BSE Odisha 6th Class History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

Odisha State Board BSE Odisha 6th Class History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ Textbook Exercise Questions and Answers.

BSE Odisha Class 6 History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କିପରି ନନ୍ଦବଂଶ ଲୋପ କରି ମଗଧରେ ମୌର୍ଯ୍ୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ?
Answer:

  • ପ୍ରାଚୀନ କାଳରେ ଉତ୍ତର ଭାରତର ମଗଧ ରାଜ୍ୟରେ ମୌର୍ଯ୍ୟ ବଂଶର ରାଜାମାନେ ରାଜତ୍ଵ କରୁଥିଲେ ।ମୌର୍ଯ୍ୟ ବଂଶର ଶାସନ ପୂର୍ବରୁ ସେଠାରେ ନନ୍ଦବଂଶ ଶାସନ କରୁଥିଲେ ।
  • ନନ୍ଦ ବଂଶର ଶାସକମାନେ ନିଷ୍ଠୁର ଓ ଅତ୍ୟାଚାରୀ ଥିଲେ । ସେମାନଙ୍କ କୁଶାସନରେ ଲୋକମାନେ ଅତିଷ୍ଠ ହୋଇପଡ଼ିଲେ ।
  • ଚାଣକ୍ୟ ନାମକ ଜଣେ ଜ୍ଞାନୀ ପଣ୍ଡିତ ମଗଧରୁ ନନ୍ଦବଂଶ ଲୋପକରିବା କରିବା ଉଦ୍ଦେଶ୍ୟରେ ମୌର୍ଯ୍ୟ ବଂଶରେ ଜନ୍ମିତ ଚନ୍ଦ୍ରଗୁପ୍ତଙ୍କ ସାହାଯ୍ୟ ନେଇଥିଲେ ।
  • ଚନ୍ଦ୍ରଗୁପ୍ତ ବର୍ତ୍ତମାନର ପଞ୍ଜାବ ଅଞ୍ଚଳର ଦୁର୍ଘର୍ଷଜାତି ଓ ଉପଜାତିର ଲୋକମାନଙ୍କୁ ନେଇ ଗଠିତ ଶକ୍ତିଶାଳୀ ସୈନ୍ୟବାହିନୀ ଦ୍ୱାରା ନନ୍ଦରାଜାଙ୍କୁ ପରାସ୍ତ କରି ମଗଧ ଅଧିକାର କଲେ ଏବଂ ମୌର୍ଯ୍ୟବଂଶର ଶାସନ ପ୍ରତିଷ୍ଠା କଲେ ।

(ଖ) ସେଲିଉକସ୍ ନିକ୍‌ତାର କିଏ ? ଚନ୍ଦ୍ରଗୁପ୍ତଙ୍କ ସହ ତାଙ୍କର ଯୁଦ୍ଧର ପରିଣତି କ’ଣ ହୋଇଥିଲା ?
Answer:

  • ସେଲିଉକ୍‌ ନିକତାର ଆଲେକ୍‌ଜାଣ୍ଡାରଙ୍କ ସେନାପତି ଥିଲେ । ସେ ଭାରତରେ ଗ୍ରୀକ୍ ଅଧ୍ଵତ ଅଞ୍ଚଳରେ ଶାସନ କରୁଥିଲେ ।
  • ଚନ୍ଦ୍ରଗୁପ୍ତ ସେଲିଉକସ୍‌ଙ୍କ ସହିତ ଯୁଦ୍ଧକରି ତାଙ୍କୁ ପରାସ୍ତ କରିଥିଲେ ।
  • ଯୁଦ୍ଧରେ ପରାସ୍ତ ହୋଇ ସେଲିଉକସ୍ ଚନ୍ଦ୍ରଗୁପ୍ତଙ୍କ ସହିତ ସନ୍ଧି କଲେ । ସନ୍ଧି ଅନୁଯାୟୀ ଗ୍ରୀକ୍ ଅଧ୍ୟାତ ଆଫଗାନିସ୍ଥାନ ଓ ବେଲୁଚିସ୍ଥାନ ପ୍ରଭୃତି ଭାରତର ଉତ୍ତର ପଶ୍ଚିମ ଅଞ୍ଚଳ ଚନ୍ଦ୍ରଗୁପ୍ତଙ୍କ ସାମ୍ରାଜ୍ୟରେ ମିଶିଯାଇଥିଲା ।
  • ଫଳରେ ସେହି ଅଞ୍ଚଳରେ ଗ୍ରୀକ୍ ଶାସନର ଅବସାନ ଘଟିଲା ।

BSE Odisha 6th Class History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

(ଗ) ଚାଣକ୍ୟଙ୍କଦ୍ଵାରା ଲିଖ୍ ‘ଅର୍ଥଶାସ୍ତ୍ର’’ରେ କେଉଁ ବିଷୟ ଉଲ୍ଲେଖ କରାଯାଇଛି ?
Answer:

  • ଚାଣକ୍ୟ ‘ଅର୍ଥଶାସ୍ତ୍ର’ ନାମକ ଏକ ଗ୍ରନ୍ଥର ରଚନା କରିଥିଲେ ।
  • ଏହି ଗ୍ରନ୍ଥରେ ମୌର୍ଯ୍ୟ ସାମ୍ରାଜ୍ୟର ଶାସନ ପଦ୍ଧତି ଏବଂ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା କରାଯାଇଛି ।

(ଘ) ମେଗାସ୍ଥିନିସ୍ କିଏ ? ତାଙ୍କ ବିବରଣୀରେ କ’ଣ ଉଲ୍ଲେଖ କରାଯାଇଛି ?
Answer:

  • ମେଗାସ୍ଥିନିସ୍ ହେଉଛନ୍ତି ଗ୍ରୀକ୍ଟର ଜଣେ ରାଜଦୂତ । ଗ୍ରୀକ୍ ରାଜା ସେଲିଉକସ୍ ନିକ୍‌ତାରଙ୍କ ନିର୍ଦ୍ଦେଶରେ ସେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦରବାରକୁ ଆସିଥିଲେ ।
  • ସେ ମୌର୍ଯ୍ୟ ଦରବାରରେ ଦୀର୍ଘ ପାଞ୍ଚବର୍ଷକାଳ ରହଣି ସମୟରେ ଭାରତର ବହୁ ଅଞ୍ଚଳ ବୁଲି ଦେଖିଲେ । ଭାରତ ସମ୍ବନ୍ଧରେ ସେ ଯେଉଁ ବିବରଣୀ ପୁସ୍ତକ ଲେଖିଥିଲେ, ତାହାର ନାମ ‘ଇଣ୍ଡିକା’ ।
  • ସେଥ୍ରେ ମୌର୍ଯ୍ୟ ରାଜତ୍ଵ ଓ ଶାସନ ବ୍ୟବସ୍ଥା ବିଶେଷକରି ପୌର ଶାସନ ବିଷୟରେ ଅନେକ ତଥ୍ୟ ବର୍ଣ୍ଣନା କରାଯାଇଛି ।
  • ଆହୁରି ମଧ୍ୟ ସେ ମୌର୍ଯ୍ୟ ରାଜପ୍ରାସାଦ ଓ ପାଟଳିପୁତ୍ର ନଗରର ବର୍ଣ୍ଣନା ଏଥରେ କରିଛନ୍ତି ।

(ଙ) କଳିଙ୍ଗ ଯୁଦ୍ଧର କାରଣ ଓ ଫଳାଫଳ କ’ଣ ଥିଲା ?
Answer:

  • ଖ୍ରୀଷ୍ଟପୂର୍ବ ୨୭୩ ମସିହାରେ ଅଶୋକ ମୌର୍ଯ୍ୟ ସାମ୍ରାଜ୍ୟର ଶାସକ ହୋଇଥିଲେ । ତାଙ୍କ ରାଜ୍ୟ ମଗଧ ନିକଟରେ ଥ‌ିବା ଏକ ସ୍ବାଧୀନ ଓ ଶକ୍ତିଶାଳୀ ରାଷ୍ଟ୍ର କଳିଙ୍ଗର ସ୍ଥିତିକୁ ସେ ସହ୍ୟ କରିପାରିନଥିଲେ ।
  • ଏହି କଳିଙ୍ଗ ରାଷ୍ଟ୍ର (ବର୍ତ୍ତମାନର ଓଡ଼ିଶା ରାଜ୍ୟ) ଥିଲା ବିପୁଳ ଐଶ୍ବର୍ଯ୍ୟର ଅଧିକାରୀ ଓ ବାଣିଜ୍ୟ କାରବାରର ପେଣ୍ଠସ୍ଥଳୀ । ମଗଧ ସାମ୍ରାଜ୍ୟର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଖ୍ରୀ.ପୂ. ୨୬୧ରେ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ । ଅନେକ ବିଶ୍ଵାସ କରନ୍ତି ଯେ ଶକ୍ତିଶାଳୀ କଳିଙ୍ଗ ବାହିନୀ ଭୁବନେଶ୍ଵରର ଦୟାନଦୀ କୂଳରେ ଥ‌ିବା ଧଉଳି ପାହାଡ଼ ନିକଟରେ ଅଶୋକଙ୍କ ସେନା ବାହିନୀକୁ ପ୍ରତିରୋଧ କରିଥିଲେ ।
  • କଳିଙ୍ଗ ସେନାର ପ୍ରବଳ ପରାକ୍ରମ ଅଶୋକଙ୍କ ସେନା ସମ୍ମୁଖରେ ପରଜୟ ବରଣ କରିଥିଲା । ଏହି ଯୁଦ୍ଧରେ ଏକ ଲକ୍ଷଲୋକ ନିହତ ହେଲେ ଏବଂ ଦେଢ଼ଲକ୍ଷ ଲୋକଙ୍କୁ ବନ୍ଦୀ କରାଯାଇଥିଲା ।
  • ଯୁଦ୍ଧ ଜନିତ ମୃତ୍ୟୁ, ରକ୍ତପାତ, କ୍ଷୟକ୍ଷତି ଓ ଆହତ ସୈନ୍ୟମାନଙ୍କର ଆର୍ତ୍ତନାଦ ଅଶୋକଙ୍କ ହୃଦୟକୁ ବ୍ୟଥିତ କରିଥିଲା । ତାଙ୍କର ହୃଦୟ ପରିବର୍ତ୍ତନ ହୋଇଥିଲା । ସେଠାରେ ସେ ଅସ୍ତ୍ରତ୍ୟାଗ କରି ଜୀବନରେ ଆଉ ଯୁଦ୍ଧ କରିବେ ନାହିଁ ବୋଲି ସ୍ଥିର କରିଥିଲେ । କଳିଙ୍ଗ ଯୁଦ୍ଧ ଅଶୋକଙ୍କ ଜୀବନଧାରାକୁ ସମ୍ପୂର୍ଣ୍ଣରୂପେ ବଦଳାଇ ଦେଇଥିଲା । କଳିଙ୍ଗଯୁଦ୍ଧ ଯୋଗୁ ହୋଇଥିବା ରକ୍ତପାତ ହିଁ ଅଶୋକଙ୍କୁ ‘ଚଣ୍ଡାଶେକ’ରୁ ‘ଧର୍ମାଶୋକ’ରେ ପରିଣତ କରାଇଥିଲା । ଏହି ଯୁଦ୍ଧ ପରେ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ।

BSE Odisha 6th Class History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

(ଚ) କଳିଙ୍ଗ ଯୁଦ୍ଧ ଅଶୋକଙ୍କ ମନରେ କାହିଁକି ପରିବର୍ତ୍ତନ ଆଣିଥିଲା ?
Answer:

  • କଳିଙ୍ଗ ଯୁଦ୍ଧ ଜନିତ ମୃତ୍ୟୁ, ରକ୍ତପାତ, କ୍ଷୟକ୍ଷତି ଓ ଆହତ ସୈନ୍ୟମାନଙ୍କରଆର୍ତ୍ତନାଦ ଅଶୋକଙ୍କ ହୃଦୟକୁ ବ୍ୟଥ୍‌ତ କରିଥିଲା ।
  • ଵାତାଙ୍କର ହୃଦୟ ପରିବର୍ତ୍ତନ ହୋଇଥିଲା । ସେଠାରେ ସେ ଅସ୍ତ୍ରତ୍ୟାଗ କରି ଜୀବନରେଆଉ ଯୁଦ୍ଧ କରିବେ ନାହିଁ ବୋଲି ସ୍ଥିର କରିଥିଲେ । କଳିଙ୍ଗଯୁଦ୍ଧ ଅଶୋକଙ୍କ ଜୀବନଧାରାକୁ ସମ୍ପୂଣ୍ଣରୂପେ ବଦଳାଇ ଦେଇଥିଲା ।
  • କଳିଙ୍ଗଯୁଦ୍ଧ ଯୋଗୁଁ ହୋଇଥ‌ିବା ରକ୍ତପାତ ହିଁ ଅଶୋକଙ୍କୁ ‘ଚଣ୍ଡାଶୋକ’ରୁ ‘ଧର୍ମାଶୋକରେ ପରିଣତ କରାଇଥିଲା ।
  • ଏହି ଯୁଦ୍ଧପରେ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଏବଂ ଏହାର ଉନ୍ନତି ଓ ପ୍ରସାର ପାଇଁ ନିଜକୁ ନିୟୋଜିତ କରିଥିଲେ ।

(ଛ) ଅଶୋକଙ୍କ ‘ଧମ୍ମ’ ନୀତି କ’ଣ ଥିଲା ?
Answer:

  • ଅଶୋକଙ୍କ ‘ଧମ୍ମ’ ନୀତି କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମକୁ ବୁଝାଉନଥିଲା । ଏହା ତାଙ୍କର ନୀତିବାଣୀ ଥିଲା ।
  • ଅଶୋକଙ୍କ ‘ଧମ୍ମ’ନୀତି ଗୁଡ଼ିକ ହେଲା– (୧) ଜୀବହତ୍ୟାରୁ ନିବୃତ୍ତ ରହିବା, (୨) ଜୀବ ପ୍ରତି ଅହିଂସା ଭାବ ପ୍ରଦର୍ଶନ କରିବା, (୩) ପିତାମାତା, ଗୁରୁଜନମାନଙ୍କର ଆଦେଶ ପାଳନ କରିବା, (୪) ଗୁରୁଜନମାନଙ୍କୁ ଭକ୍ତି କରିବା, (୫) ବନ୍ଧୁବର୍ଗ, ଆତ୍ମୀୟ ସ୍ୱଜନ, ବ୍ରାହ୍ମଣ, ବୃଦ୍ଧ ଓ ବିପଦଗ୍ରସ୍ତ ମାନଙ୍କ ପ୍ରତି ଉତ୍ତମ ଆଚରଣ ପ୍ରଦର୍ଶନ କରିବା, (୬) ଦାସ,ଦାସୀ ବା ଭୃତ୍ୟମାନଙ୍କ ପ୍ରତି ଦୟା କରିବା, (୭) ସତ୍ୟ କହିବା, (୮) ସାମାନ୍ୟ ସଞ୍ଚୟ କରିବା ଇତ୍ୟାଦି ।

(ଜ) ଅଶୋକ କେଉଁ ଧର୍ମ ଗ୍ରହଣ କରିଥିଲେ ଏବଂ ଏହାର ପ୍ରସାର ପାଇଁ କେଉଁ କେଉଁ ପଦକ୍ଷେପ ନେଇଥିଲେ ?
Answer:

  • କଳିଙ୍ଗ ଯୁଦ୍ଧପରେ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଏବଂ ଏହାର ଉନ୍ନତି ଓ ପ୍ରସାର ପାଇଁ ନିଜକୁ ନିୟୋଜିତ କରିଥିଲେ ।
  • ବୌଦ୍ଧଧର୍ମର ଅହିଂସା ନୀତି ପ୍ରତି ଆକୃଷ୍ଟ ହୋଇ ତାହାର ପ୍ରଚାର ପାଇଁ ସେ ଉଦ୍ୟମ କରିଥିଲେ । ସମସ୍ତେ -ବୁଝିବାଭଳି ପାଲି ଭାଷାରେ ବୌଦ୍ଧ ଧର୍ମର ନୀତିକୁ ସେ ପାହାଡ଼ ଗୁମ୍ଫା ଓ ପଥର ଖମ୍ବ ଦେହରେ ବ୍ରାହ୍ମୀ ଲିପିରେ ଖୋଦନ କରାଇଥିଲେ ।
  • ସେ ନିଜ ପୁତ୍ର ଓ କନ୍ୟାଙ୍କୁ ସିଂହଳ ଦେଶକୁ ପଠାଇ ସେଠାରେ ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର କରିବା ସହିତ ଭାତୃତ୍ଵ ଭାବ ସୃଷ୍ଟି କରିଥିଲେ । ସେହିପରି ବ୍ରହ୍ମଦେଶକୁ ଶୋତା ଓ ଉତ୍ତର ନାମକ ଦୁଇଜଣ ବୌଦ୍ଧ ଭିକ୍ଷୁଙ୍କୁ ପଠାଇଥିଲେ ।
  • ଅଶୋକ ବୌଦ୍ଧଧର୍ମ ପ୍ରଚାର ପାଇଁ ଲୁମ୍ବିନୀ, ସାରନାଥ, କୁଶୀନଗର (କୁଶୀନାରା) ଇତ୍ୟାଦି ସ୍ଥାନକୁ ନିଜେ ଯାତ୍ରା କରିଥିଲେ । ତାଙ୍କର ଏହି ଯାତ୍ରାକୁ ଧର୍ମଯାତ୍ରା କୁହାଯାଏ । ସେ ବୌଦ୍ଧ ଧର୍ମର ପ୍ରଧାନ ପୀଠ ସ୍ଥଳୀମାନଙ୍କୁ ଯାତ୍ରା କରିବା ଦ୍ବାରା ଅନେକ ଲୋକ ବୌଦ୍ଧ ଧର୍ମ ପ୍ରତି ଆକୃଷ୍ଟ ହୋଇ ଏହି ଧର୍ମ ଗ୍ରହଣ କରିଥିଲେ ।

BSE Odisha 6th Class History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

୨ । ସଂକ୍ଷେପରେ ଏଗୁଡ଼ିକ ବିଷୟରେ ଲେଖ ।

ଅଶୋକଙ୍କ ଶିଳାଲିପି, ଅଶୋକ ସ୍ତମ୍ଭ, ଧର୍ମ ମହାମାତ୍ର
ଅଶୋକଙ୍କ ଶିଳାଲିପି :

  • ଅଶୋକ ବୌଦ୍ଧଧର୍ମର ପ୍ରସାର ପାଇଁ ଅନେକ ସ୍ତମ୍ଭ,ସ୍ତୂପ ଓ ବିହାରମାନ ସାମ୍ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ କରିଥିଲେ ।
  • ଭୁବନେଶ୍ଵର ନିକଟବର୍ତ୍ତୀ ଧଉଳି ପାହାଡ଼ ଓ ଗଞ୍ଜାମ ଜିଲ୍ଲାର ଜଉଗଡ଼ଠାରେ ତାଙ୍କର ଏକ ଶିଳାଲିପି ଦେଖୁବାକୁ ମିଳେ ।
  • ତାଙ୍କ ନିର୍ଦ୍ଦେଶରେ ଶିଳା ଓ ସ୍ତମ୍ଭମାନଙ୍କରେ ପ୍ରଜା ଓ ରାଜକର୍ମଚାରୀମାନଙ୍କ ପ୍ରତି ଉଦ୍ଦିଷ୍ଟ ଅନୁଶାସନମାନ ଖୋଦିତ ହୋଇଥିଲା ।
  • ଏଥିରେ ଜନସାଧାରଣଙ୍କୁ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ କରାଇବା ପାଇଁ ନୀତିବାଣୀମାନ ଖୋଦିତ ହୋଇଥିଲା ।

ଅଶୋକ ସ୍ତମ୍ଭ :

  • ଅଶୋକ ନିର୍ମାଣ କରିଥିବା ପ୍ରାସାଦ, ସ୍ତୁପ, ସ୍ତମ୍ଭମାନଙ୍କ ମଧ୍ୟରୁ ସାରନାଥରେ ନିର୍ମିତ ସ୍ତମ୍ଭ ପ୍ରଧାନ । ଏହି ସ୍ତମ୍ଭର ଶୀର୍ଷ ଦେଶରେ ଚାରିଗୋଟି ସିଂହ ଅଛି । ସେହି ସିଂହ ଚାରିଦିଗକୁ ମୁହଁ କରି ରହିଛନ୍ତି । ଏହି ସ୍ତମ୍ଭର ଉଚ୍ଚତା ୨.୧୫ ମିଟର ଅଟେ ।
  • ଏହି ଅଶୋକ ସ୍ତମ୍ଭରେ ଚାରିଗୋଟି ସିଂହ, ଗୋଟିଏ ଘୋଡ଼ା, ଗୋଟିଏ ହାତୀ ଓ ଗୋଟିଏ ଷଣ୍ଢର ଚିତ୍ର ରହିଛି ଏଥ‌ିରେ ଥ‌ିବା ଧର୍ମଚକ୍ରଟି ସତ୍ୟର ପ୍ରତୀକ ଓ ଏଥ‌ିରେ ୨୪ଟି ଅର ରହିଛି ।
  • ଭାରତ ସରକାର ଅଶୋକ ସ୍ତମ୍ଭର ଏହି ସିଂହକୁ ଜାତୀୟ ସଂକେତ ରୂପେ ଗ୍ରହଣ କରିଛନ୍ତି ଓ ଚିହ୍ନ ମଧ୍ୟରେ ଥ‌ିବା ଚକ୍ରକୁ ଜାତୀୟ ପତାକାରେ ସ୍ଥାନ ଦିଆଯାଇଛି ।
  • ଏହି ସିଂହ ଚିହ୍ନଟିକୁ (ଅଶୋକ ସ୍ତମ୍ଭ) ଭାରତୀୟ ମୁଦ୍ରାମାନଙ୍କରେ ସ୍ଥାନ ଦିଆଯାଇଛି ।

ଧର୍ମ ମହାମାତ୍ର :

  • ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର ପାଇଁ ଅଶୋକ ଧର୍ମ ମହାମାତ୍ର ନାମକ କର୍ମଚାରୀମାନଙ୍କୁ ନିଯୁକ୍ତ କରିଥିଲେ ।
  • ସେମାନେ ସମଗ୍ର ଦେଶରେ ଭ୍ରମଣ କରି ଲୋକମାନଙ୍କୁ ତାଙ୍କଦ୍ୱାରା ପ୍ରବର୍ତ୍ତିତ ‘ଧମ୍ମ’ ନୀତି ଶୁଣାଉଥିଲେ ଓ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ କରିବା ପାଇଁ ଧମ୍ମନୀତିକୁ ବୁଝାଉଥିଲେ ।

BSE Odisha 6th Class History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

୩। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି ବାକ୍ୟରେ ଲେଖ ।

(କ) ଚନ୍ଦ୍ରଗୁପ୍ତ କେଉଁମାନଙ୍କୁ ନେଇ ଏକ ସୈନ୍ୟବାହିନୀ ଗଠନ କରିଥିଲେ ?
Answer:

  • ଚନ୍ଦ୍ରଗୁପ୍ତ ମଗଧ ଆକ୍ରମଣ କରିବା ପାଇଁ ଏକ ସୈନ୍ୟବାହିନୀ ଗଠନ କରିଥିଲେ ।
  • ବର୍ତ୍ତମାନର ପଞ୍ଜାବ ଅଞ୍ଚଳର ଦୁର୍ଦ୍ଧର୍ଷ ଜାତି ଓ ଉପଜାତିର ଲୋକମାନଙ୍କୁ ନେଇ ସେ ସେହି ସୈନ୍ୟବାହିନୀ ଗଠନ କରିଥିଲେ ।

(ଖ) ଅଶୋକ କଳିଙ୍ଗ ଆକ୍ରମଣ କରିବାର ଦୁଇଟି କାରଣ ଲେଖ ।
Answer:

  • ପ୍ରଥମତଃ ଅଶୋକ ନିଜ ସାମ୍ରାଜ୍ୟ ନିକଟରେ କଳିଙ୍ଗ ପରି ଏକ ସ୍ବାଧୀନ ଓ ଶକ୍ତିଶାଳା ରାଷ୍ଟ୍ରର ସ୍ଥିତିକୁ ସହ୍ୟ କରି ପାରିନଥିଲେ ।
  • ଦ୍ବିତୀୟତଃ କଳିଙ୍ଗ ବିପୁଳ ଐଶ୍ବର୍ଯ୍ୟର ଅଧିକାରୀ ଓ ବାଣିଜ୍ୟ କାରବାରର ପୀଠସ୍ଥଳୀ ଥିବାରୁ ଏହାକୁ ଅଧିକାର କରି ମଗଧ ସାମ୍ରାଜ୍ୟର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସେ କଳିଙ୍ଗ ଆକ୍ରମଣ କରିଥିଲେ ।

(ଗ) ବିନ୍ଦୁସାର ତକ୍ଷଶିଳାର ବିଦ୍ରୋହକୁ ଦମନ କରିବା ପାଇଁ କାହାକୁ ପଠାଇଥିଲେ ?
Answer:

  • ବିନ୍ଦୁସାରଙ୍କ ଶାସନ କାଳରେ ତକ୍ଷଶିଳାରେ ବିଦ୍ରୋହ ଦେଖା ଦେଇଥିଲା ।
  • ସେହି ବିଦ୍ରୋହକୁ ଦମନ କରିବାକୁ ବିନ୍ଦୁସାର ତାଙ୍କ ପୁତ୍ର ଅଶୋକଙ୍କୁ ପଠାଇଥିଲେ ।

(ଘ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସାମ୍ରାଜ୍ୟ କେଉଁଠାରୁ କେଉଁ ପର୍ଯ୍ୟନ୍ତ ବିସ୍ତୃତ ଥିଲା ?
Answer:

  • ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସାମ୍ରାଜ୍ୟ ଉତ୍ତର-ପଶ୍ଚିମରେ ପାରସ୍ୟ ପର୍ଯ୍ୟନ୍ତ ଓ ଦକ୍ଷିଣରେ କର୍ଣ୍ଣାଟକ ପର୍ଯ୍ୟନ୍ତ ବ୍ୟାପିଥିଲା ।
  • ଏହା ପୂର୍ବରେ ବିହାର ପଶ୍ଚିମରେ ସୌରାଷ୍ଟ୍ର ପର୍ଯ୍ୟନ୍ତ ବ୍ୟାପିଥିଲା ଓ ତାଙ୍କ ସାମ୍ରାଜ୍ୟର ରାଜଧାନୀ ଥିଲା ପାଟଳୀପୁତ୍ର (ବର୍ତ୍ତମାନର ବିହାରର ପାଟଣା) ।

BSE Odisha 6th Class History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

୪। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଗୋଟିଏ ବାକ୍ୟରେ ଲେଖ ।

(କ) ଅଶୋକ ବୌଦ୍ଧଧର୍ମ ପ୍ରଚାର ଓ ପ୍ରସାର ପାଇଁ ନିଜ ପୁତ୍ର ଓ କନ୍ୟାଙ୍କୁ କେଉଁଠାକୁ ପଠାଇଥିଲେ ?
Answer:
ଅଶୋକ ବୌଦ୍ଧଧର୍ମ ପ୍ରଚାର ଓ ପ୍ରସାର ପାଇଁ ନିଜ ପୁତ୍ର ଓ କନ୍ୟାଙ୍କୁ ସିଂହଳ ଦେଶକୁ ପଠାଇଥିଲେ ।

(ଖ) ଅଶୋକ ସ୍ତମ୍ଭ ମଧ୍ଯରେ ଥ‌ିବା ଚକ୍ରକୁ କ’ଣ କୁହାଯାଏ ?
Answer:
ଅଶୋକସ୍ତମ୍ଭ ମଧ୍ୟରେ ଥିବା ଧର୍ମ ଚକ୍ରକୁ ସତ୍ୟର ପ୍ରତୀକ କୁହାଯାଏ ।

(ଗ) ଅଶୋକଙ୍କ ନିଷ୍ଠୁର ପ୍ରକୃତି ପାଇଁ ତାଙ୍କୁ କ’ଣ କୁହାଯାଉଥିଲା ?
Answer:
ଅଶୋକଙ୍କ ନିଷ୍ଠୁର ପ୍ରକୃତି ପାଇଁ ତାଙ୍କୁ ‘ଚଣ୍ଡାଶୋକ’ କୁହାଯାଉଥିଲା ।

(ଘ) କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା ?
Answer:
କଳିଙ୍ଗ ଯୁଦ୍ଧ ଖ୍ରୀଷ୍ଟପୂର୍ବ ୨୬୧ ମସିହାରେ ହୋଇଥିଲା ।

(ଙ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କାହାକୁ ପରାସ୍ତ କରି ମଗଧର ଶାସକ ହୋଇଥିଲେ ?
Answer:
ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନନ୍ଦରାଜାଙ୍କୁ ପରାସ୍ତ କରି ମଗଧର ଶାସକ ହୋଇଥିଲେ ।

୫। ପ୍ରତ୍ୟେକ ଉକ୍ତିରେ ଥ‌ିବା ଭ୍ରମ ସଂଶୋଧନ କର ।

(କ) ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡାରଙ୍କ ସେନାପତି ମେଗାସ୍ଥିନିସ୍ ଥିଲେ ।
Answer:
ଗ୍ରୀକ୍‌ର ରାଜା ସେଲିଉକସ୍ ନିକ୍‌ତାରଙ୍କର ରାଜଦୂତ ମେଗାସ୍ଥିନିସ୍ ଥିଲେ । କିମ୍ବା, ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡାରଙ୍କ ସେନାପତି ସେଲିଉକସ୍ ନିଷ୍ଠାର ଥିଲେ ।

BSE Odisha 6th Class History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

(ଖ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଚାଣକ୍ୟଙ୍କୁ ସେନାପତି ରୂପେ ନିଯୁକ୍ତ କରିଥିଲେ ।
Answer:
ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଚାଣକ୍ୟଙ୍କୁ ମୁଖ୍ୟ ଉପଦେଷ୍ଟା ରୂପେ ନିଯୁକ୍ତ କରିଥିଲେ ।

(ଗ) ଅଶୋକ ‘ଧର୍ମ ମହାମାତ୍ର’’ ମାନଙ୍କୁ ଯୁଦ୍ଧ କାର୍ଯ୍ୟରେ ନିୟୋଜିତ କରିଥିଲେ ।
Answer:
ଅଶୋକ ‘‘ଧର୍ମ ମହାମାତ୍ର’’ ମାନଙ୍କୁ ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର କାର୍ଯ୍ୟରେ ନିୟୋଜିତ କରିଥିଲେ ।

(ଘ) ଅଶୋକ ସ୍ତମ୍ଭରେ ଚାରିଗୋଟି ବାଘର ଚିତ୍ର ରହିଛି ।
Answer:
ଅଶୋକ ସ୍ତମ୍ଭରେ ଚାରିଗୋଟି ସିଂହର ଚିତ୍ର ରହିଛି ।

୬। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ମଗଧର ନନ୍ଦ ବଂଶକୁ ଲୋପ କରିବା ପାଇଁ ________________ ଶପଥ ନେଇଥିଲେ । (ଚନ୍ଦ୍ରଗୁପ୍ତ, ଅଶୋକ, ଚାଣକ୍ୟ, ସେଲିଉକାସ୍ ନିକ୍‌ତାର)
Answer:
ଚାଣକ୍ୟ

(ଖ) ମେଗାସିନିସ୍ ଗ୍ରାକ୍ରର _____________ ଥିଲେ । (ରାଜଦୂତ, ରାଜା, ସେନାପତି, ଧର୍ମ ପ୍ରଚାରକ)
Answer:
ରାଜଦୂତ

(ଗ) ଅଶୋକ କଳିଙ୍ଗ ଯୁଦ୍ଧରେ ________________ ଲୋକଙ୍କୁ ବନ୍ଦୀ କରିଥିଲେ । (ପଚାଶ ହଜାର, ଏକଲକ୍ଷ, ଦେଢ଼ଲକ୍ଷ, ଦୁଇଲକ୍ଷ)
Answer:
ଦେଢ଼ଲକ୍ଷ

(ଘ) ସତ୍ୟର ପ୍ରତୀକ ଧର୍ମଚକ୍ରରେ _______________ ଟି ଅର ଅଛି । (୧୨, ୨୪, ୨୦, ୨୧)
Answer:
୨୪

BSE Odisha 6th Class History Solutions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

୭। ‘କ’ସ୍ତମ୍ଭର ପ୍ରତ୍ୟେକ ଶବ୍ଦ ସହିତ ‘ଖ’ ସ୍ତମ୍ଭର ସଂପର୍କିତ ଶବ୍ଦକୁ ମିଳାଇ ଲେଖ ।

‘କ’ସ୍ତମ୍ଭର ପ୍ରତ୍ୟେକ ଶବ୍ଦ ସହିତ ‘ଖ’ ସ୍ତମ୍ଭର ସଂପର୍କିତ ଶବ୍ଦକୁ ମିଳାଇ ଲେଖ ।

BSE Odisha 7th Class Maths Solutions Chapter 7 ତ୍ରିଭୁଜର ଧର୍ମ InText Questions

Odisha State Board BSE Odisha 7th Class Maths Solutions Chapter 7 ତ୍ରିଭୁଜର ଧର୍ମ InText Questions Textbook Exercise Questions and Answers.

BSE Odisha Class 7 Maths Solutions Chapter 7 ତ୍ରିଭୁଜର ଧର୍ମ InText Questions

(କ) ସେହିଭଳି ∠B ଓ ∠C ର ସମ୍ମୁଖୀନ ବାହୁ ସ୍ଥିର କର ।
ସମାଧାନ:
BSE Odisha 7th Class Maths Solutions Chapter 7 ତ୍ରିଭୁଜର ଧର୍ମ InText Questions 1
Δ ABC ରେ ∠B ର ସମ୍ମୁଖୀନ ବାହୁ AC ଏବଂ ∠C ର ସମ୍ମୁଖୀନ ବାହୁ AB ।

(ଖ) XYZ ନାମକ ଗୋଟିଏ ତ୍ରିଭୁଜ ଅଙ୍କନ କର । ଏହାର X͞Y, Y͞Z ଓ Z͞X ର ସମ୍ମୁଖୀନ କୋଣଗୁଡ଼ିକର ନାମ ଲେଖ ।
ସମାଧାନ:
BSE Odisha 7th Class Maths Solutions Chapter 7 ତ୍ରିଭୁଜର ଧର୍ମ InText Questions 2
XY ର ସମ୍ମୁଖୀନ ବାହୁ ∠Z
YZ ର ସମ୍ମୁଖୀନ ବାହୁ ∠X ଓ
ZX ର ସମ୍ମୁଖୀନ ବାହୁ ∠Y ।

ଉତ୍ତର ଲେଖ :
1. Δ ABC ର ପ୍ରତ୍ୟେକ ଶୀର୍ଷ ବିନ୍ଦୁରେ କେତୋଟି ବହିଃସ୍ଥ କୌଣ ଅଙ୍କନ ସମ୍ଭବ ?
ସମାଧାନ:
ଦୁଇଟି ।

2. Δ ABC ର A ଶୀର୍ଷ ବିନ୍ଦୁଠାରେ ବହିଃସ୍ଥ କୋଣ ଦୁଇଟି ଅଙ୍କନ କଲେ, ସେ ଦୁଇଟିର ପରିମାଣ ମଧ୍ୟରେ କି ସମ୍ପର୍କ ରହିବ ? ତୁମ ଉତ୍ତରର କାରଣ କ’ଣ ?
ସମାଧାନ:
ସେ ଦୁଇଟିର ପରିମାଣ ସମାନ, କାରଣ ପ୍ରତ୍ୟେକ ବହିଃସ୍ଥ କୋଣ ∠A ର ସନ୍ନିହିତ ପରିପୂରକ କୋଣ ।

3. ଏକ ତ୍ରିଭୁଜର ଗୋଟିଏ ବହିଃସ୍ଥ କୋଣର ପରିମାଣ ଓ ତା’ର ସନ୍ନିହିତ ଅନ୍ତଃସ୍ଥ କୋଣର ପରିମାଣ ମଧ୍ୟରେ ସମ୍ପର୍କ କ’ଣ ? ତୁମ ଉତ୍ତରର କାରଣ କହି ।
ସମାଧାନ:
ତ୍ରିଭୁଜର ବହିଃସ୍ଥ ଏବଂ ଏହାର ସନ୍ନିହିତ ଅନ୍ତଃସ୍ଥ କୋଣର ପରିମାଣର ସମଷ୍ଟି 180°; କାରଣ ସେ କୋଣଦ୍ଵୟ ପରସ୍ପର ପରିପୂରକ ।

BSE Odisha 7th Class Maths Solutions Chapter 7 ତ୍ରିଭୁଜର ଧର୍ମ InText Questions

ନିଜେ କରି ଦେଖ :
1. ତୁମ ଖାତାରେ ତିନୋଟି ବିଭିନ୍ନ ଆକୃତିର ତ୍ରିଭୁଜ ଅଙ୍କନ କର ।
BSE Odisha 7th Class Maths Solutions Chapter 7 ତ୍ରିଭୁଜର ଧର୍ମ InText Questions 3

2. ପ୍ରୋଟ୍ରାକ୍ଟର ବ୍ୟବହାର କରି ତ୍ରିଭୁଜର କୋଣମାନଙ୍କର ପରିମାଣ ନିର୍ଣ୍ଣୟ କର ଓ ସେଗୁଡ଼ିକୁ ନିମ୍ନ ସାରଣୀରେ ଯଥା ସ୍ଥାନରେ ଲେଖ । (ପ୍ରଶ୍ନ ସହ ଉତ୍ତର)

ତ୍ରିଭୁଜର ନାମ କୋଣ ତିନୋଟିର ପରିମାଣ କୋଣ ତିନୋଟିର ପରିମାଣର ସମଷ୍ଟି
Δ  ABC m∠A =
m∠B =
m∠C =
 _________ + _________ + _________ = _________
Δ  DEF m∠D =
m∠E =
m∠F =
 _________ + _________ + _________ = _________
Δ  GHK m∠G =
m∠H =
m∠K =
 _________ + _________ + _________ = _________

ସମାଧାନ:

ତ୍ରିଭୁଜର ନାମ କୋଣ ତିନୋଟିର ପରିମାଣ କୋଣ ତିନୋଟିର ପରିମାଣର ସମଷ୍ଟି
Δ  ABC m∠A = 80°
m∠B = 45°
m∠C = 55°
80° + 45° + 55° = 180°
Δ  DEF m∠D = 50°
m∠E = 90°
m∠F = 40°
50° + 90° + 40° = 180°
Δ  GHK m∠G = 19°
m∠H = 140°
m∠K = 21°
19° + 140° + 21° = 180°

3. ପ୍ରତ୍ୟେକ କ୍ଷେତ୍ରରେ କୋଣ ତିନୋଟିର ପରିମାଣର ସମଷ୍ଟି କେତେ ହେବାର ଦେଖୁଛ ?
ସମାଧାନ:
180°

ତୁମେ ଉତ୍ତର ନିର୍ଣ୍ଣୟ କରିବାକୁ ଚେଷ୍ଟା କର :
1. Δ ABC ର m∠A= 70° ଓ m∠B = 45° ହେଲେ m∠C କେତେ ?
ସମାଧାନ :
Δ ABC ର m∠A = 70° ଓ m∠B = 45° । ମନେକର m∠C = x°
ଆମେ ଜାଣୁ m∠A + m∠B + m∠C = 180°
⇒ 70° + 45° + x = 180°
⇒ x = 180° – 115° = 65°
∴ ∠C ର ପରିମାଣ 65° ।

2. Δ POR ରେ m∠R ଅପେକ୍ଷା m∠Q 10° ଅଧୁକ ଓ m∠Q ଠାରୁ m∠P 10° ଅଧିକ ହେଲେ, କୋଣ ତିନୋଟିର ପରିମାଣ ନିର୍ଣ୍ଣୟ କର ।
ସମାଧାନ :
ମନେକର Δ POR ରେ m∠R = x° କିନ୍ତୁ m∠Q = m∠R + 10° = (x + 10)°
m∠P = m∠Q + 10°
= (x + 10 + 10)°
= (x + 20°)
Δ PQR ରେ m∠P + m∠Q + m∠R = 180°
⇒ x + 20 + x + 10 + x = 180°
⇒ 3x + 30 = 180°
⇒ 3x = 180° – 30° = 150°
⇒ x = \(\frac{150°}{3}\) = 50°
∴ m∠P = (x + 20)° = (50 + 20)° = 70°,
m∠Q = (x + 10)° = (50 + 10)° = 60° ଏବଂ m∠R = x° = 50° ।

BSE Odisha 7th Class Maths Solutions Chapter 7 ତ୍ରିଭୁଜର ଧର୍ମ InText Questions

ନିଜେ କରି ଦେଖ :
1. ତୁମ ଖାତାରେ ତିନୋଟି ଭିନ୍ନ ଭିନ୍ନ ତ୍ରିଭୁଜ ଅଙ୍କନ କର । ସେ ତ୍ରିଭୁଜ ତିନୋଟିର ନାମ ଦିଅ ABC, PQR, XYZ ।
BSE Odisha 7th Class Maths Solutions Chapter 7 ତ୍ରିଭୁଜର ଧର୍ମ InText Questions 4

2. ପ୍ରତ୍ୟେକ ତ୍ରିଭୁଜର ବାହୁଗୁଡ଼ିକର ଦୈର୍ଘ୍ୟ ମାପ ଓ ନିମ୍ନ ସାରଣୀ ପୂରଣ କର (ଶେଷ ସ୍ତମ୍ଭରେ (3) ଓ ସ୍ତମ୍ଭ (4) ର ଫଳ ମଧ୍ୟରୁ କେଉଁଟି ବୃହତ୍ତର ଲେଖ ।)

ତ୍ରିଭୁଜର ନାମ
(1)
ବାହୁତ୍ରୟର ଦୈର୍ଘ୍ୟ
(2)
ଦୁଇଟି ବାହୁର ଦୈର୍ଘ୍ୟର ସମଷ୍ଟି
(3)
ତୃତୀୟ ବାହୁର ଦୈର୍ଘ୍ୟ
(4)
ସ୍ତମ୍ଭ (3) ଓ (4) ଫଳାଫଳ ମଧ୍ୟରେ ତୁଳନା
(5)
Δ ABC AB =
BC =
CA =
AB + BC = AC =
AB + AC = BC =
BC + AC = AB =
Δ PQR PQ = PQ + QR = RP =
QR = QR + RP = PQ =
RP = PQ + RP = QR =
Δ XYZ XY = XY + YZ = ZX =
YZ = YZ + ZX = XY =
ZX = XY + ZX = YZ =

ସମାଧାନ:

ତ୍ରିଭୁଜର ନାମ
(1)
ବାହୁତ୍ରୟର ଦୈର୍ଘ୍ୟ
(2)
ଦୁଇଟି ବାହୁର ଦୈର୍ଘ୍ୟର ସମଷ୍ଟି
(3)
ତୃତୀୟ ବାହୁର ଦୈର୍ଘ୍ୟ
(4)
ସ୍ତମ୍ଭ (3) ଓ (4) ଫଳାଫଳ ମଧ୍ୟରେ ତୁଳନା
(5)
Δ ABC AB = 3.4 ସେ.ମି.
BC = 5 ସେ.ମି.
CA = 4.2 ସେ.ମି.
AB + BC = 8.4 ସେ.ମି. AC = 4.2 ସେ.ମି. AB + BC > AC
AB + AC = 7.6 ସେ.ମି. BC = 5 ସେ.ମି. AB + AC > BC
BC + AC = 9.2 ସେ.ମି. AB = 3.4 ସେ.ମି. AC + BC > AB
Δ PQR PQ = 3 ସେ.ମି.
QR = 4 ସେ.ମି.
RP = 5 ସେ.ମି.
PQ + QR = 7 ସେ.ମି. RP = 5 ସେ.ମି. PQ + QR > RP
QR + RP = 9 ସେ.ମି. PQ = 3 ସେ.ମି. QR + RP > PQ
PQ + RP = 8 ସେ.ମି. QR = 4 ସେ.ମି. PQ + RP > QR
Δ XYZ XY = 4 ସେ.ମି.
YZ = 2.5 ସେ.ମି.
ZX = 6 ସେ.ମି.
XY + YZ = 6.5 ସେ.ମି. ZX = 6 ସେ.ମି. XY + YZ > ZX
YZ + ZX = 8.5 ସେ.ମି. XY = 4 ସେ.ମି. YZ + ZX > XY
XY + ZX = 10 ସେ.ମି. YZ = 2.5 ସେ.ମି. XY + ZX > YZ

3. ଉପରିସ୍ଥ ସାରଣୀର ସ୍ତମ୍ଭ (5) ରୁ ଆମେ କ’ଣ ଜାଣିଲେ ?
ସମାଧାନ:
ଗୋଟିଏ ତ୍ରିଭୁଜର ଯେକୌଣସି ଦୁଇଟି ବାହୁର ଦୈର୍ଘ୍ୟ ସମଷ୍ଟି ଏହାର ତୃତୀୟ ବାହୁର ଦୈର୍ଘ୍ୟଠାରୁ ବୃହତ୍ତର ।

BSE Odisha 7th Class Maths Solutions Chapter 7 ତ୍ରିଭୁଜର ଧର୍ମ InText Questions

4. Δ POR ର PQ = 8 ସେ.ମି. ଓ PR = 11 ସେ.ମି., ନିମ୍ନ ଉକ୍ତିମାନଙ୍କ ମଧ୍ୟରୁ ଠିକ୍ ଭକ୍ତିକୁ ବାଛ ।
(କ) QR, 2 ସେ.ମି. ଠାରୁ ଅଧୁକ ଓ 19 ସେ.ମି. ଠାରୁ କମ୍
(ଖ) QR, 3 ସେ.ମି. ଠାରୁ ଅଧୁକ ଓ 20 ସେ.ମି. ଠାରୁ କମ୍
(ଗ) QR, 3 ସେ.ମି. ଠାରୁ ଅଧୁକ ଓ 19 ସେ.ମି ଠାରୁ କମ୍
(ଘ) QR, 2 ସେ.ମି. ଠାରୁ ଅଧୁକ ଓ 20 ସେ.ମି. ଠାରୁ କମ୍ ତୁମର ଉତ୍ତର ସପକ୍ଷରେ କାରଣ ଦର୍ଶାଅ ।
ସମାଧାନ:
PQ + PR = 8 ସେ.ମି. + 11 ସେ.ମି. = 19 ସେ.ମି.
PR – PQ = 11 ସେ.ମି. – 8 ସେ.ମି. = 3 ସେ.ମି.
(ଗ) QR, 3 ସେ.ମି. ଠାରୁ ଅଧୁକ ଓ 19 ସେ.ମି ଠାରୁ ସାନ ଉକ୍ତିଟି ଠିକ୍ ଉକ୍ତି ।

BSE Odisha 6th Class History Solutions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

Odisha State Board BSE Odisha 6th Class History Solutions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ Textbook Exercise Questions and Answers.

BSE Odisha Class 6 History Solutions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ବାକ୍‌ଟ୍ରିଆରେ ଶାସନ କରୁଥିବା ଗ୍ରୀକ୍‌ମାନେ ଭାରତ ଆକ୍ରମଣ କରିବାକୁ ବାଧ୍ୟ ହେଲେ କାହିଁକି ?
Answer:

  • ଶକମାନଙ୍କ ଚାପ ଯୋଗୁ ଗ୍ରୀକ୍ଳାମାନେ ନିଜର ଶାସନ କାର୍ଯ୍ୟ ଚଳାଇ ପାରିନଥିଲେ ।
  • ଏହି ସମୟରେ ଚୀନ୍‌ର ବୃହତ୍ ପ୍ରାଚୀର ନିର୍ମାଣ ହୋଇଯାଇଥିବାରୁ ଶକମାନେ ଚୀନ୍ ଆଡ଼କୁ ଅଗ୍ରସର ହୋଇପାରି ନଥିଲେ ।
  • ଫଳରେ ସେମାନେ ନିଜ ପଡ଼ୋଶୀ ଦେଶରେ ଶାସନ କରୁଥିବା ଗ୍ରୀକ୍ ଓ ପଲ୍ଲବ ଶାସକମାନଙ୍କ ଉପରେ ନଜର ପକାଇଲେ ।
  • ଶକମାନଙ୍କ ଚାପ ଫଳରେ ବାକ୍‌ଟ୍ରିଆରେ ଶାସନ କରୁଥିବା ଗ୍ରୀକ୍‌ମାନେ ଭାରତ ଆଡ଼କୁ ଅଗ୍ରସର ହେଲେ ଓ ଭାରତ ଆକ୍ରମଣ କରିବାକୁ ବାଧ୍ୟହେଲେ ।

(ଖ) ଶକମାନେ ଭାରତରେ କିପରି ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ?
Answer:

  • ଶକମାନେ ପ୍ରଥମେ ସରଦରିଆ ନଦୀର ପଶ୍ଚିମ ଭାଗରେ ବାସ କରୁଥିଲେ । ସେମାନଙ୍କୁ ସେଠାରୁ ୟୁ-ଚି ଜାତିର ଲୋକମାନେ ବିତାଡ଼ିତ କରିବାରୁ ସେମାନେ ଭାରତ ଆଡ଼କୁ ଅଗ୍ରସର ହେଲେ ଏବଂ ଭାରତୀୟ -ଗ୍ରୀକ୍ ରାଜ୍ୟ ଅସ୍ଵୀକାର କରି ନିଜର ଶାସନ ପ୍ରତିଷ୍ଠା କଲେ ।
  • ଶକମାନେ ପାଞ୍ଚଟି ଭାଗରେ ବିଭକ୍ତ ହୋଇ ଭାରତ ଓ ଆଫଗାନିସ୍ଥାନରେ ନିଜର ଶାସନ ପ୍ରତିଷ୍ଠା କଲେ ।
  • ଏମାନଙ୍କ ମଧ୍ୟରୁ ପ୍ରଥମଭାଗ ଆଫଗାନିସ୍ଥାନରେ, ଦ୍ବିତୀୟ ଭାଗ ଭାରତର ତକ୍ଷଶିଳାଠାରେ ନିଜର ରାଜଧାନୀ ପ୍ରତିଷ୍ଠା କରି ଶାସନ କଲେ । ତୃତୀୟ ଭାଗଟି ମଥୁରାରେ ରହି ପ୍ରାୟ ଦୁଇଶହ ବର୍ଷ, ଚତୁର୍ଥ ଶାଖାଟି ପଶ୍ଚିମ ଭାରତରେ ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀ ପର୍ଯ୍ୟନ୍ତ ଓ ପଞ୍ଚମ ଶାଖାଟି ଦାକ୍ଷିଣାତ୍ୟର ଉପର ଭାଗରେ ନିଜର ଶାସନ ପ୍ରତିଷ୍ଠା କରିଥିଲେ ।
  • ଏହିପରି ଶକମାନେ ଭାରତରେ ନିଜର ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ।

BSE Odisha 6th Class History Solutions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

(ଗ) କନିଷ୍କଙ୍କୁ କୁଶାଣ ବଂଶର ଶ୍ରେଷ୍ଠ ନରପତି କାହିଁକି କୁହାଯାଏ ?
Answer:

  • କନିଷ୍କ କୁଶାଣ ରାଜବଂଶର ତୃତୀୟ ଓ ସର୍ବଶ୍ରେଷ୍ଠ ରାଜାଥିଲେ । ସେ ଖୋଟାନ୍, କାଶ୍ମୀର, ଗାଙ୍ଗେୟ ଉପତ୍ୟକାର କିଛି ଅଂଶ, ମାଳବ ଇତ୍ୟାଦି ଜୟ କରି ନିଜ ସାମ୍ରାଜ୍ୟରେ ମିଶାଇଦେବା ସହିତ ତାଙ୍କର ସାମ୍ରାଜ୍ୟ ପଶ୍ଚିମରେ ପାରସ୍ୟଠାରୁ ପୂର୍ବରେ ପାଟଳିପୁତ୍ର (ବର୍ତ୍ତମାନ ବିହାରର ପାଟଣା) ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
  • ଅଶଘୋଷଙ୍କଦ୍ବାରା ପ୍ରଭାବିତ ହୋଇ କନିଷ୍କ ବୌଦ୍ଧଧର୍ମ ଗ୍ରହଣ କରି ଏହାର ପ୍ରଚାର ଓ ପ୍ରସାରପାଇଁ ଅନେକ ସ୍ତୂପ ଓ ବୌଦ୍ଧବିହାର ନିର୍ମାଣ କରିଥିଲେ ।
  • ତାଙ୍କ ସମୟରେ ସଂସ୍କୃତ ଭାଷାରେ ଅନେକ ଗ୍ରନ୍ଥ ରଚିତ ହୋଇଥିଲା ଓ ତାଙ୍କ ପ୍ରଚେଷ୍ଟାରେ କୁଶାଣ ସାମ୍ରାଜ୍ୟର ବହୁବିଧ ଉନ୍ନତି ଘଟିଥିଲା ।
  • ଚୀନ ଓ ରୋମ୍‌ସହ ତାଙ୍କ ସାମ୍ରାଜ୍ୟର ବାଣିଜ୍ୟିକ ସମ୍ପର୍କ ଥିଲା । ତାଙ୍କର ୨୮ ବର୍ଷ ରାଜତ୍ଵକାଳରେ କୁଣାଣ ସାମ୍ରାଜ୍ୟର ବହୁବିଧ ଉନ୍ନତି ଘଟିଥିଲା ।

(ଘ) ସାତବାହନମାନଙ୍କର ଶାସନ ପ୍ରଣାଳୀ କିପରି ଥୁଲା ?
Answer:

  • ସାତବାହନ ସାମ୍ରାଜ୍ୟର ରାଜା ସମସ୍ତ କ୍ଷମତାର ଅଧିକାରୀ ଥିଲେ ।
  • ସାମ୍ରାଜ୍ୟକୁ କେତୋଟି ପ୍ରଦେଶ ଓ ପ୍ରଦେଶଗୁଡ଼ିକୁ କେତୋଟି ଜନପଦରେ ବିଭକ୍ତ କରାଯାଇଥିଲା । ଏହି ସାମ୍ରାଜ୍ୟର ମଧ୍ଯ ଏସିଆ ଓ ରୋମ୍ ସାମ୍ରାଜ୍ୟ ସହିତ ବାଣିଜ୍ୟ କାରବାର ଥିଲା । ଆମଦାନୀ ତୁଳନାରେ ରପ୍ତାନୀ ଅଧିକ ହେଉଥିଲା ।
  • ସାତବାହନରବଣିକମାନେ ବୌଦ୍ଧଗୁମ୍ଫା, ଚୈତ୍ୟଗୃହ ଓ ସ୍ତୂପମାନ ନିର୍ମାଣ କରୁଥିଲେ ।
  • ସାତବାହନମାନେ ଶକମାନଙ୍କ ସହିତ ବୈବାହିକ ସଂପର୍କ ସ୍ଥାପନ କରିଥିଲେ ଓ ସେମାନେ ସଡ଼କ ପଥର ଉନ୍ନତି କରାଇଥିଲେ ।

(‍ଙ) ଖାରବେଳଙ୍କୁ ଜଣେ ଦିଗ୍‌ବିଜୟୀ ସମ୍ରାଟ ଓ ଜଣେ ଉତ୍ତମ ଶାସକ ବୋଲି କାହିଁକି କୁହାଯାଏ ?
Answer:

  • ଖାରବେଳ ରାଜ୍ୟଶାସନର ଦ୍ବିତୀୟ ବର୍ଷରେ ପଶ୍ଚିମ ଦିଗରେ କୃଷ୍ଣାନଦୀ ପର୍ଯ୍ୟନ୍ତ ଅଗ୍ରସର ହୋଇ ରାଷ୍ଟ୍ରକ ଓ ଭୋଜକମାନଙ୍କୁ ପରାସ୍ତ କରିଥିଲେ । ସେ ମଗଧ ରାଜାଙ୍କୁ ପରାସ୍ତ କରିବା ସହିତ ଆକ୍ରମଣକାରୀ ଯବନମାନଙ୍କୁ ମଥୁରା ପର୍ଯ୍ୟନ୍ତ ତଡ଼ିଦେଇଥିଲେ । ଦକ୍ଷିଣ ଦିଗରେ ପିମ୍ପୁଣ୍ଡ ଅଧ୍କାର କରିବା ସହିତ ଶକ୍ତିଶାଳୀ ତାମିଲ ରାଷ୍ଟ୍ରସଂଘକୁ ଧ୍ୱଂସ କରିଦେଇଥିଲେ ।
  • ପ୍ରଜାମାନଙ୍କ ହିତ ପାଇଁ ଖାରବେଳ ବହୁ ଅର୍ଥ ଖର୍ଚ୍ଚ କରିବା ସହିତ ବହୁ ଅର୍ଥ ବ୍ୟୟକରି ନିଜର ରାଜଧାନୀ କଳିଙ୍ଗନଗରୀର ଦୁର୍ଗ, ଅଟ୍ଟାଳିକା, ଉଦ୍ୟାନ ଓ ପୁଷ୍କରିଣୀର ଉନ୍ନତି କରିଥିଲେ ।
  • ନନ୍ଦରାଜାଙ୍କଦ୍ୱାରା ଖୋଳାଯାଇଥିବା କେନାଲକୁ ସେ ମରାମତି କରି ସେ କଳିଙ୍ଗନଗରୀ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଥିଲେ ।
  • ନଗର ଅଖଦଂସ ଓ କଣ୍ଠ ନାମକ ଉଚ୍ଚ କର୍ମଚାରୀ ତାଙ୍କର କର୍ମବିଭାଗ ଦାୟିତ୍ଵରେ ଥିଲେ ।

BSE Odisha 6th Class History Solutions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

(ଚ) ସଙ୍ଗମ ଯୁଗରେ ଦକ୍ଷିଣ ଭାରତର ସାମାଜିକ ଅବସ୍ଥା କିପରି ଥିଲା ?
Answer:

  • ସଙ୍ଗମ ଯୁଗରେ ସମାଜରେ ବ୍ରାହ୍ମଣମାନଙ୍କ ଅପେକ୍ଷା ଅରିଭାର (ଜ୍ଞାନୀଲୋକ) ମାନଙ୍କୁ ଅଧିକ ଉଚ୍ଚସ୍ଥାନ ଦିଆଯାଉଥିଲା । କୃଷକମାନଙ୍କୁ ‘ଭଲାଭାର’ କୁହାଯାଉଥିଲା ।
  • ସମାଜରେ ଶିକାରୀ, ମେଷପାଳକ ଓ ମତ୍ସ୍ୟଜୀବୀ ଇତ୍ୟାଦି ବାସ କରୁଥିଲେ ।
  • ଧନୀ ଲୋକମାନେ ଇଟା ତିଆର ଘରେ ଓ ଗରିବ ଲୋକମାନେ କୁଡ଼ିଆ ଘରେ ରହୁଥିଲେ ।
  • ସ୍ତ୍ରୀବା ନାରୀମାନଙ୍କୁ ପରିବାରର ‘ଆଲୋକ’ କୁହାଯାଉଥିଲା ।

୨। ସଂକ୍ଷିପ୍ତ ଟିପ୍‌ପଣୀ ଦିଅ ।

(କ) ମେନେଣ୍ଡର୍ (ମିଳିନ୍ଦ) –
Answer:

  • ଗ୍ରୀକ ଶାସନକର୍ତ୍ତାମାନଙ୍କ ମଧ୍ୟରେ ‘ମେନେଣ୍ଡର୍’ ପ୍ରମୁଖ ଥିଲେ । କେତେକ ତାଙ୍କୁ ‘ମିଳିନ୍ଦ’ ବୋଲି କରିଥିଲେ ।
  • ସେ ବୌଦ୍ଧଗୁରୁ ନାଗାର୍ଜୁନଙ୍କଦ୍ୱାରା ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ ଓ ‘ଶାକଳ’ଠାରେ ସେ ତାଙ୍କର ରାଜଧାନୀ ତିଆରି କରିଥିଲେ ।

(ଖ) ରୁଦ୍ରଦାମନ –
Answer:

  • ରୁଦ୍ରଦାମନ ଶକ ରାଜାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଥିଲେ । ସେ ମାଳବ, ସୌରାଷ୍ଟ୍ର, ଗୁଜରାଟର କଙ୍କଣ ଉପକୂଳ ଓ ନର୍ମଦା ଉପତ୍ୟକାରେ ଥିବା କେତେକ ରାଜ୍ୟ ଜୟ କରିଥିଲେ ।
  • ତାଙ୍କର ସଂସ୍କୃତ ଭାଷାରେ ଗଭୀର ପାଣ୍ଡିତ୍ୟ ଥିଲା ତାଙ୍କର ବ୍ୟାକରଣ, ରାଜନୀତି, ସଙ୍ଗୀତ ଓ ଦର୍ଶନ କ୍ଷେତ୍ରରେ ପର୍ଯ୍ୟାପ୍ତ ଜ୍ଞାନ ଥିଲା । ସେ ସାତବାହନ, ଲଚ୍ଛବୀ ରାଜବଂଶ ସହିତ ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ ।

(ଗ) ‘ୟୁ-ଚି’ –
Answer:

  • ଖ୍ରୀ.ପୂ. ଦ୍ବିତୀୟ ଶତାବ୍ଦୀରେ ଚୀନ୍‌ର ପଶ୍ଚିମ ଭାଗରେ ‘ୟୁ-ଚି’ ନାମକ ଏକ ଶକ୍ତିଶାଳୀ ଯାଯାବର ଜାତି ବାସ କରୁଥିଲେ । ହୁଣମାନଙ୍କ ଦ୍ୱାରା ୟୁ-ଚିମାନେ ବିତାଡ଼ିତ ହୋଇ ବାକ୍‌ଟ୍ରିଆରେ ଶକମାନଙ୍କୁ ପରାସ୍ତକରି ସେଠାରେ ଆଧ୍ୟାତ୍ୟ ବିସ୍ତାର କଲେ ।
  • ୟୁ-ଚି ଜାତି ପାଞ୍ଚଟି ଗୋଷ୍ଠୀରେ ବିଭକ୍ତ ହୋଇଥିଲେ ଓ ସେମାନଙ୍କ ମଧ୍ୟରେ କୁଶାଣ ଗୋଷ୍ଠୀ ପ୍ରସିଦ୍ଧ ଥିଲେ । ପରେ ସେମାନେ ହିନ୍ଦୁକୁଶ ପର୍ବତ ଅତିକ୍ରମ କରି ସିନ୍ଧୁ ଅବବାହିକା ଓ ଗାଙ୍ଗେୟ ଉପତ୍ୟକାରେ ଆଧ୍ୟତ୍ୟ ବିସ୍ତାର କରିଥିଲେ ।

BSE Odisha 6th Class History Solutions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

(ଘ) ଦ୍ଵିତୀୟ କାଡ୍‌ଫିସେସ୍ –
Answer:

  • କୁଶାଣ ଶାସକମାନଙ୍କ ମଧ୍ୟରେ ଭାରତରେ ସଫଳତାର ସହିତ ଶାସନ ପ୍ରତିଷ୍ଠା କରିଥିବା ଜଣେ ଶାସକଥିଲେ ଦ୍ଵିତୀୟ କାଡ଼ଫିସେସ୍ ।
  • ସେ ଭାରତରେ ସ୍ବର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ ଏବଂ ଏହାଥିଲା ଭାରତରେ ପ୍ରଚଳିତ ପ୍ରଥମ ସ୍ବର୍ଣ୍ଣମୁଦ୍ରା । କେତେକ ମୁଦ୍ରାରେ ଶିବ ମୂର୍ତ୍ତି ଥ‌ିବାରୁ ଦ୍ବିତୀୟ କାର୍ଡ଼ପିସେସ୍ ଶିବ ଉପାସକ ଥିଲେ ବୋଲି ଅନୁମାନ କରାଯାଏ ।

(ଙ) ମହାବିଭାଷା –
Answer:

  • କୁଶାଣ ରାଜା କନିଷ୍କଙ୍କଦ୍ବାରା ଆହୂତ ଚତୁର୍ଥ ବୌଦ୍ଧ ସମ୍ମିଳନୀରେ ବୌଦ୍ଧ ପଣ୍ଡିତମାନେ ବୌଦ୍ଧଗ୍ରନ୍ଥଗୁଡ଼ିକୁ ଅନୁଧ୍ୟାନ କରି ବ୍ୟାଖ୍ୟା କରିଥିଲେ ।
  • ଏହି ବ୍ୟାଖ୍ୟାଗୁଡ଼ିକ ‘ମହାବିଭାଷା’ ନାମରେ ପରିଚିତ ।

(ଚ) ଦ୍ଵିତୀୟ ସାତକର୍ଣ୍ଣୀ –
Answer:

  • ଖ୍ରୀଷ୍ଟୀୟ ଦ୍ବିତୀୟ ଶତାବ୍ଦୀର ପ୍ରଥମ ଭାଗରେ ଗୌତମୀ ପୁତ୍ର ସାତକଣ୍ଠୀ ବା ଦ୍ଵିତୀୟ ସାତକର୍ଣ୍ଣୀ ସାତବାହନ ଖ୍ୟାତି ବୃଦ୍ଧି କରିଥିଲେ ।
  • ସେ ଶକ, ଯବନ ଓ ପଲ୍ଲବମାନଙ୍କୁ ପରାସ୍ତ କରିବା ସହିତ ଶକମାନେ ଦଖଲ କରିଥିବା ଅଞ୍ଚଳଗୁଡ଼ିକୁ ଛଡ଼ାଇ ଆଣିଥିଲେ ।

୩। ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଲେଖ ।

(କ) ଭାରତୀୟ ଗ୍ରୀକ୍ ଶାସନକର୍ତ୍ତା ମେନେଣ୍ଡର୍‌ଙ୍କର ରାଜଧାନୀ ଶାକଳର ବର୍ତ୍ତମାନ ନାମ କ’ଣ ?
Answer:
ଭାରତୀୟ ଗ୍ରୀକ୍ ଶାସନକର୍ତ୍ତା ମେନେଣ୍ଡର୍‌ଙ୍କର ରାଜଧାନୀ ଶାକଳର ବର୍ତ୍ତମାନ ନାମ ‘ସିଆଲ୍‌କୋଟ୍’ ।

(ଖ) ଶକମାନେ ପ୍ରଥମେ କେଉଁଠାରେ ବାସ କରୁଥିଲେ ?
Answer:
ଶାକମାନେ ପ୍ରଥମେ ସରଦରିଆ ନଦୀର ପଶ୍ଚିମ ଭାଗରେ ବାସ କରୁଥିଲେ ।

BSE Odisha 6th Class History Solutions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

(ଗ) କେଉଁ କେଉଁ ଅଞ୍ଚଳ କୁଶାଣ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା ?
Answer:
(i) କୁଶାଣମାନଙ୍କ ସାମ୍ରାଜ୍ୟ ଆମୁଦରିଆଠାରୁ ଗଙ୍ଗା ପର୍ଯ୍ୟନ୍ତ ଏବଂ କେନ୍ଦ୍ର ଏସିଆର ଖୋରାସନଠାରୁ ଉତ୍ତର ପ୍ରଦେଶର ବାରାଣସୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
(ii) କେନ୍ଦ୍ର ଏସିଆର କେତେକ ଅଞ୍ଚଳ, ଆଫଗାନିସ୍ଥାନର କିଛି ଅଂଶ ଏବଂ ପାକିସ୍ତାନ ଓ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ କୁଶାଣ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା ।

(ଘ) କନିଷ୍କ କେଉଁ କେଉଁ ଅଞ୍ଚଳ ଜୟ କରି ନିଜ ସାମ୍ରାଜ୍ୟରେ ମିଶାଇଥିଲେ ?
Answer:
କନିଷ୍କ ଖୋଟାନ୍, କାଶ୍ମୀର, ଗାଙ୍ଗେୟ ଉପତ୍ୟକାର କେତେକ ଅଂଶ, ମାଳବ ଇତ୍ୟାଦି ଜୟ କରି ନିଜ ସାମ୍ରାଜ୍ୟରେ ମିଶାଇଥିଲେ ।

(ଙ) କୁଶାଣମାନେ କେଉଁ ମୂଳ ଯାଯାବର ଜାତିର ଲୋକ ଥିଲେ ?
Answer:
କୁଶାଣମାନେ ୟୁ-ଚି ଯାଯାବର ଜାତିର ଲୋକ ଥିଲେ ।

(ଚ) ସାତବାହନ ବଂଶର ପ୍ରତିଷ୍ଠାତା କିଏ ଥିଲେ ?
Answer:
ସାତବାହନ ବଂଶର ପ୍ରତିଷ୍ଠାତା ଥିଲେ ସିମୁକ ।

(ଛ) ଖାରବେଳଙ୍କ ରାଜ୍ୟର ରାଜଧାନୀ କେଉଁଠାରେ ଥିଲା ବୋଲି ବିଶ୍ଵାସ କରାଯାଏ ?
Answer:
ଖାରବେଳଙ୍କ ରାଜ୍ୟର ରାଜଧାନୀ କଳିଙ୍ଗନଗରୀ ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡ଼ଠାରେ ଥିଲା ବୋଲି ବିଶ୍ଵାସ କରାଯାଏ ।

BSE Odisha 6th Class History Solutions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

୪। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଚାରୋଟିକରି ସମ୍ଭାବ୍ୟ ଉତ୍ତର ପ୍ରତ୍ୟେକ ପ୍ରଶ୍ନତଳେ ଦିଆଯାଇଛି ।
ସେଥ‌ିରୁ ଯେଉଁ ଉତ୍ତରଟି ଠିକ୍ ତା’ ପାଖରେ (✓) ଚିହ୍ନ ଦିଅ ।
(ଠିକ୍ ଉତ୍ତର ପାଖ କୋଠରିରେ ‘/’ ଚିହ୍ନ ଦିଆଯାଇଛି ।)

(କ) ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀରେ କିଏ ପ୍ରଥମେ ଭାରତ ଆକ୍ରମଣ କରିଥିଲେ ?
(୧) ଶକ
(୨) କୁଶାଣ
(୩) ସାତବାହନ
(୪) ଗ୍ରୀକ୍
Answer:
(୪) ଗ୍ରୀକ୍

(ଖ) କେଉମାନେ ମଙ୍ଗୋଲୀୟ ମହାଶାଖାର ଲୋକ ଥିଲେ ?
(୧) ଶକ
(୨) କୁଶାଣ
(୩) ସୁଙ୍ଗ
(୪) ସାତବାହନ
Answer:
(୧) ଶକ

(ଗ) କିଏ ଭାରତରେ ପ୍ରଥମେ ସ୍ଵର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ ?
(୧) ରୁଦ୍ରଦାମନ
(୨) କନିଷ୍କ
(୩) ପ୍ରଥମ କାଡ୍‌ଫିସେସ୍
(୪) ଦ୍ୱିତୀୟ କାଡ୍‌ଫିସେସ୍
Answer:
(୪) ଦ୍ୱିତୀୟ କାଡ୍‌ଫିସେସ୍

(ଘ) ଖାରବେଳ ରାଜତ୍ଵର କେଉଁ ବର୍ଷରେ ମହାବିଜୟ ପ୍ରାସାଦ ନିର୍ମାଣ କରିଥିଲେ ?
(୧) ସପ୍ତମ
(୨) ପଞ୍ଚମ
(୩) ଚତୁର୍ଥ
(୪) ନବମ
Answer:
(୪) ନବମ

(ଙ) କେଉଁ ଯୁଗକୁ ତାମିଲ ସାହିତ୍ୟର ସୁବର୍ଣ୍ଣ ଯୁଗ କୁହାଯାଏ ?
(୧) ଗୁପ୍ତ ଯୁଗ
(୨) ବୈଦିକ ଯୁଗ
(୩) ସଙ୍ଗମ ଯୁଗ
(୪) ମୌର୍ଯ୍ୟ ଯୁଗ
Answer:
(୩) ସଙ୍ଗମ ଯୁଗ

BSE Odisha 6th Class History Solutions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

(ଚ) ବାହାର ଦେଶରୁ ତାମିଲ ରାଜ୍ୟକୁ କେଉଁ ଜିନିଷ ଆମଦାନୀ କରାଯାଉଥିଲା ?
(୧) ସୁନା
(୨) ତମ୍ବା ୬
(୩) ପିତ୍ତଳ ୬
(୪) କଂସା
Answer:
(୧) ସୁନା

୫। ସାତବାହନ ବଂଶର ରାଜାମାନଙ୍କୁ ସେମାନେ ଶାସନ କରିଥିବା ସମୟ କ୍ରମରେ ସଜାଅ ।
ଯଜ୍ଞଶ୍ରୀ ସାତକର୍ମୀ
ଗୌତମୀପୁତ୍ର ସାତକର୍ଣ୍ଣୀ
ବାଶିଷ୍ଟିପୁତ୍ର ପୁଲମାବୀ
ସିମୁକ
ସିମୁକ
Answer:
(୧) ସିମୁକ
(୨) ସିମୁକ
(୩) ଗୌତମୀପୁତ୍ର ସାତକର୍ଣ୍ଣୀ
(୪) ବାଶିଷ୍ଟିପୁତ୍ର ପୁଲମାବୀ
(୫) ଯଜ୍ଞଶ୍ରୀ ସାତକର୍ମୀ

୬। ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ବାଛି ସଂଯୋଗ କର ।

‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ବାଛି ସଂଯୋଗ କର । Question And Answer
୭ । ଠିକ୍ ଉକ୍ତି ପାଖରେ ଠିକ୍ (✓) ଚିହ୍ନ ଓ ଭୁଲ୍ ଉକ୍ତ ପାଖରେ ଭୁଲ୍ (x) ଚିହ୍ନ ଦିଅ ।
(ପ୍ରଶ୍ନ ସହିତ ଉତ୍ତର ଦିଆଯାଇଛି)

(କ) ଚୀନ୍‌ର ବୃହତ୍ ପ୍ରାଚୀର ନିର୍ମାଣ ହୋଇଯାଇଥିବାରୁ ଗ୍ରୀକ୍‌ମାନେ ଚୀନ୍ ଆଡ଼କୁ ଅଗ୍ରସର ହୋଇପାରି ନଥିଲେ ।
Answer:
x

(ଖ) ରୁଦ୍ରଦାମନ ପାଲିଭାଷାର ପୃଷ୍ଠପୋଷକତା କରିଥିଲେ ।
Answer:
x

(ଗ) ଦ୍ଵିତୀୟ କାଡ୍‌ଫିସେସ୍ ସ୍ୱର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ ।
Answer:

BSE Odisha 6th Class History Solutions Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

(ଘ) ସଙ୍ଗମ ଯୁଗରେ ‘ତୋଲକାପିୟମ୍’ ନାମକ ଏକ ତାମିଲ ବ୍ୟାକରଣ ରଚନା କରାଯାଇଥିଲା ।
Answer:

(ଙ) ତାମିଲ କବି ଓ ପଣ୍ଡିତମାନଙ୍କର ସଭାକୁ ସଙ୍ଗମ କୁହାଯାଉଥିଲା ।
Answer:

(ଚ) ଖାରବେଳ ରାଜକର୍ମଚାରୀମାନଙ୍କ ରହିବା ପାଇଁ ଭୁବନେଶ୍ୱରର ଉଦୟଗିରି ପାହାଡ଼ରେ ଗୁମ୍ଫା ଖୋଳାଇଥିଲେ ।
Answer:
x

BSE Odisha 7th Class History Notes Chapter 6 ମୋଗଲ ସାମ୍ରାଜ୍ୟର ପତନ

Odisha State Board BSE Odisha Class 7 History Notes Chapter 6 ମୋଗଲ ସାମ୍ରାଜ୍ୟର ପତନ will enable students to study smartly.

BSE Odisha Class 7 History Notes Chapter 6 ମୋଗଲ ସାମ୍ରାଜ୍ୟର ପତନ

ବିଷୟବସ୍ତୁସମ୍ବହ

  • ମୋଗଲ ସାମ୍ରାଜ୍ୟ ପତନର ବିଭିନ୍ନ କାରଣ (କେନ୍ଦ୍ରଶକ୍ତିର ଦୁର୍ବଳତା, ଅର୍ଥନୈତିକ ଓ ଧର୍ମଗତ କାରଣ, ପ୍ରାଦେଶିକ ଶାସକମାନଙ୍କ ସ୍ବାଧୀନତା ଘୋଷଣା, ବୈଦେଶିକ ଶତ୍ରୁ ଆକ୍ରମଣ)

BSE Odisha 7th Class History Notes Chapter 6 ମୋଗଲ ସାମ୍ରାଜ୍ୟର ପତନ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ମୋଗଲ ସାମ୍ରାଜ୍ୟ ପତନର ବିଭିନ୍ନ କାରଣ :

  • ମୋଗଲମାନେ ଦୁଇଶହ ବର୍ଷରୁ ଅଧ୍ଵକାଳ ଧରି ଭରତକୁ ଶାସନ କରିଥିଲେ । ଆକବରଙ୍କ ଉଦାର ନୀତି ଓ ସୁଶାସନ ମୋଗଲ ଶାସନର ଭିଭିକୁ ସୁଦୃଢ଼ କରିଥିଲା । ମାତ୍ର ଔରଙ୍ଗଜେବ୍ଲଙ୍କ ପରେ ଏହି ଶକ୍ତିଶାଳୀ ସାମ୍ରାଜ୍ୟ ପତନାଭିମୁଖୀ ହୋଇଥିଲା।
  • ବିଶାଳ ମୋଗଲ ସାମ୍ରାଜ୍ୟକୁ ଶାସନ କରିବା ଭଳି ଦକ୍ଷତା ଓ ସାମର୍ଥ୍ୟ ଔରଙ୍ଗଜେବ୍ଲଙ୍କ ପରବର୍ତ୍ତୀ ଶାସକମାନଙ୍କଠାରେ ନଥିଲା।
  • ଔରଙ୍ଗଜେବଙ୍କ ଧର୍ମାନ୍ଧତା ଓ କୁଶାସନ ଦୀର୍ଘ ଦୁଇଶହ ବର୍ଷରୁ ଅଧ‌ିକ ସମୟ ଧରି ତିଷ୍ଠି ରହିଥ‌ିବା ମୋଗଲ ଶାସନକୁ ପତନାଭିମୁଖୀ କରିଦେଇଥିଲା।
  • କେନ୍ଦ୍ରଶକ୍ତିର ଦୁର୍ବଳତା, ଅର୍ଥନୈତିକ ବିପର୍ଯ୍ୟୟ, ଧର୍ମବିଦ୍ବେଷ ନୀତି, ପ୍ରାଦେଶିକ ଶାସକମାନଙ୍କ ସ୍ବାଧୀନତା ଘୋଷଣା ଆଦି କାରଣ ମୋଗଲ ସାମ୍ରାଜ୍ୟର ପତନ ଘଟାଇଥିଲା।
  • ମୋଗଲ ସାମ୍ରାଜ୍ୟର ଦୁର୍ବଳତାର ସୁଯୋଗ ନେଇ ପାରସ୍ୟର ସମ୍ରାଟ ନାଦିର ଶାହ ଦିଲ୍ଲୀ ଆକ୍ରମଣ କରି ପ୍ରଚୁର ଧନରନ୍ ଲୁଣ୍ଠନ କରିବା ସହିତ ଶାହାଜାହାନ୍‌ଙ୍କ ପ୍ରସିଦ୍ଧ ମୟୂର ସିଂହାସନ ଓ ବିଶ୍ଵବିଖ୍ୟାତ କୋହିନୁର ହୀରା ପାରସ୍ୟକୁ ନେଇ ଯାଇଥିଲେ।
  • ନାଦିର ଶାହଙ୍କ ପରେ ଆଫଗାନିସ୍ଥାନର ଶାସକ ଅହମ୍ମଦଶାହ ଅବଦଲୀ ୧୭୪୮ ଖ୍ରୀ.ଅ.ରୁ ୧୭୬୧ ଖ୍ରୀ.ଅ. ମଧ୍ୟରେ ଅନେକଥର ଭାରତ ଆକ୍ରମଣ କରିଥିଲେ । ୧୭୬୧ ଖ୍ରୀଷ୍ଟାବ୍ଦରେ ତୃତୀୟ ପାନିପଥ ଯୁଦ୍ଧରେ ସେ ମରହଟ୍ଟାମାନଙ୍କୁ ପରାସ୍ତ କରିଥିଲେ।
  • ମୋଗଲ ସାମ୍ରାଜ୍ୟର ଦୁରବସ୍ଥାର ସୁଯୋଗ ନେଇ ଇଉରୋପୀୟ ବଣିକମାନେ ଭାରତକୁ ଆସିଥିଲେ । ପର୍ତ୍ତୁଗୀଜ୍‌ମାନଙ୍କ ପରେ ଓଲନ୍ଦାଜ, ଦିନାମାର, ଇଂରେଜ ଓ ଫରାସୀମାନେ ନିଜ ନିଜର ବାଣିଜ୍ୟ କମ୍ପାନୀ ସହ ଭାରତକୁ ଆସିଥିଲେ ।
  • ସେମାନେ ପରସ୍ପର ମଧ୍ୟରେ ପ୍ରତିଦ୍ବନ୍ଦିତାରେ ଲିପ୍ତ ରହିବା ଫଳରେ ଅନେକ ଯୁଦ୍ଧ ସଂଘଟିତ ହୋଇଥିଲା। ସେମାନଙ୍କ ମଧ୍ୟରୁ ଇଂରେଜ ଓ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଅଧୂକ ଶକ୍ତିଶାଳୀ ହୋଇଉଠିଲେ।
  • ଶେଷରେ ଅଷ୍ଟାଦଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ଇଂରେଜମାନେ ଅଧୂକ ଶକ୍ତିଶାଳୀ ହୋଇ ଭାରତରେ ରାଜ୍ୟ ବିସ୍ତାର କଲେ ଓ ମୋଗଲ ସାମ୍ରାଜ୍ୟର ପତନ ଘଟାଇଲେ।

BSE Odisha 7th Class History Notes Chapter 6 ମୋଗଲ ସାମ୍ରାଜ୍ୟର ପତନ

ଖ୍ରୀଷ୍ଟାବ୍ଦ ଓ ସମ୍ପର୍କଡ ଘଗଶାବଳୀ

ଖ୍ରୀଷ୍ଟାବ୍ଦ ଘଗଶା
୧୭୩୯
୧୭୪୮-୧୭୬୧
୧୭୬୧
ନାଦିର ଶାହଙ୍କ ଭାରତ ଆକ୍ରମଣ
ଆଫଗାନିସ୍ଥାନର ଶାସକ ଅହମ୍ମଦଶାହ ଅବଦଲୀଙ୍କଦ୍ଵାରା ବହୁବାର ଭାରତ ଆକ୍ରମଣ ।
ତୃତୀୟ ପାନିପଥ ଯୁଦ୍ଧ ସଂଘଟିତ

BSE Odisha 7th Class History Notes Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

Odisha State Board BSE Odisha Class 7 History Notes Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ will enable students to study smartly.

BSE Odisha Class 7 History Notes Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

ବିଷୟବସ୍ତୁସମ୍ବହ

  • କପିଳେନ୍ଦ୍ରଦେବ (ରାଜ୍ୟ ଜୟ, ରାଜ୍ୟ ଶାସନ ଓ ଅନ୍ୟାନ୍ୟ କାର୍ଯ୍ୟ)
  • ପୁରୁଷୋତ୍ତମଦେବ (ରାଜ୍ୟ ଜୟ, ରାଜ୍ୟ ଶାସନ ଓ ଅନ୍ୟାନ୍ୟ କୀର୍ତ୍ତି)
  • ପ୍ରଦାପରୁଦ୍ରଦେବ (ଶତ୍ରୁମାନଙ୍କ ସହ ଯୁଦ୍ଧ, କଳା ଓ ସାହିତ୍ୟର ପୃଷ୍ଠପୋଷକତା)
  • ମୁକୁନ୍ଦ ହରିଚନ୍ଦନ (ସାମ୍ରାଜ୍ୟ ବିସ୍ତାର, ଯୁଦ୍ଧ ଏବଂ ବିପର୍ଯ୍ୟୟ)

BSE Odisha 7th Class History Notes Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ କପିଳେନ୍ଦ୍ରଦେବ :

  • ଗଙ୍ଗବଂଶର ପତନ ପରେ ଓଡ଼ିଶାରେ ଏକ ନୂତନ ରାଜବଂଶର ଅଭ୍ୟୁଦୟ ଘଟିଥିଲା । ତାହା ସୂର୍ଯ୍ୟବଂଶ ନାମରେ ଖ୍ୟାତ।
  • ସୂର୍ଯ୍ୟବଂଶର ରାଜତ୍ଵ କାଳରେ ଓଡ଼ିଶାର ସାମାଜିକ ଏବଂ ସାଂସ୍କୃତିକ ଜୀବନରେ ବହୁ ଉନ୍ନତି ଘଟିଥିଲା।
  • କପିଳେନ୍ଦ୍ରଦେବ ଥିଲେ ସୂର୍ଯ୍ୟବଂଶର ପ୍ରତିଷ୍ଠାତା ।
  • କପିଳେନ୍ଦ୍ରଦେବ ଗଙ୍ଗବଂଶର ଶେଷ ରାଜା ଚତୁର୍ଥ ଭାନୁଦେବଙ୍କର ସେନାପତି ଥିଲେ । ଚତୁର୍ଥ ଭାନୁଦେବ ଅପୁତ୍ରିକ ଥିବାରୁ ତାଙ୍କ ମୃତ୍ୟୁ ପରେ ନିଜ ଶକ୍ତି ବଳରେ ଓ ପାତ୍ରମନ୍ତ୍ରୀଙ୍କର ସମର୍ଥନ ଲାଭକରି ସେ ୧୪୩୫ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ । ସେ ସେହି ବର୍ଷ କପିଳାବ୍ଦ ପ୍ରଚଳନ କରିଥିଲେ।
  • ସେ ସେହି ବର୍ଷ କପିଳାବ୍ଦ ପ୍ରଚଳନ କରିଥିଲେ । କପିଳେନ୍ଦ୍ରଦେବ ବିଶାଳ ଗଜସେନାର ଅଧ୍ଵତି ଥ‌ିବାରୁ ଗଜପତି ଉପାଧିରେ ଭୂଷିତ ହୋଇଥିଲେ । କର୍ଣ୍ଣାଟ’ ଏବଂ ବାହମନୀର ରାଜଧାନୀ କଳବର୍ଗ ଅଧିକାର କରି ‘କଳବର୍ଗେଶ୍ଵର’ ଉପାଧ୍ ଧାରଣ କରିଥିଲେ।
  • ସେ କପିଳେଶ୍ୱରପୁର ଏବଂ ଦାମୋଦରପୁର ନାମକ ଦୁଇଟି ଶାସନ ପ୍ରତିଷ୍ଠା କରିଥିଲେ । ସେ ଭୁବନେଶ୍ଵର ନିକଟବର୍ତ୍ତୀ କପିଳେଶ୍ଵର ଶିବମନ୍ଦିର ନିର୍ମାଣ କରିଥିଲେ । ତାଙ୍କ ସମୟରେ ନୃସିଂହ
  • ବାଜପେୟୀ ସଂସ୍କୃତରେ ‘‘ସଂକ୍ଷେପ ଶାରୀରିକ ବର୍ତିକା’’, ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାରେ ‘ମହାଭାରତ’ ଓ ‘ଚଣ୍ଡୀପୁରାଣ’ ରଚନା କରିଥିଲେ । କପିଳେନ୍ଦ୍ରଦେବଙ୍କ ସଂସ୍କୃତ ଭାଷା ଓ ସାହିତ୍ୟରେ ଅଗାଧ ପାଣ୍ଡିତ୍ୟ ଥିବାରୁ ସେ ନିଜେ ‘ପରଶୁରାମ ବିଜୟ’ ନାମକ ଏକ ସଂସ୍କୃତ ନାଟକ ରଚନା କରିଥିଲେ।
  • ଦକ୍ଷିଣ ଭାରତରେ ଶାସନ କାର୍ଯ୍ୟ ତଦାରଖ କରୁଥିବା ସମୟରେ ୧୪୬୭ ଖ୍ରୀଷ୍ଟାବ୍ଦରେ କୃଷ୍ଣାନଦୀ ତୀରରେ କପିଳେନ୍ଦ୍ରଦେବ ପ୍ରାଣତ୍ୟାଗ କରିଥିଲେ।

BSE Odisha 7th Class History Notes Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

→ ପୁରୁଷୋତ୍ତମଦେବ :

  • କପିଳେନ୍ଦ୍ରଦେବଙ୍କ ମୃତ୍ୟୁ ପରେ ତାଙ୍କ କନିଷ୍ଠ ପୁତ୍ର ପୁରୁଷୋତ୍ତମଦେବ ୧୪୬୭ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ।
  • ସେ ଉଦୟଗିରିର ରାଜା ସାଲ୍ସ ନରସିଂହଙ୍କୁ ପରାଜିତ କରି ଉଦୟଗିରି ଅଧିକାର କରିଥିଲେ । କିମ୍ବଦନ୍ତୀରେ ଏହା କାଞ୍ଚି ଅଧିକାର ରୂପେ ବର୍ଣ୍ଣିତ।
  • ସେ ଜଣେ ଧର୍ମପ୍ରାଣ, ପ୍ରଜାବତ୍ସଳ ଓ ସୁଶାସକରୂପେ ସୁବିଖ୍ୟାତ ଥିଲେ । ସେ ୧୬ଟି ବ୍ରାହ୍ମଣ ଶାସନ ସ୍ଥାପନ କରିଥିଲେ। ସଂସ୍କୃତ, ସାହିତ୍ୟ ଓ ଧର୍ମଶାସ୍ତ୍ରରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା।
  • ପୁରୁଷୋତ୍ତମଦେବ ୧୪୯୭ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ।

BSE Odisha 7th Class History Notes Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

→ ପ୍ରତାପରୁଦ୍ରଦେବ :

  • ପୁରୁଷୋତ୍ତମଦେବଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ପ୍ରତାପରୁଦ୍ରଦେବ ୧୪୯୭ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ।
  • ବିଜୟନଗରର ରାଜା କୃଷ୍ଣଦେବ ରାୟଙ୍କଦ୍ୱାରା ପରାସ୍ତ ହେବା ଓ ବଙ୍ଗର ସୁଲତାନ ଆଲ୍ଲାଉଦ୍ଦିନ୍ ହୁସେନ୍ ଶାହଙ୍କ ଓଡ଼ିଶା ଆକ୍ରମଣ ତାଙ୍କ ପାଇଁ ଦୁଃଖଦ ଘଟଣା ଥିଲା।
  • ସେ ବିଜୟନଗରର ରାଜା କୃଷ୍ଣଦେବ ରାୟଙ୍କ ସହିତ ସନ୍ଧି ସ୍ଥାପନ କରି ତାଙ୍କୁ ଗୋଦାବରୀ ନଦୀର ଦକ୍ଷିଣକୁ ଥ‌ିବା ଓଡ଼ିଶା ଅଞ୍ଚଳ ଛାଡ଼ି ଦେଇଥିଲେ ଓ ନିଜ କନ୍ୟା ଜଗନ୍ମୋହିନୀଙ୍କୁ ତାଙ୍କ ସହ ବିବାହ ଦେଇଥିଲେ । ଏହିସବୁ ଆକ୍ରମଣ ଫଳରେ ଗଜପତି ଶାସନ ଦୁର୍ବଳ ହୋଇପଡ଼ିଲା।
  • ପ୍ରତାପରୁଦ୍ରଦେବ ଜଣେ ବିଶିଷ୍ଟ କବି, ବିଦ୍ଵାନ୍ ଓ ପ୍ରଜାବତ୍ସଳ ସମ୍ରାଟ ଥିଲେ ।
  • ତାଙ୍କଦ୍ୱାରା ରଚିତ ସଂସ୍କୃତ ଭାଷାରେ ‘ସରସ୍ଵତୀ ବିଳାସ’ ନାମକ ହିନ୍ଦୁ ଆଇନ ଶାସ୍ତ୍ର ଏକ ଅମୂଲ୍ୟ ଗ୍ରନ୍ଥ । ତାଙ୍କ ସମୟରେ ଜଗନ୍ନାଥ ଦାସ ଓଡ଼ିଆରେ ‘ଭାଗବତ’ ଓ ବଳରାମ ଦାସ ‘ଦାଣ୍ଡୀ ରାମାୟଣ’, କବି ଜୀବଦେବ ଆଚାର୍ଯ୍ୟ ‘ଭକ୍ତି ଭାଗବତ’ ଓ ରାୟ ରାମାନନ୍ଦ ‘ଜଗନ୍ନାଥବଲ୍ଲଭ’ ନାଟକ ରଚନା କରିଥିଲେ। ସେ ବହୁ ପଣ୍ଡିତ ଓ କବିମାନଙ୍କର ପୃଷ୍ଠପୋଷକତା କରିଥିଲେ।
  • ପ୍ରତାପରୁଦ୍ରଦେବ ଜଗନ୍ନାଥ ବେଢ଼ା ଭିତରେ ମୁକ୍ତିମଣ୍ଡପ, କଟକ ନିକଟରେ ଧବଳେଶ୍ୱର ମନ୍ଦିର, ଢେଙ୍କାନାଳର କପିଳାସ ପର୍ବତ ଉପରେ ଚନ୍ଦ୍ରଶେଖର ମନ୍ଦିର ନିର୍ମାଣ କରିଥିଲେ।
  • ସେ ଶ୍ରୀଚୈତନ୍ୟଙ୍କଦ୍ବାରା ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇଥିଲେ।
  • ପ୍ରତାପରୁଦ୍ରଦେବ ୧୫୩୮ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କରିଥିଲେ ।
  • ପ୍ରତାପରୁଦ୍ରଙ୍କ ମୃତ୍ୟୁପରେ ତାଙ୍କ ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର ଷଡ଼ଯନ୍ତ୍ର କରି ଓଡ଼ିଶାର ରାଜା ହୋଇଥିଲେ । ସେ ଭୋଇବଂଶ ପ୍ରତିଷ୍ଠା କରିଥିଲେ । ତାଙ୍କ ପରେ ତାଙ୍କ ପୁତ୍ର ଚକ୍ରପ୍ରତାପ ରାଜତ୍ଵ କରିଥିଲେ।

BSE Odisha 7th Class History Notes Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

→ ମୁକୁନ୍ଦ ହରିଚନ୍ଦନ :

  • ଚକ୍ରପ୍ରତାପଙ୍କ ପରେ ମୁକୁନ୍ଦ ହରିଚନ୍ଦନ ୧୫୬୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ସିଂହାସନ ଆରୋହଣ କରି ମୁକୁନ୍ଦଦେବ ନାମରେ ଖ୍ୟାତ ହୋଇଥିଲେ ।
  • ଓଡ଼ିଶାର ଆଭ୍ୟନ୍ତରୀଣ ବିଶୃଙ୍ଖଳାର ସୁଯୋଗ ନେଇ ବଙ୍ଗର ସୁଲତାନ ଗିୟାସୁଦ୍ଦିନ୍ ଜଲାଲ ଶାହ ୧୫୬୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆକ୍ରମଣ କରି ଯାଜପୁର ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ । ମୁକୁନ୍ଦଦେବ ଗିୟାସୁଦ୍ଦିନଙ୍କୁ ପରାସ୍ତ କରି ତାଙ୍କ ସାମ୍ରାଜ୍ୟକୁ ଗଙ୍ଗାନଦୀ ପର୍ଯ୍ୟନ୍ତ ବିସ୍ତାର କରିଥିଲେ । ସେହି ବିଜୟର ସ୍ମାରକୀ ସ୍ଵରୂପ ଗଙ୍ଗାନଦୀ କୂଳରେ ତ୍ରିବେଣୀଘାଟ ନିର୍ମାଣ କରିଥିଲେ।
  • ୧୫୬୮ ଖ୍ରୀଷ୍ଟାବ୍ଦରେ ବଙ୍ଗର ଆଫଗାନ ସୁଲତାନ ସୁଲେମାନ କରାଣୀ ଓଡ଼ିଶା ଆକ୍ରମଣ କରିଥିଲେ । ସେହି ଯୁଦ୍ଧରେ ମୁକୁନ୍ଦଦେବ ପରାଜିତ ହୋଇଥିଲେ ।
  • ଏହି ଦୁଃସମୟରେ ସାରଙ୍ଗଗଡ଼ର ସାମନ୍ତ ରାଜା ରାମଚନ୍ଦ୍ର ଭଞ୍ଜ ମୁକୁନ୍ଦଦେବଙ୍କ ବିରୁଦ୍ଧରେ ବିଦ୍ରୋହ କରି ନିଜକୁ ଗଜପତି ରୂପେ ଘୋଷଣା କଲେ । ତାଙ୍କୁ ଉପଯୁକ୍ତ ଶିକ୍ଷାଦେବା ପାଇଁ ମୁକୁନ୍ଦଦେବ ଗଙ୍ଗାନଦୀ କୂଳରୁ ଫେରୁଥିବା ବାଟରେ ଯାଜପୁର ନିକଟବର୍ତ୍ତୀ ଗୋହିରୀଟିକିରାଠାରେ ୧୫୬୮ ଖ୍ରୀଷ୍ଟାବ୍ଦରେ ତାଙ୍କର ରାମଚନ୍ଦ୍ର ଭଞ୍ଜଙ୍କ ସହିତ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ଓଡ଼ିଶାର ଶେଷ ସ୍ଵାଧୀନ ରାଜା ମୁକୁନ୍ଦଦେବ ନିହତ ହେଲେ ଓ ତାଙ୍କ ମତ୍ୟ ପରେ ଓଡ଼ିଶାର ସ୍ଵାଧୀନତା ଲୋପ ପାଇଲା ।

BSE Odisha 7th Class History Notes Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

ଖ୍ରୀଷ୍ଟାବ୍ଦ ଓ ସମ୍ପର୍କ  ଶାଲା

ଖ୍ରୀଷ୍ଟାବ୍ଦ ଘଗଶା
୧୪୩୫
୧୪୬୭
୧୪୯୭
୧୫୩୮
୧୫୬୦
୧୫୬୮
କପିଳେନ୍ଦ୍ରଦେବଙ୍କ ସିଂହାସନ ଆରୋହଣ। କପିଳାବ୍ଦ ପ୍ରଚଳନ
କପିଳେନ୍ଦ୍ରଦେବଙ୍କ ମୃତ୍ୟୁ। ପୁରୁଷୋତ୍ତମଦେବଙ୍କ ସିଂହାସନ ଆରୋହଣ
ପୁରୁଷୋତ୍ତମଦେବଙ୍କ ମୃତ୍ୟୁ।  ପ୍ରତାପରୁଦ୍ରଦେବଙ୍କ ସିଂହାସନ ଆରୋହଣ
ପୁରୁଷୋତ୍ତମଦେବଙ୍କ ମୃତ୍ୟୁ
ମୁକୁନ୍ଦଦେବଙ୍କ ସିଂହାସନ ଆରୋହଣ। ବଙ୍ଗ ସୁଲତାନ ଗିୟାସୁଦ୍ଦିନ୍ ଜଲାଲ ଖାଁଙ୍କ ଓଡ଼ିଶା ଆକ୍ରମଣ
ସୁଲେମାନ କର୍‌ରାଣୀଙ୍କ ଓଡ଼ିଶା ଆକ୍ରମଣ ଓ ମୁକୁନ୍ଦଦେବଙ୍କ ମୃତ୍ୟୁ

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.3

Odisha State Board BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.3 Textbook Exercise Questions and Answers.

BSE Odisha Class 7 Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.3

Question 1.
5% ବାର୍ଷିକ ସୁଧହାରରେ 2 ବର୍ଷ ପାଇଁ 5,500 ଟଙ୍କା ଜମା ରଖୁଲେ, ସରଳ ସୁଧ ବାବଦକୁ କେତେ ମିଳିବ ?
ସମାଧାନ:
ଏଠାରେ ମୂଳଧନ (P) = 5500 ଟଙ୍କା, ସମୟ (t) = 2 ବର୍ଷ ଓ ସୁଧର ହାର (r) = 5%
ସୁଧ (I) = \(\frac{Ptr}{100}\) = \(\frac{5500×2×5}{100}\) ଟ. = 550 ଟଙ୍କା
∴ ସରଳ ସୁଧ ବାବଦକୁ 550 ଟଙ୍କା ମିଳିବ ।

Question 2.
ବାର୍ଷିକ ଶତକଡ଼ା 12 ହାରରେ 2 ବର୍ଷର ସରଳ ସୁଧ 1512 ଟଙ୍କା ହେଲେ ମୂଳଧନ କେତେ ?
ସମାଧାନ:
ଏଠାରେ ସୁଧର ହାର (r) = 12%, ସମୟ (t) = 2 ବର୍ଷ ଓ ସୁଧ (I) = 1512 ଟଙ୍କା
ମନେକର ମୂଳଧନ P ଟଙ୍କା 
I = \(\frac{Ptr}{100}\)
⇒ P = \(\frac{100I}{rt}\) = \(\frac{100×1512}{12×2}\) ଟ. = 6300 ଟଙ୍କା
∴ ନିଶ୍ଚେୟ ମୂଳଧନ 6300 ଟଙ୍କା ।

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.3

Question 3.
କୌଣସି ମୂଳଧନ ଉପରେ ବାର୍ଷିକ 5% ହାରରେ 8 ବର୍ଷର ସୁଧ 4200 ଟଙ୍କା ହେଲେ, ସେହି ମୂଳଧନର ଉପରେ ବାର୍ଷିକ 10% ହାରରେ 3 ବର୍ଷର ସୁଧ କେତେ ହେବ ?
ସମାଧାନ:
ଏଠାରେ ସୁଧର ହାର (r) = 5%, ସମୟ (t) = 8 ବର୍ଷ ଓ ସରଳ ସୁଧ (I) = 4200 ଟଙ୍କା । 
ମନେକର ମୂଳଧନ P ଟଙ୍କା ।
ସୁଧ (I) = \(\frac{Ptr}{100}\)
⇒ P = \(\frac{100I}{rt}\) = \(\frac{100×4200}{5×8}\) ଟ. = 10500 ଟଙ୍କା
ପୁନଶ୍ଚ ମୂଳଧନ (P) = 10,500 ଟଙ୍କା, ସମୟ (t) = 3 ବର୍ଷ ଓ ସୁଧର ହାର (r) = 10%
ସୁଧ (I) = \(\frac{Ptr}{100}\) = \(\frac{10500×3×10}{100}\) ଟ. = 3150 ଟଙ୍କା
∴ ନିଶ୍ଚେୟସୁଧର ପରିମାଣ 3150 ଟଙ୍କା ।

Question 4.
ହୀରାଲାଲ୍ ଜଣେ ସାହୁକାର ଠାରୁ 40000 ଟଙ୍କା କରଜ ଆଣିଥିଲେ । ଯଦି 3 ବର୍ଷ ପରେ ତାଙ୍କୁ ମୋଟ 49600 ଟଙ୍କା ପଇଠ କରି ଋଣମୁକ୍ତ ହେବାକୁ ହୋଇଥାଏ, ତେବେ ସେ କେତେ ସୁଧହାରରେ କରଜ କରିଥିଲେ ?
ସମାଧାନ:
ସମୂଳ ସୁଧ (A) = 49600 ଟଙ୍କା, ମୂଳଧନ (P) = 40000 ଟଙ୍କା
ସରଳ ସୁଧ (I) = A – P = 49600 ଟଙ୍କା – 40000 ଟଙ୍କା = 9600 ଟଙ୍କା
ଏଠାରେ I = 9600 ଟଙ୍କା, P = 40000 ଟଙ୍କା, t = 3 ବର୍ଷ
ମନେକର ସୁଧର ହାର ଛ% ।
I = \(\frac{Ptr}{100}\)
⇒ r = \(\frac{100I}{Pt}\) = \(\frac{100×9600}{40000×3}\) = 8
ହୀରାଲାଲ୍ 8% ସୁଧ ହାରରେ କରଜ କରିଥିଲେ ।

Question 5.
ନୀଳିମା ବ୍ୟାଙ୍କରୁ 6% ସୁଧହାରରେ 3 ବର୍ଷ ପାଇଁ 1400 ଟଙ୍କା କରଜ ଆଣିଲା । ଠିକ୍ ସେତିକିବେଳେ ନୀଳିମାର ସାଙ୍ଗ ଫତିମାର ଆବଶ୍ୟକତା ପଢ଼ିବାରୁ ସେ ନୀଳିମା ଠାରୁ 1400 ଟଙ୍କା କରଜ ନେଲା ଏବଂ 8% ହାରରେ 3 ବର୍ଷ ପରେ ସୁଧ ଦେଇ ନୀଳିମାକୁ ଟଙ୍କା ଫେରସ୍ତ ନେଲା । ନୀଳିମା ଯଦି ସାଙ୍ଗେ ସାଙ୍ଗେ ତା’ର କରଜ ସୁଝି ଦିଏ, ତେବେ ନୀଳିମା କେତେ ଲାଭ ପାଇବ ?
ସମାଧାନ:
ନୀଳିମାର ମୂଳଧନ (P) = 1400 ଟଙ୍କା, ସମୟ (t) = 3 ବର୍ଷ, ସୁଧର ହାର (r) = 6%
ସରଳ ସୁଧ (I) = \(\frac{Ptr}{100}\) = \(\frac{1400×6×3}{100}\) ଟ. = 252 ଟଙ୍କା
ନୀଳିମାର ସମୂଳ ସୁଧ = P + I = 1400 ଟଙ୍କା + 252 ଟଙ୍କା = 1652 ଟଙ୍କା 
ଫତିମାର ମୂଳଧନ (P) = 1400 ଟଙ୍କା, ସମୟ (t) = 3 ବର୍ଷ, ସୁଧର ହାର (r) = 8%
ସରଳ ସୁଧ (I) = \(\frac{Ptr}{100}\) = \(\frac{1400×3×8}{100}\) ଟ. = 336 ଟଙ୍କା
ଫତିମାର ସମୂଳ ସୁଧ = P + I = 1400 ଟଙ୍କା + 336 ଟଙ୍କା = 1736 ଟଙ୍କା
∴ ନୀଳିମା ଲାଭ ପାଇବ = 1736 ଟଙ୍କା – 1652 ଟଙ୍କା = 84 ଟଙ୍କା ।

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.3

Question 6.
ଜଣେ ବ୍ୟକ୍ତି 8% ସରଳ ସୁଧ ହାରରେ 3 ବର୍ଷ ପାଇଁ 20500 ଟଙ୍କା ଜମାରଖୁଲେ । ମାତ୍ର ଗୋଟିଏ ବର୍ଷ ପରେ ସୁଧହାର 9% କୁ ବଢ଼ିଗଲା । ତେବେ ଜମା ରଖୁବାର 3 ବର୍ଷ ପରେ ସେ କେତେ ସମୂଳ ସୁଧ ଫେରି ପାଇବେ ?
ସମାଧାନ:
ପ୍ରଥମ ବର୍ଷ ପାଇଁ ମୂଳଧନ (P) = 20500 ଟଙ୍କା, ସୁଧ ହାର (1) = 8%, ସମୟ (t) = 1 ବର୍ଷ
ସରଳ ସୁଧ (I) = \(\frac{Ptr}{100}\) = \(\frac{20500×1×8}{100}\) ଟ. = 1640 ଟଙ୍କା
ପରବର୍ତ୍ତୀ 2 ବର୍ଷପାଇଁ P = 20500 ଟଙ୍କା, r = 9%, t = 2 ବର୍ଷ
I = \(\frac{Ptr}{100}\) = \(\frac{20500×2×9}{100}\) ଟ. = 3690 ଟଙ୍କା
ମୋଟ ସୁଧ ପାଇବ = (1640 + 3690) ଟଙ୍କା = 5330 ଟଙ୍କା
ମୂଳଧନ = 20500 ଟଙ୍କା ଓ ସୁଧ = 5330 ଟଙ୍କା 
ସମୂଳ ସୁଧ = ମୂଳଧନ + ସୁଧ = 20500 ଟ. + 5330 ଟ. = 25830 ଟଙ୍କା 
∴ ସେ 25830 ଟଙ୍କା ସମୂଳ ସୁଧ ଫେରିପାଇବେ ।

BSE Odisha 6th Class Geography Solutions Chapter 4 ପୃଥିବୀର ଗତି

Odisha State Board BSE Odisha 6th Class Geography Solutions Chapter 4 ପୃଥିବୀର ଗତି Textbook Exercise Questions and Answers.

BSE Odisha Class 6 Geography Solutions Chapter 4 ପୃଥିବୀର ଗତି

୧। ନିମ୍ନଲିଖତ ବାକ୍ୟଗୁଡ଼ିକରେ ଥ‌ିବା ଶୂନ୍ୟସ୍ଥାନ ପୂରଣ କର।

(କ) ବିଷୁବ ବୃତ୍ତଠାରେ ପୃଥ‌ିବୀର ଆବର୍ତ୍ତନର ବେଗ ଘଣ୍ଟା ପ୍ରତି ______ କିଲୋମିଟର।
Answer:
୧୭୭୦

(ଖ) ପୃଥ‌ିବୀର ଦୁଇମେରୁଠାରେ ଆବର୍ତ୍ତନର ବେଗ ଘଣ୍ଟାକୁ ____________ କି,ମି.।
Answer:
ଶୂନ

BSE Odisha 6th Class Geography Solutions Chapter 4 ପୃଥିବୀର ଗତି

(ଗ) ପୃଥ‌ିବୀର ଅକ୍ଷ ତା’ର କକ୍ଷ ତଳ ସହିତ ___________ ଡିଗ୍ରୀ କୋଣ କରି ଆନତ ଥାଏ।
Answer:
୬୬ ୧/୨

(ଘ) ସାଧାରଣତଃ ଦୁଇଟି ଅଧ୍ବବର୍ଷ ମଧ୍ୟରେ ବ୍ୟବଧାନ _______ ବର୍ଷ ଅଟେ।
Answer:
୪ ବର୍ଷ

୨। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଲେଖ।

(କ) ପୃଥ‌ିବୀର କେତେ ପ୍ରକାର ଗତି ଅଛି ଓ ସେଗୁଡ଼ିକ କ’ଣ କ’ଣ?
Answer:
ପୃଥ‌ିବୀର ଦୁଇ ପ୍ରକାର ଗତି ଅଛି । ସେଗୁଡ଼ିକ ହେଉଛି– ଆବର୍ତ୍ତନ ବା ଦୈନିକ ଗତି ଓ ପରିକ୍ରମଣ ବା ବାର୍ଷିକ ଗତି।

(ଖ) ପୃଥ‌ିବୀର ଆବର୍ତ୍ତନର ବେଗ ଭୂପୃଷ୍ଠର କେଉଁଠାରେ ସର୍ବାଧ‌ିକ ଓ କାହିଁକି ?
Answer:
ପୃଥ‌ିବୀର ଆବର୍ତ୍ତନର ବେଗ ବିଷୁବବୃତ୍ତଠାରେ ସର୍ବାଧିକ, କାରଣ ବିଷୁବ ବୃତ୍ତର ପରିସ୍ ସବୁଠାରୁ ଅଧିକ । ତେଣୁ ଏହା ସେଠାରେ ସର୍ବାଧ‌ିକ ବେଗରେ ଆବର୍ତ୍ତନ କରିଥାଏ।

BSE Odisha 6th Class Geography Solutions Chapter 4 ପୃଥିବୀର ଗତି

(ଗ) ପୃଥ‌ିବୀର ଆବର୍ତ୍ତନର ବେଗ ଖୁବ୍ ଅର୍ଧ ହୋଇଥିଲେ ମଧ୍ୟ ଆମେ କାହିଁକି ତାହା ଅନୁଭବ କରିପାରୁନାହିଁ ?
Answer:
ପୃଥ‌ିବୀ ଅଧ୍ବକ ବେଗରେ ଗତି କରୁଥିଲେ ମଧ୍ୟ ତାହା ଆମକୁ ଜଣାପଡ଼େ ନାହିଁ । କାରଣ, ପୃଥ‌ିବୀର ଆକାର ବହୁତ ବଡ଼ । ତା’ର ଆୟତନ ତୁଳନାରେ ଆମର ସ୍ଥିତି ଏକ ଗ୍ଲୋବ୍‌ରେ ସାମାନ୍ୟ ବିନ୍ଦୁ ସଦୃଶ। ତେଣୁ ଆମେ ପୃଥ‌ିବୀର ଆବର୍ତ୍ତନର ବେଗ ଖୁବ୍ ଅଧିକ ହୋଇଥିଲେ ମଧ୍ୟ ତାହା ଅନୁଭବ କରିପାରୁନାହୁଁ ।

(ଘ) ପୃଥ‌ବୀର ଆବର୍ତ୍ତନର ବେଗ କେଉଁଠାରେ ସର୍ବନିମ୍ନ ଓ କାହିଁକି ?
Answer:
ମେରୁଠାରେ ପୃଥ‌ିବୀର ଆବର୍ତ୍ତନର ବେଗ ସର୍ବନିମ୍ନ ହୋଇଥାଏ। କାରଣ ଆବର୍ତ୍ତନ ସମୟରେ ଏହାର ମେରୁ ଦୁଇଟି ସ୍ଥିର ରହିଥାଏ।

(ଙ) ପୃଥ‌ିବୀର ପରିକ୍ରମଣକୁ କାହିଁକି ତା’ର ବାର୍ଷିକ ଗତି ବୋଲି କୁହାଯାଏ ?
Answer:
ପୃଥ‌ିବୀର ପରିକ୍ରମଣ ଗତି ଫଳରେ ବର୍ଷ ସଂଘଟିତ ହେଉଥ‌ିବାରୁ ଏହା ପୃଥ‌ିବୀର ବାର୍ଷିକ ଗତି ବୋଲି ମଧ୍ୟ କୁହାଯାଏ।

BSE Odisha 6th Class Geography Solutions Chapter 4 ପୃଥିବୀର ଗତି

୩। ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର୍ ଉତ୍ତର ଲେଖ ।
(କ) ପୃଥ‌ିବୀର ଉତ୍ତର ଗୋଲାର୍ଦ୍ଧ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ବର୍ଷର କେଉଁ କେଉଁ ସମୟରେ କିପରି ସଂଘଟିତ ହୁଏ ଚିତ୍ର ସହ ବୁଝାଇ ଲେଖ।
BSE Odisha 6th Class Geography Solutions Chapter 4 ପୃଥିବୀର ଗତି

ପୃଥ‌ିବୀର ପରିକ୍ରମଣ ଗତ୍ର ପରିବୀର୍ତ୍ତନ
(୧) ଜୁନ୍ ମାସ ୨୧ ତାରିଖ ବେଳକୁ ପୃଥ‌ିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଆନତ ହୋଇ ରହିଥାଏ। ଏହି ଦିନ କର୍କଟ କ୍ରାନ୍ତି ଉପରେ ସୂର୍ଯ୍ୟକିରଣ ଲମ୍ବଭାବରେ ପଡ଼ିଥାଏ। ଏହି ଦିବସକୁ ଗ୍ରୀଷ୍ମ ଅୟନାନ୍ତ ଦିବସ କୁହାଯାଏ। ସେତେବେଳେ ଉତ୍ତର ଗୋଲାର୍ଦ୍ଧରେ ତାପମାତ୍ରା ଅଧିକ ହୋଇଥାଏ। ତେଣୁ ସେଠାରେ ଗ୍ରୀଷ୍ମଋତୁ ହୋଇଥାଏ।
(୨) ଠିକ୍ ସେହିପରି ଡିସେମ୍ବର ୨୨ ତାରିଖ ବେଳକୁ ପୃଥ‌ିବୀର ଦକ୍ଷିଣ ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଆନତ ହୋଇ ରହିଥାଏ ଏବଂ ମକରକ୍ରାନ୍ତି ଉପରେ ସୂର୍ଯ୍ୟକିରଣ ଲମ୍ବଭାବରେ ପଡ଼ିଥାଏ। ତେଣୁ ସେଠାରେ ତାପମାତ୍ର ଅଧୂକ ହୁଏ ଏବଂ ଗ୍ରୀଷ୍ମଋତୁ ହୋଇଥାଏ।

BSE Odisha 6th Class Geography Solutions Chapter 4 ପୃଥିବୀର ଗତି

(ଖ) ପୃଥ‌ିବୀରେ ଦିନରାତି କିପରି ସଂଘଟିତ ହୁଏ ଚିତ୍ର ସହ ବୁଝାଇ ଲେଖ।
Answer:
(୧) ଆବର୍ତ୍ତନ ଫଳରେ ପୃଥ‌ିବୀର ପୃଷ୍ଠଭାଗରେ ଥ‌ିବା ପ୍ରତ୍ୟେକ ସ୍ଥାନ ଦିନର ୨୪ ଘଣ୍ଟାରୁ ପ୍ରାୟ ୧୨ ଘଣ୍ଟା ପାଇଁ ଆଲୋକିତ ଅକ୍ଷାଂଶରେ ଓ ଅବଶିଷ୍ଟ ୧୨ ଘଣ୍ଟା ପାଇଁ ଅନ୍ଧକାର ଅକ୍ଷାଂଶରେ ରହେ। ଏହି ଦୁଇ ଅକ୍ଷାଂଶର ସନ୍ଧିସ୍ଥଳରେ ସୃଷ୍ଟି ହେଉଥ‌ିବା ବୃତ୍ତାକାର ଆଲୋକ ବଳୟକୁ ଆଲୋକ ବୃତ୍ତ କୁହାଯାଏ।
BSE Odisha 6th Class Geography Solutions Chapter 4 ପୃଥିବୀର ଗତି Q .1
(୨) ଆବର୍ତ୍ତନ ସମୟରେ ପୃଥ‌ିବୀର ପ୍ରତ୍ୟେକ ଦ୍ରାଘିମା ଓ ତାହା ଉପରିସ୍ଥ ପ୍ରତ୍ୟେକ ସ୍ଥାନ ପ୍ରତିଦିନ ଦୁଇଥର ପାଇଁ ଆଲୋକ ବୃତ୍ତକୁ ଅତିକ୍ରମ କରିଥାଏ।
(୩) ଯେତେବେଳେ ସଂପୃକ୍ତ ଦ୍ରାଘିମା ରେଖାଟି ପୃଥ‌ିବୀର ଅନ୍ଧକାର ଅକ୍ଷାଂଶ ପରିତ୍ୟାଗ କରି ଆଲୋକିତ ଅକ୍ଷାଂଶରେ ପ୍ରବେଶ କରେ ସେତେବେଳେ ସେହି ଦ୍ରାଘିମା ରେଖା ଉପରେ ଅବସ୍ଥିତ ସମସ୍ତ ସ୍ଥାନରେ ସୂର୍ଯ୍ୟୋଦୟ ହୋଇଥାଏ। ଏହା ପୂର୍ବଦିଗରେ ଘଟିଥାଏ।
(୪) ତା’ପରେ ସଂପୃକ୍ତ ଦ୍ରାଘିମାଟି ଆବର୍ତ୍ତନ କ୍ରମରେ ପୂର୍ବ ଦିଗକୁ ଅଧିକରୁ ଅଧ୍ଵ ଅଗ୍ରଗତି କରିବା ହେତୁ ସେହି ଦ୍ରାଘିମା ଉପରିସ୍ଥ ସବୁ ସ୍ଥାନରେ ଦିନ କ୍ରମଶଃ ବଢ଼ି ବଢ଼ି ଚାଲେ । ମଧ୍ୟାହ୍ନ ହେଲେ ଦ୍ରାଘିମାଟି ସିଧାସଳଖ ସୂର୍ଯ୍ୟର ସମ୍ମୁଖୀନ ହୋଇଥାଏ।
(୫) ସୂର୍ଯ୍ୟୋଦୟଠାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସମୟକୁ ପୂର୍ବାହ୍ନ କୁହାଯାଏ। ମଧ୍ୟାହ୍ନ ପରଠାରୁ ପୃଥ‌ିବୀ କ୍ରମଶଃ ଅଧୂକ ପୂର୍ବ ଦିଗକୁ ଗତି କରିବା ଫଳରେ ସେହି ସ୍ଥାନ ଉପରେ ଅପରାହ୍ନ, ସନ୍ଧ୍ୟା, ମଧ୍ୟରାତ୍ରି ଏବଂ ପୁନଃ ସକାଳ ହୋଇଥାଏ। ଏହିପରି ପୃଥ‌ିବୀରେ ଦିନରାତି ସଂଘଟିତ ହୁଏ।

BSE Odisha 6th Class Geography Solutions Chapter 4 ପୃଥିବୀର ଗତି

(ଗ) ପୃଥ‌ିବୀର ଅକ୍ଷଦଣ୍ଡ ତା’ର କକ୍ଷତଳ ସହିତ ଲମ୍ବଭାବରେ ଥିଲେ ଭୂପୃଷ୍ଠରେ କ’ଣ ଘଟନ୍ତା ବୁଝାଇ ଲେଖ ।
Answer:
ପୃଥ‌ିବୀର ଅକ୍ଷଦଣ୍ଡ ତା’ର କକ୍ଷତଳ ସହିତ ଲମ୍ବଭାବରେ ଥିଲେ ଋତୁ ପରିବର୍ତ୍ତନ ସଙ୍ଗଠିତ ହୋଇପାରନ୍ତା ନାହିଁ ଏବଂ ଦିନ ଓ ରାତ୍ରିର ଅବସ୍‌ରେ ତାରତମ୍ୟ ରହନ୍ତା ନାହିଁ।

୪। ପାର୍ଥକ୍ୟ ଦର୍ଶାଅ :
(କ) ଆବର୍ତ୍ତନ ଓ ପରିକ୍ରମଣ
Answer:

ଆବର୍ତ୍ତନ ପରିକ୍ରମଣ
(୧) ପୃଥ‌ିବୀ ତା’ର ଅକ୍ଷ ଚତୁଃପାର୍ଶ୍ଵରେ ଘୂରିବାକୁ| ଆବର୍ତ୍ତନ କୁହାଯାଏ ।
(୨) ଏକ ପୂର୍ଣ୍ଣ ଆବର୍ତ୍ତନ କରିବାକୁ ପୃଥ‌ିବୀ ପ୍ରାୟ ୨୪ ଘଣ୍ଟା ସମୟ ନିଏ।
(୩) ପୃଥ‌ିବୀର ଆବର୍ତ୍ତନ ଗତି ଯୋଗୁ ଦିନ ଓ ରାତି ସଙ୍ଗଠିତ ହୁଏ।
(୧) ପୃଥ‌ିବୀ ଏକ ଉପବୃତ୍ତାକାର କକ୍ଷପଥରେ ସୂର୍ଯ୍ୟଙ୍କ ଚାରିପଟେ ପ୍ରଦକ୍ଷିଣ କରିବାକୁ ପରିକ୍ରମଣ କୁହାଯାଏ ।
(୨)  ଏକ ପୂର୍ଣ୍ଣ ପରିକ୍ରମଣ ପାଇଁ ପୃଥ‌ିବୀ ପ୍ରାୟ ୩୬୫ ୧/୪ ଦିନ ବା୧ ବର୍ଷ ସମୟ ନିଏ ।
(୩) ପୃଥ‌ିବୀର ପରିକ୍ରମଣ ଗତି ଯୋଗୁ ଋତୁ ପରିବର୍ତ୍ତନ ସଙ୍ଗଠିତ ହୁଏ ।

BSE Odisha 6th Class Geography Solutions Chapter 4 ପୃଥିବୀର ଗତି
(ଖ) ଗ୍ରୀଷ୍ମ ଅୟନାନ୍ତ ଦିବସ ଓ ଶୀତ ଅୟନାନ୍ତ ଦିବସ
Answer:

ଗ୍ରୀଷ୍ମ ଅୟନାନ୍ତ ଦିବସ ଶୀତ ଅୟନାନ୍ତ ଦିବସ
(୧) ଜୁନ୍ ମାସ ୨୧ ତାରିଖ ଦିନଟିକୁ ଗ୍ରୀଷ୍ମ ଅୟନାନ୍ତ ଦିବସ କୁହାଯାଏ।
(୨) ଏହିଦିନ ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଆନତ ହୋଇଥାଏ ଏବଂ କର୍କ ଟକ୍ରାନ୍ତି ଉପରେ ସୂର୍ଯ୍ୟକିରଣ ଲମ୍ବଭାବେ ପଡ଼ିଥାଏ।
(୩) ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଶୀତଋତୁ ହୋଇଥାଏ।
(୧) ଡିସେମ୍ବର ମାସ ୨୨ ତାରିଖ ଦିନଟିକୁ ଶୀତ ଅୟନାନ୍ତ ଦିବସ କୁହାଯାଏ।
(୨) ଏହି ଦିନ ଦକ୍ଷିଣ ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଆନତ ହୋଇଥାଏ ଏବଂ ମକର କ୍ରାନ୍ତି ଉପରେ ସୂର୍ଯ୍ୟକିରଣ ଲମ୍ବଭାବେ ପଡ଼ିଥାଏ।
(୩) ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ହୋଇଥାଏ।

BSE Odisha 6th Class Geography Solutions Chapter 4 ପୃଥିବୀର ଗତି
୫। ଯଦି ପୃଥ‌ିବୀ ନିଜ ମେରୁଦଣ୍ଡ ଚାରିପଟେ ଆବର୍ତ୍ତନ କରୁ ନଥା’ନ୍ତା ତେବେ ଆମେ କି କି ସୁବିଧା ଓ ଅସୁବିଧାର ସମ୍ମୁଖୀନ ହୁଅନ୍ତେ ?
Answer:
(୧) ପୃଥ‌ିବୀ ନିଜ ମେରୁଦଣ୍ଡ ଚାରିପଟେ ଆବର୍ତ୍ତନ କରୁନଥୁଲେ ଦିନ ଓ ରାତି ସଂଘଟିତ ହୁଅନ୍ତା। ନାହିଁ।
(୨) ପୃଥ‌ିବୀର ଗୋଟିଏ ପାର୍ଶ୍ଵରେ ସର୍ବଦା ଦିନ ଓ ଅପର ପାର୍ଶ୍ଵରେ ସର୍ବଦା ରାତି ହୋଇଥା’ନ୍ତା। ପୃଥ‌ିବୀର ଦିନ ହେଉଥ‌ିବା ପାର୍ଶ୍ବରେ ଅତିଶୟ ତାପମାତ୍ରା ଓ ରାତ୍ରି ହେଉଥିବା ଅତିଶୟ ଶୀତଳତା ଯୋଗୁଁ ଜୀବଜଗତ ବଞ୍ଚିବା ସମ୍ଭବ ହୁଅନ୍ତା ନାହିଁ।
(୩) ବାୟୁ ପ୍ରବାହରେ ବାଧା ସୃଷ୍ଟି ହୋଇଥା’ନ୍ତା।
(୪) ଜଳବାୟୁରେ ଗୁରୁତର ପରିବର୍ତ୍ତନ ସଂଘଟିତ ହୋଇଥା’ନ୍ତା।

BSE Odisha 6th Class Geography Notes Chapter 4 ପୃଥିବୀର ଗତି

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

BSE Odisha 6th Class Geography Notes Chapter 4 ପୃଥିବୀର ଗତି

  • ପୃଥ‌ିବୀକୁ ନିଜର ଅକ୍ଷ ଚତୁଃପାର୍ଶ୍ବରେ ଥରେ ଘୂରି ଆସିବାକୁ ପ୍ରାୟ ୨୪ ଘଣ୍ଟା (ବାସ୍ତବରେ ୨୩ ଘଣ୍ଟା ୫୬ ମିନିଟ୍ ୪ ସେକେଣ୍ଡ) ସମୟ ଲାଗେ । ଏହାକୁ ପୃଥ‌ିବୀର ଆବର୍ତ୍ତନ ବା ଦୈନିକ ଗତି କୁହାଯାଏ। ପୃଥ‌ିବୀ ନିଜର ଉପବୃତ୍ତାକାର କକ୍ଷପଥରେ ସୂର୍ଯ୍ୟଙ୍କୁ ଥରେ ପ୍ରଦକ୍ଷିଣ କରିବାକୁ ଏକ ବର୍ଷ (୩୬୫୧/୪ଦିନ) ଲାଗେ । ଏହାକୁ ପୃଥ‌ିବୀର ପରିକ୍ରମଣ ବା ବାର୍ଷିକ ଗତି କୁହାଯାଏ।
  • ପୃଥ‌ିବୀର ବେଗ ବିଷୁବ ବୃତ୍ତଠାରେ ସର୍ବାଧ‌ିକ । ପ୍ରତି ଏକ ଘଣ୍ଟାରେ ଏହି ବେଗ ପ୍ରାୟ ୧୭୭୦ କି.ମି. ହୋଇଥାଏ।
  • ପୃଥ‌ିବୀର ଆବର୍ତ୍ତନ ଫଳରେ ତାହାର ପୃଷ୍ଠଭାଗରେ ଥିବା ପ୍ରତ୍ୟେକ ସ୍ଥାନ ଦିନର ୨୪ ଘଣ୍ଟା ମଧ୍ୟରୁ ପ୍ରାୟ ୧୨ଘଣ୍ଟା ପାଇଁ ଆଲୋକିତ ଅବାଂଶରେ ଏବଂ ଅବଶିଷ୍ଟ ୧୨ ଘଣ୍ଟା ପାଇଁ ଅନ୍ଧକାର ଅକ୍ଷାଂଶରେ ରହିଥାଏ । ଫଳରେ ଦିନ ଓ ରାତି ହୋଇଥାଏ।
  • ସୂର୍ଯ୍ୟକୁ ସମ୍ପୂର୍ଣ୍ଣଭାବେ ଥରେ ପ୍ରଦକ୍ଷିଣ କରି ଆସିବାକୁ ପୃଥିବୀକୁ ପ୍ରାୟ ୩୬୫୧/୪ ଦିନ ବା ଏକ ବର୍ଷ ସମୟ ଲାଗେ। ଏହି ବଳକା ୬ ଘଣ୍ଟା ସମୟ ପ୍ରତି ୪ ବର୍ଷରେ ୨୪ ଘଣ୍ଟା ବା ୧ ଦିନ ହୁଏ । ଏହାକୁ ସେହି ବର୍ଷର ୨୯ ଦିନ ଫେବୃଆରୀ ମାସରେ ଯୋଗ କରାଯାଏ। ଫଳରେ ଏହାର ଦିନ ସଂଖ୍ୟା ୨୯ହୋଇଥାଏ। ସେହି ବର୍ଷକୁ ଅଧୂବର୍ଷ କୁହାଯାଏ।
  • ପୃଥ‌ିବୀ ସୂର୍ଯ୍ୟ ଚତୁଃପାର୍ଶ୍ବରେ ପରିକ୍ରମଣ କରୁଥିବା ସମୟରେ ତା’ର ଅକ୍ଷଦଣ୍ଡ କକ୍ଷତଳ ସହିତ ସମକୋଣରେ ନରହି ଲମ୍ବଠାରେ ୨୩ ୧/୨ ଡିଗ୍ରୀ କୋଣ ସୃଷ୍ଟି କରି ଘୂର୍ଶନ କରୁଥାଏ। ଅର୍ଥାତ୍‌ ପରିକ୍ରମଣ କରୁଥିବା ସମୟରେ ପୃଥ‌ିବୀର ଅକ୍ଷ ତା’ର କକ୍ଷ ତଳ ସହିତ ଲମ୍ବଭାବରେ ନଥାଇ ୬୬ ୧/୨ ଡିଗ୍ରୀ ଆନତ ଥାଏ। ପୃଥ‌ିବୀର ଉତ୍ତର ମେରୁ ସଦାବେଳେ ଉତ୍ତରଦିଗସ୍ଥ ଧ୍ରୁବ ନକ୍ଷତ୍ର ଆଡ଼କୁ ଥାଏ।
  • ଗୋଟିଏ ବର୍ଷ ମଧ୍ୟରେ ଛଅଟି ଋତୁ ଯଥାକ୍ରମେ ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଓ ବସନ୍ତ ସଂଘଟିତ ହୋଇଥାଏ ବୋଲି ଆମେ ଜାଣୁ। ମାତ୍ର ପୃଥ‌ିବୀର ପରିକ୍ରମଣ ଯୋଗୁଁ ମୁଖ୍ୟତଃ ଚାରୋଟି ଋତୁ; ଯଥା— ଗ୍ରୀଷ୍ମ, ଶରତ, ଶୀତ ଓ ବସନ୍ତ ସଂଘଟିତ ହୋଇଥାଏ।
  • ପୃଥ‌ିବୀର କକ୍ଷପଥ ସମ୍ପୂର୍ଣ୍ଣ ବୃତ୍ତାକାର ନହୋଇ ଉପବୃତ୍ତାକାର ହୋଇଥାଏ। ତେଣୁ ଉତ୍ତର ମେରୁ ସୂର୍ଯ୍ୟଙ୍କ ଆଡ଼କୁ ଆନତ ଥିବା ସମୟରେ ଦକ୍ଷିଣ ମେରୁ ସୂର୍ଯ୍ୟଠାରୁ ଦୂରେଇ ରହେ। ତେଣୁ ମୁଖ୍ୟତଃ କକ୍ଷପଥରେ ପୃଥିବୀର ଆନତ ଅବସ୍ଥିତ ଏବଂ ଉପବୃତ୍ତାକାର କକ୍ଷପଥ ହେତୁ ପୃଥ‌ିବୀ ପୃଷ୍ଠରେ ଋତୁ ପରିବର୍ତ୍ତନ ସଂଘଟିତ ହୋଇଥାଏ।
  • ଜୁନ୍ ୨୧ ତାରିଖ ବେଳକୁ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଆଡ଼କୁ ଆନତ ରହିଥାଏ ଓ କର୍କଟକ୍ରାନ୍ତି ଉପରେ ସୂର୍ଯ୍ୟକିରଣ ଲମ୍ବଭାବେ ପଡ଼େ। ଏହାକୁ ଗ୍ରୀଷ୍ମ ଅୟନାନ୍ତ ଦିବସ କୁହାଯାଏ। ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଋତୁ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଶୀତଋତୁ ହୋଇଥାଏ।
  • ଡିସେମ୍ବର ୨୨ ତାରିଖ ବେଳକୁ ଦକ୍ଷିଣ ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡ଼କୁ ଢଳି ରହିଥାଏ ଓ ସୂର୍ଯ୍ୟଙ୍କ ଲମ୍ବ କିରଣ ମକରକ୍ରାନ୍ତି ଉପରେ ପଡ଼ିଥାଏ। ତେଣୁ ସେଠାକାର ତାପମାତ୍ରା ଅଧିକ ହୋଇଥାଏ। ସେଠାରେ ଗ୍ରୀଷ୍ମଋତୁ ହୋଇଥାଏ। ତେଣୁ ଉତ୍ତର ଗୋଲାର୍ଦ୍ଧରେ ଏହାର ବିପରୀତ ଅବସ୍ଥା ଅର୍ଥାତ୍ ଶୀତଋତୁ ହୋଇଥାଏ। ଏହି ଦିବସଟି ଶୀତ ଅୟନାନ୍ତ ଦିବସ ରୂପେ ପରିଚିତ।
  • ମାର୍ଚ୍ଚ ୨୧ ତାରିଖ ଓ ସେପ୍ଟେମ୍ବର ୨୩ ତାରିଖ ଦିନ ବିଷୁବ ବୃତ୍ତ ଉପରେ ସୂର୍ଯ୍ୟକିରଣ ଲମ୍ବଭାବେ ପଡ଼େ ଓ ଉଭୟ ଗୋଲାର୍ଦ୍ଧ ସୂର୍ଯ୍ୟଠାରୁ ସମାନ ଦୂରରେ ଥାଏ। ତେଣୁ ଏହି ଉଭୟ ତାରିଖରେ ଦିନ ଓ ରାତି ସମାନ ହେଉଥ‌ିବାରୁ ଏହାକୁ ସମଦିବାରାତ୍ର ଦିବସ କୁହାଯାଏ।
  • ମାର୍ଚ୍ଚ ୨୧ ତାରିଖଠାରୁ ଉତ୍ତର ଗୋଲାର୍ଦ୍ଧା ସୂର୍ଯ୍ୟଙ୍କ ଆଡ଼କୁ ଅଧିକ ଆନତ ହୁଏ ଏବଂ ଏହି ଆନତ ଅବସ୍ଥା ଜୁନ୍ ୨୧ ତାରିଖକୁ ସର୍ବାଧ୍ଵକ ହୁଏ। ଏହାକୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି କୁହାଯାଏ। ସେହିପରି ସେପ୍ଟେମ୍ବର ୨୩ ତାରିଖରୁ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଦକ୍ଷିଣ ଦିଗକୁ ପ୍ରତୀୟମାନ ଗତିକୁ ଦକ୍ଷିଣାୟନ ଗତି କୁହାଯାଏ।

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.2

Odisha State Board BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.2 Textbook Exercise Questions and Answers.

BSE Odisha Class 7 Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.2

Question 1.
ଜଣେ ବ୍ୟକ୍ତି 1200 ଟଙ୍କାରେ 40 ଟି ଖେଳଣା କାର୍ କିଣି 16% ଲାଭରେ ବିକିଲେ, ପ୍ରତ୍ୟେକ ଖେଳଣା କାର୍‌କୁ ସେ କେତେ ଦାମରେ ବିକିଲେ ?
ସମାଧାନ:
40 ଟି ଖେଳଣା କାରର କ୍ରୟମୂଲ୍ୟ = 1200 ଟଙ୍କା
ଲାଉ = କିଣାମୂଲ୍ୟର 16% = 1200 × \(\frac{16}{100}\) ଟ. = 192 ଟଙ୍କା
ବିକ୍ରୟମୂଲ୍ୟ = କିଣାମୂଲ୍ୟ + ଲାଭ = 1200 ଟ + 192 ଟ = 1392 ଟଙ୍କା
40 ଟି ଖେଳଣା କାରର ବିକ୍ରୟମୂଲ୍ୟ 1392 ଟଙ୍କା ।
1 ଟି ଖେଳଣା କାରର ବିକ୍ରୟ ମୂଲ୍ୟ ଟ. \(\frac{1392}{40}\) = ଟ. 34.80 ପଇସା 
ପ୍ରତ୍ୟେକ ଖେଳଣା କାରକୁ ସେ ଟ. 34.80 ରେ ବିକିଲେ ।

Question 2.
ଗୋଟିଏ ବଳଦକୁ 900 ଟଙ୍କାରେ ବିକିବାରୁ ସୁଧାକର ବାବୁଙ୍କର 10% କ୍ଷତି ହେଲା । ତେବେ ସେ କେତେ ଟଙ୍କାରେ ବଳଦଟିକୁ କିଣିଥିଲେ ? କେତେ ଟଙ୍କାରେ ବିକିଥିଲେ ତାଙ୍କର 10% ଲାଭ ହୋଇଥା’ନ୍ତା ?
ସମାଧାନ:
ମନେକର ବଳଦର କ୍ରୟମୂଲ୍ୟ = 100 ଟଙ୍କା ଓ କ୍ଷତି = 10% ।
ଅର୍ଥାତ୍‌ 90 ଟଙ୍କା ବିକ୍ରୟ ମୂଲ୍ୟ ବେଳେ କ୍ରୟମୂଲ୍ୟ 100 ଟଙ୍କା ।
1 ଟଙ୍କା ବିକ୍ରୟ ମୂଲ୍ୟ ବେଳେ କ୍ରୟ ମୂଲ୍ୟ \(\frac{100}{90}\) ଟଙ୍କା ।
900 ଟଙ୍କା ବିକ୍ରୟ ମୂଲ୍ୟ ବେଳେ କ୍ରୟ ମୂଲ୍ୟ = \(\frac{100}{90}\) × 900 = 1000 ଟଙ୍କା

∴ ବଳଦର କ୍ରୟମୂଲ୍ୟ 1000 ଟଙ୍କା ।
ଲାଭ = କ୍ରୟମୂଲ୍ୟର 10% = 1000 ଟ. × \(\frac{10}{100}\) = 100 ଟଙ୍କା
∴ ବିକ୍ରୟ ମୂଲ୍ୟ = କ୍ରୟମୂଲ୍ୟ + ଲାଭ = 1000 ଟ. + 100 ଟ. = 1100 ଟଙ୍କା  
∴ ବଳଦଟିକୁ 1100 ଟଙ୍କାରେ ବିକିଥିଲେ ତାଙ୍କର 10% ଲାଭ ହୋଇଥା’ନ୍ତା ।

Question 3.
10 ଟି ନାଲି ବେଲୁକୁ 1 ଟଙ୍କାରେ ଓ 8 ଟି ଛିଟ ବେଲୁକୁ 1 ଟଙ୍କାରେ କିଣି ସବୁତକ ବେଲୁକୁ ଏକ ଟଙ୍କାରେ ବିକିଲେ ଶତକଡ଼ା କେତେ ଲାଭ ବା କ୍ଷତି ହେବ ?
ସମାଧାନ:
ମୋଟ ବେଲୁନ୍ ସଂଖ୍ୟା = 10 + 8 = 18 ଟି
18 ଟି ବେଲୁନ୍‌ର କ୍ରୟମୂଲ୍ୟ = 1 ଟ. + 1 ଟ. = 2 ଟଙ୍କା ଓ 18 ଟି ବେଲୁନ୍‌ର ବିକ୍ରୟ ମୂଲ୍ୟ = 1 ଟଙ୍କା
∴ କ୍ଷତି = କ୍ରୟମୂଲ୍ୟ – ବିକ୍ରୟ ମୂଲ୍ୟ = 2 ଟ. – 1 ଟ. = 1 ଟଙ୍କା
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.2 1
ସବୁତକ ବେଲୁନ୍‌କୁ ଏକ ଟଙ୍କାରେ ବିକିଲେ 50% କ୍ଷତି ହେବ ।

BSE Odisha Class 7 Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.2

Question 4.
ରହିମ୍ ବାବୁ 800 ଟଙ୍କାର ଚାଉଳ କିଣିଲେ । କିଣିଥିବା ଚାଉଳର \(\frac{3}{4}\) ଅଂଶକୁ 10% ଲାଭରେ ଓ ଅବଶିଷ୍ଟ ଅଂଶକୁ 10% କ୍ଷତିରେ ବିକିଲେ । ତେବେ ସମସ୍ତ ଚାଉଳ ବିକ୍ରିରେ ତାଙ୍କର ଶତକଡ଼ା କେତେ ଲାଭ ବା କ୍ଷତି ହେଲା ?
ସମାଧାନ:
ମୋଟ ଚାଉଳର କିଣାମୂଲ୍ୟ = 800 ଟଙ୍କା । \(\frac{3}{4}\)  ଅଂଶର ଦାମ୍ = 800 x \(\frac{3}{4}\) ଟ. = 600 ଟଙ୍କା
ଲାଉ = 600 ଟଙ୍କା10% = 600 × \(\frac{10}{100}\) ଟଙ୍କା = 60 ଟଙ୍କା
∴ ବିକ୍ରିମୂଲ୍ୟ = କିଣାମୂଲ୍ୟ + ଲାଭ = 600 ଟ. + 60 ଟ. = 660 ଟଙ୍କା 
ଅବଶିଷ୍ଟ ଚାଉଳର କିଣାମୂଲ୍ୟ = 800 ଟ. – 600 ଟ. = 200 ଟଙ୍କା ।
କ୍ଷତି = 200 ଟଙ୍କାର 10% = 200 × \(\frac{10}{100}\) = 20 ଟଙ୍କା ।
ତେଣୁ ବିକ୍ରିମୂଲ୍ୟ = କିଣାମୂଲ୍ୟ – କ୍ଷତି = ଟ. 200 – ଟ. 20 = 180 ଟଙ୍କା
ମୋଟ ଚାଉଳର ବିକ୍ରିମୂଲ୍ୟ = 660 ଟଙ୍କା + 180 ଟଙ୍କା = 840 ଟଙ୍କା
ମୋଟ ଚାଉଳରେ ଲାଭ = 840 ଟ. – 800 ଟ. = 40 ଟଙ୍କା
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.2 2
ସମସ୍ତ ଚାଉଳ ବିକ୍ରିରେ ତାଙ୍କର 5% ଲାଭ ହେଲା ।

Question 5.
ଜଣେ ମାଲଗୋଦାମ ବ୍ୟବସାୟୀ 800 ଟଙ୍କା ମୂଲ୍ୟରେ କିଣିଥ‌ିବା ଚାଉଳ ବସ୍ତାକୁ 10% ଲାଭ ରଖ୍ ଖୁଚୁରା ଦୋକାନୀକୁ ବିକ୍ରି କଲା, ଖୁଚୁରା ଦୋକାନୀଟି ସେହି ଚାଉଳ ବସ୍ତାକୁ 15% ଲାଭ ରଖ୍ ଗ୍ରାହକକୁ ବିକିଲା । ତେବେ ଗ୍ରାହକ ଜଣକ କେତେ ଦାମ୍ ନେଇ ଚାଉଳ ବସ୍ତାଟି କିଣିଲା ?
ସମାଧାନ:
ମାଲଗୋଦାମ ବ୍ୟବସାୟୀଙ୍କର ଚାଉଳର କିଣାମୂଲ୍ୟ = 800 ଟଙ୍କା
ଲାଉ = 800 ଟଙ୍କାର 10% = 800 × \(\frac{10}{100}\) ଟଙ୍କା = 80 ଟଙ୍କା
ମାଲଗୋଦାମ ବ୍ୟବସାୟୀଙ୍କର ଚାଉଳର ବିକ୍ରୟ ମୂଲ୍ୟ = 800 ଟ. + 80 ଟ. = 880 ଟଙ୍କା
ଖୁଚୁରା ଦୋକାନୀଟିର ଲାଭ = 880 ଟଙ୍କାର 15% = 880 × \(\frac{15}{100}\) = 132 ଟଙ୍କା
ଗ୍ରାହକର କିଣାଦାମ୍ = 880 ଟ. + 132 ଟ. = 1012 ଟଙ୍କା
∴ ଗ୍ରାହକ ଜଣକ 1012 ଟଙ୍କା ଦେଇ ଚାଉଳ ବସ୍ତା କିଣିଲା ।

Question 6.
ଜଣେ ଦୋକାନୀ 5 ଟା ନଡ଼ିଆକୁ 24 ଟଙ୍କା ଦରରେ କିଛି ନଡ଼ିଆ କିଣି ସେଗୁଡ଼ିକୁ 20 ଟଙ୍କାରେ 3 ଟି ଲେଖାଏଁ ବିକ୍ରି କଲା । ତେବେ ତା’ର ଶତକଡ଼ା କେତେ ଲାଭ ବା କ୍ଷତି ହେଲା ନିର୍ଣ୍ଣୟ କର ।
ସମାଧାନ:
5 ଓ 3 ର ଲ.ସା.ଗୁ. = 15 । 5 ଟି ନଡ଼ିଆର କିଣାଦାମ୍ 24 ଟଙ୍କା ।
15 ଟି ନଡ଼ିଆର କିଣାଦାମ୍ = 24 × 3 = 72 ଟଙ୍କା
3 ଟି ନଡ଼ିଆର ବିକ୍ରିଦାମ୍ 20 ଟଙ୍କା । 15 ଟି ନଡ଼ିଆର ବିକ୍ରିଦାମ୍ = 20 × 5 = 100 ଟଙ୍କା
ଲାଭର ପରିମାଣ = ବିକ୍ରିଦାମ୍ – କିଣାଦାମ୍ = 100 ଟଙ୍କା – 72 ଟଙ୍କା = 28 ଟଙ୍କା
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.2 3
∴ ତାଙ୍କର 38 \(\frac{8}{9}\)% ଲାଭ ହେଲା ।

BSE Odisha 6th Class Geography Solutions Chapter 3 ମାନଚିତ୍ର ଅଧ୍ୟୟନ

Odisha State Board BSE Odisha 6th Class Geography Solutions Chapter 3 ମାନଚିତ୍ର ଅଧ୍ୟୟନ Textbook Exercise Questions and Answers.

BSE Odisha Class 6 Geography Solutions Chapter 3 ମାନଚିତ୍ର ଅଧ୍ୟୟନ

୧। ଭୂଗୋଲକ ଅପେକ୍ଷା ମାନଚିତ୍ର କିପରି ଅଧ୍ବକ ଉପଯୋଗୀ ?
Answer:
(୧) ଭୂଗୋଲକ ପୃଥ‌ିବୀର ଏକ ପ୍ରତିରୂପ। ଏଥୁରୁ ପୃଥ‌ିବୀର ବିଭିନ୍ନ ମହାଦେଶ, ମହାସାଗରର ଅବସ୍ଥିତି, ଆକାର, ଆକୃତି ସମ୍ବନ୍ଧରେ ଧାରଣା କରିହୁଏ। ମାତ୍ର ବିଶାଳ ପୃଥ‌ିବୀ ତୁଳନାରେ ଏହା ଅନେକ ଛୋଟ। ଫଳରେ ଛୋଟ ଛୋଟ ସ୍ଥାନଗୁଡ଼ିକର ସବିଶେଷ ତଥ୍ୟ ଏଥୁରୁ ମିଳି ନଥାଏ।
(୨) ଛୋଟ ତଥା ବଡ଼ ଅଞ୍ଚଳ ପାଇଁ ବିଭିନ୍ନ ମାନର ମାନଚିତ୍ର ପ୍ରସ୍ତୁତ କରାଯାଇଥାଏ। ମାନଚିତ୍ରରେ ସମଗ୍ର ପୃଥ‌ିବୀ ଅଥବା ଏହାର ଅଂଶକୁ ଏକ ସମତଳ କାଗଜ ଉପରେ ଏକ ନିର୍ଦ୍ଦିଷ୍ଟ ମାନରେ ଦର୍ଶାଯାଇଥାଏ। ତେଣୁ ଭୂଗୋଲକ ଅପେକ୍ଷା ମାନଚିତ୍ର ଅଧୂକ ଉପଯୋଗୀ ହୋଇଥାଏ। ଫଳରେ ମାନଚିତ୍ରରୁ ବିଭିନ୍ନ ଅଞ୍ଚଳର ସବିଶେଷ ତଥ୍ୟ ମିଳିଥାଏ । ପୁନଶ୍ଚ ଏହାକୁ ଯେକୌଣସି ସ୍ଥାନକୁ ସହଜରେ ନେଇହୁଏ।

BSE Odisha 6th Class Geography Solutions Chapter 3 ମାନଚିତ୍ର ଅଧ୍ୟୟନ

୨। ମାନ କହିଲେ କ’ଣ ବୁଝାଏ ?
Answer:
ପୃଥ‌ିବୀ ପୃଷ୍ଠର ଦୁଇଟି ସ୍ଥାନର ପ୍ରକୃତ ଦୂରତା ଏବଂ ମାନଚିତ୍ର ଉପରେ ଥ‌ିବା ସ୍ଥାନ ଦୁଇଟିର ଦୂରତାର ଅନୁପାତକୁ ମାନ କୁହାଯାଏ।

୩। ମାନଚିତ୍ରରେ ଥ‌ିବା ମୁଖ୍ୟ ଦିଗ ଓ ମଧ୍ୟବର୍ତ୍ତୀ ଦିଗଗୁଡ଼ିକର ନାମ ଲେଖ।
Answer:
ମାନଚିତ୍ରର ଉପରିଭାଗ ଉତ୍ତର ଦିଗ ଓ ନିମ୍ନଭାଗ ଦକ୍ଷିଣ ଦିଗ ଅଟେ । ମାନଚିତ୍ର ଆଡ଼କୁ ମୁହଁ କରି ଛିଡ଼ା ହେଲେ ଡାହାଣ ହାତ ଆଡ଼କୁ ପୂର୍ବ ଦିଗ ଏବଂ ବାମହାତ ଆଡ଼କୁ ପଶ୍ଚିମ ଦିଗ ହୋଇଥାଏ । ସୁତରାଂ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ହେଉଛି ମାନଚିତ୍ରର ଚାରୋଟି ମୁଖ୍ୟ ଦିଗ । ଏହି ମୁଖ୍ୟ ଦିଗଗୁଡ଼ିକର ଆଉ ଚାରୋଟି ମଧ୍ୟବର୍ତ୍ତୀ ଦିଗ ରହିଛି । ସେଗୁଡ଼ିକ ହେଲା ଉତ୍ତର-ପୂର୍ବ (ଐଶାନ୍ୟ), ଦକ୍ଷିଣ-ପୂର୍ବ (ଅଗ୍ନି), ଦକ୍ଷିଣ-ପଶ୍ଚିମ (ନୈଋତ) ଏବଂ ଉତ୍ତର-ପଶ୍ଚିମ (ବାୟୁ) । ଯେକୌଣସି ସ୍ଥାନର ସଠିକ୍ ଅବସ୍ଥିତି ଦର୍ଶାଇବା ପାଇଁ ଏହି ମଧ୍ୟବର୍ତ୍ତୀ ଦିଗଗୁଡ଼ିକ ଯଥେଷ୍ଟ ସାହାଯ୍ୟ କରିଥାଆନ୍ତି।

୪। ମାନଚିତ୍ରର ତିନୋଟି ମୌଳିକ ବୈଶିଷ୍ଟ୍ୟ କ’ଣ ?
Answer:
ମାନଚିତ୍ରର ତିନୋଟି ମୌଳିକ ବୈଶିଷ୍ଟ୍ୟ ହେଲା— ଦୂରତା, ଦିଗ ଓ ସଙ୍କେତ।

୫। କେଉଁ ମାନବିଶିଷ୍ଟ ମାନଚିତ୍ର ସବିଶେଷ ବିବରଣୀ ଦେଇଥାଏ ?
Answer:
ବୃହତ୍ତମାନବିଶିଷ୍ଟ ମାନଚିତ୍ରରେ ଛୋଟ ଅଞ୍ଚଳ ତଥା ସହର, ନଗର, ଗ୍ରାମ ଆଦି ଦର୍ଶାଯାଇଥାଏ। ଏଥୁରେ ବିଭିନ୍ନ ସ୍ଥାନର ସବିଶେଷ ବିବରଣୀ ମିଳିଥାଏ।

BSE Odisha 6th Class Geography Solutions Chapter 3 ମାନଚିତ୍ର ଅଧ୍ୟୟନ

୬। ମାନଚିତ୍ରରେ ସଙ୍କେତ ବ୍ୟବହାର କାହିଁକି ହୋଇଥାଏ ?
Answer:
ମାନଚିତ୍ରରେ ଘର, ରାସ୍ତା, ମନ୍ଦିର, ପୋଲ, ବୃକ୍ଷ ଆଦିର ଆକାର ଓ ଆକୃତି ସଠିକ୍ ଭାବେ ଦର୍ଶାଇବା ସମ୍ଭବ ନୁହେଁ। ଏଗୁଡ଼ିକୁ ଅକ୍ଷର, ଛାୟାଚିତ୍ର, ଚିତ୍ର, ରଙ୍ଗ, ରେଖା ଆଦି ସଙ୍କେତଦ୍ୱାରା ମାନଚିତ୍ରରେ ଦର୍ଶାଇ ଦିଆଯାଇଥାଏ । ଭିନ୍ନ ଭିନ୍ନ ବିଷୟକୁ ଭିନ୍ନ ଭିନ୍ନ ସଙ୍କେତ ମାଧ୍ୟମରେ ଦର୍ଶାଇବା ମାନଚିତ୍ରର ବିଶେଷତ୍ଵ।

୭। ‘କ’ ସ୍ତମ୍ଭରେ ଥ‌ିବା ରଙ୍ଗଗୁଡ଼ିକୁ ‘ଖ’ ସ୍ତମ୍ଭରେ ଥ‌ିବା ଭୂମିରୂପ ସହିତ ଯୋଡ଼।

BSE Odisha 6th Class Geography Solutions Chapter 3 ମାନଚିତ୍ର ଅଧ୍ୟୟନ Q. 1
BSE Odisha 6th Class Geography Solutions Chapter 3 ମାନଚିତ୍ର ଅଧ୍ୟୟନ Q. 2

BSE Odisha 6th Class Geography Solutions Chapter 3 ମାନଚିତ୍ର ଅଧ୍ୟୟନ

୮ । ନିମ୍ନରେ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନ ପାଇଁ ତିନୋଟି ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ଠିକ୍ ଉତ୍ତରଟିକୁ ବାଛି ଲେଖ।

(କ) କମ୍ପାସ୍ ଯନ୍ତ୍ର କେଉଁଥିପାଇଁ ବ୍ୟବହାର କରାଯାଏ?
(୧) ସଙ୍କେତ
(୨) ଦିଗ
(୩) ଦୂରତା
Answer:
(୨) ଦିଗ

(ଖ) କେଉଁ ମାନଚିତ୍ରରେ ଦେଶ ଦେଶ ମଧ୍ୟରେ ଥ‌ିବା ସୀମା ଦର୍ଶାଯାଇଥାଏ?
(୧) ରାଜନୀତିକ
(୨) ପ୍ରାକୃତିକ
(୩) ତଥ୍ୟଭିଭିକ
Answer:
ରାଜନୀତିକ

BSE Odisha 6th Class Geography Solutions Chapter 3 ମାନଚିତ୍ର ଅଧ୍ୟୟନ

(ଗ) କେଉଁଥ୍ରେ ମାନ ବ୍ୟବହାର କରାଯାଇଥାଏ ?
(୧) ରେଖାଚିତ୍ର
(୨) ମାନଚିତ୍ର
(୩) ସଙ୍କେତ
Answer:
(୧) ରାଜନୀତିକ

BSE Odisha 6th Class Geography Notes Chapter 3 ମାନଚିତ୍ର ଅଧ୍ୟୟନ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

BSE Odisha 6th Class Geography Notes Chapter 3 ମାନଚିତ୍ର ଅଧ୍ୟୟନ

  • ପୃଥ‌ିବୀ ବିଷୟରେ ସବିଶେଷ ଜାଣିବାପାଇଁ ଭୂ-ଗୋଲକ ଏବଂ ମାନଚିତ୍ର ଆବଶ୍ୟକ ପଡ଼ିଥାଏ। ଭୂ-ଗୋଲକରେ ବିଶାଳ ପୃଥ‌ିବୀର ଛୋଟ ଛୋଟ ସ୍ଥାନଗୁଡ଼ିକର ସବିଶେଷ ତଥ୍ୟ ମିଳିବା କଷ୍ଟକର। ତେଣୁ ମାନଚିତ୍ର ବ୍ୟବହାର କରାଯାଇଥାଏ। ଛୋଟ ତଥା ବଡ଼ ଅଞ୍ଚଳ ପାଇଁ ବିଭିନ୍ନ ମାନର ମାନଚିତ୍ର ପ୍ରସ୍ତୁତ କରାଯାଇଥାଏ। ମାନଚିତ୍ରରେ ସମଗ୍ର ପୃଥ‌ିବୀ ଅଥବା ଏହାର ଅଂଶକୁ ଏକ ସମତଳ କାଗଜ ଉପରେ ଏକ ନିର୍ଦ୍ଦିଷ୍ଟ ମାନରେ ଦର୍ଶାଯାଇଥାଏ। ମାନ ବା ସ୍କେଲ୍‌ର ବ୍ୟବହାର କରାଯାଉଥିବାରୁ ଏହାକୁ ମାନଚିତ୍ର କୁହାଯାଏ।
  • ବିଭିନ୍ନ ପ୍ରକାରର ଅନେକ ମାନଚିତ୍ର ପୁସ୍ତକ ଆକାରରେ ପ୍ରକାଶିତ ହେଲେ ତାହାକୁ ଆଟ୍‌ଲାସ୍ କୁହାଯାଏ। ମାନଚିତ୍ର ବିଭିନ୍ନ ପ୍ରକାରର ହୋଇଥାଏ। ଯଥା—
    (୧) ପ୍ରାକୃତିକ ମାନଚିତ୍ର
    (୨) ରାଜନୀତିକ ମାନଚିତ୍ର
    (୩) ତଥ୍ୟଭିଭିକ ବା ପ୍ରାସଙ୍ଗିକ ମାନଚିତ୍ର
  • ପ୍ରାକୃତିକ ମାନଚିତ୍ର – ପ୍ରାକୃତିକ ତଥ୍ୟାବଳୀକୁ ନେଇ ପ୍ରସ୍ତୁତ ମାନଚିତ୍ରକୁ ପ୍ରାକୃତିକ ମାନଚିତ୍ର କୁହାଯାଏ।
  • ରାଜନୀତିକ ମାନଚିତ୍ର – ରାଜନୀତିକ ତଥ୍ୟାବଳୀକୁ ନେଇ ପ୍ରସ୍ତୁତ ମାନଚିତ୍ରକୁ ରାଜନୀତିକ ମାନଚିତ୍ର କୁହାଯାଏ।
  • ତଥ୍ୟଭିତ୍ତିକ ମାନଚିତ୍ର – ଏହି ମାନଚିତ୍ରରେ କୌଣସି ଗୋଟିଏ ପ୍ରସଙ୍ଗ ବା ତଥ୍ୟ ଉପସ୍ଥାପନ କରାଯାଇଥାଏ। ଉଦାହରଣସ୍ୱରୂପ ଶିଳ୍ପ ମାନଚିତ୍ର, ରେଳପଥ ମାନଚିତ୍ର, ସଡ଼କ ମାନଚିତ୍ର ଓ ଅରଣ୍ୟ ମାନଚିତ୍ର ଇତ୍ୟାଦି।
  • ପ୍ରତ୍ୟେକ ମାନଚିତ୍ରରେ ତିନୋଟି ମୌଳିକ ବୈଶିଷ୍ଟ୍ୟ ଥାଏ; ଯଥା— ଦୂରତା, ଦିଗ ଓ ସଙ୍କେତ।
  • ମାନର ବ୍ୟବହାରଦ୍ଵାରା ଦୂରତା ମପାଯାଏ। ପୃଥ‌ିବୀ ପୃଷ୍ଠରେ ଅବସ୍ଥିତ ଦୁଇଟି ସ୍ଥାନ ମଧ୍ୟରେ ଥିବା ଦୂରତାକୁ ମାନଚିତ୍ର ଉପରେ ମାତ୍ର ଅଳ୍ପ କେତେ ସେଣ୍ଟିମିଟରରେ ଦେଖାଯାଇଥାଏ।
    ମାନ ଭିତ୍ତିରେ ମାନଚିତ୍ର ଦୁଇଟି ଶ୍ରେଣୀରେ ବିଭକ୍ତ; ଯଥା – ବୃହତ୍ ମାନବିଶିଷ୍ଟ ମାନଚିତ୍ର ଓ କ୍ଷୁଦ୍ର ମାନବିଶିଷ୍ଟ ମାନଚିତ୍ର। ବୃହତ୍ ମାନବିଶିଷ୍ଟ ମାନଚିତ୍ରରେ ଛୋଟ ଅଞ୍ଚଳ ତଥା ସହର, ନଗର, ଗ୍ରାମ ଆଦି ଦର୍ଶାଯାଇଥାଏ। ବଡ଼ ବଡ଼ ଅଞ୍ଚଳ ତଥା ଦେଶ, ମହାଦେଶ, ମହାସାଗର ଆଦିକୁ କ୍ଷୁଦ୍ର ମାନବିଶିଷ୍ଟ ମାନଚିତ୍ରରେ ଦର୍ଶାଯାଇଥାଏ।
  • ପ୍ରତ୍ୟେକ ମାନଚିତ୍ରର ଦକ୍ଷିଣ ପାର୍ଶ୍ଵର ଉପରିଭାଗରେ ଏକ ତୀର ଚିହ୍ନ ଥାଏ। ଏହାକୁ ଦିଗସୂଚକ ରେଖା ବା ଉତ୍ତର ରେଖା କୁହାଯାଏ। ଏହା ଉତ୍ତର ଦିଗକୁ ସୂଚାଏ।
  • କମ୍ପାସ୍ ଯନ୍ତ୍ର ସାହାଯ୍ୟରେ ମଧ୍ୟ ଦିଗ ନିରୂପଣ କରିହୁଏ। ଏଥିରେ ଥିବା ଚୁମ୍ବକୀୟ ସୂଚକରେ ଥିବା ତୀରଚିହ୍ନ ଉତ୍ତର ଦିଗ ଦର୍ଶାଇଥାଏ। ସ୍ଥିର ଅବସ୍ଥାରେ ମଧ୍ୟ ସୂଚକଟି ସର୍ବଦା ଉତ୍ତର-ଦକ୍ଷିଣ ହୋଇ ରହିଥାଏ।
  • ମାନଚିତ୍ରରେ ଘର, ରାସ୍ତା, ମନ୍ଦିର, ପୋଲ, ବୃକ୍ଷ ଆଦିର ଆକାର ଓ ଆକୃତି ସଠିକ୍ ଭାବେ ଦର୍ଶାଇବା ସମ୍ଭବ ନୁହେଁ। ଏଗୁଡ଼ିକୁ ଅକ୍ଷର, ଛାୟାଚିତ୍ର, ଚିତ୍ର, ରଙ୍ଗ, ରେଖା ଆଦି ସଙ୍କେତଦ୍ୱାରା ମାନଚିତ୍ରରେ ଦର୍ଶାଯାଇଥାଏ।
  • ରେଖାଗୁଡ଼ିକ ସାହାଯ୍ୟରେ ବିଭିନ୍ନ ସ୍ଥାନର ଓ ପଦାର୍ଥର ଅବସ୍ଥିତି ଜାଣିବାପାଇଁ ମନରୁ ଯେଉଁ ଚିତ୍ର ଅଙ୍କଯାଏ, ତାହାକୁ ରେଖାଚିତ୍ର କୁହାଯାଏ। ଏଥିରେ ମାନ ବ୍ୟବହୃତ ହୁଏ ନାହିଁ।

BSE Odisha 6th Class Geography Solutions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

Odisha State Board BSE Odisha 6th Class Geography Solutions Chapter 2 ଭୂଗୋଲକ: ଅକ୍ଷାଂଶ ଓ ଦ୍ରାଘିମା Textbook Exercise Questions and Answers.

BSE Odisha Class 6 Geography Solutions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

୧। (କ) ପୃଥ‌ବୀରେ କେତୋଟି ତାପମଣ୍ଡଳ ଅଛି ଏବଂ ସେଗୁଡ଼ିକର ନାମ କ’ଣ ?
Answer:
(୧) ପୃଥ‌ିବୀରେ ତିନିଗୋଟି ତାପମଣ୍ଡଳ ଅଛି।
(୨) ସେଗୁଡ଼ିକର ନାମ ହେଲା – ଗ୍ରୀଷ୍ମମଣ୍ଡଳ, ନାତିଶୀତୋଷ୍ଣ ମଣ୍ଡଳ ଓ ହିମମଣ୍ଡଳ।

BSE Odisha 6th Class Geography Solutions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

(ଖ) ହିମମଣ୍ଡଳର ଉତ୍ତାପ ସବୁଠାରୁ କମ୍ କାହିଁକି ?
Answer:
(୧) ହିମମଣ୍ଡଳ ଉଭୟ ଗୋଲାର୍ଦ୍ଧରେ ମେରୁବୃତ୍ତ ଏବଂ ମେରୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ପଡ଼ିଥାଏ।
(୨) ଫଳରେ ଏହି ଅଞ୍ଚଳଦ୍ୱୟ କମ୍ ସୂର୍ଯ୍ୟତାପ ଓ ସୂର୍ଯ୍ୟାଲୋକ ପାଇଥାଏ ଏବଂ ସର୍ବଦା ବରଫାଚ୍ଛନ୍ନ ରହିଥାଏ। ତେଣୁ ହିମମଣ୍ଡଳର ଉତ୍ତାପ ସବୁଠାରୁ କମ୍ ହୋଇଥାଏ।

(ଗ) ସମାକ୍ଷରେଖା ଓ ଦ୍ରାଘିମାରେଖା କହିଲେ କ’ଣ ବୁଝ ?
Answer:
(୧) ଗ୍ଲୋବ୍ ଉପରେ କେତେକ ବୃତ୍ତାକାର ରେଖା ପୂର୍ବ-ପଶ୍ଚିମ ଦିଗରେ ପରସ୍ପର ସମାନ୍ତରାଳ ଭାବରେ ଅଙ୍କିତ ହୋଇଛି। ଏଗୁଡ଼ିକୁ ସମାକ୍ଷରେଖା କୁହାଯାଏ।
(୨) ଗ୍ଲୋବ ଉପରେ କିଛି ଅଦ୍ଧବୃତ୍ତାକାର ରେଖା ଉତ୍ତର-ଦକ୍ଷିଣ ଭାବେ ଉତ୍ତରମେରୁଠାରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ ବିସ୍ତୃତ ହୋଇଛି । ଏଗୁଡ଼ିକୁ ଦ୍ରାଘିମା ରେଖା ବା ମଧ୍ଯନ୍ଦିନ ରେଖା କୁହାଯାଏ।

(ଘ) ଲଣ୍ଡନରେ ଦିନ ୧୨ ଘଣ୍ଟା ସମୟରେ ଦିଲ୍ଲୀରେ ସନ୍ଧ୍ୟା ୫ ଘଣ୍ଟା ୩୦ ମିନିଟ୍ କାହିଁକି ହୋଇଥାଏ ?
Answer:
ଗ୍ରୀନିଟ୍ ସମୟ ହେଉଛି ଇଂଲଣ୍ଡର ପ୍ରମାଣ ସମୟ । ଆମ ଦେଶର ପ୍ରମାଣ ଦ୍ରାଘିମା ହେଉଛି ୮୨ ଡିଗ୍ରୀ ୩୦ ମିନିଟ୍ ପୂର୍ବ । ଅର୍ଥାତ୍ ମୂଳ ଦ୍ରାଘିମାଠାରୁ ୮୨ ଡିଗ୍ରୀ ୩୦ ମିନିଟ୍ ପୂର୍ବ । ଏକ ଡିଗ୍ରୀ ଦ୍ରାଘିମାର ବ୍ୟବଧାନକୁ ୪ ମିନିଟ୍ ହିସାବରେ ଆମ ସମୟ ଗ୍ରୀନିଟ୍ ବା ଇଂଲଣ୍ଡଠାରୁ ୫ଘ, ୩୦ ମିନିଟ୍ ଆଗୁଆ ହୋଇଥାଏ । ତେଣୁ ଲଣ୍ଡନରେ ଦିନ ୧୨ ଘଣ୍ଟା ୩୦ ମିନିଟ୍ ସମୟ ହୋଇଥାଏ।

BSE Odisha 6th Class Geography Solutions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

୨। ଠିକ୍ ଉତ୍ତରରେ ✓ ଚିହ୍ନ ଦିଅ।

(କ) ମୂଳ ଦ୍ରାଘିମାରେଖା କେତେ ଡିଗ୍ରୀ?
(କ)୯୦°
(ଖ) ୦°
(ଗ) ୬୦°
(ଘ) ୧୮୦°
Answer:
(ଖ) ୦° ✓

(ଖ) ଗ୍ରୀଷ୍ମମଣ୍ଡଳ ମଝିରେ ନିମ୍ନଲିଖ୍ କେଉଁଟି ଅଛି?
(କ) କର୍କଟକ୍ରାନ୍ତି
(ଖ) ବିଷୁବରେଖା
(ଗ) ମକର କ୍ରାନ୍ତି
(ଘ) କ୍ରମେରୁବୃତ୍ତ
Answer:
(ଖ) ବିଷୁବରେଖା ✓

BSE Odisha 6th Class Geography Solutions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

(ଗ) ସର୍ବମୋଟ ଦ୍ରାଘିମା ରେଖା କେତୋଟି ରହିଛି?
(କ) ୩୬୦
(ଖ) ୧୮୦
(ଗ) ୯୦
(ଘ) ୨୪୦
Answer:
(କ) ୩୬୦ ✓

(ଘ) କୁମେରୁ ବୃତ୍ତର ଅବସ୍ଥିତି?
(କ) ଉତ୍ତର ଗୋଲାର୍ଦ୍ଧ
(ଖ) ଦକ୍ଷିଣ ଗୋଲାର୍ଦ୍ଧ
(ଗ) ପୂର୍ବ ଗୋଲାର୍ଦ୍ଧ
(ଘ) ପଶ୍ଚିମ ଗୋଲାର୍ଦ୍ଧ
Answer:
(ଖ) ଦକ୍ଷିଣ ଗୋଲାର୍ଦ୍ଧ ✓

BSE Odisha 6th Class Geography Solutions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

୩। ଗୋଟିଏ ଗ୍ଲୋବ୍‌ର ଚିତ୍ର ଅଙ୍କନ କରି ପୃଥ‌ିବୀର ମୁଖ୍ୟ ସାତୋଟି ସମାକ୍ଷରେଖା ଦର୍ଶାଅ।
Answer:
ମୁଖ୍ୟ ସାତଗୋଟି ସମାକ୍ଷରେଖା ହେଲା—
୦ ଅକ୍ଷାଂଶ, ୫° ଉତ୍ତର ଓ ଦକ୍ଷିଣ ଅକ୍ଷାଂଶ,
BSE Odisha 6th Class Geography Solutions Chapter 2 ଭୂଗୋଲକ ଅକ୍ଷାଂଶ ଓ ଦ୍ରାଘିମା Q.1
BSE Odisha 6th Class Geography Solutions Chapter 2 ଭୂଗୋଲକ ଅକ୍ଷାଂଶ ଓ ଦ୍ରାଘିମା Q. 2
BSE Odisha 6th Class Geography Solutions Chapter 2 ଭୂଗୋଲକ ଅକ୍ଷାଂଶ ଓ ଦ୍ରାଘିମା

BSE Odisha 6th Class Geography Notes Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

ଭୂଗୋଲକ :

  • ପୃଥବୀର ପ୍ରତିରୂପକୁ ଗ୍ଲୋବ୍ ବା ଭୂଗୋଲକ କୁହାଯାଏ। ଏଥରେ ପୃଥ‌ିବୀ ପୃଷ୍ଠର ବିଭିନ୍ନ ଭୂମିରୂପ, ଜଳ ଓ ସ୍ଥଳଭାଗର ବଣ୍ଟନ, ଦେଶ, ମହାଦେଶ ପ୍ରଭୃତିର ଅବସ୍ଥିତି ଦର୍ଶାଯାଇଥାଏ।
  • ଗ୍ଲୋବ୍‌ରେ ଦର୍ଶାଯାଇଥ‌ିବା ଉଭୟ ମେରୁ ଓ ଦକ୍ଷିଣ ମେରୁକୁ ଏକ ଦଣ୍ଡଦ୍ୱାରା ସଂଯୁକ୍ତ କରାଯାଇଥାଏ, ଯାହାକୁ ଅକ୍ଷ କୁହାଯାଏ।
  • ଗ୍ଲୋବଟି ଯେପରି ତା’ର ଅକ୍ଷ ଚତୁଃପାର୍ଶ୍ଵରେ ଘୂରିପାରେ, ପୃଥ‌ିବୀ ସେହିପରି ଏକ କାଳ୍ପନିକ ଅକ୍ଷ ଚତୁଃପାର୍ଶ୍ଵରେ ପଶ୍ଚିମରୁ ପୂର୍ବକୁ ଅନବରତ ଘୁରୁଥାଏ। ପୃଥ‌ିବୀର ଏହି ଘୂର୍ଶନକୁ ଆବର୍ତ୍ତନ ଗତି କୁହାଯାଏ।
  • ପୃଥ‌ିବୀ ନିଜର ଆବର୍ତ୍ତନ ଗତି ସହିତ ସୂର୍ଯ୍ୟ ଚାରିପାଖେ ଏକ ନିର୍ଦ୍ଦିଷ୍ଟ ପଥରେ ପ୍ରଦକ୍ଷିଣ କରିଥାଏ । ପୃଥ‌ିବୀର ଏହି ଗତିକୁ ପରିକ୍ରମଣ କୁହାଯାଏ। ଏହି ନିର୍ଦ୍ଦିଷ୍ଟ ପଥକୁ କକ୍ଷପଥ କୁହାଯାଏ।
  • ପୃଥ‌ିବୀର ଅକ୍ଷ ତାହାର କକ୍ଷତଳ ସହ ୬୬,୧°/୨ ଆନତ ରହିଲା ଭଳି ଗ୍ଲୋବ୍‌ର ଅକ୍ଷଦଣ୍ଡ ଭୂପୃଷ୍ଠ ସହ ୬୬,୧°/୨ ଆନତ ହୋଇ ରହିଥାଏ।
  • ଭୂପୃଷ୍ଠରେ ଥବା ଦେଶ, ମହାଦେଶ ଏବଂ ସାଗର, ମହାସାଗର ଇତ୍ୟାଦିକୁ ଉପଯୁକ୍ତ ମାନ ଅନୁଯାୟୀ ଗ୍ଲୋବ୍‌ରେ ଦର୍ଶାଯାଇଥାଏ।

BSE Odisha 6th Class Geography Notes Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

→ ଅକ୍ଷାଂଶ :

  • ଭୂପୃଷ୍ଠରେ ଅବସ୍ଥିତ କୌଣସି ସ୍ଥାନ ଭୂ-କେନ୍ଦ୍ରଠାରେ ବିଷୁବ ରେଖା ସହିତ ଯେଉଁ କୋଣ ସୃଷ୍ଟିକରେ ତାହାକୁ ସେହି ସ୍ଥାନର ଅକ୍ଷାଂଶ କୁହାଯାଏ।
  • ଭୂପୃଷ୍ଠରେ ଅବସ୍ଥିତ କୌଣସି ସ୍ଥାନ ଭୂ-କେନ୍ଦ୍ରଠାରେ ବିଷୁବ ରେଖା ସହିତ ଯେଉଁ କୋଣ ସୃଷ୍ଟିକରେ ତାହାକୁ ସେହି ସ୍ଥାନର ଅକ୍ଷାଂଶ କୁହାଯାଏ।
  • ସବୁଠାରୁ ବଡ଼ ସମାକ୍ଷରେଖା ହେଉଛି ବିଷୁବ ରେଖା ବା ବିଷୁବ ବୃତ୍ତ । ଏହା ଭୂପୃଷ୍ଠର ମଧ୍ୟଭାଗରେ ଅବସ୍ଥିତ । ବୃତ୍ତ କୁହାଯାଏ । ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ୨୩,୧/୨ ଡିଗ୍ରୀ ଓ ୬୬,୧/୨ ଡିଗ୍ରୀ
  • ସମାକ୍ଷରେଖାକୁ ଯଥାକ୍ରମେ ମକରକ୍ରାନ୍ତି ଏବଂ କୁମେରୁ ବୃତ୍ତ କୁହାଯାଏ।
  • ଉତ୍ତରମେରୁର ଅକ୍ଷାଂଶକୁ ୯୦ ଡିଗ୍ରୀ ଉତ୍ତର ଓ ଦକ୍ଷିଣମେରୁର ଅକ୍ଷାଂଶକୁ ୯୦ ଡିଗ୍ରୀ ଦକ୍ଷିଣ କୁହାଯାଏ । ବିଷୁବରେଖାର ଅକ୍ଷାଂଶ ହେଉଛି ୦ ଡ଼ିଗ୍ରୀ।

→ ପୃଥ‌ିବୀର ତାପମଣ୍ଡଳ :

  • ୦ ଡ଼ିଗ୍ରୀ ଅକ୍ଷାଂଶଠାରୁ ଉଭୟ ଗୋଲାର୍ଦ୍ଧରେ ୨୩, ଡିଗ୍ରୀ ଅକ୍ଷାଂଶ ପର୍ଯ୍ୟନ୍ତ ଅଞ୍ଚଳକୁ ଗ୍ରୀଷ୍ମ ମଣ୍ଡଳ କୁହାଯାଏ। ଏଠାରେ ତାପମାତ୍ରା ସର୍ବାଧିକ ହୋଇଥାଏ। ଏଠାରେ ସୂର୍ଯ୍ୟଙ୍କର ଲମ୍ବ କିରଣ ପଡ଼ିଥାଏ।
  • ଉଭୟ ଗୋଲାର୍ଦ୍ଧରେ ୨୩,୧/୨ ଡିଗ୍ରୀ ଅକ୍ଷାଂଶଠାରୁ ୬୬,୧/୨ ଡିଗ୍ରୀ ଅକ୍ଷାଂଶ ପର୍ଯ୍ୟନ୍ତ ଅଞ୍ଚଳକୁ ନାତିଶୀତୋଷ୍ଣ ମଣ୍ଡଳ କୁହାଯାଏ।
  • ଉଭୟ ଗୋଲାର୍ଦ୍ଧରେ ୬୬, ଡିଗ୍ରୀ ଅକ୍ଷାଂଶରୁ ୯୦ ଡିଗ୍ରୀ ଅକ୍ଷାଂଶ ପର୍ଯ୍ୟନ୍ତ ଅଞ୍ଚଳକୁ ହିମ ମଣ୍ଡଳ କୁହାଯାଏ। ଏଠାରେ ପ୍ରବଳ ଥଣ୍ଡା ଅନୁଭୂତ ହୁଏ।

BSE Odisha 6th Class Geography Notes Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

→ ଦ୍ରାଘିମା :

  • ବିଷୁବ ରେଖାର ଉତ୍ତର ଓ ଦକ୍ଷିଣରେ ଅବସ୍ଥିତ ସ୍ଥାନର ଦୂରତ୍ବ ଯେପରି ଅକ୍ଷାଂଶଦ୍ଵାରା ନିର୍ଣ୍ଣୀତ ହୁଏ ସେହିପରି ୦ ଡିଗ୍ରୀ ପ୍ରଧାନ ମଧଦିନ ରେଖାଠାରୁ ପୂର୍ବ ଓ ପଶ୍ଚିମରେ ଅବସ୍ଥିତ ସ୍ଥାନଗୁଡ଼ିକର ଦୂରତ୍ୱ
  • ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ମପାଯାଏ। ଏହି ଦୂରତ୍ବକୁ ସେହି ସ୍ଥାନର କୌଣିକ ଦୂରତ୍ବ ବା ଦ୍ରାଘିମା କୁହାଯାଏ।
  • ପୃଥ‌ିବୀର ସବୁଦେଶର ସମ୍ମତିକ୍ରମେ ଇଂଲଣ୍ଡର ଗ୍ରୀନିଟ୍‌ରେ ସ୍ଥାପିତ ବ୍ରିଟିଶ ରୟାଲ୍ ଅବଜରଭେଟୋରି କେନ୍ଦ୍ର ଦେଇ କଳ୍ପିତ ରେଖାକୁ ୦ ଡିଗ୍ରୀ ବା ମୂଳ ଦ୍ରାଘିମାରେଖା ରୂପେ ମାନି ନିଆଯାଇଛି।

→ ଦ୍ରାଘିମା ଓ ସମୟ :

  • ପୃଥ‌ିବୀ ୧ ଡିଗ୍ରୀ ବୁଲିବା ପାଇଁ ୪ ମିନିଟ୍ ସମୟ ନିଏ । ଅର୍ଥାତ୍‌ ଗ୍ରୀନିଚ୍‌ର ପଶ୍ଚିମରେ ଥିବା ୧ ଡିଗ୍ରୀ ଦ୍ରାଘିମା ରେଖା ଉପରେ ସମୟ ୪ ମିନିଟ୍ ପଛୁଆ ଏବଂ ୧ ଡିଗ୍ରୀ ପୂର୍ବରେ ଥ‌ିବା ଦ୍ରାଘିମା ଉପରେ
  • ସମୟ ୪ ମିନିଟ୍ ଆଗୁଆ ହେବ। ଗ୍ରୀନିଚ୍ ଦ୍ରାଘିମା ଦେଇ ଯାଇଥବା ମୂଳ ଦ୍ରାଘିମାର ସମୟକୁ ଗ୍ରୀନିତ୍‌ ପ୍ରମାଣ ସମୟ କୁହାଯାଏ । ଆହାବାଦ୍ ସହର ନିକଟରେ ଯାଇଥିବା ୮୨ ଡିଗ୍ରୀ ୩୦ ମିନିଟ୍ ପୂର୍ବ ଦ୍ରାଘିମାକୁ ଭାରତର ପ୍ରମାଣ ଦ୍ରାଘିମା ଏବଂ ଏହାର ସ୍ଥାନୀୟ ସମୟକୁ ଭାରତର ପ୍ରମାଣ ସମୟ କୁହାଯାଏ।

BSE Odisha 6th Class Geography Notes Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

→ ଆନ୍ତର୍ଜାତିକ ତାରିଖ ରେଖା :

  • ଆନ୍ତର୍ଜାତିକ ତାରିଖ ରେଖାର ଗୁରୁତ୍ଵ ଯଥେଷ୍ଟ ବେଶି। ଆପାତତଃ ୧୮୦ ଡିଗ୍ରୀ ପୂର୍ବ ତଥା ୧୮୦ ଡିଗ୍ରୀ ପଶ୍ଚିମ ଦ୍ରାଘିମା ରେଖାକୁ ଏକ ତାରିଖ ରେଖା ଭାବରେ ଗ୍ରହଣ କରାଯାଇଥାଏ।
  • ୧୮୦ ଡିଗ୍ରୀ ଦ୍ରାଘିମାରେଖା ସ୍ଥଳଭାଗ ଓ ଜଳଭାଗ ଉପରଦେଇ ଯାଇଥାଏ। ଏହା ଏକ ଦ୍ବୀପ କିମ୍ବା ଦେଶ ମଧ୍ୟଦେଇ ଗଲାବେଳେ ସେଠାରେ ଉକ୍ତ ଦ୍ରାଘିମାର ପୂର୍ବ ଓ ପଶ୍ଚିମ ଉଭୟ ପାର୍ଶ୍ଵରେ ତାରିଖର ତାରତମ୍ୟ ଦେଖାଯାଇଥାଏ। ଏହି ଅସୁବିଧା ଦୂର କରିବା ପାଇଁ ସେହି ଦ୍ବୀପ ବା ଦେଶଠାରେ ଏହି ଦ୍ରାଘିମାର ଦିଗ ସାମାନ୍ୟ ପରିବର୍ତ୍ତନ କରାଯାଇ ଜଳଭାଗ ଉପରେ ଟଣାଯାଇଛି। ଏହାକୁ ଆନ୍ତର୍ଜାତିକ ତାରିଖ ରେଖା କୁହାଯାଏ।

BSE Odisha 6th Class Geography Solutions Chapter 1 ପୃଥିବୀ ଓ ସୌର ଜଗତ

Odisha State Board BSE Odisha 6th Class Geography Solutions Chapter 1 ପୃଥିବୀ ଓ ସୌର ଜଗତ Textbook Exercise Questions and Answers.

BSE Odisha Class 6 Geography Solutions Chapter 1 ପୃଥିବୀ ଓ ସୌର ଜଗତ

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ବାକ୍ୟରେ ଲେଖ ।

(କ) ସୌରଜଗତ କହିଲେ କ’ଣ ବୁଝ ?
Answer:
ସୂର୍ଯ୍ୟଙ୍କଠାରୁ ଉତ୍ପନ୍ନ ହୋଇ ଶୂନ୍ୟରେ ଘୂରିବୁଲୁଥିବା ଆଠଟି ଗ୍ରହ, ତିନୋଟି ବାମନ ଗ୍ରହ, ଅନେକ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅସଂଖ୍ୟ ଉଲ୍‌କା ଓ ଧୂମକେତୁକୁ ନେଇ ସୂର୍ଯ୍ୟ ସହିତ ଗଠିତ ହୋଇଥ‌ିବା ପରିବାରକୁ ସୌର ଜଗତ କୁହାଯାଏ।

BSE Odisha 6th Class Geography Solutions Chapter 1 ପୃଥିବୀ ଓ ସୌର ଜଗତ

(ଖ) ଦୂରତା କ୍ରମରେ ସୌର ଜଗତରେ ଗ୍ରହଗୁଡ଼ିକର ନାମ ଲେଖ।
Answer:
ଦୂରତା କ୍ରମରେ ସୌର ଜଗତରେ ଥ‌ିବା ଗ୍ରହଗୁଡ଼ିକର ନାମ ହେଲା – ବୁଧ, ଶୁକ୍ର, ପୃଥ‌ିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନ୍ସ ଓ ନେପ୍‌ଚ୍ୟୁନ୍।

(ଗ) ପୃଥ‌ିବୀକୁ କାହିଁକି ଅଦ୍ବିତୀୟ ଗ୍ରହ କୁହାଯାଏ ?
Answer:
ପୃଥ‌ିବୀକୁ ଏକ ଅଦ୍ବିତୀୟ ଗ୍ରହ କୁହାଯାଏ, କାରଣ :
(୧) ପୃଥ‌ିବୀ ପୃଷ୍ଠରେ ଅଧ‌ିକ ଗରମ ବା ଥଣ୍ଡା ଅନୁଭୂତ ହୁଏ ନାହିଁ।
(୨) ଏଥିରେ ବାୟୁ, ଜଳ ଓ ଅନ୍ୟାନ୍ୟ ଉପାଦାନ ରହିଥ‌ିବାରୁ ଏହା ପୃଷ୍ଠରେ ଜୀବଜଗତର ସୃଷ୍ଟି ହୋଇପାରିଛି ଓ ଏହା ବିଭିନ୍ନ ପ୍ରକାର ଜୀବଜନ୍ତୁ ଏବଂ ବୃକ୍ଷଲତାମାନଙ୍କର ଆଶ୍ରୟସ୍ଥଳୀ ହୋଇପାରିଛି।

(ଘ) ଆମେ ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ଦେଖୁ କାହିଁକି ?
Answer:
(୧) ଚନ୍ଦ୍ର ନିଜ ଅକ୍ଷ ଚାରିପଟେ ଘୂରିବା ପାଇଁ ଏବଂ ପୃଥ‌ିବୀ ଚାରିପାଖରେ ପରିକ୍ରମଣ କରିବା ପାଇଁ ପ୍ରାୟ ୨୭ଦିନ ୮ ଘଣ୍ଟା ସମୟ ନେଇଥାଏ।
(୨) ତେଣୁ ଏହାର ଆବର୍ତ୍ତନ ଓ ପରିକ୍ରମଣ ସମୟ ପ୍ରାୟ ସମାନ ହୋଇଥିବାରୁ ଆମେ ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ଦେଖୁଥାଉ।

BSE Odisha 6th Class Geography Solutions Chapter 1 ପୃଥିବୀ ଓ ସୌର ଜଗତ

ଙ) ବିଶ୍ୱବ୍ରହ୍ମାଣ୍ଡ କାହାକୁ ନେଇ ଗଠିତ ?
Answer:
ଅନେକ ଛାୟାପଥ, ନୀହାରିକା ବା ନକ୍ଷତ୍ରପୁଞ୍ଜ, ତାରକା ବା ନକ୍ଷତ୍ର, ଗ୍ରହ, ଗ୍ରହାଣୁପୁଞ୍ଜ, ଉପଗ୍ରହ, ଉଲ୍‌କା, ଧୂମକେତୁ ଇତ୍ୟାଦିକୁ ନେଇ ବିଶ୍ବବ୍ରହ୍ମାଣ୍ଡ ଗଠିତ ହୋଇଛି।

(ଚ) ଉପଗ୍ରହ କାହାକୁ କୁହାଯାଏ ?
Answer:
(୧) ନିଜସ୍ଵ ଆଲୋକ ନଥିବା, ସ୍ଥିର ଆଲୋକ ଦେଉଥ‌ିବା ଯେଉଁ ଜ୍ୟୋତିଷଗୁଡ଼ିକ କୌଣସି ଗ୍ରହ ଚାରିପଟେ ପରିକ୍ରମଣ କରୁଥା’ନ୍ତି, ସେଗୁଡ଼ିକୁ ଉପଗ୍ରହ କୁହାଯାଏ।
(୨) ଚନ୍ଦ୍ର ପୃଥ‌ିବୀର ଏକ ଉପଗ୍ରହ।

(ଛ) ସପ୍ତର୍ଷି ମଣ୍ଡଳ ସାହାଯ୍ୟରେ ତୁମେ ଧ୍ରୁବତାରାର ଅବସ୍ଥାନ କିପରି ନିର୍ଣ୍ଣୟ କରିବ ?
Answer:
ସପ୍ତର୍ଷିମଣ୍ଡଳ ମଧ୍ୟରୁ ପୁଲହ ଓ କ୍ରତୁ ନକ୍ଷତ୍ର ଦୁଇଟିକୁ ଏକ କାଳ୍ପନିକ ରେଖାରେ ଯୋଗକରି ବ୍ରତ ଦିଗରେ ଉତ୍ତରକୁ ବଢ଼ାଇଲେ ତାହା ଯେଉଁ ଉଜ୍ଜ୍ଵଳ ତାରକା ପାଖରେ ପହଞ୍ଚି, ତାହାହିଁ ହେଉଛି ଧ୍ରୁବତାରା।

(ଜ) ଚନ୍ଦ୍ର ପୃଷ୍ଠ କେଉଁ କେଉଁ ପଦାର୍ଥରେ ଗଠିତ ?
Answer:
ଚନ୍ଦ୍ରପୃଷ୍ଠ ଅନେକ ଶିଳା, ସୁପ୍ତ ଆଗ୍ନେୟଗିରି, ଗହ୍ଵର, ପର୍ବତ ଓ ଧୂସର ବର୍ଷର ବିସ୍ତୀର୍ଣ୍ଣ ବାଲୁକାରାଶିକୁ ନେଇ ଗଠିତ।

(ଝ) ଗ୍ରହାଣୁପୁଞ୍ଜ କାହାକୁ କୁହାଯାଏ ?
Answer:
(୧) ସୌରଜଗତର ମଙ୍ଗଳ ଓ ବୃହସ୍ପତି ଗ୍ରହ ମଧ୍ଯରେ ରହିଥ‌ିବା ଅସଂଖ୍ୟ ଛୋଟ ଛୋଟ ଉଜ୍ଜ୍ବଳ ପିଣ୍ଡ ଯେଉଁଗୁଡ଼ିକ ନିଜ ନିଜର କକ୍ଷ ପଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରିଥା’ନ୍ତି, ସେଗୁଡ଼ିକୁ ଗ୍ରହାଣୁପୁଞ୍ଜ କୁହାଯାଏ।
(୨) ଏଗୁଡ଼ିକ ଏକ ବୃହତ୍ ଗ୍ରହର ବିଭାଜନଜନିତ ଭଗ୍ନ ଅଂଶ ସମୂହ ବୋଲି ଜଣାପଡ଼ିଛି ।

BSE Odisha 6th Class Geography Solutions Chapter 1 ପୃଥିବୀ ଓ ସୌର ଜଗତ

(ଞ) ଛାୟାପଥ କହିଲେ କ’ଣ ବୁଝ ?
Answer:
(୧) ଶୀତଦିନେ ଆକାଶରେ ଉତ୍ତର ଦକ୍ଷିଣ ଭାବରେ ରହି ଧଳା ଦିଶୁଥ‌ିବା ଏକ ବିସ୍ତୃତ ଆଲୋକପଥ ଦେଖାଯାଏ, ଯାହା ଅସଂଖ୍ୟ ନକ୍ଷତ୍ର ପୁଞ୍ଜ ବା ନୀହାରିକାକୁ ନେଇ ଗଠିତ।
(୨) ତାହାକୁ ଛାୟାପଥ କୁହାଯାଏ।

୨। ଶୂନ୍ୟସ୍ଥାନ ପୂରଣ କର।

(କ) ଉଲ୍‌କା ___________ ରେ ଗଠିତ।
Answer:
ଧୂମକେତୁର ସଲଫାଇଡ୍।

(ଖ) ଆମ ସୌର ଜଗତ _____________ ଛାୟାପଥରେ ଅବସ୍ଥିତ।
Answer:
(ଖ) ଆକାଶ ଗଙ୍ଗା

(ଗ) ଦୂରତା ଅନୁସାରେ __________ ଗ୍ରହ ସୂର୍ଯ୍ୟଙ୍କର ନିକଟତମ।
Answer:
ବୁଧ

BSE Odisha 6th Class Geography Solutions Chapter 1 ପୃଥିବୀ ଓ ସୌର ଜଗତ

(ଘ) ପୃଥ‌ିବୀର ___________ ଟି ପ୍ରାକୃତିକ ଉପଗ୍ରହ ରହିଅଛି।
Answer:

(ଙ) ମହାକାଶ ବିଜ୍ଞାନୀମାନେ ____________ ଗ୍ରହକୁ ସୌଜଗତରୁ ବାଦ୍ ଦେଇଛନ୍ତି।
Answer:
ପ୍ଲା ଟୋ

୩। ନିମ୍ନଲିଖ ଉକ୍ତିଗୁଡ଼ିକ ମଧ୍ୟରୁ ଠିକ୍ ଭକ୍ତି ପାଖରେ √ ଚିହ୍ନ ଦିଅ।

(କ) ନକ୍ଷତ୍ରମାନଙ୍କର ନିଜର ଆଲୋକ ଓ ଉତ୍ତାପ ରହିଅଛି।
(ଖ) ଗ୍ରହମାନଙ୍କର କକ୍ଷପଥ ସଂପୂର୍ଣ୍ଣ ବୃତ୍ତାକାର।
(ଗ) ଗ୍ରହମାନେ ସୂର୍ଯ୍ୟ ଚତୁଃପାର୍ଶ୍ବରେ ପରିକ୍ରମଣ କରିଥାଆନ୍ତି।
(ଘ) ୟୁରେନ୍ସ ଗ୍ରହର ପରିକ୍ରମଣ ସମୟ ୪୮ ବର୍ଷ।
(ଙ) କୃତ୍ରିମ ଉପଗ୍ରହଗୁଡ଼ିକୁ ପୃଥ‌ିବୀ ତଥା ଅନ୍ୟ ଗ୍ରହଗୁଡ଼ିକୁ ପରିକ୍ରମଣ କରନ୍ତି।

Answers
(କ) (√)
(ଖ) (×)
(ଗ) (√)
(ଘ) (×)
(ଙ) (√)

BSE Odisha 6th Class Geography Solutions Chapter 1 ପୃଥିବୀ ଓ ସୌର ଜଗତ

୪। ନିମ୍ନଲିଖତ ପ୍ରତ୍ୟେକ ଯୋଡ଼ା ମଧ୍ଯରେ ପାର୍ଥକ୍ୟ ନିରୂପଣ କର।
(କ) ଗ୍ରହ ଓ ନକ୍ଷତ୍ର
Answer:

ଗ୍ରହ ନକ୍ଷତ୍ର
(୧) ଗ୍ରହଗୁଡ଼ିକର ନିଜର ଆଲୋକ ଓ ଉତ୍ତାପ ନଥାଏ।
(୨) ଏଗୁଡ଼ିକ ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହୋଇ  ସ୍ଥିର ଆଲୋକ ଦେଇଥା’ନ୍ତି।
(୩) ଗ୍ରହଗୁଡ଼ିକ ସୂର୍ଯ୍ୟଙ୍କଠାରୁ ଏକ ନିର୍ଦ୍ଦିଷ୍ଟ ଦୂରତାରେ ରହିଥା’ନ୍ତି।
(୧) ନକ୍ଷତ୍ରଗୁଡ଼ିକର ନିଜର ଆଲୋକ ଓ ଉତ୍ତାପ ଥାଏ।
(୨) ଏଗୁଡ଼ିକର ନିଜର ଆଲୋକ ଥିବାରୁ ସର୍ବଦା ମିଞ୍ଜି ମିଞ୍ଜି ଭାବରେ ଦେଖାଯାଆନ୍ତି।
(୩) ନକ୍ଷତ୍ରଗୁଡ଼ିକ ମଧ୍ୟରେ ସେପରି ନିର୍ଦ୍ଦିଷ୍ଟ ଦୂରତା ନ ଥାଏ।

(ଖ) ପ୍ରାକୃତିକ ଉପଗ୍ରହ ଓ କୃତ୍ରିମ ଉପଗ୍ରହ
Answer:

ପ୍ରାକୃତିକ ଉପଗ୍ରହ କୃତ୍ରିମ ଉପଗ୍ରହ
(୧) ପ୍ରାକୃତିକ ଉପଗ୍ରହଗୁଡ଼ିକ ସୂର୍ଯ୍ୟଙ୍କଠାରୁ ଉତ୍ପତ୍ତି ହୋଇଥାଏ। (୧) କୃତ୍ରିମ ଉପଗ୍ରହଗୁଡ଼ିକ ମନୁଷ୍ୟଦ୍ଵାରା ତିଆରି ହୋଇଥାଏ।
(୨) ଏହି ଉପଗ୍ରହଗୁଡ଼ିକ ସର୍ବଦା ନିଜ ଅକ୍ଷ ଚାରିପଟେ ଆବର୍ତ୍ତନ ଓ ଗ୍ରହ ଚାରିପାଖରେ ପରିକ୍ରମଣ କରିବା ସହ ସୂର୍ଯ୍ୟଙ୍କ ଚାରିପଟେ ଘୂରିଥା’ନ୍ତି । ସହ ସୂର୍ଯ୍ୟଙ୍କ ଚାରିପଟେ ଘୂରିଥା’ନ୍ତି। (୨) କୃତ୍ରିମ ଉପଗ୍ରହଗୁଡ଼ିକୁ ବିଶ୍ବବ୍ରହ୍ମାଣ୍ଡ ବିଷୟରେ ତଥ୍ୟ ସଂଗ୍ରହ ପାଇଁ ରକେଟ୍ ସାହାଯ୍ୟରେ ପ୍ରେରଣ କରାଯାଇ ପୃଥ‌ିବୀପୃଷ୍ଠରୁ ଉର୍ଦ୍ଧ୍ବରେ ନିଜସ୍ଵ କକ୍ଷ ପଥରେ ସ୍ଥାପିତ କରାଯାଇଥାଏ।
(୩) ପ୍ରାକୃତିକ ଉପଗ୍ରହଗୁଡ଼ିକର ଆବର୍ତ୍ତନ ଓ ପରିକ୍ରମଣ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ହୋଇଥାଏ। (୩) ଏମାନଙ୍କର ନିର୍ଦ୍ଦିଷ୍ଟ ଆବର୍ତ୍ତନ ଓ ପରିକ୍ରମଣ ସମୟ ନଥାଏ।
(୪) ଚନ୍ଦ୍ର ପୃଥ‌ିବୀର ଏକ ପ୍ରାକୃତିକ ଉପଗ୍ରହ। (୪) INSAT, IRS ଇତ୍ୟାଦି କୃତ୍ରିମ ଉପଗ୍ରହ।

BSE Odisha 6th Class Geography Solutions Chapter 1 ପୃଥିବୀ ଓ ସୌର ଜଗତ
(ଗ) ନକ୍ଷତ୍ର ଓ ନୀହାରିକା
Answer:

ନକ୍ଷତ୍ର ନୀହାରିକା
(୧) ରାତ୍ରିରେ ମିଞ୍ଜି ମିଞ୍ଜି ଦେଖାଯାଉଥ‌ିବା ମହାଜାଗତିକ ପିଣ୍ଡଗୁଡ଼ିକୁ ନକ୍ଷତ୍ର କୁହାଯାଏ।
(୨) ସୂର୍ଯ୍ୟ ଏକ ନକ୍ଷତ୍ର।
(୧) ନକ୍ଷତ୍ର ମାନଙ୍କର ବା ନକ୍ଷତ୍ରପୁଞ୍ଜର ସମଷ୍ଟିକୁ ନୀହାରିକା କୁହାଯାଏ।
(୨) ନୀହାରିକାରୁ ଅସଂଖ୍ୟ ସୂର୍ଯ୍ୟ ସୃଷ୍ଟି ହୋଇପାରେ।

 

BSE Odisha 6th Class Geography Notes Chapter 1 ପୃଥିବୀ ଓ ସୌର ଜଗତ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

  • ପୃଥ‌ିବୀ ଏକ ଗ୍ରହ । ଆମେ ସମସ୍ତେ ପୃଥ‌ିବୀ ପୃଷ୍ଠରେ ବାସ କରିଥାଉ । ଦିନବେଳେ ପୃଥ‌ିବୀ ସୂର୍ଯ୍ୟଙ୍କଠାରୁ ଆଲୋକ ଓ ଉତ୍ତାପ ପାଇଥାଏ।
  • ଆକାଶରେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯା’ନ୍ତି।
  • ଆକାଶରେ ଚନ୍ଦ୍ରର ଆକାର, ଉଦୟ ସମୟ ଓ ଅବସ୍ଥିତି ପ୍ରତିଦିନ ବଦଳିଥାଏ।
  • ଚନ୍ଦ୍ରର ଆକାର ବୃଦ୍ଧି ପାଇ ପୂର୍ଣ୍ଣମୀ ଦିନ ସମ୍ପୂର୍ଣ୍ଣ ଗୋଲ ଚନ୍ଦ୍ର ଦେଖାଯା’ନ୍ତି ଓ ଏହାପରେ ଦିନକୁ ଦିନ ହ୍ରାସ ପାଇ ଅମାବାସ୍ୟା ଦିନ ଚନ୍ଦ୍ର ଆଦୌ ଦେଖାଯା’ନ୍ତି ନାହିଁ।
  • ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ସହିତ ମହାକାଶରେ ଦେଖାଯାଉଥିବା ଅସଂଖ୍ୟ ଉଜ୍ଜ୍ବଳ ପିଣ୍ଡଗୁଡ଼ିକୁ ମହାଜାଗତିକ ପିଣ୍ଡ କୁହାଯାଏ।
  • ଏହି ମହାଜାଗତିକ ପିଣ୍ଡଗୁଡ଼ିକ ମଧ୍ୟରୁ କେତେକଙ୍କର ନିଜସ୍ବ ଆଲୋକ ଓ ଉତ୍ତାପ ଥାଏ ଓ ପୃଥ‌ିବୀ ପୃଷ୍ଠରୁ ଦୂରତା ଅନୁସାରେ ସେଗୁଡ଼ିକର ଆକାର ଛୋଟ ବା ବଡ଼ ଦେଖା ଯାଇଥାଏ।
  • ଆକାଶରେ ରାତ୍ରିରେ ମିଞ୍ଜି ମିଞ୍ଜି କରୁଥିବା ଏହି ଉଜ୍ଜ୍ଵଳ ପିଣ୍ଡଗୁଡ଼ିକୁ ନକ୍ଷତ୍ର ବା ତାରକା କୁହାଯାଏ।
  • ମହାଜାଗତିକ ପିଣ୍ଡଗୁଡ଼ିକର ଦୂରତ୍ବକୁ ଜ୍ୟୋତିର୍ବିଜ୍ଞାନୀମାନେ ଆଲୋକ ବର୍ଷ ସାହାଯ୍ୟରେ ମାପିଥା’ନ୍ତି।

BSE Odisha 6th Class Geography Notes Chapter 1 ପୃଥିବୀ ଓ ସୌର ଜଗତ

→ ଆଲୋକ ପ୍ରତି ସେକେଣ୍ଡରେ ପ୍ରାୟ ୩,୦୦, ୦୦୦ କିଲୋମିଟର ବେଗରେ ଗତି କରେ । ଏକ ବର୍ଷ ମଧ୍ୟରେ ଆଲୋକ ଯେତେ ଦୂରତ୍ୱ ଅତିକ୍ରମ କରେ, ତାହାକୁ ଏକ ଆଲୋକ ବର୍ଷ କୁହାଯାଏ । ଅର୍ଥାତ୍ ଏକ ଆଲୋକ ବର୍ଷ = ୩,୦୦,୦୦୦ x ୬୦ x ୬୦ x ୨୪x ୩୬୫ କିଲୋମିଟର।

  • ସୂର୍ଯ୍ୟ ଏକ ନକ୍ଷତ୍ର।
  • ସୂର୍ଯ୍ୟଙ୍କଠାରୁ ସହସ୍ର ଗୁଣ ଅଧିକ ବଡ଼ ନକ୍ଷତ୍ର ମଧ୍ୟ ଅଛନ୍ତି; ମାତ୍ର ସେଗୁଡ଼ିକ ପୃଥ‌ିବୀଠାରୁ ବହୁ ଦୂରରେ ଥିବାରୁ ଆକାରରେ ଛୋଟ ଦେଖାଯାଆନ୍ତି।
  • ଆକାଶରେ ସୂର୍ଯ୍ୟଙ୍କ ପରି କେତେକ ନକ୍ଷତ୍ର ପାଖାପାଖି ହୋଇ ବିଭିନ୍ନ ଆକାରରେ ସଜ୍ଜିତ ହୋଇ ରହିଥା’ଛି। ଏମାନଙ୍କୁ ନକ୍ଷତ୍ର ମଣ୍ଡଳ ବା ନକ୍ଷତ୍ର ପୁଞ୍ଜ କୁହାଯାଏ । ସପ୍ତର୍ଷି ମଣ୍ଡଳ, କ୍ଷୁଦ୍ର ସପ୍ତର୍ଷି ମଣ୍ଡଳ (ଶିଶୁମାର) ଏହାର ଉଦାହରଣ ଅଟେ।
  • ଆକାଶରେ ରାତିରେ ସପ୍ତର୍ଷି ମଣ୍ଡଳ ଏକ ପ୍ରଶ୍ନବାଚୀ (?) ଚିହ୍ନ ପରି ଦେଖାଯା’ନ୍ତି । ଏଥ‌ିରେ କ୍ରତୁ, ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା, ବଶିଷ୍ଟ ଓ ମରୀଚି ନାମକ ସାତଟି ନକ୍ଷତ୍ର ରହିଥା’ନ୍ତି।
  • ପୁଲହ ଓ କ୍ରତୁ ନକ୍ଷତ୍ର ଦୁଇଟିକୁ ଏକ କାଳ୍ପନିକ ରେଖାରେ ଯୋଗକରି କ୍ରତୁ ଦିଗରେ ଉତ୍ତରକୁ ବଢ଼ାଇଲେ ତାହା ଏକ ଉଜ୍ଜ୍ଵଳ ତାରକା ପାଖରେ ପହଞ୍ଚିବ। ଏହି ତାରକାକୁ ଧ୍ରୁବତାରା କୁହାଯାଏ।
  • ଧ୍ରୁବତାରା ସାହାଯ୍ୟରେ ଉତ୍ତର ଦିଗ ନିର୍ଣ୍ଣୟ କରାଯାଏ । ଏହାକୁ ମେରୁ ତାରକା ମଧ୍ୟ କୁହାଯାଏ।
  • କେତେକ ମହାଜାଗତିକ ପିଣ୍ଡଗୁଡ଼ିକର ନିଜସ୍ଵ ଆଲୋକ ଓ ଉତ୍ତାପ ନଥାଏ। ସେଗୁଡ଼ିକ ସୂର୍ଯ୍ୟଙ୍କର ଆଲୋକରେ ଆଲୋକିତ ହୋଇଥା’ନ୍ତି। ସେମାନଙ୍କୁ ଗ୍ରହ କୁହାଯାଏ।
  • ପୃଥ‌ିବୀ ଏକ ଗ୍ରହ । ଏହା ଉପରେ ସୂର୍ଯ୍ୟଙ୍କ କିରଣ ପ୍ରତିଫଳିତ ହୋଇ ଆଲୋକିତ ହୋଇଥାଏ।

BSE Odisha 6th Class Geography Notes Chapter 1 ପୃଥିବୀ ଓ ସୌର ଜଗତ

→ ସୌର ଜଗତ :

  • ସୂର୍ଯ୍ୟଙ୍କ ପରିବାରରେ ଥ‌ିବା ଆଠଟି ଗ୍ରହ, ତିନୋଟି ବାମନ ଗ୍ରହ, ଅନେକ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅସଂଖ୍ୟ ଉଲ୍‌କା ଓ ଧୂମକେତୁ ଇତ୍ୟାଦିକୁ ସୌର ଜଗତ କୁହାଯାଏ।
  • ସୂର୍ଯ୍ୟ ସୌର ଜଗତର କେନ୍ଦ୍ରରେ ଅବସ୍ଥିତ । ଏହାର ପୃଥ‌ିବୀଠାରୁ ୧୩୦ ନିୟୁତ କି.ମି. ଦୂରରେ ଅବସ୍ଥିତ।
  • ସୂର୍ଯ୍ୟଙ୍କ ଆଲୋକ ପୃଥ‌ିବୀରେ ପ୍ରାୟ ୮ ମିନିଟ୍‌ରେ ପହଞ୍ଚୁଥାଏ।
  • ଏହାର ଆୟତନ ପୃଥ‌ିବୀର ଆୟତନଠାରୁ ୧୩ ଲକ୍ଷ ଗୁଣ ବଡ଼।
  • ପ୍ରତ୍ୟେକ ମହାଜାଗତିକ ପିଣ୍ଡ ନିଜର କେନ୍ଦ୍ର ଆଡ଼କୁ ଆକର୍ଷଣ କରୁଥିବା ଶକ୍ତିକୁ ମାଧ୍ୟାକର୍ଷଣ ଶକ୍ତି ଓ ସେମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ଆକର୍ଷଣ ଶକ୍ତିକୁ ମହାକର୍ଷଣ ଶକ୍ତି କୁହାଯାଏ।
  • ସୂର୍ଯ୍ୟଙ୍କ ମହାକର୍ଷଣ ଶକ୍ତି ପୃଥ‌ିବୀର ମାଧ୍ୟାକର୍ଷଣ ଶକ୍ତିର ପ୍ରାୟ ୨୭ ଗୁଣ।
  • ବୁଧ, ଶୁକ୍ର, ପୃଥ‌ିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନ୍ସ ଓ ନେପଚୁନ୍ ଆଦି ଆଠଟି ଗ୍ରହ ନିଜ ନିଜର ଉପବୃତ୍ତାକାର କକ୍ଷ ପଥରେ ସୂର୍ଯ୍ୟଙ୍କ ଚାରିପାଖରେ ବୁଲିବାକୁ ପରିକ୍ରମଣ ଓ ନିଜ ଅକ୍ଷ ଚାରିପାଖରେ ବୁଲିବାକୁ ଆବର୍ତ୍ତନ କୁହାଯାଏ।
  • ବୃହସ୍ପତି ଆୟତନରେ ସବୁଠାରୁ ବଡ଼ ଗ୍ରହ ଓ ବୁଧ ସବୁଠାରୁ ସାନ ଗ୍ରହ।
  • ଶନି ଗ୍ରହ ଚାରିପାଖରେ ବଳୟ ଥିବାରୁ ଏହାକୁ ବଳୟ ଗ୍ରହ କୁହାଯାଏ।
  • ବୁଧ, ଶୁକ୍ର, ପୃଥ‌ିବୀ ଓ ମଙ୍ଗଳ ଏହି ଚାରୋଟି ଗ୍ରହ ସୂର୍ଯ୍ୟଙ୍କର ନିକଟବର୍ତ୍ତୀ ହୋଇଥିବାରୁ ଏଗୁଡ଼ିକୁ‘ଅନ୍ତଃଗ୍ରହ’ କୁହାଯାଏ।
  • ବୃହସ୍ପତି, ଶନି, ୟୁରେନ୍ସ ଓ ନେପଚୁନ୍‌ ସୂର୍ଯ୍ୟଙ୍କଠାରୁ ଦୂରରେ ରହିଥିବାରୁ ଏଗୁଡ଼ିକୁ ‘ବହିଃଗ୍ରହ’ କୁହାଯାଏ।

BSE Odisha 6th Class Geography Notes Chapter 1 ପୃଥିବୀ ଓ ସୌର ଜଗତ

BSE Odisha 6th Class Geography Notes Chapter 1 ପୃଥିବୀ ଓ ସୌର ଜଗତ Q. 1

BSE Odisha 6th Class Geography Notes Chapter 1 ପୃଥିବୀ ଓ ସୌର ଜଗତ

→ ପୃଥ‌ିବୀ :

  • ପୃଥ‌ିବୀ ଏକ ଗ୍ରହ । ଏହା ଆୟତନରେ ପଞ୍ଚମ ବୃହତ୍ତମ ଗ୍ରହ।
  • ଏହାର ଉତ୍ତର ବିନ୍ଦୁକୁ ଉତ୍ତର ମେରୁ ଓ ଦକ୍ଷିଣ ବିନ୍ଦୁକୁ ଦକ୍ଷିଣ ମେରୁ କୁହାଯାଏ।
  • ଉଭୟ ମେରୁକୁ କେନ୍ଦ୍ର ସହିତ ଯୋଗକରି ଯେଉଁ କାଳ୍ପନିକ ରେଖା କଳ୍ପନା କରାଯାଏ, ତାହାକୁ ପୃଥ‌ିବୀର ଅକ୍ଷ ବା ମେରୁଦଣ୍ଡ କୁହାଯାଏ।
  • ପୃଥ‌ିବୀର ଆକାର ଏକ ଅଭିଗତ ଗୋଲକ ପରି।
  • ପୃଥ‌ିବୀର ଉଭୟ ମେରୁ ଅଞ୍ଚଳ ସାମାନ୍ୟ ଚେପ୍‌ଟା ଓ ମଧ୍ୟଭାଗ ସ୍ତ୍ରୀତ ହୋଇଥିବାରୁ ଏହାର ମେରୁ ବ୍ୟାସ ଓ ବିଷୁବ ବ୍ୟାସ ସମାନ ନୁହେଁ।
  • ପୃଥ‌ିବୀ ପୃଷ୍ଠର ଚାରିଭାଗରୁ ତିନିଭାଗ ଜଳଦ୍ଵାରା ଆଚ୍ଛାଦିତ ହୋଇଥିବାରୁ ଏହାକୁ ଜଳୀୟ ଗ୍ରହ କୁହାଯାଏ ଓ ମହାକାଶରୁ ଏହାର ରଙ୍ଗ ନୀଳ ଦିଶୁଥିବାରୁ ଏହାକୁ ମଧ୍ୟ ‘ନୀଳ ଗ୍ରହ’ କୁହାଯାଏ।

BSE Odisha 6th Class Geography Notes Chapter 1 ପୃଥିବୀ ଓ ସୌର ଜଗତ

→ ଚନ୍ଦ୍ର :

  • ଚନ୍ଦ୍ର ପୃଥ‌ିବୀର ଏକମାତ୍ର ଉପଗ୍ରହ ଅଟେ।
  • ଏହାର ଆୟତନ ପୃଥ‌ିବୀର ପ୍ରାୟ ୪୯ ଭାଗରୁ ଏକଭାଗ।
  • ଏଠାରେ ଜଳ ବା ବାୟୁ ନଥିବାରୁ ଜୀବଜଗତ ଦେଖାଯାଏ ନାହିଁ।
  • ଚନ୍ଦ୍ର ନିଜ ଅକ୍ଷ ଚାରିପାଖରେ ବୁଲିବାପାଇଁ ଏବଂ ପୃଥ‌ିବୀ ଚାରିପାଖରେ ପରିକ୍ରମଣ କରିବା ପାଇଁ ୨୭ ଦିନ ୮ ଘଣ୍ଟା ସମୟ ନେଇଥାଏ । ଏହାର ଆବର୍ତ୍ତନ ଓ ପରିକ୍ରମଣ ସମୟ ପ୍ରାୟ ସମାନ।

* ବୈଜ୍ଞାନିକମାନେ ବିଶ୍ୱବ୍ରହ୍ମାଣ୍ଡ ବିଷୟରେ ଅଧ୍ଵକ ଜାଣିବା ପାଇଁ ଏବଂ ଯୋଗାଯୋଗ ସ୍ଥାପନ ତଥା ପାଣିପାଗ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ପାଇଁ କୃତ୍ରିମ ଉପଗ୍ରହ ତିଆରି କରି ମହାକାଶକୁ ପଠାଉଛନ୍ତି । ଏଗୁଡ଼ିକ ରକେଟ୍‌ ମାଧ୍ୟମରେ ପ୍ରେରିତ ହୋଇ ପୃଥ‌ିବୀ ପୃଷ୍ଠରୁ ଉର୍ଦ୍ଧ୍ବରେ ନିଜସ୍ବ କକ୍ଷ ପଥରେ ସ୍ଥାପିତ ହୋଇଥାଆନ୍ତି । ଉଦାହରଣ – INSAT, IRS ଇତ୍ୟାଦି କୃତ୍ରିମ ଉପଗ୍ରହ । ୨୦୦୮ ମସିହା ଅକ୍ଟୋବର ୨୨ ତାରିଖରେ ଭାରତ ‘ଚନ୍ଦ୍ରଯାନ’ ମାଧ୍ୟମରେ ନିଜର ଚନ୍ଦ୍ର ଅଭିଯାନ ଆରମ୍ଭ କରିଛି ।

→ ଗ୍ରହାଣୁପୁଞ୍ଜ :

  • ସୌରଜଗତର ମଙ୍ଗଳ ଗ୍ରହ ଓ ବୃହସ୍ପତି ଗ୍ରହ ମଧ୍ୟରେ ଥ‌ିବା ଅସଂଖ୍ୟ ଛୋଟ ଛୋଟ ଉଜ୍ଜ୍ବଳ ପିଣ୍ଡ ବା ଗ୍ରହାଣୁ ନିର୍ଦ୍ଦିଷ୍ଟ କକ୍ଷ ପଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରିଥା’ନ୍ତି । ଏହାକୁ ଗ୍ରହାଣୁପୁଞ୍ଜ କୁହାଯାଏ।
  • ଏଗୁଡ଼ିକ ଏକ ବୃହତ୍ ଗ୍ରହର ବିଭାଜନଜନିତ ଭଗ୍ନଅଂଶ ସମୂହ ବୋଲି ଜଣାଯାଇଛି।

BSE Odisha 6th Class Geography Notes Chapter 1 ପୃଥିବୀ ଓ ସୌର ଜଗତ

→ ଧୂମକେତୁ :

  • ସୌରଜଗତରେ ଥିବା ଏକ ଜ୍ୟୋତିଷ୍କର ସମ୍ମୁଖ ଭାଗ ଏକ ଝାପ୍‌ସା କୁହୁଡ଼ିପରି ଆବରଣଦ୍ୱାରା ଆବୃତ ଓ ପଶ୍ଚାତ୍‌ଭାଗ ବହୁ ଦୂର ପର୍ଯ୍ୟନ୍ତ ଏକ ଲାଞ୍ଜ ପରି ବିସ୍ତୃତ ହୋଇ ରହିଥାଏ । ଏହାକୁ ଲଞ୍ଜାତାରା ବା ଧୂମକେତୁ କୁହାଯାଏ ।
  • ଏଗୁଡ଼ିକ ଯେତେବେଳେ ପୃଥିବୀ ନିକଟକୁ ଚାଲିଆସନ୍ତି, ଆମେ ସେମାନଙ୍କୁ ଖାଲି ଆଖ‌ିରେ ଦେଖିପାରୁ।

→ ଉଲ୍‌କା :

  • ବେଳେବେଳେ ରାତିରେ ଆକାଶରୁ ଏକ ଉଜ୍ଜ୍ୱଳ ଆଲୋକପିଣ୍ଡ ତୀବ୍ର ଗତିରେ ପୃଥିବୀକୁ ଖସି ପଡ଼ିଥାଏ। ଏହାକୁ ଉଲ୍‌କା କୁହାଯାଏ। ପ୍ରକୃତରେ ଉଲ୍‌କାଗୁଡ଼ିକ ଧୂମକେତୁର ଭଗ୍ନାବଶେଷ। ଏହା ବାୟୁ ସହିତ ଘର୍ଷଣ ଯୋଗୁ ଉତ୍ତପ୍ତ ହୋଇ ଜଳି ଉଠନ୍ତି।
  • କେତେକ ବଡ଼ ବଡ଼ ଉଲ୍‌କା ସମ୍ପୂର୍ଣ ଜଳି ନପାରି ପୃଥ‌ିବୀ ଉପରେ ପଡ଼ନ୍ତି ଓ ପଡ଼ିଥିବା ସ୍ଥାନରେ ଗର୍ଭ ସୃଷ୍ଟି ହୋଇଥାଏ।

→ ନୀହାରିକା :

  • ସୂର୍ଯ୍ୟ ପରି ଅନେକ ନକ୍ଷତ୍ରପୁଞ୍ଜର ସମଷ୍ଟିରେ ନୀହାରିକା ଗଠିତ।
  • ଗୋଟିଏ ଗୋଟିଏ ନୀହାରିକାରୁ ଅସଂଖ୍ୟ ସୂର୍ଯ୍ୟ ସୃଷ୍ଟି ହୋଇଥାଏ।

BSE Odisha 6th Class Geography Notes Chapter 1 ପୃଥିବୀ ଓ ସୌର ଜଗତ

→ ଛାୟାପଥ :

  • ଶୀତଦିନେ ଆକାଶରେ ଉତ୍ତର ଦକ୍ଷିଣଭାବେ ଧଳା ଦିଶୁଥ‌ିବା ଏକ ଆଲୋକ ପଥ ଦେଖାଯାଏ ଯାହା ଅନେକ ଗ୍ରହାଣୁପୁଞ୍ଜ ବା ନୀହାରିକାକୁ ନେଇ ଗଠିତ। ଏହାକୁ ଛାୟାପଥ କୁହାଯାଏ।
  • ଆମର ସୌରଜଗତ ଯେଉଁ ଛାୟାପଥରେ ଅବସ୍ଥିତ ତାହାକୁ ଆକାଶଗଙ୍ଗା କୁହାଯାଏ।