Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

Go through BSE Odisha Class 7 Science Notes Odia Medium and Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ to understand important concepts and topics more clearly.

7th Class Science Chapter 7 Notes Odia Medium

BSE Odisha Class 7 Science Chapter 7 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

କୋରାପୁଟ ତୁଳନାର ପୁରୀରେ ଶୀତ କମ୍ । କିଛି ସ୍ଥାନରେ ବହୁତ ଥଣ୍ଡା ଓ କିଛି ସ୍ଥାନରେ ବହୁତ ଗରମ ହୁଏ କାହିଁକି ? ପୁରୀ ସମୁଦ୍ରର ନିକଟତର ଏବଂ ଏହାର ଏକ ଲମ୍ବା ଉପକୂଳ ମଧ୍ୟ ଅଛି, ଯାହା ଫଳରେ ସେଠାରେ ଗରମ ହୁଏ ଏବଂ ଅଧିକ ଆର୍ଦ୍ର ଅନୁଭବ ହୁଏ ।

ଆମେ ସାଧାରଣତଃ କିଛି ସ୍ଥାନରେ ବହୁତ ଥଣ୍ଡା ଓ କିଛି ସ୍ଥାନରେ ବହୁତ ଗରମ ଅନୁଭବ କରିଥାଉ । ପୃଥ‌ିବୀରେ ଆମ ପାଇଁ ସୂର୍ଯ୍ୟ ହେଉଛି ତାପ ଏବଂ ଆଲୋକର ମୁଖ୍ୟ ଉତ୍ସ । ପରିବେଶର ଜଳବାୟୁ ସାଧାରଣତଃ ସୂର୍ଯ୍ୟଙ୍କ ଉପସ୍ଥିତିଦ୍ଵାରା ହିଁ ଥଣ୍ଡା ଓ ଗରମ ହୋଇଥାଏ ।

ତାପ ପରିବହନ (Heat Transfer) :
ଗରମ ଅଂଶରୁ ଥଣ୍ଡା ଅଂଶକୁ ତାପ ସ୍ଥାନାନ୍ତର ପ୍ରକ୍ରିୟାକୁ ତାପ ପରିବହନ (Heat transfer) କୁହାଯାଏ । ଏହି ପ୍ରକ୍ରିୟାରେ, ଯେଉଁ କଣିକା ଉତ୍ତପ୍ତ ହୁଏ, ତାହା ତାପକୁ ଅନ୍ୟ ଏକ କଣିକା ପାଖକୁ ପଠାଇଥାଏ । କଣିକାଗୁଡ଼ିକ ନିଜେ ଗତି କରନ୍ତି ନାହିଁ । ଏମାନଙ୍କର ସ୍ଥିତି ସ୍ଥିର ଥାଏ ।

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

କାର୍ଯ୍ୟ-୧ : ଆସ ପରୀକ୍ଷଣ କରିବା

ସତର୍କତା : ଏହି କାର୍ଯ୍ୟ ଜଣେ ଶିକ୍ଷକ କିମ୍ବା ବୟସ୍କ ବ୍ୟକ୍ତିଙ୍କ ତତ୍ତ୍ଵାବଧାନରେ କରାଯିବା ଉଚିତ ।
Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 1

  • ପ୍ରାୟ ୧୫ ସେ.ମି. ଲମ୍ବର ଆଲୁମିନିୟମ କିମ୍ବା ଲୁହା ଭଳି ଏକ ଧାତୁର ପାତ ନିଆଯାଉ ।
  • ମହମ ସାହାଯ୍ୟରେ ପାତରେ ଚାରୋଟି ପିନ୍ ଲଗାଯାଉ । ସେଗୁଡ଼ିକୁ ଏପରି ଭାବରେ ସଜାଯାଉ ଯେପରି ସେଗୁଡ଼ିକ ପ୍ରାୟ ସମାନ ଦୂରତା (ପ୍ରାୟ ୨ ସେ.ମି. ବ୍ୟବଧାନରେ), ଚିତ୍ରରେ ଦେଖାଯାଉଥ‌ିବା ପରି ରହିବେ ।
  • ଚିତ୍ରରେ ଦେଖାଯାଇଥିବା ପରି ପାତକୁ ଏକ ଷ୍ଟାଣ୍ଡରେ ସ୍ଥିର ରଖ୍ ଏବଂ ପିଗୁଡ଼ିକ I, I, II ଏବଂ IV ଭାବରେ ନାମାଙ୍କନ କରାଯାଉ । ଯଦି ଷ୍ଟାଣ୍ଡ୍ ଉପଲବ୍ଧ ନଥାଏ, ତେବେ ପାତଟିକୁ ଦୁଇଟି ଇଟା ମଧ୍ଯରେ ରଖାଯାଉ ।
  • ମହମବତୀ କିମ୍ବା ସ୍ପିରିଟ୍ ଲ୍ୟାମ୍‌ ସାହାଯ୍ୟରେ ପାତର ଶେଷ ଭାଗକୁ ଗରମ କରାଯାଉ ।
  • ପିନ୍‌ଗୁଡ଼ିକର କ’ଣ ହେବ ? ସେଗୁଡ଼ିକ କ’ଣ ଲାଗି ରହିବେ କି ?
  • ପାତରୁ ପିନ୍‌ଗୁଡ଼ିକ କେଉଁ କ୍ରମରେ ଖସିବ ତାହା ଅନୁମାନ କର ।

ସାରଣୀ –୧ ରେ ତୁମ ପର୍ଯ୍ୟବେକ୍ଷଣଗୁଡ଼ିକୁ ଲେଖୁ

ସାରଣୀ-୧ : ପିନ୍ ଖସିବା ପ୍ରଥମେ ଖସିବା ପିନ୍ ତୁମେ ଯାହା ପର୍ଯ୍ୟବେକ୍ଷଣ ତାହାର କାରଣ
ପୂର୍ବାନୁମାନ ପର୍ଯ୍ୟବେକ୍ଷଣ
ପିନ୍ – I ପିନ୍ – I ପ୍ରଥମେ ଖସିଲା ଏହା ମହମବତୀର ଶିଖା ନିକଟରେ ଥିବାରୁ ପ୍ରଥମେ ଉତ୍ତପ୍ତ ହୋଇ ମହମ ତରଳିଯିବାରୁ ଖସିପଡ଼ିଲା
ପିନ୍ – II ପିନ୍ – II ଦ୍ଵିତୀୟରେ ଖସିଲା ପ୍ରଥମ ପିନ୍ ପଡ଼ିବା ପରେ ଦ୍ଵିତୀୟ ପିନ୍ ନିକଟରେ ତାପ ପହଞ୍ଝାରୁ ମହମ ତରଳିବାରୁ ଏହା ଖସିପଡ଼ିଲା
ପିନ୍ – III ପିନ୍ – III ଦ୍ଵତୀୟରେ ଖସିଲା ଦ୍ଵିତୀୟ ପିନ୍ ପଡ଼ିବା ପରେ ତୃତୀୟ ପିନ୍ ପାଖରେ ତାପ ପହଞ୍ଚିବାରୁ ମହମ ତରଳିବାରୁ ଏହା ଖସିପଡ଼ିଲା
ପିନ୍ – IV ପିନ୍ – IV ଶେଷରେ ଖସିଲା ଚତୁର୍ଥ ପିନ୍ ନିକଟରେ ତାପ ଶେଷରେ ପହଞ୍ଚିବାରୁ ଏହା ଶେଷରେ ଖସିଲା

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

ମହମବତୀର ସବୁଠାରୁ ନିକଟତମ (ପିନ୍ I) ପ୍ରଥମେ ପଡ଼ିଲା । ତା’ପରେ ପିନ୍ II, III ଏବଂ IV ପଢୁଛି । ଏପରି କାହିଁକି ହେଲା ? କାହିଁକି ସମସ୍ତ ପିନ୍ ଏକା ସମୟରେ ପଡ଼ିଲା ନାହିଁ ? ତୁମର ପର୍ଯ୍ୟବେକ୍ଷଣରୁ, ତୁମେ କ’ଣ ଅନୁମାନ କରିପାରୁଛ ?

ତୁମେ ଭାବୁଛ କି, ଧାତବ ପାତରେ ତାପ ସ୍ଥାନାନ୍ତରିତ ହେଉଛି ? ତାପ ଯେତେବେଳେ ପାତ ଦେଇ ସଂଚରିତ ହୁଏ ଏବଂ ପିନ୍ I ପାଖକୁ ଯାଏ, ଏହାକୁ ଧରିଥିବା ମହମ ତରଳିଯାଏ ଏବଂ ପିନ୍ ଖସିଯାଏ । ଏଠାରେ ପାତର ଗରମ ପ୍ରାନ୍ତରୁ ତାପ ଥଣ୍ଡା ପ୍ରାନ୍ତକୁ ସ୍ଥାନାନ୍ତର ହୁଏ । ଗରମ ଅଂଶକୁ ଥଣ୍ଡା ଅଂଶକୁ ତାପ ସ୍ଥାନାନ୍ତର ପ୍ରକ୍ରିୟାକୁ ତାପ ପରିବହନ କୁହାଯାଏ ।
Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 2
ଧାତୁ ଭଳି ପଦାର୍ଥ ମଧ୍ୟଦେଇ ତାପ ସହଜରେ ଗତି କରେ । ସେଥ‌ିପାଇଁ ଧାତୁକୁ ତାପର ସୁପରିବାହୀ କୁହାଯାଏ । ଉଦାହରଣ – ଲୁହା, ତମ୍ବା, ଷ୍ଟିଲ ଇତ୍ୟାଦି । ଯେଉଁ ପଦାର୍ଥ ମଧ୍ୟଦେଇ ତାପ ସହଜରେ ଗତି କରିପାରେ ନାହିଁ, ତାହାକୁ ତାପର କୁପରିବାହୀ (Insulator) କୁହାଯାଏ । ଉଦାହରଣ – କାଠ, କାଚ, ପ୍ଲାଷ୍ଟିକ୍ ।

ସାରଣୀ – ୨ : ତାପ କୁପରିବାହୀ ଓ ସୁପରିବାହୀମାନଙ୍କର ତାଲିକା

କ୍ରମ ସଂଖ୍ୟା ପଦାର୍ଥ ତାପ ସୁପରିବାହୀ / କୁପରିବାହୀ
୧. ଇସ୍ପାତ କୁପରିବାହୀ
୨. କାଠ କୁପରିବାହୀ
୩. ବାୟୁ କୁପରିବାହୀ
୪. ତମ୍ବା କୁପରିବାହୀ
୫. କାଚ କୁପରିବାହୀ
୬. ଆଲୁମିନିୟମ କୁପରିବାହୀ
୭. ପ୍ଲାଷ୍ଟିକ୍ କୁପରିବାହୀ
୮. ଲୁହା କୁପରିବାହୀ
୯. ରବର କୁପରିବାହୀ
୧୦. ଜଳ କୁପରିବାହୀ

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

ବର୍ତ୍ତମାନ ଯୁଗରେ ଏପରି ଗୃହ ନିର୍ମାଣ କରିବା ସମ୍ଭବ ହେଲାଣି ଯାହା ବିଶେଷକରି ଗ୍ରୀଷ୍ମ ଦିନର ଗରମ ଓ ଶୀତ ଦିନର ଥଣ୍ଡା ସମୟରେ ଅଧ‌ିକ ପ୍ରଭାବିତ ହୁଏ ନାହିଁ । ତାପ ସ୍ଥାନାନ୍ତରଣର ମୌଳିକ ଧାରଣା ପ୍ରୟୋଗ କରି ଏହି ପ୍ରକାର ଗୃହ ନିର୍ମାଣ କରାଯାଉଛି ।

ଚିତ୍ତାକର୍ଷକ ତଥ୍ୟ : ଆମ ରାଜ୍ୟର ମହେନ୍ଦ୍ରଗିରି ଅଞ୍ଚଳରେ, ଯେପରିକି ଗଜପତି ଜିଲ୍ଲାରେ ଶୀତ ଦିନରେ ଅତ୍ୟନ୍ତ ଥଣ୍ଡା ଅନୁଭୂତ ହୁଏ ଏବଂ ବେଳେବେଳେ ତୁଷାରପାତ ହୁଏ । ଏଠାରେ ଘରଗୁଡ଼ିକ ପ୍ରାୟତଃ ଉଷ୍ମ ରହିବା ପାଇଁ ତିଆରି ହୋଇଥାଏ । ଦୁଇଟି କାଠ ସ୍ତର ମଧ୍ଯରେ କିଛି ପଦାର୍ଥକୁ ଦେଇ କାନ୍ଥ ତିଆରି ହୁଏ । ସେଥୁରେ ଗୋବର ଏବଂ କାଦୁଅ ସହ କୁଟାକାଠି ମଧ୍ଯ ମିଶାଯାଇଥାଏ । ଯେହେତୁ କାଠ ଏବଂ କାଦୁଅ ତାପ କୁପରିବାହୀ, ଏହା ତାପ ପ୍ରବାହକୁ ରୋକିଥାଏ ଏବଂ ଶୀତଦିନରେ ଘରଗୁଡ଼ିକୁ ଉଷ୍ମ ରଖିବାରେ ସାହାଯ୍ୟ କରେ । ଖରାଦିନେ ମଧ୍ୟ ଏହି ଘରଗୁଡ଼ିକ ଅପେକ୍ଷାକୃତ ଥଣ୍ଡା ରହିଥାଏ ।

ପରିଚଳନ :
ଧୂଆଁ କାହିଁକି ଉପରକୁ ଉଠୁଛି, ତାହା ବୁଝିବା ପାଇଁ ଆସ ଏକ କାର୍ଯ୍ୟ କରିବା । କାଙ୍କ ଦାନ କରିବା

କାର୍ଯ୍ୟ-୨ : ଆସ ଅନୁସନ୍ଧାନ

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 3

  • ଦୁଇଟି ଏକାଭଳି କାଗଜ କପ୍ ନିଆଯାଉ ।
  • ସମାନ ଲମ୍ବ ବିଶିଷ୍ଟ ସୂତା ବ୍ୟବହାର କରି ସେଗୁଡ଼ିକୁ ଓଲଟା ସ୍ଥିତିରେ କାଠର ଦୁଇ ମୁଣ୍ଡରେ ଝୁଲାଇ ଦିଆଯାଉ ।
  • ବର୍ତ୍ତମାନ, କପ୍ ଦୁଇଟିକୁ ସଜଡ଼ାଯାଉ ଯାହାଦ୍ଵାରା କାଠଟି ଭୂସମାନ୍ତର ରହିବ ।
  • ସେଥୁରୁ ଗୋଟିଏ କପ୍ ତଳେ ଏକ ଜଳନ୍ତା ମହମବତୀ ରଖାଯାଉ (ଚିତ୍ର ଖ ଭଳି) ।
  • କପ୍‌ର ସ୍ଥିତିରେ କ’ଣ ପରିବର୍ତ୍ତନ ହେଉଛି ତାହା ଦେଖ ।
  • ବାୟୁ ଗରମ ହେଲେ ବିସ୍ତାରିତ ହୁଏ ଏବଂ ଅଧ‌ିକ ସ୍ଥାନ ଅସ୍ଵୀକାର କରେ । ଫଳରେ ଏହା ହାଲୁକା ହୋଇ ଉପରକୁ ଉଠିଥାଏ ।
  • ଧୂପ କାଠି ଜଳିଲେ ଧୂଆଁ ଉପରକୁ ଉଠିଥାଏ ।
  • ଧୂଆଁ ହେଉଛି ଏକ ଉତ୍ତପ୍ତ ଗ୍ୟାସ ଏବଂ କ୍ଷୁଦ୍ର କଣିକାରେ ମିଶ୍ରଣ ଯାହା ଜଳିବାଦ୍ଵାରା ବାହାରକୁ ବାହାରିଥାଏ ।
  • ଏହା ଚାରି ପାଖର ପବନ ଅପେକ୍ଷା ଧୂଆଁ ଉଷ୍ମ ହୋଇଥ‌ିବାରୁ ଉପରକୁ ଉଠିଥାଏ ।
  • ଜଳ, ବାୟୁ ପରି ଯେଉଁ ପ୍ରକ୍ରିୟାଦ୍ଵାରା ଗରମ ହୋଇଥାଏ, ତାହାକୁ ପରିଚଳନ (Convection) କୁହାଯାଏ ।
  • ଜଳକୁ ଗରମ କଲେ ତଳେ ଥିବା ପାଣି ଗରମ ହୋଇ ବିସ୍ତାରିତ ହୁଏ, ହାଲୁକା ହୁଏ ଓ ଉପରକୁ ଉଠେ ।
    Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 4

କାର୍ଯ୍ୟ–୩ : ଆସ ଖୋଜି ବାହାର କରିବା

ସତର୍କତା – ଏହି କାର୍ଯ୍ୟ ଜଣେ ଶିକ୍ଷକ କିମ୍ବା ଜଣେ ବୟସ୍କ ବ୍ୟକ୍ତିଙ୍କ ତତ୍ତ୍ଵାବଧାନ କରାଯିବା ଉଚିତ ।
Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 5

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

  • ଚିତ୍ରରେ ଦର୍ଶାଯାଇଥିବା ପରି ଏକ ୫୦୦ ମି.ଲି. ବିକରରେ ଅଧାପର୍ଯ୍ୟନ୍ତ ପାଣି ନିଆଯାଉ (ଚିତ୍ର-କ) ।
  • ଏକ କାଠି ସାହାଯ୍ୟରେ ପୋଟାସିୟମ ପରମାଙ୍ଗାନେଟ୍‌ର ଏକ ଦାନା ପାଣି ଭିତରେ ରଖାଯାଉ ।
  • ବିକର ତଳେ ଏକ ଜଳନ୍ତା। ମହମବ ତୀ ର ଖ୍ ପର୍ଯ୍ୟବେକ୍ଷଣ କର (ଚିତ୍ର-କ) ।
  • ଜଳର ଉପର ସ୍ତରର ପରିବର୍ତ୍ତନକୁ ପର୍ଯ୍ୟବେକ୍ଷଣ କରାଯାଉ । ବିକର ଭିତରେ ରଙ୍ଗୀନ ପାଣି ଧାରକୁ ଲକ୍ଷ୍ୟ କରାଯାଉ ।
  • ରଙ୍ଗୀନ ପାଣି ଧାର ଉପରକୁ ଉଠୁଛି ଓ ତଳକୁ ଖସୁଛି । (ଚିତ୍ର-କ) ଗରମ କଲେ ରଙ୍ଗୀନ ପାଣିଧାର ବିକର ମଧ୍ୟଦେଇ ତଳୁ ଉପରକୁ ଉଠେ ଏବଂ ପାର୍ଶ୍ଵଦେଇ ତଳକୁ ଖସେ କାହିଁକି ?
  • ବିକରକୁ ଗରମ କଲେ ତଳେ ଥିବା ପାଣି ମଧ୍ୟ ଗରମ ହୁଏ । ବିକର ଗରମ ହେଲାପରେ ତଳେ ଥ‌ିବା ପାଣି ଗରମ ହୋଇ ବିସ୍ତାରିତ ହୁଏ, ହାଲୁକା ହୁଏ ଏବଂ ଉପରକୁ ଉଠିଥାଏ ।
  • ବିକରରେ ପାର୍ଶ୍ଵରେ ଥିବା ପାଣି ତୁଳନାତ୍ମକ ଭାବରେ ଥଣ୍ଡା ଏବଂ ଭାରୀ, ଏବଂ ସେଥ୍ପାଇଁ ଉପରକୁ ଉଠୁଥ‌ିବା ପାଣିର ଖାଲି ସ୍ଥାନ ନେବାକୁ ତଳକୁ ଆସେ । ତା’ପରେ, ଏହି ପାଣି ଗରମ ହୁଏ ଏବଂ ପୁଣି ଉପରକୁ ଉଠିଥାଏ ।
  • ଏହି ଚକ୍ର ଜଳ ସମ୍ପୂର୍ଣ୍ଣ ଗରମ ହେବା ପର୍ଯ୍ୟନ୍ତ ଚାଲିଥାଏ । ଏହି କ୍ଷେତ୍ରରେ, ଜଳକଣିକାଗୁଡ଼ିକର ଗତିଦ୍ଵାରା ଜଳ ସମ୍ପୂର୍ଣ୍ଣ ଗରମ ହୁଏ । ଏହାକୁ ପରିଚଳନ କୁହାଯାଏ ।

ସ୍ଥଳ ଓ ସମୁଦ୍ର ପବନ :
ମାଟି ଓ ପାଣି ମଧ୍ୟରୁ ମାଟିର ତାପମାତ୍ରା ଶୀଘ୍ର ବୃଦ୍ଧି ପାଇଥାଏ । ମାଟି ଓ ପାଣିର ତାପମାତ୍ରା ସମାନ ସମୟରେ ସମାନ ଭାବରେ ବୃଦ୍ଧି ପାଇ ନଥାଏ । ମାଟି ପାଣି ଅପେକ୍ଷା ଦ୍ରୁତ ଗତିରେ ଗରମ ହୋଇଥାଏ, ସେହିପରି ପାଣି ଅପେକ୍ଷା ମାଟି ଶୀଘ୍ର ଥଣ୍ଡା ହୋଇଥାଏ ।

କାର୍ଯ୍ୟ-୪ : ଆସ ଅନୁସନ୍ଧାନ କରିବା

ସତର୍କତା – ଏହି କାର୍ଯ୍ୟ ଗୋଟିଏ ଶୁଖୁଲା ପାଗରେ ଜଣେ ଶିକ୍ଷକ କିମ୍ବା ଜଣେ ବୟସ୍କ ବ୍ୟକ୍ତିଙ୍କ ତତ୍ତ୍ଵାବଧାନରେ କରାଯିବା ଉଚିତ ।
Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 6

  • ଚିତ୍ରରେ ଦେଖାଯାଇଥିବା ପରି ଦୁଇଟି ସମାନ ସମାନ ପାତ୍ର ନିଆଯାଉ ।
  • ଗୋଟିଏ ପାତ୍ରକୁ ମାଟିରେ ଅଧା ପୂରଣ କରାଯାଉ ଏବଂ ଅନ୍ୟ ପାତ୍ରରେ ଅଧା ପାଣି ନିଆଯାଉ ।
  • ଚିତ୍ରରେ ଦେଖାଗଲା ପରି ପ୍ରତ୍ୟେକ ପାତ୍ରରେ ଏକ ବିଜ୍ଞାନଗାର ଥର୍ମୋମିଟର ରଖାଯାଉ, ଯେପରି ଥର୍ମୋମିଟର ବଲ୍‌ବଗୁଡ଼ିକ ମାଟି ଏବଂ ପାଣିରେ ବୁଡ଼ି ରହିଥ୍ବ ଏବଂ ପାତ୍ରଗୁଡ଼ିକର ତଳ କିମ୍ବା ପାର୍ଶ୍ଵକୁ ସ୍ପର୍ଶ କରୁ ନଥିବ ।
  • ପରୀକ୍ଷଣଟିକୁ ସୂର୍ଯ୍ୟାଲୋକ ପଡୁଥ‌ିବା ସ୍ଥାନରେ ରଖ ।
  • ପ୍ରତ୍ୟେକ ୫ ମିନିଟ୍ ବ୍ୟବଧାନରେ ମାଟି ଏବଂ ପାଣିର ତାପମାତ୍ରା ମାପି ସାରଣୀରେ ଲେଖ

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

ସାରଣୀ : ଉତ୍ତପ୍ତ ମାଟି ଏବଂ ପାଣିର ତାପମାତ୍ରା

କ୍ରମିକ ସଂଖ୍ୟା ସମୟ (ମିନିଟ୍‌ରେ) ମାଟିର ତାପମାତ୍ରା (°C ରେ) ଜଳର ତାପମାତ୍ରା (C ରେ)
୧. ୦ ୨୫ ୨୫
୨. ୫ ୨୭ ୨୬
୩. ୧୦ ୨୯ ୨୭
୪. ୧୫ ୩୨ ୨୮
୫. ୨୦ ୩୫ ୨୯

୨୦ ମିନିଟ୍‌ରେ, ପରୀକ୍ଷଣଟିକୁ ଘର ଭିତରକୁ ଆଣିଲେ, ତୁମେ ଜାଣିପାରିବ ଯେ ମାଟି ପାଣି ଅପେକ୍ଷା ଅଧିକ ଗରମ ହେଲା । ଏହା ସୂଚିତ କରେ ଯେ ମାଟି ପାଣି ଅପେକ୍ଷା ଦ୍ରୁତ ଗତିରେ ଗରମ ହୁଏ ।

ମାଟି ପାଣି ଅପେକ୍ଷା ଶୀଘ୍ର ଥଣ୍ଡା ଭିତରକୁ ଆଣ ଏବଂ ଏହାକୁ ଥଣ୍ଡା ଶୀଘ୍ର ଥଣ୍ଡା ହୋଇଛି, ଯେପରି ଏହା ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ହୁଏ କି ? ମାଟି ଏବଂ ପାଣି ଗରମ ହେଲାପରେ, ପରୀକ୍ଷଣଟିକୁ ଘର ହେବାକୁ ଦିଅ । ୨୦ ମିନିଟ୍‌ରେ ତୁମେ ଦେଖୁବ ଯେ ପାଣି ଅପେକ୍ଷା ମାଟି ଶୀଘ୍ର ଗରମ ହୋଇଥିଲା ।

ଲୋକମାନେ ଜଳଭାଗ ଓ ସ୍ଥଳଭାଗର ଗରମ ଓ ଥଣ୍ଡା ହେବା ପ୍ରକ୍ରିୟା ଭିନ୍ନ ଭିନ୍ନ ହାରରେ ହେଉଥ‌ିବା ଅନୁଭବ କରିଥା’ନ୍ତି ।
Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 7
ଦିନବେଳେ ଜଳଭାଗ ଅପେକ୍ଷା ସ୍ଥଳଭାଗ ଶୀଘ୍ର ଗରମ ହୋଇଥାଏ । ଏହା ସ୍ଥଳଭାଗର ବାୟୁକୁ ଉପରକୁ ଉଠାଇଥାଏ, ତେଣୁ ଜଳଭାଗର ଶୀତଳ ବାୟୁ ସ୍ଥଳଭାଗରେ ପ୍ରବେଶ କରେ । ଏହି ଶୀତଳ ବାୟୁକୁ ସମୁଦ୍ର ପବନ (See Breeze) କୁହାଯାଏ ।

ଗରମ ସ୍ଥାନଗୁଡ଼ିକରେ ସମୁଦ୍ର ପବନ ଲୋକଙ୍କୁ ଗରମରୁ ରକ୍ଷାକରେ ଓ ସେଥ‌ିପାଇଁ ଉପକୂଳବର୍ତ୍ତୀ ଅଞ୍ଚଳର ଘରଗୁଡ଼ିକର ଝରକାଗୁଡ଼ିକୁ ସମୁଦ୍ର ଆଡ଼କୁ ମୁହଁକରି ରଖାଯାଇଥାଏ ।
Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 8
ରାତିହେଲେ ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ସ୍ଥଳଭାଗ, ଜଳଭାଗ ଅପେକ୍ଷା ଶୀଘ୍ର ଥଣ୍ଡା ହୋଇଥାଏ, ଯାହାଫଳରେ ଜଳଭାଗର ବାୟୁ ଉତ୍ତପ୍ତ ହୋଇ ଉପରକୁ ଉଠିଥାଏ ଏବଂ ସ୍ଥଳଭାଗର ଥଣ୍ଡା ବାୟୁ, ସମୁଦ୍ର ଆଡ଼କୁ ବହିଥାଏ । ଏହି ବାୟୁକୁ ସ୍ଥଳ ବାୟୁ (Land Breeze) କୁହାଯାଏ ।

ସମୁଦ୍ର ବାୟୁ ଓ ସ୍ଥଳବାୟୁର ଚଳନ ଯୋଗୁଁ ଉପକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଅନୁଭବ କରିଥାନ୍ତି ଯେ, ଦିନ ଓ ରାତିରେ ବାୟୁ ବିପରୀତ ଦିଗରେ ପ୍ରବାହିତ ହୋଇଥାଏ ।

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

ବିକିରଣ (Radiation) :
ଯେତେବେଳେ ତାପ ସ୍ଥାନାନ୍ତରଣ ପ୍ରକ୍ରିୟା ସିଧାସଳଖ ବା ଗରମ୍ ବସ୍ତୁରୁ ଆମ ପାଖକୁ ହୋଇଥାଏ, ସେହି ପ୍ରକ୍ରିୟାକୁ ବିକିରଣ (Radiation) କୁହାଯାଏ । ଏହି ପ୍ରକ୍ରିୟାଦ୍ଵାରା ତାପର ସ୍ଥାନାନ୍ତର ପାଇଁ କୌଣସି ମାଧ୍ଯମର ଆବଶ୍ୟକତା ନଥାଏ । ସମସ୍ତ ବସ୍ତ୍ର ତାପ ବିକିରଣ କରିଥା’ନ୍ତି ।

ଖରାଦିନେ ଧଳା କିମ୍ବା ହାଲୁକା ରଙ୍ଗର ପୋଷାକ ଓ ଶୀତ ଦିନରେ ଗାଢ଼ ରଙ୍ଗର ପୋଳ କାହିଁକି ଆରାମଦାୟକ ଲାଗେ ?
ଉ. ହାଲୁକା ରଙ୍ଗର ପୋଷାକ ଉପରେ ପଡୁଥ‌ିବା ଅଧିକାଂଶ ତାପ ପ୍ରତିଫଳିତ ହୋଇଯାଏ ଏବଂ ସେଗୁଡ଼ିକୁ ପିନ୍ଧିଲେ ଆମକୁ ଅଧିକ ଆରାମ ଅନୁଭବ ହୁଏ । ଅନ୍ୟପକ୍ଷରେ, ଗାଢ଼ ରଙ୍ଗର ପୃଷ୍ଠଗୁଡ଼ିକ ଅଧ୍ବକ ତାପ ଶୋଷଣ କରେ, ତେଣୁ ଆମେ ଶୀତଦିନରେ ଏଗୁଡ଼ିକଦ୍ଵାରା ଅଧ୍ବକ ଆରାମ ଅନୁଭବ କରୁ ।

ଆମ ଦୈନନ୍ଦିନ ଜୀବନରେ ଘଟୁଥ‌ିବା ଅନେକ ଉଦାହରଣ ଅଛି, ଯେଉଁଠାରେ ଏକସାଙ୍ଗରେ ପରିବହନ, ପରିଚଳନ ଏବଂ ବିକିରଣ ଇତ୍ୟାଦି ପ୍ରକ୍ରିୟା ଦେଖିବାକୁ ମିଳିଥାଏ ।

ପାଣି ଗରମ ହେଉଥ‌ିବାବେଳେ ପରିବହନଦ୍ଵାରା ତାପ ନିଆଁରୁ ପାତ୍ରକୁ ସ୍ଥାନାନ୍ତରିତ ହୋଇଥାଏ । ପରବର୍ତୀ ସମୟରେ ପରିଚଳନଦ୍ୱାରା ପାତ୍ରରେ ପାଣି ଗରମ ହୁଏ । ଏଠାରେ ନିଆଁ ଓ ପାତ୍ରକୁ ଆମେ ଯେଉଁ ଉଷ୍ମତ ଅନୁଭବ କରିଥାଉ ତାହା ବିକିରଣ ଦ୍ଵାରା ହିଁ ହୋଇଥାଏ ।

ସିଦ୍ଧାନ୍ତ :
ସାଧାରଣତଃ ୩ ଟି ପ୍ରକ୍ରିୟାଦ୍ଵାରା ତାପ ସ୍ଥାନାନ୍ତରିତ ହୋଇଥାଏ ଯଥା :
I. ପରିବହନ (Conduction) : ଏହି ପ୍ରକ୍ରିୟାରେ ଗୋଟିଏ କଣିବା ତାପ ଗ୍ରହଣ କରି ଗରମ ହୁଏ ଓ ନିକଟସ୍ଥ କଣିକାକୁ ତାପ ସଂଚାରଣ କରେ ।
II. ପରିଚଳନ (Convection) : ଏହି ପ୍ରକ୍ରିୟାରେ ତାପମାତ୍ରାର ସ୍ଥାନାନ୍ତରଣ କଣିକାଗୁଡ଼ିକର ପ୍ରକୃତ ଗତିଦ୍ଵାରା ସମ୍ପାଦିତ ହୋଇଥାଏ ।
III, ବିକିରଣ (Radiation) : ଏହି ପ୍ରକ୍ରିୟାରେ ତାପ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରେ ଏବଂ ଏଥ‌ିରେ ସ୍ଥାନାନ୍ତର ପାଇଁ କୌଣସି ଭୌତିକ ମାଧ୍ୟମର ଆବଶ୍ୟକତା ନଥାଏ ।

ଚିତାକର୍ଷକ ତଥ୍ୟ – ବୁଖାରି :
ହିମାଳୟ ଭଳି ଅତ୍ୟଧ୍ୱକ ଶୀତ ଅଞ୍ଚଳରେ ଶୀତଦିନେ ଘରକୁ ଗରମ ରଖୁବା ପାଇଁ ପାରମ୍ପରିକ ‘ବୁଖାରି’’ର ବ୍ୟବହାର କରାଯାଏ । ସେଥୁରେ ଏକ ଲମ୍ବା ପାଇପ ଯୋଡ଼ି ହୋଇ ରହିଥାଏ ଏବଂ ନିର୍ଗତ ଧୂଆଁକୁ ବାହାରକୁ ଛାଡ଼ିଥାଏ । ଏହା ସହିତ ବୁଖାରି ରୋଷେଇ କରିବା ପାଇଁ ବ୍ୟବହାର ହୁଏ । ଏହାର ଉପର ପାର୍ଶ୍ଵଟି ଚଟାଣ ଭଳି ହୋଇଥ‌ିବାରୁ ବାସନକୁସନ ରଖ୍ ହୁଏ । ଏହା ଘରକୁ ଗରମ ରଖିବା ଓ ରୋଷେଇ କରିବା ସମୟରେ ତାପ ସ୍ଥାନାନ୍ତରର ତନୋଟିଯାକ ପ୍ରକ୍ରିୟା ପରିବହନ, ପରିଚଳନ ଓ ବିକିରଣ ପ୍ରଦର୍ଶନ କରେ ।
Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 9

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

ପୃଥ‌ିବୀରେ ଥ‌ିବା ମହାସାଗର, ନଦୀ, ହ୍ରଦ ଓ ଜଳାଶୟଗୁଡ଼ିକରେ ଜଳ ତରଳ ଅବସ୍ଥାରେ ରହିଥାଏ । ପର୍ବତ ଓ ମେରୁ ଅଞ୍ଚଳରେ ତୁଷାର, ବରଫ ଚାଦର ଏବଂ ହିମବାହ ରୂପରେ କଠିନ ଅବସ୍ଥାରେ ରହିଥାଏ ଏବଂ ପୃଥ‌ିବୀର ବାୟୁମଣ୍ଡଳରେ ଏହା ଜଳୀୟବାଷ୍ପ ଆକାରରେ ରହିଥାଏ ।

ସୂର୍ଯ୍ୟକିରଣ ଦ୍ଵାରା ସମୁଦ୍ର, ନଦୀ, ହ୍ରଦ ଇତ୍ୟାଦିରୁ ଜଳ ବାଷ୍ପୀଭୂତ ହୋଇ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ଯାଇଥାଏ । ଏହି ପ୍ରକ୍ରିୟାଟି ମଧ୍ୟ ଉଭିଦମାନଙ୍କରେ ଉଵେଦନ (Transpiration) ଦ୍ଵାରା ସମ୍ପାଦିତ ହୋଇଥାଏ ।

ଯେତେବେଳେ ଜଳୀୟ ବାଷ୍ପ ଉପରକୁ ଉଠିଯାଏ, ଏହା ଥଣ୍ଡା ହୋଇ ଘନୀଭୂତ ହୁଏ ଓ ମେଘରେ ପରିଣତ ହୋଇଥାଏ । ବୃଷ୍ଟିପାତ ରୂପରେ ମେଘରୁ ଏହା ମାଧ୍ୟାକର୍ଷଣ ଶକ୍ତି ଦ୍ଵାରା ତଳକୁ ଆସିଥାଏ ।

ଜଳର ନିରନ୍ତର ଗତି ଯାହାକି ଜଳୀୟ ବାଷ୍ପ ଆକାରରେ ଉପରକୁ ଉଠିବା ଏବଂ ବୃଷ୍ଟିପାତ ମାଧ୍ୟମରେ ତଳକୁ ପ୍ରକ୍ରିୟାକୁ ଜଳଚକ୍ର ଆସି ମାଟି, ପଥର ଓ ଉଭିଦ ଦେଇ ଗତିକରି ଶେଷରେ ଜଳାଶୟକୁ ଫେରିଯିବା (Water Cycle) କୁହାଯାଏ ।

ଜଳଚକ୍ର ଜଳର ପୁନଃ ଭରଣରେ ସାହାଯ୍ୟ କରେ ଏବଂ ନଦୀ, ହ୍ରଦ ଓ ସମୁଦ୍ରରେ ଜଳ ପୂରଣ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ । ଏହି ପ୍ରକ୍ରିୟା ଦ୍ଵାରା ପୃଥ‌ିବୀରେ ଥ‌ିବା ମୋଟ ଜଳର ପରିମାଣ ସଂରକ୍ଷିତ ହୋଇଥାଏ । ପୃଥ‌ିବୀ ପୃଷ୍ଠରେ ପଡୁଥିବା ବର୍ଷାଜଳ, ପୋଖରୀ, ହ୍ରଦ, ନଦୀ ଓ ପରିଶେଷରେ ସମୁଦ୍ରରେ ମିଶିଯାଏ କିମ୍ବା ଭୂମି ଭିତରକୁ ପ୍ରବେଶ କରେ ।

ଜଣେ ବୈଜ୍ଞାନିକଙ୍କୁ ଜାଣିବା
ବରାହମିହିର ଷଷ୍ଠ ଶତାବ୍ଦୀର ଉଜ୍ଜୟିନୀ (ମଧ୍ୟପ୍ରଦେଶ) ର ଜଣେ ଜ୍ୟୋତିର୍ବିଜ୍ଞାନୀ ଏବଂ ଗଣତଜ୍ଞ ଥିଲେ । ତାଙ୍କର ବହି ‘ବୃହତ୍ ସଂହିତା’ରେ ସେ ଋତୁକାଳୀନ ବର୍ଷାର ପୂର୍ବାନୁମାନ ପାଇଁ ବିଭିନ୍ନ ପଦ୍ଧତି ଦେଇଥିଲେ । ଋତୁକାଳୀନ ବର୍ଷା ବିଷୟରେ ତାଙ୍କର ପୂର୍ବାନୁମାନ କେତେକ ଉପାଦାନ ଉପରେ ଆଧାରିତ ଥୁଲା, ଯେପରିକି ମେଘ ଗଠନ, ପବନର ଶୈଳୀ, ଚନ୍ଦ୍ର ଓ ତାରାମାନଙ୍କର ସ୍ଥିତି ଏବଂ ଅନ୍ୟାନ୍ୟ ପ୍ରାକୃତିକ ଘଟଣା ।

ଜଳ କିପରି ପୃଥ‌ିବୀ ପୃଷ୍ଠରୁ ଭିତରକୁ ପ୍ରବେଶ କରିଥାଏ :

କାର୍ଯ୍ୟ–୫ : ଆସ ଅନୁସନ୍ଧାନ କରିବା

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 10

  • ୧ ଲିଟର କ୍ଷମତା ବିଶିଷ୍ଟ ତିନୋଟି ସ୍ଵଚ୍ଛ, ବ୍ୟବହୃତ ପ୍ଲାଷ୍ଟିକ୍ ବୋତଲ ନିଆଯାଉ, ।
  • ସେଗୁଡ଼ିକୁ ମଝିରୁ କାଟି ଛୋଟ କରାଯାଉ ଏବଂ ବୋତଲ ଠିପିରେ ଏକ ଛିଦ୍ର କରାଯାଉ ।
  • ସେଗୁଡ଼ିକୁ ଓଲଟା ରଖାଯାଉ । ଚି ତ୍ର ରେ ଦେଖାଯାଇଥ‌ିବା ପରି ଗୋଟିଏ ବୋତଲରେ କିଛି କାଦୁଅ ନିଆଯାଉ, ଦ୍ଵିତୀୟଟିରେ ବାଲି ଏବଂ ତୃତୀୟଟିରେ ପଥର ନିଆଯାଉ ।
  • ପ୍ରତ୍ୟେକ ବୋତଲରେ ୨୦୦ ମି.ଲି. ଜଳ ମିଶାଯାଉ ।
  • ପ୍ରତ୍ୟେକ ବୋତଲରୁ କେତେ ଜଳ ବାହାରୁଛି ତାହା ଅନୁମାନ କରାଯାଉ ।
  • ପ୍ରତ୍ୟେକ ବୋତଲ ଦେଇ ବହିଯାଉଥ‌ିବା ଜଳକୁ ୧୦ ମିନିଟ୍ ପାଇଁ ସଂଗ୍ରହ କରାଯାଉ ।
  • ପ୍ରତ୍ୟେକ ବୋତଲ ଦେଇ ଆସୁଥ‌ିବା ଜଳର ପରିମାଣକୁ ତୁଳନା କରାଯାଉ ।

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

ସାରଣୀ : ଭୁପୃଷ୍ଠକୁ ଜଳ କିପରି ମାଟି ଭିତରେ ପଶେ

ବୋତଲ ଭିତରେ ଥବା ପଦାର୍ଥ ପୂର୍ବାନୁମାନ ଜଳର ଝରିବା ପ୍ରଣାଳୀ (ଅତି ଧୀର/ଧୀର/ଦ୍ରୁତ) ପର୍ଯ୍ୟବେକ୍ଷଣ ଜଳର ଝରିବା ପ୍ରଣାଳୀ (ଅତି ଧୀର|ଧୀର/ଦ୍ରୁତ)
ବୋତଲ ୧ (କାଦୁଅ) ଅତି ଧୀର ଅତି ଧୀର
ବୋତଲ ୨ (ବାଲି) ଧୀର ଦ୍ରୁତ
ବୋତଲ ୩ (ଗୋଡ଼ି) ଧୀର ଦ୍ରୁତ

ଉପରୋକ୍ତ ପରୀକ୍ଷଣରୁ ଆମେ ଦେଖିବାକୁ ପାଇବା ଯେ, ପାଣି, ଗୋଡ଼ି ବା ପଥର ଦେଇ ସବୁଠାରୁ ଶୀଘ୍ର ଏବଂ ବାଲି ଦେଇ ଧୀରେ ଓ ମାଟି ଦେଇ ସବୁଠାରୁ ଧୀରେ ପାଣି ତଳକୁ ଝରିଥାଏ ।
Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 11
ଏଠାରେ ପଥର ବା ଗୋଡ଼ି ମଧ୍ଯରେ ଖାଲି ସ୍ଥାନ ଅଧ୍ଵକ ହୋଇଥାଏ, କିନ୍ତୁ ବାଲି ଏବଂ ମାଟିରେ କମ୍ ରହିଥାଏ, ତେଣୁ ପଥର ନା ଗୋଡ଼ି ଦେଇ ଅଧୂକ ସହଜରେ ପାଣି ଝରିପାରେ । ପୃଥ‌ିବୀ ପୃଷ୍ଠରୁ ମାଟି ଅନୁଯାୟୀ ତଳକୁ ତଳକୁ ପାଣିର ପ୍ରବାହ ପ୍ରକ୍ରିୟାକୁ ଅବଶୋଷଣ (Infiltration) କୁହାଯାଏ ।

ଯଦି ମାଟି ଏବଂ ପଥର ମଧ୍ଯରେ ଖାଲିସ୍ଥାନ ଅଧିକ ରହିଥାଏ, ତେବେ ଜଳପ୍ରବାହ ସହଜ ହୋଇଥାଏ । ଯେଉଁ ପାଣି ଛିଦ୍ର ଦେଇ ପ୍ରବେଶ କରେ ଗୋଡ଼ି ତାହା ଛିଦ୍ର ସ୍ଥାନରେ ସଂରକ୍ଷିତ ହୋଇଯାଏ । ପୃଷ୍ଠ ତଳେ ଥିବା ପଥରଗୁଡ଼ିକରେ ଥ‌ିବା ଅବଶିଷ୍ଟାଶ ଏବଂ ଖୋଲା ସ୍ଥାନଗୁଡ଼ିକରେ ଏହା ଭୂତଳ ଜଳ ଭାବରେ ସଂଗୃହୀତ ହୋଇରହେ ।

ଜଳର ଭୂତଳ ସ୍ତର ଏବଂ ଛିଦ୍ର ସ୍ଥାନରେ ଓ ପଥର ମଧ୍ଯରେ ଜମି ରହୁଥିବା ଜଳକୁ ଭୂତଳ ସ୍ତର କୁହାଯାଏ । ଏହି ଜଳକୁ ଆମେ କିମ୍ବା ନଳକୂପ ଖୋଳି ବ୍ୟବହାର କରିଥାଉ । ସ୍ଥାନ ଅନୁଯାୟୀ ଏହି ଜଳସ୍ତର ଅଳ୍ପ କେତେ ମିଟରରୁ ଶହ ଶହ ମିଟର ହୋଇଥାଏ ।
Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 12
ଭୂତଳ ଜଳ ଅସୀମ ନୁହେଁ । ବଢୁଥ‌ିବା ଜନସଂଖ୍ୟାର ଆବଶ୍ୟକତା ପୂରଣ କରିବା ପାଇଁ ଭୂତଳ ଜଳ ଶୋଷଣ ପ୍ରକ୍ରିୟା ଦ୍ରୁତବେଗରେ ବୃଦ୍ଧି ପାଉଅଛି । ଉଭିଦ ଆଚ୍ଛାଦନ ହ୍ରାସ ପାଇବା ଓ ସହରାଞ୍ଚଳରେ ବର୍ଦ୍ଧିତ କଂକ୍ରିଟ ପୃଷ୍ଠ ଜଳର ଅନୁପ୍ରବେଶକୁ ସୀମିତ କରୁଅଛି, ଫଳରେ ଭୂତଳ ଜଳ ହ୍ରାସ ପାଉଅଛି ।

ଭୂତଳ ଜଳ ହ୍ରାସ ସମସ୍ୟାର ସମାଧାନ ପାଇଁ ବର୍ଷାଜଳ ଅମଳ ଏବଂ ପୁନଃଭରଣ ପିଟ୍ ବ୍ୟବହୃତ କରାଯିବାର ଆବଶ୍ୟକତା ରହିଅଛି । ସୁତରାଂ ଜଳଚକ୍ରଦ୍ଵାରା ଭୂଗର୍ଭ ଜଳର ପୁନଃଭରଣ ହୁଏ ଓ ଏହାଦ୍ଵାରା ଭୂଗର୍ଭରେ ସ୍ଥାୟୀ ଯୋଗାଣ ନିଶ୍ଚିତ ହୋଇଥାଏ ।

ଜଳର ଅଭାବରେ ଜୀବଜନ୍ତୁ ବଞ୍ଚିବା କଷ୍ଟକର ହୋଇଥାଏ, ତେଣୁ ଲୋକମାନେ ଜଳ ସଂରକ୍ଷଣ ପାଇଁ ବିଭିନ୍ନ ଉପାୟ ବିକଶିତ କରୁଛନ୍ତି । ଲଦାଖରେ ଲୋକମାନେ ବରଫ ସ୍ତପ ତିଆରି କରି ସେଥୁରେ ଜଳ ସଂଗ୍ରହ କରୁଛନ୍ତି ।

Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

ବିଜ୍ଞାନ ଓ ସମାଜ ବରଫ ସ୍ତୁପ :
ବସନ୍ତ ଋତୁରେ ଲାଦାଖରେ ଝରଣାଗୁଡ଼ିକ ପ୍ରାୟତଃ ଶୁଝାଏ । ଜଳର ଅଭାବ ଭରଣା କରିବା ପାଇଁ ସୂର୍ଯ୍ୟ କିରଣ ବରଫ ତରଳାଇବା ପର୍ଯ୍ୟାପ୍ତ ହୋଇ ରହେନାହିଁ । ସେଥ‌ିପାଇଁ ଶୀତଦିନେ ଉପରେ ଥ‌ିବା ପର୍ବତରୁ ପାଣି ଝରଣା ଆକାରରେ କିମ୍ବା ପାଇପ୍ ଦେଇ ତଳକୁ ଅଣାଯାଏ । ଏହି ପାଣି ଉପରେ ଶୀତଳ ବାୟୁ ସିଞ୍ଚନ କରାଯାଏ । ଯେତେବେଳେ ଥଣ୍ଡାପବନ ଏହା ଉପରେ ପଡ଼େ, ଅତ୍ଯନ୍ତ କମ୍ ତାପ ଯୋଗୁଁ ଏହା ବରଫ ଆକାରରେ ଜମାଟ ବାନ୍ଧିଯାଏ । ଏହି ବରଫ ସ୍ତର ପରେ ସ୍ତର ଜମା ହୋଇ ଏକ ଉଚ୍ଚ, କୋଣ ଆକୃତି ସୃଷ୍ଟି କରେ, ଯାହାକୁ ବରଫ ସ୍ତୁପ କୁହାଯାଏ । ବରଫ ସ୍ତୁପ ବସନ୍ତ ଋତୁରେ ଧୀରେ ତରଳିଯାଏ ଚାଷ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସାରା ଗ୍ରୀଷ୍ମ ଋତୁରେ ପାଣି ଯୋଗାଇଥାଏ ।
Class 7 Science Chapter 7 Notes Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 13

ବିଷୟବସ୍ତୁର ସାରାଂଶ :

  • ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ତାପ ସ୍ଥାନାନ୍ତରିତ ହେବାର ତିନୋଟି ଉପାୟ ଅଛି – ପରିବହନ, ପରିଚଳନ ଏବଂ ବିକିରଣ ।
  • ବସ୍ତର ଉତ୍ତପ୍ତ ଅଂଶରୁ ଥଣ୍ଡା ଅଂଶକୁ ତାପ ସ୍ଥାନାନ୍ତର ପ୍ରକ୍ରିୟାକୁ ପରିବହନ କୁହାଯାଏ । ଏହି ପ୍ରକ୍ରିୟାରେ, କଣିକାଗୁଡ଼ିକ ସେମାନଙ୍କର ସ୍ଥାନରୁ ଘୁଞ୍ଚନ୍ତି ନାହିଁ ।
  • ଯେଉଁ ପଦାର୍ଥଗୁଡ଼ିକ ସହଜରେ ତାପକୁ ସେମାନଙ୍କ ମଧ୍ୟ ଦେଇ ଗତି କରିବାକୁ ଦିଏ, ସେଗୁଡ଼ିକୁ ତାପର ସୁପରିବାହୀ କୁହାଯାଏ ।
  • ଯେଉଁ ପଦାର୍ଥଗୁଡ଼ିକ ସହଜରେ ତାପକୁ ସେମାନଙ୍କ ମଧ୍ୟ ଦେଇ ଗତି କରିବାକୁ ଦିଏ ନାହିଁ, ସେମାନଙ୍କୁ ତାପର କୁପରିବାହୀ କୁହାଯାଏ ।
  • କଠିନ ପଦାର୍ଥରେ ତାପ ପରିବହନ ପ୍ରକ୍ରିୟା ମାଧ୍ୟମରେ ସ୍ଥାନାନ୍ତରିତ ହୁଏ । କିନ୍ତୁ ତରଳ ଏବଂ ଗ୍ୟାସରେ ପରିଚଳନଦ୍ଵାରା ତାପ ସ୍ଥାନାନ୍ତରିତ ହୁଏ ।
  • ପରିଚଳନରେ ତାପ ସ୍ଥାନାନ୍ତର କଣିକାଗୁଡ଼ିକର ଗତିଦ୍ଵାରା ହୋଇଥାଏ । ପରିଚଳନର ଉଦାହରଣ ହେଲା ସ୍ଥଳ ପବନ ଏବଂ ସମୁଦ୍ର ପବନ ।
  • ସୂର୍ଯ୍ୟର ଉତ୍ତାପ ବିକିରଣ ମାଧ୍ୟମରେ ପୃଥିବୀରେ ପହଞ୍ଚେ ।
  • ସମସ୍ତ ବସ୍ତ୍ର ସେମାନଙ୍କ ପରିବେଶ ସହିତ ତାପ ବିନିମୟ ବିକିରଣ ପ୍ରକ୍ରିୟାଦ୍ଵାରା କରନ୍ତି ।
  • ପରିବହନ ଏବଂ ପରିବହନ ପ୍ରକ୍ରିୟାରେ ତାପ ସ୍ଥାନାନ୍ତର ପାଇଁ ଏକ ମାଧ୍ୟମ ଆବଶ୍ୟକ କିନ୍ତୁ ବିକିରଣ ପାଇଁ କୌଣସି ମାଧ୍ୟମର ଆବଶ୍ୟକତା ନାହିଁ ।
  • ଘର ଓ ପୋଷାକ ପ୍ରସ୍ତୁତିରେ ତାପ ସ୍ଥାନାନ୍ତରଣର ନୀତି ବ୍ୟବହାର କରାଯାଏ ।
  • ଜଳର ନିରନ୍ତର ଗତି – ବାଷ୍ପ ଭାବରେ ଉପରକୁ ଏବଂ ଅବପାତ ମାଧ୍ୟମରେ ତଳକୁ, ଜଳ ଅତିକ୍ରମ କରି ମାଟି, ପଥର ଏବଂ ଗଛଲତା ମାଧ୍ୟମରେ ଏବଂ ଶେଷରେ ଜଳ ଉତ୍ସକୁ ଫେରିଯିବା ପ୍ରକ୍ରିୟାକୁ ଜଳଚକ୍ର କୁହାଯାଏ ।
  • ମାଟି ଏବଂ ପଥର ଦେଇ ଭୂପୃଷ୍ଠ ଜଳ ମାଟି ଭିତରକୁ ପ୍ରବେଶ କରିବାର ପ୍ରକ୍ରିୟାକୁ ଅନ୍ତଃପ୍ରବେଶ କୁହାଯାଏ ।
  • ଭୂତଳ ତଳ ହେଉଛି ସେହି ଜଳ ଯାହା ମାଟି ଭିତରକୁ ପ୍ରବେଶ କରି ପଥର ଛିଦ୍ରରେ ସଞ୍ଚିତ ହୁଏ ।
  • ଭୂତଳ ସ୍ତର ଏବଂ ପଥର ଛିଦ୍ର ସ୍ଥାନରେ ଗଚ୍ଛିତ ଥିବା ଜଳକୁ ଭୂଗର୍ଭ ଜଳସ୍ତର କୁହାଯାଏ ।

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

Go through BSE Odisha Class 7 Science Notes Odia Medium and Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ to understand important concepts and topics more clearly.

7th Class Science Chapter 6 Notes Odia Medium

BSE Odisha Class 7 Science Chapter 6 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

ଉଭିଦର ଜୀବନଚକ୍ର : ଉଭିଦର ଜୀବନଯାତ୍ରା ମଞ୍ଜିର ଅଙ୍କୁରୋଦ୍‌ଗମରୁ ଆରମ୍ଭ ହୋଇଥାଏ । ଜଳ, ସୂର୍ଯ୍ୟାଲୋକ ଏବଂ ଅନ୍ୟ ପୋଷକ ତତ୍ତ୍ଵ ଯଥେଷ୍ଟ ପରିମାଣରେ ମିଳିଲେ ଚାରା ଉଭିଦ ତରୁଣ ଉଭିଦରେ ପରିଣତ ହୁଏ ।

ଉଭିଦ ବଢ଼ିବା ସହିତ ସେଥ‌ିରେ କେତେକ ଦୃଶ୍ୟମାନ ପରିବର୍ତ୍ତନ ଘଟିଥାଏ, ଯଥା – ଏହାର ଉଚ୍ଚତା, ପତ୍ରସଂଖ୍ୟା, ଫୁଲ ଓ ଫଳ ସଂଖ୍ୟା ବୃଦ୍ଧି ପାଇଥାଏ । ଫଳ ମଧ୍ୟରେ ଥିବା ବିହନରୁ ପୁନଶ୍ଚ ନୂତନ ଉଭିଦ ଜନ୍ମ ନେଇଥାଏ ।

ପ୍ରାଣୀର ଜୀବନଚକ୍ର : ଜନ୍ମ ପରେ ପ୍ରାଣୀମାନେ ବଢ଼ନ୍ତି ଓ ପରିପକ୍ଵ ହୋଇଥା’ନ୍ତି । ପରିପକ୍ବ ହେବାପରେ ପ୍ରଜନନକ୍ଷମ ହୋଇଥା’ନ୍ତି । କିଛି ପ୍ରାଣୀ ଅଣ୍ଡା ଦିଅନ୍ତି ଓ ଅଣ୍ଡାରୁ ଛୁଆ ଫୁଟି ବାହାରିଥାଏ । ମଣିଷ ପରି ସ୍ତନ୍ୟପାୟୀମାନେ ସିଧାସଳଖ ଛୁଆ ଜନ୍ମ କରିଥା’ନ୍ତି । ଏମାନେ ସମୟ ସହ ବଢ଼ି ପରିପକ୍ଵ ହୋଇଥା’ନ୍ତି ।

ମଣିଷର ଜୀବନଯାତ୍ରା : ଏହାକୁ କେତେକ ପ୍ରମୁଖ ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ; ଯଥା – ଶୈଶବ, ବାଲ୍ୟକାଳ, କିଶୋରାବସ୍ଥା, ଯୌବନ(ବସ୍ଥା ଓ ବୃଦ୍ଧାବସ୍ଥା । ପ୍ରତ୍ୟେକ ବ୍ୟକ୍ତି ଏହି ପର୍ଯ୍ୟାୟଗୁଡ଼ିକୁ ନିଜ ଜୀବନକାଳରେ ଅନୁଭବ କରିଥା’ନ୍ତି ।

ବୟସ ସହିତ ବୃଦ୍ଧି : କିଶୋରାବସ୍ଥାର ଦିନଗୁଡ଼ିକ :
କିଶୋରାବସ୍ଥା : ଶୈଶବରୁ ଯୌବନାବସ୍ଥା ପର୍ଯ୍ୟନ୍ତ ଆମ ଶରୀରରେ ଧୀରେ ଧୀରେ ଅନେକ ପରିବର୍ତ୍ତନ ଘଟିଥାଏ । କିଶୋରାବସ୍ଥା ହେଉଛି ଦ୍ରୁତ ବୃଦ୍ଧି ଓ ବିକାଶର ଏକ ଅଭିନବ ପର୍ଯ୍ୟାୟ, ଯାହା ସାଧାରଣତଃ 10 ର 19 ବର୍ଷ ମଧ୍ୟରେ ଦେଖାଯାଇଥାଏ । ଏହା ମାନବ ଶରୀରକୁ ଯୌବନାବସ୍ଥା ପାଇଁ ପ୍ରସ୍ତୁତ କରିଥାଏ ।

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

କାର୍ଯ୍ୟ – ୧ : ଆସ ଆଲୋଚନା କରିବା

ଗୋଟିଏ ଜାର୍ ଏବଂ କିଛି ଛୋଟ କାଗଜ ନିଆଯାଉ ।

ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଖିପାରୁଥିବା ପରିବର୍ତ୍ତନଗୁଡ଼ିକୁ ସେଥ‌ିରେ ଲେଖାଯାଉ । ଏହି ପରିବର୍ତ୍ତନ ସେମାନଙ୍କର ଉଚ୍ଚତା, ବଳ, ବ୍ୟବହାର କିମ୍ବା ଅନ୍ୟ କୌଣସି ଦିଗ ସହିତ ସମ୍ପୃକ୍ତ ହୋଇପାରେ । ଦୟାକରି କୌଣସି କାଗଜରେ ତୁମ ନାମ ଲେଖୁବ ନାହିଁ ।

କାଗଜଗୁଡ଼ିକ ମୋଡ଼ି ଜାରେ ରଖାଯାଉ ।

କାଗଜଗୁଡ଼ିକ ମିଶିଯିବା ପାଇଁ ଜାର୍‌କୁ ଭଲ ଭାବରେ ହଲେଇ ଦିଅ । ଗୋଟିଏ ଗୋଟିଏ ଛୋଟ କାଗଜ କାଢ଼ି ଖୋଲି ଦେଖ । କାଗଜରେ ଥ‌ିବା ସୂଚନା ଅନୁଯାୟୀ ପରିବର୍ତ୍ତନଗୁଡ଼ିକ ବିଷୟରେ ଆଲୋଚନା କରାଯାଉ । କାଗଜଗୁଡ଼ିକରେ ଦେଖାଯାଇଥିବା ପରିବର୍ତ୍ତନମାନଙ୍କ ମଧ୍ୟରୁ ସବୁଠାରୁ ସାଧାରଣ ଭାବେ ଦେଖାଯାଉଥ‌ିବା ପରିବର୍ତ୍ତନଗୁଡ଼ିକ କ’ଣ ଥିଲା ।

ସାରଣୀ : ବୃଦ୍ଧି ସମୟରେ ଅତି ସାଧାରଣ ପରିବର୍ତ୍ତନ

କ୍ରମିକ ସଂଖ୍ୟା ପରିବର୍ତ୍ତନ ତୁମର ପର୍ଯ୍ୟବେକ୍ଷଣ
୧. ଉଚ୍ଚତା ବୃଦ୍ଧି ଦ୍ରୁତ ହୋଇଥାଏ
୨. ଓଜନ ଓ ଶକ୍ତି ଚେହେରା
୩. ବୃଦ୍ଧି ପାଇଥାଏ ପରିବର୍ତ୍ତନ ହୁଏ

କିଶୋରାବସ୍ଥା ସାଧାରଣତଃ ଶୈଶବ ଓ ଯୌବନାବସ୍ଥା ମଧ୍ଯରେ ବିକାଶର ଏକ ପର୍ଯ୍ୟାୟ ଅଟେ । ଏହି ଅବସ୍ଥାରେ ଉଚ୍ଚତା ବୃଦ୍ଧି ଦ୍ରୁତ ହୋଇଥାଏ । ଶରୀରର ଗଠନ, ଓଜନ ବୃଦ୍ଧି ଏବଂ ଶକ୍ତିରେ ମଧ୍ୟ ପରିବର୍ତ୍ତନ ହୋଇଥାଏ ।

କିଶୋରାବସ୍ଥାରେ ଦେଖାଯାଉଥିବା ଶରୀର ଗଠନ, ଓଜନ ବୃଦ୍ଧି ଏବଂ ଶକ୍ତିରେ ପରିବର୍ତ୍ତନ :
ପୁଅମାନଙ୍କର ବୟସ ବଢ଼ିବା ସମୟରେ ଏମିତି ଅନେକ ପରିବର୍ତ୍ତନ ଦେଖାଯାଇପାରେ ଯଥା – ଉଚ୍ଚତା ବୃଦ୍ଧି ସହିତ, ସେମାନଙ୍କର ଓଜନ ବୃଦ୍ଧି ପାଇପାରେ, ସେମାନଙ୍କ କାନ୍ଧ ଟିକେ ପ୍ରଶସ୍ତ ହୋଇପାରେ ଏବଂ ସେମାନଙ୍କ ଛାତି ପ୍ରଶସ୍ତ ହୋଇପାରେ । ଝିଅମାନଙ୍କର ମଧ୍ୟ ଉଚ୍ଚତା ଏବଂ ଓଜନରେ ବୃଦ୍ଧି ସହିତ ସ୍ତନର ବିକାଶ ଭଳି ଅନ୍ୟାନ୍ୟ ଶାରୀରିକ ପରିବର୍ତ୍ତନ ହୋଇଥାଏ ।
Class 7 Science Chapter 6 Notes Odia Medium କିଶୋରାବସୁ ବୃଦ୍ଧି ଓ ପରିବର୍ତ୍ତନ 1

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

ସ୍ଵରରେ ପରିବର୍ତ୍ତନ :
କିଶୋରାବସ୍ଥାରେ ପୁଅମାନଙ୍କର ଗଳାରେ ଥିବା ସ୍ଵର ପେଟିକା ବୃଦ୍ଧି ପାଏ । ଏହା ଯୋଗୁଁ ସେମାନଙ୍କ ସ୍ଵର କର୍କଶ ହୁଏ । ଗଳାରେ ଥ‌ିବା ଏହି ସ୍ୱରପେଟିକା ଆମକୁ କଥା କହିବାରେ ସାହାଯ୍ୟ କରେ । ଏହାର ବୃଦ୍ଧି ଗଳାରେ ଏକ ଗଣ୍ଠି ଭାବେ ଦେଖାଯାଏ, ଯାହାକୁ ଆଦମଙ୍କ ଆପଲ ବୋଲି କୁହାଯାଏ । ତେବେ ଏହା ସମସ୍ତଙ୍କଠାରେ ସ୍ପଷ୍ଟ ଭାବେ ଦେଖାଯାଏ ନାହିଁ । କିଶୋରୀ ଝିଅମାନଙ୍କର ମଧ୍ୟ ସ୍ଵର ପେଟିକାର ବୃଦ୍ଧି ହୁଏ, କିନ୍ତୁ ଏହା ପୁଅମାନଙ୍କ ପରି ବଡ଼ ନ ହେବାରୁ ସେମାନଙ୍କ ସ୍ଵରରେ କେବଳ ସାମାନ୍ୟ ପରିବର୍ତ୍ତନ ହୁଏ ।
Class 7 Science Chapter 6 Notes Odia Medium କିଶୋରାବସୁ ବୃଦ୍ଧି ଓ ପରିବର୍ତ୍ତନ 2

ଶରୀରର ବିଭିନ୍ନ ସ୍ଥାନରେ କେଶ ବୃଦ୍ଧି :
କିଶୋରାବସ୍ଥାରେ ଉଭୟ ଓ ଝିଅମାନଙ୍କର ଶରୀରର ବିଭିନ୍ନ ସ୍ଥାନ ଯେପରିକି କାଖ ଓ ଜନନାଙ୍ଗ ପାର୍ଶ୍ଵଦେଶରେ କେଶ ବୃଦ୍ଧି ହୋଇଥାଏ, ପୁଅମାନଙ୍କ ମୁହଁରେ ଉଠିଥିବା କେଶ ବୟସ ବଢ଼ିବା ସହିତ ନିଶ ଏବଂ ଦାଢ଼ିରେ ପରିଣତ ହୁଏ । କିଛି ପୁଅଙ୍କ ଛାତି ଓ ପିଠିରେ ବି କେଶ ବୃଦ୍ଧି ହୋଇପାରେ, ପୁଣି କିଛି ପୁଅଙ୍କର ଶରୀରରେ କେଶର କୌଣସି ଗୁରୁତ୍ଵପୂର୍ଣ୍ଣ ବୃଦ୍ଧି ହୋଇ ନଥାଏ । ଏ ସବୁ ପରିବର୍ତ୍ତନ ସମ୍ପୂର୍ଣ୍ଣ ସ୍ଵାଭାବିକ ଅଟେ ।
Class 7 Science Chapter 6 Notes Odia Medium କିଶୋରାବସୁ ବୃଦ୍ଧି ଓ ପରିବର୍ତ୍ତନ 3

ମୁହଁ ଚର୍ମରେ ପରିବର୍ତ୍ତନ :
ବ୍ରଣ କିଶୋରାବସ୍ଥାରେ ମୁହଁ ଚର୍ମରେ ବ୍ରଣ ଦେଖାଯିବା ଏକ ସାଧାରଣ ଘଟଣା । ମୁହଁରେ ଦେଖାଯାଉଥ‌ିବା ଛୋଟ ଲାଲ ଚିହ୍ନ ବା ଗଣ୍ଠି ହେଉଛି ବ୍ରଣ । ଏହି ବୟସରେ ଚର୍ମରୁ ଅଧୂକ ତୈଳାକ୍ତ ପଦାର୍ଥ ସ୍ରବଣ ହୁଏ ଯାହା ଚର୍ମର ଛିଦ୍ର ବନ୍ଦ କରିଦିଏ ଏବଂ ସଂକ୍ରମଣ ହୋଇ ପରେ ବ୍ରଣ ସୃଷ୍ଟିର କାରଣ ହୁଏ । ବାସ୍ତବରେ କେତେଗୁଡ଼ିଏ ଚର୍ମରୋଗର ବ୍ରଣ ଏକ ଲକ୍ଷଣ ମାତ୍ର ।
Class 7 Science Chapter 6 Notes Odia Medium କିଶୋରାବସୁ ବୃଦ୍ଧି ଓ ପରିବର୍ତ୍ତନ 4

ଆମେ ଜାଣି ରଖୁବା ଉଚିତ ଯେ ଉଚ୍ଚତା ବୃଦ୍ଧି, ସ୍ଵର ପରିବର୍ତ୍ତନ କିମ୍ବା ମୁହଁର କେଶ ପରିବର୍ତ୍ତନ ଯେଉଁ ପ୍ରକାର ବି ହେଉ, ତା’ର ସମୟ, ପ୍ରକୃତି ଏବଂ ପରିସର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଭିନ୍ନ ହୋଇଥାଏ । ଏହି ପରିବର୍ତ୍ତନଗୁଡ଼ିକ ସମ୍ପୂର୍ଣ୍ଣ ସ୍ଵାଭାବିକ ।

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

ସ୍ଵାଭାବିକ ପରିବର୍ତ୍ତନ : କିଶୋରାବସ୍ଥାରେ ଉଚ୍ଚତା ବୃଦ୍ଧି, ସ୍ଵର ପରିବର୍ତ୍ତନ କିମ୍ବା ମୁହଁର କେଶ ପରବର୍ତ୍ତନ ବ୍ୟକ୍ତିର ସମୟ, ପ୍ରକୃତି ଏବଂ ପରିସରକୁ ନେଇ ଭିନ୍ନ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜର ଜୀବନକାଳ ମଧ୍ୟରେ ଏଗୁଡ଼ିକୁ ଅନୁଭବ କରିଥା’ନ୍ତି । ଏହାର ଅବଧୂ ବ୍ୟକ୍ତି ଅନୁଯାୟୀ ପୃଥକ ହୋଇଥାଏ ।

ଗୌଣ ଲିଙ୍ଗୀୟ ବୈଶିଷ୍ଟ୍ୟ : କିଶୋରାବସ୍ଥାରେ ସ୍ଵର ପରିବର୍ତ୍ତନ, ପୁଅମାନଙ୍କ ମୁହଁ ଏବଂ ଛାତିରେ କେଶ ବୃଦ୍ଧି, ଏବଂ ଝିଅମାନଙ୍କ ସ୍ତନ ବୃଦ୍ଧି ପ୍ରଜନନ ପ୍ରକ୍ରିୟା ସହିତ ସିଧାସଳଖ ଜଡ଼ିତ ନହେଲେ ମଧ୍ୟ ଏହା ପୁରୁଷମାନଙ୍କୁ ମହିଳାମାନଙ୍କଠାରୁ ପୃଥକ କରିବାରେ ସାହାଯ୍ୟ କରେ ।

ଗୌଣ ଲିଙ୍ଗୀୟ ବୈଶିଷ୍ଟ୍ୟଗୁଡ଼ିକ ଶରୀର ଯୌବନାବସ୍ଥା ପାଇଁ ପ୍ରସ୍ତୁତ ହେଉଥିବାର ପ୍ରାକୃତିକ ସଂକେତ ଅଟେ । ଏଗୁଡ଼ିକ ବୟଃସଦ୍ଧି ଆରମ୍ଭକୁ ଚିହ୍ନଟ କରିଥାଏ । ଏହା ଏପରି ଏକ ପର୍ଯ୍ୟାୟ ଯେଉଁଠାରେ କିଶୋର କେତେକ ବାହ୍ୟ ଓ ଅଭ୍ୟନ୍ତରୀଣ ପରିବର୍ତ୍ତନ ମଧ୍ୟଦେଇ ପ୍ରସ୍ତୁତି ଆରମ୍ଭ କରିଥାଏ ।

ପ୍ରଜନନ କ୍ଷମତା ସୂଚିତ କରୁଥିବା ପରିବର୍ତ୍ତନ :
ପ୍ରଜନନ କ୍ଷମତା : ମନୁଷ୍ୟ ଏକକୋଷୀ ପ୍ରାଣୀମାନଙ୍କ ପରି ତୁରନ୍ତ ପ୍ରଜନନ କରେନାହିଁ; ଏଥ‌ିପାଇଁ ଶରୀରରେ ବୃଦ୍ଧି ଓ ପରିପକ୍ଵତା ଆବଶ୍ୟକ ହୋଇଥାଏ । ମନୁଷ୍ୟର ବୃଦ୍ଧି ଓ ବିକାଶ ଘଟିବା ସହିତ ସେ ପ୍ରଜନନକ୍ଷମ ହୁଏ । ଅନେକ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଯଥା – ଶାରୀରିକ, ଭାବନାତ୍ମକ ଓ ବ୍ୟବହାରିକ ପରିବର୍ତ୍ତନ ଅନୁଭବ କରିଥାଏ ।

ମାସିକ ଋତୁଚକ୍ର : ଏହା କିଶୋରୀମାନଙ୍କ ସହିତ ଜଡ଼ିତ ଏକ ଗୁରୁତ୍ଵପୂର୍ଣ୍ଣ ଅଭ୍ୟନ୍ତରୀଣ ପରିବର୍ତ୍ତନ । ଏହା ସାଧାରଣତଃ 28 ରୁ 30 ଦିନରେ ପୁନରାବୃତ୍ତି ହୋଇଥାଏ । ଅନେକ ସୁସ୍ଥ ଝିଅଙ୍କର ଏହା 21 ରୁ 35 ଦିନ ବ୍ୟବଧାନରେ ମଧ୍ୟ ହୋଇଥାଏ ।

ଏହା ଏକ ଗୁରୁତ୍ଵପୂର୍ଣ୍ଣ ପ୍ରାକୃତିକ ପ୍ରକ୍ରିୟା ଏବଂ ଉତ୍ତମ ପ୍ରଜନନ ସ୍ଵାସ୍ଥ୍ୟର ଲକ୍ଷଣ ଅଟେ । ଋତୁଚକ୍ରର ଯେଉଁ ପର୍ଯ୍ୟାୟରେ ଶରୀରରୁ ରକ୍ତ ନିର୍ଗତ ହୋଇଥାଏ, ତାହାକୁ ଋତୁସ୍ରାବ କୁହାଯାଏ । ଏହା 3 ରୁ 7 ଦିନ ପର୍ଯ୍ୟନ୍ତ ରହିପାରେ । 45 ରୁ 55 ବର୍ଷ ବୟସ ସୁଦ୍ଧା ଏହା ସ୍ଵାଭାବିକ ଭାବେ ବନ୍ଦ ହୋଇଯାଏ ।

ଋତୁସ୍ରାବ ବିଷୟରେ ଭ୍ରମ ଧାରଣା :
ଋତୁସ୍ରାବ ବିଷୟରେ ଅନେକ ଭୁଲ ଧାରଣା (ଅନ୍ଧବିଶ୍ଵାସ) ଅଛି ଯାହା ପ୍ରାୟତଃ ମନରେ ଅନାବଶ୍ୟକ ଭୟ, ଲଜ୍ଜା, ଏପରିକି ଅପରାଧୀ ଭାବନା ସୃଷ୍ଟି କରେ । ଏପରିକି (ଧାରଣା) ବିଶ୍ଵାସଗୁଡ଼ିକ କିଛି ଭ୍ରମ ଏବଂ ନିଷେଧକୁ ଜନ୍ମ ଦେଇଛି । ଏହି ଭ୍ରମ ଏବଂ ନିଷେଧ ଯୋଗୁଁ ଋତୁସ୍ରାବ ହେଉଥ‌ିବା ଝିଅମାନଙ୍କୁ ଶାରୀରିକ ଭାବରେ ଅଲଗା ରଖୁବା ପ୍ରଥା ଏବେ ବି ପ୍ରଚଳିତ । ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା ଏବଂ ଏପରି ଭ୍ରମଗୁଡ଼ିକର କୌଣସି ବୈଜ୍ଞାନିକ ଆଧାର ନାହିଁ । ଋତୁସ୍ରାବ ପ୍ରତି ଆମେ ବୈଜ୍ଞାନିକ ଦୃଷ୍ଟିକୋଣ ଉନ୍ମୁକ୍ତ କଲେ ହିଁ ସମାଜ ମହିଳାମାନଙ୍କର ଉତ୍ତମ ପ୍ରଜନନ ସ୍ଵାସ୍ଥ୍ୟ ଆବଶ୍ୟକତା ଉପଲବ୍ଧି କରିବା ଏବଂ ଏହା ଦ୍ଵାରା ମହିଳାମାନଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଦିଆଯାଇପାରିବ ।

କିଶୋରାବସ୍ଥା କେବଳ ଶାରୀରିକ କିମ୍ବା ପ୍ରଜନନ କ୍ଷମତା ସହିତ ଜଡ଼ିତ ପରିବର୍ତ୍ତନ ନୁହେଁ ବରଂ ମାନସିକ ଏବଂ ଆଚରଣଗତ ପରିବର୍ତ୍ତନ ସହ ମଧ୍ଯ ସଂପୃକ୍ତ ଅଟେ ।

ଆସ ସାରଣୀରେ କିଛି ଆବେଗାତ୍ମକ ପରିବର୍ତ୍ତନ ତାଲିକାଭୁକ୍ତ କରିବା । ତା’ସହିତ ଆଚରଣ ଉପରେ ସେମାନଙ୍କର ପ୍ରଭାବ ଓ ସକାରାତ୍ମକ ଅଭିବୃଦ୍ଧି ଏବଂ ବିକାଶ ପାଇଁ ଉପାୟଗୁଡ଼ିକୁ ତାଲିକା କରିବା ।

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

କିଶୋରମାନଙ୍କଠାରେ ଆବେଗାତ୍ମକ ଓ ଆଚରଣଗତ ପରିବର୍ତ୍ତନ :

କାର୍ଯ୍ୟ-୨ : ଆସ ମ ତାଲିକା କରିବା

ସାରଣୀ-୨ : ଆବେଗାତ୍ମକ ପରିବର୍ତ୍ତନ, ଆଚରଣ ଉପରେ ସେମାନଙ୍କର ସମ୍ଭାବ୍ୟ ପ୍ରଭାବ ଏବଂ ସକାରାତ୍ମକ ଅଭିବୃଦ୍ଧି ଏବଂ ବିକାଶର ଉପାୟ

କ୍ରମିକ ସଂଖ୍ୟା ପ୍ରମୁଖ ଆବେଗାତ୍ମକ ପରିବର୍ତ୍ତନ ଆଚରଣ ଉପରେ ସମ୍ଭାବ୍ୟ ପ୍ରଭାବ ସକାରାତ୍ମକ ଅଭିବୃଦ୍ଧି ଏବଂ ବିକାଶର ଉପାୟ
୧. ମନୋଭାବ ପରିବର୍ତ୍ତନ ସଂଗୀତ, ନୃତ୍ୟ, କିମ୍ବା କ୍ରୀଡ଼ା ପରି ବିବିଧ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ଆତ୍ମ-ଅନ୍ଵେଷଣ ସହିତ ସୃଜନଶୀଳତା ଓ ନବୋଦ୍ଭାବନ ପ୍ରବୃଦ୍ଧିକୁ ବୃଦ୍ଧି କରିପାରିବା କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା
୨. ତୀବ୍ର ଆବେଗ ବର୍ଦ୍ଧିତ ସମ୍ବେଦନଶୀଳତା ସହାନୁଭୂତି ଓ ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ
୩. ଅନ୍ୟ ଯେକୌଣସି ସାମାଜିକ ବ୍ୟବହାର ସାଙ୍ଗମାନଙ୍କ ସ୍ଵୀକୃତି ଲାଭ କରିବା, ବନ୍ଧୁତା ସୃଷ୍ଟି କରିବା ଓ ଦଳ ଗଠନ କରିବା । ସୁସ୍ଥ ବନ୍ଧୁତ୍ଵକୁ ପ୍ରୋତ୍ସାହନ ଦେବା, ଯୋଗାଯୋଗ ଦକ୍ଷତା ଓ ଦଳଗତ କାର୍ଯ୍ୟ କରିବା

ଶୈଶବ ତୁଳନାରେ କିଶୋରାବସ୍ଥାରେ ଆବେଗ ତୀବ୍ର ହୋଇଥାଏ । ଏହା କିଶୋରମାନଙ୍କ ଆଚରଣକୁ ପ୍ରଭାବିତ କରିଥାଏ । ଆମର ଭାବନା ବା ଆବେଗ ଆମର ଆଚରଣ କାମକୁ କିପରି ପ୍ରଭାବିତ କରେ, ଆମେ ଯଦି ବୁଝିପାରିବା, ତେବେ ଆମେ ଉତ୍ତମ ନିଷ୍ପତ୍ତି ନେଇପାରିବା ଓ ପରିସ୍ଥିତି ଅନୁଯାୟୀ ଚିନ୍ତାଶୀଳ ଭାବରେ ପ୍ରତିକ୍ରିୟା ଦେଇପାରି ବା ।

କିଶୋରାବସ୍ଥାକୁ ଏକ ଆନନ୍ଦମୟ ଅନୁଭବରେ ପରିଣତ କରିବା :
କିଶୋରାବସ୍ଥାରେ ଯାତ୍ରା ଏକ ଅନନ୍ୟ ଅଭିଜ୍ଞତା ଅଟେ । ଜୀବନର ଏହି ପର୍ଯ୍ୟାୟରେ ବୃଦ୍ଧି ପାଉଥ‌ିବା କୌତୂହଳ ଏବଂ ଉତ୍ସାହ ସେମାନଙ୍କ ଚାରିପାଖରେ ଥ‌ିବା ପ୍ରାୟ ସବୁକିଛିକୁ ଏକ ନୂଆ ଦୃଷ୍ଟିକୋଣରେ ଦେଖ‌ିବାର ସାମର୍ଥ୍ୟ ପ୍ରଦାନ କରିଥାଏ ।

ପୌଷ୍ଟିକ ଆବଶ୍ୟକତା ପୂରଣ କରିବା :
ସୁଷମ ଖାଦ୍ୟ – ସୁସ୍ଥ ଶରୀରର ଉପାୟ : ଯେହେତୁ କିଶୋରାବସ୍ଥାରେ ଅନେକ ପରିବର୍ତ୍ତନ ସହିତ ବୃଦ୍ଧି ଓ ବିକାଶ ଘଟିଥାଏ, ତେଣୁ ଏହି ସମୟରେ ପୋଷଣଯୁକ୍ତ ଖାଦ୍ୟାହାର ଅତି ଗୁରୁତ୍ଵପୂର୍ଣ୍ଣ ଅଟେ ।

ଉପଯୁକ୍ତ ବୃଦ୍ଧି ପାଇଁ ଏବଂ ଖେଳପଡ଼ିଆରେ ଭଳ ଖେଳ ପ୍ରଦର୍ଶନ ପାଇଁ ଆମକୁ ପୁଷ୍ଟିସାର ଏବଂ ଶ୍ଵେତସାର ଆବଶ୍ୟକ ହୋଇଥାଏ । ଏହା ବ୍ୟତୀତ ଆମକୁ ପର୍ଯ୍ୟାପ୍ତ ପରିମାଣର ସ୍ନେହସାର, ଭିଟାମିନ୍ ଏବଂ ଖଣିଜ ପଦାର୍ଥ ମଧ୍ୟ ଆବଶ୍ୟକ ହୋଇଥାଏ ।

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

କାର୍ଯ୍ୟ-୪ : ଆସ, ତାଲିକା କରିବା

ତୁମ ଅଞ୍ଚଳରେ ଉପଲବ୍ଧ ଖାଦ୍ୟ ଏବଂ ଏହି ପୋଷକ ତତ୍ତ୍ଵଗୁଡ଼ିକ ଉପରେ ଆଧାର କରି, ସ୍ୱାସ୍ଥ୍ୟକର ଖାଦ୍ୟ ଉତ୍ସ, ସେଥ‌ିରେ ଥ‌ିବା ପୋଷକ ତତ୍ତ୍ଵ ଆମର ବୃଦ୍ଧି ଏବଂ ବିକାଶରେ କିପରି ସାହାଯ୍ୟ କରନ୍ତି ତାହାକୁ ସାରଣୀରେ ପୂରଣ କର ।

ସାରଣୀ-୩ : ଖାଦ୍ୟ ଉତ୍ସ, ଏଥିରେ ଥିବା ପୋଷକ ତତ୍ତ୍ଵ ଏବଂ ଏହି ପୋଷକ ତତ୍ତ୍ଵର କାର୍ଯ୍ୟ

କ୍ରମିକ ସଂଖ୍ୟା ଖାଦ୍ୟ ଉତ୍ସ ଆମେ ପାଉଥିବା ପୋଷକ ତତ୍ତ୍ବ ପୋଷକ ତତ୍ତ୍ଵର କାର୍ଯ୍ୟ
୧. କ୍ଷୀର, ବାଜରା, ଦହି, ଛେନା ଓ ପନିର ….. କ୍ୟାଲସିୟମ, ପୁଷ୍ଟିସାର, ସ୍ନେହସାର …… ଅସ୍ଥିମାନଙ୍କର ସର୍ବୋତ୍ତମ ବୃଦ୍ଧିରେ ସାହାଯ୍ୟ କରିବା …….
୨. ଅଣ୍ଡା, ମାଂସ, ଡାଲି, ସୋୟା ଏବଂ ଡାଲିଜାତୀୟ ଶସ୍ୟ ପୁଷ୍ଟିସାର, ଦରକାରୀ ଆମିନୋ ଅମ୍ଳ, ଜୀବସାର ‘ଖ’ ଉପଯୁକ୍ତ ଶରୀର ବୃଦ୍ଧି, ଶକ୍ତି ଲାଭ ଓ ଶକ୍ତି ସ୍ତରରେ ଉନ୍ନତ କରିବାରେ ସାହାଯ୍ୟ କରିବା …..
୩. ପାଳଙ୍ଗ, ଶିମ୍ବ, କିସ୍‌ମିସ୍‌ ଓ ଡିମିରି ଭଳି ଶୁଖୁଲା ଫଳ ଲୌହ, ମ୍ୟାଗ୍ନେସିୟମ, ପୋଟାସିୟମ ଓ ଜୀବସାର ରକ୍ତ ତିଆରି କରିବାରେ ସାହାଯ୍ୟ କରିବା

ବିଜ୍ଞାନ ଏବଂ ସମାଜ :
କିଶୋର, ବିଶେଷ କରି ଝିଅମାନେ, କେବେ କେବେ ଲୌହ କିମ୍ବା ଭିଟାମିନ୍ B12 ଅଭାବ ଯୋଗୁଁ ରକ୍ତ ସମ୍ବନ୍ଧୀୟ ସ୍ଵାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୋଇପାରନ୍ତି ।

  1. ଏହି ପ୍ରକାରର ସ୍ଵାସ୍ଥ୍ୟ ସମସ୍ୟା ବିଷୟରେ ଅନ୍ଵେଷଣ କର ।
  2. ଆମ ଶରୀରରେ ଲୌହ ଅଭାବକୁ କିପରି ଦୂର କରିପାରିବା ?
  3. ଲୌହ ଅଭାବ ଦୂରୀକରଣ ପାଇଁ ଅବଲମ୍ବନ କରାଯାଇଥିବା ସରକାରୀ ଯୋଜନାଗୁଡ଼ିକ ବିଷୟର ଅନୁଧ୍ୟାନ କର ।

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

ବୈଜ୍ଞାନିକଙ୍କୁ ଜାଣିବା :
ଡୋରୋଥ ହଜକିନ୍ ଜଣେ ପ୍ରସିଦ୍ଧ ବୈଜ୍ଞାନିକ ଥିଲେ । ସେ ଭିଟାମିନ୍ B12 ର ଗଠନ ବିଷୟରେ ଅଧ୍ୟୟନ କରିଥିଲେ । ସେ ୧୯୬୪ ମସିହାରେ ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ପାଇଥିଲେ ଓ ରସାୟନ ବିଜ୍ଞାନରେ ଏହି ପୁରସ୍କାର ପାଇବାରେ ସେ ତୃତୀୟ ମହିଳା ଅଟନ୍ତି । ତୁମେ କ’ଣ ଜାଣ କି ଯେ ମାନବ ଶରୀର ଠିକ୍ କାର୍ଯ୍ୟ କରିବା ପାଇଁ ଭିଟାମିନ୍ B12 ଆବଶ୍ୟକ । ଅସ୍ଵୀକାଂଶ ଭିଟାମିନ୍ ପରି, ଏହା ମାନବ ଶରୀରରେ ତିଆରି ହୋଇପାରେ ନାହିଁ । ଆମେ ବାହାରୁ ଖାଉଥ‌ିବା ଖାଦ୍ୟରୁ ହିଁ ଏହାକୁ ପାଇବାକୁ ହୋଇଥାଏ । ଏବେ ଭିଟାମିନ୍ B12 ର ଉତ୍ସ ବିଷୟରେ ତୁମ ଶିକ୍ଷକଙ୍କ ସହିତ ଆଲୋଚନା କର ।
Class 7 Science Chapter 6 Notes Odia Medium କିଶୋରାବସୁ ବୃଦ୍ଧି ଓ ପରିବର୍ତ୍ତନ 5

ବ୍ୟକ୍ତିଗତ ପରିଚ୍ଛନ୍ନତା : ପୋଷଣ ବ୍ୟତୀତ, କିଶୋରାବସ୍ଥାରେ ବ୍ୟକ୍ତିଗତ ପରଷ୍କାର ପରିଚ୍ଛନ୍ନତାର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ । ଶରୀରର ବିଭିନ୍ନ ଅଂଶ ବିଶେଷକରି କାଖ ଏବଂ ଜନନେନ୍ଦ୍ରିୟର ପରିଚ୍ଛନତା ଆମକୁ ସମ୍ଭାବ୍ୟ ରୋଗ ସଂକ୍ରମଣରୁ ରକ୍ଷା କରିଥାଏ ।

ଝିଅମାନଙ୍କ ପାଇଁ ଋତୁସ୍ରାବ ସମୟରେ ଉପଯୁକ୍ତ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖୁବା ଉଭୟ ଆରାମ ଓ ସ୍ଵାସ୍ଥ୍ୟପାଇଁ ଜରୁରୀ ଅଟେ । ଏହି ସମୟରେ ସାନିଟାରୀ ପ୍ୟାଡ୍ ବ୍ୟବହାର କରି ପରିଷ୍କାର ପରିଚ୍ଛନ୍ନତା ବଜାୟ
ରଖାଯାଇପାରିବ ।

ଋତୁସ୍ରାବକାଳୀନ ସ୍ଵଚ୍ଛତାକୁ ନିଶ୍ଚିତ କରିବା ପାଇଁ, ସରକାର ନିମ୍ନ ପଦକ୍ଷେପ ନେଇଛନ୍ତି :
(i) ଋତୁସ୍ରାବକାଳୀନ ସ୍ଵଚ୍ଛତା ଯୋଜନା (MHS) : ଭାରତ ସରକାରଙ୍କ ଏହି ଯୋଜନା ଅଧୀନରେ, ଗ୍ରାମାଞ୍ଚଳରେ କିଶୋରୀ ଝିଅମାନଙ୍କୁ ମାଗଣାରେ କିମ୍ବା ରିହାତି ମୂଲ୍ୟରେ ସାନିଟାରୀ ପ୍ୟାଡ୍ ଯୋଗାଇ ଦିଆଯାଏ । ଏହି ଯୋଜନାରେ ଝିଅମାନଙ୍କୁ ଋତୁସ୍ରାବକାଳୀନ ସ୍ଵଚ୍ଛତା ଏବଂ ସ୍ଵାସ୍ଥ୍ୟ ବିଷୟରେ ଶିକ୍ଷା ଦେବା ପାଇଁ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ପରିଚାଳନା କରାଯାଏ ।

(ii) ରାଷ୍ଟ୍ରୀୟ କିଶୋର ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ (RKSK) : କିଶୋର-କିଶୋରୀମାନଙ୍କ ସମାଟ୍ରିକ ସ୍ଵାସ୍ଥ୍ୟକୁ ଉନ୍ନତ କରିବା ଏହି ଯୋଜନାର ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ ଋତୁସ୍ରାବକାଳୀନ ସ୍ଵାସ୍ଥ୍ୟ ଏବଂ ସ୍ଵଚ୍ଛତା ମଧ୍ଯ ଅନ୍ତର୍ଭୁକ୍ତ । ଏହା ସହପାଠୀ ଶିକ୍ଷାକୁ ଉତ୍ସାହିତ କରେ, ଯେଉଁଠାରେ ବରିଷ୍ଠ ଛାତ୍ରମାନେ କନିଷ୍ଠ ଛାତ୍ରମାନଙ୍କୁ ଏହି ବିଷୟଗୁଡ଼ିକୁ ଶିଖୁବାରେ ସାହଯ୍ୟ କରନ୍ତି !

(iii) ସୁବିଧା ସାନିଟାରୀ ନାପକିନ ପ୍ରୟାସ : ଏହି ପ୍ରୟାସ ଅଧୀନରେ, ଜନ ଔଷଧ କେନ୍ଦ୍ର ମାଧ୍ୟମରେ ସୁଲଭ ମୂଲ୍ୟରେ ଜୈବବିଘଟନଶୀଳ ସାନିଟାରୀ ପ୍ୟାଡ୍ ଯୋଗାଇ ଦିଆଯାଏ । ମହିଳା ଏବଂ କିଶୋରୀମାନଙ୍କ ପାଇଁ ଋତୁସ୍ରାବକାଳୀନ ସ୍ଵଚ୍ଛତା ଉତ୍ପାଦଗୁଡ଼ିକୁ ସହଜରେ ଉପଲବ୍ଧ କରାଇବା ଏହି ପ୍ରୟାସର ଲକ୍ଷ୍ୟ ।

(iv) ରାଜ୍ୟସ୍ତରୀୟ ପଦକ୍ଷେପ : ବିଭିନ୍ନ ରାଜ୍ୟ ସରକାରଙ୍କର ଏହି ଉଦ୍ଦେଶ୍ୟରେ ନିଜସ୍ଵ କାର୍ଯ୍ୟକ୍ରମମାନ ଅଛି, ଯେପରିକି କର୍ଣ୍ଣାଟକରେ ‘ଶୁଚି ଯୋଜନା’ ଏବଂ ତାମିଲନାଡୁ ଏବଂ ଓଡ଼ିଶା ଭଳି ରାଜ୍ୟରେ ମାଗଣା ସାନିଟାରୀ (ଖୁସି) ନାପକିନ ଯୋଜନା । ଏହି କାର୍ଯ୍ୟକ୍ରମଗୁଡ଼ିକ ସରକାରୀ ବିଦ୍ୟାଳୟଗୁଡ଼ିକରେ ମାଗଣା ସାନିଟାରୀ ପ୍ୟାଡ୍ ବଣ୍ଟନ କରିବା ଲକ୍ଷ୍ୟରେ ପରିଚାଳିତ ହେଉଅଛି ।

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

ଶାରୀରିକ କାର୍ଯ୍ୟକଳାପ : କିଶୋର ଅବସ୍ଥାରେ ନିୟମିତ ବ୍ୟାୟାମ ଏବଂ ଶାରୀରିକ କାର୍ଯ୍ୟକଳାପ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ । ବିଭିନ୍ନ ପ୍ରକାର ଖେଳ ଓ କ୍ରୀଡ଼ା ପ୍ରତିଯୋଗିତା ଶରୀର ଓ ମନକୁ ସୁସ୍ଥ ରଖୁବା ସହ ସହନଶକ୍ତି ତିଆରି କରେ ଓ ମାନସିକ ଭାବନାକୁ ବୃଦ୍ଧି କରେ ।
Class 7 Science Chapter 6 Notes Odia Medium କିଶୋରାବସୁ ବୃଦ୍ଧି ଓ ପରିବର୍ତ୍ତନ 6

ସନ୍ତୁଳିତ ସାମାଜିକ ଜୀବନ : କିଶୋରାବସ୍ଥା ହେଉଛି ଅଭିଜ୍ଞତା ଓ ଭାବନାଦ୍ଵାରା ଚିହ୍ନିତ ଜୀବନର ଏକ ନୂତନ ପର୍ଯ୍ୟାୟ, ତେଣୁ ଏହି ସମୟରେ ଅନ୍ୟମାନଙ୍କ ସହିତ ଯୋଗଯୋଗ କରିବା ବେଳେ ଆମେ ଚିନ୍ତାଶୀଳ ଓ ଦାୟିତ୍ଵବାନ ହେବା ଆବଶ୍ୟକ ।
Class 7 Science Chapter 6 Notes Odia Medium କିଶୋରାବସୁ ବୃଦ୍ଧି ଓ ପରିବର୍ତ୍ତନ 7
ଆଧୁନିକ ପ୍ରଯୁକ୍ତି ବିଦ୍ୟା ସମସ୍ତଙ୍କ ପାଇଁ ସୂଚନା ପାଇବା, ସଂଯୋଗ ସ୍ଥାପନ କରିବା, ପରସ୍ପର ଭାବ ବିନିମୟ କରିବା ଏବଂ ତଥ୍ୟ ବିନିମୟ କରିବା ପାଇଁ ଅନ୍‌ଲାଇନ୍ ପ୍ଲାଟଫର୍ମ ଉପଲବ୍ଧ କରାଇଛି । ସାମୂହିକ ମଙ୍ଗଳ ପାଇଁ ଆମେ ଏହି ପ୍ଲାଟଫର୍ମଗୁଡ଼ିକୁ ଦାୟିତ୍ଵର ସହ ବ୍ୟବହାର କରିବା ଆବଶ୍ୟକ ଅଟେ ।

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

ବିଜ୍ଞାନ ଏବଂ ସମାଜ :
ସାଇବର ବୁଲିଂ ବା ସାଇବର ଧମକ ହେଉଛି ଡିଜିଟାଲ୍ ଉପକରଣ ଯଥା : ଫୋନ୍, କମ୍ପ୍ୟୁଟର କିମ୍ବା ଅନଲାଇନ୍ ପ୍ଲାଟଫର୍ମ ବ୍ୟବହାର କରି ଅନ୍ୟମାନଙ୍କୁ ଭ୍ରାମକ ବାର୍ତ୍ତା ପଠାଇ, ମିଥ୍ୟା ଖବର ପ୍ରସାରଣ କରି କିମ୍ବା ବିନା ସମ୍ମତିରେ ବ୍ୟକ୍ତିଗତ ତଥ୍ୟ ଚୋରି ଓ ବିନିମୟ କରି ହଇରାଣ କରିବା । ଯଦି କେହି ତୁମକୁ ଏହିପରି ଧମକ ଦେବାକୁ ଚେଷ୍ଟାକରେ, ତେବେ ତୁମେ ଭୟଭୀତ କିମ୍ବା ଅସହାୟ ହେବନାହିଁ । ବରଂ, ବୁଦ୍ଧିମାନ ଭାବେ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ତଥା ଅଭିଭାବକ ଓ ଶିକ୍ଷକଙ୍କ ସାହାଯ୍ୟ ନେବା ଆବଶ୍ୟକ ।
Class 7 Science Chapter 6 Notes Odia Medium କିଶୋରାବସୁ ବୃଦ୍ଧି ଓ ପରିବର୍ତ୍ତନ 8
ସେହିପରି, ଅନଲାଇନରେ କୌଣସି ଫଟୋ ଅପଲୋଡ଼ କରିବା କିମ୍ବା ଅପରିଚିତ ବ୍ୟକ୍ତିଙ୍କ ସହ ବ୍ୟକ୍ତିଗତ ସୂଚନା ବିନିମୟ କରିବା ସମୟରେ ତୁମେ ସତର୍କ ରହିବା ଉଚିତ୍ ।

କାର୍ଯ୍ୟ–୫ : ଆସ ସଚେତନତା ପ୍ରସାର କରିବା

ସୋସିଆଲ୍ ମିଡ଼ିଆ ବ୍ୟବହାର ସମ୍ପର୍କରେ ସେଗୁଡ଼ିକୁ ବିଦ୍ୟାଳୟର ବିଭିନ୍ନ ସ୍ଥାନରେ ଦଳ ହିସାବରେ କାମ କରି ସାମ୍ପ୍ରତିକ ସାମାଜିକ ଗଣମାଧ୍ୟମ ବା ବିଭିନ୍ନ ପ୍ରସଙ୍ଗରେ ପୋଷ୍ଟର ଏବଂ ପାମ୍ପଲେଟ୍‌ ଡିଜାଇନ୍ କର ଏବଂ ଲଗାଅ । ଏହାପରେ ସାମୂହିକ ପର୍ଯ୍ୟବେକ୍ଷଣ ଆଧାରରେ ସାରଣୀରେ ପୂରଣ କର ।

ସାରଣୀ−୪ : ସୋସିଆଲ୍ ମିଡ଼ିଆରେ କ’ଣ କରିବା ଓ କ’ଣ କରିବା ନାହିଁ

କ୍ରମିକ ସଂଖ୍ୟା କରିବା କରିବା ନାହିଁ
୧. ଶ୍ରଦ୍ଧାଶୀଳ ଓ ସଦୟ ହେବା ଅପରିଚିତ ଆଭାସୀ ବନ୍ଧୁମାନଙ୍କ ସହିତ ବ୍ୟକ୍ତିଗତ ଫଟୋ ସେୟାର କରିବା ନାହିଁ
୨. ପୋଷ୍ଟ କରିବା ପୂର୍ବରୁ ଚିନ୍ତା କରିବା ଅପମାନସୂଚକ ତଥା ଆଘାତ ଦେଉଥ‌ିବା ଭଳି ମନ୍ତବ୍ୟ ପୋଷ୍ଟ କରିବା ନାହିଁ ।
୩. ଗୋପନୀୟତାକୁ ସୁରକ୍ଷିତ ରଖୁବା ନିଜର ପାସ୍ୱାର୍ଡ଼ କିମ୍ବା ସ୍ପର୍ଶକାତର ବ୍ୟକ୍ତିଗତ ତଥ୍ୟ କାହାକୁ ଦେବା ନାହିଁ ।

କ୍ଷତିକାରକ ପଦାର୍ଥଠାରୁ ଏଡ଼ାଇ ରହିବା – ‘ନା’ କହିବାକୁ ଶିଖିବା

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

କିଶୋରାବସ୍ଥାରେ କିଛି ଲୋକ ମାଦକ ଦ୍ରବ୍ୟ ସେବନ କରାଇବା ପାଇଁ ପ୍ରଲୋଭନ ଦେଖାଇଥା’ନ୍ତି । ଏହି ଅବସ୍ଥା ଜିଜ୍ଞାସା ଓ ଉତ୍ତେଜନାର ସମୟ ହୋଇଥିବାରୁ କିଶୋର-କିଶୋରୀମାନେ ଏପରି ଲୋକମାନଙ୍କ ଦ୍ଵାରା ପ୍ରଭାବିତ ହୋଇ ମାଦକ ଦ୍ରବ୍ୟ ସେବନ କରିବାକୁ ଇଚ୍ଛା କରନ୍ତି ।

ମାଦକ ଦ୍ରବ୍ୟ କେବଳ ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ ବରଂ ନିଶା ମଧ୍ଯ ସୃଷ୍ଟି କରିଥାଏ । ମାଦକ ଦ୍ରବ୍ୟ ପ୍ରତି ଆସକ୍ତ ହେବା ପ୍ରକ୍ରିୟାକୁ ଦୁର୍ବ୍ଯସନ କୁହାଯାଏ । ଏଣୁ ପ୍ରଥମ ଥର ଏବଂ ପ୍ରତ୍ୟେକ ଥର ମାଦକ ପଦାର୍ଥକୁ ନା କହିବା ଆବଶ୍ୟକ ।
Class 7 Science Chapter 6 Notes Odia Medium କିଶୋରାବସୁ ବୃଦ୍ଧି ଓ ପରିବର୍ତ୍ତନ 9
ବିଡ଼ି/ସିଗାରେଟ୍ ଧୂଆଁ ସହିତ ଦୀର୍ଘ ସମୟ ଧରି ସଂସ୍ପର୍ଶରେ ରହିବା ପୂର୍ବରୁ ଏବଂ ପରେ ଫୁସ୍‌ଫୁସ୍‌ର ଅବସ୍ଥା

ତୁମ ସ୍ୱାସ୍ଥ୍ୟ ଏବଂ ତୁମର ଭବିଷ୍ୟତ ତୁମ ହାତରେ : ମାଦକ ପଦାର୍ଥଗୁଡ଼ିକ ବ୍ୟବହାର କରିବାଦ୍ଵାରା ଶ୍ଵାସକ୍ରିୟାରେ ଅସୁବିଧା, ଶକ୍ତିହ୍ରାସ ଏବଂ ଫୁସ୍‌ଫୁସ୍‌ରେ କ୍ଷତି ଭାଳି ଗୁରୁତର ସ୍ଵାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ ।

ନିଶା ଅଭ୍ୟାସ ଦୂର କରିବାର ପ୍ରଥମ ପଦକ୍ଷେପ ହେଉଛି ପରିବାର ଏବଂ ବନ୍ଧୁମାନଙ୍କଠାରୁ ସାହାଯ୍ୟ ଏବଂ ସମର୍ଥନ ଲୋଡ଼ିବା ଏବଂ ବିଶ୍ୱସ୍ତ ଲୋକ ଯଥା ପିତା, ମାତା କିମ୍ବା ଶିକ୍ଷକଙ୍କ ସହିତ ପରାମର୍ଶ କରିବା ସର୍ବଦା ବିଜ୍ଞତାର ସହିତ ନିଷ୍ପତ୍ତି ନେବା ଆବଶ୍ୟକ ।

ନିଶାମୁକ୍ତ ଭାରତ ଅଭିଯାନ : ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟଦ୍ଵାରା ନିଶାମୁକ୍ତ ଭାରତ ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଯୁବପିଢ଼ି, ମହିଳା ଏବଂ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ନିଶାଦ୍ରବ୍ୟ ଅପବ୍ୟବହାରକୁ ଏଡ଼ାଇବା ପ୍ରସଙ୍ଗରେ ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ସଚେତନତା ପ୍ରସାର କରିବା । ବିଶେଷକରି, ପ୍ରାରମ୍ଭିକ ବୟସର ଶିଶୁମାନଙ୍କ ମଧ୍ୟରେ ଏହି ଅପବ୍ୟବହାର ରୋକିବା ଉପରେ ଗୁରୁତ୍ଵ ଦିଆଯାଇଛି । ସରକାର ନିଶାଦ୍ରବ୍ୟ ନିବାରଣ ଏବଂ ନିଶାଦ୍ରବ୍ୟ ବ୍ୟକ୍ତିଙ୍କ ନିଶାମୁକ୍ତିରେ ସାହାଯ୍ୟ କରିବା ପାଇଁ ଏକ ଜାତୀୟ ନିଶାମୁକ୍ତି ହେଲ୍ପଲାଇନ୍‌ ୧୪୪୪୬ ଆରମ୍ଭ କରିଛନ୍ତି ।

ହରମୋନ୍ : ମନ ଏବଂ ଆଚରଣକୁ ପ୍ରଭାବିତ କରେ : କିଶୋରାବସ୍ଥାରେ ଯେଉଁସବୁ ପରିବର୍ତ୍ତନ ହୋଇଥାଏ, ତାହା ମୁଖ୍ୟତଃ ହରମୋନ୍ ଯୋଗୁଁ ସମ୍ଭବ ହୁଏ । ହରମୋନ୍‌ଗୁଡ଼ିକ ଆମ ଶରୀରରେ ଉତ୍ପାଦିତ ହେଉଥ‌ିବା କିଛି ରାସାୟନିକ ପଦାର୍ଥ ଅଟନ୍ତି । ଏହା ବୃଦ୍ଧି ଓ ବିକାଶର ବିଭିନ୍ନ ଦିଗକୁ ନିୟନ୍ତ୍ରଣ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରେ ।

ହରମୋନ୍ ଶରୀରର ବିଭିନ୍ନ ଅଂଶରେ ଉତ୍ପାଦିତ ହୁଏ ଓ ମସ୍ତଷ୍କରୁ ଆସୁଥିବା ସଙ୍କେତର ପ୍ରତିକ୍ରିୟାରେ ନିର୍ଗତ ହୋଇଥାଏ । କିଛି ହରମୋନ୍ ମନ ଏବଂ ଆଚରଣକୁ ପ୍ରଭାବିତ କରିଥାଏ ।

କିଶୋରାବସ୍ଥା ସମ୍ପର୍କରେ ଅବଗତ ରହି, ଉପଯୁକ୍ତ ମାର୍ଗଦର୍ଶନ ଖୋଜି ଏବଂ ସୁସ୍ଥ ନିଷ୍ପତ୍ତି ନେଇ କିଶୋରାବସ୍ଥାରେ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଏକ ଦୃଢ଼ ମୂଳଦୁଆ ପ୍ରତିଷ୍ଠା କରାଯାଇପାରିବ ।

Class 7 Science Chapter 6 Notes Odia Medium କିଶୋରାବସୁ : ବୃଦ୍ଧି ଓ ପରିବର୍ତ୍ତନ

ବିଷୟବସ୍ତୁର ସାରାଂଶ :

  • କିଶୋରାବସ୍ଥା ହେଉଛି ଶୈଶବରୁ ଯୌବନ ମଧ୍ୟରେ ପରିବର୍ତ୍ତନର ସମୟ । ଏହା ସାଧାରଣତଃ ୧୦ ବର୍ଷରେ ଆରମ୍ଭ ହୁଏ ଏବଂ ପ୍ରାୟତଃ ୧୯ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ ।
  • କିଶୋରବସ୍ଥା ଅନେକ ଗୁରୁତ୍ଵପୂର୍ଣ୍ଣ ଏବଂ ବୈଶିଷ୍ଟ୍ୟପୂର୍ଣ୍ଣ ଶାରୀରିକ, ଜୈବିକ ଏବଂ ଆବେଗିକ ପରିବର୍ତ୍ତନଦ୍ଵାରା ଚିହ୍ନିତ ।
  • ପୁରୁଷ ଏବଂ ସ୍ତ୍ରୀ ମଧ୍ୟରେ ପୃଥକ୍ କରିବାରେ ସାହାଯ୍ୟ କରୁଥିବା କିନ୍ତୁ ପ୍ରଜନନରେ ସିଧାସଳଖ ଜଡ଼ିତ ନଥିବା ବୈଶିଷ୍ଟଗୁଡ଼ିକୁ ଗୌଣ ଲିଙ୍ଗୀୟ ବୈଶିଷ୍ଟ୍ୟ କୁହାଯାଏ ।
  • ବୟଃସନ୍ଧି (Puberty) ସମୟରେ ଏକ ଶିଶୁର ଶରୀର ପ୍ରଜନନକ୍ଷମ ଯୁବାବସ୍ଥା ପ୍ରାପ୍ତ ହୁଏ । ସେଥ‌ିପାଇଁ ଶରୀରକୁ ଉଭୟ ବାହ୍ୟ ଚେହେରା ଏବଂ ଆଭ୍ୟନ୍ତରୀଣ ପରିବର୍ତ୍ତନ ଦେଇ ଗତି କରିବାକୁ ପଡ଼େ ।
  • ଝିଅମାନଙ୍କ ମଧ୍ୟରେ କିଶୋରାବସ୍ଥା ମଧ୍ୟ ଋତୁଚକ୍ର ଆରମ୍ଭଦ୍ଵାରା ସୂଚିତ ହୁଏ, ଯେଉଁ ସମୟରେ ସାଧାରଣତଃ ପ୍ରତି ୨୮–୩୦ ଦିନରେ ଶରୀରରୁ ରକ୍ତ ନିର୍ଗତ ହୁଏ, ଏହି ପ୍ରକ୍ରିୟାକୁ ଋତୁସ୍ରାବ କୁହାଯାଏ । ଋତୁସ୍ରାବ ଯୌବନ ସମୟରେ ଆରମ୍ଭ ହୁଏ ଏବଂ ସାଧାରଣତଃ ୪୫-୫୫ ବର୍ଷ ବୟସ ମଧ୍ୟରେ ଶେଷ ହୁଏ ।
  • କିଶୋରୀମାନେ ଅନେକ ଆବେଗାତ୍ମକ ଏବଂ ଆଚରଣଗତ ପରିବର୍ତ୍ତନର ସମ୍ମୁଖୀନ ହୁଅନ୍ତି ।
  • ସନ୍ତୁଳିତ ଏବଂ ସ୍ଵାସ୍ଥ୍ୟକର ଖାଦ୍ୟ ଖାଇବା, ଉତ୍ତମ ବ୍ୟକ୍ତିଗତ ପରିଚ୍ଛନ୍ନତା ବଜାୟ ରଖୁବା ଏବଂ ଶାରୀରିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା କିଶୋରମାନଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରେ ।
  • ତମାଖୁ, ମଦ୍ୟ ଏବଂ ନିଶା ଔଷଧ ଭଳି ମାଦକଦ୍ରବ୍ୟଗୁଡ଼ିକ ଶରୀର ଏବଂ ମନ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଏହି ପଦାର୍ଥଗୁଡ଼ିକୁ ‘ନା’ କହିବା ଏବଂ ସେଗୁଡ଼ିକଠାରୁ ଦୂରେଇ ରହିବା ବୁଦ୍ଧିମାନର କାର୍ଯ୍ୟ ।
  • କିଶୋରାବସ୍ଥାରେ ଶରୀରରେ ଘଟୁଥ‌ିବା ପରିବର୍ତ୍ତନଗୁଡ଼ିକ ମୁଖ୍ୟତଃ ଶରୀରରେ ଉତ୍ପାଦିତ କିଛି ରାସାୟନିକ ପଦାର୍ଥଦ୍ଵାରା ନିୟନ୍ତ୍ରିତ ହୁଏ । ଏହି ରାସାୟନିକ ପଦାର୍ଥଗୁଡ଼ିକୁ ହରମୋନ୍ କୁହାଯାଏ ।
  • ଉପଯୁକ୍ତ ମାର୍ଗଦର୍ଶନ ଏବଂ ସଚେତନତା କିଶୋରମାନଙ୍କୁ ଶାରୀରିକ, ଆବେଗିକ ଏବଂ ଆଚରଣଗତ ପରିବର୍ତ୍ତନଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିବାରେ ସାହାଯ୍ୟ କରେ ।

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

Go through BSE Odisha Class 7 Science Notes Odia Medium and Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ to understand important concepts and topics more clearly.

7th Class Science Chapter 5 Notes Odia Medium

BSE Odisha Class 7 Science Chapter 5 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

ଆମ ଦୈନନ୍ଦିନ ଜୀବନରେ ଅନେକ ପ୍ରକାର ପରିବର୍ତ୍ତନ ଦେଖିବାକୁ ପାଇଥାଉ ।
ଯଥା :

  1. ବରଫରୁ ଜଳ : କଠିନ ବରଫ ତରଳରେ ପରିଣତ ହେବା ।
  2. କଢ଼ରୁ ଫୁଲ : ଫୁଲ ଗଛରେ କଢ଼ରୁ ଫୁଲ ଫୁଟିବା ।
  3. ପାଣି ଥଣ୍ଡାରୁ ଗରମ : ଥଣ୍ଡା ପାଣିର ଥଣ୍ଡା କମିଯିବା ।
  4. କଦଳୀ ପୋକ ଲାଗି ନଷ୍ଟ ହେବା : ଫଳ କିଛିଦିନ ପରେ ପଚିଯିବା ଇତ୍ୟାଦି ।

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

କାର୍ଯ୍ୟ–୧ : ଆସ ଚିନ୍ତା କରିବା ଓ ପୁନର୍ବିଚାର କରିବା

ଆମ ଚାରିପାଖରେ ଘଟୁଥିବା ଅନେକ ପରିବର୍ତ୍ତନକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ପଦାର୍ଥ ବା ବସ୍ତର ଆକାର, ଆକୃତି, ରଙ୍ଗ, ଗନ୍ଧ କିମ୍ବା ଅନ୍ୟ ଗୁଣରେ ପରିବର୍ତ୍ତନ ହେଉଅଛି । ପର୍ଯ୍ୟବେକ୍ଷଣକୁ ସାରଣୀରେ ଲେଖି ।

ସାରଣୀ, ଆମ ଚାରିପାଖରେ ପରିଲକ୍ଷିତ କେତେକ ପରିବର୍ତ୍ତନ

କ୍ରମିକ ସଂଖ୍ୟା ପରିବର୍ତ୍ତନ ପର୍ଯ୍ୟବେକ୍ଷଣ (ଆକାର, ଆକୃତି, ଗନ୍ଧ କିମ୍ବା ଅନ୍ୟ ଗୁଣ)
୧. ବରଫ ଖଣ୍ଡ ତରଳିବା ଆକୃତିରେ ପରିବର୍ତ୍ତନ
୨. ପନିପରିବା କାଟିବା ଆକୃତିରେ ପରିବର୍ତ୍ତନ
୩. ପାଣି ପୁଟାଇବା ଆୟତନ ହ୍ରାସ ପାଇବା
୪. ଚାଉଳରୁ ମୁଢ଼ି ତିଆରି କରିବା ଆୟତନ ବୃଦ୍ଧି ପାଇବା
୫. କାଗଜ ଖଣ୍ଡିଏ କାଟିବା ଆକୃତିରେ ପରିବର୍ତ୍ତନ
୬. ବିଟ୍ ରସକୁ ପାଣିରେ ମିଶାଇବା! ରଙ୍ଗରେ ପରିବର୍ତ୍ତନ
୭. କାଠ ଜଳିବା ଆକାରରେ ପରିବର୍ତ୍ତନ
୮. ଓଦା ଲୁଗା ଶୁଖାଇବା ଓଜନରେ ପରିବର୍ତ୍ତନ
୯. ଛୋଟ ଛୋଟ ଅଟା ଗୁଳା ତିଆରି କରିବା ଆକୃତିରେ ପରିବର୍ତ୍ତନ
୧୦. ଅଟା ଗୁଳାକୁ ବେଲି ରୁଟି ତିଆରି କରିବା ଆକାରରେ ପରିବର୍ତ୍ତନ

ଯଥା – ଆମ ଚତୁଃପାର୍ଶ୍ଵରେ ଘଟୁଥ‌ିବା ପରିବର୍ତନଗୁଡ଼ିକୁ ଆମେ ଆମର ପଞ୍ଚ ଇନ୍ଦ୍ରିୟ (ଦର୍ଶନ, ଶ୍ରବଣ, ଘ୍ରାଣ, ସ୍ପର୍ଶ ଓ ସ୍ଵାଦ) ମାନଙ୍କଦ୍ୱାରା ପର୍ଯ୍ୟବେକ୍ଷଣ କରିଥାଉ ।

ଏକ ପଦାର୍ଥର ରୂପରେ ପରିବର୍ତ୍ତନ ହୋଇପାରେ କିନ୍ତୁ ମୂଳ ପଦାର୍ଥ ସମାନ ରହିପାରେ

କାର୍ଯ୍ୟ-୨: ଆସ ତିଆରି କରିବା ଓ ଆଲୋଚନା କରିବା

(କ) କାଗଜ ସାହାଯ୍ୟରେ କିଛି ବସ୍ତୁ ତିଆରି କରିବା :

  • କିଛି କାଗଜ ଫର୍ଦ୍ଦ ନିଆଯାଉ ଓ ସେଗୁଡ଼ିକୁ ଭାଙ୍ଗି ନୂଆ ନୂଆ ବସ୍ତୁ ତିଆରି କରାଯାଉ (ଚିତ୍ର ଭଳି) ।
  • ଏହି ବସ୍ତଗୁଡ଼ିକୁ ଖୋଲିଦେବା ପରେ ସେହି ସମାନ କାଗଜ ମିଳିବ ନାହିଁ ।
    Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 1

(ଖ) ବେଲୁନ୍ ସହିତ ଖେଳିବା :

  • ବେଲୁନ୍‌ଟିଏ ନେଇ ତାକୁ ଫୁଙ୍କି ଫୁଲାଯାଉ । ବର୍ତ୍ତମାନ ଏଥୁରୁ ପବନ ବାହାରକୁ ଛାଡ଼ିଦିଆଯାଉ ।
  • ସେହି ପୂର୍ବର ଫୁଲି ନଥୁବା ବେଲୁନ ମିଳିବ ?
  • ଆଉ ଏକ ବେଲୁନ ନେଇ ଫୁଙ୍କି ଫୁଲାଯାଉ ତା’ର ମୁହଁକୁ ଦୃଢ଼ ଭାବରେ ବାନ୍ଧିଦିଆଯାଉ ଯେପରି ଏଥୁରୁ ପବନ ବାହାରି ଯିବନାହିଁ । ଏବେ ଏହାକୁ ଏକ ପିନ୍ ଦ୍ଵାରା ଫୁଟାଅ ।
    ସତର୍କତା – ପିନ୍ ବ୍ୟବହାର ସମୟରେ ସାବଧାନ ରହିବ ପୂର୍ବର ସେହି ଫୁଲି ନଥୁବା

(ଗ) ଚକ୍ ଖଣ୍ଡକୁ ଗୁଣ୍ଡ କରିବା :

  • ବେଲୁନ୍‌ ଫେରି ପାଇବାକୁ ସକ୍ଷମ ହେଉଛି ।
  • ଛୋଟ ଚକ୍ ଖଣ୍ଡେ ନେଇ ପାଉଡ଼ର ପରି ଗୁଣ୍ଡ କରିଦିଆଯାଉ ।
  • ଏହି ଚକ୍ ପାଉଡ଼ରରୁ ପୂର୍ବର ସେହି ଚକ୍ ଖଣ୍ଡକୁ ଫେରାଇ ଆଣିପାରିବା ନାହିଁ ।

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

ଉପରୋକ୍ତ କ, ଖ ଓ ଗ ତାଲିକାଭୁକ୍ତ ପରିବର୍ତ୍ତନଗୁଡ଼ିକ ମଧ୍ୟରେ କିଛି ସାମଞ୍ଜସ୍ୟ ଅଛି କି ?
ଉ. ଏ ସମସ୍ତ ପରିବର୍ତ୍ତନ କ୍ଷେତ୍ରରେ ଯେପରି କାଗଜ, ବେଲୁନ୍‌ର ରବର ଓ ଚକ୍ ପୂର୍ବପରି ସମାନ ରହିଲେ, ଯଦିଓ ସେମାନଙ୍କର ରୂପ (ଆକାରା ବା ଆକୃତି)ରେ ପରିବର୍ତ୍ତନ ହୋଇଥିଲା । ଜଳ କଠିନ, ତରଳ ଓ ବାଷ୍ପ ଏପରି ତିନୋଟି ଅବସ୍ଥାରେ ରହିପାରିବ ଏବଂ ଗୋଟିଏ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ ପରିବର୍ତ୍ତନ ହୋଇପାରିବ ।

ଏକ ପଦାର୍ଥର ରୂପରେ ପରବର୍ତ୍ତନ ହୋଇପାରେ, କିନ୍ତୁ ମୂଳ ପଦାର୍ଥ ସମାନ ରହିପାରେ । ଯେଉଁ ପରିବର୍ତ୍ତନରେ ପଦାର୍ଥର କେବଳ ଆକାର, ଆକୃତି, ଅବସ୍ଥା ଭଳି ଭୌତିକ ଧର୍ମଗୁଡ଼ିକର ପରିବର୍ତ୍ତନ ହୋଇଥାଏ, ତାହାକୁ ଭୌତିକ ପରିବର୍ତ୍ତନ (Physical Change) କୁହାଯାଇଥାଏ ।

ଏକ ପଦାର୍ଥ ରୂପରେ ପରିବର୍ତ୍ତନ ହୋଇପାରେ ଏବଂ ମୂଳ ପଦାର୍ଥ ସମାନ ନ ରହିପାରେ !

କାର୍ଯ୍ୟ-୩ : ଆସ ଅନୁସନ୍ଧାନ କରିବା

  • ଦୁଇଟି କାଚ ପାତ୍ର କିମ୍ବା ଛୋଟ ସ୍ଵଚ୍ଛ ବୋତଲ ନିଆଯାଉ । ସେମାନଙ୍କୁ ‘କ’ ଓ ‘ଖ’ ରୂପେ ଚିହ୍ନିତ କରାଯାଉ ।
  • ‘କ’ ପାତ୍ରର ଏକ ଚତୁର୍ଥାଂଶକୁ କଳପାଣି ଏବଂ ‘ଖ’ ପାତ୍ରର ଏକ ଚତୁର୍ଥାଂଶକୁ ଚୂନପାଣିରେ ପୂର୍ଣ୍ଣ କରାଯାଉ ।
  • ବର୍ତ୍ତମାନ ଦୁଇଟି ଅଲଗା ଅଲଗା ନଳୀ ସାହାଯ୍ୟରେ ପାତ୍ର ଦୁଇଟି ଭିତରକୁ ଫୁଙ୍କି ପବନ ଭର୍ତ୍ତି କରାଯାଉ ଓ ପର୍ଯ୍ୟବେକ୍ଷଣ କରାଯାଉ ।
    ସତର୍କତା – ଏହା କରିବା ସମୟରେ ପାଣି ବା ଚୂନପାଣିକୁ ଶୋଷିନିଅ ନାହିଁ ।
    Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 2

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

ତୁମେ କିଛି ପରିବର୍ତ୍ତନ ଲକ୍ଷ୍ୟ କରୁଛ କି ?
ଉ. କାଚ ପାତ୍ର ‘କ’ରେ ପାଣି ଭିତରେ ପବନ ଭରିବା ବେଳେ କେବଳ ଫୋଟକାଗୁଡ଼ିକ ସୃଷ୍ଟି ହେଉଛି ଏବଂ ପାଣିର ରୂପରେ କୌଣସି ପରିବର୍ତ୍ତନ ହେଉନାହିଁ । କାଚ ପାତ୍ର ‘ଖ’ରେ ଚୂନପାଣି ଭିତରକୁ ପବନ ପଶିବାରୁ ଫୋଟକା ସବୁ ସୃଷ୍ଟି ହେଉଛି ଏବଂ ଚୂନପାଣିର ରଙ୍ଗ ବଦଳି ଦୁଧୂ ରଙ୍ଗ ହୋଇଯାଇଛି । ଆମେ ଯଦି ଏହାକୁ କିଛି ସମୟ ସ୍ଥିର ଭାବରେ ରଖ୍ ଦେଉଛେ ଏକ ଧଳାରଙ୍ଗର ପଦାର୍ଥ ପାତ୍ର ଭିତରେ ତଳକୁ ବସିଯାଇଛି, ଯାହା କିଛି ନୂତନ ପଦାର୍ଥ ସୃଷ୍ଟି ହୋଇଥିବାର ସୂଚନା ଦେଉଛି ।

ଯେଉଁ ପରିବର୍ତ୍ତନ ଗୁଡ଼ିକରେ ଏକ ବା ଏକାଧ୍ଯକ ନୂତନ ପଦାର୍ଥ ସୃଷ୍ଟି ହୋଇଥାଏ, ତାହାକୁ ରାସାୟନିକ ପରିବର୍ତ୍ତନ (Chemical Change) କୁହାଯାଏ ।

ଯେଉଁ ପ୍ରକ୍ରିୟାରେ ନୂତନ ପଦାର୍ଥ ସବୁ ସୃଷ୍ଟି ହୁଅନ୍ତି, ତାହାକୁ ରାସାୟନିକ ପ୍ରତିକ୍ରିୟା (Chemical Reaction) କୁହାଯାଏ । ଏକ ପ୍ରତିକ୍ରିୟାରୁ ନୂତନ ପଦାର୍ଥ ସୃଷ୍ଟି ହେବା ଏକ ରାସାୟନିକ ପରିବର୍ତ୍ତନର ସୂଚନା ଦେଇଥାଏ । ରାସାୟନିକ ପରିବର୍ତ୍ତନ ସହ ସମ୍ପୃକ୍ତ ରାସାୟନିକ ପ୍ରତିକ୍ରିୟାକୁ ସଂକ୍ଷେପରେ ରାସାୟନିକ ସମୀକରଣ (Chemical Equation) ରେ ଦର୍ଶାଯାଇଥାଏ ।

ଚୂନପାଣିରେ ଅଙ୍ଗାରକାମ୍ଳ ଗ୍ୟାସ୍ ପ୍ରବେଶ କରାଇଲେ, ଏକ ଧଳା ରଙ୍ଗର ଅଦ୍ରବଣୀୟ ପଦାର୍ଥ ପାତ୍ର ଭିତରେ ତଳେ ବସିଯାଏ । ଏହି ରାସାୟନିକ ପ୍ରତିକ୍ରିୟାକୁ ନିମ୍ନ ପ୍ରକାରରେ ଦର୍ଶାଯାଇ ପାରିବ ।

କ୍ୟାଲସିୟମ୍ ହାଇଡ୍ରକ୍‌ସାଇଡ୍ (ଚୂନପାଣି) + କାର୍ବନ ଡାଇଅକ୍ସାଇଡ୍ (ଅଙ୍ଗାରକାମ୍ଳ) → କ୍ୟାଲସିୟମ୍ କାର୍ବୋନେଟ୍ + ଜଳ (ଅଦ୍ରବଣୀୟ ପଦାର୍ଥ)

ଚୁନପାଣିର ରଙ୍ଗ ବଦଳି ଦୁଧୂ ରଙ୍ଗ ହେବାକୁ ମଧ୍ୟ ଅଙ୍ଗାରକାମ୍ଳର ଉପସ୍ଥିତି ପରୀକ୍ଷା ପାଇଁ ବ୍ୟବହାର କରାଯାଇଥାଏ । ଏକ ଚାମଚ ଭିନେଗାରରେ ଚିମୁଟାଏ ଖାଇବା ସୋଡ଼ା (ସୋଡ଼ିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ) ମିଶାଇଲେ ଗ୍ୟାସ ଫୋଟକା ସୃଷ୍ଟି ହୋଇଥାଏ ।

କାର୍ଯ୍ୟ-୪ : ଆସ୍ତ୍ର ପରୀକ୍ଷଣ କରିବା

  • ଏକ ଚାମଚ ଭିନେଗାର କିମ୍ବା ଲେମ୍ବୁରସ ଗୋଟିଏ ପରୀକ୍ଷାନଳରୀ (Test tube) ରେ ନିଆଯାଉ ।
  • ଏଥ‌ିରେ ଚିମୁଟାଏ ଖାଇବାସୋଡ଼ା (ସୋଡ଼ିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ୍) ମିଶାଯାଉ ।

ତୁମେ କ’ଣ ଦେଖୁଛ ?
ଉ. ଫିସ୍‌ଫିସ୍ ଶବ୍ଦ ଶୁଣିବା ସହ ବୁଦ୍‌ବୁଦ୍ ହୋଇ ଗ୍ୟାସ୍ ଫୋଟକାଗୁଡ଼ିଏ ସୃଷ୍ଟି ହୋଇଥିବାର ଦେଖିବାକୁ ପାଇବ ।
ଅନ୍ୟ ଏକ ଟେଷ୍ଟଟ୍ୟୁବରେ ସଦ୍ୟ ପ୍ରସ୍ତୁତ ଚୂନପାଣି ନେଇ ତା’ ମଧ୍ୟରେ ଏହି ଗ୍ୟାସକୁ ପ୍ରବେଶ କରାଅ ।

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

କ’ଣ ଦେଖୁଛ ?
ଉ. ଚୂନପାଣିର ରଙ୍ଗ ବଦଳି ଦୁଧୁଆ ହୋଇଯାଇଛି । ଯାହା ଭିନେଗାର ଓ ଖାଇବା ସୋଡ଼ା (ବେକିଙ୍ଗସୋଡ଼ା)ର ମିଶ୍ରଣରୁ ସୃଷ୍ଟି ହେଲା ।

ଏହି ଗ୍ୟାସ୍ ବିଷୟରେ ତୁମେ କ’ଣ ଅନୁମାନ କରୁଛ ?
ଉ. ଏହା ସୂଚନା ଦିଏ ଯେ, ସୃଷ୍ଟି ହୋଇଥିବା ଗ୍ୟାସ୍ ହେଉଛି ଅଙ୍ଗାରକାମ୍ଳ । ଏହି କାର୍ଯ୍ୟକୁ ମଧ୍ୟ ଟେଷ୍ଟଟ୍ୟୁବ୍‌ ପରିବର୍ତ୍ତେ ଦୁଇଟି ବ୍ୟବହୃତ ଛୋଟ ପ୍ଲାଷ୍ଟିକ୍ ବୋତଲ ଓ ନମନୀୟ ନଳୀ ବ୍ୟବହାର କରି କରାଯାଇପାରିବ (ଚିତ୍ର ‘ଖ’) ।
Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 3
ଏହି ଗ୍ୟାସ୍‌କୁ ଚୂନପାଣି ମଧ୍ୟରେ ପ୍ରବେଶ କରାଇଲେ, ଚୂନପାଣିର ରଙ୍ଗରେ ପରିବର୍ତ୍ତନ ଅର୍ଥାତ୍ ଦୁଗ୍ଧ ବର୍ଣ୍ଣ ଧାରଣ କରିଥାଏ । ଏଥିରୁ ସ୍ପଷ୍ଟ ହୁଏ ଯେ, ଏହି ଗ୍ୟାସ୍ ଅଙ୍ଗାରକାମ୍ଳ ଅଟେ । ଏହି ପ୍ରତିକ୍ରିୟାକୁ ନିମ୍ନ ସମୀକରଣ ଦ୍ଵାରା ଦର୍ଶାଯାଇପାରିବ ।

ଭିନେଗାର + ବେକିଙ୍ଗ ସୋଡ଼ା → ଅଙ୍ଗାରକାମ୍ଳ ଗ୍ୟାସ୍ + ଅନ୍ୟ ପଦାର୍ଥ । ଏହା ଏକ ରାସାୟନିକ ପରିବର୍ତ୍ତନର ଉଦାହରଣ ଅଟେ ।

ରାସାୟନିକ ପରିବର୍ତ୍ତନ ସହ ସମ୍ପୃକ୍ତ ଅନ୍ୟ କେତେକ ପ୍ରତିକ୍ରିୟା କଳଙ୍କି ଧରିବା :
କଳଙ୍କି (Rusting) ହେଉଛି ଏକ ରାସାୟନିକ ପ୍ରତିକ୍ରିୟା ଯାହା ଲୌହ ଧାତୁଗୁଡ଼ିକର ପୃଷ୍ଠରେ ଲାଲ କିମ୍ବା କମଳା ରଙ୍ଗର ଆବରଣ ସୃଷ୍ଟି କରିଥାଏ । ଏହାର ରାସାୟନିକ ନାମ ଆଇରନ୍ ଅକ୍‌ସାଇଡ୍ ଅଟେ । କଳଙ୍କି ସୃଷ୍ଟି ହେବା ପାଇଁ ବାୟୁ ଏବଂ ଆର୍ଦ୍ରତା ଉଭୟ ରହିବା ଆବଶ୍ୟକ ଅଟେ ।
Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 4

ଦହନ :
ମ୍ୟାଗ୍ନେସିୟମ୍ ଫିତା ଜଳିଲେ ମ୍ୟାଗ୍ନେସିୟମ୍ ଅକ୍ସାଇଡ୍ ନାମକ ଏକ ନୂତନ ପଦାର୍ଥ ସୃଷ୍ଟି ହୋଇଥାଏ । ଏହି ରାସାୟନିକ ପରିବର୍ତ୍ତନରେ ଏକ ନୂତନ ପଦାର୍ଥ ସୃଷ୍ଟି ହେବା ସହିତ ତାପ ଓ ଆଲୋକ ସୃଷ୍ଟି ହୋଇଥାଏ ।
ମ୍ୟାଗ୍ନେସିୟମ୍ + ଅକ୍ସିଜେନ୍ (ବାୟୁ) → ମ୍ୟାଗ୍ନେସିଅମ୍ ଅକ୍‌ସାଇଡ୍ + ତାପ (ଧଳା ପାଉଡ଼ର) + ଆଲୋକ
Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 5
ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଗୋଟିଏ ପଦାର୍ଥ ଅମ୍ଳଜାନ ସହିତ ପ୍ରତିକ୍ରିୟା କରି ତାପ କିମ୍ବା ଆଲୋକ କିମ୍ବା ଉଭୟ ତାପ ଓ ଆଲୋକ ଉତ୍ପନ୍ନ କରେ, ତାହାକୁ ଦହନ (Combustion) କୁହାଯାଏ । ଯେଉଁ ପଦାର୍ଥଗୁଡ଼ିକ ଦହନ ପ୍ରତିକ୍ରିୟା କରନ୍ତି, ସେମାନଙ୍କୁ ଦହନଶୀଳ (Combustible) ପଦାର୍ଥ କୁହାଯାଇଥାଏ ।

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

କାଠ, କାଗଜ, ତୁଳା, କିରୋସିନ୍ ଇତ୍ୟାଦି ଦହନଶୀଳ ପଦାର୍ଥ ଅଟନ୍ତି । ବାୟୁରେ ଥ‌ିବା ଅମ୍ଳଜାନ ଦହନ ପାଇଁ ସହାୟକ ହୋଇଥାଏ । ଜଣେ ବ୍ୟକ୍ତିଙ୍କ ପିନ୍ଧିଥିବା ପୋଷାକରେ ନିଆଁ ଲାଗିଗଲେ, ସେହି ନିଆଁକୁ ଲିଭାଇବା ପାଇଁ ଗୋଟିଏ ମୋଟା କପଡ଼ା ଘୋଡ଼ାଇ ଦିଆଯାଏ, ଏହା ବାୟୁ ଯୋଗାଣକୁ ବିଚ୍ଛିନ୍ନ କରେ ଓ ନିଆଁ ଲିଭାଇ ଦିଏ ।

କାର୍ଯ୍ୟ–୫ : ଆସ ଅନୁସନ୍ଧାନ କରିବା

  • ଦୁଇଟି ଏକା ପ୍ରକାର ମହମବତୀ ଅଲଗା ଦୁଇଟି ଚଟକା ପାତ୍ରରେ ରଖ୍ ଜଳାଯାଉ ।
  • ଗୋଟିକୁ ଚିତ୍ରରେ ପ୍ରଦର୍ଶିତ ହେବାପରି ଏକ କାଚପାତ୍ରରେ ଢାଙ୍କି ଦିଆଯାଉ (ଚିତ୍ର ‘ଖ’) ।

ମହମବତୀ ଦୁଇଟିର ଜଳୁଥିବା ଶିଖାରେ କ’ଣ ଘଟୁଛି ?
ଉ. ଆମେ ଦେଖୁଛେ ଯେ, ଯେଉଁ ମହମବତୀ ଢଙ୍କା ଯାଇ ନଥିଲା (ଚିତ୍ର ‘କ’) ତାହା ନିରନ୍ତର ଜଳୁଛି, ଯେତେବେଳେ କି ଢଙ୍କା ଯାଇଥିବା ମହମବତୀ (ଚିତ୍ର ‘ଖ’) କିଛି ସମୟ ପରେ ଲିଭିଯାଇଛି ।
Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 6
ଏମିତି କାହିଁକି ହୁଏ ?
ଉ. ଯେହେତୁ କାଚପାତ୍ରଦ୍ଵାରା ଢଙ୍କା ଯାଇଥ୍ ମହମବତୀ ନିରନ୍ତର ବାୟୁ ପାଉନାହିଁ, ଜଳୁଥିବା ଶିଖା ଶୀଘ୍ର ଲିଭିଗଲା । ଦହନରେ ସହାୟକ ହେଉଥ‌ିବା ବାୟୁର ସେହି ଉପାଦାନଟି ହେଉଛି ଅମ୍ଳଜାନ ।

  • ଢଙ୍କାଯାଇଥିବା ମହମବତୀର ପାତ୍ରରେ ଅଙ୍ଗାରକାମ୍ଳର ଉପସ୍ଥିତିଦ୍ଵାରା ଏହାକୁ ନିଶ୍ଚିତ କରିହେବ । ତୁମେ କିପରି ଅଙ୍ଗାରକାମ୍ଳ ଗ୍ୟାସ୍‌ର ଉପସ୍ଥିତି ପରୀକ୍ଷା କରିପାରିବ ?
  • ସେହି ପେଟ୍ରି ଡିସ୍‌ରେ ଅଳ୍ପ ପରିମାଣରେ ଚୂନପାଣି ମିଶାଇ ତୁମେ ଅଙ୍ଗାରକାମ୍ଳ ଗ୍ୟାସ୍‌ର ଉପସ୍ଥିତି ପରୀକ୍ଷା କରିପାରିବ । ତୁମେ ଲକ୍ଷ୍ୟ କରିବ ଯେ ତାହା ଦୁଧୂଆ ରଙ୍ଗକୁ ବଦଳି ଯାଇଛି । ମହମରେ ଥିବା ଅଙ୍ଗାରକ (କାର୍ବନ) ଓ ବାୟୁର ଅମ୍ଳଜାନଦ୍ଵାରା ଏହି ଅଙ୍ଗାରକାମ୍ଳ ସୃଷ୍ଟି ହୋଇଥିଲା । ଅନ୍ୟକଥାରେ, ଦହନ ପାଇଁ ଅମ୍ଳଜାନ ଆବଶ୍ୟକ ।

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

ବିଜ୍ଞାନ ଓ ସମାଜ : ଯଦି ଜଣେ ବ୍ୟକ୍ତିଙ୍କ ପିନ୍ଧିଥିବା ପୋଷାକରେ ନିଆଁ ଲାଗିଯାଏ ତେବେ ଜଣେ ସେହି ନିଆଁକୁ ଲିଭାଇବା ପାଇଁ ସର୍ବୋତ୍ତମ ଉପାୟଟି କ’ଣ ?
ଉ. ସେହି ବ୍ୟକ୍ତିଙ୍କ ଉପରେ ଗୋଟିଏ କମ୍ବଳ କିମ୍ବା ମୋଟା କପଡ଼ା ଘୋଡ଼ାଇ ଦିଅ । ଏହା ବାୟୁ ଯୋଗାଣକୁ ବିଚ୍ଛିନ୍ନ କରିଦିଏ ଏବଂ ନିଆଁ ଲିଭିଯାଏ ।

ସତର୍କତା : କୃତ୍ରିମତନ୍ତୁ ନିର୍ମିତ କମ୍ବଳ (ସିନଥେଟିକ୍ କମ୍ବଳ) ବା ସିନଥେଟିକ୍ କପଡ଼ା କେବେବି ନିଆଁ ଲିଭେଇବା ପାଇଁ ବ୍ୟବହାର ହେବା ଉଚିତ ନୁହେଁ । କାରଣ ଏଗୁଡ଼ିକ ତରଳି ଚର୍ମରେ ଲାଗିଯିବ ।

ପ୍ରକୃତିର ବିସ୍ମୟ : ଜୈବଦୀପ୍ତି
ବିଳମ୍ବିତ ସନ୍ଧ୍ୟାରେ ଏକ ଉଦ୍ୟାନ ବା ପ୍ରାନ୍ତରରେ କିଛି କୀଟଙ୍କଠାରୁ ଆଲୋକ ବାହାରୁଥୁବାର ତୁମେ ହୁଏତ ଦେଖୁଥ‌ିବ । ଏହି କୀଟଗୁଡ଼ିକୁ ଖଦ୍ୟୋତ (ଜୁଳୁଜୁଳିଆ ପୋକ) କହନ୍ତି । ସେମାନଙ୍କ ଆଲୋକ ଏକ ରାସାୟନିକ ପରି ବ ର୍ଷ ନ ଦ୍ଵାର। ଉତ୍ପନ୍ନ ହୋଇଥାଏ । ସଜୀବଙ୍କଠାରେ ଏହି ପ୍ରକାର ତାପ ବିନା ଆଲୋକ ଉତ୍ପାଦନକୁ ଜୈବଦୀପ୍ତି (Bioluminescence) କହନ୍ତି ।
Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 7
ଦହନ ପାଇଁ ବାୟୁର ଉପସ୍ଥିତି ଯଥେଷ୍ଟ କି ?

କାର୍ଯ୍ୟ–୬ : ଆସ ଅନୁସନ୍ଧାନ କରିବା

ସତର୍କତା – ଏହି କାର୍ଯ୍ୟକୁ ତୁମ ଶିକ୍ଷକ କିମ୍ବା ବ୍ୟକ୍ତିଙ୍କ ତତ୍ତ୍ଵାବଧାନରେ କରିବା ଉଚିତ ।
ଚିମୁଟାରେ ଖଣ୍ଡେ କାଗଜ ଧରି ଜଳୁଥିବା ଦିଆସିଲି କାଠି ନିକଟକୁ ଅଣାଯାଉ । ଏଥିରେ ସଙ୍ଗେ ସଙ୍ଗେ ନିଆଁ ଲାଗିଯିବ । ତୁମେ କହିପାରିବ କି ଜ୍ଵଳନ ପ୍ରକ୍ରିୟା ପାଇଁ ଆମେ ନିଆଁ ଆବଶ୍ୟକ କରୁ ?

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

‘ଆଉ ଖଣ୍ଡିଏ କାଗଜ ନିଆଯାଉ’ ଗୋଟିଏ ପରିବର୍ଦ୍ଧକ କାଚ ସାହାଯ୍ୟରେ ଏହା ଉପରେ ସୂର୍ଯ୍ୟକିରଣକୁ ସବୁଠାରୁ ଉଜ୍ଜ୍ଵଳ ବିନ୍ଦୁ ସଦୃଶ ଚିହ୍ନ ଆସିବା ପରି କେନ୍ଦ୍ରୀଭୂତ କର (ଚିତ୍ର- କ) । କିଛି ସମୟ ସେଠାରେ ଏହାକୁ ଧରି ରଖ ।
Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 8
ତୁମେ କ’ଣ ଦେଖୁଛ ?
ଉ. ଆମେ ଦେଖୁଛୁ ଯେ, ସେହି କାଗଜକୁ ଧୂଆଁ ନିର୍ଗତ ହେବା ଆରମ୍ଭ ହେ ଉଛି ଏବଂ ତା ପରେ ଏଥିରେ ନି ଆଁ ଲାଗିଯାଉଛି (ଚିତ୍ର-ଖ) । ଏଣୁ ଆମେ ଜାଣିଲେ ଯେ, ଗୋଟିଏ ପଦାର୍ଥ ବିନା ନିଆଁରେ ମଧ୍ଯ ଜଳିପାରିବ ।

ଦହନ ପାଇଁ ଦହନଶୀଳ ପଦାର୍ଥ ଓ ଅମ୍ଳଜାନ ଆବଶ୍ୟକ ହୋଇଥାଏ । କାଗଜ ଉପରକୁ ସୂର୍ଯ୍ୟାଲୋକ ଜବକାଚ (ପରିବର୍ଦ୍ଧକ କାଚ) ଦ୍ଵାରା କେନ୍ଦ୍ରୀଭୂତ କରି ପକାଇଲେ କାଗଜରେ ନିଆଁ ଲାଗିଯାଇଥାଏ, ସୁତରାଂ ଗୋଟିଏ ଦହନଶୀଳ ପଦାର୍ଥ ବିନା ନିଆଁରେ ମଧ୍ୟ ଜଳିପାରିବ ।

ଯେଉଁ ସର୍ବନିମ୍ନ ତାପମାତ୍ରାରେ କୌଣସି ପଦାର୍ଥ ଜଳିବାକୁ ଆରମ୍ଭ କରେ ତାହାକୁ ସେହି ପଦାର୍ଥର ପ୍ରଜ୍ଜଳନ ତାପମାତ୍ରା (Ignition temperature) କୁହାଯାଇଥାଏ ।

ଦହନ ପ୍ରକ୍ରିୟା ଘଟିବା ପାଇଁ 3 ଟି କାରକ ଆବଶ୍ୟକ ହୋଇଥାଏ, ଯଥା –

  1. ଏକ ଦହନଶୀଳ ପଦାର୍ଥ ବା ଇନ୍ଧନ (Fuel),
  2. ଅମ୍ଳଜାନ,
  3. ପ୍ରଜ୍ଜ୍ୱଳନ ତାପମାତ୍ରା (ଆବଶ୍ୟକ ତାପ)

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

ମହମବତୀର ଜ୍ଵଳନ ସମୟରେ ମହମବତୀର ମହମ ତରଳିଯାଏ ଓ ବତୀ ଉପରକୁ ଉଠିଥାଏ । ଶିଖାର ଉତ୍ତାପ ଯୋଗୁଁ ମହମ ବାଷ୍ପୀଭୂତ ହୋଇଯାଏ । ମହମର ବାଷ୍ପ ଜଳି ଶିଖା ସୃଷ୍ଟିହୋଇଥାଏ ।

ସମାନ ପ୍ରତିକ୍ରିୟାରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ ଘଟିପାରିବ କି ?
ମହମବତୀଟିଏ ଜଳିବା ବେଳେ କ’ଣ ସବୁ ପରିବର୍ତ୍ତନ ହୁଏ ? ଆସ ଅନୁସନ୍ଧାନ କରିବା ।

କାର୍ଯ୍ୟ–୭ : ଚିନ୍ତା କର, ଯୁଗ୍ମ ଭାବରେ ଆଲୋଚନା କର କର ଓ ବିନିମୟ କର ।

ଚିତ୍ରକୁ ଦେଖ । ଛାତ୍ରଛାତ୍ରୀମାନେ ଜଳୁଥିବା ମହମବତୀ ବିଷୟରେ କ’ଣ ସବୁ ଆଲୋଚନା କରୁଛନ୍ତି ବିଶ୍ଲେଷଣ କର ।
Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 9
ମହମ ତରଳିବା, ଘନୀଭୂତ ହେବା ଏବଂ ବାଷ୍ପୀଭୂତ ହେବା ଭୌତିକ ପରିବର୍ତ୍ତନ ଅଟେ । ଅନ୍ୟ ପକ୍ଷରେ ମହମର ବାଷ୍ପ ଜଳିବା ଏକ ରାସାୟନିକ ପରିବର୍ତ୍ତନ ଅଟେ । ଏଥୁରୁ ସ୍ପଷ୍ଟ ହେଲୁ ଯେ, ମହମବଦୀ ଜଳିବାରେ ଉଭୟ ଭୌତିକ ଓ ରାସାୟନିକ ପରିବର୍ତ୍ତନ ସମ୍ପୃକ୍ତ ଅଟେ ।

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

ମାଇକେଲ୍ ଫାରାଡ଼େ :
ମାଇକେଲ୍ ଫାରାଡ଼େଙ୍କର ବିଜ୍ଞାନର ବିଭିନ୍ନକ୍ଷେତ୍ରରେ ଅନେକ ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି । ସେ ଉନବିଂଶ ଶତାବ୍ଦୀରେ ମହମବତୀର ରାସାୟନିକ ଇତିହାସ ସମ୍ବନ୍ଧରେ ଏକ ବକ୍ତୃତାମାଳା ପ୍ରଦାନ କରିଥିଲେ । ଫାରାଡ଼େ ବିଶ୍ଵାସ କରୁଥିଲେ ଯେ, ବୈଜ୍ଞାନିକ ଅଧ୍ୟୟନ ନିମନ୍ତେ ମହମବତୀ ହେଉଛି ଏକ ଉପଯୁକ୍ତ ବସ୍ତ । ସେ ଏହା ମାଧ୍ୟମରେ ଗଳନ, ବାଷ୍ପୀଭବନ ଓ ଦହନ ମଧ୍ୟରେ ଥ‌ିବା ପାର୍ଥକ୍ୟଗୁଡ଼ିକୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।
Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 10

ପରିବର୍ତ୍ତନଗୁଡ଼ିକ ସ୍ଥାୟୀ ଅଟନ୍ତି କି ?
ଥରେ କୌଣସି ଜିନିଷର କିଛି ପରିବର୍ତ୍ତନ ହୋଇଗଲା ପରେ ଆମେ କ’ଣ ଏହାକୁ ତାହାର ମୂଳ ରୂପରେ ଫେରି ପାଇବା କି ?

କାର୍ଯ୍ୟ–୮ : ଆସ ଅନୁସନ୍ଧାନ ସନ୍ଧାନ କରିବା

ଆମେ ଏ ପର୍ଯ୍ୟନ୍ତ ଯେତେସବୁ ପରିବର୍ତ୍ତନ ବିଷୟରେ ଆଲୋଚନା କରିଛେ ସେସବୁକୁ ଆଉଥରେ ଚିନ୍ତା କରାଯାଉ । ଏମାନଙ୍କ ମଧ୍ୟରୁ କେଉଁ ବସ୍ତ ବା ପଦାର୍ଥକୁ ଆମେ ଆରମ୍ଭରେ ଯେଉଁ ରୂପରେ ଦେଖୁଥିଲେ ସେହି ରୂପରେ ଫେରିପାଇବା ? ତୁମର ପର୍ଯ୍ୟବେକ୍ଷଣକୁ ସାରଣୀରେ ଲେଖାଯାଉ ।

ସାରଣୀ : ପରିବର୍ତ୍ତନଗୁଡ଼ିକ ପ୍ରତ୍ୟାବର୍ତ୍ତୀ ହୋଇପାରିବ କି ?

କ୍ରମିକ ସଂଖ୍ୟା ପରିବର୍ତ୍ତନ ମୂଳ ଅବସ୍ଥା ଫେରି ପାରିବ (ହଁ/ନା)
୧. ପନିପରିବା କାଟିବା ହଁ
୨. ପାଣି ଫୁଟାଇବା ନା
୩. ଗନ୍ଧକ ହଁ
୪. ଚାଉଳରୁ ମୁଢ଼ି ତିଆରି କରିବା ନା
୫. ଗୋଟିଏ ଉଭିଦର ବୃଦ୍ଧି ନା
୬. ପାଣିରେ ଚିନି ଦ୍ରବୀଭୂତ ହେବା ହଁ
୭. ପଥର ହଁ

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 11
ଯେଉଁ ପରିବର୍ତ୍ତନରେ ଆମ ପଦାର୍ଥର ମୂଳ ଅବସ୍ଥାକୁ ଫେରି ପାଇଥାଉ ତାହା ପ୍ରତ୍ୟାବର୍ତୀ ଅଟେ ।
ଉଦାହରଣ : ବରଫରୁ ପାଣି ଓ ପୁନଶ୍ଚ ବରଫରେ ପରିଣତ ହେବା ।

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

ଯେଉଁ ପରିବର୍ତ୍ତନ ପରେ ଆମ ପଦାର୍ଥକୁ ଆଉ ତାହାର ମୂଳ ରୂପରେ ଫେରି ପାଇପାରିବା ନାହିଁ ତାହାକୁ ଅପ୍ରତ୍ୟାବର୍ତ୍ତୀ କୁହାଯାଏ । ଉଦାହରଣ : କଟାଯାଇଥିବା ପନିପରିବା ତାହାର ପୂର୍ବ ଆକୃତିକୁ ଫେରି ପାରିବ ନାହିଁ ।

ସମସ୍ତ ପରିବର୍ତ୍ତନ ଆବଶ୍ୟକ କି ?
Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 12
ଆମ ଦୈନନ୍ଦିନ ଜୀବନରେ ଅନେକ ପରିବର୍ତ୍ତନ ଅତ୍ୟାବଶ୍ୟକ ବା ଉପଯୋଗୀ ହୋଇଥାଏ ।
ଉଦାହରଣ : (a) କ୍ଷୀର ଦହିରେ ପରିଣତ ହେବା, (b) ଗଛରେ ଫଳ ପାଚିବା, (c) ଖାଦ୍ୟ ରନ୍ଧନ କରିବା ଇତ୍ୟାଦି ।

କେତେକ ପରିବର୍ତ୍ତନ ଆମ ପାଇଁ ଅନାବଶ୍ୟକ ଅଟେ ।
ଉଦାହରଣ : (a) ଲୁହାରେ କଳଙ୍କି ଲାଗିବା, (b) ସଂରକ୍ଷଣ ବେଳେ ଖାଦ୍ୟ ନଷ୍ଟ ହେବା, (c) ରୂପା ଗହଣା କଳା ପଡ଼ିଯିବା ।

ବର୍ଷ ବର୍ଷ ଧରି ମାନବର କାର୍ଯ୍ୟକଳାପ ଯୋଗୁଁ କିଛି ପରିବର୍ତ୍ତନ ଏକ ଦୀର୍ଘକାଳୀନ ପରିବେଶଗତ ପ୍ରଭାବ ସୃଷ୍ଟି କରିଥାଏ । ଉଦାହାରଣ : (a) ଜୀବାଶ୍ମ ଇନ୍ଧନର ଦହନରୁ ବାୟୁ ପ୍ରଦୂଷଣ, (b) ଶିଳ୍ପଜାତ ଆବର୍ଜନାରୁ ଜଳ ପ୍ରଦୂଷଣ ଇତ୍ୟାଦି ।

କେତେକ ମନ୍ଥର ପ୍ରାକୃତିକ ପରିବର୍ତ୍ତନ :
Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ 13

ଶିଳାର ଅବକ୍ଷୟ :

  • ପର୍ବତ ପାଦଦେଶରେ ଜମା ହେଉଥ‌ିବା ବାଲି, ମାଟି, ପଥର ସମୂହକୁ ଅପକ୍ଷେପ କୁହାଯାଏ ।
  • ଭୌତିକ ପରିବର୍ତ୍ତନ ଦ୍ଵାରା ବଡ଼ ବଡ଼ ଶିଳା ଭାଙ୍ଗି ଛୋଟ ଛୋଟ ଖଣ୍ଡରେ ପରିଣତ ହୁଏ ।
  • ଜଳବାୟୁର ଅବସ୍ଥା ଯୋଗୁ ତାପମାତ୍ରାରେ ପରିବର୍ତ୍ତନ, ଗଛମାନଙ୍କର ଚେର ବୃଦ୍ଧି, ଏପରିକି ଶିଳା ଫାଟରେ ଜଳ ବରଫ ହୋଇ ଜମିବା କାରଣରୁ ଶିଳା ସବୁ ଭାଙ୍ଗିଯାଇଥାଏ ।
  • ଜଳ ଓ ଜଳରେ ଥିବା ରାସାୟନିକ ପଦାର୍ଥ ମଧ୍ୟ ଶିଳା ସହ ପ୍ରତିକ୍ରିୟା କରିଥାଏ ।
  • ରାସାୟନିକ ପ୍ରତିକ୍ରିୟା ଯୋଗୁ ଶିଳାର ରାସାୟନିକ ସଂଗଠନରେ ପରବର୍ତ୍ତନ ହୋଇଥାଏ । ଶିଳାରେ ସୃଷ୍ଟି ହେଉଥ‌ିବା ଭୌତିକ ଓ ରାସାୟନିକ ପରିବର୍ତ୍ତନ ସମୂହକୁ ଶିଳା ଅବକ୍ଷୟ କୁହାଯାଏ, ଯାହା ଶେଷର ମୃତ୍ତିକା ତିଆରି କରେ ।

କ୍ଷୟ (Erosion) :
ଶିଳାଗୁଣ୍ଡ ମୃତ୍ତିକା ଓ ଅବକ୍ଷେପ ସବୁ ଭାଙ୍ଗି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପବନ, ଜଳସ୍ରୋତ ଆଦି ପ୍ରାକୃତିକ ଜଳଦ୍ଵାରା ସ୍ଥାନାନ୍ତରିତ ହୋଇ ବାଲି ସୃଷ୍ଟି ହୋଇଥାଏ । ଏହି ପ୍ରକ୍ରିୟାକୁ କ୍ଷୟ (Erosion) କୁହାଯାଏ ।

ଭୂସ୍ଖଳନ ସମୟରେ ମୁଭିକା କ୍ଷୟ ଏକ ଭୌତିକ ପରିବର୍ତ୍ତନର ଉଦାହରଣ ଅଟେ । ନଦୀର ପଥର ଓ ବାଲିଗରଡ଼ା ସବୁ ଜଳସ୍ରୋତରେ କ୍ରମାଗତ କ୍ଷୟଯୋଗୁଁ ଚିକ୍କଣ ଦେଖାଯାଆନ୍ତି ।

ଯେତେବେଳେ ପବନ ବା ଜଳସ୍ରୋତର ବେଗ ହ୍ରାସ ପାଏ, ଶିଳାକ୍ଷୟ ଯୋଗୁ ଏସବୁ ବାହିତ ହୋଇ ଆସିଥିବା ପଦାର୍ଥ ସାଗର ବା ହ୍ରଦର ନମ୍ନ ଶଯ୍ୟାରେ ବସିଯାଆନ୍ତି । ବର୍ଷ ବର୍ଷ ଧରି ଜମାହୋଇ ଏହା ନୂତନ ଶିଳାରେ ପରିଣତ ହୁଏ । ଏହା ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ଅଟେ ।

Class 7 Science Chapter 5 Notes Odia Medium ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ

ବିଷୟବସ୍ତୁର ସାରାଂଶ :

  • ଏକ ଭୌତିକ ପରିବର୍ତ୍ତନରେ ଗୋଟିଏ ପଦାର୍ଥ ବା ବସ୍ତର ଭୌତିକ ଗୁଣରେ ପରିବର୍ତ୍ତନ ହୋଇଥାଏ ଓ କୌଣସି ନୂତନ ପଦାର୍ଥ ସୃଷ୍ଟି ହୋଇ ନଥାଏ ।
  • ଏକ ରାସାୟନିକ ପରିବର୍ତ୍ତନ ହେଉଛି ଯେଉଁଥ‌ିରେ ଏକ ବା ଏକାଧ୍ଵକ ନୂତନ ପଦାର୍ଥ ସୃଷ୍ଟି ହୁଏ । ଏହା ଏକ ରାସାୟନିକ ପ୍ରତିକ୍ରିୟାଦ୍ଵାରା ହୋଇଥାଏ, ଯାହାକୁ ରାସାୟନିକ ସମୀକରଣ ମାଧ୍ୟମରେ ଦର୍ଶାଯାଇଥାଏ ।
  • ଦହନ, ରନ୍ଧନ ଓ କଳଙ୍କି ଧରିବା ରାସାୟନିକ ପରିବର୍ତ୍ତନର ଉଦାହରଣ ।
  • ଯେଉଁ ପଦାର୍ଥଗୁଡ଼ିକର ଦହନ ହୋଇଥାଏ, ସେମାନେ ଦହନଶୀଳ ପଦାର୍ଥ ଅଟନ୍ତି । ତାପ କିମ୍ବା ଆଲୋକ ବା ଉଭୟ ଦହନ ସମୟରେ ନିର୍ଗତ ହୋଇଥା’ନ୍ତି ।
  • ଯେଉଁ ସର୍ବନିମ୍ନ ତାପମାତ୍ରାରେ ଗୋଟିଏ ପଦାର୍ଥ ନିଆଁ ଧରିପାରେ, ତାହାକୁ ସେହି ପଦାର୍ଥର ପ୍ରଜ୍ଜ୍ୱଳନ ତାପମାତ୍ରା କୁହାଯାଏ ।
  • କେତେକ ପରିବର୍ତ୍ତନ ପ୍ରତ୍ୟାବର୍ତ୍ତୀ ଓ କେତେକ ଅପ୍ରତ୍ୟାବର୍ତ୍ତୀ ଅର୍ଥାତ୍ ପ୍ରତ୍ୟାବର୍ତ୍ତୀ ନୁହଁନ୍ତି
  • କେତେକ ପରିବର୍ତ୍ତନ ଉପଯୋଗୀ ଓ ଅନ୍ୟ କେତେକ ଯେପରି ନୁହଁନ୍ତି ।
  • ଭୌତିକ ଓ ରାସାୟନିକ ପରିବର୍ତ୍ତନ ଦେଇ ଗତିକରି ଶିଳା ବିଭାଜିତ ହୁଏ ଓ ମୃତ୍ତିକା ଗଠିତ ହୁଏ ।
  • ଜଳସ୍ରୋତ ଓ ପବନଦ୍ୱାରା ହେଉଥ‌ିବା କ୍ଷୟ ଏକ ଭୌତିକ ପରିବର୍ତ୍ତନ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Go through Class 8 Social Science Solutions Odia Medium and Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ to understand textbook questions more clearly.

8th Class Social Science Chapter 4 Question Answer Odia Medium

Class 8 Social Science Chapter 4 Odia Medium

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

Question 1.
ଉପନିବେଶବାଦର ? ଏହି ଅଧ୍ୟାୟକୁ ଭିଭିକରି କିମ୍ବା ତୁମ ନିଜ ଜ୍ଞାନରୁ ଏ ସମ୍ପର୍କିତ ତିନୋଟି ସଂଜ୍ଞା ସ୍ଥାପନ କରି|
Answer:
(i) ଉପନିବେଶବାଦର ସଂଜ୍ଞା – ଗୋଟିଏ ଦେଶ ଅନ୍ୟ ଏକ ଦେଶର ଅଞ୍ଚଳକୁ ଅଧିକାର କରି ସେଠାରେ ବସତି ସ୍ଥାପନ କରିବା ସହିତ ନିଜର ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ବିଚାରଧାରାକୁ ପ୍ରୟୋଗ କରିବାକୁ ଉପନିବେଶବାଦ କୁହାଯାଏ ।

(ii) ଏହି ଉପନିବେଶବାଦ ସଂଜ୍ଞାଟିକୁ ଆମେ ତିନିଗୋଟି ଦୃଷ୍ଟିକୋଣରୁ ବିଚାର କରିପାରିବା, ଯଥା- ଐତିହାସିକ, ରାଜନୈତିକ ଓ ଅର୍ଥନୈତିକ ।

(iii) ଐତିହାସିକ ହିସାବରେ ଦେଖିବାକୁ ଗଲେ ଏକ ବିଦେଶୀ ଶକ୍ତି ଅନ୍ୟ ଏକ ଦେଶରେ ବସତି ସ୍ଥାପନ କରିବା ସହିତ ସେ ଦେଶର ପ୍ରାକୃତିକ ସମ୍ବଳଗୁଡ଼ିକୁ ନିଜ ଦେଶର ପ୍ରଗତି ପାଇଁ ବ୍ୟବହାର କରିଥାଏ । ସେଥ‌ିରେ ସେମାନେ ନିଜ ମାତୃଦେଶର ମଙ୍ଗଳ ବା ଲାଭ ଆଶାରେ କାର୍ଯ୍ୟ କରିବାରେ ଲାଗିପଡ଼ିଥା’ନ୍ତି ।

(iv) ରାଜନୈତିକ ଦୃଷ୍ଟିରେ ବିଚାର କଲେ ବିଦେଶୀ ଶକ୍ତିମାନେ ଅନ୍ୟ ଏକ ଦେଶରେ ରାଜନୈତିକ ବ୍ୟବସ୍ଥାରେ ହସ୍ତକ୍ଷେପ କରି ସେମାନଙ୍କ ରାଜ୍ୟକୁ ଦଖଲ କରି, ସେମାନଙ୍କୁ ଶୋଷଣ କରିବା ସହିତ ନିଜର ଆଧୂପତ୍ୟ ବିସ୍ତାର କରିବାରେ ଲାଗିପଡ଼ିଥା’ନ୍ତି ।

(v) ଅର୍ଥନୈତିକ ଚିନ୍ତାଧାରାରେ ଦେଖ‌ିଲେ ବିଦେଶୀ ଶାସକମାନେ ଉପନିବେଶମାନଙ୍କରୁ ପ୍ରାକୃତିକ ସମ୍ପଦ ଲୁଣ୍ଠନ କରିବା ସହିତ ସେମାନଙ୍କର ଅର୍ଥନୈତିକ ମାନଦଣ୍ଡକୁ ଦୁର୍ବଳ କରିଦେବାକୁ ପଛାଇ ନଥା’ନ୍ତି । ସେଠାରେ ସେମାନଙ୍କର ସୁବିଧା ପାଇଁ ଉପନିବେଶର ଭାଷା, ଶିକ୍ଷା ଓ ସଂସ୍କୃତିକୁ ନଷ୍ଟ କରିଦେଇଥା’ନ୍ତି । ମୋଟ ଉପରେ କହିବାକୁ ଗଲେ ସେମାନେ ନିଜ ମାତୃଦେଶର ମଙ୍ଗଳ କାମନାରେ ଲାଗି ପଡ଼ିଥା’ନ୍ତି ।

Question 2.
ଉପନିବେଶବାଦୀ ଶାସକମାନେ ପ୍ରାୟତଃ ଦାବି କରୁଥିଲେ ଯେ ଉପନିବେଶର ଶାସିତ ଲୋକମାନଙ୍କୁ ‘ସଭ୍ୟ’ କରିବା ଆମର ଲକ୍ଷ୍ୟ । ଏହି ଅଧ୍ୟାୟ ଆଧାରରେ ତୁମେ ଚିନ୍ତାକର ଯେ ଏହି ଉକ୍ତି କ’ଣ ଭାରତ ପାଇଁ ଠିକ୍ ଥୁଲା ? କାହିଁକି ବା କାହିଁକି ନୁହେଁ ?
Answer:
(i) ଉପନିବେଶବାଦୀ ଶାସକମାନେ ଦାବି କରୁଥିଲେ ଯେ ଉପନିବେଶର ଶାସିତ ଲୋକମାନଙ୍କୁ ‘ସଭ୍ୟ’ କରିବା ଆମର ଲକ୍ଷ୍ୟ । ଏହା ଆଦୌ ଠିକ୍ ନଥିଲା । ଇଂରେଜମାନେ ଆମକୁ ସଭ୍ୟ କରିବା ମୂଳରେ ଯେଉଁ ନୂତନ ଶିକ୍ଷାବ୍ୟବସ୍ଥା ଓ ରେଳ ଚଳାଚଳ ପ୍ରଚଳନ କରିଥିଲେ, ତାହାର ମୂଳ ଉଦ୍ଦେଶ୍ୟ ଥିଲା ସେମାନଙ୍କଋର ଶାସନ ବ୍ୟବସ୍ଥାକୁ ମଜବୁତ୍ କରିବା ଓ ଭାରତକୁ ଶୋଷଣ କରିବା ।

(ii) ଏହି ଅଧ୍ୟାୟରେ ଅର୍ଥନୈତିକ ଶୋଷଣ ଆଧାରରେ ଦେଖିବାକୁ ଗଲେ ଇଂରେଜମାନେ ଆମ ଦେଶରୁ ତୁଳା, ନୀଳ ଓ ମସଲା ଇତ୍ୟାଦି ନେଇ ତାଙ୍କ ଦେଶରେ ଦ୍ରବ୍ୟ ଉତ୍ପାଦନ କରି ଆମକୁ ବିକ୍ରିକରି ଲାଭବାନ ହେଉଥିଲେ । ଯାହାଫଳରେ ଆମର କାର୍ପାସ ଶିଳ୍ପ ଧ୍ୱଂସାଭିମୁଖୀ ହୋଇପଡ଼ିଥିଲା ।

(iii) ଅତ୍ୟଧ‌ିକ କରବ୍ୟବସ୍ଥା ଓ ମହାଦୁର୍ଭିକ୍ଷ ଫଳରେ ଭାରତୀୟମାନଙ୍କର ଅର୍ଥନୈତିକ ମେରୁଦଣ୍ଡ ଦୋହଲି ଯାଇଥିଲା । ଆମର ଆର୍ଥିକ ସ୍ଥିତିକୁ ସୁଧାରିବାପାଇଁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଲୋକମାନେ ପୋକମାଛି ପରି ଖାଦ୍ୟାଭାବରେ ମୃତ୍ୟୁବରଣ କଲେ ।

(iv) ଇଂରେଜମାନେ ଆମର ପ୍ରାଦେଶିକ ଶାସନ ବ୍ୟବସ୍ଥାରେ ହସ୍ତକ୍ଷେପ କରି ଶାସକମାନଙ୍କୁ ଦୁର୍ବଳ କରିଦେଇଥିଲେ । ବିଭିନ୍ନ ଆଳ ଦେଖାଇ ଗୋଟିଏ ଲେଖାଏଁ ରାଜ୍ୟ ନିଜର ଦଖଲଭୁକ୍ତ କରିବାରେ ଲାଗିପଡ଼ିଥିଲେ । ଯାହାଫଳରେ ଆମର ଦେଶର ଶାସନ ବ୍ୟବସ୍ଥା କ୍ରମଶଃ ଲୋପ ପାଇଯାଇଥିଲା ।

(v) ନୂତନ ଇଂରାଜୀ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରି ଭାରତୀୟ ସାଂସ୍କୃତିକ ପରମ୍ପରାଗୁଡ଼ିକୁ ନଷ୍ଟ କରିଦେଇଥିଲେ । ସେମାନଙ୍କର ଶାସନ ବ୍ୟବସ୍ଥାରେ ସାହାଯ୍ୟ କରିବାପାଇଁ ଆମ ଦେଶରେ ଇଂରାଜୀ ଶିକ୍ଷା ପ୍ରଚଳନ କରାଇଥିଲେ । ସର୍ବୋପରି ଦେଖିବାକୁ ଗଲେ ୟୁରୋପୀୟମାନେ ଆମକୁ ଶୋଷଣ କରିବା ସହିତ ତାଙ୍କର ରାଜନୈତିକ ସ୍ଵାର୍ଥକୁ ଚରିତାର୍ଥ କରିବାରେ ଲାଗିପଡ଼ିଥିଲେ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 3.
ଭାରତକୁ ଉପନିବେଶ କରିବାରେ କିପରି ବ୍ରିଟିଶ ଆଭିମୁଖ୍ୟ, ପର୍ତ୍ତୁଗୀଜ ଓ ଫରାସୀମାନଙ୍କଠାରୁ ଭିନ୍ନ ଥିଲା ?
Answer:
(i) ଭାରତକୁ ଉପନିବେଶ କରିବାରେ ବ୍ରିଟିଶ ଆଭିମୁଖ୍ୟ ସମ୍ପୂର୍ଣ୍ଣରୂପେ ପର୍ତ୍ତୁଗୀଜ ଓ ଫରାସୀମାନଙ୍କଠାରୁ ଅଲଗା ଥିଲା । ବ୍ରିଟିଶମାନଙ୍କର ଉପନିବେଶ ସ୍ଥାପନ କରିବାର କଳା ଓ କୌଶଳ ଫରାସୀ ଓ ପର୍ତ୍ତୁଗୀଜମାନଙ୍କଠାରୁ ଉନ୍ନତ ଥିଲା । ବ୍ରିଟିଶରମାନେ ଉପକୂଳ ଅଞ୍ଚଳମାନଙ୍କରେ ବାଣିଜ୍ୟ କାରବାରକୁ ପ୍ରାଧାନ୍ୟ ଦେଉଥିଲେ ।

(ii) ପର୍ତ୍ତୁଗୀଜ ଓ ଫରାସୀ ଉପନିବେଶଗୁଡ଼ିକ ସୀମିତ ଅଞ୍ଚଳରେ ଥ‌ିବାବେଳେ ବ୍ରିଟିଶ ଉପନିବେଶଗୁଡ଼ିକ ବିଶାଳ ଅଞ୍ଚଳକୁ ବ୍ୟାପି ଯାଇଥିଲା ।

(iii) ବ୍ରିଟିଶରମାନେ ଉପନିବେଶମାନଙ୍କରେ ସ୍ଥିର ସରକାର ଗଠନ କରି ଶିକ୍ଷା, ଜମିଜମା ସଂକ୍ରାନ୍ତୀୟ ବିଷୟ ଉପରେ ଗୁରୁତ୍ଵ ପ୍ରଦାନ କରୁଥିଲେ । କିନ୍ତୁ ଫରାସୀ ଓ ପର୍ତ୍ତୁଗୀଜମାନେ ସାମାନ୍ୟ କେତେଗୋଟି ଦ୍ଵୀପ ବା ଅଞ୍ଚଳକୁ ଶାସନ କରିପାରିଥିଲେ ।

(iv) ଫରାସୀ ଓ ପର୍ତ୍ତୁଗୀଜମାନଙ୍କର ଶାସନ ବ୍ୟବସ୍ଥା ସେତେ ଦକ୍ଷ ବା ସୁଦୃଢ଼ ନଥିଲା । ସେମାନେ ଏକ ଛୋଟ ସୈନ୍ୟବାହିନୀ ଉପରେ ନିର୍ଭର କରୁଥିଲେ । ବ୍ରିଟିଶରମାନେ ଏକ ବିଶାଳ ସୈନ୍ୟବାହିନୀ ଗଠନ କରି ବିରାଟ ସାମ୍ରାଜ୍ୟ ଗଠନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ।

(v) ଫରାସୀ ଓ ପର୍ତ୍ତୁଗୀଜମାନେ ଏକ ଛୋଟ ଅଞ୍ଚଳରେ ଧାର୍ମିକ ପ୍ରଭାବ ବିସ୍ତାର କରିବାପାଇଁ ଚେଷ୍ଟା କରୁଥୁଲେ । ବିଶେଷକରି ସେମାନେ ଖ୍ରୀଷ୍ଟଧର୍ମ ପ୍ରଚାରରେ ବ୍ୟସ୍ତ ରହୁଥିଲେ । କିନ୍ତୁ ବ୍ରିଟିଶ ଉପନିବେଶବାଦୀମାନେ ସେମାନଙ୍କର ସାଂସ୍କୃତିକ ପ୍ରଭାବ ବିସ୍ତାର କରିବା ସହିତ ଅନେକ ରାଜ୍ୟରେ ଶିକ୍ଷା ଓ ରେଳପଥ ଓ ଡାକ ବ୍ୟବସ୍ଥାର ପ୍ରଚଳନ କରିବାରେ ସକ୍ଷମ ହୋଇଥିଲେ ।

Question 4.
ଭାରତୀୟମାନେ ସେମାନଙ୍କର ନିଜସ୍ଵ ପରାଧୀନତା ପାଇଁ ଇଂରେଜମାନଙ୍କୁ ପାଣ୍ଠି ଯୋଗାଇଥିଲେ । ବ୍ରିଟିଶମାନଙ୍କର ଭାରତରେ ରେଳ ଓ ଟେଲିଗ୍ରାଫ୍ ପରି ଭିତ୍ତିଭୂମି ଓ ପ୍ରକଳ୍ପର ଅର୍ଥ କ’ଣ ?
Answer:
(i) ବ୍ରିଟିଶରମାନେ ଭାରତରେ ଉପନିବେଶ ସ୍ଥାପନ କରି ଶାସନ କରୁଥିବା ସମୟରେ ଏଠାରେ ଅନେକ ବିଭାଗର ଭିତ୍ତିଭୂମି ସୁଦୃଢ଼ କରିଥିଲେ ଯଥା- ରେଳପଥ, ଟେଲିଗ୍ରାଫ ଏବଂ ଡାକ ବ୍ୟବସ୍ଥା । ଏହି ଭିଭିଭୂମି ସୁଦୃଢ଼ କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା ତାଙ୍କର ଶାସନ ଓ ସୈନ୍ୟବାହିନୀକୁ ସୁବ୍ୟବସ୍ଥିତ କରିବା । ସେମାନେ ଆମର ମଙ୍ଗଳ ପାଇଁ ଏହା କେବେବି କରିନଥିଲେ ।

(ii) ଆମ ଦେଶରେ ଭିଭିଭୂମିର ବିକାଶ ପାଇଁ ଗରିବ, ଖଟିଖ୍ ଓ କୃଷକମାନଙ୍କ ଉପରେ ଅତ୍ୟଧିକ କର ବସାଇବାକୁ ପଛାଉନଥିଲେ । କରଭାରରେ ଆକ୍ରାନ୍ତ ହୋଇ ଅନେକ ଜୀବନ ହରାଉଥିଲେ ।

(iii) ଭାରତରେ ରେଳପଥ ପ୍ରଚଳନ କରି ଆମ ଦେଶର କୋଣ ଅନୁକୋଣରୁ କଞ୍ଚାମାଲ ଯଥା- କପା, କୋଇଲା ଓ ନୀଳ ନେଇ ସେମାନଙ୍କର କଳକାରଖାନାକୁ ଯୋଗାଉଥିଲେ । ଏଥିରେ ଆମର ଅନେକ କ୍ଷତି ହେଉଥିଲା ।

(iv) ସେମାନେ ଆମ ଦେଶରେ ନୂତନ କରି ଟେଲିଗ୍ରାଫ୍ ବ୍ୟବସ୍ଥା ପ୍ରଚଳନ କରିଥିଲେ, ଯାହାକି ସେମାନଙ୍କର ଯୋଗାଯୋଗ ବ୍ୟବସ୍ଥାକୁ ସୁଗମ କରିବାପାଇଁ ଉଦ୍ଦିଷ୍ଟ ଥିଲା । ଭାରତୀୟମାନଙ୍କର ସଂଗ୍ରାମକୁ କିପରି ଦମନ କରିହେବ ଓ ସହଜରେ ଓ ଅତିଶୀଘ୍ର କିପରି ସୈନ୍ୟବାହିନୀ ସେଠାରେ ପହଞ୍ଚିପାରିବ ତାହା ନିଶ୍ଚିତ ହୋଇପାରୁଥିଲା ।

(v) ଭାରତର ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ଵ ଦିଆନଯାଇ, ସେମାନେ ସେମାନଙ୍କର ବାଣିଜ୍ୟ କାରବାରପାଇଁ ଜମିଜମା କର ଓ ବାଣିଜ୍ୟ କର ଲାଗୁ କରିଥିଲେ । ଆମର ଅର୍ଥନୈତିକ ଅବସ୍ଥା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିଲା । ଆମ ଦେଶର ଅର୍ଥରେ ସେମାନଙ୍କର ଅର୍ଥନୈତିକ ବ୍ୟବସ୍ଥା ଓ ସୈନ୍ୟବାହିନୀ ଶକ୍ତିଶାଳୀ ହେବାରେ ଲାଗିଥିଲା । ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତକୁ ଶୋଷଣ କରିବା ଓ ଇଂଲଣ୍ଡକୁ ମଜବୁତ୍ କରିବା ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 5.
ବିଭାଜନ ଓ ଶାସନ ବାକ୍ୟାଶର ଅର୍ଥ କ’ଣ ? ଭାରତରେ ବ୍ରିଟିଶମାନେ କିପରି ଏହାର ବ୍ୟବହାର କରିଥିଲେ ଉଦାହରଣ ଦିଅ ।
Answer:
(i) ବିଭାଜନ ଓ ଶାସନ ଏକ ପ୍ରକାର କୁଟନୀତିକ ଶାସନ ପ୍ରଣାଳୀ ଯାହାକି ବ୍ରିଟିଶରମାନେ ଆମ ଦେଶରେ ପ୍ରୟୋଗ କରି ସଫଳତା ହାସଲ କରିପାରିଥିଲେ ।

(ii) ଆମ ଦେଶରେ ଜାତି, ଧର୍ମ ଓ ଗୋଷ୍ଠୀ ମଧ୍ୟରେ ବିଭେଦ ସୃଷ୍ଟିକରି ସେମାନେ ତାଙ୍କର ଶାସନ ଜାରି ରଖୁଥିଲେ । ଦେଶର ଲୋକମାନେ ଏକାଠି ହୋଇ ସେମାନଙ୍କର ନିରଙ୍କୁଶ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାପାଇଁ ଆନ୍ଦୋଳନମାନ କରିଥିଲେ ।

(iii) ବିଶେଷକରି ସେମାନେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିଥିଲେ ଶେଷରେ ଭାରତ ଓ ପାକିସ୍ତାନକୁ ଅଲଗା କରିଦେଇଗଲେ । ଯାହାର କୁପରିଣାମ ଆମକୁ ଏବେସୁଦ୍ଧା ଭୋଗିବାକୁ ପଡୁଛି । ଭାରତରେ ଦେଶୀୟ ରାଜାମାନଙ୍କୁ ପ୍ରୋତ୍ସାହିତ କରି ଆମର ଏକତ୍ରୀକରଣ ବ୍ୟବସ୍ଥାକୁ ପ୍ରତିହତ କରିଥିଲେ ।

(iv) ବ୍ରିଟିଶରମାନେ ଆମ୍ଭମାନଙ୍କ ମଧ୍ୟରେ ଧାର୍ମିକ, ସାମାଜିକ ଓ ରାଜନୈତିକ ବିଭେଦ ସୃଷ୍ଟିକରି ବିଭିନ୍ନ ଗୋଷ୍ଠୀକୁ ଅଲଗା କରି ରଖୁଥିଲେ । ଦେଶର ଲୋକମାନଙ୍କୁ ବିଭିନ୍ନ ଆଳରେ ଅଲଗାକରି ରଖ୍ ନିର୍ବିଘ୍ନନରେ ଏକ ବିରାଟ ଦେଶକୁ ବହୁଦିନ ଧରି ଶାସନ କରି ଚାଲିଥିଲେ ।

(v) ‘ବିଭାଜନ ଓ ଶାସନ’ ନୀତି ଅନୁସାରେ ନିଜର ଫାଇଦା ହାସଲ କରିବା କୌଶଳ ସେମାନଙ୍କୁ ଖୁବ୍ ଭଲଭାବରେ ଜଣାଥିଲା । ୧୭୫୭ ମସିହାର ଲର୍ଡ କ୍ଲାଇବ ପଲାସୀ ଯୁଦ୍ଧରେ ମିରଜାଫର୍‌ଙ୍କୁ ହାତ କରିବା, ଡେଲହାଇସୀଙ୍କର ‘ରାଜସ୍ଵତ୍ଵଲୋପନୀତି’ ଓ ୱେଲସେଲିଙ୍କ ‘ସାମନ୍ତ ସନ୍ଧି’ ଯାହାର ଗୋଟିଏ ଲେଖାଏଁ ଜ୍ଵଳନ୍ତ ଉଦାହରଣ ଥିଲା ।

Question 6.
କୃଷି, ଶିକ୍ଷା, ବାଣିଜ୍ୟ କିମ୍ବା ଗ୍ରାମୀଣ ଜୀବନ ମଧ୍ୟରୁ ଭାରତୀୟ ଜୀବନର ଯେକୌଣସି ଗୋଟିଏ କ୍ଷେତ୍ରକୁ ବାଛ । ଉପନିବେଶିକ ଶାସନଦ୍ୱାରା ଏହା କିପରି ଭାବରେ ପ୍ରଭାବିତ ହୋଇଥିଲା ? ସେହି ପରିବର୍ତ୍ତନ ଆଜି ମଧ୍ୟ ସମାଜରେ ଦେଖିପାରୁଛ କି ? ଗୋଟିଏ ଛୋଟ ପ୍ରବନ୍ଧ, କବିତା ବା ଚିତ୍ର ମଧ୍ୟରେ ତୁମ ମନର ଭାବ ପ୍ରକାଶ କର ।
Answer:
(i) ବ୍ରିଟିଶ ଉପନିବେଶିକ ଶାସନ କାଳରେ କୃଷିକ୍ଷେତ୍ରରେ ଭାରତରେ ଅନେକ ପରିବର୍ତ୍ତନ ଦେଖାଯାଇଥିଲା, ଯାହାକି ଭାରତୀୟ କୃଷକମାନଙ୍କର ମଙ୍ଗଳରେ ‍ଆସି ବ୍ରିଟିଶରମାନଙ୍କର ଶିଳ୍ପର ଅଭିବୃଦ୍ଧିରେ ସହାୟକ ହୋଇଥିଲା ।

(ii) ସେମାନେ ଆମର କୃଷକମାନଙ୍କୁ କପା, ଅଫିମ ଓ ନୀଳ ଚାଷ କରିବାପାଇଁ ବାଧ୍ୟ କରାଇଥିଲେ, କାରଣ ଏହାଦ୍ଵାରା ସେମାନଙ୍କର ଶିଳ୍ପକୁ କଞ୍ଚାମାଲ ଯୋଗାଣ ବାଧାପ୍ରାପ୍ତ ହେବ ନାହିଁ । ଫଳରେ ଆମର କୃଷକମାନେ ଉତ୍ପାଦନ କରୁଥିବା ଖାଦ୍ୟ ପଦାର୍ଥ ସଠିକମାତ୍ରାରେ ଉତ୍ପାଦିତ କରିପାରି ନଥିଲେ । ଫଳରେ ଦୁର୍ଭିକ୍ଷର ଭୟଙ୍କର ରୂପ ଦେଖ‌ିବାକୁ ମିଳିଥିଲା ।

(iii) ବ୍ରିଟିଶରମାନେ ୧୭୯୩ ମସିହାରେ ଚିରସ୍ଥାୟୀ ବନ୍ଦୋବସ୍ତ ବ୍ୟବସ୍ଥା ପ୍ରଚଳନ କରି ଅତ୍ୟଧିକ କର ଆଦାୟ କରି କୃଷକମାନଙ୍କୁ ଶୋଷଣ କରିବାଫଳରେ ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହେବାରେ ଲାଗିଲା, ଫଳରେ ୧୭୭୦ ମସିହା ମହାଦୁର୍ଭିକ୍ଷରେ ଖାଦ୍ୟଭାବ ଯୋଗୁଁ ଅନେକ ଲୋକ ମୃତ୍ୟୁବରଣ
କଲେ ।

(iv) ଆମ ଦେଶରେ ରେଳ ଚଳାଚଳ ବ୍ୟବସ୍ଥା ପ୍ରଚଳନ କରି ଉତ୍ପାଦିତ ହେଉଥ‌ିବା କଞ୍ଚାମାଲକୁ ବିଭିନ୍ନ ବନ୍ଦରଦେଇ ଇଂଲଣ୍ଡକୁ ରପ୍ତାନି କରାଗଲା । ଭାରତୀୟ କୃଷି ସମ୍ପୂର୍ଣ୍ଣରୂପେ ସେମାନଙ୍କରର ଅଧୀନକୁ ଚାଲି ଯାଇଥିଲା ।

(v) ବର୍ଭମାନ ସୁଦ୍ଧା କୃଷକମାନଙ୍କର ଅବସ୍ଥାରେ ସେପରି କିଛି ଆଦୃଶିଆ ପରିବର୍ତ୍ତନ ହେବାର ଲକ୍ଷ୍ୟ କରାଯାଉନାହିଁ । ଏବେବି କୃଷକମାନଙ୍କର ଅନେକ ସମସ୍ୟା ରହିଛି ଯାହାକି ସମାଧାନ କରିବାପାଇଁ ଅନେକ ସମୟ ଲାଗିବ । ଆମ ଦେଶର ପ୍ରତ୍ୟେକ କୃଷିକ୍ଷେତ୍ରକୁ ଜଳସେଚନର ସୁବିଧା ଏଯାଏ କରାଯାଇପାରିନାହିଁ । କୃଷକମାନେ ଋଣଯନ୍ତାରେ ପଡ଼ି ସେମାନଙ୍କର ଚାଷଜମି ବିକ୍ରି କରିବାପାଇଁ ବାଧ୍ୟ ହେଉଛନ୍ତି । ଅନ୍ୟ ଏକ ସମସ୍ୟା ରହିଛି ଅଭାବି ବିକ୍ରି ସମସ୍ୟା । ଉତ୍ପାଦିତ ଦ୍ରବ୍ୟକୁ ସରକାର ଉଚିତ ମୂଲ୍ୟରେ କୃଷକମାନଙ୍କଠାରୁ କ୍ରୟକରୁନାହାଁନ୍ତି । ଫଳରେ ସେମାନେ କୃଷିରୁ ଲାଭ ପାଇପାରୁ ନାହାଁନ୍ତି ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 7.
କଳ୍ପନା କର ଯେ ତୁମେ ୧୮୫୭ର ଜଣେ ସମ୍ବାଦଦାତା, ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ପ୍ରତିରୋଧ ସମ୍ପର୍କରେ ଏକ ଛୋଟ ସମ୍ବାଦ ଲେଖ । ମୁଖ୍ୟ ଘଟଣାବଳୀ ଏବଂ ନେତାମାନଙ୍କୁ ଗୁରୁତ୍ଵ ଦେଇ ବିଦ୍ରୋହ କିପରି ଆରମ୍ଭ, ପ୍ରସାରିତ ଓ ସମାପ୍ତ ହେଲା, ଏକ ସମୟରେଖା ବା ଷ୍ଟୋରି ବୋର୍ଡ଼ (ଗଳ୍ପ ଫଳକ) ମାଧ୍ୟମରେ ଦର୍ଶାଅ ।
Answer:
(i) ସମ୍ବାଦର ଶୀର୍ଷକ– ‘ଝାନ୍ସୀ ଝଲକ’ ତାରିଖ- ୧୮୫୮ ମସିହା ଜୁନ୍ ମାସ । ଝାନ୍ସୀର ରାଣୀ ଲକ୍ଷ୍ମୀବାଈଙ୍କ ବୀରତ୍ୱର ଗାଥା- ‘ଉତ୍କଳ ପ୍ରସଙ୍ଗର’’ ସାମ୍ବାଦିକ ମନୋଜ ମିଶ୍ର । ୧୮୫୭ ଖ୍ରୀଷ୍ଟାବ୍ଦରେ ଘଟିଥିବା ଘଟଣାମାନଙ୍କ ମଧ୍ୟରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କର ବୀରତ୍ଵର ଗାଥା ଇତିହାସ ପୃଷ୍ଠାରେ ସବୁଦିନପାଇଁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଯାଇଛି । ଜଣେ ମହିଳା ହୋଇ ବିଶାଳ ଇଷ୍ଟଇଣ୍ଡିଆ କମ୍ପାନୀ ବିରୋଧରେ ସାହସର ସହିତ ଲଢ଼େଇ କରି ସେ ଆଜିବି ଅମର ହୋଇ ରହିଯାଇଛନ୍ତି ।

(ii) ସେତେବେଳେ ଇଂରେଜ ସରକାର ଝାନ୍ସୀକୁ ରାଜସ୍ଵତ୍ତ୍ଵ ଲୋପ ନୀତି ଅନୁସାରେ ଅଧିକାର କରି ତାଙ୍କର ପୋଷ୍ୟପୁତ୍ର ଦାମୋଦର ରାଓଙ୍କୁ ରାଜା ହେବାପାଇଁ ଦେଇନଥିଲେ । ଏହାର ପ୍ରତିବାଦ କରି ରାଣୀ ନିଜେ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିଲେ ।

(iii) ଇଂରେଜ ସରକାରଙ୍କ ନିକଟରେ ସେ ମୁଣ୍ଡ ନୁଆଇଁ ନଥିଲେ । ସେ ଏକ ମହିଳା ସଶସ୍ତ୍ରବାହିନୀ ଗଠନ କରି ବିଦ୍ରୋହରେ ସାମିଲ ହୋଇ ଅନ୍ୟାୟକୁ ପ୍ରତିରୋଧ କରିବାକୁ ପଛାଇ ଯାଇନଥିଲେ । ଯୁଦ୍ଧକ୍ଷେତ୍ରରେ ତାଙ୍କର ଅଶୀଚାଳନା ଓ ରଣକୌଶଳ ସେତେବେଳେ ସମସ୍ତଙ୍କୁ ଚକିତ କରିଦେଇଥିଲା ।

(iv) ଯୁଦ୍ଧକ୍ଷେତ୍ରରେ ଇଂରେଜମାନଙ୍କର ପ୍ରବଳ ଆକ୍ରମଣକୁ ମୁକାବିଲା ନ କରିପାରି ସେ ବନ୍ଦୀ ହୋଇଯିବା ଭୟରେ ସେଠାରୁ ପଳାୟନକରି ତାନ୍ତିଆ ତେପେ ଓ ନାନାସାହେବଙ୍କ ସହିତ ଯୋଗ ଦେଇଥିଲେ । ସେଠାରେ ସେ ପୁନର୍ବାର ସଂଗ୍ରାମ କରିବାପାଇଁ ନିଜକୁ ପ୍ରସ୍ତୁତ କରିଥିଲେ ।

(v) ଜୀବନର ଶେଷ ପର୍ଯ୍ୟନ୍ତ ସେ ଇଂରେଜମାନଙ୍କ ବିରୋଧରେ ଲଢ଼େଇ ଜାରି ରଖୁଥିଲେ । ୧୮୫୭ ମସିହାର ଏକ ଚର୍ଚ୍ଚିତ ଘଟଣାବଳୀ ମଧ୍ଯରେ ଏହା ସ୍ଥାନ ପାଇଅଛି ।

Question 8.
ଭାରତ କେବେ ୟୁରୋପୀୟ ଶକ୍ତିମାନଙ୍କଦ୍ୱାରା ଉପନିବେଶିତ ହୋଇନଥୁଲା ମନେକରି ଏକ ବିକଳ୍ପ ଇତିହାସ କଳ୍ପନା କର । ଭାରତ କିପରି ନିଜ ବାଟରେ ବିକଶିତ ହୋଇଥାଇ ପାରିଥା’ନ୍ତା, ସେ ସମ୍ପର୍କରେ ୩୦୦ ଶବ୍ଦ ମଧ୍ୟରେ ଏକ ସଂକ୍ଷିପ୍ତ କାହାଣୀ ଲେଖ ।
Answer:
‘‘ପଙ୍କରେ ପଦ୍ମ ଫୁଟିଥାଏ’’
(i) ଭାରତ କେବେ ୟୁରୋପୀୟ ଶକ୍ତିମାନଙ୍କଦ୍ଵାରା ଉପନିବେଶିତ ହୋଇନଥା’ନ୍ତା ଯଦି ୧୪୯୮ରେ ପର୍ତ୍ତୁଗୀଜ ଜାହାଜ ଭାରତର କାପଜ ବନ୍ଦରରେ ପହଞ୍ଚିନଥା’ନ୍ତା । ୟୁରୋପୀୟମାନେ ହୁଏତ ଅନ୍ୟ କେଉଁଠାରେ ସେମାନଙ୍କର ଉପନିବେଶ ସ୍ଥାପନ କରିପାରିଥାଆନ୍ତେ । ଭାରତ ଉପନିବେଶବାଦରୁ ରକ୍ଷାପାଇଥା’ନ୍ତା । ଆମର ସଭ୍ୟତା, ସଂସ୍କୃତି ଓ ବାଣିଜ୍ୟ ସିମୀତ ହୋଇ ରହିଯାଇଥା’ନ୍ତା ।

(ii) ୧୭୦୦ ଖ୍ରୀଷ୍ଟାବ୍ଦର ମଧ୍ୟଭାଗରେ ଭାରତରେ ମରହଟ୍ଟା ଶକ୍ତିର ଉତ୍ଥାନ, ରାଜପୁତ୍ମାମାନଙ୍କର ବିଶାଳ ସାମ୍ରାଜ୍ୟ ଧୀରେ ଧୀରେ ଅଗ୍ରଗତିର ଚରମସୀମାରେ ପହଞ୍ଚିପାରିଥା’ନ୍ତା । ସଂସ୍କୃତ ଓ ପର୍ସିଆନ ଭାଷାରେ ଆମେ ଅଧିକରୁ ଅଧିକ ଗବେଷଣା କରିପାରିଥା’ନ୍ତେ, ଭାରତ ସାଂସ୍କୃତିକ କ୍ଷେତ୍ରରେ ବିଶ୍ଵସ୍ତରରେ ଆହୁରି ଅଗ୍ରଗତି କରିପାରିଥା’ନ୍ତି । ୟୁରୋପୀୟମାନଙ୍କ ଉପନିବେଶ ସ୍ଥାପନ ହେବା ଫଳରେ ବିକାଶର ଧାରା ଯେଉଁ ଦିଗରେ ଗତି କରୁଥିଲା, ତାହା ଅନ୍ୟ ସମସ୍ତ ଦେଶ ତୁଳନାରେ ଖୁବ୍ ଅଧିକ ରଚନାତ୍ମକ ହୋଇପାରିଥା’ନ୍ତା ।

(iii) ଇଂରେଜମାନେ ଆମ ଦେଶରେ ରେଳ ଚଳାଚଳ ବ୍ୟବସ୍ଥା ପ୍ରଚଳନ କରି ଆମ ଦେଶରେ ଥିବା ଖଣିଜ ସମ୍ପଦକୁ ଲୁଟିନେଇ ସେମାନେ ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ଲାଭ କଲେ । ଭାରତରେ ଉତ୍ପାଦିତ ହେଉଥ‌ିବା କପା, ସିଲ୍କ ଓ ଧାତବ ପଦାର୍ଥ ୟୁରୋପକୁ ରପ୍ତାନି ହେବା ଫଳରେ ଭାରତୀୟ ଶିଳ୍ପ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା । ଏହା ନହୋଇଥିଲେ କ୍ଷେତ୍ରରେ ଆମ୍ଭେମାନେ ଉଚ୍ଚସ୍ତରରେ ମଧ୍ୟ ପହଞ୍ଚିପାରିଥା’ନ୍ତୁ । ଆମର ନାଳନ୍ଦା ଓ ତକ୍ଷଶିଳାରେ ଥ‌ିବା ବିଶ୍ଵବିଦ୍ୟାଳୟମାନଙ୍କରେ ପ୍ରାଚୀନ ସଂସ୍କୃତି ଓ ଆଧୁନିକ ବିଜ୍ଞାନର ବିଷୟରେ ଅଧ‌ିକ ଗବେଷଣା କରାଯାଇପାରିଥା’ନ୍ତା, କିନ୍ତୁ ତାହା ହୋଇପାରି ନଥିଲା ।

(iv) ଖ୍ରୀଷ୍ଟାବ୍ଦ ୧୯୦୦ ବେଳକୁ ଭାରତ ଜ୍ୟୋତିର୍ବିଜ୍ଞାନ, ଆୟୁର୍ବିଜ୍ଞାନ ଓ ଗଣିତ ଶାସ୍ତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିପାରିଥିଲା । ସେତେବେଳକୁ ବାରଣାସୀକୁ ‘ପୂର୍ବର ଆଲୋକ ବର୍ତିକା’ ଭାବରେ ଆଖ୍ୟା ଦିଆଯାଇଥିଲା । ଆମ ଦେଶରେ ଜାତିପ୍ରଥାକୁ ସଂସ୍କାରବାଦୀ ନେତାମାନେ ପ୍ରତିରୋଧ କରିବା ସହିତ ଏକ ନୂତନ ଆଲୋକବର୍ତ୍ତିକା ସଦୃଶ କାର୍ଯ୍ୟ କରିଯାଇଛନ୍ତି । ଜାତିପ୍ରଥା ଓ ଛୁଆଁ ଅଛୁଆଁ ଭେଦଭାବ ଉଠାଇ ଦିଆଯାଇଥିଲା । ସେଥ‌ିରେ ସାବିତ୍ରୀବାଈ ହୋଲକର ଓ ମୌଲାନା ଆଜାଦ ଖାନ୍‌ଙ୍କର ସାର୍ବଜନୀନ ଶିକ୍ଷା ଓ ସମାନତା ବିଶେଷ ସହାୟକ ହୋଇଥିଲା ।

(v) ୧୯୪୭ ମସିହା ବେଳକୁ ସାରା ବିଶ୍ଵରେ ଯୁଦ୍ଧର ଘନଘଟା ଚାଲିଥିଲାବେଳେ ଭାରତୀୟମାନେ ଜାତୀୟ କଂଗ୍ରେସ ଗଠନ କରି ଦେଶକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିପାରିଥିଲେ । ଭାରତୀୟ ନେତୃବୃନ୍ଦ ୟୁରୋପୀୟମାନଙ୍କର ବିଶାଳ ଉପନିବେଶକୁ ଧୂଳିସାତ କରିଦେଇଥିଲେ । ଆମର ଜାତୀୟ ପତାକା ତାହାର ଏକ ଜ୍ଵଳନ୍ତ ପ୍ରତୀକ ଅଟେ । ଏଥ‌ିରେ ବିଭିନ୍ନତା ମଧ୍ୟରେ ଏକତାଭାବ ପରିସ୍ଫୁଟ ହୋଇପାରିଛି । ପଙ୍କରେ ଯେପରି ପଦ୍ମ ବିକଶିତ ହୋଇଥାଏ, ଠିକ୍ ସେହିପରି ଭାରତ ତା’ର ନିଜ ଗୋଡ଼ରେ ଠିଆ ହୋଇପାରିଥା’ନ୍ତା ଓ ବିଶ୍ଵଦରବାରରେ ଏକ ସ୍ଵତନ୍ତ୍ର ମର୍ଯ୍ୟାଦା ବଜାୟ ରଖ୍ଯାରିଥା’ନ୍ତା । ଏହା ନିଃସନ୍ଦେଗୃହରେ କୁହାଯାଇପାରେ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 9.
ଅଭିନୟ ମାଧ୍ୟମରେ : ଭାରତରେ ବ୍ରିଟିଶ ଉପନିବେଶବାଦୀ ଶାସନ ଉପରେ ଜଣେ ବ୍ରିଟିଶ ଅଧ୍ବକାରୀ ଏବଂ ଦାଦାଭାଇ ନାରୋଜୀଙ୍କ ପରି ଜଣେ ଭାରତୀୟ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଏକ ଐତିହାସିକ କଥୋପକଥନ ପ୍ରଦର୍ଶନ କରେ ।
Answer:
(i) ‘‘ଏକ ଐତିହାସିକ କଥୋପକଥନ’’ ଭାରତର ଦାଦାଭାଇ ନାରୋଦୀ ଓ ଇଂରେଜ ଅଧିକାରୀ ସାର୍ ଏଡଓ୍ୱାଡ଼ ହାରିଙ୍ଗଟନ୍‌ ମଧ୍ଯରେ କଥୋପକଥନ । ୧୮୯୦ ମସିହା ପରବର୍ତ୍ତୀ ସମୟର କଥା ।

(ii) ସାର୍ ଏଡଓ୍ୱାଡ଼ ହାରିଙ୍ଗ୍‌ଟନ – ମୁଁ ଭାରତୀୟମାନଙ୍କର ଜ୍ଞାନକୁ ଖୁବ୍ ସମ୍ମାନ କରେ । ତୁମର ‘ବିତ୍ତର ବହିଃ ପ୍ରବାହ’ ନୀତି ଅତିରଞ୍ଜିତ ଅଟେ । ଆମେ ତୁମ ଦେଶରେ ରେଳପଥ, ଶିକ୍ଷା ଓ ଟେଲିଗ୍ରାମ ପ୍ରଚଳନ କରି ତୁମର ଅନେକ ଉପକାର କରିଅଛୁ । ତା’ ବଦଳରେ ଆମେ ପାଇଛୁ କ’ଣ ?

(iii) ଦାନାଭାଇ ନାରୋଦୀ ମହାଶୟ, ମୁଁ ଆପଣଙ୍କୁ ସମ୍ମାନର ସହ ଜଣାଇଦେବାକୁ ଚାହେଁ ଯେ ଆପଣମାନେ ଆମ ଦେଶର ଖର୍ଚ୍ଚରେ ଯେଉଁସବୁ ନୂତନ ବ୍ୟବସ୍ଥାମାନ ପ୍ରଚଳନ କରିଛନ୍ତି ସେଥ‌ିରେ ଇଂଲଣ୍ଡର ଅଧ୍ୟକ ପରିମାଣରେ ହିତସାଧନ ହୋଇଅଛି । ଭାରତରେ ମହଜୁଦ୍ ଥ‌ିବା କଞ୍ଚାମାଲଗୁଡ଼ିକୁ ସହଜରେ ବନ୍ଦରଗୁଡ଼ିକ ସ୍ଥାନାନ୍ତରିତ ହୋଇପାରିଛି । ଯାହାଫଳରେ ଭାରତରୁ ଅନେକ ପରିମାଣର ଦ୍ରବ୍ୟ ଅର୍ଥ ବିଦେଶକୁ ଚାଲିଯାଇଛି ।

(iv) ହାରିଙ୍ଗଟନ୍‌ – ଯଦି ଆମ୍ଭେମାନେ ତୁମ ଦେଶକୁ ଆସି ନଥା’ନ୍ତୁ ତେବେ ତୁମ୍ଭେମାନେ ଅନେକ ନୂତନ ସୁଖସୁବିଧାରୁ ବଞ୍ଚିତ ହୋଇଥା’ନ୍ତ । ତୁମର ସଭ୍ୟତା ସାମାଜିକ ବିକାଶ ସେତେ ସହଜରେ ଉନ୍ନତ ହୋଇପାରିନଥା’ନ୍ତା । ଆମର ଉପନିବେଶବାଦ ତୁମ୍ଭମାନଙ୍କର ଆଖୁ ଖୋଲିଦେଇଛି ।

(v) ଦାଦାଭାଇ ନାରେଜୀ – ତୁମ୍ଭମାନଙ୍କର ସାହାଯ୍ୟ ଆମର ଉପକାର ନକରି ଅଯଥା ଶୋଷଣ କରିବାରେ ବ୍ୟସ୍ତ ରହିଛି । ରେଳ ଚଳାଚଳ କରାଇବା ଆମ ଦେଶ ପାଇଁ ନକରି ବରଂ ଆପଣ ଆମ ଦେଶରୁ କଞ୍ଚାମାଲ ବନ୍ଦରକୁ ପଠାଇବା ଓ ସୈନ୍ୟମାନଙ୍କୁ ବିଭିନ୍ନ ସ୍ଥାନକୁ ପଠାଇବାରେ ବ୍ୟବହାର କରିଛନ୍ତି । ଖାଦ୍ୟଶସ୍ୟ ଉତ୍ପାଦନ ବନ୍ଦ କରିଦେବା ଫଳରେ ଆମ ଦେଶରେ ଅନେକ ମହାଦୁର୍ଭିକ୍ଷକୁ ସାମନା କରିବାକୁ ପଡ଼ିଛି । ଏଥିପାଇଁ ଇଂରେଜ ସରକାର ହିଁ ଦାୟୀ ।

(vi) ହାରିଙ୍ଗଟନ୍‌ – ଏହା କିଛି ନୂଆ କଥା ନୁହେଁ । ଯେକୌଣସି ଶାସନ ବ୍ୟବସ୍ଥାରେ ଏହାହିଁ ଘଟିଥାଏ । ଯେଉଁମାନେ ଶାସନ କରିବେ ସେମାନେ ସେମାନଙ୍କର ସୁଖସୁବିଧା ପାଇଁ ସବୁକିଛି କରିଥା’ନ୍ତି ।

(vii) ଦାଦାଭାଇ ନାରୋଗୀ – ତାହାହେଲେ ଆମକୁ ଓ ଆମର ଶାସନ ବ୍ୟବସ୍ଥାକୁ କାବୁ କରିନେଇ ଆମର ଲୋକମାନଙ୍କୁ ଅକଥନୀୟ ଭାବରେ ଅତ୍ୟାଚାର କରିଛନ୍ତି । ଆମର କ୍ଷମତା, ପ୍ରତି ପଢି ମାଟିରେ ମିଶିଯାଇଛି ।

(viii) ହାରିଙ୍ଗଟନ୍ – ଇଂଲଣ୍ଡ ପାର୍ଲିଆମେଣ୍ଟରେ ତୁମ ସପକ୍ଷରେ କହିବାକୁ କେହି ଭାରତୀୟ ନଥିଲେ । ସେଥ‌ିପାଇଁ ତୁମର ଅସୁବିଧାଗୁଡ଼ିକୁ ଆମ ପାର୍ଲିଆମେଣ୍ଟରେ ଉପସ୍ଥାପନ କରାଯାଇ ପାରିନଥିଲା । କିନ୍ତୁ ବାସ୍ତବରେ ତୁମେ ତୁମର ଦେଶକୁ ଶାସନ କରିପାରିଥା’ନ୍ତ ।

(ix) ଦାଦାଭାଇ ନାରୋଜୀ – ବହୁ ପୂର୍ବରୁ ଭାରତୀୟମାନେ ଖୁବ୍ ଭଲଭାବରେ ସେମାନଙ୍କରର ଶାସନ ପଦ୍ଧତି ଠିକ୍ ଭାବରେ ବଜାୟ ରଖୁଥିଲେ । ସେମାନଙ୍କର ଜ୍ଞାନ ଓ ଗରିମା ଅନ୍ୟମାନଙ୍କ ତୁଳନାରେ କମ୍ ନଥିଲା । ଆମକୁ ଆମର ସ୍ଵାଧୀନତା ଫେରାଇଦେଲେ ଠିକ୍ ଭାବରେ ଆମେ ସ୍ଵର ଉତ୍ତୋଳନ କରିପାରିବୁ ଓ ଆମର ସମ୍ପଦକୁ ବିନିଯୋଗ କରିପାରିବୁ ।

Question 10.
ଉପନିବେଶବାଦୀ ଶାସନ ସମୟରେ ତୁମ ରାଜ୍ୟ ବା ଅଞ୍ଚଳର ଏକ ପ୍ରତିରୋଧ ଆନ୍ଦୋଳନ (ଆଦିବାସୀ, କୃଷକ କିମ୍ବା ରାଜକୀୟ) ବିଷୟରେ ଚିନ୍ତା କର । ନିମ୍ନଲିଖ ବିଷୟଗୁଡ଼ିକ ଉପରେ ବର୍ଣ୍ଣନା କରି ଏକ ବିବରଣୀ ପ୍ରସ୍ତୁତ କର ।

  • ପ୍ରମୁଖ କାରଣ କ’ଣ ଥିଲା (ଯଦି ଥାଏ) ?
  • ଆନ୍ଦୋଳନର ନେତୃତ୍ଵ କିଏ ନେଇଥିଲେ ?
  • ସେମାନଙ୍କର ଦାବୀ କ’ଣ ଥିଲା ?
  • ଏଥୁପ୍ରତି ବ୍ରିଟିଶମାନଙ୍କର ପ୍ରତିକ୍ରିୟା କିପରି ଥିଲା ?
  • ଆଜି ଏହି ଘଟଣାକୁ କିପରି ମନେରଖାଯାଇଛି । (ଯଥା- ସ୍ଥାନୀୟ ପର୍ବପର୍ବାଣି, ନୃତ୍ୟ, ଗୀତ ବା ସ୍ମାରକୀ ମାଧ୍ୟମରେ)

Answer:
(i) ବର୍ତ୍ତମାନ ଆମେ ଏଠାରେ ‘‘ସାନ୍ତାଳମାନଙ୍କର ବିଦ୍ରୋହ’? ସମ୍ପର୍କରେ ଆଲୋଚନା କରିବା । ୧୮୫୫ -୫୬ ମସିହାରେ ଏହି ବିଦ୍ରୋହଟି ବର୍ତ୍ତମାନର ଝାଡ଼ଖଣ୍ଡରେ ସଙ୍ଗଠିତ ହୋଇଥିଲା । ଏଥ‌ିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସାନ୍ତାଳମାନେ ।

(ii) ପ୍ରମୁଖ କାରଣ – ସାନ୍ତଳମାନେ ଅଧ୍ଵକମାତ୍ରାରେ ଜମିଦାର, ମହାଜନ ଓ ଇଂରେଜମାନନେ ରାଜସ୍ଵ ଅଧିକାରୀମାନଙ୍କଦ୍ୱାରା ବିଶେଷ ଭାବରେ ଅତ୍ୟାଚାରିତ ହେଉଥିଲେ । ଜମିଜମା ବିବାଦ ଓ ଅଧୂକ କର ପ୍ରଦାନ ଫଳରେ ସେମାନେ ଦିନକୁ ଦିନ ଦାରିଦ୍ର୍ୟର କଷାଘାତରେ ପ୍ରପୀଡ଼ିତ ହେବାକୁ ଲାଗିଲେ । ଶାନ୍ତଶୀତଳ ସାନ୍ତାଳମାନେ ଧୀରେ ଧୀରେ ବିଦ୍ରୋହ କରିବାପାଇଁ ଅଣ୍ଟା ଭିଡ଼ିଥିଲେ ।

(iii) ଆନ୍ଦୋଳନର ନେତୃତ୍ୱ – ୧୮୫୫ ମସିହା ଜୁନ୍ ମାସରେ ସିଧୁ ମୁର୍ମୁ ଓ କାହ୍ନୁ ମୁର୍ମୁଙ୍କ ନେତୃତ୍ଵରେ ଏକ ସାନ୍ତାଳୀ ଦଳ ବିଦ୍ରୋହ କରିବା ଆରମ୍ଭ କରିଦେଇଥିଲେ । ହଜାର ହଜାର ସଂଖ୍ୟାରେ ସାନ୍ତାଳୀ ଜାତିର ଲୋକମାନେ ଏକତ୍ରିତ ହୋଇ ଇଂରେଜ ବିରୋଧୀ ସ୍ଲୋଗାନ ଦେବା ସହିତ ଇଂରେଜ ସରକାରଙ୍କ ନୀତି ଓ କର ବ୍ୟବସ୍ଥାକୁ ବିରୋଧ କରିଥିଲେ । ଏହା ସେତେବେଳେ ସେ ଅଞ୍ଚଳରେ ଏକ ପ୍ରମୁଖ ଘଟଣା ଥିଲା । ଇଂରେଜମାନଙ୍କର ମନୋମୁଖୀ ଶାସନ ବ୍ୟବସ୍ଥାକୁ ସେମାନେ ଖୋଲାଖୋଲି ଭାବରେ ବିରୋଧ କରିଥିଲେ ।

(iv) ସେମାନଙ୍କର ଦାବି – ବ୍ରିଟିଶ ସମର୍ଥନରେ ସେମାନଙ୍କ ପୈତୃକ ଜମି ଛଡ଼ାଇ ନେଉଥୁବା ମହାଜନ ଓ ଜମିଦାରଙ୍କ ବିରୋଧରେ ସାନ୍ତାଳମାନେ ସଂଗ୍ରାମ ଚାଲୁରଖୁଲେ । ସେମାନଙ୍କର ପୈତୃକ ଜମିକୁ ଫେରାଇବା ଓ ଅତ୍ୟଧିକ କରପ୍ରଦାନ ବ୍ୟବସ୍ଥାକୁ ରଦ୍ଦ କରିବାପାଇଁ ସେମାନେ ଦାବି କରିଥିଲେ ।

(v) ବ୍ରିଟିଶରମାନଙ୍କର ପ୍ରତିକ୍ରିୟା – ସାନ୍ତାଳମାନେ ଶେଷ ରକ୍ତ ବିନ୍ଦୁଥ‌ିବା ଯାଏ ସରକାରଙ୍କ ବିରୋଧରେ ସଂଗ୍ରାମ କରିବାକୁ ଶପଥ ନେଇଥିଲେ । କିନ୍ତୁ ବ୍ରିଟିଶରମାନଙ୍କର ପ୍ରତିକ୍ରିୟା ଥୁଲା ଅମାନୁଷିକ ଓ ପାଶବିକ । ସେମାନଙ୍କର ଗାଁଗୁଡ଼ିକୁ ପୋଡ଼ିଦିଆଗଲା ଓ ଅନେକ ସାନ୍ତଳୀ ନେତାମାନଙ୍କୁ ହତ୍ୟା କରିଦିଆଗଲା । ତଥାପି ସେମାନେ ହାରିଯାଇ ନଥିଲେ ।

ଏହି ଘଟଣାଟି ପରବର୍ତ୍ତୀ ସମୟରେ ଆଲୋକବର୍ତ୍ତିକା ସଦୃଶ ଅନେକ ଜନଜାତିର ଲୋକମାନଙ୍କୁ ସଂଗ୍ରାମ କରିବାକୁ ପ୍ରେରଣା ଯୋଗାଇଥିଲା । ଏହି ଘଟଣାପରେ ଅନେକ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଇଂରେଜ ସରକାରଙ୍କ ବିରୋଧରେ ଆନ୍ଦୋଳନ କରି କାରାବରଣ ମଧ୍ଯ କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଫାସୀ ଖୁଣ୍ଟରେ ଝୁଲିବାକୁ ପଡ଼ିଥିଲା । ଉଦାହରଣ ସ୍ଵରୂପ ପ୍ରଥମ ସହିଦ ମଙ୍ଗଲ ପାଣ୍ଡେ ଥ୍ଲେ ଅନ୍ୟତମ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୮୫) :

Question 1.
ଉପନିବେଶବାଦ କ’ଣ ?
Answer:

  1. ଗୋଟିଏ ଦେଶ ଅନ୍ୟ ଏକ ଦେଶର ଅଞ୍ଚଳକୁ ଅଧିକାର କରି ସେଠାରେ ନିଜର ବସତି ସ୍ଥାପନ କରିବା ସହିତ ନିଜର ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ବିଚାରଧାରାକୁ ପ୍ରୟୋଗ କରିବାକୁ ଉପନିବେଶବାଦ କୁହାଯାଏ ।
  2. ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାବ୍ଦରୁ ଆରମ୍ଭ କରି ଖ୍ରୀଷ୍ଟୀୟ ପ୍ରଥମ ସହସ୍ରାବ୍ଦ ମଧ୍ୟରେ ଏହାର ପରିପ୍ରକାଶ ଦେଖିବାକୁ ମିଳିଥିଲା ।

Question 2.
କ’ଣ ଇଉରୋପୀୟ ଶକ୍ତିଗୁଡ଼ିକୁ ଭାରତକୁ ଆକର୍ଷିତ କରିଥିଲା ?
Answer:

  1. ଇଉରୋପୀୟମାନେ ଯେତେବେଳେ ଭାରତୀୟ ଉପମହାଦେଶକୁ ଜଳଯାତ୍ରା ଆରମ୍ଭ କଲେ, ସେତେବେଳେ ଭାତ ଏକ ସକ୍ରିୟ ଅର୍ଥନୈତିକ ଓ ସାଂସ୍କୃତିକ କେନ୍ଦ୍ର ରୂପେ ଉଭା ହୋଇଥିଲା ।
  2. ସେତେବେଳେ ଭାରତ ଚୀନ ସହିତ ବିଶ୍ଵର ଦୁଇ ଅର୍ଥନୀତି ମଧ୍ୟରୁ ଗୋଟିଏ ଥିଲା । ଭାରତର ଉତ୍ପାଦନ କ୍ଷମତା, ବିବିଧ କୃଷି ଉତ୍ପାଦନ ଏବଂ ବ୍ୟାପକ ଅନ୍ତଃ ଓ ବହିର୍ବାଣିଜ୍ୟ ଯୋଗୁଁ ଏହା ଅର୍ଥନୈତିକ ଦୃଷ୍ଟିରୁ ସମୃଦ୍ଧ ଥିଲା ଯାହା ଇଉରୋପୀୟ ଶକ୍ତିଗୁଡ଼ିକୁ ଭାରତକୁ ଆକର୍ଷିତ କରିଥିଲା ।

Question 3.
ଔପନିବେଶିକ ଯୁଗ ସମୟରେ ଏବଂ ପୂର୍ବରୁ ଭାରତର ଅର୍ଥନୈତିକ ଓ ଭୌଗୋଳିକ ସ୍ଥିତି କ’ଣ ଥିଲା ?
Answer:
(i) ଔପନିବେଶିକ ଯୁଗ ପୂର୍ବରୁ ଭାରତ ରାଜ୍ୟ ଏବଂ ସାମ୍ରାଜ୍ୟର ଏକ ଗୋଷ୍ଠୀ ଥିଲା । ମୋଗଲ, ମରାଠା, ରାଜପୁତ ଏବଂ ଦକ୍ଷିଣ ରାଜ୍ୟ ଭଳି ସ୍ଥାନୀୟ ଶାସକଙ୍କ ମଧ୍ୟରେ କ୍ଷମତା ବଣ୍ଟନ କରାଯାଇଥିଲା ।

(ii) ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମାର୍ଗରେ ଏକ ଗୁରୁତ୍ଵପୂର୍ଣ୍ଣ କେନ୍ଦ୍ର ଥିଲା । ମଣି, ବସ୍ତ୍ର ଏବଂ ମସଲା ପାଇଁ ଏହା ମଧ୍ୟପ୍ରାଚ୍ୟ, ଇଉରୋପ ଏବଂ ଦକ୍ଷିଣ-ପୂର୍ବ ଏସିଆର ବ୍ୟବସାୟୀମାନଙ୍କୁ ଆକର୍ଷିତ କରୁଥିଲା ।

(iii) ଏହାର ଅର୍ଥନୈତିକ ସ୍ଥିତି ଅତ୍ୟନ୍ତ ଉଚ୍ଚମାନର ଥିଲା ଏବଂ ଏହା ଚୀନ୍ ସହିତ ବିଶ୍ଵର ଦ୍ଵିତୀୟ ସର୍ବବୃହତ୍ ଅର୍ଥନୀତି ଥିଲା । ଉପନିବେଶ ସମୟରେ ବ୍ରିଟିଶ୍ଵାନେ ଭାରତର ଅର୍ଥନୀତିକୁ ଏପରି ରୂପ ଦେଲେ ଯାହା ବ୍ରିଟେନ୍‌କୁ କଞ୍ଚାମାଲ ଯୋଗାଇଥିଲା ଏବଂ ସ୍ଥାନୀୟ ଶିଳ୍ପ ଓ ହସ୍ତଶିଳ୍ପକୁ କ୍ଷତି ପହଞ୍ଚାଇଥିଲା ଏବଂ ଭାରତ ବ୍ରିଟିଶ୍ ସାମଗ୍ରୀ କିଣିବାକୁ ବାଧ୍ୟ ହୋଇଥିଲା ।

(iv) ଭାରତର ପ୍ରତିରକ୍ଷା ଏବଂ ବୈଦେଶିକ ନୀତି ବ୍ରିଟିଶ୍ୟାମାନଙ୍କଦ୍ଵାରା ନିୟନ୍ତ୍ରିତ ହେଲା । ଭାରତୀୟ ଗଡ଼ଜାତ ରାଜ୍ୟଗୁଡ଼ିକ ସ୍ଵାଧୀନ ଥିଲେ କିନ୍ତୁ ସେମାନଙ୍କୁ ବୈଦେଶିକ ବ୍ୟାପାର ସମ୍ବନ୍ଧରେ କାର୍ଯ୍ୟ କରିବାକୁ ଅନୁମତି ନଥିଲା ।

(v) ଉପନିବେଶବାଦୀ ଆବଶ୍ୟକତା ଅନୁଯାୟୀ ଭାରତର ସୀମା ପରିବର୍ତ୍ତନ କରାଯାଇଥିଲା ଏବଂ ଏହାଦ୍ଵାରା ସାଂସ୍କୃତିକ ଏବଂ ଐତିହାସିକ ତଥ୍ୟକୁ ଅଣଦେଖା କରାଯାଇଥିଲା ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 4.
ଭାରତର ବ୍ରିଟିଶ ଔପନିବେଶିକ ଆଧୂପତ୍ୟ କିପରି ଦେଶକୁ ପ୍ରଭାବିତ କରିଥିଲା ?
Answer:
(i) ଭାରତରେ ବ୍ରିଟିଶ୍ ଔପନିବେଶିକ ଆଧୂପତ୍ୟ ଦେଶ ଉପରେ ଗୁରୁତର ପ୍ରଭାବ ପକାଇଥିଲା । ଏହା ଭାରତର ସମ୍ପତ୍ତିକୁ ନଷ୍ଟ କରିଦେଇଥିଲା, ଭୟଙ୍କର ଦୁର୍ଭିକ୍ଷ ସୃଷ୍ଟି କରିଥିଲା ଏବଂ ସ୍ଥାନୀୟ ଶିଳ୍ପଗୁଡ଼ିକୁ ନଷ୍ଟ କରିଦେଇଥିଲା ।

(ii) ଏହା ପାରମ୍ପରିକ ଶାସନ ଏବଂ ଶିକ୍ଷା ବ୍ୟବସ୍ଥାକୁ ଭାଙ୍ଗି ଦେଇଥିଲା ।

(iii) ବ୍ରିଟିଶ୍ ସ୍ଵାର୍ଥ ପୂରଣ କରିବା ପାଇଁ ଅର୍ଥନୀତିକୁ ପୁନଃଗଠିତ କରାଯାଇଥିଲା । ବ୍ରିଟିଶ୍ ବିରୋଧୀ ଆନ୍ଦୋଳନଗୁଡ଼ିକୁ ନିଷ୍ଠୁର ଭାବେ ଦମନ କରାଯାଇଥିଲା ।

(iv) ସ୍ଵାଧୀନତା ବେଳକୁ ଭାରତ ଦରିଦ୍ର ଏବଂ ଶୋଷିତ ହୋଇଯାଇଥିଲା । ଉପନିବେଶବାଦୀ ଶାସନ ମଧ୍ୟ ସ୍ଥାୟୀ ସାମାଜିକ ଏବଂ ଅର୍ଥନୈତିକ ବିଭାଜନ ସୃଷ୍ଟି କରିଥିଲା ।

ଆସ ଅନୁସନ୍ଧାନ କରିବା :

Question 1.
କାର୍ଟୁନ ଚିତ୍ରଟି କ’ଣ ପ୍ରକାଶ କରିବାକୁ ଚାହୁଁଛି ବୋଲି ତୁମେ ଭାବୁଛ ? (ମନେରଖ, ଟେଲିଗ୍ରାଫ ପ୍ରଥମ ଥର ପାଇଁ ତୁରନ୍ତ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲା। ଏବଂ ସେତେବେଳର ସମୟ ପାଇଁ ତାହା ଏକ ନୂତନ ଉଦ୍ଭାବନ ଥିଲା ।) ଚିତ୍ରଟିର ବିଭିନ୍ନ ଉପାଦାନ ବିଷୟରେ ବିଶ୍ଳେଷଣ କର ।
Answer:
ଚିତ୍ରଟିର ବିଭିନ୍ନ ଉପାଦାନ :
(i) ଯୋଗାଯୋଗର ଗତି : ଟେଲିଗ୍ରାଫ୍ ଉଦ୍ଭାବନ ହେବା ପୂର୍ବରୁ ବାର୍ତ୍ତାଗୁଡ଼ିକ ସପ୍ତାହ କିମ୍ବା ମାସ ମଧ୍ୟରେ ବିଭିନ୍ନ ଦେଶ ମଧ୍ୟରେ ପହଞ୍ଚାଯାଇ ପାରୁଥିଲା । କାର୍ଟୁନ୍‌ରେ ଥିବା ଚରିତ୍ର ଏବେ ପବନ ଅପେକ୍ଷା ଦ୍ରୁତ ବାର୍ତ୍ତା ପଠାଇ ପାରିବେ ।

(ii) ପରିବର୍ତ୍ତନଶୀଳ ଶକ୍ତି : ଏହି କାର୍ଟୁନ୍ ଟେଲିଗ୍ରାଫ୍‌ ଏକ ଶକ୍ତିଶାଳୀ ପୁସ୍ତକ ବିଦ୍ୟା ଭାବରେ ଦର୍ଶାଉଛି ଯାହା ବିଶ୍ଵର ପୂର୍ବ ଦୂରବର୍ତ୍ତୀ କ୍ଷେତ୍ରଗୁଡ଼ିକୁ ସଂଯୋଗ କରି ଚାଲିଛି । ଏହା ଏକ ବିଶ୍ଵକୁ ସଂକୁଚିତ ହେଉଥୁବା ଚିତ୍ରଣ କରିପାରେ ।

(iii) ଉପନିବେଶବାଦୀ : ଉପନିବେଶବାଦ ଦୃଷ୍ଟିକୋଣରୁ ଟେଲିଗ୍ରାଫ୍ ବ୍ରିଟିଶ୍ ଏବଂ ଅନ୍ୟାନ୍ୟ ସାମ୍ରାଜ୍ୟଗୁଡ଼ିକ ଉପନିବେଶଗୁଡ଼ିକ ଉପରେ ସେମାନଙ୍କର ନିୟନ୍ତ୍ରନ୍ତ୍ରଣ ଜାହିର କରିବାକୁ ଅଧ‌ିକ ସହଜ କରିଥିଲା । ଏହି କାର୍ଟୁନ୍‌ରେ ଜଣେ ବ୍ରିଟିଶ୍ ଅଧିକାରୀଙ୍କୁ ଲଣ୍ଡନରୁ ଭାରତରେ ଥିବା ଅଧିକାରୀଙ୍କୁ ତୁରନ୍ତ ନିର୍ଦ୍ଦେଶ ବିଷୟରେ ଚିତ୍ରଣ କରାଯାଇପାରେ, ଯେଉଁଥରେ କମାଣ୍ଡିଂ ଅଫିସର ହସିବାର ଅର୍ଥ ହେଉଛି ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିଲା

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 2.
ଭାରତର ଅଣବ୍ରିଟିଶ ଶାସନ ବୋଲି ଦାନାଭାଇ ନାରୋଜୀ କାହାକୁ ଲକ୍ଷ୍ୟକରି କହିଥିଲେ ବୋଲି ତୁମେ ଭାବୁଛ ? (ସୂଚନା ସେ ୧୮୯୨ ମସିହାରେ ଯୁକ୍ତରାଜ୍ୟର ହାଉସ୍ ଅଫ୍ କମନସ୍‌ର ସଦସ୍ୟ ଥିଲେ ।)
Answer:
(i) ଦାଦାଭାଇ ନାରୋଜୀ ‘ଭାରତରେ ଅଣବ୍ରିଟିଶ୍ ଶାସନ’ ବାକ୍ୟାଶ ବ୍ୟବହାର କରି ବ୍ରିଟିଶ୍ ଉପନିବେଶବାଦୀ ଶାସନ କିପରି ନ୍ୟାୟ ଏବଂ ଉଦାରବାଦର ନୀତିଗୁଡ଼ିକୁ ଉଲ୍ଲଙ୍ଘନ କରିଥିଲା ତାହା ଉପରେ ଆଲୋକପାତ କରିଥିଲେ ।

(ii) ସେ ଯୁକ୍ତି ବାଢ଼ିଥିଲେ ଯେ ଉପରୁ ବ୍ରିଟିଶ୍ ଶାସନ ନ୍ୟାୟବାନ ଏବଂ ପ୍ରଗତିଶୀଳ ଦେଖାଯାଉଥିଲେ ମଧ୍ୟ ଏହା ମୌଳିକ ଭାବରେ ଶୋଷଣମୂଳକ ଥିଲା ଏବଂ ଅନ୍ୟାୟ କାର୍ଯ୍ୟ କରୁଥିଲା ।

(iii) ହାଉସ୍ ଅଫ୍ କମନ୍ସରେ ଜଣେ ସଦସ୍ୟ ଭାବେ ସେ ବିଶ୍ୱାସ କରୁଥିଲେ ଯେ ବ୍ରିଟିଶ୍ମାନେ ଭାରତୀୟମାନଙ୍କୁ ବ୍ରିଟେନ୍‌ରେ ଲୋକଙ୍କୁ ଦିଆଯାଇଥ‌ିବା ସମାନ ସମ୍ମାନ ଓ ଅଧିକାର ଭାରତୀୟମାନଙ୍କୁ ପ୍ରଦାନ କରୁନାହାନ୍ତି ।

Question 3.
ଭାରତୀୟ ବୟନ ଶିଳ୍ପକୁ ବର୍ଣ୍ଣନା କରିବା ନିମନ୍ତେ ଉପରେ ବର୍ଣ୍ଣିତ ତାଲିକାଗୁଡ଼ିକୁ ତୁମେ ବୁଝି ପାରିଲ କି ? ଯଦି ନୁହେଁ, ତେବେ ଚାରି ବା ପାଞ୍ଚଟି ଦଳରେ ବିଭାଜିତ ହୋଇ ଏହାକୁ ଆଲୋଚନା କର ଏବଂ ପରସ୍ପରର ଆବିଷ୍କାରକୁ ତୁଳନା କର । ଦରକାର ପଡ଼ିଲେ ଶିକ୍ଷକଙ୍କ ସାହାଯ୍ୟ ନିଅ ।
Answer:
(i) କପା : କପା ଏକ ନରମ ଫୁଲିଥିବା ତନ୍ତୁ ଯାହା କପା ଫଳର ମଞ୍ଜି ଚାରିପାଖରେ ଥାଏ । ଏହାକୁ ପୋଷାକ ତିଆରି କରିବା ପାଇଁ ବ୍ୟବହାର କରାଯାଏ ।

(ii) ଝୋଟ : ଝୋଟ ଏକ ଦୃଢ଼ ତନ୍ତୁ ମାତ୍ର ଏହା ଅମସୃଣ । ଏଥିରୁ ବସ୍ତା, ରସି, ଗାଲିଚା ଏବଂ ମ୍ୟାଟ୍ ତିଆରି କରିବାରେ ବ୍ୟବହାର କରାଯାଏ ।

(iii) ରେଶମ ରେଶମ ଏକ ସୂକ୍ଷ୍ମ ଏବଂ ବିଳାସପୂର୍ଣ୍ଣ ତନ୍ତୁ ଯାହା ସାଧାରଣତଃ ଶାଢ଼ି, ସୁଟ୍, ସାଲୱାର ଏବଂ କୁର୍ତ୍ତା ଇତ୍ୟାଦି ତିଆରି କରିବାରେ ବ୍ୟବହୃତ ହୁଏ ।

(iv) ପଶମ : ପଶମ ହେଉଛି ମେଣ୍ଢା ଭଳି ପ୍ରାଣୀଙ୍କ ଲୋମରୁ ତିଆରି ଏକ ନରମ, ଉଷ୍ଣ ତନ୍ତୁ । ଏହାକୁ ଶୀତଦିନେ ପିନ୍ଧା ଯାଉଥ‌ିବା ବସ୍ତ୍ର, ଯଥା- ସ୍ଵେଟର, ଶାଲ୍, ମଫଲର ଇତ୍ୟାଦି ତିଆରି କରିବା ପାଇଁ ବ୍ୟବହାର କରାଯାଏ ।

(v) କତା : କତା ନଡ଼ିଆରୁ ବାହାରୁଥିବା ତନ୍ତୁ । ଏଥବରେ ରସି, ପାପୋଛ ଇତ୍ୟାଦି ତିଆରି କରାଯାଏ ।
(vi) ଛଣପଟ : ଛଣପଟ ଏକ ଅତ୍ୟନ୍ତ ଶକ୍ତିଶାଳୀ ପ୍ରାକୃତିକ ତନ୍ତୁ । ଏହାକୁ ବ୍ୟାଗ୍ ଏବଂ ରସି ତିଆରି କରିବାରେ ବ୍ୟବହାର କରାଯାଏ । .

Question 4.
ମାନଚିତ୍ରକୁ ଦେଖ । ସୀମା ଏବଂ ନାମ ଉଭୟ ଦୃଷ୍ଟିରୁ ଆଜିର ଭାରତର ମାନଚିତ୍ର ସହିତ ଏହି ମାନଚିତ୍ରର ମୁଖ୍ୟ ପାର୍ଥକ୍ୟ କ’ଣ ?
Answer:
(i) ଭାରତର ଏହି ଐତିହାସିକ ମାନଚିତ୍ର ଆଜିର ଭାରତର ମାନଚିତ୍ରଠାରୁ ଅନେକ ପାର୍ଥକ୍ୟ ଦର୍ଶାଉଛି । ସୀମା ଦୃଷ୍ଟିରୁ ବିଚାର କଲେ ୧୯୦୯ ମସିହାରେ ବ୍ରିଟିଶ୍ ଶସାନ ସମୟରେ ଭାରତରେ ପାକିସ୍ତାନ, ବାଂଲାଦେଶ ଏବଂ ମିଆଁମାର (ବର୍ମା) ମଧ୍ୟ ସାମିଲ ଥିଲା ।

(ii) ଏହି ଦେଶଗୁଡ଼ିକ ଏବେ ପୃଥକ୍ ରାଷ୍ଟ୍ର ହୋଇଗଲେଣି । ଉତ୍ତର-ପଶ୍ଚିମ ସୀମାରେ ବେଲୁଚିସ୍ତାନ ଏବଂ ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ ବର୍ତ୍ତମାନ ପାକିସ୍ତାନରେ ଅନ୍ତର୍ଭୁକ୍ତ ।

(iii) ସେତେବେଳର ମାନଚିତ୍ରରେ ଥ‌ିବା କିଛି ସ୍ଥାନର ନାମ ବର୍ତ୍ତମାନ ଭିନ୍ନ ଅଟେ । ଉଦାହରଣ ସ୍ୱରୂପ – କଲିକତା ବର୍ତମାନ କୋଲକାତା, ବମ୍ବେ ବର୍ତ୍ତମାନ ମୁମ୍ବାଇ, ମାଡ୍ରାସ ବର୍ତ୍ତମାନ ଚେନ୍ନାଇ, ବର୍ମା ବର୍ତ୍ତମାନ ମିଆଁମାର । ବ୍ରିଟିଶ୍ ଶାସନ ସମୟରେ ଏହି ଅଞ୍ଚଳଗୁଡ଼ିକୁ ପ୍ରଦେଶ, ଏଜେନ୍ସି କିମ୍ବା ଦେଶୀୟ ରାଜ୍ୟ କୁହାଯାଉଥିଲା ।

(iv) ମାନଚିତ୍ରରେ ଗୋଲାପୀ ରଙ୍ଗରେ ‘ବ୍ରିଟିଶ୍ ଇନ୍’ (ସିଧାସଳଖ ବ୍ରିଟିଶ୍‌ଙ୍କଦ୍ଵାରା ଶାସନ) ଭାବରେ ଅଞ୍ଚଳଗୁଡ଼ିକୁ ଦର୍ଶାଯାଇଛି । ହଳଦିଆ ରଙ୍ଗର ଅଞ୍ଚଳଗୁଡ଼ିକ ବ୍ରିଟିଶ୍ ନିୟନ୍ତ୍ରଣରେ ଭାରତୀୟ ରାଜାମାନଙ୍କଦ୍ଵାରା ଶାସିତ ‘ସ୍ଥାନୀୟ ରାଜ୍ୟ’ ଥିଲା । ବର୍ତ୍ତମାନ ସମସ୍ତ ଅଞ୍ଚଳ ଭାରତୀୟ ଗଣରାଜ୍ୟର ଅଂଶ ।

(v) ପରେ ଗଠିତ ପଡ଼ୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଏହି ମାନଚିତ୍ରରେ ରହିଥିଲା ଯାହା

(vi) ମାନଚିତ୍ରରେ ପରିବହନ ଓ ନିୟନ୍ତ୍ରଣ ପାଇଁ ବ୍ରିଟିଶ୍ ଶାସନ ସମୟରେ ଗୁରୁତ୍ଵପୂର୍ଣ୍ଣ ରେଳଲାଇନ୍‌ଗୁଡ଼ିକୁ ମଧ୍ଯ ଦର୍ଶାଯାଇଛି ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 5.
ଜଣେ କଳାକାରଙ୍କ କଳ୍ପନାରୁ ଉତ୍ପନ୍ନ ୧୫୮୬ ମସିହାର ଏକ ସ୍କେଚ୍‌ (ଚିତ୍ରରେ) ସାନ୍ତାଳମାନଙ୍କୁ କିପରି ଚିତ୍ରିତ କରାଯାଇଛି ତାହା ଲକ୍ଷ୍ୟକର । ସେମାନଙ୍କର ରଙ୍ଗ, ପୋଷାକ, ଅସ୍ତ୍ରଶସ୍ତ୍ରକୁ ପର୍ଯ୍ୟବେକ୍ଷଣ କର ଏବଂ ଏହି ଚିତ୍ରଟି ବ୍ରିଟେନ୍‌ର ଲୋକମାନଙ୍କ ମନରେ କି ପ୍ରକାର ପ୍ରତିଛବି ସୃଷ୍ଟି କରିଥବ, ତା’ର ନିଷ୍କର୍ଷ ଆଲୋଚନା କରି ପ୍ରକାଶ କର ।
Answer:
୧୮୫୬ ମସିହାର ଏହି ସ୍କେଟ୍‌ରେ ସାନ୍ତାଳମାନଙ୍କୁ କଳା ଚର୍ମ, ସର୍ବନିମ୍ନ ପୋଷାକ, ପାରମ୍ପରିକ ଧନୁ ଏବଂ ତୀର ସହିତ ଦର୍ଶାଯାଇଛି । ସେମାନେ ବଣୁଆ, ଆଦିମ ଏବଂ ହିଂସାତ୍ମକ ଦେଖାଯାଉଛନ୍ତି । ସେମାନଙ୍କର ହସ୍ତ ନିର୍ମିତ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହିତ ବ୍ରିଟିଶ୍ ସୈନିକମାନେ ଲଢ଼େଇ କରୁଛନ୍ତି । ଏହି କାଳ୍ପନିକ ଚିତ୍ରଟି ସମ୍ଭବତଃ ବ୍ରିଟିଶ୍ ଜନସାଧାରଣଙ୍କ ମନରେ ଏକ ନକାରାତ୍ମକ ଏବଂ ଭୟଙ୍କର ଚିତ୍ର ସ୍ପଷ୍ଟ କରିଥିଲା । ଯେଉଁଥିରେ ସାନ୍ତାଳମାନଙ୍କୁ ଅନ୍ୟାୟ ପ୍ରତିରୋଧ କରିବା ପରିବର୍ତ୍ତେ ଅସଭ୍ୟ ଓ ନିଷ୍ଠର ଭାବରେ ଚିତ୍ରଣ କରାଯାଇଥିଲା । ଏହା ବ୍ରିଟିଶ୍ ଶାସନକୁ ଏକ ‘ସଭ୍ୟ ମିଶନ୍’ ଭାବରେ ପ୍ରମାଣିତ କରିବା ପାଇଁ ସାହାଯ୍ୟ କରିଥିଲା ଏବଂ ଜମି ହରାଇବା ଜନିତ କ୍ଷତି ଭଳି ଆଦିବାସୀ ବିଦ୍ରୋହର ପ୍ରକୃତ କାରଣଗୁଡ଼ିକୁ ଲୁଚାଇ ରଖୁଥଲା ।

Question 6.
ନୀଳ ହେଉଛି କପଡ଼ା ରଙ୍ଗାଇବାରେ ବ୍ୟବହୃତ ହେଉଥ‌ିବା ଏକ ଗାଢ଼ ନୀଳ ରଙ୍ଗର ଦ୍ରବ୍ୟ । ତୁମେ ଅନ୍ୟ ପ୍ରାକୃତିକ ପଦାର୍ଥ ବିଷୟରେ ଚିନ୍ତା କର ଯାହା ଭାରତର ପାରମ୍ପରିକ ଭାବରେ କପଡ଼ା ରଙ୍ଗ କରିବା ପାଇଁ ବ୍ୟବହୃତ ହୋଇ ଆସୁଛି ?
Answer:
(i) ଭାରତରେ ପାରମ୍ପରିକ ଭାବରେ ହଳଦୀ, ମେହେନ୍ଦି, ମଞ୍ଜିଷ୍ଠା ଚେର, ଡାଳିମ୍ବ ଚୋପା, ନୀଳ, ନିମପତ୍ର, ଗଛର ଛାଲ, ଲାଖ କୀଟ, ଝୁଣା ଇତ୍ୟାଦି ଅନେକ ପ୍ରାକୃତିକ ପଦାର୍ଥ ବ୍ୟବହାର କରାଯାଏ ଏବଂ ଏହି ପଦାର୍ଥଗୁଡ଼ିକ ହଳଦିଆ, ଲାଲ-ବାଦାମୀ, ଲାଲ, ଗୋଲାପୀ, ସବୁଜ, ଧୂସର, ବାଇଗଣୀ ଇତ୍ୟାଦି ବିଭିନ୍ନ ରଙ୍ଗ ଦେଇଥାଏ ।

(ii) ଏହି ରଙ୍ଗଗୁଡ଼ିକ ପରିବେଶ ଅନୁକୂଳ ଥିଲା ଏବଂ ବ୍ଲକ୍ ପ୍ରିଣ୍ଟିଂ, କଳାକାରି ଏବଂ ବନ୍ଧନୀଭଳି ପାରମ୍ପରିକ ବସ୍ତ୍ରକଳାରେ ବ୍ୟବହୃତ ହୋଇ ଆସୁଛି ।

Question 7.
ଭାରତ ସ୍ଵାଧୀନତା ଲାଭ କରିବା ପରେ ‘ସିପାହୀ ବିଦ୍ରୋହ’ ଶବ୍ଦକୁ କାହିଁକି ପ୍ରତ୍ୟାଖ୍ୟାନ କରାଯାଇଥିଲା ବୋଲି ତୁମେ ଭାବୁଛ ? ଏହାର କାରଣ ବ୍ୟାଖ୍ୟା କରି ତୁମେ ଏକ ଅନୁଚ୍ଛେଦ ଲେଖ ।
Answer:
(i) ଭାରତ ସ୍ଵାଧୀନତା ଲାଭ କରିବା ପରେ ଐତିହାସିକମାନେ ‘ସିପାହୀ ବିଦ୍ରୋହ’ ଶବ୍ଦଟିକୁ ପ୍ରତ୍ୟାଖ୍ୟାନ କରିଥିଲେ କାରଣ ଏହା ଏକ ଭୁଲ୍ ଧାରଣା ପ୍ରଦାନ କରେ ଯେ କେବଳ କିଛି ଭାରତୀୟ ସୈନିକ ବ୍ୟକ୍ତିଗତ କିମ୍ବା ସାମରିକ କାରଣରୁ ବିଦ୍ରୋହ କରିଥିଲେ ।

(ii) ବାସ୍ତବରେ ୧୮୫୭ର ବିଦ୍ରୋହ ଏକ ବନ ଏବଂ ବ୍ୟାପକ ବିଦ୍ରୋହ ଥୁଲା ଯେଉଁଥ‌ିରେ କେବଳ ଭାରତୀୟ ସୈନିକମାନେ ନଥିଲେ, ବରଂ ଭାରତର ବିଭିନ୍ନ ସ୍ଥାନରୁ କୃଷକ, ଜମିଦାର, ଆଞ୍ଚଳିକ ରାଜା ଏବଂ ନାଗରିକମାନେ ମଧ୍ୟ ସାମିଲ ଥିଲେ ।

(iii) ଏହା ବ୍ରିଟିଶ୍ ଶାସନ ଏବଂ ଅତ୍ୟାଚାର ବିରୁଦ୍ଧରେ ଏକ ମିଳିତ ଲଢ଼େଇ ଥିଲା । ଏହାକୁ କେବଳ ଏକ ‘ବିଦ୍ରୋହ’ ବୋଲି କହିବାଦ୍ଵାରା ଏହାର ଜାତୀୟ ଚରିତ୍ର ଏବଂ ଏହା ପ୍ରତିନିଧ୍ଵ କରୁଥିବା ସ୍ଵାଧୀନତା ସଂଗ୍ରାମକୁ ଲୁଚାଇଦିଏ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 8.
ଏହା ଉନ୍ମୁକ୍ତ କଲା (ପୁନଃ ଉନ୍ମୁକ୍ତ କଲା) ଭାରତକୁ ବିଶ୍ଵ ପାଇଁ ଓ ବିଶ୍ୱକୁ ଭାରତ ପାଇଁ ବାକ୍ୟରେ ‘ପୁନଃ ଉନ୍ମୁକ୍ତ କଲା’ ଯୋଡ଼ିଛୁ ବୋଲି ତୁମେ କାହିଁକି ଭାବୁଛ ?
Answer:
(i) ‘ପୁନଃ ଉନ୍ମୁକ୍ତ କଲା’ ଶବ୍ଦଟି ବ୍ୟବହାର କରାଯାଇଥିଲା କାରଣ ଭାରତ ଉପନିବେଶବାଦର ବହୁ ପୂର୍ବରୁ ବାଣିଜ୍ୟ, ଏହାର ସାଂସ୍କୃତିକ ଐତିହ୍ୟ ଏବଂ ଦର୍ଶନ ମାଧ୍ଯମରେ ବିଶ୍ଵ ସହିତ ଯୋଡ଼ି ହୋଇସାରିଥିଲା ।

(ii) ଭାରତ ରେଶମ ମାର୍ଗ ମାଧ୍ୟମରେ ବାଣିଜ୍ୟରେ ଏକ ମୁଖ୍ୟ ଭାଗିଦାର ଥିଲା ଏବଂ ଏହାର ଏକ ସୁପ୍ରତିଷ୍ଠିତ ସାମୁଦ୍ରିକ ବନ୍ଦର ଏବଂ ବାଣିଜ୍ୟ ବ୍ୟବସ୍ଥା ଥିଲା, ଯାହା ମସଲା, ମଣି, କପା, ନୀଳ ଏବଂ ଆହୁରି ଅନେକ ଦ୍ରବ୍ୟ ରପ୍ତାନୀ କରୁଥିଲା ।

(iii) ବ୍ରିଟିଶ୍ମାନଙ୍କ ପୂର୍ବରୁ ବୌଦ୍ଧ ଓ ହିନ୍ଦୁଧର୍ମ ସାରା ବିଶ୍ଵରେ ବ୍ୟାପକ ଭାବରେ ପ୍ରସାରିତ ହୋଇଥିଲା । ତେଣୁ ବ୍ରିଟିଶ୍ମାନେ ଭାରତକୁ ବିଶ୍ଵ ସହିତ ଯୋଡ଼ି ନଥିଲେ କାରଣ ଏହା ପୂର୍ବରୁ ଭାରତ ବିଶ୍ଵ ସହିତ ଯୋଡ଼ି ହୋଇସାରିଥିଲା ।

Question 9.
କେତେକ ଯୁକ୍ତି କରନ୍ତି ଯେ ଅପହୃତ ବା ଚୋରି ହୋଇଥିବା ସାଂସ୍କୃତିକ ଐତିହ୍ୟଗୁଡ଼ିକ ଭାରତ ଅପେକ୍ଷା ବିଦେଶରେ ଭଲ ଭାବରେ ସୁରକ୍ଷିତ ରହିଛି । ଏଗୁଡ଼ିକର ପ୍ରତ୍ୟର୍ପଣ ସମ୍ପର୍କରେ ତୁମର ମତ କ’’ଣ ? ତୁମ ଦଳ ଭିତରେ ଆଲୋଚନା କର ।
Answer:
(i) କେତେକ ଯୁକ୍ତି କରନ୍ତି ଯେ ଅପହୃତ ବା ଚୋରି ହୋଇଥିବା ସାଂସ୍କୃତିକ ଐତିହ୍ୟଗୁଡ଼ିକ ଭାରତ ଅପେକ୍ଷା ବିଦେଶରେ ଭଲଭାବରେ ସୁରକ୍ଷିତ । ମୁଁ ଭାବୁଛି ଏହି ଚୋରି ହୋଇଥ‌ିବା ଜିନିଷଗୁଡ଼ିକ ଭାରତର ଏବଂ ସେଗୁଡ଼ିକୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ଉଚିତ ।

(ii) ଏଗୁଡ଼ିକ ଆମର ଇତିହାସ, ପରିଚୟ ଏବଂ ଗର୍ବର ଏକ ଅଂଶ । ବିଦେଶୀ ସଂଗ୍ରହାଳୟରେ ସେଗୁଡ଼ିକ ରଖୁବାଦ୍ଵାରା ସେଗୁଡ଼ିକୁ କିପରି ଅପହରଣ କରାଯାଇଥିଲା ତାହାଯର ଅନ୍ୟାୟକୁ ଅଣଦେଖା କରାଯାଏ ।

(iii) ଭାରତ ଏବେ ସେଗୁଡ଼ିକୁ ସଠିକ୍ ଭାବେ ସଂରକ୍ଷଣ କରିବାକୁ ଏବଂ ଏହାର ଲୋକଙ୍କ ସହିତ ବାଣ୍ଟିବାକୁ ସକ୍ଷମ । ତେଣୁ ସେଗୁଡ଼ିକ ପ୍ରତ୍ୟର୍ପଣ କରାଯିବ।
ଆବଶ୍ୟକ ।

ଏହା ବିଷୟରେ ଚିନ୍ତା କର :

Question 1.
ଚିତ୍ରରେ ବ୍ରି ଟାନି ଆ କିପରି ନିଜ ବ୍ରିଟାନିଆ ଉପନିବେଶଠାରୁ ଉଚ୍ଚ ସ୍ଥାନରେ ବସିଅଛି । ଉପନିବେଶଗୁଡ଼ିକର ନିମ୍ନ ଅବସ୍ଥିତି ଓ ନଇଁବା ଅବସ୍ଥା ଦର୍ଶାଉଛି ଯେ ବ୍ରିଟାନିଆ
ଉଚ୍ଚ କ୍ଷମତାସମ୍ପନ୍ନ ଅଟେ । ସେମାନେ କ’ଣ ସତରେ ସେମାନଙ୍କର ସମ୍ପତ୍ତି ପ୍ରଦାନ କରି ଦେଉଥ୍ଲେ ? ଅଥବା ବ୍ରିଟେନ୍ ସେଗୁଡ଼ିକୁ ବଳପୂର୍ବକ ଅକ୍ତିଆର କରୁଛି ? ଆହୁରି ମଧ୍ୟ ଭାରତୀୟମାନଙ୍କ କଳା ଶରୀରକୁ ଦେଖ (ଯାହା ବ୍ରିଟାନିଆଠାରୁ ପୃଥକ) ଏହା ଗୋରା ଲୋକମାନଙ୍କର, କଳା ଲୋକମାନଙ୍କ ଅପେକ୍ଷା ଉତ୍କୃଷ୍ଟ ଅବସ୍ଥାର ବିଶ୍ଵାସ ଜନ୍ମାଉଛି ।
Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ-1
Answer:
(i) ନା, ଭାରତୀୟମାନେ ସ୍ଵେଚ୍ଛାକୃତ ଭାବେ ସେମାନଙ୍କର ସମ୍ପତ୍ତି ପ୍ରଦାନ କରି ନଥିଲେ । ଅଧିକାଂଶ କ୍ଷେତ୍ରରେ ବ୍ରିଟେନ୍ ଏହାକୁ ବଳପୂର୍ବକ, ବେଆଇନ, କିମ୍ବା ଅତ୍ୟାଚାରଦ୍ଵାରା ହଡ଼ପ କରିଥିଲା ।

(ii) ବ୍ରିଟିଶ୍ ମାନେ ଜମି, ସମ୍ପଦ ଏବଂ ଅର୍ଥକୁ ନିୟନ୍ତ୍ରଣରେ ରଖୁବା ପାଇଁ ଅତ୍ୟଧ୍ଵକ କର, ଅନୁଚିତ ବାଣିଜ୍ୟ ଆଇନ ଏବଂ ସାମରିକ ଶକ୍ତି ବ୍ୟବହାର କରିଥିଲେ ।

(iii) ଭାରତୀୟ କୃଷକ, କାରିଗର ଏବଂ ଶାସକମାନଙ୍କ ପାଖରେ ସେମାନଙ୍କର ସମ୍ପଭି ତ୍ୟାଗ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା । ତେଣୁ ଏହା ଏକ ଉପହାର ନଥିଲା ବରଂ ଏହାକୁ ଶୋଷଣ ଏବଂ ନିୟନ୍ତ୍ରଣ ମାଧ୍ୟମରେ ନିଆଯାଇଥିଲା ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 2.
ସେ ଲେଖୁଥ‌ିବା ‘ୟୁରୋପର ଏକ ଭଲ ଲାଇବ୍ରେରୀର ଏକ ଥାକର ମହତ୍ତ୍ଵ ଭାରତ ଓ ଆରବୀୟ ସମସ୍ତ ଲେଖନକୃତୀ ସହିତ ସମାନ’ ମାଧ୍ୟମରେ ମାକଲେ କ’ଣ ଦର୍ଶାଇବାକୁ ଚାହୁଁଥିଲେ ? ସେ କାହିଁକି ଭାରତୀୟମାନଙ୍କୁ, ‘‘ଜ୍ଞାନ, ମତାମତ, ନୈତିକତା ଓ ଗ୍ରହଣୀୟତାରେ ଇଂରେଜ ପରି’ ହେବାକୁ ଚାହୁଁ ନଥୁଲେ ? ଏହା କିପରି ସଭ୍ୟତା ମିଶନ୍ ସହିତ ଜଡ଼ିତ ହୋଇପାରିବ ? ତୁମ ଶ୍ରେଣୀ ଶିକ୍ଷକଙ୍କୁ କହି ଏକ ତର୍କର ଆୟୋଜନ କର ।
Answer:
(i) ମାକ୍‌ଙ୍କ ମତ ଥିଲା ଯେ ୟୁରୋପୀୟ ପୁସ୍ତକଗୁଡ଼ିକ ସମସ୍ତ ଭାରତୀୟ ଏବଂ ଆରବିକ୍ ପୁସ୍ତକ ଅପେକ୍ଷା ଭଲ । ସେ ଭାବୁଥିଲେ ଯେ ବ୍ରିଟିଶ୍ ଶିକ୍ଷା ତୁଳନାରେ ଭାରତୀୟ ଜ୍ଞାନ ଓ ବିଚାରଧାରର କୌଣସି ମୂଲ୍ୟ ନାହିଁ ।

(ii) ଏହା ତାଙ୍କର ଉପନିବେଶବାଦୀ ମାନସିକତାକୁ ଦର୍ଶାଏ । ସେ ଭାରତୀୟ ସଂସ୍କୃତି ଏବଂ ଶିକ୍ଷାକୁ କିପରି ତୁଚ୍ଛ ଦୃଷ୍ଟିରେ ଦେଖୁଥୁଲେ ତାହା ମଧ୍ୟ ଏଥିରୁ ଜଣାଯାଏ ।

(iii) ସେ ଚାହୁଁଥିଲେ ଯେ ଭାରତୀୟମାନଙ୍କର ଚିନ୍ତାଧାରା, ଜୀବନଧାରଣ ଶୈଳୀ ଏବଂ ସେମାନଙ୍କର ବିଶ୍ଵାସ ବ୍ରିଟିଶ୍ମାନଙ୍କ ଭଳି ହେଉ ଯଦ୍ଵାରା ସେମାନେ ବ୍ରିଟିଶ୍ୟାମାନଙ୍କୁ ଭାରତ ଶାସନ କରିବାରେ ସହଜରେ ସାହାଯ୍ୟ କରିପାରିବେ ।

(iv) ବ୍ରିଟିଶ୍ମାନେ ଦାବି କରିଥିଲେ ଯେ ଭାରତୀୟମାନଙ୍କୁ ଶିକ୍ଷିତ କରିବା ତଥା ସେମାନଙ୍କର ଉନ୍ନତି କରିବା ପାଇଁ ଆସିଥିଲେ । କିନ୍ତୁ ବାସ୍ତବରେ ଏହା ଭାରତୀୟମାନଙ୍କୁ ନିୟନ୍ତ୍ରଣ କରିବା ଏବଂ ସେମାନଙ୍କ ସଂସ୍କୃତି ଓ ପରିଚୟକୁ ଦୁର୍ବଳ କରିବାକୁ ଉଦ୍ଦିଷ୍ଟ ଥିଲା ।

Question 3.
‘‘ବ୍ରିଟିଶ ସାମ୍ରାଜ୍ୟରେ ସୂର୍ଯ୍ୟ କେବେ ଅସ୍ତ ହୁଏ ନାହିଁ’’ର ଅର୍ଥ କ’ଣ ? ତୁମେ କ’ଣ ଭାବୁଛ ଏ ଉକ୍ତିଟି ଠିକ୍ ?
Answer:
‘ବ୍ରିଟିଶ୍ ସାମ୍ରାଜ୍ୟରେ ସୂର୍ଯ୍ୟ କେବେ ଅସ୍ତ ହୁଏ ନାହିଁ’’ ଅର୍ଥାତ୍ ସେମାନଙ୍କର ସାମ୍ରାଜ୍ୟ ଏତେ ବିଶାଳ ଥିଲା ଯେ ଏହା ସାରା ବିଶ୍ଵକୁ ବ୍ୟାପିଥିଲା । ସୂର୍ଯ୍ୟ ସର୍ବଦା ଅତି କମ୍‌ରେ ଏହାର ଗୋଟିଏ ଦେଶରେ ଦୃଶ୍ୟମାନ ହେଉଥିଲା । ହଁ, ମୁଁ ଭାବୁଛି ଏହି ଉକ୍ତିଟି ସେହି ସମୟରେ ସତ୍ୟ ଥିଲା କାରଣ ବ୍ରିଟେନ୍ ଏସିଆ, ଆଫ୍ରିକା, ୟୁରୋପ ଏବଂ ଆମେରିକାର ଅନେକ ଦେଶ ଉପରେ ଶାସନ କରିଥିଲା ।
Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ-2

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ଭାସ୍କୋଡ଼ାଗାମା ଭାରତର କେଉଁ ବନ୍ଦରରେ ପ୍ରଥମେ ପଦାର୍ପଣ କରିଥିଲେ ?
(i) କାପଡ଼
(ii) କଲିକତା
(iii) ପାଣାଜୀ
(iv) ଚେନ୍ନାଇ
Answer:
(i) କାପଡ଼

Question 2.
ପର୍ତ୍ତୁଗୀଜମାନେ କେବେ ଗୋଆରେ ଉପନିବେଶୀକରଣର ମୂଳଦୁଆ ପକାଇଥିଲେ ?
(i) ୧୪୯୮
(ii) ୧୫୧୦
(iii) ୧୦୧୫
(iv) ୧୭୫୭
Answer:
(ii) ୧୫୧୦

Question 3.
କେଉଁ ଯୁଦ୍ଧରେ ଏକ ଏସୀୟ ଶକ୍ତି ସଫଳତାର ସହିତ ଏକ ୟୁରୋପୀୟ ଉପନିବେଶବାଦୀ ଶକ୍ତିକୁ ପ୍ରତିହତ କରି ପାରିଥିଲା ?
(i) ପଲାସୀ ଯୁଦ୍ଧ
(ii) ବକ୍‌ସାର ଯୁଦ୍ଧ
(iii) କୋଲାଚେଲ ଯୁଦ୍ଧ
(iv) ଇଣ୍ଡୋ ଡଚ୍ ଯୁଦ୍ଧ
Answer:
(iii) କୋଲାଚେଲ ଯୁଦ୍ଧ

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 4.
ଫରାସୀମାନେ ଭାରତର କେଉଁ ସ୍ଥାନକୁ ସାମ୍ରାଜ୍ୟ ଗଠନପାଇଁ ଉପଯୁକ୍ତ ବୋଲି ମନେକରିଥିଲେ ?
(i) ମାହେ
(ii) ଚନ୍ଦନ ନଗର
(iii) କରାଇକଲ
(iv) ପୁଦିଚେରୀ
Answer:
(iv) ପୁଦିଚେରୀ

Question 5.
‘ବିଭାଜନ ଓ ଶାସନ’ ନୀତି ପ୍ରୟୋଗକରି କେଉଁ ବିଦେଶୀ ଶକ୍ତି ଭାରତରେ ଶାସନ ଜାରି ରଖୁଥିଲେ ?
(i) ଡଚ୍
(ii) ଫରାସୀ
(iii) ଇଂରେଜ
(iv) ପର୍ତ୍ତୁଗୀଜ
Answer:
(iii) ଇଂରେଜ

Question 6.
ଭାରତ ଇତିହାସରେ କାହାକୁ ବିଶ୍ଵାସଘାତକ ପୁରୁଷ ଭାବରେ ଅଭିହିତ କରାଯାଇଛି ?
(i) ଲର୍ଡ଼କ୍ଲାଇବ
(ii) ସିରାଜଦୌଲା
(iii) ମିରଜାଫର
(iv) ମିରକାଶୀମ୍
Answer:
(iii) ମିରଜାଫର

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 7.
‘ଭାରତର ଅର୍ଥନୈତିକ ଇତିହାସ’ ନାମକ ଏକ ପୁସ୍ତକ କେଉଁ ଐତିହାସିକ ରଚନା କରିଥିଲେ ?
(i) ରମେଶ ଚନ୍ଦ୍ର ଦତ୍ତ
(ii) ଉମେଶ ଚନ୍ଦ୍ର ଦତ୍ତ
(iii) ଦାଦାଭାଇ ନାରୋଜୀ
(iv) ପି.ସି. ଦତ୍ତ
Answer:
(i) ରମେଶ ଚନ୍ଦ୍ର ଦତ୍ତ

Question 8.
କେଉଁ ଉପନ୍ୟାସରେ ‘ବନ୍ଦେ ମାତରମ୍’ ଗୀତ ରଚନା କରାଯାଇଥିଲା ?
(i) ଯାଜ୍ଞସେନୀ
(ii) ମାମୁ
(iii) ପ୍ରାୟଶ୍ଚିତ୍ତ
(iv) ଆନନ୍ଦମଠ
Answer:
(iv) ଆନନ୍ଦମଠ

Question 9.
ସିଧୁ ମୁର୍ମୁ ଓ କାହ୍ନୁ ମୁର୍ମୁ ଦୁଇ ଭାଇ କେଉଁ ବିଦ୍ରୋହର ନେତୃତ୍ଵ ନେଇଥିଲେ ?
(i) କନ୍ଧ ବିଦ୍ରୋହ
(ii) ସାନ୍ତାଳୀ ବିଦ୍ରୋହ
(iii) କୋହ୍ଲ ବିଦ୍ରୋହ
(iv) ଜୁଆଙ୍ଗ ବିଦ୍ରୋହ
Answer:
(ii) ସାନ୍ତାଳୀ ବିଦ୍ରୋହ

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 10.
ଓଡ଼ିଶାରେ ଜନଜାତିର ରକ୍ତତୀର୍ଥ କାହାକୁ କୁହାଯାଇଥାଏ ?
(i) ଗୁଡ଼ହାଣ୍ଡି
(ii) ଚନ୍ଦାହାଣ୍ଡି
(iii) ପାପଡ଼ାହାଣ୍ଡି
(iv) ଝୁରୀ ନଦୀ
Answer:
(iii) ପାପଡ଼ାହାଣ୍ଡି

Question 11.
କଉଡ଼ି ବଦଳରେ ଟଙ୍କା ଆକାରରେ ଜମିର କର ଦେବାପାଇଁ କେଉଁ ଇଂରେଜ ଅଫିସର ବାଧ୍ୟ କରିଥିଲେ ?
(i) ଫ୍ଲେଚର
(ii) ହାର୍‌ କୋଟ
(iii) ଉଇଲିୟମ ଜୋନସ
(iv) ଲର୍ଡ଼ ହାଡ଼ିଙ୍ଗ୍‌ସ
Answer:
(i) ଫ୍ଲେଚର

Question 12.
ଇଂରେଜମାନେ କେବେ ଓଡ଼ିଶା ଅଧିକାର କରିଥିଲେ ?
(i) ୧୮୦୩
(ii) ୧୮୦୪
(iii) ୧୮୦୫
(iv) ୧୮୦୬
Answer:
(i) ୧୮୦୩

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 13.
ସିପାହୀ ବିଦ୍ରୋହର ପ୍ରଥମ ସହିଦ ଭାବରେ କାହାକୁ ବିବେଚନା କରାଯାଇଥାଏ ?
(i) ଲକ୍ଷ୍ମଣ ନାୟକ
(ii) ସୁରେନ୍ଦ୍ର ସାଏ
(iii) ମଙ୍ଗଳ ପାଣ୍ଡେ
(iv) ଜୟୀ ରାଜଗୁରୁ
Answer:
(iii) ମଙ୍ଗଳ ପାଣ୍ଡେ

Question 14.
ଭାରତର କେଉଁ ବୀରା ରମଣୀ ଇଂରେଜମାନଙ୍କ ସହିତ ଲଢ଼େଇକରି ଗ୍ଲାଲିୟର ଦୁର୍ଗକୁ ଅଧିକାର କରିଥିଲେ ?
(i) ରାଣୀ ଦୁର୍ଗାବତୀ
(ii) ରାଣୀ ପାର୍ବତୀବାଈ
(iii) ରାଣୀ ଲକ୍ଷ୍ମୀବାଈ
(iv) ବେଗମ୍ ହଜରତ ମହଲ
Answer:
(iii) ରାଣୀ ଲକ୍ଷ୍ମୀବାଈ

Question 15.
ଜର୍ଜ ହେଗେଲ କେଉଁ ଦେଶର ଦାର୍ଶନିକ ଥିଲେ ?
(i) ଇଂଲଣ୍ଡ
(ii) ଫ୍ରାନ୍ସ
(iii) ଜର୍ମାନୀ
(iv) ଇଟାଲୀ
Answer:
(i) ଇଂଲଣ୍ଡ

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 16.
୧୭୫୭ ମସିହା ପଲାସୀ ଯୁଦ୍ଧରେ _______________ ବିଜୟଲାଭ କରିଥିଲେ ।
(i) ଡେଲହାଉସି
(ii) ଲର୍ଡ଼ କ୍ଲାଇବ
(iii) ଇବ୍ରାହିମ ଲୋଦୀ
(iv) ମିରଜାଫର
Answer:
(ii) ଲର୍ଡ଼ କ୍ଲାଇବ

Question 17.
କର୍ଣ୍ଣାଟ ସମରଗୁଡ଼ିକ _______ ଓ __________ ଙ୍କ ମଧ୍ୟରେ ସଂଘଟିତ ହୋଇଥିଲା ।
(i) ବ୍ରିଟିଶ -ଫରାସୀ
(ii) ବ୍ରିଟିଶ -ପର୍ତ୍ତୁଗାଲ
(iii) ପର୍ତ୍ତୁଗାଲ-ସ୍ପେନ୍
(iv) ଫରାସୀ-ଇଣ୍ଡିଆ
Answer:
(i) ବ୍ରିଟିଶ -ଫରାସୀ

Question 18.
ଭାରତରେ ଉପନିବେଶୀକରଣର ମୂଳଦୁଆ __________ ପକାଇଥିଲେ ।
(i) ଲର୍ଡ଼ କ୍ଲାଇବ
(ii) ଭାସ୍କୋଡ଼ାଗାମା
(iii) ଡୁପ୍ଲେକ୍ସ
(iv) ଲର୍ଡ଼ ମାକଲେ
Answer:
(ii) ଭାସ୍କୋଡ଼ାଗାମା

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 19.
ଫରାସୀମାନେ ଭାରତରେ ସେମାନଙ୍କର ପ୍ରଥମ ବାଣିଜ୍ୟ କେନ୍ଦ୍ର ____________ ରେ ପ୍ରତିଷ୍ଠା କରିଥିଲେ ।
(i) ଭାରୁ ଚ
(ii) କୋଚିନ
(iii) ସୁରତ
(iv) ମାଲାବାର
Answer:
(iii) ସୁରତ

Question 20.
ବିଭାଜନ ଓ ଶାସନ ନୀତିରେ _________ ମାନେ ଭାରତରେ ନିଜର ଫାଇଦା ହାସଲ କରିଥିଲେ ।
(i) ଫରାସୀ
(ii) ବ୍ରିଟିଶ
(iii) ପର୍ତ୍ତୁଗୀଜ
(iv) ସ୍ପେନୀୟ
Answer:
(ii) ବ୍ରିଟିଶ

Question 21.
ବର୍ତ୍ତମାନର କଲିକତାଠାରୁ ________ କିଲୋମିଟର ଦୂରସ୍ଥ ପଲାସୀଠାରେ ଏକ ଯୁଦ୍ଧ ସଙ୍ଗଠିତ ହୋଇଥିଲା ।
(i) ୧୪୦
(ii) ୧୩୦
(iii) ୧୫୦
(iv) ୧୬୦
Answer:
(iii) ୧୫୦

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 22.
‘ରାଜସ୍ଵତ୍ଵ ଲୋପ ନୀତି’ ପ୍ରଚଳନ ମୂଳରେ _________ କୁ ଅଗ୍ରାଧ୍ୟାକାର ପ୍ରଦାନ କରାଯାଇଥିଲା ।
(i) ଆର୍ଥିକ ଅଭିବୃଦ୍ଧି
(ii) ସାମାଜିକ ନ୍ୟାୟ
(iii) ସାମ୍ରାଜ୍ୟ ବିସ୍ତାର
(iv) ପାରମ୍ପରିକ ଶାସନ
Answer:
(iii) ସାମ୍ରାଜ୍ୟ ବିସ୍ତାର

Question 23.
ଲର୍ଡ଼ କ୍ଲାଇବ ___________ କୁ ‘ପୃଥ‌ିବୀର ସ୍ଵର୍ଗ’ ଭାବରେ ବର୍ଣ୍ଣନା କରିଥିଲେ ।
(i) ସୁର ତ
(ii) ବମ୍ବେ
(iii) ବଙ୍ଗଳା
(iv) କାଶ୍ମୀର
Answer:
(iii) ବଙ୍ଗଳା

Question 24.
ବ୍ରୁକସ୍ ଆଡାମସ୍ __________ ର ଏକ ଐତିହାସିକ ଓ ରାଜନୀତି ବିଶାରଦ ଥିଲେ ।
(i) ଇଂଲଣ୍ଡ
(ii) ଆମେରିକା
(iii) ଫ୍ରାନ୍ସ
(iv) ଇଟାଲୀ
Answer:
(ii) ଆମେରିକା

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 25.
ଆନନ୍ଦମଠ ଉପନ୍ୟାସ _____________ ମସିହାରେ ରଚନା କରାଯାଇଥିଲା ।
(i) ୧୮୮୦
(ii) ୧୮୮୧
(iii) ୧୮୮୨
(iv) ୧୮୮୩
Answer:
(iii) ୧୮୮୨

Question 26.
ବ୍ରିଟିଶମାନେ ଜନଜାତିର ଲୋକମାନଙ୍କୁ _________ ଭାବରେ ବର୍ଣ୍ଣନା କରିଥିଲେ ।
(i) ଅନ୍ତେବାସୀ
(ii) ପୂର୍ବପୁରୁଷ
(iii) ପୂର୍ବଜ
(iv) ଆଦିମ
Answer:
(iv) ଆଦିମ

Question 27.
ସୁରେନ୍ଦ୍ର ସାଏଙ୍କ ନେତୃତ୍ଵରେ ଜନଜାତିର ଲୋକମାନେ ଇଂରେଜମାନଙ୍କ ବିରୋଧରେ _____________ ଯୁଦ୍ଧ ଅନେକ ଦିନ ଯାଏଁ ଚାଲୁରଖୁଥିଲେ ।
(i) ଗରିଲା
(ii) ପ୍ରଚ୍ଛନ୍ନ
(iii) ରଇଂ
(iv) ଅସ୍ତ୍ରଶସ୍ତ୍ର
Answer:
(i) ଗରିଲା

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 28.
‘ପାପଡ଼ାହାଣ୍ଡି ଗୁଳିକାଣ୍ଡ’ରେ ‘ ______________ ଜଣେ ପୁଲିସ ଗୁଳିରେ ଟଳିପଡ଼ିଥିଲେ ।
(i) ୧୦
(ii) ୧୧
(iii) ୧୨
(iv) ୧୩
Answer:
(ii) ୧୧

Question 29.
ଖୋର୍ଦ୍ଧା ରାଜ୍ୟ ଇଂରେଜ ଅଧୀନରେ ରହିଲାପରେ _______________ ଏହାର ସର୍ବେସର୍ବା ହୋଇଥିଲେ ।
(i) କ୍ୟାପ୍‌ଟେନ୍ ହିକ୍
(ii) କର୍ଣ୍ଣେଲେ ହାଇକୋର୍ଟ
(iii) ଫ୍ଲେଚର
(iv) ଫ୍ଲେମିଙ୍ଗ୍
Answer:
(iii) ଫ୍ଲେଚର

Question 30.
ବକ୍ସି ଜଗବନ୍ଧୁ ___________ ରାଜାଙ୍କର ପ୍ରଧାନ ସେନାପତି ଥିଲେ ।
(i) ଘୁମୁସୁର
(ii) ବଣାଇ
(iii) ଖୋର୍ଦ୍ଧା
(iv) ନେପାଳ
Answer:
(iii) ଖୋର୍ଦ୍ଧା

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

ଠିକ୍ ଉକ୍ତି ପାଖରେ ଠିକ୍ (✓) ଚିହ୍ନ ଓ ଭୁଲ୍ ଭକ୍ତ ପାଖରେ ଭୁଲ୍ (✗) ଚିହ୍ନ ଦିଅ ।

Question 1.
ବ୍ରିଟିଶମାନେ ଆମ ଦେଶକୁ ଆଧୁନିକ ଶିଳ୍ପ ସ୍ଥାପନ କରିବାପାଇଁ ଆସିଥିଲେ ।
Answer:
✗

Question 2.
ପଲାସୀ ଯୁଦ୍ଧରେ ଭାରତରେ ବ୍ରିଟିଶ ଶାସନର ମୁଳଦୁଆ ପଡ଼ିଥିଲା ।
Answer:
✓

Question 3.
ରାଣୀ ଲକ୍ଷ୍ମୀବାଈ ଇଂରେଜମାନଙ୍କର ରାଜସ୍ଵତ୍ୱଲୋପନୀତିକୁ ସମର୍ଥନ କରିଥିଲେ ।
Answer:
✗

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 4.
ଭାରତୀୟ କୃଷକମାନଙ୍କର ମଙ୍ଗଳ ପାଇଁ ଇଂରେଜମାନେ ରେଳପଥ ପ୍ରଚଳନ କରିଥିଲେ ।
Answer:
✗

Question 5.
ଭାସ୍କୋଡ଼ାଗାମା ୟୁରୋପୀୟମାନଙ୍କର ଆଖୁ ଖୋଲିଦେଇଥିଲେ ।
Answer:
✓

ସ୍ତମ୍ଭ ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବାହାଦୁର ଶାହା ଜାଫର ଝାନ୍ସୀ ବିଦ୍ରୋହ
ରାଜସ୍ଵତ୍ଵ ଲୋପନୀତି ୱେଲ୍ ସେଲି
ରାଣୀ ଲକ୍ଷ୍ମୀବାଈ ଶେଷ ମୋଗଲ ସମ୍ରାଟ
ଭାସ୍କୋଡ଼ାଗାମା ଡେଲହାଉସୀ
ସାମନ୍ତସନ୍ଧି ଜଳପଥ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବାହାଦୁର ଶାହା ଜାଫର ଶେଷ ମୋଗଲ ସମ୍ରାଟ
ରାଜସ୍ଵତ୍ଵ ଲୋପନୀତି ଡେଲହାଉସୀ
ରାଣୀ ଲକ୍ଷ୍ମୀବାଈ ଝାନ୍ସୀ ବିଦ୍ରୋହ
ଭାସ୍କୋଡ଼ାଗାମା ଜଳପଥ
ସାମନ୍ତସନ୍ଧି ୱେଲ୍ ସେଲି

 

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଲକ୍ଷ୍ମଣ ନାୟକ ନବରଙ୍ଗପୁର
ରନାକର ନାୟକ ମୟୂରଭଞ୍ଜ
ମାଧୋ ସିଂ କୋରାପୁଟ
ସୋନୁ ମାଝୀ କେଉଁଝର
ଦୟାନିଧ୍ଵ ଧାରୁଆ ସମ୍ବଲପୁର

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଲକ୍ଷ୍ମଣ ନାୟକ କୋରାପୁଟ
ରନାକର ନାୟକ କେଉଁଝର
ମାଧୋ ସିଂ ସମ୍ବଲପୁର
ସୋନୁ ମାଝୀ ମୟୂର ଭଞ୍ଜ
ଦୟାନିଧ୍ଵ ଧାରୁଆ ନବରଙ୍ଗପୁର

 

Question 3.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଆଙ୍ଗସ୍ ମ୍ୟାଡିସନ ଐତିହାସିକ
ଭାସ୍କୋଡ଼ାଗାମା ସେନାପତି
ମିଜାଫର ରାଜନେତା
ବ୍ରୁକ୍‌ ଆଡ଼ାମସ୍ ଅର୍ଥନୀତିଜ୍ଞ
ଦାଦାଭାଇ ନାରୋଜୀ ଆବିଷ୍କାରକ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଆଙ୍ଗସ୍ ମ୍ୟାଡିସନ ଅର୍ଥନୀତିଜ୍ଞ
ଭାସ୍କୋଡ଼ାଗାମା ଆବିଷ୍କାରକ
ମିଜାଫର ସେନାପତି
ବ୍ରୁକ୍‌ ଆଡ଼ାମସ୍ ଐତିହାସିକ
ଦାଦାଭାଇ ନାରୋଜୀ ରାଜନେତା

 

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 4.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
୧୭୫୭ ମସିହା କୋଲାଚେଲ ଯୁଦ୍ଧ
୧୭୭୪ ମସିହା ଭାରତର ଇଷ୍ଟଇଣ୍ଡିଆ କମ୍ପାନୀ ଶାସନ ଶେଷ
୧୭୪୧ ମସିହା ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ
୧୮୫୭ ମସିହା ପଲାସୀ ଯୁଦ୍ଧ
୧୮୫୮ ମସିହା ସିପାହୀ ବିଦ୍ରୋହ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
୧୭୫୭ ମସିହା ପଲାସୀ ଯୁଦ୍ଧ
୧୭୭୪ ମସିହା ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ
୧୭୪୧ ମସିହା କୋଲାଚେଲ ଯୁଦ୍ଧ
୧୮୫୭ ମସିହା ସିପାହୀ ବିଦ୍ରୋହ
୧୮୫୮ ମସିହା ଭାରତର ଇଷ୍ଟଇଣ୍ଡିଆ କମ୍ପାନୀ

 

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ବ୍ରିଟିଶ ଇଷ୍ଟଇଣ୍ଡିଆ କମ୍ପାନୀ କେବେ ଓ କେଉଁଠାରେ ବାଣିଜ୍ୟ କୋଠିମାନ ନିର୍ମାଣ କରିଥିଲା ?
Answer:

  1. ୧୬୧୨ ମସିହାରୁ ୧୬୯୦ ମସିହା ପର୍ଯ୍ୟନ୍ତ ଇଷ୍ଟଇଣ୍ଡିଆ କମ୍ପାନୀର ନିର୍ମାଣ କାର୍ଯ୍ୟ ଚାଲୁରହିଥିଲା ।
  2. ଏହା ସୁରଟ, ମାଡ୍ରାସ, ବମ୍ବେ ଓ କଲିକତାରେ ବାଣିଜ୍ୟକୋଠିମାନ ନିର୍ମାଣ କରିଥିଲା ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 2.
ଗୋଆକୁ ପର୍ତ୍ତୁଗୀଜମାନେ କେବେ ଆସିଥିଲେ ଓ ସେଠାରେ ସେମାନେ କ’ଣ କରିଥିଲେ ?
Answer:

  1. ଗୋଆକୁ ପର୍ତ୍ତୁଗୀଜମାନେ ୧୫୧୦ ମସିହାରେ ଆସିଥିଲେ ।
  2. ସେଠାରେ ସେମାନେ ରାଜଧାନୀ ସ୍ଥାପନ କରି ଉପନିବେଶ ଗଠନ ଆରମ୍ଭ କରିଥିଲେ |

Question 3.
ଡମାନେ କେବେ ଭାରତରେ ପଦାର୍ପଣ କରିଥିଲେ ? ସେମାନେ ମୁଖ୍ୟତଃ କେଉଁ ଅଞ୍ଚଳରେ ବାଣିଜ୍ୟ କରୁଥିଲେ ?
Answer:

  1. ସପ୍ତଦଶ ଶତାବ୍ଦୀର ପ୍ରାରମ୍ଭରେ ଡମାନେ ଭାରତରେ ପଦାର୍ପଣ କରିଥିଲେ ।
  2. ସେମାନେ ମୁଖ୍ୟତଃ ପଶ୍ଚିମ ଉପକୂଳସ୍ଥ ସୁରତ, ଭାରୁଚ, କୋଚିନ ଓ ପୂର୍ବ ଉପକୂଳସ୍ଥ ନାଗାପଟ୍ଟନମ୍ ଓ ମାସୁଲପଟ୍ଟନମ୍ ଅଞ୍ଚଳରେ ବାଣିଜ୍ୟ କାରବାର ଆରମ୍ଭ କରିଥିଲେ ।

Question 4.
ଫରାସୀମାନେ କେବେ କେଉଁଠାରେ ସେମାନଙ୍କର ପ୍ରଥମ ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ ?
Answer:

  1. ଫରାସୀମାନେ ୧୬୬୮ ମସିହାରେ ଭାରତରେ ପ୍ରବେଶ କରିଥିଲେ ।
  2. ପ୍ରଥମେ ସେମାନେ ସୁରତଠାରେ ତାଙ୍କର ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 5.
ପଲାସୀ ଯୁଦ୍ଧ କେବେ ହୋଇଥିଲା ? ଏଥିରେ କାହାର ବିଶ୍ଵାସଘାତକତା ଯୋଗୁଁ ବଙ୍ଗଳା ଇଂରେଜ ଶାସନାଧୀନ ହୋଇଥିଲା ।
Answer:

  1. ପଲାସୀ ଯୁଦ୍ଧ ୧୭୫୭ ମସିହାରେ ଅନୁଷ୍ଠିତ ହୋଇଥିଲା ।
  2. ଏଥୁରେ ମିରଜାଫର୍‌ଙ୍କ ବିଶ୍ୱାସଘାତକତା ପାଇଁ ବଙ୍ଗଳା ଇଂରେଜ ଶାସନାଧୀନ ହୋଇଥିଲା ।

Question 6.
ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ଭାରତ କେଉଁସବୁ ଦ୍ରବ୍ୟ ଉତ୍ପାଦନ କରାଯାଇ ପୃଥ‌ିବୀର ବିଭିନ୍ନ ସ୍ଥାନକୁ ପଠାଯାଉଥିଲା ?
Answer:

  1. ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ଭାରତରେ ମୁଖ୍ୟତଃ ସୂତା, ଶିକ, ଉଲ୍, ଝୋଟ ଓ କତା ପ୍ରସ୍ତୁତ ଦ୍ରବ୍ୟମାନ ଉତ୍ପାଦିତ ହେଉଥିଲା ।
  2. ସୃଦ୍ଧ ଓ ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ଭାରତୀୟ ସୂତାବୁଣା ଲୁଗାର ବେଶ୍ ଚାହିଦାଥ୍‌ଲା ଓ ଏହାକୁ ବିଦେଶକୁ ପଠାଯାଉଥିଲା ।

Question 7.
ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ କିଏ ? ସେ କେଉଁ କାର୍ଯ୍ୟ ପାଇଁ ଲୋକଲୋଚନକୁ ଆସିପାରିଥିଲେ ?
Answer:

  1. ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ବଙ୍ଗଳାର ଜଣେ ପ୍ରସିଦ୍ଧ ଲେଖକ ।
  2. ସେ ‘ଆନନ୍ଦ ମଠ’ ଉପନ୍ୟାସ ଲେଖୁବା ସହିତ ସେଥ‌ିରେ ‘ବନ୍ଦେ ମାତରମ୍’ ସଙ୍ଗୀତ ଲେଖୁ ଲୋକଲୋଚନକୁ ଆସିପାରିଥିଲେ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 8.
କୋରାପୁଟ ‘ପାପଡ଼ାହାଣ୍ଡି’କୁ ଇତିହାସରେ ସ୍ଥାନ ଦିଆଯାଇଛି କାହିଁକି ?
Answer:

  1. ‘ପାପଡ଼ାହାଣ୍ଡି’ କୋରାପୁଟ ଜନଜାତିଙ୍କରର ତ୍ୟାଗ ଓ ବୀରତ୍ଵର କାହାଣୀର ଗାଥା ପାଇଁ ଇତିହାସରେ ସ୍ଥାନ ପାଇଅଛି ।
  2. ଏଠାରେ ୧୯୪୨ ଅଗଷ୍ଟ ୨୪ରେ ହୋଇଥ‌ିବା ଗୁଳିକାଣ୍ଡରେ ୧୧ଜଣ ମୃତ୍ୟୁବରଣ କରିଥିଲେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଓଡ଼ିଶାର ପାଇକ ସଂଗ୍ରାମକୁ ଭାରତୀୟ ସ୍ଵାଧୀନତା ସଂଗ୍ରାମର ପ୍ରଥମ ବିଦ୍ରୋହ ବୋଲି ତୁମେ ଯଦି ମନେକରୁଥାଅ, ତେବେ ଏହା ସପକ୍ଷରେ ତୁମେ ତିନିଗୋଟି ଯୁକ୍ତି ଉପସ୍ଥାପନ କର ।
Answer:
(i) ଭାରତରେ ସ୍ଵାଧୀନତା ସଂଗ୍ରାମ ପୂର୍ବରୁ ଓଡ଼ିଶାରେ ପାଇକମାନେ ପୂର୍ବଭାରତ ଇଷ୍ଟଇଣ୍ଡିଆ କମ୍ପାନୀର ଅତ୍ୟାଚାରୀ ଶାସନ ବିରୋଧରେ ଏକ ସୁସଙ୍ଗଠିତ ସଂଘର୍ଷ କରିଥିଲେ ।

(ii) ୧୮୦୪ ଖ୍ରୀଷ୍ଟାବ୍ଦରେ ଇଂରେଜ ସେନାପତି ‘କ୍ୟାପଟେନ୍ ହିକ୍‌ଣ୍ଡ ଓ ଖୋର୍ଦ୍ଧାର ପାଇକମାନଙ୍କ ମଧ୍ୟରେ ତିନି ସପ୍ତାହ ଧରି ଯୁଦ୍ଧପରେ ସେମାନେ ବରୁଣେଇ ଦୁର୍ଗ ଅଧୁକାର କରିଥିଲେ ।

(iii) ଇଂରେଜମାନେ ପାଇକନେତା ଜୟୀ ରାଜଗୁରୁଙ୍କୁ ନିଷ୍ପରଭାବେ ଏକ ବରଗଛ ଡାଳରେ ସର୍ବସାଧାରଣରେ ଫାଶୀ ଦେବାପରେ ପାଇକମାନଙ୍କ ଭିତରେ ପ୍ରତିଶୋଧର ବହ୍ନି ପ୍ରଜ୍ଵଳିତ ହେବାକୁ ଲାଗିଥିଲା । ଫଳରେ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ପାଇକ ବିଦ୍ରୋହ ସଂଗଠିତ ହୋଇଥିଲା । ଏହାଥିଲା ନିଜ ଭୂମିର ସ୍ଵାଧୀନତା ରକ୍ଷା ପାଇଁ ପ୍ରଥମ ଇଂରେଜ ବିରୋଧୀ ସଂଗ୍ରାମ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 2.
ରାଣୀ ଲକ୍ଷ୍ମୀବାଈଙ୍କୁ ତୁମ୍ଭେମାନେ ମନେ ରଖିବା ଉଚିତ ନା ଅନୁଚିତ ହେବ । ଯଦି ହିଁ ତାହାହେଲେ ତାଙ୍କର କେଉଁ କାର୍ଯ୍ୟଗୁଡ଼ିକ ତୁମର ମନରେ ଗଭୀର ରେଖାପାତ କରିଛି ଲେଖ ।
Answer:
(i) ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ନିଜ ରାଜ୍ୟକୁ ବ୍ରିଟିଶ କବଳରୁ ରକ୍ଷା କରିବାପାଇଁ ଅତି ସାହସର ସହିତ ଯୁଦ୍ଧ କରିଥିଲେ ଯାହା ଅବିସ୍ମରଣୀୟ ।

(ii) ନାନା ସାହେବଙ୍କ ସାମରିକ ପରାମର୍ଶଦାତା ତାନ୍ତିଆ ତୋପେଙ୍କ ସହାୟତାରେ ରାଣୀ ଲକ୍ଷ୍ମୀବାଈ ବ୍ରିଟିଶମାନଙ୍କ ଝାନ୍ସୀ ଘେରାବନ୍ଦୀରୁ ଖସିଯିବାକୁ ସକ୍ଷମ ହେବା ସଙ୍ଗେ ସଙ୍ଗେ ଗ୍ବାଲିୟର ‘ଦୁର୍ଗକୁ ଜୟ କରିଥିଲେ ଏବଂ ରାଜକୋଷ ଓ ଅସ୍ତ୍ରାଗାରକୁ ନିଜ ଅକ୍ତିଆରକୁ ନେଇ ପାରିଥିଲେ ।

(iii) ଇଂରେଜମାନେ ତାଙ୍କୁ ୧୮୫୮ ମସିହା ଜୁନ୍ ୧୮ ତାରିଖରେ ଯୁଦ୍ଧ କ୍ଷେତ୍ରରେ ହତ୍ୟା କରିଥିଲେ । ତାଙ୍କର ଅସାଧାରଣ ବୀରତ୍ଵ ଓ ଦେଶଭକ୍ତି ପାଇଁ ଆମେ ତାଙ୍କୁ ଚିରକାଳ ପାଇଁ ମନେ ରଖୁଛୁ ।

Question 3.
ଫରାସୀ ଶାସକ ଡୁପ୍ଲେକ୍ସଙ୍କର ଉପନିବେଶବାଦୀ ରଣକୌଶଳ ସମ୍ପର୍କରେ ସୂଚନା ପ୍ରଦାନ କର ।
Answer:

(i) ୧୭୪୨ ରୁ ୧୭୫୪ ମସିହା ପର୍ଯ୍ୟନ୍ତ ଡୁପ୍ଲେକ୍ସ ଫରାସୀ ଭାରତର ଗଭର୍ଣ୍ଣର ଜେନେରାଲ ଭାବରେ କାର୍ଯ୍ୟକରି ତାଙ୍କର ଉପନିବେଶବାଦୀ ରଣକୌଶଳର ଚମତ୍କାରିତା ପ୍ରଦର୍ଶନ କରିଥିଲେ ।

(ii) ବିଶେଷକରି ସେ ଭାରତୀୟ ସୈନ୍ୟମାନଙ୍କୁ ୟୁରୋପୀୟ ସାମରିକ ଢାଞ୍ଚାରେ ତାଲିମ ପ୍ରଦାନ କରିବା ଫଳରେ, ସିପାହୀ ନାମରେ ଜଣାଶୁଣା ଶୃଙ୍ଖଳିତ ପାଦାତିକ ସୈନ୍ୟମାନେ ସୃଷ୍ଟି ହୋଇପାରିଥିଲେ ।

(iii) ସ୍ଥାନୀୟ ଉତ୍ତରାଧିକାର ବିବାଦରେ ହସ୍ତକ୍ଷେପ ଦ୍ଵାରା ନିଯୁକ୍ତ ହୋଇଥ‌ିବା ନିୟନ୍ତ୍ରଣାଧୀନ ଶାସକମାନଙ୍କ ଜରିଆରେ ସେ ଏକ ପରୋକ୍ଷ ଶାସନ ନୀତି ପ୍ରୟୋଗ କରିଥିଲେ ।

Question 4.
ଶସ୍ତାରେ ଗୋଟିଏ ସାମ୍ରାଜ୍ୟଲାଭ କହିଲାବେଳେ ‘ସାମନ୍ତ ସନ୍ଧି’ କଥା ମନକୁ ଆସେ କାହିଁକି ?
Answer:
(i) ‘ସାମନ୍ତ ସନ୍ଧି’ ବ୍ରିଟିଶରମାନଙ୍କର ଏକ କପଟ ଉପାୟ ଥିଲା ଯେଉଁଥିରେ ଶସ୍ତାରେ ଗୋଟିଏ ସାମ୍ରାଜ୍ୟ ଲାଭ କରାଯାଇପାରୁଥିଲା ।

(ii) ଯେଉଁମାନେ ଏହି ସନ୍ଧିରେ ସ୍ଵାକ୍ଷର କରିବେ ତାଙ୍କ ରାଜ୍ୟରେ ଜଣେ ବ୍ରିଟିଶ ପ୍ରତିନିଧ୍ଵ ସୈନ୍ୟବାହିନୀ ନେଇ ଆଭ୍ୟନ୍ତରୀଣ ଓ ବାହ୍ୟ ବିପଦ ସମୟରେ ରାଜାଙ୍କୁ ସାହାଯ୍ୟ କରିବେ । ସୈନ୍ୟବାହିନୀର ସମସ୍ତ ଖର୍ଚ୍ଚ ରାଜା ବହନ କରିବେ । ଯଦି ରାଜା ଖର୍ଚ୍ଚ ତୁଲାଇ ନ ପାରିବେ ତେବେ ନିଜ ରାଜ୍ୟରୁ କିଛି ଅଂଶ ଇଂରେଜମାନଙ୍କୁ ପ୍ରଦାନ କରିବେ ।

(iii) ହାଇଦ୍ରାବାଦର ଶାସକ (ନିଜାମ) ପ୍ରଥମେ ୧୭୯୮ରେ ଏହି ସନ୍ଧିକୁ ଗ୍ରହଣ କରିଥିଲେ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 5.
ଇଂରେଜମାନେ ଭାରତୀୟ ଶିକ୍ଷାର ରୂପାନ୍ତରୀକରଣ କିପରି କରିଥିଲେ ?
Answer:
(i) ଶିକ୍ଷାକୁ ଏକ ବଳିଷ୍ଠ ମାଧ୍ୟମ ରୂପେ ବ୍ୟବହାର କରି ଇଂରେଜ ସରକାର ଭାରତୀୟମାନଙ୍କ ମଧ୍ୟରେ ଏକ ସ୍ଵତନ୍ତ୍ର ଶ୍ରେଣୀ ସୃଷ୍ଟିକରି ନିଜ ସ୍ଵାର୍ଥପୂରଣ କରିବାରେ ଲାଗିପଡ଼ିଥିଲେ ।

(ii) ନୂତନ ଶିକ୍ଷାନୀତିରେ ଭାରତୀୟ ସମାଜକୁ ଦୁଇ ଭାଗରେ ବିଭାଜିତ କରାଗଲା, ଯଥା- ଇଂରାଜୀ
ପାଠୁଆ ଉଚ୍ଚପଦାଧ୍ୟାକାରୀ ଓ ସାଧାରଣ ଜନତା । ଫଳରେ ଭାରତୀୟମାନଙ୍କ ମଧ୍ୟରୁ କେତେ ଜଣଙ୍କୁ କିରାଣୀ ଓ କ୍ଷୁଦ୍ର କର୍ମଚାରୀ ଭାବରେ ସୃଷ୍ଟି କରାଯାଇଥିଲା । ପାରମ୍ପରିକ ଶିକ୍ଷାରୁ ଭାରତୀୟମାନଙ୍କୁ ଦୂରେଇ ରଖାଯାଇଥିଲା ।

(iii) ଇଂରେଜମାନଙ୍କ ଭାଷାରେ ‘ଭାରତୀୟଙ୍କ ମଧ୍ୟରେ ଏପରି ଏକ ଶ୍ରେଣୀ ସୃଷ୍ଟି କରାଯିବ ଯିଏ ରକ୍ତ ରଙ୍ଗରେ ଭାରତୀୟ ହୋଇଥ‌ିବେ, କିନ୍ତୁ ଜ୍ଞାନ, ମତାମତ, ନୈତିକତା ଓ ଗ୍ରହଣୀୟତାରେ ଇଂରେଜ ପରି ହୋଇଥ‌ିବେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଆର୍ଥିକ ଶୋଷଣ ବିରୋଧରେ କୃଷକମାନଙ୍କ ସଂଗ୍ରାମ ମଧ୍ୟରୁ ‘ନୀଳଚାଷ ବିଦ୍ରୋହ’ କାହିଁକି ଅନ୍ୟତମ ଥିଲା ?
Answer:
(i) ନୀଳଚାଷ ବିଦ୍ରୋହ ବା ଇଣ୍ଡିଗୋ ବିଦ୍ରୋହ ୧୮୫୯ରୁ ୧୮୬୨ ମସିହା ପର୍ଯ୍ୟନ୍ତ ଚାଷୀମାନଙ୍କୁ କରାଯାଇଥିବା ଶୋଷଣ ବିରୋଧରେ ସଂଘଟିତ ହୋଇଥିଲା । ୟୁରୋପୀୟ ବଗିଚାର ମାଲିକମାନେ ବଙ୍ଗର ଉତ୍ତର ଭାଗରେ ଚାଷୀମାନଙ୍କୁ ଖାଦ୍ୟଶସ୍ୟ ଚାଷ ପରିତ୍ୟାଗ କରି ଲାଭଜନକ ନୀଳ ଚାଷ କରିବାକୁ ବାଧ୍ୟ କରିଥିଲେ, କାରଣ ସେତେବେଳେ ୟୁରୋପରେ ନୀଳ ରଙ୍ଗର ବହୁତ ଚାହିଦା ଥିଲା ।

(ii) ଚାଷୀଠୁ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଚୁର ଲାଭ ପାଉଥିଲେ । କିନ୍ତୁ କୃଷକମାନେ ଏଥୁରୁ ବାଦ୍ ପଡ଼ିଥିଲେ ।

(iii) କେବଳ କିଛି ଅର୍ଥ ରୋଜଗାର କରୁ କରୁ ଋଣଯନ୍ତାରେ ସେମାନେ ଫସିଗଲେ, ଯେତେବେଳେ ସେମାନେ ନୀଳଚାଷ କରିବାକୁ ମନା କଲେ, ସେତେବେଳେ ସେମାନେ ଇଂରେଜମାନଙ୍କଦ୍ଵାରା ଜେଲଦଣ୍ଡ, ନିର୍ଯାତନା ଭୋଗିବା ସହ ନିଜ ଗୃହ ବାଡ଼ି ହରାଇଥିଲେ ।

(iv) ସେମାନଙ୍କ ସଂଗ୍ରାମ ମୁଖ୍ୟତଃ ବଗିଚା ମାଲିକଙ୍କ ବିରୋଧରେ ଥୁଲା, ମାଲିକମାନେ ସଂଗ୍ରାମକୁ ଦବାଇ ଦେବାକୁ ଚେଷ୍ଟା କରିଥିଲେ ।

(v) କୃଷକମାନଙ୍କ ଉପରେ ଆକ୍ରମଣ କରିବାପାଇଁ ଭଡ଼ାଟିଆ ସୈନିକମାନଙ୍କୁ ନିଯୁକ୍ତି ଦେଇ ପ୍ରତିଶୋଧ ନେଉଥ‌ିଲେ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 2.
ସିପାହୀ ବିଦ୍ରୋହ କେଉଁସବୁ କାରଣକୁ ନେଇ ସଙ୍ଗଠିତ ହୋଇଥିଲା ? ଏହାପରେ ଭାରତୀୟ ଶାସନ ବ୍ୟବସ୍ଥାରେ କ’ଣ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା ?
Answer:
(i) ଇଂରେଜ ସରକାରଙ୍କ ‘ରାଜସ୍ଵତ୍ଵ ଲୋପ ନୀତି’ ଭାରତୀୟ ସମାଜର ବିଭିନ୍ନ ବର୍ଗ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା ସହିତ ସିପାହୀ ବିଦ୍ରୋହର ସୂତ୍ରପାତ କରିଥିଲା । ଏହା ଥିଲା ସିପାହୀ ବିଦ୍ରୋହର ରାଜନୈତିକ କାରଣ ।

(ii) ଅର୍ଥନୈତିକ ଶୋଷଣ ବିଦ୍ରୋର ଅନ୍ୟ ଏକ କାରଣ ଥିଲା । ଇଂରେଜମାନେ ବିଭିନ୍ନ ଆଳରେ କୃଷକମାନଙ୍କଠାରୁ ଅନ୍ୟାୟ ଭାବରେ ଅନେକ କର ଆଦାୟ କରି ସେମାନଙ୍କର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା । ଆମର ପାରମ୍ପରିକ ବୟନ ଶିଳ୍ପକୁ ସମ୍ପୂର୍ଣ୍ଣରୂପେ ବନ୍ଦ କରିଦେବା ଫଳରେ ଅନେକ ଲୋକ ସେମାନଙ୍କର ଜୀବିକା ହରାଇଥିଲେ । ପ୍ରତିହିଂସାର ବହ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ଜ୍ୱଳିତ ହେବାରେ ଲାଗିଥିଲା ।

(iii) ସାମାଜିକ ଓ ଧାର୍ମିକ କାରଣ ମଧ୍ଯ ବିଦ୍ରୋହର ସୂତ୍ରପାତ ନିମନ୍ତେ ଦାୟୀ ଥିଲା । ଭାରତର ସାମାଜିକ ପରମ୍ପରାକୁ ଜାଣିଶୁଣି ଭାଙ୍ଗି ଦିଆଯାଇଥିଲା । ସାଧାରଣ ଜନତାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଖ୍ରୀଷ୍ଟଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଉଥିଲା । ଏହା ଫଳରେ କୃଷକ ଓ କାରିଗରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

(iv) ସାମାରିକ କାରଣ ମଧ୍ୟରେ ଥିଲା ରୟାଲ ଏନ୍‌ଫଲ୍‌ ବନ୍ଧୁକର ଗୁଳିରେ ଥ‌ିବା ଘୁଷୁରି ଓ ଗୋରୁମାନଙ୍କର ଚର୍ବିର ବ୍ୟବହାର, ଯାହା ଉଭୟ ହିନ୍ଦୁ ଓ ମୁସଲମାନମାନଙ୍କ ଧର୍ମରେ କୁଠାରଘାତ ହେଲାଭଳି ମନେ ହେଲା । ସେମାନଙ୍କ ମଧ୍ୟରେ ଧର୍ମ ନଷ୍ଟ ହେବାର ଆଶଙ୍କା ଜନ୍ମିଥିଲା ।

(v) ଉପରୋକ୍ତ କାରଣମାନଙ୍କୁ ନେଇ ୧୮୫୭ ମସିହାରେ ସିପାହୀ ବିଦ୍ରୋହ ଚରମ ସୀମାରେ ପହଞ୍ଚି ଯାଇଥିଲା । ଏହାପରେ ଭାରତୀୟ ଶାସନ ବ୍ୟବସ୍ଥା କମ୍ପାନୀ ହାତରୁ ବ୍ରିଟେନର ରାଣୀଙ୍କ ହାତକୁ ଚାଲିଯାଇଥିଲା । ମହାରାଣୀ ଭିକ୍ଟୋରିଆ ଭାରତ ଶାସନର ସର୍ବେସର୍ବା ହେଲେ ।

Question 3.
ମଧ୍ୟଯୁଗୀୟ ଓଡ଼ିଶାରେ ପାଇକମାନେ କିପରି ସ୍ଵତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ ତାହାର ଏକ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:
(i) ମଧ୍ୟଯୁଗୀୟ ଓଡ଼ିଶାରେ ପାଇକ ନାମରେ ଏକ କୃଷକ ସୈନିକ ଶ୍ରେଣୀ’ ରାଜାଙ୍କ ଶକ୍ତିବୃଦ୍ଧିରେ ସାହାଯ୍ୟ କରୁଥିଲେ ।

(ii) ରାଜା ବା ସାମନ୍ତଙ୍କ ଅଧୀନରେ ନିଷ୍କର ଜମି ବା ଜାଗିରୀ ଲାଭ କରି କୃଷିକାର୍ଯ୍ୟ ସହିତ ଯୁଦ୍ଧବେଳେ ଦକ୍ଷ ସୈନିକ ଭାବେ ଯୁଦ୍ଧକ୍ଷେତ୍ରରେ ନିଜ ପରାକ୍ରମ ପାଇଁ ସେମାନେ ପ୍ରସିଦ୍ଧି ଲାଭ କରିଥିଲେ ।

(iii) ଢାଲ ଧନୁଶର, ଖଣ୍ଡା, ପରେ ବନ୍ଧୁକ ଚାଳନାରେ ସେମାନେ ଦକ୍ଷ ଥିଲେ । ସେମାନଙ୍କ ଶରୀର ତେଲ ଓ ହଳଦୀ ରଞ୍ଜିତ, ବ୍ୟାଘ୍ରଚର୍ମ ପରିହିତ ବିଶାଳ ବପୁ, କପାଳରେ ସିନ୍ଦୂର ଟୋପା, ମସ୍ତକରେ ପଗଡ଼ି ଯୋଗୁଁ ଯୁଦ୍ଧଭୂମିରେ ଶତ୍ରୁସୈନିକ ଭିତରେ ଭୟ ସଞ୍ଚାର କରୁଥିଲା ।

(iv) ପାଇକମାନଙ୍କ ନେତା ଦଳାଇ, ଦଳବେହେରା ଓ ପାଇକରାୟ ଉପାଧ୍ ଧାରଣ କରୁଥିଲେ ।

(v) ସେମାନଙ୍କ ସର୍ବୋଚ୍ଚ ନେତାଙ୍କୁ ପ୍ରଧାନ ସେନାପତି ବା ବକ୍ସି କୁହାଯାଉଥିଲା । ବକ୍ସି ଜଗବନ୍ଧୁ ଖୋର୍ଦ୍ଧା ରାଜାଙ୍କର ସେନାପତି ଥିଲେ । ଏହି ପଦବୀ ଥିଲା ବଂଶାନୁକ୍ରମିକ ।

Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ

Go through BSE Odisha Class 7 Science Notes Odia Medium and Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ to understand important concepts and topics more clearly.

7th Class Science Chapter 4 Notes Odia Medium

BSE Odisha Class 7 Science Chapter 4 Notes Odia Medium

ବିଷୟବସ୍ତୁ ସମ୍ଭନ୍ଧୀୟ ସୂଚନା ଓ ବିଶ୍ଳେଷଣ :

ଆମର ଦୈନନ୍ଦିନ କାମରେ ଲାଗୁଥିବା ବିଭିନ୍ନ ଲୁହା ଉପକରଣଗୁଡ଼ିକ ଲୁହାକାରିଗରମାନେ ତିଆରି କରିଥାନ୍ତି । ଆମର ବ୍ୟବହାରରେ ଲାଗୁଥିବା କଟୁରୀ, କୁରାଢ଼ି, ଦାଆ, ହାତୁଡ଼ି, ଶାବଳ, କୋଦାଳ, କୋଡ଼ି, ପନିକି ଓ କୋରଣା ଇତ୍ୟାଦି ଜିନିଷ ସେମାନେ ତିଆରି କରନ୍ତି ।

ଏଗୁଡ଼ିକ ମୁଖ୍ୟତଃ ଲୁହା ଧାତୁରୁ ତିଆରି ହୋଇଥାଏ । ଲୁହା ଖଣ୍ଡକୁ ଚୁଲ୍ଲାରେ ଗରମକରି ଏହା ଲାଲ୍ ରଙ୍ଗ ହୋଇଗଲେ, ଏକ ହାତୁଡ଼ିଦ୍ଵାରା ଏହାକୁ ପିଟି ବିଭିନ୍ନ ଆଳନ୍ଦିର କରାଯାଇଥାଏ ।

ପଦାର୍ଥଗୁଡ଼ିକର ଧର୍ମ :
ନମନୀୟତା (Malleability) :

କାର୍ଯ୍ୟ–୧ : ଅନୁସନ୍ଧାନ କରିବା

Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ 1

  • କିଛି ଅବ୍ୟବହୃତ ତମ୍ବା ଓ ଆଲୁମିନିୟମ ଖଣ୍ଡ, ଗୋଟିଏ ଲୁହାକଣ୍ଟା, ଖଣ୍ଡେ କୋଇଲା, ମଟର ଦାନା ପରି ଛୋଟ ଗନ୍ଧକ ଖଣ୍ଡ ଏବଂ କାଠ ଖଣ୍ଡଟିଏ ସଂଗ୍ରହ କରାଯାଉ ।
  • ନେଇଥ‌ିବା ପଦାର୍ଥଗୁଡ଼ିକ ପର୍ଯ୍ୟବେକ୍ଷଣ କର । ସେଗୁଡ଼ିକ ଚକ୍ରଚକ୍ କରୁଛି କି ? ସେଗୁଡ଼ିକ ଶକ୍ତ ନା ନରମ ?
  • ବର୍ତ୍ତମାନ ପ୍ରତ୍ୟେକ ପଦାର୍ଥକୁ ଗୋଟିଏ ପରେ ଗୋଟିଏ କରି ଯେ କୌଣସି ଏକ ଶକ୍ତ ଚଟାଣ ଉପରକୁ ନେଇ ହାତୁଡ଼ିରେ ପିଟାଯାଉ ।
  • ଅଧିକାଂଶ ଧାତୁ ଯଥା – ତମ୍ବା, ଲୁହା, ଏଲୁମିନିୟମ ଇତ୍ୟାଦି ନମନୀୟ ଅଟେ । ଏଗୁଡ଼ିକ ହାତୁଡ଼ିରେ ପିଟିଲେ ବା ଆଘାତ କଲେ ଏହା ପତଳା ଚଦରରେ ପରିଣତ ହୁଏ । ଧାତୁର ଏହି ଗୁଣକୁ ନମନୀୟତା କୁହାଯାଏ ।
  • ଅଧିକାଂଶ ଧାତୁ ନମନୀୟତା ଗୁଣ ପ୍ରଦର୍ଶନ କରନ୍ତି । ସୁନା ଓ ରୂପା ହେଉଛି ସବୁଠାରୁ ଅଧିକ ନମନୀୟ ଧାତୁ ।
  • କରିଥିବା ପର୍ଯ୍ୟବେକ୍ଷଣକୁ ସାରଣୀରେ ଲେଖାଯାଉ ।

Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ

ସାରଣୀ–୧ : ବିଭିନ୍ନ ବସ୍ତର ବାହ୍ୟରୂପ, କଠିନତା ଏବଂ ହାତୁଡ଼ିରେ ପିଟିବାର ପ୍ରଭାବ
Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ 2

ସାମଗ୍ରିକ ଅବଲୋକନ (Holistic Lens) :

ଭାରତ ସଭ୍ୟତାର ପ୍ରଗତି ଉପରେ ଲୁହାର ପ୍ରଭାବ
ଷଷ୍ଠ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ‘ସାମାଜିକ ବିଜ୍ଞାନ ଅଧ୍ୟୟନ : ଭାରତ ଓ ପୃଥ‌ିବୀ’ରେ, ତୁମେ ହରପ୍ପା ଅଧ୍ଵବାସୀମାନଙ୍କ ବିଷୟରେ ଜାଣିଛ । ସେମାନେ ତମ୍ବା ଏବଂ ସୁନା ଭଳି ଧାତୁର ବ୍ୟବହାର କିପରି କରିହେବ ତାହା ଜାଣିଥିଲେ । ସେମାନେ ଏହି ଧାତୁଗୁଡ଼ିକୁ ବାସନକୁସନଠାରୁ ଆରମ୍ଭ କରି ଅଳଙ୍କାର ପର୍ଯ୍ୟନ୍ତ ବିଭିନ୍ନ ଜିନିଷ ତିଆରି କରିବାରେ ବ୍ୟବହାର କରୁଥିଲେ । ତଥାପି ହରପ୍ପାମାନେ ଏକ ପ୍ରମୁଖ ଧାତୁ ଲୁହା ବ୍ୟବହାର କରୁଥୁବାର କୌଣସି ପ୍ରମାଣ ତୁମେ କ୍ଵଚିତ୍ ପାଇବ, ଯଦିଓ ଏବେ ଲୁହାର ବହୁଳ ବ୍ୟବହାର ଦେଖୁଛ । କାରଣ ଦୈନନ୍ଦିନ କାର୍ଯ୍ୟକଳାପରେ ଲୁହା ବ୍ୟବହାର ହେବା ପାଇଁ ବହୁତ ସମୟ ଲାଗିଲା ।

ତଥାପି, ପରବର୍ତ୍ତୀ ସମୟରେ ଲୁହାର ବହୁଳ ବ୍ୟବହାର ହେବା ପରେ, ଭାରତରେ ସଭ୍ୟତାର ପ୍ରଗତିରେ ଏହାର ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଥିଲା । ଉଦାହରଣ ସ୍ଵରୂପ ଲୁହା ଶକ୍ତ ହୋଇଥିବା ଯୋଗୁଁ, ଏଥିରୁ ତିଆରି ହଳ ଭଳି କୃଷି ଉପକରଣ ପୂର୍ବରୁ ବ୍ୟବହୃତ ଉପକରଣ ଅପେକ୍ଷା ବହୁତ ଉନ୍ନତ ଥିଲା ।

ସାଧାରଣତଃ ଏହା ବିବେଚନା କରାଯାଏ ଯେ ଲୁହା ତୁଳନାରେ ତମ୍ବା ପୂର୍ବରୁ ଆବିଷ୍କୃତ ହୋଇଥିଲା । ଲୁହା ପୂର୍ବରୁ ତମ୍ବା ଆବିଷ୍କାର ହେବାର ସମ୍ଭାବ୍ୟ କାରଣ କ’ଣ ହୋଇପାରେ ?
ଉ. ହରପ୍ପା ଅଧିବାସୀମାନେ ତମ୍ବା ଓ ସୁନାର ବ୍ୟବହାର ଜାଣିଥିଲେ । ବାସନକୁସନ ଓ ଅଳଙ୍କାର ତିଆରିରେ ତମ୍ବା ଓ ସୁନାକୁ ବ୍ୟବହାର କରୁଥିଲେ । ଲୁହାର ବ୍ୟବହାର ସଂପର୍କରେ କୌଣସି ପ୍ରମାଣ ମିଳେ ନାହିଁ ।

ସିଦ୍ଧାନ୍ତ :
ତମ୍ବା, ଲୁହା, ଆଳୁମିନିୟମ୍ ଆଦି ଧାତୁ ଉଜ୍ଜ୍ଵଳ ବା ଚକ୍ରଚକ୍ ଦେଖାଯା’ନ୍ତି । ଧାତୁଗୁଡ଼ିକର ଏହି ଉଜ୍ଜ୍ୱଳତା ଗୁଣକୁ ଧାତବ ଔଜଲ୍ୟ ବା ଧାତବ ଦୀପ୍ତି କହନ୍ତି । ତମ୍ବା, ଆଲୁମିନିୟମ ଓ ଲୁହା ଆଦି ଧାତୁ ଅଟନ୍ତି । କୋଇଲା, ଗନ୍ଧକ, କାଠର ଉଜ୍ଜ୍ଵଳତା ନାହିଁ ଏବଂ ଏଗୁଡ଼ିକ ଧାତୁ ପରି ଏତେ ଶକ୍ତ ନୁହଁନ୍ତି । ତେଣୁ ଏଗୁଡ଼ିକ ଅଧାତୁ ଅଟନ୍ତି ।

Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ

ସବୁ ଧାତୁ କଠିନ ଏବଂ ଶକ୍ତି ନୁହଁନ୍ତି । ପ୍ରକୃତରେ ସୋଡ଼ିୟମ୍ ଏବଂ ପୋଟାସିୟମ୍ ପରି କିଛି ଧାତୁ ଏତେ ନରମ ଯେ ସେମାନଙ୍କୁ ଛୁରୀ ସାହାଯ୍ୟରେ କାଟି ଖଣ୍ଡ ଖଣ୍ଡ କରିହେବ । ପାରଦ ହେଉଛି ଏକ ଧାତୁ ଯାହା ସାଧାରଣ ତାପମାତ୍ରାରେ ତରଳ ଅବସ୍ଥାରେ ମିଳିଥାଏ ।

ତମ୍ବା ଖଣ୍ଡ, ଆଲୁମିନିୟମ ଖଣ୍ଡ ଓ ଲୁହା କଣ୍ଟାକୁ ପିଟିବା ପରେ ସେଗୁଡ଼ିକ ଚେପ୍‌ଟା ହୋଇଗଲା । ଅନ୍ୟ ବସ୍ତଗୁଡ଼ିକର ଗୁଣ କିନ୍ତୁ ଭିନ୍ନ ଭିନ୍ନ ଥିଲା । ପଦାର୍ଥର ଯେଉଁ ଗୁଣ ଯୋଗୁଁ ଏହାକୁ ପିଟି ଚେପ୍‌ଟା ବା ପତଳା ଚଦରରେ ପରିଣତ କରିହୁଏ ତାହାକୁ ନମନୀୟତା (Malleability) କୁହନ୍ତି । ଅଧିକାଂଶ ଧାତୁ ନମନୀୟତା ଗୁଣ ପ୍ରଦର୍ଶନ କରନ୍ତି ।

କିଛି ମିଠା ଉପରେ ଚକ୍ ଚକ୍ କରୁଥିବା ଜରିରେ ଖାଦ୍ୟ ପୁଡ଼ିଆ ହୋଇ ଆସୁଥ‌ିବା ରୁପାର ଅତି ପତଳା ଆବରଣ ଦିଆଯାଇଥିବା ଓ ଆଲୁମିନିୟମ ଦେଖୁଥ୍ । ରୁପା ଓ ଆଲୁମିନିୟମର ନମନୀୟତା ଧର୍ମ ପାଇଁ ଏସବୁ ସମ୍ଭବ ହେଉଛି । ସୁନା ଓ ରୂପା ହେଉଛନ୍ତି ସବୁଠାରୁ ଅଧିକ ନମନୀୟ ଧାତୁ ।

ଖଣ୍ଡିଏ କୋଇଲା କିମ୍ବା ଟିକିଏ ଗନ୍ଧକ ଏହି ନମନୀତା ଧର୍ମ ଦେଖାନ୍ତି ନାହିଁ । ସେମାନେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯା’ନ୍ତି । ଏମାନଙ୍କୁ ଭଙ୍ଗୁର ପଦାର୍ଥ କୁହାଯାଏ । କାଠ, ଚେପ୍‌ଟା ଓ ପତଳା ହୁଏ ନାହିଁ କିମ୍ବା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଏ ନାହିଁ । ତେଣୁ କାଠ ନମନୀୟ କିମ୍ବା ଭଙ୍ଗୁର ନୁହେଁ ।

ତନ୍ୟତା (Ductility) :

  • ବୈଦ୍ୟୁତିକ ଉପକରଣରେ ତମ୍ବା କିମ୍ବା ଆଲୁମିନିୟମ ତାର ବ୍ୟବହୃତ ହୋଇଥାଏ ।
  • ହାର, କାନଫୁଲ, ଭଳି ବିଭିନ୍ନ ଅଳଙ୍କାର ମଧ୍ୟ ଧାତବ ତାରରୁ ତିଆରି ହୋଇଥାଏ । ବୀଣା, ସିତାର, ଗୀଟାର, ଭାଓଲିନ ଆଦି ତାରଯୁକ୍ତ ବାଦ୍ୟ ଯନ୍ତ୍ରରେ ଧାତବ ତାର ହିଁ ସୁନ୍ଦର ଧ୍ୱନି ସୃଷ୍ଟିକରିଥାଏ । ଧାତୁକୁ ଟାଣି ତାର ପ୍ରସ୍ତୁତ କରାଯାଇପାରେ । ଧାତୁର ଏହି ଗୁଣକୁ ତନ୍ୟତା କୁହାଯାଏ ।
  • ରୂପାର ଏହି ତନ୍ୟତା ଗୁଣକୁ ଆଧାର କରି ଆମ ରାଜ୍ୟର କଟକରେ ତାରକସି ଶିଳ୍ପ ଗଢ଼ି ଉଠିଛି । ତେଣୁ କଟକକୁ ସିଲ୍‌ଭର ସିଟି ଆଖ୍ୟା ଦିଆଯାଇଛି ।
  • ସୁନା ଏତେ ତନ୍ୟ ଯେ ୧ ଗ୍ରାମ୍ ସୁନାରୁ ପ୍ରାୟ ୨ କି.ମି. ଲମ୍ବା ତାର ପ୍ରସ୍ତୁତ କରିହେବ ।
  • ଧାତୁର ତନ୍ୟତା ଗୁଣ ଯୋଗୁଁ ଧାତବ ତାରରୁ ଚା’ ଛଣା ତିଆରି କରିହୁଏ ।
  • କୋଇଲା (କାର୍ବନ), ଗନ୍ଧକ, ଫସ୍‌ଫରସ୍ ପରି ଅଧାତୁର ଏହି ତନ୍ୟତା ଗୁଣ ନଥାଏ ।

ଷ୍ଟିଲ ଏକ ମିଶ୍ର ଧାତୁ ଯାହା ଧାତୁ (ଲୁହା) ଓ ଅଧାତୁ (କାର୍ବନ)ର ମିଶ୍ରଣରେ ତିଆରି । ଷ୍ଟିଲରେ ତିଆରି ତାର ଖୁବ୍ ଶକ୍ତ ଓ ଭାରି ଜିନିଷକୁ ଧରି ରଖୂପାରେ । ସେଥ‌ିପାଇଁ ଝୁଲା ପୋଲ ଓ ଟ୍ରେନରେ ଷ୍ଟିଲ୍ ତାର ବ୍ୟବହୃତ ହୋଇଥାଏ । ଏହିପରି ଏକ ଝୁଲା ପୋଲ କଟକର ଧବଳେଶ୍ଵରରେ ତୁମେ ଦେଖ‌ିବାକୁ ପାଇବ ।
Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ 3

Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ

ନିନାଦତା (Sonority) :
ଧାତୁ ନିର୍ମିତ ଚାମଚ, ପ୍ଲେଟ କିମ୍ବା ମୁଦ୍ରାଟିଏ ଚଟାଣରେ ପଡ଼ିଗଲେ ଶବ୍ଦ ସୃଷ୍ଟି ହୁଏ । କିନ୍ତୁ ଖଣ୍ଡେ କୋଇଲା କିମ୍ବା କାଠଖଣ୍ଡ ଚଟାଣରେ ପଡ଼ିଲେ ଶବ୍ଦ ହୁଏ ନାହିଁ ।

କାର୍ଯ୍ୟ-୨ : ଆସ ଅନୁସନ୍ଧାନ କରିବା

ସତର୍କତା – ବସ୍ତୁଗୁଡ଼ିକୁ ଚଟାଣରେ ପକାଇବାବେଳେ ସାବଧାନତା ଅବଲମ୍ବନ କରିବା ଉଚିତ ।

  • ଗୋଟିଏ ଧାତୁ ନିର୍ମିତ ଚାମଚ, ଏକ ମୁଦ୍ରା, ଖଣ୍ଡେ କୋଇଲା ଓ କାଠ ଖଣ୍ଡଟିଏ ସଂଗ୍ରହ କରାଯାଉ ।
  • ଏଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରୁ ଚଟାଣ ଉପରକୁ ପକାଇ ଦିଆଯାଉ ।
  • ଏହି ବସ୍ତୁଗୁଡ଼ିକଦ୍ଵାରା ସୃଷ୍ଟି ହେଉଥ‌ିବା ଧ୍ଵନିରେ କିଛି ଭିନ୍ନତା ଲକ୍ଷ୍ୟ କରୁଛ କି ?
  • ଧାତବ ଚାମଚ ଓ ମୁଦ୍ରା ଚଟାଣରେ ପଡ଼ିବା ବେଳେ କିଛି ସମୟ ଧରି ଲାଗିରହୁଥ‌ିବା ଗମ୍ଭୀର ଗୁଞ୍ଜନ ଶବ୍ଦ ସୃଷ୍ଟି କରୁଥିବା ବେଳେ କୋଇଲା ଓ କାଠ ଖଣ୍ଡ ମାନ୍ଦା ଶବ୍ଦ ସୃଷ୍ଟି କରେ । ଧାତୁମାନଙ୍କର ଏହି ଗମ୍ଭୀର ଗୁଞ୍ଜନ ଧ୍ଵନି ସୃଷ୍ଟିକାରୀ ଗୁଣକୁ ନିନାଦତା କହନ୍ତି ଏବଂ ଧାତୁମାନେ ନିନାଦ୍ୟ ଅଟନ୍ତି ।

ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦ ଏବଂ ବିଦ୍ୟାଳୟ ଘଣ୍ଟିରୁ ଟଂଟଂ ଶବ୍ଦ ଧାତୁର ନିନାଦତା ଗୁଣ ଯୋଗୁ ହିଁ ସୃଷ୍ଟି ହୁଏ ।

ତାପ ପରିବହନ (Conduction of heat) :

  • ରୋଷେଇ ଘରେ ରନ୍ଧନ ପାତ୍ରଗୁଡ଼ିକ ଧାତୁରେ ନିର୍ମିତ ହୋଇଥାଏ । ଏଲୁମିନିୟମ, ତମ୍ବା ଆଦି ଧାତୁରେ ରନ୍ଧନ ପାତ୍ର ତିଆରି ହୋଇଥାଏ ।
  • ପଦାର୍ଥର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ତାପର ସ୍ଥାନାନ୍ତରଣକୁ ତାପ ପରିବହନ କହନ୍ତି । ତାପ ପରିବହନ କରୁଥିବା ପଦାର୍ଥମାନଙ୍କୁ ତାପ ପରିବାହୀ କୁହାଯାଏ ।

କାର୍ଯ୍ୟ–୩ : ଆସ ଅନୁସନ୍ଧାନ କରିବା (ପରୀକ୍ଷଣ)

  • ଟେବୁଲ୍ ଉପରେ କାଚ ପାତ୍ର ଟିଏ ଧାତବ ଚାମଚ ରଖାଯାଉ ।
  • ଏଥିରେ ଗରମ ଜଳ ଭର୍ତ୍ତି କରାଯାଉ ।
  • ସମାନ ଆକାର ଓ ମୋଟେଇର ଗୋଟିଏ ଧାତବ ଚାମଚ ଓ ଗୋଟିଏ କାଠ ଚାମଚ ନିଆଯାଉ ।
  • ଉଭୟ ଚାମଚକୁ ଏକ ସଙ୍ଗେ ଗରମ ଜଳ ଥିବା ପାତ୍ରରେ ଦୁଇ ମିନିଟ୍ ସ୍ଥିର ଭାବରେ ଚିତ୍ରରେ ଥବାଭଳି ବୁଡ଼ାଇ ରଖାଯାଉ ।
  • ବର୍ତ୍ତମାନ ଚାମଚ ଦ୍ଵୟର ଉପର ମୁଣ୍ଡକୁ ସାବଧାନତା ସହ ସ୍ପର୍ଶ କରାଯାଉ ।
    Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ 4

ପର୍ଯ୍ୟବେକ୍ଷଣ
ଧାତବ ଚାମଚଟି କାଠ ଚାମଚ ଅପେକ୍ଷା ହାତକୁ ଅଧ‌ିକ ଗରମ ଲାଗୁଛି, ଯଦିଓ ଉଭୟ ଚାମଚକୁ ସମାନ ତାପମାତ୍ରାର ଜଳରେ ସମାନ ସମୟ ପାଇଁ ବୁଡ଼ାଇ ରଖାଯାଇଥିଲା । ଏହା ଦର୍ଶାଉଛି ଯେ ଧାତବ ପଦାର୍ଥରେ ତାପ ସ୍ଥାନାନ୍ତରିତ ହୁଏ । ତୁଳନାତ୍ମକ ଭାବେ ଧାତବ ଚାମଚ ଅପେକ୍ଷା କାଠ ଚାମଚରେ ତାପ ସ୍ଥାନାନ୍ତର ଅତ୍ୟନ୍ତ କ୍ଷୀଣ ଭାବରେ ହୋଇଥାଏ ।

ସିଦ୍ଧାନ୍ତ
ଧାତୁଗୁଡ଼ିକ ତାପ ସୁପରିବାହୀ (good conductor) ହୋଇଥିବାବେଳେ କାଠ ବା ଅଧାତୁ ତାପ କୁପରିବାହୀ (poor conductor) ଅଟନ୍ତି । ବର୍ତ୍ତମାନ ଆମେ ବୁଝି ପାରୁଥିବା ଯେ କାହିଁକି ରନ୍ଧନ ପାତ୍ରଗୁଡ଼ିକ ଧାତୁରେ ଏବଂ ସେଗୁଡ଼ିକର ବେଣ୍ଟ କାଠ ବା ଅନ୍ୟ ତାପ ଅପରିବାହୀ (non-conductor) ପଦାର୍ଥରେ ତିଆରି ହୋଇଥାଏ ।

Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ

ବିଦ୍ୟୁତ୍ ପରିବହନ (Conduction of Electricity)

କାର୍ଯ୍ୟ-୪ : ଆସ ସଂରଚନା ଓ ପ୍ରସ୍ତୁତ କରିବା

ଟେଷ୍ଟରର ଏକ ବିଦ୍ୟୁତ୍ ପରିପଥ ପାଇଁ ଆଲୁମିନିୟମ୍ ପାତ, ଗୋଟିଏ ଲୁହାକଣ୍ଟା, ମଟର ଦାନା ଆକାରର ଗନ୍ଧକ ଖଣ୍ଡ, ଏକ ଲମ୍ବା ତାର, ଖଣ୍ଡେ କୋଇଲା, ଖଣ୍ଡେ ଶୁଖୁଲା କାଠ, ଖଣ୍ଡିଏ ପଥର, ଗୋଟିଏ ପେନ୍‌ସିଲ୍ ଦାଗ ଲିଭା ରବର (Eraser) ଏବଂ ଛୋଟ ନାଇଲନ ରଶି ସଂଗ୍ରହ କରାଯାଉ ।

ଏଗୁଡ଼ିକ ମଧ୍ୟରୁ ଗୋଟିଏ ପରେ ଗୋଟିଏ ପଦାର୍ଥ ନେଇ ବିଦ୍ୟୁତ୍ ପରିପଥରେ ଟେଷ୍ଟରକୁ ଜଳାଇବାକୁ ଚେଷ୍ଟା କରାଯାଉ । ଏହି ପରୀକ୍ଷାର ପର୍ଯ୍ୟବେକ୍ଷଣକୁ ସାରଣୀରେ ଲିପିବଦ୍ଧ କରାଯାଉ ।

ବିଭିନ୍ନ ବସ୍ତ ବା ସାମଗ୍ରୀ ଦ୍ଵାରା ବିଦ୍ୟୁତ ପରିବହନ

କ୍ରମିକ ସଂଖ୍ୟା ବସ୍ତୁ / ସାମଗ୍ରୀ ପର୍ଯ୍ୟବେକ୍ଷଣ (ବଲ୍‌ବ ଜଳେ/ କଳେ ନାହିଁ) ବିଦ୍ୟୁତ୍ ସୁପରିବାହୀ କିମ୍ବା ବିଦ୍ୟୁତ୍‌ର କୁପରିବାହୀ
୧. ଆଲୁମିନିୟମ ପାତ ବଲ୍‌ବ ଜଳିବ ବିଦ୍ୟୁତ୍ ସୁପରିବାହୀ
୨. ଲୁହାକଣ୍ଟା ବଲ୍‌ବ ଜଳିବ ବିଦ୍ୟୁତ୍ ସୁପରିବାହୀ
୩. ଗନ୍ଧକ ବଲ୍‌ବ ଜଳିବ ନାହିଁ ବିଦ୍ୟୁତ୍ ସୁପରିବାହୀ
୪. କୋଇଲା ବଲ୍‌ବ ଜଳିବ ନାହିଁ ବିଦ୍ୟୁତ୍ ସୁପରିବାହୀ
୫. ଶୁଖୁଲା କାଠ ବଲ୍‌ବ ଜଳିବ ନାହିଁ ବିଦ୍ୟୁତ୍ ସୁପରିବାହୀ
୬. ପ୍ଲାଷ୍ଟିକ ବଲ୍‌ବ ଜଳିବ ନାହିଁ ବିଦ୍ୟୁତ୍ ସୁପରିବାହୀ
୭. ପଥର ବଲ୍‌ବ ଜଳିବ ନାହିଁ ବିଦ୍ୟୁତ୍ ସୁପରିବାହୀ
୮. ତମ୍ବା ବର୍ଣ୍ଣ ଅପରିବର୍ତିତ ବିଦ୍ୟୁତ୍ ସୁପରିବାହୀ
୯. ରବର ବଲ୍‌ବ ଜଳିବ ନାହିଁ ବିଦ୍ୟୁତ୍ ସୁପରିବାହୀ
୧୦. ନାଇଲନ ବଲ୍‌ବ ଜଳିବ ନାହିଁ ବିଦ୍ୟୁତ୍ ସୁପରିବାହୀ

 

  • ଆଲୁମିନିୟମ, ଲୁହା ଓ ତମ୍ବା ତିଆରି ବସ୍ତୁଗୁଡ଼ିକ ସଂଯୋଗ ଦ୍ଵାରା କୋଇଲା, କାଠ, ପଥର, ରବର ଓ ନାଇଲନ ରଶି ବ୍ୟବହାରଦ୍ଵାରା ବଲ୍‌ବଟି ଜଳୁଥିବାବେଳେ ଗନ୍ଧକ, ବଲବ୍‌ ଜଳିପାରୁ ନାହିଁ ।
  • ଯେଉଁ ପଦାର୍ଥଗୁଡ଼ିକ ସେମାନଙ୍କ ମଧ୍ୟ ଦେଇ ସହଜରେ ବିଦ୍ୟୁତ୍ ପରିବହନ କରାଇଥା’ନ୍ତି ସେମାନଙ୍କୁ ବିଦ୍ୟୁତ୍ ସୁପରିବାହୀ କହନ୍ତି । ବିପରୀତ କଥାରେ, ଯେଉଁ ପଦାର୍ଥସବୁ ସେମାନଙ୍କ ମଧ୍ୟ ଦେଇ ବିଦ୍ୟୁତ୍ ପ୍ରବାହକୁ ପ୍ରତିରୋଧ କରନ୍ତି ସେମାନଙ୍କୁ ବିଦ୍ୟୁତ୍ରର କୁପରିବାହୀ କୁହାଯାଏ ।
  • ସ୍ଫୁଡ୍ରାଇଭର ପ୍ଲାଷ୍ଟିକ୍ ଆବରଣ ଓ ରବର ଗ୍ଲୋଭ୍ ବିଦ୍ୟୁତ୍‌ର କୁପରିବାହୀ ହୋଇଥିବାରୁ ଇଲେକ୍ଟ୍ରିସିଆନମାନଙ୍କୁ ବିଦ୍ୟୁତ୍ ଆଘାତରୁ ରକ୍ଷା କରେ ।

Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ

ଧାତୁଗୁଡ଼ିକ ଉପରେ ବାୟୁ ଓ ଜଳର ପ୍ରଭାବ : ଲୁହା

  • ଲୁହାରେ ତିଆରି ପଦାର୍ଥଗୁଡ଼ିକ କିଛି ଦିନ ଖୋଲା ସ୍ଥାନରେ ପଡ଼ିରହିଲେ ସେଗୁଡ଼ିକ ଉପରେ ବାଦାମୀ ରଙ୍ଗର ଆବରଣ ସୃଷ୍ଟି ହୁଏ ।
  • ଲୁହା ଯେତେବେଳେ ଉଭୟ ବାୟୁ ଓ ଜଳ ସଂସ୍ପର୍ଶରେ ଆସିଥାଏ ସେତେବେଳେ ଲୁହା ଉପରେ ଧୂସର ବର୍ଣ୍ଣର ଆବରଣ ସୃଷ୍ଟି ହେବ । ଏହାକୁ ଲୁହାର କଳଙ୍କି ଲାଗିବା କୁହାଯାଏ ।

କାର୍ଯ୍ୟ-୫ : ଆସ ପରୀକ୍ଷା କରିବା

ଚକ୍ ଚକ୍ କରୁଥିବା କିଛି ଲୁହା କଣ୍ଟା ନିଆଯାଉ । ଯଦି ତୁମେ ପୁରୁଣା ଲୁହା କଣ୍ଟା ବ୍ୟବହାର କରୁଛ ତେବେ ଏହା ଉପରେ ଥ‌ିବା ବାଦାମୀ ଆବରଣକୁ ଖଣ୍ଡେ ବାଲି କାଗଜରେ ଘଷି ସଫା କରାଯାଉ ।

ତିନୋଟି ସଫା ଓ ଶୁଖୁଲା କାଚ ବୋତଲ କିମ୍ବା ପରୀକ୍ଷା ନଳୀ ମୁହଁକୁ ଭଲଭାବରେ ବନ୍ଦ କରିବା ପାଇଁ ଉପଯୁକ୍ତ ଠିପି କିମ୍ବା ପରୀକ୍ଷା ନଳୀଗୁଡ଼ିକରେ କ, ଖ ଓ ଗ ଚିହ୍ନ ଲଗାଯାଉ ।

ତିନୋଟି ଲୁହାକଣ୍ଟା ନେଇ ପ୍ରତ୍ୟେକକୁ ସୂତା ଦ୍ଵାରା ବନ୍ଧାଯାଉ ।

ଗୋଟିଏ ଲୁହାକଣ୍ଟା ଓ କିଛି ସିଲିକା ଜେଲ୍ ‘କ’ ଚିହ୍ନିତ କାଚ ବୋତଲରେ ରଖ୍ ଠିପିକୁ ଦୃଢ଼ ଭାବରେ ବନ୍ଦ କରିଦିଅ (ଚିତ୍ର ‘କ’ ଭଳି) । ସଲିକା ଜେଲ୍ ବାୟୁକୁ ଶୁଷ୍କ କରିଦିଆଯାଉ । କେତେକ ଔଷଧ ବୋତଲ, ପାଣି ବୋତଲ, ଜୋତାଡ଼ବା ଇତ୍ୟାଦିକୁ ଶୁଷ୍କ ରଖୁବା ପାଇଁ ସେଥୁରେ ଏହି ସିଲିକା ଜେଲ୍‌ର ଛୋଟ ପାଉଚ ବ୍ୟବହାର କରାଯାଇଥାଏ ।
Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ 5
ଗୋଟିଏ ଲୁହାକଣ୍ଟା ‘ଖ’ ଚିହ୍ନିତ ବୋତଲରେ ରଖୁ ଏଥ‌ିରେ ସଦ୍ୟ ଫୁଟାଯାଇ ଥଣ୍ଡା କରାଯାଇଥିବା ଜଳ ଭର୍ତ୍ତି କରାଯାଉ ଯେପରିକି କଣ୍ଟାଟି ଜେଲ୍‌ରେ ସମ୍ପୂର୍ଣ୍ଣ ବୁଡ଼ି ରହିବ । (ଫୁଟାଇବାଦ୍ଵାରା ଜଳରୁ ଦ୍ରବୀଭୂତ ଗ୍ୟାସ ବାହାରି ଯାଏ) । ବର୍ଷ ମାନ ଏଥ୍ ରେ ଯେକୌଣସି ତେଲରୁ କିଛି ପକାଯାଉ । ଏହାଦ୍ଵାରା ଜଳ ପୃଷ୍ଠ ଉପରେ ତେଲର ଏକ ସ୍ତର ରହି ଜଳ ମଧ୍ଯକୁ ବାୟୁର ପ୍ରବେଶକୁ ପ୍ରତିହତ କରିବ । ବୋତଲଟି ଠିପି ଦେଇ ଦୃଢ଼ ଭାବରେ ବନ୍ଦ କରାଯାଉ ।

Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ

ଆଉ ଗୋଟିଏ ଲୁହାକଣ୍ଟା ‘ଗ’ ଚିହ୍ନିତ ବୋତଲରେ ରଖୁ ସେଥ‌ିରେ ଜଳ ଭର୍ତ୍ତି କରାଯାଉ ଯେପରିକି କଣ୍ଟାଟି ଜଳରେ ଆଂଶିକ ବୁଡ଼ିରହିବ । ଏହାକୁ ଠିପି ନଦେଇ ଖୋଲା ରଖୁ ଦିଆଯାଉ, ଯାହାଦ୍ଵାରା ଲୁହାକଣ୍ଟାଟି ଉଭୟ ବାୟୁ ଓ ଜଳ ସଂସ୍ପର୍ଶରେ ଆସିପାରିବ । (ଚିତ୍ର ଗ ଭଳି)

କାଚ ବୋତଲଗୁଡ଼ିକୁ ସାଧାରଣ ତାପମାତ୍ରାରେ ୮ ରୁ ୧୦ ଦିନ ପର୍ଯ୍ୟନ୍ତ ସ୍ଥିର ଭାବରେ ରଖାଯାଉ ଓ କ’ଣ ସବୁ ପରିବର୍ତ୍ତନ ହେଉଛି ପର୍ଯ୍ୟବେକ୍ଷଣ କର ।

ଏହି ପର୍ଯ୍ୟବେକ୍ଷଣକୁ ନିମ୍ନ ସାରଣୀରେ ଲେଖାଯାଉ

ସାରଣୀ : ଲୁହାକଣ୍ଟା ଉପରେ ଧୂସର ରଙ୍ଗର ପଦାର୍ଥ ସୃଷ୍ଟି ହେବ

କାଚ ବୋତଲ ପରିସ୍ଥିତି ପର୍ଯବେକ୍ଷଣ
ଜଳର ଉପସ୍ଥିତି (ହଁ/ନା) ବାୟୁର ଉପସ୍ଥିତି (ହଁ/ନା)
କ ନା ହଁ ବାଦାମୀ ବର୍ଷରେ ଆବରଣ ସୃଷ୍ଟି ହେବ ନାହିଁ
ଖ ହଁ ନା ବାଦାମୀ ବର୍ଷରେ ଆବରଣ ସୃଷ୍ଟି ହେବ ନାହିଁ
ଗ ହଁ ହଁ ବାଦାମୀ ଓ ଧୂସର ବର୍ଷର ଆବରଣ ସୃଷ୍ଟି ହେବ

ସିଦ୍ଧାନ୍ତ :
କାଚ ବୋତଲ ‘କ’ ଓ ‘ଖ’ ରେ ଥିବା ଲୁହାକଣ୍ଟା ଉପରେ କୌଣସି ବାଦାମୀ ରଙ୍ଗର ପଦାର୍ଥ ଜମି ନାହିଁ ।

ଏହା ସୂଚିତ କରେ ଯେ ଲୁହାକଣ୍ଟାକୁ କେବଳ ଶୁଖୁଲା ବାୟୁ (ବୋତଲ ‘କ’) କିମ୍ବା କେବଳ ପାଣି (ବେତଲ ‘ଖ’) ରେ ରଖ‌ିଲେ ଏହା ଉପରେ ବାଦାମି ରଙ୍ଗର ପଦାର୍ଥ ଜମା ହୁଏ ନାହିଁ କିମ୍ବା ବିବର୍ତ୍ତୀକରଣ ହୁଏ ନାହିଁ । ଅନ୍ୟ ପକ୍ଷରେ ବୋତଲ ‘ଗ’ ରେ ଥିବା ଲୁହାକଣ୍ଟା ଉପରେ ଧୂସର ରଙ୍ଗର ପଦାର୍ଥ ଜମିବା ପାଇଁ ଆର୍ଦ୍ର ବାୟୁ ଦାୟୀ । ଜମିଥିବା ଏହି ଧୂସର ପଦାର୍ଥକୁ କଳଙ୍କି (rust) କହନ୍ତି । ଲୁହାରେ ତିଆରି ବସ୍ତ ଉପରେ କଳଙ୍କି ସୃଷ୍ଟି ହେବା ପ୍ରକ୍ରିୟାକୁ କଳଙ୍କି ଧରିବା କୁହାଯାଏ ।

ବାୟୁମଣ୍ଡଳରେ ଖୋଲା ରହିଥ‌ିବା ଅନ୍ୟ ଧାତୁଗୁଡ଼ିକୁ ମଧ୍ୟ ଏପରି ରଙ୍ଗହୀନ ହେବାର ଦେଖାଯା’ନ୍ତି । ତମ୍ବା ବସ୍ତୁ ଉପରେ ସବୁଜ ରଙ୍ଗର ଆସ୍ତରଣ କିମ୍ବା ରୂପା ବସ୍ତୁ ଉପରେ କଳା ରଙ୍ଗର ଆସ୍ତରଣ ଏହିସବୁ କାରଣରୁ ଘଟିଥାଏ ।

ଯେତେବେଳେ ଏକ ଧାତୁ ତାକୁ ଘେରି ରହିଥ‌ିବା ଉପାଦାନ ଯଥା ବାୟୁ, ଜଳ, ଅମ୍ଳ ଇତ୍ୟାଦି ସହିତ ରାସାୟନିକ ପ୍ରତିକ୍ରିୟା କରି ଧାତୁଟିର ଧୀରେ ଧୀରେ କ୍ଷୟ ଘଟିଥାଏ । ଏହି ପ୍ରକ୍ରିୟାକୁ ସଂକ୍ଷାରଣ ବା କ୍ରମକ୍ଷୟ (corrosion) କୁହାଯାଏ ।

ଲୁହାର କଳଙ୍କି ଧରିବା ପ୍ରକ୍ରିୟାକୁ ବିଭିନ୍ନ ଉପାୟରେ ପ୍ରତିରୋଧ କରାଯାଇପାରିବ । ରଙ୍ଗ କରିବା, ତେଲ ଲଗାଇବା, ଗ୍ରୀକ୍ କରିବା ଏବଂ ଲୁହା ଉପରେ ଦସ୍ତା ଧାତୁର ଏକ ସୁରକ୍ଷା ସ୍ତର ଲଗାଇବା ଭଳି ଅନେକ ପଦ୍ଧତିଦ୍ଵାରା ଲୁହାର କଳଙ୍କିରୁ ରୋକାଯାଇପାରିବ ।

Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ

ଜିଙ୍କ୍ର ଏକ ପତଳା ସ୍ତରର ଆଚ୍ଛାଦନଦ୍ଵାରା ଷ୍ଟିଲ୍ ଏବଂ ଲୁହାକୁ କଳଙ୍କି ଲାଗିବାରେ ପ୍ରତିରୋଧ କରାଯାଇଥାଏ । ଏହି ପ୍ରଣାଳୀକୁ ଜିଙ୍କ୍ ଲେପନ (ଗାଲଭାନାଇଜିଙ୍ଗ୍) କୁହାଯାଏ ।

ଚିତ୍ତାକର୍ଷକ ତଥ୍ୟ : ପ୍ରାଚୀନ ଭାରତୀୟ ଧାତୁ ବିଜ୍ଞାନର ଚମତ୍କାରିତା ! ଦିଲ୍ଲୀରେ ଥିବା ଲୌହ ସ୍ତମ୍ଭଟି ୧୨୦୦ ବର୍ଷରୁ ଅଧୂକ ସମୟ ପୂର୍ବେ ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ସମୟରେ ନିର୍ମିତ ହୋଇଥିଲା । ଏହାର ଉଚ୍ଚତା ପ୍ରାୟ ୮ ମିଟର ଏବଂ ଓଜନ ୨୦୦୦ କିଲୋଗ୍ରାମିଂରୁ ଅଧିକ । ଏହି ସ୍ତମ୍ଭ ସମ୍ବନ୍ଧରେ ଏହା ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଦୀର୍ଘ ବର୍ଷ ଧରି ପବନ, ବର୍ଷା ଓ ପ୍ରତିକୂଳ ପାଗର ସମ୍ମୁଖୀନ ହୋଇ ମଧ୍ୟ ଏ ପର୍ଯ୍ୟନ୍ତ ଏହି ସ୍ତମ୍ଭରେ ପ୍ରାୟ କୌଣସି କଳଙ୍କି ନାହିଁ ।
Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ 6

ଅନ୍ୟ ଧାତୁମାନଙ୍କ ଉପରେ ବାୟୁ ଓ ଜଳର ପ୍ରଭାବ

କାର୍ଯ୍ୟ–୬ : ଆସ ସ ଅନୁସନ୍ଧାନ କରିବା (ପ୍ରଦର୍ଶନ କାର୍ଯ୍ୟ ନ କାର୍ଯ୍ୟ)

ସତର୍କତା ଶିକ୍ଷାର୍ଥୀମାନେ ସୁରକ୍ଷା ଚଷମା ପିନ୍ଧିବେ ଏବଂ ନିରାପଦ ଦୂରତାରେ ରହିବେ ।
Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ 7
୩-୪ ସେ.ମି. ଲମ୍ବର ଖଣ୍ଡିଏ ମ୍ୟାଗ୍ନେସିୟମ ଫିତା ନେଇ ଏହାକୁ ବାଲି କାଗଜରେ ଘଷି ସଫା କରାଯାଉ ।

ଚିମୁଟାରେ ଫିତାର ଗୋଟିଏ ମୁଣ୍ଡକୁ ଧରି ଅନ୍ୟ ମୁଣ୍ଡଟିକୁ ସ୍ପିରିଟ୍ ବତୀ କିମ୍ବା ମହମବତୀ ସାହାଯ୍ୟରେ ଜଳାଯାଉ ।
ମ୍ୟାଗ୍ନେସୟମ ଫିତାଟିକୁ ଜଳିବାକୁ ଦିଆଯାଉ ।

Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ

ମ୍ୟାଗ୍ନେସିୟମ ଫିତାଟି ଉଜ୍ଜ୍ଵଳ ଧଳା ଶିଖା ସହ ଜଳି ଧଳା ରଙ୍ଗର ଚୂର୍ଣ୍ଣକୁ ପରିବର୍ତ୍ତିତ ହୋଇଛି । ଏହି ଚୂର୍ଣ୍ଣକୁ ଗୋଟିଏ ନିରୀକ୍ଷଣ କାଚରେ ସଂଗ୍ରହ କରାଯାଉ । ଏହା ମ୍ୟାଗ୍ନେସିୟମ ଅକ୍‌ସାଇଡ୍ ସୃଷ୍ଟି ହୋଇଛି ।
2Mg + O2 → 2MgO
ବାୟୁରେ ଥ‌ିବା ଅମ୍ଳଜାନ ସହ ମ୍ୟାଗ୍ନେସିୟମ୍‌ର ପ୍ରତିକ୍ରିୟା ଫଳରେ ଏହା ସୃଷ୍ଟି ହୋଇଥାଏ ।

ଏହି ଚୂର୍ଣ୍ଣରେ ଦୁଇ ଚାରି ଟୋପା ଉଷ୍ମ ଜଳ ମିଶାଇ ଭଳ ଭାବରେ ଘାଣ୍ଟିଦିଆଯାଉ ଓ ଏହାର ପ୍ରକୃତି ଯାଞ୍ଚକଲେ ଏହା ଲାଲ ଲିଟମସ୍‌କୁ ନୀଳ ରଙ୍ଗରେ ପରିଣତ କରିଦେବ ।

ସିଦ୍ଧାନ୍ତ :
ସାଧାରଣତଃ ଧାତବ ଅକସାଇଡ଼ଗୁଡ଼ିକ କ୍ଷାରୀୟ ପ୍ରକୃତି ବିଶିଷ୍ଟ ଅଟନ୍ତି ।

ସୋଡ଼ିୟମ ଧାତୁକୁ କିରୋସିନରେ ବୁଡ଼ାଇ ରଖାଯାଇଥାଏ । କାରଣ ଏହି ଧାତୁ ଆର୍ଦ୍ର ବାୟୁ ସଂସ୍ପର୍ଶରେ ଆସିଲେ ଜଳିଯାଇଥାଏ ଏବଂ ସୋଡ଼ିୟମ ଅକ୍‌ସାଇଡ୍ ଯୌଗିକ ସୃଷ୍ଟି କ ରି ଥାଏ । କି ରେ । ସି ନ୍ ରେ ବୁଡ଼ାଇ ର ଖ୍ ବଦ୍ଵାରା ସୋଡ଼ିୟମ୍‌ ଆର୍ଦ୍ର ବାୟୁ ସଂସ୍ପର୍ଶରେ ଆସିପାରେ ନାହିଁ । ତେଣୁ ଏହାକୁ ସର୍ବଦା କିରୋସିନ୍ ବୋତଲରେ ବୁଡ଼ାଇ ରଖାଯାଇଥାଏ ।
Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ 8
ବାୟୁ ଓ ଜଳ ସହ ଗନ୍ଧକ (ଅଧାତୁ) ର ପ୍ରତିକ୍ରିୟା

କାର୍ଯ୍ୟ-୭ : ଆସ ପରୀକ୍ଷା କରିବା (ପ୍ରଦର୍ଶନ କାର୍ଯ୍ୟ)

ଗୋଟିଏ ପ୍ରଜ୍ଜଳନ ଚାମଚରେ (ଏକ ବେଣ୍ଟବାଲା ଧାତବ ଚାମଚ ଯେଉଁଥରେ ପଦାର୍ଥ ମାନଙ୍କୁ ନିରାପଦରେ ଉତ୍ତପ୍ତ କରିବା ବା ଜଳାଇବା କାର୍ଯ୍ୟ କରିହୁଏ) ଅଳ୍ପ ଗନ୍ଧକ ଗୁଣ୍ଡ ନିଆଯାଉ (ଚିତ୍ର ‘କ’ ଭଳି) । ଯଦି ପ୍ରଜ୍ଜଳନ ଚାମଚଟିଏ ଉପଲବ୍ଧ ନ ହୁଏ ତେବେ କୌଣସି ଏକ ବୋତଲର ଧାତବ ଠିପି ଚାରିପଟେ ଧାତବ ତାର ଗୁଡ଼ାଇ ତାହାକୁ ଚାମଚ ଆକାରରେ ବ୍ୟବହାର କରାଯାଇପାରିବ (ଚିତ୍ର ‘ଖ’ ଭଳି) ।
Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ 9
ଏହାକୁ ଏକ ଶିଖାରେ ଗରମ କରାଯାଉ ଏବଂ ଗନ୍ଧକ ଜଳିବାକୁ ଆରମ୍ଭ କରିବା ମାତ୍ରେ ସଙ୍ଗେ ସଙ୍ଗେ ପ୍ରଜ୍ଜ୍ୱଳନ ଚାମଚଟିକୁ ଏକ ଗ୍ୟାସ୍ ଜାର ବା ଗ୍ୟାସ୍‌ ପାତ୍ରରେ ରଖ୍ ଠିକ୍ ଭାବରେ ଢାଙ୍କିଦିଆଯାଉ ଯେପରି ଉତ୍ପନ୍ନ ଗ୍ୟାସ୍ ବାହାରକୁ ଆସିପାରିବ ନାହିଁ (ଚିତ୍ର ‘ଗ’ ଭଳି) ।
Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ 10
୩-୪ ମିନିଟ ପରେ ଢାଙ୍କୁଣୀ କାଢ଼ି ପ୍ରଜ୍ଜଳନ ଚାମଚ ବାହାରକୁ ଅଣାଯାଉ, ଗ୍ୟାସ୍ ଜାରରେ ଅଳ୍ପ ପାଣି ମିଶାଯାଉ ଓ ସଙ୍ଗେ ସଙ୍ଗେ ପୂର୍ବପରି ଘୋଡାଇ ଦେଇ ଗ୍ୟାସ୍ ଜାକୁ ଭଲ ଭାବରେ ହଲାଇଦିଆଯାଉ ଯେପରି ଗ୍ୟାସ୍ ଜଳରେ ଦ୍ରବୀଭୂତ ହୋଇଯିବ । ଏହି ଜଳୀୟ ଦ୍ରବଣରେ ନୀଳ ଲିଟମସ୍ କାଗଜ ବୁଡ଼ାଇଲେ ଏହା ନାଲି ବର୍ଣ୍ଣରେ ପରିଣତ ହେବ । ତେଣୁ ଏହି ଦ୍ରବଣ ଅମ୍ଳୀୟ ପ୍ରକୃତିର ଅଟେ ।

Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ

ସିଦ୍ଧାନ୍ତ :
ସଲଫର (ଗନ୍ଧକ), ବାୟୁରେ ଜଳିଲେ ସଲଫର ଡାଇଅକ୍ସାଇଡ ଗ୍ୟାସ ସୃଷ୍ଟି ହେବ । ଏହି ଗ୍ୟାସ୍ ଜଳରେ ଦ୍ରବୀଭୂତ ହେଲେ ସରଫ୍ଲୋରସ୍ ଏସିଡ଼୍ ସୃଷ୍ଟି ହୁଏ ।
Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ 11
ସଲଫର + ଅକ୍ସିଜେନ → ସଲଫର ଡାଇଅକ୍‌ସାଇଡ଼
ସଲଫର ଡାଇଅକ୍‌ସାଇଡ଼ + ଜଳ → ସଲଫ୍ଲୋରସ୍ ଅମ୍ଳ

କାର୍ଯ୍ୟ–୮ : ଆସ ଅନୁସନ୍ଧାନ ଯନ୍ଧାନ କରିବା

  • ଏକ କାଚ ପାତ୍ରରେ କିଛି ସଲଫର ଚୂର୍ଣ୍ଣ ନିଆଯାଉ ।
  • ଏଥୁରେ ଅଳ୍ପ ଜଳ ମିଶାଯାଉ ।
  • ତୁମେ କ’ଣ ଲକ୍ଷ୍ୟ କରୁଛ ?
  • ସଲଫର୍ ଓ ଫସ୍‌ଫରସ୍ ପରି ପଦାର୍ଥଗୁଡ଼ିକ ବାୟୁ ଓ ଜଳରେ ଧାତୁମାନଙ୍କଠାରୁ ଭିନ୍ନ ଆଚରଣ ପ୍ରଦର୍ଶନ କରନ୍ତି । ଫସ୍‌ଫରସ୍‌କୁ ଜଳରେ ସଂରକ୍ଷିତ କରାଯାଏ, କାରଣ ଏହା ବାୟୁମଣ୍ଡଳୀୟ ଅମ୍ଳଜାନ ସଂସ୍ପର୍ଶରେ ଆସିଲେ ଏଥରେ ନିଆଁ ଲାଗିଯାଏ ।
  • ଏହି ପଦାର୍ଥଗୁଡ଼ିକ ସାଧାରଣତଃ ନରମ ଓ ଦେଖିବାକୁ ଫିକା । ସେମାନେ ନମନୀୟ, ତନ୍ୟ କିମ୍ବା ନିନାଦ୍ୟ ନୁହନ୍ତି । ଆଉ ମଧ୍ୟ ସେମାନେ ତାପ ଓ ବିଦ୍ୟୁତ୍‌ କୁପରିବାହୀ । ଏଗୁଡ଼ିକ ଅଧାତୁ (Non-metals) କହନ୍ତି । ଅଧାତୁମାନଙ୍କୁ ଅକ୍‌ସାଇଡ୍ ଅମ୍ଳୀୟ ପ୍ରକୃତି ବିଶିଷ୍ଟ ।

ଧାତୁ ଓ ଅଧାତୁମାନେ ମୌଳିକ ପଦାର୍ଥର ଉପବର୍ଗ (sub-category) ଅଟନ୍ତି । ଏକ ମୌଳିକ ହେଉଛି ସେହି ପଦାର୍ଥ ଯାହାକୁ ଭାଙ୍ଗି ଅଧ‌ିକ ସରଳତର ପଦାର୍ଥରେ ପରିଣତ କରାଯାଇପାରିବ ନାହିଁ । ବର୍ତ୍ତମାନ ୧୧୮ଟି ମୌଳିକ ଆମର ଜ୍ଞାତ ଅଟନ୍ତି । ଏହି ମୌଳିକଗୁଡ଼ିକ ସମସ୍ତ ପଦାର୍ଥର ଗଠନର ମୂଳ ଏକକ ଅଟନ୍ତି । କେତେକ ମୌଳିକ ପ୍ରକୃତିଦ୍ଵାରା ସୃଷ୍ଟି ହୋଇଥିବା ବେଳେ ଅନ୍ୟଗୁଡ଼ିକ ପରୀକ୍ଷାଗାରରେ କୃତ୍ରିମ ଭାବରେ ତିଆରି ଏବଂ ପ୍ରକୃତିରେ ସେମାନଙ୍କର ସ୍ଥିତି ନାହିଁ ।

Class 7 Science Chapter 4 Notes Odia Medium ଧାତୁ ଓ ଅଧାତୁର ଦୁନିଆ

ଦୈନନ୍ଦିନ ଜୀବନରେ ଅଧାତୁଗୁଡ଼ିକର ବ୍ୟବହାର :

  • ଧାତୁମାନଙ୍କର କେତେକ ସ୍ଵତନ୍ତ୍ର ଗୁଣ ଯେପରିକି ଉଜ୍ଜ୍ୱଳତା, ତାପ ଓ ବିଦ୍ୟୁତ୍ ସୁପରିବାହିତା ଏବଂ ଅଧୂକ ଦୃଢ଼ତା ଇତ୍ୟାଦି ପାଇଁ ଦୈନନ୍ଦିନ ଜୀବନରେ ଆମେ ଅନେକଗୁଡ଼ିଏ ଧାତୁର ବ୍ୟବହାର ଦେଖ‌ିବାକୁ ପାଇଥାଉ । ସେହିପରି ଅଧାତୁମାନଙ୍କର ମଧ୍ୟ ବହୁଳ ବ୍ୟବହାର ରହିଛି ।
  • ଆମେ ପ୍ରଶ୍ଵାସରେ ଅମ୍ଳଜାନ (oxygen) ନେଉ, ଯାହା ଏକ ଅଧାତୁ । ଅମ୍ଳଜାନ ବିନା ଆମେ ବଞ୍ଚିପାରିବା ନାହିଁ ।
  • ଦୈନନ୍ଦିନ ଜୀବନରେ ଅଙ୍ଗାରକ ବା କାର୍ବନ ଏକ ଅତ୍ୟାବଶ୍ୟକ ଅଧାତୁ, କାରଣ ଏହା ଜୀବଜଗତର ମୂଳ ଗଠନ ଏକକ । ଏହା ପୁଷ୍ଟିସାର, ସ୍ନେହସାର ଓ ଶ୍ଵେତସାରର ଏକ ମୁଖ୍ୟ ଉପାଦାନ ଯାହା ଶରୀର ବୃଦ୍ଧି ଓ ଶକ୍ତି ପାଇଁ ଆବଶ୍ୟକ ।
  • ସାର ଓ ଅନ୍ୟ ରାସାୟନିକ ପଦାର୍ଥ ପ୍ରସ୍ତୁତିରେ ଯବକ୍ଷାରଜାନ (Nitrogen) ବ୍ୟବହୃତ ହୁଏ । ଉଭିଦର ବୃଦ୍ଧି ପାଇଁ ଏହା ଏକ ଅତ୍ୟାବଶ୍ୟକ ପୋଷକ ।
  • କ୍ଲୋରିନ୍ (Chlorine) ହେଉଛି ଅନ୍ୟ ଏକ ଅଧାତୁ ଯାହାକୁ କ୍ଲିଚିଂ ପାଉଡ଼ର ପ୍ରସ୍ତୁତିରେ ବ୍ୟବହାର କରାଯାଏ ଏବଂ ଏହାକୁ ସାଧାରଣତଃ ଜଳ ବିଶୋଧନ ପାଇଁ ବ୍ୟବହାର କରାଯାଏ । ଆୟୋଡ଼ିନ ମଧ୍ୟ ଏକ ଅଧାତୁ । ଏହାର ଦ୍ରବଣକୁ କ୍ଷତ ସ୍ଥାନରେ ବିଶୋଧକ (Antiseptic) ରୂପେ ବ୍ୟବହାର କରାଯାଏ ।

ବିଜ୍ଞାନ ଓ ସମାଜ
ଅନେକ ଧାତୁ ଓ ସେମାନଙ୍କର ମିଶ୍ରଧାତୁ (ଦୁଇ ବା ଅଧୁକ ଧାତୁ କିମ୍ବା ଧାତୁ ଓ ଅଧାତୁର ମିଶ୍ରଣ) ଆମ ଦୈନନ୍ଦିନ ବ୍ୟବହାରରେ ଲାଗୁଥିବା ବାସନକୁସନ, ଯନ୍ତ୍ରାଂଶ, ଉପକରଣ ଆଦି ତିଆରି ନିମନ୍ତେ ଗୁରୁତ୍ଵପୂର୍ଣ୍ଣ ଅଟନ୍ତି । ଏଗୁଡ଼ିକ ମଧ୍ୟ ଆଧୁନିକ ପ୍ରଯୁକ୍ତିବିଜ୍ଞାନ ଓ ପ୍ରାୟ ସମସ୍ତ ଶିଳ୍ପ ପାଇଁ ଅତ୍ୟାବଶ୍ୟକ ଅଟନ୍ତି । କେତେକ ବିଶେଷ ଧାତୁ ପରମାଣୁ ଶକ୍ତି (ଯେପରିକି ଜିରକୋନିୟମ), ବିମାନ ନିର୍ମାଣ (ଟାଇଟନିୟମ) ଇତ୍ୟାଦିରେ ବ୍ୟବହୃତ ହୋଇଥା’ନ୍ତି । ଭାରତରେ ଅନେକ ଧାତୁ, ବିଶେଷକରି ଲୁହା ଓ ଆଲୁମିନିୟମର ପୁନଃଚକ୍ରଣ କରାଯାଇ ଆବର୍ଜନା ହ୍ରାସ ଓ ଧାତୁଗୁଡ଼ିକର ଉପଲବ୍‌ଧତା ବଜାୟ ରଖାଯାଇପାରୁଛି ।

ବିଷୟବସ୍ତୁର ସାରାଂଶ :

  • ଧାତୁ ଓ ଅଧାତୁଗୁଡ଼ିକୁ ସେମାନଙ୍କ ଗୁଣ ଆଧାରରେ ପୃଥକ୍ କରାଯାଏ ।
  • ସାଧାରଣତଃ ଧାତୁଗୁଡ଼ିକ ଉଜ୍ଜ୍ଵଳ ହୋଇଥିବାବେଳେ ଅଧିକାଂଶ ଅଧାତୁ ଅନୁଜ୍ଜ୍ୱଳ ।
  • ଧାତୁଗୁଡ଼ିକ ସାଧାରଣତଃ – ନମନୀୟ ତନ୍ୟ ହୋଇଥିବାବେଳେ ଅଧାତୁଗୁଡ଼ିକର ଏସବୁ ଗୁଣ ନଥାଏ ।
  • ଧାତୁଗୁଡ଼ିକ ତାପ ଓ ବିଦ୍ୟୁତ୍ ସୁପରିବାହୀ, କିନ୍ତୁ ଅଧାତୁଗୁଡ଼ିକ ସାଧାରଣତଃ କୁପରିବାହୀ ।
  • ଧାତୁଗୁଡ଼ିକ ଅମ୍ଳଜାନ ସହ ପ୍ରତିକ୍ରିୟା କରି ସୃଷ୍ଟି କରୁଥିବା ଧାତବ ଅକ୍‌ସାଇଡ଼ଗୁଡ଼ିକର ପ୍ରକୃତି କ୍ଷାରୀୟ ।
  • ଅଧାତୁଗୁଡ଼ିକ ଅମ୍ଳଜାନ ସହ ପ୍ରତିକ୍ରିୟା କରି ସୃଷ୍ଟି କରୁଥିବା ଅକ୍‌ସାଇଡ୍‌ଗୁଡ଼ିକର ପ୍ରକୃତି ଅମ୍ଳୀୟ ।
  • ସାଧାରଣତଃ ଅଧାତୁଗୁଡ଼ିକ ଜଳ ସହିତ ପ୍ରତିକ୍ରିୟା କରନ୍ତି ନାହିଁ ।
  • ଧାତୁ ନିର୍ମିତ ବସ୍ତଗୁଡ଼ିକ ଆର୍ଦ୍ର ବାୟୁ ସଂସ୍ପର୍ଶରେ ଆସି କ୍ଷୟ ହୁଅନ୍ତି । ଏହି ପ୍ରକ୍ରିୟାକୁ ସଂକ୍ଷାରଣ କୁହାଯାଏ ।
  • ଧାତୁ ଓ ଅଧାତୁଗୁଡ଼ିକର ଦୈନନ୍ଦିନ ଜୀବନରେ ବ୍ୟାପକ ପ୍ରୟୋଗ ରହିଛି ।
  • ଦୁଇ ବା ଅଧ୍ବକ ଧାତୁ କିମ୍ବା ଧାତୁ ସହିତ ଅଧାତୁର ମିଶ୍ରଣକୁ ମିଶ୍ରଧାତୁ କୁହାଯାଏ । ଏହି ମିଶ୍ରଧାତୁ ଆମ ଦୈନନ୍ଦିନ ଜୀବନରେ ବ୍ୟବହାରରେ ଲାଗୁଥିବା ବାସନକୁସନ, ଯନ୍ତ୍ରାଂଶ ଓ କଳକାରଖାନାର ଅନେକ ଉପକରଣ ଆଦି ତିଆରି ହୋଇଥାଏ ।

Class 7 Science Chapter 3 Notes Odia Medium ବିଦ୍ୟୁତ୍ : ଏହାର ପରିପଥ ଓ ଉପାଦାନ

Go through BSE Odisha Class 7 Science Notes Odia Medium and Class 7 Science Chapter 3 Notes Odia Medium ବିଦ୍ୟୁତ୍ : ଏହାର ପରିପଥ ଓ ଉପାଦାନ to understand important concepts and topics more clearly.

7th Class Science Chapter 3 Notes Odia Medium

BSE Odisha Class 7 Science Chapter 3 Notes Odia Medium

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ :

ଘରକୁ ଆଲୋକୀକରଣ କରିବା, ଘରକୁ ଥଣ୍ଡା ବା ଗରମ ରଖୁବା, ମୋବାଇଲ ଚାର୍ଜ କରିବା, ଟିଭି ଦେଖୁବା ପାଇଁ ଆମେ ବହୁଳ ଭାବରେ ବିଦ୍ୟୁତ୍ ଶକ୍ତି ଉପରେ ନିର୍ଭର କରିଥାଉ ।

ବୈଦ୍ୟୁତିକ ଯାନବାହନ (electric vehicle) ର ଚଳପ୍ରଚଳ ପାଇଁ ଏବଂ ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ଯନ୍ତ୍ରପାତିଗୁଡ଼ିକର କାର୍ଯ୍ୟକାରିତା ପାଇଁ ବିଦ୍ୟୁତ୍ ଶକ୍ତିର ଚାହିଦା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

ବିଦ୍ୟୁତ୍ ବିଭିନ୍ନ ଉପାୟରେ ଯଥା ପବନ କଳରୁ ପବନ ଶକ୍ତି ବ୍ୟବହାର କରି, ସୌର ପ୍ୟାନେଲଦ୍ୱାରା ସୂର୍ଯ୍ୟଙ୍କ ରଶ୍ମିକୁ ଗ୍ରହଣ କରି, ଜଳ ଶକ୍ତି ଦ୍ଵାରା, ପ୍ରାକୃତିକ ଗ୍ୟାସ୍ କିମ୍ବା କୋଇଲା ଦ୍ଵାରା ଉତ୍ପନ୍ନ ହୋଇଥାଏ । ଏହିସବୁ ଉତ୍ସରୁ ବିଦ୍ୟୁତ୍ ଉତ୍ପନ୍ନ ହୋଇ ପରିବାହୀ ତାର ମାଧ୍ୟମରେ ବାସଗୃହ ଓ କାରଖାନାକୁ ଯୋଗାଇ ଦିଆଯାଇଥାଏ । ଉଦାହରଣ ସ୍ଵରୂପ, ଆମ ଘରେ ବିଭିନ୍ନ ଯନ୍ତ୍ରପାତି ବା ଉପକରଣ ଚଳେଇବା ପାଇଁ ଆମେ କାନ୍ଥରେ ଥ‌ିବା ପ୍ଲଗ୍ ଓ ସୁଇଚ୍ ବ୍ୟବହାର କରୁ । ତଥାପି, ବିଦ୍ୟୁତ୍ ବିଷୟରେ ଜାଣିବାକୁ ହେଲେ, ଆମେ ବ୍ୟବହାର କରୁଥିବା ଏବଂ ସହଜରେ ନେବା ଆଣିବା କରିହେଉଥ‌ିବା ବିଦ୍ୟୁତ୍ ଉତ୍ସ ପ୍ରତି ଧ୍ୟାନ ଦେବା । ଆସ, ଟର୍ଚ୍ଚଲାଇଟ୍ ‘ଭଳି ଏକ ସାଧାରଣ ଯନ୍ତ୍ରରୁ ଆମେ ଆରମ୍ଭ କରିବା ।

ଇନ୍ଧନ : ବିଦ୍ୟୁତ୍ କେଟଲ, ମିକ୍ସର ଗ୍ରାଇଣ୍ଡର, ଟୋଷ୍ଟର, ଓଭନ୍, ମାଇକ୍ରୋୱେଭ୍ ଆଲୋକୀକରଣ : ଘର, ଅଫିସ୍, ଗଳିରାସ୍ତା, ବଜାର, କଳକାରଖାନା
ଗମନାଗମନ : ଟ୍ରେନ୍, ବସ୍, କାର୍, ସ୍କୁଟର, ଲିଫ୍ଟ, ଏସ୍କାଲେଟର
ଗରମ ଓ ଥଣ୍ଡା : ପଙ୍ଖା, ରୁମ୍ ହିଟର, ଇମର୍ସନ ରଡ଼, ଗିଜର, ଫ୍ରିଜ୍, ଏୟାରକଣ୍ଡିସନର ମନୋରଞ୍ଜନ : ଟେଲିଭିଜନ, ରେଡ଼ିଓ
ଯୋଗାଯୋଗ : ମୋବାଇଲ୍ ଫୋନ୍, ଇଣ୍ଟରନେଟ୍
ଅନ୍ୟାନ୍ୟ : ୱାଟରପମ୍ପ, କ୍ରେନ, କମ୍ପ୍ୟୁଟର

ସତର୍କତା : ବିଦ୍ୟୁତ୍ ଖୁଣ୍ଟ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣଗୁଡ଼ିକ ଉପରେ ବିପଦ ସଙ୍କେତ ଲୋକଙ୍କୁ ସତର୍କ କରାଇଥାଏ । ଯଦି ଆମେ ସତର୍କତାର ସହିତ ବ୍ୟବହାର ନ କରିବା ତେବେ ବିଦ୍ୟୁତ୍ ଆମ ପାଇଁ ବିପଦ ସୃଷ୍ଟି କରିପାରେ । ଘର କିମ୍ବା ବିଦ୍ୟାଳୟରେ ହୋଇଥିବା ବିଦ୍ୟୁତ୍ ଯୋଗାଣ ସହିତ ଲାଗିବା ଉଚିତ ନୁହେଁ । ଏପରିକି ଛୋଟ ପୋର୍ଟେବଲ୍ ଜେନେରେଟର ମଧ୍ୟ ବିଦ୍ୟୁତ୍ ବିପଦ ସୃଷ୍ଟି କରିପାରେ । କୌଣସି ପରୀକ୍ଷଣ ପାଇଁ କେବଳ ଟର୍ଚ୍ଚଲାଇଟ୍, କାନ୍ଥ ଘଣ୍ଟା, ରେଡ଼ିଓ ବା ରିମୋଟରେ ବ୍ୟବହାର କରାଯାଉଥିବା ବ୍ୟାଟେରୀ କିମ୍ବା ସେଲ୍ ବ୍ୟବହାର କରିବାକୁ ହେବ ।

Class 7 Science Chapter 3 Notes Odia Medium ବିଦ୍ୟୁତ୍ : ଏହାର ପରିପଥ ଓ ଉପାଦାନ

ଟର୍ଚ୍ଚ ଲାଇଟ୍ :

କାର୍ଯ୍ୟ-୧ : ଆସ ଅନୁସନ୍ଧାନ କରିବା

Class 7 Science Chapter 3 Notes Odia Medium ବିଦ୍ୟୁତ୍ ଏହାର ପରିପଥ ଓ ଉପାଦାନ 1
ଗୋଟିଏ ଟର୍ଚ୍ଚ ଲାଇଟ୍ ନିଆଯାଉ ।
ଏହାକୁ ଯନ୍‌ର ସହିତ ଅନୁଧ୍ୟାନ କରିଲେ ଏକ ଲ୍ୟାମ୍ପ ଓ ଏକ ସୁଇଚ୍ ଦେଖୁପାରିବା ।

  • ସ୍ଵିଚ୍କୁ ଆଗକୁ ଖସାଇ ଓ ଅନୁଧ୍ୟାନ କଲେ ଟର୍ଚ୍ଚ ଜଳୁଛି ।
  • ବର୍ତ୍ତମାନ ସୁଇଟ୍‌କୁ ପଛକୁ ଖସାଇ ମୂଳ ସ୍ଥାନକୁ ଆଣ ଏବଂ ଟର୍ଚ୍ଚକୁ ପର୍ଯ୍ୟବେକ୍ଷଣ କର । ଟର୍ଚ୍ଚ ଜଳୁନାହିଁ ୟ ଲକ୍ଷ୍ୟ କରିଥିବ ଯେ ସୁଇଚ୍‌ର ପ୍ରଥମ ସ୍ଥିତିରେ ଟର୍ଚ୍ଚ ଜଳିଲା ଏବଂ ଦ୍ଵିତୀୟ ସ୍ଥିତିରେ ଜଳିଲା ତୁମେ ନିଶ୍ଚୟ ନାହିଁ ।
  • ବର୍ତ୍ତମାନ, ଟର୍ଚ୍ଚ ଲାଇଟ୍‌ଟିକୁ ଖୋଲିଦେଲେ ଟର୍ଚଲାଇଟ୍ ଭିତରେ ଦୁଇ କିମ୍ବା ଅଧ‌ିକ ବୈଦ୍ୟୁତିକ ସେଲ୍ ଦେଖିବାକୁ ମିଳିବ ।

ଗୋଟିଏ ସରଳ ବିଦ୍ୟୁତ୍ ପରିପଥର ଉପାଦାନ
ବିଦ୍ୟୁତ୍ କୋଷ (Electric cell) :

କାର୍ଯ୍ୟ –୨ : ଆସ ଗ ପରୀକ୍ଷା କରିବା

ଏକ ବିଦ୍ୟୁତ୍ କୋଷ ନେଇ, ଏହାର ଦୁଇପାର୍ଶ୍ଵକୁ ଦେଖ । ତୁମେ ଯୁକ୍ତ ଅଗ୍ର ବିଦ୍ୟୁତ୍ କୋଷ ଉପରେ ଏକ ଯୁକ୍ତ ଚିହ୍ନ (+) ଏବଂ ଅନ୍ୟଟି ବିଯୁକ୍ତ ଚିହ୍ନ (–) ଲେଖାଥ‌ିବାର ଦେଖୁବ ? ଏହାର ଗୋଟିଏ ମୁଣ୍ଡରେ ଏକ ଛୋଟ ଧାତବ ଟୋପି ଏବଂ ଅନ୍ୟ ଏକ ମୁଣ୍ଡରେ ଚଟକା ଧାତବ ପଦାର୍ଥଟିଏ ଲାଗିଥ‌ିବାର ଦେଖୁବ ।
Class 7 Science Chapter 3 Notes Odia Medium ବିଦ୍ୟୁତ୍ ଏହାର ପରିପଥ ଓ ଉପାଦାନ 2
ଗୋଟିଏ ବିଦ୍ୟୁତ୍ କୋଷରେ ଦୁଇଟି ଅଗ୍ର ଥାଏ । ଗୋଟିଏ ଯୁକ୍ତ (+) ଅଗ୍ର, ଅନ୍ୟଟି ବିଯୁକ୍ତ (–) ଅଗ୍ର । ଆମେ ନେଇଥ‌ିବା ବିଦ୍ୟୁତ୍ କୋଷରେ ଧାତୁ ଟୋପି ହେଉଛି ବୈଦ୍ୟୁତିକ କୋଷର ଯୁକ୍ତ (+) ଓ ଅନ୍ୟଟି (ଚଟକା ଧାତବ ପଦାର୍ଥ) ବିଯୁକ୍ତ (–) ଅଗ୍ର । ବିଦ୍ୟୁତ୍ କୋଷ ହେଉଛି ସୁବିଧାରେ ନେବା ଆଣିବା କରି ହେଉଥ‌ିବା (Portable) ବିଦ୍ୟୁତ୍ ଶକ୍ତିର ଉତ୍ସ ।

ବ୍ୟାଟେରୀ : ଏକ ଟର୍କରେ ଆମେ ସାଧାରଣତଃ ସେଗୁଡ଼ିକୁ ଅଧିକ କୋଷର ବ୍ୟବହାର କରିଥାଉ । ଗୋଟିଏରୁ ଏକ ନିର୍ଦ୍ଦିଷ୍ଟ କ୍ରମରେ ରଖାଯାଇଥାଏ । ଦୁଇ କିମ୍ବା ଅଧ‌ିକ କୋଷ ଏପରି ସଂଯୋଗକୁ ବ୍ୟାଟେରୀ କୁହାଯାଏ ।

Class 7 Science Chapter 3 Notes Odia Medium ବିଦ୍ୟୁତ୍ : ଏହାର ପରିପଥ ଓ ଉପାଦାନ

କାର୍ଯ୍ୟ–୩ : ଆସ ପରୀକ୍ଷା କରିବା

ଦୁଇଟି କୋଷ ବ୍ୟବହାର କରୁଥିବା ଏକ ଟର୍ଚ୍ଚ ନିଅ । ଏହାର କୋଷ ଥିବା କୋଠରିକୁ ଖୋଲି କୋଷଗୁଡ଼ିକୁ ବାହାର କରାଯାଉ ।

ପ୍ରଥମ କୋଷଗୁଡ଼ିକୁ ଗୋଟିଏ ପଛରେ ଗୋଟିଏର ବିପରୀତ ଦିଗରେ ରଖ୍ ସ୍ଵିଚ୍ ଅନ୍ କଲେ ଦେଖୁବା ଟର୍ଚ୍ଚ ଜଳୁଛି । ପୁଣି କୋଷ ଦୁଇଟିକୁ ଆଉ ଗୋଟିଏ ଅଲଗା କ୍ରମରେ ରଖିଲେ ଟର୍ଚ୍ଚ ଜଳିବ ନାହିଁ ।

ଟର୍ଚ୍ଚରେ କୋଷଗୁଡ଼ିକୁ ଚିତ୍ରରେ ଦେଖାଯାଇଥ‌ିବା କ୍ରମରେ ରଖୁଲେ ଟର୍ଚ୍ଚ ଜଳେ । ଦୁଇଟି କୋଷର ଅଗ୍ର କିପରି ସଂଯୁକ୍ତ ହୋଇଛି ତାହା ଲକ୍ଷ୍ୟ କର । ଗୋଟିଏ କୋଷର ଯୁକ୍ତ (+) ଅଗ୍ର ଅନ୍ୟ କୋଷର ବିଯୁକ୍ତ (–) ଅଗ୍ର ସହ ସଂଯୁକ୍ତ ହେଲେ ଟର୍ଚ୍ଚ ଜଳିଥାଏ । ଦୁଇ କିମ୍ବା ଅଧ‌ିକ କୋଷର ଏହିପରି ସଂଯୋଗକୁ ବ୍ୟାଟେରୀ କୁହାଯାଏ ।
Class 7 Science Chapter 3 Notes Odia Medium ବିଦ୍ୟୁତ୍ ଏହାର ପରିପଥ ଓ ଉପାଦାନ 3
ଅଧିକାଂଶ ସମୟରେ ଯନ୍ତ୍ର ଉପକରଣ ପାଇଁ ଆମେ ଗୋଟିଏରୁ ଅଧିକ କୋଷ ବ୍ୟବହାର କରିଥାଉ । ତେଣୁ ଚିତ୍ରରେ ଦିଆଯାଇଥ‌ିବା ଭଳି ଦୁଇ କିମ୍ବା ଅଧ‌ିକ କୋଷକୁ ଏକାଠି ସଂଯୋଗ କରୁ । ଅଧିକ କୋଷ ସଂଯୋଗ କରିବାଦ୍ଵାରା ଉପକରଣଗୁଡ଼ିକୁ ଅଧ‌ିକ ସମୟ ଧରି ଅଧୂକ ଶକ୍ତି ପାଇଥାଏ ।

ଗୋଟିଏ ସେଲ୍ ବା କୋଷକୁ ଆମେ ସାଧାରଣତଃ ବ୍ୟାଟେରୀ କହୁ । ଆମର ମୋବାଇଲ ଫୋନକୁ ଶକ୍ତି ଦେଉଥ‌ିବା ଗୋଟିଏ ସେଲ୍ ପାଇଁ ମଧ୍ୟ ଆମେ ବ୍ୟାଟେରୀ ବ୍ୟବହାର କରୁ ।

Class 7 Science Chapter 3 Notes Odia Medium ବିଦ୍ୟୁତ୍ : ଏହାର ପରିପଥ ଓ ଉପାଦାନ

ବିଦ୍ୟୁତ୍ ବତୀ
ଉଜ୍ଜ୍ଵଳ ଲ୍ୟାମ୍ପ (Incandescent Lamp) :

  • ଗୋଟିଏ ଟର୍ଚ୍ଚ ନେଇ ତା’ର ବତୀକୁ ପରୀକ୍ଷା କରାଯାଉ । କାଚ ବଲ୍‌ବ ମଝିରେ ଏକ ସରୁ ପତଳା ତାର ଲାଗିଥିବା ଲକ୍ଷ୍ୟ କରିବ ।
  • ଟର୍ଚ୍ଚକୁ ଜଳାଇଲେ ବଲ୍‌ବ ମଝିରେ ଥିବା ପତଳା ତାର ଦୀପ୍ତିମାନ ହୋଇ ଆଲୋକ ପ୍ରଦାନ କରିଥାଏ । ଏହି ସବୁ ପତଳା ତାରକୁ ବଲ୍‌ବର ଫିଲାମେଣ୍ଟ କୁହାଯାଏ ।
    Class 7 Science Chapter 3 Notes Odia Medium ବିଦ୍ୟୁତ୍ ଏହାର ପରିପଥ ଓ ଉପାଦାନ 4

ଫିଲାମେଣ୍ଟଟି ଦୁଇଟି ମୋଟା ତାର ସହିତ ସଂଯୁକ୍ତ କରାଯାଇଛି । ଗୋଟିଏ ମୋଟା ତାର ବଲ୍‌ବର କଡ଼ରେ ଥ‌ିବା ଧାତବ ଖୋଳ ସହିତ ଏବଂ ଅନ୍ୟଟି ତଳ କେନ୍ଦ୍ରରେ ଥ‌ିବା ଧାତବ ଶୀର୍ଷ ସହ ସଂଯୁକ୍ତ ହୋଇଛି । ବତୀ ସହ ସଂଯୁକ୍ତ ଏଇ ଦୁଇଟି ତାର ଏପରି ରଖାଯାଇଛି ଯେପରିକି ପରସ୍ପରକୁ ଆଦୌ ସ୍ପର୍ଶ କରିବେ ନାହିଁ । ବଲ୍‌ବର ଫିଲାମେଣ୍ଟ ହିଁ ଉତ୍ତପ୍ତ ହେବା ସହ ଦୀପ୍ତିମାନ ହୋଇ ଆଲୋକ ସୃଷ୍ଟି କରେ ।

ଏଲ୍‌ଇଡ଼ି (LED) ବତୀ :
ଆଜିକାଲି ବ୍ୟବହୃତ ହେଉଥ‌ିବା ଅଧୁକାଂଶ ଟର୍ଚ୍ଚରେ ଓ ଅନ୍ୟାନ୍ୟ ଉପକରଣରେ ତାପଦୀପ୍ତ ବଲ୍‌ବ ବଦଳରେ ଆଲୋକ ନିର୍ଗତକାରୀ ଡାୟୋଡ଼ LED (Light Emitting Diode) ଲ୍ୟାମ୍ପ୍ ବ୍ୟବହୃତ ହେଉଛି ।
Class 7 Science Chapter 3 Notes Odia Medium ବିଦ୍ୟୁତ୍ ଏହାର ପରିପଥ ଓ ଉପାଦାନ 5

କାର୍ଯ୍ୟ-୫ : ଆସ ପର୍ଯ୍ୟବେକ୍ଷଣ କରିବା

କୌଣସି ରଙ୍ଗର LED ବଲ୍‌ବ ନେଇ ଲକ୍ଷ୍ୟ କଲେ ଦେଖାଯିବ ଯେ, ଏହା ଭିତରେ କୌଣସି ଫିଲାମେଣ୍ଟ ରହିନାହିଁ ।

LED ସହିତ ସଂଲଗ୍ନ ଦୁଇଟି ତାରର ଦୈର୍ଘ୍ୟକୁ ଦେଖ‌ିଲେ, ଗୋଟିଏ ଅନ୍ୟ ଅପେକ୍ଷା ଅଧିକ ଲମ୍ବା ଦିଶୁଛି । ତାପଦୀପ୍ତ ବଲ୍ସବ ପରି LED ରେ ଫିଲାମେଣ୍ଟ ନାହିଁ । ସେମାନଙ୍କର ମଧ୍ୟ ଦୁଇଟି ଅଗ୍ର ଅଛି, କିନ୍ତୁ ଗୋଟିଏ ଯୁକ୍ତାତ୍ମକ ଏବଂ ଲମ୍ବା ତାର ସହିତ ସଂଲଗ୍ନ ଓ ଅନ୍ୟଟି ବିଯୁକ୍ତାତ୍ମକ ଏବଂ ଛୋଟ ତାର ସହ ସଂଯୁକ୍ତ । ଗୋଟିଏ ଟର୍କରେ ବିଭିନ୍ନ ଆକୃତିର ଗୋଟିଏ କିମ୍ବା ଅଧୁକ LED ବ୍ୟବହାର କରାଯାଇପାରେ ।
Class 7 Science Chapter 3 Notes Odia Medium ବିଦ୍ୟୁତ୍ ଏହାର ପରିପଥ ଓ ଉପାଦାନ 6
ବିଦ୍ୟୁତ କୋଷ, ବ୍ୟାଟେରୀ ଏବଂ ବିଦ୍ୟୁତ୍ ବତୀ ବ୍ୟବହାର କରି ଟର୍ଚ୍ଚଲାଇଟ୍‌ ଜଳାଇ ପାରିବା ।

ବ୍ୟାଟେରୀ ବ୍ୟବହାର କରି ବିଦ୍ୟୁତ୍ ବତୀଟିଏ ଜଳାଇବା :

Class 7 Science Chapter 3 Notes Odia Medium ବିଦ୍ୟୁତ୍ : ଏହାର ପରିପଥ ଓ ଉପାଦାନ

କାର୍ଯ୍ୟ-୬ : ଆସ ତିଆରି କରିବା

ଆବଶ୍ୟକୀୟ ଉପକରଣ : ଏକ ବିଦ୍ୟୁତ୍ ସେଲ୍, ଟର୍ଚ୍ଚରେ ବ୍ୟବହୃତ ଏକ ତାପଦୀପ୍ତ ବଲ୍‌, ଏକ ସେଲ୍ ଧାରକ, ବତୀଧାରକ ଏବଂ ଚାରି ଖଣ୍ଡ ତାର ନିଅ ।

ପ୍ରତ୍ୟେକ ତାରର ଉଭୟ ପ୍ରାନ୍ତରୁ ପ୍ରାୟ ୧ ସେ.ମି. ପ୍ଲାଷ୍ଟିକ୍ ଆବରଣ ଖୋଲି ଧାତୁ ବାହାର କରାଯାଉ ।

ଧାରକର ଦୁଇ ଅଗ୍ର ସହିତ ଦୁଇଟି ତାର ସଂଲଗ୍ନ କରାଯାଉ ।
Class 7 Science Chapter 3 Notes Odia Medium ବିଦ୍ୟୁତ୍ ଏହାର ପରିପଥ ଓ ଉପାଦାନ 7
ଧାରକରେ ସେଲ୍‌କୁ ଏପରି ଭାବରେ ରଖ ଯେପରି ଏହାର ବିଯୁକ୍ତାତ୍ମକ ଅଗ୍ର ଧାରକର ସ୍ପ୍ରିଙ୍ଗ ଆଡ଼କୁ ଥ‌ିବ । ଏକ ସେଲ୍ ଧାରକ କିମ୍ବା ବୈଦ୍ୟୁତିକ ଟେପ୍ ବ୍ୟବହାର କରି ଦୁଇଟି ତାରକୁ ସେଲ୍ ସହିତ ସମାୟୋଜନ କରାଯାଉ ।

ବଲ୍‌ବ ଧାରକର ସ୍କୃ ସହିତ ଦୁଇଟି ତାର ସଂଲଗ୍ନ କରି ଧାରକକୁ ଧୀରେ ଧୀରେ ବୁଲାଇ ଧାରକରେ ଲ୍ୟାମ୍ପ୍କୁ ସଂଯୋଗ କର । ଯଦି ଏକ ବତୀ ଧାରକ ଉପଲବ୍ଧ ନଥାଏ, ତେବେ ବତୀର ଦୁଇ ପ୍ରାନ୍ତରେ ଦୁଇଟି ତାର ସଂଲଗ୍ନ କରିବା ପାଇଁ ବୈଦ୍ୟୁତିକ ଟେପ୍ ବ୍ୟବହାର କରାଯାଉ ।
Class 7 Science Chapter 3 Notes Odia Medium ବିଦ୍ୟୁତ୍ ଏହାର ପରିପଥ ଓ ଉପାଦାନ 8
Class 7 Science Chapter 3 Notes Odia Medium ବିଦ୍ୟୁତ୍ : ଏହାର ପରିପଥ ଓ ଉପାଦାନ

ବର୍ତ୍ତମାନ ଆଲୋକ ସୃଷ୍ଟି କରିବା ପାଇଁ ସେଲ୍‌କୁ ବଲ୍‌ବ ସହିତ ଯୋଡ଼ିବା :

  • ଆମେ ଏହି କାର୍ଯ୍ୟକୁ ଦୁଇଟି ଭାଗରେ କରିବା – ପୂର୍ବାନୁମାନ ଏବଂ ପର୍ଯ୍ୟବେକ୍ଷଣ । ବିଲ୍‌ବ ଏବଂ ସେଲ୍‌କୁ କିପରି ସଂଯୋଗ କରାଯାଇ ପାରିବ ତାହାର କିଛି ଉପାୟ ସାରଣୀରେ ଦିଆଯାଇଛି ।
  • ପ୍ରତ୍ୟେକ ବ୍ୟବସ୍ଥା ପାଇଁ ବତୀ ଜଳିବ କି ନାହିଁ ପୂର୍ବାନୁମାନ କର ଏବଂ ସାରଣୀରେ ତୁମର ପୂର୍ବାନୁମାନ ଲେଖାଯାଉ ।

ବର୍ତ୍ତମାନ ବଲବ୍ ଏବଂ ସେଲ୍‌ ସଂଯୋଗ କରି ବଲ୍‌ବ ଜଳୁଛି କି ନାହିଁ ପର୍ଯ୍ୟବେକ୍ଷଣ କରାଯାଉ । ସାରଣୀରେ ତୁମର ପର୍ଯ୍ୟବେକ୍ଷଣକୁ ଲେଖ । ଯେଉଁ ବଲ୍‌ବଗୁଡ଼ିକ ଜଳିବ, ସେମାନଙ୍କର ଉପର କାଚକୁ ହଳଦିଆ ରଙ୍ଗ କରାଯାଉ ।

ସାରଣୀ : ବତୀ ଜଳାଇବାର ପ୍ରଚେଷ୍ଟା
Class 7 Science Chapter 3 Notes Odia Medium ବିଦ୍ୟୁତ୍ ଏହାର ପରିପଥ ଓ ଉପାଦାନ 9
ସିଦ୍ଧାନ୍ତ : ସାରଣୀର କ୍ରମିକ ନମ୍ବର ୧ ଓ ୬ ବ୍ୟବସ୍ଥାରେ ବଲ୍‌ବ ଜଳିବ ଓ ଅନ୍ୟ ସବୁ ବ୍ୟବସ୍ଥାରେ ଜଳିବ ନାହିଁ । ଯେଉଁଟି ବଲ୍‌ ଜଳି ପାରିବ ସେଠାରେ ପରିପଥ ସଂପୂର୍ଣ୍ଣ ଅଛି । ଯେଉଁଠି ବଲ୍‌ ଜଳିବ ନାହିଁ ସେଠାରେ ପରିପଥ ବିଛିନ୍ନ ଅଛି ।

ଗୋଟିଏ ବିଦ୍ୟୁତ୍ ପରିପଥ :
ଏକ ବତୀ ବା ବଲ୍‌ର ଦୁଇ ଅଗ୍ରକୁ ଯଥାକ୍ରମେ ସେଲ୍‌ର ଦୁଇ ଅଗ୍ର ସହିତ ଠିକ୍ ଭାବରେ ସଂଯୁକ୍ତ ହେଲେ ବଲ୍‌ ଜଳିଥାଏ । ଏହି ବ୍ୟବସ୍ଥା ଏକ ବିଦ୍ୟୁତ୍ ପରିପଥ ସୃଷ୍ଟି କରେ, ଯାହା ବଲ୍‌ବ ମଧ୍ୟ ଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହ କରିବା ନିମିତ୍ତ ଏକ ପଥ ସଂପୂର୍ଣ୍ଣ କରେ । କେବଳ ବିଦ୍ୟୁତ୍ ସ୍ରୋତ ବିଦ୍ୟୁତ୍ ପରିପଥରେ ପ୍ରବାହିତ ହେଲେ ବଲ୍‌ବଟି ଜଳେ ।
Class 7 Science Chapter 3 Notes Odia Medium ବିଦ୍ୟୁତ୍ ଏହାର ପରିପଥ ଓ ଉପାଦାନ 10
ଏକ ବୈଦ୍ୟୁତିକ ପରିପଥ ଏକ ବିଦ୍ୟୁତ୍ ପରିପଥରେ ବିଦ୍ୟୁତ୍ ପ୍ରବାହର ଦିଗ ବିଦ୍ୟୁତ୍ ସେଲ୍‌ର ଯୁକ୍ତ (+) ଅଗ୍ରରୁ ବିଯୁକ୍ତ (-) ଅଗ୍ର ଆଡ଼କୁ ହୋଇଥାଏ । ଯେତେବେଳେ ବିଦ୍ୟୁତୀ ଓ ସେଲ୍‌ର ଉଭୟ ଅଗ୍ର ପରିବାହୀ ତାରଦ୍ଵାରା ଉପଯୁକ୍ତ ଭାବରେ ସଂଯୁକ୍ତ କରାଯାଏ, ସେତେବେଳେ ବିଦ୍ୟୁତ୍ ସ୍ରୋତ ବତୀର ଫିଲାମେଣ୍ଟରେ ପ୍ରବାହିତ ହୋଇ ବଲ୍‌ବକୁ ଜଳାଏ । ଗୋଟିଏ ତାପଦୀପ୍ତ ବତୀରେ କେଉଁ ଅଗ୍ର ବ୍ୟାଟେରୀରେ ଯୁକ୍ତ (+) ବା ବିଯୁକ୍ତ (–) ଅଗ୍ର ସହ ସଂଯୁକ୍ତ ହୋଇଛି, ତାହା ଗୁରୁତ୍ଵପୂର୍ଣ୍ଣ ନୁହେଁ । ବିଦ୍ୟୁତ୍ ସ୍ରୋତ ବିଦ୍ୟୁତ୍ ପରିପଥ ମଧ୍ୟଦେଇ ଫିଲାମେଣ୍ଟରେ ପ୍ରବାହିତ ହେବା ପର୍ଯ୍ୟନ୍ତ ବଲ୍‌ବ ଜଳୁଥ‌ିବ ।

Class 7 Science Chapter 3 Notes Odia Medium ବିଦ୍ୟୁତ୍ : ଏହାର ପରିପଥ ଓ ଉପାଦାନ

ବେଳେବେଳେ ତାପଦୀପ୍ତ ବତୀ ସେଲ୍ ସହ ସଂଯୁକ୍ତ ହେଲା ପରେ ମଧ୍ୟ ବଲ୍‌ବ ଜଳେ ନାହିଁ । ଆମେ କହୁ ବଲ୍‌ବଟି ଫ୍ୟୁଜ୍ ହୋଇଯାଇଛି କାରଣ ଫିଲାମେଣ୍ଟଟି ଛିଡ଼ି ଯାଇଥାଏ । ଛିଡ଼ା ପିଲାମେଣ୍ଟ ବିଦ୍ୟୁତ୍ ପ୍ରବାହକୁ ବନ୍ଦ କରିଦିଏ, ତେଣୁ ବତୀଟି ଜଳିପାରେ ନାହିଁ ।

ବର୍ତ୍ତମାନ LED ଜଳାଇବାକୁ ଚେଷ୍ଟା କରିବା

କାର୍ଯ୍ୟ –୭ : ଆସ ପରୀକ୍ଷା କରିବା

  • ଦୁଇଟି ବିଦ୍ୟୁତ୍ ସେଲ୍, ଯେକୌଣସି ରଙ୍ଗର ଗୋଟିଏ LED, ଗୋଟିଏ ସେଲ ଧାରକ ଏବଂ ଦୁଇ ଖଣ୍ଡ ବିଦ୍ୟୁତ୍ ତାର ନିଆଯାଉ ।
  • ବିଦ୍ୟୁତ୍ ତାରଖଣ୍ଡର ଉଭୟ ଅଗ୍ରରୁ ପ୍ରାୟ ଏକ ସେଣ୍ଟିମିଟର ପ୍ଲାଷ୍ଟିକ୍ କାଟି ଦିଅ ଯେପରି ଧାତୁ ଅଂଶ ଦେଖାଯିବ ।
  • ଦୁଇଟି ତାରକୁ ସେଲ୍ ଧାରକ ସହ ସଂଯୋଗ କରାଯାଉ ।
  • ଦୁଇଟି ସେଲ୍‌କୁ ଧାରକରେ ଯୋଡ଼ିଦିଅ, ଯେପରି ପ୍ରତ୍ୟେକ ସେଲ୍ ବିଯୁକ୍ତ (–) ଅଗ୍ର ଧାରକର ସ୍ପ୍ରିଙ୍ଗ୍ ସହ ସଂଯୁକ୍ତ ହେବ । ଏବେ ବ୍ୟାଟେରୀ ବ୍ୟବହାର ପାଇଁ ପ୍ରସ୍ତୁତ ହେଲା ।
    Class 7 Science Chapter 3 Notes Odia Medium ବିଦ୍ୟୁତ୍ ଏହାର ପରିପଥ ଓ ଉପାଦାନ 11
    Class 7 Science Chapter 3 Notes Odia Medium ବିଦ୍ୟୁତ୍ ଏହାର ପରିପଥ ଓ ଉପାଦାନ 12

କେଉଁଟି ବ୍ୟାଟେରୀର ଯୁକ୍ତ (+) ଅଗ୍ର କିପରି ସ୍ଥିର କରିବ ?
ଉ. ସେଲ୍‌ର ଯୁକ୍ତ (+) ଅଗ୍ର ଧାରକର ଯେଉଁ ଅଗ୍ର ସହ ସଂଯୁକ୍ତ ହୋଇଥିବ ତାହା ଧାରକର ଯୁକ୍ତ (+) ଅଗ୍ର ଏବଂ କୋଷର ବିଯୁକ୍ତ (–) ଅଗ୍ର ଧାରକର ଯେଉଁ ଅଗ୍ର ସହ ସଂଯୁକ୍ତ ହୋଇଥିବ ତାହା ବିଯୁକ୍ତ (–) ଅଗ୍ର ।

ବ୍ୟାଟେରୀ ଯୁକ୍ତ (+) ଅଗ୍ରରେ ଥ‌ିବା ତାରକୁ LED ର ଲମ୍ବା ତାର ସହିତ ଏବଂ ବିଯୁକ୍ତ (–) ଅଗ୍ରରେ ଥ‌ିବା ତାରକୁ LED ର ଛୋଟ ତାର ସହ ସଂଯୁକ୍ତ କଲେ LED ଜଳୁଛି ।

ଉପରୋକ୍ତ LED ସଂଯୋଗର ବିପରୀତ ତାର ଦୁଇଟିକୁ ଅଦଳବଦଳ ପୂର୍ବକ ସଂଯୋଗ କରି ଦେଖୁଲେ LED ଜଳିବ ନାହିଁ ।

ସିଦ୍ଧାନ୍ତ : ପ୍ରଥମ ସଂଯୋଗରେ LED ଜଳିଲା ଓ ଦ୍ୱିତୀୟ ସଂଯୋଗରେ LED ଜଳିଲା ନାହିଁ । ଏହାର କାରଣ ହେଉଛି LED ବିଦ୍ୟୁତ୍ ସ୍ରୋତ କେବଳ ଗୋଟିଏ ଦିଗରେ ପ୍ରବାହିତ ହୋଇଥାଏ । ଯେତେବେଳେ LED ର ଯୁକ୍ତ (+) ଅଗ୍ର (ଲମ୍ବା ତାର) ବ୍ୟାଟେରୀ ଯୁକ୍ତ (+) ଅଗ୍ର ସହ ଓ ବିଯୁକ୍ତ (–) ଅଗ୍ର (ଛୋଟ ତାର) ବ୍ୟାବେରୀ ବିଯୁକ୍ତ (–) ଅଗ୍ର ସହ ସଂଯୁକ୍ତ ହୋଇଥାଏ ସେତେବେଳେ LED ରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୋଇଥାଏ । ବିଦ୍ୟୁତ୍ ସ୍ରୋତ LED ମଧ୍ୟରେ ପ୍ରବାହିତ ହେଲେ LED ଜଳେ । LED ର ଠିକ୍ ସଂଯୋଗ ପାଇଁ ଦେଖୁବା ଉଚିତ ।

ବେଳେବେଳେ ଦେଖାଯାଏ, କେତେକ ବୈଦ୍ୟୁତିକ ଯନ୍ତ୍ରପାତିରେ କୋଷଗୁଡ଼ିକ ଉପକରଣର ପାର୍ଶ୍ଵରେ ଲଗା ଯାଇଥାଏ । ତେବେ ସେଲ୍‌ର ଅଗ୍ରଗୁଡ଼ିକ କିପରି ସଂଯୋଗ କରାଯାଇଥାଏ ? ଯଦି ବ୍ୟାଟେରୀ କୋଠରି ମଧ୍ୟରୁ ଭଲ ଭାବରେ ନିରୀକ୍ଷଣ କରିବ ଦେଖୁବ ଗୋଟିଏ ସେଲ୍‌ର ଯୁକ୍ତ ଅଗ୍ର ଅନ୍ୟ ସେଲ୍‌ର ବିଯୁକ୍ତ ଅଗ୍ର ସହ ଏକ ମୋଟା ଧାତବ ପଟିଦ୍ଵାରା ସଂଯୁକ୍ତ ହୋଇଥ‌ିବ । ସଠିକ୍ ସଂଯୋଗ ପାଇଁ ତା’ ଭିତରେ + ଓ – ଚିହ୍ନିତ ହୋଇଥାଏ ।

Class 7 Science Chapter 3 Notes Odia Medium ବିଦ୍ୟୁତ୍ : ଏହାର ପରିପଥ ଓ ଉପାଦାନ

ବିଦ୍ୟୁତ ସୁଇଚ୍

କାର୍ଯ୍ୟ-୮ : ଆସ ତିଆରି କରିବା

ଗୋଟିଏ ସୁଇଚ୍ ଏକ ଟର୍ଚ୍ଚକୁ କିପରି ଜଳାଏ ବା ବନ୍ଦ କରେ ସେ ବିଷୟରେ ଜାଣିବା ।

ଦୁଇଟି ଡ୍ରଇଂ ପିନ୍, ଗୋଟିଏ ସେଫଟି ପିନ୍ ବା କାଗଜ କ୍ଳିପ୍, ଦୁଇ ଖଣ୍ଡ ତାର ଏବଂ ଖଣ୍ଡେ କାର୍ଡବୋର୍ଡ ସଂଗ୍ରହ କରାଯାଉ ।

ଗୋଟିଏ ଡ୍ରଇଂ ପିନ୍‌କୁ ସେଫଟି ପିନ୍‌ କଣାରେ ଭର୍ତ୍ତି କରି କାର୍ଡବୋର୍ଡ ଉପରେ ଲଗାଅ, ଯେପରି ସେଫ୍‌ଟି ପିନ୍ ମୁକ୍ତ ଭାବରେ ଘୂରି ପାରିବ । ଅନ୍ୟ ପିନ୍ ଡ୍ରଇଂ ପିଟିକୁ କାର୍ଡ଼ବୋର୍ଡ଼ ଉପରେ ଏପରି ଲଗାଅ ଯେପରି ସେଫ୍‌ଟି ପିନ୍‌ ମୁକ୍ତ ଅଗ୍ରଟି ଏହାକୁ ସ୍ପର୍ଶ କରିପାରୁଥ‌ିବ ।
Class 7 Science Chapter 3 Notes Odia Medium ବିଦ୍ୟୁତ୍ ଏହାର ପରିପଥ ଓ ଉପାଦାନ 13
ପ୍ରତ୍ୟେକ ଡ୍ରଇଂ ପିନ୍ ସହିତ ଗୋଟିଏ ଲେଖାଏଁ ତାରଦ୍ଵାରା ସଂଯୋଗ କରାଯାଉ । ଏବେ ସୁଇଚ୍ ପ୍ରସ୍ତୁତ ହୋଇଗଲା ।

କାର୍ଯ୍ୟ – ୯ : ଆସ ସ ପରୀକ୍ଷା କରିବା

ବିଦ୍ୟୁତ୍ କୋଷ, ବତୀ (ବଲ୍‌ବ) ଓ ସୁଇକୁ ସଂଯୋଗ କଲେ ବତୀ ଜଳିବ ନାହିଁ ।

ସେଫଟିପିନ୍ ମୁକ୍ତ ଅଗ୍ରଟିକୁ ଘୂରାଅ ଯେପରିକି ଏହା ଅନ୍ୟ ଡ୍ରଇଂ ପିକୁ ସ୍ପର୍ଶ କରିବ । ବତୀ ଜଳୁଛି କି ନାହିଁ ଲକ୍ଷ୍ୟ କର । ସେଫ୍‌ଟି ପିନ୍ ଭଭୟ ଡ୍ରଇଂ ପିକୁ ସ୍ପର୍ଶ କରେ ଯେତେବେଳେ ଏହା ପରିପଥ କୌଣସି ଫାଙ୍କା ନ ଥାଇ ସଂପୂର୍ଣ୍ଣ ହୁଏ ।

Class 7 Science Chapter 3 Notes Odia Medium ବିଦ୍ୟୁତ୍ : ଏହାର ପରିପଥ ଓ ଉପାଦାନ

ଆମେ ଏହାକୁ ସୁଇଚ୍‌ ଅନ୍ ଅବସ୍ଥା କହିଥାଉ । ଯେତେବେଳେ ପରିପଥ ମୁଦିତ (on) ଥାଏ ଏବଂ ବିଦ୍ୟୁତ୍ ସ୍ରୋତ ସେଲ୍‌ର ଯୁକ୍ତ ଅଗ୍ରରୁ ବିଯୁକ୍ତ ଅଗ୍ରକୁ ପ୍ରବାହିତ ହୋଇ ବଲ୍‌ବକୁ ଜଳାଏ ।
Class 7 Science Chapter 3 Notes Odia Medium ବିଦ୍ୟୁତ୍ ଏହାର ପରିପଥ ଓ ଉପାଦାନ 14
ଯେତେବେଳେ ପରିପଥଟି ମୁକ୍ତ (off) ଥାଏ ସେଫ୍‌ଟି ପିନ୍ ଦ୍ଵିତୀୟ ଡ୍ରଇଂ ପିନ୍‌କୁ ସ୍ପର୍ଶ କରେ ନାହିଁ, ସେତେବେଳ ପରିପଥରେ ଥ‌ିବା ଫାଙ୍କ ବିଦ୍ୟୁତ୍ ସ୍ରୋତ ପ୍ରବାହକୁ ବାଧା ଦିଏ ଏବଂ ବତୀ (ବଲ୍‌ବ) ଜଳେ ନାହିଁ । ଏହି ଅଫ୍ ଅବସ୍ଥାରେ ଆମେ କହିବା ପରିପଥ ଖୋଲା (ମୁକ୍ତ) ଅଛି ।

ପରିପଥର ଯେକୌଣସି ସ୍ଥାନରେ ସୁଇଚ୍‌କୁ ଲଗା ଯାଇପାରିବ । ସ୍ଵିଚ୍ ଗୋଟିଏ ସରଳ ଯନ୍ତ୍ର ଯାହା ପରିପଥକୁ ସମ୍ପୂର୍ଣ୍ଣ କରେ ବା ବିଚ୍ଛିନ୍ନ କରିଦିଏ । ଘରେ ବ୍ୟବହାର କରାଯାଉଥିବା ବିଭିନ୍ନ ଯନ୍ତ୍ରପାତିରେ ଏହିପରି ସ୍ଵିଚ୍ ବ୍ୟବହାର କରାଯାଇଥାଏ, ସେଗୁଡ଼ିକ ଯେକୌଣସି ଆକାରର ହୋଇଥିଲେ ମଧ୍ୟ ଏକାଭଳି କାର୍ଯ୍ୟ କରିଥା’ନ୍ତି ।

ବୈଦ୍ୟୁତିକ ପରିପଥର ଚିତ୍ର : ଗୋଟିଏ ବୈଦ୍ୟୁତିକ ପରିପଥର ବିଭିନ୍ନ ଉପାଦାନକୁ ସାରଣୀରେ ଦର୍ଶାଯାଇଥ‌ିବା ବିଭିନ୍ନ ସଂକେତ ଦ୍ଵାରା ପ୍ରକାଶ କରାଯାଇଥାଏ ।

ବୈଦ୍ୟୁତିକ ଉପାଦାନ ଓ ସେମାନଙ୍କର ସଙ୍କେତ
Class 7 Science Chapter 3 Notes Odia Medium ବିଦ୍ୟୁତ୍ ଏହାର ପରିପଥ ଓ ଉପାଦାନ 15
ବିଦ୍ୟୁତ ସେଲ୍‌ର ସଙ୍କେତରେ ଲମ୍ବା ରେଖାଟି ଯୁକ୍ତ (+) ଅଗ୍ର ଓ ଛୋଟ ରେଖାଟି ବିଯୁକ୍ତ (–) ଅଗ୍ରକୁ ସୂଚାଏ । LED ପାଇଁ ଉଦ୍ଦିଷ୍ଟ ସଙ୍କେତରେ ଥିବା ତ୍ରିଭୁଜ ସଙ୍କେତଟି ବିଦ୍ୟୁତ ସ୍ରୋତ ପ୍ରବାହର ଦିଗ ସୂଚାଏ । ଦୁଇଟି ତୀର ଚିହ୍ନ LED ଦ୍ଵାରା ଆଲୋକ ରଶ୍ମି ନିର୍ଗତ ହୋଇଥ‌ିବାର ସୂଚନା ଦେଇଥାଏ ।
Class 7 Science Chapter 3 Notes Odia Medium ବିଦ୍ୟୁତ୍ ଏହାର ପରିପଥ ଓ ଉପାଦାନ 16
ବୈଦ୍ୟୁତିକ ଉପାଦାନଗୁଡ଼ିକୁ ଉପସ୍ଥାପନ ପାଇଁ ସଙ୍କେତ ବ୍ୟବହାର କରିବାଦ୍ଵାରା ବୈଦ୍ୟୁତିକ ପରିପଥ ଆଙ୍କିବା ଓ ବୁଝିବା ସହଜ ହୋଇଥାଏ । ସଙ୍କେତ ବ୍ୟବହାର କରି ବୈଦ୍ୟୁତିକ ପରିପଥର ଉପସ୍ଥାପନକୁ ପରିପଥ ଚିତ୍ର (Circuit diagram) କୁହାଯାଏ ।

Class 7 Science Chapter 3 Notes Odia Medium ବିଦ୍ୟୁତ୍ : ଏହାର ପରିପଥ ଓ ଉପାଦାନ

ପରିପଥ ଚିତ୍ର ଅଙ୍କନ କରିବା : ସାରଣୀରେ ଦର୍ଶାଯାଇଥିବା ଓ ଏକ LED ର ବୈଦ୍ୟୁତିକ ପରିପଥ ଚିତ୍ର ନିମ୍ନରେ ଦର୍ଶା ସଙ୍କେତକୁ ବ୍ୟବହାର କରି ଏକ ତାପଦୀପ୍ତ ବତୀ ଯାଇଛି !
Class 7 Science Chapter 3 Notes Odia Medium ବିଦ୍ୟୁତ୍ ଏହାର ପରିପଥ ଓ ଉପାଦାନ 17
ଅନ୍ତର୍ଜାତୀୟ ଇଲେକ୍ଟ୍ରୋନିକାଲ୍ ଆୟୋଗ (IEC), ଆମେରିକୀୟ ଜାତୀୟ ଷ୍ଟାଣ୍ଡାର୍ଡ ଅନୁଷ୍ଠାନ (ANSI) ଏବଂ ଇଲେକ୍ଟ୍ରିକାଲ୍ ଓ ଇଲେକ୍‌ଟ୍ରୋନିକ୍ ଇଞ୍ଜିନିୟରମାନଙ୍କ ଅନୁଷ୍ଠାନ (IEEE) ଇତ୍ୟାଦି ଆନ୍ତର୍ଜାତୀୟ ସଂସ୍ଥାମାନେ ଇଲେକ୍ଟ୍ରି କାଲ ଓ ଇଲେକ୍ଟ୍ରୋନିକ ଅଂଶ ପାଇଁ ମାନକ ସଙ୍କେତ ସୃଷ୍ଟି କରିଛନ୍ତି । ଏହି ସଙ୍କେତ ସବୁକୁ ବ୍ୟବହାର କରି ସମଗ୍ର ପୃଥ‌ିବୀରେ ବିଭିନ୍ନ ଦେଶ ଓ ଶିଳ୍ପ ଅନୁଷ୍ଠାନ ପରସ୍ପର ମଧ୍ୟରେ ସହଜରେ ବୁଝି ପାରୁଛନ୍ତି ।

ବିଦ୍ୟୁତ୍ ପରିବାହୀ ଓ ବିଦ୍ୟୁତରୋଧୀ (ଅପରିବାହୀ) ପଦାର୍ଥ

  • ବୈଦ୍ୟୁତିକ ତାର ପାଇଁ ଆମେ କାହିଁକି ଧାତବ ତାର ବ୍ୟବହାର କରୁ ?
  • ବିଦ୍ୟୁତ୍ ତାରଗୁଡ଼ିକୁ କାହିଁକି ପ୍ଲାଷ୍ଟିକ ବା ରବର ଆବରଣ ଦିଆଯାଇଥାଏ ?
    ଉ. ମନେକର ଆମେ ଧାତୁ ବ୍ୟତୀତ ଅନ୍ୟ ତିଆରି କରିବାରେ ବ୍ୟବହାର କରିବା ସାମଗ୍ରୀରେ ତାର ତିଆରି କରିବା । ଏହି ପରିପଥରେ ଏହି ସାମଗ୍ରୀ ଏବଂ ତାକୁ ବୈଦ୍ୟୁତିକ ପରିପଥ ମଧ୍ୟରେ ବିଦ୍ୟୁତ୍ ସ୍ରୋତ ଗତି କରିବ ନାହିଁ ।

ଆସ ଚିହ୍ନଟ କରିବା
ଗୋଟିଏ ବିଦ୍ୟୁତ୍ ସେଲ୍‌ର ଏକ ଅଗ୍ରକୁ ଗୋଟିଏ ବତୀ (ବଲ୍‌ବ)ର ଏକ ଅଗ୍ର ସହ ସଂଯୋଗ କରି ସେଲ୍‌ର ଓ ବତୀର ଅନ୍ୟ ଅଗ୍ରଦ୍ଵୟରେ ତାର ଲଗାଇ ଖୋଲା ରଖାଯାଉ ।

ଦୁଇ ତାରର ମୁକ୍ତ ଶେଷାଗ୍ରକୁ ଅସ୍ଥାୟୀ ଭାବରେ କିଛି ସମୟ ପାଇଁ ସ୍ପର୍ଶ କରାଯାଉ । ଯଦି ବଲ୍‌ବ ଜଳୁଛି ତା’ହେଲେ ପରୀକ୍ଷା ପାଇଁ ଟେଷ୍ଟର ପ୍ରସ୍ତୁତ ହୋଇଗଲା । ଏହି ଟେଷ୍ଟର ବ୍ୟବହାର କରି କେଉଁ ପଦାର୍ଥ ମଧ୍ୟଦେଇ ବିଦ୍ୟୁସ୍ରୋତ ପ୍ରବାହିତ ହେଉଛି କି ନାହିଁ ତାହା ଚିହ୍ନଟ କରିପାରିବା ।

Class 7 Science Chapter 3 Notes Odia Medium ବିଦ୍ୟୁତ୍ : ଏହାର ପରିପଥ ଓ ଉପାଦାନ

ଧାତବ ଚାମଚ, ମୁଦ୍ରା, ସୋଲ ନିର୍ମିତ ପଦାର୍ଥ, ରବର, କାଚ, ଚାବି, ପିନ୍‌କଣ୍ଟା, ପ୍ଲାଷ୍ଟିକ୍ ସ୍କେଲ୍, କାଠଖଣ୍ଡ, ଆଲୁମିନିୟମ୍ ପାତ୍ର, ମହମବତୀ, ସିଲେଇ ଛୁଞ୍ଚ୍, କାର୍ଡ଼ବୋର୍ଡ଼, କାଗଜ ଓ ପେନ୍‌ସିଲ୍ ସୀସା ଭଳି ବିଭିନ୍ନ ସାମଗ୍ରୀ ସଂଗ୍ରହ କରାଯାଉ । ସମସ୍ତ ପଦାର୍ଥକୁ ଗୋଟି ଗୋଟି କରି ସଂଯୋଗ କର । ପ୍ରତ୍ୟେକ କ୍ଷେତ୍ରରେ ବଲ୍‌ବ ଜଳୁଛି କି ନାହିଁ ଦେଖ । ଦୁଇ ତାରର ଅଗ୍ରଦ୍ଵୟ ଯେପରି ସିଧା ସଂଯୁକ୍ତ ନ ହୁଅନ୍ତି, ସେଥ୍ୟପ୍ରତି ସତର୍କ ରହିବାକୁ ହେବ ।
Class 7 Science Chapter 3 Notes Odia Medium ବିଦ୍ୟୁତ୍ ଏହାର ପରିପଥ ଓ ଉପାଦାନ 18
ଏହି ପରୀକ୍ଷଣର ଅନୁଧ୍ୟାନକୁ ସାରଣୀରେ ଲିପିବଦ୍ଧ କରାଗଲା ।

ସାରଣୀ : ବିଦ୍ୟୁତ ପରିବାହୀ ଓ ବିଦ୍ୟୁତରୋଧୀ ବସ୍ତୁ ଚିହ୍ନଟ କରିବା

କକ୍ର.ନଂ ବାସ୍ତୁ କେଉଁଥରେ ତିଆରି ବତୀ ଜଳୁଛି (ହଁ/ନା) ସିଦ୍ଧାନ୍ତ(ପରିବାହୀ/ପ୍ରତିରୋଧୀ)
୧. ବାଡ଼ି କାଠ ନା ପ୍ରତିରୋଧୀ
୨. ସ୍କେଲ୍ ପ୍ଲାଷ୍ଟିକ୍ଧ ନା ପ୍ରତିରୋଧୀ
୩. ଚୁଡ଼ି କାଚ ନା ପ୍ରତିରୋଧୀ
୪. କାଗଜ ପଟି କାଗଜ ନା ପ୍ରତିରୋଧୀ
୫. ମହମବତୀ ମହମ ନା ପ୍ରତିରୋଧୀ
୬. ଚାବିକାଠି ଧାତୁ ହଁ ପରିବାହୀ
୭. ଇରେଜର ରବର ନା ପ୍ରତିରୋଧୀ
୮. ମୁଦ୍ରା ଧାତୁ ହଁ ପରିବାହୀ
୯. ତମ୍ବା ତାର ଧାତୁ ହଁ ପରିବାହୀ
୧୦. ରୁମାଲ କନା ନା ପ୍ରତିରୋଧୀ

ପର୍ଯ୍ୟବେକ୍ଷଣଗୁଡ଼ିକ ବିଶ୍ଳେଷଣ କର । ସମସ୍ତ ବସ୍ତୁ ସଂଯୁକ୍ତ ହେବା ସମୟରେ କିଛି ସାମଗ୍ରୀ ପାଇଁ ବତୀ ଜଳେ । ଏହାର କାରଣ ଯେଉଁ ସାମଗ୍ରୀ ମାଧ୍ଯମରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୋଇଥାଏ, ସେହି କ୍ଷେତ୍ରରେ ମାଧ୍ଯମରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୋଇପାରେ ନାହିଁ, ସେହି ବତୀ ଜଳେ, କିନ୍ତୁ ଯେଉଁ ସାମଗ୍ରୀ କ୍ଷେତ୍ରରେ ବତୀ ଜଳେ ନାହିଁ ।

Class 7 Science Chapter 3 Notes Odia Medium ବିଦ୍ୟୁତ୍ : ଏହାର ପରିପଥ ଓ ଉପାଦାନ

ଯେଉଁ ସାମଗ୍ରୀ ମାଧ୍ୟମରେ ବିଦ୍ୟୁତ ସ୍ରୋତ ସହଜରେ ପ୍ରବାହିତ ହୋଇପାରେ ତାକୁ ବିଦ୍ୟୁତ ସୁପରିବାହୀ କୁହାଯାଏ । ଯେଉଁ ସାମଗ୍ରୀ ମଧ୍ୟ ଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୋଇପାରେ ନାହିଁ ତାକୁ କୁପରିବାହୀ ବା ବିଦ୍ୟୁତରୋଧୀ କୁହାଯାଏ ।

ଏଥୁରୁ ଆମେ ଜାଣିଲୁ, ଧାତୁଗୁଡ଼ିକ ଯଥା – ଲୁହା, ତମ୍ବା, ସୁନା, ରୂପା ଇତ୍ୟାଦି ବିଦ୍ୟୁତ୍ ପରିବାହୀ ଓ ସେଥିପାଇଁ ତାର ତିଆରି ପାଇଁ ଧାତୁ ବ୍ୟବହାର କରାଯାଇଥାଏ । ଅଧାତୁଗୁଡ଼ିକ ଯଥା –କାଠ, ପ୍ଲାଷ୍ଟିକ୍, କାଗଜ, କାଚ ଇତ୍ୟାଦି ବିଦ୍ୟୁତ୍‌ରୋଧୀ ଅଟନ୍ତି ।

ରୂପା, ତମ୍ବା ଓ ସୁନା ହେଉଛି ବିଦ୍ୟୁତ୍ର ଅତି ଉତ୍ତମ ପରିବାହୀ । କମ୍ ଖର୍ଚ୍ଚ ଦୃଷ୍ଟିରୁ ଓ ଅଧ୍ବକ ଯୋଗାଣ ନିମନ୍ତେ ମୁଖ୍ୟତଃ ତାରଗୁଡ଼ିକ ତମ୍ବାରେ ତିଆରି କରାଯାଇଥାଏ । ଭିନ୍ନ ଭିନ୍ନ ବ୍ୟବହାର ପାଇଁ ଭିନ୍ନ ଭିନ୍ନ ପ୍ରକାର ତାର ବ୍ୟବହାର କରାଯାଇଥାଏ ।

ପ୍ଲାଷ୍ଟିକ୍, ରବର ଓ ଚିନାମାଟିରେ ତିଆରି ପଦାର୍ଥଗୁଡ଼ିକ ବିଦ୍ୟୁତ୍‌ରୋଧୀ । ତେଣୁ ତାରଗୁଡ଼ିକ ଏହି ପଦାର୍ଥଦ୍ଵାରା ଆବୃତ କରାଯାଇଥାଏ । ପରିବାହୀ ଓ ବିଦ୍ୟୁତରୋଧୀ ଉଭୟ ଆମ ପାଇଁ ଗୁରୁତ୍ଵପୂର୍ଣ୍ଣ । ବିଦ୍ୟୁତ୍ ତାର, ସୁଇଚ୍, ପ୍ଲଗ-ସଂଯୋଜକ ସଂଯୋଗକାରୀ ଓ କଣା ଥିବା ପ୍ଲଗ୍ (socket) ଗୁଡ଼ିକ ପରିବାହୀରେ ତିଆରି । ବିଦ୍ୟୁତ୍ ଧକ୍କାରୁ ରକ୍ଷା ପାଇବା ପାଇଁ ତାର ଉପରେ ପ୍ଲଗର ଉପର ଅଂଶ ଓ ସୁଇଟ୍‌ରେ ରବର, ପ୍ଲାଷ୍ଟିକ ବା ଚିନାମାଟିର ଆବରଣ ବ୍ୟବହାର କରାଯାଇଥାଏ ।

ଆମ ଶରୀର ବିଦ୍ୟୁତ୍ରର ପରିବାହୀ, ଆମ ଶରୀରରେ ବିଦ୍ୟୁତ୍ ପ୍ରବାହିତ ହେଲେ (ସକ୍ ଲାଗିଲେ) ଆମର ବହୁତ କ୍ଷତି ହୁଏ, ଏପରିକି ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ଥାଏ । ସର୍ବଦା ଘରୋଇ ବିଦ୍ୟୁତ୍ ଉପକରଣଗୁଡ଼ିକ ଯନ୍ତ୍ରର ସହିତ ବ୍ୟବହାର କର । ଓଦା ହାତରେ ସୁଇଚ୍, ପ୍ଲଗକୁ ଛୁଇଁବ ନାହିଁ ଓ ଓଦା ଅଞ୍ଚଳରେ ଥ‌ିବା ବିଦ୍ୟୁତ୍ ଯନ୍ତ୍ରପାତିକୁ ବ୍ୟବହାର କରିବ ନାହିଁ । ଭଙ୍ଗା ପ୍ଲଗ୍, ଭଙ୍ଗା ସୁଇଚ୍, ଅତି ପୁରୁଣା ବିଦ୍ୟୁତ୍ ସରଞ୍ଜାମଗୁଡ଼ିକୁ ଆଦୌ ବ୍ୟବହାର କରିବ ନାହିଁ କି ଛୁଇଁବ ନାହିଁ ।

ବିଦ୍ୟୁତ୍ କୋଷ (cell) ବା ବ୍ୟାଟେରୀରୁ ଆସୁଥ‌ିବା ବିଦ୍ୟୁତ୍ ଓ କାନ୍ଥରେ ଲାଗିଥିବା ପ୍ଲଗ୍ ଥ‌ିବା ସକେଟ୍‌ରୁ ଆସୁଥ‌ିବା ବିଦ୍ୟୁତ୍ ମଧ୍ୟରେ ପାର୍ଥକ୍ୟ କ’ଣ ?
ଉ. ସାଧାରଣତଃ ବ୍ୟାଟେରୀରୁ ଆସୁଥ‌ିବା ବିଦ୍ୟୁତ୍ କ୍ଷୁଦ୍ର ଯନ୍ତ୍ରପାତିକୁ କାର୍ଯ୍ୟକ୍ଷମ କରାଇଥାଏ ଏବଂ ଏହା ସଳଖ ବିଦ୍ୟୁତ୍ DC (Direct Current) ପ୍ରକାରର ହୋଇଥାଏ । ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରୁ ଯେଉଁ ବିଦ୍ୟୁତ୍ ସ୍ରୋତ ଆମ ଘରକୁ ଆସିଥାଏ, ତାହାକୁ ପ୍ରତ୍ୟାବର୍ତ୍ତୀ ସ୍ରୋତ ବା AC (Alternating Current) କୁହାଯାଏ । ପ୍ରତ୍ୟାବର୍ତ୍ତୀ ସ୍ରୋତଦ୍ଵାରା ବଡ଼ ବଡ଼ ବିଦ୍ୟୁତ୍ ଉପକରଣ କାର୍ଯ୍ୟକ୍ଷମ ହୋଇଥାଏ ।

Class 7 Science Chapter 3 Notes Odia Medium ବିଦ୍ୟୁତ୍ : ଏହାର ପରିପଥ ଓ ଉପାଦାନ

ବିଷୟବସ୍ତୁର ସାରାଂଶ :

  • ବିଦ୍ୟୁତ୍ ସେଲ୍ ହେଉଛି ସହଜରେ ସୁବିଧାରେ ନେବା ଆଣିବା କରି ପାରୁଥିବା ଏକ ବିଦ୍ୟୁତ୍ ଶକ୍ତିର ଉତ୍ସ ।
  • ଗୋଟିଏ ବିଦ୍ୟୁତ୍ କୋଷରେ ଦୁଇଟି ଅଗ୍ର ଥାଏ, ଗୋଟିଏ ଯୁକ୍ତ (+) ଅଗ୍ର ଅନ୍ୟଟି ବିଯୁକ୍ତ (–) ଅଗ୍ର ।
  • ଗୋଟିଏ ଦୀପ୍ତିମାନ ବତୀରେ ଥ‌ିବା ସୂକ୍ଷ୍ମ ପତଳା ତାରକୁ ଫିଲାମେଣ୍ଟ କୁହାଯାଏ । ଏହା ମଧ୍ୟରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଏହା ଉତ୍ତପ୍ତ ହୋଇ ଆଲୋକ ଉତ୍ପନ୍ନ କରିଥାଏ ।
  • ଗୋଟିଏ LED ର ଦୁଇଟି ଶେଷାଗ୍ର ଥାଏ । ଗୋଟିଏ ଯୁକ୍ତ (+) (ଲମ୍ବା ତାର ସହ ସଂଯୁକ୍ତ ହୋଇଥାଏ) ଅନ୍ୟଟି ବିଯୁକ୍ତ (–) (ଛୋଟ ତାର ସହ ସଂଯୁକ୍ତ ହୋଇଥାଏ) ।
  • LED ମଧ୍ୟରେ ବିଦ୍ୟୁତ୍ ସ୍ରୋତ ଗୋଟିଏ ଦିଗରେ ପ୍ରବାହିତ ହୋଇଥାଏ ।
  • ଗୋଟିଏ LED ର ଯୁକ୍ତ (+) ଅଗ୍ର (ଲମ୍ବା ତାର) ବ୍ୟାଟେରୀର ଯୁକ୍ତ ଅଗ୍ର (+) ସହ ଏବଂ ବିଯୁକ୍ତ (–) ଅଗ୍ର (ସାନ ତାର) ବ୍ୟାଟେରୀର ବିଯୁକ୍ତ (–) ଅଗ୍ର ସହ ସଂଯୁକ୍ତ ହେଲେ LED ଆଲୋକ ଦିଏ ।
  • ସୁଇଚ୍ ଏକ ସରଳ ଯନ୍ତ୍ର ଯାହା ବିଦ୍ୟୁତ୍ ପରିପଥକୁ ସମ୍ପୂର୍ଣ୍ଣ କରାଏ ଅଥବା ବନ୍ଦ କରାଏ ।
  • ଏକ ବିଦ୍ୟୁତ୍ କୋଷରେ ମୁଦିତ ପରିପଥରେ (Closed electrical circuit) ବିଦ୍ୟୁତ୍ ସ୍ରୋତ ଯୁକ୍ତ (+) ଅଗ୍ରରୁ ବିଯୁକ୍ତ (–) ଅଗ୍ର ଆଡ଼କୁ ପ୍ରବାହିତ ହୁଏ ।
  • ବୈଦ୍ୟୁତିକ ସଙ୍କେତ ବ୍ୟବହାର କରି ବୈଦ୍ୟୁତିକ ପରିପଥର ଉପସ୍ଥାପନକୁ ପରିପଥ ଚିତ୍ର (circuit diagram) କୁହାଯାଏ ।
  • ଯେଉଁ ପଦାର୍ଥ ମଧ୍ୟଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୋଇପାରେ ତାକୁ ବିଦ୍ୟୁତ୍‌ର ସୁପରିବାହୀ କୁହାଯାଏ ।
  • ଯେଉଁ ପଦାର୍ଥ ମଧ୍ୟ ଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୋଇପାରେ ନାହିଁ ତାକୁ ବିଦ୍ୟୁତ୍‌ର କୁପରିବାହୀ ବା ବିଦ୍ୟୁତ୍‌ରୋଧୀ କୁହାଯାଏ ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Go through Class 8 Social Science Solutions Odia Medium and Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ to understand textbook questions more clearly.

8th Class Social Science Chapter 3 Question Answer Odia Medium

Class 8 Social Science Chapter 3 Odia Medium

‘ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

Question 1.
ଭୂଗୋଳ (ବିଶେଷକରି ପର୍ବତ ଏବଂ ଉପକୂଳ) କିପରି ମରାଠା ସାମରିକ ରଣନୀତି ଏବଂ ରାଜ୍ୟ ଗଠର୍ନକୁ ମାର୍ଗଦର୍ଶନ କରିଥିଲା ଆଲୋଚନା କର ।
Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-1
Answer:
(i) ମରାଠାମାନଙ୍କର ସାମରିକ ରଣନୀତି ଏବଂ ରାଜ୍ୟ ଗଠନକୁ ବିଶେଷକରି ପଶ୍ଚିମଘାଟ ପର୍ବତମାଳା ଓ ପଶ୍ଚିମ ଉପକୂଳର ଖୁବ୍ ବେଶୀ ଉପଯୋଗୀ ହୋଇପାରିଥିଲା ।

(ii) ସେମାନେ ପାହାଡ଼ ଓ ପର୍ବତରେ ଦୁର୍ଗମାନ ନିର୍ମାଣ କରି ଶତ୍ରୁମାନଙ୍କୁ ଯୁଦ୍ଧରେ ପରାସ୍ତ କରିବାରେ ସିଦ୍ଧହସ୍ତ ଥିଲେ । ସୁଦୃଢ଼ ପାର୍ବତ୍ୟ ଦୁର୍ଗ ରାୟଗଡ଼ାଠାରେ ଶିବାଜୀଙ୍କର ରାଜ୍ୟାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

(iii) ଜଙ୍ଗଲ ମଧ୍ୟରେ ଥ‌ିବା ପ୍ରତାପଗଡ଼ ଦୁର୍ଗରେ ବିଜାପୁର ସୁଲତାନଙ୍କର ଦକ୍ଷ ସେନାପତି ଆଫ୍‌ଜଲ୍ ଖାଁଙ୍କୁ ବାଘନଖଦ୍ଵାରା ଶିବାଜୀ ହତ୍ୟା କରିବା ସହିତ ପାହାଡ଼ରେ ଲୁଚି ରହିଥ‌ିବା ସୈନ୍ୟମାନେ ଗରିଲା ଯୁଦ୍ଧକରି ଆଫଜଲ୍ ଖାଁଙ୍କ ସୈନ୍ୟବାହିନୀର ମୂଳୋତ୍ପାଟନ କରିଥିଲେ ।

(iv) ଶିବାଜୀଙ୍କର ରାଜ୍ୟ ଖୁବ୍ ଶୀଘ୍ର ଭାରତର ପଶ୍ଚିମ ଉପକୂଳ ଆଡ଼କୁ ପ୍ରସାରିତ ହେବାଫଳରେ ସେମାନଙ୍କର ଉପକୂଳକୁ ଶତ୍ରୁକବଳରୁ ରକ୍ଷା କରିବାପାଇଁ ସେ ଏକ ଶକ୍ତିଶାଳୀ ନୌସେନା ଗଠନ କରିଥିଲେ । ଏହାମଧ୍ଯ ସେମାନଙ୍କୁ ନୌବାଣିଜ୍ୟ କରିବାରେ ସାହାଯ୍ୟ କରିବା ସହିତ ଜଳଦସ୍ୟୁମାନଙ୍କର ସଠିକ୍ ମୁକାବିଲା କରିବାରେ ସାହାଯ୍ୟ କରିପାରିଥିଲା ।

(v) ଉପରୋକ୍ତ ଆଲୋଚନାରୁ ଆମେ ଯାହା ଜାଣିଲେ ମରଠାମାନଙ୍କୁ ସେମାନଙ୍କର ପର୍ବତ ଓ ଉପକୂଳ ଅଞ୍ଚଳ ଗରିଲା ଯୁଦ୍ଧକୌଶଳ ଆପଣେଇବା ପାଇଁ ବିଶେଷ ସହାୟକ ହେଉଥିଲା । ଶିବାଜୀଙ୍କର ରାତ୍ରିକାଳୀନ ଗରିଲା ଯୁଦ୍ଧକୁ ବର୍ତ୍ତମାନ ଯୁଗର ସର୍ଜିକାଲ ଷ୍ଟ୍ରାଇକ୍ ସହ ତୁଳନା କରାଯାଇପାରେ ।

Question 2.
ମନେକର ଯେ ତୁମେ ଛୋଟ ପିଲାମାନଙ୍କ ପାଇଁ ଜଣେ ମରାଠା ନେତାଙ୍କର ଏକ ସଂକ୍ଷିପ୍ତ ଜୀବନୀ ପ୍ରସ୍ତୁତ କରୁଛି । କାହୋଜୀ ଆଙ୍ଗୁ, ବାଜିରାଓ ପ୍ରଥମ, ମହାଦୀ ସିନ୍ଦେ, ଅହଲ୍ୟାବାଈ ହୋଲକାର କିମ୍ବା ତାରାବାଈଙ୍କ ମଧ୍ୟରୁ ଜଣଙ୍କୁ ବାଛ ଏବଂ କ’ଣ ସେମାନଙ୍କୁ ପ୍ରେରଣାଦାୟୀ କରିପାରିଛି, ତାହା ଉପରେ ଆଲୋକପାତ କରି ୩-୪ଟି ଅନୁଚ୍ଛେଦରେ ଲେଖ । ସେମାନେ ସମ୍ମୁଖୀନ ହେଉଥ‌ିବା ବିଭିନ୍ନ ଆହ୍ବାନ ମଧ୍ୟରୁ ଗୋଟିକ ବିଷୟରେ ଆଲୋଚନା କର ।
Answer:
(i) ଉପରୋକ୍ତ ମରାଠା ବୀର ଓ ବୀରାମାନଙ୍କ ମଧ୍ୟରେ ଆମେ ନୌବାହିନୀର ସେନାପତି କାହ୍ଵାଜୀ ଆଫ୍ରେଙ୍କ ବିଷୟରେ ଆଲୋକପାତ କରିବା ।

(ii) ଅଷ୍ଟାଦଶ ଶତାବ୍ଦୀରେ କାହ୍ନାଜୀ ଆଟ୍ରେଙ୍କ ମାର୍ଗଦର୍ଶନରେ ମରଠାମାନେ ପଶ୍ଚିମ ଉପକୂଳରେ ସୁରକ୍ଷିତ ରହିବା ସହିତ ଅନେକ ଯୁଦ୍ଧରେ ବିଜୟଲାଭ କରିଥିଲେ । ଇଂରେଜ ଓ ପର୍ତ୍ତୁଗୀଜ ପାଇଁ ଭାରତୀୟ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ସୃଷ୍ଟି କରୁଥିବା ଅସୁବିଧାକୁ ଦୂର କରିପାରିଥିଲେ ।

(iii) ସେ ଆରବ ସାଗରରେ ଏକ ଶକ୍ତିଶାଳୀ ସାମୁଦ୍ରିକ ଦୁର୍ଗ ନିର୍ମାଣ କରି ଜଳଦସ୍ୟୁମାନଙ୍କର ଗତିବିଧ୍କୁ ଖୁବ୍ ନିକଟରୁ ଲକ୍ଷ୍ୟ କରି ପାରୁଥିଲେ । ଇଂରେଜମାନେ ସହଜରେ ସମୁଦ୍ର ପଥରେ ପ୍ରବେଶ କରି ପାରୁନଥିଲେ ।

(iv) ବ୍ରିଟିଶମାନଙ୍କର ଶକ୍ତିଶାଳୀ ନୌବାହିନୀକୁ ପରାସ୍ତ କରିବାପାଇଁ ସମସ୍ତ ପ୍ରକାର ସମର କୌଶଳମାନ ପ୍ରସ୍ତୁତ କରି ସୈନ୍ୟମାନଙ୍କୁ ତାଲିମ ପ୍ରଦାନ କରୁଥିଲେ ।

(v) ତାଙ୍କର ଅଦମ୍ୟ ସାହସ, ରଣକୌଶଳ ଅନେକ ଯୁଦ୍ଧରେ ତାଙ୍କୁ ସଫଳତା ପ୍ରଦାନ କରିଥିଲା । ଉପରୋକ୍ତ କାରଣପାଇଁ ବହୁଦିନ ପର୍ଯ୍ୟନ୍ତ ଇତିହାସ ତାଙ୍କୁ ମନେରଖୁଅଛି ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 3.
ଆଜିକାର ଗୋଟିଏ ମରାଠା ଦୁର୍ଗ (ଯେପରିକି ରାୟଗଡ଼ା, ସିନ୍ଧୁ ଦୁର୍ଗ, ଜିଙ୍ଗି କିମ୍ବା ପ୍ରତାପଗଡ଼) ଯଦି ତୁମେ ପରିଦର୍ଶନ କରିବ, ତେବେ କେଉଁଟିକୁ ତୁମେ ବାଛିବ ଓ କାହିଁକି ? ଏହାର ଇତିହାସ, ସ୍ଥାପତ୍ୟ ଏବଂ ରଣକୌଶଳ ଗୁରୁତ୍ଵ ଅନୁସନ୍ଧାନ କର । ଶ୍ରେଣୀରେ ଡିଜିଟାଲ ଉପସ୍ଥାପନା କିମ୍ବା ପୋଷ୍ଟର ମାଧ୍ୟମରେ ନିଷ୍କର୍ଷଗୁଡ଼ିକ ଉପସ୍ଥାପନ କର ।
Answer:
(i) ଯଦି ମୋତେ ମରାଠା ଦୁର୍ଗଗୁଡ଼ିକ ବୁଲିବାର ସୁଯୋଗ ମିଳେ, ତେବେ ମୁଁ ପ୍ରଥମେ ରାୟଗଡ଼ ଯିବାକୁ ପସନ୍ଦ କରିବୁ । କାରଣ ଏହାର ଇତିହାସ, ସ୍ଥାପତ୍ୟ ଏବଂ ରଣକୌଶଳ ଗରିଲା ଯୁଦ୍ଧକୌଶଳ ଜାଣିବାର ଇଚ୍ଛାକୁ ପୂରଣ କରିପାରିବି । ସେଥ‌ିରୁ କିଛି ଉପସ୍ଥାପନା କରୁଅଛି ।

(ii) ଛତ୍ରପତି ଶିବାଜୀଙ୍କ ମରାଠା ସାମ୍ରାଜ୍ୟର ରାଜଧାନୀ ଥିଲା ରାୟଗଡ଼ । ଏହା ମହାରାଷ୍ଟ୍ରର ଉଚ୍ଚ ପତିତମାଳାରେ ଅବସ୍ଥିତ ଥିଲା, ଯାହା ଫଳରେ ଶତ୍ରୁମାନେ ସହଜରେ ଏଠାକୁ ପ୍ରବେଶ କରି ପାରୁ ନଥିଲେ ।

(iii) ୧୬୭୪ ମସିହାରେ ବୈଦିକ ରୀତିନୀତି ଅନୁସାରେ ସୁଦୃଢ଼ ପାର୍ବତ୍ୟ ଦୁର୍ଗ ରାୟଗଡ଼ଠାରେ ଶିବାଜୀଙ୍କ ଅଭିଷେକ ଉତ୍ସବ ପାଳନ କରାଯିବା ସହିତ ସେ ପାରମ୍ପରିକ ପଦବୀ ଶ୍ରୀରାଜା ଶିବ ଛତ୍ରପତି ଉପାଧ୍ ଗ୍ରହଣ କରିଥିଲେ ।

(iv) ଏହି ଶକ୍ତିଶାଳୀ ଦୁର୍ଗଟି ଚତୁଃପାର୍ଶ୍ଵ ପଥର କାନ୍ଥଦ୍ଵାରା ବେଷ୍ଟିତ ଥିଲା । ଏଥ‌ିରେ ଗୁପ୍ତ ସୁଢ଼ଙ୍ଗ ସହିତ ସୁନ୍ଦର ଅଟ୍ଟାଳିକା ମଧ୍ୟ ଥିଲା ।

(v) ଏହା ମରାଠା ସାମ୍ରାଜ୍ୟର ପେଣ୍ଠସ୍ଥଳୀରେ ଅବସ୍ଥିତ ଥିଲା । ବିଭିନ୍ନ ସ୍ଥାନକୁ ଏଠାରୁ ସୈନ୍ୟପ୍ରେରଣ କରିବା ପାଇଁ ଗୁପ୍ତ ରାସ୍ତାମାନ ନିର୍ମାଣ କରାଯାଇଥିଲା । ଗରିଲା ଯୁଦ୍ଧପାଇଁ ବେଶ୍ ଜଣାଶୁଣା ଥିବା ମରାଠା ସେନାମାନଙ୍କୁ ଏଠାରେ ଶିକ୍ଷା ପ୍ରସିଦ୍ଧ ଶିବାଜୀଙ୍କ ଶାସନ ଓ ସାମ୍ରାଜ୍ୟ ପ୍ରଦାନ କରାଯାଉଥିଲା ।

Question 4.
ଏହି ଦୁର୍ଗ ବୁଲିବା ଫଳରେ ଇତିହାସ ବିଷୟରେ ଅଧ୍ବକ ଜ୍ଞାନ ଆହରଣ ହୋଇଥିଲା । ଏହି ଅଧ୍ୟାୟରେ କୁହାଯାଇଛି ଯେ ‘‘ବ୍ରିଟିଶମାନେ ମୋଗଲ କିମ୍ବା ଅନ୍ୟ କୌଣସି ଶକ୍ତି ଅପେକ୍ଷା ମରାଠାମାନଙ୍କଠାରୁ ଭାରତର ଅଧିକ ଅଂଶ ଅଧିକୃତ କରିଥିଲେ’’ । ତୁମେ ଏହାର ଅର୍ଥ କ’ଣ ଭାବୁଛ ? ଏହି ଅଧ୍ୟାୟର କେଉଁ ପ୍ରମାଣ ଏହି ଧାରଣାକୁ ସମର୍ଥନ କରୁଛି ?
Answer:
(i) ଇଂରେ ଜମାନେ ଯେତେବେଳେ ଭାରତକୁ ଶାସନ କରିବାକୁ ଆସିଲେ, ସେତେବେଳେ ମୋଗଲମାନଙ୍କଠାରୁ ମରାଠାମାନେ ଅଧିକ ଶକ୍ତିଶାଳୀ ଥିଲେ ।

(ii) ମୋଗଲର ଶାସନ ଦୁର୍ବଳ ହୋଇପଡ଼ିଥିଲା, କିନ୍ତୁ ମରାଠାମାନେ ଭାରତର ଦିଲ୍ଲୀ, ଗୁଜୁରାଟ ଓ ମାଲାୱାରେ ଶାସନ ଜାରି ରଖୁଲେ ।

(iii) ମରାଠାମାନେ ଇଂରେଜମାନଙ୍କ ସହିତ ତିନିଗୋଟି ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲେ ଏବଂ ସେମାନେ ଶେଷ ପର୍ଯ୍ୟନ୍ତ ଇଂରେଜମାନଙ୍କ ସହିତ ଲଢ଼େଇ କରିଥିଲେ ।

(iv) ଇଂରେଜମାନେ ଅନୁଭବ କଲେ ମରାଠାମାନଙ୍କୁ ପରାସ୍ତ ନକଲେ ସେମାନେ ଭାରତରେ ଇଂରେଜ ଶାସନ ପ୍ରତିଷ୍ଠା କରିପାରିବେ ନାହିଁ ।

(v) ବ୍ରିଟିଶରମାନେ ପ୍ରଭାବ ବିସ୍ତାର କରିବାବେଳକୁ ମୋଗଲମାନେ ଶକ୍ତିହୀନ ହୋଇଯାଉଥିଲେ । ଉପରୋକ୍ତ ଘଟଣବଳୀରୁ ଯାହା ଜଣାପଡ଼େ ଯେ ମରାଠାମାନେ ମୋଗଲମାନଙ୍କ ତୁଳନାରେ ଅଧ୍ବକ ସକ୍ରିୟ ଥିଲେ ।

Question 5.
ଶିବାଜୀ ଏବଂ ପରବର୍ତ୍ତୀ ମରାଠାମାନେ ଧାର୍ମିକ ସ୍ଥାନ ଓ ବିଭିନ୍ନ ଧର୍ମର ଲୋକଙ୍କ ସହିତ କିପରି ବ୍ୟବହାର କରୁଥିଲେ ତୁଳନା କର । ଏହି ଅଧ୍ୟାୟରୁ କେଉଁ ପ୍ରମାଣ ଧାର୍ମିକ ବିବିଧତା ପ୍ରତି ସେମାନଙ୍କର ଆଭିମୁଖ୍ୟକୁ ଦର୍ଶାଉଛି ?
Answer:
(i) ଶିବାଜୀ ଏବଂ ପରବର୍ତ୍ତୀ ମରାଠାମାନେ ପ୍ରତ୍ୟେକ ଧର୍ମକୁ ସମାନ ଦୃଷ୍ଟିରେ ଦେଖୁବା ସହିତ ସବୁ ଧର୍ମର ଲୋକମାନଙ୍କ ସହିତ ସମ୍ମାନର ସହିତ ବ୍ୟବହାର ପ୍ରଦର୍ଶନ କରୁଥିଲେ ।

(ii) ଶିବାଜୀ ଜଣେ ନୈଷ୍ଠିକ ହିନ୍ଦୁ ଧର୍ମର ଲୋକ ଥିଲେ । ସେ କୌଣସି ମସଜିଦ୍ ଉପରେ କେତେ ଆକ୍ରମଣ କରିନଥିଲେ କି କୌଣସି ଧାର୍ମିକ ସମ୍ପ୍ରଦାୟର ଲୋକମାନଙ୍କ ଉପରେ ଅତ୍ୟାଚାର କରିନଥିଲେ ।

(iii) ଶିବାଜୀ ସୁରତରେ ଅନେକ ଧାର୍ମିକ ଅନୁଷ୍ଠାନ ସ୍ଥାପନ କରିବା ସହିତ ତାଙ୍କର ସୈନ୍ୟବାହିନୀରେ ମୁସଲମାନମାନଙ୍କୁ ବିଭିନ୍ନ ଗୁରୁତ୍ଵପୂର୍ଣ ପଦପଦବୀରେ ସ୍ଥାନିତ କରିଥିଲେ ।

(iv) ମରାଠାମାନେ ଦକ୍ଷ ପ୍ରଶାସନ ସହିତ ଶାସନ କରିବାର ଏକ ନୂତନ ଉପାୟ ସ୍ଥାପନ କରି ଧାର୍ମିକ ଭେଦଭାବ ବିନା ସ୍ଥାନୀୟ ହିନ୍ଦୁ ପରମ୍ପରାକୁ ପୁନର୍ଜୀବିତ କରିବାରେ ସକ୍ଷମ ହୋଇଥିଲେ ।

(v) ଶିବାଜୀ ତାଙ୍କ ଶାସନ କାଳରେ ଭଗବଦ୍ ଗୀତାକୁ ଖୁବ୍ ମର୍ଯ୍ୟାଦା ପ୍ରଦାନ କରୁଥିଲେ । ସେ ଏହାକୁ ମରାଠୀ ଭାଷାରେ ଅନୁବାଦ କରାଇ ଲୋକଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ସେ ଶାସନ କ୍ଷେତ୍ରରେ କଠୋର ନୀତି ଅବଲମ୍ବନ କରୁଥିଲାବେଳେ ଧାର୍ମିକ କ୍ଷେତ୍ରରେ କୋହଳ ମନୋବୃତ୍ତି ଆପଣେଇ ଥିଲେ । ସବୁ ଧର୍ମକୁ ସମ୍ମାନଦେବା ସହିତ ସେମାନଙ୍କ ସହିତ ମିଳିମିଶି ଶାନ୍ତିପୂର୍ଣ୍ଣ ଭାବରେ ବସବାସ କରିବାପାଇଁ ସର୍ବଦା ଚେଷ୍ଟିତ ଥିଲେ ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 6.
ଏହି ଅଧ୍ୟାୟରେ ଆଲୋଚନା କରାଯାଇଛି ଯେ, ଦୁର୍ଗଗୁଡ଼କିକ କିପରି ମରାଠାମାନଙ୍କ ପାଇଁ ‘ରାଜ୍ୟର ମୂଳ’ ଥିଲା । ସେଗୁଡ଼ିକ କାହିଁକି ଏତେ ଗୁରୁତ୍ଵପୂର୍ଣ୍ଣ ଥିଲା ? ସେହି ଦୁର୍ଗଗୁଡ଼ିକ କିପରି ମରାଠାମାନଙ୍କୁ ବଡ଼ ବଡ଼ ଶତ୍ରୁମାନଙ୍କ କବଳରୁ ରକ୍ଷା କରିବାରେ ସାହାଯ୍ୟ କରିଥିଲା ?
Answer:
(i) ମରାଠାମାନଙ୍କୁ ସମସ୍ତ କାର୍ଯ୍ୟପାଇଁ ସମ୍ପୂର୍ଣ୍ଣରୂପେ ଦୁର୍ଗଗୁଡ଼ିକ ଉପରେ ନିର୍ଭର କରିବାକୁ ପଡୁଥିଲା । ରାଜକାର୍ଯ୍ୟ, ସୈନ୍ୟ ପରିଚାଳନା, ଗୁପ୍ତମନ୍ତ୍ରଣା, ରାଜ୍ୟାଭିଷେକ ଓ ଏପରିକି ଗରିଲା ଯୁଦ୍ଧ ପାଇଁ ଦୁର୍ଗଗୁଡ଼ିକୁ ବ୍ୟବହାର କରାଯାଉଥିଲା ।

(ii) ସେଥ‌ିପାଇଁ ଦୁର୍ଗଗୁଡ଼ିକ ଖୁବ୍ ଶକ୍ତିଶାଳୀ ଭାବରେ ନିର୍ମାଣ କରାଯାଉଥୁଲା, ଯେପରିକି ଶତ୍ରୁମାନେ ସହଜରେ ସେଠାରେ ପ୍ରବେଶ କରିପାରିବେ ନାହିଁ । ଦୁର୍ଗକୁ ପ୍ରବେଶ କରିବା ଓ ପ୍ରସ୍ଥାନ କରିବାର ଅଭିନବ କୌଶଳମାନ ବ୍ୟବହାର କରାଯାଉଥିଲା । ଏଗୁଡ଼ିକ ସାଧାରଣତଃ ଉଚ୍ଚ ପର୍ବତ ଉପରେ ନିର୍ମାଣ କରାଯାଉଥିଲା ।

(iii) ଏପରିକି ମୋଗଲ ଆକ୍ରମଣ ସମୟରେ ମହାରାଜା ସେହି ଦୂର୍ଗମାନଙ୍କରେ ଆତ୍ମଗୋପନ କରିବା ସହିତ ରାତ୍ରିକାଳୀନ ଗରିଲା ଯୁଦ୍ଧରେ ଲିପ୍ତ ରହୁଥିଲେ । ଦୁର୍ଗ ମଧ୍ୟରେ ସମସ୍ତ ରହିବା, ଖାଇବାର ବନ୍ଦେୠବସ୍ତ କରାଯାଇଥିବାବେଳେ ଅସ୍ତ୍ରଶସ୍ତ୍ର ସେଠାରେ ମଧ୍ୟ ମହଜୁଦ୍ କରି ରଖାଯାଉଥିଲା ।

(iv) ସାଧାରଣ ଲୋକମାନଙ୍କୁ ସୁରକ୍ଷା ଦେବାରେ ମଧ୍ୟ ଦୁର୍ଗମାନଙ୍କୁ ବ୍ୟବହାର କରାଯାଉଥିଲା । ମୋଟାମୋଟି ଭାବରେ କହିବାକୁ ଗଲେ ଦୁର୍ଗ ଥିଲା ‘ରାଜ୍ୟର ମୂଳ’ । ଏଠାରେ ସବୁପ୍ରକାର କାର୍ଯ୍ୟ ସମ୍ପାଦନ କରାଯାଉଥିଲା ।

(v) ଯେତେ ଶକ୍ତିଶାଳୀ ଶତ୍ରୁ ଚାହିଁଲେ ବି ସେହି ଦୁର୍ଗମାନଙ୍କୁ ସହଜରେ ଭେଦ କରି ପାରୁନଥିଲେ, ଯାହାଫଳରେ ମରୀଠାମାନେ ଶତ୍ରୁମାନଙ୍କୁ ଦୁର୍ଗ ଭିତରେ ରହି ଅତି ନିକଟରୁ ଆକ୍ରମଣ କରିପାରୁଥିଲେ । ଏହାର ନିର୍ମାଣଶୈଳୀ ଅତୀବ ଚତୁର ଓ କୌଶଳପୂର୍ଣ୍ଣ ଥିଲା । ତେଣୁ ଏହି ଦୁର୍ଗଗୁଡ଼ିକୁ ରାଜ୍ୟର ମୂଳ ବୋଲି କହିବାରେ ଯଥାର୍ଥତା ରହିଛି ।

Question 7.
ମନେକର ତୁମକୁ ମରାଠା ମୁଦ୍ରାର ଡିଜାଇନର ଭାଳରେ ନିଯୁକ୍ତି କରାଯାଇଛି । ମରାଠା ସଫଳତା ଏବଂ ମୁଲ୍ୟବୋଧକୁ ପ୍ରତିନିଧ୍ଵତ୍ଵ କରୁଥିବା ଏକ ମୁଦ୍ରା ପ୍ରସ୍ତୁତ କର । ତୁମେ ବାଛିଥିବା ପ୍ରତୀକୁଗୁଡ଼ିକୁ ବ୍ୟାଖ୍ୟା କର ।
Answer:
(i) ମୋତେ ଯଦି ମରାଠା ମୁଦ୍ରାର ଡିଜାଇନ କରିବାପାଇଁ କୁହାଯାଏ, ତେବେ ମୁଁ ଏଥୁରେ ମରାଠାର ସଫଳତା ଓ ସେମାନଙ୍କର ମୂଲ୍ୟବୋଧଗୁଡ଼ିକୁ ସ୍ଥାନ ଦେବି ।

(ii) ଗୋଟିଏ ପାର୍ଶ୍ଵରେ ପ୍ରଥମେ ରଖୁବି ଶିବାଜୀଙ୍କ ଛବି ତା ପଛରେ ରଖୁବି ଗୋଟିଏ ଦୁର୍ଗ ଏବଂ ଖଣ୍ଡାଟିଏ ଏଥୁରୁ ତାଙ୍କର ସାହସିକତା ଓ ଦୁର୍ଗମାନଙ୍କର ଉପଯୋଗିତା ବିଷୟରେ ଲୋକମାନେ ସୂଚନା ପାଇପାରିବେ ।

(iii) ସେଥ‌ିରେ ଏକ ଗୈରିକ ପତାକା ରଖାଯିବ, ଯାହାକି ହିନ୍ଦୁ ସଂସ୍କୃତି ଓ ଏକତାର ପରିଚୟ ପ୍ରଦାନ କରିବ ।

(iv) ଅନ୍ୟ ଏକ ପାର୍ଶ୍ଵରେ ସଂସ୍କୃତରେ ଲେଖାଯିବ ଶିବାଜୀଙ୍କର ରାଜକୀୟ ମୁଦ୍ରା । ଏହାର ଚାରିପାଖରେ ରହିବ ଏକ ଜାହାଜ ଚିତ୍ର (ଯାହା ମରାଠା ନୌସେନାର ପ୍ରତୀକ), ଗୋଟିଏ ବହିର ଚିତ୍ର (ଯାହା ନ୍ୟାୟ ଓ ଶିକ୍ଷାର ପ୍ରତୀକ) ଓ ଦୁଇଜଣ ବ୍ୟକ୍ତି ହାତମିଳାଉଥିବାର ଚିତ୍ର । (ଯାହା ସବୁଧର୍ମ ପ୍ରତି ସମ୍ମାନବୋଧର ପ୍ରତୀକକୁ ସୂଚାଉଥ‌ିବ ।

(v) ଏହି ମୁଦ୍ରାରେ ପରିଷ୍କାର ଭାବରେ ପ୍ରସ୍ଫୁଟିତ ହେଉଥୁବ ମରାଠାର ସାହସ, ଧୈର୍ଯ୍ୟ ଓ ବିଜ୍ଞତା ଏବଂ ସବୁଧର୍ମକୁ ସମ୍ମାନ କରୁଥିବାର ଭାବନା । ଏହା ଏକ ଆଦର୍ଶ ମୁଦ୍ରା ଭାବରେ ଯେପରି ଯୁଗଯୁଗକୁ ଜାଜୁଲ୍ୟମାନ ହୋଇ ରହିଥ‌ିବ ।

Question 8.
ମରାଠାଯୁଗର ଏହି ପରିଚୟପରେ ତୁମେ କ’ଣ ଭାବୁଝ ଯେ ଭାରତୀୟ ଇତିହାସରେ ସେମାନଙ୍କର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅବଦାନ କ’ଣ ଥିଲା ? ଅଧ୍ୟାୟରୁ ଉଦାହରଣ ସହିତ ତୁମର ମତାମତକୁ ସମର୍ଥନ କରି ଏକ ଅନୁଚ୍ଛେଦ ଲେଖ । ଏହାପରେ ସହପାଠୀମାନଙ୍କ ସହିତ ତୁମର ଧାରଣାଗୁଡ଼ିକରୁ ଅଂଶୀଦାର କରି ଆଲୋଚନା କର ।
Answer:
(i) ମୁଁ ଭାବୁଛି ମରାଠାମାନେ ଭାରତ ଇତିହାସରେ ଅନେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ କରିଯାଇଛନ୍ତି, ଯେଉଁଥ୍‌ପାଇଁ ଆମେ ବି ଏବେ ପର୍ଯ୍ୟନ୍ତ ସେମାନଙ୍କୁ ମନେରଖୁଅଛୁ । ବିଶେଷକରି ୟୁରୋପୀୟ ଓ ମୋଗଲମାନଙ୍କର ଘନ ଘନ ଆକ୍ରମଣ ଓ ଲୁଣ୍ଠନ ଏବଂ ଭାରତରେ ସେମାନଙ୍କର ସାମ୍ରାଜ୍ୟ ବିସ୍ତାରକୁ ପ୍ରତିରୋଧ କିଛିମାତ୍ରାରେ ପ୍ରତିରୋଧ କରିପାରିଥ୍ଲେ ।

(ii) ମୁଖ୍ୟତଃ ସେମାନେ ଭାରତର ସଂସ୍କୃତି ଓ ସ୍ଵାଧୀନତା ଅକ୍ଷୁଣ୍ଣ ରଖୁବାରେ ଯଥାସମ୍ଭବ ପ୍ରୟାସ ଜାରି ରଖୁଥିଲେ ।

(iii) ମରାଠା ଶାସନ କାଳରେ ଶିବାଜୀ ନାମରେ ନୂତନ ଶାସନ ପ୍ରଣାଳୀ ସବୁଧର୍ମକୁ ସମାନ ମର୍ଯ୍ୟାଦା ପ୍ରଦାନ କରିବା ସଙ୍ଗେ ସଙ୍ଗେ ସ୍ୱରାଜ୍ୟ ପ୍ରଚଳନ କରିଥିଲେ ।

(iv) ମରାଠାମାନଙ୍କର ଶକ୍ତିଶାଳୀ ସୈନ୍ୟବାହିନୀ ସାହାସର ସହିତ ଅନେକ ଯୁଦ୍ଧରେ ଅବତୀର୍ଣ୍ଣ ହୋଇ ଶତ୍ରୁମାନଙ୍କୁ ପରାହତ କରିବାରେ ସକ୍ଷମ ହୋଇଥିଲେ । ଶିବାଜୀଙ୍କର ମୃତ୍ୟୁପରେ ବି ସେମାନେ ମରାଠା ଗୌରବକୁ ଅକ୍ଷୁଣ୍ଣ ରଖୁଥିଲେ । ସେମାନଙ୍କର ବୀରା ରମଣୀମାନଙ୍କ ଅବଦାନ ବି କମ୍ ନଥିଲା । ସେମାନଙ୍କ ମଧ୍ୟରୁ ବୀରା ନାରୀ ତାରାବାଈ ଓ ଅହଲ୍ୟାବାଈ ହୋଲକର ପ୍ରସିଦ୍ଧ ଥିଲେ ।

(v) ମରାଠାମାନେ ଭାରତର ଅନେକ ଅଞ୍ଚଳ ଜୟକରି ସେମାନଙ୍କ ଅଧୀନରେ ବହୁତଦିନ ପର୍ଯ୍ୟନ୍ତ ରଞ୍ଝାପାରିଥିଲେ । ତା ସହିତ ଆମର କଳା, ସାହିତ୍ୟ ଓ ପରମ୍ପରାକୁ ମଧ୍ୟ ଜୀବନ୍ତ କରି ଗଢ଼ିତୋଳିଥିଲେ । ତେଣୁ ଆମେ ତାଙ୍କର ଅମୂଲ୍ୟ ଓ ଗୁରୁତ୍ଵପୂର୍ଣ୍ଣ ଅବଦାନଗୁଡ଼ିକୁ ମନେରଖୁବା ସହିତ ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ବାଞ୍ଛନୀୟ ଅଟେ ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୬୩) :

Question 1.
କେଉଁମାନେ ମରାଠା ଥିଲେ ? ବ୍ରିଟିଶମାନେ କ୍ଷମତା ଦଖଲ କରିବା ପୂର୍ବରୁ ସେମାନେ କିପରି ବିଶାଳ ଅଞ୍ଚଳରେ ନିଜର ପ୍ରଭୁତ୍ଵ ଜାହିର କରିପାରିଥିଲେ ?
Answer:
(i) ଦାକ୍ଷିଣାତ୍ୟ ଅଞ୍ଚଳର ମହାରାଷ୍ଟ୍ର ରାଜ୍ୟର ମରାଠାମାନେ ଏକ ସାହସୀ ଏବଂ ଶକ୍ତିଶାଳୀ ଜାତି ଥିଲେ । ସେମାନେ ମରାଠା ଭାଷାଭାଷୀ ଥିଲେ ଏବଂ ହିନ୍ଦୁ ପରମ୍ପରା ଅନୁସରଣ କରୁଥିଲେ ।

(ii) ଶିବାଜୀଙ୍କ ଭଳି ନେତାଙ୍କ ଅଧୀନରେ ସେମାନେ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ଗଠନ କରି ମୋଗଲମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ ଏବଂ ଭାରତୀୟ ସଂସ୍କୃତିର ରକ୍ଷା କରିବା ସହିତ ବ୍ରିଟିଶ୍ ଶାସନ ପୂର୍ବରୁ ଭାରତର ଏକ ବିଶାଳ ଅଞ୍ଚଳରେ ଶାସନ କରିଥିଲେ ।

(iii) ପରବର୍ତୀ ସମୟରେ ସେମାନେ ବ୍ରିଟିଶ୍‌ମାନଙ୍କ ସହିତ ତିନୋଟି ଯୁଦ୍ଧ କରିଥିଲେ ଏବଂ ବ୍ରିଟିଶ୍ ଶାସନ ଆରମ୍ଭ ହେବା ପୂର୍ବରୁ ଭାରତର ସବୁଠାରୁ ଅଧୂକ ଶକ୍ତିଶାଳୀ ଶାସକ ଥିଲେ ।

(iv) ମରାଠାମାନେ ଜନମଙ୍ଗଳ କାର୍ଯ୍ୟ କରିବା ସହିତ କଳା ଓ ସଂସ୍କୃତିର ପୃଷ୍ଠପୋଷକତା କରିଥିଲେ ।

(v) ସେମାନେ ଏକ ଉନ୍ନତ ପରିବହନ ବ୍ୟବସ୍ଥା ପ୍ରଚଳନ କରି ବାଣିଜ୍ୟ ବ୍ୟବସାୟର ଉନ୍ନତି କରିଥିଲେ ।

Question 2.
ସେମାନଙ୍କର ଶାସନର ବୈଶିଷ୍ଟ୍ୟ କ’ଣ ଥିଲା ?
Answer:
(i) ମରାଠାମାନେ ଏକ କେନ୍ଦ୍ରୀୟ ଶାସନ ପ୍ରତିଷ୍ଠା କରିଥିଲେ । ସୁଲତାନ୍ ମୋଗଲମାନଙ୍କଦ୍ଵାରା ପ୍ରଚଳିତ ବଂଶାନୁକ୍ରମିକ ସରକାରୀ ପଦବୀ ବ୍ୟବସ୍ଥାକୁ ଉଚ୍ଛେଦ କରି ରାଜକୋଷରୁ କର୍ମଚାରୀମାନଙ୍କୁ ବେତନ ଦେବାର ବ୍ୟବସ୍ଥା କରାଯାଇଥିଲା ।

(ii) ଶାସନକାର୍ଯ୍ୟରେ ସହଯୋଗ କରିବାପାଇଁ ଶିବାଜୀ ତାଙ୍କ ମନ୍ତ୍ରିମଣ୍ଡଳରେ ଆଠଜଣ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଥିଲେ, ଯାହାଙ୍କୁ ‘ଅଷ୍ଟପ୍ରଧାନମଣ୍ଡଳ’ ବା ‘ଅଷ୍ଟମନ୍ତ୍ରୀପରିଷଦ’ ବୋଲି କୁହାଯାଉଥିଲା ।

(iii) ସେମାନେ ଚୌଥ ଏବଂ ସରଦେଶମୁଖ ନାମକ ଦୁଇ ପ୍ରକାର କର ଆଦାୟ କରୁଥିଲେ । ମରାଠା ସାମରିକ ବାହିନୀକୁ ତିନିଭାଗରେ, ଯଥା- ପଦାତିକ ବାହିନୀ, ଅଶ୍ଵବାହିନୀ ଓ ନୌବାହିନୀରେ ବିଭକ୍ତ କରାଯାଇଥିଲା ।

(iv) ସେମାନେ ପ୍ରତିରକ୍ଷାକୁ ସୁଦୃଢ଼ କରିବା ପାଇଁ ଦୁର୍ଗ ନିର୍ମାଣ କରିଥିଲେ ।

Question 3.
ଭାରତ ଇତିହାସରେ ମରାଠାମାନେ କି ପ୍ରକାର ପ୍ରଭାବ ପକାଇ ପାରିଥିଲେ ?
Answer:
(i) ମରାଠାମାନେ ଭାରତ ଇତିହାସରେ ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ଛାଡ଼ିଯାଇଛନ୍ତି । ସେମାନେ ମୋଗଲମାନଙ୍କ ଆଧ୍ଵପତ୍ୟ ବିରୋଧରେ ଆହ୍ଵାନ ସୃଷ୍ଟି କରିଥିଲେ ଏବଂ ଏକ ବିଶାଳ ହିନ୍ଦୁ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ।

(ii) ସେମାନେ ଭାରତୀୟ ସଂସ୍କୃତିର ପୁନରୁତ୍ଥାନ କରିବା ସହିତ ଆଞ୍ଚଳିକ ପରମ୍ପରାର ପ୍ରସାର କରିଥିଲେ | ଏବଂ ଭବିଷ୍ୟତର ସ୍ଵାଧୀନତା ସଂଗ୍ରାମକୁ ପ୍ରେରଣା ଯୋଗାଇଥିଲେ ।

(iii) ସେମାନଙ୍କର ଦକ୍ଷ ଶାସନ ବ୍ୟବସ୍ଥା, ଶକ୍ତିଶାଳୀ ସାମରିକ ଯୋଜନା ଏବଂ ନୌଶକ୍ତି ସ୍ୱାୟତ୍ତ ଶାସନ ପାଇଁ ମାର୍ଗ ପ୍ରଶସ୍ତ କରିଥିଲା ।

(iv) ମରାଠାମାନେ କର୍ଣ୍ଣାଟକ ସଙ୍ଗୀତ ଏବଂ ଭାରତନାଟ୍ୟମ୍ ଭଳି କଳାତ୍ମକ ବିକାଶ କରି ସଂସ୍କୃତିର ପରିପୁଷ୍ଟ କରିଥିଲେ । ବିଦେଶୀ ଶକ୍ତି ବିରୁଦ୍ଧରେ ସେମାନଙ୍କର ପ୍ରତିରୋଧ ଭାରତର ସ୍ଵାଧୀନତା ସଂଗ୍ରାମକୁ ପ୍ରେରଣା ଯୋଗାଇଥିଲା ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

ଆସ ଅନୁସନ୍ଧାନ କରିବା :

Question 1.
ତୁମେ କେବେ ଭକ୍ତି ଶବ୍ଦ ସମ୍ପର୍କରେ ଶୁଣିଛ ? ତୁମେ ଏହାର ଅର୍ଥ କ’ଣ ବୁଝୁଛ ? ଭାରତର ଯେକୌଣସି ଅଂଶର ଜଣେ ଭକ୍ତି ସନ୍ଥକୁ ଚୟନ କର । ତାଙ୍କର ଜୀବନୀ, ବାଣୀ ଓ ସେ ସମାଜକୁ ଦେଇଥବା ବାର୍ତ୍ତା ସମ୍ପର୍କରେ ଅନୁଧ୍ୟାନ କର । ତାଙ୍କର କବିତା ବା ଭଜନଗୁଡ଼ିକ ମଧ୍ୟରୁ ଗୋଟିଏକୁ ବାଛ ଓ ସାଙ୍ଗମାନଙ୍କ ସହିତ ଆଲୋଚନା କର ।
Answer:
(i) ହଁ, ମୁଁ ଭକ୍ତି ଶବ୍ଦ ସମ୍ପର୍କରେ ଶୁଣିଛି । ଏହାଯର ଅର୍ଥ ହେଉଛି ଈଶ୍ଵରଙ୍କ ଉପରେ ଗଭୀର ବିଶ୍ଵାସ ଏବଂ ଈଶ୍ଵରଙ୍କୁ ସମ୍ମାନ କରିବା ।

(ii) ମୀରାବାଈ ଜଣେ ପ୍ରସିଦ୍ଧ ଭକ୍ତି ସନ୍ଥ ଥିଲେ । ସେ ରାଜସ୍ଥାନର ଅଧିବାସୀ ଥିଲେ । ଭଗବାନ କୃଷ୍ଣଙ୍କ ଉପରେ ତାଙ୍କର ଗଭୀର ବିବାସ ଥିଲା । ସେ ନିଜର ବିଳାସବ୍ୟସନପୂର୍ଣ୍ଣ ଜୀବନକୁ ପରିତ୍ୟାଗ କରି ଅବଶିଷ୍ଟ ଜୀବନ ପାଇଁ ଭଗବାନ କୃଷ୍ଣଙ୍କୁ ଉପାସନା କରି ତାଙ୍କ ସମ୍ବନ୍ଧୀୟ ସଙ୍ଗୀତ ଗାନ କରିବା ପାଇଁ ମନସ୍ଥ କରିଥିଲେ ।

(ii) ତାଙ୍କର ଭଜନଗୁଡ଼ିକ ବାସ୍ତବରେ ପ୍ରେରଣାଦାୟୀ ଅଟେ । ଈଶ୍ଵରଙ୍କ ଉପରେ ଦୃଢ଼ ଆସ୍ଥା ପ୍ରକଟ କରି ହୃଦୟର ସହିତ ତାଙ୍କୁ ଭଲ ପାଇବାପାଇଁ ତାଙ୍କର ସଙ୍ଗୀତ ଶିକ୍ଷା ଦିଏ ।

(iv) ତାଙ୍କର ଏକ ପ୍ରସିଦ୍ଧ ଭଜନ ହେଉଛି ‘ରାମ ରତନ ଧନ ପାୟୋ’ । ଯାହାର ଅର୍ଥ ହେଉଛି ‘ମୁଁ ରାମଙ୍କ ମୂଲ୍ୟବାନ ରନ୍ ପାଇଅଛି ଯାହା ଅନ୍ୟ ସମ୍ପତ୍ତିଠାରୁ ଧିକ ମୂଲ୍ୟବାନ ଏବଂ ମୁଁ ଯାହାକୁ ଅତ୍ୟନ୍ତ ଆନନ୍ଦ ଓ ପ୍ରେମ ସହିତ ଧରି ରଖୁ ।’’

Question 2.
ଗରିଲା ଯୁଦ୍ଧ କୌଶଳ ସମ୍ପର୍କରେ ଅଧିକ ଜାଣିବାକୁ ଚେଷ୍ଟାକର । ପୃଥିବୀର ଅନ୍ୟ କେଉଁ ଦେଶ ଏ ପ୍ରକାର ଯୁଦ୍ଧ କୌଶଳ ଅନୁସରଣ କରିଛନ୍ତି ? ଏହି ଯୁଦ୍ଧ କୌଶଳ ଅନୁସରଣ କରିବା ପାଇଁ କେଉଁ ପ୍ରକାର ଭୌଗୋଳିକ ଅବସ୍ଥା ବିଶେଷ ଫଳପ୍ରଦ ? ତୁମର ଚିନ୍ତାଧାରା ଦଳ ଭିତରେ ଆଲୋଚନା କର ।
Answer:
(i) ଶକ୍ତିଶାଳୀ ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବା ପାଇଁ ଗରିଲା ଯୁଦ୍ଧ ଏକ ବିଖ୍ୟାତ ପ୍ରାଚୀନ ଯୁଦ୍ଧ ବ୍ୟବସ୍ଥା ଅଟେ । ଏହି ଯୁଦ୍ଧରେ ସୈନ୍ୟମାନେ ନିଜକୁ ଛୋଟ ଛୋଟ ଦଳରେ ବିଭକ୍ତ କରି ଅକସ୍ମାତ୍ ଲୁଚିଛପି ଆକ୍ରମଣ କରନ୍ତି ।

(ii) ଶତ୍ରୁ ସୈନ୍ୟ ଯିବା ରାସ୍ତାରେ ଲୁକ୍‌କାୟିତ ଖାଲମାନ ଖୋଳିଥା’ନ୍ତି ଏବଂ ଯୁଦ୍ଧ କରିବା ସମୟରେ ଖୁବ୍ ବେଗରେ ଗତି କରନ୍ତି ।

(iii) ଅନେକ ଦେଶ, ଯଥା – ଆଫଗାନିସ୍ଥାନ, ଭିଏତ୍ନାମ ଏବଂ କ୍ୟୁବା ଏହି ରଣକୌଶଳ ଅବଲମ୍ବନ କରୁଥିଲେ ।

(iv) ସୈନ୍ୟମାନେ ଏହି ଯୁଦ୍ଧ ପାଇଁ ଘଞ୍ଚ ଜଙ୍ଗଲ, ପର୍ବତ ଏବଂ ବନ୍ଧୁର ପାହାଡ ଓ ଗୁମ୍ଫାକୁ ବିନିଯୋଗ କରି ଶତ୍ରୁ ଧରାଶୟୀ କରିଥା’ନ୍ତି ।

Question 3.
ଶିବାଜୀଙ୍କ ଜୀବନର କୌଣସି ଏକ ଘଟଣାକୁ ନିଅ ଏବଂ ଶ୍ରେଣୀରେ ସାଙ୍ଗମାନଙ୍କ ସହିତ ଏହାକୁ ଅଭିନୟକର ।
Answer:
ଶିକ୍ଷକଙ୍କ ସହାୟତାରେ ଛାତ୍ରଛାତ୍ରୀମାନେ ନିଜେ ଶ୍ରେଣୀଗୃହରେ ଏହି କାର୍ଯ୍ୟ କରିବେ ।

ଏହା ବିଷୟରେ ଚିନ୍ତା କର :

Question 1.
ଯଦି ତୁମେ ସମୟ ଯାତ୍ରା କରି ଶିବାଜୀଙ୍କ ସହିତ ସାକ୍ଷାତ କର, ତେବେ କେଉଁ ତିନୋଟି ପ୍ରଶ୍ନ ତୁମେ ତାଙ୍କୁ ପଚାରିବ ଓ କାହିଁକି ?
Answer:
ଯଦି ମୁଁ ସମୟ ଯାତ୍ରା କରି ଶିବାଜୀଙ୍କ ସହିତ ସାକ୍ଷାତ କରନ୍ତି ମୁଁ ତାଙ୍କୁ ନିମ୍ନ ତିନୋଟି ପ୍ରଶ୍ନ ପଚାରନ୍ତି ।
(i) ଆପଣଙ୍କ ଶତ୍ରୁ ସୈନ୍ୟଙ୍କ ସଂଖ୍ୟା ତୁଳନାରେ ଆପଣଙ୍କ ସୈନ୍ୟ ସଂଖ୍ୟା ଯଥେଷ୍ଟ କମ୍ ଥିବା ସତ୍ତ୍ଵେ ଆପ । କିପରି ଏତେଗୁଡ଼ିଏ ଯୁଦ୍ଧରେ ବିଜୟଲାଭ କଲେ ? ଏହା ପଛର ରହସ୍ୟ କ’ଣ ? ଏହି ପ୍ରଶ୍ନର ଉତ୍ତର ମାଧ୍ୟମରେ ତାଙ୍କର ଏକତା ସମ୍ବନ୍ଧୀୟ ଧାରଣା ବିଷୟରେ ମୁଁ ଜାଣିପାରିବି ।

(ii) ଧର୍ମ ସହିଷ୍ଣୁତା ନିମନ୍ତେ ଆପଣଙ୍କୁ କ’ଣ ଉତ୍ସାହିତ କରିଥିଲା ? ଏହି ପ୍ରଶ୍ନର ଉତ୍ତର ମାଧ୍ୟମରେ ମୁଁ ତାଙ୍କର ସହନଶୀଳତା ବିଷୟରେ ଜାଣିପାରିବି ।

(iii) ଆପଣ କେବେ ଏବଂ କେଉଁଠାରେ ସ୍ଵରାଜ୍ୟର ଧାରଣା ପାଇଲେ ? ଏଥିପାଇଁ ସଂଗ୍ରାମ କରିବା ପାଇଁ କ’ଣ ପ୍ରେରଣା ଦେଇଥୁଲା ? ଏହି ପ୍ରଶ୍ନର ଉତ୍ତର ମାଧ୍ୟମରେ ମୁଁ ତାଙ୍କର ଲକ୍ଷ୍ୟ ଓ ପ୍ରେରଣା ବିଷୟରେ ଜାଣିପାରିବି ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 2.
ରାଜ୍ୟର କୌଣସି ପ୍ରକାଙ୍କୁ ଖରାପ ବ୍ୟବହାର କରିବା କିମ୍ବା ବଳପୂର୍ବକ କାହାଠାରୁ ତୃଣ ପତ୍ରଟିଏ ମଧ୍ଯ ନ ନେବା ପାଇଁ ଶିବାଜୀ ସରକାରୀ କର୍ମଚାରୀମାନଙ୍କୁ କଠୋର ଭାବରେ ନିର୍ଦେଶ ଦେଇଥିଲେ । ତାଙ୍କର ରାଜକର୍ମଚାରୀମାନଙ୍କୁ ଏକ ପତ୍ରରେ ଶିବାଜୀ ନିର୍ଦ୍ଦେଶ ଦେଇଥିଲେ ।
Answer:
‘‘ନୌସେନା ପାଇଁ ସାଗୁଆନ ପରି ବଡ଼ ବଡ଼ ବୃକ୍ଷର ଆବଶ୍ୟକତା ରହିଛି । ଯଦି ଆବଶ୍ୟକ ପଡ଼େ ତେବେ ଜଙ୍ଗଲ ବିଭାଗର ଅନୁମତି ନେବାପରେ ଏପରି ବୃକ୍ଷ କାଟିବାକୁ ହେବ । ଆମ୍ଭ ଓ ପଣସ ପରି ଗଛଗୁଡ଼ିକ ମଧ୍ଯ ଅତ୍ୟନ୍ତ ଦରକାରୀ କିନ୍ତୁ ସେସବୁକୁ ଆଦୌ ହାତ ଦେବା ଠିକ୍ ନୁହେଁ । କାରଣ ଏହିସବୁ ବୃକ୍ଷ ପରିପକ୍ବ ବା ପୂର୍ବ ବିକଶିତ ହେବାପାଇଁ ବହୁତ ବର୍ଷ ଲାଗିଯାଇଥାଏ ଏବଂ ଲୋକମାନେ ନିଜ ସନ୍ତାନମାନଙ୍କ ପରି ତାହାର ଯନ୍ ନେଇଥା’ନ୍ତି । ଯଦି ତୁମେ ସେଗୁଡ଼ିକୁ କାଟିଦିଅ, ତେବେ ସେହି ଲୋକମାନଙ୍କର ଦୁଃଖ କ’ଣ ସବୁଦିନ ପାଇଁ ଦୂର ହୋଇଯିବ ? କାହାକୁ ଦମନ କରି ବା ଦୁଃଖ ଦେଇ ଯେଉଁ ସଫଳତା ହାସଲ କରାଯାଇଥାଏ, ତାହା ଦମନକାରୀ ସହିତ ସେହି ସଫଳତାର ଶୀଘ୍ର ବିଲୟ ଘଟିଥାଏ । ଠିକ୍ ସେହିପରି ଏହିସବୁ ବୃକ୍ଷର ଅନୁପସ୍ଥିତିରେ ଭୟଙ୍କର ପରିଣାମ ଘଟିଥାଏ । ତେଣୁକରି କୌଣସି ପରିସ୍ଥିତିରେ କେବେହେଲେ ବଳ ପ୍ରୟୋଗ କରିବା ଉଚିତ ନୁହେଁ ।’’

Question 3.
ଶିବାଜୀଙ୍କ ପତ୍ରକୁ ଭିତ୍ତିକରି ତାଙ୍କର ମୂଲ୍ୟବୋଧ ଉପରେ ଜଣେ ଶାସକ ଭାବରେ ତୁମେ କ’ଣ କହିପାରିବ ?
Answer:
(i) ଉପରୋକ୍ତ ପତ୍ରକୁ ଭିଭିକରି ଆମେ ଏହି ସିଦ୍ଧାନ୍ତରେ ଉପନୀତ ହୋଇପାରିବା ଯେ ଶିବାଜୀ ଅନୁକମ୍ପା, ନ୍ୟାୟ ଏବଂ ପରିବେଶ ସମ୍ବନ୍ଧୀୟ ଦାୟିତ୍ୱବୋଧ ଇତ୍ୟାଦି ମୂଲ୍ୟବୋଧର ପ୍ରବର୍ତ୍ତକ ଥିଲେ ।

(ii) ସେ ନିଜର ପ୍ରଜାମାନଙ୍କୁ ଦାୟିତ୍ଵ ସହକାରେ ସୁରକ୍ଷା ପ୍ରଦାନ କରୁଥିଲେ । ସେ ପ୍ରଜାମାନଙ୍କର ଭାବାବେଗକୁ ସମ୍ମାନ ଦେଉଥିଲେ ଏବଂ ସେମାନଙ୍କ ଅଭିବୃଦ୍ଧିକୁ ସମର୍ଥନ କରୁଥିଲେ । ସେ ମାନବିକତା, ସହନଶୀଳତା ଏବଂ ନୀତିଗତ ନେତୃତ୍ଵର ପ୍ରସାର କରିବା ପାଇଁ ଯବାନ ଥିଲେ ।

(iii) ଏହି ଚିଠିରୁ ଜଣାଯାଏ ଯେ ତାଙ୍କର ପ୍ରକୃତି ପ୍ରତି ଗଭୀର ଭାବେ ଶ୍ରଦ୍ଧା ଥିଲା ଓ ସେ କଳା ଓ ସାହିତ୍ୟପ୍ରେମୀ ଥିଲେ ।

ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
କେଉଁମାନଙ୍କୁ ମରାଠା କୁହାଯାଇଥାଏ ?
Answer:
ବର୍ତ୍ତମାନର ମହାରାଷ୍ଟ୍ର ତଥା ଦାକ୍ଷିଣାତ୍ୟ ମାଳଭୂମିରେ ବସବାସ କରୁଥିବା ଏକ ଜନସମୂହ ବା ଲୋକମାନଙ୍କୁ

Question 2.
ଶିବାଜୀ କେଉଁ ପରିବାରରେ ଜନ୍ମଗ୍ରହଣ କରିଥିଲେ ?
Answer:
ଭୋସଲେ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 3.
ନିଜର ଲୋକମାନଙ୍କୁ ଶତ୍ରୁ କବଳରୁ ରକ୍ଷା କରିବାପାଇଁ ଶିବାଜୀ କେଉଁ ଅଭିନବ ଯୁଦ୍ଧ ବିଦ୍ୟା ବା ରଣକୌଶଳ ଆରମ୍ଭ କରିଥିଲେ ?
Answer:
ଗରିଲା

Question 4.
ଶିବାଜୀଙ୍କର ଶତ୍ରୁ ଉପରେ ରାତ୍ରିକାଳୀନ ଆକ୍ରମଣ ବ୍ୟବସ୍ଥାକୁ ବର୍ତ୍ତମାନ କ’ଣ କୁହାଯାଇଛି ?
Answer:
ସର୍ଜିକାଲ ଷ୍ଟ୍ରାଇକ୍

Question 5.
କେତେବର୍ଷ ବୟସରେ ଶିବାଜୀ ମୃତ୍ୟୁବରଣ କରିଥିଲେ ?
Answer:
ପଚାଶ ବର୍ଷ

Question 6.
ବଙ୍ଗଳାରେ ମରାଠାମାନେ କେତେ ବର୍ଷ ଧରି ଯୁଦ୍ଧ ଚାଲୁ ରଖୁଥିଲେ ?
Answer:
ଦଶ ବର୍ଷ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 7.
ଶାସନ କାର୍ଯ୍ୟରେ ସହଯୋଗ କରିବାପାଇଁ ଶିବାଜୀ ତାଙ୍କ ମନ୍ତ୍ରିମଣ୍ଡଳରେ ନିଯୁକ୍ତି ଦେଇଥ‌ିବା ଆଠଜଣ ମନ୍ତ୍ରୀଙ୍କୁ କ’ଣ କୁହାଯାଉଥିଲା ?
Answer:
ଅଷ୍ଟପ୍ରଧାନ ମଣ୍ଡଳ

Question 8
ମରାଠାମାନଙ୍କର ଅତିପ୍ରିୟ ଅସ୍ତ୍ର କ’ଣ ଥିଲା ?
Answer:
ଖଣ୍ଡା ଓ ବର୍ଚ୍ଛା

Question 9.
ଅନେକ ବୈଦେଶିକ ଆକ୍ରମଣ ସତ୍ତ୍ଵେ କେଉଁ କାରଣ ପାଇଁ ମରାଠା ରାଜ୍ୟ ତିଷ୍ଠି ରହିପାରିଥିଲା ?
Answer:
କେବଳ ଦୁର୍ଗଗୁଡ଼ିକ ପାଇଁ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 10.
ପଶ୍ଚିମ ଉପକୂଳରେ ନୌବାହିନୀ ଗଠନ କରିବାପାଇଁ ମରାଠାମାନଙ୍କୁ କିଏ ମାର୍ଗଦର୍ଶନ କରିଥିଲେ ?
Answer:
କାହୋଜୀ ଆଙ୍ଗେ

Question 11.
ମାଲେସିଆର କେଉଁ ବନ୍ଦର ସହିତ ମରାଠାମାନେ ବାଣିଜ୍ୟ କାରବାର କରୁଥିଲେ ?
Answer:
ମାଲାକା

Question 12.
ଶିବାଜୀଙ୍କର ‘ସ୍ଵରାଜ୍ୟ’ ସମ୍ପର୍କିତ ଚିନ୍ତାଧାରା ଶିବାଜୀଙ୍କ କେଉଁ ଅଭିଲେଖରେ ପ୍ରକଟିତ ହୋଇଥିଲା ?
Answer:
ସଂସ୍କୃତରେ ଲିଖ୍ ଏକ ପର୍ସିଆନ୍ ସିଲ୍

Question 13.
‘‘ରାଜ୍ୟ–ବ୍ୟବହାର କୋଷ’’ ନାମକ ଏକ ଗ୍ରନ୍ଥ କିଏ ରଚନା କରିଥିଲେ ?
Answer:
ଶିବାଜୀ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 14.
ମରାଠାର କେଉଁ ବୀରା ନାରୀ ଆଉରେଙ୍ଗଜେବ୍‌ଙ୍କ ଆକ୍ରମଣରୁ ନିଜକୁ ସୁରକ୍ଷିତ ରହିପାରିଥିଲେ ?
Answer:
ତାରାବାଈ

Question 15.
କେଉଁ ମରାଠା ବୀରା ରମଣୀ ଉତ୍ତରରେ କେଦାନାଥଠାରୁ ଦକ୍ଷିଣରେ ରାମେଶ୍ଵରମ୍ ପର୍ଯ୍ୟନ୍ତ ଶହଶହ ମନ୍ଦିର ନିର୍ମାଣ ଓ ପୁନରୁଦ୍ଧାର କରିଥିଲେ ?
Answer:
ଅହଲ୍ୟାବାଇ

ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ହିସାବରେ ତୁମେ କାହାକୁ ବିବେଚନା କରିବ ?
(i) ସାମ୍ଭାଜୀ
(ii) ଶିବାଜୀ
(iii) ବାଜିରାଓ ପ୍ରଥମ
(iv) ତାରାବାଈ
Answer:
(ii) ଶିବାଜୀ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 2.
ସପ୍ତମରୁ ସପ୍ତଦଶ ଶତାବ୍ଦୀ ମଧ୍ଯରେ ଆଧ୍ୟାତ୍ମିକ ବିକାଶ ନିମନ୍ତେ ସାଧୁସନ୍ଥମାନେ କେଉଁ ମାର୍ଗକୁ ସର୍ବଶ୍ରେଷ୍ଠ ମାର୍ଗ ଭାବରେ ଅଭିହିତ କରିଥିଲେ ?
(i) ଭକ୍ତିମାର୍ଗ
(ii) କର୍ମମାର୍ଗ
(iii) ଜ୍ଞାନମାର୍ଗ
(iv) ଯୋଗମାର୍ଗ
Answer:
(i) ଭକ୍ତିମାର୍ଗ

Question 3.
ମହାରାଷ୍ଟ୍ର-ଗୋଆ ସୀମାନ୍ତରେ ମାରାଠାମାନେ କେଉଁ ଦୁର୍ଗ ନିର୍ମାଣ କରିଥିଲେ ?
(i) ରାୟଗଡ଼ ଦୁର୍ଗ
(ii) ସିନ୍ଧୁ ଦୁର୍ଗ
(iii) ଚିତୋର ଦୁର୍ଗ
(iv) ପ୍ରତାପଗଡ଼ ଦୁର୍ଗ
Answer:
(ii) ସିନ୍ଧୁ ଦୁର୍ଗ

Question 4.
ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ଲୁଚି ରହି ଅତର୍କିତ ଭାବରେ ଖୁବ୍ ଦ୍ରୁତ ଗତିରେ ଶତ୍ରୁ ଉପରେ ଆକ୍ରମଣ କରିବାକୁ କେଉଁ ଯୁଦ୍ଧ କୁହାଯାଇଥାଏ ?
(i) ଆତଙ୍କବାଦ
(ii) ଆତ୍ମଘାତୀ ଯୁଦ୍ଧ
(iii) ଗରିଲା ଯୁଦ୍ଧ
(iv) ଶତ୍ରୁହନ୍ତା ଯୁଦ୍ଧ
Answer:
(iii) ଗରିଲା ଯୁଦ୍ଧ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 5.
ଶିବାଜୀ କେଉଁ ଅସ୍ତ୍ରରେ ଆଫଜଲ୍ ହତ୍ୟା କରିଥିଲେ ?
(i) ଗୁପ୍ତଅସ୍ତ୍ର
(ii) ବର୍ଚ୍ଛା
(iii) ତେଣ୍ଟା
(iv) ବାଘନଖ
Answer:
(iv) ବାଘନଖ

Question 6.
କେଉଁ ଦୁର୍ଗରେ ଶିବାଜୀ ଓ ଜୟସିଂହଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ?
(i) ପୁରନ୍ଦର ଦୁର୍ଗ
(ii) ପ୍ରତାପଗଡ଼ ଦୁର୍ଗ
(iii) କରବାଟୀ ଦୁର୍ଗ
(iv) ସିନ୍ଧୁ ଦୁର୍ଗ
Answer:
(i) ପୁରନ୍ଦର ଦୁର୍ଗ

Question 7.
ଶିବାଜୀ ଦକ୍ଷିଣ ଭାରତରେ ଡଚମାନଙ୍କରର କେଉଁ ବ୍ୟବସାୟକୁ ବନ୍ଦକରି ଦେଇଥିଲେ ?
(i) ମାନବ ଚାଲାଣ
(ii) କ୍ରୀତଦାସ
(iii) ଗୋତି ପ୍ରଥା
(iv) ବାଣିଜ୍ୟ କର
Answer:
(ii) କ୍ରୀତଦାସ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 8.
ଶିବାଜୀଙ୍କ ମୃତ୍ୟୁପରେ ମରାଠାର ଛତ୍ରପତି କିଏ ହୋଇଥିଲେ ?
(i) ଅହଲ୍ଯାବାଈ
(ii) ତାରାବାଈ
(iii) ରାଜାରାମ
(iv) ସାମ୍ଭାଜୀ
Answer:
(iv) ସାମ୍ଭାଜୀ

Question 9.
ମରାଠା ଶାସନ କାଳରେ ପେଶ ଶବ୍ଦ କେଉଁ ପଦ ପାଇଁ ବ୍ୟବହୃତ ହେଉଥିଲା ?
(i) ପ୍ରଧାନ ସବୁବ
(ii) ସେନାପତି
(iii) ପ୍ରଧାନମନ୍ତ୍ରୀ
(iv) ପଦାତିକ ବାହିନୀର ମୁଖ୍ୟ
Answer:
(iii) ପ୍ରଧାନମନ୍ତ୍ରୀ

Question 10.
ଶିବାଜୀଙ୍କ ଶାସନ କାଳରେ ଯେଉଁ ମୁଦ୍ରା ପ୍ରଚଳନ କରିଥିଲେ, ତା’ଉପରେ କେଉଁ ଲିପିରେ ତାଙ୍କର ବୈଶିଷ୍ଟ୍ୟ ଲେଖାଯାଇଥିଲା ?
(i) ଦେବନାଗରୀ ଲିପି
(ii) ବ୍ରାହ୍ମୀଲିପି
(iii) ମରାଠାଲିପି
(iv) ମୁଦ୍ରାଲିପି
Answer:
(i) ଦେବନାଗରୀ ଲିପି

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 11.
‘‘ଅଷ୍ଟମନ୍ତ୍ରୀ ପରିଷଦ’’ରେ ଆମାତ୍ୟଙ୍କୁ କେଉଁ ବିଭାଗ ପ୍ରଦାନ କରାଯାଇଥିଲା ?
(i) ଭୂରାଜସ୍ୱ ବିଭାଗ
(ii) ବୈଦେଶିକ ବିଭାଗ
(iii) ଧାର୍ମିକ କ୍ରିୟାକଳାପ ବିଭାଗ
(iv) ଅର୍ଥ ବିଭାଗ
Answer:
(iv) ଅର୍ଥ ବିଭାଗ

Question 12.
ଶିବାଜୀଙ୍କର ଅର୍ଥମନ୍ତ୍ରୀ କିଏ ଥିଲେ ?
(i) ତୋଡ଼ର ମଲ୍ଲ
(ii) ରାମଚନ୍ଦ୍ର ପନ୍ତ
(iii) ମହାଦ୍‌ଜୀ ସିନ୍ଦେ
(iv) ଗଣପତି ପନ୍ତ
Answer:
(ii) ରାମଚନ୍ଦ୍ର ପନ୍ତ

Question 13.
କେଉଁ ସୈନ୍ୟବାହିନୀ ଗଠନ କରିବାରେ ଶିବାଜୀଙ୍କୁ କାହୋଜୀ ଆଙ୍ଗେ ମାର୍ଗ ପ୍ରଦର୍ଶନ କରିଥିଲେ ?
(i) ପଦାତିକ ବାହିନୀ
(ii) ସ୍ଥଳବାହିନୀ
(iii) ନୌବାହିନୀ
(iv) ଆକାଶବାହିନୀ
Answer:
(iii) ନୌବାହିନୀ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 14.
ମରାଠାମାନଙ୍କର ବିଚାର ବ୍ୟବସ୍ଥାରେ ସର୍ବୋଚ୍ଚ ଦଣ୍ଡବ୍ୟବସ୍ଥା କ’ଣ ଥିଲା ?
(i) ଆଜୀବନ କାରାଦଣ୍ଡ
(ii) ଅଙ୍ଗଚ୍ଛେଦନ
(iii) ଜୋରିମାନା ପ୍ରଦାନ
(iv) ମୃତ୍ୟୁଦଣ୍ଡ
Answer:
(iv) ମୃତ୍ୟୁଦଣ୍ଡ

Question 15.
ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଶାରେ କାହା ସାହାଯ୍ୟରେ ଜଳପଥରେ ବାଣିଜ୍ୟ କାରବାର ହେଉଥିଲା ?
(i) ଫେରି
(ii) ଅଶ୍ଵ
(iii) ହସ୍ତୀ
(iv) ଓଟ
Answer:
(i) ଫେରି

Question 16.
ଶିବାଜୀଙ୍କର ଶାସନରେ ପ୍ରଚଳିତ ପର୍ସିଆନ ସିଲ୍ କେଉଁ ଭାଷାରେ ଲେଖାଯାଇଥିଲା ?
(i) ମରାଠୀ
(ii) ହିନ୍ଦୀ
(iii) ସଂସ୍କୃତ
(iv) ପାର୍ସି
Answer:
(iii) ସଂସ୍କୃତ

Question 17.
ମରାଠାର ସମସ୍ତ ଶାସକ କେଉଁ ରଙ୍ଗର ଧ୍ଵଜା ବା ପତାକା ବ୍ୟବହାର କରୁଥିଲେ ?
(i) କେଶର
(ii) ଲାଲ
(iii) ହଳଦି
(iv) ଗୋଲାପୀ
Answer:
(i) କେଶର

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 18.
ଅହଲ୍ୟାବାଈ ହୋଲ୍‌କାର କେଉଁ ମନ୍ଦିରର ପୁନଃ ନିର୍ମାଣ କରାଇଥିଲେ ?
(i) ପୁରୀ ମନ୍ଦିର
(ii) ଲିଙ୍ଗରାଜ ମନ୍ଦିର
(iii) କାଶୀବିଶ୍ଵନାଥ ମନ୍ଦିର
(iv) ସ୍ଵର୍ଣ୍ଣମନ୍ଦିର
Answer:
(iii) କାଶୀବିଶ୍ଵନାଥ ମନ୍ଦିର

Question 19.
ତାଞ୍ଜାଭୁରଠାରେ ଲୋକମାନଙ୍କର ଚିକିତ୍ସାପାଇଁ ଧନ୍ଵନ୍ତରୀ ମହଲ କିଏ ପ୍ରତିଷ୍ଠା କରିଥିଲେ ?
(i) ସେରଫୋଜୀ
(ii) ରାମଚନ୍ଦ୍ର ପନ୍ତ
(iii) ରାଜାରାମ
(iv) ଅହଲ୍ୟାବାଈ
Answer:
(i) ସେରଫୋଜୀ

Question 20.
ଭୋନ୍ସଲେ ପରିବାରର ଇତିହାସ ତାଞ୍ଜାଭୁରର କେଉଁ ମନ୍ଦିରର କାନ୍ଥରେ ଲିପିବଦ୍ଧ କରାଯାଇଥିଲା ।
(i) କାଶୀବିଶ୍ଵନାଥ
(ii) ରାମେଶ୍ଵର ମନ୍ଦିର
(iii) ବୃହଦିଶ୍ଵର ମନ୍ଦିର
(iv) ଧନ୍ଵନ୍ତରୀ ମହଲ
Answer:
(iii) ବୃହଦିଶ୍ଵର ମନ୍ଦିର

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 21.
ଭାରତର ଶାସନ କରିଥିବା ବୈଦେଶିକ ଶାସକମାନଙ୍କର ମୂଳ ଲକ୍ଷ୍ୟ __________ ଥିଲା ।
(i) ବାଣିଜ୍ୟ ବ୍ୟବସାୟ
(ii) ଧର୍ମପ୍ରଚାର
(iii) ସାମ୍ରାଜ୍ୟ ବିସ୍ତାର
(iv) ଧନରନ୍ ଲୁଣ୍ଠନ
Answer:
(ii) ଧର୍ମପ୍ରଚାର

Question 22.
____________ ଖ୍ରୀଷ୍ଟାବ୍ଦରେ ରାୟଗଡ଼ ଦୁର୍ଗରେ ଶିବାଜୀଙ୍କର ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
(i) ୧୬୭୪
(ii) ୧୬୭୫
(iii) ୧୬୭୬
(iv) ୧୬୭୭
Answer:
(i) ୧୬୭୪

Question 23.
୧୬୩୦ ଖ୍ରୀଷ୍ଟାବ୍ଦରେ ଶିବାଜୀ __________ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
(i) ସିନ୍ଧିଆ
(ii) ଦୁବେ
(iii) ଭୋନ୍ସଲେ
(iv) ବ୍ରାହ୍ମଣ
Answer:
(iii) ଭୋନ୍ସଲେ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 24.
ଶିବାଜୀ ତାଙ୍କର ସାମରିକ ଅଭିଯାନ ___________ ବର୍ଷ ବୟସରେ ଆରମ୍ଭ କରିଥିଲେ ।
(i) ୧୪
(ii) ୧୫
(iii) ୧୬
(iv) ୧୭
Answer:
(iii) ୧୬

Question 25.
ଶତ୍ରୁ କବଳରୁ ଲୋକମାନଙ୍କୁ ରକ୍ଷାକରିବାପାଇଁ ଏକ ଅଭିନବ ଯୁଦ୍ଧବିଦ୍ୟାର ରଣକୌଶଳ ଆରମ୍ଭ କରିଥିଲେ, ତାହା କ’ଣ ଥିଲା ?
(i) ଖଣ୍ଡାଯୁଦ୍ଧ
(ii) ବର୍ହାଯୁଦ୍ଧ
(iii) ଗରିଲା ଯୁଦ୍ଧ
(iv) ପ୍ରଚ୍ଛଦପଟ୍ଟ ଯୁଦ୍ଧ
Answer:
(iii) ଗରିଲା ଯୁଦ୍ଧ

Question 26.
ବିଜାପୁରର ଦକ୍ଷ ସେନାପତି ଆଫଜଲ ଖାଁ ଓ ଶିବାଜୀ ___________ ଦୁର୍ଗରେ ପରସ୍ପରକୁ ସାମନା କରିଥିଲେ ।
(i) ରାୟଗଡ଼
(ii) ସିନ୍ଧୁଦୁର୍ଗ
(iii) ପ୍ରାତପଗଡ଼ ଦୁର୍ଗ
(iv) ମେବାର ଦୁର୍ଗ
Answer:
(iii) ପ୍ରାତପଗଡ଼ ଦୁର୍ଗ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 27.
ବାଘନଖ ଦ୍ଵାରା ଶିବାଜୀ ___________ ଙ୍କୁ ହତ୍ୟା କରିଥିଲେ ।
(i) ଆଫଜଲ ଖାଁ
(ii) ବୈରାମ ଖାଁ
(iii) ସାୟସ୍ତ ଖାଁ
(iv) ବିସ୍‌ମିଲା ଖାଁ
Answer:
(i) ଆଫଜଲ ଖାଁ

Question 28.
ଆଉରେଙ୍ଗଜେବ୍ ଶିବାଜୀଙ୍କୁ ପରାସ୍ତ କରିବାପାଇଁ ବିଶିଷ୍ଟ ରାଜପୁତ୍ ସେନାପତି ______________ ଙ୍କୁ ପଠାଇଥିଲେ ।
(i) ସାୟସ୍ତ ଖାଁ
(ii) ଆଫଜଲ ଖାଁ
(iii) ଜୟ ସିଂହ
(iv) ଅର୍ଜୁନ ସିଂହ
Answer:
(iii) ଜୟ ସିଂହ

Question 29.
୧୬୭୪ ମସିହାରେ ____________ ଦୁର୍ଗରେ ଶିବାଜୀଙ୍କର ଅଭିଷେକ ଉତ୍ସବ ପାଳନ କରାଯାଇଥିଲା ।
(i) ପ୍ରତାପଗଡ଼
(ii) ରାୟଗଡ଼
(iii) ନଲାରଗଡ଼
(iv) ସିନ୍ଧୁଗଡ଼
Answer:
(ii) ରାୟଗଡ଼

Question 30.
_________ ମାନେ ଶିବାଜୀଙ୍କୁ ପ୍ରାଚୀନ ଯୋଦ୍ଧା ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡାରଙ୍କ ସହିତ ତୁଳନା କରିଥିଲେ ।
(i) ଫରାସୀ
(ii) ୟୁରୋପୀୟ
(iii) ଡଚ
(iv) ମୋଗଲ
Answer:
(ii) ୟୁରୋପୀୟ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 31.
ଶିବାଜୀଙ୍କର ପୁତ୍ର ରାଜାରାମଙ୍କର ରାଣୀ ଥିଲେ _________ |
(i) ଅହଲ୍ଯାବାଈ
(ii) ଶକୁନ୍ତଳାବାଈ
(iii) ତାରାବାଈ
(iv) କୁନ୍ତଳବାଈ
Answer:
(iii) ତାରାବାଈ

Question 32.
ଶିବାଜୀଙ୍କର ଅଷ୍ଟମନ୍ତ୍ରିପରିଷଦରେ ବୈଦେଶିକ ମନ୍ତ୍ରୀଙ୍କୁ ________ କୁହାଯାଉଥିଲା ।
(i) ଆମାତ୍ଯ
(ii) ପ୍ରଧାନମନ୍ତ୍ରୀ
(iii) ସୁମନ୍ତ
(iv) ମୁଖ୍ୟସଚିବ
Answer:
(iii) ସୁମନ୍ତ

Question 33.
__________ ୟୁରୋପୀୟ ଢାଞ୍ଚାରେ ଏକ ବିଶାଳ ସୈନ୍ୟବାହିନୀ ଗଠନ କରିଥିଲେ ।
(i) ମହାଦ୍‌ଜୀ ସିନ୍ଦେ
(ii) ମୁଦ୍ରା ପଟ୍ଟବର୍ଣନ
(iii) ମୀରାବାଈ
(iv) ସାମ୍ଭାଜୀ
Answer:
(i) ମହାଦ୍‌ଜୀ ସିନ୍ଦେ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 34.
ମରାଠା ଶାସନ କାଳରେ କୋଲମାନେ __________ ବ୍ୟବସ୍ଥାର ତଦାରଖ କରୁଥିଲେ ।
(i) ଅର୍ଥ
(ii) ଆଇନ
(iii) ଶିକ୍ଷା
(iv) ସ୍ଵାସ୍ଥ୍ୟ
Answer:
(ii) ଆଇନ

Question 35.
‘‘ରାଜ୍ୟ–ବ୍ୟବହାର କୋଷ’ ଗ୍ରନ୍ଥରେ ___________ ଭାଷାକୁ ପ୍ରୋତ୍ସାହିତ କରାଯାଇଥିଲା ।
(i) ହିନ୍ଦୀ
(ii) ଗୁଜୁରାଟୀ
(iii) ମରାଠୀ
(iv) ପାର୍ଶି
Answer:
(iii) ମରାଠୀ

ଠିକ୍ ଉକ୍ତି ପାଖରେ ଠିକ୍ (✓ ) ଚିହ୍ନ ଓ ଭୁଲ୍ ଉକ୍ତ ପାଖରେ ଭୁଲ୍ (✗) ଚିହ୍ନ ଦିଅ ।

Question 1.
ଶିବାଜୀ ୧୬୩୦ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ।
Answer:
✓

Question 2.
ପିତା ସାହଜୀ ଓ ମୀରାବାଈଙ୍କଠାରୁ ଶିବାଜୀ ଜନ୍ମଗ୍ରହଣ କରିଥିଲେ ।
Answer:
✗

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 3.
ମରାଠାର ଦୁର୍ଗଗୁଡ଼ିକ ସାଧାରଣତଃ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ନିର୍ମାଣ କରାଯାଇଥିଲା
Answer:
✗

Question 4.
ମୋଗଲ ସେନାପତି ସାୟସ୍ତ ଖାଁ ଦୀର୍ଘ ତିନି ବର୍ଷକାଳ ଶିବାଜୀଙ୍କ ରାଜ୍ୟକୁ ଆକ୍ରମଣ କରିଥିଲେ ।
Answer:
✓

Question 5.
ମୋହନ ଦାସ ପାରେଖ ଜଣେ ଦାନୀ ବ୍ୟକ୍ତି ଥିଲେ ।
Answer:
✓

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 6.
୧୬୬୫ ଖ୍ରୀଷ୍ଟାବ୍ଦରେ ପୁନେ ନିକଟବର୍ତ୍ତୀ ଦୁର୍ଗରେ ଶିବାଜୀ, ଜୟସିଂହଙ୍କ ସହିତ ଏକ ଚୁକ୍ତି ସ୍ୱାକ୍ଷରିତ କରିଥିଲେ ।
Answer:
✓

Question 7.
ପ୍ରଖ୍ୟାତ ହିନ୍ଦୀ କବି ଭୂଷଣ ବିଶେଷକରି ତାରାବାଈଙ୍କୁ ଦେଖାକରିବାକୁ ମହାରାଷ୍ଟ୍ର ଆସିଥିଲେ ।
Answer:
✗

Question 8.
ଶିବାଜୀଙ୍କର ଦୁଇ ପୁତ୍ର ଥିଲେ ଯଥା ସାମ୍ଭାଜୀ ଓ ରାଜାରାମ ।
Answer:
✓

Question 9.
ବିଶେଷକରି ପେଷା ଏକ ଲାଟିନ୍ ଶବ୍ଦ ।
Answer:
✗

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 10.
ବଙ୍ଗଳାରେ ମରାଠାମାନଙ୍କର ଦଶବର୍ଷର ଯୁଦ୍ଧ ଅଭିଯାନରେ ସାଧାରଣ ଜନତାଙ୍କ ଉପରେ ବର୍ବରତା ଓ ଧ୍ୱଂସର ଦମନଲୀଳା ଦେଖିବାକୁ ମିଳିଥିଲା ।
Answer:
✓

Question 11.
ଆଫଗାନ୍‌ମାନଙ୍କ ସହିତ ମରାଠାମାନେ ୧୭୭୧ରେ ପାନିପଥ ଯୁଦ୍ଧରେ ଶୋଚନୀୟ ଭାବରେ ପରାଜୟ ବରଣ କରିଥିଲେ ।
Answer:
✗

Question 12.
୧୭୭୫ ରୁ ୧୮୧୮ ଖ୍ରୀ.ଅ. ମଧ୍ଯରେ ତିନିଗୋଟି ଆ-ମରାଠା ଯୁଦ୍ଧ ସଂଘଟିତ ହୋଇଥିଲା ।
Answer:
✓

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 13.
ହାଇଦର ଅଲ୍ଲୀ ହାଇଦ୍ରାବାଦର ଶାସକ ଥିଲେ ।
Answer:
✗

Question 14.
ମରାଠା ସଶସ୍ତ୍ର ବାହିନୀକୁ ତିନି ଭାଗରେ ଯଥା- ଅଶ୍ୱାରୋହୀ, ଗଜାରୋହୀ, ପଦାତିକ ବାହିନୀରେ ବିଭକ୍ତ କରାଯାଇଥିଲା ।
Answer:
✗

Question 15.
ଗୁଜୁରାଟର ସୋମନାଥ ମନ୍ଦିରକୁ ଆଉରେ ଜେବ୍ ଧ୍ୱଂସ କରିଦେଇଥିଲେ ।
Answer:
✗

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 16.
ମଧ୍ୟପ୍ରଦେଶର ମହେଶ୍ଵର ବୟନ ଶିଳ୍ପକୁ ତାରାବାଈ ପ୍ରୋତ୍ସାହନ ପ୍ରଦାନ କରିଥିଲେ ।
Answer:
✗

Question 17.
କାଶୀ ବିଶ୍ଵନାଥ ମନ୍ଦିରକୁ ଆଉରଙ୍ଗଜେବ ଧ୍ୱଂସ କରିଦେଇଥିଲେ ।
Answer:
✓

Question 18.
ବୀରା ରମଣୀ ତାରାବାଈଙ୍କର ସ୍ଵାମୀ ଥିଲେ ସାମ୍ଭାଜୀ ।
Answer:
✗

Question 19.
ପଞ୍ଜାଭୁଗର ସମସ୍ତ ମରାଠା ଶାସକମାନଙ୍କ ମଧ୍ୟରୁ ସେରପୋଜୀ ଦ୍ଵିତୀୟଙ୍କର ଅବଦାନ ସବୁଠାରୁ ଉଲ୍ଲେଖନୀୟ ଥଲା ।
Answer:
✓

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

ସ୍ତମ୍ଭ ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ତୁ କାରାମ ଜଣେ ଦାନୀ ବ୍ୟକ୍ତି
ତାରାବାଈ ଜଣେ ଶାସିକା
ସାୟସ୍ତ ଖା ରାଜପୁତ୍ ସେନାପତି
ମୋହନଦାସ ପାରେଖ ଜଣେ ସନ୍ଥ
ଜୟ ସିଂହ ମୋଗଲ ସେନାପତି

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ତୁ କାରାମ ଜଣେ ସନ୍ଥ
ତାରାବାଈ ଜଣେ ଶାସିକା
ସାୟସ୍ତ ଖା ମୋଗଲ ସେନାପତି
ମୋହନଦାସ ପାରେଖ ଜଣେ ଦାନୀ ବ୍ୟକ୍ତି
ଜୟ ସିଂହ ରାଜପୁତ୍ ସେନାପତି

 

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସୁମନ୍ତ ଅର୍ଥମନ୍ତ୍ରୀ
ପଣ୍ଡିତରାଓ ସର୍ବଭୌମ ରାଜା
ଅମାତ୍ଯ ବୈଦେଶିକ ମନ୍ତ୍ରୀ
ସଚିବ ଧାର୍ମିକ ପ୍ରମୁଖ
ଛତ୍ରପତି ଭୂରାଜସ୍ୱ ମନ୍ତ୍ରୀ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସୁମନ୍ତ ବୈଦେଶିକ ମନ୍ତ୍ରୀ
ପଣ୍ଡିତରାଓ ଧାର୍ମିକ ପ୍ରମୁଖ
ଅମାତ୍ଯ ଅର୍ଥମନ୍ତ୍ରୀ
ସଚିବ ଭୂରାଜସ୍ୱ ମନ୍ତ୍ରୀ
ଛତ୍ରପତି ସର୍ବଭୌମ ରାଜା

 

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 3.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
କହ୍ନେଜୀ ଆଙ୍ଗେ ସନ୍ଥ
କୋଟୱାଲ ସେନାପତି
ସେରଫୋଜୀ ଆଇନ ବ୍ୟବସ୍ଥା
ଜୟ ସିଂହ ନୌସେନା
ରାମଦାସ ଚିକିତ୍ସାବ୍ୟବସ୍ଥା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
କହ୍ନେଜୀ ଆଙ୍ଗେ ନୌସେନା
କୋଟୱାଲ ଆଇନ ବ୍ୟବସ୍ଥା
ସେରଫୋଜୀ ଚିକିତ୍ସାବ୍ୟବସ୍ଥା
ଜୟ ସିଂହ ନୌସେନା
ରାମଦାସ ସନ୍ଥ

 

Question 4.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଶିବାଜୀଙ୍କ ଜନ୍ମ ୧୬୮୦ ଖ୍ରୀ.ଅ.
ଆଗ୍ରା ଜେଲରେ ଶିବାଜୀଙ୍କ ବନ୍ଦୀ କରି ରଖୁବା ୧୬୭୪ ଖ୍ରୀ.ଅ.
ମରାଠା ସୈନ୍ୟବାହିନୀର ପ୍ରତିଷ୍ଠା ୧୬୫୭ ଖ୍ରୀ.ଅ.
ଶିବାଜୀଙ୍କର ମୃତ୍ୟୁ ୧୬୩୦ ଖ୍ରୀ.ଅ.
ଶିବାଜୀଙ୍କର ଅଭିଷେକ ଉତ୍ସବ ୧୬୬୬ ଖ୍ରୀ.ଅ.

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଶିବାଜୀଙ୍କ ଜନ୍ମ ୧୬୩୦ ଖ୍ରୀ.ଅ
ଆଗ୍ରା ଜେଲରେ ଶିବାଜୀଙ୍କ ବନ୍ଦୀ କରି ରଖୁବା ୧୬୬୬ ଖ୍ରୀ.ଅ.
ମରାଠା ସୈନ୍ୟବାହିନୀର ପ୍ରତିଷ୍ଠା ୧୬୫୭ ଖ୍ରୀ.ଅ.
ଶିବାଜୀଙ୍କର ମୃତ୍ୟୁ ୧୬୮୦ ଖ୍ରୀ.ଅ.
ଶିବାଜୀଙ୍କର ଅଭିଷେକ ଉତ୍ସବ ୧୬୭୪ ଖ୍ରୀ.ଅ.

 

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ମରାଠୀ ଭାଷା କେବେଠାରୁ କିପରି ଆରମ୍ଭ ହୋଇଥିଲା ?
Answer:

  1. ଦାକ୍ଷିଣାତ୍ୟ ମାଳଭୂମିରେ ବସବାସ କରୁଥିବା ଲୋକମାନଙ୍କୁ ମରାଠା କୁହାଯାଉଥିବାବେଳେ ସେମାନଙ୍କର ଭାଷାକୁ ମରାଠୀ କୁହାଯାଉଥିଲା । ତାଙ୍କ ଭାଷା ପାଇଁ ସେମାନେ ବେଶ ପରିଚିତ ଥିଲେ ।
  2. ଦ୍ଵାଦଶ ଶତାବ୍ଦୀରୁ ଏହି ଭାଷାର ସାହିତ୍ୟିକ ଇତିହାସ ଖୁବ୍ ସମୃଦ୍ଧ ହୋଇଆସିଥିଲା ।

Question 2.
ଶିବାଜୀ କେବେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ମାତାପିତାଙ୍କ ନାମ କ’ଣ ଥିଲା ?
Answer:

  1. ୧୬୩୦ ଖ୍ରୀଷ୍ଟାବ୍ଦରେ ଶିବାଜୀ ଭୋସଲେ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
  2. ତାଙ୍କ ପିତାଙ୍କର ନାମ ଥିଲା ସାହଜୀ ଓ ମାତା ଥିଲେ ଜୀଜାବାଈ ।

Question 3.
‘ଗରିଲା’ ରଣକୌଶଳ କହିଲେ କ’ଣ ବୁଝ ?
Answer:

  1. ନିଜର ଲୋକମାନଙ୍କୁ ଶତ୍ରୁକବଳରୁ ରକ୍ଷା କରିବାପାଇଁ ଶିବାଜୀଙ୍କର ଏକ ନୂଆ ଯୁଦ୍ଧ ବିଦ୍ୟାକୁ ‘ଗରିଲା’ ରଣ କୌଶଳ କୁହାଯାଉଥିଲା ।
  2. ଏଥ‌ିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଲୁଚି ରହି ଅତର୍କିତ ଭାବରେ ଖୁବ୍ ଦ୍ରୁତ ଗତିରେ ଶତ୍ରୁ ଉପରେ ଆକ୍ରମଣ କରି ପରାସ୍ତ’କରାଯାଇଥାଏ ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 4.
ଜୟସିଂହ କିଏ ? ସେ ଶିବାଜୀଙ୍କୁ କେଉଁଠାରେ ଭେଟିଥିଲେ ?
Answer:

  1. ଆଉରେଙ୍ଗଜେବଙ୍କର ବିଶିଷ୍ଟ ରାଜପୁତ୍ ସେନାପତି ଥିଲେ ଜୟସିଂହ ।
  2. ଶିବାଜୀ ତାଙ୍କ ସହ ଯୁଦ୍ଧରେ ପରାଜିତ ହେବାପରେ ୧୬୬୫ରେ ପୁନେ ନିକଟବର୍ତ୍ତୀ ପୁରନ୍ଦର ଦୁର୍ଗରେ ଜୟସିଂହଙ୍କୁ ସାକ୍ଷାତ କରିଥିଲେ ।

Question 5.
ପାରମ୍ପରିକ ପଦବୀ ‘ଶ୍ରୀରାଜା ଶିବ ଛତ୍ରପତି’ ଶିବାଜୀ କେବେ କେଉଁଠାରେ ଗ୍ରହଣ କରିଥିଲେ ?
Answer:

  1. ୧୬୭୪ ମସିହାରେ ବୈଦିକ ରୀତିନୀତି ଅନୁସାରେ ସୁଦୃଢ଼ ପାର୍ବତ୍ୟ ଦୁର୍ଗ ରାୟଗଡ଼ଠାରେ ଶିବାଜୀଙ୍କର ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
  2. ଅଭିଷେକ ପରେ ଶିବାଜୀ ପାରମ୍ପରିକ ପଦବୀ ‘ଶ୍ରୀରାଜା ଶିବ ଛତ୍ରପତି’ ଉପାଧ୍ ଗ୍ରହଣ କରିଥିଲେ ।

Question 6.
ଶିବାଜୀଙ୍କ ପରେ ମରାଠାର ଛତ୍ରପତି କିଏ, କେବେ ହୋଇଥିଲେ ?
Answer:

  1. ୧୬୮୦ ଖ୍ରୀଷ୍ଟାବ୍ଦରେ ଶିବାଜୀଙ୍କର ମୃତ୍ୟୁ ହୋଇଥିଲା ।
  2. ସାମ୍ଭାଜୀ ଓ ରାଜାରାମ ନାମରେ ତାଙ୍କର ଦୁଇ ପୁତ୍ର ଥିଲେ । ଶିବାଜୀଙ୍କ ପରେ ସାମ୍ଭାଜୀ ‘ଛତ୍ରପତି’ ଉପାଧ୍ ଧାରଣ କରିଥିଲେ ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 7.
ମରାଠାମାନେ କେଉଁ ଶାସନ ବ୍ୟବସ୍ଥା ପ୍ରଚଳନ କରିଥିଲେ ?
Answer:

  1. ମରାଠାମାନେ ଏକ କେନ୍ଦ୍ରୀୟ ଶାସନ ବ୍ୟବସ୍ଥା ପ୍ରଚଳନ କରିଥିଲେ ।
  2. ସୁଲତାନ ଓ ମୋଗଲମାନଙ୍କଦ୍ଵାରା ପ୍ରଚଳିତ ବଂଶାନୁକ୍ରମିକ ସରକାରୀ ପଦବୀ ତଥା ଜାଗିର ବ୍ୟବସ୍ଥାକୁ ଉଚ୍ଛେଦ କରି ସେମାନେ ରାଜକୋଷରୁ କର୍ମଚାରୀମାନଙ୍କୁ ବେତନ ଦେବାର ବ୍ୟବସ୍ଥା କରିଥିଲେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1
ମରାଠାମାନଙ୍କ କର ଆଦାୟ ପ୍ରଣାଳୀ କିପରି ଥୁଲା ?
Answer:
(i) ମରାଠାମାନେ ଅନେକ ସମୟରେ ଚୌଥ (ଶହେ ଭାଗରୁ ପଚିଶ ଭାଗ) ଏବଂ ସରଦେଶମୁଖୀ ଅର୍ଥାତ୍ (ଚୌଥରୁ ଛାଡ଼ି ଅତିରିକ୍ତ ଦଶଭାଗ) ନାମକ ଦୁଇ ପ୍ରକାର କର ଆଦାୟ କରୁଥିଲେ ।

(ii) ଦକ୍ଷିଣ ଓ ଉତ୍ତରର କେତେକ ଅଞ୍ଚଳ ସହିତ, ଯେଉଁସବୁ ପ୍ରଦେଶ ବା ରାଜ୍ୟ ମରାଠା ସାମ୍ରାଜ୍ୟ ସହିତ ପ୍ରତ୍ୟକ୍ଷ ଭାବରେ ସଂଯୁକ୍ତ ନଥିଲା, ସେହି ରାଜ୍ୟର ପ୍ରଜାମାନଙ୍କଠାରୁ ଏହି ପ୍ରକାର କର ଆଦାୟ କରାଯାଉଥିଲା ।

(iii) ତା’ ବଦଳରେ ସେହିସବୁ ରାଜ୍ୟର ସୁରକ୍ଷା ପ୍ରତି ଧ୍ୟାନ ଦେବା ସହିତ, ସେମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁନଥିଲେ ।

Question 2.
ମରାଠା ଶାସନରେ ଦୁର୍ଗଗୁଡ଼ିକର ଭୂମିକା କ’ଣ ଥିଲା ?
Answer:
(i) ଦୁର୍ଗଗୁଡ଼ିକ ରାଜ୍ୟର ମୂଳ ଭାଗ ବା କେନ୍ଦ୍ର ଥିଲା ।

(ii) ଦୁର୍ଗଗୁଡ଼ିକ ନଥିଲେ ସାମରିକ ଅଭିଯାନର ପ୍ରବେଶ ପଥରେ ସ୍ଥଳଭାଗ ଧ୍ବଂସସ୍ତୁପରେ ପରିଣତ ହୋଇଯାଇଥାନ୍ତା ।

(iii) ତେଣୁକରି ପୂର୍ବ ରାଜାମାନେ ନିଜ ଦେଶକୁ ସୁରକ୍ଷିତ ରଖିବା ନିମନ୍ତେ ଅଧିକରୁ ଅଧୂକ ଦୁର୍ଗ ନିର୍ମାଣକୁ ଗୁରୁତ୍ଵ ଦେଉଥିଲେ । ମରାଠା ଶାସନ କାଳରେ ଦୁର୍ଗଗୁଡ଼ିକର ଭିଭିଭୂମି ସୁଦୃଢ଼ ହେବା ସହିତ ସାମରିକ କ୍ଷେତ୍ରରେ ଅନେକ ସୁରକ୍ଷା ପ୍ରଦାନ କରିଥିଲା ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 3.
ଶିବାଜୀ ଶାସନ କାଳର ବାଣିଜ୍ୟିକ ସମ୍ପର୍କ ବିଷୟରେ ଆଲୋଚନା କର ।
Answer:
(i) ଶିବାଜୀ ବ୍ୟବସାୟ ବାଣିଜ୍ୟକୁ ଉତ୍ସାହିତ କରିବା ସହିତ ବୈଦେଶିକ ସାମୁଦ୍ରିକ ବାଣିଜ୍ୟକୁ ପ୍ରୋତ୍ସାହିତ କରୁଥିଲେ ।

(ii) ତାଙ୍କର ନିଜର ଜାହାଜସବୁ ନିୟମିତ ଭାବରେ ୟେମେନ୍‌ର ମୋଚା, ଓମାନର ମୁସକାଟ ଓ ମାଲେସିଆର ମାଲାକା ବନ୍ଦରକୁ ନିୟମିତ ଯାତାୟାତ କରୁଥିଲା ।

(iii) ସେମାନେ ଜାହାଜରେ ମୂଲ୍ୟବାନ ବସ୍ତ୍ର ଓ ସ୍ଵର୍ଣ୍ଣ ଇତ୍ୟାଦି ଦ୍ରବ୍ୟ ନେଇ ଯାତ୍ରା ଶତାବ୍ଦୀରେ ଓଡ଼ିଶାରେ ଫେରି ସାହାଯ୍ୟରେ ଜଳ ପଥରେ ବାଣିଜ୍ୟ କାରବାର ହେଉଥିଲା ।

Question 4.
ତାରାବାଈଙ୍କ ସମ୍ବନ୍ଧରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Answer:
(i) ତାରାବାଈ ଥିଲେ ଜଣେ ନିର୍ଭୟା ମରାଠା ବୀର ରମଣୀ, ଯିଏ ଅଷ୍ଟାଦଶ ଶତାବ୍ଦୀ ଆରମ୍ଭରେ ନିଜର ସ୍ଵାମୀ ରାଜାରାମଙ୍କର ମୃତ୍ୟୁପରେ ଶାସନ ଦାୟିତ୍ଵ ଗ୍ରହଣ କରିଥିଲେ ।

(ii) ସେ ନିଜର ବିଶାଳ ମରାଠା ବାହିନୀକୁ ସଙ୍ଗଠିତ କରି ଉତ୍ତରରେ ଥ‌ିବା ମୋଗଲ ଅଞ୍ଚଳଗୁଡ଼ିକୁ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

(iii) ତାଙ୍କର ରଣନୀତି ଓ ଦୃଢ଼ ମନୋବଳ ମୋଗଲ ସାମ୍ରାଜ୍ୟକୁ ପ୍ରତିହତ କରିବା ସହିତ ଗୁରୁତ୍ଵପୂର୍ଣ୍ଣ ସମୟରେ ମରାଠା ସ୍ଵାଧୀନତାକୁ ସୁରକ୍ଷିତ ରଙ୍ଖାରିଥିଲା ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 5.
ମରାଠା ଐତିହ୍ୟ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କର ।
Answer:
(i) ଇଂରେଜମାନେ ଭାରତ ଉପମହାଦେଶ ଅଧିକାର କରିବା ପୂର୍ବରୁ ମରାଠା ଶାସନ, ମୋଗଲ ପ୍ରାଧାନ୍ୟକୁ ପ୍ରତିହତ କରିବା ସହିତ ସର୍ବବୃହତ୍ ଭାରତୀୟ ସାମ୍ରାଜ୍ୟ ପ୍ରତିଷ୍ଠା କରିପାରିଥିଲା ।

(ii) କେନ୍ଦ୍ରୀୟ ଓ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ନିଜ ନିୟନ୍ତ୍ରଣରେ ରଖୁବା ସହିତ ସେମାନେ ସୁଶାସନ ବ୍ୟବସ୍ଥା ପ୍ରଦାନ କରିବାରେ ଦୀର୍ଘଦିନ ଧରି ସକ୍ଷମ ହୋଇଥିଲେ ।

(iii) ସେମାନେ ଏକ ଦକ୍ଷ ପ୍ରଶାସନ ସହିତ ଶାସନ କରିବାର ଏକ ନୂତନ ଉପାୟ ନିରୂପଣ କରି ଧାର୍ମିକ ଭେଦଭାବ ବିନା ସ୍ଥାନୀୟ ହିନ୍ଦୁ ପରମ୍ପରାକୁ ପୁନର୍ଜୀବିତ କରିଥିଲେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଭାରତର ସାଂସ୍କୃତିକ ବିକାଶ କ୍ଷେତ୍ରରେ ଶିବାଜୀଙ୍କ ଅବଦାନଗୁଡ଼ିକ ଉଲ୍ଲେଖ କର ।
Answer:
(i) ଭାରତର ସାଂସ୍କୃତିକ ବିକାଶରେ ଶିବାଜୀଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା । ସଂସ୍କୃତରେ ଲିଖୁ ଏକ ପ୍ରଚଳିତ ପର୍ସିଆନ ସିଲ ଅଭିଲେଖରେ ତାଙ୍କର ‘ସ୍ୱରାଜ୍ୟ’ ସମ୍ପର୍କିତ ଚିନ୍ତାଧାରା ପ୍ରକଟିତ ହୋଇଥିଲା ।

(ii) ଶିବାଜୀ ହିନ୍ଦୁ ଧର୍ମାବଲମ୍ବୀ ହୋଇଥିଲେ ମଧ୍ୟ ଅନ୍ୟ ସମସ୍ତ ଧର୍ମକୁ ସମ୍ମାନ ଜଣାଉଥିଲେ । ତାଙ୍କର କେଶରୀ ରଙ୍ଗର ଧ୍ଵଜା ବା ପତାକାକୁ ସମସ୍ତ ମରାଠା ଶାସକମାନେ ଗ୍ରହଣ କରିଥେଲେ ।

(iii) ସେ ଅନେକ ଭଗ୍ନ ମନ୍ଦିରଗୁଡ଼ିକର ପୁନଃ ନିର୍ମାଣ କରାଇଥିବାବେଳେ ସଂସ୍କୃତ ଓ ମରାଠୀ ସାହିତ୍ୟ, ବିଭିନ୍ନ ଧର୍ମାନୁଷ୍ଠାନ ଏବଂ ପାରମ୍ପରିକ ଚିତ୍ରକଳାର ପୃଷ୍ଠପୋଷକତା ମଧ୍ୟ କରିଥିଲେ ।

(iv) ପ୍ରାଚୀନ ଭାରତୀୟ ସଂସ୍କୃତି ଏବଂ ମୂଲ୍ୟବୋଧର ପୁନରୁତ୍ଥାନ ପାଇଁ ତାଙ୍କ ଅବଦାନ ସର୍ବୋକୃଷ୍ଣ ଥିଲା ।

(v) ସେ ବିଭିନ୍ନ ପ୍ରଦର୍ଶନ ମାଧ୍ୟମରେ ଲୋକମାନଙ୍କୁ ବୁଝାଉଥିଲେ ଯେ ଶକ୍ତିଶାଳୀ ରାଜ୍ୟ ବା ସାମ୍ରାଜ୍ୟଗୁଡ଼ିକ ପରାଜିତ ହୋଇପାରନ୍ତି କିନ୍ତୁ ମରାଠାମାନେ ସେମାନଙ୍କ ନିଜ ସାମ୍ରାଜ୍ୟର ପରିଚାଳନା, ପ୍ରସାର ଓ ଶାସନ କରିବାରେ ନିଜେହିଁ କୌଣସି ଗୁଣରେ କମ୍ ନୁହଁନ୍ତି ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 2.
ଶିବାଜୀ ବାସ୍ତବରେ ଜଣେ ପ୍ରକୃତ ଦୂରଦ୍ରଷ୍ଟା ଓ ଦକ୍ଷ ରଣନୀତିଜ୍ଞ ଥିଲେ । ଏହା ସପକ୍ଷରେ ତୁମେ କେଉଁ ଯୁକ୍ତି ବାଢ଼ିବ ସଂକ୍ଷେପରେ ଲେଖ ।
Answer:
(i) ଆମେ ଯାହା ଇତିହାସରୁ ଜାଣୁ ଯେ ଛତ୍ରପତି ଶିବାଜୀ ବାସ୍ତବରେ ଜଣେ ପ୍ରକୃତ ଦୂରଦ୍ରଷ୍ଟା ଓ ଦକ୍ଷ ରଣନୀତିଜ୍ଞ ଥିଲେ । ଜୀବନକାଳ ମଧ୍ୟରେ ତାଙ୍କର କାର୍ଯ୍ୟକଳାପ ଆଜି ଭାରତ ତଥା ଭାରତ ବାହାରେ କିମ୍ବଦନ୍ତୀର ରୂପ ନେଇଛି ।

(ii) ୟୁରୋପୀୟମାନେ ଶିବାଜୀଙ୍କୁ ପ୍ରାଚୀନ ଯୋଦ୍ଧା ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡାରଙ୍କ ସହିତ ତୁଳନା କରିଥା’ନ୍ତି ।

(iii) ବୁନ୍ଦେଲ ରାଜକୁମାର ଛତ୍ରଶାଲ୍ ମୋଗଲମାନଙ୍କ ବିରୁଦ୍ଧରେ ଶିବାଜୀଙ୍କ ରଣନୀତିଦ୍ଵାରା ଏପରି ଭାବରେ ପ୍ରଭାବିତ ହୋଇଥିଲେ ଯେ ପରବର୍ତ୍ତୀ ସମୟରେ ଏକ ସ୍ଵାଧୀନ ବୁନ୍ଦେଲଖଣ୍ଡ ରାଜ୍ୟ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଥିଲେ ।

(iv) ପ୍ରଖ୍ୟାତ ହିନ୍ଦୀ କବି ଭୂଷଣ ବିଶେଷକରି ଶିବାଜୀଙ୍କୁ ଦେଖାକରିବାକୁ ମହାରାଷ୍ଟ୍ର ଆସିଥିଲେ ଏବଂ ତାଙ୍କୁ ପ୍ରଶଂସା କରି ଅନେକ କବିତା ରଚନା କରିଥିଲେ ତାହା ଆଜି ମଧ୍ୟ ଲୋକପ୍ରିୟ ହୋଇପାରିଛି ।

Question 3.
ଚାଞ୍ଜାଭୁରର ଶାସକ ସେରଫୋଜୀ ଦ୍ଵିତୀୟଙ୍କର ଅବଦାନଗୁଡ଼ିକ ଉଲ୍ଲେଖ କର ।
Answer:
(i) ଚାଞ୍ଜାଭୁରର ସମସ୍ତ ମରାଠା ଶାସକମାନଙ୍କ ମଧ୍ୟରୁ ସେରଫୋଦୀ ଦ୍ଵିତୀୟଙ୍କ ଅବଦାନ ସବୁଠାରୁ ଉଲ୍ଲେଖନୀୟ ଥିଲା । ଅନେକ ୟୁରୋପୀୟ ଭାଷାରେ ତାଙ୍କର ଜ୍ଞାନଥିଲା । ସେ ନିଜେ ‘ଦେବେନ୍ଦ୍ର କୁରଭାଞ୍ଜି’ ନାମରେ ଏକ ମରାଠୀ ନାଟକ ରଚନା କରିଥିଲେ ।

(ii) ସେ ତାଙ୍କ ସମୟରେ ଅନେକ ସଙ୍ଗୀତମାନଙ୍କର ପୃଷ୍ଠପୋଷକତା କରିଥିଲେ ଯଥା- କର୍ଣ୍ଣାଟକୀ ସଙ୍ଗୀତ ଏକ ସ୍ଵତନ୍ତ୍ର ରୂପ ନେଇଥିଲା ଓ ଏହା ଶାସ୍ତ୍ରୀୟ ନୃତ୍ୟ ଭାରତନାଟ୍ୟମ୍‌ର ପ୍ରାରମ୍ଭିକ ପର୍ଯ୍ୟାୟ ରୂପେ ହୋଇଥିଲା ।

(iii) ତାଙ୍କର ଔଷଧପତ୍ର ପ୍ରତି ବହୁତ ଆଗ୍ରହୀ ଥିଲା । ତେଣୁ ସେ ଧନ୍ଵନ୍ତରୀ ମହଲ ପ୍ରତିଷ୍ଠା କରିଥିଲେ, ଯାହା ଏକ ଚିକିତ୍ସା କେନ୍ଦ୍ରଥିଲା । ସେଠାରେ ଉଭୟ ଭାରତୀୟ ଓ ପାଶ୍ଚାତ୍ୟ ଔଷଧ ବ୍ୟବହାର କରାଯାଇ ମାଗଣାରେ ଚିକିତ୍ସା ପ୍ରଦାନ କରାଯାଇଥିଲା ।

(iv) ସେ ଏକ ମୁଦ୍ରଣାଳୟ ମଧ୍ୟ ଆରମ୍ଭ କରିଥିଲେ ଯାହା ଜଣେ ସ୍ଵଦେଶୀ ଶାସକଙ୍କଦ୍ଵାରା ଭାରତରେ ଥିଲା ପ୍ରଥମ । ତାଞ୍ଜାଭୁରର ବୃହଦିଶ୍ଵର ମନ୍ଦିର କାନ୍ଥରେ ଭୋନ୍ସଲେ ପରିବାରର ଇତିହାସ ଲିପିବଦ୍ଧ କରିଥିଲେ ଯାହା ଭାରତର ସବୁଠାରୁ ବଡ଼ ଏକକ ଶିଳାଲେଖ ଥିଲା ।

(v) ତାଞ୍ଜାଭୁରର ସାଂସ୍କୃତିକ ପରିବେଶ ବିଭିନ୍ନ ଭାଷାର ମିଶ୍ରଣରେ ବହୁଭାଷୀ ଥିଲା । ସ୍ଥାନୀୟ ତାମିଲ ସଂସ୍କୃତି, ପୂର୍ବତନ ଶାସକଙ୍କ ତେଲୁଗୁ ସଂସ୍କୃତି ଏବଂ ବର୍ତ୍ତମାନର ଶାସକଙ୍କର ମରାଠା ସଂସ୍କୃତି ପରସ୍ପର ସହିତ ମୁକ୍ତ ଭାବରେ କାର୍ଯ୍ୟ କରୁଥିଲେ ।

Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ

Go through BSE Odisha Class 7 Science Notes Odia Medium and Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ to understand important concepts and topics more clearly.

7th Class Science Chapter 2 Notes Odia Medium

BSE Odisha Class 7 Science Chapter 2 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :

ଫେବୃଆରୀ ମାସ ୨୮ ତାରିଖରେ ଜାତୀୟ ବିଜ୍ଞାନ ଦିବସ ଅବସରରେ ବିଦ୍ୟାଳୟରେ ବିଜ୍ଞାନ ମେଳାର ଆୟୋଜନ କରାଯାଇଥିଲା ।

ମହେଶ ଓ ଜ୍ୟୋତି ଖଣ୍ଡେ ଧଳା ଜଣେ ସ୍ଵେଚ୍ଛାସେବୀ ସେହି ଧଳା କାଗଜ ଦେଇ ବିଦ୍ୟାଳୟର ପ୍ରବେଶ ପଥରେ ଠିଆ ହୋଇଥିଲେ ।

କାଗଜ ଉପରକୁ କିଛି ତରଳ ପଦାର୍ଥ ପକାଇଲେ । ଫଳରେ କାଗଜ ଉପରେ ଲେଖାଥିବା ‘ବିସ୍ମୟକର ବିଜ୍ଞାନ ଜଗତକୁ ସ୍ଵାଗତ’ ବାକ୍ୟଟି ସ୍ପଷ୍ଟ ଦେଖାଗଲା । ସେମାନେ ଉତ୍ସାହିତ ହେଲେ ଓ ଜାଣିବାକୁ ଆଗ୍ରହୀ ହେଲେ;

ଏପରି କାହିଁକି ହେଲା । ଏହାର କାରଣ କ’ଣ ?
ମହେଶ ଓ ଜ୍ୟୋତି ଧରିଥିବା ଧଳା କାଗଜ ଉପରେ କିଛି ତରଳ ପଦାର୍ଥ ସିଞ୍ଚନ କରିବା ଫଳରେ ତା ଉପରେ ଲେଖା ହୋଇଘଲା ‘ବିସ୍ମୟକର ବିଜ୍ଞାନ ଜଗତକୁ ସ୍ଵାଗତ’’ ।

Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ

ଧଳା କାଗଜ ଉପରେ ସିଞ୍ଚନ ପାଇଁ ହଦଳୀ ଦ୍ରବଣ (ହଳଦୀ ପାଣି) ଓ ଲେଖୁବା ପାଇଁ ସାବୁନ ଦ୍ରବଣ (ସାବୁନ ପାଣି) ବ୍ୟବହାର କରାଯିବ । କାରଣ, ହଳଦୀ ବର୍ଷ ସାବୁନ ପାଣି (କ୍ଷାରୀୟ) ସହ ମିଶିବା ଦ୍ଵାରା ଲାଲ ବର୍ଷରେ ପରିଣତ ହେବ ଏବଂ ରେଖାଟି ସ୍ପଷ୍ଟ ଦେଖାଯିବ ।
Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ 1
ପଦାର୍ଥ (Substances) : ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ ବିଭିନ୍ନ ରୂପରେ ରହିଛି । ସେଗୁଡ଼ିକ ଆମେ ତିନି ଭାଗରେ ବିଭକ୍ତ କରିପାରିବା ଯଥା – ଅମ୍ଳୀୟ (Acidic), କ୍ଷାରୀୟ (Basic) ଏବଂ ନିରପେକ୍ଷ (Neutral) ।

ଅମ୍ଳ : ଯେଉଁ ପଦାର୍ଥକୁ ଚାଖୁଲେ ଖଟା ଲାଗେ, ସେଗୁଡ଼ିକ ଅମ୍ଳ । ଅମ୍ଳ ଶବ୍ଦଟି ଏକ ଲାଟିନ୍ ଶବ୍ଦ ‘ଆସିଡ଼ସ୍’ରୁ ଆସିଛି, ଯାହାର ଅର୍ଥ ଖଟା । ଲେମ୍ବୁରସ, କମଳାରସ, ଭିନେଗାର ଇତ୍ୟାଦି ଅମ୍ଳ ଅଟେ ।

କ୍ଷାରକ : ଆଙ୍ଗୁଳିରେ ଚିକ୍‌କଣ (Soapy) ଲାଗୁଥ‌ିବା କ୍ଷାରିଆ ସ୍ବାଦଯୁକ୍ତ ପଦାର୍ଥକୁ କ୍ଷାରକ କୁହାଯାଏ । ଖାଇବା ସୋଡ଼ା, ଚୂନପାଣି, ସାବୁନ ଇତ୍ୟାଦି କ୍ଷାରକ ଅଟନ୍ତି ।

ନିରପେକ୍ଷ : ଯେଉଁ ପଦାର୍ଥ ଅମ୍ଳ କିମ୍ବା କ୍ଷାରକ ନୁହେଁ, ତାହାକୁ ନିରପେକ୍ଷ ବା ପ୍ରଶମିତ ପଦାର୍ଥ କୁହାଯାଏ । ଯଥା-ଜଳ, ଚିନିପାଣି, ଲୁଣପାଣି ଇତ୍ୟାଦି ।

ସୂଚକ : ଯେଉଁ ପଦାର୍ଥ ଦ୍ଵାରା କୌଣସି ପଦାର୍ଥର ଅମ୍ଳୀୟ କିମ୍ବା କୁହାଯାଏ । ଏହି ସୂଚକ ପଦାର୍ଥର ସଂସ୍ପର୍ଶରେ ଆସିଲେ ଅମ୍ଳୀୟ କିମ୍ବା ହଳଦୀ, ମନ୍ଦାରଫୁଲ ଆଦି ସୂଚକ ପଦାର୍ଥ ଅଟନ୍ତି । କ୍ଷାରକୀୟ ଗୁଣ ଜାଣିହୁଏ, ସେଗୁଡ଼ିକୁ ସୂଚକ କ୍ଷାରକୀୟ ପଦାର୍ଥର ରଙ୍ଗ ବଦଳିଯାଏ । ଲିମସ୍, ସୂଚକ ପଦାର୍ଥର ସାହାଯ୍ୟ ନେଇ କୌଣସି ଦ୍ରବଣ ଅମ୍ଳୀୟ କିମ୍ବା କ୍ଷାରୀୟ କିମ୍ବା ନିରପେକ୍ଷ ତାହା ଜାଣିହୁଏ ।

ପ୍ରାକୃତିକ ସୂଚକ : ଯେଉଁସବୁ ସୂଚକ ପଦାର୍ଥ ପ୍ରକୃତିରୁ ମିଳିଥାଏ, ତାହାକୁ ପ୍ରାକୃତିକ ସୂଚକ କୁହାଯାଏ ।

ଉଦାହରଣ : ଲିଟମସ୍, ହଳଦୀ, ଲାଲ ଗୋଲାପ, ମନ୍ଦାର ଫୁଲ, ଲାଲ ବନ୍ଧାକୋବି ପତ୍ର ଇତ୍ୟାଦି ।

Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ

ଲିଟ୍‌ସ୍ ପେପର :

  • ଏହା ଏକ ସାଧାରଣ ମୁଖ୍ୟ ପ୍ରାକୃତିକ ସୂଚକ, ଯାହାକୁ ଦ୍ରବଣଟି ଅମ୍ଳୀୟ ବା କ୍ଷାରୀୟ ଚିହ୍ନିବା ପାଇଁ ସୂଚକ ରୂପେ ବ୍ୟବହାର କରାଯାଏ ।
  • ପାତିତ ଜଳରେ ଏହାର ରଙ୍ଗ ପାଟଳ, ଅମ୍ଳୀୟ ଦ୍ରବଣରେ ମିଶିଲେ ଏହାର ରଙ୍ଗ ଲାଲ ଏବଂ କ୍ଷାରୀୟ ଦ୍ରବଣରେ ମିଶିଲେ ଏହାର ରଙ୍ଗ ନୀଳ ହୁଏ ।
  • ଏହା ଦ୍ରବଣ କିମ୍ବା କାଗଜ ଖଣ୍ଡ ରୂପରେ ମିଳେ । ଏହି କାଗଜକୁ ଲିମସ୍ କାଗଜ କୁହାଯାଏ । ଏହି କାଗଜ ଦୁଇ ପ୍ରକାରର ଯଥା – ନାଲି ଲିଟ୍‌ସ୍ କାଗଜ ଓ ନୀଳ ଲିସ କାଗଜ ।

ପ୍ରକୃତି ଆମ ବିଜ୍ଞାନର ପରୀକ୍ଷାଗାର

ସୂଚକ ଭାବରେ ଲିଟ୍‌ସ୍ :

କାର୍ଯ୍ୟ–୧ : ଆସ ଆସ ଅନୁସନ୍ଧାନ କରିବା

ସଂଗୃହୀତ ପଦାର୍ଥ :
ଲେମ୍ବୁରସ, ସାବୁନ୍ ପାଣି, ଅଁଳାରସ, ହଦଳୀପାଣି, ଭିନେଗାର, ବେକିଂ ସୋଡ଼ା ଦ୍ରବଣ, ଚୂନପାଣି କଳପାଣି, ଲୁଗା ସଫା ଗୁଣ୍ଡ, ଚିନି ପାଣି ଓ ଲୁଣ ପାଣି ।

  • ଗୋଟିଏ ନୀଳ ଲିଟ୍‌ସ୍ କାଗଜର ଖଣ୍ଡେ ପଟି ନେଇ ଏହାକୁ ଛୋଟ ଛୋଟ ଖଣ୍ଡରେ ବିଭକ୍ତ କରାଯାଉ ।
  • ଏହାକୁ ସଫା ଶୁଖୁଲା ଓ ଧଳା ଟାଇଲ ଉପରେ ବିଛାଇ ଦିଆଯାଉ ।
  • ଚିତ୍ର (କ) ଭଳି ଡ୍ରପରରେ କିଛି ଦ୍ରବଣ ନେଇ ତଳେ ବିଛା ଯାଇଥିବା ନୀଳ ଲିଟ୍‌ସ୍ କାଗଜ ଉପରେ ଗୋଟିଏ ପରେ ଗୋଟିଏ ବୁନ୍ଦା ପକାଯାଉ ।
    Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ 2

Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ

ପର୍ଯ୍ୟବେକ୍ଷଣ :

  • ଆମେ କିଛି ନୀଳ ଲିଟ୍‌ସ୍‌ର କାଗଜ ରଙ୍ଗ ପରିବର୍ତ୍ତନ ହେବା ଦେଖୁଲୁ ।
  • ଚିତ୍ର (ଖ) ଅନୁସାରେ ଏହିଭଳି ଶିକ୍ଷଣ କାର୍ଯ୍ୟକୁ ଲାଲ ଲିଟ୍ସ୍ କାଗଜ ଉପରେ ଅନୁଧ୍ୟାନ କରାଯାଉ ।
  • ଆମ ଅନୁଧ୍ୟାନକୁ ସାରଣୀରେ ଲିପିବଦ୍ଧ କରାଗଲା ।
    Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ 3

ଚୂନପାଣି କିପରି ପ୍ରସ୍ତୁତ କରିବା ?

  • କ୍ୟାଲସିୟମ ହାଇଡ୍ରୋକ୍‌ସାଇଡ଼ର [Ca(OH)2] ଦ୍ରବଣକୁ ସାଧାରଣତଃ ଚୂନପାଣି କୁହାଯାଏ ।
  • କିଛି ଚୂନ (କ୍ୟାଲସିୟମ ଅକସାଇଡ଼ CaO) ନେଇ ସ୍ଵଚ୍ଛ ପାଣିରେ ଭଲ ଭାବରେ ଗୋଳାଯାଉ । ଏହାକୁ ସେହିପରି ପ୍ରାୟ ଏକ ଘଣ୍ଟା ସ୍ଥିର ରଖାଯାଉ । ଦ୍ରବଣରେ ଅଧିକ ମାତ୍ରାରେ ଥ‌ିବା ଅଦ୍ରବୀଭୂତ ଚୂନକୁ ଛାଣି ବାହାର କରାଯାଉ । ବର୍ତ୍ତମାନ ସ୍ଵଚ୍ଛ ଚୂନପାଣିର ଦ୍ରବଣ ମିଳିଥାଏ । ଚୂନ ପାଣିର ରାସାୟନିକ ନାମ ହେଉଛି କ୍ୟାଲସିୟମ ହାଇଡ୍ରିକସାଇଡ଼ ଓ ଏହାର ସଂକେତ ହେଉଛି Ca(OH)2 ।

ସାରଣୀ ୧: ନୀଳ ଓ ଲାଲ ଲିଟମସ କାଗଜ ବ୍ୟବହାର କରି କ୍ରମିକ ନମୁନା ପଦାର୍ଥର ନୀଳ ଲିଟ୍‌ସ୍‌ର ନମୁନାର ପ୍ରକୃତି ପରୀକ୍ଷା ଓ ପରୀକ୍ଷାଲବ୍‌ଧ ସିଦ୍ଧାନ୍ତ

କ୍ରମିକ ନମ୍ବର ନମୁନା ପଦାର୍ଥର ନାମ କାଲ ଲିଟ୍ସ୍ର କାଗଜର ରଙ୍ଗ ଲାଲ ଲିଟ୍ସ୍ କାଗଜର ରଙ୍ଗ ପ୍ରକୃତି
୧. ଲେମ୍ବୁ ରସ ଲାଲ ଲାଲ (ଅପରିବର୍ତ୍ତିତ) ଅମ୍ଳୀୟ
9. ସାବୁନ ପାଣି ଲାଲ (ଅପରିବର୍ତ୍ତିତ) ନୀଳ କ୍ଷାରୀୟ
୩. ଅଁଳା ରସ ଲାଲ ଲାଲ (ଅପରିବର୍ତ୍ତିତ) ଅମ୍ଳୀୟ
୪. ଭିନେଗାର ଲାଲ ଲାଲ (ଅପରିବର୍ତ୍ତିତ) ଅମ୍ଳୀୟ
୫. ଲ ବଙ୍ଗ ଲାଲ ଲାଲ (ଅପରିବର୍ତ୍ତିତ) ଅମ୍ଳୀୟ
୬. ବେକିଙ୍ଗ ସୋଡ଼ାର ଦ୍ରବଣ ନୀଳ (ଅପରିବର୍ତ୍ତିତ) ନୀଳ କ୍ଷାରୀୟ
୭. ଚୂନ ପାଣି ନୀଳ (ଅପରିବର୍ତ୍ତିତ) ନୀଳ କ୍ଷାରୀୟ
୮. କଳ ପାଣି ନୀଳ (ଅପରିବର୍ତ୍ତିତ) ଲାଲ (ଅପରିବର୍ତ୍ତିତ) ପ୍ରଶମିତ (ନିରପେକ୍ଷ)
୯. ଲୁଗା ସଫା ପାଉଡ଼ର ଦ୍ରବଣ ନୀଳ (ଅପରିବର୍ତ୍ତିତ) ନୀଳ କ୍ଷାରୀୟ
୧୦. ଚିନି ପାଣି ନୀଳ (ଅପରିବର୍ତ୍ତିତ) ଲାଲ (ଅପରିବର୍ତ୍ତିତ) ପ୍ରଶମିତ (ନିରପେକ୍ଷ)
୧୧. ଲୁଣ ପାଣି ନୀଳ (ଅପରିବର୍ତ୍ତିତ) ଲାଲ (ଅପରିବର୍ତ୍ତିତ) ପ୍ରଶମିତ (ନିରପେକ୍ଷ)
୧୨. ହଳଦୀ ପାଣି ଲାଲ ଲାଲ (ଅପରିବର୍ତ୍ତିତ) ଅମ୍ଳୀୟ

Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ

ବିଶ୍ଳେଷଣ ଓ ନମୁନାଗୁଡ଼ିକର ପ୍ରକୃତି ଅନୁସାରେ ତିନି ଭାଗରେ ବିଭକ୍ତ କରାଗଲା :
ପ୍ରଥମ ଭାଗ (କ) : କେତେକ ନମୁନା ନୀଳ ଲିଟ୍‌ସ୍‌କୁ ଲାଲ କରେ – ଯାହା ଅମ୍ଳୀୟ
ଦ୍ଵିତୀୟ ଭାଗ (ଖ) : କେତେକ ନମୁନା ଲାଲ ଲିଟ୍‌ସ୍‌କୁ ନୀଳ କରେ – ଯାହା କ୍ଷାରୀୟ
ତୃତୀୟ ଭାଗ (ଗ) : କେତେକ ନମୁନା ଉଭୟ ଲିଗ୍‌ସ୍ କାଗଜ ଉପରେ ପ୍ରଭାବ ପକାଏ ନାହିଁ – ଯାହା ନିରପେକ୍ଷ

କ୍ଷାରୀୟ

ସାରଣୀ ୨ : ସାରଣୀ ୧ ର ନମୁନା ସବୁକୁ ପରୀକ୍ଷା ପରେ ପ୍ରକୃତି ଅନୁଯାୟୀ ଲେଖାଗଲା ।

ଭାଗ ‘କ’ (ଅମ୍ଳୀୟ) ଭାଗ ‘ଖ’ (କ୍ଷାରୀୟ) ଭାଗ ‘ଗ’ (ନିରପେକ୍ଷ)
ଲେମ୍ବୁରସ, ଅଁଳାରସ, ସାବୁନ ପାଣି, ବେକିଂ ସୋଡ଼ାର କଳ ପାଣି, ଚିନି ପାଣି,
ତେନ୍ତୁଳି ରସ, ଭିନେଗାର, ଦ୍ରବଣ, ଚୂନ ପାଣି, ଲୁଗା ସଫା ଲୁଣ ପାଣି
ହଳଦୀ ପାଣି ପାଉଡ଼ର ଦ୍ରବଣ

ନୀଳ ଓ ଲାଲ ଲିଟମସ କାଗଜ କ’ଣ ? ଏହା ଉପରେ କେତେକ ନମୁନା ଦ୍ରବଣ ପକାଇଲେ ତା’ର ରଙ୍ଗ ପରିବର୍ତ୍ତନ ହୁଏ କାହିଁକି ?

ଖୋଜି ବାହାର କରିବା :
ଲିଟ୍‌ସ୍ ଏକ ପ୍ରାକୃତିକ ପଦାର୍ଥ । ଏହା ଲାଇକେନ୍‌ରୁ ପ୍ରସ୍ତୁତ ହୋଇଥାଏ । ଏହା ଦୁଇ ପ୍ରକାରରେ ମିଳିଥାଏ । ଯଥା : (୧) ଦ୍ରବଣ ଆକାରରେ ଓ (୨) କାଗଜ ପଟି ଆକାରରେ । ଲିଗ୍‌ମସ୍ କାଗଜ ଦୁଇଟି ରଙ୍ଗରେ ଉପଲବ୍ଧ ହୋଇଥାଏ । ଯଥା – ଲାଲ ଓ ନୀଳ ।

ଯେଉଁ ପଦାର୍ଥ ନୀଳ ଲିଟ୍‌ସ୍ କାଗଜକୁ ଲାଲ କରିଦିଏ ତାହା ଅମ୍ଳୀୟ ପ୍ରକୃତିର, ଯେଉଁ ପଦାର୍ଥ ଲାଲ ଲିଟ୍‌ସ୍ କାଗଜକୁ ନୀଳ କରିଦିଏ ତାହା କ୍ଷାରୀୟ ପ୍ରକୃତିର । ଯେହେତୁ ଅମ୍ଳୀୟ ଓ କ୍ଷାରୀୟ ଦ୍ରବଣର ଉପସ୍ଥିତିରେ ଲିଟ୍‌ସ୍‌ର ରଙ୍ଗ ବଦଳିଯାଏ ତାହାକୁ ଅମ୍ଳ-ସୂଚକ ବୋଲି କୁହାଯାଏ ।

ଅନ୍ୟ କେତେକ ପ୍ରାକୃତିକ ଓ କୃତ୍ରିମ ପଦାର୍ଥ ଅଛି ଯାହାକୁ କି ସୂଚକ ଭାବରେ ବ୍ୟବହାର କରାଯାଇଥାଏ । ସଂଶ୍ଲେଷିତ କୃତ୍ରିମ ପଦାର୍ଥଗୁଡ଼ିକ ବିଜ୍ଞାନାଗାରରେ ପ୍ରସ୍ତୁତ କରାଯାଇଥାଏ ।

କାର୍ଯ୍ୟ-୨ : ଆସ ସଂପର୍କ ବୁଝିବା ଓ ଅନସନ୍ଧାନ କରେ କରିବା

ବର୍ତ୍ତମାନ ସାରଣୀ ୨ ରେ ଥ‌ିବା ଭାଗ – କ, ଖ ଓ ଗ ର ପଦାର୍ଥଗୁଡ଼ିକର ଶ୍ରେଣୀ ବିଭାଗ କରାଗଲା । ଭାଗ ‘କ’ ରେ ଥିବା ଲେମ୍ବୁରସ, ଅଁଳା ରସ, ତେନ୍ତୁଳି ପାଣି ଓ ଭିନେଗାର ନୀଳ ଲିଟମସକୁ ଲାଲ କରିଦିଏ । ସେ ସବୁକୁ ଅମ୍ଳୀୟ ପଦାର୍ଥ କୁହାଯାଏ । ସେମାନେ ଅମ୍ଳୀୟ ପ୍ରକୃତିର ।

Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ

ଭାଗ ‘ଖ’ ରେ ଥ‌ିବା ସାବୁନ ଦ୍ରବଣ, ବେକିଙ୍ଗ ସୋଡ଼ାର ଦ୍ରବଣ, ଚୂନ ପାଣି ଓ ସାବୁନ୍ ପାଣି ଲାଲ ଲିଟ୍‌ସ୍‌କୁ ନୀଳ କରିଦିଏ । ଏଗୁଡ଼ିକ କ୍ଷାରୀୟ ପ୍ରକୃତିର ।

ଭାଗ ‘ଗ’ ରେ ଥିବା କଳ ପାଣି, ଚିନି ପାଣି ଓ ଲୁଣ ପାଣି କୌଣସି ଲିଟ୍‌ସ୍ କାଗଜର ରଙ୍ଗ ବଦାଳାଇ ପାରିଲେ ନାହିଁ । ଏମାନଙ୍କ ପ୍ରକୃତି କ’ଣ କହିପାରିବ ? ଏହି ପାଦର୍ଥଗୁଡ଼ିକ ଅମ୍ଳୀୟ ବା କ୍ଷାରୀୟ ନୁହଁନ୍ତି । ତେଣୁ ଏଗୁଡ଼ିକୁ ନିରପେକ୍ଷ (ନିଉଟ୍ରାଲ) ପଦାର୍ଥ କୁହାଯାଏ ।

ଅନୁସନ୍ଧାନ କରିବା :
ଭାଗ ‘କ’ ରେ ଥିବା ସମସ୍ତ ସାମଗ୍ରୀ ଖଟା । ଏଥର ଆମେ କହିପାରିବା, ଯେଉଁ ପଦାର୍ଥର ସ୍ଵାଦ ଖଟା ସେଗୁଡ଼ିକରେ ଅମ୍ଳ ରହିଛି । ସେମାନେ ଅମ୍ଳୀୟ ପ୍ରକୃତିର ।
Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ 4
ନିମ୍ନସ୍ଥ ଦ୍ରବ୍ୟରେ କି କି ଅମ୍ଳ ରହିଛି ସେଗୁଡ଼ିକୁ ତାଲିକାଭୁକ୍ତ କରାଗଲା ।

ଲେମ୍ବୁ – ସାଇଟ୍ରିକ୍ ଅମ୍ଳ, ଦହି – ଲାକ୍‌ଟିକ୍ ଅମ୍ଳ, ତେନ୍ତୁଳି – ଟାଟାରିକ୍ ଅମ୍ଳ, ଅଁଳା – ଆସକରବିକ୍ ଅମ୍ଳ ଓ ସାଇଟ୍ରିକ ଅମ୍ଳ, ଭିନେଗାର – ଏସିଟିକ୍ ଅମ୍ଳ, ଟମାଟୋ – ସାଇଟ୍ରିକ ଅମ୍ଳ ଓ ଅକ୍‌ଲିକ୍ ଅମ୍ଳ ।

ଅନୁସନ୍ଧାନ କରିବା :
ଭାଗ ‘ଖ’ ରୁ ବେକିଂ ସୋଡ଼ା ନେଇ ପରୀକ୍ଷା କଲେ ନିମ୍ନ ତଥ୍ୟଗୁଡ଼ିକ ନିର୍ଣ୍ଣୟ କରିପାରିବା –
କ୍ଷାରୀୟ ପଦାର୍ଥ ସାଧାରଣତଃ ହାତକୁ ଚିକ୍କଣ ଲାଗେ । କ୍ଷାରୀୟ ପଦାର୍ଥଗୁଡ଼ିକର ସ୍ଵାଦ ସାଧାରଣତଃ ପିତା ବା କଷା । କିନ୍ତୁ ସମସ୍ତ ପିତା ବା କଷା ଦ୍ରବ୍ୟରେ କ୍ଷାରୀୟ ଉପସ୍ଥିତ ନଥାଏ । ଉଦାହରଣ ସ୍ଵରୂପ – କଲାରାର ସ୍ଵାଦ ପିତା, କିନ୍ତୁ ସେଥ‌ିରେ କ୍ଷାରୀୟ ଗୁଣ ନଥାଏ ।

ସୂଚକ ଭାବରେ ଲାଲ ଗୋଲାପ ।

କାର୍ଯ୍ୟ-୩ : ଗୋଲାପ ପାଖୁଡ଼ାରୁ ନିଷ୍କର୍ଷକ ପ୍ରସ୍ତୁତି

Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ 5

  • ବାହାରେ ତଳେ ପଡ଼ିଥ‌ିବା ଗୋଲାପ ଫୁଲର କେତେକ ପାଖୁଡ଼ା ସଂଗ୍ରହ କରାଯାଉ ।
  • ସେ ପାଖୁଡ଼ାଗୁଡ଼ିକୁ ପାଣିରେ ଭଲ ଭାବରେ ଧୋଇ ସଫା କରାଯାଉ ।
  • ହେମଦସ୍ତା ଓ ପୁଆ ସାହାଯ୍ୟରେ ସେ ପାଖୁଡ଼ାଗୁଡ଼ିକୁ ଛେଚି ଦିଅ ।
  • ତା’ପରେ ସେଗୁଡ଼ିକୁ ଏକ କାଚ ପାତ୍ରରେ ରଖାଯାଉ ।
  • କାଚ ପାତ୍ରରେ ଥ‌ିବା ଛେଚା ହୋଇଥ‌ିବା ଗୋଲାପ ଫୁଲର ପାଖୁଡ଼ାଗୁଡ଼ିକ ବୁଡ଼ିବା ପର୍ଯ୍ୟନ୍ତ ସେଥୁରେ ଗରମ ପାଣି ଢଳାଯାଉ ।

Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ

ସତର୍କତା – ଶିକ୍ଷକ କିମ୍ବା ଅଭିଭାବକଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟଟି କରାଯିବ ।
କାଚପାତ୍ରଟିକୁ ଘୋଡ଼ଣି ଦ୍ଵାରା ଘୋଡ଼େଇ ରଖାଯାଉ । ପାଣି ରଙ୍ଗୀନ ହେବା ପର୍ଯ୍ୟନ୍ତ (୫-୧୦ ମିନିଟ୍) ଅପେକ୍ଷା କର । ତାପରେ ଛାଣି ଦିଆଯାଉ ।
Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ 6
ଛାଣିବା ପରେ ସଂଗୃହୀତ ତରଳ ପଦାର୍ଥ (ନିଷ୍କର୍ଷକ) ଅମ୍ଳ କ୍ଷାରକ ସୂଚକ ଭାବରେ ବ୍ୟବହାର କରାଯାଏ ।

କାର୍ଯ୍ୟ-୪ : ଆସ ସ ଖୋଜିବା

  • ଗୋଲାପ ପାଖୁଡ଼ାରୁ ପ୍ରସ୍ତୁତ ନିଷ୍କର୍ଷର ୧୦-୨୦ ବୁଦା ଲେଖାଏଁ ଦୁଇଟି ପରୀକ୍ଷାନଳୀ ବା ସ୍ଵଚ୍ଛ କାଚ ବୋତଲରେ ରଖ । ତାକୁ ‘କ’ ଓ ‘ଖ’ ନାମ ଦିଅ ।
  • ଡ୍ରପର ସାହାଯ୍ୟରେ ୨୦-୩୦ ବୁନ୍ଦା ଲେମ୍ବୁ ରସ ନେଇ ପରୀକ୍ଷା ନଳୀ-‘କ’ରେ ଓ ୨୦-୩୦ ବୁନ୍ଦା ସାବୁନ ପାଣି ନେଇ ପରୀକ୍ଷା ନଳୀ-‘ଖ’ରେ ପକାଅ ।
  • ଅନୁଧ୍ୟାନ କର ଏବଂ ରଙ୍ଗରେ କ’ଣ ସବୁ ପରିବର୍ତ୍ତନ ହେଉଛି ତାକୁ ସାରଣୀରେ ଲେଖ । ଅନ୍ୟ ନମୁନାକୁ ନେଇ ଏହି ପରୀକ୍ଷାକୁ ପୁଣି ଥରେ କର ଓ ସାରଣୀରେ ଲେଖ ।
    Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ 7

ସାରଣୀ–୩ : ଲାଲ ଗୋଲାପରୁ ସଂଗୃହୀତ ନିଷ୍କର୍ଷକ ସହିତ ବିଭିନ୍ନ ନମୁନାର ପ୍ରକୃତି ପରୀକ୍ଷଣ

କ୍ରମିକ ନମ୍ବର ନମୁନାର ନାମ ନମୁନା ମିଶାଇବା ପରେ ଗୋଲାପରୁ ସଂଗୃହୀତ ରସର ରଙ୍ଗ ପଦାର୍ଥର ପ୍ରକୃତି
୧. ଲେମ୍ବୁ ରସ ଲାଲ ରଙ୍ଗ ଅମ୍ଳୀୟ
9. ସାବୁନ ପାଣି ବା ସାମ୍ପୋ ସବୁଜ ରଙ୍ଗ କ୍ଷାରୀୟ
୩. ଅଁଳା ରସ ଲାଲ ରଙ୍ଗ ଅମ୍ଳୀୟ
୪. ଭିନେଗାର ଲାଲ ରଙ୍ଗ ଅମ୍ଳୀୟ
୫. ସୋଡ଼ା ପାଣି ସବୁଜ ରଙ୍ଗ କ୍ଷାରୀୟ
୬. ଚିନି ପାଣି ବର୍ଣ୍ଣ ଅପରିବର୍ତ୍ତିତ ନିରପେକ୍ଷ
୭. ଲୁଣ ପାଣି ବର୍ଣ୍ଣ ଅପରିବର୍ତିତ ନିରପେକ୍ଷ

ସିଦ୍ଧାନ୍ତ :
ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଲାଲ ଗୋଲାପ ଫୁଲରୁ ସଂଗୃହୀତ ପଦାର୍ଥରୁ ପ୍ରକୃତି ଜାଣିବା ପାଇଁ ଓ ଅମ୍ଳ କ୍ଷାର ସୂଚକ ଭାବରେ ବ୍ୟବହାର କରାଯାଇ ପାରିବ । ଲାଲ ଗୋଲାପ ସଂଗୃହୀତ ଦ୍ରବଣ ଅମ୍ଳୀୟ ଦ୍ରବଣରେ ଲାଲ ରଙ୍ଗ ଓ କ୍ଷାରକୀୟ ଦ୍ରବଣରେ ସବୁଜ ରଙ୍ଗ ହୁଏ ।

Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ

ହାଇଡ୍ରୋଙ୍କିଆ ଗଛ ସମ୍ପର୍କ ରେ : ହାଇଡ୍ରୋଙ୍କିଆ (hydrangea) ଗଛ ହାଇଡ୍ରା ଙ୍ଗି ଆ ହିମାଳୟର ଥଣ୍ଡା ଅଞ୍ଚଳ ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମାନଙ୍କରେ ବଢ଼ିଥା’ନ୍ତି । ମୃତ୍ତିକାର ପ୍ରକୃତି ଅନୁସାରେ ଏହି ଗଛରେ ଭିନ୍ନ ଭିନ୍ନ ରଙ୍ଗର ଫୁଲ ଫୁଟିଥାଏ । ଅମ୍ଳୀୟ ମାଟିରେ ନୀଳ ରଙ୍ଗର କ୍ଷାରକୀୟ ମାଟିରେ ଗୋଲାପି କିମ୍ବା ଲାଲ ରଙ୍ଗର ଫୁଲ ହୁଏ ।
Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ 8

ପ୍ରାକୃତିକ ସୂଚକ ଭାବେ ହଳଦୀ :

କାର୍ଯ୍ୟ–୫ : ଆସ ପ୍ରସ୍ତୁତ କରିବା

  • ଗୋଟିଏ ଚଟକା କାଚ ପାତ୍ର (Petridish) କିମ୍ବା ଅନ୍ୟ ପାତ୍ରରେ ଏକ ଚାମଚ ହଳଦୀ ଗୁଣ୍ଡ ରଖ୍ ସେଥ‌ିରେ କମ୍ ପାଣି ମିଶେଇ ଏକ ପେଷ୍ଟ ତିଆରି କରାଯାଉ ।
  • ଯନ୍ତ୍ରର ସହିତ ଏକ ଫିଲ୍ମର କାଗଜକୁ ସେ ହଳଦୀ ପେଷ୍ଟରେ ହଳଦିଆ ରଙ୍ଗ ହେଲା ପର୍ଯ୍ୟନ୍ତ ବୁଡ଼ାଇ ରଖାଯାଉ ।
  • ତା’ ପରେ ଫିଲ୍ମର କାଗଜକୁ ବାହାର କରି ଶୁଖାଯାଉ ।
  • ସେହି ହଳଦିଆ ଫିଲ୍ମର କାଗଜକୁ କାଟି ଛୋଟ ଛୋଟ ଖଣ୍ଡରେ ପରିଣତ କରାଯାଉ । ଏବେ ଆମେ ତାକୁ ହଳଦୀ କାଗଜ ଭାବରେ ବ୍ୟବହାର କରିପାରିବା ।
    Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ 9

ସାରଣୀ–୪ : ହଳଦୀ କାଗଜ ସାହାଯ୍ୟରେ ନମୁନାଗୁଡ଼ିକର ପ୍ରକୃତି ପରୀକ୍ଷା

କ୍ରମିକ ନମ୍ବର ନମୁନାର ନାମ ବୁନ୍ଦାଏ ନମୁନାକୁ ପକେଇଲା ପରେ ହଳଦୀ କାଗଜର ରଙ୍ଗ ନମୁନାର ପ୍ରକୃତି
୧. ଲେମ୍ବୁ ରସ ଅପରିବର୍ତ୍ତିତ ଅମ୍ଳୀୟ
9. ସାବୁନର ଦ୍ରବଣ ଲାଲ ବର୍ଣ୍ଣ କ୍ଷାରୀୟ
୩. ଅଁଳା ରସ (ଆସ୍‌କରବିକ୍ ଅମ୍ଳ) ଅପରିବର୍ତ୍ତିତ ଅମ୍ଳୀୟ
୪. ଚୁନପାଣି ଲାଲ ବଣ୍ଣ କ୍ଷାରୀୟ
୫. ଚିନିପାଣି ଲୁଣପାଣି ଅପରିବର୍ତ୍ତିତ ନିରପେକ୍ଷ
୬. ସୋଡ଼ାପାଣି ଲାଲ ବଣ୍ଣ କ୍ଷାରୀୟ

ସିଦ୍ଧାନ୍ତ :
ଉକ୍ତ ପର୍ଯ୍ୟବେକ୍ଷଣରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ‘ହଳଦୀ କାଗଜକୁ’ କ୍ଷାରୀୟ ପଦାର୍ଥ ପାଇଁ ବ୍ୟବହାର କରାଯାଇପାରିବ । କିନ୍ତୁ ଅମ୍ଳୀୟ ପଦାର୍ଥ ଓ ନିରପେକ୍ଷ ପଦାର୍ଥ ପାଇଁ ହଦଳୀ କାଗଜକୁ ସୂଚକ ଭାବରେ ବ୍ୟବହାର କରାଯାଇ = ପାରିବ ନାହିଁ ।

  • ଧଳା ସାର୍ଟର ଲାଗିଥିବା ତରକାରି ଦାଗ (ହଳଦିଆ) ଛଡ଼େଇବା ପାଇଁ ସାବୁନ ବ୍ୟବହାର କଲେ ଏହାର ରଙ୍ଗ ବଦଳିଯାଇ ଲାଲ ରଙ୍ଗରେ ପରିଣତ ହେବ । ଏହାର କାରଣ ହେଉଛି ହଳଦୀ ବର୍ଣ୍ଣ ସଂସ୍ପର୍ଶରେ ସାବୁନ ପାଣି (କ୍ଷାରକ) ଆସିଲେ ଏହା ଲାଲ ବର୍ଷରେ ପରିଣତ ହୁଏ ।
  • କ୍ଷାରୀୟ ଦ୍ରବଣ ସହ ମିଶିଲେ ହଳଦୀ ହଳଦୀକୁ ସବୁଜ ମସଲା କୁହାଯାଏ କାହିଁକି ?

Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ

ଚିତ୍ତାକର୍ଷକ ତଥ୍ୟ :
କାଗଜରେ ବର୍ଣ୍ଣ ବଦଳିଯାଇ ଲାଲ ବର୍ଷରେ ପରିଣତ ହେବ । ହଳଦୀ ହେଉଛି ‘ଅଦା’ ପରିବାରର ସଦସ୍ୟ ଯାହାକି ଭାରତ ଭଳି ଅନ୍ୟ ଦେଶମାନଙ୍କରେ ଚାଷ କରାଯାଇଥାଏ । ସମ୍ପୂର୍ଣ୍ଣ ବିକଶିତ ଖାଦ୍ୟର ରଙ୍ଗ ଓ ସ୍ଵାଦ ଭଲ ହେବା ପାଇଁ ଦଳଦୀକୁ ବ୍ୟବହାର କରାଯାଇଥାଏ । ଆୟୁର୍ବେଦ ଶାସ୍ତ୍ର ଅନୁସାରେ ସ୍ଵାସ୍ଥ୍ୟର ଉନ୍ନତି ପାଇଁ ହଳଦୀକୁ ଔଷଧ ରୂପେ ବ୍ୟବହାର କରାଯାଇଥାଏ ଏବଂ କେତେକ ପାରମ୍ପରିକ ଘରୋଇ ଉପଚାର ପାଇଁ ହଳଦୀକୁ ବ୍ୟବହାର କରାଯାଇଥାଏ ।

ଗୁରୁପୂର୍ଣ୍ଣିମା ଦିନ ଅଶ୍ୱିନୀ ତା’ର ଗୁରୁଙ୍କୁ କୃତଜ୍ଞତା ଜଣାଇବା ପାଇଁ ଧଳା କାଗଜରେ ଏକ କୃତଜ୍ଞତା ପତ୍ର (greeting card) ତିଆରି କଲା ହଳଦୀ ପେଷ୍ଟକୁ ଧଳା କାଗଜରେ ଲେପି ତାକୁ ଶୁଖାଇଲା । ଓଡ଼ିଆରେ ସେହି କାଗଜ ଉପରେ ସାରଣୀର ଦ୍ରବଣ ମଧ୍ୟରୁ ଗୋଟିଏ ଦ୍ରବଣ ନେଇ ନିଜର ବାର୍ତ୍ତା ଲେଖୁଲା ।

ବାର୍ତ୍ତା ଲେଖୁବା ପାଇଁ କେଉଁ ଦ୍ରବଣ ବ୍ୟବହାର କରାଯାଇଥିବ ।
ଉ. ବାର୍ତ୍ତା ଲେଖୁବା ପାଇଁ ସାବୁନ ଦ୍ରବଣ ବ୍ୟବହାର କରାଯାଇଥିଲା ।

Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ

ଘ୍ରାଣସୂଚକ କ’ଣ ? : ଅମ୍ଳ ଓ କ୍ଷାରକ ମାଧ୍ୟମରେ କେତେକ ପଦାର୍ଥ ଅଛି ଯେଉଁମାନଙ୍କର ଗନ୍ଧରେ ମଧ୍ଯ ପରିବର୍ତ୍ତନ ହୋଇଥାଏ, ସେଗୁଡ଼ିକୁ ଘ୍ରାଣସୂଚକ (olfactory predicator) କୁହାଯାଏ ।

କାର୍ଯ୍ୟ–୬ : ଆସ ଅନୁସନ୍ଧାନ କରିବା

  • ଗୋଟିଏ ପାର୍ଶ୍ଵରେ କିଛି ପରିଷ୍କାର କଟା ପିଆଜ ଓ ଏହା ସହିତ କିଛି ପରିଷ୍କାର କପଡ଼ା ବା ଫିଲ୍ଡର କାଗଜ ନିଆଯାଉ ।
  • ପାତ୍ରଟିକୁ ଭଲଭାବରେ ବନ୍ଦ କରି ଗୋଟିଏ ରାତି ରଖାଯାଉ ।
  • ପରଦିନ ସକାଳୁ ସେ ପାତ୍ରଟିକୁ ଖୋଲି ସେଥୁରୁ ଦୁଇଖଣ୍ଡ କପଡ଼ା ବା କାଗଜ ନେଇ ତା’ର ଗନ୍ଧକୁ ପରୀକ୍ଷା କରାଯାଉ ।
  • ସେ ଦୁଇଖଣ୍ଡ କାଗଜକୁ ପରିଷ୍କାର ଚଟାଣ ଉପରେ ରଖାଯାଉ । ଗୋଟିଏ ଖଣ୍ଡ କାଗଜ ଉପରେ କେତେ ଟୋପା ତେନ୍ତୁଳି ପାଣି ଓ ଅନ୍ୟ ଖଣ୍ଡ ଉପରେ କେତେ ଟୋପା ବେକିଙ୍ଗ ସୋଡ଼ା ଦ୍ରବଣ ପକାଯାଉ ଯେମିତିକି ପୂରା କପଡ଼ା ଖଣ୍ଡ ବା କାଗଜ ଖଣ୍ଡ ଉପରେ ଖେଳେଇ ହୋଇଯିବ ।
  • ଦ୍ରବଣ ପକେଇବା ପୂର୍ବରୁ ଓ ପରେ ଗନ୍ଧରେ କିଛି ପରିବର୍ତ୍ତନ ହଳଦୀ ପାଣି ଓ ବେକିଙ୍ଗ ଲକ୍ଷ୍ୟ କରୁଛ କି ?
  • ତୁମ ଅନୁଧ୍ୟାନକୁ ଲିପିବଦ୍ଧ କରାଯାଉ ।
  • ସେହିପରି ଅନ୍ୟ ଅମ୍ଳୀୟ ଓ କ୍ଷାରୀୟ ପଦାର୍ଥକୁ ନେଇ ପରୀକ୍ଷା କରି ତା’ର ଫଳାଫଳକୁ ଲିପିବଦ୍ଧ କରାଯାଉ, ଗନ୍ଧକୁ ପରୀକ୍ଷା କରାଯାଉ ଏବଂ ତୁମ ପର୍ଯ୍ୟବେକ୍ଷଣ ଲିପିବଦ୍ଧ କରାଯାଉ ।
କ୍ରମିକ ନମ୍ବର ପଦାର୍ଥ କ୍ଷାରୀୟ/ ନିରପେକ୍ଷ ମାଧ୍ୟମରେ ଗନ୍ଧ ଅମ୍ଳୀୟ ମାଧ୍ୟମରେ ଗନ୍ଧ
୧. ପିଆଜ ତୀବ୍ର/କଡ଼ା ଗନ୍ଧ ହ୍ରାସ ପାଏ ବା ବଦଳିଯାଏ
9. ଅଦା ତୀବ୍ର/କଡ଼ା ଗନ୍ଧ ହ୍ରାସ ପାଏ ବା ବଦଳିଯାଏ
୩. ପଚା ମାଛ ତୀବ୍ର ଗନ୍ଧ ଗନ୍ଧ ଲୋପପାଏ
୪. ଲ ବଙ୍ଗ ଗନ୍ଧ ରୁହେ ଗନ୍ଧ ହ୍ରାସ ପାଏ ବା ବଦଳିଯାଏ

ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ଆଧୁନିକ ରସାୟନ ବିଜ୍ଞାନର ଜନକ ଭାବରେ ପରିଚିତ । ସେ ଯୁକ୍ତରାଷ୍ଟ୍ର ଆମେରିକାରେ ଗବେଷଣା କରି ଡକ୍ଟରେଟ ଉପାଧ୍ ପାଇଥିଲେ ଓ ତା’ପରେ ଭାରତ ଫେରିଲେ । ଭାରତରେ ଉଚ୍ଚତର ବୈଜ୍ଞାନିକ ଗବେଷଣା ପାଇଁ ସେ ତାଙ୍କ ଜ୍ଞାନ ବିତରଣ କରିଥିଲେ ।
Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ 10
୧୯୦୧ ମସିହାରେ ସେ ଔଷଧ ସମ୍ବନ୍ଧୀୟ ଗବେଷଣା ପାଇଁ ଭାରତରେ ଏକ ଔଷଧ କମ୍ପାନୀ ସ୍ଥାପନ କରିଥିଲେ । ସେ ଭାରତୀୟ ସଂସ୍କୃତି ଓ ଜ୍ଞାନ ପରମ୍ପରା ସହିତ ଦୃଢ଼ଭାବେ ଜଡ଼ିତ ଥିଲେ । ସେ ରସାୟନ ବିଜ୍ଞାନର ଇତିହାସ ଲେଖୁ ପୁରାତନ ବୈଜ୍ଞାନିକମାନଙ୍କର ସଫଳତା ଓ ବିଶେଷ ଜ୍ଞାନ ବିଷୟରେ ଆଧୁନିକ ଜନସମାଜରେ ପ୍ରଚାର କରାଇଥିଲେ ।

ଆଚାର୍ଯ୍ୟ ରାୟ ଜଣେ ସମାଜ ସଂସ୍କାରକ ଯେ କି ଶିକ୍ଷାନୁଷ୍ଠାନଗୁଡ଼ିକରେ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ କରାଇବା ପାଇଁ ଆହ୍ୱାନ ଦେଇଥିଲେ ।

ଅମ୍ଳୀୟ ପଦାର୍ଥ ସହ କ୍ଷାରୀୟ ପଦାର୍ଥ ମିଶିଲେ କ’ଣ ହୁଏ ?

Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ

କାର୍ଯ୍ୟ–୭ : ପରୀକ୍ଷଣଦ୍ଵାରା ଅନୁସନ୍ଧାନ

  • ଗୋଟିଏ ପରୀକ୍ଷା ନଳୀରେ ଗୋଟିଏ ବୁନ୍ଦା ଲେମ୍ବୁରସ ନେଇ ଓ ସେଥ‌ିରେ ପ୍ରାୟ ୨୦ ବୁନ୍ଦା ପାଣି ମିଶାଯାଉ । ଏହାର ରଙ୍ଗକୁ ନିରୀକ୍ଷଣ କରାଯାଉ ।
  • ଗୋଟିଏ ବୁନ୍ଦା ନୀଳ ଲିଟ୍‌ସ୍ ଦ୍ରବଣ ଏଥୁରେ ମିଶାଯାଉ ।
  • ଏହାର ରଙ୍ଗରେ କିଛି ପରିବର୍ତ୍ତନ ହେଉଛି । ଏହା ଲାଲ ଦେଖାଯାଉଛି ।
  • ଡ୍ରପର ସାହଯ୍ୟରେ ପରୀକ୍ଷାନଳୀ ଭିତରକୁ ଧୀରେ ଧୀରେ ବୁନ୍ଦା ବୁନ୍ଦା କରି ଚୂନ ପାଣି ପକାଯାଉ ଓ ପରୀକ୍ଷାନଳୀଟିକୁ ବୃତ୍ତାକାର ଗତିରେ ଜଳଭଉଁରି ଭଳି ଘୂରାଯାଉ ।
  • ଏବେ ଲକ୍ଷ୍ୟ କଲେ ଦ୍ରବଣର ରଙ୍ଗରେ କିଛି ପରିବର୍ତ୍ତନ ହେଉଛି ଓ ଏହା ନୀଳ ଦେଖାଯାଉଛି ।
  • କିଛି ସମୟ ଏମିତି କଲାପରେ ଦ୍ରବଣର ରଙ୍ଗ ଲାଲରୁ ନୀଳକୁ ପରିବର୍ତ୍ତନ ହେବ ।
    Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ 11
  • ପୁଣି ସେ ପରୀକ୍ଷାନଳୀ ଭିତରକୁ ଗୋଟିଏ ବୁନ୍ଦା ଲେମ୍ବୁରସ ପକାଯାଉ । ତୁମେ କହିପାରିବ କି କାହିଁକି ଏହି ରଙ୍ଗ ପରିବର୍ତ୍ତନ ହୋଇଥାଏ ?

ସିଦ୍ଧାନ୍ତ :

ପ୍ରାରମ୍ଭରେ ଯେତେବେଳେ ଲେମ୍ବୁରସରେ ନୀଳ ଲିସ୍ ଦ୍ରବଣ ମିଶାଗଲା, ସେତେବେଳେ ଦ୍ରବଣର ରଙ୍ଗ ଲାଲ ହୋଇଗଲା । ଚୂନ ପାଣି ମିଶାଇଲା ପରେ ଦ୍ରବଣର ରଙ୍ଗ ଲାଲରୁ ନୀଳ ହୋଇଗଲା । ଏଥିରୁ ଜଣାଗଲା ଯେ, ପରୀକ୍ଷାନଳୀରେ ଥ‌ିବା ଦ୍ରବଣ ଆଦୌ ଅମ୍ଳୀୟ ନଥିଲା । ଚୂନ ପାଣି ମିଶାଇବାଦ୍ଵାରା ଏହାର ପ୍ରଭାବରେ ଅମ୍ଳ ପ୍ରଶମିତ (Neutral) ହୋଇଗଲା ।

ଅଦି ଅମ୍ଳୀୟ ଦ୍ରବଣକୁ କ୍ଷାରକୀୟ ଦ୍ରବଣ ସହ ଯଥେଷ୍ଟ ପରିମାଣରେ ମିଶାଯାଏ ତେବେ ମିଶ୍ରିତ ଦ୍ରବଣର ପ୍ରକୃତି ଅମ୍ଳୀୟ ନୁହେଁ କି କ୍ଷାରକୀୟ ନୁହେଁ । ଉକ୍ତ ଦ୍ରବଣଟି ପ୍ରଶମିତ ବା ନିରପେକ୍ଷ (Neutral) ପଦାର୍ଥ । ଏହି ପ୍ରତିକ୍ରିୟାକୁ ନିରପେକ୍ଷୀକରଣ ପ୍ରତିକ୍ରିୟା କୁହାଯାଏ ।

Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ

ଏକ ନୀରପେକ୍ଷୀକରଣ ପ୍ରତିକ୍ରିୟାରେ ଉତ୍ତାପର ନିର୍ଗମନ ସହ ଲୁଣ ଓ ଜଳ ଉତ୍ପନ୍ନ ହୁଏ ।
ଅମ୍ଳ + କ୍ଷାରକ → ଲୁଣ (ଲବଣ) + ଜଳ + ତାପ
ଲବଣାମ୍ଳ (HCI) + ସୋଡ଼ିୟମ ହାଇଡ୍ରେକସାଇଡ଼ (NaOH) → ଖାଇବା ଲୁଣ (NaCI) + ଜଳ (H2O) + ତାପ ଦୈନନ୍ଦିନ ଜୀବନରେ ନିରପେକ୍ଷୀକରଣ ପ୍ରତିକ୍ରିୟାର ଉଦାହରଣ :

ପରିସ୍ଥିତି – ୧:
କୀର୍ତି ବଗିଚାରେ ବସିଥିଲା । ତତ୍‌କ୍ଷଣାତ୍ ଏକ ନାଲି ପିମ୍ପୁଡ଼ି ତାକୁ କାମୁଡ଼ି ଦେଲା । ତା’ର ଚର୍ମ ନାଲି ପଡ଼ିଗଲା ଓ ଯନ୍ତ୍ରଣା ହେଲା । କୀର୍ତ୍ତିର ଭାଇ ପିମ୍ପୁଡ଼ି କାମୁଡ଼ିଥ‌ିବା ଜାଗାରେ ବେକିଂ ସୋଡ଼ା ବୋଳି ଦେଲେ । ଏହା ପରେ ସେ ଯନ୍ତ୍ରଣା ମୁକ୍ତ ହେଲା ।

ତୁମେ ଏହାର କାରଣ ବିଷୟରେ କିଛି ଚିନ୍ତା କରିଛ କି ?
ଉ. ଯେତେବେଳେ ପିମ୍ପୁଡ଼ି କାମୁଡ଼େ ସେତେବେଳେ ସେ ଜାଗାରେ ଅମ୍ଳୀୟ ପଦାର୍ଥ (ଫର୍ମିକ୍ ଅମ୍ଳ) ଚର୍ମ ଭିତରକୁ ଛାଡ଼ିଦିଏ । ବେକିଂ ସୋଡ଼ା କ୍ଷାରକ ହୋଇଥିବାରୁ ଏହାକୁ ଘଷିବା ଫଳରେ ଅମ୍ଳର ପ୍ରଭାବକୁ ନିରପେକ୍ଷୀକରଣଦ୍ଵାରା ପ୍ରଶମିତ କରାଯାଇପାରିଲା ।
Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ 12
ପିମ୍ପୁଡ଼ି କାମୁଡ଼ିଲେ ପ୍ରତିକାର ପାଇଁ କ’ଣ କରନ୍ତି ?
ଉ. ପିମ୍ପୁଡ଼ି କାମୁଡ଼ିଲେ ପ୍ରତିକାର ପାଇଁ ଖାଇବା ସୋଡ଼ାର ଦ୍ରବଣ ବା ଦାନ୍ତଘଷା ପେଷ୍ଟ ବ୍ୟବହାର କରିପାରନ୍ତି ।

ପରିସ୍ଥିତି – ୨ :
ପିମ୍ପୁଡ଼ି କାମୁଡ଼ାର ତୀବ୍ର ଜନ୍ତ୍ରଣା
କୃଷକମାନଙ୍କ ପୋର୍ଟାଲ (କୃଷି, ସହଯୋଗ ଓ କୃଷକ କଲ୍ୟାଣ ବିଭାଗର ଅନଲାଇନ ପ୍ଲାଟଫର୍ମ)ରେ ଜଣେ କୃଷକଙ୍କର ଜିଜ୍ଞାସା ଥିଲା ‘ମୋ ଗଛଗୁଡ଼ିକ ଆଜିକାଲି ଭଲରେ ବଢ଼ିପାରୁନାହାନ୍ତି’’ ।
ଉ. ଅନେକ ଆଲୋଚନା ପରେ ଜଣାପଡ଼ିଲା ଯେ, ଗଛ ଭଲ ବଢ଼ିବା ପାଇଁ ମୁଭିକାରେ ଅଧ‌ିକ ପରିମାଣରେ ରାସାୟନିକ ସାର ବ୍ୟବହାର କରିବା ହେଉଛି ଏହାର କାରଣ । ଏହା ଦ୍ଵାରା ମାଟି ଅମ୍ଳୀୟ ହୋଇ ଗଛ ବଢ଼ିବାରେ ବାଧା ସୃଷ୍ଟି ହୋଇଥାଏ ।

Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ

ଏହି କୃଷକଙ୍କୁ ଆମେ କି ପ୍ରକାର ପ୍ରତିକାର ବ୍ୟବସ୍ଥା ଯୋଗାଇପାରିବା ?
ଉ. ମାଟି ଅମ୍ଳୀୟ ହୋଇଥିବାରୁ ସେଥ‌ିରେ ଚୂନ ବା ମାଟି କ୍ଷାରୀୟ ହୋଇଥିଲେ, ସେଥ‌ିରେ ରାସାୟନିକ ସାର କିମ୍ବା କ୍ଷାରକ ଜାତୀୟ ପଦାର୍ଥ ବ୍ୟବହାର କରିବା ଆବଶ୍ୟକ । ଜୈବିକ ସାର କିମ୍ବା କମ୍ପୋଷ୍ଟ ବ୍ୟବହାର କରିବା ।

ଯେଉଁ ମୁଭିକା ଅଧ‌ିକ ଅମ୍ଳୀୟ ସେ ମୃତ୍ତିକାରେ ଗଛ ଭଲ ବଢ଼ିପାରେ ନାହିଁ । ଏହି ପ୍ରକାର ମୃତ୍ତିକାରେ ଚୂନ ମିଶାଇ ପ୍ରତିକାର କରାଯାଇପାରିବ, କାରଣ ଚୂନ ହେଉଛି କ୍ଷାରକ ।
Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ 13
ଯଦି ମୃତ୍ତିକା କ୍ଷାରୀୟ ହୋଇଥାଏ ତେବେ ତା’ର ପ୍ରତିକାର ପାଇଁ ଜୈବିକ ଖତ ଓ ଗଛର ପତ୍ରରୁ ପ୍ରସ୍ତୁତ କମ୍ପୋଷ୍ଟକୁ ସେ ମାଟିରେ ମିଶାଇବା । ଏହିସବୁ ଜୈବିକ ପଦାର୍ଥ ମୃତ୍ତିକାକୁ ଅମ୍ଳୀୟ ପଦାର୍ଥ ଯୋଗାଇ ଏହାର କ୍ଷାରୀୟ କୁଣକୁ ହ୍ରାସ କରି ନିରପେକ୍ଷ କରିଥାଏ ।

ମାଟିର ଅମ୍ଳୀୟ ପ୍ରକୃତିକୁ ନିରପେକ୍ଷ କରିବା ବେଳେବେଳେ ମୃର୍ତ୍ତିକା ନିରପେକ୍ଷ ଅବସ୍ଥାରେ ଥାଏ । ତଥାପି ପୋଷକ ଦ୍ରବ୍ୟ ଅଭାବରୁ ସେ ମୃତ୍ତିକାରେ ବଢ଼ୁଥ‌ିବା ଗୁଣଗୁଡ଼ିକ ରୁଗ୍ଣ ହୋଇଥାଏ ।

ପରିସ୍ଥିତି – ୩ :
ଅଶ୍ଵିନୀର ସାଙ୍ଗ ମାନସର ଘର ଏକ ଶିଳ୍ପାଞ୍ଚଳ ନିକଟରେ । ମାନସ ତା’ର ସାଙ୍ଗକୁ କହିଲା ଘର ପାଖରେ ଥ‌ିବା ଏକ ହ୍ରଦରେ ମାଛ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ।

ଏହାର କାରଣ ବିଷୟରେ କ’ଣ ଚିନ୍ତା କରୁଛ ?
ଉ. ଶିଳ୍ପାଞ୍ଚଳର କଳକାରଖାନାରୁ ନିର୍ଗତ ଆବର୍ଜନା ସବୁ ହ୍ରଦରେ ମିଶୁଥିବାରୁ ହୁଏତ ଏପରି ଘଟୁଛି ।

ଯଦି କଳକାରଖାନାରୁ ନିର୍ଗତ ଆବର୍ଜନା ଅମ୍ଳୀୟ ତେବେ କ’ଣ କଲେ ମାଛମାନେ ନିରାପଦରେ ବଢ଼ିପାରିବେ ?
ଉ. ଆବର୍ଜନାଗୁଡ଼ିକୁ ହ୍ରଦକୁ ଛାଡ଼ିବା ପୂର୍ବରୁ ସେଗୁଡ଼ିକୁ କ୍ଷାରୀୟ ପଦାର୍ଥ ଦ୍ଵାରା (ଯଥା – ଚୁନ ପାଣି ମିଶାଇବା) ନିରପେକ୍ଷୀକରଣ କରି ଛାଡ଼ିବା ଉଚିତ ।

Class 7 Science Chapter 2 Notes Odia Medium ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ

ବିଷୟବସ୍ତୁର ସାରାଂଶ :

  • ଆମ ଚାରିପାଖରେ ରହିଥ‌ିବା ପଦାର୍ଥଗୁଡ଼ିକ ମଧ୍ୟରୁ ଅମ୍ଳୀୟ, କ୍ଷାରୀୟ, ନିରପେକ୍ଷ (ନିଉଟ୍ରାଲ) ପଦାର୍ଥ ଭାବରେ ଶ୍ରେଣୀଭୁକ୍ତ କରାଯାଇପାରିବ ।
  • ଲାଇକେନ, ଲାଲାଗୋଲାପ, ଲାଲମନ୍ଦାର, ଗୋଲାପି କୋବି ଓ ହଳଦୀ ଇତ୍ୟାଦିରେ ରସ ପଦାର୍ଥର ପ୍ରକୃତି ଜାଣିବା ପାଇଁ ବ୍ୟବହାର କରାଯାଇପାରିବ ।
  • ଅମ୍ଳୀୟ ଓ କ୍ଷାରୀୟ ପଦାର୍ଥର ରଙ୍ଗ ସୂଚାଉଥ‌ିବା ପଦାର୍ଥଗୁଡ଼ିକୁ ଅମ୍ଳ-କ୍ଷାର ସୂଚକ ବୋଲି କୁହାଯାଏ ।
  • ଅମ୍ଳ ନୀଳ ଲିଟମସ୍‌କୁ ଲାଲ କରିଦିଏ ଓ କ୍ଷାରକ ଲାଲ ଲିଟମସ୍‌କୁ ନୀଳ କରିଦିଏ ।
  • ଲାଲ ଗୋଲାପର ରସ ଅମ୍ଳୀୟ ଦ୍ରବଣରେ ଲାଲ ରଙ୍ଗ ଓ କ୍ଷାରୀୟ ଦ୍ରବଣରେ ସବୁଜ ରଙ୍ଗ ପ୍ରଦର୍ଶନ କରାଏ । ହଳଦିର ହଳଦିଆ ରଙ୍ଗ କ୍ଷାରୀୟ ପଦାର୍ଥରେ ଲାଲ ରଙ୍ଗ ହୁଏ, କିନ୍ତୁ ଅମ୍ଳୀୟ ଓ ନିରପେକ୍ଷ ପଦାର୍ଥରେ ଅପରିବର୍ତ୍ତିତ ରହେ ।
  • ଅମ୍ଳ ଓ କ୍ଷାର ପରସ୍ପରକୁ ନିରପେକ୍ଷ କରନ୍ତି ଏବଂ ଏହି ପ୍ରତିକ୍ରିୟାରେ ଲବଣ ଓ ଜଳ ସୃଷ୍ଟି ସହ ତାପ ଉତ୍ପନ୍ନ ହୁଏ ।
  • ନାଲି ପିମ୍ପୁଡ଼ି କାମୁଡ଼ିବା, ଅମ୍ଳୀୟ ବା କ୍ଷାରୀୟ ମୃତ୍ତିକାର ପ୍ରତିକାର ଏବଂ ଶିଳ୍ପାଞ୍ଚଳ ଆବର୍ଜନା ଆଦି ସାଧାରଣ ଦୈନନ୍ଦିନ ସମସ୍ୟାଗୁଡ଼ିକ ନିରପେକ୍ଷୀକରଣଦ୍ଵାରା ସମାଧାନ ହୋଇପାରିବ ।

BSE Odisha Class 6 Science Notes Odia Medium

BSE Odisha Guru Class 6 Science Notes

BSE Odisha Class 6 Science Notes

BSE Odisha 6th Class Science Notes

Class 6 Science Odia Medium Notes

Class 6 Science Curiosity Notes

Class 6 Curiosity Notes

Curiosity Class 6 Science Notes

Also Read BSE Odisha Class 6 Science Solutions

Class 7 Science Chapter 1 Notes Odia Medium ଚିର ବିକାଶଶୀଳ ବିଜ୍ଞାନ ଜଗତ

Go through BSE Odisha Class 7 Science Notes Odia Medium and Class 7 Science Chapter 1 Notes Odia Medium ଚିର ବିକାଶଶୀଳ ବିଜ୍ଞାନ ଜଗତ to understand important concepts and topics more clearly.

7th Class Science Chapter 1 Notes Odia Medium

BSE Odisha Class 7 Science Chapter 1 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:

ଜିଜ୍ଞାସାର ଅର୍ଥ ହେଉଛି ଜାଣିବାକୁ ଇଚ୍ଛା । ଆମେ ଆମ ଚତୁଃପାର୍ଶ୍ୱସ୍ଥ ପ୍ରାକୃତିକ ଘଟଣା ସମ୍ବନ୍ଧରେ ପ୍ରଶ୍ନ ପଚାରିବା, ପରୀକ୍ଷା କରିବା, ଅଧିକ ଜାଣିବା ପାଇଁ ଅନୁସନ୍ଧାନ କରିବା ଓ ବୁଝିବାକୁ ଚେଷ୍ଟା କରିବା ଆବଶ୍ୟକ ।

ପକ୍ଷୀ ଡେଣାର ଉଡ଼ାଣ ହିଁ ଉଡ଼ାଜାହାଜ ତିଆରିରେ ସାହାଯ୍ୟ କରିଛି, ଉଡ଼ିବାର ସ୍ଵପ୍ନ ମଧ୍ଯ ସରଳ ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣରୁ ହିଁ ଆରମ୍ଭ ହୋଇଥିଲା ।

ବିଜ୍ଞାନ ଏକ ପ୍ରକ୍ରିୟା ଯାହାକି ଜାଣିବାର ଆଗ୍ରହକୁ ଓ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରେ ଓ ଅଜ୍ଞାତକୁ ଜାଣିବାରେ ଉନ୍ମୁକ୍ତ ମାନସିକତା ସୃଷ୍ଟି କରିଥାଏ ।
Class 7 Science Chapter 1 Notes Odia Medium ଚିର ବିକାଶଶୀଳ ବିଜ୍ଞାନ ଜଗତ 1
ବିଜ୍ଞାନ ଏକ ନିରନ୍ତର ଅନ୍ଵେଷଣ ପ୍ରକ୍ରିୟା । ଆମ ପରିବେଶର ଆହ୍ଵାନଗୁଡ଼ିକ ସହ ପରିଚୟ କରିବା, ଏକ ପୋଷଣୀୟ ବିଶ୍ୱ ସୃଷ୍ଟି କରିବାରେ ବିଜ୍ଞାନର ଭୂମିକା ସହାୟକ ହେବ । ପଦାର୍ଥବିଜ୍ଞାନ, ରସାୟନବିଜ୍ଞାନ, ଜୀବବିଜ୍ଞାନ ଓ ଭୂବିଜ୍ଞାନ ପରି
ବିଜ୍ଞାନର ବିଭିନ୍ନ କ୍ଷେତ୍ର ପରସ୍ପର ସହ ନିବିଡ଼ଭାବେ ସଂପର୍କିତ ଯାହା ଆମକୁ ଅନେକ କ୍ଷେତ୍ରରେ ଅନ୍ଵେଷଣ କରିବାକୁ ପ୍ରେରଣା ଦେବ କିମ୍ବା ଅନ୍ୟ କ୍ଷେତ୍ରରେ ପ୍ରଶ୍ନ ପଚାରିବାକୁ ସୁଯୋଗ ଦେବ ।

ଜ୍ଞାନ କହିଲେ କୌଣସି ବିଷୟରେ ଜାଣିବାକୁ ବା ଅବଗତ ହେବାକୁ ବୁଝାଇଥାଏ । ଯେଉଁ ବସ୍ତୁ ବା ବିଷୟ ଯାହା, ତାହାକୁ ସେହି ରୂପରେ ଜାଣିବା ହିଁ ଜ୍ଞାନ ଅଟେ । ଗୋଟିଏ ବସ୍ତୁକୁ ଭିନ୍ନ ବସ୍ତୁ ରୂପରେ ଜାଣିଲେ ତାହା ଜ୍ଞାନ ନୁହେଁ ।

ଜ୍ଞାନ ଦୁଇ ପ୍ରକାର, ଯଥା ପ୍ରତ୍ୟକ୍ଷ ଓ ପରୋକ୍ଷ, ଆମେ ଆମ ଶରୀରର ଇନ୍ଦ୍ରିୟଦ୍ଵାରା ଯେଉଁ ଜ୍ଞାନ ପାଇଥାଉ ତାହା ପ୍ରତ୍ୟକ୍ଷ ଜ୍ଞାନ ଅଟେ । ପରୋକ୍ଷ ଜ୍ଞାନ ଇନ୍ଦ୍ରିୟମାନଙ୍କଦ୍ଵାରା ମିଳେ ନାହିଁ । ଏହା ଅନୁମାନ ସାହାଯ୍ୟରେ ମିଳିଥାଏ ।

ବିଜ୍ଞାନ କହିଲେ ଶୋଧୁତ ଓ ପ୍ରମାଣିତ ଜ୍ଞାନକୁ ବୁଝାଇଥାଏ । ପ୍ରତ୍ୟକ୍ଷ ଜ୍ଞାନ ଅନେକ ସମୟରେ ଶୋଧୃତ ଓ ପ୍ରମାଣିତ ହେବାର ଆବଶ୍ୟକତା ପଡ଼ିଥାଏ । ସୁତରାଂ, ପ୍ରମାଣିତ ଜ୍ଞାନ ହିଁ ବିଜ୍ଞାନ ଅଟେ । ପ୍ରକୃତ ସତ୍ୟ ନିକଟରେ ପହଞ୍ଚିବା ବିଜ୍ଞାନର ଲକ୍ଷ୍ୟ ଅଟେ ।

Class 7 Science Chapter 1 Notes Odia Medium ଚିର ବିକାଶଶୀଳ ବିଜ୍ଞାନ ଜଗତ

ବୈଜ୍ଞାନିକ ହେବା ମନୁଷ୍ୟର ପ୍ରାକୃତିକ ଗୁଣ । ପ୍ରଶ୍ନ କରିବା ତାହାର ସ୍ଵଭାବଗତ ଲକ୍ଷଣ । ଜଣେ ବୈଜ୍ଞାନିକର ମୌଳିକ ଗୁଣ ହେଉଛି ପ୍ରଶ୍ନ ପଚାରିବା ।

ପ୍ରତ୍ୟେକ ମନୁଷ୍ୟ ତା’ ଚାରିପଟେ ଘଟୁଥ‌ିବା ପ୍ରତ୍ୟେକ ଘଟଣାବଳୀ ସମ୍ବନ୍ଧରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାଏ । ଯାହା ସେ ବୁଝିପାରେ ନାହିଁ, ତାକୁ ବୁଝିବା ପାଇଁ ପ୍ରଶ୍ନ କରିଚାଲେ ।

କୌଣସି ଘଟଣା କାହିଁକି ଘଟୁଛି, ତାହା ପଛରେ କାରଣ କ’ଣ ରହିଛି ତାହା ଜାଣିବାପାଇଁ ତା’ର ଇଚ୍ଛା ତାକୁ ବୈଜ୍ଞାନିକ ସ୍ତରକୁ ନେଇଯାଏ । କୌଣସି ଘଟଣା ଆପେ ସଂଗଠିତ ହୁଏ ବୋଲି ଗ୍ରହଣ କରାଯାଇପାରେ ନାହିଁ । ଏହାହିଁ ବୈଜ୍ଞାନିକ ଚେତନା ।

ବୈଜ୍ଞାନିକ ନିକ ହେବା ପାଇଁ ବିଜ୍ଞାନ ସମ୍ବନ୍ଧରେ ଅଧ୍ୟୟନ ଜରୁରୀ, କିନ୍ତୁ ତା’ଠାରୁ ଅଧ‌ିକ ଜରୁରୀ ବୈଜ୍ଞାନିକ ଭାବନାର ବଶବର୍ତୀ ହେବା । ବୈଜ୍ଞାନିକ ଭାବନା ବ୍ୟକ୍ତିର ଚିନ୍ତାରେ, କଥାରେ ଓ କାର୍ଯ୍ୟରେ ପ୍ରତିଫଳିତ ହୋଇଥାଏ ।

ସଭ୍ୟତାର ବିକାଶ କ୍ଷେତ୍ରରେ ବିଜ୍ଞାନର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଆଦିମ ମନୁଷ୍ୟର ମନରେ ଅଙ୍କୁରିତ ହୋଇଥିବା କାହିଁକିର ପ୍ରଶ୍ନରୁ ଜନ୍ମ ନେଇଛି ବିଜ୍ଞାନ । ବୁଦ୍ଧିମତ୍ତାର ବିକାଶ ତାହାକୁ ବୈଜ୍ଞାନିକ ସ୍ତରକୁ ଉନ୍ନତ କରିଛି । ବିଜ୍ଞାନର ଅନୁଗାମୀ ହେବା ଏକ ସାଧନା । ଯେଉଁମାନେ ବିଜ୍ଞାନକୁ ଗ୍ରହଣ କରନ୍ତି ନାହିଁ, ସେମାନେ ପ୍ରାୟତଃ ଅନ୍ଧବିଶ୍ଵାସୀ ଓ ବିବେକହୀନ ହୋଇଥା’ନ୍ତି । ସମାଜରେ ସେହିମାନେ ଶ୍ରେଷ୍ଠ ଓ ଉନ୍ନତ, ଯେଉଁମାନେ ବିଜ୍ଞାନର ଅନୁଗାମୀ ହୁଅନ୍ତି ଏବଂ ବୈଜ୍ଞାନିକ ଚେତନାର ଅଧିକାରୀ ହୋଇଥା’ନ୍ତି ।

ଯଦି ଆମେ ଜିଜ୍ଞାସାର ପୃଷ୍ଠା ଲେଉଟାଇବା ତେବେ ଆମ ଚିନ୍ତାଧାରା ମଧ୍ୟ ପକ୍ଷୀପରି ଉଡ଼ିବାକୁ ଲାଗିବ ଓ ନୂତନ ଅନୁସନ୍ଧାନ, ବିସ୍ମୟକର ଅନ୍ଵେଷଣ ଇତ୍ୟାଦିକୁ ନେଇ ଆକାଶରେ ପହଞ୍ଚାଇବ ।

Class 7 Science Chapter 1 Notes Odia Medium ଚିର ବିକାଶଶୀଳ ବିଜ୍ଞାନ ଜଗତ

ଅନୁସନ୍ଧାନ କେବଳ ନୂତନ ତଥ୍ୟକୁ ଖୋଜି ବାହାର କରିବା ନୁହେଁ, ବରଂ ଏହା ଏକ ପ୍ରକ୍ରିୟା ଯାହାକି ଜାଣିବାର ଆଗ୍ରହକୁ ଓ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରିଥାଏ । ଏହା ମଧ୍ୟ ଅଜ୍ଞାତକୁ ଜାଣିବାରେ ଉନ୍ମୁକ୍ତ ମାନସିକତା ସୃଷ୍ଟି
କରିଥାଏ ।

ମନୁଷ୍ୟର କାର୍ଯ୍ୟଗୁଡ଼ିକ ପ୍ରାକୃତିକ ଜଗତ ସହିତ ଜଡ଼ିତ ଓ ସମାଜ ସହ ସମ୍ପୃକ୍ତ ଅଟେ । ଆମ ପରିବେଶର ଆହ୍ୱାନଗୁଡ଼ିକ ସହିତ ପରିଚିତ ହେବା ଏବଂ ଏକ ପୋଷଣୀୟ ବିଶ୍ୱ ସୃଷ୍ଟି କରିବାରେ ବିଜ୍ଞାନର ଭୂମିକା ସହାୟକ ହୋଇଥାଏ । ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଓ ଭୂବିଜ୍ଞାନ ପରି ଅନେକ ଉପବିଷୟକୁ ନେଇ ବିଜ୍ଞାନ ଗଠିତ ହୋଇଥାଏ । ଏହି ଉପ-ବିଷୟଗୁଡ଼ିକ ପରସ୍ପର ସହ ନିବିଡ଼ଭାବେ ସମ୍ପର୍କିତ, ଯାହା ଆମକୁ ଅନେକ କ୍ଷେତ୍ରରେ ଅନ୍ଵେଷଣ କରିବାକୁ ପ୍ରେରଣା ପ୍ରଦାନ କରିଥାଏ ।

ଖାଦ୍ୟରେ ଥ‌ିବା ଅମ୍ଳଗୁଡ଼ିକ ହେଉଛି, ସାଇଟ୍ରିକ୍ ଅମ୍ଳ, ଆସ୍‌କରବିକ୍ ଅମ୍ଳ, ଟାରଟାରିକ୍ ଅମ୍ଳ ଓ ଅକ୍‌ଲିକ ଅମ୍ଳ ।

ଆମର ବୟସ ବୃଦ୍ଧିସହ ଶରୀରର ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ବଞ୍ଚିରହିବା ପାଇଁ ସମସ୍ତ ଜୀବଙ୍କଠାରେ ଜୈବିକ ପ୍ରକ୍ରିୟା ସଂଗଠିତ ହୋଇଥାଏ । ଆମ ଶରୀରର ବୃଦ୍ଧି ପାଇଁ ଖାଦ୍ୟ ଗ୍ରହଣ, ଶ୍ଵାସନ, ରେଚନ ଓ ରକ୍ତ ପ୍ରବାହର ଆବଶ୍ୟକତା ରହିଛି ।
Class 7 Science Chapter 1 Notes Odia Medium ଚିର ବିକାଶଶୀଳ ବିଜ୍ଞାନ ଜଗତ 2
ଆମ ଚତୁଃପାର୍ଶ୍ବରେ ଯେଉଁ ପରିବର୍ତ୍ତନ ହେଉଛି ସେଥୁରୁ କେତୋଟି ପ୍ରତ୍ୟାବର୍ତୀ ଓ କେତୋଟି ଅପ୍ରତ୍ୟାବର୍ତ୍ତୀ ହୋଇପାରେ । ବଞ୍ଚି ରହିବା ପାଇଁ ସମସ୍ତ ଜୀବଙ୍କଠାରେ ଜୈବିକ ପ୍ରକ୍ରିୟା ସଂଗଠିତ ହୁଏ । ଶରୀରର ପରିବର୍ତ୍ତନ ହୁଏ । ଆମର ବୃଦ୍ଧି ପାଇଁ ଆମ ଶରୀରକୁ ଖାଦ୍ୟ ଖାଇବା ସହ ଶ୍ଵାସନ ଓ ଖାଦ୍ୟ ସଂଚାଳନ ପାଇଁ ରକ୍ତ ପ୍ରବାହର ଆବଶ୍ୟକତା ରହିଛି । କେବଳ ପ୍ରାଣୀ କାହିଁକି, ଉଭିଦର ମଧ୍ୟ ବୃଦ୍ଧି ପାଇଁ ଖାଦ୍ୟର ଆବଶ୍ୟକତା ରହିଛି ।

ବିଦ୍ୟୁତ୍ ଘଣ୍ଟା ଓ ଡିଜିଟାଲ୍ ଘଣ୍ଟା ଆସିବା ବହୁ ପୂର୍ବରୁ ସୂର୍ଯ୍ୟକିରଣକୁ ପର୍ଯ୍ୟବେକ୍ଷଣ କରି ତା’ର ଛାଇ ଅନୁସାରେ ସମୟ ନି ର୍ୟ ୟ କରାଯାଇଥିଲା ।

Class 7 Science Chapter 1 Notes Odia Medium ଚିର ବିକାଶଶୀଳ ବିଜ୍ଞାନ ଜଗତ

ଆଲୋକ ଓ ତା’ର ଛାୟା କେବଳ ସମୟ ଦେଖୁବା କିମ୍ବା କଣ୍ଢେଇ ଖେଳିବା ପାଇଁ ଉଦ୍ଦିଷ୍ଟ ନୁହେଁ । ପ୍ରକୃତରେ ଆଲୋକ ଆମକୁ ଦେଖିବାରେ ସାହାଯ୍ୟ କରେ । ଆଲୋକର ଉତ୍ପତ୍ତି ପାଇଁ ଆମେ ବହୁବିଧ ବ୍ୟବସ୍ଥା କରିଛେ (ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ମଧ୍ୟ ଆମେ ବହି ପଢ଼ି ପାରୁଛୁ) । ଆଲୋକର ପ୍ରକୃତି ଉପରେ ପ୍ରଶ୍ନ ପଚାରି ଆମେ ଆମର ବିଶ୍ଵ ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝିପାରୁଛେ । ଆଲୋକ ଓ ଛାୟା କେବଳ ଗୃହ ମଧ୍ୟରେ ଥିବା ପଦାର୍ଥର ନୁହେଁ ବୋଲି ଆମେ ପରବର୍ତ୍ତୀ ପର୍ଯ୍ୟାୟରେ ଜାଣିପାରିବା ।
Class 7 Science Chapter 1 Notes Odia Medium ଚିର ବିକାଶଶୀଳ ବିଜ୍ଞାନ ଜଗତ 3
ପୃଥ‌ିବୀ ଓ ଚନ୍ଦ୍ର ଛାୟା ସୃଷ୍ଟି କରିପାରନ୍ତି, ଏହା ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗରୁ ସ୍ପଷ୍ଟ ଜାଣିହୁଏ । ଅବଶ୍ୟ ପୃଥ‌ିବୀର ଦିନ ଓ ରାତି ସୂର୍ଯ୍ୟଙ୍କଠାରୁ ଆସୁଥ‌ିବା ଆଲୋକ ଉପରେ ନିର୍ଭର କରେ । ଏସବୁ ବୁଝିବା ପାଇଁ ପୃଥୁବୀ ନିଜ ଅକ୍ଷ ଚାରିପଟେ କିପରି ଗତି କରୁଛି, ସେହିପରି ଚନ୍ଦ୍ର କିପରି ପୃଥ‌ିବୀ ଚାରିପଟେ ଓ ପୃଥ‌ିବୀ କିପରି ସୂର୍ଯ୍ୟ ଚାରିପଟେ ଘୂରୁଛି ଜାଣିବା ଆବଶ୍ୟକ ।

ଆଲୋକ ଆମକୁ ଦେଖ‌ିବାରେ ସାହାଯ୍ୟ କରେ । ଆଲୋକର ପ୍ରକୃତି ଉପରେ ପ୍ରଶ୍ନ ପଚାରି ଆମେ ଆମର ବିଶ୍ଵ ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝିପାରୁଛେ । ପୃଥ‌ିବୀ ଓ ଚନ୍ଦ୍ର ମଧ୍ୟ ଛାୟା ସୃଷ୍ଟି କରିଥା’ନ୍ତି । ଏହା ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗରୁ ସ୍ପଷ୍ଟ ଜାଣିହୁଏ ।
Class 7 Science Chapter 1 Notes Odia Medium ଚିର ବିକାଶଶୀଳ ବିଜ୍ଞାନ ଜଗତ 5
ସରଳ ପର୍ଯ୍ୟବେକ୍ଷଣ ଓ କୌତୁକିଆ ପରୀକ୍ଷାରୁ ଆଶାନୁରୂପ ଫଳାଫଳ ନ ମିଳିଲେ ଆମକୁ ଆହୁରି ଅଧ‌ିକ ପ୍ରଶ୍ନ ପରାରିବାକୁ ଏବଂ ପରୀକ୍ଷା କରିବା ପାଇଁ ପ୍ରେରଣା ମିଳିବ ।
Class 7 Science Chapter 1 Notes Odia Medium ଚିର ବିକାଶଶୀଳ ବିଜ୍ଞାନ ଜଗତ 6
ଜଣେ ବୈଜ୍ଞାନିକ ପରି ଚିନ୍ତା କରିବାକୁ ହେଲେ ଆଗ୍ରହୋଦ୍ଦୀପକ ପ୍ରଶ୍ନ ସୃଷ୍ଟିକରିବା ଗୁରୁତ୍ଵପୂର୍ଣ୍ଣ । ସବୁବେଳେ ହିଁକି ଓ କିପରି’’ ଘଟୁଛି, ବୋଲି ପ୍ରଶ୍ନ ପଚାରି ତାହାର ସମାଧାନ କରିବାକୁ ହେବ ।

ଆନନ୍ଦଦାୟକ ଅନୁସନ୍ଧାନ :

କାର୍ଯ୍ୟ–୧ : ନିମ୍ନରେ ଥିବା ପ୍ରଶ୍ନ ର କର ।

ବିଦ୍ୟାଳୟରେ କିମ୍ବା ପରୀକ୍ଷାରେ ଉତ୍ତର କରିବା ପାଇଁ ସାଧାରଣତଃ କେତେକ ପ୍ରଶ୍ନ ଦିଆଯାଇଥାଏ । ଆମେ ଏହାର ବିପରୀତ ପ୍ରକ୍ରିୟା ଅବଲମ୍ବନ କରିବା ।

Earth, Moon, and the Sun Class 7 Question Answer Science Chapter 12

Go through BSE Odisha Class 7 Science Solutions and Class 7 Science Chapter 12 Earth, Moon, and the Sun Question Answer to understand textbook questions more clearly.

Class 7 Science Curiosity Chapter 12 Question Answer

Science Curiosity Class 7 Chapter 12 Question Answer

Earth, Moon, and the Sun Class 7 Questions and Answers

Let Us Enhance Our Learning

Question 1
In the shown figure, how many hours of sunlight do the North Pole and the South Pole receive during one rotation of the Earth?
Earth, Moon, and the Sun Class 7 Question Answer Science Chapter 12.1
Answer:
In the given figure, the North Pole is in darkness, indicating winter in the Northern Hemisphere. During this period, the North Pole receives 0 hours of sunlight, while the South Pole, experiencing summer, receives 24 hours of sunlight in one complete rotation of the Earth.

Earth, Moon, and the Sun Class 7 Question Answer Science Chapter 12

Question 2.
Fill in the blanks

(i) Stars rise in the ………… and set in the ………….
Answer:
east, west

(ii) Day and night are caused by the Earth’s ………….
Answer:
rotation

(iii) When the Moon fully covers the Sun from our view, it is called a ………… solar eclipse.
Answer:
total

Question 3.
State whether True or False

(i) Lunar eclipse occurs when the Sun comes between the Earth and the Moon.
Answer:
False, A lunar eclipse occurs when the Earth comes in between the Sun and the Moon.

(ii) Sunrise happens earlier in Gujarat than in Jharkhand.
Answer:
False. Sunrise happens earlier in places located more towards the east. Jharkhand lies to the east of Gujarat, so sunrise occurs earlier in Jharkhand.

(iii) In Chennai, the longest day occurs on the summer solstice.
Answer:
True

(iv) We should watch the solar eclipse directly with our naked eye.
Answer:
False. We should not watch the solar eclipse directly with our naked eyes.

(v) Seasons occur due to the tilt of Earth’s axis of rotation and its spherical shape.
Answer:
(v) True

Earth, Moon, and the Sun Class 7 Question Answer Science Chapter 12

(vi) The Earth’s revolution around the Sun causes day and night.
Answer:
False The Earth’s rotation on its own axis causes day and night.

Question 4.
Padmashree saw the Orion constellation nearly overhead at 8 pm yesterday. When will she see Orion overhead today?
Answer:
A few minutes earlier than 8:00 p.m. This is because as the Earth rotates on its axis, it also moves ahead in its orbit. The Earth’s revolution around the Sun causes stars to appear slightly earlier each night.
[Note: The stars seems to rise 4 min earlier each day due to the Earth’s revolution. So, the Orion will be seen overhead around 7:56 p.m. today.]

Question 5.
Nandhini saw a group of stars rising at midnight on 21 June. When will she see the same group of stars rising at midnight next year?
Answer:
At midnight on 21 June next year. This is because the Earth takes about 365 days to complete one revolution around the Sun, so the same night sky pattern repeats annually.

Question 6.
Abhay noticed that when it was daytime in India, his uncle who was in the USA was generally sleeping as it was night-time there. What is the reason behind this difference?
Answer:
This difference occurs because the Earth rotates on its axis, and at any given time only one half of the Earth faces the Sun (which experience day), while the other half remains in darkness (which experiences night). When it is daytime in India, that part of the Earth is facing the Sun, whereas the United States lies on the side that is turned away from the Sun, where it is night-time.

Question 7.
Four friends used the following ways to see the solar eclipse. Who among them was being careless?
(a) Ravikiran used a solar eclipse goggle.
(b) Jyothi used a mirror to project the Sun’s image.
(c) Adithya saw the Sun directly with his eyes.
(d) Aruna attended a programme arranged by a planetarium.
Answer:
(c) Adithya was being careless because he looked at the Sun directly with his eyes, which can damage eyesight during a solar eclipse.

Question 8.
Fill in the circles in the given figure appropriately with one of the following: Sun, Moon, Earth.
Earth, Moon, and the Sun Class 7 Question Answer Science Chapter 12.2
Answer:
Earth, Moon, and the Sun Class 7 Question Answer Science Chapter 12.3

Question 9.
The Moon is much smaller than the Sun, yet it can block the Sun completely from our view during a total solar eclipse. Why is it possible?
Answer:
Although the Moon is much smaller than the Sun, it is much closer to the Earth. Thus, both appear nearly the same size as seen from the Earth. So, when the Moon comes exactly between the Sun and the Earth, it covers the Sun completely and blocks its light from reaching the Earth, causing a total solar eclipse.

Earth, Moon, and the Sun Class 7 Question Answer Science Chapter 12

Question 10.
The Indian cricket team’s matches in Australia are often held in December. Should they pack winter or summer clothes for their trip?
Answer:
Summer clothes. This is because when it is winter in India (in the Northern Hemisphere), it is summer in Australia (in the Southern Hemisphere).

Question 11.
Why do you think lunar eclipses can be seen from a large part of the Earth when they happen, but total solar eclipse can be seen by only a small part of the Earth?
Answer:
A lunar eclipse can be seen from a large part of the Earth because the Earth’s shadow is much larger than the Moon. When the Earth comes between the Sun and the Moon, its shadow falls on the Moon, and all the places on the night side of the Earth can observe the eclipse.

On the other hand, during a solar eclipse, the Moon comes between the Sun and the Earth, and since the Moon’s shadow is small, it falls only on a limited region of the Earth’s surface. Therefore, a total solar eclipse is visible from only a small part of the Earth.

Question 12.
If the Earth’s axis were not tilted with respect to the axis of revolution, explain what would be the effect on seasons?
Answer:
In that case, there would be no change of seasons on the Earth. Every place would receive the same amount of sunlight throughout the year, and the intensity of sunlight would not vary much between different months. As a result, the duration of day and night would be almost equal everywhere on the Earth, and we would not experience distinct seasons.

Class 7 Curiosity Chapter 12 Question Answer

InText Questions

Question 1.
Why does the Sun appear to rise in the East and set in the West? [Page 170]
Answer:
The Earth rotates from West to East; therefore, to an observer on Earth, the Sun appears to rise in the East and set in the West.

Question 2.
While you are sitting on a moving merry-go-round turning anticlockwise, do the objects around you appear to move? Justify your answer. [Page 170]
Answer:
Yes, the objects around us appear to move. They seem to go around us in the clockwise direction, i.e., opposite to the direction of the anticlockwise rotation of the merry-go-round.

Earth, Moon, and the Sun Class 7 Question Answer Science Chapter 12

Question 3.
If we stand on the Equator facing north, and watch the sky during one full rotation of the Earth from west to east, what will we observe? [Page 173]
Answer:
We would see the Sun appear in the East on our right in the morning, move across the sky to be overhead around noon, and then move towards the west on our left and set, after which stars become visible.

Question 4.
Since the Earth is rotating, shouldn’t the stars also appear to move in the sky like the Sun? [Page 174]
Answer:
Yes. As the Earth rotates on its axis, the stars also