Odisha State Board BSE Odisha 6th Class Geography Important Questions Chapter 2 ଭୂଗୋଲକ: ଅକ୍ଷାଂଶ ଓ ଦ୍ରାଘିମା Important Questions and Answers.
BSE Odisha Class 6 Geography Important Questions Chapter 2 ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା
Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ଗ୍ଲୋବ କ’ଣ ? ଏଥରେ କ’ଣ ଦର୍ଶାଯାଇଥାଏ ? ସୁମେରୁ ଓ କୁମେରୁ କାହାକୁ କୁହାଯାଏ ?
Answer:
- ପୃଥିବୀର ପ୍ରତିରୂପକୁ ଗ୍ଲୋବ୍ କୁହାଯାଏ।
- ଏଥରେ ପୃଥିବୀ ପୃଷ୍ଠର ବିଭିନ୍ନ ଭୂମିରୂପ, ଜଳ ଓ ସ୍ଥଳଭାଗର ବଣ୍ଟନ, ଦେଶ, ମହାଦେଶ ପ୍ରଭୃତିର ଅବସ୍ଥିତି ଦର୍ଶାଯାଇଥାଏ।
- ପୃଥିବୀର ଉତ୍ତରସ୍ଥ ପ୍ରାନ୍ତ ବିନ୍ଦୁକୁ ଉତ୍ତରମେରୁ ବା ସୁମେରୁ ଏବଂ ଦକ୍ଷିଣସ୍ଥ ପ୍ରାନ୍ତବିନ୍ଦୁକୁ ଦକ୍ଷିଣମେରୁ ବା କୁମେରୁ କୁହାଯାଏ।
- ଗ୍ଲୋବ୍ରେ ଦର୍ଶାଯାଇଥିବା ଉତ୍ତରମେରୁ ଏବଂ ଦକ୍ଷିଣମେରୁ ଏକ ଦଣ୍ଡଦ୍ୱାରା ସଂଯୋଜିତ। ଏହି ଦଣ୍ଡଟିକୁ ଅକ୍ଷ କୁହାଯାଏ।
- ପ୍ରକୃତ କ୍ଷେତ୍ରରେ ପୃଥିବୀରେ ଏହିପରି ଦଣ୍ଡ ବା ଅକ୍ଷ ନାହିଁ। ଏହା ଏକ କାଳ୍ପନିକ ଅକ୍ଷ ଦଣ୍ଡ ମାତ୍ର।
୨। ସମାକ୍ଷରେଖା ଓ ଦ୍ରାଘିମା ରେଖା କ’ଣ ? ଦ୍ରାଘିମା ରେଖାଗୁଡ଼ିକ ଦୈର୍ଘ୍ୟ ସମାନ ହୋଇଥିବାବେଳେସମାକ୍ଷ ରେଖାଗୁଡ଼ିକର ଦୈର୍ଘ୍ୟ ସମାନ ହୋଇଥିବାବେଳେ ସମାକ୍ଷ ରେଖାଗୁଡ଼ିକର ଦୈର୍ଘ୍ୟ ସମାନ ନୁହେଁ କାହିଁକି ?
Answer:
- ଗ୍ଲୋବ୍ ଉପରେ ପୂର୍ବ-ପଶ୍ଚିମ ଦିଗରେ ପରସ୍ପର ସମାନ୍ତରଭାବେ ଅଙ୍କିତ ବୃତ୍ତାକାର ରେଖାଗୁଡ଼ିକୁ ସମାକ୍ଷ ରେଖା କୁହାଯାଏ।
- ଗ୍ଲୋବ୍ ଉପରେ ଉତ୍ତର-ଦକ୍ଷିଣଭାବେ ଉତ୍ତରମେରୁ ଓ ଦକ୍ଷିଣମେରୁକୁ ସଂଯୋଗ କରି ଅଙ୍କିତ ଅର୍ଦ୍ଧବୃତ୍ତାକାର ରେଖାଗୁଡ଼ିକୁ ଦ୍ରାଘିମା ରେଖା କୁହାଯାଏ।
- ପ୍ରକୃତରେ ଭୂପୃଷ୍ଠ ଉପରେ ଏପରି କୌଣସି ରେଖା ନାହିଁ; ଏଗୁଡ଼ିକୁ କେବଳ କଳ୍ପନା କରାଯାଇଛି।
- ଦ୍ରାଘିମା ରେଖାଗୁଡ଼ିକ ଦୁଇ ମେରୁକୁ ସଂଯୋଗ କରୁଥିବାରୁ ଏଗୁଡ଼ିକର ଦୈର୍ଘ୍ୟ ସମାନ।
- ପୃଥିବୀ ଗୋଲାକାର ହୋଇଥିବାରୁ ବିଷୁବରେଖାଠାରୁ ଉତ୍ତର ଓ ଦକ୍ଷିଣକୁ ଅଙ୍କିତ ସମାକ୍ଷରେଖାଗୁଡ଼ିକର ଦୈର୍ଘ୍ୟ କ୍ରମଶଃ କମି କମି ଯାଏ ଏବଂ ଦୁଇମେରୁ ନିକଟରେ ଗୋଟିଏ ଗୋଟିଏ ବିନ୍ଦୁରେ ପରିଣତ ହୋଇଥାଏ।
୩। ପୃଥିବୀର ବିଭିନ୍ନ ତାପମଣ୍ଡଳ ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କର।
Answer:
- ପୃଥିବୀର ଅକ୍ଷ ତାହାର କକ୍ଷ ତଳ ସହିତ ୬୬୧|୨ ଡିଗ୍ରୀ ଆନତ ହୋଇ ସୂର୍ଯ୍ୟଙ୍କ ଚତୁର୍ଦ୍ଦିଗରେ ପରିକ୍ରମଣକରୁଥାଏ।
- ତେଣୁ କର୍କଟକ୍ରାନ୍ତି ଏବଂ ମକରକ୍ରାନ୍ତି ଉପରେ ବର୍ଷକୁ ଥରେ ଏବଂ ସେମାନଙ୍କ ମଧ୍ୟବର୍ତ୍ତୀ ପ୍ରତ୍ୟେକ ସମାକ୍ଷରେଖା ଉପରେ ବର୍ଷକୁ ଦୁଇଥର ସୂର୍ଯ୍ୟ ଲମ୍ବଭାବରେ ଅବସ୍ଥାନ କରନ୍ତି। ଏହା ଫଳରେ ଏହି ଅଞ୍ଚଳରେ ସୂର୍ଯ୍ୟକିରଣ ଲମ୍ବଭାବରେ ପଡୁଥିବାରୁ ତାହା ସର୍ବାଧିକ ଉତ୍ତାପ ପାଇଥାଏ। ଏହି ଅଞ୍ଚଳକୁ ଗ୍ରୀଷ୍ମମଣ୍ଡଳ କୁହାଯାଏ।
- କର୍କଟ କ୍ରାନ୍ତିର ଉତ୍ତରକୁ ଓ ମକରକ୍ରାନ୍ତିର ଦକ୍ଷିଣକୁ କୌଣସି ସ୍ଥାନ ଉପରେ ସୂର୍ଯ୍ୟ ଲମ୍ବଭାବେ ଦେଖାଯାଆନ୍ତି ନାହିଁ। ଏସବୁ ଅଞ୍ଚଳରେ ସୂର୍ଯ୍ୟଙ୍କର ତୀର୍ଯ୍ୟକ କିରଣ ପଡୁଥିବାରୁ ଅଧିକ ଗରମ କିମ୍ବା ଥଣ୍ଡା ହୁଏ ନାହିଁ । ଏହି ଅଞ୍ଚଳକୁ ନାତିନୀତୋଷ ମଣ୍ଡଳ କୁହାଯାଏ।
- ମେରୁବୃତ୍ତ ଓ ମେରୁ ମଧ୍ୟବର୍ତ୍ତୀ ଅଞ୍ଚଳରେ ସୂର୍ଯ୍ୟ ଦିଗ୍ବଳୟଠାରେ ଦେଖାଯାଉଥିବାରୁ ଏଠାରେ ଅତି ତିର୍ଯ୍ୟକ କିରଣ ପଡ଼େ। କମ୍ ସୂର୍ଯ୍ୟାଲୋକ ଓ କମ୍ ଉତ୍ତାପ ପାଉଥିବାରୁ ଏଠାରେ ପ୍ରବଳ ଥଣ୍ଡା ହୁଏ। ଏହାକୁ ହିମମଣ୍ଡଳ କୁହାଯାଏ। ଏହା ସର୍ବଦା ବରଫାଚ୍ଛନ୍ନ ଥାଏ।
୪। ଗ୍ରୀନିଚ୍ ପ୍ରମାଣ ସମୟ ଆଧାରରେ କିପରି ପୃଥିବୀର ବିଭିନ୍ନ ସ୍ଥାନର ସମୟ ନିର୍ଦ୍ଧାରଣ କରାଯାଇଛି ବର୍ଣ୍ଣନା କର।
Answer:
- ଗ୍ରୀନିଟ୍ ଦ୍ରାଘିମା ଦେଇ ଯାଇଥବା ମୂଳ ଦ୍ରାଘିମାର ସମୟକୁ ‘ଗ୍ରୀନିତ୍ ପ୍ରମାଣ ସମୟ’ କୁହାଯାଏ।
- ଏହି ଗ୍ରୀନିଚ ସମୟ ଆଧାରରେ ପୃଥିବୀର ଅନ୍ୟାନ୍ୟ ସ୍ଥାନର ନିର୍ଦ୍ଧାରଣ କରାଯାଏ।
- ପୃଥିବୀ ପଶ୍ଚିମରୁ ପୂର୍ବକୁ ଆବର୍ତ୍ତନ କରୁଥିବାରୁ ଗ୍ରୀନିବର ପୂର୍ବରେ ଥିବା ସ୍ଥାନଗୁଡ଼ିକର ସମୟ ପଛୁଆ ହୋଇଥାଏ।
- ପୃଥିବୀ ୧° ଦ୍ରାଘିମା ବ୍ୟବଧାନ ଅତିକ୍ରମ କରିବାପାଇଁ ୪ ମିନିଟ୍ ସମୟ ନେଉଥିବାରୁ ଗ୍ରୀନିଚ୍ର ପୂର୍ବରେ ୧° ଦ୍ରାଘିମାରେ ସମୟ ୪ ମିନିଟ୍ ଆଗୁଆ ଏବଂ ପଶ୍ଚିମରେ ୧° ଦ୍ରାଘିମାରେ ସମୟ ୪ ମିନିଟ୍ ପଛୁଆ ହେବ।
- ଉଦାହରଣ ସ୍ୱରୂପ, ଆମ ଦେଶର ପ୍ରମାଣ ଦ୍ରାଘିମା ୮୨° ୩୦’ ପୂର୍ବ, ଅର୍ଥାତ୍ ମୂଳ ଦ୍ରାଘିମାଠାରୁ ୮୨° ୩୦’ ପୂର୍ବରେ ଅବସ୍ଥିତ। ତେଣୁ ୧° ଦ୍ରାଘିମାର ବ୍ୟବଧାନ ୪ ମିନିଟ୍ ଅନୁସାରେ ଆମ ଦେଶର ସମୟ ଗ୍ରୀନିଟ୍ ପ୍ରମାଣ ସମୟଠାରୁ ୫ ଘଣ୍ଟା ୩୦ ମିନିଟ୍ ଆଗୁଆ।
୫। ପୃଥିବୀର ଏକ ଚିତ୍ର ଅଙ୍କନ କରି ସେଥିରେ ତାପମଣ୍ଡଳଗୁଡ଼ିକୁ ଦେଖାଅ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ସଂକ୍ଷେପରେ ଉତ୍ତର ଦିଅ।
୧। ଆବର୍ତ୍ତନ ଗତି କାହାକୁ କୁହାଯାଏ ?
Answer:
- ଗ୍ଲୋବ୍ ଯେପରି ତା’ର ଅକ୍ଷ ଚତୁଃପାର୍ଶ୍ଵରେ ଘୂରିପାରେ ପୃଥିବୀ ସେହିପରି ଏକ କାଳ୍ପନିକ ଅକ୍ଷ ଚତୁଃପାର୍ଶ୍ଵରେ ପଶ୍ଚିମରୁ ପୂର୍ବକୁ ଅନବରତ ଘୂରୁଥାଏ
- ପୃଥିବୀର ଏହି ଘୂର୍ଣ୍ଣନକୁ ଆବର୍ତ୍ତନ ଗତି କୁହାଯାଏ।
୨। ପରିକ୍ରମଣ ଗତି କାହାକୁ କୁହାଯାଏ ?
Answer:
- ପୃଥିବୀ ନିଜର ଆବର୍ତ୍ତନ ଗତି ସହିତ ସୂର୍ଯ୍ୟ ଚାରିପାଖରେ ଏକ ନିର୍ଦ୍ଦିଷ୍ଟ ପଥରେ ପ୍ରଦକ୍ଷିଣ କରିଥାଏ।
- ପୃଥିବୀର ଏହି ଗତିକୁ ପରିକ୍ରମଣ କୁହାଯାଏ।
୩। ଭୂପୃଷ୍ଠରେ ଥିବା ଦେଶ, ମହାଦେଶ ଏବଂ ସାଗର, ମହାସାଗର ଇତ୍ୟାଦିକୁ ଗ୍ଲୋବରେ କିପରି ଦର୍ଶାଯାଇଥାଏ ?
Answer:
ଭୂପୃଷ୍ଠରେ ଥିବା ଦେଶ, ମହାଦେଶ ଏବଂ ସାଗର, ମହାସାଗର ଇତ୍ୟାଦିକୁ ଉପଯୁକ୍ତ ମାନ (ସ୍କେଲ୍) ଅନୁଯାୟୀ ଗ୍ଲୋବ୍ରେ ଦର୍ଶାଯାଇଥାଏ।
୪। ଗ୍ଲୋବ୍ରେ ପୂର୍ବ-ପଶ୍ଚିମ ଓ ଉତ୍ତର-ଦକ୍ଷିଣ ରେଖାଗୁଡ଼ିକୁ କ’ଣ କୁହାଯାଏ ?
Answer:
- ଗ୍ଲୋବ୍ରେ ପୂର୍ବ-ପଶ୍ଚିମ ରେଖାଗୁଡ଼ିକୁ ସମାକ୍ଷ ରେଖା କୁହାଯାଏ। କୁହାଯାଏ।
- ଗ୍ଲୋବ୍ରେ ଉତ୍ତର-ଦକ୍ଷିଣ ରେଖାଗୁଡ଼ିକୁ ଦ୍ରାଘିମାରେଖା ବା ମଧ୍ଯନ୍ଦିନ ରେଖା କୁହାଯାଏ।
୫। ନିରକ୍ଷବୃତ୍ତ କାହାକୁ କୁହାଯାଏ ?
Answer:
ଶୂନ ଡିଗ୍ରୀ ଅକ୍ଷାଂଶରେ ଅବସ୍ଥିତ ସ୍ଥାନଗୁଡ଼ିକୁ ସଂଯୋଗ କରି ଯେଉଁ ବୃତ୍ତାକାର ରେଖା କଳ୍ପନା କରାଯାଇଛି ତାକୁ ପୃଥିବୀର ବିଷୁବ ବୃତ୍ତ ବା ନିରକ୍ଷ ବୃତ୍ତ କୁହାଯାଏ।
୬। ଅକ୍ଷାଂଶ କାହାକୁ କୁହାଯାଏ ?
Answer:
ଭୂପୃଷ୍ଠରେ ଅବସ୍ଥିତ କୌଣସି ସ୍ଥାନ ଭୂ-କେନ୍ଦ୍ରଠାରେ ବିଷୁବରେଖା ସହିତ ଯେଉଁ କୋଣ ସୃଷ୍ଟି କରେ ତାହାକୁ ସେହିସ୍ଥାନର ଅକ୍ଷାଂଶ କୁହାଯାଏ।
୭। ମଧ୍ୟନ୍ଦିନ ରେଖା କାହାକୁ କୁହାଯାଏ ?
Answer:
ଉତ୍ତରମେରୁ ଓ ଦକ୍ଷିଣ ମେରୁକୁ ସଂଯୋଗ କରୁଥିବା ଅର୍ଥବୃତ୍ତ ଉପରେ ଅବସ୍ଥିତ ସମସ୍ତ ସ୍ଥାନରେ ଏକା ସମୟରେ ସୂର୍ଯ୍ୟ ଉଦୟ, ସୂର୍ଯ୍ୟାସ୍ତ ଏବଂ ମଧ୍ୟାହ୍ନ ହୋଇଥାଏ। ଏଗୁଡ଼ିକୁ ମଧ୍ୟନ୍ଦିନ ରେଖା କୁହାଯାଏ।
୮। ଦ୍ରାଘିମା କାହାକୁ କୁହାଯାଏ ?
Answer:
୦° ମଧ୍ୟନ୍ଦିନ ଅନ୍ଧବୃତ୍ତକୁ ପ୍ରଧାନ ମଧନ୍ଦିନ ରେଖା ଭାବରେ ଗ୍ରହଣ କଲେ, ଏହା ସହିତ ଅନ୍ୟ ଯେକୌଣସି ସ୍ଥାନରେ ମଧ୍ୟବିତ ଅର୍ଥବୃତ୍ତ ଅକ୍ଷରେଖାଠାରେ ମିଳିତ ହୋଇ ଯେଉଁ କୋଣ ସୃଷ୍ଟିକରେ, ସେହି କୋଣକୁ ଦ୍ରାଘିମା କୋଣ ବା ଦ୍ରାଘିମା କୁହାଯାଏ।
୯। ‘ନାତିଶୀତୋଷ୍ଣ ମଣ୍ଡଳ’ କାହାକୁ କୁହାଯାଏ ?
Answer:
କର୍କଟ କ୍ରାନ୍ତିର ଉତ୍ତର ଓ ମକରିକ୍ରାନ୍ତିର ଦକ୍ଷିଣକୁ କୌଣସି ସ୍ଥାନ ଉପରେ ସୂର୍ଯ୍ୟ ଲମ୍ବଭାବରେ ଦେଖାଯାଆନ୍ତି ନାହିଁ। ଏଠାରେ ସୂର୍ଯ୍ୟକିରଣ ତୀର୍ଯ୍ୟକ ଭାବେ ପଡ଼େ। ଏହି ଅଞ୍ଚଳକୁ ନାତିଶୀତୋଷ୍ଠ ମଣ୍ଡଳ କୁହାଯାଏ।
୧୦। ସମୟ ମଣ୍ଡଳ କାହାକୁ କୁହାଯାଏ ?
Answer:
- ପୃଥିବୀର ଆବର୍ତ୍ତନ ସମୟ ପ୍ରାୟ ୨୪ ଘଣ୍ଟା ଅର୍ଥାତ୍ ପୃଥିବୀ ୨୪ ଘଣ୍ଟାରେ ୩୬୦° ଘୂର୍ଣ୍ଣନ କରିଥାଏ।
- ଏକ ଘଣ୍ଟାରେ ପୃଥିବୀ ୧୫° ଦ୍ରାଘିମ୍ବା ବ୍ୟବଧାନ ଅତିକ୍ରମ କରିଥାଏ। ଏହି ବ୍ୟବଧାନକୁ ଏକ ସମୟ ମଣ୍ଡଳ କୁହାଯାଏ।
(ଖ) ପାର୍ଥକ୍ୟ ଦର୍ଶାଅ।
୧। ସୁମେରୁ ଓ କୁମେରୁ:
Answer:
ସୁମେରୁ |
କୁମେରୁ |
- ପୃଥିବୀର ଉତ୍ତର ଗୋଲାର୍ଦ୍ଧର ପ୍ରାନ୍ତବିନ୍ଦୁ କୁ ଉତ୍ତରମେରୁ ବା ସୁମେରୁ କୁହାଯାଏ।
- ସୁମେରୁକୁ ସୁମେରୁ ମହାସାଗର ଘେରି ରହିଛି।
|
- ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧର ପ୍ରାନ୍ତବିନ୍ଦୁକୁ କୁମେରୁ ବା ଦକ୍ଷିଣମେରୁ କୁହାଯାଏ।
- କୁମେରୁକୁ ଆଣ୍ଟାର୍କଟିବା ମହାଦେଶ ଘେରି ରହିଛି।
|
୨। କର୍କଟକ୍ରାନ୍ତି ଓ ମକରକ୍ରାନ୍ତି :
Answer:
କର୍କଟକ୍ରାନ୍ତି |
ମକରକ୍ରାନ୍ତି |
- ଉତ୍ତର ଗୋଲାର୍ଦ୍ଧରେ ୨୩ ୧°/୨ ସମାକ୍ଷରେଖାକୁ କର୍କଟକ୍ରାନ୍ତି କହନ୍ତି।
- କର୍କଟକ୍ରାନ୍ତିର ଦକ୍ଷିଣରେ ଗ୍ରୀଷ୍ମମଣ୍ଡଳ ଓ ଉତ୍ତରରେ ନାତିଶୀତୋଷ ମଣ୍ଡଳ ଅବସ୍ଥିତ।
|
- ଦକ୍ଷିଣ ଗୋଲାର୍ଦ୍ଧରେ ୨୩ ୧°/୨ ମକର କ୍ରାନ୍ତି କହନ୍ତି।
- ମକରକ୍ରାନ୍ତିର ଦକ୍ଷିଣରେ ନାତିଶୀତୋଷ୍ଣ ମଣ୍ଡଳ ଓ ଉତ୍ତରରେ ଗ୍ରୀଷ୍ମମଣ୍ଡଳ ଅବସ୍ଥିତ।
|
୩। ଗ୍ରୀଷ୍ମମଣ୍ଡଳ ଓ ହିମମଣ୍ଡଳ :
Answer:
ଗ୍ରୀଷ୍ମମଣ୍ଡଳ |
ହିମମଣ୍ଡଳ |
- କର୍କଟକ୍ରାନ୍ତି ଓ ମକରକ୍ରାନ୍ତିର ମଧ୍ୟବର୍ତ୍ତୀ ଅଞ୍ଚଳକୁ ଗ୍ରୀଷ୍ମମଣ୍ଡଳ କୁହାଯାଏ।
- ଏଠାରେ ସୂର୍ଯ୍ୟଙ୍କର ଲମ୍ବକିରଣ ପଡ଼ୁଥିବାରୁ ବର୍ଷସାରା ପ୍ରବଳ ଗରମ ଅନୁଭୂତ ହୁଏ।
|
- ସୁମେରୁ ବୃତ୍ତଠାରୁ ସୁମେରୁ ଏବଂ କୁମେରୁ ବୃତ୍ତଠାରୁ କୁମେରୁ ପର୍ଯ୍ୟନ୍ତ ଅଞ୍ଚଳକୁ ହିମମଣ୍ଡଳ କୁହାଯାଏ।
- ଏଠାରେ ସୂର୍ଯ୍ୟଙ୍କର ତିର୍ଯ୍ୟକ କିରଣ ପଡୁଥିବାରୁ ବର୍ଷସାରା ପ୍ରବଳ ଥଣ୍ଡା ଅନୁଭୂତ ହୁଏ।
|
(ଗ) ଭୌଗୋଳିକ କାରଣ ଦର୍ଶାଅ।
୧। ପ୍ରତ୍ୟେକ ଦେଶର ‘ପ୍ରମାଣ ସମୟ’ ଭିନ୍ନ ଭିନ୍ନ।
Answer:
ଦ୍ରାଘିମାର ଭିନ୍ନତା ଦୃଷ୍ଟିରୁ ଦେଶ ମଧ୍ୟରେ ସମୟର ଭିନ୍ନତା ଦେଖାଯାଏ। ତେଣୁ ପ୍ରତ୍ୟେକ ଦେଶର ମଧ୍ୟଭାଗ ଦେଇ ଯାଇଥବା ଦ୍ରାଘିମା ରେଖାକୁ ସେ ଦେଶର ପ୍ରମାଣ ଦ୍ରାଘିମା ଏବଂ ତାହାର ସମୟକୁ ସେ ଦେଶର ପ୍ରମାଣ ସମୟ ବୋଲି ଧରାଯାଏ। ନିର୍ବାହ କରିବାରେ ସକ୍ଷମ ହେଉଛନ୍ତି।
୨। ଲଣ୍ଡନରେ ଦିନ ୧୨ ଘଣ୍ଟା ସମୟରେ ଦିଲ୍ଲୀରେ ସନ୍ଧ୍ୟା ୫ ଘଣ୍ଟା ୩୦ ମିନିଟ୍ ହୋଇଥାଏ।
Answer:
- ଗ୍ରୀନିଟ୍ ସମୟଟି ଇଂଲଣ୍ଡର ପ୍ରମାଣ ସମୟ ଅଟେ । ଆମ ଦେଶର ପ୍ରମାଣ ଦ୍ରାଘିମା ହେଉଛି ୮୨°୩୦’ ପୂର୍ବ ଅର୍ଥାତ୍ ମୂଳ ଦ୍ରାଘିମାଠାରୁ ୮୨°୩୦’ ପୂର୍ବ।
- ଏକ ଡିଗ୍ରୀ ଦ୍ରାଘିମାର ବ୍ୟବଧାନକୁ ୪ ମିନିଟ୍ ହିସାବରେ ଆମ ସମୟ ଗ୍ରୀନିଟ୍ ବା ଇଂଲଣ୍ଡଠାରୁ ୫ଘ.୩୦ମିନିଟ୍ ଆଗୁଆ ହୋଇଥାଏ। ତେଣୁ ଲଣ୍ଡନରେ ଦିନ ୧୨ ଘଣ୍ଟା ସମୟରେ ଦିଲ୍ଲୀରେ ସନ୍ଧ୍ୟା ୫ଘଣ୍ଟା ୩୦ ମିନିଟ୍ ହୋଇଥାଏ।
୩। ରୁଷିଆରେ ୧୧ଟି ପ୍ରମାଣ ସମୟ ବ୍ୟବହୃତ ହେଉଅଛି।
Answer:
- ରୁଷିଆ ଦେଶର ପୂର୍ବ-ପଶ୍ଚିମ ବିସ୍ତୃତି ଖୁବ୍ ଅଧୂକ। ଏହାର ବିଭିନ୍ନ ଅଞ୍ଚଳ ମଧ୍ୟରେ ସମୟର ତାରତମ୍ୟ ଖୁବ୍ ବେଶି।
- ତେଣୁ ବ୍ୟବସାୟ, ବାଣିଜ୍ୟ, ଗମନାଗମନ ଓ ଅନ୍ୟାନ୍ୟ କାର୍ଯ୍ୟନିର୍ବାହ ସହଜରେ କରିବା ପାଇଁ ରୁଷିଆରେ ୧୧ଟି ପ୍ରମାଣ ସମୟ କାର୍ଯ୍ୟକାରୀ ହେଉଅଛି।
୪। ସମାକ୍ଷ ରେଖାଗୁଡ଼ିକୁ ସମାନ୍ତର ବୃତ୍ତ କୁହାଯାଏ।
Answer:
- ପୃଥିବୀ ଉପରେ କଳ୍ପିତ ସମାକ୍ଷରେଖାଗୁଡ଼ିକ ବୃତ୍ତାକାର।
- ପ୍ରତ୍ୟେକ ସମାକ୍ଷରେଖା ବିଷୁବ ବୃତ୍ତ ସହ ସମାନ୍ତର ଏବଂ ପରସ୍ପର ସମାନ୍ତର ହୋଇଥିବାରୁ ଏଗୁଡ଼ିକୁ ସମାନ୍ତର ବୃତ୍ତ କୁହାଯାଏ।
(ଘ) ସଂକ୍ଷିପ୍ତ ଟିପ୍ପଣୀ।
୧। ଅକ୍ଷାଂଶ :
Answer:
- ଭୂପୃଷ୍ଠରେ ଅବସ୍ଥିତ କୌଣସି ସ୍ଥାନ ଭୂ-କେନ୍ଦ୍ରଠାରେ ବିଷୁବରେଖା ସହିତ ଯେଉଁ କୋଣ ସୃଷ୍ଟିକରେ ତାହାକୁ ସେହିସ୍ଥାନର ଅକ୍ଷାଂଶ କୁହାଯାଏ।
- ଅକ୍ଷାଂଶରୁ କୌଣସି ସ୍ଥାନ ବିଷୁବ ବୃତ୍ତଠାରୁ କେତେ ଉତ୍ତର ବା ଦକ୍ଷିଣରେ ଅଛି ଜାଣିହୁଏ । ଭୂ-ପୃଷ୍ଠରେ ଏହି ଦୂରତ୍ବକୁ କୌଣିକ ଦୂରତ୍ୱ କୁହାଯାଏ।
୨। ବିଷୁବ ବୃତ୍ତ ବା ନିରକ୍ଷ ବୃତ୍ତ :
Answer:
- ଯେଉଁ କାଳ୍ପନିକ ବୃତ୍ତ ପୃଥିବୀକୁ ଦୁଇ ସମାନ ଭାଗରେ ବିଭକ୍ତ କରିଛି, ତାହାକୁ ବିଷୁବ ବୃତ୍ତ କୁହାଯାଏ।
- ଏହାର ଅକ୍ଷାଂଶ ‘୦°’। ଏହା ସବୁଠାରୁ ବୃହତ୍ତମ ସମାକ୍ଷବୃତ୍ତ ଅଟେ।
୩। ଗ୍ଲୋବ ବା ଭୂଗୋଲକ :
- ପୃଥିବୀର କ୍ଷୁଦ୍ର ପ୍ରତିରୂପକୁ ଗ୍ଲୋବ୍ ବା ଭୂଗୋଲକ କୁହାଯାଏ।
- ପୃଥିବୀର ବିଶାଳ ଆକାର ସମ୍ବନ୍ଧରେ କଳନା କରିବା ସହଜ ନୁହେଁ। ସେଥ୍ପାଇଁ ଏହାର ଏକ ଅବିକଳ କ୍ଷୁଦ୍ର ପ୍ରତିରୂପ ପ୍ରସ୍ତୁତ କରାଯାଇଛି।
୪। ଭାରତୀୟ ପ୍ରମାଣ ସମୟ (I.S.T.) :
Answer:
- ଆଲ୍ହାବାଦ ସହର ନିକଟରେ ଯାଇଥିବା ୮୨°୩୦’ ପୂର୍ବ ଦ୍ରାଘିମାକୁ ଆମ ଦେଶର ପ୍ରମାଣ ଦ୍ରାଘିମା ଏବଂ ଏହାର ସ୍ଥାନୀୟ ସମୟକୁ ଆମ ଦେଶର ପ୍ରମାଣ ସମୟ ରୂପେ ଗ୍ରହଣ କରାଯାଇଛି।
- ଏହାକୁ ଭାରତୀୟ ପ୍ରମାଣ ସମୟ (I.S.T.) କୁହାଯାଏ।
୫। ଆନ୍ତର୍ଜାତିକ ତାରିଖ ରେଖା :
Answer:
- ଏକ ଓ ଅଭିନ୍ନ ୧୮୦° ପୂର୍ବ ତଥା ୧୮୦° ପଶ୍ଚିମ ଦ୍ରାଘିମା ରେଖାର ଦିଗକୁ ସାମାନ୍ୟ ପରିବର୍ତ୍ତନ କରାଯାଇ କେବଳ ଜଳଭାଗ ଉପରେ ମାନଚିତ୍ରରେ ଦର୍ଶିତ ହୋଇଥାଏ।
- ଏହି ପରିବର୍ତ୍ତିତ ରେଖାଟିକୁ ଆନ୍ତର୍ଜାତିକ ରେଖା କହନ୍ତି।
୬। ଗ୍ରୀନିଚ୍ ପ୍ରମାଣ ସମୟ (G.M.T.) :
- କୌଣସି ଦେଶ ବା ଅଞ୍ଚଳର ଅନେକ ଦ୍ରାଘିମା କଳ୍ପନା କରାଯାଇଥାଏ। ଦ୍ରାଘିମାର ଭିନ୍ନତା ଦୃଷ୍ଟିରୁ ଦେଶ ମଧ୍ୟରେ ସମୟର ଭିନ୍ନତା ଦେଖାଯାଏ। ଏଥିରେ ସମନ୍ବୟ ରଖିବା ପାଇଁ ଗ୍ରୀନିତ୍ର ମୂଳଦ୍ରାଘିମାକୁ ଆଧାର କରି ସମୟ ହିସାବ କରାଯାଉଛି।
- ଏହି ସମୟକୁ ଗ୍ରୀନିତ୍ ପ୍ରମାଣ ସମୟ (G.M.T.) କୁହାଯାଏ।
(କ) ଶୂନ୍ୟସ୍ଥାନ ପୂରଣ କର।
(୧) ପୃଥିବୀର ଅକ୍ଷ ତାହାର କକ୍ଷତଳ ସହିତ __________ ଡିଗ୍ରୀ ଆନତ ହୋଇ ରହିଥାଏ।
Answer:
୬୬୧°/୨
(୨) ପୃଥିବୀ ଏକ ଡିଗ୍ରୀ ଆବର୍ତ୍ତନ କରିବାପାଇଁ _________ ମିନିଟ୍ ସମୟ ନିଏ।
Answer:
୪ ମିନିଟ୍
(୩) ବିଷୁବ ବୃତ୍ତର ଉତ୍ତର ବା ଦକ୍ଷିଣରେ କୌଣସି ସ୍ଥାନର କୌଣିକ ଦୂରତାକୁ _______ କୁହାଯାଏ।
Answer:
ଅକ୍ଷାଂଶ
(୪) ବିଷୁବ ବୃତ୍ତର ଉତ୍ତରକୁ __________ କୁହାଯାଏ।
Answer:
ଉତ୍ତର ଗୋଲାର୍ଦ୍ଧ
(୫) ଗୋଟିଏ ସମାକ୍ଷବୃତ୍ତ ଓ ଗୋଟିଏ ମଧ୍ଯନ୍ଦିନ ଅର୍ଥବୃତ୍ତ ପରସ୍ପରକୁ __________ କୋଣରେ ଛେଦ କରନ୍ତି।
Answer:
ସମ
(୬) ଦୁଇଟି ପାଖାପାଖ୍ ମଧ୍ୟନ୍ଦିନ ରେଖା ମଧ୍ୟରେ ବ୍ୟବଧାନ ______ ଠାରେ ସବୁଠାରୁ କମ୍ ବା ‘୦’ ଅଟେ।
Answer:
ମେରୁ
(୭) ଲଣ୍ଡନ ନଗରୀର ଅକ୍ଷାଂଶ _________ ।
Answer:
୫୧ ଡିଗ୍ରୀ
(୮) ପୃଥିବୀ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଥିବା ପଥକୁ ________ କୁହାଯାଏ।
Answer:
କକ୍ଷପଥ
(ଖ) ଗୋଟିଏ ବାକ୍ୟରେ ଉତ୍ତର ଦିଅ।
୧। ଆମ ଦେଶର ପ୍ରମାଣ ଦ୍ରାଘିମା କେତେ ?
Answer:
ଆମ ଦେଶର ପ୍ରମାଣ ଦ୍ରାଘିମା ୮୨°୩୦′ ପୂର୍ବ।
୨। ଜାଲକ ବା ଗ୍ରୀଡ୍ କାହାକୁ କୁହାଯାଏ ?
Answer:
ଅକ୍ଷାଂଶରେଖା ଓ ଦ୍ରାଘିମାରେଖା ଜାଲ ସଦୃଶ ଗ୍ଲୋବ ବା ମାନଚିତ୍ରରେ ବିଛାଇ ହୋଇ ରହିଥାଆନ୍ତି। ଏହି ଚିତ୍ରକୁ ଜାଲକ ବା ଗ୍ରୀଡ଼ କୁହାଯାଏ।
୩। ଗ୍ଲୋବ୍ର ଅକ୍ଷଦଣ୍ଡ ଭୂପୃଷ୍ଠ ସହିତ ଲମ୍ବଭାବେ ନ ରହି କେତେ ଡିଗ୍ରୀ ଆନତ ହୋଇ ରହିଥାଏ?
Answer:
ଗ୍ଲୋବ୍ର ଅକ୍ଷଦଣ୍ଡ ଭୂପୃଷ୍ଠ ସହିତ ଲମ୍ବଭାବେ ନ ରହି ୬୬୧°/୨ ଡିଗ୍ରୀ ଆନତ ହୋଇ ରହିଥାଏ।
୪। ପୃଥିବୀର ଆକାରକୁ କ’ଣ କୁହାଯାଏ ?
Answer:
ପୃଥିବୀର ଆକାରକୁ ‘ପୃଥୀରୂପ’ ବା ‘ଭୂ-ଆକୃତିକୀ’ କୁହାଯାଏ।
୫। ଭୂପୃଷ୍ଠରେ ଥିବା ଦେଶ, ମହାଦେଶ ଏବଂ ସାଗର, ମହାସାଗର ଇତ୍ୟାଦିକୁ କାହା ଅନୁଯାୟୀ ଗ୍ଲୋବ୍ରେ ଦର୍ଶାଯାଇଥାଏ ?
Answer:
ଭୂପୃଷ୍ଠରେ ଥିବା ଦେଶ, ମହାଦେଶ ଏବଂ ସାଗର, ମହାସାଗର ଇତ୍ୟାଦିକୁ ଉପଯୁକ୍ତ ମାନ ଅନୁଯାୟୀ ଗ୍ଲୋବରେ ଦର୍ଶାଯାଉଥାଏ।
୬। ବିଷୁବ ରେଖାଠାରୁ ଉତ୍ତର ଓ ଦକ୍ଷିଣମେରୁ ପ୍ରତ୍ୟେକର କୌଣିକ ଦୂରତ୍ୱ କେତେ ?
Answer:
ବିଷୁବ ରେଖାଠାରୁ ଉତ୍ତର ଓ ଦକ୍ଷିଣମେରୁ ପ୍ରତ୍ୟେକର କୌଣିକ ଦୂରତ୍ୱ ୯୦°।
୭। ସୂର୍ଯ୍ୟଙ୍କର ଲମ୍ବକିରଣ କେଉଁଠାରେ ପଡ଼ିଥାଏ ?
Answer:
ଗ୍ରୀଷ୍ମମଣ୍ଡଳରେ ସୂର୍ଯ୍ୟଙ୍କର ଲମ୍ବ କିରଣ ପଡ଼ିଥାଏ।
୮। ଯୁକ୍ତରାଷ୍ଟ୍ର ଆମେରିକାରେ କେତୋଟି ପ୍ରମାଣ ସମୟ ପ୍ରଚଳିତ ?
Answer:
ଯୁକ୍ତରାଷ୍ଟ୍ର ଆମେରିକାରେ ୭ଟି ପ୍ରମାଣ ସମୟ ପ୍ରଚଳିତ।
୯। କର୍କଟକ୍ରାନ୍ତି କାହାକୁ କୁହାଯାଏ ?
Answer:
ବିଷୁବ ବୃତ୍ତର ଉତ୍ତରରେ କଳ୍ପିତ ୨୩୧°/୨ ସମାକ୍ଷବୃତ୍ତକୁ କର୍କଟକ୍ରାନ୍ତି କାହାକୁ।
୧୦। ମୂଳଦ୍ରାଘିମା କେଉଁ ସହର ଦେଇ କଳ୍ପିତ ହୋଇଛି ?
Answer:
ମୂଳଦ୍ରାଘିମା ଲଣ୍ଡନ ସହର ଦେଇ କଚ୍ଛିତ ହୋଇଛି।
୧୧। ରୁଷିଆରେ କେତୋଟି ପ୍ରମାଣ ସମୟ ପ୍ରଚଳିତ ?
Answer:
ରୁଷିଆରେ ୧୧ଟି ପ୍ରମାଣ ସମୟ ପ୍ରଚଳିତ।
୧୨। ଅକ୍ଷ କାହାକୁ କୁହାଯାଏ ?
Answer:
ଗ୍ଲୋବର ଉତ୍ତରମେରୁ ଓ ଦକ୍ଷିଣ ମେରୁକୁ ସଂଯୋଗ କରୁଥିବା ଦଣ୍ଡକୁ ଅକ୍ଷ କୁହାଯାଏ।
(ଗ) ଗୋଟିଏ ଭୌଗୋଳିକ ଶବ୍ଦରେ ଉତ୍ତର ଲେଖ।
(୧) କମ୍ ସୂର୍ଯ୍ୟତାପ ଏବଂ ସୂର୍ଯ୍ୟାଲୋକ ପାଉଥିବା ତାପମଣ୍ଡଳ –
Answer:
ହିମମଣ୍ଡଳ
(୨) ଆମର ଦକ୍ଷିଣମେରୁ ଯେଉଁ ମହାଦେଶ ମଧ୍ୟରେ ଅବସ୍ଥିତ –
Answer:
ଆଣ୍ଟାର୍କଟିକା
(୩) ଭାରତର ଆହ୍ଲାବାଦ ଏବଂ ପାକିସ୍ତାନର ହାଇଦ୍ରାବାଦ ଉଭୟର ଅକ୍ଷାଂଶ –
Answer:
୨୫°୨୫
(୪) ବିଷୁବରେଖା ସହିତ ସମାନ୍ତରାଳଭାବେ ଅଙ୍କିତ ବୃତ୍ତାକାର ରେଖା –
Answer:
ସମାକ୍ଷରେଖା
(୫) ଯେଉଁ ତାପମଣ୍ଡଳ ଅଞ୍ଚଳରେ ସର୍ବାଧିକ ଉତ୍ତାପ ପାଇଥାଏ –
Answer:
ଗ୍ରୀଷ୍ମମଣ୍ଡଳ
(୬) ପୃଥିବୀ ସୂର୍ଯ୍ୟକୁ ପରିକ୍ରମଣ କରୁଥିବା ପଥ –
Answer:
କକ୍ଷପଥ
(୭) ସବୁଠାରୁ ବଡ଼ ସମାକ୍ଷରେଖା –
Answer:
ବିଷୁବରେଖା ବା ବିଷୁବ ବୃତ୍ତ
(୮) ବିଷୁବ ବୃତ୍ତର ୬୬ °/୨ଦକ୍ଷିଣରେ କଳ୍ପିତ ସମାକ୍ଷବୃତ୍ତ –
Answer:
କୁମେରୁ ବୃତ୍ତ
(୯) ୨୩ ଉତ୍ତର ସମାକ୍ଷ ରେଖା —
Answer:
କର୍କଟକ୍ରାନ୍ତି
(୧୦)ଏକ ଉପବୃତ୍ତାକାର ପଥରେ ସୂର୍ଯ୍ୟ ଚାରିପାଖରେ ପୃଥିବୀର ଘୂର୍ଣ୍ଣନ –
Answer:
ପରିକ୍ରମଣ
Objective Type Questions With Answers
(ଘ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।
୧। ପ୍ରତ୍ୟେକ ମେରୁର ଅକ୍ଷାଂଶ କେତେ?
(A) ୫୫°
(B) ୬୬୧°/୨
(C)୧୩ ୧°/୨
(D) ୯୦°
Answer:
(D) ୯୦°
୨। ନିମ୍ନୋକ୍ତ ମଧ୍ଯରୁ ଭୁବନେଶ୍ୱରର ଅକ୍ଷାଂଶ କେତେ?
(A) ୨୦°୧୫ ପୂର୍ବ
(B) ୨୦°୧୫’ ଉତ୍ତର
(C) ୨୦°୧୫’ ପଶ୍ଚିମ
(D) ୨୦°୧୫’ ଦକ୍ଷିଣ
Answer:
(B) ୨୦°୧୫’ ଉତ୍ତର
୩। ପରିକ୍ରମଣ ସମୟରେ ପୃଥିବୀର ଅକ୍ଷ ତା’ର କକ୍ଷତଳ ସହିତ କେତେ ଡିଗ୍ରୀ ଢଳିରହେ?
(A) ୬୬୧°/୨
(B) ୨୩ ୧°/୨
(C) ୯୦°
(D) ୧୮୦°
Answer:
(A) ୬୬୧°/୨
୪। ପୃଥିବୀ ଆବର୍ତ୍ତନ ବେଳେ କେଉଁ ଦିଗରୁ କେଉଁ ଦିଗକୁ ଘୂରେ?
(A) ଉତ୍ତରରୁ ଦକ୍ଷିଣକୁ
(B) ପୂର୍ବରୁ ପଶ୍ଚିମକୁ
(C) ପଶ୍ଚିମରୁ ପୂର୍ବକୁ
(D) ଦକ୍ଷିଣରୁ ଉତ୍ତରକୁ
Answer:
(C) ପଶ୍ଚିମରୁ ପୂର୍ବକୁ
୫। ଭାରତର ପ୍ରମାଣ ଦ୍ରାଘିମା କେତେ ସହର ଦେଇଯାଇଅଛି ?
(A) ଦିଲ୍ଲୀ
(B) ମୁମ୍ବାଇ
(C) ଆଲ୍ହାବାଦ
(D) କୋଲକାତା
Answer:
(C) ଆଲ୍ହାବାଦ
୬। ସର୍ବମୋଟ ଦ୍ରାଘିମାରେଖା କେତୋଟି ଅଛି ?
(A) ୧୮୦
(B) ୩ ୬ ୦
(C) ୨୪୦
(D)୯୦
Answer:
(B) ୩ ୬ ୦
୭। ଗ୍ରୀଷ୍ମମଣ୍ଡଳ ମଝିରେ ନିମ୍ନଲିଖୂତ ମଧ୍ୟରୁ କେଉଁଟି ଅଛି ?
(A) କର୍କଟକ୍ରାନ୍ତି
(B) ବିଷୁବରେଖା
(C) ମକର କ୍ରାନ୍ତି
(D) କୁମେରୁବୃତ୍ତ
Answer:
(B) ବିଷୁବରେଖା
୮| ଭାରତର ପ୍ରମାଣ ଦ୍ରାଘିମା କେତେ ?
(A) ୮୨°୩୦’ ପଶ୍ଚିମ
(B) ୮୨°୩୦’ ପୂର୍ବ
(C) ୮୨°୩୦’ ଉତ୍ତର
(D) ୮୨°୩୦’ ଦକ୍ଷିଣ
Answer:
(B) ୮୨°୩୦’ ପୂର୍ବ
(ଙ) ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର।
1. ମଧ୍ଦିନ ବରେଖାକୁ ____________ କୁହାଯାଏ।
(ଅକ୍ଷାଂଶ, ବିଷୁବରେଖା, ଦ୍ରାଘିମା, ସମାକ୍ଷରେଖା )
Answer:
ଦ୍ରାଘିମା
2. ଅକ୍ଷାଂଶ ଗୋଟିଏ ______।
(ରେଖା, ବିନ୍ଦୁ, କୋଣ, ଦ୍ରାଘିମା)
Answer:
କୋଣ
3. ପୃଥିବୀର ଅକ୍ଷ ତା’ର କକ୍ଷତଳ ସହ _________ ଡିଗ୍ରୀ ଆନତ ହୋଇ ରହିଥାଏ।
(୬୬୧°/୨, ୨୩୧°/୨,୦°,୬୦°)
Answer:
୬୬୧°/୨
4. ପୃଥିବୀର _________ ଟି ସମୟମଣ୍ଡଳ ଅଛି।
(୧୮, ୨୦, ୨୪, ୨୬)
Answer:
୨୪
5. ରୁଷିଆରେ _______ ଟି ପ୍ରମାଣ ସମୟ ପ୍ରଚଳିତ।
(୧୦, ୧୧, ୧୨, ୧୩)
Answer:
୧୧
6. ମୂଳ ଦ୍ରାଘିମା ରେଖା _______ ଡିଗ୍ରୀ।
(୯୦°,୦°,୬୦°,୧୮୦°)
Answer:
୦°
7 .ଗ୍ରୀଷମଣ୍ଡଳ ମଆରେ ______ ଅଛି।
(କର୍କଟକ୍ରାନ୍ତି, ବିଷୁବରେଖା, ମକରକ୍ରାନ୍ତି, କୁମେରୁ ବୃତ୍ତ)
Answer:
ବିଷୁବରେଖା
8. ସର୍ବମୋଟ ________ ଟି ଦ୍ରାଘିମାରେଖା ରହିଛି।
(୩୬୦, ୧୮୦,୯୦,୨୪୦)
Answer:
୩୬୦
9. କୁମେରୁ ବୃତ୍ତ _________ ରେ ଅବସ୍ଥିତ।
(ଉତ୍ତର ଗୋଲାର୍ଦ୍ଧ, ଦକ୍ଷିଣ ଗୋଲାର୍ଦ୍ଧ, ପୂର୍ବ ଗୋଲାର୍ଦ୍ଧ, ପଶ୍ଚିମ ଗୋଲାର୍ଦ୍ଧ)
Answer:
ଦକ୍ଷିଣ ଗୋଲାର୍ଦ୍ଧ
10. କେପ୍ଟାଉନ୍ର ଅକ୍ଷାଂଶ _________ ।
(୩୩ °ଉ, ୩୪° ଉ, ୨୬ °ଉ, ୪୩° ଉ)
Answer:
୩୪° ଉ
11. ବିଷୁବବୃତ୍ତର ଅକ୍ଷାଂଶ ________ ।
(୦°, ୨୩ ୧°/୨,୬ ୬ ୧°/୨, ୬୦°)
Answer:
୦°
12. ୧ ଘଣ୍ଟାରେ ପୃଥିବୀ _________ ଦ୍ରାଘିମା ବ୍ୟବଧାନ ଅତିକ୍ରମ କରିଥାଏ।
(୨୫°, ୬୮°, ୧୮୦°, ୧୫°)
Answer:
୧୫°
13. ଆହ୍ଲାବାଦ ସହର ନିକଟରେ ଯାଇଥିବା ___________ ଦ୍ରାଘିମାକୁ ଆମ ଦେଶର ପ୍ରମାଣ ଦ୍ରାଘିମା ରୂପେ ଗ୍ରହଣ କରାଯାଇଛି ।
(୮୨° ୩୦’ ପୂ., ୧୮° ପୂ., ୬୮° ୩୬’ ପ., ୨୫° ୨୫’ ପୂ.)
Answer:
୮୨° ୩୦’ ପୂ.
14. ୨୩୧°/୨ ଉତ୍ତର ସମାକ୍ଷରେଖାକୁ _________ କୁହାଯାଏ।
(ସୁମେରୁବୃତ୍ତ, ମକରକ୍ରାନ୍ତି, କୁମେରୁବୃତ୍ତ, କର୍କଟକ୍ରାନ୍ତି )
Answer:
କର୍କଟକ୍ରାନ୍ତି
15. ଗୋଟିଏ ସ୍ଥାନର ଅକ୍ଷାଂଶ ଅତିବେଶିରେ ____________ ଡିଗ୍ରୀ ହୋଇପାରେ।
(୩୦ , ୬୦,୯୦, ୧୦୫)
Answer:
୯୦
ତୁମ ପାଇଁ କାମ
- ମାନଚିତ୍ର ସାହାଯ୍ୟରେ ନିମ୍ନ ସାରଣୀଟି ପୂରଣ କର । (ସାରଣୀଟି ପୂରଣ କରି ଦିଆଯାଇଛି ।)