CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

Odisha State Board CHSE Odisha Class 12 Foundation of Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ Questions and Answers.

CHSE Odisha 12th Class Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. କେଉଁ ଶିକ୍ଷାବିତ୍ ପ୍ରକୃତିବାଦ ଉପରେ ଗୁରୁତ୍ବ ଦେଇଛନ୍ତି ?
(i) ଗ।ନ୍ଧ
(ii) ଗୋପବନ୍ଧୁ
(iii) ଋଷୋ
(iv) ଶ୍ରୀଅରବିନ୍ଦ
Answer:
(iii) ଋଷୋ

2. ଋଷୋଙ୍କ କେଉଁ ବହି ୧୭୬୨ ମସିହାରେ ପ୍ରକାଶ ପାଇଥିଲା ?
(i) ସାମାଜିକ ଚୁକ୍ତି
(ii) ଏମିଲି
(iii) ଶିକ୍ଷା
(iv) କୌଣସିଟି ନୁହେଁ
Answer:
(ii) ଏମିଲି

3. ଜିନ୍ ଜାକୁଏସ୍ ଋଷୋ କେଉଁ ଶିକ୍ଷାର ପ୍ରବର୍ତ୍ତକ ?
(i) ଶିକ୍ଷକକୈନ୍ଦ୍ରିକ
(ii) ଶିକ୍ଷାର୍ଥୀକୈନ୍ଦ୍ରିକ
(iii) ବିଷୟକୈନ୍ଦ୍ରିକ
(iv) ସମାଜକୈନ୍ଦ୍ରିକ
Answer:
(ii) ଶିକ୍ଷାର୍ଥୀକୈନ୍ଦ୍ରିକ

4. ଶୈଶବକାଳରେ ଶିକ୍ଷାର୍ଥୀର କେଉଁ ବିକାଶ ଉପରେ ଋଷୋ ଗୁରୁତ୍ବ ଆରୋପ କରିଥିଲେ ?
(i) ଶାରାରିକ
(ii) ମାନସିକ
(iii) ସାମାଜିକ
(iv) ନୈତିକ
Answer:
(i) ଶାରାରିକ

5. ଋଷୋ ଜଣେ ଦାର୍ଶନିକ ।
(i) ଇଂରେଜ
(ii) ଫରାସୀ
(iii) ଗ୍ରୀକ୍
(iv) ଭାରତୀୟ
Answer:
(ii) ଫରାସୀ

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

6. ପ୍ରକୃତି ଅନୁଯାୟୀ ଶିକ୍ଷା ସହ କେଉଁଟି ସମ୍ପର୍କିତ ନୁହେଁ ?
(i) ମନୋବୈଞାନିକ ପ୍ରକୃତି
(ii) ଭୌତିକ ପ୍ରକୃତି
(iii) ଅଣସାମାଜିକ ପ୍ରକୃତି
(iv) ପ୍ରାକୃତିକ ପରିବେଶ
Answer:
(iv) ପ୍ରାକୃତିକ ପରିବେଶ

7. ଋଷୋଙ୍କ ମତରେ ଶୈଶବକାଳର ଅବଧୂ କେତେ ?
(i) ଜନ୍ମରୁ ୫ ବର୍ଷ
(ii) ୫ ବର୍ଷରୁ ୧୨ ବର୍ଷ
(iii) ୧୨ ବର୍ଷରୁ ୧୫ ବର୍ଷ
(iv) ୧୫ ବର୍ଷରୁ ୨୦ ବର୍ଷ
Answer:
(i) ଜନ୍ମରୁ ୫ ବର୍ଷ

8. କେଉଁ ଶିକ୍ଷାବିତ୍‌ଙ୍କର ଅନୁଶାସନ ‘ପ୍ରାକୃତିକ ପରିଣାମ ତତ୍ତ୍ବ’ ଉପରେ ଆଧାରିତ ଅଟେ ?
(i) ଗାନ୍ଧିଜା
(ii) ଋଷୋ
(iii) ଗୋପବନ୍ଧୁ
(iv) ଶ୍ରୀଅରବିନ୍ଦ
Answer:
(ii) ଋଷୋ

9. କେଉଁ ଶିକ୍ଷାବିତଙ୍କର ନାରୀମାନଙ୍କ ପ୍ରତି ନାକାରାତ୍ମକ ଦୃଷ୍ଟିଭଙ୍ଗୀ ଥିଲା ?
(i) ଗାନ୍ଧିଜା
(ii) ଋଷୋ
(iii) ଗୋପବନ୍ଧୁ
(iv) ଶ୍ରୀଅରବିନ୍ଦ
Answer:
(ii) ଋଷୋ

10. ଶିକ୍ଷାର୍ଥୀର କେଉଁ ଅବସ୍ଥାକୁ ‘ନବଜନ୍ମ ଲାଭ’ ବୋଲି ଋଷୋ ବର୍ଣ୍ଣନା କରିଛନ୍ତି ?
(i) ଣୈଣବକାଳ
(ii) ବାଲ୍ୟକାଳ
(iii) କୈଶୋରାବସ୍ଥା
(iv) ଯୌବନକାଳ
Answer:
(iv) ଯୌବନକାଳ

11. ‘ସଭ୍ୟତାର ପ୍ରଗତି ହିଁ ସମସ୍ତ ଅତ୍ୟାଚାର ଓ ଦୁର୍ନୀତିର କାରଣ’ ଏହି ବିଷୟକ ଗ୍ରନ୍ଥଟି କେବେ ପ୍ରକାଶ ପାଇଥିଲା ?
(i) ୧୭୪୭
(ii) ୧୭୫୦
(iii) ୧୭୫୦
(iv) ୧୭୫୫
Answer:
(ii) ୧୭୫୦

12. ଋଷୋ ତାଙ୍କ ଶିକ୍ଷାଦର୍ଶନ କେଉଁ ପୁସ୍ତକରେ ବର୍ଣ୍ଣନା କରିଅଛନ୍ତି ?
(i) ଗାତା
(ii) ଏମିଲି
(iii) ହରିଜନ
(iv) କୌଣସିଟି ନୁହେଁ
Answer:
(ii) ଏମିଲି

13. ଋଷୋଙ୍କ ଶିକ୍ଷାଦର୍ଶନକୁ କ’ଣ କୁହାଯାଏ ?
(i) ଆଦର୍ଣବାଦ
(ii) ପ୍ରକୃତିବାଦ
(iii) ପ୍ରୟୋଗବାଦ
(iv) ସଂକଳନବାଦ
Answer:
(ii) ପ୍ରକୃତିବାଦ

B. ଶୂନ୍ୟସ୍ଥାନ ପୂରଣ କର ।

1. ଋଷୋଙ୍କଦ୍ଵାରା ଲିଖ୍ତ ପୁସ୍ତକର ନାମ __________ ।
Answer:
ଏମିଲି

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

2. ଋଷୋଙ୍କ ଲିଖୂ ପୁସ୍ତକ ଏମିଲି __________ ମସିହାରେ ରଚିତ ହୋଇଥିଲା ।
Answer:
୧୭୬୨

3. ଋଷୋ ___________ ମସିହାରେ ଜନ୍ମ ହୋଇଥିଲେ ।
Answer:
୧୭୧୨

4. ରଷୋଙ୍କର ଦୁଇଟି ପ୍ରସିଦ୍ଧ ଗ୍ରନ୍ଥ ମଧ୍ୟରୁ ଗୋଟିଏ ‘ସାମାଜିକ ଚୁକ୍ତି’ ଓ ଅନ୍ୟଟି____________ ।
Answer:
ଏମିଲି

5. ଋଷୋଙ୍କର ___________ ମସିହାରେ ପ୍ୟାରିସ୍ଠାରେ ମୃତ୍ୟୁ ହୋଇଥିଲା ।
Answer:
୧୭୭୮

6. ଋଷୋଙ୍କ ମତରେ ଶୈଶବକାଳ ଜନ୍ମରୁ ____________ ବର୍ଷ |
Answer:
ପାଞ୍ଚ (୫)

7. ଋଷୋଙ୍କ ମତରେ ବାଲ୍ୟକାଳ ପାଞ୍ଚରୁ____________ ବର୍ଷ |
Answer:
୧୨

8. ଋଷୋଙ୍କର ନାରୀଶିକ୍ଷା ପ୍ରତି _________ ମନୋଭାବ ଥିଲା ।
Answer:
ନାକାରାମ୍କ

9. __________ ଶିକ୍ଷା ଋଷୋଙ୍କର ଶିକ୍ଷାଜଗତ ପ୍ରତି ଏକ ଅବଦାନ ।
Answer:
ନେତିବାଚକ ବା ନାସ୍ତିବାଚକ

10. ଋଷୋଙ୍କର ଶୃଙ୍ଖଳା ____________ ଥିଲା ।
Answer:
ପ୍ରାକୃତିକ ପରିଣାମ ତତ୍ତ୍ବ

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଜିନ୍ ଜାକୁଏସ୍ ଋଷୋ ଜଣେ ଗ୍ରୀକ୍ ଦାର୍ଶନିକ ।
Answer:
ଜିନ୍ ଜାକୁଏସ୍ ଋଷୋ ଜଣେ ଫରାସୀ ଦାର୍ଶନିକ ।

2. ସବୁଜ ବିପ୍ଲବରେ ଋଷୋ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
Answer:
ଫରାସୀ ବିପ୍ଳବରେ ଋଷୋ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

3. ଋଷୋ ୧୭୧୨ରେ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ ।
Answer:
ଋଷୋ ୧୭୧୨ରେ ଜେନେଭାରେ ଜନ୍ମଗ୍ରହଣ କରିଥିଲେ ।

4. ସାମାଜିକ ଚୁକ୍ତି (Social Contact) ପୁସ୍ତକଟି ଆରିଷ୍ଟୋଟଲ୍ ଲେଖୁଥିଲେ ।
Answer:
ସାମାଜିକ ଚୁକ୍ତି (Social Contact) ପୁସ୍ତକଟି ଋଷୋ ଲେଖୁଥିଲେ ।

5. ଋଷୋ ତାଙ୍କର ଶିକ୍ଷା ସମ୍ପର୍କରେ ‘ସାମାଜିକ ଚୁକ୍ତି’ ପୁସ୍ତକରେ ବର୍ଣ୍ଣନା କରିଛନ୍ତି ।
Answer:
ଋଷୋ ତାଙ୍କର ଶିକ୍ଷା ସମ୍ପର୍କରେ ‘ଏମିଲି’ ପୁସ୍ତକରେ ବର୍ଣ୍ଣନା କରିଛନ୍ତି ।

6. ଋଷୋ ଜୀବନକାଳକୁ ପାଠ୍ୟକ୍ରମ ପାଇଁ ୫ଟି ଭାଗରେ ବିଭକ୍ତ କରିଛନ୍ତି
Answer:
ଋଷୋ ଜୀବନକାଳକୁ ପାଠ୍ୟକ୍ରମ ପାଇଁ ୪ଟି ଭାଗରେ ବିଭକ୍ତ କରିଛନ୍ତି ।

7. ଋଷୋଙ୍କର ଶୈଶବକାଳର ଅବଧୂ ୫ ବର୍ଷରୁ ୧୨ ବର୍ଷ ଅଟେ |
Answer:
ଋଷୋଙ୍କର ବାଲ୍ୟକାଳର ଅବଧୂ ୫ ବର୍ଷରୁ ୧୨ ବର୍ଷ ଅଟେ |

8. ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଜୀବନ କାଳକୁ ଋଷୋ ଶୈଶବ କାଳ ରୂପେ ବ୍ୟକ୍ତ କରିଛନ୍ତି ।
Answer:
ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଜୀବନ କାଳକୁ ଋଷୋ ଶୈଶବ କାଳ ରୂପେ ବ୍ୟକ୍ତ କରିଛନ୍ତି ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।

1. ଶିକ୍ଷାକ୍ଷେତ୍ରକୁ ଋଷୋଙ୍କର ଦୁଇଟି ଦାନ ଲେଖ ।
Answer:
ରଷୋଙ୍କର ଶିକ୍ଷାକ୍ଷେତ୍ରକୁ ଦୁଇଟି ମୁଖ୍ୟ ଗୁରୁତ୍ଵପୂର୍ଣ୍ଣ ଦାନ ହେଲା – (1) ନାସ୍ତିବାଚକ ଶିକ୍ଷା, (2) ଶିଶୁକୈନ୍ଦ୍ରିକ ଶିକ୍ଷା ।

2. ଋଷେ କେଉଁ ଦେଶର ଦାର୍ଶନିକ ଥିଲେ ?
Answer:
ଋଷେ ଫ୍ରାନ୍ସ ଦେଶର ଦାର୍ଶନିକ ଥିଲେ ।

3. ଋଷେ କେଉଁ ବିପ୍ଳବରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ?
Answer:
ଋଷୋ ଫରାସୀ ବିପ୍ଲବରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

4. ଶିଶୁକୈନ୍ଦ୍ରିକ ଶିକ୍ଷାର ପ୍ରଥମ ପ୍ରବର୍ତ୍ତକ କିଏ ?
Answer:
ଶିଶୁକୈନ୍ଦ୍ରିକ ଶିକ୍ଷାର ପ୍ରଥମ ପ୍ରବର୍ତ୍ତକ ଥିଲେ ରଷୋ ।

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

5. ଋଷୋ କେତେ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ?
Answer:
ରଷୋ ୧୭୧୨ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ।

6. ଋଷୋ କେତେ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ ?
Answer:
ଋଷେ ୧୭୭୮ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ ।

7. ଋଷୋଙ୍କ ମତରେ ସାମାଜିକ ପ୍ରକୃତି କ’ଣ ?
Answer:
ଋଷୋଙ୍କ ମତରେ ସାମାଜିକ ପ୍ରକୃତି କୃତ୍ରିମତା ବିରୋଧୀ ସ୍ବାଭାବିକ ବ୍ୟବସ୍ଥା ।

8. ଋଷୋ ତାଙ୍କ ‘ଏମିଲି’ ପୁସ୍ତକରେ କାହା ଉପରେ ଆଲୋଚନା କରିଛନ୍ତି ।
Answer:
ଋଷୋ ତାଙ୍କର ‘ଏମିଲି’ ପୁସ୍ତକରେ ଏକ କାଳ୍ପନିକ ଶିଶୁର କ୍ରମ ବିକାଶ ଉପରେ ଆଲୋଚନା କରିଛନ୍ତି ।

9. ଶିଶୁର ପ୍ରାକୃତିକ ଗୁଣାବଳୀ କହିଲେ କ’ଣ ବୁଝ ?
Answer:
ଶିଶୁ ମଧ୍ୟରେ ଥ‌ିବା ସ୍ଵତନ୍ତ୍ର ଆଗ୍ରହ ଓ ଗୁଣବତ୍ତାକୁ ଶିଶୁର ପ୍ରାକୃତିକ ଗୁଣାବଳୀ କୁହାଯାଏ ।

10. ଜ୍ଞାନାତ୍ମକ ସ୍ତରରେ ନାସ୍ତିବାଚକ ଶିକ୍ଷାର ଅର୍ଥ କ’ଣ ?
Answer:
ଜ୍ଞାନାତ୍ମକ ସ୍ତରରେ ନାସ୍ତିବାଚକ ଶିକ୍ଷାର ଅର୍ଥ ହେଉଛି ଶିଶୁକୁ କୌଣସି ଶିକ୍ଷା ଦିଆଯିବ ନାହିଁ ।

11. ନୈତିକ ଶିକ୍ଷା ସ୍ତରରେ ନାସ୍ତିବାଚକ ଶିକ୍ଷାର ଅର୍ଥ କ’ଣ ?
Answer:
ନୈତିକ ଶିକ୍ଷା ସ୍ତରରେ ନାସ୍ତିବାଚକ ଶିକ୍ଷାର ଅର୍ଥ ଶିଶୁ ନିଜ କର୍ମ ମାଧ୍ୟମରେ ନୈତିକ ଶିକ୍ଷା ଗ୍ରହଣ କରିବା ଉଚିତ ।

12. କେଉଁ ବୟସରେ ଋଷୋ ପୁସ୍ତକଗତ ଶିକ୍ଷାଦାନ ନ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ?
Answer:
ବାଲ୍ୟକାଳରେ ଋଷୋ ପୁସ୍ତକଗତ ଶିକ୍ଷାଦାନ ନ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଋଷୋଙ୍କଦ୍ଵାରା ପ୍ରଦତ୍ତ ଶିକ୍ଷାର ଦୁଇଟି ଲକ୍ଷ୍ୟ ଲେଖ ।
Answer:
ଆତ୍ମ ପରିପ୍ରକାଶ – ଅନ୍ତର୍ନିହିତ ଗୁଣାବଳୀର ସମ୍ପୂର୍ଣ୍ଣ ପ୍ରକାଶ ପାଇଁ ସ୍ଵାଧୀନତାର ଆବଶ୍ୟକତା ଅଛି ।
ଇନ୍ଦ୍ରିୟାନୁଭୂତିର ବିକାଶ – ଇନ୍ଦ୍ରିୟାନୁଭୂତିଦ୍ୱାରା ଶିକ୍ଷା ଦୀର୍ଘସ୍ଥାୟୀ ଏବଂ ଆନନ୍ଦଦାୟକ ହୁଏ ।

2. ଋଷୋଙ୍କ ମତରେ ଶୈଶବକାଳରେ ଶିକ୍ଷାଦାନ ନିମନ୍ତେ କାହା ଉପରେ ଗୁରୁତ୍ଵ ଦିଆଯାଇଥାଏ ?
Answer:
ଋଷୋଙ୍କ ମତରେ ଶୈଶବକାଳରେ ଶିକ୍ଷାଦାନ ନିମନ୍ତେ ମାନସିକ ବିକାଶ ଉପରେ ଗୁରୁତ୍ଵ ନ ଦେଇ ଶାରୀରିକ ବିକାଶ ଉପରେ ଗୁରୁତ୍ଵ ଦେବା ଉଚିତ । ଶାରୀରିକ ବିକାଶ ପାଇଁ କୃତ୍ରିମ ଶିକ୍ଷା ଦିଆଯିବା ଉଚିତ ନୁହେଁ ।

3. ଋଷୋଙ୍କ ମତରେ ବାଲ୍ୟକାଳର ଶିକ୍ଷା କିପରି ହେବା ଉଚିତ ?
Answer:
ଋଷୋଙ୍କ ମତରେ ବାଲ୍ୟକାଳରେ ନାସ୍ତିବାଚକ ଶିକ୍ଷାର ଆବଶ୍ୟକତା ଅଛି । ଶିକ୍ଷାର୍ଥୀର ଇଚ୍ଛା, ରୁଚି ଏବଂ ପ୍ରବୃତ୍ତି ମାଧ୍ୟମରେ ଶିକ୍ଷାଦାନ କରାଯିବା ଦରକାର ।

4. ଋଷୋଙ୍କଦ୍ବାରା ଅନୁମୋଦିତ ଦୁଇଟି ଶିକ୍ଷାଦାନ ପ୍ରଣାଳୀ ଲେଖ ।
Answer:
ଋଷୋଙ୍କଦ୍ୱାରା ଅନୁମୋଦିତ ଦୁଇଟି ଶିକ୍ଷାଦାନ ପ୍ରଣାଳୀ ହେଲା – ପ୍ରତ୍ୟକ୍ଷ ଅନୁଭୂତି ଓ କାର୍ଯ୍ୟ ମାଧ୍ୟମରେ ଶିକ୍ଷା । ବାସ୍ତବ ପରିସ୍ଥିତି ଓ ଅଭିଜ୍ଞତା ପ୍ରତ୍ୟକ୍ଷ ଅନୁଭୂତିରୁ ମିଳିଥାଏ । କାର୍ଯ୍ୟ ମାଧ୍ୟମରେ ଶିକ୍ଷାଦ୍ବାରା ଶିକ୍ଷାର୍ଥୀର ସୃଜନଶୀଳତା ବୃଦ୍ଧି ପାଇଥାଏ ।

5. ଋଷୋଙ୍କର ଶିକ୍ଷା ବ୍ୟବସ୍ଥାର ଅନୁଶାସନ କିପରି ଥିଲା ?
Answer:
ଋଷୋଙ୍କ ଶିକ୍ଷାଦର୍ଶନ ଅନୁସାରେ ପ୍ରକୃତି ପୁରସ୍କାର ବା ଦଣ୍ଡ ଦେବ, ଶିକ୍ଷକ ନୁହେଁ । ଶିକ୍ଷାର୍ଥୀ ପ୍ରକୃତି କୋଳରେ ଆପେ ଆପେ ଶିକ୍ଷା ଲାଭ କରିବ ଓ ଫଳାଫଳଦ୍ଵାରା ଭଲମନ୍ଦ ବୁଝିବ; ଫଳରେ ଆପେ ଆପେ ସେ ଶୃଙ୍ଖଳିତ ହେବ । ଏହା ଥିଲା ରଷୋଙ୍କ ଶିକ୍ଷା ବ୍ୟବସ୍ଥାର ଅନୁଶାସନ ।

6. ଋଷୋଙ୍କ ଶିକ୍ଷା ବ୍ୟବସ୍ଥାର ଦୁଇଟି ସମାଲୋଚନା ଲେଖ ।
Answer:
ନାରୀଶିକ୍ଷା ପ୍ରତି ଋଷୋଙ୍କର ନାକାରାତ୍ମକ ମନୋଭାବ ଥିଲା । ‘ପ୍ରାକୃତିକ ପରିଣାମ ତତ୍ତ୍ଵ’ ଅନୁଶାସନ ସବୁବେଳେ ଶିକ୍ଷାର୍ଥୀ ପାଇଁ ଉପଯୋଗୀ ନୁହେଁ । ଶିକ୍ଷକଙ୍କ ବିନା ଶିକ୍ଷାର୍ଥୀ ସବୁ କିଛି ଶିକ୍ଷାଲାଭ କରିପାରିବ ଏହା ଠିକ୍ ନୁହେଁ ।

7. ଋଷୋଙ୍କ ମତରେ ଶିକ୍ଷାର ବିଭିନ୍ନ ସ୍ତରଗୁଡ଼ିକ କ’ଣ ?
Answer:
ଏମିଲି (Emile) ରେ ଋଷେ ବିଭିନ୍ନ ସ୍ତର ଅନୁସାରେ କିପରି ଶିକ୍ଷାଦାନ କରାଯାଇଥାଏ, ତାହା ବର୍ଣ୍ଣନା କରିଛନ୍ତି । ସେ ବିକାଶର ସ୍ତରକୁ ନିମ୍ନମତେ ବିଭାଗୀକରଣ କରିଛନ୍ତି-
(1) ଶୈଶବାବସ୍ଥା (Infancy)
(2) ପିଲାଦିନ (Childhood)
(3) କୈଶୋରାବସ୍ଥା (Boyhood)
(4) ଯୌବନାବସ୍ଥା (Adolescence)

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

8. ଋଷୋଙ୍କ ଦୁଇଟି ଶିକ୍ଷାଦାନ ପଦ୍ଧତି ବିଷୟରେ ଲେଖ ।
Answer:
ଋଷୋ ଗତାନୁଗତିକ ପୁସ୍ତକଗତ ଶିକ୍ଷାଦାନ ପ୍ରଣାଳୀର ଘୋର ବିରୋଧୀ ଥିଲେ । ସେ ନିମ୍ନଲିଖତ ଶିକ୍ଷାଦାନ ପଦ୍ଧତିଗୁଡ଼ିକ ଉପରେ ଗୁରୁତ୍ବ ଆରୋପ କରିଥିଲେ ।
(i) ପ୍ରତ୍ୟକ୍ଷ ଅନୁଭୂତି (Direct Experience) : ଶିକ୍ଷାର୍ଥୀ ବାସ୍ତବ ପରିସ୍ଥିତିର ସମ୍ମୁଖୀନ ହେଲେ ପ୍ରତ୍ୟକ୍ଷ ଭାବରେ ଶିକ୍ଷାଲାଭ କରିଥାଏ । ପ୍ରତ୍ୟକ୍ଷ ଅନୁଭୂତିଦ୍ଵାରା ଅର୍ଜିତ ଶିକ୍ଷା ଦୀର୍ଘସ୍ଥାୟୀ ହୋଇଥାଏ ।
(ii) ଆବିଷ୍କାରମୂଳକ ପଦ୍ଧତି (Heauristic Method) : ନିଜର ଅନେକ ଅଭିଜ୍ଞତା ଏବଂ ଜ୍ଞାନର ପ୍ରୟୋଗ କରାଯାଇ ନୂତନ ଜ୍ଞାନ ଆହରଣ କରାଯାଇଥାଏ । ଏହା କେବଳ ଅନ୍ଵେଷଣ ବା ଆବିଷ୍କାର ପଦ୍ଧତି ଅବଲମ୍ବନଦ୍ୱାରା ସମ୍ଭବ ।

9. ଋଷୋଙ୍କ ଅନୁଶାସନ ବିଷୟରେ ଲେଖ ।
Answer:
ଋଷୋଙ୍କ ମତରେ ଶିକ୍ଷାର୍ଥୀମାନେ ମୁକ୍ତ ପରିବେଶରେ ପ୍ରକୃତି କୋଳରେ ଶିକ୍ଷାଲାଭ କରିବା ଉଚିତ । ପ୍ରକୃତି ଉପଯୁକ୍ତ ଶିକ୍ଷକ । ତେଣୁ ପ୍ରକୃତିର ନୀତିନିୟମ ଅନୁସାରେ ଶିକ୍ଷାଲାଭ କରିବା ଉଚିତ । ଶିକ୍ଷକମାନଙ୍କର କଡ଼ା ଅନୁଶାସନରେ ଶିକ୍ଷାର୍ଥୀମାନେ ରହିବା ଉଚିତ ନୁହେଁ । ସେମାନେ ମୁକ୍ତ ଭାବରେ ଶିକ୍ଷାଲାଭ କରିବା ଉଚିତ । ଅନୁଶାସନ ପ୍ରାକୃତିକ ପରିଣାମ ତତ୍ତ୍ଵ ଉପରେ ଆଧାରିତ । ପ୍ରକୃତି ଦଣ୍ଡ ବା ପୁରସ୍କାର ଦେବ, ଶିକ୍ଷକ ନୁହେଁ । ଯନ୍ତ୍ରଣାକୁ ଅନୁଭବ ସେ କରୁ । ମୁଣ୍ଡ କାନ୍ଥରେ ମାଡ଼ ହେଲେ ସେ କଷ୍ଟ ଅନୁଭବ କରୁ ଓ ତଦ୍ବାରା ସେ ଶିକ୍ଷାଲାଭ କରୁ ।

10. ଋଷୋଙ୍କ ମତରେ ଶିକ୍ଷା ବିକାଶର କେତୋଟି ସ୍ତର ଅଛି ଓ କ’ଣ କ’ଣ ?
Answer:
‘ଏମିଲି’ ପୁସ୍ତକରେ ଶିକ୍ଷାର ବିଭିନ୍ନ ସ୍ତର ସମ୍ପର୍କରେ ଋଷୋ ଆଲୋଚନା କରିଛନ୍ତି । ପ୍ରଥମ ସ୍ତରଟି ଶୈଶବକାଳ ଯାହାର ସମୟସୀମା ଜନ୍ମରୁ ପାଞ୍ଚବର୍ଷ ଅଟେ । ଦ୍ବିତୀୟ ସ୍ତରଟି ବାଲ୍ୟକାଳ, ଯାହା ପାଞ୍ଚ ବର୍ଷରୁ ବାର ବର୍ଷ ପର୍ଯ୍ୟନ୍ତ । ତୃତୀୟଟି କୈଶୋର ଅବସ୍ଥା, ଯାହାର ସମୟସୀମା ବାର ବର୍ଷରୁ ପନ୍ଦର ବର୍ଷ । ଚତୁର୍ଥଟି ଯୌବନାବସ୍ଥା, ଯାହାର ସମୟସୀମା ପନ୍ଦର ବର୍ଷରୁ କୋଡ଼ିଏ ବର୍ଷ ।

11. ଋଷୋଙ୍କ ମତରେ ଶିକ୍ଷକଙ୍କର ଭୂମିକା କିପରି ହେବା ଉଚିତ ?
Answer:
ଶିକ୍ଷକ ଶିକ୍ଷାର୍ଥୀମାନଙ୍କର ବନ୍ଧୁ, ସହାୟକ, ପଥପ୍ରଦର୍ଶକ ଓ ପରାମର୍ଶଦାତା । ଶିକ୍ଷାର୍ଥୀମାନଙ୍କୁ ସେ ଆଢୁଆଳରେ ରହି ସାହାଯ୍ୟ କରିଥା’ନ୍ତି । ଶିକ୍ଷାଦାନ ଏବଂ ଶିକ୍ଷଣ ପରିସ୍ଥିତିର ଶିକ୍ଷକ କେବଳ ପଥପ୍ରଦର୍ଶକ । ଜଣେ ଉପଯୁକ୍ତ ପର୍ଯ୍ୟବେକ୍ଷକ ଭାବରେ ଶିକ୍ଷକ କାର୍ଯ୍ୟ କରିଥା’ନ୍ତି । ପାଠ୍ୟବିଷୟ ଉପରେ ଅଧ‌ିକ ଜ୍ଞାନ ନ ଦେଇ ସ୍ଵାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଯୋଗାଇଥା’ନ୍ତି ।

12. ଋଷୋଙ୍କର ଶିକ୍ଷାନୀତିରେ ‘ପ୍ରକୃତି’ର ଅର୍ଥ କ’ଣ ?
Answer:
ଋଷୋଙ୍କ ଶିକ୍ଷାନୀତିରେ ପ୍ରକୃତି କହିଲେ ଭୌତିକ ପ୍ରକୃତିକୁ ବୁଝାଏ; ଯଥା – ଗଛଲତା, ପଶୁପକ୍ଷୀ, ବଣ ପାହାଡ଼, ନଦନଦୀ ଇତ୍ୟାଦି । ତାଙ୍କ ମତରେ ଶିକ୍ଷାର୍ଥୀଙ୍କୁ ଶ୍ରେଣୀଗୃହରେ ଆବଦ୍ଧ ନ କରି ପ୍ରାକୃତିକ ପରିବେଶରେ ଶିକ୍ଷାଗ୍ରହଣ କରିବାକୁ ଉତ୍ସାହିତ କରିବା ଉଚିତ ।

13. ସମାଜଠାରୁ ଦୂରରେ ରଖ୍ ଶିଶୁକୁ ଶିକ୍ଷା ଦେବାରେ ଋଷୋଙ୍କ କେଉଁ ଉଦ୍ଦେଶ୍ୟ ଥିଲା ?
Answer:
ସମାଜଠାରୁ ଦୂରରେ ରଖ୍ ଶିଶୁମାନଙ୍କୁ ଶିକ୍ଷାଦେବା ଉପରେ ଋଷୋ ଗୁରୁତ୍ଵ ଦେଉଥିଲେ । କାରଣ ଶିଶୁ ଭଗବାନଙ୍କର ଦାନ । ସେ ଜନ୍ମ ନେଇଥିବା ସମୟରେ ଅତ୍ୟନ୍ତ ଭଲ ଥାଏ; କିନ୍ତୁ ସମାଜ ସମ୍ପର୍କରେ ଆସି ତା’ର ପରିବର୍ତ୍ତନ ଘଟିଥାଏ । ତେଣୁ ସେ ଖରାପ ହୁଏ । ତାକୁ ସ୍ଵାଧୀନ ଭାବରେ ଶିକ୍ଷା ପାଇଁ ଉତ୍ସାହିତ କରିବା ଉଚିତ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ଋଷୋଙ୍କର ଶିକ୍ଷା ଦର୍ଶନ ଉପରେ ଲେଖ ।
Answer:
ଋଷୋ ଜଣେ ପ୍ରକୃତିବାଦୀ ଥିଲେ । ପ୍ରାକୃତିକ ପରିବେଶରେ ଶିଶୁର ବିକାଶ ସାଧନ ହେବା ଉଚିତ ବୋଲି ସେ କହୁଥିଲେ । ଶିଶୁଟି ପ୍ରକୃତି କୋଳରେ ଜନ୍ମ ନେଇଛି । ସେଠାରେ ସେ ନିର୍ଭୟରେ ବଞ୍ଚୁରହିବାକୁ ଚାହେଁ ଏବଂ ସ୍ଵାଧୀନ ଜୀବନଧାରଣ କରିବାକୁ ସେ ବ୍ୟଗ୍ର । ଶିଶୁର ସର୍ବାଙ୍ଗୀନ ବିକାଶ ହିଁ ଶିକ୍ଷାର ଉଦ୍ଦେଶ୍ୟ । ଋଷୋଙ୍କ ମତରେ, ଶିକ୍ଷାର ଅର୍ଥ, ଶିକ୍ଷା ଅଭ୍ୟାସ ଗଠନ ବ୍ୟତୀତ ଅନ୍ୟ କିଛି ହୋଇ ନ ପାରେ । ମନୁଷ୍ୟ ଅଭିଜ୍ଞତାରୁ ଶିକ୍ଷାଲାଭ କରିଥାଏ । ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ସେ ଶିକ୍ଷାଲାଭ କରିଥାଏ । ପ୍ରକୃତି ଓ ପରିବେଶରୁ ସେ ଶିକ୍ଷାଲାଭ କରେ ।

2. ଋଷୋଙ୍କ ଶିକ୍ଷାର ଲକ୍ଷ୍ୟଗୁଡ଼ିକ ଆଲୋଚନା କର ।
Answer:
ଋଷୋଙ୍କ ଶିକ୍ଷାର ଲକ୍ଷ୍ୟସମୂହ ନିମ୍ନରେ ପ୍ରଦତ୍ତ ହେଲା-
(1) ଶିଶୁର ଅନ୍ତଃପ୍ରବୃତ୍ତି ଓ ଶକ୍ତି ସାମର୍ଥ୍ୟର ବିକାଶ ।
(2) ଅନ୍ତର୍ନିହିତ ଗୁଣରାଜିର ଉପଯୁକ୍ତ ବିକାଶ ।
(3) ଇନ୍ଦ୍ରିୟାନୁଭୂତିର ବିକାଶ ସାଧନ ।
(4) ଜୀବନର ସମସ୍ୟା ସମାଧାନରେ ଦକ୍ଷତାର ବିକାଶ ସାଧନ ।
(5) କୃତ୍ରିମତା ଏବଂ ଅବାସ୍ତବତାଠାରୁ ନିଜକୁ ଦୂରେଇ ରଖୁବା ।
(6) ନିଜ ପରିସ୍ଥିତି ଏବଂ ସମ୍ଭାବନାରେ ନିଜକୁ ବଞ୍ଚାଇ ରଖୁ ।
(7) ଶାରୀରିକ ବିକାଶ ସାଧନ ।
(8) ଆନନ୍ଦ ଉପଲବ୍‌ଧ୍ କରିବା ।
(9) ଆତ୍ମନିର୍ଭରଶୀଳ ହେବା ।
(10) ପରିବେଶ ସହ ଖାପଖୁଆଇ ଚଳିବା ।

3. ଋଷୋଙ୍କର ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ଆଲୋଚନା କର ।
Answer:
ଋଷୋ ଗତାନୁଗତିକ ପୁସ୍ତକଗତ ଶିକ୍ଷାଦାନ ପ୍ରଣାଳୀର ଘୋର ବିରୋଧୀ ଥିଲେ । ସେ ନିମ୍ନଲିଖ୍ ଶିକ୍ଷାଦାନ ପଦ୍ଧତିଗୁଡ଼ିକ ଉପରେ ଗୁରୁତ୍ବ ଆରୋପ କରିଥିଲେ ।

(1) ପ୍ରତ୍ୟକ୍ଷ ଅନୁଭୂତି (Direct Experience) : ଶିକ୍ଷାର୍ଥୀ ବାସ୍ତବ ପରିସ୍ଥିତିର ସମ୍ମୁଖୀନ ହେଲେ ପ୍ରତ୍ୟକ୍ଷ ଭାବରେ ଶିକ୍ଷାଲାଭ କରିଥାଏ । ପ୍ରତ୍ୟକ୍ଷ ଅନୁଭୂତିଦ୍ୱାରା ଅର୍ଜିତ ଶିକ୍ଷା ଦୀର୍ଘସ୍ଥାୟୀ ହୋଇଥାଏ ।

(2) ଆବିଷ୍କାରମୂଳକ ପଦ୍ଧତି (Heauristic Method) : ନିଜର ଅନେକ ଅଭିଜ୍ଞତା ଏବଂ ଜ୍ଞାନର ପ୍ରୟୋଗ କରାଯାଇ ନୂତନ ଜ୍ଞାନ ଆହରଣ କରାଯାଇଥାଏ । ଏହା କେବଳ ଅନ୍ଵେଷଣ ବା ଆବିଷ୍କାର ପଦ୍ଧତି ଅବଲମ୍ବନଦ୍ୱାରା ସମ୍ଭବ ।

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

(3) କାର୍ଯ୍ୟ ମାଧ୍ୟମରେ ଶିକ୍ଷା (Learning by doing) : ଶିକ୍ଷାର୍ଥୀକୁ କିଛି କରିବାକୁ ଦେଲେ ତା’ର 3Hsର ବିକାଶ ହୁଏ । କୌଣସି କାର୍ଯ୍ୟ କରିବା ପୂର୍ବରୁ ସେ ଚିନ୍ତା କରି, ବୁଝି ତାହା ନିଜର ହସ୍ତପଦର ବ୍ୟବହାରଦ୍ୱାରା ସମ୍ପାଦନ କରିଥାଏ । ତେଣୁ ଭାଷା ବା କଥାଦ୍ୱାରା ଶିକ୍ଷାଦାନ ଅପେକ୍ଷା କାର୍ଯ୍ୟଦ୍ବାରା ଶିକ୍ଷାଦାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

(4) କ୍ରୀଡ଼ା ପଦ୍ଧତି (Playway Method) : ଶିକ୍ଷାର୍ଥୀ ଖେଳିବାକୁ ଭଲପାଏ । କ୍ରୀଡ଼ା ହିଁ ଶିକ୍ଷାଦାନର ଏକ ଉପଯୁକ୍ତ ପଦ୍ଧତି । କ୍ରୀଡ଼ାଦ୍ଵାରା ଶିକ୍ଷାର୍ଥୀ ସ୍ବାଧୀନ ଏବଂ ସ୍ଵତଃସ୍ପର୍ଷ ଭାବରେ ଶିକ୍ଷାଲାଭ କରିଥାଏ ।

(5) ଭ୍ରମଣ ଓ ପର୍ଯ୍ୟବେକ୍ଷଣ (Visit & Observation) : ‘ଏମିଲି’କୁ କିଛି ପଢ଼ାଇବା ଦରକାର ନାହିଁ । ସେ ନିଜେ ଅନ୍ଵେଷଣ କରି ଶିକ୍ଷାଲାଭ କରୁ । ଏହାର ଅର୍ଥ ଶିକ୍ଷାର୍ଥୀ ନିଜେ ନିଜର ପରିବେଶ, ନଦୀ, ପାହାଡ଼କୁ ପର୍ଯ୍ୟବେକ୍ଷଣ କରୁ ଏବଂ ଶିକ୍ଷାଲାଭ କରୁ ।

4. ଋଷୋଙ୍କର ଶିକ୍ଷା ପ୍ରତି ଅବଦାନ କ’ଣ ଥିଲା ?
Answer:
ଋଷୋଙ୍କର ଶିକ୍ଷାକ୍ଷେତ୍ରକୁ ଶିଶୁକୈନ୍ଦ୍ରିକ ଶିକ୍ଷା, ନାସ୍ତିବାଚକ ଶିକ୍ଷା, ପ୍ରକୃତିରୁ ପର୍ଯ୍ୟବେକ୍ଷଣ ଏକ ପ୍ରତ୍ୟକ୍ଷ ଅନୁଭୂତି ମାଧ୍ୟମରେ ଶିକ୍ଷାର୍ଜନ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ବିଶେଷକରି ଶିକ୍ଷାର୍ଥୀମାନଙ୍କୁ ସ୍ବାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ସେ ଯେଉଁ ପ୍ରେରଣା ଦେଇଛନ୍ତି ତାହା ସ୍ବାଗତଯୋଗ୍ୟ । ଏସବୁ ଅବଦାନ ଋଷୋଙ୍କୁ ସମଗ୍ର ପୃଥ‌ିବୀରେ ଏକ ସ୍ବତନ୍ତ୍ର ପରିଚିତି ଆଣି ଦେଇଛି । ଶିକ୍ଷାର ବିଭିନ୍ନ କ୍ଷେତ୍ର ପାଇଁ ତାଙ୍କର ନିମ୍ନଲିଖ୍ ଅବଦାନଗୁଡ଼ିକ ଉଲ୍ଲେଖଯୋଗ୍ୟ ।

(1) ଶିଶୁକୈନ୍ଦ୍ରିକ ଶିକ୍ଷା ଆଧୁନିକ ଶିକ୍ଷା ପ୍ରଣାଳୀକୁ ତାଙ୍କର ଶ୍ରେଷ୍ଠ ଦାନ ।
(2) ମୁକ୍ତ ପରିବେଶରେ ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ ଉପରେ ସେ ଗୁରୁତ୍ବ ଦେଇଛନ୍ତି ।
(3) ପ୍ରତ୍ୟକ୍ଷ ଅନୁଭୂତିଦ୍ୱାରା ଶିକ୍ଷାଲାଭ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ବୋଲି ସେ କହିଛନ୍ତି ।
(4) କ୍ରୀଡ଼ା ପଦ୍ଧତି, କ୍ରିୟାପ୍ରଧାନ ପଦ୍ଧତି ଏବଂ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣ ଶିକ୍ଷାକ୍ଷେତ୍ର ପାଇଁ ତାଙ୍କର ଅନନ୍ୟ ଅବଦାନ ଅଟେ ।
(5) ଅନୁଶାସନ ଓ ଦଣ୍ଡର ପ୍ରୟୋଗକୁ ବିରୋଧଦ୍ଵାରା ଦଣ୍ଡମୁକ୍ତ ଶିକ୍ଷାଦାନ ସମ୍ଭବପର ବୋଲି ସେ କହିଛନ୍ତି ।
(6) ସହଜାତ ଗୁଣର ବିକାଶ ପାଇଁ ସ୍ବାଧୀନତା ପ୍ରଦାନ ଶିକ୍ଷାର୍ଥୀକୁ ଆଗକୁ ଯିବାକୁ ସାହାଯ୍ୟ କରିଥାଏ ସେ ମତବ୍ୟକ୍ତ କହିଛନ୍ତି ।
(7) ଶିକ୍ଷାକ୍ଷେତ୍ରକୁ ନାସ୍ତିବାଚକ ଶିକ୍ଷା ଋଷୋଙ୍କର ଏକ ମହାନ୍ ଅବଦାନ ଅଟେ ।
(8) ସମଗ୍ର ମାନବ ଜଗତକୁ ‘ପ୍ରକୃତିକୁ ପ୍ରତ୍ୟାବର୍ତ୍ତନ’ ସ୍ଲୋଗାନ୍ ଜନସଚେତନତା ପାଇଁ ଏକ ଅସ୍ତ୍ର ସଦୃଶ ଥିଲା ।

5. ନାସ୍ତିବାଚକ ଶିକ୍ଷା କ’ଣ ?
Answer:
ଋଷୋ ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ସେ ଏ ସମ୍ପର୍କରେ ସ୍ବରଚିତ ପୁସ୍ତକ ‘ଏମିଲି’ (Emile)ରେ ବ୍ୟାଖ୍ୟା କରିଛନ୍ତି । ଅସ୍ତିବାଚକ ଶିକ୍ଷାର ସେ ଘୋର ବିରୋଧ କରୁଥିଲେ । ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ଵ ଦେଇ ସେ ମତ ପ୍ରକାଶ କରିଛନ୍ତି ଯେ କୃତ୍ରିମ ଏବଂ ଅସ୍ଵାଭାବିକ ପରିବେଶରେ ଦିଆଯାଉଥ‌ିବା ଶିକ୍ଷା ମୂଲ୍ୟହୀନ; ମାତ୍ର ପ୍ରାକୃତିକ ପରିବେଶରେ ଯେଉଁ ଶିକ୍ଷା ଦିଆଯାଇଥାଏ ତାହା ବାସ୍ତବ । ତେଣୁ ଶିକ୍ଷାର୍ଥୀଙ୍କୁ କୃତ୍ରିମତା, କଠୋରତା ଏବଂ ଅବାସ୍ତବତାଠାରୁ ଦୂରେଇ ରଖୁବା ଉଚିତ । ସାମାଜିକ ଶୃଙ୍ଖଳାରେ ବାନ୍ଧି ଶିକ୍ଷାଦାନ କରିବାଦ୍ୱାରା ତାହା ଶିକ୍ଷାର୍ଥୀଙ୍କୁ ସମ୍ପୂର୍ଣ ସ୍ଵାଧୀନତା ଦେଇ ନ ଥାଏ । ମୁକ୍ତ ଭାବରେ ଶିକ୍ଷାଦାନ ନିତାନ୍ତ ଜରୁରୀ । ଇନ୍ଦ୍ରିୟାନୁଭୂତିଦ୍ୱାରା ଶିକ୍ଷାର୍ଥୀ ଆପେ ଆପେ ଶିକ୍ଷାଲାଭ କରିଥାଏ ।

6. ଋଷୋଙ୍କ ଜୀବନୀ ସଂକ୍ଷେପରେ ବର୍ଣ୍ଣନା କର ।
Answer:
ଋଷୋ ୧୭୧୨ ମସିହା ଜୁନ୍ ମାସ ୨୮ ତାରିଖରେ ପ୍ରାକୃତିକ ଶୋଭାମଣ୍ଡିତ ଜେନେଭାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ଜଣେ ଗରିବ ଘଣ୍ଟା ପ୍ରସ୍ତୁତକାରୀ । ସେ ପିଲାଦିନରୁ ଗ୍ରାମ୍ୟ ପରିବେଶକୁ ଭଲ ପାଇ ଆସୁଥିଲେ । ସେ ଜନ୍ମ ସମୟରୁ ତାଙ୍କ ଜନନୀଙ୍କୁ ହରାଇଥିଲେ । ଋଷୋ କିଶୋର ଅବସ୍ଥାରେ ବସି ନାମକ ଗ୍ରାମର ଏକ ବିଦ୍ୟାଳୟରେ ପ୍ରବେଶ କଲେ । ସେହିଠାରେ ଗ୍ରାମ୍ୟ ଜୀବନର ସରଳତା ଓ ପ୍ରକୃତିର ନିର୍ମଳ ସୌନ୍ଦର୍ଯ୍ୟ ତାଙ୍କୁ ବଶୀଭୂତ କଲା; ମାତ୍ର ସାମାନ୍ୟ ଏକ ଅପରାଧ ଯୋଗୁଁ ତାଙ୍କୁ ବିଦ୍ୟାଳୟରୁ ବିତାଡ଼ିତ କରାଗଲା ।

ମାତ୍ର ବିନା ଅପରାଧରେ ଏତେ ବଡ଼ ଦଣ୍ଡ ସହ୍ୟ କରିପାରି ନଥିଲେ । ତାଙ୍କ ମନରେ ବଦ୍ଧ ଧାରଣା ସୃଷ୍ଟି ହେଲା ଯେ- ‘ଶାସନ ଓ ଶାସ୍ତିଦ୍ୱାରା ଶିଶୁର କୋମଳ ମନର ସୌନ୍ଦର୍ଯ୍ୟ ଓ ଶୁଭବୁଦ୍ଧି କ୍ରମେ କ୍ରମେ ବିକୃତ ହୋଇଯାଏ ।’’ ୪୦ ବର୍ଷ ବୟସରେ ସେ ସମାଜର ତଥାକଥିତ ଶୃଙ୍ଖଳା ଓ କୃତ୍ରିମତା ବିରୁଦ୍ଧରେ ଲେଖନୀ ଚାଳନା କରିଥିଲେ । ସେ ତାଙ୍କର ବିଖ୍ୟାତ ଗ୍ରନ୍ଥ (୧୭୫୦ ମସିହାରେ) “The Progress of Art and Science” ରେ ଲେଖୁଛନ୍ତି ଯେ, ପ୍ରଗତି ହିଁ ସମସ୍ତ ଅତ୍ୟାଚାର ଓ ଦୁର୍ନୀତିର କାରଣ ।’’

ସେ ୧୭୬୨ ମସିହାରେ ତାଙ୍କର ଦୁଇଗୋଟି ପ୍ରସିଦ୍ଧ ଗ୍ରନ୍ଥ ପ୍ରକାଶ କରିଥିଲେ- (୧) ସାମାଜିକ ଚୁକ୍ତି (୨) ଏମିଲି । ଏହି ଗ୍ରନ୍ଥ ଦୁଇଟି ଯଥାକ୍ରମେ ରାଜନୀତି ଓ ଶିକ୍ଷାନୀତି କ୍ଷେତ୍ରରେ ବିଶିଷ୍ଟ ଅବଦାନ । ୧୭୭୮ ମସିହା ଜୁଲାଇ ୨ ତାରିଖରେ ପ୍ୟାରିସ୍‌ରେ ସେ ମୃତ୍ୟୁବରଣ କରିଥିଲେ ।

7. ଋଷୋଙ୍କର ‘ନାସ୍ତିବାଚକ ଶିକ୍ଷା’ ଉପରେ ଦେଇଥିବା ମତାମତ ଲେଖ ।
Answer:
ଋଷୋଙ୍କ ମତରେ – ‘ମୁଁ ତାହାକୁ ନାସ୍ତିବାଚକ ଶିକ୍ଷା କହେ, ଯାହା ପ୍ରତ୍ୟକ୍ଷ ଭାବେ କୌଣସି ଶିକ୍ଷା ଦେବା ପୂର୍ବରୁ ଶିକ୍ଷାର୍ଥୀର ଇନ୍ଦ୍ରିୟ ଓ ମନକୁ ସମ୍ପୂର୍ଣ୍ଣ ଓ ସଜାଗ କରିବାକୁ ଚେଷ୍ଟା କରେ । ଏହା ଶିକ୍ଷାବିଧ ନିଷେଧ ମାଧ୍ୟମରେ ଧର୍ମ ବା ନୀତି ଶିକ୍ଷା ଦିଏ ନାହିଁ । ଋଷୋଙ୍କ ମତରେ ନାସ୍ତିବାଚକ ଶିକ୍ଷାରେ ଶିଶୁକୁ କୌଣସି ବହିଃସ୍ଥ ସତ୍ୟ ବା ସଦ୍‌ଗୁଣ ଶିକ୍ଷା ଦେବାର ଆବଶ୍ୟକତା ନଥାଏ । ତାହାର ସମସ୍ତ ଶିକ୍ଷା ସମ୍ପନ୍ନ ହେବ ତାହାର ପ୍ରକୃତି, ସହଜାତ ଶକ୍ତି ଓ ସ୍ବାଭାବିକ ଆଗ୍ରହର ବାଧାହୀନ ବିକାଶ ମାଧ୍ୟମରେ । ପ୍ରାକୃତିକ ଶିକ୍ଷା ହେଉଛି ନାସ୍ତିବାଚକ ଶିକ୍ଷା । ତାହାର ଉଦ୍ଦେଶ୍ୟ ୩ ପ୍ରକାର; ଯଥା –

(i) ଶିଶୁର ସ୍ଵାଭାବିକ ସାମର୍ଥ୍ୟଗୁଡିକର ସୁଷମ ବିକାଶ ।
(ii) ସାମାଜିକ ରୀତିନୀତି ଓ ପ୍ରଚଳିତ ମତାମତର ଶୃଙ୍ଖଳମୁକ୍ତ ଚିନ୍ତାଶକ୍ତିର ବିକାଶ ।
(iii) ନିଜ କର୍ମର ପରିଣାମରୁ ସତ୍ୟ ଓ ସ୍ଥାୟୀ ନୈତିକ ଶିକ୍ଷାଲାଭ ।

8. ଋଷୋଙ୍କ ମତରେ ବାଲ୍ୟକାଳରେ କେଉଁ ପ୍ରକାର ଶିକ୍ଷା ଦିଆଯିବା ଦରକାର ?
Answer:
ରଷେ ୫ରୁ ୧୨ ବର୍ଷ ବୟସ ପର୍ଯ୍ୟନ୍ତ ସମୟ ଅବଧିକୁ ବାଲ୍ୟକାଳ ଭାବେ ବିବେଚନା କରିଛନ୍ତି । ଋଷୋଙ୍କ ମତ ଅନୁଯାୟୀ ବାଲ୍ୟକାଳ ହେଉଛି ଶୟନର ସମୟ । ସେହି ସମୟରେ କେହି ତାକୁ ଜୋରଜବରଦସ୍ତ ନିଦରୁ ଉଠାଇବା ଠିକ୍ ନୁହେଁ । ତାଙ୍କ ମତରେ ଏହି ସମୟରେ ଶିଶୁକୁ କୌଣସି ବାହ୍ୟିକ ଶିକ୍ଷା ନ ଦେବା ହିଁ ପ୍ରକୃତ ଶିକ୍ଷା । ସେ ଯାହା ଶିକ୍ଷା କରିବ ତାହା ଯେପରି ତାହାର ନିଜସ୍ବ ରୁଚି, ସାମର୍ଥ୍ୟ ଓ ଆଗ୍ରହଦ୍ଵାରା ପରିଚାଳିତ ହୁଏ ସେଥ୍ୟପ୍ରତି ଦୃଷ୍ଟି ଦେବାକୁ ହୁଏ ।

ଶିଶୁକୁ ବୟସ୍କମାନଙ୍କ ଦୃଷ୍ଟିରୁ ଶିକ୍ଷା ଦେବା ଉଚିତ ନୁହେଁ । ଯଦ୍ବାରା ତାହାର ସ୍ଵାଭାବିକ ବିକାଶ ବାଧାପ୍ରାପ୍ତ ହୋଇଥାଏ । ଋଷୋଙ୍କ ମତରେ, ‘ପ୍ରକୃତି ଚାହେଁ ଯେ ଶିଶୁ ଯେପରି ବୟସ୍କ ବ୍ୟକ୍ତି ହେବାରୁ ଶିଶୁ ହୋଇରହେ ।’ ଋଷୋ ମଧ୍ୟ ଆହୁରି ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ଶିଶୁକୁ କିଛି ଶିକ୍ଷା ଦିଅ ନାହଁ, ସେ ପ୍ରତ୍ୟେକ ବିଷୟ ଆବିଷ୍କାର କରିବା ଶିକ୍ଷା କରୁ । ଯେପର୍ଯ୍ୟନ୍ତ ଶିଶୁ ମାନସିକ ସ୍ତରରେ ପୁସ୍ତକ ଧରିବାକୁ ସକ୍ଷମ ନ ହୋଇଛି, ସେ ପର୍ଯ୍ୟନ୍ତ ତାକୁ ପୁସ୍ତକ ଦେବା ଠିକ୍ ନୁହେଁ ।

9. ଋଷୋଙ୍କ ମତରେ ଶିକ୍ଷା ବିକାଶର କେତୋଟି ସ୍ତର ଅଛି ଓ କ’ଣ କ’ଣ ?
Answer:
‘ଏମିଲି’ ପୁସ୍ତକରେ ଶିକ୍ଷାର ବିଭିନ୍ନ ସ୍ତର ସମ୍ପର୍କରେ ଋଷୋ ଆଲୋଚନା କରିଛନ୍ତି । ପ୍ରଥମ ସ୍ତରଟି ଶୈଶବ କାଳ ଯାହାର ସମୟସୀମା ଜନ୍ମରୁ ପାଞ୍ଚବର୍ଷ ଅଟେ । ଦ୍ବିତୀୟ ସ୍ତରଟି ବାଲ୍ୟକାଳ, ଯାହା ପାଞ୍ଚବର୍ଷରୁ ବାରବର୍ଷ ପର୍ଯ୍ୟନ୍ତ । ତୃତୀୟଟି କୈଶୋର ଅବସ୍ଥା ଯାହାର ସମୟସୀମା ବାରବର୍ଷରୁ ପନ୍ଦର ବର୍ଷ । ଚତୁର୍ଥଟି ଯୌବନାବସ୍ଥା, ଯାହାର ସମୟସୀମା ପନ୍ଦର ବର୍ଷରୁ କୋଡ଼ିଏ ବର୍ଷ ।

10. ଋଷୋଙ୍କ ଅନୁଶାସନ ବିଷୟରେ ଲେଖ ।
Answer:
ଶିକ୍ଷାର୍ଥୀମାନେ ମୁକ୍ତ ପରିବେଶରେ ପ୍ରକୃତି କୋଳରେ ଶିକ୍ଷାଲାଭ କରିବା ଉଚିତ । ପ୍ରକୃତି ଉପଯୁକ୍ତ ଶିକ୍ଷକ । ତେଣୁ ପ୍ରକୃତିର ନୀତି ନିୟମ ଅନୁସାରେ ସେ ଶିକ୍ଷାଲାଭ କରିବା ଉଚିତ । ଶିକ୍ଷକମାନଙ୍କର କଡ଼ା ଅନୁଶାସନରେ ଶିକ୍ଷାର୍ଥୀମାନେ ରହିବା ଉଚିତ ନୁହେଁ । ସେମାନେ ମୁକ୍ତ ଭାବରେ ଶିକ୍ଷାଲାଭ କରିବା ଉଚିତ । ଅନୁଶାସନ ପ୍ରାକୃତିକ ପରିଣାମ ତତ୍ତ୍ବ ଉପରେ ଆଧାରିତ । ପ୍ରକୃତି ଦଣ୍ଡ ବା ପୁରସ୍କାର ଦେବ, ଶିକ୍ଷକ ନୁହେଁ । ଯନ୍ତ୍ରଣାକୁ ଅନୁଭବ ସେ କରୁ । ମୁଣ୍ଡ କାନ୍ଥରେ ମାଡ଼ ହେଲେ ସେ କଷ୍ଟ ଅନୁଭବ କରୁ ଓ ତଦ୍ବାରା ସେ ଶିକ୍ଷାଲାଭ କରୁ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଋଷୋଙ୍କର ଶିକ୍ଷା ଦର୍ଶନ କ’ଣ ? ଋଷୋଙ୍କ ମତରେ ଶିକ୍ଷାର ଲକ୍ଷ୍ୟଗୁଡ଼ିକ କ’ଣ ଥିଲା ? ବ୍ୟକ୍ତିର ବିକାଶର ବିଭିନ୍ନ ସ୍ତର ଅନୁଯାୟୀ ଋଷୋଙ୍କଦ୍ୱାରା ପ୍ରଦତ୍ତ ପାଠ୍ୟକ୍ରମ ସମ୍ପର୍କରେ ଆଲୋଚନା କର ।
Answer:
ଋଷୋ ଜଣେ ପ୍ରକୃତିବାଦୀ ଥିଲେ । ସେ ପ୍ରକୃତି କୋଳରେ ଶିଶୁର ବିକାଶ ସାଧନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଶିଶୁର ଶିକ୍ଷା, ପ୍ରାକୃତିକ ପରିବେଶ ଏବଂ ଶିଶୁର ପ୍ରକୃତି ମଧ୍ୟରେ ସମନ୍ଵୟ ରକ୍ଷା କରାଯିବା ଦରକାର । ଶିଶୁକୁ ନିଜର ଇଚ୍ଛା ଅନୁସାରେ ଶିକ୍ଷାର୍ଜନ କରିବାପାଇଁ ସୁଯୋଗ ଦେବା ବିଧେୟ, ଯାହାଦ୍ୱାରା ତା’ର ନିଜର ବିକାଶ ସାଧନ ହୋଇପାରିବ । ବିଶେଷକରି ରଷୋ ଶିଶୁର ପ୍ରକୃତି ଉପରେ ଗୁରୁତ୍ବାରୋପ କରିବା ସହ ବ୍ୟକ୍ତି ଏବଂ ବହିର୍ଜଗତର ବସ୍ତୁରାଜି ଉପରେ ଗୁରୁତ୍ବାରୋପ କରିଥିଲେ ।

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

ମନୋବୈଜ୍ଞାନିକ, ଭୌତିକ ଏବଂ ସାମାଜିକ ପ୍ରକୃତି ଉପରେ ଗୁରୁତ୍ଵ ଦେଲେ ଶିଶୁର ବିକାଶ ଘଟିବ ବୋଲି ସେ କହୁଥିଲେ । ଶିକ୍ଷାର୍ଥୀମାନଙ୍କର ଆବେଗ, ଅନୁଭୂତି ଏବଂ ଆଗ୍ରହ ତଥା ସାମର୍ଥ୍ୟକୁ ନେଇ ଶିକ୍ଷାଦାନ ପାଇଁ ଶିକ୍ଷକମାନେ ଯତ୍ନବାନ୍ ହେଲେ ଶିଶୁର ପୂର୍ଣ୍ଣାଙ୍ଗ ବିକାଶ ଘଟିବ ସେ ମତବ୍ୟକ୍ତ କରିଥିଲେ ।

ଶିକ୍ଷାର ଲକ୍ଷ୍ୟ :
(1) ଶିଶୁର ଅନ୍ତଃପ୍ରବୃତ୍ତି ଓ ଶକ୍ତି ସାମର୍ଥ୍ୟର ବିକାଶ ।
(2) ଅନ୍ତର୍ନିହିତ ଗୁଣରାଜିର ଉପଯୁକ୍ତ ବିକାଶ ।
(3) ଇନ୍ଦ୍ରିୟାନୁଭୂତିର ବିକାଶ ସାଧନ ।
(4) ଜୀବନର ସମସ୍ୟା ସମାଧାନର ଦକ୍ଷତାର ବିକାଶ ସାଧନ ।
(5) କୃତ୍ରିମତା ଏବଂ ଅବାସ୍ତବତାଠାରୁ ଦୂରେଇ ରଖୁବା ।
(6) ନିଜ ପରିସ୍ଥିତି ଏବଂ ସମ୍ଭାବନାରେ ନିଜକୁ ବଞ୍ଚାଇ ରଖୁ
(7) ଶାରୀରିକ ବିକାଶ ସାଧନ ।
(8) ଆନନ୍ଦ ଉପଲବ୍‌ଧ କରିବା ।
(9) ଆତ୍ମନିର୍ଭରଶୀଳ ହେବା ।
(10) ପରିବେଶ ସହ ଖାପଖୁଆଇ ଚଳିବା ।

ଋଷୋଙ୍କ ମତରେ ନାସ୍ତିବାଚକ ଶିକ୍ଷା ହେଉଛି ପ୍ରକୃତ ଶିକ୍ଷା । ଶିଶୁ ଆପେ ଆପେ ନିଜ ପରିବେଶରୁ ଶିକ୍ଷାଲାଭ କରୁ । ନିଜର ଜ୍ଞାନ, କୌଶଳ ଏବଂ ଅନୁଭୂତି ସମ୍ପର୍କରେ ସେ ପ୍ରତ୍ୟକ୍ଷ ଭାବରେ ପରିଚିତ ହେଉ । ଏହା ତାକୁ ଭଲ ଏବଂ ମନ୍ଦ ପ୍ରତି ସଚେତନ କରିପାରିବ । ଏହା ତାକୁ ନିଜର ସାମର୍ଥ୍ୟ ଏବଂ ଚିନ୍ତାଶକ୍ତି ସମ୍ପର୍କରେ ପରିଚିତ କରାଇ ପାରିବ ଏବଂ ବିକାଶର ମାର୍ଗ ସୂଚିତ କରିପାରିବ ।
‘ଏମିଲି’ ପୁସ୍ତକରେ ସେ ଜୀବନାବସ୍ଥାକୁ ୪ ଭାଗରେ ବିଭକ୍ତ କରିଛନ୍ତି; ଯଥା –

(କ) ଶୈଶବାବସ୍ଥା (ଖ) ବାଲ୍ୟାବସ୍ଥା (ଗ) କୈଶୋରାବସ୍ଥା ଓ (ଘ) ଯୌବନାବସ୍ଥା

(କ) ଶୈଶବାବସ୍ଥା (Infancy) : ଏହାର ସମୟ ଅବଧୂ ଜନ୍ମରୁ ପାଞ୍ଚବର୍ଷ । ଏହି ସମୟରେ ଶିଶୁର ଦ୍ରୁତ ଶାରୀରିକ ବିକାଶ ହୁଏ । ଏହି ସମୟରେ ଶରୀର ସମ୍ବନ୍ଧୀୟ ଶିକ୍ଷାଦାନର ଯଥେଷ୍ଟ ଆବଶ୍ୟକ ଅଛି । ମୁକ୍ତ ଭାବରେ ପରିବେଶରେ ଖେଳାଖେଳି କରିବା ସହ ହସିବା, ଖେଳିବା, ବୁଲିବା, କାନ୍ଦିବା ଉପରେ ଗୁରୁତ୍ଵ ଦେବା ଉଚିତ ।

(ଖ) ବାଲ୍ୟାବସ୍ଥା (Childhood) : ଏହାର ଅବଧୂ ୫ ବର୍ଷରୁ ୧୨ ବର୍ଷ । ଏହି ସମୟରେ ନାସ୍ତିବାଚକ ଶିକ୍ଷା ମାଧ୍ୟମରେ ଶିକ୍ଷାଦେବା ଉଚିତ । ପ୍ରାକୃତିକ ଏବଂ ମୁକ୍ତ ପରିବେଶରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀ ନିଜସ୍ୱ ଅଭିଜ୍ଞତା ଲାଭ କରିଥାଏ ।

(ଗ) କୈଶୋରାବସ୍ଥା (Boyhood) : ଏହାର ଅବଧୂ ବାର ବର୍ଷରୁ ପନ୍ଦର ବର୍ଷ ମାନସିକ ଏବଂ ଶାରୀରିକ ସ୍ତରରେ ଏ ବୟସରେ ସମସ୍ତେ ସକ୍ରିୟ ଥାଆନ୍ତି । ବିଶେଷକରି ଯୌନ ପ୍ରବୃତ୍ତି ଏବଂ ଯୌନ ଲକ୍ଷଣଗୁଡ଼ିକ ଏହି ସମୟରେ ପ୍ରକାଶ ପାଇଥାଏ । କୈଶୋରାବସ୍ଥାରେ ବିଭିନ୍ନ ଅଭିଜ୍ଞତା ସହ ବିଷୟବସ୍ତୁ ଜ୍ଞାନର ଆବଶ୍ୟକତା ଅଛି । ଇତିହାସ, ବିଜ୍ଞାନ ଅଧ୍ୟୟନ ଉପରେ ଏହି ସମୟରେ ଗୁରୁତ୍ଵ ଦିଆଯିବା ଆବଶ୍ୟକ ।

(ଘ) ଯୌବନାବସ୍ଥା (Adolescence) : ଏହି ସମୟର ଅବଧୂ ୧୫ ବର୍ଷରୁ ୨୦ ବର୍ଷ ପର୍ଯ୍ୟନ୍ତ । ଏହି ବୟସଟି ବ୍ୟକ୍ତିର ଦ୍ବିତୀୟ ଜନ୍ମ । ଏହି ସମୟରେ ବିଭିନ୍ନ କାର୍ଯ୍ୟ ଅଭିଜ୍ଞତା ମାଧ୍ୟମରେ ସେ ଶିକ୍ଷା ଅର୍ଜନ କରିଥାଏ । ବିଶେଷକରି ହୃଦୟର ବିକାଶ ପାଇଁ ଧର୍ମଶିକ୍ଷା ସହ ଇତିହାସ ଏବଂ ଦର୍ଶନ ଶିକ୍ଷାର ଆବଶ୍ୟକତା ଅଛି । ଯୌନଶିକ୍ଷା ପ୍ରାପ୍ତିଦ୍ୱାରା ଶିକ୍ଷାର୍ଥୀମାନେ ଗାର୍ହସ୍ଥ୍ୟ ଜୀବନଯାପନ କରିବାପାଇଁ ସୁଯୋଗ ପାଇପାରିବେ ।

2. ଋଷୋଙ୍କ ମତରେ ଶିକ୍ଷାଦାନ ପ୍ରଣାଳୀ ଏବଂ ନାରୀଶିକ୍ଷା କିପରି ହେବା ଉଚିତ ଆଲୋଚନା କର ।
Answer:
ଶିକ୍ଷାଦାନ ପ୍ରଣାଳୀ (Methods of Teaching) : ଋଷୋ ଗତାନୁଗତିକ ପୁସ୍ତକଗତ ଶିକ୍ଷାଦାନ ପ୍ରଣାଳୀର ଘୋର ବିରୋଧୀ ଥିଲେ । ସେ ନିମ୍ନଲିଖ୍ ଶିକ୍ଷାଦାନ ପଦ୍ଧତିଗୁଡ଼ିକ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

(1) ପ୍ରତ୍ୟକ୍ଷ ଅନୁଭୂତି (Direct Experience) : ଶିକ୍ଷାର୍ଥୀ ବାସ୍ତବ ପରିସ୍ଥିତିର ସମ୍ମୁଖୀନ ହେଲେ ପ୍ରତ୍ୟକ୍ଷ ଭାବରେ ଶିକ୍ଷାଲାଭ କରିଥାଏ । ପ୍ରତ୍ୟକ୍ଷ ଅନୁଭୂତିଦ୍ଵାରା ଅର୍ଜିତ ଶିକ୍ଷା ଦୀର୍ଘସ୍ଥାୟୀ ହୋଇଥାଏ ।

(2) ଆବିଷ୍କାରମୂଳକ ପଦ୍ଧତି (Heuristic Method) : ନିଜର ଅନେକ ଅଭିଜ୍ଞତା ଏବଂ ଜ୍ଞାନର ପ୍ରୟୋଗ କରାଯାଇ ନୂତନ ଜ୍ଞାନ ଆହରଣ କରାଯାଇଥାଏ । ଏହା କେବଳ ଅନ୍ଵେଷଣ ବା ଆବିଷ୍କାର ପଦ୍ଧତି ଅବଲମ୍ବନଦ୍ୱାରା ସମ୍ଭବ ।

(3) କାର୍ଯ୍ୟ ମାଧ୍ୟମରେ ଶିକ୍ଷା (Learning by doing) : ଶିକ୍ଷାର୍ଥୀକୁ କିଛି କରିବାକୁ ଦେଲେ ତା’ର 3Hsର ବିକାଶ ହୁଏ । କୌଣସି କାର୍ଯ୍ୟ କରିବା ପୂର୍ବରୁ ସେ ଚିନ୍ତାକରି, ବୁଝି ତାହା ନିଜର ହସ୍ତପଦର ବ୍ୟବହାରଦ୍ୱାରା ସମ୍ପାଦନ କରିଥାଏ । ତେଣୁ ଭାଷା ବା କଥାଦ୍ବାରା ଶିକ୍ଷାଦାନ ଅପେକ୍ଷା କାର୍ଯ୍ୟଦ୍ଵାରା ଶିକ୍ଷାଦାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

(4) କ୍ରୀଡ଼ା ପଦ୍ଧତି (Playway Method) : ଶିକ୍ଷାର୍ଥୀ ଖେଳିବାକୁ ଭଲପାଏ । କ୍ରୀଡ଼ା ହିଁ ଶିକ୍ଷାଦାନର ଏକ ଉପଯୁକ୍ତ ପଦ୍ଧତି । କ୍ରୀଡ଼ାଦ୍ଵାରା ଶିକ୍ଷାର୍ଥୀ ସ୍ବାଧୀନ ଏବଂ ସ୍ଵତଃସ୍ପର୍ଭ ଭାବରେ ଶିକ୍ଷାଲାଭ କରିଥାଏ ।

(5) ଭ୍ରମଣ ଓ ପର୍ଯ୍ୟବେକ୍ଷଣ (Visit and Observation) : ‘ଏମିଲି’କୁ କିଛି ପଚାରିବା ଦରକାର ନାହିଁ । ସେ ନିଜେ ଅନ୍ଵେଷଣ କରି ଶିକ୍ଷାଲାଭ କରୁ । ଏହାର ଅର୍ଥ ଶିକ୍ଷାର୍ଥୀ ନିଜେ ନିଜର ପରିବେଶ, ନଦୀ, ପାହାଡ଼କୁ ପର୍ଯ୍ୟବେକ୍ଷଣ କରୁ ଏବଂ ଶିକ୍ଷାଲାଭ କରୁ ।

ଅନୁଶାସନ (Discipline) : ଶିକ୍ଷାର୍ଥୀମାନେ ମୁକ୍ତ ପରିବେଶରେ ପ୍ରକୃତି କୋଳରେ ଶିକ୍ଷାଲାଭ କରିବା ଉଚିତ । ପ୍ରକୃତି ଉପଯୁକ୍ତ ଶିକ୍ଷକ । ତେଣୁ ପ୍ରକୃତିର ନୀତିନିୟମ ଅନୁସାରେ ଶିକ୍ଷାଲାଭ କରିବା ଉଚିତ । ଶିକ୍ଷକମାନଙ୍କର କଡ଼ା ଅନୁଶାସନରେ ଶିକ୍ଷାର୍ଥୀମାନେ ରହିବା ଉଚିତ ନୁହେଁ । ସେମାନେ ମୁକ୍ତ ଭାବରେ ଶିକ୍ଷାଲାଭ କରିବା ଉଚିତ । ଅନୁଶାସନ ପ୍ରାକୃତିକ ପରିଣାମ ତତ୍ତ୍ଵ ଉପରେ ଆଧାରିତ । ପ୍ରକୃତି ଦଣ୍ଡ ବା ପୁରସ୍କାର ଦେବ, ଶିକ୍ଷକ ନୁହେଁ । ଯନ୍ତ୍ରଣାକୁ ଅନୁଭବ ସେ କରୁ । ମୁଣ୍ଡ କାନ୍ଥରେ ମାଡ଼ ହେଲେ ସେ କଷ୍ଟ ଅନୁଭବ କରୁ ଓ ତଦ୍ବାରା ଶିକ୍ଷାଲାଭ କରୁ ।

ଶିକ୍ଷକ (Teacher) : ଶିକ୍ଷକ ଶିକ୍ଷାର୍ଥୀମାନଙ୍କର ବନ୍ଧୁ, ସହାୟକ, ପଥପ୍ରଦର୍ଶକ ଓ ପରାମର୍ଶଦାତା । ଶିକ୍ଷାର୍ଥୀମାନଙ୍କୁ ସେ ଆଢୁଆଳରେ ରହି ସାହାଯ୍ୟ କରିଥା’ନ୍ତି । ଶିକ୍ଷାଦାନ ଏବଂ ଶିକ୍ଷଣ ପରିସ୍ଥିତିର ଶିକ୍ଷକ କେବଳ ପଥପ୍ରଦର୍ଶକ । ଜଣେ ଉପଯୁକ୍ତ ପର୍ଯ୍ୟବେକ୍ଷକ ଭାବରେ ଶିକ୍ଷକ କାର୍ଯ୍ୟ କରିଥା’ନ୍ତି । ପାଠ୍ୟବିଷୟ ଉପରେ ଅଧିକ ଜ୍ଞାନ ନ ଦେଇ ସ୍ଵାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଯୋଗାଇଥା’ନ୍ତି ।

ନାରୀଶିକ୍ଷା (Women Education) : ନାରୀଶିକ୍ଷା ପ୍ରତି ଋଷୋଙ୍କର ମନୋଭାବ ଆଧୁନିକ ଶିକ୍ଷାବିତମାନଙ୍କୁ ପ୍ରଭାବିତ କରିପାରି ନ ଥିଲା । ନାରୀଶିକ୍ଷାର ଲକ୍ଷ୍ୟ ଏକ ଆଦର୍ଶ ଗୃହିଣୀ ସୃଷ୍ଟି କରିବା । ନାରୀ ଏବଂ ପୁରୁଷମାନଙ୍କ ମଧ୍ୟରେ ଶାରୀରିକ ଗଠନ ଏବଂ ବିକାଶରେ ଅନେକ ପାର୍ଥକ୍ୟ ଅଛି । ସେମାନଙ୍କର ଜୀବନଯାପନ ପ୍ରଣାଳୀ ଏକା ନୁହେଁ । ସେ ନାରୀର କାର୍ଯ୍ୟକୁ ପୁରୁଷର ସେବା, ମନୋରଞ୍ଜନ ଏବଂ ପ୍ରୀତି ସମ୍ପାଦନା ପାଇଁ ଉଦ୍ଦିଷ୍ଟ ବୋଲି ‘ଏମିଲି’ରେ ମତ ପ୍ରକାଶ କରିଛନ୍ତି । ଏମିଲିର ଭବିଷ୍ୟତ ପତ୍ନୀର ନାମ ‘ସୋଫୀ’ ଅଟେ ।

3. ଋଷୋଙ୍କ ମତରେ ଶିକ୍ଷକଙ୍କର ଭୂମିକା ଆଲୋଚନା କରି ଶିକ୍ଷା ଦର୍ଶନ ଏବଂ ନାସ୍ତିବାଚକ ଶିକ୍ଷା ସମ୍ପର୍କରେ ଲେଖ ।
Answer:
ଶିକ୍ଷକ ଶିକ୍ଷାର୍ଥୀମାନଙ୍କର ବନ୍ଧୁ, ସହାୟକ, ପଥପ୍ରଦର୍ଶକ ଓ ପରାମର୍ଶଦାତା । ଶିକ୍ଷାର୍ଥୀମାନଙ୍କୁ ସେ ଆଢୁଆଳରେ ରହି ସାହାଯ୍ୟ କରିଥା’ନ୍ତି । ଶିକ୍ଷାଦାନ ଏବଂ ଶିକ୍ଷଣ ପରିସ୍ଥିତିର ଶିକ୍ଷକ କେବଳ ପଥପ୍ରଦର୍ଶକ । ଜଣେ ଉପଯୁକ୍ତ ପର୍ଯ୍ୟବେକ୍ଷକ ଭାବରେ ଶିକ୍ଷକ କାର୍ଯ୍ୟ କରିଥା’ନ୍ତି । ପାଠ୍ୟବିଷୟ ଉପରେ ଅଧିକ ଜ୍ଞାନ ନ ଦେଇ ସ୍ବାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଯୋଗାଇଥା’ନ୍ତି ।

ଋଷୋଙ୍କର ଶିକ୍ଷାକ୍ଷେତ୍ରକୁ ଶିଶୁକୈନ୍ଦ୍ରିକ ଶିକ୍ଷା, ନାସ୍ତିବାଚକ ଶିକ୍ଷା, ପ୍ରକୃତିରୁ ପର୍ଯ୍ୟବେକ୍ଷଣ ଏକ ପ୍ରତ୍ୟକ୍ଷ ଅନୁଭୂତି ମାଧ୍ୟମରେ ଶିକ୍ଷାର୍ଜନ କରିବା ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ବିଶେଷକରି ଶିକ୍ଷାର୍ଥୀମାନଙ୍କୁ ସ୍ଵାଧୀନ୍ ଭାବରେ ଶିକ୍ଷାର୍ଜନ କରିବାପାଇଁ ସେ ଯେଉଁ ପ୍ରେରଣା ଦେଇଛନ୍ତି ତାହା ସ୍ଵାଗତଯୋଗ୍ୟ । ଏସବୁ ଅବଦାନ ଋଷୋଙ୍କୁ ସମଗ୍ର ପୃଥ‌ିବୀରେ ଏକ ସ୍ବତନ୍ତ୍ର ପରିଚିତି ଆଣି ଦେଇଛି । ଶିକ୍ଷାର ବିଭିନ୍ନ କ୍ଷେତ୍ର ପାଇଁ ତାଙ୍କର ନିମ୍ନଲିଖ୍ ଅବଦାନଗୁଡ଼ିକ ଉଲ୍ଲେଖଯୋଗ୍ୟ ।

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

  • ଶିଶୁକୈନ୍ଦ୍ରିକ ଶିକ୍ଷା ଆଧୁନିକ ଶିକ୍ଷା ପ୍ରଣାଳୀକୁ ତାଙ୍କର ଶ୍ରେଷ୍ଠ ଦାନ ।
  • ମୁକ୍ତ ପରିବେଶରେ ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ ଉପରେ ସେ ଗୁରୁତ୍ଵ ଦେଇଛନ୍ତି ।
  • ପ୍ରତ୍ୟକ୍ଷ ଅନୁଭୂତିଦ୍ୱାରା ଶିକ୍ଷାଲାଭ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ବୋଲି ସେ କହିଛନ୍ତି ।
  • କ୍ରୀଡ଼ା ପଦ୍ଧତି, କ୍ରିୟାପ୍ରଧାନ ପଦ୍ଧତି ଏବଂ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣ ଶିକ୍ଷାକ୍ଷେତ୍ର ପାଇଁ ତାଙ୍କର ଅନନ୍ୟ ଅବଦାନ ଅଟେ ।
  • ଅନୁଶାସନ ଓ ଦଣ୍ଡର ପ୍ରୟୋଗକୁ ବିରୋଧଦ୍ବାରା ଦଣ୍ଡମୁକ୍ତ ଶିକ୍ଷାଦାନ ସମ୍ଭବପର ବୋଲି ସେ କହିଛନ୍ତି ।
  • ସହଜାତ ଗୁଣର ବିକାଶ ପାଇଁ ସ୍ଵାଧୀନତା ପ୍ରଦାନ ଶିକ୍ଷାର୍ଥୀକୁ ଆଗକୁ ଯିବାକୁ ସାହାଯ୍ୟ କରିଥାଏ ବୋଲି ସେ କହିଛନ୍ତି ।
  • ଶିକ୍ଷାକ୍ଷେତ୍ରକୁ ନାସ୍ତିବାଚକ ଶିକ୍ଷା ଋଷୋଙ୍କର ଏକ ମହାନ୍ ଅବଦାନ ଅଟେ ।
  • ସମଗ୍ର ମାନବ ଜଗତ ପ୍ରତି ‘ପ୍ରକୃତିକୁ ପ୍ରତ୍ୟାବର୍ତ୍ତନ’ ସ୍ଲୋଗାନ୍ ଜନସଚେତନତା ପାଇଁ ଏକ ଅସ୍ତ୍ର ସଦୃଶ ଥିଲା ।

ଶିକ୍ଷା ଦର୍ଶନ – ଋଷୋ ଜଣେ ପ୍ରକୃତିବାଦୀ ଥିଲେ । ପ୍ରାକୃତିକ ପରିବେଶରେ ଶିଶୁର ବିକାଶ ସାଧନ ହେବା ଉଚିତ ବୋଲି ସେ କହୁଥିଲେ । ଶିଶୁଟି ପ୍ରକୃତି କୋଳରେ ଜନ୍ମ ନେଇଛି । ସେଠାରେ ସେ ନିର୍ଭୟରେ ବଞ୍ଚୁରହିବାକୁ ଚାହେଁ ଏବଂ ସ୍ଵାଧୀନ ଜୀବନଧାରଣ କରିବାକୁ ସେ ବ୍ୟଗ୍ର । ଶିଶୁର ସର୍ବାଙ୍ଗୀନ ବିକାଶ ହିଁ ଶିକ୍ଷାର ଉଦ୍ଦେଶ୍ୟ । ଋଷୋଙ୍କ ମତରେ, ଶିକ୍ଷାର ଅର୍ଥ, ଅଭ୍ୟାସ ଗଠନ ବ୍ୟତୀତ ଅନ୍ୟ କିଛି ହୋଇ ନ ପାରେ । ମନୁଷ୍ୟ ଅଭିଜ୍ଞତାରୁ ଶିକ୍ଷାଲାଭ କରିଥାଏ । ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ସେ ଶିକ୍ଷାଲାଭ କରିଥାଏ । ପ୍ରକୃତି ଓ ପରିବେଶରୁ ସେ ଶିକ୍ଷାଲାଭ କରେ ।

ନାସ୍ତିବାଚକ ଶିକ୍ଷା (Negative Education) – ଋଷୋ ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ । ସେ ଏ ସମ୍ପର୍କରେ ସ୍ବରଚିତ ପୁସ୍ତକ ‘ଏମିଲି’ (Emile)ରେ ବ୍ୟାଖ୍ୟା କରିଛନ୍ତି । ଅସ୍ତିବାଚକ ଶିକ୍ଷାର ସେ ଘୋର ବିରୋଧ କରୁଥିଲେ । ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ବ ଦେଇ ସେ ମତ ପ୍ରକାଶ କରିଛନ୍ତି ଯେ କୃତ୍ରିମ ଏବଂ ଅସ୍ୱାଭାବିକ ପରିବେଶରେ ଦିଆଯାଉଥ‌ିବା ଶିକ୍ଷା ମୂଲ୍ୟହୀନ; ମାତ୍ର ପ୍ରାକୃତିକ ପରିବେଶରେ ଯେଉଁ ଶିକ୍ଷା ଦିଆଯାଇଥାଏ ତାହା ବାସ୍ତବ । ତେଣୁ ଶିକ୍ଷାର୍ଥୀଙ୍କୁ କୃତ୍ରିମତା, କଠୋରତା ଏବଂ ଅବାସ୍ତବତାଠାରୁ ଦୂରେଇ ରଖ୍ ଉଚିତ । ସାମାଜିକ ଶୃଙ୍ଖଳାରେ ବାନ୍ଧି ଶିକ୍ଷାଦାନ କରିବାଦ୍ୱାରା ତାହା ଶିକ୍ଷାର୍ଥୀଙ୍କୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇ ନ ଥାଏ । ମୁକ୍ତ ଭାବରେ ଶିକ୍ଷାଦାନ ନିତାନ୍ତ ଜରୁରୀ । ଇନ୍ଦ୍ରିୟାନୁଭୂତିଦ୍ୱାରା ଶିକ୍ଷାର୍ଥୀ ଆପେ ଆପେ ଶିକ୍ଷାଲାଭ କରିଥାଏ ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

⇒ ଋଷୋଙ୍କ ଜୀବନୀ : ଲବ୍‌ଧପ୍ରତିଷ୍ଠ ଫରାସୀ ଦାର୍ଶନିକ ଜିନ୍ ଜାକ୍‌ ଋଷୋ ୧୭୧୨ ମସିହା ଜୁନ୍ ମାସ ୨୮ ତାରିଖରେ ପ୍ରାକୃତିକ ଶୋଭା ବିମଣ୍ଡିତ ଜେନେଭା ସହରରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜୀବନରେ ଅନେକ କିଛି ଯନ୍ତ୍ରଣାସିକ୍ତ ଓ ବିଶୃଙ୍ଖଳିତ ଘଟଣାବଳୀକୁ ନେଇ ଋଷୋ ଜଣେ ପ୍ରକୃତିବାଦୀ ଓ ବିପ୍ଳବୀ ଲେଖକ ଭାବରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛନ୍ତି । ତାଙ୍କର ଅମର କୃତି ମଧ୍ୟରୁ ‘ଏମିଲି’ ଏବଂ ‘ସାମାଜିକ ଚୁକ୍ତି’ ଅନ୍ୟତମ ।

ଅନେକଗୁଡ଼ିଏ ଅମର ଲେଖା ମାଧ୍ୟମରେ ଜୀବନର ବ୍ୟଥାବହୁଳ ତଥା ଯନ୍ତ୍ରଣା ଜର୍ଜରିତ ଘଟଣାବଳୀକୁ ଲୋକଲୋଚନକୁ ଆଣି ଶେଷରେ ୧୭୭୮ ମସିହା ଜୁଲାଇ ୨ ତାରିଖରେ ବିଶ୍ବପ୍ରସିଦ୍ଧ ଏହି ପ୍ରକୃତିବାଦୀ ଦାର୍ଶନିକ ପ୍ରାଣତ୍ୟାଗ କରିଥିଲେ ।

⇒ ଋଷୋଙ୍କ ଜୀବନ ଦର୍ଶନ : ଋଷୋଙ୍କ ଜୀବନ ଦର୍ଶନ ହେଉଛି ପ୍ରକୃତିବାଦ, ସାମ୍ୟବାଦ ଓ ସ୍ବାଧୀନତାର ଅପୂର୍ବ ସମାହାର; ଯାହାକି ପ୍ରାକୃତିକ ରାଷ୍ଟ୍ର, ପ୍ରାକୃତିକ ମନୁଷ୍ୟ ଓ ପ୍ରାକୃତିକ ସଭ୍ୟତାକୁ ନେଇ ପରିକଳ୍ପିତ । ତାଙ୍କ ଜୀବନଦର୍ଶନର ସମସ୍ତ ଚିନ୍ତାଧାରାଗୁଡ଼ିକ ତାଙ୍କ ରଚିତ ଅମୂଲ୍ୟ ଗ୍ରନ୍ଥାବଳୀମାନଙ୍କରେ ପ୍ରତିଫଳିତ । ଜଣେ ପ୍ରକୃତିବାଦୀ ଦାର୍ଶନିକ ଭାବରେ ଋଷୋଙ୍କର ମୁଖ୍ୟ ଆହ୍ବାନ ଥୁଲା, ‘ପ୍ରକୃତିକୁ ଫେରିଯାଅ’’ । ଶିକ୍ଷାକ୍ଷେତ୍ରକୁ ପ୍ରକୃତିବାଦୀ ଚିନ୍ତାଧାରା ଓ ମୂଲ୍ୟବୋଧ ମଧ୍ୟ ଋଷୋଙ୍କ ଜୀବନଦର୍ଶନର ସର୍ବଶ୍ରେଷ୍ଠ ପ୍ରତିଫଳନ ।

⇒ ଋଷୋଙ୍କ ଶିକ୍ଷାଦର୍ଶନ : ଋଷୋଙ୍କ ଶିକ୍ଷାଦର୍ଶନ ତାଙ୍କ ଜୀବନର ପ୍ରତିଫଳନ ମାତ୍ର । ଜଣେ ପ୍ରକୃତିବାଦୀ ଦାର୍ଶନିକ ଭାବରେ ସେ ପ୍ରକୃତିବାଦୀ ଶିକ୍ଷାଦର୍ଶନର ସମର୍ଥକ ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି । ତାଙ୍କ ରଚିତ ‘ଏମିଲି’ ପୁସ୍ତକରେ ପ୍ରକୃତିବାଦୀ ଶିକ୍ଷାଦର୍ଶନର ସ୍ପଷ୍ଟ ଛାପା ଦେଖ‌ିବାକୁ ମିଳେ । ଋଷୋଙ୍କର ଏହି ପ୍ରକୃତିବାଦୀ ଶିକ୍ଷାଦର୍ଶନର ବିଭିନ୍ନ ଦିଗଗୁଡ଼ିକ ହେଲା-

  • ଶିକ୍ଷାର ପ୍ରକୃତିବାଦୀ ଅର୍ଥ
  • ପ୍ରକୃତିବାଦର ଅବଧାରଣା
  • ପ୍ରକୃତିର ତ୍ରିବିଧ ଅର୍ଥ
  • ପ୍ରକୃତି ଦେବୋତ୍ତର ଶକ୍ତି ସହ ସମାନ
  • ନାରୀଶିକ୍ଷାରେ ପ୍ରକୃତିବାଦ

⇒ ବ୍ୟକ୍ତିର ବିକାଶ ପାଇଁ ବିଭିନ୍ନ ସ୍ତର :
(୧) ଶୈଶବ କାଳ (ଜନ୍ମରୁ ୫ ବର୍ଷ)
(୨) ବାଲ୍ୟକାଳ (୫ ବର୍ଷରୁ ୧୨ ବର୍ଷ)
(୩) କୈଶୋରାବସ୍ଥା (୧୨ ବର୍ଷରୁ ୧୫ ବର୍ଷ)
(୪) ଯୌବନାବସ୍ଥା (୧୫ ବର୍ଷରୁ ୨୦ ବର୍ଷ)

⇒ ଋଷୋ ଜଣେ ପ୍ରକୃତିବାଦୀ ଥିଲେ । ପ୍ରାକୃତିକ ପରିବେଶରେ ଶିଶୁର ବିକାଶ ସାଧନ ହେବା ଉଚିତ ବୋଲି ସେ କହୁଥିଲେ । ଶିଶୁଟି ପ୍ରକୃତି କୋଳରେ ଜନ୍ମ ନେଇଛି । ସେଠାରେ ସେ ନିର୍ଭୟରେ ବଞ୍ଚି ରହିବାକୁ ଚାହେଁ ଏବଂ ସ୍ବାଧୀନ ଜୀବନଧାରଣ କରିବାକୁ ସେ ବ୍ୟଗ୍ର । ଶିଶୁର ସର୍ବାଙ୍ଗୀନ ବିକାଶ ହିଁ ଶିକ୍ଷାର ଉଦ୍ଦେଶ୍ୟ । ଋଷୋଙ୍କ ମତରେ, ଶିକ୍ଷାର ଅର୍ଥ, ଶିକ୍ଷା ଅଭ୍ୟାସ ଗଠନ ବ୍ୟତୀତ ଅନ୍ୟ କିଛି ହୋଇ ନ ପାରେ । ମନୁଷ୍ୟ ଅଭିଜ୍ଞତାରୁ ଶିକ୍ଷାଲାଭ କରିଥାଏ । ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଶିକ୍ଷାଲାଭ କରିଥାଏ । ପ୍ରକୃତି ଓ ପରିବେଶରୁ ସେ ଶିକ୍ଷାଲାଭ କରେ ।

ଶିକ୍ଷାର ଲକ୍ଷ୍ୟ :
ଋଷୋଙ୍କ ଶିକ୍ଷାର ଲକ୍ଷ୍ୟସମୂହ ନିମ୍ନରେ ପ୍ରଦତ୍ତ ହେଲା-
(1) ଶିଶୁର ଅନ୍ତଃପ୍ରବୃତ୍ତି ଓ ଶକ୍ତି ସାମର୍ଥ୍ୟର ବିକାଶ ।
(2) ଅନ୍ତର୍ନିହିତ ଗୁଣରାଜିର ଉପଯୁକ୍ତ ବିକାଶ ।
(3) ଇନ୍ଦ୍ରିୟାନୁଭୂତିର ବିକାଶ ସାଧନ ।
(4) ଜୀବନର ସମସ୍ୟା ସମାଧାନର ଦକ୍ଷତାର ବିକାଶ ସାଧନ ।
(5) କୃତ୍ରିମତା ଏବଂ ଅବାସ୍ତବତାଠାରୁ ଦୂରେଇ ରଖୁବା ।
(6) ନିଜ ପରିସ୍ଥିତି ଏବଂ ସମ୍ଭାବନାରେ ନିଜକୁ ବଞ୍ଚାଇ ରଖୁବା ।
(7) ଶାରୀରିକ ବିକାଶ ସାଧନ କରିବା ।
(8) ଆନନ୍ଦ ଉପଲବ୍‌ କରିବା ।
(9) ଆତ୍ମନିର୍ଭରଶୀଳ ହେବା ।
(10) ପରିବେଶ ସହ ଖାପଖୁଆଇ ଚଳିବା ।

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

(a) ନାସ୍ତିବାଚକ ଶିକ୍ଷା (Negative Education) : ଋଷୋ ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ । ସେ ଏ ସମ୍ପର୍କରେ ସ୍ବରଚିତ ପୁସ୍ତକ ‘ଏମିଲି’ (Emile)ରେ ବ୍ୟାଖ୍ୟା କରିଛନ୍ତି । ଅସ୍ତିବାଚକ ଶିକ୍ଷାର ସେ ଘୋର ବିରୋଧ କରୁଥିଲେ । ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ଵ ଦେଇ ସେ ମତ ପ୍ରକାଶ କରିଛନ୍ତି ଯେ କୃତ୍ରିମ ଏବଂ ଅସ୍ଵାଭାବିକ ପରିବେଶରେ ଦିଆଯାଉଥ‌ିବା ଶିକ୍ଷା ମୂଲ୍ୟହୀନ; ମାତ୍ର ପ୍ରାକୃତିକ ପରିବେଶରେ ଯେଉଁ ଶିକ୍ଷା ଦିଆଯାଇଥାଏ ତାହା ବାସ୍ତବ ।

ତେଣୁ ଶିକ୍ଷାର୍ଥୀଙ୍କୁ କୃତ୍ରିମତା, କଠୋରତା ଏବଂ ଅବାସ୍ତବତାଠାରୁ ଦୂରେଇରଖୁବା ଉଚିତ । ସାମାଜିକ ଶୃଙ୍ଖଳାରେ ବାନ୍ଧି ଶିକ୍ଷାଦାନ କରିବାଦ୍ୱାରା ତାହା ଶିକ୍ଷାର୍ଥୀଙ୍କୁ ସମ୍ପୂର୍ଣ୍ଣ ସ୍ଵାଧୀନତା ଦେଇ ନ ଥାଏ । ମୁକ୍ତ ଭାବରେ ଶିକ୍ଷାଦାନ ନିତାନ୍ତ ଜରୁରୀ । ଇନ୍ଦ୍ରିୟାନୁଭୂତିଦ୍ୱାରା ଶିକ୍ଷାର୍ଥୀ ଆପେ ଆପେ ଶିକ୍ଷାଲାଭ କରିଥାଏ ।

(b) ବିଭିନ୍ନ ସ୍ତର ଅନୁସାରେ ପାଠ୍ୟକ୍ରମ : ଏମିଲି (Emile) ରେ ଋଷେ ବିଭିନ୍ନ ସ୍ତର ଅନୁସାରେ କିପରି ଶିକ୍ଷାଦାନ କରାଯାଇଥାଏ, ତାହା ବର୍ଣ୍ଣନା କରିଛନ୍ତି । ସେ ବିକାଶର ସ୍ତରକୁ ନିମ୍ନମତେ ବିଭାଗୀକରଣ କରିଛନ୍ତି-

(1) ଶୈଶବାବସ୍ଥା (Infancy)
(2) ବାଲ୍ୟାବସ୍ଥା (Childhood)
(3) କୈଶୋରାବସ୍ଥା (Boyhood)
(4)ଯୌବନାବସ୍ଥା (Adolescence)

(1) ଶୈଶବାବସ୍ଥା (Infancy) : ଏହାର ସମୟ ଅବଧୂ ଜନ୍ମରୁ ପାଞ୍ଚବର୍ଷ । ଏହି ସମୟରେ ଶିଶୁର ଦ୍ରୁତ ଶାରୀରିକ ବିକାଶ ହୁଏ । ଏହି ସମୟରେ ଶରୀର ସମ୍ବନ୍ଧୀୟ ଶିକ୍ଷାଦାନର ଯଥେଷ୍ଟ ଆବଶ୍ୟକ ଅଛି । ମୁକ୍ତ ଭାବରେ ପରିବେଶରେ ଖେଳାଖେଳି କରିବା ସହ ହସିବା, ଖେଳିବା, ବୁଲିବା, କାନ୍ଦିବା ଉପରେ ଗୁରୁତ୍ବ ଦେବା ଉଚିତ ।

(2) ବାଲ୍ୟାବସ୍ଥା (Childhood) : ଏହାର ଅବଧୂ ୫ ବର୍ଷରୁ ୧୨ ବର୍ଷ । ଏହି ସମୟରେ ନାସ୍ତିବାଚକ ଶିକ୍ଷା ମାଧ୍ୟମରେ ଶିକ୍ଷାଦେବା ଉଚିତ । ପ୍ରାକୃତିକ ଏବଂ ମୁକ୍ତ ପରିବେଶରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀ ନିଜସ୍ଵ ଅଭିଜ୍ଞତା ଲାଭ କରିଥାଏ ।

(3) କୈଶୋରାବସ୍ଥା (Boyhood) : ଏହାର ଅବଧୂ ବାର ବର୍ଷରୁ ପନ୍ଦର ବର୍ଷ । ମାନସିକ ଏବଂ ଶାରୀରିକ ସ୍ତରରେ ଏ ବୟସରେ ସମସ୍ତେ ସକ୍ରିୟ ଥାଆନ୍ତି । ବିଶେଷକରି ଯୌନ ପ୍ରବୃତ୍ତି ଏବଂ ଯୌନ ଲକ୍ଷଣଗୁଡ଼ିକ ଏହି ସମୟରେ ପ୍ରକାଶ ପାଇଥାଏ । କୈଶୋରାବସ୍ଥାରେ ବିଭିନ୍ନ ଅଭିଜ୍ଞତା ସହ ବିଷୟବସ୍ତୁ ଜ୍ଞାନର ଆବଶ୍ୟକତା ଅଛି । ଇତିହାସ, ଭୂଗୋଳ, ବିଜ୍ଞାନ ଅଧ୍ୟୟନ ଉପରେ ଏହି ସମୟରେ ଗୁରୁତ୍ଵ ଦିଆଯିବା ଆବଶ୍ୟକ ।

(4) ଯୌବନାବସ୍ଥା (Adolescence) : ଏହି ସମୟର ଅବଧୂ ୧୫ ବର୍ଷରୁ ୨୦ ବର୍ଷ ପର୍ଯ୍ୟନ୍ତ । ଏହି ବୟସଟି ବ୍ୟକ୍ତିର ଦ୍ଵିତୀୟ ଜନ୍ମ । ଏହି ସମୟରେ ବିଭିନ୍ନ କାର୍ଯ୍ୟ ଅଭିଜ୍ଞତା ମାଧ୍ୟମରେ ସେ ଶିକ୍ଷା ଅର୍ଜନ କରିଥାଏ । ବିଶେଷକରି ହୃଦୟର ବିକାଶ ପାଇଁ ଧର୍ମଶିକ୍ଷା ସହ ଇତିହାସ ଏବଂ ଦର୍ଶନ ଶିକ୍ଷାର ଆବଶ୍ୟକତା ଅଛି । ଯୌନଶିକ୍ଷା ପ୍ରାପ୍ତିଦ୍ୱାରା ଶିକ୍ଷାର୍ଥୀମାନେ ଗାର୍ହସ୍ଥ୍ୟ ଜୀବନଯାପନ କରିବାପାଇଁ ସୁଯୋଗ ପାଇପାରିବେ ।

ଶିକ୍ଷାଦାନ ପ୍ରଣାଳୀ (Methods of Teaching) – ଋଷୋ ଗତାନୁଗତିକ ପୁସ୍ତକଗତ ଶିକ୍ଷାଦାନ ପ୍ରଣାଳୀର ଘୋର ବିରୋଧୀ ଥିଲେ । ସେ ନିମ୍ନଲିଖ୍ ଶିକ୍ଷାଦାନ ପଦ୍ଧତିଗୁଡ଼ିକ ଉପରେ ଗୁରୁତ୍ବ ଆରୋପ କରିଥିଲେ ।

(1) ପ୍ରତ୍ୟକ୍ଷ ଅନୁଭୂତି (Direct Experience) : ଶିକ୍ଷାର୍ଥୀ ବାସ୍ତବ ପରିସ୍ଥିତିର ସମ୍ମୁଖୀନ ହେଲେ ପ୍ରତ୍ୟକ୍ଷ ଭାବରେ ଶିକ୍ଷାଲାଭ କରିଥାଏ । ପ୍ରତ୍ୟକ୍ଷ ଅନୁଭୂତିଦ୍ୱାରା ଅର୍ଜିତ ଶିକ୍ଷା ଦୀର୍ଘସ୍ଥାୟୀ ହୋଇଥାଏ ।

(2) ଆବିଷ୍କାରମୂଳକ ପଦ୍ଧତି (Heuristic Method) : ନିଜର ଅନେକ ଅଭିଜ୍ଞତା ଏବଂ ଜ୍ଞାନର ପ୍ରୟୋଗ କରାଯାଇ ନୂତନ ଜ୍ଞାନ ଆହରଣ କରାଯାଇଥାଏ । ଏହା କେବଳ ଅନ୍ଵେଷଣ ବା ଆବିଷ୍କାର ପଦ୍ଧତି ଅବଲମ୍ବନଦ୍ୱାରା ସମ୍ଭବ ।

(3) କାର୍ଯ୍ୟ ମାଧ୍ୟମରେ ଶିକ୍ଷା (Learning by doing) : ଶିକ୍ଷାର୍ଥୀକୁ କିଛି କରିବାକୁ ଦେଲେ ତା’ର 3Hsର ବିକାଶ ହୁଏ । କୌଣସି କାର୍ଯ୍ୟ କରିବା ପୂର୍ବରୁ ସେ ଚିନ୍ତାକରି, ବୁଝି ତାହା ନିଜର ହସ୍ତପଦର ବ୍ୟବହାରଦ୍ୱାରା କାର୍ଯ୍ୟ ସମ୍ପାଦନ କରିଥାଏ । ତେଣୁ ଭାଷା ବା କଥାଦ୍ୱାରା ଶିକ୍ଷାଦାନ ଅପେକ୍ଷା କାର୍ଯ୍ୟଦ୍ବାରା ଶିକ୍ଷାଦାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

(4) କ୍ରୀଡ଼ା ପଦ୍ଧତି (Playway Method) : ଶିକ୍ଷାର୍ଥୀ ଖେଳିବାକୁ ଭଲପାଏ । କ୍ରୀଡ଼ା ହିଁ ଶିକ୍ଷାଦାନର ଏକ ଉପଯୁକ୍ତ ପଦ୍ଧତି । କ୍ରୀଡ଼ାଦ୍ୱାରା ଶିକ୍ଷାର୍ଥୀ ସ୍ଵାଧୀନ ଏବଂ ସ୍ବତଃସ୍ଫୁର୍ତ୍ତ ଭାବରେ ଶିକ୍ଷାଲାଭ କରିଥାଏ ।

(5) ଭ୍ରମଣ ଓ ପର୍ଯ୍ୟବେକ୍ଷଣ (Visit & Observation) : ଋଷୋ କହିଥିଲେ, ‘ଏମିଲି’କୁ କିଛି ପଢ଼ାଇବା ଦରକାର ନାହିଁ । ସେ ନିଜେ ଅନ୍ଵେଷଣ କରି ଶିକ୍ଷାଲାଭ କରୁ । ଏହାର ଅର୍ଥ ଶିକ୍ଷାର୍ଥୀ ନିଜେ ନିଜର ପରିବେଶ, ନଦୀ, ପାହାଡ଼କୁ ପର୍ଯ୍ୟବେକ୍ଷଣ କରୁ ଏବଂ ଶିକ୍ଷାଲାଭ କରୁ ।

ଅନୁଶାସନ (Discipline) – ଶିକ୍ଷାର୍ଥୀମାନେ ମୁକ୍ତ ପରିବେଶରେ ପ୍ରକୃତି କୋଳରେ ଶିକ୍ଷାଲାଭ କରିବା ଉଚିତ । ପ୍ରକୃତି ଉପଯୁକ୍ତ ଶିକ୍ଷକ । ତେଣୁ ପ୍ରକୃତିର ନୀତିନିୟମ ଅନୁସାରେ ଶିକ୍ଷାଲାଭ କରିବା ଉଚିତ । ଶିକ୍ଷକମାନଙ୍କର କଡ଼ା ଅନୁଶାସନରେ ଶିକ୍ଷାର୍ଥୀମାନେ ରହିବା ଉଚିତ ନୁହେଁ । ସେମାନେ ମୁକ୍ତ ଭାବରେ ଶିକ୍ଷାଲାଭ କରିବା ଉଚିତ । ଅନୁଶାସନ ପ୍ରାକୃତିକ ପରିଣାମ ତତ୍ତ୍ବ ଉପରେ ଆଧାରିତ । ପ୍ରକୃତି ଦଣ୍ଡ ବା ପୁରସ୍କାର ଦେବ, ଶିକ୍ଷକ ନୁହେଁ । ଯନ୍ତ୍ରଣାକୁ ସେ ଅନୁଭବ କରୁ । ମୁଣ୍ଡ କାନ୍ଥରେ ମାଡ଼ ହେଲେ ସେ କଷ୍ଟ ଅନୁଭବ କରୁ ଓ ତଦ୍ବାରା ସେ ଶିକ୍ଷାଲାଭ କରୁ ।

ଶିକ୍ଷକ (Teacher) – ଶିକ୍ଷକ ଶିକ୍ଷାର୍ଥୀମାନଙ୍କର ବନ୍ଧୁ, ସହାୟକ, ପଥପ୍ରଦର୍ଶକ ଓ ପରାମର୍ଶଦାତା । ଶିକ୍ଷାର୍ଥୀମାନଙ୍କ ସେ ଆଢୁଆଳରେ ରହି ସାହାଯ୍ୟ କରିଥା’ନ୍ତି । ଶିକ୍ଷାଦାନ ଏବଂ ଶିକ୍ଷଣ ପରିସ୍ଥିତିର ଶିକ୍ଷକ କେବଳ ପଥପ୍ରଦର୍ଶକ । ଜଣେ ଉପଯୁକ୍ତ ପର୍ଯ୍ୟବେକ୍ଷକ ଭାବରେ ଶିକ୍ଷକ କାର୍ଯ୍ୟ କରିଥା’ନ୍ତି । ପାଠ୍ୟବିଷୟ ଉପରେ ଅଧିକ ଜ୍ଞାନ ନ ଦେଇ ସ୍ଵାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଯୋଗାଇଥା’ନ୍ତି ।

ନାରୀଶିକ୍ଷା (Women Education) – ନାରୀଶିକ୍ଷା ପ୍ରତି ଋଷୋଙ୍କର ମନୋଭାବ ଆଧୁନିକ ଶିକ୍ଷାବିତ୍ରମାନଙ୍କୁ ପ୍ରଭାବିତ କରିପାରି ନ ଥିଲା । ନାରୀଶିକ୍ଷାର ଲକ୍ଷ୍ୟ ଏକ ଆଦର୍ଶ ଗୃହିଣୀ ସୃଷ୍ଟି କରିବା । ନାରୀ ଏବଂ ପୁରୁଷମାନଙ୍କ ମଧ୍ୟରେ ଶାରୀରିକ ଗଠନ ଏବଂ ବିକାଶରେ ଅନେକ ପାର୍ଥକ୍ୟ ଅଛି । ସେମାନଙ୍କର ଜୀବନଯାପନ ପ୍ରଣାଳୀ ଏକା ନୁହେଁ । ସେ ନାରୀର କାର୍ଯ୍ୟକୁ ପୁରୁଷର ସେବା, ମନୋରଞ୍ଜନ ଏବଂ ପ୍ରୀତି ସମ୍ପାଦନା ପାଇଁ ଉଦ୍ଦିଷ୍ଟ ବୋଲି ‘ଏମିଲି’ ପୁସ୍ତକରେ ମତ ପ୍ରକାଶ କରିଛନ୍ତି । ଏମିଲିର ଭବିଷ୍ୟତ ପତ୍ନୀର ନାମ ‘ସୋଫା’ ଅଟେ ।

ଶିକ୍ଷାର୍ଜନ ଋଷୋଙ୍କର ଅବଦାନ (Rousseau’s contributions to Education) – ଋଷୋଙ୍କର ଶିକ୍ଷାର୍ଜନ ଇତ୍ୟାଦି ଗୁରୁତ୍ଵପୂର୍ଣ୍ଣ ଅବଦାନ ଅଟେ । ବିଶେଷକରି ଶିକ୍ଷାର୍ଥୀମାନଙ୍କୁ ସ୍ବାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ସେ ଯେଉଁ ପ୍ରେରଣା ଦେଇଛନ୍ତି ତାହା ସ୍ଵାଗତଯୋଗ୍ୟ । ଏସବୁ ଅବଦାନ ଋଷୋଙ୍କୁ ସମଗ୍ର ପୃଥ‌ିବୀରେ ଏକ ସ୍ଵତନ୍ତ୍ର ପରିଚିତି ଆଣି ଦେଇଛି । ଶିକ୍ଷାର ବିଭିନ୍ନ କ୍ଷେତ୍ର ପାଇଁ ତାଙ୍କର ନିମ୍ନଲିଖ୍ ଅବଦାନଗୁଡ଼ିକ ଉଲ୍ଲେଖଯୋଗ୍ୟ ।

(୧) ଶିଶୁକୈନ୍ଦ୍ରିକ ଶିକ୍ଷା ଆଧୁନିକ ଶିକ୍ଷା ପ୍ରଣାଳୀକୁ ତାଙ୍କର ଶ୍ରେଷ୍ଠ ଦାନ ।
(୨) ମୁକ୍ତ ପରିବେଶରେ ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ ଉପରେ ସେ ଗୁରୁତ୍ଵ ଦେଇଛନ୍ତି ।
(୩) ପ୍ରତ୍ୟକ୍ଷ ଅନୁଭୂତିଦ୍ୱାରା ଶିକ୍ଷାଲାଭ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି ।
(୪) କ୍ରୀଡ଼ା ପଦ୍ଧତି, କ୍ରିୟାପ୍ରଧାନ ପଦ୍ଧତି ଏବଂ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣ ଶିକ୍ଷାକ୍ଷେତ୍ର ପାଇଁ ତାଙ୍କର ଅନନ୍ୟ ଅବଦାନ ଅଟେ ।
(୫) ଅନୁଶାସନ ଓ ଦଣ୍ଡର ପ୍ରୟୋଗକୁ ବିରୋଧଦ୍ବାରା ଦଣ୍ଡମୁକ୍ତ ଶିକ୍ଷାଦାନ ସମ୍ଭବପର ବୋଲି ସେ କହିଛନ୍ତି ।
(୬) ସହଜାତ ଗୁଣର ବିକାଶ ପାଇଁ ସ୍ବାଧୀନତା ପ୍ରଦାନ ଶିକ୍ଷାର୍ଥୀକୁ ଆଗକୁ ଯିବାକୁ ସାହାଯ୍ୟ କରିଥାଏ ବୋଲି ସେ କହିଛନ୍ତି ।
(୭) ଶିକ୍ଷାକ୍ଷେତ୍ରକୁ ନାସ୍ତିବାଚକ ଶିକ୍ଷା ଋଷୋଙ୍କର ଏକ ମହାନ୍ ଅବଦାନ ଅଟେ ।
(୮) ସମଗ୍ର ମାନବ ଜଗତକୁ ‘ପ୍ରାକୃତିକ ପ୍ରତ୍ୟାବର୍ତ୍ତନ’ ସ୍ଲୋଗାନ୍ ଜନସଚେତନତା ପାଇଁ ଏକ ଅସ୍ତ୍ର ସଦୃଶ ଥିଲା ।

CHSE Odisha Class 12 Psychology Unit 1 Long Answer Questions in Odia Medium

Odisha State Board CHSE Odisha Class 12 Psychology Solutions Unit 1 ଜୀବନବ୍ୟାପୀ ବିକାଶ & ସ୍ଵୟଂ ତଥା ବ୍ୟକ୍ତିତ୍ଵ Long Answer Questions

CHSE Odisha 12th Class Psychology Unit 1 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧।
କ୍ରମ-ବିକାଶ କ’ଣ ? ବିକାଶର ନିୟମାବଳୀଗୁଡ଼ିକ ଆଲୋଚନା କର ।
Answer:
ବ୍ୟକ୍ତିର ବ୍ୟକ୍ତିକ ଓ ଗୁଣାତ୍ମକ ପରିବର୍ତ୍ତନକୁ “ ବିକାଶ” କୁହାଯାଏ । ବିକାଶ ପରିବର୍ତ୍ତନ ଓ ଗତିର ଏପରି ଏକ ପ୍ରତିରୂପ ଯାହା ମାତୃ ଗର୍ଭରେ ସ୍ଥାପିତ ହେବା ଦିନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗତିଶୀଳ ରହିଥାଏ । ଏହା ଉଭୟ ସକାରାତ୍ମକ ଓ ନକରାତ୍ମକ ଗୁଣାତ୍ମକ ପରିବର୍ତ୍ତନକୁ ବୁଝାଏ । ଏହା ଜୈବିକ, ସଜ୍ଞାନାତ୍ମକ ଏବଂ ସାମାଜିକ ସଂବେଗାତ୍ମକ ପ୍ରକ୍ରିୟାଗୁଡ଼ିକ ପରସ୍ପର ସମ୍ବନ୍ଧକୁ ନେଇ ଆକାର ପ୍ରାପ୍ତ ହୋଇଥାଏ ।

ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ଵତନ୍ତ୍ର ରୂପରେ ତଥା ସ୍ଵତନ୍ତ୍ର ପରିପ୍ରେକ୍ଷୀରେ ବୃଦ୍ଧି ଓ ବିକାଶ ଲାଭ କରିଥାନ୍ତି । ତଥାପି ବିକାଶର କେତେକ ମୂଳ ନିୟମ ରହିଛି ଏବଂ ଏଗୁଡ଼ିକ ବିକାଶର ମୌଳିକ ପ୍ରକ୍ରିୟାକୁ ରେଖାଙ୍କିତ କରିଥାଆନ୍ତି । ବିକାଶ ଏକ କ୍ରମିକ ଏବଂ ପୂର୍ବାନୁମାନ ପ୍ରକ୍ରିୟା । ଏହାର ଧାରା ଓ ଗତିରେ ଭିନ୍ନତା ଥିଲେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ନୀତି ଓ ନିୟମ ନେଇ ଗତି କରିଥାଏ । ଉକ୍ତ ନୀତିଗୁଡ଼ିକୁ ବିକାଶର ନିୟମ କୁହାଯାଏ । ଉକ୍ତ ନିୟମଗୁଡ଼ିକ ହେଉଛି :-

(୧) ବିକାଶ ନିରବଚ୍ଛିନ୍ନ ଭାବରେ ଗତି କରେ ।
(୨) ବିକାଶ ଏକ ନିର୍ଦ୍ଦିଷ୍ଟ ଢଞ୍ଚାକୁ ଅନୁସରଣ କରେ ।
(୩) ବିକାଶ ସାଧାରଣରୁ ସ୍ଵତନ୍ତ୍ରତାକୁ ଗତି କରେ ।
(୪) ବିକାଶ ପ୍ରକ୍ରିୟା ହାରରେ ବ୍ୟକ୍ତିଗତ ଭିନ୍ନତା ଥାଏ ।
(୫) ବିକାଶର ହାର ବିଭିନ୍ନ ଅବସ୍ଥାରେ ଭିନ୍ନ ଭିନ୍ନ ହୋଇଥାଏ ।
(୬) ବିକାଶ ହେଉଛି ଅନୁକ୍ରିୟା ସମୂହର ସମନ୍ଵୟ ।
(୭) ବିକାଶର ବିଭିନ୍ନ କ୍ଷେତ୍ର ଅନ୍ତଃ-ସମ୍ବନ୍ଧିତ ।
(୮) ବିକାଶ ଆତ୍ମକୈନ୍ଦ୍ରିକତାରୁ ପର-କୈନ୍ଦ୍ରିକତା ଆଡ଼କୁ ଗତି କରିଥାଏ ।
(୯) ବିକାଶ ପରାବଲମ୍ବନରୁ ସ୍ଵାବଲମ୍ବନ ଆଡ଼କୁ ଗତି କରେ ।
(୧୦) ବିକାଶ କ୍ଷେତ୍ରରେ ଅନେକ ଜଟିଳ ସମୟ ଆସିଥାଏ ।

CHSE Odisha Class 12 Psychology Unit 1 Long Answer Questions in Odia Medium

(୧) ବିକାଶ ନିରବଚ୍ଛିନ୍ନ ଭାବରେ ଗତି କରେ :- ବିକାଶ ପ୍ରକ୍ରିୟା ଭୃଣାବସ୍ଥାରୁ ଆରମ୍ଭ ହୋଇ ମୃତ୍ୟୁ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ଚାଲିଥାଏ । ମାତ୍ର ବିକାଶ ହାରରେ ଭିନ୍ନତା ଦେଖାଯାଏ। ଶାରୀରିକ ଓ ମାନସିକ ଲକ୍ଷଣଗୁଡ଼ିକ ସେମାନଙ୍କର ପୂର୍ଣ୍ଣତା ସୀମାରେ ପହଞ୍ଚିବା ଦିନ ପର୍ଯ୍ୟନ୍ତ ନିରନ୍ତର ଚାଲୁ ରହିଥାଆନ୍ତି । ଉଦାହରଣ ସ୍ୱରୂପ ଉଚ୍ଚତା, ଭାଷା, ଓଜନ, ବୁଦ୍ଧି, ଆବେଗ ଇତ୍ୟାଦି ।

(୨) ବିକାଶ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାକୁ ଅନୁସରଣ କରେ –
ଅନ୍ୟାନ୍ୟ ପ୍ରାଣୀମାନଙ୍କ ଭଳି ମନୁଷ୍ୟମାନଙ୍କ କ୍ଷେତ୍ରରେ ବିକାଶ ଏକ ନିର୍ଦ୍ଦିଷ୍ଟ କ୍ରମିକତା ଓ ପୂର୍ବାନୁମେୟ ଢାଞ୍ଚାକୁ ଅନୁସରଣ କରିଥାଏ । ବିକାଶର ଧାରା ପ୍ରତ୍ୟେକ ପୂର୍ବ ପର୍ଯ୍ୟାୟ ଦ୍ଵାରା ପ୍ରଭାବିତ ହୁଏ ଏବଂ ଏହା ପରବର୍ତ୍ତୀ ପର୍ଯ୍ୟାୟକୁ ପ୍ରଭାବିତ କରିଥାଏ । ଉଦାହରଣ ସ୍ଵରୂପ – ଶିଶୁଟିର ଚାଲିବା, ତା’ର ଗୁରୁଣ୍ଡିବା ଓ ବସିବା ଉପରେ ନିର୍ଭରଶୀଳ ଏବଂ ଶିଶୁଟିର ଦୌଡ଼ିବା, ତା’ର ଚାଲିବା ଉପରେ ପର୍ଯ୍ୟବସିତ । ଶିଶୁର ଶାରୀରିକ ବିକାଶ ମୁଖ୍ୟତଃ ଦୁଇଗୋଟି ଅନୁକ୍ରମ ଅନୁସାରେ ଅଗ୍ରସର ହୋଇଥାଏ ଯଥା :-

(କ) ଆମସ୍ତକ-ପାଦ ଅନୁକ୍ରମ (Cephalo-candal sequence)
(ଖ) ସମୀପ-ଦୂରାଭିମୁଖୀ ଅନୁକ୍ରମ (Proximodistal sequence)

(୩) ବିକାଶ ସାଧାରଣରୁ ସ୍ଵତନ୍ତ୍ରତା ଆଡ଼କୁ ଗତି କରେ – ଶିଶୁର ବିକାଶ ପ୍ରକ୍ରିୟାରେ ପ୍ରତ୍ୟେକ କ୍ରିୟାକଳାପ ସାଧାରଣରୁ ଆରମ୍ଭ ହୋଇ କ୍ରମଶଃ ସ୍ଵତନ୍ତ୍ରତା ଆଡ଼କୁ ଗତି କରିଥାଏ । ଏହା ଶିଶୁଟିର ମାନସିକ ବା ଶାରୀରିକ ବିକାଶ କ୍ଷେତ୍ରରେ ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୁଏ । ଉଦାହରଣ ସ୍ଵରୂପ ଗୋଟିଏ ବସ୍ତୁକୁ ଧରିବାକୁ ପଡ଼ିଥାଏ, ସେ ତା’ର ସଂପୂର୍ଣ୍ଣ ଶରୀର ଚଳାୟମାନ କରିଥାଏ । କିନ୍ତୁ ଶରୀରର କେଉଁ ସ୍ୱତନ୍ତ୍ର ଅଂଶକୁ ଚଳାୟମାନ କଲେ ସେ ନିର୍ଦ୍ଧାରିତ ବସ୍ତୁଟିକୁ ଧରିପାରିବ ତାହା ପରେ ବିକଶିତ ହୋଇଥାଏ । ଠିକ୍ ସେହିପରି ଶିଶୁଟି ପ୍ରଥମେ ପ୍ରଥମେ ସାଧାରଣ ଶବ୍ଦ ଶିଖୁବା ଆରମ୍ଭ କରେ ଓ କ୍ରମଶଃ ସେ ସ୍ଵତନ୍ତ୍ର ଶବ୍ଦ ଓ ବାକ୍ୟମାନ ଶିଖୁଥାନ୍ତି ।

(୪) ବିକାଶ ପ୍ରକ୍ରିୟା ହାରରେ ବ୍ୟକ୍ତିଗତ ଭିନ୍ନତା ଥାଏ – ବିକାଶର ହାର ସମସ୍ତ ଶିଶୁମାନଙ୍କ ପାଇଁ ସମାନ ନୁହେଁ । କେତେକ ଶିଶୁଙ୍କର କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବିକାଶର ହାର ଶୀଘ୍ର ଥିବାବେଳେ କେତେକଙ୍କର ଧୀର ଓ ମନ୍ଥର ହୋଇଥାଏ ।

ଉଦାହରଣ ସ୍ଵରୂପ :- ସମାନ ବୟସର ସମସ୍ତ ଶିଶୁଙ୍କର କଥା କହି ଶିଖୁବା ଓ ଚାଲିବା ଶିଖୁବା । ଏକ ସମୟରେ ହୋଇ ନ ଥାଏ । କେତେକ ପିଲା ଶୀଘ୍ର କଥା କହିବା ଆରମ୍ଭ କରନ୍ତି ଓ ଅନ୍ୟ କେତେକ ପିଲା ଡେରିରେ କଥା କହିବା ଶିଖୁଥାନ୍ତି ।

(୫) ବିକାଶ ହାର ବିଭିନ୍ନ ଅବସ୍ଥାରେ ଭିନ୍ନ ଭିନ୍ନ ହୋଇଥାଏ – ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପାଇଁ ବିକାଶ ହାର ସମାନ ନୁହେଁ । ବିଭିନ୍ନ ଅବସ୍ଥାରେ ମଧ୍ୟ ବିକାଶର ହାରରେ ଭିନ୍ନତା ଦେଖାଦେଇଥାଏ । ଶୈଶବ ଅବସ୍ଥାରୁ ଆରମ୍ଭ କରି ଯୁବକ ଅବସ୍ଥା ପର୍ଯ୍ୟନ୍ତ ଶାରୀରିକ ଅଭିବୃଦ୍ଧି କ୍ଷିପ୍ର ଭାବରେ ଦେଖା ଦେଇଥାଏ । ଯୁବକ ଅବସ୍ଥା ଠାରୁ ବୃଦ୍ଧ ଅବସ୍ଥା ପର୍ଯ୍ୟନ୍ତ ଏହା ଅତ୍ୟନ୍ତ ଧୀର ଭାବରେ ଦେଖାଯାଏ । ସେହିପରି ଶିଶୁଟିର ହୃତ୍‌ପିଣ୍ଡ ଓ ପାକତନ୍ତ୍ର ଇତ୍ୟାଦିର ବୃଦ୍ଧି ଶୈଶବାବସ୍ଥାରେ ଧୂମା ଥିବାବେଳେ ଯୁବାବସ୍ଥାରେ କ୍ଷିପ୍ର ହୋଇଥାଏ ।

(୬) ବିକାଶ ହେଉଛି ଅନୁକ୍ରିୟା ସମୂହର ସମନ୍ଵୟ – ଶିଶୁଟିର ସମସ୍ତ କାର୍ଯ୍ୟକଳାପ ଓ ବ୍ୟବହାର ଧୀରେ ଧୀରେ ଏକତ୍ରିତ ହୋଇଥାନ୍ତି । କ୍ରମଶଃ ସରଳ ଅନୁକ୍ରିୟା ସମୂହର ସମନ୍ଵୟ ଘଟିବା ଫଳରେ ଶିଶୁଟି ଜଟିଳ ବ୍ୟବହାର ସହିତ ନିଜକୁ ଖାପ ଖୁଆଇ ଚାଲିବାରେ ସକ୍ଷମ ହୋଇଥାଏ ।

ଉଦାହରଣ ସ୍ଵରୂପ :- ଶିଶୁଟି ଧୀରେ ଧୀରେ ବିଭିନ୍ନ ଶବ୍ଦ ଶିକ୍ଷା କରେ ଓ କ୍ରମଶଃ ଉକ୍ତ ଶବ୍ଦଗୁଡ଼ିକୁ ଏକତ୍ରିତ କରି ବିଭିନ୍ନ ସରଳ ଓ ଜଟିଳ ବାକ୍ୟମାନ ସୃଷ୍ଟି କରିଥାଏ ।

(୭) ବିକାଶର ବିଭିନ୍ନ କ୍ଷେତ୍ର ଅନ୍ତଃ-ସମ୍ବନ୍ଧିତ – ଶିଶୁର ଶାରୀରିକ ବିକାଶର ମାନସିକ ବିକାଶ ସହ ସକାରୀ ସହସମ୍ବନ୍ଧ ରହିଛି । ସାଧାରଣତଃ ସ୍ଵାସ୍ଥ୍ୟବାନ ଓ ବଳିଷ୍ଠ ଶିଶୁର ମାନସିକ ବିକାଶ ଉତ୍ତମ ହୋଇଥାଏ । ବିକାଶର ଗୋଟିଏ କ୍ଷେତ୍ର ଅନ୍ୟ କ୍ଷେତ୍ରମାନଙ୍କୁ ପ୍ରଭାବିତ କରିଥାଏ । ଶିଶୁମାନଙ୍କ ଉପରେ ପରୀକ୍ଷଣ କରି ଦେଖାଯାଉଛି ଯେ ବୁଦ୍ଧିର ବିକାଶ ମାନବର ବିଭିନ୍ନ ପ୍ରକ୍ରିୟା ଉପରେ ନିର୍ଭର କରେ ଓ ଏହା ପରିବର୍ତ୍ତନଶୀଳ । ଯେଉଁମାନେ ଶୀଘ୍ର ପରିପକ୍ବତା ମାନସିକ ବିକାଶରେ ବିଳମ୍ବରେ ପରିପକ୍ଵ ଲାଭ କରିଥିବା ସମବୟସ୍କ ଶିଶୁମାନଙ୍କ ଠାରୁ ଯଥେଷ୍ଟ ଉନ୍ନତ ।

CHSE Odisha Class 12 Psychology Unit 1 Long Answer Questions in Odia Medium

(୮) ବିକାଶ ଆତ୍ମକୈନ୍ଦ୍ରିକତାରୁ ପରକୈନ୍ଦ୍ରିକତା ଆଡ଼କୁ ଗତି କରିଥାଏ – ଶିଶୁମାନେ ସାଧାରଣତଃ ଆତ୍ମକୈନ୍ଦ୍ରିକ । ସେମାନେ ପ୍ରତ୍ୟେକଟି ଜିନିଷକୁ ନିଜ ଦୃଷ୍ଟିକୋଣରୁ ବିଚାର କରିଥାନ୍ତି । ଅନ୍ୟମାନଙ୍କର ଦୃଷ୍ଟିକୋଣରୁ ବିଚାର କରିବାର ଶକ୍ତି ସେମାନଙ୍କର ନ ଥାଏ । ଦୃଷ୍ଟିଗୋଚର ହେଉଥ‌ିବା ସମସ୍ତ ବସ୍ତୁ ତା’ ନିଜର ଏହିପରି ଭାବଧାରା ନେଇ ସେ ଗତି କରିଥାଏ ।

ଉଦାହରଣ ସ୍ଵରୂପ :- ଦୁଇବର୍ଷର ଗୋଟିଏ ଶିଶୁ ରାତି ଦୁଇଟାବେଳେ ଚକୋଲେଟ୍ ଖାଇବା ପାଇଁ ଜିଦ୍ କରି ପାଟିକରି କାନ୍ଦିପାରେ । ସେ ଜାଣି ନ ଥାଏ ଯେ ରାତିର ଏହି ସମୟରେ ତା’ର ଦାବି ପୂରଣ ହେବା ପୁରାପୁରି ଅସମ୍ଭବ । କିନ୍ତୁ ଛୁଆ ଟିକିଏ ବଡ଼ ହୋଇଗଲା ପରେ ତା’ର ଚିନ୍ତନ ଓ ବ୍ୟବହାର ଆତ୍ମକୈନ୍ଦ୍ରିକତା ଠାରୁ ସାମାଜିକତା ଆଡ଼କୁ ଅଗ୍ରସର ହୁଏ ଏବଂ ସେ ଅନ୍ୟର ଦୃଷ୍ଟିକୋଣରୁ ଦୁନିଆଁକୁ ଦେଖୁବା ରୂପରେ ନିଜକୁ ବଦଳାଇଥାଏ ।

(୯) ବିକାଶ ପରାବଲମ୍ବନରୁ ସ୍ଵାବଲମ୍ବନ ଆଡ଼କୁ ଗତି କରେ – ଶୈଶବ ଅବସ୍ଥାରେ ଶିଶୁମାନେ ସେମାନଙ୍କର ଖାଦ୍ୟ, ପାନୀୟ ତଥା ତାଙ୍କର ସର୍ବାଙ୍ଗୀନ ଯତ୍ନ ନିମିତ୍ତ ଅନ୍ୟମାନଙ୍କ ଉପରେ ନିର୍ଭର କରିଥାନ୍ତି । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ସେମାନେ ପରାବଲମ୍ବନରୁ ସ୍ଵାବଲମ୍ବନ ଆଡ଼କୁ ଅଗ୍ରସର ହେବାର ସୂଚନା ଦିଏ । ଅନ୍ୟର ସାହାଯ୍ୟ ବିନା ସେମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ନିଜେ ସମାପନ କରିପାରନ୍ତି ।

(୧୦) ବିକାଶ କ୍ଷେତ୍ରରେ ଅନେକ ଜଟିଳ ସମୟ ଆସିଥାଏ – ମନୋବିଜ୍ଞାନୀମାନଙ୍କ ମତରେ ବିକାଶ କ୍ଷେତ୍ରରେ ଅନେକ ଜଟିଳ ସମୟ ଆସିଥାଏ । ଏହାକୁ କ୍ରାନ୍ତିକ ପର୍ଯ୍ୟାୟର ପ୍ରଭାବ କୁହାଯାଏ । ଏହା ମନୁଷ୍ୟ କ୍ଷେତ୍ରରେ ବିଶେଷତଃ ବାଲ୍ୟାବସ୍ଥାରେ ଦେଖାଯାଇଥାଏ । ଉକ୍ତ ସମୟ କାଳକୁ ସମ୍ବେଦନଶୀଳ ଅବସ୍ଥା କୁହାଯାଏ । ଉକ୍ତ ସମୟ ମଧ୍ୟରେ ଉପଯୁକ୍ତ ଉଦ୍ଦୀପନା ଉପଲବ୍ଧ ହେଲେ ବିକାଶ ତ୍ବରାନ୍ବିତ ହୋଇଥାଏ । ଏପରିକି ଶିଶୁମାନେ ଏହି ସମୟରେ ଉପଯୁକ୍ତ ଶିକ୍ଷା ଦ୍ଵାରା ବିଭିନ୍ନ ଭାଷା ଉପରେ ଦକ୍ଷତା ହାସଲ କରିପାରିଥାନ୍ତି ।

Question ୨।
ବିକାଶର ବିଭିନ୍ନ ଅବସ୍ଥାଗୁଡ଼ିକ ସଂକ୍ଷେପରେ ବର୍ଣ୍ଣନା କର ।
Answer:
ମାନବ ଜୀବନ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଅବସ୍ଥା ଦେଇ ଅଗ୍ରସର ହୋଇଥାଏ । ପ୍ରତ୍ୟେକ ଅବସ୍ଥାରେ ବ୍ୟକ୍ତି ଗୋଟିଏ ବିଶେଷ ଲକ୍ଷ୍ୟ ଦିଗରେ ଅଗ୍ରସର ହୋଇଥାଏ ଏବଂ ଏହି ବିଶେଷ ଲକ୍ଷ୍ୟକୁ ଗୋଟିଏ ଅବସ୍ଥାରେ ପ୍ରାପ୍ତ କରି ସାରିବା ପରେ ଯାଇ ସେ ପରବର୍ତ୍ତୀ ଅବସ୍ଥାକୁ ଅଗ୍ରସର ହୋଇଥାଏ । ଗୋଟିଏ ଅବସ୍ଥାରୁ ପରବର୍ତ୍ତୀ ଅବସ୍ଥାରେ ପହଞ୍ଚିବା ପାଇଁ ନେଉଥୁବା ସମୟ ଓ ବିକାଶର ବେଗ ଭିନ୍ନ ଭିନ୍ନ ବ୍ୟକ୍ତି ପାଇଁ ଭିନ୍ନ ଭିନ୍ନ ହୋଇଥାଏ । ଗୋଟିଏ ଅବସ୍ଥା ପରେ ପରବର୍ତୀ ଅବସ୍ଥା ଆସିଥାଏ । କିନ୍ତୁ ପୂର୍ବବର୍ତ୍ତୀ ଅବସ୍ଥାର ବ୍ୟବହାର ତଥା କ୍ରିୟାକଳାପ ପରବର୍ତ୍ତୀ ଅବସ୍ଥାରେ କିଛିମାତ୍ରାରେ ଦେଖା ଦେଇପାରେ । ଏମାନେ ଆଂଶିକ ଭାବରେ ପରସ୍ପର ସହିତ ସଂଯୁକ୍ତ ହୋଇଥାଆନ୍ତି ।
ବିକାଶର ବିଭିନ୍ନ ଅବସ୍ଥାଗୁଡ଼ିକ ହେଲା :-

(୧) ପ୍ରାକ୍-ଜନନ ଅବସ୍ଥା
(୨) ଶୈଶବାବସ୍ଥା
(୩) ବାଲ୍ୟାବସ୍ଥା
(୪) କିଶୋରାବସ୍ଥା
(୫) ପ୍ରୌଢ଼ାବସ୍ଥା
(୬) ବୃଦ୍ଧାବସ୍ଥା

(୧) ପ୍ରାକ୍-ଜନନ ଅବସ୍ଥା ଏହା ଗର୍ଭଧାରଣ ସମୟ ଠାରୁ ଆରମ୍ଭ ହୋଇ ଜନ୍ମ ହେବା ପର୍ଯ୍ୟନ୍ତ ଗତି କରିଥାଏ । ଏହାର ସାଧାରଣତଃ ସମୟସୀମା ୪୦ ସପ୍ତାହ ବା ୨୮୦ ଦିନ ଅଟେ । ଉକ୍ତ ଅବସ୍ଥାରେ ବିକାଶର ଧାରା କ୍ଷିପ୍ତ ହୋଇଥାଏ । ଏହା ଏତେ କ୍ଷିପ୍ର ଯେ ମାତୃ ଗର୍ଭରେ ଥିବା ଭ୍ରୂଣଟି ଉକ୍ତ ୨୮୦ ଦିନରେ ଏକ ପିକଣ୍ଟାର ମୁଣ୍ଡ ଆକାରରୁ ତିନି ଚାରି କିଲୋଗ୍ରାମର ପୂର୍ଣ ବିକଶିତ ଶିଶୁରେ ପରିଣତ ହୋଇଥାଏ । ପ୍ରାକ୍‌ଜନନ ଅବସ୍ଥା ମୁଖ୍ୟତଃ ତିନିଗୋଟି ଭାଗରେ ବିଭକ୍ତ ଯଥା :-

(କ) ଡିମ୍ବାବସ୍ଥା ବା ଅଙ୍କୁରଣ (Period of Ovum)
(ଖ) ଭୃଣାବସ୍ଥା (Period of Embryo)
(ଗ) ଗର୍ଭାବସ୍ଥା (Period of Fetus)

CHSE Odisha Class 12 Psychology Unit 1 Long Answer Questions in Odia Medium

(କ) ଡିମ୍ବାବସ୍ତୁ – ଉକ୍ତ ଅବସ୍ଥା ଶିଶୁଟିର ଜୀବନ ଧାରଣ ଦିନଠାରୁ ୨ ସପ୍ତାହ ଶେଷ ପର୍ଯ୍ୟନ୍ତ ଗତି କରିଥାଏ । ଡିମ୍ବାଣୁ ସହ ଶୁକ୍ରାଣୁର ମିଳନ ଡିମ୍ବବାହୀନଳୀରେ ହୋଇଥାଏ । ଉକ୍ତ ମିଳନ ଦ୍ଵାରା ଯୁଗ୍ମକ ସୃଷ୍ଟି ହୋଇଥାଏ । ଏହା ଧୀରେ ଧୀରେ ଡିମ୍ବବାହୁ ନଳୀରୁ ବାହାରି ଗର୍ଭାଶୟ ମଧ୍ୟକୁ ପ୍ରବେଶ କରିଥାଏ । ଗର୍ଭାଶୟରେ ଅବସ୍ଥାନ କଲାପରେ ଉକ୍ତ ଯୁଗ୍ମଜଟି ଭ୍ରୂଣର ରୂପ ନେଉଥାଏ ଓ ମା’ ଗର୍ଭରେ ଥିବା ରକ୍ତନଳୀ ସାହାଯ୍ୟରେ ଖାଦ୍ୟ ଗ୍ରହଣ କରି ବଞ୍ଚ ରହିଥାଏ । ଏହି ଭ୍ରୂଣଟିର ଆକାର ଏକ ପିକଣ୍ଟାର ମୁଣ୍ଡଭଳି ଦେଖାଯାଇଥାଏ ।

(ଖ) ଭୃଣାବସ୍ଥା – ଏହି ଅବସ୍ଥା ଗର୍ଭସଞ୍ଚାରର ୨ୟ ସପ୍ତାହଠାରୁ ୮ମ ସପ୍ତାହ ପର୍ଯ୍ୟନ୍ତ ଗତି କରିଥାଏ । ଉକ୍ତ ଅବସ୍ଥାରେ ଶିଶୁଟିର ସମସ୍ତ ମୁଖ୍ୟ ଅଙ୍ଗପ୍ରତ୍ୟଙ୍ଗର ବିକାଶ ଘଟିଥାଏ । ନିଷିକ୍ତ ଡିମ୍ବାଣୁ ସମୟଠାରୁ ଉକ୍ତ ଅବସ୍ଥାର ଶେଷ ସମୟ ବେଳକୁ ଯୁଗ୍ମଜଟିର ଆକାରରେ ଶତକଡ଼ା ଦୁଇ ମିଲିଅନ୍ ବୃଦ୍ଧି ଘଟିଥାଏ । ଉକ୍ତ ଅବସ୍ଥାରେ ଯୁଗ୍ମଜଟିର ଅନ୍ତରୀଣ ସମୂହ ତିନିଗୋଟି ସ୍ତରରେ ବିଭକ୍ତ ହୋଇଥାଏ । ଯଥା :-

  • ବାହ୍ୟ ଚର୍ମସ୍ତର (Ectoderm)
  • ମଧ୍ୟାଦିସ୍ତର (Mesoderm)
  • ଅନ୍ତଃଚର୍ମ ସ୍ତର (Endoderm)

(ଗ) ଗର୍ଭାବସ୍ଥା – ଉକ୍ତ ଅବସ୍ଥା ୮ମ ସପ୍ତାହର ଶେଷ ଠାରୁ ଆରମ୍ଭ ହୋଇ ଶିଶୁଟି ଜନ୍ମ ହେବା ପର୍ଯ୍ୟନ୍ତ ଗତି କରିଥାଏ । ଏହି ସମୟ ମଧ୍ୟରେ ମାଂସପେଶୀଗୁଡ଼ିକ କ୍ଷିପ୍ରଭାବରେ ବିକଶିତ ହୋଇଥାଏ ଏବଂ ସ୍ନାୟୁସଂସ୍ଥା ପୂର୍ଣ୍ଣ ଭାବରେ ପରିପକ୍ବ ଲାଭ କରିଥାଏ । ଚତୁର୍ଥ ମାସର ଶେଷ ବେଳକୁ ମା’ ନିଜ ଗର୍ଭରେ ଥିବା ଶିଶୁଟିର ଗତି ଅନୁଭବ କରିଥାଏ । ପଞ୍ଚମ ମାସ ସମୟକୁ ଶିଶୁଟିର ନଖ, ଲାଳଗ୍ରନ୍ଥି ଓ ମୋଟା ଚର୍ମ ଇତ୍ୟାଦିର ବିକାଶ ଘଟିଥାଏ । ଛଅ ମାସ ସମୟରେ ଶିଶୁଟି ମାତୃ ଗର୍ଭରେ ତା’ର ଆଖ୍ ଖୋଲିବା ବନ୍ଦ କରିବା କାର୍ଯ୍ୟ କରିଥାଏ । ପରବର୍ତୀ ଅବସ୍ଥାରେ ଶିଶୁଟିର ସମସ୍ତ ସ୍ନାୟୁସଂସ୍ଥା ଓ ନିଃଶ୍ଵାସ ପ୍ରଶ୍ଵାସ ନେବା ପ୍ରକ୍ରିୟାଗୁଡ଼ିକର ପରିପକ୍ବତା ଲାଭ କରିଥାଏ ।

(୨) ଶୈଶବାବସ୍ଥା – ଜନ୍ମ ହେବା ଦିନଠାରୁ ଆରମ୍ଭ କରି ୧୮ ମାସଠାରୁ ୨ ବର୍ଷ ପର୍ଯ୍ୟନ୍ତ ସମୟକୁ ଶୈଶବାବସ୍ଥା କୁହାଯାଏ । ଉକ୍ତ ଅବସ୍ଥାରେ ଶିଶୁଟିର ମାନସିକ ଓ ଶାରୀରିକ ପରିବର୍ତ୍ତନ ବ୍ୟାପକ ଭାବରେ ହୋଇଥାଏ। ଏହା ପରବର୍ତ୍ତୀ ବିକାଶର ମୂଳଦୁଆ ଭାବେ କାମ କରିଥାଏ । ଏହି ସମୟରେ ଶିଶୁଟି ଅନେକ କାର୍ଯ୍ୟ ନିଜେ କରିବା ପାଇଁ ଚେଷ୍ଟା କରିଥାଏ –

ଉଦାହରଣ ସ୍ୱରୂପ :- ବସିବା, ଛିଡ଼ା ହେବା, ଚାଲିବା ଓ ବିଭିନ୍ନ ବସ୍ତୁକୁ ନିଜ ଇଚ୍ଛା ଅନୁସାରେ ପରିଚାଳନା କରିବାରେ ସକ୍ଷମ ହୋଇଥାଏ। କ୍ରମଶଃ ଶିଶୁଟିର ଆତ୍ମନିର୍ଭରଶୀଳତା ବୃଦ୍ଧି ପାଉଥାଏ । ବିଭିନ୍ନ ଉଦ୍ଦୀପକ ପ୍ରତି ପ୍ରତିକ୍ରିୟା ପରିପ୍ରକାଶ କରିବା ଶିକ୍ଷା କରିଥାଏ । ଫଳରେ ଉକ୍ତ ଅବସ୍ଥାରେ ପରିବର୍ତ୍ତନ ଗୁଣାତ୍ମକ ଓ ପରିମାଣାତ୍ମକ ଦୃଷ୍ଟିରୁ ତୀବ୍ର ହୋଇଥାଏ । ଶୈଶବାବସ୍ଥାରେ ଶାରୀରିକ ବୃଦ୍ଧି ଦୁଇ ପ୍ରକାରର ଦେଖା ଦେଉଥାଏ। ଯଥା :-

  • ଆମସ୍ତକପାଦ (Cephalocaudal)
  • ସମୀପ-ଦୂରାଭିମୁଖୀ (Proximo-distal)

ଉକ୍ତ ଅବସ୍ଥାରେ ଶିଶୁଟିର ଶାରୀରିକ ବିକାଶ, ମାନସିକ ବିକାଶ, ସାଙ୍କେତିକ ଏବଂ ପ୍ରାତ୍ୟକ୍ଷିକ ବିକାଶ, ଜ୍ଞାନେନ୍ଦ୍ରିୟ ବା ସମ୍ବେଦନ ବିକାଶ ଇତ୍ୟାଦି ପ୍ରକାରର ବିକାଶ ଦେଖା ଦେଇଥାଏ । ଏହି ସମୟରେ ଶିଶୁଟି ମୁଖ୍ୟତଃ ବିଭିନ୍ନ ପ୍ରକାରର ପ୍ରତିବର୍ଷଗୁଡ଼ିକ ପ୍ରଦର୍ଶନ କରିଥାଏ, ଯଥା: ଆଖପତା ହଲାଇବା, ଚୁଚୁମିବା, ଗିଳିଦେବା ଇତ୍ୟାଦି । ଉକ୍ତ ପ୍ରତିବର୍ଷ କ୍ରିୟାଗୁଡ଼ିକ ଶିଶୁଟିର ଉଦ୍ଦୀପକମାନଙ୍କ ପ୍ରତି ଅନୈତିକ ପ୍ରତିକ୍ରିୟା ଅଟେ । କ୍ରମଶଃ ଉକ୍ତ ଅନୈତିକ ପ୍ରତିକ୍ରିୟାଗୁଡ଼ିକ ସ୍ଵଇଚ୍ଛାଚାଳିତ କ୍ରିୟାରେ ପରିବର୍ତ୍ତିତ ହୋଇଯାଇଥାଏ ।

(୩) ବାଲ୍ୟାବସ୍ଥା – ବାଲ୍ୟାବସ୍ଥା ସାଧାରଣତଃ ଦୁଇ ବର୍ଷ ଶେଷରୁ ଯୌନାବସ୍ଥା ପର୍ଯ୍ୟନ୍ତ ଗତି କରିଥାଏ । ଉକ୍ତ ଅବସ୍ଥାରେ ଶିଶୁର ଶାରୀରିକ ବିକାଶ ହୋଇଥାଏ, ତା’ର ଉଚ୍ଚତା ଓ ଓଜନ ବଢ଼ିଥାଏ, ସେ ଚାଲିବା, ଦୌଡ଼ିବା, ଡେଇଁବା, ଖେଳକୁଦ କରିବା ଆଦି ଶିକ୍ଷା କରିଥାଏ । ଏହି ଅବସ୍ଥାରେ ଶିଶୁଟି ଭଲମନ୍ଦ ବିଚାର କରିବା ଆରମ୍ଭ କରେ ।

ଏହି ଅବସ୍ଥାରେ ଶିଶୁଟିର ବୌଦ୍ଧିକ ବିକାଶ ଘଟିଥାଏ । ତା’ର ସାମାଜିକ ବିକାଶ ଗୃହ ମଧ୍ୟରେ ସୀମିତ ନ ରହି ଆସ୍ତେ ଆସ୍ତେ ସାଙ୍ଗସାଥୀ ଓ ଅନ୍ୟାନ୍ୟ ଶିଶୁମାନଙ୍କ ଆଡ଼କୁ ଅଗ୍ରସର ହେବାରେ ଲାଗେ । ଯେ କୌଣସି କାର୍ଯ୍ୟକୁ ଏକାକୀ ସମାଧାନ କରିବା ପାଇଁ ସେ ଶାରୀରିକ ଓ ମାନସିକ ସ୍ତରରେ ପ୍ରସ୍ତୁତ ହେବା ଆରମ୍ଭ କରେ । ବାଲ୍ୟାବସ୍ଥାରେ କ୍ରାନ୍ତିକ ପର୍ଯ୍ୟାୟର ପ୍ରଭାବରେ ଦେଖାଯାଉଥିବା ସମୟ କାଳକୁ “ ସମ୍ବେଦନଶୀଳ ଅବସ୍ଥା” କୁହାଯାଏ । ବାଲ୍ୟାବସ୍ଥାରେ ସାଧାରଣତଃ ଶାରୀରିକ, ବିକାଶ, ସାମାଜିକ ବିକାଶ, ଜ୍ଞାନାତ୍ମକ ବିକାଶ ଓ ଭାଷାର ବିକାଶ ଘଟିଥାଏ ।

(୪) କିଶୋରାବସ୍ଥା – ଏହା ବାଲ୍ୟାବସ୍ଥା ଓ ପ୍ରୌଢ଼ାବସ୍ଥା ମଧ୍ୟରେ ଆସିଥାଏ । ଉକ୍ତ ଅବସ୍ଥା ସାଧାରଣତଃ ୧୨ବର୍ଷ ବୟସଠାରୁ ଆରମ୍ଭ ହୋଇ ପ୍ରଜନନ କ୍ଷମତା ପ୍ରାପ୍ତ ହେବା ପର୍ଯ୍ୟନ୍ତ ଗତି କରିଥାଏ । ଏହି ସମୟଟି ଶିଶୁଟିର ଜୀବନବ୍ୟାପୀ ବିକାଶର ଏକ ସମୟ ଅଟେ, କାରଣ ଉକ୍ତ ସମୟରେ ଶିଶୁର ପ୍ରମୁଖ ଶାରୀରିକ, ମାନସିକ ଓ ସାମାଜିକ ପରିବର୍ତ୍ତନ ଘଟିଥାଏ ।

ଶିଶୁଟି ଏକ ଦାୟିତ୍ଵସଂପନ୍ନ ଯୁବକ କିମ୍ବା ଯୁବତୀ ଭାବରେ ନିଜକୁ ପରିପ୍ରକାଶ କରିବାର ଏହା ଏକ ପ୍ରକୃଷ୍ଟ ସମୟ ଅଟେ । ଏହି ସମୟରେ ଜୀବନକୁ ଏକ ନୂତନ ରୂପରେଖ ଦେବାର ଆହ୍ଵାନ ଓ ପ୍ରତ୍ୟେକ ସମସ୍ୟାକୁ ସଫଳତାପୂର୍ବକ ସାମ୍ନା କରିବାର ଆନନ୍ଦ ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥାଏ । କିଶୋରାବସ୍ଥାର ପ୍ରମୁଖ ଶାରୀରିକ ବିକାଶ, ସାମାଜିକ ବିକାଶ, ଯୌନଗତ ବିକାଶ(Sexual development), ନୈତିକ ବିକାଶ ।

(୫) ପ୍ରୌଢ଼ାବସ୍ଥା ଏହା ପ୍ରତ୍ୟେକ ବ୍ୟକ୍ତିର ବିକାଶର ଏକ ମୁଖ୍ୟ ଅବସ୍ଥା । ଏହା ସାଧାରଣତଃ କିଶୋରାବସ୍ଥା ପରଠାରୁ ଅର୍ଥାତ୍ ସାଧାରଣତଃ ୨୫ ବର୍ଷଠାରୁ ୬୫ ବର୍ଷ ପର୍ଯ୍ୟନ୍ତ ଗତି କରିଥାଏ । ଏହି ଅବସ୍ଥାରେ ପ୍ରତ୍ୟେକ ଯୁବକ ଓ ଯୁବତୀ ସମାଜରେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵବହନ କରିବା ପାଇଁ ସକ୍ଷମ ହୋଇଥାନ୍ତି ଓ ଅଧୁକାର ମଧ୍ୟ ଲାଭ କରିଥାନ୍ତି ।

ଏହି ସମୟରେ ଜଣେ ବୟସ୍କ ସମାଜରେ ଦାୟିତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସଙ୍ଗେ ସଙ୍ଗେ ନିଜର ଆତ୍ମନିର୍ଭରଶୀଳତା, ପରିପକ୍ବତା ଓ ଅନ୍ୟମାନଙ୍କ ପ୍ରତି ଆତ୍ମୀୟତା ଭାବର ପରିପ୍ରକାଶ କରିଥାଏ । ତା’ର ବ୍ୟବହାର ଓ କାର୍ଯ୍ୟପ୍ରଣାଳୀ ମାଧ୍ୟମରେ ସେ ବିକାଶର ଧାରାକୁ ଦର୍ଶାଇଥାଏ । ଉକ୍ତ ଅବସ୍ଥାରେ ସାଧାରଣତଃ ଶାରୀରିକ ବିକାଶ, ସାମାଜିକ ବିକାଶ ଓ ଜୈବିକ ବିକାଶରେ ପରିବର୍ତ୍ତନ ପରିଲକ୍ଷିତ ହୁଏ ।

CHSE Odisha Class 12 Psychology Unit 1 Long Answer Questions in Odia Medium

ଏହି ଅବସ୍ଥାରେ ଆମ ଶରୀରର ପେଶୀୟ କ୍ଷମତା, ସମ୍ବେଦୀ ଦକ୍ଷତା, ହୃତ୍‌ପିଣ୍ଡର କାର୍ଯ୍ୟକଳାପ ଏପରିକି ଚକ୍ଷୁ, ଦାନ୍ତ ଓ କେଶ ଇତ୍ୟାଦିର ବୃଦ୍ଧି ଓ ଦକ୍ଷତା ଶୀର୍ଷସ୍ଥାନର ପହଞ୍ଚି ସାରିଥାନ୍ତି । ପ୍ରୌଢ଼ାବସ୍ଥାରେ ଗୃହରେ ନିଜର ପିତାମାତା, ଭାଇ ଭଉଣୀଙ୍କ ସହ ସୁସଂପର୍କ ସ୍ଥାପନ କରିବା ସହିତ ନିଜର ଚରିତ୍ର ଗଠନ, ବୃତ୍ତି ବାଛିବା, ବିବାହ କରିବା, ଅନ୍ୟମାନଙ୍କୁ ସହଯୋଗ କରିବା ଇତ୍ୟାଦି ଅନେକ ସାମାଜିକ କାର୍ଯ୍ୟ ତୁଲାଇବାକୁ ପଡ଼ିଥାଏ। ବୌଦ୍ଧିକ ବିକାଶର ଧାରା ଏହି ସମୟରେ ସଂପୂର୍ଣ୍ଣ ବୃଦ୍ଧି ପାଇ କ୍ରମଶଃ ଧୀରେ ଧୀରେ କମିବାରେ ଲାଗେ । ଏହି ସମୟରେ ମନୁଷ୍ୟ ନିଜର ବ୍ୟକ୍ତିଗତ ଲାଭ କ୍ଷତିକୁ ବିଚାରକୁ ନ ନେଇ ଦେଶ ଓ ଜାତିର କଲ୍ୟାଣ ନିମନ୍ତେ ଅଗ୍ରସର ହୋଇଥାଏ ।

(୬) ବୃଦ୍ଧାବସ୍ଥା ମନୋବିଜ୍ଞାନୀଙ୍କ ମତରେ ଏହା ଏକ ମାନସିକ ଅବସ୍ଥା । ଏହା କେତେକଙ୍କ କ୍ଷେତ୍ରରେ ଚାକିରିରୁ ଅବସର ଗ୍ରହଣ ପରେ ଆସିଥାଏ, କେତେକଙ୍କର ଆର୍ଥିକ ସମସ୍ୟାରୁ ଉତ୍ପନ୍ନ ହୋଇଥାଏ ଓ ଅନେକଙ୍କର ଶାରୀରିକ ଅକ୍ଷମତା ଉକ୍ତ ଅବସ୍ଥା ମଧ୍ୟରୁ ଗତିଶୀଳ କରାଉଥାଏ । ଯୋଜନାବଦ୍ଧ ମତବାଦ ଅନୁସାରେ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଏକ ଜୈବିକ ଧାରା ଗତିଶୀଳ ଯାହାକି ଆମର ଦୀର୍ଘାୟୁ ହେବା ସ୍ଥିର କରିଥାଏ । ଅନ୍ୟ ପକ୍ଷରେ ବୟୋବୃଦ୍ଧିର ଜୀର୍ଶନ- ।

ଚ୍ଛିନ୍ନନ ତତ୍ତ୍ଵ (Wears tear theory of Aging) ଅନୁସାରେ ବାରମ୍ବାର ବ୍ୟବହାର ହେବା ଦ୍ଵାରା ଆମ ଶରୀରରେ ଥିବା କୋଷ ଓ ଅଂଶଗୁଡ଼ିକ କ୍ଷୟ ହେବାର ଲାଗେ ଓ ମନୁଷ୍ୟ ବୃଦ୍ଧାବସ୍ଥାକୁ ଗତି କରିଥାଏ । ମାତ୍ର ଆମେ ଅନେକ ବ୍ୟକ୍ତିଙ୍କୁ ଅବସର ଗ୍ରହଣ କରେ । ଆର୍ଥିକ ଅନାଟନ ମଧ୍ୟରେ ମଧ୍ୟ ଚଳଚଞ୍ଚଳ ଜୀବନଯାପନ କରିବାର ଦେଖୁଥାଉ । ତେଣୁ ସାଧାରଣ ଭାବରେ ସମସ୍ତ ବିଷୟକୁ ବିଚାରକୁ ନେଇ ବର୍ତ୍ତମାନ ଅନ୍ତତଃ ୭୦ ବର୍ଷ ପରଠାରୁ ବୃଦ୍ଧାବସ୍ଥା ଆରମ୍ଭ ହୋଇଥାଏ । ଉକ୍ତ ସମୟରେ ଆମେ ବିଭିନ୍ନ ପ୍ରକାରର, ଶାରୀରିକ, ସାମାଜିକ ଓ ମାନସିକ ପରିବର୍ତ୍ତନ ଦେଖୁଥାଉ ।

ବୃଦ୍ଧାବସ୍ଥା ଶାରୀରିକ ପରିବର୍ତ୍ତନ ଓ ମୁଖ୍ୟ କାରଣ ଯୋଗୁଁ ହୋଇଥାଏ, ପ୍ରଥମତଃ ଇନ୍ଦ୍ରିୟ କାରକ ପରିବର୍ତ୍ତନ ଓ ଦ୍ଵିତୀୟତଃ ସ୍ନାୟବିକ ପରିବର୍ତ୍ତନ । ଉକ୍ତ ସମୟରେ ମନୁଷ୍ୟର ସମସ୍ତ ଇନ୍ଦ୍ରିୟଗୁଡ଼ିକର କ୍ଷମତା କମିବାରେ ଲାଗେ । ଏହାଦ୍ଵାରା ଶାରୀରିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି ହୋଇଥାଏ । ସ୍ନାୟବିକ ପରିବର୍ତ୍ତନ ଫଳରେ ବ୍ୟକ୍ତିର ମାଂସପେଶୀଗୁଡ଼ିକର କ୍ଷମତା, ମସ୍ତିଷ୍କର ଦକ୍ଷତା, ବିଭିନ୍ନ ଗ୍ରନ୍ଥିଗୁଡ଼ିକର କ୍ରିୟା କଳାପରେ ଦ୍ରୁତ ମନ୍ଥରତା ଦେଖା ଦେଉଥାଏ। ଏହି ସମୟରେ ବ୍ୟକ୍ତି ନିଜର ଅଭିଜ୍ଞତା ଦ୍ଵାରା ଅନ୍ୟମାନଙ୍କର ସମସ୍ୟାଗୁଡ଼ିକ ସରଳ ଭାବରେ ସମାଧାନ କରିବାରେ ସାହାଯ୍ୟ କରିପାରେ । ଉକ୍ତ ସମୟରେ କେତେକଙ୍କ କ୍ଷେତ୍ରରେ ମାନସିକ ଅସ୍ଥିରତା, ଚିଡ଼ିଚିଡ଼ା ହେବା, ହାତାଶା ଭାବ ଅନୁଭୂତ ହେବା ଭଳି ମାନସିକ ସ୍ଥିତି ଉତ୍ପନ୍ନ ହୋଇଥାଏ ।

Question ୩।
ବ୍ୟକ୍ତିତ୍ଵର ସଂଜ୍ଞା ନିରୂପଣ କର । ବିଭିନ୍ନ ପ୍ରକାରର ବ୍ୟକ୍ତିତ୍ଵ ସଂକ୍ଷେପରେ ବର୍ଣ୍ଣନା କର ।
Answer:
ବ୍ୟକ୍ତିର ବ୍ୟବହାର ଶୈଳୀ, ରୁଚି, ମନୋବୃଦ୍ଧି, ଅଭିବୃଦ୍ଧି, ବିଶ୍ଵାସଧାରା, ମୂଲ୍ୟବୋଧ, ସାମର୍ଥ୍ୟ, ଶାରୀରିକ ଗୁଣାବଳୀ, ବୁଦ୍ଧିମତ୍ତା ଏବଂ ଅଭିଜ୍ଞତା ଇତ୍ୟାଦିର ଏକ ଗତିଶୀଳ ସମନ୍ଵୟ ବା ସଂଗଠନକୁ ‘ବ୍ୟକ୍ତିତ୍ଵ’ କୁହାଯାଏ । ମନୋବୈଜ୍ଞାନିକ ଆଲପୋର୍ଟଙ୍କ ମତରେ “ ବ୍ୟକ୍ତିତ୍ଵ ହେଉଛି ବ୍ୟକ୍ତି ମଧ୍ୟରେ ଥିବା ମାନସ-ଭୌତିକ ପ୍ରଣାଳୀମାନଙ୍କର ଏକ ଗତିଶୀଳ ସଂଗଠନ ଯାହାକି ବ୍ୟକ୍ତିର ପରିବେଷ୍ଟନୀ ସହିତ ଅନ୍ୟାନ୍ୟ ଶୈଳୀର ଉପଯୋଜନକୁ ନିର୍ଦ୍ଧାରଣ କରେ ।”

ବିଭିନ୍ନ ସମୟ ଅନ୍ତରାଳରେ ବିଭିନ୍ନ ପରିସ୍ଥିତିରେ ବ୍ୟକ୍ତିର ଯେଉଁ ସ୍ଵତନ୍ତ୍ର ଏବଂ ଅପେକ୍ଷାକୃତ ସ୍ଥିର ଗୁଣାବଳୀ ତା’ର ବ୍ୟବହାର ଶୈଳୀର ବୈଶିଷ୍ଟ୍ୟତାକୁ ବ୍ୟକ୍ତ କରେ ତାହାକୁ ବ୍ୟକ୍ତିତ୍ଵ ବୋଲି କୁହାଯାଇପାରେ । ମନୋବିଜ୍ଞାନ ସାହିତ୍ୟର ବ୍ୟକ୍ତିତ୍ଵରେ ଅନେକ ଶୀଳଗୁଣ ତଥା ପ୍ରକାରର ସିଦ୍ଧାନ୍ତ ଦେଖିବାକୁ ମିଳେ । ଏହି ସିଦ୍ଧାନ୍ତଗୁଡ଼ିକ ମାନବ ବ୍ୟବହାରକୁ କ୍ରମବଦ୍ଧ ପର୍ଯ୍ୟବେକ୍ଷଣ କରି ସେହି ଆଧାରରେ ବର୍ଗୀକୃତ କରନ୍ତି । ବ୍ୟକ୍ତିତ୍ଵର ପ୍ରତ୍ୟେକ ଶ୍ରେଣୀ ସ୍ଵତନ୍ତ୍ର ଅର୍ଥାତ୍ ପରସ୍ପରଠାରୁ ଭିନ୍ନ ।

ପ୍ରତ୍ୟେକ ଶ୍ରେଣୀ ବିଭିନ୍ନ ପରିସରଭୁକ୍ତ ଅଟନ୍ତି । ଅତଏବ ବ୍ୟକ୍ତିତ୍ଵର ପ୍ରକାର ଅନୁସାରେ ଲୋକମାନଙ୍କୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ବିଭିନ୍ନ ବ୍ୟକ୍ତିମାନଙ୍କ ମଧ୍ୟରେ ଥିବା ସମାନତା ଆଧାରରେ ସେମାନଙ୍କୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଥାଏ ।

(୧) ଚରକଙ୍କ ମତବାଦ –
ଭାରତୀୟ ଭେଷଜ ବିଜ୍ଞାନ ବା ଆୟୁର୍ବେଦର ଜନକ ହେଉଛନ୍ତି ଚରକ । ପ୍ରାଚୀନ କାଳରେ ତାଙ୍କ ଦ୍ଵାରା ରଚିତ “ ଚରକ ସଂହିତା”ରେ ମନୁଷ୍ୟ ଶରୀରରେ ଥ‌ିବା ତିନିଗୋଟି ମୌଳିକ, ଜୈବିକ ଉପାଦାନର ପ୍ରାବଲ୍ୟତା ଭିଭିରେ ବ୍ୟକ୍ତିତ୍ଵର ପ୍ରକୃତି ନିର୍ଦ୍ଧାରିତ ହୋଇଥାଏ । ଏହି ଉପାଦାନମାନଙ୍କୁ “ତ୍ରିଦୋଷ” କୁହାଯାଏ ଏବଂ ସେଗୁଡ଼ିକ ହେଲା – ବାତ, ପିତ୍ତ ଓ କଫ ।

(କ) ବାତ – ଆକାଶ ଓ ବାୟୁର ଅନ୍ତଃକ୍ରିୟାରୁ ବାତ ସୃଷ୍ଟି ହୁଏ। ଏହା ଶୀତଳ, ଶୁଷ୍କ, ହାଲୁକା, ସୂକ୍ଷ୍ମ, ସ୍ପଷ୍ଟ ଏବଂ ରୁକ୍ଷ ।
(ଖ) ପିତ୍ତ – ଏହା ବାୟୁ ଏବଂ ଅଗ୍ନିର ଅନ୍ତଃକ୍ରିୟାରୁ ଉତ୍ପତ୍ତି ହୋଇଥାଏ । ପିତ୍ତ ସାମାନ୍ୟ ତୈଳାକ୍ତ, ଅଳ୍ପ ହାଲୁକା, ଉଷ୍ମ, ଖର, ତରଳ, ଅମ୍ଳ, ଗତିଶୀଳ ଏବଂ କଟୁଯୁକ୍ତ ଅଟେ ।
(ଗ) କଫ – କଫର ଉତ୍ପତ୍ତି ଜଳ ଓ ପୃଷ୍ଠାର ସଂଯୁକ୍ତ କ୍ରିୟାରୁ ହୋଇଥାଏ । କଫର ବୈଶିଷ୍ଟ୍ୟତା ହେଲା ଏହା ଭାରୀ, ଶୀତଳ, କୋମଳ, ତୈଳାକ୍ତ, ମଧୁର, ସ୍ଥିର ଏବଂ ଅଠାଳିଆ ଅଟେ ।

ଚରକ ସଂହିତା ଅନୁସାରେ ବ୍ୟକ୍ତିମାନେ ଜାତ ଯୁକ୍ତ, ପିତ୍ତ ଯୁକ୍ତ ଓ କଫ ଯୁକ୍ତ ଏହି ପ୍ରକାରର ତିନୋଟି ଶ୍ରେଣୀରେ ବିଭକ୍ତ ହୋଇଥାଆନ୍ତି । ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତିମାନଙ୍କ ସ୍ଵଭାବ ଅନ୍ୟ ଶ୍ରେଣୀର ବ୍ୟକ୍ତିମାନଙ୍କଠାରୁ ପୃଥକ ହୋଇଥାଏ ।

(୨) ହିପୋକ୍ରେଟସ୍‌ଙ୍କ ବର୍ଗୀକରଣ – ଗ୍ରୀକ୍ ଚିକିତ୍ସକ ହିପୋକ୍ରେଟସ୍‌ଙ୍କ ମତ ଅନୁସାରେ ମନୁଷ୍ୟ ଶରୀରରେ ଚାରିଗୋଟି ଦେହଦ୍ରବ ବା ତରଳ ରାସାୟନିକ ପଦାର୍ଥ ଥାଏ । ଏଗୁଡ଼ିକ ହେଉଛନ୍ତି ରକ୍ତ, କଫ, କୃଷ୍ଣ ପିତ୍ତ ଓ ଅମ୍ଳ ପିତ୍ତ । ହିପୋକ୍ରେଟସ୍କଙ୍କ ମତରେ ବ୍ୟକ୍ତିତ୍ଵକୁ ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରିବ ଯଥା –

(i) ଆଶାବାଦୀ (Sanguine)
(ii) ଶ୍ଳେଷିକ (Phlegmatic)
(iii) ବିଷାଦମୁଖୀ (Melancholic)
(iv) କୋପଶୀଳ (Choleric)

CHSE Odisha Class 12 Psychology Unit 1 Long Answer Questions in Odia Medium

(i) ଆଶାବାଦୀ – ଶରୀରରେ ରକ୍ତର ପ୍ରାବଲ୍ୟତା ଅଧ‌ିକ ଥିବା ବ୍ୟକ୍ତି ଆଶାବାଦୀ ବ୍ୟକ୍ତିତ୍ଵର ଅଧୂକାରୀ ହୋଇଥାଆନ୍ତି । ଏ ପ୍ରକାର ବ୍ୟକ୍ତି ପ୍ରସନ୍ନ ଚିତ୍ତ, ସକ୍ରିୟ ଓ ଆଶାବାଦୀ ହୋଇଥାଆନ୍ତି ।
(ii) ଶ୍ଳେଷିକ – ଯାହାଙ୍କ ଠାରେ କଫ ଅଧ‌ିକ ଥାଏ ସେମାନଙ୍କୁ ଶ୍ଳେଷିକ ବା କଫ ପ୍ରଧାନ ବ୍ୟକ୍ତି କୁହାଯାଏ । ଅନାବେଗ ଭାବ ଏବଂ ଧୀରସ୍ଥିରତା ଏମାନଙ୍କର ସ୍ଵଭାବ ।
(iii) ବିଷାଦମୁଖୀ – କୃଷ୍ଣ ପିତ୍ତ ଥିବା ବ୍ୟକ୍ତିମାନେ ବିଷାଦମୁଖୀ ବ୍ୟକ୍ତିତ୍ଵର ଅଧୂକାରୀ ହୋଇଥାଆନ୍ତି । ଏମାନେ ଦୁଃଖୀ, ନିରାଶାବାଦୀ ଏବଂ ଧୀର ସ୍ଵଭାବର ହୋଇଥାନ୍ତି ।
(iv) କୋପଶୀଳ – ଅମ୍ଳପିତ୍ତର ମାତ୍ରା ଅଧ‌ିକ ଥିବା ବ୍ୟକ୍ତିକୁ କୋପଶୀଳ ବା କ୍ରୋଧୀ ଭାବେ ବର୍ଗୀକରଣ କରାଯାଉଛି । ସ୍ଵଭାବରେ ଏମାନେ ପରିଶ୍ରମୀ, ଉଦ୍ୟମୀ, ଉତ୍ତେଜନାଶୀଳ, ଚିଙ୍‌ଚିଡ଼ା ତଥା କ୍ରୋଧୀ ।

(୩) କ୍ରେଚମର୍‌ଙ୍କ ବର୍ଗୀକରଣ – କ୍ରେଚମର୍ ଶାରୀରିକ ଗଠନ ତଥା ଚେହେରା ଓ ମାନସିକ ରୋଗକୁ ଭିତ୍ତି କରି ବ୍ୟକ୍ତିତ୍ଵକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଅଛନ୍ତି ।
ଯଥା :-
(i) କୃଶକାୟ (Asthenic)
(ii) ସୁଗଠିତ କାୟ (Athletic)
(iii) ସ୍ଥୁଳକାୟ (Pyknic)

(i) କୃଶକାୟ – ଏମାନଙ୍କର ଶାରୀରିକ ଗଠନ କ୍ଷୀଣକାୟ ଓ ଦୀର୍ଘକାୟ ଅଟେ । ଏପରି ବ୍ୟକ୍ତିମାନେ ଲଜ୍ଜାଶୀଳ, ଅନ୍ତର୍ମୁଖୀ, କଳ୍ପନାବିଳାସୀ, ସମ୍ବେଦନଶୀଳ, ନମ୍ର, ପରିଶ୍ରମକାତର ହୋଇଥାନ୍ତି ।
(ii) ସୁଗଠିତ କାୟ – ଶରୀର ସୁସଂଗଠିତ ଓ ଦୃଢ଼ ମାଂସପେଶୀଯୁକ୍ତ । ଏହି ବ୍ୟକ୍ତିମାନେ ସହନଶୀଳ, ବାସ୍ତବବାଦୀ, କର୍ମଠ ଏବଂ ମେଳାପୀ ହୁଅନ୍ତି ।
(iii) ସ୍ଥୂଳକାୟ – ଏହି ବର୍ଷର ବ୍ୟକ୍ତିମାନେ ସାଧାରଣତଃ ଗେଡ଼ା ଓ ସ୍ଥୁଳକାୟ । ଏମାନେ ପ୍ରାୟତଃ ମେଳାପୀ, ସହନଶୀଳ, ଆମୋଦପ୍ରମୋଦ ପ୍ରିୟ ଏବଂ ବହିର୍ମୁଖୀ ହୋଇଥାଆନ୍ତି ।

(୪) ସେଲ୍ଫନ୍‌ଙ୍କ ବର୍ଗୀକରଣ – ଶରୀର ମନୋବିଜ୍ଞାନୀ ସେଲଡ଼ନ୍ ମନୁଷ୍ୟର ଶାରୀରିକ ଗଠନ ଆଧାରରେ ବ୍ୟକ୍ତିତ୍ଵକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଅଛନ୍ତି । ସେଗୁଡ଼ିକ ହେଲା :-
(କ) ସ୍ଥଳାକୃତି (Endomorphic)
(ଖ) ମଧ୍ୟମକାୟ (Mesomorphic)
(ଗ) କୃଶାକୃତି / ଲୟାକୃତି (Ectomorphic)

(କ) ସ୍ଥଳାକୃତି – ଏମାନେ ମୋଟା, କୋମଳ ତଥା ଗୋଲ ହୋଇଥାଆନ୍ତି । ସୁଳାକୃତି ବ୍ୟକ୍ତିମାନେ ସ୍ଵଭାବରେ ଆରାମପ୍ରିୟ, ମେଳାପୀ, ନିଦ୍ରା ଓ ଆହାର ପ୍ରିୟ, ଅସୁରକ୍ଷିତ ମନୋଭାବ, ଭୟାଳୁ ଏବଂ ସାମାଜିକ ପ୍ରଥା ଓ ପରମ୍ପରା ପ୍ରତି ଦୃଢ଼ବିଶ୍ଵାସୀ ହୋଇଥାଆନ୍ତି ।

(ଖ) ମଧ୍ୟମକାୟ – ଏହି ବର୍ଗର ବ୍ୟକ୍ତିମାନଙ୍କର ମାଂସପେଶୀ ସୁଗଠିତ ହୋଇଥାଏ । ଏମାନଙ୍କର ଶରୀର ଗଠନ ଆୟତାକାର ତଥା ମଜବୁତ୍ ହୋଇଥାଏ । ପ୍ରାୟତଃ ଏମାନେ ସାହସୀ, ଶକ୍ତିଶାଳୀ, ସହନଶୀଳ ଏବଂ କର୍ମଠ ଅଟନ୍ତି ।

(ଗ) ଲମ୍ବାକୃତି – ଏହି ବ୍ୟକ୍ତିମାନେ ଶରୀର ଗଠନରେ ଦୁର୍ବଳ, ପତଳା, ଲମ୍ବା ତଥା କ୍ଷୀଣ ହୋଇଥାଆନ୍ତି । ଏପରି ବ୍ୟକ୍ତି ଭୀରୁ, ଅନ୍ତର୍ମୁଖୀ, ପରିଶ୍ରମ କାତର ହୋଇଥାଆନ୍ତି ।

(୫) ୟୁଙ୍ଗଙ୍କ ବର୍ଗୀକରଣ – ବରିଷ୍ଠ ବ୍ୟକ୍ତିତ୍ଵ ତତ୍ତ୍ୱବିତ୍ ୟୁଙ୍ଗ୍ଙ୍କ ମତରେ ବ୍ୟକ୍ତିତ୍ଵ ଦୁଇଗୋଟି ଭିନ୍ନ ଏବଂ ବିପରୀତାମୁଖୀ ବର୍ଗରେ ବିଭକ୍ତ ଯଥା :-
(i) ଅନ୍ତର୍ମୁଖୀ (Introvert)
(ii) ବହିର୍ମୁଖୀ (Extrovert)

(i) ଅନ୍ତର୍ମୁଖୀ (Introvert) – ଅନ୍ତର୍ମୁଖୀ ବ୍ୟକ୍ତି ନିଜ ଭିତରେ କେନ୍ଦ୍ରିତ ରହିଥାଆନ୍ତି । ନିଜ ଚିନ୍ତାଧାରାରେ ଦୃଢ଼ ରହିବା, ସମାଲୋଚନାକୁ ସହ୍ୟ ନ କରିବା, ଅଧିକ ସମ୍ବେଦନଶୀଳତା, ସାମାଜିକ କ୍ରିୟାକଳାପରେ ଅନାଗ୍ରହ, ସଂକୋଚ ମନୋଭାବ ଅନ୍ୟ ପାଇଁ କଷ୍ଟବରଣ କରିବାରେ କୁଣ୍ଠାବୋଧ, ପରିବେଷ୍ଟନୀ ସହିତ ସମଯୋଜିତ ହେବାରେ ଏବଂ ନେତୃତ୍ଵ ନେବାରେ ଅକ୍ଷମତା ଇତ୍ୟାଦି ଅନ୍ତର୍ମୁଖୀ ବ୍ୟକ୍ତି ପାଖରେ ପରିଲକ୍ଷିତ ହୁଏ ।

(ii) ବହିର୍ମୁଖୀ (Extrovert) – ଏହି ବ୍ୟକ୍ତିମାନେ ବ୍ୟକ୍ତିଗତ ସ୍ଵାର୍ଥ ଓ ଲୋଭକୁ ଗୁରୁତ୍ଵ ନ ଦେଇ ଆବଶ୍ୟକ ସ୍ଥଳେ ଅନ୍ୟମାନଙ୍କ ନିମନ୍ତେ ଅକୁଣ୍ଠ ଚିତ୍ତରେ କାର୍ଯ୍ୟ କରିବା, କଷ୍ଟ ବରଣ କରିବା, ସାମାଜିକ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିବା, ନେତୃତ୍ଵ ନେବା, ଅନ୍ୟମାନଙ୍କ ପରାମର୍ଶ ନେବା, ସମାଲୋଚନାରେ ଅବିଚଳିତ ରହିବା ଏବଂ ଯେ କୌଣସି ପରିବେଷ୍ଟନୀରେ ଅନ୍ୟମାନଙ୍କ ସହିତ ସଫଳ ଭାବରେ ସମାଯୋଜିତ ହେବା ଲକ୍ଷ୍ୟ କରାଯାଏ । ବହିର୍ମୁଖୀ ବ୍ୟକ୍ତିମାନେ ପ୍ରାୟତଃ ପରମ୍ପରାବାଦୀ, ସାମାଜିକ ତଥା ମେଳାପୀ ଅଟନ୍ତି ।

(୬) ଆଧୁନିକ ବର୍ଗୀକରଣ – ହୃଦ୍ ବିଶେଷଜ୍ଞ ମେୟର ଫ୍ରିଡ଼ମ୍ୟାନ ଓ ରେୟ ରୋଜେନ୍‌ମ୍ୟାନ୍ ହୃଦୟ-ଧମନୀ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କର ବ୍ୟବହାରାତ୍ମକ ଲକ୍ଷଣମାନଙ୍କୁ ଅନୁଧ୍ୟାନ କରି ବ୍ୟକ୍ତିତ୍ଵକୁ ଦୁଇଟି ବର୍ଗରେ ବିଭକ୍ତ କରିଅଛନ୍ତି ।
ଯଥା –
(i) A – ପ୍ରକାର ବ୍ୟକ୍ତିତ୍ଵ
(ii) B – ପ୍ରକାର ବ୍ୟକ୍ତିତ୍ଵ

CHSE Odisha Class 12 Psychology Unit 1 Long Answer Questions in Odia Medium

(i) A – ପ୍ରକାର ବ୍ୟକ୍ତିତ୍ଵ – ତଥା କର୍ମନିଷ୍ଠ । ଏମାନେ କମ୍ ସମୟ ମଧ୍ୟରେ ଅଧୂକ କାର୍ଯ୍ୟ କରିବାରେ ଓ ଅଧ‌ିକ ଉପଲବ୍ଧ କରିବା ପାଇଁ ନିରନ୍ତର ଚେଷ୍ଟା କରନ୍ତି । A – ପ୍ରକାର ବ୍ୟକ୍ତି ଅଧ‌ିକ ଆକ୍ରମଣାତ୍ମକ, କ୍ରୋଧୀ, ଉତ୍ତେଜିତ, କଠୋର ତଥା ଅନ୍ତଃକ୍ରିୟାର ବିରୋଧାତ୍ମକତା ପ୍ରଦର୍ଶନ କରନ୍ତି । A – ପ୍ରକାର ବ୍ୟକ୍ତି ହୃଦୟ-ଧମନୀ ରୋଗରେ ପୀଡ଼ିତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ।

(ii) B – ପ୍ରକାର ବ୍ୟକ୍ତିତ୍ଵ – ଏପରି ବ୍ୟକ୍ତିତ୍ଵର ବ୍ୟକ୍ତିମାନଙ୍କର ବ୍ୟବହାରାତ୍ମକ ଉଷ୍ଣତା A – ପ୍ରକାରର ସଂପୂର୍ଣ ବିପରୀତ । B – ପ୍ରକାର ବ୍ୟକ୍ତି ଆରାମପ୍ରିୟ, ଗୋଟିଏ କାର୍ଯ୍ୟକୁ ସଂପୂର୍ଣ୍ଣ କରି ଅନ୍ୟ କାର୍ଯ୍ୟ ହାତକୁ ନେବା, ଧୀରେ ସୁସ୍ଥ କାର୍ଯ୍ୟ କରିବା, ସହଯୋଗ ମନୋଭାବ, ଆମୋଦ ପ୍ରମୋଦରେ ଭାଗ ନେବା, ତତ୍‌କ୍ଷଣାତ୍ ଶାନ୍ତି ଅନୁଭବ କରିବା ତଥା ଜୀବନର ସୁଖଶାନ୍ତି ଉପରେ ଅଧ‌ିକ ଧ୍ୟାନ ଦେଇଥାଆନ୍ତି ।

ଗବେଷଣା ଜନିତ ଫଳାଫଳରୁ ମୋରିସ୍ ନାମକ ଚିକିତ୍ସକ ଏକ ନୂତନ ପ୍ରକାରର ବ୍ୟକ୍ତିତ୍ଵ ଚିହ୍ନଟ କରିଅଛନ୍ତି | ଏହା ହେଉଛି C – ପ୍ରକାରର ବ୍ୟକ୍ତିତ୍ଵ । ଏପରି ବ୍ୟକ୍ତିତ୍ଵର ବ୍ୟକ୍ତିମାନେ ରୋଗରେ ପୀଡ଼ିତ ହେବାର ଲକ୍ଷ୍ୟ କରାଯାଉଛି । ଏହି ପ୍ରକାରର ବ୍ୟକ୍ତି ସହଯୋଗଶୀଳ, ଦୃଢ଼ ତଥା ଧୈର୍ଯ୍ୟବାନ ହୋଇଥାନ୍ତି ।

ଏମାନେ ବରିଷ୍ଠମାନଙ୍କ ଆଦେଶ ଓ ଉପଦେଶକୁ ପାଳନ କରୁଥିବାରୁ ନିଜର କ୍ରୋଧ ତଥା ଏବର ମନୋଭାବ ପରି ନକରାତ୍ମକ ଆବେଗକୁ ନିଜ ମନ ଭିତରେ ଚାପି ରଖନ୍ତି । ଫଳରେ ଏମାନଙ୍କର ମସ୍ତିଷ୍କରୁ ଏକ ପ୍ରକାର ଜୈବ ରସାୟନ ନିର୍ଗତ ହୋଇଥାଏ । ଏହି ଜୈବ ରସାୟନ ଶରୀର ମଧ୍ୟରେ ସନ୍ତୁଳନ ରକ୍ଷା କରୁଥିବା କ୍ଷମତାକୁ ଦୁର୍ବଳ କରିଦେଇଥାଏ । ଫଳତଃ C – ପ୍ରକାରର ବ୍ୟକ୍ତିଙ୍କୁ ଫୁସ୍‌ଫୁସ୍‌ କର୍କଟ ହେବାର ଆଶଙ୍କା ସୃଷ୍ଟି ହୁଏ ।

Question ୪।
ବ୍ୟକ୍ତିତ୍ବର ଶୀଳଗୁଣ ଆଭିମୁଖ୍ୟ ବର୍ଣନା କର ।
Answer:
ବ୍ୟକ୍ତିତ୍ଵର ତାତ୍ତ୍ଵିକ ଅଧ୍ୟୟନ କ୍ଷେତ୍ରରେ ଶୀଳଗୁଣ ଆଭିମୁଖ୍ୟ ଏକ ପ୍ରମୁଖ ସିଦ୍ଧାନ୍ତ ଅଟେ । ଏହି ଆଭିମୁଖ୍ୟ ଅନୁଯାୟୀ ବ୍ୟକ୍ତିର ବ୍ୟକ୍ତିତ୍ଵ ପ୍ରମୁଖ ସଦ୍‌ଜାତ ପ୍ରବୃତ୍ତିମାନଙ୍କୁ ନେଇ ସଂରଚିତ ହୋଇଥାଏ । ଗୋଟିଏ ବ୍ୟକ୍ତି ଅନ୍ୟ ବ୍ୟକ୍ତିଠାରୁ ଯେଉଁ ଅର୍ଥରେ ଅପେକ୍ଷାକୃତ ସ୍ଥାୟୀ ଭାବରେ ଭିନ୍ନ ହୋଇଥାଏ, ତାହାକୁ “ଶୀଳଗୁଣ” କୁହାଯାଏ ।

ବିଭିନ୍ନ ଶୀଳଗୁଣମାନଙ୍କର ଅନ୍ତଃକ୍ରିୟା ଓ ସମାହାରରୁ ଏକ ବ୍ୟକ୍ତିବିଶେଷର ଅନନ୍ୟ ତଥା ସ୍ଵତନ୍ତ୍ର ବ୍ୟକ୍ତିତ୍ଵଟିଏ ସୃଷ୍ଟି ହୁଏ ବ୍ୟକ୍ତିବିଶେଷଙ୍କର ବ୍ୟକ୍ତିତ୍ଵ ଗୁଣାବଳୀର ଚିହ୍ନଟକରଣ ଓ ପରିମାପନକୁ ଗୁରୁତ୍ଵ ପ୍ରଦାନ କରେ ଏହି ଶୀଳଗୁଣ ଆଭିମୁଖ୍ୟ । ବ୍ୟକ୍ତିତ୍ଵର ବର୍ଣନା ଏବଂ ବିଶ୍ଳେଷଣ ପାଇଁ ଶୀଳଗୁଣର ଉପଯୋଗ ବହୁତ ଅଧିକ ପ୍ରଚଳିତ । ଏହି ପରିପ୍ରେକ୍ଷୀରେ କେତେଗୁଡ଼ିଏ ସିଦ୍ଧାନ୍ତ ବିକଶିତ ହୋଇଅଛି । ବ୍ୟକ୍ତିତ୍ଵ ଅଧ୍ୟୟନର କେତେକ ପ୍ରମୁଖ ଶୀଳଗୁଣ ସିଦ୍ଧାନ୍ତ ସମ୍ବନ୍ଧରେ ନିମ୍ନରେ ବାସ୍ତବିକତା ଏହି ଶୀଳଗୁଣଗୁଡ଼ିକରେ ହିଁ ନିହିତ ଥାଏ ।

(୧) ଆଲ୍‌ପୋର୍ଟର ଶୀଳଗୁଣ ସିଦ୍ଧାନ୍ତ :- ଆଲପୋର୍ଟଙ୍କୁ ଶୀଳଗୁଣ ଉପାଗମର ପ୍ରଧାନ ସମର୍ଥକ ରୂପେ ବିବେଚନା କରାଯାଏ । ତାଙ୍କ ମତରେ ଶୀଳଗୁଣଗୁଡ଼ିକ ବ୍ୟକ୍ତି ମଧ୍ୟରେ ଥାଏ ଏବଂ ବ୍ୟକ୍ତିର ମାନସିକ ସଂଗଠନର ମୌଳିକ ବାସ୍ତବିକତା ଏହି ଶୀଳଗୁଣଗୁଡ଼ିକରେ ହିଁ ନିହିତ ଥାଏ ।
ଆଲ୍‌ପୋର୍ଟର ମତରେ ବ୍ୟକ୍ତିତ୍ଵର ରଚନା କରୁଥିବା ତିନିଗୋଟି ମୁଖ୍ୟ ପ୍ରକାରର ଶୀଳଗୁଣଗୁଡ଼ିକ ହେଲା –

(କ) ମୂଳଭୂତ ବା ପ୍ରମୁଖ ଲକ୍ଷଣ (Cardinal Traits)
(ଖ) କେନ୍ଦ୍ରୀୟ ଶୀଳଗୁଣ (Central Traits)
(ଗ) ଗୌଣ ଶୀଳଗୁଣ (Secondary Traits)

(କ) ମୂଳଭୂତ ବା ପ୍ରମୁଖ ଲକ୍ଷଣ – ଯେଉଁ ପ୍ରମୁଖ ଶୀଳଗୁଣଟି ବ୍ୟକ୍ତିବିଶେଷଙ୍କର ସଂପୂର୍ଣ୍ଣ ଜୀବନକୁ ଏପରି ଭାବରେ ପ୍ରଭାବିତ କରେ ଯେ ସେହି ଶୀଳଗୁଣକୁ ନେଇ ବ୍ୟକ୍ତି ଅନ୍ୟମାନଙ୍କ ନିକଟରେ ଏକ ପରିଚୟ ସୃଷ୍ଟି କରେ ତାହାକୁ “ ପ୍ରମୁଖ ଶୀଳଗୁଣ” କୁହାଯାଏ । ଏହା ଅତ୍ୟଧିକ ବ୍ୟାପକ ମନୋବୃତ୍ତିକୁ ନିର୍ଦ୍ଦିଷ୍ଟ କରେ । ଉଦାହରଣ ସ୍ଵରୂପ ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମାଗାନ୍ଧି, ଆଶୋକଚକ୍ର ପ୍ରାପ୍ତ ଅବଦୁଲ୍-ହମିଦଙ୍କର ସାହସିକତା ଓ ଦେଶ ପାଇଁ ବଳିଦାନ, ମଦର ଟେରେସାଙ୍କ ମାନବୀୟତା, ଲତା ମଙ୍ଗେସକରଙ୍କର ଶ୍ରୁତିମଧୁର ସଂଗୀତ ଗାନ ଇତ୍ୟାଦି ।

(ଖ) କେନ୍ଦ୍ରୀୟ ଶୀଳଗୁଣ – କେନ୍ଦ୍ରୀୟ ଶୀଳଗୁଣଗୁଡ଼ିକ ପ୍ରଭାବ ପକାଇବାରେ କମ୍ ବ୍ୟାପକ; କିନ୍ତୁ ସବୁବେଳେ ସାଧାରଣ ପ୍ରବୃତ୍ତି ହୋଇଥାଏ । ଯେଉଁ ପାଞ୍ଚଗୋଟି ‘ଠାରୁ ୧୦ ଗୋଟି ଶୀଳଗୁଣର ବିନ୍ୟାସ ଜଣେ ବ୍ୟକ୍ତି ବ୍ୟକ୍ତିତ୍ବକୁ ବର୍ଣ୍ଣନା କରିବା ନିମନ୍ତେ ପର୍ଯ୍ୟାପ୍ତ ସେହି ଶୀଳଗୁଣମାନଙ୍କୁ ମଧ୍ୟବର୍ତ୍ତୀ ବା କେନ୍ଦ୍ରୀୟ ଶୀଳଗୁଣ ବୋଲି କରାଯାଏ । ଉଦାହରଣ ସ୍ଵରୂପ – ଜଣେ ବ୍ୟକ୍ତିର ବନ୍ଧୁବତ୍ସଳ, ନମ୍ର, ଦୟାଳୁ, ଆମୋଦପ୍ରିୟ, ସାଧୁ, କର୍ତ୍ତବ୍ୟନିଷ୍ଠ, ଦାୟିତ୍ଵସଂପନ୍ନ ସଦୃଶ କେତେକ ସାଧାରଣ ଶୀଳଗୁଣ ଭିଭିରେ ବର୍ଣ୍ଣନା କରାଯାଇପାରେ ।

(ଗ) ଗୌଣ ଶୀଳଗୁଣ – ଅଧୂକ ସ୍ଵତନ୍ତ୍ର ତଥା ସଂକୀର୍ଣ୍ଣ ଶୀଳଗୁଣଗୁଡ଼ିକୁ ଗୌଣ ଶୀଳଗୁଣ କୁହାଯାଏ । ଏପରି ଶୀଳଗୁଣମାନେ ବ୍ୟକ୍ତିର ମନୋବୃତ୍ତି ଓ ରୁଚି ସହିତ ସଂପୃକ୍ତ ଏବଂ କେବଳ ନିର୍ଦ୍ଦିଷ୍ଟ ପରିସ୍ଥିତି ବା ଅବସ୍ଥାରେ ପରିଦୃଷ୍ଟ ହୋଇଥାଆନ୍ତି ।

(୨) କ୍ୟାଟେଲଙ୍କ ସିଦ୍ଧାନ୍ତ – ରେମଣ୍ଡ ବି. କ୍ୟାଟେଲ ବିଶ୍ଵାସ କରନ୍ତି ଯେ ବିଭିନ୍ନ ବ୍ୟକ୍ତିମାନଙ୍କ ମଧ୍ୟରେ ଏକ ସାର୍ବଜନୀନ ସଂରଚନା ରହିଥାଏ ଯାହାକୁ କି ଅନୁଭବିକ ଉପାୟରେ ସ୍ଥିର କରାଯିବା ଉଚିତ୍ । ସେ କାରକ ବିଶ୍ଳେଷଣ ପଦ୍ଧତି ପ୍ରୟୋଗ କରି ୧୬ ଗୋଟି ଶୀଳଗୁଣକୁ ସମସ୍ତ ବ୍ୟକ୍ତିତ୍ଵର ମୂଳ ଲକ୍ଷଣ ଭାବେ ବିଚାର କରିଛନ୍ତି । ଏହି ପ୍ରାଥମିକ ବା ମୂଳ ଲକ୍ଷଣମାନଙ୍କର ଅନ୍ତଃକ୍ରିୟାରୁ ୩୫ ଗୋଟି ପୃଷ୍ଠ ଲକ୍ଷଣ ସୃଷ୍ଟି ହୋଇଥାଏ । ପୃଷ୍ଠ ଲକ୍ଷଣମାନେ ସ୍ଥିର ।

ଏମାନେ ବ୍ୟକ୍ତିତ୍ଵର ସ୍ପଷ୍ଟ ଲକ୍ଷଣ ଅଟନ୍ତି । କ୍ୟାଟେଲ ମୂଳ ବା ସ୍ରୋତ ଶୀଳଗୁଣଗୁଡ଼ିକୁ ବିରୋଧୀ-ପ୍ରବୃତ୍ତି ରୂପେ ବ୍ୟାଖ୍ୟା କରିଅଛନ୍ତି । ବ୍ୟକ୍ତିତ୍ଵ ମୂଲ୍ୟାଙ୍କନ ପାଇଁ କ୍ୟାଟେଲ ୧୬ PF କାରକ ପ୍ରଶ୍ନବଳୀ ନିର୍ମାଣ କରିଅଛନ୍ତି । କ୍ୟାଟେଲଙ୍କ ଦ୍ଵାରା ପ୍ରଦତ୍ତ ମୂଳ ଲକ୍ଷଣ ହେଉଛି – ବିଚଳିତ -ଶାନ୍ତ, ଦୁର୍ବଳମନା-ପ୍ରଭାବୀ, ବିଶ୍ୱାସନୀୟତା-ସନ୍ଦେହ, ଶାନ୍ତି-ଉତ୍ତେଜନା ଇତ୍ୟାଦି।

(୩) ଆଇଜେଙ୍କ ମତବାଦ – ବ୍ରିଟିଶ ମନୋବୈଜ୍ଞାନିକ ହାନସ୍ ଆଇଜେଙ୍କ ବ୍ୟକ୍ତିତ୍ଵର ଏକ ତ୍ରିମାତ୍ରିକ ମତବାଦ ପ୍ରଦାନ କରିଛନ୍ତି । ତାଙ୍କ ମତରେ ବ୍ୟକ୍ତିତ୍ଵ ତିନିଗୋଟି ସାର୍ବଜନୀନ ଶୀଳଗୁଣ ଆଧାରରେ ଗଠିତ ହୋଇଥାଏ । ସେଗୁଡ଼ିକ ହେଲା –

CHSE Odisha Class 12 Psychology Unit 1 Long Answer Questions in Odia Medium

(କ) ବହିର୍ମୁଖତା-ଅନ୍ତର୍ମୁଖତା (Extraversion – Intraversion) –
ଅନ୍ତର୍ମୁଖତା ନିଜର ଅନ୍ତରୀଣ ଅନୁଭୂତି ମଧ୍ୟରେ ସୀମିତ ହେବାର ଗୁଣକୁ ବ୍ୟକ୍ତ କରେ । ଏହାର ବିପରୀତ ଭାବେ ନିଜର ବାହ୍ୟିକ ପରିବେଶ ଓ ସମାଜରେ ମନୋନିବେଶ କରିବା ଗୁଣକୁ ବହିର୍ମୁଖତା କୁହାଯାଏ । ଯେଉଁ ବ୍ୟକ୍ତି ଅନ୍ତର୍ମୁଖୀ ସେ ଶାନ୍ତ ଓ ଗମ୍ଭୀର ହୋଇଥାଆନ୍ତି। କିନ୍ତୁ ଯେଉଁ ବ୍ୟକ୍ତି ଅଧ୍ବକ ବହିର୍ମୁଖୀ ସେ ଅତ୍ୟନ୍ତ ମେଳାପୀ, ଆବେଗୀ, ସକ୍ରିୟ ତଥା ରୋମାଞ୍ଚକୁ ପସନ୍ଦ କରନ୍ତି ।

(ଖ) ମନସ୍ତାପ ପ୍ରବୃତ୍ତି – ସାଂବେଗିକ ସ୍ଥିରତା (Neuroticism – Emotional stability) –
ଅତ୍ୟଧ‌ିକ ଆବେଗାତ୍ମକ ଅନୁଭୂତି ବା ମାନସିକ ଅସ୍ଥିରତା ଦ୍ଵାରା କବଳିତ ହେବା ପ୍ରବୃତ୍ତିକୁ ମନସ୍ତାପ ପ୍ରବୃତ୍ତି କୁହାଯାଏ । ବିଭିନ୍ନ ପରିସ୍ଥିତିରେ ମାନସିକ ନିୟନ୍ତ୍ରଣ ନ ହରାଇ ଆବେଗିକ ସ୍ଥିରତା ବଜାୟ ରଖୁବା ମଧ୍ୟ ଏକ ପ୍ରବୃତ୍ତି । ଅତ୍ୟଧ୍ବକ ମନସ୍ତାପୀ ବ୍ୟକ୍ତିମାନେ ଉଦ୍‌ବେଗୀ ଚିଡ଼ଚିଡ଼ା, ଅତି ସମ୍ବେଦନଶୀଳ, ଅସ୍ଥିର ତଥା ସହଜରେ ଆତ୍ମ ନିୟନ୍ତ୍ରଣ ହରାଉଥିବା ବ୍ୟକ୍ତି ଅଟନ୍ତି । ଯେଉଁ ବ୍ୟକ୍ତିମାନେ ଶାନ୍ତ ସ୍ଵଭାବର, ବିଶ୍ଵାସନୀୟ ତଥା ନିଜ ଆବେଗ ଉପରେ ନିୟନ୍ତ୍ରଣ ରକ୍ଷା କରିପାରନ୍ତି ସେପରି ବ୍ୟକ୍ତି ସାଂବେଗିକ ସ୍ଥିରତା ପରିସରରେ ଅବସ୍ଥାନ କରନ୍ତି ।

(ଗ) ଅତିବାତୁଳତା ବା ମନୋବିକ୍ଷିପ୍ତତା (Psychotism) –
ବିଭିନ୍ନ ମାନସିକ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ଅଧ୍ୟୟନ କରି ଆଇଜେଙ୍କ ବ୍ୟକ୍ତିତ୍ଵର ଏହି ତୃତୀୟ ଦିଗଟିକୁ ତାଙ୍କ ମତବାଦରେ ସ୍ଥାନିତ କରିଛନ୍ତି । ଯେଉଁ ବ୍ୟକ୍ତିଙ୍କର ଏହି ପ୍ରବୃତ୍ତି ଅଧିକ ଥାଏ ପ୍ରାୟତଃ ସେ ବାସ୍ତବତାଠାରୁ ଦୂରେଇଯାଆନ୍ତି, ସେ ବ୍ୟକ୍ତି ଅଧିକ ଆକ୍ରାମକ, ଆତ୍ମକେନ୍ଦ୍ରିତ ତଥା ଅସାମାଜିକ ହୋଇଥାଆନ୍ତି । ସେ ଅନ୍ୟମାନଙ୍କ ମନୋଭାବକୁ ଉପଲବ୍ଧ କରିପାରନ୍ତି ନାହିଁ ଏବଂ ତାଙ୍କର କ୍ରିୟାକଳାପ ସମ୍ବନ୍ଧରେ ପୂର୍ବାନୁମାନ କରିବା ଅତ୍ୟନ୍ତ କଷ୍ଟକର ।

(୪) ବୃହତ୍ ପଞ୍ଚକାରକୀୟ ମତବାଦ – ପଲକୋଷ୍ଟା ଓ ରୋବେର୍ଟ ମାକ୍‌ ନାମକ ଦୁଇଜଣ ମନୋବିଜ୍ଞାନୀ ଶୀଳଗୁଣ ଉପରେ ଅଧ୍ବକ ଗବେଷଣା କରି ବ୍ୟକ୍ତିତ୍ଵର ସମସ୍ତ ଶୀଳଗୁଣକୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରିଅଛନ୍ତି । ଏହାକୁ “ ବୃହତ୍ ପଞ୍ଚକାରକୀୟ ” ମତବାଦ ରୂପେ ନାମିତ କରାଯାଉଛି । ଏହି ଶୀଳଗୁଣ କାରକମାନଙ୍କର ପାରସ୍ପରିକ କ୍ରିୟାରୁ ବ୍ୟକ୍ତିତ୍ଵର ସୃଷ୍ଟି । ଏହି ମୁଖ୍ୟ କାରକମାନେ ହେଉଛନ୍ତି –

(କ) ଅନୁଭବ/ ଅଭିଜ୍ଞତା ପାଇଁ ଉନ୍ମୁକ୍ତତା (Openness to experience) ଏହା ବାହ୍ୟ ଜଗତ ପ୍ରତି ବ୍ୟକ୍ତିର ସମ୍ବେଦନଶୀଳତାର ମାତ୍ରାକୁ ସୂଚିତ କରେ । ଏହି ଗୁଣ ଅଧିକ ଥିବା ବ୍ୟକ୍ତି ଜିଜ୍ଞାସୁ, କଳ୍ପନାଶୀଳ, ସୃଜନଶୀଳ ଏବଂ ନୂତନ ଉପଲବଧୂ ବା ଅଭିଜ୍ଞତା ଅର୍ଜନ ନିମନ୍ତେ ଆଗ୍ରହ ପ୍ରକାଶ କରିଥାନ୍ତି । ବିପରୀତ ଭାବେ ଅଭିଜ୍ଞତା ଆହରଣ ନିମନ୍ତେ ଉନ୍ମୁକ୍ତଶୀଳତା କମ୍ ଥିବା ବ୍ୟକ୍ତି ଚିରାଚରିତ ଚିନ୍ତାଧାରାର ବଶବର୍ତ୍ତୀ ହୋଇ ଅନ୍ୟମାନଙ୍କର ଦୃଷ୍ଟିଭଙ୍ଗୀ, ରୁଚି, ମତାମତ ଇତ୍ୟାଦିକୁ ଗୁରୁତ୍ଵ ଦିଅନ୍ତି ନାହିଁ ।

(ଖ) ବିବେକଶୀଳତା (Consciousness) – ବ୍ୟକ୍ତିତ୍ଵର ଏହି ଦିଗଟି ଆତ୍ମ ଶୃଙ୍ଖଳା ଓ ଦାୟିତ୍ୱସମ୍ପନ୍ନତାକୁ ସୂଚିତ କରିଥାଏ । ଏହି ଗୁଣର ମାତ୍ରା ଅଧ୍ବକ ଥିବା ବ୍ୟକ୍ତି ବିଶ୍ଵାସଯୋଗ୍ୟ, ଦାୟିତ୍ବବାନ, ପରିଣାମଦର୍ଶୀ, ବିବେକୀ ଏବଂ ଶୃଙ୍ଖଳିତ ହୋଇଥାନ୍ତି । ଅନ୍ୟ ପକ୍ଷରେ ଏହାର ମାତ୍ରା କମ୍ ଥୁବା ବ୍ୟକ୍ତି ଅବିଶ୍ଵାସନୀୟ, ଦାୟିତ୍ବହୀନ, ଅପରିଣାମଦର୍ଶୀ, ଅବିବେକୀ ଏବଂ ବିଶୃଙ୍ଖଳିତ ହୋଇଥାଆନ୍ତି ।

(ଗ) ବହିର୍ମୁଖତା (Extraversion) – ଏପରି ବ୍ୟକ୍ତିମାନେ ସମାଜିକ ରୂପରେ ସକ୍ରିୟ, ନିଶ୍ଚୟାତ୍ମକ, ମେଳାପୀ, ଆମୋଦ ପ୍ରମୋଦ ପ୍ରିୟ, କଥାବାର୍ତ୍ତା ପ୍ରିୟ ଅଟନ୍ତି । ଏମାନେ ଲଜ୍ଜାଶୀଳ ନୁହଁନ୍ତି ।

(ଘ) ସହମତିଶୀଳତା (Agreeableness) – ଏହି କାରକ ସାହାଯ୍ୟକାରୀ, ସହଯୋଗୀ, ମିତ୍ରଭାବ, ଅନ୍ୟ ପ୍ରତି ଧ୍ୟାନ ରଖୁଥିବା ତଥା ଅନ୍ୟକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କ ଶୀଳଗୁଣର ପ୍ରତିନିଧ୍ୟ କରିଥାଏ । ଏପରି ବ୍ୟକ୍ତି ଆତ୍ମକେନ୍ଦ୍ରିତ ତଥା ଆକ୍ରୋଶ ମନୋଭାବ ରଖୁଥ‌ିବା ବ୍ୟକ୍ତିର ବିପରୀତ ହୋଇଥାନ୍ତି ।

(ଙ) ମନସ୍ତାପ ପ୍ରବୃତ୍ତି (Neuroticism) ଏହି କାରକଟି ବ୍ୟକ୍ତିତ୍ଵର ଆବେଗିକ ସ୍ଥିରତା ବା ଅବ୍ୟବସ୍ଥିତ ମନନତାର ମାତ୍ରାକୁ ନିର୍ଦ୍ଦେଶିତ କରିଥାଏ । ଏପରି ବ୍ୟକ୍ତି ଭାବାତ୍ମକ ରୂପରେ ଅସ୍ଥିର, ଚିନ୍ତାଗ୍ରସ୍ତ, ଭୟାଳୁ, ଚିଡ଼ଚିଡ଼ା ତଥା ରକ୍ତଚାପାଧୁଗ୍ରସ୍ତ ହୋଇଥାଆନ୍ତି । ଏମାନେ ପରିସ୍ଥିତି ସହିତ ଉପଯୁକ୍ତ ଭାବେ ସମାଯୋଜିତ ହୋଇପାରନ୍ତି ନାହିଁ ଏବଂ ଉପଯୋଜନକ୍ଷମ ବ୍ୟବହାର ପ୍ରଦର୍ଶନ କରିପାରନ୍ତି ନାହିଁ । ଏପରି ବ୍ୟକ୍ତିମାନଙ୍କର ବିପରୀତ ବ୍ୟକ୍ତିମାନେ ସୁସମାଯୋଜିତ ହୋଇଥାଆନ୍ତି ।

Question ୫।
ବ୍ୟକ୍ତିତ୍ଵର ମୂଲ୍ୟାୟନ ନିମିତ୍ତ ବିଭିନ୍ନ ପଦ୍ଧତି ସଂକ୍ଷେପରେ ଆଲୋଚନା କର ।
Answer:
ବ୍ୟକ୍ତିତ୍ଵର ଔପଚାରିକ ବିଶ୍ଳେଷଣ ତଥା ମାପନର ପ୍ରୟାସକୁ ମୂଲ୍ୟାଙ୍କନ କୁହାଯାଇଥାଏ । କେତେକ ବିଶେଷ ଲକ୍ଷଣର ଆଧାରରେ ବ୍ୟକ୍ତିତ୍ଵର ଆକଳନ ତଥା ପ୍ରଭେଦୀକରଣକୁ ‘ବ୍ୟକ୍ତିତ୍ଵ ମୂଲ୍ୟାଙ୍କନ’ କୁହାଯାଏ । ନ୍ୟୁନତମ ତ୍ରୁଟି ତଥା ଅଧ୍ଵକତମ ପରିଶୁଦ୍ଧତା ମୂଲ୍ୟାଙ୍କନର ଲକ୍ଷ୍ୟ ହୋଇଥାଏ । ବିଭିନ୍ନ ପ୍ରକାର ଉଦ୍ଦେଶ୍ୟକୁ ନେଇ ବ୍ୟକ୍ତିତ୍ଵକୁ ମୂଲ୍ୟାଙ୍କନ କରାଯାଇଥାଏ । ଏହା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ବିବିଧତା ଅଧ୍ୟୟନ କରିବାରେ, ପରିବର୍ତ୍ତୀମାନଙ୍କ ମଧ୍ୟରେ ସମ୍ବନ୍ଧ ଜାଣିବାରେ, ବିକାଶାତ୍ମକ ପରିବର୍ତ୍ତନ ଅଧ୍ୟୟନ କରିବାରେ, ନିଦାନ, ସ୍ଥାପନା ତଥା ପରାମର୍ଶ ଇତ୍ୟାଦିରେ ଉପଯୋଗ କରାଯାଇଥାଏ । ବ୍ୟକ୍ତିତ୍ଵ ମୂଲ୍ୟାଙ୍କନ ପାଇଁ ମନୋବିଜ୍ଞାନୀମାନେ ଅନେକ ବିଧୂର ବିକାଶ କରିଅଛନ୍ତି । ସେଗୁଡ଼ିକ ମଧ୍ୟରେ –

(i) ପ୍ରେକ୍ଷକ ପ୍ରତିବେଦନ
(ii) ବସ୍ତୁନିଷ୍ଠ ପରୀକ୍ଷଣ ଓ
(iii) ପ୍ରକ୍ଷେପଣ ପରୀକ୍ଷଣ କୌଶଳଗୁଡ଼ିକ ପ୍ରଧାନ ।

CHSE Odisha Class 12 Psychology Unit 1 Long Answer Questions in Odia Medium

(i) ପ୍ରେକ୍ଷକ ପ୍ରତିବେଦନ (Observer Reports) –
ବିଭିନ୍ନ ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କର ବ୍ୟବହାରକୁ ପର୍ଯ୍ୟବେକ୍ଷଣ କରି ତାଙ୍କର ବ୍ୟକ୍ତିତ୍ଵ ସମ୍ବନ୍ଧରେ ଏକ ଧାରଣା ସୃଷ୍ଟି କରିବା ଏକ ସରଳ ପନ୍ଥା । ସାକ୍ଷାତକାର, ପର୍ଯ୍ୟବେକ୍ଷଣ, ମୂଲ୍ୟ-ନିର୍ଦ୍ଧାରଣ, ନାମାଙ୍କନ, ପାରିସ୍ଥିତିକ ପରୀକ୍ଷଣ ଇତ୍ୟାଦି ପଦ୍ଧତିମାନଙ୍କରେ ବ୍ୟବହାରର ପର୍ଯ୍ୟବେକ୍ଷଣାତ୍ମକ ତଥ୍ୟକୁ ମୂଲ୍ୟାଙ୍କନ ନିମନ୍ତେ ବିନିଯୋଗ କରାଯାଉଥାଏ ।

(କ) ସାକ୍ଷାତକାର (Interview) – ବ୍ୟକ୍ତିତ୍ଵ ମୂଲ୍ୟାଙ୍କନ ନିମନ୍ତେ ସାକ୍ଷାତକାର ଏକ ପ୍ରମୁଖ କୌଶଳ ଅଟେ । ଯେଉଁ ବ୍ୟକ୍ତିଙ୍କର ବ୍ୟକ୍ତିତ୍ଵ ମୂଲ୍ୟାଙ୍କନ କରାଯିବ ତାକୁ ସାକ୍ଷାତକାର ନେଉଥିବା ବ୍ୟକ୍ତି ପ୍ରତ୍ୟକ୍ଷ ଭାବେ ସାକ୍ଷାତ କରି କୌଣସି ପ୍ରସଙ୍ଗ ଭିଭିକ ପ୍ରଶ୍ନବଳୀ ଉପସ୍ଥାପନ କରନ୍ତି ଏବଂ ବ୍ୟକ୍ତିଙ୍କର ଅନୁକ୍ରିୟାକୁ ଅଧାର କରି ତାଙ୍କ ବ୍ୟକ୍ତିତ୍ଵ ସମ୍ବନ୍ଧରେ ଏକ ଅବଧାରଣା କରିଥାନ୍ତି । ସାକ୍ଷାତ୍‌କାର ଦୁଇ ପ୍ରକାର ଶୈଳୀରେ କରାଯାଇପାରେ ଯଥା :-

  • ସଂରଚିତ ବା ଔପଚାରିକ
  • ଅସଂରଚିତ ବା ଅନୌପଚାରିକ

ସଂରଚିତ ଶୈଳୀରେ କେତେକ ସ୍ଵତନ୍ତ୍ର ପ୍ରଶ୍ନ ପଚରା ଯାଇଥାଏ ଏବଂ ସ୍ଵତନ୍ତ୍ର ପ୍ରକ୍ରିୟା ଅନୁସରଣ କରାଯାଉଥାଏ । କିନ୍ତୁ ଅସଂରଚିତ ଶୈଳୀରେ ସାକ୍ଷାତକାର ନେଇଥିବା ବ୍ୟକ୍ତି ଯେ କୌଣସି ପ୍ରଶ୍ନ କରିପାରନ୍ତି ଏବଂ ସାକ୍ଷାତକାର ଦେଉଥିବା ବ୍ୟକ୍ତି ତାଙ୍କର ଅନୁକ୍ରିୟାକୁ ବିସ୍ତୃତ ଭାବେ ଉପସ୍ଥାପିତ କରିବା ନିମନ୍ତେ ସ୍ଵାଧୀନତା ପାଉଥାନ୍ତି । ସଂରଚିତ ଶୈଳୀ ଅପେକ୍ଷା ଅସଂରଚିତ ଶୈଳୀର ସାକ୍ଷାତ୍‌କାର ଅଧିକ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ ।

(ଖ) ପର୍ଯ୍ୟବେକ୍ଷଣ (Observation) – ବ୍ୟକ୍ତିତ୍ଵର ଆକଳନ କରିବା ପାଇଁ ବ୍ୟବହାରାତ୍ମକ ପର୍ଯ୍ୟବେକ୍ଷଣର ନମନାମାନଙ୍କ ପର୍ଯ୍ୟବେକ୍ଷଣ କରି ତାଙ୍କ ନିକଟରେ ଥରା ଉଦ୍ଦିଷ୍ଟ ଶୀଇଗଣମାନଙ୍କ ଚିହ୍ନଟ କରାଯାଇଥାଏ । ମହାଭରଣ ନମୁନାମାନଙ୍କୁ ପର୍ଯ୍ୟବେକ୍ଷଣ କରି ତାଙ୍କ ନିକଟରେ ଥିବା ଉଦ୍ଦିଷ୍ଟ ଶୀଳଗୁଣମାନଙ୍କୁ ଚିହ୍ନଟ କରାଯାଇଥାଏ । ଉଦାହରଣ ସ୍ଵରୂପ : ଜଣେ ବ୍ୟକ୍ତି, ପରିବାର, ସାଂଗମେଳ ଏବଂ କାର୍ଯ୍ୟପରିସର ମଧ୍ୟରେ ଅନ୍ୟ ବ୍ୟକ୍ତିମାନଙ୍କ ସହ ମିଳିତ ହେବା ବ୍ୟବହାରମାନଙ୍କୁ ପର୍ଯ୍ୟବେକ୍ଷଣ କରି ବ୍ୟକ୍ତିତ୍ଵର ଆକଳନ କରାଯାଇପାରେ ।

(ଗ) ମୂଲ୍ୟନିର୍ଦ୍ଧାରଣ (Rating) – ଶୀଳଗୁଣର ମାତ୍ରା ଓ ପରିମାଣକୁ ଏକ ସାଂଖ୍ୟକ ମୂଲ୍ୟରେ ବ୍ୟକ୍ତ କରିବା ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତିର ମୁଖ୍ୟ ଉଦ୍ଦେଶ୍ୟ । ଶୈକ୍ଷିକ ଓ ଔଦ୍ୟୋଗିକ ପରିବେଶରେ ମୂଲ୍ୟ ନିର୍ଦ୍ଧାରଣ ବିଧିରେ ବିଶେଷ ଭାବରେ ଉପଯୋଗ କରାଯାଇଥାଏ । ଏହି ବିଧୁକୁ ପ୍ରୟୋଗ କରିବା ପାଇଁ ଶୀଳଗୁଣକୁ ସ୍ଵତନ୍ତ୍ର ଅର୍ଥରେ ସ୍ପଷ୍ଟ ଭାବରେ ପରିଭାଷିତ କରାଯିବା ଉଚିତ୍ । ମୂଲ୍ୟ-ନିର୍ଦ୍ଧାରଣ ଏକ ସରଳ ବିଧ୍ଵ ଓ ବହୁତ କମ୍ ସମୟ ମଧ୍ୟରେ ଏହାକୁ ପ୍ରସ୍ତୁତ କରାଯାଇପାରେ ଓ କମ୍ ସମୟ ମଧ୍ୟରେ ଏହାକୁ ପ୍ରୟୋଗ କରି ଫଳାଫଳ ଜାଣି ହୋଇଥାଏ । ଏହି ପଦ୍ଧତିରେ ଏକ ମାପକ ଗଠନ କରାଯାଇ ଏକ ନିର୍ଦ୍ଦିଷ୍ଟ ଶୀଳଗୁଣରେ ବ୍ୟକ୍ତି କେଉଁଠାରେ ସ୍ଥାନନ ପାଉଛି ତାହା ଗଣନା କରାଯାଇ ଲିପିବଦ୍ଧ କରାଯାଏ ।

(ଘ) ନାମାଙ୍କନ (Nomination) – ଗୋଟିଏ ସାଙ୍ଗମେଳର ସଦସ୍ୟମାନେ ନାମାଙ୍କନ ବା ମନୋନୟନ ପଦ୍ଧତିରେ ସାଂଗମାନଙ୍କର ବ୍ୟକ୍ତିତ୍ଵକୁ ମୂଲ୍ୟାଙ୍କନ କରିଥାନ୍ତି । ପ୍ରତ୍ୟେକ ସଦସ୍ୟଙ୍କୁ ଅନ୍ୟ ସଦସ୍ୟମାନଙ୍କୁ ନିର୍ଦ୍ଦିଷ୍ଟ ଶୀଳଗୁଣ ଆଧାରରେ ମନୋନୟନ ବା ନାମାଙ୍କନ କରିବାକୁ କୁହାଯାଏ । ଅଧିକବାର ମନୋନୀତ ହୋଇଥିବା ସଦସ୍ୟଙ୍କ ନିକଟରେ ଶୀଳଗୁଣର ପରିମାଣ ଅଧ‌ିକ ବୋଲି ବିବେଚନା କରାଯାଇଥାଏ ।

(ଙ) ପାରିସ୍ଥିତିକ ପରୀକ୍ଷଣ (Situational Test) – ଗୋଟିଏ କୃତ୍ରିମ ନମୁନାମୂଳକ ପରିସ୍ଥିତି ପ୍ରସ୍ତୁତ କରି ଜଣେ ବ୍ୟକ୍ତି ସେ ପରିସ୍ଥିତିର ଆହ୍ଵାନକୁ କିପରି ଭାବେ ସମ୍ମୁଖୀନ ହେଉଛନ୍ତି ତାହା ପର୍ଯ୍ୟବେକ୍ଷଣ କରି ବ୍ୟକ୍ତିଙ୍କର ବ୍ୟକ୍ତିତ୍ଵର ସଂପନ୍ନ କରିବା ନିମନ୍ତେ କୁହାଯାଏ । ସେ କାର୍ଯ୍ୟଗୁଡ଼ିକ କେତେ ସଠିକତା ସହକାରେ ସୀମିତ ସମୟ ମଧ୍ୟରେ ଓ ଦାୟିତ୍ଵସଂପନ୍ନ ଭାବେ ସଂପାଦନ କରୁଛେ ତାହାକୁ ପର୍ଯ୍ୟବେକ୍ଷଣ କରି ବ୍ୟକ୍ତିତ୍ଵର କେତେକ ଶୀଳଗୁଣମାନଙ୍କ ସମ୍ବନ୍ଧରେ ଧାରଣା ସୃଷ୍ଟି କରାଯାଇପାରେ ।

(ii) ବସ୍ତୁନିଷ୍ଠ ପରୀକ୍ଷଣ (Objective Test) – ବସ୍ତୁନିଷ୍ଠ ପରୀକ୍ଷଣ ପଦ୍ଧତିରେ ବ୍ୟକ୍ତିତ୍ଵର ମୂଲ୍ୟାୟନ କରାଯାଉଥିବା ବ୍ୟକ୍ତିଙ୍କୁ ଏକାଧ୍ଵକ ପ୍ରଶ୍ନଥୁବା ଏକ ପ୍ରଶ୍ନବଳୀ ଦିଆଯାଏ । କେତେକ ପ୍ରଶ୍ନବଳୀରେ ବ୍ୟକ୍ତିରୁ ହଁ ବା ନାହିଁ, ସତ୍ୟ-ମିଥ୍ୟା, ରାଜି-ଅରାଜି, ଭଲ ଲାଗେ – ଭଲ ଲାଗେ ନାହିଁ ଜରିଆରେ ଉତ୍ତର ଦେବାକୁ କୁହାଯାଇଥାଏ ଓ ଅନ୍ୟ କେତେକ ପ୍ରଶ୍ନବଳୀରେ ତିନୋଟି ବା ଚାରୋଟି ଉତ୍ତର ମଧ୍ୟରୁ ଗୋଟିକୁ ବାଛିବାକୁ କୁହାଯାଉଥାଏ । ଉତ୍ତରଦାତାଙ୍କ ଅନୁକ୍ରିୟାକୁ ମୂଲ୍ୟାଙ୍କନ କରାଯାଇ ବ୍ୟକ୍ତିତ୍ଵର ଆକଳନ କରାଯାଇଥାଏ ।

ବସ୍ତୁନିଷ୍ଠ ପରୀକ୍ଷଣମାନଙ୍କ ମଧ୍ୟରେ ଅନେକ ଆତ୍ମ-ବିବରଣ ସୂଚୀ ଅଟନ୍ତି । ବହୁଳଭାବରେ ବ୍ୟବହୃତ ବ୍ୟକ୍ତିତ୍ଵ- ସୂଚୀମାନଙ୍କ ମଧ୍ୟରେ ମିନେସୋଟା ମଲ୍ଟିଫାଜିକ୍ ପରସନାଲିଟ୍ ଇନ୍‌ଭେଷ୍ଟୋରୀ, କାଲିଫର୍ନିଆ ସାଇକୋଲଜିକାଲ ଇନ୍‌ଭେଣ୍ଟୋରୀ, ଆଇଜେଙ୍କ ବ୍ୟକ୍ତିତ୍ଵ ଅନୁସୂଚୀ, ୧୬-କାରକୀୟ ବ୍ୟକ୍ତିତ୍ଵ ଅନୁସୂଚୀ ତଥା ତ୍ରିପାଠୀ ବ୍ୟକ୍ତିଗତ ପସନ୍ଦ ଅନୁସୂଚୀ ଇତ୍ୟାଦି ପ୍ରଧାନ ଅଟନ୍ତି ।

(କ) ମିନେସୋଟା ବହୁପକ୍ଷୀୟ ବ୍ୟକ୍ତିତ୍ବ ସୂଚୀ (Minnesota Multiphasic personality inventory) – ଏହି ପରୀକ୍ଷଣଟି ଷ୍ଟାର୍କ ହାଥ ଓ ମାକ୍ କିନଲେଙ୍କ ଦ୍ଵାରା ବିକଶିତ ହୋଇଥିଲା । ଏଥ‌ିରେ ୫୫୦ଟି ବାକ୍ୟ (ଏକାଂଶ) ସତ୍ୟ । ମିଥ୍ୟା । କହିପାରିବ ନାହିଁ ଆକାରରେ ରହିଥାଏ । ଏହି ପରୀକ୍ଷଣ ଦ୍ବାରା ଉଦ୍‌ବେଗ, କ୍ରୋଧ, ଭ୍ରାନ୍ତ ପ୍ରତ୍ୟକ୍ଷ, ଅଯୌକ୍ତିକ ଭୟ ଓ ଆତ୍ମହତ୍ୟା କରିବା ମନୋଭାବ ଇତ୍ୟାଦିକୁ ନିର୍ଦ୍ଧାରଣ କରାଯାଉଥାଏ । ଏହି ପରୀକ୍ଷଣଟି ଅତି ବ୍ୟାପକ ଓ ବ୍ୟକ୍ତିତ୍ଵର ବିଭିନ୍ନ ବିଭାଗକୁ ନିର୍ଦ୍ଧାରଣ କରିବାରେ ସହାୟକ ହୋଇଥାଏ ।

CHSE Odisha Class 12 Psychology Unit 1 Long Answer Questions in Odia Medium

ଏହି ମାନକୀକୃତ ପରୀକ୍ଷଣ ଦ୍ଵାରା ଜଣେ ସାଧାରଣ ବ୍ୟକ୍ତିଙ୍କୁ ମାନସିକ ରୋଗୀଠାରୁ ଭିନ୍ନ ବୋଲି ଚିହ୍ନଟ କରାଯାଇପାରେ । ଏହି ପରୀକ୍ଷଣର ପରିବର୍ତ୍ତିତ ସଂସ୍କରଣ 1989ରେ ପ୍ରକାଶିତ ହୋଇଅଛି । ଏହି ପରୀକ୍ଷଣର ଭାରତୀୟ ସଂସ୍କରଣ ହେଉଛି ଯୋଧପୁର ବହୁପକ୍ଷୀୟ ବ୍ୟକ୍ତିତ୍ଵ ସୂଚୀ ଯାହାକି ମଲ୍ଲିକ ଓ ଯୋଶୀଙ୍କ ଦ୍ଵାରା ବିକଶିତ ହୋଇଅଛି ।

(ଖ) ଆଇଜେଙ୍କ ବ୍ୟକ୍ତିତ୍ଵ ଅନୁସୂଚୀ (Eyesenck Personality Questionaire) – ବ୍ୟକ୍ତିତ୍ଵର ଦୁଇଗୋଟି ମୌଳିକ ଦିଗ ଯଥା – ଅନ୍ତର୍ମୁଖତା – ବହିର୍ମୁଖତା ଓ ଆବେଗିକ ସ୍ଥିରତା – ଆବେଗିକ ଅସ୍ଥିରତାର ଆକଳନ ନିମନ୍ତେ ଆଇଜେର ୩୨ ଗୋଟି ଶୀଳଗୁଣକୁ ଭିତ୍ତି କରି ଏକ ଅନୁସୂଚୀ ବିକଶିତ କରିଥିଲେ । ପରବର୍ତ୍ତୀ ଗବେଷଣା ପରିପ୍ରେକ୍ଷୀରେ ସେ ତା’ର ମାପକରେ ମନୋବିକ୍ଷିପ୍ତତା ପରି ଅନ୍ୟ ଏକ ଦିଗକୁ ଅନ୍ତର୍ଭୁକ୍ତ କରିଥିଲେ ।

ଏହା ମାନସିକ ବ୍ୟାଧ୍ ସହିତ ସମ୍ବନ୍ଧିତ ଅଟେ ଏବଂ ଅନ୍ୟମାନଙ୍କ ପ୍ରତି ମନୋଭାବର ଅଭାବ, ଅନ୍ୟମାନଙ୍କ ସହିତ କଥାବାର୍ତ୍ତାରେ ରୁକ୍ଷ ମନୋଭାବ ଏବଂ ସାମାଜିକ ପରମ୍ପରାଗୁଡ଼ିକ ନ ମାନିବାର ପ୍ରବୃତ୍ତି ପରି ଲକ୍ଷଣଗୁଡ଼ିକ ଏହି ବ୍ୟାଧ୍ଧରେ ପୀଡ଼ିତ ବ୍ୟକ୍ତିମାନଙ୍କଠାରୁ ଦେଖାଯାଉଥାଏ । ଏହି ପରୀକ୍ଷଣରେ ଅଧିକ ଫଳାଙ୍କ ପ୍ରାପ୍ତ କରୁଥିବା ବ୍ୟକ୍ତି ଆକ୍ରାମକ, ଆତ୍ମକେନ୍ଦ୍ରିତ ତଥା ଅସାମାଜିକ ହୋଇଥାନ୍ତି ।

(ଗ) ୧୬ – କାରକୀୟ ବ୍ୟକ୍ତିତ୍ବ ଅନୁସୂଚୀ – (16 – Personality Factors Inventory) – ଏହି ପରୀକ୍ଷଣଟି ମନୋବିଜ୍ଞାନୀ କ୍ୟାଟେଲ ବିକଶିତ କରିଥିଲେ । ଏହା ବାସ୍ତବ ଅନୁଭୂତିମୂଳକ ଆଧାର ସାମଗ୍ରୀ ଉପରେ ପର୍ଯ୍ୟବସିତ । କାରକ ବିଶ୍ଳେଷଣ ନାମକ ଏକ ସାଂଖ୍ୟକୀୟ ପଦ୍ଧତିର ସାହାଯ୍ୟ ନେଇ କ୍ୟାଟେଲ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ବ୍ୟକ୍ତିତ୍ଵ ୧୬ଟି ପ୍ରାଥମିକ ଶୀଳଗୁଣ ଦ୍ଵାରା ଗଠିତ ।

ଏଣୁ ଏହି ବ୍ୟକ୍ତିତ୍ଵ ସୂଚୀରେ ୧୬ଗୋଟି ମାପକ ସହିତ ୪ ଗୋଟି ଗୌଣବର୍ଗର ସୂଚକ ରହିଛି । ବର୍ତ୍ତମାନ ଏହି ପରୀକ୍ଷଣ ୫ ଗୋଟି ଭିନ୍ନ ଭିନ୍ନ ପ୍ରକାରରେ ଉପଲବ୍ଧ । ପ୍ରତ୍ୟେକ ପ୍ରକାରର ୧୦୫ଟି ଲେଖାଏଁ କଥନ ରହିଛି । ଏହାର ପ୍ରୟୋଗ ଉଚ୍ଚ ବିଦ୍ୟାଳୟ ସ୍ତରର ଛାତ୍ରମାନଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କର ବ୍ୟକ୍ତିତ୍ଵ ଆକଳନ ନିମନ୍ତେ ବ୍ୟବହାର କରାଯାଉଛି । ଏହି ପରୀକ୍ଷଣଟି କ୍ୟାରିୟର ନିର୍ଦ୍ଦେଶନ ତଥା ବ୍ୟବସାୟିକ ଚୟନ ଆଦି କ୍ଷେତ୍ରରେ ବିଶେଷ ଭାବରେ ଉପଯୋଗ କରାଯାଇଥାଏ ।

(iii) ପ୍ରକ୍ଷେପଣ ପରୀକ୍ଷଣ (Projective Tests) – ଗୋଟିଏ ବ୍ୟକ୍ତିର ଯେଉଁ ଶୀଳଗୁଣଗୁଡ଼ିକ ବହୁଳ ଜଟିଳ ଏବଂ ଯାହା ସମ୍ବନ୍ଧରେ ବ୍ୟକ୍ତି ସଂପୂର୍ଣ୍ଣ ରୂପେ ସଚେତନ ନ ଥାଏ ସେହି ଶୀଳଗୁଣଗୁଡ଼ିକୁ ମାପିବା ପାଇଁ ପ୍ରକ୍ଷେପଣ ପରୀକ୍ଷଣର ଉପଯୋଗ କରାଯାଇଥାଏ । ନିଜ ଅଜାଣତରେ ବିଭିନ୍ନ ଶୀଳଗୁଣକୁ ବ୍ୟକ୍ତି ପରୀକ୍ଷଣ ଅନୁକ୍ରିୟା ମାଧ୍ୟମରେ ପ୍ରକ୍ଷେପ କରୁଥିବାରୁ ଏହାକୁ ପ୍ରକ୍ଷେପଣ ପରୀକ୍ଷଣ କୁହାଯାଏ । ସିଗମଣ୍ଡ ଫ୍ରଏଡ଼ଙ୍କ ପରି କେତେକ ପ୍ରଖ୍ୟାତ ମନୋବିଜ୍ଞାନୀଙ୍କ ମତରେ ବ୍ୟକ୍ତିର ବ୍ୟବହାର ଓ କଥନରେ ତା’ର ବ୍ୟକ୍ତିତ୍ଵ ପ୍ରକ୍ଷେପିତ ହୋଇଥାଏ ।

ଏହା ବ୍ୟକ୍ତିର ସଚେତନତାରେ ହସ୍ତକ୍ଷେପ କରିପାରେ ନାହିଁ । ତେଣୁ ବ୍ୟକ୍ତିତ୍ଵର ସଠିକ୍ ମୂଲ୍ୟାୟନ ନିମନ୍ତେ ପ୍ରକ୍ଷେପଣ ପରୀକ୍ଷଣ ପଦ୍ଧତି ଉପାଦେୟ ହୋଇପାରିଛି । ବ୍ୟକ୍ତିତ୍ଵର ଆକଳନ କରିବା ପାଇଁ ମନୋବିଜ୍ଞାନୀମାନେ ଭିନ୍ନ ଭିନ୍ନ ପ୍ରକାରର ଉଦ୍ଦୀପକ ସାମଗ୍ରୀର ଉପଯୋଗ କରି ଅନେକ ପ୍ରକାରର ପ୍ରକ୍ଷେପଣ ପରୀକ୍ଷଣର ବିକାଶ କରିଅଛନ୍ତି । ସେଗୁଡ଼ିକ ହେଲା –

(କ) ରୋର୍ଶାକ୍ କାଳିଛାପ ପରୀକ୍ଷଣ (Rorschach Ink Blot Test) – ସ୍ଵିଜରଲାଣ୍ଡର ମନୋଚିକିତ୍ସକ ରୋର୍ଶାକ୍ ୧୯୨୧ ମସିହାରେ ଏହି ପରୀକ୍ଷଣର ବିକାଶ କରିଥିଲେ । ଏହି ପରୀକ୍ଷଣରେ ୧୦ ଗୋଟି ସମରୂପୀ କାଳିଛାପ କାର୍ଡ଼ ବ୍ୟବହାର କରାଯାଏ । ଏହି କାର୍ଡ଼ମାନଙ୍କ ମଧ୍ୟରୁ ପାଞ୍ଚଗୋଟି କଳାଧଳା ଓ ଅନ୍ୟ ପାଞ୍ଚଗୋଟି ରଙ୍ଗିନ ଅଟେ । ପ୍ରତ୍ୟେକ କାଳିଛପା 7’x 10” ର ଧଳା କାର୍ଡ଼-ବୋର୍ଡ଼ର ମଧ୍ୟସ୍ଥଳରେ ଛପା ଯାଇଥାଏ । ଖଣ୍ଡେ କାଗଜରେ କିଛି କାଳି ଢାଳି ଦେଇ ଏହି କାଗଜକୁ ମଝିରୁ ଦୁଇ ଭାଗ କରି ଦୁଇଟି ଭାଗକୁ ଚାପି ଦେଲେ, ଦୁଇ ଭାଗରେ ଯେଉଁ ଚିତ୍ର ହୋଇଯାଏ ତାହାକୁ କାଳିଛାପ ଚିତ୍ର କୁହାଯାଏ ।

ଏହି ପରୀକ୍ଷଣ ଆରମ୍ଭରେ ଗୋଟି ଗୋଟି କରି ପ୍ରତ୍ୟେକ କାର୍ଡ଼କୁ ବ୍ୟକ୍ତିଙ୍କୁ ଦେଖାଯାଏ ଏବଂ ସେ କ’ଣ ଆକୃତିର କଳ୍ପନା କରୁଛନ୍ତି ପ୍ରଶ୍ନ କରାଯାଏ । ପ୍ରତ୍ୟେକ କାଳିଛପା ଚିତ୍ର ପାଇଁ ପରୀକ୍ଷାର୍ଥୀ ବ୍ୟକ୍ତି ନିଜର ଅନୁକ୍ରିୟା ଦିଅନ୍ତି ଓ ଏଗୁଡ଼ିକୁ ପରୀକ୍ଷକଙ୍କ ଦ୍ଵାରା ଲିପିବଦ୍ଧ କରାଯାଇଥାଏ । ପରୀକ୍ଷଣର ଏହି ପ୍ରଥମ ସୋପାନକୁ ମୂଳ ନିଷ୍ପାଦନ ବା ମୁଖ୍ୟ ପ୍ରଶାସନ କୁହାଯାଏ । ଦ୍ଵିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ କାର୍ଡ଼ର କାଳିଛାପକୁ ନେଇ ଯେଉଁ ଆକୃତିର କଳ୍ପନା -ବ୍ୟକ୍ତି କରିଥିଲେ ତାହା ସେ କେଉଁଠାରେ, କିପରି ଓ କାହିଁକି କଲେ ଅନୁସନ୍ଧାନ କରାଯାଇଥାଏ । ଏହାକୁ ଅନ୍ଵେଷଣ ପର୍ଯ୍ୟାୟ କୁହାଯାଏ । ବ୍ୟକ୍ତିଙ୍କର ଅନୁକ୍ରିୟାକୁ ଭିଭି କରି ପ୍ରଶିକ୍ଷିତ ମୂଲ୍ୟାୟନକାରୀ ବ୍ୟକ୍ତିତ୍ଵର ଆକଳନ କରିଥାନ୍ତି ।

CHSE Odisha Class 12 Psychology Unit 1 Long Answer Questions in Odia Medium

(ଖ) କଥାବସ୍ତୁ ସଂପ୍ରତ୍ୟକ୍ଷ ପରୀକ୍ଷଣ (Thermatic Apperception Test (TAT) – ମରେ ଓ ମର୍ମାନ୍ ୧୯୩୫ ମସିହାରେ ଏହି ପରୀକ୍ଷଣର ବିକାଶ କରିଥିଲେ । ଏଥିରେ ୩୦ଟି ଚିତ୍ରର ଏକ ଶୃଙ୍ଖଳା ସହିତ ଗୋଟିଏ ଖାଲି ସାଧାକାର୍ଡ଼କୁ ନେଇ କଥାବସ୍ତୁ ସଂପ୍ରତ୍ୟକ୍ଷ ପରୀକ୍ଷଣ ଗଠିତ । ଏଥ‌ି ମଧ୍ୟରୁ କେତେକ କାର୍ଡ଼ କେବଳ ପୁରୁଷ, କେବଳ ମହିଳା, କେବଳ ବାଳକ, କେବଳ ବାଳିକା ଏବଂ କେତେକ ସଂଯୁକ୍ତ ରୂପରେ ଉପଯୋଗ କରାଯାଉଥାଏ । ପ୍ରତ୍ୟେକ କାର୍ଡ଼ର ଚିତ୍ରକୁ ଦେଖ୍ ବିଷୟୀଙ୍କୁ ଅନୁକ୍ରିୟା ପ୍ରଦାନ କରିବା ନିମନ୍ତେ ସୁଯୋଗ ଦିଆଯାଏ ।

ତାଙ୍କୁ ପଚାରିବାକୁ ହୁଏ ଚିତ୍ରରେ ଦୃଶ୍ୟ ଘଟଣାର କ’ଣ ସମ୍ଭାବିତ କାରଣ ଥାଇପାରେ ? ଚିତ୍ରରେ କ’ଣ ଘଟୁଥିବାର ଦେଖୁଛି ? ଚିତ୍ରରେ ପ୍ରସ୍ତୁତ କରାଯାଇଥିବା ପାତ୍ର-ପାତ୍ରୀ କ’ଣ ଅନୁଭବ ବା ଚିନ୍ତା କରୁଛନ୍ତି ? ଘଟଣାର ପରିଣାମ କ’ଣ ହେବ ? ଏ ସମସ୍ତ ପ୍ରଶ୍ନର ଉତ୍ତରମାନଙ୍କୁ ବିଶ୍ଳେଷଣ କରି ବ୍ୟକ୍ତିତ୍ଵ ସମ୍ବନ୍ଧରେ ମୂଲ୍ୟାୟନ କରାଯାଏ । ଏହି ମୂଲ୍ୟାୟନ ନିମନ୍ତେ ୫ ଗୋଟିରୁ ୨୦ ଗୋଟି କାର୍ଡ଼ ବ୍ୟବହାର କରାଯାଇପାରେ ।

(ଗ) ସଚିତ୍ର ବ୍ୟର୍ଥତା ପରୀକ୍ଷଣ (Picture Frustration Study (P.F Study) – ରୋଜେନ୍‌ଜ୍ ଏହି ପରୀକ୍ଷଣ ବିକଶିତ କରିଥିଲେ । ଏହି ପରୀକ୍ଷଣ ବ୍ୟର୍ଥତା ଓ ଅକ୍ରାମକ ପ୍ରବୃଭିକୁ ଗୁରୁତ୍ଵ ଦିଏ । ଏଥିରେ କ୍ରମାନ୍ଵୟରେ କେତେକ କାର୍ଟୁନ୍ ଚିତ୍ର ପ୍ରଦର୍ଶିତ କରାଯାଏ । ଚିତ୍ରରେ ଜଣେ ଅନ୍ୟ ଜଣଙ୍କୁ ହତାଶ କରୁଥିବାର ଦୃଶ୍ୟ ଥାଏ କିମ୍ବା ଏହା ହତାଶା ପୂର୍ଣ୍ଣ ପରିସ୍ଥିତି ଦିଗକୁ ଦୃଷ୍ଟିକୋଣ ନିମନ୍ତେ ପ୍ରଚେଷ୍ଟା କରୁଥାଏ । ଆକ୍ରମଣ୍ୟତାର ପ୍ରକାର ଓ ଦିଗ ଆଧାରରେ ବ୍ୟକ୍ତି ଅନୁକ୍ରିୟାମାନଙ୍କୁ ବିଶ୍ଳେଷଣ କରାଯାଏ ।

(ଘ) ବାକ୍ୟ ପୂରଣ ପରୀକ୍ଷଣ (Sentence Completion Test) – ଏହି ପ୍ରକାର ପରୀକ୍ଷଣରେ କେତେଗୋଟି ଅସଂପୂର୍ଣ୍ଣ ବାକ୍ୟକୁ ପୂରଣ କରିବାକୁ ପଡ଼େ । ବ୍ୟକ୍ତି ପୂରଣ କରୁଥିବା ଶବ୍ଦାବଳୀରୁ ତାଙ୍କର ଅଭିପ୍ରେରଣ, ଦ୍ଵନ୍ଦୁ, ମନୋବୃତ୍ତି ଇତ୍ୟାଦି ପ୍ରକ୍ଷେପିତ ହୋଇପାରେ ବୋଲି ଆଶା କରାଯାଏ । ଉଦାହରଣ ସ୍ଵରୂପ –
ମୋ ମାଆଙ୍କୁ ________________ ।
ମୁଁ ଏକାକୀ ଥିବାବେଳେ _________________।
ଦୋଷ କରିଛି ଭାବିଲେ __________________।

(ଙ) ବ୍ୟକ୍ତି ଅଙ୍କନ ପରୀକ୍ଷଣ (Draw a Person Test) ପ୍ରଥମେ ଏହାକୁ ବ୍ୟକ୍ତିତ୍ଵ ମୂଲ୍ୟାଙ୍କନ କରିବା ପାଇଁ ଉପଯୋଗ କରିଥିଲେ । ଏହି ପରୀକ୍ଷଣରେ ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ଜଣେ ବ୍ୟକ୍ତିଙ୍କର ଚିତ୍ର ଅଙ୍କନ କରିବାକୁ କୁହାଯାଏ । ତା’ପରେ ବିପରୀତ ଲିଙ୍ଗଧାରୀ ଅନ୍ୟ ଜଣେ ବ୍ୟକ୍ତିଙ୍କର ଚିତ୍ର ଅଙ୍କନ କରିବାକୁ କୁହାଯାଏ । ଶେଷରେ ଉଭୟ ଚିତ୍ରକୁ ପାତ୍ର ଓ ପାତ୍ରୀଭାବେ ବିବେଚନା କରି ଗୋଟିଏ ଗଛ ଲେଖୁବାକୁ କୁହାଯାଏ । ଏହି ଗାଳ୍ପିକ ବର୍ଣ୍ଣନାର ମନୋବିଶ୍ଳେଷଣ ପଦ୍ଧତିରେ ଅନୁଶୀଳନ କରି ବ୍ୟକ୍ତିତ୍ଵର ଆକଳନ କରାଯାଏ ।

CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

Odisha State Board CHSE Odisha Class 12 Foundation of Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା Questions and Answers.

CHSE Odisha 12th Class Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. ଯେଉଁ ଶିକ୍ଷା ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ ଏବଂ ଆନ୍ତଃ ବ୍ୟକ୍ତିଗତ ଦକ୍ଷତା ବିଷୟରେ ଜ୍ଞାନ ପ୍ରଦାନ କରେ, ତାହାକୁ କ’ଣ କୁହାଯାଏ ?
(i) ବୃତ୍ତିଗତ ଶିକ୍ଷା
(ii) ମନସ୍ତାତ୍ତ୍ଵିକ ଶିକ୍ଷା
(iii) ଜୀବନ ନୈପୁଣ୍ୟ ଶିକ୍ଷା
(iv) ସାମାଜିକ ଶିକ୍ଷା
Answer:
(iii) ଜୀବନ ନୈପୁଣ୍ୟ ଶିକ୍ଷା

2. ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ କେବେ ଜୀବନନୈପୁଣ୍ୟ ଶିକ୍ଷା ଉପରେ ମତ ପ୍ରଦାନ କରିଥିଲେ ?
(i) ୨୦୦୫ ମସିହା
(ii) ୧୯୮୦ ମସିହା
(iii) ୧୯୯୩ ମସିହା
(iv) ୧୯୯୦ ମସିହା
Answer:
(iii) ୧୯୯୩ ମସିହା

3. ସୁସ୍ଥ ଜୀବନ ଯାପନ ନିମନ୍ତେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବା, ଜୀବନ ନୈପୁଣ୍ୟ ଶିକ୍ଷାର ଏକ –
(i) ବୈଶିଷ୍ଟ୍ୟ
(ii) ଗୁରୁତ୍ବ
(iii) ଉପକାରିତା
(iv) ଉପାୟ
Answer:
(iv) ଉପାୟ

CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

4. ଜୀବନ ନୈପୁଣ୍ୟ ଶିକ୍ଷା କହିଲେ ମନୁଷ୍ୟ ଜୀବନର କେଉଁ ବିଭବର ସମାହାରକୁ ବୁଝାଏ ?
(i) ଦକ୍ଷତା
(ii) ସୁଗୁଣ
(iii) ଦୁର୍ଗୁଣ
(iv) ଭଲ ଭାବନା
Answer:
(i) ଦକ୍ଷତା

5. ‘ଆତ୍ମ-ସଚେତନତା ଏକ ଦକ୍ଷତା’’ – ଏହା କାହାର ଉକ୍ତି ?
(i) ୟୁନିସେଫ
(ii) ବିଶ୍ୱସ୍ଵାସ୍ଥ୍ୟ ସଙ୍ଗଠନ
(iii) ବିଶ୍ଵ ବାଣିଜ୍ୟ ସଙ୍ଗଠନ
(iv) ନିରାପତ୍ତା ପରିଷଦ
Answer:
(iii) ବିଶ୍ଵ ବାଣିଜ୍ୟ ସଙ୍ଗଠନ

6. ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମତାନୁସାରେ ମଣିଷ ଜୀବନରେ କେତୋଟି ମୁଖ୍ୟ ଦକ୍ଷତା ରହିଛି ?
(i) ୫ଟି
(ii) ୭ଟି
(iii) ୯ଟି
(iv) ୧୦ଟି
Answer:
(iv) ୧୦ଟି

7. “ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟବହାର ପରିବର୍ତ୍ତନ ବା ବ୍ୟବହାର କୌଶଳ ଅଟେ” – ଏହି ମତ କିଏ ଦେଇଥିଲେ ?
(i) ୟୁନିସେଫ
(iii) ବିଶ୍ଵ ବାଣିଜ୍ୟ ସଙ୍ଗଠନ
(ii) ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ
(iv) ସାଧାରଣ ପରିଷଦ
Answer:
(i) ୟୁନିସେଫ

8. ଶିକ୍ଷକ-ଛାତ୍ର ସମ୍ପର୍କକୁ ମଜଭୁତ କରିବା, ଜୀବନ ନୈପୁଣ୍ୟ ଶିକ୍ଷାର ଏକ –
(i) ସାମାଜିକ ଉପକାରିତା
(ii) ସାଂସ୍କୃତିକ ଉପକାରିତା
(iii) ଶିକ୍ଷାଗତ ଉପକାରିତା
(iv) ଅର୍ଥନୈତିକ ଉପକାରିତା
Answer:
(iii) ଶିକ୍ଷାଗତ ଉପକାରିତା

B. ଶୂନ୍ୟସ୍ଥାନ ପୂରଣ କର ।

1. ଯେଉଁ ଶିକ୍ଷା ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ ଏବଂ ଆନ୍ତଃ-ବ୍ୟକ୍ତିଗତ ଦକ୍ଷତା ବିଷୟରେ ଜ୍ଞାନ ପ୍ରଦାନ କରେ ତାକୁ ___________ ଶିକ୍ଷା କୁହାଯାଏ ।
Answer:
ଜୀବନ ନୈପୁଣ୍ୟ

2. ଜୀବନ ନୈପୁଣ୍ୟ ଶିକ୍ଷା, ମନୁଷ୍ୟ ଜୀବନର ସମସ୍ତ ___________ ଗୁଡ଼ିକର ସମାହାରକୁ ବୁଝାଇଥାଏ ।
Answer:
ଦକ୍ଷତା

3. ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ – ମସିହାରେ ଜୀବନ ନୈପୁଣ୍ୟ ଶିକ୍ଷା ଉପରେ ମତ ପ୍ରଦାନ କରିଥିଲେ ।
Answer:
୧୯୯୩

4. ‘‘ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟବହାର ପରିବର୍ତ୍ତନ ବା ବ୍ୟବହାର ବିକାଶର କୌଶଳ ଅଟେ’’ – ଏହି ___________ ର ମତ ଥିଲା ।
Answer:
ୟୁନିସେଫ୍

CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

5. ସମସ୍ୟା ସମାଧାନ ଦକ୍ଷତାର ଅଭିବୃଦ୍ଧି ଘଟାଇବା, ଜୀବନ ନୈପୁଣ୍ୟ ଶିକ୍ଷାର ___________ ଅଟେ ।
Answer:
ଗୁରୁତ୍ବ

6. ଛାତ୍ର-ଶିକ୍ଷକ ସମ୍ପର୍କକୁ ଦୃଢ଼ୀଭୂତ କରିବା ଜୀବନ ନୈପୁଣ୍ୟ ଶିକ୍ଷାର ଏକ ___________ ଅଟେ ।
Answer:
ଉପଯୋଗିତା

7. ସମାଜରେ ମୂଲ୍ୟବୋଧର ସ୍ବଚ୍ଛତା ବଜାୟ ରଖୁବା ଜୀବନ ନୈପୁଣ୍ୟ ଶିକ୍ଷାର ___________ ଉପକାରିତା ଅଟେ ।
Answer:
ସାଂସ୍କୃତିକ

8. ସଞ୍ଚୟର ଅଭିବୃଦ୍ଧି ଜୀବନ ନୈପୁଣ୍ୟ ଶିକ୍ଷାର ଏକ ___________ ଉପକାରିତା ଅଟେ ।
Answer:
ଅର୍ଥନୈତିକ

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଯେଉଁ ଶିକ୍ଷା ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ ଏବଂ ଆନ୍ତଃ-ବ୍ୟକ୍ତିଗତ ଦକ୍ଷତା ବିଷୟରେ ଜ୍ଞାନପ୍ରଦାନ କରେ ତାକୁ ବୃତ୍ତିଗତ ଶିକ୍ଷା କୁହାଯାଏ ।
Answer:
ଯେଉଁ ଶିକ୍ଷା ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ ଏବଂ ଆନ୍ତଃ-ବ୍ୟକ୍ତିଗତ ଦକ୍ଷତା ବିଷୟରେ ଜ୍ଞାନ ପ୍ରଦାନ କରେ ତାହାକୁ ଜୀବନ ନୈପୁଣ୍ୟ ଶିକ୍ଷା କୁହାଯାଏ ।

2. ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ୨୦୦୦ ମସିହାରେ ଜୀବନ ନୈପୁଣ୍ୟ ଶିକ୍ଷା ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ ।
Answer:
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୧୯୯୩ ମସିହାରେ ଜୀବନ ନୈପୁଣ୍ୟ ଶିକ୍ଷା ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ ।

3. ସୁସ୍ଥ ଜୀବନଯାପନ ପାଇଁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରିବା, ଜୀବନ ନୈପୁଣ୍ୟ ଶିକ୍ଷାର ଏକ ଉପକାରିତା ଅଟେ ।
Answer:
ସୁସ୍ଥ ଜୀବନଯାପନ ପାଇଁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବା ଜୀବନ ନୈପୁଣ୍ୟ ଶିକ୍ଷାର ଏକ ଉପାୟ ଅଟେ ।

4. ଆତ୍ମସଚେତନତା ସୃଷ୍ଟି, ଜୀବନ ନୈପୁଣ୍ୟ ଶିକ୍ଷାର ଏକ ଉପାୟ ଅଟେ ।
Answer:
ଆତ୍ମ ସଚେତନତା ସୃଷ୍ଟି ଜୀବନ ନୈପୁଣ୍ୟ ଶିକ୍ଷାର ଏକ ଦକ୍ଷତା ଅଟେ ।

5. କ୍ରୋଧର ପରିଚାଳନା ଜୀବନ ନୈପୁଣ୍ୟ ଶିକ୍ଷାର ଏକ ସାମାଜିକ ସମସ୍ୟା ଅଟେ ।
Answer:
କ୍ରୋଧର ପରିଚାଳନା ଜୀବନ ନୈପୁଣ୍ୟ ଶିକ୍ଷାର ଏକ ଆବେଗିକ ସମସ୍ୟା ଅଟେ ।

6. ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନଙ୍କ ମତରେ ମନୁଷ୍ୟର ୫ଟି ମୁଖ୍ୟ ଦକ୍ଷତା ଅଛି ।
Answer:
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମତରେ ମନୁଷ୍ୟର ୧୦ଟି ମୁଖ୍ୟ ଦକ୍ଷତା ଅଛି ।

7. ବିଭିନ୍ନ ସଂସ୍କୃତିର ଲୋକମାନଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ-ଜୀବନ ନୈପୁଣ୍ୟ ଶିକ୍ଷାର ସାମାଜିକ ଉପାଦେୟ ଅଟେ ।
Answer:
ବିଭିନ୍ନ ସଂସ୍କୃତିର ଲୋକମାନଙ୍କ ମଧ୍ୟରେ ସମନ୍ବୟ ସ୍ଥାପନ – ଜୀବନ ନୈପୁଣ୍ୟ ଶିକ୍ଷାର ଏକ ସାଂସ୍କୃତିକ ଉପାଦେୟତା ଅଟେ ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

1. ଜୀବନ ନୈପୁଣ୍ୟ ଶିକ୍ଷା କହିଲେ କ’ଣ ବୁଝ ?
Answer:
ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ ଏବଂ ବ୍ୟକ୍ତିଗତ ଦକ୍ଷତା ବିଷୟରେ ଜ୍ଞାନପ୍ରଦାନ କରୁଥିବା ଶିକ୍ଷାକୁ ଜୀବନ ନୈପୁଣ୍ୟ ଶିକ୍ଷା କୁହାଯାଏ ।

2. ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କେବେ ଜୀବନ ନୈପୁଣ୍ୟ ଶିକ୍ଷା ବିଷୟରେ ମତବ୍ୟକ୍ତ କରିଥିଲେ ?
Answer:
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୧୯୯୩ ମସିହାରେ ଜୀବନ ନୈପୁଣ୍ୟ ଶିକ୍ଷା ବିଷୟରେ ମତବ୍ୟକ୍ତ କରିଥିଲେ ।

3. ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟକ୍ତିକୁ ସକ୍ଷମ କରିଥାଏ – କିପରି ?
Answer:
ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟକ୍ତିର ଜ୍ଞାନ, ମନୋଭାବ, ଦକ୍ଷତା ଏବଂ ମୂଲ୍ୟବୋଧଗୁଡ଼ିକୁ କାର୍ଯ୍ୟରେ ପରିଣତ କରାଇ ତାକୁ ଅଧିକ ଦକ୍ଷ କରାଇଥାଏ ।

4. ଯୁବପିଢ଼ିମାନେ ସମ୍ମୁଖୀନ ହେଉଥ‌ିବା ଏକ ସମସ୍ୟା ଲେଖ ।
Answer:
ଯୁବପିଢ଼ିମାନେ ବିଭିନ୍ନ ମନସ୍ତାତ୍ତ୍ଵିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି; ଯଥା – ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ।

CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

5. ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନଦ୍ୱାରା ପ୍ରଦତ୍ତ ଜୀବନ-ନୈପୁଣ୍ୟ ଶିକ୍ଷାର ଗୋଟିଏ ମୁଖ୍ୟ କୌଶଳ ଲେଖ ।
Answer:
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପ୍ରଦତ୍ତ ନୈପୁଣ୍ୟ ଶିକ୍ଷାର ଏକ କୌଶଳ ହେଉଛି – ସୃଜନଶୀଳ ଚିନ୍ତାଧାରାର ବିକାଶ କରିବା ।

6. ଜୀବନ ନୈପୁଣ୍ୟ ଶିକ୍ଷାର ଗୋଟିଏ ଅଭିଗୃହୀତ ଧାରଣା ଲେଖ ।
Answer:
ଜୀବନ ନୈପୁଣ୍ୟ ଶିକ୍ଷା ଯୁବପିଢ଼ିର ମୌଳିକ ଆବଶ୍ୟକତା ସମ୍ପର୍କିତ ସମସ୍ୟାର ସମାଧାନ କରାଇଥାଏ ।

7. ଜୀବନ ନୈପୁଣ୍ୟ ଶିକ୍ଷାର ଗୋଟିଏ ସ୍ଵାମାଜିକ ମୂଲ୍ୟବୋଧ ଲେଖ ।
Answer:
ଜୀବନ ନୈପୁଣ୍ୟ ଶିକ୍ଷା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସାମାଜିକୀକରଣ ପ୍ରକ୍ରିୟାର ଅଭିବୃଦ୍ଧି ଘଟାଏ ।

8. ଜୀବନ ନୈପୁଣ୍ୟ ଶିକ୍ଷାର ଏକ ଅର୍ଥନୈତିକ ଉପକାରିତା ଲେଖ ।
Answer:
ଜୀବନ ନୈପୁଣ୍ୟ ଶିକ୍ଷା ସଞ୍ଚୟର ଅଭିବୃଦ୍ଧି ଘଟାଇଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଜୀବନ ନୈପୁଣ୍ୟ ଶିକ୍ଷାର ଦୁଇଟି ଗୁରୁତ୍ଵ ଲେଖ ।
Answer:
(i) ଏହା ଶିକ୍ଷାର୍ଥୀମାନଙ୍କୁ ବାଲ୍ୟାବସ୍ଥାରୁ ପ୍ରାପ୍ତବୟସ୍କ ସୋପାନରେ ପହଞ୍ଚାଇବାରେ ସହାୟକ ହୁଏ ।
(ii) ଏହା ଶିକ୍ଷାର୍ଥୀମାନଙ୍କର ସାମାଜିକ ସମସ୍ୟା ସମାଧାନ ଦକ୍ଷତାର ଅଭିବୃଦ୍ଧି ଘଟାଏ ।

2. ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ (WHO) ଙ୍କ ମତରେ ଜୀବନ ନୈପୁଣ୍ୟ ଶିକ୍ଷା କ’ଣ ?
Answer:
ବିଶ୍ୱସ୍ଵାସ୍ଥ୍ୟ ସଙ୍ଗଠନଙ୍କ ମତରେ ଜୀବନ ନୈପୁଣ୍ୟ ଶିକ୍ଷା ହେଉଛି, ‘‘ସେହି ଉପଯୋଗୀ ତଥା ଯୁକାତ୍ମକ ବ୍ୟବହାର ଯାହାକି ବ୍ୟକ୍ତିକୁ ଜୀବନରେ ଆବଶ୍ୟକତା ଏବଂ କଷ୍ଟକର ସମସ୍ୟାକୁ ଫଳପ୍ରଦ ଭାବରେ ସମ୍ମୁଖୀନ ହେବାରେ ସକ୍ଷମ କରାଏ ।’’

3. ଜୀବନ ନୈପୁଣ୍ୟ ଶିକ୍ଷା କିପରି ବ୍ୟକ୍ତିକୁ ସକ୍ଷମ କରାଏ, ତାହାର ତିନୋଟି ଉପାୟ ଲେଖ ।
Answer:
(i) ଏହା ଜ୍ଞାନ, ମନୋଭାବ, ଦକ୍ଷତା ଏବଂ ମୂଲ୍ୟବୋଧଗୁଡ଼ିକୁ କାର୍ଯ୍ୟରେ ପରିଣତ କରାଏ ।
(ii) ଏହା ଆତ୍ମ-ବିଶ୍ଵାସ ସୃଷ୍ଟିରେ ସାହାଯ୍ୟ କରେ ।
(iii) ଅନ୍ୟମାନଙ୍କ ପ୍ରତି ସକାରାତ୍ମକ ବ୍ୟବହାର ପ୍ରଦର୍ଶନରେ ଏହା ସହାୟକ ହୁଏ ।

4. ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ (WHO) ଦ୍ଵାରା ପ୍ରଦତ୍ତ ତିନୋଟି ଜୀବନ କୌଶଳ (ନୈପୁଣ୍ୟ) ଲେଖ ।
Answer:
(i) ଆତ୍ମ ସଚେତନତା ବୃଦ୍ଧି ।
(ii) ନିଷ୍ପଭି ନେବାର ଦକ୍ଷତା ହାସଲ ।
(iii) ଆବେଗର ସୁପରିଚାଳନା ।

5. ଜୀବନ ନୈପୁଣ୍ୟ ଶିକ୍ଷାର ସାଂସ୍କୃତିକ ଉପାଦେୟତା କ’ଣ ?
Answer:
(i) ଏହା ବ୍ୟକ୍ତିକୁ ଅର୍ଥପୂର୍ଣ ସାଂସ୍କୃତିକ ଅଭ୍ୟାସର ଅଭିବୃଦ୍ଧିରେ ସାହାଯ୍ୟ କରେ ।
(ii) ଏହା ବିଭିନ୍ନ ସଂସ୍କୃତିର ଲୋକମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବାରେ ସାହାଯ୍ୟ କରେ ।
(iii) ଏହା ସମାଜରେ ମୂଲ୍ୟବୋଧଗୁଡ଼ିକର ପ୍ରସାର ଘଟାଇବାରେ ସାହାଯ୍ୟ କରେ ।

6. ଜୀବନ ନୈପୁଣ୍ୟ ଶିକ୍ଷାର ଦୁଇଟି ଗୁରୁତ୍ଵ ଲେଖ ।
Answer:
(i) ଏହି ଶିକ୍ଷା ଶିକ୍ଷାର୍ଥୀମାନଙ୍କୁ ଆତ୍ମ ସଚେତନ କରାଇ ସେମାନଙ୍କୁ ଉତ୍ତମ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରେ ।
(ii) ଏହା ଶିକ୍ଷାର୍ଥୀଙ୍କର ନିଷ୍ପତ୍ତି ନେବାର ଦକ୍ଷତା ବୃଦ୍ଧି ଘଟାଇ ସେମାନଙ୍କ ସମସ୍ୟା ସମାଧାନରେ ସହାୟକ ହୁଏ ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ଜୀବନ ନୈପୁଣ୍ୟ ଶିକ୍ଷା କ’ଣ ସଂକ୍ଷେପରେ ବୁଝାଅ ।
Answer:
(i) ଯେଉଁ ଶିକ୍ଷା ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ୍ ଏବଂ ଆନ୍ତଃ-ବ୍ୟକ୍ତିଗତ ଦକ୍ଷତା ବିଷୟରେ ଜ୍ଞାନ ପ୍ରଦାନ କରେ, ତାହାକୁ ଜୀବନ ନୈପୁଣ୍ୟ ଶିକ୍ଷା କୁହାଯାଏ ।
(ii) ଏହା ବ୍ୟକ୍ତିମାନଙ୍କୁ ନିଷ୍ପଭି ନେବା, ପରସ୍ପର ମଧ୍ୟରେ ସମ୍ପର୍କ ରକ୍ଷା ଏବଂ ଆତ୍ମପରିଚାଳନା ଦକ୍ଷତା ବୃଦ୍ଧିରେ ସହାୟକ ହୁଏ ଏବଂ ସୁସ୍ଥ ଜୀବନ ଯାପନରେ ସାହାଯ୍ୟ କରେ ।
(iii) ଏହି ଶିକ୍ଷା ଆମ ଜୀବନକୁ ଫଳପ୍ରଦ କରିବାପାଇଁ ଆମେ ଆବଶ୍ୟକ କରୁଥିବା କୌଶଳ ଏବଂ ଦକ୍ଷତା ଯୋଗାଇଥାଏ ଯାହାକି ଆମର ଅଭିଳାଷ ପୂରଣ ଏବଂ ଅନ୍ତର୍ନିହିତ ଶକ୍ତିର ପୂର୍ଣ ବିକାଶରେ ସାହାଯ୍ୟ କରେ ।
(iv) ଯେକୌଣସି କୌଶଳ ବା ଦକ୍ଷତା ଆମ ଜୀବନରେ ଉପଯୋଗୀ ତାକୁ ଜୀବନ ନୈପୁଣ୍ୟ ଦକ୍ଷତା କୁହାଯାଇଥାଏ ।
(v) ଉଦାହରଣସ୍ୱରୂପ ପିଲାମାନେ ଜୋତାର ଲେସ୍ ବାନ୍ଧିବା, ସନ୍ତରଣ କରିବା ବା କମ୍ପ୍ୟୁଟର ଚଳାଇ ଶିଖିବା ଇତ୍ୟାଦି ।

CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

2. ଜୀବନ ନୈପୁଣ୍ୟ ଶିକ୍ଷାର ସାମାଜିକ ଉପଯୋଗିତାଗୁଡ଼ିକ ଲେଖ ।
Answer:
(i) ଏହି ଶିକ୍ଷା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସାମାଜିକୀକରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଏ ।
(ii) ଏହା ଶିକ୍ଷାର୍ଥୀମାନଙ୍କୁ ନିଜର ନିର୍ଭରଯୋଗ୍ୟ ଏବଂ ଭଲ ସାଙ୍ଗ ଚୟନ କରିବାରେ ସାହାଯ୍ୟ କରେ ।
(iii) ଏହା ପିଲାମାନଙ୍କର ଅବସର ସମୟର ସଠିକ୍ ବିନିଯୋଗ କରାଯାଏ ।
(iv) ଏହା ଶିକ୍ଷକ, ଶିକ୍ଷାର୍ଥୀ ଏବଂ ବିଦ୍ୟାଳୟ ସମୂହ ମଧ୍ଯରେ ଅର୍ଥପୂର୍ଣ ପାରସ୍ପରିକ ସମ୍ପର୍କ ସ୍ଥାପନରେ ସହାୟକ ହୁଏ ।
(v) ଏହା ଶିକ୍ଷାର୍ଥୀର ଚରିତ୍ର ଗଠନରେ ସହାୟକ ହୁଏ ।

3. ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟକ୍ତିକୁ କିପରି ସକ୍ଷମ କରାଇଥାଏ ?
Answer:
ଏହି ଶିକ୍ଷା ବ୍ୟକ୍ତିକୁ ନିମ୍ନ ପ୍ରକାରେ ସକ୍ଷମ କରାଇଥାଏ –
(i) ଏହା ଜ୍ଞାନ, ମନୋଭାବ, ଦକ୍ଷତା ଏବଂ ମୂଲ୍ୟବୋଧଗୁଡ଼ିକୁ କାର୍ଯ୍ୟରେ ପରିଣତ କରାଏ ।
(ii) ଏହି ଶିକ୍ଷା ସୁସ୍ଥ ଜୀବନଯାପନ ପାଇଁ ଦାୟିତ୍ୱସମ୍ପନ୍ନ ଭୂମିକା ନିର୍ବାହ କରେ ।
(iii) ଏହା ଅନ୍ୟମାନଙ୍କ ପ୍ରତି ସକରାତ୍ମକ ବ୍ୟବହାର ପ୍ରଦର୍ଶନ କରିବାକୁ ପ୍ରେରଣା ଯୋଗଏ ।
(iv) ଏହା ଶିକ୍ଷାର୍ଥୀ ମନରେ ଆତ୍ମବିଶ୍ଵାସ ସୃଷ୍ଟି କରାଇଥାଏ ।
(v) ଏହା ଆତ୍ମସମ୍ମାନ ସୃଷ୍ଟିରେ ସହାୟକ ହୁଏ ।

4. ଯୁବପିଢ଼ିମାନେ ସମ୍ମୁଖୀନ ହେଉଥ‌ିବା ସମସ୍ୟାଗୁଡ଼ିକ ଲେଖ ।
Answer:
ଯୁବପିଢ଼ିମାନେ ନିମ୍ନଲିଖିତ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେଉଛନ୍ତି ।
(i) ବିଭିନ୍ନ ମନସ୍ତାତ୍ତ୍ଵିକ ସମସ୍ୟା; ଯଥା – ପରୀକ୍ଷାପାଇଁ ପ୍ରସ୍ତୁତ ହେବା ଏବଂ ସାଥୀଦଳର ବିଭିନ୍ନ ଚାପ ଇତ୍ୟାଦି ।
(ii) ସାମାଜିକ ସମସ୍ୟା; ଯଥା – ସାଥୀଦଳର ଚାପ, ଆନ୍ତ-ସମ୍ପର୍କ ଇତ୍ୟାଦି ।
(iii) ଅର୍ଥନୈତିକ ସମସ୍ୟା; ଯଥା – ପୁଞ୍ଜିର ଅଭାବ, ଆର୍ଥିକ ଅଭାବ, ମୌଳିକ ଆବଶ୍ୟକତା ଇତ୍ୟାଦି ।
(iv) ଆବେଗିକ ସମସ୍ୟା; ଯଥା – କ୍ରୋଧ ପରିଚାଳନା, ହରମୋନର ପ୍ରଭାବ ଇତ୍ୟାଦି ।
(v) ଆଧ୍ୟାତ୍ମିକ ସମସ୍ୟା; ଯଥା – ଧର୍ମୀୟ ବିଶ୍ଵାସରେ ଦ୍ବନ୍ଦ୍ବ ଇତ୍ୟାଦି ।

5. ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନଦ୍ୱାରା ପ୍ରଦତ୍ତ ମୁଖ୍ୟ ଜୀବନ କୌଶଳଗୁଡ଼ିକ ଲେଖ ।
Answer:
ବିଶ୍ଵସ୍ଵାସ୍ଥ୍ୟ ସଙ୍ଗଠନ WHO ମୁଖ୍ୟତଃ ୧୦ ଗୋଟି ଜୀବନ କୌଶଳ ବିଷୟରେ ମତ ପ୍ରଦାନ କରିଛନ୍ତି । ସେଗୁଡ଼ିକ ହେଲା –
(i) ଆତ୍ମ-ସଚେତନତା ।
(ii) ସମାଲୋଚନାମୂଳକ ଚିନ୍ତା କରିବା ।
(iii) ସମ୍ବେଦନ ଶକ୍ତିର ବିକାଶ ।
(iv) ସୃଜନଶୀଳ ଚିନ୍ତାଧାରା ।
(v) ନିଷ୍ପତ୍ତି ନେବାର ଦକ୍ଷତା ।
(vi) ସମସ୍ୟା ସମାଧାନ ।
(vii) ଫଳପ୍ରଦ ଯୋଗାଯୋଗ ।
(viii) ଆନ୍ତଃ ବ୍ୟକ୍ତିଗତ ସମ୍ପର୍କ ରକ୍ଷା ।
(ix) ମାନସିକ ଚାପର ନିୟନ୍ତ୍ରଣ ।
(x) ଆବେଗର ସୁପରିଚାଳନା ।

6. ଜୀବନ ନୈପୁଣ୍ୟ ଶିକ୍ଷାର ଅଭିଗୃହୀତ ଧାରଣା ବିଷୟରେ ଲେଖ ।
Answer:
(i) ଶିକ୍ଷାର୍ଥୀମାନେ ଆବଶ୍ୟକତା ଅନୁସାରେ ତଥ୍ୟ, କୌଶଳ ଏବଂ ମନୋଭାବ ଗ୍ରହଣ କରିପାରିଲେ ଗଠନମୂଳକ ନିଷ୍ପତ୍ତି
ନେଇପାରିବେ ।
(ii) ଜୀବନ ନେପୁଣ୍ୟ ଶିକ୍ଷା ବିଭିନ୍ନ ସାମାଜିକ – ସାଂସ୍କୃତିକ ସମସ୍ୟା; ଯଥା – HIV ଏବଂ AIDS, ନିଶାଦ୍ରବ୍ୟର ଭୁଲ ବିନିଯୋଗ ଇତ୍ୟାଦିର ସମାଧାନ କରିଥାଏ ।
(iii) ସେହିପରି ଏହା ଯୁବପିଢ଼ିର ମୌଳିକ ଆବଶ୍ୟକତା ସମ୍ବନ୍ଧୀୟ ସମସ୍ୟା ସମାଧାନରେ ସାହାଯ୍ୟ କରେ ।
(iv) ଯଦି ଶିକ୍ଷାର୍ଥୀର ବାସ୍ତବ ଜୀବନ ଅଭିଜ୍ଞତା ଉପରେ ପର୍ଯ୍ୟବସିତ ହୁଏ, ତେବେ ଜୀବନ ନୈପୁଣ୍ୟ ଦକ୍ଷତାର ବିକାଶ ସମ୍ଭବପର
ହେବ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଜୀବନ ନୈପୁଣ୍ୟ ଶିକ୍ଷା କ’ଣ ? ଏହାର ଗୁରୁତ୍ଵ ଉଲ୍ଲେଖ କର ।
Answer:
ବର୍ତ୍ତମାନ ସମୟରେ ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟାପକ ଭାବରେ ବ୍ୟବହାର କରାଯାଉଛି । କିନ୍ତୁ ଏହାକୁ ଆମ୍ଭେମାନେ ସର୍ବଦା ଜୀବିକା ନୈପୁଣ୍ୟ ଅର୍ଥରେ ବ୍ୟବହାର କରୁଅଛୁ । କିନ୍ତୁ ଜୀବନ ନୈପୁଣ୍ୟ ଶିକ୍ଷା ଏବଂ ଜୀବିକା ନୈପୁଣ୍ୟ ଦୁଇଟି ଭିନ୍ନ ପ୍ରତ୍ୟୟ । ଜୀବିକା ଦକ୍ଷତା ଆମର ରୋଜଗାର ବୃଦ୍ଧିକରିବା ସହିତ ବ୍ୟକ୍ତିଗତ ଅର୍ଥନୈତିକ ଲକ୍ଷ୍ୟ ପୂରଣରେ ସହାୟକ ହୁଏ । ଏହି ଦକ୍ଷତାଗୁଡ଼ିକ ମୁଖ୍ୟତଃ ବୃତ୍ତିଗତ ନୈପୁଣ୍ୟ ଏବଂ ବ୍ୟବସାୟ ପରିଚାଳନା ଦକ୍ଷତା ସହ ଜଡ଼ିତ ।

କିନ୍ତୁ ଜୀବନ ନୈପୁଣ୍ୟ ମନୁଷ୍ୟ ଜୀବନର ସମସ୍ତ ଦକ୍ଷତାକୁ ପରିସରଭୁକ୍ତ କରିଥାଏ । ଏହା ଅର୍ଥନୈତିକ, ସାମାଜିକ କିମ୍ବା ମନସ୍ତାତ୍ତ୍ଵିକ ଦକ୍ଷତା ହୋଇପାରେ । ଜୀବନ ନୈପୁଣ୍ୟର ବିକାଶ ଏକ ଜୀବନବ୍ୟାପୀ ପ୍ରକ୍ରିୟା ଯାହା ପ୍ରାକ୍-ବାଲ୍ୟାବସ୍ଥାରୁ ଆରମ୍ଭ ହୋଇ ସାରା ଜୀବନ ଚାଲୁରହିଥାଏ । ଏହି ପ୍ରକ୍ରିୟା ମୁଖ୍ୟତଃ ଦୁଇଟି ଦକ୍ଷତା ଯଥା – ମନସ୍ତାତ୍ତ୍ଵିକ ଏବଂ ସାମାଜିକ ଦକ୍ଷତା ଉପରେ ଅଧ୍ଵକ ଗୁରୁତ୍ଵ ପ୍ରଦାନ କରିଥାଏ ।

ମନସ୍ତାତ୍ତ୍ଵିକ – ଏହି ଦକ୍ଷତାଗୁଡ଼ିକ ମାନସିକ ପ୍ରକ୍ରିୟା ଏବଂ କାର୍ଯ୍ୟକ୍ରମ ସହ ଜଡ଼ିତ; ଯଥା – ସମସ୍ୟା ସମାଧାନ ଦକ୍ଷତା ।
ସାମାଜିକ – ଏହି ଦକ୍ଷତା ଜଣକୁ ନିଜ ସହ, ଅନ୍ୟମାନଙ୍କ ସହ ଏବଂ ପରିବେଶ ସହ ଆନ୍ତଃକରଣ ପ୍ରକ୍ରିୟାକୁ ବୁଝାଏ ।

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ୧୯୯୩ ମସିହାରେ ମତ ଦେଇଥିଲେ ଯେ, ‘ଜୀବନ ନୈପୁଣ୍ୟ ଶିକ୍ଷା ହେଉଛି, ସେହି ଉପଯୋଗୀ ତଥା ଯୁକ୍ତାତ୍ମକ ବ୍ୟବହାର ଯାହା ବ୍ୟକ୍ତିକୁ ଜୀବନର ଆବଶ୍ୟକତା ଏବଂ କଷ୍ଟକର ସମସ୍ୟାକୁ ଫଳପ୍ରଦ ଭାବରେ ସମ୍ମୁଖୀନ ହେବାକୁ ସକ୍ଷମ କରାଏ ।’’

ସେହିପରି ୟୁନିସେଫ୍ (UNICEF) ଙ୍କ ମତରେ “ଏହା ବ୍ୟବହାର ପରିବର୍ତ୍ତନ ବା ବ୍ୟବହାର ବିକାଶର କୌଶଳ ଅଟେ; ଯାହାକି ତିନୋଟି ବିଷୟ; ଯଥା – ଜ୍ଞାନ, ମନୋଭାବ ଏବଂ ଦକ୍ଷତା ମଧ୍ଯରେ ଭାରସାମ୍ୟ ରକ୍ଷାକରେ ।’’

CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

ଏଥୁରୁ ସ୍ପଷ୍ଟ ଯେ ଜୀବନ ନୈପୁଣ୍ୟଗୁଡ଼ିକ ହେଉଛି ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ ଏବଂ ଆନ୍ତଃ-ବ୍ୟକ୍ତିଗତ ଦକ୍ଷତା ଯାହାକି ବ୍ୟକ୍ତିବିଶେଷର ନିଷ୍ପତି ନେବା, ପରସ୍ପର ମଧ୍ୟରେ ସମ୍ପର୍କ ରକ୍ଷା ଓ ଆତ୍ମପରିଚାଳନା ଦକ୍ଷତା ବୃଦ୍ଧିରେ ସହାୟକ ହୁଏ ଏବଂ ବ୍ୟକ୍ତିକୁ ସୁସ୍ଥ ଜୀବନଯାପନରେ ସାହାଯ୍ୟ କରେ । ଏହି ଶିକ୍ଷା ଆମ ଜୀବନକୁ ଫଳପ୍ରଦ କରିବାପାଇଁ ଆମେ ଆବଶ୍ୟକ କରୁଥିବା କୌଶଳ ଏବଂ ଦକ୍ଷତା ଅଟେ ।

ସେହି ଦକ୍ଷତାଗୁଡ଼ିକ ଆମର ଅଭିଳାଷ ପୂରଣ ଏବଂ ଅନ୍ତର୍ନିହିତ ଶକ୍ତିର ପୂର୍ଣ୍ଣ ବିକାଶରେ ସାହାଯ୍ୟ କରନ୍ତି । ତେଣୁ ଯେକୌଣସି କୌଶଳ ବା ଦକ୍ଷତାଗୁଡ଼ିକ ଆମ ଜୀବନରେ ଉପଯୋଗୀ ତାକୁ ଜୀବନ ନୈପୁଣ୍ୟ କୁହାଯାଇପାରେ । ଉଦାହରଣସ୍ୱରୂପ – ଜୋତାର ଲେସ୍ ବାନ୍ଧିବା, ସନ୍ତରଣ କରିବା, କାର୍‌ ଚଳାଇ ଶିଖିବା ଏବଂ କମ୍ପ୍ୟୁଟର ଚଳାଇବା ଇତ୍ୟାଦି ।

ଏହି ଶିକ୍ଷା ବିଭିନ୍ନ ସାମାଜିକ – ସାଂସ୍କୃତିକ ସମସ୍ୟା ଯଥା HIV ଏବଂ AIDS, ନିଶାସେବନ ଏବଂ ଶିକ୍ଷରେ ଅପଚୟ ଏବଂ ଆବଦ୍ଧତା ଇତ୍ୟାଦି ସମାଧାନରେ ସାହାଯ୍ୟ କରେ । ଏହି ଶିକ୍ଷା ଯୁବସମାଜର ନିଷ୍ପଭିମୂଳକ ଆବଶ୍ୟକତା ଅଟେ । ଯେତେବେଳେ ଏହି ଶିକ୍ଷା ଶିକ୍ଷାର୍ଥୀର ବାସ୍ତବ ଜୀବନର ଅଭିଜ୍ଞତାଭିଭିକ ହୋଇଥାଏ, ସେତେବେଳେ ଏହାର ସଠିକ୍ ବିକାଶ ହୋଇପାରିଥାଏ ।

ଜୀବନ ନୈପୁଣ୍ୟ ଶିକ୍ଷାର ଗୁରୁତ୍ଵ – ଏହି ଶିକ୍ଷାର ନିମ୍ନଲିଖିତ ଗୁରୁତ୍ଵମାନ ରହିଛି –
(i) ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟକ୍ତିକୁ ବାଲ୍ୟାବସ୍ଥାରୁ ପ୍ରାପ୍ତବୟସ୍କ ସୋପାନରେ ପହଞ୍ଚାଇବା ପାଇଁ ସାହାଯ୍ୟ କରେ । ଏହା କେବଳ ସାମାଜିକ ଏବଂ ଆବେଗିକ ଦକ୍ଷତାର ସୁସ୍ଥ ବିକାଶ ମାଧ୍ୟମରେ ସମ୍ଭବ ହୁଏ ।
(ii) ଏହା ସାମାଜିକ ସମସ୍ୟା ସମାଧାନ ଦକ୍ଷତା ବୃଦ୍ଧିରେ ସହାୟକ ହୁଏ ।
(iii) ଏହା ପରିସ୍ଥିତି ଏବଂ ସମସ୍ୟାମୂଳକ ବ୍ୟବହାର ମଧ୍ଯରେ ଯୋଗସୂତ୍ର ଭଳି କାର୍ଯ୍ୟକରେ ।
(iv) ଏହା ଯୁକ୍ତାତ୍ମକ ସାମାଜିକ ନୀତିନିୟମ ଯଥା ଜଣେ ପ୍ରାପ୍ତବୟସ୍କର ସ୍ବାସ୍ଥ୍ୟ ସେବା, ବିଦ୍ୟାଳୟ ଏବଂ ପରିବାରର ଉନ୍ନତି ଆଣିବାରେ ସାହାଯ୍ୟ କରେ ।
(v) ଏହା ଜଣେ କିଶୋରକୁ ଗୋଟିଏ ପରିସ୍ଥିତି ବିଷୟରେ ଶୁଣିବା ଓ ଦେଖିବା ମଧ୍ୟରେ ଥ‌ିବା ପାର୍ଥକ୍ୟକୁ ହୃଦୟଙ୍ଗମ କରିବାରେ ସାହାଯ୍ୟ କରେ ।
(vi) ଏହା ଟବାକୋ ଏବଂ ମଦ୍ୟପାନ କରିବାର ବୟସକୁ ବିଳମ୍ବିତ କରାଏ ।
(vii) ଏହା ଯୁକ୍ତତ୍ମକ ଆତ୍ମ-ସମ୍ମାନ ଏବଂ ଶିକ୍ଷକଙ୍କର କ୍ରୋଧ ନିୟନ୍ତ୍ରଣରେ ଉନ୍ନତି ଘଟାଏ ।

ଉପରୋକ୍ତ ଆଲୋଚନାରୁ ପ୍ରତୀୟମାନ ହୁଏ ଯେ, ଯେଉଁଠାରେ ଜୀବନ ନୈପୁଣ୍ୟ ଶିକ୍ଷା ଯେତେ ଅଧ୍ବକ ଉନ୍ନତ ଏବଂ ବ୍ୟାବହାରିକ ସେଠାରେ ଏହା ସେତିକି ପରିମାଣରେ ଉନ୍ନତି ଆଣେ ଏବଂ ବ୍ୟକ୍ତି ସୁସ୍ଥ ଜୀବନଯାପନ ନିମିତ୍ତ ସକ୍ଷମ ହୁଏ ।

2. ଜୀବନ ନୈପୁଣ୍ୟ ଶିକ୍ଷାର ଉପକାରିତା ଆଲୋଚନା କର ।
Answer:
ଯେଉଁ ଶିକ୍ଷା ଦକ୍ଷତା ବା ନିପୁଣତାଗୁଡ଼ିକର ବିକାଶ ଘଟାଇ ମନୁଷ୍ୟ ଜୀବନରେ ସମସ୍ତ ଦିଗଗୁଡ଼ିକୁ ସମୃଦ୍ଧ କରିବାରେ ସାହାଯ୍ୟ କରେ ତାହାକୁ ଜୀବନ ନୈପୁଣ୍ୟ ଶିକ୍ଷା କୁହାଯାଇଥାଏ । ଏହା ଏକ ଜୀବନବ୍ୟାପି ପ୍ରକ୍ରିୟା । ଏହା ପ୍ରାକ୍-ବାଲ୍ୟାବସ୍ଥାରୁ ଆରମ୍ଭ ହୋଇ ଜୀବନସାରା ଚାଲୁ ରହିଥାଏ । ଏହି ଦକ୍ଷତା ମୁଖ୍ୟତଃ ଦୁଇଟି ବିଷୟ; ଯଥା – ସାମାଜିକ ଏବଂ ମନସ୍ତାତ୍ତ୍ଵିକ ନିପୁଣତା ଉପରେ ଗୁରୁତ୍ଵ ପ୍ରଦାନ କରେ ।

ଏହି ଶିକ୍ଷାର ଅର୍ଥ ପ୍ରକାଶ କରି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୧୯୯୩ ମସିହାରେ ମତ ପ୍ରକାଶ କରିଥିଲେ ଯେ, “ଜୀବନ ନୈପୁଣ୍ୟ ଶିକ୍ଷା ହେଉଛି, ସେହି ଉପଯୋଗୀ ତଥା ଯୁକ୍ତାତ୍ମକ ବ୍ୟବହାର ଯାହା ବ୍ୟକ୍ତିକୁ ଜୀବନର ଆବଶ୍ୟକତା ଏବଂ କଷ୍ଟକର ସମସ୍ୟାକୁ ଫଳପ୍ରଦ ଭାବରେ ସମ୍ମୁଖୀନ ହେବାକୁ ସକ୍ଷମ କରାଏ ।’’

ଜୀବନ ନୈପୁଣ୍ୟ ଶିକ୍ଷାର ଅନେକ ଉପକାରିତା ରହିଛି, ସେଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇଛି ।
(କ) ଶିକ୍ଷାଗତ ଉପକାରିତା :
(i) ଏହା ଶିକ୍ଷକ-ଛାତ୍ର ସମ୍ପର୍କକୁ ଦୃଢ଼ୀଭୂତ କରେ ।
(ii) ଏହା ବ୍ୟବହାରରେ ଆଶାନୁରୂପ ପରିବର୍ତନ ଆଣିଥାଏ ।
(iii) ଏହା ବିଦ୍ୟାଳୟଗୁଡ଼ିକରେ ଶୃଙ୍ଖଳା ବୃଦ୍ଧି କରାଏ ।
(iv) ଏହା ଶିକ୍ଷାର୍ଥୀର ସମସ୍ୟାଗୁଡ଼ିକୁ ହ୍ରାସ କରାଏ ।
(v) ଏହା ଶିକ୍ଷାର୍ଥୀମାନଙ୍କର ଶିକ୍ଷଣକୁ ଫଳପ୍ରଦ କରାଏ ।

(ଖ) ସାମାଜିକ ଉପକାରିତା :
(i) ଏହା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସାମାଜିକୀକରଣ ପ୍ରକ୍ରିୟାକୁ ଦ୍ରୁତତର କରାଏ ।
(ii) ଏହା ଶିକ୍ଷାର୍ଥୀମାନଙ୍କୁ ନିଜର ଭଲ ଏବଂ ନିର୍ଭରଯୋଗ୍ୟ ବନ୍ଧୁ ବାଛିବାରେ ସାହାଯ୍ୟ କରେ ।
(iii) ଏହା ଶିକ୍ଷାର୍ଥୀମାନଙ୍କର ଅବସର ସମୟରେ ସଠିକ୍ ବିନିଯୋଗ କରାଇଥାଏ ।
(iv) ଏହା ଶିକ୍ଷାର୍ଥୀ, ଶିକ୍ଷକ ଏବଂ ବିଦ୍ୟାଳୟ ସଙ୍ଗଠନ ମଧ୍ୟରେ ଅର୍ଥପୂର୍ଣ ପାରସ୍ପରିକ ସମ୍ପର୍କ ସ୍ଥାପନ କରାଏ ।
(v) ଏହା ଚରିତ୍ର ଗଠନରେ ସାହାଯ୍ୟ କରେ ।

(ଗ) ସ୍ଵାସ୍ଥ୍ୟଗତ ଉପକାର :
(i) ଏହା ବିଭିନ୍ନ ରୋଗ; ଯଥା – HIV ଏବଂ AIDS ର ନିରାକରଣ ବା ଉପଶମରେ ସାହାଯ୍ୟ କରେ ।
(ii) ଏହା ବ୍ୟକ୍ତିର ଶାରୀରିକ, ମାନସିକ, ଆବେଗିକ ଏବଂ ସାମାଜିକ ମଙ୍ଗଳ ସାଧନରେ ସହାୟକ ହୁଏ ।
(iii) ଏହା ପ୍ରତ୍ୟେକ ବ୍ୟକ୍ତିକୁ ନିଜର ତଥା ଅନ୍ୟମାନଙ୍କର ସ୍ୱାସ୍ଥ୍ୟ ସମସ୍ୟାର ଦାୟିତ୍ୱ ନେବାକୁ ପ୍ରେରଣା ପ୍ରଦାନ କରେ ।

(ଘ) ସାଂସ୍କୃତିକ ଉପକାରିତା :
(i) ଏହା ଲୋକମାନଙ୍କୁ ଅର୍ଥପୂର୍ଣ ସାଂସ୍କୃତିକ ପ୍ରଥାକୁ ବିଶ୍ୱାସ କରିବା ଏବଂ କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଦୂର କରିବାରେ ସାହାଯ୍ୟ କରେ ।
(ii) ଏହା ବିଭିନ୍ନ ସଂସ୍କୃତିର ଲୋକମାନଙ୍କ ମଧ୍ୟରେ ସୁସ୍ଥ ସହଯୋଗିତା ସ୍ଥାପନ କରାଇବାରେ ସହାୟକ ହୁଏ ।
(iii) ଏହା ସମାଜରେ ମୂଲ୍ୟବୋଧ ସ୍ବଚ୍ଛତା ବଜାୟ ରଖିବାରେ ସାହାଯ୍ୟ କରେ ।

(ଙ) ଅର୍ଥନୈତିକ ଉପାଦେୟତା :
(i) ଏହା ଏକ ଅଭିପ୍ରେରିତ, ଦୃଢ଼ ଏବଂ ଶକ୍ତିଶାଳୀ କର୍ମଜୀବୀ ବଳ ମାଧ୍ୟମରେ ଉତ୍ପାଦିତା ଶକ୍ତି ବୃଦ୍ଧି ଘଟାଏ ।
(ii) ଏହା ସଞ୍ଚୟ ବୃଦ୍ଧିରେ ସାହାଯ୍ୟ କରେ ।
(iii) ଏହା ନିଶାଦ୍ରବ୍ୟର ଦୁରୁପଯୋଗକୁ ରୋକିବାରେ ସାହାଯ୍ୟ କରେ ।
(iv) ଏହା କ୍ଷତିଗ୍ରସ୍ତ ସମ୍ପଭିର ମରାମତି ବା ପୁନରୁଦ୍ଧାର କରାଏ ।
(v) ଏହା ଶିକ୍ଷାଦାନ-ଶିକ୍ଷଣ ସାମଗ୍ରୀ କିଣିବାକୁ ପ୍ରୋତ୍ସାହିତ କରେ ।

CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ବର୍ତ୍ତମାନ ସମୟରେ ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟାପକ ଭାବରେ ବ୍ୟବହାର କରାଯାଉଛି । କିନ୍ତୁ ଏହାକୁ ଆମ୍ଭେମାନେ ସର୍ବଦା ଜୀବିକା ନୈପୁଣ୍ୟ ଅର୍ଥରେ ବ୍ୟବହାର କରୁଅଛୁ । କିନ୍ତୁ ଜୀବନ ନୈପୁଣ୍ୟ ଶିକ୍ଷା ଏବଂ ଜୀବିକା ନୈପୁଣ୍ୟ ଦୁଇଟି ଭିନ୍ନ ପ୍ରତ୍ୟୟ । ଜୀବିକା ଦକ୍ଷତା ଆମର ରୋଜଗାର ବୃଦ୍ଧିକରିବା ସହିତ ବ୍ୟକ୍ତିଗତ ଅର୍ଥନୈତିକ ଲକ୍ଷ୍ୟ ପୂରଣରେ ସହାୟକ ହୁଏ । ଏହି ଦକ୍ଷତାଗୁଡ଼ିକ ମୁଖ୍ୟତଃ ବୃତ୍ତିଗତ ନୈପୁଣ୍ୟ ଏବଂ ବ୍ୟବସାୟ ପରିଚାଳନା ଦକ୍ଷତା ସହ ଜଡ଼ିତ ।

କିନ୍ତୁ ଜୀବନ ନୈପୁଣ୍ୟ ମନୁଷ୍ୟ ଜୀବନର ସମସ୍ତ ଦକ୍ଷତାକୁ ପରିସରଭୁକ୍ତ କରିଥାଏ । ଏହା ଅର୍ଥନୈତିକ, ସାମାଜିକ କିମ୍ବା ମନସ୍ତାତ୍ତ୍ଵିକ ଦକ୍ଷତା ହୋଇପାରେ । ଜୀବନ ନୈପୁଣ୍ୟର ବିକାଶ ଏକ ଜୀବନବ୍ୟାପୀ ପ୍ରକ୍ରିୟା ଯାହା ପ୍ରାକ୍-ବାଲ୍ୟାବସ୍ଥାରୁ ଆରମ୍ଭ ହୋଇ ସାରା ଜୀବନ ଚାଲୁରହିଥାଏ । ଏହି ପ୍ରକ୍ରିୟା ମୁଖ୍ୟତଃ ଦୁଇଟି ଦକ୍ଷତା ଯଥା – ମନସ୍ତାତ୍ତ୍ଵିକ ଏବଂ ସାମାଜିକ ଦକ୍ଷତା ଉପରେ ଅଧ‌ିକ ଗୁରୁତ୍ୱ ପ୍ରଦାନ କରିଥାଏ ।

ମନସ୍ତାତ୍ତ୍ଵିକ – ଏହି ଦକ୍ଷତାଗୁଡ଼ିକ ମାନସିକ ପ୍ରକ୍ରିୟା ଏବଂ କାର୍ଯ୍ୟକ୍ରମ ସହ ଜଡ଼ିତ; ଯଥା – ସମସ୍ୟା ସମାଧାନ ଦକ୍ଷତା ।
ସାମାଜିକ – ଏହି ଦକ୍ଷତା ଜଣକୁ ନିଜ ସହ, ଅନ୍ୟମାନଙ୍କ ସହ ଏବଂ ପରିବେଶ ସହ ଆନ୍ତଃକରଣ ପ୍ରକ୍ରିୟାକୁ ବୁଝାଏ ।

ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ୧୯୯୩ ମସିହାରେ ମତ ଦେଇଥିଲେ ଯେ, ‘ଜୀବନ ନୈପୁଣ୍ୟ ଶିକ୍ଷା ହେଉଛି, ସେହି ଉପଯୋଗୀ ତଥା ଯୁକ୍ତାତ୍ମକ ବ୍ୟବହାର ଯାହା ବ୍ୟକ୍ତିକୁ ଜୀବନର ଆବଶ୍ୟକତା ଏବଂ କଷ୍ଟକର ସମସ୍ୟାକୁ ଫଳପ୍ରଦ ଭାବରେ ସମ୍ମୁଖୀନ ହେବାକୁ ସକ୍ଷମ କରାଏ ।’’

ସେହିପରି ୟୁନିସେଫ୍ (UNICEF) ଙ୍କ ମତରେ ‘ଏହା ବ୍ୟବହାର ପରିବର୍ତ୍ତନ ବା ବ୍ୟବହାର ବିକାଶର କୌଶଳ ଅଟେ; ଯାହାକି ତିନୋଟି ବିଷୟ; ଯଥା – ଜ୍ଞାନ, ମନୋଭାବ ଏବଂ ଦକ୍ଷତା ମଧ୍ଯରେ ଭାରସାମ୍ୟ ରକ୍ଷାକରେ ।’’

CHSE Odisha Class 12 Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

Odisha State Board CHSE Odisha Class 12 Foundation of Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ Questions and Answers.

CHSE Odisha 12th Class Education Solutions Chapter 1 Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ସତ୍ୟବାଦୀ ବନବିଦ୍ୟାଳୟ କେଉଁ ମସିହାରେ ଜାତୀୟ ବିଦ୍ୟାଳୟ ରୂପେ ଘୋଷିତ ହେଲା ?
(i) ୧୯୨୦
(ii) ୧୯୨୧
(iii) ୧୯୨୨
(iv) ୧୯୨୩
Answer:
(ii) ୧୯୨୧

2. ବନ ବିଦ୍ୟାଳୟ ପ୍ରଥମେ କେତେ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିଲା ?
(i) ୧୯
(ii) ୨୦
(iii) ୨୧
(iv) ୨୨
Answer:
(i) ୧୯

3. ସତ୍ୟବାଦୀ ବନ ବିଦ୍ୟାଳୟ କେଉଁ ମସିହାରେ ପ୍ରତିଷ୍ଠା ହୋଇଥିଲା ?
(i) ୧୮୯୯
(ii) ୧୯୦୯
(iii) ୧୯୧୯
(iv) ୧୯୧୧
Answer:
(ii) ୧୯୦୯

4. ଗୋପବନ୍ଧୁଙ୍କଦ୍ଵାରା ପ୍ରତିଷ୍ଠିତ ସମ୍ବାଦପତ୍ରର ନାମ କ’ଣ ?
(i) ପ୍ରଗତିବାଦୀ
(ii) ଧରିତ୍ରୀ
(iii) ପ୍ରଜାତନ୍ତ୍ର
(iv) ସମାଜ
Answer:
(iv) ସମାଜ

5. ବନବିଦ୍ୟାଳୟକୁ ଗୋପବନ୍ଧୁ କ’ଣ ବୋଲି ଆଖ୍ୟାୟିତ କରିଥିଲେ ?
(i) ବିଦ୍ୟାମନ୍ଦିର
(ii) ସରସ୍ଵତୀ ମନ୍ଦିର
(iii) ମଣିଷ ତିଆରି କାରଖାନା
(iv) ବୃତ୍ତିଶିକ୍ଷା ବିଦ୍ୟାଳୟ
Answer:
(iii) ମଣିଷ ତିଆରି କାରଖାନା

CHSE Odisha Class 12 Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

6. ସତ୍ୟବାଦୀ ଶିକ୍ଷାର ପ୍ରବର୍ତ୍ତକ କିଏ ?
(i) ରବୀନ୍ଦ୍ରନାଥ
(ii) ଶ୍ରୀଅରବିନ୍ଦ
(iii) ଗୋପବନ୍ଧୁ
(iv) ଗାନ୍ଧିଜୀ
Answer:
(iii) ଗୋପବନ୍ଧୁ

7. ନିମ୍ନୋକ୍ତ କିଏ ପଞ୍ଚସଖାମାନଙ୍କ ମଧ୍ୟରୁ ଜଣେ ନ ଥିଲେ ?
(i) ଆଚାର୍ଯ୍ୟ ହରିହର
(ii) ପଣ୍ଡିତ ନୀଳକଣ୍ଠ ଦାସ
(iii) ଗୋଦାବରୀଶ ମହାପାତ୍ର
(iv) ପଣ୍ଡିତ କୃପାସିନ୍ଧୁ ମିଶ୍ର
Answer:
(iii) ଗୋଦାବରୀଶ ମହାପାତ୍ର

8. କେବେ ସତ୍ୟବାଦୀ ବନବିଦ୍ୟାଳୟ ବନ୍ଦ ହୋଇଗଲା ?
(i) ୧୯୨୫
(ii) ୧୯୨୦
(iii) ୧୯୨୬
(iv) ୧୯୨୨
Answer:
(iii) ୧୯୨୬

9. କେଉଁଟି ସତ୍ୟବାଦୀ ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ବୈଶିଷ୍ଟ୍ୟ ଥିଲା ?
(i) ଅହିଂସା ମାଧ୍ୟମରେ ଶିକ୍ଷା
(ii) ପୂର୍ଣାଙ୍ଗ ଶିକ୍ଷା
(iii) ଆନ୍ତର୍ଜାତିକ ମୂଲ୍ୟବୋଧ ଶିକ୍ଷା
(iv) ନାଗରିକତା ଶିକ୍ଷା
Answer:
(iv) ନାଗରିକତା ଶିକ୍ଷା

10. କିଏ ସତ୍ୟବାଦୀ ଶିକ୍ଷାକୁ ପ୍ରଶଂସା କରି ଏହା ମୁକ୍ତାକାଶ ଶିକ୍ଷାର ଏକ ସଫଳ ପରୀକ୍ଷଣ ବୋଲି ମତବ୍ୟକ୍ତ କରିଥିଲେ ?
(i) ରାଧାନାଥ
(ii) ମହାତ୍ମା ଗାନ୍ଧି
(iii) ରବୀନ୍ଦ୍ରନାଥ
(iv) ମଧୁସୂଦନ
Answer:
(iii) ରବୀନ୍ଦ୍ରନାଥ

11. କେଉଁଟି ସତ୍ୟବାଦୀ ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ଥିଲା ?
(i) ସଙ୍ଗ‍।ତ ଣିକ୍ଷ।
(ii) ସମାଜସେବା
(iii) ଭାଷାଜ୍ଞାନ ବୃଦ୍ଧି
(iv) ଚାକିରି
Answer:
(ii) ସମାଜସେବା

12. ଗୋପବନ୍ଧୁ କିଏ ‘ଉତ୍କଳମଣି’ ରୂପେ ସମ୍ବୋଧନ କରିଥିଲେ ?
(i) ମହାତ୍ମା ଗାନ୍ଧି
(ii) ରବୀନ୍ଦ୍ରନାଥ ଟାଗୋର
(iii) ସୁଭାଷଚନ୍ଦ୍ର ବୋଷ
(iv) ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ଘୋଷ
Answer:
(iv) ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ଘୋଷ

13. କେଉଁଟି ଗୋପବନ୍ଧୁଙ୍କର ଏକ ସାହିତ୍ୟ କୃତି ?
(i) ଗାତାଞ୍ଜଳି
(ii) ଚିଲିକା
(iii) କାରାକବିତା
(iv) ସାବିତ୍ରୀ
Answer:
(iii) କାରାକବିତା

14. କରାଯାଉଥିଲା ?
(i) ପଞ୍ଚମିତ୍ର
(ii) ପଞ୍ଚପଣ୍ଡିତ
(iii) ପଞ୍ଚସଖା
(iv) କୌଣସିଟି ବି ନୁହେଁ
Answer:
(iii) ପଞ୍ଚସଖା

15. ନିମ୍ନଲିଖ୍ ମଧ୍ୟରୁ କେଉଁଟି ସତ୍ୟବାଦୀ ବନବିଦ୍ୟାଳୟ ଅବନତିର କାରଣ ନୁହେଁ ?
(i) ଗୋପବନ୍ଧୁ ସ୍ବାଧୀନତା ସଂଗ୍ରାମରେ ଯୋଗଦାନ
(ii) ଉପଯୁକ୍ତ ଶିକ୍ଷକଙ୍କ ଅଭାବ
(iii) ଆର୍ଥିକ ସମସ୍ୟା
(iv) ସ୍ଥାନୀୟ ଲୋକଙ୍କ ସହଯୋଗୀ ମନୋଭାବ
Answer:
(iv) ସ୍ଥାନୀୟ ଲୋକଙ୍କ ସହଯୋଗୀ ମନୋଭାବ

B. ଶୂନ୍ୟସ୍ଥାନ ପୂରଣ କର ।

1. ଗୋପବନ୍ଧୁ ସତ୍ୟବାଦୀରେ ଏକ ମଧ୍ୟଇଂରାଜୀ ବିଦ୍ୟାଳୟ _________ ମସିହାରେ ପ୍ରତିଷ୍ଠା କରିଥିଲେ ।
Answer:
୧୯୦୯

2. ‘ବନ୍ଦୀର ଆତ୍ମକଥା’ କବିତା _____________ ଙ୍କ ଦ୍ବାରା ଲେଖାଯାଇଥିଲା ।
Answer:
ଗୋପବନ୍ଧୁ

3. ସତ୍ୟବାଦୀ ବନବିଦ୍ୟାଳୟର ପତନ _____________ ମସିହାରେ ଘଟିଥିଲା ।
Answer:
୧୯୨୬

CHSE Odisha Class 12 Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

4. ଗୁପ୍ତ ବୃନ୍ଦାବନ_____________ କୁ କୁହାଯାଏ ।
Answer:
ସତ୍ୟବାଦୀ ବନବିଦ୍ୟାଳୟ

5. ସତ୍ୟବାଦୀ ବନବିଦ୍ୟାଳୟ ପ୍ରଥମେ______________ ଜଣ ଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିଲା ।
Answer:
୧୯

6. ଉପଯୁକ୍ତ ଶିକ୍ଷକଙ୍କ ଅଭାବ ସତ୍ୟବାଦୀ ଶିକ୍ଷା ବ୍ୟବସ୍ଥାର ___________ ର ଏକ କାରଣ ଥିଲା ।
Answer:
ଅବନତି

7. ଗୋପବନ୍ଧୁ ____________ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
Answer:
ମୁକୁ‍।କାଣ

8. ସତ୍ୟବାଦୀ ବନବିଦ୍ୟାଳୟ______________ ମସିହାରେ ଜାତୀୟ ସ୍ୱୀକୃତି ଲାଭ କରିଥିଲା ।
Answer:
୧୯୨୧

9. ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା କରୁଥିବା ପାଞ୍ଚଜଣ ଆଦର୍ଶ ଶିକ୍ଷକଙ୍କୁ __________ ବୋଲି ସମ୍ବୋଧନ କରାଯାଉଥିଲା ।
Answer:
ପାଞ୍ଚସଖା

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ୧୯୨୧ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟକୁ ପୋଡ଼ି ଦିଆଯାଇଥିଲା ।
Answer:
୧୯୧୩ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟକୁ ପୋଡ଼ି ଦିଆଯାଇଥିଲା ।

2. ସତ୍ୟବାଦୀ ବନବିଦ୍ୟାଳୟକୁ ଛୁରୀଅନା ବନବିଦ୍ୟାଳୟ କୁହାଯାଉଥିଲା ।
Answer:
ସତ୍ୟବାଦୀ ବନବିଦ୍ୟାଳୟକୁ ବକୁଳ ବନବିଦ୍ୟାଳୟ କୁହାଯାଉଥିଲା ।

3. ଗୋଦାବରୀଶ ମହାପାତ୍ର ପଞ୍ଚସଖାମାନଙ୍କ ମଧ୍ୟରୁ ଜଣେ ଥିଲେ ।
Answer:
ଗୋଦାବରୀଶ ମିଶ୍ର ପଞ୍ଚସଖାମାନଙ୍କ ମଧ୍ୟରୁ ଜଣେ ଥିଲେ ।

4. ମୁକ୍ତାକାଶ ବିଦ୍ୟାଳୟ ମହାତ୍ମା ଗାନ୍ଧି ପ୍ରତିଷ୍ଠା କରିଥିଲେ ।
Answer:
ମୁକ୍ତାକାଶ ବିଦ୍ୟାଳୟ ଗୋପବନ୍ଧୁ ପ୍ରତିଷ୍ଠା କରିଥିଲେ ।

5. ଗୋପବନ୍ଧୁ ସୁଆଣ୍ଡୋଠାରେ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
Answer:
ଗୋପବନ୍ଧୁ ସାକ୍ଷୀଗୋପାଳଠାରେ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।

6. ୩୦ ଜଣ ଛାତ୍ରଙ୍କୁ ନେଇ ପ୍ରଥମେ ସତ୍ୟବାଦୀ ବନବିଦ୍ୟାଳୟ ଗଢ଼ି ଉଠିଥିଲା ।
Answer:
୧୯ ଜଣ ଛାତ୍ରଙ୍କୁ ନେଇ ପ୍ରଥମେ ସତ୍ୟବାଦୀ ବନବିଦ୍ୟାଳୟ ଗଢ଼ି ଉଠିଥିଲା ।

7. ସତ୍ୟବାଦୀ ବନବିଦ୍ୟାଳୟର ପ୍ରଧାନଶିକ୍ଷକ ଥିଲେ ଗୋଦାବରୀଶ ମିଶ୍ର ।
Answer:
ସତ୍ୟବାଦୀ ବନବିଦ୍ୟାଳୟର ପ୍ରଧାନଶିକ୍ଷକ ଥିଲେ ନୀଳକଣ୍ଠ ଦାସ ।

8. ବନବିଦ୍ୟାଳୟକୁ ଗୋପବନ୍ଧୁ ବିଦ୍ୟାମନ୍ଦିର ବୋଲି ଆଖ୍ୟାୟିତ କରିଥିଲେ ।
Answer:
ବନବିଦ୍ୟାଳୟକୁ ଗୋପବନ୍ଧୁ ମଣିଷ ତିଆରି କାରଖାନା ବୋଲି ଆଖ୍ୟାୟିତ କରିଥିଲେ ।

9. ଗୋପବନ୍ଧୁଙ୍କର ପ୍ରତିଷ୍ଠିତ ସମ୍ବାଦପତ୍ରର ନାମ ଥିଲା ‘ଧରିତ୍ରୀ’ ।
Answer:
ଗୋପବନ୍ଧୁଙ୍କର ପ୍ରତିଷ୍ଠିତ ସମ୍ବାଦପତ୍ରର ନାମ ଥିଲା ‘ସମାଜ’ ।

10. ଅହିଂସାଭିତ୍ତିକ ଶିକ୍ଷା ଉପରେ ଗୋପବନ୍ଧୁ ଅଧିକ ଗୁରୁତ୍ଵ ଦେଉଥିଲେ ।
Answer:
ସହ-ପାଠ୍ୟକ୍ରମ କାର୍ଯ୍ୟାବଳୀ ଉପରେ ଗୋପବନ୍ଧୁ ଅଧିକ ଗୁରୁତ୍ଵ ଦେଉଥିଲେ ।

CHSE Odisha Class 12 Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

11. ମହାତ୍ମା ଗାନ୍ଧି କହିଥିଲେ – ‘ବିଦ୍ୟାଳୟରେ ଦିଆଯାଉଥ‌ିବା ଶିକ୍ଷାକୁ ମୁଁ ପ୍ରକୃତ ଶିକ୍ଷା ବୋଲି ମନେ କରୁନାହିଁ । ପ୍ରାଚୀନ ଭାରତରେ ଶିକ୍ଷାନୁଷ୍ଠାନ ଓ ଧର୍ମକେନ୍ଦ୍ରରେ ଦିଆଯାଉଥିବା ଶିକ୍ଷା ହିଁ ବାସ୍ତବ ଶିକ୍ଷା ଅଟେ ।’’
Answer:
ଗୋପବନ୍ଧୁ କହିଥିଲେ – ‘ବିଦ୍ୟାଳୟରେ ଦିଆଯାଇଥିବା ଶିକ୍ଷାକୁ ମୁଁ ପ୍ରକୃତ ଶିକ୍ଷା ବୋଲି ମନେକରୁ ନାହିଁ । ପ୍ରାଚୀନ ଭାରତରେ ଶିକ୍ଷାନୁଷ୍ଠାନ ଓ ଧର୍ମକେନ୍ଦ୍ରରେ ଦିଆଯାଉଥ‌ିବା ଶିକ୍ଷା ହିଁ ବାସ୍ତବ ଶିକ୍ଷା ଅଟେ ।’’

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।

1. କେଉଁ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟ ଗୋଟିଏ ଜାତୀୟ ବିଦ୍ୟାଳୟରୂପେ ଘୋଷିତ ହେଲା ?
Answer:
୧୯୨୧ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟ ଗୋଟିଏ ଜାତୀୟ ବିଦ୍ୟାଳୟରୂପେ ଘୋଷିତ ହେଲା ।

2. “ସୂର୍ଯ୍ୟାଲୋକ, ପାଣି, ପବନ ପରି ଶିକ୍ଷା ପ୍ରତ୍ୟେକର ଅଧିକାର’’ ବୋଲି କିଏ କହିଥିଲେ ?
Answer:
ଏହି ଉକ୍ତିଟି ଉତ୍କଳମଣି ଗୋପବନ୍ଧୁ ଦାସ କହିଥିଲେ ।

3. ସତ୍ୟବାଦୀ ବନବିଦ୍ୟାଳୟ କିଏ ସ୍ଥାପନ କରିଥିଲେ ?
Answer:
ଉତ୍କଳମଣି ଗୋପବନ୍ଧୁ ଦାସ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କରିଥିଲେ ।

4. ସତ୍ୟବାଦୀ ବନବିଦ୍ୟାଳୟ କେବେ ସ୍ଥାପନ କରାଯାଇଥିଲା ?
Answer:
୧୯୦୯ ମସିହା ଅଗଷ୍ଟ ୧୨ ତାରିଖରେ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କରାଯାଇଥିଲା ।

5. ସତ୍ୟବାଦୀ ବନବିଦ୍ୟାଳୟର ପତନର ଗୋଟିଏ କାରଣ ଦର୍ଶାଅ।
Answer:
ଗୋପବନ୍ଧୁଙ୍କ ଅକାଳ ବିୟୋଗ ପରେ ବନବିଦ୍ୟାଳୟର ଦାୟିତ୍ୱ ବହନ କରିବା ପାଇଁ ଉପଯୁକ୍ତ ବ୍ୟକ୍ତିଙ୍କର ଅଭାବ ହେତୁ ସତ୍ୟବାଦୀ ବନବିଦ୍ୟାଳୟର ପତନ ଘଟିଥିଲା ।

6. ଗୋପବନ୍ଧୁଙ୍କ ସହ ବନବିଦ୍ୟାଳୟରେ ସାମିଲ ହୋଇଥିବା ସହଚରମାନଙ୍କ ନାମ କ’ଣ ଥିଲା ?
Answer:
ଗୋପବନ୍ଧୁଙ୍କ ସହଚର ଭାବେ ବନବିଦ୍ୟାଳୟରେ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର, ପଣ୍ଡିତ କୃପାସିନ୍ଧୁ ଏବଂବାସୁଦେବ ମହାପାତ୍ର ଇତ୍ୟାଦି ସାମିଲ ହୋଇଥିଲେ ।

7. ଗୋପବନ୍ଧୁଙ୍କ ମତରେ ଶିକ୍ଷା କହିଲେ କ’ଣ ବୁଝ ?
Answer:
ଗୋପବନ୍ଧୁଙ୍କ ମତରେ ବିଦ୍ୟାଳୟରେ ଦିଆଯାଉଥ‌ିବା ଶିକ୍ଷା ପ୍ରକୃତ ଶିକ୍ଷା ନୁହେଁ, ପ୍ରାଚୀନ ଭାରତରେ ଶିକ୍ଷାନୁଷ୍ଠାନ ଓ ଧର୍ମକେନ୍ଦ୍ରରେ ଦିଆଯାଉଥ‌ିବା ଶିକ୍ଷା ହିଁ ବାସ୍ତବ ଶିକ୍ଷା ।

8. ମୁକ୍ତାକାଶ ବିଦ୍ୟାଳୟର ଉଦ୍ଦେଶ୍ୟ କ’ଣ ?
Answer:
କୋଠରିବିହୀନ ଏକ ମୁକ୍ତ ପରିବେଶରେ ଶିକ୍ଷାଦାନ ମୁକ୍ତାକାଶ ବିଦ୍ୟାଳୟର ଉଦ୍ଦେଶ୍ୟ ଥିଲା ।

9. ଗୁପ୍ତ ବୃନ୍ଦାବନ କ’ଣ ?
Answer:
ବକୁଳ ବନବିଦ୍ୟାଳୟର ସୁରମ୍ୟ ପରିବେଶକୁ ଗୁପ୍ତ ବୃନ୍ଦାବନ କୁହାଯାଉଥିଲା ।

10. ସତ୍ୟବାଦୀ ଶିକ୍ଷାର ଆଭିମୁଖ୍ୟ କ’ଣ ?
Answer:
ସତ୍ୟବାଦୀ ଶିକ୍ଷାର ଆଭିମୁଖ୍ୟ ଥିଲା ଜାତୀୟତାବାଦ ଜାଗରଣ ଓ ସାମାଜିକ କୁସଂସ୍କାରର ବିରୋଧ ।

CHSE Odisha Class 12 Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

11. ଗୋପବନ୍ଧୁଙ୍କଦ୍ୱାରା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ନାମ କ’ଣ ଥିଲା ?
Answer:
ଗୋପବନ୍ଧୁଙ୍କଦ୍ୱାରା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ନାମ ବକୁଳ ବନବିଦ୍ୟାଳୟ ବା ସତ୍ୟବାଦୀ ବନବିଦ୍ୟାଳୟ ଥିଲା ।

12. ବକୁଳ ବନବିଦ୍ୟାଳୟର ଶିକ୍ଷାରେ ଥ‌ିବା ସହପାଠ୍ୟକ୍ରମ ମଧ୍ୟରୁ ଯେ କୌଣସି ଗୋଟିକର ନାମ ଉଲ୍ଲେଖ କର ।
Answer:
ସମାଜସେବା ବକୁଳ ବନବିଦ୍ୟାଳୟର ଏକ ମୁଖ୍ୟ ସହପାଠ୍ୟକ୍ରମ କାର୍ଯ୍ୟାବଳୀ ଥିଲା ।

13. ସତ୍ୟବାଦୀ ଶିକ୍ଷାର ମୁଖ୍ୟ ବୈଶିଷ୍ଟ୍ୟ କ’ଣ ଥିଲା ?
Answer:
ସତ୍ୟବାଦୀ ଶିକ୍ଷାର ମୁଖ୍ୟ ବୈଶିଷ୍ଟ୍ୟ ଥିଲା ସମାଜସେବା ।

14. ଗୋପବନ୍ଧୁଙ୍କ ମତ ଅନୁସାରେ ଶିକ୍ଷାର ଗୋଟିଏ ଲକ୍ଷ୍ୟ ଲେଖ ।
Answer:
ଗୋପବନ୍ଧୁଙ୍କ ମତାନୁସାରେ ଶିକ୍ଷାର ଲକ୍ଷ୍ୟ ଉତ୍ତମ ଚରିତ୍ର ଗଠନ ଏବଂ ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ ସାଧନ ହେବା ଉଚିତ ।

15. ସତ୍ୟବାଦୀ ବନବିଦ୍ୟାଳୟର ଜଣେ ଶିକ୍ଷକଙ୍କର ନାମ ଲେଖ ।
Answer:
ଆଚାର୍ଯ୍ୟ ହରିହର, ପଣ୍ଡିତ ଗୋଦାବରୀଶ ମିଶ୍ର ଏବଂ ପଣ୍ଡିତ କୃପାସିନ୍ଧୁ ଇତ୍ୟାଦି ଶିକ୍ଷକମାନେ ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷ।ଦୀନ କରୁଥ୍ ଲେ।

16. ସତ୍ୟବାଦୀ ବନବିଦ୍ୟାଳୟର ଅଧଃପତନର ଗୋଟିଏ କାରଣ ଲେଖ ।
Answer:
ବିଦ୍ୟାଳୟଟି ବ୍ରାହ୍ମଣଙ୍କର ବାସସ୍ଥଳୀ ନିକଟରେ ସ୍ଥାପିତ ହୋଇଥିବାରୁ ଓ ସେମାନଙ୍କର ସମର୍ଥନ ନ ପାଇବାରୁ ଅଧୋପତନର ସମ୍ମୁଖୀନ ହୋଇଥିଲା ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଗୋପବନ୍ଧୁ ଶିକ୍ଷା ସମ୍ପର୍କରେ ମତ ଦେଇ କ’ଣ କହିଥିଲେ ?
Answer:
‘ବିଦ୍ୟାଳୟରେ ଦିଆଯାଇଥିବା ଶିକ୍ଷାକୁ ମୁଁ ପ୍ରକୃତ ଶିକ୍ଷା ବୋଲି ମନେ କରୁନାହିଁ । ପ୍ରାଚୀନ ଭାରତରେ ଶିକ୍ଷାନୁଷ୍ଠାନ ଓ ଧର୍ମକେନ୍ଦ୍ରରେ ଦିଆଯାଇଥିବା ଶିକ୍ଷାହିଁ ବାସ୍ତବ ଶିକ୍ଷା ଅଟେ ।’’ ଶିକ୍ଷା ସମ୍ପର୍କରେ ଗୋପବନ୍ଧୁ ଏହି ମତ ଦେଇଥିଲେ ।

2. ସତ୍ୟବାଦୀ ଶିକ୍ଷାର ଦୁଇଟି ଉଦ୍ଦେଶ୍ୟ ଲେଖ ।
Answer:
(i) ସତ୍ୟବାଦୀ ଶିକ୍ଷାର ଏକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜାତୀୟ ଜୀବନ ଗଠନ କରିବା ।
(ii) ପୂର୍ଣାଙ୍ଗ ମାନବ ଗଠନ ଥିଲା ସତ୍ୟବାଦୀ ଶିକ୍ଷାର ଅନ୍ୟତମ ଉଦ୍ଦେଶ୍ୟ ।

3. ସତ୍ୟବାଦୀ ଶିକ୍ଷା ବ୍ୟବସ୍ଥାର ଦୁଇଟି ସହପାଠ୍ୟକ୍ରମ କାର୍ଯ୍ୟାବଳୀ ଲେଖ ।
Answer:
(i) ଛାତ୍ରଛାତ୍ରୀମାନଙ୍କୁ ଚାଷ ଓ ବଗିଚା କାମ ଶିକ୍ଷାଦେବା ।
(ii) ଛାତ୍ରଛାତ୍ରୀମାନଙ୍କୁ ଲୁଗାବୁଣା ଓ କାଠକାମ ଶିକ୍ଷାଦେବା ।

4. ସତ୍ୟବାଦୀ ବନବିଦ୍ୟାଳୟର ବିଶେଷ ବିଭାବଗୁଡ଼ିକ ଉଲ୍ଲେଖ କର ।
Answer:
ସତ୍ୟବାଦୀ ବନବିଦ୍ୟାଳୟର ଏକ ବିଶେଷ ବିଭାବ ହେଲା- ଉପଯୁକ୍ତ ମଣିଷ ସୃଷ୍ଟି କରିବାପାଇଁ ଶିକ୍ଷାର ଲକ୍ଷ୍ୟଧାର୍ଯ୍ୟ କରିବା । ଆଲୋଚନା ମାଧ୍ୟମରେ ଶିକ୍ଷାଦାନ ଏହାର ଅନ୍ୟ ଏକ ବିଭାବ । ଶିକ୍ଷାର୍ଥୀମାନଙ୍କର ସୃଜନଶୀଳ ଶକ୍ତିର ବିକାଶ ପାଇଁ ସହପାଠ୍ୟକ୍ରମ କାର୍ଯ୍ୟାବଳୀ ଉପରେ ଅଧ‌ିକ ଗୁରୁତ୍ବ ଆରୋପ କରାଯାଉଥିଲା । ଏହି ଶିକ୍ଷା ପ୍ରଣାଳୀରେ ବୈଷୟିକ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରାଯାଉଥିଲା । ଉତ୍ତମ ଛାତ୍ର-ଶିକ୍ଷକ ସମ୍ପର୍କ ସତ୍ୟବାଦୀ ବନବିଦ୍ୟାଳୟ ଶୈକ୍ଷିକ ଉନ୍ନତିରେ ବିଶେଷ ସହାୟକ ହୋଇଥିଲା

CHSE Odisha Class 12 Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

5. ସତ୍ୟବାଦୀ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କର ସମ୍ପର୍କ ବିଷୟରେ ଆଲୋଚନା କର ।
Answer:
ସତ୍ୟବାଦୀ ବନବିଦ୍ୟାଳୟ ଭାରତୀୟ ପାରମ୍ପରିକ ଶିକ୍ଷା ବ୍ୟବସ୍ଥା ଉପରେ ପର୍ଯ୍ୟବସିତ ଥିଲା । ସେହି ନିୟମ ଅନୁସାରେ ଏହି ବିଦ୍ୟାଳୟରେ ଛାତ୍ର ଓ ଶିକ୍ଷକ ଏକତ୍ର ବାସ କରୁଥିଲେ । ଶିକ୍ଷକମାନଙ୍କ ଆଦର୍ଶ ଜୀବନ ଶିକ୍ଷାର୍ଥୀମାନଙ୍କୁ ପ୍ରତି ମୁହୂର୍ତ୍ତରେ ପ୍ରଭାବିତ କରୁଥିଲା । ଛାତ୍ର-ଶିକ୍ଷକ ସମ୍ପର୍କ ଠିକ୍ ପିତା-ପୁତ୍ରର ସମ୍ପର୍କ ପରି ଥିଲା । ଏହି ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ଥିଲେ ଗଙ୍ଗା ଏବଂ ଶିକ୍ଷାର୍ଥୀମାନେ ଥିଲେ ଯମୁନା ଭଳି।

6. ସତ୍ୟବାଦୀ ବନବିଦ୍ୟାଳୟର ପ୍ରଧାନ ନୀତିଗୁଡ଼ିକ ଉଲ୍ଲେଖ କର ।
Answer:
ଗୋପବନ୍ଧୁ ସତ୍ୟବାଦୀ ଶିକ୍ଷାପ୍ରଣାଳୀର ଜନ୍ମଦାତା ଥିଲେ । ଛାତ୍ରଛାତ୍ରୀମାନଙ୍କର ଉତ୍ତମ ଚରିତ୍ର ଗଠନ ଓ ସର୍ବାଙ୍ଗୀନ ବିକାଶ ସଙ୍ଗେ ସଙ୍ଗେ ସେମାନଙ୍କ ମଧ୍ୟରେ ଦେଶାତ୍ମବୋଧ, ସ୍ଵାଧୀନ ଚିନ୍ତାଧାରା, ବିଶ୍ଵପ୍ରୀତି ଓ ସମାଜସେବା ଇତ୍ୟାଦି ଗୁଣଗୁଡ଼ିକର ବିକାଶ କରାଇବା ଥିଲା ଏହି ଶିକ୍ଷା ପ୍ରଣାଳୀର ମୂଳନୀତି । ମଣିଷର ଶରୀର ଓ ମନର ବିକାଶ ସଙ୍ଗେ ସଙ୍ଗେ ଏକ ପୂର୍ଣ୍ଣାଙ୍ଗ ମାନବ ଗଠନ ମଧ୍ୟ ଏହି ଶିକ୍ଷା ପ୍ରଣାଳୀର ଅନ୍ୟତମ ପ୍ରଧାନ ନୀତି ଥିଲା । ଗୋପବନ୍ଧୁ ଶିକ୍ଷାର ବ୍ୟାପକ ଲକ୍ଷ୍ୟର ବିକାଶ ନିମନ୍ତେ ଚେଷ୍ଟିତ ଥିଲେ । ତେଣୁ ତାଙ୍କ ମତରେ, ଛାତ୍ରଛାତ୍ରୀମାନଙ୍କର କେବଳ ବ୍ୟକ୍ତିଗତ ବିକାଶ ନ ହୋଇ ତତ୍‌ସହିତ ସାମାଜିକ ବିକାଶ ହେବା ଉଚିତ ।

7. ଗୋପବନ୍ଧୁଙ୍କଦ୍ୱାରା ପ୍ରସ୍ତାବିତ ଶିକ୍ଷାର ଦୁଇଟି ଲକ୍ଷ୍ୟ ଉଲ୍ଲେଖ କର ।
Answer:
(କ) ଚରିତ୍ରର ବିକାଶ
(ଖ) ସାର୍ବଜନୀନ ମାନବିକ ମୂଲ୍ୟବୋଧର ବିକାଶ
(ଗ) ଶିକ୍ଷାର ସର୍ବାଙ୍ଗୀନ ବିକାଶ
(ଘ) ସମାଜ ସେବାପାଇଁ ଆଗ୍ରହର ବିକାଶ (ଯେକୌଣସି ଦୁଇଟି)

8. ଶିକ୍ଷାର୍ଥୀମାନଙ୍କର ଜାତୀୟତା ଭାବର ବିକାଶ ଦିଗରେ ଉତ୍କଳମଣି ଗୋପବନ୍ଧୁଙ୍କ ମତାମତ ସଂକ୍ଷେପରେ ଲେଖ ।
Answer:
ଜନ୍ମଭୂମିକୁ ପରାଧୀନତା ଶୃଙ୍ଖଳାରୁ ମୁକ୍ତ କରିବା ଗୋପବନ୍ଧୁଙ୍କର ଇଚ୍ଛା ଥିଲା । ଏଥୁଁନିମନ୍ତେ ସେ ସତ୍ୟବାଦୀ ବନବିଦ୍ୟାଳୟକୁ ଏକ ବତୀଖୁଣ୍ଟ ରୂପେ ବ୍ୟବହାର କରିଥିଲେ । ସତ୍ୟବାଦୀ ବନବିଦ୍ୟାଳୟରେ ଜାତୀୟ ଚେତନା, ଦେଶାତ୍ମବୋଧ ବିକାଶ କରିବାପାଇଁ ସେ ବିଶେଷ ଗୁରୁତ୍ଵ ଦେଇଥିଲେ ।

9. ସତ୍ୟବାଦୀ ଶିକ୍ଷା ବ୍ୟବସ୍ଥାର ପତନର ଯେକୌଣସି ଦୁଇଟି କାରଣ ଲେଖ ।
Answer:
ସତ୍ୟବାଦୀ ଶିକ୍ଷା ବ୍ୟବସ୍ଥାର ପତନ ନିମନ୍ତେ ମୁଖ୍ୟତଃ ସ୍ଥାନୀୟ ଲୋକଙ୍କର ବିରୋଧ, ସରକାରଙ୍କର ବିଷଦୃଷ୍ଟି, ଆର୍ଥିକ ଦୁର୍ବଳତା, ସ୍ଵାଧୀନତା ସଂଗ୍ରାମରେ ଗୋପବନ୍ଧୁଙ୍କର ସକ୍ରିୟ ଅଂଶଗ୍ରହଣ ଓ ଗୋପବନ୍ଧୁଙ୍କର ଅକାଳ ବିୟୋଗ ଦାୟୀ ଥିଲା ।

10. ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାରେ ଅନୁଶାସନର ରୂପରେଖ କ’ଣ ଥିଲା ?
Answer:
ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାର ଅନୁଶାସନ ଅନୁଯାୟୀ ଶାରୀରିକ ଦଣ୍ଡକୁ ସମ୍ପୂର୍ଣ୍ଣ ଭାବରେ ନିଷେଧ କରାଯାଇଥିଲା । କେବଳ ଛାତ୍ରଛାତ୍ରୀମାନଙ୍କର ଆଭ୍ୟନ୍ତରୀଣ ଓ ସ୍ବତଃ-ଶୃଙ୍ଖଳା ଉପରେ ବିଶେଷ ଗୁରୁତ୍ଵ ଦିଆଯାଉଥିଲା । ଏହା ଆଦର୍ଶବାଦୀ ଶୃଙ୍ଖଳା ନୀତି ଉପରେ ପର୍ଯ୍ୟବସିତ ଥିଲା ।

11. ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା କରୁଥିବା ‘ପଞ୍ଚସଖା’ଙ୍କ ନାମ କ’ଣ ଲେଖ ।
Answer:
ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା କରୁଥିବା ‘ପଞ୍ଚସଖା’ଙ୍କ ନାମ :
(୧) ଗୋପବନ୍ଧୁ ଦାସ
(୨) ଆଚାର୍ଯ୍ୟ ହରିହର
(୩) କୃପାସିନ୍ଧୁ ମିଶ୍ର
(୪) ନୀଳକଣ୍ଠ ଦାସ
(୫) ଗୋଦାବରୀଶ ମିଶ୍ର

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ‘ସତ୍ୟବାଦୀ ବନବିଦ୍ୟାଳୟ’ ସମ୍ପର୍କରେ ପାଞ୍ଚଟି ବାକ୍ୟରେ ଲେଖ ।
Answer:
(i) ଶିକ୍ଷା ସମ୍ପର୍କରେ ମତାମତ ଦେଇ ଗୋପବନ୍ଧୁ କହିଥିଲେ, ‘ବିଦ୍ୟାଳୟରେ ଦିଆଯାଇଥିବା ଶିକ୍ଷାକୁ ମୁଁ ପ୍ରକୃତ ଶିକ୍ଷା ବୋଲି ମନେ କରୁନାହିଁ । ପ୍ରାଚୀନ ଭାରତରେ ଶିକ୍ଷାନୁଷ୍ଠାନ ଓ ଧର୍ମ କେନ୍ଦ୍ରରେ ଦିଆଯାଉଥ‌ିବା ଶିକ୍ଷାହିଁ ବାସ୍ତବ ଶିକ୍ଷା ଅଟେ ।’’
(ii) ଉକ୍ତ ଉକ୍ତିକୁ ଆଖ୍ ଆଗରେ ରଖ୍ ସେ ୧୯୦୯ ମସିହା ଅଗଷ୍ଟ ୧୨ ତାରିଖରେ ପୁରୀଠାରୁ ୧୨ ମାଇଲ ଦୂର ସ୍ଥିତ ସତ୍ୟବାଦୀର ବକୁଳ ଓ ଛୁରିଅନା କୁଞ୍ଜରେ ମୁକ୍ତ ଆକାଶ ତଳେ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କରିଥିଲେ ।
(iii) ସତ୍ୟବାଦୀ ବନବିଦ୍ୟାଳୟର ମୁଖ୍ୟ ବିଭାବଗୁଡ଼ିକ ହେଲା – ମୁକ୍ତାକାଶ ବିଦ୍ୟାଳୟ ଏବଂ ମଣିଷ ତିଆରି କାରଖାନା ।
(iv) ମୁକ୍ତାକାଶ ବିଦ୍ୟାଳୟ (Open air school) ପ୍ରାକୃତିକ ପରିବେଶରେ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ଵ ଆରୋପ କରିଥିଲା ।
(v) ଶିକ୍ଷାଦ୍ୱାରା ଶିକ୍ଷାର୍ଥୀର ସର୍ବାଙ୍ଗୀନ ଉନ୍ନତି ସାଧନ ପାଇଁ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଥିଲା; ଯଥା – ଖେଳ, କସରତ, ଉତ୍ତମ ପାଠ୍ୟକ୍ରମ, ତର୍କ ସଭା, ଭ୍ରମଣ, ସମାଜସେବା, ଅଭିନୟ, ନୈତିକ ଶିକ୍ଷା, ବୃତ୍ତିଗତ ଶିକ୍ଷା ଇତ୍ୟାଦି ।

2. ସତ୍ୟବାଦୀ ବନବିଦ୍ୟାଳୟର ପାଞ୍ଚୋଟି ମୁଖ୍ୟ ବିଭାବ ଲେଖ।
Answer:
ଶିକ୍ଷା ମାଧ୍ୟମରେ ଛାତ୍ରମାନଙ୍କର ବ୍ୟକ୍ତିତ୍ଵର ବିକାଶ ସହିତ ସାମାଜିକ ବିକାଶସାଧନ କରିବା ସତ୍ୟବାଦୀ ବନବିଦ୍ୟାଳୟର ମୁଖ୍ୟ ଲକ୍ଷ୍ୟ ଥିଲା । ଏହାର କେତୋଟି ମୁଖ୍ୟ ବିଭାବ ହେଲା –
(i) ଛାତ୍ରମାନଙ୍କର ଉତ୍ତମ ଚରିତ୍ର ଗଠନ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ସର୍ବାଙ୍ଗୀନ ବିକାଶ ସାଧନ କରିବା ।
(ii) ଶିକ୍ଷାର୍ଥୀମାନଙ୍କ ମନରେ ଦେଶାତ୍ମବୋଧ ଓ ସ୍ବଦେଶପ୍ରୀତି ଜାଗ୍ରତ କରାଇବା ।
(iii) ବିଦ୍ୟାର୍ଥୀମାନଙ୍କ ମନରେ ଈଶ୍ବର ବିଶ୍ଵାସ ଓ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରାଇବା
(iv) ଗ୍ରାମ୍ୟ କୃଷି, ଶିଳ୍ପ, ସ୍ବାସ୍ଥ୍ୟ, ଶିକ୍ଷା, ଶାସନ ପ୍ରଭୃତିର ଉନ୍ନତି ସାଧନ କରିବା ।
(v) ଦେଶର ସ୍ବାଧୀନତା ହାସଲ ପାଇଁ ପ୍ରତ୍ୟେକ ଆତ୍ମବଳି ଦେବା ଓ ସ୍ୱାର୍ଥତ୍ୟାଗ କରିବା ।

3. ମୁକ୍ତାକାଶ ବିଦ୍ୟାଳୟ (Open air school) କହିଲେ କ’ଣ ବୁଝ ?
(i) ଗୋପବନ୍ଧୁ ମୁକ୍ତ ଆକାଶ ଶିକ୍ଷାର ଜଣେ ବିଶିଷ୍ଟ ପୃଷ୍ଠପୋଷକ ଥିଲେ ।
(ii) ତାଙ୍କ ମତରେ କୋଠରିରେ ପାଠଦାନ ଅପେକ୍ଷା ମୁକ୍ତ ଆକାଶ ତଳେ ପ୍ରାକୃତିକ ପରିବେଶରେ ପାଠଦାନ ଶିଶୁ ମନରେ ଅଧିକ ପ୍ରଭାବ ପକାଇଥାଏ ।
(iii) ସୂକ୍ଷ୍ମ ଦୃଷ୍ଟିକୋଣରୁ ବିଚାର କଲେ ଜଣାଯାଏ ଯେ, ଏହି ଶିକ୍ଷା ବ୍ୟବସ୍ଥା ଶିଶୁର ପୂର୍ଣାଙ୍ଗ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ ।
(iv) ଶିକ୍ଷା ଗ୍ରହଣ ପାଇଁ ଏହା ଏକ ସୁସ୍ଥ ମାନସିକ ଅବସ୍ଥା ସୃଷ୍ଟି କରେ ।

CHSE Odisha Class 12 Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

4. ସତ୍ୟବାଦୀ ବନବିଦ୍ୟାଳୟରେ ଛାତ୍ର-ଶିକ୍ଷକ ସମ୍ପର୍କ କିପରି ଥିଲା ?
Answer:
(i) ସତ୍ୟବାଦୀ ବନବିଦ୍ୟାଳୟରେ ଛାତ୍ର-ଶିକ୍ଷକ ସମ୍ପର୍କ ଅତି ନିବିଡ଼ ଥିଲା ।
(ii) ଏହି ସମ୍ପର୍କ ଅତୀତର ଗୁରୁକୁଳ ଆଶ୍ରମରେ ଗୁରୁ-ଶିଷ୍ୟ ସମ୍ପର୍କ ଭଳି ଅତି ଘନିଷ୍ଠ ଥିଲା ।
(iii) ଶିକ୍ଷକ-ଛାତ୍ର ସମ୍ପର୍କ ପିତାପୁତ୍ରର ସମ୍ପର୍କ ସହିତ ତୁଳନୀୟ ଥିଲା ।
(iv) ପରସ୍ପରର ସୁଖଦୁଃଖରେ ଭାଗୀ ହେବା ସେମାନଙ୍କର ଏକ ପ୍ରଧାନ କର୍ତ୍ତବ୍ୟ
(v) ପାଠ୍ୟକ୍ରମ ଓ ସହପାଠ୍ୟକ୍ରମ କାର୍ଯ୍ୟାବଳୀଗୁଡ଼ିକର ସମ୍ପାଦନ ପାଇଁ ଶିକ୍ଷକ ଓ ଶିକ୍ଷାର୍ଥୀ ଉଭୟେ ମିଳିମିଶି ଅଂଶଗ୍ରହଣ କରୁଥିଲେ । ଫଳରେ ଶିକ୍ଷକମାନଙ୍କର ବଳିଷ୍ଠ ବ୍ୟକ୍ତିତ୍ଵଦ୍ୱାରା ଶିକ୍ଷାର୍ଥୀମାନେ ପ୍ରଭାବିତ ହେଉଥିଲେ ।

5. ବୃତ୍ତିଗତ ଶିକ୍ଷା (Vocational Education) ଉପରେ ଗୋପବନ୍ଧୁଙ୍କର ମତାମତ କ’ଣ ? ଆଲୋଚନା କର ।
Answer:
(i) ବନବିଦ୍ୟାଳୟରେ ଧନ୍ଦାଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା ।
(ii) ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ଚେଷ୍ଟା କରାଯାଇଥିଲା ।
(iii) ବନବିଦ୍ୟାଳୟ ପାଠ୍ୟକ୍ରମରେ କେତେଗୁଡିଏ ବୈଷୟିକ ଶିକ୍ଷା; ଯଥା – ହସ୍ତକର୍ମ, କୃଷି, କାଠକାମ, ଲୁଗାବୁଣା ଓ ସୂତାକଟା ଇତ୍ୟାଦି ବ୍ୟବସ୍ଥା ରହିଥିଲା । କୃଷି ପାଇଁ 25 ଏକର ଜମି ଥିଲା । ସୂତାକଟା ଏବଂ ଲୁଗାବୁଣା ପାଇଁ 16 ଟି ତନ୍ତ ଥିଲା ।
(iv) ତେଣୁ ଧନ୍ଦା ଶିକ୍ଷା ବନବିଦ୍ୟାଳୟ ଶିକ୍ଷାର ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଥିଲା ।

6. ସତ୍ୟବାଦୀ ବନବିଦ୍ୟାଳୟର ପତନର ୫ଟି କାରଣ ଲେଖ ।
Answer:
ସତ୍ୟବାଦୀ ବନବିଦ୍ୟାଳୟର ପତନର ୫ଟି କାରଣ ହେଲା –
(i) ଗୋପବନ୍ଧୁଙ୍କ ଅକାଳମୃତ୍ୟୁ
(ii) ଅର୍ଥନୈତିକ ସମସ୍ୟା
(iii) ଗୋପବନ୍ଧୁଙ୍କ ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ
(iv) ସ୍ଥାନୀୟ ଲୋକଙ୍କର ବିରୋଧୀ ମନୋଭାବ
(v) ସରକାରୀ ସହଯୋଗର ଅଭାବ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଆଧୁନିକ ଭାରତର ଶିକ୍ଷା ପ୍ରତି ଗୋପବନ୍ଧୁଙ୍କର ଅବଦାନ ବୁଝାଇ ଦିଅ ।
Answer:
ନୂତନ ଭାରତରେ ରାଜନୈତିକ, ସାମାଜିକ ଓ ଶିକ୍ଷାର ବିପର୍ଯ୍ୟୟବେଳେ ଯେଉଁ କେତେଜଣ ମହାପୁରୁଷ ସେମାନଙ୍କର ନୀତି ଓ ଆଦର୍ଶର ଦିଗ୍‌ଦର୍ଶନ ଦେଇଯାଇଛନ୍ତି ସେମାନଙ୍କ ମଧ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ଅନ୍ୟତମ । ତାଙ୍କର ଶିକ୍ଷାନୀତି ସମଗ୍ର ବିଶ୍ବ ଶିକ୍ଷାକ୍ଷେତ୍ରକୁ ଏକ ଅତୁଳନୀୟ ଅବଦାନ ଭାବେ ସର୍ବଜନ ସ୍ଵୀକୃତ ।

ଗୋପବନ୍ଧୁଙ୍କର ଶିକ୍ଷା-ଦର୍ଶନ ତାଙ୍କଦ୍ବାରା ପ୍ରତିଷ୍ଠିତ ବନବିଦ୍ୟାଳୟରେ ପ୍ରଦର୍ଶିତ ହୋଇଥିଲା । ଗୋପବନ୍ଧୁ ମନୁଷ୍ୟ ଜାତି ଓ ସମାଜର ସେବା ମଧ୍ୟରେ ଦେଶାତ୍ମବୋଧ, ସ୍ବାଧୀନ ଚିନ୍ତାର ଉଦ୍ରେକ, ଉତ୍ତମ ଚରିତ୍ର ଗଠନ, ବିଶ୍ୱପ୍ରୀତି ପ୍ରଭୃତି ଲକ୍ଷ୍ୟଗୁଡ଼ିକର ପରିପୂରଣ ନିମିତ୍ତ ୧୯୦୯ ମସିହା ଅଗଷ୍ଟ ୧୨ ତାରିଖରେ ସତ୍ୟବାଦୀ ବକୁଳବନରେ ଏକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ନିଜ ଜୀବନର ଉତ୍ସର୍ଗୀକୃତ ଭିତ୍ତିଭୂମି ଉପରେ ଓଡ଼ିଆ ଜାତିର ଉନ୍ନତି ପାଇଁ ଅହିଂସା ଅସ୍ତ୍ରର ପ୍ରୟୋଗକୁ ନେଇ ଏହି ଶିକ୍ଷାଦର୍ଶ ଗଢ଼ିଉଠିଥିଲା । ଭାରତର ବୈଦିକ ଧର୍ମଶାସ୍ତ୍ର, ଜଗନ୍ନାଥ ଦାସଙ୍କଦ୍ୱାରା ରଚିତ ଭାଗବତଦ୍ବାରା ଏହା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା ।

ଗୋପବନ୍ଧୁଙ୍କର ଶିକ୍ଷାର ପ୍ରଥମ ଲକ୍ଷ୍ୟ ଥିଲା ମଣିଷକୁ ମାନବିକ ଗୁଣରେ ବିମଣ୍ଡିତ କରି ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ବିନିଯୋଗ କରାଇବା । ଶିକ୍ଷାର୍ଥୀ ମଧ୍ୟରେ ଉତ୍ତମ ବ୍ୟକ୍ତିତ୍ଵର ବିକାଶ ସଙ୍ଗେ ସଙ୍ଗେ ସାମାଜିକ ବିକାଶ ସାଧନ କରିବା ଥିଲା ଗୋପବନ୍ଧୁଙ୍କର ଶିକ୍ଷାର ଲକ୍ଷ୍ୟ । ମଣିଷର ଶାରୀରିକ ତଥା ମାନସିକ ବିକାଶ ହୋଇପାରିଲେ ଶିକ୍ଷାର ପ୍ରକୃତ ଲକ୍ଷ୍ୟ ସାଧନ ହୋଇପାରିବ ବୋଲି ଗୋପବନ୍ଧୁ ବିଶ୍ଵାସ କରୁଥିଲେ ।

ଜନସେବା ଓ ମଣିଷ ମଣିଷକୁ ସ୍ନେହସୂତ୍ରରେ ବାନ୍ଧିରଖ୍ ପ୍ରକୃତ ଶିକ୍ଷାନୀତି ବୋଲି ସେ ମତପ୍ରଦାନ କରିଥିଲେ । ତାଙ୍କ ମତରେ, ଶିକ୍ଷା ମଣିଷକୁ ବ୍ୟବହାର ଶିକ୍ଷା ଦିଏ । ରୋଗୀର ସେବାଶ୍ରୁଶ୍ରୂଷା, ଦୁର୍ଭିକ୍ଷ ପୀଡ଼ିତଙ୍କୁ ଅନ୍ନଦାନ, ଆକୁଳକୁ ସହାୟତା ଆଦିଦ୍ୱାରା ଏହି ବ୍ୟବହାର ବାସ୍ତବରୂପ ଗ୍ରହଣ କରେ । ଉଚ୍ଚନୀଚ ଭେଦଭାବ ନ ରଖ୍ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁବାପାଇଁ ଗୋପବନ୍ଧୁ ଆହ୍ବାନ କରୁଥିଲେ । ଗୋପବନ୍ଧୁଙ୍କ ଶିକ୍ଷାନୀତିର ବୈଶିଷ୍ଟ୍ୟ ନିମ୍ନରେ ଆଲୋଚନା କରାଯାଇଅଛି

(i) ପୁସ୍ତକଗତ ଶିକ୍ଷା ଅପେକ୍ଷା ସହଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ଵ ପ୍ରଦାନ- ଗୋପବନ୍ଧୁଙ୍କ ମତରେ, କେବଳ ପୁସ୍ତକଗତ ଶିକ୍ଷାଲାଭଦ୍ବାରା ମଣିଷର ଉନ୍ନତି ହୁଏ ନାହିଁ । ଗୋପବନ୍ଧୁ ପୁସ୍ତକ ଶିକ୍ଷା ସହ ଶ୍ରମ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ପୁସ୍ତକ ଶିକ୍ଷା ସହିତ ଗୋପବନ୍ଧୁ ଛାତ୍ରଛାତ୍ରୀମାନଙ୍କୁ ଚାଷ, ବଗିଚା କାମ, ଲୁଗାବୁଣିବା, କାଠକାମ ପ୍ରଭୃତି ପାଇଁ ଉତ୍ସାହିତ କରୁଥିଲେ । ଗୋପବନ୍ଧୁ ଭ୍ରମଣ ଶିକ୍ଷା ଉପରେ ବିଶେଷ ଗୁରୁତ୍ଵ ଦେଉଥିଲେ । ଭ୍ରମଣଦ୍ୱାରା ଛାତ୍ରମାନେ ପ୍ରକୃତ ଜ୍ଞାନ ଆହରଣ କରିପାରିବେ ବୋଲି ଗୋପବନ୍ଧୁ ବିଶ୍ୱାସ କରୁଥିଲେ । ସେଥ‌ିପାଇଁ ନିଜେ ପଦବ୍ରଜରେ ଖଣ୍ଡଗିରି, ଉଦୟଗିରି, କୋଣାର୍କ ପ୍ରଭୃତି ଦର୍ଶନୀୟ ସ୍ଥାନମାନ ପରିଭ୍ରମଣ କରୁଥିଲେ ।

(ii) ଶୃଙ୍ଖଳା ଜ୍ଞାନ – ଶୃଙ୍ଖଳା ଜ୍ଞାନ ଗୋପବନ୍ଧୁଙ୍କର ଶିକ୍ଷାର ଅନ୍ୟ ଏକ ଲକ୍ଷ୍ୟ ଥିଲା । ଆତ୍ମଶୃଙ୍ଖଳାଦ୍ୱାରା ମଣିଷ ସମାଜର ଉନ୍ନତି ହୋଇପାରିବ ବୋଲି ଗୋପବନ୍ଧୁଙ୍କର ବିଶ୍ଵାସ ଥିଲା । ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ରମାନେ ପ୍ରାକୃତିକ ପରିବେଶ ମଧ୍ୟରେ ସେମାନଙ୍କ ଜୀବନକୁ ଶୃଙ୍ଖଳାର ସହିତ ବିତାଉଥିଲେ । ନିଜ କର୍ତ୍ତବ୍ୟରେ ହେଳା କରୁ ନ ଥିଲେ । ସତ୍ୟବାଦୀ ବନବିଦ୍ୟାଳୟର ଶୃଙ୍ଖଳା ସମଗ୍ର ଓଡ଼ିଶାର ଦୃଷ୍ଟି ଆକର୍ଷଣ କରୁଥିଲା । ଅନୁଶାସନ ଥିଲା ଏହାର ଅନ୍ୟ ଏକ ଆକର୍ଷଣ ।

କୌଣସି ଛାତ୍ରର ଦୁର୍ନୀତି, ଦୋଷ-ଦୁର୍ଗୁଣ ଦେଖୁଲେ ତାକୁ ସୁଧାରିବାପାଇଁ କୌଣସି କଠିନ ଦଣ୍ଡବିଧାନ ନ କରି ତାକୁ ଉତ୍ତମ ବାଳକମାନଙ୍କ ମଧ୍ୟରେ ରଖ୍ ସ୍ନେହ-ସହାନୁଭୂତିଦ୍ୱାରା ଶାସନ କରି ତାହାର ଦୋଷକୁ ସେ ନିଜେ ନିଜେ ସୁଧାରି ନେବାପାଇଁ ସୁଯୋଗ ଦେବା ଏହି ବନବିଦ୍ୟାଳୟର ଆଦର୍ଶ ଥିଲା । ପୂର୍ଣ୍ଣ ସ୍ୱାଧୀନତା ମଧ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦିଆଯାଉଥିଲା । ତାଙ୍କ ମତରେ, ସ୍ଵାଧୀନତାକୁ ସଙ୍କୁଚିତ କଲେ ଆତ୍ମାନୁଶାସନ ସୃଷ୍ଟି ହୁଏ ନାହିଁ । ବାହ୍ୟଶୃଙ୍ଖଳା ଅପେକ୍ଷା ଆଭ୍ୟନ୍ତରୀଣ ଶୃଙ୍ଖଳାରେ ଗୋପବନ୍ଧୁ ବିଶ୍ଵାସ କରୁଥିଲେ।

(iii) ଆଜ୍ଞାନୁବର୍ତ୍ତିତା – ପରିବର୍ତ୍ତନଶୀଳ ଦୁନିଆରେ ମଣିଷ ଏକ ପରିବର୍ତ୍ତନଶୀଳ ପ୍ରାଣୀ । ଶୈଶବରୁ ମୃତ୍ୟୁ ପର୍ଯ୍ୟନ୍ତ ତା’ର ଅନ୍ୟମାନଙ୍କ ପାଇଁ କିଛି ନା କିଛି କରିବା ନିହାତି ପ୍ରୟୋଜନ । ସ୍ଵଇଚ୍ଛାରେ ପରିଚାଳିତ ହେବାର ଅଧିକାର କେବଳ ମଣିଷରଅଛି; ତଥାପି ତା’ର ଚତୁଃପାର୍ଶ୍ଵରେ ଘେରିରହିଥ‌ିବା ଆଜ୍ଞା, ଆଦେଶମାନଙ୍କୁ ମାନି ନିଜର କର୍ତ୍ତବ୍ୟ ପଥରେ ଆଗେଇବା ଉଚିତ । କିନ୍ତୁ ମଣିଷ ବେଳେବେଳେ ସେସବୁକୁ ଭୁଲି ଅସୁବିଧାର ସମ୍ମୁଖୀନ ହୁଏ ।

ତେଣୁ ‘ଆଜ୍ଞାନୁବର୍ତ୍ତିତା’ ଗୁଣର ଉପଲବ୍‌ ଓ ଅଭ୍ୟାସ ଶିକ୍ଷାର୍ଥୀ ପାଇଁ ଅତ୍ୟନ୍ତ ଆବଶ୍ୟକ । ଆମେ ଆମର ପିତା, ମାତା, ଗୁରୁଜନମାନଙ୍କର ଆଦେଶ ଓ ଅନୁରୋଧ ନ ମାନି କାର୍ଯ୍ୟକଲେ ଅସୁବିଧାର ସମ୍ମୁଖୀନ ହେଉ । ତେଣୁ ଗୋପବନ୍ଧୁଙ୍କର ଶିକ୍ଷାନୀତିରେ ‘ଆଜ୍ଞାନୁବର୍ତ୍ତିତା’ ଉପରେ ପ୍ରାଧାନ୍ୟ ଦିଆଯାଉଥିଲା । ବିଦ୍ୟାଳୟରେ ଶିକ୍ଷକ ଏବଂ ଗୃହରେ ଗୁରୁଜନମାନଙ୍କର ଆଜ୍ଞା ପାଳନଦ୍ୱାରା ମନୁଷ୍ୟର ଆତ୍ମସନ୍ତୋଷ ଲାଭ ହୋଇଥାଏ ।

CHSE Odisha Class 12 Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

(iv) ଶାରୀରିକ ବିକାଶ – ଶ୍ରମ ଉପରେ ଗୁରୁତ୍ୱ ପ୍ରଦାନ କରୁଥିଲେ ହେଁ ଗୋପବନ୍ଧୁ କ୍ରୀଡ଼ା ଉପରେ ବିଶେଷ ଦୃଷ୍ଟି ଦେଉଥିଲେ । ବିଦ୍ୟାଳୟରେ ଛାତ୍ରମାନଙ୍କର ସାମର୍ଥ୍ୟ ଅନୁଯାୟୀ ବିଭିନ୍ନ ପ୍ରକାର କ୍ରୀଡ଼ା ଶିକ୍ଷାର ବ୍ୟବସ୍ଥା ଥିଲା । କ୍ରୀଡ଼ା ଓ ବ୍ୟାୟାମଦ୍ୱାରା ଶିକ୍ଷାର୍ଥୀମାନଙ୍କର ଶାରୀରିକ ବିକାଶ ସାଧନ ହୋଇଥାଏ ବୋଲି ଗୋପବନ୍ଧୁଙ୍କର ବିଶ୍ଵାସ ଥିଲା ।

(v) ସହ-ପାଠ୍ୟକ୍ରମ – ପୁସ୍ତକ ଶିକ୍ଷା ବ୍ୟତୀତ ସହ-ପାଠ୍ୟକ୍ରମ କାର୍ଯ୍ୟକ୍ରମରେ ଗୁରୁତ୍ୱ ପ୍ରଦାନ ଗୋପବନ୍ଧୁଙ୍କ ଶିକ୍ଷାନୀତିର ଅନ୍ତର୍ଭୁକ୍ତ ଥିଲା । ଛାତ୍ରମାନଙ୍କର ବିଭିନ୍ନ ବିଷୟରେ ଜ୍ଞାନବୃଦ୍ଧି କରିବାପାଇଁ ବିଦ୍ୟାଳୟରେ ପାଠାଗାରର ବ୍ୟବସ୍ଥା ଓ ବିଭିନ୍ନ ପ୍ରକାର ମାଗାଜିନର ସଂରକ୍ଷଣ ବ୍ୟବସ୍ଥା ଥିଲା ! ବାର୍ଷିକ ମାଗାଜିନ୍‌ରେ ପିଲାମାନଙ୍କଦ୍ଵାରା ଲିଖ୍ ବିଭିନ୍ନ ଗଳ୍ପ, କବିତା ପ୍ରଭୃତି ସ୍ଥାନ ପାଉଥିଲା । ସହ-ପାଠ୍ୟକ୍ରମ କାର୍ଯ୍ୟକ୍ରମରେ ବକ୍ତୃତା ପ୍ରତିଯୋଗିତା ଥିଲା ମୁଖ୍ୟ କାର୍ଯ୍ୟ । ପ୍ରତି ଶନିବାର ଦିନ ଏହି ପ୍ରତିଯୋଗିତା କରାଯାଇ ବିଭିନ୍ନ ଆଲୋଚନା କରାଯାଉଥିଲା ।

(vi) ସମାଜସେବା – ସମାଜସେବା ଥିଲା ଗୋପବନ୍ଧୁଙ୍କର ଶିକ୍ଷାର ଅନ୍ୟ ଏକ ଲକ୍ଷ୍ୟ । ସମାଜରେ ପଡ଼ିରହିଥ‌ିବା ଦୁଃଖୀ-ଦରିଦ୍ରମାନଙ୍କର ସେବା କରିବା, ବିପଦବେଳେ ପଡ଼ୋଶୀ ଲୋକଙ୍କୁ ସାହାଯ୍ୟ କରିବାପାଇଁ ଗୋପବନ୍ଧୁ ଛାତ୍ରମାନଙ୍କୁ ଆହ୍ବାନ କରୁଥିଲେ । ଛାତ୍ରମାନଙ୍କର ନୈତିକ ମାନର ଉନ୍ନତି ପାଇଁ ଗୋପବନ୍ଧୁ ଆପ୍ରାଣ ଚେଷ୍ଟା କରିଥିଲେ । ଉତ୍ତମ ସମାଜ ଗଠନ ପାଇଁ ଉତ୍ତମ ଚରିତ୍ରର ଆବଶ୍ୟକତାକୁ ଗୋପବନ୍ଧୁ ଉପଲବ୍ଧ କରିଥିଲେ । ବିଭିନ୍ନ ନୀତିବାଣୀ ଓ ହିତୋପଦେଶଦ୍ବାରା ଛାତ୍ରମାନଙ୍କର ନୈତିକତା ବୃଦ୍ଧି ପାଇଁ ଗୋପବନ୍ଧୁଙ୍କଦ୍ଵାରା ଅନୁସୃତ ଶିକ୍ଷା ପଦ୍ଧତି ସଫଳ ପ୍ରୟାସ କରିଥିଲେ ।

(vii) ସମୟାନୁବର୍ତ୍ତିତା- ସମୟାନୁବର୍ତ୍ତିତା ଗୋପବନ୍ଧୁଙ୍କର ଶିକ୍ଷାର ଏକ ଲକ୍ଷ୍ୟ ଥିଲା । ଠିକ୍ ସମୟରେ ନିଜର କର୍ତ୍ତବ୍ୟ ପାଳନ କରିବାପାଇଁ ଗୋପବନ୍ଧୁ ଛାତ୍ରମାନଙ୍କୁ ଆହ୍ଵାନ କରୁଥିଲେ । ଏହାଦ୍ୱାରା ଶିକ୍ଷାର୍ଥୀମାନଙ୍କୁ ଏକ ଶୃଙ୍ଖଳିତ ଜୀବନ ଯାପନପାଇଁ ଶିକ୍ଷା ପ୍ରଦାନ କରାଯାଉଥିଲା । ପିଲାମାନଙ୍କର ସାଂସ୍କୃତିକ ଓ ସୌନ୍ଦର୍ଯ୍ୟଜ୍ଞାନ ବୃଦ୍ଧି ପାଇଁ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମ ବିଦ୍ୟାଳୟ ଶିକ୍ଷାରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

(vii) ବୈଷୟିକ ଶିକ୍ଷା – ଜୀବନର ଉନ୍ନତି ପାଇଁ ଗୋପବନ୍ଧୁ ତାଙ୍କର ଶିକ୍ଷା ପ୍ରଣାଳୀର ପାଠ୍ୟକ୍ରମରେ ବୈଷୟିକ ଶିକ୍ଷାର ପ୍ରଚଳନ କରାଇଥିଲେ । ଏହାଦ୍ୱାରା ଛାତ୍ରମାନେ ନିଜ ପାଇଁ କିଛି ଉପାର୍ଜନ କରିରୁଥିଲେ । ପାଠ୍ୟପୁସ୍ତକଦ୍ୱାରା ଛାତ୍ରମାନଙ୍କର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ନାହିଁ ବୋଲି ଗୋପବନ୍ଧୁ ଭାବୁଥିଲେ । ଗୋପବନ୍ଧୁଙ୍କ ମତରେ, ଛାତ୍ରମାନଙ୍କୁ ଏପରି ଶିକ୍ଷା ଦିଆଯିବା ଉଚିତ ଯାହାଦ୍ଵାରା ଛାତ୍ରମାନେ ଏହି ପ୍ରଗତିଶୀଳ ରାଷ୍ଟ୍ରରେ ନିଜକୁ ଆତ୍ମନିର୍ଭରଶୀଳ କରାଇବାକୁ ଚେଷ୍ଟା କରିବେ ।

ହସ୍ତକର୍ମ, କୃଷି, କାଠକାମ, ଲୁଗାବୁଣା, ସୂତାକଟା ଇତ୍ୟାଦି କାର୍ଯ୍ୟକ୍ରମ ବିଦ୍ୟାଳୟରେ ଶିକ୍ଷା ଦିଆଯିବାର ବ୍ୟବସ୍ଥା କରାଯାଇ ଥିଲା । ଗାନ୍ଧିଜୀଙ୍କ ପରି ଗୋପବନ୍ଧୁ ମଧ ଥିଲେ ଜଣେ ବିଖ୍ୟାତ ରାଜନୈତିକ ନେତା ଓ ଶିକ୍ଷାବିତ୍ । ଗୋପବନ୍ଧୁଙ୍କର ଶିକ୍ଷାନୀତି ଗାନ୍ଧୀଙ୍କ ମୌଳିକ ଶିକ୍ଷା ଏବଂ ଟାଗୋରଙ୍କର ଶାନ୍ତିନିକେତନ ଶିକ୍ଷା ପ୍ରଣାଳୀର ସମସାମୟିକ ଥିଲା । ଆଜି କେତେକାଂଶରେ ଏହି ଅନୁଷ୍ଠାନର ପତନ ଘଟିଲାଣି ସତ; ହେଲେ ଜନନାୟକ ଉତ୍କଳମଣି ଗୋପବନ୍ଧୁଙ୍କର ଶିକ୍ଷାନୀତି ଏଇ ମାନବ ସମାଜକୁ ନୂତନ ଆଲୋକର ସନ୍ଧାନ ଦେଇଛି ।

ତାଙ୍କର ଆମ୍ବିକ ଶକ୍ତି, ଦୃଢ଼ ନିଷ୍ଠା ଓ ପ୍ରଗାଢ଼ ଉତ୍ସର୍ଗୀକୃତ ମନୋଭାବ ଏହି ବନବିଦ୍ୟାଳୟ ମାଧ୍ୟମରେ ଥିଲା । ଗୋପବନ୍ଧୁଙ୍କ ଶିକ୍ଷାପ୍ରଣାଳୀ ସ୍ଵାଧୀନ ମୁକ୍ତ ଆକାଶ ତଳେ ଗଠିତ ବିଦ୍ୟାଳୟ ବ୍ୟବସ୍ଥା ଉପରେ ଏକ ପ୍ରୟୋଗାତ୍ମକ ଗବେଷଣା ଥୁଲା । ଗୋପବନ୍ଧୁଙ୍କ ସତ୍ୟବାଦୀ ଶିକ୍ଷା ପ୍ରଣାଳୀ ଟାଗୋରଙ୍କ ‘ଶାନ୍ତିନିକେତନ’ ଓ ଗାନ୍ଧୀଙ୍କର ମୌଳିକ ଶିକ୍ଷା ସହ ତୁଳନୀୟ ଅଟେ ।

2. ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷାର ଲକ୍ଷ୍ୟ ଓ ଶିକ୍ଷାଦାନ ପଦ୍ଧତି ବିଷୟରେ ଆଲୋଚନା କର ।
Answer:
ସତ୍ୟବାଦୀ ବନବିଦ୍ୟାଳୟର ସଂକ୍ଷିପ୍ତ ଇତିହାସ- ବହୁ ଚିନ୍ତା ଓ ଆଲୋଚନା ପରେ ୧୯୦୯ ମସିହା ଅଗଷ୍ଟ ୧୨ ତାରିଖରେ ୧୯ ଜଣ ପିଲାଙ୍କୁ ନେଇ ସତ୍ୟବାଦୀର ବକୁଳବନର ଛୁରିଅନା କୁଞ୍ଜରେ ଏକ ବିଦ୍ୟାଳୟ ପ୍ରତିଷ୍ଠିତ ହେଲା । ଉତ୍କଳମଣି ଗୋପବନ୍ଧୁ ଦାସ ଏହି ବିଦ୍ୟାଳୟର ସଂପାଦକରୂପେ କାର୍ଯ୍ୟ କରୁଥିଲେ । ତାଙ୍କରି ପ୍ରଚେଷ୍ଟାରେ ବିଦ୍ୟାଳୟ ନିମନ୍ତେ ଏକ ଲମ୍ବା ଘର ତିଆରି ହେଲା । ୧୯୧୧ ମସିହାରେ ପଣ୍ଡିତ ନୀଳକଣ୍ଠ ଦାସ ଏମ୍. ଏ. ପାସ୍ କରି ସେହି ବିଦ୍ୟାଳୟରେ ଯୋଗଦାନ କରିଥିଲେ ।

ଏହାପରେ ଚତୁର୍ଥ ଶ୍ରେଣୀ ଖୋଲା ହେଲା । କ୍ରମେ ଆଚାର୍ଯ୍ୟ ହରିହର, ଗୋଦାବରୀଶ ମିଶ୍ର, ରାମଚନ୍ଦ୍ର ରଥ, ରଘୁନାଥ ମିଶ୍ର, ବାସୁଦେବ ମହାପାତ୍ର, ହଳଧର ମହାପାତ୍ର, ମାଗୁଣି ମିଶ୍ର, କୃପାସିନ୍ଧୁ ମିଶ୍ର ପ୍ରଭୃତି ଶିକ୍ଷକଭାବରେ ଯୋଗ ଦେଇଥିଲେ ।ସତ୍ୟବାଦୀ ଶିକ୍ଷାର ଲକ୍ଷ୍ୟ- ନିମ୍ନରେ ସତ୍ୟବାଦୀ ଶିକ୍ଷାର କେତୋଟି ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି ।

(i) ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ବିକାଶ ସାଧନ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଉତ୍ତମ ଚରିତ୍ର ଗଠନ ନିମନ୍ତେ ଧ୍ୟାନ ଦେବା ।
(ii) ଶିକ୍ଷାର୍ଥୀମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ।
(iii) ସେମାନଙ୍କ ମନ ମଧ୍ଯରେ ସ୍ଵଦେଶପ୍ରୀତି ଓ ଦେଶପ୍ରୀତି ଜାଗ୍ରତ କରିବା ।
(iv) ସମାଜସେବା ପ୍ରତି ଶିକ୍ଷାର୍ଥୀମାନଙ୍କୁ ଆକୃଷ୍ଟ କରାଇବା ।
(v) କଳା, ସ୍ଥାପତ୍ୟ, ନୃତ୍ୟ, ସଙ୍ଗୀତ, ସାହିତ୍ୟ, ସଂସ୍କୃତି ପ୍ରତି ଶିକ୍ଷାର୍ଥୀମାନଙ୍କ ମନରେ ଆଗ୍ରହ ସୃଷ୍ଟି କରାଇବା ।
(vi) ଶିକ୍ଷାର୍ଥୀମାନଙ୍କୁ ମାତୃଭାଷା ପ୍ରତି ଆକୃଷ୍ଟ କରି ଏହି ଭାଷା ପ୍ରତି ଅନୁରାଗୀ କରାଇବା ।
(vii) ସେମାନଙ୍କୁ ବୃତ୍ତିଗତ ଶିକ୍ଷା ଓ କର୍ମକୁଶଳତା ପ୍ରଦର୍ଶନ ଶିକ୍ଷା ଦେବା ।
(viii) ଖେଳକୁଦ, ବ୍ୟାୟାମ, କସରତ ଓ କ୍ରୀଡ଼ାଦ୍ଵାରା ଶିଶୁର ଶାରୀରିକ ବିକାଶ ସାଧନ କରାଇବା ।
(ix) ଦେଶ ଓ ଜାତି ପାଇଁ ଆତ୍ମବଳି, ଆମ୍ବୋତ୍ସର୍ଗ, ନିଭୀକ ମତପୋଷଣ ନିମନ୍ତେ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବା ।
(x) ଶିକ୍ଷାର୍ଥୀମାନଙ୍କର ବାଲ୍ମିତା ଗୁଣର ବିକାଶ କରିବା ।
(xi) ଗ୍ରାମ୍ୟ କୃଷି, ଶିଳ୍ପ, ସ୍ବାସ୍ଥ୍ୟ, ଶିକ୍ଷା, ଶାସନ ପ୍ରଭୃତିର ଉନ୍ନତି ସାଧନ କରାଇବା ।

ବନବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି – ବୈଦିକ ଯୁଗର ଶିକ୍ଷା ପଦ୍ଧତି ପରି ଗୋପବନ୍ଧୁଙ୍କ ସତ୍ୟବାଦୀ ବନବିଦ୍ୟାଳୟ ଏକ ଆବାସିକ ଅନୁଷ୍ଠାନ ଥିଲା । ସେଠାରେ ଶିକ୍ଷକ ଓ ଶିକ୍ଷାର୍ଥୀ ଏକାଠି ରହୁଥିଲେ । ଏହି ଅନୁଷ୍ଠାନର ପ୍ରଧାନଶିକ୍ଷକ ମୁଖ୍ୟ ପରିଚାଳକ ଥିଲେ । ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ସହକର୍ମୀ ଶିକ୍ଷକଙ୍କ ବଳିଷ୍ଠ ବ୍ୟକ୍ତିତ୍ବଦ୍ୱାରା ଶିକ୍ଷାର୍ଥୀମାନେ ପ୍ରଭାବିତ ହୋଇ ତାଙ୍କର ଶିକ୍ଷା କାର୍ଯ୍ୟ ସମାହିତ କରୁଥିଲେ । ଦିନର ଦୁଇ ସମୟ; ଯଥା- ସକାଳବେଳା ଓ ସନ୍ଧ୍ୟାବେଳା ସେମାନେ ଅଧ୍ୟୟନ କରୁଥିଲେ । ଏହି ସମୟରେ ଶିକ୍ଷକମାନେ ପୂର୍ବପାଠର ଆଲୋଚନା କରୁଥିଲେ ଓ ଗୃହକର୍ମକୁ ତଦାରଖ କରୁଥିଲେ ।

ସାଧାରଣ ବିଷୟ; ଯଥା- ଇତିହାସ, ଭୂଗୋଳ, ଗଣିତ, ମାତୃଭାଷା ଓ ସ୍ୱାସ୍ଥ୍ୟରକ୍ଷା ସହିତ କର୍ମଶିକ୍ଷାର ବ୍ୟବସ୍ଥା ମଧ୍ୟ ଥିଲା । ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ସହକାରୀ ଶିକ୍ଷକମାନେ ନିରନ୍ତର ଶିକ୍ଷାର୍ଥୀମାନଙ୍କର ଉନ୍ନତି କଥା ଚିନ୍ତା କରୁଥିଲେ । ପ୍ରତ୍ୟେକ ଦିନ ଶିକ୍ଷକମାନେ ଛାତ୍ରାବାସ ପରିଦର୍ଶନ କରୁଥିଲେ ଓ ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରୁଥିଲେ । ବାଧ୍ୟତାମୂଳକ ପାଠ୍ୟକ୍ରମ ସହିତ ସହ-ପାଠ୍ୟକ୍ରମର ମଧ୍ୟ ବ୍ୟବସ୍ଥା ଥିଲା ।

ବନବିଦ୍ୟାଳୟର ପାଠ୍ୟକ୍ରମ- ଶିକ୍ଷାର୍ଥୀମାନଙ୍କୁ ସାଧାରଣ ବିଷୟ; ଯଥା- ସାହିତ୍ୟ, ଗଣିତ, ଇତିହାସ, ଭୂଗୋଳ, ନଗରବିଜ୍ଞାନ ଓ ବିଜ୍ଞାନ ବ୍ୟତୀତ କର୍ମଶିକ୍ଷାର ବ୍ୟବସ୍ଥା ମଧ୍ୟ ରହିଥିଲା । ସୂତାକଟା, ଲୁଗାବୁଣା, ସିଲାଇ, ହସ୍ତକର୍ମ ଇତ୍ୟାଦିକୁ ପାଠ୍ୟକ୍ରମର ପରିସରଭୁକ୍ତ କରାଯାଇଥିଲା । ଏହି ପାଠ୍ୟକ୍ରମ ଗାନ୍ଧିଙ୍କର ମୌଳିକ ଶିକ୍ଷା ପରି ଧନ୍ଦାକୈନ୍ଦ୍ରିକ ଥିଲା ।

(i) ତର୍କସଭା ଶିକ୍ଷାର୍ଥୀମାନଙ୍କର ବାଲ୍ମିତା ତଥା ତାର୍କିକ ମନୋଭାବର ବିକାଶ ନିମନ୍ତେ ଗୋପବନ୍ଧୁ ସାପ୍ତାହିକ ତର୍କସଭାମାନ ଆୟୋଜନ କରୁଥିଲେ ।
(ii) ସାହିତ୍ୟିକ କାର୍ଯ୍ୟାବଳୀ- ସାହିତ୍ୟିକ ପ୍ରତିଭାର ପୁଷ୍ଟିସାଧନ ନିମନ୍ତେ ବିଦ୍ୟାଳୟ ଏକ ପତ୍ରିକା ପ୍ରକାଶ କରୁଥିଲା । ସେହି ପତ୍ରିକାରେ ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କର ବହୁ ଉଚ୍ଚକୋଟୀର ଲେଖା ପ୍ରକାଶ ପାଉଥିଲା ।
(iii) କ୍ରୀଡ଼ା ଓ କସରତ – ଶିକ୍ଷାର୍ଥୀମାନଙ୍କର ଶାରୀରିକ ବିକାଶ ନିମନ୍ତେ କ୍ରୀଡ଼ା ଓ କସରତର ବ୍ୟବସ୍ଥା ଥିଲା ।
(iv) ଭ୍ରମଣ – ଭ୍ରମଣଦ୍ୱାରା ଶିକ୍ଷାର୍ଥୀମାନେ ନୂତନ ଜ୍ଞାନର ଅଧିକାରୀ ହୋଇପାରୁଥିଲେ ।
(v) ସମାଜସେବା- ସମାଜସେବା ବନବିଦ୍ୟାଳୟ ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା । ଉଭୟ ଶିକ୍ଷକ ଓ ଶିକ୍ଷାର୍ଥୀ ବିଭିନ୍ନ ଗ୍ରାମକୁ ଯାଇ ଗରିବ, ଅସହାୟ ଓ ବିପନ୍ନ ଲୋକମାନଙ୍କର ସେବା କରୁଥିଲେ ।
(vi) ବୃତ୍ତିଭିତ୍ତିକ ଶିକ୍ଷା – ଶିକ୍ଷାର୍ଥୀମାନେ କିପରି ଭବିଷ୍ୟତରେ ଆତ୍ମନିର୍ଭରଶୀଳ ହୋଇପାରିବେ ସେଥୁନିମନ୍ତେ ବୃତ୍ତିଭିତ୍ତିକ ଶିକ୍ଷାର ବ୍ୟବସ୍ଥା ରହିଥିଲା ।
(vii) ସଙ୍ଗୀତ – ଶିକ୍ଷାର୍ଥୀମାନଙ୍କର କଳା ଓ ସଙ୍ଗୀତ ଗୁଣାବଳୀର ପରିପ୍ରକାଶ ତଥା ବିକାଶ ନିମନ୍ତେ ସଙ୍ଗୀତ ଶିକ୍ଷାର ବ୍ୟବସ୍ଥା ରହିଥିଲା ।
(viii) ନୈତିକ ଶିକ୍ଷା – ଶିକ୍ଷାର୍ଥୀମାନଙ୍କର ନୈତିକ ବିକାଶ ନିମନ୍ତେ ନିୟମିତ ପ୍ରାର୍ଥନା, ମହାମନୀଷୀଙ୍କ ଜୀବନୀ ଓ କାର୍ଯ୍ୟାବଳୀ ଆଲୋଚନା, ଆଦର୍ଶବାଦୀୟ ଦୃଷ୍ଟାନ୍ତ ନୈତିକ ଓ ମାନବିକ ଶିକ୍ଷା ମାଧ୍ୟମରେ ଶିକ୍ଷାଦାନ କରାଯାଉଥିଲା ।
(ix) ଶୃଙ୍ଖଳା – ଆତ୍ମଶୃଙ୍ଖଳା ହେଉଛି ଛାତ୍ରମାନଙ୍କର ପ୍ରଧାନ ଶୃଙ୍ଖଳା । ଆତ୍ମସଂଯମ ଗୁଣ ଓ ଆଜ୍ଞାନୁବର୍ତ୍ତିତା ବଳରେ ଶିକ୍ଷାର୍ଥୀମାନେ ଶୃଙ୍ଖଳିତ ହୋଇପାରିବେ ବୋଲି ଗୋପବନ୍ଧୁ ବିଶ୍ବାସ କରୁଥିଲେ ।

ସତ୍ୟବାଦୀ ବନବିଦ୍ୟାଳୟ ସମ୍ପର୍କରେ ଆଶୁତୋଷ ମୁଖାର୍ଜୀଙ୍କର ମନ୍ତବ୍ୟ- ସେ ଏହି ବିଦ୍ୟାଳୟ ସମ୍ପର୍କରେ ମନ୍ତବ୍ୟ ପ୍ରକାଶ କରି ତା ୨.୬.୧୯୧୭ ମସିହାରେ ଲେଖିଥିଲେ –
‘ମୁଁ ବିଶେଷ ଆଗ୍ରହ ସହକାରେ ସତ୍ୟବାଦୀ ବିଦ୍ୟାଳୟ ପରିଦର୍ଶନ କରିଅଛି । ବିଦ୍ୟାଳୟଟିର ଅନେକ ଅସାଧାରଣ ବୈଶିଷ୍ଟ୍ୟ ଅଛି । ଏହା ସୁଶିକ୍ଷିତ ଓଡ଼ିଶାବାସୀମାନଙ୍କଦ୍ୱାରା ପରିଚାଳିତ ହେଉଅଛି । ସେମାନେ ଏହି ନିରାଟ ସତ୍ୟ ଉପଲବ୍‌

କରିଛନ୍ତି ଯେ, ଜନସାଧାରଣଙ୍କ ମଧ୍ୟରେ ପ୍ରକୃତ ଶିକ୍ଷା ବିସ୍ତାର କେବଳ ସେହିମାନଙ୍କଦ୍ୱାରା ସମ୍ଭବ ହେବ, ଯେଉଁମାନେ ତ୍ୟାଗ ସ୍ଵୀକାର କରିବାକୁ ପ୍ରସ୍ତୁତ । ଏହା ମୋର ହୃଦୟଙ୍ଗମ ହୋଇଛି ଯେ, ଏହି ବିଦ୍ୟାଳୟ ପଛରେ ଅନେକ ଆଗ୍ରହାନ୍ବିତ ତଥା ଉତ୍ସାହୀ ଯୁବକମାନଙ୍କର ସମର୍ଥନ ରହିଛି । ଅଧୂକନ୍ତୁ, ସେମାନେ ଉପଲ୍‌ବଧ୍ କରିପାରିଛନ୍ତି ଯେ, ଯଥାର୍ଥ ଶିକ୍ଷା ବ୍ୟୟସାଧ୍ୟ ଓ ବିଳାସଯୋଗ୍ୟ ଯନ୍ତ୍ରପାତି ବିନା ସାଧୁତ ହୋଇପାରିବ । ବାସ୍ତବିକ, ଏପରି ଯନ୍ତ୍ରପାତି ଦରିଦ୍ର ଜନସାଧାରଣଙ୍କ ମଧ୍ୟରେ ଶିକ୍ଷା ବିସ୍ତାର କରିବାରେ ସହାୟକ ହେବା ପରିବର୍ତ୍ତେ ପ୍ରତିବନ୍ଧକ ହୋଇଥାଏ ।’’

3. ଗୋପବନ୍ଧୁଙ୍କ ଶିକ୍ଷାର ଅର୍ଥ ଓ ଶିକ୍ଷାଦର୍ଶନର ବୈଶିଷ୍ଟ୍ୟଗୁଡ଼ିକ ଲେଖ ।
Answer:
ଗୋପବନ୍ଧୁଙ୍କ ଶିକ୍ଷାଦର୍ଶନକୁ ଆଲୋଚନା କରିବାକୁ ହେଲେ ତାଙ୍କ ମତରେ ଶିକ୍ଷାର ଅର୍ଥ, ଲକ୍ଷ୍ୟ, ତାଙ୍କଦ୍ୱାରା ସ୍ଥାପିତ ସତ୍ୟବାଦୀ ବନବିଦ୍ୟାଳୟ ଓ ଅନ୍ୟାନ୍ୟ କେତେକ ଦିଗ ଉପରେ ଆଲୋକପାତ କରାଯିବା ନିହାତି ଆବଶ୍ୟକ । ସେସବୁ ନିମ୍ନରେ ଆଲୋଚନା କରାଗଲା ।

ଶିକ୍ଷାର ଅର୍ଥ – ଗୋପବନ୍ଧୁ ଶିକ୍ଷାର ସଂଜ୍ଞା ଦେବାକୁ ଯାଇ କହିଥିଲେ- ‘ବିଦ୍ୟାଳୟରେ ଦିଆଯାଉଥିବା ଶିକ୍ଷାକୁ ମୁଁ ପ୍ରକୃତ ଶିକ୍ଷା ବୋଲି ମନେକରୁ ନାହିଁ । ପ୍ରାଚୀନ ଭାରତରେ ଶିକ୍ଷାନୁଷ୍ଠାନ ଓ ଧର୍ମକେନ୍ଦ୍ରରେ ଦିଆଯାଉଥ‌ିବା ଶିକ୍ଷା ହିଁ ବାସ୍ତବ ଶିକ୍ଷା ଅଟେ ।’’

ଶିକ୍ଷାର ଉଦ୍ଦେଶ୍ୟ – ଗୋପବନ୍ଧୁଙ୍କ ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ହେଉଛି ‘ମଣିଷ ପରି ମଣିଷ ଗଢ଼ିବା ।’ ତେଣୁ ସେ ବିଦ୍ୟାଳୟକୁ ‘ବାସ୍ତବ ମଣିଷ ତିଆରି କାରଖାନା’ ବୋଲି କହିଥିଲେ । ଗୋପବନ୍ଧୁଙ୍କ ମତରେ, ଶିକ୍ଷାର ଲକ୍ଷ୍ୟ କିପରି ହେବା ଉଚିତ ତାହା ନିମ୍ନରେ ଉଲ୍ଲେଖ କରାଗଲା ।

  • ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କୁ ଶିକ୍ଷା ପ୍ରଦାନ କରାଯିବ ।
  • ଭାରତର ଐତିହ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ଶିଶୁ କିପରି ହୃଦୟଙ୍ଗମ କରିପାରିବ, ସେଥୁନିମନ୍ତେ ଶିକ୍ଷା ସାହାଯ୍ୟ କରିବା ବିଧେୟ ।
  • ମାନବର ଚରିତ୍ର ଗଠନ, ଶୃଙ୍ଖଳା, କର୍ତ୍ତବ୍ୟପରାୟଣତା ଓ ଆୟୋତ୍ସର୍ଗ ନିମନ୍ତେ ପ୍ରେରଣାକୁ ଅଗ୍ରାଧ୍ୟାକାର ଦିଆଯିବା ଦରକାର ।
  • ଜାତୀୟ ଐକ୍ୟ ଓ ବିଶ୍ୱଭ୍ରାତୃଭାବାପନ୍ନ ମନୋଭାବ ଜାଗ୍ରତ କରିବା ।
  • କର୍ମଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ଵ ଦେବା ।
  • ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ ଓ ଅବୈତନିକ କରିବା ।
  • ଶିକ୍ଷାକୁ ସମାଜକୈନ୍ଦ୍ରିକ କରିବା ଦରକାର ।

CHSE Odisha Class 12 Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

ଗୋପବନ୍ଧୁଙ୍କ ଶିକ୍ଷାଦର୍ଶନର ବୈଶିଷ୍ଟ୍ୟ :
(i) ସମାଜସେବା – ପ୍ରକୃତ ସମାଜସେବା ହିଁ ମାନବସେବା ବୋଲି ଗୋପବନ୍ଧୁ ଚିନ୍ତା କରିଥିଲେ । ସେ ସର୍ବଦା ଚିନ୍ତା କରୁଥୁଲେ ଯେ, କିପରି ଶିକ୍ଷା ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କ ହୃଦୟରେ ଏହି ସମାଜସେବା ମନୋଭାବ ଉଦ୍ରେକ କରାଯାଇପାରିବ । ଦୁଃଖୀଦରିଦ୍ରଙ୍କ ପାଇଁ ଗୋପବନ୍ଧୁ ଥିଲେ ଈଶ୍ବରଙ୍କର ଦ୍ୱିତୀୟ ଅବତାର । ସେ ସମୟରେ ଓଡ଼ିଶାରେ ହଇଜା, ବସନ୍ତ, ମହାମାରୀ, ଦୁଃଖୀଦରିଦ୍ରଙ୍କ ପାଇଁ ଗୋପବନ୍ଧୁ ଥିଲେ ଈଶ୍ବରଙ୍କର ଦ୍ବିତୀୟ ଅବତାର ।

ସେ ସମୟରେ ଓଡ଼ିଶାରେ ହଇଜା, ବସନ୍ତ, ମହାମାରୀ, ବନ୍ୟା, ବାତ୍ୟା, ମରୁଡ଼ି, ଅନାବୃଷ୍ଟି ଓ ଘରପୋଡ଼ି ପ୍ରଭୃତି ଅକାଳ ଦୁର୍ବିପାକ ଘଟୁଥିଲା । ତେଣୁ ଦୁଃଖୀ, ରଙ୍ଗୀ ଓ ପ୍ରପୀଡ଼ିତ ଜନସାଧାରଣଙ୍କର ଅମୂଲ୍ୟ ଜୀବନର ରକ୍ଷା ନିମନ୍ତେ ଗୋପବନ୍ଧୁ ତାଙ୍କର ସହକର୍ମୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ସେହି ବିପନ୍ନ ଲୋକମାନଙ୍କୁ ସାହାଯ୍ୟ କରୁଥିଲେ ।

(ii) ନୈତିକତା – ଆଦର୍ଶ ବ୍ୟକ୍ତିତ୍ଵର ନୈତିକତା ହେଉଛି ଏକ ଅବିଚ୍ଛେଦ୍ୟ ଅଙ୍ଗ । ଶିକ୍ଷାର୍ଥୀମାନଙ୍କର କିପରି ନୈତିକ ବିକାଶ ହୋଇପାରିବ ଗୋପବନ୍ଧୁ ସେ କଥା ସର୍ବଦା ଚିନ୍ତା କରୁଥିଲେ । ସେଥ‌ିପାଇଁ ସେ ପ୍ରତ୍ୟହ ପ୍ରାର୍ଥନାସଭାରେ ମହାପୁରୁଷମାନଙ୍କର ଜୀବନୀ ଓ କାର୍ଯ୍ୟାବଳୀ ଉପରେ ଆଲୋଚନା କରୁଥିଲେ । ନୈତିକ ଶିକ୍ଷା ନିମନ୍ତେ ତାଙ୍କ ପ୍ରସ୍ତୁତ ପାଠ୍ୟକ୍ରମରେ ସମୟ-ନିର୍ଘଣ୍ଟ ହେଉଥିଲେ ।

(iii) ମାନବିକତା – ଗୋପବନ୍ଧୁ ସର୍ବଦା ଚେଷ୍ଟା କରୁଥିଲେ ଯେ, କିପରି ମାନବ ମଧ୍ୟରେ ସ୍ନେହ, ଭ୍ରାତୃଭାବ, ଦୟା, କ୍ଷମା, ସହନଶୀଳତାର ଭାବ ତଥା ଗୁଣାବଳୀଗୁଡ଼ିକର ଯଥାଯଥ ବିକାଶ କରାଯାଇପାରିବ । ସେ ଦୁଃଖୀ ଲୋକମାନଙ୍କର ଦୁଃଖରେ ବିଚଳିତ ହେବା ସଙ୍ଗେ ସଙ୍ଗେ ସମଦୁଃଖୀ ମଧ୍ୟ ହେଉଥିଲେ ।

(iv) ଆଧ୍ୟାମ୍ବିକତା ଆମ୍ଭମାନଙ୍କର ଜୀବନର ଲକ୍ଷ୍ୟ ଈଶ୍ଵରପ୍ରାପ୍ତି ହେବା ଆବଶ୍ୟକ । ତେଣୁ ସମସ୍ତଙ୍କଠାରେ ଆଧ୍ୟାତ୍ମିକତାର ଭାବ ଉଦ୍ରେକ ହେବା ଉଚିତ ବୋଲି ଗୋପବନ୍ଧୁ ଅନୁଭବ କରିଥିଲେ । ସମସ୍ତ ଶିକ୍ଷାର୍ଥୀ କିପରି ଆଦର୍ଶବାଦ ଓ ଆଧ୍ୟାତ୍ମିକବାଦଦ୍ୱାରା ପ୍ରଭାବିତ ହେବେ, ସେଥୁନିମନ୍ତେ ଗୋପବନ୍ଧୁ ଆଧ୍ୟାତ୍ମିକ ଶିକ୍ଷା ପ୍ରବର୍ତ୍ତନ କରିଥିଲେ।

(v) କର୍ମଦକ୍ଷତା – ଗୋପବନ୍ଧୁ ଉପଲବ୍‌ଧ କରିଥିଲେ ଯେ, ଭାରତ ପରି ଗରିବ ଓ କୃଷିପ୍ରଧାନ ଦେଶରେ ପ୍ରତ୍ୟେକ ବ୍ୟକ୍ତିକୁ କର୍ମଶୀଳ ହେବାକୁ ପଡ଼ିବ । ଗୋପବନ୍ଧୁ ଶିକ୍ଷାର୍ଥୀମାନଙ୍କୁ କୃଷିକାମ, କାଠକାମ, ବେତକାମ, ତନ୍ତକାମ, ହସ୍ତକର୍ମ ଶିକ୍ଷାରେ ସର୍ବଦା ଲିପ୍ତ ରଖୁବାକୁ ପ୍ରଚେଷ୍ଟା କରିଥିଲେ ।

(vi) ଜାତୀୟତା – ଗୋପବନ୍ଧୁଙ୍କ ଶିକ୍ଷା-ଦର୍ଶନର ଏକ ପ୍ରଧାନ ବୈଶିଷ୍ଟ୍ୟ ହେଉଛି ଜାତିପ୍ରୀତି ବା ସ୍ୱଦେଶପ୍ରୀତି । ଗୋପବନ୍ଧୁ ଉତ୍କଳୀୟ ତଥା ଭାରତୀୟ ଯୁବଗୋଷ୍ଠୀଙ୍କ ମନରେ ସ୍ବଦେଶପ୍ରୀତି ଭାବ ଜାଗ୍ରତ କରାଇବା ନିମନ୍ତେ ନିରନ୍ତର ଚେଷ୍ଟା କରୁଥିଲେ ।

(vii) ପାଠ୍ୟକ୍ରମ- ସେ ସାଧାରଣ ପାଠ୍ୟବିଷୟ; ଯଥା- ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ଇତ୍ୟାଦି ବ୍ୟତୀତ ଲୁଗାବୁଣା, ତନ୍ତକାମ, ସିଲାଇ, ବେତକାମ, ହସ୍ତକାମ, କାଠକାମ ପ୍ରଭୃତି ଉପରେ ମଧ୍ୟ ଗୁରୁତ୍ବ ଆରୋପ କରିଥିଲେ । ଏହି ପାଠ୍ୟକ୍ରମ ସହିତ ସହ-ପାଠ୍ୟକ୍ରମ; ଯଥା- ଖେଳକୁଦ, କସରତ, ଭ୍ରମଣ, ନାଟକ, ସମାଜସେବା ପ୍ରଭୃତି କାର୍ଯ୍ୟକ୍ରମକୁ ପାଠ୍ୟକ୍ରମର ଅନ୍ତର୍ଗତ କରିଥିଲେ ।

(viii) ଶିକ୍ଷାଦାନ ପ୍ରଣାଳୀ – ଗୋପବନ୍ଧୁ ଆଧୁନିକ ଯୁଗର ପ୍ରଚଳିତ ଶିକ୍ଷାଦାନ ପଦ୍ଧତି ଉପରେ ଆଦୌ ସନ୍ତୁଷ୍ଟ ନ ଥିଲେ । ଶିକ୍ଷକ ଓ ଶିକ୍ଷାର୍ଥୀଙ୍କର ଉତ୍ତମ ସମ୍ବନ୍ଧ ଓ ସହଯୋଗ ମାଧ୍ୟମରେ ଶିକ୍ଷାଦାନ କରାଯିବାକୁ ଗୋପବନ୍ଧୁ ଉଚିତ ମଣୁଥିଲେ । ଶିକ୍ଷାଦାନକୁ ସରସ, ସୁନ୍ଦର କରିବାକୁ ହେଲେ ବକ୍ତୃତା ପ୍ରଣାଳୀ ଯେ ଉପଯୁକ୍ତ ତାହା ସେ ମାନି ନ ଥିଲେ । ସେ ପ୍ରଶ୍ନୋତ୍ତର ପ୍ରଣାଳୀକୁ ବିଶେଷଭାବରେ ଗୁରୁତ୍ଵ ଦେଇଥିଲେ । ସେ କହୁଥିଲେ – କୋମଳମତି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବାକୁ ହେଲେ କ୍ରୀଡ଼ା ବା ଗଳ୍ପକଥନ ପ୍ରଣାଳୀ ଏକାନ୍ତ ପ୍ରୟୋଜନ ।

(ix) ଶିକ୍ଷକ – ଗୋପବନ୍ଧୁ ଶିକ୍ଷା-ଦର୍ଶନରେ ଶିକ୍ଷକଙ୍କର ସ୍ଥାନ ଥିଲା ବହୁ ଊର୍ଦ୍ଧ୍ବରେ । ସେ ବିଦ୍ୟାଳୟର ଶିକ୍ଷାକୁ ‘ତ୍ରିବେଣୀ ସଙ୍ଗମ’ ବା ‘ପ୍ରୟାଗ’ ସହିତ ତୁଳନା କରିଛନ୍ତି । ସେ ଶିକ୍ଷକଙ୍କୁ ‘ଗଙ୍ଗା’, ଶିକ୍ଷାର୍ଥୀଙ୍କୁ ‘ଯମୁନା’ ଓ ଶିକ୍ଷାନୁଷ୍ଠାନକୁ ‘ସରସ୍ବତୀ’ ସହ ତୁଳନା କରିଛନ୍ତି । ଗୋପବନ୍ଧୁଙ୍କ ମତରେ, ଶିକ୍ଷକ ଗଙ୍ଗା ପରି ପବିତ୍ର, ଶୁଦ୍ଧ, ମହାନ୍ ଓ ବ୍ୟାପକ ହେବା ବିଧେୟ ।

(x) ନାରୀ ଶିକ୍ଷା – ଗୃହକର୍ତ୍ତୀଭାବେ ନାରୀକୁ ଘରର ସମସ୍ତ କାର୍ଯ୍ୟ ସଂପାଦନ କରିବାକୁ ପଡ଼ିଥାଏ । ଏ ସବୁକୁ ଠିକ୍‌ଭାବରେ ତୁଲାଇବା ପାଇଁ ନାରୀ-ଶିକ୍ଷାର ନିଶ୍ଚିତ ଆବଶ୍ୟକତା ରହିଛି ବୋଲି ଗୋପବନ୍ଧୁ କହୁଥିଲେ ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଗୋପବନ୍ଧୁଙ୍କ ଜୀବନୀ :
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ସୁଆଣ୍ଡୋ ଗ୍ରାମରେ ଏକ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦୈତାରୀ ଦାଶ ଓ ମାତାଙ୍କ ନାମ ସ୍ଵର୍ଣ୍ଣମୟୀ ଦେବୀ । ସେ ୧୯୦୪ ମସିହାରେ ବି.ଏ. ଡିଗ୍ରୀ ହାସଲ କରିବା ସହିତ ୧୯୦୬ ମସିହାରେ ଓକିଲାତିର ଏକ ଡିଗ୍ରୀ ହାସଲ ମଧ୍ୟ କରିଥିଲେ । ସେ ଥିଲେ ଏକାଧାରରେ ସମାଜସେବକ, ସ୍ଵାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ଶିକ୍ଷାବିତ୍ ଓ ରାଷ୍ଟ୍ରନିର୍ମାତା ।

ମୁକ୍ତ ଆକାଶର ଖୋଲାସ୍ଥାନର ସୁନ୍ଦର ପରିବେଶରେ ଶିକ୍ଷାଦାନ ଉପରେ ଗୁରୁତ୍ଵ ଦେଇ ସେ ଓଡ଼ିଶାର ସାକ୍ଷିଗୋପାଳ ନିକଟରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ରବୀନ୍ଦ୍ରନାଥଙ୍କ ଶିକ୍ଷାଦର୍ଶନ ତାଙ୍କୁ ଅନୁପ୍ରାଣିତ କରିଥିଲା । ତାଙ୍କର ଜୀବନ ଦର୍ଶନରେ ଈଶ୍ବର ଥିଲେ ଦିଗ୍‌ଦର୍ଶକ । ମାନବପ୍ରୀତି ଥିଲା ତାଙ୍କର ଜୀବନ ଦର୍ଶନର ଅନ୍ୟ ଏକ ଦିଗ ।

ଶିକ୍ଷାଦର୍ଶନ, ଶିକ୍ଷାର, ଅର୍ଥ, ଲକ୍ଷ୍ୟ ଓ ବୈଶିଷ୍ଟ୍ୟ: ଗୋପବନ୍ଧୁଙ୍କ ଶିକ୍ଷାଦର୍ଶନ ସତ୍ୟବାଦୀସ୍ଥିତ ବକୁଳ ବନ ବିଦ୍ୟାଳୟର ଜୀବନଦର୍ଶନରୁ ଅତି ସହଜରେ ଅନୁମାନ କରିହୁଏ । ତାଙ୍କର ଚିନ୍ତାଧାରା ଓ ଆଦର୍ଶ ମଧ୍ୟରେ ବିଶେଷ ପାର୍ଥକ୍ୟ ପରିଲକ୍ଷିତ ହେଉନଥିଲା । ମଣିଷ ପରି ମଣିଷ ତିଆରି କରିବା ଥିଲା ତାଙ୍କ ଶିକ୍ଷାର ଲକ୍ଷ୍ୟ ।

ତାଙ୍କ ଶିକ୍ଷାର ବୈଶିଷ୍ଟ୍ୟଗୁଡ଼ିକ ହେଲା- ସାର୍ବଜନୀନ ଶିକ୍ଷା, ମାତୃଭାଷା ମାଧ୍ୟମରେ ଶିକ୍ଷା, ସମାଜସେବା, ମାନବିକତା, ମୁକ୍ତାକାଶ ବିଦ୍ୟାଳୟ, ବୃତ୍ତିଭିତ୍ତିକ ଶିକ୍ଷା, ଆଧ୍ୟାତ୍ମିକତା ଇତ୍ୟାଦି ।
ଜୀବନ ଦର୍ଶନ :
(i) ଭଗବତ୍ ପ୍ରୀତି : ଗୋପବନ୍ଧୁଙ୍କର ଅତୁଟ ଈଶ୍ବର ବିଶ୍ଵାସ ଥିଲା । ତାଙ୍କ ମତରେ ଏ ସଂସାରର ନିୟନ୍ତା ହେଉଛନ୍ତି ସର୍ବଶକ୍ତିମନ୍ ଈଶ୍ବର ।

(ii) ଜାତି-ପ୍ରୀତି : ଗୋପବନ୍ଧୁଙ୍କ ହୃଦୟରେ ଯେଉଁ ଭଗବତ୍ ପ୍ରେମ ପ୍ରବାହିତ ହେଉଥିଲା, ତାହା ରୂପାନ୍ତରିତ ହୋଇଥିଲା ଜାତିପ୍ରେମରେ । ତତ୍କାଳୀନ ଓଡ଼ିଆ ଜାତିର ଅଧଃପତନ ଦେଖୁ ତାଙ୍କ ପ୍ରାଣ କାନ୍ଦି ଉଠିଥିଲା । ଜାତି ପ୍ରାଣରେ ନୂତନ ଉନ୍ମାଦନ ଓ ନୂତନ ଚେତନା ପ୍ରଦାନ ନିମିତ୍ତ ସେ ଦୃଢ଼ପରିକର ହୋଇଥିଲେ ।

(iii) ମାନବ ପ୍ରୀତି : ସମଗ୍ର ମାନବ ସମାଜ ଏକ ପରିବାର- ଏ ପ୍ରକାର ବିଶ୍ବମୈତ୍ରୀ ଓ ବିଶ୍ବଭ୍ରାତୃତ୍ବର ଭାବନା ତାଙ୍କ ହୃଦୟରେ ଖେଳୁଥିଲା । ମାନବ ସେବା ତାଙ୍କ ଜୀବନଦର୍ଶନର ଏକ ପ୍ରଧାନ ଦିଗ ଥିଲା ।
ଉତ୍କଳର ଉଜ୍ଜଳ ମଣି ହିସାବରେ ଓଡ଼ିଶାବାସୀଙ୍କ ଦୁଃଖରେ ଗୋପବନ୍ଧୁଙ୍କ ପ୍ରାଣ ସତିତ କାନ୍ଦୁଥିଲା । ଶିକ୍ଷାର ଅଭାବ ଉତ୍କଳବାସୀଙ୍କର ଦୁଃଖର କାରଣ ବୋଲି ସେ ହୃଦୟଙ୍ଗମ କରିଥିଲେ । ତେଣୁ ଉପଯୁକ୍ତ ଶିକ୍ଷା ହିଁ ଦାରିଦ୍ର୍ୟ ଦୂରୀକରଣ ଏବଂ ଦେଶ ତଥା ଜାତିର ଉନ୍ନତି କ୍ଷେତ୍ରରେ ପ୍ରଧାନ ଅସ୍ତ୍ର ବୋଲି ସେ ଭାବିଥିଲେ ।

ତେଣୁ ସେ ତାଙ୍କ ଶିକ୍ଷାଦର୍ଶନକୁ ଆଧାର କରି ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ୧୯୦୯ ଖ୍ରୀ.ଅ. ଅଗଷ୍ଟ ୧୨ ତାରିଖରେ ସତ୍ୟବାଦୀର ବକୁଳବନର ଛୁରିଅନା ଆମ୍ରକୁଞ୍ଜର ମୁକ୍ତାକାଶ ତଳେ ପ୍ରତିଷ୍ଠିତ ଉକ୍ତ ବନବିଦ୍ୟାଳୟଦ୍ବାରା ମନୁଷ୍ୟ ଜାତି ମଧ୍ୟରେ ଦେଶପ୍ରେମ ଜାଗ୍ରତ କରାଯାଇଥିଲା ।

୧୯୦୯ ଅଗଷ୍ଟ ୧୨ ତାରିଖରେ ୧୯ ଜଣ ପିଲାଙ୍କୁ ନେଇ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ୧୯୧୪ ମସିହାରେ ଏହା ଏକ ଉଚ୍ଚ ବିଦ୍ୟାଳୟରେ ପରିଣତ ହେଲା । ୧୯୨୧ ମସିହାରେ ଏହାକୁ ଜାତୀୟ ସ୍ତରର ମାନ୍ୟତା ମିଳିଲା । ୧୯୨୬ ମସିହାରେ ଏହା ଅନେକ ତ୍ରୁଟି ଏବଂ ସହଯୋଗର ଅଭାବରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ।

ସତ୍ୟବାଦୀ ବନବିଦ୍ୟାଳୟର ଲକ୍ଷ୍ୟ :
(i) ଗୁରୁକୁଳ ଶିକ୍ଷା ପରମ୍ପରା ସୃଷ୍ଟି : ଗୋପବନ୍ଧୁ ଆର୍ଯ୍ୟ ପରମ୍ପରା ସମ୍ବଳିତ ଗୁରୁକୁଳ ଶିକ୍ଷାଦ୍ଵାରା ଗଭୀର ଭାବରେ ଅନୁପ୍ରାଣିତ ହୋଇଥିଲେ । ତେଣୁ ଭାରତବର୍ଷରେ ସେ ହିଁ ଗୁରୁକୁଳ ଶିକ୍ଷା ପରମ୍ପରା ଉଜ୍ଜୀବିତ କରିବାର ପ୍ରୟାସ କରିଥିଲେ ।

(ii) ଦେଶାତ୍ମବୋଧ : ଦେଶାତ୍ମବୋଧ ଥିଲା ଏହି ସାରସ୍ବତ ପୀଠର ଅନ୍ୟତମ ଲକ୍ଷ୍ୟ । ଜନନୀ ଜନ୍ମଭୂମିଙ୍କ ମୁକ୍ତିର ସ୍ବପ୍ନ ଦେଖୁଥିଲେ ଗୋପବନ୍ଧୁ । ଜନ୍ମଭୂମିକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ଥିଲା ତାଙ୍କ ଜୀବନର କୃଚ୍ଛ୍ରସାଧନା ।

(iii) ସ୍ଵାଧୀନ ଚିନ୍ତା : ସ୍ଵାଧୀନତା ସୃଜନଶୀଳତାର ପରିଚାୟକ, ତେଣୁ ବିଦ୍ୟାଳୟରେ ବିଦ୍ୟାର୍ଥୀ ଅଧ୍ଵ ସ୍ଵାଧୀନ ଚିନ୍ତା ଓ ସ୍ଵାଧୀନ ମତ ପ୍ରକାଶ କରିବାର ସୁବିଧା ପାଇବେ ।
(iv) ମାନବ ପ୍ରୀତି : ବନବିଦ୍ୟାଳୟ ଥିଲା ଗୋପବନ୍ଧୁଙ୍କର ମାନବପ୍ରୀତିର ଏକ ତାଲିମ ଶିବିର ।
(v) ଭଗବତ୍ ପ୍ରୀତି : ‘ସା ବିଦ୍ୟା ଯା ବିମୁକ୍ତୟେ’’ର ଭାବଧାରା ଗୋପବନ୍ଧୁଙ୍କ ବନବିଦ୍ୟାଳୟରେ ପ୍ରତିଫଳିତ ହେଉ– ଏହା ସେ ଚିନ୍ତା କରିଥିଲେ ।
(vi) କର୍ମଭିଭିକ ଶିକ୍ଷା : କର୍ମଯୋଗୀ ଗୋପବନ୍ଧୁଙ୍କ ଶିକ୍ଷାଦର୍ଶନର ଏକ ମୁଖ୍ୟ ବିଭାବ ଥିଲା- ‘କର୍ମ ହିଁ ଧର୍ମ’’ । ତେଣୁ
(vii) ମୁକ୍ତାକାଶ ଶିକ୍ଷା : ଶାନ୍ତିନିକେତନର ମୁକ୍ତାକାଶ ଶିକ୍ଷାଭଳି ଗୋପବନ୍ଧୁ ବନବିଦ୍ୟାଳୟର ଶିକ୍ଷାୟତନକୁ ଅନୁରୂପଭାବେ ଗଠନ କରିଥିଲେ । ବକୁଳ ଛୁରିଅନାର ମନୋରମ ପ୍ରକୃତି କ୍ରୋଡ଼ରେ ଏହା ଗଢ଼ି ଉଠିଥିଲା ।

CHSE Odisha Class 12 Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

(viii) ନାରୀଶିକ୍ଷା : ସମାଜରେ ନାରୀ ଓ ପୁରୁଷ ଗୋଟିଏ ବୃନ୍ତର ଦୁଇଟି ପୁଷ୍ପ । ତେଣୁ ନାରୀ ଓ ପୁରୁଷ ଉଭୟେ ଶିକ୍ଷିତ ହେବା ଦରକାର । ଗୋପବନ୍ଧୁଙ୍କ ଦୃଷ୍ଟିରେ ନାରୀର ସ୍ଥାନ ଖୁବ୍ ଉଚ୍ଚରେ ଥିଲା ।
ସତ୍ୟବାଦୀ ବନବିଦ୍ୟାଳୟ ଶିକ୍ଷାର ମୁଖ୍ୟ ବୈଶିଷ୍ଟ୍ୟ :
(1) ମୁକୁ।କାଣରେ ଶିକ୍ଷା
(2) ସାର୍ବଜନୀନ ପ୍ରାଥମିକ ଶିକ୍ଷା
(3) ମାତୃଭାଷା ହିଁ ଶିକ୍ଷାର ମୁଖ୍ୟ ମାଧ୍ୟମ
(4) ସମାଜସେବା ହିଁ ଶିକ୍ଷାର ପ୍ରାଣକେନ୍ଦ୍ର
(5) ଶିକ୍ଷା ମାଧ୍ୟମରେ ମାନବିକତାର ମୁଲ୍ୟ।ୟନ
(6) ବିଭିନ୍ନ ଧନ୍ଦା ଓ ବୃତ୍ତି ମାଧ୍ୟମରେ ଶିକ୍ଷା
(7) ଶିକ୍ଷାଦ୍ବାରା ଦେଶପ୍ରୀତି ଓ ଆଧ୍ୟାତ୍ମିକତାର ପରିପ୍ରକାଶ
(8) ବିଭିନ୍ନ ସହପାଠ୍ୟକ୍ରମ କାର୍ଯ୍ୟାବଳୀ ମାଧ୍ୟମରେ ଶିଶୁର ସାମଗ୍ରିକ ବିକାଶ ସାଧନ
(9) ଶିକ୍ଷାଦ୍ବାରା ନୈତିକ ଓ ଚାରିତ୍ରିକ ବିକାଶ ସାଧନ
(10) ସ୍ଵଦେଶପ୍ରୀତି ଓ ଦେଶ ଗଠନ ପାଇଁ ଶିକ୍ଷାର୍ଥୀମାନଙ୍କ ପ୍ରସ୍ତୁତି ।
(11) ନାରୀ ଶିକ୍ଷା ଓ ନାରୀ ଜାଗରଣ ସୃଷ୍ଟି

ସହ-ପାଠ୍ୟକ୍ରମର କାର୍ଯ୍ୟ- କେବଳ ପୁସ୍ତକଗତ ଶିକ୍ଷାଲାଭଦ୍ବାରା ମଣିଷର ଉନ୍ନତି ହୁଏ ନାହିଁ । ଗୋପବନ୍ଧୁ ଶିକ୍ଷା ସହ ଛାତ୍ରଛାତ୍ରୀମାନଙ୍କୁ ଚାଷ, ବଗିଚାକାମ, ଲୁଗାବୁଣିବା, କାଠକାମ ପ୍ରଭୃତି ପାଇଁ ଉତ୍ସାହିତ କରୁଥିଲେ । ବିଶେଷ କରି ଗୋପବନ୍ଧୁ ବିଦ୍ୟାଳୟରେ ସାହିତ୍ୟିକ କାର୍ଯ୍ୟାବଳୀ, ତର୍କ, ଖେଳକୁଦ, ପରିଭ୍ରମଣ ଓ ସମାଜସେବା ଉପରେ ଗୁରୁତ୍ଵ ଦେଉଥିଲେ ।

କ୍ରୀଡ଼ା ଓ ପାଠାଗାର- ଶାରୀରିକ ବିକାଶ ନିମନ୍ତେ କ୍ରୀଡ଼ା ବିଶେଷ ଉପଯୋଗୀ । ସତ୍ୟବାଦୀ ବନବିଦ୍ୟାଳୟରେ କ୍ରୀଡ଼ାର ସ୍ଥାନ ପାଠ୍ୟକ୍ରମର ପ୍ରଧାନ ବିଭାଗ ଥିଲା । ବନବିଦ୍ୟାଳୟର ପାଠାଗାରରେ ବିଭିନ୍ନ ପୁସ୍ତକ ରଖାଯାଉଥିଲା ।

ସମାଜସେବା- ସମାଜର ସେବା ହିଁ ଭଗବାନଙ୍କର ସେବା । ସମାଜରେ ଅଭାବ ଅନଟନ ମଧ୍ୟରେ କାଳ କାଟୁଥିବା କରୁଥିଲେ । ଗୋପବନ୍ଧୁ ବୈଷୟିକ ଶିକ୍ଷା ଉପରେ ମଧ୍ୟ ଗୁରୁତ୍ଵ ଦେଉଥିଲେ ।

ଶୃଙ୍ଖଳା- ଶୃଙ୍ଖଳା ମନୋଭାବ ଗୋପବନ୍ଧୁଙ୍କ ଶିକ୍ଷାର ଅନ୍ୟ ଏକ ଲକ୍ଷ୍ୟ ଥିଲା । ଆତ୍ମଶୃଙ୍ଖଳା ଥିଲା ଶିକ୍ଷାର୍ଥୀମାନଙ୍କର ପ୍ରଧାନ ଶୃଙ୍ଖଳା । ସ୍ନେହ, ସହାନୁଭୂତି ଓ ଶାସନ ବଳରେ ଛାତ୍ରଛାତ୍ରୀମାନଙ୍କ ଖରାପ

ଆଚରଣର ପରିବର୍ତ୍ତନ କରାଯାଉଥିଲା । ସତ୍ୟବାଦୀ ଶିକ୍ଷା ବ୍ୟବସ୍ଥାର ଅବନତିର ମୁଖ୍ୟ କାରଣ :
(1) ଅର୍ଥନୈତିକ ସମସ୍ୟା ଓ ଅନୁଦାନର ଅଭାବ
(2) ଗୋପବନ୍ଧୁଙ୍କ ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣ
(3) ଉପଯୁକ୍ତ ଶିକ୍ଷକଙ୍କ ଅଭାବ
(4) ସ୍ଥାନୀୟ ମୁଷ୍ଟିମେୟ ଲୋକଙ୍କ ବିରୋଧୀ ମନୋଭାବ
(5) ଗୋପବନ୍ଧୁଙ୍କ ଅକାଳ ମୃତ୍ୟୁ ପରେ ଶିକ୍ଷା ବ୍ୟବସ୍ଥା ଚଳାଇବାପାଇଁ ଉପଯୁକ୍ତ ନେତୃତ୍ବର ଅଭାବ ।

ତଥାପି ସତ୍ୟବାଦୀ ବନବିଦ୍ୟାଳୟ ଜାତୀୟ ଶିକ୍ଷା ଓ ଜାଗରଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟି ସଦୃଶ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

Odisha State Board CHSE Odisha Class 12 Foundation of Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା Questions and Answers.

CHSE Odisha 12th Class Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. ମୂଲ୍ୟବୋଧଗୁଡ଼ିକ କାର୍ଯ୍ୟମାନଙ୍କର ___________ ।
(i) ଉଦ୍ଦେଶ୍ୟ
(ii) ଅଭିପ୍ରାୟ
(iii) କର୍ତ୍ତବ୍ଯ
(iv) ଅନୁଭବ
Answer:
(i) ଉଦ୍ଦେଶ୍ୟ

2. ଚିରସ୍ଥାୟୀ ଶାନ୍ତି ଶିକ୍ଷାର ___________ ମୂଲ୍ୟବୋଧ ଅଟେ ।
(i) ନୈତିକ
(ii) ସାମାଜିକ
(iii) ଅନ୍ତିମ
(iv) ସାଂସ୍କୃତିକ
Answer:
(iii) ଅନ୍ତିମ

3. ବାସ୍ତବ ସୌନ୍ଦର୍ଯ୍ୟକୁ ଅନୁଭବ କରିବା ଏବଂ ପ୍ରଶଂସା କରିବା ___________ ମୂଲ୍ୟବୋଧର ଅନ୍ତର୍ଗତ ଅଟେ ।
(i) ଆଧ୍ୟାମିକ
(ii) ନୈତିକ
(iii) ସୌନ୍ଦର୍ଯ୍ୟାତ୍ମକ
(iv) ଅନ୍ତିମ
Answer:
(iii) ସୌନ୍ଦର୍ଯ୍ୟାତ୍ମକ

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

4. ଭଲ ପାଇବା, ଭ୍ରାତୃଭାବ, ସାଧୁତା, ନୀତିନିଷ୍ଠତା, ପରୋପକାର ___________ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ଅଟେ ।
(i) ସାମାଜିକ
(ii) ନୈତିକ
(iii) ଆଧ୍ୟାମିକ
(iv) ବ୍ଯକ୍ତିଗତ
Answer:
(i) ସାମାଜିକ

5. ମଣିଷର ମଣିଷ ବ୍ୟବହାର ___________ ମୂଲ୍ୟବୋଧକୁ ବୁଝାଇଥାଏ ।
(i) ସାମାଜିକ
(ii) ନୈତିକ
(iii) ଆଧ୍ୟାମିକ
(iv) ଅନ୍ତିମ
Answer:
(ii) ନୈତିକ

6. କେଉଁଟି ପାରରିବାରିକ ମୂଲ୍ୟବୋଧକୁ ବୁଝାଇଥାଏ ?
(i) ପାରିବାରିକ ଧାରଣା
(ii) ବଂଶାନୁକ୍ରମିକ ଧାରଣା
(iii) ସାମାଜିକ ଧାରଣା
(iv) ନିଜ କୌଳିକ ବୃତ୍ତି
Answer:
(i) ପାରିବାରିକ ଧାରଣା

7. ‘‘ଶିକ୍ଷା ସାମାଜିକ ଓ ନୈତିକ ମୂଲ୍ୟବୋଧ ବିକାଶର ଏକ ଶକ୍ତିଶାଳୀ ଆୟୁଧ’’ ___________ କେଉଁ ଜାତୀୟ ଶିକ୍ଷାନୀତି ଏହି ମତାମତ ପ୍ରଦାନ କରିଛି ।
(i) ୧୯୮୬
(ii) ୧୯୯୦
(iii) ୧୯୯୨
(iv) ୧୯୯୬
Answer:
(i) ୧୯୮୬

8. “ମାନବର ଚରମ ଓ ପରମ ଲକ୍ଷ୍ୟ ହେଉଛି ଆନନ୍ଦପ୍ରାପ୍ତି” – ଏହା କିଏ କହିଥିଲେ ?
(i) ଆରିଷ୍ଟୋଟଲ୍
(ii) ପ୍ଲାଟୋ
(iii) ଋଷୋ
(iv) ବିବେକାନନ୍ଦ
Answer:
(i) ଆରିଷ୍ଟୋଟଲ

9. ସାଧୁତା ଓ ପବିତ୍ରତା କେଉଁ ମୂଲ୍ୟବୋଧ ସହ ସମ୍ପର୍କିତ ?
(i) ସାମାଜିକ
(ii) ନୈତିକ
(iii) ଆଧ୍ୟାମିକ
(iv) ବ୍ୟକ୍ତିଗତ
Answer:
(ii) ନୈତିକ

10. ଯାହା ସମାଜରେ ଗ୍ରହଣଯୋଗ୍ୟ ତାହାକୁ କ’ଣ କୁହାଯାଏ ?
(i) କର୍ଭବ୍ୟ
(ii) ଆଦର୍ଶ
(iii) ମୂଲ୍ୟବୋଧ
(iv) ସୃଜନଶୀଳତା
Answer:
(iii) ମୂଲ୍ୟବୋଧ

11. ସତ୍ୟ ଓ ଅହିଂସା କେଉଁ ମୂଲ୍ୟବୋଧ ସହ ସମ୍ପର୍କିତ ?
(i) ଆଧ୍ୟାମି୍କ
(ii) ନୈତିକ
(iii) ସାମାଜିକ
(iv) ବ୍ୟକ୍ତିଗତ
Answer:
(i) ଆଧ୍ୟାମି୍କ

12. ‘ମାନବାଧ୍ଵର ଦିବସ’ ପ୍ରତିବର୍ଷ କେଉଁ ଦିନ ପାଳନ କରାଯାଏ ?
(i) ମାର୍ଚ୍ଚ ୫
(ii) ଡିସେମ୍ବର ୧୦
(iii) ମେ ୧
(iv) ଅଗଷ୍ଟ ୫
Answer:
(ii) ଡିସେମ୍ବର ୧୦

13. କେବେ ମିଳିତ ଜାତିସଂଘଦ୍ୱାରା ମାନବାରର ‘ସାର୍ବଜନୀନ ଘୋଷଣାନାମା’ ପ୍ରକାଶ ପାଇଥିଲା ?
(i) ୧୯୩୦ ମସିହା
(ii) ୧୯୪୮ ମସିହା
(iii) ୧୯୫୦ ମସିହା
(iv) ୧୯୬୨ ମସିହା
Answer:
(ii) ୧୯୪୮ ମସିହା

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

14. ନିମ୍ନୋକ୍ତ ମଧ୍ୟରୁ କେଉଁଟିଦ୍ଵାରା ମାନବାଧିକାରର ଉଲ୍ଲଘଂନ ହୁଏ ନାହିଁ ?
(i) ଅନ୍ୟଜାତିରେ ବିବାହ
(ii) ବର୍ଣ୍ଣବିଦ୍ବେଷ
(iii) ଆତଙ୍କବାଦ
(iv) ଦୁର୍ନୀତି
Answer:
(i) ଅନ୍ୟଜାତିରେ ବିବାହ

15. ନିମ୍ନୋକ୍ତ ମଧ୍ୟରୁ କେଉଁଟି ମାନବାଧ୍ଵର ସୁରକ୍ଷାରେ ସହାୟକ ହୁଏ ନାହିଁ ?
(i) ଗଣମାଧ୍ୟମ
(ii) ସଂସଦ
(iii) ଏକଚ୍ଛତ୍ରବାଦ
(iv) ସ୍ଵାଧୀନ ନ୍ୟାୟପାଳିକା
Answer:
(iii) ଏକଚ୍ଛତ୍ରବାଦ

16. ନିମ୍ନୋକ୍ତ କେଉଁଟି ମାନବାଧ୍ୟାକାରର ପ୍ରତିଫଳନ କରେ ନାହିଁ ?
(i) ମହିଳା ସଶକ୍ତିକରଣ
(ii) ଶୈଶବର ସୁରକ୍ଷା
(iii) ଯୁବକମାନଙ୍କୁ ନିଯୁକ୍ତି
(iv) ବୃଦ୍ଧମାନଙ୍କୁ ଅବହେଳା
Answer:
(i) ମହିଳା ସଶକ୍ତିକରଣ

17. କେବେ ଜାତଂଘର ନିରାପତ୍ତା ପରିଷଦରେ ‘ମାନବିକ ଅଧିକାରର ଘୋଷଣାନାମା’ ପ୍ରସ୍ତୁତ ହୋଇଥିଲା ?
(i) ୧୯୪୫ ମସିହା ଜାନୁୟାରୀ ୧୫
(ii) ୧୯୪୬ ମସିହା ଫେବୃୟାରୀ ୧୬
(iii) ୧୯୪୮ ମସିହା ଡିସେମ୍ବର ୧୦
(iv) ୧୯୫୦ ମସିହା ଜାନୁୟାରୀ ୨୬
Answer:
(ii) ୧୯୪୬ ମସିହା ଫେବୃୟାରୀ ୧୬

18. ଜାତିସଂଘ ନିରାପତ୍ତା ପରିଷଦରେ କାହାର ଅଧ୍ୟକ୍ଷତାରେ ମାନବିକ ଅଧ୍ଵରର ଘୋଷଣାନାମ ପ୍ରସ୍ତୁତ ହୋଇଥିଲା ?
(i) ରୁଜ୍ଭେଲ୍ଟ
(ii) ବିଲ୍ କ୍ଲିଣ୍ଟନ୍
(iii) ଜର୍ଜ ବୁଶ୍
(iv) ଆବ୍ରାହିମ୍ ଲିଙ୍କନ୍
Answer:
(i) ରୁଜ୍ଭେଲ୍ଟ

19. ଭାରତରେ କେବେଠାରୁ ‘ଜାତୀୟ ମାନବିକ ଅଧିକାର’ କମିଶନ କାର୍ଯ୍ୟ କରୁଛି ?
(i) ୧୯୯୦ ମସିହା
(ii) ୧୯୮୮ ମସିହା
(iii) ୧୯୯୩ ମସିହା
(iv) ୧୯୪୮ ମସିହା
Answer:
(iii) ୧୯୯୩ ମସିହା

20. କେବେ ଓଡ଼ିଶା ରାଜ୍ୟ ମାନବାଧ୍ୟାର ଆୟୋଗ ଗଠିତ ହୋଇଥିଲା ?
(i) ୧୯୯୫ ମସିହା
(ii) ୨୦୦୩ ମସିହା
(iii) ୨୦୧୦ ମସିହା
(iv) ୨୦୦୫ ମସିହା
Answer:
(ii) ୨୦୦୩ ମସିହା

21. ମାନବିକ ଅଧ‌ିକାର ମୁଖ୍ୟତଃ କେତୋଟି ମୌଳିକ ସ୍ଵାଧୀନତାର ସମଷ୍ଟିକୁ ବୁଝାଏ ?
(i) ୫ ଟି
(ii) ୭ ଟି
(iii) ୩ ଟି
(iv) ୯ ଟି
Answer:
(ii) ୭ ଟି

22. ମାନବିକ ଅଧୂକାର ସାର୍ବଜନୀନ ଘୋଷଣାନାମାରେ ମୋଟ କେତୋଟି ଧାରା ଅଛି ?
(i) ୨୫ ଟି
(ii) ୧୦ ଟି
(iii) ୩୦ ଟି
(iv) ୩୫ ଟି
Answer:
(iii) ୩୦ ଟି

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

B. ଶୂନ୍ୟସ୍ଥାନ ପୂରଣ କର ।

1. ବ୍ୟକ୍ତିର ମୌଳିକ ଆବଶ୍ୟକତା ଖାଦ୍ୟ, ଜଳ, ବାୟୁ, ବାସଗୃହ ଓ ___________ ଅଟେ ।
Answer:
ପୋଷାକ

2. ___________ ଙ୍କ ମତରେ ‘ମୂଲ୍ୟବୋଧଗୁଡ଼ିକ କାର୍ଯ୍ୟମାନଙ୍କର ଉଦ୍ଦେଶ୍ୟ ବା ଲକ୍ଷ୍ୟ’ ।
Answer:
ଆରିଷ୍ଟୋଟଲ୍

3. ___________ ଙ୍କ ମତରେ, ‘ମୂଲ୍ୟବୋଧ ହେଉଛି ଗୋଟିଏ କାର୍ଯ୍ୟର ଉଦ୍ଦେଶ୍ୟ ବା ଅନ୍ତ’’ ।
Answer:
ଆୟନ ଲ୍ୟାଣ୍ଡ

4. ଆତ୍ମ-ମୂଲ୍ୟାୟନ ___________ ମୂଲ୍ୟବୋଧକୁ ବୁଝାଇଥାଏ ।
Answer:
ବ୍ୟକ୍ତିଗତ

5. ସାମାଜିକ ଗୁଣାବଳୀଗୁଡ଼ିକ ___________ ମୂଲ୍ୟବୋଧ ସହ ସଂପୃକ୍ତ ।
Answer:
ସାମାଜିକ

6. ଉଚ୍ଚ ଆଦର୍ଶ ଏବଂ ଦିବ୍ୟ ଚିନ୍ତାଧାରା ___________ ମୂଲ୍ୟବୋଧ ସହ ଜଡ଼ିତ ।
Answer:
ନୈତିକ

7. ଭାରତରେ ___________ ମସିହାରେ ଜାତୀୟ ମାନବିକ ଅଧିକାର ଆୟୋଗ ଗଠିତ ହୋଇଥିଲା ।
Answer:
୧୯୯୩

8. ମାନବାଧିକାର ଦିବସ ___________ ତାରିଖରେ ପାଳିତ ହୁଏ ।
Answer:
ଡିସେମ୍ବର ୧୦

9. ___________ ମସିହାରେ ମାନବିକ ଅଧିକାରର ଘୋଷଣାନାମା ହୋଇଥିଲା ।
Answer:
୧୯୪୬

10. ବର୍ଣ୍ଣବିଦ୍ବେଷ ନିରାକରଣ ସମ୍ମିଳନୀ ___________ ମସିହାରେ ଅନୁଷ୍ଠିତ ହୋଇଥିଲା ।
Answer:
୧୯୭୩

11. ୧୯୪୮ ମସିହା ଜାତିସଂଘର ସାଧାରଣ ପରିଷଦ ଅଧୂବେଶନରେ ___________ ଗୋଟି ଦେଶ ଭାଗ ନେଇଥିଲେ ଏବଂ ___________ ଗୋଟି ଦେଶ ଅନୁପସ୍ଥିତ ଥିଲେ ।
Answer:
୪୮, ୧୦

12. ଭାରତର ଜାତୀୟ ମାନବିକ ଅଧୂକାର କମିଶନର ଅଧ୍ୟକ୍ଷ ___________ ଅଟନ୍ତି ।
Answer:
ସୁପ୍ରିମ୍‌କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି

13. ___________ ମସିହା ଡିସେମ୍ବର ୧୦ ତାରିଖରେ ଜାତିସଂଘର ସାଧାରଣ ପରିଷଦରେ ମାନବିକ ଅଧିକାରର ସନନ୍ଦ ଗୃହୀତ ହେଲା ।
Answer:
୧୯୪୮

14. ___________ ମସିହାରେ ନାରୀମାନଙ୍କର ରାଜନୀତିକ ଅଧିକାର ସମ୍ମଳନୀ ଅନୁଷ୍ଠିତ ହୋଇଥିଲା ।
Answer:
୧୯୫୨

15. ମାନବାଧିକାର ମୁଖ୍ୟତଃ ___________ ଗୋଟି ମୌଳିକ ସ୍ଵାଧୀନତାର ସମାହାର ଅଟେ ।
Answer:

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

C. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଠିକ୍ କରି ଲେଖ ।

1. ଆରିଷ୍ଟୋଟଲ୍‌ଙ୍କ ମତରେ ‘ମୂଲ୍ୟବୋଧ ହେଉଛି ଗୋଟିଏ କାର୍ଯ୍ୟର ଉଦ୍ଦେଶ୍ୟ ବା ଅନ୍ତ’ ।
Answer:
ଆୟନ ବ୍ୟାଣ୍ଡ୍ଙ୍କ ମତରେ ‘ମୂଲ୍ୟବୋଧ ହେଉଛି ଗୋଟିଏ କାର୍ଯ୍ୟର ଉଦ୍ଦେଶ୍ୟ ବା ଅନ୍ତ’ ।

2. ଆମ୍ବ ମୂଲ୍ୟାୟନ ବ୍ୟକ୍ତିର ସାମାଜିକ ମୂଲ୍ୟବୋଧକୁ ବୁଝାଏ ।
Answer:
ଆତ୍ମ ମୂଲ୍ୟାୟନ ବ୍ୟକ୍ତିର ବ୍ୟକ୍ତିଗତ ମୂଲ୍ୟବୋଧକୁ ବୁଝାଏ ।

3. ପରିବାର ସଦସ୍ୟମାନଙ୍କ ମଧ୍ୟରେ ଶୃଙ୍ଖଳା, ବିଶ୍ଵାସ ଆଦି ସାମାଜିକ ମୂଲ୍ୟବୋଧ ସହ ଜଡ଼ିତ ଅଟେ ।
Answer:
ପରିବାର ସଦସ୍ୟମାନଙ୍କ ମଧ୍ୟରେ ଶୃଙ୍ଖଳା, ବିଶ୍ଵାସ ଆଦି ପାରିବାରିକ ମୂଲ୍ୟବୋଧ ସହ ଜଡ଼ିତ ଅଟେ ।

4. ମନୁଷ୍ୟକୁ ଉଚ୍ଚ ଆଦର୍ଶ ଧାରାରେ ପରିଚାଳନା କରିବାପାଇଁ ନୈତିକ ମୂଲ୍ୟବୋଧର ଆବଶ୍ୟକତା ଅଛି ।
Answer:
ମନୁଷ୍ୟକୁ ଉଚ୍ଚ ଆଦର୍ଶ ଧାରାରେ ପରିଚାଳନା କରିବାପାଇଁ ନୈତିକ ମୂଲ୍ୟବୋଧର ଆବଶ୍ୟକତା ଅଛି ।

5. କଳାତ୍ମକ କାର୍ଯ୍ୟ ଏବଂ ପ୍ରକୃତିର ସୌନ୍ଦର୍ଯ୍ୟକୁ ଅନୁଭବ କରିବା ବ୍ୟକ୍ତିଗତ ମୂଲ୍ୟବୋଧକୁ ବୁଝାଇଥାଏ ।
Answer:
କଳାତ୍ମକ କାର୍ଯ୍ୟ ଏବଂ ପ୍ରକୃତିର ସୌନ୍ଦର୍ଯ୍ୟକୁ ଅନୁଭବ କରିବା ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟବୋଧକୁ ବୁଝାଇଥାଏ ।

6. ପ୍ରତ୍ୟେକ ବର୍ଷ ଜୁନ୍ ୫ ତାରିଖରେ ‘ମାନବାଧ୍ଵର ଦିବସ’ ପାଳିତ ହୁଏ ।
Answer:
ପ୍ରତ୍ୟେକ ବର୍ଷ ଡିସେମ୍ବର ୧୦ ତାରିଖରେ ‘ମାନବାଧ୍ଵର ଦିବସ’ ପାଳିତ ହୁଏ ।

7. ୧୯୬୦ ମସିହାରେ ମିଳିତ ଜାତିସଂଘଦ୍ବାରା ମାନବାଧିକାରର ‘ସାର୍ବଜନୀନ ଘୋଷଣାନାମା’ ଜାରି ହୋଇଥିଲା ।
Answer:
୧୯୪୮ ମସିହାରେ ମିଳିତ ଜାତିସଂଘଦ୍ବାରା ମାନବାଧିକାରର ‘ସାର୍ବଜନୀନ ଘୋଷଣାନାମା’ ଜାରି ହୋଇଥିଲା ।

8. ୧୫୧୫ ମସିହାରେ ମାଗ୍ନାକାର୍ଟ ସ୍ବାକ୍ଷରିତ ହୋଇଥିଲା ।
Answer:
୧୨୧୫ ମସିହାରେ ମାଗ୍ନାକାର୍ଟ ସ୍ବାକ୍ଷରିତ ହୋଇଥିଲା ।

9. ସାମ୍ରାଜ୍ୟବାଦ ମାନବାଧିକାର ସୁରକ୍ଷାରେ ସହାୟକ ହୁଏ ।
Answer:
ସାମ୍ରାଜ୍ୟବାଦ ମାନବାଧିକାର ସୁରକ୍ଷାରେ ସହାୟକ ହୁଏନାହିଁ ।
କିମ୍ବା, ଗଣତନ୍ତ୍ର ମାନବାଧିକାର ସୁରକ୍ଷାରେ ସହାୟକ ହୁଏ ।

10. ‘ବୃଦ୍ଧମାନଙ୍କୁ ଅବହେଳା’ ମାନବାଧିକାରର ପ୍ରତିଫଳନ କରେ ନାହିଁ ।
Answer:
‘ବୃଦ୍ଧମାନଙ୍କୁ ଅବହେଳା’ ମାନବାଧିକାରର ପ୍ରତିଫଳନ କରେ ।

11. ଜାତୀୟ ମାନବାଧିକାର ଆୟୋଗ କେବଳ ମହିଳାମାନଙ୍କୁ ସୁରକ୍ଷା ଦେଇଥାଏ ।
Answer:
ଜାତୀୟ ମାନବାଧିକାର ଆୟୋଗ ସମସ୍ତଙ୍କୁ ସୁରକ୍ଷା ଦେଇଥାଏ ।

12. ମାନବାଧ୍ଵର ୩ଟି ମୌଳିକ ସ୍ଵାଧୀନତାକୁ ବୁଝାଏ ।
Answer:
ମାନବାଧ୍ଵର ୭ଟି ମୌଳିକ ସ୍ଵାଧୀନତାର ସମଷ୍ଟିକୁ ବୁଝାଇଥାଏ ।

13. ମାନବାଧ୍ୟାକାରର ସାର୍ବଜନୀନ ଘୋଷଣାନାମାରେ ସମୁଦାୟ ୧୦ଟି ଧାରା ଅଛି ।
Answer:
ମାନବାଧ୍ୟାକାରର ସାର୍ବଜନୀନ ଘୋଷଣାନାମାରେ ସମୁଦାୟ ୩୦ଟି ଧାରା ଅଛି ।

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

D. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

1. ମୂଲ୍ୟବୋଧର ଦୁଇଟି ସ୍ଵରୂପ ଲେଖ ।
Answer:
ମୂଲ୍ୟବୋଧ ଲକ୍ଷ୍ୟ ହାସଲରେ ସାହାଯ୍ୟ କରିଥାଏ ଏବଂ ମୂଲ୍ୟବୋଧ ବ୍ୟବହାର ଓ ଆଚରଣଗୁଡ଼ିକୁ ପରିଚାଳିତ କରିଥାଏ ।

2. ବ୍ୟକ୍ତିଗତ ମୂଲ୍ୟବୋଧ କ’ଣ ?
Answer:
ବ୍ୟକ୍ତି ନିଜର କାର୍ଯ୍ୟକଳାପଗୁଡ଼ିକୁ ଆତ୍ମସମୀକ୍ଷା କରିଥାଏ ଏବଂ ଏହା ବ୍ୟକ୍ତିକୈନ୍ଦ୍ରିକ ଓ ସ୍ଵାଭାବିକ ଅଟେ ।

3. ସାମାଜିକ ମୂଲ୍ୟବୋଧ କ’ଣ ?
Answer:
ସମାଜ ବା ଗୋଷ୍ଠୀ ମଧ୍ୟରେ ଚଳିବାପାଇଁ ସାମାଜିକ ଗୁଣାବଳୀଗୁଡ଼ିକ ଆଚରଣ କରିବା ଉଚିତ, ଯାହା ବ୍ୟକ୍ତିକୁ ଏକ ସାମାଜିକ ପ୍ରାଣୀ ଭାବରେ ପରିଚିତ କରିପାରିବ ।

4. ଶୈକ୍ଷିକ ମୂଲ୍ୟବୋଧ କ’ଣ ?
Answer:
ଅନେକଗୁଡ଼ିଏ ସାମାଜିକ ଗୁଣାବଳୀ ଶିକ୍ଷା ମାଧ୍ୟମରେ ଶିକ୍ଷାର୍ଥୀ ଆହରଣ କରିଥାଏ, ଯାହା ଶିକ୍ଷାର୍ଥୀକୁ ଭବିଷ୍ୟତରେ ଜଣେ ଭଲ ମଣିଷ ଭାବରେ ଗଢ଼ିତୋଳିଥାଏ ।

5. ମାନବାଧ୍ୟାର କାହାକୁ କୁହାଯାଏ ?
Answer:
ମଣିଷ ତା’ର ଆତ୍ମ ସଶକ୍ତିକରଣଦ୍ଵାରା ଜୀବନରେ ସ୍ବାଧୀନତା ଓ ମର୍ଯ୍ୟାଦାର ସୁରକ୍ଷା କରିବାକୁ ହିଁ ମାନବାଧିକାର କୁହାଯାଏ ।

6. ମାନବାଧ୍ଵରର ପ୍ରଥମ ଲିଖ୍ ସନନ୍ଦକୁ କ’ଣ କୁହାଯାଏ ?
Answer:
ମାନବାଧିକାରର ପ୍ରଥମ ଲିଖ୍ ସନନ୍ଦ ହେଉଛି ‘ମାଗ୍ନାକାର୍ଟ’, ଯାହା ୧୨୧୫ ମସିହାରେ ଇଂଲଣ୍ଡର ରାଜା ଦ୍ବିତୀୟ ଜନ୍‌ଙ୍କଦ୍ବାରା ସ୍ବାକ୍ଷରିତ ହୋଇଥିଲା ।

7. କେବେ ମାନବାଧିକାର ଘୋଷଣାନାମା ପ୍ରକାଶ ପାଇଥିଲା ?
Answer:
ଜାତିସଂଘ ସାଧାରଣ ପରିଷଦଦ୍ବାରା ୧୯୪୮ ମସିହା ଡିସେମ୍ବର ୧୦ ତାରିଖରେ ମାନବାଧ୍ଵରର ସାର୍ବଜନୀନ ଘୋଷଣାନାମା ପ୍ରକାଶ ପାଇଥିଲା ।

8. ମାନବାଧ୍ଵରର ଗୋଟିଏ ବୈଶିଷ୍ଟ୍ୟ ଲେଖ ।
Answer:
ମାନବାଧିକାର ପ୍ରଧାନ ବୈଶିଷ୍ଟ୍ୟ ଏହା ଯେ ଏହା ବିବେକ ଓ ନୈତିକତାଦ୍ୱାରା ପରିଚାଳିତ ।

9. ଯେକୌଣସି ଗୋଟିଏ ମାନବାଧ୍ୟାର ଉଲ୍ଲେଖ କର ।
Answer:
ନିର୍ଯାତନା, ନିଷ୍ଠୁର, ଅମାନବୀୟ କିମ୍ବା ଅପମାନସୂଚକ ବ୍ୟବହାର ଅଥବା ଦଣ୍ଡ ବିରୁଦ୍ଧରେ ଅଧୀକାର ହେଉଛି ମାନବାଧିକାର ।

10. ମାନବାଧ୍ଵରର ସାର୍ବଜନୀନ ଘୋଷଣାନାମାରେ ସମୁଦାୟ କେତୋଟି ଧାରା ଅଛି ?
Answer:
ମାନବାଧିକାରର ସାର୍ବଜନୀନ ଘୋଷଣାନାମାରେ ସମୁଦାୟ ୩୦ଟି ଧାରା ଅଛି ।

11. ମାନବାଧ୍ୟାକାରର ଉଲଂଘନ କିପରି ହୋଇଥାଏ ?
Answer:
ଜାତି, ଧର୍ମ, ବର୍ଣ୍ଣ, ଅଞ୍ଚଳ ଓ ଲିଙ୍ଗ ବିଦ୍ବେଷ ମାଧ୍ୟମରେ ମାନବାଧିକାରର ଉଲଂଘନ ହୋଇଥାଏ ।

12. ଭାରତର ଜାତୀୟ ମାନବାଧ୍ଵର କମିଶନର କାର୍ଯ୍ୟକାଳ କେତେ ବର୍ଷ ?
Answer:
ଭାରତର ଜାତୀୟ ମାନବାଧ୍ୟାକାର କମିଶନର କାର୍ଯ୍ୟକାଳ ସାଧାରଣତଃ ୫ ବର୍ଷ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ମୂଲ୍ୟବୋଧର ଅର୍ଥ କ’ଣ ?
Answer:
‘ମୂଲ୍ୟବୋଧ’ ଏକ ଗୁଣ ଯାହା ବ୍ୟକ୍ତି ବା ପଦାର୍ଥର ଏକ ଗୁଣକୁ ବୁଝାଇଥାଏ । ଏହି ଗୁଣ ଆଭ୍ୟନ୍ତରୀଣ । ଏହା ବ୍ୟକ୍ତିର ବିଚାରଧାରାକୁ ପ୍ରଭାବିତ କରିଥାଏ । ଉଦାହରଣସ୍ୱରୂପ, ବ୍ୟକ୍ତି ଯଦି ନିଜର ଆବଶ୍ୟକତା ପୂରଣ କରିବାପାଇଁ କୌଣସି ଅନୈତିକ କାର୍ଯ୍ୟ କରିବାକୁ ଇଚ୍ଛା କରିଥାଏ, ତେବେ ତା’ର ନୈତିକ ମୂଲ୍ୟବୋଧର ଅଭାବ ଅଛି ବୋଲି ଜଣାଯିବ ।

2. ଶୈକ୍ଷିକ ମୂଲ୍ୟବୋଧ କ’ଣ ?
Answer:
ଶୈକ୍ଷିକ ମୂଲ୍ୟବୋଧ କହିଲେ ଯାହା ଉତ୍ତମ, ବ୍ୟବହାରଯୋଗ୍ୟ, ଗୁରୁତ୍ୱପୂର୍ଣ୍ଣ, ଅର୍ଥବୋଧକ ଓ ମୂଲ୍ୟବାନ୍ ଏବଂ ଶିକ୍ଷାଦ୍ବାରା ବ୍ୟକ୍ତିର ଆଚରଣଗତ ପରିବର୍ତ୍ତନ କରିଥାଏ, ତାହାକୁ ଶୈକ୍ଷିକ ମୂଲ୍ୟବୋଧ କୁହାଯାଏ ।

ବ୍ରୁବେକାର୍‌ଙ୍କ ମତରେ, ‘ଯେକୌଣସି ବ୍ୟକ୍ତିର ଶିକ୍ଷାର ଲକ୍ଷ୍ୟ ପ୍ରତିପାଦନ କରିବା ଅର୍ଥ ତା’ର ଶୈକ୍ଷିକ ମୂଲ୍ୟବୋଧକୁ ହିଁ ଉପସ୍ଥାପନ କରିବାକୁ ବୁଝାଏ ।

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

3. ବ୍ୟକ୍ତିଗତ ମୂଲ୍ୟବୋଧ ଏବଂ ନୈତିକ ମୂଲ୍ୟବୋଧ କ’ଣ ?
Answer:
ବ୍ୟକ୍ତିଗତ ମୂଲ୍ୟବୋଧ (Individual values) : ଆଧୁନିକ ବ୍ୟକ୍ତି ବ୍ୟକ୍ତିକୈନ୍ଦ୍ରିକ ହୋଇଯାଇଛି । ସ୍ବାର୍ଥପର ଭାବରେ ବଞ୍ଚୁଛି । ତେଣୁ ସେ ଅନ୍ୟ ପାଇଁ ଟିକିଏ ବି ଚିନ୍ତା କରୁନାହିଁ । ଏହି ଦୃଷ୍ଟିକୋଣରୁ ବ୍ୟକ୍ତି ନିଜେ ନିଜର ଆତ୍ମବିଶ୍ଳେଷଣ କରିବା ଉଚିତ । ସେ କେତେ ନିଃସ୍ୱାର୍ଥପର ଏବଂ ସେ ଯାହା କରୁଛି କେତେ ଭଲ ବା ମନ୍ଦ କରୁଛି ତାହା ଜାଣିବା ନିତାନ୍ତ ଦରକାର ।

ନୈତିକ ମୂଲ୍ୟବୋଧ (Ethical values) : ସମସ୍ୟା ସୃଷ୍ଟି ହେଲେ ସମାଧାନ ଦରକାର । ସମାଧାନର ସୂତ୍ର ଭଲ ଆଡ଼କୁ ଗତିକରିବା ଉଚିତ । ତାହା ମନ୍ଦ ଆଡ଼କୁ ଗତିକଲେ ଫଳାଫଳ ଦୁର୍ଯୋଗ ଆଣିଦିଏ । ତେଣୁ ଏ ଦୁନିଆଁରେ ଭଲ ଏବଂ ମନ୍ଦ ଅଛି । ବ୍ୟକ୍ତି ନିଜର ବିଚାରଶକ୍ତି ମାଧ୍ୟମରେ ଭଲ ଏବଂ ମନ୍ଦକୁ ଜାଣି କାର୍ଯ୍ୟ କରିବା ଉଚିତ ।

4. ଶିକ୍ଷା କ୍ଷେତ୍ରରେ ମୂଲ୍ୟବୋଧ ଶିକ୍ଷାର ଦୁଇଟି ପ୍ରୟୋଗ ଲେଖ ।
Answer:
ଆଧୁନିକ ସମାଜରେ ଶିକ୍ଷାର୍ଥୀମାନେ ବ୍ୟକ୍ତିକୈନ୍ଦ୍ରିକ ନ ହୋଇ ସମାଜକୈନ୍ଦ୍ରିକ ହେବା ଉଚିତ । ପାରିବାରିକ ଶାନ୍ତି, ସଦ୍‌ଭାବ ଏବଂ ନିଜର ମାନସିକ ଶାନ୍ତି ପାଇଁ ପ୍ରତ୍ୟେକ ନିଜ କାର୍ଯ୍ୟକଳାପକୁ ସମୀକ୍ଷା ବା ନିରୀକ୍ଷଣ କରିବା ଉଚିତ, ଯାହା ଭବିଷ୍ୟତ ପାଇଁ ଫଳପ୍ରଦ ହେବ । ସାମାଜିକ ଗୁଣାବଳୀ ଶିକ୍ଷାଦେଇ ମୂଲ୍ୟବୋଧ ଶିକ୍ଷା ବ୍ୟକ୍ତିକୁ ଉପଯୁକ୍ତ ମଣିଷ ଭାବେ ଗଢ଼ି ତୋଳିଥାଏ ।

5. ସାମାଜିକ ମୂଲ୍ୟବୋଧ କହିଲେ କ’ଣ ବୁଝ ?
Answer:
ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜର ପୃଷ୍ଠଭୂମିରେ ତା’ର ବିକାଶ ସମ୍ଭବ ହୋଇଥାଏ । ତେଣୁ ମନୁଷ୍ୟ ରେ ସମସ୍ତ ସାମାଜିକ ଗୁଣାବଳୀର ବିକାଶ ସାଧୂ ହୋଇପାରିଲେ ତା’ର ସାମାଜିକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ହୋଇପାରିବ । ଶୁ ଶିକ୍ଷା ବ୍ୟକ୍ତି ମଧ୍ୟରେ ସାମାଜିକ ମୂଲ୍ୟବୋଧ ସୃଷ୍ଟି କରିବା ନିତାନ୍ତ ଆବଶ୍ୟକ ।

6. ନୈତିକ ମୂଲ୍ୟବୋଧ କହିଲେ କ’ଣ ବୁଝ ?
Answer:
ବ୍ୟକ୍ତି ମଧ୍ୟରେ ମୁକ୍ତ ଭାବରେ ଠିକ୍ ଓ ଭୁଲ୍ ଅନୁଭବ କରିବା ଶକ୍ତି ନିହିତ ଥାଏ ଯାହାକୁ ନୈତିକତା କୁହାଯାଏ । ବ୍ୟକ୍ତି ମଧ୍ୟରେ ସତ୍ୟ, ଅହିଂସା, ସାଧୁତା, ନ୍ୟାୟ ପ୍ରଭୃତି ସୁଗୁଣ ଉଦ୍ରେକ କରି ସମାଜରେ ଆଦର୍ଶ ଜୀବନଯାପନର ପ୍ରେରଣା ସହିତ ନୈତିକତା ଶିକ୍ଷା ମାଧ୍ୟମରେ ନୈତିକ ମୂଲ୍ୟବୋଧ ସୃଷ୍ଟି କରାଯିବା ନିତାନ୍ତ ଆବଶ୍ୟକ ।

7. ‘ମୂଲ୍ୟବୋଧଭିତ୍ତିକ ଶିକ୍ଷା’ କହିଲେ କ’ଣ ବୁଝ ?
Answer:
ବ୍ୟକ୍ତିକୁ ଶିକ୍ଷା ମାଧ୍ୟମରେ ସଚେତନ କରାଇ ତା’ର ବ୍ୟବହାର ଓ ଆଚରଣକୁ ଉଚିତ ମାର୍ଗରେ ପରିଚାଳିତ କରିବା ଏବଂ ବ୍ୟକ୍ତିକୁ ଏକ ଭଲ ମଣିଷ କରାଇବାରେ ସାହାଯ୍ୟ କରିବାକୁ ମୂଲ୍ୟବୋଧଭିତ୍ତିକ ଶିକ୍ଷା କୁହାଯାଏ ।

8. ଶୈକ୍ଷିକ ମୂଲ୍ୟବୋଧ କ’ଣ ?
Answer:
ଅନେକଗୁଡ଼ିଏ ସାମାଜିକ ଗୁଣାବଳୀ ଶିକ୍ଷା ମାଧ୍ୟମରେ ଶିକ୍ଷାର୍ଥୀ ଆହରଣ କରିଥାଏ, ଯାହା ଶିକ୍ଷାର୍ଥୀକୁ ଭବିଷ୍ୟତରେ ଜଣେ ଭଲ ମଣିଷ ଭାବରେ ଗଢ଼ିତୋଳିଥାଏ । ଏହାକୁ ଶୈକ୍ଷିକ ମୂଲ୍ୟବୋଧ କୁହାଯାଏ ।

9. ମାନବିକ ଅଧିକାର କହିଲେ କ’ଣ ବୁଝ ?
Answer:
ମାନବିକ ଅଧିକାର : ମଣିଷକୁ ମଣିଷ ଭଳି ଓ ମର୍ଯ୍ୟାଦାର ସହ ବଞ୍ଚିବାକୁ ଯାହା ଯାହା ଦରକାର, ଯେଉଁସବୁ ଅଧିକାର ଦରକାର ତାହା ମାନବିକ ଅଧିକାର ।

ଆନ୍ଦରି ଶାଖାରୁଢ଼ଙ୍କ ମତରେ, ‘ମାନବିକ ଅଧିକାର ଏକ ଅବିଭକ୍ତ ପୃଥିବୀର ଶାନ୍ତି ଓ ଜନମଙ୍ଗଳ ସ୍ବରୂପ’’ । ଏହା ମାନବ ଜୀବନକୁ ଚରିତାର୍ଥ କରିବାପାଇଁ ଏକ ବଳିଷ୍ଠ ପଦକ୍ଷେପ ଅଟେ ।

10. ମାଗ୍ନାକାର୍ଟା କ’ଣ ?
Answer:
ମାନବାଧିକାରର ସୁରକ୍ଷା ଏବଂ ସାର୍ବଜନୀନୀକରଣ ପାଇଁ ମାଗ୍ନାକାର୍ଟ ହେଉଛି ପ୍ରଥମ ଲିଖ୍ ଓ ସ୍ୱୀକୃତ ସନନ୍ଦ । ଏହି ସନନ୍ଦ ୧୨୧୫ ମସିହା ଜୁନ୍ ୧୫ ତାରିଖରେ ଇଂଲଣ୍ଡର ରାଜା ଦ୍ବିତୀୟ ଜନ୍‌ଙ୍କଦ୍ୱାରା ସ୍ବାକ୍ଷରିତ ହୋଇଥିଲା ।

11. ମାନବାଧ୍ଵରର ଦୁଇଟି ବୈଶିଷ୍ଟ୍ୟ ଲେଖ ।
Answer:
(i) ମାନବାଧିକାରଗୁଡ଼ିକ ବ୍ୟକ୍ତିର ଜୀବନ, ସ୍ଵାଧୀନତା, ଯୋଗ୍ୟତା ଓ ମର୍ଯ୍ୟାଦାର ସୁରକ୍ଷା କବଚ ।
(ii) ସେଗୁଡ଼ିକ ମୌଳିକ, ସହଜାତ ଓ ଅଣହସ୍ତାନ୍ତରଣୀୟ ଅଟେ ।

12. ବିଭିନ୍ନ ମାନବାଧିକାର ମଧ୍ୟରୁ ଯେକୌଣସି ଦୁଇଟିକୁ ଉଲ୍ଲେଖ କର ।
Answer:
(i) ବ୍ୟକ୍ତିର ଜୀବନ, ସ୍ଵତନ୍ତ୍ରତା ଓ ନିରାପତ୍ତାର ଅଧ୍ୟାର ।
(ii) ନିର୍ଯାତନା, ନିଷ୍ଠୁର, ଅମାନବୀୟ କିମ୍ବା ଅପମାନସୂଚକ ବ୍ୟବହାର ଅଥବା ଦଣ୍ଡ ବିରୁଦ୍ଧରେ ଅଧିକାର ।

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

13. ମାନବିକ ଅଧିକାର ଉଲ୍ଲଙ୍ଘନର ଦୁଇଟି ଉପାୟ ଲେଖ ।
Answer:
ମାନବିକ ଅଧିକାରର ଉଲ୍ଲଙ୍ଘନର ଦୁଇଟି ଉପାୟ :
(i) ଆତଙ୍କବାଦ ଓ ହିଂସା
(ii) ସାମ୍ରାଜ୍ୟବାଦ ଓ ଉପନିବେଶବାଦ

14. ବ୍ୟକ୍ତିଗତ ଦୃଷ୍ଟିକୋଣରୁ ମୂଲ୍ୟବୋଧ ଶିକ୍ଷାର ଶୈକ୍ଷିକ ପ୍ରୟୋଗ ଲେଖ ।
Answer:
ମୂଲ୍ୟବୋଧ ଶିକ୍ଷାକୁ ବ୍ୟକ୍ତିର ନିମ୍ନଲିଖ୍ କ୍ଷେତ୍ରରେ ପ୍ରୟୋଗ କରାଯାଇଥାଏ :
ବ୍ୟକ୍ତିଗତ ଦୃଷ୍ଟିକୋଣରୁ : ବ୍ଯକ୍ତି ପାଇଁ ଶିକ୍ଷାର ଆବଶ୍ୟକତା ଅନେକ । ଏହା ତା’ର ଶାରୀରିକ, ମାନସିକ, ନୈତିକ ଏବଂ ବୌଦ୍ଧିକ ବିକାଶ କରିଥାଏ । ନିଜର ସଂରକ୍ଷଣ ପାଇଁ ଯଦି ସେ ସମସ୍ତ ଆଦର୍ଶ ଏବଂ ନୀତିକୁ ଜଳାଞ୍ଜଳି ଦିଏ ତେବେ ତାହାକୁ ନିଜକୁ ଆତ୍ମତୃପ୍ତି ଦେବ ନାହିଁ । ତା’ର ଆତ୍ମସର୍ଜନତା ବୃଦ୍ଧି ଦରକାର, ଯାହା ମୂଲ୍ୟବୋଧ ଶିକ୍ଷାଦ୍ବାରା ସମ୍ଭବ ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ‘ମୂଲ୍ୟବୋଧ’ କ’ଣ ?
Answer:
ମୂଲ୍ୟବୋଧର କୌଣସି ନିର୍ଦ୍ଦିଷ୍ଟ ଅର୍ଥ ନାହିଁ । କୌଣସି ଏକ କାର୍ଯ୍ୟ; ଯଥା ନାଚିବା, ଗାଇବା, ଖେଳିବା ଇତ୍ୟାଦି କରିବା ସମୟରେ ଯଦି ତାହା ଅନ୍ୟର କ୍ଷତିସାଧନ କରି ନ ଥାଏ ଏବଂ ଆତ୍ମତୃପ୍ତି ଦେଇଥାଏ, ତେବେ ସେଥିରେ ମୂଲ୍ୟବୋଧ ନିହିତ ଅଛିବୋଲି କୁହାଯାଏ । ତେଣୁ ‘ମୂଲ୍ୟବୋଧ’ କହିଲେ କୌଣସି ପଦାର୍ଥକୁ ବୁଝାଇ ନ ଥାଏ । ଏହା ଏକ ଚିନ୍ତାଧାରା ବା ବିଚାରଧାରାକୁ ବୁଝାଇଥାଏ ।

ଏହା ଏକ ଅନ୍ତର୍ନିହିତ ଗୁଣ । ବ୍ୟକ୍ତି ଯଦି ନିଜସ୍ଵ ଆବଶ୍ୟକତା ପରିପୂରଣ ନିମନ୍ତେ ଅନୈତିକ କାର୍ଯ୍ୟ କରିବାକୁ ଇଚ୍ଛାପ୍ରକାଶ କରେ, ତେବେ ତା’ଠାରେ ମୂଲ୍ୟବୋଧ ଅଭାବ ରହିଛି ବୋଲି ଜଣାଯାଏ ।

2. ମୂଲ୍ୟବୋଧର ପ୍ରକାରଭେଦ ଲେଖ ।
Answer:
ମୂଲ୍ୟବୋଧକୁ ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ କରାଯାଇ ତା’ର ପ୍ରକାରଭେଦ କରାହୋଇଛି; ଯଥା –

  • ଅର୍ଥନୈତିକ ମୂଲ୍ୟବୋଧ
  • ନୈତିକ ମୂଲ୍ୟବୋଧ
  • ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟବୋଧ
  • ଅନ୍ତଃ ମୂଲ୍ୟବୋଧ
  • ବହିଃ ମୂଲ୍ୟବୋଧ
  • ଅନ୍ତିମ ମୂଲ୍ୟବୋଧ

3. ମୂଲ୍ୟବୋଧ ଶିକ୍ଷାର ଲକ୍ଷ୍ୟ କ’ଣ ?
Answer:
ମୂଲ୍ୟବୋଧ ଶିକ୍ଷାର ଲକ୍ଷ୍ୟଗୁଡ଼ିକ ହେଲା :
(କ) ବିଭିନ୍ନ ବିଷୟ ଶିକ୍ଷାଦାନ ସମୟରେ ମାନବିକ ମୂଲ୍ୟବୋଧର ଉନ୍ନତି କରିବା ।
(ଖ) ଧାର୍ମିକ ଚିନ୍ତାଧାରାର ବିକାଶ କରିବା ।
(ଗ) ନିଜର ପରମ୍ପରାକୁ ବଜାୟ ରଖୁବା ।
(ଘ) ଅନେକ ସୁଗୁଣାବଳୀ ଅର୍ଜନ କରି ଦୈନନ୍ଦିନ ଜୀବନରେ ଲଗାଇବା ।
(ଙ) ନିଜର ମାନବିକତା ବୃଦ୍ଧି କରିବା ।
(ଚ) ସାମାଜିକ ପ୍ରାଣୀ ଭାବରେ ବଞ୍ଚିବାର ପ୍ରୟାସ କରିବା ।

4. ବିଦ୍ୟାଳୟରେ କିପରି ମୂଲ୍ୟବୋଧ ଶିକ୍ଷା ପ୍ରଦାନ କରାଯାଇ ପାରିବ ?
Answer:
ବିଦ୍ୟାଳୟରେ ମୂଲ୍ୟବୋଧ ଶିକ୍ଷା ଦେବାପାଇଁ ନିମ୍ନଲିଖତ ଉପାୟମାନ ଅବଲମ୍ବନ କରାଯାଇ ପାରିବ ।
(କ) ଶିକ୍ଷାଦାନ ପୂର୍ବରୁ ସମୂହ ପ୍ରାର୍ଥନା ବ୍ୟବସ୍ଥା କରିବା ଆବଶ୍ୟକ ।
(ଖ) ଦାର୍ଶନିକ, ପଣ୍ଡିତ, ସାଧୁମାନଙ୍କୁ ଆମନ୍ତ୍ରଣ କରି ସେମାନଙ୍କଠାରୁ ହିତପୋଦେଶ ଶୁଣିବା ଦରକାର ।
(ଗ) ଧର୍ମ ବିଷୟରେ ଶିକ୍ଷାଦାନ କରିବା ପୂର୍ବରୁ ଧର୍ମନିରପେକ୍ଷତା ଉପରେ ଗୁରୁତ୍ଵ ଦେବା ଉଚିତ ।
(ଘ) ଉପଦେଶ, ଆଲୋଚନା ତଥା ବିଭିନ୍ନ ଉପାୟରେ ସୁଗୁଣାବଳୀର ବିକାଶ ସାଧନ କରିବା ଦରକାର ।

5. ବ୍ୟକ୍ତିଗତ ଏବଂ ସାମାଜିକ ଦୃଷ୍ଟିକୋଣରୁ ମୂଲ୍ୟବୋଧ ଶିକ୍ଷାର ଶୈକ୍ଷିକ ପ୍ରୟୋଗ ଲେଖ ।
Answer:
ମୂଲ୍ୟବୋଧ ଶିକ୍ଷାକୁ ବ୍ୟକ୍ତି ନିମ୍ନଲିଖତ କ୍ଷେତ୍ରରେ ପ୍ରୟୋଗ କରିଥାଏ ।

  1. ବ୍ୟକ୍ତିଗତ ଦୃଷ୍ଟିକୋଣରୁ : ବ୍ୟକ୍ତି ପାଇଁ ଶିକ୍ଷାର ଆବଶ୍ୟକତା ଅନେକ । ଏହା ତା’ର ଶାରୀରିକ, ମାନସିକ, `ତିକ ଏବଂ ବୌଦ୍ଧିକ ବିକାଶ କରିଥାଏ । ନିଜର ସଂରକ୍ଷଣ ପାଇଁ ଯଦି ସେ ସମସ୍ତ ଆଦର୍ଶ ଏବଂ ନୀତିକୁ ଜଳାଞ୍ଜଳି ଦିଏ ଅବିବେ ତାହା ନିଜକୁ ଆତ୍ମତୃପ୍ତି ଦେବ ନାହିଁ । ତା’ର ଆତ୍ମସର୍ଜନତା ବୃଦ୍ଧି ଦରକାର, ଯାହା ମୂଲ୍ୟବୋଧ ଶିକ୍ଷାଦ୍ବାରା ସମ୍ଭବ ।
  2. ସାମାଜିକ ଦୃଷ୍ଟିକୋଣରୁ : ବ୍ୟକ୍ତି ଏକ ସାମାଜିକ ପ୍ରାଣୀ । ସମାଜରେ ବଞ୍ଚିବାପାଇଁ ସେ ସଂଘର୍ଷ କରିଥାଏ । ନିଜର ସୁରକ୍ଷା ପାଇଁ ସେ ଯେତିକି ବ୍ୟସ୍ତ, ସମାଜରେ ଅନ୍ୟମାନଙ୍କର ସୁରକ୍ଷା ପାଇଁ ସେ ସେତିକି ବ୍ୟଗ୍ର । ନିଜ ପଡ଼ୋଶୀ ସହ ସମାଜର ଅନ୍ୟମାନଙ୍କ ପାଇଁ ତା’ର ଦାୟିତ୍ବବୋଧ ଅଛି । ସାମାଜିକ ଗୁଣରାଜିର ବିକାଶ ଘଟିଲେ ସେ ଏକ ସାମାଜିକ ପ୍ରାଣୀ ହୋଇପାରିବ, ଯାହା ନିଜର ଉଦାରତା, ସହନଶୀଳତା, ସାଧୁତା, ବିଚାରଶୀଳତା ଓ ପରୋପକାରିତା ଉପରେ ନିର୍ଭର କରିଥାଏ । ଏହା ସାମାଜିକ ମୂଲ୍ୟବୋଧ ସହ ଜଡ଼ିତ । ଏହାଦ୍ଵାରା ସମାଜର ଉପକାର ସାଧୂତ ହୁଏ । ଶିକ୍ଷାରେ ଉପରୋକ୍ତ ଗୁଣଗୁଡ଼ିକର ବିକାଶ ଉପରେ ଗୁରୁତ୍ଵ ଦେବା ଉଚିତ ।

6. ମାନବିକ ଅଧିକାରକୁ ସୁରକ୍ଷା ପ୍ରଦାନ ନିମନ୍ତେ କେଉଁସବୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ?
Answer:
ମାନବାଧିକାରକୁ ସୁରକ୍ଷା ପ୍ରଦାନ ନିମନ୍ତେ ନିମ୍ନଲିଖ ସମ୍ମିଳନୀଗୁଡ଼ିକ ଅନୁଷ୍ଠିତ ହୋଇଥିଲା ।
(i) ଗଣହତ୍ୟା ନିରାକରଣ ଏବଂ ଦଣ୍ଡବିଧାନ ସମ୍ମିଳନୀ – ୧୯୪୮
(ii) ନାରୀମାନଙ୍କର ରାଜନୀତିକ ଅଧ୍ୟାର ସମ୍ମିଳନୀ – ୧୯୫୨
(iii) ର୍ଥନୀତିକ, ସାମାଜିକ ଏବଂ ସାଂସ୍କୃତିକ ସମ୍ମିଳନୀ – ୧୯୬୬
(iv) ବର୍ଣ୍ଣବିଦ୍ବେଷ ନିରାକରଣ ସମ୍ମିଳନୀ – ୧୯୭୩

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

7. ମାନବିକ ଅଧିକାରର ସାର୍ବଜନୀନ ଘୋଷଣାନାମାରେ କେଉଁସବୁ ଉଦ୍ଦେଶ୍ୟ ପ୍ରତିଫଳିତ ହୋଇଛି ?
Answer:
ମାନବିକ ଅଧିକାରର ସାର୍ବଜନୀନ ଘୋଷଣାନାମାରେ ମୌଳିକ, ସାମାଜିକ, ରାଜନୈତିକ, ଆର୍ଥନୀତିକ ଏବଂ ସାଂସ୍କୃତିକ ଅଧ୍ୟାର ପ୍ରଦତ୍ତ ହୋଇଛି । ଏଥିରେ ଆଇନ ଆଗରେ ସମାନ, ବିନା ଅପରାଧରେ ଅଟକ ରଖୁରୁ ସୁରକ୍ଷା, ମୁକ୍ତ ବିଚାର ଅଧ୍ୟାର ସ୍ଵାଧୀନ ଚିନ୍ତନ ଏବଂ ପ୍ରକାଶନ, ସ୍ଵାଧୀନ ଭାବରେ ସଙ୍ଗଠନ କରିବାର ଅଧିକାର, ନିରସ୍ତ୍ରୀକରଣ ଭାବେ ଏକତ୍ରିତ ହେବାର ଅଧିକାର, ଧର୍ମଗତ ଅଧିକାର, ସମ୍ପଭିଗତ ଅଧିକାର, ଦାସତ୍ଵ ପ୍ରଥା ଏବଂ ଅମାନୁଷିକ ବ୍ୟବହାର ଉଚ୍ଛେଦ, ବ୍ୟକ୍ତିଗତ ଅଧିକାରର ସୁରକ୍ଷା, ବାସ କରିବାର ଅଧିକାର, ଜାତୀୟତାର ଅଧିକାର, ବିବାହ କରିବାର ଅତ୍‌ର, ପରିବାର ଗଠନ କରିବାର ଅଧିକାର, ଭୋଟ ଦେବାର ଅଧିକାର, ସାମାଜିକ ନିରାପତ୍ତାର ଅଧିକାର, ଶିକ୍ଷାଗତ ଅଧିକାର, ସାଂସ୍କୃତିକ ଅଧିକାର ଏବଂ ବିଶ୍ରାମ ନେବାର ଅଧିକାର ଇତ୍ୟାଦି ପ୍ରତିଫଳିତ ହୋଇଛି । ପ୍ରତ୍ୟେକ ବ୍ୟକ୍ତି ବିଶେଷର ସଶକ୍ତିକରଣ ଏହି ଘୋଷଣାନାମାର ଉଦ୍ଦେଶ୍ୟ ଅଟେ ।

8. ଜାତୀୟ ମାନବିକ ଅଧ୍ବକାର କମିଶନର କାର୍ଯ୍ୟାବଳୀ ଲେଖ ।
Answer:
ଜାତୀୟ ମାନବିକ କମିଶନ ନିଜ ତରଫରୁ କିମ୍ବା କୌଣସି ବ୍ୟକ୍ତିଦ୍ଵାରା ଆଗତ ଅଭିଯୋଗକୁ ଭିଭି କରି ଘଟଣାର ଅନୁସନ୍ଧାନ କରିପାରିବେ । ସମସ୍ତ ଘଟଣା ମାନବାଧିକାର ସମ୍ପର୍କିତ ହୋଇଥିବା ଦରକାର । ରାଷ୍ଟ୍ର ଅଧୀନରେ ଥିବା କୌଣସି ଅନୁଷ୍ଠାନରେ ଯଦି ମାନବିକ ଅଧିକାର ଉଲ୍ଲଙ୍ଘନ ହେବାର ସୂଚନା ମିଳେ; ତା’ହେଲେ ରାଜ୍ୟ ସରକାରଙ୍କୁ ସୂଚାଇ ସେ ତାହାର ଅନୁସନ୍ଧାନ କରିପାରିବେ ।

ଅନୁସନ୍ଧାନ କରି ତଥ୍ୟଭିଭିକ କାରଣ ସହ ବିବରଣୀ ପ୍ରସ୍ତୁତ କରିବା ସହ ସଂସ୍କାର ପାଇଁ ସେ ଅନେକ ପରାମର୍ଶ ଦେଇଥା’ନ୍ତି । ଆନ୍ତର୍ଜାତିକ ଚୁକ୍ତିପତ୍ରର ଅନୁଧ୍ୟାନ କରି ମାନବିକ ଅଧିକାର ପାଳନ ପାଇଁ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥା’ନ୍ତି । ସେ ମଧ୍ୟ ମାନବିକ ଅଧିକାର ସଂକ୍ରାନ୍ତୀୟ ସଚେତନତା ସୃଷ୍ଟି କରିଥା’ନ୍ତି ଏବଂ ଏହାର ପ୍ରସାର ପାଇଁ ବେସରକାରୀ ସଙ୍ଗଠନମାନଙ୍କୁ ସଂପୃକ୍ତ କରିଥା’ନ୍ତି ।

9. ମାନବିକ ଅଧିକାର ଉଲ୍ଲଙ୍ଘନ କେତେବେଳେ ହୋଇଥାଏ ?
Answer:
ଏକ ନିର୍ଦ୍ଦିଷ୍ଟ ରାଷ୍ଟ୍ର ଅନ୍ୟ ରାଷ୍ଟ୍ରକୁ ଆକ୍ରମଣ କରିବାଦ୍ୱାରା ସେହି ଦେଶର ଆବାଳବୃଦ୍ଧବନିତା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଯାହାକି ମାନବାଧିକାରର ଉଲଂଘନ ଘଟାଏ । ସବଳର ଦୁର୍ବଳ ଉପରେ ଅତ୍ୟାଚାର, ଦାସତ୍ଵ ପ୍ରଥା ଇତ୍ୟାଦି ଦ୍ଵାରା ମାନବାଧିକାରର ଉଲ୍ଲଙ୍ଘନ ହୁଏ । ସେହିପରି ପୁରୁଷର ନାରୀ ଉପରେ ଅତ୍ୟାଚାର, ମାନସିକ ଯନ୍ତ୍ରଣା ପ୍ରଦାନ, ବର୍ଣ୍ଣବୈଷମ୍ୟ, ଗୃହଯୁଦ୍ଧ ଏବଂ ସାମ୍ରାଜ୍ୟବାଦୀ ଚିନ୍ତାଧାରା ଇତ୍ୟାଦି ମଧ୍ଯ ଏଥିପାଇଁ କାରକ ସଦୃଶ କାର୍ଯ୍ୟ କରନ୍ତି ।

ପୋଲି ସ୍‌ର ଅତ୍ୟଧିକ ନିର୍ଯାତନାଦ୍ଵାରା ଓ ଜରୁରୀକାଳୀନ ପରିସ୍ଥିତି ଘୋଷଣାବେଳେ ମାନବିକ ଅଧିକାର ଉଲଂଘନ ହୋଇଥାଏ । ସୁତରାଂ ଯେକୌଣସି ଉପାୟରେ ମାନବର ପ୍ରାକୃତିକ, ନୈତିକ ଏବଂ ଆଇନଗତ ସ୍ଵାଧୀନତାର କ୍ଷୁଣ୍ଣ କରିବା ହିଁମାନବିକ ଅଧିକାର ଉଲଂଘନର ପରିସରଭୁକ୍ତ ଅଟେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ମୂଲ୍ୟବୋଧ କ’ଣ ? ଏହାର ପ୍ରକାରଭେଦ ଲେଖ ।
Answer:
ମୂଲ୍ୟବୋଧର ଅର୍ଥ : ‘ମୂଲ୍ୟବୋଧ’ ଶବ୍ଦର କୌଣସି ନିର୍ଦ୍ଦିଷ୍ଟ ଅର୍ଥ ନାହିଁ । ଏହା ଏକ ଗୁଣ ଯାହା ବ୍ୟକ୍ତି ବା ପଦାର୍ଥର ଏକ ଗୁଣକୁ ବୁଝାଇଥାଏ । ଏହି ଗୁଣ ଆଭ୍ୟନ୍ତରୀଣ । ଏହା ବ୍ୟକ୍ତିର ବିଚାରଧାରାକୁ ପ୍ରଭାବିତ କରିଥାଏ । ଉଦାହରଣସ୍ୱରୂପ, ବ୍ୟକ୍ତି ଯଦି ନିଜର ଆବଶ୍ୟକତା ପୂରଣ କରିବାପାଇଁ କୌଣସି ଅନୈତିକ କାର୍ଯ୍ୟ କରିବାକୁ ଇଚ୍ଛା କରିଥାଏ, ତେବେ ତା’ର ନୈତିକ ମୂଲ୍ୟବୋଧର ଅଭାବ ଅଛି ବୋଲି ଜଣାଯିବ ।

ଆୟନ ବ୍ୟାଣ୍ଡଙ୍କ ମତରେ ‘ମୂଲ୍ୟବୋଧ ହେଉଛି ଗୋଟିଏ କାର୍ଯ୍ୟର ଉଦ୍ଦେଶ୍ୟ ବା ଅନ୍ତ’।
ଆରିଷ୍ଟୋଟଲ୍‌ଙ୍କ ମତରେ, ‘ମୂଲ୍ୟବୋଧଗୁଡ଼ିକ କାର୍ଯ୍ୟମାନଙ୍କର ଉଦ୍ଦେଶ୍ୟ ବା ଲକ୍ଷ୍ୟ’ ।

ଶୈକ୍ଷିକ ମୂଲ୍ୟବୋଧ : ଶୈକ୍ଷିକ ମୂଲ୍ୟବୋଧ କହିଲେ ଯାହା ଉତ୍ତମ, ବ୍ୟବହାରଯୋଗ୍ୟ, ଗୁରୁତ୍ଵପୂର୍ଣ୍ଣ, ଅର୍ଥବୋଧକ ଓ ମୂଲ୍ୟବାନ୍ ଏବଂ ଶିକ୍ଷାଦ୍ଵାରା ବ୍ୟକ୍ତିର ଆଚରଣଗତ ପରିବର୍ତ୍ତନ କରିଥାଏ ତାହାକୁ ଶୈକ୍ଷିକ ମୂଲ୍ୟବୋଧ କୁହାଯାଏ ।

ବ୍ରୁବେକାରଙ୍କ ମତରେ, ‘ଯେକୌଣସି ବ୍ୟକ୍ତିର ଶିକ୍ଷାର ଲକ୍ଷ୍ୟ ପ୍ରତିପାଦନ କରିବା ଅର୍ଥ ତା’ର ଶୈକ୍ଷିକ ମୂଲ୍ୟବୋଧକୁ ହିଁ ଉପସ୍ଥାପନ କରିବାକୁ ବୁଝାଏ ।

ରାଲଫ୍ ବସୌଦିଙ୍କ ମତରେ, ‘ମୂଲ୍ୟବୋଧଗୁଡ଼ିକ ଆବେଗାତ୍ମକ ନିଷ୍ପତ୍ତି ଅଟେ । ସେଗୁଡ଼ିକ ଅନୁଭୂତିରୁ ଉତ୍ପନ୍ନ ।’

ମୂଲ୍ୟବୋଧର ପ୍ରକାରଭେଦ :
ସମାଜର ଆବଶ୍ୟକତାକୁ ନେଇ ମୂଲ୍ୟବୋଧର ପ୍ରକାରଭେଦ କରାଯାଇଛି । ସେଗୁଡ଼ିକ ହେଲା :
(1) ଅର୍ଥନୈତିକ ମୂଲ୍ୟବୋଧ (Economic values) : ବ୍ୟକ୍ତି ନିଜର ଆବଶ୍ୟକତା ପୂରଣ ପାଇଁ ଅନେକ ଜିନିଷ କ୍ରୟ ଏବଂ ବିକ୍ରୟ କରିଥାଏ । ଏଥିପାଇଁ ଅର୍ଥର ଆବଶ୍ୟକତା ଥାଏ । ଖାଦ୍ୟ, ବସ୍ତ୍ର ଏବଂ ପାନୀୟ ଆବଶ୍ୟକତା ପାଇଁ ଅର୍ଥ ଦରକାର, ଯାହା ଅର୍ଥନୈତିକ ମୂଲ୍ୟବୋଧ ଅଟେ I ସୌନ୍ଦର୍ଯ୍ୟବୃଦ୍ଧି ପାଇଁ ଏବଂ ସୌଖୀନ ଜୀବନଯାପନ ପାଇଁ ଅର୍ଥ ଦରକାର; ମାତ୍ର ତାହା ଅର୍ଥନୈତିକ ମୂଲ୍ୟବୋଧ ନୁହେଁ ।

(2) ବ୍ୟକ୍ତିଗତ ମୂଲ୍ୟବୋଧ (Individual values) : ଆଧୁନିକ ବ୍ୟକ୍ତି ବ୍ୟକ୍ତିକୈନ୍ଦ୍ରିକ ହୋଇଯାଇଛି ଓ ସ୍ବାର୍ଥପର ଭାବରେ ବଞ୍ଚୁଛି । ତେଣୁ ସେ ଅନ୍ୟ ପାଇଁ ଟିକିଏ ବି ଚିନ୍ତା କରୁନାହିଁ । ଏହି ଦୃଷ୍ଟିକୋଣରୁ ବ୍ୟକ୍ତି ନିଜେ ନିଜର ଆତ୍ମବିଶ୍ଳେଷଣ କରିବା ଉଚିତ । ସେ କେତେ ନିଃସ୍ୱାର୍ଥପର ଏବଂ ସେ ଯାହା କରୁଛି କେତେ ଭଲ ବା ମନ୍ଦ କରୁଛି ତାହା ଜାଣିବା ନିତାନ୍ତ ଆବଶ୍ୟକ ।

(3) ନୈତିକ ମୂଲ୍ୟବୋଧ (Ethical values) : ସମସ୍ୟା ସୃଷ୍ଟି ହେଲେ ସମାଧାନ ଦରକାର । ସମାଧାନର ସୂତ୍ର ଭଲ ଆଡ଼କୁ ଗତିକରିବା ଉଚିତ । ତାହା ମନ୍ଦ ଆଡ଼କୁ ଗତିକଲେ ଫଳାଫଳ ଦୁର୍ଯୋଗ ଆଣିଦିଏ । ତେଣୁ ଏ ଦୁନିଆଁରେ ଭଲ ଏବଂ ମନ୍ଦ ଅଛି । ବ୍ୟକ୍ତି ନିଜର ବିଚାର ଶକ୍ତି ମାଧ୍ୟମରେ ଭଲ ଏବଂ ମନ୍ଦକୁ ଜାଣି କାର୍ଯ୍ୟ କରିବା ଉଚିତ ।

(4) ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟବୋଧ (Aesthetic values) : ଯିଏ ସୁନ୍ଦର ସବୁବେଳେ ସୁନ୍ଦର । ସୁନ୍ଦର ତୃପ୍ତିର ସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ତେଣୁ ପୃଥିବୀ ପୃଷ୍ଠର ସବୁ ସୌନ୍ଦର୍ଯ୍ୟମୟ ବିଷୟବସ୍ତୁକୁ ଅନୁଭବ କରିବା ଉଚିତ । ଏହାକୁ ଧ୍ବଂସ କରିବା ଅର୍ଥ ସୌନ୍ଦର୍ଯ୍ୟାନୁଭୂତିର ଅଭାବ ।

(5) ଅନ୍ତଃ ମୂଲ୍ୟବୋଧ (Internal values) : ଏହା ବ୍ୟକ୍ତିଗତ ମୂଲ୍ୟବୋଧକୁ ବୁଝାଇଥାଏ । ଏହା ନିଜର ଆଦର୍ଶ ଏବଂ ଅନୁଭୂତି ଉପରେ ପର୍ଯ୍ୟବସିତ । ଯାହା ବ୍ୟବହାରଯୋଗ୍ୟ ଏବଂ ସମସ୍ତଙ୍କୁ ସୁହାଇଥାଏ, ତାହା ଗ୍ରହଣଯୋଗ୍ୟ । ମାତ୍ର ବେଳେବେଳେ ଏହାର ବ୍ୟତିକ୍ରମ ଦେଖାଦେଇଥାଏ ।

(6) ଆଧ୍ୟାତ୍ମିକ ମୂଲ୍ୟବୋଧ (Spiritual values) : ଆଧାତ୍ମକ ମୂଲ୍ୟବୋଧ ଚିରସ୍ଥାୟୀ, ଯାହା ଯୁଗ ଯୁଗ ପାଇଁ ଆବଶ୍ୟକ । ଅନେକ ମୁନିଋଷି ଏବଂ ଦାର୍ଶନିକମାନେ ଆଧ୍ୟାତ୍ମିକ ମୂଲ୍ୟବୋଧ ଉପରେ ଗୁରୁତ୍ବ ଦେଇଥା’ନ୍ତି । ଏହା ପ୍ରେମ, ଦୟା, କ୍ଷମା, ପରୋପକାର ଏବଂ ସତ୍ୟ ଉପରେ ପର୍ଯ୍ୟବସିତ ।

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

(7) ଅନ୍ତିମ ମୂଲ୍ୟବୋଧ (Ultimate values) : ସୃଷ୍ଟିକର୍ତ୍ତା ଅଛନ୍ତି । ଜନ୍ମ ଏବଂ ମୃତ୍ୟୁ ନିଶ୍ଚିତ । ଆତ୍ମା ଏବଂ ପରମାତ୍ମାର ସ୍ଥିତିକୁ କେହି ଏଡ଼େଇ ଦେଇପାରିବେ ନାହିଁ । ତେବେ ଭଗବତ୍ ସତ୍ତା ଉପଲବ୍‌ ଶିକ୍ଷାର ପରମ ଲକ୍ଷ୍ୟ ଯାହାଦ୍ଵାରା ଜଣେ ଶାନ୍ତି ପାଇଥାଏ । ଏହାକୁ ଆମେ ଅନ୍ତିମ ଶାନ୍ତି ବୋଲି କହିପାରିବା, ଯାହା ଜଣକୁ ଅତିମାନବ କରିଦିଏ ।

2. ମୂଲ୍ୟବୋଧ ଶିକ୍ଷା କ’ଣ ? ଏହାର ଲକ୍ଷ୍ୟଗୁଡ଼ିକ ଲେଖ ।
Answer:
ମୂଲ୍ୟବୋଧ ଶିକ୍ଷା – ଯେଉଁ ଶିକ୍ଷା ଗଠନମୂଳକ ଏବଂ ଶିଶୁକୁ ଏକ ଭଲ ମଣିଷ ଭାବରେ ତିଆରି କରିଥାଏ, ତାହା ମୂଲ୍ୟବୋଧ ଶିକ୍ଷା । ଏହାଦ୍ଵାରା ଶିକ୍ଷାର୍ଥୀର ବିଭିନ୍ନ କ୍ଷେତ୍ରରେ ନିଜର କାର୍ଯ୍ୟକଳାପଗୁଡ଼ିକ ଉତ୍ତମ ଏବଂ ବ୍ୟବହାରଯୋଗ୍ୟ ହୋଇଥାଏ । ଶିକ୍ଷାର ଅନ୍ତିମ ଲକ୍ଷ୍ୟ ସୁଖମୟ ଜୀବନଯାପନ । ତେଣୁ ମୂଲ୍ୟବୋଧଗୁଡ଼ିକ ବାଞ୍ଛିତ କାର୍ଯ୍ୟର ଫଳସ୍ବରୂପ ।

ଏହା ଶିକ୍ଷାର ଲକ୍ଷ୍ୟ ହାସଲରେ ସାହାଯ୍ୟ କରିଥାଏ । ଏହା ସତ୍ୟ ଏବଂ ବିଶ୍ଵାସ ଉପରେ ପର୍ଯ୍ୟବସିତ । ମୂଲ୍ୟବୋଧ ନିହିତ ଶିକ୍ଷା ଶିକ୍ଷାର୍ଥୀକୁ ପୂର୍ଣ୍ଣାଙ୍ଗ କରି ଗଢ଼ିତୋଳିଥାଏ ।

ମୂଲ୍ୟବୋଧ ଶିକ୍ଷାର ଲକ୍ଷ୍ୟ :
ମୂଲ୍ୟବୋଧ ଶିକ୍ଷାର ଲକ୍ଷ୍ୟଗୁଡ଼ିକ ହେଲା –
(କ) ବିଭିନ୍ନ ବିଷୟ ଶିକ୍ଷାଦାନ ସମୟରେ ମାନବିକ ମୂଲ୍ୟବୋଧର ଉନ୍ନତି କରିବା ।
(ଖ) ଧାର୍ମିକ ଚିନ୍ତାଧାରାର ବିକାଶ କରିବା ।
(ଗ) ନିଜର ପରମ୍ପରାକୁ ବଜାୟ ରଖିବା ।
(ଘ) ଅନେକ ସୁଗୁଣାବଳୀ ଅର୍ଜନ କରି ଦୈନନ୍ଦିନ ଜୀବନରେ ଲଗାଇବା ।
(ଙ) ନିଜର ମାନବିକତା ବୃଦ୍ଧି କରିବା ।
(ଚ) ସାମାଜକ ପ୍ରାଣୀ ଭାବରେ ବଞ୍ଚିବାର ପ୍ରୟାସ କରିବା ।

3. ମୂଲ୍ୟବୋଧ ଶିକ୍ଷା କ’ଣ ? ଏହାର ଶୈକ୍ଷିକ ମୂଲ୍ୟବୋଧଗୁଡ଼ିକ ଆଲୋଚନା କର ।
Answer:
ମୂଲ୍ୟବୋଧ ଶିକ୍ଷା (Value-based Education) :
ଶିକ୍ଷା ଦୃଷ୍ଟିକୋଣରୁ ଯାହା ଉତ୍ତମ, ବ୍ୟବହାରଯୋଗ୍ୟ, ଗୁରୁତ୍ବପୂର୍ଣ୍ଣ, ଅର୍ଥବୋଧକ, ମୂଲ୍ୟବାନ୍ ଏବଂ ଶିକ୍ଷା ପ୍ରତି କିଛି ଅବଦାନ ଅଛି ତାହା ମୂଲ୍ୟବୋଧ ଶିକ୍ଷା (Value-based Education) । ଶିକ୍ଷା ବ୍ୟକ୍ତିର ଆଚରଣଗତ ପରିବର୍ତ୍ତନକୁ ବୁଝାଇଥାଏ । ଏହା ବ୍ୟକ୍ତିର ଚରିତ୍ର, ବ୍ୟକ୍ତିତ୍ଵ, କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରେ । ବ୍ୟକ୍ତି ସବୁବେଳେ ସୁଖମୟ ଜୀବନଯାପନ କରିଥାଏ । ସୁଖମୟ ଜୀବନଯାପନ ପାଇଁ ଯଦି ସେ ଅନୈତିକ କାର୍ଯ୍ୟ କରିଥାଏ, ତେବେ ତା’ର ଶିକ୍ଷା ନିରର୍ଥକ ।

ଶିକ୍ଷାର ଅର୍ଥ ନୁହେଁ କେବଳ ଜ୍ଞାନ ପ୍ରଦାନ ବା ଶିକ୍ଷାଦାନ । ଶିକ୍ଷାର ଅର୍ଥ ବ୍ୟକ୍ତି ଯେଉଁ ବ୍ୟବହାର ଜାଣିଛି ତାକୁ ଜଣାଇବା । ଲକ୍ଷ୍ୟପଥରୁ ଯେପରି ସେ ନିବୃତ୍ତ ନ ହୁଏ, ତେଣୁ ସେ ଯାହା ଶିକ୍ଷାର୍ଜନ କରୁଛି ସେଗୁଡ଼ିକ ଯଦି ମୂଲ୍ୟବୋଧ ସହ ଜଡ଼ିତ ତେବେ ତାହାର ଶିକ୍ଷା ମୂଲ୍ୟବୋଧଭିଭିକ । ଏହା ନିଜକୁ ଆନନ୍ଦ ବା ତୃପ୍ତି ଦେବା ସହ ସମାଜକୁ ମଧ୍ୟ ଆନନ୍ଦ ଏବଂ ତୃପ୍ତି ପ୍ରଦାନ କରିବ ।

ମୂଲ୍ୟବୋଧ ଶିକ୍ଷାର ଶୈକ୍ଷିକ ପ୍ରୟୋଗ :
ମୂଲ୍ୟବୋଧ ଶିକ୍ଷାକୁ ବ୍ୟକ୍ତି ନିମ୍ନଲିଖ୍ କ୍ଷେତ୍ରରେ ପ୍ରୟୋଗ କରିଥାଏ ।
(1) ବ୍ୟକ୍ତିଗତ ଦୃଷ୍ଟିକୋଣରୁ : ବ୍ଯକ୍ତି ପାଇଁ ଶିକ୍ଷାର ଆବଶ୍ୟକତା ଅନେକ । ଏହା ତା’ର ଶାରୀରିକ, ମାନସିକ, ନୈତିକ ଏବଂ ବୌଦ୍ଧିକ ବିକାଶ କରିଥାଏ । ନିଜର ସଂରକ୍ଷଣ ପାଇଁ ଯଦି ସେ ସମସ୍ତ ଆଦର୍ଶ ଏବଂ ନୀତିକୁ ଜଳାଞ୍ଜଳି ଦିଏ ତେବେ ତାହା ନିଜକୁ ଆତ୍ମତୃପ୍ତି ଦେବ ନାହିଁ । ତା’ର ଆତ୍ମସର୍ଜନତା ବୃଦ୍ଧି ଦରକାର, ଯାହା ମୂଲ୍ୟବୋଧ ଶିକ୍ଷାଦ୍ବାରା ସମ୍ଭବ ।

(2) ସାମାଜିକ ଦୃଷ୍ଟିକୋଣରୁ : ବ୍ୟକ୍ତି ଏକ ସାମାଜିକ ପ୍ରାଣୀ । ସମାଜରେ ବଞ୍ଚିବା ପାଇଁ ସେ ସଂଘର୍ଷ କରିଥାଏ । ନିଜର ସୁରକ୍ଷା ପାଇଁ ସେ ଯେତିକି ବ୍ୟସ୍ତ, ସମାଜରେ ଅନ୍ୟମାନଙ୍କର ସୁରକ୍ଷା ପାଇଁ ସେ ସେତିକି ବ୍ୟଗ୍ର । ନିଜ ପଡ଼ୋଶୀ ସହ ସମାଜର ଅନ୍ୟମାନଙ୍କ ପାଇଁ ତା’ର ଦାୟିତ୍ୱବୋଧ ଅଛି ।

ସାମାଜିକ ଗୁଣରାଜିର ବିକାଶ ଘଟିଲେ ସେ ଏକ ସାମାଜିକ ପ୍ରାଣୀ ହୋଇପାରିବ, ଯାହା ନିଜର ଉଦାରତା, ସହନଶୀଳତା, ସାଧୁତା, ବିଚାରଶୀଳତା ଓ ପରୋପକାରିତା ଉପରେ ନିର୍ଭର କରିଥାଏ । ଏହା ସାମାଜିକ ମୂଲ୍ୟବୋଧ ସହ ଜଡ଼ିତ । ଏହାଦ୍ଵାରା ସମାଜର ଉପକାର ସାଧୂତ ହୁଏ । ଶିକ୍ଷାରେ ଉପରୋକ୍ତ ଗୁଣଗୁଡ଼ିକର ବିକାଶ ଉପରେ ଗୁରୁତ୍ଵ ଦେବା ଉଚିତ ।

(3) ଜ୍ଞାନ ଏବଂ ବିଜ୍ଞାନର ପ୍ରୟୋଗ : ଜ୍ଞାନ ଏବଂ ବିଜ୍ଞାନର ବିକାଶଦ୍ଵାରା ଆଜି ପୃଥିବୀ ଏକ ପରିବାର ଭଳି କାର୍ଯ୍ୟ କରୁଛି । ଶିକ୍ଷାରେ ଜ୍ଞାନ ଏବଂ ବିଜ୍ଞାନର ପ୍ରୟୋଗ ଶିକ୍ଷାର୍ଥୀମାନଙ୍କୁ ଅନେକ ସାହାଯ୍ୟ କରୁଛି । ଇଣ୍ଟରନେଟ୍ ବ୍ୟବହାରଦ୍ୱାରା ସେ ପୃଥିବୀର ଯେକୌଣସି ପ୍ରାନ୍ତର ଖବର ନିମିଷକ ମଧ୍ୟରେ ଜାଣିପାରୁଛି । ସୋସିଆଲ୍ ମେଡ଼ିଆର ବ୍ୟବହାରଦ୍ୱାରା ତା’ର ଅନେକ ବନ୍ଧୁ ସୃଷ୍ଟି ହୋଇପାରୁଛନ୍ତି ।

ମାତ୍ର ସମୟ ସମୟରେ ଇ-ମେଲ୍, ଇଣ୍ଟରନେଟ୍, ଫେସ୍‌ବୁକ୍‌ର ଅସଦୁପଯୋଗ ବ୍ୟକ୍ତିକୁ କୁପଥଗାମୀ କରୁଛି । ତେଣୁ ଆଧୁନିକ ଜ୍ଞାନ ବିଜ୍ଞାନ ଏବଂ କୌଶଳକୁ ଉପଯୁକ୍ତ ଭାବରେ ବିନିଯୋଗ କରାଯିବା ଉଚିତ ।

(4) ଦୁର୍ନୀତିଠାରୁ ଦୂରେଇ ରହିବା : ମୂଲ୍ୟବୋଧ ଶିକ୍ଷା ଶିକ୍ଷାର୍ଥୀମାନଙ୍କୁ ସମାଜର ବିଭିନ୍ନ କ୍ଷେତ୍ରରେ ଘଟୁଥିବା ଦୁର୍ନୀତିଠାରୁ ମୁକ୍ତ ରଖୁଥାଏ । ଆଜିକାଲି ପରିବାର, ସମାଜ, ରାଜନୀତି ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ଘେରି ରହିଛି ଯାହା ଜୀବନକୁ ଦୁର୍ବିସହ କରିସାରିଲାଣି । ତେଣୁ ସେଥୁ ନିଜକୁ ମୁକ୍ତ ରଖୁବା ମୂଲ୍ୟବୋଧ ଶିକ୍ଷାର ଏକ ଗୁରୁ ଦାୟିତ୍ଵ ।

ଜୀବନଶୈଳୀର ପରିବର୍ତ୍ତନ ଏବଂ ସମାଜ କ୍ଷେତ୍ରରେ ଜଟିଳତା ମଧ୍ଯରେ ମୂଲ୍ୟବୋଧ ଶିକ୍ଷା ହିଁ କେବଳ ଏକ ଆଶ୍ବାସନା ଏବଂ ବ୍ୟକ୍ତିର ଶାନ୍ତି ପ୍ରାପ୍ତିର ଏକ ଉତ୍ସ ।

4. ମାନବାଧ୍ଵରର ଅର୍ଥ ଓ ବୈଶିଷ୍ଟ୍ୟ ଲେଖ ଏବଂ ଶିକ୍ଷା ପାଇଁ ମାନବାଧିକାରର ଭୂମିକା ବର୍ଣ୍ଣନା କର ।
Answer:
ପ୍ରଗତିଶୀଳ ବିଶ୍ବରେ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ସଂଘଟିତ ହେଉଛି । ଏହି ପରିବର୍ତ୍ତନ ସହ ତାଳଦେଇ ବ୍ୟକ୍ତିର ମାନସିକ ସଚେତନତା ବୃଦ୍ଧି ପାଇବାରେ ଲାଗିଛି ଏବଂ ମାନବିକ ମୂଲ୍ୟବୋଧ ନିରୂପିତ ହୋଇଛି । ବ୍ୟକ୍ତିତ୍ର ମାନବିକତା ଏବଂ ବ୍ୟକ୍ତିତ୍ଵ ସଭ୍ୟତାର ସୃଷ୍ଟିର ବହୁଦିନ ପରେ ସ୍ବୀକୃତି ପାଇଁ ସର୍ବତ୍ର ଦାବି ହେଉଛି । ସମାଜରେ ଏକ ସଭ୍ୟ, ମର୍ଯ୍ୟାଦାପୂର୍ଣ୍ଣ ଓ ବିକଶିତ ଜୀବନଯାପନ ପାଇଁ ପ୍ରତ୍ୟେକ ମଣିଷର ଅଧିକାର ରହିଛି, ଯାହାକୁ ମୌଳିକ ଅଧିକାର କୁହାଯାଏ ।

ଏହି ଅଧିକାରଗୁଡ଼ିକ ଆମକୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତିଙ୍କଠାରୁ ସୁରକ୍ଷା ପ୍ରଦାନ କରେ ଏବଂ ଆମକୁ ପରସ୍ପର ସହଯୋଗୀ ହୋଇ ଶାନ୍ତିରେ ବାସ କରିବାରେ ସାହାଯ୍ୟ କରେ । ଏହିସବୁ ମୌଳିକ ଅସ୍କାରକୁ ମାନବାଧିକାର କୁହାଯାଏ । ମଣିଷର ସଶକ୍ତିକରଣଦ୍ଵାରା ତା’ର ଜୀବନ, ସ୍ଵାଧୀନତା ଓ ମର୍ଯ୍ୟାଦାର ସୁରକ୍ଷା କରିବାକୁ ହିଁ ମାନବାଧିକାର କୁହାଯାଏ । ମାନବାଧିକାରଗୁଡ଼ିକୁ ମୌଳିକ, ସ୍ଵାଭାବିକ ବା ପ୍ରକୃତିଦତ୍ତ ଓ ଚିରନ୍ତନ ବୋଲି ବିଚାର କରାଯାଏ ।

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

ଏହି ଅଧିକାରଗୁଡ଼ିକ ମଣିଷର ଜନ୍ମଗତ ଅଧିକାର । ଏହି ମାନବାଧିକାର ପ୍ରଥମ ଲିଖ୍ ଓ ସ୍ବୀକୃତ ସନନ୍ଦ ୧୨୧୫ ମସିହାରେ ଇଂଲଣ୍ଡର ରାଜା ଦ୍ବିତୀୟ ଜନ୍‌ଙ୍କଦ୍ଵାରା ସ୍ବାକ୍ଷରିତ ହୋଇଥିଲା, ଯାହାକି ‘ମାଗ୍ଲାକାର୍ଟ’ ନାମରେ ପରିଚିତ ।

ଦିଅନ୍ତି ଏହାର ବହୁଦିନ ପରେ ୧୭୭୬ ମସିହାରେ ‘ଆମେରିକାର ସ୍ଵାଧୀନତା ଘୋଷଣାନାମା ଓ ୧୭୮୯ ମସିହାରେ ରେ ମାନବିକ ଅଧିକାର ଘୋଷଣାନାମ ମାନବିକ ଅଧିକାରକୁ ଏକ ଆନ୍ଦୋଳନର ରୂପ ପ୍ରଦାନ କରିଥିଲା । ୧୯୪୬ ମସିହା ପେବୃୟାରୀ ୧୬ ତାରିଖରେ ମିଳିତ ଜାତିସଂଘ ନିରାପତ୍ତା ପରିଷଦରେ ଏଲେନ୍ ରୁଡ୍‌ଭେଲ୍ସଙ୍କ ଅଧ୍ୟକ୍ଷତାରେ ମାନବିକ ଅଧିକାରର ସାର୍ବଜନୀନ ଘୋଷଣା ପ୍ରସ୍ତୁତ ହୋଇଥିଲା ଏବଂ ୧୯୪୮ ମସିହା ଡିସେମ୍ବର ୧୦ ତାରିଖରେ ଏହା ଜାତିସଂଘର ସାଧାରଣ ପରିଷଦରେ ଗୃହୀତ ହୋଇଥିଲା ।

ସେହି ଘୋଷଣାନାମରେ ପ୍ରତିଫଳିତ ହୋଇଛି ଯେ,”ମନୁଷ୍ୟ ଜନ୍ମରୁ ଅଧିକାର ଏବଂ ମର୍ଯ୍ୟାଦା ଦୃଷ୍ଟିରୁ ସ୍ବାଧୀନ ଏବଂ ସମାନ । ତା’ର ବିବେକ ଏବଂ ଚେତନାଶୀଳତା ରହିଛି ଏବଂ ସେ ସମସ୍ତଙ୍କୁ ଭ୍ରାତୃତ୍ଵପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିଥାଏ ।’’ ମାନବାଧ୍ୟାର କହିଲେ ମୁଖ୍ୟତଃ ସାତଗୋଟି ମୌଳିକ ସ୍ଵାଧୀନତାର ସମଷ୍ଟିକୁ ବୁଝାଏ ।

(କ) ମାନବାଧିକାରଗୁଡ଼ିକ ବ୍ୟକ୍ତିର ଜୀବନ, ଯୋଗ୍ୟତା ଓ ମର୍ଯ୍ୟାଦାର ସୁରକ୍ଷାକବଚ ସଦୃଶ ।
(ଖ) ଏହା ଏକ ନୈତିକ ଅଧିକାର, ଯାହାକି ବିବେକ ଅନୁମୋଦିତ, ମାତ୍ର ରାଷ୍ଟ୍ର ଏହାକୁ ମୌଳିକ ଅଧିକାର ଭିତ୍ତିରେ ସୁରକ୍ଷା ଦିଏ ।
(ଗ) ସମସ୍ତ ମଣିଷଙ୍କର ମାନବିକ ଅଧିକାର ରହିଛି । ଏଥପାଇଁ କୌଣସି ଭେଦଭାବ ନାହିଁ ।
(ଘ) ଏଥୁ ସଂକ୍ରାନ୍ତୀୟ ଅଭିଯୋଗ ସାରା ବିଶ୍ଵ ଭାବନାକୁ ମାନବ ସମାଜଦ୍ଵାରା ପ୍ରତିଫଳିତ କରେ ।
(ଙ) ସବୁ ଅଧିକାର ଭଳି ମାନବିକ ଅଧିକାର ସମସ୍ତଙ୍କ ଶାନ୍ତି, ସାମାଜିକ ସୁନ୍ଦରତା ଏବଂ ରାଜନୈତିକ ନିରାପତ୍ତାକୁ ଦୃଷ୍ଟି ଦିଏ ।

ମାନବାଧିକାର ଓ ଶିକ୍ଷା :
ଶିକ୍ଷାଧିକାର ପ୍ରତ୍ୟେକ ପିଲାଙ୍କୁ ଗୁଣାତ୍ମକ ବିଦ୍ୟାଳୟ ଶିକ୍ଷା ସହିତ ବ୍ୟକ୍ତିତ୍ଵର ବିକାଶ ପାଇଁ ଆବଶ୍ୟକୀୟ ଶିକ୍ଷାକୁ ସୁନିଶ୍ଚିତ କରେ । ମାନବାଧ‌ିକାର ନିୟମ ଜାତୀୟ ଅର୍ଥନୈତିକ ଏବଂ ସାମାଜିକ ଅଧ୍ୟାର ସାମର୍ଥ୍ୟ (NESRI) ଛଅଗୋଟି ମୌଳିକ ଶିକ୍ଷାଧିକାର ସହ ଜଡ଼ିତ । ସେଗୁଡ଼ିକ ହେଉଛି –
(କ) ବ୍ୟକ୍ତିଗତ ଅଧ୍ୟାର : ପ୍ରତ୍ୟେକ ପିଲାର ଗୁଣାତ୍ମକ ଏବଂ ଔପଚାରିକ ଶିକ୍ଷା ପାଇବାର ଅଧ୍ୟାର ରହିଛି ।
(ଖ) ଶିକ୍ଷାର ଲକ୍ଷ୍ୟ : ଶିକ୍ଷାର ଲକ୍ଷ୍ୟ ପ୍ରତ୍ୟେକ ପିଲାର ବ୍ୟକ୍ତିତ୍ଵର ବିକାଶ ପାଇଁ ଏବଂ ତାକୁ ସମାଜରେ ସଠିକ୍ ଭାବରେ ପ୍ରତିଷ୍ଠିତ କରାଇବାପାଇଁ ଉଦ୍ଦିଷ୍ଟ ହେବା ଉଚିତ ।
(ଗ) ଉପଯୁକ୍ତ ମର୍ଯ୍ୟାଦା : ବିଦ୍ୟାଳୟ ସବୁପିଲାମାନଙ୍କର ଜନ୍ମଗତ ଗୁଣକୁ ସମ୍ମାନ ପ୍ରଦର୍ଶନ କରିବା ସହିତ ଏକ ସହନଶୀଳ ଏବଂ ମର୍ଯ୍ୟାଦାସମ୍ପନ୍ନ ପରିବେଶ ସୃଷ୍ଟି କରିବା ଆବଶ୍ୟକ, ଯେଉଁଠାରେ କି ପିଲାମାନେ   ଆତ୍ମବିଶ୍ଵାସୀ ହେବେ ଓ ଆତ୍ମ ପରିପ୍ରକାଶ କରିପାରିବେ ।
(ଘ) ସମାନତା : ଶିକ୍ଷାରେ ସମସ୍ତ ସମ୍ବଳ ବିନିଯୋଗ ତଥା ବଣ୍ଟନରେ ସମାନତା ରହିବା ଉଚିତ ।
(ଙ) ଭେଦଭାବବିହୀନ ଶିକ୍ଷା : ସରକାର ଶିକ୍ଷା ପାଇଁ ମାନବାଧ୍ୟାକାରକୁ ସୁନିଶ୍ଚିତ କରାଇବା ଉଚିତ, ଯାହାକି ସମ୍ପୂର୍ଣ୍ଣ ଭେଦଭାବବିହୀନ ହୋଇଥବ । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା ଓ ରାଜନୀତିଭିତ୍ତିକ ଭେଦଭାବଶୂନ୍ୟ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ଏକାନ୍ତ ଆବଶ୍ୟକ ହେବା ଉଚିତ ।
(ଚ) ଅଂଶଗ୍ରହଣର ଅଧିକାର : ଛାତ୍ର, ଅଭିଭାବକ ଏବଂ ସମୁଦାୟର ସେମାନଙ୍କର ବିଦ୍ୟାଳୟ ଏବଂ ଶିକ୍ଷାଧିକାର ଗୁରୁତ୍ଵପୂର୍ଣ ଭୂମିକା ରହିଛି ।

ଉପରୋକ୍ତ ଆଲୋଚନା ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, ଶିକ୍ଷାକୁ ସାର୍ବଜନୀନ ଓ ସଫଳ କରିବାପାଇଁ ମାନବାଧିକାରର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ମାନବ ସଭ୍ୟତାର ଅଭିବୃଦ୍ଧି ସହିତ ତା’ର ଜୀବନଶୈଳୀର ପରିବର୍ତ୍ତନ ଘଟିଛି । ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ପ୍ରଭାବରେ ସେ ଏକ ଯାନ୍ତ୍ରିକ ମେସିନ୍ ଭଳି କାର୍ଯ୍ୟ କରିଚାଲିଛି । ଅନେକ ସମୟରେ ନିଜର ଆବଶ୍ୟକତା ପୂରଣ ପାଇଁ ତା’ର କାର୍ଯ୍ୟଶୈଳୀରେ ଅନେକ ବ୍ୟତିକ୍ରମ ଦେଖାଦେଇଥାଏ । ନିଜ ମଧ୍ୟରେ ଥିବା ଅନେକ ସୁଗୁଣଗୁଡ଼ିକୁ ସେ ଆବଶ୍ୟକତା ପୂରଣ ପାଇଁ ଦମନ କରି ନିଜର ଦାବି ହାସଲ କରିଥାଏ ।

ଆବଶ୍ୟକତାଠାରୁ ଅନେକ ଅଧୁକ ସେ ଆଶା କରିଥାଏ । ତେଣୁ ବେଳେବେଳେ ସେ ଅନ୍ୟାୟ, ଅନୀତି, ଦୁର୍ନୀତି ଇତ୍ୟାଦି କରିଥାଏ । ଏହାଦ୍ଵାରା ତା’ ମଧ୍ୟରେ ଥିବା ମାନବିକ ମୂଲ୍ୟବୋଧର ହ୍ରାସ ଘଟିଥାଏ । ଏହା ମଧ୍ୟ ତା’ର ଅନ୍ୟାନ୍ୟ କ୍ଷେତ୍ର; ଯଥା ସାମାଜିକ, ଆର୍ଥିକ, ରାଜନୈତିକ ଏବଂ ବ୍ୟକ୍ତିଗତ ଇତ୍ୟାଦି କ୍ଷେତ୍ରରେ ମଧ୍ୟ ଦେଖାଯାଏ ।

ତେବେ ସେ ମୂଲ୍ୟବୋଧ କ’ଣ ?
ମୂଲ୍ୟବୋଧର ଅର୍ଥ :
‘ମୂଲ୍ୟବୋଧ’ ଶବ୍ଦର କୌଣସି ନିର୍ଦ୍ଦିଷ୍ଟ ଅର୍ଥ ନାହିଁ । ଏହା ଏକ ଗୁଣ ଯାହା ବ୍ୟକ୍ତି ବା ପଦାର୍ଥର ଏକ ଗୁଣକୁ ବୁଝାଇଥାଏ । ଏହି ଗୁଣ ଆଭ୍ୟନ୍ତରୀଣ । ଏହା ବ୍ୟକ୍ତିର ବିଚାରଧାରାକୁ ପ୍ରଭାବିତ କରିଥାଏ । ଉଦାହରଣସ୍ୱରୂପ, ବ୍ୟକ୍ତି ଯଦି ନିଜର ଆବଶ୍ୟକତା ପୂରଣ କରିବାପାଇଁ କୌଣସି ଅନୈତିକ କାର୍ଯ୍ୟ କରିବାକୁ ଇଚ୍ଛା କରିଥାଏ, ତେବେ ତା’ର ନୈତିକ ମୂଲ୍ୟବୋଧର ଅଭାବ ଅଛି ବୋଲି ଜଣାଯିବ ।

ଆୟନ ଲ୍ୟାଣ୍ଡଙ୍କ ମତରେ ‘ମୂଲ୍ୟବୋଧ ହେଉଛି ଗୋଟିଏ କାର୍ଯ୍ୟର ଉଦ୍ଦେଶ୍ୟ ବା ଅନ୍ତ’।
ଆରିଷ୍ଟୋଟଲ୍‌ଙ୍କ ମତରେ, ‘ମୂଲ୍ୟବୋଧଗୁଡ଼ିକ କାର୍ଯ୍ୟମାନଙ୍କର ଉଦ୍ଦେଶ୍ୟ ବା ଲକ୍ଷ୍ୟ’ ।

ଶୈକ୍ଷିକ ମୂଲ୍ୟବୋଧ :
ଶୈକ୍ଷିକ ମୂଲ୍ୟବୋଧ କହିଲେ ଯାହା ଉତ୍ତମ, ବ୍ୟବହାରଯୋଗ୍ୟ, ଗୁରୁତ୍ୱପୂର୍ଣ୍ଣ, ଅର୍ଥବୋଧକ ଓ ମୂଲ୍ୟବାନ୍ ଏବଂ ଶିକ୍ଷାଦ୍ଵାରା ବ୍ୟକ୍ତିର ଆଚରଣଗତ ପରିବର୍ତ୍ତନ କରିଥାଏ, ତାହାକୁ ଶୈକ୍ଷିକ ମୂଲ୍ୟବୋଧ କୁହାଯାଏ ।

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

ବ୍ରୁବେକାର୍‌ଙ୍କ ମତରେ, ‘ଯେକୌଣସି ବ୍ୟକ୍ତିର ଶିକ୍ଷାର ଲକ୍ଷ୍ୟ ପ୍ରତିପାଦନ କରିବା ଅର୍ଥ ତା’ର ଶୈକ୍ଷିକ ମୂଲ୍ୟବୋଧକୁ ହିଁ ଉ ପସ୍ଥାପନ କରିବା ।’

ରାଲଫ୍ ବସୌଦିଙ୍କ “ମୂଲ୍ୟବୋଧଗୁଡ଼ିକ ଆବେଗାତ୍ମକ ନିଷ୍ପତ୍ତି ଅଟେ । ସେଗୁଡ଼ିକ ଅନୁଭୂତିରୁ ଉତ୍ପନ୍ନ ।’’

ମୂଲ୍ୟବୋଧର ପ୍ରକାରଭେଦ :
ସମାଜର ଆବଶ୍ୟକତାକୁ ନେଇ ମୂଲ୍ୟବୋଧର ପ୍ରକାରଭେଦ କରାଯାଇଛି । ସେଗୁଡ଼ିକ ହେଲା –
(1) ଅର୍ଥନୈତିକ ମୂଲ୍ୟବୋଧ (Economic values) : ବ୍ୟକ୍ତି ନିଜର ଆବଶ୍ୟକତା ପୂରଣ ପାଇଁ ଅନେକ ଜିନିଷ କ୍ରୟ ଏବଂ ବିକ୍ରୟ କରିଥାଏ । ଏହା ଅର୍ଥର ଆବଶ୍ୟକତା ପୂରଣ କରିଥାଏ । ଖାଦ୍ୟ, ବସ୍ତ୍ର ଏବଂ ପାନୀୟ ଆବଶ୍ୟକତା ପାଇଁ ଅର୍ଥ ଦରକାର, ଯାହା ଅର୍ଥନୈତିକ ମୂଲ୍ୟବୋଧ ଅଟେ । ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏବଂ ସୌଖୀନ ଜୀବନ ପାଇଁ ଅର୍ଥ ଦରକାର; ମାତ୍ର ତାହା ଅର୍ଥନୈତିକ ମୂଲ୍ୟବୋଧ ନୁହେଁ ।

(2) ବ୍ୟକ୍ତିଗତ ମୂଲ୍ୟବୋଧ (Individual values) : ଆଧୁନିକ ବ୍ୟକ୍ତି ବ୍ୟକ୍ତିକୈନ୍ଦ୍ରିକ ହୋଇଯାଇଛି । ସ୍ବାର୍ଥପର ଭାବରେ ବଞ୍ଚୁଛି । ତେଣୁ ସେ ଅନ୍ୟ ପାଇଁ ଟିକିଏ ବି ଚିନ୍ତା କରୁନାହିଁ । ଏହି ଦୃଷ୍ଟିକୋଣରୁ ବ୍ୟକ୍ତି ନିଜେ ନିଜର ଆତ୍ମବିଶ୍ଳେଷଣ କରିବା ଉଚିତ । ସେ କେତେ ନିଃସ୍ୱାର୍ଥପର ଏବଂ ସେ ଯାହା କରୁଛି କେତେ ଭଲ ବା ମନ୍ଦ କରୁଛି ତାହା ଜାଣିବା ନିତାନ୍ତ ଦରକାର । ଏହା ବ୍ୟକ୍ତିର ବ୍ୟକ୍ତିଗତ ମୂଲ୍ୟବୋଧ ଅଟେ ।

(3) ନୈତିକ ମୂଲ୍ୟବୋଧ (Ethical values) : ସମସ୍ୟା ସୃଷ୍ଟି ହେଲେ ସମାଧାନ ଦରକାର । ସମାଧାନର ସୂତ୍ର ଭଲ ଆଡ଼କୁ ଗତିକରିବା ଉଚିତ । ତାହା ମନ୍ଦ ଆଡ଼କୁ ଗତିକଲେ ଫଳାଫଳ ଦୁର୍ଯୋଗ ଆଣିଦିଏ । ତେଣୁ ଏ ଦୁନିଆଁରେ ଭଲ ଏବଂ ମନ୍ଦ ଅଛି । ବ୍ୟକ୍ତି ନିଜର ବିଚାରଶକ୍ତି ମାଧ୍ୟମରେ ଭଲ ଏବଂ ମନ୍ଦକୁ ଜାଣି କାର୍ଯ୍ୟ କରିବା ଉଚିତ । ଏହା ବ୍ୟକ୍ତିର ନୈତିକ ମୂଲ୍ୟବୋଧ ଅଟେ ।

(4) ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟବୋଧ (Aesthetic values) : ଯିଏ ସୁନ୍ଦର ସବୁବେଳେ ସୁନ୍ଦର । “ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।’’ ତେଣୁ ପୃଥ‌ିବୀ ପୃଷ୍ଠର ସବୁ ସୌନ୍ଦର୍ଯ୍ୟମୟ ବିଷୟବସ୍ତୁକୁ ଅନୁଭବ କରିବା ଉଚିତ । ଏହାକୁ ଧ୍ବଂସ କରିବା ଅର୍ଥ ସୌନ୍ଦର୍ଯ୍ୟାନୁଭୂତିର ଅଭାବ । ଏହା ବ୍ୟକ୍ତିର ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟବୋଧ ଅଟେ ।

(5) ଅନ୍ତଃ ମୂଲ୍ୟବୋଧ (Internal values) : ଏହା ବ୍ୟକ୍ତିଗତ ମୂଲ୍ୟବୋଧକୁ ବୁଝାଇଥାଏ । ଏହା ନିଜର ଆଦର୍ଶ ଏବଂ ଅନୁଭୂତି ଉପରେ ପର୍ଯ୍ୟବସିତ । ଯାହା ବ୍ୟବହାରଯୋଗ୍ୟ ଏବଂ ସମସ୍ତଙ୍କୁ ସୁହାଇଥାଏ, ତାହା ଗ୍ରହଣଯୋଗ୍ୟ । ମାତ୍ର ବେଳେବେଳେ ଏହାର ବ୍ୟତିକ୍ରମ ଦେଖାଦେଇଥାଏ ।

(6) ଆଧ୍ୟାତ୍ମିକ ମୂଲ୍ୟବୋଧ (Spiritual values) : ଆଧ୍ୟାତ୍ମିକ ମୂଲ୍ୟବୋଧ ଚିରସ୍ଥାୟୀ, ଯାହା ଯୁଗ ଯୁଗ ପାଇଁ ଆବଶ୍ୟକ । ଅନେକ ମୁନିଋଷି ଏବଂ ଦାର୍ଶନିକମାନେ ଆଧ୍ୟାତ୍ମିକ ମୂଲ୍ୟବୋଧ ଉପରେ ଗୁରୁତ୍ଵ ଦେଇଥା’ନ୍ତି, ଯାହା ପ୍ରେମ, ଦୟା, କ୍ଷମା, ପରୋପକାର ଏବଂ ସତ୍ୟ ଉପରେ ପର୍ଯ୍ୟବସିତ ।

(7) ଅନ୍ତିମ ମୂଲ୍ୟବୋଧ (Ultimate values) : ସୃଷ୍ଟିକର୍ତ୍ତା ଅଛନ୍ତି । ଜନ୍ମ ଏବଂ ମୃତ୍ୟୁ ନିଶ୍ଚିତ । ଆତ୍ମା ଏବଂ ପରମାତ୍ମାର ସ୍ଥିତିକୁ କେହି ଏଡ଼େଇ ଦେଇପାରିବେ କି ? ତେବେ ଭଗବତ୍ ସତ୍ତା ଉପଲବ୍‌ ଶିକ୍ଷାର ପରମ ଲକ୍ଷ୍ୟ ଯାହାଦ୍ୱାରା ଜଣେ ଶାନ୍ତି ପାଇଥାଏ । ଏହାକୁ ଆମେ ଅନ୍ତିମ ଶାନ୍ତି ବୋଲି କହିପାରିବା, ଯାହା ଜଣକୁ ଅତିମାନବ କରିଦିଏ । ଏହି ବ୍ୟକ୍ତିର ଅନ୍ତିମ ମୂଲ୍ୟବୋଧ ଅଟେ ।

ମୂଲ୍ୟବୋଧ ଶିକ୍ଷା (Value-based Education) :
ଶିକ୍ଷା ଦୃଷ୍ଟିକୋଣରୁ ଯାହା ଉତ୍ତମ, ବ୍ୟବହାରଯୋଗ୍ୟ, ଗୁରୁତ୍ୱପୂର୍ଣ୍ଣ, ଅର୍ଥବୋଧକ, ମୂଲ୍ୟବାନ୍ ଏବଂ ଯାହାର ଶିକ୍ଷା ପ୍ରତି କିଛି ଅବଦାନ ଅଛି ତାହା ମୂଲ୍ୟବୋଧ ଶିକ୍ଷା (Value-based Education) । ଶିକ୍ଷା ବ୍ୟକ୍ତିର ଆଚରଣଗତ ପରିବର୍ତ୍ତନକୁ ବୁଝାଇଥାଏ । ଏହା ବ୍ୟକ୍ତିର ଚରିତ୍ର, ବ୍ୟକ୍ତିତ୍ଵ, କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରେ । ବ୍ୟକ୍ତି ସବୁବେଳେ ସୁଖମୟ ଜୀବନଯାପ କରିଥାଏ ।

ସୁଖମୟ ଜୀବନଯାପନ ପାଇଁ ଯଦି ସେ ଅନୈତିକ କାର୍ଯ୍ୟ କରିଥାଏ, ତେବେ ତା’ର ଶିକ୍ଷା ନିରର୍ଥକ । ଶିକ୍ଷାର ନୁହେଁ କେବଳ ଜ୍ଞାନ ପ୍ରଦାନ ବା ଶିକ୍ଷାଦାନ । ଶିକ୍ଷାର ଅର୍ଥ ବ୍ୟକ୍ତି ଯେଉଁ ବ୍ୟବହାର ଜାଣିଛି ତାକୁ ଜଣାଇବା । ଲକ୍ଷ୍ୟପଥରୁ ଯେ ସେ ନିବୃତ୍ତ ନ ହୁଏ, ତେଣୁ ସେ ଯାହା ଶିକ୍ଷାର୍ଜନ କରୁଛି ସେଗୁଡ଼ିକ ଯଦି ମୂଲ୍ୟବୋଧ ସହ ଜଡ଼ିତ ତେବେ ତାହାର ଶିକ୍ଷା ମୂଲ୍ୟବୋଧଭିଭିକ । ଏହା ନିଜକୁ ଆନନ୍ଦ ବା ତୃପ୍ତି ଦେବା ସହ ସମାଜକୁ ମଧ୍ୟ ଆନନ୍ଦ ଏବଂ ତୃପ୍ତି ପ୍ରଦାନ କରିବ ।

ମୂଲ୍ୟବୋଧ ଶିକ୍ଷାର ଶୈକ୍ଷିକ ପ୍ରୟୋଗ :
ମୂଲ୍ୟବୋଧ ଶିକ୍ଷାକୁ ବ୍ୟକ୍ତିର ନିମ୍ନଲିଖ୍ କ୍ଷେତ୍ରରେ ପ୍ରୟୋଗ କରାଯାଇଥାଏ :
(1) ବ୍ୟକ୍ତିଗତ ଦୃଷ୍ଟିକୋଣରୁ : ବ୍ୟକ୍ତି ପାଇଁ ଶିକ୍ଷାର ଆବଶ୍ୟକତା ଅନେକ । ଏହା ତା’ର ଶାରୀରିକ, ମାନସିକ, ନୈତିକ ଏବଂ ବୌଦ୍ଧିକ ବିକାଶ କରିଥାଏ । ନିଜର ସଂରକ୍ଷଣ ପାଇଁ ଯଦି ସେ ସମସ୍ତ ଆଦର୍ଶ ଏବଂ ନୀତିକୁ ଜଳାଞ୍ଜଳି ଦିଏ ତେବେ ତାହା ନିଜକୁ ଆତ୍ମତୃପ୍ତି ଦେବ ନାହିଁ । ତା’ର ଆତ୍ମସର୍ଜନତା ବୃଦ୍ଧି ଦରକାର, ଯାହା ମୂଲ୍ୟବୋଧ ଶିକ୍ଷାଦ୍ବାରା ସମ୍ଭବ ।

(2) ସାମାଜିକ ଦୃଷ୍ଟିକୋଣରୁ : ବ୍ୟକ୍ତି ଏକ ସାମାଜିକ ପ୍ରାଣୀ । ସମାଜରେ ବଞ୍ଚିବା ପାଇଁ ସେ ସଂଘର୍ଷ କରିଥାଏ । ନିଜର ସୁରକ୍ଷା ପାଇଁ ସେ ଯେତିକି ବ୍ୟସ୍ତ, ସମାଜରେ ଅନ୍ୟମାନଙ୍କର ସୁରକ୍ଷା ପାଇଁ ସେ ସେତିକି ବ୍ୟଗ୍ର । ନିଜ ପଡ଼ୋଶୀ ସହ ସମାଜର ଅନ୍ୟମାନଙ୍କ ପାଇଁ ତା’ର ଦାୟିତ୍ବବୋଧ ଅଛି ।

ସାମାଜିକ ଗୁଣରାଜିର ବିକାଶ ଘଟିଲେ ସେ ଏକ ସାମାଜିକ ପ୍ରାଣୀ ହୋଇପାରିବ, ଯାହା ନିଜର ଉଦାରତା, ସହନଶୀଳତା, ସାଧୁତା, ବିଚାରଶୀଳତା ଓ ପରୋପକାରିତା ଉପରେ ନିର୍ଭର କରିଥାଏ । ଏହା ସାମାଜିକ ମୂଲ୍ୟବୋଧ ସହ ଜଡ଼ିତ । ଏହାଦ୍ଵାରା ସମାଜର ଉପକାର ସାଧୂତ ହୁଏ । ଶିକ୍ଷାରେ ଉପରୋକ୍ତ ଗୁଣଗୁଡ଼ିକର ବିକାଶ ଉପରେ ଗୁରୁତ୍ଵ ଦେବା ଉଚିତ ।

(3) ଜ୍ଞାନ ଏବଂ ବିଜ୍ଞାନର ପ୍ରୟୋଗ : ଜ୍ଞାନ ଏବଂ ବିଜ୍ଞାନର ବିକାଶଦ୍ବାରା ଆଜି ପୃଥ‌ିବୀ ଏକ ପରିବାର ଭଳି କାର୍ଯ୍ୟ କରୁଛି । ଶିକ୍ଷାରେ ଜ୍ଞାନ ଏବଂ ବିଜ୍ଞାନର ପ୍ରୟୋଗ ଶିକ୍ଷାର୍ଥୀମାନଙ୍କୁ ଅନେକ ସାହାଯ୍ୟ କରୁଛି । ଇଣ୍ଟରନେଟ୍ ବ୍ୟବହାରଦ୍ୱାରା ସେ ପୃଥ‌ିବୀର ଯେକୌଣସି ପ୍ରାନ୍ତର ଖବର ନିମିଷକ ମଧ୍ୟରେ ଜାଣିପାରୁଛି ।

ସୋସିଆଲ୍ ମେଡ଼ିଆର ବ୍ୟବହାରଦ୍ୱାରା ତା’ର ଅନେକ ବନ୍ଧୁ ସୃଷ୍ଟି ହୋଇପାରୁଛନ୍ତି । ମାତ୍ର ସମୟ ସମୟରେ ଇ-ମେଲ୍, ଇଣ୍ଟରନେଟ୍, ଫେସ୍‌ବୁକ୍‌ର ଅସଦୁପଯୋଗ ବ୍ୟକ୍ତିକୁ କୁପଥଗାମୀ କରୁଛି । ତେଣୁ ଆଧୁନିକ ଜ୍ଞାନ ବିଜ୍ଞାନ ଏବଂ କୌଶଳକୁ ଉପଯୁକ୍ତ ଭାବରେ ବିନିଯୋଗ କରାଯିବା ଉଚିତ ।

(4) ଦୁର୍ନୀତିଠାରୁ ଦୂରେଇ ରହିବା : ମୂଲ୍ୟବୋଧ ଶିକ୍ଷା ଶିକ୍ଷାର୍ଥୀମାନଙ୍କୁ ସମାଜର ବିଭିନ୍ନ କ୍ଷେତ୍ରରେ ଘଟୁଥ‌ିବା ଦୁର୍ନୀତିଠାରୁ ମୁକ୍ତ ରଖୁଥାଏ । ଆଜିକାଲି ପରିବାର, ସମାଜ, ରାଜନୀତି ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ଘେରି ରହିଛି, ଯାହା ଜୀବନକୁ ଦୁର୍ବିସହ କରିସାରିଲାଣି । ତେଣୁ ସେଥୁରୁ ନିଜକୁ ମୁକ୍ତ ରଖୁବା ମୂଲ୍ୟବୋଧ ଶିକ୍ଷାର ଏକ ଗୁରୁ ଦାୟିତ୍ଵ । ଜୀବନଶୈଳୀର ପରିବର୍ତ୍ତନ ଏବଂ ସମାଜ କ୍ଷେତ୍ରରେ ଜଟିଳତା ମଧ୍ଯରେ ମୂଲ୍ୟବୋଧ ଶିକ୍ଷା ହିଁ କେବଳ ଏକ ଆଶ୍ବାସନା ଏବଂ ବ୍ୟକ୍ତିର ଶାନ୍ତିପ୍ରାପ୍ତିର ଏକ ଉତ୍ସ ।

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

(5) ମାନବାଧ‌ିକାର : ପ୍ରଗତିଶୀଳ ବିଶ୍ୱରେ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ସଂଘଟିତ ହେଉଛି । ଏହି ପରିବର୍ତ୍ତନ ସହ ତାଳଦେଇ ବ୍ୟକ୍ତିର ମାନସିକ ସଚେତନତା ବୃଦ୍ଧି ପାଇବାରେ ଲାଗିଛି ଏବଂ ମାନବିକ ମୂଲ୍ୟବୋଧ ନିରୂପିତ ହୋଇଛି । ବ୍ୟକ୍ତିର ମାନବିକତା ଏବଂ ବ୍ୟକ୍ତିତ୍ଵ ସଭ୍ୟତାର ସୃଷ୍ଟିର ବହୁଦିନ ପରେ ସ୍ବୀକୃତି ପାଇଁ ସର୍ବତ୍ର ଦାବି ହେଉଛି । ସମାଜରେ ଏକ ସଭ୍ୟ, ମର୍ଯ୍ୟାଦାପୂର୍ଣ୍ଣ ଓ ବିକଶିତ ଜୀବନଯାପନ ପାଇଁ ପ୍ରତ୍ୟେକ ମଣିଷର ଅଧିକାର ରହିଛି, ଯାହାକୁ ମୌଳିକ ଅଧିକାର କୁହାଯାଏ ।

ଏହି ଅଧିକାରଗୁଡ଼ିକ ଆମକୁ କ୍ଷତି ପହଞ୍ଚାଉଥ‌ିବା ବ୍ୟକ୍ତିଙ୍କଠାରୁ ସୁରକ୍ଷା ପ୍ରଦାନ କରେ ଏବଂ ଆମକୁ ପରସ୍ପର ସହଯୋଗୀ ହୋଇ ଶାନ୍ତିରେ ବାସ କରିବାରେ ସାହାଯ୍ୟ କରେ । ଏହିସବୁ ମୌଳିକ ଅଧିକାରକୁ ମାନବାଧିକାର କୁହାଯାଏ । ମଣିଷର ସଶକ୍ତିକରଣଦ୍ବାରା ତା’ର ଜୀବନ, ସ୍ଵାଧୀନତା ଓ ମର୍ଯ୍ୟାଦାର ସୁରକ୍ଷା କରିବାକୁ ହିଁ ମାନବାଧ୍ୟାର କୁହାଯାଏ । ମାନବାଧ୍ୟାକାରଗୁଡ଼ିକୁ ମୌଳିକ, ସ୍ଵାଭାବିକ ବା ପ୍ରକୃତିଦତ୍ତ ଓ ଚିରନ୍ତନ ବୋଲି ବିଚାର କରାଯାଏ । ଏହି ଅଧ୍ୟାରଗୁଡ଼ିକ ମଣିଷର ଜନ୍ମଗତ ଅଧିକାର ।

(6) ମାନବାଧ୍ଵର ଓ ଶିକ୍ଷା :ଶିକ୍ଷାତ୍‌କାର ପ୍ରତ୍ୟେକ ପିଲାଙ୍କୁ ଗୁଣାତ୍ମକ ବିଦ୍ୟାଳୟ ଶିକ୍ଷା ସହିତ ବ୍ୟକ୍ତିତ୍ୱର ବିକାଶ ପାଇଁ ଆବଶ୍ୟକୀୟ ଶିକ୍ଷାକୁ ସୁନିଶ୍ଚିତ କରେ । ମାନବାଧ‌ିକାର ନିୟମ ଜାତୀୟ ଅର୍ଥନୈତିକ ଏବଂ ସାମାଜିକ ଅଧିକାର ସାମର୍ଥ୍ୟ (NESRI) ଛଅଗୋଟି ମୌଳିକ ଶିକ୍ଷାଧ୍ଵର ସହ ଜଡ଼ିତ । ସେଗୁଡ଼ିକ ହେଉଛି –

  1. ବ୍ୟକ୍ତିଗତ ଅଧିକାର : ପ୍ରତ୍ୟେକ ପିଲାର ଗୁଣାତ୍ମକ ଏବଂ ଔପଚାରିକ ଶିକ୍ଷା ପାଇବାର ଅଧିକାର ରହିଛି ।
  2. ଶିକ୍ଷାର ଲକ୍ଷ୍ୟ : ଶିକ୍ଷାର ଲକ୍ଷ୍ୟ ପ୍ରତ୍ୟେକ ପିଲାର ବ୍ୟକ୍ତିତ୍ଵର ବିକାଶ ପାଇଁ ଏବଂ ତାକୁ ସମାଜରେ ସଠିକ୍ ଭାବରେ ପ୍ରତିଷ୍ଠିତ କରାଇବାପାଇଁ ଉଦ୍ଦିଷ୍ଟ ହେବା ଉଚିତ ।
  3. ଉପଯୁକ୍ତ ମର୍ଯ୍ୟାଦା : ବିଦ୍ୟାଳୟ ସବୁପିଲାମାନଙ୍କର ଜନ୍ମଗତ ଗୁଣକୁ ସମ୍ମାନ ପ୍ରଦର୍ଶନ କରିବା ସହିତ ଏକ ସହନଶୀଳ ଏବଂ ମର୍ଯ୍ୟାଦାସମ୍ପନ୍ନ ପରିବେଶ ସୃଷ୍ଟି କରିବା ଆବଶ୍ୟକ, ଯେଉଁଠାରେ କି ପିଲାମାନେ ଆତ୍ମବିଶ୍ଵାସୀ ହେବେ ଓ ଆତ୍ମ ପରିପ୍ରକାଶ କରିପାରିବେ ।
  4. ସମାନତା : ଶିକ୍ଷାରେ ସମସ୍ତ ସମ୍ବଳ ବିନିଯୋଗ ତଥା ବଣ୍ଟନରେ ସମାନତା ରହିବା ଉଚିତ ।
  5. ଭେଦଭାବବିହୀନ ଶିକ୍ଷା : ସରକାର ଶିକ୍ଷା ପାଇଁ ମାନବାଧିକାରକୁ ସୁନିଶ୍ଚିତ କରାଇବା ଉଚିତ, ଯାହାକି ସମ୍ପୂର୍ଣ୍ଣ ଭେଦଭାବବିହୀନ ହୋଇଥ‌ିବ । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା ଓ ରାଜନୀତିଭିଭିକ ଭେଦଭାବଶୂନ୍ୟ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ଏକାନ୍ତ ଆବଶ୍ୟକ ହେବା ଉଚିତ ।
  6. ଅଂଶଗ୍ରହଣର ଅଧିକାର : ଛାତ୍ର, ଅଭିଭାବକ ଏବଂ ସମୁଦାୟ ସେମାନଙ୍କର ବିଦ୍ୟାଳୟ ଏବଂ ଶିକ୍ଷାଧ୍ଵର ବିଷୟରେ ନିଷ୍ପତ୍ତି ନେବାରେ ଅଧିକାର ରହିଛି ।

ଉପରୋକ୍ତ ଆଲୋଚନା ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, ଶିକ୍ଷାକୁ ସାର୍ବଜନୀନ ଓ ସଫଳ କରିବାପାଇଁ ମାନବାଧିକାରର ଗୁରୁତ୍ଵପୂର୍ଣ ଭୂମିକା ରହିଛି ।

CHSE Odisha Class 12 Psychology Unit 2 Questions and Answers in Odia Medium

Odisha State Board CHSE Odisha Class 12 Psychology Solutions Unit 2 ମନୋ-ସାମାଜିକ ଚାପ & ଭୌତିକ ପରିବେଶ ଓ ବ୍ୟବହାର Questions and Answers.

CHSE Odisha 12th Class Psychology Unit 2 Questions and Answers in Odia Medium

ନିମ୍ନୋକ୍ତ ପ୍ରତ୍ୟେକ ପ୍ରଶ୍ନର କେତେଗୁଡ଼ିଏ ସମ୍ଭାବ୍ୟ ଉତ୍ତର ତଳେ ଦିଆଯାଇଛି । ଉପଯୁକ୍ତ ଉତ୍ତର ବାଛି ଲେଖ ।
୧। ଯେଉଁ ପରିବେଶରେ ଜଳବାୟୁ, ଉତ୍ତାପ ଏବଂ ବୃଷ୍ଟିପାତ ଅନ୍ତର୍ଭୁକ୍ତ, ସେହିଟି କେଉଁ ପରିବେଶ ଅଟେ ?
(କ) ଭୌତିକ
(ଖ) ଜୈବିକ
(ଗ) ମନୁଷ୍ୟ – କୃତ
(ଘ) ସାଂସ୍କୃତିକ
Answer:
(କ) ଭୌତିକ

୨। ସ୍ଥାନ ଓ କାଳରେ ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ମନୁଷ୍ୟକୁ ଘେରି ରହିଥ‌ିବା ସାମଗ୍ରିକ ଅବସ୍ଥାକୁ କ’ଣ କୁହାଯାଏ ?
(କ) ପରିବେଶ
(ଖ) ବାୟୁମଣ୍ତଳ
(ଗ) ବାରିମଣ୍ତଳ
(ଘ) ଅଶ୍ଗମଣ୍ତଳ
Answer:
(କ) ପରିବେଶ

୩। ଧାନଚାଷ କେଉଁ ଗ୍ୟାସ ସୃଷ୍ଟିରେ ସହାୟକ ହୋଇଥାଏ ?
(କ) ମିଥେନ୍
(ଖ) କ୍ଲୋରୋଫ୍ଲୋରା କାର୍ବନ
(ଗ) ଯବକ୍ଷ।ରଜାନ
(ଘ) ଅଙ୍ଗ।ରକାମ୍ଳ
Answer:
(କ) ମିଥେନ୍

CHSE Odisha Class 12 Psychology Unit 2 Questions and Answers in Odia Medium

୪। ଶୀତଳୀକରଣ ନିମନ୍ତେ ରେଫ୍ରିଜରେଟରରେ କେଉଁ ଗ୍ୟାସ ବ୍ୟବହାର କରାଯାଏ ?
(କ) ମିଥେନ୍
(ଖ) ଅମ୍ଳଜାନ
(ଗ) କ୍ଲୋରୋଫ୍ଲୋରୋ କାର୍ବନ
(ଘ) ନାଇଟ୍ରସ ଅକ୍‌ସାଇଡ୍
Answer:
(ଗ) କ୍ଲୋରୋଫ୍ଲୋରୋ କାର୍ବନ

୫। ଭୂଖଣ୍ଡର ସଜୀବ ଓ ନିର୍ଜୀବ ପଦାର୍ଥକୁ ନେଇ କେଉଁ ପରିବେଶ ସୃଷ୍ଟି ହୋଇଅଛି ?
(କ) ପ୍ରାକୃତିକ
(ଖ) ମନୁଷ୍ୟକୃତ
(ଗ) ଭୌତିକ
(ଘ) ଜୈବିକ
Answer:
(କ) ପ୍ରାକୃତିକ

୬। ମନୁଷ୍ୟ ନିଜ ସୁଖ, ସ୍ୱାର୍ଥ ଓ ସୁବିଧା ପାଇଁ ଯେଉଁ ପରିବେଶ ସୃଷ୍ଟି କରିଥାଏ, ତାକୁ କ’ଣ କୁହାଯାଏ ?
(କ) ପ୍ରାକୃତିକ ପରିବେଶ
(ଖ) ଭୌତିକ ପରିବେଶ
(ଗ) ମନୁଷ୍ୟ-କୃତ ପରିବେଶ
(ଘ) ଜୈବିକ ପରିବେଶ
Answer:
(ଗ) ମନୁଷ୍ୟ-କୃତ ପରିବେଶ

୭। ସଜୀବ ଉପାଦାନମାନଙ୍କୁ ନେଇ କେଉଁ ପରିବେଶ ଗଠିତ ହୋଇଥାଏ ?
(କ) ଜୈବିକ
(ଖ) ସାଂସ୍କୃତିକ
(ଗ) ସାମାଜିକ
(ଘ) ଭୌତିକ
Answer:
(କ) ଜୈବିକ

୮। କୋଇଲା, ତୈଳ ଦହନ ଓ ସାରର ବ୍ୟବହାରରୁ କେଉଁ ଗ୍ୟାସ ବାହାରିଥାଏ ?
(କ) ମିଥେନ୍
(ଖ) ନାଇଟ୍ରୋସ୍ ଅକ୍ସାଇଡ୍
(ଗ) ଅଙ୍ଗ।ରକାମ୍ଳ
(ଘ) କ୍ଲୋରୋଫ୍ଲୋରୋ କାର୍ବନ
Answer:
(ଖ) ନାଇଟ୍ରୋସ୍ ଅକ୍ସାଇଡ୍

CHSE Odisha Class 12 Psychology Unit 2 Questions and Answers in Odia Medium

୯। ଆପାତତଃ କେତେ ପରିମାଣର ଶବ୍ଦକୁ ଦୀର୍ଘକାଳ ପର୍ଯ୍ୟନ୍ତ କ୍ରମାଗତ ଭାବେ ଶୁଣିବା ଦ୍ଵାରା ବ୍ୟକ୍ତି ଶ୍ରବଣ ଶକ୍ତି ହରାଇବସେ ?
(କ) ୧୦୦ dB
(ଖ) ୮୦ dB
(ଗ) ୧୧୦ dB
(ଘ) ୮୫ dB
Answer:
(କ) ୧୦୦ dB

୧୦। ୧୮୧୦ ଦଶକରେ ସର୍ବପ୍ରଥମେ କିଏ ଉତ୍ତପ୍ତ ଦୀପ ପ୍ରଭାବ ସଂପର୍କରେ ଅନୁଧ୍ୟାନ କରିଥିଲେ ?
(ଗ) ଲିୱିନ୍
(ଖ) ଲ୍ୟୁକ୍ ହୋୱାର୍ଡ଼
(ଗ) ଲିୱିନ୍
(ଘ) ଓଷ୍ଜିଙ୍ଗ
Answer:
(ଖ) ଲ୍ୟୁକ୍ ହେୱାର୍ଡ଼

ଶୂନ୍ୟସ୍ଥାନ ପୂରଣ କର

ପ୍ରତ୍ୟେକ ପ୍ରଶ୍ନତଳେ କେତେଗୁଡ଼ିଏ ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
୧। ମନୁଷ୍ୟର ବ୍ୟବହାର ଓ ତା’ର ପାରିପାର୍ଶ୍ବକ ଅବସ୍ଥା ମଧ୍ୟରେ ଥିବା ସମ୍ପର୍କକୁ _________________ ମନୋବିଜ୍ଞ।ନ ଅଧ୍ୟୟନ କରେ ।
(କ) ଶିକ୍ଷା
(ଖ) ପରିବେଶ
(ଗ) ପରାମର୍ଶ
(ଘ) ଅସ୍ଵାଭାବିକ
Answer:
(ଖ) ପରିବେଶ

୨। ନିର୍ଜୀବ ଉପାଦାନମାନଙ୍କୁ ନେଇ ___________________ ପରିବେଶ ଗଠିତ ହୋଇଥାଏ ।
(କ) ଜୈବିକ
(ଖ) ଭୌତିକ
(ଗ) ସାମାଜିକ
(ଘ) ସାଂସ୍କୃତିକ
Answer:
(ଖ) ଭୌତିକ

୩। __________________ ପରିବେଶ ଅନ୍ତର୍ଗତ ମାନଦଣ୍ଡ, ରୀତିନୀତି ତଥା ସାମାଜିକୀକରଣ ଇତ୍ୟାଦି ଆସିଥାଏ ।
(କ) ଜୈବିକ
(ଖ) ପ୍ରାକୃତିକ
(ଗ) ସାମାଜିକ-ସାଂସ୍କୃତିକ
(ଘ) ଭୌତିକ
Answer:
(ଗ) ସାମାଜିକ-ସାଂସ୍କୃତିକ

CHSE Odisha Class 12 Psychology Unit 2 Questions and Answers in Odia Medium

୪। ମନୁଷ୍ୟ ଓ ତା’ର ମାନସିକ ପରିବେଶର ସଂପର୍କକୁ _______________ ‘ଜୀବନ କ୍ଷେତ୍ର’ ଭାବରେ ନାମିତ କରିଛନ୍ତି ।
(କ) ୱାଟସନ୍
(ଖ) ଲିୱିନ୍
(ଗ) ଉଣ୍ଡଟ୍
(ଘ) ଓଷ୍ଜିଙ୍ଗ
Answer:
(ଖ) ଲିୱିନ୍

୫। ପ୍ରତିମାନ ଓ ରୀତିନୀତି ______________________ ପରିବେଶର ଅନ୍ତର୍ଗତ ହୋଇଥାଏ ।
(କ) ସାମାଜିକ
(ଖ) ଭୌତିକ
(ଗ) ଜୈବିକ
(ଘ) ପ୍ର।କୃତିକ
Answer:
(କ) ସାମାଜିକ

୬। ଶକ୍ତି ଉତ୍ପାଦନ କେନ୍ଦ୍ରରୁ ___________________ ଗ୍ୟାସ ନିର୍ଗତ ହୋଇଥାଏ ।
(କ) ସଲଫର୍ ଡାଇଅକ୍ସାଇଡ୍
(ଖ) ଅମ୍ଳଜାନ
(ଗ) ଲିକୁଇଡ଼
(ଘ) ମିଥେନ୍
‍Answer:
(କ) ସଲ୍‌ଫର୍ ଡାଇଅକ୍ସାଇଡ୍

୭। ________________ ପ୍ରଦୂଷଣ କାରଣରୁ ମନଯୋଗ କମ୍ ହୋଇଥାଏ ।
(କ) ବାୟୁ
(ଖ) ଜଳ
(ଗ) ଶବ୍ଦ
(ଘ) ପ୍ର।କୃତିକ ବିପର୍ଯ୍ୟୟ
Answer:
(ଗ) ଶବ୍ଦ

୮। ଶବ୍ଦ ପରିମାଣ ଏକକୁ __________________ କୁହାଯାଏ ।
(କ) ଡ଼େସିବଲ୍
(ଖ) ଲିଟର
(ଗ) ମିଟର
(ଘ) ଡ଼େସିମିଟର
Answer:
(କ) ଡ଼େସିବଲ୍

୯। ପ୍ର।ୟତଃ ___________________ dB ପରିମାଣର ଶବ୍ଦ ଜଣେ ସାଧାରଣ ବ୍ୟକ୍ତି ନିମନ୍ତେ ଅନୁମୋଦିତ ପରିମାଣ ।
(କ) ୧୦୦ dB
(ଖ) ୮୫ dB
(ଗ) ୧୪୫ dB
(ଘ) ୯୫ dB
Answer:
(ଖ) ୮୫ dB

CHSE Odisha Class 12 Psychology Unit 2 Questions and Answers in Odia Medium

୧୦। ଏଆର କଣ୍ଡିସନର୍‌ରେ ________________ ଗ୍ୟାସ ବ୍ୟବହୃତ ହୋଇଥାଏ ।
(କ) ମିଥେନ
(ଖ) କ୍ଲୋରୋଫ୍ଲୋରୋ
(ଗ) ଅଙ୍ଗାରକାମ୍ଳ
‍(ଘ) ନାଇଟ୍ରସ ଅକ୍ୱ।ଇଡ଼
Answer:
(ଖ) କ୍ଲୋରୋଫ୍ଲୋରୋ

୧୧। ମୃତ ପ୍ରାଣୀର ଅବଶେଷରୁ ସୃଷ୍ଟ କୋଇଲା, ପ୍ରାକୃତିକ ଗ୍ୟାସ ଓ ତୈଳର ଦହନ ଏବଂ ଜଙ୍ଗଲ ପୋଡ଼ିରୁ __________________ ବାଷ୍ପ ବାହାରିଥାଏ ।
(କ) ଅଙ୍ଗାରକାମ୍ଳ
(ଖ) ମିଥେନ୍
(ଗ) କ୍ଲୋରୋଫ୍ଲୋରୋ କାର୍ବନ
(ଘ) ନାଇଟ୍ରସ ଅକ୍ସାଇଡ୍
Answer:
(କ) ଅଙ୍ଗାରକାମ୍ଳ

୧୨।__________________ମସ୍ତିଷ୍କ ଏବଂ ହୃଦୟକୁ ଅଧ‌ିକ ମାତ୍ରାରେ ଅମ୍ଳଜାନ ଗ୍ରହଣ କରିବାରେ ବାଧା ପହଞ୍ଚାଏ ।
(କ) କାର୍ବନ ମନୋକ୍ସାଇଡ଼
(ଖ) ଶବ୍ଦ
(ଗ) ଜଳ
(ଘ) ନାଇଟ୍ରସ ଅକ୍ସାଇଡ୍
Answer:
(କ) କାର୍ବନ ମନୋକ୍ସାଇଡ୍

ନିମ୍ନରେ ଦିଆଯାଇଥୁବା ଉକ୍ତିଗୁଡ଼ିକ “ଠିକ୍‌” କିମ୍ବା “ଭୁଲ” ଦର୍ଶାଅ ।
Question ୧।
ପରିବେଶ ମନୁଷ୍ୟର ବିକାଶ ଓ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ ।
Answer:
ଠିକ୍ ।

Question ୨।
ସବୁଜ ଉଭିଦମାନଙ୍କୁ ନେଇ ଭୌତିକ ପରିବେଶ ସୃଷ୍ଟି ହୋଇଥାଏ ।
Answer:
ଭୁଲ୍ ।

Question ୩।
ଜୈବିକ ପରିବେଶକୁ ଅଶ୍ମମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳ ଭାବେ ବିଭକ୍ତ କରାଯାଏ ।
Answer:
ଭୁଲ୍ ।

Question ୪।
ସାମାଜିକୀକରଣ ଓ ଲୋକାଚାର ପ୍ରଭୃତି ସାମାଜିକ ପରିବେଶର ଅନ୍ତର୍ଭୁକ୍ତ ।
Answer:
ଠିକ୍ ।

Question ୫। ଧନାତ୍ମକ ସ୍କୁଳାଣୁର ବୃଦ୍ଧି ଘଟିଲେ ମନୁଷ୍ୟର କର୍ମକୁଶଳତା ବୃଦ୍ଧିପାଏ ।
Answer:
ଭୁଲ୍ ।

CHSE Odisha Class 12 Psychology Unit 2 Questions and Answers in Odia Medium

Question ୬।
ଶବ୍ଦ ତୀବ୍ରତା 140 dB ହୋଇଥିଲେ ମନୁଷ୍ୟ ସେ ଶବ୍ଦକୁ ଅତି କ୍ଷୀଣ ଭାବରେ ଶୁଣିପାରେ ।
Answer:
ଭୁଲ୍ ।

Question ୭।
ମିଥେନ୍ ଗ୍ୟାସ୍‌କୁ ସବୁଜ ଗୃହ ଗ୍ୟାସ ଭାବେ ବିବେଚନା କରାଯାଏ ।
Answer:
ଠିକ୍ ।

Question ୮।
ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଦ୍ଵାରା ପରିବେଶ ପ୍ରଦୂଷିତ ହୁଏ ।
Answer:
ଭୁଲ୍

Question ୯।
ମନୁଷ୍ୟର ବିନା ହସ୍ତକ୍ଷେପ ବା ବିନା ସାହାଯ୍ୟରେ ଯେଉଁ ପରିବେଶ ସୃଷ୍ଟି ହୋଇଥାଏ ତାକୁ ପ୍ରାକୃତିକ ପରିବେଶ କୁହାଯାଏ ।
Answer:
ଠିକ୍ ।

Question ୧୦।
ଇତର ପୋଷାକ ନିଜର ପୃଷ୍ଟି ନିମନ୍ତେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବରେ ସବୁଜ ଉଭିଦ ଓ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଉପରେ ନିର୍ଭର କରନ୍ତି ।
Answer:
ଠିକ୍

Question ୧୧।
ଭୂମଣ୍ଡଳୀୟ ଉତ୍ତପ୍ତିକରଣ ସୂର୍ଯ୍ୟର ଉତ୍ତାପରେ ବୃଦ୍ଧି ହେତୁ ଘଟିଥାଏ ।
Answer:
ଭୁଲ୍ ।

Question ୧୨।
ମନୁଷ୍ୟ ଆଚରଣ ଉପରେ ଶବ୍ଦ ପ୍ରଦୂଷଣର ସକରାତ୍ମକ ପ୍ରଭାବ ଥାଏ ।
Answer:
ଭୁଲ ।

Question ୧୩।
ଶବ୍ଦକୁ ଡେସିମିଟର ମାପକରେ ମପାଯାଏ ।
Answer:
ଭୁଲ ।

Question ୧୪।
100 dB ପରିମାଣର ଶବ୍ଦ ମୃତ୍ୟୁ ଘଟାଇଥାଏ ।
Answer:
ଭୁଲ୍ ।

Question ୧୫।
ମନୁଷ୍ୟର ଆଚରଣରେ ପରବର୍ତ୍ତନ ଆସିଲେ ହିଁ ଏକ ନିର୍ମଳ ଓ ବିଶୁଦ୍ଧ ପରିବେଶ ସୃଷ୍ଟି ହେବ ।
Answer:
ଠିକ୍ ।

CHSE Odisha Class 12 Psychology Unit 2 Questions and Answers in Odia Medium

Question ୧୬।
ଜନଗହଳିର ଅନୁଭୂତି ସଂପୂର୍ଣ୍ଣ ବ୍ୟକ୍ତିଗତ ଅସ୍ବସ୍ତି ଓ ଶାରୀରିକ ଉତ୍ତେଜନା ସହିତ ସଂପୃକ୍ତ ।
Answer:
ଠିକ୍ ।

Question ୧୭।
କୋଳାହଳ ଶ୍ରବଣଜନିତ କ୍ଳାନ୍ତି ସୃଷ୍ଟି କରିନଥାଏ ।
Answer:
ଭୁଲ୍ ।

Question ୧୮।
ଅବାଞ୍ଛିତ ଓ ଶ୍ରୁତି କଟୁ ଶବ୍ଦକୁ କୋଳାହଳ କୁହାଯାଏ ।
Answer:
ଠିକ୍ ।

Question ୧୯।
ଭୌତିକ ପରିବେଶ ବିଭିନ୍ନ ନିର୍ଜୀବ ତତ୍ତ୍ଵଦ୍ୱାରା ଗଠିତ ହୋଇଥାଏ ।
Answer:
ଠିକ୍ ।

Question ୨୦।
ମନୁଷ୍ୟର ଆଚରଣ ପରିବେଶ ଦ୍ବାରା ପ୍ରଭାବିତ ହୋଇଥାଏ ।
Answer:
ଠିକ୍ ।

Question ୨୧।
ମନୋବୈଜ୍ଞାନିକ ୱାଟସନଙ୍କ ମତରେ ପରିବେଶ ହିଁ ମନୁଷ୍ୟର ବ୍ୟବହାର, ଆଚାର ବିଚାର ଓ ବ୍ୟକ୍ତିତ୍ଵକୁ ପୂର୍ଣ୍ଣମାତ୍ରାରେ ପ୍ରଭାବିତ କରିପାରେ ।
Answer:
ଠିକ୍ ।

Question ୨୨।
ପରମ୍ପରା, ପ୍ରଥା, ରାତିନୀତି, ସାମାଜିକୀକରଣ ଓ ଲୋକାଚାର ପ୍ରଭୃତି ସାମାଜିକ ପରିବେଶର ଅନ୍ତର୍ଭୁକ୍ତ ।
Answer:
ଠିକ୍ ।

Question ୨୩।
ଜନଗହଳି ଓ ଅପରାଧ ମଧ୍ୟରେ ସକାରାତ୍ମକ ସମ୍ବନ୍ଧ ରହିଛି ।
Answer:
ଠିକ୍ ।

Question ୨୪।
ଭୂ-ମଣ୍ଡଳୀୟ ତାପବୃଦ୍ଧି ପ୍ରଭାବରେ ବାୟୁମଣ୍ଡଳ ଓ ପାଣିପାଗର ବିଶେଷ ପରିବର୍ତ୍ତନ ଘଟି ନଥାଏ ।
Answer:
ଭୁଲ୍ ।

CHSE Odisha Class 12 Psychology Unit 2 Questions and Answers in Odia Medium

ଦୁଇନମ୍ୱର ସମ୍ୱଳିତ ପ୍ରଣ୍ନେ।ତ୍ତର

ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇ/ ତିନିଗୋଟି ବାକ୍ୟ ମଧ୍ୟରେ ଲେଖ ।
Question ୧।
ଭୌତିକ ପରିବେଶ କହିଲେ ତୁମେ କ’ଣ ବୁଝ ?
Answer:
ସ୍ଥାନ, ଭୂମି, ଜଳବାୟୁ, ପର୍ବତ ଓ ଖଣିଜ ପଦାର୍ଥ ଆଦି ନିର୍ଜୀବ ଉପାଦାନମାନଙ୍କୁ ନେଇ ଭୌତିକ ପରିବେଶ ଗଠିତ ହୋଇଥାଏ । ଏହି ଉପାଦାନଗୁଡ଼ିକ ନିଜେ ନିର୍ଜୀବ ଅଥଚ ସମଗ୍ର ସଜୀବ ଜଗତଙ୍କ ବଞ୍ଚିରହିବାରେ ଏମାନେ ସାହାଯ୍ୟ କରିଥାନ୍ତି । ଏଗୁଡିକ ପରିବେଶର ମୁଖ୍ୟ ଓ ମୂଳ ଉପାଦାନ କାରଣ ଏହି ଉପାଦାନମାନଙ୍କର ସନ୍ତୁଳନର ଅଭାବ ରହିଲେ ପ୍ରାଣୀଜଗତ ତିଷ୍ଠି ରହିବା ଅସମ୍ଭବ । ଭୌତିକ ପରିବେଶକୁ ଅଶ୍ମମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳ ପରି, ତିନୋଟି ଭାଗରେ ବିଭକ୍ତ କରାଯାଇପାରେ । ଭୂଖଣ୍ଡର କଠିନ ସ୍ତରକୁ ଅଶ୍ମମଣ୍ଡଳ, ମହାସାଗର, ନଦୀ ଓ ଝରଣା ପ୍ରଭୃତି ଜଳଧାରାକୁ ବାରିମଣ୍ଡଳ ଏବଂ ଗ୍ୟାସ ମିଶ୍ରିତ ବାୟୁକୁ ବାୟୁମଣ୍ଡଳ କୁହାଯାଏ ।

Question ୨।
ପ୍ରାକୃତିକ ପରିବେଶ କାହାକୁ କୁହାଯାଏ ?
Answer:
ଭୂଖଣ୍ଡର ସଜୀବ ଓ ନିର୍ଜୀବ ପଦାର୍ଥକୁ ନେଇ ଗଠିତ ପରିବେଶକୁ ପ୍ରାକୃତିକ ପରିବେଶ କୁହାଯାଏ । ପ୍ରାକୃତିକ ପରିବେଶ ଏକ ସ୍ଵୟଂ ନିୟନ୍ତ୍ରିତ ପ୍ରକ୍ରିୟା । ଏହାର ଗଠନ ପ୍ରଣାଳୀ ଉପରେ ନିର୍ଭର କରି ପରିବେଶକୁ ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ ଯଥା :-
(i) ଭୌତିକ ପରିବେଶ
(ii) ଜୈବିକ ପରିବେଶ
ପ୍ରାକୃତିକ ପରିବେଶ ମନୁଷ୍ୟର ସ୍ଥିତି, ଅବସ୍ଥା ଓ ବିକାଶ ପାଇଁ ଅପରିହାର୍ଯ୍ୟ ।

CHSE Odisha Class 12 Psychology Unit 2 Questions and Answers in Odia Medium

Question ୩।
ଜୈବିକ ପରିବେଶ କାହାକୁ କୁହାଯାଏ ?
Answer:
ସମସ୍ତ ଉଭିଦ ଓ ପ୍ରାଣୀମାନଙ୍କ ସଦୃଶ ସଜୀବ ଉପାଦାନମାନଙ୍କୁ ନେଇ ଜୈବିକ ପରିବେଶ ଗଠିତ ହୋଇଥାଏ । ତେଣୁ ଜୈବିକ ପରିବେଶକୁ ପ୍ରାଣୀ ପରିବେଶ ଓ ଉଭିଦ ପରିବେଶ ଭାବରେ ବିଭାଜନ କରାଯାଇପାରେ । ଏମାନେ ପରସ୍ପର ଉପରେ ନିର୍ଭର କରି ବଞ୍ଚୁରୁହନ୍ତି । ପରିପୋଷଣ ଦୃଷ୍ଟିରୁ ଏହି ଜୈବିକ ପରିବେଶକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ ଯଥା:- ସ୍ଵପୋଷକ ଓ ଉତ୍ତରପୋଷ । ଉଭିଦମାନେ ସ୍ଵପୋଷକ ଅଟନ୍ତି । କିନ୍ତୁ ମନୁଷ୍ୟସମେତ ବିଭିନ୍ନ ପ୍ରଣୀମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜୀବନଧାରଣ ନିମନ୍ତେ ଉତ୍ପାଦନକାରୀମାନଙ୍କ ଉପରେ ନିର୍ଭର କରନ୍ତି । ତେଣୁ ସେମାନଙ୍କୁ ଇତରପୋଷକ

Question ୪।
ପରିବେଶ ମନୋବିଜ୍ଞାନ କ’ଣ ?
Answer:
ମନୁଷ୍ୟର ସାମାଜିକ ବ୍ୟବହାରରେ ପରିବେଶର ଗୁରୁତ୍ଵ ଏବଂ ପରିବେଶ ଉପରେ ମନୁଷ୍ୟର ଆଚରଣର ପ୍ରଭାବର ଗୁରୁତ୍ଵ ଏବଂ ପରିବେଶ ଉପରେ ମନୁଷ୍ୟର ଆଚରଣର ପ୍ରଭାବର ଗୁରୁତ୍ବ ଦୃଷ୍ଟିରୁ ମନୋବିଜ୍ଞାନର ଏକ ସ୍ଵତନ୍ତ୍ର ଶାଖା ମନୁଷ୍ୟ ପର୍ଯ୍ୟବରଣ ସଂପର୍କ ଉପରେ ସ୍ଵତନ୍ତ୍ର ଅନୁଧ୍ୟାନ ଓ ଗବେଷଣା ଜାରି ରଖୁଛି, ତାହାକୁ ପରିବେଶ ମନୋବିଜ୍ଞାନ କୁହାଯାଏ । ପ୍ରାକୃତିକ ତଥା ମନୁଷ୍ୟକୃତ ପରିବେଶ ଏବଂ ମନୁଷ୍ୟର ଆଚରଣତ ପ୍ରକ୍ରିୟା ମଧ୍ୟରେ ଦ୍ବିପାକ୍ଷିକ ଓ ପାରସ୍ପରିକ ସଂପର୍କ ଅଧ୍ୟୟନ କରିବା ପରିବେଶ ମନୋବିଜ୍ଞାନର ମୂଳ ସାକ୍ଷୀ ।

ତିନି ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର

ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଛଅଗୋଟି ବାକ୍ୟରେ ଲେଖ ।
Question ୧।
ପ୍ରାକୃତିକ ପରିବେଶ ଓ ମନୁଷ୍ୟକୃତ ପରିବେଶ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ।
Answer: ପ୍ରାକୃତିକ ପରିବେଶ
(i) ମନୁଷ୍ୟର ବିନା ହସ୍ତକ୍ଷେପର ଯେଉଁ ପରିବେଶ ସୃଷ୍ଟି ହୋଇଥାଏ ତାହାକୁ ପ୍ରାକୃତିକ ପରିବେଶ କୁହାଯାଏ ।
(ii) ପ୍ରାକୃତିକ ପରିବେଶ ଏକ ସ୍ଵୟଂ- ନିୟନ୍ତ୍ରିତ ପ୍ରକ୍ରିୟା, ଯେଉଁଥିରେ ମୁଖ୍ୟତଃ ଦୁଇଟି ଉପାଦାନ ଥାଏ ଯଥା- ସଜୀବ ଓ ନିର୍ଜୀବ ।
(iii) ଗଠନ ପ୍ରଣାଳୀ ଉପରେ ନିର୍ଭର କରି ପ୍ରାକୃତିକ ପରିବେଶକୁ ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ ଯଥା- (କ) ଭୌତିକ ପରିବେଶ (ଖ) ଜୈବିକ ପରିବେଶ ।

ମନୁଷ୍ୟକୃତ ପରିବେଶ
(i) ମନୁଷ୍ୟ ନିଜ ସୁଖ, ସ୍ୱାର୍ଥ ଓ ସୁବିଧା ପାଇଁ ଯେଉଁ ପରିବେଶ ସୃଷ୍ଟି କରିଥାଏ ତାହାକୁ ମନୁଷ୍ୟକୃତ ପରିବେଶ କୁହାଯାଏ ।
(ii) ସାମାଜିକ ପରିବେଶ ମନୁଷ୍ୟକୃତ ପରିବେଶ ବୋଲି ବିଚାର କରାଯାଏ । ପରମ୍ପରା, ପ୍ରଥା, ରୀତିନୀତି,
(iii) ମନୁଷ୍ୟକୃତ ପରିବେଶ ସାଂସ୍କୃତିକ ପରିବେଶର ସୁରକ୍ଷା ପାଇଁ ହିଁ ଗଠିତ ହୋଇଥାଏ ।

Question ୨।
ସବୁଜଗୃହ ପ୍ରଭାବ କହିଲେ କ’ଣ ବୁଝାଯାଏ ?
Answer:
ଶୀତପ୍ରଧାନ ଅଞ୍ଚଳମାନଙ୍କରେ ବୃକ୍ଷରାଜିର ବୃଦ୍ଧି ନିମନ୍ତେ ସୂର୍ଯ୍ୟାଲୋକରୁ କମ୍ ଉତ୍ତାପ ମିଳେ । ତେଣୁ ଆବଶ୍ୟକ ପରିମାଣର ଉତ୍ତାପକୁ ସଂଗ୍ରହ କରିବା ଲକ୍ଷ୍ୟରେ ଗଛଲତାଗୁଡ଼ିକୁ ଆବୃତ କରି ଏକ ବିରାଟ କାଚ ଘର ନିର୍ମାଣ କରାଯାଏ । ଏହାକୁ ସବୁଜଗୃହ କୁହାଯାଏ । ଏହି ଗୃହର ଛାତ କାଚର ଢ଼ାଙ୍କୁଣି ସଦୃଶ, ଯାହା ମଧ୍ୟ ଦେଇ ସୂର୍ଯ୍ୟାଲୋକ ଗୃହ ମଧ୍ୟକୁ ପ୍ରବେଶ କରେ; କିନ୍ତୁ ଗୃହ ବାହାରକୁ ନିର୍ଗମନ ହୁଏ ନାହିଁ । ଫଳରେ ଆବଶ୍ୟକ ପରିମାଣର ତାପ ଗୃହ ମଧ୍ୟରେ ବଜାୟ ରହି ଗଛପତ୍ରର ବୃଦ୍ଧିରେ ସହାୟକ ହୋଇଥାଏ ।

ଆମର ଧରାପୃଷ୍ଠ ସଦୃଶ ଏବଂ ପୃଥ‌ିବୀକୁ ଘେରି ରହିଥିବା ବାୟୁମଣ୍ଡଳ ଗୃହର ଢାଙ୍କୁଣି ପରି । ମନୁଷ୍ୟର ବ୍ୟବହାରରୁ ସ୍ପଷ୍ଟ ଅଙ୍ଗାରକାମ୍ଳ, ମିଥେନ ଏବଂ କ୍ଲୋରୋଫ୍ଲୋରୋ କାର୍ବନ ପରି ତିନିଗୋଟି ମୁଖ୍ୟ ସବୁଜଗୃହ ବାଷ୍ପ ବାୟୁମଣ୍ଡଳରେ ମାତ୍ରାଧ୍ଵକ ପରିମାଣରେ ମିଶିଥାନ୍ତି । ପୃଥବୀ ପୃଷ୍ଠରୁ ବିକିରଣ ହେଉଥ‌ିବା ଅତିରିକ୍ତ ତାପକୁ ଏହି ବାଷ୍ପମାନଙ୍କର ବଳୟ ବାୟୁମଣ୍ଡଳ ବାହାରକୁ ନିର୍ଗମନ ନିମନ୍ତେ ବାଧା ଦେବା ସହିତ ଧାରଣା କରିଥାନ୍ତି । ଏହାର ଫଳସ୍ଵରୂପ ବାୟୁମଣ୍ଡଳ ଅଧିକ ଉତ୍ତପ୍ତ ହୋଇଥାଏ । ଏପରି ପ୍ରଭାବକୁ “ସବୁଜ ଗୃହ ପ୍ରଭାବ” କୁହାଯାଏ ।

CHSE Odisha Class 12 Psychology Unit 2 Questions and Answers in Odia Medium

Question ୩।
ଭୂମଣ୍ଡଳୀୟ ତାପମାତ୍ରାରେ ବୃଦ୍ଧିର ପ୍ରଭାବ ଦର୍ଶାଅ |
Answer:
ଭୂମଣ୍ଡଳୀୟ ତାପମାତ୍ରା ବୃଦ୍ଧିର ପ୍ରଭାବ :-
(କ) Pittock ମତରେ ଭୂମଣ୍ଡଳର ହାରାହାରି ତାପମାତ୍ରାରେ ଅଳ୍ପ କିଛି ଡିଗ୍ରୀ ସେଲସିଅସ୍ ବୃଦ୍ଧି ଘଟିଲେ ଏହା ମାନବ ସମାଜ, କୃଷିକାର୍ଯ୍ୟ ଓ ଫସଲର ଘୋର କ୍ଷତି ଘଟାଇଥାଏ ।
(ଖ) ଏହି ତାପମାତ୍ରା ବୃଦ୍ଧି ଯୋଗୁଁ ଉତ୍ତର ଓ ଦକ୍ଷିଣ ମେରୁ ଏବଂ ଅନ୍ୟାନ୍ୟ ପାର୍ବତ୍ୟାଞ୍ଚଳର ବିଶାଳ ତୁଷାରଖଣ୍ଡମାନ ତରଳି ସମୁଦ୍ରର ଜଳସ୍ତରରେ ବୃଦ୍ଧି ଘଟାଇବେ । ଫଳସ୍ଵରୂପ ଭୂଖଣ୍ଡର ଅନେକ ଉପକୂଳ ଅଞ୍ଚଳ ଓ ଦ୍ଵୀପ ଜଳମଗ୍ନ ହୋଇ ନିଶ୍ଚିହ୍ନ ହୋଇଯିବ ।
(ଗ) ଭୂମଣ୍ଡଳୀୟ ତାପମାତ୍ରା ବୃଦ୍ଧିର ପ୍ରଭାବରେ ବାୟୁମଣ୍ଡଳ ଓ ପାଣିପାଗରେ ବିଶେଷ ପରିବର୍ତ୍ତନ ଘଟିବ । ବୈଜ୍ଞାନିକଙ୍କ ହିସାବରେ ଏହି ସବୁଜଗୃହ ପ୍ରଭାବ ଦ୍ଵାରା ବନ୍ୟା, ବାତ୍ୟା ଓ ଝଡ଼ ପରି ପ୍ରାକୃତିକ ବିପର୍ଯ୍ୟୟମାନ ବିଭୀଷିକା ସୃଷ୍ଟି କରି ପୃଥ‌ିବୀକୁ ଅସ୍ତବ୍ୟସ୍ତ କରିଦେବେ ।

Question ୪।
ମନୁଷ୍ୟ ଓ ପରିବେଶ ସଂପର୍କ ସମ୍ବନ୍ଧରେ ସଂକ୍ଷେପରେ ବର୍ଣ୍ଣନା କର ।
Answer:
ପରିବେଶ ମନୁଷ୍ୟର ବ୍ୟବହାରକୁ ଏବଂ ମନୁଷ୍ୟର ବ୍ୟବହାର ପରିବେଶକୁ ବହୁଳଭାବରେ ପ୍ରଭାବିତ କରିଥାଏ । ମନସ୍ତତ୍ତ୍ବବିତ୍ରମାନଙ୍କ ମତରେ ମନୁଷ୍ୟର ଆଚରଣ ପରିବେଶ ଦ୍ବାରା ପ୍ରଭାବିତ ହୋଇଥାଏ । ପ୍ରଖ୍ୟାତ ମନୋବୈଜ୍ଞାନିକ ୱାଟସନଙ୍କ ମତରେ ପରିବେଶ ହିଁ ମନୁଷ୍ୟର ବ୍ୟବହାର, ଆଚାର ବିଚାର ଓ ବ୍ୟକ୍ତିତ୍ଵକୁ ପୂର୍ଣ୍ଣମାତ୍ରାରେ ପ୍ରଭାବିତ କରିଥାଏ । ପରିବେଶ ଉପରେ ଅଧୁକ ଗୁରୁତ୍ବାରୋପ କରି ୱାଟସନ କହନ୍ତି ଶିଶୁର ପରିବେଶକୁ ନିୟନ୍ତ୍ରିତ କରି ଯେକୌଣସି ସାଧାରଣ ଶିଶୁକୁ ତାଲିମ୍ ଦେଇ ତାକୁ ଯେକୌଣସି କ୍ଷେତ୍ରରେ ବିଶେଷଜ୍ଞ କରିହେବ ଏବଂ ଶିଶୁଟି ସେହି କ୍ଷେତ୍ରରେ ପାରଦର୍ଶିତା ମଧ୍ୟ ଲାଭ କରିପାରିବ ।

ଅନ୍ୟପକ୍ଷରେ ମନୁଷ୍ୟର ବ୍ୟବହାର ମଧ୍ୟ ପରିବେଶର ଅବକ୍ଷୟରେ ଭାଗୀଦାର ହୋଇଥାଏ । ଜନସଂଖ୍ୟାର ବୃଦ୍ଧି, ଆଧୁନିକ ସଭ୍ୟତାର ଉତ୍କର୍ଷ ପାଇଁ ଔଦ୍ୟୋଗିକ କ୍ଷେତ୍ରର ବହୁଳ ପ୍ରତିଷ୍ଠା, ଯାନବାହନ ଚଳାଚଳାର ବ୍ୟାପକ ବୃଦ୍ଧି କରି ମାନବ ସମାଜ ପ୍ରାକୃତିକ ବିଭବକୁ ପ୍ରଚୁର ଭାବରେ ଲୁଣ୍ଠନ କରିଚାଲିଛି । ଶକ୍ତି ଉତ୍ସର ଦୁରୂପଯୋଗ, ସୁଖସ୍ବାଚ୍ଛନ୍ଦ୍ୟ ପାଇଁ ବନ୍ୟ ସଂପଦର ଧ୍ୱଂସ, ଜଳ ସଂପଦର ଯଥେଚ୍ଛାଚାର ବ୍ୟବହାର, ଶବ୍ଦ ପ୍ରଦୂଷଣ, ଦୂଷିତ ଓ ବର୍ଜ୍ୟବସ୍ତୁର ଅବ୍ୟବସ୍ଥିତ ନିଷ୍କାସନ ମନୁଷ୍ୟ ଦ୍ଵାରା ହିଁ କରାଯାଇଥାଏ । ମନୁଷ୍ୟର ଏ ପ୍ରକାର ଆଚରଣ ପରିବେଶକୁ ନଷ୍ଟ କରେ ।

Question ୫।
ମନୁଷ୍ୟକୃତ ପରିବେଶ ସମ୍ବନ୍ଧରେ ବର୍ଣ୍ଣନା କର ।
Answer:
ମନୁଷ୍ୟ ନିଜ ସୁଖ, ସ୍ଵାର୍ଥ ଓ ସୁବିଧା ପାଉଁ ଯେଉଁ ପରିବେଶ ସୃଷ୍ଟି କରିଥାଏ ତାହାକୁ ମନୁଷ୍ୟକୃତ ପରିବେଶ କୁହାଯାଏ । ମନୁଷ୍ୟ ନିଜର ଅସ୍ତିତ୍ବ ଓ ନିରାପତ୍ତାକୁ ଅକ୍ଷୁଣ୍ଣ ରଖୁବା ନିମନ୍ତେ ସାମାଜିକ, ସାଂସ୍କୃତିକ ପରିବେଶ ଏବଂ ଅର୍ଥନୈତିକ କ୍ରିୟାକଳାପରେ ସଂପୃକ୍ତ ହୋଇଥାଏ । ଫଳତଃ ସାମାଜିକ ପରିବେଶ, ସାଂସ୍କୃତିକ ପରିବେଶ ଏବଂ ଅର୍ଥନୈତିକ ପରିବେଶକୁ ସେ ନିଜେ ସୃଷ୍ଟି କରିଥାଏ । ସାମାଜିକ ପରିବେଶକୁ ମନୁଷ୍ୟକୃତ ପରିବେଶ କୁହାଯାଏ । ସାମାଜିକ ସଂପର୍କ ସ୍ଥାପନ, ବଂଧୁତ୍ଵ ପ୍ରତିଷ୍ଠା, ପରିବାର ଗଠନ, ସାମାଜିକ ଶୃଙ୍ଖଳା ନିମନ୍ତେ ବିଧ୍ଵବିଧାନ ପ୍ରଣୟନ, ସାମାଜିକ ମାନଦଣ୍ଡ ନିର୍ଦ୍ଧାରଣ ଇତ୍ୟାଦି ମନୁଷ୍ୟର ସାମାଜିକ ପରିବେଶର ଅନ୍ତର୍ଗତ ।

ପରମ୍ପରା, ପ୍ରଥା, ରୀତିନୀତି, ସାମାଜିକୀକରଣ ଓ ଲୋକାଚାର ପ୍ରଭୃତି ସାମାଜିକ ପରିବେଶର ଅନ୍ତର୍ଭୁକ୍ତ ହୋଇଥ‌ିବାରୁ ସାମାଜିକ ପରିବେଶକୁ ସାଂସ୍କୃତିକ ପରିବେଶ ମଧ୍ୟ କୁହାଯାଏ । ମନୁଷ୍ୟକୃତ ପରିବେଶ ସାଂସ୍କୃତିକ ପରିବେଶର ସୁରକ୍ଷା ପାଇଁ ଗଠିତ ହୋଇଥାଏ । ଜୀବନଧାରଣ ନିମନ୍ତେ ମନୁଷ୍ୟ ପ୍ରାକୃତିକ ପରିବେଶରୁ ଯେଉଁ ଉପାଦାନମାନଙ୍କୁ ସଂଗ୍ରହ, ବିନିଯୋଗ, ଉତ୍ପାଦନ, ଉତ୍ତୋଳନ ବିନିମୟ ଏବଂ ରୂପାନ୍ତରିତ କରିବା ନିମନ୍ତେ କାର୍ଯ୍ୟକରେ ତାହା ଅର୍ଥନୈତିକ ପରିବେଶକୁ ଗଠନ କରିଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧।
ପରିବେଶ ଉପରେ ମନୁଷ୍ୟ ବ୍ୟବହାରର ପ୍ରଭାବ ସଂପର୍କରେ ବର୍ଣନା କର ।
Answer:
ପରିବେଶ ମନୁଷ୍ୟର ମନ, ଶରୀର ଓ ବ୍ୟବହାର ଉପରେ ଯେପରି ତା’ର ପ୍ରଭାବ ପକାଇଥାଏ ସେହିପରି ମନୁଷ୍ୟର ଜୀବନଶୈଳୀ ଓ ଆଚରଣ ପରିବେଶକୁ ସେହିଭଳି ଭାବରେ ପ୍ରଭାବିତ କରିଥାଏ । ପରିବେଶ ଉପରେ ଗୋଟିଏ ବ୍ୟକ୍ତିର ଆଚରଣର ପ୍ରଭାବ ଅତି ନଗଣ୍ୟ ବୋଲି ମନେ ହେଉଥିଲେ ମଧ୍ୟ, ପୃଥ‌ିବୀ ପୃଷ୍ଠରେ ବସବାସ କରୁଥିବା କୋଟି କୋଟି ନରନାରୀଙ୍କର ଆଚରଣ ଏକତ୍ରିତ ହୋଇ ପରିବେଶକୁ କେବଳ ପ୍ରଭାବିତ କରେ ତାହାନୁହେଁ ବରଂ ପରିବର୍ତ୍ତନ କରିପାରିବାରେ ମଧ୍ୟ ସକ୍ଷମ ହୋଇଥାଏ ।

ଅଧୂକନ୍ତୁ ଦୂଷିତ ପରିବେଶ ମନୁଷ୍ୟ ଜୀବନ ଉପରେ ମାରାତ୍ମକ ପ୍ରତିକୂଳ ପ୍ରଭାବ ସୃଷ୍ଟି କରିଛି । ଠିକ୍ ସେହିଭଳି ପରିବେଶକୁ ଅଧୁକ ଅଧ‌ିକ ପ୍ରଦୂଷିତ କରି ଚାଲିଛି ମନୁଷ୍ୟର ବ୍ୟବହାର । ପରିବେଶ ଉପରେ ମନୁଷ୍ୟ ବ୍ୟବହାରର ପ୍ରଭାବ :

(କ) ପ୍ରାକୃତିକ ସଂପଦର ଅପଚୟ :-
ବିଶ୍ଵର ବିପୁଳ ଜନ ସମୁଦାୟ ଜୀବନଧାରଣ ନିମନ୍ତେ ଜଳ, ଭୂମି, ବାୟୁ, ଧାତବ ଓ ଖଣିଜ ପଦାର୍ଥ, ଜଙ୍ଗଲ ଇତ୍ୟାଦି ପ୍ରାକୃତିକ ସଂପଦକୁ ବହୁମାତ୍ରାରେ ବ୍ୟବହାର କରିଚାଲିଛି । ଆବଶ୍ୟକୀୟ ଚାହିଦାକୁ ମେଣ୍ଟେଇବା ନିମନ୍ତେ କୋଇଲା, ବାଷ୍ପ, ଜୈବିକ ଇନ୍ଧନ ବା ପେଟ୍ରୋଲିୟମ ଭଳି ପୁନଃ ଉତ୍ପତ୍ତି ହୋଇପାରୁନଥିବା ପ୍ରାକୃତିକ ସଂପଦର ବହୁଳ ବ୍ୟବହାର କରୁଛି । ଶକ୍ତିର ଏହି ଉତ୍ସଗୁଡ଼ିକ ଶହେ ବା ତତୋଽଧ‌ିକ ବର୍ଷ ଧରି ପ୍ରାକୃତିକ ସଂଚୟର ଫଳାଫଳ ।

ଏପରିକି ଜଙ୍ଗଲ, ପ୍ରାଣୀ ଓ ଜଳ ପରି ପୁନଃ ଉତ୍ପଭିଯୋଗ୍ୟ ପ୍ରାକୃତିକ ସଂପଦର ବ୍ୟବହାର ମନୁଷ୍ୟ ଏପରି ପରିମାଣରେ ବ୍ୟବହାର କରିବା ସଙ୍ଗେ ସଙ୍ଗେ ଅପଚୟ କରିଚାଲିଛି ଯେ ଖୁବ୍ ଶୀଘ୍ର ଏଗୁଡ଼ିକର ଅଭାବ ମଧ୍ୟ ଅନୁଭୂତ ହେବ । ପ୍ରକୃତିର ସମତା ରକ୍ଷା କରିବାର ଦକ୍ଷତା ଅଛି ସତ୍ୟ; କିନ୍ତୁ ମନୁଷ୍ୟର ବେପରୁଆ ମନୋବୃତ୍ତି ଓ ବ୍ୟବହାର ଜଳବାୟୁର ଘୋର ଅଭାବ ପରିଲକ୍ଷିତ ହେବ । ସୁତରାଂ ପ୍ରାକୃତିକ ସଂପଦର ମାତ୍ରାଧ‌ିକ ଅପଚୟ ପରିଶେଷରେ ମାନବଜାତିର ଅଶେଷ କ୍ଷତିସାଧନ କରିପାରେ । ଏଣୁ ପ୍ରାକୃତିକ ସଂପଦର ସଂରକ୍ଷଣ ଓ ସୁରକ୍ଷା ନିହାତି ଆବଶ୍ୟକ ଅଟେ ।

CHSE Odisha Class 12 Psychology Unit 2 Questions and Answers in Odia Medium

(ଖ) ଆବର୍ଜନା ସୃଷ୍ଟି :-
ଲାଗିଛି । ବାସଗୃହ ଏବଂ ଶିଳ୍ପାନୁଷ୍ଠାନ ଓ କଳକାରଖାନାରୁ ପ୍ରଚୁର ପରିମାଣର ବିଷାକ୍ତ ଏବଂ ଦୂଷିତ ପଦାର୍ଥ ନିଷ୍କାସିତ ହୋଇ ଜଳଉତ୍ସ ନଦନଦୀ, ଭୂତଳ ଜଳ ଏବଂ ସମୁଦ୍ରକୁ ପ୍ରଦୂଷିତ କରୁଛନ୍ତି । ଗଙ୍ଗା ଓ ଯମୁନା ନଦୀ କୂଳରେ ବଡ଼ ବଡ଼ ସହର ଓ ଶିଳ୍ପାନୁଷ୍ଠାନ ଗଢ଼ିଉଠିଛି । ଫଳରେ ସହର ଓ ଶିଳ୍ପମାନଙ୍କରୁ ନିର୍ଗତ ଦୂଷିତ ପଦାର୍ଥ ଏହି ନଦୀମାନଙ୍କର ଜଳକୁ ଅଧିକରୁ ଅଧିକ ପ୍ରଦୂଷିତ କରୁଛି । ବିଭିନ୍ନ ପ୍ରକାରର ଜଳଚର ପ୍ରାଣୀ ପ୍ରଦୂଷିତ ଜଳ ଯୋଗୁଁ ଲୋପ ପାଇବାରେ ଲାଗିଛନ୍ତି ।

ବର୍ଜ୍ୟବସ୍ତୁ ଏବଂ ଆବର୍ଜନା ବାୟୁମଣ୍ଡଳକୁ ଅନେକ ବିଷାକ୍ତ ଉପାଦାନ ନିର୍ଗତ କରି ବାୟୁ ପ୍ରଦୂଷଣ ମଧ୍ୟ ସୃଷ୍ଟି କରୁଛନ୍ତି । ଇଲେକ୍ଟ୍ରୋନିକ୍ ଉପକରଣ ଏବଂ ପଲିଥୁନ୍ ଓ ପ୍ଲାଷ୍ଟିକ୍ ବ୍ୟାଗରେ ବହୁଳବ୍ୟବହାର ଆମ ପରିବେଶ ନିମନ୍ତେ ବର୍ତ୍ତମାନ ମୁଖ୍ୟ ବିଚାର କାରଣ ହୋଇଛି । ତେବେ ବର୍ଜ୍ୟବସ୍ତୁର ସୁପରିଚାଳନା ହୋଇଛି । ତେବେ ବର୍ଜ୍ୟବସ୍ତୁର ସୁପରିଚାଳନା ଓ ତାକୁ ପୁନଃବ୍ୟବହାରକ୍ଷମ କରାଯାଇପାରିଲେ ପରିବେଶ କିଛିମାତ୍ରାରେ ପ୍ରଦୂଷିତ ହେବାରୁ ରକ୍ଷା ପାଇପାରିବ ।

(ଗ) ଭୂମଣ୍ଡଳୀୟ ଉତ୍ତପ୍ତିକରଣ (Global Warming):-
ଦୀର୍ଘକାଳ ଧରି ମନୁଷ୍ୟର ବ୍ୟବହାର ପରିବେଶକୁ ପ୍ରଭାବିତ କରିଆସୁଛି । ପେଟ୍ରୋଲ ଓ ଡିଜେଲ ପରି ଜୈବିକ ଇନ୍ଧନର ଦହନ, ଜଙ୍ଗଲ କ୍ଷୟ, କୋଇଲାର ଦହନରୁ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗତ ହୁଏ । ଧାନଚାଷ, ବନାଗ୍ନି, କୋଇଲାଖଣି, ଆବର୍ଜନା, ବର୍ଜ୍ୟବସ୍ତୁ ଆଦିରୁ ମିଥେନ୍ ନିର୍ଗତ ହୋଇଥାଏ । ଶୀତଳୀକରଣ ନିମନ୍ତେ ଶୀତଳ ଭଣ୍ଡାର, ରେଫ୍ରିଜରେଟର ଓ ଏୟାରକଣ୍ଡିସନରମାନଙ୍କରେ ବିଷାକ୍ତ କ୍ଲୋରୋଫ୍ଲୋରା କାର୍ବନ ଗ୍ୟାସ ବ୍ୟବହାର କରାଯାଉଛି । କୃଷିକ୍ଷେତ୍ରରେ ବ୍ୟବହୃତ ବିଭିନ୍ନ ରାସାୟନିକ ସାରର ବ୍ୟବହାରରୁ ନାଇଟ୍ରସ ଅକ୍ସାଇଡ୍ ଗ୍ୟାସ ବାହାରିଥାଏ ।

ଏହିସବୁ ବାଷ୍ପର ଘନତ୍ଵ ବାୟୁମଣ୍ଡଳର କ୍ଷୋଭମଣ୍ଡଳ (Troposphere)ରେ ବୃଦ୍ଧି ପାଇ ଏହା ପୃଥିବୀ ପୃଷ୍ଠରୁ ବିକିରଣ ହେଉଥ‌ିବା ସୂର୍ଯ୍ୟତାପକୁ ବାୟୁମଣ୍ଡଳ ବାହାରକୁ ନିର୍ଗମନ କରାଇ ଦିଏ ନାହିଁ । ଫଳରେ ପୃଥ‌ିବୀ ପୃଷ୍ଠର ଉତ୍ତାପ ସ୍ଵାଭାବିକ ମାତ୍ରାଠାରୁ ଅଧ‌ିକ ହୋଇଯାଏ । ପୁନଶ୍ଚ ବାୟୁମଣ୍ଡଳର ବହିଃସ୍ତର ଯାହାକୁ ସମତାପମଣ୍ଡଳ(Stratosphere) କୁହାଯାଏ ସେଥ‌ିରେ ଓଜୋନ ଗ୍ୟାସର ଏକ ବଳୟ ଥାଏ । ଏହି ବଳୟରେ ଅନେକ ରନ୍ଧ୍ର ମୁଖ୍ୟତଃ କ୍ଲୋରୋଫୋରୋ କାର୍ବନ ଯୋଗୁଁ ସୃଷ୍ଟି ହୋଇଥାଏ । ୧୯୭୦ ଦଶକରେ ଆଶ୍ଚର୍ଟିକା ମହାଦେଶର ସମତାପମଣ୍ଡଳରେ ଏପରି ରନ୍ଧ୍ର ପ୍ରଥମେ ବ୍ରିଟେନ୍ ଦ୍ଵାରା ଆବିଷ୍କୃତ ହୋଇଥିଲା । ସୂର୍ଯ୍ୟାଲୋକରୁ ଆସୁଥିବା ଅତିବାଇଗଣୀ ରଶ୍ମି (Ultra Violet Ray) ଉକ୍ତ ରନ୍ଧ୍ର ମଧ୍ୟ ଦେଇ ପୃଥ‌ିବୀ ପୃଷ୍ଠରେ ପହଞ୍ଚିଥାଏ ।

ଏହା ପୃଥିବୀକୁ ଏକ ଉତ୍ତପ୍ତ ପିଣ୍ଡରେ ପରିଣତ କରିଛି । ଏ ସମସ୍ତ କାରକମାନେ ଭୂମଣ୍ଡଳୀୟ ତାପବୃଦ୍ଧିରେ ସହାୟକ ହୋଇଥାନ୍ତି । ଭୂମଣ୍ଡଳୀୟ ତାପବୃଦ୍ଧି ସହିତ ଅଧିକ ଝଡ଼ବାତ୍ୟା, କାଳବୈଶାଖୀ, ସୁନାମୀ ଏବଂ ଜଳବାୟୁରେ ଅବାଞ୍ଛିତ ପରିବର୍ତ୍ତନ ଘଟୁଛି । ଏହା ସହିତ ମେରୁ ଅଞ୍ଚଳର ହିମ ପର୍ବତ ସବୁ ତରଳିବା ଫଳରେ ସମୁଦ୍ରର ଜଳପତ୍ତନ ପ୍ରତି ପାଞ୍ଚ ବର୍ଷରେ ଏକ ଇଞ୍ଚ ପରି ବଢ଼ି ଚାଲିଛି । ଲକ୍ଷ୍ୟ କରାଯାଉଛି ମାଳଦ୍ଵୀପ ପୁଞ୍ଜର ତିନିଗୋଟି ଦ୍ଵୀପ ସମୁଦ୍ରର କରାଳଗର୍ଭରେ ଲୀନ ହୋଇ ସାରିଲେଣି ଏବଂ ସମୁଦ୍ର ନିକଟବର୍ତ୍ତୀ ସ୍ଥଳଭୂମି ଜଳମଗ୍ନ ହେବାରେ ଲାଗିଛନ୍ତି ।

(ଘ) ଉତ୍ତପ୍ତଦ୍ଵୀପ ପ୍ରଭାବ:-
କର୍ମସଂସ୍ଥାନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ଅନ୍ଵେଷଣ ନିମନ୍ତେ ଗ୍ରାମାଞ୍ଚଳରୁ ଅଧ‌ିକ ଲୋକ ସହରାଭିମୁଖୀ ହେଉଛନ୍ତି । ଫଳରେ ସହରାଞ୍ଚଳ ଜନାକୀର୍ଣ୍ଣ ହେବା ସହିତ ଅଧୂକ ଲୋକମାନଙ୍କର ବସବାସ ନିମନ୍ତେ ବହୁତଳ କଂକ୍ରିଟ୍ ଅଟ୍ଟାଳିକା ଏବଂ ରାସ୍ତାଘାଟର ନିର୍ମାଣ ବଢ଼ିଚାଲିଛି । କଂକ୍ରିଟ ସଦୃଶ ନିର୍ମାଣ ଉପାଦାନ ଉତ୍ତପ୍ତକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଧାରଣ କରନ୍ତି ।

CHSE Odisha Class 12 Psychology Unit 2 Questions and Answers in Odia Medium

ଫଳରେ ସହରର ବଳୟ ବାହାରେ ଥିବା ଅଞ୍ଚଳ ତୁଳନାରେ ସହରର ଆଭ୍ୟନ୍ତରୀଣ ଅଞ୍ଚଳର ହାରାହାରି ତାପମାନ ଅଧିକ ହୋଇଥାଏ । ଯେତେବେଳେ ବାୟୁର ବେଗ କମ୍ ଥାଏ ଏହି ପାର୍ଥକ୍ୟ ଦିନ ଅପେକ୍ଷା ରାତ୍ରିରେ ଅଧ‌ିକ ହୋଇଥାଏ । ଏହାକୁ ଉତ୍ତପ୍ତ ଦ୍ଵୀପ ପ୍ରଭାବ କୁହାଯାଏ । ଲ୍ୟାକ୍ ହୋୱାର୍ଡ଼ ୧୮୧୦ ଦଶକରେ ଏହି ପ୍ରଭାବ ସଂପର୍କରେ ପ୍ରଥମେ ଅନୁଧ୍ୟାନ କରିଥିଲେ । ନୂଆ ସହର ସୃଷ୍ଟି କରିବା ସହ ପରିବେଶ ପ୍ରତି ଦୃଷ୍ଟି ଦେବା ଉପରେ ମିଳିତ ଜାତିସଂଘ ୨୦୧୪ ମସିହା ଏପ୍ରିଲ୍ ୨୨ତାରିଖରେ ପାଳନ କରୁଛି ବିଶ୍ଵ ଧରିତ୍ରୀ ଦିବସ ଏବଂ ଏହାର ସ୍ଲୋଗାନ ରହିଛି “ ସବୁଜ ସହର” ।

(ଙ) ସବୁଜଗୃହ ପ୍ରଭାବ (Green House Effect):-
ଶୀତପ୍ରଧାନ ଅଞ୍ଚଳମାନଙ୍କରେ ବୃକ୍ଷରାଜିର ବୃଦ୍ଧି ନିମନ୍ତେ ସୂର୍ଯ୍ୟାଲୋକରୁ କମ୍ ଉତ୍ତାପ ମିଳେ । ତେଣୁ ଆବଶ୍ୟକ ପରିମାଣର ଉତ୍ତାପକୁ ସଂଗ୍ରହ କରିବା ଲକ୍ଷ୍ୟରେ ଗଛଲତାଗୁଡ଼ିକୁ ଆବୃତ କରି ଏକ ବିରାଟ କାଚଘର ନିର୍ମାଣ କରାଯାଏ । ଏହାକୁ ସବୁଜ ଗୃହ କୁହାଯାଏ । ଏହି ଗୃହର ଛାତ କାଚର ଢ଼ାଙ୍କୁଣି ସଦୃଶ, ଯାହା ମଧ୍ୟ ଦେଇ ସୂର୍ଯ୍ୟାଲୋକ ଗୃହ ମଧ୍ୟକୁ ପ୍ରବେଶ କରେ; କିନ୍ତୁ ଗୃହ ବାହାରକୁ ନିର୍ଗମନ ହୁଏ ନାହିଁ । ଫଳରେ ଆବଶ୍ୟକ ପରିମାଣର ତାପ ଗୃହମଧ୍ୟରେ ବଜାୟ ରହି ଗଛପତ୍ରର ବୃଦ୍ଧିରେ ସହାୟକ ହୁଏ ।

ଆମର ଧରାପୃଷ୍ଠ ଏହି ସବୁଜଗୃହ ସଦୃଶ ଏବଂ ପୃଥ‌ିବୀକୁ ଘେରି ରହିଥିବା ବାୟୁମଣ୍ଡଳ ଗୃହର ଢ଼ାଙ୍କୁଣି ପରି । ମନୁଷ୍ୟର ବ୍ୟବହାରରୁ ସୃଷ୍ଟ ଅଙ୍ଗାରକାମ୍ଳ, ମିଥେନ ଏବଂ କ୍ଲୋରୋଫ୍ଲୋରୋ କାର୍ବନ ପରି ତିନିଗୋଟି ମୁଖ୍ୟ ସବୁଜଗୃହ ବାଷ୍ପ ବାୟୁମଣ୍ଡଳରେ ମାତ୍ରାଧ୍ଵକ ପରିମାଣରେ ମିଶିଥାନ୍ତି । ପୃଥିବୀପୃଷ୍ଠରୁ ବିକିରଣ ହେଉଥ‌ିବା ଅତିରିକ୍ତ ତାପକୁ ଏହି ବାଷ୍ପମାନଙ୍କର ବଳୟ ବାୟୁମଣ୍ଡଳ ବାହାରକୁ ନିର୍ଗମନ ନିମନ୍ତେ ବାଧା ଦେବା ସହିତ ଧାରଣ କରନ୍ତି | ଏହାର ଫଳସ୍ଵରୂପ ପୃଥ‌ିବୀ ପୃଷ୍ଠ ଅଧ୍ବକ ଉତ୍ତପ୍ତ ହୋଇଥାଏ । ଏପରି ପ୍ରଭାବକୁ ‘ସବୁଜଗୃହ ପ୍ରଭାବ’ କୁହାଯାଏ । ପ୍ରଥମେ ଦେ, ଫରିଅର୍ ୧୮୨୭ ମସିହାରେ ଏହାର ନାମକରଣ କରିଥିଲେ ।

Question ୨।
ପରିବେଶ ପ୍ରଦୂଷଣ କିପରି ରୋକାଯାଇପାରିବ ବର୍ଣନା କର |
Answer:
ମନୁଷ୍ୟ ଓ ପରିବେଶ ପରସ୍ପର ପରିପୂରକ । ପରିବେଶ ଦ୍ଵାରା ମନୁଷ୍ୟ, ପ୍ରାଣୀଜଗତ ଓ ପରିବେଶ ଉପାଦାନମାନ ପରସ୍ପର ସହିତ ନିବିଡ଼ ଭାବରେ ସଂପୃକ୍ତ ରହିଥାନ୍ତି । ଫଳରେ କୌଣସି ଗୋଟିଏ ଉପାଦାନକୁ ଅନ୍ୟଠାରୁ ପୃଥକ କରିବାକୁ ଚାହିଁଲେ ଅନ୍ୟ ଉପାଦାନମାନେ ଆପେ ଆପେ ଏହାଦ୍ଵାରା ପ୍ରଭାବିତ ହୋଇଥାନ୍ତି । ତେଣୁ ପ୍ରାଣୀଜଗତ ବିଶେଷ କରି ମନୁଷ୍ୟର ଅଭିବୃଦ୍ଧି, ବିକାଶ, ସ୍ଥିତି, ବ୍ୟବହାର, ଜୀବନ ଚକ୍ର ଏବଂ ସମସ୍ତ କାର୍ଯ୍ୟକଳାପକୁ ପରିବେଶ ପୂର୍ଣ୍ଣମାତ୍ରାରେ ନିୟନ୍ତ୍ରତ କରିଥାଏ ।

ପ୍ରଦୂଷିତ ପରିବେଶ ଅଧୁନା ଯୁଗରେ ଏକ ବିପଜନିତ ଅବସ୍ଥା ସୃଷ୍ଟି କରିଛି । ବିଜ୍ଞାନ ଓ କାରିଗରୀ ବିଦ୍ୟାର ଉନ୍ନତି ଓ ପ୍ରସାର ଯୋଗୁଁ ପରିବେଶର ଶୁଦ୍ଧତା ନଷ୍ଟ ହୋଇଛି । ବହୁ ପୁରାତନ ଯୁଗରୁ ବନ୍ୟା, ବାତ୍ୟା, ମରୁଡ଼ି ଓ ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା ମାନବ ସମାଜ ଆକ୍ରାନ୍ତ ହୋଇ ବହୁ ଧନ, ଜୀବନର କ୍ଷତି ସହିଛି । କିନ୍ତୁ ଆଜିର ଏ ଆଧୁନିକ ଯୁଗରେ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ଅସନ୍ତୁଳିତ ତାପମାନ ଓ ଜନଗହଳି ପରି ପରିବେଶ ପ୍ରଦୂଷଣ ମାନବ ସମାଜ ପାଇଁ ନୂତନ ବିପଦ ସୃଷ୍ଟି କରିଛି । ଏହି ପ୍ରଦୂଷଣ ଭୂଗୋଳବିତ୍ରମାନଙ୍କ ପାଇଁ ପାରିପାର୍ଶ୍ବକ ସମସ୍ୟା, ସମାଜବିଜ୍ଞାନୀଙ୍କ ପାଇଁ ସମସ୍ୟା, ପରିବେଶ ବିଜ୍ଞାନୀଙ୍କ ପାଇଁ ପରିବେଶୀୟ ସମସ୍ୟା ଓ ଆର୍ଥନୀତିଜ୍ଞଙ୍କ ପାଇଁ ଅର୍ଥନୈତିକ ସମସ୍ୟାମାନ ସୃଷ୍ଟି କରିଛି ।

ପରିବେଶ ପ୍ରଦୂଷିତ ହେଲେ ମନୁଷ୍ୟ ଯେ କେବଳ ଶାରୀରିକ ରୋଗାକ୍ରାନ୍ତ ହୋଇ ଦୁଃସହ ଜୀବନଯାପନ କରେ ତା’ନୁହେଁ; ଏହା ତା’ର ମାନସିକ ସ୍ଥିତିକୁ ଓ ଅବସ୍ଥାକୁ ମଧ୍ୟ ଆଘାତ କରିଥାଏ । ଫଳରେ ସେ ଅସ୍ଵାଭାବିକ ବ୍ୟବହାର ପ୍ରଦର୍ଶନ କରେ । ଠିକ୍ ସେହିଭଳି ମନୁଷ୍ୟକୃତ ଆଚରଣ ଓ ବ୍ୟବହାର ବାୟୁମଣ୍ଡଳ ଓ ପରିବେଶକୁ ବିଶେଷଭାବେ ପ୍ରଭାବିତ କରି କ୍ଷତି ପହଞ୍ଚାଇଥାଏ । ପରିବେଶ ପ୍ରଦୂଷିତ ହେଲେ ଏହା ସମଗ୍ର ପୃଥ‌ିବୀ ପାଇଁ ବିପଦ ସୃଷ୍ଟି କରେ । ତେଣୁ ମନୁଷ୍ୟର ଆଚରଣରେ ପରିବର୍ତ୍ତନ ଆସିଲେ ହିଁ ଏକ ନିର୍ମଳ ଓ ବିଶୁଦ୍ଧ ପରିବେଶ ସୃଷ୍ଟି ହେବ ଏବଂ ସମଗ୍ର ସମାଜ ଓ ଜୀବଜଗତ ନୀରୋଗ ଓ ସୁସ୍ଥ ଜୀବନଯାପନ କରିପାରିବେ ।

ପରିବେଶ ସୁରକ୍ଷା ପାଇଁ ନିମ୍ନଲିଖୁତ ପଦକ୍ଷେପ ଗ୍ରହଣ କରାଯିବା ଦରକାର :
(କ) ଜନସଂଖ୍ୟାର ନିୟନ୍ତ୍ରଣ ଦ୍ଵାରା ସ୍ଥାନାଭାବରେ ସମସ୍ୟା ରହିବ ନାହିଁ ଓ ପ୍ରାକୃତିକ ବିଭବର ଅଭାବ ପଡ଼ିବ ନାହିଁ । ଫଳରେ ପରିବେଶକୁ ଯଥେଚ୍ଛାଚାର ଭାବରେ ବ୍ୟବହାର କରିବାରେ ଆବଶ୍ୟକତା କମିଯିବ ଏବଂ ଏହା ପରିବେଶକୁ ସୁରକ୍ଷା ଦେବ ।

CHSE Odisha Class 12 Psychology Unit 2 Questions and Answers in Odia Medium

(ଖ) ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଦ୍ଵାରା ପ୍ରଦୂଷିତ ପରିବେଶକୁ ଅନେକାଂଶରେ ପରିଷ୍କାର ପରିଚ୍ଛନ୍ନ ଓ ଶୁଦ୍ଧ ରଖୁହେବ । କାଗଜ, ପ୍ଲାଷ୍ଟିକ୍ ଓ କାଚ ପ୍ରଭୃତି ପଦାର୍ଥକୁ ପୁନଃ ବ୍ୟବହାର ଉପଯୋଗୀ କରିହେବ । ଫଳରେ ଏସବୁର ପ୍ରସ୍ତୁତ ପାଇଁ ଦରକାର ପଡ଼ୁଥିବା କଞ୍ଚାମାଲକୁ ନୂତନ ଭାବରେ ସଂଗ୍ରହ କରିବାର ଆବଶ୍ୟକତା ରହିବ ନାହିଁ । ଫଳସ୍ଵରୂପ ଜଳ, ଜଙ୍ଗଲ ଓ ଭୂମି ପରି ପ୍ରାକୃତିକ ବିଭବର କ୍ଷତି ହେବ ନାହିଁ ।

(ଗ) ବନ୍ୟଜଙ୍ଗଲକୁ ନଷ୍ଟ ନ କରି ବରଂ କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା ଆବଶ୍ୟକ । ବିଶେଷ କରି ଶିଳ୍ପାଞ୍ଚଳମାନଙ୍କର ଚତୁଃପାର୍ଶ୍ବରେ ବହୁଳପରିମାଣରେ ବୃକ୍ଷରୋପଣ କରି ଘଞ୍ଚ ଜଙ୍ଗଲ ସୃଷ୍ଟି କଲେ ପରିବେଶ ପ୍ରଦୂଷଣରୁ କିଛି ପରିମାଣରେ ରକ୍ଷା ପାଇପାରିବ ।

(ଘ) ପ୍ରାକୃତିକ ବିଭବର ଉତ୍ସ ଓ ଭଣ୍ଡାର ସୀମିତ । ଏହାର ଯଥେଚ୍ଛାଚାର ବ୍ୟବହାର ହେଲେ ସାଧାରଣ ଚଳଣି ପାଇଁ ମଧ୍ୟ ଏହି ବିଭବର ଅଭାବ ଦେଖାଦେବ । ସୁତରାଂ ସାଧାସିଧା ଜୀବନଶୈଳୀ ଓ ଜୀବନ ନିର୍ବାହ ପାଇଁ ଯେତିକି ଆବଶ୍ୟକ ସେତିକି ପରିମାଣର ପ୍ରାକୃତିକ ସମ୍ପଦକୁ ବିନିଯୋଗ କରାଗଲେ ପରିବେଶ ପ୍ରଦୂଷଣକୁ କିଛିମାତ୍ରାରେ ରୋକାଯାଇପାରିବ ।

(ଙ) ପରିବେଶକୁ ପ୍ରଦୂଷିତ କରୁଥିବା କଳକାରଖାନାର ପ୍ରତିଷ୍ଠା ଓ ମୋଟରଯାନର ବହୁଳ ବ୍ୟବହାର ଉପରେ କଟକଣା ଜାରି କରାଯିବା ଆବଶ୍ୟକ ।

(ଚ) ଜଳ ହିଁ ଜୀବନ । ଆବଶ୍ୟକତାଠାରୁ ଅଧ‌ିକ ଜଳ ବ୍ୟବହାର ନ କରି ଜଳ ସଂରକ୍ଷଣ ଉପରେ ଗୁରୁତ୍ଵ ଦିଆଯିବା ଦରକାର । ବର୍ଷା ଜଳକୁ ବିଭିନ୍ନ ଉପାୟରେ ସଂରକ୍ଷଣ କରି ତା’ର ସୁବିନିଯୋଗ କରାଯିବ ଉଚିତ୍ ।

(ଛ) ପଲିଥନ୍‌ର ବ୍ୟବହାର ଉପରେ କଟକଣା ଜାରି କରାଯିବା ଆବଶ୍ୟକ କାରଣ ପଲିଥୁନର ବହୁଳ ବ୍ୟବହାର ପରିବେଶକୁ ପ୍ରଦୂଷିତ କରିଥାଏ । ପଲିଥୁନ ବଦଳରେ କାଗଜର ବ୍ୟାଗ ବ୍ୟବହାର କରିବା ଉଚିତ୍‌ ।
କୌଣସି ଜାତି ବା ଦେଶର ସ୍ଥିତି ତା’ର ପ୍ରଗତି ଉପରେ ନିର୍ଭର କରେ । କିନ୍ତୁ ପରିବେଶର ସୁରକ୍ଷା ନ ହେଲେ ପ୍ରଗତି ସମ୍ଭବ ନୁହେଁ । ସୁତରାଂ ଅସୁରକ୍ଷିତ ପରିବେଶରେ ଦେଶ ବା ଜାତି ତିଷ୍ଠି ରହିବା ସମ୍ଭବ ନୁହେଁ । ତେଣୁ ପରିବେଶର ସୁରକ୍ଷା ଅପରିହାର୍ଯ୍ୟ ହୋଇଥିବାରୁ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଅନେକ ବିଦ୍ଵାନ, ପରିବେଶବିତ୍, ବୈଜ୍ଞାନିକ ଓ ଅର୍ଥନୀତିଜ୍ଞମାନେ ପରିବେଶ ଉପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଓ ଏକ ମୁକ୍ତ, ବିଶୁଦ୍ଧ ଓ ନିର୍ମଳ ପରିବେଶ ସୃଷ୍ଟି ପାଇଁ ନାନା ଉପାୟମାନ ନିର୍ଣ୍ଣୟ କରିଛନ୍ତି ।

ଉପରେ ବର୍ଣ୍ଣିତ ପରିବେଶ ସୁରକ୍ଷା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପଗୁଡ଼ିକୁ ଏକ ସୁନିୟନ୍ତ୍ରିତ ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକ୍ଷମ କରାଗଲେ ପରିବେଶ ଦୂଷିତ ହୋଇ ମାନବ ସମାଜର କ୍ଷତି କରିବା ପରିବର୍ତ୍ତେ ଜନମଙ୍ଗଳ ନିମନ୍ତେ ସହାୟକ ହେବ । ବିଭିନ୍ନ ସରକାରୀ ଓ ବେସରକାରୀ ଜନମଙ୍ଗଳକାରୀ ଯୋଜନାଗୁଡ଼ିକୁ ମଧ୍ୟ କାର୍ଯ୍ୟକ୍ଷମ କରାଯିବା ଦରକାର ।

Question ୩।
ଶବ୍ଦ ପ୍ରଦୂଷଣ କ’ଣ ? ମନୁଷ୍ୟ ଆଚରଣ ଉପରେ ଶବ୍ଦ ପ୍ରଦୂଷଣର ପ୍ରଭାବ ଆଲୋଚନା କର ।
Answer:
ବାୟୁ ଦ୍ବାରା ସଂଚରିତ ହେଉଥବା ଏକ ପ୍ରକାର ବିଶିଷ୍ଟ ଚାପ ତରଙ୍ଗକୁ ‘ଶବ୍ଦ’ କୁହାଯାଏ । ଏହି ଶବ୍ଦ ମାଧ୍ଯମରେ ମନୁଷ୍ୟ ଓ ଅନ୍ୟାନ୍ୟ ପ୍ରାଣୀମାନେ ଚିନ୍ତା, କାମନା ଓ ଇଚ୍ଛାକୁ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିଥାଆନ୍ତି । ଆମର ଚତୁଃପାର୍ଶ୍ଵ ସର୍ବଦା ସଚଳ ଓ ସକ୍ରିୟ । ପ୍ରାକୃତିକ ଭାବରେ ବିଭିନ୍ନ ପ୍ରକାରର ଶବ୍ଦ ଏଠାରେ ସୃଷ୍ଟି ହୋଇଥାଏ । ମନୁଷ୍ୟ ସହିତ ଜୀବଜଗତ, ବାୟୁ, ବର୍ଷା, ଝରଣା, ନଦୀ, ସମୁଦ୍ର, ଘଡଘଡ଼ି, ଆଗ୍ନେୟଗିରି, ମୃତ୍ତିକା ଓ ପଥର ସ୍ଖଳନ ଇତ୍ୟାଦି ବିଭିନ୍ନ ଶବ୍ଦର ଉତ୍ସ ଅଟନ୍ତି । ବିଭିନ୍ନ କାରଣରୁ କେତେକ ଶବ୍ଦ ଶ୍ରୁତିମଧୁର ହୋଇଥିବା ବେଳେ ଆଉ କେତେକ ଶ୍ରୁତିକଟୁ ହୋଇଥାଏ ।

ପ୍ରଥମତଃ, ଯେତେବେଳେ ଶବ୍ଦରେ ତୀବ୍ରତା କମ୍‌ଥାଏ ତାହା ମନକୁ ଖୁସି ଓ ଆନନ୍ଦ ପ୍ରଦାନ କରେ । କିନ୍ତୁ ଅଧିକ ତୀବ୍ରତା ଥ‌ିବା ବା ଇଚ୍ଛାଶକ୍ତିର ଶବ୍ଦ ମନୁଷ୍ୟ ପାଇଁ ବିରକ୍ତିକର ହୋଇଥାଏ । ଦ୍ଵିତୀୟତଃ, ଅପ୍ରତ୍ୟାଶିତ ଭାବେ ଶବ୍ଦ ସୃଷ୍ଟି ହେଲେ ତାହା ବିରକ୍ତିକର ହୋଇଥାଏ । ମନୋବୈଜ୍ଞାନିକଙ୍କ ମତରେ ଅପ୍ରତ୍ୟାଶିତ ଭାବେ ଅଚାନକ ଶବ୍ଦ ହେଲେ ତାହା ବ୍ୟକ୍ତିର କାର୍ଯ୍ୟ ଦକ୍ଷତାକୁ ପ୍ରଭାବିତ କରେ ଏବଂ ବ୍ୟକ୍ତିର କାର୍ଯ୍ୟକ୍ଷେତ୍ରରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୁଏ । ତୃତୀୟତଃ, ଯେତେବେଳେ ଶବ୍ଦକୁ ନିୟନ୍ତ୍ରଣ କରିବାର କ୍ଷମତା ବ୍ୟକ୍ତି ପାଖରେ ନଥାଏ, ସେତେବେଳେ ଶବ୍ଦ ବିରକ୍ତିକର ହୋଇଥାଏ ।

ଯେତେବେଳେ କୌଣସି ଶବ୍ଦ ଅରୁଚିକର, ଅବାଞ୍ଛିତ ଓ ଅଲୋଡ଼ା ହୋଇ ପ୍ରତିକୂଳ ପ୍ରଭାବ ସୃଷ୍ଟି କରେ ତାହାକୁ ‘ଶବ୍ଦ ପ୍ରଦୂଷଣ’ କୁହାଯାଏ । ଅବାଞ୍ଛିତ ଓ ଶ୍ରୁତିକଟୁ ଶବ୍ଦକୁ କୋଳାହଳ ମଧ୍ୟ କୁହାଯାଏ । କୋଳାହଳ ଦ୍ଵାରା ହେଉଥିବା ଶବ୍ଦ ମନୁଷ୍ୟର ଶରୀର, ମନ ଓ ବ୍ୟବହାର ଉପରେ ଗଭୀର ପ୍ରଭାବ ପକାଇଥାଏ । ଆଇନ ଦୃଷ୍ଟିରୁ ଶବ୍ଦ ପ୍ରଦୂଷଣ ଏକ ମାତ୍ରାଧୂକ, ଆକ୍ରମଣାଦ୍ୟୋକ ଓ ଚମକପ୍ରଦ ଶବ୍ଦ ଭାବରେ ବର୍ଣ୍ଣନା କରାଯାଇପାରେ ।

CHSE Odisha Class 12 Psychology Unit 2 Questions and Answers in Odia Medium

ଶବ୍ଦକୁ ଡ଼େସିବଲ୍ (dB) ମାପକରେ ମପାଯାଏ । କ୍ଷୀଣ ଶୁଣାଯାଇଥବା ଶବ୍ଦ ଓ ଶବ୍ଦର ତୀବ୍ରତାର ଅନୁପାତକୁ ଡ଼େସିବଲ୍ କୁହାଯାଏ । ଶୂନରୁ ଅଧିକ 180dB ତୀବ୍ରତାର ଥୁବା ଶବ୍ଦକୁ ଶୁଣିବାର ଓ ସହ୍ୟ କରିବାର ଶକ୍ତି ମନୁଷ୍ୟର ଥାଏ । ପ୍ରାୟତଃ 85 dB ପରିମାଣର ଶବ୍ଦ ଜଣେ ସାଧାରଣ ବ୍ୟକ୍ତି ନିମନ୍ତେ ଅନୁମୋଦିତ ପରିମାଣ । ଏହାଠାରୁ ଅଧିକ ପରିମାଣ ଶବ୍ଦର କୁପ୍ରଭାବ ବ୍ୟକ୍ତି ଉପରେ ପଡ଼ିଥାଏ । ବୈଜ୍ଞାନିକ ଦୃଷ୍ଟିକୋଣରୁ 50 ରୁ 55 ତୀବ୍ରତାର ଶବ୍ଦ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରେ । 90-95 dB ର ଶବ୍ଦ ମନୁଷ୍ୟର କେନ୍ଦ୍ର ସ୍ନାୟୁମଣ୍ଡଳକୁ ଆଘାତ ଓ କ୍ଷତି ପହଞ୍ଚାଇଥାଏ । 140dB ତୀବ୍ରତା ପାର ହୋଇଗଲେ ମନୁଷ୍ୟ ଯନ୍ତ୍ରଣା ସହି ଶବ୍ଦକୁ ଗ୍ରହଣ କରେ ।

ଶବ୍ଦ ପ୍ରଦୂଷଣ ମୁଖ୍ୟତଃ ତିନିଗୋଟି କାରଣରୁ ହୋଇଥାଏ । ସେଗୁଡ଼ିକ ହେଲା:-
(i) ପ୍ରାକୃତିକ ଉତ୍ସ
(ii) ଜୈବିକ ଉତ୍ସ
(iii) କୃତ୍ରିମ ଉତ୍ସ

(i) ପ୍ରାକୃତିକ ଉତ୍ସ :-
ଏହା ପ୍ରାକୃତିକ ଘଟଣାମାନଙ୍କ ସହିତ ସହବନ୍ଧିତ ହୋଇଥାଏ । ଘଡ଼ଘଡ଼ି, ନାଦ, ଲାଭା ଉଦ୍‌ଗୀରଣ, ଭୂମିକମ୍ପ, ମହାବାତ୍ୟା, ବାତ୍ୟା, ଝଞ୍ଜା ପବନ, ବଜ୍ରପାତ ଶବ୍ଦ ପ୍ରଭୃତିକୁ ପ୍ରାକୃତିକ ଉତ୍ସର ଉଦାହରଣ ଭାବେ ନିଆଯାଇପାରେ ।

(ii) ଜୈବିକ ଉତ୍ସ:-
ବିଭିନ୍ନ ବନ୍ୟ ହିଂସ୍ରଜନ୍ତୁଙ୍କ ଗର୍ଜନ, କୁକୁର, ବିଲୁଆଙ୍କ ଭୂକିବା ଶବ୍ଦ, କଳି ଅଥବା ଗଣ୍ଡଗୋଳ ବେଳେ ମନୁଷ୍ୟଙ୍କ ଚିତ୍କାର, ଉଚ୍ଚସ୍ଵରରେ ଗର୍ଜନ ଓ କାନ୍ଦଣା ପ୍ରଭୃତି ଜୈବିକ ଉତ୍ସର ଅନ୍ତର୍ଗତ ।

(iii) କୃତ୍ରିମ ଉତ୍ସ :-
କୃତ୍ରିମ ଉତ୍ସ ବା ମନୁଷ୍ୟକୃତ କାର୍ଯ୍ୟ ଶବ୍ଦ ପ୍ରଦୂଷଣ ପାଇଁ ଅନେକାଂଶରେ ଦାୟୀ । ମନୁଷ୍ୟ ସ୍ଥାପନ କରିଥିବା ଶିଳ୍ପଉଦ୍ୟୋଗ, କଳକାରଖାନାରେ ବ୍ୟବହୃତ ବୃହତକାୟ ଯନ୍ତ୍ରପାତିର ଶବ୍ଦ, ବ୍ୟବହାର କରୁଥିବା ଯାନବାହାନରୁ ନିର୍ଗତ ହେଉଥୁବା ଶବ୍ଦ, ଡ଼ାକବାଜି ଯନ୍ତ୍ର ଓ ଡ଼ିଜେ ସଂଗୀତ, ମିକ୍ସର ଗ୍ରାଇଣ୍ଡର, ଟେଲିଭିଜନ ଇତ୍ୟାଦି ଉପକରଣର ବ୍ୟବହାର ଦ୍ଵାରା ସୃଷ୍ଟି ହେଉଥ‌ିବା ଶବ୍ଦ , ଖଣିଖାଦାନରେ ବିସ୍ଫୋରକର ବ୍ୟବହାର, ଉଚ୍ଚ ଅଟ୍ଟାଳିକା ନିର୍ମାଣରେ ବ୍ୟବହୃତ ଯନ୍ତ୍ରପାତି ଇତ୍ୟାଦି ଶବ୍ଦ ପ୍ରଦୂଷଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।

(କ) ଆପାତତଃ 100 dB ପରିମାଣର ଶବ୍ଦକୁ ଦୀର୍ଘକାଳ ପର୍ଯ୍ୟନ୍ତ କ୍ରମାଗତ ଭାବେ ଶୁଣିବା ଦ୍ଵାରା ବ୍ୟକ୍ତି ଶ୍ରବଣ ଶକ୍ତି ହରାଇବସେ । କୋଳାହଳ ବା ଉଚ୍ଚଶକ୍ତିର ଶବ୍ଦ ଶ୍ରବଣଜନିତ କ୍ଳାନ୍ତି ସୃଷ୍ଟି କରିବା ସହିତ ସ୍ମରଣ ଶକ୍ତି ଓ ଦକ୍ଷତାକୁ ମଧ୍ୟ କମାଇ ଦେଇଥାଏ ।
(ଖ) ଶବ୍ଦ ପ୍ରଦୂଷଣ ଭାବ ବିନିମୟରେ ବାଧା ଉପୁଜାଏ ଓ ଭୁଲ୍ ବୁଝାମଣା ସୃଷ୍ଟି କରେ ।
(ଗ) ଏହା ନିଦ୍ରାରେ ବ୍ୟାଘାତ ସୃଷ୍ଟି କରେ, ଏକାଗ୍ରତା ନଷ୍ଟ କରେ, ମାନସିକ ଅବସାନ, ଅସ୍ଥିରତା ଓ ଚାପ ବୃଦ୍ଧି କରେ ।
(ଘ) ଶବ୍ଦ ପ୍ରଦୂଷଣ ବିରକ୍ତି, ଉଚ୍ଚ ରକ୍ତଚାପ, ବାନ୍ତି ଲାଗିବା, ହୃଦରୋଗ, ଝାଳ ବୋହିବା, ପାକସ୍ଥଳୀରେ କ୍ଷତ ଜାତ କରିପାରେ ।
(ଙ) ଗର୍ଭସ୍ଥ ଶିଶୁର ମାନସିକ ବିକାଶ ସୃଷ୍ଟି କରିବା ସହିତ ଶବ୍ଦ ପ୍ରଦୂଷଣ ଗର୍ଭବତୀ ମହିଳାଙ୍କ ଅସମୟ ଗର୍ଭପାତ ଓ ଗର୍ଭନଷ୍ଟ ହେବାର ସମ୍ଭାବନାକୁ ବୃଦ୍ଧି କରେ ।
(ଚ) ଶବ୍ଦ ପ୍ରଦୂଷଣ ମନୁଷ୍ୟର ଶାରୀରିକ ପୀଡ଼ା, ମାନସିକ କ୍ଳାନ୍ତି ଓ ଅବସାଦ ସୃଷ୍ଟି କରି ଶାରୀରିକ ଓ ମାନସିକ ରୋଗକୁ ସୃଷ୍ଟି କରୁଥିବାରୁ ଏହା ତା’ର କାର୍ଯ୍ୟଦକ୍ଷତାକୁ ହ୍ରାସ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟ କ୍ଷେତ୍ରରେ ତୃଟିକୁ ବହୁଗଣିତ କରିଥାଏ ।

Question ୪।
ଜନଗହଳି (Crowding) କ’ଣ ? ମନୁଷ୍ୟ ଆଚରଣ ଉପରେ ଜନଗହଳିର ପ୍ରଭାବ ବର୍ଣନା କର ।
Answer:
ଗୋଟିଏ ସ୍ଥାନରେ ସମବେତ ହୋଇଥିବା ଲୋକମାନଙ୍କ ସହିତ ଆମର ସଂପର୍କ, ଏହାର ଭୌତିକ ପରିପ୍ରେକ୍ଷୀ ଓ ଅବଧୂ ଏବଂ ଆମ ନିମନ୍ତେ ଏହା କେତେଦୂର ଅର୍ଥପୂର୍ଣ୍ଣ ଏସବୁ ଦିଗଗୁଡ଼ିକୁ ବିଚାର କରି ଆମେ ଯଦି ଅସ୍ଵସ୍ତିକର ଏବଂ ଶାରୀରିକ ଉତ୍ତେଜନାମକ୍ତ ଏକ ମାନସିକ ଚାପ ଅନୁଭବ କରୁ ତେବେ ତାହାକୁ ‘ଜନଗହଳି’ କୁହାଯିବ । ସୁତରାଂ ଅସ୍ୱସ୍ତି ଅନୁଭବ, ସାମାଜିକ ପାରସ୍ପରିକ କ୍ରିୟା ଉପରେ ନିୟନ୍ତ୍ରଣ ହରାଇବା, ବ୍ୟକ୍ତିଗତ ମାମଲାରେ ବାହ୍ୟଦଖଲ ଏବଂ ପରିସ୍ଥିତିର ଏକ ନକରାତ୍ମକ ପ୍ରତ୍ୟକ୍ଷଣ ଜନଗହଳିର ବୈଶିଷ୍ଟ୍ୟ ରୂପେ ବିବେଚନା କରାଯାଏ ।

ବସ୍ ଭିତରେ, ଟିକେଟ ସଂରକ୍ଷଣ କାଉଣ୍ଟରରେ, ବଜାର ଭିତରେ, ମେଳାରେ, ବିଭିନ୍ନ ଉତ୍ସବରେ ଆମେ ପ୍ରାୟତଃ ଜନଗହଳିର ସମ୍ମୁଖୀନ ହୋଇଥାଉ । ଜନଗହଳି ପ୍ରାୟତଃ ବ୍ୟକ୍ତି ମନରେ କ୍ରୋଧ ଏବଂ ଯନ୍ତ୍ରଣା ସୃଷ୍ଟି କରେ । ଅନ୍ୟପକ୍ଷରେ ବିବାହ ଉତ୍ସବ, ଗୃହ, ବିଦ୍ୟାଳୟ, ବନ୍ଧୁମିଳନ, କ୍ରୀଡ଼ା ପ୍ରତିଯୋଗିତା, ସଙ୍ଗୀତ କାର୍ଯ୍ୟକ୍ରମ, ପୂଜା ପାର୍ବଣ ଆଦି ପରିସ୍ଥିତିମାନଙ୍କରେ ଜନଗହଳି ଅଶେଷ ଆନନ୍ଦ ଏବଂ ସୁଖଦ ଅନୁଭୂତି ପ୍ରଦାନ କରେ । ଜନଗହଳି ବୃଦ୍ଧି ହେତୁ ନାନା ପ୍ରକାର ସାମାଜିକ ଓ ପରିବେଶଗତ ସମସ୍ୟାମାନ ସୃଷ୍ଟି ହୋଇଥାଏ ।
ଜନଗହଳିର ପ୍ରଭାବ :-

(କ) ଅପରାଧ:-
ଜନଗହଳି ଓ ଅପରାଧ ମଧ୍ୟରେ ସକରାତ୍ମକ ସହ ସମ୍ବନ୍ଧ ରହିଛି । ଜନାକୀର୍ଣ୍ଣ ପରିସ୍ଥିତିର ସୁଯୋଗ ନେଇ ପକେଟମାର, ଲୁଟ୍ ଆଦି କେତେ ପ୍ରକାର ଅପରାଧମୂଳକ ବ୍ୟବହାର ପରିଦୃଷ୍ଟ ହୋଇଥାଏ ।

(ଖ) ଜେଲଖାନା ଓ ମାନସିକ ଚିକିତ୍ସାଳୟରେ ଜନଗହଳି :-
ଭାରତ ତଥା ପୃଥ‌ିବୀର ଅନ୍ୟାନ୍ୟ ଅଞ୍ଚଳରେ ଜେଲଖାନାରେ ଜନଗହଳି ଏକ ପ୍ରମୁଖ ସମସ୍ୟା । ଉଗ୍ର ଅପରାଧୀମାନେ କମ୍ ଉଗ୍ର ଅପରାଧୀମାନଙ୍କ ତୁଳନାରେ ଅଧ୍ଵକ ବ୍ୟକ୍ତିଗତ ସ୍ଥାନ ବ୍ୟବହାର ନିମନ୍ତେ ଅକ୍ତିଆର କରିବାକୁ ଉଦ୍ୟମ କରିଥାନ୍ତି | ଫଳରେ ଅନ୍ତେବାସୀମାନଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଉଥାଏ । ଚିତ୍ତଭ୍ରଂଶୀ ବାତୁଳତା ଏବଂ ସ୍ନାୟବିକ ବିକାର ସଦୃଶ ଜନଗହଳିପୂର୍ଣ୍ଣ ସ୍ଥାନ ପ୍ରତି ଅଧ‌ିକ ସମ୍ବେଦନଶୀଳତା ପ୍ରଦର୍ଶନ କରିଥାନ୍ତି । ଫଳତଃ ସେମାନେ ଅନ୍ୟ ରୋଗୀ ଏବଂ ଚିକିତ୍ସାଳୟର କର୍ମଚାରୀମାନଙ୍କୁ ଆକ୍ରମଣ ମଧ୍ୟ କରିପାରନ୍ତି ।

CHSE Odisha Class 12 Psychology Unit 2 Questions and Answers in Odia Medium

(ଗ) ପ୍ରକ୍ଷୋଭ ଓ ଆଚରଣ ଉପରେ ପ୍ରଭାବ :-
ଜନଗହଳିରେ କ୍ରୋଧ ଓ ଆକ୍ରମଣାତ୍ମକ ମନୋଭାବ ସର୍ବାଧ‌ିକ ସମ୍ଭାବ୍ୟ ପ୍ରକ୍ଷୋଭ ଜନିତ ଆଚରଣ ଭାବେ ପ୍ରତୀୟମାନ ହୋଇଥାଏ । ଏହା ସମୟେ ସମୟେ ଭାବଶୂନ୍ୟତା, ଅସହାୟବୋଧ ଏବଂ ସାମାଜିକ ଉଦାସୀନତା ମଧ୍ୟ ସୃଷ୍ଟି କରିଥାଏ । ଉଚ୍ଚ ରକ୍ତଚାପ, ଦୃତ ହୃଦସ୍ପନ୍ଦନ ଏବଂ ଅଧିକ ମାତ୍ରାର ଶାରୀରିକ ଅସୁସ୍ଥତା ମଧ୍ଯ ଏହାର ପରିଣାମ ହୋଇପାରେ ।

(ଘ) କାର୍ଯ୍ୟ ଦକ୍ଷତା ଉପରେ ପ୍ରଭାବ:-
ଜନଗହଳିର ନକରାତ୍ମକ ଅନୁଭୂତି କର୍ମସ୍ଥଳରେ କର୍ମଚାରୀର ମାନସିକ, ଅସ୍ଵସ୍ତି ଏବଂ ଶାରୀରିକ ଉତ୍ତେଜନାକୁ ବୃଦ୍ଧି କରି ତା’ର କାର୍ଯ୍ୟଦକ୍ଷତାକୁ ହ୍ରାସ କରିଥାଏ ।

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Odisha State Board CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ Textbook Exercise Questions and Answers.

CHSE Odisha Class 12 Odia Chapter 2 ପୁଷ୍ପପୁରରେ ବର୍ଷାବରଣ Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
କାହାର ସ୍ନିଗ୍ଧ କଜ୍ଵଳ କାନ୍ତି ପୁଷ୍ପପୁରରେ ନେତ୍ରୋତ୍ସବ ସୃଷ୍ଟି କରିଛି ?
(ବାରିବାହ, ପ୍ରକୃତି, ଦୂରବନ୍ଧୁ, ଅଳକାପୁରୀ)
Answer:
ବାରିବାହ

Question ୨।
କାହାକୁ ଦୂରବନ୍ଧୁ ବୋଲି ପ୍ରାବନ୍ଧିକ ସମ୍ବୋଧନ କରିଛନ୍ତି ?
(ପୁଷ୍ପପୁର, ବାରିବାହ, ବାତାୟନ, ଶ୍ୟାମଳ ପୃଥ‌ିବୀ)
Answer:
ବାରିବାହ

Question ୩।
ବ୍ୟକ୍ତିଠାରୁ କିଏ ବଡ଼ ବୋଲି ଲେଖକ ଘନକୁ ପ୍ରଶ୍ନ କରିଛନ୍ତି ?
(ଗୋଷ୍ଠୀ, ମଣିଷ, ପଶୁ, ପକ୍ଷୀ)
Answer:
ଗୋଷ୍ଠୀ

Question ୪।
ଜଳର ଅଭାବରେ କେଉଁଠାରେ ହାହାକାର ପଡ଼ିଛି ?
(ପୁଷ୍ପପୁର, ପାଟଳିପୁତ୍ର, କୁସୁମଧ୍ଵଜ, ଉତ୍କଳ)
Answer:
ଉତ୍କଳ

Question ୫।
କେଉଁ ପୁରରେ ସ୍ବ-କର୍ମ ସାରି ଉତ୍କଳ ପଥରେ ଗତି କରିବାକୁ ବାରିଦକୁ ଲେଖକ ନିବେଦନ କରିଛନ୍ତି ?
(ଶ୍ରୀନଗର, ପୁଷ୍ପପୁର, ମହୋଦଧଫ, ତୁଙ୍ଗଶିଖରୀ)
Answer:
ପୁଷ୍ପପୁର

Question ୬ |
କାହାଠାରେ ବଦାନ୍ୟତାର ମହତ୍ତ୍ବ ବଢ଼ିଉଠେ ବୋଲି ପ୍ରାବନ୍ଧିକ କହିଛନ୍ତି ?
(ଧନୀ, ଦରିଦ୍ର, ବିତ୍ତଶାଳୀ, ଭୋଗୀ)
Answer:
ଦରିଦ୍ର

Question ୭ ।
ବନବାସୀ ନାରୀମାନଙ୍କର ଗତିକୁ ପ୍ରାବନ୍ଧିକ କାହା ସହିତ ତୁଳନା କରିଛନ୍ତି ?
(କୁଜୀ ହଂସୀ, ମାତଙ୍ଗିନୀ, ନିର୍ଝରିଣୀ, ହରିଣୀ)
Answer:
କୁଜୀ ହଂସୀ

Question ୮ |
ବନବାସୀମାନେ କାହାର ଅନୁଗ୍ରହ ଲୋଡ଼ନ୍ତି ?
(ବାରିବାହ, ପର୍ବତ, ପ୍ରକୃତି, ବନଲତା)
Answer:
ବାରିବାହ

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୯ ।
ଜଳଦର କୃପାରୁ କେଉଁଠାରେ ନବ ନୀଳିମା ଖେଳିବୁଲିବ କୁହାଯାଇଛି ?
(ଶାଳିକ୍ଷେତ୍ର, ବନଭୂମି, ମେଘାସନ, ଗନ୍ଧମାର୍ଦନ)
Answer:
ଶାଳିକ୍ଷେତ୍ର

Question ୧୦ ।
ନିର୍ଝରିଣୀ କେଉଁଠାରେ କ୍ରୀଡ଼ାରତ ବତ୍ସତରୀ ପରି ନାଚି ଉଠେ ?
(ଗିରିଦରୀ, ମହୋଦଧ, ସରିତ, ସାଗର)
Answer:
ଗିରିଦରୀ

Question ୧୧ ।
କେଉଁମାନଙ୍କଦ୍ୱାରା ପାଳିତ କଳାପୀର କେଳାରେ ବନଭୂମି ପୂର୍ଣ୍ଣ ହେବବୋଲି ଲେଖକ କହିଛନ୍ତି ?
(ଭଞ୍ଜନୃପ, ନବତରୁଣୀ, ନବଯୁବକ, ମଦାଳସା)
Answer:
ଭଞ୍ଜନୃପ

Question ୧୨ ।
ସମ୍ବଲପୁର ଅଞ୍ଚଳର ବଧୂମାନଙ୍କୁ କେଉଁ ଫୁଲ ପରି ହାସ୍ୟମୟୀ ବୋଲି କୁହାଯାଇଛି ?
(ଗୋଲାପ, ଶେଫାଳୀ, ପଦ୍ମ, ମନ୍ଦାର)
Answer:
ଶେଫାଳୀ

Question ୧୩ ।
ଉତ୍କଳର ଉତ୍ତମାଙ୍ଗ ବୋଲି ପ୍ରାବନ୍ଧିକ କାହାକୁ କହିଛନ୍ତି ?
(ସମ୍ବଲପୁର, କଟକ, ଭୁବନେଶ୍ଵର, ଗଞ୍ଜାମ)
Answer:
କଟକ

Question ୧୪ ।
କାହାର କୋଳାହଳ ପାଇଁ ନୀଳାଚଳନାଥଙ୍କ କାନରେ ଭକ୍ତର କାତର ଡାକ ପଡ଼େ ନାହିଁ ?
(ପ୍ରଭଞ୍ଜନ, ସିନ୍ଧୁ, ଝାଉଁବଣ, ଜନତା)
Answer:
ସିନ୍ଧୁ

Question ୧୫ ।
ସିନ୍ଧୁପାରି ସାଧବର ସ୍ମୃତି-ପୂତ ଭୂମି ବୋଲି କାହାକୁ କୁହାଯାଇଛି ?
(ସମ୍ବଲପୁର, କଟକ, ଜୟପୁର, ଭୁବନେଶ୍ଵର)
Answer:
ଜୟପୁର

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧରେ ପ୍ରାବନ୍ଧିକ କାହାକୁ ସ୍ବାଗତ କରିଛନ୍ତି ?
Answer:
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧରେ ପ୍ରାବନ୍ଧିକ ବାରିବାହକୁ ସ୍ବାଗତ କରିଛନ୍ତି ।

Question ୨।
ବାରିବାହର ସ୍ନିଗ୍‌ଧ କଜ୍ଵଳକାଣ୍ଡି କେଉଁଠାରେ ନେତ୍ରୋତ୍ସବ ସୃଷ୍ଟି କରିଛି ?
Answer:
ବାରିବାହାର ସ୍ନିଗ୍ଧ କଜ୍ଵଳକାନ୍ତି ପୁଷ୍ପପୁରରେ ନେତ୍ରୋତ୍ସବ ସୃଷ୍ଟି କରିଛି ।

Question ୩ ।
କେଉଁ ପଥରେ ବାରିବାହର ଆଗମନୀ ଶୁଭ ଶଙ୍ଖ ବାଜିଉଠୁଛି ?
Answer:
ବାତାୟନ ପଥରେ ବାରିବାହର ଆଗମନୀ ଶୁଭ ଶଙ୍ଖ ବାଜିଉଠୁଛି ।

Question ୪ ।
ବହୁ ଦିନପରେ ବାରିବାହର ଶୁଭ ଆଗମନରେ କେଉଁଠି ମଙ୍ଗଳକର ଓ ମଧୁମୟ ହୋଇଉଠିଛି ?
Answer:
ବହୁ ଦିନପରେ ବାରିବାହର ଶୁଭ ଆଗମନରେ ପୁଷ୍ପପୁର ମଙ୍ଗଳକର ଓ ମଧୁମୟ ହୋଇଉଠିଛି ।

Question ୫ ।
କାହାର ସ୍ପର୍ଶରେ ପୁଷ୍ପପୁର ସଜୀବ ଓ ଶ୍ୟାମଳ ହୋଇଉଠିବ ବୋଲି କୁହାଯାଇଛି ?
Answer:
ବାରିବାହର ସ୍ପର୍ଶରେ ପୁଷ୍ପପୁର ସଜୀବ ଓ ଶ୍ୟାମଳ ହୋଇଉଠିବ ବୋଲି କୁହାଯାଇଛି ।

Question ୬ ।
ବାରିବାହର ସ୍ପର୍ଶରେ କେଉଁ ପୁର ସଜୀବ ଓ ଶ୍ୟାମଳ ହୋଇଉଠିବ ବୋଲି ଲେଖକ କହିଛନ୍ତି ?
Answer:
ବାରିବାହର ସ୍ପର୍ଶରେ ପୁଷ୍ପପୁର ସଜୀବ ଓ ଶ୍ୟାମଳ ହୋଇଉଠିବ ବୋଲି ଲେଖକ କହିଛନ୍ତି ।

Question ୭।
ବିତାଡ଼ିତ ବିରହୀ ଯକ୍ଷ ବାରିଦକୁ କେଉଁଥରେ ପୂଜା କରିଥିଲା ?
Answer:
ବିତାଡ଼ିତ ବିରହୀ ଯକ୍ଷ ବାରିଦକୁ ପୁଷ୍ପ ଅର୍ଘ୍ୟରେ ପୂଜା କରିଥିଲା ।

Question ୮।
ଅଳକାପୁରୀରେ ଥ‌ିବା ପ୍ରିୟା ପାଖକୁ କିଏ ଉଦନ୍ତ ପଠାଇଥିଲା ?
Answer:
ଅଳକାପୁରୀରେ ଥ‌ିବା ପ୍ରିୟା ପାଖକୁ ବିରହୀ ଯକ୍ଷଟିଏ ଉଦନ୍ତ ପଠାଇଥିଲା ।

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୯।
ବିରହୀ ଯକ୍ଷ କାହା ହସ୍ତରେ ଉଦନ୍ତ ପଠାଇଥିଲା ?
Answer:
ବିରହୀ ଯକ୍ଷ ବାରିଦ ହସ୍ତରେ ଉଦନ୍ତ ପଠାଇଥିଲା ।

Question ୧୦ ।
ବ୍ୟକ୍ତିବିଶେଷର ଲାଭ କ୍ଷତିରେ କିଏ ବିଚଳିତ ହୁଏ ନାହିଁ ?
Answer:
ବ୍ୟକ୍ତିବିଶେଷର ଲାଭକ୍ଷତିରେ ଭ୍ରମ୍ୟମାଣ ଉଦାସୀନା ଧରଣୀ ବିଚଳିତ ହୁଏ ନାହିଁ ।

Question ୧୧ ।
କାହାର ଅଭାବରେ ଉତ୍କଳରେ ହାହାକାର ପଡ଼ିଛି ?
Answer:
କଳର ଅଭାବରେ ଉତ୍କଳରେ ହାହାକାର ପଡ଼ିଛି ।

Question ୧୨ ।
ପୁଷ୍ପପୁରରେ ସ୍ଵକର୍ମ ସାରି କେଉଁ ପଥରେ ଗତି କରିବାକୁ ବାରିଦକୁ ଲେଖକ ନିବେଦନ କରିଛନ୍ତି ?
Answer:
ପୁଷ୍ପପୁରରେ ସ୍ଵକର୍ମ ସାରି ଉତ୍କଳ ପଥରେ ଗତି କରିବାକୁ ବାରିଦକୁ ଲେଖକ ନିବେଦନ କରିଛନ୍ତି ।

Question ୧୩ ।
ଲେଖକ ଧୂମ, ଜ୍ୟୋତି ଓ ସଲିଳ ହୋଇ ଜଳଦ ସହ ମିଶି ବାତାୟନ ପଥରେ ଉଡ଼ିଯାଇ କାହାକୁ ଚିହ୍ନାଇବାକୁ ଇଚ୍ଛା କରିଛନ୍ତି ?
Answer:
ଲେଖକ ଧୂମ, ଜ୍ୟୋତି ଓ ସଲିଳ ହୋଇ ଜଳଦ ସହ ମିଶି ବାତାୟନ ପଥରେ ଉଡ଼ିଯାଇ ଜନ୍ମଭୂମିକୁ ଚିହ୍ନାଇବାକୁ ଇଚ୍ଛା କରିଛନ୍ତି ।

Question ୧୪ ।
ପଥ ପ୍ରଦର୍ଶକ ବିନା କେଉଁ ଭୂମିକୁ ଚିହ୍ନିବାପାଇଁ ଜଳଦର ଭ୍ରମ ହେବନାହିଁ ବୋଲି କୁହାଯାଇଛି ?
Answer:
ପଥ ପ୍ରଦର୍ଶକ ବିନା ଉତ୍କଳ ଭୂମିକୁ ଚିହ୍ନିବାପାଇଁ ଜଳଦର ଭ୍ରମ ହେବ ନାହିଁ ବୋଲି କୁହାଯାଇଛି ।

Question ୧୫ ।
ଗୋପାଙ୍ଗନାମାନେ ଅପାଙ୍ଗ ଘନଶ୍ୟାମଙ୍କ ରୂପସୁଧା ପାନ କଲାପରି ଉତ୍କଳର କୋଟି ନେତ୍ର କାହାର ରୂପ ସୁଧା ପାନ କରିବେ ବୋଲି ପ୍ରାବନ୍ଧିକ ଭାବିଛନ୍ତି ?
Answer:
ଗୋପାଙ୍ଗନାମାନେ ଅପାଙ୍ଗ ଘନଶ୍ୟାମଙ୍କ ରୂପସୁଧା ପାଳନ କଲାପରି ଉତ୍କଳର କୋଟି ନେତ୍ର ଜଳଦର ରୂପ ସୁଧା ପାନ କରିବେ ବୋଲି ପ୍ରାବନ୍ଧିକ ଭାବିଛନ୍ତି ।

Question ୧୬ ।
ଲେଖକ କେଉଁମାନଙ୍କୁ ନିରାଶ ନ କରି ବଦାନ୍ୟତା ଆରମ୍ଭ କରିବାକୁ ଜଳଦକୁ ଅନୁରୋଧ କରିଛନ୍ତି ?
Answer:
ଦରିଦ୍ର ବନବାସୀମାନଙ୍କୁ ନିରାଶ ନକରି ବଦାନ୍ୟତା ଆରମ୍ଭ କରିବାକୁ ଲେଖକ ଜଳଦକୁ ଅନୁରୋଧ କରିଛନ୍ତି ।

Question ୧୭ ।
ଶାଳିକ୍ଷେତ୍ର ଦେଖି କେଉଁମାନଙ୍କ ମନ ଆତଙ୍କରେ ଥରି ଉଠୁଥ୍ ?
Answer:
ଶାଳିକ୍ଷେତ୍ର ଦେଖି ବନବାସୀମାନଙ୍କ ମନ ଆତଙ୍କରେ ଥରି ଉଠୁଥବ ।

Question ୧୮ ।
ଗୋ-ପଲର ଗଳଘଣ୍ଟି ଓ ଗୋପାଳର ବେଣୁସୁନ ଶୁଣି ଜଳଦ କେଉଁ ସ୍ଥାନର ସୀମା ବୋଲି ଜାଣିପାରିବ ?
Answer:
ଗୋପଲର ଗଳଘଣ୍ଟି ଓ ଗୋପାଳର ବେଣୁସ୍ଵନ ଶୁଣି ଜଳଦ ଗ୍ରାମ ସୀମା ବୋଲି ଜାଣିପାରିବ ।

Question ୧୯ ।
ନବଯୁବକମାନଙ୍କ ବେଣୁନର ଅନୁକୃତିରେ ଲଳନା କଣ୍ଠର ଐକତାନିକ ଲଳିତ ସ୍ଵର କାହାକୁ ଭସାଇ ଦିଏ ?
Answer:
ନବଯୁବକମାନଙ୍କ ବେଣୁପ୍ସନର ଅନୁକୃତିରେ ଲଳନା କଣ୍ଠର ଐକତାନିକ ଲଳିତ ସ୍ଵର ବନଭୂମିକୁ ଭସାଇ ଦିଏ ।

Question ୨୦ ।
ଉତ୍କଳୀୟ ଲଳନାଙ୍କର ଗତିକୁ କାହା ସହିତ ତୁଳନା କରାଯାଇଛି ?
Answer:
ଉତ୍କଳୀୟ ଲଳନାମାନଙ୍କ ଗତିକୁ ନିର୍ଝରିଣୀ ସହ ତୁଳନା କରାଯାଇଛି ।

Question ୨୧ ।
କିଏ ମଦାଳସା ହୋଇ ମାତଙ୍ଗିନୀ ପରି ଚାଲନ୍ତି ନାହିଁ ?
Answer:
ବନବାସୀ ନାରୀମାନେ ମଦାଳସା ହୋଇ ମାତଙ୍ଗିନୀ ପରି ଚାଲନ୍ତି ନାହିଁ ।

Question ୨୨ ।
ବନବାସୀମାନଙ୍କର କାହାର ଅନୁଗ୍ରହ ଆବଶ୍ୟକ ?
Answer:
ବନବାସୀମାନଙ୍କର ଜଳଦର ଅନୁଗ୍ରହ ଆବଶ୍ୟକ ।

Question ୨୩ ।
ଜଳଦକୁ ଅବିରତ ବାରିପାତ କରିବାକୁ ଲେଖକ କାହିଁକି ନିବେଦନ କରିଛନ୍ତି ?
Answer:
ବନଭୂମିକୁ ଶ୍ୟାମଳ ଓ ଉଜ୍ଜଳ କରିବା ପାଇଁ ଜଳଦକୁ ଅବିରତ ବାରିପାତ କରିବାକୁ ଲେଖକ ନିବେଦନ କରିଛନ୍ତି ।

Question ୨୪ ।
ଜଳଦର କୃପା ହେଲେ ଶାଳିକ୍ଷେତ୍ରରେ କ’ଣ ଖେଳିବୁଲିବ ବୋଲି ଲେଖକ କହିଛନ୍ତି ?
Answer:
ଜଳଦର କୃପା ହେଲେ ଶାଳିକ୍ଷେତ୍ରରେ ନବନୀଳିମା ଖେଳିବୁଲିବ ବୋଲି ଲେଖକ କହିଛନ୍ତି ।

Question ୨୫ ।
ଜଳଦର କୃପା ହେଲେ ନିର୍ଝରିଣୀ କେଉଁଠାରେ କିପରି ନାଚି ଉଠିବ ?
Answer:
ଜଳଦର କୃପା ହେଲେ ନିର୍ଝରଣୀ ଗିରିଦରୀରେ କ୍ରୀଡ଼ାରତ ବତ୍ସତରୀ ପରି ନାଚି ଉଠିବ ।

Question ୨୬ ।
କଦମ୍ବ ପୁଲକରେ କ’ଣ ହୋଇଉଠିବ ବୋଲି କୁହାଯାଇଛି ?
Answer:
କଦମ୍ବ ଫୁଲକରେ କଣ୍ଟକିତ ହୋଇଉଠିବ ବୋଲି କୁହାଯାଇଛି ।

Question ୨୭ ।
କୃଷ୍ଣଚୂଡ଼ା କ’ଣ ଦେଖୁ ନବତରୁଣୀ ପରି ଲଜ୍ଜାରୁଣ ହୋଇପଡ଼ିବ ?
Answer:
କୃଷ୍ଣଚୂଡ଼ା ନିଜ ତରୁଣ ତନୁକୁ ଦେଖି ନବତରୁଣୀ ପରି ଲଜ୍ଜାରୁଣ ହୋଇପଡ଼ିବ ।

Question ୨୮ ।
କେଉଁ ପ୍ରପାତରେ କ୍ରୀଡ଼ା କରିବାକୁ ଜଳଦକୁ ପ୍ରାବନ୍ଧିକ ନିବେଦନ କରିଛନ୍ତି ?
Answer:
ଖଣ୍ଡାଧାର ଓ ଦେବଗଡ଼ ପ୍ରପାତରେ କ୍ରୀଡ଼ା କରିବାକୁ ଜଳଦକୁ ପ୍ରାବନ୍ଧିକ ନିବେଦନ କରିଛନ୍ତି ।

Question ୨୯ ।
ମେଘାସନ, ଗନ୍ଧମାର୍ଦ୍ଦନ ଓ ମାଲ୍ୟଗିରିର ମହାବନରେ ଭ୍ରମୁ ଭ୍ରମୁ ଜଳଦ କ’ଣ କରିବ ?
Answer:
ମେଘାସନ, ଗନ୍ଧମାର୍ଦ୍ଦନ ବା ମାଲ୍ୟଗିରିର ମହାବନରେ ଭ୍ରମୁ ଭ୍ରମୁ ଜଳଦ କ୍ଳାନ୍ତି ଆସିଲେ ଅବସର ନେବ ।

Question ୩୦ ।
କେଉଁ ମହାବନରେ ଅସରନ୍ତି ଭଣ୍ଡାର ଲୁଚି ରହିଛି ?
Answer:
ଖଣ୍ଡାଧାର, ଦେବଗଡ଼ ଆଦି ମହାବନରେ ଅସରନ୍ତି ଭଣ୍ଡାର ଲୁଚି ରହିଛି ।

Question ୩୧ ।
ଦୁଃଖିନୀ ଜନନୀ କାହାର ଭୟରେ ଅସରତି ଭଣ୍ଡାର ମହାବନରେ ଲୁଚାଇ ରଖିଛି ?
Answer:
ଦୁଃଖିନୀ ଜନନୀ ଅଯୋଗ୍ୟ ସନ୍ତାନମାନଙ୍କ ଭୟରେ ଅସରନ୍ତି ଭଣ୍ଡାର ମହାବନରେ ଲୁଚାଇ ରଖିଛି ।

Question ୩୨ ।
ଉତ୍କଳବାସୀ କେଉଁ ନଦୀର ତୀରରେ ବସି ପିପାସୀ ହୋଇଛନ୍ତି ?
Answer:
ଉତ୍କଳବାସୀ ଭାଗୀରଥୀ ନଦୀର ତୀରରେ ବସି ପିପାସୀ ହୋଇଛନ୍ତି ।

Question ୩୩ ।
ଉତ୍କଳବାସୀ କାହା ଉପରେ ବସି ଉପବାସୀ ହୋଇଛନ୍ତି ?
Answer:
ଉତ୍କଳବାସୀ ରତ୍ନସ୍ତୂପରେ ବସି ଉପବାସୀ ହୋଇଛନ୍ତି ।

Question ୩୪ ।
ସୂକ୍ଷ୍ମଶାଳିର ଗନ୍ତାଘର କିଏ ?
Answer:
ସୂକ୍ଷ୍ମଶାଳିର ଗନ୍ତାଘର ସମ୍ବଲପୁର ।

Question ୩୫ ।
କେଉଁ ନଦୀ ଉପଳ ଶଯ୍ୟାରେ ଯାଉ ଯାଉ ସ୍ପର୍ଷରେଣୁ ଢାଳିଦିଏ ?
Answer:
ତତ୍ନୀ ମହାନଦୀ ଉପଳ ଶଯ୍ୟାରେ ଯାଉ ଯାଉ ସ୍ପର୍ଶରେଣୁ ଢାଳିଦିଏ ।

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୩୬ ।
କେଉଁ ଅଞ୍ଚଳର ନରନାରୀମାନଙ୍କୁ ଦୁଃଖ ଦୈନ୍ୟରେ ମଧ୍ୟ ବିଷାଦକାଳିମା ଛୁଏଁ ନାହିଁ ?
Answer:
ସମ୍ବଲପୁର ଅଞ୍ଚଳର ନରନାରୀମାନଙ୍କୁ ଦୁଃଖ ଦୈନ୍ୟରେ ମଧ୍ୟ ବିଷାଦ କାଳିମା ଛୁଏଁ ନାହିଁ ।

Question ୩୭ ।
ଉତ୍କଳର ଉତ୍ତମାଙ୍ଗ ବୋଲି ଲେଖକ କାହାକୁ କହିଛନ୍ତି ?
Answer:
ଉତ୍କଳର ଉତ୍ତମାଙ୍ଗ ବୋଲି ଲେଖକ କଟକକୁ କହିଛନ୍ତି ।

Question ୩୮ ।
ଗର୍ବିତ ଗଜପତିର ରାଜଧାନୀ ବୋଲି କାହାକୁ କୁହାଯାଇଛି ?
Answer:
ଗର୍ବିତ ଗଜପତିର ରାଜଧାନୀ ବୋଲି କଟକକୁ କୁହାଯାଇଛି ।

Question ୩୯ ।
କେଉଁଠାରୁ ଅଜେୟ ବାହିନୀ ଝଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତରକୁ ଗତି କରି ଚାଲୁଥୁଲେ ?
Answer:
କଟକରୁ ଅଜେୟ ବାହିନୀ ଝଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତରକୁ ଗତିକରି ଚାଲୁଥୁଲେ ।

Question ୪୦ ।
କେଉଁ କଟକର ସ୍ମୃତି ଆଜି ମୃତ୍ତିକାରେ ଅବଲୁପ୍ତ ?
Answer:
ସ୍ମୃତିପୂତ ବିଡ଼ାନାସୀ କଟକର ସ୍ମୃତି ଆଜି ମୃତ୍ତିକାରେ ଅବଲୁପ୍ତ ।

Question ୪୧ ।
ବାରବାଟୀର ସ୍ଖଳିତ ପ୍ରସ୍ତରରେ କ’ଣ ଆଜିଯାଏ ଲାଗି ରହିଛି ?
Answer:
ବାରବାଟୀର ସ୍ଖଳିତ ପ୍ରସ୍ତରରେ ତା’ର ସ୍ମୃତି ଓ କୀର୍ତ୍ତି ଆଜିଯାଏ ଲାଗି ରହିଛି ।

Question ୪୩ ।
କେଉଁଠାରେ ଉତ୍କଳର କବି, ଜ୍ଞାନୀ, ଗୁଣୀ ଓ କର୍ମୀ ଉଜାଗର ରହି ଜ୍ଞାନଦୀପ ଜାଳିଥିଲେ ?
Answer:
କଟକରେ ଉତ୍କଳର କବି, ଜ୍ଞାନୀ, ଗୁଣୀ ଓ କର୍ମୀ ଉଜାଗର ରହି ଜ୍ଞାନଦୀପ ଜାଣିଥିଲେ ।

Question ୪୪ ।
କାହାକୁ ସ୍ମୃ ତିର ଶ୍ମଶାନ ବୋଲି କୁହାଯାଇଛି ?
Answer:
ଭୁବନେଶ୍ୱରକୁ ସ୍ମୃତିର ଶ୍ମଶାନ ବୋଲି କୁହାଯାଇଛି ।

Question ୪୫ ।
କିଏ ଉତ୍କଳ ଭୂମିର ମାନଦଣ୍ଡ ପରି ଦଣ୍ଡାୟମାନ ବୋଲି ଲେଖକ କହିଛନ୍ତି ?
Answer:
ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଉତ୍କଳ ଭୂମିର ମାନଦଣ୍ଡ ପରି ଦଣ୍ଡାୟମାନ ବୋଲି ଲେଖକ କହିଛନ୍ତି ।

Question ୪୬ ।
ବାରିବାହ ବେଳାଭୂମିର ଶ୍ୟାମଳ ପଥରେ ଯିବାବେଳେ କେଉଁମାନେ ତା’ର ସ୍ବାଗତପାଇଁ ବାହାରି ଆସିବେ ବୋଲି କୁହାଯାଇଛି ?
Answer:
ବାରିବାହ ବେଳାଭୂମିର ଶ୍ୟାମଳପଥରେ ଯିବାବେଳେ ପଲ୍ଲୀବାଳାମାନେ ତା’ର ସ୍ଵାଗତପାଇଁ ବାହାରି ଆସିବେ ବୋଲି କୁହାଯାଇଛି ।

Question ୪୭ ।
ଲେଖକ କାହାକୁ ଭୁବନମୋହନ ବୋଲି କହିଛନ୍ତି ?
Answer:
ଲେଖକ କୋଣାର୍କକୁ ଭୁବନମୋହନ ବୋଲି କହିଛନ୍ତି ।

Question ୪୮ ।
କିଏ ପ୍ଲାନ ଓ ଛିନ୍ନ ହୋଇ ବିଜନ ବେଳାରେ ପଡ଼ିରହିଛି ?
Answer:
ସ୍ବର୍ଗଚ୍ୟୁତ ପାରିଜାତ ପରି କୋଣାର୍କ ମ୍ଳାନ ଓ ଛିନ୍ନ ହୋଇ ବିଜନ ବେଳାରେ ପଡ଼ିରହିଛି ।

Question ୪୯ ।
କାହାକୁ ସ୍ଵର୍ଗଚ୍ୟୁତ ପାରିଜାତ ବୋଲି କୁହାଯାଇଛି ?
Answer:
କୋଣାର୍କକୁ ସ୍ୱର୍ଗଚ୍ୟୁତ ପାରିଜାତ ବୋଲି କୁହାଯାଇଛି ।

Question ୫୦ ।
କିଏ ଦୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ ?
Answer:
ମହାମନ୍ଦିର କୋଣାର୍କ ଦୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ ।

Question ୫୧ ।
କାହାକୁ ମହାମନ୍ଦିର ବୋଲି କୁହାଯାଇଛି ?
Answer:
କୋଣାର୍କକୁ ମହାମନ୍ଦିର ବୋଲି କୁହାଯାଇଛି ।

Question ୫୨ ।
ଘନ ଅତୀତର ମ୍ଳାନ ଶ୍ମଶାନ ବୋଲି ଲେଖକ କାହାକୁ ଅଭିହିତ କରିଛନ୍ତି ?
Answer:
ଘନ ଅତୀତର ମ୍ଳାନ ଶ୍ମଶାନ ବୋଲି ଲେଖକ କୋଣାର୍କକୁ ଅଭିହିତ କରିଛନ୍ତି ।

Question ୫୩ ।
ନୀଳାଚଳ ପଥରେ ଯାଉଁ ଯାଉଁ କାହାର ଧବଳିତ ସଦନଠାରେ ନବଘନ କ୍ଷଣକାଳ ସ୍ତସ୍ଥିତ ହୋଇ ରହିଯିବାକୁ ଲେଖକ ଘନକୁ କହିଛନ୍ତି ?
Answer:
ନୀଳାଚଳ ପଥରେ ଯାଉଁ ଯାଉଁ ସାକ୍ଷୀଗୋପାଳଙ୍କ ଧବଳିତ ସଦନଠାରେ ନବଘନ କ୍ଷଣକାଳ ସ୍ତମ୍ବିତ ହୋଇ ରହିଯିବାକୁ ଲେଖକ ଘନକୁ କହିଛନ୍ତି ।

Question ୫୪ ।
ସାକ୍ଷୀଗୋପାଳରେ କିଏ ଉନ୍ନତ ଉତ୍କଳର ସ୍ଵପ୍ନ ଦେଖିଥିଲେ ?
Answer:
ସାକ୍ଷୀଗୋପାଳରେ ଉତ୍କଳମଣି ଗୋପବନ୍ଧୁ ଦାସ ଉନ୍ନତ ଉତ୍କଳର ସ୍ବପ୍ନ ଦେଖିଥିଲେ ।

Question ୫୫ ।
କାହାକୁ ଉତ୍କଳର ମହାନିଶାରେ ଧ୍ରୁବ ଜ୍ୟୋତି ବୋଲି କୁହାଯାଇଛି ?
Answer:
ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଉତ୍କଳର ମହାନିଶାରେ ଧ୍ରୁବ ଜ୍ୟୋତି ବୋଲି କୁହାଯାଇଛି ।

Question ୫୬ ।
କାହାକୁ ଦଧୀଚି ବୋଲି ଲେଖକ ଅଭିହିତ କରିଛନ୍ତି ?
Answer:
ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଦଧୀଚି ବୋଲି ଲେଖକ ଅଭିହିତ କରିଛନ୍ତି ।

Question ୫୭ ।
ଉତ୍କଳ କମଳର କେଶର କିଏ ?
Answer:
ଉତ୍କଳ କମଳର କେଶର ହେଉଛି ନୀଳାଚଳ ।

Question ୫୮ ।
କିଏ ଉତ୍କଳର ଇତିହାସ ?
Answer:
ଜଗନ୍ନାଥ ହିଁ ଉତ୍କଳର ଇତିହାସ ।

Question ୫୯ ।
କେଉଁମାନଙ୍କୁ ଦକ୍ଷିଣାଶାପଥ-ପ୍ରହରୀ ବୋଲି କୁହାଯାଇଛି ?
Answer:
ଗଞ୍ଜାମ ଓ ଜୟପୁରବାସୀଙ୍କୁ ଦକ୍ଷିଣାଶ ପଥ-ପ୍ରହରୀ ବୋଲି କୁହାଯାଇଛି ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଠିକ୍ ଉତ୍ତର ପାଇଁ ୧ ନମ୍ବର ରହିବ ।

ପ୍ରବନ୍ଧ – ପୁଷ୍ପପୁରରେ ବର୍ଷାବରଣ, ପ୍ରାବନ୍ଧିକ – କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

Question ୧ ।
ବାରିବାହର ଆଗମନ ପରେ ପୁଷ୍ପପୁର କିପରି ହୋଇଉଠିବ ?
Answer:
ବାରିବାହର ଆଗମନ ପରେ ପୁଷ୍ପପୁର ଅଚିରେ ସଜୀବ ଓ ଶ୍ୟାମଳ ହୋଇଉଠିବ ।

Question ୨ ।
ଲେଖକ କେଉଁଠାରେ ଏବଂ କାହାର ଆଗମନୀର ଶୁଭ ଶଙ୍ଖ ଶୁଣି ପାରିଛନ୍ତି ?
Answer:
ଲେଖକ ପ୍ରାସାଦ ବାତାୟନ ପଥରେ ବାରିବାହର ଆଗମନୀରେ ଶତ ଶୁଭ ଶଙ୍ଖ ଶୁଣି ପାରିଛନ୍ତି ।

Question ୩ ।
ବହୁଦିନ ପରେ ଦୂରବନ୍ଧୁର ଶୁଭ ଆଗମନରେ ପୁଷ୍ପପୁର କ’ଣ ହୋଇ ଉଠିଛି ?
Answer:
ବହୁଦିନ ପରେ ଦୂରବନ୍ଧୁର ଶୁଭ ଆଗମନରେ ପୁଷ୍ପପୁର ମଙ୍ଗଳକର ଓ ମଧୁମୟ ହୋଇଉଠିଛି ।

Question ୪ ।
ଭ୍ରାମ୍ୟମାଣା ଉଦାସୀନା ଧରଣୀ କେଉଁଥ‌ିରେ ବିଚଳିତ ହୁଏ ନାହିଁ ?
Answer:
ଭ୍ରାମ୍ୟମାଣା ଉଦାସୀନ ଧରଣୀ ବ୍ୟକ୍ତିବିଶେଷର ଲାଭକ୍ଷତିରେ ବିଚଳିତ ହୁଏ ନାହିଁ ।

Question ୫ ।
କ’ଣ ଊଣା ହେଲେ ସେ ଆଉ ବାସଭୂମି ହୋଇ ରହିପାରିବ ନାହିଁ ବୋଲି କୁହାଯାଇଛି ?
Answer:
ବାୟୁ, ସଲିଳ, ଆଲୋକ ଓ ଉତ୍ତାପ ପାଇଁ ସେ ଜୀବମାନଙ୍କର ବାସଭୂମି ହୋଇଛି, ସେଥୁରୁ ଗୋଟିଏ ଊଣା ହେଲେ ସେ ଆଉ ବାସଭୂମି ହୋଇ ରହିପାରିବ ନାହିଁ ବୋଲି କୁହାଯାଇଛି ।

Question ୬ ।
ଲେଖକ କ’ଣ ହୋଇ ଜଳଦ ସହ ମିଶିବାକୁ ଇଚ୍ଛା କରିଛନ୍ତି ?
Answer:
ଲେଖକ ଧୂମ, ଜ୍ୟୋତି ବା ସଲିଳ ହୋଇ ଜଳଦ ସହ ମିଶିବାକୁ ଇଚ୍ଛା କରିଛନ୍ତି ।

Question ୭ ।
‘ସୁଜଳା ସୁଫଳା ଶସ୍ୟ ଶ୍ୟାମଳା’ ଉତ୍କଳ ଭୂମିର ଅବସ୍ଥା ଆଜି କିପରି ହୋଇଛି ?
Answer:
ସୁଜଳା, ସୁଫଳା, ଶ୍ୟାମଳା ଉତ୍କଳଭୂମି ଆଜି ପତିତା, ଲାଞ୍ଛିତା ଓ ଖଣ୍ଡିତା ହୋଇଛି ।

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୮ ।
ଜଳଦ କିପରି ବିଶୋଭିତ ହୋଇ ଉତ୍କଳ ଆକାଶରେ ଆବିର୍ଭୂତ ହେବାକୁ ଲେଖକ ଅନୁରୋଧ କରିଛନ୍ତି ?
Answer:
ବିଜୁଳି ବିମଣ୍ଡିତ ଓ ବଳକା-ବିଶୋଭିତ ହୋଇ ଜଳଦ ଉତ୍କଳ ଆକାଶରେ ଆବିର୍ଭୂତ ହେବାକୁ ଲେଖକ ଅନୁରୋଧ କରିଛନ୍ତି ।

Question ୯ ।
ଦରିଦ୍ର ବନବାସୀମାନଙ୍କୁ ନିରାଶ ନ କରି କ’ଣ କରିବାକୁ ଜଳଦକୁ ଲେଖକ ଅନୁରୋଧ କରିଛନ୍ତି ?
Answer:
ଦରିଦ୍ର ବନବାସୀମାନଙ୍କୁ ନିରାଶ ନ କରି, ତାହାର ବଦାନ୍ୟତା ସେମାନଙ୍କଠାରେ ଆରମ୍ଭ କରିବାକୁ ଜଳଦକୁ ଲେଖକ ଅନୁରୋଧ କରିଛନ୍ତି ।

Question ୧୦ ।
କେଉଁ ଭୂମିର ନରନାରୀଙ୍କ ସ୍ବେଦସିକ୍ତ ଶସ୍ୟକ୍ଷେତ୍ରରେ ଶାଳିଧାନ୍ୟ ଆକାଶକୁ ଚାହିଁ ଝାଉଁଳୁଥ‌ିବ ବୋଲି କୁହାଯାଇଛି ?
Answer:
ଟଙ୍କିଳ, ଅନୁର୍ବର, ଉଚ୍ଚବଚ ଭୂମିରେ ନରନାରୀଙ୍କର ସ୍ଵେଦସିକ୍ତ ଶସ୍ୟକ୍ଷେତ୍ରରେ ଶାଳିଧାନ୍ୟ ଆକାଶକୁ ଚାହିଁ ଝାଉଁଳୁଥବ ବୋଲି କୁହାଯାଇଛି ।

Question ୧୧ ।
ଶାଳିକ୍ଷେତ୍ର ଦେଖି ବନବାସୀମାନଙ୍କ ମନ ଆତଙ୍କକୁ ଲେଖକ କାହା ସହିତ ତୁଳନା କରିଛନ୍ତି ?
Answer:
ଶାଳିକ୍ଷେତ୍ର ଦେଖି ବନବାସୀମାନଙ୍କ ମନ ଆତଙ୍କକୁ ଲେଖକ, ରୋଗଶଯ୍ୟା ଶାୟିତ ପୁତ୍ରକନ୍ୟାଙ୍କୁ ଦେଖି ପିତାମାତାଙ୍କ ମନ ଯେପରି ଆତଙ୍କରେ ଥରିଉଠେ, ତାହା ସହିତ ତୁଳନା କରିଛନ୍ତି ।

Question ୧୨ ।
ଜଳଦ କ’ଣ ଶୁଣି ଓ କ’ଣ ଦେଖି ବନବାସୀମାନଙ୍କର ଗ୍ରାମର ସୀମା ଜାଣିପାରିବ ?
Answer:
ଗୋ-ପଲର ଗଳଘଣ୍ଟି ବା ଗୋପାଳର ବେଣୁପ୍ସନ ଶୁଣି ଓ କୁଟୀରରୁ ଉଦ୍‌ଗତ କୁଣ୍ଡଳୀଭୂତ ଧୂମ ଦେଖି ଜଳଦ ଗ୍ରାମର ସୀମା ଜାଣିପାରିବ ।

Question ୧୩ ।
ଜଳଦର ଭାଗ୍ୟରେ ଥିଲେ କେଉଁ କଥା ଆଖିରେ ପଡ଼ିଯିବ ବୋଲି ଲେଖକ କହିଛନ୍ତି ?
Answer:
ଜଳଦର ଭାଗ୍ୟରେ ଥିଲେ ସଂକୀର୍ଣ୍ଣ ପଥରେ ଶ୍ରେଣୀବଦ୍ଧ ନରନାରୀଙ୍କ ପ୍ରବାହ ଆଖ୍ୟାରେ ପଡ଼ିଯିବ ବୋଲି ଲେଖକ

Question ୧୪ ।
କେଉଁମାନେ ନିର୍ଝର ପରି ଗତି କରି ଚାଲୁଥ୍ ବୋଲି କୁହାଯାଇଛି ?
Answer:
ଭସାଇ ଶ୍ରେଣୀବଦ୍ଧ ବନବାସୀ ନରନାରୀମାନେ ନିର୍ଝର ପରି ଗତି କରି ଚାଲୁଥୁବେ ବୋଲି କୁହାଯାଇଛି ।

Question ୧୫ ।
ବାରିବାହ ! ଏ ସମସ୍ତେ ତୋର ବାନ୍ଧବୀ । କାହା ପ୍ରସଙ୍ଗରେ କୁହାଯାଇଛି ?
Answer:
ଯେଉଁ ବନବାସୀ ନାରୀମାନେ ସୁସ୍ଥ, ସବଳ ଓ ସୁବଳିତ ତନୁଲତାରେ ବନପୁଷ୍ପଭରା ଗଭାର ଶୋଭା ଧାରଣ କରି ସଂକୀର୍ଣ୍ଣ, ବନ୍ଧୁର, କର୍କଶ ଓ ଉରଗକୁଟିଳ ଗିରିପଥକୁ ହାସ୍ୟ ଓ ସଙ୍ଗୀତରେ ମୁଖର କରି ନିର୍ଝରିଣୀ ପରି ଗତି କରନ୍ତି, ସେହିମାନଙ୍କୁ ବାରିବାହର ବାନ୍ଧବୀ ବୋଲି କୁହାଯାଇଛି ।

Question ୧୬ ।
ବନବାସୀ ନାରୀଗଣ ଜଳଦକୁ ଅପରିଚିତ ଜାଣିଲେ କ’ଣ କରିବେ ବୋଲି କୁହାଯାଇଛି ?
Answer:
ବନବାସୀ ନାରୀଗଣ ଜଳଦକୁ ଅପରିଚିତ ଜାଣିଲେ ଉଚ୍ଚହାସ୍ୟରେ ବନଭୂମି କମ୍ପାଇଦେବେ ବୋଲି କୁହାଯାଇଛି ।

Question ୧୭ ।
ମାନବ ଜୀବନର ପରମ କାମ୍ୟ କ’ଣ ବୋଲି ଲେଖକ କହିଛନ୍ତି ?
Answer:
ସ୍ବେଦାର୍ଜିତ ଧନରେ ଉଦରପୋଷଣ, ସୁନ୍ଦର ସ୍ବାସ୍ଥ୍ୟ ଓ ନିର୍ମଳ ମନ ମାନବ ଜୀବନର ପରମ କାମ୍ୟ ।

Question ୧୮ ।
କ’ଣ ଶିଖିବାପାଇଁ ସଭ୍ୟ ସମାଜ ବନବାସୀମାନଙ୍କ ପାଖକୁ ଆସିବବୋଲି କୁହାଯାଇଛି ?
Answer:
ଜଗତରୁ ତସ୍କରତା ଲୋପ ପାଇଲେ, ମାନବିକତା ଶିଖିବାପାଇଁ ସଭ୍ୟସମାଜ ବନବାସୀମାନଙ୍କ ପାଖକୁ ଆସିବ ।

Question ୧୯ ।
ଜଳଦକୁ ଅବିରତ ବାରିପାତ କରିବାକୁ ଲେଖକ କାହିଁକି ଅନୁରୋଧ କରିଛନ୍ତି ?
Answer:
ଜଳଦକୁ ଅବିରତ ବାରିପାତ କରିବାକୁ ଲେଖକ ଅନୁରୋଧ କରିଛନ୍ତି, କାରଣ ବାରିପାତରେ ବନଭୂମି ଶ୍ୟାମଳ ଓ ଉଜ୍ଜ୍ବଳ ହୋଇଉଠିବ ।

Question ୨୦ ।
ଜଳଦକୁ କ୍ଳାନ୍ତି ଆସିଲେ ସେ କେଉଁଠାରେ ଅବସର ନେବ ?
Answer:
ଜଳଦକୁ କ୍ଳାନ୍ତି ଆସିଲେ ସେ ମେଘାସନ, ଗନ୍ଧମାର୍ଦନ ବା ମାଲ୍ୟଗିରିରେ ଅବସର ନେବ ।

Question ୩୧ ।
ମୂକମନ୍ଦିର କୋଣାର୍କର ମୁଖ ଫିଟିଲେ କ’ଣ ହୁଅନ୍ତା ?
Answer:
ମୂକମନ୍ଦିର କୋଣାର୍କର ମୁଖ ଫିଟିଲେ, ସେ ଅତୀତ ବିଭବର ଗାଥା କହି ବିଜନବେଳାକୁ ମୁଖରିତ କରିଦିଅନ୍ତା ।

Question ୩୨ ।
ଶତଶତାବ୍ଦୀ ଧରି ଜଗନ୍ନାଥଙ୍କଠାରେ ସବୁ ଏକାଧାରରେ କ’ଣ ପୁଞ୍ଜିଭୂତ ହୋଇଆସିଛି ?
Answer:
ଶତଶତାବ୍ଦୀ ଧରି ଜଗନ୍ନାଥଙ୍କଠାରେ ସବୁ ଏକାଧାରରେ ଶାନ୍ତି, ମୁକ୍ତି, ମୈତ୍ରୀ, ଭକ୍ତି ଓ ଭୀତି ପୁଞ୍ଜିଭୂତ ହୋଇଆସିଛି ।

Question ୩୩ ।
ନୀଳାଚଳ ନାଥ ଆଜିକାଲି କ’ଣ ବାଣ୍ଟିଦେଇ ନିଜେ କାଙ୍ଗାଳ ହୋଇ ବସିଛନ୍ତି ?
Answer:
ନୀଳାଚଳନାଥ ଆଜିକାଲି ଶାନ୍ତି ଓ ମୈତ୍ରୀ ସବୁ ବାଣ୍ଟିଦେଇ ନିଜେ କାଙ୍ଗାଳ ହୋଇ ବସିଛନ୍ତି ।

Question ୩୪ ।
ବାରିବାହର ଭୀମ ରୂପ ଦେଖି କେଉଁମାନେ ବାତାୟନ ପଥ ଛାଡ଼ି ପଳାଇଯିବେ ବୋଲି କୁହାଯାଇଛି ?
Answer:
ବାରିବାହର ଭୀମରୂପ ଦେଖି ଭୀରୁ ନୀଳାଚଳ ଲଳନାମାନେ ବାତାୟନ ପଥ ଛାଡ଼ି ପଳାଇଯିବେ ବୋଲି କୁହାଯାଇଛି ।

Question ୩୫ ।
ବାରିବାହ ନୀଳାଚଳଠାରୁ ଆରମ୍ଭ କରି ଉତ୍କଳର କେଉଁ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଯାଇ ତା’ର କର୍ମ ଶେଷ କରିବ ?
Answer:
ବାରିବାହ ନୀଳାଚଳଠାରୁ ଆରମ୍ଭକରି ଉତ୍କଳର ସମଗ୍ର ଉପକୂଳ ଓ ମାଳ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଯାଇ ଉତ୍କଳରେ ତା’ର ସ୍ଵକର୍ମ ଶେଷ କରିବ ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଠିକ୍ ଉତ୍ତର ପାଇଁ ୨ ନମ୍ବର ।

ପ୍ରବନ୍ଧ ପୁଷ୍ପପୁରରେ ବର୍ଷାବରଣ, ପ୍ରାବନ୍ଧିକ – କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ।

Question ୧।
ଇତିହାସର କେଉଁ ଅନାମ ଯୁଗର କଥା ଲେଖକ ଶୁଣିଥିଲେ ?
Answer:
ସ୍ଵର୍ଗପୁରରୁ ବିତାଡ଼ିତ ବିରହୀ ଯକ୍ଷଟିଏ ପୁଷ୍ପଅର୍ଘ୍ୟରେ ମେଘକୁ ପୂଜାକରି ଅଳକାପୁରୀର ପ୍ରିୟା ନିକଟକୁ ସେହି ମେଘ ହାତରେ ବାର୍ତ୍ତା ପଠାଇଥିଲା । ଇତିହାସର କେଉଁ ଅନାମ ଯୁଗର ଏହି କଥାକୁ ଲେଖକ ଶୁଣିଥିଲେ ।

Question ୨ ।
ଉତ୍କଳ ଭୂମିର ଦୁଇ ଦିଗର ବର୍ଣ୍ଣନା କର ।
Answer:
ପ୍ରାବନ୍ଧିକ ପୁଷ୍ପପୁରରେ ଥିଲାବେଳେ ମେଘକୁ ନିଜର ଜନ୍ମଭୂମିକୁ ପ୍ରେରଣ କରିଛନ୍ତି । ସେ କହିଛନ୍ତି, ଉତ୍କଳଭୂମି ଗୋଟିଏ ଦିଗରେ ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ ମହୋଦଧୂର ବେଳାରେ ବଳୟିତ ହୋଇଛି, ଆଉ ଅନ୍ୟ ଦିଗରେ ତୁଙ୍ଗଶିଖରୀ ସମାକୁଳ-ନିବିଡ଼ ବନରାଜିର ଅସରନ୍ତି ଶ୍ୟାମଶୋଭାରେ ଅପରୂପା ହୋଇଛି ।

Question ୩ ।
ଲେଖକଙ୍କ ଜନ୍ମଭୂମିର ରୂପଚିତ୍ର ଉପସ୍ଥାପନ କର ।
Answer:
ଲେଖକଙ୍କ ଜନ୍ମଭୂମିର ଗୋଟିଏ ଦିଗରେ ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ ମହୋଦଧୂର ବେଳାରେ ସେ ବଳୟିତ ହୋଇଛି, ଆଉ ଅନ୍ୟ ଦିଗରେ ତୁଙ୍ଗଶିଖରୀ ସମାକୁଳ-ନିବିଡ଼ ବନରାଜିର ଅସରନ୍ତି ଶ୍ୟାମ ଶୋଭାରେ ଅପୂର୍ବ ଶ୍ରୀଧାରଣ କରିଛି ।

Question ୪ ।
ନିଘଞ୍ଚ ବନ ମଧ୍ୟରେ ଥ‌ିବା ବନବାସୀମାନଙ୍କ ବାସଭୂମିକୁ ଜଳଦ କିପରି ଚିହ୍ନିପାରିବ ?
Answer:
ନିଘଞ୍ଚ ବନ ମଧ୍ୟରେ ଥ‌ିବା ବନବାସୀମାନଙ୍କ ବାସଭୂମିକୁ ଜଳଦ ସହକରେ ଚିହ୍ନିପାରିବ ନାହିଁ ବୋଳି ପ୍ରାବନ୍ଧିକ ବନବାସୀଙ୍କ ବାସଭୂମିର କେତେକ ସୂଚନା ଦେଇଛନ୍ତି । ସେ ଜଳଦକୁ କହିଛନ୍ତି, ଗୋ-ପଲର ଗଳଘଣ୍ଟି ବା ଗୋପାଳର ବେଣୁପ୍ସନ ଶୁଣି କିମ୍ବା କୁଟୀରରୁ ଉଦ୍‌ଗତ କୁଣ୍ଡଳୀଭୂତ ଧୂମ ଦେଖ୍ ଗ୍ରାମସୀମା ଜାଣିପାରିବୁ । ଅଥବା ସଂକୀର୍ଣ୍ଣ ପଥରେ ଶ୍ରେଣୀବଦ୍ଧ ନରନାରୀଙ୍କ ପ୍ରବାହ, ଅଗ୍ରସର ନବଯୁବକମାନଙ୍କ ବେଣୁସ୍ଵନର ଅନୁକୃତିରେ ଲଳନା କଣ୍ଠର ଐକତାନିକ ଲଳିତସ୍ୱରରେ ବନଭୂମିକୁ ନିନାଦିତ କରୁଥିଲେ, ସେଠାରେ ବନବାସୀଙ୍କ ବାସଭୂମିକୁ ଚିହ୍ନିପାରିବୁ ।

Question ୫।
କେଉଁମାନଙ୍କୁ ନିରାଶ ନ କରି ଅବିରତ ବାରିପାତ କରିବାକୁ ଲେଖକ ଜଳଦକୁ ଅନୁରୋଧ କରିଛନ୍ତି ?
Answer:
ବନବାସୀମାନେ ଜଳଦ ବ୍ୟତୀତ ଆଉ କାହାରି ଅନୁଗ୍ରହ ଲୋଡ଼ନ୍ତି ନାହିଁ । ସ୍ବେଦାର୍ଜିତ ଧନରେ ଉଦର ପୋଷଣ, ସୁନ୍ଦର ସ୍ବାସ୍ଥ୍ୟ ଓ ନିର୍ମଳ ମନ ସେମାନଙ୍କ ଜୀବନର କାମ୍ୟ ଥିବାରୁ ଏମାନଙ୍କୁ ନିରାଶ ନ କରି ଅବିରତ ବାରିପାତରେ ବନଭୂମିକୁ ଶ୍ୟାମଳ ଓ ଉଜ୍ଜ୍ବଳ କରିଦେବୁ ବୋଲି ମଧ୍ୟ କହିଛନ୍ତି ।

Question ୬ |
ମେଘାସନ, ଗନ୍ଧମାର୍ଦ୍ଦନ ଓ ମାଲ୍ୟଗିରିର ସଂକ୍ଷିପ୍ତ ଚିତ୍ର ଦିଅ ।
Answer:
ପ୍ରାବନ୍ଧିକ ମେଘକୁ ନିଜର ଜନ୍ମଭୂମିକୁ ପ୍ରେରଣ କରି, ମେଘାସନ, ଗନ୍ଧମାର୍ଦ୍ଦନ ଓ ମାଲ୍ୟାଗିରିରେ ଅବସର ନେବାକୁ କହିଛନ୍ତି । କାରଣ ଏହି ଗିରିସଙ୍କୁଳ ମହାବନରେ ମହାସଙ୍ଗୀତ ସଭ୍ୟଜଗତ ଶୁଣିନାହିଁ । ପୁନଶ୍ଚ ଏଥରେ ରହିଛି ଅସରନ୍ତି ରତ୍ନଭଣ୍ଡାର; ଯାହାକୁକି ଆଜିଯାଏ କେହି କଳି ନାହାଁନ୍ତି ।

Question ୭ ।
ସମ୍ବଲପୁର ଅଞ୍ଚଳର ନାରୀମାନଙ୍କ ବୈଶିଷ୍ଟ୍ୟ ଉପସ୍ଥାପନ କର ।
Answer:
ସମ୍ବଲପୁରର ନାରୀମାନେ ସଦାପ୍ରଫୁଲ୍ଲ; ସେମାନଙ୍କ ମନକୁ କେତେବେଳେ ହେଲେ ବିଷାଦର କାଳିମା ଛୁଏଁ ନାହିଁ । ରାତି ନ ପାହୁଣୁ, ଏଠାକାର ବଧୂମାନେ ସ୍ନାନସାରି ଶିଶିରସ୍ନାତ ଶେଫାଳୀ ପରି ହାସ୍ୟମୟୀ ହୋଇଉଠନ୍ତି । ଏମାନଙ୍କ ଅନଳସ ଚରଣରେ କମଳ ଫୁଟିଉଠେ ଓ କଳାକୁଶଳ କରସ୍ପର୍ଶରେ କ୍ଷୁଦ୍ରକୁଟୀର ସୁଦ୍ଧା ହସିଉଠେ ।

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୮ ।
କଟକର ବୈଶିଷ୍ଟ୍ୟ ଉପସ୍ଥାପନ କର ।
Answer:
କଟକ ସୌଧାବଳୀରେ ପରିପୂର୍ଣ୍ଣ ଯାହାକି ଉତ୍କଳର ଉତ୍ତମାଙ୍ଗ । ଏହା ପୂର୍ବରୁ ଗଜପତିଙ୍କର ରାଜଧାନୀ ଥୁଲା, ଆଉ ଏହିଠାରୁ ହିଁ ତା’ର ଅଜେୟ ବାହିନୀ ଝିଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତରକୁ ଗତିକରି ଚାଲିଥିଲା । ସ୍ମୃତିପୂତ ବିଡ଼ାନାସୀ, ବାରବାଟୀ ଆଦିର ସ୍ମୃତି ଓ କୀର୍ତ୍ତି ମର୍କତ କେଶରୀଙ୍କ ମହାକୀର୍ତ୍ତି ଆଜିଯାଏ ଚିତ୍ରୋତ୍ପଳାର ମେଖଳା ପରି ଦିଶୁଛି । ଏଠାରେ ବହୁ କବି, ଜ୍ଞାନୀ, ଗୁଣୀ ଓ କର୍ମୀ ଅଳ୍ପଦିନ ତଳେ ଉତ୍କଳର ମହାନିଶାରେ ଉଜାଗର ରହି ଜ୍ଞାନଦୀପ ଜାଳି ଯାଇଛନ୍ତି ।

Question ୯ ।
କୋଣାର୍କ ହୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ – ଆଲୋଚନା କର ।
Answer:
ମହୋଦଧୂର ତୁଙ୍ଗ ତରଙ୍ଗାବଳୀରୁ ଉଦ୍‌ଗତ ହେଲାଭଳି ବହୁଦୂରରୁ କୋଣାର୍କର କୃଷ୍ଣଚୂଡ଼ା ଦେଖାଯାଏ । କୋଣାର୍କ ହେଉଛି କାରୁକାର୍ଯ୍ୟ ବିମଣ୍ଡିତ ଭୁବନମୋହନ ସ୍ୱରୂପ । ସ୍ଵର୍ଗଚ୍ୟୁତ ପାରିଜାତ ପରି ତାହା ଆଜି ମ୍ଳାନ ଓ ଛିନ୍ନ ହୋଇ ବିଜନ ବେଳାରେ ପଡ଼ିରହିଛି । ପ୍ରାବନ୍ଧିକ କୋଣାର୍କ ସମ୍ବନ୍ଧରେ କହିଛନ୍ତି, ଏହି ମୂକ ମନ୍ଦିରର ଯଦି ମୁଖ ଫିଟନ୍ତା; ତେବେ ସେ ଅତୀତ ବିଭବର ଗାଥା କହି ବିଜନ ବେଳାକୁ ମୁଖରିତ କରିଦିଅନ୍ତା ।

Question ୧୦ ।
‘‘ଉତ୍କଳ କମଳର କେଶର’’ ବୋଲି କାହାକୁ କୁହାଯାଇଛି ଓ କାହିଁକି ?
Answer:
ନୀଳାଚଳକୁ ‘ଉତ୍କଳ କମଳର କେଶର’ ବୋଲି କୁହାଯାଇଛି କାରଣ, ଏଭଳି କହିବାର ଅର୍ଥ ସମଗ୍ର ଉତ୍କଳକୁ ଯଦି ଏକ କମଳ ସହିତ ତୁଳନା କରାଯାଏ, ତା’ହେଲେ ସେହି କମଳର କେଶର ହେଉଛି ନୀଳାଚଳଧାମ । କାରଣ ନିଜେ ଲୀଳାମୟ ଜଗନ୍ନାଥ ଏହାକୁ ବାସସ୍ଥଳୀ ଭାବେ ବାଛିଛନ୍ତି । ଇତିହାସକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ, ଜଗନ୍ନାଥ ହିଁ ଉତ୍କଳର ଇତିହାସ । ଶାନ୍ତି, ମୁକ୍ତି, ମୈତ୍ରୀ, ଭକ୍ତି ଓ ଭୀତି ସବୁ ଏକାଧାରରେ ଏହିଠାରେ ହିଁ ପୁଞ୍ଜୀଭୂତ ହୋଇ ରହିଛି ।

Question ୧୧ ।
ଗୋପବନ୍ଧୁଙ୍କ ରୂପଚିତ୍ର ଦିଅ ।
Answer:
ପ୍ରାବନ୍ଧିକ ଉତ୍କଳମଣି ଗୋପବନ୍ଧୁଙ୍କର ଜୀବନ ଓ କର୍ମମୟ ସାଧନାକୁ ଅତି ସୂଚନାତ୍ମକ ଓ ଅନୁଶୀଳନାତ୍ମକ ଭାବରେ ପ୍ରକାଶ କରିଛନ୍ତି । ଗୋପବନ୍ଧୁଙ୍କର ରୂପଚିତ୍ର ଦେଇ ସେ କହିଛନ୍ତି, ‘ସେ ଥିଲେ ଶ୍ମଶୁଳ, ଅଶୁଳ, ଖର୍ବ, କ୍ଷମ ମନୁଷ୍ୟଟିଏ, ଯେକି ବକୁଳ ବନରେ କୁଟୀର ରଚି ବନବିଦ୍ୟାଳୟ ଗଠନ କରି ଓଡ଼ିଶାର ଭବିଷ୍ୟତ ଗଠନ କରିବାର ସଂକଳ୍ପ ନେଇଥିଲେ ।’’

Question ୧୨ ।
ଗଞ୍ଜାମ ଓ ଜୟପୁରର ଅତୀତ ଐତିହ୍ୟ ଉପସ୍ଥାପନ କର ।
Answer:
ଗଞ୍ଜାମ ଓ ଜୟପୁର, ଉତ୍କଳ ଖଣ୍ଡିତ ଥିଲାବେଳେ, ଏମାନେ ଦକ୍ଷିଣାଶାପଥର-ପ୍ରହରୀ ରୂପେ ଜାଗ୍ରତ ହୋଇ ରହିଥିଲେ । ସିନ୍ଧୁପାରି-ସାଧବ ସ୍ମୃତି-ପୂତ ଏ ଭୂମିରେ ଜାଗ୍ରତ ଜନତା ଭାବରେ ରହିଥିଲେ । ଫଳରେ ନୌବାଣିଜ୍ୟ କରି

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧।
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧର ସାରମର୍ମ ଲେଖ ।
Answer:
ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜଣେ ଭାରତ ବିଖ୍ୟାତ ପ୍ରତ୍ନତତ୍ତ୍ୱବିଦ୍ ଓ ଐତିହାସିକ । ମାଟି, ପଥର, ମୂର୍ତ୍ତି, ମନ୍ଦିର, ସ୍ତୂପ ମଧ୍ୟରୁ ମାନବଜାତିର ଇତିହାସ ଅନୁସନ୍ଧାନ କରିବା ଥିଲା ତାଙ୍କର କାର୍ଯ୍ୟ । କର୍ତ୍ତବ୍ୟ ଆହ୍ଵାନରେ ସେ ରହିଥିଲେ ପାଟନାଠାରେ; ଯାହାକି ପୁଷ୍ପପୁର ଭାବରେ ପରିଚିତ । ସେ ନୂଆମେଘକୁ ଦେଖି, ନିଜର ଜନ୍ମଭୂମି ଓଡ଼ିଶା କଥା ମନେ ପକାଇଛନ୍ତି । ନିଦାଘକ୍ଳିଷ୍ଟ ଓଡ଼ିଶାକୁ ମେଘ ଯାଇ ସବୁଜ ଶ୍ୟାମଳ ଓ ଶସ୍ୟବିମଣ୍ଡିତ କରିବ ବୋଲି ସେ ଆଶାପୋଷଣ କରିଛନ୍ତି । ସେଭଳି ଆଶାରୁ ପ୍ରାବନ୍ଧିକ ପାଣିଗ୍ରାହୀଙ୍କର ଜାତୀୟତାବୋଧ ଓ ଉପସ୍ଥାପନରେ କାବ୍ୟକତାର ଛଟା ସ୍ପଷ୍ଟ ହୋଇଉଠେ ।

ବର୍ଷାବରଣ ସାହିତ୍ୟ ରାଜ୍ୟରେ ଏକ ସୁପ୍ରାଚୀନ ପରମ୍ପରା । ମହାକବି କାଳିଦାସଙ୍କଠାରୁ ଆରମ୍ଭ କରି, କବିବର ରାଧାନାଥ ରାୟ, ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରକୃତିକୁ ଦୂତ କରି ନିଜର ଜାତୀୟତାବୋଧ ପରିପ୍ରକାଶ କରିଛନ୍ତି । ସ୍ବର୍ଗରାଜ୍ୟରୁ ବିଚ୍ୟୁତ ଯକ୍ଷ, ପ୍ରଣୟନୀ ପାଖକୁ ମେଘ ହାତରେ ଉଦନ୍ତ ପଠାଇଛନ୍ତି । ଏଠାରେ ପ୍ରାବନ୍ଧିକ ପାଣିଗ୍ରାହୀ ବ୍ୟକ୍ତି ଅପେକ୍ଷା ଗୋଷ୍ଠୀ ଉପରେ ଅଧ‌ିକ ଗୁରୁତ୍ଵ ଦେଇ ସମଗ୍ର ଓଡ଼ିଶାରେ ମେଘ ତା’ର ବାରିପାତରେ କିପରି ସଜୀବ କରିବ, ସେଥ୍ପାଇଁ ଅନୁରୋଧ କରିଛନ୍ତି । ଭାବପ୍ରବଣ ହୋଇ ସେ ଲେଖିଛନ୍ତି -‘ଆଜି ଯଦି ମୁଁ ଧୂମ, ଜ୍ୟୋତି ବା ସଲିଳ ହୋଇ ତୋହ ସହିତ ମିଶିପାରନ୍ତି, ତେବେ ବାତାୟନ ପଥରେ ଉଡ଼ିଯାଇ ଅଗ୍ରଗତିରେ ମୋର ଜନ୍ମଭୂମିକୁ ତୋତେ ଚିହ୍ନାଇ ଦିଅନ୍ତି । ତଥାପି, ପଥପ୍ରଦର୍ଶକ ବିନା ଭାରତର ସାରଭୂତା ଉତ୍କଳ ଭୂମିକୁ ଚିହ୍ନିବାପାଇଁ ତୋ’ର ଭ୍ରମ ହେବ ନାହିଁ ।’’

ବାରିପାତର ଭୌଗୋଳିକ ସୀମାରେଖା ନିଶ୍ଚୟ କଲାପରି ସେ ଓଡ଼ିଶାର ପ୍ରାକୃତିକ ଶୋଭା ଓ ଐତିହାସିକ ମହତ୍ତ୍ବ ଦେଖାଇଅଛନ୍ତି । ସେ ପଶ୍ଚିମ ଓଡ଼ିଶାରୁ ମେଘକୁ ସଂଚାରିତ କରାଇ ଉପକୂଳ ଓଡ଼ିଶା ଓ ଶେଷରେ ନୀଳାଚଳଧାମରେ ପରିସମାପ୍ତି କରାଇଛନ୍ତି । ପ୍ରଥମେ ସେ ବନବାସୀମାନେ ବର୍ଷା ଉପରେ ନିର୍ଭର କରି କିପରି ଜୀବନଧାରଣ କରନ୍ତି, ସେ ସମ୍ପର୍କରେ ସୂଚନା ଦେଇଛନ୍ତି । ସେଠାରୁ ସେ ମେଘାସନ, ଗନ୍ଧମାର୍ଦ୍ଦନ ଓ ମାଲ୍ୟଗିରିର ମହିମା ବଖାଣି ବସିଛନ୍ତି । ସମ୍ବଲପୁରର ବର୍ଣ୍ଣନାରେ, ବିଶେଷକରି ସମ୍ବଲପୁର ନାରୀମାନେ କିପରି ସଦାପ୍ରଫୁଲ୍ଲା ଓ କର୍ମଚଞ୍ଚଳ ସେ ସମ୍ପର୍କରେ କହିଛନ୍ତି । ପରବର୍ତ୍ତୀ ସମୟରେ କଟକ, ଭୁବନେଶ୍ଵର, କୋଣାର୍କ ଓ ନୀଳାଚଳ ଧାମର ମହିମା ପ୍ରକାଶ କରିଛନ୍ତି । ସେହି ଅବସରରେ ଲେଖକ ଉତ୍କଳମଣି ଗୋପବନ୍ଧୁଙ୍କ ସତ୍ୟବାଦୀ ପୀଠ, ସାକ୍ଷୀଗୋପାଳ, ଚିଲିକା, ଗଞ୍ଜାମ ଓ ଜୟପୁରର ବିଶେଷତା ଉଲ୍ଲେଖ କରିଛନ୍ତି । ମୋଟ ଉପରେ ଲେଖକ ନୀଳାଚଳଧାମର ବିଶେଷତ୍ଵକୁ ସୁନ୍ଦର ଭାବରେ ଉପସ୍ଥାପନ କରି ନିଜର ଜାତୀୟତାବୋଧକୁ ଦେଖାଇଛନ୍ତି । ବାସ୍ତବରେ କାବ୍ୟକ ଶୈଳୀ ଦୃଷ୍ଟିରୁ ପ୍ରବନ୍ଧଟି ମନୋଜ୍ଞ ହୋଇପାରିଛି ।

ବାସ୍ତବରେ କାବ୍ୟକ ଶୈଳୀ ଦୃଷ୍ଟିରୁ ପ୍ରବନ୍ଧଟି ମନୋଜ୍ଞ ହୋଇପାରିଛି ।

Question ୨।
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧରେ ପ୍ରାବନ୍ଧିକ ଉତ୍କଳର ଯେଉଁ ଭୌଗୋଳିକ ଚିତ୍ର ଉପସ୍ଥାପନ କରିଛନ୍ତି ଆଲୋଚନା କର ।
Answer:
ପ୍ରାବନ୍ଧିକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଥିଲେ ଜଣେ ଐତିହାସିକ ଓ ପ୍ରତ୍ନତତ୍ତ୍ୱବିଦ୍ । ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ସେ ଅଧୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ସେ ବିଭିନ୍ନ ସମୟରେ ପ୍ରତ୍ନତତ୍ତ୍ବବିଦ୍ୟାଭାବରେ କର୍ତ୍ତବ୍ୟ ଅନୁରୋଧରେ ଅନେକ ମଠ, ମନ୍ଦିର, ଦୁର୍ଗ, ପ୍ରାସାଦ, ଗୁମ୍ଫା ଓ ଅଭିଲେଖଆଦି ଦେଖିବାର ସୁଯୋଗ ପାଇଥିଲେ । ଫଳରେ ଐତିହାସିକ ଜ୍ଞାନ ସହିତ ତାଙ୍କର ରହିଥୁଲା ଭୌଗୋଳିକ ଅଭିଜ୍ଞତା । ପୁନଶ୍ଚ ଜଣେ ଜାତୀୟତାବାଦୀ ଲେଖକ ଭାବରେ ସେ ଉତ୍କଳର ବିଭିନ୍ନ ସ୍ଥାନ ସେ ଦୂତଭାବରେ ପ୍ରେରଣକରି ମେଘ କିପରି ଉତ୍କଳର ବିଭିନ୍ନ ସ୍ଥାନକୁ ଯାଇ, ସେଠାକାର ପରିବେଶକୁ ଶସ୍ୟଶ୍ୟାମଳ ଓ ସବୁଜମୟ କରିଥାଏ, ତାହାକୁ ଭୌଗୋଳିକ ଚିତ୍ର ମାଧ୍ୟମରେ ଉପସ୍ଥାପିତ କରିଛନ୍ତି ।

ପ୍ରାବନ୍ଧିକ ପ୍ରଥମେ ଉତ୍କଳର ଭୌଗୋଳିକ ସୀମାରେଖା ନିର୍ଣ୍ଣୟ କରିଛନ୍ତି । ଉତ୍କଳର ଗୋଟିଏ ପଟରେ ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ ଶ୍ୟାମଭାର ଅପରୂପ କାନ୍ତି । ସେହି ଜନ୍ମଭୂମି ଉତ୍କଳ ଅସାଧାରଣ । ଉତ୍କଳର ବନଭୂମି ଟଙ୍କିଳ, ଅନୁର୍ବର, ଉଚ୍ଚବାଚ ହେଲେବି, ସେଠାକାର ଅଧିବାସୀ ପରିଶ୍ରମକରି, ପ୍ରାକୃତିକ ବର୍ଷା ଉପରେ ନିର୍ଭର କରି ନିଜର ଜୀବିକାନିର୍ବାହ କରନ୍ତି । ଯେତେ ପରିଶ୍ରମ କଲେ ବି ସେମାନଙ୍କ ମନରେ ବିଷାଦଭାବ ନ ଥାଏ; ବରଂ ସେମାନେ ବେଣୁସ୍ଵନର ତାଳେ ତାଳେ ଗୀତ ଗାଇ ବନଭୂମିକୁ ମୁଖରିତ କରନ୍ତି ।

ପ୍ରାବନ୍ଧିକ ପ୍ରଥମେ ଉତ୍କଳର ଭୌଗୋଳିକ ସୀମାରେଖା ନିର୍ଣ୍ଣୟ କରିଛନ୍ତି । ଉତ୍କଳର ଗୋଟିଏ ପଟରେ ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ ଶ୍ୟାମଶୋଭାର ଅପରୂପ କାନ୍ତି । ସେହି ଜନ୍ମଭୂମି ଉତ୍କଳ ଅସାଧାରଣ । ଉତ୍କଳର ବନଭୂମି ଟଙ୍କିଳ, ଅନୁର୍ବର, ଉଚ୍ଚବାଚ ହେଲେବି, ସେଠାକାର ଅଧିବାସୀ ପରିଶ୍ରମକରି, ପ୍ରାକୃତିକ ବର୍ଷା ଉପରେ ନିର୍ଭର କରି ନିଜର ଜୀବିକାନିର୍ବାହ କରନ୍ତି । ଯେତେ ପରିଶ୍ରମ କଲେ ବି ସେମାନଙ୍କ ମନରେ ବିଷାଦଭାବ ନ ଥାଏ; ବରଂ ସେମାନେ ବେଣୁସ୍ଵନର ତାଳେ ତାଳେ ଗୀତ ଗାଇ ବନଭୂମିକୁ ମୁଖରିତ କରନ୍ତି ।

ପ୍ରାବନ୍ଧିକ ମେଘାସନ, ଗନ୍ଧମାର୍ଦନ ବା ମାଲ୍ୟଗିରି ପ୍ରଭୃତି ପର୍ବତର ବର୍ଣ୍ଣନା ଦେଇଛନ୍ତି । ଏହି ପର୍ବତଗୁଡ଼ିକରେ ଅସରନ୍ତି ରତ୍ନଭଣ୍ଡାର ରହିଛି । ସେହିପରି ଖଣ୍ଡାଧାର ଓ ଦେବଗଡ଼ର ପ୍ରପାତ କିପରି ବନଭୂମିରେ କ୍ରୀଡ଼ାକରି ଚାଲିଥା’ନ୍ତି, ତାହାକୁ ପ୍ରାବନ୍ଧିକ ମନୋଜ୍ଞ ଭାବରେ ସୂଚିତ କରିଛନ୍ତି ।

ସମ୍ବଲପୁରର ବର୍ଣ୍ଣନା ଦେବାକୁ ଯାଇ, ସେଠାକାର ମହାନଦୀ କିପରି ତନ୍ତ୍ରୀ ଏବଂ ଉପଳ ଶଯ୍ୟାରେ ଯାଉ ଯାଉ ତୀର ଦେଶରେ ସ୍ଵର୍ଣ୍ଣରେଣୁ ଢାଳିଦିଏ, ତାହାକୁ ମଧ୍ୟ ବର୍ଣ୍ଣନା କରିଛନ୍ତି । ଏହାପରେ ବେଣୁବନ ଉପରେ ମେଘ ସଞ୍ଚରଣ କରି ଉପକୂଳ ଆଡ଼କୁ ଯିବାକୁ କହିଛନ୍ତି । ସେହି ବାଂଶବଣରେ ବାନର-ବାନରୀଙ୍କୁ ଦେଖିବାକୁ ମିଳିଥାଏ ବୋଲି କୁହାଯାଇଛି । ପରେ କପିଳାସ, କଟକ, ଭୁବନେଶ୍ଵର, କୋଣାର୍କ ଆଦି ବିଭିନ୍ନ ସ୍ଥାନରେ ବର୍ଣ୍ଣନା ଦେଇ, ଶେଷରେ ନୀଳାଚଳଧାମର ପ୍ରସଙ୍ଗ ସୂଚିତ କରିଛନ୍ତି । ନୀଳାଚଳ କ୍ଷେତ୍ରରେ ରହିଥ‌ିବା ପୁଗ, ପୁନ୍ନାଗ, ତାଳ ତରୁର୍ ଦୀର୍ଘଭୂତ ବନସ୍ତ, ସେହି ସ୍ଥାନକୁ ଶ୍ରୀବିମଣ୍ଡିତ କରିଥାଏ । ଶେଷରେ ପ୍ରାବନ୍ଧିକ ଲେଖିଛନ୍ତି, ‘ନୀଳାଚଳଠାରୁ ଚାରୁଚିଲିକା ବକ୍ଷ ଦେଇ ତୁ ଅଚିରେ ସମଗ୍ର ଉପକୂଳ ଓ ମାଳ ଅଞ୍ଚଳ ବ୍ୟାପିଯାଇ ଉତ୍କଳରେ ତୋର ସ୍ଵକର୍ମ ଶେଷ କରିବୁ ।’

ଏଭଳି ବର୍ଣ୍ଣନାରୁ ଡଃ. ପାଣିଗ୍ରାହୀଙ୍କ ଭୌଗୋଳିକ ଚିତ୍ର ଉପସ୍ଥାପନର ମହତ୍ତ୍ବ ଜଣାଯାଇଥାଏ ।

Question ୩ ।
ପଠିତ ପ୍ରବନ୍ଧରେ ପ୍ରାବନ୍ଧିକ ଅତୀତ ଉତ୍କଳର ଯେଉଁ ସ୍ମୃତି ରୋମନ୍ଥନ କରିଛନ୍ତି ଆଲୋଚନା କର ।
Answer:
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧଟି ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ‘ପ୍ରବନ୍ଧ ମାନସ’ ପ୍ରବନ୍ଧ ସଙ୍କଳନର ଅନ୍ୟତମ ପ୍ରବନ୍ଧ । ଏଥ‌ିରେ ପ୍ରାବନ୍ଧିକ ମହାକବି କାଳିଦାସ ‘ମେଘଦୂତ କାବ୍ୟ’ରେ ମେଘକୁ ଦୂତକରି ନିଜର ପ୍ରଣୟିନୀ ପାଖକୁ ପ୍ରେରଣ କଲାଭଳି, ସେ ମେଘକୁ ଉତ୍କଳ ଭୂଇଁକୁ ପଠାଇଛନ୍ତି, ନିଦାଘ କ୍ଳିଷ୍ଟ ନିଜର ଜନ୍ମଭୂମିକୁ ଶସ୍ୟଶ୍ୟାମଳା ଓ ସବୁଜଶ୍ରୀରେ ବିମଣ୍ଡିତ କରିବାପାଇଁ । ସେ ମେଘକୁ କେବଳ ଉତ୍କଳ ଭୂଇଁକୁ ପଠାଇ ନାହାଁନ୍ତି, ଯେଉଁ ସ୍ଥାନରେ ମେଘ ପହଞ୍ଚିଛି, ସେଠାକାର ଗୌରବମୟ ଐତିହ୍ୟକୁ ଉଲ୍ଲେଖ କରିଛନ୍ତି । ଉତ୍କଳର ମହିମା ଗାନ କରି ଡଃ. ପାଣିଗ୍ରାହୀ ନିଜର ଜାତୀୟତାବୋଧ ପରିପ୍ରକାଶ କରିଛନ୍ତି ।

ପ୍ରାବନ୍ଧିକ ଉତ୍କଳର ପ୍ରାକୃତିକ ଶୋଭା ବର୍ଣ୍ଣନା କରିବା ଅବକାଶରେ, ତାହାର ମହିମାଗାନ କରି କହିଛନ୍ତି – ‘ସେହି ମୋର ଜନ୍ମଭୂମି କୋଟିବୀରପ୍ରସବିନୀ, କୋଟିକୀର୍ତିକିରୀଟିନୀ, ତଟିନୀତଟମାଳିନୀ, ପ୍ରଚ୍ଛନ୍ନରତ୍ନଧାରିଣୀ, ସୁଜଳା, ସୁଫଳା, ଶ୍ୟାମଳା ଅଥଚ ଆଜି ପତିତା, ଲାଞ୍ଛିତା ଓ ଖଣ୍ଡିତା ।’’ ସେହିପରି ସେ ସୌଧାବଳୀ ପରିପୂର୍ଣ୍ଣା କଟକକୁ ଉତ୍କଳର ଉତ୍ତମାଙ୍ଗ ବୋଲି କହିଛନ୍ତି । କାରଣ ଏହି କଟକ ଦିନେ ଗର୍ବିତ ଗଜପତିର ରାଜଧାନୀ ଥିଲା ।

ଏହିଠାରୁ ହିଁ ଗଜପତିଙ୍କର ଅଜେୟ ବାହିନୀ ଝଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତରକୁ ଗତିକରି ଚାଲିଥିଲା; ମାତ୍ର କଟକର ସେହି ଗୌରବ ନାହିଁ । ବରଂ ସ୍ମୃତିପୂତ ବିଡ଼ାନାସୀ ଆଜି ମୂର୍ତ୍ତିକାରେ ଅବଲୁପ୍ତ ହୋଇଛି । ବାରବାଟୀ ଦୁର୍ଗର ପ୍ରସ୍ତରଖଣ୍ଡ ସ୍ଖଳିତ ହୋଇଛି । ତଥାପି ସେହି ଦୁର୍ଗ ଏବେସୁଦ୍ଧା ମର୍କତ- କେଶରୀଙ୍କ ମହାକୀର୍ତ୍ତି, ଚିତ୍ରୋତ୍ପଳାର ମେଖଳା ପରି ଦିଶୁଛି। ଏହି କଟକରେ ବହୁ କବି, ଜ୍ଞାନୀ, ଗୁଣୀ ଓ କର୍ମୀ ଅଳ୍ପଦିନ ତଳେ ଉତ୍କଳର ମହାନିଶାରେ ଉଜାଗର ରହି ଜ୍ଞାନଦୀପ ଜାଳିଛନ୍ତି ।

ପ୍ରାବନ୍ଧିକ ପରବର୍ତ୍ତୀ ପର୍ଯ୍ୟାୟରେ ମନ୍ଦିରମାଳିନୀ ଭୁବନେଶ୍ଵରର ବର୍ଣ୍ଣନା କରି, ତାହାକୁ ସ୍ମୃତି ଶ୍ମଶାନ ବୋଲି କହିଛନ୍ତି । କାରଣ ଏହାର ମନ୍ଦିର ଶ୍ରେଣୀ ଉତ୍କଳର ମାନଦଣ୍ଡ ପରି ଦଣ୍ଡାୟମାନ ହୋଇଥିଲା । ପୁନଶ୍ଚ ପ୍ରାବନ୍ଧିକ ଉତ୍କଳ ଗୌରବ କୋଣାର୍କ ମନ୍ଦିରକୁ ସ୍ଵର୍ଗଚ୍ୟୁତ ପାରିଜାତ ସହିତ ତୁଳନା କରିଛନ୍ତି । ଏହି ମନ୍ଦିର ଦୃପ୍ତ ଓ ଗର୍ବିତ ଜାତିର ପରାକ୍ରମ ଏବଂ ବିପୁଳ ବିଭବର ବାର୍ତ୍ତା ପରିପ୍ରଚାର କରିଛି । ପ୍ରାବନ୍ଧିକଙ୍କ ଭାଷାରେ ‘‘ଏହି ମୂକ ମନ୍ଦିର ଯଦି ମୁଖ ଫିଟନ୍ତା, ତେବେ ସେ ତୋତେ ଅତୀତ ବିଭବର ଗାଥା କହି ବିଜନ ବେଳାକୁ ମୁଖରିତ କରିଦିଅନ୍ତା ।’’ ଉତ୍କଳର ଉନ୍ନତି ପାଇଁ ପ୍ରାଣପାତ ଉଦ୍ୟମ କରିଥିବା ଉତ୍କଳମଣି ଗୋପବନ୍ଧୁଙ୍କ ସାଧନାର ପୀଠ ସାକ୍ଷୀଗୋପାଳର ବନବିଦ୍ୟାଳୟ, ଗୋପବନ୍ଧୁଙ୍କୁ ଉତ୍କଳର ମହାନିଶାର ଧ୍ରୁବଜ୍ୟୋତି, ଦଧୀଚି ଋଷି ସହିତ ତୁଳନା କରିଛନ୍ତି । ପ୍ରବନ୍ଧର ଶେଷ ପର୍ଯ୍ୟାୟରେ ନୀଳାଚଳ କ୍ଷେତ୍ରର ମହିମା, ଗଞ୍ଜାମ ଓ ଜୟପୁର ଦକ୍ଷିଣାଶାପଥର ଜାଗ୍ରତ ପ୍ରହରୀ ରୂପେ ଥିଲେ ବୋଲି ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି ।

ପ୍ରବନ୍ଧର ପ୍ରତ୍ୟେକ ପର୍ଯ୍ୟାୟରେ ପ୍ରାବନ୍ଧିକ ପାଣିଗ୍ରାହୀ ଅତୀତ ଉତ୍କଳର ମହିମାଗାନ କରିଛନ୍ତି ।

Question ୪।
ନିଜ ଜନ୍ମଭୂମି ପ୍ରତି ଆପଣାର ଭାବ ‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧରେ କିପରି ପ୍ରତିଫଳିତ – ଆଲୋଚନା କର ।
Answer:
ପ୍ରତ୍ନତତ୍ତ୍ୱବିତ୍ ତଥା ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଥିଲେ ଜାତୀୟତାବାଦୀ ସାହିତ୍ୟିକ । ସେ ତାଙ୍କର ସାରସ୍ଵତ ସାଧନାରେ ଉତ୍କଳର ବିଭିନ୍ନ ମନ୍ଦିର, ସ୍ତୂପ, ମୂର୍ତ୍ତିକୁ ଅନୁଶୀଳନ କରି, ନିଜ ଜନ୍ମଭୂମିର ମହିମା ଗାନ କରିଛନ୍ତି । ତାଙ୍କର ଦୃଷ୍ଟିଭଙ୍ଗୀ ଥିଲା ସ୍ଵତନ୍ତ୍ର । ତାଙ୍କର ବିଚାରଧାରା ଥିଲା ଅସାଧାରଣ । ତେଣୁ ସେ ଏକ ସୁପ୍ରାଚୀନ ପରମ୍ପରାକୁ ଆଧାର କରି ମେଘକୁ ଦୂତଭାବରେ ପ୍ରେରଣ କରିଛନ୍ତି । କାର୍ଯ୍ୟ ଉପଲକ୍ଷେ ପୁଷ୍ପପୁରରେ ରହିଥିଲେ ବି, ବାରିବାହକୁ ପ୍ରେରଣ କରି ସେ ନିଜ ଜନ୍ମଭୂମି ପ୍ରତି ଆପଣାର ଭାବକୁ ମନୋଜ୍ଞ ଭାବରେ ପ୍ରକାଶ କରିଛନ୍ତି ।

ପ୍ରାବନ୍ଧିକ ପାଣିଗ୍ରାହୀ ମାନସିକ ସ୍ତରରେ ନିଜର ଜନ୍ମଭୂମିରେ ବିଚରଣ କରିଛନ୍ତି । ମେଘକୁ ସମ୍ବୋଧନ କରି କହିଛନ୍ତି – ‘ଆଜି ଯଦି ମୁଁ ଧୂମ, ଜ୍ୟୋତି ବା ସଲିଳ ହୋଇ ତୋହ ସହିତ ମିଶିପାରନ୍ତି, ତେବେ ବାତାୟନ ପଥରେ ଉଡ଼ିଯାଇ ଅଗ୍ରଗତିରେ ମୋର ଜନ୍ମଭୂମିକୁ ତୋତେ ଚିହ୍ନାଇ ଦିଅନ୍ତି ।’’ ଓଡ଼ିଶାର ପ୍ରାକୃତିକ ଶୋଭା ଥିଲା ସଦାରୁଚିର । ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ ମହୋଦଧୂବେଳାରେ ସେ ବଳୟିତ । ସେହିପରି ଅନ୍ୟଦିଗରେ ତୁଙ୍ଗଶିଖରୀ ସମାକୁଳ- ନିବିଡ଼ ବନରାଜିର ଅସରନ୍ତି ଶ୍ୟାମଶୋଭାରେ ସେ ହୋଇଛି ଅପରୂପା । ତାଙ୍କର ଜନ୍ମଭୂମି କୋଟିବୀରପ୍ରସବିନୀ, କୋଟି କୀର୍ତ୍ତିକିରୀଟିନୀ, ତଟିନୀତଟମାଳିନୀ, ପ୍ରଚ୍ଛନ୍ନ ରତ୍ନଧାରିଣୀ, ସୁଜଳା, ସୁଫଳା, ଶ୍ୟାମଳା ହେଲେ ବି ଆଜି ସେ ହୋଇଛି ପତିତା, ଲାଞ୍ଛିତା ଓ ଖଣ୍ଡିତା ।

ବନବାସୀଙ୍କ ପ୍ରତି ସହାନୁଭୂତି ଭାବ ପ୍ରକାଶ କରି ସେ ଲେଖିଛନ୍ତି, ସୁସ୍ଥ, ସବଳ ଓ ସୁବଳିତ ତନୁଲତାରେ ବନପୁଷ୍ପଭରା ଗଭାର ଶୋଭା ଧାରଣ କରି ଏମାନେ ସଂକୀର୍ଣ୍ଣ, ବନ୍ଧୁର, କର୍କଶ ଓ ଉରଗକୁଟିଳ ଗିରିପଥକୁ ହାସ୍ୟ ଓ ସଙ୍ଗୀତରେ ମୁଖର କରି ନିର୍ଝରିଣୀ ପରି ଗତି କରିଥା’ନ୍ତି । ପୁନଶ୍ଚ ସେମାନଙ୍କ ସ୍ୱେଦାର୍ଜିତ ଧନରେ ଉଦର ପୋଷଣ, ସୁନ୍ଦର ସ୍ବାସ୍ଥ୍ୟ ଓ ନିର୍ମଳ ମନ ମାନବ ଜୀବନର କାମ୍ୟ ବୋଲି କହିଛନ୍ତି । ମେଘାସନ, ଗନ୍ଧମାର୍ଦ୍ଦନ ବା ମାଲ୍ୟଗିରିରେ ପ୍ରଚୁର ଖଣିଜ ସମ୍ପଦ ପୂରିରହିଛି ବୋଲି, ପ୍ରାବନ୍ଧିକ ସୂଚନା ଦେଇଛନ୍ତି । ସେହିପରି ସମ୍ବଲପୁରକୁ ସୂକ୍ଷ୍ମଶାଳିର ଗନ୍ତାଘର ବୋଲି କହିଛନ୍ତି । କାରଣ ଏଠାରେ ପରବର୍ତ୍ତୀ ପର୍ଯ୍ୟାୟରେ ମନ୍ଦିରମାଳିନୀ ଭୁବନେଶ୍ଵର ଓ ଲିଙ୍ଗରାଜ ମନ୍ଦିରର ମହିମା, କୋଣାର୍କର ସ୍ଥାପତ୍ୟ, ସାକ୍ଷୀଗୋପାଳରେ ଉତ୍କଳମଣିଙ୍କ କର୍ମଭୂମିର ମହତ୍ତ୍ବ ଆଦି ବର୍ଣ୍ଣନା କରି ପ୍ରାବନ୍ଧିକ ନିଜ ଜାତୀୟତାବୋଧର ପରିଚୟ ଦେଇଛନ୍ତି ।

ବାସ୍ତବରେ ଆଲୋଚ୍ୟ ପ୍ରବନ୍ଧରେ ପ୍ରାବନ୍ଧିକ ଜନ୍ମଭୂମି ପ୍ରୀତିକୁ ଅତି ମନୋଜ୍ଞ ଭାବରେ ଉପସ୍ଥାପନ କରିଛନ୍ତି ।

Additional Multiple Choice Question (MCQs) With Answers

Question ୧ ।
କାହାକୁ କେନ୍ଦ୍ରକରି ଉତ୍କଳର ଇତିହାସ ଗଢ଼ି ଉଠିଛି ?
(i) ଗଜପତି
(ii) ଶ୍ରୀଜଗନ୍ନାଥ
(iii) ମହୋଦଧ୍
(iv) ସବୁଗୁଡ଼ିକ
Answer:
(ii) ଶ୍ରୀଜଗନ୍ନାଥ

Question ୨ ।
ଜଗନ୍ନାଥ ଶାନ୍ତି ମୈତ୍ରୀସବୁ ବାଣ୍ଟିଦେଇ କାହାପରି କାଙ୍ଗାଳ ହୋଇ ବସିରହିଛନ୍ତି ?
(i) ଦୀନ ଦୁଃଖୀ ପରି
(ii) ଅବସର କର୍ମଚାରୀ ବୃଦ୍ଧାବସ୍ଥା ଭୋଗ କଲାପରି
(iii) ମନୁଷ୍ୟ ଦୂରାରୋଗ୍ୟ ରୋଗରେ ପୀଡ଼ିତ ହେଲାପରି
(iv) ସବୁଗୁଡ଼ିକ
Answer:
(ii) ଅବସର କର୍ମଚାରୀ ବୃଦ୍ଧାବସ୍ଥା ଭୋଗ କଲାପରି

Question ୩।
କେଉଁମାନଙ୍କୁ ଦକ୍ଷିଣାପଥ ପ୍ରହରୀ ବୋଲି କୁହାଯାଇଛି ?
(i) କଟକ ଓ ପୁରୀବାସୀଙ୍କୁ
(ii) ଗଞ୍ଜାମ ଓ ଜୟପୁରବାସୀଙ୍କୁ
(iii) ମୟୂରଭଞ୍ଜ ଓ ବାଲେଶ୍ଵରବାସୀଙ୍କୁ
(iv) କୌଣସିଟି ନୁହେଁ
Answer:
(ii) ଗଞ୍ଜାମ ଓ ଜୟପୁରବାସୀଙ୍କୁ

Question ୪ ।
ଉତ୍କଳର ମହାନିଶାରେ କିଏ ଧ୍ରୁବଜ୍ୟୋତି ଥିଲେ ?
(i) ଗୋପବନ୍ଧୁ
(ii) ମଧୁସୂଦନ
(iii) ଉପେନ୍ଦ୍ର ଭଞ୍ଜ
(iv) ରାଧାନାଥ ରାୟ
Answer:
(i) ଗୋପବନ୍ଧୁ

Question ୫।
କେଉଁ ରାଜାଙ୍କ ମହାକୀର୍ତ୍ତି ଚିତ୍ରୋତ୍ପଳାର ମେଖଳା ପରି ଦିଶୁଛି ?
(i) ଯଯାତିକେଶରୀ
(ii) ମର୍କତକେଶରୀ
(iii) କପିଳେନ୍ଦ୍ର ଦେବ
(iv) ରାମଚନ୍ଦ୍ର ଭଞ୍ଜ
Answer:
(ii) ମର୍କତକେଶରୀ

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୬ |
କାହାର କୋଳାହଳ ପାଇଁ ନୀଳାଚଳନାଥଙ୍କ କାନରେ ଭକ୍ତର କାତର ଡାକ ପଡ଼େନାହିଁ ?
(i) ପ୍ରଭଞ୍ଜନ
(ii) ସିନ୍ଧୁ
(iii) ଝାଉଁବଣ
(iv) ଜନତା
Answer:
(ii) ସିନ୍ଧୁ

Question ୭ ।
ନିର୍ଝରିଣୀ କେଉଁଠାରେ କ୍ରୀଡ଼ାରତ ବତ୍ସତରୀ ପରି ନାଚି ଉଠେ ?
(i) ଗିରିଦରୀ
(ii) ମହୋଦଧୂ
(iii) ସରିତ
(iv) ସାଗର
Answer:
(i) ଗିରିଦରୀ

Question ୮ ।
ଉତ୍କଳର ଉତ୍ତମାଙ୍ଗ ବୋଲି ପ୍ରାବନ୍ଧିକ କାହାକୁ କହିଛନ୍ତି ?
(i) ସମ୍ବଲପୁର
(ii) କଟକ
(iii) ଭୁବନେଶ୍ଵର
(iv) ଗଞ୍ଜାମ
Answer:
(ii) କଟକ

Question ୧୦ ।
ପ୍ରାବନ୍ଧିକଙ୍କ ଆତ୍ମଜୀବନୀର ନାମ କ’ଣ ?
(i) ପଥ ଓ ପୃଥ‌ିବୀ
(ii) ସ୍ମୃତି ଓ ଅନୁଭୂତି
(iii) ମୋ ସମୟର ଓଡ଼ିଶା
(iv) ଆତ୍ମଜୀବନୀ ଚରିତ
Answer:
(iii) ମୋ ସମୟର ଓଡ଼ିଶା

Question ୧୧ ।
କେଉଁ ପୁସ୍ତକ ପାଇଁ ପ୍ରାବନ୍ଧିକ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ?
(i) ପ୍ରବନ୍ଧ ମାନସ
(ii) ଇତିହାସ ଓ କିମ୍ବଦନ୍ତୀ
(iii) ମୋ ସମୟର ଓଡ଼ିଶା
(iv) ଭାରତୀୟ ପ୍ରସୂତତ୍ତ୍ଵ
Answer:
(iii) ମୋ ସମୟର ଓଡ଼ିଶା

Question ୧୨ ।
ଆଲୋଚ୍ୟ ପ୍ରବନ୍ଧ ‘ପୁଷ୍ପପୁରରେ ବର୍ଷାବରଣ’ ପ୍ରାବନ୍ଧିକଙ୍କ କେଉଁ ପୁସ୍ତକରୁ ସଂଗୃହୀତ ?
(i) ଇତିହାସ ଓ କିମ୍ବଦନ୍ତୀ
(ii) ପ୍ରବନ୍ଧ ମାନସ
(iii) ଇତିହାସରେ ଯାଜପୁର
(iv) ସାରଳା ସାହିତ୍ୟରେ ଐତିହାସିକ ଚିତ୍ର
Answer:
(ii) ପ୍ରବନ୍ଧ ମାନସ

Question ୧୩ ।
ଉତ୍କଳର କେଉଁ ସହର ଦିନେ ଗର୍ବିତ ଗଜପତିର ରାଜଧାନୀ ଥିଲା ?
(i) ଯାଜପୁର
(ii) କଟକ
(iii) ସମ୍ବଲପୁର
(iv) ମୟୂରଭଞ୍ଜ
Answer:
(ii) କଟକ

Question ୧୪ ।
କେଉଁଠାରେ ଉତ୍କଳର ବହୁ କବି, ଜ୍ଞାନୀ, ଗୁଣୀ ଜ୍ଞାନଦୀପ ପ୍ରଜ୍ଜ୍ୱଳିତ କରିଥିଲେ ?
(i) ପୁରୀ
(ii) ମୟୁରଭଞ୍ଜ
(iii) କଟକ
(iv) ସମ୍ବଲପୁର
Answer:
(iii) କଟକ

Question ୧୫ ।
କିଏ ଉତ୍କଳମହୀର ମାନଦଣ୍ଡ ପରି ଦଣ୍ଡାୟମାନ ବୋଲି କୁହାଯାଇଛି ?
(i) କୋଣାର୍କ ମନ୍ଦିର
(ii) ଲିଙ୍ଗରାଜ ମନ୍ଦିର
(iii) ଶ୍ରୀଜଗନ୍ନାଥ ମନ୍ଦିର
(iv) ବିରଜା ମନ୍ଦିର
Answer:
(ii) ଲିଙ୍ଗରାଜ ମନ୍ଦିର

Question ୧୬ ।
କେଉଁ ପୀଠସ୍ଥଳୀକୁ ଲେଖକ ‘ଭୁବନମୋହନ’ ବୋଲି ଆଖ୍ୟା ଦେଇଛନ୍ତି ?
(i) କୋଣାର୍କ ମନ୍ଦିର
(ii) ଶ୍ରୀମନ୍ଦିର
(iii) ଲିଙ୍ଗରାଜ ମନ୍ଦିର
(iv) କୌଣସିଟି ନୁହେଁ
Answer:
(i) କୋଣାର୍କ ମନ୍ଦିର

Question ୧୭ ।
ଉନ୍ନତ ଉତ୍କଳର ସ୍ଵପ୍ନ ଦେଖୁଥ‌ିବା ଶ୍ମଶୁଳ, ଅଶୁଳ, ଖର୍ବ ଓ କ୍ଷମ ମନୁଷ୍ୟଟି କିଏ ?
(i) ମଧୁସୂଦନ ଦାସ
(ii) ଗୋପବନ୍ଧୁ ଦାସ
(iii) ନୀଳକଣ୍ଠ ଦାସ
(iv) ହରେକୃଷ୍ଣ ମହତାବ
Answer:
(ii) ଗୋପବନ୍ଧୁ ଦାସ

Question ୧୮ ।
କିଏ ଦଧୀଚି ପରି ଅସ୍ଥି ଦେଇ ଅକାଳରେ ଝାଉଁଳି ପଡ଼ିଲା
(i) ମଧୁସୂଦନ ଦାସ
(ii) ନୀଳକଣ୍ଠ ଦାସ
(iii) ହରେକୃଷ୍ଣ ମହତାବ
(iv) ଗୋପବନ୍ଧୁ ଦାସ
Answer:
(iv) ଗୋପବନ୍ଧୁ ଦାସ

Question ୧୯ ।
ଉତ୍କଳବାସୀ କେଉଁ ନଦୀ ତୀରରେ ବସି ମଧ୍ଯ ପିପାସୀ ?
(i) ମହାନଦୀ
(ii) ଭାଗୀରଥୀ
(iii) ବୈତରଣୀ
(iv) କାଠଯୋଡ଼ି
Answer:
(ii) ଭାଗୀରଥୀ

Question ୨୦ ।
ପ୍ରାବନ୍ଧିକ କେଉଁ ପରମ୍ପରାକୁ ଅନୁସରଣ କରି ବର୍ଷାକୁ ଜନ୍ମଭୂମିର ଗୌରବଗାନ ପାଇଁ ବ୍ୟବହାର କରିଛନ୍ତି ?
(i) ବିଶ୍ଳେଷଣାତ୍ମକ ଶୈଳୀ
(ii) ଅଭିଜାତ୍ୟ କଥନଶୈଳୀ
(iii) ସାହିତ୍ୟରେ ବର୍ଷାବରଣ
(iv) ବର୍ଣ୍ଣନାର ଅପୂର୍ବ ଦକ୍ଷତା
Answer:
(iii) ସାହିତ୍ୟରେ ବର୍ଷାବରଣ

(କ) ପ୍ରାବନ୍ଧିକ ପରିଚିତି :

ବିଶିଷ୍ଟ ଐତିହାସିକ ପ୍ରତ୍ନତତ୍ତ୍ୱବିତ୍ ସୁଲେଖକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓଡ଼ିଆ ସାହିତ୍ୟର ଏକ ସ୍ମରଣୀୟ ପ୍ରତିଭା । ୧୯୦୯ ମସିହାରେ ସେ ମୟୂରଭଞ୍ଜ ଜିଲ୍ଲାର ଖୁଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସାଗର ପାଣିଗ୍ରାହୀ, ମାତା ସରସ୍ଵତୀ ଦେବୀ । ସାଗର ଓ ସରସ୍ୱତୀଙ୍କର ନବମ ସନ୍ତାନ ଥିଲେ କୃଷ୍ଣଚନ୍ଦ୍ର । ପରିବାର ବଡ଼ ହୋଇଥବାରୁ ପାଣିଗ୍ରାହୀ ପରିବାର ଖୁବ୍ ଅଭାବ ଅନଟନରେ କାଳାତିପାତ କରୁଥିଲେ । କୃଷ୍ଣଚନ୍ଦ୍ରଙ୍କୁ ବାଲ୍ୟଶିକ୍ଷାଠାରୁ ଏଇ କ୍ରୂର ଅନଟନର ଶିକାର ହେବାକୁ ପଡ଼ିଥିଲା । କିନ୍ତୁ ସେ ମେଧାବୀ ଥିଲେ । ମେଧାବୃତ୍ତି ଲାଭକରି ସ୍କୁଲଶିକ୍ଷା ସମାପ୍ତ କରିଥିଲେ । ତଦାନୀନ୍ତନ ବାରିପଦାର ଉଦାର ହୃଦୟ ନରପତି ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେବଙ୍କ କୃପାଦୃଷ୍ଟି କୃଷ୍ଣଚନ୍ଦ୍ରଙ୍କ ଉପରେ ପଡ଼ିଲା । ରାଜାଙ୍କଠାରୁ ଆର୍ଥିକ ସହାୟତା ଲାଭକରି ସେ ରେଭେନ୍ସା କଲେଜରେ ବି.ଏ. ଓ କଲିକତା ବିଶ୍ବବିଦ୍ୟାଳୟରୁ ଇତିହାସରେ ଏମ୍. ଏ. ପାସ୍ କଲେ ।

ଏମ୍. ଏ. ପାସ୍ କରିବାପରେ ପ୍ରଥମେ ମାସିକ ୭୦ ଟଙ୍କା ବେତନରେ ଡଃ. ପାଣିଗ୍ରାହୀ ବିଶିଷ୍ଟ ଐତିହାସିକ | ପ୍ରତ୍ନତତ୍ତ୍ବବିତ୍ ରମାପ୍ରସାଦ ଚାନ୍ଦଙ୍କ ସହଯୋଗୀ ଭାବରେ କାର୍ଯ୍ୟକଲେ । ପରେ ମହାରାଜା ତାଙ୍କୁ ପ୍ରତ୍ନତତ୍ତ୍ବ ଅଧ୍ୟୟନ ଲାଗି ପାଟନା ପଠାଇଥିଲେ । ସ୍ଵର୍ଗତ ପାଣିଗ୍ରାହୀ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗର ସହତତ୍ତ୍ଵାବଧାରକ ଓ ତତ୍ତ୍ଵାବଧାରକଭାବେ କାର୍ଯ୍ୟ କରିଥିଲେ । ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରତ୍ନତତ୍ତ୍ବ ବିଭାଗର କ୍ୟୁରେଟର ଭାବରେ ମଧ୍ୟ ସେ କିଛିଦିନ କାର୍ଯ୍ୟ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଅଧ୍ୟାପକ, ପ୍ରାଧ୍ୟାପକ ଓ ପ୍ରଫେସର ଭାବରେ କାର୍ଯ୍ୟକରି ଅବସର ନେଇଥିଲେ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସେ ଚାରିବର୍ଷ ପ୍ରଫେସର ହୋଇଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ଇତିହାସ ବିଭାଗରେ ଭିଜିଟିଙ୍ଗ୍ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ ।

ଇତିହାସ ଓ ପ୍ରତ୍ନତତ୍ତ୍ବ ଥିଲା ଡଃ. ପାଣିଗ୍ରାହୀଙ୍କ ଅଧୀତବ୍ୟ ବିଷୟ । ଜନ୍ମସ୍ଥାନ ମୟୂରଭଞ୍ଜର ଖିଚିଂଠାରୁ ଆରମ୍ଭକରି କଟକ, ଚଉଦ୍ଵାର, ଭୁବନେଶ୍ଵର, ଶିଶୁପାଳଗଡ଼, ଧଉଳି, ଜଉଗଡ଼ଆଦି ବିଷୟରେ ଗବେଷଣା କରି ସେ ବହୁ ପ୍ରବନ୍ଧ ରଚନା କରିଛନ୍ତି । ତାଙ୍କ ଗବେଷଣା ପୁସ୍ତକ ହେଲା ‘ଭୁବନେଶ୍ଵରର ପ୍ରତ୍ନତାତ୍ତ୍ଵିକ ବିଭବ’। ଇତିହାସପ୍ରସିଦ୍ଧ ଭୁବନେଶ୍ଵର ସହରକୁ ବିଶ୍ଵ ଦରବାରରେ ପରିଚିତ କରାଇବାପାଇଁ ଏହା ଏକ ଅତି ଉପାଦେୟ ଗ୍ରନ୍ଥ । ଅତି ସରଳ ସୁଖପାଠ୍ୟ ଭାଷାରେ ଡକ୍ଟର ପାଣିଗ୍ରାହୀ ଇତିହାସର ତଥ୍ୟକୁ ଭିଭିକରି ପ୍ରବନ୍ଧମାନ ରଚନା କରିଥିଲେ । ଇତିହାସ ଗବେଷଣା ସମ୍ପର୍କିତ ନିଜ ପୁସ୍ତକଟିକୁ ମଧ୍ୟ ସେ ସୁନ୍ଦର ଭାଷାରେ ରଚନା କରିଛନ୍ତି । ଡକ୍ଟର ପାଣିଗ୍ରାହୀଙ୍କ ରଚନାର ବୈଶିଷ୍ଟ୍ୟ ସମ୍ପର୍କରେ ପ୍ରଫେସର କୁଞ୍ଜବିହାରୀ ଦାଶ ଲେଖିଛନ୍ତି –

‘‘କଥା ଅଛି, ହିତକର ଅଥଚ ମନୋହର ବଚନ ସଂସାରରେ ଦୁର୍ଲଭ । ରୂଢ଼, ରୁକ୍ଷବୋଧ ହେଲେବି ପରିଣାମରେ ହିତକର ହେବ, ଏଇ ବିଶ୍ଵାସରେ ଡକ୍ଟର ପାଣିଗ୍ରାହୀ ସ୍ପଷ୍ଟୋକ୍ତି କରିଅଛନ୍ତି । ଆଖିରୁ ପରଳ ଦୃଷ୍ଟି ଫିଟାଇବା ତାଙ୍କର ଲକ୍ଷ୍ୟ । ଜାତି ସଂସ୍କୃତିର ସର୍ବାଙ୍ଗୀନ ଉନ୍ନତି ତାଙ୍କର କାମନା । ଶିକ୍ଷିତ ଗୋଷ୍ଠୀଙ୍କ ଚିନ୍ତାଶୂନ୍ୟତା, ଅଥର୍ବତା ଦୂରକରିବା ଲାଗି ସେ ଆଘାତ କରିଛନ୍ତି । କୌଣସି ବ୍ୟକ୍ତି ପ୍ରତି ତିଳାର୍ଷ ଈର୍ଷା ବା ଅସୂୟା ଏଥରେ ପ୍ରକାଶିତ ହୋଇନାହିଁ । ଅନ୍ଧାନୁସରଣ, ଜାଲ୍ ଗବେଷଣା, ଭଣ୍ଡ ଧର୍ମ, ଭାଲ୍ଲିକ ମିଥ୍ୟା, ପ୍ରଚାର, ନିର୍ବିଚାରରେ ପରଧର୍ମ ଗ୍ରହଣ ଓ ଉତ୍କଳ ପରମ୍ପରା ତ୍ୟାଗ କିପରି ଓଡ଼ିଶାର ଘୋର କ୍ଷତି ଘଟାଇଛି ଲେଖକ ଦୁଃଖରେ ପ୍ରିୟମାଣ ହୋଇ ପ୍ରକାଶ କରିଅଛନ୍ତି । ଏ ପ୍ରଦେଶରେ ସ୍ବାଧୀନ ଚିନ୍ତାର ବିକାଶ, ଆତ୍ମବିଶ୍ଵାସ ଓ ଆତ୍ମସମ୍ମାନବୋଧ ଅଭାବରୁ ଏଭଳି ଦୁର୍ଗତି ଘଟୁଛି ବୋଲି ତାଙ୍କର ଦୃଢ଼ ମତ । ‘ମୋ ସମୟର ଓଡ଼ିଶା’ ଓଡ଼ିଆ ଜାତି ପ୍ରତି ଏକ ଚେତାବନୀ, ପ୍ରଗତି ପୋତର ଏକ ଦିଗନିର୍ଣ୍ଣାୟକ ଖୁଣ୍ଟ ।”’

ଡକ୍ଟର ପାଣିଗ୍ରାହୀ ଉଭୟ ଇଂରାଜୀ ଓ ଓଡ଼ିଆରେ ବହୁ ଉପାଦେୟ ଗ୍ରନ୍ଥର ପ୍ରଣେତା । ତାଙ୍କ ରଚିତ ଗ୍ରନ୍ଥଗୁଡ଼ିକ ହେଲା – (୧) ଭାରତୀୟ ପ୍ରତ୍ନତତ୍ତ୍ବ — ୧୯୬୦ ।

  1. ଇତିହାସ ଓ କିମ୍ବଦନ୍ତୀ – ୧୯୬୪ ।
  2. ପ୍ରବନ୍ଧ ମାନସ ୧୯୭୨ ।
  3. ଓଡ଼ିଶାର ସଂସ୍କୃତି ଓ ଇତିହାସରେ ଯାଜପୁର – ୧୯୭୩ ।
  4. ସାରଳା ସାହିତ୍ୟରେ ଐତିହାସିକ ଚିତ୍ର – ୧୯୭୬ ।
  5. ମୋ ସମୟର ଓଡ଼ିଶା – ୧୯୭୮ ।

ଇଂରାଜୀ ଗ୍ରନ୍ଥ –

  1. Archaeological remains at Bhubaneswar.
  2. History of Orissa.

୧୯୮୭ ଫେବୃୟାରୀ ୨୫ ତାରିଖରେ ଏହି ମହାନ୍‌ ପ୍ରତିଭାଙ୍କର ମହାପ୍ରୟାଣ ହେଲା । ଓଡ଼ିଶା ଜଣେ ସୁଯୋଗ୍ୟ ସନ୍ତାନକୁ ଚିରକାଳ ପାଇଁ ହରାଇ ବସିଲା ।

(ଖ) ପ୍ରବନ୍ଧର ପୃଷ୍ଠଭୂମି :
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧଟି ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ‘ପ୍ରବନ୍ଧ ମାନସ’ ପ୍ରବନ୍ଧ ସଂକଳନର ଅନ୍ୟତମ ପ୍ରବନ୍ଧ । ପ୍ରାବନ୍ଧିକ ପାଣିଗ୍ରାହୀ ଯେତେବେଳେ କାର୍ଯ୍ୟ ଉପଲକ୍ଷେ ଆଧୁନିକ ପାଟନା/ପାଟଳିପୁତ୍ର ଯାହାକୁ ପୁଷ୍ପପୁର ବୋଲି କୁହାଯାଉଥିଲା, ସେଠାରେ ଥିଲାବେଳେ ସେ ଦେଖିଛନ୍ତି, ମେଘକୁ । ମେଘକୁ ଦୂତଭାବରେ ପ୍ରେରଣ କରିଛନ୍ତି ଓଡ଼ିଶାକୁ । ମେଘକୁ ଦୂତକରି ପ୍ରଣୟିନୀ ପାଖକୁ ପଠାଇଛନ୍ତି । ପ୍ରାବନ୍ଧିକ ସେହି ପରମ୍ପରାକୁ ଅନୁସରଣ କରିଛନ୍ତି । ପୁନଶ୍ଚ କବିବର ରାଧାନାଥ ରାୟ ‘ମହାଯାତ୍ରା’ରେ ଓଡ଼ିଶାର ବର୍ଣ୍ଣନା ଓ ଉତ୍କଳମଣି ଗୋପବନ୍ଧୁ ବନ୍ଦୀଭାବରେ ଥିଲାବେଳେ ଓଡ଼ିଶାର ମହତ୍ତ୍ବ ପ୍ରତିପାଦନ କଲାଭଳି, ପ୍ରାବନ୍ଧିକ ଏଥରେ ସୁଜଳା, ସୁଫଳା ଉତ୍କଳର ଗୌରବ ଗାନ କରିଛନ୍ତି । ମୋଟ ଉପରେ ଏହା ଏକ ଗଦ୍ୟ କାବ୍ୟଭଳି ମନେହୋଇଥାଏ ।

(ଗ) ପ୍ରବନ୍ଧର ସାରକଥା :

ପ୍ରାବନ୍ଧିକ ମେଘକୁ ସମ୍ବୋଧନ କରି, ମେଘର ଅପରୂପ ଶୋଭାକୁ ସୂଚିତ କରି, ଓଡ଼ିଶାକୁ ଯାଇ ମେଘ ଯେପରି ନିଦାଘ ନବମେଘର ହୋଇଛି ଆଗମନ । ମେଘକୁ ଦେଖି ପ୍ରାବନ୍ଧିକଙ୍କ ମନରେ ଦେଖାଦେଇଛି ଉତ୍‌ଫୁଲ୍ଲିତ ଭାବ । ତେଣୁ ମେଘର ଗତି କ୍ରମଶଃ ଓଡ଼ିଶା ଅଭିମୁଖେ ଗଲେ, ଓଡ଼ିଶା ହେବ ସବୁଜ ଓ ଶସ୍ୟଶ୍ୟାମଳ, ସେହି ଆଶା ମନରେ ସେ ପ୍ରତିପୋଷଣ କରିଛନ୍ତି ।

ପ୍ରାବନ୍ଧିକ ମେଘକୁ ସ୍ବାଗତ ଜଣାଇଛନ୍ତି । ମେଘର ସ୍ନିଗ୍ଧ ଉଜ୍ଜ୍ବଳକାନ୍ତ କବିଙ୍କ ନୟନମନକୁ କରିଛି ବିଭୋର । ସେ ବାତାୟନ ପାର୍ଶ୍ଵରେ ବସି, ତା’ର ଗୁରୁଗମ୍ଭୀର ଧ୍ଵନିରେ ଶୁଭ ଆଗମନୀକୁ ଶ୍ରବଣ କରିଛନ୍ତି । ମେଘକୁ ସେ ଦୂରବନ୍ଧୁ ବୋଲି ସମ୍ବୋଧନ କରି, ତା’ର ଶୁଭାଗମନରେ ପରିବେଶ ମଙ୍ଗଳକର ଓ ମଧୁମୟ ହୋଇଉଠିଛି ବୋଲି କହିଛନ୍ତି । ଦୀର୍ଘଦିନର ପ୍ରତୀକ୍ଷା ପରେ, ତା’ର ଶୀତଳ ସ୍ପର୍ଶରେ ପୁଷ୍ପପୁର ଜୀବନ୍ତ ଓ ସବୁଜ ହୋଇଉଠିବ ବୋଲି କବି ପରିକଳ୍ପନା କରିଛନ୍ତି ।

ମେଘର ଅପରୂପ କାନ୍ତିକୁ ଦେଖି କବିଙ୍କ ମାନସପଟରେ ଦେଖାଦେଇଛି, ମହାକବି କାଳିଦାସ ମେଘକୁ ଦୂତ କରି ପ୍ରଣୟିନୀ ନିକଟକୁ ପଠାଇଥିବା ପ୍ରସଙ୍ଗକୁ । ପ୍ରାବନ୍ଧିକ ପାଣିଗ୍ରାହୀ ସେଇ ପରମ୍ପରାକୁ ଅନୁସରଣ କରି ବର୍ଷାକୁ ଜନ୍ମଭୂମିର ଗୌରବ ଗାନ କରିବାପାଇଁ ବ୍ୟବହାର କରିଛନ୍ତି । ସୁଜଳା ସୁଫଳା ଶସ୍ୟଶ୍ୟାମଳା ଉତ୍କଳଭୂମିର ଗୌରବାବହ ଅତୀତ ଓ ଅବହେଳିତ ବର୍ତ୍ତମାନ ବିଷୟ ଉଲ୍ଲେଖକରି ପୂର୍ବର ସେହି ଗୌରବ ଫେରେଇ ଆଣିବାଲାଗି ପ୍ରେରଣା ପ୍ରଦାନ କରିଛନ୍ତି । ବ୍ୟକ୍ତିଠାରୁ ଗୋଷ୍ଠୀ ବଡ଼ । ଜଣଙ୍କ ପାଇଁ ବା ବିରହୀ ଯକ୍ଷପାଇଁ ଯଦି ବାରିଦ ସନ୍ଦେଶ ନେଇଯାଇ ପାରିଲା, ତା’ହେଲେ ମେଘ କାହିଁକି ନିଦାଘ ତୃଷିତ ଓଡ଼ିଶା ଯାଇପାରିବ ନାହିଁ । ସେ ଜାଣିଛନ୍ତି ଜଳ ଭାବରେ ଆଜି ଉତ୍କଳ ହାହାକାର ହେଉଛି । ତେଣୁ ପ୍ରାବନ୍ଧିକ ମେଘକୁ ଅତି ବିନୟ ସହକାରେ ମାନସ କମଳ ଅର୍ପଣ କରି, କାତରଭାବରେ ପୁଷ୍ପପୁରରୁ ଉତ୍କଳକୁ ଗତି କରିବାପାଇଁ କହିଛନ୍ତି ।

ପ୍ରାବନ୍ଧିକ ଏତେ ଭାବପ୍ରବଣ ହୋଇଛନ୍ତି ଯେ, ସେ ମନେକରିଛନ୍ତି, ଯଦି ସେ ଧୂମ, ଜ୍ୟୋତି ବା ସଲିଳ ସହିତ ମିଶିପାରନ୍ତେ, ତା’ହେଲେ ସେ ବାତାୟନ ପଥରେ ଉଡ଼ିଯାଇ ବାରିଦକୁ ନିଜର ଜନ୍ମଭୂମିକୁ ଚିହ୍ନାଇ ଦିଅନ୍ତେ । ତଥାପି ମେଘକୁ ସେ କହିଛନ୍ତି, ଭାରତର ସାରଭୂତା ଉତ୍କଳଭୂମିକୁ ଚିହ୍ନିବାପାଇଁ ତୋ’ର ଭୁଲ୍ ହେବ ନାହିଁ । କାରଣ ଉତ୍କଳର ବିଶେଷତ୍ଵ ହେଉଛି, ତାହା ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ । ଗୋଟିଏ ପଟେ ମହୋଦଧୂ ଥିଲାବେଳେ, ଅନ୍ୟ ଏକ ପଟରେ ତୁଙ୍ଗଶିଖରୀ ସମାକୁଳ ନିବିଡ଼ ବନରାଜି। ସେହିସ୍ଥାନ ହେଉଛି ଅସରନ୍ତି ଶ୍ୟାମଶୋଭାରେ ଶୋଭିତ । ପ୍ରାବନ୍ଧିକ ସେହି ପ୍ରସଙ୍ଗରେ ଉତ୍କଳର ପୂର୍ବ ଗୌରବକୁ ସ୍ମରଣ କରାଇ କହିଛନ୍ତି, ‘‘କୋଟିବୀର ପ୍ରସବିନୀ, କୋଟିକୀର୍ତ୍ତିକିରୀଟିନୀ, ତଟନୀତଟମାଳିନୀ, ପ୍ରଚ୍ଛନ୍ନରତ୍ନଧାରିଣୀ, ସୁଜଳା, ସୁଫଳା, ଶ୍ୟାମଳା ଅଥଚ ଆଜି ପତିତା, ଲାଞ୍ଛିତା ଓ ଖଣ୍ଡିତା ।’’ କାବ୍ୟକ ଭାବରେ ବିଭୋର ହୋଇ ଶ୍ରୀଯୁକ୍ତ ପାଣିଗ୍ରାହୀ ଲେଖିଛନ୍ତି – ‘ଜଳଦ ! ଏପରି ଭୂମିକୁ ଚିହ୍ନିବାପାଇଁ ତୋ’ର ଭ୍ରମ ହେବନାହିଁ । ବିଜୁଳିବିମଣ୍ଡିତ ଓ ବଳକା-ବିଶୋଭିତ ହୋଇ ଗନ୍ଧବହ ହିଲ୍ଲୋଳରେ ଭାସି ଭାସି ପୀତବସନ ବନମାଳୀ ପରି ଉତ୍କଳର ଆକାଶରେ ଆବିର୍ଭୂତ ହୋଇଯିବୁ । ଗୋପାଙ୍ଗନାମାନଙ୍କ ଅପାଙ୍ଗ ଘନଶ୍ୟାମର ରୂପସୁଧା ପାନକଲାପରି ଉତ୍କଳରେ ଆଜି କୋଟି ନେତ୍ର ତୋ’ର ରୂପସୁଧା ପାନ କରିବ ।’’

ପ୍ରାବନ୍ଧିକ ପାଣିଗ୍ରାହୀଙ୍କ ଜନ୍ମଭୂମି ଥିଲା ମୟୂରଭଞ୍ଜ । ତେଣୁ ସେଠାକାର ଜନଜାତି ଓ ବନବାସୀଙ୍କ ସହ ଥିଲା ତାଙ୍କର ନିବିଡ଼ ସମ୍ପର୍କ । ତେଣୁ ଜଳଦକୁ ଅନୁରୋଧ କରି ସେ କହିଛନ୍ତି, ଦରିଦ୍ରମାନଙ୍କୁ ଜଳଦାନ କରି ନିଜର ବଦାନ୍ୟତା ପରିପ୍ରକାଶ କରିବାକୁ । ବନବାସୀମାନେ ଟଙ୍କିଳ, ଅନୁର୍ବର ଭୂମିରେ ପରିଶ୍ରମକରି ଫସଲ ଲଗାଇଥିଲେ ବି ଜଳ ଅଭାବରୁ ସେଗୁଡ଼ିକ ଝାଉଁଳି ଯାଇଥବ । ପ୍ରାବନ୍ଧିକ ସେହି ଶସ୍ୟକୁ ରୋଗଶଯ୍ୟା ଶାୟିତ ପୁତ୍ରକନ୍ୟାଙ୍କ ସହିତ ତୁଳନା କରିଛନ୍ତି । ସେଠାକାର ପ୍ରାକୃତିକ ପରିବେଶ ଓ ବନବାସୀଙ୍କର ଚଳଣିର ସୂଚନା ଦେଇ ପ୍ରାବନ୍ଧିକ ଲେଖିଛନ୍ତି – ‘ନିଘଞ୍ଚ ବନ ମଧ୍ୟରେ ଏମାନଙ୍କ ବାସଭୂମି ମଧ୍ଯ ତୁ ସହଜରେ ଖୋଜି ପାଇବୁ ନାହିଁ ।

ଗୋ-ପଲର ଗଳଘଣ୍ଟି ବା ଗୋପାଳର ବେଣୁମ୍ବନ ଶୁଣି କିମ୍ବା କୁଟୀରରୁ ଉଦ୍‌ଗତ କୁଣ୍ଡଳୀଭୂତ ଧୂମ ଦେଖି ଗ୍ରାମ-ସୀମା ଜାଣିପାରିବୁ । ଅଥବା ଯଦି ତୋ’ର ଭାଗ୍ୟରେ ଥାଏ, ତେବେ ସଂକୀର୍ଷ ପଥରେ ଶ୍ରେଣୀବଦ୍ଧ ନରନାରୀଙ୍କ ପ୍ରବାହଟିଏ ତୋ’ ଆଖିରେ ପଡ଼ିଯିବ । ଅଗ୍ରସର ନବଯୁବକମାନଙ୍କ ବେଣୁସ୍ୱନର ଅନୁକୃତିରେ ଲଳନାକଣ୍ଠର ଐକାର୍ତ୍ତିକ ଲଳିତସ୍ୱରରେ ବନଭୂମିକୁ ଭସାଇ ଏମାନେ ନିର୍ଝର ପରି ଗତି କରି ଚାଲିଥିବେ ।’’ ପୁନଶ୍ଚ ପ୍ରାବନ୍ଧିକ ସେଠାକାର ଯୁବତୀମାନଙ୍କର ରୂପଶୋଭାକୁ ବର୍ଣ୍ଣନା କରିବାପାଇଁ ଭୁଲି ନାହାଁନ୍ତି । କାରଣ ସେହି ଯୁବତୀମାନେ କେବଳ ଆକର୍ଷଣୀୟା ନୁହଁନ୍ତି, ସେମାନେ ମଧ୍ୟ ପରିଶ୍ରମୀ । ପ୍ରକୃତି ସହିତ ନିଜକୁ ମିଶାଇ, ସେମାନେ ବଞ୍ଚିବାର ଉପାଦାନ ସଂଗ୍ରହ କରନ୍ତି । ମେଘ ବର୍ଷାକୁ ସେମାନଙ୍କର ଖାତିର ନ ଥାଏ, ବରଂ ବର୍ଷା ସାଙ୍ଗରେ ତାଳମିଳାଇ ସେମାନେ ଚାଷକାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତି ।

ପ୍ରାବନ୍ଧିକ ଜଳଦକୁ ପୁନର୍ବାର ସମ୍ବୋଧନ କରି କହିଛନ୍ତି, ବନବାସୀମାନେ ତୋ’ ବ୍ୟତୀତ ଆଉ କାହାରି ଅନୁଗ୍ରହ ଇଚ୍ଛା କରନ୍ତି ନାହିଁ । ବାରିପାତକୁ ନେଇ ସେମାନେ ପରିଶ୍ରମ କରନ୍ତି । କୃଷିକାର୍ଯ୍ୟକରି ବଞ୍ଚିବାର ସାମର୍ଥ୍ୟ ସଂଗ୍ରହ କରନ୍ତି । ପୁନଶ୍ଚ ଶ୍ରୀଯୁକ୍ତ ପାଣିଗ୍ରାହୀ ବନବାସୀଙ୍କର ସରଳ, ନିଷ୍କପଟ ଜୀବନଯାପନର ସୂଚନା ଦେଇଛନ୍ତି । ବର୍ଷାରେ ସେଠାକାର ପ୍ରକୃତି କିପରି ଅପରୂପ ଶୋଭା ଧାରଣ କରିବ, ତାହାକୁ ବିଭିନ୍ନ ତୁଳନାତ୍ମକ ଉଦାହରଣ ଦେଇ, ବକ୍ତବ୍ୟକୁ ଚମତ୍କାର କରିଛନ୍ତି ।

ପ୍ରାବନ୍ଧିକ ଜଳଦକୁ ପୁନର୍ବାର ସମ୍ବୋଧନ କରି କହିଛନ୍ତି, ବନବାସୀମାନେ ତୋ’ ବ୍ୟତୀତ ଆଉ କାହାରି ଅନୁଗ୍ରହ ଇଚ୍ଛା କରନ୍ତି ନାହିଁ । ବାରିପାତକୁ ନେଇ ସେମାନେ ପରିଶ୍ରମ କରନ୍ତି । କୃଷିକାର୍ଯ୍ୟକରି ବଞ୍ଚିବାର ସାମର୍ଥ୍ୟ ସଂଗ୍ରହ କରନ୍ତି । ପୁନଶ୍ଚ ଅପରୂପ ଶୋଭା ଧାରଣ କରିବ, ତାହାକୁ ବିଭିନ୍ନ ତୁଳନାତ୍ମକ ଉଦାହରଣ ଦେଇ, ବକ୍ତବ୍ୟକୁ ଚମତ୍କାର କରିଛନ୍ତି ।

ଲେଖକ ମେଘକୁ ସମ୍ବୋଧନ କରି କହିଛନ୍ତି, ଯଦି କ୍ଳାନ୍ତି ଆସେ, ତା’ହେଲେ ତୁ ମେଘାସନ, ଗନ୍ଧମାର୍ଦ୍ଦନ ବା ମାଲ୍ୟଗିରିରେ ଅବସର ନେବୁ ! ଏହି ସ୍ଥାନ ଓଡ଼ିଶାର ଖଣିଜ ସମ୍ପଦରେ ପରିପୂର୍ଣ୍ଣ । ମାତ୍ର ଏହି ଖଣିଜ ସମ୍ପଦର ସୁବିନିଯୋଗ ହେଉ ନ ଥ‌ିବାରୁ ଓଡ଼ିଶାବାସୀ ଭାଗୀରଥୀ ତୀରରେ ବସି ପିପାସୀ ଓ ରତ୍ନସ୍ତୂପରେ ବସି ଉପବାସୀ ହେଉଛନ୍ତି ବୋଲି କହିଛନ୍ତି । ପୁନଶ୍ଚ ସେଠାକାର ପ୍ରାକୃତିକ ଶୋଭାକୁ ପ୍ରାବନ୍ଧିକ ଚମତ୍କାର ଭାବରେ ବର୍ଣ୍ଣନା କହିଛନ୍ତି । ଖଣ୍ଡାଧାର ଓ ଦେବଗଡ଼ର ଜଳପ୍ରପାତ ଦୃଶ୍ୟକୁ ବର୍ଣ୍ଣନା କରିବା ପାଇଁ ମଧ୍ୟ ସେ ଭୁଲି ନାହାଁନ୍ତି। ପରବର୍ତୀ ସମୟରେ ଲେଖକ ଜଳଦକୁ କଳ୍ପନାରେ ପଠାଇ ଦେଇଛନ୍ତି ସୂକ୍ଷ୍ମଶାଳିର ସଦାପ୍ରଫୁଲ୍ଲ । ଦୁଃଖ ଦୈନ୍ୟରେ ଥାଇ ସୁଦ୍ଧା ବିଷାଦକାଳିମା କେବେ ତାଙ୍କୁ ସ୍ପର୍ଶ କରେନାହିଁ । ପ୍ରାତଃ ସମୟରୁ ସେଠାକାର ବଧୂମାନେ ସ୍ନାନ ସାରିଥା’ନ୍ତି । ଏହାକୁ ବର୍ଣ୍ଣନା କରି ଲେଖକ କହିଛନ୍ତି – ‘ପ୍ରାଚୀବଧୂ ଅରୁଣିତ ମୁଖରୁ ଅବଗୁଣ୍ଠନ ଖୋଲିବା ଆଗରୁ ଏଠାରେ ବଧୂମାନେ ସ୍ନାନସାରି ଶିଶିର ସ୍ନାତ ଶେଫାଳି ପରି ହାସ୍ୟମୟୀ ହୋଇଉଠନ୍ତି । ଏମାନଙ୍କ ଅନଳସ ଚରଣରେ କମ ଫୁଟି ଉଠେ ଓ କଳାକୁଶଳ କରସ୍ପର୍ଶରେ କ୍ଷୁଦ୍ର କୁଟୀର ସୁଦ୍ଧା ହସିଉଠେ । ସମ୍ବଲପୁରର କେଦାରଭରା ଶ୍ୟାମଳିମାକୁ ସେ ସୂଚିତ କରାଇଛନ୍ତି ।

ସମ୍ବଲପୁରରୁ ବାରିଦ ବେଣୁବନକୁ ଅତିକ୍ରମ କରି ଅନୁଗୋଳ ପଥରେ କପିଳାସ ଦେଇ କଟକରେ ପହଞ୍ଚିବ । ଏହି ଅବସରରେ ଲେଖକ କଟକର ମହିମାଗାନ କରିଛନ୍ତି । କାରଣ ଏହି କଟକ ଦିନେ ଥିଲା ଗଜପତିଙ୍କର ରାଜଧାନୀ । ପରେ ସ୍ମୃତିପୂତ ବିଡ଼ାନାସୀ, ବାରବାଟୀ ଦୁର୍ଗ ଓ ବହୁ କବି, ଜ୍ଞାନୀ, ଗୁଣୀ ଓ କର୍ମୀଙ୍କ ପାଇଁ ଉତ୍କଳର ମହିମା ଅଖଣ୍ଡ ରହିଥିଲା । ଅତୀତର କାରୁକାର୍ଯ୍ୟ ବିମଣ୍ଡିତ ମନ୍ଦିର ସମ୍ବନ୍ଧରେ ସେ ଯାହା କହିଛନ୍ତି, ସେଥୁରୁ ଉତ୍କଳର ଗୌରବ ଗାଥା ସ୍ପଷ୍ଟ ହୋଇଛି । ପ୍ରାବନ୍ଧିକଙ୍କ ଭାଷାରେ – ‘ତୁ ଜାଣିବୁ ଯେ ଏହି ସେହି ଭୁବନମୋହନ କୋଣାର୍କ ! ସ୍ବର୍ଗଚ୍ୟୁତ ପାରିଜାତପରି ତାହା ଆଜି ମ୍ଳାନ ଓ ଛିନ୍ନ ହୋଇ ବିଜନବେଳାରେ ପଡ଼ିରହିଛି । ଦୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ ଏହି ମହାମନ୍ଦିର ଏକ ପକ୍ଷରେ ତୋତେ ବିପୁଳ ବିଭବର ବାର୍ଷା ଓ ଅନ୍ୟପକ୍ଷରେ ଅତୁଳିତ ଲଳିତ କଳାର ଛନ୍ଦୋମୟୀ ଗାଥା ଏକାବେଳକେ ଆଣିଦେବ । ଏହି ମୂକମନ୍ଦିରର ସିନ୍ଧୁ ଘୋଷକୁ ବୁଡ଼ାଇ ଦିଅନ୍ତା । ଘନ ! ଅତୀତର ଏହି ମ୍ଳାନ ଶ୍ମଶାନରେ ଆଉ ବେଶୀ କ୍ଷଣ ରହିଲେ ଲାଭ କ’ଣ ହେବ ? ଏହାର ଚାରୁଚୂଡ଼ାକୁ ଚୁମ୍ବନ କରି ଓ ମହୋଦଧ୍ ଉପକୂଳକୁ ଶ୍ୟାମଳ କରି ତ୍ୱରାଗତିରେ ନୀଳାଚଳପଥ ଧରିବୁ ।’’

ନୀଳାଚଳ ପଥରେ ଯାଉଁ ଯାଉଁ ମେଘ ପହଞ୍ଚିବ ସାକ୍ଷୀଗୋପାଳର ଧବଳିତ ସଦନରେ । ସେହି ପରିପ୍ରେକ୍ଷୀରେ ଲେଖକ ସ୍ମରଣ କରାଇଛନ୍ତି ଶ୍ମଶୁଳ, ଅଶୁଳ, ଖର୍ବ, କ୍ଷମ ମନୁଷ୍ୟର କଥା । ଯେ କି ବକୁଳ ବନରେ କୁଟୀର ରଚି ଉନ୍ନତ ଉତ୍କଳର ସ୍ବପ୍ନ ଦେଖିଥିଲା । ସେ ଥିଲା ଉତ୍କଳର ମହାନିଶାରେ ଧ୍ରୁବ ଜ୍ୟୋତି, ଯେ କି ଦଧୀଚିପରି ଅସ୍ଥିଦେଇ ଦେଶମାତୃକାପାଇଁ ଅକାଳରେ ଝାଉଁଳି ଯାଇଥିଲା । ସେଠାକାର ଛୁରିଅନା କୁଞ୍ଜ, ବକୁଳବନକୁ ସ୍ପର୍ଶକରି ଶ୍ୟାମଳ ଓ ଉଜ୍ଜଳ କରିଯିବୁ ବୋଲି ଲେଖକ ମେଘକୁ ଅନୁରୋଧ କରିଛନ୍ତି । ତା’ପରେ ଗୋପାଳଙ୍କ ପ୍ରତି ପ୍ରଣତି ଜଣାଇ ନୀଳାଚଳ ପଥ ଧରିବାକୁ ମଧ୍ୟ ସେ କହିଛନ୍ତି । ଲେଖକ ଏହି ପ୍ରସଙ୍ଗରେ ନୀଳାଚଳ କ୍ଷେତ୍ର ପୁରୀର ପ୍ରାକୃତିକ ଶୋଭା, ଶ୍ରୀଜଗନ୍ନାଥଙ୍କର ମହିମାକୁ ଅତି ମନୋଜ୍ଞ ଭାବରେ ଉଲ୍ଲେଖ କରିଛନ୍ତି ।

ଜଗନ୍ନାଥଙ୍କ ମହିମା ପ୍ରସଙ୍ଗରେ ସେ ଲେଖିଛନ୍ତି – ‘ତୁ ଯେବେ ଇତିହାସର ପ୍ରତିଲୋମରେ ଗତି କରିଯିବୁ, ତେବେ ଜାଣିବୁ ଯେ ଏହି ଜଗନ୍ନାଥ ହିଁ ଉତ୍କଳର ଇତିହାସ । ଶାନ୍ତି, ମୁକ୍ତି, ମୈତ୍ରୀ, ଭକ୍ତି ଓ ଭୀତି ସବୁ ଏକାଧାରରେ ଏହିଠାରେ ହିଁ ଶତ ଶତାବ୍ଦୀ ଧରି ପୁଞ୍ଜୀଭୂତ ହୋଇ ଆସିଛି ।’’ ପୁନଶ୍ଚ ନୀଳାଚଳ କ୍ଷେତ୍ରର ବିପର୍ଯ୍ୟୟ ପରିସ୍ଥିତି କଥା ମଧ୍ୟ ଲେଖକ ସୂଚାଇ ଅଛନ୍ତି । ଶେଷରେ ନୀଳାଚଳଠାରୁ ଚିଲିକା ବକ୍ଷଦେଇ ସମଗ୍ର ଉପକୂଳ ଓ ମାଳଅଞ୍ଚଳ ବ୍ୟାପୀଯିବାକୁ କହିଛନ୍ତି । ଗଞ୍ଜାମ ଓ ଜୟପୁରକୁ ଦକ୍ଷିଣାଶାପଥ – ପ୍ରହରୀ ବୋଲି ଲେଖକ ସମ୍ବୋଧନ କହିଛନ୍ତି । ଏହାର ନୌବାଣିଜ୍ୟ ଐତିହ୍ୟକୁ ସୂଚିତ କରିବାପାଇଁ ସେ ଭୁଲି ନାହାଁନ୍ତି । ଶେଷରେ ତୈଲଙ୍ଗୀ ନାରୀମାନେ ସ୍ବାଗତ ଜଣାଇବେ ଘନକୁ । ସେହି ଘନ କାହାକୁ ନିରାଶ ନ କରି ତା’ର ଶ୍ୟାମ ସ୍ପର୍ଶରେ ସମସ୍ତ ଅଞ୍ଚଳକୁ ଶ୍ୟାମଳ କରିବବୋଲି ଲେଖକ କହିଛନ୍ତି ।

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ 1

CHSE Odisha Class 12 Psychology Unit 1 Short Answer Questions in Odia Medium

Odisha State Board CHSE Odisha Class 12 Psychology Solutions Unit 1 ଜୀବନବ୍ୟାପୀ ବିକାଶ & ସ୍ଵୟଂ ତଥା ବ୍ୟକ୍ତିତ୍ଵ Short Answer Questions.

CHSE Odisha 12th Class Psychology Unit 1 Short Answer Questions in Odia Medium

ଦୁଇନମ୍ୱର ସମ୍ୱଳିତ ପ୍ରଣ୍ନେ।ତ୍ତର

ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇ/ ତିନିଗୋଟି ବାକ୍ୟ ମଧ୍ୟରେ ଲେଖ ।
Question ୧।
ବିକାଶ କାହାକୁ କୁହନ୍ତି ?
Answer:
ବ୍ୟକ୍ତିର ବ୍ୟକ୍ତିକ ଓ ଗୁଣାତ୍ମକ ପରିବର୍ତ୍ତନକୁ ‘ବିକାଶ’ କୁହାଯାଏ । ଏହା ପରିବର୍ତ୍ତନ ଓ ଗତିର ଏପରି ଏକ ପ୍ରତିରୂପ ଯାହା ମାତୃଗର୍ଭରେ ସ୍ଥାପିତ ହେବା ଦିନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗତିଶୀଳ ରହିଥାଏ । ଏହା ଉଭୟ ସକାରାତ୍ମକ ଓ ନକରାତ୍ମକ ଗୁଣାତ୍ମକ ପରିବର୍ତ୍ତନକୁ ବୁଝାଏ । ଏହା ଜୈବିକ, ସଂଜ୍ଞାନାତ୍ମକ ଏବଂ ସାମାଜିକ-ସଂଜ୍ଞାନାତ୍ମକ ପ୍ରକ୍ରିୟାଗୁଡ଼ିକର ପରସ୍ପର ସମ୍ବନ୍ଧକୁ ନେଇ ଆକାର ପ୍ରାପ୍ତ ହୋଇଥାଏ । ବିକାଶ ଏକ ପ୍ରଗତିଶୀଳ, କ୍ରମିକ ପରିବର୍ତ୍ତନ ଏବଂ ଏହା ପରିପକ୍ଵତା ଆଡ଼କୁ ମାନବକୁ ଆଗେଇ ନିଏ ।

Question ୨।
ବିକାଶର ଆମସ୍ତକ-ପାଦ ଅନୁକ୍ରମ କ’ଣ ?
Answer:
ବିକାଶ ଏକ ସୁବ୍ୟବସ୍ଥିତ ତଥା ପ୍ରତ୍ୟାଶିତ ପଦ୍ଧତି ଅନୁସାରେ ହୋଇଥାଏ । ଶାରୀରିକ, ସାମାଜିକ ଓ ଭାଷା ପୂର୍ବ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ହୋଇଥାନ୍ତି । ମାତ୍ର ବିକାଶ ମସ୍ତିଷ୍କରେ ଆରମ୍ଭ ହୋଇ ଗୋଡ଼ ଆଡ଼କୁ ଅଗ୍ରସର ହୋଇଥାଏ। ତାହାକୁ ‘ଆମସ୍ତକ-ପାଦ’ ଅନୁକ୍ରମ କୁହାଯାଏ । ଆମସ୍ତକ-ପାଦ ଧାରା ଅନୁଯାୟୀ ଶିଶୁର ଶରୀରର ଗଠନ ଓ କାର୍ଯ୍ୟ ନିର୍ଦ୍ଧାରିତ ହୋଇଥାଏ ।

Question ୩।
ଜୀବନ କିପରି ଆରମ୍ଭ ହୋଇଥାଏ ଲେଖ ।
Answer:
ପୁରୁଷ ଶୁକ୍ରାଣୁ ଓ ସ୍ତ୍ରୀର ଡିମ୍ବାଣୁର ସଂଯୋଗ ଫଳରେ ଯୁଗ୍ମଜ ସୃଷ୍ଟି ହୋଇଥାଏ । ଠିକ୍ ସେହି ସମୟ ଠାରୁ ସ୍ତ୍ରୀର ଋତୁସ୍ରାବ ଚକ୍ର ଯାହାକି ୨୮ ଦିନରେ ଦେଖାଯାଇଥାଏ ତାହା ବନ୍ଦ ହୋଇଯାଏ । ଋତୁସ୍ରାବ ବନ୍ଦ ହେବା ଦିନଠାରୁ ସ୍ତ୍ରୀର ଗର୍ଭାଶୟରେ ସୃଷ୍ଟି ହୋଇଥିବା ଯୁଗ୍ମଜର ଜୀବନ ଆରମ୍ଭ ହୋଇଥାଏ । ତେଣୁ ଗର୍ଭଧାରଣ ଦିନଠାରୁ ନବଜାତ ଶିଶୁର ଜୀବନ ଆରମ୍ଭ ହୁଏ ।

Question ୪।
ଶୈଶବାବସ୍ଥାରେ ଶିଶୁର ମାନସିକ ବିକାଶ କିପରି ହୁଏ ଲେଖ ।
Answer:
ଶୈଶବାବସ୍ଥାରେ କେତେଗୁଡ଼ିଏ ସରଳ ମାନସିକ ପ୍ରକ୍ରିୟାର ବିକାଶ ହୋଇଥାଏ । ସେ କ୍ରମଶଃ ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସଂପର୍କ ସୃଷ୍ଟି କରିପାରିଥାଏ । ଭାଷା ମାଧ୍ୟମରେ ନିଜର ଅନୁଭବକୁ ପ୍ରକାଶ କରିବା ପାଇଁ ସେ ଶିକ୍ଷା କରିଥାଏ। ଏହାଦ୍ଵାରା ଶିଶୁଟିର ସାମାଜିକ ଓ ଆବେଗିକ ବିକାଶରେ ଉନ୍ନତି ଘଟିଥାଏ । ପିଆଜେଙ୍କ ମତରେ ଉକ୍ତ ଅବସ୍ଥାରେ ଶିଶୁଟିର ବୌଦ୍ଧିକ ବିକାଶ ଆରମ୍ଭ ହୋଇଥାଏ ।

Question ୫।
ବାଲ୍ୟାବସ୍ଥାରେ ଶିଶୁର ସାମାଜିକ ବିକାଶ କିପରି ହୋଇଥାଏ ଉଲ୍ଲେଖ କର ।
Answer:
ବାଲ୍ୟାବସ୍ଥାରେ ଶିଶୁମାନଙ୍କର ସାମାଜିକ ବିକାଶରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଥାଏ । ଶିଶୁଟିର ସଂପର୍କ ତା’ର ଆତ୍ମୀୟସ୍ୱଜନଠାରୁ ଆରମ୍ଭ କରି କ୍ରମଶଃ ସାଙ୍ଗସାଥୀ ଓ ଅନ୍ୟ ଶିଶୁମାନଙ୍କୁ ପ୍ରାପ୍ତ ହୋଇଥାଏ । ମାତ୍ର ଶିଶୁଟିର ସାମାଜିକୀକରଣ ପ୍ରକ୍ରିୟା ପ୍ରଥମେ ତା’ର ଗୃହରୁ ଆରମ୍ଭ ହୋଇଥାଏ । ଏହି ବୟସରେ ଶିଶୁ ନିଜକୁ ଦଳଗତ କାର୍ଯ୍ୟରେ ସାମିଲ କରିବାକୁ ଅଧ୍ବକ ପସନ୍ଦ କରିଥାଏ । ଏହି ସମୟରେ ଶିଶୁଟିର ବ୍ୟକ୍ତିତ୍ଵର ବିକାଶ ଘଟିଥାଏ । ନୈତିକତାର ବିକାଶ, ସ୍ଵାଧୀନ ଚିନ୍ତାଧାରା, ଆଚରଣ, ଯୌନ ବିକାଶ ଏବଂ ଆବେଗିକ ବ୍ୟବହାର ଇତ୍ୟାଦି ଶିଶୁର ସାମାଜିକ ବ୍ୟବହାରକୁ ବିଶେଷ ପ୍ରଭାବିତ କରିଥାଏ ।

CHSE Odisha Class 12 Psychology Unit 1 Short Answer Questions in Odia Medium

Question ୬।
ବୃଦ୍ଧାବସ୍ଥାର ଶାରୀରିକ ପରିବର୍ତ୍ତନଗୁଡ଼ିକ ଉଲ୍ଲେଖ କର ।
Answer:
ବୃଦ୍ଧାବସ୍ଥାରେ ଶାରୀରିକ ପରିବର୍ତ୍ତନ ସାଧାରଣତଃ ଦୁଇଗୋଟି ମୁଖ୍ୟ କାରଣରୁ ହୋଇଥାଏ । ପ୍ରଥମତଃ ଇନ୍ଦ୍ରିୟ କାରକ ପରିବର୍ତ୍ତନ ଓ ଦ୍ବିତୀୟତଃ ସ୍ନାୟବିକ ପରିବର୍ତ୍ତନ । ବୃଦ୍ଧାବସ୍ଥାରେ ମନୁଷ୍ୟର ଇନ୍ଦ୍ରିୟ ଯଥା ଆଖୁ, ନାକ, କାନଗୁଡ଼ିକର କ୍ଷମତା ଆସ୍ତେ ଆସ୍ତେ କମିବାରେ ଲାଗେ । ଏହାଦ୍ଵାରା ଶାରୀରିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି ହୋଇଥାଏ । ସ୍ନାୟବିକ ପରିବର୍ତ୍ତନ ଫଳରେ ବ୍ୟକ୍ତିର ମାଂସପେଶୀଗୁଡ଼ିକର କ୍ଷମତା, ମସ୍ତିଷ୍କର ଦକ୍ଷତା ଓ ବିଭିନ୍ନ ଗ୍ରନ୍ଥିଗୁଡ଼ିକର କ୍ରିୟାକଳାପରେ ଦୃଢ଼ ମନ୍ଥରତା ପରିଲକ୍ଷିତ ହୁଏ ।

Question ୭।
ସ୍ବୟଂ କହିଲେ କ’ଣ ବୁଝ ?
Answer:
ନିଜକୁ ଏକ ବସ୍ତୁ ରୂପେ ମନେ କରି ନିଜ ସମ୍ବନ୍ଧରେ ହେଉଥୁବା ସାମଗ୍ରିକ ବିଚାରଧାରା ଏବଂ ଅନୁଭୂତିକୁ “ସ୍ୱ ସ୍ୱୟଂ” କୁହାଯାଏ। ସମସ୍ତ ମାନବୀୟ କ୍ରିୟାକଳାପର କେନ୍ଦ୍ରବିନ୍ଦୁ ହେଉଛି ସ୍ଵୟଂ | ସ୍ଵୟଂ ସଂରଚନା ଥରେ ହୋଇଗଲେ ତାହା ବ୍ୟକ୍ତିର ବ୍ୟବହାରକୁ ସାର୍ଥକ ଭାବେ ପ୍ରଭାବିତ କରିଥାଏ । ସ୍ଵ ସମ୍ବନ୍ଧରେ କହିବା ବେଳେ ଦୁଇଟି ଶବ୍ଦ ଯଥା ‘ମୁଁ’ ଏବଂ ‘ମୋର’ ଉପଯୋଗ କରାଯାଉଥାଏ । ‘ମୁଁ’ ସ୍ଵର ଜ୍ଞାତା ପକ୍ଷକୁ ଓ ‘ମୋର’ ସ୍ଵର ଜ୍ଞେୟ ପକ୍ଷକୁ ବୁଝାଇଥାଏ ।

Question ୮।
ବ୍ୟକ୍ତିତ୍ଵ କାହାକୁ କହନ୍ତି ?
Answer:
ଜଣେ ବ୍ୟକ୍ତିର ବିଶିଷ୍ଟ ତଥା ଅପେକ୍ଷାକୃତ ସ୍ଥାୟୀଗୁଣଗୁଡ଼ିକ ଯାହା ବିଭିନ୍ନ ପରିସ୍ଥିତିରେ ତଥା ଏକ ସମୟ ଅନ୍ତରାଳରେ ବ୍ୟବହାରର ପ୍ରତିରୂପକୁ ବ୍ୟକ୍ତ କରିଥାଏ ତାକୁ ବ୍ୟକ୍ତିତ୍ଵ କୁହାଯାଏ । ମନୋବୈଜ୍ଞାନିକ ଆଲପୋର୍ଟଙ୍କ ମତରେ “ ବ୍ୟକ୍ତିତ୍ଵ ହେଉଛି ବ୍ୟକ୍ତି ମଧ୍ୟରେ ଥ‌ିବା ମାନସ-ଭୌତିକ ତନ୍ତ୍ରୀଗୁଡ଼ିକର ଏକ ଗତିଶୀଳ ସଂଗଠନ, ଯାହାକି ବ୍ୟକ୍ତିର ପରିବେଷ୍ଟନୀ ସହିତ ଉପଯୋଜନ କ୍ରିୟାକୁ ନିରୂପଣ କରିଥାଏ ।”

Question ୯।
ଶୀଳଗୁଣ ସମ୍ବନ୍ଧରେ ଉଲ୍ଲେଖ କର ।
Answer:
ଗୋଟିଏ ବ୍ୟକ୍ତି ଅନ୍ୟ ବ୍ୟକ୍ତି ଠାରୁ ଯେଉଁ ଅର୍ଥରେ ଅପେକ୍ଷାକୃତ ସ୍ଥାୟୀ ଭାବରେ ଭିନ୍ନ ହୋଇଥାଏ ତାହାକୁ ‘ଶୀଳଗୁଣ’ କୁହନ୍ତି। ଶୀଳଗୁଣ ଏପରି ବିଶେଷ ଧରଣର ଲକ୍ଷଣ ଯାହା ସାଧାରଣ କ୍ରିୟା ପ୍ରବୃତ୍ତି ପରି କାର୍ଯ୍ୟ କରିଥାଏ । ଏହା ବ୍ୟବହାରର ବିସ୍ତୃତିକୁ ସୂଚାଇଥାଏ ଏବଂ ପରିସ୍ଥିତି ଅନୁଯାୟୀ ବ୍ୟକ୍ତିର ବ୍ୟବହାରରେ ପ୍ରକଟିତ ହୋଇଥାଏ। ବ୍ୟକ୍ତିତ୍ଵର ବର୍ଣ୍ଣନଙ୍କ ଏବଂ ବିଶ୍ଳେଷଣ ପାଇଁ ଶୀଳଗୁଣ ଉପଯୋଗ ବହୁତ ଅଧ‌ିକ ପ୍ରଚଳିତ । କେତେକ ଶୀଳଗୁଣର ସଂଗଠନ ଓ ପ୍ରବଳତାରେ ପରିବର୍ଭନ କାରଣରୁ ବ୍ୟକ୍ତିତ୍ଵର ଭିନ୍ନତା ଦେଖାଯାଇଥାଏ।

Question ୧୦।
ବ୍ୟକ୍ତିତ୍ଵ ମୂଲ୍ୟାୟନ କହିଲେ କ’ଣ ବୁଝ ?
Answer:
ମୂଲ୍ୟାଙ୍କନ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ବିବିଧତା ଅଧ୍ୟୟନ କରିବାରେ, ପରିବର୍ତ୍ତୀମାନଙ୍କ ମଧ୍ୟରେ ସମ୍ବନ୍ଧ ଜାଣିବାରେ, ବିକାଶାତ୍ମକ ପରିବର୍ତ୍ତନ ଅଧ୍ୟୟନ କରିବାରେ, ନିଦାନ, ସ୍ଥାପନା ତଥା ପରାମର୍ଶ ଇତ୍ୟାଦିରେ ଉପଯୋଗ କରାଯାଉଥାଏ ।

CHSE Odisha Class 12 Psychology Unit 1 Short Answer Questions in Odia Medium

Question ୧୧।
A – ପ୍ରକାର ବ୍ୟକ୍ତିତ୍ଵର ଗୁଣାବଳୀ ଉଲ୍ଲେଖ କର ।
Answer:
A-ପ୍ରକାର ବ୍ୟକ୍ତିତ୍ଵର ଅଧିକାରୀ ବ୍ୟକ୍ତିମାନେ କମ୍ ସମୟରେ ଅଧ‌ିକ କାର୍ଯ୍ୟ କରିବାରେ ଓ ଅଧ‌ିକ ଉପଲବ୍‌ କରିବା ପାଇଁ ନିରନ୍ତର ଚେଷ୍ଟା କରନ୍ତି । କ୍ଷମତାଲିପ୍‌ସା, ଉଚ୍ଚାକାଂକ୍ଷା, ପ୍ରତିଯୋଗିତା ମନୋଭାବ, କ୍ରୋଧ, ଉତ୍ତେଜନା ଏମାନଙ୍କର ପ୍ରମୁଖ ଲକ୍ଷଣ । A-ପ୍ରକାର ବ୍ୟକ୍ତି ହୃଦୟ ଧମନୀ ରୋଗରେ ପୀଡ଼ିତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ।

ତିନିନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର

ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଛଅଗୋଟି ବାକ୍ୟ ମଧ୍ୟରେ ଉଲ୍ଲେଖ କର ।
Question ୧।
ବିକାଶ ଓ ଅଭିବୃଦ୍ଧି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ବିକାଶ :
(୧) ବିକାଶ ବ୍ୟକ୍ତିର ବ୍ୟକ୍ତିକ ଓ ଗୁଣାତ୍ମକ ପରିବର୍ତ୍ତନକୁ ବୁଝାଇଥାଏ । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟର ବିକାଶ ହୋଇଥାଏ ।
(୨) ବିକାଶ ଏକ ପ୍ରଗତିଶୀଳ କ୍ରମିକ ପରିବର୍ତ୍ତନ ଏବଂ ଏହା ପରିପକ୍ବତା ଆଡ଼କୁ ମାନବକୁ ଆଗେଇ ନିଏ ।
(୩) ବିକାଶର କାର୍ଯ୍ୟ ହେଲା ବିଭିନ୍ନ ଗଠନ ପ୍ରଣାଳୀ ଏବଂ କ୍ରିୟାକଳାପର ସଂହତି ତଥା ସଂଗଠନ ।

ଅଭିବୃଦ୍ଧି :
(୧) ମାନବ ଶରୀରର ପରିମାଣାତ୍ମକ ବା ମାତ୍ରିକ ପରିବର୍ତ୍ତନକୁ ଅଭିବୃଦ୍ଧି କୁହାଯାଉଥାଏ, ଯେପରିକି – ବୟସ ବୃଦ୍ଧି, ଶରୀର୍ ଓଜନରେ ବୃଦ୍ଧି, ଉଚ୍ଚତାରେ ବୃଦ୍ଧି ଇତ୍ୟାଦି ।
(୨) ଶିଶୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମସ୍ତିଷ୍କର ବୃଦ୍ଧି ମଧ୍ୟ ଘଟେ। ଫଳରେ ଶିଶୁର ଶିକ୍ଷଣ ଶକ୍ତି, ସ୍ମରଣ ଶକ୍ତି ଓ ବିଚାର ଶକ୍ତି ପ୍ରଭୃତି ବୃଦ୍ଧି ପାଏ ।
(୩) ବୃଦ୍ଧି ନିରବଚ୍ଛିନ୍ନ ନୁହେଁ । ଏହା ପରିମାଣାତ୍ମକ ପରିବର୍ତ୍ତନ ଏକ ସକରାତ୍ମକ ପ୍ରତିରୂପ ।

Question ୨।
ବିକାଶର ଯେ କୌଣସି ଦୁଇଟି ନିୟମ ଉଲ୍ଲେଖ କର ।
Answer:
(i) ବିକାଶ ସାଧାରଣରୁ ସ୍ଵତନ୍ତ୍ରତା ଆଡ଼କୁ ଗତି କରେ – ଶିଶୁଟିର ପ୍ରତ୍ୟେକ ବିକାଶ ସାଧାରଣରୁ ଆରମ୍ଭ ହୋଇ କ୍ରମଶଃ ସ୍ଵତନ୍ତ୍ରତା ଆଡ଼କୁ ଗତି କରିଥାଏ । ଶିଶୁଟିର ମାନସିକ ବା ଶାରୀରିକ ବିକାଶ କ୍ଷେତ୍ରରେ ଏହା ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୋଇଥାଏ । ଶିଶୁଟି ପ୍ରଥମେ ପ୍ରଥମେ ସାଧାରଣ ଶବ୍ଦ ଶିଖୁବା ଆରମ୍ଭ କରେ ଓ କ୍ରମଶଃ ସେ ସ୍ଵତନ୍ତ୍ର ଶବ୍ଦମାନ ଶିଖୁଥାଏ । ଏପରିକି ଶୈଶବରେ ଶିଶୁଟି କୌଣସି ଏକ ଜିନିଷ ଧରିବା ପାଇଁ ତା’ର ସଂପୂର୍ଣ୍ଣ ଶରୀରକୁ ଚଳାୟମାନ କରିଥାଏ । ପରେ ପରେ ସେ ଉକ୍ତ ଜିନିଷଟିକୁ ଧରିବା ପାଇଁ ଶରୀରର ସ୍ଵତନ୍ତ୍ର ଅଂଶକୁ ଚଳାୟମାନ କରିବା ପାଇଁ ଶିଖୁଥାଏ ।

(ii) ବିକାଶର ହାର ବିଭିନ୍ନ ଅବସ୍ଥାରେ ଭିନ୍ନ ଭିନ୍ନ ହୋଇଥାଏ – ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପାଇଁ ବିକାଶର ହାର ସମାନ ନୁହେଁ । ବିଭିନ୍ନ ଅବସ୍ଥାରେ ମଧ୍ୟ ବିକାଶର ହାରରେ ଭିନ୍ନତା ଦେଖାଦେଇଥାଏ । ଶୈଶବ ଅବସ୍ଥାରୁ ଆରମ୍ଭ କରି ଯୁବକ ଅବସ୍ଥା ପର୍ଯ୍ୟନ୍ତ ଶାରୀରିକ ଅଭିବୃଦ୍ଧି କ୍ଷିପ୍ର ଭାବରେ ଦେଖାଦେଇଥାଏ । ଯୁବକ ଅବସ୍ଥା ଠାରୁ ବୃଦ୍ଧ ଅବସ୍ଥା ପର୍ଯ୍ୟନ୍ତ ଏହା ଅତ୍ୟନ୍ତ ଧୀର ଭାବରେ ଦେଖାଯାଏ । ସେହିପରି ହୃତ୍‌ପିଣ୍ଡ ଓ ପାକତନ୍ତ୍ର ଇତ୍ୟାଦିର ବୃଦ୍ଧି ଶୈଶବାବସ୍ଥାରେ ଥ‌ିବା ବେଳେ ଯୁବାବସ୍ଥାରେ କ୍ଷିପ୍ର ହୋଇଥାଏ ।

Question ୩।
ଭୃଣାବସ୍ଥା ସଂପର୍କରେ ବର୍ଣ୍ଣନା କର ।
Answer:
ଭୃଣାବସ୍ଥା ଗର୍ଭସଞ୍ଚାରର ୨ୟ ସପ୍ତାହଠାରୁ ୮ମ ସପ୍ତାହ ପର୍ଯ୍ୟନ୍ତ ଗତି କରିଥାଏ । ଏହି ଅବସ୍ଥା ସମୟରେ ଶିଶୁଟିର ସମସ୍ତ ମୁଖ୍ୟ ଅଙ୍ଗପ୍ରତ୍ୟଙ୍ଗର ବିକାଶ ଘଟିଥାଏ । ଉକ୍ତ ବିକାଶର ଧାରା ଏତେ କ୍ଷିପ୍ର ହେଉଥାଏ ଯେ ସାମାନ୍ୟ ଭ୍ରୂଣଟି କ୍ରମଶଃ ଏକ କ୍ଷୁଦ୍ର ଶିଶୁରେ ପରିଣତ ହୋଇଥାଏ । ନିଷିକ୍ତ ଡିମ୍ବାଣୁ ସମୟଠାରୁ ଉକ୍ତ ଅବସ୍ଥାର ଶେଷ ସମୟ ବେଳକୁ ଯୁଗ୍ମଜର ଆକାରରେ ଶତକଡ଼ା ଦୁଇ ମିଲିୟନ୍ ବୃଦ୍ଧି ଘଟିଥାଏ । ଯୁଗ୍ମଜଟିର ଅନ୍ତରୀଣ ସମୂହ ତିନିଗୋଟି ସ୍ତରରେ ବିଭକ୍ତ ହୋଇଥାଏ ଯଥା :

(i) ବାହ୍ୟ ଚର୍ମସ୍ତର (Ectoderm)
(ii) ମଧ୍ୟାଦିସ୍ତର (Mesoderm)
(iii) ଅନ୍ତଃ ଚର୍ମସ୍ତର (Endoderm)

ବାହ୍ୟଚର୍ମ ସ୍ତର ଜରିଆରେ ଶିଶୁଟିର ନଖ, ବାଳ, ଚର୍ମ, ଦାନ୍ତର କିଛି ଅଂଶ, ଚର୍ମଗ୍ରନ୍ଥି, ସଂବେଦୀ କୋଷ ଓ ସ୍ନାୟୁ ସଂସ୍ଥାର ବିକାଶ ଘଟିଥାଏ । ମଧ୍ଯାଦିସ୍ତର ଦ୍ଵାରା ଶିଶୁଟିର ମାଂସପେଶୀ, କଙ୍କାଳ, ନିମ୍ନସ୍ତରରେ ଥିବା ଚର୍ମ, ନିଶ୍ବାସପ୍ରଶ୍ଵାସ ନେବା ଅଂଶଗୁଡ଼ିକର ବିକାଶ ହୋଇଥାଏ । ଅନ୍ତଃ ଚର୍ମଦ୍ଵାରା ଫୁସ୍‌ଫୁସ୍, ଯକୃତ, ଲାଳଗ୍ରନ୍ଥି, ଅଗ୍ନାଶୟ ଓ ଅନ୍ୟାନ୍ୟ ଗ୍ରନ୍ଥି ସମୂହର ବିକାଶ ଘଟିଥାଏ । ଏହାଛଡ଼ା ଅନ୍ୟାନ୍ୟ ସହକାରୀ ଅଂଶଗୁଡ଼ିକ ଯଥା – ଆମ୍‌ନିଓଟିକ୍ ଥଳୀ, ଗର୍ଭଫୁଲ ଓ ନାଭାନାଡ଼ ଇତ୍ୟାଦିର ବିକାଶ ଘଟିଥାଏ ।

CHSE Odisha Class 12 Psychology Unit 1 Short Answer Questions in Odia Medium

Question ୪।
କିଶୋରାବସ୍ଥାର ମୁଖ୍ୟ ବିଶେଷଣଗୁଡ଼ିକ ଉଲ୍ଲେଖ କର ।
Answer:
କିଶୋରାବସ୍ଥା ଜୀବନର ଏପରି ଏକ ଅବସ୍ଥା ଯାହା ତାରୁଣ୍ୟ ବା ଯୌବନର ଆଗମନୀରେ ଓ ଯୌନ ପରିପକ୍ଵତା ତଥା ପ୍ରଜନନ କ୍ଷମତା ପ୍ରାପ୍ତ କରିବା ସମୟରେ ଆରମ୍ଭ ହୋଇଥାଏ । ଉକ୍ତ ସମୟରେ ଶିଶୁର ପ୍ରମୁଖ ଶାରୀରିକ, ମାନସିକ ଓ ସାମାଜିକ ପରିବର୍ତ୍ତନ ଘଟିଥାଏ । ଏହି ସମୟରେ ଜୀବନକୁ ଏକ ନୂତନ ରୂପରେଖ ଦେବାର ଆହ୍ବାନ ଓ ପ୍ରତ୍ୟେକ ସମସ୍ୟାକୁ ସଫଳତା ପୂର୍ବକ ସାମ୍ନା କରିବାର ଆନନ୍ଦ ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥାଏ । କିଶୋର କିଶୋରୀ ଉକ୍ତ ସମୟରେ ସେମାନଙ୍କର ଶାରୀରିକ ପରିବର୍ତ୍ତନ ଉପରେ ଅଧ‌ିକ ଗୁରୁତ୍ଵ ଦେଇଥାନ୍ତି ।

ଆତ୍ମବିଶ୍ଵାସ ବୃଦ୍ଧି ହୋଇଥାଏ । ଆତ୍ମ ନିର୍ଭରଶୀଳତା ବାଳକ ଓ ବାଳିକାମାନଙ୍କୁ କ୍ରମଶଃ ସାଙ୍ଗସାଥୀ ଓ ସ୍ଵାଧୀନ ଚିନ୍ତାଧାରା ଆଡ଼କୁ ଆକର୍ଷିତ କରିଥାଏ । ନିଜର ଆତ୍ମ ପରିଚୟ ଓ ସାମାଜିକ ଜୀବନରେ ଦ୍ଵନ୍ଦ୍ବ ଉକ୍ତ ଅବସ୍ଥାର ମୁଖ୍ୟ ଲକ୍ଷଣ ଅଟେ । ବିଭିନ୍ନ ସାମାଜିକ ସମସ୍ୟାର ସମାଧାନ କରିବା ସହିତ ସେମାନେ ସମାଜରେ ନିଜର ପରିଚୟକୁ ସୁଦୃଢ଼ କରିପାରିଥାନ୍ତି । ଏହି ଅବସ୍ଥାରେ ସେମାନଙ୍କର ନୈତିକ ମୂଲ୍ୟବୋଧର ବିକାଶ ଘଟିଥାଏ । ସେମାନଙ୍କ ପ୍ରତି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ ଏହି ସମୟରେ ବାଳକ ଓ ବାଳିକାମାନଙ୍କର ଆତ୍ମବିଶ୍ଵାସ ବୃଦ୍ଧି ହୋଇଥାଏ । ଆତ୍ମନିର୍ଭରଶୀଳତା ବାଳକ ଓ ବାଳିକାମାନଙ୍କର ମନରେ ଆସିଥାଏ ।

Question ୬।
ଅନ୍ତର୍ମୁଖୀ ଓ ବହିର୍ମୁଖୀ ବ୍ୟକ୍ତିତ୍ବ ମଧ୍ୟରେ ପ୍ରଭେଦ ଦର୍ଶାଅ ।
Answer:
ଅନ୍ତର୍ମୁଖୀ :
(୧) ଅନ୍ତର୍ମୁଖତା ନିଜର ଅନ୍ତରୀଣ ଅନୁଭୂତି ମଧ୍ୟରେ ସୀମିତ ହେବାର ଗୁଣକୁ ବ୍ୟକ୍ତ କରେ ।
(୨) ଅନ୍ତର୍ମୁଖୀ ବ୍ୟକ୍ତିମାନେ ଶାନ୍ତ, ଗମ୍ଭୀର, ବିଚାରମଗ୍ନ ତଥା ସହନଶୀଳ ହୋଇଥାନ୍ତି ।
(୩) ଅନ୍ତର୍ମୁଖୀ ଛାତ୍ର ପଢ଼ିବା ଲେଖିବାରେ ଭଲ କରିଥାଆନ୍ତି ଓ ଏମାନେ ନିମ୍ନ ଉତ୍ତେଜନା ଅଧ୍ବକ ତୀ କୌଣସି ଜିନିଷକୁ ଶିକ୍ଷା କରିଥାନ୍ତି ।

ବହିର୍ମୁଖ :
(୧) ନିଜର ବାହ୍ୟିକ ପରିବେଶ ଓ ସମାଜରେ ମନୋନିବେଶ କରିବା ଗୁଣକୁ ବହିର୍ମୁଖତା କୁହାଯାଏ ।
(୨) ବହିର୍ମୁଖୀ ବ୍ୟକ୍ତିମାନେ ବହିର୍ଗମନା, ମେଳାପୀ, ସକ୍ରିୟ ତଥା ଆବେଗୀ ସ୍ଵଭାବର ହୋଇଥାନ୍ତି ।
(୩) ବହିର୍ମୁଖୀ ଅଧୂକ ସତର୍କ ରହନ୍ତି ଓ ସେମାନଙ୍କଠାରେ ଉତ୍ତେଜନା ପ୍ରାପ୍ତ କରିବାର ପ୍ରବୃତ୍ତି ଅଧ‌ିକ ଦେଖା ଦେଉଥାଏ । ଏମାନେ ଯେତେବେଳେ ଉତ୍ତେଜିତ ରହିଥାନ୍ତି ସେତେବେଳେ ଯେ କୌଣସି ବିଷୟକୁ ଭଲଭାବରେ ଶିକ୍ଷା କରନ୍ତି ।

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Odisha State Board CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ Textbook Exercise Questions and Answers.

CHSE Odisha Class 12 Odia Chapter 3 ତିନି ତୁଣ୍ଡରେ Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
ଶାସନ ପଦ୍ଧତିଗୁଡ଼ିକ ମଧ୍ୟରେ କେଉଁ ଶାସନ ହିଁ ସର୍ବୋତ୍କୃଷ୍ଟ ?
(ଏକଛତ୍ରବାଦ, ଗଣତନ୍ତ୍ର, ରାଜତନ୍ତ୍ର, ସାମ୍ୟବାଦ)
Answer:
ଗଣତନ୍ତ୍ର

Question ୨।
କେଉଁମାନଙ୍କଦ୍ୱାରା ପ୍ରଚଳିତ ଶାସନ ହିଁ ଗଣତନ୍ତ୍ରର ପ୍ରଧାନ ଓ ପ୍ରକୃତ ବିଶେଷତ୍ଵ ବୋଲି କୁହାଯାଇପାରେ ?
(ଗଣଙ୍କ, ଜଣଙ୍କ, ରାଜାଙ୍କ, ମନ୍ତ୍ରୀଙ୍କ)
Answer:
ଗଣଙ୍କ

Question ୩ ।
ଗଣତନ୍ତ୍ର ଶାସନରେ ଲୋକେ କାହାକୁ ଶାସନ କରନ୍ତି ?
(ପ୍ରଜାଙ୍କୁ, ରାଜାଙ୍କୁ, ନିଜେ ନିଜକୁ, ନିଜେ ଅନ୍ୟକୁ)
Answer:
ନିଜେ ନିଜକୁ

Question ୪ ।
କେଉଁ ଶାସନରେ ଶାସକ ଓ ଶାସିତ ଏକ ଓ ଅଭିନ୍ନ ?
(ଗଣତନ୍ତ୍ର, ଜନତନ୍ତ୍ର, ସମୂହତନ୍ତ୍ର, ବ୍ୟକ୍ତିତନ୍ତ୍ର)
Answer:
ଗଣତନ୍ତ୍ର

Question ୫ ।
କେଉଁ ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ ?
(ସମଷ୍ଟିଗତ, ବ୍ୟକ୍ତିଗତ, ଗଣତନ୍ତ୍ର, ସ୍ଵାଧୀନ)
Answer:
ଗଣତନ୍ତ୍ର

Question ୬ ।
ଭାରତର ସାମାଜିକ ନ୍ୟାୟର ସ୍ଵରୂପ କିପରି ?
(ଲଙ୍କାରେ ହରି ଶବ୍ଦ ପରି, ଢୋଲ ଭିତରେ ମୂଷା ପରି, ବାପରାଣ ଢେଙ୍କିଗିଳି ପରି, ଉଷୁନାଧାନ ଗଜା ହେବା ପରି)
Answer:
ଲଙ୍କାରେ ହରି ଶବ୍ଦ ପରି

Question ୭ ।
କୁ-ସଂସ୍କାରପୂର୍ବ ସାଧାରଣ ଶିକ୍ଷାବିହୀନ ସମାଜରେ କେଉଁ ଅଧିକାର ଚିଲିକା ମାଛପରି ସ୍ଵପ୍ତିଳ ଓ ଦୁଷ୍ଟ୍ରାପ୍ୟ ?
(ବ୍ୟକ୍ତିଗତ ଅଧିକାର, ସଂପରିଗତ ଅଧିକାର, ଭୋଟଦାନ ଅଧିକାର, ସାମାଜିକ ଅସ୍ଵୀକାର)
Answer:
ବ୍ୟକ୍ତିଗତ ଅଧ୍ୟାର

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୮ ।
ଗଣତନ୍ତ୍ରରେ ଜନତାର ଶାସନ କିପରି ହେବା ସ୍ଵାଭାବିକ ?
(ପରୋକ୍ଷ, ପ୍ରତ୍ୟକ୍ଷ, ସ୍ବମ୍ମିଳ, ଦୁଷ୍ପାପ୍ୟ)
Answer:
ପରୋକ୍ଷ

Question ୯ ।
ଗଣତନ୍ତ୍ରର ମେରୁଦଣ୍ଡ କ’ଣ ?
(ଲୋକପ୍ରତିନିଧ୍ ମନୋନୟନ, ଏକକ ମନୋନୟନ, ଏକଛତ୍ରବାଦ, ସାମ୍ରାଜ୍ୟବାଦ)
Answer:
ଲୋକପ୍ରତିନିଧ୍ ମନୋନୟନ

Question ୧୦ ।
ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ଭୋଟଦାତାମାନେ କ’ଣ ହେବାପାଇଁ ଉପଯୁକ୍ତ ?
(ଲୋକପ୍ରତିନିଧୁ, ପ୍ରଶାସକ, ଅଧ୍ୟକ୍ଷ, ମନ୍ତ୍ରୀ)
Answer:
ଲୋକପ୍ରତିନିଧୁ

Question ୧୧।
ଅଧିକାର ତଥା କର୍ତ୍ତବ୍ୟଜ୍ଞାନ ସମ୍ବନ୍ଧରେ ଅଜ୍ଞ ଦେଶର ଜନତା ଉପରେ ଗୁଣ ଅପେକ୍ଷା କ’ଣ ବିଶେଷ କାମ କରେ ?
(ପ୍ରୋପାଗଣ୍ଡା, ଘୋଷଣା, ରାଜକୀୟ ଢଙ୍ଗ, ସାଧୁତା)
Answer:
ପ୍ରୋପାଗଣ୍ଡା

Question ୧୨ ।
‘ବିରାଡ଼ି ବୈଷ୍ଣବ’ମାନେ ଶାସନ କ୍ଷମତା ପାଇବା ଲୋଭରେ କ’ଣ ହେବାକୁ ବାହାରି ପଡ଼ନ୍ତି ?
(ଭଡ଼ାଟିଆ ଲୋକ, ପ୍ରତିଦ୍ବନ୍ଦୀ, ଜନତାର ପ୍ରତିନିଧୁ, ଶାସକ)
Answer:
ଜନତାର ପ୍ରତିନିଧ୍

Question ୧୩।
କାହାକୁ ଦେଖ୍ ଗୋସେଇଁଙ୍କ ଦେହରୁ ଗମ୍‌ଗମ୍ ଝାଳ ବୋହିଗଲା ?
(ରାଧୁ, ପାଣ୍ଡୁ, ଅଗାଧୁ, ସାଧୁ)
Answer:
ପାଣୁ

Question ୧୪ ।
କେତେବର୍ଷ ନ ପୂରିଲେ ତମର ବୁଦ୍ଧି ହୁଏ ନାହିଁ ବୋଲି ଗୋସେଇଁ ମହାରାଜ ପାଣୁକୁ କହିଛନ୍ତି ?
(୮୦, ୫୦, ୬୦, ୭୦)
Answer:
୬୦

Question ୧୫ ।
କାହାକୁ ଦେଖି ପୁରୋହିତଙ୍କ ଛାତିରେ ପବନ ଅଟକି ଗଲା ?
(ରାଧୁ, ଅଗାଧୁ, ଶ୍ୟାମ, ଦାମ)
Answer:
ରାଧୁ

Question ୧୬ ।
ଚାରିହାତ ଠେଙ୍ଗା ଧରିଥିବା ବିରାଟକାୟ ପୁରୁଷଟି କିଏ ?
(ଅଗାଧୁ, ରାଧୁ, ମଧୁ, ଫଗୁ)
Answer:
ଅଗାଧୁ

Question ୧୭ ।
ଆଜିର ଶିକ୍ଷିତ ଭୋଟଦାତାମାନେ ଭୋଟ ଦେବାକୁ କ’ଣ ହୋଇଥା’ନ୍ତି ?
(ଉଦାସୀନ, ତତ୍ପର, ସଚେତନ, ଅଚେତନ)
Answer:
ଉଦାସୀନ

Question ୧୮।
ଆଜିର ଜନତା ଜନାର୍ଦ୍ଦନ କାହାପରି ଓଠ ଚାଟି ତରାଜୁ ଧରିଥ‌ିବା ପ୍ରତିନିଧୁମାନଙ୍କୁ ଅନାଇ ରହିଛନ୍ତି ?
(ଦୁଇ ବିରାଡ଼ି, ଦୁଇ ମାଙ୍କଡ଼, ଦୁଇ ଭାଲୁ, ଦୁଇ ଶୃଗାଳ)
Answer:
ଦୁଇ ମାଙ୍କଡ଼

Question ୧୯ ।
ଗଣତନ୍ତ୍ର ଶାସନ ହିଁ _________ ଶାସନ ଏଥ‌ିରେ ସନ୍ଦେହ ନାହିଁ ।
(ଶ୍ରେଷ୍ଠ, କନିଷ୍ଠ, ଅଦରକାରୀ, ଦରକାରୀ)
Answer:
ଶ୍ରେଷ୍ଠ

Question ୨୦ ।
ଗଣତନ୍ତ୍ର ଶାସନରେ ଆମର ଆଜି ଏ ଅବସ୍ଥା ପାଇଁ କିଏ ଦାୟୀ ?
(ଦେଶ, ଜନତା, ଆମେ, ଆପଣମାନେ)
Answer:
ଆମେ

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
ଗଣତନ୍ତ୍ର ସମ୍ପର୍କରେ ଅନେକ କ’ଣ କହନ୍ତି ?
Answer:
ଶାସନ ପଦ୍ଧତି ମଧ୍ୟରେ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ ବୋଲି ଅନେକ କହନ୍ତି ।

Question ୨।
‘ଗଣତନ୍ତ୍ର’ କାହାକୁ କୁହାଯାଏ ?
Answer:
‘ଗଣତନ୍ତ୍ର’ର ଅର୍ଥ ଗଣ ଶାସନ ବା ଲୋକମାନେ ନିଜକୁ ନିଜେ ଶାସନ କରିବା ।

Question ୩ ।
ଗଣତନ୍ତ୍ରର ପ୍ରକୃତ ଓ ପ୍ରଧାନ ବିଶେଷତ୍ଵ କ’ଣ ?
Answer:
ଗଣଙ୍କଦ୍ବାରା ଶାସନ ହିଁ ଗଣତନ୍ତ୍ରର ପ୍ରକୃତ ଓ ପ୍ରଧାନ ବିଶେଷତ୍ଵ ।

Question ୪।
କେଉଁ ଶାସନରେ ଲୋକେ ନିଜେ ନିଜକୁ ଶାସନ କରନ୍ତି ?
Answer:
ଗଣତନ୍ତ୍ର ଶାସନରେ ଲୋକେ ନିଜକୁ ନିଜେ ଶାସନ କରନ୍ତି ।

Question ୫।
କେଉଁ ଶାସନରେ ଶାସକ ଓ ଶାସିତ ଏକ ଓ ଅଭିନ୍ନ ?
Answer:
ଗଣତନ୍ତ୍ର ଶାସନରେ ଶାସନ ଓ ଶାସିତ ଏକ ଓ ଅଭିନ୍ନ ।

Question ୬ ।
ଭାରତରେ ସାମାଜିକ ନ୍ୟାୟ ପରିକଳ୍ପନା କିପରି ମନେହୁଏ ?
Answer:
ଭାରତରେ ସାମାଜିକ ନ୍ୟାୟ ପରିକଳ୍ପନା ‘ଲଙ୍କାରେ ହରି ଶବ୍ଦ ପରି’ ମନେହୁଏ ।

Question ୭ ।
ଗଣତନ୍ତ୍ରରେ କେଉଁମାନେ ସିଧାସଳଖ ଭାବରେ ଶାସନକର୍ତ୍ତା ହୁଅନ୍ତି ?
Answer:
ଗଣତନ୍ତ୍ରରେ ଜନତାର ପ୍ରତିନିଧୁମାନେ ସିଧାସଳଖ ଭାବରେ ଶାସନକର୍ତ୍ତା ହୁଅନ୍ତି ।

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୮।
ଲୋକପ୍ରତିନିଧ୍ଵ ମନୋନୟନକୁ ଗଣତନ୍ତ୍ରର କ’ଣ ବୋଲି କୁହାଯାଏ ?
Answer:
ଲୋକପ୍ରତିନିଧୁ ମନୋନୟନକୁ ଗଣତନ୍ତ୍ରର ମେରୁଦଣ୍ଡ ବୋଲି କୁହାଯାଏ ।

Question ୯ ।
ନାଗରିକ ଅଧିକାର ତଥା ପ୍ରତିନିଧ୍ ବାଛିବାର ଗୁରୁତ୍ବ ସମ୍ବନ୍ଧରେ ସଚେତନ ଦେଶର ଲୋକମାନେ କେଉଁ ଜ୍ଞାନରେ ସୁଶିକ୍ଷିତ ?
Answer:
ନାଗରିକ ଅଧିକାର ତଥା ପ୍ରତିନିସ୍‌ ବାଛିବାର ଗୁରୁତ୍ବ ସମ୍ବନ୍ଧରେ ସଚେତନ ଦେଶର ଲୋକମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ।

Question ୧୦ ।
ଯେଉଁ ଦେଶର ଜନତା ନିଜ ଅଧ୍ୟାକାର ଓ କର୍ତ୍ତବ୍ୟ-ଜ୍ଞାନ ସମ୍ବନ୍ଧରେ ଅଜ୍ଞ ସେଠାରେ କ’ଣ ବିଶେଷ ଭାବରେ କାମ କରେ ?
Answer:
ଯେଉଁ ଦେଶର ଜନତା ନିଜ ଅଧିକାର ଓ କର୍ଭବ୍ୟ-ଜ୍ଞାନ ସମ୍ବନ୍ଧରେ ଅଜ୍ଞ ସେଠାରେ ପ୍ରୋପାଗଣ୍ଡା ହିଁ ବିଶେଷ ଭାବରେ କାମକରେ ।

Question ୧୧ ।
ଭଲମନ୍ଦ ଚିହ୍ନିବାର ଯୋଗ୍ୟତା ଯେଉଁଠାରେ ନାହିଁ ସେଠାରେ ମୁଖ୍ୟତଃ କାହାର ଜୟ ହୁଏ ?
Answer:
ଭଲମନ୍ଦ ଚିହ୍ନିବାର ଯୋଗ୍ୟତା ଯେଉଁଠାରେ ନାହିଁ ସେଠାରେ ମୁଖ୍ୟତଃ ପ୍ରୋପାଗଣ୍ଡାର ହିଁ ଜୟ ହୁଏ ।

Question ୧୨ ।
ଆଗନ୍ତୁକକୁ ଚିହ୍ନିପାରି ଥଥମତ ଗଳାରେ ପୁରୋହିତ କ’ଣ ପଚାରିଥିଲେ ?
Answer:
ଆଗନ୍ତୁକକୁ ଚିହ୍ନିପାରି ଥତମତ ଗଳାରେ ପୁରୋହିତ ‘ପାଣୁ କିରେ’ ବୋଲି ପଚାରିଲେ ।

Question ୧୩ ।
ଗୋସେଇଁଙ୍କୁ କିଏ ଛେଳିଟିଏ ଦାନ ଦେଇଥିଲେ ?
Answer:
ଗୋସେଇଁଙ୍କୁ ଜଣେ ଯଜମାନ ଛେଳିଟିଏ ଦାନ ଦେଇଥିଲେ ।

Question ୧୪ ।
କାହାକୁ ଦେଖି ଗୋସେଇଁ ଘବରାଇ ଯାଇଥିଲେ ?
Answer:
ପାଣୁକୁ ଦେଖି ଗୋସେଇଁ ଘବରାଇ ଯାଇଥିଲେ ।

Question ୧୫ ।
ଗୋସେଇଁଙ୍କ ଆଗରେ ହଠାତ୍ ଆବିର୍ଭାବ ହୋଇଥ‌ିବା ବିରାଟକାୟ ପୁରୁଷଟି କିଏ ଥିଲା ?
Answer:
ଗୋସେଇଁଙ୍କ ଆଗରେ ହଠାତ୍ ଆବିର୍ଭାବ ହୋଇଥିବା ବିରାଟକାୟ ପୁରୁଷଟି ଥୁଲା ଅଗାଧୁ ।

Question ୧୬ ।
ଆଜି ଆମ ଦେଶରେ ଅଗଣିତ ପାଣୁ, ରାଧୁ ଓ ଅଗାଧୁ କେଉଁ ଉଦ୍ଦେଶ୍ୟରେ ବାହାରିଛନ୍ତି ?
Answer:
ଆଜି ଆମ ଦେଶରେ ଅଗଣିତ ପାଣୁ, ରାଧୁ ଓ ଅଗାଧୁ ଛେଳିକୁ କୁକୁର ଆଉ କୁକୁରକୁ ଛେଳି କରିବା ଉଦ୍ଦେଶ୍ୟରେ ବାହାରିଛନ୍ତି ।

Question ୧୭ ।
ଅନେକ କ୍ଷେତ୍ରରେ ପାଣୁ, ରାଧୁ ଓ ଅଗାଧୁମାନଙ୍କର ଜୟ ହେବାର କାରଣ କ’ଣ ?
Answer:
ଯେଉଁଠି ଶିକ୍ଷିତ ଭୋଟଦାତାମାନେ ଉଦାସୀନ, ସେଠାରେ ପାଣୁ, ରାଧୁ, ଅଗାଧୁମାନଙ୍କର ଜୟ ହେଉଛି ।

Question ୧୮ ।
ଗୁଣହୀନ ଓ ନୀତିହୀନ ପ୍ରତିନିଧୂମାନେ କିପରି କ୍ଷମତା ପାଉଛନ୍ତି ?
Answer:
ଗୁଣହୀନ ଓ ନୀତିହୀନ ପ୍ରତିନିଧିମାନେ ପ୍ରଚାର ଶକ୍ତି ବଳରେ କ୍ଷମତା ପାଉଛନ୍ତି ।

Question ୧୯ ।
ଗୁଣହୀନ ଓ ନୀତିହୀନ ପ୍ରତିନିଧୁମାନେ ବିବାଦୀ ଜନତାଙ୍କ ମଧ୍ୟରେ କେଉଁ ନ୍ୟାୟରେ ସୁବିଧା ବାଣ୍ଟୁଛନ୍ତି ?
Answer:
ଗୁଣହୀନ ଓ ନୀତିହୀନ ପ୍ରତିନିଧୁମାନେ ବିବାଦୀ ଜନତାଙ୍କ ମଧ୍ୟରେ ‘ମାଙ୍କଡ଼ ଦୁଇ ବିରାଡ଼ିଙ୍କ ମଧ୍ୟରେ ପିଠା ବାଣ୍ଟିଲା ନ୍ୟାୟରେ’ ସୁବିଧା ବାଣ୍ଟୁଛନ୍ତି ।

Question ୨୦ ।
ଜନତା ଜନାର୍ଦ୍ଦନ କାହା ପରି ଓଠ ଚାପି ପ୍ରତିନିଧୁମାନଙ୍କୁ ଅନାଇ ରହୁଛନ୍ତି ?
Answer:
ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ଓଠ ଚାପି ପ୍ରତିନିଧିମାନଙ୍କୁ ଅନାଇ ରହୁଛନ୍ତି ।

Question ୨୧ ।
ନେତାମାନଙ୍କର ରାଜନୈତିକ ପଟ୍ଟ ପରିବର୍ତ୍ତନ ପରେ କେଉଁ ଖେଳ ଆରମ୍ଭ ହୁଏ ?
Answer:
ନେତାମାନଙ୍କର ରାଜନୈତିକ ପଟ୍ଟ ପରିବର୍ତ୍ତନ ପରେ ବାଉଁଶ ରାଣୀ ଖେଳ ଆରମ୍ଭ ହୁଏ ।

Question ୨୨ ।
ମେଣ୍ଢାଶାଳ ଭିତରେ ଗଧୂ କେଉଁ ପୋଷାକରେ ରହେ ?
Answer:
ଗଧୂଆ ମେଣ୍ଢାଶାଳରେ ମେଣ୍ଢାର ପୋଷାକରେ ରହେ ।

Question ୨୩ ।
କେଉଁ ଶାସନ ଶ୍ରେଷ୍ଠ ଶାସନ ବୋଲି ଲେଖକ କହିଛନ୍ତି ?
Answer:
ଗଣତନ୍ତ୍ର ଶାସନ ଶ୍ରେଷ୍ଠ ଶାସନ ବୋଲି ଲେଖକ କହିଛନ୍ତି ।

Question ୨୪ ।
ଗଣତନ୍ତ୍ରରେ ଆମର ଆଜିର ଅବସ୍ଥା ପାଇଁ କାହାକୁ ଦାୟୀ କରାଯାଇଛି ?
Answer:
ଗଣତନ୍ତ୍ରରେ ଆମର ଆଜିର ଅବସ୍ଥା ପାଇଁ ଆମ ନିଜକୁ ହିଁ ଦାୟୀ କରାଯାଇଛି ।.

Question ୨୫ ।
ଗଣଶିକ୍ଷା ଓ ଗଣଚେତନାର ଅଭାବ ଥ‌ିବାଯାଏ କାହାର ସଫଳତା ଆଶା କରିବା ବିଡ଼ମ୍ବନା
Answer:
ଗଣଶିକ୍ଷା ଓ ଗଣଚେତନାର ଅଭାବ ଥିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଠିକ୍ ଉତ୍ତର ପାଇଁ ୧ ନମ୍ବର ରହିବ ।

ପ୍ରବନ୍ଧ – ତିନି ତୁଣ୍ଡରେ, ପ୍ରାବନ୍ଧିକ – ଭୁବନେଶ୍ୱର ବେହେରା

Question ୧ ।
ଶାସନ କହିଲେ କ’ଣ ବୁଝାଏ ?
Answer:
ଶାସନ କହିଲେ, ଲୋକଙ୍କ ଉପରେ ଶାସନକୁ ହିଁ ବୁଝାଏ, ନିଜ ସ୍ତ୍ରୀ କିମ୍ବା ପୁଅଝିଅଙ୍କ ଉପରେ ମାଲିକାନା ଜାହିର କରିବା ନୁହେଁ ।

Question ୨ ।
ଗଣତନ୍ତ୍ର ଶାସନ କହିଲେ କ’ଣ ବୁଝାଏ ?
Answer:
ଗଣତନ୍ତ୍ର ଶାସନ କହିଲେ ଗଣ ବା ଲୋକଙ୍କଦ୍ୱାରା ଶାସନକୁ ବୁଝାଏ ।

Question ୩ ।
ଗଣତନ୍ତ୍ର ଶାସନ ସମ୍ପର୍କରେ କେଉଁ କଥା କହିବାରେ ବିଶେଷ ତାତ୍ପର୍ଯ୍ୟ ନାହିଁ ?
Answer:
ଗଣତନ୍ତ୍ର ଶାସନରେ, ‘ଗଣଙ୍କ ପାଇଁ’ ବା’ ‘ଗଣଙ୍କ ହିତ ପାଇଁ’, ସେ କଥା କହିବାର ବିଶେଷ ତାତ୍ପର୍ଯ୍ୟ ନାହିଁ ।

Question ୪ ।
ଗଣତନ୍ତ୍ର ଶାସନରେ କେଉଁ କଥା କଳ୍ପନା କରାଯାଇ ନ ପାରେ ?
Answer:
ଗଣତନ୍ତ୍ର ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ ।

Question ୫ ।
ଗଣତନ୍ତ୍ର ଶାସନର ସ୍ଵାଭାବିକ ପରିଣତି କ’ଣ ବୋଲି ଯୁକ୍ତି କରାଯାଏ ?
Answer:
ଗଣତନ୍ତ୍ର ଶାସନର ସ୍ବାଭାବିକ ପରିଣତିକୁ ପ୍ରାବନ୍ଧିକ କଳ୍ପନାର ବିଳାସ ବୋଲି କହିଛନ୍ତି, କାରଣ ଏଥିରେ ପୁଞ୍ଜିପତିର – ବିଶାଳ ପ୍ରାସାଦ ଓ ଭିକାରିର ପତ୍ରକୁଡ଼ିଆ ତଥା ରାସ୍ତାକଡ଼ ମଧ୍ୟରେ ଅର୍ଥନୈତିକ ସମତା ଆଣିବା ଅସମ୍ଭବ ।

Question ୬।
ଅର୍ଥନୈତିକ ସମତାର ଆଶାକୁ ଲେଖକ କଳ୍ପନାର ବିଳାସ ବୋଲି କହିବାର କାରଣ କ’ଣ ?
Answer:
ଅର୍ଥନୈତିକ ସମତାର ଆଶାକୁ ଲେଖକ କଳ୍ପନାର ବିଳାସ ବୋଲି କହିବାର କାରଣ, ଗଣତନ୍ତ୍ରରେ ଯାହା ପ୍ରକାଶ କରାଯାଏ, ପ୍ରକୃତରେ ସେପରି କାର୍ଯ୍ୟ କରିବା ସମ୍ଭବ ନୁହେଁ ।

Question ୭।
ଗଣତନ୍ତ୍ରରେ କେଉଁପରି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଅସମ୍ଭବ ?
Answer:
ଗଣତନ୍ତ୍ରରେ ଗଣଙ୍କଦ୍ବାରା ଶାସନର ଅର୍ଥ ନୁହେଁ ଯେ ଜନତାର ସମସ୍ତେ ବ୍ୟକ୍ତିଗତ ଭାବରେ ସିଧାସଳଖ ଶାସନକର୍ତ୍ତା ହେବେ ଓ ନିଜକୁ ନିଜେ ଶାସନ କରିବେ, ଏପରି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଅସମ୍ଭବ ।

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୮ ।
ଯେଉଁ ଦେଶର ଭୋଟଦାତାମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ଓ ପ୍ରତିନିଧ‌ି ବାଛିବା ସମ୍ବନ୍ଧରେ ସଚେତନ ସେମାନେ କ’ଣ ହେବାପାଇଁ ଉପଯୁକ୍ତ ?
Answer:
ଯେଉଁ ଦେଶର ଭୋଟଦାତାମାନେ ଶାସନ ସମ୍ବନ୍ଧୀୟ ଜ୍ଞାନର ସୁଶିକ୍ଷିତ ଓ ପ୍ରତିନିଧି ବାଛିବା ସମ୍ପର୍କରେ ସଚେତନ, ସେମାନେ ଲେ।କପ୍ରତିନଧି ହେବାପାଇଁ ଉପଯୁକ୍ତ ।

Question ୯ ।
କେଉଁ ଦେଶରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ହିଁ ବିଶେଷ କାମ କରେ ?
Answer:
ଯେଉଁ ଦେଶର ଜନତା ନିଜର ଅଧିକାର ତଥା କର୍ତ୍ତବ୍ୟ ଜ୍ଞାନ ସମ୍ବନ୍ଧରେ ଅଜ୍ଞ, ସେ ଦେଶରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ହିଁ ବିଶେଷ କାମ କରେ ।

Question ୧୦ ।
ପାଣୁ ମୁରୁକି ହସିଦେଇ ଗୋସେଇଁଙ୍କୁ କ’ଣ କହିଲା ?
Answer:
ପାଣୁ ମୁରୁକି ହସିଦେଇ କହିଲା, ‘ଗୋସେଇଁ ମହାପ୍ରଭୁ ! ଏହି ଭୋରୁ ଭୋରୁ କୁକୁରଟିକୁ କାନ୍ଧରେ ବୋହି କୁଆଡ଼ିକି ଚାଲିଛନ୍ତି ।’’

Question ୧୧ ।
ଗୋସେଇଁ କାହିଁକି ଛେଳିକୁ ବୋହି ନେଇ ଯାଉଥିଲେ ?
Answer:
ଗୋସେଇଁ ଯଜମାନ ଘରୁ ଛେଳିଟିକୁ ଆଣିଲାବେଳେ, ଛେଳିଟି ଭିଡ଼ି ଓଟାରି ହେବାରୁ ସେ ତା’କୁ କାନ୍ଧରେ ବୋହି ନେଇ ଯାଉଥିଲେ ।

Question ୧୨ ।
ପାଣୁ ବାଟକାଟି ଯାଉ ଯାଉ କ’ଣ ଟିପ୍ପଣୀ କରିଥିଲା ?
Answer:
ପାଣୁ ବାଟକାଟି ଯାଉ ଯାଉ, ଗୋସେଇଁଙ୍କ ଉପରେ ଟିପ୍‌ପଣୀ ଦେଇ କହିଲା, ‘ଯେତେ ମୂର୍ଖ ହେଲେ ବି କୁକୁରଟାକୁ ଆଉ ଚିହ୍ନି ହେବନି ? ବଡ଼ ଲୋକଙ୍କୁ ଜବାବ ନାହିଁ ପରା ।’

Question ୧୩ ।
ରାଧୁ ଗୋସେଇଁଙ୍କୁ ପ୍ରଣାମ କରି କ’ଣ କହିଲା ?
Answer:
ରାଧୁ ଗୋସେଇଁଙ୍କୁ ପ୍ରଣାମ କରି କହିଲା, ‘ନନା-କୁକୁରଟାକୁ କ’ଣ କାନ୍ଧରେ ବୋହିଛନ୍ତି ? କଳିଯୁଗ ବୋଲି କ’ଣ ସବୁ ଆଚାର ବିଚାର ଗଲା !’

Question ୧୪ ।
ରାଧୁ ବାଟକାଟି ଯାଉ ଯାଉ କ’ଣ ପଦେ ଶୁଣେଇ ଦେଇଗଲା ?
Answer:
ରାଧୁ ବାଟକାଟି ଯାଉ ଯାଉ ପଦେ ଶୁଣେଇ ଦେଇଗଲା, ‘ଛେଳି, ନା ବାଛୁରି, ହଁ ସରଗକୁ ନିଶୁଣୀ ନାହିଁ ଆଉ ……….’ କ’ଣ କହିଲା ଠିକ୍ ଶୁଣାଗଲାନି ।

Question ୧୫ ।
ଅଗାଧୁ ଭକ୍ତିପୂତ ପ୍ରଣାମ ଜଣାଇ କ’ଣ କହିଲା ?
Answer:
ଅଗାଧୁ ଭକ୍ତିପୂତ ପ୍ରଣାମ ଜଣାଇ ଚମକିପଡ଼ିଲା ପରି କହିଲା, ‘ଅବଧାନେ – ଏମିତି ଜାତିଆ କୁକୁରଟାଏ କେଉଁଠୁ ପାଇଲ ? କିଏ ବି ଛେଳି ବୋଲି ଭୁଲ୍ କରି ବସିବ । ଭଲ ଭୁକୁଛି ନା ?”’

Question ୧୬ ।
ଯେଉଁଠି ଶିକ୍ଷିତ ଭୋଟଦାତାମାନେ ଉଦାସୀନ ସେଠାରେ କ’ଣ ହେବେ ?
Answer:
ଯେଉଁଠି ଶିକ୍ଷିତ ଭୋଟଦାତାମାନେ ଉଦାସୀନ ସେଠାରେ ଅସାଧୁ ପ୍ରଚାରସର୍ବସ୍ୱମାନଙ୍କର ହିଁ ଜୟ ହୋଇଥାଏ ।

Question ୧୭ ।
ଆଜିର ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ପ୍ରତିନିଧୁମାନଙ୍କୁ କିପରି ଅନାଇ ରହୁଛନ୍ତି ?
Answer:
ଆଜିର ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ପ୍ରତିନିଧୁମାନଙ୍କୁ ଖାଲି ଓଠ ଚାଟି ମିଟିମିଟି କରି ପ୍ରତିନିଧିମାନଙ୍କୁ

Question ୧୮ ।
ଯେଉଁ ପ୍ରତିନିଧିମାନଙ୍କୁ ତରାଜୁ ଧରିବାକୁ ସୁଯୋଗ ମିଳୁନି ସେମାନେ କ’ଣ କରନ୍ତି ?
Answer:
ଯେଉଁ ପ୍ରତିନିଧୁମାନଙ୍କୁ ତରାଜୁ ଧରିବାକୁ ସୁଯୋଗ ମିଳୁନି, ସେମାନଙ୍କ ମଧ୍ୟରୁ କେତେକ ମାଙ୍କଡ଼ଚିତ୍‌ ମାରି ରାଜନୈତିକ ପଟ୍ଟ ପରିବର୍ତ୍ତନ କରୁଛନ୍ତି ।

Question ୧୯ ।
କେଉଁ କଥାର ଅଭାବ ଥିଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ବୋଲି ଲେଖକ କହିଛନ୍ତି ?
Answer:
ଗଣଶିକ୍ଷା ଓ ଗଣଚେତନାର ଅଭାବ ଥିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ମାତ୍ର ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଠିକ୍ ଉତ୍ତର ପାଇଁ ୨ ନମ୍ବର ରହିବ ।

ପ୍ରବନ୍ଧ – ତିନି ତୁଣ୍ଡରେ, ପ୍ରାବନ୍ଧିକ – ଭୁବନେଶ୍ୱର ବେହେରା ।

Question ୧ ।
କେଉଁମାନଙ୍କ ପ୍ରବର୍ତ୍ତିତ ଶାସନ ଗଣସମୂହଙ୍କ ହିତପାଇଁ ବୋଲି ଡିଣ୍ଡିମ ପିଟି ଘୋଷଣା କରେ ?
Answer:
ନିଶ ଉପୁଡ଼ା ରାଜାରାଜୁଡ଼ା ଶାସନଠାରୁ ଆରମ୍ଭ କରି ଆଚାରଭ୍ରଷ୍ଟ ‘ମ’କାର ବ୍ୟଭିଚାରଗ୍ରସ୍ତ ୟାହିଆ ସାମରିକ ଏକଛତ୍ରବାଦ ପର୍ଯ୍ୟନ୍ତ ପ୍ରତ୍ୟେକ ଶାସକଗଣ ସେମାନଙ୍କ ପ୍ରବର୍ତ୍ତିତ ଶାସନକୁ ଗଣସମୂହଙ୍କ ହିତ ପାଇଁ ବୋଲି ଡିଣ୍ଡିମ ପିଟି ଘୋଷଣା କରିଥାଏ ।

Question ୨ ।
ଗଣତନ୍ତ୍ର ଶାସନର ସ୍ଵାଭାବିକ ପରିଣତି କ’ଣ ବୋଲି ଯୁକ୍ତି କରାଯାଏ ?
Answer:
ଗଣତନ୍ତ୍ର ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ । ତେଣୁ ସାମାଜିକ ନ୍ୟାୟ, ଅର୍ଥନୈତିକ ସମତା, ବ୍ୟକ୍ତିଗତ ଅଧିକାର ଓ ବ୍ୟକ୍ତିଗତ ସ୍ଵାଧୀନତା ଲାଭ ସଙ୍ଗେ ସଙ୍ଗେ ସମଷ୍ଟିଗତ ପ୍ରଗତି ଏ ଶାସନର ସ୍ଵାଭାବିକ ପରିଣତି ବୋଲି ଯୁକ୍ତି କରାଯାଏ ।

Question ୩ ।
ଗଣତନ୍ତ୍ରକୁ ଯାହା ବୋଲି ଘୋଷଣା କରାଯାଏ ସତରେ କାହିଁକି ସେ ତାହା ନୁହେଁ ବୋଲି ମନରେ ପ୍ରଶ୍ନ ଉଠେ ?
Answer:
କୁସଂସ୍କାରପୂର୍ଣ ସାଧାରଣ ଶିକ୍ଷାବିହୀନ ସମାଜରେ ବ୍ୟକ୍ତିଗତ ଅଧିକାର ଚିଲିକା ମାଛ ପରି ସ୍ଵପ୍ଲିଳ ଓ ଦୁଷ୍ପାପ୍ୟ, ଆଉ ସମଷ୍ଟିଗତ ପ୍ରଗତି ଆକାଶ କଇଁଆ ପରି କପୋଳକଳ୍ପିତ । ତେଣୁ ମନରେ ପ୍ରଶ୍ନ ଉଠେ ଯେ ଗଣତନ୍ତ୍ରକୁ ଯାହା ବୋଲି ଘୋଷଣା କରାଯାଏ, ସତରେ ତାହା ନୁହେଁ ।

Question ୪ ।
‘ଗଣଙ୍କଦ୍ବାରା’ ଶାସନର ଅର୍ଥ କ’ଣ ବୋଲି ଲେଖକ କହିଛନ୍ତି ?
Answer:
‘ଗଣଙ୍କଦ୍ବାରା’ ଶାସନର ଅର୍ଥ ବ୍ୟକ୍ତିଗତ ଭାବରେ କେହି ଶାସନକର୍ତ୍ତା ହୋଇ ନିଜକୁ ଶାସନ କରିବେ ନାହିଁ । ଗଣତନ୍ତ୍ରରେ ଜନତା ବା ଗଣମାନେ ସେମାନଙ୍କ ପ୍ରତିନିଧ‌ିକୁ ବାଛନ୍ତି ଏବଂ ସେହିମାନଙ୍କ ହାତରେ ଶାସନକ୍ଷମତା ଓ ଶାସନଭାର ଜାଣିଶୁଣି ସମର୍ପି ଦେଇଥା’ନ୍ତି । ଲୋକପ୍ରତିନିଧୁ ମନୋନୟନ, ଗଣତନ୍ତ୍ରର ମେରୁଦଣ୍ଡ ।

Question ୫ ।
କେଉଁ ଦେଶର ଭୋଟଦାତାମାନେ ଲୋକ-ପ୍ରତିନିଧି ହେବାପାଇଁ ଉପଯୁକ୍ତ ?
Answer:
ଯେଉଁ ଦେଶର ଲୋକମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ନିଜ ନାଗରିକ ଅସ୍ଵୀକାର ତଥା ପ୍ରତିନିଧ୍ ବାଛିବାର ଗୁରୁତ୍ଵ ସମ୍ବନ୍ଧରେ ସଚେତନ, ସେ ଦେଶମାନଙ୍କରେ ଭୋଟଦାତାମାନେ ଲୋକ ପ୍ରତିନିଧ୍ଵ ହେବାପାଇଁ ଉପଯୁକ୍ତ ।

Question ୬ ।
କେଉଁ ଉପଯୁକ୍ତ ବ୍ୟକ୍ତିକୁ ପ୍ରତିନିଧ୍ ରୂପେ ବାଛିବା ଉଚିତ୍ ?
Answer:
ଗଣତନ୍ତ୍ର ଶାସନରେ ଜନପ୍ରତିନିଧିମାନେ ହିଁ ଜନତାଙ୍କୁ ଶାସନ କରିଥା’ନ୍ତି । ତେଣୁ ବ୍ୟକ୍ତିର ଦୋଷଗୁଣ, କ୍ରିୟାକଳାପ, ଚିନ୍ତାଧାରା ଓ ମାନସିକ ଦୃଷ୍ଟିକୋଣ, ସାଧୁତା ଓ ସଟପଣିଆ ତଥା କାର୍ଯ୍ୟଦକ୍ଷତା ସମ୍ପର୍କରେ ବ୍ୟକ୍ତିଗତ ଭାବରେ ଜ୍ଞାନ ସଂଗ୍ରହ କରି ଉପଯୁକ୍ତ ବ୍ୟକ୍ତିକୁ ହିଁ ପ୍ରତିନିଧୂରୂପେ ବାଛିବା ଉଚିତ ।

Question ୭ ।
କାହାକୁ ବିରାଡ଼ି ବୈଷ୍ଣବ ବୋଲି କୁହାଯାଇଛି ?
Answer:
ଯେଉଁମାନେ ଜନପ୍ରତିନିଧ୍ ହେବାପାଇଁ ନିଜେ ନିଜର ପେଁକାଳି ବଜାଇ, ସଭା ସମିତିରେ ଛାତି ପିଟି, ବାହାସ୍ଫୋଟ ମାରି, ଧୂଆଁବାଣ ଛାଡ଼ି, ଭଡ଼ାଟିଆ ଲୋକଙ୍କ ସାହାଯ୍ୟରେ ଡ୍ରମ୍ ବାଡ଼େଇ, ଧନ, କାର୍ପଣ୍ୟ ଓ ସେବାର ସାମୟିକ ଆଶ୍ରୟନେଇ ପ୍ରତିଦ୍ବନ୍ଦୀମାନଙ୍କ କୁତ୍ସାରଟନା କରି, ସେମାନଙ୍କ ଲୋକଙ୍କୁ ଭୟ ଦେଖାଇ ପ୍ରଚାର ବଳରେ କଳାକୁ ଧଳା ଓ ଧଳାକୁ କଳା କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କୁ ବିରାଡ଼ି ବୈଷ୍ଣବ ଜନପ୍ରତିନିଧ୍ ବୋଲି କୁହାଯାଇଛି ।

Question ୮।
ପାଣୁର ରୂପ କିପରି ଥିଲା ?
Answer:
ପାଣୁ ଥିଲା ପ୍ରଥମ ଠକ ଏବଂ ତାହାର ରୂପ ଥିଲା ଭୟଙ୍କର । କଳା ମଚମଚ ଦେହ ସାଙ୍ଗକୁ କହରା ନିଶ । ମେହେଗାନି କାଠରେ କୁନ୍ଦିଲାପରି ହାତ ଆଉ ଫୁଲ୍‌କା ରୁଟିପରି ଫୁଲି ଉଠିଥିବା ଚୌଡ଼ାଛାତି । ହାତରେ ଧରିଥିଲା ଲାଠି । ତାହାକୁ ଦେଖୁ ବ୍ରାହ୍ମଣ ଗୋସେଇଁଙ୍କ ଆଖି ତାଳୁକୁ ଖୋସି ହୋଇଗଲା, ଆଉ ଦେହରୁ ଗମ୍ ଗମ୍ ଝାଳ ବୋହିଗଲା ।

Question ୯ ।
ଗୋସେଇଁ ମହାରାଜ ସପ୍ରତିଭ ହୋଇସାରିବା ପରେ ପାଣୁକୁ କ’ଣ କହିଥିଲେ ?
Answer:
ଗୋସେଇଁ ମହାରାଜା ପାଣୁକୁ ପ୍ରଥମେ ଦେଖି ଡରିଯାଇଥିଲେ ବି ପରେ ସପ୍ରତିଭ ହୋଇ ପାଣୁକୁ କହିଲେ ‘ହଇରେ ପାଣୁ, ସତରେ କ’ଣ ୬୦ ବର୍ଷ ନ ପୂରିଲେ ତମମାନଙ୍କର ବୁଦ୍ଧି ହୁଏ ନାହିଁ । ଛେଳି କିଏ କୁକୁର କିଏ ତୁ ଚିହ୍ନି ପାରୁନୁ । ଯଜମାନ ଛେଳିଟିଏ ଦାନ କଲେ – ସାଙ୍ଗରେ ଆଣିଲା ବେଳକୁ ସେ ଭିଡ଼ି ଓଟାରି ହେଉଥୁଲା, ବୋହିନେଇ ଯାଉଛି ।’’

Question ୧୦ ।
ରାଧୁର କଥା ଶୁଣି ପୁରୋହିତ କ’ଣ କଲେ ?
Answer:
ରାଧୁର କଥା ଶୁଣି ପୁରୋହିତଙ୍କ ମନରେ ସନ୍ଦେହ ଦେଖାଦେଲା । ସେ ଛେଳିଟିକୁ କାନ୍ଧରୁ ଓହ୍ଲାଇ ତାହାକୁ ପରଖି ନେଲେ । ନିଜ ଆଖି ଦୁଇଟିକୁ ଭଲକରି ମକଚି ଛେଳିର ଲାଞ୍ଜଟିକୁ ହଲାଇ ଦେଖିଲେ । ବୋହି ଆଣିଲାବେଳେ କେଉଁଠି ମେଁ ମେଁ କରିଥିଲା, ତାହାକୁ ମନେ ପକାଇବାକୁ ଚେଷ୍ଟା କରିଥିଲେ । ଶେଷରେ କହିଲେ, ‘କିରେ ରାଧୁ – ଛେଳିଟାକୁ ଚିହ୍ନିପାରୁନୁ କିରେ ?”

Question ୧୧ ।
ଅଗାଧୁ କଥା ଶୁଣି ପୁରୋହିତ କ’ଣ କଲେ ?
Answer:
ଅଗାଧୁ କଥା ଶୁଣିବା ପୂର୍ବରୁ ପୁରୋହିତ ପାଣୁ ଓ ରାଧୁଠାରୁ ଛେଳିକୁ କୁକୁର ବୋଲି ଶୁଣିଥିଲେ । ଅଗାଧୁ ଛେଳିଟିକୁ ଜାତିଆ କୁକୁର ବୋଲି କହିବାରୁ, ପୁରୋହିତ ସେଇଠି ଛେଳିଟିକୁ ରାସ୍ତା ଉପରେ ଠିଆ ଠିଆ କଚାଡ଼ି ଦେଲେ । ରାଗରେ, ଲାଜରେ ଆଉ ଭଲ ଚଷମା ହଳଟିଏ ନ କିଣି, ଏମିତି ହଟହଟା ହୋଇଥିବା ଯୋଗୁଁ ଦୁଃଖରେ ନିଜ କରମକୁ ନିନ୍ଦି, ଯଜମାନକୁ ଅଭିଶାପ ଦେଇ ଦେଇ ଗାଁ ଆଡ଼କୁ ଦଉଡ଼ିଥିଲେ ।

Question ୧୨ ।
ମାଙ୍କଡ଼ଚିତ୍ ମାରୁଥିବା ନେତାମାନେ କ’ଣ କରନ୍ତି ?
Answer:
ମାଙ୍କଡ଼ଚିତ୍ର ମାରୁଥ‌ିବା ନେତାମାନେ ରାଜନୈତିକ ପଟ୍ଟ ପରିବର୍ତ୍ତନ କରନ୍ତି । ତା’ପରେ ଆରମ୍ଭ କରନ୍ତି ବାଉଁଶରାଣୀ ଖେଳ । କେଉଁ ନେତା ଲାଠିଟିଏ ଧରି, ଆଉ କିଏ ରଙ୍ଗ ବେରଙ୍ଗର ଛତାଟିଏ ଧରି ଦୁଇ ବାଉଁଶ ଖୁଣ୍ଟ ମଧ୍ୟରେ ବନ୍ଧା ହୋଇଥିବା ତା’ର ଦଉଡ଼ିରେ କାରସାଦି ଦେଖାଉ ଦେଖାଉ ବେଳେବେଳେ ବିଚିତ୍ର ଗତିରେ ଗୋଟିଏ ଗୋଡ଼ରେ ଭଅଁର ଖେଳି ଦିଗ ପରିବର୍ତ୍ତନ କରି ନେଉଛନ୍ତି ।

Question ୧୩ ।
ଲେଖକ ଗଣତନ୍ତ୍ରଙ୍କୁ କାହିଁକି ଦୋଷୀ କରି ନାହାଁନ୍ତି ?
Answer:
ଲେଖକ ଗଣତନ୍ତ୍ରକୁ ଦୋଷୀ କରିନାହାନ୍ତି ବରଂ ଗଣତନ୍ତ୍ର ଶାସନ ଶ୍ରେଷ୍ଠ ଶାସନ ବୋଲି କହିଛନ୍ତି । ଆମେ ଗଣତନ୍ତ୍ର ଶାସନ ପାଇଁ ଉପଯୁକ୍ତ ହୋଇନାହୁଁ । ଆଜି ଆମର ଏ ଅବସ୍ଥା ପାଇଁ ଆମେ ହିଁ ଦାୟୀ । ଗଣଶିକ୍ଷା ଓ ଗଣଚେତନା ନଥିବା ଯାଏ ଗଣତନ୍ତ୍ରର ସଫଳତା ଆଶା କରାଯାଇ ପାରିବ ନାହିଁ ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧।
‘ତିନି ତୁଣ୍ଡରେ’ ନାମକରଣର ସାର୍ଥକତା ପ୍ରତିପାଦନ କର ।
Answer:
ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଜଣେ ସମର୍ଥ ଗଦ୍ୟସ୍ରଷ୍ଟା ପ୍ରାବନ୍ଧିକ ଭୁବନେଶ୍ଵର ବେହେରା । ସାଂପ୍ରତିକ ମଣିଷର ରୀତିନୀତି, ଆଚାର ବିଚାର, ଜୀବନ ଦର୍ଶନ, ବିଜ୍ଞାନକୁ ନେଇ ସେ ପ୍ରବନ୍ଧ ରଚନା କରିଛନ୍ତି । ସାଧାରଣ କଥାକୁ ବିଭିନ୍ନ ଉଦାହରଣ ଦେଇ, ଲୋକକାହାଣୀ ବା ପୌରାଣିକ ପ୍ରସଙ୍ଗକୁ ଉପସ୍ଥାପନ କରି, ସହଜ ସରଳ ଭାଷାରେ ପ୍ରକାଶ କରନ୍ତି । ଆଲୋଚ୍ୟ ‘ତିନି ତୁଣ୍ଡରେ’ ପ୍ରବନ୍ଧରେ ସେ ଗଣତନ୍ତ୍ର ଶାସନ ପଦ୍ଧତିର ମହତ୍ତ୍ଵକୁ ପ୍ରକାଶ କରିଛନ୍ତି । ଗଣତନ୍ତ୍ର ଶାସନ ସର୍ବୋତ୍କୃଷ୍ଟ ହେଲେ ବି ଅନେକ ସମୟରେ ଲୋକମାନଙ୍କର ଅଶିକ୍ଷା ଓ ନିଜର ଅଧିକାର ସମ୍ପର୍କରେ ଅଜ୍ଞତା ଗଣତନ୍ତ୍ରକୁ ଦିଗଭ୍ରଷ୍ଟ କରୁଛି । ଆକ୍ଷରିକ ଦୃଷ୍ଟିରୁ ବିଚାର କଲେ, ଗଣଙ୍କର ଶାସନ ହେଉଛି ଗଣତନ୍ତ୍ର । ମାତ୍ର ପ୍ରକୃତରେ ଗଣ ବା ଜନତା ନିଜର ପ୍ରତିନିଧ୍ ବାଛି ପରୋକ୍ଷଭାବରେ ନିଜକୁ ନିଜେ ଶାସନ କରିଥା’ନ୍ତି ।

ସବୁ ଶାସନ ପଦ୍ଧତି ମଧ୍ୟରେ ଗଣତନ୍ତ୍ର ଶାସନ ହିଁ ଉତ୍କୃଷ୍ଟ । ‘ଗଣଙ୍କଦ୍ବାରା’, ‘ଗଣଙ୍କ ପାଇଁ’, ‘ଗଣଙ୍କର ଶାସନ’ ହିଁ ଗଣତନ୍ତ୍ର ଶାସନ । ଗଣଙ୍କ ପାଇଁ, ଅର୍ଥାତ୍ ଗଣଙ୍କର ହିତ ପାଇଁ, ଗଣଙ୍କଦ୍ବାରା ଲୋକମାନେ ନିଜକୁ ନିଜେ ଶାସନ କରନ୍ତି । ତେଣୁ ଏହି ଶାସନ ବ୍ୟବସ୍ଥାରେ ସମସ୍ତେ ସମାନ । କେହି ବଡ଼ ନୁହଁନ୍ତି କିମ୍ବା କେହି ସାନ ନୁହଁନ୍ତି । ଗଣଙ୍କଦ୍ଵାରା ଶାସନରେ ଗଣମାନେ ନିଜକୁ ସିଧାସଳଖ ଶାସନକର୍ତ୍ତା ବୋଲି ବିଚାର କରିନାହାଁନ୍ତି । ସିଧାସଳଖ ଶାସନକର୍ତ୍ତା ହୁଅନ୍ତି ଏହି ଗଣ ବା ଜନତାର ପ୍ରତିନିଧ୍ଵ । ସେମାନଙ୍କୁ ଜନତାମାନେ ବାଛନ୍ତି, ସେମାନଙ୍କ ହାତରେ ଶାସନ କ୍ଷମତା ଓ ଶାସନଭାର ଜାଣିଶୁଣି ନିଜେ ସମର୍ପି ଦେଇଥା’ନ୍ତି । ଲୋକ ପ୍ରତିନିଧ୍ଵ ମନୋନୟନ ଗଣତନ୍ତ୍ରର ମେରୁଦଣ୍ଡ ।

ଯେଉଁ ଦେଶରେ ଲୋକେ ଶାସନ ସମ୍ବନ୍ଧରେ ସୁଶିକ୍ଷିତ, ସେମାନେ ଉପଯୁକ୍ତ ପ୍ରତିନିଧୁ ବାଛିଥା’ନ୍ତି । ମାତ୍ର ଯେଉଁ ଦେଶରେ ଜନତା ନିଜ ଅଧିକାର ତଥା କର୍ତ୍ତବ୍ୟଜ୍ଞାନ ସମ୍ବନ୍ଧରେ ଅଜ୍ଞ, ସେ ଦେଶମାନଙ୍କରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ହିଁ ବିଶେଷ ଭାବରେ କାମ କରିଥାଏ । ପ୍ରୋପାଗଣ୍ଡା ଯେ କ’ଣ କରିପାରେ ଏହାକୁ ସ୍ପଷ୍ଟ କରିବାପାଇଁ ପ୍ରାବନ୍ଧିକ ବହୁ ପ୍ରଚଳିତ କାହାଣୀ, ‘ତିନିତୁଣ୍ଡରେ ଛେଳି କୁକୁର’ କାହାଣୀକୁ ଚମତ୍କାର ଭାବରେ ଉପସ୍ଥାପିତ କରିଛନ୍ତି । ବର୍ତ୍ତମାନ ସମୟରେ ଲୋକମାନଙ୍କୁ ବହୁଭାବରେ ପ୍ରଭାବିତ କରିବାପାଇଁ, ପ୍ରଚାରପତ୍ର, କାନ୍ଥବାଡ଼ ଲେଖା, ସିନେମାହଲ୍‌ର ପର୍ଦା, ରେଡ଼ିଓ, ଦୂରଦର୍ଶନଠାରୁ ଆରମ୍ଭ କରି ସଭାସମିତି, ଶୋଭଯାତ୍ରା କରି, ଭଲକୁ ଭେଲ ଓ ଭେଲକୁ ଭଲ କରାଯାଉଛି । ଆଉ ଯେଉଁମାନେ କୌଣସି ଉପାୟରେ ଜନତାଙ୍କୁ ଠକି ପ୍ରତିନିଧ୍ଵ ହେଉଛନ୍ତି, ସେମାନେ ମାଙ୍କଡ଼ ଦୁଇ ବିରାଡ଼ିଙ୍କ ମଧ୍ୟରେ ପିଠା ବାଣ୍ଟିଲା ଭଳି, ନିଜ ସୁବିଧା ଦେଖୁଛନ୍ତି । ଜନତା ଜନାର୍ଦ୍ଦନ କେବଳ ଦୁଇ ବିରାଡ଼ିଙ୍କ ପରି ଓଠ ଚାଟୁଛନ୍ତି ସିନା; ହେଲେ କିଛି କରିପାରୁ ନାହାଁନ୍ତି । ପୁନଶ୍ଚ କେତେକ ନେତା ଦଳବଦଳ କରି ନିଜର ସୁବିଧା ହାସଲ କରିବାକୁ ଚାହୁଁଛନ୍ତି ।

ପ୍ରବନ୍ଧର ଶେଷରେ ପ୍ରାବନ୍ଧିକ ଗଣତନ୍ତ୍ରକୁ ସବୁଠାରୁ ଭଲ ଶାସନ ପଦ୍ଧତି ବୋଲି କହିଥିଲେ ବି, ଗଣଶିକ୍ଷା ଓ ଗଣଚେତନାର ଅଭାବ ଥ‌ିବାଯାଏ, ଏହା ସଫଳ ହୋଇପାରିବ ନାହିଁ ବୋଲି ସୂଚନା ଦେଇଛନ୍ତି ।

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୨ ।
‘ଗଣତନ୍ତ୍ର’ ଶାସନ ପଦ୍ଧତି ସମ୍ପର୍କରେ ଲେଖକଙ୍କ ଅଭିମତ ବୁଝାଅ ।
Answer:
ପ୍ରାବନ୍ଧିକ ଭୁବନେଶ୍ୱର ବେହେରା ଜଣେ ଯଶସ୍ବୀ ପ୍ରାବନ୍ଧିକ ଭାବରେ ଓଡ଼ିଆ ସାହିତ୍ୟରେ ପରିଚିତ । ସମାଜଭିଭିକ ତଥ୍ୟ ସହିତ ସେ ସାଧାରଣ କଥାକୁ ବିଭିନ୍ନ ଉଦାହରଣ ଦେଇ ସୁନ୍ଦର ଭାବରେ ବୁଝାଇଥା’ନ୍ତି । ଆଲୋଚ୍ୟ ‘ତିନି ତୁଣ୍ଡରେ’ ପ୍ରବନ୍ଧରେ ସେ ଗଣତନ୍ତ୍ର ଶାସନ ପଦ୍ଧତିର ତ୍ରୁଟିବିଚ୍ୟୁତିକୁ ସୁନ୍ଦର ଭାବରେ ବିଭିନ୍ନ କାହାଣୀ ମାଧ୍ୟମରେ ପ୍ରକାଶ କରିଛନ୍ତି । ଆମ ସାମାଜିକ ବ୍ୟବସ୍ଥାରେ ଯେତେଗୁଡ଼ିଏ ଶାସନ ପଦ୍ଧତି ରହିଛି, ସେଗୁଡ଼ିକ ମଧ୍ୟରେ ସର୍ବୋତ୍କୃଷ୍ଟ ହେଉଛି ଗଣତନ୍ତ୍ର । ମାତ୍ର ଗଣତନ୍ତ୍ରରେ ଗଣମାନଙ୍କର ଅଶିକ୍ଷା ଓ ଅସଚେତନତା ଗଣତନ୍ତ୍ର ଶାସନକୁ ଉପଯୁକ୍ତ ଭାବରେ କାର୍ଯ୍ୟ କରିବାକୁ ସୁଯୋଗ ଦେଉନାହିଁ ।

ଗଣତନ୍ତ୍ର ଶାସନ ହେଉଛି ‘ଗଣଙ୍କଦ୍ବାରା’ ଶାସନ । ଏଥିରେ ଜନତାଙ୍କଦ୍ୱାରା ଜନତାର ଶାସନ ପ୍ରତ୍ୟକ୍ଷ ନ ହୋଇ ପରୋକ୍ଷ ହେବାହିଁ ସ୍ଵାଭାବିକ । ସିଧାସଳଖ ଭାବରେ ଶାସନ ଦାୟିତ୍ଵ ତୁଲାଇଥା’ନ୍ତି ଜନତାର ପ୍ରତିନିଧ୍ଵ । ସେହି ପ୍ରତିନିଧୁମାନଙ୍କୁ ସେମାନେ ନିଜେ ବାଛନ୍ତି ଓ ଯାହାଙ୍କ ହାତରେ ଶାସନ କ୍ଷମତା ଓ ଶାସନଭାର ଜାଣିଶୁଣି ଦେଇଥା’ନ୍ତି । ସୁତରାଂ ଲୋକ ପ୍ରତିନିଧୂ ମନୋନୟନ ହେଉଛି ଗଣତନ୍ତ୍ରର ମେରୁଦଣ୍ଡ । ଯେଉଁ ଦେଶର ଲୋକମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ସେମାନେ କେବଳ ଯଥାର୍ଥ ପ୍ରତିନିଧ୍ ବାଛି ପାରିବେ । ସେ ଦେଶର ଭୋଟଦାତାମାନେ ଲୋକପ୍ରତିନିଧ୍ ହେବାପାଇଁ ଉପଯୁକ୍ତ । ଅନ୍ୟଭାବରେ ବିଚାର କଲେ ଯେଉଁ ଦେଶରେ ଜନତା ନିଜ ଅଧିକାର ତଥା କର୍ତ୍ତବ୍ୟଜ୍ଞାନ ସମ୍ବନ୍ଧରେ ଅଜ୍ଞ, ସେ ଦେଶରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ବେଶି କାମ କରିଥାଏ । ଭଲମନ୍ଦ ଚିହ୍ନିବାର ଯୋଗ୍ୟତା ଯେଉଁଠାରେ ନ ଥାଏ, ସେଠାରେ ମୁଖ୍ୟତଃ ପ୍ରୋପାଗଣ୍ଡା ହିଁ କାର୍ଯ୍ୟ କରିଥାଏ । ଏହାକୁ ସ୍ପଷ୍ଟ କରିବାପାଇଁ ପ୍ରାବନ୍ଧିକ ‘ତିନି ତୁଣ୍ଡରେ ଛେଳି କୁକୁର’ କାହାଣୀକୁ ।

ପ୍ରୋପାଗଣ୍ଡା ବା ପ୍ରଚାର ଶକ୍ତି ବଳରେ ଗୁଣହୀନ, ନୀତିହୀନ ପ୍ରତିନିଧୁମାନେ କ୍ଷମତା ପାଇଥା’ନ୍ତି । ସେମାନେ ଗରିବ ଦେଶର ବିବାଦୀ ଜନତାଙ୍କ ମଧ୍ୟରେ ସୀମିତ ସୁବିଧା ବାଣ୍ଟିଲାବେଳେ, ମାଙ୍କଡ଼ ଦୁଇ ବିରାଡ଼ିଙ୍କ ପିଠା ବାଣ୍ଟିଲା ନ୍ୟାୟରେ ନିଜର ସୁବିଧା ଅନୁସାରେ ପକେଟ ଭରିଥା’ନ୍ତି । ବିଚରା ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ଖାଲି ଓଠ ଚାଟି ଏହି ପ୍ରତିନିଧ‌ିମାନଙ୍କୁ ମିଟି ମିଟି କରି ଅନାଇ ରହୁଛନ୍ତି । ପୁନଶ୍ଚ ଯେଉଁମାନଙ୍କର ତରାଜୁ ଧରିବାର ସୁଯୋଗ ମିଳେ ନାହିଁ, ସେମାନେ ମାଙ୍କଡ଼ଚିତ୍ ମାରି ରାଜନୈତିକ ପଟ୍ଟ ପରିବର୍ତ୍ତନ କରନ୍ତି । ରାଜନୀତିରେ ଏହି ଖେଳ ସବୁବେଳେ ଲାଗି ରହିଥାଏ ।

ଗଣତନ୍ତ୍ର ଶାସନର ଦୋଷ ନ ଥିଲେ ବି ଗଣଶିକ୍ଷା ଓ ଗଣଚେତନାର ଅଭାବ ହିଁ, ଗଣତନ୍ତ୍ରକୁ ଉପଯୁକ୍ତ ବାଟରେ ନେଇ ପାରୁନାହିଁ । ଆମେ ଯେଉଁଦିନ ନିଜ କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ବନ୍ଧରେ ସଚେତନ ହେବା, ସେଦିନ ଗଣତନ୍ତ୍ର ଉପଯୁକ୍ତ କାର୍ଯ୍ୟ କରିବ ।

Question ୩ ।
ସ୍ଵାଧୀନତା ପରବର୍ତ୍ତୀ କାଳର ଗଣତନ୍ତ୍ର କିପରି ପ୍ରୋପାଗଣ୍ଡାଧର୍ମୀ ହୋଇଛି ପଠିତ ପ୍ରସଙ୍ଗ ଭିତ୍ତିରେ ଆଲୋଚନା କର ।
Answer:
ପ୍ରାବନ୍ଧିକ ଭୁବନେଶ୍ୱର ବେହେରାଙ୍କ ବିଶେଷତା ଥୁଲା, ସେ ବୃତ୍ତିରେ ଇଞ୍ଜିନିୟର ଥିଲେ ବି ପ୍ରବୃତ୍ତିରେ ଥିଲେ ସାହିତ୍ୟ ସ୍ରଷ୍ଟା । ସେ ଏକାଧାରରେ ପ୍ରାବନ୍ଧିକ, ଲଳିତ ନିବନ୍ଧକାର ଓ ରମ୍ୟରଚନା ଲେଖକ ଭାବରେ ସୁପ୍ରତିଷ୍ଠିତ ଥିଲେ ।

ଦୀର୍ଘଦିନଧରି ପରାଧୀନ ରହିଲା ପରେ ଆମ ଦେଶ ସ୍ଵାଧୀନ ହେଲା । ଗଣତନ୍ତ୍ର ନିୟମରେ ଆମ ଦେଶକୁ ଆମେ ଶାସନ କଲେ । ମାତ୍ର ଏହି ଶାସନ ବାହାରକୁ ଯେତେ ଉତ୍ତମ ଜଣାଗଲେ ମଧ୍ୟ, ବାସ୍ତବ କ୍ଷେତ୍ରରେ ତାହା ସେତେ ସଫଳ ହୋଇପାରିଲା ନାହିଁ । ଗଣତନ୍ତ୍ରର ଏହି ବିଫଳତା ପାଇଁ ପ୍ରାବନ୍ଧିକ ଅଶିକ୍ଷା ଓ ଚେତନାର ଅଭାବକୁ ଦାୟୀ କରିଛନ୍ତି ।

ଯେଉଁ ଦେଶର ଲୋକମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ନିଜ ନାଗରିକ ଅଧ୍ୟାର ତଥା ପ୍ରତିନିଧ୍ ବାଛିବାର ଗୁରୁତ୍ଵ ସମ୍ବନ୍ଧରେ ସଚେତନ, ସେ ଦେଶରେ ଉପଯୁକ୍ତ ପ୍ରତିନିଧୂ ବଛାଯାଇପାରିବ । ମାତ୍ର ବର୍ତ୍ତମାନ ସମୟରେ ଆମ ଦେଶର ଜନତାମାନେ ନିଜ ଅଧ‌ିକାର ତଥା କର୍ତ୍ତବ୍ୟ ସମ୍ବନ୍ଧରେ ଆଦୌ ସଚେତନ ନୁହଁନ୍ତି । ସେମାନେ ପ୍ରତିନିଧ୍ ବାଛିଲାବେଳେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ଉପରେ ଅଧ୍ଵ ଧ୍ୟାନ ଦେଇଥା’ନ୍ତି । ସ୍ଵାର୍ଥସର୍ବସ୍ଵ ଲୋକମାନେ, ସାଧାରଣ କରିଛନ୍ତି । ପ୍ରଚାର ବା ପ୍ରୋପାଗଣ୍ଡା ସମ୍ପର୍କରେ ପ୍ରାବନ୍ଧିକ ଲେଖିଛନ୍ତି – ‘ଏପରି ଦେଶମାନଙ୍କରେ କେତେ ବିରାଡ଼ି ବୈଷ୍ଣବ ଶାସନ କ୍ଷମତା ପାଇବା ଲୋଭରେ ଜନତାର ପ୍ରତିନିଧି ହେବାକୁ ବାହାରି ପଡ଼ନ୍ତି, ଆଉ ନିଜେ ନିଜର ପେଁକାଳି ବଜାଇ, ସଭାସମିତିରେ ଛାତି ପିଟି, ବାହାସ୍ଫୋଟ ମାରି, ଧୂଆଁବାଣ ଛାଡ଼ି, ଭଡ଼ାଟିଆ ଲୋକଙ୍କ ସାହାଯ୍ୟରେ ଡ୍ରମ୍ ବାଡ଼େଇ, ଧନ କାର୍ପଣ୍ୟ ଓ ସେବାର ସାମୟିକ ଆଶ୍ରୟ ନେଇ ପ୍ରତିଦ୍ବନ୍ଦୀମାନଙ୍କ କୁତ୍ସାରଟନା କରି, ସେମାନଙ୍କ ଲୋକଙ୍କୁ ଭୟ ଦେଖାଇ ପ୍ରଚାର ବଳରେ -ଧଳାକୁ କଳା ଓ କଳାକୁ ଧଳା କରିବାକୁ ଚେଷ୍ଟା କରିଥା’ନ୍ତି ।’’ ଏହି ପ୍ରଚାରସର୍ବସ୍ଵ ମଣିଷମାନେ କିପରି ଭଲକୁ ଭେଲ କରିଥା’ନ୍ତି, ତାହାକୁ ପ୍ରମାଣ କରିବାପାଇଁ ପ୍ରାବନ୍ଧିକ, ‘ତିନି ତୁଣ୍ଡରେ ଛେଳି କୁକୁର’ ଗଳ୍ପକୁ ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି ।

ପ୍ରୋପାଗଣ୍ଡାସର୍ବସ୍ଵ ନେତାମାନେ ଅନେକ ଅସାଧୁ ଉପାୟ ଅବଲମ୍ବନ କରନ୍ତି । ଏପରିକି ପ୍ରଚାରପତ୍ର, କାନ୍ଥବାଡ଼ ଲେଖା, ସିନେମାହଲ୍‌ର ପର୍ଦା, ରେଡ଼ିଓ, ଦୂରଦର୍ଶନ, ସଭାସମିତି,
ସାଧାରଣ ଲୋକଙ୍କୁ ଭୁଲାଇ ଦେଇଥା’ନ୍ତି । ମିଥ୍ୟା କହି ଥରେ ପ୍ରତିନିଧ୍ ହୋଇଗଲେ, ଲୋକଙ୍କୁ ବହୁଭାବରେ ଶୋଷଣ କରିଥା’ନ୍ତି ।

ବାସ୍ତବିକ ପ୍ରାବନ୍ଧିକ ଏଥୁରେ ଗଣତନ୍ତ୍ରର ଦୁର୍ବଳ ଦିଗକୁ ଉଦାହରଣ ମାଧ୍ୟମରେ ଦେଖାଇଛନ୍ତି ।

Question ୪ ।
‘‘ଗଣଶିକ୍ଷା ଓ ଗଣଚେତନାର ଅଭାବ ଥ‌ିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ମାତ୍ର’’ – ଲେଖକଙ୍କ ଏହି ଭକ୍ତିର ସତ୍ୟତା ପ୍ରତିପାଦନ କର ।
Answer:
ପ୍ରାବନ୍ଧିକ ଭୁବନେଶ୍ଵର ବେହେରା ‘ତିନି ତୁଣ୍ଡରେ’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ପ୍ରାବନ୍ଧିକଙ୍କ ବିଚାରରେ ଗଣତନ୍ତ୍ର ଏକ ଶାସନ ବ୍ୟବସ୍ଥା । ପୂର୍ବରୁ ରାଜତନ୍ତ୍ର ଶାସନ ପ୍ରଚଳିତ ଥିଲା । ରାଜା ଥିଲେ ରାଜ୍ୟର ସର୍ବେସର୍ବା । ଫଳରେ ରାଜା ହେଲେ ସ୍ୱେଚ୍ଛାଚାରୀ । ରାଜତନ୍ତ୍ର ଶାସନର ବିଲୋପ ଘଟିଲା । ସମସ୍ତେ ଆପଣେଇ ନେଲେ ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ । ଗଣତନ୍ତ୍ର ଶାସନ ହେଲା ‘ଗଣଙ୍କଦ୍ବାରା’, ‘ଗଣଙ୍କ ପାଇଁ’, ‘ଗଣଙ୍କର ଶାସନ’ । ଏହି ଶାସନ ପଦ୍ଧତି ସର୍ବୋତ୍କୃଷ୍ଟ ଶାସନ ପଦ୍ଧତି । ମାତ୍ର ଏହି ଶାସନ ପଦ୍ଧତିର ସଫଳତା ପାଇଁ କିଭଳି ପଦକ୍ଷେପ ନେବାକୁ ପଡ଼ିବ, ପ୍ରାବନ୍ଧିକ ଏହି ପର୍ଯ୍ୟାୟରେ ଉଲ୍ଲେଖ କରିଛନ୍ତି ।

ଗଣତନ୍ତ୍ର ଶାସନରେ ଲୋକମାନେ ସିଧାସିଧ୍ ନିଜକୁ ନିଜେ ଶାସନ କରନ୍ତି ନାହିଁ । ଏଭଳି ଶାସନ କରିବା ସମ୍ଭବ ନୁହେଁ । ସୁତରାଂ ଯେଉଁମାନେ ଶାସନକର୍ତ୍ତା ହୁଅନ୍ତି, ସେମାନେ ଜନତାର ପ୍ରତିନିଧ୍ । ଜନତାମାନେ ତାଙ୍କୁ ନିର୍ବାଚିତ କରି, ତାଙ୍କ ହାତରେ ଶାସନ ଭାର ଦେଇଥା’ନ୍ତି । ଲୋକପ୍ରତିନିଡ୍ ମନୋନୟନ ହେଉଛି ଗଣତନ୍ତ୍ରର ମେରୁଦଣ୍ଡ ।

ଗଣତନ୍ତ୍ରର ସଫଳତା ସମ୍ପର୍କରେ ବିଚାର କରି ପ୍ରାବନ୍ଧିକ କହିଛନ୍ତି, ଯେଉଁ ଦେଶର ଲୋକେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ନିଜ ନାଗରିକ ଅଧ‌ିକାର ତଥା ପ୍ରତିନିଧି ବାଛିବାର ଗୁରୁତ୍ଵ ସମ୍ବନ୍ଧରେ ସଚେତନ, ସେ ଦେଶମାନଙ୍କରେ ଭୋଟଦାତାମାନେ ଲୋକପ୍ରତିନିଧ ହେବାପାଇଁ ଉପଯୁକ୍ତ । ପ୍ରତ୍ୟେକ ବ୍ୟକ୍ତିଙ୍କର ଦୋଷଗୁଣକୁ ବିଚାର କରିବାକୁ ହେବ । ସେମାନଙ୍କର କ୍ରିୟାକଳାପ, ଚିନ୍ତାଧାରା ଓ ମାନସିକ ଦୃଷ୍ଟିକୋଣ, ସାଧୁତା, ସଛୋଟପଣିଆ ତଥା କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ନିଜର କର୍ତ୍ତବ୍ୟଜ୍ଞାନ ସମ୍ପର୍କରେ ସଚେତନ ନ ଥା’ନ୍ତି । ମିଥ୍ୟା ପ୍ରଚାର ଓ ପ୍ରୋପାଗଣ୍ଡାରେ ପ୍ରଭାବିତ ହୋଇ, ସୁବିଧାବାଦୀ ଶୋଷଣ କରନ୍ତି । ପ୍ରାବନ୍ଧିକ ଏହାକୁ ‘ମାଙ୍କଡ଼ ବିରାଡ଼ି’ ଗଳ୍ପ, ‘ତିନି ତୁଣ୍ଡରେ ଛେଳି କୁକୁର’ ଗଳ୍ପ, ‘ମେଣ୍ଢା ଛାଲରେ ଥିବା ଗଧ୍ଵ’ ଗପର ଉଦାହରଣ ଦେଇ ବୁଝାଇଛନ୍ତି ।

ପ୍ରବନ୍ଧର ଶେଷରେ ସେ କହିଛନ୍ତି, ଗଣତନ୍ତ୍ର ଶାସନ ଶ୍ରେଷ୍ଠ ଶାସନ । ମାତ୍ର ଗଣତନ୍ତ୍ର ଶାସନକୁ ସଫଳ କରିବାକୁ ହେଲେ ପ୍ରଥମେ ଆମକୁ ଗଣଶିକ୍ଷା ଓ ଗଣଚେତନାରେ ସଚେତନ ହେବାକୁ ପଡ଼ିବ ।

ବାସ୍ତବରେ ପ୍ରାବନ୍ଧିକଙ୍କ ଉକ୍ତି ବେଶ୍ ଯୁକ୍ତିଯୁକ୍ତ ମନେହୋଇଥାଏ ।

Additional Multiple Choice Questions (mcqs) With Answers

Question ୧।
ଗଣତନ୍ତ୍ର ଶାସନରେ ଲୋକେ ନିଜେ ନିଜକୁ କ’ଣ କରନ୍ତି ?
(i) ଶାସନ
(ii) ଶୋଷଣ
(iii) ପୀଡ଼ନ
(iv) ଉଦ୍ଧାର
Answer:
(i) ଶାସନ

Question ୨ ।
କେଉଁମାନେ ଦୁଇ ବିରାଡ଼ିଙ୍କ ପରି ଖାଲି ଓଠ ଚାଟି ମିଟିମିଟି କରି ଅନାଇ ରହୁଛନ୍ତି ?
(i) ମାଙ୍କଡ଼
(ii) ଜନତା ଜନାର୍ଦ୍ଦନ
(iii) ଶାସକ
(iv) ଭୋଟଦାତା
Answer:
(ii) ଜନତା ଜନାର୍ଦ୍ଦନ

Question ୩ ।
ଗୁଣହୀନ ଓ ନୀତିହୀନ କେତେକ ପ୍ରତିନିଧୂ ନିଜ ହାତରେ କ’ଣ ପାଇଯାଉଛନ୍ତି ?
(i) ନ୍ୟାୟ
(ii) କ୍ଷମତା
(iii) ଶକ୍ତି
(iv) ଅଧିକାର
Answer:
(ii) କ୍ଷମତା

Question ୪ ।
କାହାକୁ ଅଭିଶାପ ଦେଇ ପୁରୋହିତେ ଗାଁ ଆଡ଼କୁ ଦଉଡ଼ିଲେ ?
(i) ରାଧୁ
(ii) ଅଗାଧୁ
(iii) ପାଣୁ
(iv) ଯଜମାନ
Answer:
(iv) ଯଜମାନ

Question ୫ ।
କେଉଁ ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ ?
(i) ସମଷ୍ଟିଗତ
(ii) ବ୍ୟକ୍ତିଗତ
(iii) ଗଣତନ୍ତ୍ର
(iv) ସ୍ଵାଧୀନ
Answer:
(iii) ଗଣତନ୍ତ୍ର

Question ୬ ।
କେଉଁମାନଙ୍କଦ୍ୱାରା ପ୍ରଚଳିତ ଶାସନ ହିଁ ଗଣତନ୍ତ୍ରର ପ୍ରଧାନ ଓ ପ୍ରକୃତ ବିଶେଷତ୍ଵ ବୋଲି କୁହାଯାଇପାରେ ?
(i) ଗଣଙ୍କ
(ii) ଜଣଙ୍କ
(iii) ରାଜାଙ୍କ
(iv) ମନ୍ତ୍ରୀଙ୍କ
Answer:
(i) ଗଣଙ୍କ

Question ୭।
କେତେବର୍ଷ ନ ପୂରିଲେ ତମର ବୁଦ୍ଧି ହୁଏ ନାହିଁ ବୋଲି ଗୋସେଇଁ ମହାରାଜ ପାଣୁକୁ କହିଛନ୍ତି ?
(i) ୮୦
(ii) ୫୦
(iii) ୬୦
(iv) ୭0
Answer:
(iii) ୬୦

Question ୮ ।
ଚାରିହାତ ଠେଙ୍ଗା ଧରିଥିବା ବିରାଟକାୟ ପୁରୁଷଟି କିଏ ?
(i) ଅଗାଧୁ
(ii) ରାଧୁ
(iii) ମଧୁ
(iv) ଫଗୁ
Answer:
(i) ଅଗାଧୁ

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୯ ।
କାହାକୁ ଦେଖ୍ ପୁରୋହିତଙ୍କ ଛାତିରେ ପବନ ଅଟକିଗଲା ?
(i) ରାଧୁ
(ii) ଅଗାଧୁ
(iii) ଶ୍ୟାମ
(iv) ଦାମ
Answer:
(i) ରାଧୁ

Question ୧୦ ।
ଆଲୋଚ୍ୟ ପ୍ରବନ୍ଧ ‘ତିନି ତୁଣ୍ଡରେ’ ପ୍ରାବନ୍ଧିକ ଭୁବନେଶ୍ୱର ବେହେରାଙ୍କ କେଉଁ ପୁସ୍ତକରୁ ସଂଗୃହୀତ ?
(i) କଥା ଓ ଲଥା
(ii) କହି ନ ଜାଣେ
(iii) ଶୁଣ ପରୀକ୍ଷ
(iv) ଗାଁର ଡାକ
Answer:
(iii) ଶୁଣ ପରୀକ୍ଷ

Question ୧୧ ।
ଆମ ସମାଜରେ ସମଷ୍ଟିଗତ ପ୍ରଗତି କେଉଁପରି କପୋଳକଳ୍ପିତ ?
(i) ମର୍ତ୍ତ୍ୟ କଇର୍ୟା
(ii) ସ୍ଵର୍ଗ କଇର୍ୟା
(iii) ପାତାଳ କଇର୍ୟା
(iv) ଆକାଶ କଇର୍ୟା
Answer:
(iv) ଆକାଶ କଇର୍ୟା

Question ୧୨ ।
ଆମ ଦେଶରେ କେଉଁପ୍ରକାର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରଚଳିତ ?
(i) ପ୍ରତ୍ୟକ୍ଷ
(ii) ପରୋକ୍ଷ
(iii) ନିରପେକ୍ଷ
(iv) ନ୍ୟାୟପୂର୍ଣ୍ଣ
Answer:
(ii) ପରୋକ୍ଷ

Question ୧୩ ।
କେଉଁ ଦେଶରେ ପ୍ରତିନିଧୂ ଚୟନ କ୍ଷେତ୍ରରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ଅଧ‌ିକ କାମ କରେ ?
(i) ଯେଉଁଠି ଭୋଟର ନିଜର ଅଧ୍ୟାର ଓ କର୍ଭବ୍ୟ ସମ୍ବନ୍ଧରେ ଅଜ୍ଞ
(ii) ଯେଉଁଠି ଭୋଟର ନିଜର ଅଧ୍ୟାର ଓ ପ୍ରତିନିଧ୍ ବାଛିବାରେ ସଚେତନ
(iii) ଯେଉଁଠି ଭୋଟର ପ୍ରତିନିଧ୍ରର କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ସଚେତନ
(iv) ଯେଉଁଠି ଲୋକେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ
Answer:
(i) ଯେଉଁଠି ଭୋଟର ନିଜର ଅଧ୍ୟାର ଓ କର୍ଭବ୍ୟ ସମ୍ବନ୍ଧରେ ଅଜ୍ଞ

Question ୧୪ ।
ପୁରୋହିତେ ରାସ୍ତାରେ ଭେଟିଥିବା ଲୋକ କିଏ ?
(i) ଅଗାଧୁ
(ii) ରାଧୁ
(iii) ପାଣୁ
(iv) ସମସ୍ତେ
Answer:
(iv) ସମସ୍ତେ

Question ୧୫ ।
ବ୍ରାହ୍ମଣ ଗୋସାଇଁଙ୍କୁ ଛେଳିଟିଏ କିଏ ଦାନ କରିଥିଲେ ?
(i) ଯଜମାନ
(ii) ହରିଜନ
(iii) ମହାଜନ
(iv) ବ୍ୟବସାୟୀ
Answer:
(i) ଯଜମାନ

Question ୧୬ ।
ରାଜନୈତିକ ପଟ୍ଟପରିବର୍ତ୍ତନ କରୁଥିବା ଲୋକପ୍ରତିନିଧୁମାନଙ୍କ କାର୍ଯ୍ୟକଳାପକୁ ପ୍ରାବନ୍ଧିକ କେଉଁ ଆଖ୍ୟା ଦେଇଛନ୍ତି ?
(i) ମାଙ୍କଡ଼ର ପିଠାଖ୍
(ii) ବାଘଛେଳି ଖେଳ
(iii) ବାଉଁଶରାଣୀ ଖେଳ
(iv) ମାଙ୍କଡ଼ କୁମ୍ଭୀର ଖେଳ
Answer:
(iii) ବାଉଁଶରାଣୀ ଖେଳ

Question ୧୭ ।
ଗଣତନ୍ତ୍ର ଶାସନର ସଫଳତା କାହା ଉପରେ ନିର୍ଭର କରେ ?
(i) ଗଣଚେତନା
(ii) ସଚେତନ ଭୋଟରଙ୍କ ଭୋଟରେ ଅଂଶଗ୍ରହଣ
(iii) ଗଣଶିକ୍ଷା
(iv) ସବୁଗୁଡ଼ିକ
Answer:
(iv) ସବୁଗୁଡ଼ିକ

Question ୧୮ ।
ଅଗ୍ନାଅଗ୍ନି ବନସ୍ତ – ରେଖାଙ୍କିତ ଶବ୍ଦର ଅର୍ଥ କ’ଣ ?
(i) ନିଆଁ
(ii) ଘଞ୍ଚ
(iii) ବୁଦ୍ଧିବୁଦିକିଆ ଜଙ୍ଗଲ
(iv) ନିଆଁରେ ପୋଡ଼ିଯାଇଥିବା ଜଙ୍ଗଲ
Answer:
(ii) ଘଞ୍ଚ

Question ୧୯ ।
ପଠିତ ଗଦ୍ୟାଶରେ ଲେଖକ ମୁଖ୍ୟତଃ କେଉଁ ବିଷୟ ଉପସ୍ଥାପନା କରିଛନ୍ତି ?
(i) ଗଣତାନ୍ତ୍ରିକ ବ୍ୟବସ୍ଥା ହିଁ ଶ୍ରେଷ୍ଠ ବ୍ୟବସ୍ଥା
(ii) ପ୍ରୋପାଗଣ୍ଡା ସତ୍ୟକୁ ମିଥ୍ୟାରେ ପରିଣତ କରେ
(iii) ଗଣତନ୍ତ୍ର ଶାସନର ଦୋଷ ଦୁର୍ବଳତା
(iv) ପ୍ରତ୍ୟକ୍ଷ ଗଣତନ୍ତ୍ରର ଉପାଦେୟତା
Answer:
(ii) ପ୍ରୋପାଗଣ୍ଡା ସତ୍ୟକୁ ମିଥ୍ୟାରେ ପରିଣତ କରେ

Question ୨୦ ।
ଭାରତରେ କ’ଣ ଲଙ୍କାରେ ହରିଶବ୍ଦ ପରି ବୋଲି କୁହାଯାଇଛି ?
(i) ବ୍ୟକ୍ତିଗତ ଅଧ୍ଵର
(ii) ଅର୍ଥନୈତିକ ସମତା
(iii) ସାମାଜିକ ନ୍ୟାୟ
(iv) ଛୁଆଁ ଅଛୁଆଁ ଭେଦଭାବ
Answer:
(iii) ସାମାଜିକ ନ୍ୟାୟ

Question ୨୧ ।
ଭଲମନ୍ଦ ଚିହ୍ନିବାରେ ଯୋଗ୍ୟତା ଯେଉଁଠି ନାହିଁ, ସେଠାରେ ମୁଖ୍ୟତଃ କାହାର ବିଜୟ ହୁଏ ?
(i) ପ୍ରୋପାଗଣ୍ଡାର
(ii) ଆତ୍ମବଡ଼ିମାର
(iii) ବିବେକର
(iv) ସରଳତାର
Answer:
(i) ପ୍ରୋପାଗଣ୍ଡାର

Question ୨୨ ।
‘ପ୍ରୋପାଗଣ୍ଡାର’ ପ୍ରଭାବ ଦର୍ଶାଇବା ପାଇଁ କେଉଁ ଗଳ୍ପର ଅବତାରଣା କରାଯାଇଛି ?
(i) ଲଙ୍କାରେ ହରିଶବ୍ଦ
(ii) ବାପରାଣ ଢିଙ୍କିଗିଳ୍
(iii) ତିନିତୁଣ୍ଡରେ ଛେଳି କୁକୁର
(iv) ମାଙ୍କଡ଼ର ପିଠାଖ୍
Answer:
(iii) ତିନିତୁଣ୍ଡରେ ଛେଳି କୁକୁର

Question ୨୩ ।
ନିମ୍ନୋକ୍ତ କେଉଁ ଶାସନଟି ଶ୍ରେଷ୍ଠ ?
(i) ରାଜତନ୍ତ୍ର
(ii) ଗଣତନ୍ତ୍ର
(iii) ସାମ୍ୟବାଦ
(iv) ଏକଚ୍ଛତ୍ରବାଦ
Answer:
(ii) ଗଣତନ୍ତ୍ର

Question ୨୪ ।
ମେଣ୍ଢାଶାଳ ଭିତରେ ଗଧୂ କେଉଁ ପୋଷାକରେ ରହେ ?
(i) ମେଣ୍ଢା ପୋଷାକ
(ii) ଗଧୂ ପୋଷାକ
(iii) ସାଧା ପୋଷାକ
(iv) ଧଳା ପୋଷାକ
Answer:
(i) ମେଣ୍ଢା ପୋଷାକ

Question ୨୫ ।
ଗୋସେଇଁଙ୍କ ଆଗରେ ହଠାତ୍ ଆବିର୍ଭାବ ହୋଇଥିବା ବିରାଟକାୟ ପୁରୁଷଟି କିଏ ଥିଲା
(i) ରାଧୁ
(ii) ଅଗାଧୁ
(iii) ପାଣୁ
(iv) ଜଗୁ
Answer:
(i) ରାଧୁ

(କ) ଲେଖକ ପରିଚିତି :

ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଜଣେ ସମର୍ଥ ଗଦ୍ୟସ୍ରଷ୍ଟା ଭାବରେ ପ୍ରାବନ୍ଧିକ ଭୁବନେଶ୍ବର ବେହେରାଙ୍କ ଖ୍ୟାତି ସୁବିଦିତ । ସାମ୍ପ୍ରତିକ ମଣିଷର ରୀତିନୀତି, ଆଚାର ବିଚାର, ଜୀବନ ଦର୍ଶନ, ବିଜ୍ଞାନ ଇତ୍ୟାଦିକୁ ନେଇ ତାଙ୍କ ପ୍ରବନ୍ଧ ସାହିତ୍ୟର ପରିସର ବେଶ୍ ବୈଚିତ୍ରମଣ୍ଡିତ । ତାଙ୍କ ସମ୍ପର୍କରେ ଅଭିମତ ପ୍ରଦାନ କରି କୁହାଯାଇଛି – ‘ଆଧୁନିକ ମଣିଷର ରୀତିନୀତି, ମନସ୍ତତ୍ତ୍ବ, ସଭ୍ୟତା, ଶିକ୍ଷା ପ୍ରଭୃତି ବିବିଧ ବିଷୟକୁ ନେଇ ପ୍ରବନ୍ଧ ରଚନାରେ ଭୁବନେଶ୍ବର ବେହେରା ସୁଖ୍ୟାତି ଅର୍ଜନ କରିଛନ୍ତି । ବିଶ୍ଳେଷଣ କରିବାରେ ତାଙ୍କର କୃତିତ୍ବ ଅନସ୍ବୀକାର୍ଯ୍ୟ ଗଳ୍ପଛଳରେ ଓ କଥ୍ୟ ଭାଷାରେ ସେ ଜୀବନର ଦୁର୍ବଳ ସମସ୍ୟାକୁ ତାଙ୍କର ପ୍ରବନ୍ଧଗୁଡ଼ିକରେ ଆଲୋଚନା କରିଛନ୍ତି ।’’

ପ୍ରାବନ୍ଧିକ ଡକ୍ଟର ଭୁବନେଶ୍ବର ବେହେରା ୧୯୧୬ ମସିହାରେ କଳାହାଣ୍ଡି ଜିଲ୍ଲାର ପୂର୍ବତନ ଗଡ଼ଜାତ କାଶିବାହାଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳରୁ ସେ ଜଣେ ମେଧାବୀ ଛାତ୍ର ଥିଲେ । ପରବର୍ତ୍ତୀ ସମୟରେ ଭାରତର ଜଣେ ଦକ୍ଷ ଇଞ୍ଜିନିୟର ଭାବେ ପରିଚିତ ହେବାପରେ ବୁର୍ଲା ଇଞ୍ଜିନିୟରିଂ କଲେଜର ପ୍ରଫେସର ଓ ଅଧ୍ଯକ୍ଷରୂପେ ସେ ଅବସ୍ଥାପିତ ହେଲେ । ଅଧ୍ୟାପନା ପ୍ରତି ତାଙ୍କର ପ୍ରଗାଢ଼ ଅନୁରକ୍ତ ଥ‌ିବାରୁ ଇଞ୍ଜିନିୟରଭାବେ ବାହାର ପଇସା ରୋଜଗାର ପ୍ରତି ସେ ବୀତସ୍ପୃହ ଥିଲେ । ତେଣୁ ତାଙ୍କ ଲବ୍ଧଜ୍ଞାନକୁ ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ଉପଯୋଗ କରିବାକୁ ସେ ଶ୍ରେୟସ୍କର ମଣିଥିଲେ ।

ସେତିକିରେ ଶ୍ରୀଯୁକ୍ତ ବେହେରା ସନ୍ତୁଷ୍ଟ ନ ଥିଲେ । ସାହିତ୍ୟ ପ୍ରତି ତାଙ୍କର ଗଭୀର ଆକର୍ଷଣ ଥିଲା । ତାଙ୍କରି ଉଦ୍ୟମ ଓ ପୃଷ୍ଠପୋଷକତାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ଥିବା ସମୟରେ ବିଶ୍ୱବିଦ୍ୟାଳୟ ତରଫରୁ ‘ସପ୍ତର୍ଷି’ ପତ୍ରିକା ପ୍ରକାଶିତ ହେଲା । ଏହାର ମାନ ଉଚ୍ଚତର ଥିଲା । ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗର ପ୍ରଫେସର ଓ ଅନ୍ୟମାନେ ସାହିତ୍ୟକୁ କିଛି ଦାନ ଦେବାର ସୁଯୋଗ ଏହିଠାରେ ପାଇଲେ । ଅନେକ ନବୀନ ଓ ତରୁଣ ଲେଖକ ମଧ୍ୟ ‘ସପ୍ତର୍ଷି’ଦ୍ବାରା ସୃଷ୍ଟି ହେଲେ ।

ଶ୍ରୀଯୁକ୍ତ ବେହେରା ରମ୍ୟରଚନା ସୃଷ୍ଟି କରିବାରେ ଦକ୍ଷତା ହାସଲ କରିଥିଲେ । ଇଞ୍ଜିନିୟର ଭାବେ ବାହ୍ୟ ଜଗତକୁ ଦେଖୁଥିଲେ ବି ସାହିତ୍ୟିକଭାବେ ମଣିଷ ମନର ଅତଳ ଗହ୍ବରକୁ ସେ ସ୍ପର୍ଶ କରିଥିଲେ । ତାଙ୍କର ପ୍ରତ୍ୟେକ ରଚନାରେ ବିପଥଗାମୀ ମନୁଷ୍ୟ ପାଇଁ ଚେତାବନୀ ରହିଛି । ସେ ଲେଖିଛନ୍ତି – ‘ପାଶ୍ଚାତ୍ୟ ଯୁବଜଗତ ସାଙ୍ଗରେ ତାଳମିଳାଇ ଭାରତୀୟ ଯୁବସମାଜ ଆଜି ପୁରୁଣା ରୀତିନୀତି, ରଙ୍ଗଢଙ୍ଗ, ଚାଲିଚଳନ ବିରୁଦ୍ଧରେ ଆହ୍ଵାନ ଦେଇଛି । ବିପ୍ଳବ କଦାପି ପୁରାତନ ହୋଇପାରେନା । ସୂର୍ଯ୍ୟ କେତେବେଳେ ବୁଢ଼ା ହୁଏନି କି ମା’ ପୃଥ‌ିବୀ କେବେ ବୁଢ଼ୀ ହୁଏନି । ଭାରତୀୟ ଜୀବନଦର୍ଶନ ସତ୍ୟ ଉପରେ ପ୍ରତିଷ୍ଠିତ । ତେଣୁ ସେହି ଜୀବନ ଦର୍ଶନ ପୁରୁଣା ହେବ କିପରି ? ଏକଥା କିନ୍ତୁ ସତ ଯେ ଯୁଗ ଯୁଗର ଅନ୍ଧବିଶ୍ଵାସ ଓ କୁସଂସ୍କାର ଭିତରେ ଏ ଜୀବନ ଦର୍ଶନ ହଜିଯିବା ଉପରେ ବସିଲାଣି । ଅଳିଆଗଦା ଭିତରେ ହଜିଲା ରତ୍ନମୁଦିଟିଏ ପରି । କର୍ତ୍ତବ୍ୟବୋଧରେ ଅଳିଆ ସଫା କରୁ କରୁ ଆମ ଯୁବସମାଜ ଯେପରି ସେହି ଆବର୍ଜନା ସାଙ୍ଗରେ ରତ୍ନମୁଦିକୁ ମଧ୍ଯ ଫିଙ୍ଗି ନ ଦିଅନ୍ତି ।’’

ପ୍ରଫେସର ବେହେରା ଏକାଧାରରେ ଜଣେ ଶିକ୍ଷାବିତ୍, ରମ୍ୟରଚନାକାର, ଗାଳ୍ପିକ ଓ ଭ୍ରମଣକାହାଣୀ ସ୍ରଷ୍ଟା । ତାଙ୍କର ଏକମାତ୍ର ସାର୍ଥକ ଭ୍ରମଣ କାହାଣୀ ହେଉଛି – ‘ପଶ୍ଚିମ ଆଫ୍ରିକାର ଓଡ଼ିଆ ଢେଙ୍କି’ । ଧାରାବାହିକ ଭାବରେ ସେ ଏହାକୁ ମାନସ ସାହିତ୍ୟ ପତିକ୍ରାରେ ପ୍ରକାଶିତ କରୁଥିଲେ । ତାଙ୍କର ଅନ୍ୟ ଦୁଇଟି ପୁସ୍ତକ ହେଉଛି ‘ଶୁଣ ପରୀକ୍ଷ’ ଏବଂ ‘କଥା ଓ ଲଥା’ । ‘ଶୁଣ ପରୀକ୍ଷ’ ରମ୍ୟରଚନାପାଇଁ ସେ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛନ୍ତି ।

ତାଙ୍କ ଗଳ୍ପରେ କଳ୍ପନାପ୍ରବଣତା ଅପେକ୍ଷା ବାସ୍ତବ ଚିତ୍ର ଅଧ‌ିକ ଥ‌ିବାରୁ ସୁଖପାଠ୍ୟ ହୋଇପାରିଛି । ପଶ୍ଚିମ ଆଫ୍ରିକାସ୍ଥିତ ଲାଇବେରିଆ ଓ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରି ସେହି ମହାଦେଶ ସମ୍ପର୍କରେ ଜନ୍ମିଥିବା ଧାରଣାକୁ ସାହିତ୍ୟିକ ଛଟାରେ ଶିକ୍ଷାବିତ୍‌ର ଦୂରଦୃଷ୍ଟି ନେଇ ମନୋଜ୍ଞ ରୂପେ ସେ ପରିବେଷଣ କରିଛନ୍ତି । ଇଞ୍ଜିନିୟର ଭାବରେ ହୀରାକୁଦ ବନ୍ଧ ଯୋଜନାରେ ତାଙ୍କର ମହତ୍ତ୍ଵପୂର୍ଣ୍ଣ ଅବଦାନ ରହିଛି । ସେ କେନ୍ଦ୍ର ପବ୍ଲିକ୍ ସର୍ଭିସ କମିଶନରେ ସମ୍ମାନିତ ସଭ୍ୟଭାବେ ନିଯୁକ୍ତ ହୋଇଥିଲେ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର ଏକ ସମ୍ମାନିତ ସ୍ଥାନ ନିଶ୍ଚିତ ଭାବରେ ରହିଛି ।

(ଖ) ପ୍ରବନ୍ଧ ସମ୍ପର୍କରେ :

ସବୁଲୋକଙ୍କର ଧାରଣା ଯେ ଗଣତନ୍ତ୍ର ଶାସନ ସବୁ ଶାସନ ମଧ୍ୟରେ ସର୍ବୋତ୍କୃଷ୍ଟ । କାରଣ ଗଣତନ୍ତ୍ର ଶାସନ ହେଉଛି,
ହୋଇଥାଏ । ଗଣତନ୍ତ୍ରର ଅର୍ଥ ନୁହେଁ ଗଣ ବା ଲୋକମାନେ ସିଧାସିଧ୍ ଶାସକ ଭାବରେ ପରିଚିତ ହେବା । ଏପରି ଶାସନ ବ୍ୟବସ୍ଥା ଅସମ୍ଭବ । ତେଣୁ ଏହି ଶାସନ ବ୍ୟବସ୍ଥାରେ ଜନ ବା ଗଣ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ ନ କରି ପରୋକ୍ଷ ଭାବରେ ଭାଗ ନେଇଥା’ନ୍ତି । ଗଣଙ୍କଦ୍ଵାରା ନିର୍ବାଚିତ ହୋଇଥିବା ପ୍ରତିନିଧୁମାନେ ଶାସନ କ୍ଷମତା ବା ଶାସନଭାର ଗ୍ରହଣ କରିଥା’ନ୍ତି। ଓ କାର୍ଯ୍ୟଦକ୍ଷତାକୁ ନେଇ ବିଚାର କରିବା ଜନତାର ଦାୟିତ୍ଵ । ଯେଉଁ ରାଜ୍ୟର ଲୋକ ବା ଗଣମାନେ ନିଜ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଅଜ୍ଞ, ସେମାନେ କେବଳ ପ୍ରଚାରକୁ ଆଧାରକରି ପ୍ରତିନିଧ୍ବ ବାଛନ୍ତି, ଫଳରେ ସେମାନେ ଅଯୋଗ୍ୟ ବ୍ୟକ୍ତି ବାଛିବାର ସମ୍ଭାବନା ରହିଥାଏ । ଭଲମନ୍ଦ ବିଚାର କରିବାର ଶକ୍ତି ଯେଉଁଠାରେ ନାହିଁ, ସେଠାରେ ପ୍ରୋପାଗଣ୍ଡାର ହିଁ ଜୟ ହୋଇଥାଏ ।

(ଗ) ସାରକଥା :

ଅନେକ ଗଣତନ୍ତ୍ର ସପକ୍ଷରେ ମତାମତ ଦେଇ କହନ୍ତି, ‘ଯେତେ ଶାସନ ବ୍ୟବସ୍ଥା ରହିଛି, ସବୁଠାରୁ ଗଣତନ୍ତ୍ର ଶାସନ ହେଉଛି ଉତ୍କୃଷ୍ଟ । ଗଣତନ୍ତ୍ର ହେଉଛି, ‘ଗଣଙ୍କଦ୍ବାରା’, ‘ଗଣଙ୍କ ପାଇଁ’ ଓ ‘ଗଣଙ୍କର ଶାସନ’ । ଏହାକୁ ଗଣଙ୍କର ଶାସନ କହିବାର ବିଶେଷ କିଛି ଅର୍ଥ ଥିଲା ପରି ମନେହୁଏ ନାହିଁ ।’’ ପୂର୍ବରୁ ରାଜାରାଜୁଡ଼ା ଶାସକମାନେ ନିଜକୁ ଭୋଗବିଳାସରେ ବୁଡ଼ାଇ ରଖିଲେ ମଧ୍ୟ, ନିଜର ଡିଣ୍ଡିମ ପିଟି କହୁଥିଲେ ସେମାନେ ଯେଉଁ ଶାସନ ବ୍ୟବସ୍ଥା କରୁଛନ୍ତି, ସବୁଗୁଡ଼ିକ ଗଣଙ୍କ ହିତପାଇଁ । ପ୍ରାବନ୍ଧିକ ଏହି ପର୍ଯ୍ୟାୟରେ ନିଶଉପୁଡ଼ା ରାଜା ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ୟାହିୟା ଖାଁଙ୍କ ସ୍ବେଚ୍ଛାଚାରୀ ମନୋବୃତ୍ତି କଥା ସୂଚନା ଦେଇଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ ଗଣତନ୍ତ୍ରରେ ଗଣଙ୍କଦ୍ବାରା ଶାସନ ବ୍ୟବସ୍ଥା ହୋଇଥାଏ । ଏଥିରେ ଲୋକମାନେ ନିଜକୁ ନିଜେ ଶାସନ କରନ୍ତି । ପୁନଶ୍ଚ ଏଥରେ ଶାସକ ଓ ଶାସିତ ଏକ ମନେ ହୋଇଥା’ନ୍ତି । ଏହି ବ୍ୟବସ୍ଥାରେ କେହି ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତ ହୋଇ ନ ଥା’ନ୍ତି । ତେଣୁ ସାମାଜିକ ନ୍ୟାୟ, ଅର୍ଥନୈତିକ ସମତା, ବ୍ୟକ୍ତିଗତ ଅଧିକାର ଓ ବ୍ୟକ୍ତିଗତ ସ୍ଵାଧୀନତା ଲାଭ ସଙ୍ଗେ ସଙ୍ଗେ ସମଷ୍ଟିଗତ ପ୍ରଗତି ଏ ଶାସନର ସ୍ଵାଭାବିକ ପରିଣତ ବୋଲି ଯୁକ୍ତି କରାଯାଏ ।

ଆମ ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଯେଉଁଭଳି କାର୍ଯ୍ୟକରୁଛି, ସେଗୁଡ଼ିକର ବାସ୍ତବରେ ମୂଲ୍ୟବୋଧ ରହୁନାହିଁ । ସବୁଗୁଡ଼ିକ ହେଉଛି ତାତ୍ତ୍ଵିକ ଓ ପୋଥଗତ । ଯେପରି ଛୁଆଁ ଅଛୁଆଁର ପୀଠସ୍ଥଳୀ ଭାରତରେ ସାମାଜିକ ନ୍ୟାୟର କୌଣସି ମୂଲ୍ୟ ନାହିଁ, ସେହିପରି ପୁଞ୍ଜିପତି ଓ ଦରିଦ୍ରଙ୍କ ମଧ୍ୟରେ ଅର୍ଥନୈତିକ ସମତାର ଆଶା କଳ୍ପନାର ବିଳାସ ମାତ୍ର । ସେହିପରି ଶିକ୍ଷାବିହୀନ ମଣିଷ ନିଜର ବ୍ୟକ୍ତିଗତ ଅଧିକାରକୁ ସାବ୍ୟସ୍ତ କରିବା ଅସମ୍ଭବ ବ୍ୟାପାର ।

‘ଗଣଙ୍କଦ୍ବାରା’ ଅର୍ଥ ନୁହେଁ ଜନତା ବ୍ୟକ୍ତିଗତ ଭାବରେ ଶାସକ ହୋଇ ନିଜକୁ ନିଜେ ଶାସନ କରିବ । ଏପରି କରିବା ଅସମ୍ଭବ । ତେଣୁ ଗଣତନ୍ତ୍ରରେ ଜନତାଦ୍ୱାରା ଜନତାର ଶାସନ ପ୍ରତ୍ୟକ୍ଷ ନ ହୋଇ ପରୋକ୍ଷଭାବରେ ହେବାହିଁ ସ୍ୱାଭାବିକ । ଅନ୍ୟ ଭାବରେ ପ୍ରକାଶ କଲେ ଜନତାମାନେ ନିଜର ପ୍ରତିନିଧ‌ିକୁ ବାଛି, ସେହି ପ୍ରତିନିଧିଦ୍ୱାରା ଶାସିତ ହୋଇଥା’ନ୍ତି । ଏଥିରୁ ସ୍ପଷ୍ଟ ହୁଏ ଯେ, ‘ଲୋକପ୍ରତିନିଧ୍ ମନୋନୟନ ଗଣତନ୍ତ୍ରର ମେରୁଦଣ୍ଡ ।’

ଯେଉଁ ଦେଶର ଲୋକମାନେ ସୁଶିକ୍ଷିତ ଏବଂ ନିଜର ଅଧିକାର ସମ୍ବନ୍ଧରେ ସଚେତନ, ସେମାନେ ଉପଯୁକ୍ତ ପ୍ରତିନିଧ୍ ବାଛିଦେଇ ପାରିବେ । ମାତ୍ର ଯେଉଁ ଦେଶରେ ଜନତା ନିଜର ଅଧିକାର ସମ୍ବନ୍ଧରେ ଅଜ୍ଞ ଏବଂ କର୍ତ୍ତବ୍ୟଜ୍ଞାନରହିତ ସେଭଳି ଦେଶରେ ଲୋକ କେବଳ ପ୍ରୋପାଗଣ୍ଡାରେ ପ୍ରଭାବିତ ହୋଇ ନିଜର ପ୍ରତିନିଧି ବାଛିଥା’ନ୍ତି । ଲୋକମାନଙ୍କର ଅଜ୍ଞତାର ସୁଯୋଗ ନେଇ, ଅନେକ ବ୍ୟକ୍ତି ନିଜର ଡିଣ୍ଡିମ ନିଜେ ପିଟି, ସଭାସମିତି କରି, ଛାତି ପିଟି, ବାହାସ୍ଫୋଟ ମାରି, ପ୍ରତିଦ୍ବନ୍ଦୀମାନଙ୍କର କୁତ୍ସାରଟନା କରି, ଲୋକଙ୍କୁ ଭୟ ଦେଖାଇ, ପ୍ରଚାର ବଳରେ କଳାକୁ ଧଳା ଓ ଧଳାକୁ କଳା କରି ପ୍ରତିନିଧ୍ ହେବାର ସୁଯୋଗ ଗଣତନ୍ତ୍ର ଶାସନ ବ୍ୟବସ୍ଥାର ଅପକାରିତା ସମ୍ପର୍କରେ ପ୍ରାବନ୍ଧିକ ସୂଚନା ଦେଇ କହିଛନ୍ତି, ଯେଉଁ ଦେଶରେ ଲୋକମାନେ ଭଲମନ୍ଦ ଚିହ୍ନିବାର ଯୋଗ୍ୟତା ଲାଭ କରିନାହାଁନ୍ତି, ସେହି ଦେଶରେ ପ୍ରୋପାଗଣ୍ଡା ହିଁ ଲୋକଙ୍କୁ ପ୍ରଭାବିତ କରେ । ପ୍ରୋପାଗଣ୍ଡାର ହିଁ ଜୟ ହୁଏ । ଏହାକୁ ସ୍ପଷ୍ଟ କରିବାପାଇଁ ପ୍ରାବନ୍ଧିକ ‘ତିନିତୁଣ୍ଡରେ ଛେଳି କୁକୁର’ କାହାଣୀକୁ ଚମତ୍କାର ଭାବରେ ପ୍ରକାଶ କରିଛନ୍ତି ।

ଥରେ ଜଣେ ବ୍ରାହ୍ମଣ ଗୋସେଇଁ, ଯଜମାନ ଘରୁ ଛେଳିଛୁଆଟି ଆଣିଥିଲେ । ଛେଳିଛୁଆଟି ବାଟରେ ନ ଚାଲିବାରୁ ଗୋସେଇଁ ତା’କୁ କାନ୍ଧରେ ବସାଇ ଯାଉଥିଲେ । ବାଟରେ ଯିବା ସମୟରେ ଜଣେ ଭୟଙ୍କର ଦେଖାଯାଉଥ‌ିବା ମଣିଷ, ଯାହା ଦେହରେ ଅମାପ ବଳର ସୂଚନା ମିଳୁଥୁଲା, ସେହି ଲୋକଟି ହାତରେ ଲାଠିଧରି ଗୋସେଇଁଙ୍କ ପାଖରେ ପହଞ୍ଚିଗଲା । ଗୋସେଇଁ ତା’କୁ ଦେଖି ଛାନିଆ ହୋଇଗଲେ ବି ପରେ ‘ପାଣୁ’ ବୋଲି ଚିହ୍ନି ପାରିଥିଲେ ।

‘ପାଣୁ’ ପଣ୍ଡିତଙ୍କୁ ଭୁଲାଇବାକୁ ଚେଷ୍ଟାକଲା । ଛେଳିଛୁଆଟିକୁ କୁକୁର ବୋଲି କହିଲା । ମାତ୍ର ପାଣୁ କଥାରେ ପଣ୍ଡିତ ଭୁଲିଲେ ନାହିଁ । ଦୃଢ଼ ଭାବରେ ପାଣୁକୁ ଜବାବ ଦେଇଥିଲେ । ମାତ୍ର ପାଣୁ ଯିବା ପୂର୍ବରୁ ପଣ୍ଡିତଙ୍କୁ ଆକ୍ଷେପମୂଳକ କଥା କହି ଚାଲି ଯାଇଥିଲା ।

କିଛିବାଟ ଗଲାପରେ ପଣ୍ଡିତଙ୍କ ରାସ୍ତାରେ ପଡ଼ିଲା ବୁଦ୍ଧିବୁଦିକିଆ ଜଙ୍ଗଲ । ବ୍ରାହ୍ମଣ ଗୋସାଇଁ ସେହି ନିରୋଳା ରାସ୍ତାରେ ଯାଉଥିବା ସମୟରେ, ପାଣୁ କଥା ମନେ ମନେ ଭାବୁଥିଲେ । ହଠାତ୍ ପାଣୁ ପରି ଆଉଜଣେ ମଣିଷ ପଣ୍ଡିତଙ୍କ ପାଖରେ ପହଞ୍ଚିଲା । ପଣ୍ଡିତ ଲୋକଟିକୁ ଦେଖ୍ ଚମକି ପଡ଼ିଲେ ବି, ଆଗନ୍ତୁକଟି ନମସ୍କାର କରିବାରୁ, ସେ ତାହାକୁ ଚିହ୍ନି ନେଇଥିଲେ । ଆଗନ୍ତୁକଟି ପଣ୍ଡିତଙ୍କୁ ମଧ୍ୟ ପ୍ରଭାବିତ କରିବାକୁ ଚେଷ୍ଟାକଲା । କହିଲା – ‘ନନା-କୁକୁରଟାକୁ କ’ଣ କାନ୍ଧରେ ବୋହିଛନ୍ତି ? କଳିଯୁଗ ବୋଲି କ’ଣ ସବୁ ଆଚାର ବିଚାର ଗଲା ।’’ ପୁରୋହିତ ଏଥର ଅଡ଼ୁଆରେ ପଡ଼ିଲେ । ପ୍ରଥମେ ପାଣୁ ଯାହା କହିଥିଲା, ଦ୍ବିତୀୟ ବ୍ୟକ୍ତି ରାଧୁ ମଧ୍ୟ ତାହା କହିଲା । ପଣ୍ଡିତେ କାନ୍ଧରେ ଛେଳିଛୁଆଟିକୁ ବସାଇଥିଲେ ବି ତାଙ୍କ ମନରେ ସନ୍ଦେହ ହେଲା । ପ୍ରାବନ୍ଧିକ ଏହାକୁ ଚମତ୍କାର ଭାବରେ ଲେଖିଛନ୍ତି – ‘ଛେଳିକୁ କାନ୍ଧରୁ ତଳକୁ ଓହ୍ଲାଇ ଖୁର ଟିକିଏ ପରଖିନେଲେ । ନିଜ ଆଖି ଦି’ଟାକୁ ଭଲକରି ମକଚି ଛେଳିର ଲାଞ୍ଜଟିକୁ ହଲାଇ ଦେଖିଲେ । ବୋହି ଆଣିଲାବେଳେ କେଉଁଠି ମେଁ ମେଁ କରିଥିଲା ନା ନାହିଁ ମନେ ପକାଇବାକୁ ଚେଷ୍ଟାକଲେ, ଆଉ କହିଲେ – ‘କିରେ ରାଧୁ – ଛେଳିଟାକୁ ଚିହ୍ନି ପାରୁନୁ କିରେ ?’’ ରାଧୁ ବାଟକାଟି ଯିବାବେଳେ ଗୋସେଇଁଙ୍କୁ ଆକ୍ଷେପ କଲାଭଳି କଥା ପଦିଏ କହିଦେଇ ଚାଲିଗଲା ।

ପୁରୋହିତ ମହାଶୟ ଏଥର ବଡ଼ ଚିନ୍ତାରେ ପଡ଼ିଥିଲେ । ପାଣୁ ଯାହା କହିଥିଲା, ସେହିକଥା ରାଧୁ କହିବାରୁ ଗୋସେଇଁଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା । ସେ ଚିନ୍ତାକଲେ, ‘ଯଜମାନ ସତରେ ଗୋଟିଏ କୁକୁର ଦେଇ ତାଙ୍କୁ ଠକି ଦେଇନି ତ !’

ପୁରୋହିତ ସେମିତି ଭାବି ଭାବି ଚାଲିଛନ୍ତି । ଏହାଭିତରେ ବଣବୁଦା ରାସ୍ତାଯାଇ, ଖୋଲାରାସ୍ତା ପଡ଼ିଲାଣି । ଗାଁ ବି ଦୂରରୁ ଦେଖାଯାଉଥାଏ । ରାସ୍ତାରେ ଯାଉ ଯାଉ ତାଙ୍କ ଆଗରେ ହଠାତ୍ ଜଣେ ବିରାଟକାୟ ପୁରୁଷ, ଚାରିହାତିଆ ଠେଙ୍ଗାଧରି ଆବିର୍ଭାବ ହେଲା । ପୁରୋହିତ ତାହାକୁ ଚିହ୍ନିପାରିଲେ । ସେ ଥିଲା ପାଖ ଗାଁର ଅଗାଧୁ । ଅଗାଧୁ ପୁରୋହିତଙ୍କୁ ଭକ୍ତିପୂର୍ଣ୍ଣ ପ୍ରଣାମ କଲା । ପ୍ରଣାମ କରିବାସହ ଅତି ଚତୁରତାର ସହିତ ଚମକି ପଡ଼ିଲାପରି, ଛେଳିଟିକୁ ଜାତିଆ କୁକୁର ବୋଲି କହିଲା । ତିନିଜଣଙ୍କ କଥା ଶୁଣିବାପରେ ପୁରୋହିତ ଛେଳିଟିକୁ ରାସ୍ତା ଉପରେ କଚାଡ଼ି ଦେଇ, ଲାଜରେ ଆଉ ଭଲ ଚଷମା ହଳଟିଏ ନ କିଣି ହଟହଟା ହେଲି ବୋଲି ବିଚାରିଲେ । ପୁନଶ୍ଚ ମନେମନେ ସେ ଯଜମାନଙ୍କୁ ଅଭିଶାପ ଦେଇ ଗାଁ ଆଡ଼କୁ ଚାଲିଲେ ।

ବ୍ରାହ୍ମଣ ଛାଡ଼ିଯାଇଥବା ଛେଳିଟିକୁ ଅଗାଧୁ ଛାତି ପାଖରେ ଜାବୁଡ଼ି ଧରି ଅନ୍ୟ ଦି’ସାଙ୍ଗ ପାଣୁ ଆଉ ରାଧୁ ପାଖକୁ ବିଚାରିଲେ। ।

ଆଜି ଆମ ଦେଶରେ ଅନେକ ପାଣୁ, ରାଧୁ ଓ ଅଗାଧୁ ବାହାରିଛନ୍ତି । ସେମାନେ ନିଜର ସୁବିଧା ଅନୁଯାୟୀ ଛେଳିକୁ କୁକୁର ଏବଂ କୁକୁରକୁ ଛେଳି କରିବାର ଯୋଜନା କରୁଛନ୍ତି । ତାଙ୍କର ତିନି ତୁଣ୍ଡ ସାଙ୍ଗକୁ ସେମାନେ ପ୍ରଚାରପତ୍ର, କାନ୍ଥବାଡ଼ ଲେଖା, ସିନେମା ହଲ୍‌ର ପର୍ଦା, ରେଡ଼ିଓ, ଟେଲିଭିଜନ୍, ପାଲା, ଦାଶକାଠିଆ, ସଭାସମିତି, ଶୋଭାଯାତ୍ରାକୁ ଅନେକ ନୂତନ ଓ ଆଧୁନିକ ଢଙ୍ଗରେ ପ୍ରଚାରର ଅସ୍ତ୍ର କରିଛନ୍ତି । ଏଥ‌ିପାଇଁ ସେମାନଙ୍କ ପାଖରେ ରହିଛି ବହୁତ ଅର୍ଥ ।

ପ୍ରାବନ୍ଧିକ ଏ କ୍ଷେତ୍ରରେ କ୍ଷୋଭର ସହିତ କହିଛନ୍ତି, ‘ଯେଉଁଠି ଶିକ୍ଷିତ ଭୋଟଦାତା ଉଦାସୀନ, ସେଇଠି ଅନେକ କ୍ଷେତ୍ରରେ ଏମାନଙ୍କର ହିଁ ଜୟ ହେଉଛି ।’

କେବଳ ପ୍ରଚାର ଶକ୍ତିବଳରେ ଯେଉଁ ଗୁଣହୀନ, ନୀତିହୀନ ଲୋକମାନେ, ଜନତାର ପ୍ରତିନିଧୂ ସାଜୁଛନ୍ତି, ସେମାନେ ଗରିବ ଦେଶର ବିବାଦୀ ଜନତାଙ୍କ ମଧ୍ୟରେ ସୀମିତ ସୁବିଧା ବାଣ୍ଟିଲାବେଳେ, ମାଙ୍କଡ଼ ଦୁଇ ବିରାଡ଼ିଙ୍କ ମଧ୍ୟରେ ପିଠା ବାଣ୍ଟିଲା ଭଳି ସବୁକିଛି ନିଜ ପକେଟରେ ପୂରାଇ ଦେଉଛନ୍ତି । ତରାଜୁର ଦୁଇ ପାଖ ଖାଲି ହେଲାପରେ ବିରାଡ଼ି ଦୁଇଟି, ମାଙ୍କଡ଼କୁ ଚାହିଁ ରହିଲାପରି, ଜନତା ଜନାର୍ଦ୍ଦନ ଏହି ପ୍ରତିନିଧୂମାନଙ୍କୁ କେବଳ ପ୍ରଶ୍ମିଳ ଆଖିରେ ଚାହିଁଅଛନ୍ତି । ପୁନଶ୍ଚ ଯେଉଁ ପ୍ରତିନିଧୂମାନଙ୍କୁ ତରାଜୁ ଧରିବାର ସୁଯୋଗ ମିଳୁନାହିଁ, ସେମାନଙ୍କ ମଧ୍ୟରୁ କେତେକ ମାଙ୍କଡ଼ଚିତ୍ ମାରି ରାଜନୈତିକ ଦଳ ପରିବର୍ତ୍ତନ କରୁଛନ୍ତି । ଏହାକୁ ବୁଝାଇବାକୁ ଯାଇ ପ୍ରାବନ୍ଧିକ ଲେଖିଛନ୍ତି, ‘କେଉଁ ନେତା ଲାଠିଟିଏ ଧରି, ଆଉ କିଏ ବା ରଙ୍ଗ ବେରଙ୍ଗର ଛତାଟିଏ ଧରି ଗୋଟିଏ ଗୋଡ଼ରେ ଭଅଁର ଖେଳି ଦିଗ ପରିବର୍ତ୍ତନ କରି ନେଉଛନ୍ତି ।’

ଯଥା ସମୟରେ ରାଜନୀତିର ଖେଳ ଭାଙ୍ଗିଯାଉଛି, ପୁଣି ନୂତନ ଅଭିନୟ ଆରମ୍ଭ ହେଉଛି ନୂତନ ଢଙ୍ଗରେ । ସେଇ ଜନତାଙ୍କୁ ନେଇ ସେଇ ପ୍ରତିନିଧିମାନେ ଏକାପ୍ରକାର ଖେଳ ଖେଳୁଛନ୍ତି । କେବଳ ସମୟର ଯାହା ବ୍ୟବଧାନ ରହିଛି ।

ପ୍ରବନ୍ଧର ଶେଷରେ ପ୍ରାବନ୍ଧିକ ଗଣତନ୍ତ୍ରକୁ ଦାୟୀ କରିନାହାଁନ୍ତି । ଏକ ଲୋକକାହାଣୀର ଉକ୍ତି ମଧ୍ୟରେ ଆମେ ନିଜେ କିପରି ଦାୟୀ ତାହାକୁ ବୁଝାଇଛନ୍ତି । ‘ଗଧ୍ଵ ଯଦି ମେଣ୍ଢାର ପୋଷାକରେ ମେଣ୍ଢାଙ୍କ ଗହଣରେ, ମେଣ୍ଢାଶାଳ ଭିତରେ ପଶି ଗୋଟିଏ ପରେ ଗୋଟିଏ ମେଣ୍ଢା ଖାଇବାକୁ ଆରମ୍ଭ କରିଦିଏ, ସେଥ‌ିପାଇଁ ଦୋଷୀ ହେବ କିପରି ?’’

ଗଣତନ୍ତ୍ର ଶାସନ ଶ୍ରେଷ୍ଠଶାସନ ହେଲେବି, ଏବେ ସୁଦ୍ଧା ଆମେ ସେହି ଶାସନପାଇଁ ଉପଯୁକ୍ତ ହୋଇନାହୁଁ । ଆଜି ଆମେ ଯେଉଁ ଅବସ୍ଥାରେ ପହଞ୍ଚୁଛୁ, ସେଥୂପାଇଁ ଆମେ ନିଜେ ହିଁ ଦାୟୀ । ଗଣଶିକ୍ଷା ଓ ଗଣଚେତନାର ଅଭାବ ଥିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ମାତ୍ର ।

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ 1

CHSE Odisha Class 12 Psychology Unit 1 Objective Questions in Odia Medium

Odisha State Board CHSE Odisha Class 12 Psychology Solutions Unit 1 ଜୀବନବ୍ୟାପୀ ବିକାଶ & ସ୍ଵୟଂ ତଥା ବ୍ୟକ୍ତିତ୍ଵ Objective Questions.

CHSE Odisha 12th Class Psychology Unit 1 Objective Questions in Odia Medium

ସମ୍ଭାବ୍ୟ ଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତର ବାଛି ଲେଖ ।
୧। ବିକାଶ କାହା ଦ୍ଵାରା ପ୍ରଭାବିତ ହୋଇଥାଏ ?
(କ) ପରିପକ୍ଵନ ଏବଂ ଶିକ୍ଷଣ
(ଖ) କେବଳ ଶିକ୍ଷଣ
(ଗ) କେବଳ ପରିପକ୍ବନ
(ଘ) ଅନ୍ୟ।ନ୍ୟ
Answer:
(କ) ପରିପକ୍ଵନ ଏବଂ ଶିକ୍ଷଣ

୨। ଗର୍ଭଧାରଣରୁ ଜନ୍ମ ପର୍ଯ୍ୟନ୍ତ ସମୟର ନାମ କ’ଣ ?
(କ) ପ୍ରାକ୍ ବାଲ୍ୟାବସ୍ଥା
(ଖ) ପ୍ରାକ୍ ଜନନ ଅବସ୍ଥା
(ଗ) ଭୃଣାବସୁ
(ଘ) ଗର୍ଭାବସ୍ଥା
Answer:
(ଖ) ପ୍ରାକ୍ ଜନନ ଅବସ୍ଥା

୩। ମଣିଷର ପ୍ରତ୍ୟେକ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନକୁ କ’ଣ କୁହାଯାଏ ?
(କ) ବୃଦ୍ଧି
(ଖ) ବିକାଶ
(ଗ) ବୟସ
(ଘ) ବ୍ୟବହାର
Answer:
(ଖ)ବିକାଶ

୪। ମନୁଷ୍ୟର କ୍ରମିକ ଓ ପ୍ରଗତିଶୀଳ ପରିବର୍ତ୍ତନକୁ କ’ଣ କୁହାଯାଏ ?
(କ) ବୃଦ୍ଧି
(ଖ) ବୟସ
(ଗ) ବ୍ୟବହାର
(ଘ) ବିକାଶ
Answer:
(ଘ) ବିକାଶ

୫। ସ୍ଥୂଳ ଓ ସୂକ୍ଷ୍ମ ଗୁଣାତ୍ମକ କୌଶଳ ଶିଶୁଟିର କେଉଁ ସମୟରେ ଦେଖା ଦେଇଥାଏ ?
(କ) ଶୈଶବାବସ୍ଥା
(ଖ) ବାଲ୍ୟାବସ୍ଥା
(ଗ) ପ୍ରାକ୍ – ପ୍ରସବାବସ୍ଥ।
(ଘ) କିଶୋରାବସ୍ଥା
Answer:
(କ) ଶୈଶବାବସ୍ଥା

୬। ନିଜ ପ୍ରତି ଧ୍ୟାନ ଆକର୍ଷିତ କରିବାର ପ୍ରବୃତ୍ତିକୁ କ’ଣ କୁହାଯାଏ ?
(କ) ପରକୈନ୍ଦ୍ରିକତା
(ଖ) ଆତ୍ମକୈନ୍ଦ୍ରିକତା
(ଗ) ଆତ୍ମ ନିର୍ଭରଶୀଳତା
(ଘ) ଆତ୍ମ ପରିଚୟ
Answer:
(ଖ) ଆତ୍ମକୈନ୍ଦ୍ରିକତା

CHSE Odisha Class 12 Psychology Unit 1 Objective Questions in Odia Medium

୭। ନବଜାତ ଶିଶୁ ଉଦ୍ଦୀପକ ପ୍ରତି ଦେଖାଉଥ‌ିବା ସ୍ଵଚାଳିତ ଅନୁକ୍ରିୟାକୁ କ’ଣ କୁହାଯାଏ ?
(କ) ବ୍ୟବହାର
(ଖ) ପ୍ରତିବର୍ତ୍ତ
(ଗ) ସ୍ଵାବଲମ୍ବନଶୀଳତା
(ଘ) ସମୟାନୁବତ୍ତତା
Answer:
(ଖ) ପ୍ରତିବର୍ତ୍ତ

୮। ସାମାଜିକୀକରଣ ପ୍ରକ୍ରିୟା କେଉଁଠାରେ ଆରମ୍ଭ ହୋଇଥାଏ ?
(କ) ଗୃହ
(ଖ) ବିଦ୍ୟ
(ଗ) କ୍ରୀଡ଼ା ପ୍ରାଙ୍ଗଣ
(ଘ) ପରିବେଶ
Answer:
(କ)ଗୃହ

୯। କୌଣସି ବିଶେଷଧରଣର ବ୍ୟବହାରର ଆବିର୍ଭାବ ସମୟକୁ କ’ଣ କୁହାଯାଇଥାଏ ?
(କ) କ୍ରାନ୍ତିକ ପର୍ଯ୍ୟାୟ
(ଖ) ଅଙ୍କୁରଣ ପର୍ଯ୍ୟାୟ
(ଗ) ଭୃଣ ପର୍ଯ୍ୟାୟ
(ଘ) ସମ୍ବେଦନଶୀଳ ଅବସ୍ଥା
Answer:
(କ)କ୍ରାନ୍ତିକ ପର୍ଯ୍ୟାୟ

୧୦ । ଜନ୍ମଠାରୁ ଏକମାସ ହେବା ପର୍ଯ୍ୟନ୍ତ ବୟସର ଶିଶୁକୁ କ’ଣ କୁହାଯାଏ ?
(କ) ନବଜାତ
(ଖ) ଭୃଣ
(ଗ) ଶିଶୁ
(ଘ) ଫେଟସ
Answer:
(କ)ନବଜାତ

୧୧। ବ୍ୟକ୍ତିତ୍ବକୁ ଅନ୍ତର୍ମୁଖୀ, ଓ ବହିର୍ମୁଖୀ ରୂପେ ଦୁଇଟି ଶ୍ରେଣୀରେ କିଏ ବର୍ଗୀକରଣ କରିଥିଲେ ?
(କ) କ୍ୟାଟେଲ
(ଖ) ଆଲପୋର୍ଟ
(ଗ) ୟୁଇ
(ଘ) ସେଲଡ଼ନ୍
Answer:
(ଗ)ୟୁଙ୍ଗ୍

୧୨। ବ୍ୟକ୍ତିତ୍ଵ ଆକଳନ ନିମନ୍ତେ କାଳିଛିଟା ପରୀକ୍ଷଣ କିଏ ବିକଶିତ କରିଥିଲେ ?
(କ) ବି. ପି ମୁଥେୟା
(ଖ) ରୋର୍ଶ।କ୍
(ଗ) ମର୍ଗାନ
(ଘ) ହାରିସନ୍ ଗଫ୍
Answer:
(ଖ)ରୋର୍ଶକ୍

୧୩। ବ୍ୟକ୍ତି ନିଜର ଶାରୀରିକ, ମାନସିକ ଏବଂ ସାମାଜିକ ଗୁଣାବଳୀ ସମ୍ବନ୍ଧୀୟ ବିକଶିତ ଧାରଣାକୁ କ’ଣ କୁହାଯାଏ ?
(କ) ସ୍ଵପ୍ରତ୍ୟୟ
(ଖ) ଶୀଳଗୁଣ
(ଗ) ବ୍ୟକ୍ତିତ୍ବ
‍(ଘ) ଅନ୍ୟ।ନ୍ୟ
Answer:
(କ) ସ୍ଵପ୍ରତ୍ୟୟ

୧୪। ହିପୋକ୍ରେଟସ୍ କେଉଁ ପ୍ରାଚୀନ ଦେଶର ଭେଷଜ ବିଜ୍ଞାନୀ ଅଟନ୍ତି ?
(କ) ଗ୍ରୀସ୍
(ଖ) ଭାରତ
(ଗ) ଚୀନ୍
(ଘ) ସ୍ବିଜରଲାଣ୍ଡ୍
Answer:
(କ) ଗ୍ରୀସ୍

CHSE Odisha Class 12 Psychology Unit 1 Objective Questions in Odia Medium

୧୫। ନିଜର ସାମର୍ଥ୍ୟକୁ ବାସ୍ତବ ରୂପ ଦେବାର ଅଭିଳାଷକୁ କ’ଣ କୁହାଯାଏ ?
(କ) ଆତ୍ମସିଦ୍ଧି
(ଖ) ସ୍ଵଚେତନା
(ଗ) ସ୍ୱଦକ୍ଷତା
(ଘ) ସ୍ୱପରିଚୟ
Answer:
(କ)ଆତ୍ମସିଦ୍ଧି

୧୬। ଅନ୍ୟମାନଙ୍କ ସହିତ ସମାନତା ଓ ଅସମାନତା ଆଧାରରେ ନିଜର ସ୍ଵତନ୍ତ୍ରତାକୁ ଅନୁଭବ କରିବାକୁ କ’ଣ କୁହାଯାଏ ?
(କ) ସ୍ଵଚେତନା
(ଖ) ସ୍ଵପରିଚୟ
(ଗ) ସ୍ଵଦକ୍ଷତା
(ଘ) ଆତ୍ମସିଦ୍ଧି
Answer:
(ଖ) ସ୍ଵପରିଚୟ

୧୭। “ ପରସୋନା” କେଉଁ ଭାଷାର ଏକ ଶବ୍ଦ ଅଟେ ?
(କ) ଗ୍ରୀକ୍
(ଖ) ଲାଟିନ୍
(ଗ) ଇଂରାଜୀ
(ଘ) ସଂସ୍କୃତ
Answer:
(କ) ଗ୍ରୀକ୍

୧୮। କ୍ରେଚମର ବ୍ୟକ୍ତିତ୍ଵକୁ କେତେଗୋଟି ବର୍ଗରେ ବିଭକ୍ତ କରିଅଛନ୍ତି ?
(କ) ୩
(ଖ) ୨
(ଗ) ୪
(ଘ) ୫
Answer:
(କ) ୩

୧୯। ନିର୍ଦ୍ଦିଷ୍ଟ କ୍ଷେତ୍ରରେ ନିଜର ପ୍ରତିଭା ବା ସାମର୍ଥ୍ୟ କେତେ, ଏହାର ଧାରଣାକୁ କ’ଣ କହନ୍ତି ?
(କ) ସ୍ଵଦକ୍ଷତା
(ଖ) ସ୍ଵଚେତନା
(ଗ) ଆତ୍ମସିଦ୍ଧି
(ଘ) ସ୍ୱପ୍ରତ୍ୟୟ
Answer:
(କ) ସ୍ଵଦକ୍ଷତା

୨୦। ସର୍ବପ୍ରଥମେ କିଏ ଶୀଳଗୁଣ ସିଦ୍ଧାନ୍ତ ପ୍ରଦାନ କରିଥିଲେ ?
(କ) ସେଲଡ଼ନ
(ଖ) ଆଲ୍‌ପୋର୍ଟ
(ଗ) କେଚନର
(ଘ) ହିପୋକ୍ରେଟସ୍
Answer:
(ଖ) ଆଲପୋର୍ଟ

ଶୂନ୍ୟସ୍ଥାନ ପୂରଣ କର

ସମ୍ଭାବ୍ୟ ଉତ୍ତରମାନଙ୍କ ମଧ୍ୟରୁ ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
୧। ଗୋଟିଏ ନିଷିକ୍ତ ଡିମ୍ବାଣୁ ପ୍ରାୟ _____________________ ଦିନ ମଧ୍ୟରେ ଏକ ନବଜାତ ଶିଶୁରେ ପରିଣତ ହୁଏ।
(କ) ୩୦୦
(ଖ) ୩୧୦
(ଗ)୨୮୦
(ଘ) ୨୭୦
Answer:
(ଗ)୨୮୦

CHSE Odisha Class 12 Psychology Unit 1 Objective Questions in Odia Medium

୨। ମାତୃଗର୍ଭରେ ଶିଶୁଟି ପ୍ରାୟ _________________ ସପ୍ତାହ ରହିଥାଏ ।
(କ) ୪୦
(ଖ) ୨୧
(ଗ) ୩୬
(ଘ) ୩୮
Answer:
(କ)୪୦

୩। ବିକାଶର ଅଧୁକାଂଶ ଲକ୍ଷଣ __________________ଅଟେ ।
(କ)ସହସମ୍ବନ୍ଧୀୟ
(ଖ) ଅସହସମ୍ବନ୍ଧୀୟ
(ଗ) ପରିବର୍ତ୍ତନୀୟ
(ଘ) ଅପରିବର୍ତ୍ତନୀୟ
Answer:
(କ)ସହସମ୍ବନ୍ଧୀୟ

୪। ଗୋଟିଏ ନିଷିକ୍ତ ଡିମ୍ବାଣୁକୁ __________________ କୁହାଯାଏ ।
(କ) ଆଦ୍ୟଭ୍ରୂଣ
(ଖ) ଏକ ଯୁଗ୍ମଜ
(ଗ) ଏକ ପରିପକ୍ଵ ଭ୍ରୂଣ
(ଘ) ଅନ୍ୟ।ନ୍ୟ
Answer:
(ଖ)ଏକ ଯୁଗ୍ମଜ

୫। _____________________ ଜନନସୂତ୍ରିକା ଝିଅ ଜନ୍ମ ପାଇଁ ଦାୟୀ ।
(କ) XX
(ଖ) XY
(ଗ) YY
(ଘ) XXY
Answer:
(କ) XX

୬। ପ୍ର।କଜନନ କାଳରେ _________________________ ମାଧ୍ୟମରେ ଶିଶୁ ମାଆଠାରୁ ଖାଦ୍ୟ ଗ୍ରହଣ କରେ ।
(କ) ଗର୍ତ୍ତନାଳ
(ଖ) ଗର୍ଭାଶୟ
(ଗ) ଡିମ୍ବାଣୁ
(ଘ) ଗର୍ତ୍ତଫୁଲ
Answer:
(କ) ଗର୍ଭନାଳ

୭। ଶୁକ୍ରାଣୁ ଓ ଡିମ୍ବାଣୁ __________________ ମିଳନରେ ସୃଷ୍ଟି ହୁଏ ।
(କ) ଭୃଣ
(ଖ) ଡିମ୍ବକୋଷ
(ଗ) ଯୁଗ୍ମଜ
(ଘ) ଗୁଣସୂତ୍ର
Answer:
(ଗ) ଯୁଗ୍ମଜ

୮। ବିକାଶ ___________________ ରୁ ସ୍ଵତନ୍ତ୍ରତାକୁ ଗତି କରିଥାଏ ।
(କ)ସାଧାରଣ
(ଖ) ଜଟିଳ
(ଗ) ଆତ୍ମକୈନ୍ଦ୍ରିକତା
‍(ଘ) ପରକୈନନ୍ଦ୍ରିକତା
Answer:
(କ)ସାଧାରଣ

CHSE Odisha Class 12 Psychology Unit 1 Objective Questions in Odia Medium

୯। କିଶୋରମାନଙ୍କର ଯୌନଗ୍ରନ୍ଥରୁ ନିଃସୃତ ହେଉଥିବା ସେକ୍‌ସ ହରମୋନକୁ _________________ କୁହାଯାଏ।
(କ) ଏଣ୍ଡ୍ରୋଜେନ୍
(ଖ) ଏଷ୍ଟ୍ରୋଜେନ୍
(ଗ) ପ୍ରୋଜେଷ୍ଟୋନ୍
(ଘ) ଶୁକ୍ରାଣୁ
Answer:
(କ) ଏଣ୍ଡ୍ରୋଜେନ୍

୧୦। ___________________ ବିକାଶର ଏକ ନିୟମ ନୁହେଁ ।
(କ) ଧାରାବାହିକ
(ଖ) ବ୍ୟକ୍ତିଗତ ଭିନ୍ନତା
(ଗ) ନିର୍ଭରଶୀଳତା
(ଘ) ନିରବଚ୍ଛିନ୍ନତା
Answer:
(ଗ) ନିର୍ଭରଶୀଳତା

୧୧। ଗର୍ଭଧାରଣର _____________________ ମାସରେ ଶିଶୁଟି ମା’ପେଟରେ ତା’ର ଚକ୍ଷୁ ଖୋଲିପାରିଥାଏ ।
(କ)୪
(ଖ) ୬
(ଗ) ୮
(ଘ) ୯
Answer:
(ଖ)୬

୧୨। __________________ କିଶୋର କିଶୋରୀଙ୍କ ଚିନ୍ତନର ବିଶେଷତା ଅଟେ ।
(କ) ଆତ୍ମକୈନ୍ଦ୍ରିକତା
(ଖ) ନିର୍ଭରଶୀଳତା
(ଗ) ଯୌନଗତ ପରିପକ୍ବତା
(ଘ) ସ୍ଵେଚ୍ଛାଚାରିତା
Answer:
(କ) ଆତ୍ମକୈନ୍ଦ୍ରିକତା

୧୩। ଏକ ନିର୍ଦ୍ଦିଷ୍ଟ ବୟସରେ ସାମାଜିକ ପ୍ରତ୍ୟାଶାକୁ __________________ କୁହାଯାଏ ।
(କ) ସାମାଜିକତା
(ଖ) ବିକାଶାତ୍ମକ କାର୍ଯ୍ୟ
(ଗ) ପରିପକ୍ବତା
(ଘ ନୈତିକତା
Answer:
(ଖ) ବିକାଶାତ୍ମକ କାର୍ଯ୍ୟ

୧୪। ଜୀବନ _______________ ଠାରୁ ଆରମ୍ଭ ହୋଇଥାଏ ।
(କ) ଜନ୍ମ ସମୟ
(ଖ) ଗର୍ଭ ଧାରଣ ସମୟ
(ଗ) ବାଲ୍ୟ।ବସ୍ଥ।
(ଘ) ଶୈଶବାବସ୍ଥ।
Answer:
(ଖ) ଗର୍ଭ ଧାରଣ ସମୟ

୧୫। ଭୃଣ ସମୟ ଗର୍ଭଧାରଣର __________________ ସପ୍ତ।ହଠାଋୁ ଆରମ୍ଭ ହୋଇଥାଏ ।
(କ) ପ୍ରଥମ
(ଖ) ଦ୍ଵିତୀୟ
(ଗ) ତୃତୀୟ
(ଘ) ଚତୁର୍ଥ
Answer:
(ଖ) ଦ୍ଵିତୀୟ

CHSE Odisha Class 12 Psychology Unit 1 Objective Questions in Odia Medium

୧୬। ଜନ୍ମ ହେବା ଦିନଠାରୁ ଆରମ୍ଭ କରି ୬ ବର୍ଷ ପର୍ଯ୍ୟନ୍ତ ସମୟକୁ ______________________ କୁହାଯାଏ ।
(କ) ବାଲ୍ୟ।ବସ୍ଥା
(ଖ) ଶୈଶବାବସ୍ଥା
(ଗ) କିଶୋରାବସ୍ତୁ
(ଘ) ନବଜାତ ଅବସ୍ଥା
Answer:
(ଖ) ଶୈଶବାବସ୍ଥା

୧୭। ଅପରାଧପ୍ରବଣତା ________________ ସମୟର ଏକ ସମସ୍ୟା |
(କ) ଶୈଶବାବସ୍ଥା
(ଖ) କିଶୋରାବସ୍ଥା
(ଗ) ବାଲ୍ୟାବସ୍ଥା
(ଘ)ପୌ୍ରଢ଼ବସ୍ଥା
Answer:
(ଖ) କିଶୋରାବସ୍ଥା

୧୮। ଜୀବନର ବ୍ୟାବହାରିକ ତଥ୍ୟ ସମ୍ବନ୍ଧରେ ନିପୁଣତାକୁ ______________________ କୁହାଯାଏ ।
(କ) ଚିନ୍ତନ
(ଖ) ଜ୍ଞ।ନ
(ଗ) ଆତ୍ମକୈନ୍ଦ୍ରିକତା
(ଘ) ବିବେକ
Answer:
(ଖ) ଜ୍ଞ।ନ

୧୯। ଏକ ନିଷିକ୍ତ ଡିମ୍ବକୋଷ __________________ ଯୋଡ଼ା ଜନନସୂତ୍ରିକା ଧାରଣ କରିଥାଏ ।
(କ) ୨୩
(ଖ) ୧୨
(ଗ) ୩୨
(ଘ) ୨୫
Answer:
(କ) ୨୩

୨୦। ବାଲ୍ୟାବସ୍ଥାରେ କ୍ରାନ୍ତିକ ପର୍ଯ୍ୟାୟର ପ୍ରଭାବରେ ଦେଖାଯାଉଥ‌ିବା ସମୟ କାଳକୁ __________________ ଅବସ୍ଥା କୁହାଯାଉଥାଏ ।
(କ) ସମ୍ବେଦନଶୀଳ ଅବସ୍ଥା
(ଖ) ଯୌବନାବସ୍ଥା
(ଗ) ସାମାଜିକୀକରଣ ଅବସ୍ଥା
(ଘ) ଅନ୍ୟ।ନ୍ୟ
Answer:
(କ) ସମ୍ବେଦନଶୀଳ ଅବସ୍ଥା

୨୧। ବ୍ୟକ୍ତିର ନିଜର ଗୁଣାବଳୀ, ଅଭିଜ୍ଞତା, ସାମର୍ଥ୍ୟ ଏବଂ ଦୋଷତ୍ରୁଟି ସମ୍ବନ୍ଧୀୟ ଧାରଣାକୁ __________________ କୁହାଯାଏ ।
(କ) ସ୍ଵମୂଲ୍ୟ।ୟନ
(ଖ) ସ୍ଵପ୍ରତ୍ୟୟ
(ଗ) ସ୍ଵପରିବୀକ୍ଷଣ
(ଘ) ସ୍ଵପରିଚୟ
Answer:
(ଖ) ସ୍ଵପ୍ରତ୍ୟୟ

୨୨। ଅନ୍ୟମାନଙ୍କ ସହିତ ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ ଆଧାରରେ ନିଜର ସ୍ଵତନ୍ତ୍ରତାକୁ ଅନୁଭବ କରିବା ହେଉଛି _________________ ।
(କ) ସ୍ଵପରିଚୟ
(ଖ) ସ୍ଵଦକ୍ଷତା
(ଗ) ସ୍ଵପ୍ରତ୍ୟୟ
(ଘ) ସ୍ଵମୂଲ୍ୟ।ୟନ
Answer:
(କ) ସ୍ଵପରିଚୟ

CHSE Odisha Class 12 Psychology Unit 1 Objective Questions in Odia Medium

୨୩। ଭାରତୀୟ ଭେଷଜ ବିଜ୍ଞାନ ବା ଆୟୁର୍ବେଦର ଜନକ ____________________ ଅଟନ୍ତି ।
(କ) ରାମଦେବ
(ଖ) ଚୂରକ
(ଗ) ବିଶ୍ୱ।ମିତ୍ର
(ଘ) ହିପୋକ୍ରେଟସ୍
Answer:
(ଖ) ଚୂରକ

୨୪। ବାୟୁ ଓ ଆକାଶରେ ଅନ୍ତଃକ୍ରିୟାରୁ ________________________ ସୃଷ୍ଟି ହୁଏ ।
(କ) ପିତ୍ତ
(ଖ) ବାତ
(ଗ) କଫ
(ଘ) ଅନ୍ୟାନ୍ୟ
Answer:
(ଖ) ବାତ

୨୫। ବାୟୁ ଓ ଅଗ୍ନିର ଅନ୍ତଃକ୍ରିୟାରୁ _________________ ଜାତ ହୁଏ ।
(କ) କଫ
(ଖ) ପିତ୍ତ
(ଗ) ବାତ
(ଘ) ଅନ୍ୟାନ୍ୟ
Answer:
(ଖ) ପିତ୍ତ

୨୬। ଜଳ ଓ ଭୂମିର ଅନ୍ତଃକ୍ରିୟାରୁ _________________ ର ସୃଷ୍ଟି ।
(କ) ବାତ
(ଖ) ପିତ୍ତ
(ଗ) କଫ
(ଘ) ଅନ୍ତର୍ମୁଖୀ
Answer:
(ଗ) କଫ

୨୭। _________________ ପ୍ରକାର ବ୍ୟକ୍ତି ହୃଦୟ ଧମନୀ ରୋଗରେ ପୀଡ଼ିତ ହେବାର ଆଶଙ୍କା ଥାଏ ।
(କ) A – ପ୍ରକାର
(ଖ) B – ପ୍ରକାର
(ଗ) C – ପ୍ରକାର
(ଘ) ଅନ୍ତର୍ମୁଖୀ
Answer:
(କ) A – ପ୍ରକାର

୨୮। ପ୍ରକାର ବ୍ୟକ୍ତି କର୍କଟ ରୋଗରେ ପୀଡ଼ିତ ହେବାର ସମ୍ଭାବନା ଅଧିକ ।
(କ) A – ପ୍ରକାର
(ଖ) C – ପ୍ରକାର
(ଗ) B – ପ୍ରକାର
(ଘ) ବହି୍ମୁଖୀ
Answer:
(ଖ) C – ପ୍ରକାର

୨୯। _____________________ ପ୍ରକାର ବ୍ୟକ୍ତି ଅତ୍ୟନ୍ତ ମହତ୍ତ୍ୱାକାଂକ୍ଷୀ ।
(କ) A – ପ୍ରକାର
(ଖ) C – ପ୍ରକାର
(ଗ) B – ପ୍ରକାର
(ଘ) ଆମୋଦପ୍ରିୟ
Answer:
‍(କ) A – ପ୍ରକାର

CHSE Odisha Class 12 Psychology Unit 1 Objective Questions in Odia Medium

୩୦। ଅନ୍ତର୍ମୁଖୀର ବ୍ୟକ୍ତିମାନେ ____________________ ଅଟନ୍ତି ।
(କ) ମେଳାପୀ
(ଖ) ଲାଜୁକ
(ଗ) ଗପୁଡ଼ି
(ଘ) ଅନ୍ୟାନ୍ୟ
Answer:
(ଖ) ଲାଜୁକ

୩୧। ୧୬ PF ପ୍ରଶ୍ନବଳୀକୁ ____________________ ବ୍ୟକ୍ତିତ୍ଵ ଆକଳନ ନିମନ୍ତେ ବିକଶିତ କରିଥିଲେ ।
(କ) ସେଲଡ଼ନ୍
(ଖ) କ୍ୟାଟେଲ
(ଗ) ଲୁଇ
‍(ଘ) ଆଇଜେ
Answer:
(ଖ) କ୍ୟାଟେଲ

୩୨। ବ୍ୟକ୍ତି – ଅଙ୍କନ ପରୀକ୍ଷଣ __________________ ଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିଲା ।
(ଖ) କ୍ୟାଟେଲ
(ଖ) ଫ୍ରଏଡ୍
(ଗ) ଆଇଜେ
‍(ଘ) ମାକୋଭର
Answer:
‍(ଘ) ମାକୋଭର

୩୩। ବ୍ୟକ୍ତିତ୍ଵ ମାପନ ନିମନ୍ତେ ___________________ କଥାବସ୍ତୁ ସଂପ୍ରତ୍ୟକ୍ଷ ପରୀକ୍ଷଣ ବିକଶିତ କରିଥିଲେ ।
(କ) ଫ୍ରଏଡ଼ ଓ ୟୁଇ
(ଖ) କ୍ୟାଟେଲ ଓ ଆଲପୋର୍ଟ
(ଗ) ମରେ ଓ ମର୍‌ଗାନ
(ଘ) ପଲକୋଷ୍ଟା ଓ ମାକ୍‌
Answer:
(ଗ) ମରେ ଓ ମର୍‌ଗାନ

୩୪। କ୍ୟାଟେଲ _______________ ଗୋଟି ଶୀଳଗୁଣକୁ ବ୍ୟକ୍ତିତ୍ଵର ମୂଳ ଲକ୍ଷଣ ଭାବେ ବିଚାର କରନ୍ତି ।
(କ) ୨୧
(ଖ)୧୬
(ଗ) ୨୬
(ଘ) ୨
Answer:
(ଖ)୧୬

୩୫। ଆଲପୋର୍ଟ _______________________ ଗୋଟି ମୁଖ୍ୟ ପ୍ରକାର ଶୀଳଗୁଣ ବ୍ୟକ୍ତିତ୍ଵର ରଚନା କରେ ବୋଲି ମତ ଦେଇଥିଲେ ।
(କ) ୨
(ଖ) ୩
(ଘ) ୬
(ଗ) ୪
Answer:
(ଘ) ୩

୩୬। ବ୍ୟକ୍ତିତ୍ଵ ବିଶ୍ଳେଷଣ ତଥ୍ୟ ମାପନ ପାଇଁ ବ୍ୟବହୃତ ଔପଚାରିକ ପ୍ରକ୍ରିୟାର ନାମ ______________ ଅଟେ ।
(କ) ବ୍ୟକ୍ତିତ୍ଵ ଆକଳନ
(ଖ) ପ୍ରେକ୍ଷକ ପ୍ରତିବେଦନ
(ଗ) ମୂଲ୍ୟ ନିର୍ଦ୍ଧାରଣ
(ଘ) ପାରିସ୍ଥିତିକ ପରୀକ୍ଷଣ
Answer:
(କ) ବ୍ୟକ୍ତିତ୍ଵ ଆକଳନ

CHSE Odisha Class 12 Psychology Unit 1 Objective Questions in Odia Medium

୩୭। ରୋର୍ଶାକ୍ କାଳିଛିଟା ପରୀକ୍ଷଣ _________________ ର ଏକ ଉଦାହରଣ ।
(କ) ବସ୍ତୁନିଷ୍ଠ ପରୀକ୍ଷଣ
(ଖ) ପ୍ରକ୍ଷେପୀ ପରୀକ୍ଷଣ
(ଗ) ପାରିସ୍ଥିତିକ ପରୀକ୍ଷଣ
(ଘ) ମୂଲ୍ୟ – ନିଦ୍ଧରଣ
Answer:
(ଖ) ପ୍ରକ୍ଷେପୀ ପରୀକ୍ଷଣ

୩୮। ___________________ ମନୁଷ୍ୟର ଶାରୀରିକ ଗଠନ ଆଧାରରେ ବ୍ୟକ୍ତିତ୍ଵ ଓ ବ୍ୟବହାର ସମ୍ବନ୍ଧରେ ଅଧ୍ୟୟନ କରିଥିଲେ ।
(କ) ସେଲଡ଼ନ୍
(ଖ) ହିପୋକ୍ରେଟସ୍
(ଗ) ୟୁଙ୍ଗ୍
(ଘ) ଚରକ
Answer:
(କ) ସେଲଡ଼ନ୍

୩୯। _________________ ବ୍ୟକ୍ତିମାନେ ସାମାଜିକ ପ୍ରଥା ଓ ପରମ୍ପରା ପ୍ରତି ଦୃଢ଼ବିଶ୍ଵାସୀ ହୋଇଥାନ୍ତି ।
(କ) ସୁଳାକୃତି
(ଖ) ମଧମକାୟ
(ଗ) କୃଶାକୃତି
(ଘ) କୋପଶୀଳ
Answer:
(କ) ସ୍ଥୁଳାକୃତି

୪୦। ସାମଗ୍ରିକ ଭାବରେ ନିଜ ସମ୍ବନ୍ଧରେ ଥିବା ବିଶ୍ଵାସ ଓ ଅନୁଭୂତିକୁ _________________ କୁହାଯାଏ ।
(କ) ସମାଜ
(ଖ) ସ୍ଵ
(ଗ) ବ୍ୟକ୍ତିତ୍ୱ
(ଘ) ସଂସ୍କୃତି
Answer:
(ଖ) ସ୍ଵ

ନିମ୍ନରେ ଦିଆଯାଇଥ‌ିବା ଉକ୍ତିଗୁଡ଼ିକ “ଠିକ୍” କିମ୍ବା “ଭୁଲ” ଦର୍ଶାଅ ।
୧। ପରିମାଣାତ୍ମକ ପରିବର୍ତ୍ତନକୁ ବିକାଶ କୁହାଯାଏ ।
Answer:
ଭୁଲ

୨। କ୍ରମ-ବିକାଶ ଧାରାବାହିକ ନୁହେଁ ।
Answer:
ଭୁଲ୍

୩। ବିକାଶ ପ୍ରକ୍ରିୟା ମୁଣ୍ଡରୁ ଆରମ୍ଭ ହୋଇ ପାଦ ପର୍ଯ୍ୟନ୍ତ ଗତି କରିବାକୁ ସମୀପ ଦୂରାଭିମୁଖୀ ବିକାଶ କୁହାଯାଏ ।
Answer:
ଭୁଲ୍

CHSE Odisha Class 12 Psychology Unit 1 Objective Questions in Odia Medium

୪। ବିକାଶ ପ୍ରକ୍ରିୟା ହାରରେ ବ୍ୟକ୍ତିଗତ ଭିନ୍ନତା ଥାଏ ।
Answer:
ଠିକ୍

୫। ବାଲ୍ୟାବସ୍ଥାରେ ବୃଦ୍ଧି ଓ ବିକାଶର ମାତ୍ରା ଅତ୍ୟନ୍ତ କ୍ଷିପ୍ର ହୋଇଥାଏ ।
Answer:
ଠିକ୍

୬। ନବଜାତ ଶିଶୁଠାରେ ପ୍ରଥମେ ସାଧାରଣ ଉତ୍ତେଜନା ପ୍ରକାଶ ପାଏ ।
Answer:
ଠିକ୍

୭। ବିକାଶ ପ୍ରକ୍ରିୟା ଶରୀରର କେନ୍ଦ୍ରରୁ ଆରମ୍ଭ କରି ପରିଧ୍ଵ ଆଡ଼କୁ କ୍ରମାନୁସାରେ ଗତି କରିବାକୁ ସମୀପ-ଦୂରାଭିମୁଖୀ ବିକାଶ କୁହାଯାଏ ।
Answer:
ଠିକ୍

୮। ଡିମ୍ବାବସ୍ଥା ଶିଶୁଟିର ଜୀବନ ଧାରଣ ଦିନଠାରୁ ୨ ସପ୍ତାହର ଶେଷ ପର୍ଯ୍ୟନ୍ତ ଗତି କରିଥାଏ ।
Answer:
ଠିକ୍

୯। ବାଲ୍ୟାବସ୍ଥା ସାଧାରଣତଃ ୧୨ବର୍ଷ ବୟସଠାରୁ ଆରମ୍ଭ ହୋଇ ପ୍ରଜନନ କ୍ଷମତାପ୍ରାପ୍ତ ହେବା ପର୍ଯ୍ୟନ୍ତ ଗତି କରିଥାଏ ।
Answer:
ଭୁଲ୍

୧୦। ଅପରାଧୂକ ପ୍ରବୃତ୍ତି ଥିବା କିଶୋର କିଶୋରୀମାନଙ୍କର ଉପଲବ୍ଧର ସ୍ତର ନିମ୍ନ ରହିଥାଏ ।
Answer:
ଠିକ୍

୧୧। ଜଣେ କାର୍ଯ୍ୟକ୍ଷମ ବା ଚାକିରିରେ ଥିବା ବ୍ୟକ୍ତିଙ୍କୁ ପ୍ରୌଢ଼ କୁହାଯାଏ ।
Answer:
ଭୁଲ୍

୧୨। B – ପ୍ରକାରର ବ୍ୟକ୍ତି ଅତ୍ୟନ୍ତ ଉଚ୍ଚାଭିଳାଷୀ ଅଟନ୍ତି |
Answer:
ଭୁଲ

୧୩। ଏଣ୍ଡୋମର୍ଫିକ୍ ବ୍ୟକ୍ତି ଶାନ୍ତ ତଥା ମେଳାପି ହୋଇଥାନ୍ତି ।
Answer:
ଠିକ୍

୧୪। ବ୍ୟକ୍ତିତ୍ଵର ଶୀଳଗୁଣ ସିଦ୍ଧାନ୍ତଗୁଡ଼ିକ ବ୍ୟକ୍ତିତ୍ଵର ମୂଳ ଆଧାରକୁ ବୁଝିବାରେ ସାହାଯ୍ୟ କରେ।
Answer:
ଠିକ୍

୧୫। ଏକ ଜ୍ଞାତା ରୂପରେ ସ୍ୱ ‘ମୋର’ କୁ ଇଙ୍ଗିତ କରିଥାଏ ଏବଂ ଜ୍ଞେୟ ରୂପରେ ଏହା ‘ମୁଁ’କୁ ଇଙ୍ଗିତ କରିଥାଏ ।
Answer:
ଭୁଲ୍

୧୬। ପ୍ରତ୍ୟେକ ବ୍ୟକ୍ତିତ୍ଵ ସ୍ଵତନ୍ତ୍ର ଓ ଅନନ୍ୟ ।
Answer:
ଠିକ୍

୧୭। ଅନ୍ତର୍ମୁଖ ବ୍ୟକ୍ତି ସଫଳ ନେତୃତ୍ବ ଗ୍ରହଣ କରିପାରେ ।
Answer:
ଭୁଲ

CHSE Odisha Class 12 Psychology Unit 1 Objective Questions in Odia Medium

୧୮। ପଲ୍‌କୋଷ୍ଟା ଓ ଆଇଜେଙ୍କ ବ୍ୟକ୍ତିତ୍ଵର ବୃହତ୍ ପାଞ୍ଚ କାରକୀୟ ମତବାଦ ଉପସ୍ଥାପନ କରିଛନ୍ତି |
Answer:
ଭୁଲ

୧୯। କୃଷ୍ଣ ପିତ୍ତର ପ୍ରାବଲ୍ୟତା ବ୍ୟକ୍ତିକୁ ବିଷାଦମୁଖୀ କରାଏ ।
Answer:
ଠିକ୍

୨୦। ଶୀଳଗୁଣର ମାତ୍ରା ଓ ପରିମାଣକୁ ଏକ ସାଂଖ୍ୟକ ମୂଲ୍ୟରେ ବ୍ୟକ୍ତ କରିବା ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତିର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।
Answer:
ଠିକ୍

CHSE Odisha Class 12 Education Solutions Chapter 3 ଶ୍ରୀ ଅରବିନ୍ଦ

Odisha State Board CHSE Odisha Class 12 Foundation of Education Solutions Chapter 3 ଶ୍ରୀ ଅରବିନ୍ଦ Questions and Answers.

CHSE Odisha 12th Class Education Solutions Chapter 3 ଶ୍ରୀ ଅରବିନ୍ଦ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ପୂର୍ଣ୍ଣାଙ୍ଗ ଶିକ୍ଷା ବିଷୟରେ କେଉଁ ଦାର୍ଶନିକ ମତ ଦେଇଥିଲେ ?
(i) ମହାତ୍ମା ଗାନ୍ଧି
(ii) ଗୋପବନ୍ଧୁ
(iii) ରବୀନ୍ଦ୍ରନାଥ
(iv) ଶ୍ରୀ ଅରବିନ୍ଦ
Answer:
(iv) ଶ୍ରୀ ଅରବିନ୍ଦ

2. ନିମ୍ନୋକ୍ତ କେଉଁ ବିଷୟଟି ପୂର୍ଣାଙ୍ଗ ଶିକ୍ଷାର ଏକ ଅଙ୍ଗ ନୁହେଁ ?
(i) ଗୋପବନ୍ଧୁ
(ii) ମାନସିକ
(iii) ବୈଷୟିକ
(iv) ଆଧ୍ୟାମିକ
Answer:
(iii) ବୈଷୟିକ

3. କେଉଁ ମସିହାରେ ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ର ପ୍ରତିଷ୍ଠା କରାଗଲା ?
(i) ୧୯୪୫
(ii) ୧୯୪୩
(iii) ୧୯୫୬
(iv)୧୯୪୭
Answer:
(ii) ୧୯୪୩

4. ଉଷାନଗରୀ କାହାକୁ କୁହାଯାଏ ?
(i) ପଣିୁଚେରା
(ii) ସତ୍ୟବାଦୀ
(iii) ଅରୋଭିଲ୍
(iv) ଶାନ୍ତିନିକେତନ
Answer:
(iii) ଅରୋଭିଲ୍

5. କିଏ କହିଥିଲେ, ‘‘କୌଣସି ବିଷୟ ଶିକ୍ଷା ଦିଆଯାଇ ପାରିବ ନାହିଁ?? ?
(i) ଗୋପବନ୍ଧୁ
(ii) ରାଜେନ୍ଦ୍ର ପ୍ରସାଦ
(iii) ରାଧାକ୍ରିଷ୍ଣନ୍
(iv) ଶ୍ରୀଅରବିନ୍ଦ
Answer:
(iv) ଶ୍ରୀଅରବିନ୍ଦ

CHSE Odisha Class 12 Education Solutions Chapter 3 ଶ୍ରୀ ଅରବିନ୍ଦ

6. କେଉଁଟି ଶ୍ରୀଅରବିନ୍ଦଙ୍କ ପୂର୍ଣାଙ୍ଗ ଶିକ୍ଷାର ଏକ ଅଙ୍ଗ ଅଟେ ?
(i) ବୈଷୟିକ ଶିକ୍ଷା
(ii) ଧନ୍ଦାମୂଳକ ଶିକ୍ଷା
(iii) ଚୈଭିକ ଶିକ୍ଷା
(iv) ଆର୍ଥିକ ଶିକ୍ଷା
Answer:
(iii) ଚୈଭିକ ଶିକ୍ଷା

7. କେଉଁଟି ସତ୍ୟର ଅନୁସନ୍ଧାନ ପାଇଁ ମାର୍ଗ ନୁହେଁ ବୋଲି ଶ୍ରୀଅରବିନ୍ଦ ଦର୍ଶାଇଛନ୍ତି ?
(i) ପ୍ରେମ
(ii) ଜ୍ଞାନ
(iii) ଅର୍ଥ
(iv)ଶକ୍ତି
Answer:
(iii) ଅର୍ଥ

8. ‘ଶିକ୍ଷା ବିକାଶୋନ୍ମୁଖୀ ଆତ୍ମାର ବିକାଶରେ ସାହାଯ୍ୟ କରେ – ଏହା କିଏ କହିଛନ୍ତି ?
(i) ଗୋପବନ୍ଧୁ
(ii) ଶ୍ରୀଅରବିନ୍ଦ
(iii) ପ୍ରୋବେଲ
(iv)ଶଙ୍କରାଚାର୍ଯ୍ୟ
Answer:
(ii) ଶ୍ରୀଅରବିନ୍ଦ

B. ଶୂନ୍ୟସ୍ଥାନ ପୂରଣ କର ।

1. ଶ୍ରୀଅରବିନ୍ଦ ______________ ମସିହାରେ ଜନ୍ମଗ୍ରହଣ କରିଥିଲେ ।
Answer:
୧୮୭୨

2. _____________ ବୟସରେ ସେ ୧୮୭୯ ମସିହାରେ ସେ ପରିବାର ସହ ଇଂଲଣ୍ଡ ଯାତ୍ରା କରିଥିଲେ ।
Answer:
୭ ବର୍ଷ

3. ୧୯୦୮ ମସିହାରେ ଶ୍ରୀଅରବିନ୍ଦ _____________ ଜେଲ୍‌ରେ ପ୍ରାୟ ଏକ ବର୍ଷ କରାବରଣ କରିଥିଲେ ।
Answer:
ଆଲିପୁର

4. _____________ ମସିହାରେ ଶ୍ରୀଅରବିନ୍ଦ ଆଶ୍ରମ ପ୍ରତିଷ୍ଠା ହେଲା ।
Answer:
୧୯୨୨

5. ____________ ଙ୍କ ମତରେ, ‘ଶିକ୍ଷାର ଅର୍ଥ ହେଉଛି ମନୁଷ୍ୟର ବିକଶିତ ଆତ୍ମାର ପ୍ରଚ୍ଛନ୍ନ ସଭାକୁ ଉନ୍ମୋଚନ କରି ପୂର୍ଣାଙ୍ଗ ପରିସ୍ରାପ୍ତି ପାଇଁ ଊର୍ଦ୍ଧ୍ୱଗାମୀ କରାଇବା ।’’
Answer:
ଶ୍ରୀଅରବିନ୍ଦ

6. ______________ ମସିହାରେ ‘ଅରୋଭିଲ୍’ ବା ଉଷାନଗରୀ ଉଦ୍‌ଘାଟିତ ହେଲା ।
Answer:
୧୯୬୮

7. ଅରୋଭିଲ୍ର ସନଦପତ୍ରରେ_____________ ଟି ଦେଶର ଶିକ୍ଷାର୍ଥୀମାନେ ଦସ୍ତଖତ କରିଥିଲେ ।
Answer:
୧୨୦

8. ___________ ମସିହାରେ ଶ୍ରୀଅରବିନ୍ଦଙ୍କର ଦେହାନ୍ତ ଘଟିଲା ।
Answer:
୧୯୫୦

CHSE Odisha Class 12 Education Solutions Chapter 3 ଶ୍ରୀ ଅରବିନ୍ଦ

9. ___________ ‘ପୂର୍ଣାଙ୍ଗ ଶିକ୍ଷା’ ପ୍ରଚଳନ କରିଥିଲେ ।
Answer:
ଶ୍ରୀଅରବିନ୍ଦ

10. ପଣିୃଚେରାରେ ପ୍ରତିଷିମ ଆଣ୍ରମ ____________ ମସିହାରେ ଆନ୍ତର୍ଜାତିକ ବିଶ୍ବବିଦ୍ୟାଳୟରେ ପରିଣତ ହେଲା ।
Answer:
୧୯୫୨

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ୧୯୦୫ ମସିହାରେ ଶ୍ରୀଅରବିନ୍ଦ ଚାକିରି ଛାଡ଼ି ସନ୍ନ୍ୟାସୀ ହେଲେ ।
Answer:
୧୯୦୫ ମସିହାରେ ଶ୍ରୀଅରବିନ୍ଦ ଚାକିରି ଛାଡ଼ି ରାଜନୀତି କଲେ ।

2. ଶ୍ରୀଅରବିନ୍ଦଙ୍କ ମତରେ ପାଠ୍ୟକ୍ରମ ସମାଜକୈନ୍ଦ୍ରିକ ହେବା ଉଚିତ ।
Answer:
ଶ୍ରୀଅରବିନ୍ଦଙ୍କ ମତରେ ପାଠ୍ୟକ୍ରମ ଶିଶୁଭିଭିକ ହେବା ଉଚିତ ।

3. ଶିକ୍ଷାଦାନ ପଦ୍ଧତିରେ ଶ୍ରୀଅରବିନ୍ଦ ଶିକ୍ଷାର୍ଥୀମାନଙ୍କୁ ସ୍ଵାଧୀନତା ଦେବାର ବିରୋଧୀ ଥିଲେ ।
Answer:
ଶିକ୍ଷାଦାନ ପଦ୍ଧତିରେ ସେ ଶିକ୍ଷାର୍ଥୀମାନଙ୍କୁ ସ୍ବାଧୀନତା ଦେବାର ସପକ୍ଷରେ ଥିଲେ ।

4. ଇଂରାଜୀ ଭାଷା ମାଧ୍ୟମରେ ଶ୍ରୀଅରବିନ୍ଦ ଶିକ୍ଷା ଦେବାପାଇଁ ଗୁରୁତ୍ବ ଦେଉଥିଲେ ।
Answer:
ମାତୃଭାଷା ଭାଷା ମାଧ୍ୟମରେ ଶ୍ରୀଅରବିନ୍ଦ ଶିକ୍ଷା ଦେବାପାଇଁ ଗୁରୁତ୍ୱ ଦେଉଥିଲେ ।

5.ଶ୍ରୀଅରବିନ୍ଦଙ୍କ ମତରେ ଶିକ୍ଷକ ଶିକ୍ଷାଦାତା ନୁହଁନ୍ତି; ସେ କେବଳ ଜଣେ ସହାୟକ ।
Answer:
ଶ୍ରୀଅରବିନ୍ଦଙ୍କ ମତରେ ଶିକ୍ଷକ ଶିକ୍ଷାଦାତା ନୁହଁନ୍ତି; ସେ ଜଣେ ସହାୟକ ଓ ପଥପ୍ରଦର୍ଶକ ।

6. ଶ୍ରୀଅରବିନ୍ଦ ଶାନ୍ତିନିକେତନର ପ୍ରତିଷ୍ଠାତା ।
Answer:
ଶ୍ରୀଅରବିନ୍ଦ ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ।

7. ଶ୍ରୀଅରବିନ୍ଦଙ୍କ ମତରେ ଶିକ୍ଷାଦାନ ପ୍ରକ୍ରିୟାରେ ଶିକ୍ଷକଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରାଯିବା ଉଚିତ ।
Answer:
ଶ୍ରୀଅରବିନ୍ଦଙ୍କ ମତରେ ଶିକ୍ଷାଦାନ ପ୍ରକ୍ରିୟାରେ ଶିକ୍ଷାର୍ଥୀଙ୍କୁ ସମ୍ପୂର୍ଣ ସ୍ଵାଧୀନତା ପ୍ରଦାନ କରାଯିବା ଉଚିତ ।

8. ‘ମୌଳିକ ଶିକ୍ଷା’ ଶ୍ରୀଅରବିନ୍ଦଙ୍କର ଅବଦାନ ଅଟେ ।
Answer:
‘ପୂର୍ଣ୍ଣାଙ୍ଗ ଶିକ୍ଷା’ ଶ୍ରୀଅରବିନ୍ଦଙ୍କର ଅବଦାନ ଅଟେ ।

9. ‘ଆମ୍ବୋନ୍ନତି ହିଁ ଶିକ୍ଷା’’ ଏହା ରବୀନ୍ଦ୍ରନାଥ କହିଥିଲେ ।
Answer:
‘ଆମ୍ବୋନ୍ନତି ହିଁ ଶିକ୍ଷା’’ ଏହା ଶ୍ରୀଅରବିନ୍ଦ କହିଥିଲେ ।

CHSE Odisha Class 12 Education Solutions Chapter 3 ଶ୍ରୀ ଅରବିନ୍ଦ

10. ଶ୍ରୀଅରବିନ୍ଦ ‘ଧନ୍ଦାମୂଳକ ଶିକ୍ଷା’ର ପ୍ରବର୍ତ୍ତକ ।
Answer:
ଶ୍ରୀ ଅରବିନ୍ଦ ‘ପୂର୍ଣ୍ଣାଙ୍ଗ ଶିକ୍ଷା’ର ପ୍ରବର୍ତ୍ତକ ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।

1. ଶ୍ରୀଅରବିନ୍ଦଙ୍କ ଆଶ୍ରମ କେଉଁଠାରେ ଅବସ୍ଥିତ ?
Answer:
ଶ୍ରୀଅରବିନ୍ଦଙ୍କ ଆଶ୍ରମ ପଣ୍ଡିଚେରୀଠାରେ ଅବସ୍ଥିତ ।

2. ଶିକ୍ଷା ଆତ୍ମବିକାଶରେ ସାହାଯ୍ୟ କରେ ବୋଲି କିଏ କହିଥିଲେ ?
Answer:
ଶିକ୍ଷା ଆତ୍ମବିକାଶରେ ସାହାଯ୍ୟ କରେ ବୋଲି ଶ୍ରୀଅରବିନ୍ଦ କହିଥିଲେ ।

3. କିଏ ଶ୍ରୀଅରବିନ୍ଦଙ୍କୁ ଶିକ୍ଷାକ୍ଷେତ୍ରରେ ସାହାଯ୍ୟ କରିଥିଲେ ?
Answer:
‘ଶ୍ରୀମା’ ଶ୍ରୀଅରବିନ୍ଦଙ୍କୁ ଶିକ୍ଷାକ୍ଷେତ୍ରରେ ସାହାଯ୍ୟ କରିଥିଲେ ।

4. ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ କେଉଁଠାରେ ଅବସ୍ଥିତ ?
Answer:
ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ ପଣ୍ଡିଚେରୀରେ ଅବସ୍ଥିତ ।

5. ଉଷାନଗରୀ କାହାକୁ କୁହାଯାଏ ?
Answer:
ପଣ୍ଡିଚେରୀଠାରୁ ପାଞ୍ଚ ମାଇଲ୍ ଦୂରରେ ପ୍ରତିଷ୍ଠିତ ଅରୋଭିଲ୍‌ର ଅନ୍ୟ ନାମ ଉଷାନଗରୀ ।

6. ସମନ୍ଵୟ ଶିକ୍ଷା କିଏ ପ୍ରଣୟନ କରିଥିଲେ ?
Answer:
ଶ୍ରୀଅରବିନ୍ଦ ସମନ୍ଵୟ ଶିକ୍ଷା ପ୍ରଣୟନ କରିଥିଲେ ।

7. ପୂର୍ଣ୍ଣାଙ୍ଗ ଶିକ୍ଷା କିଏ ପ୍ରବର୍ତ୍ତନ କରିଥିଲେ ?
Answer:
ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା ପ୍ରବର୍ତ୍ତନ କରିଥିଲେ ।

8. ଶ୍ରୀଅରବିନ୍ଦଙ୍କର ଶିକ୍ଷାଦର୍ଶନର ଗୋଟିଏ ମୌଳିକ ନୀତି ଲେଖ ।
Answer:
ମଣିଷର ମନକୁ ଅନୁଧ୍ୟାନ କରିବା ଶିକ୍ଷାର ପୃଷ୍ଠଭୂମି ଅଟେ ।

9. ପୂର୍ଣ୍ଣାଙ୍ଗ ଶିକ୍ଷାର ଗୋଟିଏ ଉଦ୍ଦେଶ୍ୟ ଲେଖ ।
Answer:
ପୂର୍ଣ୍ଣାଙ୍ଗ ଶିକ୍ଷାର ଗୋଟିଏ ଉଦ୍ଦେଶ୍ୟ ହେଉଛି– ‘ପ୍ରାଚୀନ ଆଧ୍ୟାତ୍ମିକ ଜ୍ଞାନର ପୁନରୁଦ୍ଧାର’ ।

10. ଶିକ୍ଷା ପ୍ରକ୍ରିୟାରେ ଶିଶୁ କିଭଳି ସ୍ଥାନ ପାଇବା ଉଚିତ ବୋଲି ଶ୍ରୀଅରବିନ୍ଦ ମତ ଦେଇଥିଲେ ?
Answer:
ଶ୍ରୀଅରବିନ୍ଦ ଶିକ୍ଷାର୍ଥୀର ସମ୍ପୂର୍ଣ୍ଣ ସ୍ଵାଧୀନତା ଉପରେ ଜୋର ଦେଇଥିଲେ ।

CHSE Odisha Class 12 Education Solutions Chapter 3 ଶ୍ରୀ ଅରବିନ୍ଦ

11. ଶିକ୍ଷା ମନୁଷ୍ୟ ମଧ୍ୟରେ ଥ‌ିବା ଭଗବତ୍ ସତ୍ତାର ପୂଣ୍ଡିତାର ପରିପ୍ରକାଶ– ଏହା କିଏ କହିଥିଲେ ?
Answer:
ଶିକ୍ଷା ‘ମନୁଷ୍ୟ ମଧ୍ୟରେ ଥ‌ିବା ଭଗବତ୍ ସତ୍ତାର ପୂର୍ବତର ପରିପ୍ରକାଶ’ ବୋଲି ଶ୍ରୀଅରବିନ୍ଦ କହିଥିଲେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଶ୍ରୀଅରବିନ୍ଦଙ୍କ ମତରେ ଶିକ୍ଷା କହିଲେ କ’ଣ ବୁଝ ?
Answer:
‘ଶିକ୍ଷା ଏକ ମାଧ୍ୟମ, ଯାହା ସହାୟତାରେ ମାନବ ଜୀବନ ଈଶ୍ୱର, ଦେଶ ଓ ମାନବଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୁଏ ଏବଂ ଜାତୀୟଧର୍ମୀ ବୋଲାଉଥିବା ପ୍ରତ୍ୟେକ ବିଦ୍ୟାଳୟ ଏହାକୁ ଆଦର୍ଶ ରୂପେ ଗ୍ରହଣ କରିବା ଉଚିତ ।’’ ଶ୍ରୀଅରବିନ୍ଦ ଶିକ୍ଷା ସମ୍ପର୍କରେ ଏହି ମନ୍ତବ୍ୟ ଦେଇଥିଲେ ।

2. ଶ୍ରୀଅରବିନ୍ଦ କେଉଁ ଶିକ୍ଷା ପ୍ରବର୍ତ୍ତନ କରିଥିଲେ ? ତାଙ୍କ ଶିକ୍ଷା ଦର୍ଶନ ଅନୁସାରେ ପଣ୍ଡିଚେରୀଠାରେ ଚାଲୁଥିବା ଶିକ୍ଷାନୁଷ୍ଠାନର ନାମ କ’ଣ ?
Answer:
ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା ପ୍ରବର୍ତ୍ତନ କରିଥିଲେ । ତାଙ୍କ ଶିକ୍ଷା ଦର୍ଶନ ଅନୁସାରେ ପଣ୍ଡିଚେରୀଠାରେ ଚାଲୁଥ‌ିବା ଶିକ୍ଷାନୁଷ୍ଠାନର ନାମ ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ର ।

3. ସତ୍ୟର ଅନୁସନ୍ଧାନ ପାଇଁ କି ମାର୍ଗ ରହିଛି ବୋଲି ଶ୍ରୀଅରବିନ୍ଦ କହିଛନ୍ତି ?
Answer:
ସତ୍ୟର ଅନୁସନ୍ଧାନ ପାଇଁ ୪ଟି ମାର୍ଗ ରହିଛି । ସେଗୁଡ଼ିକ ହେଲା – ପ୍ରେମ, ଜ୍ଞାନ, ଶକ୍ତି ଓ ସୌନ୍ଦର୍ଯ୍ୟ; ଯାହାକି ପୂର୍ଣ୍ଣାଙ୍ଗ ଶିକ୍ଷାପ୍ରାପ୍ତିର ପ୍ରଥମ ସୋପାନ ଅଟେ ।

4. ପୂର୍ଣ୍ଣାଙ୍ଗ ଶିକ୍ଷାର ଦୁଇଟି ଉଦ୍ଦେଶ୍ୟ ଲେଖ ।
Answer:
(i) ଆଧ୍ୟାତ୍ମିକ ଜ୍ଞାନର ପୁନରୁଦ୍ଧାର ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରଧାନ ଉଦ୍ଦେଶ୍ୟ ଥିଲା ।
(ii) ବ୍ୟକ୍ତିକୁ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ କରିବା ଏହାର ଅନ୍ୟତମ ଲକ୍ଷ୍ୟ ଥିଲା ।

5. ଅରୋଭିଲ୍ ସମ୍ପର୍କରେ ଲେଖ ।
Answer:
(i) ପଣ୍ଡିଚେରୀଠାରୁ ପାଞ୍ଚମାଇଲ୍ ଦୂରରେ ଅବସ୍ଥିତ ଅରୋଭିଲ୍ ବା ଉଷାନଗରୀ ୧୯୬୮ ମସିହାରେ ଶ୍ରୀମା’ଙ୍କର ଆପ୍ରାଣ ଉଦ୍ୟମରେ ପ୍ରତିଷ୍ଠା କରାଯାଇଥିଲା ।
(ii) ଅରୋଭିଲ୍ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ର ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରୟୋଗଶାଳା ଅଟେ ।

6. ‘ଚାର୍ଟର ଅଫ୍ ଅରୋଭିଲ୍’ରେ କ’ଣ ଘୋଷଣା କରାଯାଇଛି ?
Answer:
(i) ‘ଚାର୍ଟର ଅଫ୍ ଅରୋଭିଲ୍’ରେ ଘୋଷଣା କରାଯାଇଥିଲା ଯେ, ଏହା କୌଣସି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ଗଠନ କରାଯାଇ ନାହିଁ । ଏହା ସମସ୍ତ ମାନବ ସମାଜକୁ ନେଇ ଗଠିତ ।
(ii) କିନ୍ତୁ ଅରୋଭିଲ୍‌ରେ ଯୋଗଦେବାକୁ ହେଲେ ଜଣେ ନିଜର ସ୍ଵଇଚ୍ଛାରେ ଆସିବା ଆବଶ୍ୟକ । ଅରୋଭିଲ୍‌ର ମୁଖ୍ୟ ଲକ୍ଷ୍ୟ ଥିଲା ଶିକ୍ଷା ମାଧ୍ୟମରେ ଅତୀତ ଏବଂ ବର୍ତ୍ତମାନ ଥିବା ବ୍ୟବଧାନକୁ ପୂରଣ କରିବା ।

7. ଶ୍ରୀଅରବିନ୍ଦଙ୍କ ଶିକ୍ଷାଦାନ ପ୍ରଣାଳୀର ନୀତିଗୁଡ଼ିକ ଲେଖ ।
Answer:
ଶ୍ରୀଅରବିନ୍ଦଙ୍କର ଶିକ୍ଷାଦାନ ପ୍ରଣାଳୀର କେତେକ ନୀତି ଉପରେ ପର୍ଯ୍ୟବସିତ ଥ୍ । ସେଗୁଡ଼ିକ ହେଲା –
(i) କୌଣସି ବିଷୟ ଶିକ୍ଷା ଦିଆଯାଇପାରେ ନାହିଁ ।
(ii) ମନର ବିକାଶ ନିମିତ୍ତ ମନକୁ କ୍ରମାଗତ ଭାବରେ ପରାମର୍ଶ ଦେବା ଆବଶ୍ୟକ ।
(iii) ଜ୍ଞାତ ବସ୍ତୁରୁ ଅଜ୍ଞାତ ଆଡ଼କୁ ଅଗ୍ରସର ହେବା ଆବଶ୍ୟକ ।

CHSE Odisha Class 12 Education Solutions Chapter 3 ଶ୍ରୀ ଅରବିନ୍ଦ

8. ପୂର୍ଣ୍ଣାଙ୍ଗ ଶିକ୍ଷାର ପାଠ୍ୟକ୍ରମ କିପରି ଥୁଲା
Answer:
(i) ପୂର୍ଣ୍ଣାଙ୍ଗ ଶିକ୍ଷାର ପାଠ୍ୟକ୍ରମ ମୁଖ୍ୟତଃ ଚାରୋଟି ଉପାଦାନ; ଯଥା- ଶାରୀରିକ, ପ୍ରାଣିକ, ମାନସିକ ଓ ଚୈତନ୍ୟ ଉପରେ ଆଧାରିତ ।
(ii) ଏହି ଚାରୋଟି ଉପାଦାନ ଉପଯୁକ୍ତ ପାଠ୍ୟକ୍ରମଦ୍ୱାରା ବିକଶିତ ହେବା ଉଚିତ ଓ ଏହାର ବିକାଶଦ୍ୱାରା ମନୁଷ୍ୟ ନିଜର ସମସ୍ତ ଶକ୍ତିକୁ ଉପଲବ୍ଧ କରିବା ସଙ୍ଗେ ସଙ୍ଗେ ସମାଜକୁ ଆଶାତୀତ ଭାବରେ ନିଜର ପ୍ରତିଭାଗୁଡ଼ିକ ଦାନ କରିଦେଇ ପାରିବ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ଅରୋଭିଲ୍ (Auroville) ସମ୍ପର୍କରେ କ’ଣ ଜାଣ ଲେଖ ।
Answer:
(i) ଏହି ଶିକ୍ଷାକେନ୍ଦ୍ରର ମୂଳ ଲକ୍ଷ୍ୟ ଥିଲା ମାନବିକ ଐକ୍ୟବୋଧ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ସୁସ୍ଥ ଜୀବନଯାପନ କରିବା ସଙ୍ଗେ ସଙ୍ଗେ ପରସ୍ପର ମଧ୍ୟରେ ମୈତ୍ରୀ ସ୍ଥାପନ କରିବା ।
(ii) ତେଣୁ ସେହି ସ୍ଥାନରେ ପ୍ରତ୍ୟେକ ଦେଶର କଳା, ସ୍ଥାପତ୍ୟ, ନୃତ୍ୟ, ଗୀତ ଇତ୍ୟାଦି ବିଷୟ ଛାତ୍ରମାନଙ୍କୁ ଶିକ୍ଷା ଦିଆଯାଉଥିଲା ।
(iii) ବିଭିନ୍ନ ଦେଶର ଖେଳ, ପୋଷାକ, ଚଳଚ୍ଚିତ୍ର ଇତ୍ୟାଦି ମଧ୍ୟ ବ୍ୟବହୃତ ହେଉଥିଲା ।
(iv) ଶ୍ରୀମା’ଙ୍କ ଭାଷାରେ, ଏହି ଶିକ୍ଷାକୁ Auroville ଶିକ୍ଷା ବୋଲି କୁହାଯାଉଥିଲା ।

2. ସମନ୍ୱୟ (ପୂର୍ଣ୍ଣାଙ୍ଗ) ଶିକ୍ଷା କ’ଣ ।
Answer:
ଶ୍ରୀଅରବିନ୍ଦ ସମନ୍ଵୟ (ପୂର୍ଣ୍ଣାଙ୍ଗ) ଶିକ୍ଷାର ପ୍ରବର୍ତ୍ତକ ଥିଲେ । ଶ୍ରୀଅରବିନ୍ଦ କହିଛନ୍ତି, ଶିକ୍ଷା ଏପରି ହେବା ଉଚିତ ଯହିଁରେ ବ୍ୟକ୍ତିର ଏକମାତ୍ର ଲକ୍ଷ୍ୟ ହେବ ଆତ୍ମା ଓ ତାହାର ଶକ୍ତି ଓ ସମ୍ଭାବନାରାଜିର ବିକାଶ । ଶ୍ରୀଅରବିନ୍ଦଙ୍କ ମତରେ, ଶିକ୍ଷାର ଅର୍ଥ ହେଉଛି ମନୁଷ୍ୟର ଉନ୍ନତି, ଆତ୍ମାର ପ୍ରଚ୍ଛନ୍ନ ସଭାକୁ ଉନ୍ମୋଚନ କରି ପୂର୍ଣାଙ୍ଗ ପରିପ୍ରାପ୍ତିରେ ଏହାକୁ ଊର୍ଦ୍ଧ୍ୱଗାମୀ କରାଇବା ।

3. ଶ୍ରୀଅରବିନ୍ଦଙ୍କ ଶିକ୍ଷା ଦର୍ଶନ ବିଷୟରେ ଦୁଇଟି ତଥ୍ୟ ପ୍ରଦାନ କର ।
Answer:
ଶ୍ରୀଅରବିନ୍ଦଙ୍କ ଶିକ୍ଷା ଦର୍ଶନର ମୁଖ୍ୟ ଦିଗଗୁଡ଼ିକ ହେଉଛି-
⇒ ଦେହ, ମନ, ପ୍ରାଣ ଓ ଆତ୍ମାର ସର୍ବୋତ୍ତମ ବିକାଶ
⇒ ଶିକ୍ଷା ମାଧ୍ୟମରେ ଆଧ୍ୟାତ୍ମିକ ଚେତନା ଓ ବ୍ୟକ୍ତିତ୍ଵର ସମ୍ପୂର୍ଣ୍ଣ ବିକାଶ
⇒ ଶିକ୍ଷାଦ୍ଵାରା ଚେତନାର ଅଭିବୃଦ୍ଧି ଓ ପରିପ୍ରକାଶ
⇒ ଜୀବନର ପୂର୍ଣ୍ଣତା ପ୍ରାପ୍ତି ।

4. ପୂର୍ଣ୍ଣାଙ୍ଗ ଶିକ୍ଷାର ଲକ୍ଷ୍ୟଗୁଡ଼ିକ କ’ଣ ?
Answer:
ପୂର୍ଣାଙ୍ଗ ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ହେଉଛି –
⇒ ଦୈହିକ ମନର ବିକାଶ, ଯାହାକି ଇନ୍ଦ୍ରିୟ ସଂଯମ ଓ ଶାରୀରିକ ବିକାଶଦ୍ବାରା ସମ୍ଭବ ହୋଇପାରିବ ।
⇒ ମାନସ ମନର ବିକାଶ, ଯାହାକି ସ୍ନାୟୁକୁ ବିଶୋଧ କରି ମାନସିକ ଏକାଗ୍ରତା ବୃଦ୍ଧି କରିଥାଏ ।
⇒ ଚେତନାର ବିକାଶ, ଯାହାକି ବିଚାରଶକ୍ତିର ଉଦ୍ରେକ କରାଇଥାଏ ।
⇒ ଆଧ୍ୟାତ୍ମିକ ବିକାଶ, ଯାହାଦ୍ୱାରା ଐଶ୍ଵରିକ ଶକ୍ତି ଜାଗ୍ରତ କରି ସତ୍ୟାନୁସନ୍ଧାନରେ ବ୍ରତୀ କରାଇଥାଏ ।

5. ଶ୍ରୀଅରବିନ୍ଦଙ୍କ ଶିକ୍ଷାଦାନ ପଦ୍ଧତି କିପରି ଜଟିଳ, ତାହା ମଧ୍ୟରୁ ଗୋଟିକର ଉଦାହରଣ ଦିଅ ।
Answer:
ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାର ସଫଳତା ନିମିତ୍ତ ନୂତନ ପାଠଦାନ ପ୍ରଣାଳୀ ଉପରେ ଆଲୋକପାତ କରିଛନ୍ତି । ତାଙ୍କ ମତରେ କୌଣସି ବିଷୟ ଶିକ୍ଷା ଦିଆଯାଇପାରିବ ନାହିଁ । ଶିକ୍ଷକ କେବଳ ପରାମର୍ଶ ଦେଇ ଶିକ୍ଷାର୍ଥୀର ଅନ୍ତର୍ନିହିତ ଗୁଣଗୁଡ଼ିକର ବିକାଶ କରିବାପାଇଁ ପଥ ପ୍ରଦର୍ଶନ କରି କାର୍ଯ୍ୟ କରିବା ଉଚିତ । ଶିକ୍ଷାର୍ଥୀ ଉପରେ କୌଣସି ବିଷୟ ଲଦିଦେବା ଉଚିତ ନୁହେଁ ।

6. ଶ୍ରୀଅରବିନ୍ଦଙ୍କ ମତରେ ଶିକ୍ଷାର ଲକ୍ଷ୍ୟ କ’ଣ ?
Answer:
ଶ୍ରୀଅରବିନ୍ଦ ଶିକ୍ଷାର ଲକ୍ଷ୍ୟ ସମ୍ବନ୍ଧରେ ବର୍ଣ୍ଣନା କରି କହିଛନ୍ତି ଯେ, ଶିକ୍ଷା ଏପରି ହେବା ବିଧେୟ ଯେପରି ବ୍ୟକ୍ତିର ଏକମାତ୍ର ଲକ୍ଷ୍ୟ ହେବ ଆତ୍ମା, ତାହାର ଶକ୍ତି ଓ ସମ୍ଭାବନାରାଜିର ବିକାଶ । ଜାତିର ଲକ୍ଷ୍ୟ ହେବ ଜାତିର ଆତ୍ମା ଓ ତାହାର ଧର୍ମକୁ ସଂରକ୍ଷଣ କରିବା, ଶକ୍ତିଶାଳୀ କରିବା ଓ ପରିପୁଷ୍ଟ କରିବା ଏବଂ ଉଭୟଙ୍କୁ ମାନବିକତାର ପ୍ରାଣଶକ୍ତି ଓ ଊର୍ଦ୍ଧ୍ୱଗାମୀ ମନ ଓ ଆତ୍ମାର ଉତ୍ତୋଳନ କରିବା ଏବଂ ତାହା ମନୁଷ୍ୟର ଆଧ୍ୟାତ୍ମ ସଭାର ଜାଗରଣ ଓ ବିକାଶ ରୂପକ ମହାନ୍‌ ଲକ୍ଷ୍ୟକୁ କେବେହେଲେ ଯେପରି ଭୁଲି ନଯାଏ ।

7. ଶ୍ରୀଅରବିନ୍ଦଙ୍କ ମତରେ ଈଶ୍ଵରଙ୍କ ଅବତରଣର ଚତୁର୍ବିଧ ସୋପାନ କ’ଣ ?
Answer:
ଶ୍ରୀଅରବିନ୍ଦଙ୍କ ମତରେ ଈଶ୍ଵରଙ୍କ ଅବତରଣର ଚତୁର୍ବିଧ ସୋପାନ ହେଲା- (୧) ସତ୍ – ଯାହା ପୂର୍ଣ୍ଣ ଭାବରେ ଥୁଲା, ଅଛି ଓ ରହିଥ‌ିବ ମଧ୍ୟ, (୨) ଚିତ୍ର ଶକ୍ତି – ଯାହା ପୂର୍ଣ୍ଣ ଚେତନଶୀଳ ଭାବରେ ଥିଲା, ଅଛି ଓ ରହିଥ୍ ମଧ୍ୟ, (୩) ଆନନ୍ଦ – ଯାହା ପୂର୍ଣ୍ଣ ଆନନ୍ଦ ଥୁଲା, ଅଛି ଓ ରହିଥ୍, (୪) ଅତିମାନସ – ପରଂବ୍ରହ୍ମ ଏହିଠାରେ ବିଶ୍ବାତୀତରୁ ବିଶ୍ବଗତ ହେଲେ ବୋଲି ବୁଝିବାକୁ ହେବ । ଅନନ୍ତରୁ ସାନ୍ତ, ଅବ୍ୟୟରୁ ବ୍ୟୟ, ଅଖଣ୍ଡରୁ ଖଣ୍ଡ, ଅଭିନରୁ ଭିନ୍ନ ହେଲେ ମାତ୍ର ପୂର୍ବରୁ ଅପୂର୍ଣ୍ଣ, ଆନନ୍ଦରୁ ନିରାନନ୍ଦ ହୋଇନାହାନ୍ତି ।

8. ଅରୋଭିଲ୍ ସ୍ଥାପନର ମୂଳ ଲକ୍ଷ୍ୟ କ’ଣ ?
Answer:
ନୂତନ ସମାଜରେ ନୂତନ ଶିକ୍ଷାର ଅନୁସନ୍ଧାନ ଲକ୍ଷ୍ୟ ନେଇ ପଣ୍ଡିଚେରୀର ସାଧ୍ଵ ଶ୍ରୀମା ୧୯୬୮ ମସିହାରେ ପଣ୍ଡିଚେରୀଠାରୁ ୫ କି.ମି. ଦୂରରେ ଅରୋଭିଲ୍ ବା ଉଷା ନଗରୀ ସ୍ଥାପନ କରିଥିଲେ । ଅତୀତ ଓ ବର୍ତ୍ତମାନ ମଧ୍ୟରେ ଯେଉଁ ବ୍ୟବଧାନ ତାହାର ପୂରଣ କରିବା ଥିଲା ଏହି ଉଷା ନଗରୀ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାର ପ୍ରଧାନ ଉଦ୍ଦେଶ୍ୟ । ବିବର୍ତ୍ତନ ଧାରାରେ ମାନବ ଜାତିର ଆଶା ଆକାଙ୍‌କ୍ଷା ଓ ସମାଜର ସମସ୍ୟାମାନ ସମାଧାନରେ ଉଷା ନଗରୀ ସମର୍ଥ ହେବ । ମାନବିକ ଐକ୍ୟ ପ୍ରତିଷ୍ଠା ଏହାର ଅନ୍ୟ ଏକ ଚରମ ଉଦ୍ଦେଶ୍ୟ ରୂପେ ବିଦ୍ୟମାନ । ବିଶ୍ବବାସୀଙ୍କ ଅନ୍ତରରେ ଐକ୍ୟ, ବିଶ୍ଵମୈତ୍ରୀ, ବିଶ୍ୱଶାନ୍ତର ଭାବଧାରାର ଅବାରିତ ସ୍ରୋତ ପ୍ରବାହିତ କରାଇବା ଅରୋଭିଲ୍ ସ୍ଥାପନର ଲକ୍ଷ୍ୟ ଥିଲା ଓ ରହିଥ‌ିବ ମଧ୍ୟ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଶ୍ରୀଅରବିନ୍ଦଙ୍କର ଶିକ୍ଷା ଦର୍ଶନ ବିଷୟରେ ଆଲୋଚନା କର ।
Answer:
ଯେଉଁ କେତେକ ଯୁଗଜୟୀ ମହାପୁରୁଷ ନିଜ ଜୀବନାନୁଭୂତିର ଗବେଷଣାଲବ୍ଧ ଶିକ୍ଷା ଦର୍ଶନର ଅତୁଳନୀୟ ଅବଦାନ ପ୍ରଦାନ କରିଯାଇଛନ୍ତି ସେମାନଙ୍କ ମଧ୍ୟରେ ଶ୍ରୀଅରବିନ୍ଦ ଅନ୍ୟତମ । ତାଙ୍କ ମତରେ, ‘ଶିକ୍ଷା ଏପରି ହେବା ଉଚିତ, ଯହିଁରେ ବ୍ୟକ୍ତିର ଏକମାତ୍ର ଲକ୍ଷ୍ୟ ହେବ ଆତ୍ମା ଓ ତାହାର ଶକ୍ତି ଓ ସମ୍ଭାବନାରାଜିର ବିକାଶ । ଜାତିର ଲକ୍ଷ୍ୟ ହେବ ଜାତିର ଆତ୍ମା ଓ ତାହାର ଧର୍ମକୁ ସଂରକ୍ଷଣ କରିବା, ଶକ୍ତିଶାଳୀ କରିବା, ପରିପୁଷ୍ଟ କରିବା ।’’

CHSE Odisha Class 12 Education Solutions Chapter 3 ଶ୍ରୀ ଅରବିନ୍ଦ

ଉଭୟକୁ ମାନବିକତାର ପ୍ରାଣଶକ୍ତି ଓ ଊର୍ଦ୍ଧ୍ୱଗାମୀ ମନ ଓ ଆତ୍ମାର ଉତ୍ତୋଳନ କରିବା ଏବଂ ତାହା ମନୁଷ୍ୟର ଆଧ୍ୟାତ୍ମ ସତ୍ତାର ଜାଗରଣ ଓ ବିକାଶରୂପକ ମହାନ୍‌ ଲକ୍ଷ୍ୟକୁ କେବେହେଲେ ଯେପରି ଭୁଲି ନ ଯାଏ । ପୁନର୍ବାର ଶିକ୍ଷାର ଅର୍ଥ ସମ୍ପର୍କରେ ମତ ପ୍ରଦାନ କରି ଶ୍ରୀଅରବିନ୍ଦ କହିଛନ୍ତି, ‘ମନୁଷ୍ୟର ଉନ୍ନତ ଆତ୍ମାର ପ୍ରଚ୍ଛନ୍ନ ସଭାକୁ ଉନ୍ମୋଚନ କରି ପୂର୍ଣ୍ଣାଙ୍ଗ ପରିପ୍ରାପ୍ତିରେ ଏହାକୁ ଉର୍ଦ୍ଧ୍ୱଗାମୀ କରାଇବା ।’’

ସଂସ୍କୃତି ଓ ଗୁରୁକୁଳ ଆଶ୍ରମ ଶିକ୍ଷାର ମହନୀୟତାକୁ ଅନୁଭବ କରି ଶ୍ରୀଅରବିନ୍ଦ ବର୍ତ୍ତମାନର ସମୟୋପଯୋଗୀ ପୂର୍ଣ୍ଣାଙ୍ଗ ଶିକ୍ଷାକୁ ଜନ୍ମ ଦେଇଥିଲେ ।
ଶ୍ରୀଅରବିନ୍ଦଙ୍କର ପୂର୍ଣାଙ୍ଗ ଶିକ୍ଷା ଦର୍ଶନକୁ ମୁଖ୍ୟତଃ ପାଞ୍ଚୋଟି ବିଭାଗରେ ବିଭକ୍ତ କରାଯାଇଅଛି – (1) ଶାରୀରିକ, (2) ପ୍ରାଣିଜ, (3) ମାନସିକ, (4) ଚୈତ୍ୟ, (5) ଆଧ୍ୟାତ୍ମିକ ।

(1) ଶାରୀରିକ ଶିକ୍ଷା (Physical Education) – ସ୍ବାସ୍ଥ୍ୟ ହିଁ ସମ୍ପଦ । ଉତ୍ତମ ସ୍ୱାସ୍ଥ୍ୟ ସୁସ୍ଥ ଚିନ୍ତାଧାରାର ପରିଚାୟକ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶାରୀରିକ ସଂଯମତା, ଶୃଙ୍ଖଳା ଓ ସ୍ବାସ୍ଥ୍ୟରକ୍ଷା ସମ୍ପର୍କରେ ପ୍ରାଚୀନ ଋଷି, ପାଶ୍ଚାତ୍ୟ ମନୀଷୀମାନଙ୍କ ମତାମତ ସହିତ ଶ୍ରୀଅରବିନ୍ଦ ଓ ତାଙ୍କର ଆଧ୍ୟାତ୍ମିକ ସହକର୍ମିଣୀ ଶ୍ରୀମା ଏକମତ ହୋଇଛନ୍ତି । ଶ୍ରୀମା ଶାରୀରିକ ଶିକ୍ଷାକୁ ମୁଖ୍ୟତଃ ତିନିଭାଗରେ ବିଭକ୍ତ କରିଛନ୍ତି; ଯଥା-
(1) ଶୃଙ୍ଖଳା ଓ ସଂଯମ ଆଚରଣ ।
(2) ସର୍ବୋପରି ସାମଗ୍ରିକ, ଶାରୀରିକ ବିକାଶର କ୍ରମୋନ୍ନତି ।
(3) ବିକୃତ ଓ ଦୋଷମୁକ୍ତ ଅବୟବମାନଙ୍କର ସୁଷମ ବଣ୍ଟନ ।

ଏହି ପ୍ରକାର ଶିକ୍ଷା ଶିଶୁକୁ ଏକ ସୁସ୍ଥ ସବଳ ଶରୀରରେ ଉନ୍ନତ ଚିନ୍ତାଧାରା, ପ୍ରସନ୍ନତା ଓ ସୌନ୍ଦର୍ଯ୍ୟ ଉପଭୋଗ ନିମିତ୍ତ ସକ୍ଷମ ହୋଇଥାଏ । ଶିଶୁଠାରେ ସୁସ୍ଥ ମାନସିକତା, ଆବେଗିକତାର ଗଠନ ପାଇଁ କ୍ରୀଡ଼ାର ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା ରହିଛି । ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ସଚେତନ ବାୟୁମଣ୍ଡଳ ଗଠନ କରିବାପାଇଁ କ୍ରୀଡ଼ା ଓ କ୍ରୀଡ଼ା ଉପକରଣଗୁଡ଼ିକର ଯଥେଷ୍ଟ ଆବଶ୍ୟକତା ରହିଛି ।

(2) ପ୍ରାଣିକ ଶିକ୍ଷା (Vital Education) – ସାମ୍ପ୍ରତିକ ପରିପ୍ରେକ୍ଷୀରେ ବସ୍ତୁବାଦୀ ଦୁନିଆ ପ୍ରତି ମନୁଷ୍ୟର ଅହେତୁକ ଆକର୍ଷଣ, ବିଜ୍ଞାନର ଅଭୂତପୂର୍ବ ଅଗ୍ରଗତି ଆଜି ମାନବୀୟ ମୂଲ୍ୟବୋଧର ଦୃଷ୍ଟିକୋଣ ପ୍ରତି ଏକ ନୂତନ ଅନୁଭବର ଉଦ୍ରେକ କରାଇଛି । ମନୁଷ୍ୟ ଜୀବନ ଆଜି ଜଟିଳତାର କାରାଗୃହରେ ଆବଦ୍ଧ । ଜୀବନର ଅର୍ଥ ବହୁବିଧ ସମସ୍ୟାର କ୍ରିୟା, ପ୍ରତିକ୍ରିୟା । ମନୁଷ୍ୟ ନିଜକୁ ଦିବ୍ୟତ୍ୱର ପରିପ୍ରକାଶଭାବେ ଚିନ୍ତା କରିବା ପରିହାର କରି ନିଜର ଆତ୍ମସଂଯମତା ଓ ଶୃଙ୍ଖଳା ରକ୍ଷା ପ୍ରତି ବାଧା ସୃଷ୍ଟି କରୁଛି ।

ତା’ର ଜୀବନ ଆଜି ହିଂସା, ବିଦ୍ବେଷ, ପରଶ୍ରୀକାତରତା, ହୀନମନ୍ୟତା, ସ୍ୱାର୍ଥପରତା, ବ୍ୟଭିଚାର ଭାବ, ଅଶ୍ରଦ୍ଧା, ସନ୍ଦେହ, ଅବିଶ୍ଵାସ, ପ୍ରତିବାଦ ଓ ପ୍ରତିକ୍ରିୟା ମଧ୍ଯରେ ଜର୍ଜରିତ କରୁଅଛି । କେତେଗୁଡ଼ିଏ ସଞ୍ଚ କାମନାର ପରିବେଷ୍ଟନୀ ମଧ୍ୟରେ ନିଜ ଜୀବନର ମୂଲ୍ୟାୟନ କରି ନିଜର ଆତ୍ମପ୍ରତ୍ୟୟକୁ ନଷ୍ଟକରୁଛି । ଏହି ପ୍ରକାର ଅବକ୍ଷୟ, ଆତ୍ମବିଧ୍ବଂସ ମଧ୍ୟରେ ନିଜକୁ ରକ୍ଷା କରିବାପାଇଁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଶ୍ରୀଅରବିନ୍ଦ ପ୍ରାଣିଜ ଶିକ୍ଷାର ଅବଦାନ ଦେଇ ଯାଇଛନ୍ତି । ଏ ସମ୍ପର୍କରେ ଶ୍ରୀମା କହିଛନ୍ତି ଯେ ଜୀବନର ପୂର୍ବତାପ୍ରାପ୍ତି ପାଇଁ ଏହା ପ୍ରକୃତିର ସବୁଠାରୁ ଶକ୍ତିଶାଳୀ ସ୍ତର । ଜୀବନର ସମ୍ଭାବନା ଆଣିଦେବା ହେଉଛି ପ୍ରାଣିକ ଶିକ୍ଷାର ଲକ୍ଷ୍ୟ ।

(3) ମାନସିକ ଶିକ୍ଷା (Mental Education) – ଶ୍ରୀଅରବିନ୍ଦ ମାନସିକ ଜଗତକୁ ଆଧ୍ୟାତ୍ମିକ ଚେତନା ଓ ଦିବ୍ୟଜ୍ଞାନର ପ୍ରକୃଷ୍ଟ ପୃଷ୍ଠଭୂମି ବୋଲି ସ୍ବୀକାର କରିଛନ୍ତି । ଏହି ମାନସିକ ସ୍ତରରୁ ଅତି ମାନସିକ ସ୍ତରକୁ ଉନ୍ନୀତ କରିପାରିଲେ ପୂର୍ଣ୍ଣାଙ୍ଗ ଯୋଗସାଧନା ସମ୍ଭବ ହୋଇଥାଏ । ସେହିଠାରେ ଈଶ୍ଵରଙ୍କ ସହିତ ଜଡ଼ ଜଗତର ମିଳନ ହୋଇଥାଏ । ଅଭୂତପୂର୍ବ ମିଳନ ମାଧ୍ୟମରେ ଅତିମାନସ ସ୍ତରରେ ଦେହ, ମନ, ପ୍ରାଣକୁ ଏକୀଭୂତ କରିପାରିଲେ ଦିବ୍ୟଜ୍ଞାନ ଲାଭ ହୋଇଥାଏ ।

ମନୁଷ୍ୟ ତା’ର ମାନସଚକ୍ଷୁ ବଳରେ ଜ୍ଞାନ ଓ ଅଜ୍ଞାନ ଭିତରେ ପାର୍ଥକ୍ୟ ପ୍ରଦର୍ଶନ କରିବାକୁ କ୍ଷମ ହୋଇଥାଏ । ଶ୍ରୀଅରବିନ୍ଦଙ୍କ ମତରେ, ମନର ବହୁ ଊର୍ଦ୍ଧ୍ବରେ ଜ୍ଞାନର ଗୁରୁତ୍ଵ ରହିଛି । ତାଙ୍କ ମତରେ, ଦିବ୍ୟଜ୍ଞାନର ସ୍ଥାନ ମନୁଷ୍ୟର ମାନସିକ ସ୍ତରର ଢେର ଉଚ୍ଚରେ ଏପରିକି ଆମର ପବିତ୍ର ଧାରଣା ପରିସରଠାରୁ ବହୁ ଊର୍ଦ୍ଧ୍ବରେ । ଏହି ସଦ୍‌ଜ୍ଞାନପ୍ରାପ୍ତି ହିଁ ଆମ ଜୀବନର ଲକ୍ଷ୍ୟ ଏବଂ ଏହି ଲକ୍ଷ୍ୟ ହାସଲପାଇଁ ଉପଯୁକ୍ତ ପ୍ରସ୍ତୁତି ହିଁ ଜୀବନର ଅନ୍ୟନାମ ଅଟେ ।

ଏହି ଉଦ୍ଦେଶ୍ୟରେ ମାନସିକ ଶିକ୍ଷା ଏକାନ୍ତ ଅପରିହାର୍ଯ୍ୟ ଅଟେ । ଖାଇବା, ଶୋଇବା, ନିଦ୍ରା, ଭୟ ଓ କାମ ଲାଳସା ମଧ୍ୟରୁ ମୁକ୍ତ ହୋଇ ଗଭୀର ଆତ୍ମପ୍ରତ୍ୟୟ ସୃଷ୍ଟି କରି ଦିବ୍ୟଜ୍ଞାନର ଉତ୍କର୍ଷତା ମଧ୍ୟରେ ପରିପୂର୍ଣ୍ଣ ଜୀବନର ଅନୁଭବ ହିଁ ଶିକ୍ଷାର ଲକ୍ଷ୍ୟ ଅଟେ ବୋଲି ଶ୍ରୀଅରବିନ୍ଦଙ୍କ ଜୀବନ ଦର୍ଶନ ଗୁରୁତ୍ୱ ପ୍ରଦାନ କରେ ।
ଶ୍ରୀଅରବିନ୍ଦଙ୍କ ମତରେ, ମନ ୬ଟି ସ୍ତର ଦେଇ ଅତିମାନସ ସ୍ତରକୁ ଉନ୍ନୀତ ହୋଇଥାଏ । ସେଗୁଡ଼ିକ ଯଥାକ୍ରମେ – ସାଧାରଣ ମନ, ଉଚ୍ଚତର ମନ, ଆଲୋକିତ ମନ, ବୋଥ୍ ମନ, ଅଧୂମାନସ ଏବଂ ଅତିମାନସ ।

(4) ଚୈତ୍ୟ ଶିକ୍ଷା (Psychic Education) – ଏହି ଶିକ୍ଷା ପାର୍ଥିବ ଜଗତର ଊର୍ଦ୍ଧ୍ବରେ ଉପଲବ୍ଧ କରାଯାଇପାରେ । ମନୁଷ୍ୟର ବିଭିନ୍ନ ଜାଗତିକ ଅନୁଭୂତିରୁ ଏହା ଜୀବନର ପରିପୂର୍ଣ୍ଣତା ଆଡ଼କୁ ଉନ୍ନୀତ କରେ । ସାଂସାରିକ ମୋହ, ମାୟା, ଈର୍ଷା, ଅସୂୟା ଓ ସ୍ୱାର୍ଥପରତା ଇତ୍ୟାଦିରୁ ନିବୃତ୍ତ କରି ଏହି ଶିକ୍ଷା ଶିଶୁର ମନକୁ ନିର୍ମଳ ଓ ସ୍ବର୍ଗୀୟ ଚିନ୍ତାଧାରାରେ ସୁଦୃଢ଼ କରେ । ମନୁଷ୍ୟର ଚୈତ୍ୟ ସତ୍ତା ଦେହ ଚେତନା ପ୍ରକାଶର ଊର୍ଦ୍ଧଗତିରେ ପ୍ରାପ୍ତି ହୋଇଥାଏ ।

ଶ୍ରୀଅରବିନ୍ଦଙ୍କ ଭାଷାରେ, ଶିଶୁ ବା ବ୍ୟକ୍ତି ମଧ୍ୟରେ ଥ‌ିବା ଲୁପ୍ତ ସତ୍ୟକୁ ଉଦ୍‌ଘାଟନ କରିବା ଅର୍ଥ ଆତ୍ମା ଓ ଚୈତ୍ୟ ସଭା ସମ୍ବନ୍ଧରେ ସଚେତନ କରାଇବା । ଏହି ପରିପ୍ରେକ୍ଷୀରେ ବିଚାରକଲେ ମନେହୁଏ ଏହା ହିଁ ସମସ୍ତ ମାନସିକ ଶିକ୍ଷାର ଏକମାତ୍ର ଭିତ୍ତିଭୂମି । ଏହା ମନସ୍ତାତ୍ତ୍ଵିକ ସୁପ୍ତ ଚେତନାକୁ ଜାଗ୍ରତ କରି ମନୁଷ୍ୟର ସାଧାରଣ ପରିସରଭୁକ୍ତ ଶିକ୍ଷାକୁ ବହୁ ଉନ୍ନତ ସ୍ତରକୁ ନେଇଯାଏ । ଏହା ଚୈତ୍ୟ ସତ୍ତାର ପ୍ରାପ୍ତି ଏବଂ ମହାନୁଭବତାର ଅନୁଭବ ପରିପୂର୍ଣ୍ଣ ଶିକ୍ଷାର ପୋଷକରୂପେ କାର୍ଯ୍ୟ କରିଥାଏ ।

ଏହା ମନୁଷ୍ୟ ଅନ୍ତରର ମହାଚେତନାକୁ ଉନ୍ମେଷ କରିବା ସଙ୍ଗେ ସଙ୍ଗେ ଏହାର ଅନୁଶୀଳନ ଓ ଅଭିବୃଦ୍ଧି ସାଧନ କରିଥାଏ । ଏହାକୁ ଶ୍ରୀଅରବିନ୍ଦ ଦୁଇଟି ଦିଗ ମଧ୍ଯରେ ପର୍ଯ୍ୟାୟଭୁକ୍ତ କରିଛନ୍ତି । ପ୍ରଥମତଃ, ମନୁଷ୍ୟର ଅହଂ ବହିର୍ଭୂତ ପ୍ରତ୍ୟେକଟିରେ ଆତ୍ମସମର୍ପଣ; ଦ୍ଵିତୀୟରେ ଚୈତ୍ୟ ସତ୍ତା ସହ ଆତ୍ମାର ମିଳନ । ଯୋଗ ଓ ତପସ୍ୟା ମଧ୍ୟରେ ମନୁଷ୍ୟର ଏହି ପରମ ଶିକ୍ଷାପ୍ରାପ୍ତି ହୋଇଥାଏ । ଏହା ଫଳରେ ସେ ଯାବତୀୟ ଜାଗତିକ ଜଞ୍ଜାଳରୁ ମୁକ୍ତିଲାଭ କରି ଜୀବନର ପୂର୍ଣ୍ଣତା ଅନୁଭବ କରାଯାଇପାରିବ ।

CHSE Odisha Class 12 Education Solutions Chapter 3 ଶ୍ରୀ ଅରବିନ୍ଦ

ମନୁଷ୍ୟର କାମନା, ବାସନା, ଅଭୀପ୍‌ସା, ଉଦ୍ଦେଶ୍ୟ ଓ ଇଚ୍ଛାଶକ୍ତିର ବିନିଯୋଗରେ ଏହି ଚୈତ୍ୟ ଶିକ୍ଷା ସମ୍ଭବ ହୋଇଥାଏ । ଚୈତ୍ୟ ସଭା ଆମ ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗବିଶେଷ, ଯାହାର ଅଲୌକିକ ଶକ୍ତି ସାମର୍ଥ୍ୟ ମନୁଷ୍ୟକୁ ଏକ ମହାନ୍ ଚେତନା ଜଗତ ପ୍ରତି ଆକର୍ଷିତ କରିନିଏ । ଏହା ମନୁଷ୍ୟକୁ ଏକ ମନସ୍ତତ୍ତ୍ଵ ଜଗତ ସମ୍ବନ୍ଧରେ ଅବଗତ କରାଇବା ସହିତ ଶାରୀରିକ ଏବଂ ପାରିପାର୍ଶ୍ବକ ପରିସ୍ଥିତିକୁ ନେଇ ମନୁଷ୍ୟର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ଵର ପରିପ୍ରକାଶ ଦିଗରେ ବିଶେଷ ସହାୟକ ହୋଇଥାଏ ।

(5) ଆଧ୍ୟାତ୍ମିକ ଶିକ୍ଷା (Spiritual Education) – ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ମତରେ, ମନୁଷ୍ୟ ଆଧାତ୍ମିକତାର ଅଂଶବିଶେଷ ଅଟେ । ଐଶ୍ଵରିକ ଶକ୍ତିର ଉନ୍ମେଷ ଓ ବିକାଶ ପାଇଁ ପୃଥ‌ିବୀପୃଷ୍ଠରେ ତା’ର ଜନ୍ମ । ଆଧ୍ୟାତ୍ମିକ ଶିକ୍ଷା ବ୍ୟକ୍ତିକୁ ସାଂସାରିକ ବନ୍ଧନରୁ ମୁକ୍ତ କରି ଏକ ଶାଶ୍ବତ ଜୀବନର ସନ୍ଧାନ ଦେଇଥାଏ ଯେଉଁଠାରେ ତା’ର ଜୀବନର ପରିପୂର୍ଣତା ଆସେ । ପାର୍ଥିବ ଜଗତର ମୋହ ଓ ଆକର୍ଷଣ ଭିତରେ ମନୁଷ୍ୟ ମଧ୍ୟ ଅନେକ କଥା ଶିକ୍ଷାଲାଭ କରିଥାଏ ।

ଶ୍ରୀଅରବିନ୍ଦଙ୍କ ଚତୁଃମୁଖୀ ଶିକ୍ଷା ପଦ୍ଧତିରେ ପ୍ରାଣିକ, ଶାରୀରିକ, ମାନସିକ ଓ ଚୈତ୍ୟ ଶିକ୍ଷା ଇତ୍ୟାଦି ଶିଶୁର ପ୍ରେମଭାବ, ସୌନ୍ଦର୍ଯ୍ୟପ୍ରୀତି ଜ୍ଞାନ ପରିସର ବୃଦ୍ଧି କରିଥା’ନ୍ତି । ସାଧାରଣ ମଧ୍ଯରୁ ଶିଶୁ ଅସାଧାରଣ ଶକ୍ତିର ଅଧିକାରୀ ହୋଇଉଠେ । ତେଣୁ ତା’ର ଜାଗତିକ ଅଳୀକ ବାସନା, କାମନା, ଅଜ୍ଞାନତା ଓ ଜଡ଼ତାର ମୋହ କ୍ରମେ ଅନ୍ତରରୁ ଦୂରୀଭୂତ ହୁଏ । ଶିଶୁ ହୃଦୟରେ ପବିତ୍ର, ନିର୍ମଳ ଚିନ୍ତାଧାରା ଏବଂ ପରିପୂର୍ଣ୍ଣ ଜୀବନର ଆତ୍ମତୃପ୍ତି ପ୍ରଦାନ କରେ । ଶ୍ରୀଅରବିନ୍ଦଙ୍କ ଭାଷାରେ, ଧର୍ମକୁ ଜୀବନରେ ଅଙ୍ଗୀଭୂତ କରିବାକୁ ହୁଏ, ଅଭ୍ୟାସ କରିବାକୁ ହୁଏ; ତାହାକୁ ମତବାଦରୂପେ ଅଧ୍ୟୟନ କରାଯାଏ ନାହିଁ ।

ସର୍ବୋପରି ଆଧ୍ୟାତ୍ମିକ ଶିକ୍ଷାର ଭିତ୍ତିଭୂମି ଉପରେ ଶିଶୁକୁ ଦିବ୍ୟତ୍ୱର ପରିପ୍ରକାଶ ଓ ଅସାଧାରଣ ଶକ୍ତିର ଉତ୍ସରୂପେ ପ୍ରତିଭାତ କରିବା ଉଦ୍ଦେଶ୍ୟସାଧନ ସମଗ୍ର ଶିକ୍ଷାକ୍ଷେତ୍ର ପ୍ରତି ଶ୍ରୀଅରବିନ୍ଦଙ୍କ ଅତୁଳନୀୟ ଅବଦାନ ଅଟେ ।

2. ପୂର୍ଣ୍ଣାଙ୍ଗ ଶିକ୍ଷା କ’ଣ ? ଉକ୍ତ ଶିକ୍ଷାର ଲକ୍ଷ୍ୟ, ପାଠ୍ୟକ୍ରମ ଏବଂ ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ଆଲୋଚନା କର ।
Answer:
ଯେଉଁ କେତେକ ଯୁଗଜୟୀ ମହାପୁରୁଷ ନିଜ ଜୀବନାନୁଭୂତିର ଗବେଷଣାଲବ୍‌ଧ ଶିକ୍ଷା ଦର୍ଶନର ଅତୁଳନୀୟ ଅବଦାନ ପ୍ରଦାନ କରିଯାଇଛନ୍ତି ସେମାନଙ୍କ ମଧ୍ୟରେ ଶ୍ରୀଅରବିନ୍ଦ ଅନ୍ୟତମ । ତାଙ୍କ ମତରେ, ‘ଶିକ୍ଷା ଏପରି ହେବା ଉଚିତ, ବ୍ୟକ୍ତିର ଏକମାତ୍ର ଲକ୍ଷ୍ୟ ହେବ ଆତ୍ମା ଓ ତାହାର ଶକ୍ତି ଓ ସମ୍ଭାବନାରାଜିର ବିକାଶ । ଜାତିର ଲକ୍ଷ୍ୟ ହେବ ଜାତିର ଆତ୍ମା ଓ ତାହାର ଧର୍ମକୁ ସଂରକ୍ଷଣ କରିବା, ଶକ୍ତିଶାଳୀ କରିବା । ଉଭୟକୁ ମାନବିକତାର ପ୍ରାଣଶକ୍ତି ଓ ଉର୍ଦ୍ଧ୍ୱଗାମୀ ମନ ଓ ଆତ୍ମାର ଉତ୍ତୋଳନ କରିବା ଏବଂ ତାହା ମନୁଷ୍ୟର ଆଧାମ୍ ସଭାରେ ଜାଗରଣ ଓ ବିକାଶ ରୂପକ ମହାନ୍ ଲକ୍ଷ୍ୟକୁ କେବେହେଲେ ଯେପରି ଭୁଲି ନ ଯାଏ ।’

ପୁନର୍ବାର ଶିକ୍ଷାର ଅର୍ଥ ସମ୍ପର୍କରେ ମତ ପ୍ରଦାନ କରି ସେ କହିଛନ୍ତି, ‘ମନୁଷ୍ୟର ଉନ୍ନତ ଆତ୍ମାର ପ୍ରଚ୍ଛନ୍ନ ସଭାକୁ ଉନ୍ମୋଚନ କରି ପୂର୍ଣ୍ଣାଙ୍ଗ ପରିପ୍ରାପ୍ତିରେ ଏହାକୁ ଉର୍ଦ୍ଧ୍ୱଗାମୀ କରାଇବା ।”’
ପୂର୍ଣ୍ଣାଙ୍ଗ ଶିକ୍ଷା- ଶ୍ରୀଅରବିନ୍ଦଙ୍କ ର ପୂର୍ଣ୍ଣାଙ୍ଗ ଶିକ୍ଷା-ଦର୍ଶନକୁ ମୁଖ୍ୟତଃ ପାଞ୍ଚୋଟି ବିଭାଗରେ ବିଭକ୍ତ କରାଯାଇଅଛି; ଯଥା- (i) ଶାରୀରିକ, (ii) ପ୍ରାଣିକ, (iii)ମାନସିକ, (iv) ଚୈତ୍ୟ, (v) ଆଧ୍ୟାତ୍ମିକ । ସତ୍ୟର ଅନୁସନ୍ଧାନ ପାଇଁ ପୂର୍ଣାଙ୍ଗ ଶିକ୍ଷାର ଆବଶ୍ୟକତା ରହିଛି ।

ପୂର୍ଣ୍ଣାଙ୍ଗ ଶିକ୍ଷାର ଲକ୍ଷ୍ୟ- ପୂର୍ଣାଙ୍ଗ ଶିକ୍ଷାର ଉଦ୍ଦେଶ୍ୟ ନିମ୍ନରେ ବର୍ଣ୍ଣନା କରାଗଲା ।

  • ଆଧ୍ୟାତ୍ମିକ ଜ୍ଞାନର ପୁନରୁଦ୍ଧାର- ପ୍ରତ୍ୟେକ ବ୍ୟକ୍ତିର ଆଧ୍ୟାତ୍ମିକ ଚେତନା ଅଛି । ଏହାର ବିକାଶ ବିନା ମନୁଷ୍ୟ ଦୁଃଖ ପାଇଥାଏ । ତେଣୁ ଏହାର ବିକାଶ ଏକାନ୍ତ ପ୍ରୟୋଜନୀୟ ।
  • ସବୁକ୍ଷେତ୍ରରେ ଆଧ୍ୟାତ୍ମିକ ଚେତନାର ପ୍ରଭାବ ସୃଷ୍ଟି କରିବା- ଶିକ୍ଷା, ଦର୍ଶନ, ସାହିତ୍ୟ, କଳା, ବିଜ୍ଞାନ ପ୍ରତ୍ୟେକ କ୍ଷେତ୍ରରେ ଆଧ୍ୟାତ୍ମିକ ଚେତନା ନ ଥିଲେ ତାହା ଅସମ୍ପୂର୍ଣ୍ଣ ହୋଇଥାଏ ।
  • ଆଧ୍ୟାମିକ ମାର୍ଗରେ ପରିଚାଳିତ କରିବା- ଆମ ସମାଜର ନୀତି, ଆଦର୍ଶ ଅନ୍ୟ ସମାଜଠାରୁ ଭିନ୍ନ । ଆଗାମୀ ବଂଶଧରମାନଙ୍କ ପାଖରେ ନୀତି ଆଦର୍ଶକୁ ପହଞ୍ଚାଇବା ଶିକ୍ଷାର କାର୍ଯ୍ୟ । ଏହା ଆଧାର୍ମିକ

ଚେତନାରୂପକ ଏକ ଶକ୍ତି, ଯାହା ଶିକ୍ଷାଦ୍ବାରା ନିର୍ଦ୍ଧାରିତ ହୋଇଥାଏ ।
ପାଠ୍ୟକ୍ରମ- ଶିକ୍ଷାର ମାନସିକ ବିକାଶ ପାଇଁ ଭାଷା, ଗଣିତ, ସାମାଜିକ ବିଜ୍ଞାନ, ସାଧାରଣ ବିଜ୍ଞାନ ଶିକ୍ଷା ଉପରେ ଗୁରୁତ୍ଵ ଦିଆଯିବା ଉଚିତ ।

ଶିକ୍ଷାଦାନ ପ୍ରଣାଳୀ :
ଶ୍ରୀଅରବିନ୍ଦଙ୍କ ଅନୁସାରେ ଶିକ୍ଷାଦାନ ନିମ୍ନଲିଖୁ ତିନୋଟି ନୀତି ଉପରେ ଆଧାରିତ ହେବା ଉଚିତ ।
(i) ପ୍ରଥମ ନୀତି ହେଉଛି ଯେ, କୌଣସି ବିଷୟ ଶିକ୍ଷା ଦିଆଯାଇପାରେ ନାହିଁ (Nothing can be taught.) ।
(ii) ଦ୍ଵିତୀୟ ନୀତି ହେଉଛି, ମନର ବିକାଶପାଇଁ କ୍ରମାଗତ ଭାବରେ ପରାମର୍ଶ ଦେବା ଉଚିତ । (The mind has to be continuously consulted.) ।
(iii) ତୃତୀୟ ନୀତିଟି ହେଉଛି, ନିକଟରୁ ଦୂରକୁ ଅଗ୍ରସର ହେବା । (Proceed from near to far.) ।

ଶିକ୍ଷାଦାନ ପଦ୍ଧତି- ଶିକ୍ଷାଦାନ ପଦ୍ଧତିରେ କୌଣସି ଶିକ୍ଷାର୍ଥୀକୁ କିଛି ପଢ଼ାଯିବ ନାହିଁ । କେବଳ ଶିକ୍ଷାର ଉତ୍ସଗୁଡ଼ିକ ବାବଦରେ ସମ୍ୟକ୍ ସୂଚନା ଦିଆଯିବ । ଜ୍ଞାତରୁ ଅଜ୍ଞାତକୁ, ନିକଟରୁ ଦୂରକୁ ଅଗ୍ରସର ହେବା ଶିକ୍ଷାଦାନର ନୀତି ଅଟେ । ଶିକ୍ଷାର୍ଥୀ ନିଜେ ପ୍ରତ୍ୟେକ ଜିନିଷକୁ ନିଜର ଇଚ୍ଛାମୁତାବକ ପର୍ଯ୍ୟବେକ୍ଷଣ ଓ ପରୀକ୍ଷା ମାଧ୍ୟମରେ ତନଖି କରି ସନ୍ତୁଷ୍ଟ ହେବା ଉଚିତ ।

ଶିକ୍ଷକଙ୍କର ଭୂମିକା- ଶିକ୍ଷକମାନଙ୍କଠାରେ ତିନୋଟି ପ୍ରଧାନ ଗୁଣାବଳୀର ଆବଶ୍ୟକତା ରହିଛି । ସେଗୁଡ଼ିକ ହେଲା- ଉଚ୍ଚ ମାନର ଅଧ୍ୟାପନା ଶକ୍ତି, ଉପଯୁକ୍ତ ଉଦାହରଣ ଦେବାର ଶକ୍ତି ଓ ପ୍ରଭାବଶାଳୀ ବ୍ୟକ୍ତିତ୍ଵ । ଆତ୍ମବଡ଼ିମା ଶିକ୍ଷାଦାନ ଭଳି ପବିତ୍ର କାର୍ଯ୍ୟକୁ ନଷ୍ଟ କରିଦିଏ ।

ଶୃଙ୍ଖଳା- ଶୃଙ୍ଖଳା ଶିକ୍ଷା ଦେବାର ଆଦୌ ଆବଶ୍ୟକତା ନାହିଁ । ଶିକ୍ଷକ ଓ ପିତାମାତା ଏପରି ପରିବେଷ୍ଟନୀ ସୃଷ୍ଟି କରିବେ, ଯଦ୍ବାରା ଶିକ୍ଷାର୍ଥୀ ଆପେ ଆପେ ଶୃଙ୍ଖଳିତ ହୋଇଯିବ ।

ଶ୍ରୀଅରବିନ୍ଦଙ୍କର ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ର ଓ ଅରୋଭିଲ୍ – ୧୯୫୨ ମସିହାରେ ଏହାକୁ Sri Aurobindo International University Centre ଓ ୧୯୫୯ରେ Sri Aurobindo International Centre of Education ନାମରେ ନୂତନ ଭାବେ ନାମିତ କରାଯାଇଥିଲା । ୧୯୬୮ ମସିହାରେ ପଣ୍ଡିଚେରୀଠାରୁ ୫ ମାଇଲ୍ ଦୂରରେ ଅରୋଭିଲ୍ ପ୍ରତିଷ୍ଠା କରାଯାଇଥିଲା ।

CHSE Odisha Class 12 Education Solutions Chapter 3 ଶ୍ରୀ ଅରବିନ୍ଦ

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଶ୍ରୀଅରବିନ୍ଦଙ୍କ ଜୀବନୀ : ଶ୍ରୀଅରବିନ୍ଦ କଲିକତାର ହୁଗୁଳି ଜିଲ୍ଲାର କୋନ୍ନାଗରଠାରେ ୧୮୭୨ ମସିହା ୧୫ ଅଗଷ୍ଟରେ ଜନ୍ମଲାଭ କରିଥିଲେ । ତାଙ୍କର ପିତା ଶ୍ରୀ କୃଷ୍ଣଚନ୍ଦ୍ର ଘୋଷ ଥିଲେ ଜଣେ ଚିକିତ୍ସକ । ଅରବିନ୍ଦ ଇଂଲଣ୍ଡର ସେଣ୍ଟ ପଲ୍‌ ସ୍କୁଲରୁ ମାଟ୍ରିକ୍ୟୁଲେସନ୍ ପାଶ୍ କରିଥିଲେ । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନା ସମୟରେ ସେ ବୈପ୍ଳବିକ ସଙ୍ଗଠନ ‘Indian Majlis’ର ଜଣେ ସକ୍ରିୟ ସଭ୍ୟ ଥିଲେ । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ସମୟରେ ସେ I.C.S. ପରୀକ୍ଷା ଦେଇଥିଲେ ଓ କୃତିତ୍ବର ସହ କୃତକାର୍ଯ୍ୟ ହୋଇଥିଲେ ।

ଅରବିନ୍ଦ କଲିକତା ଯାଇ ନ୍ୟାସନାଲ୍ କଲେଜର ଅଧ୍ୟକ୍ଷ ହେଲେ । ଏହି ସମୟରେ ସେ ପ୍ରାଚୀନ ଭାରତୀୟ ସାହିତ୍ୟ ପଠନରେ ମନୋନିବେଶ କରିଥିଲେ । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଜାତୀୟତାର ବହ୍ନି ପ୍ରଜ୍ଵଳିତ ହୋଇଥିଲା । ତାହା ପରଠାରୁ ସେ ଦେଶମାତୃକାର ସେବା ନିମନ୍ତେ ଶପଥ ନେଇଥିଲେ । ସେ ସ୍ବଦେଶୀ ଦ୍ରବ୍ୟର ପ୍ରସାର, ବ୍ରିଟିଶ୍ ଦ୍ରବ୍ୟର ବର୍ଜନ, ସ୍କୁଲ ଓ ଶାସନର ପରିତ୍ୟାଗପୂର୍ବକ ‘ସ୍ୱରାଜ’ ପ୍ରତିଷ୍ଠା ନିମନ୍ତେ ଦୃଢ଼ ମତ ଉପସ୍ଥାପନ କରିଥିଲେ, ଯାହାଦ୍ୱାରା ସେ ବ୍ରିଟିଶ୍ ସାମ୍ରାଜ୍ୟର ସାଜିଥିଲେ ପ୍ରଧାନ ଶତ୍ରୁ ।

ଜୀବନର ଉତ୍ତରାର୍ଦ୍ଧରେ ଶ୍ରୀଅରବିନ୍ଦ ମ୍ୟାଡ଼ାମ୍ ମୀରା ଆଲଫସା ନାମକ ଜଣେ ଫରାସୀ ମହିଳାଙ୍କ (୧୮୭୮-୧୯୭୩) ସଂସ୍ପର୍ଶରେ ଆସିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେହି ମହିଳା ଜଣକ ‘ଶ୍ରୀମା’’ ନାମରେ ପରିଚିତ ହୋଇଥିଲେ । ଶ୍ରୀମାଙ୍କର ଉଦାର ଓ ମହାନୁଭବତା ସହିତ ତପସ୍ବିନୀ ଜୀବନ ଶ୍ରୀଅରବିନ୍ଦଙ୍କ ଜୀବନକୁ ଅଧ‌ିକ ମାତ୍ରାରେ ପ୍ରଭାବିତ କରିଥିଲା । ଶ୍ରୀମାଙ୍କର ଜନ୍ମସ୍ଥାନ ଥିଲା ଫ୍ରାନ୍ସ ଦେଶ । ଏକ ପରିପୂର୍ଣ୍ଣ ‘ଯୋଗୀ’ ସାଧନା ଓ ଶୃଙ୍ଖଳା ମଧ୍ୟରେ ଆବଦ୍ଧ ରହି ୧୯୫୦ ମସିହା ଡିସେମ୍ବର ୫ ତାରିଖରେ ଶ୍ରୀଅରବିନ୍ଦ ଇହଜଗତ ତ୍ୟାଗ କରିଥିଲେ ।

ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରବତ୍ତର୍କ ଶ୍ରୀଅରବିନ୍ଦ ଥିଲେ ଏକାଧାରରେ ଜଣେ କବି, ଦାର୍ଶନିକ, ରାଜନୀତିଜ୍ଞ ଓ ଯୋଗୀ । ବାସ୍ତବିକ ଶ୍ରୀଅରବିନ୍ଦଙ୍କ ମହାନତା, ଆଦର୍ଶ ଓ ଦାନକୁ ଯେ କେହି ପ୍ରଶଂସା ନ କରି ରହିପାରିବ ନାହିଁ । ଧର୍ମନୈତିକ, ରାଜନୈତିକ ପ୍ରବୃତ୍ତି ଅପେକ୍ଷା ଶ୍ରୀଅରବିନ୍ଦ ଶିକ୍ଷାକ୍ଷେତ୍ରକୁ ଅନେକ କିଛି ଦେଇଯାଇଛନ୍ତି ଯାହା ଲାଗି ଶିକ୍ଷା ଜଗତରେ ଏବେ ମଧ୍ୟ ଜଣେ ଖ୍ୟାତନାମା ଶିକ୍ଷାବିତ୍ ଭାବରେ ବିଶ୍ବ ପରିଚିତ ।

ଶ୍ରୀଅରବିନ୍ଦଙ୍କ ଜୀବନ ଦର୍ଶନ : ପୁଣ୍ୟଶ୍ଳୋକ ବେଦଭୂମି ଭାରତବର୍ଷରେ ମହନୀୟ ଆଧ୍ୟାତ୍ମିକ ଆଦର୍ଶ ଓ ପରମ୍ପରା ଉପରେ ଶ୍ରୀଅରବିନ୍ଦଙ୍କ ଜୀବନ ଦର୍ଶନ ଆଧାରିତ । ମହାଯୋଗୀ ଓ ଶ୍ରେଷ୍ଠ ସାଧକ ଶ୍ରୀଅରବିନ୍ଦଙ୍କ ଜୀବନଦର୍ଶନରେ ବେଦ, ଉପନିଷଦ ଓ ସାହିତ୍ୟର ଅପୂର୍ବ ସମନ୍ବୟ ଘଟିଛି । ତାଙ୍କ ଜୀବନ ଦର୍ଶନ ତାଙ୍କର ଜୀବନର ଅଭିଜ୍ଞତା ଓ ଚେତନାର ପ୍ରତିଫଳନ ବୋଲି ଶ୍ରୀଅରବିନ୍ଦ ଯୁକ୍ତି ବାଢ଼ିଛନ୍ତି । ସେ ଶଙ୍କରଙ୍କର ‘ବ୍ରହ୍ମ ସତ୍ୟ, ଜଗତ୍ ମିଥ୍ୟା’ ପରି ପ୍ରତିଷ୍ଠିତ ମତକୁ ନିଜର ଅକାଟ୍ୟ ଯୁକ୍ତି ବଳରେ ଖଣ୍ଡନ କରି କହିଛନ୍ତି ଯେ, ‘ବ୍ରହ୍ମ ସତ୍ୟ, ଜଗତ୍ ମଧ୍ୟ ସତ୍ୟ ।’

ଶ୍ରୀଅରବିନ୍ଦଙ୍କ ସମାଜ ଉପରେ ମତ : ଶ୍ରୀଅରବିନ୍ଦ ଏକ ଦିବ୍ୟ ସମାଜର ସ୍ବପ୍ନ ଦେଖ‌ିବାରେ ବିଭୋର ହୋଇ ପଡ଼ିଥିଲା । ସେ ଦିବ୍ୟମାନବଦ୍ୱାରା ହିଁ ଦିବ୍ୟ ସମାଜ ଗଠନ ସମ୍ଭବ ହୋଇପାରିବ ବୋଲି ମତ ଦେଇଥିଲେ । ତେବେ ଦିବ୍ୟମାନବ କହିଲେ ସେହିମାନଙ୍କୁ ବୁଝାଏ ଯେଉଁମାନେ ନିଜସ୍ବ ଆଧ୍ୟାତ୍ମିକ, ନୈତିକ ଓ ଆର୍ଥିକ ସାଧନାଦ୍ୱାରା ଅତିମାନବ ସ୍ତରକୁ ଉନ୍ନୀତ ହୋଇଥାଆନ୍ତି ।

ଶ୍ରୀଅରବିନ୍ଦଙ୍କ ପୂର୍ଣାଙ୍ଗ ଶିକ୍ଷା :
(i) ଶାରୀରିକ ଶିକ୍ଷା : ମାନବ ଜୀବନର ଶ୍ରେଷ୍ଠ ସାର୍ଥକତା ହେଉଛି ପୂର୍ବତାପ୍ରାପ୍ତି, ଯାହାକି ଶାରୀରିକ ଶିକ୍ଷାଦ୍ବାରା ସମ୍ଭବ ହୋଇପାରିବ ବୋଲି ଶ୍ରୀଅରବିନ୍ଦ ବିଶ୍ଵାସ କରିଛନ୍ତି । ‘ସ୍ବାସ୍ଥ୍ୟ ହିଁ ସମ୍ପଦ’ ପରି ଏକ ସାର୍ବଜନୀନ ସତ୍ୟ ହିଁ ଶାରୀରିକ ଶିକ୍ଷାଦ୍ବାରା ସମ୍ଭବ ହୋଇଥାଏ । ପୂର୍ଣ୍ଣାଙ୍ଗ ଶିକ୍ଷାରେ ବିଭିନ୍ନ ପ୍ରକାରର କ୍ରୀଡ଼ା କସରତ, ଆସନ, ପ୍ରାଣାୟାମ ଏବଂ ଶାରୀରିକ ଏକାଗ୍ରତା ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି ଶ୍ରୀଅରବିନ୍ଦ ମତ ଦେଇଛନ୍ତି ।

(ii) ପ୍ରାଣିକ ଶିକ୍ଷା : ଆଧୁନିକ ସମାଜ ଦିନକୁ ଦିନ ସମସ୍ୟାବହୁଳ, ଯଥା- ଜଟିଳତା ଆଡ଼କୁ ଗତି କରିବା ସହିତ ବ୍ୟକ୍ତିବିଶେଷର ନୈତିକ ଅବକ୍ଷୟ ଘଟୁଛି । ମନୁଷ୍ୟ ଏହି ଅବକ୍ଷୟିଷ୍ଣୁ ସମାଜ ଭିତରେ ହିଂସା, ଦ୍ବେଷ, କାମନା ଓ ପରଶ୍ରୀକାତରତା ପ୍ରଭୃତି କୁକର୍ମରେ ଲିପ୍ତ ରହି ନିଜର ଆତ୍ମସଂଯମ ଓ ଶୃଙ୍ଖଳାକୁ ସମୟକ୍ରମେ ବିପର୍ଯ୍ୟସ୍ତ କରିପକାଉଛି । ତେଣୁ ଏହି ଦୁଃଖ, ଯନ୍ତ୍ରଣା ଓ ବିଷମୟ ମୁହୂର୍ତ୍ତରୁ ରକ୍ଷା ପାଇବା ନିମନ୍ତେ ମନୁଷ୍ୟ ପାଇଁ ପ୍ରାଣିକ ଶିକ୍ଷା ଏକାନ୍ତ ପ୍ରୟୋଜନ, କାରଣ ଏହି ପ୍ରାଣିକ ଶିକ୍ଷା ପ୍ରାଣକୁ ସୁସଂଯତ ଓ ସୁଶୃଙ୍ଖଳ କରି ଜୀବନକୁ ଶାନ୍ତ, ସରଳ ଓ ସୁନ୍ଦର କରି ଗଢ଼ିବାରେ ସହାୟକ ହୋଇଥାଏ ।

ଶ୍ରୀମାଙ୍କ ଭାଷାରେ, ‘ପ୍ରାଣ ହେଉଛି, ମନୁଷ୍ୟ ପ୍ରକୃତିର ସବୁଠାରୁ ଶକ୍ତିଶାଳୀ ସ୍ତର ।’’ ତେଣୁ ଏହାର ଉନ୍ନୟନ ଏକାନ୍ତ କାମ୍ୟ ।

(iii) ମାନସିକ ଶିକ୍ଷା : ବାସ୍ତବରେ ଜ୍ଞାନ ଅସୀମ, ବ୍ୟାପକ ଓ ସର୍ବଯୁଗ ନିମିତ୍ତ ବ୍ୟାପ୍ତ ଅଟେ । ସୁତରାଂ ପୁରାତନ ଜ୍ଞାନର ଏକତ୍ରୀକରଣ ଦ୍ବାରା ନୂତନ ଜ୍ଞାନର ଆବିଷ୍କାର ହେଉଛି, ମାନସିକ ଶିକ୍ଷାର ପ୍ରଥମ ଓ ପ୍ରଧାନ ଲକ୍ଷ୍ୟ ବୋଲି ଶ୍ରୀଅରବିନ୍ଦ ସୂଚନା ଦେଇଛନ୍ତି । ସାଧାରଣ ମଣିଷ ମାନସିକ ସ୍ତରରୁ ଅତିମାନସ ସ୍ତରରୁ ଉନ୍ନୀତ ହୋଇପାରିଲେ ପୂର୍ଣ୍ଣାଙ୍ଗ ଯୋଗ ସାଧନ ସମ୍ଭବ ହେଲା ବୋଲି କୁହାଯାଏ । ଏହାଦ୍ଵାରା ଭଗବତ୍ ସତ୍ତା ପ୍ରାପ୍ତି ସମ୍ଭବ ହୋଇଥାଏ ।

ଏହି ଦୃଷ୍ଟିକୋଣରୁ ଶ୍ରୀଅରବିନ୍ଦ ଶିଶୁର ମାନସିକ ଶିକ୍ଷା ଉପରେ ଅଧ‌ିକ ଗୁରୁତ୍ୱ ପ୍ରଦାନ କରିଛନ୍ତି । ମାନସିକ ମଣିଷ ଅତିମାନସ ସ୍ତରରେ ପହଞ୍ଚିବାକୁ ହେଲେ ଛଅଗୋଟି ସ୍ତରଦେଇ ଗତି କରିବାକୁ ହୋଇଥାଏ ବୋଲି ଶ୍ରୀଅରବିନ୍ଦ ମତ ଦେଇଛନ୍ତି । ମଣିଷ ମନର ଏହି ସ୍ତରଗୁଡ଼ିକ ହେଉଛି; ଯଥା- ୧. ସାଧାରଣ ମନ, ୨. ଉଚ୍ଚତର ମନ, ୩. ଆଲୋକିତ ମନ, ୪. ବୋଧନ, ୫. ଅଧୂମାନସ, ୬. ଅତିମାନସ ।

CHSE Odisha Class 12 Education Solutions Chapter 3 ଶ୍ରୀ ଅରବିନ୍ଦ

(iv) ଚୈଭିକ ଶିକ୍ଷା : ପ୍ରକୃତରେ ପରମବ୍ରହ୍ମ ହେଉଛନ୍ତି ମହାଚେତନାର ଅଂଶବିଶେଷ, ତେଣୁ ସେହି ପରମସତ୍ତା ସହିତ ମିଶିବା ନିମନ୍ତେ ବ୍ୟକ୍ତିର ଅଲୌକିକ ପ୍ରଭାବ ଓ ଶକ୍ତି ସାମର୍ଥ୍ୟର ଏକାନ୍ତ ପ୍ରୟୋଜନ, ଯାହାକି ଚୈଭିକ ସତ୍ତାଦ୍ୱାରା ମିଶିବା ନିମନ୍ତେ ବ୍ୟକ୍ତିର ଅଲୌକିକ ପ୍ରଭାବ ଓ ଶକ୍ତି ସାମର୍ଥ୍ୟର ଏକାନ୍ତ ପ୍ରୟୋଜନ, ଯାହାକି ଚୈତ୍ତିକ ସତ୍ତାଦ୍ୱାରା ସମ୍ଭବ ହୋଇଥାଏ । ବାସ୍ତବରେ ଚୈତ୍ତସଭା ବ୍ୟକ୍ତି ଜୀବନର ଏକ ଅଂଶବିଶେଷ, ଯାହାକି ମହାଚେତନାର ଅଂଶବିଶେଷ ଆଡ଼କୁ ଟାଣିନେବାରେ ସହାୟକ ହୋଇଥାଏ ।
ପୂର୍ଣ୍ଣାଙ୍ଗ ଶିକ୍ଷାର ଉଦ୍ଦେଶ୍ୟ – ପୂର୍ଣାଙ୍ଗ ଶିକ୍ଷାର ଉଦ୍ଦେଶ୍ୟ ନିମ୍ନରେ ବର୍ଣ୍ଣନା କରାଗଲା ।

  • ଧ୍ୟାୟିକ ଜ୍ଞାନର ପୁନରୁଦ୍ଧାର – ପ୍ରତ୍ୟେକ ବ୍ୟକ୍ତିର ଆଧ୍ୟାତ୍ମିକ ଚେତନା ଅଛି । ଏହାର ବିକାଶ ବିନା ମନୁଷ୍ୟ ଦୁଃଖ ପାଇଥାଏ । ତେଣୁ ଏହାର ବିକାଶ ଏକାନ୍ତ ପ୍ରୟୋଜନୀୟ ।
  • ସବୁ କ୍ଷେତ୍ରରେ ଆଧ୍ୟାତ୍ମିକ ଚେତନାର ପ୍ରଭାବ ସୃଷ୍ଟି କରିବା – ଶିକ୍ଷା, ଦର୍ଶନ, ସାହିତ୍ୟ, କଳା, ବିଜ୍ଞାନ ପ୍ରତ୍ୟେକ କ୍ଷେତ୍ରରେ ଆଧ୍ୟାତ୍ମିକ ଚେତନା ନ ଥିଲେ ତାହା ଅସମ୍ପୂର୍ଣ୍ଣ ହୋଇଥାଏ ।
  • ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ କରିବା – ପ୍ରତ୍ୟେକ ସମାଜର ନୀତି, ଆଦର୍ଶ ଅନ୍ୟ ସମାଜଠାରୁ ଭିନ୍ନ । ଆଗାମୀ ବଂଶଧରମାନଙ୍କ ପାଖରେ ନୀତି ଆଦର୍ଶକୁ ପହଞ୍ଚାଇବା ଶିକ୍ଷାର କାର୍ଯ୍ୟ । ଏହା ଆଧ୍ୟାତ୍ମିକ

ଚେତନାରୂପକ ଏକ ଶକ୍ତି ଯାହା ଶିକ୍ଷାଦ୍ବାରା ନିର୍ଦ୍ଧାରିତ ହୋଇଥାଏ ।
ପାଠ୍ୟକ୍ରମ – ଶିକ୍ଷାର୍ଥୀର ମାନସିକ ବିକାଶ ପାଇଁ ଭାଷା, ଗଣିତ, ସାମାଜିକ ବିଜ୍ଞାନ, ସାଧାରଣ ବିଜ୍ଞାନ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ।
ଶିକ୍ଷାଦାନ ପ୍ରଣାଳୀ – ଶ୍ରୀଅରବିନ୍ଦଙ୍କ ଅନୁସାରେ ଶିକ୍ଷାଦାନ ନିମ୍ନଲିଖ ତିନୋଟି ନୀତି ଉପରେ ଆଧାରିତ ହେବା ଉଚିତ ।

(i) ପ୍ରଥମ ନୀତି ହେଉଛି, ଯେକୌଣସି ବିଷୟ ଶିକ୍ଷା ଦିଆଯାଇପାରେ ନାହିଁ (Nothing can be taught.) ।
(ii) ଦ୍ଵିତୀୟ ନୀତି ହେଉଛି, ମନର ବିକାଶ ପାଇଁ ମନକୁ କ୍ରମାଗତ ଭାବରେ ପରାମର୍ଶ ଦେବା ଉଚିତ (The mind has to be continuously consulted.) |
(iii) ତୃତୀୟ ନୀତିଟି ହେଉଛି, ଦୂରକୁ ଅଗ୍ରସର ହେବ (Proceed from near to far.) |

ଶିକ୍ଷାଦାନ ପଦ୍ଧତି – ଶିକ୍ଷାଦାନ ପଦ୍ଧତିରେ କୌଣସି ଶିକ୍ଷାର୍ଥୀକୁ କିଛି ପଢ଼ାଯିବ ନାହିଁ । କେବଳ ଶିକ୍ଷାର ଉତ୍ସଗୁଡ଼ିକ ବାବଦରେ ସମ୍ୟକ୍ ସୂଚନା ଦିଆଯିବ । ଜ୍ଞାତରୁ ଅଜ୍ଞାତକୁ, ନିକଟରୁ ଦୂରକୁ ଅଗ୍ରସର ହେବା ଶିକ୍ଷାଦାନର ନୀତି ଅଟେ । ଶିକ୍ଷାର୍ଥୀ ନିଜେ ପ୍ରତ୍ୟେକ ଜିନିଷକୁ ନିଜର ଇଚ୍ଛାମୁତାବକ ପର୍ଯ୍ୟବେକ୍ଷଣ ଓ ପରୀକ୍ଷା ମାଧ୍ୟମରେ ତନଖ୍ କରି ସନ୍ତୁଷ୍ଟ ହେବା ଉଚିତ ।

ଶିକ୍ଷକଙ୍କର ଭୂମିକା – ଶିକ୍ଷକମାନଙ୍କଠାରେ ତିନୋଟି ପ୍ରଧାନ ଗୁଣାବଳୀର ଆବଶ୍ୟକତା ରହିଛି । ସେଗୁଡ଼ିକ ହେଲା – ଉଚ୍ଚ ମାନର ଅଧ୍ୟାପନା ଶକ୍ତି, ଉପଯୁକ୍ତ ଉଦାହରଣ ଦେବାର ଶକ୍ତି ଓ ପ୍ରଭାବଶାଳୀ ବ୍ୟକ୍ତିତ୍ଵ । ଆତ୍ମବଡ଼ିମା ଶିକ୍ଷାଦାନ ଭଳି ପବିତ୍ର କାର୍ଯ୍ୟକୁ ନଷ୍ଟ କରିଦିଏ ।

ଶୃଙ୍ଖଳା – ଶୃଙ୍ଖଳା ଶିକ୍ଷା ଦେବାର ଆଦୌ ଆବଶ୍ୟକତା ନାହିଁ । ଶିକ୍ଷକ ଓ ପିତାମାତା ଏପରି ପରିବେଷ୍ଟନୀ ସୃଷ୍ଟି କରିବେ, ଯଦ୍ବାରା ଶିକ୍ଷାର୍ଥୀ ଆପେ ଆପେ ଶୃଙ୍ଖଳିତ ହୋଇଯିବ ।

ଅରବିନ୍ଦଙ୍କର ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ର ଓ ଅରୋଭିଲ୍ – ୧୯୫୧ ମସିହାରେ ଏହାକୁ Sri Aurobindo International University Centre ଓ ୧୯୫୯ରେ Sri Aurobindo International Centre of Education ନାମରେ ନାମିତ କରାଯାଇଥିଲା । ୧୯୬୮ ମସିହାରେ ପଣ୍ଡିଚେରୀଠାରୁ ୫ ମାଇଲ୍ ଦୂରରେ ଅରୋଭିଲ୍ ପ୍ରତିଷ୍ଠା କରାଯାଇଥିଲା ।