Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

Go through BSE Odisha Class 6 Science Notes Odia Medium and Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା to understand important concepts and topics more clearly.

6th Class Science Chapter 8 Notes Odia Medium

BSE Odisha Class 6 Science Chapter 8 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

  • ବରଫ ହାତକୁ କଠିନ ଲାଗେ ଏବଂ ଏହାକୁ ଆମେ ହାତରେ ଧରିପାରୁ, କିନ୍ତୁ ପାଣିକୁ ସେହିପରି ଭାବରେ ଧରି ହେବ ନାହିଁ । କିନ୍ତୁ ଏ ଦୁଇଟି ଭିନ୍ନ ଭିନ୍ନ ପଦାର୍ଥ ନୁହେଁ । ବରଫ ଓ ପାଣି ଏକା ପଦାର୍ଥ ।
  • ଆମେ ଫ୍ରିଜରରେ ପାଣି ରଖୁଲେ ତାହା ବରଫରେ ପରିଣତ ହୋଇଥିବାର ଦେଖୁଥାଉ ।
  • ଫ୍ରିଜରରେ ପାଣି ସହ ଆଉ କିଛି ମିଶେ କି ବୋଲି ମନରେ ପ୍ରଶ୍ନ ଆସେ । ଏ ବିଷୟରେ ଜାଣିବା ପାଇଁ ଏକ ପର୍ଯ୍ୟବେକ୍ଷଣ କରିପାରିବା ।

କାର୍ଯ୍ୟ–୧ : ଆସ ପର୍ଯ୍ୟବେକ୍ଷଣ କରିବା

  • ଟେବୁଲ ଉପରେ ଏକ କପ୍‌ରେ ବରଫ ଖଣ୍ଡଟିଏ ରଖ୍ ନିରୀକ୍ଷଣ କରାଯାଉ । ଦେଖାଯିବ ଯେ, ବରଫ ପାଣିରେ ପରିଣତ ହୋଇଯାଇଛି ।
  • ଏହି ପର୍ଯ୍ୟବେକ୍ଷଣରୁ ଆମେ ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ବରଫ ଓ ଜଳ ସମାନ ପଦାର୍ଥ ଅଟନ୍ତି ।
  • ବରଫ ଏବଂ ଜଳ ଗୋଟିଏ ପଦାର୍ଥର ଦୁଇଟି ରୂପ । ଏହି ରୂପଗୁଡ଼ିକୁ ପଦାର୍ଥର ଅବସ୍ଥା କୁହାଯାଏ ।

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

ଜଳ ଅଦୃଶ୍ୟ ହେବାର କାରଣ

କେବେ ପଡ଼ିଆରେ ଜମିଥିବା ପାଣି ଅଦୃଶ୍ୟ ହୋଇଥିବା ଦେଖୁଛ କି ? ଏହା କୁଆଡ଼େ ଯାଏ ? ତୁମ ବନ୍ଧୁଙ୍କ ସହ ଆଲୋଚନା କର ।
ଉ. ହଁ, ବର୍ଷାପରେ ପଡ଼ିଆରେ ପାଣି ଜମି ରହିଥ‌ିବାର ମୁଁ ଦେଖୁଛି । କିଛି ସମୟପରେ ଏହି ପାଣି ମାଟିଦ୍ଵାରା ଶୋଷିତ ହୋଇ ଭୂତଳକୁ ଚାଲିଯାଏ ।

ଆଉ କେଉଁଠି ପାଣି ଅଦୃଶ୍ୟ ହୋଇଥିବାର ଦେଖୁଛ ? ତୁମେ ଏକ ସମ୍ଭାବ୍ୟ କାରଣ ବିଷୟରେ ଚିନ୍ତା କରିପାରିବ କି ? ଏହା କାହିଁକି ଘଟେ ?
ଉ. ଖରାଦିନେ ଗଡ଼ିଆ-ପୋଖରୀରେ ପାଣି ଅଦୃଶ୍ୟ ହୋଇଥିବାର ଦେଖୁ । ଏହି ପାଣି ସୂର୍ଯ୍ୟ କିରଣରେ ଉତ୍ତପ୍ତ ହୋଇ ବାଷ୍ପୀଭୂତ ହୋଇ ଉପରକୁ ଚାଲିଯାଇଥାଏ ।

ମୁଁ ଭାବୁଛି ଖେଳ ପଡ଼ିଆରେ ମାଟି ଦ୍ଵାରା ପାଣି ଶୋଷିତ ହୋଇଛି । ଏ ବିଷୟରେ ତୁମେ କ’ଣ ଭାବୁଛ ?
ଉ. ହଁ ଖେଳପଡ଼ିଆରେ ପାଣି ମାଟିଦ୍ଵାରା ଶୋଷିତ ହୋଇଥାଏ ଏବଂ କିଛି ପାଣି ସୂର୍ଯ୍ୟଙ୍କ ଉତ୍ତପ୍ତ କିରଣରେ ବାଷ୍ପରେ ପରିଣତ ହୋଇ ବାୟୁମଣ୍ଡଳରେ ମିଶିଯାଏ ।

ବାସନ ଧୋଇବା ପରେ ବାସନ ପୃଷ୍ଠରେ ଲାଗିଥିବା ପାଣି କିଛି ସମୟ ପରେ ଶୁଖୁଯାଏ । ଜଳର ଅଦୃଶ୍ୟତାକୁ ବୁଝାଇବା ପାଇଁ ତୁମେ ପୂର୍ବରୁ କେଉଁ କାରଣଗୁଡ଼ିକ ଚିନ୍ତା କରିଥିଲ ତାହା ଏହି କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ କି ?
ଉ. ପୂର୍ବରୁ ଉଲ୍ଲେଖ କରାଯାଇଥିବା କାରଣ ଏ କ୍ଷେତ୍ରରେ ପ୍ରଯୁଜ୍ୟ । ବାସନରେ ଲାଗିଥିବା ବାୟୁମଣ୍ଡଳୀୟ ତାପ ପ୍ରଭାବରେ ଜଳୀୟ ବାଷ୍ପରେ ପରିଣତ ହୁଏ ।
ବାସନ ପୃଷ୍ଠରେ ପାଣି ଭେଦିଛି କି ନାହିଁ କେଉଁଟି ଠିକ୍ ତାହା ଅନୁସନ୍ଧାନ କରିବା ପାଇଁ ଏକ କାର୍ଯ୍ୟ କର ।

କାର୍ଯ୍ୟ-୨ . ଆସ ଅନସନ୍ଧାନ କାରଣ

  • ଚିତ୍ରରେ ଦର୍ଶାଯାଇଥିବା ଏକ ଷ୍ଟିଲ ପ୍ଲେଟରେ ଏକ ଚାମଚ ପାଣି ନିଆଯାଉ ।
  • ପ୍ଲେଟ୍‌ରେ ଅନ୍ୟ ପାର୍ଶ୍ଵରେ ପାଣି ଭେଦିଛି କି ନାହିଁ ତାହା ନିରୀକ୍ଷଣ କରାଯାଉ ।
  • ପାଣି ସମ୍ପୂର୍ଣ୍ଣ ଅଦୃଶ୍ୟ ନ ହେବା ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ଏହାକୁ ପର୍ଯ୍ୟବେକ୍ଷଣ କରାଯାଉ ।
    Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା 1

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

ତୁମେ କ’ଣ ଚିନ୍ତା କରୁଛ ? ଷ୍ଟିଲ୍ ପ୍ଲେଟ୍ ମାଧ୍ୟମରେ ପାଣି ଭେଦି ବାହାରୁନାହିଁ ବୋଲି ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଏହି କାର୍ଯ୍ୟ ଯଥେଷ୍ଟ କି ? ଯଦି ଷ୍ଟିଲ୍‌ ପ୍ଲେଟ୍‌ରୁ ପାଣି ଅପର ପାର୍ଶ୍ଵକୁ ନ ଭେଦୁଛି ତା’ହେଲେ ପାଣି ଗଲା କୁଆଡ଼େ ?
ଉ. ଏହି ପାଣି ଜଳୀୟ ବାଷ୍ପ ଆକାରରେ ଏକ ଗ୍ୟାସୀୟ ଅବସ୍ଥାରେ ପରିଣତ ହୁଏ । ଜଳୀୟ ବାଷ୍ପ ହେଉଛି ଜଳର ଅନ୍ୟ ଏକ ଅବସ୍ଥା ।

ଆଉ ଆଉ ଏକ ପର୍ଯ୍ୟବେକ୍ଷଣ ହେଲା, ଯେଉଁଠାରେ ଜଳ ଅଦୃଶ୍ୟ ହେଉଥ‌ିବା ଦେଖିପାରିବ ।

  • ଦୋସା ତିଆରି କରିବା ସମୟରେ ଗରମ ପ୍ୟାନ୍ ବା ତାଓ୍ବା ଉପରେ କିଛି ପାଣି ସିଞ୍ଚନ କରାଯାଏ । ଏହା ସଙ୍ଗେ ସଙ୍ଗେ ଅଦୃଶ୍ୟ ହୋଇଯାଏ । ତାୱାର ତାପରେ ଏହା ବାଷ୍ପରେ ପରିଣତ ହୁଏ ।
  • ବାମ୍ଫ ହେଉଛି ଜଳୀୟ ବାଷ୍ପ, ଏହା ଅଦୃଶ୍ୟ । ମାତ୍ର ବାମ୍ଫ ଥଣ୍ଡା ହେଲେ ଜଳରେ ପରିଣତ ହୁଏ ।
  • ଜଳୀୟବାଷ୍ପ ବାସ୍ତବରେ ଅଦୃଶ୍ୟ କିନ୍ତୁ ବାଷ୍ପରେ ଜଳର କ୍ଷୁଦ୍ର ବୁନ୍ଦାର ଉପସ୍ଥିତି ଏହାକୁ ଦୃଶ୍ୟମାନ କରାଏ ।
  • ଜଳ ସାଧାରଣତଃ ତିନୋଟି ଅବସ୍ଥାରେ ରହିପାରେ, ଯଥା – କଠିନ, ତରଳ ଓ ଗ୍ୟାସୀୟ ।
  • ଜଳର କଠିନ ରୂପ ହେଉଛି ବରଫ । ଜଳ ଥଣ୍ଡା ହେଲେ ବରଫରେ ପରିଣତ ହୁଏ ।
  • ଜଳର ଏହି ଭିନ୍ନ ଭିନ୍ନ ଅବସ୍ଥା ସେମାନଙ୍କ ପ୍ରକୃତିରେ ଅନେକ ପାର୍ଥକ୍ୟ ଦେଖାଇଥାଏ । ଜଳ ପ୍ରବାହିତ ହୁଏ କିନ୍ତୁ ବରଫ ପ୍ରବାହିତ ହୁଏ ନାହିଁ ।
  • ଜଳର ଗ୍ୟାସୀୟ ଅବସ୍ଥା ହେଉଛି ବାମ୍ଫ ବା ଜଳୀୟବାଷ୍ପ । ଏହାକୁ ଦେଖ୍ ହୁଏ ନାହିଁ ।

ବାଷ୍ପୀଭବନ ଓ ବାଷ୍ପୀକରଣ :

  • ଓଦା ପୋଷାକ କିଛି ସମୟ ପାଇଁ ବାହାରେ ରଖୁଲେ ଏହା ଶୁଝାଯାଏ ଅର୍ଥାତ ପୋଷାକରେ ଥ‌ିବା ପାଣି ବାଷ୍ପରେ ପରିଣତ ହୋଇଥାଏ । ଏହାକୁ ବାଷ୍ପୀଭବନ କୁହାଯାଏ ।
  • ହାଣ୍ଡିରେ ପାଣି ଗରମ କଲାବେଳେ କିଛି ପାଣି ଜଳୀୟବାଷ୍ପରେ ପରିଣତ ହୋଇଯାଏ । ଏହାକୁ ବାଷ୍ପୀକରଣ କୁହାଯାଏ ।
  • ଜଳ ଆପେ ଆପେ ପ୍ରାକୃତିକ ଭାବେ ବାଷ୍ପ ହେବା ପ୍ରକ୍ରିୟାକୁ ବାଷ୍ପୀଭବନ କୁହାଯାଏ । ଜଳକୁ ଆମେ କୃତ୍ରିମ ଉପାୟରେ ଗରମ କରି ବାଷ୍ପରେ ପରିଣତ କଲେ ସେହି ପ୍ରକ୍ରିୟାକୁ ବାଷ୍ପୀକରଣ କୁହାଯାଏ ।

ଘନୀଭବନ :

କାର୍ଯ୍ୟ–୩ : ଆସ ପରୀକ୍ଷଣ କରିବା

  • ଏକ ଗାଚ ଗ୍ଲାସରେ ଥଣ୍ଡା ପାଣି ନିଆଯାଉ ।
  • ଚିତ୍ରରେ ଦର୍ଶାଯାଇଥ‌ିବା ଭଳି ଏଥ‌ିରେ କିଛି ବରଫ ଖଣ୍ଡ ମିଶାଯାଉ ।
  • ଏହାକୁ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦିଆଯାଉ ଏବଂ ପର୍ଯ୍ୟବେକ୍ଷଣ କରାଯାଉ ।
  • ତୁମର ପର୍ଯ୍ୟବେକ୍ଷଣକୁ ଲେଖୁ ରଖ ଏବଂ ସାରଣୀରେ ତୁମ ମନରେ ଉଙ୍କି ମାରୁଥିବା ପ୍ରଶ୍ନଗୁଡ଼ିକ ଲେଖ ।
    Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା 2

ସାରଣୀ – ୧ : ପର୍ଯ୍ୟବେକ୍ଷଣ ଏବଂ ପ୍ରଶ୍ନଗୁଡ଼ିକ ଲେଖ

ମୁଁ ପର୍ଯ୍ୟବେକ୍ଷଣ କରୁଛି ମୁଁ ବିସ୍ମୟ ହେଉଛି
କାଚ ଗ୍ଲାସ୍‌ର ବାହାରପଟେ ବୁନ୍ଦା ବୁନ୍ଦା ଜଳ ଲାଗିଛି । ଏ ଜଳ ବୁନ୍ଦା କୁଆଡୁ ଆସିଲା ?
ଜଳବୁନ୍ଦା କ୍ରମେ ବଡ଼ ହେଉଛି । ଗ୍ଲାସ୍‌ର ପାଣି କ’ଣ ଗ୍ଲାସ୍ ଭେଦକରି ବାହାରକୁଯାଉଛି ?
ବରଫଖଣ୍ଡ ପାଣିରେ ମିଳାଇ ଯାଉଛି । କାଚଗ୍ଲାସ୍‌ର ବରଫ କ’ଣ ତରଳି ଯାଇଛି ?

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

କାଚ ଗ୍ଲାସରୁ କିଛି ପାଣି ବାହାରିଥାଇପାରେ ।
ଏହା ବାହାରକୁ ଯାଇପାରିବ ନାହିଁ । କାଚ ଗ୍ଲାସରେ ପାଣିର ସ୍ତର କମିନାହିଁ ।

ହୁଏତ ଏହା ହ୍ରାସ ପାଇଥାଇପାରେ, କିନ୍ତୁ ଏତେ କମ ହ୍ରାସ ଆମକୁ ଜଣା ନ ପଡ଼ିପାରେ ।
ଏକ ଲମ୍ବା ଏବଂ ସଂକୀର୍ଣ୍ଣ ବୋତଲରେ, ପାଣିର ସ୍ତରରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ ଜାଣିହୁଏ ।

ଆମେ ସାଧାରଣ ତାପମାତ୍ରାରେ ଅନ୍ୟ ଏକ ଗ୍ଲାସରେ ପାଣି ନେଇ ପାରିବା ଏବଂ ପାଣି ବାହାରୁଛି କି ନାହିଁ ତାହା ନିରୀକ୍ଷଣ କରିପାରିବା ।
Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା 3
ଗଛରେ ଶିଶିର ବୁନ୍ଦା ଦେଖୁଥ‌ିବ । ଆମେ ସକାଳୁ କାହିଁକି ଅଧ୍ଵ ଶିଶିର ବୁନ୍ଦା ଦେଖୁ ? ଯେତେବେଳେ ଆମେ ଏକ ପାତ୍ରରେ ଅଧା ପାଣି ରଖ୍ ଫୁଟାଇ ଉପରେ ଏକ ଷ୍ଟିଲ ପ୍ଲେଟ ଘୋଡ଼ାଇଥାଉ, ସେତେବେଳେ ଷ୍ଟିଲ୍ ପ୍ଲେଟ୍‌ର ଭିତର ପାର୍ଶ୍ଵରେ କିଛି ପାଣି ବୁନ୍ଦା ଜମା ହୋଇଥିବାର ଦେଖାଯାଏ । ଏହି ପାଣି ବୁନ୍ଦାଗୁଡ଼ିକ କେଉଁଠାରୁ ଆସିଥାଏ ? ତୁମେ କଣ ଭାବୁଛ ?
ଉ. ଥଣ୍ଡା ଜଳ ଥ‌ିବା କାଚ ପାତ୍ରର ବାହ୍ୟପୃଷ୍ଠରେ ଦେଖାଯାଉଥିବା ଜଳବୁନ୍ଦା ବାୟୁରେ ଥ‌ିବା ଜଳୀୟବାଷ୍ପ ଘନୀଭୂତ ହେବା କାରଣରୁ ଏହା ହୋଇଥାଏ ।

ସକାଳୁ ଗଛର ପତ୍ରରେ ଲାଗିଥିବା ଶିଶିରବିନ୍ଦୁ ବାୟୁରେ ଥ‌ିବା ଜଳୀୟ ବାଷ୍ପର ଘନୀଭବନ ଯୋଗୁ ହୋଇଥାଏ ।

ବାୟୁରେ ଥ‌ିବା ଜଳୀୟ ବାଷ୍ପ ଥଣ୍ଡା ପୃଷ୍ଠ ସଂସ୍ପର୍ଷରେ ଆସିଲେ ଏହା ଜଳ ବୁନ୍ଦା ସୃଷ୍ଟି କରିଥାଏ । ଜଳୀୟ ବାଷ୍ପକୁ ଏହାର ତରଳ ଅବସ୍ଥାରେ ରୂପାନ୍ତରିତ କରିବା ପ୍ରକ୍ରିୟାକୁ ଘନୀଭବନ କୁହାଯାଏ ।

କାର୍ଯ୍ୟ-୪ : ଆସ ମାପିବା :

  • କିଛି ବରଫ ଖଣ୍ଡ ଥିବା ଅଧା ଭର୍ତ୍ତି ଏକ କାଚ ଗ୍ଲାସ ନିଆଯାଉ । ଏହାକୁ ଏକ ଛୋଟ ଷ୍ଟିଲ ପ୍ଲେଟରେ ଘୋଡ଼ାଇ ଦିଆଯାଉ । ଏହାକୁ ଏକ ଡିଜିଟାଲ ନିକିତିରେ ଓଜନ କରାଯାଉ ।
  • ନିରୀକ୍ଷଣ କରି ପ୍ରତି ପାଞ୍ଚ ମିନିଟ୍ ପରେ ଓଜନ ରେକର୍ଡ଼ କରାଯାଉ ।
  • 30 ମିନିଟ୍ ପର୍ଯ୍ୟନ୍ତ ନିରନ୍ତର ଭାବେ ନିରୀକ୍ଷଣ କରାଯାଉ । ସାରଣୀରେ ତୁମ ପର୍ଯ୍ୟବେକ୍ଷଣଗୁଡ଼ିକ ଲେଖୁ ରଖାଯାଉ । ଡିଜିଟାଲ୍ ନିକିତିରେ ରଖାଯାଇଥିବା ଥଣ୍ଡା ପାଣିର ପରିମାଣ କ’ଣ ହେବ ତାହା ପୂର୍ବାନୁମାନ କର । ଏହା ବଢ଼ିବ ନା କମିବ ନା ସମାନ ରହିବ ?
    ଉ. ଏହାର ପରିମାଣ କମିବ ।

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

ସାରଣୀ – ୨ : ଘନୀଭବନ ପରୀକ୍ଷଣ ପାଇଁ ଏକ ଡିଜିଟାଲ ନିକିତି ବ୍ୟବହାର କରି ଜଳର ବସ୍ତୁତ୍ର ମାପ
Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା 4

ସିଦ୍ଧାନ୍ତ :
ଡିଜିଟାଲ ନିକିତିରେ ରଖାଯାଇଥିବା ଥଣ୍ଡା ପାଣିର ପରିମାଣ ସମାନ ରହିବ କିନ୍ତୁ ବସ୍ତୁତ୍ଵର ପରିମାଣରେ ବୃଦ୍ଧି ଘଟିବ । କାରଣ ଗ୍ଲାସର ବାହାର ପୃଷ୍ଠରେ ଘନୀଭବନ କାରଣରୁ ଜଳବୁନ୍ଦା ଲାଗିଛି ।

ଜଳର ବିଭିନ୍ନ ଅବସ୍ଥା :

  • ଜଳ ଏପରି ଏକ ପଦାର୍ଥ ଯାହାକୁ ଆମେ ଦୈନନ୍ଦିନ ଜୀବନରେ ତିନୋଟି ଭିନ୍ନ ଭିନ୍ନ ଅବସ୍ଥାରେ ଦେଖୁବାକୁ ପାଇଥାଉ ।
  • କଠିନ ଅବସ୍ଥାରେ ଏହା ବରଫ ରୂପରେ ରହିଥାଏ । ଗରମ ହେଲା ପରେ ବରଫ ତରଳି ଜଳରେ ପରିଣତ ହୁଏ ।
  • ଅଧିକ ଗରମ ହେଲେ ଜଳ ଗ୍ୟାସୀୟ ଅବସ୍ଥାରେ ପରିଣତ ହୋଇଥାଏ ।

ବାୟୁରେ ଜଳୀୟ ବାଷ୍ପର ମାତ୍ରାକୁ ଆର୍ଦ୍ରତା ମଧ୍ୟ କୁହାଯାଏ । ତୁମ ଅଞ୍ଚଳ ପାଇଁ ଦୈନିକ ଆର୍ଦ୍ରତା ତଥ୍ୟ ଖବରକାଗଜ ଏବଂ ଅନ୍ୟ ଉତ୍ସରେ ପ୍ରକାଶିତ ହୁଏ । ବର୍ଷର ତଥ୍ୟ ସଂଗ୍ରହ କର ଏବଂ ଯଦି ଉପସ୍ଥିତ ଥାଏ ତେବେ କୌରସି ଢାଞ୍ଚା ଅଧ୍ୟୟନ କର ।

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

କାର୍ଯ୍ୟ−୫ : ଆସ ଚିହ୍ନଟ କରିବା

ଗୋଟିଏ ପାତ୍ରରେ ଏକ ବରଫ ଖଣ୍ଡ ରଖୁ ଏହାକୁ ବିଭିନ୍ନ ଆକାରରେ ଅନ୍ୟ ପାତ୍ରକୁ ସ୍ଥାନାନ୍ତର କରାଯାଉ । ବରଫ ଖଣ୍ଡର ଆକାରରେ କ’ଣ ପରିବର୍ତ୍ତନ ତୁମେ ଲକ୍ଷ କରୁଛ ? ସାରଣୀରେ ତୁମ ପର୍ଯ୍ୟବେକ୍ଷଣଗୁଡ଼ିକ ଲେଖୁ ରଖାଯାଉ ।

ଗୋଟିଏ ପାତ୍ରରୁ ଅନ୍ୟ ଆକୃତିର ପାତ୍ରକୁ ଜଳ ଢାଳି ଦିଆଯାଉ । ବରଫ ଖଣ୍ଡ ତୁଳନାରେ ଜଳ କି ଗୁଣ ପ୍ରଦର୍ଶନ କରେ ତାହା ନିରୀକ୍ଷଣ କରାଯାଉ ଏବଂ ଏହାକୁ ଲେଖୁ ରଖାଯାଉ । ଗୋଟିଏ ପାତ୍ରରୁ ଅନ୍ୟ ପାତ୍ରକୁ ଜଳ ପ୍ରବାହିତ ହୁଏ ।

ଏକ ପରିଷ୍କାର ପୃଷ୍ଠରେ ଜଳ ଢାଳି ଏହା କିପରି ଚାରିଆଡ଼େ ଖେଳିଯାଏ ନିରୀକ୍ଷଣ କରାଯାଉ ।

ଯେତେବେଳେ ଜଳ, ଜଳୀୟ ବାଷ୍ପରେ ପରିଣତ ହୁଏ, ତାହା ସବୁଆଡ଼େ ବ୍ୟାପିଥାଏ ।

ସାରଣୀ ୩ : ଜଳର ବିଭିନ୍ନ ଅବସ୍ଥାରେ ତୁଳନା

ଧର୍ମ / ଗୁଣ ବରଫ (କଠିନ ଅବସ୍ଥା) ଜଳ (ତରଳ ଅବସ୍ଥା) ଜଳୀୟ ବାଷ୍ପ (ଗ୍ୟାସୀୟ ଅବସ୍ଥା)
ଆକୃତି ଅଛି ନାହିଁ ନାହିଁ
ପ୍ରବାହିତ ହେବାର କ୍ଷମତା ନାହିଁ ଅଛି ଅଛି
ବ୍ୟାପିବାର କ୍ଷମତା ନାହିଁ ଅଛି ଅଛି

କଠିନ, ତରଳ ଏବଂ ଗ୍ୟାସୀୟ ଅବସ୍ଥାରେ ଜଳର ଗୁଣରେ ଥିବା ପାର୍ଥକ୍ୟ :

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

ବରଫ (କଠିନ ଅବସ୍ଥା) :
(a) ଯେ କୌଣସି ଆକୃତିର ପାତ୍ରରେ ରଖିଲେ ମଧ୍ୟ ଏହାର ଆକୃତିରେ କୌଣସି ପରିବର୍ତ୍ତନ ହୁଏ ନାହିଁ ।
(b) ବରଫ ପ୍ରବାହିତ ହୁଏ ନାହିଁ କିମ୍ବା ବ୍ୟାପି ନଥାଏ ।

ଜଳ (ତରଳ ଅବସ୍ଥା) :
(a) ଏହା ପ୍ରବାହିତ ହୁଏ ଏବଂ ଏହାର ଆକୃତି ମଧ୍ଯ ପରିବର୍ତ୍ତନ ହୋଇପାରେ ।
(b) ଜଳର କୌଣସି ନିର୍ଦ୍ଦିଷ୍ଟ ଆକୃତି ନଥାଏ । ଏହାକୁ ଯେଉଁ ପାତ୍ରରେ ରଖାଯାଏ ତାହାର ଆକାର ନେଇଥାଏ, କିନ୍ତୁ ଜଳର ପରିମାଣ ସମାନ ରହିଥାଏ ।
(c) ଜଳର ବ୍ୟାପିବାର ଗୁଣ ମଧ୍ୟ ରହିଛି ।

ଜଳୀୟ ବାଷ୍ପ (ଗ୍ୟାସୀୟ ଅବସ୍ଥା) :
(a) ଗ୍ୟାସର କୌଣସି ନିର୍ଦ୍ଦିଷ୍ଟ ଆକୃତି ନଥାଏ ।
(b) ସମଗ୍ର ଉପଲବ୍‌ଧ ସ୍ଥାନରେ ଗ୍ୟାସ ବ୍ୟାପିବାର ଗୁଣ ପ୍ରଦର୍ଶନ କରିଥାଏ । ରୋଷେଇ ଘରେ ପ୍ରବେଶ ନକରି ମଧ୍ଯ ରନ୍ଧାଖାଦ୍ୟର ବାସ୍ନା ଆମ ପାଖରେ ପହଞ୍ଚିଥାଏ ।
(c) ପୋଷାକ ଶୁଖୁ କିମ୍ବା ଓଦା ଚଟାଣ ଶୁଖୁ ଭଳି ପ୍ରକ୍ରିୟା ସମୟରେ ବାଷ୍ପୀଭୂତ ହେଉଥ‌ିବା ଜଳ ଚାରିପାଖରେ ଥ‌ିବା ବାୟୁରେ ଜଳୀୟବାଷ୍ପ ସୃଷ୍ଟି କରେ ।

ଜଳର ଯେପରି ତିନୋଟି ଅବସ୍ଥା ଅଛି, ସେହିପରି ମହମ, ତେଲ ଓ ଘିଅ ମଧ୍ୟ ତିନୋଟି ଅବସ୍ଥା ପ୍ରଦର୍ଶନ କରନ୍ତି ।

ଜଳର ଅବସ୍ଥା ପରିବର୍ତ୍ତନ କରିବା କିପରି :

  • ବରଫକୁ ଜଳରେ ଏବଂ ଜଳକୁ ଜଳୀୟ ବାଷ୍ପରେ ପରିବର୍ତ୍ତନ କରିବା ପାଇଁ ଆମକୁ ତାପ ପ୍ରୟୋଗ କରିବାକୁ ପଡ଼ିବ ।
  • ଯଦି ଆମେ ଜଳକୁ ବରଫରେ ପରିଣତ କରିବା ତେବେ ଜଳକୁ ଫ୍ରିଜର ଭଳି ଥଣ୍ଡା ପରିବେଶରେ ରଖୁବାକୁ ହେବ । ଏହା ଭିତରେ ଜଳ ଜମା ହୋଇ ବରଫରେ ପରିଣତ ହେବ ।
  • ସେହିପରି କଠିନ ମହମକୁ ତାପ ପ୍ରୟୋଗ କଲେ ଏହା ଥଣ୍ଡା କଲେ ଏହା କଠିନ ମହମରେ ପରିଣତ ହୁଏ । ଏହି ତରଳ ମହମକୁ ଥଣ୍ଡା ତରଳ ମହମରେ ପରିଣତ ହୁଏ ।
  • ଜଳ ଏବଂ ଅନ୍ୟାନ୍ୟ ପଦାର୍ଥ ଗରମ କିମ୍ବା ଥଣ୍ଡା ହେବା ପରେ ସେମାନଙ୍କର ଅବସ୍ଥାରେ ପରିବର୍ତ୍ତନ ହୋଇଥାଏ ।
  • କଠିନ ପଦାର୍ଥକୁ ତରଳ ଅବସ୍ଥାରେ ପରିବର୍ତ୍ତନ କରିବା ପ୍ରକ୍ରିୟାକୁ ତରଳୀକରଣ କୁହାଯାଏ । ସେହିପରି ତରଳ ପଦାର୍ଥକୁ କଠିନ ଅବସ୍ଥାରେ ପରିଣତ କରିବା ପ୍ରକ୍ରିୟାକୁ ଶୀତଳୀକରଣ କୁହାଯାଏ ।

ବାୟୁମଣ୍ଡଳୀୟ ଜଳ ଜେନେରେଟର (AWG – Atmospheric Water Generator) ମେସିନ୍ ଆର୍ଦ୍ର ବାୟୁରୁ ପାଣି ସଂଗ୍ରହ କରି ପିଇବା ଯୋଗ୍ୟ ଜଳ ଉତ୍ପାଦନ କରିଥାଏ । ବାୟୁକୁ ଥଣ୍ଡା କରି ଘନୀଭବନ ପ୍ରକ୍ରିୟା ମାଧ୍ୟମରେ ଜଳୀୟ ବାଷ୍ପକୁ ଜଳ ଉତ୍ପାଦନ କରାଯାଏ । ଏହି ପ୍ରକ୍ରିୟା ବରଫରେ ଭର୍ତ୍ତି କ୍ଲାସ୍ ବାହାରେ ଜଳ ବୁନ୍ଦା ସୃଷ୍ଟି ସହିତ ସମାନ ।

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

କାର୍ଯ୍ୟ–୬ : ଆସ ଚିତ୍ର ସଂପୂର୍ଣ୍ଣ କରିବା

ତଳେ ଦିଆଯାଇଥବା ଶବ୍ଦ ବ୍ୟବହାର କରି ଜଳର ବିଭିନ୍ନ ଅବସ୍ଥାର ରୂପାନ୍ତର ପାଇଁ ଚିତ୍ରରେ ଥ‌ିବା ଖାଲି ଘରଗୁଡ଼ିକୁ A, B, C ଏବଂ 1, 2, 3, 4 ଭାବରେ ଚିହ୍ନଟ କର । ତୁମ ପାଇଁ ଦୁଇଟି ଶବ୍ଦ ପୂରଣ ହୋଇଛି ।

ତରଳ, ଥଣ୍ଡାହୁଏ, ବାଷ୍ପୀଭୂତ ହୁଏ, ଗ୍ୟାସ୍, ଘନୀଭୂତ ହୁଏ
Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା 5

ଜଳକୁ କିପରି ଦ୍ରୁତ କିମ୍ବା ଧୀର ଭାବରେ ବାଷ୍ପୀକରଣ କରାଯାଇପାରିବ ?

କାର୍ଯ୍ୟ —୭ : ଆସ ଅନୁସନ୍ଧାନ କରିବା

  • କୌଣସି ବୋତଲର ଏକ ଛୋଟ କ୍ୟାପ୍‌ରେ ପାଣି ନିଆଯାଉ (ତୁମେ ପାଣି ବଦଳରେ ସାନିଟାଇଜର ବ୍ୟବହାର କରାଯାଇପାରିବ) ।
  • ସେହିଭଳି ଗୋଟିଏ ପ୍ଲେଟରେ ସମାନ ପରିମାଣର ପାଣି ନିଆଯାଉ । ବୋତଲ କ୍ୟାପ୍ ଏବଂ ପ୍ଲେଟରେ ପାଣିର ଉନ୍ମୁକ୍ତ ପରିସର ଅଲଗା ଅଲଗା ଅଟେ ।
  • ଉଭୟଙ୍କୁ ପରସ୍ପର ନିକଟରେ ରଖାଯାଉ ।
  • ସାରଣୀରେ ପ୍ରତ୍ୟେକ କ୍ଷେତ୍ରରେ ଜଳ ସମ୍ପୂର୍ଣ ବାଷ୍ପୀଭୂତ ହେବା ପାଇଁ ଲାଗିଥିବା ସମୟ ଲେଖୁ ରଖାଯାଉ ।
  • ଆମେ କେଉଁ ପରିସ୍ଥିତିକୁ ସମାନ ରଖୁଲୁ ?
    ଉ. ଉଭୟ କ୍ଷେତ୍ରରେ ପାଣିକୁ ଉନ୍ମୁକ୍ତ ପରିସରରେ ରଖାଗଲା ।
  • ଆମେ ଏହି ଅନୁସନ୍ଧାନରେ କିଛି ପରିବର୍ତ୍ତନ କରିଛୁ କି ?
    ଉ. ଉଭୟ କ୍ଷେତ୍ରରେ ପାଣିର ଉନ୍ମୁକ୍ତ ପରିସର ଅଲଗା ଅଲଗା ।
  • ଆମେ କ’ଣ ମାପିଲୁ ?
    ଉ. କେତେ ସମୟରେ କେତେ ପାଣି ବାଷ୍ପୀଭୂତ ହେଉଛି, ତାହା ଆମେ ମାପିଲୁ ।

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

ସାରଣୀ – ୪ : ଅନୁସନ୍ଧାନର ଫଳାଫଳ

ଜଳର ଉନ୍ମୁକ୍ତ ପରିସର ସମ୍ପୂର୍ଣ ବାଷ୍ପୀକରଣ ପାଇଁ ଲାଗିଥିବା ସମୟ
କମ୍ (ବୋତଲ କ୍ୟାପ୍) ବାଷ୍ପୀକରଣ ମନ୍ଥର ଗତିରେ ହେବ ଓ ଅଧ‌ିକ ସମୟ ଲାଗିବ
ଅଧିକ (ପ୍ଲେଟ୍) ବାଷ୍ପୀକରଣ ଦ୍ରୁତ ଗତିରେ ହେବ ଓ କମ୍ ସମୟ ଲାଗିବ

ଏହି ଅନୁସନ୍ଧାନରୁ ତୁମେ କେଉଁ ସିଦ୍ଧାନ୍ତରେ ଉପନୀତ ହେବ ?
ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ଏକ ପ୍ଲେଟରେ ଜଳ ରଖୁବ, ତେବେ ବାୟୁ ସଂସ୍ପର୍ଶରେ ଆସୁଥ‌ିବା ଏହାର ପରିସର ବଡ଼ ହୋଇଥାଏ । ତେଣୁ ବାଷ୍ପୀକରଣ ଦ୍ରୁତ ହୋଇଥାଏ ।

ଯଦି ଉପରୋକ୍ତ କାର୍ଯ୍ୟରେ ଜଳ ବଦଳରେ କ୍ଷୀର ନିଆଯାଏ ତେବେ କ’ଣ ହେବ ?
ଜଳ କେତେ ଦ୍ରୁତ ଗତିରେ ବାଷ୍ପୀଭୂତ ହୁଏ ତାହାକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ପରିସ୍ଥିତି ।

ଅନ୍ୟ କେଉଁ ପରିସ୍ଥିତିରେ ଯାହା ଜଳର ଦ୍ରୁତ ବାଷ୍ପୀଭୂତକୁ ପ୍ରଭାବିତ କରେ ତାହା ଜାଣିବା ପାଇଁ କାର୍ଯ୍ୟ-୭ ପରି ଆଉ ଏକ କାର୍ଯ୍ୟ ପ୍ରସ୍ତୁତ କର ।

ବାଷ୍ପୀଭବନକୁ ପ୍ରଭାବିତ କରୁଥିବା କାରକ :
ବାଷ୍ପୀଭବନ ପ୍ରକ୍ରିୟାକୁ ଦ୍ରୁତ କିମ୍ବା ଧୀର ଭାବରେ କରୁଥିବା କାରକଗୁଡ଼ିକ ହେଲା
(a) ଉନ୍ମୁକ୍ତ କ୍ଷେତ୍ର (ପୃଷ୍ଠତଳର କ୍ଷେତ୍ରଫଳ)
(b) ତାପମାତ୍ରା
(c) ଆର୍ଦ୍ରତା (ବାୟୁରେ ଥିବା ଜଳୀୟ ବାଷ୍ପର ପରିମାଣକୁ ଆର୍ଦ୍ରତା କୁହାଯାଏ )
(d) ବାୟୁର ଗତି (ପବନର ବେଗ)
ବାଷ୍ପୀଭବନ ଶୀତଳତା ସୃଷ୍ଟି କରିଥାଏ । ଗରମ ଚାହାକୁ କିଛି ସମୟ ବାହାରେ ରଖୁଲେ ବାଷ୍ପୀଭବନ ପ୍ରକ୍ରିୟା ହେତୁ ଏହା ଶୀତଳ ହୋଇଯାଏ ।

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

କାର୍ଯ୍ୟ-୮ : ଆସ ଗୋଟିଏ

  • ଦୁଇଟି ବୋତଲର ସମାନ ଆକାରର ଠିପି ନିଆଯାଉ ।
  • ପ୍ରତ୍ୟେକ ଠିପିରେ ସମାନ ପରିମାଣର ଜଳ ଢାଳି ଦିଆଯାଉ ।
  • ଗୋଟିଏ ଠିପିକୁ ସୂର୍ଯ୍ୟକିରଣରେ ରଖାଯାଉ ଏବଂ ଚିତ୍ରରେ ଦର୍ଶାଯାଇଥ‌ିବା ଅନୁଯାୟୀ ଅନ୍ୟଟିକୁ ଛାଇରେ ରଖାଯାଉ ।
    Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା 6
  • ପ୍ରତି 15 ମିନିଟ୍ ବ୍ୟବଧାନରେ ବୋତଲର ଦୁଇଟି ଠିପିକୁ ନିରୀକ୍ଷଣ କରାଯାଉ ।
  • ପ୍ରତ୍ୟେକ କ୍ଷେତ୍ରରେ ଜଳ ସମ୍ପୂର୍ଣ୍ଣ ବାଷ୍ପୀଭୂତ ହେବା ପାଇଁ ଲାଗିଥିବା ସମୟ ଲେଖୁ ରଖାଯାଉ ।
  • ତୁମେ ମେଘୁଆ ପାଗରେ କିମ୍ବା ବର୍ଷା ଦିନରେ ମଧ୍ୟ ଏହି କାର୍ଯ୍ୟର ପୁନରାବୃତ୍ତି କରିପାରିବ, ଏବଂ ତୁମ ପର୍ଯ୍ୟବେକ୍ଷଣ ଲେଖୁ ରଖୁ ।

କାର୍ଯ୍ୟ-୮ ଭଳି ଅନ୍ୟାନ୍ୟ ସମାନ ଅନୁଭୂତିରୁ ତୁମେ କେଉଁ ସିଦ୍ଧାନ୍ତ ନିର୍ଣ୍ଣୟ କରିପାରିବ ?

ଛାଇରେ ରଖାଯାଇଥିବା ଠିପି ତୁଳନାରେ ସୂର୍ଯ୍ୟକିରଣରେ ରଖାଯାଇଥିବା ଠିପିକୁ ଜଳ ଶୀଘ୍ର ବାଷ୍ପୀଭୂତ ହୁଏ ।

ଏହା ଏକ ସାଧାରଣ ଘଟଣା ଯେ ଗରମ ଦିନରେ ପୋଷାକ ଶୀଘ୍ର ଶୁକ୍ଲଯାଏ । ଅଧିକ ପବନ ବହୁଥ‌ିବା ଦିନରେ ପୋଷାକ ଶୀଘ୍ର ଶୁଖେ ନା ବିଳମ୍ବରେ ଶୁଖେ ? ଆଉ ଏକ ସାଧାରଣ ଘଟଣା ଯେ, ଅଧ୍ବକ ପବନ ବହୁଥ‌ିବା ଦିନରେ ପୋଷାକ ଶୀଘ୍ର ଶୁଖୁଯାଏ । ବାୟୁର ଗତି ବଢ଼ିବା ସହିତ ଜଳ ମଧ୍ଯ ଦ୍ରୁତ ଗତିରେ ବାଷ୍ପୀଭୂତ ହୋଇଥାଏ ।

ବର୍ଷାଦିନେ ପୋଷାକ ବିଳମ୍ବରେ ଶୁଖୁଥାଏ ବୋଲି ମଧ୍ୟ ଆମେ ଜାଣିଛୁ । ବର୍ଷା ଦିନେ ଜଳ ଧୀରେ ଧୀରେ ବାଷ୍ପୀଭୂତ ହୋଇଥାଏ । ଯଦି ବାୟୁରେ ଜଳର ମାତ୍ରା ଅଧ‌ିକ (ଅଧ‌ିକ ଆର୍ଦ୍ରତା) ଥାଏ, ତେବେ ଜଳ ଧୀରେ ଧୀରେ ବାଷ୍ପୀଭୂତ ହୁଏ ।

ଯଦି ତୁମେ ବର୍ଷା ଦିନେ ପୋଷାକ ଶୁଖାଇବାକୁ ଚାହୁଁଛ, ତେବେ ଏହାକୁ କିପରି ଶୀଘ୍ର କରିପାରିବ ?
ଉ. ଆମେ ପଙ୍ଖା ବ୍ୟବହାର କରି ବର୍ଷାଦିନେ ପୋଷାକ ଶୀଘ୍ର ଶୁଖାଇପାରିବୁ ।

ବର୍ଷା ଦିନରେ ବାୟୁରେ ଜଳୀୟ ବାଷ୍ପର ମାତ୍ରା ଅଧ‌ିକ ଥାଏ, ତେଣୁ ବର୍ଷା ଦିନରେ ଅଧ‌ିକ ଆର୍ଦ୍ରତା ଥାଏ ।

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

ଶୀତଳ ପ୍ରଭାବ :
ଯଦି ଆମେ ଫ୍ୟାନ୍ ତଳେ ବସିଥାଉ ତେବେ ଆମେ କାହିଁକି ଥଣ୍ଡା ଅନୁଭବ କରୁ ?
ଉ. ଫ୍ୟାନ୍ ତଳେ ବସିବାଫଳରେ ପବନ ଝାଳକୁ ବାଷ୍ପୀଭୂତ କରିବାରେ ସାହାଯ୍ୟ କରୁଥିବାରୁ ଆମକୁ ଥଣ୍ଡା କରିଥାଏ ।

କାର୍ଯ୍ୟ-୯ : ଆସ ଏକ ମଡ଼େଲ୍ ତିଆରି କରିବା

  • ଭିନ୍ନ ଭିନ୍ନ ଆକାରର ଦୁଇଟି ମାଟି ପାତ୍ର ନିଆଯାଉ ବଡ଼ ପାତ୍ରର ତଳ ଭାଗକୁ ବାଲିର ଏକ ସ୍ତରରେ ଭର୍ତ୍ତି କରିଦିଆଯାଉ ।
  • ଚିତ୍ରରେ ଦର୍ଶାଯାଇଥିବା ଭଳି ଛୋଟ ପାତ୍ରକୁ ବଡ଼ ପାତ୍ରର ମଝିରେ ରଖାଯାଉ ।
  • ପାତ୍ର ମଧ୍ୟରେ ଥିବା ବ୍ୟବଧାନକୁ ଅଧିକ ବାଲିରେ ପୂରଣ କରାଯାଉ । ବାଲିରେ ଜଳ ଢ଼ାଳି ଦିଆଯାଉ ।
  • ଛୋଟ ପାତ୍ରର ଉପରେ ଘୋଡ଼ାଇବା ପାଇଁ ଏକ ଡ଼ାଙ୍କୁଣି କିମ୍ବା ଓଦା ଝୋଟର ବସ୍ତା ରଖାଯାଉ ।
  • ଏହିପରି ମାଟି ପାତ୍ର କୁଲରର ଏକ ଚିତ୍ର ମଧ୍ୟ ପ୍ରସ୍ତୁତ କରିପାରିବ ।
    Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା 7

କୁଲରକୁ ଥଣ୍ଡା ହେବା ପାଇଁ 4-5 ଘଣ୍ଟା ସମୟ ଦିଆଯାଉ । ସମୟ ସୀମା ଅନେକ ପରି ସ୍ଥିତି ଦ୍ଵାରା ପ୍ରଭାବିତ ହୋଇପାରେ । ଏଥିରେ ପନିପରିବା ଓ ଫଳ ରଖାଯାଉ ଏବଂ କୁଲର ଭିତରେ ରଖାଯାଇଥିବା ପନିପରିବା ଓ ଫଳର ସତେଜତା ଯାଞ୍ଚ କରିବା ପାଇଁ ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରତିଦିନ ନିରୀକ୍ଷଣ କରାଯାଉ ।
Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା 8
ବାଲିକୁ ଆର୍ଦ୍ର ରଖୁବା ପାଇଁ ନିୟମିତ ଜଳ ଛିଞ୍ଚିବାକୁ ପଡ଼ିବ ।
ଏହି ଅନନ୍ୟ ମାଟି ପାତ୍ରକୁ ସୁରେଇ କୁହାଯାଏ । ଖରାଦିନେ ପାଣିକୁ ଥଣ୍ଡା ରଖୁବା ପାଇଁ ସୁରେଇର ବ୍ୟବହାର କରାଯାଏ ।

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

ମେଘରୁ ବର୍ଷା କିପରି ହୁଏ ?
ଯେତେବେଳେ ବାୟୁ ପୃଥ‌ିବୀ ପୃଷ୍ଠରୁ ଉପରକୁ ଗତି କରେ, ଏହା ଥଣ୍ଡା ହୋଇଥାଏ । ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ବାୟୁ ଏତେ ଥଣ୍ଡା ହୋଇଯାଏ ଯେ ଏଥିରେ ଥିବା ଜଳୀୟବାଷ୍ପ ସୁକ୍ଷ୍ମ ଧୂଳିକଣା ଚାରିପାଖରେ ଲାଗି ଛୋଟ ଛୋଟ ଜଳବିନ୍ଦୁରେ ପରିଣତ ହୁଏ ।

ଏହି ଛୋଟ ଛୋଟ ବୁନ୍ଦାଗୁଡ଼ିକ ବାୟୁରେ ଭାସେ ଓ ମେଘ ସୃଷ୍ଟି କରେ । ଅନେକ ଜଳ ବୁନ୍ଦା ଏକାଠି ହୋଇ ବଡ଼ ବୁନ୍ଦା ଜଳ ସୃଷ୍ଟି କରନ୍ତି । କିଛି ଜଳ ବୁନ୍ଦା ଏତେ ଭାରି ହୋଇଥାଏ ଯେ ସେଗୁଡ଼ିକ ତଳକୁ ଖସିବା ଆରମ୍ଭ କରନ୍ତି । ଏହି ଖସି ପଡ଼ିଥ‌ିବା ଜଳ ବୁନ୍ଦାକୁ ଆମେ ବର୍ଷା ବୋଲି କରିଥାଉ ।

ଜଳୀୟ ବାଷ୍ପ ଯୁକ୍ତ ବାୟୁ ବାୟୁମଣ୍ଡଳରେ (ପୃଥ‌ିବୀକୁ ଘେରି ରହିଥ‌ିବା ବାୟୁର ପତଳା ସ୍ତର) କାହିଁକି ଉପର କୁ ଯାଏ ?
ଉ. ଆମେ ଜାଣିଛୁ ଯେ ହାଲୁକା ଗ୍ୟାସ୍ ଥିବା ଗ୍ୟାସ୍ ବେଲୁନ୍ ବାୟୁରେ ଉପରକୁ ଯାଇଥାଏ । ସେହିପରି ଜଳୀୟ ବାଷ୍ପ, ବାୟୁ ତୁଳନାରେ ହାଲୁକା ହୋଇଥିବାରୁ ଏହା ଉପରକୁ ଯାଇଥାଏ ।

କାର୍ଯ୍ୟ–୧୦ : ଆସ ଏକ ଦଳଗତ କାର୍ଯ୍ୟରେ ନିୟୋଜିତ ହେବା

ଖାଲି ଥିବା ଏକ ଲିଟର ପ୍ଲାଷ୍ଟିକ୍ ବୋତଲ ନିଅ । ଏଥ‌ିରେ ପାଖାପାଖ୍ ଏକ କପ୍ ପାଣି ଢାଳି ଦିଅ ।

ଠିପିକୁ ଭଲ ଭାବରେ ବନ୍ଦ କରି ଦିଅ । ଏବେ ବାତଲଟିକୁ 2-3 ମିନିଟ୍ ପର୍ଯ୍ୟନ୍ତ ଲଗାତାର ଚାପ ଦିଅ ଓ ଛାଡ଼ି ଦିଅ । ବୋତଲରେ ଜଳ ଉପରେ ଥ‌ିବା ଖାଲି ସ୍ଥାନକୁ ନିରୀକ୍ଷଣ କର ।
ତୁମେ କ’ଣ ନିରୀକ୍ଷଣ କରୁଛ ?

ଏହି କ୍ଷେତ୍ରରେ ବୋତଲରେ ଥିବା ଜଳ ଉପରେ କିଛି ଧୂଆଁଳିଆ ଆସ୍ତରଣ (ମେଘ) ଦେଖିବାକୁ ମିଳିବ ।

ପୋଡ଼ିଯାଇଥିବା ଖବରକାଗଜରେ ଅତି ଛୋଟ ଛୋଟ ଅଦୃଶ୍ୟ ଧୂଳି କଣିକା ଉପଲବ୍ଧ ହୋଇଥାଏ, ଯାହା ଚାରିପାଖରେ ଜଳୀୟ ବାଷ୍ପ ଘନୀଭୂତ ହୋଇ ମେଘ ସୃଷ୍ଟି କରିଥାଏ ।

ଆସ କାର୍ଯ୍ୟ–୧୧ ରେ ଜଳ କିପରି ଏହାର ଅବସ୍ଥା ଓ ଗତିବିଧ‌ିକୁ ପରିବର୍ତ୍ତନ କରେ ସେ ବିଷୟରେ ଆମେ ବୁଝିବା ।

କାର୍ଯ୍ୟ–୧୧ : ଆସ ଏକ ଦଳଗତ କାର୍ଯ୍ୟରେ ନିୟୋଜିତ ହେବା

ଚିତ୍ରରେ ପ୍ରଦର୍ଶିତ ତୀର ଏବଂ କୋଠରିରେ ଦିଆଯାଇଥିବା ଜଳ କିପରି ଏହାର ଅବସ୍ଥା ପରିବର୍ତ୍ତନ କରେ ଏବଂ ଏହା ଶବ୍ଦ ବ୍ୟବହାର କରି ଜଳ କେଉଁଠି ସଂରକ୍ଷିତ ଅଛି, କେଉଁଠିକୁ ଗତି କରେ ତାହା ଦର୍ଶାଅ !
Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା 9

Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା

ଜଳଚକ୍ର କ’ଣ ?
ସମୂଦ୍ର ଓ ପୃଥ‌ିବୀ ପୃଷ୍ଠର ଜଳ ବାଷ୍ପ ରୂପେ ବାୟୁମଣ୍ଡଳକୁ ବାଷ୍ପୀଭୂତ ହୁଏ ଏବଂ ବର୍ଷା, କୁଆପଥର କିମ୍ବା କରକା ଭାବରେ ଫେରି ଆସେ ଏବଂ ଶେଷରେ ସମୁଦ୍ରକୁ ପ୍ରବାହିତ ହୁଏ । ଜଳର ଏହି ପ୍ରବାହକୁ ଜଳ ଚକ୍ର କୁହାଯାଏ ।

ପୃଥ‌ିବୀରେ ଉପଲବ୍ଧ ଜଳର ମାତ୍ର ଅଳ୍ପ ଅଂଶ ଉଭିଦ, ପ୍ରାଣୀ ଏବଂ ମନୁଷ୍ୟଙ୍କ ବ୍ୟବହାର ପାଇଁ ଉପଯୁକ୍ତ । ଅଧିକାଂଶ ଜଳ ସମୁଦ୍ରରେ ଥିବାରୁ ଏହାକୁ ସିଧାସଳଖ ବ୍ୟବହାର କରାଯାଇପାରିବ ନାହିଁ । ପିଇବା ପାଇଁ ଏବଂ ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ମଧ୍ୟ ଅମେ ଜଳ ବ୍ୟବହାର କରିଥାଉ ।

ଜନସଂଖ୍ୟା ବୃଦ୍ଧି ସହିତ ଜଳର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଉଛି । ଜଳର ଆବଶ୍ୟକତା ବଢ଼ୁଥ‌ିବା ଯୋଗୁଁ ବିଶ୍ଵର ଅନେକ ସ୍ଥାନରେ ଏହାର ଅଭାବ ଦେଖାଦେଉଛି । ତେଣୁ ଜଳକୁ ଅପଚୟ ନ କରି ନିୟନ୍ତ୍ରିତ ଭାବେ ବ୍ୟବହାର କରିବା ଜରୁରୀ ।

ବିଜ୍ଞାନଭିତ୍ତିକ ପ୍ରମୁଖ ଶବ୍ଦ
୧. ଘନୀଭବନ
୨. ଜଳଚକ୍ର
୩. ବାଷ୍ପୀକରଣ
୪. ଜଳୀୟବାଷ୍ପ
୫. ଶୀତଳୀଭବନ
୬. କଠିନ
୭. ଗ୍ୟାସ୍
୮. ତରଳ
୯. ଆର୍ଦ୍ରତା

ବିଷୟବସ୍ତୁର ସାରାଂଶ :

  • ଜଳକୁ ବାଷ୍ପ ଅବସ୍ଥାରେ ପରିଣତ କରିବା ପ୍ରକ୍ରିୟାକୁ ବାଷ୍ପୀକରଣ କୁହାଯାଏ ।
  • ଜଳୀୟ ବାଷ୍ପକୁ ତରଳ ଅବସ୍ଥାରେ ରୂପାନ୍ତରିତ କରିବା ପ୍ରକ୍ରିୟାକୁ ଘନୀଭବନ କୁହାଯାଏ ।
  • ଜଳ, କଠିନ, ତରଳ ଏବଂ ଗ୍ୟାସ ଭଳି ବିଭିନ୍ନ ଅବସ୍ଥାରେ ମିଳେ ।
  • ଗରମ କିମ୍ବା ଥଣ୍ଡା ହେବା ପରେ ଜଳ ତାର ଅବସ୍ଥା ପରିବର୍ତ୍ତନ କରିଥାଏ ।
  • ବାଷ୍ପୀଭବନ ପ୍ରକ୍ରିୟାକୁ ଦ୍ରୁତ କିମ୍ବା ଧୀର ଭାବରେ କରୁଥିବା କାରକଗୁଡ଼ିକ ହେଉଛି ଜଳର ଉନ୍ମକ୍ତ କ୍ଷେତ୍ର, ଆର୍ଦ୍ରତା, ବାୟୁର ଗତି ଇତ୍ୟାଦି ।
  • ବାଷ୍ପୀକରଣ ଶୀତଳ ପ୍ରଭାବ ସୃଷ୍ଟି କରେ ।
  • ବାୟୁରେ ଥିବା ଜଳୀୟ ବାଷ୍ପ ଘନୀଭୂତ ହୋଇ ଜଳର ଛୋଟ ଛୋଟ ବୁନ୍ଦା ସୃଷ୍ଟି କରିଥାଏ, ଯାହା ମେଘ ରୂପରେ ଦେଖାଯାଏ । ଅନେକ କ୍ଷୁଦ୍ର ଜଳ ବୁନ୍ଦା ଏକାଠି ହୋଇ ବର୍ଷା, କୁଆପଥର ବା ତୁଷାର ରୂପରେ ତଳକୁ ଖସିପଡ଼େ ।
  • ପୃଥ‌ିବୀ ପୃଷ୍ଠ ଏବଂ ବାୟୁମଣ୍ଡଳ ମଧ୍ୟରେ ଜଳର ପ୍ରବାହକୁ ଜଳ ଚକ୍ର କୁହାଯାଏ ।

Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ

Students can use Class 6 Math Solution Odia Medium and Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ to check their answers after solving exercises.

6th Class Maths Chapter 3 Question Answer Odia Medium

Class 6 Maths Chapter 3 Odia Medium

3.1 ସଂଖ୍ୟା ଆମକୁ ଅନେକ କିଛି କହିଥାଏ (Numbers Can Tell us Things)

ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର କରିବାକୁ ଚେଷ୍ଟାକର ଏବଂ ତୁମର ଯୁକ୍ତି ଉପସ୍ଥାପନା କର: (Page No. 56)

Question 1.
ପିଲାମାନେ ସେମାନଙ୍କ ମଧ୍ୟରେ ପୁନର୍ବାର ସଜେଇ ହୋଇପାରିବେ କି ଯେପରି ଶେଷରେ ଛିଡ଼ା ହୋଇଥୁବା ପିଲା ‘2’ କହିବ?
Solution:
ଶେଷରେ ଛିଡ଼ା ହୋଇଥିବା ପିଲା 2 କହିବ, ଯେତେବେଳେ ତା’ର ଉଭୟ ପାର୍ଶ୍ଵରେ ଡେଙ୍ଗା ପିଲା ଥାଏ। ଏହା ଅସମ୍ଭବ କାରଣ ଶେଷରେ ଠିଆ ହୋଇଥିବା ପିଲାଟିର କେବଳ ଗୋଟିଏ ପାର୍ଶ୍ଵରେ (ଭିତର ପଟରୁ) ପିଲା ଥାଆନ୍ତି। କିନ୍ତୁ ଅନ୍ୟ ପାର୍ଶ୍ଵରେ କୌଣସି ପିଲା ରହି ନଥାନ୍ତି। ତେଣୁ ତା’ର ଉଭୟ ପାର୍ଶ୍ଵରେ ଡେଙ୍ଗା ପିଲା ରହିବା ସମ୍ଭବ ନୁହେଁ।

Question 2.
ଆମେ ପିଲାମାନଙ୍କୁ ଗୋଟିଏ ଧାଡ଼ିରେ ସଜେଇ ପାରିବା କି, ଯେପରି ସମସ୍ତେ ‘0’ କହିବେ?
Solution:
ନା, ଆମେ ପିଲାମାନଙ୍କୁ ଗୋଟିଏ ଧାଡ଼ିରେ ସଜେଇ ପାରିବା ନାହିଁ।

Question 3.
ପରସ୍ପର ପାଖାପାଖୁ ଛିଡ଼ା ହୋଇଥବା ଦୁଇଜଣ ପିଲା ସମାନ ସଂଖ୍ୟା କହିପାରିବେ କି?
Solution:
ହଁ, ଯଦି ଦୁଇଜଣ ପାଖାପାଖୁ ପିଲାଙ୍କର ଉଚ୍ଚତା ସମାନ ହୁଏ, ସେମାନଙ୍କ ଚାରିପାର୍ଶ୍ଵରେ ଥିବା ପିଲାଙ୍କ ଉଚ୍ଚତା ସମାନ ହେବ।

Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ

Question 4.
ଗୋଟିଏ ଦଳରେ 5 ଜଣ ପିଲା ଅଛନ୍ତି, ଯେଉଁଥୁରେ ସମସ୍ତଙ୍କର ଉଚ୍ଚତା ଅଲଗା। ସେମାନଙ୍କ ମଧ୍ୟରୁ 4 ଜଣ କହୁଥ‌ିବେ ‘I’ ଏବଂ ଶେଷ ଜଣକ ‘0’ କହୁଥ‌ିବେ, ଏଭଳି ଛିଡ଼ା ହୋଇପରିବେ କି? ହଁ / ନାଁ, କାହିଁକି?
Solution:
ହଁ, ସବୁଠାରୁ ଡେଙ୍ଗା ଉଚ୍ଚତା ପିଲାକୁ ଶେଷରେ ରଖିବେ ଏବଂ ଅନ୍ୟ ପାର୍ଶ୍ଵରେ ତା’ଠାରୁ କମ୍ ଉଚ୍ଚତା ବିଶିଷ୍ଟ ପିଲା ରହୁଥିଲେ ସେ 0 କହିବ। ବାକି 4 ଜଣଙ୍କ ସେହିଭଳି ସଜାଡ଼ିଲେ 1 କହିବେ।

Question 5.
ଏହି 5 ଜଣିଆ ଦଳ ପାଇଁ 1, 1, 1, 1, 1 କ୍ରମଟି ସମ୍ଭବ ହୋଇପାରିବ କି?
Solution:
ନା, ଏହି 5 ଜଣିଆ ଦଳ ପାଇଁ 1, 1, 1, 1, 1 କ୍ରମଟି ସମ୍ଭବ ହୋଇପାରିବ ନାହିଁ।

Question 6.
0, 1, 2, 1, 0 କ୍ରମଟି ସମ୍ଭବ ହେବ କି?
Solution:
ହଁ, 0, 1, 2, 1, 0 କ୍ରମଟି ସମ୍ଭବ ହେବ।

Question 7.
ତୁମେ କିପରି 5 ଜଣ ପିଲାଙ୍କୁ ପୁନର୍ବାର ସଜେଇବ, ଯେପରି ସର୍ବାଧକ ସଂଖ୍ୟକ ପିଲା ‘2’ କହିବେ?
Solution:
ଛାତ୍ରଛାତ୍ରୀମାନେ ନିଜେ କରିବେ।

3.2 ବୃହତ୍ତମ ସଂଖ୍ୟାବିଶିଷ୍ଟ କୋଠରି (ସୁପର ସେଲ୍) (Super Cells)

ଆସ ବୁଝିବା: (Page No. 57-58)

Question 1.
ନିମ୍ନ ସାରଣୀରେ ସୁପର ସେଲ୍‌ଗୁଡ଼ିକୁ ଚିହ୍ନାଅ।
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 57 Q1
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 57 Q1.1

Question 2.
ନିମ୍ନ ସାରଣୀରେ 4 ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଖାଲି କୋଠରିରେ ଲେଖ, ଯେପରି ବୃହତ୍ତମ ସଂଖ୍ୟା ବିଶିଷ୍ଟ କୋଠରୀଗୁଡ଼ିକ ହିଁ ରଙ୍ଗୀନ କୋଠରି ହୋଇଥବ।
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 57 Q2
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 57 Q2.1

Question 3.
ନିମ୍ନ ସାରଣୀ ପୂରଣ କର ଯେପରିକି ଆମ୍ଭେ ଯଥାସମ୍ଭବ ଅଧିକ ସୁପର ସେଲ୍‌ ପାଇବା, ସଂଖ୍ୟାଗୁଡ଼ିକ 100 ରୁ 1000 ମଧ୍ୟରେ ରହିବ ଓ ସଂଖ୍ୟା ପୁନରାବୃତ୍ତି ହେବ ନାହିଁ।
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 57 Q3
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 57 Q3.1

Question 4.
ନଅଗୋଟି ସଂଖ୍ୟା ମଧ୍ୟରୁ ଉପର ସାରଣୀରେ କେତୋଟି ସୁପର ସେଲ୍ ଅଛି?
Solution:
ନଅଗୋଟି ସଂଖ୍ୟା ମଧ୍ୟରୁ ଉପର ସାରଣୀରେ ୫ଟି ସୁପର ସେଲ୍ ଅଛି।

Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ

Question 5.
ବିଭିନ୍ନ ସଂଖ୍ୟକ କୋଠରି ପାଇଁ କେତେ ସଂଖ୍ୟକ ସୁପରସେଲ୍ ସମ୍ଭବ ନିର୍ଣ୍ଣୟ କର। ତୁମେ କୌଣସି ସଂରଚନା ଲକ୍ଷ୍ୟ କରୁଛ କି? ଏକ ଦତ୍ତ ସାରଣୀ ପୂରଣ କରିବାକୁ କ’ଣ ଉପାୟ ଅଛି, ଯେପରିକି ଆମେ ସର୍ବାଧ‌ିକ ସଂଖ୍ୟକ ସୁପର ସେଲ୍ ପାଇବା? ଉପାୟ ଖୋଳ ଓ ସହପାଠୀମାନଙ୍କ ସହିତ ଆଲୋଚନା କର।
Solution:
ଯଦି n ସଂଖ୍ୟକ ଅଯୁଗ୍ମ ସେଲ୍ ଅଛି, ସୁପରସେଲ୍ ସଂଖ୍ୟା = \(\frac{\mathrm{n}+1}{2}\)
ଯଦି n ସଂଖ୍ୟକ ଯୁଗ୍ମ ସେଲ୍ ଅଛି, ସୁପରସେଲ୍ ସଂଖ୍ୟା = \(\frac {n}{2}\)
ହଁ, ଆମେ ପ୍ରଥମ ସଂଖ୍ୟାଟି ସୁପରସେଲ୍ କରିବ। ଏହାପରେ ପ୍ରତ୍ୟେକ ବିକଳ୍ପ ସେଲ୍‌କୁ ସୁପରସେଲ୍ କରିବାକୁ ପଡ଼ିବ। 4ଟି ସେଲ୍ ବ୍ୟତୀତ ଅନ୍ୟ କୌଣସି କ୍ରମାଗତ ସେଲ୍ ସୁପରସେଲ୍ ହୋଇପାରିବ ନାହିଁ। କାରଣ ପରେ ପ୍ରଥମ ଏବଂ ଚତୁର୍ଥ ସେଲ୍ ସୁପରସେଲ୍ ହୋଇପାରିବ।

Question 6.
ପୁନରାବୃତ୍ତି ବିନା ତୁମେ ଏକ ସାରଣୀ ପୂରଣ କରିପାରିବ କି, ଯେପରି ସେଥ‌ିରେ କୌଣସି ସୁପର ସେଲ୍ ନଥୁବ? କାହିଁକି / କାହିଁକି ନୁହେଁ?
Solution:
ନା। କୌଣସି ସୁପର ସେଲ୍ ନଥିବା ସଂଖ୍ୟାଗୁଡ଼ିକୁ ପୁନରାବୃତ୍ତି ନକରି ଗୋଟିଏ ସୁପରସେଲ୍ ସାରଣୀ ପୂରଣ କରିପାରିବ ନାହିଁ।

  • ଯଦି ଆମେ ସେଲ୍‌ଗୁଡ଼ିକୁ ନିମ୍ନକ୍ରମରେ ରଖୁବା ତେବେ ପ୍ରଥମ ସେଲ୍‌ ସୁପରସେଲ୍ ହେବ।
  • ଯଦି ଆମେ ଊର୍ଦ୍ଧ୍ବକ୍ରମରେ ରଖୁବା ତେବେ ଶେଷ ସେଲ୍‌ ସୁପରସେଲ୍ ହେବ। ଯଦି ଆମେ କୌଣସି ପଦ୍ଧତି ଅନୁସରଣ ନ କରିବା ତେବେ ନିଶ୍ଚିତ ଗୋଟିଏ ସୁପରସେଲ୍ ରହିବ।

Question 7.
ଏକ ସାରଣୀରେ ଯେଉଁ କୋଠରିରେ ସବୁଠାରୁ ବୃହତ୍ତମ ସଂଖ୍ୟା ଥିବ, ତାହା ସର୍ବଦା ଏକ ସୁପର ସେଲ୍ ହୋଇପାରିବ? କାହିଁକି / କାହିଁକି ନୁହେଁ?
Solution:
ହଁ, ଯଦି କୋଠରିରେ ସବୁଠାରୁ ବୃହତ୍ତମ ସଂଖ୍ୟା ଧ୍ରୁବ, ତାହା ସର୍ବଦା ଏକ ସୁପରସେଲ୍ ହେବ। କାରଣ ଯଦି ଏହା କୋଣରେ ଥିବା ସେଲ୍, ତେବେ ଏହାର ପଡ଼ୋଶୀ ସଂଖ୍ୟା (ଅର୍ଥାତ୍ ଦ୍ଵିତୀୟ ସେଲ୍ କିମ୍ବା ଶେଷ ସେଲ୍) ଏହାଠାରୁ ଛୋଟ ହେବ। ଯଦି ଏହା ମଧ୍ୟରେ ଥାଏ, ତେବେ ଏହାର ଉଭୟ ପଡ଼ୋଶୀ ସଂଖ୍ୟା ଏହାଠାରୁ ଛୋଟ ହେବ।
ନା, କୋଠରିରେ ସବୁଠାରୁ ଛୋଟସଂଖ୍ୟା ସୁପରସେଲ୍‌ ହୋଇପାରିବ ନାହିଁ। ଏକ ସୁପରସେଲ୍ ଏହାର ସମସ୍ତ ପଡ଼ୋଶୀ ସଂଖ୍ୟାଠାରୁ ବଡ଼ ହେବାକୁ ପଡ଼ିବ। ଯେହେତୁ ଏହା ସବୁଠାରୁ ଛୋଟ, ଏହା କୌଣସି ପଡ଼ୋଶୀ ସଂଖ୍ୟାଠାରୁ ବଡ଼ ହୋଇପାରିବ ନାହିଁ। ତେଣୁ ଏହା ଏକ ସୁପରସେଲ୍ ହୋଇପାରିବ ନାହିଁ।

Question 8.
ଏକ ସାରଣୀ ପୂରଣ କର, ଯେପରି ଦ୍ଵିତୀୟ ବୃହତ୍ତମ ସଂଖ୍ୟାଥବା କୋଠରି ସୁପର୍ ସେଲ୍ ହେବ ନାହିଁ?
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 57 Q8
ଏଠାରେ 980 ହେଉଛି ଦ୍ଵିତୀୟ ବୃହତ୍ତମ ସଂଖ୍ୟା, କିନ୍ତୁ ଏହା ସୁପରସେଲ୍ ନୁହେଁ। 999 ହେଉଛି ସୁପର ସେଲ୍।

Question 9.
ଏକ ସାରଣୀ ପୂରଣ ପର, ଯେପରି ଦ୍ଵିତୀୟ ବୃହତ୍ତମ ସଂଖ୍ୟା ଥ‌ିବା କୋଠରି ସୁପର୍‌ସେଲ୍‌ ହୋଇ ନଥବ, କିନ୍ତୁ ଦ୍ଵିତୀୟ କ୍ଷୁଦ୍ରତ୍ତମ ସଂଖ୍ୟା ଏକ ସୁପର ସେଲ୍ ହୋଇଥବ। ଏହା ସମ୍ଭବ କି?
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 57 Q9
ଏଠାରେ 1870 ହେଉଛି ଦ୍ଵିତୀୟ ବୃହତ୍ତମ ସଂଖ୍ୟା। କିନ୍ତୁ 1870 ଥିବା କୋଠରିଟି ସୁପର ସେଲ୍ ନୁହେଁ କାରଣ ଏହାର ପଡ଼ୋଶୀ କୋଠରିରେ ଥିବା ସଂଖ୍ୟା 1895 ଏହାଠାରୁ ବୃହତ୍ତର। 489 ହେଉଛି ଦ୍ଵିତୀୟ କ୍ଷୁଦ୍ରତମ ସଂଖ୍ୟା କିନ୍ତୁ 489 ଥ‌ିବା କୋଠରିଟି ସୁପରସେଲ୍ ଯେହେତୁ ଏହାର ପଡ଼ୋଶୀ ସଂଖ୍ୟା କ୍ଷୁଦ୍ରତମ।

Question 10.
ଏହି ଧନ୍ଦା ପରି ଆଉ କିଛି ଧନ୍ଦା ତିଆରି କର। ସାଙ୍ଗମାନଙ୍କୁ ଏହାର ଉତ୍ତର ପଚାରି ବୁଝ।
Solution:
ନିଜେ ଅଭ୍ୟାସ କର।

Page No. 58

Question 1.
ପାଞ୍ଚ ଅଙ୍କ ବିଶିଷ୍ଟ ସଂଖ୍ୟାଦ୍ଵାରା ସାରଣୀ ପୂରଣ କର, ଯେଉଁଥରେ 1, 0, 6, 3 ଓ ୨ ଅଙ୍କଗୁଡ଼ିକ କିଛି କ୍ରମରେ ରହିବ। କେବଳ ରଙ୍ଗୀନ କୋଠରିରେ ଥ‌ିବ। ସଂଖ୍ୟା ଏହାର ସମସ୍ତ ପଡ଼ୋଶୀ ସଂଖ୍ୟାମାନଙ୍କଠାରୁ ବୃହତ୍ତର ହେବା ଉଚିତ।
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 58 Q1
(a) ସାରଣୀରେ ଥିବା ବୃହତ୍ତମ ସଂଖ୍ୟା _______________।
(b) ସାରଣୀରେ ଥିବା କ୍ଷୁଦ୍ରତମ ଯୁଗ୍ମ ସଂଖ୍ୟା _______________।
(c) ସାରଣୀରେ ଥ‌ିବା କ୍ଷୁଦ୍ରତମ ସଂଖ୍ୟା, ଯାହାକି 50,000 ରୁ ବଡ଼ _______________।
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 58 Q1.1
(a) ସାରଣୀରେ ଥିବା ବୃହତ୍ତମ ସଂଖ୍ୟା 96,310।
(b) ସାରଣୀରେ ଥିବା କ୍ଷୁଦ୍ରତମ ଯୁଗ୍ମ ସଂଖ୍ୟା 10,936।
(c) ସାରଣୀରେ ଥିବା କ୍ଷୁଦ୍ରତମ ସଂଖ୍ୟା, ଯାହାକି 50,000 ରୁ ବଡ଼ 60,193।

3.3 ସଂଖ୍ୟାରେଖାରେ ସଂଖ୍ୟାର କ୍ରମ (Patterns of Numbers on the Number Line)

ଆସ ବୁଝିବା: (Page No. 59)

Question 1.
ନିମ୍ନ ସଂଖ୍ୟାରେଖା ଗୁଡ଼ିକରେ ସୂଚିତ ସଂଖ୍ୟାଗୁଡ଼ିକୁ ଦେଖ ଏବଂ ବଳକାଥ‌ିବା ସ୍ଥାନଗୁଡ଼ିକରେ ଉପଯୁକ୍ତ ସଂଖ୍ୟା ଲେଖ।
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 59 Q1
ଉପରୋକ୍ତ ପ୍ରତ୍ୟେକ କ୍ରମରେ କ୍ଷୁଦ୍ରତମ ସଂଖ୍ୟା ଚାରିପଟେ ଗୋଲ ବୁଲାଅ ଏବଂ ବୃହତ୍ତମ ସଂଖ୍ୟା ଚାରିପଟେ ବାକ୍ସ କର।
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 59 Q1.1

3.4 ଅଙ୍କକୁ ନେଇ ଖେଳ (Playing with Digits)

Page No. 60

Question 1.
ଦୁଇ ଅଙ୍କ, ତିନି ଅଙ୍କ, ଚାରି ଅଙ୍କ ଏବଂ ପାଞ୍ଚ ଅଙ୍କ ବିଶିଷ୍ଟ ସଂଖ୍ୟା କେତୋଟି ଅଛି ନିର୍ଣ୍ଣୟ କର।
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 60 Q1
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 60 Q1.1

ଆସ ବୁଝିବା: (Page No. 60)

Question 1.
ଅଙ୍କମାନଙ୍କର ସମଷ୍ଟି 14
(କ) ଆଉ କିଛି ସଂଖ୍ୟା ଲେଖ, ଯାହାର ଅଙ୍କମାନଙ୍କର ସମଷ୍ଟି 14 ହେବ?
(ଖ) ସବୁଠାରୁ କ୍ଷୁଦ୍ରତମ ସଂଖ୍ୟା କେତେ, ଯାହାର ଅଙ୍କମାନଙ୍କର ସମଷ୍ଟି 14 ହେବ?
(ଗ) ପାଞ୍ଚ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ, ଯାହାର ଅଙ୍କମାନଙ୍କର ସମଷ୍ଟି 14 ହେବ?
(ଘ) ଅଙ୍କମାନଙ୍କର ସମଷ୍ଟି 14 ଥାଇ କେତେ ବଡ଼ ସଂଖ୍ୟା ଲେଖୁପାରିବ? ତୁମେ ତା’ଠାରୁ ଆଉ ବଡ଼ ସଂଖ୍ୟା ଲେଖୁପାରିବ କି?
Solution:
(କ) ଅଙ୍କମାନଙ୍କର ସମଷ୍ଟି 14 ହେଉଥ‌ିବା ସଂଖ୍ୟାଗୁଡ଼ିକ = 59, 68, 77, 86, 95, 149, 158, 167, 176, 185, 194, 239, 248, 257, 266, 275, 284, 293
(ଖ) ଅଙ୍କମାନଙ୍କର ସମଷ୍ଟି 14 ହେଉଥ‌ିବା କ୍ଷୁଦ୍ରତମ ସଂଖ୍ୟା = 59
(ଗ) ଅଙ୍କମାନଙ୍କର ସମଷ୍ଟି 14 ହେଉଥ‌ିବା ବୃହତ୍ତମ ସଂଖ୍ୟା (0) ଥିବା ସଂଖ୍ୟା) = 95000
ଅଙ୍କମାନଙ୍କର ସମଷ୍ଟି 14 ହେଉଥିବା ବୃହତ୍ତମ ସଂଖ୍ୟା (0) ନଥିବା ସଂଖ୍ୟା) = 92111
(ଘ) ଅଙ୍କମାନଙ୍କର ସମଷ୍ଟି 14 ହୋଇଥିବା ସଂଖ୍ୟା = 950000000000
ହଁ, ଅଙ୍କମାନଙ୍କର ସମଷ୍ଟି 14 ହୋଇଥିବା ବୃହତ୍ତମ ସଂଖ୍ୟା = 950000000000000000

Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ

Question 2.
40 ରୁ 70 ପର୍ଯ୍ୟନ୍ତ ସମସ୍ତ ସଂଖ୍ୟାଗୁଡ଼ିକର ଅଙ୍କମାନଙ୍କର ସମଷ୍ଟି ନିର୍ଣ୍ଣୟ କର। ତୁମେ କ’ଣ ଲକ୍ଷ୍ୟ କରୁଛ, ଶ୍ରେଣୀରେ ଆଲୋଚନା କର।
Solution:

ନମ୍ବର। ଅଙ୍କମାନଙ୍କର ସମଷ୍ଟି
40 4
41 5
42 6
43 9
44 8
45 9
46 10
47 11
48 12
49 13
50 5
51 6
52 7
53 8
54 9
55 10
56 11
57 12
58 13
59 14
60 6
61 7
62 8
63 9
64 10
65 11
66 12
67 13
68 14
69 15
70 7

Question 3.
ତିନି ଅଙ୍କ ବିଶିଷ୍ଟ ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି ନିଶ୍ଚୟ କର, ଯାହାର ଅଙ୍କଗୁଡ଼ିକ କ୍ରମାନୁ ସାରେ ଥୁବ (ଉଦାହରଣ ସ୍ଵରୂପ 345)। ତୁମେ କିଛି ସଂରଚନା ଲକ୍ଷ୍ୟ କରୁଛ କି? ସେହି ସଂରଚନା ଆଗକୁ ଜାରି ରହିବ କି?
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 60 Q3
ଯଦି ଆମେ ଏହି ସଂଖ୍ୟାଗୁଡ଼ିକୁ ଓଲଟା କ୍ରମେର ନେବା, ତେବେ ଅଙ୍କମାନଙ୍କର ସମଷ୍ଟି ସମାନ ହେବ।
ହଁ, ଆମେ ଏକ ସଂରଚନା ଲକ୍ଷ୍ୟ କଲୁ।
ଅର୍ଥାତ୍, (ପ୍ରଥମ ସଂଖ୍ୟା + 1) × 3 = ଅଙ୍କମାନଙ୍କର ସମଷ୍ଟି।

ଅଙ୍କ ଖୋଜ: (Page No. 61)

Question 1.
1 ରୁ 100 ସଂଖ୍ୟା ମଧ୍ୟରେ ‘7’ ଅଙ୍କଟି କେତେ ଥର ଆସିବ?
Solution:
1 ରୁ 100 ସଂଖ୍ୟା ମଧ୍ୟରେ ‘7’ ଅଙ୍କଟି 20 ଥର ଆସିବ।

Question 2.
1 ରୁ 1000 ସଂଖ୍ୟା ମଧ୍ୟରେ ‘7’ ଅଙ୍କଟି କେତେଽଥର ଆସିବ?
Solution:
1 ରୁ 1000 ସଂଖ୍ୟା ମଧ୍ୟରେ ‘7’ ଅଙ୍କଟି 300 ଥର ଆସିବ।

3.5 ସୁନ୍ଦର ପାଲିଣ୍ଡ୍ରୋମିକ୍ ସଂରଚନା (Pretty Palindromic Patterns)

Page No. 61

Question 1.
1, 2, 3 କୁ ବ୍ୟବହାର କରି ସମସ୍ତ ପାଲିଣ୍ଡ୍ରୋମ୍ ଲେଖ।
Solution:
1, 2, 3 କୁ ବ୍ୟବହାର କରି ପାଲିଣ୍ଡ୍ରୋମ୍ର ଉଦାହରଣ: 121, 313, 222

Question 2.
ଅଙ୍କଗୁଡ଼ିକୁ ବ୍ୟବହାର କରି ଯଥାସମ୍ଭବ 3 ଅଙ୍କ ବିଶିଷ୍ଟ ପାଲିଣ୍ଡ୍ରୋମ୍ ଲେଖ।
Solution:
111, 121, 131, 212, 222, 232, 313, 323, 333

ନିଜେ କରି ଦେଖ: (Page No. 62)

Question 1.
ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରୁ ଆରମ୍ଭ କରି ଗୋଟିଏ ସଂଖ୍ୟାକୁ ବାରମ୍ବାର ଓଲଟାଇ ଏହା ସହିତ ମିଶାଇଲେ ସର୍ବଦା ପଲିଡ୍ରୋମ୍ ପାଇବା କି? ନିଜେ କରି ଦେଖ।
Solution:
ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରୁ ଆରମ୍ଭ କରି ଗୋଟିଏ ସଂଖ୍ୟାକୁ ବାରମ୍ବାର ଓଲଟାଇ ଏହା ସହିତ ମିଶାଇଲେ ସର୍ବଦା ପଲିଡ୍ରୋମ୍ ପାଇବା ନାହିଁ।
ଉଦାହରଣ–1:
ମନେକର ସଂଖ୍ୟାଟି = 12
ଓଲଟାଇ ଲେଖୁଲେ = 21
ଯୋଗକଲେ = 12 + 21 = 33
∴ 33 ଗୋଟିଏ ପାଲିଣ୍ଡ୍ରୋମିକ୍ ସଂଖ୍ୟା।
ଉଦାହରଣ–2:
ମନେକର ସଂଖ୍ୟାଟି = 89
ଓଲଟାଇ ଲେଖୁଲେ = 98
ଯୋଗକଲେ = 89 + 98 = 187
∴ 187 ଗୋଟିଏ ପାଲିଣ୍ଡ୍ରୋମିକ୍ ସଂଖ୍ୟା ନୁହେଁ।
187 କୁ ଓଲଟାଇ ଲେଖିଲେ = 781
ଯୋଗକଲେ = 187 + 781 = 968
∴ 968 ଗୋଟିଏ ପାଲିଣ୍ଡ୍ରୋମିକ୍ ସଂଖ୍ୟା ନୁହେଁ।

Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ

Question 2.
ଗୋଲକଧନ୍ଦା ସମୟ:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 62 Q2
ମୁଁ ଗୋଟେ 5 ଅଙ୍କ ବିଶିଷ୍ଟ ପାଲିଣ୍ଡୋମ୍।
ମୁଁ ଗୋଟେ ଅଯୁଗ୍ମ ସଂଖ୍ୟା।
ମୋଟ ଦଶକ ଅଙ୍କ, ଏକକ ଅଙ୍କର ଦୁଇଗୁଣ।
ମୋର ଶତକ ଅଙ୍କ, ଦଶକ ଅଙ୍କର ଦୁଇଗୁଣ।
ମୁଁ କିଏ?
Solution:
12421

3.6 କାପ୍ରେକରଙ୍କ କୌତୁକ ସଂଖ୍ୟା (The Magic Number of Kaprekar)

ନିଜେ କରି ଦେଖ: (Page No. 63)

Question 1.
ବିଭିନ୍ନ ଚାରି ଅଙ୍କ ବିଶିଷ୍ଟ ସଂଖ୍ୟାଗୁଡ଼ିକ ନିଅ ଏବଂ ଉପର ଲିଖ୍ତ ସୋପାନଗୁଡ଼ିକ ଆଧାରରେ କାମ କର। କ’ଣ ହେଉଛି ଦେଖ। ତୁମ ସାଙ୍ଗମାନେ କ’ଣ ପାଇଲେ ଦେଖ।
Solution:
ସୋପାନ–1: ମନେକର ଗୋଟିଏ ସଂଖ୍ୟା ନିଅ 1234
ବୃହତ୍ତମ ସଂଖ୍ୟା A = 4321, କ୍ଷୁଦ୍ରତମ ସଂଖ୍ୟା B = 1234
ବିୟୋଗ କଲେ C = A – B
= 4321 – 1234
= 3087

ସୋପାନ–2: ବର୍ତ୍ତମାନ ସଂଖ୍ୟାଟି 3087
ବୃହତ୍ତମ ସଂଖ୍ୟା A = 8730, କ୍ଷୁଦ୍ରତମ ସଂଖ୍ୟା B = 0378
ବିୟୋଗ କଲେ C = A – B
= 8730 – 0378
= 8352

ସୋପାନ–3: ବର୍ତ୍ତମାନ ସଂଖ୍ୟାଟି 8352
ବୃହତ୍ତମ ସଂଖ୍ୟା A = 8532, କ୍ଷୁଦ୍ରତମ ସଂଖ୍ୟା_B = 2358
ବିୟୋଗ କଲେ C = A – B
= 8532 – 2358
= 6174

ସୋପାନ–4: ବର୍ତ୍ତମାନ ସଂଖ୍ୟାଟି ନିଅ = 6174
ବୃହତ୍ତମ ସଂଖ୍ୟା A = 7641, କ୍ଷୁଦ୍ରତମ ସଂଖ୍ୟା B = 1467
ବିୟୋଗ କଲେ C = A – B
= 7641 – 1467
= 6174
∴ ଚାରି ଅଙ୍କ ବିଶିଷ୍ଟ ସଂଖ୍ୟାର କାଫ୍ରେକର ସ୍ଥିରାଙ୍କ = 6174

Question 2.
କିଛି 3 ଅଙ୍କ ବିଶିଷ୍ଟ ସଂଖ୍ୟା ସହିତ ଏହି ସମାନ ସୋପାନଗୁଡ଼ିକୁ କାର୍ଯ୍ୟକାରୀ କର।
Solution:
ସୋପାନ-1: ମନେକର ଗୋଟିଏ ସଂଖ୍ୟା ନିଅ 123
ବୃହତ୍ତମ ସଂଖ୍ୟା A = 321, କ୍ଷୁଦ୍ରତମ ସଂଖ୍ୟା B = 123
ବିୟୋଗ କଲେ C = A – B
= 321 – 123
= 198

ସୋପାନ–2: ବର୍ତ୍ତମାନ ସଂଖ୍ୟାଟି 198
ବୃହତ୍ତମ ସଂଖ୍ୟା A = 981, କ୍ଷୁଦ୍ରତମ ସଂଖ୍ୟା B = 189
ବିୟୋଗ କଲେ C = A – B
= 981 – 189
= 792

ସୋପାନ–3: ବର୍ତ୍ତମାନ ସଂଖ୍ୟାଟି 792
ବୃହତ୍ତମ ସଂଖ୍ୟା A = 972, କ୍ଷୁଦ୍ରତମ ସଂଖ୍ୟା B = 279
ବିୟୋଗ କଲେ C = A – B
= 972 – 279
= 693

ସୋପାନ–4: ବର୍ତ୍ତମାନ ସଂଖ୍ୟାଟି 693
ବୃହତ୍ତମ ସଂଖ୍ୟା A = 963, କ୍ଷୁଦ୍ରତମ ସଂଖ୍ୟା B = 369
ବିୟୋଗ କଲେ C = A – B
= 963 – 369
= 594

ସୋପାନ–5: ବର୍ତ୍ତମାନ ସଂଖ୍ୟାଟି 594
ବୃହତ୍ତମ ସଂଖ୍ୟା A = 954, କ୍ଷୁଦ୍ରତମ ସଂଖ୍ୟା B = 459
ବିୟୋଗ କଲେ C = A – B
= 954 – 459
= 495

ସୋପାନ–6: ବର୍ତ୍ତମାନ ସଂଖ୍ୟାଟି 495
ବୃହତ୍ତମ ସଂଖ୍ୟା A = 954, କ୍ଷୁଦ୍ରତମ ସଂଖ୍ୟା B = 459
ବିୟୋଗ କଲେ C = A – B
= 954 – 459
= 495
∴ ତିନି ଅଙ୍କ ବିଶିଷ୍ଟ ସଂଖ୍ୟାର କାଫ୍ରେକର ସ୍ଥିରାଙ୍କ = 495

Question 3.
କେଉଁ ସଂଖ୍ୟାକୁ ଆମେ ବାରମ୍ବାର ପାଇବା?
Solution:
ତିନି ଅଙ୍କ ବିଶିଷ୍ଟ ସଂଖ୍ୟାର କାଫ୍ରେକର ସ୍ଥିରାଙ୍କ 495 କୁ ଆମେ ବାରମ୍ବାର ପାଇବା।

3.7 ଘଣ୍ଟା ଏବଂ କ୍ୟାଲେଣ୍ଡର ସଂଖ୍ୟା (Clock and Calendar Numbers)

Page No. 64

Question 1.
ଏହି ପ୍ରକାରର ପ୍ରତ୍ୟେକର 12 ଘଣ୍ଟିଆ ଘଣ୍ଟାରେ ସମସ୍ତ ସମ୍ଭାବ୍ୟ ସମୟ ଚେଷ୍ଟାକର ଏବଂ ଖୋଜ।
Solution:
ଉଦାହରଣ: 1 : 10, 02 : 20, 03 : 30, 04 : 40, 4 : 44, 10 : 10, 12 : 21

Question 2.
ମନୀଷିଙ୍କର ଜନ୍ମଦିନ 20. 12. 2012 ହେଲେ, ଏ ସ୍ଥଳରେ 2, 0, 1 ଏବଂ 2 ସଂଖ୍ୟାର ସେହି କ୍ରମରେ ପୁନରାବୃତ୍ତି ହେଉଅଛି। ଏହିପରି ଆଉକିଛି ଜନ୍ମ ତାରିଖ ତୁମେ ବାହାର କର।
Solution:
11/02/2011, 22/02/2022, 01/10/2010, 10/01/2010, 02/02/2020

Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ

Question 3.
କିନ୍ତୁ କିଛି ବର୍ଷ ପରେ କୌଣସି ବର୍ଷର କ୍ୟାଲେଣ୍ଡର ପୁନରାବୃତ୍ତି ହେବ କି? ଗୋଟିଏ ବର୍ଷର ସମସ୍ତ ତାରିଖ ଓ ଦିନଗୁଡ଼ିକ ଠିକ୍ ଅନ୍ୟ ଏକ ବର୍ଷର ସମସ୍ତ ତାରିଖ। ଦିନ ସହିତ ମେଳ ହେବ କି?
Solution:
କିଛି ବର୍ଷ ପରେ ଗୋଟିଏ ବର୍ଷର କ୍ୟାଲେଣ୍ଡର ପୁନରାବୃତ୍ତି ହେବ। ଯେପରି 1941 ମସିହାର କ୍ୟାଲେଣ୍ଡର 2025 ମସିହା ସହିତ ସମାନ।

ଆସ ବୁଝିବା: (Page No. 64-65)

Question 1.
ପ୍ରତିଭା 4, 7, 3 ଏବଂ 2 କୁ ବ୍ୟବହାର କରି ଚାରି ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ଏବଂ ବୃହତ୍ତମ ସଂଖ୍ୟା; ଯଥା— 2347 ଏବଂ 7432 ଗଠନ କରେ। ଏହି ସଂଖ୍ୟା ଦୁଇଟି ମଧ୍ୟରେ ଅନ୍ତର ହେଉଛି 7432 – 2347 = 5085। ସଂଖ୍ୟା ଦୁଇଟିର ସମଷ୍ଟି 9779 ଅଟେ ଚାରୋଟି ଅଙ୍କ ବାଛ ଯେପରି :
(a) ବୃହତ୍ତମ ଏବଂ କ୍ଷୁଦ୍ରତମ ସଂଖ୍ୟା ମଧ୍ୟରେ ଥିବା ଅନ୍ତର 5085 ଠାରୁ ବୃହତ୍ତର ହେଉଥୁବ।
(b) ବୃହତ୍ତମ ଓ କ୍ଷୁଦ୍ରତମ ସଂଖ୍ୟା ମଧ୍ୟରେ ଅନ୍ତର 5085 ଠାରୁ କମ୍।
(c) ବୃହତ୍ତମ ଓ କ୍ଷୁଦ୍ରତମ ସଂଖ୍ୟା ଦୁଇଟିର ସମଷ୍ଟି 9779 ଠାରୁ ବେଶୀ।
(d) ବୃହତ୍ତମ ଓ କ୍ଷୁଦ୍ରତମ ସଂଖ୍ୟା ଦୁଇଟିର ସମଷ୍ଟି 9779 ଠାରୁ କମ୍।
Solution:
(a) ମନେକର ସଂଖ୍ୟାଗୁଡ଼ିକ = 8, 7, 3 ଓ 2
ବୃହତ୍ତମ ସଂଖ୍ୟା = 8732, କ୍ଷୁଦ୍ରତମ ସଂଖ୍ୟା = 2378
ବିୟୋଗ କଲେ = 8732 – 2378 = 6354
∴ 6354 > 5085

(b) ମନେକର ସଂଖ୍ୟାଗୁଡ଼ିକ = 1, 2, 3 ଓ 4
ବୃହତ୍ତମ ସଂଖ୍ୟା = 4321, କ୍ଷୁଦ୍ରତମ ସଂଖ୍ୟା = 1234
ବିୟୋଗ କଲେ = 4321 – 1234 = 3087
∴ 3087 < 5085

(c) ମନେକର ସଂଖ୍ୟାଗୁଡ଼ିକ = 9, 8, 7 ଓ 6
ବୃହତ୍ତମ ସଂଖ୍ୟା = 9876, କ୍ଷୁଦ୍ରତମ ସଂଖ୍ୟା = 6789
ଯୋଗ କଲେ = 9876 + 6789 = 16665
∴ 16665 > 9779

(d) ମନେକର ସଂଖ୍ୟାଗୁଡ଼ିକ = 1, 2, 3 ଓ 8
ବୃହତ୍ତମ ସଂଖ୍ୟା = 8321, କ୍ଷୁଦ୍ରତମ ସଂଖ୍ୟା = 1238
ଯୋଗ କଲେ = 8321 + 1238 = 9559
∴ 9559 < 9779

Question 2.
ପାଞ୍ଚ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ଏବଂ ବୃହତ୍ତମ ପଲିଡ୍ରୋମ୍ ଦୁଇଟିର ସମଷ୍ଟି କେତେ? ସେମାନଙ୍କ ଭିତରେ ଅନ୍ତର କେତେ?
Solution:
(a) ପାଞ୍ଚ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ପଲିଡ୍ରୋମ୍ ସଂଖ୍ୟା (ବିଭିନ୍ନ ସଂଖ୍ୟା) = 12321
ପାଞ୍ଚ ଅଙ୍କ ବିଶିଷ୍ଟ ବୃହତ୍ତମ ପଲିଡ୍ରୋମ୍ ସଂଖ୍ୟା (ବିଭିନ୍ନ ସଂଖ୍ୟା) = 98789
ଯୋଗକଲେ = 12321 + 98789 = 111110
ବିୟୋଗ କଲେ = 98789 – 12321 = 86468

(b) ପାଞ୍ଚ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ପଲିଡ୍ରୋମ୍ ସଂଖ୍ୟା (ସମାନ ସଂଖ୍ୟା) = 11111
ପାଞ୍ଚ ଅଙ୍କ ବିଶିଷ୍ଟ ବୃହତ୍ତମ ପଲିଡ୍ରୋମ୍ ସଂଖ୍ୟା (ସମାନ ସଂଖ୍ୟା) = 99999
ଯୋଗକଲେ = 11111 + 99999 = 111110
ବିୟୋଗ କଲେ = 99999 – 11111 = 88888

Question 3.
ବର୍ତ୍ତମାନ ସମୟ ହେଉଛି 10 : 01। ଆଉ କେତେ ମିନିଟ୍ ପରେ ଘଣ୍ଟାରେ ପରବର୍ତୀ ପଲିଡ୍ରୋମିକ୍ ସମୟ ଆସିବ? ତା’ପରେ ଆଉ କେତେ ସମୟ ପରେ?
Solution:
ବର୍ତ୍ତମାନ ସମୟ = 10 : 01
ବର୍ତ୍ତମାନ ପରବର୍ତ୍ତୀ ପଲିଡ୍ରୋମିକ୍ ସମୟ = 11 : 11
∴ 11 : 11 – 10 : 01 = 70 ମିନିଟ୍

Question 4.
କାମ୍ରେକର ସ୍ଥିରାଙ୍କରେ ପହଞ୍ଚିବା ପାଇଁ 5683 ସଂଖ୍ୟା କେତେଥର ନେବ?
Solution:
ସୋପାନ–1: ବର୍ତ୍ତମାନ ସଂଖ୍ୟାଟି 5683
ବୃହତ୍ତମ ସଂଖ୍ୟା A = 8653, କ୍ଷୁଦ୍ରତମ ସଂଖ୍ୟା B = 3568
ବିୟୋଗ କଲେ C = A – B = 8653 – 3568 = 5085

ସୋପାନ–2: ବର୍ତ୍ତମାନ ସଂଖ୍ୟାଟି 5085
ବୃହତ୍ତମ ସଂଖ୍ୟା A = 8550, କ୍ଷୁଦ୍ରତମ ସଂଖ୍ୟା_B = 0558
ବିୟୋଗ କଲେ C = A – B = 8550 – 0558 = 7992

ସୋପାନ–3: ବର୍ତ୍ତମାନ ସଂଖ୍ୟାଟି 7992
ବୃହତ୍ତମ ସଂଖ୍ୟା A = 9972, କ୍ଷୁଦ୍ରତମ ସଂଖ୍ୟା B = 2799
ବିୟୋଗ କଲେ C = A – B = 9972 – 2799 = 7173

ସୋପାନ–4: ବର୍ତ୍ତମାନ ସଂଖ୍ୟାଟି 7173
ବୃହତ୍ତମ ସଂଖ୍ୟା A = 7731, କ୍ଷୁଦ୍ରତମ ସଂଖ୍ୟା B = 1377
ବିୟୋଗ କଲେ C = A – B = 7731 – 1377 = 6354

ସୋପାନ–5: ବର୍ତମାନ ସଂଖ୍ୟାଟି 6354
ବୃହତ୍ତମ ସଂଖ୍ୟା A = 6543, କ୍ଷୁଦ୍ରତମ ସଂଖ୍ୟା B = 3456
ବିୟୋଗ କଲେ C = A – B = 6543 – 3456 = 3087

ସୋପାନ–6: ବର୍ତ୍ତମାନ ସଂଖ୍ୟାଟି 3087
ବୃହତ୍ତମ ସଂଖ୍ୟା A = 8730, କ୍ଷୁଦ୍ରତମ ସଂଖ୍ୟା B = 0378
ବିୟୋଗ କଲେ C = A – B = 8730 – 0378 = 8352

ସୋପାନ–7: ବର୍ତ୍ତମାନ ସଂଖ୍ୟାଟି 8352
ବୃହତ୍ତମ ସଂଖ୍ୟା A = 8532, କ୍ଷୁଦ୍ରତମ ସଂଖ୍ୟା B = 2358
ବିୟୋଗ କଲେ C = A – B = 8532 – 2358 = 6174

ସୋପାନ–8: ବର୍ତ୍ତମାନ ସଂଖ୍ୟାଟି 6174
ବୃହତ୍ତମ ସଂଖ୍ୟା A = 7641, କ୍ଷୁଦ୍ରତମ ସଂଖ୍ୟା B = 1467
ବିୟୋଗ କଲେ C = A – B = 7641 – 1467 = 6174
∴ କାପ୍ରେକର ସ୍ଥିରାଙ୍କରେ ପହଞ୍ଚିବା ପାଇଁ 5683 ସଂଖ୍ୟା 8 ଥର ନେବ।

3.8 ମାନସାଙ୍କ (Mental Math)

ନିଜେ କରି ଦେଖ: (Page No. 66)

Question 1.
ମଝିରେ ଥ‌ିବା ସଂଖ୍ୟାକୁ ବ୍ୟବହାର କରି ଆମେ 1,000 କରିପାରିବା କି? କାହିଁକି ନୁହେଁ?
Solution:
ନା, ମଝିରେ ଥ‌ିବା ସଂଖ୍ୟାକୁ ବ୍ୟବହାର କରି ଆମେ 1,000 କରିପାରିବା ନାହିଁ। କାରଣ
400 + 400 = 800 < 1000 ପୁନଶ୍ଚ 400 + 400 + 400 = 1200 > 1000

Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ

Question 2.
14,000, 15,000 ଏବଂ 16,000 କରିପାରିବା କି? ହଁ, ଏହା ସମ୍ଭବ। କେଁଉ ସବୁ ହଜାର କରିପାରିବା ନାହିଁ?
Solution:
(i) 14,000 କରିପାରିବା ନାହିଁ। କାରଣ-
13,000 + (400 + 400) = 13,800 < 14,000
13,000 + (400 + 400 + 400) = 14,200 > 14,000

(ii) 15,000 କରିପାରିବା, କାରଣ-
13,000 + (400 + 400 + 400 + 400 + 400) = 15,000

(iii) 16,000 କରିପାରିବା, କାରଣ-
13,000 + (1500 + 1500) = 16,000

ଆସ ବୁଝିବା: (Page No. 66-67)

Question 1.
ନିମ୍ନଲିଖତ ପ୍ରତ୍ୟେକ ପରିସ୍ଥିତି ପାଇଁ ଏକ ସମ୍ଭାବ୍ୟ ଉଦାହରଣ ଦିଅ।
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 66 Q1
Solution:
(a) 45,348 + 45,250 = 90,598
(b) 99,734 + 879 = 1,00,613
(c) ଏହା ସମ୍ଭବ ନୁହେଁ। କାରଣ, 9999 + 9999 = 19998, ଯାହାକି 5 ଅଙ୍କ ବିଶିଷ୍ଟ।
(d) 99999 + 10000 = 109999
(e) ଏହା ଅସମ୍ଭବ। କାରଣ – 10000 + 10000 = 20000
∴ 18,500 < 20,000
(f) 66,503 – 10,000 = 56,503
(g) 10000 – 999 = 9001
(h) 12,345 – 9,000 = 3,345
(i) 12,345 – 12,222 = 123
(j) 99999 – 91500 = 8499
∴ ଏହା ଚାରିଅଙ୍କ ବିଶିଷ୍ଟ ସଂଖ୍ୟା।

Question 2.
ନିମ୍ନରେ କିଛି ଉକ୍ତି ଦିଆଯାଇଛି। ଚିନ୍ତାକର, ଅନୁସନ୍ଧାନ କର ଏବଂ ନିର୍ଣ୍ଣୟ କରି ଲେଖ। ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ଉକ୍ତି ‘ସର୍ବଦା ସତ୍ୟ’ ବା ‘ବେଳେବେଳେ ସତ୍ୟ’ ବା ’କଦାପି ସତ୍ୟ ନୁହେଁ। ତୁମେ ସେହିପରି କାହିଁକି ଭାବୁଛ? ତୁମର ଯୁକ୍ତିକୁ ନେଇ ଶ୍ରେଣୀରେ ଆଲୋଚନା କର।
(କ) (5 ଅଙ୍କ ବିଶିଷ୍ଟ ସଂଖ୍ୟା) + (5 ଅଙ୍କ ବିଶିଷ୍ଟ ସଂଖ୍ୟା) = 5 ଅଙ୍କ ବିଶିଷ୍ଟ ସଂଖ୍ୟା।
(ଖ) (4 ଅଙ୍କ ବିଶିଷ୍ଟ ସଂଖ୍ୟା) + (2 ଅଙ୍କ ବିଶିଷ୍ଟ ସଂଖ୍ୟା) = 4 ଅଙ୍କ ବିଶିଷ୍ଟ ସଂଖ୍ୟା
(ଗ) (4 ଅଙ୍କ ବିଶିଷ୍ଟ ସଂଖ୍ୟା) + (2 ଅଙ୍କ ବିଶିଷ୍ଟ ସଂଖ୍ୟା) = 6 ଅଙ୍କ ବିଶିଷ୍ଟ ସଂଖ୍ୟା
(ଘ) (5 ଅଙ୍କ ବିଶିଷ୍ଟ ସଂଖ୍ୟା) – (5 ଅଙ୍କ ବିଶିଷ୍ଟ ସଂଖ୍ୟା) = 5 ଅଙ୍କ ବିଶିଷ୍ଟ ସଂଖ୍ୟା
(ଙ) (5 ଅଙ୍କ ବିଶିଷ୍ଟ ସଂଖ୍ୟା) – (2 ଅଙ୍କ ବିଶିଷ୍ଟ ସଂଖ୍ୟା) = 3 ଅଙ୍କ ବିଶିଷ୍ଟ ସଂଖ୍ୟା।
Solution:
(କ) ବେଳେବେଳେ ସତ୍ୟ।
10000 + 20000 = 30000 (ପାଞ୍ଚ ଅଙ୍କ ବିଶିଷ୍ଟ ସଂଖ୍ୟା)
52000 + 51000 = 103000 (ଛଅ ଅଙ୍କ ବିଶିଷ୍ଟ ସଂଖ୍ୟା)

(ଖ) ବେଳେବେଳେ ସତ୍ୟ।
4321 + 15 = 4336 (ଚାରି ଅଙ୍କ ବିଶିଷ୍ଟ ସଂଖ୍ୟା)
9992 + 35 = 10027 (ପାଞ୍ଚ ଅଙ୍କ ବିଶିଷ୍ଟ ସଂଖ୍ୟା)

(ଗ) କଦାପି ସତ୍ୟ ନୁହେଁ।
9999 + 99 = 10098 (ପାଞ୍ଚ ଅଙ୍କ ବିଶିଷ୍ଟ ସଂଖ୍ୟା)

(ଘ) ବେଳେବେଳେ ସତ୍ୟ।
70000 – 20000 = 50000 (ପାଞ୍ଚ ଅଙ୍କ ବିଶିଷ୍ଟ ସଂଖ୍ୟା)
20000 – 15000 = 5000 (ଚାରି ଅଙ୍କ ବିଶିଷ୍ଟ ସଂଖ୍ୟା)

(ଙ) କଦାପି ସତ୍ୟ ନୁହେଁ।
10000 – 99 = 9901 (ଚାରି ଅଙ୍କ ବିଶିଷ୍ଟ ସଂଖ୍ୟା)

3.9 ସଂଖ୍ୟା ସଂରଚନା ସମ୍ପର୍କୀୟ ଖେଳ (Playing with Number Patterns)

Page No. 67-68

Question 1.
ଏଠାରେ ସଂଖ୍ୟାକୁ କିଛି ସଂରଚନାରେ ସଜା ଯାଇଛି। ନିମ୍ନରେ ଥିବା ପ୍ରତ୍ୟେକ ସଂଖ୍ୟାଗୁଡ଼ିକର ସମଷ୍ଟି ନିର୍ଣ୍ଣୟ କର। ସେଗୁଡ଼ିକ ଆମେ ଗୋଟିଏ ପରେ ଗୋଟିଏ ମିଶାଇବା ଉଚିତ୍ ନା ଶୀଘ୍ର କରିପାରିବା ପାଇଁ ଆଉ କିଛି ଉପାୟ ଅଛି? ଏହି ପ୍ରଶ୍ନକୁ ସମାଧାନ କରିବା ପାଇଁ ତୁମେମାନେ ବ୍ୟବହାର କରୁଥିବା ବିଭିନ୍ନ ପଦ୍ଧତିକୁ ଶ୍ରେଣୀରେ ଆଲୋଚନା କର।
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 67 Q1
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 67 Q1.1
Solution:
(କ) ସଂଖ୍ୟାଗୁଡ଼ିକର ସମଷ୍ଟି = 12 × 40 + 10 × 50
= 480 + 500
= 980

(ଖ) ସଂଖ୍ୟାଗୁଡ଼ିକର ସମଷ୍ଟି = 44 × 1 + 20 × 5
= 44 + 100
= 144

(ଗ) ସଂଖ୍ୟାଗୁଡ଼ିକର ସମଷ୍ଟି = 32 × 32 + 16 × 64
= 1024 + 1024
= 2048

(ଘ) ସଂଖ୍ୟାଗୁଡ଼ିକର ସମଷ୍ଟି = 17 × 3 + 18 × 4
= 51 + 72
= 123

(ଙ) ସଂଖ୍ୟାଗୁଡ଼ିକର ସମଷ୍ଟି = 15 × 22 + 25 × 22 + 35 × 22
= 330 + 550 + 770
= 1650

(ଗ) ସଂଖ୍ୟାଗୁଡ଼ିକର ସମଷ୍ଟି = 18 × 125 + 8 × 250 + 4 × 500 + 1 × 1000
= 2250 + 2000 + 2000 + 1000
= 7250

3.10 ଏକ ଅସମାଧୂ – କୋଲାଜ୍‌ଙ୍କ ଅନୁମାନ (An Unsolved Mystery – The Collatz Conjecture)

ତୁମ ପାଇଁ କାମ: (Page No. 69)

Question 1.
ତୁମର ପ୍ରିୟ ଅଖଣ୍ଡ ସଂଖ୍ୟାଠାରୁ ଆରମ୍ଭ କରି ଉପରୋକ୍ତ ପରି କିଛି ଅଧିକ କୋଲାଜ୍ କ୍ରମ ପ୍ରସ୍ତୁତ କର। ତୁମେ ସର୍ବଦା ‘1’ ରେ ପହଞ୍ଚୁଛକି? ତୁମେ କୋଲାଜ୍‌ଙ୍କ ଅନୁମାନକୁ ବିଶ୍ଵାସ କରୁଛ କି, ଯେପରି ସମସ୍ତ କ୍ରମ ଶେଷରେ ‘1’ ରେ ପହଞ୍ଚିବ? କାହିଁକି ବା କାହିଁକି ନୁହେଁ?
Solution:
1. ମନେକର ଯୁଗ୍ମ ସଂଖ୍ୟାଟି = 6, 2 ଦ୍ଵାରା ଭାଗ କଲେ = 6 ÷ 2 = 3
2. 3 ଅଯୁଗ୍ମ, 3 ଦ୍ଵାରା ଗୁଣନ କରି 1 ଯୋଗକଲେ = 3 × 3 + 1 = 10
3. 10 ଯୁଗ୍ମ, 2 ଦ୍ଵାରା ଭାଗକଲେ = 10 ÷ 2 = 5
4. 5 ଅଯୁଗ୍ମ, 3 ଦ୍ଵାରା ଗୁଣନ କରି 1 ଯୋଗକଲେ = 5 × 3 + 1 = 16
5. 16 ଯୁଗ୍ମ, 2 ଦ୍ଵାରା ଭାଗକଲେ = 16 ÷ 2 = 8
6. 8 ଯୁଗ୍ମ, 2 ଦ୍ଵାରା ଭାଗକଲେ = 8 ÷ 2 = 4
7. 4 ଯୁଗ୍ମ, 2 ଦ୍ଵାରା ଭାଗକଲେ = 4 ÷ 2 = 2
8. 2 ଯୁଗ୍ମ, 2 ଦ୍ଵାରା ଭାଗକଲେ = 2 ÷ 2 = 1
∴ ସଂଖ୍ୟାର କ୍ରମଗୁଡ଼ିକ = 6, 3, 10, 5, 16, 8, 4, 2, 1
6 ରୁ ଆରମ୍ଭ କରି ଆମେ 1 ରେ ପହଞ୍ଚିପାରିଲେ।

3.11 ସରଳ ଆକଳନ (Simple Estimation)

ତୁମ ପାଇଁ କାମ: (Page No. 69-70)

ଆମେ କିଛି ସରଳ ଆକଳନ କରିବା। ଏହା ଗୋଟିଏ ମଜା କାମ ଏବଂ ତୁମେ ତୁମ ଚାରିପାଖେ ଥିବା ସଂଖ୍ୟାକୁ ଜାଣି ଆମୋଦିତ ହେବ। ମନେରଖ, ନିମ୍ନଲିଖତ ପ୍ରଶ୍ନର ଠିକ୍ ଉତ୍ତର ପାଇଁ ଆମେ ଆଗ୍ରହୀ ନୁହେଁ। ତୁମର ଆକଳନ ପଦ୍ଧତିକୁ ଶ୍ରେଣୀରେ ଆଲୋଚନା କର।

Question 1.
ତୁମେ କେତେବେଳେ ପାଦ ଚାଲିବ:
(କ) ତୁମେ ବସିଥିବା ସ୍ଥାନରୁ ଶ୍ରେଣୀ ଗୃହର ଦ୍ଵାର ପର୍ଯ୍ୟନ୍ତ
(ଖ) ବିଦ୍ୟାଳୟର ପଡ଼ିଆ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ
(ଗ) ତୁମ ଶ୍ରେଣୀ ଗୃହର ଦ୍ଵାରଠାରୁ ବିଦ୍ୟାଳୟ ଫାଟକ ପର୍ଯ୍ୟନ୍ତ
(ଘ) ତୁମ ବିଦ୍ୟାଳୟଠାରୁ ତୁମ ଘର ପର୍ଯ୍ୟନ୍ତ
Solution:
ନିଜେ ଅଭ୍ୟାସ କରି କୁହ।

Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ

Question 2.
ତୁମେ କେତେଥର ଆଖ୍ୟା ପତା ପକାଅ କିମ୍ବା ପ୍ରଶ୍ଵାସ ନିଅ-
(କ) ଏକ ମିନିଟ୍‌ରେ
(ଖ) ଏକ ଘଣ୍ଟାରେ
(ଗ) ଏକ ଦିନରେ
Solution:
ନିଜେ ଅଭ୍ୟାସ କରି କୁହ।

Question 3.
ତୁମ ଚାରିପାଖରେ ଥ‌ିବା କିଛି ବସ୍ତୁର ନାମ କୁହ ଯାହାର–
(କ) ସଂଖ୍ୟା କିଛି ହଜାର ବିଶିଷ୍ଟ
(ଖ) ସଂଖ୍ୟା ଦଶ ହଜାରରୁ ବେଶୀ
Solution:
ନିଜେ ଅଭ୍ୟାସ କରି କୁହ।

ଉତ୍ତର ଆକଳନ କର: (Page No. 70)

30 ସେକେଣ୍ଡ ମଧ୍ୟରେ ଅନୁ ମାନ କରିବାକୁ ଚେଷ୍ଟା କର। ତୁମ ଅନୁ ମାନକୁ ତୁମେ ସାଙ୍ଗମାନଙ୍କ ସହିତ ତନଖ୍ କର।

Question 1.
ତୁମ ଗଣିତ ବହିରେ ଶବ୍ଦ ସଂଖ୍ୟା-
(କ) 5000 ରୁ ଅଧିକ
(ଖ) 5000 ରୁ କମ୍
Solution:
(କ) 5000 ରୁ ଅଧିକ।

Question 2.
ତୁମ ବିଦ୍ୟାଳୟର ଶିକ୍ଷାର୍ଥୀଙ୍କ ସଂଖ୍ୟା-
(କ) 200 ରୁ ଅଧ୍ବକ
(ଖ) 200 ରୁ କମ୍
Solution:
ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କୁ ପଚାରି ନିଜେ ଲେଖୁବେ।

Question 3.
ପାଞ୍ଚଜଣଙ୍କ ପାଇଁ ଫଳର କଷ୍ଟାର୍ଡ଼ କରିବା ପାଇଁ ହିମାଂଶୁ କ୍ଷୀର ଏବଂ ତିନି ପ୍ରକାରର ଫଳ କିଣିବାକୁ ଇଚ୍ଛା କଲା। ସେ ଏହାର ମୂଲ୍ୟ 100 ଟଙ୍କା ହେବ ବୋଲି ଆକଳନ କଲା। ତୁମେ ତା’ ସହ ସହମତ କି? କାହିଁକି / କାହିଁକି ନୁହେଁ?
Solution:
ମୁଁ ତା’ ସହ ସହମତ ନୁହେଁ। ପାଞ୍ଚଜଣଙ୍କ ପାଇଁ ଫଳର କଷ୍ଟାର୍ଡ଼ କରିବା ପାଇଁ 100 ଟଙ୍କାରୁ ଅଧିକ ଆବଶ୍ୟକ ହେବ।

Question 4.
ଗାନ୍ଧିନଗର (ଗୁଜୁରାଟ)ଠାରୁ କୋହିମା (ନାଗାଲାଣ୍ଡ)ର ଦୂରତାକୁ ଆକଳନ କର।
Solution:
ଗାନ୍ଧିନଗର (ଗୁଜରାଟ)ଠାରୁ କୋହିମା (ନାଗାଲାଣ୍ଡ)ର ଦୂରତା ପ୍ରାୟ 3000 କି.ମି.।

Question 5.
ଶୀତଲ ଷଷ୍ଠ ଶ୍ରେଣୀରେ ପଢ଼ୁଛି ଏବଂ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟରେ ପ୍ରାୟ 13,000 ଘଣ୍ଟା ବିତାଇଛି ବୋଲି ସେ କହୁଛି। ତୁମେ ତା’ ସହ ସହମତି କି? କାହିଁକି / କାହିଁକି ନୁହେଁ?
Solution:
ମୁଁ ତା’ ସହ ସହମତି ନୁହେଁ। କାରଣ 6 ବର୍ଷରେ ଜଣେ ପ୍ରାୟ 9000 ଘଣ୍ଟା ବିଦ୍ୟାଳୟରେ ସମୟ ବିତାଇ ପାରିବ।

Question 6.
ପୂର୍ବରୁ ଲୋକେ ପାଦରେ ଚାଲିକରି ଦୂରସ୍ଥାନକୁ ଯାତ୍ରା କରୁଥିଲେ ଯେହେତୁ ସେମାନଙ୍କ ପାଖରେ ଅନ୍ୟ କୌଣସି ଗମନାଗମନର ବ୍ୟବସ୍ଥା ନଥିଲା। ଧରାଯାଉ ତୁମେ ତୁମର ସାଧାରଣ ଗତିରେ ଚାଲିବ। ତୁମକୁ ଯିବାକୁ ପ୍ରାୟ କେତେ ସମୟ ଲାଗିବ?
(କ) ତୁମର ବର୍ତ୍ତମାନର ଅବସ୍ଥାନଠାରୁ ତୁମର ନିକଟସ୍ଥ ପ୍ରିୟ ସ୍ଥାନ ପର୍ଯ୍ୟନ୍ତ।
(ଖ) ତୁମର ବର୍ତ୍ତମାନର ଅବସ୍ଥାନଠାରୁ ପଡୋଶୀ କୌଣସି ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ।
(ଗ) ଭାରତର କନ୍ୟାକୁମାରୀଠାରୁ କାଶ୍ମୀର ପର୍ଯ୍ୟନ୍ତ।
Solution:
ଛାତ୍ରଛାତ୍ରୀମାନେ ନିଜେ କରିବେ।

Question 7.
ଆକଳନ ସମ୍ବନ୍ଧୀୟ କିଛି ପ୍ରଶ୍ନ ତିଆରି କର ଏବଂ ତୁମର ସାଙ୍ଗମାନଙ୍କ ସହିତ ଆଲୋଚନା କର।
Solution:
(କ) ଗୋଟିଏ ବର୍ଷରେ କେତୋଟି ରବିବାର ଆସିଥାଏ?
(ଖ) ତୁମ ଗ୍ରାମର ଲୋକସଂଖ୍ୟା କେତେ?
(ଗ) ତୁମ ଗ୍ରାମଠାରୁ ଭୁବନେଶ୍ଵରର ଦୂରତା କେତେ କି.ମି.?

3.12 ଖେଳ ଏବଂ ଜିତିବା ରଣନୀତି (Games and Winning Strategies)

ତୁମ ପାଇଁ କାମ: (Page No. 72)

Question 1.
ଏକ ଗ୍ରୀଡ଼ରେ କେବଳ ଗୋଟିଏ ବୃହତ୍ତମ କୋଠରୀ ବା ସୁପରସେଲ୍ (ସଂଖ୍ୟାଟି – ତାର ସମସ୍ତ ପଡ଼ୋଶୀ ସଂଖ୍ୟାଠାରୁ ବୃହତ୍ତର) ଅଛି। ଯଦି ତୁମେ କୌଣସି ସଂଖ୍ୟାର ଦୁଇଟି ଅଙ୍କ ଅଦଳବଦଳ କରିଦେବ, ତାହେଲେ ସେଠାରେ 4ଟି ବୃହତ୍ତମ କୋଠରି ହୋଇଯିବ। କେଉଁ ଦୁଇଟି ଅଙ୍କକୁ ଅଦଳବଦଳ କରିବା, ସ୍ଥିର କର।
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 72 Q1
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 72 Q1.1

Question 2.
ତୁମ ଜନ୍ମ ମସିହାକୁ ନେଇ କେତେ ଥରରେ ତୁମେ କାପ୍ରେକର ସ୍ଥିରାଙ୍କରେ ପହଞ୍ଚିବ?
Solution:
ମନେକର ତୁମର ଜନ୍ମ ମସିହା 2000
ସୋପାନ-1: ବର୍ତ୍ତମାନ ସଂଖ୍ୟାଟି 2000
ବୃହତ୍ତମ ସଂଖ୍ୟା A = 2000, କ୍ଷୁଦ୍ରତମ ସଂଖ୍ୟା_B = 2
ବିୟୋଗ କଲେ C = A – B = 2000 – 2 = 1998

ସୋପାନ-2: ବର୍ତ୍ତମାନ ସଂଖ୍ୟାଟି 1998
ବୃହତ୍ତମ ସଂଖ୍ୟା A = 9981, କ୍ଷୁଦ୍ରତମ ସଂଖ୍ୟା B = 1899
ବିୟୋଗ କଲେ C = A – B = 9981 – 1899 = 8082

ସୋପାନ-3: ବର୍ତ୍ତମାନ ସଂଖ୍ୟାଟି 8082
ବୃହତ୍ତମ ସଂଖ୍ୟା A = 8820, କ୍ଷୁଦ୍ରତମ ସଂଖ୍ୟା B = 288
ବିୟୋଗ କଲେ C = A – B = 8820 – 288 = 8532

ସୋପାନ-4: ବର୍ତ୍ତମାନ ସଂଖ୍ୟାଟି 8532
ବୃହତ୍ତମ ସଂଖ୍ୟା A = 8532, କ୍ଷୁଦ୍ରତମ ସଂଖ୍ୟା B = 2358
ବିୟୋଗ କଲେ C = A – B = 8532 – 2358 = 6174
∴ ଏହା ଗୋଟିଏ କାର୍ପେକରଙ୍କ ସଂଖ୍ୟା।

Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ

Question 3.
35000 ଓ 75000 କେତେକ ମଧ୍ଯରେ 5 ଅଙ୍କ ବିଶିଷ୍ଟ ସଂଖ୍ୟା ସମୂହ ଅଛନ୍ତି ଯାହାର ସମସ୍ତ ଅଙ୍କଗୁଡ଼ିକ ଅଯୁଗ୍ମ। ଆମର ଏହି ସଂଖ୍ୟା ସମୂହ ମଧ୍ୟରେ ସବୁଠାରୁ ବୃହତ୍ତମ ସଂଖ୍ୟାଟି କିଏ? ସବୁଠାରୁ କ୍ଷୁଦ୍ରତମ ସଂଖ୍ୟାଟି କିଏ? ଆମ ମାନଙ୍କ ମଧ୍ୟରେ କିଏ 50,000ର ନିକଟତମ ସଂଖ୍ୟା?
Solution:
ସବୁଠାରୁ ବୃହତ୍ତମ ସଂଖ୍ୟା = 69,999
ସବୁଠାରୁ କ୍ଷୁଦ୍ରତମ ସଂଖ୍ୟା = 35,111
50,000 ର ନିକଟତମ ସଂଖ୍ୟା = 49,999

Question 4.
ସାପ୍ତାହିକ, ପର୍ବପର୍ବାଣି ଓ ଅବକାଶ ଛୁଟି ଭାବେ ଏକ ବର୍ଷରେ ତୁମେ ପାଉଥବା ଛୁଟି ସଂଖ୍ୟା ଆକଳନ କର। ତା’ପରେ ଏହାର ସଠିକତା ପାଇବାକୁ ଚେଷ୍ଟାକର ଏବଂ ତୁମର ଆକଳନ କେତେ ନିକଟତର, ତାହା ଦେଖ।
Solution:
ଛାତ୍ରଛାତ୍ରୀମାନେ ନିଜେ କରିବେ।

Question 5.
ଗୋଟିଏ ମଗ, ବାଲ୍ଟି ଏବଂ ପାଣି ଟାଙ୍କିରେ କେତେ ଲିଟର ପାଣି ରହିବ, ଆକଳନ କର।
Solution:
ଗୋଟିଏ ମଗରେ 500 ମି.ଲି. ପାଣି, ଗୋଟିଏ ବାଲ୍ଟିରେ 20 ଲିଟର ଏବଂ ଗୋଟିଏ ଟାଙ୍କିରେ 1000 ଲିଟର ପାଣି ରହିବ।

Question 6.
ଏକ 5 ଅଙ୍କ ବିଶିଷ୍ଟ ସଂଖ୍ୟା ଓ ଦୁଇଟି 3 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ, ଯେପରିକି ସେମାନଙ୍କର ସମଷ୍ଟି 18,670 ହେବ।
Solution:
5 ଅଙ୍କ ବିଶିଷ୍ଟ ସଂଖ୍ୟା = 18,000
3 ଅଙ୍କ ବିଶିଷ୍ଟ ସଂଖ୍ୟାର ସମଷ୍ଟି = 335 + 335 = 670
∴ ଯୋଗକଲେ = 18,000 + 670 = 18670

Question 7.
210 ଏବଂ 390 ମଧ୍ୟରେ ଏକ ସଂଖ୍ୟା ବାଛ। (3.9 ବିଭାଗ – ସଂଖ୍ୟା ସଂରଚନା ସମ୍ପର୍କୀୟ ଖେଳରେ) ଦେଖାଯାଇଥିବା ପରି ଏକ ସଂଖ୍ୟା ସଂରଚନା ତିଆରି କର ଯେପରି, ସେମାନଙ୍କ ସମଷ୍ଟି ଏହି ସଂଖ୍ୟା ହେବ।
Solution:
Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ Page 72 Q7
ସଂଖ୍ୟାଗୁଡ଼ିକ ଯୋଗକଲେ = (5 × 1) + (10 × 3) + (15 × 5) + (20 × 7)
= 5 + 30 + 75 + 140
= 250
∴ 250 ସଂଖ୍ୟାଟି 210 ଓ 390 ମଧ୍ୟରେ ଅବସ୍ଥିତ।

Question 8.
ପ୍ରଥମ ଅଧ୍ୟାୟର ସାରଣୀ-1 ରୁ 2 ଘାତ ଥିବା କ୍ରମକୁ ମନେ ପକାଅ। ଏହି କ୍ରମରେ ସମସ୍ତ ପ୍ରାରମ୍ଭିକ ସଂଖ୍ୟା ପାଇଁ କୋଲାଜ୍ ଧାରଣା କାହିଁକି ଠିକ୍?
Solution:
2ର ଘାତ ବର୍ଗ ସଂଖ୍ୟା ହେଉଛି 1, 2, 4, 8, 16, 32, 64
ମନେକର ସଂଖ୍ୟାଟି = 64
କୋଲାଜଙ୍କ ଧାରଣା ଅନୁସାରେ
1. 64 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 64 ÷ 2 = 32
2. 32 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 32 ÷ 2 = 16
3. 16 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 16 ÷ 2 = 8
4. 8 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 8 ÷ 2 = 4
5. 4 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 4 ÷ 2 = 2
6. 2 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 2 ÷ 2 = 1
ସଂଖ୍ୟାର କ୍ରମଗୁଡ଼ିକ = 64, 32, 16, 8, 4, 2, 1
∴ ଏହି କ୍ରମରେ ସମସ୍ତ ପ୍ରାରମ୍ଭିକ ସଂଖ୍ୟା ପାଇଁ କୋଲାଜ୍ ଧାରଣା ଠିକ୍।

Question 9.
ପ୍ରାରମ୍ଭିକ ସଂଖ୍ୟା 100 ପାଇଁ କୋଲାଜ୍ ଧାରଣା ଠିକ୍ ହେଉଛି କି ଯାଞ୍ଚ କର।
Solution:
1. 100 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 100 ÷ 2 = 50
2. 50 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 50 ÷ 2 = 25
3. 25 ଅଯୁଗ୍ମ, 3 ଦ୍ଵାରା ଗୁଣନ କରି 1 ଯୋଗକଲେ = 25 × 3 + 1 = 76
4. 76 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 76 ÷ 2 = 38
5. 38 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 38 ÷ 2 = 19
6. 19 ଅଯୁଗ୍ମ, 3 ଦ୍ଵାରା ଗୁଣନ କରି 1 ଯୋଗକଲେ = 19 × 3 + 1 = 58
7. 58 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 58 ÷ 2 = 29
8. 29 ଅଯୁଗ୍ମ, 3 ଦ୍ଵାରା ଗୁଣନ କରି 1 ଯୋଗକଲେ = 29 × 3 + 1 = 88
9. 88 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 88 ÷ 2 = 44
10. 44 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 44 ÷ 2 = 22
11. 22 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 22 ÷ 2 = 11
12. 11 ଅଯୁଗ୍ମ, 3 ଦ୍ଵାରା ଗୁଣନ କରି 1 ଯୋଗକଲେ = 11 × 3 + 1 = 34
13. 34 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 34 ÷ 2 = 17
14. 17 ଅଯୁଗ୍ମ, 3 ଦ୍ଵାରା ଗୁଣନ କରି 1 ଯୋଗକଲେ = 17 × 3 + 1 = 52
15. 52 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 52 ÷ 2 = 26
16. 26 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 26 ÷ 2 = 13
17. 13 ଅଯୁଗ୍ମ, 3 ଦ୍ଵାରା ଗୁଣନ କରି 1 ଯୋଗକଲେ = 13 × 3 + 1 = 40
18. 40 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 40 ÷ 2 = 20
19. 20 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 20 ÷ 2 = 10
20. 10 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 10 ÷ 2 = 5
21. 5 ଅଯୁଗ୍ମ, 3 ଦ୍ଵାରା ଗୁଣନ କରି 1 ଯୋଗକଲେ = 5 × 3 + 1 = 16
22. 16 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 16 ÷ 2 = 8
23. 8 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 8 ÷ 2 = 4
24. 4 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 4 ÷ 2 = 2
25. 2 ଯୁଗ୍ମ, 2 ଦ୍ଵାରା ଭାଗ କଲେ = 2 ÷ 2 = 1
∴ ପ୍ରାରମ୍ଭିକ ସଂଖ୍ୟା 100 ପାଇଁ କୋଲାଜ୍ ଧାରଣା ଠିକ୍।

Class 6 Maths Chapter 3 Question Answer Odia Medium ସଂଖ୍ୟା ଖେଳ

Question 10.
‘0’ ରୁ ଆରମ୍ଭ କରି, ଖେଳାଳିମାନେ 1 ରୁ 3 ମଧ୍ୟରେ ସଂଖ୍ୟା ଅଦଳବଦଳ କରି ଗୋଟିଏ ସଂଖ୍ୟା ଯୋଗ କରିବାକୁ ପଡ଼ିବ। ଯିଏ 22 ରେ ପ୍ରଥମେ ପହଞ୍ଚିବ ସେହି ବ୍ୟକ୍ତି ବିଜୟୀ ହେବ। ବର୍ତ୍ତମାନ ଜିତିବାର ରଣନୀତି କ’ଣ?
Solution:
ବର୍ତ୍ତମାନ ଜିତିବାର ରଣନୀତି କରିବାକୁ ଗଲେ, ସଂଖ୍ୟାର ବିଜୟୀ କ୍ରମ ହେଉଛି 2, 6, 10, 14, 18, 22 ପ୍ରଥମ ଖେଳାଳି ସର୍ବଦା ଏହି ଖେଳ ଜିତିପାରିବେ।
ସେମାନଙ୍କର ପ୍ରଥମ ପାଳିରେ ସେମାନେ 2 ଯୋଗ କରିବା ଉଚିତ।
ଏହାପରେ ସେମାନଙ୍କୁ ନିଶ୍ଚିତ କରିବାକୁ ପଡ଼ିବ ଯେ, ସେମାନଙ୍କ ପରବର୍ତୀ ସଂଖ୍ୟା ବିଜୟୀ କ୍ରମରେ ରହିବ।
ପ୍ରଥମ ଖେଳାଳି 1 ଯୋଡ଼ିଲେ 2ରେ ପହଞ୍ଚିବ। ଦ୍ଵିତୀୟ ଖେଳାଳି 3 ଯୋଡ଼ିଲେ 5ରେ ପହଞ୍ଚିବ।
ପ୍ରଥମ ଖେଳାଳି 1 ଯୋଡ଼ିଲେ 6ରେ ପହଞ୍ଚିବ। ଦ୍ଵିତୀୟ ଖେଳାଳି 3 ଯୋଡ଼ିଲେ 9୨ରେ ପହଞ୍ଚିବ।
ପ୍ରଥମ ଖେଳାଳି 1 ଯୋଡ଼ିଲେ 10ରେ ପହଞ୍ଚିବ। ଦ୍ଵିତୀୟ ଖେଳାଳି 2 ଯୋଡ଼ିଲେ 12ରେ ପହଞ୍ଚିବ।
ପ୍ରଥମ ଖେଳାଳି 2 ଯୋଡ଼ିଲେ 14ରେ ପହଞ୍ଚିବ। ଦ୍ଵିତୀୟ ଖେଳାଳି 3 ଯୋଡ଼ିଲେ 17ରେ ପହଞ୍ଚିବ।
ପ୍ରଥମ ଖେଳାଳି 1 ଯୋଡ଼ିଲେ 18ରେ ପହଞ୍ଚିବ। ଦ୍ଵିତୀୟ ଖେଳାଳି 3 ଯୋଡ଼ିଲେ 21ରେ ପହଞ୍ଚିବ।
∴ ଶେଷରେ ପ୍ରଥମ ଖେଳାଳି 1 ଯୋଡ଼ିଲେ 22ରେ ପହଞ୍ଚିବ ଓ ବିଜୟୀ ହେବ।

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

Go through BSE Odisha Class 6 Science Notes Odia Medium and Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ to understand important concepts and topics more clearly.

6th Class Science Chapter 7 Notes Odia Medium

BSE Odisha Class 6 Science Chapter 7 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

  • ଭୁଲ ମାପିବା ଅପେକ୍ଷା ଆଦୌ ନ ମାପିବାଟା ଭଲ । – (ଆନ୍ନା ମଣି)
  • ଜଣେ ବ୍ୟକ୍ତିଙ୍କୁ କେବଳ ଛୁଇଁ ତାକୁ ଜ୍ଵର ହେଇଛି ବୋଲି ଆମେ କହିପାରିବା କି ?
    ଉ. ଦେହ ବା କପାଳକୁ ଛୁଇଁ ଜ୍ଵର ମାପ କରାଯାଏ ନାହିଁ । ଏକ ଥର୍ମୋମିଟର ସାହାଯ୍ୟରେ ଶରୀରର ତାପମାତ୍ରା ମାପ କଲେ ଜ୍ଵର ହୋଇଛି କି ନାହିଁ ସଠିକ୍ ଜଣାପଡ଼ିଥାଏ ।

ଗରମ ଓ ଥଣ୍ଡା :
କିଛି ବସ୍ତୁ ଅନ୍ୟ ବସ୍ତୁ ତୁଳନାରେ ଗରମ ଲାଗିଥାଏ । ଉଦାହରଣ ସ୍ଵରୂପ ଖରାଦିନରେ ନଳର ପାଣି, ମାଠିଆ ପାଣି କିମ୍ବା ଫ୍ରିଜ୍ ପାଣି ଅପେକ୍ଷା ଅଧ୍ବକ ଗରମ ଲାଗିଥାଏ ।
ଗ୍ରୀଷ୍ମ ଋତୁରେ ଆମକୁ ଅଧ୍ଵ ଗରମ ଲାଗିଥାଏ କିନ୍ତୁ ଶୀତଦିନେ ଅଧ୍ଵ ଥଣ୍ଡା ଅନୁଭବ ହୋଇଥାଏ । ଚାହାରେ ହାତ ବୁଡ଼ାଇଲେ ଗରମ ଲାଗିଥାଏ ଓ ବରଫକୁ ସ୍ପର୍ଶ କଲେ ଥଣ୍ଡା ଲାଗିଥାଏ ।
ଆମେ ସବୁବେଳେ ପଦାର୍ଥକୁ ସ୍ପର୍ଶ କରିବାଦ୍ଵାରା ପଦାର୍ଥଟି ଥଣ୍ଡା କି ଗରମ ତାହା ଜାଣିପାରିବା ନାହିଁ ।

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

କାର୍ଯ୍ୟ-୧ : ଆସ ଅନୁସନ୍ଧାନ କରିବା

ପରୀକ୍ଷଣ :

  • ତିନୋଟି ବଡ଼ ପାତ୍ର ନିଆଯାଉ ଏବଂ ଚିତ୍ରରେ ଦର୍ଶାଯାଇଥିବା ଅନୁଯାୟୀ ସେମାନଙ୍କୁ ‘A’, ‘B’ ଏବଂ ‘C’ ନାମ ଦିଆଯାଉ ।
  • ପାତ୍ର ‘A’ରେ ଉଷୁମ ପାଣି, ‘B’ରେ ଟ୍ୟାପ୍ ପାଣି ଏବଂ ‘C’ରେ ବରଫ ମିଶ୍ର। ଥଣ୍ଡା ପାଣି ଢଳାଯାଉ ।
    Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ 1
  • ଏହି କାର୍ଯ୍ୟଟିକୁ ଦୁଇଟି ଭାଗରେ ବିଭକ୍ତ କରାଯାଉ – ପ୍ରଥମେ ପୂର୍ବାନୁମାନ ଏବଂ ପରେ ପର୍ଯ୍ୟବେକ୍ଷଣ ।
  • ପ୍ରଥମତଃ, ତୁମ ଡାହାଣ ହାତକୁ ‘A’ରେ ଏବଂ ବାମ ହାତକୁ ‘C’ରେ ବୁଡ଼ାଇ 1-2 ମିନିଟ୍ ରଖିଲେ ଡାହାଣ ହାତ ଗରମ ଲାଗିବ ଓ ବାମହାତ ଥଣ୍ଡା ଲାଗିବ ।
  • ପାତ୍ର ‘A’ ଏବଂ ‘C’ ରୁ ତୁମ ହାତ ବାହାର କରି, ‘B’ ରେ ଉଭୟ ହାତକୁ ଏକାସାଙ୍ଗରେ ରଖୁବା ।
  • ତୁମ ଅନୁମାନ ଲେଖ ।
  • ପାତ୍ର ‘B’ରେ ବୁଡ଼ାଇବା ପରେ ମୋର ଡାହାଣ ହାତ ଥଣ୍ଡା ଲାଗିବ ।
  • ପାତ୍ର ‘B’ ରେ ବୁଡ଼ାଇବା ପରେ ବାମ ହାତ ଗରମ ଲାଗିବ ।

ପର୍ଯ୍ୟବେକ୍ଷଣ :
ଡାହାଣ ହାତ ପାତ୍ର ‘B’ ରେ ଥ‌ିବା ପାଣିକୁ ଥଣ୍ଡା ଅନୁଭବ କରୁଥିବାବେଳେ ବାମ ହାତ ସେହି ପାଣିକୁ ଗରମ ଅନୁଭବ କିରବ ।

ସିଦ୍ଧାନ୍ତ :
ବସ୍ତୁ ଗରମ ନା ଥଣ୍ଡା ତାହା ଠିକ୍ ଭାବରେ ନିର୍ଣ୍ଣୟ କରିବା ପାଇଁ ଆମେ ବସ୍ତକୁ ସ୍ପର୍ଶ କରି ଜାଣିପାରିବା ନାହିଁ ।

ତାପମାତ୍ରା :
ବସ୍ତ ଗରମ ବା ଥଣ୍ଡା ଜାଣିବା ପାଇଁ ଏକ ନିର୍ଭରଯୋଗ୍ୟ ମାପ ହେଉଛି ଏହାର ତାପମାତ୍ରା । ଥଣ୍ଡା ବସ୍ତ ତୁଳନାରେ ଗରମ ବସ୍ତର ତାପମାତ୍ରା ଅଧିକ ଥାଏ । ଦୁଇଟି ବସ୍ତ୍ର ମଧ୍ୟରେ ତାପମାତ୍ରାର ପାର୍ଥକ୍ୟ ଆମକୁ ଗୋଟିଏ ବସ୍ତ ତୁଳନାରେ ଅନ୍ୟ ବସ୍ତୁଟି କେତେ ଗରମ ତାହା ଜଣାଇଥାଏ ।

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

ତାପମାତ୍ରା ମାପିବା ଯନ୍ତ୍ରକୁ ଥର୍ମୋମିଟର କୁହାଯାଏ ।
ଥର୍ମୋମିଟର ଦୁଇ ପ୍ରକାର ଯଥା- (କ) ଜ୍ଵରମାପକ ଥର୍ମୋମିଟର, (ଖ) ବିଜ୍ଞାନାଗାର ଥର୍ମୋମିଟର

(କ) ଜ୍ଵରମାପକ ଥର୍ମୋମିଟର : ମାନବ ଶରୀରର ତାପମାତ୍ରା ମାପିବା ପାଇଁ ଏହି ଥର୍ମୋମିଟର ବ୍ୟବହୃତ ହୋଇଥାଏ ।
(ଖ) ବିଜ୍ଞାନାଗାର ଥର୍ମୋମିଟର : ବିଦ୍ୟାଳୟର ବିଜ୍ଞାନାଗାରରେ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ବ୍ୟବହୃତ ଥର୍ମୋମିଟରକୁ ବିଜ୍ଞାନଗାର ଥର୍ମୋମିଟର କୁହାଯାଏ ।

ତାପମାତ୍ରା ମାପିବା :
ଜ୍ଵରମାପକ ଥର୍ମୋମିଟରର ବ୍ୟବହାର :
ଡିଜିଟାଲ କ୍ଲିନିକାଲ ଥର୍ମୋମିଟର ଶରୀରର ତାପମାତ୍ରାକୁ ସଂଖ୍ୟା ମାଧ୍ୟମରେ ଦର୍ଶାଇଥାଏ । ଏଥିରେ ଏକ ବ୍ୟାଟେରୀ ରହିଥାଏ । ଏହି ଥର୍ମୋମିଟରକୁ ବ୍ୟକ୍ତିଙ୍କ ଶରୀର ସଂସ୍ପର୍ଶରେ ରଖୁଲେ ଏହା ତାପମାତ୍ରା ମାପିଥାଏ ।
Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ 2
ଜ୍ଵରମାପକ ଥର୍ମୋମିଟରରେ ତାପମାତ୍ରା ମାପିବା ପାଇଁ ସାଧାରଣତଃ ସେଲସିୟସ ସ୍କେଲ ବ୍ୟବହାର କରାଯାଏ । ଏହି ସ୍କେଲରେ, ତାପମାତ୍ରାର ଏକକ ଡିଗ୍ରୀ ସେଲସିୟସ ଅଟେ । ଏହାକୁ C ଦ୍ଵାରା ସୂଚିତ କରାଯାଇଥାଏ ।
ଏହି ଥର୍ମୋମିଟରକୁ ବ୍ୟକ୍ତିଙ୍କ ଶରୀର ସଂସ୍ପର୍ଶରେ ରଖିଲେ ଏହା ତାପମାତ୍ରା ମାପିଥାଏ ।

ପୂର୍ବରୁ ଶରୀରର ତାପମାତ୍ରା ମାପିବା ପାଇଁ ପାରଦ ଥର୍ମୋମିଟର ବ୍ୟବହାର କରାଯାଉଥିଲା । କିନ୍ତୁ ପାରଦ ଏକ ବିଷାକ୍ତ ପଦାର୍ଥ ଏବଂ ଥର୍ମୋମିଟର ଦୁର୍ଘଟଣାବଶତଃ ଭାଙ୍ଗିଗଲେ, ପାରଦକୁ ନିଷ୍କାସନ କରିବା କଷ୍ଟକର ହୋଇଥାଏ ।
Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ 3
ଡିଜିଟାଲ ଥର୍ମୋମିଟର ସେପରି କୌଣସି ବିପଦ ସୃଷ୍ଟିକରେ ନାହିଁ ଏବଂ ଏଥ‌ିରେ ଦେଖାଯାଉଥ‌ିବା ନମ୍ବରଗୁଡ଼ିକ ପଢ଼ିବା ମଧ୍ୟ ସହଜ ଅଟେ । ତେଣୁ ପାରଦ ଥର୍ମୋମିଟର ବଦଳରେ ଡିଜିଟାଲ ଥର୍ମୋମିଟର ବ୍ୟବହାର କରାଯାଉଛି । ଏକ ଡିଜିଟାଲ ଥର୍ମୋମିଟରରେ ତାପମାତ୍ରା ସେନ୍ସର ସାହାଯ୍ୟରେ ନିର୍ଦ୍ଧାରଣ କରାଯାଇଥାଏ ।

କୋଭିଚ୍‌-19 ମହାମାରୀ ସମୟରେ କିଛି ସ୍ଵତନ୍ତ୍ର ଥର୍ମୋମିଟର ବ୍ୟବହାର କରାଯାଇଥିଲା ଯାହା ଦୂରରୁ ଜଣେ ବ୍ୟକ୍ତିର ତାପମାତ୍ରାର ମାପ କରିପାରୁଥିଲା । ଏଗୁଡ଼ିକୁ ଅଣ-ସଂସ୍ପର୍ଶ ବା ଇନଫ୍ରାରେଡ଼୍ ଥର୍ମୋମିଟର କୁହାଯାଏ । ଏପରି ଥର୍ମୋମିଟର କୌଣସି ବ୍ୟକ୍ତିଙ୍କ ଶରୀରକୁ ସ୍ପର୍ଶ ନକରି ତାପମାତ୍ରା ମାପିପାରେ ଏବଂ ଏହାଦ୍ଵାରା ରୋଗ ବ୍ୟାପିବାର ଆଶଙ୍କା ହ୍ରାସ ପାଇଥାଏ ।

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

କାର୍ଯ୍ୟ-୨ : ତାପମାତ୍ରା କିପରି ମାପିବା ?

  • ଶରୀରର ତାପମାତ୍ରା ମାପିବା ପାଇଁ ଏକ ଡିଜିଟାଲ ଜ୍ଵରମାପକ ଥର୍ମୋମିଟର କିପରି ବ୍ୟବହାର କରାଯାଏ ତାହା ନିମ୍ନରେ ଦର୍ଶାଗଲା ।
  • ସାବୁନ ଓ ପାଣିରେ ହାତ ଓ ଡିଜିଟାଲ ଥର୍ମୋମିଟରକୁ ସଫା କର ।
  • ବଟନଟିକୁ ଦବାଇ ଥର୍ମୋମିଟର ପୁନଃ ସେଟ୍ କର ।
  • ଥର୍ମୋମିଟରକୁ ଜିଭ ତଳେ ରଖ ଏବଂ ପାଟି ବନ୍ଦ କର ।
  • ଥର୍ମୋମିଟର ଏକ ବିପିଂ ଶବ୍ଦ ସୃଷ୍ଟି କରିବା କିମ୍ବା ଆଲୋକ ଚମକାଇବା ପର୍ଯ୍ୟନ୍ତ ଅପେକ୍ଷା କର ।
  • ଏହାକୁ ପାଟିରୁ ବାହାର କରି ଦେଖ‌ିଲେ ସେଥୁରେ ପ୍ରଦର୍ଶିତ ସଂଖ୍ୟା ଦ୍ଵାରା ତାପମାତ୍ରା ଜଣାପଡ଼ିଥାଏ । ଥର୍ମୋମିଟରକୁ ସାବୁନ ଓ ପାଣିରେ ସଫା କରି ପୋଛି ରଖ ।

ଡିଜିଟାଲ ଥର୍ମୋମିଟର ବ୍ୟବହାର ସମୟରେ ସତର୍କତା :

  • ଥର୍ମୋମିଟର ବ୍ୟବହାର ନିୟମାବଳୀ ପଢ଼ିବାପରେ ବ୍ୟବହାର କରାଯିବ ।
  • ଥର୍ମୋମିଟରର ଅଗ୍ରଭାଗ ବ୍ୟବହାର ପୂର୍ବରୁ ଏବଂ ପରେ ସାବୁନ ଏବଂ ପାଣିରେ ଧୋଇଦିଅ ।
  • ଧୋଇବା ସମୟରେ ଡିସ୍‌ ଭଳି ଡିଜିଟାଲ ଅଂଶକୁ ପାଣି ଯେପରି ନ ଲାଗିବ ସେଥ‌ିପାଇଁ ଯବାନ ହେବାକୁ ପଡ଼ିବ ।
  • ଥର୍ମୋମିଟର ଅଗ୍ରଭାଗକୁ ଧର ନାହିଁ ।

ସାଧାରଣତଃ ବୟସ୍କଙ୍କ ତୁଳନାରେ ଛୋଟ ପିଲାଙ୍କ ଶରୀରର ତାପମାତ୍ରା ସାମାନ୍ୟ ଅଧିକ ଥାଏ କି ?
ଉ. ହଁ, ସାଧାରଣତଃ ବୟସ୍କଙ୍କ ତୁଳନାରେ ଛୋଟପିଲାଙ୍କ ଶରୀରର ତାପମାତ୍ରା ସାମାନ୍ୟ ଅଧିକ ଥାଏ ।

ବୟସ୍କ ବ୍ୟକ୍ତିମାନେ ସୁସ୍ଥ ଥିଲେ ମଧ୍ୟ ସାଧାରଣତଃ ଯୁବକମାନଙ୍କ ତୁଳନାରେ ସେମାନଙ୍କ ଶରୀରର ତାପମାତ୍ରା କମ୍ ଥାଏ କି ?
ଉ. ହଁ, ବୟସ୍କ ବ୍ୟକ୍ତିମାନେ ସୁସ୍ଥ ଥିଲେ ମଧ୍ୟ ସାଧାରଣତଃ ଯୁବକମାନଙ୍କ ତୁଳନାରେ ସୋମନଙ୍କ ଶରୀରର ତାପମାତ୍ରା କମ୍ ଥାଏ ।

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

ମୁଁ ମୋର ଏକ ବନ୍ଧୁଙ୍କୁ ଭିନ୍ନ ତାପମାତ୍ରା ଦେଖାଉଥ‌ିବା ଏକ ଡିଜିଟାଲ ଥର୍ମୋମିଟର ବ୍ୟବହାର କରୁଥିବାର ଦେଖୁଛି । ଏହା ଏକ ସୁସ୍ଥ ମାନବ ଶରୀରର ସ୍ଵାଭାବିକ ତାପମାତ୍ରା 98.6 ଡିଗ୍ରୀ ଫାରେନହାଇଟ ଭାବରେ ଦର୍ଶାଏ । ଏହି ପାର୍ଥକ୍ୟର କାରଣ କ’ଣ ?
ଉ. ସେଲସିୟସ୍ ସ୍କେଲ ଓ ଫାରେନ୍ହାଇଟ୍ ସ୍କେଲରେ ଶରୀରର ସ୍ଵାଭାବିକ ତାପମାତ୍ରା ଭିନ୍ନ ଦର୍ଶାଇଥାଏ କାରଣ ଏ ଦୁଇଟି ଭିନ୍ନ ସ୍କେଲ ଓ ଭିନ୍ନ ବ୍ୟକ୍ତିଙ୍କ ଦ୍ଵାରା ବିକଶିତ ହୋଇଅଛି । ପୁନଶ୍ଚ ଏହି ଦୁଇଟି ସ୍କେଲର ଆରମ୍ଭ ବିନ୍ଦୁ ମଧ୍ୟ ଭିନ୍ନ ହୋଇଥାଏ ।

ସୁସ୍ଥ ମଣିଷ ଶରୀରର ସାଧାରଣ ତାପମାତ୍ରା 37 ଡିଗ୍ରୀ ସେଲସିୟସ ବୋଲି ଗ୍ରହଣ କରାଯାଇଥାଏ । କିଛି ଲୋକଙ୍କ କ୍ଷେତ୍ରରେ ଏହି ତାପମାତ୍ରା ସାମାନ୍ୟ ଅଧିକ କିମ୍ବା କମ୍ ହୋଇଥାଏ ।

ପ୍ରତ୍ୟେକ ବ୍ୟକ୍ତିର ତାପମାତ୍ରା 37 ଡିଗ୍ରୀ ସେଲସିୟସ ହୋଇ ନପାରେ, ଯାହାକୁ ଆମେ ଆମ ଶରୀରର ସାଧାରଣ ତାପମାତ୍ରା ବୋଲି କହିଥାଉ । ଏହା ଅଧିକାଂଶ ସୁସ୍ଥ ଲୋକଙ୍କ ଶରୀରର ହାରାହାରି ତାପମାତ୍ରା ଅଟେ । ତେଣୁ ସମ୍ପୂର୍ଣ୍ଣ ସୁସ୍ଥ ବ୍ୟକ୍ତିଙ୍କର ସ୍ଵାଭାବିକ ତାପମାତ୍ରା 37 ଡିଗ୍ରୀ ସେଲସିୟସରୁ ସାମାନ୍ୟ ଭିନ୍ନ ହୋଇପାରେ । ଶରୀରର ତାପମୀତ୍ରା ବୟସ, ଦିନର ସମୟ ଏବଂ କାର୍ଯ୍ୟର ପ୍ରକାରଭେଦ ଭଳି ଅନେକ କାରଣଦ୍ଵାରା ପ୍ରଭାବିତ ହୋଇଥାଏ ।

ମଣିଷର ତାପମାତ୍ରା ସାଧାରଣତଃ 35 ଡିଗ୍ରୀ ସେଲସିୟସରୁ କମ୍ କିମ୍ବା 42 ଡିଗ୍ରୀ ସେଲସିୟସରୁ ଅଧ‌ିକ ହୋଇ ନ ଥାଏ ।

ଛୋଟ ପିଲା କିମ୍ବା ବୃଦ୍ଧଙ୍କ ଶରୀରର ତାପମାତ୍ରା ମାପିବା ପାଇଁ ଡିଜିଟାଲ ଥର୍ମୋମିଟରକୁ କାଖତଳେ ମଧ୍ଯ ରଖାଯାଇପାରିବ । ଏହି ଉପାୟରେ ମାପ କରାଯାଇଥିବା ତାପମାତ୍ରା ଶରୀରର ପ୍ରକୃତ ତାପମାତ୍ରାଠାରୁ ପ୍ରାୟ 0.5 ଡିଗ୍ରୀ ସେଲସିୟସରୁ I ଡିଗ୍ରୀ ସେଲସିୟସ କମ୍ ଅଟେ ।

ତାପମାତ୍ରାର ଆଉ ଏକ ସ୍କେଲ ଅଛି ଯାହାକୁ ଫାରେନ୍‌ହାଇଟ୍‌ ସ୍କେଲ କୁହାଯାଏ । ଏହି ସ୍କେଲରେ, ତାପମାତ୍ରାର ଏକକ ଡିଗ୍ରୀ ଫାରେନ୍ହାଇଟ୍ ଅଟେ ଏବଂ ଏହାକୁ “F ଦ୍ଵାରା ସୂଚିତ କରାଯାଏ । 37 ଡିଗ୍ରୀ ସେଲସିୟସ ତାପମାତ୍ରା ଫାରେନହାଇଟ୍‌ ସ୍କେଲରେ 98.6 ଡିଗ୍ରୀ ଫାରେନହାଇଟ ସହିତ ସମାନ । ଅଧିକାଂଶ ବୈଜ୍ଞାନିକ ଅଧ୍ୟୟନରେ ଫାରେନ୍ହାଇଟ୍‌ ସ୍କେଲ ଆଉ ବ୍ୟବହୃତ ହେଉ ନାହିଁ । ବୈଜ୍ଞାନିକ କାର୍ଯ୍ୟରେ, ତାପମାତ୍ରାର ଆଉ ଏକ ସ୍କେଲ୍ ଅଛି ଯାହାକୁ କେଲଭିନ୍ ସ୍କେଲ କୁହାଯାଏ । ଏହି ସ୍କେଲରେ, ତାପମାତ୍ରାର ଏକକ କେଲଭିନ୍ ଅଟେ ଏବଂ ଏହାକୁ K ଦ୍ଵାରା ସୂଚିତ କରାଯାଏ ।

ତାପମାତ୍ରାର ଅନ୍ତର୍ଜାତୀୟ ମାନକ ଏକକ (S.I. Unit) ହେଉଛି କେଲଭିନ୍ ।

ଏହି ସ୍କେଲ୍, ସେଲସିୟସ, ଫାରେନ୍ହାଇଟ୍‌ ଏବଂ କେଲଭିନ ସ୍କେଲ ଉଦ୍ଭାବନ କରିଥିବା ବୈଜ୍ଞାନିକଙ୍କ ସମ୍ମାନରେ ନାମିତ ହୋଇଛି ।

ସରଳ ସୂତ୍ର ବ୍ୟବହାର କରି ଆମେ ସହଜରେ ତାପମାତ୍ରାକୁ ସେଲସିୟସ୍ ସ୍କେଲରୁ କେଲଭିନ୍ ସ୍କେଲରେ ପରିଣତ କରିପାରିବା : କେଲଭିନ୍ ସ୍କେଲରେ ତାପମାତ୍ରା = (ସେଲସିୟସ ସ୍କେଲର ତାପମାତ୍ରା + 273.15)

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

ତାପମାତ୍ରା ସ୍କେଲର ନାମ :
ସେଲସିୟସ ସ୍କେଲ, ଫାରେନ୍‌ହାଇଟ ସ୍କୁଲ ଏବଂ କେଲଭିନ୍‌ ସ୍କେଲ – ଏକ ବଡ଼ ଅକ୍ଷରରୁ ଆରମ୍ଭ ହୁଏ । ଡିଗ୍ରୀ ସେଲସିୟସ ଏବଂ ଡିଗ୍ରୀ ଫାରେନ୍‌ହାଇଟ୍‌ ୟୁନିଟ୍ ପାଇଁ ଡିଗ୍ରୀ ଶବ୍ଦ ଇଂରାଜୀର ଏକ ଛୋଟ ଅକ୍ଷରରୁ ଆରମ୍ଭ ହୁଏ । ସେଲସିୟସ ଏବଂ ଫାରେନ୍‌ହାଇଟ୍ ଇଂରାଜୀର ବଡ଼ ଅକ୍ଷରରୁ ଆରମ୍ଭ ହୁଏ । ୟୁନିଟ କେଲଭିନ୍ ଇଂରାଜୀର ଛୋଟ ଅକ୍ଷରରୁ ଆରମ୍ଭ ହୁଏ ।

ସମସ୍ତ ୟୁନିଟର ପ୍ରତୀକ (C, °F, K) ହେଉଛି ଇଂରାଜୀର ବଡ଼ ଅକ୍ଷର । ଏକ ବାକ୍ୟ ଶେଷ ହୋଇ ନଥିଲେ ପ୍ରତୀକ ପରେ ବିନ୍ଦୁ ଦିଆଯାଏ ନାହିଁ । ତାପମାତ୍ରା ଲେଖୁବା ସମୟରେ, ସଂଖ୍ୟା ଏବଂ ଏକକ ମଧ୍ୟରେ ଏକ ସ୍ଥାନର ବ୍ୟବଧାନ ଥାଏ । କେନ୍‌ଭିନ (K)ରେ ଡିଗ୍ରୀ ଚିହ୍ନ ଲେଖାଯାଏ ନାହିଁ ।

ଥର୍ମୋମିଟର ତିଆରି ହେବା ପୂର୍ବରୁ ଜ୍ଵର କିପରି ମପା ହେଉଥୁଲା ?
ଊ. ଜ୍ୱର ବ୍ୟକ୍ତିର ନାଡ଼ିର ସ୍ପନ୍ଦନ ହାରକୁ ପ୍ରଭାବିତ କରିଥାଏ । ଭାରତରେ ପ୍ରାଚୀନ କାଳରେ ମଧ୍ୟ ଏପରି କରିବାର ଜଣା ପଡ଼ିଛି । ତେବେ ଜ୍ଵର ବ୍ୟତୀତ ଅନ୍ୟ କେତେକ ପରିସ୍ଥିତି ମଧ୍ୟ ନାଡ଼ିର ସ୍ପନ୍ଦନ ହାରକୁ ପ୍ରଭାବିତ କରିଥାଏ । ତେଣୁ କେବଳ ନାଡ଼ି ସ୍ପନ୍ଦନ ହାର ଜ୍ଵରର ଏକ ନିର୍ଭରଯୋଗ୍ୟ ସୂଚକ ନୁହେଁ ।

ଫୁଟୁଥିବା ପାଣି କିମ୍ବା ବରଫର ତାପମାତ୍ରା ମାପିବାପାଇଁ ଜ୍ଵର ମାପକ ଥର୍ମୋମିଟର ବ୍ୟବହାର କରି ପାରିବା କି ?
ଊ. ନା, ଫୁଟୁଥିବା ପାଣି ଏବଂ ବରଫର ତାପମାତ୍ରା ଜ୍ୱରମାପକ ଥର୍ମୋମିଟର ମପାଯାଇପାରିବ ନାହିଁ । କାରଣ ଏହା ଥର୍ମୋମିଟର ପରିସର ବାହାରେ ଥାଏ ।

ଜ୍ଵରମାପକ ଥର୍ମୋମିଟର ପରିସର ବାହାରେ ଆମେ କିପରି ତାପମାତ୍ରା ମାପିପାରିବା ?
ଉ. ଜ୍ୱରମାପକ ଥର୍ମୋମିଟର ପରିସର ବାହାରେ ତାପମାତ୍ରା ମାପିବା ପାଇଁ ବିଜ୍ଞାନାଗାର ଥର୍ମୋମିଟର ବ୍ୟବହାର କରାଯାଇଥାଏ ।

ବିଜ୍ଞାନାଗାର ଥର୍ମୋମିଟର :
ଫୁଟୁଥ‌ିବା ପାଣି କିମ୍ବା ବରଫର ତାପମାତ୍ରା ଜ୍ୱରମାପକ ଥର୍ମୋମିଟରରେ ମପାଯାଇପାରିବ ନାହିଁ । କାରଣ ଏହା ଥର୍ମୋମିଟର ପରିସରର ବାହାରେ ଥାଏ । ତେଣୁ ଏଥ‌ିପାଇଁ ବିଜ୍ଞାନାଗାର ଥର୍ମୋମିଟର ବ୍ୟବହାର କରାଯାଇପାରିବ ।

ବିଜ୍ଞାନାଗାଁର ଥର୍ମୋମିଟର ହେଉଛି ଏକ ଲମ୍ବା, ସଂକୀର୍ଣ୍ଣ କାଚନଳୀ ଯାହା ଉଭୟ ପାର୍ଶ୍ଵରୁ ବନ୍ଦ ରହିଥାଏ । ନଳୀର ଗୋଟିଏ ମୁଣ୍ଡରେ ଏକ ବଲ୍‌ବ ଥାଏ, ଯେଉଁଥିରେ ଏକ ତରଳ ପଦାର୍ଥ ଥାଏ । ବିଲ୍‌ବ ବାହାରେ, ନଳୀରେ ତରଳ ପଦାର୍ଥର ଏକ ସଂକୀର୍ଣ୍ଣ ସ୍ଵମ୍ଭ ଦେଖୁବାକୁ ମିଳେ । ନଳୀରେ ଏକ ସେଲସିୟସ୍ ସ୍କେଲ୍ ଚିହ୍ନିତ ହୋଇଛି । ତାପମାତ୍ରାର ପରିବର୍ତ୍ତନ ସହିତ ତରଳ ସ୍ତମ୍ଭ ବୃଦ୍ଧି ପାଏ କିମ୍ବା ହ୍ରାସ ହୋଇଥାଏ । ତରଳ ସ୍ତମ୍ଭର ଉପର ସ୍ତର ଯେଉଁ ତାପମାତ୍ରାରେ ସ୍ଥିର ହୋଇଥାଏ ତାହାହିଁ ତାପମାତ୍ରାର ପାଠ୍ୟଙ୍କ ।

ସାବଧାନତା :
ବିଜ୍ଞାନାଗାର ଥର୍ମୋମିଟର ବ୍ୟବହାର କରିବା ସମୟରେ ନିଆଯାଉଥିବା ସତର୍କତା :
ସାବଧାନତାର ସହ ବ୍ୟବହାର କର । ଯଦି ଏହା କୌଣସି କଠିନ ବସ୍ତୁରେ ଆଘାତ କରେ, ତେବେ ଏହା ଭାଙ୍ଗିଯାଇପାରେ ।
ଏହାର ଅଗ୍ରଭାଗରେ ଥ‌ିବା ବଲ୍‌ବକୁ ଛୁଅଁ ନାହିଁ ।

ବିଜ୍ଞାନଗାର ଥର୍ମୋମିଟରରେ ବ୍ୟବହୃତ ତରଳ ପଦାର୍ଥ ସାଧାରଣତଃ ଆଲକୋହଲ (ସହଜରେ ଦେଖାଯିବା ପାଇଁ ଏହା ଲାଲ ରଙ୍ଗର) କିମ୍ବା ପାରଦ ଅଟେ ।

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

କାର୍ଯ୍ୟ-୩ : ଆସ ପର୍ଯ୍ୟବେକ୍ଷଣ କରିବା

  • ଆସ ଏକ ନିର୍ଦ୍ଦିଷ୍ଟ ବିଜ୍ଞାନଗାର ଥର୍ମୋମିଟର ତାପମାତ୍ରା ପରିସର ଜାଣିବାକୁ ଚେଷ୍ଟା କରିବା ।
  • ଏକ ବିଜ୍ଞାନଗାର ଥର୍ମୋମିଟର ନିଅ ଏବଂ ଏହାକୁ ଧ୍ୟାନର ସହ ନିରୀକ୍ଷଣ କର ।

ନିମ୍ନଲିଖତ ପ୍ରଶ୍ନର ଉତ୍ତର ଲେଖ :
ଏହା ସର୍ବନିମ୍ନ କେତେ ତାପମାତ୍ରା ମାପିପାରିବ ?
ଊ. -10° C

ଏହା ସର୍ବାଧ‌ିକ କେତେ ତାପମାତ୍ରା ମାପିପାରିବ ?
ଉ. 110° C

ତେଣୁ ଏହି ଥର୍ମୋମିଟରର ପରିସର ହେଉଛି –10°C ରୁ 110°C ।

ବିଜ୍ଞାନାଗାର ଥର୍ମୋମିଟରର ଦୁଇଟି ବଡ଼ ଗାର ଚିହ୍ନ ମଧ୍ଯରେ ତାପମାତ୍ରା ବ୍ୟବଧାନ ହେଉଛି 10°C । ଏହି ଦୁଇଟି ବଡ଼ ଗାର ମଧ୍ୟରେ 10 ଟି ଛୋଟ ଘର ଅଛି । ପ୍ରତ୍ୟେକ ଛୋଟ ଭାଗ 1°C କୁ ସୂଚିତ କରିଥାଏ ତେଣୁ ଥର୍ମୋମିଟରରେ ମପାଯାଇ ପାରୁଥିବା ସବୁଠାରୁ ଛୋଟ ପାଠ୍ୟଙ୍କ ହେଉଛି 1°C ।

କାର୍ଯ୍ୟ-୪ : ଆସ ପର୍ଯ୍ୟବେକ୍ଷଣ କରି ହିସାବ କରିବା

ଆସ ଏକ ନିର୍ଦ୍ଦିଷ୍ଟ ବିଜ୍ଞାନାଗାର ଥର୍ମୋମିଟରରେ ମପାଯାଇପାରୁଥିବା ସର୍ବନିମ୍ନ ତାପମାତ୍ରା ବିଷୟରେ ଜାଣିବା ।
ଏକ ବିଜ୍ଞାନାଗାର ଥର୍ମୋମିଟର ନେଇ ଏହାକୁ ଧ୍ୟାନର ସହ ନିରୀକ୍ଷଣ କରାଯାଉ ।

ନିମ୍ନଲିଖତ ପ୍ରଶ୍ନର ଉତ୍ତର ଲେଖ :
ଦୁଇଟି ବଡ଼ ଗାର ଚିହ୍ନ ମଧ୍ଯରେ ତାପମାତ୍ରା ବ୍ୟବଧାନ କେତେ ସୂଚିତ ହୋଇଛି ?
ଊ. 10° C

ଏହି ଦୁଇଟି ବଡ଼ ଗାର ମଧ୍ୟରେ କେତୋଟି ଛୋଟ ଗାର ଅଛି ?
ଊ. 10 ଟି

ଗୋଟିଏ ଛୋଟ ଭାଗ କେତେ ତାପମାତ୍ରା ସୂଚିତ କରେ ?
ଊ. 1°C

ତେଣୁ ଥର୍ମୋମିଟରରେ ମପାଯାଇପାରୁଥିବା ସବୁଠାରୁ ଛୋଟ ପାଠ୍ୟଙ୍କ ହେଉଛି :
ଊ. 1°C

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

ଅତି ନିକଟରୁ ଏକ ଥର୍ମୋମିଟରର ଏକ ଅଂଶ ଦର୍ଶାଯାଇଛି । ଚିତ୍ରରେ ଦର୍ଶାଯାଇଥ‌ିବା ଥର୍ମୋମିଟର ପାଇଁ ୦°C ରୁ 10 C କିମ୍ବା 10 C ରୁ 20°C ମଧ୍ୟରେ ସୂଚିତ ତାପମାତ୍ରାର ପାର୍ଥକ୍ୟ ହେଉଛି 10 C ଏବଂ ଏହି ଚିହ୍ନଦ୍ଵୟ ମଧ୍ଯରେ 10ଟି ଭାଗ ରହିଛି । ତେଣୁ ଗୋଟିଏ ଛୋଟ ଭାଗ 10° C/10 = 1°C କୁ ସୂଚାଏ । ଅର୍ଥାତ୍ ଏହି ଥର୍ମୋମି ଟର ରେ ମପାଯାଇପାରୁଥିବା ସବୁଠାରୁ ଛୋଟ ପାଠ୍ୟଙ୍କ ହେଉଛି 1°C ।
Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ 4

ବିଜ୍ଞାନଗାର ଥର୍ମୋମିଟର ବ୍ୟବହାର କରି ତାପମାତ୍ରା ମାପିବାର ଉପଯୁକ୍ତ ଉପାୟ :

  • ଥର୍ମୋମିଟରକୁ ପାଣିରେ ବୁଡ଼ାଇଲେ ଏହାର ବଲ୍‌ବ ତଳ ପାର୍ଶ୍ଵକୁ କିମ୍ବା ପାତ୍ରର ପାର୍ଶ୍ଵକୁ ଛୁଇଁବା ଉଚିତ ନୁହେଁ ।
  • ଥର୍ମୋମିଟରକୁ ଲମ୍ବଭାବରେ ସିଧା ରଖୁବା ଉଚିତ । ଏହାକୁ ବଙ୍କାଇବା / ତେରଛା ରଖୁବା ଉଚିତ୍ ନୁହେଁ ।
  • ଥର୍ମୋମିଟର ପାଣିରେ ଥ‌ିବା ସମୟରେ ତାପମାତ୍ରାର ପାଠ୍ୟଙ୍କ ନେବା ଜରୁରୀ ।
  • ଥର୍ମୋମିଟରର ପାସ୍ୟାଙ୍କ ନେବା ସମୟରେ ଆମ ଆଖୁ ସିଧାସଳଖ ଭାବେ ସ୍ତମ୍ଭର ସ୍ତର ସହିତ ଏକ ସରଳରେଖାର ରହିବା ଉଚିତ ।
    Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ 5
  • ଏକ ପାତ୍ରରେ ଉଷୁମ ପାଣି ନିଆଯାଉ ।
  • ଥର୍ମୋମିଟରକୁ ପାଣିରେ ବୁଡ଼ାଇ ଦିଅ ଯେପରିକି ଅଗ୍ରଭାଗ ପାଣିରେ ବୁଡ଼ିରହିବ
  • ଥର୍ମୋମିଟରରେ ତରଳ ସ୍ତମ୍ଭର ବୃଦ୍ଧିକୁ ନିରୀକ୍ଷଣ କରାଯାଉ ।
  • ସ୍ତମ୍ଭ ସ୍ଥିର ହେବା ପର୍ଯ୍ୟନ୍ତ ଅପେକ୍ଷା କର ଏବଂ ତାପମାତ୍ରାକୁ ଧ୍ୟାନ ଦିଆଯାଉ (ଅଧୁକ ସମୟ ଅପେକ୍ଷା କର ନାହିଁ, ନଚେତ୍ ପାଣି ଥଣ୍ଡା ହୋଇଯିବ) ।
  • ଥର୍ମୋମିଟରକୁ ପାଣିରୁ ବାହାର କରିବା ମାତ୍ରେ ତରଳ ସ୍ତମ୍ଭର ସ୍ତର ଖସିବା ଆରମ୍ଭ ହୋଇଯାଏ , ଅର୍ଥାତ୍ ଥର୍ମୋମିଟର ପାଣିରେ ବୁଡ଼ାଇଥିବା ସମୟରେ ତାପମାତ୍ରାର ପାଠ୍ୟଙ୍କ ନେବା ନିହାତି ଜରୁରୀ ।

କାର୍ଯ୍ୟ–୬ : ଆସ ସ ତୁଳନା କରିବା

  • ଫୁଟୁଥୁବା ପାଣିର ତାପମାତ୍ରା ମାପିବା ପାଇଁ ରାଧାର ବିଜ୍ଞାନ ଶିକ୍ଷକ ପରୀକ୍ଷା କରିବାପାଇଁ ବ୍ୟବସ୍ଥା କରିଥିଲେ।
  • ରାଧା ଓ ତାଙ୍କ ସହପାଠୀମାନେ ନେଇଥିବା ଫୁଟୁଥିବା ପାଣିର ତାପମାତ୍ରା ସାରଣୀରେ ଦିଆଯାଇଛି ।

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

ସାରଣୀ – ୨ : ଫୁଟୁଥିବା ପାଣିର ତାପମାତ୍ରା

ନାମ ଫୁଟୁଥ‌ିବା ଜଳର ତାପମାତ୍ରା °C
ରାଧା 97.8
ନବୀନ 98.0
ସୂର୍ଯ୍ୟ 97.9
ବିଜୟ 98.0
ଶର୍ମିଳା 98.1

ବାୟୁମଣ୍ଡଳର ତାପମାତ୍ରା :
ବାୟୁମଣ୍ଡଳର ତାପମାତ୍ରା ସାଧାରଣତଃ ପ୍ରତିଦିନ ଭିନ୍ନ ଭିନ୍ନ ହୋଇଥାଏ ।
ସାଧାରଣତଃ ଗ୍ରୀଷ୍ମ ଋତୁରେ ବାୟୁମଣ୍ଡଳର ତାପମାତ୍ରା ଅଧିକ ରହିଥାଏ ଏବଂ ଶୀତ ଋତୁରେ ଏହି ତାପମାତ୍ରା କମ୍ ରହିଥାଏ ।
Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ 6

ବାୟୁମଣ୍ଡଳର ତାପମାତ୍ରା ମାପିବା ପାଇଁ ଅନେକ କୌଶଳ ରହିଛି । ପାଣିପାଗର ଏକ ଗୁରୁତ୍ଵପୂର୍ଣ୍ଣ ସୂଚକ ହେଉଛି ବାୟୁମଣ୍ଡଳର ତାପମାତ୍ରା ଏବଂ ଏହାଦ୍ଵାରା ସମଗ୍ର ବିଶ୍ଵର ପାଣିପାଗ, ପାଣିପାଗ କେନ୍ଦ୍ରରେ ନିରୀକ୍ଷଣ କରାଯାଏ । ପାଣିପାଗ ପୂର୍ବାନୁମାନ କରିବା ପାଇଁ ବାୟୁମଣ୍ଡଳୀୟ ତାପମାତ୍ରା ଏବଂ ଅନ୍ୟାନ୍ୟ ସୂଚକରୁ ସଂଗ୍ରହ କରାଯାଇଥିବା ତଥ୍ୟ ବ୍ୟବହାର କରାଯାଏ ।

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

କାର୍ଯ୍ୟ–୭ : ଆସ ବିଶ୍ଳେଷଣ କରିବା

  • କ୍ରମାଗତ 10 ଦିନ ପର୍ଯ୍ୟନ୍ତ ଗୋଟିଏ ସ୍ଥାନପାଇଁ ପାଣିପାଗ ରିପୋର୍ଟ ପଢ଼ା କିମ୍ବା ଶୁଣ ।
  • ପ୍ରତ୍ୟେକ ଦିନ ପାଇଁ ସର୍ବୋଚ୍ଚ ଏବଂ ସର୍ବନିମ୍ନ ବାୟୁମଣ୍ଡଳର ତାପମାତ୍ରା ଲିପିବଦ୍ଧ କର ।

ସାରଣୀ ୩ : ବାୟୁମଣ୍ଡଳର ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା

କ୍ର.ସଂ. ତାରିଖ ବାୟୁମଣ୍ଡଳର ସର୍ବୋଚ୍ଚ ତାପମାତ୍ରା ବାୟୁମଣ୍ଡଳର ସର୍ବନିମ୍ନ ତାପମାତ୍ରା
1. 11.01.2025 30°C 15°C
2. 12.01.2025 29°C 13°C
3. 13.01.2025 29.5°C 15°C
4. 14.01.2025 30°C 14°C
5. 15.01.2025 28.5°C 13°C
6. 16.01.2025 29.5°C 15°C
7. 17.01.2025 30.5°C 14.5°C
8. 18.01.2025 28.5°C 13°C
9. 19.01.2025 29°C 15°C
10. 20.01.2025 28°C 14°C

ଜଣେ ବୈଜ୍ଞାନିକଙ୍କୁ ଜାଣିବା : ଆନ୍ତାମଣି ଜଣେ ଭାରତୀୟ ବୈଜ୍ଞାନିକ ଥିଲେ, ଯିଏକି ‘ଭାରତର ପାଣିପାଗ ମହିଳା’’ ଭାବରେ ମଧ୍ୟ ପରିଚିତ । ସେ ବହୁସଂଖ୍ୟକ ପାଣିପାଗ ମାପ ଯନ୍ତ୍ରର ଆବିଷ୍କାର ଓ ନିର୍ମାଣ କରିଥିଲେ । ଏହାଦ୍ଵାରା ଏଭଳି ଉପକରଣ ପାଇଁ ଅନ୍ୟ ଦେଶ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇଥିଲା । ସେ ଭାରତରେ ପବନ ଏବଂ ସୌର ଶକ୍ତିର ବ୍ୟବହାରର ସମ୍ଭାବନା ମଧ୍ଯ ଅନ୍ଵେଷଣ କରିଥିଲେ । ତାଙ୍କ କାର୍ଯ୍ୟ ଭାରତକୁ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ବିଶ୍ଵର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ର ହେବାରେ ସାହାଯ୍ୟ କରିଥିଲା । ସେହିପରି ଆମ ଓଡ଼ିଆ ପାଣିପାଗ ବୈଜ୍ଞାନିକ ‘ମୃତ୍ୟୁଞ୍ଜୟ ମହାପାତ୍ର’’ ମଧ୍ୟ ପାଣିପାଗ ଓ ବାସ୍ୟାର ସଠିକ୍ ସୂଚନା ଦେଇ ସୁନାମ ଅର୍ଜନ କରିଛନ୍ତି ।
Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ 7

Class 6 Science Chapter 7 Notes Odia Medium ତାପମାତ୍ରା ଏବଂ ଏହାର ମାପ

ବିଜ୍ଞାନଭିତ୍ତିକ ପ୍ରମୁଖ ଶବ୍ଦ

୧. ବାୟୁମଣ୍ଡଳୀୟ ତାପମାତ୍ରା
୨. ବିଶ୍ଳେଷଣ
୩. ସେଲସିୟସ ସ୍କୁଲ
୪. ସିଦ୍ଧାନ୍ତ
୫. ଜ୍ଵରମାପକ ଥର୍ମୋମିଟର
୬. ଅନୁସନ୍ଧାନ
୭. ଡିଗ୍ରୀ ସେଲସିୟସ୍
୮. ମାପିବା
୯. ଡିଗ୍ରୀ ଫାରେନହାଇଟ୍
୧୦. ପର୍ଯ୍ୟବେକ୍ଷଣ
୧୧. ଫାରେନ୍‌ହାଇଟ୍ ସ୍କେଲ
୧୨. ସାବଧାନତା
୧୩. କେଲଭିନ୍
୧୪. ପୂର୍ବାନୁମାନ
୧୫. କେଲଭିନ୍ ସ୍କେଲ
୧୬. ବିଜ୍ଞାନାଗାର ଥର୍ମୋମିଟର
୧୭, ତାପମାତ୍ରା
୧୮. ତାପମାତ୍ରାରେ SI ୟୁନିଟ୍

ବିଷୟବସ୍ତୁର ସାରାଂଶ :

  • ଶରୀରର ତାପମାତ୍ରା ଆମ ଶରୀର କେତେ ଗରମ କିମ୍ବା ଥଣ୍ଡା ଜଣାଇଥାଏ ।
  • ତାପମାତ୍ରାର ତିନୋଟି ସର୍ବାଧ‌ିକ ବ୍ୟବହୃତ ସ୍କେଲ ହେଉଛି : (କ) ସେଲସିୟସ ସ୍କେଲ, (ଖ) ଫାରେନ୍ହାଇଟ୍ ସ୍କୁଲ ଏବଂ (ଗ) କେଲଭିନ୍ ସ୍କେଲ । ଏହି ସ୍କେଲଗୁଡ଼ିକରେ ତାପମାତ୍ରାର
  • ଏକକଗୁଡ଼ିକ ହେଉଛି (କ) ଡିଗ୍ରୀ ସେଲସିୟସ, ଯାହା °C, (ଖ) ଡିଗ୍ରୀ ଫାରେନ୍ହାଇଟ୍ ଯାହା °F ଏବଂ (ଗ) କେଲଭିନ୍, ଯାହାକୁ K ଦ୍ଵାରା ସୂଚିତ କରାଯାଏ ।
  • ତାପମାତ୍ରା ପାଇଁ SI ୟୁନିଟ ହେଉଛି କେନ୍‌ଭିନ୍ ।
  • ଶରୀରର ତାପମାତ୍ରା ମାପିବା ପାଇଁ ଜ୍ଵରମାପକ ଥର୍ମୋମିଟର ବ୍ୟବହାର କରାଯାଏ ।
  • ଜଣେ ସୁସ୍ଥ ବୟସ୍କ ବ୍ୟକ୍ତିଙ୍କ ସାଧାରଣ ତାପମାତ୍ରା 37.0 ଡିଗ୍ରୀ ସେଲସିୟସ ବା 98.6 ଡିଗ୍ରୀ ଫାରେନହାଇଟ ବୋଲି ଗ୍ରହଣ କରାଯାଏ ।
  • ବିଜ୍ଞାନଗାର ଥର୍ମୋମିଟର ତାପମାତ୍ରା ସାଧାରଣତଃ −10 ଡିଗ୍ରୀ ସେଲସିୟସରୁ 110 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଥାଏ ।

Class 6 Science Chapter 6 Notes Odia Medium ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁ

Go through BSE Odisha Class 6 Science Notes Odia Medium and Class 6 Science Chapter 6 Notes Odia Medium ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁ to understand important concepts and topics more clearly.

6th Class Science Chapter 6 Notes Odia Medium

BSE Odisha Class 6 Science Chapter 6 Notes Odia Medium

ବିଷୟବସ୍ତ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବା :

ଗ୍ରୀଷ୍ମ ଛୁଟି ପରେ ଭୃଗୁ ଏବଂ ସୃଷ୍ଟି ସେମାନଙ୍କର ନୂତନ ଶ୍ରେଣୀକୁ ଯିବାପାଇଁ ଅତ୍ୟନ୍ତ ଉତ୍ସାହିତ ଥିଲେ । ସେମାନେ ନିଜ ଶ୍ରେଣୀରେ ପ୍ରବେଶ କରି କଥାବାର୍ତ୍ତା ଆରମ୍ଭ କଲେ । ସୃଷ୍ଟି ପଚାରିଲା, ‘‘ତୁମେ ଆଜି ବିଦ୍ୟାଦୟକୁ କ’ଣ ଆଣିଛ ?”’
Class 6 Science Chapter 6 Notes Odia Medium ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁ 1
କିଛି ସମୟ ପରେ ସେମାନଙ୍କ ବିଜ୍ଞାନ ଶିକ୍ଷୟିତ୍ରୀ ବିଦ୍ୟା ଦିଦି ଶ୍ରେଣୀରେ ପ୍ରବେଶ କରି ଶିକ୍ଷାର୍ଥୀଙ୍କ ସହ କଥାବାର୍ତ୍ତା କରିଥିଲେ । ସେମାନଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଅନେକ ବସ୍ତ ବିଷୟରେ ଆଲୋଚନା କଲେ ଏବଂ ପଚାରିଲେ, ସବୁ ବସ୍ତ ସମାନ ଅଟନ୍ତି, ନା ସେମାନଙ୍କର ଭିତରେ କିଛି ଭିନ୍ନତା ରହିଛି ? ସେମାନଙ୍କର ଆକୃତି ଏବଂ ରଙ୍ଗ କିପରି ? ସେମାନଙ୍କୁ ସ୍ପର୍ଶ କଲେ କେମିତି ଅନୁଭବ ହୁଏ ? ସେମାନଙ୍କ ମଧ୍ୟରୁ କେତେକ ଅନ୍ୟମାନଙ୍କ ତୁଳନାରେ ଭାରୀ କି ?”

Class 6 Science Chapter 6 Notes Odia Medium ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁ

ବସ୍ତ ଓ ପଦାର୍ଥ :

  • କୌଣସି ବସ୍ତୁ ତିଆରି ପାଇଁ ବ୍ୟବହୃତ ହେଉଥ‌ିବା ଉପାଦାନଗୁଡ଼ିକୁ ପଦାର୍ଥ କୁହାଯାଏ ।
  • ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁଗୁଡ଼ିକ ବିଭିନ୍ନ ପଦାର୍ଥକୁ ନେଇ ଗଠିତ ।
  • କାଗଜ, କାଠ, କପଡ଼ା, କାଚ, ଧାତୁ, ପ୍ଲାଷ୍ଟିକ, ମାଟି ଆଦି କେତେକ ପଦାର୍ଥକୁ ନେଇ ସମସ୍ତ ବସ୍ତୁ ତିଆରି ହୋଇଥାଏ ।
  • ଯେ କୌଣସି ବସ୍ତୁ ଭିନ୍ନ ଭିନ୍ନ ପଦାର୍ଥରୁ ତିଆରି ହୋଇଥାଏ ଏବଂ କେତେକ ପଦାର୍ଥକୁ ବ୍ୟବହାର କରି ଏକାଧୁକ ବସ୍ତ ମଧ୍ଯ ତିଆରି କରାଯାଇପାରେ ।

କାର୍ଯ୍ୟ-୧ : ଆସ ଚିହ୍ନଟ କରିବା

ତୁମେ ଚତୁଃପାର୍ଶ୍ଵରେ ଦେଖୁଥ‌ିବା ପଦାର୍ଥଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କର ଏବଂ ସାରଣୀରେ ସେଗୁଡ଼ିକଦ୍ଵାରା ଗଠିତ ବସ୍ତୁର ନାମ ଲେଖ ।

ସାରଣୀ – ୧ : ବସ୍ତୁ ଚିହ୍ନଟ କର

ମୁଁ ଦେଖୁଥ‌ିବା ବସ୍ତ ସେଗୁଡ଼ିକ କେଉଁ ପଦାର୍ଥରୁ ତିଆରି
୧. ବହି କାଗଜ
୨. ଟେବୁଲ କାଠ, କାଚ, ପ୍ଲାଷ୍ଟିକ
୩. ଗ୍ଲାସ କାଚ, ଷ୍ଟିଲ, ପ୍ଲାଷ୍ଟିକ
୪. ନୋଟ୍ ଖାତା କାଗଜ
୫. ପେନ୍ ପ୍ଲାଷ୍ଟିକ, ଧାତୁ
୬. ପେନ୍ସିଲ କାଠ ଏବଂ କାର୍ବନ (ଗ୍ରାଫାଇଟ୍)
୭. ସ୍କେଲ ପ୍ଲାଷ୍ଟିକ, ଲୁହା
୮. କଇଁଚି ଧାତୁ ଏବଂ ପ୍ଲାଷ୍ଟିକ
୯. ଚେୟାର କାଠ, ପ୍ଲାଷ୍ଟିକ୍
୧୦. ସାର୍ଟ କପଡ଼ା ଏବଂ ପ୍ଲାଷ୍ଟିକ (ବଟମ୍)

ଦୈନନ୍ଦିନ ଜୀବନରେ ଅନେକ ପର୍ଯ୍ୟବେକ୍ଷଣକୁ ଆଧାର କରି, ଜଣେ ଏହି ସିଦ୍ଧାନ୍ତରେ ପହଞ୍ଚିପାରିବ ଯେ ବସ୍ତୁଗୁଡ଼ିକ ବିଭିନ୍ନ ପଦାର୍ଥକୁ ନେଇ ଗଠିତ ।

Class 6 Science Chapter 6 Notes Odia Medium ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁ

ଭାରତୀୟ ଉପମହାଦେଶରେ ଗଙ୍ଗା ସମତଳ ଭୂମି (ଲାହୁରାଦେବ) ଏବଂ ବେଲୁଚିସ୍ଥାନ (ମେହେରଗଡ଼)ରେ 7,000 ରୁ 8000 ବର୍ଷ ତଳର ପୁରାତନ ମାଟିପାତ୍ର ମିଳିଥିଲା । ଚକ ବୁଲାଇ ମାଟିପାତ୍ର ପ୍ରସ୍ତୁତ କରିବା ପ୍ରଣାଳୀ ଖ୍ରୀଷ୍ଟପୂର୍ବ 4000 ଠାରୁ ସିନ୍ଧୁ ସଭ୍ୟତାରେ ଆରମ୍ଭ ହୋଇଥିଲା । ସେହି ମାଟିପାତ୍ରକୁ ସଜ୍ଜୀକରଣ କରିବା ପାଇଁ ରଙ୍ଗରେ କାରୁକାର୍ଯ୍ୟ କରିବାର କୌଶଳ ବିକଶିତ ହୋଇଥିଲା ।

ଖ୍ରୀଷ୍ଟପୂର୍ବ 2600-1900 ମଧ୍ୟରେ ‘ହରପ୍ପା’ ସଭ୍ୟତାରେ ଏହି କୌଶଳ ଅଧ‌ିକ ବିକଶିତ ହୋଇଥିଲା । ଏହି ମାଟିପାତ୍ରଗୁଡ଼ିକରେ ଏକ ଗାଢ଼ ଲାଲ ପୃଷ୍ଠରେ କଳାରଂଗର ବିଭିନ୍ନ ଜ୍ୟାମିତିକ ସଂରଚନା ଓ ଜଳଚର, ସ୍ଥଳଚର ଜୀବମାନଙ୍କର ବିଭିନ୍ନ ଚିତ୍ର ଅଙ୍କାଯାଇଥିଲା ହାଣ୍ଡି, ବାସନ, ପାତ୍ର ଏବଂ ଅନ୍ୟାନ୍ୟ ଜିନିଷ ତିଆରି ପାଇଁ ବ୍ୟବହୃତ ମାଟିକୁ ସାବଧାନତାର ସହ ଚିହ୍ନଟ କରାଯାଇ ସଫା କରାଯାଇଥିଲା । ତା’ପରେ ଏହାକୁ ଗୁଣ୍ଡ କାଯାଉଥିଲା ଚକଟା ଯାଉଥିଲା ।

ଏହି ଚକଟାମାଟିକୁ ଚକରେ ବୁଲାଇ ବିଭିନ୍ନ ଆକାର ଦିଆଯାଉଥିଲା ଓ ଶେଷରେ ଭାଟିରେ ପୋଡ଼ାଯାଉଥିଲା । ଏହାକୁ ଟେରାକୋଟା କୁହାଯାଇଥିଲା । ରୋଷେଇଠାରୁ ଆରମ୍ଭ କରି ତେଲ, ଘିଅ, ଖାଦ୍ୟଶସ୍ୟ ଇତ୍ୟାଦି ସାଇତି ରଖୁବା ପାଇଁ ଏହି ମାଟିପାତ୍ରକୁ ବ୍ୟବହାର କରାଯାଉଥିଲା । ନୂଆ ଦିଲ୍ଲୀର ଜାତୀୟ ସଂଗ୍ରହାଳୟରେ କିଛି ବଡ଼ ଜାର ଏବଂ ଅନ୍ୟାନ୍ୟ ମାଟିପାତ୍ର ପ୍ରଦର୍ଶିତ ହୋଇଛି ।

ଆମ ରାଜ୍ୟର ଭୁବନେଶ୍ଵରର କଳାଭୂମି ସଂଗ୍ରହାଳୟରେ ଏହିଭଳି ମାଟିପାତ୍ରଗୁଡ଼ିକର ପ୍ରଦର୍ଶିତ କରାଯାଇଛି ।

ବସ୍ତୁଗୁଡ଼ିକର ବର୍ଗୀକରଣ :
ବସ୍ତୁଗୁଡ଼ିକୁ ଭିନ୍ନ ଭିନ୍ନ ଶ୍ରେଣୀରେ ବିଭକ୍ତ କରିବାର ପଦ୍ଧତିକୁ ବର୍ଗୀକରଣ କୁହାଯାଏ । ଆମେ ନିର୍ଦ୍ଦିଷ୍ଟ ଗୁଣ ଆଧାରରେ ପଦାର୍ଥଗୁଡ଼ିକୁ ବର୍ଗୀକରଣ କରିପାରିବା ।
ବସ୍ତୁଗୁଡ଼ିକୁ ସେମାନଙ୍କର ଗୋଟିଏ ସାଧାରଣ ଗୁଣ ଯଥା – ଆକୃତି, ରଙ୍ଗ, କଠିନତା, ନମନୀୟତା, ଓଜ୍ଜଲ୍ୟତା, ମଳିନତା ଆଦି ଆଧାରରେ ବର୍ଗୀକରଣ କରାଯାଇଥାଏ ।

କାର୍ଯ୍ୟ-୩ : ଆସ ଚିନ୍ତା କରିବା : ଆମେ କେଉଁ ପଦାର୍ଥ ବ୍ୟବହାର କରି ଏକ ଗ୍ଳାସ ତିଆରି କରିପାରିବା

Class 6 Science Chapter 6 Notes Odia Medium ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁ 2

ଗ୍ଲାସ୍ ତିଆରି ପାଇଁ ବ୍ୟବହୃତ ପଦାର୍ଥ ଜଳକୁ ଧରି ରଖୁବାରେ ସକ୍ଷମ ହେବା ଉଚିତ । ଜଳ ସଂରକ୍ଷଣ ପାଇଁ କପଡ଼ାରେ ନିର୍ମିତ ଗ୍ଲାସ ବ୍ୟବହାର କରାଯାଇପାରିବ ନାହିଁ କାରଣ ଏଥ‌ିରେ ଥ‌ିବା ଛିଦ୍ରରେ ପାଣି ବାହାରକୁ ବାହାରି ଆସିବ ।

ରୋଷେଇ ବାସନ ପାଇଁ କାଗଜ ପରି ପଦାର୍ଥ ବ୍ୟବହାର କରାଯାଇପାରିବ ନାହିଁ, କାରଣ ତାପ ପାଇଲେ କାଗଜ ଜଳିଯିବ ।

Class 6 Science Chapter 6 Notes Odia Medium ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁ

କାର୍ଯ୍ୟ-୪ : ଆସ ଅନୁସନ୍ଧାନ କରିବା

  • ଚିତ୍ରରେ ବିଭିନ୍ନ ପ୍ରକାର ବଲ୍ ଦର୍ଶାଯାଇଛି ଯାହା ସମାନ ଆକାରର କିନ୍ତୁ ବିଭିନ୍ନ ପଦାର୍ଥରେ ଗଠିତ ।
  • ପ୍ରତ୍ୟେକ ବଲ୍‌କୁ ନେଇ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାକୁ ଛାଡ଼ି ଦିଆଯାଉ ।
  • ବଲ୍ କେତେ ଉଚ୍ଚତାକୁ ଉଠିପାରେ ତାହା ଲକ୍ଷ୍ୟ କରି ଏକ ସାରଣୀରେ ଲେଖାଯାଉ ।
  • ସବୁଠାରୁ ଉଚ୍ଚକୁ ଉଠିବା ବଲ୍‌କୁ ଚିହ୍ନଟ କର ।
    Class 6 Science Chapter 6 Notes Odia Medium ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁ 3

ସାରଣୀ – ୨ : ବଲ୍ ଉଠିବା ସ୍ତର

ବଲ୍ ଉଠିଥିବା ସ୍ତର (ଉଚ୍ଚ, ମଧ୍ୟମ କିମ୍ବା ନିମ୍ନ)
ଟେନିସ୍ ବଲ୍ ଅଧିକ ଉଚ୍ଚକୁ ଉଠିବ
କ୍ରିକେଟ୍ ବଲ୍ ମଧ୍ୟମ ଉଚ୍ଚକୁ ଉଠିବ
ରବର ବଲ୍ ନିମ୍ନ

ବସ୍ତର ବିଭିନ୍ନ ଗୁଣ ବା ବୈଶିଷ୍ଟ୍ୟ :

  • କୌଣସି ବସ୍ତୁର ଗୁଣ ଏବଂ ବସ୍ତୁକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ, ତାହା ଉପରେ ନିର୍ଭର କରି ବସ୍ତ ତିଆରି ପାଇଁ ପଦାର୍ଥ ଚୟନ କରାଯାଇଥାଏ ।
  • ସାଧାରଣତଃ ଲୁହା, ତମ୍ବା, ଜିଙ୍କ୍, ଆଲୁମିନିୟ, ସୁନା, ରୂପା ଆଦି ପଦାର୍ଥ ଉପରେ ଆଲୋକ ପଡ଼ିଲେ ଏହା ଚକ୍ରଚକ୍ କରିଥାଏ । ଏହାକୁ ବସ୍ତର ଉଜ୍ଜ୍ୱଳତା ଗୁଣ କୁହାଯାଏ । ଧାତୁଗୁଡ଼ିକ ସାଧାରଣତଃ ଏହି ଉଜ୍ଜ୍ୱଳତା ଗ୍ରୁପ ପ୍ରଦର୍ଶନ କରିଥାଏ ।
  • କେତେକ ଧାତୁ ବାୟୁ ଓ ଆର୍ଦ୍ରତାର ପ୍ରଭାବ ହେତୁ ନିଜର ଚମକ ହରାଇଥା’ନ୍ତି କିମ୍ବା ଚମକହୀନ ଦେଖା ଯାଇଥା’ନ୍ତି ।
  • ଚମକୁ ନଥିବା ବସ୍ତର ଉଜ୍ଜ୍ଵଳତା ନଥାଏ । କାଗଜ, କାଠ, ରବର, ଝୋଟ ଇତ୍ୟାଦି ପଦାର୍ଥର ଚମକ ଗୁଣ ନଥାଏ ।
  • ସମସ୍ତ ଚକ୍‌କ୍ କରୁଥିବା ପଦାର୍ଥ ଧାତୁ ନୁହେଁ । କେତେକ ପଦାର୍ଥର ପୃଷ୍ଠକୁ ପ୍ଲାଷ୍ଟିକ, ମହମ ଆଦି ପଦାର୍ଥର ପତଳା ପ୍ରଲେପ ଦେଲେ ଏହା ଚକ୍ରଚକ୍ କରିଥାଏ । କିନ୍ତୁ ଏହି ପଦାର୍ଥଗୁଡ଼ିକ ଧାତୁ ହୋଇ ନଥାଏ ।

Class 6 Science Chapter 6 Notes Odia Medium ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁ

ନରମ ବସ୍ତ ଓ କଠିନ ବସ୍ତୁ :
ଯେଉଁ ବସ୍ତୁକୁ ଆମେ ହାତରେ ଚାପିପାରୁ ଓ ସହଜରେ ଦାଗ ପଡ଼ିଯାଏ, ସେଗୁଡ଼ିକୁ ନରମ ବସ୍ତୁ କୁହାଯାଏ ।
ଉଦାହରଣ : ରବର, ସ୍ପଞ୍ଜ ।

ଯେଉଁ ବସ୍ତୁକୁ ଆମେ ହାତରେ ଚାପିପାରୁନାହିଁ ଏବଂ ସହଜରେ ଏଥିରେ ଦାଗ ପଡ଼ିଯାଏ ନାହିଁ, ସେଗୁଡ଼ିକୁ କଠିନ ବସ୍ତ କୁହାଯାଏ ।
ଉଦାହରଣ : ଲୁହା, ପଥର, କାଠ, ଆଲୁମିନିୟମ୍ ।

କାର୍ଯ୍ୟ–୫ : ଆସ ନିରୀକ୍ଷଣ କରିବା

ସାରଣୀରେ ଦିଆଯାଇଥ‌ିବା ବସ୍ତଗୁଡ଼ିକୁ ତୁମ ହାତରେ ଧରି ରଖ । ସେଗୁଡ଼ିକ କଠିନ ନା ନରମ ଅନୁଭବ କର । ସେଗୁଡ଼ିକ କେଉଁଥୁରୁ ତିଆରି ହୋଇଛି । ସାରଣୀରେ ତୁମ ପର୍ଯ୍ୟବେକ୍ଷଣଗୁଡ଼ିକୁ ଲେଖୁ ରଖ ।

ସାରଣୀ-୩ : କଠିନ କିମ୍ବା ନରମ ବସ୍ତ ଏବଂ ସେଗୁଡ଼ିକ କେଉଁଥୁରେ ତିଆରି ?

ବସ୍ତ କଠିନ/ନରମ କେଉଁଥରେ ତିଆରି ?
ଇଟା କଠିନ ପୋଡ଼ା ହୋଇଥିବା ମାଟି
ପାଣି ବୋତଲ କଠିନ ପ୍ଲାଷ୍ଟିକ / କାଚ
ତକିଆ ନରମ କପଡ଼ା ଏବଂ ତୁଳା
ଗ୍ଲାସ୍ କଠିନ କାଚ / ଷ୍ଟିଲ / ପ୍ଲାଷ୍ଟିକ
ଟେବୁଲ୍ କଠିନ କାଠ, ପ୍ଲାଷ୍ଟିକ ଏବଂ କାଚ
ସ୍ଵେଟର ନରମ ଉଲ୍ (ପଶମ)
ଚାମଚ କଠିନ ଷ୍ଟିଲ, କାଠ, ଆଲୁମିନିୟମ୍
ପେନ୍ କଠିନ ପ୍ଲାଷ୍ଟିକ, ଧାତୁ

ତୁମ ବନ୍ଧୁମାନଙ୍କ ପର୍ଯ୍ୟବେକ୍ଷଣ ସହିତ ତୁମ ପର୍ଯ୍ୟବେକ୍ଷଣକୁ ତୁଳନା କର ଏବଂ ଆଲୋଚନା କର । ତୁମେ ଜାଣିଲ ଯେ ବସ୍ତର ଚମକ, କଠିନତା, ନମନୀୟତା ଏବଂ ରହିପାରେ । ତୁମେ ବସ୍ତର ଅନ୍ୟ କୌଣସି ଗୁଣ ବିଷୟରେ ଚିନ୍ତା କରିପାରିବ କି ? ଆସ ଏହାକୁ ଅଧିକ ଅନୁସନ୍ଧାନ କରିବା ।

Class 6 Science Chapter 6 Notes Odia Medium ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁ

ସ୍ୱଚ୍ଛ ପଦାର୍ଥ, ଅସ୍ୱଚ୍ଛ ପଦାର୍ଥ ଓ ଆଂଶିକ ସ୍ୱଚ୍ଛ ପଦାର୍ଥ :
ଯେଉଁ ପଦାର୍ଥ ମାଧ୍ୟମରେ ଜିନିଷକୁ ସ୍ପଷ୍ଟ ଭାବରେ ଦେଖୁହୁଏ, ତାହାକୁ ସ୍ୱଚ୍ଛ ପଦାର୍ଥ କୁହାଯାଏ ।
ଉଦାହରଣ : କାଚ, ପାଣି, ବାୟୁ, ସେଲୋଫେନ–କାଗଜ ଇତ୍ୟାଦି ସ୍ୱଚ୍ଛ ପଦାର୍ଥ ।

ଯେଉଁ ପଦାର୍ଥ ମାଧ୍ୟମରେ କୌଣସି ଜିନିଷକୁ ଆଦୌ ଦେଖୁ ପାରିବା ନାହିଁ, ତାହାକୁ ଅସ୍ୱଚ୍ଛ ପଦାର୍ଥ କୁହାଯାଏ ।
ଉଦାହରଣ : କାଠ, କାର୍ଡ଼ବୋର୍ଡ଼, ଧାତୁ ଇତ୍ୟାଦି ।

ଯେଉଁ ପଦାର୍ଥ ମାଧ୍ଯମରେ ବସ୍ତ ଦେଖାଯାଏ, କିନ୍ତୁ ସ୍ପଷ୍ଟ ଭାବରେ ଦେଖୁହୁଏ ନାହିଁ, ତାହାକୁ ଆଂଶିକ ସ୍ୱଚ୍ଛ ପଦାର୍ଥ କୁହାଯାଏ ।
ଉଦାହରଣ : ତେଲ ଲଗା କାଗଜ, ମୋଟା କାଚ ଇତ୍ୟାଦି ।

ଚିତ୍ରକୁ ଦେଖ – ଭୃଗୁ (କ), ସୃଷ୍ଟି (ଖ), ସୀତା (ଗ) ଓ ସୃଷ୍ଟିର ଭାଇ (ଘ) ଦ୍ଵାରା ବ୍ୟବହୃତ ବସ୍ତ୍ରର ପ୍ରକୃତିକୁ ଚିହ୍ନଟ କରି ନାମକରଣ କରାଗଲା ।
(କ) ଅସ୍ଵଚ୍ଛ (ଖ) ଅସ୍ୱଚ୍ଛ (ଗ) ଆଂଶିକ ସ୍ୱଚ୍ଛ (ଘ) ସ୍ଵଚ୍ଛ
Class 6 Science Chapter 6 Notes Odia Medium ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁ 4

କାର୍ଯ୍ୟ–୬ : ଆସ ବର୍ଗୀକରଣ କରିବା

ନିମ୍ନଲିଖୂତ ବସ୍ତୁଗୁଡ଼ିକୁ ସ୍ୱଚ୍ଛ, ଆଂଶିକ ସ୍ଵଳ୍ପ କିମ୍ବା ଅସ୍ୱଚ୍ଛ ଗ୍ରୁପ ଆଧାରରେ ଶ୍ରେଣୀଭୁକ୍ତ କରାଗଲା ।
Class 6 Science Chapter 6 Notes Odia Medium ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁ 5

ସାରଣୀ–୪ : ବସ୍ତର ବର୍ଗୀକରଣ

ସ୍ୱଚ୍ଛ ଆଂଶିକ ସ୍ୱଚ୍ଛ ଅସ୍ବଚ୍ଛ
କାଚ ଗ୍ଲାସ୍ ତେଲ ଲଗା କାଗଜ ରବର
ଝରକା କାଚ ବରଫ ଜଳକଣା ଆଚ୍ଛାଦିତ କାଚ କାଠ ବୋର୍ଡ଼

ଜଳରେ ଦ୍ରବଣୀୟ ଓ ଅଦ୍ରବଣୀୟ ବସ୍ତୁ :
କିଛି ବସ୍ତୁକୁ ଜଳରେ ମିଶାଇଲେ ତାହା ସଂପୂର୍ଣ୍ଣ ଅଦୃଶ୍ୟ ହୋଇଯାଏ ଓ ଜଳରେ ଦ୍ରବୀଭୂତ ହୋଇଥାଏ । ସେହି ବସ୍ତୁଗୁଡ଼ିକ ଜଳରେ ଦ୍ରବଣୀୟ ଅଟନ୍ତି ।
ଉଦାହରଣ : ଚିନି ବା ଲୁଣକୁ ପାଣିରେ ମିଶାଇଲେ ତାହା ଦ୍ରବୀଭୂତ ହୋଇଥାଏ ।

Class 6 Science Chapter 6 Notes Odia Medium ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁ

କିଛି ବସ୍ତୁକୁ ଜଳରେ ମିଶାଇଲେ ତାହା ଜଳରେ ମିଶି ନଥାଏ କିମ୍ବା ଅଦୃଶ୍ୟ ହୋଇ ନଥାଏ । ସେହି ବସ୍ତଗୁଡ଼ିକ ଜଳରେ ଅଦ୍ରବଣୀୟ ଅଟନ୍ତି । ଉଦାହରଣ : ଲୁହା, ଗୋଡ଼ି, ବାଲି ଇତ୍ୟାଦି ଜଳରେ ଅଦ୍ରବଣୀୟ ।

କାର୍ଯ୍ୟ–୭ : ଆସ ଅନୁସନ୍ଧାନ କରିବା

  • ଅଳ୍ପ ପରିମାଣର ଚିନି, ଲୁଣ, ଚକ୍ ପାଉଡ଼ର, ବାଲି ଓ କାଠ ଗୁଣ୍ଡ ସଂଗ୍ରହ କରାଯାଉ ।
  • ପାଞ୍ଚଟି କାଚ ଗ୍ଲାସ୍ ନେଇ ସେଥ‌ିରେ ପ୍ରାୟ ଦୁଇ ତୃତୀୟାଂଶ ପାଣି ଭରି ଦିଆଯାଉ ।
  • ପ୍ରଥମ ଗ୍ଲାସ୍‌ରେ ଏକ ଚାମଚ ଚିନି, ଦ୍ଵିତୀୟ କ୍ଲାସ୍‌ରେ ଲୁଣ, ତୃତୀୟ ଗ୍ଲାସ୍‌ରେ ଚକ୍ ପାଉଡ଼ର, ଚତୁର୍ଥ ଗ୍ଲାସ୍‌ରେ ବାଲି ଏବଂ ପଞ୍ଚମ ଗ୍ଲାସ୍‌ କାଠ ଗୁଣ୍ଡ ପକାଯାଉ ।
  • ପ୍ରତ୍ୟେକ କ୍ଷେତ୍ରରେ ‘କ’ଣ ହେବ ତାହା ଅନୁମାନ କରାଯାଉ ।
  • ପ୍ରତ୍ୟେକ ଗ୍ଲାସ୍‌ ଉପାଦାନକୁ ଭଲ ଭାବରେ ଗୋଳାଇବା ପାଇଁ ଏକ ଚାମଚ ବ୍ୟବହାର କରାଯାଉ ।
  • କିଛି ସମୟ ପରେ କ’ଣ ହେଉଛି ଲକ୍ଷ୍ୟ କରାଯାଉ ।
  • ସାରଣୀରେ ତୁମ ପର୍ଯ୍ୟବେକ୍ଷଣ ଲିପିବଦ୍ଧ କରାଯାଉ ।

ସାରଣୀ – ୫ : ଜଳରେ ବିଭିନ୍ନ ବସ୍ତର ମିଶ୍ରଣ

ଅନୁମାନ ପର୍ଯ୍ୟବେକ୍ଷଣ
ବପ୍ୁ ପାଣିରେ ଅଦୃଶ୍ୟ ହୋଇଯିବ / ପାଣିରେ ଅଦୃଶ୍ୟ ହେବ ନାହିଁ ପାଣିରେ ଅଦୃଶ୍ୟ ହୋଇଯାଏ / ପାଣିରେ ଅଦୃଶ୍ୟ ହୁଏ ନାହିଁ
ବିନି ପାଣିରେ ଅଦୃଶ୍ୟ ହୋଇଯିବ ପାଣିରେ ଅଦୃଶ୍ୟ ହୋଇଯାଏ
ଲୁଣ ପାଣିରେ ଅଦୃଶ୍ୟ ହୋଇଯିବ ପାଣିରେ ଅଦୃଶ୍ୟ ହୋଇଯାଏ
ଚକ ପାଉଡ଼ର ପାଣିରେ ଅଦୃଶ୍ୟ ହେବ ନାହିଁ ପାଣିରେ ଅଦୃଶ୍ୟ ହୁଏ ନାହିଁ
ବାଲି ପାଣିରେ ଅଦୃଶ୍ୟ ହେବ ନାହିଁ ପାଣିରେ ଅଦୃଶ୍ୟ ହୁଏ ନାହିଁ
କାଠ ଗୁଣ୍ଡ ପାଣିରେ ଅଦୃଶ୍ୟ ହେବ ନାହିଁ ପାଣିରେ ଅଦୃଶ୍ୟ ହୁଏ ନାହିଁ

ଜଳରେ ପ୍ରତ୍ୟେକ ବସ୍ତୁ ଦ୍ରବଣୀୟ କି ?
ଉ. ନା, ପ୍ରତ୍ୟେକ ବସ୍ତ ଜଳରେ ଦ୍ରବଣୀୟ ନୁହେଁ ।

ନିଜ ପାଇଁ (ORS) ତିଆରି କରିବା !
ଓଆରଏସ୍- ଓରାଲ ରିହାଇଡ୍ରେସନ ସଲ୍ୟୁସନ୍ – ଡାଇରିଆ କିମ୍ବା ଅନ୍ୟାନ୍ୟ ରୋଗ କାରଣରୁ ଡିହାଇଡ୍ରେସନ୍‌ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବଜାରର ମଧ୍ୟ ଏହି ପ୍ରସ୍ତୁତ ଓଆରଏସ୍ ପ୍ୟାକେଟ୍ ଉପଲବ୍ଧ । ବ୍ୟବହାର ପୂର୍ବରୁ ପ୍ରତ୍ୟେକ ପ୍ୟାକେଟରୁ ଏକ ଲିଟର ପାଣିରେ ମିଶ୍ରଣ କରାଯାଏ । ଯଦି ଏସବୁ ଉପଲବ୍ଧ ନ ହୁଏ ତେବେ ଏକ ଲିଟର ଫୁଟା ହୋଇଥିବା ପାଣିରେ 6 ଚାମଚ ଚିନି ଓ ଅଧା ଚାମଚ ସାଧାରଣ ଲୁଣ ମିଶାଇ ଘରେ ଓଆରଏସ୍ ପ୍ରସ୍ତୁତ କରାଯାଇପାରିବ ।

Class 6 Science Chapter 6 Notes Odia Medium ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁ

ତେଲ, ଭିନେଗାର ଓ ମହୁ ଭଳି ତରଳ ପଦାର୍ଥ ଜଳରେ ଦ୍ରବୀଭୂତ ହୁଏ କି ? ଅନୁସନ୍ଧାନ କର ।
ଉ. ତେଲ ଜଳରେ ଦ୍ରବୀଭୂତ ହୁଏ ନାହିଁ, ମାତ୍ର ଭିନେଗାର ଓ ମହୁ ଜଳରେ ଦ୍ରବୀଭୂତ ହୋଇଥାଏ ।

ଜଳରେ ଥିବା ଗ୍ୟାସ ବିଷୟରେ କ’ଣ ଭାବୁଛ ?
ଉ. ଅମ୍ଳଜାନ, ଅଙ୍ଗାରକାମ୍ଳ ଓ ନାଇଟ୍ରୋଜେନ ଜଳରେ ଦ୍ରବୀଭୂତ ହୋଇ ରହିଥାଏ ଯାହା ଜଳରେ ଜୀବଙ୍କ ଶ୍ଵାସକ୍ରିୟା ଏବଂ ଜଳଜ ଉଭିଦଙ୍କର ଆଲୋକସଂଶ୍ଳେଷଣ ପ୍ରକ୍ରିୟା ପାଇଁ ସହାୟକ ହୁଏ । କେତେକ ତରଳ ପଦାର୍ଥ ଜଳରେ ସମ୍ପୂର୍ଣ୍ଣ ମିଶିଯାଏ । କେତେକ ପଦାର୍ଥ ଜଳରେ ମିଶି କିଛି ସମୟ ସ୍ଥିର ରଖୁଲେ ଅଲଗା ଅଲଗା ସ୍ତର ତିଆରି କରନ୍ତି । ସେହିପରି କିଛି ଗ୍ୟାସ୍ ଜଳରେ ଦ୍ରବଣୀୟ ଥିବା କେବଳେ ଆଉ କିଛି ଗ୍ୟାସ୍ ଦ୍ରବଣୀୟ ହୁଅନ୍ତି ନାହିଁ । ଉଦାହରଣ ସ୍ଵରୂପ ଅମ୍ଳଜାନ ଗ୍ୟାସ ଜଳରେ ଦ୍ରବୀଭୂତ ହୋଇଥାଏ । ଜଳରେ ବାସ କରୁଥିବା ପ୍ରାଣୀ ଓ ଉଭିଦମାନଙ୍କ ବଞ୍ଚିବା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ ।

ସେହିପରି କ୍ଷୀର ଜଳରେ ସଂପୂର୍ଣ୍ଣ ମିଶିଯାଏ କିନ୍ତୁ ସୋରିଷ ତେଲକୁ ଜଳରେ ମିଶାଇ କିଛି ସମୟ ସ୍ଥିର ରଖିଲେ ତେଲ ଓ ପାଣିର ଅଲଗା ଅଲଗା ସ୍ତର ସୃଷ୍ଟିହେବ ।

ଅକ୍ସିଜେନ ‘ଗ୍ୟାସ ପରି ଅଙ୍ଗାରକାମ୍ଳ ଏମୋନିଆ ଆଦି ଗ୍ୟାସ ଜଳରେ ଦ୍ରବଣୀୟ ଅଟେ କିନ୍ତୁ ହିଲିୟମ ଗ୍ୟାସ ଜଳରେ ଅଦ୍ରବଣୀୟ ଅଟେ ।

କେଉଁ ବସ୍ତୁଗୁଡ଼ିକ ଓଜନିଆ ?

କାର୍ଯ୍ୟ-୮ : ଆସ ମାପ କରିବା

  • ଆସ ତିନୋଟି ସମାନ ସମାନ କାଗଜ କପ୍ (ବା ପାତ୍ର) ନେବା । ଦିଆଯାଇଥିବା ବସ୍ତୁକୁ ନେଇ ପ୍ରତି କପ୍ର ଅଧା ଅଂଶ ପୂରଣ କରିବା ।
  • ପ୍ରଥମ କପ୍‌ରେ ପାଣି ଭର୍ତ୍ତି କରି ‘କ’ ନାମ ଦେବା । ଦ୍ୱିତୀୟକୁ ବାଲି ଭର୍ତ୍ତି କରି ‘ଖ’ ଏବଂ ତୃତୀୟ କପ୍‌ରେ ଗୋଡ଼ି ଦେଇ ‘ଗ’ ଭାବେ ଚିହ୍ନିତ କରିବା ।
  • ଅନୁମାନ କରି କୁହ କେଉଁଟି ଭାରୀ ହେବ କେଉଁଟି ହାଲୁକା ହେବ ।
  • ନିକିତି ବ୍ୟବହାର କରି ପ୍ରତ୍ୟେକ କପ୍କୁ ଓଜନ କର ଏବଂ ଖାତାରେ ଲେଖୁରଖ ।
  • ତଥ୍ୟ ତୁଳନା କର ଏବଂ କେଉଁଟି ଭାରୀ କିମ୍ବା ହାଲୁକା ତାହା ବସ୍ତତ୍ଵ ଗୁଣଦ୍ଵାରା ମାପ କରାଯାଏ ।

Class 6 Science Chapter 6 Notes Odia Medium ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁ

ବସ୍ତତ୍ଵ, ଓଜନ ଓ ଆୟତନ :

  • କୌଣସି ବସ୍ତରେ ଥ‌ିବା ପଦାର୍ଥର ପରିମାପକୁ ବସ୍ତର ବସ୍ତୁତ୍ଵ କୁହାଯାଏ । ଭାରୀ ବସ୍ତୁର ବସ୍ତୁତ୍ଵ ଅଧିକ ଏବଂ ହାଲୁକା ବସ୍ତର ବସ୍ତୁତ୍ଵ କମ୍ ହୋଇଥାଏ ।
  • କୌଣସି ବସ୍ତୁ ଭାରୀ କିମ୍ବା ହାଲୁକା ତାହା ବସ୍ତୁର ବସ୍ତୁତ୍ଵ ଗୁଣ ଦ୍ଵାରା ମାପ କରାଯାଇଥାଏ । ସାଧାରଣତଃ ବସ୍ତୁର ଓଜନ ଓ ବସ୍ତୁତ୍ଵକୁ ଗୋଟିଏ ଅର୍ଥରେ ବ୍ୟବହାର କରାଯାଏ । କିନ୍ତୁ ଓଜନ ଓ ବସ୍ତୁତ୍ଵ ମଧ୍ଯରେ ପାର୍ଥକ୍ୟ ରହିଛି ।
  • ବସ୍ତୁଟି ରହିବା ପାଇଁ କିଛି ସ୍ଥାନ ଅଧିକାର କରିଥାଏ । ତେଣୁ ପ୍ରତ୍ୟେକ ବସ୍ତୁର ଆୟତନ ମଧ୍ୟ ରହିଛି ।
  • ବସ୍ତୁତ୍ଵ ଓ ଆୟତନ ହେଉଛି ପଦାର୍ଥର ଦୁଇଟି ଗୁଣ ଯାହା ସମସ୍ତ ପଦାର୍ଥ ସହ ସଂଶ୍ଳିଷ୍ଟ ।
  • ଆନ୍ତର୍ଜାତିକ ଏକକ ପଦ୍ଧତି (SI) ରେ ବସ୍ତୁତ୍ଵର ଏକକ ହେଉଛି କିଲୋଗ୍ରାମ । ଏହାକୁ ସଂକ୍ଷିପ୍ତରେ ‘କିଗ୍ରା’ ଲେଖାଯାଏ । ସେହିପରି ଲିଟରକୁ ‘ଲି’ ଏବଂ ମିଲିମିଟରକୁ ସଂକ୍ଷେପରେ ‘ମିଲି’ କୁହାଯାଏ ।
  • ଆନ୍ତର୍ଜାତିକ ଏକକ ପଦ୍ଧତି (SI) ରେ ଆୟତନର ଏକକ ହେଉଛି ଘନମିଟର ଯାହାକୁ ସଂକ୍ଷେପରେ ‘ଘମି’ ରୂପେ ଲେଖାଯାଇଥାଏ । 1 ଘନମିଟର = 1000 ଲିଟର ।
  • ଦୋକାନରେ ବିଭିନ୍ନ ଆକାରର ପାନୀୟ ଜଳର ବୋତଲ ବିକ୍ରି ହେଉଥ‌ିବା ତୁମେ ଦେଖୁଥ‌ିବ । ତୁମେ ଦେଖୁଛ କି ବୋତଲଗୁଡ଼ିକରେ l ଲିଟର, 500 ମିଲିଲିଟର, 200 ମିଲିଲିଟର ଇତ୍ୟାଦି ନିର୍ଦ୍ଦିଷ୍ଟ ପରିମାଣ ଲେଖାଯାଇଥାଏ । ଏହା ବୋତଲରେ ଥ‌ିବା ପାଣିର ପରିମାଣକୁ ସୂଚାଇଥାଏ ।
  • ପିଇବା ପାଣି ଏବଂ କ୍ଷୀର ବୋତଲକୁ 500 ମିଲିଲିଟର ଭାବେ ମାପ କରି ରଖାଯାଇଥାଏ । ଏହି ପରିମାଣକୁ ଆୟତନ ମଧ୍ୟ କୁହାଯାଏ ।

ପଦାର୍ଥ କ’ଣ ?

ବସ୍ତୁତ୍ଵ ଏବଂ ଆୟତନ ହେଉଛି ପଦାର୍ଥର ଦୁଇଟି ଗୁଣ ଯାହା ସମସ୍ତ ପଦାର୍ଥ ଥ‌ିବା କୌଣସି ବସ୍ତୁକୁ ଆମେ ସାଧାରଣ ନାମ ଦେଇପାରିବା କି ?

ଯେଉଁ ବସ୍ତୁ ସ୍ଥାନ ଅଧିକାର କରେ ଏବଂ ବସ୍ତୁତ୍ଵ ଥାଏ ତାକୁ ପଦାର୍ଥ କୁହାଯାଏ । ବସ୍ତୁତ୍ଵ ଥ‌ିବା ପଦାର୍ଥର ପରିମାଣକୁ ମାପିବା ପାଇଁ ଏକକଗୁଡ଼ିକ ଗ୍ରାମ (ଗ୍ରା) ଏବଂ କିଲୋଗ୍ରାମ (କିଗ୍ରା) ଅଟେ । ପଦାର୍ଥଦ୍ଵାରା ଅଧ୍ବକୃତ ହୋଇଥ‌ିବା ସ୍ଥାନ ହେଉଛି ଏହାର ପରିମାଣ ବା ଆୟତନ । ଏହାକୁ ମାପିବା ପାଇଁ ଏକକଗୁଡ଼ିକ ହେଉଛି ଲିଟର (ଲି) ଏବଂ ମିଲିଲିଟର (ମିଲି.) ।

ଏପରି କିଛି ଗୁଣ ଅଛି କି ଯାହା ସମସ୍ତ ପଦାର୍ଥରେ ଥ‌ିବ ? ଯଦି ହଁ, ତେବେ ସେଗୁଡ଼ିକ କ’ଣ ?
ଉ. ପ୍ରତ୍ୟେକ ପଦାର୍ଥର ବସ୍ତତ୍ଵ ଏବଂ ଆୟତନ ରହିଥାଏ ।

Class 6 Science Chapter 6 Notes Odia Medium ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁ

କିଲୋଗ୍ରାମ୍ ହେଉଛି ଆନ୍ତର୍ଜାତିକ ଏକକ ପଦ୍ଧତି (S.I.) ର ଏକ ଏକକ । ଏହାକୁ ସଂକ୍ଷିପ୍ତରେ କିଗ୍ରା କୁହାଯାଏ । କିଗ୍ରାରେ ‘କି’ ଏବଂ ‘ଗ୍ରା’ ମଧ୍ୟରେ କୌଣସି ସ୍ଥାନ ନଥାଏ ଏବଂ ଗୋଟିଏ ବାକ୍ୟର ଶେଷ ଅଂଶ ବ୍ୟତୀତ କିଗ୍ରା ପ୍ରତୀକ ପରେ ବିନ୍ଦୁ ଦିଆଯାଏ ନାହିଁ । ବସ୍ତୁତ୍ଵ ଲେଖୁବା ସମୟରେ, ସର୍ବଦା ସଂଖ୍ୟା (ସଂଖ୍ୟାଗତ ମୂଲ୍ୟ) ଏବଂ ଏକକ ମଧ୍ୟରେ ଏକ ସ୍ଥାନ ଛାଡ଼ି ଲେଖାଯାଇଥାଏ । ଉଦାହରଣ ସ୍ଵରୂପ, ଯଦି ଆମର ଓଜନ 40 କିଲୋଗ୍ରାମ ହେବ, ତେବେ ଏହାକୁ କିଗ୍ରା ଲେଖାଯିବ । ସେହିଭଳି ଲିଟରକୁ ଲି ଓ ମିଲିଲିଟରକୁ ମିଲି କୁହାଯାଏ । ମିଲିରେ ‘ମି’ ଓ ‘ଲି’ ମଧ୍ୟରେ କୌଣସି ସ୍ଥାନ ନଥାଏ । ଉଦାହରଣ ସ୍ଵରୂପ, ଯଦି ତୁମ ପାଖରେ 500 ମିଲିଲିଟର ପାଣି ଅଛି, ତେତେ ଏହାକୁ 500 ମିଲି ଭାବରେ ଲେଖାଯିବ । ଆନ୍ତର୍ଜାତିକ ଏକକ ପଦ୍ଧତି (S.I.) ରେ ଆୟତନର ଏକକ ହେଉଛି ଘନମିଟର ଯାହାକୁ ସଂକ୍ଷିପ୍ତରେ ଘମି ଲେଖାଯାଇଥାଏ । ଉଦାହରଣସ୍ୱରୂପ; ଯଦି ତୁମ ପାଖରେ 2 ଘନ ମିଟର ଅଛି, ଏହା 2 ଘମି ବୋଲି ଲେଖାଯିବ । ସର୍ବଦା ସଂଖ୍ୟା (ସଂଖ୍ୟାଗତ ମୂଲ୍ୟ) ଏବଂ ଏକକ ମଧ୍ୟରେ ଏକ ସ୍ଥାନ ଛାଡ଼ି ହୋଇ ରହିବ । (1 ଘର୍ମି = 1000 ଲିଟର)

ବାୟୁ ଏକ ପଦାର୍ଥ କି ?
ଆମ ଚାରିପାଖରେ ଥ‌ିବା ସମସ୍ତ ଉପାଦାନକୁ ପଦାର୍ଥର ଭିନ୍ନ ଭିନ୍ନ ଉଦାହରଣ ଭାବରେ ବିବେଚନା କରାଯାଇପାରିବ କି ? ଉଦାହରଣ ସ୍ଵରୂପ, ପାଣି, ବାଲି, ପଥର ଏବଂ କପ୍ ଗୋଟିଏ ଲେଖାଏଁ ପଦାର୍ଥର ଉଦାହରଣ । ପଦାର୍ଥର ବିଭିନ୍ନ ଉପାଦାନରୁ ବସ୍ତୁ ତିଆରି କରାଯାଇଥାଏ ।

ପଦାର୍ଥ ଭିନ୍ନ ଦେଖାଯାଏ ଏବଂ ଭିନ୍ନଭିନ୍ନ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଆମେ ବସ୍ତଗୁଡ଼ିକର ଗୁଣରେ ଥ‌ିବା ସମାନତା କିମ୍ବା ଭିନ୍ନତା ଆଧାରରେ ବର୍ଗୀକରଣ କରାଯାଏ । ବର୍ଗୀକରଣକୁ ଉପଯୋଗୀ ମନେକରୁ କାରଣ ଏହା ଆମକୁ ବସ୍ତଗୁଡ଼ିକର ଗୁଣରେ ବୈଶିଷ୍ଟ୍ୟଗୁଡ଼ିକ ଅଧ୍ୟୟନ ଏବଂ ନିରୀକ୍ଷଣ କରିବାରେ ସାହାଯ୍ୟ କରିଥାଏ । ମଣିଷ ବସ୍ତ ସହିତ ପଥର, ଉଭିଦ ଓ ପ୍ରାଣୀଙ୍କୁ ମଧ୍ୟ ବର୍ଗୀକରଣ କରି ଆସୁଛି । ‘‘ଜୀବଜଗତ ଭଳି ଭିନ୍ନଭିନ୍ନ ପଦାର୍ଥର ବର୍ଗୀକରଣ ମଧ୍ୟ ସେମାନଙ୍କ ଗୁଣ ଆଧାରରେ କରାଯାଇଥାଏ ।

ଚିନ୍ତାକର : ପ୍ଲାଷ୍ଟିକର ଆବିଷ୍କାର ମଣିଷ ପାଇଁ ବରଦାନ ନା ଅଭିଶାପ ?

ପ୍ରାଚୀନ ଭାରତରେ ମଧ୍ୟ ସମାନ ବର୍ଗୀକରଣ ବ୍ୟବସ୍ଥା ଥିଲା । ଭାରତୀୟ ଚିକିତ୍ସା ପଦ୍ଧତି ମଧ୍ୟରୁ ଅନ୍ୟତମ ଆୟୁର୍ବେଦରେ ମଧ୍ୟ ବସ୍ତୁଗୁଡ଼ିକୁ ଶ୍ରେଣୀ ବିଭାଗ କରିବାର ବ୍ୟବସ୍ଥା ରହିଛି । ଆୟୁର୍ବେଦର ସମସ୍ତ ଭୌତିକ ପଦାର୍ଥକୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହେଉଥ‌ିବା ୨୦ଟି ଗୁଣ (ଗୁଣ- ଦଶ ଯୋଡ଼ା ଓ ତା’ର ବିପରୀତ ଗୁଣ) ବିଷୟରେ ଠିକ୍ ଭାବରେ କୁହାଯାଇଛି । ଏହି ଗୁଣଗୁଡ଼ିକ ସମସ୍ତ ଜୀବ (ଉଦ୍ଭଦ, ପ୍ରାଣୀ ଏବଂ ମନୁଷ୍ୟ), ପରିବେଶ ଏବଂ ଖାଦ୍ୟକୁ ବର୍ଣ୍ଣନା କରିବା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।

ଏହି ଗୁଣଗୁଡ଼ିକ ହେଲା :

୧। ଗୁରୁ (ଭାରୀ) × ଲଘୁ (ହାଲୁକା)
୨। ମନ୍ଦ (ଧୀର) × ତୀକ୍ଷ୍ଣ (ତୀବ୍ର)
୩। ହିମ (ଥଣ୍ଡା) × ଉଷ୍ମ (ଗରମ)
୪। ସ୍ନିଗ୍ଧ (ଚିକ୍କଣ) × ରୁକ୍ଷ (ଶୁଖୁଲା)
୫। ଶୁଷ୍କ (ନରମ) × ଖର (ଖଦଡ଼)
୬। ସାନ୍ଦ୍ର (ନିଦା) × ଦ୍ରବ (ଜଳୀୟ)
୭। ମୃଦୁ (କୋମଳ) × କଠିନ (କଠିନ)
୮। ସ୍ଥିର (ସ୍ଥିତିଶୀଳ) × ଖାଲ (ଗତିଶୀଳ, ଅସ୍ଥିର)
୯। ସୂକ୍ଷ୍ମ (କ୍ଷୁଦ୍ର) × ସ୍ଥଳ (ବଡ଼)
୧୦। ବିଶଡ଼ (ପତଳା ନୁହଁ) × ପିଚ୍ଛିଳ (ପତଳା)

Class 6 Science Chapter 6 Notes Odia Medium ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁ

ବିଜ୍ଞାନଭିତ୍ତିକ ପ୍ରମୁଖ ଶବ୍ଦ

୧. ପଦାର୍ଥ
୨. ଚମକ ହୀନ
୩. ଆୟତନ
୪. କଠିନ
୫. ଅସ୍ବଚ୍ଛ
୬. ଅନୁସନ୍ଧାନ
୭. ଅଦ୍ରବଣୀୟ
୮. ନରମ
୯. ଚିହ୍ନଟୀକରଣ
୧୦. ଉଜ୍ଜ୍ଵଳ ବସ୍ତ
୧୧. ଦ୍ରବଣୀୟ
୧୨. ନିରୀକ୍ଷଣ
୧୩. ବସ୍ତତ୍ଵ
୧୪. ଆଂଶିକ ସ୍ୱଚ୍ଛ
୧୫. ବର୍ଗୀକରଣ
୧୬. ବସ୍ତ
୧୭. ସ୍ଵଚ୍ଛ

ବିଷୟବସ୍ତୁର ସାରାଂଶ : 

  • ବିଭିନ୍ନ ପ୍ରକାର ପଦାର୍ଥରୁ ବସ୍ତୁ ତିଆରି ହୋଇଥାଏ । ଏକ ବସ୍ତୁ ଗୋଟିଏ ପଦାର୍ଥ କିମ୍ବା ବିଭିନ୍ନ ପଦାର୍ଥର ମିଶ୍ରଣକୁ ନେଇ ଗଠିତ ହୋଇପାରେ ।
  • ସମାନ କାର୍ଯ୍ୟ କରୁଥିବା ବସ୍ତୁ ତିଆରି କରିବା ପାଇଁ ଆମେ ବିଭିନ୍ନ ପଦାର୍ଥ ବ୍ୟବହାର କରିପାରିବା ।
  • ବସ୍ତଗୁଡ଼ିକ ଶ୍ରେଣୀରେ ବିଭକ୍ତ କରିବାର ପଦ୍ଧତିକୁ ବର୍ଗୀକରଣ କୁହାଯାଏ ।
  • ପଦାର୍ଥର ବିଭିନ୍ନ ଭିନ୍ନତା ଆଧାରରେ ସେଗୁଡ଼ିକ ବ୍ୟବହାର କରାଯାଇଥାଏ ।
  • ପଦାର୍ଥଗୁଡ଼ିକର ଗୁଣରେ ଥ‌ିବା ସମାନତା କିମ୍ବା ଭିନ୍ନତା ଆଧାରରେ ଶ୍ରେଣୀଭୁକ୍ତ କରାଯାଏ ପଦାର୍ଥଗୁଡ଼ିକୁ ଉଜ୍ଜ୍ଵଳ ଓ ଅନୁଜ୍ୱଳ, କଠିନ କିମ୍ବା ନରମ ଭାବରେ ଶ୍ରେଣୀଭୁକ୍ତ କରାଯାଇପାରେ ।
  • ପଦାର୍ଥଗୁଡ଼ିକୁ ଦେଖୁବା ଆଧାରରେ ସେମାନଙ୍କୁ ସ୍ୱଚ୍ଛ, ଅସ୍ୱଳ୍ପ କିମ୍ବା ଆଂଶିକ ସ୍ୱଚ୍ଛ ଭାବରେ ଶ୍ରେଣୀଭୁକ୍ତ କରାଯାଏ । କିଛି ପଦାର୍ଥ ଜଳରେ ଦ୍ରବଣୀୟ ହୋଇଥିବା ବେଳେ ଆଉ କିଛି ଅଦ୍ରବଣୀୟ ହୋଇଥାଏ ।
  • ଯେଉଁ ଜିନିଷ ସ୍ଥାନ ଅଧୁକାର କରେ ଏବ ତା’ର କିଛି ବସ୍ତୁତ୍ଵ ଥାଏ, ତାକୁ ପଦାର୍ଥ କୁହାଯାଏ । ପଦାର୍ଥ ଦ୍ଵାରା ଅଧ୍ଵକୃତ ହୋଇଥିବା ସ୍ଥାନ ହେଉଛି ତାହାର ଆୟତନ ।
    ବସ୍ତୁରେ ଥ‌ିବା ବସ୍ତୁତ୍ଵ ପଦାର୍ଥର ପରିମାଣକୁ ସୂଚାଇଥାଏ ।

Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି

Go through BSE Odisha Class 6 Science Notes Odia Medium and Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି to understand important concepts and topics more clearly.

6th Class Science Chapter 5 Notes Odia Medium

BSE Odisha Class 6 Science Chapter 5 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

ଦୀପା ଜଣେ ଏଗାର ବର୍ଷର ଝିଅ । ବିଦ୍ୟାଳୟରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଛି । ଦୀପା ଡେଙ୍ଗା ହୋଇଥିବାରୁ ତାକୁ ନୂଆ ୟୁନିଫର୍ମ ଦରକାର । ତା’ ମା’ ତାକୁ ଏକ କପଡ଼ା ଦୋକାନକୁ ନେଲେ । ସେ ଦୁଇ ମିଟର କପଡ଼ା ମାଗିଲେ । ଦୋକାନୀ ଏକ ଧାତବ ମାପଦଣ୍ଡ ବ୍ୟବହାର କରି କପଡ଼ା ମାପ ନେଲେ ।

ତା’ପରେ ଦର୍ଜି ଏକ ନମନୀୟ ମାପ ଫିତା ବ୍ୟବହାର କରି ତା’ ମାପ ନେଲେ । ତା’ ମା’ ଦର୍ଜିଙ୍କୁ ତା’ ୟୁନିଫର୍ମର ଲମ୍ବ ଚାରି ଆଙ୍ଗୁଳି (ଚାରି ଆଙ୍ଗୁଳି ଚଉଡ଼ା) ବଢ଼େଇବାକୁ କହିଲେ ।
Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି 1
ଧାତବ ମାପଦଣ୍ଡ ଓ ମାପଫିତା ବଡ଼ ଭଉଣୀଙ୍କ ଜ୍ୟାମିତି ବାକ୍ସରେ ଥ‌ିବା ସ୍କେଲ ଭଳି କି ? ମା’ ଚାରି ଆଙ୍ଗୁଳି କହିବାର ଅର୍ଥ କ’ଣ ଥିଲା ?
ଉ. ଧାତବ ମାପଦଣ୍ଡ ଓ ମାପଫିତା ବଡ଼ ଭଉଣୀଙ୍କ ଜ୍ୟାମିତି ବାକ୍ସରେ ଥ‌ିବା ସ୍କେଲପରି ହୋଇନଥାଏ । ପୂର୍ବେ ଦୀପାର ମାଆ ହାତ ଆଙ୍ଗୁଳି ବ୍ୟବହାର କରି କପଡ଼ା ମାପୁଥିଲେ। ତେଣୁ ସେ ଏକଥା କହିଲେ ।
Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି 2
ଦୀପା ତା’ ସ୍କୁଲ ସାଙ୍ଗ ଅନୀଶ, ହରଦୀପ, ପଦ୍ମା, ତସନିମଙ୍କ ସହ ନିଜର ଅନୁଭୂତି ବର୍ଣ୍ଣନା କଲାପରେ ଏହା ସେମାନଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି ।
Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି 3

Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି

ଆମେ କିପରି ମାପ କରୁ ଓ ମାପିବାର ଆବଶ୍ୟକତା

  • ଦୀପାର ମାଆ କପଡ଼ା ଦୋକାନରୁ ଦୁଇ ମିଟର କପଡ଼ା ମାଗିଲେ । ଦୋକାନୀ ଧାତବ ମାପଦଣ୍ଡ ସାହାଯ୍ୟରେ କପଡ଼ା ଦୁଇ ମିଟର ମାପ କଲେ ।
  • ଦୀପାର ମା’ ଦର୍ଜିକୁ ୟୁନିଫର୍ମର ଲମ୍ବ ଚାରି ଆଙ୍ଗୁଳି ବଢ଼ାଇବାକୁ କହିଲେ । କାରଣ ଦୀପାର ଜେଜେମା’ ହାତର ଲମ୍ବଦ୍ଵାରା କପଡ଼ା ମାପ କରୁଥିଲେ ।
  • କୃଷକ ଜମିକୁ ପଟାଳି ପାଇଁ ପାହୁଣ୍ଡରେ ମାପ କରନ୍ତି । ଏହାସହ ଶରୀରର ଅଙ୍ଗ ବ୍ୟବହାର କରି ଦୈର୍ଘ୍ୟ ମାପ କରୁଥିଲେ ।
  • ଲୋକମାନେ ହାତର ଚାଖଣ୍ଡ ବ୍ୟବହାର ମାପ କରୁଥିଲେ ।
  • ଦୈନନ୍ଦିନ ଜୀବନରେ ବିଭିନ୍ନ ଆବଶ୍ୟକତାର ପୂରଣ ପାଇଁ ବିଭିନ୍ନ ପଦାର୍ଥ ଓ ବସ୍ତର ମାପ କରିବା ଆବଶ୍ୟକ ପଡ଼ିଥାଏ ।
    Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି 4
  • ଆମ ଦେଶର ଲୋକମାନେ ପୂର୍ବକାଳରେ ପାଦର ଦୈର୍ଘ୍ୟ, ଚାଖଣ୍ଡ (ହାତର ଆଙ୍ଗୁଳି), ହାତର ଦୈର୍ଘ୍ୟ ଓ ମୁଠାକୁ ଦୂରତା ମାପିବାର ଏକକ ରୂପେ ବ୍ୟବହାର କରୁଥିଲେ । ସିନ୍ଧୁ ସଭ୍ୟତାର ଲୋକମାନେ ମଧ୍ୟ ଏପରି ମାପନ ପ୍ରଣାଳୀ ବ୍ୟବହାର କରୁଥିଲେ ।
  • ଗୋଟିଏ ବସ୍ତର ଦୁଇବିନ୍ଦୁ ମଧ୍ୟରେ ଥ‌ିବା ଦୂରତାକୁ ଦୈର୍ଘ୍ୟ କୁହାଯାଏ ।
  • ମାପନ ହେଉଛି ଗୋଟିଏ ଜଣାଥିବା ରାଶି ସହ ଅନ୍ୟ ଅଜଣା ରାଶିର ତୁଳନା କରିବା । ଏହି ଜଣାଥୁବା ରାଶିକୁ ଏକକ ରୂପେ ନିଆଯାଏ ।
  • ପାଞ୍ଚଜଣ ସାଙ୍ଗ ସେମାନଙ୍କ ଆଙ୍ଗୁଳି ସାହାଯ୍ୟରେ ଟେବୁଲର ଦୈର୍ଘ୍ୟ ମାପି ନିମ୍ନ ସାରଣୀରେ ପୂରଣ କରିବାରୁ ଦେଖାଗଲା ଯେ ସମସ୍ତଙ୍କ ଚାଖଣ୍ଡ ସଂଖ୍ୟା ଅଲଗା ଅଲଗା ଅଟେ ।

ସାରଣୀ–୧ : ଟେବୁଲର ଦୈର୍ଘ୍ୟ ମାପିବା

ଶିକ୍ଷାର୍ଥୀଙ୍କ ନାମ ଚାଖଣ୍ଡ ସଂଖ୍ୟା
ଅନୀଶ 13 ରୁ ସାମାନ୍ୟ ଅଧିକ
ପଦ୍ମା 13 ଚାଖଣ୍ଡ
ତସନିମ୍ବ 13 ରୁ ସାମାନ୍ୟ କମ୍
ଦୀପା 13 ରୁ 14 ମଧ୍ୟରେ
ହରଦୀପ 14 ଚାଖଣ୍ଡ

ସିଦ୍ଧାନ୍ତ : ସେମାନଙ୍କର ଚାଖଣ୍ଡର ଲମ୍ବ ଅଲଗା ଅଲଗା ଅଟେ । ଏହି ଅସୁବିଧାକୁ ଦୂର କରିବା ପାଇଁ ଲୋକମାନେ ସ୍କେଲ ଓ ମାପ ଫିତା ବ୍ୟବହାର କରିଥା’ନ୍ତି ।

Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି

ଦୈର୍ଘ୍ୟକୁ ଦୁଇଟି ଭାଗରେ ପ୍ରକାଶ କରାଯାଏ, ଯଥା – ଗୋଟିଏ ସଂଖ୍ୟା ଏବଂ ଅନ୍ୟଟି ଏକକ । ଉଦାହରଣ ସ୍ଵରୂପ, ଯଦି ଟେବୁଲର ଦୈର୍ଘ୍ୟ 13 ଚାଖଣ୍ଡ ବୋଲି କୁହାଯାଏ, ତେବେ 13 ହେଉଛି ସଂଖ୍ୟା ଓ ‘ଚାଖଣ୍ଡ’ ହେଉଛି ମାପ ପାଇଁ ଚୟନ କରାଯାଇଥିବା ‘ଏକକ’ ଅଟେ ।

ତେବେ ହାତର ଲମ୍ବ, ପାଦ, ମୁଠି କିମ୍ବା ଆଙ୍ଗୁଠି ଭଳି ଚାଖଣ୍ଡ ଏବଂ ଅନ୍ୟାନ୍ୟ ସମାନ ଏକକ ପ୍ରତ୍ୟେକ ବ୍ୟକ୍ତିଙ୍କର ଅନ୍ୟ ବ୍ୟକ୍ତିଠାରୁ ଭିନ୍ନ ହୋଇଥାଏ । ତେଣୁ ଭିନ୍ନ ଭିନ୍ନ ଲୋକଙ୍କଦ୍ଵାରା କରାଯାଇଥିବା ସମାନ ଲମ୍ବର ମାପ ସମାନ ହେବାପାଇଁ ଏକ ନିର୍ଦ୍ଦିଷ୍ଟ ଏକକର ଆବଶ୍ୟକତା ରହିଛି ।

ପ୍ରାଚୀନ କାଳରୁ ଭାରତରେ ମାପ ପ୍ରଣାଳୀର ସମୃଦ୍ଧ ଇତିହାସ ରହିଛି । ଆଙ୍ଗୁଳି (ଆଙ୍ଗୁଳିର ପ୍ରସ୍ଥ), ଅଙ୍ଗୁଳ, ଧନୁସା ଓ ଯୋଜନ, ପ୍ରାଚୀନ ଭାରତୀୟ ସାହିତ୍ୟରେ ଉଲ୍ଲେଖ କରାଯାଇଥିବା କେତେକ ଏକକ । ଏହା କଳାକୃତି, ସ୍ଥାପତ୍ୟ ଏବଂ ନଗର ଯୋଜନା ମାପିବାରେ ବ୍ୟବହୃତ ହେଉଥିଲା । ଆଙ୍ଗୁଳିକୁ ଆଜି ବି ପାରମ୍ପରିକ କାରିଗର ଯଥା କାଠକାରିଗର ଓ ଦର୍ଜିମାନେ ବ୍ୟବହାର କରୁଛନ୍ତି । ହରପ୍ପା ସଭ୍ୟତା ଥିବା ସ୍ଥାନରୁ ଅନେକ ନିର୍ଦ୍ଦିଷ୍ଟ ଚିହ୍ନ ଥ‌ିବା ଜିନିଷ ଖୋଲାଯାଇଛି ଯାହା ମାପିବାର ଏକକ ହୋଇପାରେ ।

ମାପର ମାନକ ଏକକ :
ପୃଥ‌ିବୀର ବିଭିନ୍ନ ସ୍ଥାନରେ ସମୟ ସହିତ ଅନେକ ଏକକ ପ୍ରଣାଳୀର କ୍ରମବିକାଶ ହୋଇଥିଲା । ତେବେ ଯେତେବେଳେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ଆରମ୍ଭ କଲେ, ସେତେବେଳେ ଏହା ଅନେକ ଦୃନ୍ଦ ସୃଷ୍ଟି କରିଥିଲା ।

ବିଭିନ୍ନ ଦେଶ ଏକାଠି ହୋଇ ଅକ୍ଟୋବର 1960 ମସିହାରେ ଦ୍ଵାଦଶତମ ସାଧାରଣ ଅଧ୍ଵବେଶନରେ ଏକ ମାନକ ମାପକ ଏକକ ଗ୍ରହଣ କରିଥିଲା ।

ବର୍ତ୍ତମାନ ବ୍ୟବହୃତ ଏକକ ବ୍ୟବସ୍ଥାକୁ ‘‘ଇଣ୍ଟରନ୍ୟାସ୍‌ନାଲ୍ ସିଷ୍ଟମ ଅଫ୍ ୟୁନିଟ୍’’ ବା S.I. ୟୁନିଟ୍ ବୋଲି କୁହାଯାଏ ।

ଦୈର୍ଘ୍ୟର SI ୟୁନିଟ୍ ହେଉଛି ମିଟର । ଏହାର ପ୍ରତୀକ ହେଉଛି ‘m’ । ଏକ ମିଟର (ମି) କୁ 100 ଟି ସମାନ ବିଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗକୁ ଏକ ସେଣ୍ଟିମିଟର (ସେ.ମି.) କୁହାଯାଏ । ତୁମେ ମିଟର ସ୍କେଲର ଏକ ଛୋଟ ଅଂଶ ସହିତ ପରିଚିତ ହୋଇଥବ, ଯାହାକି ସାଧାରଣତଃ 15 ସେ.ମି. ଲମ୍ବା ।

15 ସେଣ୍ଟିମିଟର ସ୍କେଲକୁ ଦେଖ‌ିଲେ ଏଥିରେ (ସେ.ମି.ରେ) 0 ରୁ 15 ପର୍ଯ୍ୟନ୍ତ ଚିହ୍ନ ରହିଛି । ଦୁଇଟି ପାଖାପାଖୁ ବଡ଼ ଗାର ଯଥା ‘0’ ରୁ ‘1’ କିମ୍ବା ‘5’ ରୁ ‘6’ ମଧ୍ୟରେ ଦୂରତା 1 ସେ.ମି. । 1 ସେଣ୍ଟିମିଟର ଦୈର୍ଘ୍ୟକୁ 10 ଟି ସମାନ ଭାଗରେ ବିଭକ୍ତ କରାଯାଏ ଓ ପ୍ରତ୍ୟେକ ସମାନ ଭାଗର ଦୈର୍ଘ୍ୟକୁ ମିଲିମିଟର (ମି.ମି.) କୁହାଯାଏ ।

1 ମି.ମି. ହେଉଛି ଦୈର୍ଘ୍ୟର ସବୁଠାରୁ ଛୋଟ ମୂଲ୍ୟ ଯାହାକୁ ଏହି ସ୍କେଲ ବ୍ୟବହାର କରି ମାପିପାରିବ । 1 ମିଲିମିଟର, ଏକ ସେଣ୍ଟିମିଟରର ଦଶ ସମାନ ଭାଗରୁ ଏକ ଭାଗ ଅଟେ । (1 ମି. = 0.1 ସେ.ମି.) = ବୃହତ ଦୈର୍ଘ୍ୟ ମାପିବା ପାଇଁ, ଆମେ ଏକ କିଲୋମିଟର (କି.ମି.) ନାମକ ଏକ ବୃହତ୍ ଏକକ ବ୍ୟବହାର କରିଥାଉ, ଯାହା 1000 ମିଟର ସହ ସମାନ ଅଟେ ଏବଂ ଛୋଟ ଦୈର୍ଘ୍ୟ ମାପିବା ପାଇଁ, ଆମେ ସେଣ୍ଟିମିଟର କିମ୍ବା ମିଲିମିଟର ପରି ଏକକ ବ୍ୟବହାର କରିଥାଏ ।
Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି 5
କିଛି ସ୍କେଲର ମାକିଂ ଇଞ୍ଚରେ ଥାଏ; ଯେଉଁଠାରେ 1 ଇଞ୍ଚ = 2.54 ସେ.ମି. ଅଟେ । ପୂର୍ବକାଳରୁ ଲମ୍ବ ମାପିବା ପାଇଁ ଇଞ୍ଚ ଓ ଫୁଟ ଭଳି ଏକକ ବ୍ୟବହାର କରାଯାଉଥିଲା ।

Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି

ଦୈର୍ଘ୍ୟ ମାପିବାର ସଠିକ୍ ଉପାୟ :

  • ଯେକୌଣସି ଦୈର୍ଘ୍ୟ ମାପିବା ପାଇଁ, ଆମକୁ ଏକ ଉପଯୁକ୍ତ ସ୍କେଲ ଆବଶ୍ୟକ ହୋଇଥାଏ । ଉଦାହରଣ ସ୍ଵରୂପ, ଯଦି ଏକ ପେନସିଲ୍‌ର ଲମ୍ବ ମାପିବାକୁ ଚାହିଁବା, ତେବେ 15 ସେ.ମି. ସ୍କେଲ ବ୍ୟବହାର କରିପାରିବା ।
  • ସେହିଭଳି ଯଦି କୌଣସି କୋଠରିର ଉଚ୍ଚତା ମାପିବାକୁ ଚାହିଁବା ତେବେ ଏକ ମିଟର ସ୍କେଲ କିମ୍ବା ମାପ ଫିତାର ଆବଶ୍ୟକତା ପଡ଼ିପାରେ ।
  • ଗଛର ପରିଧୂ କିମ୍ବା ଛାତିର ଚଉଡ଼ା ମାପ କରିବା ପାଇଁ ଏକ ନମନୀୟ ମାପ ପିତା ବା ଦର୍ଜି ପିତା ଅଧ୍ବକ ଉପଯୁକ୍ତ ଅଟେ ।

ସ୍କେଲ୍ ରଖୁବାର ଠିକ୍ ଉପାୟ କ’ଣ :
ଚିତ୍ରରେ ଦର୍ଶାଯାଇଥିବା ଅନୁଯାୟୀ ସ୍କେଲ୍‌କୁ ବସ୍ତର ଦୈର୍ଘ୍ୟ ସହିତ ଲଗାଇ ରଖ ।
Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି 6

ଦୈର୍ଘ୍ୟ ମାପିଲାବେଳେ ଚକ୍ଷୁର ଠିକ୍ ଅବସ୍ଥାନ କ’ଣ ?
ଯଦି ଏକ ସ୍କେଲ ସହିତ ସଂଯୁକ୍ତ କରି ଏକ ପେନସିଲ୍‌ର ଦୈର୍ଘ୍ୟ ମାପିବାକୁ ଚେଷ୍ଟା କରୁଛ, ତେବେ ତୁମ ଆଖର ସ୍ଥିତି ସିଧାସଳଖ ପେନସଲ୍‌ର ଶୀର୍ଷାଗ୍ରେ ରହିବା ଉଚିତ୍‌ ।
Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି 7

ଯଦି ସ୍କେଲ ଶେଷ ଅଂଶ ଭାଙ୍ଗି ଯାଇଥିଲେ, ଲମ୍ବ ମାପ :

  • ଯଦି ସ୍କେଲର ଶେଷ ଅଂଶ ଭାଙ୍ଗିଯାଏ କିମ୍ବା ଶୂନ୍ୟଚିହ୍ନ ସ୍ପଷ୍ଟ ନ ହୁଏ, ତେବେ ଏପରି ସ୍କେଲର ଅନ୍ୟ କୌଣସି ବଡ଼ଗାର ବ୍ୟବହାର କର, ଯଥା 1.0 ସେମି । ତା’ପରେ ଏହି ଚିହ୍ନର ମାପକୁ ଅନ୍ୟ ମୁଣ୍ଡରେ ଥ‌ିବା ମାପରୁ ବାଦ୍ ଦେବାକୁ ପଡ଼ିବ ।
  • ଉଦାହରଣ ସ୍ଵରୂପ ଚିତ୍ରରେ ଗୋଟିଏ ପ୍ରାନ୍ତରେ ମାପ 1.0 ସେମି ଏବଂ ଅନ୍ୟ ପ୍ରାନ୍ତରେ 10.4 ସେମି । ତେବେ ବସ୍ତର ଦୈର୍ଘ୍ୟ (10.4 – 1.0) ସେମି = 9.4 ସେମି ହେବ ।

Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି

ସ୍କେଲ ରଖୁବାର ଠିକ୍ ଉପାୟ :
Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି 8
ଦୃଷ୍ଟିହୀନ ଛାତ୍ରଛାତ୍ରୀମାନେ ଉଠା ଓ ଢିପ ଚିହ୍ନ ଥିବା ସ୍କେଲ ବ୍ୟବହାର କରନ୍ତି ଯାହାକୁ ସ୍ପର୍ଶ କରି ଅନୁଭବ କରାଯାଇପାରିବ ।

କାର୍ଯ୍ୟ–୧ : ଆସ ମାପିବା

  • ତୁମ ଆଖପାଖରେ ଥ‌ିବା କିଛି ବସ୍ତୁ ଚୟନ କର, ଯେପରିକି ଏକ ପାନିଆ, ଏକ ପେନ୍, ଏକ ପେନ୍‌ସିଲ୍, ଏବଂ ଏକ ରବର ଯାହାର ଦୈର୍ଘ୍ୟ ମାପ କରିବା ।
  • ଏକ ମିଟର ସ୍କେଲ ବ୍ୟବହାର କରି ଏକ ପାନିଆ, ଏକ ପେନ୍ ଏବଂ ଏକ ପେନ୍‌ସିଲ୍‌ର ଦୈର୍ଘ୍ୟ ମାପି ନିମ୍ନ ସାରଣୀରେ ଲେଖାଗଲା ।

ସାରଣୀ – 3 : ଦୈର୍ଘ୍ୟ ମାପିବା

ବସ୍ତ ବସ୍ତର ଦୈର୍ଘ୍ୟ
ପାନି ଆ 15 ସେ.ମି.
ପେନ୍ 14 ସେ.ମି.
ପେନସିଲ୍ 18 ସେ.ମି.

କେତେକ ଦୈର୍ଘ୍ୟ ମାପିବା ଉପକରଣ କାହିଁକି ନମନୀୟ ପଦାର୍ଥର ତିଆରି କରାଯାଏ ?
ଉ. ଗୋଲାକାର କିମ୍ବା ବକ୍ର ବସ୍ତୁର ଦୈର୍ଘ୍ୟ ମାପ ସ୍କେଲ୍ କିମ୍ବା ମିଟର ବାଡ଼ିଦ୍ଵାରା କରାଯାଇ ପାରିବ ନାହିଁ । ସେଭଳି ଜିନିଷର ଦୈର୍ଘ୍ୟ ମାପ ପାଇଁ ମାପ ଫିତା ପରି ନମନୀୟ ମାପ ଉପକରଣ ଆବଶ୍ୟକ ହୋଇଥାଏ ।

ଦୈର୍ଘ୍ୟ ଲେଖୁବା ବେଳେ ଏକକ ଲେଖିବାକୁ ଭୁଲିବେ ନାହିଁ । କାରଣ ଯେକୌଣସି ଦୈର୍ଘ୍ୟର ମାପ ଦୁଇଟି ଅଂଶକୁ ନେଇ ଗଠିତ । ଗୋଟିଏ ଅଂଶ ହେଉଛି ଏକ ସଂଖ୍ୟା ଓ ଅନ୍ୟ ଅଂଶ ହେଉଛି ମାପର ଏକକ ।

Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି

କିଲୋମିଟର, ମିଟର, ସେଣ୍ଟିମିଟର ଏବଂ ମିଲିମିଟର ଭଳି ଦୈର୍ଘ୍ୟର ଏକକ କିମି, ମି, ସେମି ଏବଂ ମିମି ପ୍ରତୀକରେ ଲେଖାଯାଇଥାଏ । ଏକକ ଲେଖିବା ପରେ ଏକ ବିନ୍ଦୁ ଦିଆଯାଏ ନାହିଁ, କେବଳ ଏକ ବାକ୍ୟ ଶେଷରେ ବିନ୍ଦୁ ରହେ । ଦୈର୍ଘ୍ୟ ଲେଖୁବା ସମୟରେ, ସର୍ବଦା ସଂଖ୍ୟା ଏବଂ ଏକକ ମଧ୍ୟରେ ଏକ ବ୍ୟବଧାନ ରହିବା ଉଚିତ ।

ଏକ ବକ୍ରରେଖା କ୍ଷେତ୍ରରେ ଏକ ନମନୀୟ ମାପକ ଫିତା କିମ୍ବା ସୂତା ବ୍ୟବହାର କରି ମାପ କରାଯାଇପାରେ ।

ଏକ ବକ୍ର ରେଖାର ଦୈର୍ଘ୍ୟ ମାପନ

  • ଅନୀଶ ଏବଂ ତାଙ୍କ ପିତାମାତା ଘରେ ଏକ ଉତ୍ସବ ପାଳନ ପାଇଁ ଚିତ୍ରରେ ଦର୍ଶାଯାଇଥିବା ପରି ଘର ବାରଣ୍ଡାର ସ୍ଫଟିକରେ ଲିଚୁ ଲାଇଟ୍ ଲଗାଇଥିଲେ । ସେମାନେ ଲିଚୁ ଲଇଟ୍‌ର ଆବଶ୍ୟକ ଲମ୍ବକୁ କପରି ମାପି ଥବେ ?
  • ଏକ ବକ୍ର ରେଖା କ୍ଷେତ୍ରରେ, ଏକ ନମନୀୟ ମାପକ ଫିତ। ସାହାଯ୍ୟରେ କିମ୍ବା ଚିତ୍ରରେ ଦର୍ଶାଯାଇଥିବା ଏକ ସୂତା ବ୍ୟବହାର କରି ମାପ କରାଯାଇପାରେ ।
  • ଏହାପରେ ସୂତାକୁ ସିଧା କରାଯାଇପାରିବ ଏବଂ ଏକ ମିଟର ସ୍କେଲ ବ୍ୟବହାର କରି ଏହାର ଲମ୍ବ ମାପ କରାଯାଇପାରିବ ।
    Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି 9

ଅବସ୍ଥିତି ବର୍ଣ୍ଣନା କରିବା

ଦିନେ ଶିକ୍ଷୟିତ୍ରୀ ତାଙ୍କ ଶିକ୍ଷାର୍ଥୀମାନଙ୍କୁ ଜଣାଇଲେ ଯେ ସେ ନିକଟସ୍ଥ ଏକ ବଗିଚାକୁ ଶୈକ୍ଷିକ ପରିଦର୍ଶନ କରିବାକୁ ଯୋଜନା କରିଛନ୍ତି । ସକାଳେ ସିଧାସଳଖ ସେଠାରେ ପହଞ୍ଚିବାକୁ ସେ ଶିକ୍ଷାର୍ଥୀମାନଙ୍କୁ କହିଲେ । ଦୀପା ଏବଂ ତାଙ୍କ ସାଙ୍ଗମାନେ ଆଲୋଚନା କରିବା ଆରମ୍ଭ କରିଲେ ଯେ ବଗିଚା ସେମାନଙ୍କ ବିଦ୍ୟାଳୟଠାରୁ ଅଧୂକ ନିକଟତର କିମ୍ବା ଦୂର ହେବ । ତସନିମ୍ ଏବଂ ପଦ୍ମା କହିଲେ ଯେ ବଗିଚା ନିକଟତର ହେବ, ଦୀପା ଏବଂ ଅନୀଶ ଅନୁମାନ କଲେ ଯେ, ବିଦ୍ୟାଳୟ ନିକଟତର ହେବ । ହରଦୀପ ଚିନ୍ତାକଲା ଦୁଇଟିଯାକ ପ୍ରାୟ ସମାନ ଦୂରତାରେ ରହିବେ ।
Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି 10
ତୁମେ ଭାବୁଛ କିଏ ଠିକ୍ ? ସମସ୍ତେ ଠିକ୍ ଅଛନ୍ତି । ତା’ହେଲେ ସେମାନଙ୍କର ପର୍ଯ୍ୟବେକ୍ଷଣ କାହିଁକି ଅଲଗା ? ସେମାନେ ନିଜ ନିଜ ଘରୁ ସ୍କୁଲ ଓ ବଗିଚାରେ ଦୂରତା ସ୍ଥିର କରୁଛନ୍ତି । ଏହା ବଦଳରେ ଯଦି ସେମାନଙ୍କ ମଧ୍ୟରୁ ସମସ୍ତେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନ ଯଥା- ବସ୍‌ଷ୍ଟାଣ୍ଡରୁ ଦୂରତା ବିଷୟରେ ଭାବିଥାନ୍ତେ, ତେବେ ସେମାନଙ୍କର ପର୍ଯ୍ୟବେକ୍ଷଣ ସମାନ ହୋଇଥା’ନ୍ତା ।

Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି

ସୂଚକ ବିନ୍ଦୁ କ’ଣ ? : ଯେତେବେଳେ କୌଣସି ନିର୍ଦ୍ଦିଷ୍ଟ ବସ୍ତୁ ବା ବିନ୍ଦୁକୁ ଆଧାର କରି ଦୂରତା ମପାଯାଏ, ସେତେବେଳେ ସେହି ବିନ୍ଦୁକୁ ‘ରେଖରେନ୍ସ ପଏଣ୍ଟ ବା ସୂଚକ ବିନ୍ଦୁ’’ ବୁହାଯାଏ ।

କିଛି ଦିନ ପରେ ହରଦୀପ ଉତ୍ସାହିତ ହୋଇ ତା’ ସାଙ୍ଗମାନଙ୍କୁ କହିଲା, ‘ଆସ ସମସ୍ତେ ଖେଳ ପଡ଼ିଆକୁ ଯିବା । କ୍ରୀଡ଼ା ଦିବସରେ କବାଡ଼ି କୋର୍ଟ କରିବା ପାଇଁ ଚୁନ ପାଉଡ଼ରଦ୍ଵାରା ଗାର ଟାଣି ତାଙ୍କୁ ସାହାଯ୍ୟ କରିବାକୁ କ୍ରୀଡ଼ା ଶିକ୍ଷୟିତ୍ରୀ ଚାହୁଁଛନ୍ତି ।

ପଦ୍ମା : ‘‘ଆମକୁ ଏକ ଲମ୍ବା ମାପକ ଫିତା ଆବଶ୍ୟକ ହେବ । ଆସ ଏହାକୁ କ୍ରୀଡ଼ା କକ୍ଷରୁ ନେବା ।

ଦୀପା : ‘ଆସ ପ୍ରଥମେ ସେହି ଭୂମିରେ ଆଧାର ବିନ୍ଦୁ ନିର୍ଦ୍ଧାରଣ କରିବା ଯେଉଁଠାରୁ ଆମେ ଦୂରତା ମାପିବା ପାଇଁ ରେଖା ଆଙ୍କିବା ଆରମ୍ଭ କରିବା । ଆସ ଏହାକୁ ଆମର ରେଫରେନ୍ସ ପଏଣ୍ଟ ବା ସୂଚକ ବିନ୍ଦୁ କହିବା ।
Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି 11
Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି 12

ଗତିଶୀଳ ବସ୍ତୁ

କାର୍ଯ୍ୟ–୨ : ଆସ ଖୋଜିବା

  • ନିଜ ଚାରିପାଖରେ ଥିବା ଚାରୋଟି ଗତିଶୀଳ ବସ୍ତୁ ଏବଂ ସ୍ଥିର ବସ୍ତୁର ତାଲିକା କର ।
  • ସାରଣୀରେ ପର୍ଯ୍ୟବେକ୍ଷଣଗୁଡ଼ିକୁ ଲେଖୁ ରଖ ।
  • ତୁମେ କିପରି ସ୍ଥିର କଲେ ଯେ କୌଣସି ବସ୍ତୁ ଗତିଶୀଳ ଅଛି ନା ସ୍ଥିର ଅଛି, ସେ ବିଷୟରେ ଚିନ୍ତା କର ଓ ସାରଣୀରେ ଉତ୍ତରର ଯଥାର୍ଥତା ଲେଖ ।

ସାରଣୀ ୩ : ତୁମର ଆଖପାଖରେ ଥିବା ଜିନିଷଗୁଡ଼ିକ ନିରୀକ୍ଷଣ କର

ଗତିଶୀଳ ବସ୍ତ ଯଥାର୍ଥତା ସ୍ଥିର ଥବା ବସ୍ତ ଯଥାର୍ଥତା
ପଡ଼ିଆରେ ଗାଈ ଚରୁଛନ୍ତି ଗାଈମାନେ ଘାସ ଚରିବାବେଳେ ସ୍ଥାନ ବଦଳାଉଛନ୍ତି । ଗଛ ଗୋଟିଏ ସ୍ଥାନରେ ସ୍ଥିର ଅଛି
ଘୂରୁଥ‌ିବା ପଙ୍ଖା ବୃତ୍ତାକାର ଗତି ପଙ୍ଖାର ବ୍ଲେଡ଼– ଗୁଡ଼ିକ ଘୂରୁଛି ଶ୍ରେଣୀଗୃହରେ ଥିବା ଟେବୁଲ ଟେବୁଲ ଗୋଟିଏ ସ୍ଥାନରେ ସ୍ଥିର ଥାଏ
ରାସ୍ତାରେ ଯାଉଥିବା କାର୍ କାର୍‌ଟି ପ୍ରତି ମୁହୂର୍ତ୍ତରେ ନିଜର ଅବସ୍ଥାନ ବଦଳାଉଛି ବତୀଖୁଣ୍ଟରେ ଲାଗିଥିବା ବତୀ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଝୁଲୁଅଛି
କାନ୍ଥ ଘଣ୍ଟାରେ କଣ୍ଟା କଣ୍ଟାଟି ବୃତ୍ତାକାର ଗତିରେ ଘୂରୁଥାଏ ବସାରେ ଶୋଇଥିବା ଚଢ଼େଇ ଚଢ଼େଇଟିର ସ୍ଥାନ ପରିବର୍ତ୍ତନ ହେଉନାହିଁ
ଗଛରୁ ପଡୁଥ‌ିବା ଫଳ ଫଳଟି ଭୂମି ଦିଗରେ ଗତି କରୁଛି କାନ୍ଥରେ ଦିଆ- ଯାଇଥ‌ିବା ରଙ୍ଗ କାନ୍ଥର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଲାଗିକରି ଅଛି
ଦୋଳିରେ ଝୁଲୁଥିବା ପିଲା ପିଲାଟି ଆଗକୁ ଓ ପଛକୁ ଗତି କରୁଛି ଶିକ୍ଷକ ବସୁଥ‌ିବା ଚୌକି ଚୌକିଟି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥାଏ

Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି

  • ଯଦି କୌଣସି ବସ୍ତର ସ୍ଥିତି, ସୂଚକ ବିନ୍ଦୁଠାରୁ ସମୟ ସହିତ ବଦଳିଥାଏ, ତେବେ ତାହା ଗତିଶୀଳ ବୋଲି କୁହାଯାଏ ।
  • ଯଦି କୌଣସି ବସ୍ତୁର ଅବସ୍ଥାନ, ସୂଚକ ବିନ୍ଦୁଠାରୁ ସମୟ ସହିତ ବଦଳିଥାଏ, ତେବେ ତାହା ସ୍ଥିର ବସ୍ତୁ ବୋଲି ଧରାଯାଏ ।

ଦୀପା ବସରେ ତା’ ଚାରିପଟେ ଚାହିଁ ଦେଖୁ ଯେ, ସମସ୍ତ ଯାତ୍ରୀ ବସିଛନ୍ତି । ଏକ ମିନିଟ୍ ପରେ ସେ ପୁଣି ଚାରିଆଡ଼େ ଚାହିଁଲା ଏବଂ ଦେଖିଲା ଯେ, ସେମାନେ ଏବେ ବି ସେମାନଙ୍କ ସିଟ୍‌ରେ ବସିଛନ୍ତି । ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ‘ସେମାନେ ଗତି କରୁଛନ୍ତି କି ?’ ସମୟ କ୍ରମେ ଯାତ୍ରୀଙ୍କ ସ୍ଥିତିରେ କୌଣସି ପରିବର୍ତ୍ତନ ହେଉନାହିଁ ବୋଲି ସେ ଭାବିଲା । ତେଣୁ ସେମାନେ ସ୍ଥିର ବୋଲି ସେ ନିଶ୍ଚିତ ହେଲା । କିନ୍ତୁ ଯେତେବେଳେ ସେ ବାହାରକୁ ଚାହିଁଲା, ସେ ଅନୁଭବ କଲା ସେମାନେ ଗତିଶୀଳ ଅଛନ୍ତି କାରଣ ବାହାର ଜିନିଷ ଆଧାରରେ ସେମାନଙ୍କର ସ୍ଥିତି ବଦଳୁଛି । କୌଣସି ବସ୍ତୁ ସ୍ଥିର ବା ଗତିଶୀଳ ଅଛି ତାହା ନିର୍ଣ୍ଣୟ କରିବାରେ ରେଫରେନ୍ସ ପଏଣ୍ଟ ଗୁରୁତ୍ଵପୂର୍ଣ୍ଣ ଅଟେ । ଯଦି ଦୀପା ନିଜକୁ (କିମ୍ବା ବସକୁ) ରେଫରେନ୍ସ ପଏଣ୍ଟ ଭାବରେ ବିବେଚନା କରେ, ତେବେ ବରଯାତ୍ରୀମାନେ ସ୍ଥିର । ଯଦି ସେ ବସ୍ ବାହାରେ କୌଣସି ଜିନିଷକୁ (କୋଠା ଆଦି) ରେଫରେନ୍ସ ପଏଣ୍ଟ ଭାବରେ ବିବେଚନା କରେ, ତେବେ ଯାତ୍ରୀମାନେ (ଏବଂ ବସ୍) ଗତିଶୀଳ ଥିଲେ ।

ମନେକର ଶାନ୍ତ ସମୁଦ୍ରରେ ତୁମେ ଏକ ଜାହାଜରେ ଯାତ୍ରା କରୁଛ । ଜାହାଜଟି ଏକ ସରଳ ରେଖାରେ ନିର୍ଦ୍ଦିଷ୍ଟ ବେଗରେ ଗତି କରୁଛି ଏବଂ ସେଥ୍ରେ କୌଣସି ଝରକା ନାହିଁ । ଜାହାଜଟି ଚାଲୁଛି ବା ସ୍ଥିର ଅଛି ତାହା ଜାଣିବା ପାଇଁ କିଛି ଉପାୟ ଅଛି କି ?
ଉ. ଜାହାଜଟିର ଗତି କରିବା କିମ୍ବା ଦ୍ରୁତ ହେବା କିମ୍ବା କୌଣସିଠାରେ ଗତିପଥ ପରିବର୍ତ୍ତନ କରି ବୁଲିବାର ଅନୁଭବରୁ ଆମେ ଜାଣିପାରିବା ଯେ ଜାହାଜଟି ଗତି କରୁଛି ।

ଗତିର ପ୍ରକାର

କାର୍ଯ୍ୟ-୩ : ଆସ ଖୋଜିବା

ଏକ ରବର ନେଇ ଏବଂ ଏହାକୁ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରୁ ଛାଡ଼ି ଦିଆଯାଉ ।

ଏହାର ଗତିକୁ ନିରୀକ୍ଷଣ କରାଯାଉ ।
ଏହା ଏକ ସରଳରେଖାରେ ଗତି କରେ କି ? ଗଛରୁ କମଳାଟିଏ ପଡ଼ିଲେ ତାହା ସରଳରେଖାରେ ଗତି କରେ କି ? ତୁମେ ଗଣତନ୍ତ୍ର ଦିବସରେ ପ୍ୟାରେଡ଼ ହେଉଥିବାର ଦେଖୁଛ କି ? ପ୍ୟାରେଡ଼ ସମୟରେ ଶିକ୍ଷାର୍ଥୀଙ୍କ ଧାଡ଼ିରେ ଚାଲିବା କଥା ମନେ ପକାଅ । ସେମାନେ ସରଳରେଖାରେ ଗତି କରୁଛନ୍ତି କି ? ଯେତେବେଳେ ଏକ ଓଜନିଆ ବାକ୍ସକୁ ଠେଲି ଦିଆଯାଏ, ଏହା ଏକ ସିଧା ରେଖାରେ ମଧ୍ୟ ଗତି କରିପାରେ ।

Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି

ଗତିର ପ୍ରକାରଭେଦ :
ଗତି ବିଭିନ୍ନ ପ୍ରକାରର ଯଥା : (a) ସରଳରୈଖ୍ୟକ ଗତି, (b) ବୃତ୍ତୀୟ ଗତି, (c) ଦୋଳନ ଗତି ।

ସରଳରେଖ୍ୟ ଗତି
ଯେତେବେଳେ କୌଣସି ବସ୍ତ୍ର ଏକ ସରଳରେଖାରେ ଗତି କରେ, ସେତେବେଳେ ଏହାର ଗତିକୁ ସରଳରେଖ୍କ ଗତି କୁହାଯାଏ ।
Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି 13
ଉଦାହରଣ : ଗଛରୁ ଫଳ ପଡ଼ିବା, ବାକ୍ସକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ଠେଲିବା, ଟେକା ବା ରବରକୁ ହାତରେ ଧରି ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରୁ ଛାଡ଼ି ବା, ପ୍ୟାରେ ଡ଼ ସମୟରେ ଶିକ୍ଷାର୍ଥୀମାନେ ଧାଡ଼ିରେ ଚାଲିବା ଇତ୍ୟାଦି ।

Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି

କାର୍ଯ୍ୟ–୪ : ଆସ ଅନୁସନ୍ଧାନ କରିବା

  • ଏକ ସୂତାରେ ଗୋଟିଏ ମୁଣ୍ଡରେ ଏକ ରବର (କିମ୍ବା ଆଳୁ) ବାନ୍ଧାଯାଉ ।
  • ସୂତାର ଅନ୍ୟ ପ୍ରାନ୍ତକୁ ହାତରେ ଧରି ଘୂରାଯାଉ ।
  • ଏହାର ଗତିକୁ ନିରୀକ୍ଷଣ କରାଯାଉ ।
  • ରବରର ଗତି କ’ଣ ଏକ ରାମଦୋଳିର ଗତି ଭଳି କି ?

ବୃତ୍ତୀୟ ଗତି
ଯେତେବେଳେ କୌଣସି ବସ୍ତୁ ଗୋଲାକାର ପଥରେ ଗତିକରେ, ସେତେବେଳେ ଏହାର ଗତିକୁ ବୃତ୍ତୀୟ ଗତି କୁହାଯାଏ । ଉଦାହରଣ : ସୂତାରେ ରବର ବାନ୍ଧି, ଅନ୍ୟ ପ୍ରାନ୍ତ କୁ ହାତରେ ଧରି ଘୂରାଇବା, ରାମଦୋଳିରେ ଖେଳି ବା, ଘଣ୍ଟାରେ ଘଣ୍ଟାକଣ୍ଟା, ମିନିଟ୍ କଣ୍ଟା, ସେକେଣ୍ଡ କଣ୍ଟାର ଘୂରିବା, ବିଦ୍ୟୁତ୍ ପଙ୍ଖା ଘୂରିବା ଇତ୍ୟାଦି ।
Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି 13

Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି

କାର୍ଯ୍ୟ–୫ : ଆସ ଅନୁସନ୍ଧାନ କରିବା

  • ଏକ ସୂତାର ଗୋଟିଏ ମୁଣ୍ଡରେ ଏକ ରବର (କିମ୍ବା ଆଳୁ) ବାନ୍ଧାଯାଉ ।
  • ସୂତାର ଅନ୍ୟ ପ୍ରାନ୍ତକୁ ଧରି ରବରକୁ ଝୁଲାଯାଉ । ହାତକୁ ସ୍ଥିର ରଖାଯାଉ ।
  • ଅନ୍ୟ ହାତରେ ବ୍ୟବହାର କରି, ରବରକୁ ଗୋଟିଏ ପାର୍ଶ୍ଵକୁ ନେଇ ସାମାନ୍ୟ ଦୂରତାକୁ ଛାଡ଼ି ଦିଆଯାଉ । ଏହା ଆଗକୁ ଗଛକୁ ଯିବା ଆରମ୍ଭ କରେ କି ? ଏହାର ଗତି ଏକ ଦୋଳିର ଗତି ସହିତ ସମାନ କି ?

ଦୋଳନ ଗତି
ଯେତେବେଳେ କୌଣସି ବସ୍ତୁ କିଛି ନିର୍ଦ୍ଦିଷ୍ଟ ସ୍ଥିତିରୁ ଆଗକୁ–ପଛକୁ ଗତିକରେ, ସେତେବେଳେ ଏହାର ଗତିକୁ ଦୋଳନ ଗତି କୁହାଯାଏ ।

ଉଦାହରଣ : ପେଣ୍ଡୁଲମ ଘଡ଼ିର ଦୋଳନ, ସିଲେଇ ମେସିନ୍‌ରେ ଥିବା ଛୁଞ୍ଚିର ଗତି, ରଜରେ ପିଲାମାନେ ଖେଳୁଥ‌ିବା ଦୋଳିର ଗତି ଇତ୍ୟାଦି ।
Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି 15

କାର୍ଯ୍ୟ – ୬ : ଆସ ଅନୁସନ୍ଧାନ କରିବା

  • ପାଖାପାଖୁ 50 ସେଣ୍ଟିମିଟର ଲମ୍ବର ଏକ ପତଳା ଧାତବ ପାତ ନିଆଯାଉ ।
  • ଏହାର ଗୋଟିଏ ମୁଣ୍ଡକୁ ଏକ ଟେବୁଲ ଉପରେ ଚାପି ରଖୁ ଏହାକୁ ଧରି ରଖୁବା ପାଇଁ କିଛି ପୁସ୍ତକ କିମ୍ବା ଇଟାର ବ୍ୟବହାର କରାଯାଉ ।
  • ପାତର ମୁକ୍ତ ପ୍ରାନ୍ତକୁ ସାମାନ୍ୟ ଦବାଇ ଛାଡ଼ି ଦିଆଯାଉ ।
  • ଏବେ ଏହାର ଗତିକୁ ନିରୀକ୍ଷଣ କରାଯାଉ ।
  • ଏହା ଉପରକୁ ଓ ତଳକୁ ଗତି କରୁଛି କି ? ଏହା ମଧ୍ୟ ଦୋଳନ ଗତିର ଅନ୍ୟ ଏକ ଉଦାହରଣ ।

ସମୟାନୁକ୍ରମିକ ଗତି
ଯଦି କୌଣସି ବସ୍ତୁ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନ ପରେ ତା’ର ପଥ ପୁନରାବୃତ୍ତି କରେ, ତେବେ ତା’ର ଗତିକୁ ସମୟାନୁକ୍ରମିକ ଗତି ବୋଲି କୁହାଯାଏ । ଯେତେବେଳେ କୌଣସି ବସ୍ତୁ ବୃତ୍ତାକାର ପଥରେ ଗତି କରେ, ତାହା ବାରମ୍ବାର ବୃତ୍ତାକାର ପଥରେ ଗତି କରିଥାଏ । ଦୋଳନ ଗତିରେ ଥ‌ିବା ଏକ ବସ୍ତୁ ମଧ୍ଯ ଯିବା ଆସିବା ସମୟରେ ଏହାର ଗତିକୁ ପୁନରାବୃତ୍ତି କରିଥାଏ । ଉଭୟ ବୃତ୍ତୀୟ ଏବଂ ଦୋଳନ ଗତି ସମୟାନୁକ୍ରମିକ ଗତି ଅଟନ୍ତି ।

Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି

କାର୍ଯ୍ୟ – ୭ : ଆସ ଚିହ୍ନଟ କରିବା

ଚିତ୍ରରେ ଶିଶୁ ଉଦ୍ୟାନକୁ ଦେଖ ।
ବିଭିନ୍ନ ପ୍ରକାର ଗତିକୁ ନିରୀକ୍ଷଣ କର । ସେଗୁଡ଼ିକୁ ସରଳରେଖକ, ବୃତ୍ତୀୟ କିମ୍ବା ଦୋଳନ ଗତି ଭାବରେ ଶ୍ରେଣୀଭୁକ୍ତ କର ।
Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି 16
ପିଲାମାନେ ଖେଳୁଥିବା ବିଭିନ୍ନ ଖେଳ, କେଉଁ ପ୍ରକାରର ଗତି ତାହା ଅନୁଧ୍ୟାନ କରି ନିମ୍ନ ସାରଣୀରେ ପୂରଣ କରାଗଲା ।

ସାରଣୀ – ୪ : ଗତିର ପ୍ରକାର

ବିଭିନ୍ନ ଖେଳ ସରଳରେଖ୍ୟ ଗତି ବୃତ୍ତୀୟ ଗତି ଦୋଳନ ଗତି ଯଥାର୍ଥତା
ଦୋଳି ହଁ ଆଗପଛ ଗତି
ସ୍ଲାଇଡ଼ ହଁ ଏକ ସରଳରେଖାରେ ତଳକୁ ଖସିଥାଏ
କାଠଯୋଡ଼ି (ଉପର-ତଳ) ଖେଳ ହଁ ଉପର ତଳ ଗତି

Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି

ବିଜ୍ଞାନଭିତ୍ତିକ ପ୍ରମୁଖ ଶବ୍ଦ

୧. ଦୈର୍ଘ୍ୟ
୨. ଦୂରତା
୩. ବିଭାଗୀକରଣ
୪. କିଲୋମିଟର
୫. ମିଲିମିଟର
୬. ଚିହ୍ନଟୀକରଣ
୭. ଗତି
୮. ସରଳରେଖୀୟ ଗତି
୯. ଅନୁସନ୍ଧାନ
୧୦. ବୃତ୍ତୀୟ ଗତି
୧୧. ଦୋଳନ ଗତି
୧୨. ଯଥାର୍ଥତା
୧୩. ରେଫରେନ୍ସ ପଏଣ୍ଟ/ସୂଚକ ବିନ୍ଦୁ
୧୪. ସମୟାନୁକ୍ରମିକ ଗତି
୧୫. ନିରୀକ୍ଷଣ
୧୬. ଦୈର୍ଘ୍ୟର SI ଏକକ

Class 6 Science Chapter 5 Notes Odia Medium ଦୈର୍ଘ୍ୟ ମାପ ଏବଂ ଗତି

ବିଷୟବସ୍ତୁର ସାରାଂଶ :

  • ଇଣ୍ଟରନ୍ୟାସନାଲ ସିଷ୍ଟମ୍ ଅଫ୍ ୟୁନିଟ୍ (SI Unit) କୁ ବିଭିନ୍ନ ଦେଶ ମାନକମାପକ ଏକକ ଭାବେ ଗ୍ରହଣ କରିଛନ୍ତି ।
  • ଦୈର୍ଘ୍ୟର SI ଏକକ ହେଉଛି ମିଟର । ଏହାର ପ୍ରତୀକ ହେଉଛି ‘m’ ବା ମି ।
  • 1 କି.ମି = 1000 ମିଟର, 1 ମିଟର = 100 ସେଣ୍ଟିମିଟର, 1 ସେଣ୍ଟିମିଟର = 10 ମିଲିମିଟର ।
  • ଯେତେବେଳେ କୌଣସି ନିର୍ଦ୍ଦିଷ୍ଟ ବିନ୍ଦୁକୁ ନେଇ ଦୂରତା ବିଷୟରେ କୁହାଯାଏ, ସେତେବେଳେ ଏହି ବିନ୍ଦୁକୁ ରେଫେରେନ୍ସ ପଏଣ୍ଟ ବା ସୂଚକ ବିନ୍ଦୁ କୁହାଯାଏ ।
  • ଯଦି କୌଣସି ବସ୍ତୁର ଅବସ୍ଥିତି ସମୟ ସହିତ ରେଫରେନ୍ସ ପଏଣ୍ଟଠାରୁ ବଦଳିଯାଏ ତେବେ ତାହା ଗତିଶୀଳ ବୋଲି କୁହାଯାଏ ।
  • ଯେତେବେଳେ କୌଣସି ବସ୍ତ୍ର ଏକ ସରଳ ରେଖାରେ ଗତି କରେ, ସେତେବେଳେ ଏହାର ଗତିକୁ ରେଖୀୟ ଗତି ବା ସରଳ ରୈଖ୍ୟକ ଗତି କୁହାଯାଏ ।
  • ଯେତେବେଳେ କୌଣସି ବସ୍ତ୍ର ଗୋଲାକାର ପଥରେ ଗତି କରେ, ସେତେବେଳେ ଏହାର ଗତିକୁ ବୃତ୍ତୀୟ ଗତି କୁହାଯାଏ ।
  • ଯେତେବେଳେ କୌଣସି ବସ୍ତୁ କୌଣସି ନିର୍ଦ୍ଦିଷ୍ଟ ବିନ୍ଦୁରୁ ଆଗକୁ–ପଛକୁ ଗତି କରେ, ସେତେବେଳେ ଏହାର ଗତିକୁ ଦୋଳନ ଗତି କୁହାଯାଏ ।

Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ

Go through BSE Odisha Class 6 Science Notes Odia Medium and Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ to understand important concepts and topics more clearly.

6th Class Science Chapter 4 Notes Odia Medium

BSE Odisha Class 6 Science Chapter 4 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

ଚୁମ୍ବକର ଉତ୍ପତ୍ତି
ଖୋଜିଥିଲା । ସେ ଜାଣିବାକୁ ପାଇଥିଲା ଉପକରଣ ବ୍ୟବହାର କରିଥିଲେ । ପୁରାତନ କାଳରେ ବାଣିଜ୍ୟ ପାଇଁ ଓଡ଼ିଶାକୁ ମସଲା ନେଇ ଆସୁଥିବା ଏକ ଜାହାଜ ଉପରେ ଏହି କାହାଣୀଟି ଆଧାରିତ ଥିଲା । ସେହି ସମୟରେ ନାବିକମାନେ ରାତିରେ ଦିଗ ନିର୍ଣ୍ଣୟ କରିବା ପାଇଁ ତାରାର ସାହାଯ୍ୟ ନେଉଥିଲେ । ଏମିତି ଏକ ପରିସ୍ଥିତି ଉପୁଜିଥୁଲା, ଯେଉଁଥ‌ିରେ ନାବିକମାନେ ଝଡ଼ ବର୍ଷାରେ ଫସିଯାଇଥିଲେ ଏବଂ ତାରା ଦେଖାଯାଉ ନ ଥିଲା । ନାବିକମାନଙ୍କ ପାଇଁ ଦିଗ ନିର୍ଣ୍ଣୟ କରିବାର ଉପାୟ ଚିନ୍ତା କରି ନ ପାରିବାରୁ ରଶ୍ମୀ ତା’ କାହାଣୀକୁ ଆଗକୁ ବଢ଼ାଇ ପାରି ନଥିଲା ।

ସେ ଇଣ୍ଟରନେଟ୍ ଏବଂ ତାଙ୍କ ସ୍କୁଲ ଲାଇବ୍ରେରୀରେ ଏ ବିଷୟରେ ତଥ୍ୟ ଯେ ଯାତ୍ରୀମାନେ ଦିଗ ନିର୍ଣ୍ଣୟ ପାଇଁ ଚୁମ୍ବକୀୟ କମ୍ପାସ୍ ନାମକ ଏକ ଉପକରଣ ବ୍ୟବହାର କରିଥିଲେ ।

ରଶ୍ମୀ କେତେକ ପେନ୍‌ସିଲ୍ ବାକ୍ସ ଏବଂ ପର୍ସ ଦେଖୁଥିଲା ଯାହା ଚୁମ୍ବକଦ୍ଵାରା ବନ୍ଦ ହେଉଥିଲା । ତାଙ୍କ ସ୍କୁଲର ଏକ ସ୍ମାର୍ଟ ବୋର୍ଡ଼ରେ ମଧ୍ୟ ଚୁମ୍ବକ ଥିବା ଏକ ଡଷ୍ଟର ଥିଲା । କିନ୍ତୁ ସେ କେବେ ବି ଏହାକୁ ଏତେ ନିରେଖୁ ଦେଖୁ ନଥିଲା । ତେଣୁ ସେ ଚୁମ୍ବକ ଓ ଚୁମ୍ବକୀୟ କମ୍ପାସ୍ ବିଷୟରେ ଅଧ‌ିକ ଜାଣିବାକୁ ଆଗ୍ରହୀ ହୋଇପଡ଼ିଲା ।
Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ 1
ପୁରାତନ କାଳରେ ନାବିକମାନେ ବ୍ୟବହାର କରୁଥିବା ଚୁମ୍ବକଗୁଡ଼ିକ ପ୍ରାକୃତିକ ଉପାୟରେ ମିଳୁଥିବା ଚୁମ୍ବକ ଉପରେ ଆଧାରିତ ଥିଲା, ଯାହା ଲୋଡ଼େଷ୍ଟୋନ୍ ନାମରେ ଜଣାଶୁଣା ଥିଲା ।

Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ

ପ୍ରାକୃତିକ ଓ କୃତ୍ରିମ ଚୁମ୍ବକ :
ପ୍ରାକୃତିକ ଉପାୟରେ ମିଳୁଥିବା ଚୁମ୍ବକକୁ ପ୍ରାକୃତିକ ଚୁମ୍ବକ କୁହାଯାଏ । ଏହାକୁ ଲୋଡ଼ଷ୍ଟାନ ମଧ୍ୟ କୁହାଯାଏ । ପୁରାତନ କାଳରେ ନାବିକମାନେ ଦିଗ ନିର୍ଣ୍ଣୟ ପାଇଁ ଏହି ଚୁମ୍ବକ ବ୍ୟବହାର କରୁଥିଲେ ।

କୃତ୍ରିମ ଉପାୟରେ ପ୍ରସ୍ତୁତ କରାଯାଉଥିବା ଚୁମ୍ବକକୁ କୃତ୍ରିମ ଚୁମ୍ଭକ କୁହାଯାଏ । ଲୁହାଖଣ୍ଡରୁ ମଧ୍ୟ ଏହି ଚୁମ୍ବକ ତିଆରି ହୋଇଥାଏ । ବିଦ୍ୟାଳୟ ପରୀକ୍ଷାଗାରରେ ଦେଖୁଥ‌ିବା ଚୁମ୍ବକ, ଏବଂ ପେନସିଲ ବାକ୍ସ, ଷ୍ଟିକର, ଖେଳନା ଆଦିର ବ୍ୟବହୃତ ଚୁମ୍ବକ ସବୁ କୃତ୍ରିମ ଚୁମ୍ବକ ଅଟେ ।
Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ 2

ବିଭିନ୍ନ ଆକୃତିର ଚୁମ୍ବକ :
ବିଭିନ୍ନ ଆକୃତିର କୃତ୍ରିମ ଚୁମ୍ବକ ମିଳିଥାଏ; ଯଥା ରିଙ୍ଗ୍ ଚୁମ୍ବକ, ଅଶ୍ଵଖୁରାକୃତି ଚୁମ୍ବକ, ଦଣ୍ଡ ଚୁମ୍ବକ ଇତ୍ୟାଦି ।
Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ 3

ଚୁମ୍ବକ କେବଳ ନିର୍ଦ୍ଦିଷ୍ଟ ପଦାର୍ଥରେ ନିର୍ମିତ ବସ୍ତୁରେ ଲାଗିଥାଏ କି ?
ଉ. ହଁ, ଚୁମ୍ବକ କେତେକ ନିର୍ଦ୍ଦିଷ୍ଟ ପଦାର୍ଥକୁ ଟାଣିଥାଏ ବା ଆକର୍ଷିତ କରିଥାଏ; କିନ୍ତୁ ଅନ୍ୟ କେତେକ ପଦାର୍ଥ ଚୁମ୍ବକ ଦ୍ଵାରା ଆକର୍ଷିତ ହୋଇ ନଥାନ୍ତି । ତେଣୁ ଚୁମ୍ବକ କେବଳ କେତେକ ନିର୍ଦ୍ଦିଷ୍ଟ ପଦାର୍ଥରେ ନିର୍ମିତ ବସ୍ତରେ ଲାଗି ଥାଏ ।

Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ

ଚୁମ୍ବକୀୟ ଓ ଅଚୁମ୍ବକୀୟ ପଦାର୍ଥ :

  • ଚୁମ୍ବକ ପ୍ରତି ଆକର୍ଷିତ ହେଉଥ‌ିବା ପଦାର୍ଥକୁ ଚୁମ୍ବକୀୟ ପଦାର୍ଥ କୁହାଯାଏ । ଉଦାହରଣ : ଲୁହା, କୋବାଲ୍ଟ, ନିକେଲ, ଷ୍ଟିଲ ଇତ୍ୟାଦି ।
  • ଯେଉଁ ପଦାର୍ଥ ଚୁମ୍ବକଦ୍ଵାରା ଆକର୍ଷିତ ହୁଏ ନାହିଁ, ତାହାକୁ ଅଚୁମ୍ବକୀୟ ପଦାର୍ଥ କୁହାଯାଏ । ଉଦାହରଣ : କାଠ, ପ୍ଲାଷ୍ଟିକ୍, ରବର, ମହମ, କାଚ ଇତ୍ୟାଦି ।

କାର୍ଯ୍ୟ–୧ : ଆସ ଅନୁସନ୍ଧାନ କରିବା

  • ବିଭିନ୍ନ ପଦାର୍ଥରେ ନିର୍ମିତ କିଛି ବସ୍ତ ଓ ଏକ ଚୁମ୍ବକ ସଂଗ୍ରହ କରାଯାଉ ।
  • କେଉଁ ବସ୍ତ ଚୁମ୍ଭକରେ ଲାଗି ରହିବ ତାହାର ପୂର୍ବାନୁମାନ କରାଯାଉ । ନିମ୍ନ ସାରଣୀରେ ତୁମ ଅନୁମାନ ଲେଖାଯାଉ ।
  • ଏବେ ତୁମ ହାତରେ ଏକ ଚୁମ୍ବକ ଧରି ଗୋଟିଏ ପରେ ଗୋଟିଏ ବସ୍ତ୍ର ନିକଟକୁ ଆଣ । ପର୍ଯ୍ୟବେକ୍ଷଣ କରି ଦେଖ କେଉଁ ବସ୍ତୁ ଚୁମ୍ବକରେ ଲାଗି ଯାଉଛି ।

ସାରଣୀ–୧ରେ ପର୍ଯ୍ୟବେକ୍ଷଣଗୁଡ଼ିକୁ ଲିପିବଦ୍ଧ କରାଯାଉ ।
Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ 4

ସାରଣୀ – ୧ : ଚୁମ୍ବକ ଦ୍ଵାରା ଆକର୍ଷିତ ପଦାର୍ଥ ଚିହ୍ନଟ କରିବା

ବସ୍ତର ନାମ ବସ୍ତୁଟି କେଉଁ ପଦାର୍ଥରେ ତିଆରି ହୋଇଛି (ପ୍ଲାଷ୍ଟିକ/କାଠ/କାଚ |ଲୁହା | ଅନ୍ୟ କୌଣସି) ଚୁମ୍ବକ ଦ୍ଵାରା ଆକର୍ଷିତ (ହଁ/ନା)
ପୂର୍ବାନୁମାନ ପର୍ଯ୍ୟବେକ୍ଷଣ
ପେନ୍ସିଲ୍ କାଠ ନାହିଁ ନାହିଁ
ଚାବି ଲୁହା ହଁ ହଁ
ସ୍କେଲ ପ୍ଲାଷ୍ଟିକ୍ ନାହିଁ ନାହିଁ
କଲମ (ପେନ୍) ପ୍ଲାଷ୍ଟିକ୍ ନାହିଁ ନାହିଁ
Eraser ରବର ନାହିଁ ନାହିଁ
ଷ୍ଟାପଲର ଷ୍ଟିଲ ହିଁ ହିଁ
କ୍ୟାଣ୍ଡଲ୍ ମହମ ନାହିଁ ନାହିଁ
ସ୍କୃ (Screw) ଲୁହା ହିଁ ହିଁ
କଇଁଚି ପ୍ଲାଷ୍ଟିକ ଏବଂ ଲୁହା ନାହିଁ ହିଁ
ରୁ ମାଲ କପଡ଼ା ନାହିଁ ନାହିଁ

ସିଦ୍ଧାନ୍ତ : ଚୁମ୍ବକ ଯେଉଁ ସବୁ ପଦାର୍ଥକୁ ଆକର୍ଷିତ କଲା, ସେଗୁଡ଼ିକ ଚୁମ୍ବକୀୟ ପଦାର୍ଥ ଅଟନ୍ତି । ଚୁମ୍ବକୀୟ ପଦାର୍ଥଗୁଡ଼ିକ ସାଧାରଣତଃ ଧାତବ ପଦାର୍ଥ ଅଟନ୍ତି ।

ଚୁମ୍ବକର ସମସ୍ତ ଅଂଶ ଚୁମ୍ବକୀୟ ପଦାର୍ଥକୁ ସମାନ ଭାବରେ ଆକର୍ଷିତ କରେ କି ?
ଉ. ନା, ଚୁମ୍ବକର ସମସ୍ତ ଅଂଶ ଚୁମ୍ବକୀୟ ପଦାର୍ଥକୁ ସମାନ ଭାବେ ଆକର୍ଷିତ କରିନଥାଏ । ଚୁମ୍ବକର ଦୁଇ ପ୍ରାନ୍ତ ବା ଦୁଇ ମେରୁର ଆକର୍ଷଣ ଶକ୍ତି ଚୁମ୍ବକର ମଧ୍ୟବର୍ତ୍ତୀ ଅଂଶ ଅପେକ୍ଷା ଅଧ‌ିକ ହୋଇଥାଏ ।

Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ

ଚୁମ୍ବକର ମେରୁ :

କାର୍ଯ୍ୟ-୨ : ଆସ ଅନୁସନ୍ଧାନ କରିବା

  • ଏକ କାଗଜରେ କିଛି ଲୁହା ଗୁଣ୍ଡ ବିଛାଇ ତା ଉପରେ ଏକ ଦଣ୍ଡ ଚୁମ୍ବକ ରଖାଯାଉ ।
  • ବର୍ତ୍ତମାନ କାଗଜକୁ ଧୀରେ ଧୀରେ ବାଡ଼େଇଲେ ଲୁହାଗୁଣ୍ଡର କ’ଣ ହେଉଛି ନିରୀକ୍ଷଣ କରାଯାଉ । ଦେଖାଯିବ ଯେ ଦଣ୍ଡ ଚୁମ୍ବକର ଦୁଇ ପ୍ରାନ୍ତରେ ସର୍ବାଧ‌ିକ ଲୁହାଗୁଣ୍ଡ ଲାଗିଯିବ । ଚୁମ୍ବକର ଅବଶିଷ୍ଟ ଅଂଶରେ ବହୁତ କମ୍ ଲୁହା ଗୁଣ୍ଡ ଲାଗିରହିବ ।
    Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ 5
  • ସର୍ବାଧ‌ିକ ଲୁହାଗୁଣ୍ଡ ଲାଗିଥ୍ୟା ଦଣ୍ଡ ଚୁମ୍ବକର ଦୁଇପ୍ରାନ୍ତକୁ ମେରୁ କୁହାଯାଏ । ଯଥା ଉତ୍ତର ମେରୁ ଓ ଦକ୍ଷିଣ ମେରୁ ।
  • ପ୍ରତି ଚୁମ୍ବକର ଦୁଇଟି ମେରୁ ଥାଏ ଓ ଏହି ମେରୁ ଚମ୍ବକର ଦୁଇ ପ୍ରାନ୍ତ ଆଡ଼କୁ ରହିଥାଏ । ମେରୁର ଆକର୍ଷଣ ଗୁଣ ଚୁମ୍ବକର ଅନ୍ୟ ଅଂଶର ଆକର୍ଷଣ ଗୁଣଠାରୁ ଅଧିକ ।
  • ଯଦି ଏକ ଚୁମ୍ବକକୁ ଛୋଟ ଛୋଟ ଖଣ୍ଡରେ ବିଭକ୍ତ କରାଯାଏ, ତେବେ ଚୁମ୍ବକର ସୂକ୍ଷ୍ମତମ ଖଣ୍ଡରେ ମଧ୍ୟ ଉତ୍ତର ଓ ଦକ୍ଷିଣ ମେରୁ ସର୍ବଦା ଯୋଡ଼ି ହୋଇ ରହିଥାଏ ।
  • କେବଳ ଗୋଟିଏ ମେରୁ ଅର୍ଥାତ୍ ଉତ୍ତର ମେରୁ କିମ୍ବା ଦକ୍ଷିଣ ମେରୁ ଥ‌ିବା ଚୁମ୍ବକ ପାଇବା ଅସମ୍ଭବ ଅଟେ ।

ଯଦି ଆମେ ଅନ୍ୟ ଆକୃତିର ଚୁମ୍ବକ ନେଇ ଏହି କାର୍ଯ୍ୟ କରିବା ତେବେ ଆମେ ସମାନ ଫଳାଫଳ ପାଇବା କି ?
ଉ. ହଁ, ଯଦି ଆମେ ଅନ୍ୟ ଆକୃତିର ଚୁମ୍ବକ ନେଇ ଏହି କାର୍ଯ୍ୟ କରିବା ତେବେ ଆମେ ସମାନ ଫଳାଫଳ ପାଇବା । କାରଣ ଚୁମ୍ବକର ଆକୃତି ଯେପରି ହେଉନା କାହିଁକି, ସେଥୁରେ ଦୁଇଟି ମେରୁ ଥାଏ, ଯେଉଁଠାରେ ଆକର୍ଷଣ ବଳ/ ଶକ୍ତି ଅଧ୍ଵକ ଥାଏ ।

ଆମେ ଗୋଟିଏ ମେରୁଥିବା ଏକ ଚୁମ୍ବକ ପାଇପାରିବା କି ?
ଉ. ନା, ଆମେ ଗୋଟିଏ ମେରୁଥିବା ଚୁମ୍ବକ ପାଇପାରିବା ନାହିଁ । ଯଦି ଏ ଚୁମ୍ବକକୁ ଛୋଟ ଛୋଟ ଖଣ୍ଡରେ ବିଭକ୍ତ କରାଯାଏ, ତେବେ ମଧ୍ୟ ଚୁମ୍ବକର ପ୍ରତି ସୂକ୍ଷ୍ମ ଖଣ୍ଡରେ ଦୁଇମେରୁ ଯୋଡ଼ି ହୋଇ ରହିଥାଏ । ଚୁମ୍ବକଦ୍ଵାରା ଦିଗ ନିର୍ଣ୍ଣୟ :

କାର୍ଯ୍ୟ–୩ : ଆସ ପରୀକ୍ଷା କରିବା

ଚିତ୍ରରେ ଦର୍ଶାଯାଇଥିବା ଅନୁଯାୟୀ ଏକ ଦଣ୍ଡ ଚୁମ୍ବକର ମଝିରେ ଏକ ସୂତା ବାନ୍ଧି ତାହାକୁ ଝୁଲାଇ ରଖାଯାଉ । ଚୁମ୍ଭକଟି ଭୂସମାନ୍ତର ହୋଇ ସନ୍ତୁଳିତ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ । ଭୂସମାନ୍ତର କରି ବୁଲାଇ ସ୍ଥିର ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ ।
Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ 6
ତଳେ ଥ‌ିବା କାଗଜ ଖଣ୍ଡରେ ଚୁମ୍ବକର ଶେଷ ଦୁଇଟି ପ୍ରାନ୍ତର ସ୍ଥିତିକୁ ଚିହ୍ନଟ କରାଯାଉ । କାଗଜରେ ଥିବା ଏହି ଦୁଇଟି ବିନ୍ଦୁକୁ ଏକ ସରଳରେଖାଦ୍ଵାରା ଯୋଡ଼ାଯାଉ । ଚୁମ୍ବକ ସ୍ଥିର ହେଲା ପରେ ତାହାର ଦିଗ ଏହି ରେଖା ସୂଚାଇଥାଏ ।

Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ

ଏବେ ପୁଣି ଚୁମ୍ବକକୁ ଏହାର ଗୋଟିଏ ମୁଣ୍ଡରେ ସାମାନ୍ୟ ଧକ୍କା ଦେଇ ବୁଲାଇଲେ ଚୁମ୍ବକଟି ସ୍ଥିର ହେଲାବେଳକୁ ପୂର୍ବସ୍ଥିତିକୁ ଫେରି ଆସିବ ।

ଚୁମ୍ବକଟି ଯେଉଁ ରେଖାରେ ସ୍ଥିର ହୁଏ, ତାହା କେଉଁ ଦିଗ ସୂଚିତ କରେ ? ଆମେ ଏହାକୁ କିପରି ଜାଣିପାରିବା ?
ଉ. ଚୁମ୍ବକଟି ଯେଉଁ ରେଖାରେ ସ୍ଥିର ହୋଇ ରହେ ସେହି ରେଖାର ଗୋଟିଏ ପ୍ରାନ୍ତ ଉତ୍ତର ଦିଗ ଓ ଅନ୍ୟ ପ୍ରାନ୍ତଟି ଦକ୍ଷିଣ ଦିଗକୁ ସୂଚିତ କରେ । ମୁକ୍ତ ଭାବେ ଝୁଲୁଥିବା ଦଣ୍ଡ ଚୁମ୍ବକ ସର୍ବଦା ଉତ୍ତର-ଦକ୍ଷିଣ ହୋଇ ରହେ । ମାତ୍ର ଖଣ୍ଡେ ସାଧାରଣ ଲୁହା ଦଣ୍ଡକୁ ଝୁଲାଇ ଦେଲେ, ତାହା ସର୍ବଦା ଏକ ନିର୍ଦ୍ଦିଷ୍ଟ ରେଖାରେ ସ୍ଥିର ହେବ ନାହିଁ ।

ସିଦ୍ଧାନ୍ତ :
ଏକ ମୁକ୍ତ ଭାବରେ ଝୁଲୁଥିବା ଚୁମ୍ବକ ଉତ୍ତର-ଦକ୍ଷିଣ ଦିଗରେ ସ୍ଥିର ହୁଏ । ଚୁମ୍ବକର ପ୍ରାନ୍ତ ଯାହା ଉତ୍ତର ଦିଗକୁ ସୂଚାଇଥାଏ ତାହାକୁ ଚୁମ୍ବକର ଉତ୍ତର ମେରୁ କୁହାଯାଏ । ଦକ୍ଷିଣ ଦିଗକୁ ସୂଚାଉଥ‌ିବା ଅନ୍ୟ ପ୍ରାନ୍ତକୁ ଚୁମ୍ବକର ଦକ୍ଷିଣ ମେରୁ କୁହାଯାଏ । ଉତ୍ତର-ଦକ୍ଷିଣ ଦିଗରେ ମୁକ୍ତ ଭାବରେ ଚୁମ୍ବକ ରହିଥାଏ କାରଣ ଆମ ପୃଥ‌ିବୀ ନିଜେ ଏକ ବିଶାଳ ଚୁମ୍ବକ ପରି କାର୍ଯ୍ୟ କରେ ।

ଦଣ୍ଡ ଚୁମ୍ବକ ବଦଳରେ ଏକ ଛୋଟ ଛୋଟ ଲୁହା ଦଣ୍ଡ ନେଇ ଏହାକୁ ସୂତାରେ ବାନ୍ଧି ଝୁଲାଇ ରଖିଲେ ଏହା ସର୍ବଦା ଉତ୍ତର–ଦକ୍ଷିଣ ଦିଗରେ ରହିବ ନାହିଁ । ଏହା ଯେ କୌଣସି ଦିଗରେ ରହିପାରିବ ।

ଉତ୍ତର-ଦକ୍ଷିଣ ଦିଗରେ କେବଳ ମୁକ୍ତ ଦଣ୍ଡ ଚୁମ୍ବକ ହିଁ ରହିପାରିବ । ତେଣୁ ଏହାକୁ ଦିଗ ନିର୍ଣ୍ଣୟ ପାଇଁ ବ୍ୟବହାର କରାଯାଏ ।

ଏକ ଚୁମ୍ବକୀୟ କମ୍ପାସ :

ପୁରାତନ କାଳରେ ଦିଗ ନିର୍ଣ୍ଣୟ ପାଇଁ ଚୁମ୍ବକୀୟ କମ୍ପାସ୍ ନାମକ ଏକ କ୍ଷୁଦ୍ର ଉପକରଣ ତିଆରି କରାଯାଇଥିଲା । ଏଥିରେ ସୂଚୀ ଆକାରରେ ଏକ ଚୁମ୍ବକ ଥାଏ ଯାହା ମୁକ୍ତ ଭାବରେ ଘୂରିପାରେ । ଚୁମ୍ବକୀୟ କମ୍ପାସ୍‌ର ସୂଚୀ ଉତ୍ତର- ଦକ୍ଷିଣ ଦିଗରୁ ସୂଚାଇଥାଏ । ଏହାକୁ ସୂଚୀ ଚୁମ୍ବକ ବା ଚୁମ୍ବକୀୟ କମ୍ପାସ କୁହାଯାଏ ।
Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ 7
ଯେଉଁ ସ୍ଥାନର ଆମେ ଦିଗ ଜାଣିବାକୁ ଚାହୁଁଛୁ ସେହି ସ୍ଥାନରେ କମ୍ପାସ୍ ରଖାଯାଏ । କିଛି ସମୟ ପରେ ଉତ୍ତର–ଦକ୍ଷିଣ ଦିଗରେ ସୂଚୀ ରହିଥାଏ । ଏହାପରେ କମ୍ପାସରେ ଥିବା ସହିତ ସଂଯୁକ୍ତ ହେବା ପର୍ଯ୍ୟନ୍ତ କମ୍ପାସ୍ ବାକ୍ସକୁ ଧୀରେ ଧୀରେ ବୁଲାଇ ଦିଆଯାଏ ।

Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ

ଉତ୍ତର ଦିଗରେ ଥ‌ିବା ସୂଚୀର ପ୍ରାନ୍ତକୁ ସାଧାରଣତଃ ଲାଲ ରଙ୍ଗରେ ଚିହ୍ନିତ କରାଯାଏ । ସୂଚୀ କମ୍ପାସରେ ଦିଗଗୁଡ଼ିକ ଦର୍ଶାଯାଇଥାଏ ।

ଆମେ କିପରି ଆମର ନିଜସ୍ଵ ଚୁମ୍ବକୀୟ କମ୍ପାସ୍ ତିଆରି କରିପାରିବା ?
ଉ. ଏକ ଚୁମ୍ବକୀୟ କମ୍ପାସ୍ ସାଧାରଣତଃ ଏକ ଛୋଟ ଗୋଲାକାର ବାକ୍ସ ଅଟେ, ଯେଉଁଥ‌ିରେ ଏକ ସ୍ଵଚ୍ଛ ଆଚ୍ଛାଦନ ଥାଏ, ଯାହା ଚିତ୍ରରେ ଦର୍ଶାଯାଇଛି । ସୂଚୀ ଆକାରରେ ଥ‌ିବା ଚୁମ୍ବକଟି ବାକ୍ସର ତଳ ଭାଗରେ ଏକ ପିନ୍ ଉପରେ ଲାଗିଯାଇଛି । ଏହି ସୂଚୀକୁ ପିନ୍ ଉପରେ ଏପରି ଭାବରେ ସନ୍ତୁଳିତ କରାଯାଇଛି ଯେ ଏହା ସମଜରେ ଏହି ବିନ୍ଦୁରେ ବୁଲିପାରିବ, ଅର୍ଥାତ୍ ଏହା ମୁକ୍ତ ଭାବରେ ବୁଲିପାରିବ । ଉତ୍ତର ଦିଗରେ ଥ‌ିବା ସୂଚୀର ପ୍ରାନ୍ତକୁ ସାଧାରଣତଃ ଲାଲ ରଙ୍ଗରେ ଚିହ୍ନିତ କରାଯାଏ । ସୂଚୀ କମ୍ପାସରେ ଦିଗଗୁଡ଼ିକ ଦର୍ଶାଯାଇଥାଏ ।

କାର୍ଯ୍ୟ-୪ : ଆସ ତିଆରି କରିବା (ଲୁହା କଣ୍ଟାକୁ ଚୁମ୍ବକ କ କରିବା)

ଏକ କର୍କ ଖଣ୍ଡ, ସିଲେଇ ଛୁଞ୍ଚି, ଏକ ସ୍ଥାୟୀ ଦଣ୍ଡ ଚୁମ୍ବକ, ଏକ କାଚ ପାତ୍ର ଏବଂ ପାଣି ସଂଗ୍ରହ କରାଯାଉ ।

ସିଲେଇ ଛୁଞ୍ଚିକୁ ଏକ କାଠ ଟେବୁଲ ଉପରେ ରଖାଯାଉ । ତା’ପରେ ଚୁମ୍ବକର କୌଣସି ଗୋଟିଏ ମେରୁକୁ ଛୁଞ୍ଚିର ଗୋଟିଏ ମୁଣ୍ଡରେ ଲଗାଇ ରଖାଯାଉ । ଚି ତ୍ର ରେ ଦର୍ଶାଯାଇଥ‌ିବା ଅନୁଯାୟୀ ଚୁମ୍ବକକୁ ଏହାର ଦୈର୍ଘ୍ୟ ସହିତ ଛୁଞ୍ଚି ଉପରେ ଗତି କରାଯାଉ । ଯେତେବେଳେ ଏହା ଛୁଞ୍ଚିର ଅନ୍ୟ ପ୍ରାନ୍ତରେ ପହଞ୍ଚିବ, ଏହାକୁ ଉପରକୁ ଉଠାଯାଉ ।
Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ 8
ଚୁମ୍ବକର ସେହି ମେରୁକୁ ସିଲେଇ ଛୁଞ୍ଚିର ଶେଷ ଭାଗକୁ ଯେଉଁଠାରୁ ଆରମ୍ଭ ହୋଇଥିଲା ସେହି ସ୍ଥାନକୁ ଅଣାଯାଉ ଏବଂ ପୂର୍ବ ପଦକ୍ଷେପକୁ ପୁନରାବୃତ୍ତି କରାଯାଉ । ଏହି ପ୍ରକ୍ରିୟାକୁ ଅତି କମରେ ୩୦ ରୁ ୪୦ ଥର
କରାଯାଉ ।

ଛୁଞ୍ଚି ନିକଟକୁ କିଛି ଲୁହା ଗୁଣ୍ଡ କିମ୍ବା ଷ୍ଟିଲ୍ ପିନ୍ ଅଣାଯାଉ । ଯଦି ପିନ୍ କିମ୍ବା ଲୁହା ଗୁଣ୍ଡ ଛୁଞ୍ଚ୍ ପ୍ରତି ଆକର୍ଷିତ ହୁଏ, ତେବେ ଜଣାଯିବ ଯେ ଛୁଞ୍ଚ୍ ଏକ ଚୁମ୍ବକରେ ପରିଣତ ହୋଇଛି ।

Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ

ପାତ୍ରର ପାଣିରେ କମ୍ପାସ ଛୁଞ୍ଚି ନିର୍ମାଣ :

  • ଏହି ଛୁଞ୍ଚିକୁ କର୍କ ଭିତର ଦେଇ ଭୂସମାନ୍ତରାଳ କରି ରଖାଯାଉ । କର୍କକୁ ପାଣିରେ ଭର୍ତ୍ତି ଏକ କାଚ ପାତ୍ରରେ ଭସାଯାଉ, ଯେପରି (ଚିତ୍ରରେ ଦର୍ଶାଯାଇଥିବା ପରି) ଛୁଞ୍ଚି ସବୁବେଳେ ପାଣିର ସ୍ତର ଉପରେ ରହିଥ‌ିବ ।
  • ଛୁଞ୍ଚି ସ୍ଥିର ହେଲେ, ତୁମର ଚୁମ୍ବକୀୟ କମ୍ପାସ୍ ବ୍ୟବହାର ପାଇଁ ପ୍ରସ୍ତତ ହୋଇଯିବ । ଛୁଞ୍ଚୁର ଉଭୟ ପାର୍ଶ୍ଵ ଉତ୍ତର-ଦକ୍ଷିଣ ଦିଗକୁ ସୂଚାଇଥାଏ ।
  • କର୍କକୁ ଧୀରେ ଧୀରେ ଘୂରାଇ ଏହା ଘୂରିବା ବନ୍ଦ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ । ଏହାକୁ ବାରମ୍ବାର ପୁନରାବୃତ୍ତି କରାଯାଉ । ଛୁଞ୍ଚିର ଶେଷ ଭାଗ ସବୁବେଳେ ସମାନ ଦିଗକୁ ସୂଚାଇବ ।
    Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ 9

ଆଧୁନିକ ଚୁମ୍ବକୀୟ କମ୍ପାସ୍‌ର ବ୍ୟାପକ ବ୍ୟବହାର ପୂର୍ବରୁ, ତୁମ ଦ୍ଵାରା ପ୍ରସ୍ତୁତ ସୂଚୀ ଚୁମ୍ବକ ପରି ଏକ ଉପକରଣ ଭାରତୀୟମାନେ ସମୁଦ୍ରରେ ଦିଗ ନିର୍ଦ୍ଧାରଣ ପାଇଁ ବ୍ୟବହାର କରୁଥିଲେ । ଏଥିରେ ଏକ ମାଛ ଆକୃତିର ଚୁମ୍ବକୀୟ ଲୁହା ଖଣ୍ଡ ଥିଲା, ଯାହାକୁ ତେଲ ପାତ୍ରରେ ରଖାଯାଉଥିଲା । ଏହାକୁ ମତ୍ସ୍ୟ ଯନ୍ତ୍ର (ବା ମାଛ ଯନ୍ତ୍ର) କୁହାଯାଉଥିଲା ।

ଯେତେବେଳେ ଆମେ ଦୁଇଟି ଚୁମ୍ବକକୁ ରଖୁ ସେତେବେଳେ କ’ଣ ହୁଏ ?
ଉ. ଯେତେବେଳେ ଆମେ ଦୁଇଟି ଦଣ୍ଡ ଚୁମ୍ବକକୁ ପାଖାପାଖୁ ରଖୁ ସେତେବେଳେ ଗୋଟିଏ ଚୁମ୍ବକର ଉତ୍ତରମେରୁ ଅନ୍ୟ ଚୁମ୍ବକର ଦକ୍ଷିଣ ମେରୁକୁ ଆକର୍ଷଣ କରିବ । ଦୁଇ ଚୁମ୍ବକର ବିପରୀତ ମେରୁ ପରସ୍ପରକୁ ଆକର୍ଷଣ କରିବ ।

ଚୁମ୍ବକର ଆକର୍ଷଣ ଓ ବିକର୍ଷଣ ଗୁଣ :

କାର୍ଯ୍ୟ−୫ : ଆସ ପରୀକ୍ଷା କରିବା

  • ଉତ୍ତର ଓ ଦକ୍ଷିଣ ମେରୁ ଚିହ୍ନିତ ହୋଇଥିବା ଏକ ଯୋଡ଼ା ଦଣ୍ଡ ଚୁମ୍ବକ ନେଇ ତାହାକୁ (କ) ଏବଂ (ଖ) ଭାବେ ଚିହ୍ନିତ କରାଯାଉ ।
  • ସିଲିଣ୍ଡର ଆକୃତିର ପେନସିଲ୍ ଉପରେ ଚୁମ୍ବକ (କ) ର ଲମ୍ବା ପାର୍ଶ୍ଵ ରଖାଯାଉ ।
  • ଏବେ ପ୍ରଥମେ (କ) ର ଶେଷଭାଗ ନିକଟକୁ (ଖ) ଚୁମ୍ବକର ଗୋଟିଏ ପାର୍ଶ୍ଵ ଅଣାଯାଉ ଯେପରି ଚୁମ୍ବକଦ୍ଵୟ ପରସ୍ପରକୁ ସ୍ପର୍ଶ କରିବେ ନାହିଁ । ପୁନଶ୍ଚ (ଖ) ଚୁମ୍ବକର ଅପରପ୍ରାନ୍ତକୁ (କ) ଚୁମ୍ବକର ଶେଷଭାଗ ଆଡ଼କୁ ନିଆଯାଉ । ଏକ ଲୁହାଦଣ୍ଡ ନେଇ ତା’ର ଉଭୟ ପାର୍ଶ୍ଵକୁ (କ) ଚୁମ୍ବକର ଶେଷ ଭାଗ ଆଡ଼କୁ ନିଆଯାଉ । ସମସ୍ତ କ୍ଷେତ୍ରରେ ପର୍ଯ୍ୟବେକ୍ଷଣ କରାଯାଉ ।

Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ

ପର୍ଯ୍ୟବେକ୍ଷଣ :

  • ଦୁଇଟି ଚୁମ୍ବକର ଅସମ ମେରୁ ଅର୍ଥାତ୍ ଗୋଟିଏ ଚୁମ୍ବକର ଉତ୍ତର ମେରୁ ଏବଂ ଅନ୍ୟ ଚୁମ୍ବକର ଦକ୍ଷିଣ ମେରୁ ପରସ୍ପରକୁ ଆକର୍ଷଣ କରିଥାଏ ।
  • ଉଭୟ ଚୁମ୍ବକର ସମମେରୁ ଯଥା – ଉତ୍ତର ମେରୁ ଦ୍ଵୟ କିମ୍ବା ଦକ୍ଷିଣ ମେରୁଦ୍ଵୟ ପରସ୍ପରକୁ ବିକର୍ଷଣ କରି ଥାଏ ।
  • ଏକ ଲୁହାଦଣ୍ଡର ଉଭୟ ମୁଣ୍ଡ ଚୁମ୍ବକର ଉଭୟ ଉତ୍ତର ଓ ଦକ୍ଷିଣ ମେରୁଦ୍ଵାର ଆକର୍ଷିତ ହେବ ।
  • ତେଣୁ ଏକ ଚୁମ୍ବକକୁ ଏହାର ବିକର୍ଷଣ ଗୁଣଦ୍ଵାରାର ଚିହ୍ନଟ କରାଯାଇଥାଏ ।
    Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ 10

କାର୍ଯ୍ୟ – ୬ : ଆସ ପରୀକ୍ଷଣ କରିବା

  • ଏକ ଚୁମ୍ବକୀୟ କଂପାସ ଏବଂ ଏକ ଦଣ୍ଡ ଚୁମ୍ବକ ନିଆଯାଉ । ଚୁମ୍ବକୀୟ କଂପାସକୁ ଏକ ଭୂସମାନ୍ତର ପୃଷ୍ଠ ଉପରେ ରଖ୍ ଏହାର କଣ୍ଟା ସ୍ଥିର ହେବାଯାଏ ଅପେକ୍ଷା କରାଯାଉ ।
  • ବର୍ତ୍ତମାନ ଦଣ୍ଡ ଚୁମ୍ବକର ଉତ୍ତର ମେରୁକୁ ଚୁମ୍ବକୀୟ କଂପାସର ଉତ୍ତର ମେରୁ ପ୍ରାନ୍ତକୁ ଆଣିଲେ କଂପାସର କଣ୍ଟାଟି ଅନ୍ୟ ଦିଗକୁ ବିକ୍ଷେପିତ ହେବ । ଅର୍ଥାତ୍ ଦୂରକୁ ଚାଲିଯିବ ।
  • ବର୍ତ୍ତମାନ ଦଣ୍ଡ ଚୁମ୍ବକର ଦକ୍ଷିଣ ମେରୁକୁ ଚୁମ୍ବକୀୟ କମ୍ପାସର ଉତ୍ତର ମେରୁପ୍ରାନ୍ତକୁ ଆଣିଷଲ କଂପାସର କଣ୍ଟାଟି ବିକ୍ଷେପିତ ହେବ ନାହିଁ ବରଂ ନିକଟତର ହେବ । କାରଣ ବିପରୀତ ମେରୁ ପରସ୍ପରକୁ ଆକର୍ଷଣ କରନ୍ତି ।

କମ୍ପାସ୍ ଛୁଞ୍ଚ୍ ମଧ୍ୟ ଏକ ଚୁମ୍ବକ ଅଟେ । ଯଦି ଏକ ଚୁମ୍ବକକୁ ଏହାର ନିକଟତର କରାଯାଏ ତେବେ ଏହା ସମାନ ଆଚରଣ ଦେଖାଇବ କି ?
ଉ. ହଁ, ଏହା ସମାନ ଆଚରଣ ଦେଖାଇବ ।

Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ

ଯଦି ଆମେ ଚୁମ୍ବକୀୟ କମ୍ପାସ୍ ଏବଂ ଚୁମ୍ବକ ମଧ୍ୟରେ ଏକ କାଠ ଖଣ୍ଡ ରଖୁବା । ତେବେ ଏହା ଚୁମ୍ବକୀୟ କମ୍ପାସ୍‌କୁ ପ୍ରଭାବିତ କରିବ କି ? ?
ଉ. ନା, ଏହା ଚୁମ୍ବକୀୟ କମ୍ପାସ୍‌କୁ ପ୍ରଭାବିତ କରିବ ନାହିଁ, କାରଣ ଚୁମ୍ବକୀୟ ପ୍ରଭାବ ଅଚୁମ୍ବକୀୟ ପଦାର୍ଥ ମାଧ୍ୟମରେ ମଧ୍ଯ କାର୍ଯ୍ୟ କରିପାରେ ।
Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ 11

ଚୁମ୍ବକୀୟ କମ୍ପାସ ଓ ଚୁମ୍ବକ ମଧ୍ୟରେ ଅଚୁମ୍ବକୀୟ ପଦାର୍ଥ ରହିଲେ :

ଚୁମ୍ବକୀୟ କଂପାସ୍ ଓ ଦଣ୍ଡ ଚୁମ୍ବକ ମଧ୍ୟରେ ଯଦି ଏକ ଅଚୁମ୍ବକୀୟ ପଦାର୍ଥ ଯଥା – କାଠ, କାର୍ଡ଼ବୋର୍ଡ଼, ପ୍ଲାଷ୍ଟିକ୍, କାଚ ଆଦି ରଖାଯାଏ ତେବେ କମ୍ପାସ୍ ଛୁଞ୍ଚୁର କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ହେବ ନାହିଁ ।

ତେଣୁ ଚୁମ୍ବକର ପ୍ରଭାବ କୌଣସି ଅଚୁମ୍ବକୀୟ ପଦାର୍ଥ ମାଧ୍ୟମରେ କାର୍ଯ୍ୟ କରିପାରେ ।

Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ

କାର୍ଯ୍ୟ-୭ : ଆସ ଅନୁସନ୍ଧାନ କରିବା

  • କାର୍ଯ୍ୟ–୬ର ପ୍ରଥମ କିମ୍ବା ଦ୍ଵିତୀୟ ଭାଗକୁ ପୁନରାବୃତ୍ତି କରାଯାଉ ।
  • ଦଣ୍ଡ ଚୁମ୍ବକ ଏବଂ ଚୁମ୍ବକୀୟ କମ୍ପାସ୍‌ର ସ୍ଥାନ ପରିବର୍ତ୍ତନ ନକରି, ଚିତ୍ରରେ ଦର୍ଶାଯାଇଥ‌ିବା ପରି ଟେବୁଲରେ ଏକ କାଠ ଖଣ୍ଡକୁ ଲମ୍ବ ଭାବରେ ରଖାଯାଉ । କମ୍ପାସ୍ ଚୁଞ୍ଚିକୁ ସାବଧାନତାର ସହ ନିରୀକ୍ଷଣ କରାଯାଉ ।
  • ଦେଖାଯିବ ଯେ କାଠ ଖଣ୍ଡ ଯୋଗୁଁ କମ୍ପାସ୍ ଛୁଞ୍ଛର ବିକ୍ଷେପଣ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ ।
  • କାଠ ଖଣ୍ଡ ପରିବର୍ତ୍ତେ କାର୍ଡ଼ବୋର୍ଡ଼ ସିଟ୍, ପତଲା ପ୍ଲାଷ୍ଟିକ୍ ସିଟ୍ ଏବଂ ପତଳା କାଚ ସିଟ୍ ନେଇ ଏହି ପରୀକ୍ଷଣକୁ ପୁନରାବୃତ୍ତି କର ।
    Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ 12

ସାରଣୀ – ୨ : ଅ–ଚୁମ୍ବକୀୟ ପଦାର୍ଥ ମାଧ୍ୟମରେ ଚୁମ୍ବକୀୟ ପ୍ରଭାବ ନିରୀକ୍ଷଣ

କ୍ର. ସଂଖ୍ୟା ଚୁମ୍ବକ ଏବଂ ଚୁମ୍ବକୀୟ କମ୍ପାସ୍ ମଧ୍ୟରେ ରଖାଯାଇଥ‌ିବା ପଦାର୍ଥ ପର୍ଯ୍ୟବେକ୍ଷଣ
୧. କାଠ ଛୁଞ୍ଚିର ବିକ୍ଷେପଣରେ କୌଣସି ପରିବର୍ତ୍ତନ ହେବ ନାହିଁ
୨. କାର୍ଡ଼ବୋର୍ଡ ଛୁଞ୍ଚିର ବିକ୍ଷେପଣରେ କୌଣସି ପରିବର୍ତ୍ତନ ହେବ ନାହିଁ
୩. ପ୍ଲାଷ୍ଟିକ ଛୁଞ୍ଚିର ବିକ୍ଷେପଣରେ କୌଣସି ପରିବର୍ତ୍ତନ ହେବ ନାହିଁ
୪. କାଚ ଛୁଞ୍ଚିର ବିକ୍ଷେପଣରେ କୌଣସି ପରିବର୍ତ୍ତନ ହେବ ନାହିଁ

ଚୁମ୍ବକ ସହିତ ମଜା :
ଚୁମ୍ବକ ବିଷୟରେ ଜାଣିବା ପରେ ରଶ୍ମୀ ବହୁତ ଉତ୍ସାହିତ ହୋଇ ସ୍କୁଲ ମେଳାରେ ଚୁମ୍ବକ ବ୍ୟବହାର କରି କିଛି ମଜାଦାର କାର୍ଯ୍ୟ କରିବାକୁ ସ୍ଥିର କରିଥିଲା ।
Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ 13

Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ

ଗୋଲକଧନ୍ଦାରେ ଷ୍ଟିଲବଲ୍ :
କାର୍ଡ଼ବୋର୍ଡ଼ ଟ୍ରେ ତଳେ ଏକ ଚୁମ୍ବକ ଚଳାଇ ଆମେ ଷ୍ଟିଲ୍‌ ବଲ୍‌ଗୁଡ଼ିକୁ ଗୋଲକଧନ୍ଦାରୁ ବାହାର କରିପାରିବା ।
Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ 14

ପାଣିରେ ଷ୍ଟିଲ ପେପରକ୍ଷିପ୍‌କୁ ବାହାର କରିବା :
ଆଙ୍ଗୁଠି କିମ୍ବା ଚୁମ୍ବକକୁ ଓଦା ନକରି ଆମେ ଚୁମ୍ବକ ବ୍ୟବହାର କରି ପାଣିରେ ପଡ଼ିଥିବା ଷ୍ଟିଲ୍ ପେପର କ୍ଲପକୁ ବାହାର କରିପାରିବା ।
Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ 15
ସମମେରୁ ନିକଟରେ ଥ‌ିବା ଦୁଇଟି ଦିଆସିଲି କାର୍ :
ଦୁଇଟି ଦିଆସିଲି କାର୍ ନିକଟତର ହେଲେ ପରସ୍ପର ଦ୍ରୁତ ଗତିରେ ନଯାଇ ପରସ୍ପରଠାରୁ ଦୂରେଇଯିବେ ।
Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ 16

କେତେକ ଚୁମ୍ବକରେ ଉତ୍ତର ଓ ଦକ୍ଷିଣ ମେରୁକୁ N ଓ S ଭାବେ ଚିହ୍ନିତ କରାଯାଏ । ଅନ୍ୟ କେତେକ ଚୁମ୍ବକରେ ଉତ୍ତର ମେରୁକୁ ଏକ ଧଳା ବିନ୍ଦୁ ଦ୍ଵାରା ସୂଚିତ କରାଯାଏ । ବେଳେବେଳେ ଚୁମ୍ବକର ଉତ୍ତର ମେରୁକୁ ଲାଲ ଓ ଦକ୍ଷିଣ ମେରୁକୁ ଲାଲ୍ ଓ ଦକ୍ଷିଣ ମେରୁକୁ ନୀଳ ରଙ୍ଗ ଦ୍ଵାରା ସୂଚିତ କରାଯାଏ ।

ଚୁମ୍ବକକୁ କିପରି ସୁରକ୍ଷିତ ରଖୁବ ? ଚୁମ୍ବକ କହେ, ‘ମୋତେ ଠିକ୍ ଭାବରେ ଦାୟିତ୍ଵରେ ରଖ । ମୋତେ ଗୋଟିଏ ପାର୍ଶ୍ଵରେ ଅସମ ମେରୁ ଥିବା ଯୋଡ଼ିରେ ରଖ । ଏହା ମଝିରେ ଏକ କାଠ ଖଣ୍ଡ ରଖ । ଦୁଇ ଖଣ୍ଡ ନରମ ଲୁହାକୁ ଦୁଇମୁଣ୍ଡରେ ରଖ ।
Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ 17
‘ମୋତେ ଗରମ କର ନାହିଁ କିମ୍ବା ମୋତେ ତଳେ ପକାଅ ନାହିଁ କିମ୍ବା ମୋତେ ହାତୁଡ଼ିଦ୍ଵାରା ଆଘାତ ଦିଅ ନାହିଁ । ମୋତେ ମୋବାଇଲ୍ ଫୋନ୍ କିମ୍ବା ରିମୋଟ୍ କଣ୍ଟ୍ରୋଲ୍‌ ନିକଟରେ ରଖ ନାହିଁ ।

ଚୁମ୍ବକକୁ ସୁରକ୍ଷିତ ରଖୁବାର ଉପାୟ :

  • ଏହାର ଗୋଟିଏ ପାର୍ଶ୍ଵରେ ଅସମ ମେରୁ ଥିବା ଯୋଡ଼ିରେ ରଖାଯାଉ । ଏହା ମଝିରେ ଏକ କାଠ ଖଣ୍ଡ ରଖ୍, ଦୁଇ ଖଣ୍ଡ ନରମ ଲୁହାକୁ ଦୁଇ ମୁଣ୍ଡରେ ରଖାଯାଉ ।
  • ଚୁମ୍ବକକୁ ଗରମ କରିବା ନାହିଁ କିମ୍ବା ତଳେ ପକାଇବା ନାହିଁ କିମ୍ବା ହାତୁଡ଼ି ଦ୍ଵାରା ଆଘାତ କରିବା ନାହିଁ । ଏପରି କଲେ ଚୁମ୍ବକର ଚୁମ୍ବକୀୟ ଗୁଣ ଲୋପ ପାଇଯିବାର ସମ୍ଭାବନା ଥାଏ ।
  • ଚୁମ୍ବକକୁ ମୋବାଇଲ ଫୋନ କିମ୍ବା ରିମୋଟ କଣ୍ଟ୍ରୋଲ ନିକଟରେ ରଖୁ ନାହିଁ ।

Class 6 Science Chapter 4 Notes Odia Medium ଚୁମ୍ବକ ଅନ୍ଵେଷଣ

ବିଜ୍ଞାନଭିତ୍ତିକ ପ୍ରମୁଖ ଶବ୍ଦ

୧. ଆକର୍ଷଣ
୨. ବିକର୍ଷଣ
୩. ସିଦ୍ଧାନ୍ତ
୪. ଦଣ୍ଡ ଚୁମ୍ବକ
୫. ଚୁମ୍ବକୀୟ କମ୍ପାସ୍
୬. ଚୁମ୍ବକୀୟ ପଦାର୍ଥ
୭. ଅ-ଚୁମ୍ବକୀୟ ପଦାର୍ଥ
୮. ପରୀକ୍ଷଣ
୯. ଚୁମ୍ବକର ଉତ୍ତର ମେରୁ |
୧୦. ଅନୁସନ୍ଧାନ
୧୧. ଚୁମ୍ବକର ଦକ୍ଷିଣ ମେରୁ
୧୨. ସନ୍ଧାନ
୧୩. ରିଂ ଚୁମ୍ବକ
୧୪. ଅଶ୍ଵକ୍ଷୁରାକୃତି ଚୁମ୍ବକ
୧୫. ନିରୀକ୍ଷଣ
୧୬. ପୂର୍ବାନୁମାନୁ
୧୭. ଲିପିବଦ୍ଧ

ବିଷୟବସ୍ତୁର ସାରାଂଶ :

  • ଏକ ଚୁମ୍ବକର ଦୁଇଟି ମେରୁ ଥାଏ – ଉତ୍ତର ମେରୁ ଏବଂ ଦକ୍ଷିଣ ମେରୁ ।
  • ଚୁମ୍ବକର ମେରୁ ସବୁବେଳେ ଯୋଡ଼ିରେ ରହିଥାଏ । କୌଣସି ଚୁମ୍ବକରେ କେବଳ ଉତ୍ତର ମେରୁ କିମ୍ବା ଦକ୍ଷିଣ ମେରୁ ରହିପାରିବ ନାହିଁ ।
  • ଚୁମ୍ବକୀୟ ପଦାର୍ଥ ହେଉଛି ସେହି ପଦାର୍ଥ ଯାହା ଚୁମ୍ବକ ପ୍ରତି ଆକର୍ଷିତ ହୁଏ ।
  • ଅ-ଚୁମ୍ବକୀୟ ପଦାର୍ଥ ହେଉଛି ସେହି ପଦାର୍ଥ ଯାହା ଚୁମ୍ବକ ପ୍ରତି ଆକର୍ଷିତ ହୁଏ ।
  • ମୁକ୍ତ ଭାବରେ ଝୁଲୁଥିବା ଏକ ଚୁମ୍ବକ ଉତ୍ତର-ଦକ୍ଷିଣ ଦଗରେ ସ୍ଥିର ହୋଇ ରହେ । ଚୁମ୍ବକୀୟ କମ୍ପାସ୍‌ର ସୂଚୀ ଉତ୍ତର-ଦକ୍ଷିଣ ଦିଗକୁ ସୂଚାଇଥାଏ ।
  • ଯେତେବେଳେ ଦୁଇଟି ଚୁମ୍ବକକୁ ପରସ୍ପରର ନିକଟତର କରାଯାଏ, ସମମେରୁ (ଉତ୍ତର-ଉତ୍ତର, ଦକ୍ଷିଣ- ଦକ୍ଷିଣ) ପରସ୍ପରକୁ ବିକର୍ଷିତ କରିଥାଏ ଏବଂ ଅସମ ମେରୁ (ଉତ୍ତର-ଦକ୍ଷିଣ) ପରସ୍ପରକୁ ଆକର୍ଷିତ କରିଥାଏ ।

Class 6 Maths Chapter 2 Question Answer Odia Medium ରେଖା ଓ କୋଣ

Students can use Class 6 Math Solution Odia Medium and Class 6 Maths Chapter 2 Question Answer Odia Medium ରେଖା ଓ କୋଣ to check their answers after solving exercises.

6th Class Maths Chapter 2 Question Answer Odia Medium

Class 6 Maths Chapter 2 Odia Medium

2.1 ବିନ୍ଦୁ (Point), 2.2 ରେଖାଖଣ୍ଡ (Line Segment), 2.3 ସରଳରେଖା (Line), 2.4 ରଶ୍ମି (Ray)

ଆସ ବୁଝିବା: (Page No. 15-17)

Question 1.
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 15 Q1
ତମେ ରୀନା ଓ ଶୀତଳକୁ ଉତ୍ତର ପାଇବାପାଇଁ ସାହାଯ୍ୟ କରିପାରିବ କି?
Solution:
ସମତଳରେ ଗୋଟିଏ ବିନ୍ଦୁ ମଧ୍ୟଦେଇ ଅସଂଖ୍ୟ ସରଳରେଖା ଗତି କରିପାରିବ।
ଦୁଇଟି ବିନ୍ଦୁ ମଧ୍ୟଦେଇ କେବଳ ଗୋଟିଏ ସରଳରେଖା ଅଙ୍କନ କରାଯାଇପାରିବ।

Question 2.
ଦତ୍ତ ଚିତ୍ରରେ ଦିଆଯାଇଥିବା ରେଖାଖଣ୍ଡଗୁଡ଼ିକୁ ନାମିତ କର। ଚିହ୍ନିତ ହୋଇଥୁବା ପାଞ୍ଚୋଟି ବିନ୍ଦୁ ମଧ୍ୟରୁ କେଉଁ ବିନ୍ଦୁଗୁଡ଼ିକୁ ଗୋଟିଏ ରେଖାଖଣ୍ଡ ଉପରେ ଅବସ୍ଥିତ? କେଉଁ ବିନ୍ଦୁଗୁଡ଼ିକ ଦୁଇଟି ରେଖାଖଣ୍ଡ ଉପରେ ଅବସ୍ଥିତ?
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 15 Q2
Solution:
(i) ରେଖାଖଣ୍ଡଗୁଡ଼ିକ ହେଲା – LM, MP, PQ ଓ QR
(ii) L ଓ R ବିନ୍ଦୁଦ୍ଵୟ ଗୋଟିଏ ରେଖାଖଣ୍ଡ ଉପରେ ଅବସ୍ଥିତ।
(iii) M, P ଓ Q ବିନ୍ଦୁଗୁଡ଼ିକ ଦୁଇଟି ରେଖାଖଣ୍ଡ ଉପରେ ଅବସ୍ଥିତ।

Class 6 Maths Chapter 2 Question Answer Odia Medium ରେଖା ଓ କୋଣ

Question 3.
ଦତ୍ତ ଚିତ୍ରରେ ରଶ୍ମିଦ୍ଵୟର ନାମକରଣ କରି। ଉଭୟ ରଶ୍ମିର ‘T’ ଆଦ୍ୟ ବିନ୍ଦୁ ଅଟେ କି?
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 15 Q3
Solution:
\(\overrightarrow{\mathrm{TA}}\) ଓ \(\overrightarrow{\mathrm{TB}}\) ରଶ୍ମି ହିଁ ଉଭୟ ରଶ୍ମି ଦ୍ଵୟ \(\overrightarrow{\mathrm{TA}}\) ଓ \(\overrightarrow{\mathrm{TB}}\) ର ଆରମ୍ଭ ବିନ୍ଦୁ T.

Question 4.
ପ୍ରତ୍ୟେକ ସ୍ଥଳରେ ରଫ୍ ଚିତ୍ର ଅଙ୍କନ କରି ଠିକ୍ ଭାବେ ବୁଝାଇବା ପାଇଁ ନାମକରଣ କର।
(a) \(\overleftrightarrow{\mathrm{OP}}\) ଓ \(\overleftrightarrow{\mathrm{OQ}}\), ‘O’ ବିନ୍ଦୁରେ ମିଳିତ ହୁଅନ୍ତି।
(b) \(\overleftrightarrow{\mathrm{XY}}\) ଓ \(\overleftrightarrow{\mathrm{PQ}}\), ପରସ୍ପରକୁ M ବିନ୍ଦୁରେ ଛେଦ କରନ୍ତି।
(c) ‘l’ ସରଳରେଖା ଉପରେ ‘E’ ଓ ‘F’ ବିନ୍ଦୁଦ୍ଵୟ ଅବସ୍ଥିତ କିନ୍ତୁ ‘D’ ବିନ୍ଦୁ ନୁହେଁ।
(d) AB ରେଖାଖଣ୍ଡ ଉପରେ ‘P’ ବିନ୍ଦୁ ଅବସ୍ଥିତ।
Solution:
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 15 Q4

Question 5.
ଚିତ୍ରରେ ଦର୍ଶାଅ:
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 15 Q5
(a) ପାଞ୍ଚଟି ବିନ୍ଦୁ
(b) ଗୋଟିଏ ସରଳରେଖା
(c) ଚାରୋଟି ରଶ୍ମି
(d) ପାଞ୍ଚଟି ରେଖାଖଣ୍ଡ
Solution:
(a) ପାଞ୍ଚଟି ବିନ୍ଦୁ – B, C, D, E ଓ O
(b) ଗୋଟିଏ ସରଳରେଖା – DB
(c) ଚାରୋଟି ରଶ୍ମି — \(\overrightarrow{\mathrm{OB}}, \overrightarrow{\mathrm{OC}}, \overrightarrow{\mathrm{OD}}, \overrightarrow{\mathrm{OE}}\)
(d) ପାଞ୍ଚଟି ରେଖାଖଣ୍ଡ – DE, EO, OB, OC, DO

Question 6.
ଏଠାରେ \(\overrightarrow{\mathrm{OA}}\) ଗୋଟିଏ ରଶ୍ମି । ଏହା ‘O’ ବିନ୍ଦୁରୁ ଆରମ୍ଭ ହୋଇ ‘A’ ବିନ୍ଦୁ ମଧ୍ୟଦେଇ ଯାଇଅଛି।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 15 Q6
(a) ତୁମେ ଏହାକୁ \(\overrightarrow{\mathrm{OB}}\) ଭାବେ ନାମକରଣ କରିପାରିବ କି? ହଁ/ନା କାହିଁକି?
(b) ଆମେ \(\overrightarrow{\mathrm{OA}}\) କୁ \(\overrightarrow{\mathrm{AO}}\) ଭାବେ ଲେଖୁପାରିବା କି? ହଁ/ନା, କାହିଁକି?
Solution:
(a) ହଁ, ଆମେ \(\overrightarrow{\mathrm{OA}}\) କୁ \(\overrightarrow{\mathrm{OB}}\) ଭାବେ ନାମକରଣ କରିପାରିବା।
(b) ନା, ଆମେ \(\overrightarrow{\mathrm{OA}}\) କୁ \(\overrightarrow{\mathrm{AO}}\) ଭାବେ ଲେଖିପାରିବା ନାହିଁ।

2.5 କୋଣ (Angle)

Page No. 17

Question 1.
ଏହି କୋଣକୁ ଆମେ କିପରି ନାମକରଣ କରିବା?
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 17 Q1
Solution:
∠DBE ବା ∠EBD ଭାବରେ।

Page No. 18

Question 1.
ତୁମେ ପ୍ରତ୍ୟେକ ପରିସ୍ଥିତିରେ ଉତ୍ପନ୍ନ ହୋଇଥିବା କୋଣକୁ ଲକ୍ଷ୍ୟ କରିପାରୁଛ କି? ଉକ୍ତ କୋଣର ବାହୁ ଓ ଶୀର୍ଷବିନ୍ଦୁଙ୍କୁ ସୂଚିତ କରିପାରିବ କି? କେଉଁ କୋଣଟି ବଡ଼? ପରିସ୍ଥିତି-1ରେ ଥିବା କୋଣ ବା ପରିସ୍ଥିତି-2 ରେ ଥ‌ିବା କୋଣ?
Solution:
ପରିସ୍ଥିତି–6 ଥ‌ିବା କୋଣ।

ଆସ ବୁଝିବା: (Page No. 19-21)

Question 1.
ତଳେ ଦିଆଯାଇଥୁବା ଚିତ୍ରଗୁଡ଼ିକରେ କୋଣଗୁଡ଼ିକୁ ତୁମେ ଖୋଜି ପାରିବ କି? ଯେକୌଣସି ଗୋଟିଏ କୋଣ ଗଠନ କରୁଥିବା ରଶ୍ମି ଅଙ୍କନ କର ଏବଂ କୋଣର ଶୀର୍ଷବିନ୍ଦୁର ନାମକରଣ କର।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 19 Q1
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 19 Q1.1
Solution:
(a) ∠ADB, ∠BDC, ଶୀର୍ଷବିନ୍ଦୁ D
(b) ∠PQR, ଶୀର୍ଷବିନ୍ଦୁ Q
(c) ∠LMN, ଶୀର୍ଷବିନ୍ଦୁ M
(d) ∠XYZ, ଶୀର୍ଷବିନ୍ଦୁ Y
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 19 Q1.2

Class 6 Maths Chapter 2 Question Answer Odia Medium ରେଖା ଓ କୋଣ

Question 2.
ST ଓ SR କୁ ବାହୁ ନେଇ ଗୋଟିଏ କୋଣର ଚିତ୍ର ଅଙ୍କନ କର ଓ ଏହାର ନାମକରଣ କର।
Solution:
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 19 Q2

Question 3.
ଏଠାରେ ∠APC କୁ କାହିଁକି ଆମେ ∠P ଭାବରେ ଲେଖୁ ପାରିବା ନାହିଁ, ବୁଝାଅ।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 19 Q3
Solution:
(i) P ବିନ୍ଦୁରେ ତିନୋଟି କୋଣ ଉତ୍ପନ୍ନ କରେ, ଯଥା – ∠APB, ∠BPC ଓ ∠APC
(ii) ଠିକ୍ କୋଣ ପାଇବା ପାଇଁ ଏଗୁଡ଼ିକୁ ∠APC ବା ∠APB ବା ∠BPC ନାମରେ ନାମିତ କରିପାରିବା।

Question 4.
ତଳେ ଦିଆଯାଇଥ‌ିବା ଚିତ୍ରରେ କୋଣଗୁଡ଼ିକର ନାମକରଣ କର।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 19 Q4
Solution:
ଦତ୍ତ ଚିତ୍ରରେ 1 ଓ 2 କୋଣଗୁଡ଼ିକ ହେଲେ,
1 = ∠PTQ, 2 = ∠QTR

Question 5.
ତୁମେ ଗୋଟିଏ ସରଳରେଖାରେ ନଥୁବା ଯେକୌଣସି ତିନୋଟି ବିନ୍ଦୁକୁ ଖାତାରେ ଚିହ୍ନିତ କର ଓ ସେମାନଙ୍କର ନାମ A, B ଓ C ଦିଅ। ଯେକୌଣସି ଦୁଇଟି ବିନ୍ଦୁ ସଂଯୋଗ କରି ସମସ୍ତ ସମ୍ଭାବ୍ୟ ସରଳରେଖା ଅଙ୍କନ କର। କେତୋଟି ସରଳରେଖା ଅଙ୍କନ କରିପାରିଲ? ସେଗୁଡ଼ିକର ନାମକରଣ କର। A, B ଓ C ବ୍ୟବହାରକରି କେତୋଟି କୋଣର ନାମକରଣ କରିପାରିବ? ଚିତ୍ରରେ ଦିଆଯାଇଥବାପରି ପ୍ରତ୍ୟେକ କୋଣକୁ ଏକ ବକ୍ରରେଖା ଦେଇ ଚିହ୍ନାଅ।
Solution:
ଆମେ ତିନୋଟି ସରଳରେଖା AB, BC ଓ CA ପାଇବା।
ଆମେ ତିନୋଟି କୋଣ ∠ABC, ∠BCA ଓ ∠CAB ପାଇବା।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 19 Q5

Class 6 Maths Chapter 2 Question Answer Odia Medium ରେଖା ଓ କୋଣ

Question 6.
ଏବେ ତୁମେ ଗୋଟିଏ କାଗଜପୃଷ୍ଠାରେ ଯେକୌଣସି ଚାରୋଟି ବିନ୍ଦୁକୁ ଏପରି ଚିହ୍ନିତ କର ଯେପରିକି ସେମାନଙ୍କ ମଧ୍ୟରୁ କୌଣସି ତିନୋଟି ବିନ୍ଦୁ ଗୋଟିଏ ସରଳରେଖାରେ ନଥ‌ିବେ। ବିନ୍ଦୁଗୁଡ଼ିକୁ A, B, C, D ଭାବରେ ନାମିତ କର। ଯେକୌଣସି ଦୁଇଟି ବିନ୍ଦୁ ମଧ୍ୟଦେଇ ସମସ୍ତ ସମ୍ଭାବ୍ୟ ସରଳରେଖା ଅଙ୍କନ କର। କେତୋଟି ସରଳରେଖା ଅଙ୍କନ କରିପାରିଲ? ସେଗୁଡ଼ିକୁ ନାମ ଦିଅ? A, B, C, D ବ୍ୟବହାର କରି ତୁମେ କେତୋଟି କୋଣର ନାମ ଦେଇପାରିବ? ସମସ୍ତ କୋଣଗୁଡ଼ିକୁ ଲେଖ ଓ ଚିତ୍ରରେ ଦିଆଯାଇଥବା ପରି ପ୍ରତ୍ୟେକ କୋଣକୁ ଏକ ବକ୍ରରେଖା ସାହାଯ୍ୟରେ ଚିହ୍ନାଅ।
Solution:
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 19 Q6
ଆମେ ଛଅଗୋଟି ସରଳରେଖା; ଯଥା- \(\overleftrightarrow{\mathrm{AB}}, \overleftrightarrow{\mathrm{BC}}, \overleftrightarrow{\mathrm{CD}}, \overleftrightarrow{\mathrm{DA}}, \overleftrightarrow{\mathrm{AC}}\) ଓ \(\overleftrightarrow{\mathrm{BD}}\) ପାଇବା।
ଏବଂ ଆମେ ୧୨ଗୋଟି କୋଣ; ସେଗୁଡ଼ିକ ହେଲା, ∠BAC, ∠CAD, ∠BAD, ∠ABD, ∠DBC, ∠ABC, ∠BCA, ∠ACD, ∠BCD, ∠CDB, ∠CDA, ∠BDA ପାଇବା।

2.6 କୋଣମାନଙ୍କ ମଧ୍ୟରେ ତୁଳନା (Comparing Angles)

Page No. 21

Question 1.
ଦୁଇଟି କୋଣ ତୁଳନା କରିବା କ’ଣ ସବୁବେଳେ ସହଜ ହୋଇଥାଏ?
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 21 Q1
ଏଠାରେ କିଛି କୋଣ ଅଛି। ପ୍ରତ୍ୟେକ କୋଣର ନାମକରଣ କର। ତମେ ସେଗୁଡ଼ିକୁ କିପରି ତୁଳନା କରିବ? ଆଉ କିଛି କୋଣ ଅଙ୍କନ କର, ସେଗୁଡ଼ିକର ନାମକରଣ କରି ତୁଳନା କର।
Solution:
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 21 Q1.1
ଆମେ ପାଇବା ∠1 > ∠2, ∠2 > ∠3, ∠3 < ∠4
∴ ∠3 < ∠4 < ∠2 < ∠1

ଆସ ବୁଝିବା: (Page No. 23)

Question 1.
ଗୋଟିଏ ଆୟତାକାର କାଗଜ ପୃଷ୍ଠାକୁ ଭାଙ୍ଗି ଦିଅ, ତା’ପରେ ସୃଷ୍ଟି ହୋଇଥିବା ଭାଙ୍ଗ ଉପରେ ରେଖା ଅଙ୍କନ କର। କାଗଜର ଭାଙ୍ଗ ଓ ଧାର ମଧ୍ଯରେ ଗଠିତ କୋଣଗୁଡ଼ିକୁ ନାମ ଦେଇ ତୁଳନା କର। ଆୟତାକାର କାଗଜ ପୃଷ୍ଠାକୁ ବିଭିନ୍ନ କୋଣ ଗଠିତ ହେଲାଭଳି ଭାଙ୍ଗ କର ଓ କୋଣଗୁଡ଼ିକର ତୁଳନା କର। ତୁମେ ପାଇଥବା ସବୁଠାରୁ ବଡ଼ ଓ ଛୋଟ କୋଣ କେଉଁଟି?
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 23 Q1
Solution:
ଆମେ ∠1, ∠2, ∠3 ଓ ∠4 ପାଇବା।
ତୁଳନା କଲେ ∠1 < ∠2, ∠4 < ∠3, ∠1 = ∠4, ∠2 = ∠3
∠2 ଓ ∠3 ସବୁଠାରୁ ବଡ଼ କୋଣ।
∠1 ଓ ∠4 ସବୁଠାରୁ ସାନ କୋଣ।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 23 Q1.1

Question 2.
ପ୍ରତ୍ୟେକ କ୍ଷେତ୍ରରେ କେଉଁ କୋଣଟି ବଡ଼ ଓ କାହିଁକି ଦର୍ଶାଅ।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 23 Q2
(a) ∠AOB କିମ୍ବା ∠XOY
(b) ∠AOB କିମ୍ବା ∠XOB
(e) ∠XOB କିମ୍ବା ∠XOC
କେଉଁ କୋଣଟି ବଡ଼ ତୁମେ କିପରି ନିର୍ଣ୍ଣୟ କଲ, ତୁମ ସାଙ୍ଗମାନଙ୍କ ସହିତ ଆଲୋଚନା କର।
Solution:
(a) ∠AOB > ∠XOY କାରଣ, ∠XOY ଠାରୁ ∠AOB ଅଧିକ ବିସ୍ତାର କରିଛି।
(b) ∠AOB > ∠XOB କାରଣ, ∠XOB ଠାରୁ ∠AOB ଅଧିକ ବିସ୍ତାର କରିଛି।
(c) ∠XOB = ∠XOC କାରଣ, B ଓ C ଗୋଟିଏ ରେଖା ଉପରେ ଅବସ୍ଥିତ। ତେଣୁ ଦୁଇଟି ସମାନ ପରିମାଣରେ ବିସ୍ତାର କରିଛନ୍ତି।

Class 6 Maths Chapter 2 Question Answer Odia Medium ରେଖା ଓ କୋଣ

Question 3.
∠XOY ଓ ∠AOB ମଧ୍ଯରେ କେଉଁ କୋଣଟି ବଡ଼? କାରଣ ସହ ଦର୍ଶାଅ।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 23 Q3
Solution:
∠1 > ∠3, ∠1 + ∠2, ∠3 + ∠2 (ଉଭୟ ପାର୍ଶ୍ଵରେ 2 ଯୋଗକଲେ)
ତେଣୁ ∠XOY > ∠AOB
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 23 Q3.1

2.7 ଘୂର୍ଣ୍ଣନ ବାହୁ ତିଆରି (Making Rotating Arms), 2.8 ସ୍ଵତନ୍ତ୍ର ପ୍ରକାର କୋଣ (Special Types of Angles)

Page No. 29

Question 1.
ଯଦି ସମ୍ପୂର୍ଣ୍ଣ ଓଲଟାଇବାର ଅଧା ଭାଗ ଦ୍ଵାରା, ଗୋଟିଏ ସରଳକୋଣ ଗଠିତ ହୁଏ, ତେବେ ସଂପୂର୍ଣ ଓଲଟାଇବାରେ କେତେ ଭାଗଦ୍ଵାରା ଗୋଟିଏ ସମକୋଣ ଗଠିତ ହେବ?
Solution:
ଗୋଟିଏ ସମକୋଣ ‘L’ ଆକୃତି ସହିତ ସମାନ। ଗୋଟିଏ କୋଣ ସମକୋଣ ହୁଏ, ଯଦି ଏହା ଗୋଟିଏ ସରଳ କୋଣର ଅଧା ହୋଇଥବ। ସମକୋଣରେ ମିଶିଥୁବା ଦୁଇଟି ରେଖାକୁ ଲମ୍ବ ରେଖା କୁହାଯାଏ।

ନିଜେ କରି ଦେଖ: (Page No. 29-30)

Question 1.
ତୁମ ଶ୍ରେଣୀଗୃହର ଝରକାଗୁଡ଼ିକର କେତୋଟି ଲେଖାଏଁ ସମକୋଣ ରହିଛି? ତୁମେ ତୁମ ଶ୍ରେଣୀଗୃହରେ ଅନ୍ୟ କେଉଁଠି ସମକୋଣ ଦେଖୁଛ କି?
Solution:
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 29 Q1
ଝରକାର ଚାରିଟି ସମକୋଣ, ଯଥା – 1, 2, 3 ଓ 4
ହଁ, କବାଟର କୋଣ, ବ୍ଲାକ୍‌ବୋର୍ଡ଼ର କୋଣରେ ସମକୋଣ ଅଛି।

Question 2.
ତଳେ ଦିଆଯାଇଥିବା ଗ୍ରୀଡ଼ରେ ସରଳକୋଣ ପାଇବା ପାଇଁ A ବିନ୍ଦୁକୁ ଅନ୍ୟ ଗ୍ରୀଡ଼ ବିନ୍ଦୁ ସହିତ ସରଳରେଖାରେ ଯୋଡ଼, ଏହାକୁ ତୁମେ ଆଉ କେତେ ପ୍ରକାରର କରିପାରିବ?
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 29 Q2
Solution:
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 29 Q2.1

Question 3.
ବର୍ତ୍ତମାନ ସମକୋଣ ପାଇବା ପାଇଁ ‘A’ ବିନ୍ଦୁକୁ ଅନ୍ୟ ଗ୍ରୀଡ଼ବିନ୍ଦୁ ସହିତ ସରଳରେଖାରେ ଯୋଡ଼। ଏହାକୁ ତୁମେ ଆଉ କେତେ ପ୍ରକାରର କରିପାରିବ?
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 29 Q3
ସୂଚନା: ତଳ ଚିତ୍ରରେ ଦେଖାଯାଇଥିବା ସରଳରେଖାକୁ ଆଉ ଅଧ‌ିକ ବଦ୍ଧିତ କର। A ବିନ୍ଦୁରେ ସମକୋଣ ପାଇବା ପାଇଁ, ଆମେ ଏଭଳି ରେଖା ଅଙ୍କନ କରିବା ଯେ, ତାହା ସରଳକୋଣ CAB କୁ ସମାନ ଦୁଇ ଭାଗରେ ବିଭକ୍ତ କରିବ।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 29 Q3.1
Solution:
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 29 Q3.2

Question 4.
କାଗଜରେ ଗୋଟିଏ ତେରେଚ୍ଛା ଗାର ନିଅ। ବର୍ତ୍ତମାନ ଏହା ଉପରେ ଆଉ ଗୋଟିଏ ଗାର ଏପରି ଦିଅ, ଯେପରିକି ଏହା ପ୍ରଥମ ଗାର ଉପରେ ଲମ୍ବ ହେବ।
(a) ବର୍ତ୍ତମାନ ତୁମେ କେତୋଟି ସମକୋଣ ପାଇଛ? କୋଣଗୁଡ଼ିକ କାହିଁକି ସମକୋଣ, ତାହାର ଯଥାର୍ଥତା ପ୍ରତିପାଦନ କର।
Solution:
ଯେତେବେଳେ ଆମେ ପ୍ରଥମ ଗାର ପ୍ରତି ଲମ୍ବ କରିବା, କାଗଜରୁ ଦୁଇଟି ଗାର ଏକ ସମକୋଣ P ବିନ୍ଦୁରେ ଛେଦ କରନ୍ତି, ଯାହା ସମତଳକୁ ପ୍ରତ୍ୟେକ 90°ର ଚାରୋଟି ସମକୋଣରେ ବିଭକ୍ତ କରିବ। ଆମେ ଚାରିଟି ସମକୋଣ ପାଇବା।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 29 Q4

(b) ତୁମେ କାଗଜଖଣ୍ଡକୁ କିପରି ଭାଙ୍ଗ କରିଥିଲ ବର୍ଣ୍ଣନା କର, ଯେମିତିକି ଏ ପ୍ରକ୍ରିୟା ସମ୍ପର୍କରେ ଜାଣିନଥୁବା ବ୍ୟକ୍ତିଜଣକ ତୁମକୁ ଅନୁସରଣ କରି ସମକୋଣ ପାଇପାରିବ।
Solution:
ସୋପାନ–1: ଗୋଟିଏ କାଗଜ ନିଅ। ଏହାକୁ ଭାଙ୍ଗି ଚାପି ଦିଅ।
ସୋପାନ–2: ଭାଙ୍ଗରେ ଏକ ରେଖା ହେବ।
ସୋପାନ–3: ଏବେ କାଗଜକୁ ପୁଣିଥରେ ଏପରି ଭାଙ୍ଗ ଯାହାର ଦୁଇଟି ଭାଙ୍ଗରେଖା ମିଳିତ ହେବେ।
ସୋପାନ–4: ଭାଙ୍ଗ ହୋଇଥିବା କାଗଜକୁ ଏବେ ଖୋଲିଦିଅ।
ଚିତ୍ରରେ ଦର୍ଶାଇଲା ଭଳି ଆମେ ଦୁଇଟି ଲମ୍ବ ଓ ଚାରିଟି ସମକୋଣ ପାଇବା।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 29 Q4.1

Page No. 31

Question 1.
କୋଣମାନଙ୍କର ବର୍ଗୀକରଣ: ପାର୍ଶ୍ଵରେ ଦେଖାଯାଇଥିବା ପରି କୋଣଗୁଡ଼ିକୁ ତିନୋଟି ଭାଗରେ ବର୍ଗୀକୃତ କରାଯାଇଅଛି। ଦ୍ଵିତୀୟ ଭାଗରେ ସମକୋଣ ଦେଖାଯାଇଛି। ଅନ୍ୟ ଦୁଇଟି ଭାଗର ସାଧାରଣ ବୈଶିଷ୍ଟ୍ୟ/ଗୁଣ କ’ଣ ହୋଇପାରେ?
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 31 Q1
Solution:
ପ୍ରଥମ ଭାଗରେ, ସମସ୍ତକୋଣ ଏକ ସମକୋଣଠାରୁ କମ୍ କିମ୍ବା ଅନ୍ୟ ଅର୍ଥରେ ଏକ ଚତୁର୍ଥାଂଶ ମୋଡ଼ରୁ କମ୍। ଏପରି କୋଣଗୁଡ଼ିକୁ ସୂକ୍ଷ୍ମକୋଣ କୁହାଯାଏ।
ତୃତୀୟ ଭାଗରେ, ସମସ୍ତକୋଣ ଏକ ସମକୋଣଠାରୁ ବଡ଼ କିନ୍ତୁ ଏକ ସରଳକୋଣଠାରୁ କମ୍। ଏଠାରେ ମୋଡ଼ ଏକ ଚତୁର୍ଥାଂଶ ମୋଡ଼ରୁ ଅଧିକ ଏବଂ ଅଧା ମୋଡରୁ କମ୍। ଏପରି କୋଣଗୁଡ଼ିକୁ ସ୍ଥୂଳକୋଣ କୁହାଯାଏ।

ଆସ ବୁଝିବା: (Page No. 31-32)

Question 1.
ପୂର୍ବ ଚିତ୍ରରେ ସୂକ୍ଷ୍ମକୋଣ, ସମକୋଣ, ସ୍ଥୂଳକୋଣ ଓ ସରଳକୋଣଗୁଡ଼ିକ ଚିହ୍ନଟ କର।
Solution:
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 32 Q1

Question 2.
କିଛି ସୂକ୍ଷ୍ମକୋଣ ଏବଂ କିଛି ସ୍ଥୂଳକୋଣ ଅଙ୍କନ କର। ସେଗୁଡ଼ିକୁ ବିଭିନ୍ନ ଦିଗକୁ ନିର୍ଦ୍ଦେଶ କରି ଅଙ୍କନ କର।
Solution:
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 32 Q2

Question 3.
ତୁମେ ସୂକ୍ଷ୍ମ ଓ ସ୍ଥୂଳ ଶବ୍ଦର ଅର୍ଥ କ’ଣ ଜାଣିଛ କି? ସୂକ୍ଷ୍ମ ଶବ୍ଦର ଅର୍ଥ ତୀକ୍ଷଣ ଓ ସ୍ଥୂଳ ଶବ୍ଦର ଅର୍ଥ ଦଦରା (ଯାହା ତୀକ୍ଷ୍ଣ ନୁହେଁ) ଏପରି ଶବ୍ଦକୁ କାହିଁକି ବ୍ୟବହାର କରାଯାଇଛି, ତୁମେ କ’ଣ ଭାବୁଛ?
Solution:
ଯେଉଁ କୋଣର ପରିମାଣ 90° ରୁ କମ୍ ତାହା ସୂକ୍ଷ୍ମକୋଣ ଓ ଯେଉଁ କୋଣର ପରିମାଣ 90° ରୁ ଅଧିକ ତାହାକୁ ସ୍ଥୂଳକୋଣ କୁହାଯାଏ।

Class 6 Maths Chapter 2 Question Answer Odia Medium ରେଖା ଓ କୋଣ

Question 4.
ତଳେ ଥିବା ପ୍ରତ୍ୟେକ ଚିତ୍ରରେ ସୂକ୍ଷ୍ମକୋଣଗୁଡ଼ିକୁ ଖୋଜି ବାହାର କର।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 32 Q4
ପରବର୍ତୀ ଚିତ୍ର କ’ଣ ହେବ ଏବଂ ଏଥିରେ କେତୋଟି ସୂକ୍ଷ୍ମକୋଣ ରହିବ? ଏଥ‌ିରେ କିଛି ନିର୍ଦ୍ଦିଷ୍ଟ ସଂରଚନା ଦେଖୁଛ କି?
Solution:
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 32 Q4.1
3 + 9 = 12
12 + 9 = 21
ପ୍ରତ୍ୟେକ ଚିତ୍ରରେ କୋଣଗୁଡ଼ିକ ବୃଦ୍ଧି ପାଉଛି = 9
ପରବର୍ତୀ ଚିତ୍ରଟିର କୋଣ ହେବ = 21 + 9 = 30
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 32 Q4.2

2.9 କୋଣର ମାପ (Measuring Angles)

Page No. 33

Question 1.
ଗୋଟିଏ ସରଳକୋଣର ମାପ କେତେ?
Solution:
ଏକ ସରଳକୋଣ ଏକ ପୂର୍ବମୋଡ଼ର ଅଧା। ଯେହେତୁ ଏକ ପୂର୍ଣ୍ଣ ମୋଡ଼ 360° ତେଣୁ ଏକ ଅଧା ମୋଡ଼ ବା 180° ଡିଗ୍ରୀରେ ପରିମାଣରେ ଏକ ସରଳକୋଣର ମାପ ଲେଖାଯାଏ।
ଗୋଟିଏ ସରଳକୋଣ ଦୁଇଟି ସମକୋଣକୁ ନେଇ ଗଠିତ ହୋଇଥାଏ। ଗୋଟିଏ ସରଳକୋଣର ମାପ 180° ହୋଇଥିବାରୁ ଗୋଟିଏ ସମକୋଣର ମାପ 90° ଅଟେ।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 33 Q1

ଇତିହାସରୁ ପଦେ: (Page No. 34)

Question 1.
ନିମ୍ନରେ ଗୋଟିଏ ବୃତ୍ତକୁ 1, 2, 3, 4, 5, 6, 8, 9 ଓ 10 ସମାନ ଭାଗରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ କ୍ଷେତ୍ରରେ ଉପଲବ୍ଧ କୋଣଗୁଡ଼ିକର ଡିଗ୍ରୀ ମାପ କ’ଣ ହେବ? ସୂଚିତ କୋଣଗୁଡ଼ିକ ନିକଟରେ ଡିଗ୍ରୀ ମାପ ଲେଖ।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 34 Q1
Solution:
1ମ ଚିତ୍ର = 360°
2ୟ ଚିତ୍ର = \(\frac{360^0}{2}\) = 180°
3ୟ ଚିତ୍ର = \(\frac{360^0}{3}\) = 120°
4ର୍ଥ ଚିତ୍ର = \(\frac{360^0}{4}\) = 90°
5ମ ଚିତ୍ର = \(\frac{360^0}{5}\) = 72°
6ଷ୍ଠ ଚିତ୍ର = \(\frac{360^0}{6}\) = 60°
7ମ ଚିତ୍ର = \(\frac{360^0}{7}\) = 51.42°
8ମ ଚିତ୍ର = \(\frac{360^0}{8}\) = 45°
9ମ ଚିତ୍ର = \(\frac{360^0}{9}\) = 40°
10ମ ଚିତ୍ର = \(\frac{360^0}{10}\) = 36°

ଆସ ବୁଝିବା: (Page No. 35)

Question 1.
ନିମ୍ନଲିଖୂତ କୋଣଗୁଡ଼ିକର ମାପ ଲେଖ।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 35 Q1
(a) ∠KAL
ଏହି କୋଣର ଶୀର୍ଷବିନ୍ଦୁ ପ୍ରୋଟ୍ରାକ୍ଟର କେନ୍ଦ୍ର ସହିତ ମେଳ ଖାଉଛି। ତେଣୁ KA ଓ AL ମଧ୍ୟରେ ଥ‌ିବା 1 ଡିଗ୍ରୀ କୋଣର ୟୁନିଟ୍ ସଂଖ୍ୟା ∠KAL ର ମାପ ଦିଏ। ଗଣନା କଲେ, ଆମେ ପାଉଛି ∠KAL = 30°
(b) ∠WAL
(c) ∠TAK
Solution:
(a) ∠KAL = 30°
(b) ∠WAL = 50°
(c) ∠TAK = 120°

Page No. 36

Question 1.
ତଳ ଚିତ୍ରରେ କୋଣଗୁଡ଼ିକରୁ ନାମ ଦିଅ ଓ ସେଗୁଡ଼ିକର ମାପ ଲେଖ।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 36 Q1
Solution:
କୋଣଗୁଡ଼ିକ ହେଲା:
∠UOT = 20°, ∠TOS = 35°, ∠SOR = 30°, ∠ROQ = 60°, ∠QOP = 35°

Page No. 37

Question 1.
∠TOQ କୋଣର ମାପ କେତେ?
Solution:
∠TOQ = 125°

Question 2.
ବିୟୋଗ ନକରି ଆମେ କିପରି ସିଧାସଳଖ କୋଣ ମାପି ପାରିବା?
Solution:
ପ୍ରୋଟ୍ରାକ୍ଟରର କେନ୍ଦ୍ର କୋଣ ଶୀର୍ଷବିନ୍ଦୁ ଉପରେ ରହିବ। ଚିତ୍ରରେ ଦେଖାଗଲା ପରି କୋଣର ଗୋଟିଏ ବାହୁକୁ ପ୍ରୋଟ୍ରାକ୍ଟର 0° ଚିହ୍ନ ସହିତ ମିଳାଇ ରଖ। ସିଧାସଳଖକୋଣ ମାପ କରିବା।

Class 6 Maths Chapter 2 Question Answer Odia Medium ରେଖା ଓ କୋଣ

Question 3.
∠AOB ର ଡିଗ୍ରୀ ମାପ କେତେ?
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 36 Q3
Solution:
∠AOB = 80°

ଚିନ୍ତା କର! (Page No. 40)

Question 1.
ଚିତ୍ରରେ ଆମେ ପାଉଛେ, ∠AOB = ∠BOC = ∠COD = ∠DOE = ∠EOF = ∠FOG = ∠GOH = ∠HOI = _________ କାହିଁକି?
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 40 Q1
Solution:
କୋଣର ମୋଟ ପରିମାଣ 180° କୁ 8 ଭାଗରେ ବିଭକ୍ତ କରାଯାଇଛି।
ତେଣୁ ପ୍ରତ୍ୟେକ ଭାଗ 180° ÷ 8 = \(22 \frac{1}{2}^0\)

କୋଣ ସମଦ୍ଵିଖଣ୍ଡକ: (Page No. 40)

Question 1.
ତୁମର ହାତ ତିଆରି ପୋଟ୍ରାକ୍ଟ ରରେ କୋଣ ସମର୍ଦ୍ଦିଖଣ୍ଡଗୁଡ଼ିକୁ ଚିହ୍ନାଅ। କାଗଜ ଭାଙ୍ଗ ମାଧ୍ୟମରେ କୋଣ ସମଦ୍ଵିଖଣ୍ଡକର ଧାରଣା ବ୍ୟବହାର କରି ବିଭିନ୍ନ କୋଣ ତିଆରି କର।
Solution:
ଛାତ୍ରଛାତ୍ରୀମାନେ ନିଜେ ବିଭିନ୍ନ କୋଣ ତିଆରି କରିବା ଅଭ୍ୟାସ କରନ୍ତୁ।

ଆସ ବୁଝିବା: (Page No. 40-43)

Question 1.
ପୋଟ୍ରାକ୍ଟ ରର ବ୍ୟବହାର କରି ନିମ୍ନଲିଖତ କୋଣଗୁଡ଼ିକର ପରିମାଣ ଡିଗ୍ରୀରେ ପ୍ରକାଶ କର।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 41 Q1
Solution:
(a) ∠IHJ = 47°
(b) ∠IHJ = 24°
(c) ∠IHJ = 110°

Question 2.
ପୋଟ୍ରାକ୍ଟର ବ୍ୟବହାର କରି ତୁମ ଶ୍ରେଣୀଗୃହରେ ବିଭିନ୍ନ କୋଣଗୁଡ଼ିକର ପରିମାଣ ପରିପ୍ରକାଶ କର।
Solution:
ବ୍ଲାକ୍‌ବୋର୍ଡ଼ର କୋଣ 90° ଓ ଟେବୁଲର କୋଣର ପରିମାଣ = 90°

Question 3.
ତଳେ ଦିଆଯାଇଥବା କୋଣଗୁଡ଼ିକୁ ମାପ। ଏଥିପାଇଁ ତୁମେ ପ୍ରସ୍ତୁତ କରିଥିବା କାଗଜ ପୋଟ୍ରାକ୍ଟରକୁ ବ୍ୟବହାର କରିପାରିବ କି?
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 41 Q3
Solution:
(a) ∠IHJ = 42°
(b) ∠IHJ = 116°
ଏଥିପାଇଁ ପ୍ରସ୍ତୁତ ହୋଇଥିବା କାଗଜ ପ୍ରୋଟ୍ରାକ୍ଟରକୁ ବ୍ୟବହାର କରିପାରିବା ନାହିଁ।

Class 6 Maths Chapter 2 Question Answer Odia Medium ରେଖା ଓ କୋଣ

Question 4.
ପୋଟ୍ରାକ୍ଟର ବ୍ୟବହାର କରି ତଳେ ଦିଆଯାଇଥିବା କୋଣର ପରିମାଣକୁ ଡିଗ୍ରୀ ଏକକରେ ତୁମେ କିପରି ପାଇବ?
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 41 Q4
Solution:
ଆମେ ଜାଣୁ ଗୋଟିଏ ବୃତ୍ତର କେନ୍ଦ୍ରରେ 360° କୋଣ ଉତ୍ପନ୍ନ କରେ। ଦିଆଯାଇଥ‌ିବା କୋଣର ପରିମାଣ ଜାଣିବାକୁ ଆମେ ଭିତର କୋଣକୁ ମାପିବାକୁ ପଡ଼ିବ (ପ୍ରୋଟ୍ରାକ୍ଟର ବ୍ୟବହାର କରି)। ବାହ୍ୟ କୋଣର ପରିମାଣ ଜାଣିବା ପାଇଁ 360° ରୁ ବିୟୋଗ କରିବାକୁ ପଡ଼ିବ।

Question 5.
ନିମ୍ନଲିଖୂତ ପ୍ରତ୍ୟେକ କୋଣକୁ ମାପି ଏହାର ପରିମାଣକୁ ଡିଗ୍ରୀ ଏକକରେ ପ୍ରକାଶ କର।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 41 Q5
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 41 Q5.1
Solution:
(a) 80°
(b) 120°
(c) 60°
(d) 130°
(e) 130°
(f) 30°

Question 6.
∠BXE, ∠CXE, ∠AXE ଏବଂ ∠BXC କୋଣଗୁଡ଼ିକର ପରିମାଣକୁ ଡିଗ୍ରୀ ଏକକରେ ପ୍ରକାଶ କର।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 41 Q6
Solution:
∠BXE = 115°
∠CXE = 85°
∠AXE = 65°
∠BXC = 30°

Question 7.
∠PQR, ∠PQS ଓ ∠PQT କୋଣଗୁଡ଼ିକର ପରିମାଣକୁ ଡିଗ୍ରୀ ଏକକରେ ପ୍ରକାଶ କର।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 41 Q7
Solution:
(a) ∠PQR = 45°
(b) ∠PQS = 105°
(c) ∠PQT = 150°

Question 8.
ତଳ ଚିତ୍ରକୁ ଦେଖ୍ କାଗଜକୁ ଭାଙ୍ଗ। ତା’ପରେ କାଗଜକୁ ସଂପୂର୍ଣ୍ଣ ଭାବରେ ଖୋଲିଦିଅ। କାଗଜର ପ୍ରତ୍ୟେକ ଭାଙ୍ଗରେ ଗାର ଦିଅ ଓ ଗଠିତ କୋଣଗୁଡ଼ିକୁ ମାପ।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 41 Q8
Solution:
ନିଜେ ଅଭ୍ୟାସ କର।

Question 9.
ଚିତ୍ର (a) ରେ ଦିଆଯାଇଥ‌ିବା ତ୍ରିଭୁଜର ସମସ୍ତ ତିନୋଟି କୋଣକୁ ମାପ ଓ ପ୍ରତ୍ୟେକ କୋଣର ପରିମାଣକୁ ସେହି କୋଣ ପାଖରେ ଲେଖ। ବର୍ତ୍ତମାନ ତିନୋଟି କୋଣର ପରିମାଣକୁ ଯୋଗ କର। କେତେ ହେଲା? ଏହି କାର୍ଯ୍ୟ ଚିତ୍ର (b) ଓ (c)ରେ ତ୍ରିଭୁଜକୁ ନେଇ କର। ଏହି କାର୍ଯ୍ୟ ଆଉ କିଛି ତ୍ରିଭୁଜକୁ ନେଇ କର ଓ ଅନୁ ମାନ କର ପ୍ରତ୍ୟେକ କ୍ଷେତ୍ରରେ ସାଧାରଣ ଭାବରେ କ’ଣ ହେଉଛି?
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 41 Q9
Solution:
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 41 Q9.1
(a) ଚିତ୍ରରେ ∠A = 45°, ∠B = 65°, ∠C = 70°
∴ 45° + 65° + 70° = 180°
(b) ଚିତ୍ରରେ ∠A = 56°, ∠B = 62°, ∠C = 62°
∴ 56° + 62° + 62° = 180°
(c) ଚିତ୍ରରେ ∠A = 33°, ∠B = 52°, ∠C = 95°
∴ 33° + 52° + 95° = 180°
ଏଥୁରୁ ଆମେ ଜାଣିବାକୁ ପାଇଲୁ ସାଧାରଣତଃ ତ୍ରିଭୁଜର ତିନିକୋଣର ପରିମାଣ 180°.

ଆସ ବୁଝିବା: (Page No. 45-46)

Question 1.
କେଉଁଠାରେ କୋଣ ଅଛି ବାହାର କର?
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 45 Q1
ଘଣ୍ଟାରେ କୋଣ:
(a) ଘଣ୍ଟାର ଘଣ୍ଟାକଣ୍ଟା ଓ ମିନିଟ୍ କଣ୍ଟା ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ପ୍ରକାର କୋଣ ସୃଷ୍ଟି କରନ୍ତି। ଘଣ୍ଟାରେ 1 ଟା (ଅର୍ଥାତ୍ ଗୋଟାଏ ବାଜିବା) ସମୟରେ ଘଣ୍ଟାକଣ୍ଟା ଓ ମିନିଟ୍ କଣ୍ଟା ମଧ୍ୟରେ 30 କୋଣ ସୃଷ୍ଟି କରନ୍ତି। କାହିଁକି?
(b) 2 ଟା ସମୟରେ, 4 ଟା ସମୟରେ ଓ 6 ଟା ସମୟରେ ଘଣ୍ଟାକଣ୍ଟା ଓ ମିନିଟ୍ କଣ୍ଟା ମଧ୍ୟରେ କୋଣର ପରିମାଣ କେତେ ଡିଗ୍ରୀ ହେବ?
(c) ବିଭିନ୍ନ ସମୟରେ ଘଣ୍ଟାକଣ୍ଟା ଓ ମିନିଟ୍ କଣ୍ଟା ମଧ୍ୟରେ ସୃଷ୍ଟି ହେଉଥ‌ିବା କୋଣଗୁଡ଼ିକର ପରିମାଣ ନିର୍ଣ୍ଣୟ କର।
Solution:
(a) 1 ରୁ 12 ସଂଖ୍ୟା ଘଣ୍ଟାର ପରିଧ୍ଵ ସହ ସମାନ ଦୂରତାରେ ଲେଖାଯାଇଛି।
ପ୍ରତ୍ୟେକ ଘଣ୍ଟା ସମୟରେ ଘଣ୍ଟାକଣ୍ଟା ଓ ମିନିଟ୍ କଣ୍ଟା ମଧ୍ୟରେ କୋଣ ସୃଷ୍ଟି ହୁଏ = 360° ÷ 12 = 30°
ତେଣୁ ଦୁଇଟି କ୍ରମିକ ସଂଖ୍ୟା ମଦ୍ୟରେ କୋଣର ପରିମାଣ 30°
1ଟା ସମୟରେ ଘଣ୍ଟାକଣ୍ଟା 0 ଓ 1 (କ୍ରମିକ ସଂଖ୍ୟା) ମଧ୍ଯରେ ଥାଏ।
ତେଣୁ ସେମାନଙ୍କ ମଧ୍ୟରେ କୋଣର ପରିମାଣ 30°
(b) ଘଣ୍ଟାକଣ୍ଟା 2ଟା ସମୟରେ କୋଣର ପରିମାଣ = 2 × 30 = 60°
ଘଣ୍ଟାକଣ୍ଟା 4ଟା ସମୟରେ କୋଣର ପରିମାଣ = 4 × 30 = 120°
(c) ଘଣ୍ଟାକଣ୍ଟା 5ଟା ସମୟରେ ସୃଷ୍ଟି କୋଣର ପରିମାଣ = 5 × 30 = 150°
ଘଣ୍ଟାକଣ୍ଟା 7ଟା ସମୟରେ କୋଣର ପରିମାଣ = 7 × 30 = 210°

Class 6 Maths Chapter 2 Question Answer Odia Medium ରେଖା ଓ କୋଣ

Question 2.
କବାଟ ଓ କବାଟ ବନ୍ଧ ମଧ୍ଯରେ ସୃଷ୍ଟି ହେଉଥ‌ିବା କୋଣ: କବାଟ ଖୋଲିଲାବେଳେ ସୃଷ୍ଟି ହେଉଥ‌ିବା ବିଭିନ୍ନ ପ୍ରକାର କୋଣର ପ୍ରକାରଭେଦଗୁଡ଼ିକ ଲେଖ। ଏଠାରେ କୋଣର ଶୀର୍ଷବିନ୍ଦୁ ଓ ବାହୁଗୁଡ଼ିକ ନିର୍ଣ୍ଣୟ କର।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 45 Q2
Solution:
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 45 Q2.1

Question 3.
ବିଦ୍ୟା ଦୋଳି ଖେଳି ଖୁସି ହୁଏ। ସେ ଲକ୍ଷ୍ୟ କରିଲା ଯେ ଦୋଳି ଆରମ୍ଭ କରୁଥିବା ସମୟରେ କୋଣ ଯେତେ ବଡ଼ ହେବ, ସେ ନିଜ ଦୋଳିରେ ସେତେ ଅଧିକ ବେଗରେ ଝୁଲିପାରିବ। କିନ୍ତୁ କୋଣ କେଉଁଠି ଅଛି? ତୁମେ କ’ଣ କୌଣସି କୋଣ ଦେଖୁ ପାରୁଛ?
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 45 Q3
Solution:
ହଁ, କୋଣଟି ଦେଖାଯିବ।

Question 4.
ଏଠାରେ ଏକ ଖେଳଣା ଅଛି ଯାହାର ପାର୍ଶ୍ଵ ସହିତ ତେରେଛା ହୋଇ ରହିଥ‌ିବା ସ୍ଲାବ୍ ସଂଯୁକ୍ତ ହୋଇଛି; ସ୍ଲାବ୍‌ଗୁଡ଼ିକର କୋଣ ବା ସ୍ଲୋପ୍ ଯେତେ ଅଧିକ ହେବ, ବଲଗୁଡ଼ିକ ସେତେ ଦ୍ରୁତ ଗତିରେ ଗଡ଼ିବ। ସ୍ଲାବ୍‌ଗୁଡ଼ିକର ସ୍ଲୋପ୍‌କୁ ବର୍ଣନା କରିବା ପାଇଁ କୋଣଗୁଡ଼ିକୁ ବ୍ୟବହାର କରାଯାଇପାରିବ କି? ପ୍ରତ୍ୟେକ କୋଣର ବାହୁଗୁଡ଼ିକ କ’ଣ? କେଉଁ ବାହୁଗୁଡ଼ିକ ଦୃଶ୍ୟମାନ ହେଉଛି ଏବଂ କେଉଁଟି ନୁହେଁ?
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 45 Q4
Solution:
ହଁ, ସ୍ଲାବ୍‌ଗୁଡ଼ିକର ସ୍ଲୋପ୍‌କୁ ବର୍ଣ୍ଣନା କରିବା ପାଇଁ କୋଣଗୁଡ଼ିକୁ ବ୍ୟବହାର କରାଯାଇପାରିବ। କୋଣଗୁଡ଼ିକ ଯେତେ ଅଧ‌ିକ ହେବ ବା ସ୍କୋପ୍ ଯେତେ ଅଧ‌ିକ ହେବ, ବଲଗୁଡ଼ିକ ସେତେ ଦ୍ରୁତ ବେଗରେ ଗଡ଼ିବ। ପ୍ରତ୍ୟେକ କୋଣ ପାଇଁ ଗୋଟିଏ ବାହୁ ଏବଂ ଗୋଟିଏ ବାହୁ ହେଉଛି କ୍ଲୋପ୍।

Question 5.
ତଳେଥୁବା ଚିତ୍ରଗୁଡ଼ିକୁ ଦେଖ ଯେଉଁଠାରେ କୀଟପତଙ୍ଗର ସିଧା ରୂପ ଓ ଘୂର୍ଣ୍ଣନ ରୂପ ରହିଛି। ଘୂର୍ଣ୍ଣନର ପରିମାଣ ବର୍ଣ୍ଣନା କରିବା ପାଇଁ କୋଣଗୁଡ଼ିକୁ ବ୍ୟବହାର କରାଯାଇପାରିବ କି? କିପରି? କୋଣର ବାହୁଗୁଡ଼ିକ ଓ ଶୀର୍ଷ କ’ଣ ହେବ?
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 45 Q5
Solution:
ଉଭୟ କୀଟପତଙ୍ଗ ଘଣ୍ଟାର ଘୂର୍ଣ୍ଣନ ଦିଗରେ 90° କୋଣ କରି ଘୂରିଥାଏ।

2.10 କୋଣ ଅଙ୍କନ କରିବା (Drawing Angles)

ଆସ ବୁଝିବା: (Page No. 49-50)

Question 1.
ପାର୍ଶ୍ୱସ୍ଥ ଚିତ୍ରରେ ଥିବା ସମସ୍ତ ସମ୍ଭାବ୍ୟ କୋଣଗୁଡ଼ିକୁ ତାଲିକା କର। ତୁମେ ସମସ୍ତ କୋଣକୁ ପାଇଲ କି? ବର୍ତ୍ତମାନ ସମସ୍ତ କୋଣର ମାପକୁ ଅନୁ ମାନ କର। ତା’ପରେ ସମସ୍ତ କୋଣକୁ ପ୍ରୋଟ୍ରାକ୍ଟର ସାହାଯ୍ୟରେ ମାପ। ତୁମର କୋଣର ମାପକୁ ଏକ ସାରଣୀରେ ଲିପିବଦ୍ଧ କର। ତୁମର ଅନୁମାନ, ପ୍ରକୃତ ମାପ ସହିତ କେତେଦୂର ନିକଟତର ଦେଖ।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 49 Q1
Solution:
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 49 Q1.1
ଏହି ଚିତ୍ରରେ 20ଟି କୋଣ ସୃଷ୍ଟି ହୋଇଛି।
ଅନୁମାନ କରି କହୁଛୁ ∠1 = ∠4 = 60°, ∠2 = ∠3 = 120°
ପ୍ରକୃତ ମାପ ∠1 = ∠4 = 70°, ∠2 = ∠3 = 110°

Class 6 Maths Chapter 2 Question Answer Odia Medium ରେଖା ଓ କୋଣ

Question 2.
ପ୍ରୋଟ୍ରାକ୍ଟର ବ୍ୟବହାର କରି ନିମ୍ନଲିଖତ ଡିଗ୍ରୀ ପରିମାଣର କୋଣ ଅଙ୍କନ କର।
(a) 110°
(b) 40°
(c) 75°
(d) 112°
(e) 134°
Solution:
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 49 Q2

Question 3.
ନିମ୍ନରେ ଦିଆଯାଇଥବା କୋଣର ସମାନ ପରିମାଣ ବିଶିଷ୍ଟ ଏକ କୋଣ ଅଙ୍କନ କର।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 49 Q3
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 49 Q3.1
Solution:
∠IHJ = 120°, ∠ABC = 120°

2.11 କୋଣର ପ୍ରକାରଭେଦ ଓ ସେମାନଙ୍କର ମାପ (Types of Angles and Their Measurement)

ଆସ ବୁଝିବା: (Page No. 51-52)

Question 1.
ତଳେ ଦିଆଯାଇଥିବା ପ୍ରତ୍ୟେକ ଗ୍ରୀଡ଼ରେ, A କୁ ଅନ୍ୟ ଗ୍ରୀଡ଼ ବିନ୍ଦୁ ସହ ସରଳରେଖାଦ୍ଵାରା ଯୋଗକର, ଯେପରି–
(a) ଗୋଟିଏ ସୂକ୍ଷ୍ମକୋଣ ପାଇବ
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 51 Q1
(b) ଗୋଟିଏ ସ୍ଥୂଳକୋଣ ପାଇବ
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 51 Q1.1
(c) ଗୋଟିଏ ପ୍ରବୃଦ୍ଧକୋଣ ପାଇବ
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 51 Q1.2
ଅଙ୍କନ କରିଥିବା ପ୍ରତ୍ୟେକ କୋଣ ଚିତ୍ରରେ ବକ୍ରରେଖାଦ୍ଵାରା କୋଣକୁ ଦର୍ଶାଅ ଯେପରି ପ୍ରଥମ ଚିତ୍ରରେ ଦର୍ଶାଯାଇଛି।
Solution:
(a) ଗୋଟିଏ ସୂକ୍ଷ୍ମକୋଣ ପାଇବ
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 51 Q1.3
(b) ଗୋଟିଏ ସ୍ଥୂଳକୋଣ ପାଇବ
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 51 Q1.4
(c) ଗୋଟିଏ ପ୍ରବୃଦ୍ଧକୋଣ ପାଇବ
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 51 Q1.5

Question 2.
ପ୍ରୋଟ୍ରାକ୍ଟର ବ୍ୟବହାର କରି ପ୍ରତ୍ୟେକ କୋଣର ମାପ ନିର୍ଣ୍ଣୟ କର। ଏହି କୋଣଗୁଡ଼ିକର ମାପ ଅନୁ ସାରେ ସୂକ୍ଷ୍ମକୋଣ, ସ୍ଥୂଳକୋଣ, ସମକୋଣ ଓ ପ୍ରବୃଦ୍ଧ କୋଣରେ ଶ୍ରେଣୀବିଭାଗ କର।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 51 Q2
(a) ∠PTR
(b) ∠PTQ
(c) ∠PTW
(d) ∠WTP
Solution:
(a) ∠PTR = 30° (ସୂକ୍ଷ୍ମକୋଣ)
(b) ∠PTQ = 60° (ସୂକ୍ଷ୍ମକୋଣ)
(c) ∠PTW = 105° (ସ୍ଥୂଳକୋଣ)
(d) ∠WTP = 255° (ପ୍ରବୃଦ୍ଧକୋଣ)

ନିଜେ କରି ଦେଖ: (Page No. 53)

Question 1.
ଏହି ଚିତ୍ରରେ ∠TER = 80°।∠BET ର ପରିମାଣ କେତେ? ∠SET ର ପରିମାଣ କେତେ?
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 53 Q1
Solution:
ଏଠାରେ ∠SET = ∠SER – ∠TER
= 90° – 80° (∵ ∠SER = 90°)
= 10°
∠BET = ∠BES + ∠SET
= 90° + 10°
= 100°
ଲକ୍ଷ୍ୟକର ∠REB ଏକ ସରଳ କୋଣ । ତେଣୁ ∠REB ର ଡିଗ୍ରୀ ପରିମାପ 180° ଅର୍ଥାତ୍ ∠REB = 180°।
ସେଥ‌ିମଧ୍ୟରୁ ∠TER ର ପରିମାଣ 80° ଅର୍ଥାତ୍ ∠TER = 80°।
∠SET ର ପରିମାଣ ନିର୍ଣ୍ଣୟ ପାଇଁ ସମାନ ଯୁକ୍ତି ପ୍ରୟୋଗ କରାଯିବ।

ଆସ ବୁଝିବା: (Page No. 53-54)

Question 1.
ନିମ୍ନ ଡିଗ୍ରୀ ପରିମାପ ବିଶିଷ୍ଟ କୋଣ ଅଙ୍କନ କର।
(a) 140°
(b) 82°
(c) 195°
(d) 70°
(e) 35°
Solution:
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 54 Q1

Question 2.
ପ୍ରତ୍ୟେକ କୋଣର ପରିମାଣକୁ ଆକଳନ/ଅନୁମାନ କର ଏବଂ ତା’ପରେ ଗୋଟିଏ ପ୍ରୋଟ୍ରାକ୍ଟର ବ୍ୟବହାର କରି ଏହି କୋଣଗୁଡ଼ିକର ମାପ ନିର୍ଣ୍ଣୟ କର।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 54 Q2
ଏହି କୋଣଗୁଡ଼ିକୁ ସୂକ୍ଷ୍ମକୋଣ, ସ୍ଥୂଳକୋଣ, ସମକୋଣ କିମ୍ବା ପ୍ରବୃଦ୍ଧ କୋଣ ରୂପେ ଶ୍ରେଣୀ ବିଭାଗ କର।
Solution:
(a) 45° (ସୂକ୍ଷ୍ମକୋଣ)
(b) 150° (ସ୍ଥୂଳକୋଣ)
(c) 120° (ସ୍ଥୂଳକୋଣ)
(d) 30 (ସୂକ୍ଷ୍ମକୋଣ)
(e) 95° (ସ୍ଥୂଳକୋଣ)
(f) 350° (ପ୍ରବୃଦ୍ଧକୋଣ)

Class 6 Maths Chapter 2 Question Answer Odia Medium ରେଖା ଓ କୋଣ

Question 3.
ଗୋଟିଏ ଚିତ୍ର ଅଙ୍କନ କର, ଯେଉଁଥରେ ତିନୋଟି ସୂକ୍ଷ୍ମକୋଣ, ଗୋଟିଏ ସମକୋଣ ଓ ଦୁଇଟି ସ୍ଥୂଳକୋଣ ରହିବ।
Solution:
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 54 Q3
1, 2, 3 କୋଣ ହେଉଛି ସୂକ୍ଷ୍ମକୋଣ, 4 କୋଣ ସମକୋଣ, 5, 6 କୋଣ ସ୍ଥୂଳକୋଣ।

Question 4.
M ଅକ୍ଷର ଅଙ୍କନ କର ଯେପରି ଏହାର ପ୍ରତ୍ୟେକ ପାର୍ଶ୍ବରେ 40° ଏବଂ ମଧ୍ୟ ଭାଗରେ 60° କୋଣ ରହିବ।
Solution:
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 54 Q4
∠1 = 40°, ∠2 = 40°, ∠3 = 60°

Question 5.
Y ଅକ୍ଷର ଅଙ୍କନ କର ଯେପରି ଏହାର ୩ଟି କୋଣର ପରିମାଣ 150°, 60° ଓ 150° ହେବ।
Solution:
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 54 Q5
∠1 = 150°, ∠2 = 60°, ∠3 = 150°

Question 6.
ଅଶୋକ ଚକ୍ରରେ 24ଟି ଅର ଅଛି। ପାଖାପାଖ ଥ‌ିବା ଦୁଇଟି ଅର ମଧ୍ଯରେ କୋଣର ଡିଗ୍ରୀ ପରିମାଣ କେତେ? ଯେକୌଣସି ଦୁଇଟି ଅର ମଧ୍ଯରେ ଥିବା ସବୁଠାରୁ ବଡ଼ ସୂକ୍ଷ୍ମକୋଣର ପରିମାଣ କେତେ ହେବ?
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 54 Q6
Solution:
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Page 54 Q6.1
ଦୁଇଟି ଅର ମଧ୍ୟରେ ଦୂରତା = 360° ÷ 24 = 15°
ସବୁଠାରୁ ବଡ଼ ସୂକ୍ଷ୍ମକୋଣର ପରିମାଣ = 15° × 5 = 75°

Question 7.
ନିମ୍ନ ଧନ୍ଦାଟିକୁ କୁହ।
ମୁଁ ଗୋଟିଏ ସୂକ୍ଷ୍ମ କୋଣ । ମୋର ପରିମାଣକୁ ଦୁଇଗୁଣ କଲେ, ତୁମେ ଗୋଟିଏ ସୂକ୍ଷ୍ମକୋଣ ପାଇବ। ଯଦି ତୁମେ ମୋର ପରିମାଣକୁ ତିନିଗୁଣ କରିବ, ତମେ ପୁଣି ଥରେ ଏକ ସୂକ୍ଷ୍ମକୋଣ ପାଇବ। ଯଦି ତୁମେ ମୋର ପରିମାଣକୁ ଚାରିଗୁଣ କରିବ, ତୁମେ ପୁଣି ଏକ ସୂକ୍ଷ୍ମକୋଣ ପାଇବ। କିନ୍ତୁ ଯଦି ତମେ ମୋର ପରିମାଣକୁ 5 ଦ୍ଵାରା ଗୁଣନ କରିବ, ତୁମେ ଏକ ସ୍ଥୂଳକୋଣ ପାଇବ। ମୋର ପରିମାଣର ମାପଗୁଡ଼ିକ କ’ଣ କ’ଣ ହୋଇପାରେ?
Solution:
ମନେକର ସୂକ୍ଷ୍ମକୋଣର ପରିମାଣ m ହେଉ।
ତେବେ 5 × m > 90° କିନ୍ତୁ 4 × m < 90° ତେଣୁ m > \(\frac{90^0}{5}\) ଏବଂ m > \(\frac{90^0}{4}\)
⇒ m > 18° କିନ୍ତୁ m < \(22 \frac{1}{2}^0\)
କୋଣଗୁଡ଼ିକ ହେଉଛି 19° କିମ୍ବା 20° କିମ୍ବା 21°।

Class 6 Maths Chapter 2 MCQ Odia Medium

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

I. ଶୂନ୍ୟସ୍ଥାନ ପୂରଣ କର।

Question 1.
ଦୁଇଟି ରେଖାର ଛେଦବିନ୍ଦୁ ହେଉଛି ଏକ___________________।
Answer:
ବିନ୍ଦୁ

Question 2.
ଗୋଟିଏ ବିନ୍ଦୁଦେଇ _________ ସରଳରେଖା ଅଙ୍କନ କରଯାଇପାରେ।
Answer:
ଅସଂଖ୍ଯ

Question 3.
ଏକ ସମତଳ ଉପରିସ୍ଥ ଦୁଇଟି ଭିନ୍ନ ବିନ୍ଦୁଦେଇ _________ ମାତ୍ର ସରଳରେଖା ଅଙ୍କନ କରାଯାଇପାରେ।
Answer:
ଗୋଟିଏ

Question 4.
ଏକ ସମତଳରେ _________ ବିନ୍ଦୁ ଥାଏ।
Answer:
ଅସଂଖ୍ୟ

Class 6 Maths Chapter 2 Question Answer Odia Medium ରେଖା ଓ କୋଣ

Question 5.
କ୍ରତୁ, ପୁଲହ ଓ ଧ୍ରୁବତାରା _________
Answer:
ଏକରେଖୀୟ

Question 6.
ରଶ୍ମିଟିଏ ତା’ର ଆଦ୍ୟ ବିନ୍ଦୁରୁ ଆରମ୍ଭ ହୋଇ _________ ବିନ୍ଦୁକୁ ଅସୀମ ଭାବରେ ବିସ୍ତୃତ ହୋଇଥାଏ।
Answer:
ଗୋଟିଏ

Question 7.
ଦୁଇଟି ବିପରୀତ ରଶ୍ମି ଏକତ୍ର ଗୋଟିଏ _________ ଗଠନ କରନ୍ତି।
Answer:
ସରଳରେଖା

Question 8.
ଗୋଟିଏ କୋଣର _________ ଟି ଶୀର୍ଷବିନ୍ଦୁ ଥାଏ।
Answer:
ଏକ

Question 9.
_________ ଚିହ୍ନଟି କୋଣର ସାଙ୍କେତିକ ଚିହ୍ନ।
Answer:
∠

Question 10.
ଦୁଇଟି ସରଳରେଖା ପରସ୍ପରକୁ ଛେଦକଲେ _________ ଟି କୋଣ ଉତ୍ପନ୍ନ ହୁଏ।
Answer:
4

Question 11.
ଗୋଟିଏ ସରଳରେଖା ଉପରେ ଅବସ୍ଥିତ ବିନ୍ଦୁମାନଙ୍କୁ _________ କୁହାଯାଏ।
Answer:
ଏକରେଖୀୟ ବିନ୍ଦୁ

Question 12.
ଦୁଇଟି କୋଣର ପରିମାଣ ସମଷ୍ଟି _________ ହେଲେ ଗୋଟିଏ ଅନ୍ୟଟିର ଅନୁପୂରକ।
Answer:
90°

Question 13.
ଦୁଇଟି ପରସ୍ପର ପରିପୂରକ କୋଣର ପରିମାଣ ସମାନ ହେଲେ, ପ୍ରତ୍ୟେକ କୋଣର ପରିମାଣ _________ ଡିଗ୍ରୀ।
Answer:
90°

Question 14.
48° ମାପ ବିଶିଷ୍ଟ କୋଣର ଅନୁପୂରକ କୋଣର ପରିପୂରକ କୋଣର ପରିମାଣ _________ ଡିଗ୍ରୀ।
Answer:
138°

Question 15.
6° କୋଣର ଅନୁପୂରକ କୋଣ _________ ଡିଗ୍ରୀ।
Answer:
84°

II. ଉକ୍ତିଗୁଡ଼ିକ ପଢ଼ି ପ୍ରଶ୍ନପାଖରେ ଠିକ୍ ବା ଭୁଲ୍ ଲେଖ।

Question 1.
‘ରେଖା’ କହିଲେ ଆମେ କେବଳ ସରଳରେଖାକୁ ବୁଝୁ।
Answer:
ଠିକ୍

Question 2.
ଗୋଟିଏ ବିନ୍ଦୁ ମଧ୍ୟଦେଇ ଅସଂଖ୍ୟ ସରଳରେଖା ଅଙ୍କନ କରାଯାଇପାରିବ।
Answer:
ଠିକ୍

Question 3.
ଗୋଟିଏ ସମତଳରେ ଅବସ୍ଥିତ ଦୁଇଟି ବିନ୍ଦୁ ମଧ୍ୟଦେଇ ଅସଂଖ୍ୟ ସରଳରେଖା ଅଙ୍କନ କରାଯାଇ ପାରିବ।
Answer:
ଭୁଲ୍

Class 6 Maths Chapter 2 Question Answer Odia Medium ରେଖା ଓ କୋଣ

Question 4.
ଏକ ସମତଳ ଉପରିସ୍ଥ ଗୋଟିଏ ବିନ୍ଦୁଦେଇ ମାତ୍ର ଗୋଟିଏ ସରଳରେଖା ଅଙ୍କନ କରାଯାଇ ପାରିବ।
Answer:
ଭୁଲ୍

Question 5.
ଏକ ସମତଳରେ ଥିବା ଦୁଇଟି ବିନ୍ଦୁକୁ ଧାରଣ କରୁଥିବା ଗୋଟିଏ ମାତ୍ର ସରଳରେଖା ଅଙ୍କନ ସମ୍ଭବ।
Answer:
ଠିକ୍

Question 6.
ଏକ ସମତଳ ଉପରିସ୍ଥ ଦୁଇଟି ଅସମାନ୍ତର ସରଳରେଖା ପରସ୍ପରକୁ ଗୋଟିଏ ମାତ୍ର ବିନ୍ଦୁରେ ଛେଦକରନ୍ତି।
Answer:
ଠିକ୍

Question 7.
ଦୁଇଟି ସମାନ୍ତର ସରଳରେଖାର କୌଣସି ଛେଦବିନ୍ଦୁ ନାହିଁ।
Answer:
ଭୁଲ୍

Question 8.
ଗୋଟିଏ ସରଳରେଖା ଏକ ରେଖାଖଣ୍ଡର ଗୋଟିଏ ଅଂଶ।
Answer:
ଠିକ୍

Question 9.
ଗୋଟିଏ ରେଖାଖଣ୍ଡର ଦୁଇଟି ପ୍ରାୟ ବିନ୍ଦୁ ଥାଏ।
Answer:
ଠିକ୍

Question 10.
ଗୋଟିଏ ସରଳରେଖାର ଦୁଇଟି ପ୍ରାନ୍ତବିନ୍ଦୁ ଥାଏ।
Answer:
ଭୁଲ୍

Question 11.
ଗୋଟିଏ ରଶ୍ମିର ଗୋଟିଏ ଆଦ୍ୟ ବିନ୍ଦୁ ଥାଏ।
Answer:
ଭୁଲ୍

Question 12.
1 ସେ.ମି. = 10 ମି.ମି.
Answer:
ଠିକ୍

Question 13.
ଦୁଇଟି ଅନୁପୂରକ କୋଣ ସନ୍ନିହିତ ହୋଇପାରନ୍ତି ଅଥବା ଭିନ୍ନ ଭିନ୍ନ ସ୍ଥାନରେ ଅପରିବର୍ତ୍ତିତ ହୋଇପାରନ୍ତି।
Answer:
ଭୁଲ୍

Question 14.
ଏକ ସମତଳ ଉପରିସ୍ଥ ଦୁଇଟି ଅସମାନ୍ତର ସରଳରେଖା ପରସ୍ପର ଗୋଟିଏ ମାତ୍ର ବିନ୍ଦୁରେ ଛେଦକରନ୍ତି।
Answer:
ଠିକ୍

Question 15.
ଦୁଇଟି ଅନୁପୂରକ କୋଣ ସନ୍ନିହିତ ହୋଇପାରନ୍ତି ଅଥବା ଭିନ୍ନ ଭିନ୍ନ ସ୍ଥାନରେ ଅବସ୍ଥାପିତ ହୋଇପାରନ୍ତି।
Answer:
ଠିକ୍

III. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଉତ୍ତରଟି ବାଛି ଲେଖ।

Question 1.
କେଉଁଟି ତ୍ରିମାତ୍ରିକ ଚିତ୍ର? [ଆୟତଚିତ୍ର, ବର୍ଗଚିତ୍ର, ସମଘନ]
Answer:
ସମଘନ

Question 2.
ଦୁଇଟି ରେଖାର ଛେଦବିନ୍ଦୁ ହେଉଛି ଏକ। [ସରଳରେଖା, ବିନ୍ଦୁ, ରଶ୍ମି]
Answer:
ବିନ୍ଦୁ

Question 3.
ଦୁଇଟି ବିପରୀତ ରଶ୍ମି ଏକତ୍ର ହୋଇ କ’ଣ ଗଠନକରନ୍ତି? [ରଶ୍ମି, ରେଖାଖଣ୍ଡ, ସରଳରେଖା, ବିନ୍ଦୁ]
Answer:
ସରଳରେଖା

Question 4.
ଗୋଟିଏ କୋଣର କେତୋଟି ବାହୁ ଥାଏ? [1, 2, 3, 4]
Answer:
2ଟି

Class 6 Maths Chapter 2 Question Answer Odia Medium ରେଖା ଓ କୋଣ

Question 5.
1 ସେ.ମି. = କେତେ ମି.ମି.? [1000, 10, 100]
Answer:
10

Question 6.
ଗୋଟିଏ ବିନ୍ଦୁ ମଧ୍ୟଦେଇ କେତୋଟି ସରଳରେଖା ଅଙ୍କନ କରାଯାଇପାରିବ? [ଗୋଟିଏ, ଦୁଇଟି, ଅସଂଖ୍ୟ]
Answer:
ଅସଂଖ୍ୟ

Question 7.
ଦୁଇଟି ସମତଳର ଛେଦ ଏକ। [କୋଣ, ବିନ୍ଦୁ, ସରଳରେଖା]
Answer:
ସରଳରେଖା

Question 8.
ଦୁଇଟି ସରଳରେଖା \(\overline{\mathrm{AB}}\) ଓ \(\overline{\mathrm{CD}}\) ର ଛେଦବିନ୍ଦୁ ‘O’ ହେଲେ, ∠AOD ର ପ୍ରତୀପ କୋଣ କେଉଁଟି ହେବ? [∠BOC, ∠AOC, ∠BOD]
Answer:
∠BOC

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଗଣିତଶାସ୍ତ୍ରର ମୁଖ୍ୟ ଅଂଶ କାହାକୁ କୁହାଯାଇଛି?
Answer:
ଜ୍ୟାମିତି

Question 2.
ଚକ୍‌ଖଡ଼ିରେ ଶିକ୍ଷକ କଳାପଟାରେ ଯେଉଁ ଆକାରର ଦାଗ ଦିଅନ୍ତି ତାହାକୁ କ’ଣ କହନ୍ତି?
Answer:
ବିନ୍ଦୁ

Question 3.
ଯେଉଁ ରେଖା ସଳଖ ହୋଇ ନ ଥାଏ ତାହାକୁ କ’ଣ କୁହାଯାଏ?
Answer:
ବକ୍ରରେଖା

Question 4.
ଗୋଟିଏ ବିନ୍ଦୁଦେଇ ତିନୋଟି ବା ଅଧ‌ିକ ସଂଖ୍ୟକ ସରଳରେଖା ଅଙ୍କିତ ହେଲେ ସେଗୁଡ଼ିକୁ କ’ଣ କୁହାଯାଏ?
Answer:
ଏକବିନ୍ଦୁଗାମୀ ରେଖା

Question 5.
ଏକ ସମତଳ ଉପରିସ୍ଥ ତିନି ବା ଅଧିକ ବିନ୍ଦୁ ଏକ ରେଖା ଉପରିସ୍ଥ ହେଲେ, ସେମାନଙ୍କୁ କ’ଣ କୁହାଯାଏ?
Answer:
ଏକ ରେଖାର ବିନ୍ଦୁ

Question 6.
ଯେଉଁ ଦୁଇ ରେଖାର କୌଣସି ସାଧାରଣ ବିନ୍ଦୁ ନାହିଁ ସେହି ସରଳରେଖାଦ୍ଵୟକୁ କ’ଣ କୁହାଯାଏ।
Answer:
ସମାନ୍ତର ସରଳରେଖା

Question 7.
ଓଡ଼ିଶା ମାନଚିତ୍ରର ସୀମାରେଖାକୁ କ’ଣ କୁହାଯାଏ?
Answer:
ବକ୍ରରେଖୀ

Question 8.
ଦୁଇଟି କୋଣର ପରିମାଣର ସମଷ୍ଟି 90° ହେଲେ, ଗୋଟିଏ କୋଣ ଅନ୍ୟଟିର କେଉଁ କୋଣ?
Answer:
ଅନୁପୂରକ

Question 9.
ଦୁଇଟି କୋଣର ପରିମାଣ 163° ଓ 17° ହେଲେ, କୋଣ ଦୁଇଟିକୁ କେଉଁ କୋଣ କୁହାଯାଏ?
Answer:
ପରିପୂରକ

Question 10.
ଗୋଟିଏ ବିନ୍ଦୁର ପୂର୍ବ ଓ ଦକ୍ଷିଣକୁ ଦୁଇଟି ରଶ୍ମି ଅଙ୍କନ-କଲେ କି ପ୍ରକାର କୋଣ ସୃଷ୍ଟି ହେବ?
Answer:
ସମକୋଣ

Class 6 Maths Chapter 2 Question Answer Odia Medium ରେଖା ଓ କୋଣ

Question 11.
କାହାକୁ କହନ୍ତି ଚିତ୍ର ସହ ଲେଖ।
(କ) ସମାନ୍ତର ସରଳରେଖା
(ଖ) ଏକରେଖ୍ୟ ବିନ୍ଦୁ
(ଗ) ପରସ୍ପର ଛେଦୀ ସରଳରେଖା
Solution:
(କ) ସମାନ୍ତର ସରଳରେଖା – ଏକ ସମତଳରେ ଥ‌ିବା ଦୁଇଟି ସରଳରେଖା ପରସ୍ପରକୁ ଛେଦ କରନ୍ତି ନାହିଁ, ସେ କ୍ଷେତ୍ରରେ ସରଳରେଖାଦ୍ଵୟ ସମାନ୍ତର ବୋଲି କୁହାଯାଏ।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Additional Q11
(ଖ) ଏକରେଖ ବିନ୍ଦୁ – ଏକ ସମତଳ ଉପରିସ୍ଥ ତିନି ବା ଅଧିକ ବିନ୍ଦୁ ଏକ ରେଖା ଉପରିସ୍ଥ ହେଲେ, ସେମାନଙ୍କୁ ଏକରେଖୀୟ ବିନ୍ଦୁ କୁହାଯାଏ।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Additional Q11.1
(ଗ) ପରସ୍ପର ଛେଦୀ ସରଳରେଖା – ଦୁଇଟି ସରଳରେଖା ପରସ୍ପରକୁ ଅତି ବେଶିରେ ଗୋଟିଏ ବିନ୍ଦୁରେ ଛେଦ କରୁଥିବା ସରଳରେଖା ଦୁଇଟିକୁ ପରସ୍ପରଛେଦୀ ସରଳରେଖା କୁହାଯାଏ।
Class 6 Maths Chapter 2 Question Answer Odia Medium ରେଖା ଓ କୋଣ Additional Q11.2

Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ: ସୁସ୍ଥ ଶରୀରର ଉପାୟ

Go through BSE Odisha Class 6 Science Notes Odia Medium and Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ: ସୁସ୍ଥ ଶରୀରର ଉପାୟ to understand important concepts and topics more clearly.

6th Class Science Chapter 3 Notes Odia Medium

BSE Odisha Class 6 Science Chapter 3 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

ନିତୁ ଏବଂ ମିଷ୍ଟି ପ୍ରତିଦିନ ବିଦ୍ୟାଳୟ ନୋଟିସ ବୋର୍ଡ଼ରେ ‘ଆଜିର ଅନୁଚିନ୍ତା’ ପଢ଼ିଲେ । ଆଜିର ଅନୁଚିନ୍ତା ‘ଅନ୍ତେନ ଜାତାନି ଜୀବନ୍ତ’ ସେମାନଙ୍କୁ ଉତ୍ସାହିତ କଲା । ମିଷ୍ଟି ନିଜକୁ କହିଲା, ଏହା ଏକ ସଂସ୍କୃତ ବାକ୍ୟ ଯାହାର ଅର୍ତ ହେଉଛି ‘ଖାଦ୍ୟଦ୍ଵାରା ଜୀବଜଗତ ବଞ୍ଚନ୍ତି’ ।

ଆମେ କ’ଣ ଖାଉ ?

କାର୍ଯ୍ୟ – ୧ : ଆସ ଲେଖ ରଖୁବା

ଆମ ଦୈନନ୍ଦିନ ଜୀବନରେ ଖାଦ୍ୟ ଏକ ଅତ୍ୟାବଶ୍ୟକ ଉପାଦାନ ଅଟେ । ଖାଉଥ‌ିବା ଖାଦ୍ୟରେ ବିଭିନ୍ନତା ପରିଲକ୍ଷିତ ହୋଇଥାଏ । ଆମ ଦେଶର ସମସ୍ତ ରାଜ୍ୟରେ ଖାଦ୍ୟର ବିଭିନ୍ନତା ଦେଖିବାକୁ ମିଳେ ।

Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ: ସୁସ୍ଥ ଶରୀରର ଉପାୟ

ସାରଣୀ–୧ : ଏକ ସପ୍ତାହ ଧରି ଖାଇଥବା ଖାଦ୍ୟ ପଦାର୍ଥ

କ୍ରମାଙ୍କ ଦିନ ଖାଦ୍ୟ ସାମଗ୍ରୀ
ଶ୍ଵେତସାର ପୁଷ୍ଟିସାର ସ୍ନେହସାର ଅନ୍ୟାନ୍ୟ
୧. ସୋମବାର ଚାଉଳ, ମାଣ୍ଡିଆ, ଗହମ (ଅଟା) କ୍ଷୀର, ଦହି ତେଲ ସପୁରି
୨. ମଙ୍ଗଳବାର ଚାଉଳ, ମକା, ଗହମ (ଚକୁଳି) ଛେନା, ପନିର ଲହୁଣି ଆଳୁ, ପିଆଜ
୩. ବୁଧବାର ଚାଉଳ, ଆଳୁ, ଗହମ, (ରୁଟି) ଅଣ୍ଡା, ଡାଲି ଘିଅ ସାମୁଦ୍ରିକ ମାଛ
୪. ଗୁରୁବାର ଚାଉଳ, କନ୍ଦମୂଳ, ଗହମ (ପରଟା) ଡାଲି, ବିନ୍ସ, ମଟର ରାଶି ଅମୃତଭଣ୍ଡା
୫. ଶୁକ୍ରବାର ଚାଉଳ, ଆଖୁ, ଗହମ (କାନ୍ଦୁଲ) ମାଛ, ଡାଲି ସୋରିଷ ଫୁଲ / ବନ୍ଧାକୋବି
୬. ଶନିବାର ଚାଉଳ, ଗୁଡ଼, ଗହମ (ପିଠା) ଚିନାବାଦାମ ବାଦମ ମୂଳା, ଗାଜର, ଭେଣ୍ଡି
୭. ରବିବାର ଚାଉଳ, କଦଳୀ, ଗହମ (ପୁରୀ) ମାଂସ, ଡାଲି ସୋୟାବିନ ଶାଗ, ମଟର
୮. ଭୋଜି / ପର୍ବପର୍ବାଣି ଚାଉଳ, ପିଠା, ଗହମ, ଫଳ ସୋୟାବିନ୍ ନଡ଼ିଆ ବାଇଗଣ, କଖାରୁ

ସାରଣୀରେ ସଂଗୃହୀତ ତଥ୍ୟରୁ ତୁମେ ତୁମର ଖାଦ୍ୟ ବିଷୟରେ କ’ଣ ଅନୁଧ୍ୟାନ କରୁଛ ? ତୁମେ ପ୍ରତ୍ୟେକ ଭୋଜନରେ ସମାନ ପ୍ରକାରର ଖାଦ୍ୟ ଖାଇଥାଅ କି ? ତୁମର ସାଙ୍ଗମାନଙ୍ଗଦ୍ଵାରା ପ୍ରସ୍ତୁତ ହୋଇଥ‌ିବା ତାଲିକା ସହିତ ତୁମର ତାଲିକା ତୁଳନା କର । ତୁମେ ଏବଂ ତୁମର ସାଙ୍ଗମାନେ ଖାଉଥ‌ିବା ଖାଦ୍ୟରେ ସମାନତା ଏବଂ ପାର୍ଥକ୍ୟକୁ ଅନୁଧ୍ୟାନ କର । ତୁମେ ଯାହା ପାଇଲ ସେଗୁଡ଼ିକୁ ତୁମ ଖାତାରେ ଲେଖ । ତୁମେ ହୁଏତ ଲକ୍ଷ୍ୟ କରିପାରିବ ଯେ, ତୁମେ ଏବଂ ତୁମର ସାଙ୍ଗମାନେ ଖାଉଥ‌ିବା ଖାଦ୍ୟରେ ବିଭିନ୍ନତା ରହିଛି ।

Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ: ସୁସ୍ଥ ଶରୀରର ଉପାୟ

ଆମ ଦେଶର ସମସ୍ତ ରାଜ୍ୟର ଖାଦ୍ୟରେ ଏଭଳି ବିବିଧତା ରହିଛି ?

ବିଭିନ୍ନ ଅଞ୍ଚଳର ଖାଦ୍ୟ

କାର୍ଯ୍ୟ – ୨ : ଆସ ଅନୁସନ୍ଧାନ କରିବା :

ଆମ ଦେଶର ବିଭିନ୍ନ ରାଜ୍ୟରେ ବ୍ୟବହୃତ ପାରମ୍ପରିକ ଖାଦ୍ୟରେ ବିବିଧତା ଖାଦ୍ୟସାମଗ୍ରୀ ଅନେକ ରାଜ୍ୟରେ ସମାନ ହୋଇଥିବାବେଳେ କେତେକ ଖାଦ୍ୟ ଲୋକ ଖାଇଥା’ନ୍ତି ।

ସାରଣୀ –୨ : ଭାରତର ବିଭିନ୍ନ ରାଜ୍ୟର କିଛି ପାରମ୍ପରିକ ଖାଦ୍ୟ ପଦାର୍ଥ

ରାଜ୍ୟ ସ୍ଥାନୀୟ ଫସଲ ଖାଉଥ‌ିବା ପାରମ୍ପରିକ ଖାଦ୍ୟଦ୍ରବ୍ୟ ପାନୀୟ
ଓଡ଼ିଶା ଧାନ, ମୁଗ, ବିରି, ମାଣ୍ଡିଆ, ମକା ଭାତ, ଚକୁଳିପିଠା, ମାଣ୍ଡିଆ, ଖୁରି, ପୋଡ଼ପିଠା ଲେମ୍ବୁ ସରବତ, ମିଶ୍ରିପଣା, ବେଲପଣା, ଦହି
ପଞ୍ଜାବ ମକା, ଗହମ, ଚଣା, ଡାଲି ମକା, ରୁଟି, ସୋରିଷର ଶାଗ, ଛୋଲେ ଭଟୁରେ, ପରଟା, ହାଲୱା, ଖିରି ଲସି, ଘୋଳଦହି, କ୍ଷୀର, ଚା’
କର୍ଣ୍ଣାଟକ ଧାନ, ମାଣ୍ଡିଆ, ବିରି ହରଡ଼, ନଡ଼ିଆ ଇଡ୍‌ଲି, ଦୋସା, ସମ୍ବର, ନଡ଼ିଆ ଚଟଣି, ମାଣ୍ଡିଆ ମୁଢେ, ପାଲିଆ, ରସମ, ଭାତ ଘୋଳଦହି, କଫି, ଚା
ମଣିପୁର ଧାନ, ବାଉଁଶ, ସୋୟାବିନ୍ ଭାତ, ଏରମ୍ବା (ଚଟଣୀ), ଉଟି (ହଳଦିଆ | ନାଲି ଚା’ ମଟର ଏବଂ ସବୁଜ ପିଆଜ ତରକାରୀ) ସିଙ୍ଗ୍ (ସାଲାଡ଼) କାଙ୍ଗସୋଇ ନାଲି ଚା’
ଅନ୍ୟ ରାଜ୍ୟ (କେରଳ) ନଡ଼ିଆ, ସାମୁଦ୍ରିକ ମତ୍ସ୍ୟ, କଦଳୀ, ଆଖୁ ପାୟସମ୍, ଉନିଆଵମ୍, ପୁଡି଼, କଳଦୀ, ଚିପସ୍, ମାଲାବାର ପାରୋଟା, ମାଛ, ମୋଇଲି ସାମ୍ବର, ନଡ଼ିଆ ତାଡ଼ି, ଟାଙ୍ଗିଆ କଢ଼ି

ଆମ ଦେଶର ବିଭିନ୍ନ ରାଜ୍ୟରେ ବ୍ୟବହୃତ ପାରମ୍ପରିକ ଖାଦ୍ୟରେ ବିବିଧତା ଆମେ ଦେଖୁଛୁ । ସାରଣୀ- ୨ରେ ସଂଗ୍ରହ କରାଯାଇଥିବା ତଥ୍ୟକୁ ବିଶ୍ଳେଷଣ କଲେ ଭାରତର ରାଜ୍ୟଗୁଡ଼ିକରେ କିଛି ସମାନ ଖାଦ୍ୟ ପଦାର୍ଥ ମିଳେ । କେତେକ ଖାଦ୍ୟ ସାମଗ୍ରୀ ଅନେକ ରାଜ୍ୟରେ ସମାନ ହୋଇଥିବା ବେଳେ କେତେକ ଖାଦ୍ୟ କେବଳ ଏକ ନିର୍ଦ୍ଦିଷ୍ଟ ରାଜ୍ୟର ଲୋକେ ଖାଇଥାନ୍ତି ।

ପାରମ୍ପରିକ ଖାଦ୍ୟଦ୍ରବ୍ୟ ଏବଂ ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ଫସଲ ମଧ୍ଯରେ ତୁମେ କ’ଣ ସମ୍ପର୍କ ପାଇବ ? ତୁମେ ନିଶ୍ଚୟ ଦେଖୁବ ଯେ, କୌଣସି ରାଜ୍ୟର ପାରମ୍ପରିକ ଖାଦ୍ୟ ସାଧାରଣତଃ ସେହି ରାଜ୍ୟରେ ଉତ୍ପାଦିତ ଫସଲ ଆଧାରିତ ହୋଇଥାଏ ।

ଭାରତ ହେଉଛି ଏକ କୃଷିଭିତ୍ତିକ ଦେଶ ଯେଉଁଠାରେ ବିଭିନ୍ନ ପ୍ରକାର ମୃଭିକା ଏବଂ ଜଳବାୟୁ ଦେଖାଯାଏ । ମୃତ୍ତିକାର ପ୍ରକାର ଏବଂ ଜଳବାୟୁ ଉପରେ ନିର୍ଭର କରି ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ଫସଲ ଚାଷ କରାଯାଏ ।

Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ: ସୁସ୍ଥ ଶରୀରର ଉପାୟ

ଭାରତର ବିଭିନ୍ନ ଅଞ୍ଚଳର ଖାଦ୍ୟ ପଦାର୍ଥ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉତ୍ପାଦିତ ଶସ୍ୟ, ଖାଦ୍ୟରୁଚି, ସଂସ୍କୃତି ଏବଂ ପରମ୍ପରା ଅନୁଯାୟୀ ଭିନ୍ନ ହୋଇଥାଏ ।

କାର୍ଯ୍ୟ–୩ : ଆସ ଆଲୋଚନା କରିବା

  • ବୟସ୍କ ଲୋକଙ୍କଠାରୁ ସେମାନଙ୍କ ଖାଦ୍ୟ ଅଭ୍ୟାସ ଏବଂ ରୋଷେଇ ପ୍ରଣାଳୀ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ପ୍ରଶ୍ନର ଏକ ତାଲିକା ପ୍ରସ୍ତୁତ କର । ନିମ୍ନରେ କେତେକ ନମୁନା ପ୍ରଶ୍ନ ରହିଛି –
  • ତୁମେ କେଉଁ ପ୍ରକାର ଖାଦ୍ୟ ଖାଉଛ ?
  • ସମୟକ୍ରମେ ରୋଷେଇ ପ୍ରଣାଳୀରେ କି କି ପରିବର୍ତ୍ତନ ହୋଇଛି ?
  • କ’ଣ ପାଇଁ ଏହି ପରିବର୍ତ୍ତନ ହୋଇଛି ?
  • ପ୍ରସ୍ତତ ପ୍ରଶ୍ନ ଆଧାରରେ କିଛି ବୟସ୍କ ବ୍ୟକ୍ତିଙ୍କ ସାକ୍ଷାତକାର ନିଅ ।
    Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ ସୁସ୍ଥ ଶରୀରର ଉପାୟ 1

ରୋଷେଇ ପ୍ରଣାଳୀ, ଯାହାକୁ ରୋଷେଇ କରିବା ପ୍ରକ୍ରିୟା କୁହାଯାଏ, ତାହା ସମୟ କ୍ରମେ ବଦଳିଯାଇଛି । ପାରମ୍ପରିକ ଏବଂ ଆଧୁନିକ ରୋଷେଇ ମଧ୍ଯରେ ଅନେକ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ବୈଷୟିକ ବିକାଶ, ଉନ୍ନତ ପରିବହନ ଏବଂ ଉତ୍ତମ ଯୋଗାଯୋଗ କାରଣରୁ ଏହା ସମ୍ଭବ ହୋଇଛି ।

କିଛି ସମୟ ଖାଦ୍ୟ ନ ଖାଇଲେ ଆମେ କ୍ଳାନ୍ତ ଅନୁଭବ କରିଥାଉ, କାରଣ ଖାଦ୍ୟରୁ ଆମେ ଶକ୍ତି ପାଇଥାଉ । ପାରମ୍ପରିକ ଖାଦ୍ୟ ମେଳାରେ ଭିନ୍ନ ଭିନ୍ନ ପ୍ରକାରର ବ୍ୟଞ୍ଜନ ଉପଲବ୍ଧ ହୋଇଥାଏ ।
Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ ସୁସ୍ଥ ଶରୀରର ଉପାୟ 2

Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ: ସୁସ୍ଥ ଶରୀରର ଉପାୟ

ଖାଦ୍ୟର ବିଭିନ୍ନ ଉପାଦାନ
ନିଷ୍ଠୁ ଏବଂ ମିଷ୍ଟି ସେମାନଙ୍କ ବିଦ୍ୟାଳୟରେ ଆୟୋଜିତ ‘ପାରମ୍ପରିକ ଖାଦ୍ୟ ମେଳା’ ପରିଦର୍ଶନ କରିଥିଲେ । ଏହି ମେଳାର ବିଷୟବସ୍ତୁ ଥିଲା ‘ସୁସ୍ଥ ଖାଆନ୍ତୁ, ସୁସ୍ଥ ରୁହନ୍ତୁ’ ।
Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ ସୁସ୍ଥ ଶରୀରର ଉପାୟ 3

  • ଏହି ମେଳାରେ ବିଭିନ୍ନ ଷ୍ଟଲରେ ଭିନ୍ନ ଭିନ୍ନ ପ୍ରକାର ପାରମ୍ପରିକ ବ୍ୟଞ୍ଜନ ପ୍ରଦର୍ଶିତ ହୋଇଥିଲା । ପୋଷକତତ୍ତ୍ଵ ବିଶେଷଜ୍ଞ ଡ. ସବିତା ଶିକ୍ଷାର୍ଥୀଙ୍କୁ ବୁଝାଇଥିଲେ ଯେ, ‘ସ୍ଵାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ’ ।
  • ଏହି ଉକ୍ତି ଦ୍ଵାରା ଡକ୍ଟର ସବିତା କ’ଣ ବୁଝାଉଥିଲେ ।
  • ତୁମେ କେବେ ଖାଇବାକୁ ଭୁଲିଛୁ କି ? ଯେତେବେଳେ ତୁମେ ଖାଇବା ଭୁଲିଯାଅ ସେତେବେଳେ ତୁମେ କେମିତି ଅନୁଭବ କର ?
  • ଆମେ କିଛି ସମୟ ନ ଖାଇଲେ କ୍ଳାନ୍ତ ଓ ଦୁର୍ବଳ ଅନୁଭବ କରିଥାଉ । ଜଣେ ମାରାଥନ ଧାବିକା ଦୌଡ଼ ସମୟରେ ଏବଂ ପରେ ଗ୍ଲୁକୋଜ୍ ପାଣି ପିଅନ୍ତି ।
    Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ ସୁସ୍ଥ ଶରୀରର ଉପାୟ 4

Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ: ସୁସ୍ଥ ଶରୀରର ଉପାୟ

ଶ୍ଵେତସାର (Carbohydrate) ଆମ ଖାଦ୍ୟରେ ଶକ୍ତିର ଏକ ପ୍ରାଥମିକ ଉତ୍ସ । ଗ୍ଲୁକୋଜ (C6H12O6) ଏହାର ଉଦାହରଣ ଅଟେ । ଗହମ, ଚାଉଳ, ଆଳୁ ଓ କନ୍ଦମୂଳ ଇତ୍ୟାଦି ଏ ପ୍ରକାର ଖାଦ୍ୟର ଉଦାହରଣ ଅଟନ୍ତି ।

ସ୍ନେହସାର (Fat) ଉଦ୍ଭଦ କିମ୍ବା ପ୍ରାଣୀମାନଙ୍କଠାରୁ ମିଳିଥାଏ । ଏହ ଶରୀରରେ ସଞ୍ଚିତ ଶକ୍ତିର ଏକ ଉଦାହରଣ ଅଟେ । ଚିନାବାଦାମ, ନଡ଼ିଆ ଓ ସୂର୍ଯ୍ୟମୁଖୀ ମଞ୍ଜି ସ୍ନେହସାର ଜାତୀୟ ଖାଦ୍ୟର ଉଦାହରଣ ଅଟନ୍ତି ।
Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ ସୁସ୍ଥ ଶରୀରର ଉପାୟ 5
ଶ୍ଵେତସାର ଓ ସ୍ନେହସାର ଆମକୁ ବିଭିନ୍ନ କାର୍ଯ୍ୟ ପାଇଁ ଶକ୍ତି ପ୍ରଦାନ କରିଥାଏ । ଏଣୁ ଏମାନଙ୍କୁ ଶକ୍ତି ପ୍ରଦାନକାରୀ ଖାଦ୍ୟ କୁହାଯାଏ । ପୁଷ୍ଟିସାରକୁ ଶରୀର ଗଠନକାରୀ ଖାଦ୍ୟ କୁହାଯାଏ ।

ମେରୁ ଭାଲୁମାନେ ସେମାନଙ୍କ ଚର୍ମ ତଳେ ବହୁତ ଚର୍ବି ଜମା ରଖିଥାଆନ୍ତି । ଏହି ଚର୍ବି ଶକ୍ତିର ଏକ ଉତ୍ସ ଭାବରେ କାର୍ଯ୍ୟ କରେ । ଏହା ସେମାନଙ୍କୁ ମାସ ମାସ ଧରି ଶୀତ ନିଦ୍ରା (ହାଇବରନେସନ) ସମୟରେ ବିନା ଖାଦ୍ୟରେ ବଞ୍ଝାରେ ସାହାଯ୍ୟ କରେ ।

ପୁଷ୍ଟିସାର (Protein) ଆମ ଖାଦ୍ୟର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ । ଦୁଗ୍ଧଜାତ ଦ୍ରବ୍ୟ ଏବଂ ଡାଲି ଏହାର ଉଦାହରଣ ଅଟେ । ମାଂସପେଶୀକୁ ମଜବୁତ୍ କରିବା ପାଇଁ ଏହାର ଆବଶ୍ୟକତା ରହିଥାଏ । ଖାଇବା ଛତୁ ପୁଷ୍ଟିସାରର ଉତ୍ତମ ଉତ୍ସ ଅଟେ ।
Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ ସୁସ୍ଥ ଶରୀରର ଉପାୟ 6
ଜୀବସାର (Vitamin) ଏବଂ ଧାତୁସାର (Minerals) ଆମ ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିଥାଏ । ଜୀବସାର ଏବଂ ଧାତୁସାରକୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିଥାଏ । ଜୀବସାର ଏବଂ ଧାତୁସାରକୁ ସୁରକ୍ଷା ପ୍ରଦାନକାରୀ ପୋଷକ ମଧ୍ୟ କୁହାଯାଇଥାଏ । ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଏହାକୁ ଖାଇବା ଜରୁରୀ ଅଟେ ।

Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ: ସୁସ୍ଥ ଶରୀରର ଉପାୟ

ପରିସ୍ଥିତି-୧ :

ପୂର୍ବ କାଳରେ ନାବିକମାନେ ବହୁତ ଦିନ ଯାତ୍ରାକରି ଅନେକ ସମୟରେ ରକ୍ତସ୍ରାବ ଓ ମାଢ଼ି ଫୁଲିବାର ଶିକାର ହେଉଥିଲା । 1746 ମସିହାରେ ସ୍କଟିଶ୍ ଡାକ୍ତର ଜେମସ୍ ଲିଣ୍ଡ ଏକ ଯାତ୍ରା ସମୟରେ ଦେଖୁଥିଲେ ଯେ ଯେଉଁ ନାବିକମାନେ ଲେମ୍ବୁ ଏବଂ କମଳା ଖାଇଥିଲେ ସେମାନେ ଏହି ଲକ୍ଷଣରୁ ଆରୋଗ୍ୟ ଲାଭ କରିଥିଲେ । ରକ୍ତସ୍ରାବ ଏବଂ ମାଢ଼ି ଫୁଲିବା ସ୍କର୍ଭି ନାମକ ଏକ ରୋଗର ଲକ୍ଷଣ ଅଟେ ।

ଏଥୁରୁ ଆମେ ଜାଣିଲୁ, ଲେମ୍ବୁ ଓ କମଳା ଖାଇଲେ ସ୍କର୍ଭି ରୋଗକୁ ଦୂରକରାଯାଇପାରିବ । ଭିଟାମିନ୍-C ଅଭାବରେ ସ୍କର୍ଭି ରୋଗ ହୋଇଥାଏ । ସାଇଟ୍ରସ୍ ଫଳ ଯଥା- ଲେମ୍ବୁ ଓ କମଳା ଇତ୍ୟାଦି ଏହି ରୋଗକୁ ଉପଶମ କରିବାରେ ସାହାଯ୍ୟ କରେ ।

ପରିସ୍ଥିତି-୨ :

1960 ଦଶକରେ ଭାରତୀୟ ବୈଜ୍ଞାନିକମାନେ ହିମାଳୟ ଅଞ୍ଚଳ ଏବଂ ଭାରତର ଉତ୍ତର ସମତଳ ଅଞ୍ଚଳରେ ଥିବା ଲୋକଙ୍କ ମଧ୍ୟରେ ବେକର ସମ୍ମୁଖ ଭାଗ ଫୁଲିବାର ଲକ୍ଷଣ ଦେଖିବାକୁ ପାଇଲେ । ଭାରତ ସରକାରଙ୍କ ନିୟମ ଅନୁଯାୟୀ ସାଧାରଣ ଲୁଣକୁ ଆୟୋଡ଼ିନ୍ ସହ ମିଶାଇବାକୁ ପ୍ରୟାସ କରାଯାଇଥାଏ । ଆୟୋଡ଼ିନ ଯୁକ୍ତ ଲୁଣ ଖାଇବା ଦ୍ଵାରା ଉପରୋକ୍ତ ଲକ୍ଷଣ ହ୍ରାସ ପାଇଥାଏ । ଏହି ଅଞ୍ଚଳର ମୃତ୍ତିକାରେ ଆୟୋଡ଼ିନ୍‌ର ଅଭାବ ହେତୁ ସ୍ଥାନୀୟ ଖାଦ୍ୟ ଏବଂ ଜଳ ଯୋଗାଣରେ ଆୟୋଡ଼ିନର ଅଭାବ ଯୋଗୁ ଏହି ଲକ୍ଷଣ ଦେଖାଦେଇଥିଲା । ବେକର ସମ୍ମୁଖ ଭାଗ ଫୁଲିକା ଗଳଗଣ୍ଡ (ଗଏଟର୍) ନାମକ ଏକ ରୋଗର ଲକ୍ଷଣ ଅଟେ ।

ଲୁଣ ଚାଷ ହେଉଛି ଅଗରିଆ ନାମକ ଏକ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ବୃତ୍ତି । ସେମାନେ ଗୁଜରାଟର କଚ୍ଛ ଓ ଅନ୍ୟାନ୍ୟ ସ୍ଥାନରେ ଲୁଣ ଚାଷ କରନ୍ତି । ଆଠ ମାସ ଧରି ସେମାନେ ମରୁଭୂମିର ଅତ୍ୟଧିକ ଗରମରେ ରହି ବହୁତ କଷ୍ଟ କରି ସମୁଦ୍ର ପାଣିରୁ ଲୁଣ ବାହାର କରନ୍ତି । ସେହିପରି ଆମ ରାଜ୍ୟର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ, ଯଥା- ଗଞ୍ଜାମର ହୁମା, ବାଲେଶ୍ଵରର ଇଞ୍ଚୁଡ଼ି ଓ ଭଦ୍ରକର ଚୁଡ଼ାମଣୀ ଇତ୍ୟାଦି ସ୍ଥାନରେ ଲୋକମାନେ ଲୁଣ ମାରୁଛନ୍ତି ।

କାର୍ଯ୍ୟ-୪ : ଆସ ଏକ ସର୍ବେକ୍ଷଣ କରିବା

  • ବିଭିନ୍ନ ଖାଦ୍ୟ ଉପାଦାନର କାର୍ଯ୍ୟ ଏବଂ ଏହାର ଉତ୍ସ ବିଷୟରେ ତଳ ସାରଣୀରେ ଦିଆଯାଇଛି । ଭିଟାମିନ୍ ଏବଂ ଖଣିଜ ପଦାର୍ଥର ଉତ୍ସଗୁଡ଼ିକୁ ଚିହ୍ନଟ କରି ଏହି ଖାଦ୍ୟ ଉପାଦାନର ଅଭାବରୁ ହେଉଥ‌ିବା ରୋଗର ଲକ୍ଷଣ ବିଷୟରେ ଜାଣିବା ।
  • ତୁମ ପଡ଼ୋଶୀଙ୍କ ଘରକୁ ଯାଇ ସେମାନଙ୍କ ସହିତ କଥାବାର୍ତ୍ତା କର ଏବଂ ସାରଣୀରେ ତାଲିକାଭୁକ୍ତ ଲକ୍ଷଣଗୁଡ଼ିକ କୌଣସି ବ୍ୟକ୍ତିଙ୍କଠାରେ ଦେଖ‌ିଲେ, ତାହା ଯାଞ୍ଚ କର । (ଏହି ପ୍ରକାର ଏକ ଅନୁସନ୍ଧାନକାରୀ ପ୍ରକଳ୍ପ ଜଣେ ଶିକ୍ଷକଙ୍କ ମାର୍ଗଦର୍ଶନରେ ଶିକ୍ଷାର୍ଥୀମାନେ କରିପାରିବେ) ।
  • ଏହି ଲକ୍ଷଣଗୁଡ଼ିକୁ ସେମାନଙ୍କର ଖାଦ୍ୟ ସହିତ ସମ୍ପର୍କିତକରି ଅଭାବଜନିତ ରୋଗଗୁଡ଼ିକୁ ଚିହ୍ନଟ କର ।
  • ଦେଖାଯାଇଥିବା ଲକ୍ଷଣ ଏବଂ ସମ୍ଭାବ୍ୟ କାରଣ ଦର୍ଶାଇ ଖାଦ୍ୟରେ ଆବଶ୍ୟକ ପରିବର୍ତ୍ତନ ପାଇଁ ପରମର୍ଶ ଦିଅ ।
  • ଅଧିକ ପରାମର୍ଶ ପାଇଁ ଡାକ୍ତରଙ୍କ ପାଖକୁ ଯିବାକୁ କହ ।

Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ: ସୁସ୍ଥ ଶରୀରର ଉପାୟ

ସାରଣୀ – ୩ : ଭିଟାମିନ୍ ଏବଂ ଖଣିଜ ପଦାର୍ଥ, ସେମାନଙ୍କର କାର୍ଯ୍ୟ, ଉତ୍ସ, ଅଭାବଜନିତ ରୋଗ ଏବଂ ଲକ୍ଷଣଗୁଡ଼ିକର ଚାର୍ଟ

Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ ସୁସ୍ଥ ଶରୀରର ଉପାୟ 7
Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ ସୁସ୍ଥ ଶରୀରର ଉପାୟ 8
ସାରଣୀରୁ ଜଣାଗଲା ଯେ, ଜୀବସାର ଭିଟାମିନ୍ (A, B, C ଏବଂ D) ଏବଂ ଧାତୁସାର (ମିନେରାଲ୍ସ) କ୍ୟାଲସିୟମ୍, ଆୟୋଡ଼ିନ୍ ଏବଂ ଆଇରନ୍ ଆଦି ହେଉଛି ଦୁଇ ପ୍ରକାରର ଖାଦ୍ୟ ଉପାଦାନ ଯାହା ଆମ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । କିନ୍ତୁ ଆମେ ଭିଟାମିନ୍ ଏବଂ ଖଣିଜ ଲବଣ ଅଭାବଜନିତ ରୋଗକୁ କିପରି ଦୂର କରିପାରିବ ?
Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ ସୁସ୍ଥ ଶରୀରର ଉପାୟ 9

ପୋଷକ :
ଯେଉଁ ଖାଦ୍ୟ ଉପାଦାନ ଶକ୍ତି ପ୍ରଦାନ କରିଥାଏ, ଆମ ଅଭିବୃଦ୍ଧିରେ ସହାୟକ ହୋଇଥାଏ ଓ ଶରୀର କୁ ରୋଗକୁ ରକ୍ଷା କରିବା ସହିତ ବିଭିନ୍ନ ଶାରୀରିକ କ୍ରିୟା ବଜାୟ ରଖୁବାରେ ସହାୟକ ହୋଇଥାଏ, ତାହାକୁ ପୋଷକ (Nutrient) କୁହାଯାଏ । ପ୍ରମୁଖ ପୋଷକ ମଧ୍ୟରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଫ୍ୟାଟ୍, ଭିଟାମିନ୍ ଓ ମିନେରାଲ୍ସ ଅନ୍ତର୍ଭୁକ୍ତ ।

ଭିଟାମିନ୍ ଏବଂ ମିନେରାଲ୍ସକୁ ସୁରକ୍ଷା ପ୍ରଦାନକାରୀ ପୋଷକ ମଧ୍ୟ କୁହାଯାଏ । ଏହି ପୋଷକ ଆମ ଶରୀରକୁ ରୋଗରୁ ରକ୍ଷା କରିବା ସହ ସୁସ୍ଥ ରଖୁଥାଏ । ତୁମ ପିତାମାତା ତୁମକୁ ନିୟମିତ କ୍ଷୀର, ସବୁଜ ପନିପରିବା, ଫଳ ଏବଂ ଶସ୍ୟ ଜାତୀୟ ଖାଦ୍ୟ ଖାଇବାକୁ ପରାମର୍ଶ ଦେଉଥ‌ିବେ । ଏହି ଖାଦ୍ୟ ପଦାର୍ଥଗୁଡ଼ିକ ଭିଟାମିନ୍ ଏବଂ ଖଣିଜ ଳବଣର ଉତ୍ସ । ଯଦିଓ ଭିଟାମିନ୍ ଏବଂ ମିନେରାଲ୍ସ ଅଳ୍ପ ମାତ୍ରାରେ ଆବଶ୍ୟକ, କିନ୍ତୁ ଏହା ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଜରୁରୀ ଅଟେ ।

Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ: ସୁସ୍ଥ ଶରୀରର ଉପାୟ

କଞ୍ଚା ଏବଂ ରନ୍ଧା ପନିପରିବାରେ ତୁମେ କ’ଣ ପାର୍ଥକ୍ୟ ବେଳେବେଳେ ନିଜର ସତେଜତା ହରାଇଥାଏ, କିମ୍ବା ଅଧ‌ିକ ସମୟ ରାନ୍ଧିବାଦ୍ଵାରା ଭିଟାମିନ୍ C ଭଳି କିଛି ଅନୁଧ୍ୟାନ କରିଛ ? ତୁମେ କେବେ ଦେଖୁଛ କି ପନିପରିବା ରୋଷେଇ କରିବା ସମୟରେ ନରମ ହୋଇଥାଏ ? ଖାଦ୍ୟକୁ ପୋଷକ ନଷ୍ଟ ହୋଇଯାଏ । ଫଳ ଏବଂ କଞ୍ଚା ପନିପରିବାକୁ ଆମ ଖାଦ୍ୟରେ ସାମିଲ କରିବା ବୁଦ୍ଧିମାନ ହେବ କି ? କଟା କିମ୍ବା ଚୋପାଛଡ଼ା ପନିପରିବା ଓ ଫଳକୁ ଧୋଇଲେ ମଧ୍ୟ କିଛି ଭିଟାମିନ୍ ନଷ୍ଟ ହୋଇପାରେ । ତେବେ ରାନ୍ଧିବା ବା କଞ୍ଚାରେ ଖାଇବା ପୂର୍ବରୁ ସମସ୍ତ ଫଳ ଓ ପନିପରିବାକୁ ଭଲ ଭାବେ ଧୋଇବା ପାଇଁ ପରମର୍ଶ ଦିଆଯାଇଛି ।

ଉଭିଦ ଓ ପ୍ରାଣୀଙ୍କଠାରୁ ପ୍ରାୟ ଅଧିକାଂଶ ପୋଷକତତ୍ତ୍ଵ ମିଳିଥାଏ । ତଥାପି ଲୁଣ ଭଳି ପୋଷକ ସମୁଦ୍ର ଜଳରୁ କିମ୍ବା ପଥରରୁ ମିଳିଥାଏ । ସୂର୍ଯ୍ୟକିରଣ ଆମ ଶରୀର ସଂସ୍ପର୍ଶରେ ଆସିଲେ ଭିଟାମିନ୍ ‘୦’ ଉତ୍ପନ୍ନ ହୋଇଥାଏ ।

ଅତ୍ୟାବଶ୍ୟକ ପୋଷକ ତତ୍ତ୍ଵ ବ୍ୟତୀତ ଆମ ଶରୀର ପାଇଁ ତନ୍ତୁ ଜାତୀୟ ଖାଦ୍ୟ (Roughage) ଏବଂ ପାଣି (Water) ର ଆବଶ୍ୟକତା ରହିଛି । ସବୁଜ ପନିପରିବା, ତାଜା ଫଳ, ଚକିପେଷା ଅଟା, ଚୋପାଲଗା ଡାଲି ଓ ମଞ୍ଜିଜାତୀୟ ଖାଦ୍ୟ ରଫେଜ୍‌ର ଉତ୍ତମ ଉତ୍ସ ଅଟେ ।

ଜଳ କୌଣସି ପୋଷକ ପ୍ରଦାନ କରୁ ନ ଥିଲେ ମଧ୍ୟ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ । ଜଳ ଆମ ଖାଦ୍ୟର ଏକ ଅତ୍ୟାବଶ୍ୟକ ଉପାଦାନ ଅଟେ । ଏହା ଶରୀରକୁ ଖାଦ୍ୟରୁ ପୋଷକ ଶୋଷିବାରେ ସାହାଯ୍ୟ କରିଥାଏ । ଏହା ଝାଳ ଓ ପରିସ୍ରା ମାଧ୍ଯମାରେ ଶରୀରରୁ ବର୍ଜ୍ୟ ନିଷ୍କାସିତ କରିଥାଏ ।

କଲୁଥୁର ଗୋପାଲନ୍ (1918 – 2019) ଭାରତରେ ପୋଷଣ ସମ୍ବନ୍ଧରେ ଗବେଷଣା ଆରମ୍ଭ କରିଥିଲେ । ସେ ୫୦୦ ରୁ ଅଧ‌ିକ ଭାରତୀୟ ଖାଦ୍ୟର ପୋଷକ ତତ୍ତ୍ଵର ମାନ ବିଶ୍ଳେଷଣ କରିଥିଲେ ଏବଂ ଭାରତୀୟ ପରିପ୍ରେକ୍ଷୀରେ ଉପଯୁକ୍ତ ଖାଦ୍ୟ ସୁପାରିଶ କରିଥିଲେ । ସେ ଭାରତୀୟ ଜନସଂଖ୍ୟାର ପୁଷ୍ଟିକର ସ୍ଥିତି ଉପରେ ସର୍ବେକ୍ଷଣର ନେତୃତ୍ଵ ନେଇ ପ୍ରୋଟିନ୍, ଶକ୍ତି ଏବଂ ଅନ୍ୟାନ୍ୟ ଖାଦ୍ୟ ଉପାଦାନରେ ବ୍ୟାପକ ଅଭାବ ଚିହ୍ନଟ କରିଥିଲେ । ଏହାଦ୍ଵାରା 2002 ମସିହାରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ (ଯାହା ବର୍ତ୍ତମାନ ‘ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା’ ଭାବରେ) କାର୍ଯ୍ୟକାରୀ ହେଲା । ଆମ ଦେଶର ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ସନ୍ତୁଳିତ ଖାଦ୍ୟ ଯୋଗାଇବା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ । ଏହି ଯୋଜନା ସାରା ଦେଶରେ ଲକ୍ଷ ଲକ୍ଷ ଶିଶୁଙ୍କ ସ୍ଵାସ୍ଥ୍ୟ ଏବଂ ପୋଷଣରେ ଉନ୍ନତି ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।
Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ ସୁସ୍ଥ ଶରୀରର ଉପାୟ 10

ଷ୍ଟାର୍ଚ ବା ମଣ୍ଡଦ ପାଇଁ ପରୀକ୍ଷା

କାର୍ଯ୍ୟ–୫ : ଅନୁସନ୍ଧାନ କରିବା

  • ଅଳ୍ପ ପରିମାଣର ଆଳୁ, କାକୁଡ଼ି, ପାଉଁରୁଟି, ଭାତ, ସିଝା ବୁଟ, ଛେଚା ଚିନାବାଦାମ, ତେଲ, ବଟର ଏବଂ କୋରା/କଟା ନଡ଼ିଆ ଇତ୍ୟାଦି ଖାଦ୍ୟ ପଦାର୍ଥ ନିଆଯାଉ ।
  • ପ୍ରତ୍ୟେକ ଜିନିଷରୁ ଅଳ୍ପ ପରିମାଣର ନେଇ ଅଲଗା ଅଲଗା ପାତ୍ରରେ ରଖାଯାଉ ।
  • ଡ୍ରପର ସାହାଯ୍ୟରେ ପ୍ରତ୍ୟେକ ଖାଦ୍ୟ ସାମଗ୍ରୀ ଉପରେ 2-3 ବୁନ୍ଦା ତରଳ ଆୟୋଡ଼ିନ୍ ପକାଯାଉ ।
  • ଖାଦ୍ୟ ଦ୍ରବ୍ୟର ରଙ୍ଗରେ କୌଣସି ପରିବର୍ତ୍ତନ ହୋଇଛି କି ନାହିଁ ତାହା ନିରୀକ୍ଷଣ କରାଯାଉ ।
    Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ ସୁସ୍ଥ ଶରୀରର ଉପାୟ 11

Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ: ସୁସ୍ଥ ଶରୀରର ଉପାୟ

ସିଦ୍ଧାନ୍ତ : କୌଣସି ଖାଦ୍ୟ ସାମଗ୍ରୀ ଉପରେ 2 – 3 ବୁନ୍ଦା ତରଳ ଆୟୋଡ଼ିନ୍ ପକାଇଲେ, ଯଦି ଆୟୋଡ଼ିନର ରଙ୍ଗ ଗାଢ ନୀଳ ବର୍ଷରେ ପରିଣତ ହୁଏ ତେବେ ଷ୍ଟାର୍ଡର ଉପସ୍ଥିତି ପ୍ରମାଣିତ ହେବ ।
Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ ସୁସ୍ଥ ଶରୀରର ଉପାୟ 12

ସ୍ନେହସାର (ଫ୍ୟାଟ୍) ପାଇଁ ପରୀକ୍ଷା

କାର୍ଯ୍ୟ–୬ : ଅନୁସନ୍ଧାନ କରିବା

ଅଳ୍ପ ପରିମାଣର ଆଳୁ, କାକୁଡ଼ି, ପାଉଁରୁଟି, ଭାତ, ସିଝା ବୁଟ, ଛେଚା ଚିନାବାଦାମ, ତେଲ, ବଟର ଏବଂ କୋରା / କଟା ନଡ଼ିଆ ଇତ୍ୟାଦି ଖାଦ୍ୟ ପଦାର୍ଥ ନିଆଯାଉ ।
ପ୍ରତ୍ୟେକ ଖାଦ୍ୟ ସାମଗ୍ରୀକୁ ଅଲଗା ଅଲଗା କାଗଜରେ ରଖି ଗୁଡ଼ାଇ ଦିଆଯାଉ ଯେପରିକି ତାହା ଫାଟି ନଯିବ ।
ଖାଦ୍ୟକୁ କାଗଜ ଉପରେ ରଖ୍ ଶୁଖୁବାକୁ ଦିଆଯାଉ ଓ ଏହି କାଗଜକୁ ଆଲୋକ ସମ୍ମୁଖରେ ରଖ୍ ଦେଖାଯାଉ ।

ସିଦ୍ଧାନ୍ତ : ତୈଳଯୁକ୍ତ ଛାପ ରହିଲେ ଖାଦ୍ୟରେ ସ୍ନେହସାର ଉପସ୍ଥିତି ପ୍ରମାଣିତ ହେବ ।
Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ ସୁସ୍ଥ ଶରୀରର ଉପାୟ 13

ପ୍ରୋଟିନ୍ ପାଇଁ ପରୀକ୍ଷା

କାର୍ଯ୍ୟ – ୭ : ଅନୁସନ୍ଧାନ କରିବା

ଅଳ୍ପ ପରିମାଣର ଆଳୁ, କାକୁଡ଼ି, ପାଉଁରୁଟି, ଭାତ, ସିଝା ବୁଟ, ଛେଚା ଚିନାବାଦାମ, ତେଲ, ବଟର ଏବଂ କୋର/କଟା ନଡ଼ିଆ ଇତ୍ୟାଦି ଖାଦ୍ୟ ପଦାର୍ଥ ନିଆଯାଉ ।
ହେମଦସ୍ତା ବ୍ୟବହାର କରି ଖାଦ୍ୟ ସାମଗ୍ରୀର ଏକ ପେଷ୍ଟ କିମ୍ବା ପାଉଡ଼ର ତିଆର କରାଯାଉ ।
ପ୍ରତ୍ୟେକ ଖାଦ୍ୟ ସାମଗ୍ରୀକୁ ଏକ ଅଲଗା ସଫା ଟେଷ୍ଟ ଟ୍ୟୁବ୍‌ରେ ପ୍ରାୟ ଅଧା ଚାମଚ ସହିତ 2/3 ଚାମଚ ପାଣି ମିଶାଇ ଭଲ ଭାବେ ଗୋଳାଇ ଦିଆଯାଉ ।
Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ ସୁସ୍ଥ ଶରୀରର ଉପାୟ 14

  • ଗୋଟିଏ ଡ୍ରପର ବ୍ୟବହାର କରି ପ୍ରତ୍ୟେକ ଟେଷ୍ଟ ଟ୍ୟୁବ୍‌ରେ ଦୁଇ ବୁନ୍ଦା କପର ସଲଫେଟ୍ ଦ୍ରବଣ (ତୁତିଆ) ମିଶାଯାଉ ।
  • ବର୍ତ୍ତମାନ ଅନ୍ୟ ଏକ ଡ୍ରପର ନେଇ ପ୍ରତ୍ୟେକ ଟେଷ୍ଟ ଟ୍ୟୁବ୍‌ରେ 10 ବୁନ୍ଦା କଷ୍ଟିକ୍ ସୋଡ଼ା ଦ୍ରବଣ ମିଶାଯାଇ ଟେଷ୍ଟ ଟ୍ୟୁବ୍‌ଗୁଡ଼ିକୁ କିଛି ମିନିଟ୍ ପାଇଁ ସ୍ଥିର ରଖାଯାଉ ।
  • ସିଦ୍ଧାନ୍ତ : ଟେଷ୍ଟ ଟ୍ୟୁବ୍‌ରେ ବାଇଗଣୀ ରଙ୍ଗ ପୁଷ୍ଟିସାର ଉପସ୍ଥିତିକୁ ପ୍ରମାଣିତ କରିବ ।
    Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ ସୁସ୍ଥ ଶରୀରର ଉପାୟ 16
  • ଆମେ ଖାଉଥ‌ିବା ଯେ କୌଣସି ଖାଦ୍ୟରେ ଏକାଧିକ ପୋଷକ ଥାଇପାରେ । ଶରୀରର ସଠିକ୍ ବୃଦ୍ଧି ଓ ବିକାଶ ପାଇଁ ଖାଦ୍ୟରେ ସମସ୍ତ ଅତ୍ୟାବଶ୍ୟକ ପୋଷକ, ରଫେଜ୍ ଏବଂ ଜଳ ଉପଯୁକ୍ତ ମାତ୍ରାରେ ରହିଲେ, ସେହି ଖାଦ୍ୟକୁ ସୁଷମ ଖାଦ୍ୟ ବା ସନ୍ତୁଳିତ ଖାଦ୍ୟ (Balanced diet) କୁହାଯାଏ ।

Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ: ସୁସ୍ଥ ଶରୀରର ଉପାୟ

କିଛି ଖାଦ୍ୟରେ ଶ୍ଵେତସାର ଏବଂ ସ୍ନେହସାରର ମାତ୍ରା ଅଧ‌ିକ ଥିବାରୁ ତାହା ଅଧ‌ିକ କ୍ୟାଲୋରୀ ବିଶିଷ୍ଟ ହୋଇଥାଏ । ଏହା ବ୍ୟତୀତ ଏଥିରେ ପୁଷ୍ଟିସାର, ଖଣିଜ ଲବଣ, ଜୀବସାର ଓ ରଫେଜ୍ ବହୁତ କମ୍ ମାତ୍ରାରେ ରହିଥାଏ । ଏପରି ଖାଦ୍ୟକୁ ଜଙ୍କ୍ ଫୁଡ଼ (Junk food) କୁହାଯାଏ । ପିଜା, ବର୍ଗର ଓ ଚିପ୍‌ସ ଇତ୍ୟାଦି ଏହାର ଉଦାହରଣ ଅଟେ ।

ସ୍ଵାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ ! ସୁସ୍ଥ ରହିବା ପାଇଁ ଆମକୁ ଆମ ଶରୀରର ଯନ୍ ନେବାକୁ ହେବ । ସନ୍ତୁଳିତ ଖାଦ୍ୟ ଖାଇବା ଏବଂ ଜଙ୍କ୍ଫୁଡ଼ଠାରୁ ଦୁରେଇ ରହିବାକୁ ପଡ଼ିବ ।

ବାଜରା – ପୋଷଣଯୁକ୍ତ ଖାଦ୍ୟ : ବାଜରା କ୍ଷୁଦ୍ର ଆକାରର ଶସ୍ୟ ଓ ଭାରତୀୟ ଖାଦ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏଥରେ ଭିଟାମିନ୍, ଆଇରନ୍, କ୍ୟାଲସିୟମ୍ ଭଳି ପୋଷକ ବହୁଳ ମାତ୍ରାରେ ରହିଥାଏ । ଏଥ‌ିପାଇଁ ଏହାକୁ ପୋଷକ ଶସ୍ୟ କୁହାଯାଏ । ଏହା ଆମ ଶରୀରର ସ୍ଵାଭାବିକ କାର୍ଯ୍ୟ ପାଇଁ ସୁଷମ ଖାଦ୍ୟ ଯୋଗାଇଥାଏ ।

ଖାଦ୍ୟର ଯାତ୍ରା – କ୍ଷେତରୁ ଆମ ଥାଳି ପର୍ଯ୍ୟନ୍ତ : ଉତ୍ପାଦନକାରୀଙ୍କଠାରୁ ଆରମ୍ଭ କରି ଉପଭୋକ୍ତା ପର୍ଯ୍ୟନ୍ତ ଗୋଟିଏ ବ୍ୟାଗ୍ ଗହମ କିମ୍ବା ଅନ୍ୟ କୌଣସି ପଦାର୍ଥ ପହଞ୍ଚାଇବାକୁ ଖାଦ୍ୟ ଯାତ୍ରା କୁହାଯାଏ । ଖାଦ୍ୟଯାତ୍ରା ସମୟ ହ୍ରାସ କରିବା ଗୁରୁତ୍ଵପୂର୍ଣ୍ଣ ଅଟେ ।
Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ ସୁସ୍ଥ ଶରୀରର ଉପାୟ 15

କ୍ଷେତରୁ ପ୍ଲେଟ ପର୍ଯ୍ୟନ୍ତ
ବିଜ୍ଞାନଭିତ୍ତିକ ପ୍ରମୁଖ ଶବ୍ଦ

୧. ଶ୍ଵେତସାର
୨. ସ୍ନେହସାର
୩. ବିଶ୍ଳେଷଣ
୪. ପୁଷ୍ଟିସାର
୫. ଖଣିଜ ଲବଣ
୬. ତୁଳନା
୭. ଭିଟାମିନ
୮. ପୋଷକ
୯. ଅନୁଧ୍ୟାନ
୧୦. ଅଭାବ ଜନିତ ରୋଗ
୧୧. ରେଫେଜ୍
୧୩. ସ୍କର୍ଭି
୧୪. ରିକେଟ୍ସ
୧୭. ଆୟୋଡ଼ିନ ଯୁକ୍ତ ଲୁଣ।
୧୮. ନିରୀକ୍ଷଣ
୧୫. ଅନୁସନ୍ଧାନ
୧୯. ସର୍ଭେ
୧୨. ବ୍ୟାଖ୍ୟା
୧୬. ଖାଦ୍ୟ ଯାତ୍ରା
୨୦. ପୂର୍ବାନୁମାନ

Class 6 Science Chapter 3 Notes Odia Medium ସୁଷମ ଖାଦ୍ୟ: ସୁସ୍ଥ ଶରୀରର ଉପାୟ

ବିଷୟବସ୍ତର ସାରାଂଶ :

  • ବିଭିନ୍ନ ରାଜ୍ୟର ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଖାଇଥାନ୍ତି, ଫଳରେ ସେମାନେ ଅଲଗା ଅଲଗା ଖାଦ୍ୟ ଉପାଦାନ ପାଇଥାନ୍ତି ।
  • ଏକ ଅଞ୍ଚଳରେ ଖାଦ୍ୟ ଶସ୍ୟର ଚାଷ ସେହି ଅଞ୍ଚଳର ଖାଦ୍ୟ ରୁଚି, ସଂସ୍କୃତି ଏବଂ ପରମ୍ପରା ଉପରେ ନିର୍ଭର କରିଥାଏ ।
  • ସମୟ କ୍ରମେ ରୋଷେଇ ପ୍ରଣାଳୀରେ ପରିବର୍ତ୍ତନ ହୋଇ ଖାଦ୍ୟ ରୋଷେଇର ପାରମ୍ପରିକ ଏବଂ ଆଧୁନିକ ପ୍ରଣାଳୀ ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ପାର୍ଥକ୍ୟ ରହିଛି ।
  • ଖାଦ୍ୟ ଆମକୁ ଶକ୍ତି ଯୋଗାଇଥାଏ ଓ ଆମର ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ, ଆମ ଶରୀରକୁ ସୁସ୍ଥ ରଖୁଥାଏ ଏବଂ ବିଭିନ୍ନ ରୋଗରୁ ରକ୍ଷା କରିଥାଏ ।
  • ଆମ ଖାଦ୍ୟରେ ମୁଖ୍ୟ ପୋଷକ ହେଉଛି କାର୍ବୋହାଇଡ୍ରେଟ୍, ଫ୍ୟାଟ୍, ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍ । ଏହା ବ୍ୟତୀତ ଖାଦ୍ୟରେ ଡାଏଟାରୀ ଫାଇବର ଏବଂ ଜଳ ମଧ୍ୟ ରହିଥାଏ ।
  • କାର୍ବୋହାଇଡ୍ରେଟ୍ ଏବଂ ଫ୍ୟାଟ୍ ପ୍ରାଥମିକ ଶକ୍ତି ଉତ୍ସ ହୋଇଥିବା ବେଳେ ପ୍ରୋଟିନ୍ ହେଉଛି ଶରୀର ଗଠନକାରୀ ପୋଷକ ।
  • ଭିଟାମିନ୍ ଓ ମିନେରାଲ୍ସ ଆମ ଶରୀରକୁ ମଜବୁତ୍ କରିଥାଏ, ସଂକ୍ରମଣରୁ ରକ୍ଷା କରିଥାଏ ଓ ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
  • ସନ୍ତୁଳିତ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣର ରଫେଜ ଏବଂ ଜଳ ସହିତ ସମସ୍ତ ଜରୁରୀ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ ।
  • ଦୀର୍ଘ ଦିନ ଧରି ଆମ ଖାଦ୍ୟରେ ଏକ କିମ୍ବା ଏକାଧିକ ପୋଷକ ତତ୍ତ୍ଵର ଅଭାବ, ରୋଗ ଏବଂ ବିକାର ସୃଷ୍ଟି କରିପାରେ ।
  • ଜଙ୍କଫୁଡ୍ ଅସ୍ଵାସ୍ଥ୍ୟକର ଖାଦ୍ୟ ହେବାର କାରଣ ଏଥିରେ ଅଧିକ ମାତ୍ରାରେ ଶ୍ଵେତସାର ଏବଂ ଫ୍ୟାଟ୍ ରହିଥାଏ କିନ୍ତୁ ଏଥ‌ିରେ ପ୍ରୋଟିନ୍, ମିନେରାଲ୍ସ, ଭିଟାମିନ୍ ଏବଂ ରଫେଜ୍ କମ୍ ଥାଏ ।
  • ବାଜରା ଆମ ଶରୀରର ସ୍ଵାଭାବିକ କାର୍ଯ୍ୟ ପାଇଁ ଆବଶ୍ୟକ ଅଧିକାଂଶ ପୋଷକ ପ୍ରଦାନ କରୁଥିବାରୁ ଏହାକୁ ପୋଷକ ଶସ୍ୟ ବୋଲି କୁହାଯାଏ । ବିଭିନ୍ନ ଜଳବାୟୁରେ ଏହା ସହଜରେ ଚାଷ କରାଯାଇପାରିବ । ସ୍ଥାନୀୟ ସ୍ତରରେ ଉତ୍ପାଦିତ ଏବଂ ଉଭିଦ ଭିତ୍ତିକ ଖାଦ୍ୟ ଖାଇବା କେବଳ ଆମ ଶରୀର ପାଇଁ ସ୍ଵାସ୍ଥ୍ୟକର ନୁହେଁ ବରଂ ଆମ ପରିବେଶ ଏବଂ ପୃଥ‌ିବୀ ପାଇଁ ମଧ୍ୟ ଭଲ ଅଟେ ।
  • ଖାଦ୍ୟ ଦ୍ରବ୍ୟ ଉତ୍ପାଦନ ସ୍ଥଳରୁ ଉପଭୋକ୍ତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଖାଦ୍ୟ ଯାତ୍ରା କୁହାଯାଏ । ଆମେ ଖାଦ୍ୟ ଯାତ୍ରାର ସମୟକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖୁବା ଉଚିତ ।
    ଆମେ କେବେ ବି ଖାଦ୍ୟ ନଷ୍ଟ କରିବା ଉଚିତ ନୁହେଁ ଏବଂ ଆବଶ୍ୟକ ପରିମାଣର ଖାଇବା ଉଚିତ ।

Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା

Go through BSE Odisha Class 6 Science Notes Odia Medium and Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା to understand important concepts and topics more clearly.

6th Class Science Chapter 2 Notes Odia Medium

BSE Odisha Class 6 Science Chapter 2 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

‘‘ଗଛ ନିଜେ ଖରାରେ ରହି ଅନ୍ୟମାନଙ୍କୁ ଛାଇ ଦେବା ସହିତ ଫୁଲ, ଫଳ ମଧ୍ୟ ପ୍ରଦାନ କରିଥାଏ । ସେହିପରି ଭଲ ଲୋକମାନେ ସମସ୍ତ କଷ୍ଟ ସହି ଅନ୍ୟମାନଙ୍କର କଲ୍ୟାଣ କରିଥା’ନ୍ତି । ସେମାନେ ଯାହା ଅର୍ଜନ କରନ୍ତି ତାହା ଅନ୍ୟମାନଙ୍କୁ ଦେଇଥାଆନ୍ତି ।’’ (ନୀତିବାଣୀ)

କୌଣସି ଏକ ପ୍ରାକୃତିକ ସ୍ଥାନକୁ ଅନୁସନ୍ଧାନ ଉଦ୍ଦେଶ୍ୟରେ ଭ୍ରମଣ କରିବାକୁ ଗଲେ ତାହାକୁ ପ୍ରକୃତି ଭ୍ରମଣ କୁହାଯାଏ । ଉପଯୁକ୍ତ ମାର୍ଗଦର୍ଶକଙ୍କ ସହାୟତାରେ ଉଦ୍ଭଦ, ପ୍ରାଣୀ, ପରିବେଶ ସମ୍ବନ୍ଧରେ ଜ୍ଞାନ ଆହରଣ କରିବାର ଆନନ୍ଦ ଅନନ୍ୟ ଅଟେ ।

ଶିକ୍ଷକଙ୍କ ସହିତ ପାର୍କ କିମ୍ବା ନିକଟସ୍ଥ ଜଙ୍ଗଲ ବୁଲିବା ସମୟରେ ଆମେ ବିଭିନ୍ନ ପ୍ରକାର ଉଭିଦ, କୀଟପତଙ୍ଗ, ପକ୍ଷୀ ଏବଂ ଅନ୍ୟାନ୍ୟ ଜୀବଜନ୍ତୁମାନଙ୍କୁ ପର୍ଯ୍ୟବେକ୍ଷଣ ମାଧ୍ୟମରେ ଅନୁଧ୍ୟାନ କରିବାର ସୁଯୋଗ ପାଇଥାଉ । ଭ୍ରମଣ ସମୟରେ ଆମେ ବିଭିନ୍ନ ପ୍ରକାର ଫୁଲ, ଫଲ, ପତ୍ର, ମଞ୍ଜି, ମାଟି, ପଥର ଇତ୍ୟାଦି ସଂଗ୍ରହ କରି ସେଗୁଡ଼ିକର ବୈଶିଷ୍ଟ୍ୟ ଓ ଆକର୍ଷଣୀୟ ତଥ୍ୟ ସମ୍ବନ୍ଧରେ ଜ୍ଞାନ ଆହରଣ କରିପାରିଥାଉ ।

Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା

ଆମ ଚତୁଃପାର୍ଶ୍ଵରେ ଥିବା ଉଭିଦ ଏବଂ ପ୍ରାଣୀଙ୍କ ମଧ୍ୟରେ ଥିବା ବିବିଧତା :

କାର୍ଯ୍ୟ–୧ : ଆସ ଜାଣିବା ଲେଖୁ ରଖୁ

  • ତୁମେ ଶିକ୍ଷକଙ୍କ ସହିତ ପାର୍କ କିମ୍ବା ପାଖରେ ଥିବା ଜଙ୍ଗଲକୁ ବୁଲିଯିବା ପାଇଁ ଏକ ଯୋଜନା କର ।
  • ଜଙ୍ଗଲରେ ବୁଲିବା ସମୟରେ ବିଭିନ୍ନ ଉଭିଦ, କୀଟପତଙ୍ଗ, ପକ୍ଷୀ ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ଅନୁଧ୍ୟାନ କର । ପାଣିପାଗର ସ୍ଥିତି ଯଥା- ଗରମ, ଥଣ୍ଡା, ମେଘୁଆ ଇତ୍ୟାଦି ଉପରେ ଲକ୍ଷ୍ୟ କର ।
  • ବିଭିନ୍ନ ପ୍ରକାରର ଝଡ଼ିପଡ଼ିଥିବା ପତ୍ର କିମ୍ବା
  • ଫୁଲ ସଂଗ୍ରହ କରି ଷ୍ଟ୍ରାପ୍ ବୁକ୍ ତିଆରି କରିପାରିବ । ପ୍ରକୃତିରେ ଥ‌ିବା ଉଭିଦ ଏବଂ ପ୍ରାଣୀମାନଙ୍କର ଯନ୍ ନିଅ । ନିଶ୍ଚିତ କର ଯେ, ପାର୍କରେ ଥିବା ଉଭିଦ ଏବଂ ପ୍ରାଣୀମାନେ ଯେପରି ହଇରାଣ ହେବେ ନାହିଁ । କୌଣସି ପତ୍ର ଓ ଫୁଲ ତୋଳିବ ନାହିଁ ।
  • ସାରଣୀରେ ଡାଳ, ପତ୍ର, ଫୁଲ ଏବଂ ଉଭିଦର ବିଭିନ୍ନ ଅଂଶର ବୈଶିଷ୍ଟ୍ୟ ଓ ଆକର୍ଷଣୀୟ ତଥ୍ୟ ବିଷୟରେ ପର୍ଯ୍ୟବେକ୍ଷଣକଲୁ ଲେଖୁ ରଖ ।
    ଉଦାହରଣ –
    Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 1
  • ଆମ ଚତୁଃପାର୍ଶ୍ଵରେ ଥ‌ିବା ବିଭିନ୍ନ ଉଭିଦର ପର୍ଯ୍ୟବେକ୍ଷଣ କରି ନିମ୍ନଲିଖୂ ତଥ୍ୟ ସଂଗ୍ରହ କରିପାରିବା ।

ସାରଣୀ–୧ : ଆମ ଚତୁଃପାର୍ଶ୍ଵରେ ଥିବା ବିଭିନ୍ନ ଉଭିଦର ପର୍ଯ୍ୟବେକ୍ଷଣ

କ୍ର.ସଂ. ଉଭିଦର ସ୍ଥାନୀୟ ନାମ କାଣ୍ଡ ପତ୍ର (ପତ୍ରର ଆକୃତି / ସଜ୍ଜୀକରଣ) ଫୁଲ ଅନ୍ଯ କୌଣସି ପର୍ଯ୍ୟବେକ୍ଷଣ ଏବଂ ବୈଶିଷ୍ଟ୍ୟ
୧. ଘାସ କୋମଳ ଓ ସରୁ ଗୋଟିକିଆ ପତ୍ର କାଣ୍ଡର ବିଭିନ୍ନ ସ୍ଥାନରୁ ବଢ଼ିଥାଏ ପ୍ରାୟତଃ ଛୋଟ ସୁଗନ୍ଧ ନଥାଏ ଘାସ ଫୁଲରେ ପାଖୁଡ଼ା ଏବଂ ବୃତ୍ତି ନଥାଏ ।
୨. ତୁଳସୀ ଶକ୍ତ ଓ ସରୁ ବିପରୀତ ଦିଗରେ ଏକ ଯୋଡ଼ା ଲେଖାଏଁ ପତ୍ର ରହିଥାଏ । ବାଇଗଣୀ ରଙ୍ଗର ସୁଗନ୍ଧିତ ବହୁବର୍ଷୀୟ ଔଷଧୀୟ ଉଦ୍ଭଦ
୩. ମନ୍ଦାର ଶକ୍ତ ଆକାର ଡିମ୍ବାକାର ଦାନ୍ତଯୁକ୍ତ ଧାର ରହିଥାଏ। ଲାଲ ଏବଂ ଧଳା ଉଦ୍ୟାନର ସୌନ୍ଦର୍ଯ୍ୟ ବୃଦ୍ଧି, ରକ୍ତଚାପ ହ୍ରାସକରେ
୪. ନି ମ୍ବ ଶକ୍ତ ଓ ମୋଟା ଲମ୍ବା ଏବଂ ସଂକୁଚିତ ଦାନ୍ତଯୁକ୍ତ ଧାର ଧଳା ଓ ହଳଦିଆ ସୁଗନ୍ଧଯୁକ୍ତ କୋମଳ ପୃଷ୍ଠଥ‌ିବା ପତ୍ର
୫. ଆମ୍ବ ଘନ ଓ କଠିନ ଲମ୍ବା ଓ ବର୍ଚ୍ଛା ଆକୃତିର ଧାର ମସୃଣ ଓ ସମ୍ପୂର୍ଣ୍ଣ ବଉଳ କୁହାଯାଏ ଧଳା, ଖାଦ୍ୟଯୋଗ୍ୟ ବାଂଲାଦେଶର ଜାତୀୟ ଗଛ, ଭାରତର ଜାତୀୟ ଫଳ

ବିଭିନ୍ନ ଜାତିର ଉଭିଦମାନଙ୍କ ମଧ୍ୟରେ କେତେକ ସମାନତା ଓ ପାର୍ଥକ୍ୟ ରହିଥାଏ । ଏପରି ବୈଶିଷ୍ଟ୍ୟଗୁଡ଼ିକ

Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା

ହେଉଛି :
(a) ଗଛର ଉଚ୍ଚତା : ଡେଙ୍ଗା ବା ଗେଡ଼ା ବା ମଧ୍ୟମ
(b) କାଣ୍ଡର ଦୃଢ଼ତା : ଶକ୍ତ ବା କୋମଳ
(c) ପତ୍ରର ଆକୃତି : ଅଣ୍ଡାକାର ବା ତ୍ରିଭୁଜାକାର ବା ଲମ୍ବା ବା ଗୋଲ
(d) ପତ୍ରର ସଜ୍ଜୀକରଣରେ ଥ‌ିବା ଭିନ୍ନତା
(e) ଫୁଲର ରଂଗ : ଧଳା ବା ଲାଲ ବା ହଳଦିଆ ବା ବାଇଗଣୀ
(f) ଫୁଲ ଓ ପତ୍ରର ସୁଗନ୍ଧରେ ଥିବା ଭିନ୍ନତା ଇତ୍ୟାଦି ।
ଉଭିଦମାନଙ୍କ ପରି ପ୍ରାଣୀମାନଙ୍କର ସମାନତା ଓ ଭିନ୍ନତା ବିଷୟରେ ତଥ୍ୟ ସଂଗ୍ରହ କରାଯାଇପାରିବ । ଆମ ଚତୁଃପାର୍ଶ୍ଵରେ ଥ‌ିବା ବିଭିନ୍ନ ପ୍ରାଣୀମାନଙ୍କୁ ପର୍ଯ୍ୟବେକ୍ଷଣ କଲେ ଆମେ ନିମ୍ନଲିଖୁତ ସମାନତା ବା ଭିନ୍ନତା ଅନୁଧ୍ୟାନ କରିପାରିବା ।

ସାରଣୀ-୨ : ଆମ ଚତୁଃପାର୍ଶ୍ଵରେ ଥିବା ବିଭିନ୍ନ ପ୍ରାଣୀଙ୍କ ପର୍ଯ୍ୟବେକ୍ଷଣ

ପ୍ରାଣୀର ନାମ (ସ୍ଥାନୀୟ ନାମ) ବାସସ୍ଥାନ ଖାଦ୍ୟ ଚଳନ ଶୈଳୀ ଅନ୍ୟ କୌଣସି ପର୍ଯ୍ୟବେକ୍ଷଣ ଏବଂ ବୈଶିଷ୍ଟ୍ୟ
୧. କାଉ ଗଛ କୀଟପତଙ୍ଗ ଉଡ଼ନ୍ତି ଓ ଚାଲନ୍ତି ଏହାର ଥଣ୍ଟରେ କାଠିକୁଟା ନିଏ
୨. ପିମ୍ପୁଡ଼ି ମାଟି ଓ ଗାତରେ ପତ୍ର, ମଞ୍ଜି ଓ କୀଟପତଙ୍ଗ ଚାଲନ୍ତି ଓ ପର ଲାଗିଲେ ଉଡ଼ନ୍ତି ଛଅଟି ଗୋଡ଼
୩. ଗାଈ ଗୁହାଳରେ ମଣିଷର ଗୃହପାଳିତ ଘାସ, ପତ୍ର ଚାଲନ୍ତି ଓ ଦୌଡ଼ନ୍ତି ଗୋବରକୁ ଜାଳେଣି ଭାବେ ବ୍ୟବହାର
୪. ମାଛ ଜଳ ଜଳଚର କୀଟ, ଶିଉଳି ପକ୍ଷ ଓ ଲାଞ୍ଜ ଦ୍ଵାରା ସନ୍ତରଣ ପେଟରେ ବାୟୁ କୋଠରି

ପ୍ରାଣୀମାନଙ୍କର ବାସସ୍ଥାନରେ ଥିବା ଭିନ୍ନତାକୁ ନେଇ ସେମାନଙ୍କୁ ନିମ୍ନଲିଖତ ଭାବେ ଶ୍ରେଣୀବିଭାଗ କରାଯାଇଥାଏ,
ଯଥା :
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 2
କେତେକ ପ୍ରାଣୀ ଭୂମିରେ ରହୁଥ‌ିବାବେଳେ ଆଉ କେତେକ ପ୍ରାଣୀ ଗଛରେ ବାସ କରିଥାନ୍ତି । ପକ୍ଷୀମାନେ ଗଛ ଉପରେ ବାସ କରନ୍ତି । ମାଛ ପାଣିରେ ବଞ୍ଚନ୍ତି ଏବଂ ବେଙ୍ଗ ଭଳି କିଛି ପ୍ରାଣୀ ସ୍ଥଳ ଓ ଜଳ ଉଭୟରେ ବାସ କରନ୍ତି ।

Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା

ବାସସ୍ଥାନ ଭଳି ପ୍ରାଣୀମାନଙ୍କୁ ମଧ୍ୟ ସେମାନଙ୍କ ଖାଦ୍ୟ ଗ୍ରହଣ ପଦ୍ଧତି ଓ ଚଳନ ଇତ୍ୟାଦି ନେଇ ଶ୍ରେଣୀ ବିଭାଗ କରାଯାଇପାରିବ । ଶୁଖୁଲା ଫୁଲ, ପତ୍ର, ପକ୍ଷୀମାନଙ୍କର ପର ଇତ୍ୟାଦିକୁ ନେଇ ସ୍କ୍ରିପ୍ ଟ୍ରକ୍ ପ୍ରସ୍ତୁତ କରାଯାଇପାରିବ ।

କାର୍ଯ୍ୟ-୨ : ଆସ ଚିନ୍ତା କରି, ଚିତ୍ର କରିବା

Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 3

  • 30 ସେକେଣ୍ଡ ପାଇଁ ଆଖୁ ବନ୍ଦ କରି ଗୋଟିଏ ଉଭିଦ ଏବଂ ଗୋଟିଏ ପ୍ରାଣୀ ବିଷୟରେ ଚିନ୍ତା କର ଯାହାକୁ ତୁମେ ଅତି ନିକଟରୁ ଦେଖୁଛି ଏବଂ ବହୁତ ପସନ୍ଦ କରିଛ ।
  • ବର୍ତ୍ତମାନ କଳାପଟାରେ ତୁମେ ଭାବୁଥିବା ଉଭିଦ ଏବଂ ପ୍ରାଣୀଙ୍କ ଚିତ୍ର ଆଙ୍କିପାରିବ ।
  • ବିଭିନ୍ନ ଉଦ୍ଭଦ ଏବଂ ପ୍ରାଣୀମାନଙ୍କ ଚିତ୍ର ଦେଖ୍ ତମେ କ’ଣ ଲକ୍ଷ୍ୟ କରୁଛ ?
  • ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀ କଳାପଟାରେ ଭିନ୍ନ ଭିନ୍ନ ଉଭିଦ ଓ ପ୍ରାଣୀର ଚିତ୍ର ଆଙ୍କିଥ‌ିବେ ?
  • କଳାପଟାରେ ଅଙ୍କାଯାଇଥିବା ଚିତ୍ର ବ୍ୟତୀତ ଆହୁରି ଅନେକ ପ୍ରକାରର ଉଭିଦ ଏବଂ ପ୍ରାଣୀ ଅଛନ୍ତି ?
  • ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦେଖାଯାଉଥ‌ିବା ଉଭିଦ ଓ ପ୍ରାଣୀମାନଙ୍କର ବିବିଧତାକୁ ସେହି ଅଞ୍ଚଳର ଜୈବ ବିବିଧତା (Biodiversity) କୁହାଯାଏ । ଏହି ଅଞ୍ଚଳର ଜୈବ ବିବିଧତାରେ ପ୍ରତ୍ୟେକ ସଦସ୍ୟଙ୍କର ଭିନ୍ନ ଭିନ୍ନ ଭୂମିକା ରହିଥାଏ, କାରଣ ପ୍ରାଣୀ ଓ ଉଦ୍ଭିଦ ପରସ୍ପର ଉପରେ ନିର୍ଭରଶୀଳ ଅଟନ୍ତି ।
  • ପ୍ରାଣୀ ଓ ଉଭିଦମାନଙ୍କର ଶ୍ରେଣୀବିଭାଗ କରିବା ଦ୍ଵାରା ସେମାନଙ୍କ ମଧ୍ୟରେ ଥ‌ିବା ସମାନତା ଓ ପାର୍ଥକ୍ୟଗୁଡ଼ିକୁ ବୁଝିବା ଓ ଅଧ୍ୟୟନ କରିବା ସହଜ ହୋଇଥାଏ । ଉଭିଦ ଓ ପ୍ରାଣୀମାନଙ୍କର ଶ୍ରେଣୀ ବିଭାଗର ସମ୍ଭାବ୍ୟ ମାନଦଣ୍ଡ ଆଧାର ଏହିପରି ହୋଇଥାଏ ।
    (a) ଗଛରେ ଫୁଲ : ଧରେନାହିଁ ବା ଧରିଥାଏ
    (b) ଗଛର କାଣ୍ଡ : ଶକ୍ତ ବା କୋମଳ
    (c) ଖାଦ୍ୟାଭାସ : ତୃଣଭୋଜୀ ବା ମାଂସାଶୀ ବା ସର୍ବଭୋଜୀ
    (d) ବାସସ୍ଥାନ : ଜଳଜ ବା ଆର୍ଦ୍ରଭୂମିଜ ବା ମରୁଜ
    (e) ମଞ୍ଜିର ସ୍ଥିତି : ନଗ୍ନବୀଜୀ ବା ଆବୃତବୀଜୀ
    (f) ମେରୁଦଣ୍ଡର ଉପସ୍ଥିତି : ମେରୁଦଣ୍ଡୀ ବା ଅମେରୁଦଣ୍ଡୀ
    (g) ଉଭିଦର ମୂଳ : ପ୍ରଧାନ ମୂଳ ବା ଗୁଚ୍ଛମୂଳ

Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା

ଉଭିଦ ଓ ପ୍ରାଣୀମାନଙ୍କର ଶ୍ରେଣୀବିଭାଗ :

କାର୍ଯ୍ୟ-୩ : ଆସ, ଶ୍ରେଣୀବିଭାଗ କରିବା

  • ପୁରୁଣା ପତ୍ରିକା, ଖବରକାଗଜ, ଚାର୍ଟ ଏବଂ ଅନ୍ୟାନ୍ୟ ଉତ୍ସରୁ ବିଭିନ୍ନ ଉଭିଦ ଓ ପ୍ରାଣୀଙ୍କ ଫଟୋ ସଂଗ୍ରହ କରି କାଟି ରଖାଯାଉ । ଏହି ଫଟୋଗୁଡ଼ିକୁ ଭିନ୍ନ ଭିନ୍ନ କାର୍ଡ଼ରେ ଅଠା ଲଗାଇ ରଖାଯାଉ ।
  • ଶ୍ରେଣୀର 5-6 ଜଣ ଲେଖାଏଁ ଶିକ୍ଷାର୍ଥୀଙ୍କୁ ନେଇ ଗୋଟିଏ ଲେଖାଏଁ ଦଳ ଗଠନ କରାଯାଉ ।
  • ତୁମ ଦଳରେ ଶିକ୍ଷାର୍ଥୀମାନଙ୍କଦ୍ଵାରା ପ୍ରସ୍ତୁତ କାର୍ଡ଼ଗୁଡ଼ିକ ଏକାଠି କରାଯାଉ ।
  • କାର୍ଡ଼ରେ ଦର୍ଶାଯାଇଥିବା ଉଭିଦ ଏବଂ ପ୍ରାଣୀମାନଙ୍କର ବିଭିନ୍ନ ବୈଶିଷ୍ଟ୍ୟକୁ ପର୍ଯ୍ୟବେକ୍ଷଣ କରାଯାଉ । ସାରଣୀ l ଏବଂ 2 ରେ ତାଲିକାଭୁକ୍ତ କରିଥିବା ଉଭିଦ ଏବଂ ପ୍ରାଣୀମାନଙ୍କର ବୈଶିଷ୍ଟ୍ୟଗୁଡ଼ିକୁ ମନେ ପକାଇ ସାଧାରଣ ବୈଶିଷ୍ଟ୍ୟ ଆଧାରରେ ସେମାନଙ୍କୁ ଶ୍ରେଣୀଭୁକ୍ତ କରାଯାଉ ।
  • ତୁମେ କରିଥିବା ଶ୍ରେଣୀବିଭାଗର ଅନ୍ୟ ଦଳ ସହ ଆଲୋଚନା କରାଯାଉ ।

ବିଭିନ୍ନ ଦଳଦ୍ଵାରା ପ୍ରସ୍ତୁତ ଆଧାର ଭିନ୍ନ ଭିନ୍ନ ହୋଇପାରେ । ବିଭିନ୍ନ ଶିକ୍ଷାର୍ଥୀ ଶ୍ରେଣୀବିଭାଗ କରିବା ପାଇଁ ଭିନ୍ନ ଭିନ୍ନ ସାଧାରଣ ବୈଶିଷ୍ଟ୍ୟକୁ ଚୟନ କରିଥାଇପାରନ୍ତି । ଉଦାହରଣ ସ୍ଵରୂପ, କେତେକ ଛାତ୍ର ଉଭିଦର ଉଚ୍ଚତାକୁ ଶ୍ରେଣୀବିଭାଗ ପାଇଁ ଆଧାର ଭାବରେ ବାଛିଥିବା ବେଳେ ଅନ୍ୟମାନେ ଉଦ୍ଭିଦର ଶ୍ରେଣୀବିଭାଗ ପାଇଁ ଫୁଲ ଧରେ କି ନାହିଁ, ତାହାକୁ ଆଧାର ଭାବରେ ବାଛିଥାଇପାରନ୍ତି (ଚିତ୍ର ଦେଖ) ।
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 4
ପ୍ରାଣୀମାନେ କ’ଣ ଖାଆନ୍ତି, କେଉଁଠି ରୁହନ୍ତି, ସେମାନଙ୍କର ରଙ୍ଗ ଏବଂ ସେମାନେ କିପରି ଚଳ ପ୍ରଚଳ କରନ୍ତି ଇତ୍ୟାଦି ବିଭିନ୍ନ ବୈଶିଷ୍ଟ୍ୟ ଆଧାରରେ ପ୍ରାଣୀମାନଙ୍କୁ ଶ୍ରେଣୀଭୁକ୍ତ କରାଯାଇଛି ।
ଶ୍ରେଣୀବିଭାଗର ଗୁରୁତ୍ଵ : ଶ୍ରେଣୀବିଭାଗ କରିବାଦ୍ଵାରା ଉଭିଦ ଓ ପ୍ରାଣୀମାନଙ୍କ ମଧ୍ୟରେ ଥିବା ସମାନତା ଏବଂ ପାର୍ଥକ୍ୟକୁ ବୁଝିବା ଏବଂ ଅଧ୍ୟୟନ କରିବା ସହଜ ହୋଇଥାଏ ।

1. ଉଭିଦମାନଙ୍କର ଶ୍ରେଣୀବିଭାଗ :
ଗଛର ଉଚ୍ଚତା ଏବଂ କାଣ୍ଡର ପ୍ରକାର ଆଧାରରେ ଉଭିଦଗୁଡ଼ିକୁ ନିମ୍ନଲିଖ ଭାଗରେ ବିଭକ୍ତ କରାଯାଇଥାଏ ।
ଯଥା :
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 5
ସେଗୁଡ଼ିକର କାଣ୍ଡ ଶକ୍ତ, ମୋଟା, ବାଦାମୀ ଏବଂ କଠିନ ଡାଳ ବିଶିଷ୍ଟ ହୋଇଥାଏ । ଏଗୁଡ଼ିକର ଶାଖାଗୁଡ଼ିକ ସାଧାରଣତଃ ଉଚ୍ଚ ଓ ମାଟିଠାରୁ ଦୂରରେ ବୃକ୍ଷ ଜାତୀୟ ବାହାରିଥା’ନ୍ତି । ଏଗୁଡ଼ିକୁ ବୃକ୍ଷ ବା ଗଛ (Tree) କୁହାଯାଏ । ଉଦାହରଣ – ଆମ୍ବ, ପଣସ, ୟୁକାଲିପଟାସ୍, ଦେବଦାରୁ ଇଦ୍ଯାଦି ।
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 6

Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା

କାର୍ଯ୍ୟ-୪ : ଆସ ଶ୍ରେଣୀ ବିଭାଗ କରିବା

ଆଉ କିଛି ଅଧ୍ଯକ ପର୍ଯ୍ୟବେକ୍ଷଣ କରିବା ପାଇଁ ପୁଣି ଥରେ ପ୍ରକୃତି ଭ୍ରମଣରେ ଯିବା ।

ବିଭିନ୍ନ ଉଭିଦର ଉଚ୍ଚତାକୁ ଭଲ ଭାବରେ ଦେଖୁଲେ । ଏହି ଉଭିଦଗୁଡ଼ିକ ତୁମଠାରୁ ଉଚ୍ଚତାରେ ଛୋଟ, ତୁମ ଭଳି କିମ୍ବା ତୁମଠାରୁ ଅଧିକ ଉଚ୍ଚ ହୋଇଥାଇପାରେ ।

କାଣ୍ଡର ରଙ୍ଗ ବାଦାମୀ ନା ସବୁଜ ? ସେମାନଙ୍କ କାଣ୍ଡକୁ ସ୍ପର୍ଶ କର ଏବଂ ଅନୁଭବ କର । ଧୀରେ ବଙ୍କା କରିବାକୁ ଚେଷ୍ଟା କର । ସେମାନଙ୍କୁ ଧୀରେ ତୁମେ କାଣ୍ଡକୁ ସହଜରେ ବଙ୍କା କରିପାରିଲା କି ନାହିଁ ? ଡାଳ ଯେପରି ଭାଙ୍ଗିବ ନାହିଁ ସେଥ୍ୟପ୍ରତି ଧ୍ୟାନ ଦିଅ ।

ଏହା ବ୍ୟତୀତ ଉଭିଦର ଶଖାଗୁଡ଼ିକ କେଉଁଠାରୁ ବାହାରେ ତାହା ମଧ୍ୟ ନିରୀକ୍ଷଣ କର । ସେମାନେ ମାଟିକୁ ଲାଗି ରହିଥା’ନ୍ତି /କାଣ୍ଡ ଉପରୁ ବାହାରିଛନ୍ତି । ସାରଣୀ–୩ ରେ ତୁମ ପର୍ଯ୍ୟବେକ୍ଷଣ ପୂରଣ କର ।
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 7

ପର୍ଯ୍ୟବେକ୍ଷଣ :
କେତେକ ଉଭିଦ ବୃକ୍ଷ ବା ଗଛ ଭଳି ଲମ୍ବା ହୋଇ ନଥା’ନ୍ତି । ଏଗୁଡ଼ିକରେ ଅନେକ ବାଦାମୀ କାଣ୍ଡ ଥାଏ, ଯାହା ମାଟିର ବହୁତ ନିକଟରୁ ବାହାରିଥାଏ । ଏହି କାଣ୍ଡଗୁଡ଼ିକ ଶକ୍ତ କିନ୍ତୁ ବୃକ୍ଷର କାଣ୍ଡ ଭଳି ମୋଟା ନୁହଁନ୍ତି । ଏପରି ଉଦ୍ଭଦମାନଙ୍କୁ ବୁଦା (Shrubs) କୁହାଯାଏ । ଉଦାହରଣ – ଗୋଲାପ, ଟଗର, ମନ୍ଦାର, ମଲ୍ଲୀ, ଗେଣ୍ଡୁ ଇତ୍ୟାଦି । ଉଭିଦର ଉଚ୍ଚତା ଓ କାଣ୍ଡର ପ୍ରକୃତି ଆଧାରରେ ଶ୍ରେଣୀ ବିଭାଗ କଲେ ନିମ୍ନଲିଖୁ ପାର୍ଥକ୍ୟମାନ ଦେଖିବାକୁ ମିଳିଥାଏ ।

ସାରଣୀ–୩ : ଉଭିଦର ଉଚ୍ଚତା ଓ କାଣ୍ଡର ପ୍ରକୃତି ଆଧାରରେ ଶ୍ରେଣୀବିଭାଗ

କ୍ର.ସଂ. ଗଛର ନାମ ଉଚ୍ଚତା କାଣ୍ଡର ପ୍ରକୃତି ଶାଖାଗୁଡ଼ିକର ଉତ୍ପତ୍ତି ସ୍ଥାନ ଉଭିଦ ଶ୍ରେଣୀ
କ୍ଷୁଦ୍ର/ମଧ୍ୟମ/ ଲ ମ୍ବା ସବୁଜ/ ମାଟିଆ ର ଙ୍ଗ କୋମଳ/ ଶକ୍ତ ମୋଟା / ପତଳା ମାଟି ନିକଟରେ ଡାଳରୁ ଉପରକୁ ଉପରକୁ ଉଠିଛି
୧. ଆମ୍ବ ଲ ମ୍ବା ମାଟିଆ ରଙ୍ଗର ଶକ୍ତ ମୋଟା ନା ହଁ ଗଛ
୨. ଗୋଲାପ ମଧ୍ଯମ ମାଟିଆ ରଙ୍ଗର ଶକ୍ତ ପତଳା ହଁ ହଁ ବୁଦା
୩. ଟମାଟୋ ଛୋଟ ସବୁଜ ରଙ୍ଗର କୋମଳ ପତଳା ହଁ ହଁ ଗୁ ଳ୍ମ
୪. ପତଳା ଲ ମ୍ବା ମାଟିଆ ଶକ୍ତ ମୋଟା ନା ହଁ ଗଛ
୫. ଟଗର ମଧ୍ଯମ ମାଟିଆ ଶକ୍ତ ପତଳା ହଁ ହଁ ବୁଦା
୬. ସୋରିଷ ଛୋଟ ସବୁଜ କୋମଳ ପତଳା ହଁ ହଁ ଗୁ ଳ୍ମ
୭. ଦେବଦାରୁ ଲ ମ୍ବା ମାଟିଆ ଶକ୍ତ ମୋଟା ନା ହଁ ଗଛ

Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା

କେତେକ ଉଭିଦ ସାଧାରଣତଃ ଛୋଟ, କୋମଳ ଓ ସବୁଜ କାଣ୍ଡ ବିଶିଷ୍ଟ ହୋଇଥା’ନ୍ତି । ଏଗୁଡ଼ିକୁ ଗୁଳ୍ମ କୁହାଯାଏ । ଉଦାହରଣ : ଘାସ, ଗୁଗୁଚିଆ, ଟମାଟୋ ଗଛ, ପାଳଙ୍ଗ, କୋଶଳା, ଲେଉଟିଆ ଇତ୍ୟାଦି ।
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 8
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 9
ଦୁର୍ବଳ କାଣ୍ଡ ଥ‌ିବା କେତେକ ଉଭିଦ ଚଢ଼ିବା ଏବଂ ମାଡ଼ିବା ପାଇଁ ଆଶ୍ରୟ ଆବଶ୍ୟକ କରିଥା’ନ୍ତି । ଏମାନଙ୍କୁ ଲତା (Creeper) କୁହାଯାଏ । ଏମାନଙ୍କ ମଧ୍ୟରୁ କେତେକଙ୍କୁ ଆଶ୍ରିତ ଲତା କୁହାଯାଉ ଥିବାବେଳେ ଅନ୍ୟମାନଙ୍କୁ ବିନା ଆଶ୍ରିତ ଲତା କୁହାଯାଏ ।

କାର୍ଯ୍ୟ–୫ : ଆସ ତୁଳନା କରିବା

  • ପ୍ରକୃତି ଭ୍ରମଣ ସମୟରେ ସଂଗ୍ରହ କରାଯାଇଥିବା ବିଭିନ୍ନ ଉଭିଦର ପତ୍ରକୁ ଦେଖ ।
  • ଏହି ପତ୍ରଗୁଡ଼ିକର ଆକୃତି ଏବଂ ଗଠନରେ ଭିନ୍ନତା ଦେଖୁଛ କି ?
  • ଗଛର ପତ୍ରରେ ସରୁ ରେଖାମାନ ଦେଖାଯାଇଥାଏ । ଏଗୁଡ଼ିକୁ ଶିରା (Vein) କୁହାଯାଏ । ପତ୍ରରେ ଥିବା ଶିରାର ଅବସ୍ଥାନ ଶୈଳୀକୁ ଶିରା ବିନ୍ୟାସ (Venation) କୁହାଯାଏ ।
    Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 10
    Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 11

କେତେକ ପତ୍ରରେ ଗୋଟିଏ ମଧ୍ୟଭାଗରେ ଥିବା ମୋଟା ଶିରାର ଉଭୟ ପାର୍ଶ୍ଵରେ ଜାଲପରି ଶିରା ରହିଥ‌ିବାର ଦେଖାଯାଏ, ଏହି ଢାଞ୍ଚାକୁ ଜାଲକ ଶିରା ବିନ୍ୟାସ (Raticulate Venation) କୁହାଯାଏ ।
ଉଦାହରଣ : ମନ୍ଦାର, ପିଜୁଳି, ଆମ୍ବ, ପଣସ ଇତ୍ୟାଦି ।

Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା

କେତେକ ପତ୍ରରେ ଶିରାଗୁଡ଼ିକ ସମାନ୍ତରାଳ ଭାବରେ ଅବସ୍ଥାନ କରିଥା’ନ୍ତି । ଏହି ଢାଞ୍ଚାକୁ ସମାନ୍ତରାଳ ଶିରା ବିନ୍ୟାସ (Parallel Venation) କୁହାଯାଏ । ଉଦାହରଣ – କଦଳୀପତ୍ର, ଘାସ, ଧାନପତ୍ର, ଗହମ ପତ୍ର, ତାଳପତ୍ର ଇତ୍ୟାଦି ।
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 12

କାର୍ଯ୍ୟ-୬ : ଆସ ଖୋଜିବା

ଏକ ଖୋଲା ସ୍ଥାନ ପରିଦର୍ଶନ କର ଯେଉଁଠାରେ ଅନାବନା ଗୁଳ୍ମ ଏବଂ ଘାସ ବଢ଼ିଥ‌ିବ ।

କୋଡ଼ି ବ୍ୟବହାର କରି, ଚେରକୁ କ୍ଷତି ନ ପହଞ୍ଚାଇ ସାବଧାନତାର ସହ ମାଟି ଖୋଳି ଗୁଳ୍ମକୁ ବାହାର କର । ଏପରି କରିବା ପାଇଁ ତୁମେ ମାଟିକୁ ଓଦା ଏବଂ ହାଲୁକା କରିପାର ।
ଚେରକୁ ପାଣିରେ ଧୋଇ ପର୍ଯ୍ୟବେକ୍ଷଣ କର ।

ପର୍ଯ୍ୟବେକ୍ଷଣ ଶେଷ କରିବା ପରେ, ଗୁଳ୍ମଗୁଡ଼ିକୁ ପୁନଃ ରୋପଣ କରିବାକୁ ଭୁଲିବ ନାହିଁ ଯାହାଦ୍ଵାରା ସେମାନେ ବଞ୍ଚିବା ସହିତ ପୁଣି ବଢ଼ିପାରିବେ ।
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 13
ସାଧାରଣତଃ ଗଛର ମୂଳରେ ଗୋଟିଏ ମୁଖ୍ୟ ମୂଳ ଓ ଏଥୁରୁ ଉତ୍ପନ୍ନ ହେଉଥିବା ଛୋଟ ପାର୍ଶ୍ଵମୂଳ ରହିଥାଏ । ମୁଖ୍ୟମୂଳକୁ ପ୍ରଧାନ ମୂଳ (Tap root) କୁହାଯାଏ । ଉଦାହରଣ ମନ୍ଦାର, ଟଗର, ସୋରିଷ, ଲଙ୍କାମରିଚ ଇତ୍ୟାଦି । କେତେକ ଗଛରେ ଚେର କାଣ୍ଡର ତଳଭାଗରୁ ବାହାରିଥାଏ ଓ ସମାନ ଆକାରର ସରୁ ସରୁ ମୂଳରୁ ଏକ ଗୁଚ୍ଛଭାବରେ ଦେଖାଯାଇଥାଏ । ଏପରି ଚେରକୁ ଗୁଚ୍ଛମୂଳ (Fibrous root) କୁହାଯାଏ । ଉଦାହରଣ ଘାସ, ଧାନ, ଗହମ ।

Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା

କାର୍ଯ୍ୟ–୭ : ଆସ ସମ୍ପର୍କ ଖୋଜିବା ଏବଂ ବିଶ୍ଳେଷଣ କରିବା

  • ତୁମ ସ୍କୁଲ ବଗିଚାରେ ଲଗାଇବା ପାଇଁ ପାଞ୍ଚଟି ସାଧାରଣ ଉଭିଦର ଚାରା ସଂଗ୍ରହ କର । ଏଭଳି ଉଭିଦଗୁଡ଼ିକ ହେଲା ଘାସ, ଗେଣ୍ଡୁ ଓ ବାରମାସୀ (ସଦାବିହାରୀ) ଇତ୍ୟାଦି ।
  • ଏହାକୁ ରୋପଣ କରିବା ପୂର୍ବରୁ ଏହାର ଚେର ଓ ପତ୍ରରେ ଥ‌ିବା ଶିରାକୁ ନିରୀକ୍ଷଣ କର ।
  • ସାରଣୀରେ-୪ ରେ ପର୍ଯ୍ୟବେକ୍ଷଣଗୁଡ଼ିକୁ ଲେଖ ।
  • ପତ୍ରର ଶିରାବିନ୍ୟାସର ମୂଳର ପ୍ରକାରଭେଦ ସହିତ ଯେଉଁ ସମ୍ପର୍କ ରହିଛି ତାହାକୁ ନିମ୍ନ ସାରଣୀରେ ଦର୍ଶାଯାଇଛି ।

ସାରଣୀ–୪ : ପତ୍ରର ଶିରା ବିନ୍ୟାସ ଓ ମୂଳର ପ୍ରକାର

କ୍ର.ସଂ ଉଭିଦର ନାମ ପତ୍ରର ଶିରା ବିନ୍ୟାସ ମୂଳର ପ୍ରକାର
୧. ଘାସ ସମାନ୍ତରାଳ ଗୁଚ୍ଛମୂଳ
୨. ଧାନ ସମାନ୍ତରାଳ ଗୁଚ୍ଛମୂଳ
୩. ଆମ୍ବ ଜାଲ କ ପ୍ରଧାନ ମୂଳ
୪. ପଣସ ଜାଲ କ ପ୍ରଧାନ ମୂଳ
୫. ତାଳ ସମାନ୍ତରାଳ ଗୁଚ୍ଛମୂଳ

ସାଧାରଣତଃ ଜାଲକ ଶିରାବିନ୍ୟାସ ପତ୍ର ଥିବା ଉଦ୍ଭଦରେ ପ୍ରଧାନମୂଳ ଥିବାବେଳେ ସମାନ୍ତରାଳ ଶିରାବିନ୍ୟାସ ପତ୍ର ଥ‌ିବା ଉଦ୍ଭଦରେ ଗୁଚ୍ଛମୂଳ ଦେଖାଯାଇଥାଏ ।
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 14

କାର୍ଯ୍ୟ–୮ : ଆସ ତୁଳନା କରିବା

କିଛି ଚଣା ଓ ମକା ମଞ୍ଜିକୁ ପାଣିରେ ଦୁଇ ତିନି ଦିନ ଭିଜାଇ ରଖ ।
ଚଣାମଞ୍ଜିର ଚୋପାକୁ ଛଡ଼ାଇ ଦିଅ । ଏବେ ଚଣା ଓ ମକା ମଞ୍ଜିର ଗଠନଙ୍କୁ ଭଲରେ ଦେଖ । ସେମାନେ ସମାନ ନା ଭିନ୍ନ ?
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 15
ଉଦ୍ଭଦରେ ପତ୍ରର ଶିରାବିନ୍ୟାସ ଓ ମୂଳର ପ୍ରକାରଭେଦ ସହିତ ମଞ୍ଜିର ଗଠନରେ ମଧ୍ୟ ସମ୍ପର୍କ ରହିଥାଏ । ଅଙ୍କୁରୋଦ୍‌ଗମ ସମୟରେ ଯେଉଁ ମଞ୍ଜିରୁ 2 ଟି ବୀଜପତ୍ର ବାହାରିଥାଏ ତାହାକୁ ଦ୍ଵିବୀଜପତ୍ରୀ (Dicotyledon) ଓ 1 ଟି ବୀଜପତ୍ର ବାହାରିଥିଲେ ତାହାକୁ ଏକବୀଜପତ୍ରୀ (Monocotyledon) ଉଦ୍ଭଦ କୁହାଯାଏ । ଦ୍ଵିବୀଜପତ୍ରୀ ଉଦ୍ଭିଦରେ ଜାଲକ ଶିରା ବିନ୍ୟାସ ସହିତ ପ୍ରଧାନ ମୂଳ ରହୁଥ‌ିବାବେଳେ ଏକବୀଜପତ୍ରୀ ଉଭିଦରେ ସମାନ୍ତରାଳ ଶିରା ବିନ୍ୟାସ ସହିତ ଗୁଚ୍ଛମୂଳ ରହିଥାଏ ।
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 16

2. ପ୍ରାଣୀମାନଙ୍କର ଶ୍ରେଣୀବିଭାଗ :
ପ୍ରାଣୀମାନଙ୍କଠାରେ ବିଭିନ୍ନ ପ୍ରକାର ଚଳନ ଦେଖିବାକୁ ମିଳିଥାଏ । ଏମାନେ ଉଡ଼ିପାରନ୍ତି, ଦୌଡ଼ି ପାରନ୍ତି, ଗୁରୁଣ୍ଡି ପାରନ୍ତି, ଚାଲିପାରନ୍ତି ବା ଡେଇଁ ପାରନ୍ତି । ଏମାନେ ସ୍ଥାନାନ୍ତରଣ ପାଇଁ ଶରୀରର ବିଭିନ୍ନ ଅଙ୍ଗ ବ୍ୟବହାର କରିଥା’ନ୍ତି । ଏମାନଙ୍କର ଡେଣା, ଗୋଡ଼ ଏବଂ ଅନ୍ୟାନ୍ୟ ଅଙ୍ଗ ସେମାନଙ୍କୁ ଚଳପ୍ରଚଳ କରିବାରେ ସାହାଯ୍ୟ କରିଥାଏ ।

Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା

କାର୍ଯ୍ୟ−୯ : ଆସ ଖୋଜିବା

ତୁ ମେ ସାର ଣୀ –୨ ରେ କେତେକ ପ୍ରାଣୀଙ୍କ ଚଳନ ଶୈଳୀ ଲିପିବଦ୍ଧ କରିଛ । ଅନ୍ୟ ପ୍ରାଣୀମାନେ କିପରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଆନ୍ତି । ସେହି ପ୍ରାଣୀମାନଙ୍କ ଚଳନ ବିଷୟରେ ଚିନ୍ତା କରିବ । ଚିତ୍ରରେ ଅନେକ ପ୍ରାର୍ଥୀ ଅଛନ୍ତି ଓ ଦେଖୁଥ‌ିବା ଅନ୍ୟାନ୍ୟ ପ୍ରାଣୀଙ୍କୁ ଏଥୁରେ ଯୋଡ଼ି ପ୍ରାଣୀମାନଙ୍କର ବିବିଧତା ଉପରେ ଏକ ପୋଷ୍ଟର ତି ଆରି କରିପାରିବ । ତୁମେ ତିଆରି କରିଥିବା ପୋଷ୍ଟରରେ ଥିବା ପ୍ରାଣୀ ଏବଂ ଚିତ୍ରରେ ଥ‌ିବା ପ୍ରାଣୀମାନଙ୍କ କେଉଁ ଅଙ୍ଗଗୁଡ଼ିକ ଚଳପ୍ରଚଳ ପାଇଁ ବ୍ୟବହୃତ ହୁଏ ?
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 17
ସାରଣୀରେ ଏହି ପ୍ରାଣୀମାନଙ୍କୁ ତାଲିକାଭୁକ୍ତ କର ।

ଏହି ପ୍ରାଣୀମାନେ କେଉଁ ଉପାୟରେ ଚଳପ୍ରଚଳ କରନ୍ତି ତାହା ଲକ୍ଷ୍ୟ କର ଏବଂ ଚଳପ୍ରଚଳ ହେବା ପାଇଁ ବ୍ୟବହୃତ ଶରୀରର ଅଙ୍ଗଗୁଡ଼ିକର ନାମ ଲେଖ । ସାରଣୀରେ କିଛି ଉଦାହରଣ ଦିଆଯାଇଛି ।

Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା

ସାରଣୀ – ୫: ପ୍ରାଣୀମାନଙ୍କର ଚଳନରେ ସମ୍ପୃକ୍ତ ଅଙ୍ଗ

କ୍ର.ସଂ. ପ୍ରାଣୀର ନାମ ଚଳନର ପ୍ରକାର ଚଳପ୍ରଚଳ ପାଇଁ ବ୍ୟବହୃତ ଅଙ୍ଗ
୧. ପିମ୍ପୁଡ଼ି ଚାଲେ ଓ ଉଡ଼େ ଗୋଡ଼ ଓ ପର
୨. ଛେଳି ଚାଲେ ଓ ଡିଏଁ ଗୋଡ଼
୩. ପାରା ଉଡ଼େ ଡେଣା/ପକ୍ଷ
୪. ମାଛି ଚାଲେ ଓ ଉଡ଼େ ଗୋଡ଼ ଓ ଡେଣା
୫. ମାଛ ସନ୍ତରଣ ପକ୍ଷ ଓ ଲାଞ୍ଜ
୬. ମଣିଷ ଚାଲେ ଗୋଡ଼
୭. ଗେଣ୍ଡା ଚାଲେ ପାଦ
୮. ଜିଆ ଚାଲେ ପାର୍ଶ୍ଵପଦ ଓ ସିଟା

ପ୍ରାଣୀମାନଙ୍କର ଚଳନ ଆଧାର ବ୍ୟତୀତ ଅନେକ ପ୍ରାଣୀ ସେମାନଙ୍କ ଆକୃତି, ଆକାର, ଗଠନ, ରଙ୍ଗ ଏବଂ ଅନ୍ୟାନ୍ୟ ବୈଶିଷ୍ଟ୍ୟ ଆଧାରରେ ପରସ୍ପରଠାରୁ ଭିନ୍ନ ଅଟନ୍ତି । ଏହି ବୈଶିଷ୍ଟ୍ୟଗୁଡ଼ିକ ପ୍ରାଣୀମାନଙ୍କୁ ଶ୍ରେଣୀବିଭାଗ କରିବାରେ ସହାୟକ ହୋଇଥାଏ । ଉଭିଦ ପରି ପ୍ରାଣୀମାନଙ୍କର ବିବିଧତା ବୁଝିବା ପାଇଁ ସେମାନଙ୍କୁ ମଧ୍ୟ ଶ୍ରେଣୀବିଭାଗ କରିବା ଗୁରୁତ୍ଵପୂର୍ଣ୍ଣ ଅଟେ ।

ଜାନକୀ ଅମ୍ମାଲ (1897-1984) ପରିବେଶ କାର୍ଯ୍ୟ ପାଇଁ ଜଣେ ଭାରତୀୟ ଉଦ୍ଭଦ ବିଜ୍ଞାନୀ ଥିଲେ । ସେ ଭାରତର ସମୃଦ୍ଧ ଉଦ୍ଭଦ୍ର ଜୈବ ବିବିଧତାର ଦସ୍ତାବିଜ ପ୍ରସ୍ତୁତ ଏବଂ ସଂରକ୍ଷଣରେ ସାହାଯ୍ୟ କରିଥିଲେ । ‘ସେଭ୍ ସାଇଲେଣ୍ଟ ଭ୍ୟାଲି’ ଅଭିଯାନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବୋଟାନିକାଲ ସର୍ଭେ ଅଫ୍ ଇଣ୍ଡିଆର ମୁଖ୍ୟ ଭାବରେ ସେ ଭାରତର ଉଭିଦ ବିବିଧତାର ବସ୍ତାବିଜ ପ୍ରସ୍ତୁତ କରିବା କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ ।
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 18

ସଫଳତାର କାହାଣୀ – ନୀରବ ଉପତ୍ୟକା ବଞ୍ଚାଅ ଆନ୍ଦୋଳନ :
କେରଳର ପାଲକ୍କଡ଼ ଜିଲ୍ଲାର ଏକ ଜଙ୍ଗଲର ବାସ୍ତବ କାହାଣୀ । ଏହି କାହାଣୀଟି ଏକ ଆର୍ଦ୍ର ଜଙ୍ଗଲର ସୌନ୍ଦର୍ଯ୍ୟ ଏବଂ ଏହାର ସମୃଦ୍ଧ ଜୈବ ବିବିଧତାକୁ ସଂରକ୍ଷିତ କରିବା ପାଇଁ ଉଦ୍ଦିଷ୍ଟ । ବର୍ତ୍ତମାନର ପ୍ରସିଦ୍ଧ ସାଇଲେଣ୍ଟ ଭ୍ୟାଲିକୁ ଜଙ୍ଗଲର ଆଖପାଖ ଅଞ୍ଚଳରେ ମଧ୍ୟ ରହୁ ନ ଥିବା ସାଧାରଣ ଲୋକଙ୍କ ନେତୃତ୍ୱରେ ଏକ ଉଲ୍ଲେଖନୀୟ ଆନ୍ଦୋଳନଦ୍ଵାରା ରକ୍ଷା କରାଯାଇଥିଲା । କୁନ୍ଥିପୁଜା ନଦୀ ଉପରେ ଜଳବିଦ୍ୟୁତ୍ ଡ୍ୟାମ୍ ପ୍ରସ୍ତାବ ବିରୋଧରେ ୧୦ ବର୍ଷ ଧରି ଲଢ଼େଇ ଜାରି ରହିଥିଲା । ସେହି ସମୟରେ ଲୋକମାନେ ସମସ୍ତ ସମ୍ଭାବ୍ୟ ଉପଲବ୍ଧ ଉପାୟ ଯଥା ବ୍ୟାପକ ସଚେତନତା କାର୍ଯ୍ୟକ୍ରମ, ସମ୍ପାଦକମାନଙ୍କୁ ଚିଠି, ପ୍ରବନ୍ଧ, ଖବରକାଗଜ, ସେମିନାର ଏବଂ ଅଦାଲତରେ ଆବେଦନ ଓ ଅପିଲ ବ୍ୟବହାର କରିଥିଲେ । ନୀରବ ଉପତ୍ୟକାକୁ ବଞ୍ଚାଇବାରେ ଏହି ଆନ୍ଦୋଳନ ସଫଳ ହୋଇଥିଲା ।

Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା

3. ବିଭିନ୍ନ ପରିବେଶରେ ଥ‌ିବା ଉଭିଦ ଓ ପ୍ରାଣୀ :

ବିଭିନ୍ନ ପରିବେଶରେ ଭିନ୍ନ ଭିନ୍ନ ପ୍ରାଣୀ ବାସ କରିଥା’ନ୍ତି । ପ୍ରାଣୀମାନଙ୍କର ଚଳନ ସେମାନଙ୍କର ପରିବେଶ ଉପରେ ନିର୍ଭର କରିଥାଏ । ମାଛ ଜଳରେ ରହେ, ତେଣୁ ଜଳରେ ବଞ୍ଚିବା ପାଇଁ ତାହାର ଶରୀର ଗଠନ ଏବଂ ଡେଣାଗୁଡ଼ିକ ଉପଯୋଜିତ ହୋଇଥାଏ । ପ୍ରାଣୀମାନଙ୍କର ଆକାର ଓ ଆକୃତି ପରସ୍ପରଠାରୁ ଭିନ୍ନ ଅଟେ ।
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 19

କାର୍ଯ୍ୟ–୧୦ : ଆସ ତୁଳନା କରିବା ଏବଂ ବିଶ୍ଳେଷଣ କରିବା

ତୁମେ କିମ୍ବା ତୁମ ସହପାଠୀମାନେ ଏହି ଅଞ୍ଚଳରେ ଦେଖୁଥ‌ିବା କିମ୍ବା ପୂର୍ବରୁ ଜାଣିଥ‌ିବା ଉଭିଦ ଏବଂ ପ୍ରାଣୀମାନଙ୍କର ନାମ ତାଲିକା କର ।
ନିମ୍ନ ସାରଣୀରେ ବିଭିନ୍ନ ପରିବେଶରେ ଥିବା ପ୍ରାଣୀ ଓ ଉଭିଦମାନଙ୍କ ମଧ୍ୟରେ ଏକ ତୁଳନାତ୍ମକ ବିଶ୍ଳେଷଣ ପ୍ରଦାନ କରାଯାଇଛି ।

ସାରଣୀ – ୬ : ବିଭିନ୍ନ ପରିବେଶରେ ଥିବା ପ୍ରାଣୀ ଓ ଉଦ୍ଭିଦ

କ୍ର.ସଂ ମରୁଭୂମି ପାହାଡ଼ିଆ ଅଞ୍ଚଳ ସମୁଦ୍ର ଜଙ୍ଗଲ ଅନ୍ୟ ସ୍ଥାନ (ପୋଖରୀ)
୧. ଓଟ, ଓଟ ପକ୍ଷୀ ଦେବଦାରୁ ଗଛ ଶୈବାଳ ସାପ, ହରିଣ ମାଛ, ଗେଣ୍ଡା
୨. କଙ୍ଗାରୁ ମୂଷା ଶାଳ, ପିଆଶାଳ ମାଛ ସିଂହ, ବାଘ ଶାମୁକା, ସାପ
୩. ବିଛା, ଝିଟିପିଟି ବାଘ, ଭାଲୁ ଚିଙ୍ଗୁଡ଼ି ଭାଲୁ, ସମ୍ବର ଶୈବାଳ, ପଦ୍ମ
୪. ସପ୍ତଫେଣୀ ସାପ, ଛେଳି କଇଁଛ କୁଟୁରା କଇଁ, ଦଳ
୫. କସ୍ତରୀ ବଳଦ ଘୁଷୁରୀ, ହରିଣ ସାପ, ଅକ୍ଟୋପସ ଶାଳ, ପିଆଶାଳ କଇଁଛ

Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା

ବିବିଧ ପରିସ୍ଥିତି କାରଣରୁ ଜୈବ ବିବିଧତା ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ହୋଇଥାଏ । ବିଭିନ୍ନ ଅଞ୍ଚଳରେ ବଢୁଥ‌ିବା ଜୀବମାନେ ବିଶେଷ ବୈଶିଷ୍ଟ୍ୟ ପ୍ରଦର୍ଶନ କରିଥା’ନ୍ତି, ଯାହା ସେମାନଙ୍କୁ ସେଠାରେ ବଞ୍ଚିବା ପାଇଁ ସହାୟକ ହୋଇଥାଏ । ଏହି ବିଶେଷ ବୈଶିଷ୍ଟ୍ୟକୁ ଉପଯୋଜନ (Adaptation) କୁହାଯାଏ ।

ରାଜସ୍ଥାନର ମରୁଭୂମିରେ ମୋଟା ଏବଂ ମାଂସଳଯୁକ୍ତ ଡାଳ ଥିବା କାକ୍ଟସ୍ ଗଛ ଥାଏ । ହିମାଚଳ ପ୍ରଦେଶରେ ଅବସ୍ଥିତ ହିମାଳୟରେ ପାଇନ ଗଛ ଥାଏ । ଏହି ଗଛଗୁଡ଼ିକ କୋନ ଆକୃତିର ଓ ଏହାର ନମନୀୟ ଏବଂ ଝୁଲନ୍ତା ଡାଳ ଥାଏ ।

ମରୁଜ ଉଭିଦ : ମରୁଭୂମିରେ ଏବଂ ରାତିରେ ଅତ୍ୟଧ୍ଵ ଥଣ୍ଡା ପାଣି ସଞ୍ଚୟ କରିପାରେ ଏହି ଅଞ୍ଚଳରେ ସାଧାରଣତଃ ଦିନରେ ଅତ୍ୟଧ‌ିକ ଗରମ ଏବଂ ଅତ୍ୟଧିକ ଥଣ୍ଡା ହୋଇଥାଏ । ମରୁଭୂମିରେ ଦେଖାଯାଉଥ‌ିବା ଉଭିଦର କାଣ୍ଡ ମାଂସଳ ହୋଇଥିବାରୁ ଗରମ ପରିସ୍ଥିତିକୁ ସହ୍ୟ କରିପାରେ ।

ପାଇନ ଗଛ : ବହୁତ କମ୍ ବର୍ଷା ହୁଏ । ଅଞ୍ଚଳର ପାହାଡ଼ଗୁଡ଼ିକରେ ବାରମ୍ବାର ତୁଷାରପାତ ହୋଇଥାଏ । ଏଭଳି ପରିସ୍ଥିତିରେ ବଞ୍ଚିବା ପାଇଁ କିଛି ଗଛର ସହଜରେ ବରଫ ଖସାଇବା କ୍ଷମତା ରହିଥାଏ । ପାଇନ୍ ଗଛର ଆକୃତି ଓ ଝୁଲନ୍ତା ଡାଳ ସେମାନଙ୍କୁ ସହଜରେ ବରଫ ଖସାଇବାରେ ସାହାଯ୍ୟ କରିଥାଏ ।

ଓଟ : ମରୁଭୂମିରେ ଥିବା ଓଟର ଲମ୍ବା ଗୋଡ଼ ଓ ଚଉଡ଼ା ଖୁରା ଥାଏ । ଲମ୍ବା ଗୋଡ଼, ଚଉଡ଼ା ଓ ଗୋଟାଳିଆ ଖୁରା ଏହି ଓଟମାନଙ୍କୁ ବାଲିରେ ପଶି ନଯାଇ ଚାଲିବାରେ ସାହାଯ୍ୟ କରେ । ବରଫ ଅଞ୍ଚଳରେ ଥିବା ଓଟର ଗୋଡ଼ର ଉଚ୍ଚତା ମରୁଭୂମିରେ ଦେଖାଯାଉଥ‌ିବା ଓଟମାନଙ୍କ ଗୋଡ଼ ତୁଳନାରେ ଛୋଟ ହୋଇଥାଏ । ଏହି ଛୋଟ ଗୋଡ଼ ସେମାନଙ୍କୁ ପାହାଡ଼ିଆ ଅଞ୍ଚଳରେ ଚାଲିବାକୁ ସାହଯ୍ୟ କରିଥାଏ ।
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 20
ମରୁଭୂମିରେ ସହଜରେ ଖାଦ୍ୟ ମିଳେନାହିଁ । ଓଟମାନେ ସେମାନଙ୍କ କୁଜରେ ଖାଦ୍ୟ ସଞ୍ଚୟ କରିଥାନ୍ତି । ମରୁଭୂମିରେ ଓଟମାନଙ୍କର ଗୋଟିଏ ଲେଖାଏଁ କୁଜ ରହିଥାଏ ଯାହା ସେମାନଙ୍କୁ ଖାଦ୍ୟର ଅଭାବ ସମୟରେ ବଞ୍ଚିବାରେ ସାହାଯ୍ୟ କରେ । ଅପରପକ୍ଷରେ ଶୀତଳ ମରୁଭୂମିର ଓଟମାନଙ୍କର ଦୁଇଟି ଲେଖାଏଁ କୁଜ ରହିଥାଏ ।

ଶୀତଋତୁର ଶେଷ ଭାଗରେ ଏହି ଦୁଇଟି କୁଜ ସଂକୁଚିତ ହୋଇଯାଏ, କାରଣ ଶୀତଳ ମରୁଭୂମିରେ ଅଧିକ ଖାଦ୍ୟ ଉପଲବ୍ଧ ନ ଥାଏ ଏବଂ ସେହି ସମୟରେ ସେମାନେ ସେମାନଙ୍କ କୁଜରେ ସଂରକ୍ଷିତ ଖାଦ୍ୟ ବ୍ୟବହାର କରିଥା’ନ୍ତି । ଏହା ବ୍ୟତୀତ ସେମାନଙ୍କ ମୁଣ୍ଡରୁ ବେକ ପର୍ଯ୍ୟନ୍ତ ଲମ୍ବା କେଶ ରହିଥାଏ, ଯାହା ସେମାନଙ୍କୁ ପ୍ରବଳ ଥଣ୍ଡାରୁ ବଞ୍ଚିବାରେ ସାହାଯ୍ୟ କରେ ।

ରାଜସ୍ଥାନ ମରୁଭୂମିର ଓଟମାନେ ଅଳ୍ପ ପରିମାଣର ପରିସ୍ରା କରନ୍ତି, ସେମାନଙ୍କ ମଳ ଶୁଖୁଲା ଏବଂ ସେମାନଙ୍କର ଝାଳ ବାହାରି ନଥାଏ । ଯେହେତୁ ଓଟମାନେ ନିଜ ଶରୀରରୁ ଅଧିକ ପାଣି ବାହାର କରନ୍ତି ନାହିଁ, ତେଣୁ ସେମାନେ ପାଣି ନ ପିଇ ଅନେକ ଦିନ ବଞ୍ଚିପାରନ୍ତି ।

ନଡ଼ିଆ : ଗଞ୍ଜାମ ଜିଲ୍ଲାର ଗୋପାଳପୁର ଅଞ୍ଚଳର ନଡ଼ିଆ ଗଛରେ ବହୁତ ବଡ଼ ବଡ଼ ନଡ଼ିଆ କାନ୍ଧି ଦେଖୁବାକୁ ମିଳିଥାଏ । ପ୍ରାୟ ସବୁ ଗଛରେ ଏହିପରି ନଡ଼ିଆ କାନ୍ଧିମାନ ରହିଥାଏ । ଏହି ଗଛର ପଇଡ଼ଗୁଡ଼ିକ ବଡ଼ ବଡ଼ ଏବଂ ପାଣି ମଧ୍ୟ ବହୁତ ସ୍ଵାଦିଷ୍ଟ ଅଟେ । ପାତ୍ର କୋରାପୁଟରେ ପାର୍ବତ୍ୟ ଅଞ୍ଚଳରେ ଦେଖାଯାଉଥ‌ିବା ନଡ଼ିଆ ଗଛଗୁଡ଼ିକର ଉଚ୍ଚତା କମ୍ ଅଟେ । ଗଛରେ ଛୋଟ କାନ୍ଧିମାନ ଦେଖିବାକୁ ମିଳେ ଓ ଏହି ଗଛର ପଇଡ଼ ପାଣି ସେତେଟା ସ୍ଵାଦିଷ୍ଟ ହୋଇ ନଥାଏ ।
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 21
ଯେଉଁ ସ୍ଥାନରେ ଉଭିଦ ଓ ପ୍ରାଣୀମାନେ ବାସକରନ୍ତି ତାହାକୁ ପରିସ୍ଥାନ (Ecosystem) କୁହାଯାଏ । ଉଦାହରଣ : ସାମୁଦ୍ରିକ କଇଁଛମାନଙ୍କର ପରିସ୍ଥାନ ହେଉଛି ସମୁଦ୍ର ବା ମହାସମୁଦ୍ର । ଓଟର ପରିସ୍ଥାନ ହେଉଛି ଗରମ କିମ୍ବା ଶୀତଳ ମରୁଭୂମି । ନଡ଼ିଆ ଗଛର ପରିସ୍ଥାନ ହେଉଛି ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ । ଗୋଟିଏ ପରିସ୍ଥାନରେ ଅନେକ ପ୍ରକାରର ଉଭିଦ ଏବଂ ପ୍ରାଣୀମାନେ ରହିପାରନ୍ତି । ଏକ ନିର୍ଦ୍ଦିଷ୍ଟ ପରିସ୍ଥାନ ଉକ୍ତ ଅଞ୍ଚଳର ଜୈବ ବିବିଧତା ଗଠନରେ ସହାୟକ ହୋଇଥାଏ ।

Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା

ସଲିମ୍ ଅଲ୍ଲୀ (1896-1987) ପକ୍ଷୀମାନଙ୍କର ବିବିଧତା ଅନୁଧ୍ୟାନ କରିବା ପାଇଁ ସମଗ୍ର ଭାରତ ଭ୍ରମଣ କରିଥିଲେ । ସେ ପକ୍ଷୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ସେମାନଙ୍କର ଯାତ୍ରା ପଥ ଏବଂ ବାସସ୍ଥାନର ଏକ ଦସ୍ତାବିଜ ପ୍ରସ୍ତତ କରିଥିଲେ । ଅଧ‌ିକ ବିବିଧତା ଥ‌ିବା ଅଞ୍ଚଳଗୁଡ଼ିକୁ ସେ ରେକର୍ଡ଼ କରିଥିଲେ ଏବଂ ଏହି ଅଞ୍ଚଳଗୁଡ଼ିକର ସଂରକ୍ଷଣ ପାଇଁ ପଦକ୍ଷେପ ନେଇଥିଲେ । ରାଜସ୍ଥାନର ଭରତପୁରର କେଓଲାଦେଓ ଜାତୀୟ ଉଦ୍ୟାନ ଏବଂ କର୍ଣ୍ଣାଟକର ମାଣ୍ଡାସ୍ଥିତ ରଙ୍ଗନାଥୁରୁ ପକ୍ଷୀ ଅଭୟାରଣ୍ୟ ତାଙ୍କ ସଂରକ୍ଷଣ ଅଞ୍ଚଳର ଉଦାହରଣ । ସେ ଭାରତୀୟ ଉପମହାଦେଶର ପକ୍ଷୀମାନଙ୍କ ଉପରେ 10 ଟି ପୁସ୍ତକର ଏକ ଐତିହାସିକ ସଂକଳନ ରଚନା କରିଥିଲେ । ତାଙ୍କୁ ‘ବାର୍ଡମ୍ୟାନ୍ ଅଫ୍ ଇଣ୍ଡିଆ’ ବୋଲି କୁହାଯାଏ । 1976 ମସିହାରେ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 22

ଜୀବମାନଙ୍କର ବିଭିନ୍ନ ପରିସ୍ଥାନ ଅନୁଯାୟୀ ସେମାନଙ୍କୁ ଶ୍ରେଣୀବିଭାଗ କରାଯାଇଛି । ଯଥା –
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 23
ସ୍ଥଳଭାଗରେ ବାସ କରୁଥିବା ଉଭିଦ ଓ ପ୍ରାଣୀମାନଙ୍କୁ ସ୍ଥଳଜ (Terrestrial) କୁହାଯାଏ । ସ୍ଥଳଭାଗର ପରିସ୍ଥାନର ଉଦାହରଣ ହେଉଛି ଜଙ୍ଗଲ, ମରୁଭୂମି, ତୃଣଭୂମି ଏବଂ ପର୍ବତ । ଜଳରେ ବସବାସ କରୁଥିବା ଉଭିଦ ଓ ପ୍ରାଣୀମାନଙ୍କୁ ଜଳଜ ବା ଜଳଚର ଜୀବ (Aquatic) କୁହାଯାଏ । ଜଳଜ ପରିସ୍ଥାନର ଉଦାହରଣ ହେଉଛି ପୋଖରୀ, ହ୍ରଦ, ନଦୀ ଏବଂ ସମୁଦ୍ର !

ବେଙ୍ଗ ଭଳି କେତେକ ପ୍ରାଣୀ ଉଭୟ ଜଳ ତଥା ସ୍ଥଳଭାଗରେ ବାସକରନ୍ତି । ଏମାନଙ୍କୁ ଉଭୟଚର ପ୍ରାଣୀ (Amphibians) କୁହାଯାଏ । ବ୍ରାଇଓଫାଇଟା ଶ୍ରେଣୀର ଉଭିଦମାନେ ଉଭୟଚରର ଉଦାହରଣ ଅଟନ୍ତି ।

ପ୍ରୋଜେକ୍ଟ ଟାଇଗର :
ମାନବୀୟ କାର୍ଯ୍ୟକଳାପ ଯୋଗୁଁ ପ୍ରାକୃତିକ ପରିସ୍ଥାନ ନଷ୍ଟ ହେବା କାରଣରୁ ଭାରତରେ ମହାବଳ ବାଘ, ଚିତା ବାଘ ଏବଂ ଗ୍ରେଟ୍ ଇଣ୍ଡିଆନ ବଷ୍ଟର୍ଡର ସଂଖ୍ୟା ହ୍ରାସ ପାଇଛି । ଆମର ଜୈବ ବିବିଧତାର ସଂରକ୍ଷଣ ପାଇଁ ଭାରତ ସରକାର ଅନେକ ପ୍ରକଳ୍ପ ଆରମ୍ଭ କରିଛନ୍ତି । ମହାବଳ ବାଘର ସଂଖ୍ୟା ହ୍ରାସ ପାଉଥିବାରୁ ଏମାନଙ୍କୁ ସୁରକ୍ଷା ଦେବା ପାଇଁ 1973 ମସିହାରେ ‘ପ୍ରୋଜେକ୍ଟ ଟାଇଗର’ ନାମକ ଏକ ଅଭିଯାନ ଆରମ୍ଭ କରାଯାଇଥିଲା । ଚିତା ସଂଖ୍ୟାର ପୁନରୁଦ୍ଧାର ପାଇଁ 2022 ମସିହାରେ ‘ଚିତା ପୁନଃପ୍ରଚଳନ ପ୍ରକଳ୍ପ’ ଆରମ୍ଭ କରାଯାଇଥିଲା । ସେହିପରି ଗୁଜରାଟ, ରାଜସ୍ଥାନ ଓ ମହାରାଷ୍ଟ୍ର ରାଜ୍ୟରେ ଗ୍ରେଟ୍ ଇଣ୍ଡିଆନ୍ ବଷ୍ଟର୍ଡର ବାସସ୍ଥାନକୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 24

ପାରମ୍ପରିକ ଭାବେ ସଂରକ୍ଷିତ ଜଙ୍ଗଲ : ପବିତ୍ର ବନ
ପବିତ୍ର ବନ ହେଉଛି ଏକ ସଂରକ୍ଷିତ ଅଞ୍ଚଳ । ଏହାର ଆକାର ବହୁତ ଛୋଟରୁ ବହୁତ ବଡ଼ । ପବିତ୍ର ବନ ସମଗ୍ର ଭାରତବର୍ଷରେ ଦେଖିବାକୁ ମିଳେ । ଏଠାରେ ଅନେକ ଔଷଧୀୟ ଉଦ୍ଭିଦ ସମେତ ବିଭିନ୍ନ ପ୍ରକାର ଉଭିଦ ଓ ପ୍ରାଣୀ ବାସକରନ୍ତି । ଏଗୁଡ଼ିକ ସ୍ଥାନୀୟ ସମ୍ପ୍ରଦାୟଦ୍ୱାରା ସୁରକ୍ଷିତ ଏବଂ ଏହି ବନଗୁଡ଼ିକରେ କୌଣସି ପ୍ରାଣୀଙ୍କର କ୍ଷତି ପହଞ୍ଚାଇବା ଏବଂ ଗଛ କାଟିବା! କିମ୍ବା ଅଞ୍ଚଳକୁ ଅପରିଷ୍କାର କରିବାକୁ କାହାକୁ ଅନୁମତି ଦିଆଯାଏ ନାହିଁ । ଏହି ଉପାୟରେ ପବିତ୍ର ବନଗୁଡ଼ିକ ସ୍ଥାନୀୟ ଲୋକମାନଙ୍କଦ୍ଵାରା ସୁରକ୍ଷିତ ହୋଇଥାଏ ।
Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା 25

Class 6 Science Chapter 2 Notes Odia Medium ଜୀବଜଗତର ବିବିଧତା

ବିଜ୍ଞାନଭିତ୍ତିକ ପ୍ରମୁଖ ଶବ୍ଦ
୧. ବୃକ୍ଷ
୨. ବୁଦା
୩. ଗୁଳ୍ମ / ହର୍ବ
୪. ଶିରା ବିନ୍ୟାସ
୫. ପର୍ଯ୍ୟବେକ୍ଷଣ
୬. ଜାଲକ ଶିରା ବିନ୍ୟାସ
୭. ସମାନ୍ତରାଳ ଶିରା ବିନ୍ୟାସ
୮. ଅନୁସନ୍ଧାନ
୯. ପ୍ରଧାନ ମୂଳ
୧୦. ଗୁଚ୍ଛମୂଳ
୧୧. ତୁଳନା
୧୨. ବୀଜପତ୍ର
୧୩. ଏକବୀଜପତ୍ରୀ ଉଭିଦ
୧୪. ଦ୍ଵିବୀଜପତ୍ରୀ ଉଭିଦ
୧୫. ସମ୍ପର୍କ
୧୬. ଜୈବ ବିବିଧତା
୧୭. ଉପଯୋଜନ
୧୮. ବିଶ୍ଳେଷଣ
୧୯. ଜଳଚର
୨୦. ସ୍ଥଳଚର
୨୧. ଉଭୟଚର
୨୨. ଲିପିବଦ୍ଧ

ବିଷୟବସ୍ତୁର ସାରାଂଶ :

  • ଆମ ଚତୁଃପାର୍ଶ୍ଵରେ ବିଭିନ୍ନ ପ୍ରକାରର ଉଭିଦ ଓ ପ୍ରାଣୀ ବାସକରନ୍ତି । ବିଭିନ୍ନ ପ୍ରଜାତିର ଉଭିଦ ଓ ପ୍ରାଣୀମାନେ ଜୈବ ବିବିଧତାର ଏକ ଅଂଶ ।
  • ଉଭିଦ ଓ ପ୍ରାଣୀମାନଙ୍କ ମଧ୍ୟରେ ସମାନତା ଏବଂ ପାର୍ଥକ୍ୟ ଆଧାରରେ ସେମାନଙ୍କୁ ଶ୍ରେଣୀଭୁକ୍ତ କରାଯାଇଥାଏ ।
  • ଉଭିଦର ମୂଳ, ଡାଳ, ପତ୍ର ଓ ଫୁଲ ଇତ୍ୟାଦି ସହିତ ଜଡ଼ିତ ବୈଶିଷ୍ଟ୍ୟ ଆଧାରରେ ସେମାନଙ୍କ ମଧ୍ୟରେ ସମାନତା ଏବଂ ପାର୍ଥକ୍ୟ ଦେଖାଯାଇଥାଏ ।
  • ଜିନିଷଗୁଡ଼ିକର ସାଧାରଣ ବୈଶିଷ୍ଟ୍ୟ ଆଧାରରେ ଦଳରେ ବିଭକ୍ତ କରିବାର ପଦ୍ଧତିକୁ ବିଭାଗୀକରଣ କୁହାଯାଏ ।
  • ଉଭିଦଗୁଡ଼ିକର ଉଚ୍ଚତା, କାଣ୍ଡର ପ୍ରକାର ଏବଂ ଶାଖାର ଢାଞ୍ଚା ଆଧାରରେ ଉଭିଦଙ୍କୁ ବୃକ୍ଷ, ବୁଦା ଏବଂ ଗୁଳ୍ମରେ ବିଭକ୍ତ କରାଯାଇଥାଏ ।
  • ମଞ୍ଜିରେ ଥ‌ିବା ବୀଜପତ୍ର ସଂଖ୍ୟା ଆଧାରରେ ଉଭିଦଗୁଡ଼ିକୁ ଏକବୀଜପତ୍ରୀ ଏବଂ ଦ୍ଵିବୀଜପତ୍ରୀ ଭାବରେ ଶ୍ରେଣୀଭୁକ୍ତ କରାଯାଇଥାଏ ।
  • ଏକବୀଜପତ୍ରୀ ଉଭିଦର ପତ୍ରରେ ସାଧାରଣତଃ ଓ ଦ୍ଵିବୀଜପତ୍ରୀ ଉଭିଦର ପତ୍ରରେ ଜାଲକ ଶିରା
  • ସମାନ୍ତରାଳ ଶିରା ବିନ୍ୟାସ ଦେଖାଯାଏ ଏବଂ ଗୁଚ୍ଛମୂଳ ଥାଏ ବିନ୍ୟାସ ଏବଂ ପ୍ରଧାନ ମୂଳ ଥାଏ ।
  • ପ୍ରାଣୀମାନଙ୍କର ବିଭିନ୍ନ ପ୍ରକାରର ଚଳନ ଥାଏ ଯାହା ସେମାନଙ୍କର ବର୍ଗୀକରଣର ଏକ ଆଧାର ହୋଇଥାଏ ।
  • ଭିନ୍ନ ଭିନ୍ନ ପରିବେଶ ପରିସ୍ଥିତି ଯୋଗୁଁ ବିଭିନ୍ନ ଅଞ୍ଚଳର ଜୈବ ବିବିଧତା ଭିନ୍ନ ଭିନ୍ନ ହୋଇଥାଏ ।
  • ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉଭିଦ ଏବଂ ପ୍ରାଣୀମାନଙ୍କୁ ବଞ୍ଚିବାରେ ସହାୟତା କରୁଥିବା ବିଶେଷ ବୈଶିଷ୍ଟ୍ୟଗୁଡ଼ିକୁ ଉପଯୋଜନ କୁହାଯାଏ ।
  • ଯେଉଁ ସ୍ଥାନରେ ଉଭିଦ ଓ ପ୍ରାଣୀ ବସବାସ କରନ୍ତି ତାହା ହେଉଛି ସେମାନଙ୍କର ପରିସ୍ଥାନ ।
  • ସେମାନଙ୍କର ପରିସ୍ଥାନ ଆଧାରରେ ପ୍ରାଣୀ ଓ ଉଭିଦଗୁଡ଼ିକୁ ସ୍ଥଳଜ ଓ ଜଳଜ ଭାବରେ ବିଭକ୍ତ କରାଯାଇପାରିବ । ପରିସ୍ଥାନ ନଷ୍ଟ ହେବା କାରଣରୁ ଉଭିଦ ଓ ପ୍ରାଣୀମାନଙ୍କର ଘର, ଖାଦ୍ୟ ଓ ଅନ୍ୟାନ୍ୟ ସମ୍ବଳ ନଷ୍ଟ ହେବାରୁ ଜୈବ ବିବିଧତା ନଷ୍ଟ ହୋଇଥାଏ ।

Class 6 Science Chapter 1 Notes Odia Medium ବିଜ୍ଞାନର ଚମତ୍କାର ଦୁନିଆ

Go through BSE Odisha Class 6 Science Notes Odia Medium and Class 6 Science Chapter 1 Notes Odia Medium ବିଜ୍ଞାନର ଚମତ୍କାର ଦୁନିଆ to understand important concepts and topics more clearly.

6th Class Science Chapter 1 Notes Odia Medium

BSE Odisha Class 6 Science Chapter 1 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

ବିଜ୍ଞାନ ଅଧ୍ୟୟନ କ’ଣ ?
ଆମେ ସବୁବେଳେ ନିଜ ପରିବେଶ ବିଷୟରେ ଜାଣିବାକୁ ଆଗ୍ରହୀ ହୋଇଥାଉ । ଆମେ ପିଲାଦିନରୁ ହିଁ ଆମ ଚତୁଃପାର୍ଶ୍ଵକୁ ଅନୁସନ୍ଧାନ କରିବା ଏବଂ ସେହି ବିଷୟରେ ପ୍ରଶ୍ନ ପଚାରିବା ଆରମ୍ଭ କରିଥାଉ । ବିଦ୍ୟାଳୟ ଶିକ୍ଷାର ପ୍ରସ୍ତୁତି ପର୍ଯ୍ୟାୟରେ ଆଖପାଖ ଦୁନିଆକୁ ଖୋଜିବା ଏବଂ ଅନୁସନ୍ଧାନ କରିବା ତୁମେ ଆନନ୍ଦପ୍ରଦ ହୋଇଥାଏ । ବିଦ୍ୟାଳୟ ଶିକ୍ଷାର ମଧ୍ୟ ପର୍ଯ୍ୟାୟରେ ଆମେ ବାସ କରୁଥିବା ସୁନ୍ଦର ଦୁନିଆକୁ ଅନୁସନ୍ଧାନ କରିବା ସହିତ ବୁଝିବା ନିମନ୍ତେ ଏକ ନୂଆ ବିଷୟ ‘ବିଜ୍ଞାନ ଅଧ୍ୟୟନ’ କରିଥାଉ ।

ଆମେ ବାସ କରୁଥିବା ସୁନ୍ଦର ଦୁନିଆକୁ ବୁଝିବା ଏବଂ ବିଶ୍ଵର ରହସ୍ୟକୁ ଉନ୍ମୋଚନ କରିବା ପାଇଁ ଚିନ୍ତା କରିବା, ପର୍ଯ୍ୟବେକ୍ଷଣ କରିବା ଏବଂ ପରୀକ୍ଷା ନିରୀକ୍ଷା କରିବାର ଏକ ମାଧ୍ୟମ ହେଉଛି ବିଜ୍ଞାନ । ଏହା ଅବଶ୍ୟ ଏକ ବଡ଼ ଦୁଃସାହସିକ କାର୍ଯ୍ୟ । ଆମେ ପ୍ରଶ୍ନ ପଚାରି, ଦୁନିଆକୁ ଅନୁସନ୍ଧାନ କରି ବିଭିନ୍ନ ଘଟଣା ଘଟିବାର ପ୍ରକ୍ରିୟା ବିଷୟରେ ବୁଝିବାକୁ ଚେଷ୍ଟା କରିଥାଉ ।

ଆମ ବିଶ୍ଵ ବ୍ରହ୍ମାଣ୍ଡରେ ଅନେକ ରହସ୍ୟ ରହିଛି ଏବଂ ଏଥ୍ ମଧ୍ୟରୁ କେତେକ ସମୟରେ ଅଦ୍ଭୁତ ଆବିଷ୍କାର ଅପ୍ରତ୍ୟାଶିକ ଭାବେ ଘଟିଥାଏ, କାରଣ ବିଜ୍ଞାନ ହେଉଛି ଏକ ବିଶାଳ ଏବଂ ଅସରନ୍ତି ଗୋଲକ ଧନ୍ଦା । ଆମେ ବାସ କରୁଥିବା ଗ୍ରହ ପୃଥ‌ିବୀକୁ ଅନୁଧ୍ୟାନ କଲେ ଦେଖିବା ଯେ, ଏହା ହେଉଛି ଏକମାତ୍ର ଗ୍ରହ, ଯେଉଁଠାରେ ଜୀବସଭା ସମ୍ଭବ । ତେଣୁ ଏହାର ପରିବେଶକୁ ଆମେ ସୁରକ୍ଷିତ ରଖୁବା ଆବଶ୍ୟକ । ଏହି ଗ୍ରହରେ ବିଭିନ୍ନ ପ୍ରକାରର ଚମତ୍କାର ଜୀବ ଯଥା – ପ୍ରାଣୀ ଓ ଉଦ୍ଭିଦ ଅଛନ୍ତି ।

ସେମାନେ ପୃଥ‌ିବୀର ବିଭିନ୍ନ ଅଞ୍ଚଳରେ ଜୀବନ ଧାରଣ କରିବା ପାଇଁ ଚେଷ୍ଟା କରନ୍ତି । ମଞ୍ଜି ଗଛରେ ପରିଣତ ହେବା ଏକ ସଂବାଳୁଆ ସୁନ୍ଦର ପ୍ରଜାପତିରେ ପରିଣତ ହେବ ଭଳି ଅନେକ ପର୍ଯ୍ୟବେକ୍ଷଣ ଆମେ କରିଥାଉ । ଏହି ଉଦ୍ଭଦ ଏବଂ ଜୀବଜନ୍ତୁମାନଙ୍କର କିପରି ବୃଦ୍ଧି ଘଟିଥାଏ ତାହା ଆମେ ଜାଣିବା ଆବଶ୍ୟକ ।

Class 6 Science Chapter 1 Notes Odia Medium ବିଜ୍ଞାନର ଚମତ୍କାର ଦୁନିଆ

ଜୀବର ବୃଦ୍ଧି ପାଇଁ ଖାଦ୍ୟ ଆବଶ୍ୟକ । ଭାରତ ଭଳି ଏକ ବୃହତ୍ ଏବଂ ବିବିଧତାପୂର୍ଣ୍ଣ ଦେଶରେ, ବିଭିନ୍ନ ପ୍ରକାରର ସ୍ଵାଦିଷ୍ଟ ଓ ରୁଚିକର ଖାଦ୍ୟ ରହିଅଛି । ଏଗୁଡ଼ିକ ସମ୍ବନ୍ଧରେ ଜ୍ଞାନ ଆହରଣ କରି ବା ନିମିତ୍ତ ଆମର ଆଗ୍ରହ ସୃଷ୍ଟି ହେବା ଆବଶ୍ୟକ ।

ଜୀବ ବଞ୍ଚିବାପାଇଁ ଖାଦ୍ୟ ସହିତ ଜଳ ଆବଶ୍ୟକ କରିଥାଏ । ଜଳ ଏକ ଅମୂଲ୍ୟ ସମ୍ପଦ । ଏହା ପୃଥିବୀପୃଷ୍ଠକୁ କିପରି ଆସେ ଓ ପୁନଶ୍ଚ ଏଠାରୁ କେଉଁଠାକୁ ଯାଇଥାଏ ସେ ସମ୍ବନ୍ଧରେ ଜାଣିବାକୁ ମନରେ ଆଗ୍ରହ ସୃଷ୍ଟି
ହୋଇଥାଏ ।

ଆମେ ବ୍ୟବହାର କରୁଥିବା ଅନେକ ଦ୍ରବ୍ୟର ନିର୍ମାଣ ପଦ୍ଧତି, ଏହାର ସଂରଚନା, ଗଠନ, ସ୍ଥାୟିତ୍ଵ ସମ୍ବନ୍ଧରେ ଅସରନ୍ତି ପ୍ରଶ୍ନ ଆମ ମନକୁ ଆସିଥାଏ । ସୁତରାଂ ଏପରି ଅନୁସନ୍ଧିସୁ ଭାବନାକୁ ଜାଗ୍ରତ ରଖୁବା ଆମର କର୍ତ୍ତବ୍ୟ ଅଟେ ।

ପ୍ରତ୍ୟେକ ଘଟଣା ସମ୍ବନ୍ଧରେ ଜାଣିବାକୁ ଚେଷ୍ଟାକରିବା ହିଁ ବୈଜ୍ଞାନିକ ପଦ୍ଧତିର ଏକ ଉଦାହରଣ ଅଟେ, କାରଣ ଏଥ‌ିରେ ପରୀକ୍ଷା, ପର୍ଯ୍ୟବେକ୍ଷଣ, ଅନୁମାନ, ଅଧ୍ୟୟନ ଓ ପ୍ରଶ୍ନ ଉତ୍ତର ପରି କାର୍ଯ୍ୟକ୍ରମମାନ ରହିଥାଏ ।

କାର୍ଯ୍ୟ-୧ : ଆସ ଚିନ୍ତା ଲେଖୁବା

  • ତୁମେ ସମାଧାନ କରିବାକୁ ଚେଷ୍ଟା କରିଥିବା ଏକ ସମସ୍ୟା ବିଷୟରେ ଲେଖ ।
  • ତୁମେ କେଉଁସବୁ ପଦକ୍ଷେପ ନେଇଥିଲେ ?
  • ବିଜ୍ଞାନ କେବଳ ବିଷୟବସ୍ତୁ ଓ ତଥ୍ୟକୁ ମନେରଖୁବା କିମ୍ବା ପରୀକ୍ଷଣ କରିବା ନୁହେଁ । ଏହା ହେଉଛି ଏକ ପର୍ଯ୍ୟାୟକ୍ରମିକ ପ୍ରକ୍ରିୟାକୁ ଅନୁସରଣ କରିବା ଯାହା ଆମକୁ ପ୍ରଶ୍ନଗୁଡ଼ିକର
  • ଉତ୍ତର ଖୋଜିବାରେ ସାହାଯ୍ୟ କରିଥାଏ । ତେବେ ଆମେ କ’ଣ ପଦକ୍ଷେପ ଗ୍ରହଣ କରିପାରିବା ?
  • ପ୍ରଥମେ, ଆମେ ଏପରି କିଛି ଜିନିଷ ପର୍ଯ୍ୟବେକ୍ଷଣ କରୁ ଯାହା ଆମ ମନରେ କୌତୁହଳ ସୃଷ୍ଟି କରେ କିମ୍ବା ଆମେ ବୁଝି ପାରି ନଥାଉ ।
  • ଏହା ଆମକୁ ଚକିତ କରେ ଏବଂ ସେଥ‌ିପାଇଁ ଆମ ମନରେ ଅନେକ ପ୍ରଶ୍ନ ଉଙ୍କିମାରେ ।
  • ତା’ପରେ ଆମେ ସେହି ପ୍ରଶ୍ନଗୁଡ଼ିକର ସମ୍ଭାବ୍ୟ ଉତ୍ତର ଅନୁମାନ କରୁ ।
  • ଆମ୍ଭେ ଏହି ଅନୁମାନକୁ ପରୀକ୍ଷଣ କିମ୍ବା ଅଧିକ ପର୍ଯ୍ୟବେକ୍ଷଣ ମାଧ୍ୟମରେ ପରୀକ୍ଷା କରିଥାଉ ।
  • ଏହା ପରେ ଆମେ ଫଳାଫଳକୁ ବିଶ୍ଳେଷଣ କରିବାକୁ ଚେଷ୍ଟା କରିଥାଉ ଯେ ଏହା ଉତ୍ତର କି ନୁହେଁ ।
  • ବୈଜ୍ଞାନିକମାନେ କୌଣସି ସମସ୍ୟାର ସମାଧାନ କିମ୍ବା ନୂତନ ଆବିଷ୍କାର କରିବା ପାଇଁ ବୈଜ୍ଞାନିକ ପଦ୍ଧତି ଅନୁସରଣ କରନ୍ତି । କିନ୍ତୁ ଯେଉଁମାନେ ବୈଜ୍ଞାନିକ ପଦ୍ଧତି ଅନୁସରଣ କରିଥା’ନ୍ତି, ସେମାନେ ବୈଜ୍ଞାନିକ ଭଳି କାମ କରିଥା’ନ୍ତି । ରୋଷେଇ କରୁଥିବା ବ୍ୟକ୍ତି ପ୍ରେସର କୁକର୍‌ରୁ ଡାଲି ବାହାରିଗଲେ ଏପରି କାହିଁକି ହେଲା ବୋଲି ଚିନ୍ତା କରିଥା’ନ୍ତି । ଏଥ‌ିରେ ଅତ୍ୟଧୂକ ପାଣିଥିଲା କି ନାହିଁ ଅନୁସନ୍ଧାନ କରନ୍ତି ।
    Class 6 Science Chapter 1 Notes Odia Medium ବିଜ୍ଞାନର ଚମତ୍କାର ଦୁନିଆ 1

ସାଇକେଲ୍ ମରାମତି କରୁଥିବା ଜଣେ ବ୍ୟକ୍ତି ଟାୟାର୍‌ର କେଉଁ ସ୍ଥାନରୁ ଲିକ୍ ହୋଇ ପବନ ବାହାରିଲା ବୋଲି ଜାଣିବାକୁ ଚେଷ୍ଟା କରିଥାଏ । କିମ୍ବା ଜଣେ ଇଲେକ୍ଟ୍ରିସିଆନ୍ ବଲ୍‌ବ କାହିଁକି ଜଳୁନାହିଁ – ବଲ୍‌ବ କିମ୍ବା ସୁଇଟ୍‌ରେ କିଛି ସମସ୍ୟା ଅଛି କି ନାହିଁ ଅନୁସନ୍ଧାନ କରିଥାଏ । ଯେତେବେଳେ ଆମେ ପ୍ରଶ୍ନ ପଚାରୁ ଏବଂ ଉତ୍ତର ଖୋଜିବାକୁ ଚେଷ୍ଟା କରୁ, ସେତେବେଳେ ଆମେ ମଧ୍ୟ ଜଣେ ଜଣେ ବୈଜ୍ଞାନିକ ହୋଇଥାଉ ।
Class 6 Science Chapter 1 Notes Odia Medium ବିଜ୍ଞାନର ଚମତ୍କାର ଦୁନିଆ 2

Class 6 Science Chapter 1 Notes Odia Medium ବିଜ୍ଞାନର ଚମତ୍କାର ଦୁନିଆ

କାର୍ଯ୍ୟ-୨ : ଆସ ଚିନ୍ତା କରି ଲେଖୁବା

ଦୈନନ୍ଦିନ ଜୀବନର ଏକ ପରିସ୍ଥିତି ବର୍ଣ୍ଣନା କର ଯେଉଁଠି ତୁମେ ଅନୁଭବ କରିଥୁବ ଯେ କେହି ଜଣେ ବୈଜ୍ଞାନିକ ପଦ୍ଧତି ଅନୁସରଣ କରୁଛନ୍ତି ।

ବର୍ତ୍ତମାନ ତୁମେ ବୁଝିପାରୁଥ‌ିବ କି ଦୈନନ୍ଦିନ ଜୀବନରେ ଏମିତି ଅନେକ ପରିସ୍ଥିତି ଅଛି ଯେଉଁଠାରେ ଆମେ ଜାଣତରେ କିମ୍ବା ଅଜାଣତରେ ବୈଜ୍ଞାନିକ ପଦ୍ଧତି ପ୍ରୟୋଗ କରିଥାଉ ?

ଯଦିଓ ଆମେ ସମସ୍ତେ ବୈଜ୍ଞାନିକ ପଦ୍ଧତିକୁ କିଛି ମାତ୍ରାରେ ପ୍ରୟୋଗ କରିଥାଉ, ତଥାପି ବିଜ୍ଞାନ ପଢ଼ିବାଦ୍ଵାରା ବଡ଼ ସମସ୍ୟାର ସମାଧାନ ଖୋଜିବା ଏବଂ ବିଶ୍ଵର ବୃହତ୍ ରହସ୍ୟର ସମାଧାନ କରିବା ପାଇଁ ଆମର ଦକ୍ଷତା ବିକଶିତ ହୋଇଥାଏ । ବିଜ୍ଞାନକୁ ଭଲ ଭାବରେ ଶିଖୁବା ପାଇଁ, ପ୍ରଥମ ଏବଂ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଅନୁସନ୍ଧିସୁ ହେବା ଏବଂ ନିଜ ଚତୁଃପାର୍ଶ୍ଵକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିବା । ଯେତେବେଳେ ଆମେ ଅନୁସନ୍ଧିଷ୍ଣୁ ହୋଇଥାଉ, ଆମେ ‘କାହିଁକି’, ‘କିପରି’ ପ୍ରଶ୍ନ ପଚାରିବା ଆରମ୍ଭ କରିଥାଉ । ମନେରଖ ଯେ, ଦୁନିଆର ଏମିତି ବହୁତ ଜିନିଷ ରହିଛି ଯାହା ଆମେ ଜାଣିନାହୁଁ ଏବଂ ସେଗୁଡ଼ିକ ଆବିଷ୍କାର ହେବା ଅପେକ୍ଷାରେ ଅଛି ।

କାର୍ଯ୍ୟ–୩ : ଆସ ଚିନ୍ତା କରି ଲେଖୁବା

  • ଯଦି ତୁମେ କୌଣସି ବିଷୟରେ କାରଣ ଜାଣିବାକୁ ଚାହୁଁଛ, ତେବେ ତୁମେ କେଉଁ ପ୍ରକାର ପ୍ରଶ୍ନ ପଚାରିବ ?
  • ତୁମେ କିପରି ତୁମ ପ୍ରଶ୍ନର ଉତ୍ତର ଖୋଜିବ ତାହା ଲେଖୁବାକୁ ଚେଷ୍ଟା କର ।
  • ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟ ବ୍ୟକ୍ତିଗତ ଭାବେ କ୍ଵଚିତ୍ କରାଯାଇଥାଏ । ସମଗ୍ର ବିଶ୍ଵର ବୈଜ୍ଞାନିକମାନେ ପ୍ରାୟତଃ ଦଳଗତ ଭାବରେ ଏକାଠି କାମ କରିନ୍ତି । କାରଣ ଏକାଠି ହୋଇ ଜିନିଷ ଆବିଷ୍କାର କରିବା ଅଧ୍ବକ ମଜାଦାର ହୋଇଥାଏ ।
  • ବିଜ୍ଞାନ ହେଉଛି ଅନେକ ମଜାଦାର ଅନୁସନ୍ଧାନର ଗନ୍ତାଘର । ସୁତରାଂ, ବିଜ୍ଞାନର ରୋମାଞ୍ଚକର ଯାତ୍ରାରେ ଯାତ୍ରୀ ହୋଇ ଜଣେ ଜ୍ଞାନୀ ବ୍ୟକ୍ତି ହେବାକୁ ହେଲେ ଅଧ‌ିକରୁ ଅଧ‌ିକ ‘କାହିଁକି’ ପ୍ରଶ୍ନ ପଚାରିବା ଆମ ପାଇଁ ଜରୁରୀ ଅଟେ ।
    Class 6 Science Chapter 1 Notes Odia Medium ବିଜ୍ଞାନର ଚମତ୍କାର ଦୁନିଆ 3

Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା

Students can use Class 6 Math Solution Odia Medium and Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା to check their answers after solving exercises.

6th Class Maths Chapter 1 Question Answer Odia Medium

Class 6 Maths Chapter 1 Odia Medium

1.1 ଗଣିତ କ’ଣ? (What is Mathematics?)

ଆସ ବୁଝିବା: (Page No. 2)

Question 1.
ଏକ ଉଦାହରଣ ବିଷୟରେ ଚିନ୍ତାକର, ଯେଉଁଠାରେ ଗଣିତ ଆମକୁ ଦୈନନ୍ଦିନ ଜୀବନରେ ସାହାଯ୍ୟ କରିଥାଏ।
Solution:
ଦୈନନ୍ଦିନ ଜୀବନରେ ଗଣିତ ଆମକୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରିଥାଏ। ଯଥା-

  • ସମୟ ଗଣନା କରିବାରେ
  • ବିଭିନ୍ନ ମାପ ବିଷୟରେ ଗଣନା କରିବା
  • ବଜେଟରେ ଖର୍ଚ୍ଚ ଓ ଆୟ ବିଷୟରେ ହିସାବ କରିବା ଇତ୍ୟାଦି।

Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା

Question 2.
ଗଣିତ କିପରି ମାନବିକତାକୁ ଆଗକୁ ବଢ଼ିବାରେ ସାହାଯ୍ୟ କରେ?
(ବିଜ୍ଞାନର ପରୀକ୍ଷଣ, ଆମର ଅର୍ଥନୀତି ଓ ଗଣତନ୍ତ୍ର ଚଳାଇବା, ପୋଲ, ଘର କିମ୍ବା ଅନ୍ୟାନ୍ୟ ଜଟିଳ ଗୃହନିର୍ମାଣ, ଟିଭି, ମୋବାଇଲ, କମ୍ପ୍ୟୁଟର, ସାଇକେଲ, ରେଳଗାଡ଼ି, ମୋଟର କାର୍, ଉଡ଼ାଜାହାଜ, କ୍ୟାଲେଣ୍ଡର, ଘଣ୍ଟା ଇତ୍ୟାଦି ତିଆରି କରିବା ସହ ସଂପୃକ୍ତ ଉଦାହରଣଗୁଡ଼ିକ ବିଷୟରେ ଚିନ୍ତା କରିପାର।)
Solution:
ଗଣିତ ସବୁଠାରେ ଓ ସବୁ ସମୟରେ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରି ମାନବିକତାକୁ ସଂଚାଳିତ କରି ଅର୍ଥନୀତିକୁ ବଢ଼ାଇଥାଏ। ଯଥା-

  • ଗୃହ ନିର୍ମାଣ କ୍ଷେତ୍ରରେ।
  • କମ୍ପ୍ୟୁଟର, ସାଇକେଲ, ରେଳଗାଡ଼ି, ମୋଟରକାର୍ ନିର୍ମାଣ, ବିଭିନ୍ନ ରୋଗର ନିରାକରଣ କ୍ଷେତ୍ରରେ ଇତ୍ୟାଦି।

1.2 ସଂଖ୍ୟାରେ ସଂରଚନା (Patterns in Numbers)

ଆସ ବୁଝିବା: (Page No. 3)

Question 1.
ଗଣିତ ପ୍ରକାଶ ସାରଣୀରେ ଥିବା ପ୍ରତ୍ୟେକ ଧାଡ଼ିର ସଂଖ୍ୟାକ୍ରମରେ ଥିବା ସଂରଚନାଗୁଡ଼ିକୁ ଚିହ୍ନଟ କରିପାରୁଛ?
Solution:
(a) 1, 1, 1, 1, 1, 1, 1, …
ଏହି ସଂରଚନାରେ ସମସ୍ତ ସଂଖ୍ୟାଗୁଡ଼ିକ ସମାନ ଓ 1

(b) 1, 2, 3, 4, 5, 6, 7, …
ଏହି ସଂଖ୍ୟା କ୍ରମଟି ଗଣନ ସଂଖ୍ୟା 1 ରୁ ଆରମ୍ଭ। ଏହା ପୂର୍ବସଂଖ୍ୟାଠାରୁ 1 ଲେଖାଏଁ ଅଧିକ। ଏଥିରେ 1 ଯୋଗ କରାଯାଇଛି।

(c) 1, 3, 5, 7, 9, 11, 13, …
ଏହି ସଂରଚନାମାନ 1 ରୁ ଆରମ୍ଭ ହେଉଥ‌ିବା କ୍ରମାଗତ ଅଯୁଗ୍ମ ସଂଖ୍ୟାର ଏକ କ୍ରମ। ପୂର୍ବ ସଂଖ୍ୟାରେ 2 ଲେଖାଏଁ ଯୋଗ କରି।

(d) -2, 4, 6, 8, 10, 12, 14, …
ଯୁଗ୍ମ ସଂଖ୍ୟା 2 ରୁ ଆରମ୍ଭ ହେଉଥ‌ିବା କ୍ରମାଗତ ଯୁଗ୍ମସଂଖ୍ୟାର ଏକ କ୍ରମ।

(e) 1, 3, 6, 10, 15, 21, 28, …
ତ୍ରିକୋଣୀୟ ସଂଖ୍ୟା 1 ରୁ ଆରମ୍ଭ।
2 ଯୋଗକର, 1 + 2 = 3
3 ଯୋଗକର, 3 + 3 = 6
4 ଯୋଗକର, 6 + 4 = 10
ଓ ଏହିପରି କ୍ରମରେ ପ୍ରତ୍ୟେକ ପଦ ହେଉଛି ପ୍ରଥମ n କ୍ରମାଗତ ଗଣନ ସଂଖ୍ୟାର ଯୋଗଫଳ।

(f) 1, 4, 9, 16, 25, 36, 49, …
ଏହି ସଂଖ୍ୟାଗୁଡ଼ିକ ପ୍ରତ୍ୟେକ ଗଣନସଂଖ୍ୟାର ବର୍ଗ।
ପ୍ରଥମ ବର୍ଗ ସଂଖ୍ୟା = 1 × 1 = 1
ଦ୍ଵିତୀୟ ବର୍ଗ ସଂଖ୍ୟା = 2 × 2 = 4
ତୃତୀୟ ବର୍ଗ ସଂଖ୍ୟା = 3 × 3 = 9
ଚତୁର୍ଥ ବର୍ଗ ସଂଖ୍ୟା = 4 × 4 = 16 ଓ ଏହିପରି।

(g) 1, 8, 27, 64, 125, 216, ….
ଏହା ପ୍ରତ୍ୟେକ ଗଣନ ସଂଖ୍ୟାର ତୃତୀୟ ଘାତ।
ପ୍ରଥମ ସଂଖ୍ୟା = 1 × 1 = 1
ଦ୍ଵିତୀୟ ସଂଖ୍ୟା = 2 × 2 × 2=8
ତୃତୀୟ ସଂଖ୍ୟା = 3 × 3 × 3 = 27
ଚତୁର୍ଥ ସଂଖ୍ୟା = 4 × 4 × 4 = 64 ଓ ଏହିପରି………

(h) 1, 2, 3, 5, 8, 13, 21, …
ବିରହାଙ୍କ ସଂଖ୍ୟା ପ୍ରଥମ ସଂଖ୍ୟା (ଶେଷ ଦୁଇଟି ସଂଖ୍ୟାର ଯୋଗ)
ତୃତୀୟ ସଂଖ୍ୟା = 1, ଦ୍ଵିତୀୟ ସଂଖ୍ୟା = 2
ତୃତୀୟ ସଂଖ୍ୟା = ଦ୍ଵିତୀୟ ସଂଖ୍ୟା + ପ୍ରଥମ ସଂଖ୍ୟା = 2 + 1 = 3
ଚତୁର୍ଥ ସଂଖ୍ୟା = ତୃତୀୟ ସଂଖ୍ୟା + ଦ୍ଵିତୀୟ ସଂଖ୍ୟା = 3 + 2 = 5
ପଞ୍ଚମ ସଂଖ୍ୟା = ଚତୁର୍ଥ ସଂଖ୍ୟା + ତୃତୀୟ ସଂଖ୍ୟା = 5 + 3 = 8
ଷଷ୍ଠ ସଂଖ୍ୟା = ପଞ୍ଚମ ସଂଖ୍ୟା + ଚତୁର୍ଥ ସଂଖ୍ୟା = 8 + 5 = 13 ଓ ଏହିପରି………

(i) 1, 2, 4, 8, 16, 32, 64,……
2 ର ବର୍ଗ
20 = 1, 21 = 2, 22 = 2 × 2 = 4, 23 = 2 × 2 × 2 = 8 ଓ ଏହିପରି………….

(j) 1, 3, 9, 27, 81, 243, 729,….
3 ର ବର୍ଗ
30 = 1, 31 = 3, 32 = 3 × 3 = 9, 33 = 3 × 3 × 3 = 27 ଓ ଏହିପରି………..

Question 2.
ପ୍ରତ୍ୟେକ ସଂଖ୍ୟାକ୍ରମ ପରେ, ଯେଉଁ ନିୟମରେ ସଂଖ୍ୟାକ୍ରମଟି ଲେଖାଯାଇଛି, ତାହାକୁ ନିଜ ଭାଷାରେ ଲେଖ।
Solution:
(a) 1, 1, 1, 1, 1, 1, 1, 1, 1, 1, … (ତିନିଥର 1 ପୁନରାବୃତ୍ତି ହୋଇଛି)

(b) 1, 2, 3, 4, 5, 6, 7, 8, 9, 10, … (ପରବର୍ତୀ ତିନୋଟି ଗଣନ ସଂଖ୍ୟା)

(c) 1, 3, 5, 7, 9, 11, 13, 15, 17, 19… (ପରବର୍ତୀ ତିନୋଟି ଅଯୁଗ୍ମ ସଂଖ୍ୟା)

(d) 2, 4, 6, 8, 10, 12, 14, 16, 18, 20, … (ପରବର୍ତୀ ତିନୋଟି ଯୁଗ୍ମ ସଂଖ୍ୟା)

(e) 1, 3, 6, 10, 15, 21, 28, 36, 45, 55, … (ପରବର୍ତ୍ତୀ ତିନୋଟି ତ୍ରିକୋଣୀୟ ସଂଖ୍ୟା)

(f) 1, 4, 9, 16, 25, 36, 49, 64, 81, 100, … (ପରବର୍ତୀ ତିନୋଟି ବର୍ଗ ସଂଖ୍ୟା)
8 × 8 = 64, 9 × 9 = 81, 10 × 10 = 100

(g) 1, 8, 27, 64, 125, 216, 343, 512, 729,… (ପରବର୍ତୀ ତିନୋଟି ଘନ ସଂଖ୍ୟା)
7 × 7 × 7 = 343, 8 × 8 × 8 = 512, 9 × 9 × 9 = 729

(h) 1, 2, 3, 5, 8, 13, 21, 34, 55, 89, … (ପରବର୍ତୀ ବିରହାଙ୍କ ସଂଖ୍ୟା)
13 + 21 = 34, 21 + 34 = 55, 34 + 55 = 89

(i) 1, 2, 4, 8, 16, 32, 64, 128, 256, 512,… (ପୂର୍ବବର୍ତୀ ସଂଖ୍ୟାକୁ 2 ସହ ଗୁଣନ)
64 × 2 = 128, 128 × 2 = 256, 256 × 2 = 512

(j) 1, 3, 9, 27, 81, 243, 729, 2187, 6561, 19863,… (ପୂର୍ବବର୍ତୀ ସଂଖ୍ୟାକୁ 3 ସହ ଗୁଣନ)
729 × 3 = 2187, 2187 × 3 = 6561, 6561 × 3 = 19863

1.3 ସଂଖ୍ୟାକ୍ରମର ଚିତ୍ରିତ ଉପସ୍ଥାପନା (Visualising Number Sequences)

ଆସ ବୁଝିବା: (Page No. 5)

Question 1.
ସାରଣୀ 2ରେ ଦିଆଯାଇଥିବା ସଂଖ୍ୟାକ୍ରମର ଚିତ୍ରିତ ଉପସ୍ଥାପନାକୁ ନିଜ ଖାତାରେ ଲେଖ ଏବଂ ପ୍ରତ୍ୟେକ କ୍ରମପାଇଁ ପରବର୍ତୀ ଚିତ୍ର ଅଙ୍କନ କର।
Solution:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 5 Q1

Question 2.
(a) 1, 3, 6, 10, 15 …. କୁ କାହିଁକି ତ୍ରିକୋଣୀୟ ସଂଖ୍ୟା କୁହାଯାଏ?
Solution:
ଏହି ସଂଖ୍ୟାକ୍ରମରେ ବିନ୍ଦୁଗୁଡ଼ିକୁ ତ୍ରିକୋଣୀୟ ଆକାରରେ ସଜ୍ଜିତ କରାଯାଇ ଗୋଟିଏ ତ୍ରିଭୁଜ ଉତ୍ପନ୍ନ କରୁଥିବାରୁ ଏଗୁଡ଼ିକୁ ତ୍ରିକୋଣୀୟ ସଂଖ୍ୟା କୁହାଯାଏ।
1, 3, 6, 10, 15, …. ଇତ୍ୟାଦି ତ୍ରିକୋଣୀୟ ସଂଖ୍ୟା ଅଟନ୍ତି।
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 5 Q2

Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା

(b) 1, 4, 9, 16, 25 …. କୁ କାହିଁକି ବର୍ଗ ସଂଖ୍ୟା କୁହାଯାଏ?
Solution:
ଏହି ସଂଖ୍ୟାର ବିନ୍ଦୁଗୁଡ଼ିକ ବର୍ଗାକୃତି ଭାବରେ ସଜ୍ଜିତ ହୋଇଥିବାରୁ ଏହି ସଂଖ୍ୟା କ୍ରମକୁ ବର୍ଗସଂଖ୍ୟା କୁହାଯାଏ।
1, 4, 9, 16,……… ଇତ୍ୟାଦି ବର୍ଗସଂଖ୍ୟା ଅଟନ୍ତି।
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 5 Q2.1

(c) 1, 8, 27, 64, 125 …. କୁ କାହିଁକି ଘନ ସଂଖ୍ୟା କୁହାଯାଏ?
Solution:
ଏହି ସଂଖ୍ୟା କ୍ରମକୁ ଏକ ଘନାକାର ଭାବେ ସଜ୍ଜିତ କରି ସମଘନ ହୋଇଥାଏ।
ତେଣୁ ଏହି ସଂଖ୍ୟାକ୍ରମ 1, 8, 27, 64, 125 …. ଘନ ସଂଖ୍ୟା ଅଟନ୍ତି।
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 5 Q2.2

Question 3.
36 ଏକ ତ୍ରିକୋଣୀୟ ସଂଖ୍ୟା ଏବଂ ଏକ ବର୍ଗ ସଂଖ୍ୟା। ଅର୍ଥାତ୍ 3ଟି ବିନ୍ଦୁକୁ ନେଇ ଉଭୟ ତ୍ରିକୋଣୀୟ ଚିତ୍ର ଏବଂ ବର୍ଗ ଚିତ୍ରରେ ସଂପୂର୍ଣ୍ଣରୂପେ ସଜାଇ ପାରିବା। ତୁମ ଖାତାରେ ଚିତ୍ର କରି ଏହାକୁ ଦେଖାଅ।
Solution:
ଏହିପରି ଅନ୍ୟ ତିନୋଟି ତ୍ରିକୋଣୀୟ ସଂଖ୍ୟା ହେଉଛି 1, 1225 ଓ 41616.
1 ହେଉଛି 1 ତମ ତ୍ରିକୋଣୀୟ ସଂଖ୍ୟା। 1225 ହେଉଛି 49 ତମ ତ୍ରିକୋଣୀୟ ସଂଖ୍ୟା।
ଏହା ସହିତ 1225 ସଂଖ୍ୟାଟି ଏହାର ବାହୁରେ 36ଟି ଡଟଥିବା ଏକ ବର୍ଗାକୃତି ପାର୍ଶ୍ୱ।
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 5 Q3

Question 4.
ନିମ୍ନରେ ଦିଆଯାଇଥିବା ସଂଖ୍ୟାର କ୍ରମକୁ ତୁମେ କ’ଣ ନାମ ଦେବ?
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 5 Q4
ଏଗୁଡ଼ିକୁ ଷଡ଼ଭୁଜୀୟ ସଂଖ୍ୟା କୁହାଯାଏ। ଏହାକୁ ନିଜ ଖାତାରେ ଅଙ୍କନ କର। ଏହି ସଂଖ୍ୟାକ୍ରମର ପରବର୍ତୀ ସଂଖ୍ୟାଟି କେତେ ହେବ?
Solution:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 5 Q4.1
ପ୍ରଥମ ସଂଖ୍ୟା = 1
ଦ୍ଵିତୀୟ ସଂଖ୍ୟା = 1 + 6 = 7 (ଦ୍ଵିତୀୟ ସଂଖ୍ୟା = ପ୍ରଥମ ସଂଖ୍ୟା + 6 × 1)
ତୃତୀୟ ସଂଖ୍ୟା = 7 + 12 = 19 (ତୃତୀୟ ସଂଖ୍ୟା = ଦ୍ଵିତୀୟ ସଂଖ୍ୟା + 6 × 2)
ଚତୁର୍ଥ ସଂଖ୍ୟା = 19 + 18 = 37 (ଚତୁର୍ଥ ସଂଖ୍ୟା = ତୃତୀୟ ସଂଖ୍ୟା + 6 × 3)
ପଞ୍ଚମ ସଂଖ୍ୟା = 37 + 24 = 61 (ପଞ୍ଚମ ସଂଖ୍ୟା = ଚତୁର୍ଥ ସଂଖ୍ୟା + 6 × 4)
ତେଣୁ ଏହି କ୍ରମର ପରବର୍ତ୍ତୀ ସଂଖ୍ୟାଟି 61।

Question 5.
2ର ଘାତ ବିଶିଷ୍ଟ ସଂଖ୍ୟାକ୍ରମକୁ ଚିତ୍ରରେ ଦର୍ଶାଇବା ପାଇଁ ତୁମେ ଉପାୟ ଚିନ୍ତା କରିପାରିବ କି? ସେହିପରି 3 ର ଘାତ ସଂଖ୍ୟାକ୍ରମର ଚିତ୍ରିତ ଉପସ୍ଥାପନା କର। ଏଠାରେ 2ର ଘାତ ସଂଖ୍ୟାର କ୍ରମକୁ ଦର୍ଶାଇବା ପାଇଁ ଏକ ସମ୍ଭାବ୍ୟ ଚିତ୍ର ଦିଆଯାଇଛି।
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 5 Q5
Solution:
ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ଅଭ୍ୟାସ କରନ୍ତୁ।

1.4 ସଂଖ୍ୟାକ୍ରମମାନଙ୍କ ମଧ୍ୟରେ ସମ୍ପର୍କ (Relations Among Number Sequences)

Page No. 6

Question 1.
ଏପରି କାହିଁକି ହୋଇଥାଏ? ଏପରି ସବୁବେଳେ ହେବ ବୋଲି ତୁମେ ଭାବୁଛ କି?
Solution:
ଏପରି ଘଟିବାର କାରଣ, ପ୍ରତ୍ୟେକ ଅଯୁଗ୍ମ ସଂଖ୍ୟା = (2n – 1)
ଯେତେବେଳେ ‘n’ ଏକ ଧନାତ୍ମକ ସଂଖ୍ୟା ହୋଇଥାଏ,
ପ୍ରଥମ ‘n’ ସଂଖ୍ୟାମାନଙ୍କର ସମଷ୍ଟି = 1 + 3 + 5 + ………. + (2n – 1) = n2
∴ ‘n’ ସଂଖ୍ୟକ ଅଯୁଗ୍ମ ସଂଖ୍ୟାମାନଙ୍କର ସମଷ୍ଟି = ମୋଟ ସଂଖ୍ୟକ ଅଯୁଗ୍ମ ସଂଖ୍ୟାର ବର୍ଗ।

Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା

Question 2.
1, 3, 5, 7, …….. ଅଯୁଗ୍ମ ସଂଖ୍ୟକ ବିନ୍ଦୁ (ଡଟ)କୁ ବର୍ଗ ଗ୍ରୀଡ଼ରେ କିପରି ଭାଗକରି ଉପସ୍ଥାପନ କରିବ?
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 6 Q2
Solution:
ଏହା କିପରି ସମ୍ଭବ, ତାହା ଚିତ୍ରରେ ଦର୍ଶାଯାଇଛି।
ଏହା ସ୍ପଷ୍ଟ ଯେ, 1 + 3 + 5 + 7 + 9 + 11 = 36
କାରଣ ଯେକୌଣସି ଆକାରର ବର୍ଗପାଇଁ ଏହିପରି ଚିତ୍ର ଅଙ୍କନ କରାଯାଇପାରିବ।
ଏହା ବର୍ଣ୍ଣନା କରୁଛି ଯେ କାହିଁକି ଅଯୁଗ୍ମ ସଂଖ୍ୟାଗୁଡ଼ିକୁ ଯୋଗକଲେ ଏକ ବର୍ଗସଂଖ୍ୟା ମିଳେ।

Page No. 7

Question 1.
ପ୍ରଥମ 10ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ କେତେ ହେବ, ତୁମେ କହିପାରିବ କି?
Solution:
ପ୍ରଥମ 10ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ = 1 + 3 + 5 + 7 + 9 + 11 + 13 + 15 + 17 + 19
= n2
= (10)2
= 10 × 10
= 100

Question 2.
ପ୍ରଥମ 100ଟି ଅଯୁଗ୍ମ ସଂଖ୍ୟାର ସମଷ୍ଟି କେତେ ହେବ ସ୍ଥିର କର।
Solution:
ପ୍ରଥମ 100ଟି ଅଯୁଗ୍ମ ସଂଖ୍ୟାର ସମଷ୍ଟି 1 + 3 + 5 ……………
= n2
= (100)2
= 100 × 100
= 10,000

ଆସ ବୁଝିବା: (Page No. 8-9)

Question 1.
ଗଣନ ସଂଖ୍ୟାକୁ ଆଗକୁ ଓ ପଛକୁ ଲେଖୁ ଯୋଗକଲେ ଯେପରି 1, 1 + 2 + 1, 1 + 2 + 3 + 2 + 1,…….. ବର୍ଗସଂଖ୍ୟା କାହିଁକି ହୁଏ, ଜାଣିବା ପାଇଁ ତୁମେ ଏକ ସମାନ ପ୍ରକାରର ଚିତ୍ର ଅଙ୍କନ କରିବ ତାହାକୁ ବର୍ଣ୍ଣନା କରିପାରିବ କି?
Solution:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 8 Q1
ସମାଧାନ ପ୍ରଣାଳୀ:
1 = 1 = (1)2
1 + 2 + 1 = 4 = (2)2
1 + 2 + 3 + 2 + 1 = 9 = (3)2
1 + 2 + 3 + 4 + 3 + 2 + 1 = 16 = (4)2
1 + 2 + 3 + 4 + 5 + 4 + 3 + 2 + 1 = 25 = (5)2
1 + 2 + 3 + 4 + 5 + 6 + 5 + 4 + 3 + 2 + 1 = 36 = (6)2
ଏହିପରି ଭାବରେ କରାଯାଇପାରିବ।

Question 2.
ଆଙ୍କିଥୁବା ତୁମ ଚିତ୍ରର ଏକ ବୃହତ୍ ରୂପକୁ କଳ୍ପନା କରି କିମ୍ବା ଆବଶ୍ୟକ ଅନୁଯାୟୀ ଏହାକୁ ଆଂଶିକ ଅଙ୍କନ କରି ନିମ୍ନ ସଂରଚନାର ମୂଲ୍ୟ କେତେ ହେବ କହିପାରିବ କି?
1 + 2 + 3 + ………… + 99 + 100 + 99 + ……… + 3 + 2 + 1
Solution:
1 + 2 + 3 + …………. + 99 + 100 + 99 + ………. + 3 + 2 + 1 = 100 × 100 = 10000
∴ 1002 = 100 × 100 = 10,000

Question 3.
ସମସ୍ତ 1 କୁ କ୍ରମରେ ଯୋଗକରି ଆଗକୁ ବଢ଼ାଇଲେ ତୁମେ କେଉଁ ସଂରଚନା ପାଇବ? ଯେତେବେଳେ ତୁମେ ସମସ୍ତ 1 ର କ୍ରମକୁ ଆଗକୁ ଓ ପଛକୁ ଯୋଗ କରିବ, କେଉଁ ସଂରଚନା ପାଇବ?
Solution:
ସମସ୍ତ 1 ର କ୍ରମକୁ ଆଗକୁ ଯୋଗକଲେ: 1 + 1 + 1 + 1 = 4
ସମସ୍ତ 1 ର କ୍ରମକୁ ପଛକୁ ଯୋଗକଲେ: 1 + 1 + 1 + 1 = 4
∴ ଉଭୟ ଦୁଇଟି କ୍ରମରେ ଯୋଗଫଳ ସମାନ।

Question 4.
ତୁମେ ଗଣନ ସଂଖ୍ୟାର କ୍ରମକୁ ଆଗକୁ ବଢ଼ାଇ ଯୋଗକଲେ କେଉଁ କ୍ରମଟି ପାଇବ? ଏହାର ଏକ ଛୋଟ ଚିତ୍ରିତ ଉପସ୍ଥାପନ କରି ବର୍ଣ୍ଣନା କର।
Solution:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 8 Q4
ସଂଖ୍ୟାଗୁଡ଼ିକୁ ଗଣନା କଲେ 1, 1 + 2 , 1 + 2 + 3, 1 + 2 + 3 + 4,…….
କିମ୍ବା, 1, 3, 6, 10…………

Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା

Question 5.
ତୁମେ କ୍ରମିକ ତ୍ରିକୋଣୀୟ ସଂଖ୍ୟାଯୋଡ଼ିକୁ ଯୋଗ କରିବା ଆରମ୍ଭ କଲେ, ଯଥା: 1 + 3, 3 + 6, 6 + 10, 10 + 15,…… ତୁମେ କେଉଁ କ୍ରମଟି ପାଇବ ଓ କାହିଁକି? ଏହାର ଚିତ୍ରିତ ଉପସ୍ଥାପନା କରିପାରିବ କି?
Solution:
1 + 3 = 4 = 2 × 2
3 + 6 = 9 = 3 × 3
6 + 10 = 16 = 4 × 4
10 + 15 = 25 = 5 × 5 …..
ଉପରୋକ୍ତ ତ୍ରିକୋଣୀୟ ସଂଖ୍ୟା ଯୋଡ଼ିର ଯୋଗଫଳରେ ଆମେ ବର୍ଗର ଏକ କ୍ରମ ପାଇବା।
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 8 Q5

Question 6.
1 ଠାରୁ ଆରମ୍ଭ କରି 2 ର ଘାତଗୁଡ଼ିକୁ ଯୋଗ କରିବା ଆରମ୍ଭ କଲେ ଯଥା- 1, 1 + 2, 1 + 2 + 4, 1 + 2 + 4 + 8,… କ’ଣ ପାଇବ? ଏହି କ୍ରମର ପ୍ରତ୍ୟେକ ସଂଖ୍ୟାରେ 1 ଯୋଗକର, ତୁମେ କେଉଁ ସଂଖ୍ୟା ପାଇବ? ଏପରି କାହିଁକି ହୋଇଥାଏ?
Solution:
ମନେକର 1 ରୁ ଆରମ୍ଭ କରି ଘାତ 2 ଥିବା ସଂଖ୍ୟାମାନଙ୍କୁ ଯୋଗ କରାଯାଉ।
1 = 1
1 + 2 = 3
1 + 2 + 4 = 7
1 + 2 + 4 + 8 = 15
1 + 2 + 4 + 8 + 16 = 31
ତେଣୁ ଅନୁକ୍ରମ 1, 3, 7, 15, 31, ….. ଗଠନ ହୋଇଛି।
ବର୍ତ୍ତମାନ ପ୍ରତ୍ୟେକ ସଂଖ୍ୟାରେ 1 ଯୋଗ କରାଯାଉ।
1 + 1 = 2 = 21
1 + 2 + 1 = 4 = 2 × 2 = 22
1 + 2 + 4 + 1 = 8 = 2 × 2 × 2= 23
1 + 2 + 4 + 8 + 1 = 16 = 2 × 2 × 2 × 2 = 24
ଏହିପରି ହେବାର କାରଣ ହେଉଛି ଆମେ (1 + 1 = 2) ଯୋଗ କରିଛୁ।
ତେଣୁ 2 ର ଘାତ ବୃଦ୍ଧି ହେବ।

Question 7.
ତ୍ରିକୋଣୀୟ ସଂଖ୍ୟାଗୁଡ଼ିକୁ 6 ଦ୍ଵାରା ଗୁଣନ କରି 1 ଯୋଗକଲେ, କ’ଣ ପାଇବ? ଏହାଦ୍ଵାରା ତୁମେ କେଉଁ କ୍ରମଟି ପାଇବ? ତୁମେ ଏହି କ୍ରମର ଚିହ୍ନିତ ଉପସ୍ଥାପନ କରି, ଏହାକୁ ବ୍ୟାଖ୍ୟା କର।
Solution:
ତ୍ରିକୋଣୀୟ ସଂଖ୍ୟାଗୁଡ଼ିକ ହେଉଛି 1, 3, 6, 10, 15, 21, …..
1 × 6 + 1 = 7
3 × 6 + 1 = 19 (12 ବୃଦ୍ଧି ପାଇଛି; ଅର୍ଥାତ୍‌, 6 × 2)
6 × 6 + 1 = 37 (18 ବୃଦ୍ଧି ପାଇଛି; ଅର୍ଥାତ୍‌, 6 × 3)
10 × 6 + 1 = 61 (24 ବୃଦ୍ଧି ପାଇଛି; ଅର୍ଥାତ୍, 6 × 4)
15 × 6 + 1 = 91 (30 ବୃଦ୍ଧି ପାଇଛି; ଅର୍ଥାତ୍‌, 6 × 5)
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 8 Q7
ଉତ୍ପନ୍ନ ଅନୁକ୍ରମଟି 1, 7, 19, 37, 81, ………. ହେବ।

Question 8.
ଷଡ଼ଭୁଜକାର ସଂଖ୍ୟାଗୁଡ଼ିକୁ ଆଗକୁ ଯୋଗ କରିବା ଆରମ୍ଭ କଲେ; ଯଥା : 1, 1 + 7, 1 + 7 + 19, 1 + 7 + 19 + 37, ……… କ’ଣ ହେବ? ତୁମେ କେଉଁ କ୍ରମଟି ପାଇବ? ଏକ ଘନର ଚିତ୍ର ବ୍ୟବହାର କରି ଏହାକୁ ବ୍ୟାଖ୍ୟା କର।
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 8 Q8
Solution:
ଷଡ଼ଭୁଜକାର ସଂଖ୍ୟାଗୁଡ଼ିକ ଆଗକୁ ଯୋଗକଲେ 1, 7, 19, 37, …..
ବତ୍ତର୍ମାନ ଯୋଗ କଲେ,
ପ୍ରଥମ ଷଡ଼ଭୁଜ ସଂଖ୍ୟା 1 ର ଯୋଗଫଳ = 1 = 13 (1 ର ତୃତୀୟ ଘାତ)
ପ୍ରଥମ ଦୁଇଟି ଷଡଭୁଜ ସଂଖ୍ୟାର ଯୋଗଫଳ = 1 + 7 = 8 = 2 × 2 × 2 = 23 (2 ର ତୃତୀୟ ଘାତ)
ପ୍ରଥମ ତିନୋଟି ଷଡ଼ଭୁଜ ସଂଖ୍ୟାର ଯୋଗଫଳ = 1 + 7 + 19 = 27 = 3 × 3 × 3 = 33 (3 ର ତୃତୀୟ ଘାତ)
ପ୍ରଥମ ଚାରୋଟି ଷଡ଼ଭୁଜ ସଂଖ୍ୟାର ଯୋଗଫଳ = 1 + 7 + 19 + 37 = 64 = 4 × 4 × 4 = 43 (4 ର ତୃତୀୟ ଘାତ)
ପ୍ରଥମ ପାଞ୍ଚୋଟି ଷଡ଼ଭୁଜ ସଂଖ୍ୟାର ଯୋଗଫଳ = 1 + 7 + 19 + 37 + 61 = 125 = 5 × 5 × 5 = 53 (5 ର ତୃତୀୟ ଘାତ)
ଏହି କ୍ରମଗୁଡ଼ିକ ହେଉଛି 1, 8, 27, 64 = 13, 23, 33, 43
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 8 Q8.1

Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା

Question 9.
ସାରଣୀ-1ରେ ଥିବା ସଂଖ୍ୟାମାନଙ୍କ ମଧ୍ୟରେ ସଂରଚନା ସମ୍ପକର୍କୁ ବାହାର କରି ସଂରଚନା ତିଆରି କର। ସେଗୁଡ଼ିକ କାହିଁକି ଏପରି ହୋଇଛି ତାହାକୁ ଚିତ୍ର ମାଧ୍ୟମରେ କିମ୍ବା ଅନ୍ୟ କୌଣସି ଉପାୟରେ ତୁମେ ବୁଝାଅ?
Solution:
3, 6, 9, 12, 15, 18, ……… (3 ର କ୍ରମିକ ଗୁଣିତକ ସଂଖ୍ୟା)
10, 15, 20, 25 ….. (ପ୍ରଥମ ସଂଖ୍ୟାଟି 10। ଉତ୍ପନ୍ନ ପ୍ରତ୍ୟେକ ସଂଖ୍ୟାରେ 5 ଯୋଗ କରାଯାଇଛି।)

1.5 ଆକୃତିରେ ସଂରଚନା (Pattern in Shapes)

ଆସ ବୁଝିବା: (Page No. 11)

Question 1.
ସାରଣୀ–3ର ପ୍ରତ୍ୟେକ କ୍ରମରେ ସଂରଚନାଗୁଡ଼ିକୁ ଚିହ୍ନଟ କରି କୁହ।
Solution:
(a) ସରଳ ବହୁଭୁଜ: ତ୍ରିଭୁଜ, ଚତୁର୍ଭୁଜ, ପଞ୍ଚଭୁଜ, ଷଡ଼ଭୁଜ, ସପ୍ତଭୁଜ, ଅଷ୍ଟଭୁଜ, ନଅଭୁଜ, ଦଶଭୁଜ….
ଏହି ସଂରଚନାରେ ୩ରୁ ଆରମ୍ଭ କରି ପ୍ରତ୍ୟେକ ବାହୁ ସଂଖ୍ୟାରେ ୧ ଯୋଗ କରାଯାଇଛି।
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 11 Q1

(b) ସଂପୂର୍ଣ୍ଣ ଲେଖଚିତ୍ର:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 11 Q1.1
ଏଠାରେ ରେଖାଗୁଡ଼ିକର ସଂଖ୍ୟା ନିମ୍ନ ପ୍ରକାରର, ଯଥା–
K2 = 1, K3 = 3, K4 = 6, K5 = 10, K6 = 15
କ୍ରମାନ୍ୱୟରେ ହେବ: 1, 3, 6, 10, 15
ତେଣୁ ଏହା ଗୋଟିଏ ତ୍ରିକୋଣୀୟ ସଂଖ୍ୟାକ୍ରମ।

(c) ପ୍ରତ୍ୟେକ ଚିତ୍ରରେ ଏକାଧ୍ଵକ ଛୋଟ ବର୍ଗଚିତ୍ର:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 11 Q1.2
ସଂଖ୍ୟା କ୍ରମଟି = 1, 4, 9, 16, 25, ……
∴ ଏହା ଏକ ବର୍ଗସଂଖ୍ୟା କ୍ରମର ଉପସ୍ଥାପନା।

(d) ଅନେକଗୁଡ଼ିଏ ତ୍ରିଭୁଜ:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 11 Q1.3
∴ ଏହା ତ୍ରିଭୁଜଦ୍ଵାରା ଦର୍ଶାଯାଇଥିବା ଏକ ବର୍ଗସଂଖ୍ୟା କ୍ରମ।

(e) କଚ୍ ତୁଷାରକଣା:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 11 Q1.4
∴ ପ୍ରତ୍ୟେକରେ ବାହୁର ସଂଖ୍ୟା 4 ଗୁଣ ହୁଏ।

Question 2.
ତୁମ ଖାତାରେ ସାରଣୀ–3ରେ ଦିଆଯାଇଥ‌ିବା ପ୍ରତ୍ୟେକ କ୍ରମର ଚିତ୍ର ଅଙ୍କନ କର। ପ୍ରତ୍ୟେକ କ୍ରମର ପରବର୍ତୀ ଆକୃତିକୁ ତୁମେ ଅଙ୍କନ କରିପାରିବ କି? ଯଦି ହଁ/ନା, ତେବେ କାହିଁକି? ପ୍ରତ୍ୟେକ କ୍ରମର ପରବର୍ତୀ ଆକୃତିଟି ତିଆରି ହେବାର ନିୟମ କିମ୍ବା ସଂରଚନାକୁ ନିଜ ଭାଷାରେ ବର୍ଣ୍ଣନା କର।
Solution:
(a) ସରଳ ବହୁଭୁଜ: ଏହା 11 ବାହୁ ବିଶିଷ୍ଟ ସରଳ ବହୁଭୂଜ କ୍ଷେତ୍ର।
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 11 Q2

(b) ସଂପୂର୍ଣ୍ଣ ଲେଖଚିତ୍ର: K7
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 11 Q2.1

(c) ଅନେକଗୁଡ଼ିଏ ବର୍ଗଚିତ୍ର:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 11 Q2.2
ସମୁଦାୟ ଚତୁର୍ଭୁଜ ସଂଖ୍ୟା = 6 × 6 = 36

(d) ଅନେକଗୁଡ଼ିଏ ତ୍ରିଭୁଜ:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 11 Q2.3
ସମୁଦାୟ ତ୍ରିଭୁଜ ସଂଖ୍ୟା = 1 + 3 + 5 + 7 + 9 + 11 = 36

(e) କଚ୍ ତୁଷାରକଣା:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 11 Q2.4

1.6 ସଂଖ୍ୟାକ୍ରମ ସହିତ ସମ୍ପର୍କ (Relation to Number Sequences)

ଆସ ବୁଝିବା: (Page No. 11-12)

Question 1.
ସରଳ ବହୁଭୁଜ ଆକୃତି କ୍ରମରେ ଥିବା ପ୍ରତ୍ୟେକ ଆକୃତିର ବାହ୍ମସଂଖ୍ୟାକୁ ଗଣି ଲେଖ। ତୁମେ କେଉଁ ସଂଖ୍ୟା କ୍ରମ ପାଇବ? ସରଳ ବହୁଭୁଜର କ୍ରମରେ ଥିବା ପ୍ରତ୍ୟେକ ଆକୃତିର କୋଣ ସଂଖ୍ୟାକୁ ଗଣି ଲେଖ। ତୁମେ ସମାନ ସଂଖ୍ୟା କ୍ରମ ପାଇବ କି? ଏପରି କାହିଁକି ହେଉଛି ତୁମେ ବର୍ଣ୍ଣନା କରିପାରିବ କି?
Solution:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 12 Q1
ଉଭୟର କ୍ରମ ସମାନ। କାରଣ ଗୋଟିଏ ସରଳ ବହୁଭୁଜର ବାହୁସଂଖ୍ୟା ଶୀର୍ଷ ସଂଖ୍ୟା ସହ ସମାନ।

Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା

Question 2.
ସଂପୂର୍ଣ୍ଣ ଲେଖଚିତ୍ର କ୍ରମରେ ଥିବା ପ୍ରତ୍ୟେକ ଆକୃତିର ରେଖା ସଂଖ୍ୟା ଗଣ। ତୁମେ କେଉଁ ସଂଖ୍ୟାକ୍ରମ ପାଇବ? ଏପରି କାହିଁକି ହେଉଛି, ତୁମେ ବର୍ଣ୍ଣନା କରିପାରିବ କି?
Solution:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 12 Q2
ତେଣୁ ଆମେ ସଂଖ୍ୟାକ୍ରମ ପାଇଲୁ: 1, 3, 6, 10, 15,…….।
ଏହା ଗୋଟିଏ ତ୍ରିକୋଣୀୟ ସଂଖ୍ୟାକ୍ରମ।

Question 3.
ଅନେକଗୁଡ଼ିଏ ବର୍ଗଚିତ୍ରର କ୍ରମରେ ଥିବା ପ୍ରତ୍ୟେକ ଆକୃତିରେ କେତୋଟି ବର୍ଗଚିତ୍ର ଅଛି? ଏହା କେଉଁ ସଂଖ୍ୟାକ୍ରମକୁ ଦର୍ଶାଉଛି? ଏପରି କାହିଁକି ହେଉଛି, ତୁମେ ବର୍ଣ୍ଣନା କରିପାରିବ କି?
Solution:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 12 Q3
ସଂଖ୍ୟାକ୍ରମ: 1, 4, 9, 16, 25, 36,……… ତେଣୁ ଆମେ ବର୍ଗସଂଖ୍ୟାକ୍ରମ ପାଇଲୁ।

Question 4.
ଅନେକଗୁଡ଼ିଏ ତ୍ରିଭୁଜର କ୍ରମରେ ଥିବା ପ୍ରତ୍ୟେକ ଆକୃତିରେ କେତୋଟି ଛୋଟ ତ୍ରିଭୁଜ ଅଛି? ଏହା କେଉଁ ସଂଖ୍ୟାକ୍ରମକୁ ଦର୍ଶାଉଛି? ଏପରି କାହିଁକି ହେଉଛି, ତୁମେ ବର୍ଣ୍ଣନା କରିପାରିବ କି? (ସୂଚନା: କ୍ରମରେ ଥିବା ପ୍ରତ୍ୟେକ ଆକୃତିର, ପ୍ରତ୍ୟେକ ଧାଡ଼ିରେ କେତୋଟି ତ୍ରିଭୁଜ ଅଛି?)
Solution:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 12 Q4
ଆମେ ସଂଖ୍ୟାକ୍ରମ ପାଇଲୁ 1, 4, 9, 16, 25, 36, 49,……….
ଏହା ଗୋଟିଏ ବର୍ଗସଂଖ୍ୟା କ୍ରମ। ତଳେ ଏକ ଛୋଟ ତ୍ରିଭୁଜ ଯୋଡ଼ିବାଦ୍ଵାରା ବର୍ଗସଂଖ୍ୟାର ପରବର୍ତ୍ତୀ ସଂଖ୍ୟା ହେବ।

Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା

Question 5.
ତୁଷାରକଣା କ୍ରମରେ ଗୋଟିଏ ଆକୃତିରୁ ପରବର୍ତୀ ଆକୃତି ପାଇବା ପାଇଁ ପ୍ରତ୍ୟେକ ରେଖାଖଣ୍ଡ (—) କୁ ଏକ ଗତି ଅବରୋଧକ ଉଠାଣି (ହମ୍ପସ) (__/\__)ଦ୍ଵାରା ବଦଳାଯାଇଥାଏ। ଯେହେତୁ ପରବର୍ତ୍ତୀ ଆକୃତିଗୁଡ଼ିକରେ ଏହାକୁ ଅଧୁକରୁ ଅଧିକ କରାଯାଏ, ପରିବର୍ତ୍ତିତ ଆକୃତିଗୁଡ଼ିକ ଅତି କ୍ଷୁଦ୍ର ରେଖାଖଣ୍ଡଦ୍ଵାରା କ୍ଷୁଦ୍ରର କ୍ଷୁଦ୍ରତର ହୋଇଥାଏ। ଏହି ତୁଷାରକଣା ଚିତ୍ର କ୍ରମରେ ଥିବା ପ୍ରତ୍ୟେକ ଆକୃତିରେ କେତୋଟି ରେଖାଖଣ୍ଡ ଅଛି? ଏହାର ଅନୁରୂପ ସଂଖ୍ୟାକ୍ରମଟି କ’ଣ?
(ଏହାର ଉତ୍ତର ହେଉଛି 3, 12, 48,… ଅର୍ଥାତ୍ 4 ର ଘାତର 3 ଗୁଣ ଅର୍ଥାତ୍ 3 × 40, 3 × 41, 3 × 42 …….। ସାରଣୀ–1ରେ ଏହି କ୍ରମକୁ ଦର୍ଶାଯାଇନାହିଁ।
Solution:
Class 6 Maths Chapter 1 Question Answer Odia Medium ଗଣିତରେ ସଂରଚନା Page 12 Q5
ଆମେ କ୍ରମ ପାଇଲୁ: 3, 12, 48, 192, 768……..
ପ୍ରଥମ ପଦ 3 ତା’ ପରବର୍ତ୍ତୀ ପ୍ରତ୍ୟେକ ପଦ 4 ର ଘାତର 3ଗୁଣ।