧିକାର ବଜାର :
Answer:
(1) ପୂର୍ଣାଙ୍ଗ ବଜାରରେ ଅସଂଖ୍ୟ କ୍ରେତା ଓ ବିକ୍ରେତା ଥାଆନ୍ତି । ବିକ୍ରେତାଙ୍କର ବଜାର ଯୋଗାଣ ଉପରେ ପୂର୍ଣ ନିୟନ୍ତ୍ରଣ ନଥାଏ; କିନ୍ତୁ ଏକାଧିକାର ବଜାରରେ ଗୋଟିଏ ଦ୍ରବ୍ୟର ଜଣେ ମାତ୍ର ବିକ୍ରେତା ଥାଆନ୍ତି । ବିକ୍ରେତାଙ୍କର ଯୋଗାଣ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଥାଏ ।
(2) ପୂର୍ଣ୍ଣାଙ୍ଗ ବଜାରରେ ଦ୍ରବ୍ୟଗୁଡ଼ିକ ସମଜାତୀୟ ! କିନ୍ତୁ ଏକାଧିକାର ବଜାରରେ ଦ୍ରବ୍ୟଗୁଡ଼ିକ ସୀମିତ ଏବଂ ଏହାର ନିକଟତମ ପ୍ରତିବଦଳ ଦ୍ରବ୍ୟ ନଥାଏ ।
(3) ପୂର୍ଣାଙ୍ଗ ବଜାରରେ ଦ୍ରବ୍ୟର ଦାମ୍ ସବୁଠାରେ ସମାନ ଥାଏ । ସାଧାରଣତଃ ଏହି ବଜାରରେ ଦ୍ରବ୍ୟର ଦାମ୍ ଅପେକ୍ଷାକୃତ କମ୍ । କିନ୍ତୁ ଏକାଧିକାର ବଜାରରେ ଦ୍ରବ୍ୟର ଦାମ୍ ଅଧିକ ଥାଏ ଏବଂ ସ୍ଥଳ ବିଶେଷରେ ଦ୍ରବ୍ୟର ଦାମ୍‌ରେ ତାରତମ୍ୟ ଦେଖାଯାଏ ।
(4) ପୂର୍ଣ୍ଣାଙ୍ଗ ବଜାରରେ ଉତ୍ପାଦନକାରୀ ସ୍ଵାଭାବିକ ଲାଭ ପାଇଥାଏ । ମାତ୍ର ଏକାଧିକାର ବଜାରରେ ଉତ୍ପାଦନକାରୀ ଅଧିକ ଲାଭ ପାଏ ।

3. ପୂର୍ଣ୍ଣ ପ୍ରତିଯୋଗିତା ଓ ଶୁଦ୍ଧ ପ୍ରତିଯୋଗିତା :
Answer:
(1) ଯେଉଁ ବଜାରରେ ଅସଂଖ୍ୟ ବଜାର ସମ୍ପର୍କିତ ସମ୍ପୂର୍ଣ୍ଣ ଜ୍ଞାନୀ କ୍ରେତା ଓ ବିକ୍ରେତା ଏକ ସମଜାତୀୟ ଦ୍ରବ୍ୟର କ୍ରୟ-ବିକ୍ରୟ ପାଇଁ ପ୍ରତିଯୋଗିତା କରି ଦ୍ରବ୍ୟର ପ୍ରତ୍ୟେକ ଏକକ ସମାନ ଦରରେ କିଣାବିକା କରିଥା’ନ୍ତି ଏବଂ ସମସ୍ତଙ୍କର ପ୍ରବେଶ ଓ ପ୍ରସ୍ଥାନରେ ସ୍ଵାଧୀନତା ଥାଏ, ସେହି ବଜାରକୁ ପୂର୍ଣ୍ଣ ପ୍ରତିଯୋଗିତା ବଜାର କୁହାଯାଏ ।

ପ୍ରଫେସର ଚାମ୍ବରଲିନ୍‌ଙ୍କ ମତରେ, ଶୁଦ୍ଧ ପ୍ରତିଯୋଗିତା ହେଉଛି ଏକାଧିକାର ସ୍ଵତ୍ଵବିହୀନ ଏକ ବଜାର ବ୍ୟବସ୍ଥା । ତାଙ୍କ ବିଚାରରେ ଏକାଧିକାର ସ୍ଵତ୍ଵର ଉପସ୍ଥିତି ଦ୍ରବ୍ୟର ଦର ଉପରେ ନିୟନ୍ତ୍ରଣ ସୂଚନା ପ୍ରଦାନ କରିଥାଏ । ତେଣୁ ଶୁଦ୍ଧ ପ୍ରତିଯୋଗିତା ଦ୍ରବ୍ୟର ଦର ଉପରେ ନିୟନ୍ତ୍ରଣହୀନତାକୁ ହିଁ ବୁଝାଇଥାଏ । ଚାମ୍ବରଲିନ୍‌ଙ୍କ ମତରେ,

  • ବହୁସଂଖ୍ୟକ କ୍ରେତା ଓ ବିକ୍ରେତାଙ୍କ ଉପସ୍ଥିତି,
  • ସମଜାତୀୟ ଦ୍ରବ୍ୟର ଉପସ୍ଥିତି ଓ
  • ପ୍ରବେଶ ଓ ପ୍ରସ୍ଥାନର ସ୍ଵାଧୀନତା- ଏହି ତିନୋଟି ବୈଶିଷ୍ଟ୍ୟ ହେଉଛି ଶୁଦ୍ଧ ପ୍ରତିଯୋଗିତାର ମୌଳିକ ଧର୍ମ ।

(2) ପୂର୍ଣ୍ଣ ପ୍ରତିଯୋଗିତା ଏକ ବ୍ୟାପକ ଧାରଣା; କିନ୍ତୁ ଶୁଦ୍ଧ ପ୍ରତିଯୋଗିତା ଅପେକ୍ଷାକୃତ ସଂକୀର୍ଣ୍ଣ ଧାରଣା ଏବଂ ଏହା ପୂର୍ଣ୍ଣ ପ୍ରତିଯୋଗିତାର ଏକ ଅଂଶବିଶେଷ । କିନ୍ତୁ ଶୁଦ୍ଧ ପ୍ରତିଯୋଗିତାରେ ଉତ୍ପାଦନରେ ବ୍ୟବହୃତ ଉପାଦାନଗୁଡ଼ିକ ଅବାଧରେ ଚଳାଚଳ କରିପାରନ୍ତି ନାହିଁ ।

(3) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଉତ୍ପାଦନରେ ବ୍ୟବହୃତ ଉପାଦାନଗୁଡ଼ିକ ଅବାଧରେ ଚଳାଚଳ କରିପାରନ୍ତି ।

(4) ପୂର୍ଣ ପ୍ରତିଯୋଗିତାମୂଳକ ବଜାରରେ ଉଭୟ କ୍ରେତା ଓ ବିକ୍ରେତା ଦ୍ରବ୍ୟର ମାନ ଓ ଦର ସମ୍ବନ୍ଧରେ ସଠିକ୍ ତଥ୍ୟ ପାଇଥା’ନ୍ତି; କିନ୍ତୁ ଶୁଦ୍ଧ ପ୍ରତିଯୋଗିତା ବଜାରରେ କ୍ରେତା ଓ ବିକ୍ରେତାମାନେ ଦ୍ରବ୍ୟର ମାନ ଓ ଦର ସମ୍ବନ୍ଧରେ ସଠିକ୍ ତଥ୍ୟ ପାଇ ନଥା ନ୍ତି ।

4. ସ୍ଵଳ୍ପକାଳ ଓ ଦୀର୍ଘକାଳ :
Answer:
ସ୍ଵଳ୍ପକାଳ, ବଜାର କାଳଠାରୁ ଦୀର୍ଘତର । ଏହି ସମୟ ମଧ୍ୟରେ ଚାହିଦାର ବୃଦ୍ଧି ସହିତ ଦ୍ରବ୍ୟର ଯୋଗାଣ କିଛି ପରିମାଣରେ ବୃଦ୍ଧି କରିବା ସମ୍ଭବ ହୋଇଥାଏ । ଏହି ସମୟ ମଧ୍ୟରେ କାର୍ଯ୍ୟରତ ପ୍ରତିଷ୍ଠାନଗୁଡ଼ିକ କେବଳ ପରିବର୍ତ୍ତନଶୀଳ ଉପାଦାନଗୁଡ଼ିକୁ ବୃଦ୍ଧି କରି କିଛି ପରିମାଣରେ ଉତ୍ପାଦନ ବୃଦ୍ଧି କରିପାରିବ । ସେମାନେ ସ୍ଥିର ଉପାଦାନଗୁଡ଼ିକୁ ବୃଦ୍ଧି କରିପାରିବେ ନାହିଁ । ଏହା ସହିତ ନୂତନ ପ୍ରତିଷ୍ଠାନଗୁଡ଼ିକ ଶିଳ୍ପ ମଧ୍ୟକୁ ପ୍ରବେଶ କରିପାରନ୍ତି ନାହିଁ ।

ତେଣୁ ସ୍ଵଳ୍ପକାଳରେ ଚାହିଦା ବୃଦ୍ଧି ହେଲେ ଯୋଗାଣ କିଛି ପରିମାଣରେ ବୃଦ୍ଧି ହୋଇପାରେ । ତେଣୁ ସ୍ଵଳ୍ପକାଳରେ ଦ୍ରବ୍ୟର ଦାମ୍ ନିର୍ଦ୍ଧାରଣରେ ଚାହିଦା ଯୋଗାଣଠାରୁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହି ସ୍ଵଳ୍ପକାଳୀନ ଚାହିଦା ଓ ଯୋଗାଣଦ୍ଵାରା ଯେଉଁ ଦର ନିର୍ଣ୍ଣୟ ହୁଏ, ତାହାକୁ ସ୍ୱଳ୍ପକାଳୀନ ଦର କୁହାଯାଏ।

ଯେଉଁ ସମୟରେ ଉତ୍ପାଦନ ସଂସ୍ଥାମାନେ ସେମାନଙ୍କର ସ୍ଥିର ଉପାଦାନସମୂହର ପରିବର୍ତ୍ତନ କରିପାରନ୍ତି, ସେହି ସମୟକୁ ଦୀର୍ଘକାଳ କୁହାଯାଏ । ଦୀର୍ଘକାଳ କହିଲେ କେତେ ବର୍ଷକୁ ବୁଝାଏ । ଏହି ସମୟରେ ଉତ୍ପାଦନକାରୀମାନେ ଯୋଗାଣର ପରିମାଣ ଚାହିଦାର ପରିମାଣ ଅନୁସାରେ ପରିବର୍ତ୍ତନ କରିପାରନ୍ତି । ଦୀର୍ଘକାଳରେ ସମସ୍ତ ଉପାଦାନ ପରିବର୍ତ୍ତୀ ଅଟନ୍ତି । ଏହି ସମୟରେ ନୂତନ ପ୍ରତିଷ୍ଠାନମାନେ ପ୍ରବେଶ ବା ପ୍ରସ୍ଥାନ କରିପାରନ୍ତି । ଦୀର୍ଘକାଳୀନ ସନ୍ତୁଳନ ସ୍ଥିର ଅଟେ ଏବଂ ଏହି ସନ୍ତୁଳନ ଦରକୁ ସ୍ଵାଭାବିକ ଦର କୁହାଯାଏ ।

CHSE Odisha Class 12 Economics Chapter 10 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 10  ବଜାର Objective Questions.

CHSE Odisha 12th Class Economics Chapter 10 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. କେଉଁ ବଜାରରେ ଅଳ୍ପ ସଂଖ୍ୟକ ବିକ୍ରେତ ଥାଆନ୍ତି ?
(A) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
(B) ଏକାଧିକାର ବଜାର
(C) ଅଚ୍ଛାଧ୍ୟାର ବଜାର
(D) ଏକାଧିକାରୀ ପ୍ରତିଯୋଗିତାମୂଳକ ବଜାର
Answer:
(C) ଅଚ୍ଛାଧ୍ୟାର ବଜାର

2. ଆନ୍ତଃ ନିର୍ଭରଶୀଳତା କେଉଁ ବଜାରର ପ୍ରମୁଖ ବୈଶିଷ୍ଟ୍ୟ ?
(A) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
(B) ଏକାଧିକାର ବଜାର
(C) ଅଚ୍ଛାଧିକାର ବଜାର
(D) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ ବଜାର
Answer:
(C) ଅଚ୍ଛାଧିକାର ବଜାର

3. ସମଜାତୀୟ ଦ୍ରବ୍ୟର କାରବାର କେଉଁ ବଜାରରେ ହୋଇଥାଏ ?
(A) ଏକାଧିକାର ବଜାର
(B) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ ବଜାର
(C) ଅଚ୍ଛାଧିକାର ବଜାର
(D) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
Answer:
(D) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର

4. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର ଚାହିଦା ରେଖା :
(A) ଆନୁଭୂମିକ ହୋଇଥାଏ
(B) ଉଲ୍ଲମ୍ବ ହୋଇଥାଏ
(C) ନିମ୍ନଗାମୀ ହୋଇଥାଏ
(D) ଊର୍ଦ୍ଧ୍ୱଗାମୀ ହୋଇଥାଏ
Answer:
(A) ଆନୁଭୂମିକ ହୋଇଥାଏ

5. କେଉଁ ବଜାରରେ ଜଣେ ମାତ୍ର ବିକ୍ରେତା ଥାଆନ୍ତି ?
(A) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
(B) ଏକାଧ୍ୟାକାରୀ ବଜାର
(C) ଅଚ୍ଛାଧ୍ୟାର ବଜାର
(D) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ ବଜାର
Answer:
(B) ଏକାଧ୍ୟାକାରୀ ବଜାର

CHSE Odisha Class 12 Economics Chapter 10 Objective Questions in Odia Medium

6. ଅର୍ଥନୀତିରେ ବଜାର କହିଲେ କ’ଣ ବୁଝାଏ ?
(A) ନିର୍ଦ୍ଦିଷ୍ଟ ଭୌଗୋଳିକ ସ୍ଥାନ
(B) କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ସମନ୍ଵୟ
(C) ଦ୍ରବ୍ୟର ବିକ୍ରୟ
(D) ଉପରୋକ୍ତ ସମସ୍ତ
Answer:
(B) କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ସମନ୍ଵୟ

7. ନିମ୍ନୋକ୍ତ କେଉଁଟି ପୂର୍ବ ପ୍ରତିଦ୍ବନ୍ଦିତାମୂଳକ ବଜାରର ବୈଶିଷ୍ଟ୍ୟ ନୁହେଁ ?
(A) ଅସଂଖ୍ୟ କ୍ରେତା ଓ ବିକ୍ରେତା
(B) ଅବାଧ ପ୍ରବେଶ ଓ ପ୍ରସ୍ଥାନ
(C) ସର୍ବାଧ‌ିକ ଲାଭ
(D) ସମଜାତୀୟ ଦ୍ରବ୍ୟ
Answer:
(C) ସର୍ବାଧ‌ିକ ଲାଭ

8. କେଉଁ ବଜାରରେ ପ୍ରତିଯୋଗୀ ପ୍ରତିଷ୍ଠାନମାନେ ଦରଗ୍ରହଣକାରୀ ପ୍ରତିଷ୍ଠାନ ଭାବେ ବିବେଚିତ ହୁଅନ୍ତି ?
(A) ପୂର୍ଣ ପ୍ରତିଯୋଗିତାମୂଳକ ବଜାର
(B) ଏକାଧିକାର ବଜାର
(C) ଅଚ୍ଛାଧିକାର ବଜାର
(D) ଏକାଧିକାରୀ
Answer:
(A) ପୂର୍ଣ ପ୍ରତିଯୋଗିତାମୂଳକ ବଜାର

9. ନିମ୍ନୋକ୍ତ କେଉଁଟି ଏକାଧ୍ୟାର ବଜାରର ବୈଶିଷ୍ଟ୍ୟ ?
(A) ଏକକ ବିକ୍ରେତା ବା ପ୍ରତିଷ୍ଠା
(B) ଅସଂଖ୍ୟ କ୍ରେତା
(C) ପ୍ରତିସ୍ଥାପକ ଦ୍ରବ୍ୟର ଅନୁପସ୍ଥିତି
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

10. ଦ୍ରବ୍ୟର ବଜାର ଦର କିଭଳି ନିର୍ଦ୍ଧାରିତ ହୁଏ ?
(A) ଦ୍ରବ୍ୟର ଯୋଗାଣଦ୍ଵାରା
(B) ଦ୍ରବ୍ୟର ଚାହିଦାଦ୍ୱାରା
(C) ଉଭୟ (A) ଓ (B)
(D) ଦ୍ରବ୍ୟ ଉତ୍ପାଦନ ପରିବ୍ୟୟ ଦ୍ବାରା
Answer:
(C) ଉଭୟ (A) ଓ (B)

11. କେଉଁ ବଜାରରେ କ୍ରେତା ବା ବିକ୍ରେତା ଦ୍ରବ୍ୟର ଦରକୁ ପ୍ରଭାବିତ କରିପାରି ନ ଥାନ୍ତି ?
(A) ଅଚ୍ଛାଧ୍ୟାର ବଜାର
(B) ଏକାଧିକାର ବଜାର
(C) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
(D) ଏକାଧିକାର ବଜାର
Answer:
(C) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର

12. ବଜାର ଦର ନିର୍ଦ୍ଧାରଣ କ୍ଷେତ୍ରରେ କାହାର ଅଧିକ ପ୍ରଭାବ ରହିଥାଏ ?
(A) ଯୋଗାଣ
(B) ଚାହିଦା
(C) ଉଭୟ (A) ଓ (B)
(D) କୌଣସିଟି ନୁହେଁ
Answer:
(B) ଚାହିଦା

13. କେଉଁ କାଳରେ ଯୋଗାଣର ବୃଦ୍ଧି ଘଟି ନଥାଏ ?
(A) ବଜାର କାଳ
(B) ସ୍ୱଳ୍ପକାଳ
(C) ଦୀର୍ଘକାଳ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ବଜାର କାଳ

14. ଦୀର୍ଘକାଳୀନ ଦାମ୍ ହେଉଛି :
(A) ବଜାର ଦାମ୍
(B) ବାସ୍ତବ ଦାମ୍
(C) ସ୍ଵାଭାବିକ ଦାମ୍
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ସ୍ଵାଭାବିକ ଦାମ୍

15. ସ୍ରାପ୍ୟ ଦ୍ରବ୍ୟର ଦାମ୍ ହେଉଛି :
(A) ବଜାର ଦାମ୍
(B) ସ୍ଵାଭାବିକ ଦାମ୍
(C) ବାସ୍ତବ ଦାମ୍
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ସ୍ଵାଭାବିକ ଦାମ୍

16. ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ବିକ୍ରେତା ସଂଖ୍ୟା :
(A) ଦୁଇଜଣ
(B) ବିପୁଳ ସଂଖ୍ୟକ
(C) ଅସଂଖ୍ୟକ
(D) ଜଣେ ମାତ୍ର
Answer:
(B) ବିପୁଳ ସଂଖ୍ୟକ

17. କେଉଁ ବଜାରରେ ଦାମ୍ ଏକ ପ୍ରକାର ଥାଏ ?
(A) ଏକାଧିକାର
(B) ଅଚ୍ଛାଧ୍ୟାକାର
(C) ପୂର୍ଣ୍ଣ ପ୍ରତିଯୋଗିତା
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ପୂର୍ଣ୍ଣ ପ୍ରତିଯୋଗିତା

18. କେଉଁ ବଜାର କ୍ଷେତ୍ରରେ ନୂତନ ପ୍ରତିଷ୍ଠାନମାନଙ୍କର ପ୍ରବେଶ ନିଷେଧ ?
(A) ପୂର୍ଣ୍ଣ ପ୍ରତିଯୋଗିତା
(B) ଏକାଧ୍ୟାକାର
(C) ଅଚ୍ଛାଧିକାର
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ଏକାଧ୍ୟାକାର

CHSE Odisha Class 12 Economics Chapter 10 Objective Questions in Odia Medium

19. ଏକାଧିକାର ସ୍ଵତ୍ଵ ବିହୀନ ବଜାର ବ୍ୟବସ୍ଥାକୁ କ’ଣ କୁହାଯାଏ ?
(A) ପୂର୍ଣ୍ଣ ପ୍ରତିଯୋଗିତା
(B) ଶୁଦ୍ଧ ପ୍ରତିଯୋଗିତା
(C) ଏକାଧ୍ଵର
(D) ଅଚ୍ଛାଧ୍ୟାକାର
Answer:
(B) ଶୁଦ୍ଧ ପ୍ରତିଯୋଗିତା

20. ଉଭୟ ‘ଏକାଧ୍ଵର’ ଓ ପ୍ରତିଯୋଗିତା ଯେଉଁ ବଜାର ବ୍ୟବସ୍ଥାରେ ପରିଲକ୍ଷିତ ହୁଏ, ସେହି ବଜାର ବ୍ୟବସ୍ଥାକୁ କ’ଣ କୁହାଯାଏ ?
(A) ଏକାଧିକାର
(B) ପୂର୍ଣ୍ଣପ୍ରତିଯୋଗିତାମୂଳକ
(C) ଅଚ୍ଛାଧ୍ୟାକାର
(D) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ
Answer:
(D) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ

21. କେଉଁ ବଜାର ସ୍ଥିତିରେ ଉତ୍ପାଦନକାରୀମାନେ ବିଜ୍ଞାପନ ଉପରେ ବହୁଳ ପରିମାଣରେ ଖର୍ଚ୍ଚ କରିଥା’ଛି ?
(A) ଅଚ୍ଛାଧିକାର
(B) ପୂର୍ଣ୍ଣ ପ୍ରତିଯୋଗିତାମୂଳକ
(C) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ
(D) ଏକାଧିକାର
Answer:
(C) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ

B. ଶୂନ୍ୟସ୍ଥାନ ପୂରଣ କର ।

1. କୌଣସି ଦ୍ରବ୍ୟର କ୍ରୟ ବିକ୍ରୟ ନିମିତ୍ତ କ୍ରେତା ଓ ବିକ୍ରେତାମାନଙ୍କୁ ପରସ୍ପର ସହିତ ଯୋଗାଯୋଗ କରିବାପାଇଁ କୌଣସି ______________ କୁହାଯାଏ ।
Answer:
ବଜାର

2. ଯେଉଁ ବଜାରରେ ବିପୁଳ ସଂଖ୍ୟକ ବଜାର ଦର ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ ଥିବା କ୍ରେତା ଓ ବିକ୍ରେତା ଥାଆନ୍ତି ଏବଂ ସେମାନେ କୌଣସି ପ୍ରତିବନ୍ଧକ ନଥାଇ ଏକ ସମଜାତୀୟ ଦ୍ରବ୍ୟର କିଣାବିକା କରନ୍ତି, ତାହାକୁ _____________ ବଜାର କୁହାଯାଏ ।
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ

3. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ, ଉତ୍ପାଦନ ପ୍ରତିଷ୍ଠାନଗୁଡ଼ିକ ଶିଳ୍ପ ମଧ୍ୟକୁ ଅବାଧ ପ୍ରବେଶ ଓ _____________ କରିପାରନ୍ତି ।
Answer:
ପ୍ରସ୍ଥାନ

4. _____________ ପରିବହନ ବ୍ୟୟ ପୂର୍ଣପ୍ରତିଯୋଗିତାମୂଳକ ବଜାରର ଏକ ଆବଶ୍ୟକତା ।
Answer:
ଶୂନ୍ଯ

5. ଚାମ୍ବରଲିନ୍‌ଙ୍କ ମତରେ, ____________ ର ଅନୁପସ୍ଥିତିକୁ ଶୁଦ୍ଧ ପ୍ରତିଯୋଗିତା କୁହାଯାଏ ।
Answer:
ଏକାଧିକାର

6. ପୂର୍ଣ୍ଣ ପ୍ରତିଯୋଗିତାରେ ପ୍ରତ୍ୟେକ ପ୍ରତିଷ୍ଠାନର ଚାହିଦା ରେଖା ____________ ସ୍ଥିତିସ୍ଥାପକ ହୋଇଥାଏ ।
Answer:
ସମ୍ପୂର୍ଣ୍ଣ

7. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର ଏକ ______________ ବଜାର ଅବସ୍ଥା ଅଟେ ଓ ବାସ୍ତବରେ ଏପ୍ରକାରର ବଜାର ପ୍ରାୟ ଦେଖିବାକୁ ମିଳେ ନାହିଁ ।
Answer:
ତାତ୍ତ୍ଵିକ

8. ଏକାଧିକାର ବଜାର କହିଲେ _____________ ମାତ୍ର ବିକ୍ରେତାଙ୍କୁ ବୁଝାଏ ।
Answer:
ଜଣେ

9. ଏକାଧିକାର ବଜାରରେ, ଏକାଧ୍ୟାକାରୀ ଏପରି ଏକ ଦ୍ରବ୍ୟ ବିକ୍ରୟ କରନ୍ତି ଯାହାର କୌଣସି ନିକଟତମ _____________ ଦ୍ରବ୍ୟ ଉପଲବ୍ଧ ହୁଏ ନାହିଁ ।
Answer:
ବିକଳ୍ପ

CHSE Odisha Class 12 Economics Chapter 10 Objective Questions in Odia Medium

10. ଏକାଧିକାରୀ ଦ୍ରବ୍ୟର ଦର ହ୍ରାସ କରି ବିକ୍ରୟ ବୃଦ୍ଧି କରିପାରନ୍ତି, ଅଥବା ଉତ୍ପାଦନ _______________ କରି ଦ୍ରବ୍ୟର ଦର ବୃଦ୍ଧି କରିପାରନ୍ତି।
Answer:
ହ୍ରାସ

11. ପୂର୍ଣ୍ଣ ପ୍ରତିଯୋଗିତାରେ ଚାହିଦା ରେଖା ଏକ _____________ ସରଳରେଖା ହୋଇଥାଏ ।
Answer:
ଆନୁଭୂମିକ

12. ଏକାଧିକାରୀ _______________ ଚାହିଦାରେଖାର ସମ୍ମୁଖୀନ ହୁଅନ୍ତି ।
Answer:
ନିମ୍ନଗାମୀ

13. _______________ ବଜାରର ଏକ ବୈଶିଷ୍ଟ୍ୟ ହେଉଛି ଦ୍ରବ୍ୟ ବିଭେଦନ ।
Answer:
ଏକାଧ୍ୟାକାରୀ

14. _____________ ବଜାରରେ ଏକାଧିକାର ବଜାରର କିଛି ଲକ୍ଷଣ ଓ ଏକାଧ୍ଵକାରମୂଳକ ପ୍ରତିଯୋଗିତା ବଜାରର କିଛି ଲକ୍ଷଣ ଦେଖାଯାଏ ।
Answer:
ଅଧିକାର

15. ଯେତେବେଳେ ଚାହିଦା ଓ ଯୋଗାଣ ପରସ୍ପର ସହିତ ସମତୁଲ ଅବସ୍ଥାରେ ଥାଆନ୍ତି, ସେତେବେଳେ ନିର୍ଦ୍ଧାରିତ ବଜାର _____________ ଦର କୁହାଯାଏ ।
Answer:
ସନ୍ତୁଳନ

16. ଉପଭୋକ୍ତା ଉପଭୋଗ ସମୟରେ ବଜାର ଦରକୁ_____________ ସହ ତୁଳନା କରନ୍ତି ।
Answer:
ସୀମାନ୍ତ ଉପଯୋଗିତା

17. ଉତ୍ପାଦନକାରୀ ଉତ୍ପାଦନ ସମୟରେ ବଜାର ଦରକୁ _____________ ସହ ତୁଳନା କରନ୍ତି ।
Answer:
ସୀମାନ୍ତ ପରିବ୍ୟୟ

18. ବଜାର କାଳରେ ଚାହିଦା ଓ ଯୋଗାଣ ମଧ୍ୟରେ ଥ‌ିବା ସନ୍ତୁଳନ ____________ ଅଟେ ।
Answer:
କ୍ଷଣସ୍ଥାୟୀ

19. କୌଣସି ଏକ ସମୟରେ ବଜାରରେ _____________ ଦାମ୍ଭିକୁ ବଜାର ଦର କୁହାଯାଏ ।
Answer:
ପ୍ରଚଳିତ

20. ଏକ ନିର୍ଦ୍ଦିଷ୍ଟ ସମୟରେ ଚାହିଦା ଓ ଯୋଗାଣଦ୍ବାରା ନିରୂପିତ ହେଉଥ‌ିବା ସ୍ଵଳ୍ପକାଳୀନ ସନ୍ତୁଳନ ଦରକୁ _____________ କୁହାଯାଏ ।
Answer:
ବଜାର

21. ଦୀର୍ଘକାଳରେ ଉପଲବ୍‌ଧ ହେଉଥ‌ିବା ଦରକୁ ______________ ଦର କୁହାଯାଏ ।
Answer:
ସ୍ଵାଭାବିକ

22. ସ୍ଵାଭାବିକ ଦର ଏକ _______________ ସନ୍ତୁଳନ ଦର ଅଟେ ।
Answer:
ସ୍ଥିର

23. ବିରଳ ଚିତ୍ରକଳା, ବିରଳ ମୁଦ୍ରା, ପୁରାତନ ପାଣ୍ଡୁଲିପି ଇତ୍ୟାଦି ଦୁଷ୍ଟ୍ରାପ୍ୟ ଦ୍ରବ୍ୟମାନଙ୍କର _____________ ଦର ନଥାଏ ।
Answer:
ସ୍ଵାଭାବିକ

24. ପ୍ରତ୍ୟେକ ଦ୍ରବ୍ୟର ବଜର ଦର ଥାଏ, କିନ୍ତୁ କେବଳ _____________ ଦ୍ରବ୍ୟର ସ୍ଵଭାବିକ ଦର ଥାଏ ।
Answer:
ପୁନରୁତ୍ପାଦନୀୟ

25. ବଜାର ଦର ବାସ୍ତବ ଅଟେ, ମାତ୍ର ସ୍ଵାଭାବିକ ଦର _______________ ଅଟେ ।
Answer:
କାଳ୍ପନିକ

26. ଅଚ୍ଛାଧ୍ୟାର ବିକ୍ରେତା ନିୟନ୍ତ୍ରିତ ବଜାରରେ ________________ ରେଖା ନିର୍ଦ୍ଧାରଣ କରି ହୁଏ ନାହିଁ ।
Answer:
ଚାହିଦା

27. ଅଚ୍ଛାଧ୍ୟାର ବଜାରରେ ______________ ପ୍ରତିଷ୍ଠାନ ଥାଆନ୍ତି ।
Answer:
ସ୍ଵସଂଖ୍ୟକ

28. ପୂର୍ଣ୍ଣାଙ୍ଗ ବଜାର ଏକ _____________ ବଜାର ।
Answer:
ଆଦର୍ଶ

CHSE Odisha Class 12 Economics Chapter 10 Objective Questions in Odia Medium

29. ଏକ ଏକାଧିକାର ବଜାରରେ ନୂତନ ପ୍ରତିଷ୍ଠାନମାନଙ୍କ ପ୍ରବେଶରେ ____________ ଥାଏ ।
Answer:
ପ୍ରତିବନ୍ଧକ

30. ବଜାରକୁ _____________ ନାମରେ ନାମିତ କରାଯାଏ ।
Answer:
ଦ୍ରବ୍ୟ ।

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ବଜାରକ ସ୍ଥାନର ନାମରେ ନାମିତ କରାଯାଏ ।
Answer:
ଭୁଲ୍ ।
ଠିକ୍ – ବଜାରକୁ ଦ୍ରବ୍ୟର ନାମରେ ନାମିତ କରାଯାଏ ।

2. କ୍ଷଣସ୍ଥାୟୀ ଦ୍ରବ୍ୟ ସ୍ଥଳେ ବିସ୍ତୃତ ବଜାର ଦେଖାଯାଏ ।
Answer:
ଭୁଲ୍ ।
ଠିକ୍ – କ୍ଷଣସ୍ଥାୟୀ ଦ୍ରବ୍ୟ ସ୍ଥଳେ ସୀମିତ ବଜାର ଦେଖାଯାଏ ।

3. ଶୁଦ୍ଧ ବଜାର, ଅଧ୍ୟାର ବଜାରର ଅନୁପସ୍ଥିତିକୁ ବୁଝାଏ ।
Answer:
ଭୁଲ୍ ।
ଠିକ୍ – ଶୁଦ୍ଧ ବଜାର, ଏକାଧ୍ୟାର ବଜାରର ଅନୁପସ୍ଥିତିକୁ ବୁଝାଏ ।

4. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ପରିବହନ ପରିବ୍ୟୟକୁ ବିଚାରକୁ ନିଆଯାଏ ।
Answer:
ଭୁଲ୍ ।
ଠିକ୍ – ପୂର୍ବ ପ୍ରତିଯୋଗିତାମୂଳକ ବଜାରରେ ପରିବହନ ପରିବ୍ୟୟକୁ ବିଚାରକୁ ନିଆଯାଏ ନାହିଁ ।

5. ଏକାଧକାର ପ୍ରତିଯୋଗିତାମୂଳକ ବଜାରରେ ବିକ୍ରେତାଙ୍କ ସଂଖ୍ୟା ଅଳ୍ପ ।
Answer:
ଭୁଲ୍ ।
ଠିକ୍ – ଏକାଧ୍ୟାକାର ପ୍ରତିଯୋଗିତାମୂଳକ ବଜାରରେ ବିକ୍ରେତାଙ୍କ ସଂଖ୍ୟା ଅଧ୍ବକ ।

6. ଏକାଧ୍ୟାର ପ୍ରତିଯୋଗିତାମୂଳକ ବଜାରରେ ଜଣେ ଜଣେ ବିକ୍ରେତା ସମୁଦାୟ ଦ୍ରବ୍ୟର ମୂଖ୍ୟ ଅଂଶ ବିକ୍ରି କରିଥା’ନ୍ତି ।
Answer:
ଭୁଲ୍ ।
ଠିକ୍ – ଅଚ୍ଛାଧ୍ୟାକାର ପ୍ରତିଯୋଗିତାମୂଳକ ବଜାରରେ ଜଣେ ଜଣେ ବିକ୍ରେତା ସମୁଦାୟ ଦ୍ରବ୍ୟର ମୁଖ୍ୟ ଅଂଶ ବିକ୍ରି କରିଥା’ନ୍ତି ।

7. ଏକାଧିକାର ବଜାର ଲାଗି ଉତ୍ପାଦକମାନଙ୍କ ମକ୍ତ ଗତିଶୀଳତା ଆବଶ୍ୟକ ।
Answer:
ଭୁଲ୍ ।
ଠିକ୍ – ପୂର୍ବ ପ୍ରତିଯୋଗିତାମୂଳକ ବଜାର ଲାଗି ଉତ୍ପାଦକମାନଙ୍କ ମୁକ୍ତ ଗତିଶୀଳତା ଆବଶ୍ୟକ ।

8. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର ବିଶୁଦ୍ଧ ବଜାର ଅଟେ ।
Answer:
ଠିକ୍ ।

9. ଦୀର୍ଘକାଳୀନ ସନ୍ତୁଳିତ ଦରକୁ ଅସ୍ଥାୟୀ ବୋଲି କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ବଜାର ଦରକୁ ଅସ୍ଥାୟୀ ବୋଲି କୁହାଯାଏ ।

10. ଯୋଗାଣ ସ୍ଥିର ରହି ଚାହିଦାର ବୃଦ୍ଧି ଘଟିଲେ ଦାମ୍ ବୃଦ୍ଧି ଘଟିଥାଏ ।
Answer:
ଠିକ୍ ।

11. ଚାହିଦା ସ୍ଥିର ରହି ଯୋଗାଣର ହ୍ରାସ ଘଟିଲେ ଦାମ୍ ହ୍ରାସ ଘଟିଥାଏ ।
Answer:
ଭୁଲ୍ ।
ଠିକ୍ – ଚାହିଦା ସ୍ଥିର ରହି ଯୋଗାଣର ହ୍ରାସ ଘଟିଲେ ଦାମ୍ ବୃଦ୍ଧି ଘଟିଥାଏ ।

12. ଉଭୟ ଚାହିଦା ଓ ଯୋଗାଣର ବୃଦ୍ଧି ଘଟିଲେ ସନ୍ତୁଳିତ ଦର ବା ପରିମାଣ ଅପରିବର୍ତ୍ତିତ ରହିବାର ସମ୍ଭାବନା ଥାଏ ।
Answer:
ଠିକ୍ ।

CHSE Odisha Class 12 Economics Chapter 10 Objective Questions in Odia Medium

13. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦ୍ରବ୍ୟର ବିଭିନ୍ନତା ପରିଲକ୍ଷିତ ହୁଏ ।
Answer:
ଭୁଲ୍ ।
ଠିକ୍ – ପୂର୍ଣ ପ୍ରତିଯୋଗିତାମୂଳକ ବଜାରରେ ଦ୍ରବ୍ୟ ସମଜାତୀୟ ଅଟନ୍ତି ।

14. ଏକାଧିକାର ବଜାରରେ କ୍ରେତା ବିକ୍ରେତାଙ୍କ ସଂଖ୍ୟା ଅସଂଖ୍ୟ ।
Answer:
ଭୁଲ୍ ।
ଠିକ୍ – ଏକାଧ୍ୟାର ବଜାରରେ ଏକମାତ୍ର ବିକ୍ରେତା ଥା’ନ୍ତି ।

15. ଏକାଧିକାର ବଜାରରେ ଉତ୍ପାଦନକାରୀଙ୍କର ଯୋଗାଣ ଉପରେ ସମ୍ପୂର୍ଣ୍ଣ କର୍ତ୍ତୃତ୍ଵ ରହିଥାଏ ।
Answer:
ଠିକ୍

16. ସନ୍ତୁଳନ ଦରରେ ଚାହିଦା, ଯୋଗାଣଠାରୁ ଅଧିକ ହୁଏ ।
Answer:
ଭୁଲ୍ ।
ଠିକ୍ – ସନ୍ତୁଳନ ଦରରେ ଚାହିଦା, ଯୋଗାଣ ସହ ସମାନ ।

17. ଅନ୍ଧାଧିକାର ବଜାରରେ ପ୍ରତିଷ୍ଠାନଗୁଡ଼ିକ ସ୍ଵାଧୀନ ।
Answer:
ଭୁଲ୍ ।
ଠିକ୍ – ଅଚ୍ଛାଧ୍ୟାକାର ବଜାରରେ ପ୍ରତିଷ୍ଠାନଗୁଡ଼ିକ ପରସ୍ପର ନିର୍ଭରଶୀଳ ।

18. ଏକାଧିକାରୀ ପ୍ରତିଯୋଗିତାମୂଳକ ବଜାରରେ ଉତ୍ପାଦ ସମଜାତୀୟ ଅଟନ୍ତି ।
Answer:
ଭୁଲ୍ ।
ଠିକ୍ – ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ ବଜାରରେ ଉତ୍ପାଦ ବିଭେଦିତ ଅଟନ୍ତି ।

19. ଅନ୍ଧାଧୁକାର ବଜାରରେ ବିକ୍ରେତାଙ୍କ ସଂଖ୍ୟା ଅସଂଖ୍ୟ ।
Answer:
ଭୁଲ୍ ।

20. ସ୍ଵାଭାବିକ ଦାମ୍ ହିଁ ବାସ୍ତବ ଦାମ୍ 
Answer:
ଭୁଲ୍ ।
ଠିକ୍ – ବଜାର ଦାମ୍ ହିଁ ବାସ୍ତବ ଦାମ୍ ।

21. ସ୍ଵାଭାବିକ ଦର ପରିବର୍ତ୍ତନଶୀଳ, ମାତ୍ର ବଜାର ଦର ସର୍ବଦା ସ୍ଥିର ।
Answer:
ଭୁଲ୍ ।
ଠିକ୍ – ସ୍ଵାଭାବିକ ଦର ସର୍ବଦା ସ୍ଥିର, ମାତ୍ର ବଜାର ଦର ପରିବର୍ତ୍ତନଶୀଳ ।

22. ସମସ୍ତ ଦ୍ରବ୍ୟର ସ୍ଵାଭାବିକ ଦାମ୍ ଥାଏ ।
Answer:
ଭୁଲ୍ ।
ଠିକ୍ – ସମସ୍ତ ଦ୍ରବ୍ୟର ବଜାର ଦାମ୍ ଥାଏ ।

23. କେବଳ ପୁନରୁତ୍ପାଦନ ହେଉଥିବା ଦ୍ରବ୍ୟର ସ୍ଵାଭାବିକ ଦାମ୍ ଥାଏ ।
Answer:
ଠିକ୍ ।

24. ବିରଳ ମହାର ସ୍ବାଭାବିକ ଦାମ୍ ଅଛି ।
Answer:
ଭୁଲ୍ ।
ଠିକ୍ – ବିରଳ ମୁଦ୍ରାର ବଜାର ଦାମ୍ ଅଛି ।

25. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଚାହିଦା ରେଖା ଏବଂ ହାରାହାରି ଆୟ ରେଖା ଏକ ଓ ଅଭିନ୍ନ।
Answer:
ଠିକ୍ ।

26. ସ୍ଵଳ୍ପକାଳରେ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ପ୍ରତିଷ୍ଠାନ କେବଳ ସ୍ଵାଭାବିକ ଲାଭ ଅର୍ଜନ କରିଥାଏ ।
Answer:
ଭୁଲ୍ ।
ଠିକ୍ – ଦୀର୍ଘକାଳରେ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ପ୍ରତିଷ୍ଠାନ କେବଳ ସ୍ବାଭାବିକ ଲାଭ ଅର୍ଜନ କରିଥାଏ ।

27. ଦୀର୍ଘକାଳୀନ ଦର ବଜାର ଦର ଭାବରେ ପରିଚିତ ।
Answer:
ଭୁଲ୍ ।
ଠିକ୍ – ଦୀର୍ଘକାଳନୀ ଦର ସ୍ଵାଭାବିକ ଦର ଭାବରେ ପରିଚିତ ।

28. ସ୍ଵାଭାବିକ ଦାମ୍ ବଜାର ଦାମ୍ ଚାରିପଟେ ଘୂରିବୁଲେ ।
Answer:
ଭୁଲ୍ ।
ଠିକ୍ – ବଜାର ଦାମ୍, ସ୍ଵାଭାବିକ ଦାମ୍ ଚାରିପଟେ ଘୂରିବୁଲେ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ବଜାର କାହାକୁ କହନ୍ତି ?
Answer:
କୌଣସି ଦ୍ରବ୍ୟର କ୍ରୟ ବିକ୍ରୟ ନିମିତ୍ତ କ୍ରେତା ଓ ବିକ୍ରେତାମାନଙ୍କୁ ପରସ୍ପର ସହିତ ଯୋଗାଯୋଗ କରିବା ପାଇଁ କୌଣସି ବ୍ୟବସ୍ଥାକୁ ବଜାର କୁହାଯାଏ ।

2. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର କ’ଣ ?
Answer:
ଯେଉଁ ବଜାରରେ ବିପୁଳ ସଂଖ୍ୟକ ବଜାର ଦର ସମ୍ପର୍କରେ ସମ୍ପୂର୍ଣ ଜ୍ଞାନ ଥିବା କ୍ରେତା ଓ ବିକ୍ରେତା ଥାଆନ୍ତି ଏବଂ ସେମାନେ କୌଣସି ପ୍ରତିବନ୍ଧକ ନଥାଇ ଏକ ସମଜାତୀୟ ଦ୍ରବ୍ୟର କିଣାବିକା କରନ୍ତି, ତାହାକୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର କୁହାଯାଏ ।

CHSE Odisha Class 12 Economics Chapter 10 Objective Questions in Odia Medium

3. ଏକାଧ୍ୟାର କହିଲେ କ’ଣ ବୁଝ ?
Answer:
ଏକାଧ୍ଵର କହିଲେ ସେହି ବ୍ୟବସ୍ଥାକୁ ବୁଝାଏ ଯେଉଁଥରେ ଜଣେ ମାତ୍ର ବିକ୍ରେତା ଏପରି ଏକ ଦ୍ରବ୍ୟ ଉତ୍ପାଦନ କରନ୍ତି, ଯାହାର ବଜାରରେ କୌଣସି ନିକଟତମ ବିକଳ୍ପ ଦ୍ରବ୍ୟ ଉପଲବ୍ଧ ହୁଏ ନାହିଁ ।

4. ଅଚ୍ଛାଧ୍ଵର ବଜାର କ’ଣ ?
Answer:
ଯେଉଁ ବଜାରରେ ଅଳ୍ପ କେତେକ ବିକ୍ରେତା ଥାଆନ୍ତି ଓ ପରସ୍ପରର କାରବାର ବିଷୟରେ ସମ୍ବେଦନଶୀଳ ଥାଆନ୍ତି, ତାହାକୁ ଅଚ୍ଛାଧ୍ଵର ବଜାର କୁହାଯାଏ ।

5. ଏକାଧ୍ୟାର ପ୍ରତିଦ୍ଵହିତାମୂଳକ ବଜାରର ସଂଜ୍ଞା ନିରୂପଣ କର ।
Answer:
ଏକାତ୍‌କାର ପ୍ରତିଦ୍ବନ୍ଦିତାମୂଳକ ବଜାର କହିଲେ ସେହି ବ୍ୟବସ୍ଥାକୁ ବୁଝାଏ ଯେଉଁଥରେ କି ଉଭୟ ପ୍ରତିଯୋଗିତା ଓ ଏକାଧିକାରର ଉପାଦାନମାନଙ୍କର ସହାବସ୍ଥାନ ଦେଖାଯାଏ ଏବଂ ଏଠାରେ ଏକାଧିକାର ପ୍ରତିଷ୍ଠାନମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ ।

6. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ କିପରି ଦର ଧାର୍ଯ୍ୟ କରାଯାଏ ?
Answer:
ପୂର୍ଣ ପ୍ରତିଯୋଗିତାମୂଳକ ବଜାରରେ ଦ୍ରବ୍ୟର ଯୋଗାଣ ଓ ଚାହିଦା, ଦ୍ରବ୍ୟର ଦର ନିର୍ଦ୍ଧାରଣ କରିଥା’ନ୍ତି ।

7. ସ୍ଵାଭାବିକ ଦର କ’ଣ ?
Answer:
ସ୍ବାଭାବିକ ଦର ଏକ କାଳ୍ପନିକ ଦର ଯାହା ଦୀର୍ଘକାଳୀନ ଯୋଗାଣ ଓ ଚାହିଦାଦ୍ୱାରା ନିର୍ଦ୍ଧାରିତ ହୁଏ ।

8. ବଜାର ଦର କହିଲେ ତୁମେ କ’ଣ ବୁଝ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ଚାହିଦା ଓ ଯୋଗାଣଦ୍ବାରା ନିରୂପିତ ହେଉଥ‌ିବା ଦରକୁ ବଜାର ଦର କୁହାଯାଏ ।

9. ସନ୍ତୁଳନ କ’ଣ ?
Answer:
ସନ୍ତୁଳନ ଏପରି ଏକ ପରିସ୍ଥିତିକୁ ବୁଝାଏ ଯେଉଁଠାରେ ଦ୍ରବ୍ୟର ଯୋଗାଣ ପରିମାଣ ଓ ଚାହିଦା ପରିମାଣ ପରସ୍ପର ସହିତ ସମାନ ହୋଇଥାଏ ।

10. ସନ୍ତୁଳନ ଦର କାହାକୁ କୁହାଯାଏ ?
Answer:
ସନ୍ତୁଳନ ଦର ଏକ ଦର ଯେଉଁଥରେ ଗୋଟିଏ ଦ୍ରବ୍ୟର ଚାହିଦାର ପରିମାଣ ଯୋଗାଣ ପରିମାଣ ସହିତ ନିଶ୍ଚିତ ଭାବେ ସମାନ ରହେ ।

11. କେଉଁ ବଜାରରେ ‘ଏକକ ଦାମ୍’ ପ୍ରଚଳନର ସମ୍ଭାବନା ଅଧିକ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଏକକ ଦାମ୍ ପ୍ରଚଳନର ସମ୍ଭାବନା ଅଧିକ ।

12. କେଉଁ ବଜାରରେ ଚାହିଦା ରେଖାର ସଠିକ୍ ଆକୃତି ନିର୍ଣ୍ଣୟ କରାଯାଇ ପାରେନା ?
Answer:
ଅନ୍ଧାଧ୍ୟାର ବଜାରରେ ଚାହିଦା ରେଖାର ସଠିକ୍ ଆକୃତି ନିର୍ଣ୍ଣୟ କରାଯାଇ ପାରେନା ।

13. କେଉଁ ବଜାରରେ ଉତ୍ପାଦନକାରୀ ଅତିମାତ୍ରାରେ ପରସ୍ପର ନିର୍ଭରଶୀଳ ?
Answer:
ଅଳ୍ପାଧ୍ଵର ବଜାରରେ ଉତ୍ପାଦନକାରୀ ଅତିମାତ୍ରାରେ ପରସ୍ପର ନିର୍ଭରଶୀଳ ।

14. କେଉଁ ବଜାରରେ ‘ପୂର୍ଣ୍ଣାଙ୍ଗ ବଜାର’ ଓ ଏକାଧିକାର ବଜାରର ବୈଶିଷ୍ଟ୍ୟ ଦେଖ‌ିବାକୁ ମିଳେ ?
Answer:
ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ ବଜାରରେ ପୂର୍ଣ୍ଣାଙ୍ଗ ବଜାର ଓ ଏକାଧିକାର ବଜାରର ବୈଶିଷ୍ଟ୍ୟ ଦେଖ‌ିବାକୁ ମିଳେ ।

15. କେଉଁ ପ୍ରକାର ଦ୍ରବ୍ୟର ସ୍ବାଭାବିକ ଦାମ୍ ନଥାଏ ?
Answer:
ଦୁଷ୍ପାପ୍ୟ ଓ ପୁନରୁତ୍ପାଦନ ହୋଇପାରୁ ନଥିବା ଦ୍ରବ୍ୟର ସ୍ଵାଭାବିକ ଦାମ୍ ନଥାଏ ।

16. କେଉଁ ସମୟକାଳରେ ସମସ୍ତ ଉପାଦାନ ପରିବର୍ତ୍ତିତ ଅଟନ୍ତି ?
Answer:
ଦୀର୍ଘକାଳରେ ସମସ୍ତ ଉପାଦାନ ପରିବର୍ତ୍ତିତ ଅଟନ୍ତି ।

17. କେଉଁ ସମୟ କାଳରେ ଦ୍ରବ୍ୟର ଯୋଗାଣ ପ୍ରାୟ ଅପରିବର୍ତିତ ରହିଥାଏ ?
Answer:
ବଜାର କାଳରେ ଦ୍ରବ୍ୟର ଯୋଗାଣ ପ୍ରାୟ ଅପରିବର୍ତ୍ତିତ ରହିଥାଏ ।

18. କ୍ରେତା ବାସ୍ତବରେ କେଉଁ ଦାମ୍ ଉପରେ ଦ୍ରବ୍ୟ କ୍ରୟ କରିଥାଏ ?
Answer:
କ୍ରେତା ବାସ୍ତବରେ ବଜାର ଦାମ୍ ଉପରେ ଦ୍ରବ୍ୟ କ୍ରୟ କରିଥାଏ ।

CHSE Odisha Class 12 Economics Chapter 10 Objective Questions in Odia Medium

19. କେଉଁ ଉତ୍ପାଦନକାରୀଙ୍କୁ ଦର ସୃଷ୍ଟିକାରୀ (Price maker) କୁହାଯାଏ ?
Answer:
ଏକାଧିକାର ଉତ୍ପାଦନକାରୀଙ୍କୁ ଦର ସୃଷ୍ଟିକାରୀ କୁହାଯାଏ ।

20. କେଉଁ ଦୃଷ୍ଟିକୋଣରୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ପରିବହନ ବ୍ୟୟକୁ ବିଚାରକୁ ନିଆଯାଏ ନାହିଁ ?
Answer:
ଦ୍ରବ୍ୟର ଦର ସର୍ବତ୍ର ସମାନ ରଖୁବା ଲାଗି ପରିବହନ ବ୍ୟୟକୁ ବିଚାରକୁ ନିଆଯାଏ ନାହିଁ ।

21. କେଉଁ କାରଣରୁ ବିଭିନ୍ନ ପ୍ରକାର ବଜାର ଦେଖାଯାଏ ?
Answer:
କ୍ରେତା ଓ ବିକ୍ରେତାଙ୍କ ତୁଳନାତ୍ମକ ଶକ୍ତିରୁ ବିଭିନ୍ନ ପ୍ରକାର ବଜାର ଦେଖାଯାଏ ।

22. ଜଣେ କ୍ରେତା ବା ବିକ୍ରେତା ପୂର୍ଣ ପ୍ରତିଯୋଗିତାମୂଳକ ବଜାରରେ ଦାମ୍‌କୁ ପ୍ରଭାବିତ କରିପାରେ କି ?
Answer:
ଜଣେ କ୍ରେତା ବା ବିକ୍ରେତା ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦାମ୍ଭିକୁ ପ୍ରଭାବିତ କରିପାରନ୍ତି ନାହିଁ ।