BSE Odisha 8th Class Science Notes Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍

Odisha State Board BSE Odisha 8th Class Science Notes Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍ will enable students to study smartly.

BSE Odisha Class 8 Science Notes Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍

→ ଉପକ୍ରମ :
1. କପାସୂତା, ମଠା, ପାଟ, ଟସର, ଉଲ୍ ଇତ୍ୟାଦି ବସ୍ତୁଗୁଡ଼ିକ ଉଭିଦଜାତ ସୂତାରେ ତିଆରି ହୋଇଥାଏ । ଏଣୁ ସେଗୁଡ଼ିକୁ ପ୍ରାକୃତିକ ତନ୍ତୁ କୁହାଯାଏ ।
2. ପଲିଷ୍ଟର, ନାଇଲନ୍, ରେୟନ ଇତ୍ୟାଦି ପ୍ରସ୍ତୁତ ତନ୍ତୁଗୁଡ଼ିକୁ କୃତ୍ରିମ ତନ୍ତୁ କୁହାଯାଏ ।
3. ବେକେଲାଇଟ୍, ପିଭିସି, ସନ୍‌ମାଇକା ଇତ୍ୟାଦି ଜିନିଷଗୁଡ଼ିକ ପ୍ଲାଷ୍ଟିକ୍‌ରେ ତିଆରି ହୋଇଥାଏ ।

ପ୍ର. ତୁମେ ଜାଣିଥୁବା ପ୍ରାକୃତିକ ଓ କୃତ୍ରିମ ତନ୍ତୁରୁ ପ୍ରସ୍ତୁତ ବସ୍ତ୍ର ତଥା ପ୍ଲାଷ୍ଟିକ୍‌ସରୁ ପ୍ରସ୍ତୁତ କେତେକ ଜିନିଷର ଏକ ତାଲିକା ପ୍ରସ୍ତୁତ କର ।
ଉ-
ପ୍ରାକୃତିକ ଓ କୃତ୍ରିମ ତନ୍ତୁରୁ ପ୍ରସ୍ତୁତ ବସ୍ତ୍ର –
ଶାଢ଼ି, ପ୍ୟାଣ୍ଟ୍, ସାର୍ଟ, ଧୋତି, ସୁଇଟର, କୋର୍ଟ, ପାଟବସ୍ତ୍ର, ଉଲ୍‌ଟୋପି ।
ପଲିଥୁନ୍ ମୁଣି, ବୋତଲ, ଜାର, ମଗ, ଦଉଡ଼ି, ଗାଲିଚା, ଫୋନ୍, ତାୱା ।

→ ପଲିମର ଓ ସଂଶ୍ଳେଷିତ ତନ୍ତୁ (Polymer and Synthetic Fibres) :

  • କପା, ଝୋଟ, ଉଲ୍, ଟସର ଇତ୍ୟାଦି ପ୍ରାକୃତିକ ତନ୍ତୁ ଉଭିଦ ତଥା ପ୍ରାଣୀମାନଙ୍କଠାରୁ ମିଳିଥାଏ; କିନ୍ତୁ କୃତ୍ରିମ ତନ୍ତୁ ରାସାୟନିକ ପ୍ରତିକ୍ରିୟାରୁ ପ୍ରସ୍ତୁତ କରାଯାଏ ।
  • ପଲିଥନ୍ ଏକ କୃତ୍ରିମ ତନ୍ତୁର ଉଦାହରଣ ଅଟେ । ଏହା ଏଥୁଲିନ୍ ବା ଏଥୁନ୍ ନାମକ ଏକ ପ୍ରକାର ଗ୍ୟାସୀୟ ଯୌଗିକରୁ ପ୍ରସ୍ତୁତ ହୋଇଥାଏ ।
  • ଉଚ୍ଚ ତାପ ଓ ଅତ୍ୟଧିକ ଚାପରେ ଏହି ଯୌଗିକର ଅଣୁଗୁଡ଼ିକ ଏକତ୍ର ଯୁକ୍ତହୋଇ ବୃହତ୍ ଅଣୁରେ ପରିଣତ ହୁଅନ୍ତି । ଏହାକୁ ଗୋଟିଏ ଗୋଟିଏ ଏକକ କୁହାଯାଏ । ଏହି ବୃହତ୍ ଅଣୁଗୁଡ଼ିକ ସଂଯୋଜିତ ବା ସଂଶ୍ଳେଷିତ ହୋଇ ଆହୁରି ବୃହତ୍ତର ଅଣୁ ଗଠନ କରନ୍ତି । ଏହାର ନାମ ପଲିଏଥୁଲିନ୍ ବା ପଲିଥୁନ୍ ।
  • ପଲିଥୁନ୍ ଏକ ପ୍ରକାର ପଲିମର ଓ ପ୍ଲାଷ୍ଟିକ୍ ଶ୍ରେଣୀ ଅନ୍ତର୍ଗତ । ଏହି ପଲିମର ଲମ୍ବା ଶିକୁଳି ଆକୃତି ବିଶିଷ୍ଟ ଓ ଏଥ‌ିରେ ଏକକଗୁଡ଼ିକ ଗୋଟିଏ ହାରରେ ଥ‌ିବା ମାଳି ପରି ସଜ୍ଜିତ ହୋଇ ରହିଥା’ନ୍ତି ।
  • ବ୍ୟବହାର କରାଯାଉଥିବା ପଲିଷ୍ଟର (ପଲି + ଇଷ୍ଟର) ବସ୍ତୁର ତନ୍ତୁ ଅନେକଗୁଡ଼ିଏ ଇଷ୍ଟର ଏକକରୁ ସଂଶ୍ଳେଷିତ ହୋଇଥାଏ । ତେଣୁ ଏହାକୁ ସଂଶ୍ଳେଷିତ ତନ୍ତୁ କହନ୍ତି । ଏହା ମଧ୍ୟ ଏକ ପ୍ରକାର ପଲିମର ।

BSE Odisha 8th Class Science Notes Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍ 1

  • ପଲିମର (polymer) ଦୁଇଟି ଗ୍ରୀକ୍ ଶବ୍ଦ ‘poly’ ଏବଂ ‘mer’ ରୁ ଗଠିତ । ‘ପଲି’(poly) 2 600 ଅନେକ (many) ଏବଂ ‘ମର’ (mer)ର ଅର୍ଥ ହେଉଛି ଏକା ପ୍ରକାରର ଏକକ (ଅଣୁ)ର ବାରମ୍ବାରତା ।
  • ଉଦ୍ଭିଦ ଜୀବକୋଷର ପ୍ରାଚୀର (ବାହ୍ୟ ଆବରଣ)ରେ ସେଲ୍ୟୁଲୋଜ୍ ନାମକ ଏକ ପ୍ରକାର ପଲିମର ଅଛି । ବହୁ- ସଂଖ୍ୟକ ଗ୍ଲା କୋଜ୍ ଏକକର ସମାହାରରୁ ସେଲ୍ୟୁଲୋଜ୍ ପଲିମର ସୃଷ୍ଟି ହୋଇଥାଏ । କପାର ତନ୍ତୁ ସେଲ୍ୟୁଲୋଜ ପଲିମର୍‌ରେ ଗଠିତ । ଏହା ଏକ ପ୍ରାକୃତିକ ପଲିମର । ଶାଳଗଛରୁ ସଂଗ୍ରହ କରାଯାଉଥ‌ିବା ଝୁଣା ଏବଂ ରବର ଗଛର କ୍ଷୀରରୁ ପ୍ରସ୍ତୁତ କରାଯାଉଥିବା ରବର ପ୍ରତ୍ୟେକ ଗୋଟିଏ ଲେଖାଏଁ ପ୍ରାକୃତିକ ପଲିମର ।
  • ସେଲ୍ୟୁଲୋଜ୍ ଏକ ପ୍ରାକୃତିକ ପଲିମର ଅଟେ । ଶାଳଗଛରୁ ସଂଗୃହିତ ଝୁଣା ଏବଂ ରବର ଗଛର କ୍ଷୀରରୁ ପ୍ରସ୍ତୁତକରାଯାଉଥ‌ିବା ରବର ପ୍ରାକୃତିକ ପଲିମରର ଉଦାହରଣ ଅଟନ୍ତି ।
  • ସ୍ଵତନ୍ତ୍ର ଜାତିର ମେଣ୍ଢା, ଛେଳି, ଓଟ, ଚମରୀଗାଈ, ଆଦି ପଶୁମାନଙ୍କର ଲୋମ ବା ତନ୍ତୁକୁ ଉଲ୍ କୁହାଯାଏ । ଉଲ୍‌ରେ ବୁଣାଯାଇଥିବା କପଡ଼ାକୁ ରେଶମ ବସ୍ତ୍ର କହନ୍ତି । ଉଭୟ ରେଶମ ଓ ପଶମ ବସ୍ତ୍ର ପ୍ରାଣୀଜ ପ୍ରାକୃତିକ ତନ୍ତୁ ।
  • ଝୋଟ ନଳିତାଗଛର ବକ୍କଳରୁ ତିଆରି ତନ୍ତୁ ତଥା ଉଭିଦଜ ପ୍ରାକୃତିକ ତନ୍ତୁ ଅଟେ ।
  • ସେହିପରି ରେୟନ, ନାଇଲନ୍, ପଲିଷ୍ଟର, ଏକ୍ରିଲିକ୍ ଇତ୍ୟାଦି ମଧ୍ୟ ସଂଶ୍ଳେଷିତ ତନ୍ତୁ ଅଟନ୍ତି । ବିଭିନ୍ନ ଯୌଗିକ ମଧ୍ୟରେ ସଂଘଟିତ ରାସାୟନିକ ପ୍ରତିକ୍ରିୟାରୁ ଏହି ତନ୍ତୁଗୁଡ଼ିକ ପ୍ରସ୍ତୁତ କରାଯାଏ । ଏହି ତନ୍ତୁରେ ପ୍ରସ୍ତୁତ କପଡ଼ାକୁ ପଲିମର ବସ୍ତ୍ର କିମ୍ବା ସଂକ୍ଷେପରେ ପଲିବସ୍ତ୍ର କହନ୍ତି ।

→ ରେୟନ୍ :
(i) ରେଶମ ବା ପ୍ରାକୃତିକ ସିଲ୍‌କ ଦେଖିବାକୁ ସୁନ୍ଦର, ଚକ୍‌କ୍, ପତଳା ଓ ହାଲୁକା ଏବଂ ଏହା ବିଭିନ୍ନ ରଙ୍ଗରେ ଉପଲବ୍‌ଧି ହୋଇଥାଏ ।

(ii) ନରମ କାଠର ଛୋଟ ଛୋଟ ଖଣ୍ଡକୁ ସ୍ୱତନ୍ତ୍ର ପଦ୍ଧତିରେ ପେଷ୍ଟରେ ପରିଣତକଲେ କାଠମଣ୍ଡ ମିଳେ । କାଠମଣ୍ଡରେ ଥ‌ିବା ଅଶୁଦ୍ଧ ସେଲ୍ୟୁଲୋକୁ କେତେକ ରାସାୟନିକ ପଦ୍ଧତି ଦ୍ୱାରା ବିଶୁଦ୍ଧ ସେଲ୍ୟୁଲୋଜ୍‌ରେ ପରିଣତ କରି ଆଉ କେତେକ ରାସାୟନିକ ପଦାର୍ଥ ଦ୍ଵାରା ସୂକ୍ଷ୍ମ ରେୟନ ତନ୍ତୁ ପ୍ରସ୍ତୁତ କରାଯାଏ । ରେୟନ ତନ୍ତୁ, ରେଶମ ବା ପ୍ରାକୃତିକ ସିଲ୍‌ ତନ୍ତୁ ଭଳି ଚକ୍ରଚକ୍ ଦେଖାଯାଉଥ‌ିବାରୁ ଏହାକୁ କୃତ୍ରିମ ରେଶମ ତନ୍ତୁ ଏବଂ ଏଥିରୁ ପ୍ରସ୍ତୁତ ବସ୍ତ୍ରକୁ କୃତ୍ରିମ ରେଶମ ବସ୍ତ୍ର କହନ୍ତି ।

→ ରେୟନ୍ ବସ୍ତ୍ରର ଉପଯୋଗିତା :

  • ରେୟନ୍ ସୂତା ଓ କପାସୂତା ମିଶ୍ରିତ କପଡ଼ାର ଧୋତି, ଶାଢ଼ୀ, ସୁଟ୍, ପ୍ୟାଣ୍ଟ, ସାର୍ଟ, ଫ୍ରକ୍ ଆଦି ପ୍ରସ୍ତୁତ କରାଯାଉଛି ।
  • ଏହି କପଡ଼ାରୁ ମଧ୍ୟ ବିଛଣା ଚାଦର, କବାଟ ଓ ଝରକାର ପରଦା, ଶେଯ ଓ ତକିଆ ଖୋଳ ଆଦି ତିଆରି
  • ରେୟନ ସୂତା ଓ ଭଲ ମିଶ୍ରିତ କପଡ଼ାରୁ ଗାଲିଚା ପ୍ରସ୍ତୁତି କରାଯାଉଛି ।
  • ରେୟନ ସୂତାରୁ ପ୍ରସ୍ତୁତ ଗଜ୍ କନା, କପାସୂତା ଗଜ୍ କନାଠାରୁ ଭଲ, କାରଣ ରେୟନ୍ ଗଜ୍ କ୍ଷତ ସ୍ଥାନରୁ ସହଜରେ ବାହାରିଯାଏ ।
  • ମୋଟର ଟାୟାର, ହୋସ୍ ପାଇପ୍, କନ୍‌ଭେୟର ବେଲଟ୍ ଆଦିର ପ୍ରସ୍ତୁତିରେ ରେୟନ୍ ତନ୍ତୁ ବ୍ୟବହାର କରାଯାଏ ।

→ ନାଇଲନ୍ ତନ୍ତୁର ଧର୍ମ ଓ ଉପଯୋଗିତା :
ନାଇଲନ୍ ଅନ୍ୟ ଏକ ମନୁଷ୍ୟକୃତ ତନ୍ତୁ । 1931 ମସିହାରେ ଆମେରିକାର ନ୍ୟୁୟର୍କ ସହରରେ ଏବଂ ଇଂଲଣ୍ଡର ଲଣ୍ଡନ ସହରରେ ଏକା ସମୟରେ ନାଇଲନ୍ ପ୍ରସ୍ତୁତ କରାଯାଇଥିଲା । ନ୍ୟୁୟର୍କର N ଓ Y ଅକ୍ଷର ଦ୍ଵୟକୁ ଏବଂ ଲଣ୍ଡନର L, O, N ଅକ୍ଷର ତ୍ରୟକୁ ନେଇ ନାଇଲନ୍‌ ଶବ୍ଦର ସୃଷ୍ଟି ।

→ ନାଇଲନ୍ ତନ୍ତୁର ଧର୍ମ :

  • ଶକ୍ତ, ସ୍ଥିତିସ୍ଥାପକ ଓ ହାଲୁକା ଅଟେ ।
  • ଅତି କମ୍ ଜଳ ଶୋଷଣ କରୁଥିବାରୁ ଶୀଘ୍ର ଶୁଖ୍ଯାଏ ।
  • ପତଳା ଓ ଦୀର୍ଘସ୍ଥାୟୀ ।
  • ଚକ୍‌କ୍ କରେ ଓ ସହଜରେ ସଫାକରି ହୁଏ ।
  • ଲୋଚାକଚା ହୁଏ ନାହିଁ ଓ ଏଥରେ ସ୍ଥାୟୀ ଭାଙ୍ଗପଡ଼େ ।
  • ଏଥିରେ କୀଟ ବା ଫିମ୍ପି ଲାଗନ୍ତି ନାହିଁ ।

→ ନାଇଲନ୍ ତନ୍ତୁର ଉପଯୋଗିତା :

  • ନାଇଲନ୍ ତନ୍ତୁରୁ ପ୍ରସ୍ତୁତ ଦଉଡି଼ ଷ୍ଟିଲ୍ ଦଉଡ଼ିଠାରୁ ଅଧିକ ଶକ୍ତ ହୋଇଥିବାରୁ ଏଥିରୁ ଘରୋଇ ବ୍ୟବହାର ପାଇଁ, ପର୍ବତ ଆରୋହଣ ପାଇଁ ଓ ଆକାଶ ଛତା ପାଇଁ ଆବଶ୍ୟକୀୟ ଦଉଡ଼ି ପ୍ରସ୍ତୁତ କରାଯାଏ ।
  • ଏହାର ଉଚ୍ଚମାନର ସ୍ଥିତିସ୍ଥାପକତା ଗୁଣ ଯୋଗୁ ବିଭିନ୍ନ ପ୍ରକାରର ଇଲାଷ୍ଟିକ୍ ଦଉଡ଼ି, କାର୍‌ର ସିଟ୍ ବେଲ୍ସ, ତମ୍ବୁର କପଡ଼ା, ଟୁଥ୍ ବ୍ରସ୍, ବ୍ୟାଗ୍ ଇତ୍ୟାଦି ଏଥିରୁ ପ୍ରସ୍ତୁତ କରାଯାଏ ।
  • ନାଇଲନ୍ ଖୁବ୍ ଶକ୍ତ ହୋଇଥ‌ିବାରୁ ବିଭିନ୍ନ ଯନ୍ତ୍ରାଂଶ ପ୍ରସ୍ତୁତିରେ ମଧ୍ୟ ବ୍ୟବହୃତ ହୁଏ ।
  • ଏଥିରେ ବୁଣାଯାଇଥିବା ମୋଜା, ଗଞ୍ଜି, ମଶାରି କନା, ଛତା ଆଦି ଦେଖିବାକୁ ସୁନ୍ଦର ଓ ଦୀର୍ଘସ୍ଥାୟୀ । ଏଗୁଡ଼ିକ ମଧ୍ୟ ସହଜରେ ସଫା କରିହୁଏ ।
  • ନାଇଲନ୍‌ରୁ ମାଛ ଧରା ଜାଲ ଓ ବନ୍ସୀ ସୂତା ପ୍ରସ୍ତୁତ ହୁଏ ।
  • ମଟର ଟାୟାର୍ ଓ କନ୍‌ଭେୟର ବେଲ୍‌ଟ ପ୍ରସ୍ତୁତିରେ ଏହି ତନ୍ତୁ ବ୍ୟବହୃତ ହୁଏ ।
  • ନାଇଲନ୍ ଓ ଉଲ୍ ମିଶ୍ରିତ କପଡ଼ାରୁ ସ୍ଟେଟର୍, ପୋଷାକ କନା, କମ୍ବଳ, ଗାଲିଚା ଆଦି ପ୍ରସ୍ତୁତ ହୁଏ ।
  • ଏହାର ଜଳ ଅବଶୋଷଣ ଶକ୍ତି ଖୁବ୍ କମ୍ ହୋଇଥିବାରୁ ଏଥୁରେ ତିଆରି ଜାଲ, ମଶାରି, ତମ୍ବୁକନା, ବ୍ୟାଗ୍ ଆଦି ଓଦାହେଲେ ଶୀଘ୍ର ଶୁଖୁଏ ।
  • ଧୋଇବା ସମୟରେ ଘର୍ଷଣ ଦ୍ବାରା ଏବଂ ଫିମ୍ପି, ବ୍ୟାକ୍ଟେରିଆ, ଅସରପା ଆଦି ଦ୍ବାରା ଏହି ତନ୍ତୁର କ୍ଷୟ ଘଟେ ନାହିଁ ।BSE Odisha 8th Class Science Notes Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍ 2

→ ପଲିଷ୍ଟର (Polyster):

  • ବିଭିନ୍ନ ପ୍ରକାରର ଫୁଲ ଓ ପାଚିଲା ଫଳର ବାସ୍ନା ସେଗୁଡ଼ିକରେ ଥ‌ିବା ଭିନ୍ନ ଭିନ୍ନ ଇଷ୍ଟର୍‌ ନାମକ ରାସାୟନିକ ଯୌଗିକ ଯୋଗୁଁ ହୋଇଥାଏ ।
  • ବିଭିନ୍ନ ପ୍ରକାର କୃତ୍ରିମ ଅତର, ଥଣ୍ଡା ପାନୀୟ ଓ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥରେ ମିଶାଯାଇଥିବା ମନୁଷ୍ୟକୃତ ସୁଗନ୍ଧ ଦ୍ରବ୍ୟ ଭିନ୍ନ ଭିନ୍ନ ଇଷ୍ଟର ଅଟେ !
  • ପ୍ରକୃତିରୁ ଏହିପରି ଅନେକ ଇଷ୍ଟର ଶ୍ରେଣୀଭୁକ୍ତ ଯୌଗିକ ମିଳିଥାଏ ।
  • ବିଜ୍ଞାନାଗାରରେ ଅନେକ ଇଷ୍ଟର୍ (ester) ଯୌଗିକ ପ୍ରସ୍ତୁତ କରାଯାଇପାରେ ।
  • ଇଷ୍ଟର ଏକକକୁ ନେଇ ଗଠିତ ପଲିମର୍‌କୁ ପଲିଷ୍ଟର୍ (Polyster / Polyester) କୁହାଯାଏ ।

→ ଟେରିଲିନ୍ ବସ୍ତ୍ରର ବିଶେଷତ୍ଵ ଓ ଉପଯୋଗିତା :

  • ଟେରିଲିନ୍ ବା ଡେକ୍ସନ୍ ଏକ ନିର୍ଦ୍ଦିଷ୍ଟ ପଲିଷ୍ଟର୍‌ର ଯୌଗିକ ଅଟେ ଓ ଏହା ଏକ କୃତ୍ରିମ ପଲିମର ।
  • ଏଥିରୁ ମୁଖ୍ୟତଃ ସୂତା ପ୍ରସ୍ତୁତ ହୁଏ ଏବଂ ସେହି ସୂତାରୁ ଟେରିଲିନ୍ ବସ୍ତ୍ର ବୁଣାଯାଏ ।

→ ବିଶେଷତ୍ଵ :

  • ଏଗୁଡ଼ିକ ଶକ୍ତ ଓ ଦୀର୍ଘସ୍ଥାୟୀ ।
  • ଏଗୁଡ଼ିକ ଲୋଚାକଚା ହୁଏ ନାହିଁ ଓ ଏଥରେ ଭାଙ୍ଗ ଦୀର୍ଘଦିନ ରହେ ।
  • ଏଥରେ କୀଟ ଓ ଫିମ୍ପି ଲାଗନ୍ତି ନାହିଁ ।
  • ଏହା ଜଳ ଅବଶୋଷଣ କ୍ଷମତା କମ୍ ହୋଇଥିବାରୁ ଶୀଘ୍ର ଶୁଖୁଏ ।
  • ଏହା ବସ୍ତ୍ର ଶୀଘ୍ର ସଫା ହୁଏ ।
  • ଉକ୍ତ ବସ୍ତ୍ର ଧୋଇବାବେଳେ ଘର୍ଷଣ ଜନିତ କ୍ଷୟ ହୁଏ

→ ପଲିଷ୍ଟରର ଉପଯୋଗିତା (Uses) :

  • ଏହି ତନ୍ତୁ ସୁଟ୍, ଜ୍ୟାକେଟ୍, ସାର୍ଟ, ଟ୍ରାଉଜର୍ ଓ ଶାଢ଼ି ପ୍ରସ୍ତୁତିରେ ବ୍ୟବହୃତ ହୁଏ । ରାସାୟନିକ ଶିଳ୍ପରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ସୁରକ୍ଷା ବସ୍ତ୍ର ପ୍ରସ୍ତୁତିରେ ଏହା ବ୍ୟବହୃତ ହୁଏ ।
  • ରାସାୟନିକ ଶିଳ୍ପରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ସୁରକ୍ଷା ବସ୍ତ୍ର ପ୍ରସ୍ତୁତିରେ ଏହା ବ୍ୟବହୃତ ହୁଏ ।
  • କନ୍‌ଭେୟର୍ ବେଲ୍ଟ ପ୍ରସ୍ତୁତିରେ ଏହା ବ୍ୟବହୃତ ହୁଏ ।

ବିଭିନ୍ନ ଜିନିଷ ରଖୁବା ପାଇଁ ବ୍ୟବହୃତ ବୋତଲ, ଜାର୍, ବାସନକୁସନ, ଫଟୋଉଠାଇବା ଫିଲ୍ମ, ଅଡ଼ିଓ କ୍ୟାସେଟ୍‌ର ଟେପ୍, ପାଲବନ୍ଧା ଡଙ୍ଗାର ପାଲ ଆଦି ‘ପେଟ୍ ପଲିଷ୍ଟର’ ରେ ତିଆରି ହୋଇଥାଏ ।

→ ଏପ୍ରିଲିକ୍ (Acrylic) :

  • ଏକ୍ରିଲିକ୍ ଏକ ମନୁଷ୍ୟକୃତ ପଲିମର୍ । ଏହି ସୂତା ଦେଖୁବାକୁ ଉଲ୍ ଭଳି ହୋଇଥିବାରୁ ଏହାକୁ କୃତ୍ରିମ ଉଲ୍ କୁହାଯାଏ ।
  • କେତେକ ଜଣାଶୁଣା ଏକ୍ରିଲିକ୍ ତନ୍ତୁ ହେଲା – ଅରଲନ୍ (Orlon), ଏକ୍ରିଲନ୍ (acrilon) ଓ କାଶ୍‌ମିଲନ୍ (Cashmilon) ।

ସାରଶା
କେଉଁଟିକୁ କିପରି ଚିହ୍ନିବ (ଦୀପ କିମ୍ବା ମହମବତୀ ଶିଖାରେ ଖଣ୍ଡେ ସୂତା ଜାଳ)
BSE Odisha 8th Class Science Notes Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍ 3

→ ପଲିମର (କୃତ୍ରିମ ବା ସଂଶ୍ଳେଷିତ) ତନ୍ତୁଗୁଡ଼ିକର ସୁବିଧା ଓ ଅସୁବିଧା :
ସୁବିଧା :

  • କୃତ୍ରିମ ତନ୍ତୁଗୁଡ଼ିକ ଶସ୍ତା ଓ ସହଜରେ ଉପଲବ୍‌ଧ ।
  • କୃତ୍ରିମ ତନ୍ତୁଗୁଡ଼ିକ ମଜବୁତ୍ ଓ ଦୀର୍ଘସ୍ଥାୟୀ । ଏହା ଲୋଚାକଚା ହୁଏ ନାହିଁ ।
  • କୃତ୍ରିମ ତନ୍ତୁଗୁଡ଼ିକ ଧୋଇବାସ ହଜ ଓ ଶୀର୍ଘ ଶୁଝାଏ ।
  • ଫିମ୍ପି, ବ୍ୟାକ୍ଟେରିଆ, ଅସରପା, ଅମ୍ଳ ଓ କ୍ଷାରଦ୍ୱାରା ଏହାର କ୍ଷୟ ଘଟେ ନାହିଁ ।
  • କୃତ୍ରିମ ତନ୍ତୁଗୁଡ଼ିକ ଦେଖୁବାକୁ ଚକ୍ରଚକ୍ ଓ ବିଭିନ୍ନ ରଙ୍ଗରେ ମିଳିଥାଏ ।

→ ଅସୁବିଧା :

  • ଏହା ମଧ୍ୟ ଦେଇ ବାୟୁ ଚଳାଚଳ ହୋଇପାରୁ ନ ଥିବାରୁ ଏହା ଝାଳ ଅବଶୋଷଣ କରେ ନାହିଁ ।
  • ଇସ୍ତ୍ରୀ କଲାବେଳେ ଉଚ୍ଚ ତାପମାତ୍ରାରେ ଏହା ନଷ୍ଟ ହୋଇଯାଇପାରେ ।
  • ଏହି ତନ୍ତୁ ନିର୍ମିତ ବସ୍ତ୍ର ପିନ୍ଧି ବିଜ୍ଞାନାଗାର କିମ୍ବା ରୋଷେଇଘରେ କାର୍ଯ୍ୟକରିବା ବିପଦଜନକ । କାରଣ ଏହା ଶୀଘ୍ର ନିଆଁ ଧରିପାରେ ।

→ ପ୍ଲାଷ୍ଟିକ୍‌ସ୍ (Plastics) :
Plastic ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦରୁ ଆସିଛି । ସେଗୁଡ଼ିକ ହେଲା – Plastikos ଏବଂ Plastos ଯାହାର ଅର୍ଥ ଯଥାକ୍ରମେ ଯେକୌଣସି ଆକାର ଓ ଆକୃତି ଧାରଣ କରିବା ପ୍ରକୃତି ଓ ଢାଞ୍ଚାରେ ଢାଳି ତିଆରି କରିବା ।

1. ଯେଉଁ ସଂଶ୍ଳେଷିତ ପଦାର୍ଥକୁ ତାପ ପ୍ରୟୋଗ କରି ଇଚ୍ଛାମୁତାବକ ଆକୃତି ଦେଇ ହୁଏ, ତାହାକୁ ପ୍ଲାଷ୍ଟିକ୍ କୁହାଯାଏ ।
2. ପ୍ଲାଷ୍ଟିକ୍ ଏକ ପଲିମର୍ । କେତେକ ପ୍ଲାଷ୍ଟିକ୍‌ସରେ ଏକକଗୁଡ଼ିକ ଗୋଟିଏ ଧାଡ଼ିରେ ସଜ୍ଜିତ ହୋଇ ରହୁଥିବାରୁ ସେଗୁଡ଼ିକୁ ଲିନିଅର୍ ପ୍ଲାଷ୍ଟିକ୍‌ (Linear Plastics) କୁହାଯାଏ ।
3. ଅନ୍ୟ କେତେକ ପ୍ଲାଷ୍ଟିକ୍‌ସ୍‌ରେ ଏକକଗୁଡ଼ିକ ଜାଲଭଳି ଛନ୍ଦାଛନ୍ଦା ହୋଇ ରହିଥ‌ିବାରୁ ସେଗୁଡ଼ିକୁ କ୍ରସ୍‌ଲିଂକ୍‌ ପ୍ଲାଷ୍ଟିକ୍‌ସ୍ Cross-linded plastics) କୁହାଯାଏ ।

ଇଂଲଣ୍ଡର Alexander Parkes (1855) ନାମକ ଜଣେ ବୈଜ୍ଞାନିକ ପ୍ରଥମେ ପ୍ଲାଷ୍ଟିକ୍ ପ୍ରସ୍ତୁତ କରିଥିଲେ । ତାଙ୍କ ଦ୍ଵାରା ପ୍ରସ୍ତୁତ ପ୍ଲାଷ୍ଟିକ୍‌କୁ ପାର୍କେସାଇନ୍ (Parkesine) କୁହାଯାଏ ।

4. ଉତ୍ତପ୍ତ ତରଳ ପ୍ଲାଷ୍ଟିକ୍‌ସ୍‌କୁ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଛାଞ୍ଚରେ ଢଳାଯାଏ ଏବଂ ଏହା ଥଣ୍ଡା ହେଲେ କଠିନ ଜିନିଷଟିକୁ ଛାଞ୍ଚରୁ ବାହାର କରାଯାଏ । ଏ ପ୍ରକ୍ରିୟା ଅବଲମ୍ବନରେ ପ୍ଲାଷ୍ଟିକ୍ ଚଦର ପ୍ରସ୍ତୁତ କରାଯାଏ ।
5. ଉତ୍ତପ୍ତ ତରଳ ପ୍ଲାଷ୍ଟିକ୍‌ସ୍‌ ସୂକ୍ଷ୍ମ ରନ୍ଧ୍ରବିଶିଷ୍ଟ ଯନ୍ତ୍ରରେ ଢାଳି ଭିନ୍ନ ଭିନ୍ନ ମୋଟେଇର ସୂତା ପ୍ରସ୍ତୁତ କରାଯାଏ । ଏ ପ୍ରକାରର ସୂତାକୁ ସଂଶ୍ଳେଷିତ ତନ୍ତୁ କୁହାଯାଏ ।
6. ତରଳ ପ୍ଲାଷ୍ଟିକ୍‌ରେ ବିଭିନ୍ନ ପ୍ରକାର ରଙ୍ଗ ମିଶାଇ ଭିନ୍ନ ଭିନ୍ନ ରଙ୍ଗର ପ୍ଲାଷ୍ଟିକ୍‌ସ୍ ପ୍ରସ୍ତୁତ କରାଯାଏ ।

→ ପ୍ଲାଷ୍ଟିକର ପ୍ରକାରଭେଦ :
(i) ଭୌତିକ ପ୍ରକୃତିକୁ ଭିଭିକରି ପ୍ଲାଷ୍ଟିକ୍‌ସ୍ ଗୁଡ଼ିକୁ ମୁଖ୍ୟତଃ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଛି; ଯଥା –
(a) ଥର୍ମୋପ୍ଲାଷ୍ଟିକ୍‌ସ୍ (Thermoplastics)
(b) ଥର୍ମୋସେଟିଙ୍ଗ୍ ପ୍ଲାଷ୍ଟିକ୍‌ସ୍ (Thermo-setting plastics) ବା ଥର୍ମୋସେଟ୍ ପ୍ଲାଷ୍ଟିକ୍‌ସ୍
(ii) କେତେକ କଠିନ ପ୍ଲାଷ୍ଟିକ୍‌କୁ ଉତ୍ତପ୍ରକଲେ ନରମ ହୋଇ ତରଳ ଅବସ୍ଥାକୁ ଆସେ ଏବଂ ଥଣ୍ଡାକଲେ କଠିନ ହୋଇଯାଏ । ଏହି ଗୁଣଥ‌ିବା ପ୍ଲାଷ୍ଟିକ୍‌ସ୍‌ ଥର୍ମୋପ୍ଲାଷ୍ଟିକ୍‌ସ୍ କୁହାଯାଏ । ଏଗୁଡ଼ିକରେ ବୈଖ୍ୟକ ଏକକ ସଜ୍ଜା ଦେଖିବାକୁ ମିଳେ ।
BSE Odisha 8th Class Science Notes Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍ 4
(iii) ଅନ୍ୟ କେତେକ କଠିନ ପ୍ଲାଷ୍ଟିକ୍‌କୁ ଉତ୍ତପ୍ତ କଲେ ତାହା ନରମ ହୁଏନାହିଁ କିମ୍ବା ତରଳ ଅବସ୍ଥାକୁ ଆସେ ନାହିଁ । ଏହି ଗୁଣଥ‌ିବା ପ୍ଲାଷ୍ଟିକ୍‌ସ୍‌କୁ ଥର୍ମୋସେଟିଙ୍ଗ ପ୍ଲାଷ୍ଟିକ୍‌ସ୍ କୁହାଯାଏ । ଏଗୁଡ଼ିକରେ କ୍ରସ୍‌ଲିଙ୍କଡ଼ ଏକକ ସଜ୍ଜା ଦେଖିବାକୁ ମିଳେ ।
BSE Odisha 8th Class Science Notes Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍ 5
(iv) ପଲିଥନ୍, PVC, ଥର୍ମୋକୋଲ୍, ଏକ୍ରିଲିକ୍ ଓ ଟେପ୍‌ଲନ୍ ଇତ୍ୟାଦି ଥର୍ମୋପ୍ଲାଷ୍ଟିକ୍‌ସ୍‌ ଉଦାହରଣ ହୋଇଥିବାବେଳେ ବେକେଲାଇଟ୍‌, ମେଲାମାଇନ୍, ଫର୍ମିକା ଇତ୍ୟାଦି ଥର୍ମୋସେଟିଙ୍ଗ୍‌ ପ୍ଲାଷ୍ଟିକ୍‌ସର ଉଦାହରଣ ଅଟନ୍ତି ।

→ ପ୍ଲାଷ୍ଟିକ୍‌ସର ପ୍ରଭୃତି (Nature of Plastics):

  • ନମନୀୟତା ଗୁଣ ଯୋଗୁଁ ଏଥୁରୁ ବିଭିନ୍ନ ଆକୃତିର ଦ୍ରବ୍ୟ ପ୍ରସ୍ତୁତ କରାଯାଏ ।
  • ତାପ କୁପରିବାହୀ ହୋଇଥିବାରୁ ଏହା ବିଦ୍ୟୁତ୍ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ ହୁଏ ।
  • ଏହା ଅଭଙ୍ଗୁର, ହାଲୁକା, ଶକ୍ତ ଏବଂ ଦୀର୍ଘକାଳ ସ୍ଥାୟୀ ଅଟେ ।
  • ଅମ୍ଳ, କ୍ଷାର ଆଦି ରାସାୟନିକ ପଦାର୍ଥଦ୍ବାରା ଏହା କ୍ଷୟ ହୁଏନାହିଁ ।
  • ପ୍ରସ୍ତୁତିବେଳେ ଯେକୌଣସି ରଙ୍ଗ ମିଶାଇ ଏହାକୁ ରଙ୍ଗିନ୍ କରାଯାଇପାରେ ।
  • ମେଲାମାଇନ୍ ପରି ପ୍ଲାଷ୍ଟିକ୍‌ସ୍ ଅଗ୍ନିନିରୋଧକ ଅଟେ ।

→ ପ୍ଲାଷ୍ଟିକ୍‌ସ୍‌ର ଉପଯୋଗିତା (Uses of Plastics):
(i) ପ୍ଲାଷ୍ଟିକ୍‌ ତିଆରି ଜିନିଷର ମୂଲ୍ୟ କାଚ, ଚୀନାମାଟି ଓ ଧାତୁତିଆରି ଜିନିଷ ଅପେକ୍ଷା ଶସ୍ତା, ସୁନ୍ଦର, ହାଲୁକା, ଦୀର୍ଘକାଳ ସ୍ଥାୟୀ ଓ
(ii) ବିଭିନ୍ନ ପ୍ରକାର ପ୍ଲାଷ୍ଟିକ୍‌ସ୍‌ର ବିଭିନ୍ନ ବ୍ୟବହାର ରହିଛି; ଯଥା –

BSE Odisha 8th Class Science Notes Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍ 6

(a) ପଲିଥନ୍ – ମୁଣି, ବିଭିନ୍ନ ପାଉଚ୍ ବୋତଲ ଓ ମଗ୍ ଇତ୍ୟାଦି ପ୍ରସ୍ତୁତ କରାଯାଏ ।
(b) ପିଭିସି – ଶିଶି, ବୋତଲ, ଜାର୍, ଜଗ୍, ମଗ୍ ଇତ୍ୟାଦି ପ୍ରସ୍ତୁତ କରାଯାଏ ।
(c) ପଲିପ୍ରପିନ୍ – ଦଉଡ଼ି, ଗାଲିଚା, ମାଛଧରା ଜାଲ ସୂତା ଇତ୍ୟାଦି ପ୍ରସ୍ତୁତ କରାଯାଏ ।
(d) ପଲିଷ୍ଟିରିନ୍ – କାଚ ଦ୍ରବ୍ୟ, କ୍ୟାମେରା, ଫୋନ୍, ଟିଭି ପ୍ୟାକିଙ୍ଗରେ ବ୍ୟବହୃତ ହୁଏ ।
(e) ଟେଫ୍‌ଲନ୍ – ନନ୍‌ଷ୍ଟିକ୍ କଡ଼େଇ, ତାୱା, ପ୍ରେସର କୁକର୍ ଆଦି ଭିତରପଟେ ଏହାର ଆବରଣ ଦିଆଯାଏ ।
(f) ଏପ୍ରିଲିକ୍ – ବସ୍, କାର ଇତ୍ୟାଦିର ଝରକା କାଚ ପାଇଁ ବ୍ୟବହୃତ ହୁଏ ।
(g) ବେକେଲାଇଟ୍ – ବିଦ୍ୟୁତ୍‌ ଉପକରଣ, ରେଡ଼ିଓ ଓ TV ବାକ୍ସ ଇତ୍ୟାଦି ଏଥୁରୁ ପ୍ରସ୍ତୁତ କରାଯାଏ ।
(h) ଫର୍ମିକା – କାଠ ଜିନିଷ ଉପରେ ଏହାକୁ ଆବରଣ ଭାବେ ବ୍ୟବହାର କରାଯାଏ ।
(i) ମେଲାମାଇନ୍ – ଟାଇଲ୍ ଓ ଅଗ୍ନିନିରୋଧକ କପଡ଼ା ପ୍ରସ୍ତୁତ କରାଯାଏ ।

→ ପ୍ଲାଷ୍ଟିକ୍‌ସ୍ ଓ ପରିବେଶ (Plastics and Environment):

  • ଅଧିକାଂଶ ପ୍ଲାଷ୍ଟିକ୍‌ସ୍ ପଦାର୍ଥକୁ ମାଟିରେ ଥିବା ବ୍ୟାକ୍ଟେରିଆ ନଷ୍ଟ କରିପାରନ୍ତି ନାହିଁ । ତେଣୁ ଏହି ଶ୍ରେଣୀର ପ୍ଲାଷ୍ଟିକ୍‌ଗୁଡ଼ିକୁ ‘ଜୈବ ଅବକ୍ଷୟ ଅଯୋଗ୍ୟ ପ୍ଲାଷ୍ଟିକ୍‌ସ୍’ କୁହାଯାଏ ।
  • ପ୍ଲାଷ୍ଟିକ୍‌ସ୍‌ନିତ ସମସ୍ୟାର ଭୟାବହତାକୁ ଉପଲବ୍ଧି କରି 2009 ମସିହାରେ ଭାରତ ସରକାର ପ୍ଲାଷ୍ଟିକ୍‌ସ୍ ସମ୍ପର୍କିତ ଏକ ଆଇନ ପ୍ରଣୟନ କରିଛନ୍ତି ।
  • ଏହି ଆଇନ ଅନୁଯାୟୀ ଏଣିକି କୌଣସି ପ୍ଲାଷ୍ଟିକ୍‌ସ୍ ଉତ୍ପାଦନ କରୁଥିବା କାରଖାନା ପୁନଃଚକ୍ରଣ ଅଯୋଗ୍ୟ ପ୍ଲାଷ୍ଟିକ୍‌ସ୍ ପ୍ରସ୍ତୁତ କରି ପାରିବେ ନାହିଁ । ପରିବେଶ ତଥା ଜୀବଜଗତର ସୁରକ୍ଷା କ୍ଷେତ୍ରରେ ଏହି ଆଇନ ସ୍ଵାଗତଯୋଗ୍ୟ ପଦକ୍ଷେପ ଅଟେ ।

→ ପ୍ଲାଷ୍ଟିସ୍ ଦ୍ରବ୍ୟର ବ୍ୟବହାର କମାଇବା ପାଇଁ ଆମେ କ’ଣ କରିପାରିବା ?
(i) ଲିଥନ୍ ମୁଣି ବଦଳରେ କାଗଜ ଠୁଙ୍ଗା ବ୍ୟବହାର କରିବା ।
(ii) ପଲିଥନ୍ ବ୍ୟାଗକୁ ବାରମ୍ବାର ବ୍ୟବହାର କରିବା ।
(iii) ଅବ୍ୟବହୃତ ପ୍ଲାଷ୍ଟିକ୍‌ସ୍‌ ପୁନଃଚକ୍ରଣ କରାଇବା ।
(iv) ହୋଟେଲରୁ ଖାଦ୍ୟପଦାର୍ଥ ପତ୍ରପୁଡ଼ିଆ କିମ୍ବା କାଗଜ ଡବାରେ ଆଣିବା ।
(v) ପ୍ଲାଷ୍ଟିକ୍‌ସ୍‌ର ବ୍ୟବହାର କମାଇବା ଦିଗରେ ସଚେତନ ହେବା ଓ ଏହାର ବ୍ୟବହାରକୁ ସୀମିତ କରିବା ଆବଶ୍ୟକ ।

ବିଷୟଭିତ୍ତିକ ଶବ୍ଦାବଳୀ :
BSE Odisha 8th Class Science Notes Chapter 3 ସଂଶ୍ଳେଷିତ ତନ୍ତୁ ଓ ପ୍ଲାଷ୍ଟିକ୍‌ସ୍ 7

CHSE Odisha Class 11 Sociology Unit 3 Objective Questions in Odia Medium

Odisha State Board CHSE Odisha Class 11 Sociology Solutions Unit 3 ସାମାଜିକ ଅନୁଷ୍ଠାନ Objective Questions.

CHSE Odisha 11th Class Sociology Unit 3 Objective Questions in Odia Medium

ବସ୍ତୁନିଷ୍ଠ / ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ :

1. ‘‘ପରିବାର ଶବ୍ଦଟି କେଉଁ ଭାଷାର ଶବ୍ଦ ‘ଫାମୁଲସ୍’ (Famulus) ରୁ ଆସିଅଛି ?
(କ) ରୋମାନ୍
(ଖ) ଲାଟିନ୍
(ଗ) ପର୍ତ୍ତୁଗୀଜ୍
(ଘ) ଗୀଜ୍
Answer:
(କ) ରୋମାନ୍

2. “ପରିବାର ହେଉଛି ଏକ କ୍ଷୁଦ୍ର ସମୂହ ଯେଉଁଥରେ ସୂକ୍ଷ୍ମ ଏବଂ ସ୍ଥାୟୀ ଯୌନ ସମ୍ପର୍କ ଥାଏ ଏବଂ ଏହା ସନ୍ତାନ ଜନ୍ମ ଏବଂ ସେମାନଙ୍କର ଲାଳନପାଳନ ପାଇଁ ଉଦ୍ଦିଷ୍ଟ ।’’ ଏକଥା କିଏ କହିଥିଲେ ?
(କ) ଓଗ୍‌ବର୍ଣ୍ଣ
(ଖ) ମାକାଇଭର୍
(ଗ) ବର୍ଗେସ୍
(ଘ) ଡେଭିସ୍
Answer:
(ଖ) ମାକାଇଭର୍

3. କେଉଁଟି ପରିବାରର ଏକ ଲକ୍ଷଣ ନୁହେଁ ?
(କ) ଏକ ସାଧାରଣ ବାସସ୍ଥଳୀ
(ଖ) ଏକ ପ୍ରକାର ବିବାହ
(ଗ) ଏକ ନାମକରଣ ପଦ୍ଧତି
(ଘ) ଏକ ନିର୍ଦ୍ଦିଷ୍ଟ ସୀମାରେଖା
Answer:
(ଘ) ଏକ ନିର୍ଦ୍ଦିଷ୍ଟ ସୀମାରେଖା

CHSE Odisha Class 11 Sociology Unit 3 Objective Questions in Odia Medium

4. କେଉଁଟି ପରିବାର ଏକ ଅପରିହାର୍ଯ୍ୟ ପ୍ରକାର୍ଯ୍ୟ ନୁହେଁ ?
(କ) ଯୌନ ଇଚ୍ଛା ତୃପ୍ତି
(ଖ) ପ୍ରଜନନ
(ଗ) ଧାର୍ମିକ ପ୍ରକାର୍ଯ୍ୟ
(ଘ) ସନ୍ତାନମାନଙ୍କର ଯତ୍ନ
Answer:
(ଗ) ଧାର୍ମିକ ପ୍ରକାର୍ଯ୍ୟ

5. “ବିବାହ ହେଉଛି ଏକ ଅନୁମୋଦିତ ସାମାଜିକ ବ୍ୟବସ୍ଥା ଯାହାଦ୍ଵାରା ଦୁଇ ବା ତତୋଽଧକ ବ୍ୟକ୍ତି ଏକ ପରିବାର ଗଠନ କରିଥା’ନ୍ତି ।’’ – ଏକଥା କିଏ କହିଥିଲେ ?
(କ) ଗିଲିନ୍ ଓ ଗିଲିନ୍
(ଖ) ହଟନ୍ ଏବଂ ହଣ୍ଟ୍
(ଗ) ମାକାଇଭର୍ ଓ ପେଜ୍
(ଘ ) ଓଗ୍‌ବର୍ଣ୍ଣ ଓ ନିମ୍ କୋଫ୍
Answer:
(ଖ) ହଟନ୍ ଏବଂ ହଣ୍ଟ୍

6. ସ୍ଵାମୀ ମୃତ୍ୟୁବରଣ କରିବା ପରେ ବିଧବା ସ୍ତ୍ରୀ ମୃତସ୍ଵାମୀର ଭାଇକୁ ବିବାହ କରିବା ପ୍ରଥାକୁ କ’ଣ କୁହାଯାଏ ?
(କ) ସରୋରେଟ୍
(ଖ) ପଲିଗାମି
(ଗ) ଲେଭିରେଟ୍
(ଘ ) ମନୋଗାମି
Answer:
(ଗ) ଲେଭିରେଟ୍

7. ଯଦି ବିବାହ ପରେ ସ୍ତ୍ରୀ ନିଜ ପିତୃଗୃହ ପରିତ୍ୟାଗ କରି ନିଜ ସ୍ଵାମୀ ଗୃହରେ ସ୍ଥାୟୀଭାବରେ ଅବସ୍ଥାନ କରେ, ତେବେ ସେହି ପରିବାରକୁ କେଉଁ ପରିବାର କୁହାଯାଏ ?
(କ) ମାତୃ-ଆବାସିକ ପରିବାର
(ଖ) ଯୌଥ ପରିବାର
(ଗ) ପିତୃ-ଆବାସିକ ପରିବାର
(ଘ) ଏକକ ପରିବାର
Answer:
(ଗ) ପିତୃ-ଆବାସିକ ପରିବାର

8. ଯେଉଁ ବିବାହରେ ଜଣେ ପୁରୁଷ ଏକ ସମୟରେ ଏକାଧ୍ଵକ ନାରୀଙ୍କୁ ବିବାହ କରିଥାଏ, ସେତେବେଳେ ଏହାକୁ କ’ଣ କୁହାଯାଏ ?
(କ) ବହୁପତି ବିବାହ
(ଖ) ବହୁପତ୍ନୀ ବିବାହ
(ଗ) ଏକ ବିବାହ
(ଘ) ସମୂହ ବିବାହ
Answer:
(ଖ) ବହୁପତ୍ନୀ ବିବାହ

9. ଯେତେବେଳେ ଜଣେ ବ୍ୟକ୍ତି ନିଜ ସମୂହ ମଧ୍ଯରେ ନିଜର ଜୀବନସାଥୀ ନିର୍ବାଚନ କରିଥାଏ, ସେତେବେଳେ ଏହାକୁ କ’ଣ କୁହାଯାଏ ?
(କ) ବହିଃ-ବିବାହ
(ଖ) ଏକ ବିବାହ
(ଗ) ବହୁବିବାହ
(ଘ) ଆନ୍ତଃ-ବିବାହ
Answer:
(ଘ) ଆନ୍ତଃ-ବିବାହ

10. ଯେତେବେଳେ ଏକ ଉଚ୍ଚ ବର୍ଷ ବା ଉଚ୍ଚ ଜାତିର ପୁରୁଷ, ଏକ ନୀଚ ବର୍ଷ ବା ନୀଚ ଜାତିର କନ୍ୟାକୁ ବିବାହ କରିଥାଏ, ସେତେବେଳେ ଏହାକୁ କେଉଁ ବିବାହ କୁହାଯାଏ ?
(କ) ଅନୁଲୋମା
(ଖ) ପ୍ରତିଲୋମା
(ଗ) ସପିଣ୍ଡ ବିବାହ
(ଘ) ବହିଃ-ବିବାହ
Answer:
(କ) ଅନୁଲୋମା

B. ଏକ ପଦରେ ଉତ୍ତର ଦିଅ :

1. “ସାଧାରଣତଃ ଗୋଟିଏ ଗୃହରେ ବାସ କରୁଥିବା, ଗୋଟିଏ ରନ୍ଧନରେ ଭୋଜନ କରୁଥିବା, ଅବିଭକ୍ତ ସମ୍ପତ୍ତିର ଅଧ୍ୟାକାରୀ, ପାରିବାରିକ ପୂଜାବିଧ‌ିରେ ଅଭିନ୍ନଭାବେ ଅଂଶଗ୍ରହଣ କରୁଥ‌ିବା ଏବଂ ପରସ୍ପର ସମ୍ପର୍କରେ ଆବଦ୍ଧ ହୋଇଥିବା ବ୍ୟକ୍ତିବିଶେଷଙ୍କର ସମଷ୍ଟିକୁ ଯୌଥ ପରିବାର କୁହାଯାଏ ।’’ ଏହି ସଂଜ୍ଞାଟି କିଏ ପ୍ରଦାନ କରିଥିଲେ ?
Answer:
ଶ୍ରୀମତୀ ଇରାବତୀ କାର୍ଭେ (Irravati Karve) ।

2. ଯଦି ବିବାହ ପରେ ସ୍ଵାମୀ ନିଜ ଗୃହ ପରିତ୍ୟାଗ କରି ସ୍ତ୍ରୀ ଗୃହରେ ସ୍ଥାୟୀଭାବରେ ଅବସ୍ଥାନ କରେ, ପରିବାରକୁ କେଉଁ ପରିବାର କୁହାଯାଏ ?
Answer:
ମାତୃ-ଆବାସିକ ପରିବାର ।

CHSE Odisha Class 11 Sociology Unit 3 Objective Questions in Odia Medium

3. ‘‘ପରିବାର ହେଉଛି ସାମାଜିକ ସମ୍ପର୍କର ଏକ ପଦ୍ଧତି ଯାହା ପିତାମାତା ଏବଂ ସନ୍ତାନ ସନ୍ତତିମାନଙ୍କ ମଧ୍ୟରେ ରହିଥାଏ ।’’ ଏହି ସଂଜ୍ଞାଟି କିଏ ପ୍ରଦାନ କରିଥିଲେ ।
Answer:
ପ୍ରଫେସର କ୍ଲୋୟାର (Prof. Clare) ।

4. ପରିବାରର ଦୁଇଗୋଟି ଲକ୍ଷଣ କ’ଣ ଉଲ୍ଲେଖ କର ।
Answer:
(i) ଏକ ସାଧାରଣ ବାସସ୍ଥଳୀ
(ii) ଏକପ୍ରକାର ବିବାହ ପଦ୍ଧତି ।

5. ବହୁପତି ବିବାହର ଦୁଇଗୋଟି କାରଣ କ’ଣ ?
Answer:
(i) ଅତ୍ୟଧ୍ବ ଦାରିଦ୍ର୍ୟ (ii) ଜନସଂଖ୍ୟା ନିୟନ୍ତ୍ରଣର ଯୋଜନା ।

6. ବହୁପତି ବିବାହର ପ୍ରକାରଭେଦ ଉଲ୍ଲେଖ କର ।
Answer:
(i) ଭ୍ରାତୃକ (Fraternal) ବହୁପତି ବିବାହ ।
(ii) ଅଭ୍ରାତୃକ (Non-fraternal) ବହୁପତି ବିବାହ ।

7. ଆନ୍ତଃ-ଜାତି ବିବାହର ପ୍ରକାରଭେଦ ଉଲ୍ଲେଖ କର ।
Answer:
(i) ଅନୁଲୋମା (Anuloma) ବା ଉଚ୍ଚ ବିବାହ
(ii) ପ୍ରତିଲୋମା (Pratiloma) ବା ନୀଚ ବିବାହ ।

C. ଭ୍ରମ ସଂଶୋଧନ କର :

1. ଏକ ଅତି ପ୍ରାକୃତିକ ଶକ୍ତି ସହ ମନୁଷ୍ୟର ନିବିଡ଼ ବନ୍ଧନର ନାମ ହେଉଛି କର୍ମ ।
Answer:
ଏକ ଅତି ପ୍ରାକୃତିକ ଶକ୍ତି ସହ ମନୁଷ୍ୟର ନିବିଡ଼ ବନ୍ଧନର ନାମ ହେଉଛି କର୍ମ ।

2. ସାଧାରଣତଃ ବିବାହ ବନ୍ଧନଦ୍ୱାରା ଏବଂ ରକ୍ତ ସମ୍ପର୍କଦ୍ୱାରା ସୃଷ୍ଟି ହେଉଥ‌ିବା ସାମାଜିକ ସମ୍ପର୍କକୁ ବୈବାହିକ ସମ୍ପର୍କ ବୋଲି କୁହାଯାଇଥାଏ ।
Answer:
ସାଧାରଣତଃ ବିବାହ ବନ୍ଧନଦ୍ୱାରା ଏବଂ ରକ୍ତସମ୍ପର୍କଦ୍ୱାରା ସୃଷ୍ଟି ହେଉଥ‌ିବା ସାମାଜିକ ସମ୍ପର୍କକୁ ଜ୍ଞାତି ସମ୍ପର୍କ ବୋଲି କୁହାଯାଇଥାଏ ।

3. . ବହିଃ-ବିବାହର ଦୁଇଗୋଟି ପ୍ରକାରଭେଦ ହେଲା –
(i) ଗୋତ୍ର ବହିଃ-ବିବାହ, (ii) ପିଣ୍ଡ ବହିଃ-ବିବାହ ।
Answer:
ବହିଃ-ବିବାହର ଦୁଇଗୋଟି ପ୍ରକାର ଭେଦ ହେଲା –
(i) ଗୋତ୍ର ବହିଃ-ବିବାହ,
(ii) ସପିଣ୍ଡ ବହିଃ-ବିବାହ ।

4. ଯେତେବେଳେ ଜଣେ ନାରୀ ଅନେକଗୁଡ଼ିଏ ପୁରୁଷଙ୍କୁ ବିବାହ କରିଥାଏ, ଯେଉଁମାନେ ପରସ୍ପର ରକ୍ତ ସମ୍ପର୍କୀୟ ଭାଇ ହୋଇନଥା’ନ୍ତି ସେତେବେଳେ ଏହାକୁ ଭ୍ରାତୃକ ବହୁ-ପତି ବିବାହ କୁହାଯାଏ ।
Answer:
ଯେତେବେଳେ ଜଣେ ନାରୀ ଅନେକଗୁଡ଼ିଏ ପୁରୁଷଙ୍କୁ ବିବାହ କରିଥାଏ, ଯେଉଁମାନେ ପରସ୍ପର ରକ୍ତସମ୍ପର୍କୀୟ ଭାଇ ହୋଇନଥା’ନ୍ତି, ସେତେବେଳେ ଏହାକୁ ଅଭ୍ରାତୃକ ବହୁପତି ବିବାହ କୁହାଯାଏ ।

D. ଶୂନ୍ୟସ୍ଥାନ ପୂରଣ କର :

1. ଉଚ୍ଚ ଜାତି ଓ ନୀଚ ଜାତି ମଧ୍ୟରେ ବିବାହକୁ ___________ ବିବାହ କୁହାଯାଏ ।
Answer:
ଆନ୍ତ-ଜାତି (Inter-caste)

2. ଯେତେବେଳେ ଏକ ଉଚ୍ଚ ବର୍ଷ ବା ଉଚ୍ଚ ଜାତିର ନାରୀ, ଏକ ନୀଚ ବର୍ଣ୍ଣ ବା ନୀଚ ଜାତିର ପୁରୁଷକୁ ବିବାହ କରିଥାଏ, ସେତେବେଳେ ଏହାକୁ ___________ କୁହାଯାଏ ।
Answer:
ପ୍ରତିଲୋମା ନୀଚ ବିବାହ

3. ନିଜ ଜାତି ମଧ୍ୟରେ ଜୀବନସାଥୀ ମନୋନୟନର ନିୟମକୁ ___________ କୁହାଯାଏ ।
Answer:
ଜାତି ଆନ୍ତଃବିବାହ (Caste endogamy)

4. ଓଗ୍‌ବର୍ଣ୍ଣ ଏବଂ ନିମ୍ବକପ୍ (Ogburn & Nimkoff) ଙ୍କ ମତରେ “ଧର୍ମ ___________ ପ୍ରତି ଏକ ଦୃଷ୍ଟିଭଙ୍ଗୀ ଅଟେ ।”
Answer:
ଅତିମାନବୀୟ ଶକ୍ତି

CHSE Odisha Class 11 Sociology Unit 3 Objective Questions in Odia Medium

5. ସାଧାରଣତଃ ବିବାହ ବନ୍ଧନଦ୍ୱାରା ଏବଂ ରକ୍ତସମ୍ପର୍କଦ୍ୱାରା ସୃଷ୍ଟି ହେଉଥ‌ିବା ସାମାଜିକ ସମ୍ପର୍କକୁ ___________ ବୋଲି କୁହାଯାଇଥାଏ ।
Answer:
ଜ୍ଞାତି ସମ୍ପର୍କ

6. ସ୍ତ୍ରୀ ମୃତ୍ୟୁବରଣ କରିବା ପରେ ସ୍ୱାମୀ ମୃତ ସ୍ତ୍ରୀର ସାନଭଉଣୀକୁ ବିବାହ କରିବା ପ୍ରଥାକୁ ___________ କୁହାଯାଏ ।
Answer:
ସରୋରେଟ୍ (Sororate) / ଶାଳୀ ବିବାହ

7. ଗିଲିନ୍ ଏବଂ ଗିଲିନ୍ (Gillin & Gillin) ଙ୍କ ମତରେ, ‘‘ସନ୍ତାନ ଉତ୍ପାଦନ କରୁଥବା, ପରିବାରର ଏକ ଅନୁମୋଦିତ ସାମାଜିକ ବ୍ୟବସ୍ଥାକୁ ___________ କୁହାଯାଏ ।
Answer:
ବିବାହ ।

8. ଏକତ୍ର ବାସ କରୁଥିବା ଏବଂ ରକ୍ତ ସମ୍ପର୍କ ସୂତ୍ରରେ ଆବଦ୍ଧ ହୋଇଥିବା ଦୁଇ ବା ତତୋଽଧ୍ଵକ ବ୍ୟକ୍ତିମାନଙ୍କର ଏକ ସମୂହକୁ ___________ କୁହାଯାଇଥାଏ ।
Answer:
ପରିବାର

9. ଯେଉଁ ପରିବାରର ବୟୋଜ୍ୟେଷ୍ଠ ପୁରୁଷ ବ୍ୟକ୍ତି ଗୃହର ମୁଖ୍ୟକର୍ତ୍ତା ଅଟନ୍ତି ଏବଂ ସେ ସମସ୍ତ ଅଧିକାର ଓ କ୍ଷମତାଲାଭ କରିଥା’ନ୍ତି ଓ ପରିବାର ସମ୍ପତ୍ତିର ରକ୍ଷଣାବେକ୍ଷଣ କରିଥା’ନ୍ତି, ସେହି ପରିବାରକୁ ___________ ପରିବାର କୁହାଯାଏ ।
Answer:
ପିତୃତାନ୍ତିକ / ପିତୃକୈନ୍ଦ୍ରିକ

10. ଯେଉଁ ପରିବାରରେ ବୟୋଜ୍ୟେଷ୍ଠ ନାରୀ ଗୃହର ମୁଖ୍ୟକର୍ତ୍ତା ହୋଇଥା’ନ୍ତି ଓ ସମସ୍ତ କ୍ଷମତା ଓ କର୍ତ୍ତୃତ୍ଵର ଅଧିକାରିଣୀ ହୋଇଥା’ନ୍ତି, ସମ୍ପତ୍ତି ଉପରେ ତାଙ୍କର ଅଖଣ୍ଡ ଆଧ୍ୟାତ୍ୟ ଥାଏ, ସେହି ପରିବାରକୁ ___________ ପରିବାର କୁହାଯାଏ ।
Answer:
ମାତୃତାନ୍ତିକ / ମାତୃକୈନ୍ଦ୍ରିକ

11. ସ୍ଵାମୀ-ସ୍ତ୍ରୀ ଓ ସେମାନଙ୍କର ଅପ୍ରାପ୍ତବୟସ୍କ ସନ୍ତାନସନ୍ତମାନଙ୍କୁ ନେଇ ଗଠିତ ପରିବାରକୁ ___________ ପରିବାର କୁହାଯାଏ ।
Answer:
ଏକକ / ଦାମ୍ପତ୍ୟମୂଳକ

12. ଏକପ୍ରକାର ବିବାହ ଯେଉଁଥରେ ଜଣେ ପୁରୁଷ ଏକସମୟରେ କେବଳ ମାତ୍ର ଜଣେ ନାରୀକୁ ବିବାହ ___________ କରିଥାଏ ।
Answer:
ଏକ ବିବାହ (Monogamy)

13. ___________ ଙ୍କ ମତରେ ‘‘କେତେକ ସୀମିତ ଦ୍ରବ୍ୟଗୁଡ଼ିକ ଉପରେ ଜଣେ ବ୍ୟକ୍ତି ବା ସମୂହର ଅନ୍ୟ ସମସ୍ତ ବ୍ୟକ୍ତି ଏବଂ ସମୂହ ତୁଳନାରେ ଅଧିକାର ଏବଂ କର୍ଭବ୍ୟ ଗୁଡ଼ିକୁ ନେଇ ସମ୍ପତ୍ତି ଗଠିତ ।
Answer:
କିଙ୍ଗ୍ସ୍‌ ଡେଭିସ୍ (Kingsley Davis)

14. ___________ ସମ୍ପତ୍ତି ଉଭୟ ଏବଂ ଅମୂର୍ଣ ଅଟେ ।
Answer:
ମର୍ଭ ।

15. ଘର, ଟେବୁଲ, ଚେୟାର, ଲୁଗାପଟା, ଗହଣାଗାଣ୍ଠି, ଯାନବାହନ, ଇତ୍ୟାଦି ଦୃଶ୍ୟମାନ ବସ୍ତୁ ___________ ରୂପେ ପରିଚିତ ଅଟନ୍ତି ।
Answer:
ମୂର୍ଖ ।

16. ବ୍ୟବସାୟର ସୁନାମ, ବ୍ୟବସାୟ ଚିହ୍ନ ଇତ୍ୟାଦି ସ୍ପର୍ଶହୀନ ସମ୍ପରି ___________ ସମ୍ପତ୍ତି ରୂପେ ପରିଚିତ ଅଟନ୍ତି ।
Answer:
ଅମୂତ୍ତ ।

17. ___________ ଙ୍କ ମତରେ କୌଣସି ଦ୍ରବ୍ୟ ସମ୍ପତ୍ତି କି ନା, ଏହା ଏହି ଦ୍ରବ୍ୟର ବାହ୍ୟ ସ୍ୱରୂପ ଉପରେ ନିର୍ଭର ନ କରି ବରଂ ଏହି ଦ୍ରବ୍ୟ ଉପରେ ବ୍ୟକ୍ତିର ଅଧିକାରର ପ୍ରକୃତି ଉପରେ ନିର୍ଭର କରିଥାଏ ।
Answer:
ଡେଭିସ୍

CHSE Odisha Class 11 Sociology Unit 3 Objective Questions in Odia Medium

18. ହସ୍ଥାନାନ୍ତରୀକରଣ ___________ ଅଧିକାରର ପ୍ରଥମ ଏବଂ ସର୍ବପ୍ରଧାନ ଲକ୍ଷଣ ଅଟେ ।
Answer:
ସମ୍ପତ୍ତି (Property)

19. ଲେଖକଙ୍କର “କପି ରାଇଟ୍‌’’ (Copyright) ___________ ସମ୍ପଭିର ଉଦାହରଣ ଅଟେ ।
Answer:
ଅଦୃଶ୍ୟ

20. ___________ ତାଙ୍କ ଗବେଷଣାତ୍ମକ ନିବନ୍ଧ “De la Divison du travial social’’ ରେ ସ୍ପଷ୍ଟ ରୂପରେ ଦର୍ଶାଇଥିଲେ ଯେ ସରଳ ସମାଜ ତୁଳନାରେ ଆଧୁନିକ ଜଟିଳ ସମାଜରେ ଶ୍ରମ ବିଭାଜନ ଦ୍ବାରା ସାମାଜିକ ସଂଯୋଗ ଓ ଏକତା ପ୍ରତିଷ୍ଠା ହୋଇଥାଏ ।
Answer:
ଇମାଇଲ୍ ଦୁର୍ଖମ (Emile Durkheim)

CHSE Odisha Class 11 Sociology Unit 1 Objective Questions in Odia Medium

Odisha State Board CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ Objective Questions.

CHSE Odisha 11th Class Sociology Unit 1 Objective Questions in Odia Medium

ବସ୍ତୁନିଷ୍ଠ / ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ :

1. ସାମାଜିକ ବିଜ୍ଞାନର ଜନକ କିଏ ?
(କ) ଅଗଷ୍ଟ କମ୍‌ଟେ
(ଖ) ହର୍‌ବର୍ଟ ସ୍ପେସର୍
(ଗ) ଗିଲିନ୍ ଏବଂ ଗିଲିନ୍
(ଘ) ମୋରିସ୍ ଜିନସ୍‌ବର୍ଗ
Answer:
(କ) ଅଗଷ୍ଟ କମ୍‌ଟେ

2. ଲାଟିନ୍ ଶବ୍ଦ ‘ସୋସିୟସ୍’ର ଅର୍ଥ କ’ଣ ଅଟେ ?
(କ) ସମୁଦାୟ
(ଖ) ସମାଜ
(ଗ) ସଂଘ
(ଘ) ଅନୁଷ୍ଠାନ
Answer:
(ଖ) ସମାଜ

3. ଗ୍ରୀକ୍ ଶବ୍ଦ ‘ଲୋଗସ୍’ର ଅର୍ଥ କ’ଣ ଅଟେ ?
(କ) କଳା
(ଖ) ବିଜ୍ଞାନ
(ଗ) ସାହିତ୍ୟ
(ଘ) ଏଥୁମଧ୍ୟରୁ କେହି ନୁହେଁ ।
Answer:
(ଖ) ବିଜ୍ଞାନ

CHSE Odisha Class 11 Sociology Unit 1 Objective Questions in Odia Medium

4. ପ୍ରଥମେ ସମାଜ ବିଜ୍ଞାନ ଶବ୍ଦର ପ୍ରୟୋଗ କିଏ କରିଥିଲେ ?
(କ) ଇମାଇଲ୍ ଦୁର୍ଖମ୍
(ଖ) କାର୍ଲ ମାର୍କ
(ଗ) ଅଗଷ୍ଟ କମ୍
(ଘ) ମାକ୍ସ ୱେବର
Answer:
(ଗ) ଅଗଷ୍ଟ କମ୍‌

5. ସମାଜ ବିଜ୍ଞାନ କେବେ ସୃଷ୍ଟି ହୋଇଥିଲା ?
(କ) ୧୮୬୦
(ଖ) ୧୮୫୦
(ଗ) ୧୯୦୦
(ଘ) ୧୮୩୯
Answer:
(ଘ) ୧୮୩୯

6. ତ୍ରି-ସ୍ତରୀୟ ନିୟମ କିଏ ପ୍ରଚଳନ କରିଥିଲେ ?
(କ) ଅଗଷ୍ଟ କମ୍‌
(ଖ) ଇମାଇଲ୍ ଦୁର୍ଖମ୍‌
(ଗ) ହରବର୍ଟ
(ଘ) ମାକ୍‌ସ ୱେବର
Answer:
(କ) ଅଗଷ୍ଟ କମ୍‌

7. ଆତ୍ମହତ୍ୟା ତତ୍ତ୍ବ କିଏ ପ୍ରଦାନ କରିଥିଲେ ?
(କ) ଅଗଷ୍ଟ କମ୍‌
(ଖ) ଇମାଇଲ ଦୁର୍ଖମ୍
(ଗ) ହର୍‌ବର୍ଟ ସ୍ପେସର୍
(ଘ) ମାକ୍‌ସ ୱେବର
Answer:
(ଖ) ଇମାଇଲ୍ ଦୁର୍ଖମ୍

8. ଜୈବିକ ତତ୍ତ୍ଵର ମୁଖ୍ୟ ପୁରୋଧା କିଏ ?
(କ) ଅଗଷ୍ଟ କମ୍‌
(ଖ) ଇମାଇଲ୍ ଦୁର୍ଖମ୍
(ଗ) ହରବର୍ଟ ସେନ୍ସର
(ଘ) ମାକ୍‌ସ ୱେବର୍
Answer:
(ଗ) ହରବର୍ଟ ସେନ୍ସର୍

9. ‘‘ଇତିହାସ ଅତୀତର ସମାଜ ବିଜ୍ଞାନ ଏବଂ ସମାଜ ବିଜ୍ଞାନ ହେଉଛି ବର୍ତ୍ତମାନର ଇତିହାସ’’ – ଏକଥା କିଏ କହିଥିଲେ ?
(କ) ଜନ୍ ସେଲି
(ଖ) ଗେଟେଲ୍
(ଗ) ସେଇଲର୍
(ଗ) ଜି.ଇ. ହୋୱାର୍ଡ଼
Answer:
(ଘ) ଜି.ଇ.ହୋୱାର୍ଡ଼

10. ‘‘ସମାଜ ବିଜ୍ଞାନ ଏବଂ ନୃତତ୍ତ୍ବ ହେଉଛନ୍ତି ଦୁଇଟି ଯାଆଁଳା ଭଉଣୀ’’ – ଏକଥା କିଏ କହିଥିଲେ ?
(କ) ଏ.ଏଲ୍‌.କ୍ରୋବର୍
(ଖ) ବ୍ରାଉନ୍
(ଗ) ମାଲିନୋସ୍କି
(ଗ) ବ୍ରାଉନ୍
Answer:
(କ) ଏ.ଏଲ୍. କ୍ରୋବର୍

B. ଏକ ପଦରେ ଉତ୍ତର ଦିଅ :

1. କେଉଁ ଫରାସୀ ଦାର୍ଶନିକ ସର୍ବପ୍ରଥମେ ସମାଜ ବିଜ୍ଞାନ ଶବ୍ଦଟିକୁ ରୂପରେଖ ଦେଇଥିଲେ ?
Answer:
ଅଗଷ୍ଟ କମ୍‌ ।

2. ଇମାଇଲ୍ ଦୁର୍ଖମ୍, ଏଲ.ଟି. ହବସ୍ ଓ ପି.ଏ. ସରୋକିନ୍ କେଉଁ ମତବାଦର ପୃଷ୍ଠପୋଷକ ଥିଲେ ?
Answer:
ସାଂଶ୍ଳେଷିକ ମତବାଦ ।

CHSE Odisha Class 11 Sociology Unit 1 Objective Questions in Odia Medium

3. ଅଗଷ୍ଟ କମ୍‌ କେଉଁ ନିୟମ ପ୍ରଦାନ କରିଥିଲେ ?
Answer:
ତ୍ରି-ସ୍କରୀୟ ନିୟମ ।

4. ଜର୍ଜ ସିମେଲ୍, ସ୍କୁଲ୍, ମାକ୍‌ସ ୱେବର୍ ଓ ଫର୍ଜିନାଣ୍ଡ ଟନିସ୍ କେଉଁ ମତବାଦର ସମର୍ଥକ ଥିଲେ ?
Answer:
ସ୍ବାତନ୍ତ୍ର୍ୟ ବା ଆକୃତିଗତ ମତବାଦ ।

5. ସମାଜ ବିଜ୍ଞାନର ପରିସର ସମ୍ପର୍କରେ କେତେଗୋଟି ମତବାଦ ରହିଅଛି ?
Answer:
ଦୁଇଗୋଟି ମତବାଦ

6. ହରବର୍ଟ ସ୍ପେସର୍‌ଙ୍କର ସମାଜଶାସ୍ତ୍ର ପ୍ରତି ଥ‌ିବା ମୁଖ୍ୟ ଅବଦାନ କ’ଣ ?
Answer:
ଜୈବତତ୍ତ୍ବ ।

7. ଇମାଇଲ୍ ଦୁର୍ଖମ୍‌ଙ୍କର ସମାଜଶାସ୍ତ୍ର ପ୍ରତି ଥ‌ିବା ମୁଖ୍ୟ ଅବଦାନ କ’ଣ ?
Answer:
ଆତ୍ମହତ୍ୟା ତତ୍ତ୍ବ ।

8. ଭାରତବର୍ଷରେ ସମାଜ ବିଜ୍ଞାନର ଅଧ୍ୟାପନା କେବେ ଆରମ୍ଭ ହୋଇଥିଲା ?
Answer:
୧୯୧୯ ମସିହାରେ ।

9. ‘ସମାଜ ବିଜ୍ଞାନ’ ମୁଖ୍ୟତଃ କ’ଣ ବୁଝାଇଥାଏ ?
Answer:
ସମାଜର ଅଧ୍ୟୟନ ବା ବିଜ୍ଞାନକୁ ବୁଝାଇଥାଏ ।

C. ଭ୍ରମ ସଂଶୋଧନ କର :

1. ସମାଜ ବିଜ୍ଞାନର ସ୍ରଷ୍ଟା ହେଉଛନ୍ତି ବିଶିଷ୍ଟ ଜର୍ମାନ୍ ଦାର୍ଶନିକ ଅଗଷ୍ଟ କମ୍‌ ।
Answer:
ସମାଜ ବିଜ୍ଞାନର ସ୍ରଷ୍ଟା ହେଉଛନ୍ତି ବିଶିଷ୍ଟ ଫରାସୀ ଦାର୍ଶନିକ ଅଗଷ୍ଟ କମ୍‌ ।

2. ସମାଜ ବିଜ୍ଞାନ ଏକ ମୂର୍ତ୍ତି (Concrete) ବିଜ୍ଞାନ ଅଟେ ।
Answer:
ସମାଜ ବିଜ୍ଞାନ ଏକ ଅମୂର୍ଖ (Abstract) ବିଜ୍ଞାନ ଅଟେ ।

3. ଭାରତବର୍ଷରେ ସମାଜ ବିଜ୍ଞାନର ସର୍ବପ୍ରଥମେ ଅଧ୍ୟାପନା ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଆରମ୍ଭ ହୋଇଥିଲା ।
Answer:
ଭାରତବର୍ଷରେ ସମାଜ ବିଜ୍ଞାନର ସର୍ବପ୍ରଥମେ ଅଧ୍ୟାପନା ବମ୍ବେ ବିଶ୍ବବିଦ୍ୟାଳୟରେ ଆରମ୍ଭ ହୋଇଥିଲା ।

4. “ ସଂଘଟଦ୍ଧ ଜୀବନଯାପନ କରୁଥିବା ମନୁଷ୍ୟମାନଙ୍କର ପାରସ୍ପରିକ କ୍ରିୟାର ଅଧ୍ୟୟନକୁ ସମାଜ ବିଜ୍ଞାନ କୁହାଯାଏ ।’’ ଏକଥା ମୋରିସ୍ ଜିନ୍‌ସବର୍ଗ କହିଥିଲେ ।
Answer:
“ ସଂଘଟଦ୍ଧ ଜୀବନଯାପନ କରୁଥିବା ମନୁଷ୍ୟମାନଙ୍କର ପାରସ୍ପରିକ କ୍ରିୟାର ଅଧ୍ୟୟନକୁ ସମାଜ ବିଜ୍ଞାନ କୁହାଯାଏ ।’’ ଏକଥା ଗିଲିନ୍ ଏବଂ ଗିଲିନ୍ କହିଥିଲେ ।

5. ସମାଜ ବିଜ୍ଞାନ ଏକ ଭୌତିକ ବିଜ୍ଞାନ ଅଟେ ।
Answer:
ସମାଜ ବିଜ୍ଞାନ ଏକ ସାମାଜିକ ବିଜ୍ଞାନ ଅଟେ ।

D. ଶୂନ୍ୟସ୍ଥାନ ପୂରଣ କର :

1. ଆତ୍ମହତ୍ୟା ବା Suicide ସମ୍ପ୍ରତ୍ୟୟଟି ‘Sui’ ଯାହାର ଅର୍ଥ ‘ ___________ ’ ଓ ‘Cide’ ଯାହାର ଅର୍ଥ ‘ହତ୍ୟା’ର ସମ୍ମିଶ୍ରଣରେ ଗଠିତ ।
Answer:
ଆତ୍ମା

2. ସମାଜ ବିଜ୍ଞାନ ଶବ୍ଦଟି ଲାଟିନ୍ ଶବ୍ଦ ___________ ଏବଂ ଗ୍ରୀକ୍ ଶବ୍ଦ ___________ ର ସମ୍ମିଶ୍ରଣରେ ଗଠିତ ।
Answer:
ସୋସିଅସ୍, ଲୋଗସ୍

3. “ମାନବୀୟ ପାରସ୍ପରିକ କ୍ରିୟା ଏବଂ ___________ ସେଗୁଡ଼ିକର ଅବସ୍ଥା ଏବଂ ଫଳାଫଳର ଅଧ୍ୟୟନକୁ ସମାଜ ବିଜ୍ଞାନ କୁହାଯାଏ ।’’
Answer:
ପାରସ୍ପରିକ ସମ୍ପର୍କ

CHSE Odisha Class 11 Sociology Unit 1 Objective Questions in Odia Medium

4. ସମାଜ ବିଜ୍ଞାନର ସ୍ରଷ୍ଟା ବା ଜନକ ହେଉଛନ୍ତି ବିଶିଷ୍ଟ ଫରାସୀ ଦାର୍ଶନିକ ___________ ।
Answer:
ଅଗଷ୍ଟ କମ୍ ।

CHSE Odisha Class 11 Sociology Unit 1 Long Answer Questions in Odia Medium

Odisha State Board CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ Long Answer Questions.

CHSE Odisha 11th Class Sociology Unit 1 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ସମାଜ ବିଜ୍ଞାନର ସଂଜ୍ଞା ନିରୂପଣ କରି ଏହାର ପରିସର ଆଲୋଚନା କର ।
Answer:
ପ୍ରବୀଣ ଫରାସୀ ଦାର୍ଶନିକ ଅଗଷ୍ଟ କମ୍‌ ଏହି ସମାଜ ବିଜ୍ଞାନ ଶବ୍ଦକୁ ୧୮୩୯ ମସିହାରେ ପ୍ରଥମେ ରୂପରେଖ ଦେଇଥିଲେ । ତେଣୁ ତାଙ୍କୁ ସମାଜ ବିଜ୍ଞାନର ଜନକ ରୂପେ ଅଭିହିତ କରାଯାଇଥାଏ । ଏହି ସମାଜ ବିଜ୍ଞାନ ଶବ୍ଦଟି ଲାଟିନ୍ ଶବ୍ଦ ‘ସୋସାଇଟସ୍’ ଏବଂ ଗ୍ରୀକ୍ ଶବ୍ଦ ‘ଲୋଗସ୍’ର ସମ୍ମିଶ୍ରଣରେ ଗଠିତ । ଏହି ଶବ୍ଦ ପ୍ରକରଣ ଅନୁଯାୟୀ ସମାଜ ବିଜ୍ଞାନର ଅର୍ଥ ହେଉଛି ସମାଜର ଅଧ୍ୟୟନ ବା ବିଜ୍ଞାନ । ଏହି ସମାଜ ବିଜ୍ଞାନ ହେଉଛି ସମୂହ ମଧ୍ଯରେ ମନୁଷ୍ୟମାନଙ୍କର ବ୍ୟବହାର ଏବଂ ସେମାନଙ୍କର ଆନ୍ତଃକ୍ରିୟାର ଏକ ଅଧ୍ୟୟନ ।

ସଂଜ୍ଞା (Definitions) – ସମାଜ ବିଜ୍ଞାନମାନଙ୍କଦ୍ୱାରା ପ୍ରଦାନ କରାଯାଇଥିବା ବିଭିନ୍ନ ସଂଜ୍ଞାଗୁଡ଼ିକୁ ପର୍ଯ୍ୟାଲୋଚନା କଲେ ସମାଜ ବିଜ୍ଞାନ ସମ୍ବନ୍ଧରେ ସ୍ପଷ୍ଟ ଧାରଣା ମିଳିଥାଏ ।

ନିମ୍ନରେ କେତୋଟି ମୁଖ୍ୟ ସଂଜ୍ଞା ପ୍ରଦାନ କରାଗଲା –
(i) ହ୍ୟାରୀ ଏମ୍. ଜନ୍‌ସନ୍ (Harry M. Johnson) – “ସମାଜ ବିଜ୍ଞାନ ଏକ ବିଜ୍ଞାନ ଯାହାକି ସାମାଜିକ ସମୂହ, ସଙ୍ଗଠନ, ତାହାର ଅନ୍ତଃପ୍ରକାରଭେଦ ବା ଢଙ୍ଗ, ସଙ୍ଗଠନର ସେହି ପ୍ରକାରଭେଦରେ ଧାରାବାହିକତା ଲକ୍ଷ୍ୟ କରୁଥିବା କିମ୍ବା ପରିବର୍ତ୍ତନ ଆଣୁଥ‌ିବା ପ୍ରକ୍ରିୟାମାନ ଏବଂ ସମୂହ ମଧ୍ୟରେ ଥ‌ିବା ସମ୍ପର୍କ ସହିତ ସଂଶ୍ଳିଷ୍ଟ ।’’
(ii) କିମ୍ବଲ୍ ୟଙ୍ଗ (Kimbal Young) – “ସମାଜ ବିଜ୍ଞାନ ସମୂହ ଭିତରେ ଥିବା ମନୁଷ୍ୟମାନଙ୍କର ବ୍ୟବହାର ସହିତ ସଂପୃକ୍ତ ।”
(iii) ମ୍ୟାକ୍‌ସ ୱେବର୍ (Max-Weber) – “ସମାଜ ବିଜ୍ଞାନ ଏକ ବିଜ୍ଞାନ ଯାହା ସାମାଜିକ କ୍ରିୟାର ବିଶ୍ଳେଷଣାତ୍ମକ ଅର୍ଥକୁ ବୁଝିବାପାଇଁ ପଦକ୍ଷେପ ଗ୍ରହଣ କରିଥାଏ ।’’
(iv) ଏଚ୍.ପି. ଫେୟାର୍‌ଚାଇଲ୍ଡ (H.P. Fairchild) – “ମନୁଷ୍ୟ ଏବଂ ତା’ର ପରିବେଶ ମଧ୍ୟରେ ଥ‌ିବା ସମ୍ବର୍କର ଅଧ୍ୟୟନକୁ ସମାଜ ବିଜ୍ଞାନ କୁହାଯାଏ ।’’
(v) କିଇଲେ-ଡେଭିସ୍ (Kingsley Davis) – “ସମାଜ ବିଜ୍ଞାନ ହେଉଛି ସମାଜର ଏକ ସାଧାରଣ ବିଜ୍ଞାନ ।’’ ଉପରୋକ୍ତ ସଂଜ୍ଞାଗୁଡ଼ିକୁ ପର୍ଯ୍ୟାଲୋଚନା କଲେ ସମାଜ ବିଜ୍ଞାନ ସମ୍ପର୍କରେ ଆମେ ସ୍ପଷ୍ଟ ଚିତ୍ର ପାଇବାରେ ସମର୍ଥ ହୋଇଥାଉ । ଏହି ସମାଜ ବିଜ୍ଞାନ ହେଉଛି ବ୍ୟକ୍ତି -ବ୍ୟକ୍ତି ମଧ୍ୟରେ ପାରସ୍ପରିକ ସମ୍ପର୍କରେ ବିଜ୍ଞାନଭିଭିକ ଅଧ୍ୟୟନ । ଏହା ସେମାନଙ୍କର ସାଧାରଣ ସାମାଜିକ ଜୀବନ, କାର୍ଯ୍ୟାବଳୀ ଏବଂ ବିଭିନ୍ନ ଘଟଣାଗୁଡ଼ିକୁ ବୈଜ୍ଞାନିକ ଦୃଷ୍ଟିରୁ ଆଲୋଚନା କରିଥାଏ ।

ପରିସର କହିଲେ ବିଷୟବସ୍ତୁକୁ ହିଁ ବୁଝାଯାଏ । ସମାଜ ବିଜ୍ଞାନର ନିଜସ୍ୱ ପରିସର ବା ନିର୍ଦ୍ଦିଷ୍ଟ ସୀମା ରହିଛି । କିନ୍ତୁ ସମାଜ ବିଜ୍ଞାନର ପରିସରକୁ ନେଇ ବିଭିନ୍ନ ସମାଜ-ବିଜ୍ଞାନୀମାନେ ଭିନ୍ନ ମତ ପୋଷଣ କରିଛନ୍ତି ।

CHSE Odisha Class 11 Sociology Unit 1 Long Answer Questions in Odia Medium

ଏହି ସମାଜ ବିଜ୍ଞାନର ପରିସର ସମ୍ପର୍କରେ ଦୁଇଟି ମତବାଦ ରହିଛି । ସେଗୁଡ଼ିକ ହେଲା –
(i) ସ୍ୱାତନ୍ତ୍ର୍ୟ ବା ଆକୃତିଗତ ମତବାଦ ଏବଂ
(ii) ସାଂଶ୍ଲେଷିକ ମତବାଦ ।
ପ୍ରଥମ ମତବାଦର ସମର୍ଥକମାନେ ବିଶ୍ଵାସ କରନ୍ତି ଯେ ସମାଜ ବିଜ୍ଞାନ ଏକ ସ୍ବତନ୍ତ୍ର ବିଜ୍ଞାନ ଏବଂ ତା’ର ପରିସର ସୀମିତ ଅଟେ । ଦ୍ୱିତୀୟ ମତବାଦ ଅନୁସାରେ ସମାଜ ବିଜ୍ଞାନ ଏକ ସାଧାରଣ ବିଜ୍ଞାନ ଏବଂ ଏହାର ପରିସର ବ୍ୟାପକ ଅଟେ ।

(1) ସ୍ଵାତନ୍ତ୍ର୍ୟ ମତବାଦ (Specialistic School) :
ଏହି ମତବାଦର ସମର୍ଥକମାନେ ହେଲେ ଜର୍ଜ ସିଗେଲ, ଭିକାଁଣ୍ଡ, ମ୍ୟାକ୍‌ ୱେବର୍‌, ଭନ୍ ୱାଇଜ ଏବଂ ଫର୍ଜିନାଣ୍ଡ ଟନିସ୍ । ଏମାନେ ସମାଜ ଶାସ୍ତ୍ରର ପରିସରକୁ ଅତି ସଂକୀର୍ଣ୍ଣ ତଥା ସୀମିତ କରିଛନ୍ତି । ଏହି ମତବାଦ ଅନୁଯାୟୀ ସମାଜ ବିଜ୍ଞାନ ଏକ ସ୍ବତନ୍ତ୍ର ବିଜ୍ଞାନ ଯାହାକି କେବଳ ସାମାଜିକ ସମ୍ପର୍କର ବିଭିନ୍ନ ଆକୃତି (Form) କୁ ହିଁ ଅଧ୍ୟୟନ କରିଥାଏ ।

‘ଜର୍ଜ ସିମେଲ’ଙ୍କ ମତରେ, ସମାଜ ବିଜ୍ଞାନ କେବଳ ସାମାଜିକ ସମ୍ପର୍କର ବିଭିନ୍ନ ଆକୃତିକୁ ଅଧ୍ୟୟନ କରିବା ଉଚିତ । ତାଙ୍କ ମତରେ, ସମାଜ ବିଜ୍ଞାନ ଏକ ବିଶିଷ୍ଟ ସାମାଜିକ ବିଜ୍ଞାନ ଯାହାକି ସାମାଜିକ ସମ୍ପର୍କ, ସାମାଜିକୀକରଣ ଏବଂ ସାମାଜିକ ସମ୍ପର୍କର ବିଭିନ୍ନ ଆକୃତିକୁ ବର୍ଣ୍ଣନା, ବର୍ଗୀକୃତ, ବିଶ୍ଳେଷଣ ଏବଂ ପର୍ଯ୍ୟାଲୋଚନା କରେ । ତାଙ୍କ ମତରେ, ପ୍ରତିଯୋଗିତା, ବଶ୍ୟତା, ପ୍ରଭୁତ୍ଵ, ସାମାଜିକୀକରଣ ଏବଂ ଶ୍ରମବିଭାଜନ ପ୍ରଭୃତି ସାମାଜିକ ସମ୍ପର୍କର ମୁଖ୍ୟ ଆକୃତି । ସମାଜ ବିଜ୍ଞାନ ମନୁଷ୍ୟର ପ୍ରକୃତ ବ୍ୟବହାରକୁ ଅଧ୍ୟୟନ ନ କରି ଔପଚାରିକ ବ୍ୟବହାରକୁ ଅଧ୍ୟୟନ କରିଥାଏ ।

‘ଭିକାଣ୍ଡ’ ହେଉଛନ୍ତି ଏହି ସ୍ୱତାନ୍ତ୍ର୍ୟ ମତବାଦର ଅନ୍ୟଜଣେ ମୁଖ୍ୟ ପୁରୋଧା । ସେ ମତ ଦିଅନ୍ତି, ସମାଜ ବିଜ୍ଞାନ ଏକ ସ୍ଵାଧୀନ ସାମାଜିକ ବିଜ୍ଞାନ କିମ୍ବା ବିଜ୍ଞାନର ଏକ ସ୍ବତନ୍ତ୍ର ଶାଖା । ଏହା ମାନସିକ ସମ୍ପର୍କର ଚରମ ଆକୃତିକୁ ଅଧ୍ୟୟନ କରେ, ଯାହାକି ସମାଜରେ ମନୁଷ୍ୟମାନଙ୍କୁ ପରସ୍ପର ସହିତ ସମ୍ପର୍କୀକୃତ କରିଥାଏ । ସମାଜ ବିଜ୍ଞାନର ପରିସର ମାନସିକ ବା ମନସ୍ତାତ୍ତ୍ଵିକ ସମ୍ପର୍କଗୁଡ଼ିକୁ ଅଧ୍ୟୟନ କରେ, ଯାହା ମାଧ୍ୟମରେ ବ୍ୟକ୍ତି ସମୂହ ସହିତ ପରିଚିତ ହୋଇଥାଏ ।

ପ୍ରବୀଣ ଜର୍ମାନ୍ ସମାଜବିଜ୍ଞାନୀ ‘ମ୍ୟାକ୍‌ ୱେବର’ଙ୍କ ମତରେ, ସାମାଜିକ ବ୍ୟବହାରକୁ ବ୍ୟାଖ୍ୟା କରିବା ଏବଂ ଉତ୍ତମରୂପେ ବୁଝିବା ସମାଜ ବିଜ୍ଞାନର ପରିସରଭୁକ୍ତ ।

‘ଭନ୍‌ ୱାଇଜ’ଙ୍କ ମତରେ, ସମାଜ ବିଜ୍ଞାନର ପରିସର ସାମାଜିକ ସମ୍ପର୍କର ବିଭିନ୍ନ ଆକୃତିକୁ ଅଧ୍ୟୟନ କରିଥାଏ । ସେ ସାମାଜିକ ସମ୍ପର୍କକୁ ବିଭିନ୍ନ ପ୍ରକାରରେ ବିଭକ୍ତ କରିଛନ୍ତି । ସେଗୁଡ଼ିକ ହେଲା- ସ୍ଥାୟୀ ଓ ଅସ୍ଥାୟୀ ସାମାଜିକ ସମ୍ପର୍କ, ଔପଚାରିକ ଓ ଅନୌପଚାରିକ ସାମାଜିକ ସମ୍ପର୍କ, ସରଳ ଓ ଜଟିଳ ସାମାଜିକ ସମ୍ପର୍କ ଇତ୍ୟାଦି ।

‘ଫର୍ଜିନାଣ୍ଡ ଟନିସ୍’ଙ୍କ ମତରେ, ସମାଜ ବିଜ୍ଞାନ ଏକ ସ୍ବାଧୀନ ତଥା ବିଶୁଦ୍ଧ ସାମାଜିକ ବିଜ୍ଞାନ । ତାଙ୍କ ମତରେ, ବା ‘ସାମାଜିକ ସମ୍ପର୍କ’ ମଧ୍ୟରେ ଦୁଇଟି ମୌଳିକ ପ୍ରକାରଭେଦ ରହିଛି । ସେ ସାମାଜିକ ସମ୍ପର୍କରେ ବିଭିନ୍ନ ଆକୃତିକୁ ଭିଭିକରି ସମାଜ ଓ ସମୁଦାୟ ମଧ୍ୟରେ ପ୍ରଭେଦ ଦର୍ଶାଇଛନ୍ତି ।

ସମାଲୋଚନା (Criticism) – ଏହି ସ୍ବାତନ୍ତ୍ର୍ୟ ମତବାଦଟି ନିମ୍ନଲିଖ୍ ଦୃଷ୍ଟିକୋଣରୁ ସମାଲୋଚିତ ହୋଇଛି ।
(i) ଏହି ସ୍ବାତନ୍ତ୍ର୍ୟ ମତବାଦ ସମାଜ ବିଜ୍ଞାନର କ୍ଷେତ୍ରକୁ ସଂକୀର୍ଣ୍ଣ କରିଛି । କିନ୍ତୁ ପ୍ରକୃତରେ ସମାଜ ବିଜ୍ଞାନ କେବଳ ସାମାଜିକ ସମ୍ପର୍କର ଆକୃତିକୁ ଅଧ୍ୟୟନ କରି ନ ଥାଏ, ଏହା ସାମାଜିକ ଜୀବନ ସହିତ ସଂଶ୍ଳିଷ୍ଟ ସମସ୍ତ ବିଷୟବସ୍ତୁକୁ ଅଧ୍ୟୟନ କରିଥାଏ ।
(ii) ଦ୍ଵିତୀୟରେ, ମୂର୍ତ୍ତି ସମ୍ପର୍କଠାରୁ ପୃଥକ୍ କରି ଅମୂର୍ତ୍ତ ଆକୃତିକୁ ଅଧ୍ୟୟନ କରିବା ସମ୍ପୂର୍ଣ ଅସମ୍ଭବ । କେତେକ ସମାଜବିଜ୍ଞାନୀଙ୍କ ମତରେ, ମୂର୍ଖ ସମ୍ପର୍କଠାରୁ ଅମୂର୍ଷ ଆକୃତିର ପୃଥକରଣ ସମ୍ଭବପର ନୁହେଁ । କାରଣ ସାମାଜିକ ସମ୍ପର୍କର ଆକୃତିମାନ ସଦାସର୍ବଦା ପରିବର୍ତ୍ତନଶୀଳ । ଉଭୟ ଅମୂର୍ଖ ଆକୃତି (Abstract form) ଏବଂ ମୂର୍ଖ ସମ୍ପର୍କ (Concrete relationship) ଗୁଡ଼ିକୁ ଅଧ୍ୟୟନ କରାଯିବା ଉଚିତ । କାରଣ କୌଣସି ସାମାଜିକ ଆକୃତି ବିଷୟବସ୍ତୁ (Content) କୁ ବାଦ୍ ଦେଇ ସ୍ଵାଧୀନତାଭାବେ ତିଷ୍ଠି ପାରିବ ନାହିଁ ।
(iii) ତୃତୀୟରେ, ଆକୃତିଗତ ମତବାଦ ବିଶୁଦ୍ଧ ସମାଜ ବିଜ୍ଞାନ ଶବ୍ଦର ଅବତାରଣା କରିଛି । କିନ୍ତୁ ପ୍ରକୃତପକ୍ଷେ କୌଣସି ସମାଜବିଜ୍ଞାନୀ ଏକ ବିଶୁଦ୍ଧ ଏବଂ ସ୍ଵାଧୀନ ସମାଜ ବିଜ୍ଞାନ ଗଠନ କରିବା ଦିଗରେ ଏପର୍ଯ୍ୟନ୍ତ ସକ୍ଷମ ହୋଇପାରି ନାହାନ୍ତି ।
(iv) ସମାଜ ବିଜ୍ଞାନ କେବଳ ଗୋଟିଏ ସାମାଜିକ ବିଜ୍ଞାନ ଭାବରେ ସାମାଜିକ ସମ୍ପର୍କର ବିଭିନ୍ନ ଆକୃତିକୁ ଅଧ୍ୟୟନ କରି ନ ଥାଏ । ରାଜନୀତି ବିଜ୍ଞାନ, ଅର୍ଥଶାସ୍ତ୍ର, ମନୋବିଜ୍ଞାନ ଏବଂ ଆନ୍ତର୍ଜାତୀୟ ଆଇନ ଆଦି ବହୁ ସାମାଜିକ ବିଜ୍ଞାନ ମଧ୍ୟ ସାମାଜିକ ସମ୍ପର୍କକୁ ଅଧ୍ୟୟନ କରିଥା’ନ୍ତି ।

(2) ସାଂଶ୍ଳେଷିକ ମତବାଦ (Synthetic School) :
ସମାଜ ବିଜ୍ଞାନର ପରିସର ସମ୍ବନ୍ଧୀୟ ଦ୍ଵିତୀୟ ମତବାଦଟି ହେଉଛି ସାଂଶ୍ଲେଷିକ ମତବାଦ । ଏହି ମତବାଦଟିର ପୁରୋଧାମାନେ ହେଲେ ମୋରିସ୍ ଜିନିସ୍‌ବର୍ଗ, ଇମାଇଲ୍ ଦୁର୍ଖମ୍, ଏଲ୍.ଟି.ହବସ୍, ପି.ଏ. ସରୋକିନ୍ ଏବଂ କାର୍ଲ ମାନହେଇମ୍ । ଏହି ମତବାଦ ଅନୁସାରେ ସମାଜ ବିଜ୍ଞାନ ଏକ ନିର୍ଦ୍ଦିଷ୍ଟ ସାମାଜିକ ବିଜ୍ଞାନ ନୁହେଁ, ଏହା ଏକ ସାଧାରଣ ଏବଂ ସୁବ୍ୟବସ୍ଥିତ ସାମାଜିକ ବିଜ୍ଞାନ ଅଟେ । ଅନ୍ୟ ଅର୍ଥରେ ଏହା ସମସ୍ତ ସାମାଜିକ ବିଜ୍ଞାନର ଏକ ସଂଶ୍ଳେଷଣ ।

CHSE Odisha Class 11 Sociology Unit 1 Long Answer Questions in Odia Medium

ମୋରିସ୍ ଜିନିସ୍‌ବର୍ଗଙ୍କ ମତରେ, ସମାଜ ବିଜ୍ଞାନ ମନୁଷ୍ୟ ସହ ସମାଜର ବିଭିନ୍ନ ପ୍ରକାରର ସମ୍ପର୍କକୁ ବିଶ୍ଳେଷଣ କରିଥାଏ । ଏହି ସମ୍ପର୍କ ହେଉଛି ତିନି ପ୍ରକାରର । ଗୋଟିଏ ହେଉଛି ଗୋଷ୍ଠୀ ସହ ତା’ର ସମ୍ପର୍କ, ଦ୍ବିତୀୟଟି ହେଲା ମନୁଷ୍ୟ-ମନୁଷ୍ୟ ମଧ୍ୟରେ ପାରସ୍ପରିକ ସମ୍ପର୍କ ଏବଂ ତୃତୀୟଟି ହେଲା ପରିବେଶ ସହିତ ମନୁଷ୍ୟର ସମ୍ପର୍କ ।

ଇମାଇଲ ଦୁର୍ଖମ୍ ଏହି ସାଂଶ୍ଲେଷିକ ମତବାଦ ସପକ୍ଷରେ ଦୃଢ଼ ମତ ପୋଷଣ କରି ସମାଜ ବିଜ୍ଞାନକୁ ୩ ଭାଗରେ ବିଭକ୍ତ କରିଛନ୍ତି । ସେଗୁଡ଼ିକ ହେଲା –
(i) ସାମାଜିକ ରୂପତତ୍ତ୍ଵ,
(ii) ସାମାଜିକ ଜୀବନତତ୍ତ୍ଵ ଏବଂ
(iii) ସାଧାରଣ ସମାଜତତ୍ତ୍ଵ ।

ଏଲ୍.ଟି.ହବସ୍‌ଙ୍କ ମତରେ, ଆଦର୍ଶଗତ ଭାବେ ସମାଜ ବିଜ୍ଞାନ ହେଉଛି ବଭିନ୍ନ ସାମାଜିକ ବିଜ୍ଞାନର ଏକ ସଂଶ୍ଳେଷଣ । ଏହା ଅନ୍ୟାନ୍ୟ ସାମାଜିକ ବିଜ୍ଞାନଗୁଡ଼ିକୁ ନିଜର ପରିସରଭୁକ୍ତ କରିବା ଉଚିତ । ତାଙ୍କ ମତରେ, ସାମାଜିକ ଜୀବନର ସମସ୍ତ ଦିଗଗୁଡ଼ିକ ପରସ୍ପର ଆନ୍ତଃ-ସଂପୃକ୍ତ । ତେଣୁ ସାମାଜିକ ତଥ୍ୟଗୁଡ଼ିକୁ ଉତ୍ତମ ରୂପେ ବୁଝିବା ପାଇଁ ଅନ୍ୟ ଦିଗକୁ ବାଦ୍ଦେଇ ଗୋଟିଏ ଦିଗକୁ ଅଧ୍ୟୟନ କରିବା ଯଥେଷ୍ଟ ହେବନାହିଁ । ଏହି କାରଣରୁ ସମାଜ ବିଜ୍ଞାନ ସମୁଦାୟ ସାମାଜିକ ଜୀବନକୁ ଏକ ସୁବ୍ୟବସ୍ଥିତଭାବେ ଅଧ୍ୟୟନ କରିବା ଉଚିତ ।

ପି.ଏ.ସରୋଜିନ୍‌ଙ୍କ ମତରେ, ନିମ୍ନଲିଖ୍ ବିଷୟମାନ ସମାଜ ବିଜ୍ଞାନର ପରିସରଭୁକ୍ତ ।
(i) ସମାଜ ବିଜ୍ଞାନ ସାମାଜିକ ଘଟଣାର ବିଭିନ୍ନ ଦିଗଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ ଅଧ୍ୟୟନ କରିଥାଏ ।
(ii) ସମାଜ ବିଜ୍ଞାନ ସାମାଜିକ ଘଟଣାର ସାଧାରଣ ଗୁଣଗୁଡ଼ିକ ଅଧ୍ୟୟନ କରେ ।

କାର୍ଲ ମାନହେଇମ୍ ସମାଜ ବିଜ୍ଞାନକୁ ଦୁଇଟି ଶାଖାରେ ବିଭକ୍ତ କରିଛନ୍ତି; ଯଥା – (i) ସୁ-ବ୍ୟବସ୍ଥିତ ଓ ସାଧାରଣ ସମାଜଶାସ୍ତ୍ର ଏବଂ (ii) ଐତିହାସିକ ସମାଜଶାସ୍ତ୍ର । ସୁ-ବ୍ୟବସ୍ଥିତ ଓ ସାଧାରଣ ସମାଜଶାସ୍ତ୍ର ସମାଜରେ ମନୁଷ୍ୟର ସହାବସ୍ଥାନର ମୁଖ୍ୟ କାରଣଗୁଡ଼ିକୁ ବିଶ୍ଳେଷଣ କରିଥାଏ । ଐତିହାସିକ ସମାଜଶାସ୍ତ୍ର ବିଭିନ୍ନ ପ୍ରକାର ଐତିହାସିକ ଘଟଣାବଳୀ ଏବଂ ସମାଜର ସାଧାରଣ ଆକୃତି ସହିତ ସମ୍ପୃକ୍ତ ।

ଏହି ଆଲୋଚନାରୁ ପ୍ରତୀୟମାନ ହୁଏ ଯେ, ସମାଜ ବିଜ୍ଞାନର ପରିସର ଅତ୍ୟନ୍ତ ବ୍ୟାପକ ଓ ସୁଦୂରପ୍ରସାରୀ ଅଟେ । ଏହା ଉଭୟ ଏକ ସାଧାରଣ ଏବଂ ସ୍ବତନ୍ତ୍ର ସାମାଜିକ ବିଜ୍ଞାନରୂପେ ପରିଚିତ । କାରଣ ଏହାର ପ୍ରକୃତ ପରିସର ମଧ୍ୟରେ ଉଭୟ ସ୍ବାତନ୍ତ୍ର୍ୟ ଏବଂ ସାଂଶ୍ଳେଷିକ ମତବାଦର ଚିନ୍ତାଧାରା ସନ୍ନିବେଶିତ ।

2. ସମାଜ ବିଜ୍ଞାନର ପ୍ରକୃତି ବିଷୟରେ ଆଲୋଚନା କର ।
Answer:
ସମାଜ ବିଜ୍ଞାନ ଜ୍ଞାନର ଏକ ସ୍ଵତନ୍ତ୍ର ଶାଖାଭାବେ କେତେକ ପ୍ରକୃତି ବା ବୈଶିଷ୍ଟ୍ୟକୁ ନେଇ ଗଠିତ, ଯେଉଁ ବୈଶିଷ୍ଟ୍ୟଗୁଡ଼ିକ ସମାଜ ବିଜ୍ଞାନକୁ ଅନ୍ୟ ସାମାଜିକ ବିଜ୍ଞାନଗୁଡ଼ିକଠାରୁ ପୃଥକ୍ କରିଥା’ନ୍ତି । ସମାଜ ବିଜ୍ଞାନର ପ୍ରକୃତି ସମ୍ବନ୍ଧରେ ସମାଜବିଜ୍ଞାନୀମାନେ ନିମ୍ନୋକ୍ତ ମତ ପ୍ରଦାନ କରିଅଛନ୍ତି ।

(i) ସମାଜ ବିଜ୍ଞାନ ଏକ ସ୍ବାଧୀନ ବିଜ୍ଞାନ (Sociology is an Independent Science) – ଦର୍ଶନ ଶାସ୍ତ୍ର ଏବଂ ଇତିହାସ ପରି ସମାଜ ବିଜ୍ଞାନକୁ ଅନ୍ୟ କୌଣସି ବିଜ୍ଞାନର ଏକ ଶାଖାଭାବେ ଅଧ୍ୟୟନ କରାଯାଇ ନ ଥାଏ । ବର୍ତ୍ତମାନ ଏହା ଏକ ସାଧାରଣ ବିଜ୍ଞାନରୂପେ ଦଣ୍ଡାୟମାନ । ଏକ ସ୍ବାଧୀନ ବିଜ୍ଞାନଭାବେ ଏହାର ନିଜସ୍ୱ ଅଧ୍ୟୟନର ପରିସର ରହିଛି ।

(ii) ସମାଜ ବିଜ୍ଞାନ ଏକ ସାମାଜିକ ବିଜ୍ଞାନ ଅଟେ (Sociology is a Social Science) – ସମସ୍ତ ବିଜ୍ଞାନଗୁଡ଼ିକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି; ଯଥା – (୧) ପ୍ରାକୃତିକ ବିଜ୍ଞାନ (Natural Science) ଏବଂ (୨) ସାମାଜିକ ବିଜ୍ଞାନ (Social Science) । ପ୍ରାକୃତିକ ବିଜ୍ଞାନ ଭୌତିକ ଘଟଣାବଳୀଗୁଡ଼ିକୁ ଅଧ୍ୟୟନ କରିବାବେଳେ ସମାଜ ବିଜ୍ଞାନ ବିଭିନ୍ନ ସାମାଜିକ ଘଟଣାବଳୀକୁ ଅଧ୍ୟୟନ କରିଥାଏ ।

ସାମାଜିକ ବିଜ୍ଞାନଗୁଡ଼ିକ ହେଉଛି ସମାଜ ବିଜ୍ଞାନ, ଅର୍ଥନୀତି, ରାଜନୀତି ବିଜ୍ଞାନ, ନୃତତ୍ତ୍ଵ ପ୍ରଭୃତି । ଏକ ସାମାଜିକ ବିଜ୍ଞାନଭାବେ ସମାଜ ବିଜ୍ଞାନର ମୁଖ୍ୟ ଦୃଷ୍ଟିକୋଣ ମନୁଷ୍ୟ ଉପରେ ନିହିତ ଥାଏ । ଅନ୍ୟ ଅର୍ଥରେ ଏହା ମନୁଷ୍ୟକୁ ଏକ ସାମାଜିକ ଜୀବ ଭାବେ ଅଧ୍ୟୟନ କରିଥାଏ ।

(iii) ସାମାଜିକ ବିଜ୍ଞାନ ଏକ ତାନ୍ତ୍ରିକ ବା ବିଶୁଦ୍ଧ ବିଜ୍ଞାନ, ଏହା ଏକ ପ୍ରୟୋଗାତ୍ମକ ବିଜ୍ଞାନ ନୁହେଁ (Sociology is a pure science and not an applied science) – ପ୍ରୟୋଗାତ୍ମକ ବିଜ୍ଞାନର ଲକ୍ଷ୍ୟ ହେଉଛି ଜୀବନ ଉପରେ ଜ୍ଞାନର ବ୍ୟବହାର ଏବଂ ପ୍ରୟୋଗ କରିବା; କିନ୍ତୁ ବିଶୁଦ୍ଧ ବିଜ୍ଞାନର ଲକ୍ଷ୍ୟ ହେଉଛି ଜ୍ଞାନ ଆହରଣ କରିବା ଏବଂ ଏହା ଆହରଣ ହେଉଥ‌ିବା ଜ୍ଞାନ ଉପଯୋଗୀ କି ନୁହେଁ ସେଥ୍ୟପ୍ରତି ଦୃଷ୍ଟି ଦେଇ ନ ଥାଏ । ସମାଜ ବିଜ୍ଞାନ ଏକ ବିଶୁଦ୍ଧ ବିଜ୍ଞାନ ଅଟେ; କାରଣ ମାନବ ସମାଜ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିବା ଏହାର ମୂଳ ଲକ୍ଷ୍ୟ; କିନ୍ତୁ ଜ୍ଞାନର ବ୍ୟବହାର ନୁହେଁ ।

(iv) ସମାଜ ବିଜ୍ଞାନ ଏକ ମୂର୍ଖ ବିଜ୍ଞାନ ନୁହେଁ, ଏହା ଏକ ଅମୂର୍ଖ ବିଜ୍ଞାନ ଅଟେ (Sociology is an abstract science, not a concrete science) – ସମାଜ ବିଜ୍ଞାନ ମାନବିକ ଘଟଣା, ବ୍ୟବହାର ଏବଂ ପ୍ରକୃତିର ଆକୃତିଗୁଡ଼ିକର ଅଧ୍ୟୟନ କରିଥାଏ । ସାଧାରଣ ଭାବରେ ସମଗ୍ର ମନୁଷ୍ୟ ସମାଜରେ ଦେଖାଦେଇଥିବା ଦ୍ଵନ୍ଦ, ଯୁଦ୍ଧ ସାମାଜିକ ପରିବର୍ତ୍ତନର ଆକାରକୁ ଏହା ପ୍ରକାଶିତ କରେ । ତେଣୁ ସମାଜ ବିଜ୍ଞାନକୁ ଏକ ମୂଇଁ ବିଜ୍ଞାନ କୁହା ନ ଯାଇ ଅମୂର୍ତ୍ତ ବିଜ୍ଞାନ କୁହାଯାଏ ।

(v) ସମାଜ ବିଜ୍ଞାନ ଏକ ଚୂଡ଼ାନ୍ତ ବା ନିରପେକ୍ଷ ବିଜ୍ଞାନ (Sociology is categorical science) – ସମାଜ ବିଜ୍ଞାନ ଏକ ଚୂଡ଼ାନ୍ତ ବା ନିରପେକ୍ଷ ବିଜ୍ଞାନରୂପେ ପରିଚିତ । କ’ଣ ରହିଛି ବା କ’ଣ ଘଟିଛି, ଏହା ଉପରେ ସମାଜ ବିଜ୍ଞାନ ଅଧିକ ଗୁରୁତ୍ଵ ଦେଇଥାଏ । କ’ଣ ହେବା ଉଚିତ, ଏ ବିଷୟ ପ୍ରତି ଏହା ଦୃଷ୍ଟି ଦେଇ ନ ଥାଏ । ଏକ ବିଜ୍ଞାନଭାବେ ଏହା କୌଣସି ମୂଲ୍ୟବୋଧ ଜନିତ ପ୍ରଶ୍ନପ୍ରତି ନୀରବତା ଅବଲମ୍ବନ କରିଥାଏ ।

ସାମାଜିକ ନୀତିନିୟମ ସଂକ୍ରାନ୍ତରେ ଏହା କୌଣସି ନିର୍ଦ୍ଦେଶ ଦେଇ ନ ଥାଏ । ତେଣୁ ସମାଜ ବିଜ୍ଞାନ ଭଲ, ମନ୍ଦ ଏବଂ ଠିକ୍, ଭୁଲ୍ ନେଇ କୌଣସି ମତାମତ ଦିଏ ନାହିଁ । ଏହା କେବଳ ସମାଜର ନୀତି, ପରମ୍ପରା, ନିୟମ ଏବଂ ସମାଜ ମଧ୍ୟସ୍ଥ ମନୁଷ୍ୟର ସାମାଜିକ ପ୍ରକୃତିକୁ ନେଇ ନିଜର ଅଧ୍ୟୟନ ପ୍ରସ୍ତୁତ କରିଥାଏ ।

(vi) ସମାଜ ବିଜ୍ଞାନ ଏକ ସାଧାରଣ ବିଜ୍ଞାନ, ଏହା ଏକ ସ୍ଵତନ୍ତ୍ର ବିଜ୍ଞାନ ନୁହେଁ (Sociology is a general science and not a special science) – ସମାଜ ବିଜ୍ଞାନ ସମାଜରେ ଘଟୁଥ‌ିବା କେତେକ ନିର୍ଦ୍ଦିଷ୍ଟ ଘଟଣାବଳୀର ଲକ୍ଷଣକୁ ଅନୁଧ୍ୟାନ କରି ତାହାକୁ ପ୍ରଭାବିତ କରୁଥିବା ସାଧାରଣ ନିୟମକୁ ପରିପ୍ରକାଶ କରେ । ସମାଜବିଜ୍ଞାନୀମାନେ ଯୌଥ ପରିବାରର ଲକ୍ଷଣଗୁଡ଼ିକୁ ଚିହ୍ନିତ କରି ସର୍ବସାଧାରଣରେ ସମସ୍ତ ଯୌଥ ପରିବାରକୁ ଅଧ୍ୟୟନ ନ କରି କେତେକ ସୀମିତ ପରିବାରକୁ ଅଧ୍ୟୟନ କରିଥା’ନ୍ତି ଏବଂ ସେଥୁମଧ୍ୟରୁ ସାଧାରଣ ଲକ୍ଷଣ ଏବଂ ନିୟମଗୁଡ଼ିକ ବାହାର କରିଥା’ନ୍ତି ।

(vii) ସମାଜ ବିଜ୍ଞାନ ଏକାଧାରରେ ପ୍ରଜ୍ଞାସିଦ୍ଧ ଏବଂ ପରୀକ୍ଷିତ ବିଜ୍ଞାନ ଅଟେ (Sociology is both a national and an empirical science) – ସମାଜ ବିଜ୍ଞାନର ଦୃଷ୍ଟିକୋଣ ସବୁ ସମୟପାଇଁ ଯୁକ୍ତିସମ୍ମତ ଅଟେ । ଯଦି ସଂଗୃହୀତ ତଥ୍ୟ ଏବଂ ଘଟଣାବଳୀ ଯୁକ୍ତିସିଦ୍ଧତା ଓ ପରୀକ୍ଷାଧର୍ମୀ ବିଚାରଧାରା ଉପରେ ପ୍ରତିଷ୍ଠିତ ନ ହୁଏ, ତାହା ମୂଲ୍ୟହୀନ ବୋଲି ବିବେଚିତ ହୁଏ । ସମାଜ ବିଜ୍ଞାନରେ ଆମେ ପ୍ରଜ୍ଞା ଏବଂ ପରୀକ୍ଷାର ପ୍ରୟୋଗକୁ ଲକ୍ଷ୍ୟ କରିଥାଉ ।

ଆମେ ଉପରୋକ୍ତ ଆଲୋଚନାରୁ ଜାଣିବାକୁ ପାଉ ଯେ ସମାଜ ବିଜ୍ଞାନର ପ୍ରକୃତି ସ୍ଵାଧୀନ, ସାମାଜିକ, ବିଶୁଦ୍ଧ, ସାଧାରଣ, ଯୁକ୍ତିସମ୍ମତ ସାମାଜିକ ବିଜ୍ଞାନ ଅଟେ ।

3. ସମାଜ ଶାସ୍ତ୍ରର ଅଭ୍ୟୁଦୟ ବା ଆବିର୍ଭାବ ସମ୍ବନ୍ଧରେ ବିଶଦ ଭାବରେ ଆଲୋଚନା କର ।
Answer:
ସମାଜଶାସ୍ତ୍ର ଏକ ନୂତନ ସାମାଜିକ ବିଜ୍ଞାନ ଅଟେ, କାରଣ ସମସ୍ତ ସାମାଜିକ ବିଜ୍ଞାନର ଉତ୍ପତ୍ତି ପରେ ଏହାର ଆବିର୍ଭାବ ଘଟିଛି । ପ୍ରଫେସର ମାକାଇଭର (Prof. Maclver) ଙ୍କ ମତରେ ସମାଜ ବିଜ୍ଞାନ ହେଉଛି ସୁବ୍ୟବସ୍ଥିତ ଜ୍ଞାନର ଏକ ବିଜ୍ଞାନ । ୧୮୩୯ ଖ୍ରୀଷ୍ଟାବ୍ଦରେ ବିଶିଷ୍ଟ ଫରାସୀ ଦାର୍ଶନିକ ଓ ସମାଜବିଜ୍ଞାନୀ ଅଗଷ୍ଟ କମ୍‌ ସମାଜ ବିଜ୍ଞାନ (Sociology) ଶବ୍ଦଟିକୁ ରୂପରେଖ ଦେଇଥିଲେ ।

ଏହି କାରଣରୁ ଅଗଷ୍ଟ କମଟେଙ୍କୁ ସମାଜଶାସ୍ତ୍ରର ସ୍ରଷ୍ଟା ବା ଜନକଭାବେ ବିଚାର କରାଯାଇଥାଏ । ଅଗଷ୍ଟ କଟେ ଏକ ପ୍ରସିଦ୍ଧ ପୁସ୍ତକରେ ଏହି ନୂତନ ସାମାଜିକ ବିଜ୍ଞାନର ଆବଶ୍ୟକତା ବା ଗୁରୁତ୍ଵକୁ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ପ୍ରଥମେ ତାହାକୁ ‘ସାମାଜିକ ପଦାର୍ଥ ବିଜ୍ଞାନ’ ଏବଂ ପରେ ସମାଜ ବିଜ୍ଞାନ ଆଖ୍ୟା ଦେଇଥିଲେ ।

ସମାଜଶାସ୍ତ୍ରର ଅଭ୍ୟୁଦୟକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ଏହି ନୂତନ ସାମାଜିକ ବିଜ୍ଞାନ ଖୁବ୍ ବିଳମ୍ବରେ ଉତ୍ପତ୍ତି ଲାଭ କରିଛି । ଏହାର ଅର୍ଥ ନୁହେଁ ଯେ ୧୮୩୯ ମସିହା ପୂର୍ବରୁ ମନୁଷ୍ୟର ସମ୍ପର୍କ ଓ ବ୍ୟବହାରକୁ ଅଧ୍ୟୟନ କରିବାପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ସମାଜକୁ ବୈଜ୍ଞାନିକ ପ୍ରଣାଳୀରେ ଅଧ୍ୟୟନ କରିବାର ପ୍ରୟାସ ସର୍ବପ୍ରଥମେ ପ୍ରାଚୀନ ଗ୍ରୀକ୍ ଦାର୍ଶନିକମାନଙ୍କଠାରୁ ଆରମ୍ଭ ହୋଇଥିଲା ।

CHSE Odisha Class 11 Sociology Unit 1 Long Answer Questions in Odia Medium

ଖ୍ରୀ.ପୂ. ୪୨୭ରୁ ୩୪୭ ମଧ୍ୟରେ ପ୍ଲାଟୋ ଏବଂ ଖ୍ରୀ.ପୂ. ୩୪୭ରୁ ୩୨୨ ମଧ୍ୟରେ ତାଙ୍କର ଶିଷ୍ୟ ଆରିଷ୍ଟୋଟଲ ପାଶ୍ଚାତ୍ୟ ଦେଶଗୁଡ଼ିକର ସାମାଜିକ ଜୀବନକୁ ଅଧ୍ୟୟନ କରିବା ପାଇଁ ସୁବ୍ୟବସ୍ଥିତ ପଦକ୍ଷେପମାନେ ଗ୍ରହଣ କରିଥିଲେ । ପ୍ଲାଟୋଙ୍କର ପ୍ରସିଦ୍ଧ ପୁସ୍ତକ ‘Republic’ ରେ ପୌର ସମୁଦାୟ ସମ୍ବନ୍ଧୀୟ ସମସ୍ତ ବିଭବଗୁଡ଼ିକର ବିଶ୍ଳେଷଣ ଏବଂ ଆରିଷ୍ଟୋଟଲଙ୍କଦ୍ୱାରା ଆଇନ, ସମାଜ ଓ ରାଷ୍ଟ୍ର ସମ୍ବନ୍ଧରେ ସୁବ୍ୟବସ୍ଥିତ ଅଧ୍ୟୟନ ପାଇଁ ଉଦ୍ୟମ ହୋଇଥିଲା ।

ପ୍ରଖ୍ୟାତ ରୋମୀୟ ଲେଖକ ମାକ୍ୟୁସ୍ ଟୁଲିୟସ ସିସେରୋ ତାଙ୍କ ପୁସ୍ତକରେ ଦର୍ଶନଶାସ୍ତ୍ର, ରାଜନୀତି, ଆଇନ ଏବଂ ସମାଜଶାସ୍ତ୍ର ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସେ ସମ୍ବନ୍ଧରେ ପାଶ୍ଚାତ୍ୟ ସମାଜକୁ ନୂତନ ଦିଗ୍‌ଦର୍ଶନ ଦେଇଥ‌ିବାର ଜଣାଯାଏ ।

ଷୋଡ଼ଶ ଶତାବ୍ଦୀରେ ରାଷ୍ଟ୍ର ଓ ସମାଜ ମଧ୍ୟରେ ପ୍ରଭେଦ ଆରମ୍ଭ ହୋଇଥିଲା । ମାକିଆଭେଲି ତାଙ୍କ ପ୍ରସିଦ୍ଧ ପୁସ୍ତକରେ ରାଷ୍ଟ୍ର ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରାଚୀନ ଭାରତୀୟ ସାହିତ୍ୟରୁ ଜଣାଯାଏ ଯେ, ମୌର୍ଯ୍ୟ ରାଜତ୍ଵ କାଳରେ ମଧ୍ୟ ସମାଜ ତଥା ଲୋକମାନଙ୍କର ଜୀବନ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।

ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ରାଜସଭା ମଣ୍ଡନ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ ସେ ସମୟର ସାମାଜିକ ଜୀବନ ଉପରେ ଆଲୋକପାତ କରିଥିଲେ । ସେମାନଙ୍କ ମଧ୍ୟରେ ଚାଣକ୍ୟ ବା କୌଟିଲ୍ୟଙ୍କଦ୍ବାରା ରଚିତ ପୁସ୍ତକ ‘ଅର୍ଥଶାସ୍ତ୍ର’ ସେ ସମୟର ସମାଜ, ରାଜନୀତି ଓ ଅର୍ଥନୀତି ସମ୍ବନ୍ଧରେ ବାସ୍ତବ ଚିତ୍ର ପ୍ରଦାନ କରିଥାଏ । ଆକବରଙ୍କର ରାଜତ୍ଵ କାଳରେ ତାଙ୍କର ସୁଦକ୍ଷ ମନ୍ତ୍ରୀ ତଥା ଉପଦେଷ୍ଟାଭାବେ କାର୍ଯ୍ୟ କରୁଥିବା ଆବୁଲ ଫାଜଲ ହିନ୍ଦୁ ଆଇନ ବିଷୟରେ ଆଲୋଚନା କରିଥିଲେ ।

ଅଗଷ୍ଟ କମ୍‌ ଯେ କି ସମାଜଶାସ୍ତ୍ରର ଜନକ, ତାଙ୍କ ସମୟରେ ସମାଜଶାସ୍ତ୍ର ଏକ ନୂତନ ରୂପରେଖ ନେଇଥିଲା । କମ୍‌ ହେଉଛନ୍ତି ଆଧୁନିକ ପୃଥ‌ିବୀର ପ୍ରଥମ ବ୍ୟକ୍ତି, ଯିଏକି ସାମାଜିକ ଜୀବନର ସମସ୍ତ ଦିଗକୁ ଏକତ୍ର ଅଧ୍ୟୟନ କରି ଦର୍ଶାଇଥିଲେ ଯେ, ମନୁଷ୍ୟ ଜୀବନ ସାମାଜିକ ଘଟଣାବଳୀ ସହିତ ଓତପ୍ରୋତ ଭାବେ ଜଡ଼ିତ ।

ତାଙ୍କ ମତରେ ମନୁଷ୍ୟ ଜୀବନ ସାମାଜିକ ଉନ୍ନତିର ତିନୋଟି ସ୍ତର ମାଧ୍ଯମରେ ବିକାଶଶୀଳ ଭାବେ ଗତି କରିଥାଏ । ସେହି ତିନୋଟି ସ୍ତର ହେଲା ଧର୍ମତାତ୍ତ୍ଵିକ, ଅଧିଜ୍ଞାନ ଓ ବୈଜ୍ଞାନିକ ସ୍ତର । ସେ ପୁନଶ୍ଚ କହିଛନ୍ତି ଯେ ମନୁଷ୍ୟ ବର୍ତ୍ତମାନ ବୈଜ୍ଞାନିକ ସ୍ତରରେ ପଦାର୍ପଣ କରିଛି ।

ସୁପ୍ରସିଦ୍ଧ ବୈଜ୍ଞାନିକ ତଥା ବିବର୍ତ୍ତନବାଦର ଜନକ ଚାର୍ଲସ୍‌ ଡାରଉଇନ୍ ତାଙ୍କ ପୁସ୍ତକ ‘Origin of the Species’ ରେ ସମାଜଶାସ୍ତ୍ରର ଉନ୍ନତି ତଥା ବିକାଶ ସମ୍ବନ୍ଧରେ ଗଭୀରଭାବେ ଆଲୋଚନା କରିଛନ୍ତି । ପ୍ରଖ୍ୟାତ ଇଂରେଜ ଦାର୍ଶନିକ ହର୍ବଟ୍ ସେନ୍ସର ମଧ୍ୟ ଏହି ପ୍ରକ୍ରିୟା ଏବଂ ପ୍ରାକୃତିକ ନିର୍ବାଚନ ନୀତି ନିୟମକୁ ଗ୍ରହଣ କରିଛନ୍ତି ଏବଂ ସେସବୁକୁ ସମାଜଶାସ୍ତ୍ର ପ୍ରତି ମୁଖ୍ୟ ଅବଦାନ ହେଉଛି ଜୈବ ସାଦୃଶ୍ୟତା ଯେଉଁଥିରେ ସେ ସମାଜକୁ ଏକ ଜୀବ ସହ ତୁଳନା କରିଛନ୍ତି ।

ହର୍ବଟ୍ ସେନ୍ସରଙ୍କ ଜୈବ ବିବର୍ତ୍ତନବାଦ ତତ୍ତ୍ବ ଊନବିଂଶ ଶତାବ୍ଦୀରେ ଶେଷ ପର୍ଯ୍ୟନ୍ତ ପ୍ରଚଳିତ ଥିଲା । ଇମାଇଲ୍ ଦୁର୍ଖମ୍ ହେଉଛନ୍ତି ପ୍ରଥମ ଆଧୁନିକ ଚିନ୍ତକ, ଯିଏକି ସମାଜର ବାସ୍ତବ ଘଟଣାଗୁଡ଼ିକ ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ତେଣୁ ସେ ସାମାଜିକ ଘଟଣାଗୁଡ଼ିକୁ ଗଭୀରଭାବେ ଅଧ୍ୟୟନ କରିବା ସହିତ ସମାଜଶାସ୍ତ୍ରକୁ ଏକ ପୃଥକ୍ ଭିଭି ପ୍ରଦାନ କରିଥିଲେ, ଯାହାକି ମନସ୍ତତ୍ତ୍ଵର ଭିଭିଠାରୁ ପୃଥକ୍ ଥିଲା ।

ତାଙ୍କ ମତରେ ସାମାଜିକ ଘଟଣାଗୁଡ଼ିକ ବହିଃସ୍ଥ ଏବଂ ସେଗୁଡ଼ିକ ବ୍ୟକ୍ତି ଉପରେ ପ୍ରବଳ ଚାପ ପ୍ରୟୋଗ କରିଥା’ନ୍ତି । ଦୁର୍ଖମ୍‌ ସମାଜଶାସ୍ତ୍ରର ବିକାଶ ଓ ଅଧ୍ୟୟନ କ୍ଷେତ୍ରରେ ଅଗଷ୍ଟ କମ୍‌ଙ୍କ ପରେ ଦ୍ବିତୀୟ ଫରାସୀ ଦାର୍ଶନିକ ଯିଏକି ଏକ ନୂତନ ଦିଗ୍‌ଦର୍ଶନ ଦେଇଥିଲେ ।

ଜର୍ମାନ୍ ସମାଜତତ୍ତ୍ୱବିତ୍ ଭନ୍ ୱାଇଜ୍, ଟୋନିସ୍ ଭିକାଣ୍ଡ ଏବଂ ମ୍ୟାକ୍‌ସ ୱେବର ସମାଜଶାସ୍ତ୍ରର ଉନ୍ନତି ତଥା ବିକାଶ ପ୍ରକ୍ରିୟାକୁ ଗଭୀରଭାବେ ତ୍ବରାନ୍ବିତ କରିଛନ୍ତି । ସିୱେଲ ସମାଜଶାସ୍ତ୍ରର ଔପଚାରିକ ତତ୍ତ୍ୱ ଉପରେ ଗୁରୁତ୍ବ ଆରୋପ କରିଛନ୍ତି ।

ଉପରୋକ୍ତ ଆଲୋଚନାରୁ ଏହା ସୁସ୍ପଷ୍ଟ ଯେ, ସମାଜଶାସ୍ତ୍ର ଏକ ପୃଥକ୍ ବିଜ୍ଞାନ ଅଟେ । ବର୍ତ୍ତମାନ ସମାଜ ବିଜ୍ଞାନ ଏକ ସାମାଜିକ ବିଜ୍ଞାନ ଭାବେ ବିକାଶ ଲାଭ କରିଅଛି, ଯାହାକି ସାମାଜିକ ଘଟଣାର ବୈଜ୍ଞାନିକ ଅଧ୍ୟୟନ ସହିତ ସଂଶ୍ଳିଷ୍ଟ । ଏହା ସାମାଜିକ ଜୀବନ ସମ୍ବନ୍ଧରେ ଆଧ୍ୟାତ୍ମିକ ଜ୍ଞାନର ଏକ ଉଜ୍ଜ୍ବଳ ବର୍ତିକା । ସମାଜଶାସ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାମାଜିକ ଜୀବନର ସୁଚିନ୍ତିତ ରୂପାନ୍ତର ।

ଆଲେସ୍କ ଇଙ୍କଲେସ୍ (Alex Inkless) ଙ୍କ ମତରେ ସାମାଜିକ ବିଶ୍ଳେଷଣ, ସାମାଜିକ ବିଶ୍ଳେଷଣ, ସାମାଜିକ ଜୀବନର ପ୍ରାଥମିକ ସମ୍ପ୍ରତ୍ୟୟ, ମୌଳିକ ସାମାଜିକ ଅନୁଷ୍ଠାନ ଓ ସାମାଜିକ ପ୍ରକ୍ରିୟା ପ୍ରଭୃତି ସମାଜ ବିଜ୍ଞାନର ପ୍ରତ୍ୟେକ ଦିଗକୁ ଅଧ୍ୟୟନ କରିବା ସମାଜଶାସ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।

4. ସମାଜ ବିଜ୍ଞାନର ଓ ମନସ୍ତତ୍ତ୍ବ ବା ମନୋବିଜ୍ଞାନ ମଧ୍ୟରେ ଥିବା ସମ୍ପର୍କ ଆଲୋଚନା କର ।
Answer:
ସମାଜ ବିଜ୍ଞାନ ଓ ମନସ୍ତତ୍ତ୍ଵ ପରସ୍ପର ନିବିଡ଼ ଭାବରେ ସମ୍ପୃକ୍ତ । ମନସ୍ତତ୍ତ୍ଵ ହେଉଛି ମାନବିକ ଆଚରଣଗୁଡ଼ିକର ଅଧ୍ୟୟନ । ମନସ୍ତତ୍ତ୍ୱବିତ୍ ଏହି ଆଚରଣ ମଧ୍ୟରେ ବ୍ୟକ୍ତିର ଧାରଣା, ଦୃଷ୍ଟିଭଙ୍ଗୀ, ମୂଲ୍ୟବୋଧ ଏବଂ ଏହାର ପ୍ରଭାବସମୂହକୁ ବିଚାରକୁ ନେଇଥାଏ । ସେ ମଧ୍ୟ ମନୁଷ୍ୟର ବ୍ୟକ୍ତିତ୍ଵକୁ ଅନୁଶୀଳନ କରି ବିଭିନ୍ନ ସମସ୍ୟାଗୁଡ଼ିକ ପ୍ରତି ଏହି ବ୍ୟକ୍ତିତ୍ଵର ପ୍ରତିକ୍ରିୟା କ’ଣ ତାକୁ ମଧ୍ୟ ବିଚାରକୁ ନେଇଥାଏ ।

ମନସ୍ତତ୍ତ୍ବ ପରି ସମାଜ ବିଜ୍ଞାନ ମଧ୍ୟ ମନୁଷ୍ୟର ଆଚରଣଗୁଡ଼ିକୁ ଅନୁଶୀଳନ କରିଥାଏ । ତେବେ ପାର୍ଥକ୍ୟ ହେଉଛି ଯେ ମନସ୍ତତ୍ତ୍ବବିତ୍ ବ୍ୟକ୍ତିର ମାନସିକ ପ୍ରକ୍ରିୟାକୁ ଅନୁଶୀଳନ କଲାବେଳେ ସମାଜ ବିଜ୍ଞାନୀ ବ୍ୟକ୍ତିର ସାମାଜିକ ଆଚରଣଗୁଡ଼ିକୁ ପ୍ରତିଫଳିତ କରିଥାଏ ।

ସାମଞ୍ଜସ୍ୟ (Similarities) – ମନୁଷ୍ୟର ଚରିତ୍ରକୁ ସଠିକ୍ ଭାବରେ ଉପଲବ୍ଧି କରିବାପାଇଁ ମନସ୍ତତ୍ତ୍ଵ ସମାଜଶାସ୍ତ୍ରର ସହାୟତା ନିଏ । କାରଣ ସମାଜ ବିଜ୍ଞାନ ବିଭିନ୍ନ ସମାଜ ଓ ସଙ୍ଗଠନମାନଙ୍କର ସାଂସ୍କୃତିକ ରୂପରେଖ ତଥା ଗଠନ ପ୍ରକ୍ରିୟା ସ୍ପଷ୍ଟ କରିଦେବା ଫଳରେ ଏହା ମଧ୍ୟରୁ ଅଦ୍ଭୁତ ବ୍ୟକ୍ତି ଚରିତ୍ରର ସ୍ଵରୂପ ସ୍ପଷ୍ଟ ହୋଇଉଠେ; ଯଥା – ସମାଜ ମଧ୍ୟରେ ଥ‌ିବା ପରିବାରର ଗଠନ, ଜାତିପ୍ରଥା, ସାମ୍ପ୍ରଦାୟିକତା ଆଦି ମନୁଷ୍ୟର ଚରିତ୍ରକୁ ପ୍ରଭାବିତ କରେ ।

ମାନବିକ ଆଚରଣକୁ ଅଧ୍ୟୟନ କଲାବେଳେ ମନସ୍ତତ୍ତ୍ବବିତ୍‌ମାନେ ଏହାର ସହାୟତା ନେଇଥା’ନ୍ତି । ଏ ଦୃଷ୍ଟିରୁ ସମାଜ ବିଜ୍ଞାନର ଗବେଷଣା ବହୁ ଭାବରେ ମନସ୍ତତ୍ତ୍ଵର ପରିସର ବୃଦ୍ଧି ଦିଗରେ ସହାୟକ ହୋଇପାରୁଛି ।

ସେହିପରି ସମାଜର ସଙ୍ଗଠନ କ୍ଷେତ୍ରରେ ଯେଉଁ ପରିବର୍ତ୍ତନମାନ ଆତ୍ମପ୍ରକାଶ କରୁଛି ତାକୁ ଅନୁଶୀଳନ କରିବାପାଇଁ ହେଲେ ସମାଜବିଜ୍ଞାନୀ ମନସ୍ତତ୍ତ୍ବବିତ୍‌ର ସହାୟତା ନେବାକୁ ବାଧ୍ୟ ହୋଇଥାଏ ।

ଶୈଶବଠାରୁ ପରବର୍ତ୍ତୀ ଅବସ୍ଥାଗୁଡ଼ିକ ଯାଏ ମାନବର ଯେଉଁ ଆଚରଣ ଆତ୍ମପ୍ରକାଶ କରୁଛି ସେଥୁରେ ସମାଜର ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିହିତ । ବ୍ୟକ୍ତିତ୍ୱର ବିକାଶ ସହିତ ସମାଜ ଏ ଭୂମିକାକୁ ମନସ୍ତାତ୍ତ୍ଵିକ ଦିଗରୁ ମଧ୍ୟ ଆଲୋଚନା କରିଥାଏ ।

ସମାଜ ବିଜ୍ଞାନ ମଧ୍ୟ ମନସ୍ତାତ୍ତ୍ଵିକ ଚିନ୍ତା ଓ ଚେତନାଦ୍ୱାରା ସମୃଦ୍ଧ ହୋଇଛି । ବିଶିଷ୍ଟ ମନସ୍ତତ୍ତ୍ବବିତ୍ ଫ୍ରଏଡ୍, ୟଙ୍ଗ, ମଫ ପ୍ରମୁଖ ଉଭୟ ମନୋବିଜ୍ଞାନ ଓ ସମାଜ ବିଜ୍ଞାନକୁ ଉତ୍ସାହିତ କରିଛନ୍ତି । ସାମାଜିକ ମନୋବିଜ୍ଞାନ ମନୋବିଜ୍ଞାନର ଏକ ଶାଖାରୂପେ ସମ୍ପ୍ରତି ବିକାଶଲାଭ କରିଛି । ସାମାଜିକ ମନୋବିଜ୍ଞାନ ଏବଂ ସମାଜ ବିଜ୍ଞାନର ଏହି ପାରସ୍ପରିକ ସମ୍ପର୍କକୁ ଅନୁଧ୍ୟାନ କରି ଟି.ବି. ବଙ୍ଗୋମୋର (T.B. Bottomore) କହିଛନ୍ତି ‘‘ସାମାଜିକ ମନୋବିଜ୍ଞାନ ହେଉଛି ସାଧାରଣ ମନୋବିଜ୍ଞାନର ଅଂଶବିଶେଷ ଯାହା ସାମାଜିକ ଜୀବନର ମନସ୍ତାତ୍ତ୍ଵିକ ଦିଗକୁ ପ୍ରତିଫଳିତ କରିଥାଏ ।

ପାର୍ଥକ୍ୟ (Difference) – ସମାଜ ବିଜ୍ଞାନ ସମାଜ ଓ ସାମାଜିକ ଅନୁଷ୍ଠାନଗୁଡ଼ିକୁ ଅନୁଶୀଳନ କରେ । ମନସ୍ତତ୍ତ୍ଵ କେବଳ ବ୍ୟକ୍ତିର ମାନସିକ କ୍ରିୟା ଏବଂ ପ୍ରତିକ୍ରିୟାକୁ ବିଚାର କରେ । ସମାଜ ବିଜ୍ଞାନ ମାନବିକ ଆଚରଣକୁ ସାମାଜିକ ଦୃଷ୍ଟିକୋଣରୁ ବିଚାର କଲାବେଳେ ମନୋବିଜ୍ଞାନ ମାନବିକ ଆଚରଣକୁ ମାନସିକ ଦୃଷ୍ଟିକୋଣରୁ ବିଚାର କରିଥାଏ; ଯଥା – ମନସ୍ତତ୍ତ୍ୱବିତ୍ ଅଧ୍ୟୟନ କରିଥାଏ ଯେ, ଅର୍ଥନୀତିଜନିତ ବିଷାଦ ବ୍ୟକ୍ତିର ମାନସିକ ଅବସାଦର କାରଣ ହୋଇଥାଏ ଏବଂ ମଦ୍ୟପାନ, ଆତ୍ମହତ୍ୟା ପ୍ରଭୃତିକୁ ଏହା ଜନ୍ମଦିଏ ।

କିନ୍ତୁ ସମାଜ ବିଜ୍ଞାନୀମାନେ ଅର୍ଥନୈତିକ ଅବସାଦ କିପରି ସମଗ୍ର ସମାଜକୁ ଓ ସାମାଜିକ ଅନୁଷ୍ଠାନକୁ ପ୍ରଭାବିତ କରେ ଦର୍ଶାଇଥା’ନ୍ତି । ଉଭୟ ସମାଜଶାସ୍ତ୍ର ଓ ମନୋବିଜ୍ଞାନ ପରସ୍ପର ଆତ୍ମନିର୍ଭରଶୀଳ ଓ ଅନ୍ତଃ ସମ୍ପୃକ୍ତ ଅଟନ୍ତି ।

5. ସମାଜ ବିଜ୍ଞାନ ସହିତ ରାଜନୀତି ବିଜ୍ଞାନର ସମ୍ପର୍କ ଦର୍ଶାଅ ।
Answer:
ସମାଜ ବିଜ୍ଞାନ ଏବଂ ରାଜନୀତି ବିଜ୍ଞାନ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି । ପ୍ରଫେସର ହୋଫର୍ (Hofer) କହିଛନ୍ତି, “ରାଷ୍ଟ୍ର ଯାହାକି ରାଜନୀତି ବିଜ୍ଞାନର କେନ୍ଦ୍ରବିନ୍ଦୁ, ତାହା ପ୍ରାଥମିକ ଅବସ୍ଥାରେ ଏକ ରାଜନୈତିକ ଅନୁଷ୍ଠାନ ଅପେକ୍ଷା ଏକ ସାମାଜିକ ଅନୁଷ୍ଠାନରୂପେ ବିଶେଷଭାବେ ପରିଚିତ ।’’ ସମାଜ ବିଜ୍ଞାନ ଏକ ମୌଳିକ ସାମାଜିକ ବିଜ୍ଞାନ; ଯାହାକି ମନୁଷ୍ୟର ସାମାଜିକ ଜୀବନକୁ ସମ୍ପୂର୍ଣ୍ଣଭାବେ ଅଧ୍ୟୟନ କରେ ଏବଂ ସମୁଦାୟ ସାମାଜିକ ଜୀବନର ତଥ୍ୟ ଏବଂ ବିଷୟବସ୍ତୁକୁ ଆବିଷ୍କାର କରିବାପାଇଁ ପଦକ୍ଷେପ ଗ୍ରହଣ କରିଥାଏ ।

କିନ୍ତୁ ଅନ୍ୟପକ୍ଷରେ ରାଜନୀତି ବିଜ୍ଞାନ ମନୁଷ୍ୟର ରାଜନୈତିକ କାର୍ଯ୍ୟକଳାପ ସହିତ ଜଡ଼ିତ; ଯାହାକି ତାହାର ସମୁଦାୟ ଜୀବନର କେବଳ ଏକ ଅଂଶଭାବେ ପରିଚିତ । ସମାଜ ବିଜ୍ଞାନ ସମ୍ପୂର୍ଣ୍ଣ ସମାଜର ବିଜ୍ଞାନ କ୍ଷେତ୍ରରେ ସମାନ ଅଟନ୍ତି ।

ସମାଜ ବିଜ୍ଞାନ ରାଜନୀତି ବିଜ୍ଞାନ ଉପରେ ନିର୍ଭର କରିଥାଏ । ସମାଜ ବିଜ୍ଞାନ ବିଭିନ୍ନ ପ୍ରକାର ରାଜନୈତିକ ଅନୁଷ୍ଠାନ, ସଂଘ, ସଙ୍ଗଠନ ଏବଂ ବିଭିନ୍ନ ପ୍ରକାର ରାଜନୈତିକ କାର୍ଯ୍ୟାବଳୀକୁ ରାଜନୀତି ବିଜ୍ଞାନ ମାଧ୍ୟମରେ ହିଁ ଅଧ୍ୟୟନ କରିଥାଏ । ବିଭିନ୍ନ ଆଇନ ପ୍ରଣୟନ ଜରିଆରେ ସରକାର ସମାଜରେ ସାମାଜିକ ପରିବର୍ତ୍ତନର ବେଗକୁ ତ୍ୱରାନ୍ବିତ କରିଥା’ନ୍ତି ।

ଠିକ୍ ସେହିପରି ରାଜନୀତି ବିଜ୍ଞାନ ମଧ୍ୟ ବିଭିନ୍ନ କ୍ଷେତ୍ରରେ ସମାଜ ବିଜ୍ଞାନ ଉପରେ ନିର୍ଭର କରିଥାଏ । ସମାଜ ବିଜ୍ଞାନ ରାଜନୀତି ବିଜ୍ଞାନକୁ ବହୁ ଉପାଦାନ ଯୋଗାଇଥାଏ । ଲୋକମାନଙ୍କର ରାଜନୈତିକ ଜୀବନ ତଥା କାର୍ଯ୍ୟାବଳୀ ଆଦି ରାଜନୀତି ବିଜ୍ଞାନର ବିଷୟବସ୍ତୁ ସମାଜ ବିଜ୍ଞାନର ପରିସରଭୁକ୍ତ । ସମାଜ ବିଜ୍ଞାନର ପୃଷ୍ଠଭୂମି ବ୍ୟତୀତ ରାଜନୀତି ବିଜ୍ଞାନର ଅଧ୍ୟୟନ ଅସମ୍ଭବ । ରାଜନୀତି ବିଜ୍ଞାନ ସମାଜର ଉତ୍ପତ୍ତି, ସମାଜର ସଙ୍ଗଠନ, ସମାଜର କାର୍ଯ୍ୟ ଏବଂ ବିକାଶ ଆଦିକୁ ସମାଜ ବିଜ୍ଞାନ ମାଧ୍ୟମରେ ହିଁ ଅଧ୍ୟୟନ କରିଥାଏ ।

ଅତୀତରେ ସଙ୍ଗଠିତ ହୋଇଥିବା ବିଭିନ୍ନ ରାଜନୈତିକ ତତ୍ତ୍ଵ ସମ୍ବନ୍ଧୀୟ ପରିବର୍ତ୍ତନ କେବଳ ମାତ୍ର ସମାଜ ବିଜ୍ଞାନଦ୍ୱାରା ହିଁ ସମ୍ଭବ । ଏହି ପରିପ୍ରେକ୍ଷୀରେ ଏଫ୍.ଏଚ୍. ଗିଡ଼ିଙ୍ଗସ୍ (F.H.Giddings) କହିଛନ୍ତି, ‘‘ସମାଜ ଶାସ୍ତ୍ରର ମୂଳନିୟମ ସମ୍ବନ୍ଧରେ ଅଜ୍ଞ ଥିବା ବ୍ୟକ୍ତିକୁ ରାଷ୍ଟ୍ର ବିଷୟକ ତତ୍ତ୍ବ ବିଷୟରେ ଶିକ୍ଷାଦେବା ଯେପରି ଅଟେ, ନିଉଟନ୍‌ଙ୍କ ଗତି ସମ୍ବନ୍ଧୀୟ ନିୟମ ନ ଜାଣିଥିବା ବ୍ୟକ୍ତିକୁ ଗ୍ରହ ବିଜ୍ଞାନ ବିଷୟରେ ଶିକ୍ଷାଦେବା ଅନୁରୂପ ଅଟେ ।’’ ସମାଜ ବିଜ୍ଞାନ ଏବଂ ରାଜନୀତି ବିଜ୍ଞାନ ପରସ୍ପର ଉପରେ ନିର୍ଭରଶୀଳ ଅଟନ୍ତି । ଜି.ଇଜି, କ୍ୟାଟଲିନ୍ (G.E.G. Catein)ଙ୍କ ମତରେ, ସମାଜଶାସ୍ତ୍ର ଏବଂ ରାଜନୀତି ବିଜ୍ଞାନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ।

CHSE Odisha Class 11 Sociology Unit 1 Long Answer Questions in Odia Medium

ପାର୍ଥକ୍ୟ (Differences) – ଉପରୋକ୍ତ ଆଲୋଚନାରୁ ଆମେ ସମାଜ ବିଜ୍ଞାନ ଏବଂ ରାଜନୀତି ବିଜ୍ଞାନ ମଧ୍ୟରେ ଘନିଷ୍ଠ ସମ୍ପର୍କ ନିହିତ ଥ‌ିବାର କେତେକ ଦୃଷ୍ଟାନ୍ତ ଦେଖିବାକୁ ପାଇଥାଉ । ଏହା ସତ୍ତ୍ବେ ଏହି ଦୁଇଟି ସାମାଜିକ ବିଜ୍ଞାନ କେତେକ କ୍ଷେତ୍ରରେ ପରସ୍ପରଠାରୁ ପୃଥକ୍ ଅଟନ୍ତି । ଆର୍.ଏନ୍. ଗିଲଖ୍ରୀଷ୍ଟ (R.N. Gilchrist) ସମାଜ ବିଜ୍ଞାନ ଏବଂ ରାଜନୀତି ବିଜ୍ଞାନ ମଧ୍ୟରେ ନିମ୍ନଲିଖୂ ପାର୍ଥକ୍ୟଗୁଡ଼ିକୁ ପ୍ରଦତ୍ତ କରିଅଛନ୍ତି ।

(i) ସମାଜ ବିଜ୍ଞାନ ସମାଜର ବିଜ୍ଞାନ ଭାବେ ପରିଗଣିତ ହେଉଥ‌ିବାବେଳେ ରାଜନୀତି ବିଜ୍ଞାନ ରାଷ୍ଟ୍ର ଏବଂ ସରକାରଙ୍କର ବିଜ୍ଞାନରୂପେ ପରିଚିତ । ସମାଜ ବିଜ୍ଞାନ ସମ୍ପୂର୍ଣ୍ଣ ସମାଜକୁ ଅଧ୍ୟୟନ କରୁଥିବାବେଳେ ରାଜନୀତି ବିଜ୍ଞାନ ସମାଜର ଏକ ନିର୍ଦ୍ଦିଷ୍ଟ ଦିଗ ସମ୍ପର୍କରେ ଆଲୋକପାତ କରିଥାଏ ।
(ii) ସମାଜ ବିଜ୍ଞାନର ପରିସର ରାଜନୀତି ବିଜ୍ଞାନର ପରିସର ତୁଳନାରେ ବ୍ୟାପକ ଅଟେ । ଏହା ସାମାଜିକ ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ଧାର୍ମିକ ଦିଗ ସହିତ ସମ୍ପୃକ୍ତ । କିନ୍ତୁ ରାଜନୀତି ବିଜ୍ଞାନ କେବଳ ସମାଜର ରାଜନୈତିକ ଦିଗ ସହିତ ସମ୍ପୃକ୍ତ ଅଟେ । ଏହା ରାଷ୍ଟ୍ର ଏବଂ ସରକାର ପରି କେତେକ ନିର୍ଦ୍ଦିଷ୍ଟ ରାଜନୈତିକ ଅନୁଷ୍ଠାନ ଅଧ୍ୟୟନ କରିଥାଏ ।
(iii) ସମାଜ ବିଜ୍ଞାନ ସମସ୍ତ ପ୍ରକାର ସଂଘ ଏବଂ ଅନୁଷ୍ଠାନଗୁଡ଼ିକୁ ଅଧ୍ୟୟନ କରୁଥିବାବେଳେ ରାଜନୀତି ବିଜ୍ଞାନ କେବଳ ରାଷ୍ଟ୍ର ଏବଂ ସରକାର ପରି କେତେକ ନିର୍ଦ୍ଦିଷ୍ଟ ସଂଘ ଏବଂ ସଙ୍ଗଠନ ସହିତ ସମ୍ପୃକ୍ତ ।
(iv) ସମାଜ ବିଜ୍ଞାନ ସମସ୍ତପ୍ରକାର ସାମାଜିକ ସମ୍ପର୍କକୁ ଅଧ୍ୟୟନ କରୁଥିବାବେଳେ ରାଜନୀତି ବିଜ୍ଞାନ କେବଳ ରାଜନୈତିକ ସମ୍ପର୍କକୁ ଅଧ୍ୟୟନ କରିଥାଏ ।
(v) ସମାଜ ବିଜ୍ଞାନ ବିଭିନ୍ନ ପ୍ରକାର ପ୍ରଥା, ପରମ୍ପରା, ଲୋକରୀତି ଏବଂ ଲୋକନିୟମ ଉପରେ ପ୍ରତିଷ୍ଠିତ, ସମାଜର ଉଭୟ ଔପଚାରିକ ଏବଂ ଅନୌପଚାରିକ ନୀତିନିୟମ ସହିତ ସମ୍ପୃକ୍ତ । ଅପରପକ୍ଷରେ ରାଜନୀତି ବିଜ୍ଞାନ କେବଳ ରାଷ୍ଟ୍ର ଏବଂ ସରକାରଙ୍କଦ୍ବାରା ପ୍ରତିଷ୍ଠିତ, ଔପଚାରିକ ନୀତିନିୟମ ସହିତ ସଂଶ୍ଳିଷ୍ଟ ।
(vi) ସମାଜ ବିଜ୍ଞାନ, ସାମାଜିକ ନିୟନ୍ତ୍ରଣର ସମସ୍ତ ମାଧ୍ୟମଗୁଡ଼ିକ ଅଧୟନ କରିଥାଏ; କିନ୍ତୁ ରାଜନୀତି ବିଜ୍ଞାନ କେବଳ ସରକାରଙ୍କଦ୍ଵାରା ସ୍ୱୀକୃତ ସାମାଜିକ ନିୟନ୍ତ୍ରଣର ମାଧ୍ୟମଗୁଡ଼ିକୁ ଅଧ୍ୟୟନ କରିଥାଏ ।

6. ସମାଜ ବିଜ୍ଞାନ ଏବଂ ଇତିହାସ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଆଲୋଚନା କର ।
Answer:
ସମାଜ ବିଜ୍ଞାନ ଏବଂ ଇତିହାସ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ପ୍ରଫେସର ଜି.ଇ. ହୋୱାର୍ଡ଼ (G.E. Howard) କହିଛନ୍ତି, ‘ଇତିହାସ ଅତୀତର ସମାଜ ବିଜ୍ଞାନ ଏବଂ ସମାଜ ବିଜ୍ଞାନ ହେଉଛି ବର୍ତ୍ତମାନର ଇତିହାସ ।’’ (History is the past Sociology and Sociology is the present History). ଜନ୍. ସେଲି (John Seely) ଙ୍କ ମତରେ, without Sociology has no fruit. Sociology without History has no root.) ଇତିହାସ ଅତୀତର ଘଟଣାବଳୀ ସହିତ ଜଡ଼ିତ ।

ଅତୀତର ଘଟଣାବଳୀକୁ ସମୟାନୁକ୍ରମିକ ଭାବରେ ସଜାଡ଼ି ରଏ ଇତିହାସ । ଅତୀତର ସାମାଜିକ, ରାଜନୈତିକ, ଧାର୍ମିକ ଏବଂ ସାଂସ୍କୃତିକ ଘଟଣାଗୁଡ଼ିକୁ ଅଧ୍ୟୟନ କରିଥାଏ ଇତିହାସ । ଗେଟେଲ (Gettle) ଙ୍କ ମତରେ, “ଇତିହାସ ହେଉଛି ଅତୀତର ଘଟଣାବଳୀ, ଆନ୍ଦୋଳନ ଏବଂ ସେଗୁଡ଼ିକର କାରଣ ଓ ଆନ୍ତଃ-ସମ୍ପର୍କର ଏକ ନଥୁପତ୍ର ।’’

ସମାଜ ବିଜ୍ଞାନ ଏବଂ ଇତିହାସ ପରସ୍ପର ଉପରେ ନିର୍ଭରଶୀଳ ଅଟନ୍ତି । ପୁରାତନ ପ୍ରଥା, ପରମ୍ପରା ଏବଂ ଘଟଣାଗୁଡ଼ିକୁ ଅଧ୍ୟୟନ କରିବାପାଇଁ ସମାଜ ବିଜ୍ଞାନ ଇତିହାସ ଉପରେ ନିର୍ଭର କରିଥାଏ । ପ୍ରାଚୀନ ସମାଜ ଏବଂ ଅତୀତ ଘଟଣାବଳୀକୁ ଅଧ୍ୟୟନ କରିବା ନିମିତ୍ତ ଆମ୍ଭମାନଙ୍କୁ ଇତିହାସର ସାହାଯ୍ୟ ନେବାକୁ ପଡ଼ିଥାଏ । ସମାଜ ବିଜ୍ଞାନ ପ୍ରାଚୀନ ପ୍ରଥା, ଲୋକରୀତି, ଲୋକନିୟମ, ଜୀବନଯାପନ ପ୍ରଣାଳୀ, ଜୀବନର ବିଭିନ୍ନ ସ୍ତର ଏବଂ ଅତୀତର ସାମାଜିକ ଅନୁଷ୍ଠାନଗୁଡ଼ିକ ଐତିହାସିକ ବିଶ୍ଳେଷଣ ମାଧ୍ୟମରେ ଅଧ୍ୟୟନ କରିଥାଏ ।

ଇତିହାସ ମଧ୍ଯ ସମାଜ ବିଜ୍ଞାନ ଉପରେ ନିର୍ଭରଶୀଳ ଅଟେ । ସମାଜବିଜ୍ଞାନୀଙ୍କଦ୍ୱାରା ସମନ୍ବିତ ହୋଇଥିବା ତଥ୍ୟାବଳୀକୁ ଇତିହାସ ଅଧ୍ୟୟନ କରିଥାଏ । ଇତିହାସକୁ ଆନନ୍ଦଦାୟକ କରିବା ନିମିତ୍ତ ସମାଜଶାସ୍ତ୍ରର ସାହାଯ୍ୟ ନେବାକୁ ପଡ଼ିଥାଏ । ସମାଜଶାସ୍ତ୍ରର ପୃଷ୍ଠଭୂମି ଇତିହାସ ଉପରେ ଦଣ୍ଡାୟମାନ ।

ସମାଜ ବିଜ୍ଞାନ ଏବଂ ଇତିହାସ ମିଳିତଭାବେ ପରସ୍ପରକୁ ବହୁ ମୂଲ୍ୟବାନ୍ ତଥ୍ୟ ଯୋଗାଇଥା’ନ୍ତି । ଉଭୟଙ୍କ ମଧ୍ୟରେ ଯଥେଷ୍ଟ ନିର୍ଭରଶୀଳତା ପରିଲକ୍ଷିତ ହୋଇଥାଏ । ପ୍ରଖ୍ୟାତ ଐତିହାସିକ ଜି.ଭନ୍.ବୁଲୋ (G. Von. Bulow) ସେମାନଙ୍କର ଆନ୍ତଃ-ନିର୍ଭରଶୀଳତାକୁ ସ୍ୱୀକୃତି ପ୍ରଦାନ କରିବା ସଙ୍ଗେ ଇତିହାସଠାରୁ ସମାଜ ବିଜ୍ଞାନକୁ ପୃଥକ୍ କରିବା ବିପକ୍ଷରେ ଦୃଢ଼ମତ ବ୍ୟକ୍ତ କରିଛନ୍ତି ।

ପାର୍ଥକ୍ୟ (Differences) – ଯଦିଓ ଏହି ଦୁଇଟି ସାମାଜିକ ବିଜ୍ଞାନ ମଧ୍ୟରେ ସମ୍ପର୍କ ଅତି ନିବିଡ଼, ତଥାପି ଏହି ଦୁଇଟି ସାମାଜିକ ବିଜ୍ଞାନ ମଧ୍ୟରେ କେତେକ ପ୍ରଭେଦ ଦୃଷ୍ଟିଗୋଚର ହୋଇଥାଏ ।
(i) ପ୍ରଥମତଃ, ସମାଜ ବିଜ୍ଞାନ ସମାଜର ବିଜ୍ଞାନ ଅଟେ । ଏହା ବର୍ତ୍ତମାନର ସାମାଜିକ ଘଟଣାବଳୀକୁ ଅଧ୍ୟୟନ କରିଥାଏ; କିନ୍ତୁ ଇତିହାସ ଅତୀତର ସମସ୍ତ ଘଟଣାବଳୀକୁ ଅଧ୍ୟୟନ କରିଥାଏ ।
(ii) ଦ୍ବିତୀୟତଃ, ସମାଜ ବିଜ୍ଞାନ ଏକ ଅମୂର୍ଖ (Abstract) ସାମାଜିକ ବିଜ୍ଞାନ ରୂପେ ପରିଚିତ । ଅପରପକ୍ଷରେ ଇତିହାସ ଏକ ମୂର୍ଖ (Concerete) ସାମାଜିକ ବିଜ୍ଞାନରୂପେ ପରିଚିତ । ଇତିହାସ ପୁରାତନ ତଥ୍ୟ ଏବଂ ସଂସ୍କୃତି ପ୍ରଭୃତିର ଏକ ସମୟାନୁକ୍ରମିକ ବର୍ଣନା କରିଥାଏ । କିନ୍ତୁ ସମାଜ ବିଜ୍ଞାନ ସେଗୁଡ଼ିକର କାରଣ, ଫଳାଫଳ ଏବଂ ସାଧାରଣ ନିୟମଗୁଡ଼ିକୁ ଆବିଷ୍କାର କରିବାପାଇଁ ପଦକ୍ଷେପ ଗ୍ରହଣ କରିଥାଏ ।
(iii) ତୃତୀୟତଃ, ଉଭୟଙ୍କର ଦୃଷ୍ଟିଭଙ୍ଗୀରେ ତାରତମ୍ୟ ପ୍ରକାଶ ପାଇଥାଏ । ଯେଉଁ ଘଟଣାଗୁଡ଼ିକ ବାରମ୍ବାର ଘଟିଥାଏ, ସ୍ପେଗୁଡ଼ିକୁ ସମାଜ ବିଜ୍ଞାନ ଅଧ୍ୟୟନ କରିଥାଏ । ଅନ୍ୟପକ୍ଷରେ ଇତିହାସ ବିଶିଷ୍ଟ ସ୍ଵକୀୟ ଘଟଣାବଳୀକୁ ଅଧ୍ୟୟନ କରିଥାଏ । କୌଣସି ଘଟଣାର ବାସ୍ତବ ଚିତ୍ର ପ୍ରଦାନ କରିବାପାଇଁ ଇତିହାସ ଏହାର ସମସ୍ତ ଦିଗକୁ ଅଧ୍ୟୟନ କରିଥାଏ । ମାତ୍ର ଯେଉଁ ଦିଗଟି ସମାଜକୁ ପ୍ରଭାବିତ କରିଥାଏ, ସମାଜ ବିଜ୍ଞାନ କେବଳ ସେହି ଦିଗକୁ ଅଧ୍ୟୟନ କରିଥାଏ ।
(iv) ଚତୁର୍ଥତଃ, ସମାଜ ବିଜ୍ଞାନୀମାନଙ୍କର ମୂଳ ଲକ୍ଷ୍ୟ ହେଉଛି ସମାଜର ସାଧାରଣ ନିୟମଗୁଡ଼ିକୁ ଆବିଷ୍କାର କରିବା; କିନ୍ତୁ ଇତିହାସର ମୂଳ ଲକ୍ଷ୍ୟ ହେଉଛି ସମୟାନୁକ୍ରମରେ ସଂଘଟିତ ହୋଇଥିବା ଐତିହାସିକ ଘଟଣାଗୁଡ଼ିକୁ ବିଶ୍ଳେଷଣ କରିବା ।
(v) ପଞ୍ଚମତଃ, ଉଭୟ ସମାଜ ବିଜ୍ଞାନ ଏବଂ ଇତିହାସର ଅଧ୍ୟୟନର ପରିସର ପୃଥକ୍ ଅଟେ । ସମାଜ ବିଜ୍ଞାନ ତା’ର ଅଧ୍ୟୟନର ଏକକରୂପେ ସମୂହ, ସଂଘ ଏବଂ ଅନୁଷ୍ଠାନ ଉପରେ ମୁଖ୍ୟତଃ ଆଲୋକପାତ କରିଥାଏ । ଅପରପକ୍ଷରେ ଇତିହାସ ବ୍ୟକ୍ତିବିଶେଷ ଉପରେ ଅଧିକ ଗୁରୁତ୍ଵ ଦେଇଥାଏ । ଏହା ବିଭିନ୍ନ ରାଜା, ମହାରାଜା, ଶାସକ ଆଦି କ୍ଷମତାଶୀଳ ବ୍ୟକ୍ତି ଏବଂ ସେମାନଙ୍କର କାର୍ଯ୍ୟକଳାପ ଉପରେ ଅଧ‌ିକ ଗୁରୁତ୍ଵ ଦେଇଥାଏ ।

7. ସମାଜ ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ୟରେ ସମ୍ପର୍କ ବିଶ୍ଳେଷଣ କର ।
Answer:
ସମାଜ ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ୟରେ ଅତି ଘନିଷ୍ଠ ସମ୍ପର୍କ ରହିଛି । ଏହି ଦୁଇଟି ସାମାଜିକ ବିଜ୍ଞାନ ପରସ୍ପରକୁ ବହୁକ୍ଷେତ୍ରରେ ପ୍ରଭାବିତ କରିଥା’ନ୍ତି । ସମାଜ ଅଧ୍ବକ ମାତ୍ରାରେ, ଅର୍ଥନୈତିକ କାରଣଗୁଡ଼ିକଦ୍ୱାରା ପ୍ରଭାବିତ ହୋଇଥାଏ ଏବଂ ଅର୍ଥନୈତିକ ପ୍ରକ୍ରିୟାମାନ ସମାଜର ପାରପାର୍ଶ୍ବକ ଅବସ୍ଥାଦ୍ୱାରା ନିର୍ଦ୍ଧାରିତ ହୋଇଥା’ନ୍ତି । ଏଥୁରୁ ସମାଜ ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ୟରେ ଥ‌ିବା ନିବିଡ଼ ସମ୍ପର୍କର ସୂଚନା ପରିଦୃଷ୍ଟ ହୋଇଥାଏ ।

ଅର୍ଥନୈତିକ କାର୍ଯ୍ୟକଳାପ ସାମାଜିକ କାର୍ଯ୍ୟକଳାପ ସହିତ ଓତପ୍ରୋତଭାବେ ଜଡ଼ିତ । ଥୋମାସ୍ (Thomas) ଙ୍କ ମତରେ, “ଅର୍ଥଶାସ୍ତ୍ର ପ୍ରକୃତରେ ସମାଜଶାସ୍ତ୍ରର ବ୍ୟାପକ ଶାଖା ମଧ୍ୟରୁ ଏକ ମୁଖ୍ୟ ଶାଖା ।’’

ସମାଜ ବିଜ୍ଞାନ କେତେକ କ୍ଷେତ୍ରରେ ଅର୍ଥଶାସ୍ତ୍ର ଉପରେ ବିଶେଷଭାବେ ନିର୍ଭର କରିଥାଏ । କାରଣ ଅର୍ଥନୈତିକ ସମ୍ପର୍କ ଗଭୀରଭାବେ ସାମାଜିକ ସମ୍ପର୍କକୁ ପ୍ରଭାବିତ କରେ । ଅର୍ଥଶାସ୍ତ୍ର ମନୁଷ୍ୟର ଅର୍ଥନୈତିକ ଜୀବନ ସମ୍ବନ୍ଧରେ ଆଲୋକପାତ କରିଥାଏ । ଆମର ସାମାଜିକ ଜୀବନର ପ୍ରତି କ୍ଷେତ୍ରରେ ଅର୍ଥନୈତିକ ଶକ୍ତି ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ସମାଜବିଜ୍ଞାନୀମାନେ ସମାଜକୁ ଠିକ୍‌ରୂପେ ବୁଝିବାପାଇଁ ଅର୍ଥନୈତିକ ଅନୁଷ୍ଠାନ ସହିତ ସମ୍ପର୍କ ସ୍ଥାପନ କରନ୍ତି । କାର୍ଲ ମାର୍କସ (Karl Marx) ଏବଂ ଫ୍ରେଡ୍‌ରିକ୍ ଏଞ୍ଜେଲସ (Fredrick Engles) କହିଛନ୍ତି, ଅର୍ଥନୈତିକ କାରଣ ହେଉଛି ସମାଜର ଏକମାତ୍ର ଚଳନାକାରୀ ଶକ୍ତି । ଏଥୁ ପ୍ରମାଣ ମିଳେ ଯେ ଅର୍ଥନୈତିକ ଅବସ୍ଥା ବ୍ୟତୀତ ସମାଜର ଅଧ୍ୟୟନ ଅସମ୍ଭବ ସମାଜବିଜ୍ଞାନୀମାନେ ବିଭିନ୍ନ ସାମାଜିକ ସମସ୍ୟା; ଯଥା – ଅପରାଧ, ବାଲ୍ୟ ଅପରାଧ, ଦାରିଦ୍ର୍ୟ, ବେକାରି, ଆତ୍ମହତ୍ୟା ପ୍ରଭୃତିକୁ ଅଧ୍ୟୟନ କରିବାପାଇଁ ଅର୍ଥନୈତିକ କାରଣଗୁଡ଼ିକୁ ବିଚାରକୁ ନେଇଥା’ନ୍ତି ।

ଅର୍ଥଶାସ୍ତ୍ର ମଧ ସମାଜ ବିଜ୍ଞାନ ଉପରେ ନିର୍ଭରଶୀଳ ଅଟେ । ସାମାଜିକ ପୃଷ୍ଠଭୂମି ବ୍ୟତୀତ ଅର୍ଥଶାସ୍ତ୍ରର ଅଧ୍ୟୟନ ଅସମ୍ଭବ କାରଣ ଲୋକମାନଙ୍କର ଜୀବନ ସମାଜଦ୍ବାରା ନିୟନ୍ତ୍ରିତ । ଦାରିଦ୍ର୍ୟ, ଭିକ୍ଷାବୃତ୍ତି, ବେକାରି ସମସ୍ୟା, ବ୍ୟବସାୟ ଚକ୍ର ଓ ମୁଦ୍ରାନ୍ତୀତି ପ୍ରଭୃତି ଅର୍ଥନୈତିକ ସମସ୍ୟାଗୁଡ଼ିକୁ ସମାଧାନ କରିବାପାଇଁ ଅର୍ଥନୀତିଜ୍ଞମାନେ ସେହି ନିର୍ଦ୍ଦିଷ୍ଟ ସମୟର ସାମାଜିକ ଘଟଣାଗୁଡ଼ିକ ବିଚାରକୁ ନେଇଥା’ନ୍ତି ।

ଯଦିଓ ସମାଜ ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ୟରେ ଘନିଷ୍ଠ ସମ୍ପର୍କ ନିହିତ, ତଥାପି ଏହି ଦୁଇଟି ସାମାଜିକ ବିଜ୍ଞାନ ସେମାନଙ୍କର ବିଷୟବସ୍ତୁ, ପରିସର, ଦୃଷ୍ଟିକୋଣ ଏବଂ ଅଧ୍ୟୟନ ପଦ୍ଧତିରେ ପରସ୍ପରଠାରୁ ଭିନ୍ନ ଅଟନ୍ତି ।

CHSE Odisha Class 11 Sociology Unit 1 Long Answer Questions in Odia Medium

(i) ଅର୍ଥଶାସ୍ତ୍ର ଅର୍ଥନୈତିକ ସମ୍ପର୍କକୁ ଅଧ୍ୟୟନ କରୁଥିବାବେଳେ ସମାଜଶାସ୍ତ୍ର ସାମାଜିକ ସମ୍ପର୍କକୁ ଅଧ୍ୟୟନ କରିଥାଏ । ସମାଜଶାସ୍ତ୍ରର ପରିସର ଅର୍ଥଶାସ୍ତ୍ରର ପରିସରଠାରୁ ବ୍ୟାପକ ଅଟେ । କାରଣ ସମାଜଶାସ୍ତ୍ର ମନୁଷ୍ୟର ରାଜନୈତିକ, ଧାର୍ମିକ, ସାଂସ୍କୃତିକ ଏବଂ ଅର୍ଥନୈତିକ ଦିଗଗୁଡ଼ିକ ସହିତ ସମ୍ପୃକ୍ତ ଏବଂ ଏହି ଦିଗମାନ ସାମାଜିକ ସମ୍ପର୍କର ପରିସରଭୁକ୍ତ ଅଟେ । କିନ୍ତୁ ଅପରପକ୍ଷରେ ଅର୍ଥଶାସ୍ତ୍ର କେବଳ ଅର୍ଥନୈତିକ ସମ୍ପର୍କ ସହିତ ଜଡ଼ିତ, ଯାହାକି ମନୁଷ୍ୟର ସାମାଜିକ ଜୀବନର କେବଳ ଗୋଟିଏ ଦିଗରୂପେ ପରିଚିତ ।
(ii) ସମାଜବିଜ୍ଞାନ ସମ୍ପୂର୍ଣ୍ଣଭାବେ ସମାଜକୁ ଅଧ୍ୟୟନ କରିଥାଏ । ଅପରପକ୍ଷରେ ଅର୍ଥଶାସ୍ତ୍ର କେବଳ ମନୁଷ୍ୟର ଅର୍ଥନୈତିକ କାର୍ଯ୍ୟକଳାପକୁ ଅଧ୍ୟୟନ କରିଥାଏ । ତେଣୁ ସମାଜ, ସମାଜ ବିଜ୍ଞାନର ଏକକ (unit) ଭାବେ ପରିଚିତ ହେଉଥ‌ିବାବେଳେ ବ୍ୟକ୍ତି, ଅର୍ଥଶାସ୍ତ୍ରର ଏକକରୂପେ ପରିଚିତ ।
(iii) ତୁଳନାତ୍ମକ ଭାବେ ସମାଜ ବିଜ୍ଞାନ ଅପେକ୍ଷା ଅର୍ଥଶାସ୍ତ୍ର ପୁରାତନ ଅଟେ । ଯେହେତୁ ସମାଜବିଜ୍ଞାନୀମାନେ ଅର୍ଥଶାସ୍ତ୍ରକୁ ସମାଜ ବିଜ୍ଞାନର ପରିସରଭୁକ୍ତ କରିଛନ୍ତି, ସେହି ଦୃଷ୍ଟିରୁ ଦେଖ‌ିଲେ ଜଣାପଡ଼େ ଯେ, ସମାଜ ବିଜ୍ଞାନ ହେଉଛି ସର୍ବକନିଷ୍ଠ ସାମାଜିକ ବିଜ୍ଞାନ ।
(iv) ସମାଜ ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ଅଧ୍ୟୟନ ପଦ୍ଧତିରେ ପରସ୍ପରଠାରୁ ପୃଥକ୍ ଅଟନ୍ତି । ସମାଜ ବିଜ୍ଞାନ ତା’ର ଅଧ୍ୟୟନ କ୍ଷେତ୍ରରେ ପର୍ଯ୍ୟବେକ୍ଷଣ, ସାକ୍ଷାତ୍‌କାର, ଅନୁସୂଚୀ ଏବଂ ପ୍ରଶାବଳୀ ଆଦି ପଦ୍ଧତିକୁ ବ୍ୟବହାର କରିଥାଏ । କିନ୍ତୁ ଅନ୍ୟପକ୍ଷରେ ଅର୍ଥଶାସ୍ତ୍ର ଅବରୋହମୂଳକ ସିଦ୍ଧାନ୍ତ, ଆରୋହ ପଦ୍ଧତି, ପରିସଂଖ୍ୟାନ ପଦ୍ଧତି ଆଦିକୁ ବ୍ୟବହାର କରିଥାଏ ।
(v) ସମାଜ ବିଜ୍ଞାନ ଅର୍ଥନୈତିକ ସମସ୍ୟା ସହିତ ସମାଜର ଅନ୍ୟାନ୍ୟ ସମସ୍ୟାଗୁଡ଼ିକୁ ଅଧ୍ୟୟନ କରୁଥିବାବେଳେ ଅର୍ଥଶାସ୍ତ୍ର କେବଳ ଅର୍ଥନୈତିକ ସମସ୍ୟାଗୁଡ଼ିକୁ ଅଧ୍ୟୟନ କରିଥାଏ ।

8. ସମାଜ ବିଜ୍ଞାନ ଏବଂ ନୃତତ୍ତ୍ବ ମଧ୍ଯରେ ସମ୍ପର୍କ ଦର୍ଶାଅ ।
କିମ୍ବା, ସମାଜ ବିଜ୍ଞାନ ଏବଂ ନୃତତ୍ତ୍ବ ଦୁଇଟି ‘ଯମଜ ଭଗିନୀ’ ରୂପେ ପରିଚିତ – ଆଲୋଚନା କର । .
Answer:
ସମାଜ ବିଜ୍ଞାନ ଏବଂ ନୃତତ୍ତ୍ଵ ପରସ୍ପର ସହିତ ଘନିଷ୍ଠଭାବେ ସମ୍ପୃକ୍ତ । ନୃତତ୍ତ୍ଵର ଇଂରାଜୀ ନାମ ହେଉଛି ‘Anthropology’। ଏହା ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ ଯଥା – ‘Anthropos’ ଏବଂ ‘Logos’ ରୁ ଆନୀତ । ‘Anthropos’ ଶବ୍ଦର ଅର୍ଥ ‘ମାନବ’ (Man) ଏବଂ ‘Logos’ ଶବ୍ଦର ଅର୍ଥ ବିଜ୍ଞାନ (Science) ବା ଅଧ୍ୟୟନ (Study) । ତେଣୁ ନୃତତ୍ତ୍ଵର ପ୍ରକୃତ ଅର୍ଥ ହେଉଛି ମାନବ ସମ୍ବନ୍ଧୀୟ ଅଧ୍ୟୟନ ବା ମାନବ ଶରୀର ସମ୍ବନ୍ଧୀୟ ବିଜ୍ଞାନ । ଏହି ନୃତତ୍ତ୍ଵକୁ ମୁଖ୍ୟତଃ ଚାରି ଭାଗରେ ବିଭକ୍ତ କରାଯାଇପାରେ ।

(i) ଶାରୀରିକ ନୃତତ୍ତ୍ଵ (Physical Anthropology) – ଶାରୀରିକ ନୃତ୍ୟ ଆଦିମ ମାନବର ଶାରୀରିକ ଗୁଣାବଳୀକୁ ଅଧ୍ୟୟନ କରିଥାଏ । ଏହି ଗୁଣଗୁଡ଼ିକ ମାନବ ଜାତି ଏବଂ ସେମାନଙ୍କର ଉତ୍ପତ୍ତି ସମ୍ବନ୍ଧରେ ଆବଶ୍ୟକ ଜ୍ଞାନ ପ୍ରଦାନ କରିଥାଏ ।
(ii) ସାମାଜିକ ନୃତତ୍ତ୍ଵ (Social Anthropology) – ସାମାଜିକ ନୃତତ୍ତ୍ଵ ସାମାଜିକ ପରିବେଶରେ ମନୁଷ୍ୟର ବ୍ୟବହାର ସହିତ ସମ୍ପୃକ୍ତ । ଏହା ମନୁଷ୍ୟକୁ ଏକ ସାମାଜିକ ପ୍ରାଣୀଭାବେ ଅଧ୍ୟୟନ କରିଥାଏ । ସାମାଜିକ ନୃତତ୍ତ୍ବ ଆଦିମ ସମାଜ, ପରିବାର, ବିବାହ, ଜ୍ଞାତି ଯାଦୁବିଦ୍ୟା (magic) ଏବଂ ଧର୍ମ ପ୍ରଭୃତି ଅଧ୍ୟୟନ କରିଥାଏ ।
(iii) ସାଂସ୍କୃତିକ ନୃତତ୍ତ୍ଵ (Cultural Anthropology) – ସାଂସ୍କୃତିକ ନୃତତ୍ତ୍ଵ ଆଦିମ ମାନବର ଉଭୟ ବସ୍ତୁଭିଭିକ ଏବଂ ଅବସ୍ତୁଭିଭିକ ସଂସ୍କୃତି ସହିତ ସମ୍ପୃକ୍ତ । ଏହା ମନୁଷ୍ୟର ଅତୀତ ଏବଂ ବର୍ତ୍ତମାନର ସାଂସ୍କୃତିକ ବିଭବର ଅଧ୍ୟୟନ ଉପରେ ଆଲୋକପାତ କରିଥାଏ ।
(iv) ପ୍ରାଗ୍-ଐତିହାସିକ ପ୍ରତ୍ନତତ୍ତ୍ବ (Pre-Historic Archaeology) – ପ୍ରାଗ୍-ଐତିହାସିକ ପ୍ରତ୍ନତତ୍ତ୍ଵ ପ୍ରାଗୈତିହାସିକ ପ୍ରାଗ୍-ଐତିହାସିକ ପ୍ରତ୍ନତତ୍ତ୍ଵର ସାହାଯ୍ୟ ନେଇଥା’ନ୍ତି । ଏହା ମଧ୍ୟ ପ୍ରାଚୀନ କଳା ଏବଂ ସ୍ଥାପତ୍ୟ ସମ୍ବନ୍ଧରେ ପୂର୍ଣ୍ଣ ଚିତ୍ର ପ୍ରଦାନ କରିଥାଏ ।

ସମାଜ ବିଜ୍ଞାନ ଏବଂ ନୃତତ୍ତ୍ବ ମଧ୍ଯରେ ସମ୍ପର୍କ ଅତି ନିବିଡ଼ ଅଟେ । ଏମାନେ ବହୁ କ୍ଷେତ୍ରରେ ପରସ୍ପରଦ୍ଵାରା ପ୍ରଭାବିତ । ଉଭୟ ସମାଜ ବିଜ୍ଞାନ ଏବଂ ନୃତତ୍ତ୍ଵ କେତେକ ବିଷୟ; ଯଥା- ସମାଜ, ସଂସ୍କୃତି, ପରିବାର, ଧର୍ମ, ଜ୍ଞାନ ଏବଂ ସାମାଜିକ ସ୍ତରୀକରଣ ଇତ୍ୟାଦିକୁ ସାଧାରଣଭାବେ ଅଧ୍ୟୟନ କରିଥା’ନ୍ତି । ଏହି ପରିପ୍ରେକ୍ଷୀରେ ପ୍ରବୀଣ ନୃତତ୍ତ୍ୱବିତ୍ ଏ.ଏଲ୍‌. କ୍ରୋବର (A. L. Kroeber) ସମାଜ ବିଜ୍ଞାନ ଏବଂ ନୃତତ୍ତ୍ଵକୁ ଦୁଇଟି ‘ଯାଆଁଳା ଭଉଣୀ’ ରୂପେ ଅଭିହିତ କରିଅଛନ୍ତି । ଏହି ଦୁଇଟି ସାମାଜିକ ବିଜ୍ଞାନ ଉଭୟ ମାନବିକ ସମ୍ପର୍କ, ଅନୁଷ୍ଠାନ ଏବଂ କାର୍ଯ୍ୟକଳାପ ଆଦିକୁ ଅଧ୍ୟୟନ କରିଥା’ନ୍ତି ।

ସମାଜ ବିଜ୍ଞାନ ତା’ର ଅଧ୍ୟୟନ ପାଇଁ ଆବଶ୍ୟକ ତଥ୍ୟ ପାଇବା ନିମିତ୍ତ ନୃତତ୍ତ୍ବ ଉପରେ ନିର୍ଭର କରିଥାଏ । ସମାଜ ବିଜ୍ଞାନ ସାଂସ୍କୃତିକ ନୃତତ୍ତ୍ୱଠାରୁ ସାଂସ୍କୃତିକ ଗୁଣ, ସାଂସ୍କୃତିକ ବିଳମ୍ବନ, ସାଂସ୍କୃତିକ ବିବର୍ତ୍ତନ ଏବଂ ଅନ୍ୟାନ୍ୟ ସମ୍ପ୍ରତ୍ୟୟଗୁଡ଼ିକୁ ଗ୍ରହଣ କରିଥାଏ । ନୃତତ୍ତ୍ବବିତ୍‌ଙ୍କଦ୍ୱାରା ଆବିଷ୍କୃତ ବିଭିନ୍ନ ତତ୍ତ୍ବ ସମାଜ ବିଜ୍ଞାନକୁ ବିଶେଷଭାବେ ପ୍ରଭାବିତ କରିଥାଏ । ଏହି ଦୃଷ୍ଟିରୁ ନୃତାତ୍ତ୍ଵିକ ଆବିଷ୍କାର ସମାଜ ବିଜ୍ଞାନ ପାଇଁ ଉପଯୋଗୀ ଅଟେ ।

ସେହିପରି ନୃତତ୍ତ୍ବ ମଧ୍ଯ ସମାଜ ବିଜ୍ଞାନର ପ୍ରତ୍ୟକ୍ଷ ସାହାଯ୍ୟ ଆବଶ୍ୟକ କରିଥାଏ । ସମାଜବିଜ୍ଞାନୀମାନଙ୍କଦ୍ୱାରା ଗ୍ରହଣ କରାଯାଇଥିବା ସିଦ୍ଧାନ୍ତ ନୃ-ବିଜ୍ଞାନୀମାନଙ୍କୁ ସେମାନଙ୍କର ସିଦ୍ଧାନ୍ତ ଗ୍ରହଣ କରିବା କ୍ଷେତ୍ରରେ ସାହାଯ୍ୟ କରିଥାଏ । ସମାଜ-ବିଜ୍ଞାନୀମାନଙ୍କଦ୍ଵାରା ସଂଗୃହୀତ ତଥ୍ୟ ନୃତତ୍ତ୍ବବିତ୍ରମାନଙ୍କୁ ସେମାନଙ୍କର ଗବେଷଣା କାର୍ଯ୍ୟ ପାଇଁ ଯଥେଷ୍ଟ ସାହାଯ୍ୟ କରିଥାଏ ।

ଏହି ଆଲୋଚନାରୁ ସୂଚିତ ହୁଏ ଯେ ଉଭୟ ସମାଜ ବିଜ୍ଞାନ ଏବଂ ନୃତତ୍ତ୍ଵ ପରସ୍ପର ଉପରେ ନିର୍ଭରଶୀଳ ଅଟନ୍ତି । ଉଭୟ ଉଭୟଙ୍କର ସାହାଯ୍ୟ ନେଇଥାଆନ୍ତି । ଗୋଟିକୁ ଅନ୍ୟଠାରୁ ପୃଥକ୍ କରିବା ସମ୍ଭବପର ନୁହେଁ । କିନ୍ତୁ ଏହାସତ୍ତ୍ବେ ଉଭୟ ସମାଜ ବିଜ୍ଞାନ ଏବଂ ନୃତତ୍ତ୍ୱ କେତେକ କ୍ଷେତ୍ରରେ ପରସ୍ପରଠାରୁ ଭିନ୍ନ ଅଟନ୍ତି ।

(i) ସମାଜ ବିଜ୍ଞାନ ସମ୍ପୂର୍ଣ୍ଣ ସମାଜକୁ ଅଧ୍ୟୟନ କରୁଥିବାବେଳେ ନୃତତ୍ତ୍ବ ସମାଜର ଏକ ନିର୍ଦ୍ଦିଷ୍ଟ ଦିଗକୁ ଅଧ୍ୟୟନ କରିଥାଏ । ଏହା ପ୍ରାଗ୍-ଲିପିକ ମନୁଷ୍ୟ ଏବଂ ସେମାନଙ୍କର ସଂସ୍କୃତିକୁ କେବଳ ଅଧ୍ୟୟନ କରିଥାଏ ।
(ii) ସମାଜ ବିଜ୍ଞାନ ଆଧୁନିକ, ସଭ୍ୟ ଏବଂ ଜଟିଳ ସମସ୍ୟାକୁ ଅଧ୍ୟୟନ କରିଥାଏ । କିନ୍ତୁ ନୃତତ୍ତ୍ଵ ପ୍ରାଗ୍-ଲିପିକ ଏବଂ ଆଦିମ ସମାଜକୁ ଅଧ୍ୟୟନ କରିଥାଏ ।
(iii) ସମାଜ ବିଜ୍ଞାନ ବର୍ତ୍ତମାନ ସମୟର ଗତିଶୀଳ ସଂସ୍କୃତିକୁ ଅଧ୍ୟୟନ କରିଥାଏ । କିନ୍ତୁ ନୃତତ୍ତ୍ଵ ପ୍ରାଚୀନ ସମୟର କ୍ଷୁଦ୍ର ଏବଂ ସ୍ଥାଣୁ ସଂସ୍କୃତିକୁ ଅଧ୍ୟୟନ କରିଥାଏ ।
(iv) ସମାଜ ବିଜ୍ଞାନ ବର୍ତ୍ତମାନର ସାମାଜିକ କାର୍ଯ୍ୟକଳାପ ଏବଂ ଘଟଣାବଳୀକୁ ଅଧ୍ୟୟନ କରୁଥିବାବେଳେ ନୃତତ୍ତ୍ବ ଅତୀତର ସାମାଜିକ ଘଟଣାବଳୀ ଏବଂ ପୁରାତନ ମାନବର କାର୍ଯ୍ୟାବଳୀ ସହିତ ସମ୍ପୃକ୍ତ ଅଟେ ।
(v) ସମାଜ ବିଜ୍ଞାନ ବିଭିନ୍ନ ସାମାଜିକ ସମସ୍ୟା; ଯଥା – ଅପରାଧ, ବାଲ୍ୟ-ଅପରାଧ, ଦାରିଦ୍ର୍ୟ, ବେକାରି ଆତ୍ମହତ୍ୟା ପ୍ରଭୃତି ସାମାଜିକ ସମସ୍ୟାଗୁଡ଼ିକୁ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ସେଗୁଡ଼ିକର ଦୂରୀକରଣପାଇଁ ପଦକ୍ଷେପ ଗ୍ରହଣ କରିଥାଏ । କିନ୍ତୁ ଅପରପକ୍ଷରେ ଯଦିଓ ନୃତତ୍ତ୍ବ ସାମାଜିକ ସମସ୍ୟାଗୁଡ଼ିକୁ ଅଧ୍ୟୟନ କରିଥାଏ, ତଥାପି ଏଗୁଡ଼ିକର ଦୁରୀକରଣ ନିମିତ୍ତ କୌଣସି ପଦକ୍ଷେପ ଗ୍ରହଣ କରି ନ ଥାଏ ।
(vi) ଉଭୟ ସମାଜ ବିଜ୍ଞାନ ଏବଂ ନୃତତ୍ତ୍ଵ ଅଧ୍ୟୟନ ପଦ୍ଧତିରେ ପରସ୍ପରଠାରୁ ପୃଥକ୍ ଅଟନ୍ତି । ସମାଜ ବିଜ୍ଞାନ ତା’ର ଅଧ୍ୟୟନ ପାଇଁ ପରିସଂଖ୍ୟାନ, ବ୍ୟକ୍ତି, ଅଧ୍ୟୟନ ଏବଂ ପ୍ରଲେଖୀ ପ୍ରମାଣ ପ୍ରଭୃତିକୁ ବ୍ୟବହାର କରିଥାଏ । ସମାଜବିଜ୍ଞାନୀମାନେ ପ୍ରଶ୍ନବଳୀ ଏବଂ ଅନୁସୂଚୀ ମାଧ୍ୟମରେ ତଥ୍ୟ ସଂଗ୍ରହ କରିଥା’ନ୍ତି । ଅପରପକ୍ଷରେ ପ୍ରାଚୀନ ମାନ ଜାତି ଏବଂ ତା’ର ସଂସ୍କୃତିକୁ ଅଧ୍ୟୟନ କରିବାପାଇଁ ନୃତତ୍ତ୍ବବିତ୍‌ମାନେ ପ୍ରକାର୍ଯ୍ୟାତ୍ମକ ପଦ୍ଧତିକୁ ବ୍ୟବହାର କରିଥା’ନ୍ତି ।

9. ସମାଜଶାସ୍ତ୍ର ଏକ ବିଜ୍ଞାନ ଅଟେ କି ? ଦର୍ଶାଅ ।
Answer:
ସମାଜଶାସ୍ତ୍ର ଏକ ବିଜ୍ଞାନ କି ନୁହେଁ ଏ ସମ୍ବନ୍ଧରେ ସମାଜଶାସ୍ତ୍ରବିତ୍ରମାନଙ୍କ ମଧ୍ୟରେ ମତପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ଅଗଷ୍ଟ କମ୍‌, ଟାଲ୍‌କଟ୍ ପାର୍ସନ୍, ଗିଡ଼ିଙ୍ଗସ୍ ଓ ମ୍ୟାକ୍‌ସ ୱେବର ଇତ୍ୟାଦି ସମାଜଶାସ୍ତ୍ରବିତ୍‌ମାନେ ଏହାକୁ ଏକ ବିଜ୍ଞାନରୂପେ ଅଭିହିତ କରିଛନ୍ତି । ସେମାନଙ୍କ ମତରେ –

  • ସମାଜଶାସ୍ତ୍ର କାରଣ ଏବଂ ଫଳାଫଳର ସମ୍ପର୍କକୁ ବର୍ଣ୍ଣନା କରେ । ଏହା ସାମାଜିକ ଘଟଣାଗୁଡ଼ିକୁ ବିଶଦଭାବେ ଆଲୋଚନା କରି ସତ୍ୟ ଉଦ୍‌ଘାଟନ କରିଥାଏ । ପ୍ରଥା ଓ ପରମ୍ପରା ମାଧ୍ୟମରେ କାରଣ ଖୋଜି ଏହାର ପ୍ରଭାବ ଓ ଫଳାଫଳ ବର୍ଣ୍ଣନା କରେ ।
  • ସମାଜଶାସ୍ତ୍ର କେବଳ ଗବେଷଣାଗାରରେ ପରିଲକ୍ଷିତ ହୁଏ ନାହିଁ । ସମାଜଶାସ୍ତ୍ର ପାଇଁ ସମାଜ ହେଉଛି ଏହାର ବିସ୍ତୃତ କ୍ଷେତ୍ର ବା ପରୀକ୍ଷାଗାର ।
  • ବୈଜ୍ଞାନିକ ଗବେଷଣା ପାଇଁ ଆବଶ୍ୟକ ହେଉଥ‌ିବା ଅନୁସନ୍ଧାନ (investigation), ପର୍ଯ୍ୟବେକ୍ଷଣ, ତୁଳନା ପ୍ରଭୃତି ପାଇଁ ସର୍ବଦା କ୍ଷେତ୍ର ପ୍ରସ୍ତୁତ ହୋଇ ରହିଥାଏ ଏବଂ ସବୁ ସମୟରେ ବୈଜ୍ଞାନିକ ତଥ୍ୟ ପ୍ରଦାନ ପାଇଁ ଏହା ବ୍ୟବହୃତ ହୋଇପାରିବ ।
  • ସମସ୍ତ ଶାରୀରିକ ଜ୍ଞାନ ପାଇଁ ଗବେଷଣାଗାରର ଆବଶ୍ୟକତା ନ ଥାଏ । ସେହିପରି ସମାଜଶାସ୍ତ୍ର ପରୀକ୍ଷାଗାରରେ ନ ଥାଇ ମଧ୍ୟ ବୈଜ୍ଞାନିକ ଯୁକ୍ତି ପ୍ରଦାନ କରିପାରିବ ।
  • ସମାଜଶାସ୍ତ୍ର ଆଇନକୁ ଆବିଷ୍କାର କରି ସଂସ୍କୃତି ମାଧ୍ୟମରେ ଏହାକୁ ସମାଜରେ ପ୍ରଚଳିତ କରିଥାଏ । ମାତ୍ର ଏହାର ଯଥାର୍ଥତା ଅବଲମ୍ବନ କରେ ।
  • ଟାଲକଟ ପାର୍ସନ, ଗିଡ଼ିଙ୍ଗସ୍ ପ୍ରଭୃତି ସମାଜବିଜ୍ଞାନୀମାନେ ସମାଜଶାସ୍ତ୍ରକୁ କେତେ ଲକ୍ଷ୍ୟ ଥିବା ଏକ ସୁବ୍ୟବସ୍ଥିତ ପର୍ଯ୍ୟବେକ୍ଷଣଭାବେ ବର୍ଣ୍ଣନା କରିଛନ୍ତି । ଏହା ସତ୍ୟକୁ ଉନ୍ମୋଚନ କରେ । ମାକ୍‌ସ ୱେବର ମଧ୍ୟ ସମାଜଶାସ୍ତ୍ରକୁ ଏକ ବିଜ୍ଞାନଭାବେ ଅଭିହିତ କରିଛନ୍ତି; ଯାହା ସାମାଜିକ କ୍ରିୟାର ବିଶ୍ଳେଷଣାତ୍ମକ ଅର୍ଥକୁ ବୋଧଗମ୍ୟ କରିବାପାଇଁ ଚେଷ୍ଟା କରିଥାଏ । ଏହାଦ୍ଵାରା ସାମାଜିକ କ୍ରିୟା, ଏହାର ଫଳାଫଳ ଓ କାର୍ଯ୍ୟକୁ ବ୍ୟାଖ୍ୟା କରିବା ସମ୍ଭବପର ହୁଏ । ତେଣୁ ସମାଜଶାସ୍ତ୍ର ଏକ ବିଜ୍ଞାନସମ୍ମତ ଅଧ୍ୟୟନ ଅଟେ ।
  • ସମାଜଶାସ୍ତ୍ରରେ ତଥ୍ୟଗୁଡ଼ିକର ବିଶ୍ଳେଷଣ ଏବଂ ବର୍ଗୀକରଣ କରାଯାଇଥାଏ । ଏଥ‌ିପାଇଁ ତଥ୍ୟଗୁଡ଼ିକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଏ । ସେଗୁଡ଼ିକ ବିଶ୍ଳେଷଣ କରି, ତାହାର ଗୁରୁତ୍ୱ ଉପଲବ୍ଧି କରି ସମାଜଶାସ୍ତ୍ର ଏହାକୁ ନିଜର ବିଷୟଭୁକ୍ତ କରେ ।
  • ସମାଜଶାସ୍ତ୍ରରେ ସିଦ୍ଧାନ୍ତଗୁଡ଼ିକର ପୁନଃପରୀକ୍ଷଣ ସମ୍ଭବ ଅଟେ । କୌଣସି ସିଦ୍ଧାନ୍ତ ନେବା ଆଗରୁ ସମାଜଶାସ୍ତ୍ର ସାମାଜିକ ଘଟଣାବଳୀକୁ ବାରମ୍ବାର ଅଧ୍ୟୟନ କରି ତାର୍କିକ ମତ ପ୍ରଦାନ କରିଥାଏ । ବିଭିନ୍ନ ପ୍ରକାର ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ କରିଥିବାରୁ ଏବଂ ଯୁକ୍ତିଯୁକ୍ତ ମତ ପ୍ରଦାନ କରିଥିବାରୁ ତଥା ଯୁକ୍ତିଗୁଡ଼ିକର ଆବଶ୍ୟକସ୍ଥଳେ ପୁନର୍ବାର ପରୀକ୍ଷଣ ହୋଇପାରୁଥିବାରୁ ଏହା ବିଦ୍ବାନ୍‌ମାନଙ୍କଦ୍ୱାରା ଗ୍ରହଣୀୟ ।
  • ସମାଜଶାସ୍ତ୍ରରେ ଭବିଷ୍ୟତବାଣୀ ସମ୍ଭବପର ହୋଇଥାଏ । ସମାଜବିଜ୍ଞାନୀ ଆଗାମୀ ବଂଶଧରମାନଙ୍କ ପାଇଁ ସାମାଜିକ ନୀତି ପ୍ରଣୟନ କରିଥାଏ । ପରିବର୍ତ୍ତନ ମାଧ୍ୟମରେ ଭବିଷ୍ୟତ ସମାଜର ସ୍ଥିତି ଓ ପ୍ରକାର୍ଯ୍ୟକୁ ଏହା ସୂଚାଇଥାଏ । ଆଧୁନିକୀକରଣ ହେବାଦ୍ଵାରା ପରିବାରର ପ୍ରକାର୍ଯ୍ୟ, ଆକାର ପ୍ରଭୃତିରେ କିଭଳି ରୂପାନ୍ତର ଘଟିବ, ତାହା ମଧ୍ୟ ସମାଜଶାସ୍ତ୍ର ବନ୍‌ କରେ । ତେଣୁ ବିଜ୍ଞାନ ପରି ସମାଜଶାସ୍ତ୍ର ମଧ୍ୟ ଭବିଷ୍ୟତବାଣୀ ପ୍ରଦାନ କରିଥାଏ ।

ଏହିସବୁ ଯୁକ୍ତିଗୁଡ଼ିକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ସମାଜଶାସ୍ତ୍ର ଏକ ତଥ୍ୟ ଆଧାରିତ ଜ୍ଞାନ ଅଟେ । ଏହାକୁ ବିଜ୍ଞାନର ଆଖ୍ୟା ଦେଲେ ଅତ୍ୟୁକ୍ତି ହେବ ନାହିଁ । ତଥାପି କେତେକ ଦୃଷ୍ଟିକୋଣରୁ ବିଚାରକରି ସମାଜବିଜ୍ଞାନୀମାନେ ମତ ଦିଅନ୍ତି ଯେ ସମାଜଶାସ୍ତ୍ର ଏକ ଯୁକ୍ତିସିଦ୍ଧ ବିଜ୍ଞାନ ହୋଇନପାରେ; ଏହା କଳାର ଏକ ବିଷୟମାତ୍ର । ବର୍ତ୍ତମାନ ସମାଜବିଜ୍ଞାନ ଏକ ସାଧାରଣ ସାମାଜିକ ବିଜ୍ଞାନଭାବେ ସ୍ୱୀକୃତିଲାଭ କରିଅଛି ଏବଂ ସମାଜବିଜ୍ଞାନୀମାନେ ଏହାକୁ ଏକ ସମ୍ପୂର୍ଣ୍ଣ ବିଜ୍ଞାନଭାବେ ପ୍ରତିପାଦିତ କରିବାକୁ ଚେଷ୍ଟା କରୁଛନ୍ତି ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Odisha State Board BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ Textbook Exercise Questions and Answers.

BSE Odisha Class 7 Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ସୁରେନ୍ଦ୍ର ସାଏ କାହିଁକି ଗଣବିପ୍ଳବ କରିଥିଲେ ?
Answer:
ନିଜର ଜନ୍ମଭୂମି ସମ୍ବଲପୁରକୁ ବିଦେଶୀ ଇଂରେଜ ଶାସକଙ୍କ କବଳରୁ ଛଡ଼ାଇ ଆଣି ସ୍ଵାଧୀନତା ଦେବାପାଇଁ ସୁରେନ୍ଦ୍ର ସାଏ ଗଣ ବିପ୍ଳବ କରିଥିଲେ ।

(ଖ ) ପୋଥ‌ିବିଦ୍ୟା ଶିକ୍ଷା ଅପେକ୍ଷା ପିଲାଦିନୁ ସେ କେଉଁ ଶିକ୍ଷାକୁ ଭଲ ପାଉଥିଲେ ?
Answer:
ସୁରେନ୍ଦ୍ର ସାଏ ପୋଥିବିଦ୍ୟା ଶିକ୍ଷା ଅପେକ୍ଷା ପିଲାଦିନୁ ବିଭିନ୍ନ ପ୍ରକାର ଶାରୀରିକ କୌଶଳ ଶିକ୍ଷାକୁ ଭଲ ପାଉଥିଲେ । ଫଳରେ ଶରୀର ଚର୍ଚ୍ଚା, ଘୋଡ଼ାଦୌଡ଼, ଶରସନ୍ଧାନ ଓ ତରବାରି ଚାଳନା ଆଦି ବିଦ୍ୟାରେ ସେ ଅସମ୍ଭବ ପଟୁତା ଲାଭ କରିଥିଲେ ।

(ଗ) ସେ କାହାକୁ ବାହା ହୋଇଥିଲେ ?
Answer:
ସୁରେନ୍ଦ୍ର ସାଏ ଛୋଟନାଗପୁର ଅଧୀନସ୍ଥ ଗାଙ୍ଗପୁର ରାଜ୍ୟର ହାତୀବାଡ଼ି ଜମିଦାରଙ୍କ କନ୍ୟାଙ୍କୁ ବାହା ହୋଇଥିଲେ ।

(ଘ) ତାଙ୍କ ପୁଅଙ୍କ ନାମ କ’ଣ ?
Answer:
ସୁରେନ୍ଦ୍ରଙ୍କର ଏକମାତ୍ର ପୁତ୍ର ଥିଲେ ଏବଂ ତାହାର ନାମ ଥିଲା ମିତ୍ରଭାନୁ ସାଏ ।

(ଙ) ସେ କେଉଁ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗିଥିଲେ ?
Answer:
ସୁରେନ୍ଦ୍ର ସାଏ ମଧ୍ୟପ୍ରଦେଶ ଅନ୍ତର୍ଗତ ଅସୁରଗଡ଼ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗିଥିଲେ ।

(ଚ) ସମ୍ବଲପୁର ରାଜବଂଶର ଜମିଦାରଙ୍କ ଭିତରେ କାହିଁକି କନ୍ଦଳ ଚାଲିଥିଲା ?
Answer:
ସିଂହାସନ ଅଧିକାରକୁ ନେଇ ସମ୍ବଲପୁର ରାଜବଂଶର ବିଭିନ୍ନ ଜମିଦାରଙ୍କ ଭିତରେ କନ୍ଦଳ ଚାଲିଥିଲା ।

(ଛ) ନାରାୟଣ ସିଂହ କିଏ ? ସେ କାହା ଉପରେ ଅତର୍କିତ ଆକ୍ରମଣ କରି ପରାସ୍ତ କରିଥିଲେ ?
Answer:
ନାରାୟଣ ସିଂହ ଥିଲେ ବରପାଲିର ଜମିଦାର ଭବାନୀ ସିଂହଙ୍କ କକା । ଇଂରେଜମାନେ ତାଙ୍କୁ ୧୮୩୩ ମସିହା ଅକ୍ଟୋବର ୧୧ ତାରିଖରେ ସମ୍ବଲପୁର ରାଜଗାଦିରେ ବସାଇଲେ । ସେ ଇଂରେଜମାନଙ୍କ ସାହାଯ୍ୟରେ ସୁରେନ୍ଦ୍ର ସାଏଙ୍କ ଉପରେ ଅତର୍କିତ ଆକ୍ରମଣ କରି ତାଙ୍କୁ ପରାସ୍ତ କରିଥିଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ସୁରେନ୍ଦ୍ର ସାଏଙ୍କ ପରିବାରରେ କିଏ କିଏ ରହୁଥିଲେ ? ତାଙ୍କ ବାପା ଓ ମାଆଙ୍କ ନାମ କ’ଣ ?
Answer:
ସୁରେନ୍ଦ୍ର ସାଏଙ୍କ ପରିବାରରେ ରହୁଥିଲେ ତାଙ୍କର ଛଅ ଭାଇ ଓ ଗୋଟିଏ ଭଉଣୀ । ତାଙ୍କ ବାପାଙ୍କ ନାମ ଧରମ ସିଂହ ଓ ମାଆଙ୍କ ନାମ ରେବତୀ ଦେବୀ ।

(ଖ) ନାରାୟଣ ସିଂହ ରାଜା ହେଲା ପରେ କାହିଁକି ଚାରିଆଡ଼େ ଅସନ୍ତୋଷ ଦେଖାଦେଲା ?
Answer:
ନାରାୟଣ ସିଂହ ଥିଲେ ପ୍ରଜାଙ୍କର ସ୍ଵାର୍ଥବିରୋଧୀ । କେବଳ ଇଂରେଜ ସରକାର ଓ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଛାଡ଼ିଦେଲେ, ସଂଖ୍ୟାଗରିଷ୍ଠ ଆଦିବାସୀ ସମ୍ପ୍ରଦାୟ ପ୍ରତି ସେ ସମ୍ପୂର୍ଣ୍ଣ ଉଦାସୀନ ଥିଲେ । ତେଣୁ ନାରାୟଣ ସିଂହ ରାଜା ହେଲା ପରେ ଚାରିଆଡ଼େ ଅସନ୍ତୋଷ ଦେଖାଦେଲା ।

(ଗ) ସୁରେନ୍ଦ୍ର ସାଏ ହଜାରିବାଗ ଜେଲ୍‌ରୁ ସମ୍ବଲପୁର ଫେରିଲା ପରେ କ୍ୟାପ୍‌ଟେନ୍ ଲି’ କାହିଁକି ଆତଙ୍କିତ ହୋଇପଡ଼ିଲେ ?
Answer:
ସୁରେନ୍ଦ୍ର ସାଏ ଥିଲେ ଜଣେ ଅନନ୍ୟ ସଂଗ୍ରାମୀ । ସମ୍ବଲପୁରର ପ୍ରଜାମାନଙ୍କର ଓ ଗୌନ୍ତିଆ ଜମିଦାରଙ୍କର ସେ ଆନ୍ତରିକ ସମର୍ଥନ ଲାଭ କରିଥିବାରୁ ଯେ କୌଣସି ସମୟରେ ସେ ସମ୍ବଲପୁରରେ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବାର ସମ୍ଭାବନା ଥିଲା । ତେଣୁ ସୁରେନ୍ଦ୍ର ସାଏ ହଜାରିବାଗ ଜେଲ୍‌ରୁ ସମ୍ବଲପୁର ଫେରିଲା ପରେ କ୍ୟାପ୍ଟେନ୍ ଲି’ ଆତଙ୍କିତ ହୋଇପଡ଼ିଲେ ।

(ଘ) ତାଙ୍କୁ ଧରିବା ପାଇଁ ଇଂରେଜମାନେ କେଉଁ ସବୁ କୌଶଳ ପ୍ରୟୋଗ କରିଥିଲେ ?
Answer:
ଇଂରେଜଶାସକମାନେ ପରାକ୍ରମଶାଳୀ ଥିଲେ ମଧ୍ୟ ଓଡ଼ିଶାର ବିପ୍ଳବୀମାନଙ୍କୁ ଭୟ କରୁଥିଲେ। ବୀର ସୁରେନ୍ଦ୍ରଙ୍କର ନେତୃତ୍ଵକୁ ଭୟକରି ତାଙ୍କୁ ଧରିବାପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିଥିଲେ ମଧ୍ୟ ସଫଳ ହୋଇ ନଥିଲୋ ସମ୍ବଲପୁରର ତତ୍କାକାନ ଆସିଷ୍ଟଶୁ କମିଶନର କ୍ୟାପ୍ଟେନ୍ ଲି ସୁରେନ୍ଦ୍ରଙ୍କୁ ଧରାଇଦେବାପାଇଁ ପୁରସ୍ନାର ଘୋଷଣା କରିଥିଲେ । ମାତ୍ର ପ୍ରଜାମାନେ ଏଥରେ ସହାୟତା କରି ନ ଥିଲେ । ଥରେ ସୁରେନ୍ଦ୍ରସାଏ ବାରଶହ ସୈନ୍ୟଙ୍କୁ ନେଇ କ୍ୟାପ୍‌ଟେନ୍ ଲି’ଙ୍କ ନିକଟରେ କାରାଦଣ୍ଡରୁ ମୁକ୍ତି ଏବଂ ସମ୍ବଲପୁରର ସ୍ଵାଧୀନତା ଦାବି କରିଥିଲେ । ଏହି ସୁଯୋଗରୁ କ୍ୟାପ୍‌ଟେନ୍ ଲି’ ସୁରେନ୍ଦ୍ରଙ୍କୁ ଧରିବା ପାଇଁ କୌଶଳ କରିଥିଲେ; କିନ୍ତୁ ବିଚକ୍ଷଣମତି ସୁରେନ୍ଦ୍ର ଅତି ଚତୁରତାର ସହ ସେଠାରୁ ଖସି ଯାଇଥିଲେ।

(ଙ) ସିପାହୀ-ବିଦ୍ରୋହ କେତେ ମସିହାରେ ହୋଇଥିଲା ଓ କିଭଳି ରୂପ ଧାରଣ କରିଥିଲା ?
Answer:
ସିପାହୀ-ବିଦ୍ରୋହ ବା ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ୧୮୫୭ ମସିହାରେ ହୋଇଥିଲା । ସଂଗ୍ରାମୀମାନେ ସେହି ବର୍ଷ ଜୁଲାଇ ମାସ ୩୧ ତାରିଖରେ ହଜାରିବାଗ ଜେଲ୍‌କୁ ଭାଙ୍ଗି ଦେଇଥିଲେ ଓ ବନ୍ଦୀମାନଙ୍କୁ ଖଲାସ କରି ଦେଇଥିଲେ । ଅନ୍ୟ ବନ୍ଦୀମାନଙ୍କ ସହ ସୁରେନ୍ଦ୍ର ସାଏ ମଧ୍ଯ ହଜାରିବାଗ ଜେଲ୍‌ରୁ ଖଲାସ ହେଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୩।
ପ୍ରାୟ ୮୦ଟି ଶବ୍ଦ ମଧ୍ଯରେ ଉତ୍ତର ଲେଖ ।
(କ) ସୁରେନ୍ଦ୍ର ସାଏ ଥିଲେ ଜଣେ ମହାନ୍ ସଂଗ୍ରାମୀ ଓ ସଂଘର୍ଷର ପ୍ରତୀକ । ଏହା ତାଙ୍କ ଜୀବନରେ କିପରି ପ୍ରତିଫଳିତ ହୋଇଥିଲା ଲେଖ ।
Answer:
ଭାରତର ସ୍ଵାଧୀନତା ସଂଗ୍ରାମରେ ବୀର ସୁରେନ୍ଦ୍ର ସାଏ ଥିଲେ ଏକ ଅସାଧାରଣ ବ୍ୟକ୍ତିତ୍ଵ । ସମ୍ବଲପୁରକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବାପାଇଁ ସେ ଗଣବିପ୍ଳବର ନେତୃତ୍ଵ ନେଇଥିଲେ। ‘ଜୀବନର ଅନ୍ୟନାମ ସଂଘର୍ଷ ଓ ସ୍ଵାଧୀନତା ହାସଲ ପାଇଁ ଆମ୍ବ ବଳିଦାନ ହିଁ ଶ୍ରେଷ୍ଠ ଅବଦାନ’ – ଏହି ନୀତି ତାଙ୍କ ଜୀବନରେ ପ୍ରତିଫଳିତ ହୋଇଥିଲା । ସ୍ୱାର୍ଥପର ରାଜା ନାରାୟଣ ସିଂହଙ୍କ ବିରୁଦ୍ଧରେ ପ୍ରବଳ ଜନମତ ନେଇ ସେ ବିପ୍ଳବ ଆରମ୍ଭ କରିଥିଲେ। ଇଂରେଜମାନଙ୍କ ଚକ୍ରାନ୍ତରେ ପାଞ୍ଚବର୍ଷ ଜେଲଦଣ୍ଡ ଭୋଗି ୧୮୫୭ ମସିହାର ସିପାହୀ ବିଦ୍ରୋହ ସମୟରେ ସେ ମୁକ୍ତି ପାଇଥିଲେ। ତାଙ୍କର ବଳିଷ୍ଠ ନେତୃତ୍ୱ ଦେଖୁ ସମ୍ବଲପୁରର ଆସିଷ୍ଟାଣ୍ଟ କମିଶନର କ୍ୟାପଟେନ୍ ଲି’ ତାଙ୍କୁ ଧରାଇ ଦେବାପାଇଁ ପୁରସ୍କାର ଘୋଷଣା କରିଥିଲେ ।

କିନ୍ତୁ ବୀର ସୁରେନ୍ଦ୍ର ହାର ମାନି ନଥିଲେ। ଶେଷରେ ମେଜର ଇମ୍ଫାଙ୍କର କୌଶଳ ଯୋଗୁଁ ସହଯୋଗୀମାନଙ୍କୁ ହରାଇ ଦେଇ ନିଃସହାୟ ହୋଇପଡ଼ିଲେ। ପିଞ୍ଜରାବଦ୍ଧ ବାଘ ଭଳି ସୁରେନ୍ଦ୍ର ସାଏ ୧୮୬୪ ମସିହାରୁ ୧୮୮୪ ମସିହା ପର୍ଯ୍ୟନ୍ତ ଦୀର୍ଘ ୨୧ ବର୍ଷ କାରାଗାର ଭିତରେ ରହି ୯୦ ବର୍ଷ ବୟସରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ମାତ୍ର ସେ ଇଂରେଜମାନଙ୍କର ବଶତା ସ୍ଵୀକାର କରି ନଥିଲେ।

(ଖ) ମେଜର ଇମ୍ପୋ କେଉଁସବୁ ନୀତି ଅନୁସରଣ କରିଥିଲେ ?
Answer:
ସମ୍ବଲପୁରକୁ ଇଂରେଜ କବଳରୁ ମୁକ୍ତ କରିବାପାଇଁ ସୁରେନ୍ଦ୍ର ସାଏଙ୍କ ରଣସଜ୍ଜା ଓ ଯୁଦ୍ଧ ଦେହି ଡାକରାରେ ଇଂରେଜ ସରକାର ପ୍ରମାଦ ଗଣିଥିଲେ । ହଜାରିବାଗ ଜେଲରୁ ମୁକ୍ତିଲାଭ କରି ସେ ସମ୍ବଲପୁର ଆସିବାପରେ ଆସିଷ୍ଟାଣ୍ଟ କମିଶନର କ୍ୟାପ୍‌ଟେନ୍ ଲି’ ଭୟଭୀତ ହୋଇଗଲେ। ୧୮୬୧ ମସିହାରେ ମେଜର ଇମ୍ପେ ନୂଆକୌଶଳ ଅବଲମ୍ବନ କରି ବିଦ୍ରୋହୀମାନଙ୍କ ସହ ସାଲିସ୍ କରିବାକୁ ଚାହିଁଥିଲେ। ବିଦ୍ରୋହୀମାନେ ଆତ୍ମସମର୍ପଣ କଲେ କ୍ଷମା ଦିଆଯିବ ବୋଲି ଘୋଷଣା କଲେ। ଫଳରେ ଦୀର୍ଘଦିନ ଧରି ସଂଗ୍ରାମ କରୁଥିବା କ୍ଳାନ୍ତ ଓ ଅବସନ୍ନ ବିଦ୍ରୋହୀମାନେ ଆତ୍ମସମର୍ପଣ କରିବାକୁ ଲାଗିଲେ। ସହକର୍ମୀ, ପୁଅ, ଭାଇ ଇତ୍ୟାଦିଙ୍କର ଏତାଦୃଶ କାର୍ଯ୍ୟରେ ବାଧ୍ୟହୋଇ ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କରିଥିଲେ ଏବଂ ଅସୁରଗଡ଼ ଦୁର୍ଗରେ ୯୦ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

୪। ପ୍ରାୟ ୧୫୦ଟି ଶବ୍ଦ ମଧ୍ଯରେ ଉତ୍ତର ଲେଖ। ସୁରେନ୍ଦ୍ର ସାଏଙ୍କ ବିପ୍ଳବୀ ଜୀବନ କିପରି କଟିଥିଲା ଲେଖ ।
Answer:
ପରବର୍ତୀ ସମୟରେ ତାଙ୍କର ତ୍ୟାଗ, ମାତୃଭୂମି ପ୍ରୀତି, ସ୍ଵାଭିମାନୀ ଭାବ ଏବଂ ସଂଗ୍ରାମ ପାଇଁ ଦୃଢ଼ ନେତୃତ୍ଵ ତାଙ୍କୁ ଓଡ଼ିଶା ମାଟିର ଏକ ଅଲିଭା ଦୀପର ସ୍ମୃତିରେ ସାଇତି ରଖୁଛି। ଦେଶଦ୍ରୋହୀ ନାରାୟଣ ସିଂହଙ୍କୁ ଇଂରେଜମାନେ ସମ୍ବଲପୁରର ରାଜସିଂହାସନରେ ବସାଇବା ଘଟଣାକୁ ସେ ଗ୍ରହଣ କରି ପାରିନଥିଲେ। ମାତ୍ର ସେମାନଙ୍କର ଚକ୍ରାନ୍ତ ଯୋଗୁଁ ସେ ବନ୍ଦୀ ହୋଇ ପାଞ୍ଚବର୍ଷ ଏବଂ ପରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ୧୮୫୭ ମସିହାରେ ହୋଇଥବା ସିପାହୀ ବିଦ୍ରୋହ ସମୟରେ ସେ ମୁକ୍ତ ହେଲେ ସତ, କିନ୍ତୁ ମନରେ ଶତସିଂହର ବଳନେଇ ଲୁଚିଛପି ଇଂରେଜ ଅଧ୍ବକାରୀ

ଓ ସୈନ୍ୟମାନଙ୍କ ଉପରେ ଆକ୍ରମଣ ଚଳାଇଲେ। ତାଙ୍କୁ କ୍ୟାପ୍ଟେନ୍ ଲି’ ଭୟ କରୁଥିଲେ । ସାଧାରଣ ପ୍ରଜା, ଗୌନ୍ତିଆ ଓ ଜମିଦାରମାନଙ୍କର ସମର୍ଥନରେ ବାରଶହ ସୈନ୍ୟଙ୍କୁ ଧରି ସେ ବିପ୍ଳବ ଚାଲୁ ରଖୁଥିଲେ। ଶେଷରେ ମେଜର ଇମ୍ପୋଙ୍କର କୌଶଳପୂର୍ଣ୍ଣ ରଣନୀତି ଯୋଗୁଁ ସହଯୋଗୀମାନଙ୍କୁ ହରାଇ ନିଜେ ବାଧ୍ୟହୋଇ ଆତ୍ମସମର୍ପଣ କରିଥିଲେ । ଦେଶ ପାଇଁ ଜାତିପାଇଁ ଦୀର୍ଘ ୨୧ ବର୍ଷ କାରାଦଣ୍ଡ ଭୋଗକରି ୯୦ ବର୍ଷ ବୟସରେ ସେ ଇହଲୀଳା ସମ୍ବରଣ କରିଥିଲେ। ଏଥୁରୁ ବୀର ସୁରେନ୍ଦ୍ର ସାଏଙ୍କର ସଂଘର୍ଷପୂର୍ଣ୍ଣ ବିପ୍ଳବୀ ଜୀବନର ପରିଚୟ ମିଳିଥାଏ।

ତୁମପାଇଁ କାମ :

  • ସୁରେନ୍ଦ୍ର ସାଏଙ୍କ ଭଳି ସଂଗ୍ରାମୀମାନଙ୍କ ଜୀବନୀ ସଂଗ୍ରହ କର ଓ ପଢ଼ ।
  • ଲେଖକ ଦାଶ ବେନହୁରଙ୍କ ଲିଖ୍ ଅନ୍ୟାନ୍ୟ ପୁସ୍ତକ ପଢ଼ ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ସୁରେନ୍ଦ୍ର ସାଏଙ୍କର ବାଲ୍ୟଜୀବନ କିପରି କଟିଥିଲା ?
Answer:
ସୁରେନ୍ଦ୍ର ସାଏ ଥିଲେ ସମ୍ବଲପୁର ରାଜବଂଶର ଦାୟାଦ । ତାଙ୍କ ପିତାଙ୍କ ନାମ ଧରମ ସିଂହ ଓ ମାତା ଥିଲେ ରେବତୀ ଦେବୀ । ଛଅ ଭାଇ ଓ ଗୋଟିଏ ଭଉଣୀ ମଧ୍ଯରେ ସୁରେନ୍ଦ୍ର ସାଏ ଥିଲେ ଜ୍ୟେଷ୍ଠ। ୧୮୦୯ ମସିହା ଜାନୁଆରୀ ୨୩ ତାରିଖରେ ଖୁଣ୍ଡା ଜମିଦାରୀରେ ସେ ଜନ୍ମଗ୍ରହଣ କରିଥିଲେ। ପୁସ୍ତକ ବିଦ୍ୟା’ ଅପେକ୍ଷା ବିଭିନ୍ନ ଶାରୀରିକ କୌଶଳ ଶିକ୍ଷାକୁ ପିଲାଦିନୁ ସୁରେନ୍ଦ୍ର ଭଲ ପାଉଥିଲେ । ତେଣୁ ଶରୀର ଚର୍ଚ୍ଚା, ଘୋଡ଼ାଦୌଡ଼, ଶରସନ୍ଧାନ ଓ ତରବାରୀ ଚାଳନା ଆଦି ବିଦ୍ୟାରେ ସେ ଅସମ୍ଭବ ପାରଦର୍ଶିତା ଲାଭ କରିଥିଲେ । ପିତାଙ୍କ ମୃତ୍ୟୁପରେ କକା ବଳରାମ ସାଏ ତାଙ୍କ ଲାଳନ ପାଳନର ଦାୟିତ୍ଵ ନେଇଥିଲେ। ପରବର୍ତ୍ତୀ ଜୀବନରେ ତାଙ୍କ ବିପ୍ଳବୀ ଜୀବନର ଗୌରବମୟ ଗାଥା ତାଙ୍କୁ ‘ବୀର ସୁରେନ୍ଦ୍ର ସାଏ’ ନାମରେ ପରିଚିତ କରାଇଥିଲା ।

Question ୨।
ବୀର ସୁରେନ୍ଦ୍ର ସାଏ ଜଣେ ସ୍ଵାଭିମାନୀ ବ୍ୟକ୍ତି ଥିଲେ ବୋଲି କିପରି ଜାଣୁଛ ?
Answer:
ସ୍ଵାଭିମାନର ସହିତ ମାତୃଭୂମିର ମର୍ଯ୍ୟାଦା ରକ୍ଷାକରିବାକୁ ସୁରେନ୍ଦ୍ର ସାଏ ସାରା ଜୀବନ ଉତ୍ସର୍ଗ କରିଥିଲେ। ସେ ଜଣେ ଦୁର୍ବର୍ଷ ଯୋଦ୍ଧା ଓ ସ୍ଵାଭିମାନୀ ବ୍ୟକ୍ତି ହିସାବରେ ଇଂରେଜମାନଙ୍କ ମନରେ ଭୟ ସଞ୍ଚାର କରାଇ ପାରିଥିଲେ । ଦେଶଦ୍ରୋହୀ ନାରାୟଣ ସିଂହଙ୍କୁ ରାଜଗାଦିରୁ ହଟାଇବା ଓ ପ୍ରଜାଙ୍କ ସ୍ଵାର୍ଥରକ୍ଷା ପାଇଁ ସେ ବାରମ୍ବାର ଜେଲ୍ ବରଣ କରିଥିଲେ। ୧୮୬୯ ମସିହାରେ ଏକ ସର୍ଭ ରଖ୍ ସରକାର ତାଙ୍କୁ ଜେଲରୁ ମୁକ୍ତି ଦେବାପାଇଁ ଚାହିଁଥିଲେ, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ, “ମୋ ସମ୍ବଲପୁର ତ ପରାଧୀନ, ମୁଁ ଏକୁଟିଆ ମୁକ୍ତି ପାଇଲେ କ’ଣ ହେବ ? ଜୀବନର ଦୀର୍ଘ ୨୧ ବର୍ଷ ସେ କାରାଦଣ୍ଡ ଭୋଗିଥିଲେ । କିନ୍ତୁ ଇଂରେଜ ସରକାରଙ୍କ ନିକଟରେ ମୁଣ୍ଡ ନୁଆଁଇ ନ ଥିଲେ। ତାଙ୍କର ସ୍ଵାଭିମାନ, ସାହସ, ଧୈର୍ଯ୍ୟ, ଦେଶଭକ୍ତି ନିକଟରେ ଇଂରେଜ ସରକାର ହାର ମାନିଥିଲେ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୩।
କେଉଁ କାରଣରୁ ସୁରେନ୍ଦ୍ରସାଏ ଇଂରେଜ ନିକଟରେ ଆତ୍ମସମର୍ପଣ କଲେ ?
Answer:
ସମ୍ବଲପୁରର ରାଜସିଂହାସନ ଓ ମାତୃଭୂମି ସ୍ଵାଧୀନ କରିବାପାଇଁ ମାତ୍ର ୨୪ ବର୍ଷ ବୟସରୁ ସୁରେନ୍ଦ୍ର ସାଏ ସୈନ୍ୟ ସଙ୍ଗଠନକରି ବିଦ୍ରୋହ ଚାଲୁ ରଖୁଥିଲେ । ବାରମ୍ବାର ଜେଲଦଣ୍ଡ ଭୋଗିଲେ। ୧୮୬୯ରେ ମେଜର ଇମ୍ପୋ ବିଦ୍ରୋହ ଦମନ ପାଇଁ ସୁରେନ୍ଦ୍ର ସାଏଙ୍କ ସହିତ ସାଲିସ କରିବାପାଇଁ କୌଶଳ କଲେ । ଫଳରେ ବିଦ୍ରୋହୀମାନେ ଆତ୍ମସମର୍ପଣ କଲେ ସେମାନଙ୍କୁ କ୍ଷମା ଦିଆଯିବ ବୋଲି ସରକାର ଘୋଷଣା କଲେ । ଦୀର୍ଘଦିନ ସଂଗ୍ରାମ ଜାରିରଖ୍ କ୍ଳାନ୍ତ ଓ ଅବସନ୍ନ ସଂଗ୍ରାମୀମାନେ ଆତ୍ମସମର୍ପଣ କଲେ। ନିଜର ସହକର୍ମୀ, ଭାଇ ଏବଂ ପୁଅ ଇତ୍ୟାଦିଙ୍କର ଏତାଦୃଶ କାର୍ଯ୍ୟରେ ବୀର ସୁରେନ୍ଦ୍ର ନିଃସହାୟ ଅନୁଭବ କରି ଶେଷରେ ଆତ୍ମସମର୍ପଣ କରିଥିଲେ। ମାତ୍ର ପିଞ୍ଜରାମୁକ୍ତ ସିଂହଭଳି ସେ ଲୁଚି ଛପି ବିଦ୍ରୋହ ଚାଲୁ ରଖୁଥିଲେ ।

ଅତିସଂକ୍ଷିପ୍ତ ପ୍ରଶ୍ନେ।ତ୍ତର :

Question ୧।
ସୁରେନ୍ଦ୍ର ସାଏ ହଜାରିବାଗ ଜେଲରୁ ଖଲାସ ହେବା ପରେ କେଉଁ ଚିନ୍ତାରେ ବୁଡ଼ି ରହିଲେ ?
Answer:
ସୁରେନ୍ଦ୍ର ସାଏ ହଜାରିବାଗ ଜେଲରୁ ଖଲାସ ହେବା ପରେ ପ୍ରଥମେ ମାତୃଭୂମି ସମ୍ବଲପୁରକୁ ଇଂରେଜମାନଙ୍କ କବଳରୁ କିପରି ରକ୍ଷା କରିବେ ସେହି ଚିନ୍ତାରେ ବୁଡ଼ି ରହିଲେ।

Question ୨।
ସୁରେନ୍ଦ୍ର ସାଏଙ୍କ ଆଗମନର ବାର୍ତ୍ତା ପାଇ କିଏ ଆତଙ୍କିତ ହୋଇ ପଡ଼ିଲେ ?
Answer:
ସୁରେନ୍ଦ୍ର ସାଏଙ୍କ ଆଗମନରେ ବାର୍ତ୍ତା ପାଇ ତତ୍କାଳୀନ ସମ୍ବଲପୁର ଆସିଷ୍ଟାଣ୍ଟ କମିଶନର କ୍ୟାପଟେନ୍ ଲି ଆତଙ୍କିତ ହୋଇ ପଡ଼ିଲେ ।

Question ୩।
ସୁରେନ୍ଦ୍ର ସାଏ ହଜାରିବାଗ ଜେଲରୁ ଖଲାସ ହେଲାପରେ କ୍ୟାପ୍ଟେନ ଲି ଙ୍କ ପାଖରେ କେଉଁ ଦାବି ଜଣାଇଥିଲେ ? ସୁରେନ୍ଦ୍ର ସାଏ ହଜାରିବାଗ ଜେଲରୁ ଖଲାସ ହେଲାପରେ ବାରଶହ ସୈନ୍ୟଙ୍କ ଗହଣରେ ସମ୍ବଲପୁର ଆସି
Answer:
କ୍ୟାପ୍ଟେନ ଲି ଙ୍କ ନିକଟରେ କାରାଦଣ୍ଡରୁ ଅବ୍ୟାହତି ଓ ରାଜ୍ୟାଦି ଲାଗି ନିଜର ଦାବି ଜଣାଇଲେ।

Question ୪।
ସୁରେନ୍ଦ୍ର ସାଏ କ୍ୟାପଟେନ ଲିଙ୍କ ପାଖରେ ଦାବି ଜଣାଇଲାବେଳେ କ୍ୟାପ୍ଟେନ କ’ଣ ପାଇଁ ଯୋଜନା କରିଥିଲେ ?
Answer:
ସୁରେନ୍ଦ୍ର ସାଏ କ୍ୟାପ୍ଟେନ ଲିଙ୍କ ପାଖରେ ଦାବି ଜଣାଇବାବେଳେ କ୍ୟାପ୍‌ଟେନ ଲି ସୁରେନ୍ଦ୍ରଙ୍କୁ କିପରି ଗିରଫ କରିବେ ସେହି କୌଶଳରେ ରହିଥିଲେ।

Question ୫।
ମେଜର ଇମ୍ଫା କେବେ ସମ୍ବଲପୁର ଶାସନ ଭାର ଗ୍ରହଣ କଲେ ?
Answer:
ମେଜର ଇମ୍ଫା ୧୮୬୧ ଅପ୍ରେଲ ମାସରେ ସମ୍ବଲପୁର ଶାସନ ଭାର ଗ୍ରହଣ କଲେ ।

Question ୬।
ସୁରେନ୍ଦ୍ର ସାଏ କାହିଁକି ବାଧ୍ୟ ହୋଇ ଆତ୍ମସମର୍ପଣ କରିଥିଲେ ?
Answer:
ସୁରେନ୍ଦ୍ର ସାଏଙ୍କ ସହକର୍ମୀ, ପୁଅ ଓ ଭାଇ ଆଦିଙ୍କ ଆତ୍ମସମର୍ପଣ ପରେ ସେ ନିଃସହାୟ ହୋଇ ଆତ୍ମସମର୍ପଣ

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୭।
ଇଙ୍କ ମୃତ୍ୟୁ ପରେ କିଏ ସମ୍ବଲପୁରର ଡେପୁଟି କମିଶନର ଭାବେ ଯୋଗ ଦେଲେ ?
Answer:
ଇମ୍ଫାଙ୍କ ମୃତ୍ୟୁ ପରେ ମେଜର କମ୍ବର୍ଲା ଡେପୁଟି କମିଶନ ଭାବେ ଯୋଗ ଦେଇଥିଲେ।

Question ୮।
କେବେ ଓ କ’ଣ ପାଇଁ ସୁରେନ୍ଦ୍ର ସାଏଙ୍କୁ ଗିରଫ କରାଯାଇ ରାୟପୁର ଜେଲକୁ ପଠାଇ ଦିଆଗଲା ?
Answer:
୧୮୬୪ ଜାନୁଆରୀ ୨୬ ତାରିଖରେ ଲୁଚିଛପି ବିଦ୍ରୋହ ଜାରି ରଖୁଥୁବା ଅଭିଯୋଗରେ ସୁରେନ୍ଦ୍ର ସାଏଙ୍କୁ ଗିରଫ କରାଯାଇ ରାୟପୁର ଜେଲକୁ ପଠାଇ ଦିଆଗଲା ।

Question ୯।
କେବେ ସୁରେନ୍ଦ୍ର ସାଏଙ୍କୁ ଅସୁରଗଡ଼ ଦୁର୍ଗକୁ ପଠାଯାଇଥିଲା ?
Answer:
୧୮୬୫ ମସିହା ଅପ୍ରେଲ ମାସରେ ତାଙ୍କୁ ଆଜୀବନ ବନ୍ଦୀଭାବେ ଅସୁରଗଡ଼ ଦୁର୍ଗକୁ ପଠାଯାଇଥିଲା ।

Question ୧୦।
କେଉଁ କଥାକୁ ସୁରେନ୍ଦ୍ର ସାଏ ପ୍ରତ୍ୟାଖ୍ୟାନ କରିଥିଲେ ?
Answer:
୧୮୬୯ ମସିହାରେ ସୁରେନ୍ଦ୍ର ସାଏଙ୍କୁ ରାୟପୁରରେ ରହିବା ସର୍ଭରେ ଖଲାସ କରିବାପାଇଁ ସରକାର ଦେଇଥିବା ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ।

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର :

Question ୧।
ସୁରେନ୍ଦ୍ର ସାଏଙ୍କ ମାତାଙ୍କ ନାମ କ’ଣ ?
(କ) ବାସନ୍ତୀ ଦେବୀ
(ଖ) ରେବତା ଦେବା
(ଗ) କୁନ୍ତଳା ଦେବୀ
(ଘ) ଦୁର୍ଗାଦେବୀ
Answer:
(ଖ) ରେବତା ଦେବା

Question ୨।
ସୁରେନ୍ଦ୍ର ସାଏଙ୍କ ପିତାଙ୍କ ମୃତ୍ୟୁ ପରେ ତାଙ୍କର ଲାଳନପାଳନ ଦାୟିତ୍ବ କିଏ ନେଇଥିଲେ ?
(କ) ତାଙ୍କ କକା
(ଖ) ତାଙ୍କ ମାମୁ
(ଗ) ତାଙ୍କ ଦାଦି
(ଘ) ତାଙ୍କ ଜେଜେବାପା
Answer:
(କ) ତାଙ୍କ କକା

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୩।
ସୁରେନ୍ଦ୍ର ସାଏଙ୍କ କକାଙ୍କ ନାମ କ’ଣ ?
(କ) ଦୁଃଖୀଶ୍ୟାମ ସାଏ
(ଖ) ରାମକିଙ୍କର ସାଏ
(ଗ) ବଳରାମ ସାଏ
(ଘ) ନରୋତ୍ତମ ସାଏ
Answer:
(ଗ) ବଳରାମ ସାଏ

Question ୪।
ସୁରେନ୍ଦ୍ର ସାଏ କାହାର କନ୍ୟାକୁ ବିବାହ କରିଥିଲେ ?
(କ) ହାତୀବାଡ଼ି ଜମିଦାରଙ୍କ କନ୍ୟା
(ଖ) ଘେଁସ ଜମିଦାରଙ୍କ କନ୍ୟା
(ଗ) ରାୟପୁର ଜମିଦାରଙ୍କ କନ୍ୟା
(ଘ) ଛୋଟନାଗପୁର ଜମିଦାରଙ୍କ କନ୍ୟା
Answer:
(କ) ହାତୀବାଡ଼ି ଜମିଦାରଙ୍କ କନ୍ୟା

Question ୫।
ସୁରେନ୍ଦ୍ର ସାଏଙ୍କ ପୁତ୍ର ନିମ୍ନୋକ୍ତ ମଧ୍ଯରୁ କିଏ ?
(କ) ଚନ୍ଦ୍ରଭାନୁ ସାଏ
(ଖ) ମିତ୍ରଭାନୁ ସାଏ
(ଗ) ନରୋତ୍ତମ ସାଏ
(ଘ) କୀର୍ଭିଭାନୁ ସାଏ
Answer:
(ଖ) ମିତ୍ରଭାନୁ ସାଏ

Question ୬।
ଇଂରେଜମାନେ କେବେ ଓଡ଼ିଶା ଅଧିକାର କରିଥିଲେ ?
(କ) ୧୭୫୬ ମସିହା
(ଖ) ୧୮୦୨ ମସିହା
(ଗ) ୧୮୦୩ ମସିହା
(ଘ) ୧୮୧୪ ମସିହା
Answer:
(ଗ) ୧୮୦୩ ମସିହା

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୭।
ସମ୍ବଲପୁର ଇଂରେଜମାନଙ୍କ କର୍ତ୍ତୃତ୍ଵକୁ କେବେ ଆସିଥିଲା ?
(କ) ୧୮୦୩ ମସିହାରେ
(ଖ) ୧୮୧୪ ମସିହାରେ
(ଗ) ୧୮୧୬ ମସିହାରେ
(ଘ) ୧୮୪୯ ମସିହାରେ
Answer:
(ଘ) ୧୮୪୯ ମସିହାରେ

Question ୮।
ସୁରେନ୍ଦ୍ର ସାଏ କେଉଁଠାରେ ଥିଲାବେଳେ ସମ୍ବଲପୁରର ରାଜା ନାରାୟଣ ସିଂହଙ୍କର ମୃତ୍ୟୁ ହେଲା ?
(କ) ବ୍ରହ୍ମପୁର ଜେଲରେ
(ଖ) ହଜାରିବାଗ ଜେଲରେ
(ଗ) ତିହାର ଜେଲରେ
(ଘ) ଭାଗଲପୁର ଜେଲରେ
Answer:
(ଖ) ହଜାରିବାଗ ଜେଲରେ

Question ୮।
ସୁରେନ୍ଦ୍ର ସାଏ କେଉଁଠାରେ ଥିଲାବେଳେ ସମ୍ବଲପୁରର ରାଜା ନାରାୟଣ ସିଂହଙ୍କର ମୃତ୍ୟୁ ହେଲା ?
(କ) ବ୍ରହ୍ମପୁର ଜେଲରେ
(ଖ) ହଜାରିବାଗ ଜେଲରେ
(ଗ) ତିହାର ଜେଲରେ
(ଘ) ଭାଗଲପୁର ଜେଲରେ
Answer:
(ଖ) ହଜାରିବାଗ ଜେଲରେ

Question ୯।
ଭାରତର ପ୍ରଥମ ମୁକ୍ତି ସଂଗ୍ରାମ କେଉଁ ମସିହାରେ ସୂତ୍ରପାତ ହୋଇଥିଲା ?
(କ) ୧୮୦୩ ମସିହାରେ
(ଖ) ୧୮୫୬ ମସିହାରେ
(ଗ) ୧୮୫୭ ମସିହାରେ
(ଘ) ୧୮୬୦ ମସିହାରେ
Answer:
(ଗ) ୧୮୫୭ ମସିହାରେ

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୧୦।
ସୁରେନ୍ଦ୍ର ସାଏ ହଜାରିବାଗ ଜେଲରୁ ସମ୍ବଲପୁର ଆସିଥିଲାବେଳେ ସମ୍ବଲପୁର ଆସିଷ୍ଟାଣ୍ଟ କମିଶନର କିଏ ଥିଲେ?
(ଗ) ମେଜର ହାରକୋର୍ଟ
(ଘ) ମେଜର କାମ୍ବର୍ଲି
(କ) କ୍ୟାପଟେନ୍ ଲି
(ଖ) ମେଜର ଇମ୍ଫା
Answer:
(କ) କ୍ୟାପଟେନ୍ ଲି

ଲେଖକ ପରିଚୟ :

ଦାଶ ବେନହୁର ଏକ ସୃଷ୍ଟିଶୀଳ ନାମ । ନିଜକୁ ସାରସ୍ଵତ ଯେତ୍ରରେ ପ୍ରତିଷ୍ଠିତ କରି ଭିନ୍ନ ନାମରେ ପରିଚିତ କରାଇବାର ମନୋଭାବ ସ୍ଵରୂପ ସେ ହୋଇଛନ୍ତି ଦାଶ ବେନହୁର । ତାଙ୍କର ପ୍ରକୃତ ନାମ ଜିତେନ୍ଦ୍ର ନାରାୟଣ ଦାଶ । ସାହିତ୍ୟର ବିଭିନ୍ନ ବିଭାଗ, ଯଥା – ଗଳ୍ପ, ପ୍ରବନ୍ଧ, କବିତା, ଅନୁବାଦ ଓ ଶିଶୁ ସାହିତ୍ୟ କ୍ଷେତ୍ରରେ ସେ ପ୍ରତିଷ୍ଠା ଲାଭ କରିଛନ୍ତି । ତାଙ୍କର ସାହିତ୍ୟ ସାଧନା ପାଇଁ ସେ ଲାଭ କରିଛନ୍ତି ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଓଡ଼ିଶା ବିଜ୍ଞାନ ଏକାଡ଼େମୀ ଭଳି ସଂସ୍ଥାମାନଙ୍କର ପୁରସ୍କାର ।

ଲେଖା ଓ ଲେଖକ :

ପୁନଶ୍ଚ ସେ ‘ଉହାଡ଼ ନିଦରେ ପଡ଼ିଛି ଶୋଇ’ ଜନପ୍ରିୟ ବିଜ୍ଞାନ ପୁସ୍ତକ ପାଇଁ ଓଡ଼ିଶା ବିଜ୍ଞାନ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି । ଏହା ବ୍ୟତୀତ ‘ନାଭି ସମୁଦ୍ର’, ‘ଚିତ୍ରିତ ଚଉପାଶ’, ‘ଅସରନ୍ତି ମେଘ’, ‘ଗାନ୍ଧି କାହାଣୀ’ ଇତ୍ୟାଦି ତାଙ୍କର ଲୋକପ୍ରିୟ ଗ୍ରନ୍ଥ । ମହାନ୍ ସ୍ଵାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କର ଅପୂର୍ବ ତ୍ୟାଗ, ଜାତୀୟତାବୋଧ, ସଙ୍ଗଠନ ଦକ୍ଷତାର ଅପୂର୍ବ ବର୍ଣ୍ଣନା ଦେବାପାଇଁ ଲେଖକ ଏଭଳି ଜୀବନୀମୂଳକ ଲେଖା ପ୍ରକାଶ କରିଛନ୍ତି ।

ବିଷୟବସ୍ତୁର ସାରକଥା :

(୧) ଅନ୍ୟତମ ସ୍ଵାଧୀନତା ସଂଗ୍ରାମୀ:
ପରାଧୀନ ଭାରତକୁ ସ୍ଵାଧୀନତା ଦେବାପାଇଁ ଅନେକ ଜାତୀୟତାବାଦୀ ବୀର ନିଜର ଜୀବନ ଦାନ କରିଥିଲେ । ପୁନଶ୍ଚ ଓଡ଼ିଶାରେ ମଧ୍ୟ କେତେଜଣ ସ୍ଵାଧୀନତା ସଂଗ୍ରାମୀ ଇଂରେଜ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରି କାରବରଣ ସହିତ ନିଜ ଜୀବନର ସୁଖ ସୁବିଧାକୁ ତୁଚ୍ଛ ମନେକରିଥିଲେ । ସେହିଭଳି ଅନ୍ୟତମ ଦେଶପ୍ରେମୀ ହେଉଛନ୍ତି ସମ୍ବଲପୁରର ବିପ୍ଳବୀ ସୁରେନ୍ଦ୍ର ସାଏ । ତାଙ୍କର ବୀରଗାଥା ତାଙ୍କୁ ପ୍ରକୃତ ବୀରର ମର୍ଯ୍ୟାଦା ଦେଇଛି । ସେ ସମ୍ବଲପୁରକୁ ଇଂରେଜ ଶାସନ କବଳରୁ ମୁକ୍ତ କରିବାପାଇଁ ଗଣବିପ୍ଳବର ନେତୃତ୍ୱ ନେଇଥିଲେ । ସେ ଥିଲେ ସ୍ଵାଧୀନତା ସଂଗ୍ରାମ କ୍ଷେତ୍ରରେ ଅସାଧାରଣ ବ୍ୟକ୍ତିତ୍ଵ ।

(୨) ବଂଶ ପରମ୍ପରା:
ସୁରେନ୍ଦ୍ର ସାଏ ଥିଲେ ସମ୍ବଲପୁର ରାଜବଂଶର ଦାୟାଦ । ସେହି ରାଜବଂଶର ଚତୁର୍ଥ ରାଜା ମଧୁକର ସାଏଙ୍କର ସେ ଥିଲେ ପଣନାତି । ରାଜା ମଧୁକରଙ୍କର ଦ୍ୱିତୀୟ ପୁତ୍ର ଅନିରୁଦ୍ଧଙ୍କର ନାତି ଧରମ ସିଂହ ଥିଲେ ସୁରେନ୍ଦ୍ର ସାଏଙ୍କର ପିତା । ସୁରେନ୍ଦ୍ରଙ୍କ ମାତାଙ୍କ ନାମ ଥିଲା ରେବତୀ ଦେବୀ । ସୁରେନ୍ଦ୍ରଙ୍କର ଥିଲେ ଛଅ ଭାଇ ଓ ଗୋଟିଏ ଭଉଣୀ । ସେମାନଙ୍କ ଭିତରେ ସୁରେନ୍ଦ୍ର ଥିଲେ ଜ୍ୟେଷ୍ଠ । ସେ ୧୮୦୯ ମସିହା ଜାନୁୟାରୀ ୨୩ ତାରିଖରେ ଖିଣ୍ଡା ଜମିଦାରୀରେ ଜନ୍ମଗ୍ରହଣ କରିଥିଲେ ।

(୩) ବ୍ୟକ୍ତିଗତ ଜୀବନ:
ସୁରେନ୍ଦ୍ର ପୋଥଗତ ବିଦ୍ୟାରେ ପାରଙ୍ଗମ ନଥିଲେ । ଗ୍ରନ୍ଥଚର୍ଚ୍ଚା ଅପେକ୍ଷା ଶରୀର ଚର୍ଚ୍ଚାରେ ସେ ଅଧିକ ସମୟ ଦେଉଥିଲେ । ତେଣୁ ବିଭିନ୍ନ ଶାରୀରିକ କୌଶଳ ଶିକ୍ଷାକୁ ସେ ପିଲାଦିନୁ ଭଲ ପାଇଥିଲେ । ଫଳରେ ଘୋଡ଼ାଦୌଡ଼, ଶର ସନ୍ଧାନ, ତରବାରି ଚାଳନା ଆଦି ବିଦ୍ୟାରେ ସେ ଅସମ୍ଭବ ପଟୁତା ଲାଭ କରିଥିଲେ । ପିତାଙ୍କ ମୃତ୍ୟୁ ପରେ ତାଙ୍କର କଳା ବଳରାମ ସାଏ, ତାଙ୍କର ଲାଳନ ପାଳନର ଦାୟିତ୍ଵ ନେଇଥିଲେ । ସୁରେନ୍ଦ୍ରଙ୍କର ବିବାହ ହେବାରୁ ସେ ଛୋଟନାଗପୁର ଅଧୀନସ୍ଥ ଗାଙ୍ଗପୁର ରାଜ୍ୟର ହାତୀବାଡ଼ି ଜମିଦାରଙ୍କ କନ୍ୟାଙ୍କୁ ବିବାହ କରିଥିଲେ । ତାଙ୍କର ଏକମାତ୍ର ପୁତ୍ର ଥିଲେ ମିତ୍ରଭାନୁ ସାଏ ।

(୪) ରାଜବଂଶର ବିବାଦ:
୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ମାତ୍ର ସମ୍ବଲପୁର ଅଧିକାର କରିବାପାଇଁ ବିଦ୍ରୋହ ଦେଖାଦେଇଥିଲା । ଶେଷରେ ୧୮୧୯ ବେଳକୁ ସମ୍ବଲପୁର ଇଂରେଜମାନଙ୍କ କର୍ତ୍ତୃତ୍ଵକୁ ଚାଲିଯାଇଥିଲା । ସେହି ସମୟରେ ସିଂହାସନ ଅଧିକାରକୁ ନେଇ ସମ୍ବଲପୁର ରାଜବଂଶରେ ବିବାଦ ଲାଗିରହିଲା । ଏଭଳି ପରିସ୍ଥିତିରେ ଇଂରେଜମାନେ ଅନ୍ୟାୟଭାବରେ ୧୮୩୩ ମସିହା ଅକ୍ଟୋବର ୧୧ ତାରିଖରେ ବରପାଲିର ଜମିଦାର ଭବାନୀ ସିଂହଙ୍କ କକା ନାରାୟଣ ସିଂହଙ୍କୁ ସିଂହାସନରେ ବସାଇଲେ । ନାରାୟଣ ସିଂହ ଥିଲେ ପ୍ରଜାବିରୋଧୀ । ସେ ପ୍ରଜାମାନଙ୍କର କୌଣସି ପ୍ରକାର ସ୍ଵାର୍ଥକୁ ରକ୍ଷା କରିବାପାଇଁ ଚାହୁଁ ନଥିଲେ । ଫଳରେ ଚାରିଆଡ଼େ ପ୍ରଜା ଆନ୍ଦୋଳନ ଦେଖାଦେଇଥିଲା । ପୁନଶ୍ଚ ସେ କେବଳ ଇଂରେଜ ସରକାର ଓ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସବୁବେଳେ ସନ୍ତୁଷ୍ଟ କରିବାକୁ ଚାହିଁଥିଲେ । ସଂଖ୍ୟାଗରିଷ୍ଠ ଆଦିବାସୀ ସମ୍ପ୍ରଦାୟର ସୁଖସୁବିଧା ପ୍ରତି ସେ ସମ୍ପୂର୍ଣ୍ଣ ଉଦାସୀନ ଥିଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

(୫) ସୁରେନ୍ଦ୍ରଙ୍କୁ ଜେଣ୍ଡ :
ଆଦିବାସୀଙ୍କର ସ୍ବାର୍ଥରକ୍ଷା ପାଇଁ ସୁରେନ୍ଦ୍ର ପ୍ରଜା ଆନ୍ଦୋଳନର ନେତୃତ୍ବ ନେଲେ । ପୁନଶ୍ଚ ସୁରେନ୍ଦ୍ରଙ୍କର ଥିଲା ମାତୃଭୂମି ପ୍ରତି ପ୍ରଗାଢ଼ ଅନୁରକ୍ତି । ସୁରେନ୍ଦ୍ରଙ୍କୁ ସିଂହାସନରେ ବସାଇବାପାଇଁ ପ୍ରଜାମାନଙ୍କ ତରଫରୁ ଇଂରେଜ ସରକାରଙ୍କ ଉପରେ ପ୍ରବଳ ଚାପ ପଡ଼ିଥିଲା । ମାତ୍ର ଇଂରେଜମାନଙ୍କ ସହାୟତାରେ ନାରାୟଣ ସିଂହ ସୁରେନ୍ଦ୍ର ଓ ତାଙ୍କର ସମର୍ଥକମାନଙ୍କ ଉପରେ ଅତର୍କିତ ଆକ୍ରମଣ କଲେ । ସେ ସୁରେନ୍ଦ୍ରଙ୍କୁ ପରାଜିତ କଲେ । କକା ବଳରାମ ସାଏଙ୍କୁ ଆଜୀବନ କାରାଦଣ୍ଡ ହେଲା । ସୁରେନ୍ଦ୍ରଙ୍କୁ ପ୍ରଥମେ ପାଞ୍ଚବର୍ଷ ପାଇଁ ଜେଣ୍ଡ ହୋଇଥିଲେ ବି ନାରାୟଣ ସିଂହଙ୍କ ଆପରି କ୍ରମେ ତାଙ୍କୁ ଆଜୀବନ ଜେଲ୍ସଦଣ୍ଡ ହୋଇଥିଲା । ସୁରେନ୍ଦ୍ର ହଜାରିବାଗ ଜେଲ୍‌ରେ ରହିଲେ । ୧୮୪୯ ମସିହା ସେପ୍ଟେମ୍ବର ମାସରେ ରାଜା ନାରାୟାଣ ସିଂହଙ୍କର ମୃତ୍ୟୁ ହେବାପରେ ସିଧାସଳଖ ଇଂରେଜମାନଙ୍କ ଅଧା।ନକୁ ଚାଲିଯାଇଥିଲା।

(୬) ସିପାହୀ ବିଦ୍ରୋହର ପ୍ରଭାବ:
୧୮୫୭ ମସିହାରେ ସିପାହୀ ବିଦ୍ରୋହ ହୋଇଥିଲା । ଏହି ବିଦ୍ରୋହର ପ୍ରଭାବ ସାରା ଭାରତରେ ଅନୁଭୂତ ହୋଇଥିଲା । ଏହା ଥିଲା ଭାରତର ପ୍ରଥମ ମୁକ୍ତି ସଂଗ୍ରାମ । ସେହି ବର୍ଷ ଜୁଲାଇ ମାସ ୩୧ ତାରିଖରେ ବିଦ୍ରୋହୀମାନେ ହଜାରିବାଗ ଜେଲ୍ ଭାଙ୍ଗି ସମସ୍ତ ବନ୍ଦୀଙ୍କୁ ମୁକ୍ତ କରିଦେଲେ । ଏମାନଙ୍କ ସହ ସୁରେନ୍ଦ୍ର ସାଏ ମୁକ୍ତ ହେଲେ । ସ୍ଵାଧୀନତାର ସ୍ବାଦ ଲାଭକଲା ପରେ ନିଜର ମାତୃଭୂମି ସମ୍ବଲପୁରକୁ କିପରି ଇଂରେଜମାନଙ୍କ କବଳରୁ ମୁକ୍ତ କରିବେ, ସେହି ଚିନ୍ତାଧାରାରେ ସେ ବୁଡ଼ି ରହିଲେ । ଭାରତ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ସଂଗ୍ରାମୀଭାବେ ନିଜକୁ ସେ ପ୍ରସ୍ତୁତ କଲେ ।

(୭) କ୍ୟାପ୍‌ଟେନ୍ ଲି’ଙ୍କ ବିଶ୍ୱାସଘାତକତା:
ସୁରେନ୍ଦ୍ର ସାଏ ଜେଲ୍‌ରୁ ମୁକ୍ତି ପାଇ ସମ୍ବଲପୁର ଆସିଲେ । ସେ ସମ୍ବଲପୁର ଆସିବାର ବାର୍ତ୍ତା ଶୁଣି ସେ ସମୟର ସମ୍ବଲପୁରର ଆସିଷ୍ଟାଣ୍ଟ କମିଶନର କ୍ୟାପ୍‌ଟେନ୍ ଲି’ ଆତଙ୍କିତ ହୋଇପଡ଼ିଲେ । ସୁରେନ୍ଦ୍ରଙ୍କୁ କୌଣସି ପ୍ରକାରେ ଧରିବାପାଇଁ ସେ ଚେଷ୍ଟାକଲେ । ଏପରିକି ତାଙ୍କୁ ଧରାଇ ଦେବାପାଇଁ ପୁରସ୍କାର ରାଶି ଘୋଷଣା କଲେ । ଯେହେତୁ ସୁରେନ୍ଦ୍ର ପ୍ରଜାମାନଙ୍କ ପାଇଁ ସଂଗ୍ରାମ କରୁଥିଲେ, ସେଥ୍ପାଇଁ ତାଙ୍କୁ ଧରିବା ସହଜ ନଥିଲା । ଶେଷରେ ସୁରେନ୍ଦ୍ର ନିଜେ ବାରଶହ ସୈନ୍ୟଙ୍କ ଗହଣରେ ସମ୍ବଲପୁର ଆସି କ୍ୟାପ୍‌ଟେନ୍ ଲି’ଙ୍କ ନିକଟରେ କାରାଦଣ୍ଡରୁ ଅବ୍ୟାହତି ଓ ସମ୍ବଲପୁରର ମୁକ୍ତି ପାଇଁ ଦାବି ଜଣାଇଲେ । କ୍ୟାପ୍‌ଟେନ୍ ଲି’ ସେହି ସୁଯୋଗରେ ଅତି ଚତୁରତାର ସହିତ ସୁରେନ୍ଦ୍ରଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ମାତ୍ର ଦୁର୍ଦ୍ଦଷ ସୁରେନ୍ଦ୍ର କୌଶଳରେ ଇଂରେଜମାନଙ୍କ ଆସ୍‌ରେ ଧୂଳି ଦେଇ ସେଠାରୁ ଖସିଯାଇଥିଲେ ।

(୮) ବିଦ୍ରୋହୀ ସୁରେନ୍ଦ୍ର :
ସୁରେନ୍ଦ୍ର ହେଲେ ବିଦ୍ରୋହୀ । ବିଦ୍ରୋହ ହେଲା ତୀବ୍ରତର । ସୁରେନ୍ଦ୍ର ଅଧୂକ ହିଂସ୍ର ହୋଇ ଛପି ରହି ନାନାସ୍ଥାନରେ ଇଂରେଜ ଅଧିକାରୀ ଓ ସୈନ୍ୟମାନଙ୍କ ଉପରେ ଅତର୍କିତ ଆକ୍ରମଣ କଲେ । ଏଥିରେ ଅନେକ ବିଦ୍ରୋହୀ ପ୍ରାଣବଳି ଦେଲେ । ମାତ୍ର ଇଂରେଜ ସରକାର ଅଧିକ କ୍ଷତିଗ୍ରସ୍ତ ହେଲେ । ସେମାନେ କୌଣସି ଉପାୟରେ ସୁରେନ୍ଦ୍ରଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

(୯) ମେଜର ଇମ୍ପୋଙ୍କ କୋହଳ ନୀତି:
ଏହିପରି ବିଦ୍ରୋହ ଚାଲିଥିବା ସମୟରେ ୧୮୬୧ ମସିହା ଅପ୍ରେଲ ମାସରେ ସମ୍ବଲପୁରର ଶାସନଭାର ଗ୍ରହଣ କଲେ ମେଜର ଇମ୍ପୋ । ପରିସ୍ଥିତିକୁ ଆଖ୍ ଆଗରେ ରଖ୍ ସେ ସୁରେନ୍ଦ୍ର ଓ ବିଦ୍ରୋହୀଙ୍କ ପ୍ରତି କୋହଳ ନୀତି ଅନୁସରଣ କଲେ । ସୁରେନ୍ଦ୍ରଙ୍କ ସହିତ ସାଲିସ କଲେ ସମ୍ବଲପୁରରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି, ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଲେ । ବିଦ୍ରୋହୀମାନେ ଆତ୍ମ ସମର୍ପଣ କଲେ ସେମାନଙ୍କୁ କ୍ଷମା ଦିଆଯିବ ବୋଲି ସରକାର ବାଧ୍ୟହୋଇ ଘୋଷଣା କଲେ । ବିଦ୍ରୋହୀମାନେ ମଧ୍ୟ ବହୁଦିନ ସଂଗ୍ରାମ କରି କ୍ଳାନ୍ତ ହୋଇ ପଡ଼ିଥିଲେ । ତେଣୁ ସେମାନେ ଜଣ ଜଣ କରି ଆତ୍ମସମର୍ପଣ କଲେ ।

(୧୦) ସୁରେନ୍ଦ୍ରଙ୍କ ଆତ୍ମସମର୍ପଣ:
ସୁରେନ୍ଦ୍ରଙ୍କର ସମସ୍ତ ସହକର୍ମୀ, ପୁଅ ଓ ଭାଇ ଆଦି ଆତ୍ମସମର୍ପଣ କଲାପରେ, ସେ ନିଃସହାୟ ହୋଇପଡ଼ିଲେ । ବାଧ୍ୟହୋଇ ସେ ଆତ୍ମସମର୍ପଣ କଲେ । ମାତ୍ର ଇମ୍ପୋଙ୍କର ମୃତ୍ୟୁ ହେଲା ପରେ ପରିସ୍ଥିତି ବଦଳି ଯାଇଥିଲା । ମେଜର କମ୍ବର୍ଲିଡେପୁଟି କମିଶନର ଭାବେ ଯୋଗଦେବା ପରେ, ସୁରେନ୍ଦ୍ରଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଲେ । ସୁରେନ୍ଦ୍ର ଲୁଚିଛପି ବିଦ୍ରୋହ କରୁଛନ୍ତି ବୋଲି ସେ ଅଭିଯୋଗ କଲେ । ସେ ତାଙ୍କୁ ୧୮୬୪ ମସିହା ଜାନୁଆରୀ ୨୬ ତାରିଖରେ ଗିରଫ କରି ରାୟପୁର ଜେଲକୁ ପଠାଇଦେଲେ । ପୁନଶ୍ଚ ୧୮୬୫ ମସିହା ଅପ୍ରେଲ ମାସରେ ତାଙ୍କୁ ଆଜୀବନ ବନ୍ଦୀ ଭାବରେ ମଧ୍ୟପ୍ରଦେଶ ଅନ୍ତର୍ଗତ ଅସୁରଗଡ଼ ଦୁର୍ଗକୁ ପ୍ରେରଣ କରିଦେଲେ ।

(୧୧) ସ୍ଵାଭିମାନୀ ସୁରେନ୍ଦ୍ର :
୧୮୬୯ ମସିହାରେ ସୁରେନ୍ଦ୍ରଙ୍କୁ ସରକାର ଏକ ନୂତନ ପ୍ରସ୍ତାବ ଦେଇଥିଲେ । ସେ ରାୟପୁରରେ ରହିବା ସର୍ଭରେ ତାଙ୍କୁ ଖଲାସ କରାଯିବ ବୋଲି କହିଥିଲେ । ମାତ୍ର ସୁରେନ୍ଦ୍ର ଏଭଳି ସର୍ତ୍ତମୂଳକ ଖଲାସକୁ ପ୍ରତ୍ୟାଖ୍ୟାନ କରିଥିଲେ । କାରଣ ତାଙ୍କ ମାତୃଭୂମି ସମ୍ବଲପୁର ପରାଧୀନ ଥିଲାବେଳେ ସେ ଏକାକୀ ମୁକ୍ତି ପାଇବାପାଇଁ ଚାହୁଁ ନ ଥିଲେ। ସେ ଅତିଶୟ ବୃଦ୍ଧ ଅବସ୍ଥାରେ ଚିକିତ୍ସିତ ହେଉଥିଲାବେଳେ ୧୮୮୪ ମସିହା ଫେବୃୟାରୀ ୨୮ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁବେଳକୁ ସୁରେନ୍ଦ୍ରଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସୁରେନ୍ଦ୍ର ଥିଲେ ଆଜୀବନ ସଂଗ୍ରାମୀ । ସଂଗ୍ରାମ ଓ ସଂଘର୍ଷର ଯଥାର୍ଥ ପ୍ରତୀକ । ସେ କେବଳ ଜନ୍ମଭୂମି ପାଇଁ ସଂଗ୍ରାମ କରୁନଥିଲେ, ବରଂ ଅନ୍ୟାୟ ବିରୁଦ୍ଧରେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ। ସେ ସ୍ଵାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ତାଙ୍କର ବଳିଷ୍ଠ ଅବଦାନ ତାଙ୍କୁ ଯୁଗ ଯୁଗ ପାଇଁ ଅମର କରି ରଖିବ ।

କଠିନ ଶବ୍ଦାର୍ଥ :

  • ଅବିସ୍ମରଣୀୟ – ଅଭୁଲା।ଯାହା ଭୁଲି ହେବ ନାହିଁ ।
  • କୃତିତ୍ଵ – ଯଶ।
  • ବୀରଗାଥା – ବୀରତ୍ବପୂର୍ଣ୍ଣ କାହାଣୀ ।
  • ଗଣବିପ୍ଳବ – ପ୍ର ଜାମାନ ଙ୍କ ଦ୍ଵାର। ସୃଷ୍ଟ ଆନ୍ଦୋଳନ ।
  • ପଟାନ୍ତର – ତୁଳନା ।
  • ପଣନାତି – ନାତିର ନାତି ।
  • ପୋଥିବିଦ୍ୟା – ପଢିବା ଓ ଲେଖୁ ସମ୍ବନ୍ଧୀୟ ଜ୍ଞାନ।
  • ଶରୀର ଚର୍ଚ୍ଚା – ଶରୀରକୁ ସୁସ୍ଥ ରଖୁବାପାଇଁ ମଲ୍ଲଯୁଦ୍ଧ, ବାହୁ ଯୁଦ୍ଧ ଆଦି କରିବା ।
  • ଶର ସନ୍ଧାନ – ଲକ୍ଷ୍ୟସ୍ଥଳରେ ଶର ବାଜିବାର ବିଦ୍ୟା
  • ପଟୁତା – ବିଶେଷ ଦକ୍ଷତା ।
  • କର୍ତ୍ତୃତ୍ଵ – ଅଧୀନ ।
  • କନ୍ଦଳ – ଗଣ୍ଡଗୋଳ/ବିଶୃଙ୍ଖଳା ।
  • ଉଦାସୀନ – ଅନାଗ୍ରହ / ଆଗ୍ରହ ନଥିବା ।
  • ଆଗମନ – ଆସିବା ।
  • ଘୋଷଣା – ପ୍ରଚାର।
  • ଆଖ୍ୟାରେ ଧୂଳି ଦେଇ – କୌଶଳରେ ଠକି ଦେଇ ।
  • କ୍ଳାନ୍ତ – ଥକି ପଡ଼ିବା ।
  • ଅବସନ୍ନ – ଦୁର୍ବଳ ।
  • ପ୍ରତ୍ୟାଖ୍ୟାନ – ଗ୍ରହଣ ନ କରିବା ।

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Odisha State Board BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା Textbook Exercise Questions and Answers.

BSE Odisha Class 7 Odia Solutions Chapter 18 ମୋ ପିଲା ବେଳ କଥା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ମୋଜାଫରପୁରରେ ରମାଦେବୀ କେଉଁମାନଙ୍କ ସହ ରହୁଥିଲେ ?
Answer:
ମୋଜାଫରପୁରରେ ରମାଦେବୀ ତାଙ୍କର ବାପା, ମା’ ଓ ବଡ଼ଭଉଣୀଙ୍କ ସହ ରହୁଥିଲେ ।

(ଖ) ଦୁଇ ଭଉଣୀ ହଠାତ୍ କାହିଁକି ଚମକି ପଡ଼ିଲେ ?
Answer:
ରମାଦେବୀ ତାଙ୍କର ବାପା ଓ ବଡ଼ଭଉଣୀଙ୍କ ସହିତ ରାତିରେ ଖାଇ ବସିଥିଲେ । ହଠାତ୍ ଗୋଟିଏ ବଡ଼ ଶବ୍ଦ ହେଲା, ଯାହାକୁ ଶୁଣି ଦୁଇ ଭଉଣୀ ଚମକି ପଡ଼ିଲେ । ସେହି ଶବ୍ଦଟି ଥିଲା ଏକ ବୋମା ଫୁଟିବାର ଶବ୍ଦ ।

(ଗ) ଦେଶ ପାଇଁ କାମ କଲେ କ’ଣ କ’ଣ କରିବାକୁ ହୁଏ ବୋଲି ଲେଖିକା କହିଛନ୍ତି ?
Answer:
ଲେଖିକା ରମାଦେବୀ ତାଙ୍କର ଆତ୍ମଜୀବନୀରେ କହିଛନ୍ତି, ଦେଶ ପାଇଁ କାମ କଲେ ଜେଲ୍ ଯିବାକୁ ହୁଏ, ଫାଶୀ ପାଇବାକୁ ହୁଏ, ସ୍ଵଦେଶୀ ଦ୍ରବ୍ୟ ବ୍ୟବହାର କରିବାକୁ ହୁଏ । ତାଙ୍କ ଘରେ ବାପାଙ୍କ ସହ ଅନ୍ୟମାନେ କରୁଥିବା ଆଲୋଚନା ଶୁଣି ଏଭଳି ଧାରଣା ତାଙ୍କ ମନରେ ବଦ୍ଧମୂଳ ହୋଇଯାଇଥିଲା ।

(ଘ) ଜେଲ୍ ସମ୍ପର୍କରେ ରମାଦେବୀ ଅନେକ କଥା କିପରି ଜାଣିଥିଲେ ?
Answer:
ରମାଦେବୀ ପିଲାଦିନେ ତାଙ୍କ ବାପାଙ୍କ ସହିତ ମଝିରେ ମଝିରେ ଜେଲ୍ ପରିଦର୍ଶନରେ ଯାଉଥିଲେ । ତାଙ୍କର ବାପା ଅଫିସ୍‌ରେ ରହୁଥିଲାବେଳେ ସେଠାକାର ଲୋକମାନେ ତାଙ୍କୁ ନେଇ ଜେଲ୍ ଭିତର ଦେଖାଉଥିଲେ । ଫଳରେ ଜେଲ୍ ସମ୍ପର୍କରେ ରମାଦେବୀ ଅନେକ କଥା ଜାଣିଥିଲେ ।

(ଡ) ଶ୍ରୀଅରବିନ୍ଦଙ୍କ ପ୍ରତି ଲେଖିକାଙ୍କର କାହିଁକି ଭକ୍ତି ଆସିଲା ?
Answer:
ଲେଖିକା ରମାଦେବୀ ପିଲାଦିନରୁ ଶ୍ରୀ ଶ୍ରୀ ଅରବିନ୍ଦଙ୍କ ସମ୍ପର୍କରେ ଅନେକ କଥା ଶୁଣିଥିଲେ । ସେତିକିବେଳୁ ଶ୍ରୀ ଶ୍ରୀ ଅରବିନ୍ଦଙ୍କ ପ୍ରଭାବ ତାଙ୍କ ମନରେ ଦେଶ କାମ କରିବାର ଛାପ ପକାଇଥିଲା । ଦେଶ ପାଇଁ ସର୍ବସ୍ବ ଦେବାକୁ ହେବ, ଏପରି ଭାବନା ଶ୍ରୀ ଅରବିନ୍ଦ ତାଙ୍କ ମନରେ ସୃଷ୍ଟି କରିଥିଲେ । ପୁନଶ୍ଚ ଶ୍ରୀ ଅରବିନ୍ଦଙ୍କର ଚରିତ୍ରକୁ ତାଙ୍କର ମା’ ଗଳ୍ପ କହିବା ଛଳରେ ଏପରି ବର୍ଣ୍ଣନା କରିଥିଲେ ଯେ ତାଙ୍କ ମନରେ ଶ୍ରୀ ଅରବିନ୍ଦଙ୍କ ପ୍ରତି ଭକ୍ତି ଆସିଲା ।

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ଖୁଦିରାମ କାହିଁକି ଇତିହାସରେ ପ୍ରସିଦ୍ଧ ହେଲେ ?
Answer:
ଖୁଦିରାମଙ୍କ ପୂରାନାମ ହେଉଛି ଖୁଦିରାମ ବୋଷ ଓ ସେ ଥିଲେ ସ୍ବଦେଶପ୍ରେମୀ । ସେ ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ଇଂରେଜ ସରକାରର ପ୍ରବଳ ବିରୋଧ କରିଥିଲେ । ଫଳରେ ମାତ୍ର ୧୯ ବର୍ଷ ବୟସରେ ତାଙ୍କୁ ଜେଦଣ୍ଡ ଓ ପରେ ଫାଶୀଦଣ୍ଡ ହୋଇଥିଲା । ଦେଶ ପାଇଁ ଅପୂର୍ବ ତ୍ୟାଗ ହେତୁ ଖୁଦିରାମ ଇତିହାସରେ ପ୍ରସିଦ୍ଧ ହେଲେ ।

(ଖ) ରମାଦେବୀଙ୍କ ଉପରେ ଶ୍ରୀଅରବିନ୍ଦଙ୍କର କି ପ୍ରଭାବ ପଡ଼ିଥିଲା ?
Answer:
ରମାଦେବୀ ପିଲାଦିନରୁ ଶ୍ରୀଅରବିନ୍ଦଙ୍କ ସ୍ଵଦେଶପ୍ରେମ କଥା ଶୁଣି ଆସିଥିଲେ । ସେ ବାସ୍ତବରେ ତାଙ୍କୁ ଦେଖିନଥିଲେ ମଧ୍ୟ ଦେଶ ପାଇଁ ସର୍ବସ୍ଵ ତ୍ୟାଗ କରିବାକୁ ହେବ, ଏପରି ଭାବନା ତାଙ୍କ ମନରେ ବିପ୍ଳବୀ କରିଥିଲେ । ପୁନଶ୍ଚ ମା’ଙ୍କଠାରୁ ଗଳ୍ପ ଶୁଣିବା ଛଳରେ ଅରବିନ୍ଦଙ୍କ ବିପ୍ଳବୀ ଭାବନା ବିଷୟରେ ସେ
ଅନେକ କିଛି ଜାଣିପାରିଥିଲେ, ଯାହାକି ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା ।

(ଗ) ଖୁଦିରାମ ଫାଶୀ ସମୟରେ ବାପାଙ୍କୁ ଉପସ୍ଥିତ ନ ରହିବାପାଇଁ ରମାଦେବୀ କାହିଁକି ଅନୁରୋଧ କଲେ ?
Answer:
ଖୁଦିରାମ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ ଏବଂ ଇଂରେଜ ସରକାରଙ୍କ ବିରୁଦ୍ଧାଚରଣ କରି ଜେଲ୍‌ରେ ରହିଥିଲେ । ସେହି ଖୁଦିରାମଙ୍କ ଅପୂର୍ବ ତ୍ୟାଗ ଓ ବୀରତ୍ଵ କଥା ଶୁଣି ରମାଦେବୀଙ୍କ ମନରେ ତାଙ୍କ ପ୍ରତି କିପରି ଏକ ମାୟା ଜମି ଆସିଥିଲା । ତାଙ୍କର ଫାଶୀଦଣ୍ଡ କଥା ଶୁଣି ରମାଦେବୀ କାନ୍ଦ କାନ୍ଦ ହୋଇଯାଇଥିଲେ । ତେଣୁ ଏଭଳି ପ୍ରିୟ ଲୋକର ଫାଶୀଦଣ୍ଡ ସମୟରେ ବାପାଙ୍କୁ ଉପସ୍ଥିତ ନ ରହିବାପାଇଁ ରମାଦେବୀ ଅନୁରୋଧ କରିଥିଲେ ।

(ଘ) ସଞ୍ଜବେଳେ ମା’ଦୁଇ ଭଉଣୀଙ୍କୁ କି କି କଥା ଶୁଣାଉଥିଲେ ?
Answer:
ରମାଦେବୀଙ୍କ ମା’ ସଞ୍ଜବେଳେ ପୂଜାକାମ ସାରି ଦୁଇ ଭଉଣୀଙ୍କୁ ବିଭିନ୍ନ ଗପ ଶୁଣାଉଥିଲେ । ସେଥ‌ିରେ ସେ ପିଲାଙ୍କ ଆଗରେ ବର୍ଣ୍ଣନା କରାଯାଇ ପାରିବା ଭଳି ରାମାୟଣ ଓ ମହାଭାରତର ବିଭିନ୍ନ ଚରିତ୍ର ବିଷୟରେ କହୁଥିଲେ । ଏହାଛଡ଼ା ସେ ଭାରତର ଐତିହାସିକ ଘଟଣା, ଆନନ୍ଦମଠ, ଦେବୀ ଚୌଧୁରାଣୀ, ରାଣାପ୍ରତାପ ଓ ରବୀନ୍ଦ୍ରନାଥଙ୍କ ଗପ ମଧ୍ୟ ଶୁଣାଉଥିଲେ ।

Question ୩।
ପ୍ରାୟ ଶହେଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(କ) କୈଶୋର ଅବସ୍ଥାରେ ରମାଦେବୀଙ୍କ ମନରେ କିପରି ସ୍ୱଦେଶପ୍ରୀତିର ଭାବ ଉଦ୍ରେକ ହୋଇଥିଲା ?
Answer:
କଥାରେ ଅଛି, “Morning shows the day.” ବଡ଼ ଲୋକଙ୍କର ଭଲଗୁଣ ପିଲାଟିଦିନରୁ ଜଣାପଡ଼ିଥାଏ। ପିଲାଦିନେ ରମାଦେବୀ ପରିବାରରୁ ଦେଶଭକ୍ତି ଓ ସେବା ମନୋଭାବ ଶିକ୍ଷା କରିଥିଲେ। ଭାରତର ସ୍ଵାଧୀନତା ସଂଗ୍ରାମ ସମୟରେ ଦେଶର ବହୁ ଗୁରୁତ୍ଵପୂର୍ଣ୍ଣ କଥା ସେ ଶୁଣୁଥିଲେ। ଦେଶବନ୍ଦନା ବୋଲିବା, ବଙ୍ଗଲକ୍ଷ୍ମୀ ମିଲର ମୋଟାଲୁଗା ପିନ୍ଧିବା ଓ ସ୍ଵଦେଶୀ ଦ୍ରବ୍ୟ ବ୍ୟବହାରରେ ସେ ମନ ବଳାଇଥିଲେ। ଖୁଦିରାମଙ୍କର ଫାଶୀ ପାଇବାର କଥାରେ ସେ ବେଶ୍ ପ୍ରଭାବିତ ହୋଇଥିଲେ। ଦେଶପାଇଁ କାମ କରିବାକୁ ହେଲେ ଜେଲଯିବାକୁ ପଡ଼େ ଓ ଫାଶୀ ପାଇବାକୁ ହୁଏ ବୋଲି ତାଙ୍କର ଦୃଢ଼ ଧାରଣା ହୋଇଥିଲା। ଅରବିନ୍ଦଙ୍କର “ ଦେଶପାଇଁ ସର୍ବସ୍ଵ ଦେବାକୁ ହେବ” – କଥାରେ ସେ ପ୍ରଭାବିତ ହୋଇ ଦେଶପାଇଁ କାମ କରିବାକୁ ଆଗେଇ ଆସିଥିଲେ।

(ଖ) ଶ୍ରୀଅରବିନ୍ଦ ଓ ଖୁଦିରାମ ସମ୍ବନ୍ଧରେ ଲେଖିକା କ’ଣ କହିଛନ୍ତି ?
Answer:
ଲେଖିକା ରମାଦେବୀ ନିଜର ଆତ୍ମଜୀବନୀ ଗ୍ରନ୍ଥ ‘ଜୀବନ ପଥେ’ରେ ତାଙ୍କର ପିଲାବେଳ କଥା ବର୍ଣ୍ଣନା ପ୍ରସଙ୍ଗରେ ଶ୍ରୀଅରବିନ୍ଦ ଓ ଖୁଦିରାମଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ଶ୍ରୀଅରବିନ୍ଦଙ୍କୁ ରମାଦେବୀ ଦେଖିନଥିଲେ ମଧ୍ୟ ତାଙ୍କର କଥା ଶୁଣି ଶୁଣି ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ । ମନେ ମନେ ତାଙ୍କୁ ସେ ଭକ୍ତି କରୁଥିଲେ । ତାଙ୍କ ବିଷୟରେ ଅଧିକ ଜାଣିବାପାଇଁ ଚେଷ୍ଟା କରୁଥିଲେ । ତାଙ୍କ ମନରେ ଯେପରି ଅରବିନ୍ଦଙ୍କ ଛାପ ଗଭୀର ଭାବରେ ପ୍ରଭାବ ବିସ୍ତାର କରିଥିଲା । ଦେଶ ପାଇଁ ସର୍ବସ୍ଵ ଦେବାକୁ ହେବ, ଏଭଳି ଚିନ୍ତାଧାରା ବିପ୍ଳବୀ ଅରବିନ୍ଦ ତାଙ୍କ ମନରେ ସୃଷ୍ଟି କରିଥିଲେ । ରମାଦେବୀ ତାଙ୍କ ପିତାଙ୍କ ସହିତ ଅନେକ ସମୟରେ ଜେଲ୍ ବୁଲି ଦେଖିବାର ସୁଯୋଗ ପାଇଥିଲେ ।

ସେହି ସମୟରେ ଜେଲ୍‌ରେ ଖୁଦିରାମ ରହୁଥ‌ିଲେ। ଖୁଦିରାମଙ୍କୁ ଦେଖିବାପାଇଁ ରମାଦେବୀଙ୍କ ମନରେ ରହିଥିଲା ବିଶେଷ ଆଗ୍ରହ ଥିଲା । ମାତ୍ର ତାଙ୍କ ବାପା ଏଥ‌ିରେ ରାଜି ହୋଇ ନଥିଲେ । ଖୁଦିରାମଙ୍କର ପ୍ରଶଂସା ଶୁଣି ଶୁଣି ସେ ତାଙ୍କ ପ୍ରତି ଆକୃଷ୍ଟ ହୋଇଯାଇଥିଲେ । ଖୁଦିରାମଙ୍କ ପ୍ରତି ତାଙ୍କରେ ମନରେ କିପରି ମାୟା ଜମି ଯାଇଥିଲା । ସେ ଫାଶୀଦଣ୍ଡ ପାଇବା କଥା ଶୁଣି ରମାଦେବୀ କାନ୍ଦ କାନ୍ଦ ହୋଇଯାଇଥିଲେ । ସେ ବାପାଙ୍କୁ ଖୁଦିରାମଙ୍କ ଫାଶୀ ଦିନ ଉପସ୍ଥିତ ନ ରହିବା ପାଇଁ ଅନୁରୋଧ କରିଥିଲେ । ଖୁଦିରାମଙ୍କୁ ଫାଶୀ ହେବା ଦିନ ସେହି ଖବରରେ ତାଙ୍କ ସାହିର ସମସ୍ତେ କିପରି ଗମ୍ଭୀର ହୋଇଯାଇଥିଲେ । ଏପରିକି ରମାଦେବୀଙ୍କ ମନରେ ମଧ୍ୟ ଉତ୍ତେଜନା ଦେଖା ଦେଇଥିଲା । ସମସ୍ତେ ମନର ଉତ୍ତେଜନାକୁ ଲୁଚେଇ ଲୁଚେଇ ପ୍ରକାଶ କରିଥିଲେ ।

 ତୁମପାଇଁ କାମ :

  • ରମାଦେବୀଙ୍କ ଆତ୍ମଜୀବନୀ ପୁସ୍ତକ ସଂଗ୍ରହ କର ଓ ପଢ଼ ।
  • ଓଡ଼ିଶାର ଲେଖାମାନଙ୍କର ନାମ ତାଲିକା କର ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନେ।ତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ରମାଦେବୀଙ୍କର ସଂକ୍ଷିପ୍ତ ପରିଚୟ ଦିଅ ।
Answer:
ରମାଦେବୀ ଥିଲେ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇଥ‌ିବା ଅନ୍ୟତମ ନାରୀନେତ୍ରୀ । ତାଙ୍କ ପିତାଙ୍କ ନାମ ଗୋପାଳବଲ୍ଲଭ ଦାସ ଏବଂ ମାତାଙ୍କ ନାମ ବସନ୍ତକୁମାରୀ ଦେବୀ । ତାଙ୍କ ପିତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସାନଭାଇ ଥିଲେ । ଆଜୀବନ ଗାନ୍ଧିବାଦୀ ନେତା, ସ୍ଵାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କୁ ସେ ବିବାହ କରିଥିଲେ । ଜଗତ୍‌ସିଂହପୁରରେ ଅଳକା ଆଶ୍ରମ ପ୍ରତିଷ୍ଠା କରି ସେ ସାଧାରଣ ମଣିଷର ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ।

Question ୨।
କିଂସ୍ ଫୋର୍ଡ ସାହେବ କିଏ ?
Answer:
କିଂସ୍ ଫୋର୍ଡ ସାହେବ ଥିଲେ ରମାଦେବୀଙ୍କ ପିତା ଗୋପାଳବଲ୍ଲଭ ଦାସଙ୍କର ଘନିଷ୍ଠ ବନ୍ଧୁ । ସେ ଚପରାସୀ ହାତରେ ରମାଦେବୀଙ୍କ ପିତାଙ୍କ ନିକଟକୁ ଏକ ଚିଠି ପଠାଇଥିଲେ । ରମାଦେବୀ ବାପାଙ୍କ ସାଙ୍ଗରେ ଅନେକ ଥର ତାଙ୍କ ଘରକୁ ଯାଇଥିଲେ।

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୩ ।
ରମାଦେବୀ ମୋଜାଫରପୁରରେ ଥିଲାବେଳେ କେଉଁମାନେ ତାଙ୍କର ପଡ଼ୋଶୀ ଥିଲେ ?
Answer:
ରମାଦେବୀ ମୋଜାଫରପୁରରେ ଥିଲାବେଳେ କେତୋଟି ବଙ୍ଗାଳୀ ପରିବାର ତାଙ୍କର ପଡ଼ୋଶୀ ଥିଲେ । ପଡ଼ୋଶୀମା’ ଙ୍କ ସହ ରମାଦେବୀଙ୍କ ପରିବାରର ଖୁବ୍ ଭଲ ସମ୍ପର୍କ ଥିଲା ।

Question ୪।
ରମାଦେବା ପିଲାଦିନେ କେଉଁମାନଙ୍କଠାରୁ ଦେଶବନ୍ଦନା ଗାତ ଶିଖିଥିଲେ?
Answer:
ରମାଦେବୀ ମୋଜାଫରପୁରରେ ଥିଲାବେଳେ ତାଙ୍କର କେତେ ଘର ବଙ୍ଗାଳୀ ପଡ଼ୋଶୀ ଥିଲେ । ସେହିସବୁ ପଡେ।ଶୀ ଘରର ପିଲାମାନେ ଦେଶବନ୍ଦନା ବୋଲୁଥିଲୋ ରମାଦେବା ପିଲାଦିନେ ସେହି ପଢ଼େ। ଘରର ପିଲାମାନଙ୍କଠାରୁ ଦେଶବନ୍ଦନା ଗୀତ ଶିଖିଥିଲେ ।

Question ୫।
ରମାଦେବୀଙ୍କ ଘରେ ହେଉଥ‌ିବା ଆଲୋଚନାର କେଉଁ ଅଂଶକୁ ସେ ମନଦେଇ ଶୁଣୁଥିଲେ ?
Answer:
ରମାଦେବୀଙ୍କ ଘରେ ଦେଶର ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଆଲୋଚନା ହେଉଥିଲା। ବାପା ଓ ତାଙ୍କର ବନ୍ଧୁମାନେ କଥାବାର୍ତ୍ତା ହେଲାବେଳେ ଅଧିକ ଇଂରାଜୀ ଭାଷା ବ୍ୟବହାର କରୁଥିଲେ ବି ତା’ ଭିତରେ କିଛି କଥା ହିନ୍ଦୀ ଓ ବଙ୍ଗଳାରେ ରହୁଥିଲା । ଇଂରାଜୀ ବୁଝି ନ ପାରିଲେ ମଧ୍ୟ ସେଥ‌ିରେ ଯେତିକି ହିନ୍ଦୀ ବା ବଙ୍ଗଳା ଭାଷା ଥିଲା, ତାହାକୁ ରମାଦେବୀ ମନଦେଇ ଶୁଣୁଥିଲେ ।

Question ୬।
ରମାଦେବୀଙ୍କ ବାପା ଭୋର ତିନିଟାରୁ ପୋଷାକ ପିନ୍ଧି କେଉଁଠାକୁ ଯାଉଥିଲେ ?
Answer:
ଯେଉଁଦିନ କେହି ଫାଶୀ ପାଉଥିଲେ, ଫାଶୀ ପାଇବା ସ୍ଥାନରେ ରମାଦେବୀଙ୍କ ବାପା ଉପସ୍ଥିତ ରହୁଥିଲେ । ସେହି ଦାୟିତ୍ଵ ତୁଲାଇବାପାଇଁ ରମାଦେବୀଙ୍କ ବାପା ଭୋର ତିନିଟାରୁ ପୋଷାକ ପିନ୍ଧି ଫାଶୀ ସ୍ଥାନକୁ ଯାଉଥିଲେ ।

Question ୭।
ରମାଦେବୀ ପଡ଼ୋଶୀମାନଙ୍କଠାରୁ କ’ଣ ଶିକ୍ଷା କରିଥିଲେ ?
Answer:
ବିହାରର ମୋଜାଫୁରଠାରେ ରମାଦେବୀ ସପରିବାରେ ରହୁଥିଲେ । ସେଠାକାର କେତେକ ବଙ୍ଗାଳୀ ପରିବାର ତାଙ୍କର ପଡ଼ୋଶୀ ଥିଲେ । ପଡ଼ୋଶୀମାନେ ସରକାରୀ ଚାକିରିଆ ନ ଥିଲେ । ମାତ୍ର ସେମାନଙ୍କର ସ୍ଵଦେଶ ପ୍ରୀତି ରମାଦେବୀଙ୍କୁ ପ୍ରଭାବିତ କରିଥିଲା । ସେମାନଙ୍କ ସହିତ ଉତ୍ତମ ସମ୍ପର୍କ ଥିବାରୁ ରମାଦେବୀ ତାଙ୍କ ପିଲାମାନଙ୍କଠାରୁ ଦେଶବନ୍ଦନା ଶିଖିଥିଲେ । ବଙ୍ଗଲକ୍ଷ୍ମୀ ମିଶ୍ରର ମୋଟା ଲୁଗା ପିନ୍ଧିବା ଓ ସ୍ଵଦେଶୀଦ୍ରବ୍ୟ ବ୍ୟବହାର କରିବା ଏବଂ ଦେଶପାଇଁ କାମ କରିବାର ପ୍ରେରଣା ରମାଦେବୀ ପିଲାଦିନୁ ପଡ଼ୋଶୀମାନଙ୍କ ଠାରୁ ହିଁ ଶିକ୍ଷା କରିଥିଲେ।

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୮।
“ପିଲାବେଳ କଥା”ରୁ ଖୁଦୀରାମଙ୍କ ବିଷୟରେ କ’ଣ ଜାଣିଲ ଲେଖ।
Answer:
ଭାରତର ସ୍ଵାଧୀନତା ସଂଗ୍ରାମର ଦେଶପ୍ରେମୀ ସହିଦ୍ ଖୁଦିରାମ ବୋଷ ଏକ ଅନନ୍ୟ ଚରିତ୍ର । ମୁକ୍ତି ସଂଗ୍ରାମରେ ଇଂରେଜ ସରକାରଙ୍କୁ ବିରୋଧ କରି ମାତ୍ର ୧୯ ବର୍ଷ ବୟସରେ ସେ ଫାଶୀଦଣ୍ଡ ପାଇଥିଲେ। ରମାଦେବୀ ଖୁଦିରାମଙ୍କର ପ୍ରଶଂସା ଶୁଣି ଶୁଣି ତାଙ୍କୁ ଦେଖିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ। ତାଙ୍କ ଫାଶୀଦଣ୍ଡ କଥା ଶୁଣି ବାପାଙ୍କୁ ସେଠାରେ ଉପସ୍ଥିତ ନ ରହିବାକୁ ଅନୁରୋଧ କରିଥିଲେ। ଫାଶୀଦିନ ରମାଦେବୀଙ୍କର ମନରେ ଉତ୍ତେଜନା ଓ ବିଦ୍ରୋହଭାବ ପ୍ରକାଶ ପାଇଥିଲା। ଜଣେ ସଚ୍ଚା ଦେଶସେବକଙ୍କର ଆତ୍ମବଳିଦାନ ତାଙ୍କୁ ଦେଶପ୍ରେମରେ ଉଦ୍‌ବୁଦ୍ଧ କରିଥିଲା ।

Question ୯।
ରମାଦେବୀ ତାଙ୍କ ମା’ଙ୍କଠାରୁ କି ଶିକ୍ଷା ପାଇଥିଲେ ?
Answer:
ପିଲାଙ୍କର ପରିବାର ହେଉଛି ଏକ ‘ପାଠଶାଳା’ ଏବଂ ମା’ ହେଉଛନ୍ତି ପ୍ରଥମ ଶିକ୍ଷକ। ମା’ ବସନ୍ତ କୁମାରୀ ଜଣେ ଦେଶଭକ୍ତ ଓ ଧର୍ମପରାୟଣା ମହିଳା ଥିଲେ । ସେ ପ୍ରତିଦିନ ପିଲାମାନଙ୍କୁ ରାମାୟଣ ଓ ମହାଭାରତର ବିଭିନ୍ନ ଆଦର୍ଶ ଚରିତ୍ରମାନଙ୍କ ବିଷୟରେ ଗପ କହୁଥିଲେ । ଭାରତର ଐତିହାସିକ ଘଟଣା, ଆନନ୍ଦମଠ, ରାଣାପ୍ରତାପ, ଦେବୀ ଚୌଧୁରାଣୀ, ଅରବିନ୍ଦ, ଖୁଦିରାମ ଇତ୍ୟାଦି ସମ୍ପର୍କରେ ଗପଶୁଣାଇ ପିଲାମାନଙ୍କ ମନରେ ଦେଶଭକ୍ତି ଏବଂ ଆଦର୍ଶ ଭାବଧାରା ଭରି ଦେଉଥ‌ିଲେ। ପିଲାଦିନୁ ରମାଦେବୀ ମା’ଙ୍କଠାରୁ ନୈତିକତା, ଦେଶଭକ୍ତି, ଚରିତ୍ରଗଠନ, ସେବାମନୋବୃତ୍ତି ଇତ୍ୟାଦି ସଦ୍‌ଗୁଣ ଶିକ୍ଷା କରିଥିଲେ ।

Question ୧୦।
ଦେଶପାଇଁ କାମ କଲେ କ’ଣ କ’ଣ କରିବାକୁ ହୁଏ ବୋଲି ରମାଦେବୀ ବୁଝିଥିଲେ ?
Answer:
ବାଲ୍ୟକାଳରୁ ରମାଦେବୀ ଦେଶପ୍ରେମରେ ଉଦ୍‌ବୁଦ୍ଧ ହୋଇ ଭାରତର ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ପିତା ଗୋପାଳବଲ୍ଲଭ ଦାସ ଜଣେ ଜେଲ୍ କର୍ମଚାରୀ ଥିଲେ । ତେଣୁ ଘରେ ଦେଶର ଗୁରୁତ୍ଵପୂର୍ଣ୍ଣ ଘଟଣାର ଆଲୋଚନା ଶୁଣି ଶୁଣି ତାଙ୍କ ମନରେ ଦେଶପାଇଁ ଭକ୍ତି ଓ କାମକରିବାର ଇଚ୍ଛା ଜାଗ୍ରତ ହୋଇଥିଲା। ଦେଶବନ୍ଦନା ବୋଲିବା, ବଙ୍ଗଲକ୍ଷ୍ମୀ ମିଶ୍ରର ମୋଟା ଲୁଗା ପିନ୍ଧିବା ଓ ସ୍ଵଦେଶୀ ଦ୍ରବ୍ୟ ବ୍ୟବହାର କରିବା କଥାରୁ ଦେଶପାଇଁ କାମକରିବା କଥା ରମାଦେବୀ ଶିକ୍ଷାକରିଥିଲେ। ଦେଶ ପାଇଁ କାମକଲେ ଜେଲ୍ ଯିବାକୁ ହୁଏ ଏବଂ ଫାଶୀପାଇବାକୁ ହୁଏ ବୋଲି ସେ ଜାଣିଲେ। ଖୁଦିରାମ ଏହାର ପ୍ରକୃଷ୍ଟ ଉଦାହରଣ । ବିପ୍ଳବୀ ଅରବିନ୍ଦଙ୍କର ଆଦର୍ଶରେ ପ୍ରଭାବିତ ହୋଇ ରମାଦେବୀ ମୁକ୍ତି ସଂଗ୍ରାମର ଜଣେ ଅଗ୍ରଣୀ ନେତ୍ରୀ ଭାବେ ନିଜର ମୁଖ୍ୟ ସମ୍ଭୋଗ ସବୁ ଜଳାଞ୍ଜଳି ଦେଇଥିଲେ।

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର:

Question ୧।
ରମାଦେବୀ ଦେଶ ବନ୍ଦନା କାହାଠାରୁ ଶୁଣିଲେ ?
Answer:
ରମାଦେବା ବଙ୍ଗାଳାଘରର ପିଲାମାନଙ୍କଠାର ଦେଶ ବନ୍ଦନା ଶିଖିଲୋ

Question ୨।
ରମାଦେବୀଙ୍କ ଘରେ କେଉଁ ସବୁ ଦ୍ରବ୍ୟ ବ୍ୟବହାର କରାଗଲା ?
Answer:
ମାଦେବୀଙ୍କ ଘରେ ବଙ୍ଗ ଲକ୍ଷ୍ମୀ ମିଲର ମୋଟା ଲୁଗା ପିନ୍ଧିବା ଓ ସ୍ଵଦେଶୀ ଦ୍ରବ୍ୟ ବ୍ୟବହାର କରାଗଲା।

Question ୩।
ଦେଶ ପାଇଁ କାମ କରିବାକୁ ହେଲେ କ’ଣ କରିବାକୁ ପଡ଼େ ?
Answer:
ଦେଶ ପାଇଁ କାମ କରିବାକୁ ହେଲେ ଜେଲ୍ ଯିବାକୁ ହୁଏ, ଫାଶୀ ପାଇବାକୁ ହୁଏ। ସ୍ଵଦେଶୀ ଜିନିଷ ବ୍ୟବହାର କରିବାକୁ ପଡ଼େ ।

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୪।
ରମାଦେବୀଙ୍କ ଉପରେ କାହାର ପ୍ରଭାବ ଦେଶ କାମ କରିବାକୁ ପ୍ରେରଣା ଯୋଗାଇଥିଲା ?
Answer:
ଅରବିନ୍ଦଙ୍କ ପ୍ରଭାବ ରମାଦେବୀଙ୍କ ମନରେ ଦେଶ କାମ କରିବାପାଇଁ ପ୍ରେରଣା ଯୋଗାଇଥିଲା।

Question ୫।
କାହାକୁ ଫାଶୀ ଦେବାକୁ ହୁକୁମ ହେଲା ?
Answer:
ଖୁଦିରାମଙ୍କୁ ଫାଶୀ ଦେବାପାଇଁ ହୁକୁମ ହେଲା ।

Question ୬।
କିଏ ଖୁଦିରାମଙ୍କୁ ଦେଖାକରିବାକୁ ଆସିଥିଲେ ?
Answer:
ଖୁଦିରାମଙ୍କ ମା’ ତାଙ୍କୁ ଦେଖାକରିଚାକୁ ଆସିଥିଲୋ

Question ୭।
ସମସ୍ତଙ୍କ ମନରେ କାହା ପ୍ରତି ମାୟା ଜମି ଯାଇଥିଲା ?
Answer:
ସମସ୍ତଙ୍କ ମନରେ ଖୁଦିରାମଙ୍କ ପ୍ରତି ମାୟା ଜମି ଯାଇଥିଲା ।

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୮।
ପିଲାବେଳେ ରମାଦେବୀ କ’ଣ ଶୁଣିବାକୁ ଭଲ ପାଉଥିଲେ ?
Answer:
ପିଲାବେଳେ ରମାଦେବୀ ଗପ ଶୁଣିବାକୁ ଭାରି ଭଲ ପାଉଥିଲେ ।

Question ୯।
ମାଆ କେତେବେଳେ ରମାଦେବୀକୁ ଗପ ଶୁଣାଉଥିଲେ ?
Answer:
ମାଆ ସନ୍ଧ୍ୟାବେଳେ ପୂଜା ସାରି ସେମାନଙ୍କୁ ଗପ ଶୁଣାଉଥିଲେ।

Question ୧୦।
ରମାଦେବୀଙ୍କ ମା’ ସନ୍ଧ୍ୟାବେଳେ ସେମାନଙ୍କୁ କେଉଁ ବିଷୟରେ ଶିକ୍ଷା ଦେଉଥିଲେ ?
Answer:
ସନ୍ଧ୍ୟାବେଳେ ରମାଦେବୀଙ୍କ ମା’ ପୂଜାସାରି ଗପ କହନ୍ତି। ରାମାୟଣ, ମହାଭାରତର ବିଭିନ୍ନ ଚରିତ୍ର ବର୍ଣ୍ଣନା କରନ୍ତି। ଆନନ୍ଦ ମଠ, ଦେବୀ ଚୌଧୁରାଣୀ, ରାଣାପ୍ରତାପ, ରବୀନ୍ଦ୍ରନାଥଙ୍କ ଗପ ମଧ୍ୟ ସେମାନଙ୍କୁ ଶୁଣାନ୍ତି।

ଗୁଣ୍ଡୁନିଷ୍ଠ ପ୍ରଶ୍ନେ।ଭର:

Question ୧।
ରମା ଦେବୀଙ୍କ ମା’ଙ୍କ ନାମ କ’ଣ ?
(କ) ବାସନ୍ତୀ ଦେବୀ
(ଖ) ବସନ୍ତ କୁମାରୀ ଦେବୀ
(ଗ) ପ୍ରଭାବତା ଦେବା
(ଘ) ହେମନ୍ତ କୁମାରୀ
Answer:
(ଖ) ବସନ୍ତ କୁମାରୀ ଦେବୀ

Question ୨।
‘ଦେଶପାଇଁ ସର୍ବସ୍ବ ଦେବାକୁ ହେବ’ – ଏ ଭାବନା କିଏ ସୃଷ୍ଟି କରିଥିଲେ ?
(କ) ବଙ୍କିମଚନ୍ଦ୍ର
(ଖ) ରବୀନ୍ଦ୍ରନାଥ
(ଗ) ବିପ୍ଳବୀ ଅରବିନ୍ଦ
(ଘ) ବିପ୍ଳବୀ ଖୁଦିରାମ
Answer:
(ଗ) ବିପ୍ଳବୀ ଅରବିନ୍ଦ

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୩।
ଦେଶପାଇଁ କାମ କରିବାକୁ ହେଲେ
(କ) ସରକାରୀ କର୍ମଚାରୀ ହେବାକୁ ହୁଏ
(ଖ) ଫାଶୀ ପାଇବାକୁ ହୁଏ
(ଗ) ବୋମା ଫୁଟାଇବାକୁ ହୁଏ
(ଘ) ଇତିହାସ ଜାଣିବାକୁ ହୁଏ
Answer:
(ଖ) ଫାଶୀ ପାଇବାକୁ ହୁଏ

Question ୪।
ଖୁଦିରାମଙ୍କ ଫାଶୀବେଳେ ବାପା ସେଠାରେ ଅନୁପସ୍ଥିତ ରହିବାକୁ ରମା ଦେବୀ ଚାହୁଁଥିଲେ କାରଣ
(କ) ଖୁଦିରାମ ବଙ୍ଗାଳୀ ଲୋକ ଥିଲେ
(ଖ) ଖୁଦିରାମ ୧୯ ବର୍ଷ ବୟସରେ ଫାଶୀ ପାଉଥିଲେ
(ଗ) ତାଙ୍କପ୍ରତି ରମା ଦେବୀଙ୍କର ଦୁର୍ବଳତା ଥିଲା
(ଘ) ଖୁଦିରାମ ଦେଶପାଇଁ ପ୍ରାଣବଳି ଦେଉଥିଲେ
Answer:
(ଘ) ଖୁଦିରାମ ଦେଶପାଇଁ ପ୍ରାଣବଳି ଦେଉଥିଲେ

Question ୫।
ନିମ୍ନୋକ୍ତ ମଧ୍ୟରୁ କିଏ ‘ଆନନ୍ଦ ମଠ’ ଲେଖୁଥିଲେ ?
(କ) କବିଗୁରୁ ରବୀନ୍ଦ୍ରନାଥ
(ଖ) ଶ୍ରୀ ଅରବିନ୍ଦ ଘୋଷ
(ଗ) ଖୁଦିରାମ ବୋଷ
(ଘ) ବଙ୍କିମଚନ୍ଦ୍ର
Answer:
(ଘ) ବଙ୍କିମଚନ୍ଦ୍ର

Question ୬।
ଜେଲ ଭିତରେ କେହି ଫାଶୀ ପାଇଲେ ସେଠାରେ କିଏ ଉପସ୍ଥିତ ରହୁଥିଲେ ?
(କ) ରମା ଦେବୀଙ୍କ ଦାଦା
(ଗ) ରମା ଦେବୀଙ୍କ ବାପା
(ଖ) ରମା ଦେବୀଙ୍କ ଭାଇ
(ଘ) ରମା ଦେବୀଙ୍କ ବଡ଼ବାପା
Answer:
(ଗ) ରମା ଦେବୀଙ୍କ ବାପା

Question ୭।
ଖୁଦିରାମ କ’ଣ ପାଇଁ ଜେଲ ଯାଇଥିଲେ ?
(କ) ଚୋରୀ ମାମଲାରେ
(ଖ) ହତ୍ୟା ମାମଲାରେ
(ଗ) ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ
(ଘ) ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ
Answer:
(ଗ) ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୮।
ଖୁଦିରାମ କେତେ ବର୍ଷ ବୟସରେ ଜେଲ ଯାଇଥିଲେ ?
(କ) ୨୨ ବର୍ଷ
(ଖ) ୨୭ ବର୍ଷ
(ଗ) ୨୧ ବର୍ଷ
(ଘ) ୧୯ ବର୍ଷ
Answer:
(ଘ) ୧୯ ବର୍ଷ

Question ୯।
ନିମ୍ନୋକ୍ତ ମଧ୍ଯରୁ କେଉଁଟି ବଙ୍କିମଚନ୍ଦ୍ରଙ୍କ ଲେଖା ଅଟେ ?
(କ) ଗୀତାଞ୍ଜଳି
(ଖ) ଉତ୍କଳ କଥା
(ଗ) କୀଚକ ବଧ
(ଘ) ଆନନ୍ଦ ମଠ
Answer:
(ଘ) ଆନନ୍ଦ ମଠ

Question ୧୦।
ରମା ଦେବୀ କାହାକୁ ବିବାହ କରିଥିଲେ ?
(କ) ଗୋପବନ୍ଧୁ ଚୌଧୁରୀ
(ଖ) ଗୋପବନ୍ଧୁ ଦାସ
(ଗ) ମଧୁସୂଦନ ଦାସ
(ଘ) ବିକାଶ ରାୟଚୌଧୁରୀ
Answer:
(କ) ଗୋପବନ୍ଧୁ ଚୌଧୁରୀ

ଲେଖିକା ପରିଚିତି

ରମାଦେବୀ ଥିଲେ ନାରୀ ପ୍ରଗତିର ବାର୍ତ୍ତାବହ । ନାରୀନେତ୍ରୀ ଭାବରେ ସେ ନିଜକୁ ଦେଶ ଓ ଜାତି ପାଇଁ ଉତ୍ସର୍ଗ କରିଥିଲେ । ସେ ଥିଲେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସାନଭାଇ ଗୋପାଳବଲ୍ଲଭ ଦାସଙ୍କ ସାନ ଝିଅ । ପିତାଙ୍କଦ୍ବାରା ପ୍ରଭାବିତ ହୋଇ ସେ ବାଲ୍ୟକାଳରୁ ଦେଶପ୍ରେମରେ ଉଦବୁଦ୍ଧ ହୋଇଥିଲୋ ସର୍ବଭାରତୀୟ ସ୍ତ୍ରରରେ ସ୍ୱାଧାନତା ସଂଗ୍ରାମରେ ଯୋଗଦେବାପାଇଁ ଗାନ୍ଧିଜା ଯେଉଁ ଆହ୍ୱାନ ଦେଇଥ୍ଲେ, ସେଥିରେ ସାମିଲ ହୋଇଥିଲେ ରମାଦେବା । ସଂଗ୍ରାମା ଗୋପବନ୍ଧୁ ଚୌଧୁରାଙ୍କୁ ସେ ବିବାହ କରିଥ୍କୋ ନିଜର କର୍ମଭୂମି ରୂପେ ସେ ଜଗତସିଂହମରର ଅଳକା ଆଶ୍ରମକୁ ବାଛି ନେଇଥିଲେ ।ସେଠାରେ ସେ ସାଧାରଣ ମଣିଷର ସେବା କରିବା ଓ ସେମାନଙ୍କୁ ଦେଶପ୍ରେମରେ ଉଦ୍‌ ବୁଦ୍ଧ କରି ବାରମନୋଭାବ ପ୍ରତିପୋଷଣ କରିଥିଲେ ।

ଲେଖା ଓ ଲେଖିକା :

ରମାଦେବା ଥିଲେ ଏକ ସାରସ୍ୱତ ସାଧନା କରୁଥିବା ପରିବାରର ଯଥାର୍ଥ ଦାୟାଦ । ତାଙ୍କର ପିତା ଗୋପାଳବଲ୍ଲଭ ଥିଲେ ଜଶେ ଔପନ୍ୟାସିକା ସେ ସେତେବେଳେ ଆଦିବାସୀ ସମ୍ବଳିତ ଉପନ୍ୟାସ ‘ଭୀମଭୂୟାଁ’ ରଚନା କରିଥିଲେ । ପୁନଶ୍ଚ ତାଙ୍କର ବଡ଼ଭଉଣୀ ‘ସରଳାଦେବୀ’ ମଧ୍ୟ ସବୁଜଯୁଗର ଅନ୍ୟତମ ସାହିତ୍ୟ ସାଧୁ । ନାରୀପ୍ରଗତି ଓ ଉତ୍କଳୀୟ ସଂସ୍କୃତିକୁ ନେଇ ସେ ଅନେକ ପ୍ରବନ୍ଧ ରଚନା କରିଥିଲେ । ସେହିଭଳି ପରିବାରର ଦାୟାଦ ଭାବରେ ଲେଖିକା ରମାଦେବୀ ନାରୀ ସ୍ଵାଧୀନତା ଓ ସ୍ଵାଧୀନତା ସଂଗ୍ରାମରେ ସେମାନଙ୍କର ଭୂମିକାକୁ ନେଇ ଅନେକ ଲେଖା ଲେଖିଥିଲେ । ଆମ ଦେଶରେ ଯେତେବେଳେ ଶିକ୍ଷାର କୌଣସି ପ୍ରକାର ପ୍ରସାର ଘଟି ନଥୁଲା, ସେ ସମୟରେ ଜଣେ ନାରୀ କିପରି ଦେଶ ଓ ଜାତିର ପ୍ରଗତି ପାଇଁ ସାହସର ସହିତ ଆଗକୁ ଆସିଥିଲେ, ତାହା ଚିରକାଳ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିବ । ଆଲୋଚ୍ୟ ‘ପିଲାବେଳ କଥା ଗଦ୍ୟଭାଗଟି ରମାଦେବାଙ୍କ ଆମ୍ଜାବନା ‘ଜାବନ ପଥେ’
ଗ୍ରନ୍ଥରୁ ଗୃହୀତ ହୋଇଛି ।

ବିଷୟର ସାରକଥା :

ରମାଦେବୀ ନିଜର ପିଲାଦିନର ଅନୁଭୂତିକୁ ବର୍ଣ୍ଣନା କରିବା ଅବସରରେ ଏହା ଉଲ୍ଲେଖ କରିଛନ୍ତି ।ଏଥରେ ତାଙ୍କ ଜୀବନର ଜାତୀୟତାବୋଧ କିପରି ପିଲାଦିନରୁ ପ୍ରକାଶ ପାଇଥିଲା, ତାହାର ସୂଚନା ମିଳିଛି ।

(୧) ବୋମା ଫୁଟିବାର ଶବ୍ଦ:
ସେତେବେଳେ ଲେଖିକା ତାଙ୍କ ପିତାମାତା ଓ ଭଉଣୀଙ୍କ ସହିତ ବିହାରର ଏକ ସହର ମୋଜାଫରପୁରରେ ରହୁଥିଲେ । ରାତି ପ୍ରାୟ ନଅଟା ବେଳ । ସେହି ସମୟ ଥୁଲା ତାଙ୍କ ପରିବାରର ରାତ୍ରିଭୋଜନର ସମୟ । ବାପାଙ୍କ ସହିତ ସେ ଓ ତାଙ୍କ ଭଉଣୀ ଖାଉଥିଲେ । ମା’ପାଖରେ ବସିଥିଲେ । ସେହି ସମୟରେ ବାହାରେ ଭାରି ଗୋଟାଏ ଶବ୍ଦ ହେଲା । ସେହି ଶବ୍ଦରେ ସେମାନେ ଚମକିପଡ଼ିଲେ । ବାପା ସେମାନଙ୍କୁ କହିଲେ, ଏହା ହେଉଛି ବୋମା ଫୁଟିବାର ଶବ୍ଦ । ଖାଉଥିଲେ ବି ବାପା କିପରି ଟିକିଏ ଗମ୍ଭୀର ହୋଇଯାଇଥିଲେ ।

କିଛି ସମୟ ପରେ ଚପରାସୀଟି ଆସି ବାପାଙ୍କ ହାତକୁ ଚିଠିଟିଏ ଦେଲା । ବାପା ଚିଠିଟି ପଢ଼ିଲେ । ବାପା କହିଲେ, କିଂସ୍ ଫୋର୍ଡ଼ ସାହେବ ଚିଠି ଦେଇଛନ୍ତି । କିଂସ୍ ଫୋର୍ଡ଼ ସାହେବ ଥିଲେ ବାପାଙ୍କର ଅନ୍ୟତମ ଘନିଷ୍ଠ ବନ୍ଧୁ । ତାଙ୍କ ଘରକୁ କେତେଥର ସେମାନେ ବାପାଙ୍କ ସହିତ ବୁଲି ଯାଇଥିଲେ । ବାପା ବୋମା ଫୁଟିବାର କାରଣ ସମ୍ବନ୍ଧରେ ମା’ଙ୍କ ସହିତ କଥାବାର୍ତ୍ତା ହେଲେ ।

(୨) ସ୍ଵଦେଶୀ ଦ୍ରବ୍ୟ ବ୍ୟବହାର:
ରମାଦେବୀ ଯେଉଁଠାରେ ରହୁଥିଲେ, ସେଠାରେ କେତୋଟି ବଙ୍ଗାଳୀ ପରିବାର ମଧ୍ୟ ରହୁଥିଲେ । ସୁତରାଂ ସେହି ପରିବାର ସହିତ ତାଙ୍କ ପରିବାରର ସମ୍ପର୍କ ରହିଥିଲା । ସେମାନେ କେହି ସରକାରୀ ଚାକିରିଆ ନଥିଲେ । ସେମାନଙ୍କ ମଧ୍ୟରେ ଯୋଗେଶବାବୁ ବୋଲି ଜଣେ ବଡ଼ ଓକିଲ ଥିଲେ । ସେହିସବୁ ବଙ୍ଗାଳୀ ପରିବାର ସହିତ ରମାଦେବୀଙ୍କ ପରିବାରର ଖୁବ୍ ଭଲ ସମ୍ପର୍କ ଥିଲା । ସେମାନେ ବେଳେବେଳେ ଆସି ତାଙ୍କ ବାପାଙ୍କ ସହିତ କଥାବାର୍ତ୍ତା ହେଉଥିଲେ । ତାଙ୍କର ପିଲାମାନେ ଦେଶବନ୍ଦନା ବୋଲୁଥିଲେ । ତାଙ୍କଦ୍ୱାରା ପ୍ରଭାବିତ ହୋଇ ଲେଖିକା ଓ ତାଙ୍କର ଭଉଣୀ କେତେଗୁଡ଼ିଏ ଗୀତ ଶିଖିଯାଇଥିଲେ। ସେହିସବୁ ପରିବାର ମଧ୍ୟରେ ସ୍ଵଦେଶୀ ଦ୍ରବ୍ୟ ପ୍ରତି ଆଗ୍ରହ ରହିଥିଲା । ଫଳରେ ସେମାନଙ୍କ ଘରେ ବଙ୍ଗ ଲକ୍ଷ୍ମୀ ମିଲର ମୋଟା ଲୁଗା ପିନ୍ଧିବା ଓ ସ୍ଵଦେଶୀ ଦ୍ରବ୍ୟ ବ୍ୟବହାର କରିବା ପୂରା ଦମ୍‌ରେ ଚାଲିଥିଲା ।

ଶୁଣିଥିଲେ । ବାପା ତାଙ୍କର ବନ୍ଧୁମାନଙ୍କ ସହିତ ଯେଉଁ କଥାବାର୍ତ୍ତା ହେଉଥିଲେ, ସେଥ‌ିରେ ଥ‌ିବା ଇଂରାଜୀ କଥାକୁ ସେ ବୁଝି ନ ପାରିଲେ ବି, ଯେଉଁ ହିନ୍ଦୀ ଓ ବଙ୍ଗଳା ଭାଷାର କଥା ଚାଲୁଥିଲା, ତାହାକୁ ସେ ବୁଝିପାରୁଥିଲେ । ସେହିସବୁ କଥାକୁ ସେ ମନଦେଇ ଶୁଣୁଥିଲେ । ସେ ସମୟରେ ଉତ୍ତେଜନାର ବାତାବରଣ ରହିଥିଲା । ସେତେବେଳେ ଯେଉଁମାନେ ଦେଶ ପାଇଁ କାମ କରୁଥିଲେ, ସେମାନଙ୍କୁ ଜେଲ୍ ଯିବାକୁ ହେଉଥିଲା । ବେଳେବେଳେ ଫାଶୀ ମଧ୍ଯ ହୋଇଯାଉଥିଲା । ସେଭଳି ଦେଶପ୍ରେମୀମାନେ ସବୁବେଳେ ସ୍ବଦେଶୀ ଦ୍ରବ୍ୟ ବ୍ୟବହାର କରୁଥିଲେ । ସେମାନେ ସମସ୍ତଙ୍କଦ୍ବାରା ପ୍ରଶଂସିତ ହେଉଥିଲେ ।

ସେମାନଙ୍କୁ ସମସ୍ତେ ଧନ୍ୟ ଧନ୍ୟ କହୁଥିଲେ । ସେହି ପ୍ରଭାବ ରମାଦେବୀଙ୍କ ଉପରେ ପଡ଼ିଥିଲା । ସେ ଜାଣିଥିଲେ, ଦେଶ ପାଇଁ କାମ କଲେ ଏଭଳି ପ୍ରଶଂସା ମିଳିଥାଏ । ସେହି ସମୟରେ ସେ ଅରବିନ୍ଦଙ୍କ ସଂପର୍କରେ ଯାହା ଶୁଣିଥିଲେ, ସେଥ‌ିରେ ତାଙ୍କ ପ୍ରତି ସ୍ଵତଃ ଭକ୍ତିଭାବ ଜାତ ହୋଇଥିଲା । ଅରବିନ୍ଦଙ୍କ ପ୍ରଭାବରେ ସେ ପ୍ରଭାବିତ ହୋଇଥଲେ ଓ ତାଙ୍କ ସମ୍ପର୍କରେ ଅଧୂକ ଜାଣିବାପାଇଁ ଚେଷ୍ଟା କରିଥିଲେ ।

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

(୪) ଜେଲ୍ ପରିଦର୍ଶନ:
ପିଲାଦିନରୁ ରମାଦେବୀଙ୍କର ଜେଲ୍ ସମ୍ବନ୍ଧରେ ଧାରଣା ଥିଲା । ସେ ତାଙ୍କର ବାପାଙ୍କ ସହିତ ମଝିରେ ମଝିରେ ଜେଲ ପରିଦର୍ଶନରେ ଯାଉଥିଲେ । ବାପା ତାଙ୍କର ଜେଲ୍ ଅଫିସରେ କାମ କରୁଥିଲାବେଳେ, ରମାଦେବୀ ଓ ତାଙ୍କର ଭଉଣୀଙ୍କୁ ସେଠାକାର କର୍ମଚାରୀମାନେ ଜେଲ୍ ବୁଲାଇ ନେଉଥିଲେ ।

(୫) ଖୁଦିରାମଙ୍କୁ ଫାଶୀ ହୁକୁମ୍:
ଖୁଦିରାମ ଥିଲେ ଦେଶପ୍ରେମୀ । ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ ସେ ଜେଲ୍ ଯାଇଥିଲେ । ଖୁଦିରାମଙ୍କ ଦୋଷ ବିଚାର କରାଯାଇ ତାଙ୍କୁ ଫାଶୀ ହୁକୁମ୍ ହେଲା । ଖୁଦିରାମଙ୍କୁ ରମାଦେବୀ କୌଣସି ଦିନ ଜେଲ୍‌ରେ ଦେଖି ନଥିଲେ; ମାତ୍ର ତାଙ୍କ ଦେଶପ୍ରେମ ସମ୍ବନ୍ଧରେ ସେ ଅନେକ କଥା ଶୁଣିଥିଲେ । ଥରେ ଖୁଦିରାମଙ୍କ ମା’ ଆସିଲେ ପୁଅକୁ ଦେଖ‌ିବାପାଇଁ । ସମସ୍ତଙ୍କ ମୁହଁରେ ଥିଲା ଖୁଦିରାମଙ୍କ ପ୍ରତି ଦରଦୀଭାବ । ଖୁଦିରାମଙ୍କ ପ୍ରତି ରମାଦେବୀଙ୍କ ମନରେ ମଧ୍ଯ କେମିତି ଗୋଟିଏ ମାୟା ଲାଗିଯାଇଥିଲା । ସେ ଫାଶୀ ପାଇବା କଥା ଶୁଣି ତାଙ୍କ ମନରେ ଦୁଃଖ ଆସିଥିଲା ।

ଖୁଦିରାମଙ୍କୁ ଦେଖିବାପାଇଁ ରମାଦେବୀ ତାଙ୍କର ବାପାଙ୍କୁ ଡରି ଡରି କହିଥିଲେ– ମାତ୍ର ତାଙ୍କର ବାପା ସେଥ‌ିରେ ରାଜି; ହୋଇ ନଥିଲେ । ବାରଣ କରି କହିଥିଲେ – “ ନା….ନା, ତମକୁ ଦେଖିବାପାଇଁ ଛାଡ଼ିବେ ନାହିଁ ।’’ କେହି ଲୋକ ଫାଶୀ ପାଇଲେ ରମାଦେବୀଙ୍କ ବାପା ଫାଶୀ ସ୍ଥାନରେ ଉପସ୍ଥିତ ରହୁଥିଲେ । ତାଙ୍କ ଉପରେ ସେହି ଦାୟିତ୍ଵ ରହିଥିଲା । ତେଣୁ କାହାରି ଫାଶୀ ପାଇବା ଦିନ, ସେ ଭୋର୍ ତିନିଟାରୁ ପୋଷାକ ପିନ୍ଧି ସେହି ସ୍ଥାନକୁ ବାହାରିଯାଉଥିଲେ ।

(୬) ଖୁଦିରାମଙ୍କ ଫାଶୀଦିନ:
ଖୁଦିରାମଙ୍କ ଫାଶୀଦିନ ନିକଟ ହୋଇ ଆସିଲା । ସେହି ଫାଶୀ ପ୍ରସଙ୍ଗରେ ରମାଦେବୀ ଜାଣିଲେ ଯେ, ଫାଶୀ ପୂର୍ବଦିନ ଫାଶୀ ପାଉଥିବା ଲୋକକୁ ତା’ର ଶେଷଇଚ୍ଛା ପ୍ରକାଶ କରିବାପାଇଁ କୁହାଯାଇଥାଏ । ଶେଷଇଚ୍ଛା ଆଇନସମ୍ମତ ହୋଇଥିଲେ, ତାହା ପୂରଣ କରାଯାଏ । ସେଦିନ ରାତି ପାହାନ୍ତାରେ ଖୁଦିରାମଙ୍କୁ ଫାଶୀ ହେବାର ଯୋଜନା ଥିଲା । ଖୁଦିରାମଙ୍କୁ ଯେ ଫାଶୀ ହୋଇଯିବ, ସେହିକଥା ମନେପକାଇ ରମାଦେବୀ ଓ ତାଙ୍କ ଭଉଣୀ କାନ୍ଦ କାନ୍ଦ ହୋଇ ଯାଇଥିଲେ । ସେମାନେ ତାଙ୍କ ବାପାଙ୍କୁ ସେଠାକୁ ନ ଯିବା ପାଇଁ କହିବାକୁ ମା’ଙ୍କୁ କହିଲେ । ମା’ ସେମାନଙ୍କୁ ବାପାଙ୍କୁ ମନା କରିବାକୁ କହିଲେ। ଡରି ଡରି ରମାଦେବୀ ଓ ତାଙ୍କର ବଡ଼ ଭଉଣୀ ବାପାଙ୍କ ନିକଟରେ ପହଞ୍ଚିଲେ; ମାତ୍ର କିଛି କହିପାରି ନଥିଲେ । ତାଙ୍କର ବାପା ଯେତେବେଳେ ଆସିବାର କାରଣ ସମ୍ବନ୍ଧରେ ପଚାରିଥିଲେ ସେତେବେଳେ ରମାଦେବୀ ସାହସ କରି ଖୁଦିରାମଙ୍କ ଫାଶୀ ସ୍ଥାନକୁ ନ ଯିବାପାଇଁ ବାପାଙ୍କୁ କହିଥିଲେ । ସେଭଳି କଥାରେ ତାଙ୍କ ବାପା ଗମ୍ଭୀର ହୋଇଯାଇଥିଲେ । ଶେଷରେ ଝିଅଦୁହିଁଙ୍କ କଥାରେ ସମ୍ମତି ପ୍ରକାଶ କଲେ । ଯଥା ସମୟରେ ଖୁଦିରାମଙ୍କ ଫାଶୀ ହୋଇଥିଲା । ସକାଳ ହେଲାବେଳକୁ ସେ ଖବର ଚାରିଆଡ଼େ ବ୍ୟାପି ଯାଇଥିଲା । ସେହି ଖବରରେ ସମସ୍ତେ ମନର ଉତ୍ତେଜନା ଲୁଚେଇ ଲୁଚେଇ ପ୍ରକାଶ କରୁଥିଲେ ।

(୭) ଅରବିନ୍ଦଙ୍କ ପ୍ରଭାବ:
କ୍ରମଶଃ ଖୁଦିରାମଙ୍କ ପ୍ରଭାବ ସମସ୍ତଙ୍କ ମନରୁ କମିଆସିଲା । ଅରବିନ୍ଦଙ୍କ ଉପରେ ସମସ୍ତଙ୍କର ଦୃଷ୍ଟି ରହିଲା । ରମାଦେବୀଙ୍କ ମନରୁ ଅରବିନ୍ଦଙ୍କ ଛାପ ଲିଭିଲା ନାହିଁ । ସେ ଜାଣିଲେ ଅରବିନ୍ଦ ସଚ୍ଚା ଦେଶପ୍ରେମୀ । ଦେଶ ପାଇଁ ଯେ-ସର୍ବସ୍ଵ ଦେବାକୁ ହେବ, ଏପରି ବିଚାରଧାରା ସମସ୍ତଙ୍କ ମନରେ ଅରବିନ୍ଦ ସୃଷ୍ଟି କରିଥିଲେ । ବ୍ୟକ୍ତିଗତ ଭାବେ ତାଙ୍କୁ ଦେଖି ନଥିଲେ ମଧ୍ୟ ରମାଦେବୀ ଅରବିନ୍ଦଙ୍କ ଚିନ୍ତାଧାରାରେ ପ୍ରଭାବିତ ହୋଇଥିଲେ ।

(୮) ଲେଖିକାଙ୍କ ଗପ ଶୁଣା :
ଲେଖିକା ରମାଦେବୀ ପିଲାଦିନେ ଗପ ଶୁଣିବାକୁ ଭାରି ଭଲ ପାଉଥିଲେ । ତାଙ୍କର ମା’ ବସନ୍ତକୁମାରୀ ଦେବୀ ସନ୍ଧ୍ୟାବେଳେ ପୂଜାକାମ ସାରି ପିଲାମାନଙ୍କୁ ଗପ କହୁଥିଲେ । ରାମାୟଣ, ମହାଭାରତର ଯେତେସବୁ ଚରିତ୍ର ପିଲାଙ୍କ ଆଗରେ ବର୍ଣ୍ଣନା କରାଯାଇପାରେ, ସେହିସବୁ ଚରିତ୍ର ବିଷୟରେ ସେ କହୁଥିଲେ ପୌରାଣିକ ଚରିତ୍ର ବ୍ୟତୀତ ଅନେକ ଐତିହାସିକ ଘଟଣା ସେ ପିଲାମାନଙ୍କୁ ଶୁଣାଉଥିଲେ । ଆନନ୍ଦମଠ, ଦେବୀ ଚୌଧୁରାଣୀ, ରାଣାପ୍ରତାପ, ରବୀନ୍ଦ୍ରନ!ଥଙ୍କ ଗର୍ଭ ମା’ ତାଙ୍କୁ ସଞ୍ଜବେଳେ ଘଣ୍ଟାଏ ଘଣ୍ଟାଏ ଶୁଣାଉଥିଲେ । ଖୁଦିରାମ, ଅରବିନ୍ଦଙ୍କ କଥାକୁ ସେ ବେଶ୍ ଭଲଭାବରେ କହୁଥିଲେ । ପୁନଶ୍ଚ ରମାଦେବୀଙ୍କ ଘରେ ଖଣ୍ଡିଏ ଛବିବହି ଥିଲା । ସେହି ବହିରେ ସ୍ତ୍ରୀ ଲୋକ ତଥା ଗୃହିଣୀମାନଙ୍କ ପାଇଁ ବହୁ ଶିକ୍ଷାପ୍ରଦ ଛବି ଥିଲା। ସେହି ଛବିଗୁଡ଼ିକ ଦେଖାଇ ତାଙ୍କ ମା’ ତାଙ୍କୁ ସେ ସମ୍ବନ୍ଧରେ କହୁଥିଲେ । ସେମାନେ ଯାହା! ଶୁଣୁଥିଲେ ପରଦିନ ତାହାକୁ ଲେଖି ମା’ଙ୍କୁ ଦେଖାଉଥିଲେ । ଲେଖାରେ କିଛି ଭୁଲ୍ ହେଲେ ମା’ ସେମାନଙ୍କୁ ମାଡ଼ ଦେଉ ନଥିଲେ, ଏପରିକି ଗାଳି ମଧ୍ୟ ଦେଉ ନଥିଲେ। ଆଲୋଚ୍ୟ ଜୀବନୀ ଲେଖାରେ ରମାଦେବୀ ପିଲାଦିନ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।

କଠିନ ଶବ୍ଦାର୍ଥ :

  • ମୋଜାଫରପୁର – ବିହାରର ଏକ ସହର ।
  • ବାପା – ରମାଦେବୀଙ୍କ ବାପା ଗୋପାଳବଲ୍ଲଭ ଦାସ (୧୮୬୦ – ୧୯୧୪) । ସେ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସାନଭାଇ ।
  • ଗମ୍ଭୀର – ବିଶେଷ ଚିନ୍ତାଧାରାରେ ଗ୍ରୁ ପ୍ ରହିବା ।
  • ଚପରାସୀ – ଅଫିସରଙ୍କର ବୋଲକରା/ଯିଏ କାଗଜପତ୍ର ନେବା ଆଣିବା କରନ୍ତି ।
  • ଘନିଷ୍ଠ – ଅତି ପ୍ରିୟ।
  • ବରାବର – ସବୁବେଳେ / ଅନେକ ସମୟରେ।
  • ସ୍ଵଦେଶୀ ଦ୍ରବ୍ୟ – ନିଜ ଦେଶରେ ତିଆରିହେଉଥ‌ିବା ଜିନିଷ।
  • ବଦ୍ଧମୂଳ – ସ୍ଥିର-ନିଶ୍ଚିତ|ଦୃଢ଼ ।
  • ପରିଦର୍ଶନ – ବୁଲି ଦେଖିବା ।
  • ବାରଣ – ମନା ।
  • ହାଉଆ – ପ୍ରଭାବ ।
  • ଖୁଦିରାମ – ଖୁଦି ରାମ ବୋଷ । ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ମାତ୍ର ୧୯ ବର୍ଷ ବୟସରେ ଫାଶୀ ପାଇଥିଲେ । ସେ ଥିଲେ ଜଣେ ଦେଶପ୍ରେମୀ ଯୋଦ୍ଧା ।
  • ଅରବିନ୍ଦ – ଶ୍ରୀଅରବିନ୍ଦ ଘୋଷ (୧୮୭୨- ୧୯୫୦) ମହାନ୍ ବିପ୍ଳବୀ ଓ ଆଧ୍ୟାତ୍ମିକବାଦୀ ।
  • ଅପ। – ରମାଦେବୀଙ୍କ ବଡଭଉଣୀ ସରଳାଦେବୀ
  • ମା’ – ର ମାଦେବୀଙ୍କ ମା’ବସନ୍ତ କୁମାରୀ
  • ଶିକ୍ଷାପ୍ରଦ – ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷଣୀୟ । ଆନନ୍ଦମଠ,
  • ଦେବୀ ଚୌଧରାଣୀ – ବୃଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କଦ୍ବାରା ଲିଖିତ ଦୁଇଟି ପ୍ରସିଦ୍ଧ ଉପନ୍ୟାସ ।
  • ରବୀନ୍ଦ୍ରନାଥ – ବଙ୍ଗଳାର ବିଶିଷ୍ଟ ସାହିତ୍ୟିକ । ସେ ସର୍ବପ୍ରଥମେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପାଇଥିଲେ। ତାଙ୍କଦ୍ବାରା ପ୍ରଣୀତ ‘ଗୀତାଞ୍ଜଳି’ ତାଙ୍କର ଶ୍ରେଷ୍ଠ କୃତି ।

BSE Odisha 8th Class Science Notes Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

Odisha State Board BSE Odisha 8th Class Science Notes Chapter 2 ଅଣୁଜୀବ: ଉପକାରୀ ଓ ଅପକାରୀ will enable students to study smartly.

BSE Odisha Class 8 Science Notes Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

→ ଉପକ୍ରମ:
ଅନେକ ଜୀବ ଅଛନ୍ତି, ଯେଉଁଗୁଡ଼ିକ ଖାଲି ଆସ୍‌ରେ ଦେଖାଯାଆନ୍ତି ନାହିଁ, ସେମାନେ ହେଲେ ଅଣୁଜୀବ ବା ଜୀବାଣୁ । ଏମାନଙ୍କୁ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖାହୁଏ ।

→ ତୁମ ପାଇଁ କାମ :

  • ଗୋଟିଏ ବିକରରେ କିଛି ଓଦା ମାଟି ସଂଗ୍ରହ କରି ସେଥିରେ ପାଣି ମିଶାଇ ତାକୁ ଘାଣ୍ଟି କିଛି ସମୟ ପାଇଁ ରଖୁଲେ ସେଥିରେ ଛୋଟ ଛୋଟ ମାଟି ପିଣ୍ଡୁଳା ସବୁ ତଳ ଭାଗରେ ବସିଯାଇଛି । କିଛି ସମୟ ପରେ ଗୋଳିଆପାଣିରୁ ଏକ ବୁନ୍ଦା ନେଇ ଅଣୁବୀକ୍ଷଣରେ ଦେଖୁରେ ଏକାଧିକ ଛୋଟ ଛୋଟ ଜୀବ ଦେଖାଯିବ ।
  • ପୋଖରା କିମ୍ବା ଗଡ଼ିଆରୁ ଗୋଟିଏ ଟୋପା ପାଣି ଆଣି ଏକ ସ୍ଲାଇଡ୍ ଉପରେ ରଖ୍ ଅଣୁବୀକ୍ଷଣରେ ଦେଖିଲେ, ଅନେକ ଛୋଟ ଛୋଟ ଜୀବ ଘୂରି ବୁଲୁଥିବାର ଦେଖିପାରିବ ।

BSE Odisha 8th Class Science Notes Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

→ ଅଣୁଜୀବ। (Micro organisms):
(1) ଯେଉଁ ଛୋଟ ଛୋଟ ଜୀବମାନଙ୍କୁ କେବଳ ଅଣୁବୀକ୍ଷଣରେ ଦେଖୁହୁଏ, ସେମାନଙ୍କୁ ଅଣୁଜୀବ କୁହାଯାଏ ଏଗୁଡ଼ିକ ମୁଖ୍ୟତଃ ନାରି ପ୍ରକାରର; ଯଥା –

  • ବୀଜାଣୁ,
  • ଆଦିପ୍ରାଣୀ,
  • କବକ,
  • ଶୈବାଳ ।

(2) ଅଣୁଜୀବ ଜଗତରେ ଭୂତାଣୁ ଏକ ବିଚିତ୍ର ସତ୍ତା, ଯାହାକୁ ଏକ ପ୍ରହେଳିକା ଭାବେ ଗ୍ରହଣ କରାଯାଇଛି।
କାରଣ- (କ) ଏହାର ଆକାର ଏତେ ଛୋଟ ଯେ କେବଳ ଇଲେକ୍‌ ଟ୍ରନିକ୍‌ ଅଣୁବୀକ୍ଷଣରେ ଏକ ନିଆଯାଇଥାଏ । ଏହି ଛବି ଭୂତାଣୁର ପ୍ରକୃତ ମାପର 5 ପ୍ରାୟ 20,000 ଗୁଣ । ଏହାକୁ ମିଲି ମାଇକ୍ରନ୍‌ରେ ପ୍ରକାଶ କରାଯାଏ ।
(1 ମିଲି ମାଇକ୍ରନ୍ = \(\frac {1}{1000}\) ମାଇକ୍ରନ୍)
(ଖ) ଉଦ୍ଭଦ, ପ୍ରାଣୀ ଓ ବୀଜାଣୁମାନଙ୍କରେ ଦେଖାଯାଉଥ‌ିବା କେତେକ ଲକ୍ଷଣକୁ ହିଁ ଭିଭି କରି ଆମେ ଭୂତାଣୁର ଉପସ୍ଥିତି ଅନୁମାନ କରିଥାଉ ।
(ଟ) ଭୂତାଣୁ କେବଳ ପୋଷକ ଜୀବର କୋଷ ଭିତରେ ରହି ନିଜର ବଂଶବୃଦ୍ଧି କରିଥାଏ ।
(ଘ) ବୀଜାଣୁ ଉଭିଦ କିମ୍ବା ପ୍ରାଣୀମାନଙ୍କ କୋଷ ହିଁ ଭୂତାଣୁର ପୋଷକ ।
(ଙ) ପୋଷକ କୋଷ ବାହାରେ ଏହା ସମ୍ପୂର୍ଣ୍ଣ ନିଷ୍କ୍ରିୟ ବା ଜଡ଼ – ଜୀବନର ଲେଶମାତ୍ର ଲକ୍ଷଣ ଦେଖାଯାଇନଥାଏ ।

(3) ଭୂତାଣୁ ଦ୍ଵାରା ହେଉଥ‌ିବା ରୋଗ – ସର୍ଦ୍ଦି, ଇନଫ ଏଞ୍ଜା ( ଫ ), ପୋଲିଓ, ହାଡ଼ଫୁଟି ଇତ୍ୟାଦି । ଆଦିପ୍ରାଣୀଦ୍ଵାରା ହେଉଥ‌ିବା ରୋଗ – ତରଳ ଝାଡ଼ା, ଆମାଶୟ, ମ୍ୟାଲେରିଆ ଜ୍ଵର ଇତ୍ୟାଦି । ବୀଜାଣୁଦ୍ବାରା ହେଉଥ‌ିବା ରୋଗ – ଟାଇଫଏଡ୍, ଯକ୍ଷ୍ମା ।
BSE Odisha 8th Class Science Notes Chapter 2 ଅଣୁଜୀବ ଉପକାରୀ ଓ ଅପକାରୀ 1

→ଅଣୁକବମାନଙ୍କର ପ୍ର।ପ୍ତି ସ୍ଥାନ।:

  • ଅଣୁଜୀବମାନେ ସବୁଠାରୁ ସରଳ ଏବଂ କ୍ଷୁଦ୍ର । ଏମାନଙ୍କ ମଧ୍ୟରୁ କେତେକ ଏକକୋଷୀ ଓ ଅନ୍ୟ କେତେକ ବହୁକୋଷୀ ଅଟନ୍ତି ।
  • ଏମାନେ ସାଧାରଣତଃ ମାଟି, ପାଣି, ପବନ, ମେରୁ ଅଞ୍ଚଳ, ଉଷ୍ଣପ୍ରସ୍ରବଣର ଉତ୍ତପ୍ତ ଜଳ, ସମୁଦ୍ର, ମରୁଭୂମି ଓ ପ୍ରାଣୀମାନଙ୍କର ଦେହର ବିଭିନ୍ନ ଅଂଶରେ ଦେଖାଯାଆନ୍ତି।
  • କେତେକ ଅଣୁଜୀବ (ଏମିବା) ଏକକୋଷୀ ଏବଂ ଏକାକୀ ବାସକରୁଥିବାବେଳେ ଅନ୍ୟ କେତେକ କବକ ଏବଂ ବୀଜାଣୁ ସଂଘ ବା ମଣ୍ଡଳ ଗଠନ କରି ବାସକରନ୍ତି ।

→ଅଣୁଜୀବମାନଙ୍କ ସହ ଆମର ସମ୍ପର୍କ :

  • ଅଣୁଜୀବମାନେ ଆମର ଅନେକ ଉପକାର ଓ ଅପକାର କରିଥା’ନ୍ତି । ଦହି, ପାଉଁରୁଟି, ଚକୁଳି, ଇଡ଼ିଲି ଓ କେକ୍ ଆଦି ଖାଦ୍ୟପଦାର୍ଥ ପ୍ରସ୍ତୁତିରେ ଏମାନେ ସାହାଯ୍ୟ କରନ୍ତି।
  • ଏକ ସୁସ୍ଥ ପରିବେଶ ଗଠନ କରିବାରେ ଏମାନେ ସାହାଯ୍ୟ କରିଥା’ନ୍ତି ।
  • ଜୀବାଣୁମାନେ ଔଷଧ ପ୍ରସ୍ତୁତିରେ ଓ ଯବକ୍ଷାରଜାନ ବିବନ୍ଧନରେ ଅଂଶ ଗ୍ରହଣ କରିଥା’ନ୍ତି ।

BSE Odisha 8th Class Science Notes Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

→ଦହି ଓ ପାଉଁରୁଟି ପ୍ରସ୍ତୁତି :
ବୀଜାଣୁମାନଙ୍କ ଦ୍ୱାରା କ୍ଷୀରରୁ ଦହି ପ୍ରସ୍ତୁତ ହୋଇଥାଏ । କ୍ଷୀରରେ ଅଳ୍ପ ଦହି ମିଶାଇ ରଖୁଦେଲେ ପରଦିନ ଏହା ଦହିରେ ପରିଣତ ହୋଇଥାଏ । ଦହିରେ ବିଭିନ୍ନ ଅଣୁଜୀବ ଥାଆନ୍ତି । କ୍ଷୀରକୁ ଦହିରେ ପରିଣତ କରିବାରେ ଲାକ୍ଟୋବାସିଲସ୍ ନାମକ ଏକ ବୀଜାଣୁ ସାହାଯ୍ୟ କରିଥାଏ । ଛେନା, ଆଚାର ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ମଧ୍ୟ ବୀଜାଣୁମାନେ ସାହାଯ୍ୟ କରନ୍ତି ।

→ଶିଚ୍ଛଭିତ୍ତିକ ବ୍ୟବହାର:
ସୁରାସାର, ମଦ ଏବଂ ଏସିଟିକ୍ ଏସିଡ୍ (ଭିନେଗାର) ଉତ୍ପାଦନରେ ଅଣୁଜୀବ ଦରକାର ହୋଇଥାଏ । ଇଷ୍ଟ ବ୍ୟବହାର କରି ସୁରାସାର ଓ ମଦ ତିଆରି କରାଯାଇଥାଏ । ବାର୍ଲି, ଗହମ, ଚାଉଳ, ଫଳରସ ଭଳି ଶର୍କରା ଜାତୀୟ ଖାଦ୍ୟରେ ଇଷ୍ଟ ମିଶାଇଲେ ଏହାର ବଂଶବୃଦ୍ଧି ହୋଇଥାଏ । ଇଷ୍ଟଦ୍ୱାରା ଶର୍କରାରୁ ସୁରାସାର ପ୍ରସ୍ତୁତ ହୋଇଥାଏ । ଏହି ପଦ୍ଧତିକୁ କିଣ୍ବନ କୁହାଯାଏ ।

→ଔଷଧୀୟ ବ୍ୟବହାର:
1. ରୋଗ ହେଲେ ଡାକ୍ତର ଆମକୁ ଜୀବଘ୍ନ ବଟିକା ଖାଇବାକୁ କିମ୍ବା ପେନିସିଲିନ୍ ଇଞ୍ଜେକସନ୍ ନେବାକୁ କହିଥାଆନ୍ତି । ଏହା ଅଣୁଜୀବରୁ ପ୍ରସ୍ତୁତ ହୋଇଥାଏ । ଏହି ଜୀବଘ୍ନଗୁଡ଼ିକର କାର୍ଯ୍ୟ ହେଉଛି ରୋଗକାରକ ଅଣୁଜୀବମାନଙ୍କୁ ମାରିଦେବା କିମ୍ବା ସେମାନଙ୍କର ବଂଶବୃଦ୍ଧିକୁ ପ୍ରତିରୋଧ କରିବା । ବୀଜାଣୁ ଏବଂ କବକ ବ୍ୟବହାର କରି ଆଜିକାଲି ଅନେକ ଔଷଧ ପ୍ରସ୍ତୁତ ହେଲାଣି । ଅଣୁଜୀବରୁ ପ୍ରସ୍ତୁତ ଷ୍ଟୁପ୍ଟୋମାଇସିନ୍, ଟେଟ୍ରାସାଇକ୍ଲିନ୍, ଏରିଥ୍ରୋମାଇସିନ୍ ଭଳି କେତେକ ଜୀବଘ୍ନ ଅନେକ ରୋଗର ଉପଶମ ପାଇଁ ବ୍ୟବହୃତ ହୋଇଥାଏ ।

2. ସର୍ଭି ଓ ଫ୍ ଭଳି ଭୂତାଣୁଜନିତ ରୋଗର ନିରାକରଣ ଜୀବଘ୍ନ ବ୍ୟବହାର ଦ୍ୱାରା ହୋଇଥାଏ ।

ଶିଶୁ ତଥା ପିଲାମାନଙ୍କୁ ଟିକା ଦିଆଯାଏ କାହିଁକି ?

  • ଯେତେବେଳେ କୌଣସି ରୋଗକାରକ ଅଣୁଜୀବ ଶରୀର ମଧ୍ୟକୁ ପ୍ରବେଶ କରନ୍ତି, ସେଗୁଡ଼ିକୁ ପ୍ରତିରୋଧ କରିବା ପାଇଁ ଶରୀର ଭିତରେ ପ୍ରତିପିଣ୍ଡ ଉତ୍ପନ୍ନ ହୋଇଥାଏ । ଯଦି ପୁନର୍ବାର ରୋଗକାରୀ ଅଣୁଜୀବ ପ୍ରବେଶ କରନ୍ତି, ଏଗୁଡ଼ିକର ପ୍ରତିରୋଧ କିପରି ହୋଇପାରିବ ଶରୀର ତାହା ଜାଣିପାରିଥାଏ ।
  • ଯଦି ମୃତ କିମ୍ବା ଦୁର୍ବଳ ଅଣୁଜୀବକୁ ଶରୀର ମଧ୍ୟକୁ ପ୍ରବେଶ କରିବାକୁ ଦିଆଯାଏ; ତେବେ ଏହାଦ୍ଵାରା ଶରୀର ମଧ୍ୟରେ ଉପଯୁକ୍ତ ପ୍ରତିପିଣ୍ଡ ଉତ୍ପନ୍ନ ହୋଇ ଭବିଷ୍ୟତରେ ଅଣୁଜୀବକୁ ପ୍ରତିରୋଧ କରେ ଏବଂ ମାରିଦେଇଥାଏ ।
  • ଏହି ପ୍ରତିପିଣ୍ଡ ଆମ ଶରୀର ମଧ୍ୟରେ ରହିଥାଏ ଏବଂ ଆମକୁ ରୋଗକାରୀ ଅଣୁଜୀବର ଦାଉରୁ ରକ୍ଷା କରିଥାଏ । ଟିକା ଆମ ଶରୀରରେ ଏହି କାମ ହିଁ କରିଥାଏ ।
  • ଟିକା ନେବା ଫଳରେ ହଇଜା, ଯକ୍ଷ୍ମା, ବସନ୍ତ ଏବଂ ହିପାଟାଇଟିସ୍ ଭଳି ଅନେକ ମାରାତ୍ମକ ରୋଗରୁ ନିରାକରଣ କରାଯାଇଥାଏ ।
  • ବିଭିନ୍ନ ରୋଗର ଆକ୍ରମଣରୁ ରକ୍ଷାପାଇବା ପାଇଁ ପିଲାବେଳେ ଆମେ ନିଶ୍ଚିତ ଭାବେ ଟିକା ନେଇଥାଉ । ସବୁ ପିଲାମାନଙ୍କୁ ଟିକା ଦେବା ନିହାତି ଆବଶ୍ୟକ । ପୋଲିଓ ରୋଗରୁ ପିଲାମାନଙ୍କୁ ରକ୍ଷା କରିବା ପାଇଁ ଆମେ ଦୂରଦର୍ଶନ ଏବଂ ପ୍ରକୃତରେ ଏହି ରୋଗର ନିରାକରଣ ପାଇଁ ଏକ ଟିକା !
  • ମଣିଷ ତଥା ପଶୁପକ୍ଷୀମାନଙ୍କୁ ରୋଗର ଆକ୍ରମଣରୁ ରକ୍ଷା କରିବାପାଇଁ ଆଜିକାଲି ବହୁ ପରିମାଣରେ ଟିକା ପ୍ରସ୍ତୁତ କରାଗଲାଣି !

→ମୃତ୍ତିକାର ଉର୍ବରତା ବୃଦ୍ଧି :

  • ମାଟିରେ ଯବକ୍ଷାରଜାନର ପରିମାଣ ଅଧ୍ବକ କରାଇ ଏହାର ଉର୍ବରତା ବୃଦ୍ଧି କରିବା ପାଇଁ କେତେକ ବୀଜାଣୁ ଓ ନୀଳହରିତ୍‌ ଶୈବାଳ ଭଳି ଅଣୁଜୀବ ନିୟୋଜିତ ହୋଇଥାଆନ୍ତି ।
  • ଏଗୁଡ଼ିକ ବାୟୁମଣ୍ଡନରୁ ଯବକ୍ଷାରଜାନ ସଂଗ୍ରହ ଓ ବିବନ୍ଧନ କରି ମୂର୍ତ୍ତିକାର ଉର୍ବରତା ବଢ଼ାଇଥାଆନ୍ତି । ଏହି ଅଣୁଜୀବଗୁଡିକୁ ‘‘ଜୈବିକ ଯବକ୍ଷାରଜାନ ବିବନ୍ଧକ’’ ବୋଲି କୁହାଯାଏ ।

→ପରିବେଶ ସୁରକ୍ଷା :
(1) ଅଣୁଜୀବମାନେ ପ୍ରାଣୀ ଏବଂ ଉଭିଦମାନଙ୍କର ବର୍ଜ୍ୟବସ୍ତୁ, ଅଳିଆ ଆବର୍ଜନା, ପଚାସଢ଼ା ପଦାର୍ଥ ଅପଘଟନ କରାଇ ସରଳ ପଦାର୍ଥ ସବୁକୁ ମୃତ୍ତିକାରେ ମିଶାଇ ଦିଅନ୍ତି । ଏହା ଉଭିଦମାନଙ୍କର ବୃଦ୍ଧିରେ ସାହାଯ୍ୟ କରେ । ବହୁ ପରିମାଣରେ ମୃତ ଉଭିଦ ଓ ପଶୁପକ୍ଷୀ ତଥା ଏମାନଙ୍କର ମଳ, ମୂତ୍ର ଏବଂ ମାଟିରେ ଜମିରହିଥିବା ସମସ୍ତ ଜୈବିକ ଅଳିଆର ଅପଘଟନ ଅଣଜୀବମାନଙ୍କ ଦ୍ବାରା ହେବା ଫଳରେ ପରିବେଶ ପ୍ରଦୂଷଣମୁକ୍ତ ହୋଇଥାଏ ।

  • ଲୁଇ ପାଶ୍ଚର (Louis Pasteur) 1857. ଖ୍ରୀଷ୍ଟାବ୍ଦରେ କିଣ୍ବନ ପଦ୍ଧତି ଉଦ୍ଭାବନ କରିଥିଲେ ।
  • ଆଲେକ୍‌ଜାଣ୍ଡର ଫ୍ଲେମିଂ (Alexander Fleming) 1929 ଖ୍ରୀଷ୍ଟାବ୍ଦରେ ପେନିସିଲିନ୍ ନାମକ ଆଣ୍ଟିବାଇଓଟିକ୍ ଉଦ୍ଭାବନ କରିଥିଲେ ।
  • ଏଡ୍ଡ୍ ଜେନର (Edward Jenner) 1798 ଖ୍ରୀଷ୍ଟାବ୍ଦରେ ବସନ୍ତ ରୋଗର ନିରାକରଣ ପାଇଁ ଟିକା ଉଦ୍ଭାବନ କରିଥିଲେ ।

→କ୍ଷତିକାରକ ମାଇକ୍ରୋ ଅଣୁଜୀବ । (Harmful Micro-organisms):
(i) କେତେକ ଅଣୁଜୀବ ମଣିଷ, ଉଭିଦ ତଥା ଅନ୍ୟ ପ୍ରାଣୀମାନଙ୍କ ଦେହରେ ରୋଗ ସୃଷ୍ଟି କରାନ୍ତି । ଏହି ରୋଗକାରକ ଅଣୁଜୀବମାନଙ୍କୁ ବ୍ୟାଧ୍ଵଜାତକ କୁହାଯାଏ ।

→ମଣିଷ ଶରୀରରେ ରେ। ଗକାରକ ଅଣୁକାବ।:
1. ଆମ ଶରୀର ମଧ୍ୟକୁ ବ୍ୟାଧ୍ଵଜାତକଗୁଡ଼ିକ ପିଇବାପାଣି, ଖାଦ୍ୟ କିମ୍ବା ଆମ ପ୍ରଶ୍ବାସରେ ନେଉଥିବା ଅମ୍ଳଜାନଦ୍ୱାରା ପ୍ରବେଶ କରିଥାଆନ୍ତି । କରିଥାଆନ୍ତି । ଜଣେ ରୋଗାକ୍ରାନ୍ତ ବ୍ୟକ୍ତି ସହ ମିଳାମିଶା କଲେ ଏମାନେ ସିଧାସଳଖ କିମ୍ବା ଅନ୍ୟ କୌଣସି ରୋଗାକ୍ରାନ୍ତ କେତେକ କୀଟ ଏବଂ ପ୍ରାଣୀ ଅଣୁଜୀବଜନିତ ରୋଗର ବାହକ ରୂପେ କାମ କରିଥାଆନ୍ତି ।

କେତେକ କୀଟ ଏବଂ ପ୍ରାଣୀ ଅଣୁଜୀବଜନିତ ରୋଗର ବାହକ ରୂପେ କାମ କରିଥାଆନ୍ତଏମାନେ ରୋଗୀମାନଙ୍କ ବର୍ଜ୍ୟବସ୍ତୁ କିମ୍ବା ଆବର୍ଜନା ଉପରେ ବସନ୍ତି । ବ୍ୟାଧ୍ଵଜାତକଗୁଡ଼ିକ ସେମାନଙ୍କର ଶରୀରରେ ଲାଗିଯାଆନ୍ତି । ଘୋଡ଼ାଯାଇ ନଥ‌ିବା ଖାଦ୍ୟ ଉପରେ ଯେତେବେଳେ ଏହି ମାଛିମାନେ ବସନ୍ତି, ସେଥ‌ିରେ ବ୍ୟାଧ୍ଵଜାତକଗୁଡ଼ିକୁ ଛାଡ଼ିଦିଅନ୍ତି । ଏହି ସଂକ୍ରମିତ ଖାଦ୍ୟ ଖାଇଲେ ରୋଗାକ୍ରାନ୍ତ ହେବାର ସମ୍ଭାବନା ଥାଏ ।

ତେଣୁ ସବୁବେଳେ ଖାଦ୍ୟପଦାର୍ଥଗୁଡ଼ିକୁ ଘୋଡ଼େଇ ରଖୁବା ଉଚିତ । ମାଈ ଏନୋଫିଲିସ୍ ମଶା ରୋଗବାହକର ଆଉ ଗୋଟିଏ ଉଦାହରଣ । ଏହା ମ୍ୟାଲେରିଆ ପରଜୀବୀର ବାହକ । ମାଈ ଏଡ଼ିସ୍ ମଶା ଡେଙ୍ଗୁ ଜ୍ଵର ଭୂତାଣୁର ବାହକ । ଆମେ କିପରି ମ୍ୟାଲେରିଆ ଓ ଡେଙ୍ଗୁ ଜ୍ଵରର ବିସ୍ତାରକୁ ନିୟନ୍ତ୍ରଣ କରିବା ?”

ଯେଉଁ ଅଣୁଜୀବଜନିତ ରୋଗଗୁଡ଼ିକ ଜଣେ ରୋଗାକ୍ରାନ୍ତ ବ୍ୟକ୍ତିଙ୍କଠାରୁ ବାୟୁ, କଳ, ଖାଦ୍ୟ କିମ୍ବା ଶାରୀରିକ ସଂସ୍ପର୍ଶଦ୍ବାରା ସୁସ୍ଥ ମଣିଷ ଦେହକୁ ସଞ୍ଚରିତ ହୋଇଥା’ନ୍ତି, ସେଗୁଡ଼ିକୁ ସଂକ୍ରାମକ ରୋଗ କୁହାଯାଏ । ହଇଜା, ସର୍ଦ୍ଦି, ହାଡ଼ଫୁଟି, ଯକ୍ଷ୍ମା ଇତ୍ୟାଦି ଏହାର ଉଦାହରଣ ଅଟନ୍ତି ।

BSE Odisha 8th Class Science Notes Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

2. ମଣିଷଠାରେ ଦେଖାଯାଉଥିବା ଆଣ୍ଠୁକୀଚଚ୍ଚନିତ କେତେକ ସାଧାରଶ ରୋଗ:
BSE Odisha 8th Class Science Notes Chapter 2 ଅଣୁଜୀବ ଉପକାରୀ ଓ ଅପକାରୀ 2

ରବର୍ଟ କକ୍ (Robert Koch) 1876 ଖ୍ରୀଷ୍ଟାବ୍ଦରେ ବାସିଲସ୍ ବୀଜାଣୁ ଜନିତ ଆର୍ଥ୍ରାକ୍‌ସ ରୋଗ ଆବିଷ୍କାର କରିଥିଲେ ।

3. ଉଦମାନଙ୍କର ଅଣୁଜୀବଜନିତ ରୋଗ:
ଗହମ, ଧାନ, ଆଳୁ, ଲେମ୍ବୁ, ସେଓ ଏବଂ ଅନ୍ୟାନ୍ୟ ଉଭିଦମାନଙ୍କରେ ଅଣୁଜୀବମାନେ ରୋଗ କରାଇଥା’ନ୍ତି । ରୋଗଦ୍ଵାରା ଆକ୍ରାନ୍ତ ହେବା ଫଳରେ ଶସ୍ୟ ଉତ୍ପାଦନ ହ୍ରାସ ପାଇଥାଏ ।
BSE Odisha 8th Class Science Notes Chapter 2 ଅଣୁଜୀବ ଉପକାରୀ ଓ ଅପକାରୀ 3

→ଖାଦ୍ୟ ବିଷାକ୍ତ ହେବା :
କେତେକ ଅଣୁଜୀବ ଦ୍ଵାରା ଖାଦ୍ୟ ବିଷାକ୍ତ ହୋଇଥାଏ । ଖାଦ୍ୟରେ ଥ‌ିବା ଏହି ଅଣୁଜୀବ ନିଜର ବଂଶବୃଦ୍ଧି କରି ବିଷ ଉତ୍ପନ୍ନ କରିଥାଆନ୍ତି । ଏହା ଖାଦ୍ୟକୁ ବିଷାକ୍ତ କରିଦିଏ । ଏହାଦ୍ଵାରା ଅନେକ ସାଙ୍ଘାତିକ ରୋଗ ହୋଇ ମୃତ୍ୟୁ ହୋଇଥାଏ । ତେଣୁ ଖାଦ୍ୟ କିପରି ନଷ୍ଟ ନହେବ ସେଥ‌ିପାଇଁ ଏହାର ସଂରକ୍ଷଣ ଉପରେ ଗୁରୁତ୍ବ ଦେବା ଆବଶ୍ୟକ ।

→ଖାଦ୍ୟ ପରିରକ୍ଷଣ (Food Preservation):
(i) ବ୍ୟବହୃତ ହୋଇ ନଥ‌ିବା ପାଉଁରୁଟିକୁ ଓଦା ଅବସ୍ଥାରେ ରଦେଲେ ଏହା କବକ ଦ୍ବାରା ନଷ୍ଟ ହୋଇଥାଏ । ଅଣୁଜୀବ ଖାଦ୍ୟକୁ ନଷ୍ଟ କରିଦିଅନ୍ତି । ଏଥିରୁ ଦୁର୍ଗନ୍ଧ ବାହାରେ । ଏହାର ସ୍ବାଦ ନଷ୍ଟ ହୁଏ ଏବଂ ଏହାର ରଙ୍ଗ ମଧ୍ୟ ବଦଳିଯାଏ । ଖାଦ୍ୟ ନଷ୍ଟ ହେବା ଏକ ରାସାୟନିକ ପ୍ରକ୍ରିୟା । ଖାଦ୍ୟ ପରିରକ୍ଷଣର କେତେକ ପଦ୍ଧତି ନିମ୍ନରେ ଦିଆଗଲା ।

ରାସାୟନିକ ପଦ୍ଧତି :
(ii) ଆଚାରକୁ ଅଣୁଜୀବ ଦାଉରୁ ରକ୍ଷା କରିବାପାଇଁ ଏଥ‌ିରେ ଲୁଣ କିମ୍ବା ଅମ୍ଳ ମିଶାଯାଇଥାଏ । ଏଥ‌ିପାଇଁ ସୋଡ଼ିୟମ୍‌ ବେନ୍‌ଏଟ୍ ଏବଂ ସୋଡ଼ିୟମ୍‌ ମେଟାବାଇସଲ୍‌ଫାଇଟ୍‌ ଆଦି ସାଧାରଣ ପରିରକ୍ଷକ ଭାବେ ବ୍ୟବହୃତ ହୁଏ । ଜାମ୍ ଓ ସ୍ଟାସ୍ ନଷ୍ଟ ନ ହେବା ପାଇଁ ସେଥ‌ିରେ ଏହି ପରିରକ୍ଷକଗୁଡ଼ିକ ମିଶାଯାଇଥାଏ ।

ଲୁଣ ଦ୍ବାରା ପରିରକ୍ଷଣ :
(iii) ବୀଜାଣୁ ବୃଦ୍ଧିରୁ ରକ୍ଷା ପାଇବା ପାଇଁ ମାଂସ ଓ ମାଛକୁ ଶୁଖୁଲା ଲୁଣ ଦ୍ବାରା ଆବୃତ କରାଯାଇଥାଏ । ଅଁଳା, କଞ୍ଚା ଆମ୍ବ ଓ ତେନ୍ତୁଳି ଇତ୍ୟାଦିରେ ଲୁଣ ମିଶାଇବା ଦ୍ଵାରା ଏଗୁଡ଼ିକର ପରିରକ୍ଷଣ ହୋଇଥାଏ ।

ଚିନି ଦ୍ବାରା ପରିରକ୍ଷଣ :
(iv) ଜାମ୍, ଜେଲି ଏବଂ ସ୍ଟ୍ରାସର ପରିରକ୍ଷଣ ପାଇଁ ଚିନି ବ୍ୟବହାର କରାଯାଇଥାଏ । ଚିନି ଏଗୁଡ଼ିକର ଜଳୀୟ ଅଂଶକୁ କମାଇଦେଇ ବୀଜାଣୁ ବୃଦ୍ଧି ରୋକିଥାଏ ।

ତୈଳ ଏବଂ ଭିନେଗାର୍ ଦ୍ୱାରା ପରିରକ୍ଷଣ :
(v) ଆଚାରରେ ମିଶୁଥ‌ିବା ତୈଳ ଏବଂ ଭିନେଗାର ଏଗୁଡ଼ିକୁ ନଷ୍ଟ ହେବାକୁ ଦେଇ ନଥାଏ । କାରଣ ଏହି ପରିବେଶରେ ବୀଜାଣୁମାନେ ବଞ୍ଝାପାରନ୍ତି ନାହିଁ । ଏହି ପଦ୍ଧତିରେ ବେଳେବେଳେ ପନିପରିବା, ଫଳ, ମାଛ ଓ ମାଂସ ଆଦିର ପରିରକ୍ଷଣ କରାଯାଇଥାଏ ।

BSE Odisha 8th Class Science Notes Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

ଗରମ ଏବଂ ଥଣ୍ଡା କରିବା ଦ୍ୱାରା ପରିରକ୍ଷଣ :
ପ୍ୟାକେଟରେ ଆସୁଥ‌ିବା କ୍ଷାରକୁ ପାଶ୍ଚରୀକରଣ କରାଯାଇଥାଏ । ତେଣୁ ଏହା ନଷ୍ଟ ହୋଇ ନ ଥାଏ ।
(vi) ଅନିଷ୍ଟକାରୀ ଅଣୁଜୀବମୁକ୍ତ ପାଣ୍ଟ ରୀକକୃତ କ୍ଷୀରକୁ ଗରମ ନକରି ଖୁଯାଇଥାଏ । 70° ସେଲ୍‌ସିୟସ୍ ତାପମାତ୍ରାରେ କ୍ଷୀରକୁ 15 – 30 ସେକେଣ୍ଡ ପର୍ଯ୍ୟନ୍ତ ଗରମ କରି ସଙ୍ଗେ ସଙ୍ଗେ ଥଣ୍ଡା କରାଯାଇ ସାଇତି ରଖାହୋଇଥାଏ । ଏହାଦ୍ୱାରା ଅଣୁଜୀବ ବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ । ଲୁଇପାଶ୍ଚର ଏହି ପଦ୍ଧତି ଉଦ୍ଭାବନ କରିଥିବାରୁ ଏହାକୁ ପାଶ୍ଚରୀକରଣ କୁହାଯାଏ ।

ସାଇତି ରଖ୍ ଏବଂ ପ୍ୟାକିଂ ପଦ୍ଧତି :
(vii) ଏବେ ଶୁଖୁଲା ଫଳ ଏବଂ ପନିପରିବା ମଧ୍ୟ ଅଣୁଜୀବମାନଙ୍କ ଦାଉରୁ ରକ୍ଷା କରିବାପାଇଁ ବାୟୁରୁଦ୍ଧ ମୁଦା ପପାକେଟରେ ଚିକ୍ରି କରାହେଲ। ଶି।

→ଯବକ୍ଷାରଜାନ ବିବନ୍ଧନ (Nitrogen firation) :
(i) ବାୟୁମଣ୍ଡଳର ଯବକ୍ଷାରଜାନକୁ ବିବନ୍ଧିତ କରି ଉଭିଦକୁ ଯୋଗାଇଥା’ନ୍ତି । ସୋୟାବିନ୍ ଏବଂ ମଟର ଭଳି ଡାଲିଜାତୀୟ ଉଭିଦର ଚେରରେ ଥିବା ମୂଳ ଗ୍ରନ୍ଥିକା ବା ଗଣ୍ଠି ମଧ୍ୟରେ ରାଇଜୋବିଅମ୍ ବାସକରନ୍ତି ।
(ii) ବିଜୁଳି ମାରିବା ସମୟରେ ବାୟୁମଣ୍ଡଳର ଯବକ୍ଷାରଜାନ ବିବନ୍ଧିତ ହୋଇ ବର୍ଷାଜଳ ସହିତ ମିଶି ଭୂପୃଷ୍ଠକୁ ଆସେ ଓ ଏହାକୁ ଉଭିଦ ଗ୍ରହଣ କରିଥାଏ ।

ନାଇଟ୍ରୋଜେନ ଚକ୍ର । (Nitrogen cycle) :
BSE Odisha 8th Class Science Notes Chapter 2 ଅଣୁଜୀବ ଉପକାରୀ ଓ ଅପକାରୀ 4

(i) ବାୟୁମଣ୍ଡଳରେ ଶତକଡ଼ା 78 ଭାଗ ଯବକ୍ଷାରଜାନ ରହିଥାଏ । ବିଭିନ୍ନ ଉପାୟମାନ ଅବଲମ୍ବନ କରି ଏହା ପ୍ରାଣୀ ଓ ଉଭିଦମାନଙ୍କ ଶରୀରକୁ ଆସିବା ସହ ପୁନଶ୍ଚ ବାୟୁମଣ୍ଡଳକୁ ଫେରିଯାଇଥାଏ । ଏହାଦ୍ଵାରା ବାୟୁମଣ୍ଡଳରେ ଯବକ୍ଷାରଜାନର ପରିମାଣ ଅପରିବର୍ତ୍ତିତ ହୋଇ ରହିଥାଏ । ଏହାକୁ ଯବକ୍ଷାରଜାନ ଚକ୍ର କୁହାଯାଏ ।

(ii) ମାଟିରେ ଥ‌ିବା କେତେକ ନିର୍ଦ୍ଦିଷ୍ଟ ନୀଳହରିତ୍ ଶୈବାଳ ଏବଂ ବୀଜାଣୁ ବାୟୁମଣ୍ଡଳରୁ ଯବକ୍ଷାରଜାନ ବିବନ୍ଧନ କରି ଯୌଗିକ ପଦାର୍ଥରେ ପରିଣତ କରନ୍ତି ଏବଂ ମୃତ ଉଭିଦ ଓ ପ୍ରାଣୀମାନଙ୍କୁ ମାଟିରେ ଥ‌ିବା ବୀଜାଣୁ ଓ କବକ ଅପଘଟନ କରି ଯୌଗିକ ପଦାର୍ଥରେ ପରିଣତ କରନ୍ତି ।

ବିଷୟଭିତ୍ତିକ ଶବ୍ଦୀ ବଳୀ:
ଶୈବାଳୀ – Algae
ଆଣ୍ଟିବାୟୋଟିକ୍ । – Antibiotic
ଆଣ୍ଟିବଡିଗୁଡିକ । – Antibodies
ବୀଜାଣୁ – Bacteria
ବାହକ – Carrier
ସଂକ୍ରାମକ ରୋଗ – Comunicable disease
ଫେମେଣ୍ଟେସନ୍ । – Fermentation
କବକ – Fungi
ଲାକ୍ଟୋବ୍ୟାସିଲିସ୍ । – Lactobacillus
ମାଇକ୍ରୋବ ବା ମାଇକ୍ରୋଅର୍ଗାନଜିମ୍ । – Microbe or Microorganism
ନାଇଟ୍ରୋଜେନ୍ ଚକ୍ର । – Nitrogen cycle
ଯବକ୍ଷାରଜାନ ବିବନ୍ଧନ। – Nitrogen Fixation
ପେଷ୍ଟ୍ୟୁରିଜେସନ୍। – Pasteurisation
ପାଥୋଜେନ । – Pathogen
ସଂରକ୍ଷଣ – Preservation
ପ୍ରୋଟୋଜୋଆ । – Protozoa
ରାଇଜୋବିୟମ୍ । – Rhizobium
ଟିକା – Vaccine
ଭୂତାଣୁ – Virus
ଖମୀର । – Yeast
ସଂରକ୍ଷଣକାରୀ – Preservative
ଭିଟାମିନ୍ । – Vitamin

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Odisha State Board CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା Textbook Exercise Questions and Answers.

CHSE Odisha Class 12 Odia Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
ଆଞ୍ଚଳିକ ସଭାର କେଉଁ ବିଷୟକୁ ସବା ଉପରେ ବିଚାର ପାଇଁ ରଖାଯାଇଥିଲା ? (ଶିକ୍ଷା, କୃଷି, ବାଣିଜ୍ୟ, ଶିଳ୍ପ)
Answer:
କୃଷି

Question ୨।
‘ଶିକ୍ଷା’କୁ ଜିଲ୍ଲା ପରିଷଦ ସଭାର କେଉଁ କ୍ରମରେ ବିଚାର ବିଷୟ ଭାବରେ ରଖାଯାଇଥିଲା ?
(ସବା ଉପର, ମଧ୍ୟଭାଗ, ସବାତଳ, ଅନ୍ୟାନ୍ୟ)
Answer:
ସବାତଳ

Question ୩ ।
ମଣିଷ ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତା’ପରେ ତାକୁ କେଉଁ କଥା କହିଲେ ସେ ବୁଝିପାରିବ ?
(ଧର୍ମ, ପୁରାଣ, ଗବେଷଣା, ଯୋଜନା)
Answer:
ଯୋଜନା

Question ୪।
(ବିଜ୍ଞାନ ଯୁଗ, ଉନ୍ନୟନ ଯୁଗ, ଯୋଜନା ଯୁଗ, ବିଶେଷଜ୍ଞ ଯୁଗ)
Answer:
ଯୋଜନା ଯୁଗ

Question ୫।
ନିରକ୍ଷରତା ପାଇଁ ଉନ୍ନୟନ ପଛରେ ପଡ଼ିଛି ବୋଲି ଜାତିସଙ୍ଘ ତାଙ୍କ କେଉଁ ରିପୋର୍ଟରେ କହିଛନ୍ତି ?
(ଶିକ୍ଷା ରିପୋର୍ଟ, ବାର୍ଷିକ ରିପୋର୍ଟ, ଯୋଜନା ରିପୋର୍ଟ, ବିକାଶର ରିପୋର୍ଟ)
Answer:
ଶିକ୍ଷା ରିପୋର୍ଟ

Question ୬ ।
କେଉଁ ମହାଦେଶରେ ନିରକ୍ଷରତା ସବୁଠୁ ବଡ଼ ସମସ୍ୟା ?
(ଏସିଆ, ୟୁରୋପ, ଆମେରିକା, ଆଫ୍ରିକା)
Answer:
ଏସିଆ

Question ୭ ।
ଯୋଜନା ଅର୍ଥ ବିଭାଗଙ୍କ ବିଚାରକୁ ଆସିଲେ ପ୍ରଥମେ ଆଘାତ କେଉଁ ବିଭାଗ ଉପରେ ପଡ଼େ ?
(ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ନଗରଉନ୍ନୟନ)
Answer:
ଶିକ୍ଷା

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୮ ।
ବିଶେଷଜ୍ଞମାନଙ୍କର କେଉଁ ଦେଶରେ ବିଶେଷ ମୂଲ୍ୟ ନାହିଁ ?
(ଆମେରିକା, ଭାରତ, ଇଂଲଣ୍ଡ, ଜାପାନ)
Answer:
ଭାରତ

Question ୯ ।
ଭାରତବର୍ଷରେ ସବୁକଥା କେଉଁମାନଙ୍କଦ୍ୱାରା ନିୟନ୍ତ୍ରିତ ହୁଏ ?
(କମିଶନର, ବିଶେଷଜ୍ଞ, ଗବେଷକ, ଶାସକ)
Answer:
ଶାସକ

Question ୧୦ ।
ବିଶେଷଜ୍ଞମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ବୋଲି ଭାରତୀୟ ଛାତ୍ରମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାଁନ୍ତି – କେଉଁ କାଗଜରେ ଏହା ପ୍ରକାଶିତ ପାଇଥିଲା ?
(ସଣ୍ଡେ ଷ୍ଟାଣ୍ଡାର୍ଡ଼, ଇଲ୍‌ଷ୍ଟ୍ରେଟେଡ଼ ଉଇକ୍ଲି, ଟେଲିଗ୍ରାଫ୍, ଟାଇମ୍ସ ଅଫ୍ ଇଣ୍ଡିଆ)
Answer:
ସଣ୍ଡେ ଷ୍ଟାଣ୍ଡାର୍ଡ଼

Question ୧୧ ।
ଶିକ୍ଷାର କେଉଁ କଥା ନ ରୋକିଲେ ଆମର ଅବସ୍ଥା ଶୋଚନୀୟ ହେବ ବୋଲି କୁହାଯାଇଛି ?
(ଅଧୋଗତି, ଉର୍ଦ୍ଧ୍ୱଗତି, ବିପରୀତ ଗତି, ଦୁର୍ଗତି)
Answer:
ଅଧୋଗତି

Question ୧୨ ।
ଶିକ୍ଷା କମିଶନ ଅନ୍ୟାନ୍ୟ ବିଷୟ ଅପେକ୍ଷା କାହା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଲେଖକ ଅନୁରୋଧ କରିଛନ୍ତି ?
(ପଠନ ପଦ୍ଧତି, ଶିକ୍ଷା ପଦ୍ଧତି, ପାଠ୍ୟପୁସ୍ତକ, ନୋଟ ବହି)
Answer:
ଶିକ୍ଷା ପଦ୍ଧତି

Question ୧୩ ।
‘‘ସତ୍ୟ ହୋଇଥିଲେ ସାଙ୍ଘାତିକ’’ ନାମରେ ଉପାଗ୍ର ଲେଖା, କେଉଁ କାଗଜରେ ପ୍ରକାଶିତ ହୋଇଥିଲା ?
(ସମାଜ, କଳିଙ୍ଗ, ପ୍ରଜାତନ୍ତ୍ର, ବାଲେଶ୍ଵର ସମ୍ବାଦ ବାହିକା)
Answer:
କଳିଙ୍ଗ

Question ୧୪ ।
ଯେଉଁ ଦେଶରେ ମୌଳିକ ପୁସ୍ତକ ଲେଖା ହୋଇପାରିବ ନାହିଁ, ସେ ଦେଶରେ କାହାର ସ୍ଫୁରଣ ହୋଇପାରିବ ନାହିଁ ?
(ମୌଳିକ ଜ୍ଞାନ, ପ୍ରକୃତ ଗଣତନ୍ତ୍ର, ମୌଳିକ ଚିନ୍ତା, ଉଚିତ୍ ଶିକ୍ଷା)
Answer:
ମୌଳିକ ଚିନ୍ତା

Question ୧୫ ।
ଆନ୍ଧ୍ରପ୍ରଦେଶର ଛାତ୍ରଟିଏ କ’ଣ ବିକି ଦଶହଜାର ଟଙ୍କା ଲାଭ ଉଠାଇଥିଲା ବୋଲି କୁହାଯାଇଛି ? (ନୋଟ ବହି, ପ୍ରଶ୍ନପତ୍ର, ପ୍ରଶ୍ନର ଉତ୍ତର, ଖାତା-କଲମ)
Answer:
ପ୍ରଶ୍ନପତ୍ର

Question ୧୬ ।
ବିଶ୍ଵବିଦ୍ୟାଳୟର ଗୋଟିଏ ପରୀକ୍ଷାରେ ପାସ୍ କରିଥିବା ପିଲାଙ୍କ କେତେ ଭାଗ ଅବୈଧ ଆଚରଣରେ ଦଣ୍ଡିତ ହୋଇଥିଲେ ?
(ଏକ ତୃତୀୟାଂଶ, ଦୁଇ ତୃତୀୟାଂଶ, ତିନି ତୃତୀୟାଂଶ, ସମୁଦାୟ)
Answer:
ଏକ ତୃତୀୟାଂଶ

Question ୧୭ ।
ହୀରାକୁଦ ବନ୍ଧରୁ ପାଣି ଝରିଲା ପରି ସାରା ବର୍ଷଯାକ କ’ଣ ଆସ୍ତେ ଆସ୍ତେ ବାହାରୁଛି ?
(ଛୁଟି ତାଲିକା, ଛାତ୍ର ଧର୍ମଘଟ, ପରୀକ୍ଷା ଫଳ, ଶ୍ରେଣୀ ନିର୍ଘଣ୍ଟ)
Answer:
ପରୀକ୍ଷା ଫଳ

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୧୮।
ଆଗେ ମାଟ୍ରିକ୍ୟୁଲେସନ ପାସ୍ କରି ଲୋକେ କେଉଁ କାମ ଚଳାଇ ଦେଉଥିଲେ ?
(ମାଜିଷ୍ଟ୍ରେଟ୍, ଇନିସ୍ପେକ୍ଟର, ତହସିଲଦାର, ବି.ଡ଼ି.ଓ.)
Answer:
ମାଜିଷ୍ଟ୍ରେଟ୍

Question ୧୯ ।
କାହାର ବୋଧହୁଏ ଆଜିକାଲି ପାଠସଙ୍ଗେ କିଛି ସମ୍ପର୍କ ନାହିଁ ବୋଲି ଲେଖକ କହିଛନ୍ତି ?
(ଛାତ୍ରର, ଶିକ୍ଷକର, ଅକ୍ଷରର, କଲେଜର)
Answer:
ଅକ୍ଷରର

Question ୨୦ ।
ବ୍ରିଟିଶମାନେ କାହାକୁ ତୋପ କରି ଦେଖାଇ ଜାପାନୀ ଶତ୍ରୁଙ୍କୁ ଏ ଦେଶରୁ ଘଉଡ଼ାଉଥିଲେ ?
(ନଡ଼ିଆଗଛ, ଗୁଆଗଛ, ତାଳଗଛ, ଶାଳଗଛ)
Answer:
ତାଳଗଛ

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
ଜିଲ୍ଲା ପରିଷଦ ପରିଚାଳିତ ଆଞ୍ଚଳିକ ସଭାର ପ୍ରଥମ ବିଷୟ ଭାବରେ ବିଚାର ହେବାପାଇଁ କେଉଁ ବିଷୟ ରଖାଯାଇଥିଲା ?
Answer:
ଜିଲ୍ଲା ପରିଷଦ ପରିଚାଳିତ ଆଞ୍ଚଳିକ ସଭାର ପ୍ରଥମ ବିଷୟ ଭାବରେ ବିଚାର ହେବାପାଇଁ କୃଷିକୁ ରଖାଯାଇଥିଲା ।

Question ୨।
ଜିଲ୍ଲା ପରିଷଦ ପରିଚାଳିତ ସଭାର ଶେଷ ବିଚାର ବିଷୟ କ’ଣ ?
Answer:
ଜିଲ୍ଲା ପରିଷଦ ପରିଚାଳିତ ସଭାର ଶେଷ ବିଚାର ବିଷୟ ଥିଲା ଶିକ୍ଷା ।

Question ୩ ।
ସରକାରଙ୍କ ଯୋଜନା ନ ବୁଝିବାର କାରଣ କ’ଣ ?
Answer:
ସରକାରଙ୍କ ଯୋଜନା ନ ବୁଝିବାର କାରଣ ହେଉଛି, ଶିକ୍ଷାର ଅଭାବ ।

Question ୪ ।
ମାଟିକୁ ପାଗକରି ସେଥ‌ିରେ କ’ଣ ପୋତିଲେ ଚଞ୍ଚଳ ଗଛ ଧରେ ?
Answer:
ମାଟିକୁ ପାଗକରି ସେଥ୍ରେ ମଞ୍ଜି ପୋତିଲେ ଚଞ୍ଚଳ ଗଛ ଧରେ ।

Question ୫ ।
ପଡ଼ିଆରେ ଫସଲ ବୁଣିଲେ କ’ଣ ହେବ ?
Answer:
ପଡ଼ିଆରେ ଫସଲ ବୁଣିଲେ ଗୋରୁ ଚରିଯା’ନ୍ତି ।

Question ୬ ।
ମଣିଷ ମନକୁ ପ୍ରଥମେ କେଉଁଥ‌ିରେ ସଜାଡ଼ି ପରେ ଯୋଜନା କଥା କହିବା ଉଚିତ ?
Answer:
ମଣିଷ ମନକୁ ପ୍ରଥମେ ପାଠ ବା ଶିକ୍ଷାରେ ସଜାଡ଼ି ପରେ ଯୋଜନା କଥା କହିବା ଉଚିତ ।

Question ୭ ।
ଲୋକମାନେ କ’ଣ ହୋଇଥିବାରୁ ଉନ୍ନୟନ କାର୍ଯ୍ୟ ପଛରେ ପଡ଼ିଛି ବୋଲି ଜାତିସଙ୍ଘ ତାଙ୍କ ଶିକ୍ଷା ରିପୋର୍ଟରେ କହିଛନ୍ତି ?
Answer:
ଜାତିସଂଘ ତାଙ୍କ ଶିକ୍ଷା ରିପୋର୍ଟରେ ଲୋକମାନେ ଅଶିକ୍ଷିତ ଓ ନିରକ୍ଷର ହୋଇଥ‌ିବାରୁ ଉନ୍ନୟନ କାର୍ଯ୍ୟ ପଛରେ ପଡ଼ିଛି ବୋଲି କହିଛନ୍ତି ।

Question ୮ ।
ଭାରତର ଲୋକେ ପାଠ ପଢ଼ିସାରିଲା ପରେ କେଉଁଠୁ ଛାଡ଼ିଆସିବାକୁ ଚାହୁଁନାହାନ୍ତି ?
Answer:
ଭାରତର ଲୋକେ ପାଠ ପଢ଼ିସାରିଲା ପରେ ଆମେରିକା ଛାଡ଼ି ଆସିବାକୁ ଚାହୁଁନାହାନ୍ତି ।

Question ୯ ।
ଭାରତରେ କେଉଁମାନଙ୍କର ବିଶେଷ ମୂଲ୍ୟ ନାହିଁ ?
Answer:
ଭାରତରେ ବିଶେଷଜ୍ଞମାନଙ୍କର ବିଶେଷ ମୂଲ୍ୟ ନାହିଁ ।

Question ୧୦ ।
ବମ୍ବେରୁ ବାହାରୁଥିବା କାଗଜଟିର ନାମ କ’ଣ ?
Answer:
ବମ୍ବେରୁ ବାହାରୁଥିବା କାଗଜଟିର ନାମ ‘ସଣ୍ଡେ ଷ୍ଟାଣ୍ଡାର୍ଡ଼’।

Question ୧୧।
‘ସଣ୍ଡେ ଷ୍ଟାଣ୍ଡାର୍ଡ଼’ କାଗଜରେ କେଉଁ ଶୀର୍ଷକରେ ‘‘ଅଗ୍ରଲେଖ’’ ପ୍ରକାଶିତ ହୋଇଥିଲା ?
Answer:
‘ସଣ୍ଡେ ଷ୍ଟାଣ୍ଡାର୍ଡ଼’ କାଗଜରେ ‘ଶାସକ ଓ ବିଶେଷଜ୍ଞ’ ଶୀର୍ଷକରେ ‘ଅଗ୍ରଲେଖ’’ ପ୍ରକାଶିତ ହୋଇଥିଲା ।

Question ୧୨ ।
ଭାରତବର୍ଷରେ କେଉଁମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ?
Answer:
ଭାରତବର୍ଷରେ ବିଶେଷଜ୍ଞମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ।

Question ୧୩।
ଆମେରିକାରେ ପଢ଼ୁଥ‌ିବା ଭାରତୀୟ ଛାତ୍ର ଭାରତର କେଉଁ ସମ୍ମାନାସ୍ପଦ ବ୍ୟକ୍ତିଙ୍କ ସହିତ ସମାନ ଦରମା ଦେଲେ ଫେରିବେ ବୋଲି କହିଥିଲେ ?
Answer:
ଆମେରିକାରେ ପଢ଼ୁଥିବା ଭାରତୀୟ ଛାତ୍ର ଭାରତର ଗଭର୍ଣରଙ୍କ ସହିତ ସମାନ ଦରମା ଦେଲେ ଫେରିବେ କହିଥିଲେ ।

Question ୧୪ ।
ଭାରତ ସରକାର ଶିକ୍ଷା କମିଶନ ବସାଇ କ’ଣ ନିରୀକ୍ଷଣ କରୁଛନ୍ତି ?
Answer:
ଭାରତ ସରକାର ଶିକ୍ଷା କମିଶନ ବସାଇ ଭାରତୀୟ ପରିସ୍ଥିତିର ନିରୀକ୍ଷଣ କରୁଛନ୍ତି ।

Question ୧୫ ।
ଶିକ୍ଷା ରାଜ୍ୟରେ ବର୍ତ୍ତମାନ କେଉଁ ଅବସ୍ଥା ଆସି ପହଞ୍ଚିଛି ?
Answer:
ଶିକ୍ଷା ରାଜ୍ୟରେ ବର୍ତ୍ତମାନ ଏକ ନିରୁପାୟ ଅବସ୍ଥା ଆସି ପହଞ୍ଚିଛି ।

Question ୧୬ ।
ଆମ ଦେଶରେ ପରୀକ୍ଷା ପଦ୍ଧତିରେ ଛାତ୍ରର କ’ଣ ନିର୍ଦ୍ଧାରଣ କରିବା କଷ୍ଟ ?
Answer:
ଆମ ଦେଶରେ ପରୀକ୍ଷା ପଦ୍ଧତିରେ ଛାତ୍ରର ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ କରିବା ଭାରି କଷ୍ଟ ।

Question ୧୭ ।
‘କଳିଙ୍ଗ’ ଖବରକାଗଜ କେଉଁ ଶୀର୍ଷକରେ ଉପାଗ୍ର ଲେଖି ପରୀକ୍ଷା କ୍ଷେତ୍ରରେ ଅବୈଧ ଆଚରଣ ବିଷୟରେ ସୂଚନା ଦେଇଥିଲା ?
Answer:
ଖବରକାଗଜ ‘ସତ୍ୟ ହୋଇଥିଲେ ସାଙ୍ଘାତିକ’ ନାମରେ ଉପାଗ୍ର ଲେଖି ପରୀକ୍ଷା କ୍ଷେତ୍ରରେ ଅବୈଧ ଆଚରଣ ବିଷୟରେ ସୂଚନା ଦେଇଥିଲା ।

Question ୧୮।
ଆଜିକାଲି ଛାତ୍ରମାନେ ପାଠପଢ଼ା କଥା ଯେତିକି ଜାଣୁଛନ୍ତି ତା’ଠାରୁ ଅଧ୍ଵ କାହା ବିଷୟରେ ଜାଣୁଛନ୍ତି ?
Answer:
ଆଜିକାଲି ଛାତ୍ରମାନେ ପାଠପଢ଼ା କଥା ଯେତିକି ଜାଣୁଛନ୍ତି, ତା’ଠାରୁ ଅଧ୍ଵ ପରୀକ୍ଷା ବିଷୟରେ ଜାଣୁଛନ୍ତି ।

Question ୧୯ ।
ଏବେ କେଉଁ ପରୀକ୍ଷା ପାଇଁ ପ୍ରଶ୍ନୋତ୍ତର ବହି ସବୁଠୁ ବେଶୀ କଟୁଛି ବୋଲି କୁହାଯାଇଛି ?
Answer:
ଏବେ ପ୍ରାଥମିକ ପରୀକ୍ଷା ପାଇଁ ପ୍ରଶ୍ନୋତ୍ତର ବହି ସବୁଠୁ ବେଶୀ କଟୁଛି ବୋଲି କୁହାଯାଇଛି ।

Question ୨୦ ।
ନୋଟ୍ ବହି ପଢ଼ି ଆମେ ବିଲାତ, ଆମେରିକା ଓ ଋଷ୍ ସଙ୍ଗେ କ’ଣ ହୋଇପାରିବୁ ନାହିଁ ବୋଲି କୁହାଯାଇଛି ?
Answer:
ନୋଟ୍ ବହି ପଢ଼ି ଆମେ ବିଲାତ, ଆମେରିକା ଓ ଋଷ୍ ସଙ୍ଗେ ସମାନ ହୋଇପାରିବୁ ନାହିଁ ବୋଲି କୁହାଯାଇଛି ।

Question ୨୧ ।
ନୋଟ୍ ବହି ପଢ଼ିବା ଲୋକ କେଉଁ ପୁସ୍ତକ ଲେଖିପାରିବ ନାହିଁ ?
Answer:
ନୋଟ୍ ବହି ପଢ଼ିବା ଲୋକ ମୌଳିକ ପୁସ୍ତକ ଲେଖିପାରିବ ନାହିଁ ।

Question ୨୨ ।
କେଉଁ ପ୍ରଦେଶର ବିଧାନ ସଭାରେ ଛାତ୍ରଟି ପ୍ରଶ୍ନପତ୍ର ବିକି ଦଶ ହଜାର ଟଙ୍କା ଲାଭ ଉଠାଇବା କଥା ବିଚାର ହୋଇଥିଲା ?
Answer:
ଆନ୍ଧ୍ରପ୍ରଦେଶର ବିଧାନ ସଭାରେ ଛାତ୍ରଟି ପ୍ରଶ୍ନପତ୍ର ବିକି ଦଶହଜାର ଟଙ୍କା ଲାଭ ଉଠାଇବା କଥା ବିଚାର ହୋଇଥିଲା ।

Question ୨୩ ।
ଏବେ ବି.ଏ. ପିଲାଟିକୁ ମାତୃଭାଷାରେ ଚିଠିଟିଏ ଲେଖୁବାକୁ କହିଲେ କ’ଣ ହେବ ?
Answer:
ଏବେ ବି.ଏ. ପିଲାଟିକୁ ମାତୃଭାଷାରେ ଚିଠିଟିଏ ଲେଖୁବାକୁ କହିଲେ ପନ୍ଦରଟା ବନାନ ଅଶୁଦ୍ଧି ହୋଇଯିବ ଓ ଅକ୍ଷର ଏମିତି ଯେ ଦେଖ‌ିଲେ ଡର ଲାଗିବ ।

Question ୨୪ ।
ଆଜିକାଲି କାହାର ପାଠ ସଙ୍ଗେ ସମ୍ପର୍କ ନାହିଁ ?
Answer:
ଆଜିକାଲି ଅକ୍ଷରର ପାଠ ସଙ୍ଗେ ସମ୍ପର୍କ ନାହିଁ ।

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୨୫ ।
ଆଗେ ପାଠ ପଢ଼ିବାର ସୁବିଧା ନ ଥିଲେ ବି ପାଠର ମାନଦଣ୍ଡ କିପରି ଥିଲା ?
Answer:
ଆଗେ ପାଠ ପଢ଼ିବାର ସୁବିଧା ନ ଥିଲେ ବି ପାଠର ମାନଦଣ୍ଡ ଅଧିକ ଉଚ୍ଚ ଥିଲା ।

Question ୨୬।
ବର୍ତ୍ତମାନର ଲୋକ ପାଠର ମୂଲ୍ୟ ବୁଝି ସାରିଥିଲେ ମଧ୍ୟ ପାଠର କ’ଣ କମୁଛି ?
Answer:
ବର୍ତ୍ତମାନର ଲୋକ ପାଠର ମୂଲ୍ୟ ବୁଝି ସାରିଥିଲେ ମଧ୍ୟ ପାଠର ମାନଦଣ୍ଡ କମୁଛି ।

Question ୨୭ ।
ପ୍ରାଥମିକଠାରୁ କେଉଁ ପର୍ଯ୍ୟନ୍ତ ସବୁଠି ପାଠର ଅବସ୍ଥା ସମାନ ହୋଇଗଲାଣି ?
Answer:
ପ୍ରାଥମିକଠାରୁ ପି.ଏଚ୍.ଡ଼ି. ପର୍ଯ୍ୟନ୍ତ ସବୁଠି ପାଠର ଅବସ୍ଥା ସମାନ ହେଲାଣି ।

Question ୨୮ ।
ଏବେ କେଉଁ ଡିଗ୍ରୀ ସଂଖ୍ୟା ବହୁତ ହେବାରୁ ଡି.ଲିଟ୍. କରିବା ଛଡ଼ା ଆଉ ଉପାୟ ନାହିଁ ?
Answer:
ଏବେ ଡି.ଫିଲ୍. ଡିଗ୍ରୀ ସଂଖ୍ୟା ବହୁତ ହେବାରୁ ଡି.ଲିଟ୍. କରିବା ଛଡ଼ା ଆଉ ଉପାୟ ନାହିଁ ।

Question ୨୯ ।
ଏ ଦେଶରେ କେଉଁମାନେ ଲୁଚିକରି ଥା’ନ୍ତି, ହଠାତ୍ ବାହାରି ଚମକ ଦେଖାନ୍ତି ?
Answer:
ଏ ଦେଶରେ ଜ୍ଞାନୀ ଗବେଷକମାନେ ଲୁଚିକରି ଥାଆନ୍ତି, ହଠାତ୍ ବାହାରି ଚମକ ଦେଖାନ୍ତି ।

Question ୩୦ ।
କେଉଁ ଦେଶରେ ବିଶ୍ଵବିଦ୍ୟାଳୟମାନଙ୍କରୁ ଶହ ଶହ ପିଏଚ୍.ଡ଼ି. ଓ ଡି.ଲିଟ୍ ବାହାରୁଛନ୍ତି ?
Answer:
ଭାରତବର୍ଷରେ ବିଶ୍ଵବିଦ୍ୟାଳୟମାନଙ୍କରୁ ଶହ ଶହ ପିଏଚ୍.ଡ଼ି. ଓ ଡି.ଲିଟ୍. ବାହାରୁଛନ୍ତି ।

Question ୩୧ ।
କେଉଁ ଲୋକମାନଙ୍କୁ ତାଲିମ କରି ଫଉଜ ପୋଷାକ ପିନ୍ଧାଇଲେ ଦେଶର ସ୍ଵାଧୀନତା ରହିପାରିବ ନାହିଁ ?
Answer:
ନିରନ୍ନ ମୂର୍ଖ ଲୋକମାନଙ୍କୁ ତାଲିମ କରି ଫଉଜ ପୋଷାକ ପିନ୍ଧାଇଲେ ଦେଶର ସ୍ଵାଧୀନତା ରହିପାରିବ ନାହିଁ ।

Question ୩୨ ।
କାହା ବଳରେ ଆମେ ଅନ୍ୟ ଦେଶମାନଙ୍କ ସହିତ ସମାନ ହୋଇପାରିବା ?
Answer:
ପାଠ ବଳରେ ଆମେ ଅନ୍ୟ ଦେଶମାନଙ୍କ ସହିତ ସମାନ ହୋଇପାରିବା ।

Question ୩୩ ।
ଶିକ୍ଷାକୁ କେଉଁ ସ୍ଥାନ ଦେଲେ ଅବସ୍ଥାର ପରିବର୍ତ୍ତନ ହୋଇପାରିବ ବୋଲି ଲେଖକ ବିଚାର କରିଛନ୍ତି ?
Answer:
ଶିକ୍ଷାକୁ ଶେଷ ସ୍ଥାନ ନ ଦେଇ ଶୀର୍ଷସ୍ଥାନ ଦେଲେ ଅବସ୍ଥାର ପରିବର୍ତ୍ତନ ହୋଇପାରିବ ବୋଲି ଲେଖକ ବିଚାର କରିଛନ୍ତି ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।

ପ୍ରବନ୍ଧ – ସ୍ବାଧୀନ ଦେଶରେ ଶିକ୍ଷାଚିନ୍ତା, ପ୍ରାବନ୍ଧିକ – ଗୋଲୋକବିହାରୀ ଧଳ

Question ୧।
ଜିଲ୍ଲା ପରିଷଦ ପରିଚାଳିତ ସଭାର ସବା ଉପର ଏବଂ ସବାତଳ ବିଚାର ବିଷୟ କ’ଣ ଥିଲା ?
Answer:
ଜିଲ୍ଲା ପରିଷଦ ପରିଚାଳିତ ସଭାର ସବା ଉପର ଓ ସବାତଳ ବିଚାର ବିଷୟ ଯଥାକ୍ରମେ କୃଷି ଓ ଶିକ୍ଷା ଥିଲା ।

Question ୨।
ଆଜିକାଲି ସମସ୍ତେ ପାଠ ପଢ଼ିସାରିବା ପର୍ଯ୍ୟନ୍ତ ଯୋଜନା ପକାଇ ରଖିଲେ କ’ଣ ହେବ ?
Answer:
ଆଜିକାଲି ସମସ୍ତେ ପାଠ ପଢ଼ିସାରିବା ପର୍ଯ୍ୟନ୍ତ ଯୋଜନା ପକାଇ ରଖିଲେ ଆମକୁ ବହୁତ ପଛରେ ପଡ଼ିଯିବାକୁ ହେବ ।

Question ୩ ।
ମଣିଷର ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି କେଉଁ କଥା କହିଲେ ସେ ବୁଝିପାରିବ ?
Answer:
ମଣିଷର ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତା’ପରେ ଯୋଜନା କଥା କହିଲେ ସେ ବୁଝିପାରିବ ।

Question ୪ ।
ଏସିଆର ଅଧୁକାଂଶ ଦେଶର ସବୁଠୁ ବଡ଼ ସମସ୍ୟା କ’ଣ ?
Answer:
ଏସିଆର ଅଧିକାଂଶ ଦେଶର ସବୁଠୁ ବଡ଼ ସମସ୍ୟା ଲୋକମାନେ ଅଶିକ୍ଷିତ ଓ ନିରକ୍ଷର ହୋଇଥିବାରୁ ଉନ୍ନୟନ କାର୍ଯ୍ୟ ଅଗ୍ରସର ହୋଇପାରୁ ନାହିଁ ।

Question ୫ ।
ଲୋକମାନେ ଅଶିକ୍ଷିତ ଓ ନିରକ୍ଷର ହେଲେ କ’ଣ ହେବ ?
Answer:
ଲୋକମାନେ ଅଶିକ୍ଷିତ ଓ ନିରକ୍ଷର ହେଲେ ଉନ୍ନୟନ କାର୍ଯ୍ୟ ଅଗ୍ରସର ହୋଇପାରିବ ନାହିଁ ।

Question ୬ ।
ଇଲଷ୍ଟ୍ରେଟେଡ୍ ଉଇକ୍ଲିରେ ଲେଖାଯାଇଥିବା ଅସଲ କଥାଟି କ’ଣ ଥିଲା ?
Answer:
ଇଲଷ୍ଟ୍ରେଟେଡ଼ ଉଇକିରେ ଲେଖାଯାଇଥିବା; ଅସଲ କଥାଟି ହେଉଛି – ‘ଭାରତର ବିଶେଷଜ୍ଞମାନଙ୍କର ବିଶେଷ ମୂଲ୍ୟ ନାହିଁ’ ।

Question ୭ ।
‘ଶାସକ ଓ ବିଶେଷଜ୍ଞ’ ଶୀର୍ଷକ ଅଗ୍ରଲେଖରେ କିପରି ମତାମତ ପ୍ରକାଶ ପାଇଥିଲା ?
Answer:
‘ଶାସକ ଓ ବିଶେଷଜ୍ଞ’ ଶୀର୍ଷକ ନାମକ ଗୋଟିଏ ଅଗ୍ରଲେଖରେ ଅତି ଗର୍ହିତ ଅଥଚ ପ୍ରଣିଧାନଯୋଗ୍ୟ ମତାମତ ପ୍ରକାଶ ପାଇଥିଲା ।

Question ୮ ।
ଭାରତୀୟ ଛାତ୍ରମାନେ କାହିଁକି ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାଁନ୍ତି ?
Answer:
ଭାରତରେ ବିଶେଷଜ୍ଞମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ବୋଲି ଭାରତୀୟ ଛାତ୍ରମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାଁନ୍ତି ।

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୯ ।
ଭାରତର ପରିଚାଳନା ପଦ୍ଧତିରେ ଏକ ନୂତନ ଦୃଷ୍ଟିକୋଣ ସୃଷ୍ଟି ହେଲେ କ’ଣ ହେବ ?
Answer:
ଭାରତର ପରିଚାଳନା ପଦ୍ଧତିରେ ଏକ ନୂତନ ଦୃଷ୍ଟିକୋଣ ସୃଷ୍ଟି ହେଲେ ଅବସ୍ଥାର ପରିବର୍ତ୍ତନ ହେବ ।

Question ୧୦ ।
ଶିକ୍ଷା ରାଜ୍ୟରେ ଦେଖାଯାଉଥ‌ିବା ନିରୁପାୟ ଅବସ୍ଥା କେଉଁମାନେ ଜାଣୁଛନ୍ତି ?
Answer:
ଶିକ୍ଷା ରାଜ୍ୟରେ ଦେଖାଯାଉଥ‌ିବା ନିରୁପାୟ ଅବସ୍ଥା ଯେଉଁମାନେ ଶିକ୍ଷା କଥା ଜାଣୁଛନ୍ତି, ସେହିମାନେ ହିଁ ଜାଣୁଛନ୍ତି ।

Question ୧୧ ।
ବର୍ତ୍ତମାନ କେଉଁ ବିଷୟରେ ସମାଧାନ କରିବାର କୌଣସି ଉପାୟ ଥିଲା ପରି ମନେହେଉନି ?
Answer:
‘କଳିଙ୍ଗ’ ଖବରକାଗଜରେ ‘ସତ୍ୟ ହୋଇଥିଲେ ସାଙ୍ଘାତିକ’ ନାମରେ ଗୋଟିଏ ଉପାଗ୍ର ଲେଖାରେ, ପରୀକ୍ଷା କ୍ଷେତ୍ରରେ ଅବୈଧ ଆଚରଣ ବିଷୟରେ ଯେଉଁ ସୂଚନା ଦେଇଥିଲେ, ତାକୁ ବର୍ତ୍ତମାନ ସମାଧାନ କରିବାର କୌଣସି ଉପାୟ ଥିଲା ପରି ମନେହେଉନି ।

Question ୧୨ ।
ନୋଟ୍ ବହି ପଢ଼ିଲେ ଆମେ କେଉଁ ଦେଶମାନଙ୍କ ସହିତ ସମକକ୍ଷ ହୋଇପାରିବୁ ନାହିଁ ?
Answer:
ନୋଟ୍ ବହି ପଢ଼ିଲେ ଆମେ ବିଲାତ, ଆମେରିକା ଓ ଋଷ୍ ଦେଶମାନଙ୍କ ସହିତ ସମକକ୍ଷ ହୋଇପାରିବୁ ନାହିଁ ।

Question ୧୩ ।
ମୌଳିକ ପୁସ୍ତକ ଲେଖା ନହେଲେ କ’ଣ ହେବ ?
Answer:
ମୌଳିକ ପୁସ୍ତକ ଲେଖା ନହେଲେ ମୌଳିକ ଚିନ୍ତାର ସ୍ଫୁରଣ ଅସମ୍ଭବ ହେବ ।

Question ୧୪ ।
ଆନ୍ଧ୍ରପ୍ରଦେଶର ବିଧାନ ସଭାରେ କେଉଁ କଥା ବିଚାର ହୋଇଥିଲା ?
Answer:
ଆନ୍ଧ୍ରପ୍ରଦେଶର ବିଧାନ ସଭାରେ ଜଣେ ଛାତ୍ର ପ୍ରଶ୍ନପତ୍ର ବିକି ଦଶ ହଜାର ଟଙ୍କା ଲାଭ ଉଠାଇଥିବା କଥା ବିଚାର ହୋଇଥିଲା ।

Question ୧୫ ।
ଆଜିକାଲି ପରୀକ୍ଷା ଫଳ ବାହାରିବାକୁ ଲେଖକ କାହା ସହିତ ତୁଳନା କରିଛନ୍ତି ?
Answer:
ଆଜିକାଲି ପରୀକ୍ଷାଫଳ ବାହାରିବାକୁ ଲେଖକ ହୀରାକୁଦ ବନ୍ଧରୁ ପାଣି ଝରିବା ସହିତ ତୁଳନା କରିଛନ୍ତି ।

Question ୧୬ ।
ଆଗେ ପାଠ ପଢ଼ିବାପାଇଁ କ’ଣ ନ ଥିଲା ?
Answer:
ଆଗେ ପାଠ ପଢ଼ିବାପାଇଁ ବିଶେଷ ସୁବିଧା ନ ଥିଲା କିମ୍ବା ଲୋକଙ୍କର ବିଶେଷ ଆଗ୍ରହ ନ ଥିଲା ।

Question ୧୭ ।
ଆଉଟ୍ ସାଇଡ଼ର ଶିକ୍ଷାର ଅଧଃପତନ ସମ୍ପର୍କରେ କ’ଣ ମତ ଦେଇଥିଲା ?
Answer:
ଶିକ୍ଷାର ଅଧଃପତନ ସମ୍ପର୍କରେ ଆଉଟ୍ ସାଇଡ଼ର ମତ ଦେଇଥିଲା ଯେ, ବେଙ୍ଗଲି ସାହିତ୍ୟରେ କେମିତି ଅନେକ ଲୋକ ସହଜରେ M.A. ପରୀକ୍ଷାରେ ପ୍ରଥମ ଶ୍ରେଣୀ ପାଉଛନ୍ତି ।

Question ୧୮ ।
ଆମ ଦେଶରେ ଗବେଷଣା ଡିଗ୍ରୀ କଲାବେଳେ ଛାତ୍ରମାନଙ୍କୁ କେଉଁ ପରୀକ୍ଷା ଦେବାକୁ ପଡ଼େନାହିଁ ?
Answer:
ଆମ ଦେଶରେ ଗବେଷଣା ଡିଗ୍ରୀ କଲାବେଳେ ଛାତ୍ରମାନଙ୍କୁ କୌଣସି ପ୍ରବନ୍ଧ ଇତ୍ୟାଦି ଲେଖି କିମ୍ବା ପ୍ରକାଶ କରି ନିଜର ପ୍ରବୀଣତାର ପରୀକ୍ଷା ଦେବାକୁ ପଡ଼େ ନାହିଁ ।

Question ୧୯ ।
କେଉଁ ଦେଶର ଗବେଷଣା ଉଚ୍ଚ ଜ୍ଞାନ ରାଜ୍ୟରେ ସମ୍ମାନ ପାଇନାହିଁ ?
Answer:
ଭାରତବର୍ଷର ଗବେଷଣା ଉଚ୍ଚ ଜ୍ଞାନ ରାଜ୍ୟରେ ସମ୍ମାନ ପାଇନାହିଁ ।

Question ୨୦ ।
କ’ଣ କଲେ ଆମେ ଅନ୍ୟମାନଙ୍କ ସହ ସମାନ ହୋଇପାରିବା ?
Answer:
ପାଠ ପଢ଼ିଲେ ସେହି ପାଠ ବଳରେ ଆମେ ଅନ୍ୟମାନଙ୍କ ସହ ସମାନ ହୋଇପାରିବା ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଠିକ୍ ଉତ୍ତର ପାଇଁ ୨ ନମ୍ବର ରହିବ ।

ପ୍ରବନ୍ଧ – ସ୍ବାଧୀନ ଦେଶରେ ଶିକ୍ଷାଚିନ୍ତା, ପ୍ରାବନ୍ଧିକ – ଗୋଲୋକବିହାରୀ ଧଳ

Question ୧ ।
ସାଧାରଣ ଲୋକଙ୍କର ଶିକ୍ଷା ନ ଥ‌ିବାରୁ କ’ଣ ହେଉଛି ?
Answer:
ପ୍ରାବନ୍ଧିକଙ୍କ ମତରେ ସାଧାରଣ ଲୋକଙ୍କର ଶିକ୍ଷା ନ ଥିବାରୁ, ସରକାର ଯେଉଁସବୁ ଯୋଜନା କରୁଛନ୍ତି, ତାହାକୁ ସେମାନେ ବୁଝୁ ନାହାଁନ୍ତି କିମ୍ବା ବୁଝିବାକୁ ସେମାନଙ୍କର ଇଚ୍ଛା ନାହିଁ । ଫଳରେ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହୋଇପାରୁ ନାହିଁ ।

Question ୨ ।
କ’ଣ କଲେ ଶିକ୍ଷା ଓ ଯୋଜନା ମଧ୍ୟରେ ସମନ୍ଵୟ ରହିପାରିବ ?
Answer:
ପ୍ରାବନ୍ଧିକଙ୍କ ମତରେ ଆଜିକାଲିର ଯୋଜନା ଯୁଗରେ ସମସ୍ତେ ପାଠ ପଢ଼ିସାରିବା ପର୍ଯ୍ୟନ୍ତ ଯଦି ଆମେ ଯୋଜନାକୁ ପକାଇ ରଖିବା, ତା’ହେଲେ ଆମେ ବହୁତ ପଛରେ ପଡ଼ିଯିବ । ତେଣୁ ଯୋଜନାକୁ ଯେତିକି ଆଗ୍ରହରେ କରିବାକୁ ହେବ, ଶିକ୍ଷାକୁ ତା’ଠାରୁ ଅନେକ ଗୁଣ ଆଗ୍ରହରେ କଲେ ଶିକ୍ଷା ଓ ଯୋଜନା ମଧ୍ୟରେ ସମନ୍ଵୟ ରହିପାରିବ ।

Question ୩ ।
ଇଲଷ୍ଟ୍ରେଟେଡ଼ ଉଇକିରେ ବାହାରିଥିବା ଲେଖାଟି କ’ଣ ?
Answer:
ଇଲଷ୍ଟ୍ରେଟେଡ଼ ଉଇକିରେ ବାହାରିଥିବା ଲେଖାଟି ହେଉଛି, ଭାରତୀୟ ଲୋକେ କାହିଁକି ପାଠ ପଢ଼ିସାରିଲା ପରେ ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାଁନ୍ତି । ସେଥ‌ିରେ ସେ ଆମେରିକାର ସୁଖ ସମ୍ଭୋଗ ଓ ଟଙ୍କାପଇସା କଥା ଛାଡ଼ିଦେଲେ ଅସଲ କଥା ଲେଖିଛନ୍ତି, ଭାରତର ବିଶେଷଜ୍ଞମାନଙ୍କର ବିଶେଷ ମୂଲ୍ୟ ନାହିଁ ।

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୪ ।
ଭାରତ ସରକାର ଆମେରିକାରେ ଥ‌ିବା ଛାତ୍ର ପାଖକୁ କ’ଣ ଚିଠି ଲେଖିଥିଲେ ?
Answer:
ଭାରତ ସରକାର ଆମେରିକାରେ ଥିବା ଛାତ୍ରଙ୍କ ପାଖକୁ ଚିଠିରେ ଲେଖିଥିଲେ, ଭାରତ ସରକାର ତ ଆମେରିକା ସରକାର ପରି ଧନୀ ନୁହଁନ୍ତି, ତେଣୁ ସେ ଅନ୍ତତଃ ନିଜ ଦେଶର ସେବା କରିବାପାଇଁ ନିଜ ଦେଶକୁ ଫେରିଆସନ୍ତୁ ।

Question ୫ ।
ଭାରତବର୍ଷରେ ବିଶେଷଜ୍ଞମାନଙ୍କର କୌଣସି କଥା କରିବାପାଇଁ କାହିଁକି ବ୍ୟକ୍ତିଗତ ଉତ୍ସାହ କିମ୍ବା ସ୍ପୃହା ନାହିଁ ?
Answer:
ଭାରତବର୍ଷରେ ବିଶେଷଜ୍ଞଙ୍କର କୌଣସି କଥା କରିବାପାଇଁ ବ୍ୟକ୍ତିଗତ ଉତ୍ସାହ କିମ୍ବା ସ୍ପୃହା ନାହିଁ କାରଣ ଏ ଦେଶରେ ପନ୍ଦର ବର୍ଷ କାମ କଲେ ମଧ୍ୟ ପ୍ରଥମ ପାହାଚରୁ ଦ୍ବିତୀୟ ପାହାଚକୁ ଉଠିହୁଏ ନାହିଁ । ପୁନଶ୍ଚ ଯାହାର ସ୍ପୃହା ଅଛି ସେ ବିଷୟରେ ତାଙ୍କୁ ଯଥାଶୀଘ୍ର ନିଃସ୍ପୃହ କରିବାପାଇଁ ଅନେକ ଲୋକ ରହିଛନ୍ତି ।

Question ୬ ।
ଭାରତ ସରକାର ଶିକ୍ଷା କମିଶନ ବସାଇବାର କାରଣ କ’ଣ ?
Answer:
ପ୍ରାବନ୍ଧିକଙ୍କ ମତରେ ବର୍ତ୍ତମାନ ଶିକ୍ଷାର ସାଧାରଣ ସ୍ତର ଯାହା ହେଲାଣି ଏବଂ ଯେଉଁଭଳି ଭାବେ ଅଧୋଗତି କରୁଛି, ତାହାକୁ ନ ରୋକିଲେ ଆମର ଅବସ୍ଥା ନିଶ୍ଚୟ ଶୋଚନୀୟ ହେବ । ଶିକ୍ଷାର ଅବସ୍ଥା ବାହାରକୁ ଯାହା ଦେଖାଯାଉଛି ବାସ୍ତବରେ ତାହା ନାହିଁ । ବରଂ ଶିକ୍ଷା ଏକ ନିରୁପାୟ ଅବସ୍ଥାରେ ପହଞ୍ଚିଲାଣି । ସେଥୁପାଇଁ ଭାରତ ସରକାର ଶିକ୍ଷା କମିଶନ ବସାଇଛନ୍ତି ।

Question ୭ ।
ପିଲାଟି ପ୍ରାଥମିକ ସ୍କୁଲରୁ ନୋଟ୍ ବହି ପଢ଼ିଲେ କ’ଣ ହେବ ?
Answer:
ପିଲାଟି ଯଦି ପ୍ରାଥମିକ ସ୍କୁଲରୁ ନୋଟ୍ ବହି ପଢ଼ିବ ତା’ହେଲେ ସେ କେବଳ ପରୀକ୍ଷାରେ ପାସ୍ କରିବାର ଆଧୁନିକ କୌଶଳମାନ ଶିଖିବ । ସେ ବହିର ଜ୍ଞାନ ଅନୁସନ୍ଧାନ ନକରି ପ୍ରଶ୍ନପତ୍ର କେଉଁଠି ରହିଛି, ସେହି ଅନୁସନ୍ଧାନରେ ଅନେକ ସମୟ ଯାଏ ଫଳରେ ସେ ଜ୍ଞାନ ଅର୍ଜନ କରିପାରେ ନାହିଁ ।

Question ୮ ।
“ଜୀବନଟା କେବଳ ସିନା ସନ୍ଦେହରେ ଆରମ୍ଭ ହୋଇ ସନ୍ଦେହରେ ଶେଷ ହେବ’’- ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ଜଣେ ସ୍କୁଲ ଶିକ୍ଷକ ଲେଖୁଛନ୍ତି ଏବେ କୌଣସି ଅନୁଷ୍ଠାନର ବହୁତ ଛାତ୍ର ଭଲ ଫଳ ଦେଖାଇଥା’ନ୍ତି, ତେବେ ସେ ପ୍ରକାର ଫଳକୁ ସନ୍ଦେହ ଚକ୍ଷୁରେ ଦେଖିବାକୁ ହେବ । ପିଲା ଖୁବ୍ ଭଲ କରିଛି ବୋଲି ଶୁଣିଲାମାତ୍ରେ ଆମେ ଯଦି ସନ୍ଦେହ କରିବା ଆରମ୍ଭ କରୁ ଓ ପାଠପଢ଼ାର ପରିଣତି ଯଦି ଏଇୟା ହୁଏ, ତେବେ ଜୀବନଟା କେବଳ ସନ୍ଦେହରେ ଆରମ୍ଭ ହୋଇ ସନ୍ଦେହରେ ଶେଷ ହୋଇଯିବ ।

Question ୯।
ପରୀକ୍ଷା ବିଷୟରେ ସାଧାରଣ ଲୋକ ଆଶ୍ଚର୍ଯ୍ୟ ହେବାର କାରଣ କ’ଣ ?
Answer:
ପରୀକ୍ଷା ସମ୍ପର୍କରେ ଅଭିମତ ଦେଇ ପ୍ରାବନ୍ଧିକ ଲେଖିଛନ୍ତି, ଆଗ ଅପେକ୍ଷା ବର୍ତ୍ତମାନ ପରୀକ୍ଷାର ସ୍ତର ବଢ଼ି ବଢ଼ି ଚାଲିଛି । ଏହିସବୁ ପରୀକ୍ଷା ହେବାପରେ ପରୀକ୍ଷା ସମ୍ପର୍କରେ ଆଗରୁ ଯେଉଁ ଅସାଧୁତା ନଥିଲା, ତାହା ସବୁ ଶୁଣିବାକୁ ମିଳୁଛି । ତେଣୁ ସାଧାରଣ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ପରୀକ୍ଷାରେ ପିଲାଙ୍କ ପାଇଁ ପ୍ରଶ୍ନୋତ୍ତର ବହି ବିକ୍ରି ହେବା ଛଡ଼ା ଆଉ କିଛି ଲାଭ ହେଉ ନାହିଁ ।

Question ୧୦ ।
ଆଗର ମାଟ୍ରିକ୍ୟୁଲେସନ ପାସ୍ ଲୋକେ ଓ ଆଜିର ବି.ଏ. ଛାତ୍ରଙ୍କ ମଧ୍ୟରେ କ’ଣ ପାର୍ଥକ୍ୟ ଦେଖାଯାଏ ?
Answer:
ଆଗେ ଶିକ୍ଷାର ମାନଦଣ୍ଡ ଏତେ ଉଚ୍ଚ ଥିଲା ଯେ ମାଟ୍ରିକ୍ୟୁଲେସନ ପାସ୍ ଲୋକେ ମାଜିଷ୍ଟ୍ରେଟ୍ କାମ ଚଳାଇ ଦେଉଥିଲେ । ମାତ୍ର ଆଜିର ବି.ଏ. ଛାତ୍ରଙ୍କୁ ଚିଠିଟିଏ ଲେଖୁବାକୁ କହିଲେ ଇଂରାଜୀରେ ଯାହି ତାହି ଲେଖୁଦେବେ, କିନ୍ତୁ ମାତୃଭାଷାରେ ଲେଖିଲାବେଳକୁ ପନ୍ଦରଟା ବନାନ ଅଶୁଦ୍ଧି ବାହାରିବ । ପାଠ ତ ଯାହା ହୋଇଥବ, ଅକ୍ଷର ଦେଖୁଲେ ଡର ମାଡ଼ିବ । ଯେପରିକି ପାଠ ସଙ୍ଗେ ଅକ୍ଷରର ଆଜିକାଲି କୌଣସି ସମ୍ବନ୍ଧ ନାହିଁ ।

Question ୧୧ ।
ବର୍ତ୍ତମାନ ଶିକ୍ଷା ଡିଗ୍ରୀ ସମ୍ପର୍କରେ ‘ଆଉଟ୍ ସାଇଡ଼ର’ଙ୍କ ମତ କ’ଣ ?
Answer:
ବର୍ତ୍ତମାନ ଶିକ୍ଷା ଡିଗ୍ରୀ ସମ୍ପର୍କରେ ‘ଆଉଟ୍ ସାଇଡ଼ର’ କହିଛନ୍ତି, ବଙ୍ଗଳା ଭାଷାରେ ଅନେକ ଲୋକ ଏମ୍.ଏ. କରି, ପ୍ରଥମ ଶ୍ରେଣୀ ପାଉଛନ୍ତି । କିନ୍ତୁ ସେହି ପ୍ରଥମ ଶ୍ରେଣୀର କିଛି ମୂଲ୍ୟ ନଥ‌ିବାରୁ ଅଧିକାଂଶ ଡି.ଫିଲ୍. ଓ ପରବର୍ତ୍ତୀ ସମୟରେ ଡି.ଲିଟ୍. କରୁଛନ୍ତି । କାରଣ ଶିକ୍ଷାର ମାନ କମୁଥିବାରୁ ସେପରି କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ।

Question ୧୨ ।
ଭାରତବର୍ଷର ସ୍ଵାଧୀନତାକୁ କାହିଁକି ସମ୍ଭାଳି ହେବ ନାହିଁ ବୋଲି କୁହାଯାଇଛି ?
Answer:
ପି.ଏଚ୍.ଡ଼ି., ଡି.ଲିଟ୍. ବାହାରୁଥିଲେ ହେଁ ସେମାନଙ୍କର ଗୋଟିଏ ହେଲେ ଗବେଷଣା ଉଚ୍ଚ ଜ୍ଞାନ ରାଜ୍ୟରେ ସମ୍ମାନ ପାଇନାହିଁ । ତେବେ ଶିକ୍ଷା ବ୍ୟବସ୍ଥାରେ ତଳ ତ ଯାହା ଉପରଟା ଯଦି ଫାଙ୍କା ହୋଇଯାଏ, ତେବେ ଖାଲି ଆବାଜ୍‌ରେ ଭାରତବର୍ଷର ସ୍ଵାଧୀନତାକୁ ସମ୍ଭାଳି ହେବ ନାହିଁ ବୋଲି ପ୍ରାବନ୍ଧିକ ମତ ପୋଷଣ କରିଛନ୍ତି ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧ ।
‘ସ୍ଵାଧୀନ ଦେଶର ଶିକ୍ଷାଚିନ୍ତା’ ପ୍ରବନ୍ଧର ସାରମର୍ମ ଲେଖ ।
Answer:
ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ସମାଜ, ସଂସ୍କୃତି, ଶିକ୍ଷା ଓ ପରମ୍ପରାକୁ ସରଳ ଭାବରେ ଉପସ୍ଥାପିତ କରିବାରେ ଥିଲେ ଧୁରୀଣ ଶିଳ୍ପୀ । ସଂକ୍ଷିପ୍ତ ଓ ଇଙ୍ଗିତ ଭାବରେ ସେ ଅନେକ କଥା କହିବାକୁ ଚେଷ୍ଟା କରନ୍ତି । ପ୍ରସଙ୍ଗକ୍ରମେ ସେ ଅନେକ ଉଦାହରଣ ଓ ପ୍ରସଙ୍ଗକୁ ଉପସ୍ଥାପନ କରି ନିଜସ୍ଵ ଅଭିମତକୁ ଦୃଢ଼ କରିଥା’ନ୍ତି । ଆଲୋଚ୍ୟ ପ୍ରବନ୍ଧ ‘ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା’ରେ ସେ ‘ଇଲଷ୍ଟ୍ରେଟେଡ଼ ଉଇକି’, ‘ସଣ୍ଡେ ଷ୍ଟାଣ୍ଡାର୍ଡ଼’, ‘କଳିଙ୍ଗ’ ଆଦି ଖବରକାଗଜର ଅଭିମତକୁ ଉଦ୍ଧାର କରି, ବର୍ତ୍ତମାନ ଶିକ୍ଷାର ସ୍ତର କିପରି କ୍ରମଶଃ ବିପର୍ଯ୍ୟୟ ଆଡ଼କୁ ଅଗ୍ରସର ହେଉଛି, ତାହାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ଆମ ଶିକ୍ଷା ବ୍ୟବସ୍ଥାରେ ସରକାରୀ କଳର ଭୂମିକା ଓ ଦୃଢ଼ତାକୁ ସେ ସୁନ୍ଦର ଭାବରେ ଉଲ୍ଲେଖ କରିଛନ୍ତି । ଶେଷରେ ଆମ ଦେଶରେ ତଳସ୍ତରଠାରୁ ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ଶିକ୍ଷା ପାଇଁ ଯେଉଁଭଳି ପରୀକ୍ଷା ବ୍ୟବସ୍ଥା ହେଉଛି, ତାହାକୁ ଆକ୍ଷେପ କରିବା ସହିତ, ସୁଧୁରିଯିବାର ମାର୍ଗ ମଧ୍ଯ ନିର୍ଣ୍ଣୟ କରିଛନ୍ତି ।

ପ୍ରାବନ୍ଧିକ ନିଜସ୍ଵ ଅଭିଜ୍ଞତା ପ୍ରକାଶ କରି ଲେଖିଛନ୍ତି । ଜିଲ୍ଲା ପରିଷଦର ଆଞ୍ଚଳିକ ସଭାରେ ସେ ଦେଖିଛନ୍ତି, ଶିକ୍ଷା ବ୍ୟବସ୍ଥାର ବିଚାର ଆଲୋଚନା ସବୁଠାରୁ ଶେଷ ପର୍ଯ୍ୟାୟରେ ରହିଛି। ପଚାରିବାରୁ ସେମାନଙ୍କର ଅଭିମତ, ଲୋକମାନଙ୍କର ଶିକ୍ଷା ସ୍ତର କମ୍ ଥ‌ିବାରୁ ସେମାନେ କୌଣସି ଯୋଜନା ସମ୍ବନ୍ଧରେ ବିଚାର କରିପାରୁ ନାହାଁନ୍ତି । ଫଳରେ ଯୋଜନାଗୁଡ଼ିକ ଉପଯୁକ୍ତ ଭାବେ କାର୍ଯ୍ୟ କରୁନାହିଁ । ପ୍ରାବନ୍ଧିକଙ୍କ ମତରେ ଯୋଜନା ଯୁଗରେ, ଯୋଜନାକୁ ଯେତିକି ଆଗ୍ରହର ସହିତ କରିବାକୁ ପଡ଼ିବ, ଶିକ୍ଷାକୁ ତା’ଠାରୁ ଅନେକ ଗୁଣ ଅଧ‌ିକ ଆଗ୍ରହରେ କଲେ ଶିକ୍ଷା ଓ ଯୋଜନା ମଧ୍ୟରେ ସମନ୍ଵୟ ରକ୍ଷାହୋଇପାରିବ ।

ପରବର୍ଭୀ ପର୍ଯ୍ୟାୟରେ ପ୍ରାବନ୍ଧିକ କହିଛନ୍ତି, “ଭ।ରତବର୍ଷରେ ବିଜେଷଜ୍ଞମାନଙ୍କ ମତକୁ କୌଣସି ଦେଇ ବିଚାର କରାଯାଉନାହିଁ । ସରକାର ବା ଶାସକମାନଙ୍କଦ୍ୱାରା ସବୁ ଯୋଜନା ନିୟନ୍ତ୍ରଣ ହୋଇଥାଏ । ଫଳସ୍ବରୂପ ଅନେକ ଭାରତୀୟ ଛାତ୍ର ସୁଖ ସମ୍ଭୋଗ, ଟଙ୍କାପଇସା ଓ ମର୍ଯ୍ୟାଦା ପାଇଁ ଆମେରିକା ପରି ଦେଶକୁ ଚାଲିଯାଉଛନ୍ତି ।

ସେହିପରି ପ୍ରାବନ୍ଧିକ ଶିକ୍ଷାର ଉନ୍ନତି ପାଇଁ ଓ ଶିକ୍ଷାର ମାନଦଣ୍ଡ ଜାଣିବାପାଇଁ ଆମ ଦେଶରେ ପରୀକ୍ଷାର ଯେଉଁ ବ୍ୟବସ୍ଥା ରହିଛି, ସେଗୁଡ଼ିକ ତ୍ରୁଟିଯୁକ୍ତ ବୋଲି ବିଭିନ୍ନ ଉଦାହରଣ ଦେଇ ବୁଝାଇଛନ୍ତି । ସେ କହିଛନ୍ତି ପ୍ରାଥମିକ ସ୍ତରରୁ ଆରମ୍ଭକରି ଶେଷପର୍ଯ୍ୟନ୍ତ ପରୀକ୍ଷା ପଦ୍ଧତି ପିଲାଙ୍କର ଜ୍ଞାନ ବଢ଼ାଇବାରେ ସହାୟକ ହେଉନାହିଁ । ସେହି ପରିପ୍ରେକ୍ଷୀରେ ପ୍ରାବନ୍ଧିକ ନୋଟ୍ ବହି ବ୍ୟବହାରକୁ ବିରୋଧ କରିଛନ୍ତି । ଶେଷରେ ସେ କହିଛନ୍ତି, ଶିକ୍ଷାକୁ ଶେଷ ସ୍ଥାନ ନଦେଇ ଶୀର୍ଷସ୍ଥାନ ଦେଲେ, ଆମ ଅବସ୍ଥାର ପରିବର୍ତ୍ତନ ହେବ ।

ପ୍ରାବନ୍ଧିକଙ୍କ ଅଭିମତ ବେଶ୍ ଯୁକ୍ତିଯୁକ୍ତ ମନେହୋଇଥାଏ ।

Question ୨ ।
ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ପ୍ରାବନ୍ଧିକଙ୍କ ପ୍ରତିକ୍ରିୟା “ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା” ପ୍ରବନ୍ଧରେ କିପରି ପ୍ରତିଫଳିତ ହୋଇଛି, ଆଲୋଚନା କର ।
Answer:
ଆଧୁନିକ ପ୍ରବନ୍ଧ ସାହିତ୍ୟର ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ଜଣେ ଯଶସ୍ଵୀ ପ୍ରତିଭା । ସେ ନିଜସ୍ଵ ସମାଜର ବିଶେଷକରି ସ୍ଵାଧୀନତା ପରବର୍ତ୍ତୀ ସମାଜର ଶିକ୍ଷାର ଉନ୍ନତି ପାଇଁ ବହୁଭାବରେ ଚେଷ୍ଟା କରିଥିଲେ । ପୂର୍ବରୁ ଶିକ୍ଷାର ମାନ ଯେପରି ଥିଲା, ତାହା ବର୍ତ୍ତମାନ ପରିସ୍ଥିତିରେ କମି କମି ଆସୁଛି । ବିଶେଷକରି ପରୀକ୍ଷା ଦେଇ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାରେ ଯେଭଳି ଗୁରୁତ୍ୱ ଦିଆଯାଉଛି, ସେହିପରି ଜ୍ଞାନର ଉନ୍ନତି ପାଇଁ କେହି ଚେଷ୍ଟା କରୁ ନାହାଁନ୍ତି । ପୁନଶ୍ଚ ଯେଉଁମାନେ ଉଚ୍ଚଶିକ୍ଷିତ ହେବାପାଇଁ ବିଦେଶ ଯାଉଛନ୍ତି, ସେମାନେ ଆଉ ସ୍ଵଦେଶକୁ ଫେରୁନାହାନ୍ତି । ପ୍ରାବନ୍ଧିକ ଆଲୋଚ୍ୟ ପ୍ରବନ୍ଧ ‘ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା’ରେ ଉପରୋକ୍ତ ବିଷୟକୁ ବିଭିନ୍ନ ଉଦାହରଣ ମାଧ୍ୟମରେ ସହଜ ସରଳ ଭାବରେ ବୁଝାଇବାକୁ ଚେଷ୍ଟା କରିଛନ୍ତି ।

ପ୍ରବନ୍ଧର ପ୍ରଥମ ପର୍ଯ୍ୟାୟରେ ପ୍ରାବନ୍ଧିକ କହିଛନ୍ତି, ବର୍ତ୍ତମାନ ସରକାରୀ ସ୍ତରରେ ବିଭିନ୍ନ ପ୍ରକାର ଯୋଜନା ହେଉଛି । ମାତ୍ର ଜନସାଧାରଣଙ୍କ ଅଶିକ୍ଷା ଓ ନିରକ୍ଷରତା ଯୋଗୁଁ, କୌଣସି ଯୋଜନା ସଫଳ ହୋଇପାରୁ ନାହିଁ । ଆଜିକାଲିର ଏ ଯୋଜନା ଯୁଗରେ, ଯୋଜନାକୁ ଯେତିକି ଆଗ୍ରହରେ କରିବାକୁ ହେବ, ଶିକ୍ଷାକୁ ତା’ଠାରୁ ଅନେକ ଗୁଣ ଅଧ‌ିକ ଆଗ୍ରହରେ କଲେ ଶିକ୍ଷା ଓ ଯୋଜନା ମଧ୍ୟରେ ସମନ୍ଵୟ ରହିପାରିବ । ଶିକ୍ଷାର ଉନ୍ନତିପାଇଁ ବିଶେଷଜ୍ଞମାନେ ଅନେକ ମତ ଦେଲେ ବି, ସେସବୁ ଯଥାର୍ଥ ଭାବେ କାର୍ଯ୍ୟକାରୀ ହୋଇପାରେ ନାହିଁ । କାରଣ ଯୋଜନା ଯେତେବେଳେ ଅର୍ଥ ବିଭାଗକୁ ଆସେ, ସେତେବେଳେ ପ୍ରଥମ ଆଘାତ ପଡ଼ିଥାଏ ଶିକ୍ଷା ଉପରେ । ଆମ ଦେଶରେ ଅନେକ ଛାତ୍ର ପାଠ ପଢ଼ିବାପାଇଁ ଆମେରିକା ଯାଉଛନ୍ତି । ମାତ୍ର ପାଠ ମୂଲ୍ୟ ନାହିଁ ।

ପ୍ରାବନ୍ଧିକଙ୍କ ମତରେ, ଶିକ୍ଷା ସାଧାରଣ ସ୍ତରରେ ଯାହା ହେଲାଣି ବା ଯେଉଁ ପ୍ରକାର ଅଧୋଗତି ଦିନକୁ ଦିନ ହୋଇଚାଲିଛି, ତାକୁ ଯଦି ରୋକା ନ ଯାଏ, ତା’ହେଲେ ଆମର ଅବସ୍ଥା ନିଶ୍ଚୟ ଶୋଚନୀୟ ହେବ । ଶିକ୍ଷାର ପ୍ରସାର, ବାହାରକୁ ଯେତେ ଦେଖା ଗଲେବି, ପ୍ରକୃତରେ ଯେଉଁମାନେ ଶିକ୍ଷାକଥା ଜାଣୁଛନ୍ତି, ସେମାନେ ନିଶ୍ଚୟ ଅନୁଭବ କରୁଥ୍, ଶିକ୍ଷା ରାଜ୍ୟରେ ଏକ ନିରୁପାୟ ଅବସ୍ଥା ଆସି ପହଞ୍ଚଗଲାଣି । ସେଥ‌ିପାଇଁ ଭାରତ ସରକାର ବର୍ତ୍ତମାନ ଏକ ଶିକ୍ଷା କମିଶନ ବସାଇ ଭାରତରେ ଶିକ୍ଷାର ପରିସ୍ଥିତିକୁ ନିରୀକ୍ଷଣ କରୁଛନ୍ତି ।

ସେହିପରି ଶିକ୍ଷାର ସମସ୍ୟା କଥା ବିଚାର କରିବାକୁ ଯାଇ ପ୍ରାବନ୍ଧିକ ପରୀକ୍ଷାରେ ଅବୈଧ ଆଚରଣ, ନୋଟ୍ ବହିର ପ୍ରଚଳନ, ପରୀକ୍ଷାର ଫଳ ପର୍ଯ୍ୟାୟକ୍ରମେ ବାହାରିବା ପ୍ରସଙ୍ଗକୁ ଉଦାହରଣ ଦେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ବାସ୍ତବିକ ପ୍ରାବନ୍ଧିକଙ୍କ ଅଭିମତ ଯୁକ୍ତିଯୁକ୍ତ ମନେହୋଇଥାଏ ।

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୩ ।
ଆମ ଦେଶର ପରୀକ୍ଷା ପଦ୍ଧତି ଓ ଛାତ୍ରମାନଙ୍କ ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ ସମ୍ପର୍କରେ ପ୍ରାବନ୍ଧିକଙ୍କ ମତର ସତ୍ୟତା ବିଚାର କର ।
Answer:
ପ୍ରଫେସର ଗୋଲୋକବିହାରୀ ଧଳ ଓଡ଼ିଆ ସାହିତ୍ୟରେ ଜଣେ ଯଶସ୍ବୀ ପ୍ରାବନ୍ଧିକ । ସେ ଜଣେ ଭାଷାତତ୍ତ୍ବବିତ୍ ଭାବରେ ପରିଚିତ ହେଲେ ବି ଶିକ୍ଷା ଓ ସଂସ୍କୃତିର ଥିଲେ ଜାଗ୍ରତ ପ୍ରହରୀ। ସ୍ବାଧୀନ ଭାରତରେ ଶିକ୍ଷାର ସୁରକ୍ଷା ଓ କ୍ରମୋନ୍ନତି ପାଇଁ ବହୁଭାବରେ ସେ ଚେଷ୍ଟା କରିଛନ୍ତି । ଶିକ୍ଷାର ମାନ କ୍ରମଶଃ କମି କମି ଆସୁଥୁବାରୁ, ବର୍ତ୍ତମାନ ପରିସ୍ଥିତିରେ ପରୀକ୍ଷା ପଦ୍ଧତିକୁ ସେ ସମୀକ୍ଷାତ୍ମକ ଦୃଷ୍ଟିଭଙ୍ଗୀ ନେଇ ବିଚାର କରିଛନ୍ତି । ଆଲୋଚ୍ୟ ପ୍ରବନ୍ଧ ‘ସ୍ବାଧୀନ ଦେଶରେ ଶିକ୍ଷାଚିନ୍ତା’ରେ ପ୍ରାବନ୍ଧିକଙ୍କ ଶିକ୍ଷାମନସ୍କ ଚିନ୍ତାଧାରାର ପରିଚୟ ମିଳିଥାଏ ।

ପ୍ରାବନ୍ଧିକ ପ୍ରଥମ ପର୍ଯ୍ୟାୟରେ ଉଲ୍ଲେଖ କରିଛନ୍ତି, ଆଜିକାଲି ସରକାରୀ ସ୍ତରରେ ଯେତେସବୁ ଯୋଜନା ହେଉଛି, ସେହିସବୁ ଯେଜାନା ଅଶିକ୍ଷା ଓ ନିରକ୍ଷରତାଯୋଗୁଁ ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ହେଉନାହିଁ । ପୁନଶ୍ଚ ଆମ ଦେଶର ଅନେକ ଛାତ୍ର ଉଚ୍ଚଶିକ୍ଷା ପାଇଁ ଆମେରିକା ଗଲେ ବି ସେମାନେ ଆଉ, ଦେଶକୁ ଫେରି ଦେଶସେବାରେ ମନୋନିବେଶ କରିବାକୁ ଚାହୁଁ ନାହାଁନ୍ତି । ସେମାନଙ୍କ ମତରେ ଭାରତବର୍ଷରେ ବିଶେଷଜ୍ଞମାନଙ୍କୁ ଉପଯୁକ୍ତ ଭାବେ ମୂଲ୍ୟାୟନ କରାଯାଏ ନାହିଁ ।

ପରେ ଶିକ୍ଷାର ସମସ୍ୟା କଥା ଆଲୋଚନା କରିବାକୁ ଯାଇ ପ୍ରାବନ୍ଧିକ କହିଛନ୍ତି ଯେ ଆମ ଦେଶରେ ମୂଳରୁ ଚୂଳଯାଏ ଅର୍ଥାତ୍ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭକରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଯେଉଁଭଳି ପରୀକ୍ଷା ପଦ୍ଧତି ହେଉଛି, ସେଥୁରେ ଛାତ୍ରର ଯଥାର୍ଥ ଗୁଣାତ୍ମକ ମୂଲ୍ୟ ନିର୍ଣ୍ଣୟ କରିବା କଷ୍ଟକର । ଏହାକୁ ସ୍ପଷ୍ଟ କରିବାପାଇଁ, ପ୍ରାବନ୍ଧିକ ‘କଳିଙ୍ଗ’ ଖବରକାଗଜରେ ପ୍ରକାଶ ପାଇଥିବା ଲେଖାର ଉଦାହରଣ ଦେଇଛନ୍ତି । ଆଜିକାଲିର ଛାତ୍ରମାନେ ପାଠପଢ଼ା କଥା ଯେତିକି ଜାଣୁଛନ୍ତି, ତା’ଠାରୁ ଅଧିକ ଜାଣୁଛନ୍ତି, ପରୀକ୍ଷା ବିଷୟରେ । ଆମ ଦେଶରେ ନୋଟ୍ ବହିଗୁଡ଼ିକ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ ହୋଇଯାଉଛି ।

ଫଳରେ ନୋଟ୍ ବହି ପଢ଼ିବାଦ୍ୱାରା ଛାତ୍ରମାନଙ୍କର ମୌଳିକ ଜ୍ଞାନ ନଷ୍ଟ ହୋଇଯାଉଛି । ଛାତ୍ରମାନେ ଜ୍ଞାନ ଅର୍ଜନ ଅପେକ୍ଷା ପରୀକ୍ଷାରେ ଅଧ‌ିକ ଗୁରୁତ୍ଵ ଦେଉଥ‌ିବାରୁ, ସେମାନଙ୍କ ଜ୍ଞାନର ସ୍ଫୁରଣ ହୁଏ ନାହିଁ । ଆହୁରି ମଧ୍ୟ ଏଭଳି ସମସ୍ୟା ସମ୍ବନ୍ଧରେ ପ୍ରାବନ୍ଧିକ କହିଛନ୍ତି, ‘ଏବେ ଆନ୍ଧ୍ରପ୍ରଦେଶରେ ଜଣେ ଛାତ୍ର ପ୍ରଶ୍ନପତ୍ର ବିକି ଦଶହଜାର ଟଙ୍କା ଲାଭ କରିଥିବା, ସେଠିକା ବିଧାନ ସଭାରେ ଆଲୋଚନା ହୋଇଛି ।’ ଏବେ ସବୁସ୍ତରରେ ପରୀକ୍ଷା ହେଲେବି, ଏବେକାର ପରୀକ୍ଷାକୁ ପ୍ରଶ୍ନୋତ୍ତର ବହି ବିକ୍ରି ହେବା ଛଡ଼ା ଆଉ ବିଶେଷ କ’ଣ ଲାଭ ହୋଇଛି । ସେହିପରି ପରୀକ୍ଷଫଳ ପର୍ଯ୍ୟାୟକ୍ରମେ ବାହାରିବାକୁ ଲେଖକ ଆକ୍ଷେପ କରିଛନ୍ତି ।

ଲେଖକ ଯେଉଁଭଳି ଅଭିବ୍ୟକ୍ତି ଦେଇଛନ୍ତି, ତାହା ସ୍ୱାଧୀନ ଭାରତକୁ ନୂତନ ଦିଶା ଦେଖାଇବ, ଏଥ‌ିରେ ସନ୍ଦେହ ନାହିଁ ।

Question ୪।
‘‘ଶିକ୍ଷାକୁ ଆମ ଦେଶରେ ଶେଷ ସ୍ଥାନ ନ ଦେଇ ଶୀର୍ଷସ୍ଥାନ’’ ଦେବାପାଇଁ ପ୍ରାବନ୍ଧିକଙ୍କ ଯୁକ୍ତିର ଯଥାର୍ଥତା ବିଚାର କର ।
Answer:
ଓଡ଼ିଆ ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ପ୍ରଫେସର ଗୋଲୋକବିହାରୀ ଧଳ ଜଣେ ସୁପ୍ରତିଷ୍ଠିତ ଓ ସୁପରିଚିତ ପ୍ରାବନ୍ଧିକ। କେତେକ ସୁଚିନ୍ତିତ ଅଭିମତ ଦେଇଛନ୍ତି । ସେ କେବଳ ମତାମତ ଦେଇ ନାହାଁନ୍ତି ବିଭିନ୍ନ ସମୟରେ ପ୍ରକାଶ ପାଇଥିବା ପତ୍ର ପତ୍ରିକାର ଲେଖାକୁ ଉଦାହରଣ ରୂପେ ଉଲ୍ଲେଖ କରି ନିଜସ୍ଵ ଅଭିମତର ମୂଲ୍ୟାୟନ କରିଛନ୍ତି ।

ପ୍ରବନ୍ଧର ପ୍ରଥମ ପର୍ଯ୍ୟାୟରେ ପ୍ରାବନ୍ଧିକ ନିଜସ୍ବ ଅଭିଜ୍ଞତା ପ୍ରକାଶ ଛଳରେ କହିଛନ୍ତି, ଜିଲ୍ଲା ପରିଷଦର ଆଞ୍ଚଳିକ ସଭାରେ ଆଲୋଚନାପାଇଁ ଯେତେ ବିଷୟ ରଖାଯାଇଥିଲା, ସେଥ‌ିରେ କୃଷି ଥିଲା ସବା ଉପରେ ଏବଂ ଶିକ୍ଷା ଥିଲା ସବାତଳେ । ଶିକ୍ଷାକୁ ଶେଷ ସ୍ଥାନରେ ରଖିବାର କାରଣ, ସରକାର ଯେତେ ଯୋଜନା କରୁଛନ୍ତି, କେହି ତା’କୁ ସାକାର କରିବାକୁ ଇଚ୍ଛାକରୁ ନାହାଁନ୍ତି । କାରଣ ସାଧାରଣ ଲୋକଙ୍କର ବିଶେଷ ଶିକ୍ଷା ନାହିଁ । ତେଣୁ ପ୍ରାବନ୍ଧିକ ପରାମର୍ଶ ଦେଇଛନ୍ତି, ଯୋଜନାକୁ ଯେତିକି ଆଗ୍ରହରେ କରିବାକୁ ହେବ, ଶିକ୍ଷାକୁ ତା’ଠାରୁ ଅନେକ ଗୁଣ ଆଗ୍ରହ ସହକାରେ କଲେ, ଶିକ୍ଷା ଓ ଯୋଜନା ମଧ୍ୟରେ ସମନ୍ଵୟ ରହିପାରିବ ।

ଆମେରିକା ଭଳି ଦେଶକୁ ଯାଇ ପାଠ ପଢୁଛନ୍ତି, ସେମାନେ ପାଠ ପଢ଼ି ସାରିଲାପରେ ଆଉ ଦେଶକୁ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଦେଶର ପରିଚାଳନା ପଦ୍ଧତିରେ ନୂତନ ଦୃଷ୍ଟିକୋଣ ସୃଷ୍ଟି ନ ହେଲେ, ଏଭଳି ଅବସ୍ଥାରେ ପରିବର୍ତ୍ତନ ଆସିବ ନାହିଁ ।

ଦେଶର ଶିକ୍ଷା ସମସ୍ୟା ନିରୂପଣ ଓ ନିରାକରଣ ପାଇଁ ପ୍ରାବନ୍ଧିକ କେତେକ ମୂଲ୍ୟବାନ୍ ଅଭିମତ ଦେଇଛନ୍ତି । ଦେଶରେ ମୂଳରୁ ଚୂଳଯାଏ, ଯେଉଁଭଳି ପରୀକ୍ଷା ପଦ୍ଧତି ଅନୁସରଣ କରାଯାଉଛି, ସେଥ‌ିରେ ଛାତ୍ରର ଜ୍ଞାନର ନିର୍ଣ୍ଣୟ କରାଯାଇ ପାରୁନାହିଁ । କାରଣ ଛାତ୍ରମାନେ ଜ୍ଞାନ ଅଭିବୃଦ୍ଧି ବଦଳରେ, ନୋଟ୍ ବହି ମାଧ୍ୟମରେ କୌଣସି ପ୍ରକାର ପରୀକ୍ଷାରେ ପାସ୍ କରିବାକୁ ଚାହୁଁଛନ୍ତି । ଅଭିବୃଦ୍ଧି ଘଟୁନାହିଁ । ସେହିପରି ବର୍ତ୍ତମାନ – ଶିକ୍ଷାର ମାନ ଆସ୍ତେ ଆସ୍ତେ କମିବାରେ ଲାଗିଛି । ଏପରକି ପିଏଚ୍.ଡ଼ି., ଡି.ଲିଟ୍, କରୁଥିବା ବ୍ୟକ୍ତି ଜ୍ଞାନ ରାଜ୍ୟରେ ସମ୍ମାନ ପାଉନାହାଁନ୍ତି ।

ପ୍ରବନ୍ଧର ଶେଷ ଭାଗରେ ପ୍ରାବନ୍ଧିକ କହିଛନ୍ତି, ଆମେ କୌଣସି ଉପାୟରେ ଠକିଦେଲେ, ପ୍ରକୃତ ଜ୍ଞାନୀ ହୋଇପାରିବା ନାହିଁ । ଯଦି ପାଠ ପଢ଼ିବା, ତାହାହେଲେ ଆମେ ଅନ୍ୟମାନଙ୍କ ସହିତ ସମାନ ହୋଇ ପାରିବା । ତେଣୁ ଶିକ୍ଷାକୁ ସବୁବେଳେ ଶେଷ ସ୍ଥାନ ନଦେଇ ଶୀର୍ଷସ୍ଥାନ ଦେଲେ, ଆମ ଭିତରେ ଥ‌ିବା ଠକିବାର ମାନସିକତା ଦୂରେଇଯିବ ଓ ଆମ ଅବସ୍ଥାର ପରିବର୍ତ୍ତନ ହେବ ।

Additional Multiple Choice Questions (Mcqs) With Answers

Question ୧।
ବିଶେଷଜ୍ଞମାନଙ୍କର କେଉଁ ଦେଶରେ ବିଶେଷ ମୂଲ୍ୟ ନାହିଁ ?
(i) ଆମେରିକା
(ii) ଭାରତ
(iii) ଇଂଲଣ୍ଡ
(iv) କ।ପ।ନ
Answer:
(ii) ଭାରତ

Question ୨ ।
ନିମ୍ନୋକ୍ତ କେଉଁଟି ପ୍ରାବନ୍ଧିକ ଗୋଲୋକବିହାରୀ ଧଳଙ୍କଦ୍ବାରା ଅନୂଦିତ ପୁସ୍ତକ ନୁହେଁ ?
(i) ଗୋଦାନ
(ii) ଗବନ
(iii) ପ୍ରେମାଶ୍ରମ
(iv) ଯୁଦ୍ଧ ଓ ଶାନ୍ତି
Answer:
(iv) ଯୁଦ୍ଧ ଓ ଶାନ୍ତି

Question ୩।
ପ୍ରାବନ୍ଧିକ ଶ୍ରୀଯୁକ୍ତ ଧଳ କେଉଁ ଭାବରେ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ ?
(i) ଭାଷାତତ୍ତ୍ବବିଦ୍
(ii) ଅନୁବାଦକ
(iii) ପ୍ରାବନ୍ଧିକ ଓ ଭ୍ରମଣ କାହାଣୀ ଲେଖକ
(iv) ସବୁଗୁଡ଼ିକ
Answer:
(iv) ସବୁଗୁଡ଼ିକ

Question ୪ ।
ଆଲୋଚ୍ୟ ପ୍ରବନ୍ଧ ‘ସ୍ଵାଧୀନ ଦେଶରେ ଶିକ୍ଷା ଚିନ୍ତା’’ ପ୍ରାବନ୍ଧିକଙ୍କ କେଉଁ ପୁସ୍ତକରୁ ସଂଗୃହୀତ ?
(i) ଆମେରିକାର ଅନୁଭୂତି
(ii) ବିଚାର ଆଲୋଚନା
(iii) ଓଡ଼ିଆ କେବେ
(iv) ଲଣ୍ଡନ ଚିଠି
Answer:
(ii) ବିଚାର ଆଲୋଚନା

Question ୫ ।
ସରକାରଙ୍କ ଯୋଜନାକୁ ସାଧାରଣ ଲୋକେ ଜାଣୁନାହାନ୍ତି କାହିଁକି ?
(i) ସରକାରୀ ଅଫିସରମାନେ ବ୍ରିଟିଶ ଲୋକଙ୍କ ପରି ଆଚରଣ କରୁଥ୍ରୁ
(ii) ଲୋକମାନେ ଖୁବ୍ ଦରିଦ୍ର ଥ‌ିବାରୁ
(iii) ଲୋକମାନେ ଅଶିକ୍ଷିତ ହୋଇଥ‌ିବାରୁ
(iv) ସରକାରୀ ଯୋଜନା ଅର୍ଥସବୁ ବାଟମାରଣା ହୋଇଯିବା ଯୋଗୁଁ
Answer:
(iii) ଲୋକମାନେ ଅଶିକ୍ଷିତ ହୋଇଥ‌ିବାରୁ

Question ୬ ।
ଆମ ଦେଶର ଶାସନ ବ୍ୟବସ୍ଥାରେ କେଉଁମାନଙ୍କର ବିଶେଷ ମୂଲ୍ୟ ନଥାଏ ?
(i) ବିଶେଷଜ୍ଞ
(ii) ଶାସକ
(iii) ସରକାରୀ ଅଫିସର
(iv) ରାଜନୈତିକ କର୍ମକର୍ତ୍ତା
Answer:
(i) ବିଶେଷଜ୍ଞ

Question ୭ ।
‘‘ଇଲଷ୍ଟ୍ରେଟେଡ୍ ଉଇକି’’ କହିଲେ କାହାକୁ ବୁଝାଇଥାଏ ?
(i) ଦୈନିକ ଇଂରାଜୀ ସମ୍ବାଦପତ୍ର
(ii) ବମ୍ବେରୁ ବାହାରୁଥିବା ଇଂରାଜୀ ସାପ୍ତାହିକ
(iii) ଦୈନିକ ହିନ୍ଦୀ ସମ୍ବାଦପତ୍ର
(iv) ମାସିକ ଇଂରାଜୀ ପତ୍ରିକା
Answer:
(ii) ବମ୍ବେରୁ ବାହାରୁଥିବା ଇଂରାଜୀ ସାପ୍ତାହିକ

Question ୮ ।
ଆଜିକାଲି ପାଠ ସଙ୍ଗେ କାହାର ସମ୍ପର୍କ ନାହିଁ ବୋଲି କୁହାଯାଇଛି ?
(i) ପୁସ୍ତକ
(ii) ଅକ୍ଷର
(iii) ଛାତ୍ରଛାତ୍ରୀ
(iv) ଶିକ୍ଷକ
Answer:
(ii) ଅକ୍ଷର

Question ୯ ।
ପ୍ରାବନ୍ଧିକ ବିଭିନ୍ନ ଘଟଣାର ଅବତାରଣା କରି କାହାର ଅଧୋଗତି ସମ୍ପର୍କରେ କହିଛନ୍ତି ?
(i) ସରକାରୀ ଯୋଜନା
(ii) ପରୀକ୍ଷା ପ୍ରଣାଳୀ
(iii) ଶିକ୍ଷା ବ୍ୟବସ୍ଥା
(iv) ପୁସ୍ତକ ରଚନା
Answer:
(iii) ଶିକ୍ଷା ବ୍ୟବସ୍ଥା

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୧୦ ।
ମୂଲ୍ୟାୟନ କାଳରେ ବିଦ୍ୟାର୍ଥୀଙ୍କ କ’ଣ ନିର୍ଦ୍ଧାରଣ କରିବା କଷ୍ଟକର ହୋଇପଡ଼ିଛି ?
(i) ଗୁଣାତ୍ମକ ମାନ
(ii) ଭ୍ରମ
(iii) ସଠିକ୍ ମୂଲ୍ୟାୟନ
(iv) ପାସ୍ ହାର
Answer:
(i) ଗୁଣାତ୍ମକ ମାନ

Question ୧୧ ।
ଶିକ୍ଷାକୁ କେଉଁ ସ୍ଥାନ ଦେଲେ ଅବସ୍ଥାର ପରିବର୍ତ୍ତନ ହେବ ବୋଲି ପ୍ରାବନ୍ଧିକ ଆଶା ପୋଷଣ କରିଛନ୍ତି ?
(i) ଶେଷସ୍ଥାନ
(ii) ଶୀର୍ଷସ୍ଥାନ
(iii) ମଧ୍ଯମ ସ୍ଥାନ
(iv) ଉପଯୁକ୍ତ ସ୍ଥାନ
Answer:
(ii) ଶୀର୍ଷସ୍ଥାନ

Question ୧୨ ।
ପୂର୍ବରୁ ପାଠ ପଢ଼ିବାର ସୁବିଧା ନଥିଲେ ମଧ୍ୟ ପାଠର ମାନଦଣ୍ଡ କିପରି ଥିଲା ?
(i) ଉଚ୍ଚ
(ii) ନୀଚ
(iii) ଅଧୋଗତି
(iv) ଶୋଚନୀୟ
Answer:
(i) ଉଚ୍ଚ

Question ୧୩ ।
ଭାରତ ସରକାର ଶିକ୍ଷା କମିଶନ ବସାଇ କ’ଣ ନରୀକ୍ଷଣ କରୁଛନ୍ତି ?
(i) ଉତ୍ତୀର୍ଣ୍ଣହାର ହ୍ରାସ
(ii) ପରୀକ୍ଷା ପଦ୍ଧତି
(iii) ଭାରତୀୟ ଶିକ୍ଷା ପରିସ୍ଥିତି
(iv) ନୋହିର ପ୍ରଚଳନ
Answer:
(iii) ଭାରତୀୟ ଶିକ୍ଷା ପରିସ୍ଥିତି

Question ୧୪ ।
କେଉଁ ଲୋକମାନଙ୍କୁ ତାଲିମ କରି ଫଉଜ ପୋଷାକ ପିନ୍ଧାଇଲେ ଦେଶର ସ୍ବାଧୀନତା ରହିପାରିବ ନାହିଁ ?
(i) ଛାତ୍ରଛାତ୍ରୀ
(ii) ବୟସ୍କ ବ୍ୟକ୍ତି
(iii) ନିରନ୍ନ ମୂର୍ଖ
(iv) ଏନ୍.ସି.ସି.ରେ ଭର୍ତ୍ତିହୋଇଥିବା ଲୋକ
Answer:
(iii) ନିରନ୍ନ ମୂର୍ଖ

Question ୧୫ ।
ଭାରତରେ କେଉଁମାନଙ୍କର ବିଶେଷ ମୂଲ୍ୟ ନାହିଁ ?
(i) ଗବେଷକଙ୍କର
(ii) ବୈଜ୍ଞାନିକଙ୍କର
(iii) ଦାର୍ଶନିକଙ୍କର
(iv) ବିଶେଷଜ୍ଞଙ୍କର
Answer:
(iv) ବିଶେଷଜ୍ଞଙ୍କର

Question ୧୬ ।
ପଡ଼ିଆ ଭୂଇଁରେ ଫସଲ ବୁଣିଲେ କ’ଣ ହୁଏ ?
(i) ଗଛ ଉଠେ ନାହିଁ
(ii) ଗୋରୁ ଚରିଯା’ନ୍ତି
(iii) ଲାଭ ହୁଏ
(iv) କ୍ଷତି ହୁଏ
Answer:
(ii) ଗୋରୁ ଚରିଯା’ନ୍ତି

Question ୧୭ ।
ଏବେ ମାଟ୍ରିକ୍ ପାଠ କେଉଁଠିକି ନୁହେଁ ବୋଲି ପ୍ରାବନ୍ଧିକ କହିଛନ୍ତି ?
(i) ବୃଦ୍ଧିକି
(ii) ପେଡ଼ିକି
(iii) ଧାଡ଼ିକି
(iv) ଜ୍ଞାନକୁ
Answer:
(ii) ପେଡ଼ିକି

Question ୧୮ ।
ବମ୍ବେରୁ ବାହାରୁଥିବା କାଗଜଟିର ନାମ କ’ଣ ?
(i) ସଣ୍ଡେ ଷ୍ଟାଣ୍ଡାର୍ଡ଼
(ii) ଉଇକି
(iii) କଳିଙ୍ଗ
(iv) ନବଯୁଗ
Answer:
(i) ସଣ୍ଡେ ଷ୍ଟାଣ୍ଡାର୍ଡ଼

Question ୧୯ ।
ନୋଟ୍ ବହି ପଢ଼ିବା ଲୋକ କେଉଁ ପୁସ୍ତକ ଲେଖିପାରିବ ନାହିଁ ?
(i) ସାହିତ୍ୟ
(ii) ଗଣିତ
(iii) ମୌଳିକ
(iv) ବିଜ୍ଞାନ
Answer:
(iii) ମୌଳିକ

Question ୨୦ ।
ଜିଲ୍ଲା ପରିଷଦ ପରିଚାଳିତ ଆଞ୍ଚଳିକ ସଭାରେ କେଉଁ ବିଷୟ ସବାତଳେ ଆଲୋଚିତ ହେବାକୁ ରଖାଯାଇଥିଲା ?
(i) କୃଷି
(ii) ସ୍ଵାସ୍ଥ୍ୟ
(iii) ଗମନାଗମନ
(iv) ଶିକ୍ଷା
Answer:
(iv) ଶିକ୍ଷା

Question ୨୧ ।
‘ଶିକ୍ଷା’କୁ ଜିଲ୍ଲା ପରିଷଦ ସଭାର କେଉଁ କ୍ରମରେ ବିଚାର ବିଷୟ ଭାବରେ ରଖାଯାଇଥିଲା ?
(i) ସବା ଉପର
(ii) ମଧ୍ୟଭାଗ
(iii) ସବାତଳ
(iv) ଅନ୍ୟାନ୍ୟ
Answer:
(iii) ସବାତଳ

Question ୨୨ ।
ଯୋଜନା ଅର୍ଥ ବିଭାଗଙ୍କ ବିଚାରକୁ ଆସିଲେ ପ୍ରଥମେ ଆଘାତ କେଉଁ ବିଭାଗ ଉପରେ ପଡ଼େ ?
(i) ଶିକ୍ଷା
(ii) ସ୍ଵାସ୍ଥ୍ୟ
(iii) ଶିଳ୍ପ
(iv) ନଗର ଉନ୍ନୟନ
Answer:
(i) ଶିକ୍ଷା

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୨୩ ।
କେଉଁମାନେ ପାଠପଢ଼ି ସାରିଲାପରେ ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାନ୍ତି ?
(i) ଇଂରେଜମାନେ
(ii) ଭାରତୀୟମାନେ
(iii) ଏସୀୟମାନେ
(iv) ଜାପାନୀମାନେ
Answer:
(ii) ଭାରତୀୟମାନେ

Question ୨୪ ।
ବମ୍ବେରୁ ପ୍ରକାଶିତ ‘ସଣ୍ଡେ ଷ୍ଟାଣ୍ଡାର୍ଡ଼’ର କେଉଁ ଶିରୋନାମାରେ ଭାରତୀୟ ଛାତ୍ରମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁନାହାନ୍ତି ବୋଲି ମତପ୍ରକାଶ ପାଇଥିଲା ?
(i) ଶାସକ ଓ ବିଶେଷଜ୍ଞ
(iii)ଶିକ୍ଷା ଓ ଯୋଜନା
(ii) ଯୋଜନା ଓ ବିଶେଷଜ୍ଞ
(iv) ସବୁଗୁଡ଼ିକ
Answer:
(i) ଶାସକ ଓ ବିଶେଷଜ୍ଞ

(କ) ଲେଖକ ପରିଚିତି :

ଆଧୁନିକ ପ୍ରବନ୍ଧ ସାହିତ୍ୟରେ ପ୍ରଫେସର ଗୋଲୋକବିହାରୀ ଧଳ ଏକ ପରିଚିତ ନାମ । ତାଙ୍କ ସମ୍ପର୍କରେ କୁହାଯାଇଛି – ‘‘ଭାଷାତତ୍ତ୍ବବିତ୍, ଅନୁବାଦକ ଓ ପ୍ରାବନ୍ଧିକ ଭାବରେ ଗୋଲୋକବିହାରୀ ଧଳଙ୍କ ଖ୍ୟାତି ସୁବିଦିତ । ସମାଜ, ସଂସ୍କୃତି, ଶିକ୍ଷା ଓ ପରମ୍ପରା ନିକଟରେ ସରସଭାବରେ ଉପସ୍ଥାପିତ କରାଇବାରେ ସେ ଥିଲେ ଜଣେ ଧୂରୀଣ ଶିଳ୍ପୀ । ସଂକ୍ଷିପ୍ତତା ଓ ଇଙ୍ଗିତାରକତ ତାଙ୍କ ପ୍ରବନ୍ଧର ଅନ୍ୟତମ ବୈଶିଷ୍ଟ୍ୟ । ବ୍ୟଙ୍ଗ, ବିଦ୍ରୁପ ଓ ସ୍ବଭାବସୁଲଭ ରସିକତାରେ ତାହାଙ୍କ ରଚନା ସରସ ଓ ସୁଖପାଠ୍ୟ ।’’

ପ୍ରଫେସର ଧଳ ୧୯୨୧ ମସିହାରେ ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଢ଼ିଅ ଗ୍ରାମରେ ‘ଜନ୍ମଗ୍ରହଣ କରିଥିଲେ । ଜଣେ ମେଧାବୀ ଛାତ୍ର ଭାବରେ ସେ କାଳରେ ତାଙ୍କର ଯଥେଷ୍ଟ ସୁନାମ ଥିଲା । ୧୯୫୪ ମସିହାରେ ପାଟନାରୁ ସଂସ୍କୃତ ଭାଷା ଓ ସାହିତ୍ୟରେ ସେ ଏମ୍. ଏ. ପାଶ୍ କରି ଅଧାପନାକୁ ବୃତ୍ତିଭାବରେ ଗ୍ରହଣ କରି ନେଇଥିଲେ । ୧୯୫୧ ମସିହାରେ ସେ ଲଣ୍ଡନ ବିଶ୍ବବିଦ୍ୟାଳୟରୁ ସମ୍ମାନସୂଚକ ଡିଗ୍ରୀ ଲାଭ କରିଥିଲେ । ସେ ଥିଲେ ଜଣେ ମେଧାବୀ, ସୁଶୃଙ୍ଖଳ, କର୍ମତତ୍ପର ମଣିଷ ଓ ସୁଶିକ୍ଷକ । ଭାରତର ବିଶିଷ୍ଟ ଧ୍ୱନିବିତ୍ ଭାବେ ସେ ଥିଲେ ଯଶସ୍ବୀ; ମାତ୍ର ଦୁଇବର୍ଷ ପାଇଁ ରେଭେନ୍ସା କଲେଜର ଓଡ଼ିଆ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟକରି ୧୯୭୪ ମସିହା ଜୁନ୍ ୨୬ ତାରିଖରେ ତାଙ୍କର ଆକସ୍ମିକ ତିରୋଧାନ ଘଟିଲା ।

ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ଖାଲି ଯେ ଜଣେ ସାଧାରଣ ଅଧ୍ୟାପକ ଥିଲେ ତା’ ନୁହେଁ, ତାଙ୍କର ବ୍ୟକ୍ତିତ୍ୱ ମଧ୍ୟ ଥିଲା ବେଶ୍ ପ୍ରଭାବଶାଳୀ । ତାଙ୍କର ବ୍ୟକ୍ତିଗତ ଜୀବନ କଠୋର ଶୃଙ୍ଖଳା, ଆଦର୍ଶ ଓ ନୀତିରେ ଥିଲା ଆବଦ୍ଧ । ନିଜର ବିଚାର ସିଦ୍ଧାନ୍ତରେ ସେ ଥିଲେ ଅଟଳ । ଏସବୁ ବ୍ୟତୀତ ଜଣେ ଉଦାର ମଣିଷ, ଦୟାଶୀଳ ବ୍ୟକ୍ତି ଓ ପ୍ରଭାବଶାଳୀ ପରୋପକାରୀ ଅଧ୍ୟାପକ ଭାବେ ସ୍ଵର୍ଗତ ଧଳ ଥିଲେ ବେଶ୍ ଜନପ୍ରିୟ ଓ ଛାତ୍ରବତ୍ସଳ ।

ଖ୍ୟାତିସମ୍ପନ୍ନ ସାହିତ୍ୟିକ ତଥା ଭାଷାବିତ୍ ଭାବେ ଅଧ୍ୟାପକ ଧଳ ବହୁଭାବରେ ପରିଚିତ ଥିଲେ । ୧୯୭୪ ମସିହା ଅଗଷ୍ଟ ସଂଖ୍ୟା ମାସିକ ‘ନବରବି’ ପତ୍ରିକାରେ ତାଙ୍କ ସମ୍ପର୍କରେ ଦୁର୍ଗାଚରଣ କୁଅଁର ଲେଖିଥିଲେ – ‘‘ଭାଷାବିଜ୍ଞାନ ଓ ଧ୍ବନିବିଜ୍ଞାନରେ ନିଜର ପାଣ୍ଡିତ୍ୟ ତଥା ମୌଳିକ ଗବେଷଣା ପାଇଁ ଅଧ୍ୟାପକ ଧଳ କେବଳ ଓଡ଼ିଶା କାହିଁକି ସାରା ଭାରତରେ ସୁଖ୍ୟାତି ଅର୍ଜନ କରିଥିଲେ । କଠିନ ବିଜ୍ଞାନ ବିଷୟରେ ନାନା କୌତୁକପ୍ରଦ ଦୃଷ୍ଟାନ୍ତଦ୍ଵାରା ସରଳ ଓ ସାଧାରଣ ବୋଧଗମ୍ୟ କରିବାର ଶୈଳୀ ଥିଲା ତାଙ୍କର ଏକାନ୍ତ ନିଜସ୍ବ । ଯେଉଁମାନେ ତାଙ୍କର ବକ୍ତୃତା ଶୁଣିଛନ୍ତି ଏହାର ସତ୍ୟତା ସହଜରେ ଉପଲବ୍ଧି କରିପାରିବେ ।’’

ଅଧ୍ୟାପକ ଧଳଙ୍କ ଜୀବନର ଦୁଃଖ ଥିଲା ଯେ, ସେ ବିଦେଶରୁ ଶିକ୍ଷାଲାଭ କରି ଫେରିବା ପରେ ତାଙ୍କର ନୂତନ ଶିକ୍ଷାର ବିନିଯୋଗ ପାଇଁ ଓଡ଼ିଶାରେ ତାଙ୍କୁ କୌଣସି ସୁବିଧା ଯୋଗାଇ ଦିଆଯାଇ ନ ଥିଲା । ଏହା ଥିଲା ପ୍ରଫେସର ଧଳଙ୍କ ପାଇଁ ଏକ ବିଶେଷ ସମସ୍ୟା ।

ପ୍ରଫେସର ଧଳ ଆଗ୍ରା ବିଶ୍ବବିଦ୍ୟାଳୟରେ ତିନି ବର୍ଷ ଧରି ନିଯୁକ୍ତି ପାଇ କାର୍ଯ୍ୟ କରିଥିଲେ । ସେଠାରେ ସେ ଅଧ୍ୟାପନା ଓ ଗବେଷଣାର ସୁବିଧା ଲାଭ କରିଥିଲେ । ଜଣେ ବହୁ ପଠନପିପାସୁ ଓ ପୁସ୍ତକ ଅଧ୍ୟୟନକାରୀଭାବେ ସ୍ଵର୍ଗତ ଧଳ ପରିଚିତ ଥିଲେ । ଏଥିପାଇଁ ନିଜ ଘରେ ସେ ଏକ ବିରାଟ ଲାଇବ୍ରେରୀ କରିଥିଲେ ।

ନିଜର ଯୋଗ୍ୟତା ବଳରେ ପ୍ରଫେସର ଧଳ ଦିଲ୍ଲୀ ମେଟ୍‌ଫ୍ ହାଉସ୍‌ରେ ଆଇ.ଏ.ଏସ୍. ଅଫିସରମାନଙ୍କୁ ଭାଷାତତ୍ତ୍ବ ଶିକ୍ଷାଦେବାଠାରୁ ଆରମ୍ଭକରି ଆଗ୍ରା, ପୁନା, ମହୀଶୂର ପ୍ରଭୃତି ବିଶିଷ୍ଟ ସ୍ଥାନମାନଙ୍କରେ ଭାଷାତତ୍ତ୍ଵର ଅଧ୍ୟାପକଭାବେ କାର୍ଯ୍ୟ କରିବାକୁ ଡାକରା ପାଇଥିଲେ । ପୁନଶ୍ଚ ଜାତୀୟ ଅନୁବାଦ ଟ୍ରଷ୍ଟରେ ସଦସ୍ୟ ତଥା ଭାରତୀୟ ଭାଷାତତ୍ତ୍ଵ ସମିତିର କାର୍ଯ୍ୟନିର୍ବାହୀ କମିଟିର ସଭ୍ୟଭାବେ କାର୍ଯ୍ୟ କରିବାକୁ ସେ ସୁଯୋଗ ପାଇଥିଲେ । ଏସବୁ ବ୍ୟତୀତ ଓଡ଼ିଆ ଭାଷା, ସାହିତ୍ୟ ପାଇଁ ସେ ଅନେକ ଚିନ୍ତାଶୀଳ ଶିକ୍ଷାଧର୍ମୀ ପୁସ୍ତକ ରଚନା କରିଯାଇଛନ୍ତି । ସେଗୁଡ଼ିକ ହେଲା

(୧) ଆମେରିକା ଅନୁଭୂତି (ଭ୍ରମଣ କାହାଣୀ), (୨) ଲଣ୍ଡନ ଚିଠି (ଭ୍ରମଣ କାହାଣୀ), (୩) ଗୋଦାନ (ଅନୁବାଦ), (୪) ପ୍ରତିଜ୍ଞା (ଅନୁବାଦ), (୫) କେନେଡ଼ିଙ୍କ ଜୀବନୀ (ଅନୁବାଦ), (୬) ଭାରତ ମୋର ଘର (ଅନୁବାଦ), (୭) ପ୍ରେମଚାନ୍ଦଙ୍କ ଗଳ୍ପମାଳା (ଅନୁବାଦ), (୮) ପ୍ରେମାଶ୍ରମ (ଅନୁବାଦ), (୯) ଭାଷାଶାସ୍ତ୍ର ପରିଚୟ (ଭାଷାବିଜ୍ଞାନ ଆଲୋଚନା), (୧୦) ବିଚାର ଆଲୋଚନା (ପ୍ରବନ୍ଧ), (୧୧) ଧ୍ବନିବିଜ୍ଞାନ (ଭାଷାଶାସ୍ତ୍ର ଆଲୋଚନା), (୧୨) ଧୂସର ପଣତ (ଅନୁବାଦ), (୧୩) ମଣିଷର ଭାଷା, (୧୪) ଅମର ମଣିଷ, (୧୫) ଓଡ଼ିଆ କେବେ, (୧୬) ଗାନ୍ଧିଜୀ ଓ ଭାଷା ସମସ୍ୟା, (୧୭) ପେଟ୍‌ ପବନ, ମୁଖକୀ ବାତ୍ (ହିନ୍ଦୀ), (୧୮) ଧ୍ବନିବିଜ୍ଞାନ (ହିନ୍ଦୀ) ।

ପ୍ରଫେସର ଧଳ ପ୍ରୌଢ଼ ସ୍ବାକ୍ଷରମାନଙ୍କ ଉଦ୍ଦେଶ୍ୟରେ ‘ଟଙ୍କା ସୁନାର ସଂସାର’, ‘ନୂଆ ଗାଁ’, ‘ନୂଆ ସହର’, ‘ଆମ ସ୍ଵାଧୀନ ସଂସାର’ ନାମକ ଲେଖାମାନ ଲେଖି ବେଶ୍ ଜନପ୍ରିୟ ମଧ୍ୟ ହୋଇଥିଲେ । କାଳକ୍ରମେ ପ୍ରଫେସର ଧଳ ବା ଭାଷାତତ୍ତ୍ଵବିଦ୍ ଧଳଙ୍କୁ ଲୋକେ ହୁଏତ ଭୁଲିପାରନ୍ତି; ମାତ୍ର ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ।

(ଖ) ପ୍ରବନ୍ଧ ସମ୍ପର୍କରେ :

ଆଲୋଚ୍ୟ ପ୍ରବନ୍ଧ ‘ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା’ରେ, ପ୍ରାବନ୍ଧିକ ସ୍ଵାଧୀନ ଭାରତବର୍ଷର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ କରାଯାଉଥିଲା । ପ୍ରାବନ୍ଧିକ ତୁଳନାତ୍ମକ ବିଚାରଧାରା ପ୍ରକାଶ କରି କହିଛନ୍ତି, ଆମେରିକା ଓ ଇଂଲଣ୍ଡ ଅପେକ୍ଷା ଆମ ଦେଶରେ ପ୍ରସ୍ତୁତ କରାଯାଇ କାର୍ଯ୍ୟ କରିବାପାଇଁ ଖସଡ଼ା ପ୍ରସ୍ତୁତ କରାଗଲା । ମାତ୍ର ଯୋଜନା ମଧ୍ୟରେ ଶିକ୍ଷାକଥାକୁ ଶେଷରେ ବିଚାର ନିର୍ଦ୍ଦେଶ କରିଛନ୍ତି । ପରୀକ୍ଷାର ସବୁସ୍ତରରେ ଅସାଧୁ ଉପାୟ ଅବଲମ୍ବନ କରାଯାଉଥିବାରୁ, ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ମାନ ନିର୍ଦ୍ଧାରଣ କରାଯାଇ ପାରୁନାହିଁ । ପ୍ରବନ୍ଧର ଶେଷ ପର୍ଯ୍ୟାୟରେ ଶିକ୍ଷାକୁ ଯଦି ଶୀର୍ଷସ୍ଥାନରେ ରଖାଯାଇ ବିଚାର କରାଯାଏ, ତା’ହେଲେ ଆମ ଦେଶରେ ଯେଉଁ ଅବସ୍ଥା ଦେଖାଦେଇଛି, ତାହାର ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ବର୍ଣ୍ଣନା କରାଯାଇଛି ।

(ଗ) ପ୍ରବନ୍ଧର ସାରକଥା :

ପ୍ରାବନ୍ଧିକ ନିଜସ୍ୱ ଅଭିଜ୍ଞତା ପ୍ରକାଶ କରି ପ୍ରବନ୍ଧଟି ଆରମ୍ଭ କରିଛନ୍ତି । ଥରେ ସେ ଜିଲ୍ଲା ପରିଷଦମାନଙ୍କଦ୍ୱାରା ପରିଚାଳିତ ଏକ ଆଲୋଚନା ସଭା ଦେଖ‌ିବାର ସୁଯୋଗ ପାଇଥିଲେ । ସେହି ସଭାର ଆଲୋଚନାରେ ସେ ଦେଖିଥିଲେ କୃଷିକୁ ଶୀର୍ଷସ୍ଥାନ ଦେଉଥିଲାବେଳେ, ଶିକ୍ଷାକୁ ସର୍ବଶେଷରେ ବିଚାର କରାଯାଇଥିଲା । କୃଷିକୁ ପ୍ରଥମେ ବିଚାର କରାଯିବାରେ କିଛି ଦ୍ବିମତ ନ ଥିଲା;

ମାତ୍ର ଶିକ୍ଷାକୁ ଶେଷରେ ବିଚାର କରାଯିବା ପ୍ରାବନ୍ଧିକଙ୍କ ମନରେ ଭିନ୍ନ ଭାବ ସୃଷ୍ଟି କରିଥିଲା । ସେଦିନ ସଭାରେ ଯାହାସବୁ ବିଚାର କରାଯାଇଥିଲା, ସେଥୁରୁ ଜଣାଯାଇଥିଲା, ସରକାର ଅନେକ ଯୋଜନା କରୁଥିଲେ ବି, ତାହାକୁ ଲୋକମାନେ ବୁଝୁନାହାଁନ୍ତି; ଫଳରେ ଯୋଜନାଗୁଡ଼ିକ ଉପଯୁକ୍ତ ଭାବେ କାର୍ଯ୍ୟ କରୁନାହିଁ । ଏହାର ମୂଳକାରଣ ହେଉଛି ସାଧାରଣ ଲୋକଙ୍କର ଶିକ୍ଷା ନାହିଁ । ଏକ ଉଦାହରଣ ଦେଇ କହିଛନ୍ତି – ‘ମାଟିକୁ ପାଗକରି ସେଥ‌ିରେ ମଞ୍ଜି ପୋତିଲେ ଚଞ୍ଚଳ ଗଛ ଧରେ; କିନ୍ତୁ ପଡ଼ିଆ ଭୂଇଁରେ ଫସଲ ବୁଣିଲେ ଗୋରୁ ଚରିଯା’ନ୍ତି । ତେଣୁ ମଣିଷ ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତା’ପରେ ତାକୁ ଯୋଜନା କଥା କହିଲେ ସେ ବୁଝି ପାରିବେ ।’ କେବଳ ଶିକ୍ଷାଦେଇ ପରେ ଯୋଜନା ପ୍ରସ୍ତୁତ କଲେ, ଆମେ ଦେଶର ଅଗ୍ରଗତିରେ ପଛରେ ପଡ଼ିଯିବା । ତେଣୁ ଏକାଦିକ୍ରମେ ଆମେ ଯେତିକି ଯେତିକି ଅନ୍ୟ ବିଷୟରେ ଯୋଜନା କରିବା, ସେହି ଅନୁସାରେ ଶିକ୍ଷା ଉପରେ ଅନେକ ଗୁଣ ଗୁରୁତ୍ଵ ଦେଲେ, ଯୋଜନାଗୁଡ଼ିକ ସଫଳ ହୋଇପାରିବ ଏବଂ ଯୋଜନା ଓ ଶିକ୍ଷା ମଧ୍ୟରେ ସମନ୍ଵୟ ରକ୍ଷା ହୋଇ ପାରିବ । ଜାତିସଂଘ ମଧ୍ୟ ଅନୁରୂପ ମତଦେଇ କହିଛି, ଲୋକମାନେ ଶିକ୍ଷା ଦୃଷ୍ଟିରୁ ଦୁର୍ବଳ ଥ‌ିବାରୁ ଉନ୍ନୟନ କାର୍ଯ୍ୟଗୁଡ଼ିକ ଅଗ୍ରସର ହୋଇପାରୁ ନାହିଁ । ଏସିଆର ଅଧ୍ଵଂକାଂଶ ଦେଶରେ ଏହାହିଁ ହେଉଛି ସବୁଠାରୁ ବଡ଼ ସମସ୍ୟା ।

ଆମ ଦେଶ ସ୍ଵାଧୀନ ହେବା ପରେ, ଶିକ୍ଷାର ପ୍ରସାର ପାଇଁ ବହୁ ଚେଷ୍ଟା ଚାଲିଛି । ଉନ୍ନୟନ ନାଁରେ ଯେଉଁ ଲମ୍ବା ଲମ୍ବା ରିପୋର୍ଟ ପ୍ରସ୍ତୁତ ହେଉଛି, ସେହି ରିପୋର୍ଟକୁ ଦେଖି ଆମେ ମୁଗ୍ଧ ହୋଇଯାଉଛୁ । ମାତ୍ର ସେହି ରିପୋର୍ଟ ଅନୁସାରେ କେତେ କାର୍ଯ୍ୟ ହେଉଛି ତା’ର ମୌଳିକ ମୂଲ୍ୟ ବିଷୟରେ ବିଶେଷ ଚିନ୍ତା କରିବାକୁ ଆମକୁ ବେଳ ନାହିଁ । କେବଳ ଶିକ୍ଷା ବିଷୟରେ ନୁହେଁ, ସବୁ ବିଷୟରେ ଅଳ୍ପ ବହୁତେ ସେହିଭଳି ହେଉଛି । ଆମର ଶାସନ ପଦ୍ଧତି ଏପରି ହୋଇଛି ଯେ, ଯେକୌଣସି ବିଷୟରେ ସବୁ ହୋଇସାରିବା ପରେ, ଯୋଜନାଗୁଡ଼ିକ ଯେତେବେଳେ ଅର୍ଥ ବିଭାଗକୁ ଯାଏ, ଅର୍ଥ ସଚିବ ପ୍ରଥମେ ଶିକ୍ଷା ଉପରେ ଆଘାତ ଦେଇଥା’ନ୍ତି ।

ଆଉ ଫେରୁ ନାହାଁନ୍ତି ପ୍ରାବନ୍ଧିକ ତାହାର ସ୍ପଷ୍ଟୀକରଣ ଦେଇଛନ୍ତି । ଏହାକୁ ପ୍ରମାଣ କରିବାପାଇଁ ସେ ‘ଇଲଷ୍ଟ୍ରେଟେଡ଼ ଉଇକି’ ଏବଂ ବମ୍ବେରୁ ବାହାରୁଥିବା ‘ସଣ୍ଡେ ଷ୍ଟାଣ୍ଡାର୍ଡ଼’ ଖବରକାଗଜର ଉକ୍ତିକୁ ଉଲ୍ଲେଖ କରିଛନ୍ତି । ପ୍ରଥମତଃ ସେମାନେ ଆମେରିକାରେ ସୁଖସମ୍ଭୋଗ ସହିତ ଅଧ‌ିକ ଟଙ୍କା ପାଉଛନ୍ତି ଏବଂ ସେମାନଙ୍କର ଅଭିମତକୁ ଯଥେଷ୍ଟ ମର୍ଯ୍ୟାଦା ଦିଆଯାଉଛି । ଭାରତରେ ବିଶେଷଜ୍ଞମାନଙ୍କର କୌଣସି ମୂଲ୍ୟ ନାହିଁ; କାରଣ ସବୁକଥା ଶାସକମାନଙ୍କଦ୍ୱାରା ନିୟନ୍ତ୍ରତ ହୋଇଥାଏ । ଫଳସ୍ବରୂପ ଆମ ଦେଶରେ ବିଶେଷଜ୍ଞମାନଙ୍କର କୌଣସି କଥା କରିବାପାଇଁ ବ୍ୟକ୍ତିଗତ ଉତ୍ସାହ ନାହିଁ କିମ୍ବା ସ୍ପୃହା ରହୁନାହିଁ । ପୁନଶ୍ଚ ଯେଉଁମାନଙ୍କର ସ୍ପୃହା ଅଛି ସେମାନଙ୍କୁ ନିଃସ୍ପୃହ କରିବାପାଇଁ ଅନେକ ଲୋକ ରହିଛନ୍ତି । ଏ ସମ୍ପର୍କରେ ପ୍ରାବନ୍ଧିକ କହିଛନ୍ତି – ‘ଏହି ସମ୍ପର୍କରେ ଦେଶର ପରିଚାଳନା ପଦ୍ଧତିରେ ଏକ ନୂତନ ଦୃଷ୍ଟିକୋଣ ସୃଷ୍ଟି ନ ହେଲା ପର୍ଯ୍ୟନ୍ତ ଅବସ୍ଥାର କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ ।’’

ଶିକ୍ଷା କ୍ଷେତ୍ରରେ ବଡ଼ ବଡ଼ ଯୋଜନା ଓ ବଡ଼ ବଡ଼ ବିଶେଷଜ୍ଞଙ୍କ କଥାକୁ ଛାଡ଼ିଦେଲେ ସାଧାରଣ ସ୍ତରରେ ଶିକ୍ଷାର ଯେପରି ଅଧୋଗତି ହେଉଛି, ତାହାକୁ ନ ରୋକିଲେ, ଆମର ଅବସ୍ଥା ନିଶ୍ଚୟ ଶୋଚନୀୟ ହେବ । ଶିକ୍ଷାର ପ୍ରସାର ଯେତେ ବାହାରକୁ ଦେଖାଯାଉଥିଲେ ମଧ୍ୟ, ବାସ୍ତବରେ ଶିକ୍ଷାର ସେତେଟା ଉନ୍ନତି ହେଉନାହିଁ । ଶିକ୍ଷା ଯେପରି ଏକ ନିରୁପାୟ ଅବସ୍ଥାରେ ପହଞ୍ଚିଲାଣି । ଏଭଳି ପରିସ୍ଥିତିର ନିରାକରଣ ପାଇଁ ଭାରତ ସରକାର ଏକ ଶିକ୍ଷା କମିଶନ ବସାଇ ଭାରତୀୟ ଶିକ୍ଷା ପରିସ୍ଥିତିର ନିରୀକ୍ଷଣ କରୁଛନ୍ତି ।

ଶିକ୍ଷା କ୍ଷେତ୍ରରେ ଅନେକ ସମସ୍ୟା ରହିଥିଲେ ବି ପ୍ରାବନ୍ଧିକ ଆମ ଦେଶର ପରୀକ୍ଷା ପଦ୍ଧତି ସମ୍ପର୍କରେ ସୂଚନା ଦେଇଛନ୍ତି । କାରଣ ଆମ ଦେଶର ମୂଳରୁ ଚୂଳ ପର୍ଯ୍ୟନ୍ତ ଯେଉଁ ପରୀକ୍ଷା ପଦ୍ଧତି ରହିଛି, ସେଥୁରୁ ଛାତ୍ରମାନଙ୍କର ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ କରିବା କଷ୍ଟକର । ଶିକ୍ଷା କମିଶନଙ୍କୁ ପ୍ରାବନ୍ଧିକ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଇଛନ୍ତି । ପୁନଶ୍ଚ ‘କଳିଙ୍ଗ’ ନାମକ ଖବର କାରଣ ବର୍ତ୍ତମାନର ଛାତ୍ରମାନେ ପାଠପଢ଼ା କଥା ଯେତିକି ଜାଣୁନାହାଁନ୍ତି, ତା’ଠାରୁ ଅଧ‌ିକ ଜାଣୁଛନ୍ତି ପରୀକ୍ଷା ବିଷୟରେ । ସେଥ୍ପାଇଁ ସେମାନେ ନୋଟ୍ ବହି ବ୍ୟବହାର କରୁଛନ୍ତି ।

ଏଭଳି ମାନସିକତାକୁ ଆକ୍ଷେପ କରି ପ୍ରାବନ୍ଧିକ କହିଛନ୍ତି – ‘‘ନୋଟ୍ ବହି ପଢ଼ି, ଭୋଟ୍ ଦେଇ ପୃଥ‌ିବୀରେ କେଉଁଠି କେବେ ଗଣତନ୍ତ୍ର ତିଷିଲାଣି ? ରାତି ପାହିଲେ ଯେଉଁ ବିଲାତ, ଆମେରିକା ଓ ରୁଷ କଥା ଆମେ କହୁଛୁ ଓ ସେମାନଙ୍କ ସଙ୍ଗେ ସମକକ୍ଷ ହେବାପାଇଁ ଚେଷ୍ଟା କରୁଛୁ, ଏମିତି ନୋଟ୍ ବହି ପଢ଼ି କ’ଣ ଆମେ ସମାନ ହୋଇପାରିବୁ ।’’ ବାସ୍ତବରେ ନୋଟବହି ପଢ଼ିବାଦ୍ୱାରା ପିଲାର କୌଣସି ସମୟରେ ମୌଳିକତାର ଉନ୍ନତି ହୁଏ ନାହିଁ । ପ୍ରକୃତରେ ଯେଉଁ ଦେଶରେ ମୌଳିକ ପୁସ୍ତକ ଲେଖାଯିବ ନାହିଁ, ସେହି ଦେଶରେ ମୌଳିକ ଚିନ୍ତା ପରିପ୍ରକାଶ ହେବ ନାହିଁ ।

ଆମ ଦେଶର ପରୀକ୍ଷା ପଦ୍ଧତିର ମୂଲ୍ୟାୟନ କରି ପ୍ରାବନ୍ଧିକ କହିଛନ୍ତି, ‘ପିଲା ଯଦି ପ୍ରାଥମିକ ପରୀକ୍ଷାରୁ ନୋଟ୍ ବହି ପଢ଼େ ଏବଂ ବହିର ଜ୍ଞାନ ଆହରଣ ଅପେକ୍ଷା ଅଧିକ ପରୀକ୍ଷା ସମ୍ପର୍କରେ ଚିନ୍ତାକରେ, ତେବେ ସେ କେବେହେଲେ ଜ୍ଞାନ ଅର୍ଜନ କରିପାରିବ ନାହିଁ ।’’ ଏବେ ଆନ୍ଧ୍ର ପ୍ରଦେଶରେ ଜଣେ ଛାତ୍ର ପ୍ରଶ୍ନପତ୍ର ବିକି ଦଶହଜାର ଟଙ୍କା ଲାଭ କରିଥିବା ବିଷୟ, ସେଠାକାର ବିଧାନସଭାରେ ବିଚାର ହୋଇଛି । ସେହିପରି ଜଣେ ସ୍କୁଲ ଶିକ୍ଷକ ଖୋଲାଖୋଲି ଭାବରେ ଗୋଟିଏ ପ୍ରବନ୍ଧରେ ଲେଖିଛନ୍ତି, ଯେଉଁ ଅନୁଷ୍ଠାନରେ ଅଧ୍ବକ ଛାତ୍ର ଭଲ ଫଳ ଦେଖାଉଛନ୍ତି, ତା’ହେଲେ ସେଠିକାର ଫଳାଫଳକୁ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ହେବ । ପିଲା ଯଦି ଭଲ କରିଛି, ତାହା ଶୁଣିଲା ମାତ୍ରେ ଆମେ ସନ୍ଦେହ କରିବା, ତା’ହେଲେ ସେଭଳି ପାଠର ମୂଲ୍ୟ କିଛି ନାହିଁ । ପୁନଶ୍ଚ ଏବେ ଦିନକୁ ଦିନ ପରୀକ୍ଷା ବଢ଼ୁଛି । ମାଇନର ପରୀକ୍ଷା, ଅପର ପ୍ରାଇମେରୀ ପରୀକ୍ଷା ଏବେ ଚାଲୁହୋଇଛି । ମାତ୍ର କହୁଛନ୍ତି, ଏଭଳି ପରୀକ୍ଷା ହେଉଛି, ପିଲାଙ୍କ ପାଇଁ ପ୍ରଶ୍ନୋତ୍ତର ବହି ବିକ୍ରି ହେବା ଛଡ଼ା, ଆଉ କିଛି ନୁହେଁ ।

କେବଳ ତଳ ସ୍ତର ନୁହେଁ ଉପର ସ୍ତରରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳୁଛି । ଫଳରେ ବିଶ୍ବବିଦ୍ୟାଳୟର ପରୀକ୍ଷାରେ ଯେତିକି ପିଲା ପାସ୍ କରୁଛନ୍ତି, ତା’ର ଏକ ତୃତୀୟାଂଶ ପିଲା ଅବୈଧ ଆଚରଣରେ ଦଣ୍ଡିତ ହେଉଛନ୍ତି । ଆଗରୁ ପରୀକ୍ଷାଫଳ ଏକାଥରକେ ବାହାରୁଥିଲା, ଆଜିକାଲି ବର୍ଷଯାକ ପରୀକ୍ଷା ଫଳ ବାହାରୁଛି ।

ଆଗରୁ ପାଠର ମାନ ଅଧିକ ଥୁଲା, ଫଳରେ ସେତେବେଳେ ମାଟ୍ରିକ୍ ପାସ୍ କରିଥିବା ପିଲା ମାଜିଷ୍ଟ୍ରେଟ୍ କାମ ଚଳାଇ ଦେଉଥିଲା; ମାତ୍ର ବର୍ତ୍ତମାନର ମାଟ୍ରିକ୍ ପାସ୍‌ର କୌଣସି ମୂଲ୍ୟ ନାହିଁ । ପ୍ରାବନ୍ଧିକଙ୍କ ଭାଷାରେ ‘ଏବେ ମାଟ୍ରିକ୍ ପାଠ ଖଡ଼ିକି ନୁହେଁ କି ପେଡ଼ିକି ନୁହେଁ ।’’ ବର୍ତ୍ତମାନର ବି.ଏ. ଛାତ୍ରକୁ ଚିଠିଟିଏ ଲେଖିବାକୁ କହିଲେ, ଇଂରାଜୀରେ ଯାହିତାହି ଲେଖିଦେବେ, ମାତ୍ର ମାତୃଭାଷାରେ ଲେଖିଲାବେଳେ ଅନେକ ବନାନ ଅଶୁଦ୍ଧ ହେବ । ପାଠ ସହିତ ମଧ୍ଯ ଅକ୍ଷର ପ୍ରତି କେହି ଯତ୍ନବାନ୍ ହେଉ ନ ଥ‌ିବା ମଧ୍ୟ ପ୍ରାବନ୍ଧିକ ସୂଚନା ଦେଇଛନ୍ତି ।

ଆଗେ ପାଠପଢ଼ାର ବହୁତ ଅସୁବିଧା ଥିଲା । ଲୋକମାନଙ୍କର ପାଠ ପ୍ରତି ଆଗ୍ରହ ନ ଥିଲା । ତଥାପି ସେ ସମୟର ପାଠ ପଢ଼ାର ମାନଦଣ୍ଡ ଉଚ୍ଚ ଥିଲା । ବର୍ତ୍ତମାନ ସମୟରେ ପାଠ ପଢ଼ିବାପାଇଁ ନାନା ସୁବିଧା ଆବିଷ୍କୃତ ହେଉଛି, ଲୋକମାନେ ପାଠର ମୂଲ୍ୟ ବୁଝିଲେଣି, ହେଲେ ପାଠର ମାନ କମିବାରେ ଲାଗିଛି । ପ୍ରାଥମିକ ସ୍ତରଠାରୁ ପି.ଏଚ୍.ଡ଼ି. ସ୍ତର ପର୍ଯ୍ୟନ୍ତ ଅବସ୍ଥା ସମାନ ହୋଇଛି । ‘ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼’ରେ ‘ଆଉଟ୍ ସାଇଡ଼ର’ ନାଁ ଦେଇ ଜଣେ ଲେଖିଥିଲେ, ବେଙ୍ଗଲି ସାହିତ୍ୟରେ ଲୋକମାନେ ପରୀକ୍ଷାରେ କିପରି ପ୍ରଥମ ଶ୍ରେଣୀରେ ପାସ୍‌ କରୁଛନ୍ତି । ତେଣୁ ପ୍ରଥମ ଶ୍ରେଣୀର କୌଣସି ମୂଲ୍ୟ ନ ଥ‌ିବାରୁ, ଅନେକ ଡି.ଫିଲ୍., ଡି. ଲିଟ୍. ଆଦି କରୁଛନ୍ତି । ପ୍ରାବନ୍ଧିକଙ୍କ ମତରେ କେବଳ ବଙ୍ଗଳା ବିଭାଗରେ ଏଭଳି ହେଉଛି ତାହା ନୁହେଁ, ସବୁ ବିଭାଗରେ ମଧ୍ୟ ଏପରି ହେଉଛି । ଆମ ଦେଶରେ ଗବେଷଣା ଡିଗ୍ରୀ କଲାବେଳେ ଛାତ୍ରମାନଙ୍କୁ କୌଣସି ପ୍ରବନ୍ଧ ଇତ୍ୟାଦି ଲେଖିବାକୁ ପଡ଼ୁନାହିଁ । ଏଭଳି ଠକାମିକୁ ପ୍ରାବନ୍ଧିକ ଆକ୍ଷେପ କରିଛନ୍ତି । ଉପଯୁକ୍ତ ଶିକ୍ଷାଦେଲେ, ଆମେ ଅନ୍ୟମାନଙ୍କ ସହିତ ସମାନ ହୋଇପାରିବୁ ।

ତେଣୁ ପ୍ରାବନ୍ଧିକ ପ୍ରବନ୍ଧର ଶେଷରେ କହିଛନ୍ତି – ‘‘ଶିକ୍ଷାକୁ ଆମ ବିଚାରରେ ଶେଷ ସ୍ଥାନ ନଦେଇ ଶୀର୍ଷସ୍ଥାନ ଦେଲେ ଏ ଅବସ୍ଥାର ପରିବର୍ତ୍ତନ କେବଳ ଆଶା କରାଯାଇ
ପାରେ ।’’

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ:

  1. ରିପୋର୍ଟ – ବିବରଣୀ
  2. ନିରକ୍ଷର – ଅକ୍ଷର ନ ଶିଖିଥିବା
  3. ଉନ୍ନୟନ – ଉନ୍ନତିମୂଳକ
  4. ମୁଗ୍ଧ – ସନ୍ତୁଷ୍ଟ
  5. ଇଲଷ୍ଟ୍ରେଟେଡ଼ ଉଇକ୍ଲି – ଏକ ଇଂରାଜୀ ସାପ୍ତାହିକ ଖବରକାଗଜ
  6. ଗର୍ହିତ – ଯାହା ହିତକର ନୁହେଁ
  7. ଗଭର୍ଷର – ରାଜ୍ୟପାଳ
  8. ଷ୍ଟାଣ୍ଡାର୍ଡ଼ – ସ୍ତର
  9. ସ୍ପୃହା – ଇଚ୍ଛା / ଆଗ୍ରହ
  10. ନିରୁପାୟ – ଉପାୟ ନ ଥିବା / ଅସହାୟ
  11. ଅବୈଧ – ବେନିୟମଯୁକ୍ତ
  12. ନିଃସ୍ପୃହ – ଉଦାସୀନ
  13. ସ୍ଫୁରଣ – ପ୍ରକାଶ
  14. ଅନୁସନ୍ଧାନ – ଖେ।ଜିବା
  15. ମାନଦଣ୍ଡ – ମାପଯନ୍ତ୍ର
  16. ଶିକ୍ଷା କମିଶନ – ଶିକ୍ଷା ଆୟୋଗ (ଶିକ୍ଷା କର୍ମ ସମ୍ପାଦନ ନିମନ୍ତେ ଗଠିତ କାର୍ଯ୍ୟନିର୍ବାହିକା ମଣ୍ଡଳୀ ।)
  17. ଆଉଟ୍ ସାଇଡ଼ର – ବାହାର ଲୋକ ।
  18. ପି.ଏଚ୍.ଡ଼ି. – Doctor of Philosophy
  19. ଡି. ଲିଟ୍. – Doctor of Letters
  20. ନିରନ୍ତ – ଖାଦ୍ୟ ଖାଇ ପାରୁ ନ ଥ‌ିବା ଅଭାବୀ ଲୋକ

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

Odisha State Board CHSE Odisha Class 12 Foundation of Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା Questions and Answers.

CHSE Odisha 12th Class Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. କାହାଦ୍ବାରା କମ୍ପ୍ୟୁଟର ଉଦ୍ଭାବନ କରାଯାଇଥିଲା ?
(i) ମ୍ୟାଡ଼ାମ୍ କ୍ୟୁରୀ
(ii) ଚାର୍ଲସ୍ ବ୍ୟାବେଜ୍
(iii) ରୋଟେଙ୍ଗ ଜେନ୍
(iv) ରାଇଟ୍ ବ୍ରଦରର୍ସ
Answer:
(ii) ଚାର୍ଲସ୍ ବ୍ୟାବେଜ୍

2. ‘CLASS’ କାର୍ଯ୍ୟକ୍ରମ କେଉଁ ମସିହାରୁ କମ୍ପ୍ୟୁଟର ଶିକ୍ଷାକୁ ବିଦ୍ୟାଳୟରେ ପ୍ରଦାନ କରିବାପାଇଁ ସ୍ଥିର କରିଥିଲା ?
(i) ୧୯୮୦
(ii) ୧୯୮୧
(iii) ୧୯୮୩
(iv) ୧୯୮୪
Answer:
(iv) ୧୯୮୪

3. E-mail ର ଅର୍ଥ କ’ଣ ?
(i) Engineering Mail
(ii) Electronic Mail
(iii) Electoring Mail
(iv) Electric Mail
Answer:
(ii) Electronic Mail

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

4. CPU ର ପୂରା ନାମ କ’ଣ ?
(i) Computer Processing Unit
(ii) Centre Processing Unit
(iii) Central Processing Unit
(iv) Central Power Unit
Answer:
(iii) Central Processing Unit

5. କେଉଁଟି କମ୍ପ୍ୟୁଟରର ଏକ ଅଂଶ ନୁହେଁ ?
(i) ହାର୍ଡୱେୟାର
(ii) ସି.ପି.ୟୁ.
(iii) ବ୍ୟାଟେରୀ
(iv) ମନିଟର
Answer:
(iii) ବ୍ୟାଟେରୀ

6. ନିମ୍ନୋକ୍ତ କେଉଁ ସ୍ଥାନରେ ପ୍ରଥମେ ଶିକ୍ଷାକ୍ଷେତ୍ରରେ କମ୍ପ୍ୟୁଟରର ବ୍ୟବହାର କରାଯାଇଥିଲା ?
(i) ଆମେରିକାର ମାସାଚୁସେଟସ୍
(ii) ଇଂଲଣ୍ଡର ଲଣ୍ଡନ
(iii) ଭାରତର ବେଙ୍ଗାଲୁରୁ
(iv) ଋଷିଆର ମସ୍କୋ
Answer:
(i) ଆମେରିକାର ମାସାଚୁସେଟସ୍

7. ନିମ୍ନୋକ୍ତ କେଉଁ କାର୍ଯ୍ୟଟି କମ୍ପ୍ୟୁଟରଦ୍ଵାରା କରାଯାଇପାରିବ ନାହିଁ ?
(i) ପାଣ୍ଡୁଲିପିର ସମ୍ପାଦନା
(ii) ଗ୍ରାଫ୍ ଆଙ୍କିବା
(iii) ଦରଖାସ୍ତ ଚିଠା ପ୍ରସ୍ତୁତ କରିବା
(iv) ଏକ ମନିଅର୍ଡ଼ର ପ୍ରେରଣ କରିବା
Answer:
(iv) ଏକ ମନିଅର୍ଡ଼ର ପ୍ରେରଣ କରିବା

8. ନିମ୍ନଲିଖ୍ କେଉଁଟି ICT ଦ୍ବାରା କରାଯାଇପାରିବ ନାହିଁ ?
(i) ବ୍ୟାଙ୍କରୁ ଟଙ୍କା ଉଠାଇବା
(ii) ପୋଷ୍ଟକାର୍ଡ଼ରେ ଚିଠି ଲେଖୁ ପଠାଇବା
(iii) ଅଫିସ୍‌ର ଆୟବ୍ୟୟ ହିସାବ ରଖୁ
(iv) ଲାଇବ୍ରେରୀ ବହି ପଢ଼ିବା
Answer:
(ii) ପୋଷ୍ଟକାର୍ଡ଼ରେ ଚିଠି ଲେଖୁ ପଠାଇବା

9. ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଶେଷ କରି କେଉଁ କାର୍ଯ୍ୟ ପାଇଁ ଉପଯୋଗୀ ?
(i) ବ୍ୟବସାୟ
(ii) ଶିକ୍ଷା
(iii) ଗୃହକାର୍ଯ୍ୟ
(iv) କେଉଁଟି ନୁହେଁ
Answer:
(ii) ଶିକ୍ଷା

10. ICT ର ପୂରା ଓଡ଼ିଆ ନାମ କ’ଣ ?
(i) କମ୍ପ୍ୟୁଟର ସହ ଶିକ୍ଷଣ
(ii) ସୂଚନା ଓ ସଞ୍ଚାର ପ୍ରଯୁକ୍ତିବିଦ୍ୟା
(iii) କମ୍ପ୍ୟୁଟରଦ୍ଵାରା ଶିକ୍ଷଣ
(iv) କମ୍ପ୍ୟୁଟରଭିଭିକ ଶିକ୍ଷଣ
Answer:
(ii) ସୂଚନା ଓ ସଞ୍ଚାର ପ୍ରଯୁକ୍ତିବିଦ୍ୟା

11. ନିମ୍ନୋକ୍ତ କେଉଁଟି ସୂଚନା-ସଞ୍ଚାର ବିଦ୍ୟାର ବଳିଷ୍ଠ ମାଧ୍ୟମ ଅଟେ ?
(i) ଗଣମାଧ୍ୟମ
(ii) ବିଦ୍ୟାଳୟ
(iii) ପରିବାର
(iv) ଶିକ୍ଷାନୁଷ୍ଠାନ
Answer:
(i) ଗଣମାଧ୍ୟମ

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

12. ସୂଚନା-ସଞ୍ଚାର ଓ ପ୍ରଯୁକ୍ତି ବିଦ୍ୟା କେଉଁ ବିଜ୍ଞାନର ଅନ୍ତର୍ଗତ ?
(i) ଯାନ୍ତିକ
(ii) ରସାୟନିକ
(iii) ମନୋବିଜ୍ଞାନ
(iv) ଜୀବବିଜ୍ଞାନ
Answer:
(i) ଯାନ୍ତିକ

13. ନିମ୍ନୋକ୍ତ କେଉଁଟି ICT ର ଗୋଟିଏ ଉପାଦାନ ?
(i) ପାଠ୍ୟପୁସ୍ତକ
(ii) ମୋବାଇଲ୍ ଫୋନ୍
(iii) ଡ୍ରଇଂ ବୋର୍ଡ଼
(iv) ଯାନ୍ତ୍ରିକ ଉପକରଣ
Answer:
(ii) ମୋବାଇଲ୍ ଫୋନ୍

B. ଶୂନ୍ୟସ୍ଥାନ ପୂରଣ କର ।

1. ___________ ସଂସ୍ଥା ପ୍ରଥମେ କମ୍ପ୍ୟୁଟରକୁ ଶିକ୍ଷାକ୍ଷେତ୍ରରେ ବ୍ୟବହାର କରିଥିଲା ।
Answer:
ମାସାଚୁସେଟସ୍ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (MIT)

2. ___________ ଦ୍ଵାରା କମ୍ପ୍ୟୁଟରର କାର୍ଯ୍ୟକୁ ଦେଖ୍ହୁଏ ।
Answer:
ମନିଟର

3. କୌଣସି ବ୍ୟକ୍ତି ପାଖକୁ ଯଦି କମ୍ପ୍ୟୁଟର ମାଧ୍ୟମରେ ଚିଠି ପ୍ରେରଣ କରାଯାଏ, ତେବେ ତାକୁ ___________ କୁହାଯାଏ ।
Answer:
ଇ-ମେଲ

4. ଶିକ୍ଷାର୍ଥୀ ନିଜର ସୁବିଧା ଓ ସାମର୍ଥ୍ୟ ଅନୁଯାୟୀ କମ୍ପ୍ୟୁଟର ବ୍ୟବହାର କରି ଯେଉଁ ଶିକ୍ଷାଲାଭ କରିଥାଏ, ତାହାକୁ ___________ କୁହାଯାଏ ।
Answer:
କମ୍ପ୍ୟୁଟର ସହାୟକ ଶିକ୍ଷା (Computer Assisted Instruction)

5. କମ୍ପ୍ୟୁଟର ମାଧ୍ୟମରେ ଅନେକ ତଥ୍ୟ ସଂଗ୍ରହ କରି ତାକୁ ବିଶ୍ଳେଷଣ କରି ଶିକ୍ଷାର୍ଥୀମାନଙ୍କର ଦୋଷ ଦୁର୍ବଳତାକୁ ଅନୁଧ୍ୟାନ କରି କାର୍ଯ୍ୟ କରିବାକୁ ___________ କୁହାଯାଏ ।
Answer:
କମ୍ପ୍ୟୁଟର ପରିଚାଳିତ ଶିକ୍ଷା (Computer Managed Instruction)

6. ___________ ସଞ୍ଚାର ବିଦ୍ୟାର ଏକ ବଳିଷ୍ଠ ମାଧ୍ୟମ ଅଟେ ।
Answer:
ଗଣମାଧ୍ୟମ

7. ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା ___________ ବିଜ୍ଞାନର ଅନ୍ତର୍ଗତ ।
Answer:
ଯାନ୍ତ୍ରିକ

8. ଇ-ମେଲ୍ ___________ ମସିହାରେ ଆରମ୍ଭ ହୋଇଥିଲା ।
Answer:
୧୯୭୧

9. ___________ ମସିହାରେ CLASS ନାମକ ଏକ ପ୍ରକଳ୍ପ ଭାରତରେ କାର୍ଯ୍ୟାରମ୍ଭ ହେଲା ?
Answer:
୧୯୮୪-୮୫

10. ଆମେରିକାର ଆନ୍ତର୍ଜାତିକ ଯନ୍ତ୍ରାଂଶ ସଂସ୍ଥା ପ୍ରଥମେ ଗଣନାକାରୀ ଯନ୍ତ୍ର ___________ ମସିହାରେ ତିଆରି ହୋଇଥିଲା ।
Answer:
୧୯୪୩

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ICT ର ପୂରା ନାମ Information Computer Technology (ସୂଚନା, କମ୍ପ୍ୟୁଟର ଓ ପ୍ରଯୁକ୍ତି ବିଦ୍ୟା) ।
Answer:
ICT ର ପୂରା ନାମ Information Computer Technology (ସୂଚନା, କମ୍ପ୍ୟୁଟର ଓ ପ୍ରଯୁକ୍ତି ବିଦ୍ୟା) ।

2. ଶିକ୍ଷକମାନଙ୍କ ପାଇଁ ICT ହେଉଛି ସାମାଜିକ ଜୀବନର କ୍ରମ ଗଠନର ଏକ ଅପୂର୍ବ ସୁଯୋଗ ।
Answer:
ଶିକ୍ଷାର୍ଥୀମାନଙ୍କ ପାଇଁ ICT ହେଉଛି ବୃତ୍ତିଗତ ଜୀବନର କ୍ରମ ଗଠନର ଏକ ଅପୂର୍ବ ସୁଯୋଗ ।

3. ସର୍ବପ୍ରଥମେ ମସ୍କୋଠାରେ ଶିକ୍ଷାକ୍ଷେତ୍ରରେ କମ୍ପ୍ୟୁଟରର ବ୍ୟବହାର ହୋଇଥିଲା ।
Answer:
ସର୍ବପ୍ରଥମେ ମାସଟୁସେଟସ୍ତାରେ ଶିକ୍ଷାକ୍ଷେତ୍ରରେ କମ୍ପ୍ୟୁଟର ବ୍ୟବହାର ହୋଇଥିଲା ।

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

4. ଏକ ମନିଅର୍ଡ଼ର କମ୍ପ୍ୟୁଟର ମାଧ୍ୟମରେ ପଠାଯାଇପାରିବ ।
Answer:
ଏକ ମନିଅର୍ଡ଼ର କମ୍ପ୍ୟୁଟର ମାଧ୍ୟମରେ ପଠାଯାଇପାରିବ ନାହିଁ ।

5. ICT ବିଶେଷତଃ ବ୍ୟବସାୟିକ କାର୍ଯ୍ୟ ପାଇଁ ଉପଯୋଗୀ ।
Answer:
ICT ବିଶେଷତଃ ଶୈକ୍ଷିକ କାର୍ଯ୍ୟ ପାଇଁ ଉପଯୋଗୀ ।

6. ଜନ୍ ଭିନ୍‌ସେଟ୍ କମ୍ପ୍ୟୁଟରର ଉଦ୍ଭାବକ ଅଟନ୍ତି ।
Answer:
ଚାର୍ଲସ୍ ବ୍ୟାବେଜ୍ କମ୍ପ୍ୟୁଟରର ଉଦ୍ଭାବକ ଅଟନ୍ତି ।

7. ଏନ୍‌ସାକ୍ ପ୍ରଥମେ ୧୯୫୯ ମସିହାରେ କାର୍ଯ୍ୟାରମ୍ଭ କରିଥିଲା ।
Answer:
ଏନ୍‌ସାକ୍‌ ପ୍ରଥମେ ୧୯୪୯ ମସିହାରେ କାର୍ଯ୍ୟାରମ୍ଭ କରିଥିଲା ।

8. ସୂଚନା ଓ ସଞ୍ଚାର ପ୍ରଯୁକ୍ତିବିଦ୍ୟାର ଏକ ବଳିଷ୍ଠ ମାଧ୍ୟମ ହେଉଛି ଶିକ୍ଷାନୁଷ୍ଠାନ ।
Answer:
ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟାର ଏକ ବଳିଷ୍ଠ ମାଧ୍ୟମ ହେଉଛି ଗଣମାଧ୍ୟମ ।

9. ICT ରସାୟନ ବିଜ୍ଞାନର ଅନ୍ତର୍ଗତ ।
Answer:
ICT ଯାନ୍ତ୍ରିକ ବିଜ୍ଞାନର ଅନ୍ତର୍ଗତ ।

10. ଡ୍ରଇଂ ବୋର୍ଡ଼ ICT ର ଗୋଟିଏ ଉପାଦାନ ଅଟେ ।
Answer:
ମୋବାଇଲ୍ ଫୋନ୍ ICT ର ଏକ ଉପାଦାନ ଅଟେ ।

11. ICT ର ବ୍ୟବହାର ବ୍ୟୟବହୁଳ ନୁହେଁ ।
Answer:
ICT ର ବ୍ୟବହାର ବ୍ୟୟବହୁଳ ଅଟେ ।

12. ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଶେଷ କରି ଗୃହସଜ୍ଜା କାର୍ଯ୍ୟ ପାଇଁ ଉପଯୋଗୀ ।
Answer:
ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଶେଷକରି ଶୈକ୍ଷିକ କାର୍ଯ୍ୟ ପାଇଁ ଉପଯୋଗୀ ।

D. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

1. ଅଣଚିତ୍ରଣ ଉପକରଣର ଗୋଟିଏ ଉଦାହରଣ ଦିଅ ।
Answer:
ବୁଲେଟିନ୍ ବୋର୍ଡ଼, ମାନଚିତ୍ର, ପୋଷ୍ଟର ଇତ୍ୟାଦି ଅଣଚିତ୍ରଣ ଉପକରଣ ଅଟେ ।

2. ଚିତ୍ରଣ ଉପକରଣର ଏକ ଉଦାହରଣ ଦିଅ ।
Answer:
ସ୍ଲାଇଡ୍, ଚଳଚ୍ଚିତ୍ର ଇତ୍ୟାଦି ଚିତ୍ରଣ ଉପକରଣ ଅଟେ ।

3. ଅନୁସୂଚିତ ଶିକ୍ଷଣ କ’ଣ ?
Answer:
ଅନୁସୂଚିତ ଶିକ୍ଷଣ ହେଉଛି ଏକ ବିଷୟବସ୍ତୁକୁ ସୋପାନ ଅନୁସାରେ ଆୟୋଜନ କରି ଛାତ୍ରକୁ ଏକ ପରିଚିତ ପୃଷ୍ଠଭୂମିରୁ ଜଟିଳ ସ୍ତରକୁ ଗତିଶୀଳ କରାଇବା ।

4. ଅଣୁଶିକ୍ଷଣ ଚକ୍ର କ’ଣ ?
Answer:
ଏହା ଏକପ୍ରକାର ଶିକ୍ଷାଦାନ ପଦ୍ଧତି ଯେଉଁଥିରେ ଗୋଟିଏ ଶିକ୍ଷାଦାନ କୌଶଳକୁ ବିଭିନ୍ନ ପ୍ରକାର ପରିବେଶରେ ଅଭ୍ୟାସ କରିବା ନିମନ୍ତେ ଯଥେଷ୍ଟ ସୁବିଧା ସୁଯୋଗ ମିଳିଥାଏ ।

5. ଏକ ଗଣମାଧ୍ୟମର ଉଦାହରଣ ଦିଅ ।
Answer:
ଟେଲିଭିଜନ ଏକ ଗଣମାଧ୍ୟମ ।

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

6. ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାର ଏକ ଉଦ୍ଦେଶ୍ୟ ଲେଖ ।
Answer:
ବିଭିନ୍ନ ଶିକ୍ଷା ଉପକରଣ ପ୍ରସ୍ତୁତ କରି ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାକୁ ମାର୍ଜିତ କରିବା ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାର ପ୍ରଧାନ ଉଦ୍ଦେଶ୍ୟ ଅଟେ ।

7. CAI ର ଅର୍ଥ କ’ଣ ?
Answer:
CAI & Computer Assisted Instruction ( କମ୍ପ୍ୟୁଟର ସହାୟକ ଶିକ୍ଷା) ।

8. ପ୍ରଥମ କମ୍ପ୍ୟୁଟର ହିସାବରେ କାହାକୁ ଗ୍ରହଣ କରାଯାଏ ?
Answer:
ENIAC (ଏନିଆକ୍)କୁ ପ୍ରଥମ କମ୍ପ୍ୟୁଟର ହିସାବରେ ଗ୍ରହଣ କରାଯାଏ ।

9. କମ୍ପ୍ୟୁଟରର ଶିକ୍ଷାକ୍ଷେତ୍ରରେ ଗୋଟିଏ ପ୍ରୟୋଗ ଲେଖ ।
Answer:
କମ୍ପ୍ୟୁଟର ଶିକ୍ଷାର୍ଥୀମାନଙ୍କୁ ସହଜରେ ଅଭିପ୍ରେରିତ କରିଥାଏ ।

10. ଇଣ୍ଟରନେଟ୍‌ର ଗୋଟିଏ ଗୁଣ ଲେଖ ।
Answer:
ଇଣ୍ଟରନେଟ୍ ମାଧ୍ୟମରେ ପୃଥ‌ିବୀର ଯେକୌଣସି ସ୍ଥାନରୁ ନିଜ ଇଚ୍ଛାନୁସାରେ ବିଷୟ ବା ଜ୍ଞାନକୁ ସହଜରେ ଉପଲବ୍‌ଧ କରିହେବ ।

11. ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା (ICT) କ’ଣ ?
Answer:
ଯେଉଁ ବିଦ୍ୟା ବିଭିନ୍ନ ଶକ୍ତିଶାଳୀ ଗଣମାଧ୍ୟମ ଯଥା ରେଡ଼ିଓ, ଟେଲିଭିଜନ, ଇଣ୍ଟରନେଟ୍, କମ୍ପ୍ୟୁଟର ଓ ଉପଗ୍ରହ ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିଥାଏ ତାହାକୁ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା (ICT) କୁହାଯାଏ ।

12. ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ICT) ଆମକୁ ଶିକ୍ଷା କ୍ଷେତ୍ରରେ କିପରି ସାହାଯ୍ୟ କରୁଛି ?
Answer:
ସୂଚନା ଓ ସଞ୍ଚାର ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଶିକ୍ଷାର୍ଥୀମାନେ ସୂଚନା ଓ ତଥ୍ୟ ସଂଗ୍ରହ, ମତ ବିନିମୟ ସ୍ଵଳ୍ପ ସମୟ ମଧ୍ୟରେ କରିପାରୁଛନ୍ତି, ଯାହା ସେମାନଙ୍କ ଶିକ୍ଷାକୁ ପ୍ରଗତିଶୀଳ କରିପାରିଛି ।

13. ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା (ICT) ର ଗୋଟିଏ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଲେଖ ।
Answer:
ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟାର ମୁଖ୍ୟ ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ଶିକ୍ଷକ, ଶିକ୍ଷାର୍ଥୀ, ପିତାମାତା ତଥା ଅଭିଭାବକମାନଙ୍କୁ କମ୍ପ୍ୟୁଟର, ଇଣ୍ଟରନେଟ୍ ଓ ଅନ୍ୟାନ୍ୟ ଯୋଗାଯୋଗ ମାଧ୍ୟମର ବ୍ୟବହାର ସମ୍ବନ୍ଧରେ ଅବଗତ କରିବା ।

14. ଶିକ୍ଷାକ୍ଷେତ୍ରରେ ICT ର ଗୋଟିଏ କାର୍ଯ୍ୟ ଲେଖ ।
Answer:
ଶିକ୍ଷାକ୍ଷେତ୍ରରେ ICT ର ସାହାଯ୍ୟ ନେଇ ଶିକ୍ଷକ ସ୍ବଳ୍ପ ସମୟ ମଧ୍ୟରେ ଶିକ୍ଷାକ୍ଷେତ୍ରରେ ବିଭିନ୍ନ କାର୍ଯ୍ୟାବଳୀ; ଯଥା ଗବେଷଣା, ମୂଲ୍ୟାୟନ, ପ୍ରଶିକ୍ଷଣ, ନାମଲେଖା ଇତ୍ୟାଦି କାର୍ଯ୍ୟ ସମ୍ପାଦନ କରିଥା’ନ୍ତି ।

15. ଇଣ୍ଟରନେଟ୍‌ର ଏକ ମୁଖ୍ୟ କାର୍ଯ୍ୟ ଲେଖ ।
Answer:
ଇଣ୍ଟରନେଟ୍‌ର ବ୍ୟବହାର କମ୍ପ୍ୟୁଟର ମାଧ୍ୟମରେ କରାଯାଇ ସ୍ବଳ୍ପ ସମୟ ମଧ୍ୟରେ ଅନେକ ବିଷୟରେ ତଥ୍ୟ ଓ ସୂଚନା ସଂଗ୍ରହ କରାଯାଇପାରେ ।

16. CLASS କ’ଣ ?
Answer:
CLASS ବା Computer Literacy And Studies in School ହେଉଛି ଶିକ୍ଷାକ୍ଷେତ୍ରରେ କମ୍ପ୍ୟୁଟର ବ୍ୟବହାର ନିମିତ୍ତ କାର୍ଯ୍ୟକାରୀ କରାଯାଇଥିବା ଏକ ଶୈକ୍ଷିକ କାର୍ଯ୍ୟକ୍ରମ ।

17. ବିଦ୍ୟାଳୟରେ କମ୍ପ୍ୟୁଟରର ଉପଯୋଗିତା ବିଷୟରେ ଲେଖ ।
Answer:
ବିଦ୍ୟାଳୟରେ ବାର୍ଷିକ ଆୟବ୍ୟୟ ଅଟକଳ ପ୍ରସ୍ତୁତି, ପିଲାମାନଙ୍କର ଓ ଶିକ୍ଷକମାନଙ୍କର ଦରମା ପ୍ରସ୍ତୁତି, ମୂଲ୍ୟାୟନ, ସମୟ ନିର୍ଘଣ୍ଟ ପ୍ରସ୍ତୁତି, ରେକର୍ଡ଼ପତ୍ର ରକ୍ଷଣାବେକ୍ଷଣ ଇତ୍ୟାଦି କାର୍ଯ୍ୟମାନ କମ୍ପ୍ୟୁଟର ସାହାଯ୍ୟରେ କରାଯାଇଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଯେକୌଣସି ଦୁଇଟି ଉପଯୋଗିତା ଲେଖ ।
Answer:
ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗିତା :
(୧) କମ୍ ସମୟରେ ଏହା ଅଧୂକ ତଥ୍ୟ ପ୍ରଦାନ କରିଥାଏ ।
(୨) ଏହାଦ୍ଵାରା ଶୈକ୍ଷିକ ମୂଲ୍ୟାୟନ ସହଜ ହୋଇଥାଏ ।

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

2. ସୂଚନା ପ୍ରଯୁକ୍ତି ବିଦ୍ୟାର ଦୁଇଟି ଦୋଷତ୍ରୁଟି ବର୍ଣ୍ଣନା କର ।
Answer:
(କ) ଏହା ଶିକ୍ଷକଙ୍କର ଭୂମିକା ହ୍ରାସ କରିଥାଏ ।
(ଖ) ମୂଲ୍ୟବୋଧ ଶିକ୍ଷାର ଅଭାବ ସୃଷ୍ଟି କରିଥାଏ ।
(ଗ) ଶିକ୍ଷାଦାନ କ୍ଷେତ୍ରରେ ଶିକ୍ଷକ ଏବଂ ଛାତ୍ରର ସମ୍ପର୍କ ହ୍ରାସ କରିଥାଏ । (ଯେକୌଣସି ଦୁଇଟି)

3. କମ୍ପ୍ୟୁଟର ପରିଚାଳିତ ଶିକ୍ଷା ଓ କମ୍ପ୍ୟୁଟର ସହାୟକ ଶିକ୍ଷା ମଧ୍ୟରେ ପ୍ରଭେଦ ସଂକ୍ଷେପରେ ଆଲୋଚନା କର ।
Answer:
କମ୍ପ୍ୟୁଟର ସହାୟକ ଶିକ୍ଷାରେ ଅନେକ ତଥ୍ୟ ସଂଗ୍ରହ କରି ଶିକ୍ଷାର୍ଥୀ ତାକୁ ବ୍ୟବହାର କରିଥାଏ । ଏହା ଶିକ୍ଷଣ ପ୍ରକ୍ରିୟାକୁ ସୁଖପ୍ରଦ କରିଦିଏ । ମାତ୍ର କମ୍ପ୍ୟୁଟର ପରିଚାଳିତ ଶିକ୍ଷାଦ୍ବାରା ଶିକ୍ଷାର୍ଥୀ ସମ୍ବନ୍ଧରେ ଅନେକ ତଥ୍ୟ ସଂଗ୍ରହ କରାଯାଇ ରଖାଯାଏ ଏବଂ ଶିକ୍ଷାଦାନ ପାଇଁ ଅନେକ ପାଠ୍ୟ ବିଷୟବସ୍ତୁ ଧାରାବାହିକ ଭାବରେ ଶିକ୍ଷାଦାନ ପାଇଁ ପ୍ରସ୍ତୁତ କରାଯାଇ ଭବିଷ୍ୟତ ବ୍ୟବହାର ପାଇଁ ରଖାଯାଏ ।

4. ଶ୍ରେଣୀ ଶିକ୍ଷାଦାନରେ ସୂଚନା-ପ୍ରଯୁକ୍ତିବିଦ୍ୟାର ଯେକୌଣସି ଦୁଇଟି ପ୍ରୟୋଗ ଉଲ୍ଲେଖ କର ।
Answer:
ଶ୍ରେଣୀ ଶିକ୍ଷାଦାନରେ ସୂଚନା-ପ୍ରଯୁକ୍ତି ବିଦ୍ୟାର ଦୁଇଟି ବ୍ୟବହାର ହେଉଛି –
(a) ଶିକ୍ଷାଦାନ କ୍ଷେତ୍ରରେ କମ୍ପ୍ୟୁଟର ବ୍ୟବହାର କରିବା ।
(b) ଇଣ୍ଟରନେଟ୍‌ର ବ୍ୟବହାର କରି ବିଭିନ୍ନ ଅତ୍ୟାଧୁନିକ ତଥ୍ୟ ସଂଗ୍ରହ କରିବା ।

5. କମ୍ପ୍ୟୁଟର ସହାୟକ ଶିକ୍ଷା କହିଲେ କ’ଣ ବୁଝାଏ ?
Answer:
କମ୍ପ୍ୟୁଟର ସହାୟକ ଶିକ୍ଷା କହିଲେ ଏହା ବୁଝାଯାଏ ଯେ କମ୍ପ୍ୟୁଟର ବ୍ୟବହାର କରି ଶିକ୍ଷା କ୍ଷେତ୍ରରେ ଉପୁଜୁଥ‌ିବା ସମସ୍ୟାର ସମାଧନା କରିବା । ତତ୍‌ସହିତ କମ୍ପ୍ୟୁଟରକୁ ଶିକ୍ଷାଦାନର ମାଧ୍ୟମ କରିବା, ପାଠ୍ୟକ୍ରମ ଚୟନ, ତାଲିମ୍, ମୂଲ୍ୟାୟନ, ପ୍ରବେଶ ଇତ୍ୟାଦି କାର୍ଯ୍ୟକ୍ରମକୁ କମ୍ପ୍ୟୁଟର ମାଧ୍ୟମରେ କରିବା ।

6. ଦୂରଶିକ୍ଷା କ୍ଷେତ୍ରରେ କମ୍ପ୍ୟୁଟରର ଭୂମିକା କ’ଣ ?
Answer:
ଦୂରଶିକ୍ଷା ବା ପତ୍ର ମାଧ୍ୟମରେ ଶିକ୍ଷା ଆଜି କମ୍ପ୍ୟୁଟର ମାଧ୍ୟମରେ କମ୍ ସମୟରେ ଦିଆଯାଉଛି । ଏହା ସହିତ ଇ-ମେଲ (E-mail) ବା ଟେଲିଫୋନ ବାର୍ତ୍ତାଳାପ ମାଧ୍ୟମରେ ଦୂରସ୍ଥ ଶିକ୍ଷକଙ୍କ ସହ ଶୈକ୍ଷିକ ସମ୍ପର୍କ ରକ୍ଷା କରାଯାଇପାରୁଛି ।

7. ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷାର୍ଥୀଙ୍କୁ କିପରି ସାହାଯ୍ୟ କରେ ?
Answer:
(କ) ଏହା ଶିକ୍ଷାର୍ଥୀର ସୃଜନୀ ଶକ୍ତି ବୃଦ୍ଧିକରି ବିଭିନ୍ନ ସମସ୍ୟା ସମାଧାନରେ ସାହାଯ୍ୟ କରିଥାଏ ।
(ଖ) ଏହା ବୃତ୍ତିଗତ ଜୀବନର କ୍ରମ ଗଠନ ନିମନ୍ତେ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଥାଏ ।

8. ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା କ’ଣ ? ଏହାର ଗୋଟିଏ ସଂଜ୍ଞା ଲେଖ ।
Answer:
ଯେଉଁ ଶିକ୍ଷା ସୂଚନା ଓ ଯୋଗାଯୋଗର ସମସ୍ତ ଉପକରଣ ମାଧ୍ୟମରେ ସମ୍ପାଦିତ ହୋଇଥାଏ ତାକୁ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା କୁହାଯାଏ । ଡି.ଜନ୍ (Daintith John)ଙ୍କ ମତରେ “ଏହା ଏକ ଯାନ୍ତ୍ରିକ ଅଭିକଳ୍ପ ଯାହାକି କମ୍ପ୍ୟୁଟର ଓ ଟେଲି ଯୋଗାଯୋଗ ମାଧ୍ୟମରେ ତଥ୍ୟଗୁଡ଼ିକର ସଂରକ୍ଷଣ, ପୁନରୁଦ୍ଧାର, ପ୍ରସାରଣ ଏବଂ ସମ୍ପାଦନା କରିଥାଏ ।’’

9. ସୂଚନା ପ୍ରଯୁକ୍ତି ବିଦ୍ୟା କିପରି ଶିକ୍ଷକଙ୍କୁ ସାହାଯ୍ୟ କରେ ?
Answer:
(କ) ପ୍ରଥମତଃ ଏହା ବ୍ୟାପକ ଶିକ୍ଷା ସମ୍ଭାବନା ସୃଷ୍ଟିରେ ସହାୟକ ହୋଇଥାଏ ।
(ଖ) ଦ୍ଵିତୀୟତଃ ଏହା ବିଭିନ୍ନ ପ୍ରଯୁକ୍ତିଗତ ଉପକରଣ ଯଥା: କମ୍ପ୍ୟୁଟର, ରେଡ଼ିଓ, ଟେଲିଭିଜନ ମାଧ୍ୟମରେ ଶିକ୍ଷଣକୁ ତ୍ୱରାନ୍ଵିତ କରିବାରେ ସାହାଯ୍ୟ କରେ ।

10. ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟାର ୨ଟି ଅପକାରିତା ଲେଖ ।
Answer:
(କ) ଶିକ୍ଷଣ ପ୍ରକ୍ରିୟାରେ ଏହାର ଉପକରଣଗୁଡ଼ିକର ବ୍ୟବହାର କୃଷ୍ଟକର ହୁଏ ।
(ଖ) ଶିକ୍ଷଣ ପ୍ରକ୍ରିୟାରେ ଏହାର ଉପଯୋଗ ଖୁବ୍ ବ୍ୟୟବହୁଳ ।

11. ଶିକ୍ଷାକ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ୨ଟି ପ୍ରୟୋଗ ଲେଖ ।
Answer:
(କ) ଉପଯୁକ୍ତ ପାଠ୍ୟକ୍ରମ ଚୟନବେଳେ ଏହାର ସାହାଯ୍ୟ ନିଆଯାଏ ।
(ଖ) ଶିକ୍ଷାର ପ୍ରଚାର ଓ ବହୁଳ ପ୍ରସାର ପାଇଁ ଏହା ଉଦ୍ଦିଷ୍ଟ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ଚିତ୍ରଣ ଓ ଅଣଚିତ୍ରଣ ଉପକରଣ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଶିକ୍ଷାଦାନରେ ଉଭୟ ଚିତ୍ରଣ ଓ ଅଣଚିତ୍ରଣ ଉପକରଣର ବହୁଳ ବ୍ୟବହାର ହୋଇଥାଏ । ଚିତ୍ରଣ ଉପକରଣଗୁଡ଼ିକୁ ପ୍ରୋଜେକ୍‌ସନଦ୍ୱାରା ବ୍ୟବହାର କରାଯାଏ; ଯଥା- ଚଳଚ୍ଚିତ୍ର, ସ୍ଲାଇଡ୍ ଇତ୍ୟାଦି । ଏହା ଚଳତ୍ ଥିବାରୁ ଶିଶୁ ମନକୁ ଆକର୍ଷଣ କରେ । ମାତ୍ର ଏହା ସବୁ ସମୟରେ ଉପଲବ୍‌ଧ ନୁହେଁ । ଏହା ବ୍ୟୟସାପେକ୍ଷ ମଧ୍ୟ । ସେହିପରି ଅଣଚିତ୍ରଣ ଉପକରଣଗୁଡ଼ିକୁ ସାଧାରଣଭାବେ କଳାପଟା, ଖବରକାଗଜ, ଚାର୍ଟ, ପୋଷ୍ଟର, ମାନଚିତ୍ର, କାର୍ଟୁନ୍ ଇତ୍ୟାଦି ମାଧ୍ୟମରେ ଆଲୋକ ସଂପାତ ନ କରି ପ୍ରଦର୍ଶିତ କରାଯାଏ । ଏହାର ବହୁଳ ବ୍ୟବହାର କରାଯାଏ ଓ ଏହା କମ୍ ବ୍ୟୟସାପେକ୍ଷ ।

2. ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ବିଷୟରେ ଲେଖ ।
Answer:
ଶିକ୍ଷାରେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରାଯାଉଛି । ସାଧାରଣତଃ ଯୋଜନା ପ୍ରସ୍ତୁତିଠାରୁ ଆରମ୍ଭକରି ଯୋଜନାର ରୂପାୟନ, ମୂଲ୍ୟାୟନ, ବିଶ୍ଳେଷଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଶିକ୍ଷା-ଯନ୍ତ୍ରବିଜ୍ଞାନ ବ୍ୟବହାର କରାଯାଏ । ଏହାଦ୍ଵାରା ବିଭିନ୍ନ ଶିକ୍ଷଣ ପଦ୍ଧତିର ବ୍ୟବହାର କରାଯାଇଥାଏ । ବିଶେଷକରି ବର୍ତ୍ତମାନର ଶିକ୍ଷା ଚାହିଦାକୁ ଆଖରେ ରଖ୍ ଏହା ମାଧ୍ୟମରେ ବିଭିନ୍ନ ଶିକ୍ଷା ଛାତ୍ରଛାତ୍ରୀମାନଙ୍କ ରୁଚି ଅନୁସାରେ ଦିଆଯାଏ । ଏହାଦ୍ୱାରା ଶିକ୍ଷା କ୍ଷେତ୍ରରେ ଉପୁଜୁଥ‌ିବା ବିଭିନ୍ନ ସମସ୍ୟାର ସୁସମାଧାନ ହୋଇଥାଏ । ପାଠ୍ୟକ୍ରମ ପ୍ରସ୍ତୁତି, ମନୋନୟନ ଓ ମୂଲ୍ୟାୟନରେ ଏହି ବିଜ୍ଞାନକୁ ବ୍ୟବହାର କରାଯାଏ । ଏହା ଶିକ୍ଷା ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି ।

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

3. ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଅର୍ଥ କ’ଣ ?
Answer:
ଆଜିର ବିଜ୍ଞାନ ମନୁଷ୍ୟକୁ ଏକ ସଫଳ କାର୍ଯ୍ୟକ୍ଷମ ବ୍ୟକ୍ତି ରୂପେ ପରିଗଣିତ କରିପାରିଛି । ଏହି ବିଜ୍ଞାନ ଯୁଗର ମୁଖ୍ୟ ଉଦ୍ଭାବନ ହେଉଛି କମ୍ପ୍ୟୁଟର । ଏହା ସହିତ ବିଭିନ୍ନ ଅତ୍ୟାଧୁନିକ ଇଲେକ୍‌ଟ୍ରୋନିକ୍ ଉପକରଣ ଓ ଯନ୍ତ୍ରର ବ୍ୟାପକ ବ୍ୟବହାର ଆଜି ମନୁଷ୍ୟକୁ ମହାନ୍ କରିଛି । ନିଜର ଆବଶ୍ୟକତା, ରୁଚି ମୁତାବକ ଜିନିଷ ଓ କାର୍ଯ୍ୟକୁ ସଫଳଭାବେ ପରିପ୍ରକାଶ କରିପାରୁଛି । ପୃଥ‌ିବୀ ଆଜି ଏକ କ୍ଷୁଦ୍ର ଗ୍ରାମ ସଦୃଶ । ଏହି ଯନ୍ତ୍ରାଂଶମାନଙ୍କୁ ନେଇ ସୂଚନାରେ ଆସିଥିବା ବୈପ୍ଳବିକ ପରିବର୍ତ୍ତନ ହିଁ ପ୍ରଯୁକ୍ତି ବିଦ୍ୟାର ମୁଖ୍ୟ କାର୍ଯ୍ୟ ।

4. କମ୍ପ୍ୟୁଟରର ତିନୋଟି ଶୈକ୍ଷିକ କାର୍ଯ୍ୟ ଲେଖ ।
Answer:
କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାର ନିମ୍ନଲିଖ୍ କାର୍ଯ୍ୟଗୁଡ଼ିକ ସଂଘଟିତ ହୋଇଥାଏ; ଯଥା –
(i) ବିଭିନ୍ନ ଶୈକ୍ଷିକ ତଥ୍ୟ ସଂଗ୍ରହ, ଆଲୋଚନା ଓ ଗବେଷଣା ।
(ii) ଶିକ୍ଷା ଉପକରଣ ମାଧ୍ୟମରେ ଉନ୍ନତ ମାନର ଶିକ୍ଷାଦାନ ଓ ଶିକ୍ଷା ପ୍ରଣାଳୀରେ ପରିବର୍ତ୍ତନ ।
(iii) ଶିକ୍ଷାର୍ଥୀଙ୍କ ମାନସିକ ଦକ୍ଷତାର ମୂଲ୍ୟାୟନ ଓ ଫଳାଫଳ ପ୍ରସ୍ତୁତି ଇତ୍ୟାଦି ।

5. ଶିକ୍ଷାରେ ସୂଚନା ପ୍ରଯୁକ୍ତି ବିଦ୍ୟାର ତିନୋଟି ଅପକାରିତା ଉଲ୍ଲେଖ କର ।
Answer:
ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଶିକ୍ଷା କ୍ଷେତ୍ରରେ ପ୍ରୟୋଗଦ୍ଵାରା ଅନେକ ଉପକାର ସାଧୂତ ହେବା ସହିତ ଅନେକ ଅସୁବିଧା ମଧ୍ଯ ସୃଷ୍ଟି ହୋଇଥାଏ । ସେଗୁଡ଼ିକ ହେଲା –
(୧) ଶିକ୍ଷକ ଏବଂ ଛାତ୍ର ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ହୋଇ ପାରିନଥାଏ ।
(୨) ଇଣ୍ଟରନେଟ୍‌ର ଅସଦ୍ ବ୍ୟବହାର ହେବାର ସମ୍ଭାବନା ଥାଏ ।
(୩) ଶିକ୍ଷକଙ୍କୁ ଆଦର୍ଶ ଛାତ୍ର ଉପରେ ପ୍ରଭାବ ପକାଇବାର ଅବସର ମିଳେ ନାହିଁ ।

6. ଶିକ୍ଷାକ୍ଷେତ୍ରରେ କମ୍ପ୍ୟୁଟର ସହାୟକ ଶିକ୍ଷାର ବ୍ୟବହାର ସମ୍ବନ୍ଧରେ ବର୍ଣ୍ଣନା କର ।
Answer:
କମ୍ପ୍ୟୁଟର ସହାୟକ ଶିକ୍ଷାଦାନ ପଦ୍ଧତି ଶିକ୍ଷା କ୍ଷେତ୍ରରେ କମ୍ପ୍ୟୁଟର ବ୍ଯହବାର ଉପରେ ଗୁରୁତ୍ଵ ଦେଇଥାଏ । ଏହାଦ୍ଵାରା ବିଭିନ୍ନ ସ୍ତରରେ ଶିକ୍ଷାଦାନ ସହଜ, ସରଳ ଏବଂ ରୁଚିକର ହୋଇଥାଏ । ବିଶେଷକରି ବିଦ୍ୟାଳୟରେ କମ୍ପ୍ୟୁଟର ସାକ୍ଷରତା ଯୋଜନା ସହ ସର୍ବଶିକ୍ଷା ଅଭିଯାନରେ କମ୍ପ୍ୟୁଟର, କମ୍ପ୍ୟୁଟର ଶିକ୍ଷକ ଏବଂ ପ୍ରଶିକ୍ଷଣ ଉପରେ ଗୁରୁତ୍ବ ଦିଆଯାଏ ।

7. ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ତିନୋଟି ଉପକାରିତା ଲେଖ ।
Answer:
ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷାରେ ନିମ୍ନ ପ୍ରକାରର କାର୍ଯ୍ୟ କରିଥାଏ; ଯଥା –
(i) କମ୍ ସମୟରେ ଏହା ଅଧିକ ତଥ୍ୟ ପ୍ରଦାନ କରିଥାଏ ।
(ii) ଶି କ୍ଷାର୍ଥୀ ବ୍ୟକ୍ତିଗତ ସ୍ଵାଧୀନତା ପାଇବା ସହିତ ନିଜ ସମୟ, ଇଚ୍ଛା, ଆଗ୍ରହ ଓ ବିଷୟକୁ ଆଖୁଗରେ ରଖ୍ ଶିକ୍ଷା ଗ୍ରହଣ କରିଥାଏ ।
(iii) ଏହାଦ୍ଵାରା ଶୈକ୍ଷିକ ମୂଲ୍ୟାୟନ ସହଜ ହୋଇଥାଏ ।
(iv) ଏହା ଏକ ଶିକ୍ଷା ଉପକରଣର ଦାୟିତ୍ଵ ତୁଲାଇବା ସହିତ ଶିକ୍ଷକ ଅଭାବର ଏକ ବିକଳ୍ପ ମାଧ୍ୟମ ଅଟେ ।

8. ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗର ତିନୋଟି ଉଦାହରଣ ପ୍ରଦାନ କର ।
Answer:
ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ନିମ୍ନ ପ୍ରକାରରେ ବ୍ୟବହାର କରାଯାଇ ପାରୁଛି; ଯଥା –
(i) ଶୈକ୍ଷିକ ଯୋଜନା ପ୍ରସ୍ତୁତି ସହିତ ଏହାକୁ ସଫଳ ଭାବେ ଆଲୋଚନା ଓ ବିଶ୍ଲେଷଣ କରାଯାଇପାରୁଛି ।
(ii) ଶୈକ୍ଷିକ ପ୍ରଶାସନ, ପରିଚାଳନା, ନିର୍ଦ୍ଦେଶନା, ମୂଲ୍ୟାୟନ କ୍ଷେତ୍ରରେ ଏହାର ବ୍ୟାପକ ପ୍ରୟୋଗ କରାଯାଇଛି ।
(iii) ନାମଲେଖା, ବର୍ଗୀକରଣ, ଶୈକ୍ଷିକ ଗବେଷଣା କ୍ଷେତ୍ରରେ ଏହା ଉଲ୍ଲେଖନୀୟ ଭାବେ କାର୍ଯ୍ୟ କରୁଛି ।

9. ଇ-ମେଲ୍ (e-mail) ଦ୍ଵାରା କି ଉପକାର ହେଉଛି ?
Answer:
ଇ-ମେଲ୍‌ଦ୍ୱାରା କମ୍ପ୍ୟୁଟର ମାଧ୍ୟମରେ କମ୍ ସମୟରେ ଯୋଗାଯୋଗ ସ୍ଥାପନ କରାଯାଇପାରୁଛି । ଏହାଦ୍ଵାରା ପତ୍ର ବିନିମୟ ଶିକ୍ଷା, ଦୂରଶିକ୍ଷା, ଶିକ୍ଷା ସମ୍ବନ୍ଧୀୟ ସମସ୍ୟାର ସମାଧାନ, ନିଯୁକ୍ତି, ପ୍ରବେଶ ତଥା ଦୂର ଶିକ୍ଷକମାନଙ୍କ ସହ ଶୈକ୍ଷିକ ଯୋଗାଯୋଗ ସହଜସାପେକ୍ଷ ହୋଇପାରୁଛି । ଏହାଦ୍ଵାରା ଦୂର ଶିକ୍ଷାର୍ଥୀମାନଙ୍କୁ କମ୍ ସମୟରେ କମ୍ ଖର୍ଚ୍ଚରେ ଶିକ୍ଷାଦେବା ସମ୍ଭବପର ହେଉଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଶିକ୍ଷାରେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବିଷୟରେ ବର୍ଣ୍ଣନା କର ।
Answer:
ସମୟ ସହ ତାଳଦେଇ ଆଜିର ବିଜ୍ଞାନ ବିକାଶର ବିଭିନ୍ନ ଦିଗକୁ ପ୍ରସାରିତ ହୋଇଛି । ସେହିପରି ଶିକ୍ଷା କ୍ଷେତ୍ରରେ ମଧ୍ୟ ଯନ୍ତ୍ରବିଜ୍ଞାନର ବହୁଳ ବ୍ୟବହାର ପରିଲକ୍ଷିତ ହୁଏ । ଏହାର ବ୍ୟବହାରଗୁଡ଼ିକ ମୁଖ୍ୟତଃ ନିମ୍ନଲିଖ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ।

(1) ଉପଯୁକ୍ତ ପାଠ୍ୟକ୍ରମର ଚୟନ – ଶିକ୍ଷାବ୍ୟବସ୍ଥାରେ ଏକ ଉପଯୁକ୍ତ ପାଠ୍ୟକ୍ରମର ଚୟନ କରିବା ଏକ କଷ୍ଟକର କାର୍ଯ୍ୟ । ତେଣୁ ବିଭିନ୍ନ ନୂତନ ପଦ୍ଧତି; ଯଥା – ଅଣୁଶିକ୍ଷଣ ଚକ୍ର, ଅନୁସୂଚିତ ଶିକ୍ଷଣ ଇତ୍ୟାଦି ମାଧ୍ୟମରେ ଶିକ୍ଷାଦାନରେ ଉପଯୁକ୍ତ ପାଠ୍ୟକ୍ରମର ଚୟନ କରାଯାଇଛି ।

(2) ଶିକ୍ଷାର ପ୍ରଚାର ଓ ବହୁଳ ପ୍ରସାର ନିମିତ୍ତ ଉଦ୍ଦିଷ୍ଟ – ଶିକ୍ଷା ସମସ୍ତଙ୍କ ନିମିତ୍ତ ଅତ୍ୟାବଶ୍ୟକୀୟ । ତେଣୁ ସମାଜରେ ଉଚିତ ଶିକ୍ଷା ବ୍ୟବସ୍ଥାରୁ ବଞ୍ଚତ ବ୍ୟକ୍ତିମାନଙ୍କୁ ବିଭିନ୍ନ ମାଧ୍ଯମଦ୍ୱାରା ଶିକ୍ଷାଦାନ କରିବା ଏହି ଶୈକ୍ଷିକ ଯନ୍ତ୍ରବିଜ୍ଞାନର ଉଦ୍ଦେଶ୍ୟ ।

(3) ବିଭିନ୍ନ ପ୍ରକାରର ଶିକ୍ଷା ସହାୟକ ଉପକରଣ ପ୍ରସ୍ତୁତ କରିବା, ଶିକ୍ଷାଦାନକୁ ସରଳ ଓ ଦୀର୍ଘସ୍ଥାୟୀ କରିବା ନିମିତ୍ତ ବିଭିନ୍ନ ଉପକରଣର ଆବଶ୍ୟକତା ରହିଛି । ବିଭିନ୍ନ ଚିତ୍ରଣ ଓ ଅଣଚିତ୍ରଣ ଉପକରଣ ମାଧ୍ୟମରେ ଏହି ଆବଶ୍ୟକତାକୁ ଉପଲବ୍‌ଧି କରିହୁଏ ।

(4) ଶିକ୍ଷା ତାଲିମ ଓ ପ୍ରଶିକ୍ଷଣ ନିମିତ୍ତ ଆବଶ୍ୟକ – ଆଜିର ଶିକ୍ଷକ ଶିକ୍ଷାଦାନରେ ଶିକ୍ଷଣକୁ ପ୍ରାଥମିକତା ଦେବାବେଳେ ଏହି ଯନ୍ତ୍ରବିଜ୍ଞାନର ବହୁଳ ଆବଶ୍ୟକତା ରହିଛି । ବିଭିନ୍ନ ଉପାୟରେ କିପରି ଶିକ୍ଷଣର ସମସ୍ତ ତତ୍ତ୍ଵକୁ ଗୁରୁତ୍ଵର ସହ ବିଚାରକରି ଏକ ଉପଯୁକ୍ତ ଶିକ୍ଷଣ ବ୍ୟବସ୍ଥା କରାଯିବ, ତାହା ଉପରେ ଗୁରୁତ୍ବ ଦିଆଯାଉଛି । ଶିକ୍ଷଣ ତତ୍ତ୍ବ ଉପରେ ପର୍ଯ୍ୟବସିତ ଏହି ପଦ୍ଧତିଗୁଡ଼ିକ ମନୋବିଜ୍ଞାନର ଗୂଢ଼ତତ୍ତ୍ୱ ଉପରେ ପ୍ରତିଷ୍ଠିତ ।

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

(5) ଉପଯୁକ୍ତ ସମ୍ବଳର ଚିହ୍ନଟ ଓ ତା’ର ବ୍ୟବହାର – ଯନ୍ତ୍ରବିଜ୍ଞାନକୁ ଶିକ୍ଷା କ୍ଷେତ୍ରରେ ପ୍ରୟୋଗ କରି ଉଭୟ ମାନବ ଓ ଭୌତିକ ସମ୍ବଳର ସୁବିନିଯୋଗ କରାଯାଇପାରୁଛି ।

(6) ବିଭିନ୍ନ ଗଣମାଧ୍ୟମର ପ୍ରୟୋଗ – ଶିକ୍ଷାକୁ ସୁଦୂରପ୍ରସାରୀ କରିବା ନିମିତ୍ତ ବେତାର, ଦୂରଦର୍ଶନ, ସମ୍ବାଦପତ୍ର ଆଦି ଗଣମାଧ୍ୟମର ସାହାଯ୍ୟ ନେଇ ଶିକ୍ଷା ସଚେତନତା ଓ ଜାଗରଣ ସୃଷ୍ଟି କରିବାରେ ଯନ୍ତ୍ରବିଜ୍ଞାନର ବହୁତ ଆବଶ୍ୟକତା ରହିଛି ।

(7) ଶିକ୍ଷଣ ଓ ଶିକ୍ଷା କ୍ଷେତ୍ରରେ ଉପୁଜୁଥ‌ିବା ସମସ୍ୟାର ସମାଧାନ – ବିଭିନ୍ନ ଶିକ୍ଷା ସମସ୍ୟାକୁ ଗୁରୁତ୍ଵର ସହ ବିଚାରକରି ଏହାର ନିରାକରଣ ନିମିତ୍ତ ବିଭିନ୍ନ ପନ୍ଥା ଏହି ଶୈକ୍ଷିକ ଯନ୍ତ୍ରବିଜ୍ଞାନଦ୍ୱାରା କରାଯାଇଥାଏ ।

ଏହିପରି ଭାବରେ ଶିକ୍ଷା ପରିସରକୁ ବ୍ୟାପକ କରିବା ସହ ସମୟ ଉପଯୋଗୀ ଶିକ୍ଷା ବ୍ୟବସ୍ଥା ପାଇଁ ବିଜ୍ଞାନପ୍ରସୂତ ଯନ୍ତ୍ରବିଜ୍ଞାନର ଆବଶ୍ୟକତା ରହିଛି । CAI ବା କମ୍ପ୍ୟୁଟରଦ୍ଵାରା ଶିକ୍ଷାଦାନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଉଛି । ଇଣ୍ଟରନେଟ୍, Educat (ଏଡୁସାଟ), ଉପଗ୍ରହ ତଥା ବିଭିନ୍ନ information technology ର ସାଧନ ମାଧ୍ୟମରେ ଶିକ୍ଷାର ବିକାଶ କରିବାକୁ ଚେଷ୍ଟା ଚାଲିଛି ।

ବାସ୍ତବରେ ବର୍ତ୍ତମାନ ଦୂରଶିକ୍ଷା, ପତ୍ର ମାଧ୍ୟମରେ ଶିକ୍ଷା, ଟେଲିଫୋନ ମାଧ୍ୟମରେ ବାର୍ତ୍ତାଳାପ ଇତ୍ୟାଦି ଏହି ଶିକ୍ଷା ବ୍ୟବସ୍ଥାକୁ ବହୁମୁଖୀ କରିବା ନିମିତ୍ତ ଏକ ଏକ ମାଇଲଖୁଣ୍ଟି ସଦୃଶ । ଶିକ୍ଷା ବର୍ତ୍ତମାନ ଶିକ୍ଷକକୈନ୍ଦ୍ରିକ ନ ହୋଇ ଶିକ୍ଷାର୍ଥୀକୈନ୍ଦ୍ରିକ ହୋଇଛି ଓ ଶିକ୍ଷକ ଶିକ୍ଷାକୁ ଚାରିକାନ୍ଥ ମଧ୍ୟରେ ସୀମିତ ନ ରଖ୍ ବହୁମୁଖୀ କରିବାକୁ ପ୍ରୟାସ କରୁଛନ୍ତି ।

ଜୀବନର ଅଭିଜ୍ଞତାଗୁଡ଼ିକ ଶିକ୍ଷା ବ୍ୟବସ୍ଥାରେ ପ୍ରତିଫଳନ କରିବାପାଇଁ ଞ୍ନାନାମ୍କ ବ୍ୟବହାରିକ ବିକାଶ ସହ ଓ କାର୍ଯ୍ୟମ୍କ ବ୍ୟବହାରର ଦିଗଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଉଛି । ଶିଶୁର ମନସ୍ତାତ୍ତ୍ଵିକ ଦୃଷ୍ଟିଭଙ୍ଗୀକୁ ପ୍ରାଧାନ୍ୟ ଦିଆଯାଇ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି ।

2. ଶିକ୍ଷାରେ ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରିବା ସମୟରେ ଶିକ୍ଷକଙ୍କୁ କେଉଁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ ?
Answer:
ବର୍ତ୍ତମାନର ଯାନ୍ତ୍ରିକ ଦୁନିଆରେ ପ୍ରତ୍ୟେକଟି ବିଷୟ ବିଜ୍ଞାନପ୍ରସ୍ତୁତ ଯନ୍ତ୍ର ଉପରେ ପର୍ଯ୍ୟବସିତ । କମ୍ପ୍ୟୁଟର, ଟେଲିଭିଜନ ଆଜି ସମଗ୍ର ବିଶ୍ୱକୁ ସଂକୁଚିତ କରିଦେଇଛି । ତେଣୁ ଶିକ୍ଷା କ୍ଷେତ୍ରରେ ଉପଯୁକ୍ତ ଶିକ୍ଷଣର ବିକାଶ ନିମିତ୍ତ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ରହିଛି ।

ଭାରତରେ ୧୯୮୪/୮୫ ମସିହାରେ କମ୍ପ୍ୟୁଟର ସାକ୍ଷରତା ଓ ବିଦ୍ୟାଳୟରେ ଅଧ୍ୟୟନର କାର୍ଯ୍ୟକ୍ରମ (CLASS – Computer Literacy and Studies in Schools) ଆରମ୍ଭ କରାଯାଇ କମ୍ପ୍ୟୁଟର ଶିକ୍ଷାକୁ ଶିକ୍ଷାକାର୍ଯ୍ୟକ୍ରମ ସହ ସାମିଲ କରାଯାଉଛି ।

ଶିକ୍ଷାକ୍ଷେତ୍ରରେ ସୂଚନା ଏବଂ ପ୍ରଯୁକ୍ତ ବିଦ୍ୟାର ବ୍ୟାପକ ବ୍ୟବହାର ହେବାଦ୍ୱାରା ଶିକ୍ଷାର୍ଥୀମାନେ ଶିକ୍ଷକମାନଙ୍କ ଉପରେ ଆଉ ବିଶେଷ ନିର୍ଭର କରୁନାହାନ୍ତି । ସେମାନେ ଇଣ୍ଟରନେଟ୍ ବ୍ୟବହାର କରି ଜ୍ଞାନ ଅର୍ଜନ କରୁଛନ୍ତି । ବିଶେଷକରି ଶିକ୍ଷକମାନେ ଯେତେବେଳେ ଛାତ୍ରଛାତ୍ରୀଙ୍କ ସହ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରୁଛନ୍ତି ସେତେବେଳେ ସେମାନେ ଅନେକ ସତର୍କତାମୂଳକ ପଦକ୍ଷେପ ନେବା ଦରକାର ।

  1. ସର୍ଚ୍ଚ ଇଞ୍ଜିନ ବ୍ୟବହାର ସମୟରେ ସାବଧାନତା ଅବଲମ୍ବନ ନକଲେ ଅନେକ ଅବାଞ୍ଛିତ ସାଲଟକ ଚାଲିଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।
  2. ପିଲାମାନଙ୍କ ସହ ଅଶ୍ଳୀଳ ଛବି ଦେଖିବାର ସୁଯୋଗ କେବେ ସୃଷ୍ଟି ହେବା ଉଚିତ ନୁହେଁ ।
  3. ଫେସ୍‌ବୁକ୍ ଏବଂ ଇ-ମେଲ୍‌ରେ କିଛି ମନ୍ତବ୍ୟ ଦେବା ପୂର୍ବରୁ ନିଜେ ବହୁବାର ଚିନ୍ତା କରିବାର ଅଛି ।
  4. ଇ-ମେଲ୍ ଯୋଗାଯୋଗ କରିବା ସମୟରେ ଅଧିକ ଯତ୍ନବାନ୍ ହେବା ଆବଶ୍ୟକ ।
  5. ଅନେକ ପତ୍ରପତ୍ରିକା, ସମ୍ବାଦପତ୍ରଗୁଡ଼ିକ ପଢ଼ିବା ସମୟରେ ସକାରାତ୍ମକ ସମ୍ବାଦମାନ ବାଛି ପଢ଼ିବା ଦରକାର ।
  6. ଅନେକ ସମୟରେ ଅଭିଜ୍ଞତା ସେୟାର କରିବା ସମୟରେ କିଛି ଅଶ୍ଳୀଳ ମନ୍ତବ୍ୟ ବା କାହାକୁ ବାଧଲା ଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ଖରାପ ଅଭ୍ୟାସ ।
  7. ଜ୍ଞାନ ଅର୍ଜନ ପାଇଁ ଇଣ୍ଟରନେଟ୍ ବ୍ୟବହାର କରାଯାଏ, ମନୋରଞ୍ଜନ ପାଇଁ ନୁହେଁ – ଏହା ଜଣେ ଶିକ୍ଷକ ଅନୁଭବ କରି ସେହି ଦିଗରେ ଶିକ୍ଷାର୍ଥୀଙ୍କୁ ପରିଚାଳିତ କରିବା ଉଚିତ ।

3. ଶିକ୍ଷା କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କିପରି କରାଯାଇପାରିବ ଆଲୋଚନା କର ।
Answer:
ଶିକ୍ଷା କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ : ବର୍ତ୍ତମାନର ଯାନ୍ତ୍ରିକ ଦୁନିଆରେ ପ୍ରତ୍ୟେକଟି ବିଷୟ ବିଜ୍ଞାନପ୍ରସୂତ ଯନ୍ତ୍ର ଉପରେ ପର୍ଯ୍ୟବସିତ । କମ୍ପ୍ୟୁଟର, ଟେଲିଭିଜନ ଆଦି ସମଗ୍ର ବିଶ୍ବକୁ ସଂକୁଚିତ କରିଦେଇଛି । ତେଣୁ ଶିକ୍ଷାରେ ଉପଯୁକ୍ତ ଶିକ୍ଷଣର ବିକାଶ ନିମିତ୍ତ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ରହିଛି ଏବଂ ଏହା ମାଧ୍ୟମରେ ନିମ୍ନଲିଖ କାର୍ଯ୍ୟସବୁ କରାଯାଉଛି ।

  • ଏହାଦ୍ଵାରା ଶିକ୍ଷାଗତ ଚାହିଦାକୁ ସାମନା କରି ଉପଯୁକ୍ତ ପରିବେଶ ପ୍ରସ୍ତୁତ କରିବା ।
  • ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷାଦାନ ପ୍ରଣାଳୀର ଉନ୍ନତିକରଣ ।
  • ମୂଲ୍ୟାୟନ ଓ ପରିମାପରେ ସାହାଯ୍ୟ ।
  • ଶିକ୍ଷା ଯୋଜନାରେ ସହାୟତା ସହ ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ବ୍ୟବହାର ।
  • ଶିକ୍ଷା ସହାୟକ ସରଞ୍ଜାମ ପ୍ରସ୍ତୁତିରେ ବ୍ୟବହାର କରିବା ।
  • ବିଭିନ୍ନ ଶିକ୍ଷା ସମସ୍ୟାର ସମାଧାନ ପାଇଁ ବ୍ୟବହାର କରିବା ।
  • ଶିକ୍ଷାର ବ୍ୟାପକ ପ୍ରସାର ଓ ପ୍ରଚାର ନିମିତ୍ତ ବିଭିନ୍ନ ପରିସ୍ଥିତିରେ ଏହାର ଉପଯୋଗ ଇତ୍ୟାଦି ।

Computer – ବିଂଶ ଶତାବ୍ଦୀର ମଧ୍ୟଭାଗରେ ଯୁକ୍ତରାଷ୍ଟ୍ର ଆମେରିକାର ମାସାଚୁସେଟ୍ସ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (MIT)ର ଶିକ୍ଷାକ୍ଷେତ୍ରର କମ୍ପ୍ୟୁଟର ବ୍ୟବହାର କରାଯାଇଥିଲା । ଶିକ୍ଷାରେ କମ୍ପ୍ୟୁଟରର ପ୍ରୟୋଗ ଆଜିକାଲି ବହୁମାତ୍ରାରେ ବଢ଼ିଯାଇଛି । ୧୮୮୩ ମସିହାରେ ଚାର୍ଲସ୍ ବାବେଜ୍ ଏହାକୁ ଉଦ୍ଭାବନ କହିଥିଲେ । କ୍ରମେ ଏହା ପ୍ରତ୍ୟେକଟି କ୍ଷେତ୍ରରେ ଏକ ବିପ୍ଳବ ଆଣି ପ୍ରତ୍ୟେକ କାର୍ଯ୍ୟକୁ ସହଜ, ସରଳ ଓ ଦ୍ରୁତ ସମ୍ପାଦନ କରିପାରିଛି । ବିଶେଷକରି ଶିକ୍ଷାରେ ଏହାର ବ୍ୟାପକ ବ୍ୟବହାର ହେଉଛି; ଯଥା –

  1. ପାଠ୍ୟକ୍ରମ ପ୍ରସ୍ତୁତି ଓ ରୂପାନ୍ତରଣ
  2. ଶିକ୍ଷାଦାନ ପ୍ରଣାଳୀରେ କମ୍ପ୍ୟୁଟର ବ୍ୟବହାର
  3. ପରୀକ୍ଷା ପତ୍ର ପ୍ରସ୍ତୁତି ଓ ମୂଲ୍ୟାୟନ
  4. ପରୀକ୍ଷା ଫଳକୁ ଶୀଘ୍ର ପ୍ରକାଶନରେ ସାହାଯ୍ୟ
  5. ଶୈକ୍ଷିକ ଗବେଷଣା
  6. ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା ଓ ବିଶ୍ଳେଷଣ କରିବା
  7. ଶୈକ୍ଷିକ ପରିଚାଳନାରେ ସାହାଯ୍ୟ
  8. ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପ୍ରସ୍ତୁତି
  9. ଦୂର ଶିକ୍ଷାରେ ସାହାଯ୍ୟ
  10. ଇଣ୍ଟରନେଟ୍ ମାଧ୍ୟମରେ ଚିଠିପତ୍ର (E-mail) ଓ ଜ୍ଞାନର ପରିସର ବୃଦ୍ଧି କରିବା ଇତ୍ୟାଦି ।

ଭାରତରେ ୧୯୮୪/୮୫ ମସିହାରେ କମ୍ପ୍ୟୁଟର ସାକ୍ଷରତା ଓ ବିଦ୍ୟାଳୟରେ ଅଧ୍ୟୟନର କାର୍ଯ୍ୟକ୍ରମ (CLASS – Computer Literacy and Studies in Schools) ଆରମ୍ଭ କରାଯାଇ କମ୍ପ୍ୟୁଟର ଶିକ୍ଷାକୁ ଶିକ୍ଷାକାର୍ଯ୍ୟକ୍ରମ ସହ ସାମିଲ
କରିପାରିଛି ।

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ଵ :
ବର୍ତ୍ତମାନର ଯାନ୍ତ୍ରିକ ଦୁନିଆରେ ପ୍ରତ୍ୟେକଟି ବିଷୟ ବିଜ୍ଞାନପ୍ରସୂତ ଯନ୍ତ୍ର ଉପରେ ପର୍ଯ୍ୟବସିତ । କମ୍ପ୍ୟୁଟର, ଟେଲିଭିଜନ ଆଦି ସମଗ୍ର ବିଶ୍ବକୁ ସଂକୁଚିତ କରିଦେଇଛି । ତେଣୁ ଶିକ୍ଷାରେ ଉପଯୁକ୍ତ ଶିକ୍ଷଣର ବିକାଶ ନିମିତ୍ତ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ରହିଛି । ଶିକ୍ଷାରେ ପ୍ରଯୁକ୍ତି ବିଦ୍ୟାର ନିମ୍ନୋକ୍ତ ଉପଯୋଗିତାମାନ ରହିଛି ।
(1) ଏହାଦ୍ଵାରା ଶିକ୍ଷାଗତ ଚାହିଦାକୁ ସାମନା କରି ଉପଯୁକ୍ତ ପରିବେଶ ପ୍ରସ୍ତୁତ କରିବା ।
(2) ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷାଦାନ ପ୍ରଣାଳୀର ଉନ୍ନତିକରଣ ।
(3) ମୂଲ୍ୟାୟନ ଓ ପରିମାପରେ ସାହାଯ୍ୟ ।
(4) ଶିକ୍ଷା ଯୋଜନାରେ ସହାୟତା ସହ ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ବ୍ୟବହାର ।
(5) ଶିକ୍ଷା ସହାୟକ ସରଞ୍ଜାମ ପ୍ରସ୍ତୁତିରେ ଆବଶ୍ୟକ ।
(6) ବିଭିନ୍ନ ଶିକ୍ଷା ସମସ୍ୟାର ସମାଧାନ ପାଇଁ ବ୍ୟବହାର ।
(7) ଶିକ୍ଷାର ବ୍ୟାପକ ପ୍ରସାର ଓ ପ୍ରଚାର ନିମିତ୍ତ ବିଭିନ୍ନ ପରିସ୍ଥିତିରେ ଏହାର ଉପଯୋଗ ଇତ୍ୟାଦି ।

ସୂଚନା ଓ ପ୍ରଯୁକ୍ତିବିଦ୍ୟାର ବିଷୟବସ୍ତୁ :
CAI : Computer Assisted Instruction : ଏହାଦ୍ଵାରା ଶିକ୍ଷକ-ତାଲିମ କାର୍ଯ୍ୟ କମ୍ପ୍ୟୁଟର ମାଧ୍ୟମରେ ପ୍ରଦାନ କରାଯାଏ ।
Hardware – ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରବିଶେଷର ବ୍ୟବହାର କରି ଶିକ୍ଷାଦାନ ବ୍ୟବସ୍ଥା କରାଯାଏ ।
Software – ବିଭିନ୍ନ ପ୍ରୋଗ୍ରାମ, ଡିଜାଇନ୍ ଓ ଆଧୁନିକ ଶିକ୍ଷାର ଉନ୍ନତ ପଦ୍ଧତି ଯାହା ମାଧ୍ୟମରେ ଶିକ୍ଷାଦାନକୁ ସରଳ, ବୋଧଗମ୍ୟ କରାଯାଏ; ଯଥା – Micro teaching (ଅଣୁଶିକ୍ଷଣ ଚକ୍ର), ଅନୁସୂଚିତ ଶିକ୍ଷଣ ଇତ୍ୟାଦି ବ୍ୟବହାର କରି ଶିକ୍ଷାଦାନ କରାଯାଏ । ଶିକ୍ଷାରେ ବିଭିନ୍ନ ଗଣମାଧ୍ୟମର ଭୂମିକା ମଧ୍ଯ ଏହାର ପରିସରଭୁକ୍ତ; ଯଥା- କମ୍ପ୍ୟୁଟର, ଇଣ୍ଟରନେଟ୍, ଇ-ମେଲ ଇତ୍ୟାଦି ।

ଶିକ୍ଷାରେ ଚିତ୍ରଣ ଓ ଅଣଚିତ୍ରଣ ଉପକରଣ (Projected and Non-projected Aids) ବ୍ୟବହାର କରାଯାଇଥାଏ । ଉପରୋକ୍ତ ବିଷୟଗୁଡ଼ିକ ବର୍ତ୍ତମାନ ଶିକ୍ଷାବ୍ୟବସ୍ଥାରେ ବହୁଳଭାବେ ବ୍ୟବହାର କରାଯାଇ ଏହାକୁ ବିଜ୍ଞାନର ମାନ୍ୟତା ଦିଆଯାଉଛି ।

Computer – ବିଂଶ ଶତାବ୍ଦୀର ମଧ୍ୟଭାଗରେ ଯୁକ୍ତରାଷ୍ଟ୍ର ଆମେରିକାର ମାସାଚୁସେଟ୍ସ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (MIT)ର ଶିକ୍ଷାକ୍ଷେତ୍ରର କମ୍ପ୍ୟୁଟର ବ୍ୟବହାର କରାଯାଇଥିଲା । ଶିକ୍ଷାରେ କମ୍ପ୍ୟୁଟରର ପ୍ରୟୋଗ ଆଜିକାଲି ବହୁମାତ୍ରାରେ ବଢ଼ିଯାଇଛି । ୧୮୮୩ ମସିହାରେ ଚାର୍ଲସ୍ ବାବେଜ୍ ଏହାକୁ ଉଦ୍ଭାବନ କହିଥିଲେ । କ୍ରମେ ଏହା ପ୍ରତ୍ୟେକଟି କ୍ଷେତ୍ରରେ ଏକ ବିପ୍ଳବ ଆଣି ପ୍ରତ୍ୟେକ କାର୍ଯ୍ୟକୁ ସହଜ, ସରଳ ଓ ଦ୍ରୁତ ସମ୍ପାଦନ କରିପାରିଛି । ବିଶେଷକରି ଶିକ୍ଷାରେ ଏହାର ବ୍ୟାପକ ବ୍ୟବହାର ହେଉଛି; ଯଥା –

  1. ପାଠ୍ୟକ୍ରମ ପ୍ରସ୍ତୁତି ଓ ରୂପାନ୍ତରଣ
  2. ଶିକ୍ଷାଦାନ ପ୍ରଣାଳୀରେ କମ୍ପ୍ୟୁଟର ବ୍ୟବହାର
  3. ପରୀକ୍ଷା ପତ୍ର ପ୍ରସ୍ତୁତି ଓ ମୂଲ୍ୟାୟନ
  4. ପରୀକ୍ଷା ଫଳକୁ ଶୀଘ୍ର ପ୍ରକାଶନରେ ସାହାଯ୍ୟ
  5. ଶୈକ୍ଷିକ ଗବେଷଣା
  6. ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା ଓ ବିଶ୍ଳେଷଣ କରିବା
  7. ଶୈକ୍ଷିକ ପରିଚାଳନାରେ ସାହାଯ୍ୟ
  8. ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପ୍ରସ୍ତୁତି
  9. ଦୂର ଶିକ୍ଷାରେ ସାହାଯ୍ୟ
  10. ଇଣ୍ଟରନେଟ୍ ମାଧ୍ୟମରେ ଚିଠିପତ୍ର (E-mail) ଓ ଜ୍ଞାନର ପରିସର ବୃଦ୍ଧି କରିବା ଇତ୍ୟାଦି ।

ଭାରତରେ ୧୯୮୪/୮୫ ମସିହାରେ କମ୍ପ୍ୟୁଟର ସାକ୍ଷରତା ଓ ବିଦ୍ୟାଳୟରେ ଅଧ୍ୟୟନର କାର୍ଯ୍ୟକ୍ରମ (CLASS – Computer Literacy and Studies in Schools) ଆରମ୍ଭ କରାଯାଇ କମ୍ପ୍ୟୁଟର ଶିକ୍ଷାକୁ ଶିକ୍ଷାକାର୍ଯ୍ୟକ୍ରମ ସହ ସାମିଲ
କରିପାରିଛି ।

CHSE Odisha Class 12 Psychology Unit 3 Objective Questions in Odia Medium

Odisha State Board CHSE Odisha Class 12 Psychology Solutions Unit 3 ସମୂହ ପ୍ରକ୍ରିୟା ଓ ନେତୃତ୍ଵ & ପରାମର୍ଶ ପ୍ରକ୍ରିୟା Objective Questions.

CHSE Odisha 12th Class Psychology Unit 3 Objective Questions in Odia Medium

ସମ୍ଭାବ୍ୟ ଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତର ବାଛି ଲେଖ ।
୧। ସମାନ ଲକ୍ଷ୍ୟ ସହ ପରସ୍କର ଭାବ ବିନିମୟ କରୁଥିବା ଦୁଇ କିମ୍ବା ତା’ଠାରୁ ଅଧ‌ିକ ବ୍ୟକ୍ତିଙ୍କର ସମାବେଶକୁ କ’ଣ କୁହାଯାଏ ?
(କ) ସମୂହ
(ଖ) ନେତୃତ୍ୱ
(ଗ) ଅନୁଷ୍ଠାନ
(ଘ) ଆନୁଷ୍ଠ।ନିକ
Answer:
(କ) ସମୂହ

୨। ପରିବାର ମଧ୍ୟରେ ଶିଶୁଟି ପ୍ରଥମେ କେଉଁ ସମୂହରେ ଯୋଗ ଦେଇଥାଏ ?
(କ) ପ୍ରାଥମିକ ସମୂହ
(ଖ) ଗୌଣ ସମୂହ
(ଗ) ଅନୁଷ୍ଠାନ
(ଘ) ବହିଃ ସମୂହ
Answer:
(କ) ପ୍ରାଥମିକ ସମୂହ

୩। କେଉଁ ସମୂହରେ ପାରସ୍ପରିକ ସଂପର୍କ ଓ ଭାବର ଆଦାନ ପ୍ରଦାନ ନ ଥାଏ ?
(କ) ପ୍ରାଥମିକସମୂହ
(ଖ) ଗୌଣସମୂହ
(ଗ) ବହିଃସମୂହ
(ଘ) ଅନ୍ତଃସମୂହ
Answer:
(ଖ) ଗୌଣସମୂହ

CHSE Odisha Class 12 Psychology Unit 3 Objective Questions in Odia Medium

୪। ଯେଉଁ ସମୂହରେ ଏକ ନିର୍ଦ୍ଦିଷ୍ଟ ନୀତି ଓ ନିୟମ ରହିଥାଏ ତାହାକୁ କେଉଁ ସମୂହ କୁହାଯାଏ ?
(କ) ଗୌଣସମୂହ
(ଖ) ଆନୁଷ୍ଠାନିକ ସମୂହ
(ଗ) ଅଣଆନୁଷ୍ଠାନିକ
(ଘ) ବହିଃସମୂହ
Answer:
(ଖ) ଆନୁଷ୍ଠାନିକ ସମୂହ

୫। କେଉଁ ସମୂହରେ ଆମେ ଏକ ନିର୍ଦ୍ଦିଷ୍ଟ ନୀତି ଓ ନିୟମ ଦେଖିବାକୁ ପାଇ ନଥାଉ ?
(କ) ଗୌଣସମୂହ
(ଖ) ଅନ୍ତଃସମୂହ
(ଗ) ଅଣଆନୁଷ୍ଠାନିକ
(ଘ) ଆନୁଷ୍ଠାନିକ
Answer:
(ଗ) ଅଣଆନୁଷ୍ଠାନିକ

୬। ଗୋଟିଏ ସମୂହରେ ଥ‌ିବା ବ୍ୟକ୍ତି ଅନ୍ୟ ଏକ ସମୂହକୁ କ’ଣ ଭାବରେ ଅଭିହିତ କରିଥାଏ ?
(କ) ବହିଃସମୂହ
(ଖ) ପ୍ର।ଥମିକସମୂହ
(ଗ) ଅନ୍ତଃ ସମୂହ
(ଘ) ଆନୁଷ୍ଠାନିକ ସମୂହ
Answer:
(କ) ବହିଃସମୂହ

୭। କେଉଁ ମତବାଦ ଅନୁସାରେ ବ୍ୟକ୍ତି ନିଜର ସ୍ଥାନ ଓ ଭୌଗୋଳିକ ନିକଟତାକୁ ଆଧାର କରି ସମୂହ ଜଠନ କରିଥାଏ ?
(କ) ସାମୀପ୍ୟ ମତବାଦ
(ଖ) ହୋମୟ ମତବାଦ
(ଗ) ଭାରସାମ୍ୟ ମତବାଦ
(ଘ) ବିନିମୟ ମତବାଦ
Answer:
(କ) ସାମୀପ୍ୟ ମତବାଦ

୮। ଏକାଠି ରହିବାର ମାନସିକତା ଓ ନିଜକୁ ଗୋଟିଏ ଧାରାରେ ବାନ୍ଧି ରଖୁବାର ଭାବନାକୁ କ’ଣ କୁହାଯାଏ ?
(କ) ସଂହତି
(ଖ) ସଂକଳ୍ପ
(ଗ) ଉଦ୍ଦେଶ୍ୟ
(ଘ) ଆନୁଷ୍ଠାନ
Answer:
(କ) ସଂହତି

CHSE Odisha Class 12 Psychology Unit 3 Objective Questions in Odia Medium

୯। ଯେଉଁ ବ୍ୟକ୍ତି ସମୂହରେ କାର୍ଯ୍ୟକଳାପକୁ ପ୍ରଭାବିତ କରିଥାନ୍ତି ତାଙ୍କୁ କ’ଣ କୁହାଯାଏ ?
(କ) ନେତା
(ଖ) ଅଭିନେତା
(ଗ) ବ୍ୟକ୍ତି
(ଘ) ସାଥୀ
Answer:
(କ) ନେତା

୧୦। କେଉଁ ନେତୃତ୍ଵ ହାତରେ ସମୂହରେ ପରିଚାଳନା ପାଇଁ ଅଖଣ୍ଡ କ୍ଷମତା ଥାଏ ?
(କ) ଅଧୂକାରବାଦୀ
(ଖ) ଗଣତନ୍ରବାଦୀ
(ଗ) ଉଦାସୀନ
(ଘ) ଦିବ୍ୟ ପ୍ରତିଭାସଂପନ୍ନ
Answer:
(କ) ଅଧିକାରବାଦୀ

୧୧। କେଉଁ ନେତାକୁ ବ୍ୟକ୍ତିମାନେ ମହାପୁରୁଷ ପରି ମନେ କରିଥାନ୍ତି ।
(କ) ଉଦାସୀନ
(ଖ) ଦିବ୍ୟ ପ୍ରତିଭାସଂପନ୍ନ
(ଗ) ଅଧୂକାରବାଦୀ
(ଘ) ଗଣତାନ୍ରିକବାଦୀ
Answer:
(ଖ) ଦିବ୍ୟ ପ୍ରତିଭାସଂପନ୍ନ

୧୨। ମହକିଲ ସହିତ ଏକ ବନ୍ଧୁତାପୂର୍ଣ ସଂପର୍କ ଏବଂ ବିଶ୍ବାସ ସ୍ଥାପନା କରିବାକୁ କ’ଣ କୁହାଯାଏ ?
(କ) ଘନିଷ୍ଠତା
(ଖ) ସଦିଚ୍ଛା
(ଗ) ଆତ୍ମବିଶ୍ଵାସ
(ଘ) ସମ୍ୱନ୍ଧ
Answer:
(କ) ଘନିଷ୍ଠତା

୧୩। ପରାମର୍ଶଦାତା ମହକିଲଙ୍କର ସମସ୍ୟାକୁ ଧାନର ସହିତ ଶୁଣିବାକୁ କ’ଣ କୁହାଯାଏ ?
(କ) ସମ୍ମାନବୋଧତା
(ଖ) ଧାନକୈନ୍ଦ୍ରିକତା
(ଗ) ସମ୍ୱେଦନଣୀଳତା
(ଘ) ଆତ୍ନସଚେତନତା
Answer:
(ଖ) ଧ୍ୟାନ କୈନ୍ଦ୍ରିକତା

୧୪। ସମ୍ବେଦନଶୀଳତା ରଖୁବାକୁ କ’ଣ କୁହାଯାଏ ?
(କ) ସମାନୁଭୂତି
(ଖ) ନମନୀୟତା
(ଗ) ସମର୍ଥନ
(ଘ) ସଦିଚ୍ଛା
Answer:
(କ) ସମାନୁଭୂତି

୧୫। କେଉଁ ମତବାଦ ଅନୁସାରେ ବ୍ୟକ୍ତି ନିଜ ସଂପର୍କରେ ଭାରସାମ୍ୟ ରକ୍ଷା କରିବା ଦୃଷ୍ଟିରୁ ସମୂହରେ ଯୋଗ ଦେଇଥାଏ ।
(କ) ଭାରସାମ୍ୟ ମତବାଦ
(ଖ) ବିନିମୟ ମତବାଦ
(ଗ) ସମୀପ୍ୟ ମତବାଦ
(ଘ) ହୋମ୍ୟ। ମତବାଦ
Answer:
(କ) ଭାରସାମ୍ୟ ମତବାଦ

CHSE Odisha Class 12 Psychology Unit 3 Objective Questions in Odia Medium

ଶୂନ୍ୟସ୍ଥାନ ପୂରଣ କର

ପ୍ରତ୍ୟେକ ପ୍ରଶ୍ନତଳେ କେତେଗୁଡ଼ିଏ ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
୧। ମନୁଷ୍ୟ ଓ ସମାଜ ଉଭୟେ _________________ ।
(କ) ଭିନ୍ନ
(ଖ) ସମାନ
(ଗ) ପରିପୂରକ
(ଘ) ଅନୂପୂରକ
Answer:
(ଗ) ପରିପୂରକ

୨। ବ୍ୟକ୍ତି ନିଜକୁ ସଂପୂର୍ଣ ବ୍ୟକ୍ତି ନିଜକୁ ସଂପୂର୍ଣ ___________________ କରିବା ପାଇଁ ସମୂହ ଗଠନ କରିଥାଏ ।
(କ) ମୁକ୍ତ
(ଖ) ବିକଶିତ
(ଗ) ସାହାଯ୍ୟ
(ଘ) ଅନ୍ୟାନ୍ୟ
Answer:
(ଖ) ବିକଶିତ

୩। ସମୂହରେ ଥ‌ିବା ବ୍ୟକ୍ତିମାନଙ୍କ ମଧ୍ୟରେ ପରସ୍ପର ପ୍ରତି __________________ ରହିବା ଆବଶ୍ୟକ ।
(କ) ସ୍ବୀକୃତି
(ଖ) ଆଗ୍ରହ
(ଗ) କ୍ରିୟା ଅନୁକ୍ରିୟା
(ଘ) ସଚେତନତା
Answer:
(ଗ) କ୍ରିୟା ଅନୁକ୍ରିୟା

୪। ପରିବାର ଏକ _____________ ସମୂହ ଅଟେ ।
(କ) ପ୍ରାଥମିକ
(ଖ) ଆନୁଷ୍ଠାନିକ
(ଗ) ଅନ୍ତଃସମୂହ
(ଘ) ଗୌଣ
Answer:
(କ) ପ୍ରାଥମିକ

୫। ଯେଉଁ ସମୂହରେ ପରସ୍ପର ମଧ୍ୟରେ ଉତ୍ତମ ସଂପର୍କ ନ ଥାଏ ତାହାକୁ ______________ ସମୂହ କୁହାଯାଏ ।
(କ) ପ୍ରାଥମିକ
(ଖ) ଗୌଣ
(ଗ) ଅନ୍ତଃସମୂହ
(ଘ) ବହିଃସମୂହ‍
Answer:
(ଖ) ଗୌଣ

CHSE Odisha Class 12 Psychology Unit 3 Objective Questions in Odia Medium

୬। ଯେଉଁ ସମୂହ ଏକ ନିର୍ଦ୍ଦିଷ୍ଟ ନୀତି, ନିୟମ ଉପରେ ଆଧାରିତ ତାହାକୁ _______________ ସମୂହ କୁହାଯାଏ ।
(କ) ଆନୁଷ୍ଠାନିକ
(ଖ) ଅଣଆନୁଷ୍ଠାନିକ
(ଗ) ଗୌଣ
(ଘ) ପ୍ରାଥମିକ
Answer:
(କ) ଆନୁଷ୍ଠାନିକ

୭। ସମୂହ ଗଠନ ପାଇଁ _______________________ ର ଆବଶ୍ୟକତା ଦରକାର ।
(କ) ସଂକଳ୍ପ
(ଖ) ସଂହତି
(ଗ) ଉଦ୍ଦେଶ୍ୟ
(ଘ) ସାହାଯ୍ୟ
Answer:
(ଖ) ସଂହତି

୮। ଛୋଟ ଆକାରର ସମୂହ ସବୁବେଳେ __________________ ପ୍ରକାରର ସମୂହ ଅଟେ ।
(କ) ପ୍ରାଥମିକସମୂହ
(ଖ) ଗୌଣସମୂହ
(ଗ) ବହିଃ ସମୂହ
(ଘ) ଅନ୍ତଃସମୂହ
Answer:
(କ) ପ୍ରାଥମିକ ସମୂହ

୯। ଗୋଟି ସୋପାନ ଦେଇ ଗତି କରେ ।
(କ) ଦୁଇ
(ଖ) ତିନି
(ଗ) ଚାରି
(ଘ) ଛଅ
Answer:
(ଗ) ଚାରି

୧୦। ସମୂହରେ ଆକାର ବଡ଼ ହେଲେ ___________________ ର ଆବଶ୍ୟକତା ପଡ଼ିଥାଏ ।
(କ) ସହମତି
(ଖ) ନେତୃତ୍ୱ
(ଗ) ନିଷ୍ପତ୍ତି
(ଘ) ସହଯୋଗ
Answer:
(ଖ) ନେତୃତ୍ଵ

୧୧। ଜଣେ ମୁସଲମାନ ବ୍ୟକ୍ତିକୁ ଜଣେ ହିନ୍ଦୁ ସଂପ୍ରଦାୟର ବ୍ୟକ୍ତି ______________________ ଭାବରେ ଅଭିହିତ କରିଥାଏ ।
(କ) ପ୍ରାଥମିକସମୂହ
(ଖ) ଗୌଣସମୂହ
(ଗ) ଅନ୍ତଃ ସମୂହ
(ଘ) ବହିଃସମୂହ‍
Answer:
(ଘ) ବହିଃ ସମୂହ

CHSE Odisha Class 12 Psychology Unit 3 Objective Questions in Odia Medium

୧୨। ____________ ସମୂହ ଗଠନ ପାଇଁ ଦରକାର ହୋଇ ନ ଥାଏ ।
(କ) ଦୁଇ କିମ୍ବା ଅଧୂକ ବ୍ୟକ୍ତି
(ଖ) ରକ୍ତି ସଂପର୍କୀୟ ବ୍ୟକ୍ତି
(ଗ) ସମାନ ଲକ୍ଷ୍ୟ
(ଘ) ସଂହତି
Answer:
(ଖ) ରକ୍ତ ସଂପର୍କୀୟ ବ୍ୟକ୍ତି

୧୩। ସାଙ୍ଗସାଥୀ ଓ ଖେଳସାଥିମାନଙ୍କୁ ______________ ସମୂହର ଅନ୍ତର୍ଭୁକ୍ତ କରାଯାଏ ।
(କ) ବହିଃସମୂହ‍
(ଖ) ଅଣଆନୁଷ୍ଠାନିକ ସମୂହ
(ଗ) ଆନୁଷ୍ଠାନିକ ସମୂହ
(ଘ) ପ୍ରାଥମିକ ସମୂହ
Answer:
(ଘ) ପ୍ରାଥମିକ ସମୂହ

୧୪। ଦୃଢ଼ ନେତୃତ୍ଵ ପାଇଁ _________________ ର ଆବଶ୍ୟକତା ଜରୁରୀ ।
(କ) ଶକ୍ତି
(ଖ) ଆତ୍ମବିଶ୍ୱ।ସ
(ଗ) ଉତ୍ସାହ
(ଘ) ଇଚ୍ଛ।
Answer:
(ଖ) ଆତ୍ମବିଶ୍ଵାସ

୧୫। ଏକ ଜାତି ସମୂହ ହେଉଛି ଆକାରରେ _____________________ ।
(କ) ବଡ଼
(ଖ) ସାନ
(ଗ) ମଧ୍ୟମ
(ଘ) ବହୁତ ସାନ
Answer:
(କ) ବଡ଼

୧୬। ________________ ନେତୃତ୍ବର କୌଣସି ସ୍ପଷ୍ଟ ନୀତି ନିୟମ ନ ଥାଏ ।
(କ) ଗଣତନ୍ରବାଦୀ
(ଖ) ଅଧୂକାରବାଦୀ
(ଗ) ଉଦାସୀନ
(ଘ) ରୂପାନ୍ତରଣ
Answer:
(ଗ) ଉଦାସୀନ

୧୭। ସମୂହ ସଦସ୍ୟମାନଙ୍କର ଏକ __________________ ଲକ୍ଷ୍ୟ ଥାଏ ।
(କ) ସାଧାରଣ
(ଗ) ନିରବଚ୍ଛିନ୍ନ
(ଖ) ଅସାଧାରଣ
(ଘ) ଭିନ୍ନ
Answer:
(କ) ସାଧାରଣ

CHSE Odisha Class 12 Psychology Unit 3 Objective Questions in Odia Medium

୧୮। ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଥ‌ିବା ________________________ ସମୂହ ଗଠନରେ ଏକ ମୌଳିକ ଉପାଦାନ ଅଟେ ।
(କ) ଆଗ୍ରହ
ଖ) ମୌଳିକତା
(ଗ) ନିକଟତା
(ଘ) ଦୂରତା
Answer:
(ଗ) ନିକଟତା

୧୯। ସମୂହର ଅନ୍ୟ ବ୍ୟକ୍ତିଙ୍କ ବ୍ୟବହାର ସହିତ ସମାନ ବ୍ୟବହାର ଦେଖାଇବାକୁ _________________ କୁହାଯାଏ ।
(କ) ସାମାଜିକତା
(ଖ) ଅନୁରୂପତା
(ଗ) ବାସ୍ତବିକତା
(ଘ) ନୈତିକତା
Answer:
(ଖ) ଅନୁରୂପତା

୨୦। ଯେଉଁ ନେତୃତ୍ୱରେ ଦଳମୁଖ୍ୟ ଦଳ ପାଇଁ ସମସ୍ତ ସିଦ୍ଧାନ୍ତ ନିଜେ ଗ୍ରହଣ କରିଥାନ୍ତି ତାହାକୁ _________________ କୁହାଯାଏ ।
(କ) ଅଧିକାରବାଦୀ ନେତୃତ୍ଵ
(ଖ) ଗଣତନ୍ରବାଦୀ ନେତୃତ୍ଵ
(ଗ) ଉଦାସୀନ ନେତୃତ୍ଵ
(ଘ) ରୂପାନ୍ତର ନେତୃତ୍ଵ
Answer:
(କ) ଅଧିକାରବାଦୀ ନେତୃତ୍ଵ

୨୧। ଘନିଷ୍ଠ ସମ୍ପର୍କ ସ୍ଥାପନ ପରାମର୍ଶ ସେବାର ________________ ପର୍ଯ୍ୟାୟ ଅଟେ ।
(କ) ପ୍ରଥମ
(ଖ) ଦ୍ଵିତୀୟ
(ଗ) ତୃତୀୟ
(ଘ) ଚତୁର୍ଥ
Answer:
(କ) ପ୍ରଥମ

୨୨। ପରାମର୍ଶ ଏକ __________________ ପ୍ରକ୍ରିୟା ଅଟେ ।
(କ) ଉପଦେଶ ଦେବା
(ଖ) ସୂଚନା ପ୍ରଦାନ
(ଗ) ସାହାଯ୍ୟ କରିବା
(ଘ) ଆଦେଶ ଦେବା
Answer:
(କ) ଉପଦେଶ ଦେବା

୨୩। _________________ ପରାମର୍ଶ ପ୍ରକ୍ରିୟାର ପ୍ରଥମ ସୋପାନ ।
(କ) ପ୍ରଥମ ସଂପର୍କ
(ଖ) ଗଭୀର ଅନୁଶୀଳନ
(ଗ) ଅଙ୍ଗୀକୀରବଦ୍ଧତା
(ଘ) ପଶ୍ଚାତ୍ ଅନୁଶୀଳନ
Answer:
(କ) ପ୍ରଥମ ସଂପର୍କ

୨୪। ପରାମର୍ଶ ଗ୍ରହଣ କରୁଥିବା ବ୍ୟକ୍ତିକୁ ________________ କୁହାଯାଏ ।
(କ) ପରାମର୍ଣଦାତା
(ଖ) ମହକିଲ
(ଗ) ପ୍ରଭାବୀ ବ୍ୟକ୍ତି
(ଘ) ସାଧାରଣ ବ୍ୟକ୍ତି
Answer:
(ଖ) ମହକିଲ

CHSE Odisha Class 12 Psychology Unit 3 Objective Questions in Odia Medium

୨୫। ପରାମର୍ଶ ମନୋବିଜ୍ଞାନ ହେଉଛି ଏକ ________________ ମନୋବିଜ୍ଞ।ନ।
(କ) ଗବେଷଣାତ୍ନକ
(ଖ) ଗଭୀର ଅନୁସନ୍ଧାନ
(ଗ) ପ୍ର।କୃତିକ
(ଘ) ସାଧାରଣ
Answer:
(କ) ଗବେଷଣାତ୍ମକ

୨୬। ________________ ଜଣେ ପ୍ରଭାବୀ ପରାମର୍ଶ ଦାତାଙ୍କର ଏକ ଲକ୍ଷଣ ।
(କ) ଆତ୍ମକୈନ୍ଦ୍ରିକତା
(ଖ) ସମ୍ବେଦନଶୀଳତା
(ଗ) ଆତ୍ମମର୍ଯ୍ୟାଦା
(ଘ) ସାଧାରଣ
Answer:
(କ) ଆନୁଷ୍ଠାନିକ

୨୭। ମହକିଲଙ୍କର ବିନା ଅନୁମତିରେ ତାଙ୍କଠାରୁ ସଂଗୃହୀତ ସୂଚନାଗୁଡ଼ିକ ଅନ୍ୟ କାହାକୁ ନ କହିବା ପ୍ରକ୍ରିୟାକୁ _______________ କୁହାଯାଏ ।
(କ) ବ୍ୟାବସାୟିକ ସମ୍ବନ୍ଧ
(ଖ) ଆଚରଣରେ ବସ୍ତୁନିଷ୍ଠତା
(ଗ) ଗୋପନୀୟତା
(ଘ) ଗଭୀର ଅନୁସନ୍ଧ।ନ
Answer:
(ଖ) ଆଚରଣରେ ବସ୍ତୁନିଷ୍ଠତା

୨୮। ପରାମର୍ଶ ପ୍ରକ୍ରିୟାର ସଫଳତା ପାଇଁ ସୌହାର୍ଯ୍ୟପୂର୍ଣ୍ଣ ବାତାବରଣ, ନିବିଡ଼ତା ଏବଂ ________________ ର ଆବଶ୍ୟକତା ପଡ଼ିଥାଏ ।
(କ) ବିଶ୍ଵାସ
(ଖ) ତୀବ୍ରତା
(ଗ) ତାଲିମ୍
(ଘ) ସାହାଯ୍ୟ
Answer:
(କ) ବିଶ୍ଵାସ

୨୯। ମହକିଲଙ୍କ ସହିତ ଏକ ବନ୍ଧୁତ୍ଵପୂର୍ଣ ସଂପର୍କ ଏବଂ ବିଶ୍ଵାସ ସ୍ଥାପନକୁ ____________________ କୁହାଯାଏ ।
(କ) ଘନିଷ୍ଠତା
(ଖ) ଅନୁସନ୍ଧ।ନ
(ଗ) ସମ୍ୱନ୍ଧ
(ଘ) ସହଯୋଗ
Answer:
(କ) ଘନିଷ୍ଠତା

୩୦। ଯେଉଁ ବ୍ୟକ୍ତି ପରାମର୍ଶ ପ୍ରଦାନ କରିଥାନ୍ତି ତାଙ୍କୁ _______________ କୁହାଯାଏ ।
(କ) ପରାମର୍ଶଦାତା
(ଖ) ଅନୁସନ୍ଧାନ
(ଗ) ପ୍ରଭାବଶାଳୀ ବ୍ୟକ୍ତି
(ଘ) ସାଧାରଣ ବ୍ୟକ୍ତି
Answer:
(କ) ପରାମର୍ଶଦାତା

ନିମ୍ନରେ ଦିଆଯାଇଥୁବା ଉକ୍ତିଗୁଡ଼ିକ “ଠିକ୍” କିମ୍ବା “ଭୁଲ” ଦର୍ଶାଅ ।

୧। ସମୂହ ସଭ୍ୟମାନଙ୍କର ଏକ ସାଧାରଣ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥାଏ ।
Answer:
ଠିକ୍ ।

୨।ସଭ୍ୟମାନଙ୍କର ବ୍ୟବହାର ତଥା ଆଚରଣମାନଙ୍କ ଦ୍ବାରା ସମୂହ ନିର୍ଦ୍ଦେଶିତ ହୋଇଥାଏ ।
Answer:
ଠିକ୍ ।

CHSE Odisha Class 12 Psychology Unit 3 Objective Questions in Odia Medium

୩। ସମୂହ ଗଠନ ପାଇଁ ନିକଟତା ଏକ ଆବଶ୍ୟକତା ସର୍ଭେ ।
Answer:
ଭୁଲ ।

୪। ସମାନ ବିଚାର ଏବଂ ମୂଲ୍ୟବୋଧ ରଖୁଥ‌ିବା ବ୍ୟକ୍ତିମାନେ ସମୂହ ଗଠନ କରିପାରିଛନ୍ତି ।
Answer:
ଠିକ୍ ।

୫। ଛାତ୍ର ଧର୍ମଘଟ ସମୟରେ ମିଳିତ ହୋଇଥିବା ଛାତ୍ରଙ୍କୁ ସାମାଜିକ ସମୂହ କୁହାଯାଇଥାଏ ।
Answer:
ଭୁଲ୍ ।

୬। ବିଭିନ୍ନ ସମୂହର ସଂଗଠନ ଓ କାର୍ଯ୍ୟାବଳୀ ପରସ୍ପରଠାରୁ ଭିନ୍ନ ହୋଇଥାଏ ।
Answer:
ଠିକ୍ ।

୭। କ୍ଷୁଦ୍ର ସମୂହରେ ସଂହତି ପରିଲକ୍ଷିତ ହୁଏ ନାହିଁ ।
Answer:
ଭୁଲ୍ ।

୮। ସାମାଜିକ ସମୂହ ମନସ୍ତାତ୍ତ୍ଵିକ ଆବଶ୍ୟକତା ପୂରଣ କରିଥାଏ ।
Answer:
ଠିକ୍ ।

୯।ଗୌଣ ସମୂହର ସଦସ୍ୟମାନଙ୍କ ମଧ୍ୟରେ ଘନିଷ୍ଠ ଓ ନିବିଡ଼ ସଂପର୍କ ଥାଏ ।
Answer:
ଭୁଲ ।

୧୦। ଆନୁଷ୍ଠାନିକ ସମୂହ ଏକ ନିର୍ଦ୍ଦିଷ୍ଟ ନୀତି ନିୟମ ମଧ୍ଯରେ ପରିଚାଳିତ ହେଉ ନ ଥାଏ ।
Answer:
ଭୁଲ ।

୧୧। ପ୍ରାଥମିକ ସମୂହରେ ନିକଟ ତଥା ଅନ୍ତରଙ୍ଗ ସମ୍ବନ୍ଧ ହୋଇଥାଏ ।
Answer:
ଠିକ୍ ।

୧୨। ଜଣେ ବ୍ୟକ୍ତି ଅନ୍ୟଜଣଙ୍କର ନିକଟବର୍ତୀ ରହିବା ଫଳରେ ସେମାନଙ୍କ ମଧ୍ୟରେ ସଂପର୍କ ସ୍ଥାପିତ ହୁଏ । ଏହାକୁ ସାଦୃଶ୍ୟ କୁହାଯାଏ ।
Answer:
ଭୁଲ୍ ।

୧୩। ଏକାଠି ରହିବାର ମାନସିକତା ଓ ନିଜକୁ ଗୋଟିଏ ଧାରାରେ ବାନ୍ଧି ରଖୁବାର ଭାବନାକୁ ସମାନ ଲକ୍ଷ୍ୟ କୁହାଯାଏ ।
Answer:
ଭୁଲ୍ ।

୧୪। ଦଣ୍ଡ ଦେବାର ଅଧିକାର ହେଉଛି ନେତୃତ୍ବର ଏକ ପ୍ରଧାନ ଲକ୍ଷଣ ।
Answer:
ଭୁଲ୍ ।

୧୫। ଦୃଢ଼ ନେତୃତ୍ୱ ପାଇଁ ଆତ୍ମବିଶ୍ଵାସର ଆବଶ୍ୟକତା ନାହିଁ ।
Answer:
ଭୁଲ୍ ।

୧୬। ନେତୃତ୍ଵ ଏକ ଦକ୍ଷତା ଯାହା ଲକ୍ଷ୍ୟ ପୂରଣ ଦିଗରେ ସମୂହକୁ ପ୍ରଭାବିତ କରିଥାଏ ।
Answer:
ଠିକ୍ ।

CHSE Odisha Class 12 Psychology Unit 3 Objective Questions in Odia Medium

୧୭। ଉଦାସୀନ ନେତାମାନେ ସମୂହ ସଦସ୍ୟଙ୍କର ଚିନ୍ତାଧାରା ଓ ବିଶ୍ୱାସକୁ ନେଇ କାର୍ଯ୍ୟ କରିଥାନ୍ତି |
Answer:
ଭୁଲ୍ ।

୧୮। ପରାମର୍ଶଦାତା ମହକିଲଙ୍କ ସହିତ ନିଜର ଆଚରଣରେ ବ୍ୟକ୍ତିନିଷ୍ଠତା ବଜାୟ ରଖନ୍ତି ।
Answer:
ଭୁଲ୍ ।

୧୯। ସାଧୁତା ଓ ବସ୍ତୁନିଷ୍ଠତା ଜଣେ ପ୍ରଭାବୀ ମନୋବିଜ୍ଞାନୀଙ୍କର ଆବଶ୍ୟକ ଗୁଣ । ‍
Answer:
ଠିକ୍ ।

୨୦। ପରାମର୍ଶଦାତାଙ୍କର ଶାରୀରିକ ସ୍ବାସ୍ଥ୍ୟ ସଫଳ ପରାମର୍ଶ ଦେବା ପାଇଁ ଦରକାର ।
Answer:
ଭୁଲ୍ ।

୨୧। ଆବଶ୍ୟକ କରୁଥିବା କୌଣସି ବ୍ୟକ୍ତିଙ୍କୁ ଉପଦେଶ ଏବଂ ସହାୟତା ଦେବାର ପ୍ରକ୍ରିୟାକୁ ପରାମର୍ଶ କୁହାଯାଏ ।
Answer:
ଭୁଲ୍ ।

୨୨। ଜଣେ ପରାମର୍ଶଦାତାଙ୍କର ନିଜ ବ୍ୟକ୍ତିତ୍ବ ସମ୍ବନ୍ଧରେ ସଚେତନତା ଓ ଆବଶ୍ୟକତା ରହିବା ଉଚିତ୍ ।
Answer:
ଭୁଲ୍ ।

୨୩। ନିର୍ଦ୍ଦେଶନା ପରାମର୍ଶ ପ୍ରକ୍ରିୟାର ଅଂଶ ନୁହେଁ ।
Answer:
ଭୁଲ୍ ।

୨୪। ମହକିଲଙ୍କର ନିଜ ସମସ୍ୟାକୁ ଜାଣିବା ଓ ସ୍ବୀକାର କରିବାରେ ସାହାଯ୍ୟ କରିବା ପରାମର୍ଶର ପ୍ରଥମ ମହତ୍ତ୍ଵପୂର୍ଣ ପଦକ୍ଷେପ ।
Answer:
ଠିକ୍ ।

୨୫। ପରାମର୍ଶ ପ୍ରକ୍ରିୟା ଉଭୟ ପରାମର୍ଶଦାତା ଓ ମହକିଲଙ୍କର ମିଳିତ ପ୍ରଚେଷ୍ଠା ଉପରେ ନିର୍ଭର କରେ ।
Answer:
ଠିକ୍ ।

୨୬। ପରାମର୍ଶ ହେଉଛି ଏକ ବୃତ୍ତି ।
Answer:
ଠିକ୍ ।

୨୭। ପ୍ରତ୍ୟେକ ପରାମର୍ଶଦାତାଙ୍କର ପରାମର୍ଶ ଦେବା ପ୍ରକ୍ରିୟା ଅନ୍ୟଜଣଙ୍କଠାରୁ ଅଲଗା ।
Answer:
ଠିକ୍ ।

CHSE Odisha Class 12 Psychology Unit 3 Objective Questions in Odia Medium

୨୮। ପରାମର୍ଶ ପ୍ରକ୍ରିୟାର ସଫଳତା ପାରସ୍ପରିକ ବିଶ୍ଵାସ, ନିବିଡ଼ତା ଓ ସୌହାର୍ଘ୍ୟପୂର୍ଣ୍ଣ ବାତାବରଣ ଉପରେ ନିର୍ଭର କରେ ନାହିଁ ।
Answer:
ଭୁଲ୍ ।

୨୯। କୌଣସି ପରାମର୍ଶ ଦାତା ମହକିଲଙ୍କଠାରୁ ତଥ୍ୟ ଆଦାୟ କରିବା ପାଇଁ ଦଣ୍ଡାତ୍ମକ ବିଧୂର ସହାୟତା ନେଇଥାନ୍ତି ।
Answer:
ଭୁଲ୍ ।

୩୦। ପରାମର୍ଶ ପ୍ରକ୍ରିୟା ମହକିଲର ପ୍ରତ୍ୟକ୍ଷୀକରଣ ଓ ଅନୁଭବକୁ ସ୍ୱୀକୃତି ଦେଇଥାଏ ।
Answer:
ଠିକ୍ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Odisha State Board CHSE Odisha Class 12 Psychology Solutions Unit 4 ମାନସିକ ବିକାର & ମାନସିକ ବିକାର ଚିକିତ୍ସା Short & Long Answer Questions

CHSE Odisha 12th Class Psychology Unit 4 Short & Long Answer Questions in Odia Medium

ଦୁଇନମ୍ୱର ସମ୍ୱଳିତ ପ୍ରଣ୍ନେ।ତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇ ବା ତିନୋଟି ବାକ୍ୟ ମଧ୍ଯରେ ଦିଅ ।

Question ୧।
ଅସ୍ବାଭାବିକ ବ୍ୟବହାର କାହାକୁ କୁହାଯାଏ ?
Answer:
ଯେଉଁ ବ୍ୟବହାର ସ୍ଵାଭାବିକ ବ୍ୟବହାରଠାରୁ ଭିନ୍ନ ତାହାକୁ ଅସ୍ଵାଭାବିକ ବ୍ୟବହାର କୁହାଯାଏ । ସୁତରାଂ ଯେଉଁ ବ୍ୟବହାର ଗୋଟିଏ ସମାଜରେ ଚାଲୁ ରହିଥ‌ିବା ସାଧାରଣ ବ୍ୟବହାରଠାରୁ ଅତିମାତ୍ରାରେ ଅଲଗା ଓ ଏହା ଦେଖାଉଥ‌ିବା ବ୍ୟକ୍ତିର ସାମାଜିକ କ୍ରିୟାଶୀଳ ଏବଂ ସମାଯୋଜନା କ୍ରିୟା ସମସ୍ୟାଜନକ ଅଟେ । ସେହି ବ୍ୟବହାରକୁ ‘ଅସ୍ଵାଭାବିକ’ କୁହାଯାଏ ।

Question ୨।
ମାନସିକ ରୋଗକୁ କେଉଁ ଦୁଇଗୋଟି ମାନଦଣ୍ଡ ଦ୍ୱାରା ନିର୍ଣ୍ଣୟ କରାଯାଇପାରେ ?
Answer:
ଆମେରିକା ମନୋଚିକିତ୍ସା ପରିଷଦ (American Psychiatric Association) ବିଭିନ୍ନ ମାନସିକ ରୋଗୀକୁ ଚିହ୍ନିବା ଏବଂ ବର୍ଗୀକୃତ କରିବା ପାଇଁ ଏକ ନିର୍ଣ୍ଣାୟକମାନକ ସ୍ଥିର କରିଛନ୍ତି । ସେମାନଙ୍କ ମତରେ ମାନସିକ ରୋଗକୁ ନିମ୍ନଲିଖତ ଦୁଇଗୋଟି ମାନକ ଦ୍ଵାରା ନିର୍ଣ୍ଣୟ କରାଯାଇପାରିବ ।

  • ନୈଦାନିକ ଦୃଷ୍ଟିକୋଣରୁ ଗୁରୁତ୍ଵପୂର୍ଣ୍ଣ ଯେଉଁ ବ୍ୟବହାରଗୁଡ଼ିକ ବ୍ୟକ୍ତିର କ୍ଳେଶ ଏବଂ ଅକ୍ଷମତା ସହିତ ସମ୍ବନ୍ଧିତ ହୋଇ ବ୍ୟକ୍ତି ନିକଟରେ ଦୁଃଷ୍କ୍ରିୟା (dysfunction) ସୃଷ୍ଟି କରୁଥ‌ିବେ ।
  • ଯେଉଁ ବ୍ୟବହାର ସାମାଜିକ ତଥା ସାଂସ୍କୃତିକ ଦୃଷ୍ଟିକୋଣରୁ ଅନୁପଯୁକ୍ତ ବୋଲି ବିଚାର କରାଯାଏ ।

Question ୩।
ମାନସିକ ରୋଗର ପ୍ରାଥମିକ କାରଣ କ’ଣ ?
Answer:
ଯେତେବେଳେ ଏକ ମାନସିକ ରୋଗକୁ ଉତ୍ପତ୍ତି କରିବା ନିମନ୍ତେ ଅନ୍ୟ କାରଣ ଥାଉ ବା ନ ଥାଉ, କିନ୍ତୁ ଗୋଟିଏ କାରଣର ଉପସ୍ଥିତି ପର୍ଯ୍ୟାପ୍ତ ତେବେ ଏହି କାରଣଟିକୁ ପ୍ରାଥମିକ କାରଣ କୁହାଯାଏ ।
ଉଦାହରଣସ୍ୱରୂପ : ତମ ଗୁଣସୂତ୍ର ଯୋଡ଼ାରେ ଅଧିକ ଗୋଟିଏ ଗୁଣସୂତ୍ରର ସଂଯୁକ୍ତି ଡାଉନ ଲକ୍ଷଣ (Down’s syndrome) ସମୂହ ସୃଷ୍ଟି କରେ ।

Question ୪।
ଅସ୍ବାଭାବୀ ଆଚରଣର ସାଂଖ୍ୟକୀୟ ମାନଦଣ୍ଡ କ’ଣ ?
Answer:
ଏକ ସାଧାରଣ ବା ହାରାହାରି ପରିମାଣାତ୍ମକ ସୀମା ମଧ୍ୟରେ ଅନ୍ତର୍ଭୁକ୍ତ ହେଉଥିବା ବ୍ୟବହାରକୁ ସ୍ଵାଭାବିକ ବୋଲି କୁହାଯାଏ । ଏହି ସୀମା ନିମ୍ନସ୍ଥ ଏବଂ ଉଚ୍ଚସ୍ଥ ପରିମାଣର ବ୍ୟବହାରକୁ ଅସ୍ଵାଭାବୀ ଭାବେ ବିଚାର କରାଯାଏ ।

ଉଦାହରଣସ୍ୱରୂପ : ଅଧିକାଂଶ ବ୍ୟକ୍ତିମାନଙ୍କର ବୁଦ୍ଧିମତ୍ତା ସାଧାରଣ ବା ହାରାହାରି ପରିମାଣାତ୍ମକ ସୀମା ମଧ୍ୟରେ ରହେ । ସୁତରାଂ ସେହି ବ୍ୟକ୍ତିମାନଙ୍କର ବୁଦ୍ଧିମତ୍ତାଜନିତ ବ୍ୟବହାରକୁ ସ୍ଵାଭାବିକ ବୋଲି କୁହାଯିବ । ଅନ୍ୟପକ୍ଷରେ ସୀମା ବହିର୍ଭୂତ ନିମ୍ନସ୍ଥ ଓ ଉଚ୍ଚସ୍ଥ ବୁଦ୍ଧିମତ୍ତାଜନିତ ବ୍ୟବହାରକୁ ଅସ୍ଵାଭାବୀ କୁହାଯିବ । ଏହି ସାଂଖ୍ୟକୀୟ ମାନଦଣ୍ଡ ଅନୁଯାୟୀ ଅତି ବୁଦ୍ଧିମାନ ବ୍ୟକ୍ତିମାନଙ୍କ ବ୍ୟବହାରକୁ ଅସ୍ଵାଭାବୀ ଭାବେ ବିବେଚନା କରିବା ଯୁକ୍ତିଯୁକ୍ତ ନୁହେଁ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Question ୫।
ଅସ୍ଵାଭାବିକ ବ୍ୟବହାରର ମନସ୍ତାତ୍ତ୍ଵିକ କାରଣଗୁଡ଼ିକ
Answer:
ଅସ୍ଵାଭାବିକ ବ୍ୟବହାରର ମନସ୍ତାତ୍ତ୍ଵିକ କାରଣଗୁଡ଼ିକ ହେଲା :-

  • ପ୍ରଚଣ୍ଡ ମାନସିକ ଆଘାତ
  • ବିକୃତ ଆତ୍ମ ପରିଚୟ
  • ପରିଚୟ ଓ ଅଚେତନ ଅଭିପ୍ରେରଣ
  • ମାତୃଯତ୍ନ, ଶୈଶବକାଳରେ ଓ ସ୍ନେହରୁ ବଞ୍ଚତ
  • ବିକୃତ ପାରିବାରିକ ଶୈଳୀ

Question ୬।
ଡି.ଏସ୍.ଏମ୍ (DSM) କ’ଣ ?
Answer:
ଡି.ଏସ୍.ଏମ୍. (Diagnostic & Statistical Manual of Mental Disorder) – ଏପରି ଏକ ପ୍ରଣାଳୀ ଯାହା ରୋଗର ନିଦାନ, ଉପଚାର, ପୂର୍ବାନୁମାନ ଏବଂ ତତ୍ତ୍ୱାବଧାନରେ ଚିକିତ୍ସା ମନୋବିଜ୍ଞାନୀଙ୍କୁ ସହାୟତା ପ୍ରଦାନ କରିଥାଏ । ଏହି ପ୍ରଣାଳୀ ଅନୁସାରେ ଚିନ୍ତନର ନମୁନା, ଆବେଗ ଓ ବ୍ୟବହାର ଅନୁସାରେ ମାନସିକ ରୋଗର ବର୍ଗୀକରଣ ହୋଇଥାଏ । ଏହା ଆମେରିକାନ୍ ମନୋଚିକିତ୍ସା ପରିଷଦ ଦ୍ବାରା ବିକଶିତ । ବର୍ତ୍ତମାନ ଏହାର ଚତୁର୍ଥ ସଂସ୍କରଣ ପ୍ରଚଳନ ହେଉଛି । ଏହା ଅନେକ ଅକ୍ଷଯୁକ୍ତ ଏକ ପ୍ରଣାଳୀ (Multi-axial) ଏବଂ କେବଳ ଲକ୍ଷଣ ଉପରେ ପର୍ଯ୍ୟବସିତ ନୁହେଁ । ଏହା ଅନୁସାରେ ଜଣେ ମନୋଚିକିତ୍ସକଙ୍କୁ ରୋଗୀର ଅନେକ କ୍ଷେତ୍ରରେ କାର୍ଯ୍ୟପ୍ରଣାଳୀ ସମ୍ବନ୍ଧରେ ସୂଚନା ଏକାଠି ରହିବାକୁ ପଡ଼ିଥାଏ ।

Question ୭।
ସାଧାରଣ ଉତ୍କଣ୍ଠା ମନୋବିକୃତିର ୩ ଗୋଟି ଦୈହିକ ଲକ୍ଷଣ ଉଲ୍ଲେଖ କର ।
Answer:
ସାଧାରଣ ଉତ୍କଣ୍ଠା ମନୋବିକୃତିର ଦୈହିକ ଲକ୍ଷଣଗୁଡ଼ିକ ହେଲା :

  • କ୍ଳାନ୍ତି ଅନୁଭବ କରିବା ।
  • ଶ୍ଵାସରୁଦ୍ଧ ଅନୁଭବ କରିବା ।
  • ନିଦ ନ ଲାଗିବା ।
  • ଝାଳ ବୋହିବା ଓ ଦେହ ଥରିବା ।

Question ୮।
ବିଭିନ୍ନ ପ୍ରକାରର ଉତ୍କଣ୍ଠା ମନରୋଗର ସମୁଜୟ ଲକ୍ଷଣଗୁଡ଼ିକ ଲେଖ ।
Answer:
ବିଭିନ୍ନ ପ୍ରକାରର ଉତ୍କଣ୍ଠା ମନରୋଗରେ କେତେଗୁଡ଼ିଏ ଲକ୍ଷଣ ସମୁଳୟ ଅନ୍ତର୍ନିହିତ ଥାଏ । ସେଗୁଡ଼ିକ ହେଲା :-
(୧) ରୋଗୀମାନେ ସାଧାରଣ ଲୋକଙ୍କ ତୁଳନାରେ ବାରମ୍ବାର, ଅତି ତୀବ୍ର ଏବଂ ବହୁଦିନ ପର୍ଯ୍ୟନ୍ତ ଉତ୍କଣ୍ଠା, ଭୟ ଓ ଶଙ୍କା ଅନୁଭବ କରିଥାଆନ୍ତି ।
(୨) ଏପରି ଭାବନାରୁ ରକ୍ଷାପାଇବା ପାଇଁ ସେମାନେ ଧାର୍ମିକ ନୀତିନିୟମ ପାଳନ କରିଥାଆନ୍ତି ଏବଂ ଏପରି ଚିନ୍ତାକୁ ଉତ୍ପନ୍ନ କରାଇଥବା ସ୍ଥିତିଠାରୁ ନିଜକୁ ଦୂରେଇ ରଖୁବାକୁ ପ୍ରୟାସ କରିଥାଆନ୍ତି ।

Question ୯।
ମାନସିକ କାରଣ ଜନିତ ଶାରୀରିକ ବିକୃତି (Somato form Disorder) କହିଲେ କ’ଣ ବୁଝ ?
Answer:
ମାନସିକ କାରଣ ଜନିତ ଶାରୀରିକ ବିକୃତିଗୁଡ଼ିକ ଦେହର ସମସ୍ୟାକୁ ବୁଝାଏ । ଏଥୁରେ ପୀଡ଼ିତ ବ୍ୟକ୍ତି ଅନେକ ଦିନ ପର୍ଯ୍ୟନ୍ତ ବହୁତ ଦେହ ଖରାପ ଅଛି ବୋଲି ଅଭିଯୋଗ କରିଥାଆନ୍ତି । କିନ୍ତୁ ମେଡ଼ିକାଲ ପରୀକ୍ଷାରୁ ଏପ୍ରକାର ସମସ୍ୟାର ପ୍ରକୃତରେ କିଛି ଦୈହିକ ଆଧାର ଥାଏ ବୋଲି ଜଣା ପଡ଼େ ନାହିଁ । ଏପରି ଲୋକମାନେ ବାରମ୍ବାର ଚିକିତ୍ସା ସହାୟତା ଖୋଜି ଥାଆନ୍ତି । ଏମାନଙ୍କର ସମସ୍ୟା ମୂଳରେ ମନୋବୈଜ୍ଞାନିକ ଅଭିବ୍ୟକ୍ତି ନିହିତ ଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Question ୧୦।
ଦ୍ଵି-ପ୍ରାନ୍ତୀୟ ମନୋବିକୃତି କହିଲେ କ’ଣ ବୁଝ ? (Bipolar disorder)
Answer:
ଦ୍ଵିପ୍ରାନ୍ତୀୟ ମନୋବିକୃତିରେ ଉଭୟ ଅବସାଦ ଓ ଉନ୍ମାଦ (Mania) ସଂପୃକ୍ତ ଥାଆନ୍ତି । ଏମାନଙ୍କର ତୀବ୍ରତା ମୃଦୁ ବା ତୀବ୍ରତର ହୋଇପାରେ । ଉନ୍ମାଦରେ ବ୍ୟକ୍ତି ମଧ୍ୟରେ ଉଲ୍ଲାସ ମନୋଭାବ, ମନୋକାରକ କ୍ରିୟାରେ ବୃଦ୍ଧି ଏବଂ ଭବ୍ୟ (grandiose) ମନୋଭାବ ଲକ୍ଷଣ ଦେଖିବାକୁ ମିଳେ । ଦ୍ଵିପ୍ରାନ୍ତୀୟ ମନୋବିକୃତି ମଧ୍ୟରେ ଦ୍ବିପ୍ରାନ୍ତୀୟ-୧ (Bipolar-I) ମନୋବିକୃତି, ଦ୍ଵିପ୍ରାନ୍ତୀୟ-୨ (Bipolar-II) ମନୋବିକୃତି ଓ ଚକ୍ର ବିକ୍ଷିପ୍ତ ମନୋବିକୃତି (Cyclothymic Disorder) ଅନ୍ତର୍ଭୁକ୍ତ ।

Question ୧୧।
ମନୋଚିକିତ୍ସା ପଦ୍ଧତି କହିଲେ କ’ଣ ବୁଝ ?
Answer:
ମନୋଚିକିତ୍ସା ମାନସିକ ରୋଗୀକୁ ସହାୟତା କରିବା ପାଇଁ ତଥା ସମାଯୋଜିତ କରିବା ପାଇଁ ବା ବ୍ୟବହାରରେ କଠିନତାକୁ ଦୂର କରିବା ପାଇଁ ମାନସିକ ସ୍ଵାସ୍ଥ୍ୟବିଶେଷଜ୍ଞଙ୍କ ଦ୍ଵାରା ପ୍ରୟୋଗ କରାଯାଉଥିବା ଏକ ବିଧ୍ଵ । ସମସ୍ତ ପ୍ରକାର ଚିକିତ୍ସା ପ୍ରଣାଳୀରେ ସହାୟତା ପ୍ରଦାନକାରୀ ବିଶେଷଜ୍ଞ ଓ ସହାୟତା ନେଉଥିବା ବ୍ୟକ୍ତିଙ୍କର ମଧ୍ୟରେ ଅନ୍ତର୍ବେତ୍ତିକ ସମ୍ବନ୍ଧ ରହିଥାଏ ।

Question ୧୨।
ଚିକିତ୍ସାତ୍ମକ ସୌହାର୍ଯ୍ୟ କହିଲେ କ’ଣ ବୁଝ ?
Answer:
ଚିକିତ୍ସାତ୍ମକ ସୌହାର୍ଘ୍ୟ ଅର୍ଥ ହେଲା ମନୋଚିକିତ୍ସକ ନିଜର ସୁସ୍ଥ ‘ସ୍କୃ’ ଏବଂ ରୋଗୀଙ୍କର ବିବେକି, ହେବାପାଇଁ ଇଚ୍ଛୁକ ଏବଂ ଉନ୍ନତି କରିବାପାଇଁ ସର୍ବଦା ଚେଷ୍ଟା କରୁଥିବା ‘ସ୍ଵ’ ସହିତ ଏକ ମୈତ୍ରୀପୂର୍ଣ୍ଣ ସଂପର୍କ ସ୍ଥାପନା କରିବା । ଏହା ଅତି ମହତ୍ତ୍ଵପୂର୍ଣ୍ଣ ହୋଇଥାଏ । କାରଣ ଏପରି ସଂପର୍କ ସ୍ଥାପନ କରିବାଦ୍ଵାରା ରୋଗୀର ସୁସ୍ଥ ହେବାପାଇଁ କାମନା ଦୃଢ଼ ହୋଇଥାଏ ।

Question ୧୩।
ଚିକିତ୍ସାତ୍ମକ ସୌହାର୍ଯ୍ୟ କହିଲେ ତୁମେ କ’ଣ ବୁଝ ?
Answer:
ମନୋଚିକିତ୍ସକ ଏବଂ ରୋଗୀ ମଧ୍ୟରେ ପାରସ୍ପରିକ ବୁଝାମଣା ତଥା ସଂପର୍କ ସ୍ଥାପନାକୁ ‘ଅନୁବନ୍ଧ’ କୁହାଯାଏ । ଏହି ବୁଝାମଣା ଓ ସଂପର୍କ ଉଭୟ ପକ୍ଷ ମଧ୍ୟରେ ଯୁକ୍ତ ଭାବରେ କଥାବାର୍ତ୍ତା ଜରିଆରେ ହୋଇଥାଏ । ଏଥିପାଇଁ ଉଭୟ ପକ୍ଷ ଅନେକ ଥର ପରସ୍ପରକୁ ସାକ୍ଷାତ କରନ୍ତି ।

Question ୧୪।
ସଜ୍ଞାନାତ୍ମକ ଚିକିତ୍ସା କହିଲେ ତୁମେ କ’ଣ ବୁଝ ?
Answer:
ସଜ୍ଞାନାତ୍ମକ ଚିକିତ୍ସା ରୋଗୀର ନକରାତ୍ମକ ବିଚାରଧାରା ଏବଂ କୁସମାଯୋଜନାତ୍ମକ ବିଶ୍ଵାସକୁ ଚିହ୍ନି ସେଗୁଡ଼ିକୁ ବଦଳାଇବାରେ ସହାୟକ ହୋଇଥାଏ । ଅବସାଦ ଓ ଉତ୍କଣ୍ଠା ପରି ରୋଗର ଉପଚାର ପାଇଁ ସଜ୍ଞାନାତ୍ମକ ଚିକିତ୍ସାର ବ୍ୟବହାର କରାଯାଏ । ଆଲବର୍ଟ ଏଲିସ୍ ଓ ଆରୋନ୍ ବେକ୍ ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ମାନସିକ ରୋଗର ଉପଚାରରେ ପ୍ରଥମେ ପ୍ରୟୋଗ କରିଥିଲେ ।

Question ୧୫।
ମନୋଚିକିତ୍ସାତ୍ମକ ସମ୍ବନ୍ଧ କହିଲେ ତୁମେ କ’ଣ ବୁଝ ?
Answer:
ବ୍ୟବସାୟିକ ସମ୍ବନ୍ଧଠାରୁ ଭିନ୍ନ ଅଟେ । ମନୋଚିକିତ୍ସା ଏକ ମନୋଚିକିତ୍ସକ ଏବଂ ମାନସିକ ରୋଗୀ ମଧ୍ୟରେ ଗୋଟିଏ ବ୍ୟବସାୟିକ ସମ୍ବନ୍ଧ ଅଟେ । ମନୋଚିକିତ୍ସକ ଠିକ୍ ଭାବରେ ନିଜର ପାରିଶ୍ରମିକ ସ୍ଥିର କରିଥାଆନ୍ତି, ସାକ୍ଷାତ ତାରିଖ ଏବଂ ସମୟକୁ ଧ୍ୟାନ ଦେଉଥାନ୍ତି ଏବଂ ନୈଦାନିକ ନିୟମକୁ ଅନୁସରଣ କରିଥାଆନ୍ତି ।

Question ୧୬।
ସାଧାରଣ ଉତ୍କଣ୍ଠା ମନୋବିକୃତି କାହାକୁ କୁହାଯାଏ ?
Answer:
ଦୀର୍ଘକାଳବ୍ୟାପୀ, ଅସ୍ପଷ୍ଟ, ଅହେତୁକ ଏବଂ ଅତୀବ ଭୟ ଯାହାକି ଯେକୌଣସି ଘଟଣା, ବସ୍ତୁ ବା ଅବସ୍ଥାକୁ ନେଇ ସୃଷ୍ଟି ହୋଇପାରେ, ତାହାକୁ ସାଧାରଣ ଉତ୍କଣ୍ଠା ମନୋବିକୃତି କୁହାଯାଏ । ଏହା ଅବାସ୍ତବିକ ଓ ଅତ୍ୟଧ୍ଵକ ଚିନ୍ତାଯୁକ୍ତ ଏକ ମନୋବିକୃତି ଅଟେ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

ତିନି ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର
ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଛଅଗୋଟି ବାକ୍ୟ ମଧ୍ଯରେ ଉଲ୍ଲେଖ କର ।

Question ୧।
ମାନସିକ ରୋଗର କାରଣଗୁଡ଼ିକ ସଂକ୍ଷେପରେ ବର୍ଣ୍ଣନା କର ।
Answer: ମାନସିକ ରୋଗର କାରଣଗୁଡ଼ିକୁ ଭିନ୍ନ ଭିନ୍ନ ପ୍ରକାରେ ସମ୍ବନ୍ଧିତ ହୋଇ ରୋଗ ଉତ୍ପନ୍ନ କରିଥାନ୍ତି । ଏହି ଦୃଷ୍ଟିରୁ
ମାନସିକ ବିକାରର କାରଣଗୁଡ଼ିକୁ ଚାରିପ୍ରକାରରେ ବ୍ୟକ୍ତ କରାଯାଇପାରେ :-
ଯଥା :

  • ପ୍ରାଥମିକ କାରଣ (Primary causes)
  • ପୂର୍ବ-ପ୍ରବର୍ତ୍ତକ କାରଣ (Predisposing causes)
  • ଅବକ୍ଷେପିତ ବା ପ୍ରକଟକ କାରଣ (Precipitating causes)
  • ପୁନର୍ବଳନକାରୀ କାରଣ (Reinforcing causes)

(i) ପ୍ରାଥମିକ କାରଣ :
ଯେତେବେଳେ ଏକ ମାନସିକ ରୋଗ ଉତ୍ପନ୍ନ କରିବା ନିମନ୍ତେ ଅନ୍ୟ କାରଣ ଥାଉ ବା ନ ଥାଉ କିନ୍ତୁ ଗୋଟିଏ କାରଣର ଉପସ୍ଥିତି ପର୍ଯ୍ୟାପ୍ତ ତେବେ ଏହି କାରଣଟିକୁ ପ୍ରାଥମିକ କାରଣ କୁହାଯାଏ ।
(ii) ପୂର୍ବ-ପ୍ରବର୍ତ୍ତକ କାରଣ :
ଏହା ଏପରି ଏକ ଆନୁବଂଶିକ କାରଣ ଯାହା ପୂର୍ବରୁ ଥାଏ ଏବଂ ପରବର୍ତ୍ତୀ ସମୟରେ ମାନସିକ ରୋଗ ଉତ୍ପନ୍ନ ହେବାର ସମ୍ଭାବନାକୁ ବଢ଼ାଇ ଦେଇଥାଏ ।
(iii) ଅବକ୍ଷେପିତ ବା ପ୍ରକଟକ କାରଣ :
ଏକ ତତ୍‌କାଳୀୟ ଅବସ୍ଥା ଯଦି ମାନସିକ ବିକାରକୁ ଜାତ କରେ ତେବେ ଏହାକୁ ଅବକ୍ଷେପିତ କାରଣ କୁହାଯାଏ ।
(iv) ପୁନର୍ବଳନକାରୀ କାରଣ :
ଏ ଯେଉଁ କାରଣ ପୂର୍ବରୁ ସୃଷ୍ଟି ହୋଇସାରିଥିବା ଏକ ମାନସିକ ବିକାରକୁ ଅବ୍ୟାହତ ରଖୁବାରେ ସହାୟକ ହୋଇଥାଏ ତାହାକୁ ପୁନର୍ବଳନକାରୀ କାରଣ କୁହାଯାଏ ।

Question ୨।
ସାଧାରଣ ଉତ୍କଣ୍ଠା ମନୋବିକୃତିର ମାନସିକ ଲକ୍ଷଣଗୁଡ଼ିକ ଉଲ୍ଲେଖ କର ।
Answer:
ଦୀର୍ଘକାଳବ୍ୟାପୀ ଅସ୍ପଷ୍ଟ, ଅହେତୁକ ଏବଂ ଅତୀବ ଭୟ ଯାହାକି ଯେକୌଣସି ଘଟଣା, ବସ୍ତୁ ବା ଅବସ୍ଥାକୁ ନେଇ ସୃଷ୍ଟି ହୋଇପାରେ ତାହାକୁ ସାଧାରଣ ଉତ୍କଣ୍ଠା ମନୋବିକୃତି କୁହାଯାଏ । ସାଧାରଣ ଉତ୍କଣ୍ଠା ମନୋବିକୃତିର ମାନସିକ ଲକ୍ଷଣଗୁଡ଼ିକ ହେଲା :-

  • ଅତିକମ୍‌ରେ ଛଅମାସ ପର୍ଯ୍ୟନ୍ତ ଅତୀବ ଉତ୍କଣ୍ଠା ଓ ଦୁଶ୍ଚିନ୍ତା ଅବ୍ୟାହତ ରହିବା ଯୋଗୁଁ ଜୀବନର ମୁଖ୍ୟ ପରିସରଗୁଡ଼ିକ ପ୍ରଭାବିତ ହେବା ।
  • ଏହି ଦୁଶ୍ଚିନ୍ତା ପ୍ରାୟତଃ ନିଜର ଭବିଷ୍ୟତ, ନିଜର ଆତ୍ମୀୟସ୍ବଜନ କିମ୍ବା ଧନ ସଂପରିକୁ ନେଇ ସୃଷ୍ଟି ହୁଏ ।
  • ବ୍ୟକ୍ତି କିଛି ବିପଜ୍ଜନକ ଘଟଣାର ସର୍ବଦା ପ୍ରତୀକ୍ଷା କରେ । ତେଣୁ ତା’ପାଖରେ ଅତି ସତର୍କତାର ଲକ୍ଷଣ ପରିଲକ୍ଷିତ ହୁଏ ।
  • ଏକାଗ୍ରତାର ଅତିଶୟ ଅଭାବ ପରିଲକ୍ଷିତ ହୋଇଥାଏ ।

Question ୩।
ଆତଙ୍କ ମନୋବିକୃତିର ଲକ୍ଷଣଗୁଡ଼ିକ ବର୍ଣ୍ଣନା କର ।
Answer:
ଆତଙ୍କ ମନୋବିକୃତି ଏକ ଅପ୍ରତ୍ୟାଶିତ, ଦୁର୍ଦମନୀୟ ଆତଙ୍କ ଏବଂ ଏହା କୌଣସି ପ୍ରତୀୟମାନ କାରଣ ନ ଥାଇ ଏକ ଅତୀବ ଆତଙ୍କିତ ଅବସ୍ଥାରେ ପାଞ୍ଚରୁ ଦଶ ମିନିଟ୍ ମଧ୍ୟରେ ବ୍ୟକ୍ତିଟିକୁ କବଳିତ କରି ପକାଇଥାଏ । ଆତଙ୍କ ମନୋବିକୃତିର ଲକ୍ଷଣଗୁଡ଼ିକ ହେଲା :–

  • ଶ୍ଵାସରୋଧ ବା ଅଣନିଶ୍ବାସୀ ଅନୁଭବ କରିବା ।
  • ମତିଭ୍ରମ, ଅସ୍ଥିରତା ବା ମୂର୍ଚ୍ଛା ହୋଇଯିବା ।
  • ଶରୀର ଅବଶ ଲାଗିବା, ଦେହ ଥରିବା, ଦେହରୁ ଗମ୍ଗଗମ୍ ଝାଳ ବୋହିବା ।
  • ହୃଦସ୍ପନ୍ଦନ ହାର ବୃଦ୍ଧିପାଇବା ।
  • ଛାତିରେ ଯନ୍ତ୍ରଣା ଅନୁଭବ କରିବା ।
  • ଦେହ ଝିମ୍ ଝିମ୍ ହେବା ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Question ୪।
ଦୁର୍ନୀତି ମନୋବିକୃତିର ଲକ୍ଷଣଗୁଡ଼ିକ ଆଲୋଚନା କର ।
Answer:
କୌଣସି ବସ୍ତୁ, ପ୍ରାଣୀ ବ୍ୟକ୍ତି କିମ୍ବା ସାମାଜିକ ପରିସ୍ଥିତି ପ୍ରତି ଅହେତୁକ ଓ ନିରନ୍ତର ଭାବେ ଅତିରିକ୍ତ ଭୟ କରିବାକୁ ଦୁର୍ନୀତି ମନୋବିକୃତି କୁହାଯାଏ । ଏହାର ଲକ୍ଷଣଗୁଡ଼ିକ ହେଲା :-

  • ରୋଗୀ କେଉଁ ନିର୍ଦ୍ଦିଷ୍ଟ ଉଦ୍ଦୀପକକୁ ଭୟ କରେ ତାହା ସେ ଜାଣିଥାଏ ।
  • ଉଦ୍ଦୀପକର ଭୟ ଉଦ୍ରେକ କରିବାର ବାସ୍ତବ ସାମର୍ଥ୍ୟ ତୁଳନାରେ ରୋଗୀର ଭୟ ଅନୁଭୂତି ମାତ୍ରା ଯଥେଷ୍ଟ ଅଧିକ ।
  • ରୋଗୀ ତାହାର ଭୟକୁ ଅଯୌକ୍ତିକ ବୋଲି ସ୍ଵୀକାର କରେ।
  • ରୋଗୀ ତାହାର ଅହେତୁକ ଭୟକୁ ଆୟତ୍ତ କରିବାକୁ ସମର୍ଥ ହୋଇ ନ ଥାଏ ।
  • ଅହେତୁକ ଭୟ ଉଦ୍ରେକକାରୀ ଉଦ୍ଦୀପକ କୌଣସି ନିର୍ଦ୍ଦିଷ୍ଟ ବସ୍ତୁ, ବ୍ୟକ୍ତି, ପ୍ରାଣୀ ବା ପରିସ୍ଥିତି ହୋଇପାରେ । ଏହା ମଧ୍ୟ କୌଣସି ସାମାଜିକ ପରିସ୍ଥିତି ମଧ୍ୟ ହୋଇପାରେ ।

Question ୫।
ବିଭିନ୍ନ ପ୍ରକାର ମନୋଚିକିତ୍ସା ପଦ୍ଧତିରେ ସାଧାରଣ ଗ୍ରୁପଗୁଡ଼ିକ ଉଲ୍ଲେଖ କର ।
Answer:
ମାନସିକ ଚିକିତ୍ସାରେ ଅନେକ ପ୍ରକାରର ମନୋଚିକିତ୍ସା ପ୍ରଣାଳୀ ଉପଯୋଗ କରାଯାଏ । ପ୍ରାୟ ସମସ୍ତ ଚିକିତ୍ସା ପ୍ରଣାଳୀରେ ନିମ୍ନଲିଖତ ଗୁଣଗୁଡ଼ିକ ଦୃଷ୍ଟିଗୋଚର ହୁଏ ।

  • ଚିକିତ୍ସାର ବିଭିନ୍ନ ସିଦ୍ଧାନ୍ତରେ ନିହିତ ନିୟମଗୁଡ଼ିକର କ୍ରମବଦ୍ଧ ଉପଯୋଗ ।
  • ମନୋଚିକିତ୍ସାରେ ପ୍ରଶିକ୍ଷିତ ବ୍ୟକ୍ତି କେବଳ ଚିକିତ୍ସା କରିପାରିବେ ।
  • ଚିକିତ୍ସା କ୍ଷେତ୍ର ଜଣେ ମନୋଚିକିତ୍ସକ ଓ ଚିକିତ୍ସା ପ୍ରାପ୍ତ କରୁଥିବା ବ୍ୟକ୍ତିଙ୍କୁ ନେଇ ଗଠିତ ହୋଇଥାଏ । ଚିକିତ୍ସା ପ୍ରାପ୍ତ କରୁଥିବା ବ୍ୟକ୍ତି ଚିକିତ୍ସା କ୍ଷେତ୍ରରେ କେନ୍ଦ୍ରବିନ୍ଦୁ ହୋଇଥାନ୍ତି ଏବଂ ସେ ସହାୟତା ଆଶା କରନ୍ତି ଏବଂ ପ୍ରାପ୍ତ ହୁଅନ୍ତି |
  • ଚିକିତ୍ସା ପ୍ରାପ୍ତ ହେଉଥିବା ବ୍ୟକ୍ତି ଓ ଚିକିତ୍ସକଙ୍କ ମଧ୍ୟରେ ସଂଚାର ତଥା ପାରସ୍ପରିକ କ୍ରିୟା ଚିକିତ୍ସାତ୍ମକ ସମ୍ବନ୍ଧ ନିର୍ମାଣ କରିଥାଏ ଏବଂ ଦୃଢ଼ କରିଥାଏ । ଏହି ପ୍ରକାର ମାନବୀୟ ସମ୍ବନ୍ଧ ଏକ ଗୋପନୀୟ, ଅନ୍ତବୈତ୍ତିକ ଏବଂ ଗତ୍ୟାତ୍ମକ ସମ୍ବନ୍ଧ ହୋଇଥାଏ ।

Question ୬।
ମନୋଚିକିତ୍ସାର ସ୍ଵରୂପ ବର୍ଣନା କର ।
Answer:
ମାନସିକ ଚିକିତ୍ସାରେ ମନୋବୈଜ୍ଞାନିକ ସାଧନକୁ ଉପଯୋଗ କରି କୌଣସି ମାନସିକ ରୋଗର ଉପଚାର ପାଇଁ କ୍ରମବଦ୍ଧ ପ୍ରୟାସ କରାଯାଇଥାଏ । ଏହା ଜଣେ ପ୍ରଶିକ୍ଷିତ ବ୍ୟକ୍ତିଙ୍କ ଦ୍ଵାରା ଉପଯୋଗ କରାଯାଇଥାଏ ଏବଂ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥାଏ ସେ କିପରି ରୋଗୀର କୁସମାଯୋଜିତ ବ୍ୟବହାରର ବର୍ତ୍ତମାନ ଲକ୍ଷଣକୁ ଦୂର କରିପାରିବେ ତଥା ପରିମାର୍ଜିତ କରିପାରିବେ । ଏଥୁ ସହିତ ନିଜର ସମସ୍ୟା ପ୍ରତି ରୋଗୀର କିପରି ଅନ୍ତଃ ଦୃଷ୍ଟି ବିକଶିତ ହୋଇପାରିବ ସେଥୁପ୍ରତି ଧ୍ୟାନ ପରିବର୍ତ୍ତନ ହୋଇଥାଏ ।

ଏହା ବେଳେ ବେଳେ ଅବଚେତନ ଅବସ୍ଥାରେ ରୋଗୀର ନିଜପ୍ରତି ସୂଚନା (Auto-suggestion) ଦ୍ଵାରା ସମ୍ଭବ ହୋଇଥାଏ । ଆଜିକାଲି ମନୋଚିକିତ୍ସା କ୍ଷେତ୍ରରେ ସଂଚାରର ସଜ୍ଞାନାତ୍ମକ ଦୃଷ୍ଟିକୋଣକୁ ମହତ୍ତ୍ବ ଦିଆଯାଇଅଛି । ଅର୍ଥାତ୍ ଆଜିକାଲି ଚିକିତ୍ସିତ ରୋଗୀର ସମସ୍ୟା ସମାଧାନ ପାଇଁ କେବଳ ସୂଚନା ଦେବା ବଦଳରେ ରୋଗୀ ସହିତ ସହଜ ସଂପର୍କ ରଖୁ ଆଲୋଚନା ମାଧ୍ୟମରେ ରୋଗୀର ନିଜ ସମସ୍ୟାର କାରଣ ଓ ଉପଚାର ସମ୍ବନ୍ଧରେ ଯେପରି ଜ୍ଞାନ ଉଦ୍ରେକ ହେବ ସେଥ‌ିପାଇଁ ଯତ୍ନବାନ ହୋଇଥାଆନ୍ତି । ଏଥିରେ ସେ ବାଚନିକ ଓ ଅବାଚନିକ ଉଭୟ ପ୍ରକାରର ସଂଚାରକୁ ମହତ୍ତ୍ଵ ଦେଇଥାଆନ୍ତି ।

Question ୭।
ବ୍ୟବହାର ଚିକିତ୍ସା ପଦ୍ଧତି ସଂପର୍କରେ ବ୍ୟାଖ୍ୟା କର ।
Answer:
ବ୍ୟବହାର ଚିକିତ୍ସା ପଦ୍ଧତିକୁ ବ୍ୟବହାର ପରିମାର୍ଜନ (Behaviour modification) ରୂପେ ମଧ୍ୟ ଜଣାଯାଇଥାଏ । ଏହି ଚିକିତ୍ସା ପଦ୍ଧତିଟି ଆ.ପି.ପାଭଲଭଙ୍କର ଶାସ୍ତ୍ରୀୟ ପ୍ରସୀମନ ଓ ବି.ଏଫ. ସ୍ପିନରଙ୍କର କ୍ରିୟା ପ୍ରସୂନ ପ୍ରସୀମନ ଶିକ୍ଷଣ ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ । 1920 ଦଶକରେ ଆମେରିକାର ମନୋବିଜ୍ଞାନୀ ଜେ.ବି. ଷ୍ଟାଟସନ ପ୍ରସୀମନ ବିଧୂର ପ୍ରୟୋଗ ଅସ୍ଵାଭାବିକ ବ୍ୟବହାର ଆମେ ଶିକ୍ଷା କରିଥାଉ । ଶିକ୍ଷା କରିଥିବା ବ୍ୟବହାର ପରିବର୍ତ୍ତନଶୀଳ ।

ତେଣୁ ସେ ପ୍ରସ୍ତାବ ଦେଲେ ଯେ, ଯେହେତୁ ଅସ୍ଵାଭାବିକ ବ୍ୟବହାର ଶିକ୍ଷଣଜନିତ କାରଣରୁ ହୋଇଥାଏ ସେହି ଶିକ୍ଷଣ ନିୟମ ଅନୁସାରେ ତାକୁ ପରିବର୍ତ୍ତନ କରାଯାଇପାରିବ । ଲିଣ୍ଡସ୍କୋ ଏବଂ ସ୍ପିନର 1950 ଦଶକରେ ଅସ୍ଵାଭାବିକ ବ୍ୟବହାର ଦେଖାଉଥ‌ିବା ବ୍ୟକ୍ତିମାନଙ୍କର ଚିକିତ୍ସାରେ ଶିକ୍ଷଣ ନିୟମକୁ ପ୍ରୟୋଗ କରିବା ସମୟରେ ସର୍ବପ୍ରଥମେ “ ବ୍ୟବହାର ଚିକିତ୍ସା” ଶବ୍ଦର ଆବିଷ୍କାର କରିଥିଲେ । ଏହି ଚିକିତ୍ସା ପଦ୍ଧତି ଅନୁସାରେ ମାନସିକ ବିକୃତି ଦୋଷପୂର୍ଣ୍ଣ ଶିକ୍ଷଣ ପାଇଁ ବିକଶିତ ହୋଇଥାଏ ଏବଂ ସେଥ‌ିପାଇଁ ତାହାର ପରିମାର୍ଜନରେ ପୁଣି ଥରେ ଶିଖୁବା ବା ନୂଆ ଶିଖୁବା ଆବଶ୍ୟକ ହୋଇଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧।
ଅସ୍ଵାଭାବିକ ବ୍ୟବହାର ସମ୍ବନ୍ଧୀୟ ବିଭିନ୍ନ କାରଣଗୁଡ଼ିକ ବର୍ଣନା କର ।
Answer:
ଯେଉଁ ବ୍ୟବହାର ସାଂସ୍କୃତିକ ଭାବେ ଅନୁପଯୁକ୍ତ ଏବଂ ନିଜର ତଥା ସମାଜର ଅନ୍ୟ ବ୍ୟକ୍ତିଙ୍କ ପ୍ରତି ସମସ୍ୟା ସୃଷ୍ଟିକରେ, ତାହାକୁ ହିଁ ଅସ୍ଵାଭାବିକ ବ୍ୟବହାର ବିକାଶରେ ଭିନ୍ନ ଭିନ୍ନ କାରକ ରୂପେ କାର୍ଯ୍ୟ କରିଥାଏ । ଯେଉଁ ମୁଖ୍ୟ କାରକଗୁଡ଼ିକ ଅସ୍ଵାଭାବିକ ବ୍ୟବହାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଆନ୍ତି । ସେହି କାରକମାନଙ୍କୁ ମୁଖ୍ୟତଃ ତିନୋଟି ବର୍ଗରେ ବିଭାଜିତ । ସେଗୁଡ଼ିକ ହେଲା :-

(i) ଜୈବିକ ବା ଶାରୀରିକ କାରଣ (Biological Causes)
(ii) ମନସ୍ତାତ୍ତ୍ଵିକ କାରଣ (Psychological Causes)
(iii) ସାମାଜିକ-ସାଂସ୍କୃତିକ କାରଣ (Socio-cultural Causes)

(i) ଜୈବିକ ବା ଶାରୀରିକ କାରଣ :
ବିଭିନ୍ନ ଜୈବିକ କାରଣମାନେ ମାନସିକ ବିକୃତି ଅନ୍ତର୍ଗତ ଅସ୍ଵାଭାବିକ ବ୍ୟବହାର ବିକାଶ ନିମନ୍ତେ ଦାୟୀ । ସେହି କାରଣମାନଙ୍କ ମଧ୍ୟରେ ଆନୁବଂଶିକ ଦୋଷ, ଗୁଣସୂତ୍ରୀୟ ତ୍ରୁଟି, ଅନ୍ତସ୍ରାବୀ ବ୍ୟବଧାନ, ଶାରୀରିକ ଦୁର୍ବଳତା, ମସ୍ତିଷ୍କର କ୍ରିୟାପ୍ରଣାଳୀରେ ଅବ୍ୟବସ୍ଥା ଏବଂ କୁପୋଷଣ ଇତ୍ୟାଦି ପ୍ରମୁଖ ଅଟନ୍ତି । ଉଦାହରଣ ସ୍ଵରୂପ ଚିତ୍ତଭ୍ରଂଶୀ (Schizophrenia) ବାତୁଳତା, ଭାବ ବିକୃତି ଏବଂ ଅବସାଦ ବିକୃତି ସଦୃଶ ଭୟଙ୍କର ମାନସିକ ରୋଗଗୁଡ଼ିକ ଉତ୍ପନ୍ନ ହେବାରେ ଆନୁବଂଶିକ କାରକର ଯଥେଷ୍ଟ ଅବଦାନ ରହିଛି ବୋଲି ପ୍ରମାଣ ମିଳିଛି ।

ସେହିଭଳି (Doun’s Syndrome) ଡାଉନ ଲକ୍ଷଣ ସମୂହ ନାମକ ଏକ ପ୍ରକାରର ମାନସିକ ଅନଗ୍ରସରତା ୨୧ ତମ ଗୁଣସୂତ୍ର ଯୋଡ଼ାରେ ଅଧ‌ିକ ଗୋଟିଏ ଗୁଣସୂତ୍ର ସଂଯୁକ୍ତି ଯୋଗୁଁ ସୃଷ୍ଟି ହୋଇଥାଏ । ଜଡ଼ ବାମନତ୍ଵ (Cretinism) ପରି ଏକ ଭୟାନକ ମାନସିକ ଅନଗ୍ରସରତା ଥାଇରଏଡ଼ ଗ୍ରନ୍ଥିରୁ ଅଳ୍ପ ପରିମାଣର ଥାଇରକ୍ଲିନ ହରମୋନ ସ୍ରାବ ହେବା କାରଣରୁ ହୋଇଥାଏ । ଶରୀର ଗଠନ ଏବଂ ଶରୀର ରଚନା ମଧ୍ୟ ଅସ୍ଵାଭାବିକ ବ୍ୟବହାର ବିକାଶରେ ମହତ୍ତ୍ଵପୂର୍ଣ ଭୂମିକା ଗ୍ରହଣ କରିଥାନ୍ତି ।

କାରଣ ବିଭିନ୍ନ ପ୍ରକାରର ମାନସିକ ଚାପ ପ୍ରତି ଆମ ପ୍ରତିକ୍ରିୟା କ’ଣ ହେବ ସେମାନେ ସ୍ଥିର କରନ୍ତି | ମସ୍ତିଷ୍କରେ କ୍ଷତ ଏବଂ ସ୍ନାୟୁ ସଂଚରଣ ସମ୍ବନ୍ଧୀୟ ଅକ୍ଷମତା ଅନେକ ଲକ୍ଷଣ ଓ ମାନସିକ ବିକାର ପାଇଁ ଦାୟୀ । ଶାରୀରିକ କୁ ପୋଷଣ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ଦୁର୍ବଳ କରି ଅନେକ ପ୍ରକାରର ଅସ୍ଵାଭାବୀ ବ୍ୟବହାର ବିକାଶର ମାର୍ଗକୁ ସହଜ ଓ ସରଳ କରିଥାଏ ।

(ii) ମନୋବୈଜ୍ଞାନିକ କାରଣ :
ମାନସିକ ବିକାର ତଥା ଅସ୍ଵାଭାବିକ ବ୍ୟବହାର ସୃଷ୍ଟିରେ ମନସ୍ତାତ୍ତ୍ଵିକ କାରକମାନଙ୍କୁ ଚିହ୍ନଟ କରିବା ଏବଂ ନିର୍ଦ୍ଦିଷ୍ଟ କରିବା ଅପେକ୍ଷାକୃତ କଷ୍ଟସାଧ୍ୟ ଅଟେ । ଏହି କାରକଗୁଡ଼ିକ ସୁସ୍ପଷ୍ଟ ନୁହଁନ୍ତି ଏବଂ ଅନିଶ୍ଚିତ ଢଙ୍ଗରେ କାର୍ଯ୍ୟ କରିଥାଆନ୍ତି । କେତେ ପ୍ରମୁଖ ମନସ୍ତାତ୍ତ୍ଵିକ କାରଣଗୁଡ଼ିକ ହେଲା :-
(୧) ପ୍ରଚଣ୍ଡ ମାନସିକ ଆଘାତ
(୨) ବିକୃତ ଆତ୍ମପରିଚୟ
(୩) ତ୍ରୁଟିପୂର୍ଣ୍ଣ ଓ ଅଚେତନ ଅଭିପ୍ରେରଣ
(୪) ଶୈଶବ କାଳରେ ମାତୃଯତ୍ନ ଓ ମାତୃସ୍ନେହରୁ ବଞ୍ଚିତ
(୫) ବିକୃତ ପାରିବାରିକ ଶୈଳୀ :– ପ୍ରତ୍ୟାଖ୍ୟାନ, ଅତିରକ୍ଷଣ ଓ କଠୋରତା, ଅବାଧ ସମ୍ମତି, ଅବାସ୍ତବ ପ୍ରତ୍ୟାଶା, ତ୍ରୁଟିପୂର୍ଣ୍ଣ ଶୃଙ୍ଖଳା ଓ ପାଳନ ଶୈଳୀ, ବିଫଳ ଓ ତ୍ରୁଟିଯୁକ୍ତ ଭାବ ବିନିମୟ, ଅବାଞ୍ଛିତ ପାଳନ ଶୈଳୀ ପ୍ରଭୃତି କାରକଗୁଡ଼ିକ ଅସ୍ଵାଭାବିକ ବ୍ୟବହାର ଜନ୍ମାଇବାରେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।

(iii) ସାମାଜିକ-ସାଂସ୍କୃତିକ କାରଣ :
ସାମାଜିକ ଓ ସାଂସ୍କୃତିକ କାରକମାନେ ମଧ୍ୟ ଅସ୍ଵାଭାବିକ ବ୍ୟବହାର ଉତ୍ପନ୍ନ କରାଇବାରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ ହୋଇଥାଏ । ଅତ୍ୟଧିକ ମାନସିକ ଚାପ, ଶିକ୍ଷାକୃତ ଅସହାୟ ବୋଧ, ନକରାତ୍ମକ ସ୍ଵମନୋକ (negative self schema) ଇତ୍ୟାଦି ମଧ୍ୟ ବିଭିନ୍ନ ମାନସିକ ବିକାରର କାରଣ ହୋଇପାରନ୍ତି । ଭ୍ରମାତ୍ମକ ଚିନ୍ତନଶୈଳୀ, ସମଯୋଜନାମୂଳକ କୌଶଳର ଅଭାବ, ନିଜର ଦୋଷତ୍ରୁଟିକୁ ସ୍ଵଚେତନାରେ ଗ୍ରହଣ କରିବା କ୍ଷେତ୍ରରେ ଅକ୍ଷମତା ବ୍ୟକ୍ତିକୁ ମାନସିକ ବିକାରରେ ପୀଡ଼ିତ କରିବାର ଆଶଙ୍କା ଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

(iii) ସାମାଜିକ-ସାଂସ୍କୃତିକ କାରଣ :
ସାମାଜିକ ଓ ସାଂସ୍କୃତିକ କାରକମାନେ ମଧ୍ୟ ଅସ୍ଵାଭାବିକ ବ୍ୟବହାର ଉତ୍ପନ୍ନ କରାଇବାରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି । ଯୁଦ୍ଧଜନିତ ବିଭୀଷିକା, ହିଂସାକାଣ୍ଡ, ଅର୍ଥନୈତିକ ଓ ବେକାରୀ ସମସ୍ୟା, ଦୃତ ସାମାଜିକ ସାଂସ୍କୃତିକ ପରିବର୍ତ୍ତନ, ବୈଷୟିକ ଜ୍ଞାନକୌଶଳରେ କ୍ଷିପ୍ର ଅଗ୍ରଗତି, ପୂର୍ବାଗ୍ରହ, ବିଭେଦୀକରଣ ସଦୃଶ କାରକମାନେ ମାନସିକ ବିକାର ସୃଷ୍ଟି କରିବାରେ ଏକ ଜଟିଳ ପ୍ରକ୍ରିୟାରେ କାର୍ଯ୍ୟ କରିଥାନ୍ତି ।

ନୂତନ ସାମାଜିକ ଭୂମିକା ତଥା ପ୍ରତ୍ୟାଶ୍ୟାର ଭୂମିକା ମଧ୍ୟ ମାନସିକ ବିକୃତି ଓ ଅସ୍ଵାଭାବିକ ଭାବେ ଅସ୍ଵାଭାବୀ ବ୍ୟବହାର ସୃଷ୍ଟିରେ ସହାୟକ ହୋଇଥାନ୍ତି । ବ୍ୟକ୍ତିର କୌଣସି ବ୍ୟବହାରକୁ ସ୍ଵାଭାବିକ କିମ୍ବା ନିର୍ଦ୍ଧାରଣ କରିବାବେଳେ ବ୍ୟକ୍ତିବିଶେଷର ସାମାଜିକ, ସାଂସ୍କୃତିକ ପୃଷ୍ଠଭୂମି ଆଧାରରେ ବିଚାର କରାଯିବା ଉଚିତ୍ । ସାମାଜିକ- ସାଂସ୍କୃତିକ ମାନଦଣ୍ଡ, ପ୍ରଥା, ପରଂପରା, ନୀତି, ମୂଲ୍ୟବୋଧ, ବିଶ୍ଵାସଧାରା ଇତ୍ୟାଦି ଏହି ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

Question ୨।
ମାନସିକ କାରଣ ଜନିତ ଶାରୀରିକ ବିକୃତି (Somatoform Disorder) ଗୁଡ଼ିକ ସଂପର୍କରେ ବର୍ଣନା କର ।
Answer:
ମାନସିକ କାରଣ ଜନିତ ଶାରୀରିକ ବିକୃତିଗୁଡ଼ିକ ଦେହର ସମସ୍ୟାକୁ ବୁଝାଏ । ଏଥରେ ପୀଡ଼ିତ ବ୍ୟକ୍ତି ଅନେକ ଦିନ ପର୍ଯ୍ୟନ୍ତ ବହୁତ ଦେହ ଖରାପ ଅଛି ବୋଲି ଅଭିଯୋଗ କରିଥାଆନ୍ତି । କିନ୍ତୁ ମେଡ଼ିକାଲ ପରୀକ୍ଷାରୁ ଏ ପ୍ରକାର ସମସ୍ୟାର ପ୍ରକୃତରେ କିଛି ଦୈହିକ ଆଧାର ଥାଏ ବୋଲି ଜଣା ପଡ଼େନାହିଁ । ଏହି ରୋଗରେ ପୀଡ଼ିତ ବ୍ୟକ୍ତିମାନେ ବାରମ୍ବାର ଚିକିତ୍ସା ସହାୟତା ଖୋଜିଥାନ୍ତି । ଏମାନଙ୍କର ସମସ୍ୟା ମୂଳରେ ମନୋବୈଜ୍ଞାନିକ ଅଭିବ୍ୟକ୍ତି ନିହିତ ଥାଏ । କେତେକ ପ୍ରମୁଖ ମାନସିକ କାରଣ ଜନିତ ଶାରୀରିକ ବିକୃତିଗୁଡ଼ିକ ହେଲା :-
(i) କାୟ-ଆଲମ୍ବିତା ବିକୃତି (Somatisation Disorders)
(ii) ରୂପାନ୍ତରଣ ମନୋବିକୃତି (Conversion Disorders)
(iii) ରୋଗ-ଭ୍ରମ ମନୋବିକୃତି (Hypocodriasis)

(i) କାୟ-ଆଲମ୍ବିତା ବିକୃତି :
ଏହି ମନୋବିକୃତିର ମୁଖ୍ୟ ଅଭିଯୋଗଗୁଡ଼ିକ ହେଲା ମୁଣ୍ଡବ୍ୟଥା, କ୍ଳାନ୍ତି ବା ଅବସନ୍ନତା, ବାନ୍ତଲାଗିବା, ଖରସ୍ପନ୍ଦନ, ପେଟମାରିବା, ଝାଡ଼ା ସଫା ନ ହେବା ଏବଂ ଅସ୍ପଷ୍ଟ ଶରୀର ପୀଡ଼ା ଇତ୍ୟାଦି। ଏହି ରୋଗରେ ପୀଡ଼ିତ ବ୍ୟକ୍ତି ବାରମ୍ବାର ଡାକ୍ତରଙ୍କ ପାଖକୁ ଯାଆନ୍ତି, ଡାକ୍ତର ବଦଳାନ୍ତି ଏବଂ ଅନାବଶ୍ୟକ ଶଲ୍ୟ ଚିକିତ୍ସା କରାଇଥାଆନ୍ତି । ଏମାନଙ୍କର ବିଶ୍ଵାସ ଥାଏ ଯେ ଏମାନେ ବେମାର ଅଛନ୍ତି ଏବଂ ଏହାର ସମର୍ଥନରେ ଲମ୍ବା ଏବଂ ବିସ୍ତୃତ ଇତିହାସ ସୃଷ୍ଟି କରନ୍ତି ଏବଂ ବହୁତ ପ୍ରକାରର ଔଷଧ ଖାଇଥାନ୍ତି ।

ଏମାନେ ଅନ୍ୟକୁ ନିଜର ଆତ୍ମକୈନ୍ଦ୍ରିକତା, ଅପରିପକ୍ବତା ଓ ଅତିଶୟ ଉତ୍ତେଜନାତ୍ମକତା ଦ୍ଵାରା ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି । ଏମାନଙ୍କର ଅଭିଯୋଗ ନାଟକୀୟ, ଅସ୍ପଷ୍ଟ ଓ ଅତିରଞ୍ଜିତ ଅଟେ । ଏମାନେ ସ୍ଵରୋଗ ଭ୍ରମୀ ବ୍ୟକ୍ତିମାନଙ୍କ ଅପେକ୍ଷା ଭିନ୍ନ ଅଟନ୍ତି । କାୟଆଲମ୍ବିତା ବିବୃତିରେ ରୋଗୀଟି ବିଭିନ୍ନ ରୋଗ- ଲକ୍ଷଣକୁ ମହତ୍ତ୍ବ ଦେବାରେ ବ୍ୟସ୍ତ ରହିଥାଏ ।

(ii) ରୂପାନ୍ତରଣ ମନୋବିକୃତି :
ରୂପାନ୍ତରଣ ମନୋବିକୃତିରେ ପ୍ରଭାବିତ ବ୍ୟକ୍ତି ଐଚ୍ଛିକ କ୍ରିୟାତ୍ମକ ବା ସାମ୍ବେଦିକ କ୍ଷମତାକୁ ପ୍ରଭାବିତ କରୁଥିବା ସ୍ଵଚ୍ଛତାକୁ ପ୍ରଦର୍ଶନ କରାଇଥାନ୍ତି ଯାହାକି ତାଙ୍କ ରୋଗର ସଙ୍କେତ ଦେଇଥାଏ । ଏପରି ଲକ୍ଷଣ ସହିତ ମନୋବୈଜ୍ଞାନିକ ଉତ୍ପାଦକଗୁଡ଼ିକର ସମ୍ବନ୍ଧ ଥାଏ କାରଣ ବ୍ୟକ୍ତିଟି ଶରୀର ରଚନାର ବାସ୍ତବିକ ତଥ୍ୟର ବିନା ଆଧାରରେ ଏପ୍ରକାର ଲକ୍ଷଣ ଦେଖାଇଥାଏ । ଏହାର ପରିଣାମସ୍ଵରୂପ ବ୍ୟକ୍ତିଟି ଦୁଃଖପୂର୍ଣ୍ଣ ଜୀବନ ଅନୁଭବ କରିଥାଏ ।

ରୂପାନ୍ତରଣ ମନୋବିକୃତିରେ ପାରାଲିସିସ୍, ବାକ୍‌ଶକ୍ତି ନଷ୍ଟ ହୋଇଯିବା, ଦ୍ଵି–ଦୃଷ୍ଟି, ଚୟନାତ୍ମକ ଶ୍ରବଣ, ମୂକତା ପରି ଲକ୍ଷଣଗୁଡ଼ିକ ପ୍ରଧାନ । ଉକ୍ତ ଲକ୍ଷଣଗୁଡ଼ିକ କାରକ ଓ ଅନ୍ତରାଙ୍ଗୀ ପ୍ରକୃତିର ହୋଇଥାଆନ୍ତି । ଅନ୍ୟମାନଙ୍କର ଧ୍ୟାନ ଆକର୍ଷଣ କରିବା ବା ସ୍ନେହ ଖୋଜିବା ପରି ଗୌଣମୂଳକ ଲାଭ ଯାହା ଅନ୍ୟ କୌଣସି ପ୍ରକାରେ ସେମାନେ ପାଇପାରନ୍ତି ନାହିଁ ଅତି ସ୍ପଷ୍ଟ ରୂପରେ ଏପରି ଲକ୍ଷଣ ସାହାଯ୍ୟରେ ଦେଖାଇଥାଆନ୍ତି । ଏପରି ଲକ୍ଷଣଗୁଡ଼ିକ ମୂଳରେ ମନୋବୈଜ୍ଞାନିକ ଉତ୍ପାଦକଗୁଡ଼ିକର ଭୂମିକା ଗୁରୁତ୍ଵପୂର୍ଣ୍ଣ; କିନ୍ତୁ ଏପ୍ରକାର ମନୋବିକୃତିର ଡାକ୍ତରୀ ଚିକିତ୍ସା କରାଇନେବା ସୁରକ୍ଷିତ ଅଟେ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

(iii) ରୋଗ-ଭ୍ରମ ମନୋବିକୃତି :
ବିପରୀତ ପ୍ରମାଣ ବା ଚିକିତ୍ସକୀୟ ଆଶ୍ଵାସନା ଦିଆଯିବା ପରେ ମଧ୍ୟ ଯଦି ବ୍ୟକ୍ତିଟି ତଥାପି ବିଶ୍ଵାସ କରେ ଯେ ସେ ଏକ ଗମ୍ଭୀର ବା ବଡ଼ଧରଣର ରୋଗରେ ପୀଡ଼ିତ ତେବେ ସେହି ବ୍ୟକ୍ତି ଜଣକ ରୋଗ-ଭ୍ରମ ମନୋବିକୃତି ଦ୍ଵାରା ପୀଡ଼ିତ ବୋଲି ଚିହ୍ନଟ କରାଯାଏ । ଏଥୁରେ ରୋଗୀଟି ତା’ର ଶରୀରର ବିଭିନ୍ନ ଅଂଗ ରୋଗଗ୍ରସ୍ତ ବୋଲି ଗ୍ରସ୍ତତା ରଖିଥାଏ । ଏପରି ବ୍ୟକ୍ତି ତା’ର ରୋଗର ଲକ୍ଷଣକୁ ଖୋଜିବାରେ ବ୍ୟସ୍ତ ରହିଥାଏ । ଡାକ୍ତର ସେମାନଙ୍କୁ ସୁସୁଥ‌ିବା କହିଲେ ମଧ୍ୟ ସେମାନେ ବିଶ୍ଵାସ କରନ୍ତି ନାହିଁ ।

ଏହି ପ୍ରକାରର ମାନସିକ କାରଣ ଜନିତ ଶାରୀରିକ ବିକୃତିଗୁଡ଼ିକ ଏପରି ବିକୃତି ଯାହା ମନୋବୈଜ୍ଞାନିକ ଉତ୍ପାଦକମାନଙ୍କଦ୍ଵାରା ହୋଇଥାଏ । ସାମ୍ପ୍ରତିକ ମେଡ଼ିକାଲ ବିଜ୍ଞାନର ଜ୍ଞାନ ଆଧାରରେ ସେମାନଙ୍କର ଶାରୀରିକ ରୋଗକୁ ଦୈହିକ ଉତ୍ପାଦକମାନଙ୍କ ଦ୍ଵାରା ହୋଇଥିବା ବୋଲି କହିବା କଠିନ । ସେଥ‌ିପାଇଁ ସେମାନଙ୍କର ଉପଚାର ମନୋବୈଜ୍ଞାନିକ ପଦ୍ଧତି ଉପରେ ଆଧାରିତ ହେବା ବିଧେୟ ।

Question ୩।
ଭାବବିକୃତି କ’ଣ ? ବିଭିନ୍ନ ପ୍ରକାରର ଭାବବିକୃତିର ଲକ୍ଷଣାବଳୀ ଆଲୋଚନା କର ।
Answer:
ଦୀର୍ଘକାଳୀନ ବିଶୃଙ୍ଖଳିତ ଓ ଅସ୍ଵାଭାବିକ ଭାବାବେଗଜନିତ ସମସ୍ୟାକୁ “ଭାବ ବିକୃତି” ବୋଲି କୁହାଯାଏ ।
ଏହି ବିକୃତି ବିଭିନ୍ନ ପ୍ରକାରର । ସେଗୁଡ଼ିକ ହେଲା :-
(କ) ଅବସାଦୀ ମନୋବିକୃତି (Depressive Disorders)
(i) ଅତିବିଷାଦ ମନୋବିକୃତି (Major Depressive Disorders)
(ii) ବିଷଣ୍ଢ ମନସୁତା (Dysthymia)
(ଖ) ଦ୍ବି-ପ୍ରାନ୍ତୀୟ ମନୋବିକୃତି (Bi-polar Disorders)
(i) ଦ୍ବି-ପ୍ରାନ୍ତୀୟ – I ମନୋବିକୃତି
(ii) ଦ୍ବି-ପ୍ରାନ୍ତୀୟ – II ମନୋବିକୃତି
(iii) ଚକ୍ର ବିକ୍ଷିପ୍ତ ମନୋବିକୃତି (Cyclothymic Disorders)

(କ) ଅବସାଦୀ ମନୋବିକୃତି :
ଅବସାଦୀ ମନୋବିକୃତିର ଲକ୍ଷଣଗୁଡ଼ିକ ଅତି ଉଗ୍ର ଓ ବହୁତ ଦିନ ପର୍ଯ୍ୟନ୍ତ ଦେଖାଯାଇଥାଏ । ଏହି ମନୋବିକୃତିର ଲକ୍ଷଣଗୁଡ଼ିକ ହେଲା :- ଅସନ୍ତୋଷ ଓ ଚିନ୍ତା, କ୍ଷୁଧାରେ ପରିବର୍ତ୍ତନ, ନିଦ୍ରା ଏବଂ ମନୋକାରକ ପ୍ରକ୍ରିୟାରେ ଗୋଳମାଳ, ରୁଚି ଏବଂ ଶକ୍ତିର କ୍ଷୟ, ଅପରାଧ ବୋଧ, ମୃତ୍ୟୁ ଭାବନା ତଥା ଏକାଗ୍ରତାରେ କଠିନତା ।

(i) ଅତିବିଷାଦ ମନୋବିକୃତି :
ଏହା ଏକ ପ୍ରାନ୍ତୀୟ ଅବସ୍ଥାନ ଭାବେ ମଧ୍ୟ ବିବେଚନା କରାଯାଏ । ଅତି କମ୍‌ରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲଗାତାର ଭାବେ ବିଷାଦଗ୍ରସ୍ତ ମନୋଦଶା ଏବଂ କିମ୍ବା ଆପାତତଃ ସମସ୍ତ କ୍ରିୟାକଳାପରେ ଆନନ୍ଦ ଓ ଆଗ୍ରହର ଅଭାବ ସହିତ ନିମ୍ନଲିଖତ ଯେକୌଣସି ଚାରିଗୋଟି ଲକ୍ଷଣ ପରିଦୃଷ୍ଟ ହେଉଥିଲେ ତାହାକୁ ଅତି ବିଷାଦ ବିକୃତି କୁହାଯାଏ । ଏହାର ଲକ୍ଷଣଗୁଡ଼ିକ ହେଲା :-

(୧) ନିଦ୍ରାହୀନତା କିମ୍ବା ଅଧ‌ିକ ନିଦ୍ରା
(୨) ମନୋକାରକୀୟ ପ୍ରକ୍ରିୟାରେ ମନ୍ଦତା କିମ୍ବା ଅଧୂକ ଉତ୍ତେଜନା
(୩) କ୍ଷୁଧା ଅନୁଭବ ହ୍ରାସ, ଶରୀର ଓଜନ ବୃଦ୍ଧି କିମ୍ବା ହ୍ରାସ
(୪) ଶକ୍ତିହୀନତା ଓ ଅଶେଷ କ୍ଳାନ୍ତି
(୫) ନକରାତ୍ମକ ସ୍ଵପ୍ରତ୍ୟୟ, ଆତ୍ମ ଭର୍ସନା, ଆତ୍ମ ନିନ୍ଦା, ନିଜ ପ୍ରତି ଏକ ମୂଲ୍ୟହୀନ ଭାବନା ।
(୬) ଏକାଗ୍ରତାର ଅଭାବ ଓ ଅସ୍ଥିରତା
(୭) ମୃତ୍ୟୁକାମନା କିମ୍ବା ବାରମ୍ବାର ଆତ୍ମହତ୍ୟାର ଭାବନା

CHSE Odisha Class 12 Psychology Unit 4 Short & Long Answer Questions in Odia Medium

(ii) ବିଷଣ୍ଣ ମନସୁତା (Dysthymia) :
ଏହା ଏକ ଦୀର୍ଘକାଳୀନ କିନ୍ତୁ ସ୍ଵଳ୍ପ ମାତ୍ରାର ଅବସାଦୀ ଲକ୍ଷଣଜନିତ ଅବସ୍ଥା । ଏହାର ଲକ୍ଷଣଗୁଡ଼ିକ ହେଉଛି :-
(୧) ଅତିକମ୍‌ରେ ଦୁଇବର୍ଷ ମଧ୍ୟରେ ନିରନ୍ତର ଅବସାଦୀ ମନୋଦଶା
(୨) ଅଧ୍ଵକ କ୍ଷୁଧା ବା କ୍ଷୁଧା ହ୍ରାସ
(୩) ନିଦ୍ରାହୀନତା କିମ୍ବା ଅଧୂକ ନିଦ୍ରା
(୪) ଶକ୍ତିହୀନତା
(୫) ନିର୍ଣ୍ଣୟ ନେବା ଓ ଏକାଗ୍ରତା ରଖୁବାରେ କଠିନତା ଉପଲବ୍ଧ କରିବା
(୬) ନୈରାଶ୍ୟ ଏବଂ ନ୍ୟୁନସ୍ଵ ମୂଲ୍ୟାୟନ
(୭) ନିରାଶାବାଦୀ ମନୋଭାବ

(ଖ) ଦ୍ଵି–ପ୍ରାନ୍ତୀୟ ମନୋବିକୃତି :
ଏହି ମାନସିକ ବିକାରମାନଙ୍କରେ ଉଭୟ ଉନ୍ମାଦ (Mania) ଏବଂ ଅବସାଦ (Depression) ସଂପୃକ୍ତ ଥାନ୍ତି । ଉନ୍ମାଦ ଓ ଅବସାଦ ଏକ ନିରନ୍ତର ମାପକର ଦୁଇଟି ବିପରୀତ ପ୍ରାନ୍ତ ରୂପେ କଳ୍ପନା କରାଯାଇପାରେ ।
(i) ଦ୍ଵି-ପ୍ରାନ୍ତୀୟ – I ମନୋବିକୃତି :
ଏହି ବିକାରରେ ବ୍ୟକ୍ତିର ମନୋସ୍ଥିତି (mood) ଉନ୍ମାଦରୁ ଅତି ଉଦାସ ଏବଂ ଅତି ଉଦାସରୁ ଉନ୍ମାଦ ମଧ୍ୟରେ ସମୟ ବ୍ୟବଧାନରେ ଦୋଦୁଲ୍ୟମାନ ହେଉଥାଏ । ଅତି ଉଦାସ ଲକ୍ଷଣମାନ ଉଦାସ ବା ବିଷାଦ ମନୋସ୍ଥିତିରେ ପରିଲକ୍ଷିତ ହୁଏ । ଉନ୍ମାଦଗ୍ରସ୍ତ ମନୋସ୍ଥିତିରେ ପରିଦୃଷ୍ଟ ହେଉଥିବା ଲକ୍ଷଣଗୁଡ଼ିକ ହେଲା :-
(୧) ବୃତ୍ତି ଓ ସାମାଜିକ କ୍ରିୟାରେ ଅଧ୍ବକ ସକ୍ରିୟତା କିମ୍ବା ଯୌନଲିପ୍‌ସା ଚରିତାର୍ଥ ନିମନ୍ତେ ପ୍ରବଳ କାମନା ।
(୨) ଅଧ‌ିକ ଅନାବଶ୍ୟକ କଥାବାର୍ତ୍ତା ।
(୩) ଦ୍ରୁତ ଧ୍ୟାନ ବିଚଳନ ଓ ନାନାରକମର ଭାବନାର ବଶବର୍ତୀ ହେବା ।
(୪) ନିଦ୍ରାହୀନତା
(୫) ସ୍ତ୍ରୀତ ସ୍ଵମୂଲ୍ୟାୟନ, ବିଶେଷ ପ୍ରତିଭା, କ୍ଷମତା ବା ସାମର୍ଥ୍ୟର ଅଧିକାରୀ ହୋଇଥିବାର ଭ୍ରମ, ଭବ୍ୟଭାବନାର ଶିକାର ହେବା ।
(୬) ଏକାଗ୍ରତାରେ କଠିନତା ।
(୭) ଆନନ୍ଦବାୟକ କ୍ରିୟାକଳାପରେ ଅତିରିକ୍ତ ସଂପୃକ୍ତି ଯୋଗୁଁ ଅବାଞ୍ଚିତ ପରିମାଣର ଶରବ୍ୟ ହେବା ।

(ii) ଦ୍ବି-ପ୍ରାନ୍ତୀୟ – II ମନୋବିକୃତି :
ଏହା ଦ୍ଵିପ୍ରାନ୍ତୀୟ ୧ ବିକୃତିଠାରୁ ଭିନ୍ନ । ଏହି ବିକାରରେ ରୋଗୀ କମ୍ ମାତ୍ରାରେ ଉନ୍ମାଦଜନିତ ଅନୁକ୍ରିୟା ପ୍ରଦର୍ଶନ କରିଥାଏ । ଏହାକୁ ସ୍ଵଳ୍ପ ଉନ୍ମାଦ (hymania) ମଧ୍ୟ କୁହାଯାଏ । ଏହି ବିକୃତିରେ ରୋଗୀ ନିଜର ସ୍ଵଳ୍ପ ବାତୁଳତା ଅବସ୍ଥାକୁ ଅନୁଭବ କରିପାରେ ନାହିଁ; କିନ୍ତୁ ଅନ୍ୟମାନେ ତାହା ଜାଣିପାରନ୍ତି । ଏହି ବିକୃତିରେ ସ୍ଵଳ୍ପ ବାତୁଳତା ଓ ଅତିବିଷାଦର ଲକ୍ଷଣମାନ ସମୟ ବ୍ୟବଧାନର ପର୍ଯ୍ୟାୟକ୍ରମେ ଦୃଷ୍ଟିଗୋଚର ହୋଇଥାନ୍ତି ।

(ii) ଚକ୍ର ବିକ୍ଷିପ୍ତ ମନୋବିକୃତି :
ବିଷଣ୍ଡ ମନସୁତା ଭଳି ଚକ୍ର ବିକ୍ଷସ୍ତୀ ମନୋବିକୃତି ମଧ୍ୟ ଏକ ଦୀର୍ଘକାଳୀନ ଭାବବିକୃତି। ଏଥିରେ ଉଭୟ ସ୍ଵଳ୍ପ ବାତୁଳତା ବା ଉନ୍ମାଦର ଲକ୍ଷଣ ଏବଂ ଅବସାଦାତ୍ମକ ଲକ୍ଷଣ ଅନେକବାର ଦୁଇ ବର୍ଷ କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ ଦେଖାଯାଏ । ଉଭୟ ପ୍ରକାରର ଲକ୍ଷଣଗୁଡ଼ିକ ଏକ ସମୟରେ ବା ପର୍ଯ୍ୟାୟ କ୍ରମେ ଦେଖାଯାଇପାରେ । କେତେକ ରୋଗୀଙ୍କ କ୍ଷେତ୍ରରେ ସ୍ଵଳ୍ପ ଉନ୍ମାଦ ଓ ଆବେଗାତ୍ମକ ଅବସ୍ଥା ମଧ୍ୟରେ ସ୍ଵାଭାବିକ ଅବସ୍ଥା ଆପାତତଃ ଦୁଇମାସଠାରୁ କମ୍ ସମୟ ପର୍ଯ୍ୟନ୍ତ ପରିଦୃଷ୍ଟ ହୋଇଥାଏ ।

ଅବସାଦ ଅବସ୍ଥାରେ ନିଜକୁ ନ୍ୟୁନ ବିବେଚନା କରିବା, ଲୋକଙ୍କଠାରୁ ଦୂରେଇ ରହିବା, ଏକାଗ୍ରତାର ଅଭାବ, ଫଳପ୍ରଦଭାବେ କଥାବାର୍ତ୍ତା କରିବାରେ ଅକ୍ଷମତା ଇତ୍ୟାଦି ଲକ୍ଷଣ ରୋଗୀଠାରେ ଦେଖାଯାଏ । ସ୍ଵଳ୍ପ ବାତୁଳତା ଅବସ୍ଥାରେ ଉପରେ ପଡ଼ି ଲୋକଙ୍କ ସହିତ ମିଳାମିଶା କରିବା, ନିଦ୍ରା ପରିମାଣରେ ପରିବର୍ତ୍ତନ, ଏକାଗ୍ର ଓ ସୃଜନଶୀଳ ଚିନ୍ତନ ଏବଂ ଫଳପ୍ରଦ ବ୍ୟବହାର ସଦୃଶ ଲକ୍ଷଣ ଦେଖାଯାଇଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Question ୪।
ବାଧ୍ୟକାରୀ-ଆଦେଶନ/ ମନୋଗ୍ରସ୍ତ-ମନୋବାଧ୍ୟତା ମନୋବିକୃତିର (Obsessive – Compulsive Disorders) ଲକ୍ଷଣଗୁଡ଼ିକ ବର୍ଣନା କର ।
Answer:
କୌଣସି ଏକ ଅବାଞ୍ଚିତ, ଅଯୌକ୍ତିକ ଏବଂ ଅଶ୍ଵସ୍ତିକର ଭାବନା ବ୍ୟକ୍ତିର ମନକୁ ଦୀର୍ଘକାଳ ପର୍ଯ୍ୟନ୍ତ କବଳିତ କରିବାକୁ ମନୋଗ୍ରସ୍ତ (obsession) ବିକୃତି କୁହାଯାଏ । ବ୍ୟକ୍ତିର ଅନିଚ୍ଛା ସତ୍ତ୍ଵେ କୌଣସି ଏକ ଅହେତୁକ ଭାବନା ତା’ ମନରେ ବାରମ୍ବାର ସ୍ଵତଃପ୍ରବୃତ୍ତ ଭାବେ ଜାଗ୍ରତ ହୋଇଥାଏ ।

ଏହି ଭାବନା ଅତ୍ୟନ୍ତ ଅଯୌକ୍ତିକ ଜାଣି ମଧ୍ୟ ବ୍ୟକ୍ତି ଚେଷ୍ଟା କରି ମଧ୍ୟ ଏପରି ଭାବନାକୁ ନିୟନ୍ତ୍ରଣ କରିପାରେ ନାହିଁ । ଯୌନଗତ ଭାବନା, ଆକ୍ରମଣାତ୍ମକ ଭାବନା କିମ୍ବା ଧର୍ମଭାବନା ଏହାର କେତେକ ଦୃଷ୍ଟାନ୍ତ | ସାଧାରଣତଃ ଆବେଗିକ ଭାବନାରେ ସନ୍ଦେହ, ସଂଶୟ, ଦୂଷିତ ହେବାର ଭୟ କିମ୍ବା ନିଜର କ୍ରୋଧକୁ ଭୟ କରିବା ଆଦି ସଂପୃକ୍ତ ଥାଏ ।

ଅନାବଶ୍ୟକ ଓ ନିରର୍ଥକ ବ୍ୟବହାରକୁ ବାରମ୍ବାର କରିବାର ଅନିୟନ୍ତ୍ରିତ ପ୍ରବୃଦ୍ଧିକୁ ବାଧ୍ୟବାଧକତା । ମନୋବାଧ୍ୟତା (Compulsion) କୁହାଯାଏ । ବାଧ୍ୟତା କ୍ରିୟାମାନଙ୍କ ମଧ୍ୟରେ ଗଣନା କରିବା, ଶୃଙ୍ଖଳା ରଖୁବା, ପରୀକ୍ଷାନିରୀକ୍ଷା କରିବା, ସ୍ପର୍ଶ କରିବା, ସଫା କରିବା ଆଦି ସାଧାରଣ ଭାବେ ଦେଖାଯାଏ । ଉଦାହରଣ ସ୍ଵରୂପ :- ବାରମ୍ବାର ଟଙ୍କାବିଡ଼ାକୁ ଗଣିବା, ରାସ୍ତାକଡ଼ର ବିଦ୍ୟୁତଖୁଣ୍ଟକୁ କ୍ରମାନ୍ବୟରେ ସ୍ପର୍ଶ କରିବା, ବାରମ୍ବାର ହାତ ଧୋଇବା, ତାଲା ବନ୍ଦ କରିବା ପରେ ଏହାକୁ ବାରମ୍ବାର ଯାଞ୍ଚ କରିବା ଇତ୍ୟାଦି ।

ପ୍ରାୟତଃ ମନୋଗ୍ରସ୍ତ ଓ ମନୋବାଧ୍ୟତା ଏକାଠି ସକ୍ରିୟ ହୋଇ ଦେଖାଯାଆନ୍ତି । ମନୋଗ୍ରସ୍ତ ପରି ଚିନ୍ତନ ମନୋବାଧ୍ୟତାକୁ ଉତ୍ପନ୍ନ କରାଇଥାଆନ୍ତି । ତଥାପି ଏହି ରୋଗରେ ପୀଡ଼ିତ ପ୍ରାୟ ଏକଚତୁର୍ଥାଂଶ ବ୍ୟକ୍ତି କେବଳ ମନୋଗ୍ରସ୍ତତା ଦେଖାଇଥାନ୍ତି ଏବଂ ଏହା ସେମାନଙ୍କର କ୍ରିୟାରେ ରୂପାନ୍ତରିତ ହୋଇନଥାଏ । ମନୋବାଧ୍ୟତା ସବୁବେଳେ ମନୋଗ୍ରସ୍ତତା ଉପରେ ପର୍ଯ୍ୟବସିତ ହେବାର କୌଣସି କାରଣ ନ ଥାଏ ।
ମନୋଗ୍ରସ୍ତ – ମନୋବାଧ୍ୟତା ବିକୃତିର ଲକ୍ଷଣାବଳୀ :

(୧) ମନୋବାଧ୍ୟତା ବ୍ୟକ୍ତିର ଚେତନାକୁ ଅବିରତ ଓ ଦୃଢ଼ ଭାବରେ ଅନାଭୂତ ପ୍ରବେଶ କରେ । ଫଳରେ ବ୍ୟକ୍ତିର
(୨) କୌଣସି କାରଣ ଯୋଗୁଁ ଯଦି ଆବେଶିକ ଭାବନା ବା ବାଧ୍ୟ ବ୍ୟବହାରକୁ ପ୍ରତିରୋଧ କରାଯାଏ, ବ୍ୟକ୍ତି ମନରେ ଅତିଶୟ ଅସ୍ଥିରତା, ଉଦ୍‌ବେଗ ଓ କ୍ରୋଧ ଜାତ ହୁଏ ।
(୩) ନିଜର ବାଧ୍ୟବ୍ୟବହାରକୁ ରୋଗୀ ନିରର୍ଥକ ଓ ଅଯୌକ୍ତିକ ବୋଲି ସ୍ଵୀକାର କରେ |
(୪) ବ୍ୟକ୍ତି ନିଜର ମନୋବାଧ୍ୟତା କ୍ରିୟାକୁ ଆପ୍ରାଣ ଉଦ୍ୟମ ସତ୍ତ୍ଵେ ନିୟନ୍ତ୍ରଣ କରିପାରେ ନାହିଁ ।
(୫) ଆବେଗିକ ଭାବନା ଓ ବାଧ୍ୟ ବ୍ୟବହାର ବାହ୍ୟସୂତ୍ରରୁ ଆସୁଛି ବୋଲି ବ୍ୟକ୍ତି ଅନୁଭବ କରେ ।

କେତେକ ସୁସ୍ଥ ସବଳ ମନୋଗ୍ରସ୍ତ-ମନୋବାଧ୍ୟତା ରୋଗୀ ଗ୍ରସ୍ତତା–ବାଧ୍ୟତା ପ୍ରବୃତ୍ତି ରଖ୍ ମଧ୍ୟ ଅତି ସାବଧାନତାର ସହିତ ସକ୍ଷମ ଢଙ୍ଗରେ କାର୍ଯ୍ୟ କରିବାର କ୍ଷମତା ରଖନ୍ତି ଏବଂ ତାଙ୍କର ଦୈନନ୍ଦିନ କାର୍ଯ୍ୟାବଳୀକୁ ସଫଳତା ପୂର୍ବକ ସଞ୍ଚାଳନ କରିଥାନ୍ତି । କୌଣସି କାର୍ଯ୍ୟରେ ସେମାନେ ଅତି କୁଶଳୀ ହୋଇଥାଆନ୍ତି, ଯେପରିକି ବ୍ୟାଙ୍କ, କ୍ୟାସିୟିର, ପ୍ରୟୋଗଶାଳା ଟେକ୍ନିସିଆନ ଅଥବା ମେସିନ ଡିଜାଇନର । ସେମାନଙ୍କ ମଧ୍ୟରୁ ଅନେକ ଉଚ୍ଚସ୍ତରର କୃତିତ୍ଵ ଅର୍ଜନ କରିଥାଆନ୍ତି ।

କିନ୍ତୁ କେତେକ ମନୋଗ୍ରସ୍ତ ରୋଗୀ ଯେଉଁମାନେ ଜନସଂପର୍କ ରକ୍ଷା କରିବା ଦାୟିତ୍ଵରେ ଥାଆନ୍ତି ସେମାନେ କାର୍ଯ୍ୟରେ ଅସଫଳ ସାବ୍ୟସ୍ତ ହୋଇଥାଆନ୍ତି । ଯେତେବେଳେ ମନୋଗ୍ରସ୍ତତା ବା ବାଧ୍ୟତା ଦୈନନ୍ଦିନ ଜୀବନର କାର୍ଯ୍ୟକଳାପରେ ହସ୍ତକ୍ଷେପ କରେ ସେତେବେଳେ ତାହା ଏକ ପ୍ରଧାନ ସମସ୍ୟା ହୋଇଯାଏ ଏବଂ ବିଶେଷଜ୍ଞଙ୍କ ସାହାଯ୍ୟ ନେବା ଆବଶ୍ୟକ ହୋଇଥାଏ ।

Question ୫।
ମନୋଚିକିତ୍ସା କହିଲେ କ’ଣ ବୁଝ ? ମନୋଚିକିତ୍ସାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବର୍ଣ୍ଣନା କର ।
Answer:
ମନୋଚିକିତ୍ସା ମାନସିକ ରୋଗୀକୁ ସହାୟତା କରିବାପାଇଁ ତଥା ସମାଯୋଜିତ କରିବା ପାଇଁ ବା ତା’ର ବ୍ୟବହାରରେ କଠିନତା ଦୂର କରିବା ପାଇଁ ମାନସିକ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ଵାରା ପ୍ରୟୋଗ କରାଯାଇଥିବା ଏକ ବିଧ୍ଵ । ମାନସିକ ବିକୃତିର ଉପଚାର ବିଭିନ୍ନ ପ୍ରକାର ସୈଦ୍ଧାନ୍ତକ ଦୃଷ୍ଟିକୋପ ଦ୍ଵାରା ନିର୍ଦ୍ଦେଶିତ ହୋଇଥାଏ । ରୋଗୀର ଉପଚାର ମନୋବୈଜ୍ଞାନିକ, ମନୋଚିକିତ୍ସକ, ସାମାଜିକ କାର୍ଯ୍ୟକର୍ତ୍ତା ତଥା ଅନ୍ୟ ବିଶେଷଜ୍ଞଙ୍କ ଦ୍ଵାରା ସରକାରୀ ବା ଘରୋଇ ଭାବରେ କରାଯାଇଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

ପ୍ରୟାସ କରାଯାଇଥାଏ । ଆଜିକାଲି ଚିକିତ୍ସକ ରୋଗୀର ସମସ୍ୟା ସମାଧାନ ପାଇଁ କେବଳ ସୂଚନା ଦେବା ପରିବର୍ତ୍ତେ ରୋଗୀ ସହିତ ସହଜ ସଂପର୍କ ରଖୁ ଆଲୋଚନା ମାଧ୍ୟମରେ ରୋଗୀର ନିଜ ସମସ୍ୟାର କାରଣ ଓ ଉପଚାର ସମ୍ବନ୍ଧରେ ଯେପରି ଜ୍ଞାନ ଉଦ୍ରେକ ହେବ ସେଥ‌ିପାଇଁ ଯତ୍ନବାନ ରହିଥାଆନ୍ତି । ଏଥୁରେ ସେ ବାଚନିକ ଅବାଚନିକ ଉଭୟ ପ୍ରକାରର ସଂଚାରକୁ ମହତ୍ତ୍ବ ଦେଇଥାନ୍ତି ।

  • ରୋଗରେ ସୁଧାର ଆଣିବା ପାଇଁ ରୋଗୀର ସଂକଳ୍ପକୁ ପ୍ରୋତ୍ସାହିତ କରିବା ।
  • ସାମ୍ବେଗିକ ଚାପକୁ କମ୍ କରିବା ।
  • ସକାରାତ୍ମକ ବୃଦ୍ଧି ଓ ବିକାଶ ପାଇଁ ଶ୍ରେଣୀର ଆନ୍ତରିକ କ୍ଷମତାକୁ ଉନ୍ମୋଚିତ କରିବା ।
  • ରୋଗୀର କୁଅଭ୍ୟାସକୁ ପରିବର୍ତ୍ତନ କରିବା ।
  • ଚିନ୍ତନ କାର୍ଯ୍ୟ ପ୍ରଣାଳୀକୁ ବଦଳାଇବା ।
  • ରୋଗୀର ଆତ୍ମଚେତନା ବୃଦ୍ଧି କରିବା ।
  • ପାରସ୍ପରିକ ସମ୍ବନ୍ଧ ଏବଂ ସଂଚାର ପ୍ରକ୍ରିୟାରେ ସୁଧାର ଆଣିବା ।
  • ନିର୍ଣ୍ଣୟ ନେବାର ପ୍ରକ୍ରିୟାକୁ ସହଜ କରିବା ।
  • ଜୀବନର ଅଭିରୁଚିଗୁଡ଼ିକ ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ।
  • ଅଧ୍ଵକ ସୃଜନାତ୍ମକ ଏବଂ ଆତ୍ମସଜାଗ ସହିତ ବ୍ୟକ୍ତି ତା’ର ସାମାଜିକ ପରିବେଶ ସହିତ ସମ୍ବନ୍ଧ ରଖୁବା ।

Question ୬।
ମନୋଚିକିତ୍ସା ପ୍ରକ୍ରିୟା ବା ବିଭିନ୍ନ ପର୍ଯ୍ୟାୟ ସଂପର୍କରେ ବର୍ଣ୍ଣନା କର ।
Answer:
ବ୍ଯକ୍ତିର ବିଭିନ୍ନ ସମସ୍ୟା ସମାଧାନ କରିବା ଏବଂ ଅଧିକ ପ୍ରଭାବପୂର୍ଣ୍ଣ ବ୍ୟବହାରକୁ ପୋଷଣ କରିବା ସମସ୍ତ ମନୋଚିକିତ୍ସା ପ୍ରଣାଳୀର ମୁଖ୍ୟ ଲକ୍ଷ୍ୟ । ଏପରି ଲକ୍ଷ୍ୟ ହାସଲ କରିବାର ରାସ୍ତା ବିଭିନ୍ନ ମନୋଚିକିତ୍ସା ପ୍ରଣାଳୀରେ ଭିନ୍ନ ଭିନ୍ନ ହୋଇଥାଏ । ପ୍ରତ୍ୟେକ ମନୋଚିକିତ୍ସା ପ୍ରଣାଳୀରେ ତିନୋଟି ପ୍ରକ୍ରିୟା ବା ପର୍ଯ୍ୟାୟ ରହିଥାଏ । ସେଗୁଡ଼ିକ ହେଲା :-

  • ପ୍ରାରମ୍ଭିକ ପର୍ଯ୍ୟାୟ
  • ମଧ୍ୟବର୍ତ୍ତୀ ପର୍ଯ୍ୟାୟ
  • ସମାପନ ପର୍ଯ୍ୟାୟ

ପ୍ରାରମ୍ଭିକ ପର୍ଯ୍ୟାୟ :-
(କ) ପ୍ରଥମ ସାକ୍ଷାତ : ମନୋଚିକିତ୍ସାର ପ୍ରାରମ୍ଭିକ ପର୍ଯ୍ୟାୟ ପ୍ରଥମ ସାକ୍ଷାତରୁ ହିଁ ଆରମ୍ଭ ହୋଇଥାଏ । ଯେକୌଣସି ମନୋଚିକିତ୍ସା ପ୍ରଣାଳୀର ଏହି ପର୍ଯ୍ୟାୟରେ ନିମ୍ନଲିଖତ ଉଦ୍ଦେଶ୍ୟଗୁଡ଼ିକ ଯେପରି ପୂରଣ ହେବ ତା’ର ପ୍ରୟାସ କରାଯାଇଥାଏ :-
(i) ଚିକିତ୍ସକଙ୍କ ପ୍ରତି ରୋଗୀର ବିଶ୍ଵାସ ଓ ଉପକୃତ ହେବାର ଆଶା ଯେପରି ସୁଦୃଢ଼ ହୋଇପାରେ ।
(ii) ରୋଗୀ ଏବଂ ତା’ର କଠିନତା ସମ୍ବନ୍ଧରେ ସଂପୂର୍ଣ୍ଣ ସୂଚନା ପ୍ରାପ୍ତ କରି ତାକୁ ଏକାଠି କରିବା ।
(iii) ଚିକିତ୍ସାର ଔପଚାରିକତା, ଯେପରିକି ଶୁଳ୍କ, ସମୟ ଓ ଚିକିତ୍ସାର ସ୍ଵରୂପ ଇତ୍ୟାଦି ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ।
(iv) ରୋଗୀର ବ୍ୟବହାରରେ ବାଞ୍ଛତ ପରିବର୍ତ୍ତନ ପାଇଁ ରୋଗୀର ସଂକଳ୍ପ ଯେପରି ବିକଶିତ ହୋଇପାରିବ ।

(ଖ) ଚିକିତ୍ସାତ୍ମକ ସୌହାର୍ଦ୍ଦ : ଚିକିତ୍ସାତ୍ମକ ସୌହାର୍ଘ୍ୟ ଅର୍ଥ ହେଲା ମନୋଚିକିତ୍ସକ ନିଜର ସୁସୁ ‘ସ୍ଵ’ ଏବଂ ରୋଗୀଙ୍କର ବିବେକି, ସୁସ୍ଥ ହେବାପାଇଁ ଇଚ୍ଛୁକ ଏବଂ ଉନ୍ନତି କରିବା ପାଇଁ ସର୍ବଦା ଚେଷ୍ଟା କରୁଥିବା ‘ସ୍ଵ’ ସହିତ ଏକ ମୈତ୍ରୀପୂର୍ଣ ସଂପର୍କ ସ୍ଥାପନା କରିବା । ଏହା ଅତି ମହତ୍ତ୍ଵପୂର୍ଣ୍ଣ ହୋଇଥାଏ । କାରଣ ଏପରି ସଂପର୍କ ସ୍ଥାପନ କରିବାଦ୍ଵାରା ରୋଗୀର ସୁସ୍ଥ ହେବା ପାଇଁ କାମନା ଦୃଢ଼ ହୋଇଥାଏ ।

(ଗ) ଚିକିତ୍ସାତ୍ମକ ଅନୁବନ୍ଧ: ମନୋଚିକିତ୍ସକ ଏବଂ ରୋଗୀ ମଧ୍ୟରେ ପାରସ୍ପରିକ ବୁଝାମଣା ତଥା ସଂପର୍କ ସ୍ଥାପନାକୁ ଚିକିତ୍ସାତ୍ମକ ଅନୁବନ୍ଧ କୁହାଯାଇଥାଏ । ଏହି ବୁଝାମଣା ଓ ସଂପର୍କ ଉଭୟ ପକ୍ଷ ମଧ୍ୟରେ ମୁକ୍ତ ଭାବରେ କଥାବାର୍ତ୍ତା ମାଧ୍ୟମରେ ହୋଇଥାଏ । ଉପର ସ୍ତରରେ ଏହା ମହକିଲଙ୍କୁ କେତେ ଶୁଳ୍କ ନେବାକୁ ପଡ଼ିବ, ଚିକିତ୍ସା ସମୟ ଓ ତାହା କେତେ ଦିନ ଧରି ଚାଲିବ, ଜରୁରୀକାଳୀନ ସାହାଯ୍ୟର ସ୍ଵରୂପ ଇତ୍ୟାଦି ସହିତ ସଂପର୍କିତ ଥାଏ । କିନ୍ତୁ ଭିତର ସ୍ତରରେ ଏହି ବୁଝାମଣା ଦୁଇ ପକ୍ଷ ମିଳିତ ଭାବରେ ତଥା ସଟ ଭାବରେ କାର୍ଯ୍ୟକରି ଚିକିତ୍ସାର ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଚେଷ୍ଟା କରିବା ପ୍ରତିଶ୍ରୁତି ଉପରେ ପର୍ଯ୍ୟବସିତ ହୋଇଥାଏ ।

(ଘ) ଲକ୍ଷ୍ୟ ନିର୍ଦ୍ଦିଷ୍ଟ କରିବା :
ମନୋଚିକିତ୍ସାରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରିବା ମହତ୍ତ୍ଵପୂର୍ଣ ଅଟେ କାରଣ ମନୋଚିକିତ୍ସାର ପ୍ରଗତି ଓ ଦିଗ, ବ୍ୟକ୍ତି ପ୍ରାପ୍ତ କରିବା ପାଇଁ ଚାହୁଁଥିବା ଲକ୍ଷ୍ୟ ଉପରେ ନିର୍ଭର କରେ । କେତେକ ସମୟରେ ରୋଗୀର ଲକ୍ଷ୍ୟ ତତ୍କାଳିକ ମହତ୍ତ୍ଵ ରଖୁଥାଏ । ଆଉ କେତେକ ସମୟରେ ରୋଗୀ ଅଯୌକ୍ତିକ ଆଶା ଆକାଂକ୍ଷା ରଖୁଥାଆନ୍ତି । କେଉଁ ଲକ୍ଷ୍ୟ ଉତ୍ତମ, ବାସ୍ତବିକ ଓ ସହଜରେ ପ୍ରାପ୍ତ କରାଯାଇପାରିବ ସେ ସମ୍ବନ୍ଧରେ ମନୋଚିକିତ୍ସକ ରୋଗୀକୁ ସୂଚନା ପ୍ରଦାନ କରିଥାଆନ୍ତି । ଉଭୟଙ୍କ ଦ୍ଵାରା ଆଲୋଚନା ମାଧ୍ୟମରେ ଏହା ସ୍ଥିର କରାଯାଇଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

(ଙ) ସୀମା ନିର୍ଦ୍ଧାରଣ କରିବା :
ମନୋଚିକିତ୍ସାତ୍ମକ ବାତାବରଣ ସମସ୍ତ ପ୍ରକାର ଚାପଠାରୁ ମୁକ୍ତ ରହିବା ଉଚିତ୍ । ଚିକିତ୍ସା ସହିତ ସଂପର୍କିତ ବ୍ୟକ୍ତିବିଶେଷ ଓ ଚିକିତ୍ସାତ୍ମକ ବାତାବରଣରେ ଥିବା ଜିନିଷପତ୍ରକୁ ଉଚିତ ସମ୍ମାନ ଦେବା ଉଭୟ ରୋଗୀ ଓ ଚିକିତ୍ସକଙ୍କର ପ୍ରଧାନ କର୍ତ୍ତବ୍ୟ । ରୋଗୀ ଓ ମନୋଚିକିତ୍ସକ ଉଭୟ ସେମାନଙ୍କର ସ୍ନେହଭାବ ଓ ରାଗକୁ ପ୍ରକାଶ କରିବାରେ ସ୍ଵାଧୀନତା ପାଇଥାନ୍ତି; କିନ୍ତୁ ରୋଗୀ ଆକ୍ରମଣ ବା ହିଂସ୍ର ବ୍ୟବହାର ଦେଖାଇବା ପାଇଁ ସ୍ଵାଧୀନ ନୁହେଁ । ଚିକିତ୍ସକଙ୍କର ରୋଗୀକୁ ବା ରୋଗୀଙ୍କର ଚିକିତ୍ସକଙ୍କୁ ଶାରୀରିକ ସ୍ପର୍ଶ କରିବାର ଅନୁମତି ସାଧାରଣତଃ ନଥାଏ ।

ମଧ୍ୟବର୍ତ୍ତୀ ପର୍ଯ୍ୟାୟ :
ଏହି ପର୍ଯ୍ୟାୟରେ ପ୍ରକୃତ ଚିକିତ୍ସା କରାଯାଇଥାଏ । ଯେକୌଣସି ମନୋଚିକିତ୍ସା ପଦ୍ଧତିର ଉପଯୋଗ କରାଯାଇ ଥାଉନା କାହିଁକି ଏହି ପର୍ଯ୍ୟାୟରେ ନିମ୍ନଲିଖତ ତତ୍ତ୍ଵଗୁଡ଼ିକ ମହତ୍ଵପୂର୍ଣ ହୋଇଥାଏ । ସେଗୁଡ଼ିକ ହେଲା :

(a) ଅନୁଭବ କରିବା :
ରୋଗୀଙ୍କଠାରେ ଧନାତ୍ମକ ପରିବର୍ତ୍ତନ ଆଣିବା ପାଇଁ ମନୋଚିକିତ୍ସା ସମୟରେ ବ୍ୟକ୍ତିଗତ ରୂପରେ ନୂତନ, ଅର୍ଥପୂର୍ଣ୍ଣ, ସାମ୍ବେଗିକ ପରିବର୍ତ୍ତନଶୀଳ ତଥା ପରିପୂର୍ଣ୍ଣ ଅନୁଭବ ଆବଶ୍ୟକ ହୋଇଥାଏ । ରୋଗୀକୁ କିଛି ବୁଝାଇବା ଅପେକ୍ଷା ସେ ଯେପରି ଏପରି ପରିବର୍ତ୍ତନକୁ ଅନୁଭବ କରି ପାରିବ ତାହା ଦେଖୁବା ଆବଶ୍ୟକ । ଉଦାହରଣ ସ୍ଵରୂପ :- ଜଣକୁ ପହଁରା ଶିଖୁବାକୁ ହେଲେ ତାକୁ ପାଣିରେ ପଶି ପହଁରା ଶିକ୍ଷା କରିବାକୁ ପଡ଼ିବ ।

(b) ମନୋଚିକିତ୍ସାତ୍ମକ ସମ୍ବନ୍ଧ :
ପ୍ରଭାବଶାଳୀ ମନୋଚିକିତ୍ସାର ଏହା ଏକ ମୌଳିକ ଆବଶ୍ୟକତା । ମନୋଚିକିତ୍ସାତ୍ମକ ସମ୍ବନ୍ଧ ଅନ୍ୟ ମାନବୀୟ ଏବଂ ବ୍ୟବସାୟିକ ସମ୍ବନ୍ଧଠାରୁ ଭିନ୍ନ ଅଟେ । ମନୋବୈଜ୍ଞାନିକ ସମସ୍ୟା ଅନ୍ୟ ସମସ୍ୟାଠାରୁ ଭିନ୍ନ ହୋଇଥାଏ ଏବଂ ଏହାର ସମାଧାନ ପାଇଁ ବିଶେଷ କୌଶଳର ଆବଶ୍ୟକତା ହୋଇଥାଏ । ମନୋଚିକିତ୍ସା ଏକ ମନୋଚିକିତ୍ସକ ଏବଂ ମାନସିକ ରୋଗୀ ମଧ୍ୟରେ ଗୋଟିଏ ବ୍ୟବସାୟିକ ସମ୍ବନ୍ଧ ଅଟେ । ମନୋଚିକିତ୍ସକ ଠିକ୍ ଭାବରେ ନିଜର ପାରିଶ୍ରମିକ ସ୍ଥିର କରିଥାଆନ୍ତି ।

ସାକ୍ଷାତ ତାରିଖ ଏବଂ ସମୟକୁ ଧ୍ୟାନରେ ରଖ୍ ନୈଦାନିକ ନିୟମକୁ ଅନୁସରଣ କରିଥାନ୍ତି । ରୋଗୀକୁ ଆଶ୍ଵସ୍ତ କରାଯାଇଥାଏ ଯେ, ତା’ର ସଂପୂର୍ଣ୍ଣ ଧ୍ୟାନ ରଖାଯିବ, ସମସ୍ତ କଥାବାର୍ତ୍ତା ଏକାନ୍ତରେ ହେବ ଓ ଗୁପ୍ତ ରଖାଯିବ ଏବଂ କୌଣସି ପ୍ରକାର ନିଶ୍ଚିୟ ତାଙ୍କ ଉପରେ ଜବରଦସ୍ତ ଲଦିଦିଆଯିବ ନାହିଁ । ଚିକିତ୍ସକ ନିଜର କୌଣସି ପ୍ରକାର ଆବଶ୍ୟକତା ପାଇଁ ରୋଗୀଠାରୁ ଫାଇଦା ଉଠାଇବେ ନାହିଁ । ଚିକିତ୍ସକଙ୍କର ଲକ୍ଷ୍ୟ ହେଲା ଚିକିତ୍ସକ ଓ ରୋଗୀ ମଧ୍ୟରେ ଏପରି ସମ୍ବନ୍ଧକୁ ସୁଦୃଢ଼ କରାଇ ରୋଗୀର ଉନ୍ନତି ଏବଂ ଆଶୁ ଆରୋଗ୍ୟ ସୁନିଶ୍ଚିତ କରାଇବା ।

(c) ଆଶା ଓ ପ୍ରେରଣା :
କୌଣସି ମାନସିକ ରୋଗୀ ଯେତେବେଳେ ଜଣେ ମନୋଚିକିତ୍ସକଙ୍କ ନିକଟକୁ ଆସନ୍ତି ସେ ଅନେକ ଚିନ୍ତା, ଆଶଙ୍କା ତଥା ଆଶା ନେଇ ଆସିଥାଆନ୍ତି । ରୋଗୀ ଚିକିତ୍ସକଙ୍କୁ ଜଣେ ବିଶେଷଜ୍ଞ ମାନି ଆଶା ରଖନ୍ତି ଯେ ଚିକିତ୍ସକ ତାଙ୍କୁ ମନୁଷ୍ୟ ରୂପରେ ବୁଝିବେ ଓ ବ୍ୟକ୍ତିଗତ ପ୍ରସନ୍ନତା ପାଇବାରେ ସହାୟତା କରିବେ ।

ସମାପନ ପର୍ଯ୍ୟାୟ :
ମନୋଚିକିତ୍ସାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲା ବେଳକୁ ରୋଗୀ ଅଧ୍ବକ ସମାଯୋଜନାତ୍ମକ ହୋଇଯାଇଥାଏ । ଅତୀତ ଅପେକ୍ଷା ବର୍ତ୍ତମାନ ଉପରେ ଧ୍ୟାନ ଦେଇଥାଏ ଏବଂ ତାଙ୍କର ଏକ ଭବିଷ୍ୟାନ୍ମୁଖ ଦୃଷ୍ଟିକୋଣ ବିକଶିତ ହୋଇଯାଇଥାଏ । ମନୋଚିକିତ୍ସାର କୌଣସି ଅନ୍ତ ନାହିଁ ତଥାପି ଯେତେ ନିର୍ଦ୍ଧାରିତ ଲକ୍ଷ୍ୟ ପ୍ରାପ୍ତ ହୋଇଯାଏ । ତେବେ ଚିକିତ୍ସାକୁ ସମାପ୍ତ କରିଦେବା ଉଚିତ୍ ।

ଅନ୍ୟ ପକ୍ଷରେ ନିଶ୍ଚିତ ଲକ୍ଷ୍ୟ ପାଖରେ ପହଞ୍ଚିବା ଆଗରୁ ମଧ୍ୟ ଏହା ସମାପ୍ତ କରାଯାଇପାରେ, ଯଦି ରୋଗୀ ବା ଚିକିତ୍ସକଙ୍କ ମଧ୍ୟରୁ ଜଣେ ଏହା ଅନୁଭବ କରିବେ ଯେ ଏକା ସାଙ୍ଗରେ ମିଶି ଉଭୟେ କାର୍ଯ୍ୟ କରିପାରିବେ ନାହିଁ ଏବଂ ସାମ୍ନାର ରାସ୍ତା ସେମାନଙ୍କ ପାଇଁ ବନ୍ଦ ଅଛି । ମନୋଚିକିତ୍ସାର ସଫଳ ସମାପନରେ ପ୍ରାୟତଃ ଅନୁସରଣ ବା follow up ର ଆବଶ୍ୟକ ହୋଇଥାଏ । ମନୋଚିକିତ୍ସା ସମୟରେ ରୋଗୀ ଯାହା ଶିକ୍ଷା କରିଥାନ୍ତି ତାକୁ ବାସ୍ତବିକ ଜୀବନରେ ଉପଯୋଗ କରିବା ଦରକାର ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Question ୭।
ବ୍ୟବହାର ଚିକିତ୍ସା ପଦ୍ଧତିର କୌଶଳଗୁଡ଼ିକ ସମ୍ବନ୍ଧରେ ଉଲ୍ଲେଖ କର ।
Answer:
ବ୍ୟବହାର ଚିକିତ୍ସା ପଦ୍ଧତିକୁ ବ୍ୟବହାର ପରିମାର୍ଜନ ରୂପେ ଉପଯୋଗ କରାଯାଏ । ଏହି ଚିକିତ୍ସା ପଦ୍ଧତିଟି ଆ.ପି. ପାଭଲଭଙ୍କର ଶାସ୍ତ୍ରୀୟ ପ୍ରସୀମନ ଓ ବି.ଏଫ. ସ୍ପିନରଙ୍କର କ୍ରିୟାପ୍ରସୂନ ପ୍ରସୀମନ ଶିକ୍ଷଣ ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ । ଲିଣ୍ଡସ୍କ ଓ ସ୍କ୍ରିନର 1950 ଦଶକରେ ଅସ୍ଵାଭାବିକ ବ୍ୟବହାର ଦେଖାଉଥ‌ିବା ବ୍ୟକ୍ତିମାନଙ୍କର ଚିକିତ୍ସାରେ ଶିକ୍ଷଣ ନିୟମକୁ ପ୍ରୟୋଗ କରିବା ସମୟରେ ସର୍ବପ୍ରଥମେ ‘ବ୍ୟବହାର ଚିକିତ୍ସା’ ଶବ୍ଦର ଆବିଷ୍କାର କରିଥିଲେ ।

ଏହି ଚିକିତ୍ସା ପଦ୍ଧତି ଅନୁସାରେ ମାନସିକ ବିକୃତି ଦୋଷପୂର୍ଣ୍ଣ ଶିକ୍ଷଣ ପାଇଁ ବିକଶିତ ହୋଇଥାଏ ଏବଂ ସେଥିପାଇଁ ତାହାର ପରିମାର୍ଜନରେ ପୁଣି ଥରେ ନୂଆ ଶିଖିବା ଆବଶ୍ୟକ ହୋଇଥାଏ । ବ୍ୟବହାର ପରିମାର୍ଜନ ପଦ୍ଧତିରେ ଅନେକ କୌଶଳ ବ୍ୟବହାର କରାଯାଏ । ସେଗୁଡ଼ିକ ମଧ୍ୟରୁ କେତେକ ନିର୍ଦ୍ଦିଷ୍ଟ ତଥା ପ୍ରମୁଖ କୌଶଳଗୁଡ଼ିକ ହେଲା :

(i) କ୍ରମବଦ୍ଧ ବି ସଂବେଦୀକରଣ (Systematic desensitization)
(ii) ଇଂଗ୍ଲୋସିଭ ଚିକିତ୍ସା ଓ ଫ୍ଲଡ଼ିଙ୍ଗ୍ (Implosive therapy and flooding)
(iii) ବିକର୍ଷଣ ଚିକିତ୍ସା (Aversion Therapy)

(i) କ୍ରମବଦ୍ଧ ବି ସଂବେଦୀକରଣ :
ବ୍ୟବହାର ଚିକିତ୍ସା ପଦ୍ଧତିମାନଙ୍କ ମଧ୍ୟରେ ଏହା ସବୁଠାରୁ ଅଧିକ ପ୍ରସିଦ୍ଧ ଏବଂ ଦୁର୍ନୀତି ଓ ଦୁଶ୍ଚିନ୍ତା ପରି ମାନସିକ ବିକୃତିର ଉପଚାର ପାଇଁ ବହୁଳଭାବରେ ବ୍ୟବହୃତ ହୋଇଥାଏ । ମନୋବୈଜ୍ଞାନିକ ଓଲ୍ସଙ୍କ ଦ୍ଵାରା ଏହି ପଦ୍ଧତି ବିକଶିତ ହୋଇଥିଲା । ଏହି ପଦ୍ଧତି ଏପରି ପରିକଳ୍ପନା ଉପରେ ଆଧାରିତ ଯେ କୌଣସି ଏକ ସମୟରେ ଗୋଟିଏ ବ୍ୟକ୍ତି ଉଭୟ ବିଶ୍ରାନ୍ତ ଏବଂ ଉଦ୍‌ବେଗୀ ହୋଇପାରିବ ନାହିଁ ।

ତେଣୁ ରୋଗୀ ଯେତେବେଳେ ପୂର୍ଣ୍ଣ ବିଶ୍ରାନ୍ତ ସ୍ଥିତିରେ ଥାଏ, ସେହି ସମୟରେ ଯଦି ଉଦ୍‌ବେଗ ବା ଉତ୍କଣ୍ଠା ସୃଷ୍ଟି କରୁଥିବା ଉଦ୍ଦୀପକ ଉପସ୍ଥାପନ କରାଯାଏ ତେବେ ବିଶ୍ରାନ୍ତ, ଉତ୍କଣ୍ଠା ଉପରେ ବିଜୟ ଲାଭ କରିଥାଏ ଏବଂ ରୋଗୀ ଉତ୍କଣ୍ଠା ସୃଷ୍ଟି କରୁଥିବା ଉଦ୍ଦୀପକ ପ୍ରତି ଅସମ୍ବେଦୀକୃତ ହୋଇଥାଏ । ଏହି ଚିକିତ୍ସା ପଦ୍ଧତିରେ ଚାରିଗୋଟି ପର୍ଯ୍ୟାୟ ରହିଥାଏ ।

ସେଗୁଡ଼ିକ ହେଲା :
(କ) ସାକ୍ଷାତକାର
(ଖ) ବିଶ୍ରାନ୍ତ ପାଇଁ ପ୍ରଶିକ୍ଷଣ
(ଗ) ଉଦ୍‌ବେଗର ଶ୍ରେଣୀବଦ୍ଧତା
(ଘ) ଅସମ୍ବେଦୀକରଣ

(କ) ସାକ୍ଷାତକାର : ଏହି ପର୍ଯ୍ୟାୟରେ ରୋଗୀର ନାମ, ଠିକଣା ଇତ୍ୟାଦି ପରିଚୟ ସମ୍ବନ୍ଧୀୟ ସୂଚନା ପ୍ରାପ୍ତ କରାଯାଇଥାଏ । ରୋଗୀର ସମସ୍ୟାର ପ୍ରମୁଖ କାରଣକୁ ବୁଝିବା ପାଇଁ କେତେକ ମନୋବୈଜ୍ଞାନିକ ପରୀକ୍ଷଣ ପ୍ରୟୋଗ କରାଯାଇଥାଏ । ଏଥି ସହିତ ବ୍ୟକ୍ତିର ବ୍ୟକ୍ତିତ୍ଵକୁ ବୁଝିବା ପାଇଁ ବ୍ୟକ୍ତିତ୍ଵ ପରୀକ୍ଷଣ କରାଯାଇଥାଏ ।

(ଖ) ବିଶ୍ରାନ୍ତ ପାଇଁ ପ୍ରଶିକ୍ଷଣ : ଏହି ପର୍ଯ୍ୟାୟରେ କିପରି ବିଶ୍ରାମ ନିଆଯାଇଥାଏ ସେ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଥାଏ । ପ୍ରକୃତ ବିଶ୍ରାନ୍ତ ବିଧ୍ଵ ଶିକ୍ଷା କରିବାକୁ ପ୍ରତ୍ୟେକଟି ପ୍ରାୟ ୩୦ ମିନିଟ କରି ଛଅ । ସାତୋଟି ଅଧୂବେଶନ ଦରକାର ହୋଇଥାଏ ।

(ଗ) ଉଦ୍‌ବେଗର ଶ୍ରେଣୀବଦ୍ଧତା : ଏହି ପର୍ଯ୍ୟାୟରେ ପ୍ରାରମ୍ଭିକ ସାକ୍ଷାତକାରର ଆଧାରରେ ଅତି ସାଧାରଣରୁ ଆରମ୍ଭ କରି ଅତି ଉଚ୍ଚସ୍ତରର ଉଦ୍‌ବେଗ ଉତ୍ପନ୍ନ କରୁଥିବା ଅନେକଗୁଡ଼ିଏ ସ୍ଥିତିର ପଦାନୁକ୍ରମ ତିଆରି କରାଯାଇଥାଏ । ଏହି ଉଦ୍‌ବେଗ ଉତ୍ପନ୍ନ କରୁଥିବା ସ୍ଥିତିଗୁଡ଼ିକ ଛବି ଆକାରରେ ବା କଥା ଆକାରରେ ହୋଇଥାଏ । ଏହିପରି ଅତିକମ୍‌ରେ 20 /50 ଟି ସ୍ଥିତିର କଳ୍ପନା କରାଯାଇଥାଏ । ଏହି ଛବିଗୁଡ଼ିକ ଅପେକ୍ଷାକୃତ ସବୁଠାରୁ କମ୍ ଭୟ ସୃଷ୍ଟି କରିବାଠାରୁ ଆରମ୍ଭ କରି ପଦାନୁକ୍ରମରେ ସବୁଠାରୁ ଅଧ‌ିକ ଭୟ ସୃଷ୍ଟି କରିବା ପର୍ଯ୍ୟନ୍ତ ବିସ୍ତୃତ ଥାଏ ।

(ଘ) ଅସମ୍ବେଦୀକରଣ : ଏହି ପର୍ଯ୍ୟାୟର ପ୍ରତ୍ୟେକ ଅଧିବେଶନରେ ରୋଗୀକୁ ବିଶ୍ରାମ ନେବାକୁ କୁହାଯାଇଥାଏ । ରୋଗୀ ସଂପୂର୍ଣ୍ଣ ବିଶ୍ରାନ୍ତରେ ରହିଥ‌ିବା ସମୟରେ ଅତି ସାଧାରଣ ବା ନିମ୍ନତମ ଉଦ୍‌ବେଗ ଉତ୍ପନ୍ନ କରୁଥିବା ସ୍ଥିତିର କଳ୍ପନା କରିବାକୁ କୁହାଯାଇଥାଏ ବା ଆଗରୁ ପ୍ରସ୍ତୁତ କରି ରଖାଯାଇଥିବା ଛବିକୁ ପ୍ରଦର୍ଶିତ କରାଯାଇଥାଏ । କିଛି ସମୟ ପରେ ଚିକିତ୍ସକ ପଦାନୁକ୍ରମରେ ଅପେକ୍ଷାକୃତ ଅଳ୍ପ ଅଧୁକ ଉଦ୍‌ବେଗ ଉତ୍ପନ୍ନ କରୁଥିବା ଛବିକୁ ପ୍ରଦର୍ଶିତ କରିଥାଆନ୍ତି ।

ପୁଣି କିଛି ସମୟପରେ ତାହାଠାରୁ ଅଳ୍ପ ଅଧୁକ ଉଦ୍‌ବେଗ ଉତ୍ପନ୍ନ କରୁଥିବା ଛବିକୁ ପ୍ରଦର୍ଶିତ କରନ୍ତି । ଏହିପରି ଭାବରେ ଚିକିତ୍ସକ ରୋଗୀର ଏହି ସ୍ଥିତିଗୁଡ଼ିକୁ ଉଦ୍‌ବେଗ ପ୍ରକାଶ ନ କରି ସହ୍ୟ କରିପାରୁଥିବା ପର୍ଯ୍ୟନ୍ତ ପଦାନୁକ୍ରମରେ ସଜ୍ଜିତ ସ୍ଥିତିର ଛବିଗୁଡ଼ିକୁ ପ୍ରଦର୍ଶିତ କରିଚାଲନ୍ତି । ରୋଗୀ ଉଦ୍‌ବେଗ ପ୍ରକାଶ କରିବା ମାତ୍ରେ, ଉକ୍ତ ଅଧିବେଶନ ଶେଷ ହୁଏ । ପୁଣି ପରବର୍ତୀ ଅଧୂବେଶନରେ ଉପରେ ବର୍ଣ୍ଣିତ ପଦ୍ଧତିକୁ ପୁନର୍ବାର ପ୍ରୟୋଗ କରାଯାଇଥାଏ । ଏହିପରି ଭାବରେ ଉପଚାର କିଛି ଦିନ ଚାଲିବା ପରେ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିଥାଏ ।

(ii) ଇଂଗ୍ଲୋସିଭ ଚିକିତ୍ସା ଫ୍ଲଡ଼ିଙ୍ଗ୍ : ଏହି ପଦ୍ଧତିରେ ଉଦ୍‌ବେଗ ଜାତ କରାଉଥ‌ିବା ପରିସ୍ଥିତିଠାରୁ ଦୂରରେ ରହିବା ବଦଳରେ ଦୃଢ଼ତାର ସହିତ ସେହି ପରିସ୍ଥିତିକୁ କିପରି ସାମ୍ନା କରାଯାଇପାରିବ ସେହି ଆଭିମୁଖ୍ୟ ନେଇ ରୋଗୀର ଚିକିତ୍ସା କରାଯାଇଥାଏ । ଇଂଗ୍ଲୋସିଭ୍ ଚିକିତ୍ସା ପଦ୍ଧତିରେ ଚିକିତ୍ସକ ସବୁଠାରୁ ଅଧିକ ଭୟ ଜାତ କରୁଥିବା ଘଟଣା ବର୍ଣ୍ଣନା କରିଥାଆନ୍ତି ବା ସର୍ବାଧ୍ଵକ ଚିନ୍ତାଜନକ ସ୍ଥିତିର କଳ୍ପନା କରିବାକୁ ରୋଗୀଙ୍କୁ କହିଥାଆନ୍ତି ।

ଫ୍ଲଡିଙ୍ଗ୍ ଚିକିତ୍ସା ପଦ୍ଧତିରେ ରୋଗୀଙ୍କୁ ଚିନ୍ତା ଉତ୍ପନ୍ନ କରୁଥିବା ବାସ୍ତବିକ ସ୍ଥିତିରେ ରଖାଯାଇଥାଏ । କିଛି ସମୟ ବା କିଛିଦିନ ଏପରି ସ୍ଥିତିରେ ରହିବା ପରେ ରୋଗୀଙ୍କର ଉତ୍କଣ୍ଠା କମିଯାଇଥାଏ । ଏହି ପଦ୍ଧତି ଭଲଭାବରେ କାର୍ଯ୍ୟ କରିଥାଏ କିନ୍ତୁ ଏହାର ପ୍ରୟୋଗ ସମୟରେ ସତର୍କତା ଅବଲମ୍ବନ କରିବା ନିତାନ୍ତ ଆବଶ୍ୟକ ହୋଇଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

(iii) ବିକର୍ଷଣ ଚିକିତ୍ସା : ଯଦି କୌଣସି ଅନୁକ୍ରିୟା କରିବା ପରେ କଷ୍ଟ ତଥା ଦଣ୍ଡ ମିଳିଥାଏ, ତେବେ ସେହି ଅନୁକ୍ରିୟାର ଶକ୍ତି କମିଯାଇଥାଏ । ମଦ୍ୟପାନ କରୁଥିବା ଓ ମାଦକ ଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିମାନଙ୍କର ସଫଳ ଚିକିତ୍ସା ବିକର୍ଷଣ ପଦ୍ଧତିରେ କରାଯାଉଅଛି ।

ଉଦାହରଣ ସ୍ଵରୂପ :- ମଦ୍ୟପଙ୍କର ମଦ୍ୟପାନୀୟରେ ଅଭ୍ୟାସ ଉତ୍ପନ୍ନ କରୁଥିବା ଏକ ଔଷଧ ତାଙ୍କ ଅଗୋଚରରେ ମିଶାଇ ଦିଆଯାଇଥାଏ । ମଦ୍ୟପ ଏହାକୁ ପାନ କରିବାର କିଛି ସମୟ ପରେ ତାଙ୍କର ମୁଣ୍ଡ ବୁଲାଇଥାଏ ତଥା ବାନ୍ତି ହୋଇଥାଏ । ଏହିପରି କିଛି ଦିନ ଉପଚାର ପରେ ଦେଖାଯାଇଛି ଯେ ମଦ୍ୟ ପାନୀୟକୁ ଦେଖୁବାମାତ୍ରେ ତାଙ୍କୁ ବାନ୍ତି ଲାଗିଥାଏ ଏବଂ ସେ ମଦ୍ୟପାନଠାରୁ ନିଜକୁ ଦୂରେଇ ନିଅନ୍ତି । ଅଧ‌ିକ ଖାଇବା, ଅଧିକ ଧୂମପାନ କରିବା ତଥା ଯୌନ ଦୁରାଚରଣ ପରି ବିକୃତିର ସଫଳ ଉପଚାର ବିକର୍ଷଣ ପଦ୍ଧତି ସାହାଯ୍ୟରେ କରାଯାଏ ।

Question ୮।
ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ସମ୍ବନ୍ଧରେ ଆଲୋଚନା କର ।
Answer:
ଅବସାଦ ଓ ଉତ୍କଣ୍ଠା ପରି ରୋଗର ଉପଚାରରେ ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତିର ବ୍ୟବହାର କରାଯାଏ । ଆଲବର୍ଟ ଏଲିସ୍ ଏବଂ ଆରୋନ୍ ବେକ୍ ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ମାନସିକ ରୋଗର ଉପଚାରରେ ପ୍ରଥମେ ପ୍ରୟୋଗ କରିଥିଲେ । ସଜ୍ଞାନାତ୍ମକ ଶବ୍ଦର ଅର୍ଥ ଅତି ବ୍ୟାପକ । ଏହା ବ୍ୟକ୍ତିର ଉଚ୍ଚତର ସ୍ତରରେ ହେଉଥିବା ସମସ୍ତ ସୁସ୍ଥ ମାନସିକ ପ୍ରକ୍ରିୟା ଯଥା ଧ୍ୟାନ, ଧାରଣା, ଶିକ୍ଷଣ, ଚିନ୍ତନ, ସ୍ମୃତି ତଥା ଚେତନା ଇତ୍ୟାଦି ସହିତ ସମ୍ବନ୍ଧିତ । ସଜ୍ଞାନାତ୍ମକ ଚିକିତ୍ସା ରୋଗୀର ନକରାତ୍ମକ ବିଚାରଧାରା

ଏବଂ କୁସମାଯୋଜନାତ୍ମକ ବିଶ୍ଵାସକୁ ଚିହ୍ନି ସେଗୁଡ଼ିକୁ ପରିବର୍ତ୍ତନ କରିବା ପାଇଁ ଜୋର ଦେଇଥାଏ । ସଜ୍ଞାନାତ୍ମକ ଚିକିତ୍ସକମାନଙ୍କ ମତରେ ଅଭିବୃଦ୍ଧି ଓ ଦୀର୍ଘକାଳୀନ ସ୍ମୃତି ପରି ସଜ୍ଞାନାତ୍ମକ ପ୍ରକ୍ରିୟା ଏବଂ ସଂରଚନାଗୁଡ଼ିକ ବ୍ୟକ୍ତିର ବ୍ୟବହାରକୁ ପ୍ରଭାବିତ କରିଥାନ୍ତି ।

ନିଜର ‘ସ୍ୱ’ ପ୍ରତି ତଥା ସଂସାର ପ୍ରତି ନକରାତ୍ମକ ଚିନ୍ତାଧାରା ଦ୍ଵାରା ରୋଗୀ ବର୍ତ୍ତମାନ ନିକଟରେ ପରାଜିତ ହୁଏ ଏବଂ ତା’ର ପରିବେଶ ଯେପରି ଧମକପୂର୍ଣ ସେହିପରି ମନେ କରିଥାଏ ତଥା ଭବିଷ୍ୟତକୁ ଭୟ କରିଥାଏ । ଏହା ଅବସାଦ ଓ ଉତ୍କଣ୍ଠା ପରି ମାନସିକ ରୋଗଗୁଡ଼ିକର ମହତ୍ତ୍ଵପୂର୍ଣ୍ଣ ଅଂଗ ଅଟେ । ଏହି ପ୍ରକ୍ରିୟା ଏବଂ ସଂରଚନାକୁ ବାସ୍ତବିକ ସ୍ତରରେ ବଦଳାଇବା ସକାରାତ୍ମକ ଚିକିତ୍ସାର ପ୍ରମୁଖ ଲକ୍ଷ୍ୟ ।

ବିଷଣ୍ଣ ମନସୁତା (Beck’s Cognitive Therapy) :
ବେକ୍‌ଙ୍କ ଦ୍ଵାରା ବିକଶିତ ହୋଇଥିବା ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ଅବସାଦଗ୍ରସ୍ତ ରୋଗୀଙ୍କ ଉପଚାର ପାଇଁ ବହୁଳ ଭାବରେ ବ୍ୟବହାର କରାଯାଇଛି । ବେକ୍‌ଙ୍କ ମତରେ ରୋଗୀ ତା’ର ନକରାତ୍ମକ ଚିନ୍ତାଧାରା, ପକ୍ଷପାତପୂର୍ବ ତଥା ଅଯୌକ୍ତିକ ବ୍ୟାଖ୍ୟା ପାଇଁ ଅବସାଦଗ୍ରସ୍ତ ହୋଇଥାଏ ।

ରୋଗକୁ ଏଗୁଡ଼ିକ ଚିହ୍ନିବାରେ ସହାୟତା କରିବା ଚିକତ୍ସକଙ୍କର କାର୍ଯ୍ୟ । ଏଥୁସହିତ ନକାରାତ୍ମକ ଚିନ୍ତାଧାରା ବଦଳରେ ସକାରାତ୍ମକ ରୂପରେ ଚିନ୍ତାକରି ନିଜ ସମସ୍ୟାର ସମାଧାନ ପାଇଁ ନୂତନ ରାସ୍ତାକୁ ଖୋଜିବାରେ ରୋଗୀକୁ ସହାୟତା ଦେବା ଚିକିତ୍ସକଙ୍କର କାର୍ଯ୍ୟ ହୋଇଥାଏ । ବେକଙ୍କର ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ସାହାଯ୍ୟରେ ପ୍ୟାନିକ (Panic Disorder) ରୋଗୀ ତଥା ବିଭିନ୍ନ ପ୍ରକାରର ଉତ୍କଣ୍ଠା ରୋଗୀଙ୍କର ସଫଳତା ପୂର୍ବକ ଚିକିତ୍ସା କରାଯାଇପାରୁଛି ।

ଏଲିସ୍‌ଙ୍କର ତର୍କଶ୍ରିତ – ଭାବାତ୍ମକ ଚିକିତ୍ସା : (Ellis’s Rational Emotive Therapy) :
ରୋଗୀର ମୌଳିକ କୁସମାଯୋଜନାତ୍ମକ ବିଚାରାଧାରାକୁ ବଦଳାଇବା ପାଇଁ ଏଲିସ୍‌ଙ୍କ ଦ୍ବାରା ବିକଶିତ ତର୍କାଶ୍ରିତ ଭାବାତ୍ମକ ଚିକିତ୍ସା ପଦ୍ଧତିର ଉପଯୋଗ କରାଯାଏ । ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ଜଣେ ସୁସ୍ଥ ବ୍ୟକ୍ତି ତର୍କପୂର୍ଣ୍ଣ ବିଚାର କରିଥାଏ ଏବଂ ବାସ୍ତବିକତା ସହିତ ଖାପଖୁଆଇ ବ୍ୟବହାର ପ୍ରଦର୍ଶନ କରିଥାଏ । କିନ୍ତୁ କେତେକ ବ୍ୟକ୍ତିଙ୍କର ବିଶ୍ଵାସ ଓ ମୂଲ୍ୟବୋଧ ଅବାସ୍ତବ ହୋଇଥାଏ । ତେଣୁ ସେମାନେ ଏପରି ଅବାସ୍ତବ ବିଶ୍ଵାସ ଏବଂ ମୂଲ୍ୟବୋଧ ଆଧାରରେ କାର୍ଯ୍ୟ କରିବାର ପ୍ରୟାସ କରି ଅନେକ ସମୟରେ ସେଥ‌ିରେ ଅକୃତକାର୍ଯ୍ୟ ହୋଇଥାନ୍ତି ଓ ସେଥ‌ିପାଇଁ ନିରାଶ ତଥା କଷ୍ଟ ଅନୁଭବ କରନ୍ତି ।

ଉଦାହରଣ ସ୍ଵରୂପ : ଜଣେ ବ୍ୟକ୍ତି ମନେ କରିପାରନ୍ତି ଯେ ସେ ସବୁବେଳେ ସମସ୍ତଙ୍କ ପାଇଁ ବହୁତ ବଢ଼ିଆ କାମ କରିବେ ଏବଂ ସମସ୍ତଙ୍କର ପ୍ରିୟଭାବନ ହୋଇପାରିବେ । କିନ୍ତୁ ସଂସାରରେ ସବୁ ଲୋକଙ୍କ ପାଇଁ କାର୍ଯ୍ୟକରି ସମସ୍ତଙ୍କୁ ଖୁସି କରାଇପାରିବା ଅଯୌକ୍ତିକ ଏବଂ ଅସମ୍ଭବ ଅଟେ । ତେଣୁ ଏହି ବ୍ୟକ୍ତି ଜଣକ ନିଜ ଲକ୍ଷ୍ୟ ନିକଟରେ ଚେଷ୍ଟା କରି ମଧ୍ୟ ପହଞ୍ଚି ପାରିବାର ସମ୍ଭାବନା ବହୁତ କମ୍‌ଥାଏ । ଲକ୍ଷ୍ୟ ନିକଟରେ ପହଞ୍ଚି ନ ପାରିଲେ ତାଙ୍କ ମନରେ ଉତ୍କଣ୍ଠା ଜାତ ହୁଏ ଏବଂ ବ୍ୟକ୍ତି ନିଜକୁ ମୂଲ୍ୟହୀନ, ପ୍ରଭାବହୀନ ଓ ତୁଚ୍ଛ ମନେ କରନ୍ତି ।

ଆତ୍ମ-ପରାଜୟ ଗ୍ଳାନିରେ ସେ ଜର୍ଜରିତ ହୁଅନ୍ତି । ଏପରି ଆତ୍ମ- ପରାଜୟ ବୋଧ ସହିତ ସାମ୍ବେଦିକ ଅନୁକ୍ରିୟାଗୁଡ଼ିକର ବାସ୍ତବିକତା ସହିତ କୌଣସି ସଂପର୍କ ନ ଥାଏ କିନ୍ତୁ ଏଗୁଡ଼ିକ ବ୍ୟକ୍ତିଙ୍କର ନିଜର ଚିନ୍ତନ କ୍ରିୟା ଦ୍ଵାରା ସୃଷ୍ଟି ହୋଇଥାଏ । ତର୍କାଶ୍ରିତ ଭାବାତ୍ମକ ଚିକିତ୍ସା ବ୍ୟକ୍ତିଙ୍କର ଆତ୍ମ-ମୂଲ୍ୟାଙ୍କନ ଏବଂ ବିଶ୍ଵାସ ପ୍ରଣାଳୀକୁ ‘ଏହା କରିବା ଉଚିତ୍’, ‘ତାହା କରିବା ଉଚିତ’, ପରି କଠୋର ବିଚାରଧାରାକୁ ବଦଳାଇ ସୃଜନାତ୍ମକ, ସ୍ଵଚ୍ଛନ୍ଦ ଏବଂ ସହଜ ତଥା ସାମ୍ବେଗିକ ଦୃଷ୍ଟିକୋଣରୁ ସନ୍ତୋଷପ୍ରଦ ବିଚାରଧାରାକୁ ପୁନର୍ଗଠନ କରିବାରେ ସାହାଯ୍ୟ କରିଥାଏ । ବ୍ୟକ୍ତି ନିଜର ମହତ୍ତ୍ଵକୁ ଠିକ୍ ଭାବରେ ବୁଝିବାର ଭାବନାକୁ ବିକଶିତ କରି ଆଗକୁ ଅଗ୍ରସର ହେବାରେ ତାକୁ ସାହାଯ୍ୟ କରିବା ହିଁ ଏହି ପଦ୍ଧତିର ଲକ୍ଷ୍ୟ ।

Question ୯।
ଜୈବ-ଔଷଧୀୟ ଚିକିତ୍ସା କହିଲେ କ’ଣ ବୁଝ ? ବିଭିନ୍ନ ପ୍ରକାରର ଜୈବ-ଔଷଧୀୟ ଚିକିତ୍ସା ପଦ୍ଧତି ସମ୍ବନ୍ଧରେ ଉଲ୍ଲେଖ କର ।
Answer:
ଚିନ୍ତନ ପ୍ରକ୍ରିୟା, ସମ୍ବେଗୀ କ୍ରିୟାକଳାପ ଏବଂ ଶାରୀରିକ ପ୍ରକ୍ରିୟାରେ ସୁଧାର ପାଇଁ ପରିବର୍ତ୍ତନ ଉତ୍ପନ୍ନ କରିବା ଯେକୌଣସି ମନୋଚିକିତ୍ସାର ଉଦ୍ଦେଶ୍ୟ ହୋଇଥାଏ । କିନ୍ତୁ ଏହି ପରିବର୍ତ୍ତନ କିପରି ଅଣାଯାଇପାରିବ ଏବଂ କେଉଁ ପରିବର୍ତ୍ତନକୁ ପ୍ରାଥମିକତା ଦିଆଯିବ ସେ ସମ୍ବନ୍ଧରେ ବିଭିନ୍ନ ମନୋଚିକିତ୍ସା ପ୍ରଣାଳୀରେ ଭିନ୍ନତା ଦେଖିବାକୁ ମିଳେ । ବିଭିନ୍ନ ପ୍ରକାର ମନୋଚିକିତ୍ସା ପ୍ରଣାଳୀ ମଧ୍ୟରୁ ଜୈବ-ଔଷଧୀୟ ଚିକିତ୍ସା ପ୍ରଣାଳୀ ଅନ୍ୟତମ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

ମେଡ଼ିକାଲରେ ପ୍ରଶିକ୍ଷଣ ପ୍ରାପ୍ତ କରିଥିବା ଚିକିତ୍ସକ ମାନସିକ ରୋଗକୁ ଶାରୀରିକ ରୋଗ ଭାବରେ ବିଚାର କରିଥାନ୍ତି ଏବଂ ସେହି ଅନୁସାରେ ମାନସିକ ରୋଗର ଉପଚାର ମେଡ଼ିକାଲ ମଡ଼େଲ ଆଧାରରେ କରିଥାଆନ୍ତି । ସେମାନଙ୍କ ମତରେ ମାନସିକ ରୋଗ ଉତ୍ପନ୍ନମୂଳରେ ଜୈବିକ କାରଣ କେତେକାଂଶରେ ନିହିତ ଥାଏ ଏବଂ ସେଥିପାଇଁ ଏମାନଙ୍କର ଉପଚାର ଜୈବିକ ଆଧାରରେ କରାଯାଇଥାଏ । କେତେକ ପ୍ରମୁଖ ଜୈବ-ଔଷଧୀୟ ମନୋଚିକିତ୍ସା ପଦ୍ଧତିଗୁଡ଼ିକ ହେଲା :-

(i) ବିଦ୍ୟୁତ ବିକ୍ଷେପୀ ଚିକିତ୍ସା (Electro Convulsive Therapy)
(ii) ଔଷଧର ପ୍ରୟୋଗ (Use of Medicine)
(iii) ମନୋଶଲ୍ୟ ଚିକିତ୍ସା (Psychosurgery)

(i) ବିଦ୍ୟୁତ ବିକ୍ଷେପୀ ଚିକିତ୍ସା : ଏହି ଚିକିତ୍ସାକୁ ସାଧାରଣ ଭାବରେ ECT ବୋଲି କୁହାଯାଇଥାଏ । ଯଦିଓ କେତେକ ଦେଶରେ ଏହି ଚିକିତ୍ସାର ପ୍ରୟୋଗକୁ ବନ୍ଦ କରିଦିଆଗଲାଣି, ଭାରତରେ ଏହାର ପ୍ରୟୋଗ ଏବେ ବି ବହୁଳଭାବରେ କରାଯାଉଅଛି । ଦୁଇଟି ଭିନ୍ନ ଭିନ୍ନ ପ୍ରେକ୍ଷଣର ଆଧାରରେ ବିକ୍ଷେପୀ ଚିକିତ୍ସାର ଆରମ୍ଭ ହୋଇଥିଲା: ପ୍ରଥମତଃ ମାନସିକ ଚିକିତ୍ସାଳୟର ଚିକିତ୍ସକମାନେ ଅନେକ ଦିନ ଧରି ଲକ୍ଷ୍ୟ କରୁଥିଲେ ଯେ ସ୍ଵେଚ୍ଛାନୁରୂପ ଝଟ୍‌କା ମିଳିବା ପରେ ରୋଗୀର ଅସାମାନ୍ୟ ଲକ୍ଷଣ ହଠାତ୍ ଦୂର ହୋଇଯାଉଥିଲା

ଏବଂ ଦ୍ଵିତୀୟତଃ ଅପସ୍ମାର ଓ ମନୋବିଦଳତା ପରି ସାଧାରଣ ରୋଗର ଲକ୍ଷଣ ଏହାଦ୍ଵାରା କମ୍ ଦେଖ‌ିବାକୁ ମିଳିଲା । ସେଥ‌ିପାଇଁ କୃତ୍ରିମ ରୂପରେ ମାଂସପେଶୀରେ ଝଟ୍‌କା ଉତ୍ପନ୍ନ କରାଇ ମନୋବିଦଳତା ବା ସେହିଭଳି ଅନ୍ୟ ରୋଗଗୁଡ଼ିକର ଉପଚାର କରାଯାଇପାରିବ ବୋଲି ବିଚାର କରାଗଲା ।

ପ୍ରାରମ୍ଭରେ ଏଥିରେ ରୋଗୀର ଶରୀର ମଧ୍ୟକୁ ଛୁଞ୍ଚିଦ୍ଵାରା (injection) ମେଟ୍ରାଜଲ ଉପଚାର କରାଯାଉଥିଲା । କିନ୍ତୁ ଆଜିକାଲି ଏକ ସରଳ ଏବଂ ବିଶ୍ଵାସନୀୟ ମେସିନ୍ ଉପଲବ୍ଧ ହେଉଅଛି । ଯାହା ସାହାଯ୍ୟରେ ରୋଗୀର ଶରୀର ମଧ୍ୟକୁ ଅଳ୍ପ ମାତ୍ରାରେ ବୈଦ୍ୟୁତିକ ଧାରା ପ୍ରବାହିତ କରାଯାଇଥାଏ । ଏହା ମସ୍ତିଷ୍କ ମଧ୍ୟ ଉ ପ୍ରବାହିତ ହୋଇ ରୋଗୀର ଶରୀରରେ ଝଟ୍‌କା ଉତ୍ପନ୍ନ କରାଇଥାଏ । ବୁଦାପେଷ୍ଟ ମନୋଚିକିତ୍ସକ ଭୋନେତୁନା ପ୍ରଥମଥର ପାଇଁ ଏହି ପଦ୍ଧତିର ବିକାଶ କରିଥିଲେ ।

(ii) ଔଷଧର ପ୍ରୟୋଗ : ମୁଖ୍ୟତଃ ଚାରିପ୍ରକାରର ରୋଗରେ ଔଷଧର ପ୍ରୟୋଗ ବିଶେଷ ଭାବରେ କରାଯାଇଥାଏ ଯଥା : ମନୋବିଦଳତା, ଉନ୍ମାଦ, ଅବସାଦ ଏବଂ ଦୁଶ୍ଚିନ୍ତା । ଏହି ଔଷଧକୁ ସାଇକୋଟ୍ରଫିକ୍ (Psychotropic) ଦ୍ରବ୍ୟ କୁହାଯାଇଥାଏ । କାରଣ ଏହାର ପ୍ରଭାବ ରୋଗୀର ମନୋବୈଜ୍ଞାନିକ ବ୍ୟବହାର ଉପରେ ପଡ଼ିଥାଏ । ଏଗୁଡ଼ିକ ରୋଗୀ ମନ ମଧ୍ୟରେ ଶାନ୍ତି ଉତ୍ପନ୍ନ କରାଇଥାଏ ତଥା ସଂଭ୍ରମ ଏବଂ ବିଭ୍ରମ ପରି ଲକ୍ଷଣର ତୀବ୍ରତାକୁ କମ୍ କରାଇଥାଏ । ଔଷଧର ପ୍ରୟୋଗ ଦ୍ଵାରା ରୋଗୀ କଟିଯାଇଥବା ସାମାଜିକ ବାତାବରଣ ସହିତ ସମାଯୋଜନ କ୍ରିୟା ଆରମ୍ଭ କରିଥାଏ ।

ବହୁତ ଦିନ ପର୍ଯ୍ୟନ୍ତ ଏପରି ଔଷଧଗୁଡ଼ିକର ସେବନ ଅନ୍ୟ ଅବାଞ୍ଛିତ ଦୁଷ୍ପ୍ରଭାବ ଉତ୍ପନ୍ନ କରିଥାଏ ଯେଉଁ ରୋଗୀ ଅତ୍ୟଧୂକ ଆନ୍ଦୋଳିତ, ଉତ୍ତେଜିତ ଏବଂ ଯେଉଁମାନଙ୍କୁ ସମ୍ଭାଳିବା ଅତି କଷ୍ଟ ସେମାନଙ୍କ କ୍ଷେତ୍ରରେ ଉନ୍ମାଦ–ବିରୋଧୀ ଔଷଧ ଦିଆଯାଇଥାଏ । ଯେଉଁ ରୋଗୀ ଅବସାଦଗ୍ରସ୍ତ ଏବଂ ଯେଉଁମାନେ ଆତ୍ମହତ୍ୟାପ୍ରବଣ ସେମାନଙ୍କୁ ଅବସାଦ-ବିରୋଧୀ ଔଷଧ ଦିଆଯାଇଥାଏ । ଦୁଶ୍ଚିନ୍ତାବିରୋଧୀ ଔଷଧକୁ ମଧ୍ୟମ ସ୍ତରର ଶାନ୍ତିଦାୟକ ଔଷଧ କୁହାଯାଇଥାଏ ।

(iii) ମନୋଶଲ୍ୟ ଚିକିତ୍ସା : ଏହି ଚିକିତ୍ସାରେ ମସ୍ତିଷ୍କର ବିଭିନ୍ନ ଭାଗରେ ଶଲ୍ୟ ଚିକିତ୍ସା କରି ମନୋରୋଗୀଙ୍କର ସହାୟତା କରାଯାଇଥାଏ । ଏହି ଚିକିତ୍ସାରେ ଅନେକ ଦୁଷ୍ପ୍ରଭାବ ରହୁଥିବାରୁ ଏହା କେବଳ ଅନ୍ତିମ ଉପାୟ ରୂପେ ଉପଯୋଗ କରାଯାଇଥାଏ ।