BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

Odisha State Board BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ Textbook Exercise Questions and Answers.

BSE Odisha Class 6 History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ‘ଉପନିଷଦ’ରୁ ଆମେ କ’ଣ ଜାଣିପାରିବା ?
Answer:

  • ଆମେ ‘ଉପନିଷଦ’ରୁ ଜାଣିପାରିବା ଯେ ମରିଗଲା ପରେ ଲୋକମାନେ କେଉଁଠାକୁ ଯାଆନ୍ତି ଓ ମଲାପରେ ସେମାନଙ୍କର ଅବସ୍ଥା କ’ଣ ହୁଏ ଇତ୍ୟାଦି ପ୍ରଶ୍ନର ଉତ୍ତର ।
  • ଉପନିଷଦ ଗ୍ରନ୍ଥରେ ଭାରତୀୟ ଦର୍ଶନର ମୌଳିକ ତଥ୍ୟଗୁଡ଼ିକ ଆଲୋଚନା କରାଯାଇଛି ।
  • ଆମ ମନରେ, ଆଧାତ୍ମକ ଭାବ ଜାଗ୍ରତ କରିବା ଦିଗରେ ଉପନିଷଦର ଭୂମିକା ଗୁରୁତ୍ୱପୂର୍ଣ୍ଣ ।
  • ଉପନିଷଦରୁ ବ୍ରହ୍ମଜ୍ଞାନ ବିଷୟରେ ଜାଣିହୁଏ ।

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଖ) ଉପନିଷଦରେ କେଉଁ ବିଷୟ ଉପରେ ଆଲୋଚନା କରାଯାଇଛି ?
Answer:

  • ଉପନିଷଦ ହେଉଛି ବେଦର ଏକ ଅଂଶ । ବୈଦିକ ଯୁଗର ଶେଷଭାଗରେ ଏହା ରଚନା କରାଯାଇଛି ।
  • ଗୁରୁ ଓ ଶିଷ୍ୟ ମଧ୍ୟରେ କଥୋପକଥନ ମାଧ୍ୟମରେ ବହୁ ତତ୍ତ୍ୱର ଗୂଢ଼ ରହସ୍ୟ ଉପନିଷଦରେ ବର୍ଣ୍ଣନା କରାଯାଇଛି ।
  • ଏଥିରେ ବହୁ ଜଟିଳ ତତ୍ତ୍ବ ଯଥା – ଜୀବାତ୍ମା, ପରାମାତ୍ମା ଓ ପୃଥ‌ିବୀ ସୃଷ୍ଟିର ରହସ୍ୟ ଆଦି ବିଷୟରେ ଆଲୋଚନା
  • ବ୍ରହ୍ମ ହେଉଛି ପରମାତ୍ମା ବା ପରମେଶ୍ଵର । ଏହି ବ୍ରହ୍ମଜ୍ଞାନ ବିଷୟରେ ଉପନିଷଦରେ ଆଲୋଚନା କରାଯାଇଛି ।

(ଗ) କଠୋପନିଷଦରେ କେଉଁ ବିଷୟ ଉଲ୍ଲେଖ ଅଛି ?
Answer:

  • ‘ନଚିକେତା ଉପାଖ୍ୟାନ’ ହେଉଛି କଠୋପନିଷଦର ଏକ ଉଦାହରଣ ।
  • ନଚିକେତା କିପରି ନିଜର ଶ୍ରଦ୍ଧା, ଭକ୍ତି, ନିଷ୍ଠା ଓ ସେବା ବଳରେ ଧର୍ମରାଜ ଯମଙ୍କଠାରୁ ବ୍ରହ୍ମଜ୍ଞାନ ଲାଭ କରିଥିଲେ କଠୋପନିଷରେ ଏହା ବର୍ଣ୍ଣନା କରାଯାଇଛି ।

(ଘ) ପାର୍ଶ୍ଵନାଥ କିଏ ? ସେ କ’ଣ କହିଥିଲେ ?
Answer:

  1. ପାର୍ଶ୍ଵନାଥ ହେଉଛନ୍ତି ମହାବୀରଙ୍କର ପୂର୍ବବର୍ତ୍ତୀ ତୀର୍ଥଙ୍କର ।
  2. ସେ ମହାବୀରଙ୍କ ୨୫୦ ବର୍ଷ ପୂର୍ବେ ଆବିର୍ଭାବ ହୋଇଥଲେ ।
  3. ସେ କାଶୀରାଜା ଅଶ୍ଵସେନଙ୍କ ପୁତ୍ର ଥିଲେ ।
  4. ସେ ଜୈନଧର୍ମର ଚାରିଗୋଟି ନୀତି ପ୍ରଚାର କରିଥିଲେ । ସେଗୁଡ଼ିକ ହେଲା – (୧) ଜୀବପ୍ରତି ହିଂସା ଆଚରଣ ନକରିବା, (୨) ମିଥ୍ୟା ନ କହିବା, (୩) ଚୋରି ନକରିବା ଓ (୪) ସମ୍ପଭି ପ୍ରତି ଅନାଗ୍ରହ ହେବା । ତେଣୁ ପାର୍ଶ୍ଵନାଥଙ୍କ ପ୍ରଚାରିତ ଧର୍ମକୁ ‘ଚତୁର୍ଯ୍ୟାମଧର୍ମ’’ କୁହାଯାଏ ।

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଙ) ମହାବୀରଙ୍କ ଜନ୍ମ ପରିଚୟ ପ୍ରଦାନ କର ।
Answer:

  • ଆଜକୁ ପ୍ରାୟ ୨୫୦୦ ବର୍ଷ ତଳେ ଅର୍ଥାତ୍ ଖ୍ରୀ. ପୂ. ଷଷ୍ଠ ଶତାବ୍ଦୀରେ ଭାରତରେ ମହାବୀର ଜନ୍ମଗ୍ରହଣ କରିଥିଲେ । ସେ ଜୈନଧର୍ମର ପ୍ରଚାରକ ଥିଲେ ।
  • ସେ ବୈଶାଳୀ ନଗରର କୁନ୍ଦଗ୍ରାମର ଏକ କ୍ଷତ୍ରୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜନ୍ମବେଳେ ତାଙ୍କର ନାମ ଥିଲା ବର୍ତମାନ ।
  • ତାଙ୍କର ପିତାଙ୍କ ନାମ ସିଦ୍ଧାର୍ଥ ଏବଂ ମାତାଙ୍କ ନାମ ତ୍ରିଶଳା ଥିଲା ।
  • ବର୍ଦ୍ଧମାନ ଯଶୋଦା ନାମ୍ନୀ ଏକ କନ୍ୟାକୁ ବିବାହ କରିଥିଲେ । ତାଙ୍କର ଗୋଟିଏ କନ୍ୟା ଜାତ ହୋଇଥିଲା ।

(ଚ) ଜୈନଧର୍ମର ପ୍ରସାର କେଉଁ କାରଣରୁ ହୋଇପାରିଥିଲା ?
Answer:

  • ଜୈନଧର୍ମର ନୀତିଗୁଡ଼ିକୁ ପାଲି ଓ ପ୍ରାକୃତ ଭାଷାରେ ଲେଖାଯାଇଥିବାରୁ ଲୋକମାନେ ଏହାକୁ ସହଜରେ ଜାଣିପାରୁଥିଲେ । ତେଣୁ ଏହା କାଳକ୍ରମେ ଲୋକପ୍ରିୟହେଲା ଓ ଭାରତର ବିଭିନ୍ନ ଅଞ୍ଚଳକୁ ପ୍ରସାରିତ ହେଲା ।
  • ମହାବୀର ବିଭିନ୍ନ ସ୍ଥାନ ବୁଲି ଜୈନଧର୍ମ ପ୍ରଚାର କରିଥିଲେ । ସେ ମଗଧର ରାଜା ବିମ୍ବିସାର ଓ ଅଜାତଶତ୍ରୁଙ୍କୁ ଜୈନଧର୍ମ ପ୍ରତି ଆକୃଷ୍ଟ କରାଇଥିଲେ ।
  • ଜୈନଧର୍ମର ପ୍ରଚାରକମାନେ ଭାରତର ବିଭନ୍ନ ଅଞ୍ଚଳକୁ ଯାଇ ଏହି ଧର୍ମର ପ୍ରସାର ଘଟାଇଥିଲେ ।
  • ମଗଧର ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ କଳିଙ୍ଗର ରାଜା ଖାରବେଳ ଜୈନଧର୍ମ ଗ୍ରହଣ କରି ଏହାର ପୃଷ୍ଠପୋଷକତା ଲାଭ କରିଥିଲେ । ବର୍ତ୍ତମାନ ଗୁଜରାଟ ଓ ରାଜସ୍ଥାନ ରାଜ୍ୟରେ ଜୈନ ଧର୍ମାବଲମ୍ବୀ ଅଧ୍ଵ ସଂଖ୍ୟାରେ ଦେଖାଯାଆନ୍ତି ।

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଛ) ମହାବୀର ଜିନ କର୍ମବାଦ ଉପରେ କ’ଣ କହିଛନ୍ତି ?
Answer:

  • ମହାବୀରଙ୍କ ମତରେ ପ୍ରତ୍ୟେକଙ୍କର ସୁକର୍ମ ଓ କୁକର୍ମ ଉପରେ ତା’ର ପୁନର୍ଜନ୍ମ ନିର୍ଭର କରେ ।
  • ସୁକର୍ମ କଲେ ପୁନର୍ଜନ୍ମ ହୁଏ ନାହିଁ ।
  • ଆମ୍ବ ସଂଯମ, ଶୁଦ୍ଧପୂତ ଆଚରଣ ଓ ନୀତିମୟ ଜୀବନଯାପନ ଦ୍ୱାରା ଆତ୍ମା ମୁକ୍ତି ଲାଭ କରେ ।
  • ଆତ୍ମାର କର୍ମ ବନ୍ଧନରୁ ମୁକ୍ତି ହେଉଛି ନିର୍ବାଣ ଓ ଏହା କେବଳ ଉପବାସ, ଧ୍ୟାନ ଓ କଠୋର ସଂଯମ ଦ୍ବାରା ସମ୍ଭବ ହୋଇଥାଏ ।

(ଜ) ଜୈନ ‘ପଞ୍ଚମହାବ୍ରତ’ କ’ଣ ?
Answer:

  • ପାର୍ଶ୍ଵନାଥ ଜୈନଧର୍ମର ଚାରିଗୋଟି ନୀତି ପ୍ରଚାର କରିଥିଲେ । ସେଗୁଡ଼ିକ ହେଲା – (୧) ଜୀବପ୍ରତି ହିଂସା ଆଚରଣ ନକରିବା, (୨) ମିଥ୍ୟା ନକହିବା, (୩) ଚୋରି ନକରିବା, (୪) ସମ୍ପତ୍ତି ପ୍ରତି ଅନାଗ୍ରହ ହେବା ।
  • ତେଣୁ ପାର୍ଶ୍ଵନାଥଙ୍କ ପ୍ରଚାରିତ ଧର୍ମକୁ ‘ଚତୁର୍ଯ୍ୟାମ ଧର୍ମ’’ କୁହାଯାଉଥିଲା ।
  • ମହାବୀର ସେଥ‌ିରେ ଆଉ ଗୋଟିଏ ନୀତି ‘ବ୍ରହ୍ମଚର୍ଯ୍ୟ’ ଯୋଗ କରିବାରୁ ଏହା ‘ପଞ୍ଚଯାମ ଧର୍ମ’’ରେ ପରିଣତ ହେଲା ।
  • ତେଣୁ ଏହି ପାଞ୍ଚଟି ନୀତିକୁ ଜୈନମାନେ ‘ପଞ୍ଚମହାବ୍ରତ’ ଭାବରେ ପାଳନ କରିଥାନ୍ତି ।

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଝ) ଜୈନଧର୍ମର କୀର୍ତ୍ତି ଥ‌ିବା କେତୋଟି ସ୍ଥାନର ନାମ ଲେଖ ।
Answer:

  1. ଭାରତର ବିଭିନ୍ନ ସ୍ଥାନରେ ଜୈନ କୀର୍ତ୍ତିମାନ ନିର୍ମିତ ହୋଇଥିଲା ।
  2. ସେଗୁଡ଼ିକ ମଧ୍ୟରେ ପ୍ରସିଦ୍ଧ ହେଉଛି – କର୍ଣ୍ଣାଟକ ଶ୍ରାବଣ ବେଲଗୋଲାର ଜୈନ କୀର୍ତ୍ତି, ମହାରାଷ୍ଟ୍ରର ଏଲୋରା ପାହାଡରେ ଥ‌ିବା ଜୈନଗୁମ୍ଫା ଏବଂ ରାଜସ୍ଥାନର ଆବୁ ପର୍ବତରେ ଥ‌ିବା ଜୈନ ମନ୍ଦିର ।
  3. ଓଡିଶାର ଭୁବନେଶ୍ୱରର ଉଦୟଗିରି ଓ ଖଣ୍ଡଗିରି ପାହାଡ଼ରେ ଜୈନ ମନ୍ଦିର ଏବଂ ରାଣୀ ଓ ହାତୀ ଗୁମ୍ଫା ରହିଛି ।

(ଞ) ବୁଦ୍ଧଦେବଙ୍କ ଜନ୍ମ ଓ ବାଲ୍ୟାବସ୍ଥା ବର୍ଣ୍ଣନା କର ।
Answer:

  • ଗୌତମ ବୁଦ୍ଧ ନେପାଳ ଦେଶର ହିମାଳୟ ପାଦଦେଶରେ ଅବସ୍ଥିତ କପିଳବାସ୍ତୁ ନଗରୀ ନିକଟବର୍ତ୍ତୀ ଲୁମ୍ବିନୀ ଉଦ୍ୟାନରେ ଜନ୍ମଗ୍ରହଣ କରିଥିଲେ ।
  • ତାଙ୍କ ପିତା ଶୁଦ୍ଧୋଦନ ଶାକ୍ୟ ନାମକ ଏକ କ୍ଷତ୍ରୀୟ ବଂଶର ରାଜାଥିଲେ । ମାତା ମାୟାଦେବୀ ପୁତ୍ରର ଜନ୍ମର ସାତଦିନ ପରେ ମୃତ୍ୟୁ ବରଣ କରିଥିଲେ ।
  • ସେହି ସାତଦିନର ଶିଶୁପୁତ୍ର ତାଙ୍କର ମାଉସୀ ଗୌତମୀଙ୍କ ଦ୍ବାରା ଲାଳିତପାଳିତ ହୋଇଥିବାରୁ ଶିଶୁପୁତ୍ରଟିର ନାମ ଗୌତମୀ ରଖାଗଲା ।
  • ଗୌତମଙ୍କର ଅନ୍ୟନାମ ଥିଲା ସିଦ୍ଧାର୍ଥ ।

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଟ) ଗୌତମ ଗୃହତ୍ୟାଗ କରିବାର କାରଣ କ’ଣ ଥିଲା ?
Answer:

  • ଗୌତମ ବୁଦ୍ଧ ଏକ ସମ୍ଭ୍ରାନ୍ତ ରାଜବଂଶରେ ଜନ୍ମହୋଇ ମଧ୍ଯ ସଂସାର ପ୍ରତି ତାଙ୍କର ବିରାଗ ମନୋଭାବ ଦେଖାଦେଇଥିଲା । ସେ ରାଜକୀୟ ପରିବେଶରୁ ସର୍ବଦା ଦୂରେଇ ରହୁଥିଲେ । ତାଙ୍କର ଏପରି ଅନାଗ୍ରହ ଭାବଦେଖ୍ ପିତା ଶୁଦ୍ଧୋଦନ ଯଶୋଧାରା ନାମ୍ନୀ ଏକ ସୁନ୍ଦରୀ ରାଜକନ୍ୟା ସହ ତାଙ୍କର ବିବାହ କରାଇଦେଲେ । ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା ।
  • ଦିନେ ଗୌତମ ନଗର ପରିକ୍ରମା କରୁଥିବା ସମୟରେ ଏକ ବୃଦ୍ଧ, ଏକରୋଗୀ ଓ ଏକ ଶବକୁ ଦେଖୁ ତାଙ୍କ ମନରେ ବିରାଗ ଭାବ ଜାତ ହେଲା । ସଂସାରରେ ରହିଲେ ଦୁଃଖ ଭୋଗ କରିବାକୁ ହେବ ବୋଲି ସେ ଭାବିଲେ ।
  • ଏହାପରେ ଦିନେ ଜଣେ ଗୈରିକ ବସ୍ତ୍ର ପରିହିତ ସାଧୁଙ୍କୁ ଦେଖ୍ ଉପଲବ୍ଧ କଲେ ଯେ ସାଂସାରିକ ଦୁଃଖ କଷ୍ଟରୁ ମୁକ୍ତି ପାଇବାର ଏକମାତ୍ର ମାର୍ଗ ହେଲା ସନ୍ୟାସ ।
  • ତେଣୁ ସେ ୨୯ ବର୍ଷ ବୟସରେ ଏକ ଗଭୀର ରାତିରେ ନିଜର, ସ୍ତ୍ରୀ, ପୁତ୍ର ଓ ରାଜପ୍ରାସାଦ ଛାଡି ସତ୍ୟର ସନ୍ଧାନ ପାଇଁ ଗୃହତ୍ୟାଗ କଲେ ।

(୦) ଗୌତମ କାହିଁକି ବୁଦ୍ଧ ନାମରେ ପରିଚିତ ହେଲେ ?
Answer:

  • ଗୌତମ ଗୃହତ୍ୟାଗ କରି ୬ ବର୍ଷ ଧରି ବିଭିନ୍ନ ସ୍ଥାନ ବୁଲି ଜ୍ଞାନ ଆହରଣ କରିବାର ମାର୍ଗ ଖୋଜିଥିଲେ । ସେ -ଆରାଦକାଳାମ ଏବଂ ରୁଦ୍ରକ ରାମପୁତ୍ର ନାମକ ସନ୍ୟାସୀମାନଙ୍କ ଶିଷ୍ୟ ହେଲେ ।
  • କିନ୍ତୁ ସେଥ‌ିରେ ସନ୍ତୁଷ୍ଟ ନହେବାରୁ ଗୟାକୁ ଯାଇ ନିରଞ୍ଜନା ନଦୀ କୂଳରେ ଥ‌ିବା ଏକ ଅଶ୍ଵତ୍‌ଥ ଗଛ ମୂଳରେ ଧ୍ୟାନମଗ୍ନ ହେଲେ ।
  • ବହୁଦିନ ଧ୍ୟାନମଗ୍ନ ହେବାପରେ ତାଙ୍କର ଜ୍ଞାନପ୍ରାପ୍ତି ହେଲା । ତେଣୁ ସେ ‘ବୁଦ୍ଧ’ ନାମରେ ପରିଚିତ ହେଲେ ।
  • ଯେଉଁ ଅଶ୍ୱତ୍‌ଥ ବୃକ୍ଷମୂଳରେ ଧ୍ୟାନ କରୁଥିଲେ ସେହି ବୃକ୍ଷକୁ ‘ବୋଧେମ’ ଓ ସେହି ସ୍ଥାନକୁ ‘ବୁଦ୍ଧଗୟା’ କୁହାଗଲା ।

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଡ) ବୁଦ୍ଧଦେବ ତାଙ୍କ ଧର୍ମ କିପରି ପ୍ରଚାର କରିଥିଲେ ?
Answer:

  • ବୁଦ୍ଧଦେବ ଜ୍ଞାନଲାଭ କଲାପରେ ପ୍ରଥମେ ସାରନାଥର ହରିଣ ଉଦ୍ୟାନରେ ପାଞ୍ଚଜଣଙ୍କୁ ଧର୍ମବାଣୀ ପ୍ରଚାର କରିଥିଲେ । ବୁଦ୍ଧଦେବ ତାଙ୍କର ଦିବ୍ୟଜ୍ଞାନକୁ ବିତରଣ କରିବା ଉଦ୍ଦେଶ୍ୟରେ ଭାରତର ବିଭିନ୍ନ ସ୍ଥାନକୁ ଯାଇଥିଲେ ।
  • ମଗଧକୁ ଯାତ୍ରା କରି ରାଜା ବିମ୍ବିସାର ଓ ଅଜାତଶତ୍ରୁଙ୍କୁ ତାଙ୍କ ଧର୍ମରେ ଦୀକ୍ଷିତ କରାଇଥିଲେ ଏବଂ କୋଶଳ ଯାତ୍ରା କରି ରାଜା ପ୍ରସେନ୍‌ଜିତ୍ ଓ ରାଣୀ ମଲ୍ଲିକାଙ୍କୁ ତାଙ୍କର ଶିଷ୍ୟକରାଇଥିଲେ ।
  • ସେ କପିଳବାସ୍ତୁକୁ ଯାଇ ପିତା ଶୁଦ୍ଧୋଦନ ଓ ପୁତ୍ର ରାହୁଳଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରାଇଥିଲେ ।
  • ସମୟକ୍ରମେ ସେ ଶ୍ରୀବସ୍ତୀ, ନାଳନ୍ଦା, କୌଶାୟୀ, ଚମ୍ପା, ପାବା ଓ କୁଶୀ ନଗର ଆଦି ସ୍ଥାନ ଭ୍ରମଣ କରି ନିଜର ଧର୍ମମତ ସରଳ ଭାଷାରେ ପ୍ରଚାର କରିଥିଲେ ।

(ଢ) ବୌଦ୍ଧଧର୍ମର ସତ୍ୟଗୁଡ଼ିକ କ’ଣ ?
Answer:

  1. ବୁଦ୍ଧଦେବ ଚାରୋଟି ସତ୍ୟ ପ୍ରଚାର କରିଥିଲେ । ଏହାକୁ ‘ଚତୁଃ ଆର୍ଯ୍ୟସତ୍ୟ’ କୁହାଯାଏ ।
  2. ସେଗୁଡ଼ିକ ହେଲା – ମନୁଷ୍ୟ ଜୀବନ ଦୁଃଖପୂର୍ଣ୍ଣ ।
  3. ଏହି ଦୁଃଖର କାରଣ ହେଉଛି କାମନା ।
  4. କାମନାର ବିନାଶରେ ଦୁଃଖର ବିନାଶ । ଆର୍ଯ୍ୟ ଅଷ୍ଟାଙ୍ଗମାର୍ଗ ମାଧ୍ୟରେ କାମନାର ବିନାଶ ହୋଇପାରିବ । କାମନାର ବିନାଶ ହେଲେ ନିର୍ବାଣ ହେବ ।

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଣ) ‘ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ’ କ’ଣ ?
Answer:

  • ମନୁଷ୍ୟ ଜୀବନ ଦୁଃଖପୂର୍ଣ୍ଣ । ଏହି ଦୁଃଖର କାରଣ ହେଉଛି କାମନା । କାମନାର ବିନାଶରେ ଦୁଃଖର ବିନାଶ ହୁଏ ।
  • ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ ମାଧ୍ୟମରେ କାମନାର ବିନାଶ ହୋଇପାରିବ ।
  • ସେହି ଅଷ୍ଟାଙ୍ଗମାର୍ଗ ହେଉଛି – (୧) ସତ୍ ବିଶ୍ଵାସ, (୨) ସଚିନ୍ତା, (୩) ସତ୍‌କର୍ମ, (୪) ସବାକ୍ୟ, (୫) ସତ୍ ଆଚାର, (୬) ସତ୍ ଉଦ୍ୟମ, (୭) ସତ୍ ଜୀବିକା, (୮) ସତ୍ ସଂକଳ୍ପ ।
  • ଏହା ବ୍ରାହ୍ମଣ ଧର୍ମର କୋମଳତା ଓ ଜୈନଧର୍ମର କଠୋରତାର ମଧ୍ୟବର୍ତ୍ତୀ ହୋଇଥିବାରୁ ଏହାକୁ ‘ମଧ୍ୟମପଥ କୁହାଯାଏ ।

୨ । ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନ ପାଇଁ ଚାରିଗୋଟି ସମ୍ଭାବ୍ୟ ଉତ୍ତର ରହିଛି । ସେଥୁରୁ ଉପଯୁକ୍ତ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ଅର୍ଜୁନ ଶ୍ରୀକୃଷ୍ଣଙ୍କଠାରୁ ________ ଲାଭ କରିଥିଲେ ।
(୧) କର୍ମଜ୍ଞାନ
(୨) ଶାସ୍ତ୍ରଜ୍ଞାନ
(୩) ବ୍ରହ୍ମଜ୍ଞାନ କହନ୍ତି ।
(୪) ସୃଷ୍ଟିଜ୍ଞାନ
Answer:
ବ୍ରହ୍ମଜ୍ଞାନ

(ଖ) ଯାହାକୁ ଅଧ୍ୟୟନ କରିବାଦ୍ଵାରା ବ୍ରହ୍ମପ୍ରାପ୍ତି ହୁଏ ତାକୁ ______ କହନ୍ତି ।
(୧) ବ୍ରାହ୍ମଣ
(୨) ଉପନିଷଦ
(୩) ଆରଣ୍ୟକ
(୪) ବେଦ
Answer:
ଉପନିଷଦ

(ଗ) ଭାରତୀୟ ଦାର୍ଶନିକ _________ ଅଦ୍ଵୈତବାଦର ପ୍ରବର୍ତ୍ତକ ।
(୧) ଶଙ୍କରାଚାର୍ଯ୍ୟ
(୨) ବଲ୍ଲଭାଚାର୍ଯ୍ୟ
(୩) ମାଧ୍ଵଚାର୍ଯ୍ୟ
(୪) ରାମାନୁଜ
Answer:
ଶଙ୍କରାଚାର୍ଯ୍ୟ

(ଘ) ଜୈନଧର୍ମର ପ୍ରସାର ପାଇଁ ରାଜା ________ ବିଭିନ୍ନ ପଦକ୍ଷେପ ନେଇଥିଲେ ।
(୧) ବିନ୍ଦୁସାର
(୨) ଅଜାତଶତ୍ରୁ
(୩) ଅଶୋକ
(୪) ଖାରବେଳ
Answer:
ଖାରବେଳ

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଙ) __________ ଶ୍ରେଣୀର ଜୈନ ସନ୍ନ୍ୟାସୀମାନେ ଶ୍ଵେତବସ୍ତ୍ର ପରିଧାନ କରନ୍ତି ।
(୧) ଦିଗମ୍ବର
(୨) ଶ୍ଵେତାମ୍ବର
(୩) ଆଜିବୀକ
(୪) ନିର୍ଗଛ
Answer:
ଶ୍ଵେତାମ୍ବର

(ଚ) ସାରନାଥଠାରେ ବୁଦ୍ଧଦେବ _____ ଜଣ ଶିଷ୍ୟଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରାଇଥିଲେ ।
(୧) ୨
(୨) ୫
(୩) ୧୧
(୪) ୨୩
Answer:

(ଛ) ଓଡ଼ିଶାରେ ବୌଦ୍ଧକୀର୍ତ୍ତି _________ ଠାରେ ରହିଅଛି ।
(୧) ରଗିରି
(୨) ଖଣ୍ଡଗିରି
(୩) ନିୟମଗିରି
(୪) ମହେନ୍ଦ୍ରଗିରି
Answer:
ରଗିରି

୩ । ନିମ୍ନୋକ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି ବାକ୍ୟରେ ପ୍ରଦାନ କର ।

(କ) ଭାରତୀୟ ଋଷି ଓ ମହର୍ଷିମାନେ ଉପନିଷଦକୁ କିପରି ବ୍ୟାଖ୍ୟା କରିଛନ୍ତି ?
Answer:

  • ଭାରତୀୟ ଋଷି ଓ ମହର୍ଷିମାନେ ଉପନିଷଦକୁ ବିଭିନ୍ନ ଚିନ୍ତାଧାରାରେ ବ୍ୟାଖ୍ୟା କରିଛନ୍ତି ।
  • ସଂସାର ସହିତ ଅଧ୍ଵ ସଂପୃକ୍ତ ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତବାଦମୂଳକ ବ୍ୟାଖ୍ୟାକୁ ଦର୍ଶନଶାସ୍ତ୍ର ପଣ୍ଡିତମାନେ ଅଧିକ ସମ୍ମାନ ଦେଉଥୁଲାବେଳେ ବଲ୍ଲଭାଚାର୍ଯ୍ୟ, ମାଲ୍ଟାଚାର୍ଯ୍ୟ ଓ ରାମାନୁଜ ଆଦି ଦାର୍ଶନିକଗଣ ଉପନିଷଦକୁ ଭିନ୍ନ ଭାବେ ଉପସ୍ଥାପନ କରିଛନ୍ତି ।

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଖ) ମହାବୀରଙ୍କ ପୂର୍ବରୁ କେତେଜଣ ଜୈନ ତୀର୍ଥଙ୍କର ଥିଲେ ? ପ୍ରଥମ ଓ ମହାବୀରଙ୍କ ପୂର୍ବ ତୀର୍ଥଙ୍କରଙ୍କ ନାମ ଲେଖ ।
Answer:

  • ମହାବୀରଙ୍କ ପୂର୍ବରୁ ୨୩ ଜଣ ଜୈନ ତୀର୍ଥଙ୍କର ଥିଲେ।
  • ପ୍ରଥମ ତୀର୍ଥଙ୍କରଙ୍କ ନାମ ଋଷଭନାଥ ଏବଂ ମହାବୀରଙ୍କ ପୂର୍ବ ତୀର୍ଥଙ୍କରଙ୍କ ନାମ ହେଉଛି ପାର୍ଶ୍ଵନାଥ ।

(ଗ) ‘ଜିନ୍’ ଶବ୍ଦର ଅର୍ଥ କ’ଣ ? ମହାବୀରଙ୍କ ପ୍ରଚାରିତ ଧର୍ମକୁ କ’ଣ କୁହାଗଲା ?
Answer:

  • ‘ଜିନ୍’ ଶବ୍ଦର ଅର୍ଥ ହେଉଛି ‘ପ୍ରକୃତ ଜ୍ଞାନର ଅଧିକାରୀ’ ।
  • ମହାବୀରଙ୍କ ପ୍ରଚାରିତ ଧର୍ମକୁ ଜୈନଧର୍ମ କୁହାଗଲା ।

(ଘ) ମହାବୀର କେଉଁ ସ୍ଥାନରେ ଦେହତ୍ୟାଗ କରିଥିଲେ ?
Answer:
ମହାବୀର ପାବା ନାମକ ସ୍ଥାନରେ ଦେହତ୍ୟାଗ କରିଥିଲେ ।

(ଙ) ମହାବୀର କର୍ମବାଦ ସମ୍ବନ୍ଧରେ କ’ଣ କହିଥିଲେ ?
Answer:

  • ମହାବୀର କର୍ମବାଦ ସମ୍ବନ୍ଧରେ କହୁଥିଲେ ଯେ ପ୍ରତ୍ୟେକଙ୍କର ସୁକର୍ମ ଓ କୁକର୍ମ ଉପରେ ତା’ର ପୁନର୍ଜନ୍ମ ନିର୍ଭର କରେ ।
  • ସୁକର୍ମ କଲେ ପୁନର୍ଜନ୍ମ ହୁଏ ନାହିଁ ଏବଂ ଆତ୍ମସଂଯମ, ଶୁଦ୍ଧପୂତ ଆଚରଣ ଓ ନୀତିମୟ ଜୀବନଯାପନଦ୍ୱାରା ଆତ୍ମା ମୁକ୍ତିଲାଭ କରେ ।

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଚ) ବୁଦ୍ଧଙ୍କ ନାମ ଗୌତମ କାହିଁକି ହୋଇଥିଲା ?
Answer:

  • ବୁଦ୍ଧଙ୍କ ଜନ୍ମର ସାତଦିନ ପରେ ତାଙ୍କ ମାତା ମାୟାଦେବୀଙ୍କ ମୃତ୍ୟୁ ହୋଇଥିଲା ।
  • ସେ ତାଙ୍କ ମାଉସୀ ଗୌତମୀଙ୍କଦ୍ବାରା ଲାଳିତପାଳିତ ହୋଇଥିବାରୁ ତାଙ୍କ ନାମ ଗୌତମ ହୋଇଥିଲା ।

(ଛ) ବୁଦ୍ଧଦେବ କୋଶଳ ରାଜ୍ୟ ଓ କପିଳବାସ୍ତୁ ରାଜ୍ୟରେ କେଉଁମାନଙ୍କୁ ନିଜ ଧର୍ମରେ ଦୀକ୍ଷିତ କରାଇଲେ ?
Answer:

  • ବୁଦ୍ଧଦେବ କୋଶଳ ରାଜ୍ୟର ରାଜା ପ୍ରସେନ୍‌ତ ଓ ରାଣୀ ମଲ୍ଲିକାଙ୍କୁ ନିଜ ଧର୍ମରେ ଦୀକ୍ଷିତ କରାଇଥିଲେ ।
  • ସେ କପିଳବାସ୍ତୁରେ ତାଙ୍କ ପିତା ଶୁଦ୍ଧୋଦନ ଓ ପୁତ୍ର ରାହୁଳଙ୍କୁ ନିଜ ଧର୍ମରେ ଦୀକ୍ଷିତ କରାଇଥିଲେ ।

(ଜ) ତ୍ରିପିଟକ କ’ଣ?
Answer:
ବୌଦ୍ଧ ଧର୍ମଗ୍ରନ୍ଥକୁ ତ୍ରିପିଟକ କୁହାଯାଏ ।

୪। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଗୋଟିଏ ବାକ୍ୟରେ ଲେଖ ।

(କ) ଉପନିଷଦରେ ଆଲୋଚିତ ଜଟିଳ ତତ୍ତ୍ଵଗୁଡ଼ିକ କ’ଣ ?
Answer:
ଉପନିଷଦରେ ଆଲୋଚିତ ଜଟିଳତତ୍ତ୍ଵଗୁଡ଼ିକ ହେଲା– ଜୀବାତ୍ମା, ପରମାତ୍ମା ଓ ପୃଥ‌ିବୀ ସୃଷ୍ଟିର ରହସ୍ୟ ।

(ଖ) ଉପନିଷଦର ବ୍ରହ୍ମତତ୍ତ୍ବର କଥୋପକଥନ କାହା କାହା ମଧ୍ୟରେ କରାଯାଇଛି ?
Answer:
ଉପନିଷଦର ବ୍ରହ୍ମତତ୍ତ୍ଵର କଥୋପକଥନ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ କରାଯାଇଛି ।

BSE Odisha 6th Class History Solutions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

(ଗ) ଜୈନଧର୍ମର ମୂଳମନ୍ତ୍ର କ’ଣ ଥିଲା ?
Answer:
ଜୈନଧର୍ମର ମୂଳମନ୍ତ୍ର ଥିଲା ଅହିଂସା ।

(ଘ) ଜୈନଧର୍ମାବଲମ୍ବୀମାନେ କେତେ ଭାଗରେ ବିଭକ୍ତ ହୋଇଥିଲେ ?
Answer:
ଜୈନଧର୍ମାବଲମ୍ବୀମାନେ ଦୁଇ ଭାଗରେ ବିଭକ୍ତ ହୋଇଥିଲେ ।

(ଙ) ମହାଭିନିଷ୍କ୍ରମଣର ଅର୍ଥ କ’ଣ ?
Answer:
ସତ୍ୟର ସନ୍ଧାନ ପାଇଁ ବୁଦ୍ଧଦେବଙ୍କର ସଂସାର ତ୍ୟାଗକୁ ମହାଭିନିଷ୍କ୍ରମଣ କୁହାଯାଏ ।

(ଚ) ଧର୍ମଚକ୍ର ପ୍ରବର୍ତ୍ତନ କହିଲେ କ’ଣ ବୁଝ ?
Answer:
ଜ୍ଞାନ ଲାଭ ପରେ ବୁଦ୍ଧଦେବ ପ୍ରଥମେ ସାରନାଥର ହରିଣ ଉଦ୍ୟାନରେ ପାଞ୍ଚଜଣଙ୍କୁ ଧର୍ମବାଣୀ ପ୍ରଚାର କରିଥିଲେ ଓ ଏହି ପ୍ରଥମ ଧର୍ମ ପ୍ରଚାରକୁ ବୌଦ୍ଧଧର୍ମରେ ଧର୍ମଚକ୍ର ପ୍ରବର୍ତ୍ତନ ବୋଲି କୁହାଯାଏ ।

୫ | ‘କ’ ସ୍ତମ୍ଭର ଶବ୍ଦମାନଙ୍କ ସହ ‘ଖ’ ସ୍ତମ୍ଭର ସମ୍ପର୍କିତ ଶବ୍ଦକୁ ଗାର ଟାଣି ଘୋଡ଼ ।

ନୂତନ ଚିନ୍ତାଧାରାର ଅଭ୍ୟୁଦୟ Chapter 6
Answer:

ନୂତନ ଚିନ୍ତାଧାରାର ଅଭ୍ୟୁଦୟ Chapter 6.1

BSE Odisha 6th Class History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

Odisha State Board BSE Odisha 6th Class History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ Textbook Exercise Questions and Answers.

BSE Odisha Class 6 History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

୧। ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଉତ୍ତର ଦିଅ ।

(କ) ବେଦର ଅନ୍ୟ ନାମ କ’ଣ ?
Answer:
ବେଦର ଅନ୍ୟ ନାମ ଶ୍ରୁତି ।

(ଖ) ଚାରୋଟି ବେଦର ନାମ ଲେଖ ।
Answer:
ଚାରୋଟି ବେଦର ନାମ ହେଲା — ଋକ୍‌ବେଦ, ସାମବେଦ, ଯଜୁର୍ବେଦ ଓ ଅଥର୍ବ ବେଦ ।

(ଗ) କେଉଁ ବେଦରେ ଗୁଣି, ଗାରେଡ଼ି ଆଦି ରହିଛି ?
Answer:
ଅଥର୍ବ ବେଦରେ ଗୁଣି ଗାରେଡ଼ି ଆଦି ରହିଛି ।

BSE Odisha 6th Class History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

(ଘ) ଜନ ଓ ବିଶ୍ବର ଅର୍ଥ କ’ଣ ?
Answer:
(୧) ଆର୍ଯ୍ୟମାନଙ୍କର ଦଳରେ ଥିବା ସମସ୍ତ ଲୋକଙ୍କୁ ଜନ କୁହାଯାଉଥିଲା ।
(୨) ଦଳର କେତେକ ସଙ୍ଗଠନକୁ ବିଶ୍ କୁହାଯାଉଥିଲା ।

(ଙ) ଯଜ୍ଞାନୁଷ୍ଠାନରେ କେଉଁ ପଦାର୍ଥ ବ୍ୟବହାର କରାଯାଉଥିଲା ?
Answer:
ଯଜ୍ଞାନୁଷ୍ଠାନରେ ଘିଅ, ଦୁଧ ଆଦି ପଦାର୍ଥ ବ୍ୟବହୃତ ହେଉଥିଲା ।

(ଚ) ଋକ୍‌ବେଦର ମନ୍ତ୍ରଗୁଡ଼ିକ କେଉଁ ଅଞ୍ଚଳରେ ରଚନା କରାଯାଇଥିଲା ?
Answer:
ଋକ୍‌ବେଦର ମନ୍ତ୍ରଗୁଡ଼ିକ ପଞ୍ଜାବ ଅଞ୍ଚଳରେ ରଚନା କରାଯାଇଥିଲା ।

(ଛ) ପରବର୍ତୀ ବୈଦିକ ଯୁଗର ସମୟ ଲେଖ ।
Answer:
ପରବର୍ତୀ ବୈଦିକ ଯୁଗର ସମୟ ଆନୁମାନିକ ଖ୍ରୀ.ପୂ. ୧୦୦୦ରୁ ୬୦୦ ମସିହା ମଧ୍ୟରେ ଥିଲା ।

(ଜ) ଇନାମ୍‌ଗାଓଁଠାରେ କେଉଁ ସଭ୍ୟତା ଆବିଷ୍କାର କରାଯାଇଛି ?
Answer:
ଇନାମ୍‌ଗାଓଁଠାରେ ବୈଦିକ ଯୁଗର ସମସାମୟିକ ତାମ୍ର-ପ୍ରସ୍ତର ଯୁଗର ସଭ୍ୟତା’ ଆବିଷ୍କାର କରାଯାଇଛି ।

(ଝ) କୃଷ୍ଣ ଆୟସର ଅର୍ଥ କ’ଣ ?
Answer:
କୃଷ୍ଣ ଆୟସର ଅର୍ଥ ଲୁହା ।

BSE Odisha 6th Class History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

୨ । ସଂକ୍ଷେପରେ ଉତ୍ତର ଦିଅ ।

(କ) ଚାରିଗୋଟି ବେଦରେ କ’ଣ ସବୁ ଲେଖାଯାଇଛି ଲେଖ ।
Answer:

  • ଋକ୍‌ବେଦରେ ଇନ୍ଦ୍ର, ବରୁଣ, ଅଗ୍ନି, ମିତ୍ର ଆଦି ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ରହିଛି ।
  • ସାମବେଦରେ ଅନେକ ସଙ୍ଗୀତମୟ ପ୍ରାର୍ଥନା ରହିଛି ।
  • ଯଜୁର୍ବେଦରେ ଧର୍ମ ଓ ପୂଜା କର୍ମର ପଦ୍ଧତି ରହିଛି ।
  • ଅଥର୍ବବେଦରେ ଭୂତପ୍ରେତ ଦୂର କରିବା ପାଇଁ ମନ୍ତ୍ର, ଗୁଣି ଗାରେଡ଼ି ଆଦି ରହିଛି । ସମ୍ବନ୍ଧରେ ଲେଖ ।

(ଖ) ଋକ୍‌ବେଦୀୟ ସଭ୍ୟତାର ଶାସନ ବ୍ୟବସ୍ଥା
Answer:

  • ଋକ୍‌ବେଦୀୟ ସଭ୍ୟତାରେ ଦଳରେ ଥିବା ସମସ୍ତ ଲୋକଙ୍କୁ ‘ଜନ’ କୁହାଯାଉଥିଲା । ଦଳର କେତେକ ସଙ୍ଗଠନକୁ ‘ବିଶ୍’ କୁହାଯାଉଥିଲା ।
  • ଦଳର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତିଙ୍କୁ ‘ରାଜନ୍’ କୁହାଯାଉଥିଲା । ସେ ସମୟର ମୁଖ୍ୟ ଶାସନ ବ୍ୟବସ୍ଥା ଥିଲା ରାଜତନ୍ତ୍ର ଏବଂ ରାଜା ଖୁବ୍ କ୍ଷମତାଶାଳୀ ଥିଲେ ।
  • କେତେଗୁଡ଼ିଏ ପରିବାର ବା କୁଳକୁ ନେଇ ଗ୍ରାମର ସୃଷ୍ଟି ହୋଇଥିଲା ।
  • ପରିବାରର ମୁଖ୍ୟଙ୍କୁ ‘କୁଳପ’ ଓ ଗ୍ରାମର ମୁଖ୍ୟଙ୍କୁ ‘ବ୍ରଜପତି’ ବା ‘ଗ୍ରାମଣୀ’ କୁହାଯାଉଥିଲା ।

(ଗ) ବୈଦିକ ଯୁଗର ନାରୀମାନଙ୍କ ସ୍ଥାନ ନିରୂପଣ କର ।
Answer:

  • ବୈଦିକ ଯୁଗରେ ନାରୀମାନଙ୍କ ସ୍ଥାନ ଅତ୍ୟନ୍ତ ଉଚ୍ଚରେ ଥିଲା ।
  • ନାରୀମାନେ ପୁରୁଷମାନଙ୍କ ସହିତ ବିଭିନ୍ନ କାର୍ଯ୍ୟ, ଯାଗଯଜ୍ଞରେ ଯୋଗ ଦେଉଥିଲେ ।
  • ଲୋପାମୁଦ୍ରା, ଘୋଷ ଆଦି ନାରୀମାନେ ବୈଦିକ ମନ୍ତ୍ର ରଚନା କରିଥିଲେ ।

BSE Odisha 6th Class History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

(ଘ) ବୈଦିକ ସଭ୍ୟତାର ଧର୍ମ ବିଷୟରେ ଲେଖ ।
Answer:

  1. ବୈଦିକ ସଭ୍ୟତାର ଲୋକମାନେ ପ୍ରକୃତିର ବିଭିନ୍ନ ଶକ୍ତିକୁ ପୂଜା କରୁଥିଲେ
  2. ପ୍ରକୃତିର ଦୃଶ୍ୟାବଳୀ ପଛରେ ଯେ ଦେବତାମାନଙ୍କର ସତ୍ତା ଅଛି, ଏ ପ୍ରକାର ଧାରଣା ଓ ବିଶ୍ୱାସ ସେମାନଙ୍କର ଥିଲା ।
  3. ସେମାନେ ଉଷା, ସୂର୍ଯ୍ୟ, ଅଗ୍ନି, ବରୁଣ, ଇନ୍ଦ୍ର ଆଦି ଦେବତାମାନଙ୍କୁ ଉପାସନା କରୁଥୁଲେ
  4. ପୃଥ‌ିବୀକୁ ମାତୃଦେବୀ ରୂପେ ପୂଜା କରୁଥିଲେ ।
  5. ଦେବଦେବୀଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ସେମାନେ ଯଜ୍ଞାନୁଷ୍ଠାନର ଆୟୋଜନ କରୁଥିଲେ ଓ ସେଥ‌ିପାଇଁ ଅଗ୍ନିରେ ଘିଅ, ଦୁଧ ଆଦି ଦ୍ରବ୍ୟ ସମର୍ପଣ କରୁଥିଲେ ।

(ଙ) ଇନାମ୍‌ଗାଓଁରୁ ମିଳିଥିବା ମାଟିରେ ତିଆରି ମୂର୍ତ୍ତିମାନଙ୍କ ସମ୍ବନ୍ଧରେ ଲେଖ ।
Answer:

  • ଇନାମ୍‌ଗାଓଁରୁ ମାଟିର ମୂର୍ଭିସବୁ ଆବିଷ୍କାର କରାଯାଇଛି ।
  • ପୋଡ଼ାଇଟାରେ ତିଆରି ପଶୁମାନଙ୍କର ଛୋଟ ଛୋଟ ମୂର୍ତ୍ତିସବୁ ସେଠାରୁ ମିଳିଛି ।
  • ସେଗୁଡ଼ିକୁ ଖେଳନା ଅଥବା ଧର୍ମକାର୍ଯ୍ୟରେ ବ୍ୟବହାର କରାଯାଉଥିଲା ।
  • ବୃଷଭ ଚିତ୍ରଥିବା ମାଟି ପାତ୍ରର ସନ୍ଧାନ ମିଳିଛି ।

(ଚ) ଇନାମ୍‌ଗାଓଁରୁ କେଉଁ କେଉଁ ପ୍ରାଣୀମାନଙ୍କର ଅସ୍ଥି ମିଳିଛି ?
Answer:

  • ଇନାମ୍‌ଗାଓଁରୁ ଗୋରୁ, ମଇଁଷି, ଛେଳି, ମେଣ୍ଢା, କୁକୁର, ଘୋଡ଼ା, ଗଧ, ଘୁଷୁରି, ହରିଣ, ଗୁଣ୍ଡିଚିମୂଷା ପ୍ରଭୃତି ପ୍ରାଣୀମାନଙ୍କର ଅସ୍ଥି ମିଳିଛି ।
  • ସେଠାରେ କୁମ୍ଭୀର, କଇଁଚ, କଙ୍କଡ଼ା ଓ ମାଛ ଆଦି ଅସ୍ଥିର ସନ୍ଧାନ ମିଳିଛି ।
  • ଏତଦ୍‌ବ୍ୟତୀତ ସେଠାରେ ଥ‌ିବା କେତେକ ସମାଧୁରୁ ପୁରୁଷ ଲୋକମାନଙ୍କର ଅସ୍ଥି ମିଳିଛି ।

BSE Odisha 6th Class History Solutions Chapter 5 ବିଭିନ୍ନ ଜୀବନଧାରଣ ପ୍ରଣାଳୀ

(ଛ) ଲୌହଯୁଗ ସମ୍ବନ୍ଧରେ ଏକ ବିବରଣୀ ପ୍ରଦାନ କର ।
Answer:

  • ପ୍ରାୟ ଖ୍ରୀ.ପୂ. ୧୮୦୦ରୁ ୧୨୦୦ ମସିହା ମଧ୍ୟରେ ବେବିଲୋନ ଓ ତାହାର ନିକଟବର୍ତ୍ତୀ ସ୍ଥାନମାନଙ୍କରେ ହିଟାଇଟ୍ ନାମକ ଲୋକମାନେ ଲୁହାପଥରକୁ ତରଳାଇ ଲୁହା ବାହାର କରିବାର କୌଶଳ ଜାଣିପାରିଥିଲେ । କାଳକ୍ରମେ ଏହି କୌଶଳ ପାରସ୍ୟର ଲୋକମାନେ ଜାଣିଲେ ।
  • ଯେଉଁ ଆର୍ଯ୍ୟଦଳ ପାରସ୍ୟରୁ ହିନ୍ଦୁକୁଶ ପାରହୋଇ ଭାରତକୁ ପ୍ରବେଶ କରିଥିଲେ, ସେମାନେ ବୋଧହୁଏ ଲୁହାର ବ୍ୟବହାର ଜାଣିଥିଲେ । ଖ୍ରୀ.ପୂ. ୧୦୦୦ ମସିହା ବେଳକୁ ଭାରତର ଉତ୍ତର-ପଶ୍ଚିମାଞ୍ଚଳ, ବିଶେଷକରି ଗାନ୍ଧାର ଅଞ୍ଚଳରେ ଲୁହା ବ୍ୟବହାର ହେଉଥ‌ିବାର ପ୍ରମାଣ ମିଳିଛି ।
  • ପରବର୍ତୀ ବୈଦିକ ଯୁଗରେ ଗଙ୍ଗାନଦୀର ଅବବାହିକା ଅଞ୍ଚଳରେ ଲୁହାର ବ୍ୟବହାର ପ୍ରସାର ଲାଭ କରିଥିଲା । ସେହି ଅଞ୍ଚଳରେ ଜଙ୍ଗଲ ସଫା କରିବା ପାଇଁ ସମ୍ଭବତଃ ଲୁହାର କୁରାଢ଼ି ବ୍ୟବହାର ହେଉଥିଲା । ପରବର୍ତ୍ତୀ ବେଦରେ ଶ୍ୟାମ ବା କୃଷ୍ଣ ଆୟସ (ଲୁହା)ର ଉଲ୍ଲେଖ ରହିଛି ।
  • ଲୁହାର ଅସ୍ତ୍ରଶସ୍ତ୍ରଦ୍ଵାରା ଆର୍ଯ୍ୟମାନେ କୃଷ୍ଣକାୟ ମୂଳ ଭାରତୀୟମାନଙ୍କୁ ସହଜରେ ପରାସ୍ତ କରିଥିଲେ ଏବଂ କୁରାଢ଼ିଦ୍ଵାରା ଜଙ୍ଗଲ ସଫାକରି ଅଧ୍ବକ ଜମି ଚାଷ କରି ଅଧିକ ଶସ୍ୟ ଉତ୍ପାଦନ କରି ପାରିଥିଲେ ।

୩ । ‘କ’ ସ୍ତମ୍ଭରେ ଥ‌ିବା ଶବ୍ଦଗୁଡ଼ିକୁ ‘ଖ’ ସ୍ତମ୍ଭରେ ଥ‌ିବା ସମ୍ପର୍କିତ ଶବ୍ଦ ସହ ଗାର ଟାଣି ଯୋଡ଼ ।

ବିଭିନ୍ନ ଜୀବନଧାରଣ ପ୍ରଣାଳୀ Chapter 5
Answer:

ବିଭିନ୍ନ ଜୀବନଧାରଣ ପ୍ରଣାଳୀ Chapter 5.1

BSE Odisha 6th Class Political Science Solutions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

Odisha State Board BSE Odisha 6th Class Political Science Solutions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ Textbook Exercise Questions and Answers.

BSE Odisha Class 6 Political Science Solutions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଅ ।

(କ) ସ୍ୱାୟତ୍ତ ଶାସନ କହିଲେ କ’ଣ ବୁଝ ? ଏହା କାହିଁକି କରାଯାଇଛି ?
Answer:

  • ଜନଗୋଷ୍ଠୀ ନିଜକୁ ନିଜେ ଶାସନ କରିବାକୁ ସ୍ୱାୟତ୍ତ ଶାସନ କୁହାଯାଏ ।
  • ଆମ ଦେଶରେ ପ୍ରାୟ ଛଅ ଲକ୍ଷ ଗ୍ରାମ ଓ ଅନେକଗୁଡ଼ିଏ ସହର ଅଛି ।
  • ଏଗୁଡ଼ିକୁ କେନ୍ଦ୍ର ବା ରାଜ୍ୟ ସରକାର ବହୁ ଦୂରରେ ରହି ପ୍ରତ୍ୟକ୍ଷ ଭାବେ ଶାସନ କରିବା ସମ୍ଭବ ନୁହେଁ । ଏଣୁ ଆମ ଦେଶର ଗ୍ରାମ ବା ସହରରେ ବାସ କରୁଥିବା ଲୋକେ ନିଜର ଉନ୍ନତି ହେବାର ଦାୟିତ୍ଵ ନିଜେ ବହନ କଲେ ଏହି ଅଞ୍ଚଳର ବହୁବିଧ ଉନ୍ନତି ହୋଇପାରିବ । ଏଣୁ ସ୍ୱାୟତ୍ତ ଶାସନର ବ୍ୟବସ୍ଥା କରାଯାଇଛି ।

(ଖ) ମେହେଟ୍ଟା କମିଟି ସରକାରଙ୍କୁ କ’ଣ ସୁପାରିସ କରିଥିଲେ ?
Answer:

  • ୧୯୫୮ ମସିହାରେ ବଳବନ୍ତରାୟ ମେହେଟ୍ଟା କମିଟି ଏକ ତିନି ସ୍ତର ବିଶିଷ୍ଟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରଚଳନ ପାଇଁ ସରକାରଙ୍କୁ ସୁପାରିସ କରିଥିଲେ ।
  • ଏହି ସୁପାରିସ ଅନୁସାରେ ଗଣତନ୍ତ୍ରର ବିକେନ୍ଦ୍ରୀକରଣ ଜରିଆରେ ଗ୍ରାମ ସ୍ତରରେ ଗ୍ରାମପଞ୍ଚାୟତ, ବ୍ଲକ୍ ସ୍ତରରେ ପଞ୍ଚାୟତ ସମିତି ଓ ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦ ଗଠନ କରାଯାଇ ପ୍ରତ୍ୟେକଙ୍କୁ ସ୍ବାଧୀନ ଭାବେ କ୍ଷମତା ପ୍ରୟୋଗ କରିବାକୁ ସୁଯୋଗ ଦିଆଯାଇଛି ।

BSE Odisha 6th Class Political Science Solutions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(ଗ) ପଞ୍ଚାୟତିରାଜ ବ୍ୟବସ୍ଥା କାହାକୁ କହନ୍ତି ?
Answer:

  • ବଳବନ୍ତ ରାୟ ମେହେଟ୍ଟା କମିଟି ସୁପାରିସ ଅନୁସାରେ ଗଣତନ୍ତ୍ରର ବିକେନ୍ଦ୍ରୀକରଣ ଜରିଆରେ ଗ୍ରାମ ସ୍ତରରେ ଗ୍ରାମ ପଞ୍ଚାୟତ, ବ୍ଲକ୍‌ସ୍ତରରେ ପଞ୍ଚାୟତ ସମିତି ଓ ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦ ଗଠନ କରାଯାଇ ପ୍ରତ୍ୟେକଙ୍କୁ ସ୍ବାଧୀନ ଭାବରେ କ୍ଷମତା ପ୍ରୟୋଗ କରିବାକୁ ସୁଯୋଗ ଦିଆଯାଇଛି ।
  • ଆମ ଦେଶରେ ଏହି ବ୍ୟବସ୍ଥାକୁ ପଞ୍ଚାୟତିରାଜ ବ୍ୟବସ୍ଥା କୁହାଯାଏ ।

(ଘ) ଗ୍ରାମ ପଞ୍ଚାୟତ ଗଠନ କିପରି ହୁଏ ଲେଖ ।
Answer:

  • ଦୁଇ ହଜାରରୁ ଦଶହଜାର ଲୋକସଂଖ୍ୟା ବିଶିଷ୍ଟ ଏକ ବା ପାଖାପାଖ୍ ଏକାଧ୍ଵ ଗ୍ରାମକୁ ନେଇ ଗ୍ରାମପଞ୍ଚାୟତ ଗଠିତ ହୋଇଥାଏ ।
  • ଗୋଟିଏ ଗ୍ରାମପଞ୍ଚାୟତକୁ କେତେଗୁଡ଼ିଏ ୱାର୍ଡରେ ବିଭକ୍ତ କରାଯାଇଥାଏ । ଏହି ୱାର୍ଡମାନଙ୍କରେ ବାସକରୁଥିବା ସାବାଳକ ଲୋକ ଭୋଟଦେଇ ସେମାନଙ୍କ ୱାର୍ଡରୁ ଜଣେ ପ୍ରତିନିଧ୍ (ୱାର୍ଡ଼ମେମ୍ବର)
  • ପଞ୍ଚାୟତର ସାବାଳକ ଭୋଟରମାନଙ୍କର ସଂଖ୍ୟାଧ୍ଵ ଭୋଟରେ ସରପଞ୍ଚ ନିର୍ବାଚିତ ହୁଅନ୍ତି । ସେ ଗ୍ରାମପଞ୍ଚାୟତର ମୁଖ୍ୟ ଅଟନ୍ତି ।
  • ସମସ୍ତ ୱାର୍ଡମେମ୍ବର ଓ ସରପଞ୍ଚଙ୍କୁ ନେଇ ଗ୍ରାମପଞ୍ଚାୟତର ସଭା ବସେ ଓ ସେହି ସଭାରେ ୱାର୍ଡମେମ୍ବରମାନଙ୍କ ମଧ୍ୟରୁ ଜଣକୁ ନାଏବ ସରପଞ୍ଚ ଭାବେ ନିର୍ବାଚନ କରାଯାଏ ।
  • ସରପଞ୍ଚ, ନାଏବ ସରପଞ୍ଚ ଓ ୱାର୍ଡମେମ୍ବରମାନଙ୍କୁ ନେଇ ଗ୍ରାମପଞ୍ଚାୟତ ଗଢ଼ାହୁଏ ।

(ଙ) ଗ୍ରାମସଭା କିପରି ଗଠିତ ହୁଏ ?
Answer:

  • ଗ୍ରାମପଞ୍ଚାୟତ ଅନ୍ତର୍ଭୂକ୍ତ ସମସ୍ତ ସାବାଳକ ଭୋଟର, ଗ୍ରାମପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ଓ ସରପଞ୍ଚଙ୍କୁ ନେଇ ଗ୍ରାମସଭା ଗଠିତ ହୁଏ ।
  • ଏହି ସଭାରେ ସରପଞ୍ଚ ଅଧ୍ୟକ୍ଷତା କରନ୍ତି ।

BSE Odisha 6th Class Political Science Solutions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(ଚ) ପଞ୍ଚାୟତ ସମିତି ଚେୟାରମ୍ୟାନ୍ କିପରି ନିର୍ବାଚିତ ହୁଅନ୍ତି ?
Answer:

  • ସାବାଳକ ଭୋଟ ପ୍ରଥା ମାଧ୍ୟମରେ ପଞ୍ଚାୟତ ସମିତି ଅନ୍ତର୍ଗତ ପ୍ରତ୍ୟେକ ପଞ୍ଚାୟତରୁ ପଞ୍ଚାୟତ ସମିତି ପାଇଁ ଜଣେ ଲେଖାଏଁ ସଭ୍ୟ/ସଭ୍ୟା ନିର୍ବାଚିତ ହୋଇଥା’ନ୍ତି । ଏମାନଙ୍କୁ ସମିତି ସଭ୍ୟ କୁହାଯାଏ ।
  • ଏହି ସଭ୍ୟମାନଙ୍କ ମଧ୍ୟରୁ ହରିଜନ, ଆଦିବାସୀ ଓ ମହିଳା ସଭ୍ୟ/ସଭ୍ୟାମାନେ ଆନୁପାତିକ ଦୃଷ୍ଟିରୁ ର ହି ଥାଆନ୍ତି ।
  • ଏହି ସଭ୍ୟମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ପଞ୍ଚାୟତ ସମିତିର ଅଧ୍ୟକ୍ଷ ବା ଚେୟାରମ୍ୟାନ୍ ଭାବେ ନିର୍ବାଚିତ କରିଥା’ନ୍ତି ।

ଛ) ଜିଲ୍ଲା ପରିଷଦ କିପରି ଗଠିତ ହୁଏ ?
Answer:

  • ପ୍ରତି ଜିଲ୍ଲାକୁ କେତେଗୁଡ଼ିଏ ଜିଲ୍ଲା ପରିଷଦ ଜୋନ୍‌ରେ ବିଭକ୍ତ କରାଯାଇଥାଏ ।
  • ପ୍ରତ୍ୟେକ ଜୋନ୍‌ରୁ ସାବାଳକ ଭୋଟ ପ୍ରଥା ଜରିଆରେ ଜଣେ ଜଣେ ସଭ୍ୟ ନିର୍ବାଚିତ ହୁଅନ୍ତି । ତାଙ୍କୁ ଜିଲ୍ଲା ପରିଷଦ ସଭ୍ୟ କୁହାଯାଏ । ନିର୍ବାଚିତ କରିଥା’ନ୍ତି ।
  • ଏହି ଜିଲ୍ଲା ପରିଷଦ ସଭ୍ୟମାନେ ସେମାନଙ୍କ ମଧ୍ୟରୁ ଜଣକୁ ଅଧକ୍ଷ ଓ ଆଉଜଣଙ୍କୁ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ କରିଥା’ନ୍ତି ।
  • ପଞ୍ଚାୟତ ସମିତି ପରି ଜିଲ୍ଲା ପରିଷଦକୁ ଆଦିବାସୀ, ହରିଜନ ଓ ମହିଳା ସଭ୍ୟ ନିର୍ବାଚିତ
  • ଏହିସବୁ ସଭ୍ୟମାନଙ୍କୁ ନେଇ ଜିଲ୍ଲା ପରିଷଦ ଗଠିତ ହୁଏ ।

(ଜ) ଜିଲ୍ଲା ପରିଷଦ କି କି କାର୍ଯ୍ୟ କରିଥା’ନ୍ତି ?
Answer:

  • ଜିଲ୍ଲା ପରିଷଦ ଜିଲ୍ଲା ସ୍ତରୀୟ ଯୋଜନା ପ୍ରସ୍ତୁତ କରନ୍ତି ।
  • ପଞ୍ଚାୟତ ସମିତି ଓ ଗ୍ରାମପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରନ୍ତି ।
  • ଜିଲ୍ଲା ମଧ୍ୟରେ ଥିବା ଶିକ୍ଷାନୁଷ୍ଠାନ, ସର୍ବସାଧାରଣ ପାଠାଗାର ଓ ଜନମଙ୍ଗଳ ସଂସ୍ଥାକୁ ଆର୍ଥିକ ସାହାଯ୍ୟ ମଞ୍ଜୁର କରନ୍ତି ।
  • କୃଷି, ଶିଳ୍ପ, ସାମାଜିକ ବନୀକରଣ, ପଶୁପାଳନ, ସମବାୟ, ଗ୍ରାମ୍ୟ ବିଦ୍ୟୁତ୍‌କରଣ, କ୍ଷୁଦ୍ର ଜଳସେଚନ ଯୋଜନା, ପ୍ରାଥମିକ, ମାଧ୍ୟମିକ ଓ ପ୍ରୌଢ଼ଶିକ୍ଷାର ଉନ୍ନତି ପାଇଁ ପଦକ୍ଷେପ ନିଅନ୍ତି ।

(ଝ) ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ କେଉଁଗୁଡ଼ିକ ଅନ୍ତର୍ଭୂକ୍ତ ?
Answer:
ମହାନଗର ନିଗମ, ପୌରପାଳିକା (ମ୍ୟୁନିସିପାଲିଟି), ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍.ଏ.ସି.) ଆଦି ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ସହରାଞ୍ଚଳ ସ୍ନାୟତ୍ତ ଶାସନ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ।

BSE Odisha 6th Class Political Science Solutions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(ଞ) ମହାନଗର ନିଗମ କିପରି ଗଠନ କରାଯାଇଛି ?
Answer:

  • ନଗରକୁ ବିଭିନ୍ନ ୱାର୍ଡରେ ଭାଗ କରାଯାଇ ଜଣେ ଲେଖାଏଁ ପ୍ରତିନିଧ ପ୍ରତ୍ୟେକ ୱାର୍ଡରୁ ନିଗମ ପରିଷଦକୁ ସାବାଳକ ଭୋଟ ପ୍ରଥା ଜରିଆରେ ନିର୍ବାଚିତ ହୁଅନ୍ତି ।
  • ଏମାନଙ୍କୁ କର୍‌ପୋରେଟର୍‌ କୁହାଯାଏ ।
  • ଏହି କର୍‌ପୋରେଟରମାନଙ୍କ ମଧ୍ୟରୁ କେତେକ ସଭ୍ୟପଦ ଆଦିବାସୀ, ମହିଳା, ହରିଜନମାନଙ୍କ ପାଇଁ ସଂରକ୍ଷିତ ହେବା ବ୍ୟବସ୍ଥା ଅଛି ।
  • ନିଗମର ପ୍ରତିନିଧୁମାନେ ସେମାନଙ୍କ ମଧ୍ୟରୁ ଜଣକୁ ମେୟର ଓ ଆଉ ଜଣକୁ ଡେପୁଟି ମେୟର ଭାବରେ ନିର୍ବାଚିତ କରନ୍ତି ।
  • ମେୟର ନିଗମର ମୁଖ୍ୟ ଅଟନ୍ତି ଓ ସେ ନିଗମ ପରିଷଦରେ ଅଧ୍ୟକ୍ଷତା କରନ୍ତି ।
  • ମେୟର, ଡେପୁଟି ମେୟର ଓ କର୍‌ପୋରେଟର୍‌ମାନଙ୍କୁ ନେଇ ମହାନଗର ନିଗମ ଗଠିତ ହୋଇଥାଏ ।

(ଟ) ମହାନଗର ନିଗମର ବାଧ୍ୟତାମୂଳକ କାର୍ଯ୍ୟଗୁଡ଼ିକ କ’ଣ ?
Answer:
ମହାନଗର ନିଗମର ବାଧ୍ୟତାମୂଳକ କାର୍ଯ୍ୟ :

  • ପାଣି ଟାଙ୍କି ନିର୍ମାଣ ଓ ଏହାର ରକ୍ଷଣାବେକ୍ଷଣ କରିବା ।
  • ବିଜୁଳି ଯୋଗାଣ ଓ ରାସ୍ତା ବିଦ୍ୟୁତ୍‌କରଣ ।
  • ଜନସ୍ଵାସ୍ଥ୍ୟର ବିକାଶ, ଅଳିଆ ଆବର୍ଜନା ସଫା, ନାଳନର୍ଦ୍ଦମା ନିର୍ମାଣ ଓ ରକ୍ଷଣାବେକ୍ଷଣ, ସଂକ୍ରାମକ ରୋଗ ନିୟନ୍ତ୍ରଣ ।
  • ରାସ୍ତାଘାଟ ଓ ପୋଲ ନିର୍ମାଣ, ମରାମତି ଓ ରକ୍ଷଣାବେକ୍ଷଣ ।
  • ଯାନବାହନ ଚଳାଚଳ ଓ ନିୟନ୍ତ୍ରଣ
  • ଡାକ୍ତରଖାନା, ମାତୃମଙ୍ଗଳ ଓ ଶିଶୁମଙ୍ଗଳ କେନ୍ଦ୍ର ସ୍ଥାପନ ଓ ରକ୍ଷଣାବେକ୍ଷଣ, ଟୀକାଦାନ ।

(୦) ପୌରପାଳିକା କେଉଁ କେଉଁ ସୂତ୍ରରୁ ଆୟ କରିଥା’ନ୍ତି ?
Answer:
ପୌରପାଳିକା ଖର୍ଚ୍ଚ ପାଇଁ ଆବଶ୍ୟକ ହେଉଥ‌ିବା ଅର୍ଥ ଦୁଇଟି ସୂତ୍ରକୁ ଆୟ କରିଥାଏ; ଯଥା – ନିଜସ୍ୱ ଆୟ ଓ ସରକାରୀ ଅନୁଦାନ ।
ନିଜସ୍ୱ ଆୟ :

  • ପୌରପାଳିକା ଅନ୍ତର୍ଗତ ଜମି,ଘର, କୋଠାବାଡ଼ି ଇତ୍ୟାଦି ଉପରେ ଧାର୍ଯ୍ୟ ହୋଇଥିବା କର ।
  • ପଣ୍ୟକର, ପାଇଖାନା, ଆଲୋକ ଓ ଜଳକର, ବ୍ୟବସାୟ ଓ ପ୍ରମୋଦକରରୁ ଆଦାୟ ହେଉଥ‌ିବା ଅର୍ଥ ।
  • ଯାନବାହନ; ଯଥା— ସାଇକେଲ, ରିକ୍‌ସା, ଶଗଡ଼ଗାଡି, ଟ୍ରଲିଗାଡି ଇତ୍ୟାଦି ଉପରେ ଧାର୍ଯ୍ୟ ଟିକସ ଆଦାୟ ।

ସରକାରୀ ଅନୁଦାନ :
ସରକାର ପୌରପାଳିକାର ଉନ୍ନତିମୂଳକ କାର୍ଯ୍ୟପାଇଁ ଅନୁଦାନ ଓ ଋଣ ଯୋଗାଇଥାଆନ୍ତି ।

BSE Odisha 6th Class Political Science Solutions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

୨। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ/ସଂଖ୍ୟା ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ଆମ ଦେଶ ଶାସନର ମୁଖ୍ୟ କାର୍ଯ୍ୟାଳୟ ____________ ଠାରେ ଅଛି । (ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, କୋଲକତା )
Answer:
ଦିଲ୍ଲୀ

(ଖ) ବଳବନ୍ତରାୟ ମେହେଟ୍ଟା କମିଟି _________________ ମସିହାରେ ତିନି ସ୍ତର ବିଶିଷ୍ଟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରଚଳନ ପାଇଁ ସୁପାରିସ କରିଥିଲେ । (୧୯୫୭, ୧୯୫୮, ୧୯୫୯, ୧୯୬୦)
Answer:
୧୯୫୮

(ଗ) `ଗ୍ରାମ ପଞ୍ଚାୟତର କାର୍ଯ୍ୟକାଳ ______________ ବର୍ଷ । (୩, ୪, ୫, ୬)
Answer:

(ଘ) ଗ୍ରାମସଭା ____________ ଙ୍କ ସଭାପତିତ୍ବରେ ବସିଥାଏ । (ୱାର୍ଡମେମ୍ବର, ନାଏବ ସରପଞ୍ଚ, ସରପଞ୍ଚ, ସମିତି ସଭ୍ୟ) ଙ୍କୁ ନିଯୁକ୍ତି ଦେଇଥା’ନ୍ତି ।
Answer:
ସରପଞ୍ଚ

BSE Odisha 6th Class Political Science Solutions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(ଙ) ବ୍ଲକ୍‌ର ଦୈନନ୍ଦିନ କାର୍ଯ୍ୟ ବୁଝିବା ପାଇଁ ସରକାର ______________ ଙ୍କୁ ନିଯୁକ୍ତି ଦେଇଥା’ନ୍ତି । (ଗ୍ରାମସେବକ, ବି.ଡ଼ି.ଓ., କୃଷି ଉନ୍ନୟନ ଅଧିକାରୀ, ନିର୍ମାଣ ଯନ୍ତ୍ରୀ)
Answer:
ବି.ଡ଼ି.ଓ.

(ଚ) ଜିଲ୍ଲା ପରିଷଦର କାର୍ଯ୍ୟକାଳ ________________ ବର୍ଷ ଅଟେ | (୪, ୫, ୬, ୭)
Answer:

(ଛ) ଦଶ ଲକ୍ଷରୁ ଅଧ‌ିକ ଲୋକସଂଖ୍ୟା ଥିବା ସହରରେ ______________ ପ୍ରତିଷ୍ଠା କରାଯାଏ । (ଜିଲ୍ଲା ପରିଷଦ, ଗ୍ରାମ ପଞ୍ଚାୟତ, ମହାନଗର ନିଗମ, ପୌର ପରିଷଦ)
Answer:
ମହାନଗର ନିଗମ

(ଜ) ପୌରପାଳିକାର ସଭ୍ୟଙ୍କୁ ________________ କୁହାଯାଏ ।(ସମିତି ସଭ୍ୟ, କାଉନ୍‌ସିଲ୍‌ର, ୱାର୍ଡମେମ୍ବର, ସରପଞ୍ଚ)
Answer:
କାଉନ୍‌ସିଲ୍‌ର

୩। ତଳେ ଦିଆଯାଇଥ‌ିବା ଉତ୍ତରଗୁଡ଼ିକ ମଧ୍ୟରୁ କେଉଁଟି ଠିକ୍ ତା’ ପାଖରେ (✓) ଚିହ୍ନ ଦିଅ ।

(କ) ଗ୍ରାମପଞ୍ଚାୟତ ଗଠନ ପାଇଁ ଲୋକସଂଖ୍ୟା କେତେ ହେବା ଦରକାର ?
(୧) ୨,୦୦୦ ରୁ ୧୦,୦୦୦
(୨) ୩,୦୦୦ ରୁ ୬,୦୦୦
(୩) ୪,୦୦୦ ରୁ ୫,୦୦୦
(୪) ୫,୦୦୦ ରୁ ୬,୦୦୦
Answer:
(୨) ୩,୦୦୦ ରୁ ୬,୦୦୦

BSE Odisha 6th Class Political Science Solutions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(ଖ) ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ରହିଛି :
(୧) ଗ୍ରାମପଞ୍ଚାୟତ
(୨) ପଞ୍ଚାୟତ ସମିତି
(୩) ଜିଲ୍ଲା ପରିଷଦ
(୪) ମହାନଗର ନିଗମ
Answer:
(୪) ମହାନଗର ନିଗମ

(ଗ) ଗ୍ରାମପଞ୍ଚାୟତର ଗୋଟିଏ ବାଧ୍ୟତାମୂଳକ କାର୍ଯ୍ୟ ହେଉଛି :
(୧) କୂଅ ଖୋଳିବା
(୨) ମାଛ ଚାଷ
(୩) ସମବାୟ ସମିତି ଗଠନ
(୪) ପାଠାଗାର ନିର୍ମାଣ
Answer:
(୧) କୂଅ ଖୋଳିବା

(ଘ) ପଞ୍ଚାୟତ ସମିତି ବୈଠକ ବସିଥାଏ :
(୧) ଦୁଇ ମାସରେ ଥରେ
(୨) ଚାରି ମାସରେ ଥରେ
(୩) ତିନି ମାସରେ ଥରେ
(୪) ପାଞ୍ଚ ମାସରେ ଥରେ
Answer:
(୧) ଦୁଇ ମାସରେ ଥରେ

(ଙ) ଜିଲ୍ଲା ପରିଷଦଙ୍କ କାର୍ଯ୍ୟକାଳ ହେଉଛି :
(୧) ୪ ବର୍ଷ
(୨) ୬ ବର୍ଷ
(୩) ୫ ବର୍ଷ
(୪) ୭ ବର୍ଷ
Answer:
(୩) ୫ ବର୍ଷ

BSE Odisha 6th Class Political Science Solutions Chapter 4 ସ୍ଥାନୀୟ ସ୍ୱାୟତ୍ତ ଶାସନ

(ଚ) ଏକ ଲକ୍ଷରୁ ଅଧିକ ଲୋକସଂଖ୍ୟା ଥିବା ସହରରେ ଗଠନ କରାଯାଏ :
(୧) ଜିଲ୍ଲା ପରିଷଦ
(୨) ମହାନଗର ନିଗମ
(୩) ପୌରପାଳିକା
(୪) ବିଜ୍ଞାପିତ ଅଞ୍ଚଳ ପରିଷଦ
Answer:
(୩) ପୌରପାଳିକା

୪। ଭୁଲ ଥିଲେ ଠିକ୍ କର ।
(କ) ଲୋକମାନେ ନିଜ ପ୍ରତିନିଧ୍ ବାଛି ରାଜ୍ୟଗୋଷ୍ଠୀ ତିଆରି କରିଥା’ନ୍ତି ।
(ଖ) ୱାର୍ଡର ସଭ୍ୟଙ୍କୁ ଜିଲ୍ଲା ପରିଷଦ ସଭ୍ୟ କୁହାଯାଏ ।
(ଗ) ସରପଞ୍ଚ ପଞ୍ଚାୟତର ଆୟ ବ୍ୟୟ ହିସାବ ରଖନ୍ତି ।
(ଘ) ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି ।
(ଙ) -ଜିଲ୍ଲା ପରିଷଦର ମୁଖ୍ୟଙ୍କୁ ସରପଞ୍ଚ କୁହାଯାଏ ।
(ଚ) ମହାନଗର ନିଗମର କାର୍ଯ୍ୟ ପରିଚାଳନା ପାଇଁ ବି.ଡ଼ି.ଓ. ଥାଆନ୍ତି ।
(ଛ) ପୌର ପାଳିକାର ୱାର୍ଡରୁ ନିର୍ବାଚିତ ସଭ୍ୟଙ୍କୁ ୱାର୍ଡମେମ୍ବର କହନ୍ତି ।
Answer:
(କ) ଲୋକମାନେ ନିଜ ପ୍ରତିନିଧୂ ବାଛି ଜନଗୋଷ୍ଠୀ ତିଆରି କରିଥା’ନ୍ତି ।
(ଖ) ୱାର୍ଡର ସଭ୍ୟଙ୍କୁ ୱାର୍ଡ଼ମେମ୍ବର କୁହାଯାଏ ।
(ଗ) ସମ୍ପାଦକ ପଞ୍ଚାୟତର ଆୟ ବ୍ୟୟ ହିସାବ ରଖନ୍ତି ।
(ଘ) ପଞ୍ଚାୟତ ସମିତି ଅଧ୍ୟକ୍ଷ ସମିତି ସଭ୍ୟ/ସଭ୍ୟମାନଙ୍କ ମଧ୍ୟରୁ ସେମାନଙ୍କଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ।
(ଙ) ଜିଲ୍ଲା ପରିଷଦର ମୁଖ୍ୟଙ୍କୁ ଅଧ୍ୟକ୍ଷ କୁହାଯାଏ ।
(ଚ୍) ମହାନଗର ନିଗମର କାର୍ଯ୍ୟ ପରିଚାଳନା ପାଇଁ କାର୍ଯ୍ୟପାଳିକା ବା କମିଶନର ଥାଆନ୍ତି ।
(ଛ) ପୌର ପାଳିକାର ୱାର୍ଡରୁ ନିର୍ବାଚିତ ସଭ୍ୟଙ୍କୁ କାଉନ୍ସିଲର କହନ୍ତି ।

BSE Odisha 6th Class Political Science Solutions Chapter 3 ସରକାର

Odisha State Board BSE Odisha 6th Class Political Science Solutions Chapter 3 ସରକାର Textbook Exercise Questions and Answers.

BSE Odisha Class 6 Political Science Solutions Chapter 3 ସରକାର

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର
୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ସରକାର କାହିଁକି ଗଠନ କରାଯାଇଛି ?
Answer:
ରାଷ୍ଟ୍ରର ଶାସନ କାର୍ଯ୍ୟର ସୁପରିଚାଳନା ପାଇଁ ସରକାର ଗଠନ କରାଯାଇଛି ।

(ଖ) ସରକାରଙ୍କଦ୍ଵାରା କରାଯାଉଥ‌ିବା ବିଭିନ୍ନ ଜନହିତକର କାର୍ଯ୍ୟର ଉଦାହରଣ ଦିଅ ।
Answer:
ସରକାରଙ୍କଦ୍ଵାରା କରାଯାଉଥ‌ିବା ବିଭିନ୍ନ ଜନହିତକର କାର୍ଯ୍ୟ :

  • ସରକାର ରାଷ୍ଟ୍ରର ଉନ୍ନତି ପାଇଁ ବିଭିନ୍ନ ଯୋଜନା; ଯଥା – ଗମନାଗମନ ପାଇଁ ରାସ୍ତା ତିଆରି ଓ ମରାମତି, ସହର ଓ ଗ୍ରାମକୁ ବିଦ୍ୟୁତ୍ ଯୋଗାଣ, ଲୋକମାନଙ୍କୁ ବ୍ୟବସାୟ ଓ କୃଷି ପାଇଁ ଋଣ ଯୋଗାଣ, ଚିକିତ୍ସା ପାଇଁ ଡାକ୍ତରଖାନା, ଶିକ୍ଷା ପାଇଁ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ନିର୍ମାଣ, ବାତ୍ୟା, ବନ୍ୟା, ମରୁଡ଼ି, ଭୂମିକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ କରିଥାଆନ୍ତି।
  • ଏଥୁ ସହିତ ଲୋକମାନଙ୍କର ବିଭିନ୍ନ ବିବାଦର ସମାଧାନ କୋଟ କଚେରୀ ମାଧ୍ୟମରେ କରାଇ ଲୋକମାନଙ୍କୁ ସୁଖ ଓ ଶାନ୍ତିରେ ରହିବା ପାଇଁ ବ୍ୟବସ୍ଥା କରିଥାଆନ୍ତି ।

BSE Odisha 6th Class Political Science Solutions Chapter 3 ସରକାର

(ଗ) ସଂସଦୀୟ ସରକାରର ଲକ୍ଷଣଗୁଡ଼ିକ ଲେଖ ।
Answer:
ସଂସଦୀୟ ସରକାରର ଲକ୍ଷଣ:

  • ସଂସଦୀୟ ସରକାରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଉତ୍ତମ ବୁଝାମଣା ଭିତ୍ତିରେ କାର୍ଯ୍ୟ କରିଥାଆନ୍ତି ।
  • ସଂସଦୀୟ ସରକାରରେ ରାଷ୍ଟ୍ରମୁଖ୍ୟ ଆଳଙ୍କାରିକ ମୁଖ୍ୟ ହିସାବରେ ଥାଆନ୍ତି ।
  • ସଂସଦୀୟ ବ୍ୟବସ୍ଥାରେ କାର୍ଯ୍ୟପାଳିକା ବ୍ୟବସ୍ଥାପିକାର ଏକ ଅଂଶ ।
  • କାର୍ଯ୍ୟପାଳିକା ବ୍ୟବସ୍ଥାପିକା ପାଖରେ ଉତ୍ତରଦାୟୀ ରହିଥାଆନ୍ତି ।
  • ବ୍ୟବସ୍ଥାପିକାର ସଭ୍ୟମାନେ ଜନସାଧାରଣଙ୍କଦ୍ବାରା ପ୍ରତ୍ୟକ୍ଷଭାବେ ନିର୍ବାଚିତ ହୋଇଥାଆନ୍ତି ।
  • ବ୍ୟବସ୍ଥାପିକାର ସଭ୍ୟମାନେ ବିଭିନ୍ନ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ପାଖରେ ଦାୟୀ ରହିଥାଆନ୍ତି ।

(ଘ) ରାଷ୍ଟ୍ରପତୀୟ ସରକାର ଓ ଐକିକ ସରକାର ମଧ୍ୟରେ ଏକ ତୁଳନାତ୍ମକ ବିବରଣୀ ଦିଅ ।
Answer:
ରାଷ୍ଟ୍ରପତୀୟ ସରକାର ଓ ଐକିକ ସରକାର ମଧ୍ୟରେ ଏକ ତୁଳନାତ୍ମକ ବିବରଣୀ ଦିଅ ।

(ଙ) ଗଣତାନ୍ତ୍ରିକ ସରକାର ଲୋକମାନଙ୍କର ସରକାର କିପରି ଦର୍ଶାଅ ।
Answer:

  • ଗଣତାନ୍ତ୍ରିକ ସରକାରର ଶାସନ ହେଉଛି ଲୋକମାନଙ୍କର ଶାସନ ।
  • ଏହି ଶାସନ ବ୍ୟବସ୍ଥାରେ ସାବାଳକ ନାଗରିକ ସ୍ବାଧୀନ ଭାବରେ ଭୋଟଦେଇ ରାଜନୈତିକ ଦଳର ଲୋକମାନଙ୍କ ମଧ୍ୟରୁ ଲୋକପ୍ରତିନିଧ୍ ବାଛନ୍ତି ।
  • ସଂଖ୍ୟାଗରିଷ୍ଠ ରାଜନୈତିକ ଦଳର ପ୍ରତିନିଧ‌ିମାନେ ସରକାର ଗଢ଼ି ରାଜ୍ୟ ଶାସନ କରିଥାଆନ୍ତି ।
  • ଏହି ଲୋକପ୍ରତିନିଧିମାନେ ସେମାନଙ୍କ କାର୍ଯ୍ୟକଳାପ ପାଇଁ ଲୋକମାନଙ୍କ ପାଖରେ ଉତ୍ତରଦାୟୀର ହ ନ୍ତି ।
  • ଗଣତାନ୍ତ୍ରିକ ସରକାରର ଶାସନରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ ସୁବିଧା ସୁଯୋଗ ଓ ଅଧିକାର ଲାଭ କରନ୍ତି । ପୁଣି ସରକାର ଠିକ୍ ଭାବେ ଶାସନ ନକଲେ ଲୋକମାନେ ସରକାରଙ୍କୁ ବଦଳାଇ ଦେଇପାରନ୍ତି । ଏଣୁ ଏହି ସରକାର ଯଥାର୍ଥରେ ହିଁ ଲୋକମାନଙ୍କ ସରକାର ଅଟେ ।

BSE Odisha 6th Class Political Science Solutions Chapter 3 ସରକାର

(ଚ) ରାଷ୍ଟ୍ରସଂଘୀୟ ସରକାର ଓ ରାଜତନ୍ତ୍ର ମଧ୍ୟରୁ ତୁମକୁ କେଉଁଟି ଅଧିକ ଭଲ ଲାଗୁଛି ଓ କାହିଁକି ?
Answer:

  • ରାଷ୍ଟ୍ରସଂଘୀୟ ସରକାର ଓ ରାଜତନ୍ତ୍ର ମଧ୍ୟରୁ ମୋତେ ରାଷ୍ଟ୍ରସଂଘୀୟ ସରକାର ଅଧିକ ଭଲ ଲାଗୁଛି ।
  • କାରଣ ରାଷ୍ଟ୍ରସଂଘୀୟ ସରକାରରେ ରାଷ୍ଟ୍ର ସ୍ତରରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ରାଜ୍ୟ ସରକାର ରହିଥାଏ ।
  • ଦୁଇ ସ୍ତରର ସରକାରମାନେ ବ୍ୟବସ୍ଥାପିକା, ପ୍ରଶାସନିକ ଓ ନ୍ୟାୟିକ କ୍ଷମତା ଉପଭୋଗ କରି ଶାସନ କାର୍ଯ୍ୟ କରନ୍ତି ।
  • କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷମତା ବଣ୍ଟନ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ କରାଯାଇଥାଏ ।
  • ମାତ୍ର ରାଜତାନ୍ତ୍ରିକ ସରକାରରେ ରାଜା ରାଷ୍ଟ୍ରର ସର୍ବୋଚ୍ଚ କର୍ତ୍ତା । ତାଙ୍କ ପାଖରେ ସମସ୍ତ କ୍ଷମତା ଠୁଳ ହୋଇଥାଏ ।
  • ରାଷ୍ଟ୍ରର ସମସ୍ତ ଆଇନ ମାନିବାକୁ ରାଜା ବାଧ୍ୟ ନୁହଁନ୍ତି ଏବଂ ତାଙ୍କ ନିଷ୍ପତ୍ତି ମାନିବାକୁ ସମସ୍ତେ ବାଧ୍ୟ ହୋଇଥା’ନ୍ତି । ସେ ନିଜେ ଆଇନ ତିଆରି କରି ତାହାକୁ କାର୍ଯ୍ୟକାରୀ କରନ୍ତି ଓ ତାଙ୍କ ହାତରେ ସମସ୍ତ କ୍ଷମତା ଠୁଳ ହୋଇଥିବାରୁ ସେ ସ୍ଵେଚ୍ଛାଚାରୀ ହୋଇଥା’ନ୍ତି ।

୨। ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଲେଖ ।

(କ) ରାଷ୍ଟ୍ରର ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ନୀତି ନିୟମ କିଏ ପ୍ରଣୟନ କରିଥାଏ ?
Answer:
ରାଷ୍ଟ୍ରର ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ନୀତି ନିୟମ ସରକାର ପ୍ରଣୟନ କରିଥାଏ ।

(ଖ) ଐକିକ ସରକାରରେ କାହା ଉପରେ କ୍ଷମତା ନ୍ୟସ୍ତ କରାଯାଇଥାଏ ?
Answer:
ଐକିକ ସରକାରରେ ଗୋଟିଏ ସରକାର ବା କେନ୍ଦ୍ର ସରକାର ଉପରେ କ୍ଷମତା ନ୍ୟସ୍ତ କରାଯାଇଥାଏ ।

BSE Odisha 6th Class Political Science Solutions Chapter 3 ସରକାର

(ଗ) ରାଷ୍ଟ୍ରପତୀୟ ସରକାରରେ କାର୍ଯ୍ୟପାଳିକାର ମୁଖ୍ୟ କିଏ ?
Answer:
ରାଷ୍ଟ୍ରପତି ରାଷ୍ଟ୍ରପତୀୟ ସରକାରରେ କାର୍ଯ୍ୟପାଳିକାର ମୁଖ୍ୟ ଅଟନ୍ତି ।

(ଘ) ରାଷ୍ଟ୍ରସଂଘୀୟ ସରକାରରେ ଥ‌ିବା ଦୁଇପ୍ରକାର ସରକାରର ନାମ ଲେଖ ।
Answer:
ରାଷ୍ଟ୍ରସଂଘୀୟ ସରକାରରେ ଥ‌ିବା ଦୁଇ ପ୍ରକାର ସରକାର ହେଲେ –
(୧) ରାଷ୍ଟ୍ର ସ୍ତରରେ ଗଠିତ କେନ୍ଦ୍ର ସରକାର ।
(୨) ରାଜ୍ୟ ସ୍ତରରେ ଗଠିତ ରାଜ୍ୟ ସରକାରସମୂହ ।

(ଙ) ଗଣତାନ୍ତ୍ରିକ ସରକାରରେ ଶାସନକାର୍ଯ୍ୟ କାହାଦ୍ଵାରା କରାଯାଏ ?
Answer:
ଗଣତାନ୍ତ୍ରିକ ସରକାରରେ ଶାସନକାର୍ଯ୍ୟ ସଂଖ୍ୟାଗରିଷ୍ଠ ରାଜନୈତିକ ଦଳର ପ୍ରତିନିଧୂମାନଙ୍କଦ୍ୱାରା ଗଠିତ ସରକାରଙ୍କଦ୍ବାରା କରାଯାଏ ।

୩ । ରେଖାଙ୍କିତ ପଦ/ପଦଗୁଡ଼ିକ ବଦଳାଇ ଭ୍ରମ ସଂଶୋଧନ କର ।
(କ) ପରିବାର ହେଉଛି ଏକ ସରକାରୀ ଅନୁଷ୍ଠାନ ।
(ଖ) ସଂସଦୀୟ ସରକାରରେ କାର୍ଯ୍ୟପାଳିକା ନ୍ୟାୟପାଳିକାର ଏକ ଅଂଶ ।
(ଗ) ରାଷ୍ଟ୍ରପତୀୟ ସରକାରରେ ସଚିବମାନଙ୍କୁ ବ୍ୟବସ୍ଥାପିକା ନିଯୁକ୍ତ କରେ ।
(ଘ) ଯୁକ୍ତରାଜ୍ୟରେ ରାଷ୍ଟ୍ରପତୀୟ ସରକାର ଅଛି ।
(ଙ) ଐକିକ ସରକାରରେ ସମସ୍ତ କ୍ଷମତା ଆଞ୍ଚଳିକ ସରକାର ଉପରେ ନ୍ୟସ୍ତ ଥାଏ ।
(ଚ) ରାଷ୍ଟ୍ରସଂଘୀୟ ସରକାରରେ ତିନି ପ୍ରକାର ସରକାର ଥାଏ ।
(ଛ) ଭାରତରେ ଭୋଟଦେବା ପାଇଁ ଜଣକୁ ଅତିକମ୍‌ରେ କୋଡ଼ିଏ ବର୍ଷ ବୟସ ହୋଇଥିବା ଦରକାର ।
Answer:
(କ) ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ହେଉଛି ଏକ ସରକାରୀ ଅନୁଷ୍ଠାନ ।
(ଖ) ସଂସଦୀୟ ସରକାରରେ ବ୍ୟବସ୍ଥାପିକାର କାର୍ଯ୍ୟପାଳିକା ଏକ ଅଂଶ ।
(ଗ) ରାଷ୍ଟ୍ରପତୀୟ ସରକାରରେ ସଚିବମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି ।
(ଘ) ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତୀୟ ସରକାର ଅଛି ।
(ଙ) ଐକିକ ସରକାରରେ ସମସ୍ତ କ୍ଷମତା କେନ୍ଦ୍ର ସରକାର ଉପରେ ନ୍ୟସ୍ତ ଥାଏ ।
(ଚ) ରାଷ୍ଟ୍ରସଂଘୀୟ ସରକାରରେ ଦୁଇ ପ୍ରକାର ସରକାର ଥାଏ ।
(ଛ) ଭାରତରେ ଭୋଟଦେବା ପାଇଁ ଜଣକୁ ଅତିକମ୍‌ରେ ଅଠର ବର୍ଷ ବୟସ ହୋଇଥିବା ଦରକାର ।

BSE Odisha 6th Class Political Science Solutions Chapter 3 ସରକାର

୪। ପ୍ରତି ପ୍ରଶ୍ନ ପାଇଁ ଥ‌ିବା ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ରାଷ୍ଟ୍ର ଶାସନ ପାଇଁ କ’ଣ ଗଠନ କରାଯାଇଥାଏ ?
(୧) ପରିବାର
(୨) ସମାଜ
(୩) ସଂଘ
(୪) ସରକାର
Answer:
(୪) ସରକାର

(ଖ) ଆଧୁନିକ ଯୁଗରେ ସବୁଠାରୁ କେଉଁ ଶାସନ ଲୋକପ୍ରିୟ ?
(୧) ଗଣତନ୍ତ୍ର
(୨) ଐକିକ
(୩) ରାଜତନ୍ତ୍ର
(୪) ରାଷ୍ଟ୍ରପତୀୟ
Answer:
(୧) ଗଣତନ୍ତ୍ର

(ଗ) ରାଷ୍ଟ୍ରପତୀୟ ସରକାରରେ ରାଷ୍ଟ୍ରର ଶାସନମୁଖ୍ୟ କିଏ ?
(୧) ବ୍ୟବସ୍ଥାପିକା
(୨) ରାଷ୍ଟ୍ରପତି
(୩) କାର୍ଯ୍ୟପାଳିକା
(୪) ସଚିବ
Answer:
(୨) ରାଷ୍ଟ୍ରପତି

BSE Odisha 6th Class Political Science Solutions Chapter 3 ସରକାର

(ଘ) ସବୁଠାରୁ ପ୍ରାଚୀନ ଶାସନ ବ୍ୟବସ୍ଥା କେଉଁଟି ?
(୧) ଗଣତନ୍ତ୍ର
(୨) ରାଜତନ୍ତ୍ର
(୩) ସାଧାରଣତନ୍ତ୍ର
(୪) ଲୋକତନ୍ତ୍ର
Answer:
(୨) ରାଜତନ୍ତ୍ର

୫। ଠିକ୍ ଉକ୍ତି ପାଖରେ ( ✓) ଚିହ୍ନ ଓ ଭୁଲ୍ ଉକ୍ତି ପାଖରେ (x) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)

(କ) ସରକାର ନଥିଲେ ଆଇନ ଶୃଙ୍ଖଳା ବ୍ୟାହତ ହୁଏ ।
Answer:

(ଖ) ସଂସଦୀୟ ସରକାରରେ କାର୍ଯ୍ୟପାଳିକା ରାଷ୍ଟ୍ରପତିଙ୍କ ପାଖରେ ଉତ୍ତରଦାୟୀ ।
Answer:
x

(ଗ) ଶ୍ରୀଲଙ୍କାରେ ଐକକ ସରକାର ଅଛି ।
Answer:
x

(ଘ) ରାଷ୍ଟ୍ରପତୀୟ ସରକାରରେ ରାଷ୍ଟ୍ରପତି ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।
Answer:
x

BSE Odisha 6th Class Political Science Solutions Chapter 3 ସରକାର

(ଙ) ଗଣତନ୍ତ୍ର ଶାସନ ହେଉଛି ଲୋକମାନଙ୍କର ଶାସନ ।
Answer:

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

Odisha State Board BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ Textbook Exercise Questions and Answers.

BSE Odisha Class 6 History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

୧। ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଅ ।

(କ) ହରପ୍‌ପା ସଭ୍ୟତାର ନିଦର୍ଶନ ଭାରତର କେଉଁ ସ୍ଥାନମାନଙ୍କରୁ ମିଳିଛି ?
Answer:

  • ପ୍ରତ୍ନତତ୍ତ୍ବବିତ୍‌ମାନେ ସିନ୍ଧୁ ନଦୀ ଉପତ୍ୟକାର ବିଭିନ୍ନ ସ୍ଥାନ ଖୋଳି ଦୁଇଟି ପ୍ରାଚୀନ ସହର ଉଦ୍ଧାର କରିଥିଲେ ।
  • ଏହି ସହର ଦୁଇଟି ହେଉଛି ହରପ୍‌ପା ଓ ମହେଞ୍ଜୋଦାରୋ ।
  • ହରପ୍‌ପାଠାରେ ଖନନ ଦ୍ଵାରା ପ୍ରଥମେ ଏହି ସଭ୍ୟତା ଜଣାପଡ଼ିଥିବାରୁ ଏହାକୁ ହରପ୍‌ପା ସଭ୍ୟତା କୁହାଯାଏ ।
  • ଭାରତର ପଞ୍ଜାବର ରୋପଡ଼, ଗୁଜରାଟର ଲୋଥାଲ ଏବଂ ଧୋଲାବୀରା, ରାଜସ୍ଥାନର କାଲିବନ୍‌ର୍ଗା, ହରିୟାଣାର ବନ୍‌ୱାଲି ଆଦି ସ୍ଥାନରୁ ହରପ୍‌ପା ସଭ୍ୟତାର ନିଦର୍ଶନ ମିଳିଛି ।

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

(ଖ) ହରପ୍‌ପା ଓ ମହେଞ୍ଜୋଦାରୋ ସହର ଦୁଇଟି କେବେ ଓ କାହାଦ୍ଵାରା ମାଟିତଳୁ ଆବିଷ୍କାର କରାଯାଇଥିଲା ?
Answer:

  • ୧୯୨୧ ଖ୍ରୀଷ୍ଟାବ୍ଦରେ ପ୍ରତ୍ନତତ୍ତ୍ୱବିତ୍ ଦୟାରାମ ସାହାଣୀ ମାଟିତଳୁ ହରପ୍‌ପା ସହରକୁ ଆବିଷ୍କାର କରିଥିଲେ । ଏହା ସିନ୍ଧୁନଦୀର ଉପନଦୀ ରାବୀ ନଦୀ କୂଳରେ ଅବସ୍ଥିତ ।
  • ସେହିପରି ୧୯୨୨ ଖ୍ରୀଷ୍ଟାବ୍ଦରେ ପ୍ରତ୍ନତତ୍ତ୍ୱବିତ୍ ରାଖାଲଦାସ ବାନାର୍ଜୀ ସିନ୍ଧୁନଦୀ କୂଳରେ ଥ‌ିବା ମହେଞ୍ଜୋଦାରୋ ସହରକୁ ମାଟିତଳୁ ଆବିଷ୍କାର କରିଥିଲେ ।
  • ହରପ୍‌ପାଠାରୁ ମହେଞ୍ଜୋଦାରୋର ଦୂରତା ପ୍ରାୟ ୩୫୦ ମାଇଲ ଅଟେ ।
  • କିନ୍ତୁ ଏହି ଦୁଇଟି ସହର ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଅଛି ।

(ଗ) ହରପ୍‌ପା ସଭ୍ୟତାକୁ କାହିଁକି ଭାରତର ପ୍ରଥମ ନଗର ସଭ୍ୟତା କୁହନ୍ତି ?
Answer:

  • ଭାରତର ଅନ୍ୟାନ୍ୟ ସ୍ଥାନରୁ ଉଦ୍ଧାର କରାଯାଇଥିବା ନଗରଗୁଡ଼ିକର ଧ୍ୱଂସାବଶେଷର ହରପ୍‌ପା ଧ୍ୱଂସାବଶେଷ ସହିତ ସାମଞ୍ଜସ୍ୟ ରହିଛି ।
  • କେତେକ ଐତିହାସିକଙ୍କ ମତରେ ହରପ୍‌ପା ସଭ୍ୟତା ମେସୋପଟାମିଆ ସଭ୍ୟତା ପୂର୍ବରୁ ବିକାଶ ଲାଭ କରିଥିଲା ।
  • କାରଣ ହରପ୍‌ପାର ସିଲ୍ ବା ମୋହର ମେସୋପଟାମିଆର ଉର୍ ଓ କିଶ୍ ସ୍ଥାନରେ ଦେଖିବାକୁ ମିଳିଛି ।
  • ତେଣୁ ହରପ୍‌ପା ସଭ୍ୟତାକୁ ଭାରତର ପ୍ରଥମ ନଗରସଭ୍ୟତା ବୋଲି କୁହାଯାଏ ।

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

(ଘ) ମହେଞ୍ଜୋଦାରୋ ସହରରୁ ଆବିଷ୍କୃତ ହୋଇଥିବା ସ୍ନାନାଗାରର ଗଠନ ପ୍ରଣାଳୀ କିପରି ଥିଲା ?
Answer:

  1. ମହେଞ୍ଜୋଦାରୋ ସହରରୁ ଆବିଷ୍କୃତ ହୋଇଥିବା ସ୍ନାନାଗାରର ଆୟତାକାର ବିଶିଷ୍ଟ ଥିଲା । ଏହାର ଲମ୍ବ ୫୫ ମିଟର, ପ୍ରସ୍ଥ ୩୩ ମିଟର ଓ ଗଭୀରତା ୮ ମିଟର ଥିଲା ।
  2. ଏହାର କାନ୍ଥ ଓ ପାହାଚଗୁଡ଼ିକ ପୋଡ଼ାଇଟାରେ ତିଆରି ହେବା ସହିତ ଏଗୁଡ଼ିକ ଜଳର ତଳଭାଗ ପର୍ଯ୍ୟନ୍ତ ଲମ୍ବିଥିଲା ।
  3. ସ୍ନାନାଗାରର ଉପରିଭାଗରେ ଏକ କୂଅ ଥିଲା । ଏଥିରୁ ଜଳ ନଳ ସାହାଯ୍ୟରେ ସ୍ନାନାଗାରରେ ଭର୍ତ୍ତି କରାଯାଉଥିଲା ।
  4. ସ୍ନାନାଗାରର ନିମ୍ନଭାଗରେ ଏକ ନାଳ ମାଟିତଳେ ବହୁ ଦୂରକୁ ଲମ୍ବି ରହିଥିଲା । ଯାହାଦ୍ଵାରା ଦୂଷିତ ଜଳ ନିଷ୍କାସି ହେଉଥିଲା । ସ୍ନାନାଗାରର ଚାରିପାଖରେ ଛୋଟ ଛୋଟ କୋଠରୀମାନ ରହିଥିଲା ।

(ଙ) ହରପ୍‌ପା ନଗରର ଗଠନ ପ୍ରଣାଳୀ ସମ୍ପର୍କରେ ଲେଖ ।
Answer:

  • ହରପ୍‌ପା ସଭ୍ୟତାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏହାର ନଗର ନିର୍ମାଣ ଯୋଜନା ଅନୁଯାୟୀ ନଗର ନିର୍ମାଣ ହୋଇଥିଲା ।
  • ପ୍ରତ୍ୟେକ ନଗରକୁ ଦୁଇଗୋଟି ଭାଗରେ ବିଭକ୍ତ କରାଯାଇଥିଲା । ଗୋଟିଏ ଭାଗ ଉଚ୍ଚ ସ୍ଥାନରେ ଓ ଦ୍ଵିତୀୟ ଭାଗଟି ପାଦଦେଶରେ ଅବସ୍ଥିତ ଥିଲା ।
  • ନଗରର ଚାରିପଟରେ ପ୍ରାଚୀର ଘେରି ରହିଥ‌ିବାରୁ ଏହା ଦୁର୍ଗପରି ସୁରକ୍ଷିତ ଥିଲା । ନଗର ପରିକ୍ଳପନା ଆଧୁନିକ ନଗର ପରି ଉନ୍ନତ ଥିଲା ।
  • ଦୀର୍ଘ ଓ ପ୍ରଶସ୍ତ ରାସ୍ତା ଗୁଡ଼ିକ ସିଧା ଭାବରେ ସହରର ମଧ୍ୟ ଭାଗରେ ଲମ୍ବିଥିଲା । ଏହି ରାସ୍ତାର ଶାଖା ରାସ୍ତାଗୁଡ଼ିକ ପରସ୍ପରକୁ ସମକୋଣରେ ଛେଦ କରୁଥିଲେ । ରାସ୍ତାର ଉଭୟ ପାର୍ଶ୍ଵରେ ଜଳ ଓ ଆବର୍ଜନା ଯିବାପାଇଁ ପକ୍‌କା ନାଳ ଥିଲା ।

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

(ଚ) ହରପ୍‌ପା ସଭ୍ୟତାର ଲୋକମାନଙ୍କ ବାସଗୃହ ଗୁଡ଼ିକର ଗଠନ ଶୈଳୀ କିପରି ଥିଲା ?
Answer:

  • ହରପ୍‌ପା ସଭ୍ୟତାର ଲୋକମାନଙ୍କ ବାସଗୃହ ଗୁଡ଼ିକ ରାସ୍ତାର ଉଭୟ ପାର୍ଶ୍ଵରେ ଯୋଜନା ଅନୁସାରେ ନିର୍ମିତ ହୋଇଥିଲା । ଘରଗୁଡ଼ିକ ପୋଡ଼ା ଇଟାରେ ତିଆରି ହେଉଥିଲା ଏବଂ ଗୃହଗୁଡ଼ିକ ଏକ ମହଲା ବା ଦୁଇ ମହଲା ବିଶିଷ୍ଟ ଥିଲା ।
  • ଘର ମଧ୍ୟକୁ ଆଲୋକ ଓ ବାୟୁ ପ୍ରବେଶ କରିବା ପାଇଁ ଝରକା ଓ ଦ୍ବାରା ରହୁଥିଲା । ଉଭୟ ମହଲାକୁ ଯିବାପାଇଁ କାଠରେ ତିଆରି ଶିଡ଼ି ରହୁଥିଲା ।
  • ପ୍ରତ୍ୟେକ ବାସଗୃହ ମଧ୍ୟରେ ଗୋଟିଏ ଅଗଣା ରହୁଥିଲା । ଅଗଣା ନିକଟରେ ଗାଧୁଆ ଘର ରହୁଥିଳା । ପ୍ରତ୍ୟେକ ଘରର ମଇଳା ପାଣି ଓ ଆବର୍ଜନା ଯିବା ପାଇଁ ଘର ଭିତରେ ଛୋଟ ନାଳ ରହୁଥିଲା । ସେହି ନାଳ ରାସ୍ତାର ମୁଖ୍ୟନାଳ ସହିତ ସଂଯୋଗ ହେଉଥିଲା ।
  • କାଠରେ ନିର୍ମିତ ଘରର ଛାତ ସମତଳ ଥିଲା । ଶ୍ରମିକ ଶ୍ରେଣୀର ଲୋକମାନେ ଏକ କୋଠରି ବିଶିଷ୍ଟ ଛୋଟ ଘରେ ରହୁଥିଲେ ।

(ଛ) ମହେଞ୍ଜୋଦାରୋଠାରେ ଆବିଷ୍କୃତ ସ୍ନାନାଗାରର ନିର୍ମାଣ ଶୈଳୀ କିପରି ଥିଲା ?
Answer:

  • ମହେଞ୍ଜୋଦାରୋ ସହରରୁ ଆବିଷ୍କୃତ ହୋଇଥିବା ସ୍ନାନାଗାର ଆୟତାକାର ବିଶିଷ୍ଟ ଥିଲା । ଏହାର ଲମ୍ବ ୫୫ ମିଟର, ପ୍ରସ୍ଥ ୩୩ ମିଟର ଓ ଗଭୀରତା ୮ ମିଟର ଥିଲା ।
  • ଏହାର କାନ୍ଥ ଓ ପାହାଚଗୁଡ଼ିକ ପୋଡ଼ା ଇଟାରେ ତିଆରି ହୋଇଥିଲା ଓ ଏଗୁଡ଼ିକ ଜଳର ତଳ ଭାଗ ପର୍ଯ୍ୟନ୍ତ ଲମ୍ବିଥିଲା ।
  • ସ୍ନାନାଗାରର ଉପରିଭାଗରେ ଏକ କୂଅ ଥିଲା । ଏଥୁରୁ ଜଳ ନଳ ସାହାଯ୍ୟରେ ସ୍ନାନାଗାରରେ ଭର୍ତ୍ତି କରାଯାଉଥିଲା ।
  • ସ୍ନାନାଗାରର ନିମ୍ନଭାଗରେ ଏକ ନାଳ ମାଟି ତଳେ ବହୁ ଦୂରକୁ ଲମ୍ବି ରହିଥିଲା । ଫଳରେ ଦୂଷିତ ଜଳ ନିଷ୍କାସିତ ହେଉଥିଲା । ସ୍ନାନାଗାରର ଚାରିପାଖରେ ଛୋଟ ଛୋଟ କୋଠରିମାନ ରହିଥିଲା ।

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

(ଜ୍) ହରପ୍‌ପାଠାରେ ଥ‌ିବା ଶସ୍ୟ ଭଣ୍ଡାର ବିଷୟରେ ଧାରଣା ଦିଅ ।
Answer:

  1. ହରପ୍‌ପାର ସୁରକ୍ଷିତ ଭାଗରେ ଉତ୍ତର ଦିଗକୁ ଗୋଟିଏ ବିରାଟ ଶସ୍ୟାଗାର ଆବିଷ୍କୃତ ହୋଇଅଛି । ଏହାର ଲମ୍ବ ୬୬ ମିଟର ଓ ପ୍ରସ୍ଥ ୧୬ ମିଟର ।
  2. ଏହା ମଧ୍ୟରେ ଦୁଇଟି ପ୍ରକୋଷ୍ଠ ରହିଥିଲା । ଏହି ଦୁଇ ପ୍ରକୋଷ୍ଠ ମଧ୍ଯରେ ଚଉଡ଼ା ଯାତାୟତ ପଥ ରହିଥିଲା ।
  3. ଏହି ବୃହତ୍ ଶସ୍ୟାଗାରର ଦକ୍ଷିଣ ଦିଗରେ କେତେକ ଗୋଲାକାର ଚଟାଣ ଦେଖିବାକୁ ମିଳେ ।
  4. ଏହି ଚଟାଣ ଗୁଡ଼ିକ ଶସ୍ୟ ଅମଳ କରିବା ପାଇଁ ବ୍ୟବହୃତ ହେଉଥିଲା ।

(ଝ) ହରପ୍‌ପା ସଭ୍ୟତାର ଲୋକମାନଙ୍କର ବେଶପୋଷାକ ଓ ଅଳଙ୍କାର କେଉଁ ପ୍ରକାର ଥିଲା ?
Answer:

  • ହରପ୍‌ପା ସଭ୍ୟତାର ଲୋକମାନେ କପାଓ ପଶମର ଲୁଗା ତିଆରି କରି ପିନ୍ଧୁଥିଲେ । ପୁରୁଷମାନେ ଲୁଙ୍ଗିପରି ଲୁଗା ପିନ୍ଧୁଥିଲେ ଓ ସ୍ତ୍ରୀଲୋକମାନେ ଘାଗରା ପରି ଲୁଗା ପିନ୍ଧିବାକୁ ଭଲ ପାଉଥିଲେ ।
  • ନାରୀ ଓ ପୁରୁଷ ଉଭୟ ବିଭିନ୍ନ ଅଳଙ୍କାର ଯଥା -ହାର, ମୁଦି, ଅଣ୍ଟାସୂତା, ବାଜୁବନ୍ଧ, ବଳା, କାନଫୁଲ, ନାକଫୁଲ ଇତ୍ୟାଦି ପିନ୍ଧୁଥିଲେ ।
  • ଧନୀ, ବଣିକ ଓ ବ୍ୟବସାୟୀମାନେ ସୁନା, ରୂପା ଓ ହାଡ଼ରେ ତିଆରି ଅଳଙ୍କାର ପିନ୍ଧୁଥିଲେ । ଗରିବ ଶ୍ରେଣୀର ଲୋକମାନେ ତମ୍ବା, ହାଡ଼, ପୋହଳା ଓ ମାଟି ନିର୍ମିତ ଅଳଙ୍କାର ପିନ୍ଧୁଥିଲେ ।
  • ପୁରୁଷମାନେ ଲମ୍ବା କେଶ ଓ ଦାଢ଼ି ରଖୁଥିଲେ । ସ୍ତ୍ରୀଲୋକମାନେ ହାତୀଦାନ୍ତ ଓ ଶିଙ୍ଗ ତିଆରି ପାନିଆ ଏବଂ ମୁଣ୍ଡ କଣ୍ଟା ବ୍ୟବହାର କରୁଥିଲେ ।

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

(ଞ) ହରପ୍‌ପା ସଭ୍ୟତାର ଲୋକମାନେ ମାଟିଶିଳ୍ପ ଓ ଧାତୁଶିଳ୍ପରେ ନିପୁଣ ଥିଲେ ବୋଲି କିପରି ଜଣାପଡ଼େ ?
Answer:

  • ହରପ୍‌ପା ସଭ୍ୟତାର ଲୋକମାନେ ସୁନା, ରୂପା, ତମ୍ବା, ଟିଣ ଓ ଦସ୍ତା ଧାତୁର ବିଭିନ୍ନ ପ୍ରକାର ପଦାର୍ଥ ତିଆରି କରୁଥିଲେ । ଗୃହର ଉପକରଣ ଯଥା— ଥାଳି, ପାତ୍ର, ଗରା, କୁଣ୍ଡ, କ୍ଷୁର, ଛୁଞ୍ଚି, ଦାଆ, ଖଣ୍ଡା, ତୀର ଓ ବର୍ଣ୍ଣାଗୁଡ଼ିକ ବିଭିନ୍ନ ଧାତୁର ତିଆରି କରୁଥିଲେ । କେତେକ କାରିଗର କଂସାର ମୂର୍ତ୍ତି ଓ ଅଳଙ୍କାରମାନ ତିଆରି କରୁଥିଲେ ।
  • ହରପ୍‌ପା ସଭ୍ୟତାର ପ୍ରଧାନ ଶିଳ୍ପ ଥିଲା ମାଟି ପାତ୍ର ନିର୍ମାଣ । ଚକ ବ୍ୟବହାର କରି ଅନେକ ସୁନ୍ଦର ସୁନ୍ଦର ମାଟିପାତ୍ର ନିର୍ମାଣ କରୁଥିଲେ ।
  • ମାଟିରେ ବିଭିନ୍ନ ଉପକରଣ ଯଥା – ହାଣ୍ଡି, ମାଠିଆ, ସୁରେଇ, ଥାଳି, ପିଆଲା ପ୍ରଭୃତି ଗଢ଼ି ସେଥ‌ିରେ ନାନା ପ୍ରକାରର ଚିତ୍ର ଆଙ୍କୁଥିଲେ ଓ ସେଗୁଡ଼ିକୁ ନାନା ରଙ୍ଗରେ ଚିତ୍ରଣ କରୁଥିଲେ ।
  • ପିଲାମାନଙ୍କର ଖେଳଣା, ଚକ ଲାଗିଥୁବା ଛୋଟ ଛୋଟ ଗାଡ଼ି, ବିଭିନ୍ନ ପଶୁ ଓ ପକ୍ଷୀ, ମଣିଷ, ହୁଇସିଲ୍ ଆଦି ମାଟିରେ ତିଆରି କରି ତାକୁ ବିଭିନ୍ନ ରଙ୍ଗ ଦେଉଥିଲେ ।

(ଟ) ହରପ୍‌ପା ସଭ୍ୟତାରେ ଲୋକମାନେ କେଉଁ କେଉଁ ଦେବଦେବୀଙ୍କୁ ପୂଜା କରୁଥିଲେ ?
Answer:

  • ହରପ୍‌ପା ସଭ୍ୟତାରେ କୌଣସି ମନ୍ଦିର ଦେଖିବାକୁ ମିଳେ ନାହିଁ ।
  • ସେଠାରେ ପଥର ମୂର୍ତ୍ତି, ତମ୍ବା କିମ୍ବା ପୋଡ଼ା ମାଟିର ମୋହର ଉପରେ ଖୋଦିତ ହୋଇଥ‌ିବା ବିଭିନ୍ନ ମୂର୍ତ୍ତି ଦେଖିବାକୁ ମିଳେ ।
  • ଅନୁମାନ କରାଯାଏ ଯେ ସେମାନେ ପଶୁପତି, ଦେବୀ, ବୃଷଭ, ସର୍ପ, ବୃକ୍ଷ ଆଦିକୁ ପୂଜା କରୁଥିଲେ ।
  • ସେଠାରେ କେତେକ ମୋହରରେ ମାତୃକା ମୂର୍ତ୍ତି ଦେଖିବାକୁ ମିଳେ । ତେଣୁ ହରପ୍‌ପାର ଲୋକମାନେ ଦେବୀ ପୂଜା କରୁଥିଲେ ।

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

(୦) ହରପ୍‌ପା ସଭ୍ୟତାର ପତନର କାରଣଗୁଡ଼ିକ କ’ଣ ? କେଉଁ କାରଣଟିକୁ ତୁମେ ଅଧ୍ବକ ଦାୟୀ କରିବ ଓ କାହିଁକି ?
Answer:

  1. ହରପ୍‌ପା ସଭ୍ୟତାର ପତନ ପାଇଁ ନିମ୍ନଲିଖ କାରଣଗୁଡ଼ିକ ଦାୟୀ । ପ୍ରାୟ ଖ୍ରୀଷ୍ଟପୂର୍ବ ଦୁଇହଜାର ବର୍ଷ ବେଳକୁ ଏହି ସଭ୍ୟତାର ପତନ ଆରମ୍ଭ ହୋଇଥିଲା ।
  2. ବିଶେଷଜ୍ଞମାନଙ୍କ ମତରେ ପ୍ରାକୃତିକ ଦୁର୍ଘଟଣା ହେତୁ ଏହି ସଭ୍ୟତାର ଅବସାନ ଘଟିଲା । ସିନ୍ଧୁନଦୀରେ ବନ୍ୟା ଆସିବା ଫଳରେ ଲୋକମାନେ ନଗର ଛାଡ଼ି ଅନ୍ୟ ଜାଗାକୁ ପଳାଇ ଯାଇଥିଲେ । କେତେକ ଐତିହାସିକଙ୍କ ମତରେ ବାରମ୍ବାର ଭୂମିକମ୍ପ ଦ୍ବାରା ଏହି ସଭ୍ୟତା ମାଟିତଳେ ପୋତି ହୋଇଯାଇଥିଲା ।
  3. ଅନେକଙ୍କ ମତରେ ଆର୍ଯ୍ୟମାନଙ୍କ ଆକ୍ରମଣ ଦ୍ବାରା ଏହି ସଭ୍ୟତା ଲୋପ ପାଇଛି । ମହେଞ୍ଜୋଦାରୋଠାରେ ଗଣହତ୍ୟାର ପ୍ରମାଣ ମିଳିଛି । ସେଠାରେ ମିଳିଥିବା କଙ୍କାଳ ଗୁଡ଼ିକରେ ତୀକ୍ଷ୍ଣ ଅସ୍ତ୍ରଦ୍ଵାରା ଆଘାତର ଦାଗ ଦେଖିବାକୁ ମିଳେ ।
  4. କେତେକ ଐତିହାସିକଙ୍କ ମତରେ ମହାମାରୀ ଓ ପ୍ଲେଟ୍ ହରପ୍‌ପା ସଭ୍ୟତାର ପତନପାଇଁ ଦାୟୀ । କାରଣ, ସେଠାରେ ବିଭିନ୍ନ ରାସ୍ତାମାନଙ୍କରେ କଙ୍କାଳଗୁଡ଼ିକ ପଡ଼ିଥିବା ଦେଖିବାକୁ ମିଳିଛି ।

(ଡ) କେଉଁ କେଉଁ ତଥ୍ୟରୁ ହରପ୍‌ପା ସଭ୍ୟତାର ଲୋକମାନଙ୍କର ଧର୍ମବିଶ୍ୱାସ ଏବଂ ପୂଜାପଦ୍ଧତି ବିଷୟରେ ଜାଣିପାରିବା ଉଲ୍ଲେଖ କର ।
Answer:

  • ହରପ୍ପା ସଭ୍ୟତାରେ କୌଣସି ମନ୍ଦିର ଦେଖିବାକୁ ମିଳେନାହିଁ । ସେଠାରେ ପଥର ମୂର୍ତ୍ତି, ତମ୍ବା କିମ୍ବାପୋଡ଼ାମାଟିରେ ମୋହର ଉପରେ ଖୋଦିତ ହୋଇଥିବା ବିଭିନ୍ନ ମୂର୍ତ୍ତି ଦେଖିବାକୁ ମିଳେ । ତେଣୁ ସେମାନେ ପଶୁପତି, ଦେବୀ, ବୃଷଭ, ସର୍ପ, ବୃକ୍ଷ ଆଦିଙ୍କୁ ପୂଜା କରୁଥିବାର ଅନୁମାନ କରାଯାଏ ।
  • କେତେକ ମୋହରରେ ମାତୃକା ମୂର୍ତ୍ତି ଦେଖିବାକୁ ମିଳେ । ତେଣୁ ଲୋକମାନେ ଦେବୀ ପୂଜା କରୁଥିଲେ ।
  • ହରପ୍‌ପା ସଭ୍ୟତାର ଲୋକମାନେ ମୃତ ବ୍ୟକ୍ତିର ଜୀବନ ରହିଥାଏ ବୋଲି ବିଶ୍ଵାସ କରୁଥିଲେ । ତେଣୁ ସେମାନେ ଶବଗୁଡ଼ିକୁ ଉତ୍ତର ଦିଗକୁ ମୁଣ୍ଡ କରି ସମାଧୁ ଦେଉଥିଲେ ।
  • ମୃତବ୍ୟକ୍ତି ସହିତ ତା’ର ଅଳଙ୍କାର, ବ୍ୟବହାର କରୁଥିବା ପାତ୍ର, ଦର୍ପଣ, ବାଡ଼ି ଆଦି ଜିନିଷଗୁଡ଼ିକୁ ପୋତି ଦେଉଥିଲେ ।

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୩୦ଟି ଶବ୍ଦ ଭିତରେ ଲେଖ ।

(କ) ମହେଞ୍ଜୋଦାରୋରେ ଥ‌ିବା ସ୍ନାନାଗାରର ଜଳ ପ୍ରବେଶ ଓ ନିଷ୍କାସନର ଉପାୟ ଲେଖ ।
Answer:
(୧) ସ୍ନାନାଗାରର ଉପରିଭାଗରେ ଥ‌ିବା କୂଅରୁ ନଳ ସାହାଯ୍ୟରେ ପାଣି ସ୍ନାନାଗାରରେ ଭର୍ତ୍ତି କରାଯାଉଥିଲା ।
(୨) ସ୍ନାନାଗାରରୁ ଜଳ ନିଷ୍କାସନ ପାଇଁ ସ୍ନାନାଗାରର ନିମ୍ନ ଭାଗରେ ଏକ ନାଳ ମାଟିତଳେ ବହୁ ଦୂରକୁ ଲମ୍ବି ରହିଥିଲା, ଯାହାଦ୍ଵାରା ଦୂଷିତ ଜଳ ନିଷ୍କାସନ ହେଉଥିଲା ।

(ଖ) ହରପ୍‌ପା ସଭ୍ୟତାର ସଭାଗୃହ ଗଠନ ପ୍ରଣାଳୀ କିପରି ଥିଲା ?
Answer:
(୧) ମହେଞ୍ଜୋଦାରୋ ନଗର ମଧ୍ୟରେ ଥ‌ିବା ୭୦ ମିଟର ଲମ୍ବ ଓ ୨୩ ମିଟର ପ୍ରସ୍ଥ ବିଶିଷ୍ଟ ଏକ ପ୍ରକାଣ୍ଡ ଗୃହ ହରପ୍‌ପା ସଭ୍ୟତାର ସଭାଗୃହ ଥିଲା ବୋଲି ବିଶ୍ଵାସ କରାଯାଏ ।
(୨) ଏହା ୨୫ ଗୋଟି ଖମ୍ବ ବିଶିଷ୍ଟ ପୋଡ଼ାଇଟାରେ ନିର୍ମିତ ଗୃହ ଥିଲା । ଏହି ଗୃହରେ ପାଞ୍ଚଟି କୋଠରି ଥିଲା ।

(ଗ) ହରପ୍‌ପା ସଭ୍ୟତାର ଲୋକମାନେ କେଉଁ ଶିଳ୍ପକଳାରେ ନିପୁଣ ଥିଲେ ଓ ସେମାନେ କେଉଁ ଧାତୁର ବ୍ୟବହାର ଜାଣିଥିଲେ ?
Answer:
(୧) ହରପ୍‌ପା ସଭ୍ୟତାର ଲୋକମାନେ ମାଟିଶିଳ୍ପ ଓ ଧାତୁଶିଳ୍ପରେ ନିପୁଣ ଥିଲେ ।
(୨) ସେମାନେ ସୁନା, ରୁପା, ତମ୍ବା,ଟିଣ ଏବଂ ଦସ୍ତା ଧାତୁର ବ୍ୟବହାର ଜାଣିଥିଲେ ।

(ଘ) ହରପ୍‌ପା ସଭ୍ୟତାର ଲୋକମାନେ କେଉଁ ଉପାୟରେ ଶବ ସଂସ୍କାର କରୁଥିଲେ ?
Answer:
(୧) ହରପ୍‌ପା ସଭ୍ୟତାର ଲୋକମାନେ ମୃତବ୍ୟକ୍ତିର ଜୀବନ ରହିଥାଏ ବୋଲି ବିଶ୍ଵାସ କରି ଶବଗୁଡ଼ିକୁ ଉତ୍ତର ଦିଗକୁ ମୁଣ୍ଡକରି ସମାଧ୍ ଦେଉଥିଲେ ।
(୨) ମୃତବ୍ୟକ୍ତି ସହିତ ତା’ର ଅଳଙ୍କାର, ବ୍ୟବହାର କରୁଥିବା ପାତ୍ର, ଦର୍ପଣ, ବାଡ଼ି ଆଦି ଜିନିଷଗୁଡ଼ିକୁ ପୋତି ଦେଉଥିଲେ ।

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

(ଙ) ହରପ୍‌ପା ସଭ୍ୟତାର ଅଧ‌ିବାସୀମାନେ କେଉଁ ଜିନିଷ ଖାଦ୍ୟରୂପେ ଗ୍ରହଣ କରୁଥିଲେ ?
Answer:
(୧) ହରପ୍‌ପା ସଭ୍ୟତାର ଅଧ‌ିବାସୀମାନେ ଗହମ ଓ ଯଅରୁ ପ୍ରସ୍ତୁତ ଅଟାରୁ ରୁଟି ତିଆରି କରି ଖାଉଥିଲେ ।
(୨) ଏହା ବ୍ୟତୀତ ସେମାନେ ଫଳ, ମାଛ, ମାଂସ, ଅଣ୍ଡା ଖାଉଥିଲେ ଏବଂ ଖଜୁରିକୋଳି ସେମାନଙ୍କର ପ୍ରିୟ ଖାଦ୍ୟ ଥିଲା ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ହରପ୍‌ପା ଓ ମହେଞ୍ଜୋଦାରୋ ସଭ୍ୟତାକୁ ସିନ୍ଧୁ ସଭ୍ୟତା କୁହାଯାଏ କାହିଁକି ?
Answer:
ହରପ୍‌ପା ଓ ମହେଞ୍ଜୋଦାରୋ ସହର ଦୁଇଟି ସିନ୍ଧୁ ନଦୀ ଉପତ୍ୟକାରେ ଅବସ୍ଥିତ ହେତୁ ଏହାକୁ ସିନ୍ଧୁ ସଭ୍ୟତା କୁହାଯାଏ ।

(ଖ) ହରପ୍‌ପା ସଭ୍ୟତାର ଲୋକମାନେ କେଉଁ ଲିପି ବ୍ୟବହାର କରୁଥିଲେ ?
Answer:
ହରପ୍‌ପା ସଭ୍ୟତାର ଲୋକମାନେ ଛବିଲିପି ବ୍ୟବହାର କରୁଥିଲେ ।

(ଗ) ‘ମହେଞ୍ଜୋଦାରୋ’ ଶବ୍ଦର ଅର୍ଥ କ’ଣ ?
Answer:
‘ମହେଞ୍ଜୋଦାରୋ’ ଶବ୍ଦର ଅର୍ଥ ‘ମୃତନଗରୀ’ ।

(ଘ) ହରପ୍‌ପା ସଭ୍ୟତାର ଲୋକମାନେ ମୁଖ୍ୟତଃ କେଉଁ ଚାଷ କରୁଥିଲେ କରୁଥିଲେ ?
Answer:
ହରପ୍‌ପା ସଭ୍ୟତାର ଲୋକମାନେ ମୁଖ୍ୟତଃ ଗହମ, ଯଅ ଓ କପା ଚାଷ କରୁଥିଲେ ।

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

(ଙ) ହରପ୍‌ପା ସଭ୍ୟତାର ପ୍ରଧାନ ଶିଳ୍ପ କ’ଣ ଥିଲା ?
Answer:
ହରପ୍‌ପା ସଭ୍ୟତାର ପ୍ରଧାନ ଶିଳ୍ପ ଥିଲା ମାଟିଶିଳ୍ପ ଓ ଧାତୁଶିଳ୍ପ ।

୪। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ହରପ୍‌ପା ସଭ୍ୟତାର ଘରଗୁଡ଼ିକ ________ ରେ ତିଆରି ହୋଇଥିଲା ।
(ପୋଡ଼ାଇଟା, ପଥର, ମାଟି, ଚୂନପଥର)
Answer:
ପୋଡ଼ାଇଟା

(ଖ) ହରପ୍ପା ସହରଟି ବର୍ତ୍ତମାନ _______ ଅବସ୍ଥତ ।
(ଭାରତ, ପାକିସ୍ତାନ, ଆଫଗାନିସ୍ଥାନ, ବେଲୁଚିସ୍ଥାନ)
Answer:
ପାକିସ୍ତାନ

(ଗ) ହରପ୍‌ପା ସଭ୍ୟତାର ଲୋକମାନେ ______ ଧାତୁର ବ୍ୟବହାର ଜାଣି ନଥିଲେ ।
(ତମ୍ବା, କଂସା, ଟିଣ, ଲୁହା)
Answer:
ଲୁହା

(ଘ) ହରପ୍ପା ସଭ୍ୟତାର ଲୋକମାନେ _____ ଚାଷ କରୁଥିଲେ ।
(ଧାନ, ବାଜରା, କପା, ଝୋଟ)
Answer:
କପା

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

୫। ‘କ’ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭରୁ ଉପଯୁକ୍ତ ଶବ୍ଦ ବାଛି ଯୋଗ କର ।

ଭାରତରେ ପ୍ରଥମ ନଗରୀକରଣ Chapter 4
Answer:

ଭାରତରେ ପ୍ରଥମ ନଗରୀକରଣ Chapter 4.1

୬ । ରେଖାଙ୍କିତ ପଦଗୁଡ଼ିକୁ ବଦଳାଇ ଭ୍ରମ ସଂଶୋଧନ କର ।

(କ) ହରପ୍‌ପା ସଭ୍ୟତାର ଲୋକମାନଙ୍କର ମୁଖ୍ୟ ଖାଦ୍ୟ ଭାତ ଥିଲା ।
Answer:
ହରପ୍‌ପା ସଭ୍ୟତାର ଲୋକମାନଙ୍କର ମୁଖ୍ୟ ଖାଦ୍ୟ ରୁଟି ଥିଲା ।

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

(ଖ) ଶସ୍ୟାଗାରଗୁଡ଼ିକ ସାଧାରଣତଃ ଶସ୍ୟ ଅମଳ କରିବା ପାଇଁ ରହିଥିଲା ।
Answer:
ଶସ୍ୟାଗାରଗୁଡ଼ିକ ସାଧାରଣତଃ ଶସ୍ୟ ସଂରକ୍ଷଣ କରିବା ପାଇଁ ରହିଥିଲା ।

(ଗ) ହରପ୍‌ପାରେ ଘରର ଉପର ମହଲାକୁ ଯିବାପାଇଁ ପଥରରେ ତିଆରି ସିଡ଼ି ବ୍ୟବହୃତ ହେଉଥିଲା ।
Answer:
ହରପ୍‌ପାରେ ଘରର ଉପର ମହଲାକୁ ଯିବାପାଇଁ କାଠରେ ତିଆରି ସିଡ଼ି ବ୍ୟବହୃତ ହେଉଥିଲା ।

(ଘ) ହରପ୍‌ପା ସଭ୍ୟତାର ଅଧିବାସୀମାନେ ବେପାର ବାଣିଜ୍ୟକୁ ମୁଖ୍ୟ ଜୀବିକାରୂପେ ଗ୍ରହଣ କରିଥିଲେ ।
Answer:
ହରପ୍‌ପା ସଭ୍ୟତାର ଅଧିବାସୀମାନେ କୃଷିକୁ ମୁଖ୍ୟ ଜୀବିକାରୂପେ ଗ୍ରହଣ କରିଥିଲେ ।

BSE Odisha 6th Class Political Science Solutions Chapter 2 ରାଷ୍ଟ୍ର

Odisha State Board BSE Odisha 6th Class Political Science Solutions Chapter 2 ରାଷ୍ଟ୍ର Textbook Exercise Questions and Answers.

BSE Odisha Class 6 Political Science Solutions Chapter 2 ରାଷ୍ଟ୍ର

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର
୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ରାଷ୍ଟ୍ରକୁ ରାଜନୀତି ବିଜ୍ଞାନର ମୁଖ୍ୟ ବିଷୟବସ୍ତୁ କୁହାଯାଏ କାହିଁକି ?
Answer:

  • ଆମ ସାମାଜିକ ଜୀବନରେ ରାଷ୍ଟ୍ରର ଭୂମିକା ଖୁବ୍ ବେଶୀ, କାରଣ ଏହା ସବୁଠାରୁ ବଡ଼ କ୍ଷମତାଶାଳୀ ସାମାଜିକ ତଥା ରାଜନୈତିକ ଅନୁଷ୍ଠାନ ।
  • ମନୁଷ୍ୟ ଜନ୍ମହେଲା ମାତ୍ରେ ନିଜକୁ ରାଷ୍ଟ୍ରର ସଭ୍ୟ ତାଲିକାରେ ସାମିଲ କରେ ।
  • ମନୁଷ୍ୟ ସୃଷ୍ଟିହେବା ସହିତ ରାଷ୍ଟ୍ରର ଆବଶ୍ୟକତା ଉପଲବ୍‌ଧ ହୋଇଛି ବୋଲି କୁହାଯାଏ ।
  • ତେଣୁ ରାଷ୍ଟ୍ରକୁ ରାଜନୀତି ବିଜ୍ଞାନର ମୁଖ୍ୟ ବିଷୟବସ୍ତୁ ଓ କେନ୍ଦ୍ରବିନ୍ଦୁ ବୋଲି କୁହାଯାଏ ।

(ଖ) ରାଷ୍ଟ୍ରକୁ ଏକ ଅତ୍ୟାବଶ୍ୟକ ଅନୁଷ୍ଠାନ କହିବାର କାରଣ କ’ଣ ?
Answer:

  • ରାଷ୍ଟ୍ରଦ୍ୱାରା ପ୍ରତ୍ୟେକ ବ୍ୟକ୍ତିର ଉପଯୁକ୍ତ ବିକାଶ ହୋଇଥାଏ ।
  • ରାଷ୍ଟ୍ର ଏକ ସ୍ଥାୟୀ ଅନୁଷ୍ଠାନ ହୋଇଥ‌ିବାରୁ ଏହାର ଆବଶ୍ୟକତା ସର୍ବଦା ଦରକାର ହୋଇଥାଏ ।
  • ରାଷ୍ଟ୍ରର ନୀତି ନିୟମ ସାମାଜିକ ଜୀବନକୁ ଶୃଙ୍ଖଳିତ ଓ ଦୃଢ଼ୀଭୂତ କରିଥାଏ ।
  • ମନୁଷ୍ୟର ଇଚ୍ଛା ତାକୁ ରାଷ୍ଟ୍ରରେ ରହିବାକୁ ବାଧ୍ୟ କରୁଥିବାରୁ ଏହାକୁ ଅତ୍ୟାବଶ୍ୟକ ଅନୁଷ୍ଠାନ କୁହାଯାଏ ।

BSE Odisha 6th Class Political Science Solutions Chapter 2 ରାଷ୍ଟ୍ର

(ଗ) ରାଷ୍ଟ୍ର କେଉଁ କେଉଁ ଉପାଦାନକୁ ନେଇ ଗଠିତ ?
Answer:
ଜନସଂଖ୍ୟା, ଆୟତନ, ସରକାର ଓ ସାର୍ବଭୌମତ୍ୱ – ଏହି ଚାରିଟି ଉପାଦାନକୁ ନେଇ ରାଷ୍ଟ୍ର ଗଠିତ ।

(ଘ) ସାର୍ବଭୌମତ୍ୱ କହିଲେ କ’ଣ ବୁଝ ? ଏହାକୁ ରାଷ୍ଟ୍ର କେଉଁ କେଉଁ କ୍ଷେତ୍ରରେ ପ୍ରୟୋଗ କରେ ?
Answer:

  • ସାର୍ବଭୌମତ୍ୱ କହିଲେ ସର୍ବୋଚ୍ଚ କ୍ଷମତାକୁ ବୁଝାଏ ।
  • ସାର୍ବଭୌମତ୍ୱ ଦୁଇ ଭାଗରେ ବିଭକ୍ତ ଯଥା : ଆଭ୍ୟନ୍ତରୀଣ ସାର୍ବଭୌମତ୍ବ ଓ ବହିଃ ସାର୍ବଭୌମତ୍ୱ ।
  • ଆଭ୍ୟନ୍ତରୀଣ ସାର୍ବଭୌମତ୍ୱ ବଳରେ ରାଷ୍ଟ୍ର, ନାଗରିକ, ଗୋଷ୍ଠୀ ଓ ଅନୁଷ୍ଠାନ ଉପରେ ନିୟନ୍ତ୍ରଣ ଜାରି କରେ ।
  • ବହିଃ ସାର୍ବଭୌମତ୍ବ ବଳରେ ରାଷ୍ଟ୍ର ନିଜର ବୈଦେଶିକ ନୀତି ନିର୍ଦ୍ଧାରଣ କରେ ।

(ଙ) ଶକ୍ତିଦ୍ୱାରା ରାଷ୍ଟ୍ର କିପରି ସୃଷ୍ଟି ହୋଇଛି ?
Answer:

  • ଅତୀତରେ କେତେକ ଦଳର ନେତା ବଳ ପ୍ରୟୋଗ କରି ଅନ୍ୟମାନଙ୍କୁ ଅକ୍ତିଆର କରିଥିଲେ ।
  • ଅତୀତରେ କେତେକ ଶକ୍ତିଶାଳୀ ରାଷ୍ଟ୍ର ଦୁର୍ବଳ ରାଷ୍ଟ୍ରମାନଙ୍କୁ ଯୁଦ୍ଧରେ ପରାସ୍ତ କରି ସେମାନଙ୍କ ରାଜ୍ୟକୁ ନିଜ ରାଜ୍ୟରେ ମିଶାଇ ଦେଇଥିଲେ ।
  • ତେଣୁ ‘ଜୋର୍ ଯାହାର ମୂଲକ ତାହାର’ ନୀତିରେ ଯୁଦ୍ଧ ବା ଶକ୍ତିରୁ ରାଷ୍ଟ୍ର ଉତ୍ପତ୍ତି ହୋଇଥିଲା ବୋଲି ବିଶ୍ଵାସ କରାଯାଏ ।

(ଚ) ସାମାଜିକ ଚୁକ୍ତି କହିଲେ କ’ଣ ବୁଝ ? ଏହା କାହିଁକି କରାଯାଇଥିଲା ?
Answer:

  • ମନୁଷ୍ୟ ଚୁକ୍ତି କରି ରାଷ୍ଟ୍ର ସୃଷ୍ଟି କରିଅଛି । ସେହି ମତକୁ ସାମାଜିକ ଚୁକ୍ତି ମତବାଦ କୁହାଯାଏ ।
  • ଅତୀତରେ ଯେତେବେଳେ କୌଣସି ସମାଜ ବା ରାଷ୍ଟ୍ର ନଥିଲା ସେତେବେଳେ ଆଦିମାନବ ସରଳ ଜୀବନଯାପନ କରୁଥିଲା ।
  • ପରେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିବାରୁ ସେମାନେ ‘ଜୋର୍ ଯାହାର ମୂଲକ ତାହାର’ ନୀତି ଅବଲମ୍ବନ କଲେ । ଯାହାର ଫଳସ୍ଵରୂପ ସେମାନେ ଅତି ଦୁଃଖରେ ଜୀବନଯାପନ କଲେ ।
  • କାଳକ୍ରମେ ଏହି ଦୁଃଖପୂର୍ଣ ଅବସ୍ଥାରୁ ମୁକ୍ତି ପାଇଁ, ଶାନ୍ତିରେ ଜୀବନଯାପନ କରିବା ଓ ଧନଜୀବନର ସୁରକ୍ଷା ପାଇଁ ସାମାଜିକ ଚୁକ୍ତି ସାହାଯ୍ୟରେ ରାଷ୍ଟ୍ର ସୃଷ୍ଟି କଲେ ।

BSE Odisha 6th Class Political Science Solutions Chapter 2 ରାଷ୍ଟ୍ର

(ଛ) ବ୍ୟକ୍ତିଗତ ସମ୍ପତ୍ତି ରାଷ୍ଟ୍ର ଗଠନ ପାଇଁ କିପରି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ?
Answer:

  • ଯାଯାବର ଜୀବନ ତ୍ୟାଗ କରି ମଣିଷ ଏକ ସମୟରେ ବ୍ୟକ୍ତିଗତ ସମ୍ପତ୍ତିର ମାଲିକ ହେଲା ।
  • କ୍ରମେ ଜନସଂଖ୍ୟାର ବୃଦ୍ଧି ଫଳରେ ବ୍ୟକ୍ତିଗତ ସମ୍ପତ୍ତିର ସୁରକ୍ଷା ପାଇଁ ରାଷ୍ଟ୍ରର ଆବଶ୍ୟକତା ମଣିଷ ଉପଲବ୍ଧ କଲା ।
  • ତେଣୁ ରାଷ୍ଟ୍ରର କ୍ରମବିକାଶ ପାଇଁ ବ୍ୟକ୍ତିଗତ ସମ୍ପତ୍ତି ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

(ଜ) ରାଷ୍ଟ୍ରର କାର୍ଯ୍ୟକୁ କେତେ ଭାଗରେ ବିଭକ୍ତ କରାଯାଇଛି ଏବଂ ସେଗୁଡ଼ିକ କ’ଣ କ’ଣ ?
Answer:

  • ରାଷ୍ଟ୍ରର କାର୍ଯ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ।
  • ସେଗୁଡ଼ିକ ହେଲା – (କ) ବାଧ୍ୟତାମୂଳକ କାର୍ଯ୍ୟ ଓ (ଖ) ଇଚ୍ଛାଧୀନ କାର୍ଯ୍ୟ ।

୨। ରେଖାଙ୍କିତ ପଦକୁ ନ ବଦଳାଇ ବାକ୍ୟଟି ଭୁଲ ଥିଲେ ଠିକ୍ କରି ଲେଖ ।
(କ) ରାଷ୍ଟ୍ର ହେଉଛି ଏକ ବୃତ୍ତିଭିତ୍ତିକ ସଂଘ ।
(ଖ) ମୋନାକୋ ଗୋଟିଏ ଜନବହୁଳ ଦେଶ ।
(ଗ) ସରକାର ଏକ ଧାର୍ମିକ ସଙ୍ଗଠନ ।
(ଘ) ଗୋଷ୍ଠୀରୁ ପରିବାର ସୃଷ୍ଟି ହୋଇଛି ।
(ଙ) ଶିଳ୍ପସଂସ୍ଥାମାନଙ୍କୁ ନିୟନ୍ତ୍ରଣ କରିବା ହେଉଛି ରାଷ୍ଟ୍ରର ବାଧ୍ୟତାମୂଳକ କାର୍ଯ୍ୟ ।
Answer:
(କ) ରାଷ୍ଟ୍ର ହେଉଛି ଏକ ରାଜନୈତିକ ସଂଘ ।
(ଖ) ମୋନାକୋ ଗୋଟିଏ ଜନବିରଳ ଦେଶ ।
(ଗ) ସରକାର ଏକ ରାଜନୈତିକ ସଙ୍ଗଠନ ।
(ଘ) ଗୋଷ୍ଠୀରୁ ରାଷ୍ଟ୍ର ସୃଷ୍ଟି ହୋଇଛି ।
(ଙ) ଶିଳ୍ପସଂସ୍ଥାମାନଙ୍କୁ ନିୟନ୍ତ୍ରଣ କରିବା ହେଉଛି ରାଷ୍ଟ୍ରର ଇଚ୍ଛାଧୀନ କାର୍ଯ୍ୟ ।

BSE Odisha 6th Class Political Science Solutions Chapter 2 ରାଷ୍ଟ୍ର

୩। ରେଖାଙ୍କିତ ପଦ/ପଦଗୁଡ଼ିକ ବଦଳାଇ ଭ୍ରମ ଥିଲେ ବାକ୍ୟଟିକୁ ସଂଶୋଧନ କର ।
(କ) ରାଷ୍ଟ୍ର ଗୋଟିଏ ଅସ୍ଥାୟୀ ଅନୁଷ୍ଠାନ ।
(ଖ) ସରକାର ବିଭିନ୍ନ ପ୍ରଥା ଦ୍ଵାରା ପରିଚାଳିତ ହୋଇଥାଏ ।
(ଗ) ରାଷ୍ଟ୍ରର ଉତ୍ପତ୍ତି ସମ୍ବନ୍ଧରେ ଯାହା କୁହାଯାଇଛି ସେଗୁଡ଼ିକ ବୈଜ୍ଞାନିକ ତଥ୍ୟ ଉପରେ ଆଧାରିତ ।
(ଘ) ଆଦିମାନବ ସରଳ ଜୀବନଯାପନ କରୁଥିବା ସମୟକୁ ମାନବର କୃତ୍ରିମ ଅବସ୍ଥା କୁହାଯାଏ ।
(ଙ) ଧର୍ମଦ୍ୱାରା ବିଭିନ୍ନତା ଭାବ ସୃଷ୍ଟି ହୁଏ ।
(ଚ) ଦେଶ ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷାକରିବା ହେଉଛି ଏକ ଇଚ୍ଛାଧୀନ କାର୍ଯ୍ୟ ।
Answer:
(କ) ରାଷ୍ଟ୍ର ଗୋଟିଏ ସ୍ଥାୟୀ ଅନୁଷ୍ଠାନ ।
(ଖ) ସରକାର ବିଭିନ୍ନ ଆଇନଦ୍ୱାରା ପରିଚାଳିତ ହୋଇଥାଏ ।
(ଗ) ରାଷ୍ଟ୍ରର ଉତ୍ପତ୍ତି ସମ୍ବନ୍ଧରେ ଯାହା କୁହାଯାଇଛି ସେଗୁଡ଼ିକ ଅନୁମାନ ଓ କଳ୍ପନା ଉପରେ ଆଧାରିତ ।
(ଘ) ଆଦିମାନବ ସରଳ ଜୀବନଯାପନ କରୁଥିବା ସମୟକୁ ମାନବର ପ୍ରାକୃତିକ ଅବସ୍ଥା କୁହାଯାଏ ।
(ଙ) ଧର୍ମଦ୍ଵାରା ଐକ୍ୟଭାବ ସୃଷ୍ଟି ହୁଏ ।
(ଚ) ଦେଶ ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ହେଉଛି ଏକ ବାଧ୍ୟତାମୂଳକ କାର୍ଯ୍ୟ ।

BSE Odisha 6th Class History Solutions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

Odisha State Board BSE Odisha 6th Class History Solutions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ Textbook Exercise Questions and Answers.

BSE Odisha Class 6 History Solutions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ପାରସ୍ୟ ସମ୍ରାଟ ପ୍ରଥମ ଡେରାୟସ୍ କାହିଁକି ଭାରତ ଆକ୍ରମଣ କରିଥିଲେ ?
Answer:

  • ପାରସ୍ୟ ସମ୍ରାଟ ପ୍ରଥମ ଡେରାୟସ ଖ୍ରୀ.ପୂ. ୫୨୨ରେ ଶାସନ ଭାର ଗ୍ରହଣ କଲେ ।
  • ସେ ଧନ ଲୋଭରେ ଆକର୍ଷିତ ହୋଇ ଭାରତର ଉତ୍ତର ପଶ୍ଚିମାଞ୍ଚଳକୁ ଆକ୍ରମଣ କଲେ । ସେହି ଅଞ୍ଚଳରେ କୌଣସି ଶକ୍ତିଶାଳୀ ଶାସକ ନଥିବାରୁ ଡେରାୟସ୍ ସେଠାରେ ଥ‌ିବା ପଞ୍ଜାବ, ସିନ୍ଧୁ ପ୍ରଦେଶ ଓ ସିନ୍ଧୁ ନଦୀର ପଶ୍ଚିମାଞ୍ଚଳକୁ ଦଖଲ କରି ପାରସ୍ୟ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ କରାଇଥିଲେ ।
  • ପାରସ୍ୟ ଅନ୍ତର୍ଭୁକ୍ତ ଭାରତୀୟ ଅଞ୍ଚଳଟି ସବୁଠାରୁ ଅଧ୍ଵ ଉର୍ବର ଓ ଜନବହୁଳ ଥିଲା ।
  • ଏହି ଅଞ୍ଚଳରୁ ପାରସ୍ୟ ରାଜାମାନେ ପ୍ରଚୁର କର ଆଦାୟ କରୁଥିଲେ ।

BSE Odisha 6th Class History Solutions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

(ଖ) ଆଲେକ୍‌ଜାଣ୍ଡାର ଭାରତ ଆକ୍ରମଣ କରିବାର କାରଣ କ’ଣ ?
Answer:

  • ପାରସ୍ୟବାସୀଙ୍କଠାରୁ ଭାରତର ବିପୁଳ ଧନ ସମ୍ପତ୍ତର ସୂଚନା ପାଇଁ ଖ୍ରୀ.ପୂ. ୩୨୬ ମସିହାରେ ଆଲେକ୍‌ଜାଣ୍ଡାର ଭାରତ ଆକ୍ରମଣ କରିଥିଲେ । ସେ ଖାଇବର ଗିରିପଥ ଦେଇ ଉତ୍ତର-ପଶ୍ଚିମାଞ୍ଚଳରେ ସୀମାନ୍ତ ପ୍ରଦେଶଗୁଡ଼ିକୁ ଆକ୍ରମଣ କଲେ ।
  • ସେତେବେଳେ ଭାରତର ଉତ୍ତର ପଶ୍ଚିମରେ ଗାନ୍ଧାର ଓ କାମ୍ବୋଜ ଭଳି ଅନେକ ଛୋଟ ଛୋଟ ରାଜ୍ୟ ଗଠିତ ହୋଇଥିଲା । ଯେଉଁମାନଙ୍କ ମଧ୍ୟରେ ଏକତା ନଥିଲା ।
  • ସେମାନେ ପରସ୍ପର ସହିତ ଅନବରତ କଳହରେ ଲିପ୍ତ ରହୁଥିଲେ ।
  • ଏହାର ସୁଯୋଗ ନେଇ ସେ ଭାରତ ଆକ୍ରମଣ କଲେ ।

(ଗ) ପୁରୁ କିଏ ? ଆଲେକ୍‌ଜାଣ୍ଡାରଙ୍କ ସହିତ ତାଙ୍କର କ’ଣ ସମ୍ପର୍କ ଥିଲା ?
Answer:

  • ଆଲେକ୍‌ଜାଣ୍ଡାରଙ୍କର ଭାରତ ଆକ୍ରମଣ ସମୟରେ ସିନ୍ଧୁ ଓ ବିତସ୍ତା ନଦୀର ଅପର ପାର୍ଶ୍ବରେ ପୌରବ ରାଜବଂଶର ରାଜା ପୁରୁ ରାଜତ୍ଵ କରୁଥିଲେ ।
  • ‘ହାଇଦ୍ରାସ୍ପେସ୍’ ନାମକ ଯୁଦ୍ଧ କ୍ଷେତ୍ରରେ ପୁରୁଙ୍କ ସୈନ୍ୟ ଓ ଆଲେକ୍‌ଜାଣ୍ଡାରଙ୍କ ଗ୍ରୀକ୍ ସୈନ୍ୟମାନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ଗୁରୁତର ଭାବରେ ଆହାତ ହୋଇ ମଧ୍ୟ ପୁରୁ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରି ଶେଷରେ ବନ୍ଦୀ ହେଲେ ।
  • ସେତେବେଳେ ଆଲେକ୍‌ଜାଣ୍ଡାରଙ୍କ ପ୍ରଶ୍ନ ଥିଲା । ପୁରୁ ତାଙ୍କଠାରୁ କିଭଳି ବ୍ୟବହାର ଆଶା କରନ୍ତି । ଏହାର ଉତ୍ତରରେ ନିର୍ଭିକ ପୁରୁ କହିଥିଲେ, ‘ଜଣେ ରାଜା ଆଉ ଜଣେ ରାଜାଙ୍କଠାରୁ ଯେପରି ବ୍ୟବହାର ଆଶା କରନ୍ତି ।’’
  • ପୁରୁଙ୍କର ବୀରତ୍ଵ ଓ ଚତୁରତାରେ ଖୁସି ହୋଇ ଆଲେକ୍‌ଜାଣ୍ଡାର ତାଙ୍କୁ ନିଜର ବନ୍ଧୁ ରୂପେ ସ୍ୱୀକାର କରି ସମ୍ମାନର ସହ ତାଙ୍କୁ ତାଙ୍କର ରାଜ୍ୟ ଫେରାଇ ଦେଇଥିଲେ ।

BSE Odisha 6th Class History Solutions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

(ଘ) ଆଲେକ୍‌ଜାଣ୍ଡାରଙ୍କ ଆକ୍ରମଣର ଫଳାଫଳ କ’ଣ ଥିଲା ?
Answer:

  1. ଆଲେକ୍‌ଜାଣ୍ଡାରଙ୍କ ଆକ୍ରମଣର ଫଳାଫଳ ସୁଦୂର ପ୍ରସାରୀ ଥିଲା ଓ ଏହା ଭାରତୀୟ ସମାଜକୁ ଗଭୀର ଭାବେ ପ୍ରଭାବିତ କରିଥିଲା । ଏହା ଭାରତର ରାଜନୈତିକ ଏକତା ଆଣିବାରେ ସାହାଯ୍ୟ କଲା । ଫଳରେ ଭାରତରେ ଏକ ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟ ଗଠନ ସମ୍ଭବ ହୋଇଥିଲା ।
  2. ଏହି ଆକ୍ରମଣ ଦ୍ଵାରା ଭାରତ ଓ ଇଉରୋପ ମଧ୍ଯରେ ବାଣିଜ୍ୟର ପ୍ରସାର ହେଲା । ଭାରତ ଓ ଗ୍ରୀକ୍ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ସ୍ଥାପିତ ହେଲା ।
  3. ଏହି ଆକ୍ରମଣ ଫଳରେ ଭାରତ ଓ ଗ୍ରୀସ୍ ମଧ୍ୟରେ ଥିବା ୩ଟି ସ୍ଥଳପଥ ଓ ଗୋଟିଏ ଜଳପଥ ଆବିଷ୍କୃତ ହେଲା । ଭାରତ ଓ ଗ୍ରୀକ୍ କଳାର ମିଶ୍ରଣରେ ଗାନ୍ଧାର କଳା ସୃଷ୍ଟି ହେଲା ।
  4. ସର୍ବୋପରି ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇପାରିଥିଲା ।

(ଙ) ଖ୍ରୀ.ପୂ. ୬ଷ୍ଠ ଶତାବ୍ଦୀରେ ପାରସ୍ୟର କେଉଁ ରାଜା ଭାରତ ଆକ୍ରମଣ କରିଥିଲେ ଓ କାହିଁକି ?
Answer:

  • ଖ୍ରୀ. ପୂ. ଷଷ୍ଠ ଶତାବ୍ଦୀରେ ପାରସ୍ୟ ରାଜା ପ୍ରଥମ ଡେରାୟସ୍ ଭାରତ ଆକ୍ରମଣ କରିଥିଲେ ।
  • ଭାରତରେ ପରିପୂର୍ଣ୍ଣ ଥ‌ିବା ବିପୁଳ ଧନ ସମ୍ପତି ଲୋଭରେ ଆକର୍ଷିତ ହୋଇ ସେ ଭାରତ ଆକ୍ରମଣ କରିଥିଲେ ।

୨। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ତକ୍ଷଶିଳା ________ ରାଜ୍ୟର ରାଜଧାନୀ ଥିଲା ।
(କାମ୍ବୋଜ, ମଗଧ, ଗାନ୍ଧାର, ପଞ୍ଜାବ)
Answer:
ଗାନ୍ଧାର

BSE Odisha 6th Class History Solutions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

( ଖ ) ଡେରାୟସ୍ ରେ ପାରସ୍ୟର ଶାସନଭାର ଗ୍ରହଣ କଲେ ।
(ଖ୍ରୀ. ପୂ. ୪୬୮, ଖ୍ରୀ. ପୂ. ୫୨୨, ଖ୍ରୀ. ପୂ. ୩୨୨, ଖ୍ରୀ. ପୂ. ୪୨୭)
Answer:
ଖ୍ରୀ.ପୂ. ୫୨୨

(ଗ) ଆଲେକ୍‌ଜାଣ୍ଡାର ବୟସରେ ସିଂହାସନ ଆରୋହଣ କରିଥିଲେ ।
(୧୭ ବର୍ଷ, ୧୮ ବର୍ଷ, ୧୯ ବର୍ଷ, ୨୦ ବର୍ଷ)
Answer:
୨୦ ବର୍ଷ

୩ । ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

(କ) ଫିଲିପ୍ କେଉଁ ରାଜ୍ୟର ରାଜା ଥିଲେ ?
Answer:
ଫିଲିପ୍ ଗ୍ରୀସ୍‌ର ମାସିଡ଼ୋନିଆ ନାମକ ଏକ କ୍ଷୁଦ୍ର ରାଜ୍ୟର ରାଜା ଥିଲେ ।

(ଖ) ଆଲେକ୍‌ଜାଣ୍ଡାରଙ୍କ ଶିକ୍ଷା ଗୁରୁ କିଏ ?
Answer:
ଆଲେକ୍‌ଜାଣ୍ଡାରଙ୍କ ଶିକ୍ଷା ଗୁରୁ ଥିଲେ ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲ୍ ।

(ଗ) ଆଲେକ୍‌ଜାଣ୍ଡାର କେଉଁ ନଗର ପ୍ରତିଷ୍ଠା କରିଥିଲେ ?
Answer:
ଆଲେକ୍‌ଜାଣ୍ଡାର ‘ଆଲେକ୍‌ଜାଣ୍ଡ୍ରିଆ’ ନଗର ପ୍ରତିଷ୍ଠା କରିଥିଲେ ।

BSE Odisha 6th Class History Solutions Chapter 7 ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ

(ଘ) ଅସ୍ଥି କେଉଁ ଦେଶର ରାଜା ଥିଲେ ?
Answer:
ଅମ୍ବି ଭାରତର ଉତ୍ତର-ପଶ୍ଚିମରେ ଥ‌ିବା ଗାନ୍ଧାର ରାଜ୍ୟର ରାଜା ଥିଲେ ।

(ଙ) ଉତ୍ତର ଭାରତର ସବୁଠାରୁ ଶକ୍ତିଶାଳୀ ରାଜା କିଏ ଥିଲେ ?
Answer:
ଉତ୍ତର ଭାରତର ସବୁଠାରୁ ଶକ୍ତିଶାଳୀ ରାଜା ଥିଲେ ମଗଧର ନନ୍ଦ ସାମ୍ରାଜ୍ୟର ରାଜା ।

(ଚ) ଭାରତୀୟମାନେ ପାରସ୍ୟବାସୀଙ୍କଠାରୁ କେଉଁ ଲିପି ଶିଖିଲେ ?
Answer:
ଭାରତୀୟମାନେ ପାରସ୍ୟବାସୀଙ୍କଠାରୁ ଖରୋଷ୍ଟି ଲିପି ଶିଖ୍ଲେ ।

BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ

Odisha State Board BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ Textbook Exercise Questions and Answers.

BSE Odisha Class 6 Political Science Solutions Chapter 1 ଆମେ ଓ ଆମ ସମାଜ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର
୧। ସଂକ୍ଷେପରେ ଉତ୍ତର ଲେଖ ।

(କ) ବ୍ୟକ୍ତି ସମାଜ ଉପରେ ନିର୍ଭର କରିଥାଏ କିପରି ?
Answer:

  • ବ୍ୟକ୍ତି ନିଜର ଧନଜୀବନର ସୁରକ୍ଷା ପାଇଁ ସମାଜ ଉପରେ ନିର୍ଭର କରେ ।
  • ବ୍ୟକ୍ତି ଜୀବିକା ଅର୍ଜନ ପାଇଁ ସମାଜ ଉପରେ ନିର୍ଭର କରେ ।
  • ବ୍ୟକ୍ତି ନୂତନ ଅଭିଜ୍ଞତା, ଜ୍ଞାନ ଅର୍ଜନ ପାଇଁ ସମାଜ ଉପରେ ନିର୍ଭର କରେ ।
  • ନିଜ ବ୍ୟକ୍ତିତ୍ଵର ବିକାଶ ପାଇଁ ବ୍ୟକ୍ତି ସମାଜର ଆଦର୍ଶ ନୀତି ଓ ପ୍ରଥାଗୁଡ଼ିକୁ ଅନୁସରଣ କରେ ।

(ଖ) ପରିବାରର କାର୍ଯ୍ୟଗୁଡ଼ିକ କ’ଣ ?
Answer:

  • ବଂଶରକ୍ଷା କରିବା ପରିବାରର ମୌଳିକ କାର୍ଯ୍ୟ ।
  • ଶିଶୁର ଲାଳନପାଳନ, ଶିଶୁକୁ ବିଭିନ୍ନ ସଦ୍‌ଗୁଣ ଶିକ୍ଷାଦେବା, ଶିଶୁଟି ବଡ଼ ହେବାପରେ ଜୀବିକା ଅର୍ଜନରେ ସାହାଯ୍ୟ କରିବା ଆଦି କାର୍ଯ୍ୟ ପରିବାରଦ୍ଵାରା ହୋଇଥାଏ ।
  • ଶିଶୁକୁ ଉତ୍ତମ ନାଗରିକ ରୂପେ ଗଢ଼ି ତୋଳିବାରେ ପରିବାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ

(ଗ) ସମୁଦାୟ ଓ ସଂଘ ମଧ୍ଯରେ ପାର୍ଥକ୍ୟ କ’ଣ ?
Answer:
ସମୁଦାୟ ଓ ସଂଘ ମଧ୍ଯରେ ପାର୍ଥକ୍ୟ କ’ଣ

(ଘ) ଗୋଟିଏ ଜନଜାତିର ଲୋକଙ୍କ ମଧ୍ୟରେ କେଉଁସବୁ ସମାନତା ଦେଖାଯାଏ ?
Answer:

  • ଗୋଟିଏ ଜନଜାତିର ଲୋକମାନେ ନିଜକୁ ଏକ ସାଧାରଣ ବଂଶର ବୋଲି ମନେକରନ୍ତି ।
  • ଏମାନେ ଏକ ସାଧାରଣ ଭାଷାରେ କଥାବାର୍ତ୍ତା ହୁଅନ୍ତି ।
  • ଏମାନେ ସମାନ ପ୍ରକାର କାର୍ଯ୍ୟ କରି ଜୀବିକା ନିର୍ବାହ କରନ୍ତି ।
  • ଏମାନେ ମିଳିମିଶି ବିଭିନ୍ନ ପର୍ବପର୍ବାଣି ପାଳନ କରନ୍ତି ।
  • ଏମାନେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରନ୍ତି ।

(ଙ) ବଂଶ ବିଭାଜନର କାରଣଗୁଡ଼ିକ କ’ଣ ?
Answer:

  • ବଂଶ ବହୁ ପିଢ଼ିର ହୋଇଗଲେ ଏହାର ଲୋକସଂଖ୍ୟା ଅତ୍ୟଧ‌ିକ ହୋଇଯାଏ ।
  • ଫଳରେ ଧାର୍ମିକ କ୍ରିୟା କର୍ମ ପାଳନରେ ଅସୁବିଧା ହୁଏ ।
  • ବେଳେବେଳେ ସେମାନଙ୍କ ମଧ୍ୟରେ ସମ୍ପତ୍ତିଗତ ବିବାଦ ଦେଖାଯାଏ ।
  • ଏପରି ହେବାଦ୍ଵାରା କେତେକ ନିକଟ ସମ୍ପର୍କୀୟ ପରିବାରର ମୂଳବଂଶରୁ ଅଲଗା ହୋଇ ନୂତନ ବଂଶ ସୃଷ୍ଟି କରିବାଦ୍ୱାରା ବଂଶ ବିଭାଜନ ହୋଇଥାଏ । ମାତ୍ର ସମଗ୍ର ବଂଶର ଏକ ସାଧାରଣ ପୂର୍ବପୁରୁଷ ଥାଏ ।

BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ

(ଚ) ସମାଜର ଉନ୍ନତି କିପରି କରାଯାଇପାରିବ ?
Answer:

  • ବ୍ୟକ୍ତି ଓ ସମାଜ ପରସ୍ପର ପରିପୂରକ ହୋଇଥିବାରୁ ବ୍ୟକ୍ତିର ଉନ୍ନତି ହେଲେ ସମାଜର ଉନ୍ନତି ହୁଏ ।
  • ନିଜର ଆବଶ୍ୟକତା ପୁରଣ ସହ ସମାଜରେ ବାସ କରୁଥିବା ବ୍ୟକ୍ତି ଅନ୍ୟମାନଙ୍କ ଆବଶ୍ୟକତା ପୁରଣ ପାଇଁ ଉଦ୍ୟମ କଲେ ସମାଜର ଉନ୍ନତି ହୋଇଥାଏ ।
  • ବ୍ୟକ୍ତି ନିଜର ଧନଜୀବନ ସୁରକ୍ଷା ସହିତ ଅନ୍ୟମାନଙ୍କର ଧନଜୀବନ ସୁରକ୍ଷା ପ୍ରତି ଦୃଷ୍ଟି ଦେଲେ ସମାଜରେ ସମସ୍ତେ ସୁଖରେ ରହିବେ । ଫଳରେ ସମାଜର ଉନ୍ନତି ହେବ ।
  • ସମାଜରେ ପ୍ରଚଳିତ ଆଦର୍ଶ ନୀତି ଓ ପ୍ରଥାଗୁଡ଼ିକ ବ୍ୟକ୍ତିତ୍ଵ ବିକାଶରେ ସହାୟକ ହୋଇଥାଏ । ତେଣୁ ସମାଜର ନୀତି ଓ ପ୍ରଥାକୁ ଅତୁଟ ରଖିଲେ ସମାଜର ଉନ୍ନତି ହୋଇପାରିବ ।
  • ବ୍ୟକ୍ତି ସମାଜରେ ଉନ୍ନତି ଆଣିପାରିଲେ ସମାଜ ସମୃଦ୍ଧ ହୋଇପାରିବ ।

୨। ତଳେ ଲେଖାଥ‌ିବା ସଂଘଗୁଡ଼ିକ କାର୍ଯ୍ୟ ଦୃଷ୍ଟିରୁ କେଉଁ ପ୍ରକାରର ?

ତଳେ ଲେଖାଥ‌ିବା ସଂଘଗୁଡ଼ିକ କାର୍ଯ୍ୟ ଦୃଷ୍ଟିରୁ କେଉଁ ପ୍ରକାରର

୩। ଶୂନ୍ୟସ୍ଥାନ ପୂରଣ କର ।

(କ) କ୍ଷୁଦ୍ରତମ ସାମାଜିକ ଅନୁଷ୍ଠାନ ହେଉଛି _______________ ।
Answer:
ପରିବାର

(ଖ) ସାଧାରଣ ଲକ୍ଷ୍ୟ ସାଧନ ପାଇଁ କେତେକ ବ୍ୟକ୍ତି ଇଚ୍ଛାକୃତ ଭାବରେ ମିଶି ________________ ଗଠନ କରିଥାଆନ୍ତି ।
Answer:
ସଂଘ

(ଗ) ଲୋକମାନଙ୍କ ମଧ୍ୟରେ ସମ୍ପର୍କର ନିବିଡ଼ତା _______________ ସମୁଦାୟରେ ଅଧ୍ଵ ।
Answer:
କ୍ଷୁଦ୍ର

(ଘ) ସାନ୍ତି।ଳ ଜନଜାତିର ଲୋକମାନେ _______________ ଭାଷାରେ କଥାବାର୍ତ୍ତା କରନ୍ତି ।
Answer:
ସାନ୍ତାଳୀ

BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ

(ଙ) ରକ୍ତ ସମ୍ପର୍କୀୟ ପରିବାରମାନଙ୍କୁ ନେଇ ______________ ଗଠିତ ।
Answer:
ବଂଶ

୪। ଠିକ୍ତ ଉକ୍ତି ପାଖରେ (✓) ଚିହ୍ନ ଓ ଭୁଲ ଉକ୍ତି ପାଖରେ (x) ଚିହ୍ନ ଦିଅ ।
(ପ୍ରଶ୍ନ ସହ ଉତ୍ତର)

(କ) ଏକକ ପରିବାରରେ ବାପା, ମା’, ଦାଦା, ଖୁଡ଼ୀ, ସେମାନଙ୍କର ପିଲାମାନେ ମିଳିମିଶି ରହନ୍ତି ।
Answer:
x

(ଖ) ସମୁଦାୟ ପ୍ରାକୃତିକ ଭାବେ ସୃଷ୍ଟି ହୋଇଥାଏ ।
Answer:

(ଗ) ସମାଜ ସହ ବ୍ୟକ୍ତିର ସମ୍ପର୍କ ନଥାଏ ।
Answer:
x

(ଘ) ପରିବାରରୁ ଶିଶୁ ବିଭିନ୍ନ ଗୁଣ ଶିକ୍ଷାକରେ ।
Answer:

BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ

୫। ସଂପର୍କକୁ ଲକ୍ଷ୍ୟ କରି ଶୂନ୍ୟସ୍ଥାନ ପୂରଣ କର ।
(ପ୍ରଶ୍ନ ସହ ଉତ୍ତର)

(କ) ପୁତ୍ର : ପିତାଙ୍କ ଗୋତ୍ର :: ବିବାହିତା କନ୍ୟା : ପତିଙ୍କ ଗୋତ୍ର
(ଖ) ପରଜା : କୋରାପୁଟ :: ବଣ୍ଡା : ମାଲକାନଗିରି
(ଗ) ଆତ୍ମନିର୍ଭରଶୀଳତା : କ୍ଷୁଦ୍ର ସମୁଦାୟ :: ସାମାଜିକ ନିରାପତ୍ତା : ବୃହତ୍ ସମୁଦାୟ
(ଘ) ପରିବାର : ଚିରସ୍ଥାୟୀ :: ରାଜନୈତିକ ଦଳ : ଅସ୍ଥାୟୀ

BSE Odisha 6th Class History Solutions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

Odisha State Board BSE Odisha 6th Class History Solutions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ Textbook Exercise Questions and Answers.

BSE Odisha Class 6 History Solutions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

୧। ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଅ ।

(କ) ଜଳବାୟୁରେ ତାପମାତ୍ରାର ପରିବର୍ତ୍ତନ ଲୋକମାନଙ୍କର ଜୀବନଯାପନ ପ୍ରଣାଳୀକୁ କିପରି ପ୍ରଭାବିତ କଲା ?
Answer:

  • ପ୍ରାୟ ୧୨,୦୦୦ ବର୍ଷ ପୂର୍ବେ ପୃଥ‌ିବୀର ଜଳବାୟୁରେ ବଡ ପରିବର୍ତ୍ତନ ଦେଖାଯାଇଥିଲା । ଜଳବାୟୁରେ ତାପମାତ୍ରାର ପରିବର୍ତ୍ତନ ଯୋଗୁଁ ଘାସ ଜାତୀୟ ଗଛ ଦେଖାଗଲା । ତେଣୁ ହରିଣ, ଛେଳି, ମେଣ୍ଢା, ଗାଈଗୋରୁ ଆଦି ପଶୁମାନେ ସେଠାରେ ରହିବାକୁ ଆରମ୍ଭ କଲେ ।
  • ଚାଷ କରିବା ସହିତ ଲୋକମାନେ ପଶୁପାଳନ କଲେ । ପଶୁମାନଙ୍କର ଆବଶ୍ୟକତା ଜାଣି ସେମାନଙ୍କୁ ଦଳବଦ୍ଧ ଭାବରେ ରଖାଗଲା ।
  • କୁକୁରକୁ ପ୍ରଥମେ ପୋଷା ପ୍ରାଣୀରୂପେ ରଖାଯାଇଥିଲା । ତା’ପରେ ମଣିଷମାନେ ଘୁଷୁରି, ଛେଳି, ମେଣ୍ଢା, ଗାଈ, ଗଧ ପ୍ରଭୃତି ପୋଷିଲେ ।
  • ହିଂସ୍ର ଜନ୍ତୁମାନଙ୍କଠାରୁ ଗୃହପାଳିତ ପଶୁମାନଙ୍କୁ ରକ୍ଷା କରିବାପାଇଁ ମନୁଷ୍ୟ ଚେଷ୍ଟା କଲା ।

BSE Odisha 6th Class History Solutions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

(ଖ) ନୂତନ ପ୍ରସ୍ତର ଯୁଗର ଶେଷ ଭାଗରେ କେଉଁ ପ୍ରକାର ପରିବର୍ତ୍ତନ ଘଟିଥିଲା ?
Answer:

  • ନୂତନ ପ୍ରସ୍ତର ଯୁଗର ଶେଷ ଭାଗରେ ପଥର ନିର୍ମିତ ଓ ପଶୁମାନଙ୍କର ଅସ୍ଥିରେ ପ୍ରସ୍ତୁତ ବିଭିନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସହିତ ମନୁଷ୍ୟ ଧାତୁର ବ୍ୟବହାର କରିବା ବିଷୟରେ ଜାଣିଥିଲେ ।
  • ଏହି ଯୁଗରେ ଉଭୟ ପଥର ଓ ଧାତୁର ହାତହତିଆର ବ୍ୟବହାର କରାଯାଉଥିଲା ।
  • ତମ୍ବା ଧାତୁକୁ ମଣିଷ ପ୍ରଥମେ ବ୍ୟବହାର କରିଥିଲା । ତମ୍ବା ସହିତ ଟିଣ ଓ ଦକ୍ତା ମିଶାଯାଇ ବ୍ରୋଞ୍ଜ ବା କଂସା ଧାତୁ ତିଆରି କରାଗଲା । ତେଣୁ ଏହି ଯୁଗକୁ ତାମ୍ର ପ୍ରସ୍ତର ଯୁଗ କୁହାଯାଏ ।
  • କର୍ଣ୍ଣାଟକର ମହୀଶୂର ନିକଟସ୍ଥ ବ୍ରହ୍ମଗିରିଠାରେ ଏହି ଧାତୁ ନିର୍ମିତ ଛୁରୀ ଓ ହାତୁଡ଼ି ଦେଖିବାକୁ ମିଳେ ।

(ଗ) ଗ୍ରାମୀଣ ସଭ୍ୟତା ପ୍ରଥମେ ପାକିସ୍ତାନର କେଉଁ ସ୍ଥାନରେ ଗଢ଼ିଉଠିଥିଲା ? ଏହି ତଥ୍ୟ ସପକ୍ଷରେ କେତୋଟି ସୂଚନା ପ୍ରଦାନ କର ।
Answer:

  • ଗ୍ରାମୀଣ ସଭ୍ୟତା ପ୍ରଥମେ ପାକିସ୍ଥାନର ମେହରଗଡ଼ଠାରେ ଗଢି ଉଠିଥିଲା । ଏଠାରେ ଲୋକମାନେ ଗ୍ରାମ ସ୍ଥାପନ କରି ଚାଷ କାର୍ଯ୍ୟ ଓ ସ୍ଥାୟୀ ଭାବରେ ବସବାସ କରିଥିଲେ । ପୋଡାଶସ୍ୟ ଓ ବିଭିନ୍ନ ପଶୁମାନଙ୍କର ଅସ୍ଥି ଏଠାରେ ମିଳିଅଛି । ପ୍ରାୟ ଖ୍ରୀ.ପୂ. ୭୦୦୦ ବର୍ଷ ପୂର୍ବେ ଏଠାରେ ଚାଷ କାର୍ଯ୍ୟ, ପଶୁପାଳନ ଓ ସ୍ଥାୟୀ ବସତି ସ୍ଥାପନର ସୂଚନା ମିଳିଛି ।
  • ମେହରଗଡ଼ରେ ଥ‌ିବା ଗୃହଗୁଡ଼ିକ ମାଟିରେ ନିର୍ମାଣ କରାଯାଇଥିଲା ଓ ଅତି ସାଧାରଣ ଗୃହ ଥିଲା । ସେହି ଘର ଗୁଡ଼ିକ ବର୍ଗାକାର ଅଥବା ସମକୋଣୀ ଚତୁର୍ଭୁଜ ଆକାରରେ କରାଯାଇଥିଲା ।
  • ସେଠାରୁ ପଥର ହାତୁଡ଼ି, ଶାମୁକାରେ ନିର୍ମିତ ଅଳଙ୍କାର, ଚୁନପଥର, ନୀଳକାନ୍ତ ମଣି, ଗାଢ ନୀଳବର୍ଣ୍ଣ ପଥର ଓ ବାଲିପଥର ଆଦି ଆବିଷ୍କାର କରାଯାଇଛି । ସେଠାରେ କାଚମାଳି, ମାଟିପାତ୍ର ଗୁଡ଼ିକୁ ବିଭିନ୍ନ ଚିତ୍ରଦ୍ୱାରା ସୁନ୍ଦରଭାବେ ତିଆରି କରାଯାଉଥିଲା ।
  • ସେହି ସମୟରେ ମୃତବ୍ୟକ୍ତିମାନଙ୍କୁ ସମାଧ୍ ଦିଆଯାଉଥିଲା । ମୃତଶରୀରକୁ ଯତ୍ନର ସହିତ ସତ୍କାର କରିବାମେହରଗଡ଼ ଲୋକମାନଙ୍କ ଏକ ବିଶେଷତ୍ଵ ଥିଲା ।

BSE Odisha 6th Class History Solutions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

(ଘ) ଉତ୍ତର-ପୂର୍ବ ଭାରତରେ କିପରି ନୂତନ ପ୍ରସ୍ତର ଯୁଗର ସୂଚନା ମିଳିଛି ?
Answer:

  1. ଭାରତର ଉତ୍ତର-ପୂର୍ବ ଭାଗର କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ବସତିମାନ ଆବିଷ୍କାର କରାଯାଇଛି । ସେଥିମଧ୍ୟରୁ ଆସାମର ‘ଦୁଜାଲି ହାଡ଼ି’’ ଏକ ପ୍ରସିଦ୍ଧ ସ୍ଥାନ ।
  2. ଏଠାରୁ ଚିକ୍‌କଣ ପଥରରେ ନିର୍ମିତ ହାତ ହତିଆର, ମାଟିପାତ୍ର, ରୋଷେଇ ସାମଗ୍ରୀ ଆଦି ଜିନିଷ ଆବିଷ୍କାର କରାଯାଇଛି । ‘ଜେଡ୍‌ନାମକ’ ଏକ ମୂଲ୍ୟବାନ ପଥର ଚୀନଦେଶରୁ ଆସିଥ‌ିବା ଅନୁମାନ କରାଯାଏ ।
  3. ଜୀବାବଶେଷରୁ ତିଆରି ବିଭିନ୍ନ ହାତହତିଆର ଓ ପେଷଣ ଯନ୍ତ୍ରର ମଧ୍ଯ ଆବିଷ୍କାର କରାଯାଇଛି । ସେ ସମୟରେ ରୋଷେଇ କରିବା ଓ ଶସ୍ୟକୁ ସାଇତି ରଖିପାଇଁ ମାଟିପାତ୍ରର ବହୁଳ ବ୍ୟବହାର କରାଯାଉଥିଲା ।
  4. ମେଘାଳୟରେ ଥିବା ‘ଗାରୋ’ ପର୍ବତମାଳା ଓ ତ୍ରିପୁରାର କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ଅବଶେଷ ଦେଖିବାକୁ ମିଳେ ।

୨ । ସଂକ୍ଷେପରେ ଉତ୍ତର ଦିଅ ।

(କ) ଆଦିମାନବ କିପରି ଚାଷୀ ଓ ପଶୁପାଳକ ହୋଇପାରିଥିଲା ?
Answer:

  • ଆଦିମାନବ ପ୍ରଥମେ ଫଳରୁ ମଞ୍ଜି ମାଟିରେ ପଡ଼ି ଗଛ ହେବା ଦେଖିଲା ପରେ ଚାଷ କାର୍ଯ୍ୟ ଆରମ୍ଭ କଲା ।
  • ଜଳବାୟୁର ତାପମାତ୍ରା ବଢିବାଯୋଗୁଁ ଘାସଜାତୀୟ ଗଛ ଦେଖାଦେବାରୁ ଆଦିମାନବ ପଶୁପାଳନ କାର୍ଯ୍ୟ ମଧ୍ୟ ଆରମ୍ଭ କଲା । ତେଣୁ ସେ ଚାଷୀ ଓ ପଶୁପାଳକ ହୋଇ ପାରିଥିଲା ।

(ଖ) ମେହରଗଡ଼ରୁ ନୂତନ ପ୍ରସ୍ତର ଯୁଗ ବିଷୟରେ କ’ଣ ଜାଣିଲ ?
Answer:

  • ଖ୍ରୀ.ପୂ. ୭୦୦୦ ବର୍ଷ ପୂର୍ବେ ପାକିସ୍ଥାନରେ ଥ‌ିବା ମେହେରଗଡ଼ର ଗ୍ରାମମାନଙ୍କରେ ଲୋକମାନେ ଚାଷକାର୍ଯ୍ୟ, ପଶୁପାଳନ ଓ ସ୍ଥାୟୀ ବସବାସ କରୁଥିବାର ଜଣାଯାଏ ।
  • ଏଠାରେ ଥ‌ିବା ଘରଗୁଡ଼ିକ ମାଟିରେ ତିଆରି ବର୍ଗାକାର ବା ସମକୋଣୀ ଚତୁର୍ଭୁଜ ଆକାରର ଥିଲା । ସେଠାରେ ପଥର ହାତୁଡ଼ି, ଶାମୁକା ଅଳଙ୍କାର, ଚୁନପଥର, ବାଲିପଥର ଗାଢ଼ ନୀଳବର୍ଣ୍ଣ ପଥର ଆବିଷ୍କାର କରାଯାଇଛି । ସେହି ଅଞ୍ଚଳର ଲୋକମାନେ ମୃତ୍ୟୁ ପରେ ଜୀବନ ଫେରି ଆସିବାର ବିଶ୍ଵାସରେ ମୃତବ୍ୟକ୍ତିମାନଙ୍କୁ ସମାଧୁ ଦେଉଥିଲେ ।

BSE Odisha 6th Class History Solutions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

(ଗ) କି କି ଧାତୁର ବ୍ୟବହାର ମଣିଷ ପ୍ରଥମେ ଜାଣିଲା ?
Answer:

  • ପଥର ନିର୍ମିତ ଓ ପଶୁମାନଙ୍କର ଅସ୍ଥିରେ ପ୍ରସ୍ତୁତ ବିଭିନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସହିତ ଲୋକମାନେ ଧାତୁର ବ୍ୟବହାର ବିଷୟରେ ଜାଣିଲେ ।
  • ମଣିଷ ପ୍ରଥମେ ତମ୍ବା ଧାତୁକୁ ବ୍ୟବହାର କରିଥିଲା ପରେ ତମ୍ବା ସହିତ ଟିଣ ଓ ଦକ୍ତା ମିଶାଯାଇ ବ୍ରୋଞ୍ଜ ବା କଂସା ଧାତୁ ତିଆରି କରିଥିଲା ।

(ଘ) ବୁର୍‌ଜାହମ୍‌ରେ ଆବିଷ୍କୃତ ନୂତନ ପ୍ରସ୍ତର ଯୁଗ ସମ୍ବନ୍ଧରେ ଲେଖ ।
Answer:

  • ଜାମ୍ମୁ-କାଶ୍ମୀରର ଶ୍ରୀନଗରଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ ବୁର୍‌ଜାହମ୍‌ରେ ନୂତନ ପ୍ରସ୍ତର ଯୁଗର ଲୋକମାନେ ମାଟିତଳେ ବିଶାଳ ଗର୍ଭଗୃହରେ ରହୁଥିଲେ ।
  • ମାଟିରେ ଥ‌ିବା ପ୍ରବେଶ ଦ୍ୱାରର ଆକାର ଗୋଲାକାର ଥିଲା । ସେମାନେ ପାହାଚ ସାହାଯ୍ୟରେ ତଳକୁ ପ୍ରବେଶ କରୁଥିଲେ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ଗର୍ଭଗୃହରେ ରହୁଥିଲେ । ଏହା ଭିତରୁ ଅସ୍ଥି ନିର୍ମିତ ହାତହତିଆର, ପୋଡ଼ା ପାଉଁଶ, କାଠ କୋଇଲା ଓ ଚିକ୍‌କଣ ପାତ୍ରର ଭଗ୍ନାବଶେଷ ଦେଖିବାକୁ ମିଳେ ।

୩ । ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଉତ୍ତର ଲେଖ ।

(କ) ନୂତନ ପ୍ରସ୍ତର ଯୁଗରେ କ’ଣ କ’ଣ ପରିବର୍ତ୍ତନ ଦେଖାଯାଇଥିଲା ?
Answer:
(୧) ନୂତନ ପ୍ରସ୍ତର ଯୁଗରେ କୃଷି ସହିତ ପଶୁପାଳନ କରାଗଲା ।
(୨) ଏହି ଯୁଗରେ ଉଭୟ ପଥର ଓ ଧାତୁର ହାତହତିଆର ତିଆରି ହୋଇ ବ୍ୟବହାର କରାଗଲା ।

(ଖ) ଆଦିମାନବ ଚାଷକାର୍ଯ୍ୟ କିପରି ଆରମ୍ଭ କଲା ?
Answer:
(୧) ଆଦିମାନବ ଚାଷକାର୍ଯ୍ୟ କିପରି ଆରମ୍ଭ କଲା ସେ ବିଷୟରେ ଠିକ୍‌ଭାବେ ଜଣାନାହିଁ ।
(୨) ଫଳରୁ ମଞ୍ଜି ମାଟିରେ ପଡ଼ି ଗଛ ହେବା ଦେଖିଲା ପରେ ନିଜେ ଚାଷକାର୍ଯ୍ୟ ଆରମ୍ଭ କରିଥବ ବୋଲି ଅନୁମାନ କରାଯାଇଛି ।

BSE Odisha 6th Class History Solutions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

(ଗ) ଚାଷକାର୍ଯ୍ୟର ଉପକାରିତା କ’ଣ ଥିଲା ?
Answer:
(୧) ଚାଷକାର୍ଯ୍ୟ ଯୋଗୁ ଲୋକମାନେ ସ୍ଥାନ ପରିବର୍ତ୍ତନ ନ କରି ଗୋଟିଏ ସ୍ଥାନରେ ରହିବାକୁ ପସନ୍ଦ କଲେ ।
(୨) ସେଠାରେ ନିଜର ଘର ତିଆରି କରି ଚାଷ ସହିତ ବନ୍ୟଜନ୍ତୁଙ୍କୁ ଶିକାର କଲେ ।

(ଘ) ତୃଣିଜାତୀୟ ଗଛମାନଙ୍କ ଆବିର୍ଭାବ ହେବା ପରେ କି ପରିବର୍ତ୍ତନ ଆସିଥିଲା ?
Answer:
(୧) ତୃଣଜାତୀୟ ଗଛମାନଙ୍କ ଆବିର୍ଭାବ ହେବା ପରେ ହରିଣ, ଛେଳି, ମେଣ୍ଢା, ଗାଈଗୋରୁ ଆଦି ପଶୁମାନେ ସେଠାରେ ରହିବାକୁ ଆରମ୍ଭ କଲେ ।
(୨) ସେହି ପଶୁମାନଙ୍କ ଆବଶ୍ୟକତା ଜାଣି ଲୋକମାନେ କୃଷିକାର୍ଯ୍ୟ ସହିତ ନିୟମିତ ଭାବେ ପଶୁପାଳନ କଲେ ।

(ଙ) ତାମ୍ର-ପ୍ରସ୍ତର ଯୁଗ କହିଲେ କ’ଣ ବୁଝ ?
Answer:
(୧) ନୂତନ ପ୍ରସ୍ତର ଯୁଗର ଶେଷ ଭାଗରେ ଲୋକମାନେ ତମ୍ବା ଏବଂ ତମ୍ବା ସହିତ ଟିଣ ଓ ଦକ୍ତା ମିଶ୍ରିତ ବ୍ରୋଞ୍ଜ ଧାତୁର ବ୍ୟବହାର ଜାଣିଲେ ।
(୨) ଏହି ସମୟରେ ଉଭୟ ପଥର ଏବଂ ତମ୍ବା, ବ୍ରୋଞ୍ଜ ଧାତୁ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଥିବାରୁ ଏହାକୁ ତାମ୍ର-ପ୍ରସ୍ତର ଯୁଗ କୁହାଯାଏ ।

(ଚ) ବୁଜାହମ୍‌ର ଗର୍ଭଗୃହ କ’ଣ ପାଇଁ ବ୍ୟବହୃତ ହେଉଥିଲା ?
Answer:
ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ବୁର୍‌ଜାହମୂର ଗର୍ଭଗୃହକୁ ବ୍ୟବହାର କରୁଥିଲେ ।

(ଛ) କେଉଁ ସ୍ଥାନରୁ ଜୀବାବଶେଷରେ ନିର୍ମିତ ବିଭିନ୍ନ ଅସ୍ତ୍ରଶସ୍ତ୍ର ମିଳିଛି ?
Answer:
ଆସାମର ଦୁଜାଲି ହାଡ଼ିରୁ ଜୀବାବଶେଷରେ ନିର୍ମିତ ବିଭିନ୍ନ ଅସ୍ତ୍ରଶସ୍ତ୍ର ମିଳିଛି ।

BSE Odisha 6th Class History Solutions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

(ଜ) ଆସାମ ବ୍ୟତୀତ ଭାରତର ଉତ୍ତର-ପୂର୍ବ ଅଞ୍ଚଳରେ ଥ‌ିବା ଆଉ କେଉଁ ଦୁଇଟି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ସନ୍ଧାନ ମିଳିଛି ?
Answer:
ଆସାମ ବ୍ୟତୀତ ଭାରତର ଉତ୍ତର-ପୂର୍ବ ଅଞ୍ଚଳରେ ଥ‌ିବା ମେଘାଳୟର ଗାରୋ ପର୍ବତମାଳା ଓ ତ୍ରିପୁରାର କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ସନ୍ଧାନ ମିଳିଛି ।

୪। ଶୂନ୍ୟସ୍ଥାନ ପୂରଣ କର ।

(କ) ପ୍ରାୟ _______ ବର୍ଷ ପୂର୍ବେ ପୃଥ‌ିବୀର ଜଳବାୟୁରେ ବଡ଼ ପରିବର୍ତ୍ତନ ଆସିଥିଲା ।
Answer:
୧୨,୦୦୦

(ଖ) ନୂତନ ପ୍ରସ୍ତର ଯୁଗରେ ମିଳିଥିବା _______ ଫସଲ କାଟିବାରେ ସହାୟକ ହୋଇଥିଲା ।
Answer:
ଦାଆ

(ଗ) ନୂତନ ପ୍ରସ୍ତର ଯୁଗରେ ______ କୁ ମନୁଷ୍ୟର ପ୍ରଥମ ପୋଷାପ୍ରାଣୀ ଭାବରେ ରଖାଯାଉଥିଲା ।
Answer:
କୁକୁର

(ଘ) ପ୍ରଥମେ ଭାରତର ________ ଅଞ୍ଚଳରେ ନୂତନ ପ୍ରସ୍ତର ଯୁଗ ଆରମ୍ଭ ହୋଇଥିଲା ।
Answer:
ଉତ୍ତର

(ଙ) ନୂତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ରଗୁଡ଼ିକ ______ ଓ ______ ର ଥିଲା ।
Answer:
ପଥର, ଧାତୁର

BSE Odisha 6th Class History Solutions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

(ଚ) କାଶ୍ମୀରର ________ ରେ ନୂତନ ପ୍ରସ୍ତର ଯୁଗର ମାନବ ବସତିର ସନ୍ଧାନ ମିଳିଛି ।
Answer:
ବୁର୍‌ଜାହମ୍

(ଛ) ଦୁଜାଲି ହାଡ଼ିରେ ମୂଲ୍ୟବାନ୍ ଜେଡ୍ ପଥର _______ ରୁ ଆସିଥିଲା ବୋଲି ବିଶ୍ଵାସ କରାଯାଏ ।
Answer:
ଚୀନ୍

(ଜ) ମେହରଗଡ଼ରେ ଘରଗୁଡ଼ିକ _______ ଅଥବା _____ ଆକାରରେ ନିର୍ମାଣ କରାଯାଉଥିଲା ।
Answer:
ବର୍ଗାକାର, ସମକୋଣୀ ଚତୁର୍ଭୁଜ

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

Odisha State Board BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ Textbook Exercise Questions and Answers.

BSE Odisha Class 6 History Solutions Chapter 2 ସର୍ବପ୍ରାଚୀନ ସମାଜ

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ପୁରାତନ ପ୍ରସ୍ତର ଯୁଗର ଲୋକମାନଙ୍କର ଜୀବନଯାପନ ପ୍ରଣାଳୀ କିପରି ଥିଲା ।
Answer:

  • ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ଖାଦ୍ୟ ସଂଗ୍ରହ ପାଇଁ ଯାଯାବର ଜୀବନଯାପନ କରୁଥିଲେ । ସେମାନେ ଯେଉଁ ସ୍ଥାନରେ କିଛି ସମୟ ରହୁଥିଲେ, ସେହି ଅଞ୍ଚଳର ଫଳମୂଳ ଓ ଶିକାରର ଅଭାବ ଦେଖାଦେଲେ, ସେ ସ୍ଥାନ ଛାଡି ଅନ୍ୟ ସ୍ଥାନକୁ ଯାଉଥିଲେ ।
  • ଋତୁ ଅନୁସାରେ ବିଭିନ୍ନ ଫଳଫୁଲ ସଂଗ୍ରହ ନିମନ୍ତେ ସେମାନେ ସ୍ଥାନ ପରିବର୍ତ୍ତନ କରୁଥିଲେ ।
  • ପ୍ରଚୁର ଜଳ ଓ ଉର୍ବର ଚାରଣ ଭୂମି ପାଇଁ ନଦୀକୂଳ ପଶୁପକ୍ଷୀଙ୍କ ବାସସ୍ଥଳୀ ଅଟେ । ତେଣୁ ପଶୁଶିକାର ପାଇଁ ସେମାନେ ଗୋଟିଏ ନଦୀକୂଳରୁ ଅନ୍ୟ ନଦୀକୂଳକୁ ଯାଉଥିଲେ ।
  • ସେମାନେ ପଥର ନିର୍ମିତ କୁରାଢ଼ି, କାଙ୍କ ଓ ବଚ୍ଛା ସାହାଯ୍ୟରେ ଖୋଳିବା, କାଟିବା, ଛେଚିବା ଓ ଶିକାର କରିବା ଅନୁମାନ କରାଯାଏ । ଶୀତ ଓ ଖରାରୁ ରକ୍ଷା ପାଇବା ପାଇଁ ସେମାନେ ଶରୀରକୁ ଆବୃତ କରିପାରୁନଥିଲେ । କାଳକ୍ରମେ ସେମାନେ ଚମଡ଼ା ବା ଗଛର ବକ୍‌କଳକୁ ବସ୍ତ୍ରରୂପେ ବ୍ୟବହାର କରିବାକୁ ଶିଖୁ । ଜୀବଜନ୍ତୁ ଆକ୍ରମଣରୁ ନିଜକୁ ରକ୍ଷା କରିବାପାଇଁ ଗଛର କୋରଡ଼ ଓ ପାହାଡର ପ୍ରାକୃତିକ ଗୁମ୍ଫାରେ ଆଶ୍ରୟ ନେଉଥିଲେ ।

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଖ) ନିଆଁର ବ୍ୟବହାର ଜାଣିବାଦ୍ଵାରା ପୁରାତନ ପ୍ରସ୍ତର ଯୁଗର ଲୋକମାନେ କିଭଳି ଉପକୃତ ହେଲେ ?
Answer:

  • ପୁରାତନ ପ୍ରସ୍ତୁର ଯୁଗର ମନୁଷ୍ୟ ପ୍ରଥମେ ପଥର ସହିତ ପଥର ଘଷି ହୋଇ ନିଆଁ ବାହାରିବା ଓ ସେହି ନିଆଁ ଗଛ, ପତ୍ର ଓ ଡାଳକୁ ପୋଡ଼ି ପାଉଁଶ କରିଦେବା ଲକ୍ଷ୍ୟ କଲା । ତେଣୁ ଜଳିବାପାଇଁ ଏହି କୌଶଳ ଅବଲମ୍ବନ କରି ନିଆଁ ବାହାରକଲା । ଫଳରେ ନିଆଁର ବ୍ୟବହାର ତା’ର ଜୀବନ ପ୍ରଣାଳୀର ପରିବର୍ତ୍ତନ ଆଣିଲା ।
  • ସେମାନେ ନିଆଁ ଦ୍ଵାରା ନିଜ ଶରୀରକୁ ଶୀତ ଦାଉରୁ ରକ୍ଷା କରିପାରିଲେ ।
  • ନିଆଁର ଆଲୋକ ସାହାଯ୍ୟରେ ସେମାନେ ନିଜକୁ ହିଂସ୍ରଜନ୍ତୁଙ୍କ ଆକ୍ରମଣରୁ ରକ୍ଷା କରିପାରିଲେ ।
  • ସେମାନେ ନିଆଁଦ୍ଵାରା ପଶୁମାଂସ ପୋଡ଼ି ଖାଇଲେ । କଞ୍ଚାମାଂସରୁ ପୋଡାମାଂସର ସ୍ବାଦ ଅଧିକ ବୋଲି ଜାଣିପାରିଲେ ।

(ଗ) ପୁରାତନ ପ୍ରସ୍ତର ଯୁଗର ଲୋକମାନେ ହାତହତିଆର କେଉଁ କେଉଁ କାମରେ ବ୍ୟବହାର କରୁଥିଲେ ?
Answer:

  • ପୁରାତନ ପ୍ରସ୍ତର ଯୁଗର ଲୋକମାନେ ହାତହତିଆର ଦ୍ବାରା ଖୋଳିବା, କାଟିବା, ଛେଚିବା ଓ ଶିକାର କାର୍ଯ୍ୟ କରୁଥିଲେ ।
  • ସେମାନଙ୍କ ଅସ୍ତ୍ରଶସ୍ତ୍ରଗୁଡ଼ିକ ଚିକ୍‌କଣ ନଥିଲା । ଏହି ଅସ୍ତ୍ରଦ୍ଵାରା ସେମାନେ ସହଜରେ ଜୀବଜନ୍ତୁ ଶିକାର, ଗଛରୁ ବକ୍‌କଳ କାଢ଼ିବା ଏବଂ ପଶୁମାନଙ୍କର ଛାଲ ଉତ୍ତାରି ପାରୁଥିଲେ ।
  • ସେମାନେ ଶକ୍ତ ପଥରର ସନ୍ଧାନ ପାଇବାପରେ ଏହି ପଥରକୁ ପିଟିବା, ଛେଚିବା ଓ ଘଷିବା ଆଦି କାର୍ଯ୍ୟରେ ବ୍ୟବହାର କଲେ ।
  • ପଞ୍ଜାବର ସୋନନଦୀ, ଉତ୍ତର ପ୍ରଦେଶର ବିଲା ନଦୀ ଉପତ୍ୟକା, ଦାକ୍ଷିଣାତ୍ୟ ମାଳଭୂମିର କେତେକ ସ୍ଥାନ ଓ ଚେନ୍ନାଇ ନିକଟରୁ ଶକ୍ତ ପଥରରେ ତିଆରି ସେ ଯୁଗର ହାତୁଡି ଆବିଷ୍କୃତ ହୋଇଛି ।

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଘ) ନୂତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଓ ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ମଧ୍ୟରେ ଥ‌ିବା ତଫାତଗୁଡ଼ିକ ଲେଖ ।
Answer:

  1. ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ରଗୁଡ଼ିକ ସୁନ୍ଦର ବା ଚିକ୍‌କଣ ନଥିଲା । କିନ୍ତୁ ନୂତନ ପ୍ରସ୍ତର ଯୁଗର ମନୁଷ୍ୟମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକ ଅଧିକ ଉନ୍ନତ, ସୁନ୍ଦର, ଧାରୁଆ ଓ ଚିକ୍‌କଣ ଥିଲା ।
  2. ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଦ୍ଵାରା ସହଜରେ ଜୀବଜନ୍ତୁ ଶିକାର, ଗଛରୁ ବକ୍‌କଳ କାଢିବା ଓ ପଶୁମାନଙ୍କରଛାଲ ଉତାରିବାରେ ସାହାଯ୍ୟ କରୁଥିଲା । ମାତ୍ର ନୂତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଶିକାର ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା ।
  3. ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ପଥରର କୁରାଢି, କାଙ୍କ, ବର୍ଚ୍ଛା ଓ ଶକ୍ତ ପଥରରେ ତିଆରି ହାତୁଡି ବ୍ୟବହାର କରୁଥିଲେ । କିନ୍ତୁ ନୂତନ ପ୍ରସ୍ତରଯୁଗର ମନୁଷ୍ୟ ପଥର ଓ ଅସ୍ଥିର କାଠବେଣ୍ଟଲଗା ଅସ୍ତ୍ରଶସ୍ତ୍ର, ବାଉଁଶର ଧନୁ,ପାତିଆର ଗୁଣ ଆଦି ବ୍ୟବହାର କରୁଥିଲେ ।
  4. ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ରରେ ମନୁଷ୍ୟ ଖୋଳିବା, କାଟିବା, ଛେଚିବା ଓ ଶିକାର କାର୍ଯ୍ୟ କରୁଥିବା ବେଳେ ନୂତନ ପ୍ରସ୍ତର ଯୁଗର ମନୁଷ୍ୟ ହାଡ଼ରୁ ତିଆରି ଛୁଞ୍ଚି ବ୍ୟବହାର କରି ଚମଡ଼ା ଲୁଗା ସିଲେଇ କାର୍ଯ୍ୟ କରିପାରୁଥିଲା । ପୁରାତନ ପ୍ରସ୍ତର ଯୁଗର ପଥର ନିର୍ମିତ ହାତୁଡ଼ି ଚେନ୍ନାଇ ନିକଟରୁ ଆବିଷ୍କୃତ ହୋଇଥିବା ବେଳେ ନୂତନ ପ୍ରସ୍ତର ଯୁଗର ହାତ ହତିଆର ଓଡିଶାର ମୟୁରଭଞ୍ଜ ଜିଲ୍ଲାର କୁଚେଇ, କୁଳଣା, ବଇଦିପୁର ଆଦି ସ୍ଥାନରୁ ଆବିଷ୍କୃତ ହୋଇଛି ।

(ଙ) ଆଦିମାନବ କେଉଁ ପଶୁମାନଙ୍କୁ ପାଳୁଥିଲା ଓ ସେହି ପଶୁମାନଙ୍କଠାରୁ କି ପ୍ରକାର ସୁବିଧା ପାଉଥିଲା ?
Answer:

  • ଆଦିମାନବ ପ୍ରଥମେ ଶିକାର କାର୍ଯ୍ୟରେ ସାହାଯ୍ୟପାଇଁ କୁକୁର ପାଳନ କଲା । ସେମାନଙ୍କୁ କୃଷି କାର୍ଯ୍ୟରେ ସାହାଯ୍ୟ କରିବାକୁ ଗାଈ, ମେଣ୍ଢା, ଛେଳି, ଗଧ, ଘୋଡ଼ା, ବଳଦ ଆଦି ପଶୁପାଳନ କରୁଥିଲା ।
  • ସେମାନେ ପଶୁମାନଙ୍କଠାରୁ ପାଉଥ‌ିବା କ୍ଷୀର ଓ ମାଂସକୁ ଖାଦ୍ୟରୂପେ ବ୍ୟବହାର କରୁଥିଲେ । ସେମାନେ ଗଧ, ଘୋଡ଼ା ଓ ବଳଦମାନଙ୍କୁ ମାଲ ପରିବହନ ପାଇଁ ବ୍ୟବହାର କରୁଥିଲେ ।
  • ପୋଷାକ ପ୍ରସ୍ତୁତ କରିବା ପାଇଁ ପଶୁଚମଡ଼ା ଓ ମେଣ୍ଢାର ଲୋକ ବ୍ୟବହାର କରୁଥିଲେ ।
  • ପଶୁମାନଙ୍କ ଗୋବରକୁ ସାରରୂପେ କୃଷିକ୍ଷେତ୍ରରେ ବ୍ୟବହାର କରୁଥିଲା ।

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଚ) ମନୁଷ୍ୟ ପ୍ରଥମେ ନଦୀକୂଳରେ ବସବାସ କରିବା ପାଇଁ କାହିଁକି ଚାହିଁଲା ?
Answer:

  • ଜୀବନଧାରଣ ପାଇଁ ଜଳର ଆବଶ୍ୟକତା ସର୍ବାଧ‌ିକ । ତେଣୁ ମନୁଷ୍ୟ ପ୍ରଥମେ ନଦୀକୂଳରେ କୁଡିଆ କରି ସ୍ଥାୟୀ ଭାବରେ ବସବାସ କରିବାକୁ ଲାଗିଲା । ନଦୀକୂଳମାନଙ୍କର ଜମି ଉର୍ବର ଥିଲା ଓ କୃଷିକାର୍ଯ୍ୟ ପାଇଁ ଜଳସେଚନର ସୁବିଧା ହେଉଥିଲା ।
  • ନଦୀକୂଳମାନଙ୍କରେ ପ୍ରଚୁର ଜଳ ଓ ଉର୍ବରମାଟି ଥ‌ିବାରୁ ତାକୁ ଶସ୍ୟ ଉତ୍ପାଦନ କରିବା ପାଇଁ ସୁବିଧା ହେଲା । ପରବର୍ତୀ ସମୟରେ ଗହମ, ଯଅ, ଧାନ, ଫଳ ଓ ପନିପରିବା ଚାଷ କରି ଶିଖୁଲା ।
  • ନଦୀ ପଥଗୁଡ଼ିକ ଗମନାଗମନର ଉତ୍ତମ ମାର୍ଗ ଥିଲା । ତେଣୁ ବ୍ୟବସାୟ ବାଣିଜ୍ୟ କରିବା ଏବଂ ବିଭିନ୍ନ ସ୍ଥାନର ଲୋକଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବା ନଦୀପଥରେ ସୁବିଧା ଥିଲା ।
  • ବାସଗୃହ, ଜାଳେଣି ଓ ଜଙ୍ଗଲ ଜାତ ଦ୍ରବ୍ୟ ନଦୀକୂଳ ନିକଟରେ ଥିବା ଅରଣ୍ୟରୁ ସହଜରେ ମିଳୁଥିଲା । ତେଣୁ ମନୁଷ୍ୟ ପ୍ରଥମେ ନଦୀ କୂଳରେ ବସବାସ କରିବା ପାଇଁ ଚାହିଁଲା ।

୨ । ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୩୦ଟି ଶବ୍ଦ ମଧ୍ଯରେ ଲେଖ ।

(କ) ନୂତନ ପ୍ରସ୍ତର ଯୁଗର ଲୋକମାନେ କିପରି କୃଷିକାର୍ଯ୍ୟ ଆରମ୍ଭ କଲେ ଓ କ’ଣ ଚାଷ କରୁଥିଲେ ?
Answer:

  • ମଞ୍ଜି ମାଟି ଭିତରେ ପୋତି ହେଲାପରେ ପାଣିପାଇ ଗଛରେ ପରିଣତ ହେଉଥ‌ିବା ଲକ୍ଷ୍ୟ କରି ନୂତନ ପ୍ରସ୍ତର ଯୁଗର ଲୋକମାନେ କୃଷିକାର୍ଯ୍ୟ ଆରମ୍ଭ କଲେ ।
  • ସେମାନେ ଗହମ, ଯଅ, ଧାନ, ଫଳ ଓ ପନିପରିବା ପ୍ରଭୃତି ଚାଷ କରୁଥିଲେ ।

(ଖ) ଚକର ବ୍ୟବହାର କରି ନୂତନ ପ୍ରସ୍ତର ଯୁଗର ଲୋକମାନେ କ’ଣ କ’ଣ କାମ କଲେ ?
Answer:

  1. ଚକର ବ୍ୟବହାର କରି ନୂତନ ପ୍ରସ୍ତର ଯୁଗର ଲୋକମାନେ ବିଭିନ୍ନ ପ୍ରକାର ମାଟିପାତ୍ର ନିର୍ମାଣ କଲେ । ଚକ୍ରକୁ ଗାଡିରେ ବ୍ୟବହାର କରି ମାଲପରିବହନ ଶୀଘ୍ର ଓ ସୁବିଧାରେ କରିପାରିଲେ ।
  2. ଚକକୁ ବ୍ୟବହାର କରି ତନ୍ତ ପ୍ରସ୍ତୁତ କଲେ ଏବଂ ତନ୍ତ ସାହାଯ୍ୟରେ ସୂତାକାଟି ଲୁଗା ବୁଣିଲେ ।

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଗ) ପୁରାତନ ପ୍ରସ୍ତରଯୁଗ ଓ ନୂତନ ପ୍ରସ୍ତରଯୁଗର ଲୋକମାନଙ୍କ ମଧ୍ୟରେ କ’ଣ ତଫାତ ଥିଲା ?
Answer:

  • ପୁରାତନ ପ୍ରସ୍ତର ଯୁଗର ଲୋକମାନେ ପଶୁ ଶିକାର, ଫଳମୂଳ ସଂଗ୍ରହ କରି ଗଛର କୋରଡ଼ କିମ୍ବା ପାହାଡ଼ର ଗୁମ୍ଫାରେ ଆଶ୍ରୟ ନେଇ ଯାଯାବର ଜୀବନଯାପନ କରୁଥିଲେ । ମାତ୍ର ନୂତନ ପ୍ରସ୍ତର ଯୁଗର ଲୋକମାନେ କୃଷିକାର୍ଯ୍ୟ ଓ ପଶୁପାଳନ କରି ସ୍ଥାୟୀ ଭାବରେ ବସବାସ କରି ଗୋଷ୍ଠୀଗତ ଜୀବନଯାପନ କରୁଥିଲେ ।
  • ପୁରାତନ ପ୍ରସ୍ତର ଯୁଗର ଲୋକମାନେ ଚିକ୍‌କଣ ହୋଇନଥୁବା ଅସୁନ୍ଦର ପଥର ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ । କିନ୍ତୁ ନୂତନ ପ୍ରସ୍ତର ଯୁଗର ଲୋକମାନେ ପଥର ଓହାଡ଼ରେ ନିର୍ମିତ ଧାରୁଆ, ଚିକ୍‌କଣ, ସୁନ୍ଦର ଓ ଉନ୍ନତ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ ।

(ଘ) ପୁରାତନ ପ୍ରସ୍ତର ଯୁଗର ଲୋକମାନେ ଗୋଟିଏ ନଦୀକୂଳରୁ ଆଉ ଗୋଟିଏ ନଦୀକୂଳକୁ ଯାଉଥିଲେ
Answer:

  • ପୁରାତନ ପ୍ରସ୍ତର ଯୁଗର ଲୋକମାନେ ଯେଉଁ ସ୍ଥାନରେ କିଛି ସମୟ ରହୁଥିଲେ, ସେହି ଅଞ୍ଚଳରେ ଫଳମୂଳ ଓ ଶିକାରର ଅଭାବ ଦେଖାଦେଲେ ସେମାନେ ସେହି ସ୍ଥାନ ଛାଡ଼ି ଅନ୍ୟତ୍ର ଯାଉଥିଲେ ।
  • ପ୍ରଚୁର ଜଳ ଓ ଉର୍ବର ଚାରଣଭୂମି ପାଇଁ ନଦୀ କୂଳ ପଶୁପକ୍ଷୀମାନଙ୍କ ବାସସ୍ଥଳୀ ହୋଇଥିବାରୁ ପଶୁଶିକାର ପାଇଁ ସେମାନେ ଗୋଟିଏ ନଦୀ କୂଳରୁ ଅନ୍ୟ ନଦୀ କୂଳକୁ ଯାଉଥିଲେ ।

(ଙ) ନୂତନ ପ୍ରସ୍ତର ଯୁଗର ଲୋକମାନେ ପ୍ରକୃତିର ଉପାସକ ଥିଲେ ବୋଲି କିପରି ଜାଣିବା ?
Answer:

  • ନୂତନ ପ୍ରସ୍ତର ଯୁଗର ଲୋକମାନେ ପ୍ରକୃତିର ବିଭିନ୍ନ ରୂପ ଯଥା – ନଦୀ, ପର୍ବତ, ସୂର୍ଯ୍ୟ, ବୃକ୍ଷ ଆଦିକୁ ପୂଜା କରୁଥିଲେ ।
  • ସେମାନେ ପର ଜନ୍ମରେ ବିଶ୍ୱାସ କରୁଥିଲେ । ତେଣୁ ନୂତନ ପ୍ରସ୍ତର ଯୁଗର ଲୋକମାନେ ପ୍ରକୃତିର ଉପାସକ ଥିଲେ ।

। ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଗୋଟିଏ ଧାଡ଼ିରେ ଲେଖ ।

(କ) ଆଦିମାନବ ତା’ର ରହିବା ସ୍ଥାନ କାହିଁକି ପରିବର୍ତ୍ତନ କରୁଥିଲା ?
Answer:
ଗୋଟିଏ ସ୍ଥାନରେ ଫଳମୂଳ ଓ ଶିକାରରେ ଅଭାବ ଦେଖାଦେଲେ ଆଦିମାନବ ସେ ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ଯାଉଥିଲେ ।

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଖ) ଭୋକଦାଉରୁ ରକ୍ଷାପାଇବା ପାଇଁ ଆଦିମାନବ କ’ଣ କରୁଥିଲେ ?
Answer:
ଆଦିମାନବ ଭୋକଦାଉରୁ ରକ୍ଷାପାଇବା ପାଇଁ ଜୀବଜନ୍ତୁଙ୍କୁ ମାରି ତା’ର କଞ୍ଚା ମାଂସ ଖାଉଥିଲା ।

(ଗ) ଆଦିମାନବ ଋତୁ ପରିବର୍ତ୍ତନ ଅନୁସାରେ କାହିଁକି ସ୍ଥାନ ପରିବର୍ତ୍ତନ କରୁଥିଲେ ?
Answer:
ଋତୁ ଅନୁଯାୟୀ ବିଭିନ୍ନ ଗଛରେ ବିଭିନ୍ନ ଫୁଲଫଳ ଦେଖା ଯାଉଥ‌ିବାରୁ ଆଦିମାନବ ଋତୁ ଅନୁସାରେ ସ୍ଥାନ ପରିବର୍ତ୍ତନ କରୁଥିଲେ ।

(ଘ) ନିଜକୁ ସୁରକ୍ଷା ଦେବା ପାଇଁ ପୁରାତନ ପ୍ରସ୍ତର ଯୁଗର ଲୋକେ କ’ଣ ବ୍ୟବହାର କରୁଥିଲେ ?
Answer:
ନିଜକୁ ସୁରକ୍ଷା ଦେବା ପାଇଁ ପୁରାତନ ପ୍ରସ୍ତର ଯୁଗର ଲୋକମାନେ ‘ପଥର ତିଆରି ଅସ୍ତ୍ରଶସ୍ତ୍ର’ ବ୍ୟବହାର କରୁଥିଲେ ।

(ଙ) ଭାରତର କେଉଁ କେଉଁ ସ୍ଥାନରୁ ପ୍ରସ୍ତର ଯୁଗର ହାତ ହତିଆର ଆବିଷ୍କୃତ ହୋଇଛି ?
Answer:
ପଞ୍ଜାବର ସୋନ ନଦୀ, ଉତ୍ତର ପ୍ରଦେଶର ବିଲା ନଦୀ ଉପତ୍ୟକା, ଦାକ୍ଷିଣାତ୍ୟ ମାଳଭୂମିର କେତେକ ସ୍ଥାନ ଓ ଚେନ୍ନାଇ ନିକଟରୁ ପ୍ରସ୍ତର ଯୁଗର ହାତହତିଆର ଆବିଷ୍କୃତ ହୋଇଛି ।

(ଚ) ଶକ୍ତ ପଥରର ସନ୍ଧାନ ପାଇବା ପରେ ଆଦିମାନବ ତାକୁ କେଉଁ କାମରେ ଲଗାଇଲେ ?
Answer:
ଶକ୍ତି ପଥରର ସନ୍ଧାନ ପାଇବା ପରେ ଆଦିମାନବ ଏହାକୁ ପିଟିବା, ଛେଚିବା ଓ ଘଷିବା ଆଦି କାମରେ ଲଗାଇଲେ ।

(ଛ) ଆଦିମାନବ କେଉଁ କେଉଁ ଜିନିଷକୁ ବସ୍ତ୍ରରୂପେ ବ୍ୟବହାର କରୁଥିଲା ?
Answer:
ଆଦିମାନବ ଗଛର ବଳ୍‌କଳ ଓ ଜୀବଜନ୍ତୁଙ୍କ ଚମଡ଼ାକୁ ବସ୍ତ୍ରରୂପେ ବ୍ୟବହାର କରୁଥିଲା ।

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଜ) ଜୀବଜନ୍ତୁଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆଦିମାନବ କେଉଁଠାରେ ଆଶ୍ରୟ ନେଉଥୁଲା ?
Answer:
ଜୀବଜନ୍ତୁଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆଦିମାନବ ଗଛର କୋରଡ଼ ଓ ପାହାଡ଼ର ପ୍ରାକୃତିକ ଗୁମ୍ଫାରେ . ଆଶ୍ରୟ ନେଉଥିଲା ।

(ଝ) ଓଡ଼ିଶାର କେଉଁ କେଉଁ ସ୍ଥାନରେ ଆଦିମାନବ ବ୍ୟବହାର କରୁଥିବା ଚିତ୍ରକଳାର ସନ୍ଧାନ ମିଳିଛି ?
Answer:
ଓଡ଼ିଶାର ଗୁଡ଼ହାଣ୍ଡି, ବିକ୍ରମଖୋଲ, ମାଣିକମଡ଼ା, ଯୋଗୀମଠ ଇତ୍ୟାଦି ପାହାଡ଼ରେ ଆଦିମାନବ ବ୍ୟବହାର କରୁଥିବା ଚିତ୍ରକଳାର ସନ୍ଧାନ ମିଳିଛି ।

(ଞ) ଓଡ଼ିଶାର କେଉଁ ସ୍ଥାନରୁ ନୂତନ ପ୍ରସ୍ତର ଯୁଗର ହାତହତିଆର ମିଳିଛି ?
Answer:
ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କୁଚେଇ, କୁଳିଅଣା, ବଇଦିପୁରରୁ ନୂତନ ପ୍ରସ୍ତର ଯୁଗର ହାତହତିଆର ମିଳିଛି ।

୪। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ପୁରାତନ ପ୍ରସ୍ତର ଯୁଗର ଲୋକମାନଙ୍କର ଚିତ୍ରକଳାର ସନ୍ଧାନ _________ ରୁ ମିଳିଛି ।
(ପଥର, ଗୁମ୍ଫା, ପାହାଡ଼, କୁଡ଼ିଆ)
Answer:
ଗୁମ୍ଫା

(ଖ) ବର୍ତ୍ତମାନ କେରଳର _______ ମାନେ ଯାଯାବର ଜୀବନଯାପନ କରୁଅଛନ୍ତି ।
(ପାଣ୍ଡାରାମ, ବଣ୍ଡା, ପରଜା, ଜୁଆଙ୍ଗ)
Answer:
ପାଶ୍ଚାରାମ

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଗ) ନୂତନ ପ୍ରସ୍ତର ଯୁଗର ଲୋକମାନେ ମାଲ ପରିବହନ ପାଇଁ _________ କୁ ବ୍ୟବହାର କରୁଥିଲେ ।
(ମଇଁଷି, ଘୋଡ଼ା, ହାତୀ, ହରିଣ )
Answer:
ଘୋଡ଼ା

(ଘ) ପ୍ରସ୍ତର ଯୁଗର ମଣିଷକୁ ଚକ ବ୍ୟବହାର ________ କାର୍ଯ୍ୟରେ ସାହାଯ୍ୟ କରୁଥିଲା ।
(କୃଷି, ଶିକାର, ପରିବହନ, ଗୃହନିର୍ମାଣ)
Answer:
ପରିବହନ

(ଙ) ମନୁଷ୍ୟ ପ୍ରଥମେ _________ ସ୍ଥାନରେ ସ୍ଥାୟୀ ହୋଇ ରହିବା ଶିଖୁଲା ।
(ପାର୍ବତ୍ୟାଞ୍ଚଳ, ନଦୀକୂଳ, ବଣଜଙ୍ଗଲ, ବରଫାବୃତ ଅଞ୍ଚଳ)
Answer:
ନଦୀକୂଳ

୫। ‘କ’ ସ୍ତମ୍ଭରେ ଦିଆଯାଇଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରୁ ଉପଯୁକ୍ତ ଶବ୍ଦ ବାଛି ଯୋଗକର ।

ସର୍ବପ୍ରାଚୀନ ସମାଜ Chapter 2
Answer:

ସର୍ବପ୍ରାଚୀନ ସମାଜ Chapter 2.1

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

Odisha State Board BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା Textbook Exercise Questions and Answers.

BSE Odisha Class 6 History Solutions Chapter 1 ଇତିହାସ ବିଷୟରେ ଧାରଣା

୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ‘‘ମନୁଷ୍ୟର ଅତୀତ ଘଟଣାର ନିରବଚ୍ଛିନ୍ନ କ୍ରମିକ ଅଗ୍ରଗତି ହେଉଛି ଇତିହାସ’’– ଏହା କାହିଁକି କୁହାଯାଇଛି ଲେଖ ।
Answer:

  • ବୈଜ୍ଞାନିକମାନଙ୍କ ମତରେ ଆଜକୁ ପ୍ରାୟ ପନ୍ଦର ଲକ୍ଷ ବର୍ଷ ପୂର୍ବେ ପୃଥ‌ିବୀରେ ମନୁଷ୍ୟର ସୃଷ୍ଟି ହୋଇଥିଲା । କିନ୍ତୁ ତା’ପୂର୍ବରୁ ମନୁଷ୍ୟର ରୂପ ଏପରି ନଥିଲା । ବର୍ତ୍ତମାନ ପୃଥ‌ିବୀରେ ଯେତେ ମନୁଷ୍ୟ ଦେଖାଯାଆନ୍ତି ସମସ୍ତେ ଗୋଟିଏ ଜାତି
  • ନୃବାନରମାନଙ୍କର କ୍ରମବିକାଶ ଘଟି ମନୁଷ୍ୟ ସୃଷ୍ଟି ହୋଇଥିଲା । ସେହି ଜାତିର ଗିବନ, ଓରାଙ୍ଗୁଓଟାଙ୍ଗ୍, ଗରିଲା ଓ ସିମ୍ପାଞ୍ଜିମାନେ ଏବେ ପୃଥ‌ିବୀରେ ଦେଖାଯାଉଛନ୍ତି ।
  • ପ୍ରାଚୀନତମ କାଳରୁ ଆଜି ପର୍ଯ୍ୟନ୍ତ ମାନବ ସମାଜର ସାମାଜିକ, ସାଂସ୍କୃତିକ ତଥା ରାଜନୈତିକ କ୍ଷେତ୍ରରେ ଯେଉଁସବୁ ପରିବର୍ତ୍ତନ ଦେଖା ଦେଇଥିଲା, ତାହାର କ୍ରମ ବିବରଣୀକୁ ହିଁ ଇତିହାସ କୁହାଯାଏ ।
  • ମନୁଷ୍ୟମାନଙ୍କର ସଂସ୍କୃତିର ଧାରା ଅତି ପ୍ରାଚୀନ । ସାମାଜିକ ରୀତିନୀତି ଅସ୍ତ୍ରଶସ୍ତ୍ର ତିଆରିରୁ ମନୁଷ୍ୟ ସଂସ୍କୃତି ଆରମ୍ଭ ହୋଇଛି ବୋଲି କୁହାଯାଏ । ଏହାଛଡ଼ା କୃଷିକାର୍ଯ୍ୟ, ଅଗ୍ନିର ଆବିଷ୍କାର ଓ ବ୍ୟବହାର, ଚକର ‘ ଉଦ୍ଭାବନ, ବିଭିନ୍ନ ଧାତୁର ବ୍ୟବହାର, ଗ୍ରାମ, ସହର ଓ ରାଜ୍ୟର ପରିକଳ୍ପନା, ଶାସନ ପ୍ରଣାଳୀ ଓ ପରିଚାଳନା ଇତ୍ୟାଦି ବିଭିନ୍ନ ସୋପାନ ଦେଇ ମନୁଷ୍ୟ ସଂସ୍କୃତି ଅଗ୍ରଗତି କରିଛି । ଅତଏବ ମନୁଷ୍ୟର ଅତୀତ ଘଟଣାଗୁଡ଼ିକର ନିରବଚ୍ଛିନ୍ନ ଅଗ୍ରଗତି ହେଉଛି ଇତିହାସ ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

(ଖ) ଇତିହାସ କାହିଁକି ପଢ଼ିବା ?
Answer:

  • ଇତିହାସ ପଢିବା ଦ୍ୱାରା ଆମେ ସମୟାନୁକ୍ରମେ ଅତୀତରେ ଘଟିଥିବା ଘଟଣାକୁ ଜାଣିପାରୁ । ବର୍ତ୍ତମାନକୁ ବୁଝିବାକୁ ହେଲେ ଅତୀତକୁ ଜାଣିବା ଆବଶ୍ୟକ ।
  • ଅତୀତରେ ମନୁଷ୍ୟ ଆନନ୍ଦ ଓ ସୁଖଶାନ୍ତିରେ ରହିବାପାଇଁ ଯେଉଁସବୁ ଉପାୟ ଅବଲମ୍ବନ କରୁଥୁଲା, ସେଗୁଡ଼ିକ ମଧ୍ୟରୁ ଦରକାରୀଗୁଡ଼ିକୁ ବାଛି ଗ୍ରହଣ କରିବାରେ ଇତିହାସ ପଠନ ସାହାଯ୍ୟ କରିଥାଏ ।
  • ଅତୀତର ବିଭିନ୍ନ ପ୍ରଥା, ରାଜ୍ୟ ଗଠନ, ଶାସନ ପ୍ରଣାଳୀ ଆଦି ବିଷୟରେ ଜାଣିବା, ଯେଉଁଗୁଡ଼ିକ ଆମ ପାଇଁ ଦରକାର ସେଗୁଡ଼ିକ ଗ୍ରହଣ କରିପାରିବା । ଏହି କାର୍ଯ୍ୟ କରିବାରେ ଇତିହାସ ପଠନ ସହାୟକ ହୋଇଥାଏ ।
  • ଇତିହାସ ପଠନ ଦ୍ଵାରା ଅତୀତରେ ଆମ ସମାଜରେ ପ୍ରଚଳିତ ଅନେକ କୁପ୍ରଥା ଓ ଅନ୍ଧବିଶ୍ବାସ ପ୍ରତି ଅବଗତ ହେଉ ଏବଂ ସେଗୁଡ଼ିକ ଆମ ପାଇଁ କେତେଦୂର ଗ୍ରହଣଯୋଗ୍ୟ ତାହା ଆମେ ବୁଝିପାରିବା । ସେଗୁଡ଼ିକୁ ଆବଶ୍ୟକୀୟ ପରିବର୍ତ୍ତନ କରି ବର୍ତ୍ତମାନର ପରିସ୍ଥିତି ସହିତ ମେଳ କରିବା ପାଇଁ ଚେଷ୍ଟା କରିବା । ତେଣୁ ଇତିହାସ ପଢ଼ିବା ଆମ ପାଇଁ ନିହାତି ଆବଶ୍ୟକ ।

(ଗ) ଇତିହାସ ଜାଣିବାର ବିଭିନ୍ନ ଉପାଦାନଗୁଡ଼ିକ କ’ଣ ?
Answer:

  • ଇତିହାସ ଜାଣିବାର ଉପାଦାନ ଗୁଡ଼ିକୁ ଦୁଇଭାଗରେ ବିଭକ୍ତ କରାଯାଏ ।
  • ସେଗୁଡ଼ିକ ହେଲା ଯଥା – (କ) ପ୍ରତ୍ନତାତ୍ତ୍ଵିକ ଉପାଦାନ, (ଖ) ସାହିତ୍ୟିକ ଉପାଦାନ ।
  • ପ୍ରତ୍ନତାତ୍ତ୍ଵିକ ଉପାଦାନ ଚାରି ଭାଗରେ ବିଭକ୍ତ । ଯଥା – (କ) ଖୋଦିତ ଲେଖା ବା ଲିପି, (ଖ) କୀର୍ତ୍ତି ଓ କଳାକୃତି, (ଗ) ଭୌତିକ ଅବଶେଷ, (ଘ) ମୁଦ୍ରା ।
  • ସାହିତ୍ୟିକ ଉପାଦାନ ତିନି ଭାଗରେ ବିଭକ୍ତ । ଯଥା – (କ) ଧର୍ମ ସମ୍ବନ୍ଧୀୟ ସାହିତ୍ୟ, (ଖ) ଐହିକ ସାହିତ୍ୟ, (ଗ) ବୈଦେଶିକ ବିବରଣୀ ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

(ଘ) ସମୟ ଅନୁସାରେ ଇତିହାସକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
Answer:

  1. ସମୟ ଅନୁସାରେ ଇତିହାସକୁ ତିନିଭାଗରେ ବିଭକ୍ତ କରାଯାଇଛି । ଯଥା – (କ) ପ୍ରାକ୍-ଐତିହାସିକ ଯୁଗ, (ଖ) ଆଦ୍ୟ ଐତିହାସିକ ଯୁଗ, (ଗ) ଐତିହାସିକ ଯୁଗ ।
  2. ପ୍ରାକ୍-ଐତିହାସିକ ଯୁଗ – ବହୁ ପୁରାତନ କାଳରେ ଲୋକମାନେ ଲେଖୁଣି ନଥିଲେ । ବିଭିନ୍ନ ପ୍ରକାର ମାଟିପାତ୍ର, ଅଳଙ୍କାର, ହାତହତିଆର, ଅସ୍ଥିକଙ୍କାଳ ଆଦିରୁ ଲୋକମାନଙ୍କର ଜୀବନଯାପନ ପ୍ରଣାଳୀ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥାଏ । ସେକାଳର ଗୁମ୍ଫାର ଚିତ୍ରରୁ ଆମେ ସେମାନଙ୍କ ବିଷୟରେ ମଧ୍ୟ ଜାଣିପାରୁ ।
  3. ଆଦ୍ୟ-ଐତିହାସିକ ଯୁଗ – ମନୁଷ୍ୟ ଲେଖୁଣିବା ପରେ ବିଭିନ୍ନ ଘଟଣାକୁ ନିଜର ଲେଖାଦ୍ଵାରା ପ୍ରକାଶ କରିପାରିଲା । ଏହି ସମୟକୁ ଆଦ୍ୟ-ଐତିହାସିକ ଯୁଗ କୁହାଯାଏ । ଏହି ଲେଖାସବୁ ସୀମିତ ଓ ପଢ଼ିବା ସମ୍ଭବ ହୋଇନଥାଏ । ତେଣୁ ଏ ସମୟର ଘଟଣାବଳୀ ଜାଣିବାକୁ ହେଲେ ଲେଖାଗୁଡ଼ିକ ସହିତ ପ୍ରତ୍ନତାତ୍ତ୍ୱିକ ଖନନ ଓ ଅନୁସନ୍ଧାନ ଉପରେ ନିର୍ଭର କରିବାକୁ ପଡ଼େ । ସିନ୍ଧୁନଦୀ କୂଳରେ ଏହି ସମୟରେ ଏକ ସଭ୍ୟତା ଗଢି ଉଠିଥିଲା ।
  4. ଐତିହାସିକ ଯୁଗ – ଲେଖାର ଉନ୍ନତି ହେବାପରେ ମନୁଷ୍ୟ ବିଭିନ୍ନ ଘଟଣାକୁ ପଥର କାନ୍ଥ, ଖମ୍ବ, ତମ୍ବାପଟା, ତାଳପତ୍ର, ମାଟିପାତ୍ର ଇତ୍ୟାଦି ଉପରେ ଲେଖୁରିଲା । ଏହି ଲେଖାଗୁଡ଼ିକରୁ ସେ ସମୟର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତି ଅବସ୍ଥା ବିଷୟରେ ଅନେକ ସୂଚନା ମିଳି ପାରିଥାଏ । ଏହି ସମୟକୁ ଐତିହାସିକ ଯୁଗ କୁହାଯାଏ ।

(ଙ) ଭାରତର ଭୌଗୋଳିକ ଅବସ୍ଥା ଏହାର ଇତିହାସକୁ କିପରି ପ୍ରଭାବିତ କରିଛି ?
Answer:

  • ଭାରତ ପୃଥ‌ିବୀର ଉତ୍ତର ଗୋଲାର୍ଦ୍ଧରେଅବସ୍ଥିତ । ଏହା ଏସିଆ ମହଦେଶର ଦକ୍ଷିଣ ଉପକୂଳର ପ୍ରାୟ ମଧ୍ୟ ଭାଗରେ ଅବସ୍ଥିତ । ଭାରତର ଦକ୍ଷିଣ ଭାଗକୁ ତିନି ଦିଗରୁ ସମୁଦ୍ର ଘେରି ରହିଥ‌ିବାରୁ ଏହାକୁ ଉପଦ୍ୱୀପ କୁହାଯାଏ ।
  • ଆଫ୍ରିକା, ଅଷ୍ଟ୍ରେଲିଆ ଓ ୟୁରୋପଠାରୁ ଭାରତ ପ୍ରାୟ ସମାନ ଦୂରତାରେ ରହିଛି ।
  • ପ୍ରାଚୀନ ସଭ୍ୟତାର ବିକାଶଶୀଳ ଦେଶଗୁଡ଼ିକ ଭାରତର ସୀମାକୁ ଲାଗି ବା ଭାରତଠାରୁ ଅନତିଦୂରରେ ରହିଛନ୍ତି ।
  • ଭାରତର ଉତ୍ତରପୂର୍ବ ସୀମାରେ ଚୀନ, ପଶ୍ଚିମରେ ଇରାନ୍ ରହିଥିବାବେଳେ ଇରାକ୍, ଇସ୍ରାଏଲ୍, ମିଶର, ଗ୍ରୀସ୍ ଆଦି ଦେଶ ଭାରତଠାରୁ ଅନତି ଦୂରରେ ଅବସ୍ଥିତ । ଏହିପରି ଭାବରେ ଭାରତର ଭୌଗୋଳିକ ଅବସ୍ଥା ଏହାର ଇତିହାସକୁ ପ୍ରଭାବିତ କରିଛି ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

(ଚ) ଭାରତର କେଉଁ ଦୁଇଟି ପ୍ରାକୃତିକ ବୈଶିଷ୍ଟ୍ୟ ବିଶେଷ ପରିମାଣରେ ଭାରତ ଇତିହାସକୁ ପ୍ରଭାବିତ କରିଛି, କାରଣ ସହ ଉଲ୍ଲେଖ କର ।
Answer:

  • ଭାରତବର୍ଷର ପ୍ରାକୃତିକ ଅଞ୍ଚଳମାନଙ୍କ ମଧ୍ୟରୁ ପାର୍ବତ୍ୟ ଅଞ୍ଚଳ ଓ ନଦୀ ଉପତ୍ୟକା ଅଞ୍ଚଳ ବିଶେଷ ପରିମାଣରେ ଭାରତ ଇତିହାସକୁ ପ୍ରଭାବିତ କରିଛି ।
  • ଭାରତର ଉତ୍ତର ସୀମାରେ ଅବସ୍ଥିତ ହିମାଳୟ ପର୍ବତଶ୍ରେଣୀକୁ ଅତିକ୍ରମ କରି ଉତ୍ତର ଦିଗରୁ ଭାରତ ମଧ୍ୟକୁ ପ୍ରବେଶ କରିବା କଷ୍ଟକର । ଏହାର ଉତ୍ତର-ପଶ୍ଚିମ ପାର୍ଶ୍ଵରେ ଅବସ୍ଥିତ ପାର୍ବତ୍ୟ ଅଞ୍ଚଳରେ ଥ‌ିବା କେତେକ ସଂକୀର୍ଣ୍ଣ ଗିରିପଥ ମଧ୍ୟରେ ବିଭିନ୍ନ ସମୟରେ ଆକ୍ରମଣକାରୀ, ବ୍ୟବସାୟୀ ଓ ପରିବ୍ରାଜକମାନେ ଭାରତକୁ ଆସିଛନ୍ତି ।
  • ସେମାନେ ଆସିବା ଫଳରେ ସେମାନଙ୍କର ଚଳଣି, ଦର୍ଶନ, ଭାଷା ଓ ସାହିତ୍ୟଦ୍ୱାରା ଆମ ସଂସ୍କୃତି ଓ ଇତିହାସ ପ୍ରଭାବିତ ହୋଇଛି ।
  • ସିନ୍ଧୁ, ଗଙ୍ଗା ଆଦି ନଦୀ ଉପତ୍ୟକା ଅଞ୍ଚଳକୁ ନେଇ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ଗଠିତ ହୋଇଛି । ଏହି ଅଞ୍ଚଳର ମୃତ୍ତିକା ଉର୍ବର ଓ ଏଠାରେ ପ୍ରଚୁର ଜଳ ମିଳୁଥ‌ିରୁ ବିଭିନ୍ନ ଶସ୍ୟ ଉତ୍ପାଦନ ହୋଇଥାଏ । ତେଣୁ ଏ ଅଞ୍ଚଳରେ ବହୁତ ଲୋକ ବାସ କରନ୍ତି ।
  • ଏହିସବୁ କାରଣରୁ ନଦୀକୂଳମାନଙ୍କରେ ପ୍ରାଚୀନ ସଭ୍ୟତାମାନ ଗଢ଼ି ଉଠିଥିଲା ଓ ଭାରତର ଇତିହାସକୁ ପ୍ରଭାବିତ କରିଥିଲା ।

୨। ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୩୦ଟି ଶବ୍ଦରେ ଲେଖ ।

(କ) ପ୍ରାକୃତିକ ଗଠନର ବିବିଧତା ଅନୁସାରେ ଭାରତକୁ ଯେଉଁ କେତୋଟି ଅଞ୍ଚଳରେ ବିଭକ୍ତ କରାଯାଇଛି ସେଗୁଡ଼ିକର ନାମ ଲେଖ ।
Answer:

  • ପ୍ରାକୃତିକ ଗଠନର ବିବିଧତା ଅନୁସାରେ ଭାରତକୁ ଛଅଗୋଟି ପ୍ରାକୃତିକ ଅଞ୍ଚଳରେ ବିଭକ୍ତ କରାଯାଇଛି ।
  • ସେଗୁଡ଼ିକ ହେଲା ହେଲା ଯଥା – (କ) ହିମାଳୟ ପାର୍ବତ୍ୟଅଞ୍ଚଳ, (ଖ) ଉତ୍ତରସ୍ଥ ସମତଳ ଅଞ୍ଚଳ, (ଗ) କେନ୍ଦ୍ରସ୍ଥ ମାଳଭୂମି ଅଞ୍ଚଳ, (ଘ) ପଶ୍ଚିମସ୍ଥ ମରୁଭୂମି ଅଞ୍ଚଳ, (ଙ) ଉପକୂଳସ୍ଥ ସମତଳ ଅଞ୍ଚଳ, (ଚ) ସମୁଦ୍ର ମଧ୍ୟସ୍ଥ ଦ୍ବୀପସମୂହ ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

(ଖ) ସଂକୀର୍ଣ୍ଣ ଗିରିପଥ ଦେଇ କେଉଁମାନେ ଭାରତକୁ ଆସିଛନ୍ତି ଏବଂ ସେମାନେ କେଉଁ କ୍ଷେତ୍ରରେ ଆମ ସଂସ୍କୃତିକୁ ପ୍ରଭାବିତ କରିଛନ୍ତି ?
Answer:

  1. ଭାରତର ଉତ୍ତର-ପଶ୍ଚିମରେ ଥିବା ପାର୍ବତ୍ୟ ଅଞ୍ଚଳରେ କେତୋଟି ସଂକୀର୍ଣ୍ଣ ଗିରିପଥ ରହିଛି । ଏହି ଗିରିପଥ ଦେଇ ବିଭିନ୍ନ ସମୟରେ ଆକ୍ରମଣକାରୀ, ବ୍ୟବସାୟୀ ଓ ପରିବ୍ରାଜକମାନେ ଭାରତକୁ ଆସି ଛନ୍ତି ।
  2. ଫଳରେ ସେମାନଙ୍କ ଚଳଣି, ଦର୍ଶନ, ଭାଷା ଓ ସାହିତ୍ୟ ଆଦି ଦ୍ବାରା ଆମ ସଂସ୍କୃତି ପ୍ରଭାବିତ ହୋଇଛି ।

(ଗ) ପଶ୍ଚିମଘାଟ ପର୍ବତମାଳା କେଉଁଠାରୁ କେଉଁ ପର୍ଯ୍ୟନ୍ତ ବିସ୍ତୃତ ଏବଂ ଏହା କେଉଁ କାରଣରୁ ଘନ ଜଙ୍ଗଲ ପୂର୍ବ ?
Answer:

  • ଭାରତର ଦକ୍ଷିଣ ଭାରତ ମାଳଭୂମିର ପଶ୍ଚିମ ପାର୍ଶ୍ବରେ ପଶ୍ଚିମଘାଟ ପର୍ବତମାଳା ଅବସ୍ଥିତ । ପଶ୍ଚିମଘାଟ ପର୍ବତମାଳା ଭାରତର ମଧ୍ୟ ଭାଗରୁ ଦକ୍ଷିଣ ପ୍ରାନ୍ତ ଯାଏଁ ବିସ୍ତୃତ ହୋଇଛି ।
  • ପଶ୍ଚିମଘାଟ ପାର୍ବତ୍ୟ ଅଞ୍ଚଳରେ ପ୍ରଚୁର ବର୍ଷା ହେଉଥ‌ିବାରୁ ଏହି ଅଞ୍ଚଳ ଘନ ଜଙ୍ଗଲପୂର୍ଣ ହୋଇଛି ।

(ଘ) ସମତଳ ଅଞ୍ଚଳ କିପରି ସୃଷ୍ଟି ହୋଇଛି ଏବଂ ଏଠାରେ କେଉଁ କାରଣରୁ ବିଭିନ୍ନ ଶସ୍ୟ ଉତ୍ପାଦନ କରାଯାଇଥାଏ ?
Answer:

  • ଭାରତରେ ହିମାଳୟ ପାର୍ବତ୍ୟ ଅଞ୍ଚଳ ଓ ଦକ୍ଷିଣ ଭାରତ ମାଳଭୂମି ମଧ୍ୟରେ ଅବସ୍ଥିତ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ଆଦି ନଦୀଗୁଡ଼ିକର ପଟୁମାଟି ଦ୍ବାରା ଗଠିତ ହୋଇଛି ।
  • ଏହି ଅଞ୍ଚଳର ମୃତ୍ତିକା ଉର୍ବର ଓ ପ୍ରଚୁର ଜଳ ମିଳୁଥିବାରୁ ଏଠାରେ ବିଭିନ୍ନ ଶସ୍ୟ ଉତ୍ପାଦନ କରାଯାଏ ।

(ଙ) ସାମୁଦ୍ରିକ ବାଣିଜ୍ୟର କିପରି ଉନ୍ନତି ଘଟିଥିଲା ?
Answer:

  • ସମୁଦ୍ର କୂଳବର୍ତ୍ତୀ ସମତଳଭୂମି ଅତ୍ୟନ୍ତ ଉର୍ବର ଓ କୃଷିପାଇଁ ବହୁତ ଉପଯୋଗୀ । ତେଣୁ ଏହି ଅଞ୍ଚଳରେ ଘନ ଜନବସତି ଦେଖାଯାଏ ।
  • ଉପକୂଳବର୍ତୀ ସମତଳ ଅଞ୍ଚଳରେ ଅବସ୍ଥିତ ନଦୀ ମୁହାଣଗୁଡ଼ିକରେ ଅନେକ ବନ୍ଦର ଗଢ଼ି ଉଠିଥିଲା । ଏହା ଫଳରେ ସାମୁଦ୍ରିକ ବାଣିଜ୍ୟ ଉନ୍ନତି ଘଟିଥିଲା ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

(ଚ) କେଉଁ କାରଣରୁ ନଦୀକୂଳମାନଙ୍କରେ ପ୍ରାଚୀନ ସଭ୍ୟତାମାନ ଗଢ଼ି ଉଠିଥିଲା ?
Answer:

  • ନଦୀକୂଳମାନଙ୍କରେ ମୃତ୍ତିକା ଉର୍ବର ଓ ପ୍ରଚୁର ଜଳ ମିଳୁଥ‌ିବାରୁ ଏଠାରେ ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ କରାଯାଏ ।
  • ତେଣୁ ଏହି ଅଞ୍ଚଳରେ ବହୁଲୋକ ବାସ କରନ୍ତି । ଏଥିପାଇଁ ଏଠାରେ ପ୍ରାଚୀନ ସଭ୍ୟତା ଗଢି ଉଠିଥିଲା ।

(ଛ) କେଉଁ ଅଞ୍ଚଳରେ ଘନ ଜନବସତି ଦେଖାଯାଏ ଓ କାହିଁକି ?
Answer:

  • ହିମାଳୟ ପର୍ବତମାଳାର ପାଦଦେଶୀୟ ଅଞ୍ଚଳ ଓ ଉପତ୍ୟକା ଅଞ୍ଚଳର ମୃତ୍ତିକା ଓ ଜଳ ସମ୍ପଦରେ ପରିପୂର୍ଣ୍ଣଥ‌ିବାରୁ ଏହି ଅଞ୍ଚଳ କୃଷି ଉପଯୋଗୀ ଓ ଜନବସତି ପୂର୍ଣ୍ଣ ।
  • ସମୁଦ୍ର କୂଳବର୍ତ୍ତୀ ସମତଳଭୂମି ଅତ୍ୟନ୍ତ ଉର୍ବର ଓ କୃଷିପାଇଁ ବହୁତ ଉପଯୋଗୀ । ତେଣୁ ଏହି ଅଞ୍ଚଳରେ ଘନ ଜନବସତି ଦେଖାଯାଏ ।

୩ । ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଗୋଟିଏ ଧାଡ଼ିରେ ଲେଖ ।

(କ) କେଉଁଠାରେ ଅନେକ ବନ୍ଦର ଗଢ଼ି ଉଠିଥିଲା
Answer:
ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ଅବସ୍ଥିତ ନଦୀ ମୁହାଣଗୁଡ଼ିକରେ ଅନେକ ବନ୍ଦର ଗଢ଼ି ଉଠିଥିଲା ।

(ଖ) ଅରଣ୍ୟର ଶାନ୍ତ ମନୋମୁଗ୍ଧକର ପରିବେଶ କେଉଁ କେଉଁ କ୍ଷେତ୍ରରେ ଉନ୍ନତି କରିବାରେ ସାହାଯ୍ୟ କରିଥିଲା ?
Answer:
ଅରଣ୍ୟର ଶାନ୍ତ ମନୋମୁଗ୍ଧକର ପରିବେଶ ସଭ୍ୟତାର ବିଶେଷ କରି ଧର୍ମ, ଦର୍ଶନ ଏବଂ ସାହିତ୍ୟର ଉନ୍ନତି କରିବାରେ ସାହାଯ୍ୟ କରିଥିଲା ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

(ଗ) ଆମ ଦେଶର କେଉଁ ସ୍ଥାନରେ ସମତଳ ଅଞ୍ଚଳ ଦେଖାଯାଏ ?
Answer:
ଆମ ଦେଶର ପଶ୍ଚିମ ପାର୍ଶ୍ଵରେ ଆରବ ସାଗର ଓ ପୂର୍ବପାର୍ଶ୍ବରେ ବଙ୍ଗୋପସାଗର ଉପକୂଳରେ ସମତଳ ଅଞ୍ଚଳ ଦେଖାଯାଏ । ଏହାଛଡ଼ା ହିମାଳୟ ପାର୍ବତ୍ୟ ଅଞ୍ଚଳ ଓ ଦକ୍ଷିଣ ଭାରତ ମାଳଭୂମି ମଧ୍ୟରେ ଏକ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ଦେଖାଯାଏ ।

(ଘ) କେଉଁ ସମତଳ ଅଞ୍ଚଳ ଅଧ୍ବକ ପ୍ରଶସ୍ତ ?
Answer:
ପୂର୍ବ ଉପକୂଳର ସମତଳ ଅଞ୍ଚଳ ଅଧ୍ବକ ପ୍ରଶସ୍ତ ।

(ଙ) ପଶ୍ଚିମ ଉପକୂଳସ୍ଥ ସମତଳ ଭୂମି କାହାକୁ କୁହାଯାଏ ?
Answer:
ଗୁଜରାଟଠାରୁ କେରଳ ପର୍ଯ୍ୟନ୍ତ ବିସ୍ତୃତ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳକୁ ପଶ୍ଚିମ ଉପକୂଳସ୍ଥ ସମତଳ ଭୂମି କୁହାଯାଏ ।

(ଚ) ପୂର୍ବ ଉପକୂଳସ୍ଥ ସମତଳ ଭୂମି କାହାକୁ କୁହାଯାଏ ?
Answer:
ଓଡ଼ିଶାଠାରୁ ତାମିଲନାଡୁ ପର୍ଯ୍ୟନ୍ତ ବିସ୍ତୃତ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳକୁ ପୂର୍ବ ଉପକୂଳସ୍ଥ ସମତଳ ଭୂମି କୁହାଯାଏ ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

୪ । ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ/ସଂଖ୍ୟା ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ଆଜକୁ ପ୍ରାୟ _______ ଲକ୍ଷ ବର୍ଷ ପୂର୍ବେ ପୃଥ‌ିବୀ ପୃଷ୍ଠରେ ମନୁଷ୍ୟ ସୃଷ୍ଟି ହୋଇଥିଲା ବୋଲି ଅନୁମାନ କରାଯାଏ ।
(୧୨, ୧୩, ୧୪, ୧୫)
Answer:
୧୫

(ଖ) ପ୍ରାଚୀନ କାଳରେ _________ ପତ୍ର ଉପରେ ଲେଖାଯାଉଥିଲା ।
(ବର, ତାଳ, ପଣସ, ଶାଳ)
Answer:
ତାଳ

(ଗ) ସମୟ ଅନୁସାରେ ଇତିହାସକୁ _______ ଭାଗରେ ଭାଗ କରାଯାଇଛି ।
(୨, ୩, ୪, ୫)
Answer:

(ଘ) ଭାରତର ________ ବୃହତ୍ତମ ପ୍ରାକୃତିକ ଅଞ୍ଚଳ ଅଟେ ।
(ହିମାଳୟ ପାର୍ବତ୍ୟ ଅଞ୍ଚଳ, ଉତ୍ତରସ୍ଥ ସମତଳ ଅଞ୍ଚଳ, ପଶ୍ଚିମସ୍ଥ ମରୁଭୂମି ଅଞ୍ଚଳ, କେନ୍ଦ୍ରସ୍ଥ ମାଳଭୂମି)
Answer:
କେନ୍ଦ୍ରସ୍ଥ ମାଳଭୂମି

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

୫ । ରେଖାଙ୍କିତ ପଦ/ପଦଗୁଡ଼ିକୁ ନ ବଦଳାଇ ଭ୍ରମ ସଂଶୋଧନ କର ।

(କ) ସିମ୍ପାଞ୍ଜିର କ୍ରମବିକାଶ ହୋଇ ମନୁଷ୍ୟ ସୃଷ୍ଟି ହୋଇଅଛି ।
Answer:
ନବାନରମାନଙ୍କର କ୍ରମବିକାଶ ହୋଇ ମନୁଷ୍ୟ ସୃଷ୍ଟି ହୋଇଅଛି ।

(ଖ) ଇତିହାସ ଶବ୍ଦଟି ଲାଟିନ୍ ଶବ୍ଦ ହିଷ୍ଟୋରୁ ଆସିଅଛି ।
Answer:
ଇତିହାସ ଶବ୍ଦଟି ଗ୍ରୀକ୍ ଶବ୍ଦ ହିଷ୍ଟୋରୁ ଆସିଅଛି ।

(ଗ) ଭୁବନେଶ୍ଵର ନିକଟବର୍ତ୍ତୀ ରତ୍ନଗିରିଠାରେ ପଥର ଉପରେ ବାଇଶି ଶହ ବର୍ଷ ତଳର ଲେଖା ଦେଖିବାକୁ ମିଳେ ।
Answer:
ଭୁବନେଶ୍ଵର ନିକଟବର୍ତ୍ତୀ ଧଉଳିଠାରେ ପଥର ଉପରେ ବାଇଶି ଶହ ବର୍ଷ ତଳର ଲେଖା ଦେଖିବାକୁ ମିଳେ ।

(ଘ) ବାଣଭଟ୍ଟ ଜଣେ ବୈଦେଶିକ ପରିବ୍ରାଜକ ଅଟନ୍ତି ।
Answer:
ମେଘାସ୍ଥିନିସ୍ ଜଣେ ବୈଦେଶିକ ପରିବ୍ରାଜକ ଅଟନ୍ତି ।

(ଙ) ଆମ ଦେଶର ପୂର୍ବ ଭାଗରେ ଆରବ ସାଗର ଅଛି ।
Answer:
ଆମ ଦେଶର ପଶ୍ଚିମ ଭାଗରେ ଆରବ ସାଗର ଅଛି ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

୬ | ତଳେ ଦିଆଯାଇଥ‌ିବା ଉତ୍ତରଗୁଡ଼ିକ ମଧ୍ୟରୁ ଯେଉଁ ଉତ୍ତରଟି ଠିକ୍ ତା’ ପାଖରେ ଠିକ୍ (✓) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)

(କ) ନୃବାନର ସମ୍ପର୍କୀୟ ହେଉଛନ୍ତି—

  • ବାଘ
  • ଗୋଧୂ
  • ଓଟ
  • ଓରାଙ୍ଗଓଟାଙ୍ଗ ( ✓)

(ଖ) ମନୁଷ୍ୟର ବୌଦ୍ଧିକ ଗୁଣ ସହ ସାମଞ୍ଜସ୍ୟ ଥ‌ିବା ପ୍ରାଣୀ ହେଉଛି–

  • ଗରିଲା
  • ସିମ୍ପାଞ୍ଜି (✓)
  • ପାତିମାଙ୍କଡ଼
  • ଗିବନ୍

(ଗ) ହର୍ଷଚରିତ ରଚନା କରିଥିଲେ–

  • କୌଟିଲ୍ୟ
  • ପତଞ୍ଜଳି
  • ପାଣିନି
  • ବାଣଭଟ୍ଟ (✓)

(ଘ) ଗୋଟିଏ ପ୍ରତ୍ନତାତ୍ତ୍ଵିକ ଉପାଦାନର ଉଦାହରଣ ହେଉଛି–

  • ଉପନିଷଦ
  • ମାଟିପାତ୍ର (✓)
  • ବେଦ
  • ମହାଭାରତ

(ଙ) ଇରାନ ଦେଶ ଭାରତର କେଉଁ ଦିଗରେ ଅବସ୍ଥିତ ?

  • ପୂର୍ବ
  • ପଶ୍ଚିମ (✓)
  • ଉତ୍ତର
  • ଦଷିଣ