CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

Odisha State Board CHSE Odisha Class 12 Foundation of Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ Questions and Answers.

CHSE Odisha 12th Class Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ‘‘ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ଶିଶୁର ଶାରୀରିକ ଓ ମାନସିକ ବିକାଶ ଘଟିଥାଏ ।’’ ଏହା କାହାଦ୍ଵାରା ସମ୍ଭବ ?
(i) ଶିକ୍ଷଣ (Learning)
(ii) ଅଭିବୃଦ୍ଧି (Growth)
(iii) ପରିପକ୍ବତା (Maturation)
(iv) ଅଭିପ୍ରେରଣା (Motivation)
Answer:
(iii) ପରିପକ୍ବତା (Maturation)

2. ପୁରସ୍କାର ପ୍ରାପ୍ତି ପାଇଁ ଅଧ୍ୟୟନ କରିବା କେଉଁ ଅଭିପ୍ରେରଣାଦ୍ୱାରା ସମ୍ଭବ ?
(i) ବାହ୍ୟ ଅଭିପ୍ରେରଣା (Extrinsic motivation)
(ii) ଆନ୍ତଃ ଅଭିପ୍ରେରଣା (Intrinsic motivation)
(iii) ପ୍ରାକୃତିକ ଅଭିପ୍ରେରଣା (Natural motivation)
(iv) ଅପ୍ରାକୃତିକ ଅଭିପ୍ରେରଣା (Artificial motivation)
Answer:
(i) ବାହ୍ୟ ଅଭିପ୍ରେରଣା (Extrinsic motivation)

3. ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ (Trial Error Theory)ର ପ୍ରବର୍ତ୍ତକ କିଏ ?
(i) ପାଭ୍ଲଭ୍ (Pavlov)
(iii) ଫ୍ରଏଡ୍ (Freud)
(ii) ମାକ୍ ଡୁଗାଲ୍ (Mc Dougal)
(iv) ଇ.ଏଲ୍.ଥର୍ଶ୍ଵଡାଇକ୍ (E.L. Thorndike)
Answer:
(iv) ଇ.ଏଲ୍.ଥର୍ଶ୍ଵଡାଇକ୍ (E.L. Thorndike)

4. ଅନ୍ତଦୃଷ୍ଟି ଶିକ୍ଷଣରେ କାହା ଉପରେ ପରୀକ୍ଷା ହୋଇଥିଲା ?
(i) ଠେକୁଆ (Rabbit)
(ii) ସିମ୍ପାଞ୍ଜି (Chimpanzee)
(iii) ବିରାଡ଼ି (Cat)
(iv) କୁକୁର (Dog)
Answer:
(ii) ସିମ୍ପାଞ୍ଜି (Chimpanzee)

5. ଶିଶୁର ଶାରୀରିକ ଏବଂ ମାନସିକ ପ୍ରସ୍ତୁତି କେଉଁ ଶିକ୍ଷଣ ପାଇଁ ଦରକାର ?
(i) ଅଭ୍ୟାସ ନିୟମ (Law of Exercise)
(ii) ଫଳାଫଳ ନିୟମ (Law of Effects)
(iii) ପ୍ରସ୍ତୁତି ନିୟମ (Law of Readiness)
(iv) ସାମ୍ପ୍ରତ୍ୟ ନିୟମ (Law of Recency)
Answer:
(iii) ପ୍ରସ୍ତୁତି ନିୟମ (Law of Readiness)

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

6. ଗେଷ୍ଟାଲ୍‌ (Gestalt) ଶବ୍ଦଟି କେଉଁ ଭାଷାରୁ ଆନୀତ ?
(i) ଜର୍ମାନ୍ (German)
(ii) ଲାଟିନ୍ (Latin)
(iii) ଇଂରାଜୀ (English)
(iv) ରୁଷିଆନ୍ (Russian)
Answer:
(i) ଜର୍ମାନ୍ (German)

7. ମାକ୍ ଡୁଗାଲ୍ (Me Dougal) କାହାକୁ ନେଇ ପ୍ରଯତ୍ନ-ପ୍ରମାଦ ତତ୍ତ୍ବର ପରୀକ୍ଷା କରିଥିଲେ ?
(i) କୁକୁର (Dog)
(ii) ବିରାଡ଼ି (Cat)
(iii) ମୂଷା (Rat)
(iv) ଠେକୁଆ (Rabbit)
Answer:
(iii) ମୂଷା (Rat)

8. ‘ପଶୁବୁଦ୍ଧି’ (Animal Intelligence) ପୁସ୍ତକର ରଚୟିତା କିଏ ?
(i) ପାଭଲଭ୍ (Pavlov)
(ii) ଥଣ୍ଡିଡାଇକ୍ (Thorndike)
(iii) କୋହଲର (Kohler)
(iv) ସ୍କ୍ରିନର୍ (Skinner)
Answer:
(ii) ଥଣ୍ଡିଡାଇକ୍ (Thorndike)

9. ପାଭଲଭ୍ କାହା ଉପରେ ନିଜର ପରୀକ୍ଷା କରିଥିଲେ ?
(i) କୁକୁର
(ii) ବିରାଡ଼ି
(iii) ମୂଷା
(iv) ମାଙ୍କଡ଼
Answer:
(i) କୁକୁର

10. କେଉଁଟି ଥଣ୍ଡଡାଇକ୍‌ଙ୍କ ଶିକ୍ଷଣ ନିୟମର ଅନ୍ତର୍ଭୁକ୍ତ ନୁହେଁ ?
(i) ପ୍ରସ୍ତୁତି ନିୟମ
(ii) ଅଭ୍ୟାସ ନିୟମ
(iii) ମନନ ନିୟମ
(iv) ଫଳାଫଳ ନିୟମ
Answer:
(iii) ମନନ ନିୟମ

11. ନିମ୍ନୋକ୍ତ କିଏ କୋହଲର୍‌ଙ୍କର ଜଣେ ସହଯୋଗୀ ଥିଲେ ?
(i) ପାଭଲଭ
(ii) ଥଣ୍ଡିଡାଇକ୍
(iii) ସ୍ପିନର୍
(iv) କୋଫ୍‌
Answer:
(iv) କୋଫ୍‌

12. ଶିକ୍ଷଣ ଅନୁଭୂତି ମାଧ୍ୟମରେ ଆଚରଣର ପରିବର୍ତ୍ତନ ବୋଲି କିଏ ବ୍ୟାଖ୍ୟା କରିଥିଲେ ?
(i) ପାଭଲଭ୍
(ii) ବି.ଏଫ୍.ସ୍ପିନର୍
(iii) ଗେଟ୍ସ
(iv) ମୁନ୍
Answer:
(iii) ଗେଟ୍ସ

13. ‘ଅନ୍ତଦୃଷ୍ଟି ଶିକ୍ଷଣ’ କିଏ ପ୍ରଚାର କରିଥିଲେ ?
(i) ପାଭଲଭ୍
(ii) ୱାଟସନ୍
(iii) ଥଣ୍ଡିଡାଇକ୍
(iv) କୋହଲର
Answer:
(iv) କୋହଲର

B. ଶୂନ୍ୟସ୍ଥାନ ପୂରଣ କର ।

1. ଉଦ୍ଦୀପକ-ଅନୁକ୍ରିୟା (ପ୍ରତିକ୍ରିୟା) ସଂଯୋଗରେ ___________ ଶିକ୍ଷଣ ରୂପରେଖ ପାଇଥାଏ ।
Answer:
ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ

2. ଏଓ୍ୱାର୍ଡ଼ ଲିଇ ଥଣ୍ଡଡାଇକ୍ ___________ ଦେଶର ନାଗରିକ ।
Answer:
ଆମେରିକା

3. ଋଷୀୟ ଶରୀରତତ୍ତ୍ୱବିତ୍ ଇଭାନ୍ ପେଟ୍ରୋଭିଚ୍‌ ପାଭଲଭ୍ ___________ ଶିକ୍ଷଣ ତତ୍ତ୍ଵର ଆବିଷ୍କାରକ ।
Answer:
ଅନୁବନ୍ଧିତ ଅନକିୟା

4. ଅନ୍ତଦୃଷ୍ଟି ତତ୍ତ୍ଵର ପ୍ରବର୍ତ୍ତକ ___________ ଅଟନ୍ତି ।
Answer:
ଉଲ୍‌ଫାଗାଁ କୋହଲର୍

5. ଜନ୍ମଗତ, ପ୍ରକୃତିଗତ ବା ସହଜାତ ଆଚରଣକୁ ___________ କୁହାଯାଏ ।
Answer:
ପ୍ରତିବର୍ଉ (Reflexive)

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

6. ଯେଉଁ ଶିକ୍ଷଣ ଫଳରେ ସହଜାତ ପ୍ରତିବର୍ଷ ଶିକ୍ଷଣ-ପ୍ରତିବର୍ଷରେ ପରିଣତ ହୁଏ, ତାହାକୁ ___________ କୁହାଯାଏ ।
Answer:
ଅନୁବନ୍ଧିତ ପ୍ରତିବର୍ଷ (Conditional reflexive)

7. ଅନୁବନ୍ଧିତ ପ୍ରତିବର୍ଉର ଅନ୍ୟନାମ ___________ ଅଟେ ।
Answer:
ପ୍ରାଚୀନ ଅନୁବନ୍ଧନ (Classical Conditioning)

8. ପ୍ରାଚୀନ ଅନୁବନ୍ଧନକୁ ମଧ୍ୟ ___________ କୁହାଯାଏ ।
Answer:
ସଙ୍କେତ ଶିକ୍ଷଣ (Signal learning)

9. ଖାଦ୍ୟ ଦେଖୁଲେ ଲାଳ ବୋହିବାକୁ ___________ କୁହାଯାଏ ।
Answer:
ଅନୁବନ୍ଧିତ ଅନୁକ୍ରିୟା (Conditioned Response)

10. ଅନୁବନ୍ଧିତ ଉଦ୍ଦୀପକଦ୍ଵାରା ଅନୁବନ୍ଧିତ ପ୍ରତିକ୍ରିୟା ହୁଏ । ଯଦି ସଂପର୍କ ନ ରୁହେ ତେବେ ତାହା ଧୀରେ ଧୀରେ ହ୍ରାସପାଏ ଏବଂ ଏକ ନିର୍ଦ୍ଦିଷ୍ଟ ସମୟରେ ବିଲୁପ୍ତ ହୁଏ । ଏହି ବିଲୁପ୍ତ ହେବା ପ୍ରକ୍ରିୟାକୁ ___________ କୁହାଯାଏ ।
Answer:
ଲୁପ୍ତକ୍ରିୟା (Extinction)

11. ଲୁପ୍ତକ୍ରିୟା (Extinction) ପରେ କିଛି ସମୟ ବ୍ୟବଧାନ ଦେଇ ଅନୁବନ୍ଧିତ ଅନୁକ୍ରିୟା ପୁନଃ ଉଦ୍ରେକ କଲେ ତାହା ___________ ହୁଏ ।
Answer:
ସ୍ୱତଃସ୍ଫୁର୍ଭ ପୁନଃପ୍ରାପ୍ତି (Spontaneous recovery)

12. ନୂଆ ଉଦ୍ଦୀପକଟି ମୂଳ ଉଦ୍ଦୀପକ ସହ ଯେତେ ସାଦୃଶ୍ଯ ରକ୍ଷା କରିବ ସେତେ ମୂଳ ଉଦ୍ଦୀପକର ପ୍ରତିବଦଳରେ ଅନୁକ୍ରିୟା ସୃଷ୍ଟି ହେବ । ଏହି ପ୍ରକ୍ରିୟାଟି ___________ ଅଟେ ।
Answer:
ବ୍ୟାପ୍ତିକରଣ (Generalisation)

13. ସମଜାତୀୟ ସମସ୍ତ ସାଦୃଶ୍ୟ ବସ୍ତୁ ପ୍ରତି ସମ-ଅନୁକ୍ରିୟାକୁ ବ୍ୟାପ୍ତିକରଣ କୁହାଯାଏ; ମାତ୍ର ପ୍ରଭେଦ ଥିଲେ ଉଦ୍ଦୀପକ ପ୍ରତି ପ୍ରାଣୀର ପୃଥକ୍ ପୃଥକ୍ ଅନୁକ୍ରିୟା ସୃଷ୍ଟି ହୁଏ । ଏହା ___________ ଅଟେ ।
Answer:
ବିବେଚନ (Discrimination)

14. ଗେଷ୍ଟାଲଟ୍ (Gestalt) ଏକ ଜର୍ମାନ୍ ଶବ୍ଦ, ଯାହାର ଅର୍ଥ ___________ ଅଟେ ।
Answer:
ସମଗ୍ରାକୃତି (Configuration)

15. କୌଣସି ପରିସ୍ଥିତି ବା ସମସ୍ୟାର ବିଶ୍ଳେଷିତ ଅଂଶମାନଙ୍କ ସହ ପୂର୍ଣ୍ଣ ସମସ୍ୟାର ସମ୍ବନ୍ଧକୁ ସମଗ୍ର ଭାବରେ ପ୍ରତ୍ୟକ୍ଷ କହିବା ହିଁ ___________ ।
Answer:
ଅନ୍ତଦୃଷ୍ଟି (Insight)

C. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଅନ୍ତଦୃଷ୍ଟି ଶିକ୍ଷଣରେ ବିରାଡ଼ି ଉପରେ ପରୀକ୍ଷା ହୋଇଥିଲା ।
Answer:
ଅନ୍ତଦୃଷ୍ଟି ଶିକ୍ଷଣରେ ସିମ୍ପାଞ୍ଜି ଉପରେ ପରୀକ୍ଷା ହୋଇଥିଲା ।

2. ଇ.ଏଲ୍. ଥଣ୍ଡିଡାଇକ୍ କୁକୁରକୁ ନେଇ ପରୀକ୍ଷା କରିଥିଲେ ।
Answer:
ଇ.ଏଲ୍. ଥର୍ଣ୍ଣଡାଇକ୍ ବିରାଡ଼ିକୁ ନେଇ ପରୀକ୍ଷା କରିଥିଲେ ।

3. ୱାଟସନ୍ ବିରାଡ଼ି ଉପରେ ଅନୁବନ୍ଧନ କ୍ରିୟା ପରୀକ୍ଷା କରିଥିଲେ ।
Answer:
ୱାଟସନ୍ ମାନବ ଶିଶୁ ଉପରେ ଅନୁବନ୍ଧନ କ୍ରିୟା ପରୀକ୍ଷା କରିଥିଲେ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

4. ଥଣ୍ଡିଡାଇକ୍ ମୂଷାକୁ ନେଇ ପ୍ରଯତ୍ନ-ପ୍ରମାଦ ତତ୍ତ୍ଵର ପରୀକ୍ଷା କରିଥିଲେ ।
Answer:
ମାକ୍ ଡୁଗାଲ ମୂଷାକୁ ନେଇ ପ୍ରଯତ୍ନ-ପ୍ରମାଦ ତତ୍ତ୍ଵର ପରୀକ୍ଷା କରିଥିଲେ ।

5. ‘ପଶୁ ବୁଦ୍ଧି’ ପୁସ୍ତକର ରଚୟିତା ଥିଲେ ମାକ୍ ଡୁଗାଲ
Answer:
‘ପଶୁବୁଦ୍ଧି’ ପୁସ୍ତକର ରଚୟିତା ଥିଲେ ଥଣ୍ଡିଡାଇକ୍ ।

6. କୋହଲର୍‌ଙ୍କ ନାମ ଅନୁବନ୍ଧନ-ଅନକ୍ରିୟା ଶିକ୍ଷଣ ତତ୍ତ୍ବ ସହିତ ସମ୍ପର୍କିତ ।
Answer:
କୋହଲର୍‌ଙ୍କ ନାମ ଅନ୍ତଦୃଷ୍ଟି ଶିକ୍ଷଣ ତତ୍ତ୍ବ ସହିତ ସମ୍ପର୍କିତ ।

7. ଅନ୍ଧବିଶ୍ବାସ ବଶବର୍ତୀ ହେବା ବ୍ୟବହାରବାଦ ତତ୍ତ୍ବ ଶିକ୍ଷଣର ପର୍ଯ୍ୟାୟଭୁକ୍ତ ।
Answer:
ଅନ୍ଧବିଶ୍ବାସ ବଶବର୍ତୀ ହେବା ଶାସ୍ତ୍ରୀୟ ଅନୁବନ୍ଧନ ତତ୍ତ୍ବ ଶିକ୍ଷଣର ପର୍ଯ୍ୟାୟଭୁକ୍ତ ।

8. ପାଭଲଭ୍ କୋହଲର୍‌ଙ୍କର ଜଣେ ସହଯୋଗୀ ଥିଲେ ।
Answer:
କୋଫ୍ରିକା କୋହଲର୍‌ଙ୍କର ଜଣେ ସହଯୋଗୀ ଥିଲେ ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।

1. ଶିକ୍ଷଣ କ’ଣ ?
Answer:
ଅନୁଭୂତି ଓ ପ୍ରଶିକ୍ଷଣଦ୍ଵାରା ଆଚରଣଗତ ପରିବର୍ତ୍ତନକୁ ଶିକ୍ଷଣ (Learning) କୁହାଯାଏ ।

2. ଶିକ୍ଷଣକୁ ପ୍ରଭାବିତ କରୁଥ‌ିବା ଗୋଟିଏ ଉପାଦାନ ଲେଖ ।
Answer:
ଶାରୀରିକ ସ୍ବାସ୍ଥ୍ୟ (Physical health) ଶିକ୍ଷଣ କ୍ରିୟାକୁ ପ୍ରଭାବିତ କରିଥାଏ ।

3. ଶିକ୍ଷଣର ଗୋଟିଏ ନିୟମ ଲେଖ ।
Answer:
ଶିକ୍ଷଣ ପାଇଁ ଶାରୀରିକ ଏବଂ ମାନସିକ ପ୍ରସ୍ତୁତି ଏକାନ୍ତ ଆବଶ୍ୟକ ଯାହା ଶିକ୍ଷଣର ପ୍ରସ୍ତୁତି ନିୟମ (Law of Readiness) କୁ ବୁଝାଇଥାଏ ।

4. ଶିକ୍ଷଣର ଗୋଟିଏ ବୈଶିଷ୍ଟ୍ୟ (Characteristic) ଲେଖ ।
Answer:
ଶିକ୍ଷଣ ଏକ ଉଦ୍ଦେଶ୍ୟମୂଳକ ପ୍ରକ୍ରିୟା ଅଟେ ଏବଂ ଉଦ୍ଦେଶ୍ୟ ନ ଥାଇ କୌଣସି ପ୍ରକାର ଶିକ୍ଷଣ ସମ୍ଭବ ନୁହେଁ ।

5. ଶିକ୍ଷଣର ଅଭ୍ୟାସ ନିୟମ (Law of Exercise) ଟି ଲେଖ ।
କିମ୍ବା, ଶିକ୍ଷଣର ଗୋଟିଏ ନିୟମ ଲେଖ ।
Answer:
ଯେକୌଣସି କାର୍ଯ୍ୟକୁ ବାରମ୍ବାର ଅଭ୍ୟାସ ନକଲେ, ତାହା ଶିକ୍ଷା କରିବା ସହଜସାଧ୍ୟ ନୁହେଁ । ତେଣୁ ବାରମ୍ବାର ଅଭ୍ୟାସଦ୍ବାରା ଶିକ୍ଷଣ ସମ୍ଭବପର; ଯାହା ଅଭ୍ୟାସ ନିୟମକୁ ବୁଝାଇଥାଏ ।

6. ଶିକ୍ଷଣର ପ୍ରସ୍ତୁତି ନିୟମ (Law of Readiness) କ’ଣ ?
Answer:
ଫଳପ୍ରଦ ଶିକ୍ଷଣ ପାଇଁ ଶିଶୁ ନିଜେ ମାନସିକ ସ୍ତର ଏବଂ ଶାରୀରିକ ସ୍ତରରେ ଯେଉଁ ପ୍ରସ୍ତୁତି ଆଣିଥାଏ ତାହା ଶିକ୍ଷଣର ପ୍ରସ୍ତୁତି ନିୟମ (Law of Readiness) ଅଟେ ।

7. ଶିକ୍ଷଣର ଫଳାଫଳ ନିୟମ (Law of Effect) କ’ଣ ?
Answer:
ସନ୍ତୋଷ ବା ଆନନ୍ଦ ଜାତ ହେଲେ ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ଘନୀଭୂତ ହୁଏ, ବିରକ୍ତି ଜାତ ହେଲେ ଏହି ସମ୍ବନ୍ଧ ଦୁର୍ବଳ ହୋଇଥାଏ; ଏହା ଥଣ୍ଡିଡାଇକ୍‌ଙ୍କ ମତରେ, ଶିକ୍ଷଣର ଫଳାଫଳ ନିୟମ ଅଟେ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

8. ଶିକ୍ଷଣର ଯେକୌଣସି ଗୋଟିଏ ତତ୍ତ୍ବ ଲେଖ ।
Answer:
ପ୍ରଯତ୍ନ-ପ୍ରମାଦ ତତ୍ତ୍ବ (Trial and Error Theory) ଶିକ୍ଷଣର ଏକ ତତ୍ତ୍ବ ଯାହା E. L. Thorndikeଙ୍କ ଦ୍ବାରା ପ୍ରବର୍ତ୍ତନ କରାଯାଇଥିଲା ।

9. ଶିକ୍ଷଣର ଗୋଟିଏ ସଂଜ୍ଞା ଲେଖ ।
Answer:
କ୍ରୋ ଏବଂ କ୍ରୋଙ୍କ ମତରେ, ‘ଅଭ୍ୟାସ, ଜ୍ଞାନ ଏବଂ ମନୋବୃତ୍ତି ଇତ୍ୟାଦିର ସମାହାରକୁ ଶିକ୍ଷଣ କହନ୍ତି ।’’

10. ସ୍ପିନର (Skinner) ଙ୍କ ମତରେ ‘ଶିକ୍ଷଣ’ କ’ଣ ?
Answer:
ଶିକ୍ଷଣ ହେଉଛି ଉଭୟ ଜ୍ଞାନ ଅର୍ଜନ ଏବଂ ଧାରଣ ।

11. ପ୍ରଯତ୍ନ-ପ୍ରମାଦ ତତ୍ତ୍ବର ପ୍ରବର୍ତ୍ତକ କିଏ ?
Answer:
ପ୍ରଯତ୍ନ-ପ୍ରମାଦ ତତ୍ତ୍ଵର ପ୍ରବର୍ତ୍ତକ E.L. Throndike ଅଟନ୍ତି ।

12. ଅନୁବନ୍ଧିତ ଅନୁକ୍ରିୟା ଶିକ୍ଷଣ ତତ୍ତ୍ବର ପ୍ରବର୍ତ୍ତକ କିଏ ?
Answer:
ଇଭାନ୍ ପି. ପାଭଲଭ (Ivan P. Pavlov) ଅନୁବନ୍ଧିତ ଅନୁକ୍ରିୟା ଶିକ୍ଷଣ ତତ୍ତ୍ଵର ପ୍ରବର୍ତ୍ତକ ଅଟନ୍ତି ।

13. ଶିକ୍ଷଣରେ ଅନୁବନ୍ଧିତ ଅନୁକ୍ରିୟା କ’ଣ ?
Answer:
ପ୍ରାକୃତିକ ଉଦ୍ଦୀପକର ଅନୁପସ୍ଥିତିରେ ଯଦି ଅପ୍ରାକୃତିକ ଉଦ୍ଦୀପକ ପ୍ରାକୃତିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ, ତେବେ ସେ ପ୍ରକ୍ରିୟାକୁ ଅନୁବନ୍ଧିତ ଅନୁକ୍ରିୟା କୁହାଯାଏ ।

14. S – R Bond କ’ଣ ?
Answer:
ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ଯଦି ବାରମ୍ବାର ସଂଯୋଗ ସ୍ଥାପନ ହୁଏ,ସେହି ସଂଯୋଗବାଦ (Connectionism) କୁ S – R Bond କୁହାଯାଏ ।

15. କୋହ୍ଲର (Kohler) ଙ୍କର ଜଣେ ସହଯୋଗୀଙ୍କର ନାମ ଲେଖ ।
Answer:
କୋଫ୍ରିକା (Koffka) କୋହ୍ଲରଙ୍କର ଜଣେ ସହଯୋଗୀ ଅଟନ୍ତି ।

16. ‘Gestalt’ ଶବ୍ଦର ଅର୍ଥ କ’ଣ ?
Answer:
‘Gestalt’ ଶବ୍ଦର ଅର୍ଥ ସମଗ୍ର (Whole) ଯାହା ପ୍ରାଣୀକୁ ସମସ୍ୟା ସମାଧାନ ସମୟରେ ସମସ୍ତ ପରିସ୍ଥିତିକୁ ଅନୁଧ୍ୟାନ କରିବାକୁ ପଡ଼ିଥାଏ ।

17. ଶିକ୍ଷଣ ତତ୍ତ୍ବରେ ଉପଯୋଗ ବିଧ୍ (Law of use) କ’ଣ ?
Answer:
କୌଣସି ନିର୍ଦ୍ଦିଷ୍ଟ ଉଦ୍ଦୀପକ ସହିତ ତାହାର ଉପଯୁକ୍ତ ପ୍ରତିକ୍ରିୟାର ସଂଯୋଗ ଯେତେଥର ହେବ, ସେହି ସଂଯୋଗ ସେତେ ଦୃଢ଼ୀଭୂତ ହେବ । ଏହା ଶିକ୍ଷଣର ଉପଯୋଗ ବିଧ୍ (Law of use) ଅଟେ ।

18. ଶିକ୍ଷଣ ତତ୍ତ୍ଵର ଅନୁପଯୋଗ ବିଧ୍ (Law of disuse) କ’ଣ ?
Answer:
କୌଣସି ନିର୍ଦ୍ଦିଷ୍ଟ ଉଦ୍ଦୀପକ ସହିତ ତାହାର ଉପଯୁକ୍ତ ପ୍ରତିକ୍ରିୟା ସଂଯୋଗ ପୁନଃ ପୁନଃ ନ ହେଲେ ସେହି ସଂଯୋଗ ଦୁର୍ବଳ ହୋଇପଡ଼େ, ଯାହାଦ୍ୱାରା ଶିକ୍ଷଣ ସମ୍ଭବପର ହୋଇ ନଥାଏ । ଏହା ଶିକ୍ଷଣର ଅନୁପଯୋଗ ବିଧ୍ (Law of disuse) ଅଟେ ।

19. କେଉଁ ଶିକ୍ଷଣ ତତ୍ତ୍ବ ଧୀର ଏବଂ ମନ୍ଥର ଅଟେ ?
Answer:
ପ୍ରଯତ୍ନ-ପ୍ରମାଦ ଶିକ୍ଷଣ ତତ୍ତ୍ଵ ଧୀର ଏବଂ ମନ୍ଥର ଅଟେ ।

20. ଅନୁବନ୍ଧିତ ଅନୁକ୍ରିୟାରେ ପାଭଲଭ୍ କାହାକୁ ନେଇ ପରୀକ୍ଷା କରିଥିଲେ ?
Answer:
ଅନୁବନ୍ଧିତ ଅନୁକ୍ରିୟାରେ ପାଭଲଭ୍ କୁକୁର (Dog)କୁ ନେଇ ପରୀକ୍ଷା କରିଥିଲେ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

21. ପ୍ରାକୃତିକ ଉଦ୍ଦୀପକ (Un-conditioned stimulus) କ’ଣ ?
Answer:
ପ୍ରାକୃତିକ ଉଦ୍ଦୀପକଦ୍ୱାରା ପ୍ରାଣୀ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଖାଦ୍ୟ ଦେଖୁଲେ ପ୍ରାଣୀର ଜିଭରୁ ଲାଳ ବୋହିଥାଏ । ଖାଦ୍ୟ – ପ୍ରାକୃତିକ ଉଦ୍ଦୀପକ ହେଲେ, ଲାଳ ବୋହିବା – ପ୍ରତିକ୍ରିୟା ।

22. ଅପ୍ରାକୃତିକ ଉଦ୍ଦୀପକର କାହା ସହ ସଂପର୍କ ପ୍ରତିଷ୍ଠା ହୋଇଥାଏ ?
Answer:
ଅପ୍ରାକୃତିକ ଉଦ୍ଦୀପକ ପ୍ରାକୃତିକ ଉଦ୍ଦୀପକ ସହ ସଂପର୍କ ପ୍ରତିଷ୍ଠା କରିଥାଏ, ଯାହାଦ୍ୱାରା ପ୍ରାକୃତିକ ଉଦ୍ଦୀପକର ଅନୁପସ୍ଥିତିରେ ପ୍ରାକୃତିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ ।

23. ଉତ୍ତମ ଅଭ୍ୟାସ ଗଠନ ଏବଂ ଖରାପ ଅଭ୍ୟାସ ପରିତ୍ୟାଗ କେଉଁ ଶିକ୍ଷଣ ତତ୍ତ୍ବ ଅନ୍ତର୍ଭୁକ୍ତ ଅଟେ ?
Answer:
ଉତ୍ତମ ଅଭ୍ୟାସ ଗଠନ ଏବଂ ଖରାପ ଅଭ୍ୟାସ ପରିତ୍ୟାଗ ଶିକ୍ଷଣର ଅନୁବନ୍ଧିତ ଅନୁକ୍ରିୟା ଶିକ୍ଷଣ ତତ୍ତ୍ବ ଅନ୍ତର୍ଭୁକ୍ତ ଅଟେ ।

24. ପରିପକ୍ଵତା (Maturation) ଏବଂ ଶିକ୍ଷଣ (Learning) କିପରି ସମ୍ପର୍କିତ ଅଟେ ?
Answer:
ପରିପକ୍ବତା ଆସିଲେ ଶିକ୍ଷଣ ସହଜ ହୁଏ ଏବଂ ଆପେ ଆପେ ହୋଇଥାଏ । କାରଣ ଏକ ବର୍ଷ ବା ଦୁଇବର୍ଷର ଶିଶୁକୁ ଯୌନ ଶିକ୍ଷା ଦେଲେ ଶିଶୁଟି ଗ୍ରହଣ କରିନଥାଏ । ପରିପକ୍ବତା ଏବଂ ଶିକ୍ଷଣର ସମ୍ପର୍କ ଅତୁଟ ଅଟେ ।

25. ଅନୁକରଣ (Imitation) କ’ଣ ?
Answer:
ଅନୁକରଣ ଏକ କଳା ଯାହାଦ୍ୱାରା ବ୍ୟକ୍ତି ଅନ୍ୟମାନଙ୍କର ବ୍ୟବହାର ନିଜ ମାଧ୍ୟମରେ ପ୍ରକାଶ କରିଥାଏ ।

26. ଅନୁକରଣ (Imitation) ଦ୍ୱାରା ଶିକ୍ଷଣ କିପରି ହୁଏ ଗୋଟିଏ ଉଦାହରଣ ଦିଅ ।
କିମ୍ବା, ଶିକ୍ଷଣରେ ଅନୁକରଣର ଭୂମିକା କ’ଣ ?
Answer:
ଅନୁକରଣ ମାଧ୍ୟମରେ ଶିଶୁ ସମବୟସ୍କ ଏବଂ ଅଧ‌ିକ ବୟସ୍କ ଲୋକଙ୍କଠାରୁ ଅଭିଜ୍ଞତା ହାସଲ କରିଥାଏ । ପସନ୍ଦଯୋଗ୍ୟ ବ୍ୟବହାରକୁ ମୁଖ୍ୟତଃ ଶିଶୁ ଅନୁକରଣ କରିଥାଏ ।

27. ଶିକ୍ଷଣକୁ ପ୍ରେରଣାତ୍ମକ କରିବାର ଗୋଟିଏ ଉପାଦାନ ଦର୍ଶାଅ ।
Answer:
ଶିକ୍ଷଣକୁ ପ୍ରେରଣାତ୍ମକ କରିବାପାଇଁ ଶିକ୍ଷକ ଶିକ୍ଷାଦାନ ସମୟରେ ବିଭିନ୍ନ ପ୍ରକାର ଶିକ୍ଷାଦାନ ସହାୟକ ଉପକରଣ ବ୍ୟବହାର କରିବା ଉଚିତ ।

28. ଶିକ୍ଷଣ ଏବଂ ପରିପକ୍ବତା ମଧ୍ଯରେ ଗୋଟିଏ ତଫାତ୍ ଲେଖ ।
Answer:
ଶିକ୍ଷଣଦ୍ବାରା ଅଭିଜ୍ଞତା ଏବଂ ଜ୍ଞାନ ଅର୍ଜନ କରାଯାଇଥାଏ । ମାତ୍ର ପରିପକ୍ବତା ଆସିଲେ ଶିଶୁ କେତେକ ଜ୍ଞାନ ବା ଅଭିଜ୍ଞତା ଆପେ ଆପେ ଶିକ୍ଷା କରିଥାଏ ।

29. ‘‘ଶିକ୍ଷଣ ପ୍ରକ୍ରିୟାରେ ଅଂଶ ଅପେକ୍ଷା ସମଗ୍ର ଅଧ‌ିକ ଗୁରୁତ୍ଵପୂର୍ଣ୍ଣ” – ଏହା କେଉଁ ଶିକ୍ଷଣ ତତ୍ତ୍ବ ସ୍ଵୀକାର କରେ ?
Answer:
“ଶିକ୍ଷଣ ପ୍ରକ୍ରିୟାରେ ଅଂଶ ଅପେକ୍ଷା ସମଗ୍ର ଅଧିକ ଗୁରୁତ୍ଵପୂର୍ଣ୍ଣ” – ଏହା ଅନ୍ତଦୃଷ୍ଟି ଶିକ୍ଷଣ ତତ୍ତ୍ବ (Theory of Insightful Learning) ସ୍ବୀକାର କରିଥାଏ ।

30. ପାଭ୍ଲଭଙ୍କଦ୍ବାରା କେଉଁ ଶିକ୍ଷଣ ତତ୍ତ୍ବ ପ୍ରବର୍ତ୍ତିତ ହୋଇଥିଲା ?
Answer:
ପାଭଲଭ୍ ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ୱ (Conditioned-Response Theory) ପ୍ରବର୍ତ୍ତିତ ହୋଇଥିଲା ।

31. ଶିକ୍ଷଣର କେଉଁ ତତ୍ତ୍ଵ ପରିପକ୍ବତା ସହ ସମ୍ପର୍କିତ ?
Answer:
ଶିକ୍ଷଣର ପ୍ରଯତ୍ନ-ପ୍ରମାଦ ତତ୍ତ୍ବ (Theory of Trial and Error) ଶିକ୍ଷାର୍ଥୀର ପରିପକ୍ବତା (Maturation) ଉପରେ ନିର୍ଭର କରିଥାଏ ।

32. ଶିକ୍ଷଣରେ ପୁନର୍ବଳନରୂପେ କାର୍ଯ୍ୟ କରିବା ଭଳି ଶ୍ରେଣୀକକ୍ଷରେ ଶିକ୍ଷକଙ୍କର ଏକ କାର୍ଯ୍ୟର ଉଦାହରଣ ଦିଅ ।
Answer:
ଶିକ୍ଷକ ଫଳପ୍ରଦ ଉତ୍ତର ଦେଉଥ‌ିବା ଛାତ୍ରଛାତ୍ରୀମାନଙ୍କୁ ଯଦି ପ୍ରଶଂସା କରନ୍ତି ବା ପୁରସ୍କାର ଦିଅନ୍ତି, ତେବେ ତାହା ଶ୍ରେଣୀ ପ୍ରକୋଷ୍ଠରେ ପୁନର୍ବଳନ ରୂପେ କାମ କରିବ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

33. ମାନସିକ ପ୍ରସ୍ତୁତି ନୀତି କ’ଣ ?
Answer:
ମାନସିକ ପ୍ରସ୍ତୁତି ନୀତି ଅନୁଯାୟୀ ଶିକ୍ଷାର୍ଥୀର ମାନସିକ ଅବସ୍ଥା ଉପରେ ଗୁରୁତ୍ବ ଦିଆଯାଇଥାଏ । ଶିକ୍ଷାର୍ଥୀର ମାନସିକ କ୍ଳାନ୍ତି, ଦୁଃଖ ଶିକ୍ଷାର୍ଥୀକୁ ଶିକ୍ଷାର୍ଜନରେ ସାହାଯ୍ୟ କରିନଥାଏ ।

34. ସାଦୃଶ୍ୟ ନୀତି (Principle of Analogy) କ’ଣ ?
Answer:
କୌଣସି ନୂତନ ଉଦ୍ଦୀପକ ପାଇଁ ଯଦି ପୂର୍ବ ଅଭିଜ୍ଞତାର ପ୍ରତିକ୍ରିୟାଦ୍ଵାରା ସମସ୍ୟା ସମାଧାନ ହୋଇଯାଏ ତେବେ ଏହା ଶିକ୍ଷଣର ସାଦୃଶ୍ୟ ନୀତି ଅଟେ । ହାରମୋନିୟମ ଶିକ୍ଷା, କ୍ୟାସିଓ ଶିକ୍ଷା ପାଇଁ ଏହି ନୀତି ଦରକାର ।

35. ସାଂପ୍ରତ୍ୟ ନିୟମ (Law of Recency) କ’ଣ ?
Answer:
ସମୟର ବ୍ୟବଧାନ ଯେତେ ଅଧିକ ହେବ ଉଦ୍ଦୀପକ ଏବଂ ପ୍ରତିକ୍ରିୟାର ସମ୍ବନ୍ଧ ସେତେ ଦୁର୍ବଳ ହୋଇପଡ଼ିବ; ତେଣୁ ସଂପ୍ରତି ଘଟଣା ଉଦ୍ଦୀପକ ଏବଂ ପ୍ରତିକ୍ରିୟାର ସଂପର୍କକୁ ଦୃଢ଼ୀଭୂତ କରିଥାଏ ।

36. ତୀବ୍ରତା ନୀତି (Principle of Intensity) କ’ଣ ?
Answer:
ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ଯରେ ଯେଉଁ ସମ୍ପର୍କ ସ୍ଥାପିତ ହୁଏ, ତାହା ଅନେକ ପରିମାଣରେ ତୀବ୍ରତା ଉପରେ ନିର୍ଭର କରିଥାଏ ଓ ଶିକ୍ଷାର୍ଥୀ ମନରେ ତାହା ଅଧ୍ବ ଦିନ ରହିଥାଏ; ଯଥା — Picnic କରିବା ସମୟରେ ବାଳକ ଏବଂ ବାଳିକାମାନଙ୍କ ମଧ୍ୟରେ ସମ୍ପର୍କ ଅନେକଦିନ ଧରି ମନେରହିଥାଏ ।

37. ପ୍ରଯତ୍ନ-ପ୍ରମାଦ ତତ୍ତ୍ଵର ଏକ ସମାଲୋଚନା ଲେଖ ।
Answer:
ବାରମ୍ବାର ଚେଷ୍ଟା କରିବାଦ୍ୱାରା ଶିକ୍ଷଣ ହୋଇପାରିବ ବୋଲି ଭାବିବା ଠିକ୍ ନୁହେଁ, କାରଣ ଏହାଦ୍ଵାରା ଶିଶୁର ଅନେକ ସମୟ, ଶକ୍ତି ଏବଂ ସାମର୍ଥ୍ୟ ବିନିଯୋଗ ହୋଇଥାଏ ଏବଂ ବାରମ୍ବାର ଚେଷ୍ଟାଦ୍ଵାରା ଶିକ୍ଷଣ ଆକସ୍ମିକ ହୋଇଥାଏ ।

38. ଓୟେର୍‌ଦିମର୍ (Wertheimer) ଙ୍କ ଭାଷାରେ ‘Gestalt’ ର ଅର୍ଥ କ’ଣ ?
Answer:
ଓୟେର୍‌ଦିମର୍ (Wertheimer) ଭାଷାରେ, ‘ଗେଷ୍ଟାଲଟ୍ ଏକ ସାମଗ୍ରିକ ତତ୍ତ୍ଵ ଯାହାର ଗୁଣାବଳୀ ବ୍ୟକ୍ତିର କେତେଗୁଡ଼ିଏ ଗୁଣବତ୍ତାଦ୍ୱାରା ନୁହେଁ ଏହା ଅନ୍ତର୍ନିହିତ ପ୍ରକୃତିର ସମଗ୍ରତାରୁ ଜଣାପଡ଼େ’’(A gestalt is a whole whose characteristics are determined not by the characteristics of its individual elements, but by the internal nature of the whole.) ।

39. ଅତୀତର ଅଭିଜ୍ଞତାକୁ ଭିଭିକରି କୌଣସି ନୂତନ ବିଷୟ ଅଥବା ନୂତନ ଆଚରଣ ଆୟତ୍ତ କରିବା ପ୍ରକ୍ରିୟାକୁ କ’ଣ କୁହାଯାଏ ?
Answer:
ଅତୀତର ଅଭିଜ୍ଞତାକୁ ଭିଭିକରି କୌଣସି ନୂତନ ବିଷୟ ଅଥବା ନୂତନ ଆଚରଣ ଆୟତ୍ତ କରିବା ପ୍ରକ୍ରିୟାକୁ ଶିକ୍ଷଣ କୁହାଯାଏ ।

40. ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ଶିଶୁର ସମସ୍ତ ପ୍ରକାର ଶାରୀରିକ ଓ ମାନସିକ ବିକାଶ ତଥା ପରିବର୍ତ୍ତନକୁ କ’ଣ କୁହାଯାଏ ?
Answer:
ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ଶିଶୁର ସମସ୍ତ ପ୍ରକାର ଶାରୀରିକ ଓ ମାନସିକ ବିକାଶ ତଥା ପରିବର୍ତ୍ତନକୁ ପରିପକ୍ବତା (Maturation) କୁହାଯାଏ ।

41. ଗୋଟିଏ ସିମ୍ପାଞ୍ଜି ସହ ପରୀକ୍ଷା କରାଯାଇ କେଉଁ ଶିକ୍ଷଣ ତତ୍ତ୍ବ ଆବିଷ୍କାର କରାଯାଇଥିଲା ?
Answer:
ଗୋଟିଏ ସିମ୍ପାଞ୍ଜି ସହ ପରୀକ୍ଷା କରାଯାଇ ଅନ୍ତଦୃଷ୍ଟି ଶିକ୍ଷଣ ତତ୍ତ୍ବ (Theory of Insightful Learning) ଆବିଷ୍କାର କରାଯାଇଥିଲା ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

42. ବିଦ୍ୟାଳୟରେ ତୁମେ କୁ-ଅଭ୍ୟାସ କିପରି ଦୂର କରିପାରିବ ?
Answer:
ଶିକ୍ଷକଙ୍କ ଉପଯୁକ୍ତ ପରାମର୍ଶ ଏବଂ ନିଜ ନିଜର ଆଦର୍ଶଦ୍ଵାରା ବିଦ୍ୟାଳୟରେ ଆମେ କୁ-ଅଭ୍ୟାସଗୁଡ଼ିକ ଦୂର କରିପାରିବ ।

43. ଶିକ୍ଷଣକୁ ତ୍ୱରାନ୍ବିତ କରୁଥିବା ଯେକୌଣସି ଗୋଟିଏ ସହାୟକ ଉପାଦାନ ଲେଖ ।
Answer:
ପରିପକ୍ବତା (Maturation) ଶିକ୍ଷଣକୁ ତ୍ୱରାନ୍ବିତ କରିଥାଏ ।

44. ମୁଖସ୍ଥ ଶିକ୍ଷଣ କ’ଣ ?
Answer:
କୌଣସି ବିଷୟବସ୍ତୁକୁ ଶିକ୍ଷାର୍ଥୀ ନବୁଝି ମନେରଖ୍କୁ ମୁଖସ୍ଥ ଶିକ୍ଷଣ କୁହାଯାଏ ।

45. ଅନ୍ତଦୃଷ୍ଟି ଶିକ୍ଷଣ କେଉଁ ଶିକ୍ଷଣ ତତ୍ତ୍ବ ସହ ସମ୍ପର୍କିତ ?
Answer:
ଅନ୍ତଦୃଷ୍ଟି ଶିକ୍ଷଣ Gestalt ଶିକ୍ଷଣ ତତ୍ତ୍ବ ବା ବୌଦ୍ଧିକ ତତ୍ତ୍ବ ସହ ସମ୍ପର୍କିତ ।

46. ଶିକ୍ଷଣ ତତ୍ତ୍ବ ପାଇଁ ପାଭ୍ଲଭ୍ କାହା ଉପରେ ଅଧିକ ଗୁରୁତ୍ୱ ଆରୋପ କରିଥିଲେ ?
Answer:
ଶିକ୍ଷଣ ତତ୍ତ୍ବ ପାଇଁ ପାଭଲଭ୍ ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ଵର ଉଦ୍ଦୀପକ ଏବଂ ଅନୁକ୍ରିୟାର ସହ-ବନ୍ଧନ ଉପରେ ଗୁରୁତ୍ଵ ଆରୋପ କରିଥିଲେ ।

47. ଦକ୍ଷତାଭିଭିକ ଶିକ୍ଷଣର ସ୍ତରଗୁଡ଼ିକ କ’ଣ ?
Answer:
B. S. Bloom ଦକ୍ଷତାଭିଭିକ ଶିକ୍ଷଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଦକ୍ଷତାଭିଭିକ ଶିକ୍ଷଣର ସ୍ତରଗୁଡ଼ିକ ହେଲା –
(i) ଦକ୍ଷତା ହାସଲ ପାଇଁ ଯୋଜନା,
(ii) ଦକ୍ଷତାର ଦିଗ ସହ ପରିଚିତି
(iii) ଦକ୍ଷତା ହାସଲ ପାଇଁ ଶିକ୍ଷଣ,
(iv) ଦକ୍ଷତା ପରୀକ୍ଷଣ ଓ
(v) ଦକ୍ଷତା ଶ୍ରେଣୀବିଭାଗୀକରଣ ।

48. ଅନ୍ତର୍ବୃଷ୍ଟି କ’ଣ ?
Answer:
ସମସ୍ୟା ସମାଧାନ ସମୟରେ ନିଜର ଚିନ୍ତା, କଳ୍ପନା ଏବଂ ବିଚାରଶକ୍ତି ମାଧ୍ୟମରେ କୌଣସି ଏକ ଉପାୟ ଅବଲମ୍ବନ କରି ସମସ୍ୟା ସମାଧାନ କରିବା ଅନ୍ତଦୃଷ୍ଟି ଶିକ୍ଷଣ ବା ଶିକ୍ଷଣର ଅନ୍ତଦୃଷ୍ଟି ।

49. ପାଭଲଭଙ୍କର ଶିକ୍ଷା ପ୍ରତି କ’ଣ ଅବଦାନ ଅଛି ଲେଖ ।
Answer:
ଅନୁବନ୍ଧିତ ଅନୁକ୍ରିୟା ଶିକ୍ଷଣ ତତ୍ତ୍ଵର ପ୍ରବର୍ତ୍ତକ ପାଢ଼ଲଭ୍ ଅପ୍ରାକୃତିକ ଉଦ୍ଦୀପକର ପ୍ରଭାବ ଶିକ୍ଷଣରେ କିପରି ଅଛି ତାହା ପ୍ରମାଣ କରିଛନ୍ତି ।

50. ପରିପକ୍ଵତା କ’ଣ ?
Answer:
ପ୍ରାଣୀର ଶାରୀରିକ ଅଭିବୃଦ୍ଧି ଓ ପରିପୁଷ୍ଟିର ପୂର୍ଣ୍ଣାଙ୍ଗକରଣ ଧାରାକୁ ପରିପକ୍ବତା କୁହାଯାଏ ।

51. କେଉଁ ପିଲାଙ୍କୁ ବହିଃମୁଖୀ କୁହାଯିବ ?
Answer:
ଯେଉଁ ପିଲାମାନେ ଅନ୍ୟମାନଙ୍କ ସହ ଭଲଭାବରେ ମିଶିପାରନ୍ତି, ଖେଳିପାରନ୍ତି ଏବଂ ଆଗ୍ରହ ପ୍ରକାଶ କରି କାର୍ଯ୍ୟ କରନ୍ତି ସେମାନେ ବହିଃମୁଖୀ ପିଲା ଅଟନ୍ତି ।

52. ଶିକ୍ଷଣ ପାଇଁ ଗୋଟିଏ ପ୍ରେରଣାତ୍ମକ ଉପାଦାନ ଦର୍ଶାଅ ।
Answer:
ଶିକ୍ଷାଦାନ ସମୟରେ ପ୍ରତିଦ୍ବନ୍ଦିତା ମନୋଭାବ ଶିକ୍ଷଣ ପାଇଁ ପ୍ରେରଣା ଯୋଗାଇଥାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

53. ଅନୁକରଣଦ୍ୱାରା ଶିକ୍ଷଣର ଗୋଟିଏ ଉଦାହରଣ ଦିଅ ।
Answer:
ଶିକ୍ଷକ କୌଣସି ବିଷୟ ପଢ଼ିବା ସମୟରେ ଛାତ୍ରଛାତ୍ରୀ ଶିକ୍ଷକଙ୍କର ମୁଖନିଃସୃତ ବାକ୍ୟଗୁଡ଼ିକ ଶୁଣି ଏବଂ ବହି ପଢ଼ି ନିଜେ ସେହିପରି ପଢ଼ିବାପାଇଁ ଚେଷ୍ଟା କରିଥା’ନ୍ତି । ଏହାକୁ ଅନୁକରଣଦ୍ବାରା ଶିକ୍ଷଣ କୁହାଯାଏ ।

54. ଅନ୍ତଦୃଷ୍ଟି ଶିକ୍ଷଣ ତତ୍ତ୍ବର ପ୍ରବର୍ତ୍ତକ କିଏ ?
Answer:
ଅନ୍ତଦୃଷ୍ଟି ଶିକ୍ଷଣ ତତ୍ତ୍ଵର ପ୍ରବର୍ତ୍ତକ କୁର୍ଟ କୋଫ୍‌ (Kurt Koffka) ଅଟନ୍ତି ।

55. ଅନୁବନ୍ଧିତ ଅନୁକ୍ରିୟା ବା ଅଭ୍ୟନୁକୂଳନ ତତ୍ତ୍ବର ପ୍ରବର୍ତ୍ତକ କିଏ ?
Answer:
ରୁଷ୍ ଦେଶର ଶରୀରବିଜ୍ଞାନୀ ଇଭାନ୍ ପି. ପାଉଲଭ୍ ଅଭ୍ୟନୁକୂଳନ ବା ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ଵର ପ୍ରବର୍ତ୍ତକ ଅଟନ୍ତି ।

56. ଦଣ୍ଡର କୁପରିଣାମ କ’ଣ ?
Answer:
ଦଣ୍ଡ ଶିକ୍ଷାର୍ଥୀ ମନରେ ଭୟ ସୃଷ୍ଟି କରିଥାଏ ଏବଂ ଶିକ୍ଷାର୍ଥୀର ଅନ୍ତର୍ନିହିତ ଗୁଣଗୁଡ଼ିକର ବିକାଶରେ ବ୍ୟାଘାତ ସୃଷ୍ଟି କରିଥାଏ ।

57. ସୃଜନଶୀଳତାର ସଂଜ୍ଞା କ’’ଣ ?
Answer:
ବ୍ୟକ୍ତିର ଚିନ୍ତାଧାରାରେ ନୂତନତା ଏବଂ ନୈତିକତାକୁ ସୃଜନଶୀଳତା କୁହାଯାଏ ।

58. କୋହ୍ଲରଙ୍କର ନାମ କେଉଁ ଶିକ୍ଷଣ ତତ୍ତ୍ବ ସହିତ ସମ୍ପର୍କିତ ?
Answer:
କୋହ୍ଲରଙ୍କର ନାମ ଅନ୍ତଦୃଷ୍ଟି ଶିକ୍ଷଣ ତତ୍ତ୍ବ (Theory of Insightful Learning) ସହିତ ସଂପୃକ୍ତ ଅଟେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଶିକ୍ଷଣ କ’ଣ ?
Answer:
ସ୍ପିନର (Skinner) ଙ୍କ ମତରେ, ଶିକ୍ଷଣ ପ୍ରକ୍ରିୟା ଅର୍ଥ କେବଳ ଯନ୍ତ୍ରବତ୍ ପୁନରାବୃତ୍ତି ମାଧ୍ୟମରେ କୌଣସି ବିଷୟରେ ଜ୍ଞାନ ଅର୍ଜନ ବା କୌଶଳ ଶିକ୍ଷା କରିବା ନୁହେଁ, ବରଂ ଏଥରେ ଶିକ୍ଷାର୍ଥୀ ଶିକ୍ଷଣୀୟ ବିଷୟବସ୍ତୁକୁ ସଙ୍ଗଠିତ କରେ ଓ ବିଭିନ୍ନ କ୍ଷେତ୍ରରେ ଲକ୍ଷ୍ୟ ସାଧନ ପାଇଁ ତାହାକୁ ବିନିଯୋଗ କରେ ।

2. ‘ଶିକ୍ଷଣ’ର ଦୁଇଟି ସଂଜ୍ଞା ଲେଖ ।
Answer:
(i) କ୍ରୋ ଏବଂ କ୍ରୋଙ୍କ ମତରେ, ‘ଅଭ୍ୟାସ, ଜ୍ଞାନ ଏବଂ ମନୋବୃତ୍ତି ଇତ୍ୟାଦିର ସମାହାରକୁ ଶିକ୍ଷଣ କହନ୍ତି ।’
(ii) କନ୍‌ଭିନ୍‌ଙ୍କ ମତରେ, ‘ଅଭିଜ୍ଞତାଦ୍ୱାରା ଆଚରଣଗତ ପରିବର୍ତ୍ତନ ହିଁ ଶିକ୍ଷଣ ।’’

3. ଶିକ୍ଷଣ ତତ୍ତ୍ବ କହିଲେ କ’ଣ ବୁଝ ?
Answer:
ମନୋବିଜ୍ଞାନୀମାନେ କିଛି ନୂଆ ସୂତ୍ର, ନୂଆ ତତ୍ତ୍ବ, ନୂଆ ଉପାଦାନ ବିଦ୍ୟାଳୟ ଶିକ୍ଷାରେ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥାନ୍ତି । ଏହାକୁ ଶିକ୍ଷଣ ତତ୍ତ୍ୱ କୁହାଯାଏ । ଏହି ତତ୍ତ୍ଵମାନଙ୍କ ମଧ୍ୟରୁ କେତେଗୁଡ଼ିଏ ତତ୍ତ୍ଵ ହେଲା-
(i) ପ୍ରଯନ୍ – ପ୍ରମାଦ ତତ୍ତ୍ବ
(ii) ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ବ
(iii) ଅନ୍ତଦୃଷ୍ଟି ତତ୍ତ୍ବ

4. ଶିକ୍ଷଣ ପ୍ରକ୍ରିୟା କ’ଣ ?
Answer:
(i) ଆଚରଣଗତ ପରିବର୍ତ୍ତନ ହିଁ ଶିକ୍ଷଣ ।
(ii) ହିଲ୍‌ଗାର୍ଡଙ୍କ ମତରେ, ଶିକ୍ଷଣଦ୍ୱାରା ମାନବ ନୂତନ ପ୍ରକାର କ୍ରିୟା ଶିକ୍ଷା କରେ ଓ ବ୍ୟବହାରକୁ ପରିମାର୍ଜିତ କରେ ।
(iii) ଅଭ୍ୟାସ ଓ ତା’ର ଫଳାଫଳ ମଧ୍ୟରେ ଥିବା ସମ୍ପର୍କ ହେତୁ ବ୍ୟକ୍ତି କୌଣସି ବିଷୟରେ ଶିକ୍ଷାଲାଭ କରେ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

5. ପ୍ରଯତ୍ନ-ପ୍ରମାଦ ତତ୍ତ୍ବର ଦୁଇଟି ଶିକ୍ଷାଗତ ପ୍ରୟୋଗ ଲେଖ ।
Answer:
(i) ନିୟମିତ ଅଭ୍ୟାସଦ୍ବାରା ବିଜ୍ଞାନର ଅନେକ ପରୀକ୍ଷଣ ସଫଳ ହୋଇଥାଏ ।
(ii) ଗଣିତ ସମ୍ବନ୍ଧୀୟ ସମସ୍ୟାର ବାରମ୍ବାର ସମାଧାନଦ୍ୱାରା ଗଣିତ ଶିକ୍ଷାରେ ଦକ୍ଷତା ବୃଦ୍ଧି ପାଏ ।

6. ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ ଏବଂ ଅନ୍ତଦୃଷ୍ଟି ତତ୍ତ୍ବ ମଧ୍ୟରେ ଗୋଟିଏ ପାର୍ଥକ୍ୟ ଲେଖ ।
Answer:
ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ ଶିକ୍ଷଣର ଅଭ୍ୟାସ ଉପରେ ଗୁରୁତ୍ବ ଦେଇଥାଏ; ମାତ୍ର ଅନ୍ତଦୃଷ୍ଟି ତତ୍ତ୍ବ ଶିକ୍ଷଣର ସମସ୍ୟା ଅନୁଧ୍ୟାନ ଉପରେ ଗୁରୁତ୍ଵ ଦେଇଥାଏ ।

7. ପ୍ରଯତ୍ନ-ପ୍ରମାଦ ତତ୍ତର ଶିକ୍ଷାକ୍ଷେତ୍ରରେ ତିନୋଟି ପ୍ରୟୋଗ ଲେଖ ।
Answer:
(i) ଶିକ୍ଷାକ୍ଷେତ୍ରରେ ହସ୍ତାକ୍ଷର ଲିଖନ, ଟାଇପ୍ କରିବା ଇତ୍ୟାଦି ଶିକ୍ଷାଲାଭରେ ସାହାଯ୍ୟ କରିଥାଏ ।
(ii) ନିୟମିତ ଅଭ୍ୟାସଦ୍ୱାରା ବିଜ୍ଞାନର ଅନେକ ପରୀକ୍ଷଣ ସଫଳ ହୋଇଥାଏ ।
(iii) ଗଣିତ ସମ୍ବନ୍ଧୀୟ ସମସ୍ୟାର ବାରମ୍ବାର ସମାଧାନ ଗଣିତ ଶିକ୍ଷାରେ ଦକ୍ଷତା ବୃଦ୍ଧି କରିଥାଏ ।

8. ଅନ୍ତଦୃଷ୍ଟି-ଶିକ୍ଷଣ ତତ୍ତ୍ବ କ’ଣ ?
Answer:
ଅନ୍ତଦୃଷ୍ଟି ଶିକ୍ଷଣତତ୍ତ୍ଵ ହେଉଛି ହଠାତ୍ ଶିକ୍ଷଣ ବା ହଠାତ୍ ଏକ ସମସ୍ୟାର ସମାଧାନର ସୂତ୍ର ଖୋଜିପାଇବା । ତିନିଜଣ ଜଣାଶୁଣା ଜର୍ମାନୀ ମନୋବିଜ୍ଞାନୀ ଯଥା : ଉଲ୍‌ପଗ୍ୟାଙ୍ଗ କୋହଲଋ, କୁର୍ଟ କୋଫ୍‌ ଓ ଡବ୍ଲ୍ୟୁ ଏକ୍‌ସ୍ ୱାରଦାଇମ୍ବର ଥିଲେ ଏହି ତତ୍ତ୍ବ ର ପ୍ରବର୍ତ୍ତକ । ଏହି ତତ୍ତ୍ବ ଅନୁସାରେ କୌଣସି ଏକ ନିର୍ଦ୍ଦିଷ୍ଟ ଅନୁକ୍ରିୟା କୌଣସି ଉଦ୍ଦୀପକର ଏକ ଅଂଶବିଶେଷ ପ୍ରତି ଉଦ୍ଦିଷ୍ଟ ନ ହୋଇ ସେହି ଉଦ୍ଦୀପକର ସମଗ୍ର ସଭାପ୍ରତି ଉଦ୍ଦିଷ୍ଟ ହୋଇଥାଏ ।

9. ଅନ୍ତଦୃଷ୍ଟି କ’ଣ ଏବଂ ଏହା ମାଧ୍ୟମରେ କିପରି ଶିକ୍ଷଣ ସଂଘଟିତ ହୁଏ ବୁଝାଅ ।
Answer:
(i) ଶିଶୁ ବିଭିନ୍ନ ସମସ୍ୟା ଦେଇ ଗତି କରିଥାଏ ।
(ii) ସବୁ ସମସ୍ୟାର ସମାଧାନ କରିବାକୁ ହେଲେ ବିଭିନ୍ନ ଶିକ୍ଷଣ ଅଭିଜ୍ଞତା ଦରକାର ।
(iii) ଯେଉଁ ଶିକ୍ଷଣ କ୍ରିୟା ସମସ୍ୟାଟିକୁ ହୃଦୟଙ୍ଗମ କରି ଉପଯୁକ୍ତ ଅନୁକ୍ରିୟା ସୃଷ୍ଟିଦ୍ଵାରା ସମ୍ଭବ ହୋଇଥାଏ ତାହା ଅନ୍ତଦୃଷ୍ଟି ଶିକ୍ଷଣ।

10. ଉଦ୍ଦୀପକ-ପ୍ରତିକ୍ରିୟା ସଂଯୋଗ କ’ଣ ?
Answer:
ପ୍ରତ୍ୟେକ ଉଦ୍ଦୀପକ ମନରେ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଏହା ମଧ୍ୟରେ ସଂଯୋଗ (Bond) କୁ ଉଦ୍ଦୀପକ-ପ୍ରତିକ୍ରିୟା ସଂଯୋଗ କୁହାଯାଏ ।

11. ଶିକ୍ଷଣକୁ ପ୍ରଭାବିତ କରୁଥିବା ଯେକୌଣସି ତିନୋଟି ମାନସିକ ଉପାଦାନ ଲେଖ ।
Answer:
ଶିକ୍ଷଣକୁ ପ୍ରଭାବିତ କରୁଥିବା ମାନସିକ ଉପାଦାନଗୁଡ଼ିକ ହେଲା :
(i) ଅଭିପ୍ରେରଣା – ଅଭିପ୍ରେରଣା ସୃଷ୍ଟି କରୁଥିବା ସାମଗ୍ରୀ ଶିକ୍ଷାଦାନରେ ବ୍ୟବହାର କଲେ ଶିଶୁ ଶିକ୍ଷାଦାନ ପ୍ରତି ଆଗ୍ରହ ପ୍ରକାଶ କରିବ ।
(ii) ଉଚ୍ଚାଭିଳାଷ – ଶିଶୁ ନିଜର ଉଚ୍ଚାଭିଳାଷ ନିଜର ସାମର୍ଥ୍ୟ ଅନୁସାରେ ରଖୁବା ଉଚିତ, ଯାହା ନିଜର କର୍ମ ପାଇଁ ସୁଯୋଗ ସୃଷ୍ଟି କରିବ ।
(iii) ଆଗ୍ରହ ଏବଂ ମନୋବୃତ୍ତି – ଆଗ୍ରହ ନଥୁଲେ ଆମେ କୌଣସି କାର୍ଯ୍ୟରେ ମନୋଯୋଗ ଦେଇନଥାଉ ।

12. S-R ଅନୁବନ୍ଧନ କ’ଣ ? ଏହା କିପରି ଶକ୍ତିଶାଳୀ ହୁଏ ?
Answer:
(i) ପରିବେଶର ଉଦ୍ଦୀପକ ଓ ତତ୍‌ସଂପର୍କୀୟ ପ୍ରତିକ୍ରିୟା ମଧ୍ୟରେ ସ୍ନାୟବିକ ସମ୍ବନ୍ଧ ସ୍ଥାପନ ବ୍ୟକ୍ତି ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ପ୍ରତିକ୍ରିୟା ସୃଷ୍ଟି କରେ ।
(ii) ଏହି ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସଂଯୋଗ ସ୍ଥାପନକୁ ଉଦ୍ଦୀପକ-ପ୍ରତିକ୍ରିୟା ସଂଯୋଗ ବା S-R ଅନୁବନ୍ଧନ ବୋଲି କୁହାଯାଏ ।
(iii) ଏହି କାର୍ଯ୍ୟରେ ଶିକ୍ଷକ (S) ଓ ଛାତ୍ର (R) ଭୂମିକା ଗ୍ରହଣ କରିଥା’ଛି ।

13. ଶିକ୍ଷଣରେ ଅଭ୍ୟାସ ନିୟମ କାହାକୁ କହନ୍ତି ?
Answer:
(i) ଅଭ୍ୟାସ ନିୟମାନୁସାରେ ଯେଉଁ କାର୍ଯ୍ୟର ବାରମ୍ବାର ପୁନରାବୃତ୍ତି ହୁଏ, ତାହା ସହଜରେ ଆୟତ୍ତ କରିହୁଏ ଏବଂ ଯେଉଁ କାର୍ଯ୍ୟର ପୁନରାବୃତ୍ତି ହୁଏ ନାହିଁ ସେହି କାର୍ଯ୍ୟ ସହଜରେ ଶିକ୍ଷାକରି ହୁଏ ନାହିଁ ।
(ii) କୌଣସି ନିର୍ଦ୍ଦିଷ୍ଟ ଉଦ୍ଦୀପକ ସହିତ ତା’ର ଉପଯୁକ୍ତ ପ୍ରତିକ୍ରିୟାର ସଂଯୋଗ ଯେତେ ଅଧ୍ଵଥର ସ୍ଥାପିତ ହେବ ସେହି ସଂଯୋଗଟି ସେତିକି ଦୃଢ଼ୀଭୂତ ହେବ । ଉଦାହରଣସ୍ୱରୂପ, ଥଏଁଡ଼ାଇକ୍‌ଙ୍କ ଗବେଷଣାରେ ବିରାଡ଼ିଟି କୌଣସିମତେ ଥରେ ଦ୍ଵାର ଖୋଲି ପଦାକୁ ଚାଲିଗଲେ ତାହାର ଏହି ଅଭ୍ୟାସଟି ଦୃଢ଼ ଓ ସ୍ଥାୟୀ ହୋଇପାରିବ ନାହିଁ ।
(iii) ସେଥ‌ିପାଇଁ ବିରାଡ଼ିକୁ ବାରମ୍ବାର ଦ୍ଵାର ଖୋଲି ପଦାକୁ ଯିବାପାଇଁ ସୁବିଧା ଦେବାକୁ ହେବ ।
(iv) ପାଠଦାନ ସମୟରେ ଏହି ନୀତିର ଅତ୍ୟନ୍ତ ଆବଶ୍ୟକତା ରହିଛି ।

14. ଶିକ୍ଷଣ ତତ୍ତ୍ଵଗୁଡ଼ିକ ମଧ୍ୟରୁ କେଉଁଟି ଅଧ୍ଵ ଯୁକ୍ତିଯୁକ୍ତ ବୋଲି ଭାବୁଛ ଓ କାହିଁକି ?
Answer:
(i) ଶିକ୍ଷଣ ମଧ୍ୟରୁ ସାପେକ୍ଷ ପ୍ରତିବର୍ଜ୍ୟ କ୍ରିୟାବାଦ ତତ୍ତ୍ଵଟି ଅଧିକ ଯୁକ୍ତିଯୁକ୍ତ । କାରଣ ମନୁଷ୍ୟ ଜନ୍ମ ସମୟରେ କେତେକ ପ୍ରତିବର୍ଗ୍ୟ କ୍ରିୟା ପ୍ରକାଶ କରିଥାଏ । କ୍ରମଶଃ ଏକ ନିର୍ଦ୍ଦିଷ୍ଟ ଉଦ୍ଦୀପନା ପ୍ରତି ପ୍ରତିକ୍ରିୟା ପ୍ରକାଶ କରିଥାଏ ।
(ii) ମୌଳିକ ଉଦ୍ଦୀପନା ନିମିତ୍ତ ବିକଳ୍ପ ପ୍ରତିକ୍ରିୟା ଓ ବିକଳ୍ପ ଉଦ୍ଦୀପକ ସହ ମୌଳିକ ପ୍ରତିକ୍ରିୟା ସଂଯୋଗ ସ୍ଥାପନ କରିବା ଉପରେ ସାପେକ୍ଷ ପ୍ରତିବର୍ଜ୍ୟ କ୍ରିୟାବାଦ ଗୁରୁତ୍ୱ ଆରୋପ କରିଥାଏ ।
(iii) କେହି କେହି ପ୍ରଯତ୍ନ-ପ୍ରମାଦ ତତ୍ତ୍ବ ଓ କେହି କେହି ଅନ୍ତଦୃଷ୍ଟି ତତ୍ତ୍ଵକୁ ଯୁକ୍ତିଯୁକ୍ତ ବୋଲି ମନେକରି ଥାଆନ୍ତି; ମାତ୍ର ସାପେକ୍ଷ ପ୍ରତିବର୍ଜ୍ୟ କ୍ରିୟାବାଦ ବିଜ୍ଞାନସମ୍ମତ ଓ ସହଜ ଭାବରେ ଉପଲବ୍ଧ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

15. ସଂକ୍ଷେପରେ ଶିକ୍ଷଣର ନିୟମଗୁଡ଼ିକ ବୁଝାଅ ।
Answer:
ଶିକ୍ଷାବିତ୍ ଥଣ୍ଣ ଡାଇକ୍‌ଙ୍କ ମତରେ, ଶିକ୍ଷଣର ତିନୋଟି ନିୟମ ସଂପର୍କରେ ବର୍ଣ୍ଣନା କରାଯାଇଛି; ଯଥା –
(i) ଅଭ୍ୟାସ ନିୟମ – ଗୋଟିଏ କାର୍ଯ୍ୟକୁ ବାରମ୍ବାର ଅଭ୍ୟାସ କରିବାଦ୍ୱାରା ପ୍ରତିଫଳିତ ଅନୁଭୂତି ମଧ୍ୟରୁ ସଂଗୃହୀତ ଶିକ୍ଷାକୁ ଅଭ୍ୟାସ ନିୟମ ଉପରେ ଆଧାରିତ ଶିକ୍ଷା କୁହାଯାଏ ।
(ii) ପ୍ରସ୍ତୁତି ନିୟମ – ପ୍ରସ୍ତୁତି ନିୟମ ଅନୁଯାୟୀ ଶିକ୍ଷଣ ପ୍ରକ୍ରିୟା ଆରମ୍ଭରୁ ଶିଶୁର ମାନସିକ ଅବସ୍ଥା ପ୍ରତି ଦୃଷ୍ଟି ଦେବା ଏକାନ୍ତ ଆବଶ୍ୟକ।
(iii) ଫଳାଫଳ ନିୟମ – ପ୍ରତ୍ୟେକ ଶିକ୍ଷଣ ଫଳାଫଳ ଉପରେ ବିଶେଷ ଗୁରୁତ୍ଵ ଦିଏ । ଦୃଷ୍ଟାନ୍ତସ୍ଵରୂପ, କ୍ଷୁଧାଇଁ ବିରାଡ଼ିଟି ଦୁଗ୍ଧପାନ କରିବା ଉଦ୍ଦେଶ୍ୟରେ ବାକ୍ସ ବାହାରକୁ ଚାଲିଆସିବା ପରେ ସେ ସଫଳ ହୋଇ ବାହାରକୁ ଆସି ଦୁଗ୍ଧପାନ କଲା । ମାତ୍ର ଦୁଗ୍‌ଧ ନଥିଲେ ସେ ଚେଷ୍ଟା କରି ନଥା’ନ୍ତା ।

16. ଶିକ୍ଷଣ ଏବଂ ପରିପକ୍ବତା ମଧ୍ଯରେ କି ପ୍ରଭେଦ ଅଛି ?
Answer:
(i) ଶିକ୍ଷଣ ଏକ ଜୀବନବ୍ୟାପୀ ପ୍ରକ୍ରିୟା, ମାତ୍ର ପରିପକ୍ବତା ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସୀମାବଦ୍ଧ ଅଟେ ।
(ii) ପରିପକ୍ବତା ଜୀବନରେ ଥରେ ଆସେ, ମାତ୍ର ଶିକ୍ଷଣ ଅନେକବାର ସଂଘଟିତ ହୋଇଥାଏ ।
(iii) ପରିପକ୍ବତା ଶରୀର ସହ ସମ୍ବନ୍ଧିତ, ମାତ୍ର ଶିକ୍ଷଣ ଏକ ମାନସିକ ପ୍ରକ୍ରିୟା ।
(iv) ପରିପକ୍ବତା ପ୍ରାପ୍ତି ପର୍ଯ୍ୟନ୍ତ ଶିକ୍ଷଣ ଅବ୍ୟାହତ ରହେ । ପରିପକ୍ବତା ପ୍ରାପ୍ତି ପରେ ଶିକ୍ଷଣର ଗୁଣାତ୍ମକ ପରିବର୍ତ୍ତନ ଘଟେ ।

17. ଅନୁବନ୍ଧନଦ୍ୱାରା ଶିକ୍ଷଣ କିପରି ସମ୍ଭବ ହୁଏ, ଉଦାହରଣଦ୍ବାରା ବୁଝାଅ ।
Answer:
(i) ଅନୁବନ୍ଧନ ଏକ ଶିକ୍ଷଣ ପ୍ରକ୍ରିୟା ।
(ii) ଶିକ୍ଷଣରେ ଭିତ୍ତିହୀନ ଭୟ ଦୂର କରିବାପାଇଁ ଏହି ଶିକ୍ଷଣ ପ୍ରକ୍ରିୟାକୁ ବ୍ୟବହାର କରାଯାଏ ।
(iii) ଯେଉଁ ଅନୁକ୍ରିୟା ପ୍ରାକୃତିକ ଉଦ୍ଦୀପକଦ୍ବାରା ପ୍ରଭାବିତ ହୁଏ, ତାହା ମଧ୍ୟ ଅପ୍ରାକୃତିକ ଉଦ୍ଦୀପକଦ୍ବାରା ପ୍ରଭାବିତ ହୁଏ ।
(iv) ଇଂରାଜୀ ଓ ଗଣିତ ଶିକ୍ଷା ପାଇଁ ଅହେତୁକ ଭୟ, ଉତ୍ତମ ଅଭ୍ୟାସ ଗଠନ; ଯଥା – ପରିଷ୍କାର-ପରିଚ୍ଛନ୍ନତା, ଗୁରୁଜନମାନଙ୍କୁ ଭକ୍ତି ଇତ୍ୟାଦି ଏବଂ ଭାଷାଜ୍ଞାନ ପାଇଁ ଅନୁବନ୍ଧନ ଏକାନ୍ତ ପ୍ରୟୋଜନ ।

18. ପ୍ରଯତ୍ନ-ପ୍ରମାଦ ତତ୍ତ୍ବ କହିଲେ କ’ଣ ବୁଝ ?
Answer:
(i) E.L.Thorndike ପ୍ରଥମେ ପ୍ରଯତ୍ନ-ପ୍ରମାଦ ତତ୍ତ୍ବ ସମ୍ପର୍କରେ ଗବେଷଣା କରିଥିଲେ ।
(ii) ସେ କହିଥିଲେ ଯେ ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ଯରେ ବାରମ୍ବାର ସମ୍ପର୍କ ପ୍ରତିଷ୍ଠାଦ୍ଵାରା ହେଉଥିବା ସଂଯୋଗ ଶିକ୍ଷଣ ଅଟେ । ଏହାକୁ ସଂଯୋଗବାଦ (Connectionism) କୁହାଯାଏ ।
(iii) ଲକ୍ଷ୍ୟ ହାସଲପାଇଁ ବାରମ୍ବାର ବିଫଳ ଚେଷ୍ଟାକରି ଶେଷରେ ସଫଳ ଚେଷ୍ଟା ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିଥାଏ ।
(iv) ବିଜ୍ଞାନ ଏବଂ ଗଣିତ ଶିକ୍ଷା କ୍ଷେତ୍ରରେ ଏହାର ପ୍ରୟୋଗ ବହୁଳ ଅଟେ ।

19. ଥର୍ୟଡାଇକ୍‌ଙ୍କର ତିନୋଟି ଶିକ୍ଷଣ ନିୟମ ଲେଖ ।
Answer:
ଥର୍ୟଡାଇକ୍‌ଙ୍କର ପ୍ରଣୀତ ତିନୋଟି ଶିକ୍ଷଣ ନିୟମ ପ୍ରଯତ୍ନ-ପ୍ରମାଦ ତତ୍ତ୍ବ ଉପରେ ପର୍ଯ୍ୟବସିତ । ସେଗୁଡ଼ିକ ହେଲା –
(i) ପ୍ରସ୍ତୁତି ନିୟମ (Law of Readiness)- ଶାରୀରିକ ଏବଂ ମାନସିକ ପ୍ରସ୍ତୁତି ଶିକ୍ଷଣ ପାଇଁ ଏକାନ୍ତ ପ୍ରୟୋଜନ ।
(ii) ଅଭ୍ୟାସ ନିୟମ (Law of Exercise)- ଏହି ନିୟମ ଅନୁଯାୟୀ କୌଣସି ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ବାରମ୍ବାର ସମ୍ବନ୍ଧ ସ୍ଥାପିତ ହୋଇଥାଏ । ବାରମ୍ବାର ଅଭ୍ୟାସଦ୍ୱାରା ଶିକ୍ଷଣ ସହଜ ହୋଇଥାଏ ।
(iii) ଫଳାଫଳ ନିୟମ (Law of Effect)- ଏହା ଶିଶୁକୁ ଶିକ୍ଷଣ ପରେ ଫଳାଫଳ ସମ୍ପର୍କରେ ସୂଚନା ଦିଏ । ତୃପ୍ତିଦାୟକ ଶିକ୍ଷଣ ଚିରସ୍ଥାୟୀ ହୋଇଥାଏ ।

20. ପରିପକ୍ଵତା ଅର୍ଥ କ’ଣ ?
Answer:
(i) ବୃଦ୍ଧି ଓ ବିକାଶ ଜୀବନର ଏକ ଚରମ ସତ୍ୟ, ଏହା ପରିପକ୍ବତା ଆଣିଥାଏ ।
(ii) ବାଲ୍ୟ, କୈଶୋର, ଯୌବନ ଆଦି ଅବସ୍ଥାକୁ ଶିଶୁ ବୃଦ୍ଧି ଓ ବିକାଶ ମାଧ୍ୟମରେ ଉନ୍ନୀତ ହୁଏ ହୋଇ ପରିପକ୍ବତା ପାଏ ।
(iii) ଗୋଟିଏ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ ଉନ୍ନୀତ ହେଲାବେଳେ ପରିପକ୍ବତା ଏକ ମୁଖ୍ୟ ଭୂମିକା ଗ୍ରହଣ କରେ ।
(iv) ଚାଲିବା, ଦୌଡ଼ିବା, ଖେଳିବା, ପାଠପଢ଼ିବା ଇତ୍ୟାଦିକୁ ପରିପକ୍ବତାହିଁ ନିୟନ୍ତ୍ରଣ କରେ ।

21. ଅଭ୍ୟାସ ନିୟମ କାହାକୁ କହନ୍ତି ?
Answer:
(i) ଗୋଟିଏ କାର୍ଯ୍ୟକୁ ବାରମ୍ବାର କରିବାଦ୍ୱାରା ଅଭ୍ୟାସଦ୍ୱାରା ପ୍ରତିଫଳିତ ଅନୁଭୂତି ମଧ୍ୟରୁ ସଂଗୃହୀତ ଶିକ୍ଷାକୁ ଅଭ୍ୟାସ ନିୟମ ଉପରେ ଆଧାରିତ ଶିକ୍ଷା କୁହାଯାଏ ।
(ii) ଶିଶୁର ଭୁଲ୍, ଠିକ୍, ସଫଳତା, ବିଫଳତା ମଧ୍ଯରେ ଧୈର୍ଯ୍ୟର ସହିତ ଏହି ଶିକ୍ଷା ଉପରେ ନିଜର ଦକ୍ଷତା ହାସଲ କରେ ।
(iii) ଥଣ୍ଡିଡାଇକ୍‌ଙ୍କ ମତରେ, କୌଣସି ଏକ କାର୍ଯ୍ୟକୁ ବାରମ୍ବାର ଅଭ୍ୟାସ କରିବାଦ୍ୱାରା ସୃଷ୍ଟ ଉଦ୍ଦୀପନାଦ୍ୱାରା ପ୍ରତିକ୍ରିୟା ମଧ୍ୟରେ ଦୃଢ଼ ସଂପର୍କ ସ୍ଥାପିତ ହୁଏ ।
(iv) ଏହା ଅଭ୍ୟାସରେ ପରିଣତ ହୁଏ ।

22. ଶିକ୍ଷଣ ତତ୍ତ୍ବରେ ଗେଷ୍ଟାଲଟ୍ (Gestalt) ର ଅର୍ଥ କ’ଣ ?
Answer:
(i) ଶିକ୍ଷଣ ପ୍ରକ୍ରିୟା ସମ୍ବନ୍ଧୀୟ ଏହି ସମଗ୍ରାକୃତି (Gestalt) କୁ ଶିକ୍ଷଣ ତତ୍ତ୍ବ ମଧ୍ଯ କୁହାଯାଇଥାଏ । । ଜର୍ମାନ୍ ଭାଷାରେ ଗେଷ୍ଟାଲଟ୍‌ର ଅର୍ଥ ହେଉଛି ସମଗ୍ର ବା ଗଠନ ପ୍ରଣାଳୀ ।
(ii) ଏହି ତତ୍ତ୍ବବାଦୀମାନେ ବିଶ୍ୱାସ କରନ୍ତି, ଯେକୌଣସି ପରିସ୍ଥିତିରେ କୌଣସି ପଦାର୍ଥ ବା ପ୍ରକ୍ରିୟାର ଅଂଶ ଅପେକ୍ଷା ବସ୍ତୁର ସମଗ୍ରତା ଉପରେ ବେଶି ଗୁରୁତ୍ୱ ଦିଆଯିବା ଆବଶ୍ୟକ ଓ ଶିକ୍ଷଣ ମଧ୍ୟ ସମଗ୍ର ବସ୍ତୁ ବା ପରିସ୍ଥିତି ଉପରେ ନିର୍ଭର କରେ ।
(iii) ସବୁପ୍ରକାର ଆବିଷ୍କାର ଓ ଉଦ୍ଭାବନ ଏହି ଅନ୍ତର୍ବୃଷ୍ଟି ଫଳରେ ସମ୍ଭବ ହୋଇପାରିଛି ।
(iv) ଅବଶ୍ୟ ଆବିଷ୍କାରକମାନେ ସମଗ୍ର ପରିସ୍ଥିତିର ବିଭିନ୍ନ ଅଂଶ ସମ୍ବନ୍ଧରେ ସମ୍ୟକ୍ ଧାରଣା ରଖୁ’ନ୍ତି ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ଶିକ୍ଷକଙ୍କ ପାଇଁ ଶିକ୍ଷଣର ପ୍ରାଧାନ୍ୟ କ’ଣ ?
Answer:
(i) ଶିକ୍ଷାଦାନ ଏବଂ ଶିକ୍ଷାଗ୍ରହଣରେ ଶିକ୍ଷା- ମନୋବିଜ୍ଞାନ ସହାୟକ ହୋଇଥାଏ । ଶିକ୍ଷଣ ପ୍ରକ୍ରିୟା ଶିକ୍ଷା -ମନୋବିଜ୍ଞାନ ପରିବର୍ତନ।
(ii) ଶିକ୍ଷଣ ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଶିଶୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜ୍ଞାନ ଓ ଅଭିଜ୍ଞତା ହାସଲ କରିଥାଏ । ଶିକ୍ଷକ ଶିଶୁର ଆଚରଣର ପରିବର୍ତ୍ତନ ପାଇଁ ଶିକ୍ଷାଦାନ କରିଥାଏ । ତେଣୁ ଶିକ୍ଷଣ ପ୍ରକ୍ରିୟା ଜ୍ଞାନ ଅଭିଜ୍ଞତା ହାସଲରେ ସାହାଯ୍ୟ କରିଥାଏ ।
(iii) ଜଙ୍ଗଲର ବାଘକୁ ସର୍କସ -ଶିକ୍ଷକ ସର୍କସକୁ ଆଣି ଶିକ୍ଷା ଦେଇଥାଏ । ବାଘଟି ଏହି ଶିକ୍ଷଣ ପ୍ରକ୍ରିୟାଦ୍ବାରା ଶିକ୍ଷାଲାଭ କରିଥାଏ ।
(iv) ତେଣୁ ଶିକ୍ଷଣ ଅର୍ଥ ବ୍ୟବହାରର ପରିବର୍ତ୍ତନ । ଶିକ୍ଷକ ଶିକ୍ଷଣ ପ୍ରକ୍ରିୟା ମାଧ୍ୟମରେ ଶିଶୁମାନଙ୍କର ବ୍ୟବହାରରେ ପରିବର୍ତନ ଆଣିଥା’ନ୍ତି ।
(v) ଶିକ୍ଷକ ଇନ୍ଦ୍ରିୟମାନଙ୍କୁ ଉପଯୁକ୍ତ ତାଲିମ ଦେଇ ଶିକ୍ଷଣ ପ୍ରକ୍ରିୟାକୁ ସୁଦୃଢ଼ କରିଥା’ନ୍ତି ।

2. ‘ଶିକ୍ଷଣ ହେଉଛି ଆଚରଣଗତ ପରିବର୍ତ୍ତନ’ – ବୁଝାଅ ।
Answer:
(i) ଶିକ୍ଷାଦ୍ବାରା ବ୍ୟକ୍ତିର ଆଚରଣ ମାର୍ଜିତ ଏବଂ ଉନ୍ନତ ହୋଇଥାଏ । ଏହା ଜ୍ଞାନ ଏବଂ ଅଭିଜ୍ଞତାକୁ ପରିବର୍ତ୍ତନ କରିଥାଏ ।
(ii) ନୂତନ ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନଦ୍ବାରା ଆଚରଣରେ ପରିବର୍ତ୍ତନ ଅଣାଯାଇପାରେ । ଏହା କେବଳ ଶିକ୍ଷଣ ପ୍ରକ୍ରିୟାଦ୍ଵାରା ସମ୍ଭବପର ହୋଇଥାଏ ।
(iii) ଶିକ୍ଷଣ ପ୍ରକ୍ରିୟାଦ୍ଵାରା ଶିଶୁ ନିଜର ବୟସ ଏବଂ ସାମର୍ଥ୍ୟକୁ ନେଇ ଜ୍ଞନା ବା ଅଭିଜ୍ଞତା ହାସଲ କରିଥାଏ । ଏହି ଜ୍ଞାନ ବ୍ୟବହାରର ପରିବର୍ତ୍ତନ ପାଇଁ ଆବଶ୍ୟକ ।
(iv) ଶ୍ରେଣୀଗୃହରେ ଅନୁକୂଳ ପରିବେଶ ପାଇଲେ ଶିକ୍ଷାର୍ଥୀ ଅନେକ ଅଭିଜ୍ଞତା ହାସଲ କରିଥାଏ । ନିଜର ଜୀବନର ପ୍ରତିଟି କ୍ଷେତ୍ରରେ ତାକୁ ବିନିଯୋଗ କଲେ ତାହାର ଆଚରଣରେ ପରିବର୍ତ୍ତନ ହୁଏ ।
(v) ଶିଶୁର ଆଗ୍ରହ, ଅଭ୍ୟାସ, ମନୋବୃତ୍ତି, ସାମାଜିକ ପ୍ରତିଯୋଜନ ଏବଂ ବିଭିନ୍ନ ଇନ୍ଦ୍ରିୟଲବ୍‌ଧ ଜ୍ଞାନ ଶିକ୍ଷଣ ପ୍ରକ୍ରିୟାର ଅନ୍ତର୍ଭୁକ୍ତ । ତେଣୁ ଏଗୁଡ଼ିକ ଆଚରଣଗତ ପରିବର୍ତ୍ତନ ପାଇଁ ଦାୟୀ ।

3. ସମସ୍ୟା ସମାଧାନ ହିଁ ଶିକ୍ଷଣ- ବୁଝାଅ ।
Answer:
(i) ବ୍ୟକ୍ତିର ଜୀବନ ସମସ୍ୟାପୂର୍ଣ୍ଣ । ପ୍ରତ୍ୟେକ ସମସ୍ୟାର ସମାଧାନ କରିବାପାଇଁ ଜ୍ଞାନ ଏବଂ ଅଭିଜ୍ଞତା ବ୍ୟକ୍ତିର ନାହିଁ ।
(ii) ଉପଯୁକ୍ତ ଜ୍ଞାନ ଏବଂ ଅଭିଜ୍ଞତାକୁ ଉପଯୁକ୍ତ ସମୟରେ ଉପଯୁକ୍ତ ପରିସ୍ଥିତିରେ ବ୍ୟବହାର କଲେ ସମସ୍ୟା ସମାଧାନ ହୋଇପାରେ ।
(iii) ଶିକ୍ଷଣ ଏକ ପ୍ରକ୍ରିୟା ଯାହାଦ୍ଵାରା ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନ କରାଯାଇଥାଏ । ଉକ୍ତ ଜ୍ଞାନ ବ୍ୟକ୍ତିକୁ ନୂତନ ଦିଗ୍‌ଦର୍ଶନ ଦିଏ ।
(iv) ଭିନ୍ନ ଭିନ୍ନ ବୟସରେ ବିଭିନ୍ନ ସମସ୍ୟା ମୁଣ୍ଡ ଟେକିଥାଏ; ତେଣୁ ସମସ୍ତ ସମସ୍ୟାର ସମାଧାନ ପାଇଁ ଶିକ୍ଷଣ ଲୋଡା
(v) ସବୁ ସମସ୍ୟାର ସମାଧାନ ବ୍ୟକ୍ତି ଶିକ୍ଷଣଦ୍ବାରା କରିଥାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

4. ଶିକ୍ଷଣକୁ ପ୍ରଭାବିତ କରୁଥିବା ବିଭିନ୍ନ ଉପାଦାନ ବିଷୟରେ ଲେଖ ।
Answer:
ନିମ୍ନଲିଖତ ଉପାଦାନମାନ ଶିକ୍ଷଣକୁ ପ୍ରଭାବିତ କରିଥାଏ ।
(i) ଶାରୀରିକ ସ୍ଵାସ୍ଥ୍ୟ : କଥାରେ ଅଛି, ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ । ଶାରୀରିକ ସୁସ୍ଥତା ଉପରେ ମାନସିକ ସୁସ୍ଥତା ଏବଂ ଉଭୟଙ୍କ ଉପରେ ଶିକ୍ଷଣ ନିର୍ଭର କରେ ।
(ii) ମାନସିକ ସ୍ଵାସ୍ଥ୍ୟ : ଶିଶୁର ମାନସିକ ସ୍ୱାସ୍ଥ୍ୟ ତା’ର ଶିକ୍ଷଣକୁ ପ୍ରଭାବିତ କରିଥାଏ । ଯେଉଁ ଶିଶୁମାନଙ୍କର ଶାରୀରିକ ଓ ମାନସିକ ପ୍ରୟୋଜନ ପୂରଣ ହୋଇଥାଏ, ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଅବ୍ୟାହତ ରହିଥାଏ ।
(iii) ବଂଶାନୁଗୁଣ : ଶିକ୍ଷଣରେ ବଂଶାନୁଗୁଣର ଗୁରୁତ୍ବପୂର୍ଣ୍ଣ ପ୍ରଭାବ ରହିଛି । ପିତାମାତା ଓ ପିତୃପୁରୁଷଙ୍କର ଅନ୍ତର୍ନିହିତ ଗୁଣରାଜି ଶିଶୁମାନଙ୍କ ପାଖକୁ ଆସିଥାଏ ।
(iv) ପରିବେଷ୍ଟନୀ : ପିଲାମାନଙ୍କର ପିତୃପୁରୁଷଙ୍କଠାରୁ ସେମାନଙ୍କଠାକୁ ଆସିଥ‌ିବା ଅନ୍ତର୍ନିହିତ ଗୁଣମାନ ଉପଯୁକ୍ତ ପରିବେଷ୍ଟନୀ ପାଇଲେ ବିକଶିତ ହୁଏ ।
(v) ପରିପକ୍ବତା : ଶିଶୁର ପରିପକ୍ବତା ଆସିଲେ ଶିକ୍ଷଣ ସହଜ ହୁଏ । ଗୋଟିଏ ନିର୍ଦ୍ଦିଷ୍ଟ ବୟସର ଶିଶୁମାନେ ବିଭିନ୍ନ ପ୍ରକାର ପରିପକ୍ତତା ଲାଭ କରିଥାଆନ୍ତି ।
(vi) ଶିକ୍ଷାଦାନ ପଦ୍ଧତି : ଉପଯୁକ୍ତ ଶିକ୍ଷାଦାନ ପଦ୍ଧତି ଶିକ୍ଷଣକୁ ତ୍ବରାନ୍ବିତ କରିଥାଏ । ଶିଶୁର ଆଗ୍ରହ, ଅଭିରୁଚି ଓ ଦକ୍ଷତା ଅନୁସାରେ ଶିକ୍ଷାଦାନ କଲେ ଶିକ୍ଷଣରେ ସଫଳତା ମିଳିଥାଏ ।
(vii) ଶ୍ରେଣୀ ସଂଶ୍ରବ : ଶ୍ରେଣୀଗୃହର ସୁସ୍ଥ ଓ ମନୋଜ୍ଞ ବାତାବରଣ, ଶିକ୍ଷକଙ୍କ ଗଣତାନ୍ତ୍ରିକ ପ୍ରଭାବ ଓ ଆଚରଣଶୈଳୀ ଶିଶୁମାନଙ୍କ ଶିକ୍ଷଣକୁ ସଜୀବ ଓ ବେଗବତୀ କରି ଗଢ଼ିତୋଳେ ।

5. ଶିକ୍ଷଣର ଯେକୌଣସି ଗୋଟିଏ ନିୟମ ଉଲ୍ଲେଖ କର ଏବଂ ତା’ର ଶୈକ୍ଷିକ ତାତ୍ପର୍ଯ୍ୟ ଲେଖ ।
Answer:
(i) ଥଣ୍ଡ ଡ଼ାଇକ୍ ତି ନୋଟି ଶି କ୍ଷଣ ନିୟମ ପ୍ରବର୍ତ୍ତନ କରି ଥିଲେ । ସେଗୁଡ଼ିକ ହେଲା-
(i) ଅଭ୍ୟାସ ନିୟମ (ii) ପ୍ରସ୍ତୁତି ନିୟମ (iii) ଫଳାଫଳ ନିୟମ ।
(ii) କୌଣସି କାର୍ଯ୍ୟକୁ ବାରମ୍ବାର କରିବାଦ୍ୱାରା ତାହା ଅଭ୍ୟାସରେ ପରିଣତ ହୁଏ ଏବଂ ଉକ୍ତ କାର୍ଯ୍ୟକୁ ପୁନଃ କରିବା ସମୟରେ ସେ କମ୍ ସମୟ ନେଇଥାଏ । ଉକ୍ତ ନିୟମକୁ ଅଭ୍ୟାସ ନିୟମ କୁହନ୍ତି ।
(iii) ଉକ୍ତ ନିୟମ ଅନୁଯାୟୀ ଖେଳ, ସଙ୍ଗୀତ, ଧନ୍ଦା, ଟାଇପ୍ ଇତ୍ୟାଦି ଶିକ୍ଷା କରାଯାଇଥାଏ ।
(iv) ବିଦ୍ୟାଳୟରେ କବିତା ଆବୃତ୍ତି, ଗାଣିତିକ ସମସ୍ୟା ସମାଧାନ, ଉଚ୍ଚ ପଠନ ଇତ୍ୟାଦି ଅଭ୍ୟାସ ନିୟମର ଅନ୍ତର୍ଭୁକ୍ତ । ବିଜ୍ଞାନ ଶିକ୍ଷା ସମୟରେ ପରୀକ୍ଷାଗାରରେ କୌଣସି ପରୀକ୍ଷଣ କରିବା ହିଁ ଅଭ୍ୟାସ ନିୟମର ଅନ୍ତର୍ଭୁକ୍ତ ।

6. ଶିକ୍ଷଣ ପ୍ରକ୍ରିୟାର ବୈଶିଷ୍ଟ୍ୟଗୁଡ଼ିକ କ’ଣ ?
Answer:
(i) ଶିକ୍ଷଣ ହେଉଛି ଆଚରଣରେ ପରିବର୍ତ୍ତନ ।
(ii) ବିଭିନ୍ନ ପରିସ୍ଥିତି ସହିତ ଖାପଖୁଆଇ ଚଳିବାର ଧାରାକୁ ଶିକ୍ଷଣ କୁହାଯାଏ ।
(iii) ଶିକ୍ଷଣ ଏକ ସ୍ବୟଂ କ୍ରିୟାଶୀଳ ଧାରା ।
(iv) ଶିକ୍ଷଣ ଉଦ୍ଦେଶ୍ୟାଭିମୁଖୀ ।
(v) ଜିଜ୍ଞାସାରେ ଅନ୍ଵେଷଣମୂଳକ କାର୍ଯ୍ୟକୁ ଶିକ୍ଷଣ କୁହାଯାଏ ।

7. ଶିକ୍ଷଣ କ୍ଷେତ୍ରରେ ଗେଷ୍ଟାଲଟ୍ ମନୋବିଜ୍ଞାନୀମାନଙ୍କ ତତ୍ତ୍ବଟି କ’ଣ ?
Answer:
(i) ଅନ୍ତଦୃଷ୍ଟିସମ୍ପନ୍ନ ଶିକ୍ଷା ଗେଷ୍ଟାଲଟ୍ ମନୋବିଜ୍ଞାନୀମାନଙ୍କଦ୍ୱାରା ପ୍ରଦତ୍ତ ଶିକ୍ଷଣ ତତ୍ତ୍ଵ ଅଟେ ।
(ii) ୟେରଦିମର୍, କୋଫ୍‌କା, କୋହଲର୍ ଉକ୍ତ ମତବାଦର ପ୍ରବର୍ତ୍ତକ ।
(iii) କୌଣସି ସମସ୍ୟାର ସମାଧାନ ପାଇଁ ନିଜର ଚିନ୍ତା ଏବଂ କଳ୍ପନା ଶକ୍ତିର ଉପଯୁକ୍ତ ବିନିଯୋଗ କରି ହଠାତ୍ ଏକ ଯୁକ୍ତିଯୁକ୍ତ ଧାରଣାରେ ଯଦି ସମସ୍ୟା ସମାଧାନ ହୋଇଯାଏ ତେବେ ତାହା ଅନ୍ତଦୃଷ୍ଟି ଅଟେ ।
(iv) ଆକସ୍ମିକ ଭାବେ ସମସ୍ୟା ସମାଧାନ ହିଁ ଅନ୍ତଦୃଷ୍ଟି ତତ୍ତ୍ଵର ମୂଳମନ୍ତ୍ର ।
(v) ସମସ୍ୟା ସମାଧାନ ପାଇଁ ପର୍ଯ୍ୟବେକ୍ଷଣ, ପ୍ରତ୍ୟକ୍ଷ ଏବଂ ପୁର୍ନବଳନର ଆବଶ୍ୟକତା ରହିଛି । ଶିକ୍ଷଣ ଏକ ନିରବଚ୍ଛିନ୍ନ ପ୍ରକ୍ରିୟା – ବୁଝାଅ ।

8. ଶିକ୍ଷଣ ଏକ ନିରବଚ୍ଛିନ୍ନ ପ୍ରକ୍ରିୟା – ବୁଝାଅ ।
Answer:
(i) ମନୁଷ୍ୟ ଜନ୍ମ ସମୟରେ କେତେକ ପ୍ରତିବର୍ଜ୍ୟ କ୍ରିୟା ପ୍ରଦର୍ଶନ କରିଥାଏ । କ୍ରମଶଃ ବଂଶଗୁଣ ଏବଂ ପରିବେଶଦ୍ୱାରା ସେ ପ୍ରଭାବିତ ହୁଏ ।
(ii) ବଂଶଗୁଣ ଏବଂ ପରିବେଶର ପ୍ରଭାବରେ ସେ ଶିକ୍ଷାଲାଭ କରିଥାଏ, କାରଣ ତା’ର ପରିବେଷ୍ଟନୀରେ ସମଯୋଜନର ଆବଶ୍ୟକତା ଥାଏ।
(iii) ପରିବର୍ତ୍ତନଶୀଳ ପରିବେଶରେ ପୁରାତନ ଜ୍ଞାନ ବା ଅଭିଜ୍ଞତା ଶିକ୍ଷାର୍ଥୀକୁ ସମଯୋଜନରେ ସାହାଯ୍ୟ କରି ନଥାଏ । ତେଣୁ ସେ ନୂତନ ଜ୍ଞାନ ବା ଅଭିଜ୍ଞତା ଅର୍ଜନ କରେ, ଯାହା କେବଳ ଶିକ୍ଷଣଦ୍ବାରା ସମ୍ଭବପର।
(iv) ଜୀବନସାରା ଜ୍ଞାନର ଅଭାବ ଥାଏ । ତେଣୁ ଶିକ୍ଷଣ ଜୀବନସାରା ସଂଘଟିତ ହୁଏ ।
(v) ବାସ୍ତବରେ ଶିକ୍ଷଣ ଏକ ଜୀବନବ୍ୟାପୀ ପ୍ରକ୍ରିୟା ଅଟେ ।

9. ଶିକ୍ଷାଦାନକୁ ଫଳପ୍ରଦ କରିବାପାଇଁ ତିନୋଟି ଅଭିପ୍ରେରଣା କୌଶଳ ବର୍ଣ୍ଣନା କର ।
Answer:
ଶିକ୍ଷକ ଶିକ୍ଷାଦାନକୁ ସରଳ, ସୁନ୍ଦର ଏବଂ ବୋଧଗମ୍ୟ କରିବାପାଇଁ ନିମ୍ନଲିଖିତ କୌଶଳ ଅବଲମ୍ବନ କଲେ ଶିକ୍ଷାଦାନ ଆକର୍ଷଣୀୟ ହୋଇପାରିବ ।
(i) ଦୃଶ୍ୟ-ଶ୍ରାବ୍ୟ ଉପକରଣ ବ୍ୟବହାର : ଏହା ଶିକ୍ଷାର୍ଥୀର ମନୋଯୋଗ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଚଳଚ୍ଚିତ୍ର, ଦୂରଦର୍ଶନ ଶିକ୍ଷାଦାନକୁ ସରଳ କରିଦିଏ ।
(ii) ଉପଯୁକ୍ତ ଶିକ୍ଷାଦାନ ପ୍ରଣାଳୀ : ଶିକ୍ଷକ ପ୍ରତ୍ୟେକ ବିଷୟ ପାଇଁ ଉଦ୍ଦିଷ୍ଟ ଶିକ୍ଷାଦାନ ପ୍ରଣାଳୀକୁ ବ୍ୟବହାର କରିବା ଉଚିତ ।
(iii) ଛବି : ମାନଚିତ୍ର, ମଡ଼େଲ, ଛବିଦ୍ୱାରା ଶିକ୍ଷାର୍ଥୀ ଆକର୍ଷିତ ହୋଇଥାଏ ।

10. ଶିକ୍ଷଣ ତତ୍ତ୍ବ ମଧ୍ୟରୁ କେଉଁଟି ଯୁକ୍ତିଯୁକ୍ତ ବୋଲି ଭାବୁଛ ଏବଂ କାହିଁକି ?
Answer:
ଶିକ୍ଷଣ ତତ୍ତ୍ଵଗୁଡ଼ିକ ହେଲା – ପ୍ରଯତ୍ନ-ପ୍ରମାଦ ତତ୍ତ୍ବ, ଅନୁବନ୍ଧିତ ଅନୁକ୍ରିୟା ଏବଂ ଅନ୍ତଦୃଷ୍ଟି ତତ୍ତ୍ବ । ଏହି ତିନୋଟି ତତ୍ତ୍ବ ମଧ୍ୟରୁ ଅନ୍ତଦୃଷ୍ଟି ତତ୍ତ୍ବ ସବୁଠାରୁ ଯୁକ୍ତିଯୁକ୍ତ । କାରଣ-
(i) ଏହି ତତ୍ତ୍ଵ ସାମଗ୍ରିକ ଉପରେ ଗୁରୁତ୍ବ ଦିଏ ।
(ii) ଏହା ବୁଦ୍ଧିର ବ୍ୟବହାର ଉପରେ ଗୁରୁତ୍ଵ ଦେଇଥାଏ ।
(iii) ସମସ୍ୟା ସମାଧାନ ଚିନ୍ତନ ପ୍ରକ୍ରିୟାଦ୍ବାରା ସମ୍ଭବପର ହୋଇଥାଏ ।

11. ଶିକ୍ଷଣ ତତ୍ତ୍ଵରେ ଗେଷ୍ଟାଲଟ୍ (Gestalt) ର ଅର୍ଥ କ’ଣ ?
Answer:
(i) ଶିକ୍ଷଣ ପ୍ରକ୍ରିୟା ସମ୍ବନ୍ଧୀୟ ସମଗ୍ରାକୃତି (Gestalt) ଶିକ୍ଷଣ ପଦ୍ଧତିକୁ ଗେଷ୍ଟାଲଟ୍‌ ତତ୍ତ୍ବ ମଧ୍ୟ କୁହାଯାଇଥାଏ । । ଜର୍ମାନ୍ ଭାଷାରେ ଗେଷ୍ଟାଲ୍ଟର ଅର୍ଥ ହେଉଛି ସମଗ୍ର ବା ଗଠନ ପ୍ରଣାଳୀ ।
(ii) ଏହି ତତ୍ତ୍ବବାଦୀମାନେ ବିଶ୍ଵାସ କରନ୍ତି, ଯେକୌଣସି ପରିସ୍ଥିତିରେ କୌଣସି ପଦାର୍ଥ ବା ପ୍ରକ୍ରିୟାର ଅଂଶ ଅପେକ୍ଷା ବସ୍ତୁର ସମଗ୍ରତା ଉପରେ ବେଶି ଗୁରୁତ୍ୱ ଦିଆଯିବା ଆବଶ୍ୟକ ଓ ଶିକ୍ଷଣ ମଧ୍ୟ ସମଗ୍ର ବସ୍ତୁ ବା ପରିସ୍ଥିତି ଉପରେ ନିର୍ଭର କରେ ।
(iii) ସବୁପ୍ରକାର ଆବିଷ୍କାର ଓ ଉଦ୍ଭାବନ ଏହି ଅନ୍ତଦୃଷ୍ଟି ଫଳରେ ସମ୍ଭବ ହୋଇପାରିଛି ।
(iv) ଅବଶ୍ୟ ଆବିଷ୍କାରକମାନେ ସମଗ୍ର ପରିସ୍ଥିତିର ବିଭିନ୍ନ ଅଂଶ ସମ୍ବନ୍ଧରେ ସମ୍ୟକ୍ ଧାରଣା ରଖୁ’ନ୍ତି ।

12. ଅନୁବନ୍ଧିତ ଅନୁକ୍ରିୟା ଶିକ୍ଷଣ ପ୍ରକ୍ରିୟା କ’ଣ ?
Answer:
(i) ପ୍ରାକୃତିକ ଉଦ୍ଦୀପକ ପ୍ରାକୃତିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଯଥା- ଆଚାର ଦେଖୁଲେ ପାଟିରୁ ଲାଳ ବୋହିଥାଏ ।
(ii) ଆଚାର ପ୍ରାକୃତିକ ଉଦ୍ଦୀପକ ଏବଂ ଲାଳ ବୋହିବା ପ୍ରାକୃତିକ ପ୍ରତିକ୍ରିୟା ।
(iii) ମାତ୍ର ପ୍ରାକୃତିକ ଉଦ୍ଦୀପକ ଏବଂ ଅପ୍ରାକୃତିକ ଉଦ୍ଦୀପକ ମଧ୍ୟରେ ସମ୍ବନ୍ଧ ସ୍ଥାପିତ ହୋଇସାରିବା ପରେ ପ୍ରାକୃତିକ ଉଦ୍ଦୀପକ ଅନୁପସ୍ଥିତିରେ ମଧ୍ୟ ପ୍ରାଣୀ ପ୍ରାକୃତିକ ପ୍ରତିକ୍ରିୟା ପ୍ରକାଶ କରିଥାଏ ।
(iv) ଏହି ପ୍ରକାର ଶିକ୍ଷଣକୁ ଅନୁବନ୍ଧିତ ଅନୁକ୍ରିୟା (Classical conditioning) କୁହାଯାଏ ।

13. ଶିକ୍ଷଣ ଏବଂ ପରିପକ୍ବତା ମଧ୍ୟରେ କି ପ୍ରଭେଦ ଅଛି ?
Answer:
(i) ଶିକ୍ଷଣ ଏକ ଜୀବନବ୍ୟାପୀ ପ୍ରକ୍ରିୟା, ମାତ୍ର ଶିଶୁର ପରିପକ୍ବତା ଏକ ନିର୍ଦ୍ଦିଷ୍ଟ ବୟସ ପରେ ଆସିଥାଏ ।
(ii) ପରିପକ୍ବତା ଜୀବନରେ ଥରେ ଆସେ, ମାତ୍ର ଶିକ୍ଷଣ ଅନେକବାର ସଂଘଟିତ ହୋଇଥାଏ ।
(iii) ପରିପକ୍ବତା ଶରୀର ସହ ସମ୍ବନ୍ଧିତ, ମାତ୍ର ଶିକ୍ଷଣ ଏକ ମାନସିକ ପ୍ରକ୍ରିୟା ।
(iv) ପରିପକ୍ବତା ପ୍ରାପ୍ତି ପର୍ଯ୍ୟନ୍ତ ଶିକ୍ଷଣ ଅବ୍ୟାହତ ରହେ । ପରିପକ୍ବତା ପ୍ରାପ୍ତି ପରେ ଶିକ୍ଷଣର ଗୁଣାତ୍ମକ ପରିବର୍ତ୍ତନ ଘଟେ ।
(v) ପରିପକ୍ବତା ନ ଆସିବା ପର୍ଯ୍ୟନ୍ତ ଅନେକ ଶିକ୍ଷଣ ସମ୍ଭବ ହୋଇନଥାଏ ।

14. ପରିପକ୍ବତା ବୃଦ୍ଧି ଏବଂ ବିକାଶରେ କିପରି ସାହାଯ୍ୟ କରେ ?
Answer:
(i) ବୃଦ୍ଧି, ବିକାଶ ଓ ପରିପକ୍ବତା ଉଭୟ ପରିପୂରକ ।
(ii) ପରିପକ୍ବତା ଏକ ସ୍ଵାଭାବିକ ପ୍ରକ୍ରିୟା, ଯାହାଦ୍ୱାରା ଶିଶୁଠାରେ ନିହିତ ଥ‌ିବା ଅନ୍ତର୍ନିହିତ ଗୁଣ ଓ ବ୍ୟବହାରର କେତେକ ପରିବର୍ତ୍ତନ ବୟସ ବୃଦ୍ଧି ସହ ଘଟିଥାଏ ।
(iii) ଶାରୀରିକ ପରିପକ୍ବତା ଶିଶୁକୁ ଶାରୀରିକ କାର୍ଯ୍ୟକଳାପ; ଯଥା- ଖେଳିବା, ଦୌଡ଼ିବା, ଚାଲିବା, ବସିବା ଇତ୍ୟାଦିରୁ ଜଣାପଡ଼ିଥାଏ ।
(iv) ଏହାଛଡ଼ା ଶିଶୁର ବିଭିନ୍ନ ପ୍ରକାରର ବେଶ, ପୋଷାକ, ଖେଳପ୍ରତି ଆଗ୍ରହ, ରୁଚି ଇତ୍ୟାଦି ମାନସିକ ପରିପକ୍ବତାର ଘଟିଥାଏ ।
(v) ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଶିଶୁର ଦାୟିତ୍ବବୋଧ ଜ୍ଞାନ ବଢ଼ିଯାଇଥାଏ ଏବଂ ତାହାର ଚିନ୍ତା ଏବଂ କଳ୍ପନା ଶକ୍ତିରେ କେତେକ ପରିବର୍ତ୍ତନ ପରିଦୃଷ୍ଟ ହୁଏ । ଏ କ୍ଷେତ୍ରରେ ଶିକ୍ଷଣ ଅପେକ୍ଷା ପରିପକ୍ବତା ଅଧ‌ିକ ପ୍ରଭାବ ପକାଇଥାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

15. ଥର୍ୟଡାଇକ୍‌ଙ୍କର ତିନୋଟି ଶିକ୍ଷଣ ନିୟମ ଲେଖ ।
Answer:
ଥର୍ୟଡାଇକ୍‌ଙ୍କର ପ୍ରଣୀତ ତିନୋଟି ଶିକ୍ଷଣ ନିୟମ ପ୍ରଯତ୍ନ-ପ୍ରମାଦ ତତ୍ତ୍ୱ ଉପରେ ପର୍ଯ୍ୟବସିତ । ସେଗୁଡ଼ିକ ହେଲା –
(i) ପ୍ରସ୍ତୁତି ନିୟମ (Law of Readiness) – ଶାରୀରିକ ଏବଂ ମାନସିକ ପ୍ରସ୍ତୁତି ଶିକ୍ଷଣ ପାଇଁ ଏକାନ୍ତ ପ୍ରୟୋଜନ । ଉପଯୁକ୍ତ ମାନସିକ ପ୍ରସ୍ତୁତି ବିନା ଶିକ୍ଷଣ ଫଳପ୍ରଦ ହୋଇନଥାଏ ।
(ii) ଅଭ୍ୟାସ ନିୟମ (Law of Exercise) – ଏହି ନିୟମ ଅନୁଯାୟୀ କୌଣସି ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ବାରମ୍ବାର ସମ୍ବନ୍ଧ ସ୍ଥାପିତ ହୋଇଥାଏ । ପୁନଃ ପୁନଃ ଅଭ୍ୟାସଦ୍ୱାରା ଶିକ୍ଷଣ ସହଜ ହୁଏ ।
(iii) ଫଳାଫଳ ନିୟମ (Law of Effect)- ଏହା ଶିଶୁକୁ ଶିକ୍ଷଣ ପରେ ଫଳାଫଳ ସମ୍ପର୍କରେ ସୂଚନା ଦିଏ । ତୃପ୍ତିଦାୟକ ଶିକ୍ଷଣ ଚିରସ୍ଥାୟୀ ହୋଇଥାଏ ।

16. ଶିକ୍ଷଣର ବିଭିନ୍ନ ପ୍ରକୃତି ବିଷୟରେ ଲେଖ ।
Answer:
(i) ଶିକ୍ଷଣ ହିଁ ସମଯୋଜନ : ମଣିଷକୁ ପରିବେଶଜନିତ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଏହି ପରିବେଶରେ ନିଜକୁ ଖାପଖୁଆଇ ଚଳିବାପାଇଁ ସମଯୋଜନର ଶିକ୍ଷଣ ହିଁ ସହାୟକ ହୋଇଥାଏ । ତେଣୁ ସମଯୋଜନ ହିଁ ଶିକ୍ଷଣ ପଦବାଚ୍ୟ ।
(ii) ଶିକ୍ଷଣ ଉଦ୍ଦେଶ୍ୟମୂଳକ : କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଶିକ୍ଷଣ କାର୍ଯ୍ୟ ସାଧନ କରାଯାଏ । ଏହି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଶିକ୍ଷଣୀୟ କି ନୁହେଁ ତାହା ଶିକ୍ଷା, ଶିକ୍ଷକ ଓ ଶିକ୍ଷାଦାନ ପଦ୍ଧତି ନିର୍ଦ୍ଧାରଣ କରନ୍ତି ।
(iii) ସ୍ଵେଚ୍ଛାପ୍ରଣୋଦିତ ପ୍ରକ୍ରିୟା : ଶିକ୍ଷାର୍ଥୀ ସ୍ଵେଚ୍ଛାପ୍ରଣୋଦିତ ହୋଇ ଶିକ୍ଷା ଲାଭ କରେ, ବାଧ୍ୟବାଧକତାଦ୍ୱାରା ଶିକ୍ଷଣ ସମ୍ପନ୍ନ ହୁଏ ନାହିଁ ।
(iv) ଶିକ୍ଷଣ ଏକ ସକ୍ରିୟ ପ୍ରକ୍ରିୟା : ଶିକ୍ଷଣରେ ଶିକ୍ଷାଦାତା ଓ ଶିକ୍ଷାଗ୍ରହୀତା ଉଭୟେ ସକ୍ରିୟ ଓ ସଜାଗ ହୋଇଥା’ନ୍ତି । ଶିକ୍ଷାଦାତା ଶିକ୍ଷାର୍ଥୀର ବିକାଶ ନିମିତ୍ତ ଶିକ୍ଷାଦାନ କରନ୍ତି ଏବଂ ଶିକ୍ଷାର୍ଥୀ ବିକଶିତ ହେବା ଲକ୍ଷ୍ୟରେ ଶିକ୍ଷାଗ୍ରହଣ କରେ ।
(v) ଶିକ୍ଷଣ ବ୍ୟକ୍ତିଗତ ତଥା ସାମାଜିକ : ଶିକ୍ଷଣଦ୍ବାରା ବ୍ୟକ୍ତିଗତ ଉନ୍ନତି ଓ ସାମାଜିକ କଲ୍ୟାଣ ସମ୍ଭବ ହୁଏ ।
(vi) ଶିକ୍ଷଣ ସଂକ୍ରମଣାମକ : ଗୋଟିଏ ପରିବେଶରେ ଅର୍ଜିତ ଅଭିଜ୍ଞତାଦ୍ୱାରା ମଣିଷର ପୁରାତନ ଅଭିଜ୍ଞତାରାଜିର କୋଠଭଣ୍ଡାର କ୍ରମଶଃ ପରିବର୍ଜିତ ହୁଏ ।
(vii) ଚରିତ୍ର ଗଠନ ହିଁ ଶିକ୍ଷଣ : ଶିକ୍ଷଣ ମାଧ୍ଯମରେ ବ୍ୟକ୍ତି ଆତ୍ମସଂଯମ, ସାଧନା, ଏକାଗ୍ରତା ଇତ୍ୟାଦିର ଦକ୍ଷତା ହାସଲ କରି ନିଜର ଚରିତ୍ର ଗଠନ କରିଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଶିକ୍ଷଣ କ’ଣ ? ଶିକ୍ଷଣର ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର ।
Answer:
ମନୁଷ୍ୟ ସୃଷ୍ଟିର ଶ୍ରେଷ୍ଠ ଜୀବ । ଶିକ୍ଷା ଅର୍ଜନ କରି ସେ ତା’ର ବ୍ୟବହାରକୁ ପରିମାର୍ଜିତ କରିଥାଏ । ମନୁଷ୍ୟର ଏହି ଜ୍ଞାନ ଅର୍ଜନ ପ୍ରକ୍ରିୟାକୁ ଶିକ୍ଷଣ କୁହାଯାଏ । ଶିକ୍ଷା-ମନୋବିଜ୍ଞାନର ଶିକ୍ଷଣ (Learning) ଏବଂ ଶିକ୍ଷଣ ତତ୍ତ୍ଵ (Theories of learning) ପ୍ରଧାନ ଆଲୋଚ୍ୟ ବିଷୟ । ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଜୀବନସାରା ବ୍ୟକ୍ତି ଶିକ୍ଷାଲାଭ କରିଥାଏ । ସେ ବୟସ ବୃଦ୍ଧି ସହିତ ନିଜ ପରିବେଶରୁ ମଧ୍ୟ ଶିକ୍ଷାଲାଭ କରେ । ପରିବେଶ ପରିବର୍ତ୍ତନଶୀଳ ।

ପରିବର୍ତ୍ତନଶୀଳ ମନୋଭାବ ନେଇ ସେ ବିଭିନ୍ନ ଉପାୟରେ ଜ୍ଞାନ ବା ଅଭିଜ୍ଞତା ଅର୍ଜନ କରିଥାଏ । ତେଣୁ ପରିବେଶରୁ ବ୍ୟକ୍ତି ବିଭିନ୍ନ ପ୍ରକାର ଆଚରଣ ଶିକ୍ଷାଲାଭ କରିଥାଏ । ଏହାକୁ ଶିକ୍ଷଣ କୁହାଯାଏ ।

ଶିକ୍ଷଣ (Learning) – ଶିକ୍ଷଣ ପ୍ରକ୍ରିୟାର ଅର୍ଥ ହେଉଛି ଅତୀତର ଅଭିଜ୍ଞତାକୁ ଭିଭିକରି କୌଣସି ନୂତନ ବିଷୟ ଅଥବା ନୂତନ ଆଚରଣ ଆୟତ୍ତ କରିବା । ଶିକ୍ଷଣ ପ୍ରକ୍ରିୟାଦ୍ଵାରା ଶିଶୁର ବ୍ୟବହାର ପରିମାର୍ଜିତ ହୁଏ । ସେ ପରିବେଶର ପରି ବର୍ତିତ ସମସ୍ୟାକୁ ସମ୍ମୁଖୀନ ହୁଏ । ପ୍ରତ୍ୟେକ ଶିକ୍ଷଣ ମୂଳରେ କିଛି ନା କିଛି ଉଦ୍ଦେଶ୍ୟ ନିହିତ ଥାଏ ।

ଶିକ୍ଷଣର ସଂଜ୍ଞା (Definitions) – ମନସ୍ତତ୍ତ୍ବବିତ୍‌ମାନେ ଶିକ୍ଷଣର ଅନେକ ସଂଜ୍ଞା ନିରୂପଣ କରିଛନ୍ତି; ଯଥା- କିମ୍ବଲ ଏବଂ ଗାର୍ମେଜୀଙ୍କ ମତରେ, ‘ବୟଃପ୍ରାପ୍ତ ସାଧନ ଯୋଗୁଁ ଶିକ୍ଷଣ ସମ୍ଭବ ହୁଏ, ଅର୍ଥାତ୍‌ ଅଭ୍ୟାସ ଓ ତା’ର ଫଳାଫଳ ମଧ୍ୟରେ ଥିବା ସମ୍ପର୍କ ହେତୁ ବ୍ୟକ୍ତି ଶିକ୍ଷା କରେ । ବ୍ୟକ୍ତି ବ୍ୟବହାରର ପରିବର୍ତ୍ତନକୁ ଲକ୍ଷ୍ୟକରି ଶିକ୍ଷଣ ଘଟିଛି ବୋଲି ଅନୁମାନ କରାଯାଏ ।’’

ହିଲ୍‌ଗାର୍ଡ (Hilgard)ଙ୍କ ମତରେ, ‘ଯେତେବେଳେ ଶିକ୍ଷଣ କାର୍ଯ୍ୟକୁ ଏକ ବା ସମାନ ବୋଲି ଧରିନେଉ ସେତେବେଳେ ଅର୍ଥଗତ କ୍ଳିଷ୍ଟତା ବୃଦ୍ଧି ପାଏ ।’’

କଲ୍‌ଭିନ (Colvin)- ‘ଅଭିଜ୍ଞତାଦ୍ୱାରା ଆଚରଣଗତ ପରିବର୍ତ୍ତନ ହିଁ ଶିକ୍ଷଣ ।’’

ଗେଟ୍ସ (Gates)- ‘ଅନୁଭୂତି ଏବଂ ପ୍ରଶିକ୍ଷଣଦ୍ୱାରା ଆଚରଣଗତ ପରିବର୍ତ୍ତନ କ୍ରିୟାକୁ ଶିକ୍ଷଣ କୁହାଯାଏ ।’’

ସ୍ପିନର (Skinner)- ‘ଶିକ୍ଷଣ ପ୍ରକ୍ରିୟା ଅର୍ଥ କେବଳ ଯନ୍ତ୍ରବତ୍ ପୁନରାବୃତ୍ତି ମାଧ୍ୟମରେ କୌଣସି ବିଷୟରେ ଜ୍ଞାନ ଅର୍ଜନ ବା କୌଶଳ ଶିକ୍ଷା କରିବା ନୁହେଁ, ବରଂ ଏଥରେ ଶିକ୍ଷାର୍ଥୀ ଶିକ୍ଷଣୀୟ ବିଷୟବସ୍ତୁକୁ ସଙ୍ଗଠିତ କରେ ଓ ବିଭିନ୍ନ କ୍ଷେତ୍ରରେ ଲକ୍ଷ୍ୟ ସାଧନ ପାଇଁ ତାହା ବିନିଯୋଗ କରେ ।’’

କ୍ରନ୍‌ବ୍ୟାକ୍ (Cronbach)- ‘‘ଅନୁଭୂତିର ଫଳସ୍ବରୂପ ବ୍ୟବହାରରେ ଯେଉଁ ପରିବର୍ତ୍ତନ ପରିଦୃଷ୍ଟ ହୁଏ, ତାହା ଶିକ୍ଷଣ ଅଟେ ।’’
କ୍ରୋ ଏବଂ କ୍ରୋ (Crow and Crow)- ‘ଅଭ୍ୟାସ, ଜ୍ଞାନ ଏବଂ ମନୋବୃତ୍ତି ଇତ୍ୟାଦିର ସମାହାରକୁ ଶିକ୍ଷଣ କହନ୍ତି।’’ ଶିକ୍ଷଣ ପ୍ରକ୍ରିୟା ଫଳରେ ଶିଶୁ ନାନାବିଧ ଜ୍ଞାନ, କର୍ମକୌଶଳ, ବିଭିନ୍ନ ମନୋବୃତ୍ତି ଏବଂ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାଏ । ଏହି ପ୍ରକ୍ରିୟା ବ୍ୟାପକ ଅଟେ ।

ଶିକ୍ଷଣର ବୈଶିଷ୍ଟ୍ୟ (Characteristics of Learnings) – ଉପରୋକ୍ତ ସଂଜ୍ଞାକୁ ବିଶ୍ଳେଷଣ କଲେ ଶିକ୍ଷଣର ନିମ୍ନଲିଖିତ ବୈଶିଷ୍ଟ୍ୟଗୁଡ଼ିକ ଦୃଷ୍ଟିଗୋଚର ହୁଏ । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

(i) ଶିକ୍ଷଣ ଏକ ସ୍ୱୟଂକ୍ରିୟଶୀଳ ଧାରା (Learning is self-activity process) – ବ୍ୟକ୍ତିର ବୃଦ୍ଧି ଏବଂ ବିକାଶଦ୍ୱାରା ତା’ର ଶାରୀରିକ, ମାନସିକ, ଆବେଗାତ୍ମକ ଏବଂ ସାମାଜିକ ପରିବର୍ତ୍ତନ ଘଟିଥାଏ । ଏହି ପରିବର୍ତ୍ତନଦ୍ୱାରା ଶିଶୁ ବା ବ୍ୟକ୍ତି ସ୍ୱୟଂ ଶିକ୍ଷା ଲାଭ କରିଥାଏ । ବ୍ୟକ୍ତିର ଆଚରଣର ପରିବର୍ତ୍ତନ ତା’ର ବୃଦ୍ଧି ଏବଂ ବିକାଶ ଉପରେ ନିର୍ଭର କରିଥାଏ ।

(ii) ଶିକ୍ଷଣ ହେଉଛି ଆଚରଣଗତ ପରିବ ର୍ଜନ (Learning is the modification of behaviour) – ଶିକ୍ଷଣଦ୍ୱାରା ବ୍ୟକ୍ତି ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନ କରିଥାଏ । ଉକ୍ତ ଜ୍ଞାନ ପୂର୍ବଜ୍ଞାନ ବା ଅଭିଜ୍ଞତାକୁ ପରିବର୍ତ୍ତନ କରିଥାଏ । ପରିବର୍ତ୍ତିତ ବ୍ୟବହାର ସମୟକ୍ରମେ ସ୍ଥାୟୀ ହୁଏ ।

(iii) ଶିକ୍ଷଣ ଧାରା ପରିସ୍ଥିତି ସହ ଖାପ ଖୁଆଇ ଚଳାଇଥାଏ (Learning is adjustment to environment) – ବିଭିନ୍ନ ପରିସ୍ଥିତି ସହ ନିଜକୁ ଖାପ ଖୁଆଇବାପାଇଁ ବ୍ୟକ୍ତି ଚେଷ୍ଟା କରିଥାଏ । ସେଥ‌ିପାଇଁ ସେ ଜ୍ଞାନ ବା ଅଭିଜ୍ଞତା ଅର୍ଜନ କରିଥାଏ । ଉକ୍ତ ଧାରାରେ ସେ ପରିସ୍ଥିତି ସହ ଖାପଖୁଆଇ ଚଳାଇଥାଏ ।

(iv) ଶିକ୍ଷଣ ଉଦ୍ଦେଶ୍ୟମୂଳକ ଅଟେ (Learning is purposeful) – କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାପାଇଁ ବ୍ୟକ୍ତି ଚେଷ୍ଟା କରି ବିଭିନ୍ନ ବିଷୟରେ ଜ୍ଞାନ ଏବଂ ଅଭିଜ୍ଞତା ହାସଲ କରିଥାଏ । ପରୋକ୍ଷଭାବେ କହିବାକୁ ଗଲେ ଶିକ୍ଷଣ ଉଦ୍ଦେଶ୍ୟମୂଳକ ।

(v) ଶିକ୍ଷଣ ଏକ ସକ୍ରିୟ ପ୍ରକ୍ରିୟା (Learning is an active process) – ବ୍ୟକ୍ତି ନିଜେ ସକ୍ରିୟ ନହେଲେ ଶିକ୍ଷା ଅର୍ଜନ କରିପାରିବ ନାହିଁ । ତେଣୁ ସେ ନିଜେ ସକ୍ରିୟ ହୋଇ ପରିସ୍ଥିତିର ସମ୍ମୁଖୀନ ହେଲେ ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନ କରିପାରିବ ।

(vi) ଶିକ୍ଷଣ ପରିବେଷ୍ଟନୀଗତ (Learning is environmental) – ପରିସ୍ଥିତି ପରିବର୍ତ୍ତନଶୀଳ । ପରିବର୍ତ୍ତନଶୀଳ ପରିସ୍ଥିତିରେ ବ୍ୟକ୍ତି ନିଜକୁ ସମଯୋଜିତ କରିବାପାଇଁ ଚେଷ୍ଟା କରିଥାଏ । ତେଣୁ ସେ ପରିସ୍ଥିତି ବା ପରିବେଷ୍ଟନୀର ପ୍ରଭାବରେ ଜ୍ଞାନ ବା ଅଭିଜ୍ଞତା ଅର୍ଜନ କରିଥାଏ ।

(vii) ଶିକ୍ଷଣ ହେଉଛି ଅଭିଜ୍ଞତାର ପୁନର୍ଗଠନ (Learning is organising experience) – ଶିକ୍ଷଣଦ୍ୱାରା ଗୋଟିଏ ଅଭିଜ୍ଞତା ସହ ଅନ୍ୟାନ୍ୟ ଅଭିଜ୍ଞତାକୁ ସାମିଲ କରାଯାଏ । ଏହା ପୁରୁଣା ଅଭିଜ୍ଞତା ସହ ନୂତନ ଅଭିଜ୍ଞତାକୁ ପୁନର୍ଗଠନ କରି ଏକ ନୂତନ ଅଭିଜ୍ଞତା ସୃଷ୍ଟି କରିଥାଏ ।

(viii) ଶିକ୍ଷଣ ବୁଦ୍ଧି ଏବଂ ସୃଜନଶୀଳତା ଉପରେ ନିର୍ଭର କରେ (Learning is intelligent and creative) – ଶିକ୍ଷଣ ବୃଦ୍ଧି ଏବଂ ସୃଜନଶୀଳ ଶକ୍ତି ଉପରେ ନିର୍ଭର କରିଥାଏ । ପରିସ୍ଥିତି ସୃଷ୍ଟି ହେବାମାତ୍ରେ ବ୍ୟକ୍ତି ନିଜର ବୁଦ୍ଧି ଏବଂ ସୃଜନଶୀଳ ଶକ୍ତିଦ୍ଵାରା ଜ୍ଞାନ ଏବଂ ଅଭିଜ୍ଞତା ଲାଭ କରିଥାଏ ।

(ix) ଶିକ୍ଷଣ ଏକ ବ୍ୟକ୍ତିଗତ ପ୍ରକ୍ରିୟା (Learning is an individual process) – ବ୍ୟକ୍ତି ନିଜେ ଚେଷ୍ଟା ନ କଲେ ଶିକ୍ଷଣ ପ୍ରକ୍ରିୟା ସକ୍ରିୟ ହୁଏ ନାହିଁ । ତେଣୁ ନିଜର ବ୍ୟକ୍ତିଗତ ପ୍ରଚେଷ୍ଟାରେ ହିଁ ଶିକ୍ଷଣ ସମ୍ଭବପର ହୋଇଥାଏ ।

(x) ଶିକ୍ଷଣ ଇନ୍ଦ୍ରିୟ ଏବଂ ପେଶୀ ମଧ୍ଯରେ ସମ୍ବନ୍ଧ ସ୍ଥାପିତ କରିଥାଏ (Learning is coordination of sensation and motor skills) – ଶିକ୍ଷଣ ଫଳରେ ବିଭିନ୍ନ ଇନ୍ଦ୍ରିୟ ଏବଂ ପେଶୀ ମଧ୍ଯରେ ନୂତନ ସମ୍ବନ୍ଧ ସ୍ଥାପିତ ହୋଇଥାଏ, ପୁରାତନ ସମ୍ବନ୍ଧ ଦୃଢ଼ୀଭୂତ ହୋଇଥାଏ । ଫଳରେ ଶିଶୁର ବିବିଧ ସ୍ନାୟୁକୋଷର ପରିବର୍ତ୍ତନ ହୋଇଥାଏ ।
ଶିକ୍ଷଣ ଏକ ଜଟିଳ ଓ ଉଚ୍ଚତର ପ୍ରକ୍ରିୟା । ଶିକ୍ଷଣ ପ୍ରକ୍ରିୟାକୁ ଶିକ୍ଷକ ଜାଣି ଉପଯୁକ୍ତ ଭାବରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରକାର ଜ୍ଞାନ ଏବଂ ଅଭିଜ୍ଞତା ଅତି ସହଜ ଉପାୟରେ ଅର୍ଜନ କରିପାରିବେ । ଏହାଦ୍ୱାରା ଶିକ୍ଷାର୍ଥୀର ଉନ୍ନତି ହେବା ସଙ୍ଗେ ସଙ୍ଗେ ମାନବଜାତିର ଉନ୍ନତି ହେବ ।

2. ଶିକ୍ଷଣ କ’ଣ ? ଶିକ୍ଷଣକୁ ପ୍ରଭାବିତ କରୁଥ‌ିବା ସାଧନ ବା ଉପାଦାନଗୁଡ଼ିକ ଆଲୋଚନା କର ।
Answer:
ଶିକ୍ଷଣ ପ୍ରକ୍ରିୟାରେ ଶିଶୁର ବ୍ୟବହାର ପରିବର୍ତ୍ତନ ଏବଂ ଉନ୍ନତ ହୋଇଥାଏ । ଏହା ସମାଜ ଉପଯୋଗୀ ଅଟେ । ପରିସ୍ଥିତି ସହ ମୁକାବିଲା କରିବାପାଇଁ ଶିଶୁ ଶିକ୍ଷାଲାଭ କରିଥାଏ । ଶିକ୍ଷଣ ପ୍ରକ୍ରିୟାଦ୍ଵାରା ବିଭିନ୍ନ ଜ୍ଞାନ ଏବଂ ଅଭିଜ୍ଞତା ହାସଲ କରି ସେ ନିଜକୁ ବିଭିନ୍ନ ପରିସ୍ଥିତିରେ ଖାପଖୁଆଇ ଚଳାଇ ନେଇଥାଏ ।

ସ୍ପିନର (Skinner) କୁହନ୍ତି, ‘ଶିକ୍ଷଣ ପ୍ରକ୍ରିୟା ଅର୍ଥ କେବଳ ଯନ୍ତ୍ରଗତ ପୁନରାବୃତ୍ତି ମାଧ୍ୟମରେ କୌଣସି ବିଷୟରେ ଜ୍ଞାନ ଅର୍ଜନ ବା କୌଶଳ ଶିକ୍ଷା କରିବା ନୁହେଁ, ବରଂ ଏଥରେ ଶିକ୍ଷାର୍ଥୀ ଶିକ୍ଷଣୀୟ ବିଷୟବସ୍ତୁକୁ ସଂଗଠିତ କରେ ଓ ବିଭିନ୍ନ କ୍ଷେତ୍ରରେ ଲକ୍ଷ୍ୟ ସାଧନ ପାଇଁ ତାହା ବିନିଯୋଗ କରେ ।’’

ଜି.ଡି. ବୋଜ୍ (G.D. Booz)ଙ୍କ ମତରେ, ‘ବ୍ୟକ୍ତି ଦୈନନ୍ଦିନ ଜୀବନରେ ଆବଶ୍ୟକତା ପରିପୂରଣ ପାଇଁ ଯେଉଁ ଅଭ୍ୟାସ, ଜ୍ଞାନ, ମନୋବୃତ୍ତି ଇତ୍ୟାଦି ଶିକ୍ଷାଲାଭ କରେ – ତାହାହିଁ ଶିକ୍ଷଣ ।’
ଶିକ୍ଷଣକୁ ପ୍ରଭାବିତ କରୁଥିବା ଉପାଦାନସମୂହ (Factors affecting learning) – ଶିକ୍ଷଣକୁ ନିମ୍ନଲିଖିତ ଉପାଦାନଗୁଡ଼ିକ ପ୍ରଭାବିତ କରିଥାଏ :

(i) ଶିକ୍ଷାର୍ଥୀର ଅନ୍ତର୍ନିହିତ ଅବସ୍ଥା ବା ମନସ୍ତାତ୍ତ୍ଵିକ ଅବସ୍ଥା (Psychological factors)- ଶିକ୍ଷାର୍ଥୀର ନିଜର ଦକ୍ଷତା, ପୂର୍ବଜ୍ଞାନ, ବୁଦ୍ଧି, ସୃଜନଶୀଳତା ଏବଂ ସମଯୋଜନ କ୍ଷମତା ଶିକ୍ଷଣକୁ ପ୍ରଭାବିତ କରିଥାଏ । ଶିଶୁର ଯେତିକି ଆଗ୍ରହ ବଢ଼ିବ ସେ କୌଣସି ବିଷୟରେ ସେତିକି ମନୋଯୋଗ ଦେବ । ସେ ନିଜର ବୁଦ୍ଧି, ଜ୍ଞାନ ଓ ଅଭିଜ୍ଞତା ଅର୍ଜନ ଦ୍ଵାରା ଦକ୍ଷତାକୁ ନିୟନ୍ତ୍ରଣ କରିଥାଏ ।

(ii) ଶିକ୍ଷାର୍ଥୀର ଶାରୀରିକ ଅବସ୍ଥା (Physiological factors) – ସ୍ବାସ୍ଥ୍ୟ ହିଁ ସମ୍ପଦ । ଉତ୍ତମ ସ୍ଵାସ୍ଥ୍ୟ, ଉତ୍ତମ ମାନସିକ ସ୍ଵାସ୍ଥ୍ୟ ସୃଷ୍ଟି କରିଥାଏ । ଯାହାର ମାନସିକ ସ୍ଵାସ୍ଥ୍ୟ ଯେତେ ଉନ୍ନତ ତାହାର ମାନସିକ ଶକ୍ତି ସେତେ ସୁଦୃଢ଼ । କ୍ଳାନ୍ତି, ଖାଦ୍ୟ, ପାନୀୟ ଏବଂ ରୋଗ ଶିକ୍ଷଣକୁ ପ୍ରଭାବିତ କରିଥାଏ ।

(iii) ପରିବେଶ କାରକ (Environmental factors) – ଶିକ୍ଷାର୍ଥୀ ଏକ ପରିବେଷ୍ଟନୀରେ ବଢ଼ିଥାଏ । ତାହାର ପରିବେଷ୍ଟନୀ ତା’ର ବୃଦ୍ଧି ଏବଂ ବିକାଶ ଉପରେ ପ୍ରଭାବ ପକାଇବା ସହ ଶିକ୍ଷଣ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଶିକ୍ଷାର୍ଥୀ ନିଜର ପିତାମାତା, ସାଙ୍ଗସାଥୀ, ବନ୍ଧୁବାନ୍ଧବ ଇତ୍ୟାଦିଙ୍କର ଚାଲିଚଳନ, ଢଙ୍ଗରଙ୍ଗ ଇତ୍ୟାଦିଦ୍ୱାରା ନିଜକୁ ପ୍ରଭାବିତ କରିଥାଏ । ଏହା ଶିକ୍ଷଣକୁ ନିୟନ୍ତ୍ରଣ କରେ ।

(iv) ବିଷୟ (Subject) – ଯେଉଁ ବିଷୟ ଶିକ୍ଷାର୍ଥୀ ଅଧ୍ୟୟନ କରିବ ତାହା ସରଳ ହୋଇଥିଲେ ଶିକ୍ଷଣ ଶୀଘ୍ର ହୋଇଥାଏ, କ୍ଳିଷ୍ଟ ହୋଇଥିଲେ ସମୟସାପେକ୍ଷ ହୋଇଥାଏ । ତେଣୁ ବିଷୟବସ୍ତୁର ବୋଧଗମ୍ୟତା ଶିକ୍ଷଣକୁ ପ୍ରଭାବିତ କରିଥାଏ ।

(v) ପଦ୍ଧତି (Methodology)- ଶିକ୍ଷାଦାନର ଏକ ପଦ୍ଧତି ଅଛି, ଯାହାକୁ ଶିକ୍ଷକ ଅନୁକରଣ କରିଥାଏ । ଏହା ଶିକ୍ଷାର୍ଥୀର ସ୍ମରଣ ପାଇଁ ସହାୟକ ହୁଏ । ନିଜର ଅଭ୍ୟାସ, ଆବୃତ୍ତି ମଧ୍ୟ ଶିକ୍ଷଣକୁ ପ୍ରଭାବିତ କରିଥାଏ । ଶିକ୍ଷାଦାନ ସମୟରେ ଶିକ୍ଷକଙ୍କ ପାଠ୍ୟପକରଣ ମଧ୍ଯ ଶିକ୍ଷଣକୁ ପ୍ରଭାବିତ କରିଥାଏ । ଶିକ୍ଷଣ ଏକ ସ୍ବୟଂକ୍ରିୟଶୀଳ ଧାରା ଯାହା ଉପରୋକ୍ତ ଉପାଦାନଗୁଡ଼ିକଦ୍ୱାରା ପ୍ରଭାବିତ ହୋଇଥାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

3. ପ୍ରଯନ୍ତ୍ର-ପ୍ରମାଦ ତତ୍ତ୍ବ କ’ଣ ? ଏହି ତତ୍ତ୍ଵକୁ ଆଧାର କରି ଥଣ୍ଡିଡାଇକ୍‌ଙ୍କଦ୍ୱାରା ପ୍ରଦତ୍ତ ବିଭିନ୍ନ ଶିକ୍ଷଣ ନିୟମଗୁଡ଼ିକ ବିଷୟରେ ଆଲୋଚନା କର ।
କିମ୍ବା, ପ୍ରଯନ୍-ପ୍ରମାଦ ତତ୍ତ୍ଵର ବିଭିନ୍ନ ନୀତିଗୁଡ଼ିକ ଆଲୋଚନା କର ।
Answer:
ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ସ୍ନାୟବିକ ସମ୍ବନ୍ଧ ସ୍ଥାପନ ହେଲେ ଶିକ୍ଷଣ ସଂଗଠିତ ହୋଇଥାଏ । ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ ପ୍ରକ୍ରିୟାର ପୁନଃ ସଂଶୋଧନଦ୍ୱାରା ବ୍ୟବହାରରେ ପରିବର୍ତ୍ତନ ପରିଲକ୍ଷିତ ହୁଏ, ଯାହା ବ୍ୟକ୍ତି ବା ପ୍ରାଣୀକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥାଏ । ବ୍ୟକ୍ତି ନିଜର ଲକ୍ଷ୍ୟ ହାସଲ ପାଇଁ ଅନେକ ଭୁଲ୍ ବା ଭ୍ରମ ଚେଷ୍ଟା କରିଥାଏ । କାଳକ୍ରମେ ଭ୍ରମଚେଷ୍ଟାଗୁଡ଼ିକ ସଂଶୋଧନ ହୋଇ, ଏପରି ଏକ ଚେଷ୍ଟା ଆସେ ଯାହା ଲକ୍ଷ୍ୟ ହାସଲରେ ସାହାଯ୍ୟ କରିଥାଏ । ପୁନଃ ପୁନଃ ଚେଷ୍ଟା ଏବଂ ଲକ୍ଷ୍ୟ ହାସଲ, ଏକ ଅଭ୍ୟାସ ସୃଷ୍ଟି କରିଥାଏ । ସେହିପ୍ରକାର କାର୍ଯ୍ୟକୁ ବ୍ୟକ୍ତି ଖୁବ୍ କମ୍ ସମୟରେ ସମାଧାନ କରିଥାଏ । ଏହି ପ୍ରକାର ଶିକ୍ଷଣ ତତ୍ତ୍ଵକୁ ପ୍ରଯତ୍ନ-ପ୍ରମାଦ ତତ୍ତ୍ବ ବୋଲି କୁହାଯାଏ ।

ଏହି ତତ୍ତ୍ଵର ପ୍ରବର୍ତ୍ତକ ଇ.ଏଲ୍. ଥର୍ଣ୍ଣଡାଇକ୍, ଶିକ୍ଷଣ ପାଇଁ ତିନୋଟି ଶିକ୍ଷଣ ନିୟମ ସୃଷ୍ଟି କରିଯାଇଛନ୍ତି । ଉକ୍ତ ତିନୋଟି ଶିକ୍ଷଣ ନିୟମ ନିମ୍ନରେ ଆଲୋଚନା କରାଗଲା :
ଶିକ୍ଷଣ ନିୟମ :
(a) ପ୍ରସ୍ତୁତି ନିୟମ (b) ଅଭ୍ୟାସ ନିୟମ (c) ଫଳାଫଳ ନିୟମ

(a) ପ୍ରସ୍ତୁତି ନିୟମ – ଯେତେବେଳେ ଶିକ୍ଷାର୍ଥୀ ଶିକ୍ଷାଲାଭ କରିବାକୁ ପ୍ରସ୍ତୁତ, ସେହି ସମୟରେ ଶିକ୍ଷାଦାନ କଲେ, ତା’ ମନରେ ସନ୍ତୋଷ ଜାତ ହୁଏ । ସେ ଯେତେବେଳେ ପ୍ରସ୍ତୁତ ନୁହେଁ, ତାହା ତା’ମନରେ ବିରକ୍ତି ଜାତ କରାଏ । ପ୍ରସ୍ତୁତି ଦୁଇ ପ୍ରକାରର – ଶାରୀରିକ ପ୍ରସ୍ତୁତି ଓ ମାନସିକ ପ୍ରସ୍ତୁତି । ଉପଯୁକ୍ତ ପରିପକ୍ବତା ପୂର୍ବରୁ କୌଣସି ଶିକ୍ଷା ଶିଶୁ ଉପରେ ଲଦିଦେବାକୁ ଚେଷ୍ଟା କଲେ ସେପରି ଚେଷ୍ଟା ସଫଳ ହୁଏ ନାହିଁ । ଉଦାହରଣସ୍ୱରୂପ, ଦୁଇ ବା ତିନି ବର୍ଷର ଶିଶୁକୁ ଲେଖାପଢ଼ା ଶିଖାଇବାକୁ ଚେଷ୍ଟା କରିବା ନିରର୍ଥକ ।

(b) ଅଭ୍ୟାସ ନିୟମ – ଅଭ୍ୟାସ ନିୟମାନୁସାରେ ଯେଉଁ କାର୍ଯ୍ୟର ବାରମ୍ବାର ପୁନରାବୃତ୍ତି ହୁଏ, ତାହା ସହଜରେ ଆୟତ୍ତ କରିହୁଏ ଏବଂ ଯେଉଁ କାର୍ଯ୍ୟର ପୁନରାବୃତ୍ତି ହୁଏ ନାହିଁ, ସେହି କାର୍ଯ୍ୟ ସହଜରେ ଶିକ୍ଷା କରିହୁଏ ନାହିଁ । କୌଣସି ନିର୍ଦ୍ଦିଷ୍ଟ ଉଦ୍ଦୀପକ ସହିତ ତା’ର ଉପଯୁକ୍ତ ପ୍ରତିକ୍ରିୟାର ସଂଯୋଗ ଯେତେ ଅଧ୍ୱକଥର ସ୍ଥାପିତ ହେବ ସେହି ସଂଯୋଗଟି ସେତିକି ଦୃଢ଼ୀଭୂତ ହେବ । ଉଦାହରଣସ୍ୱରୂପ, ଥଣ୍ଡଡାଇକ୍‌ଙ୍କ ଗବେଷଣାରେ ବିରାଡ଼ିଟି କୌଣସିମତେ ଥରେ ଦ୍ଵାର ଖୋଲି ପଦାକୁ ଚାଲିଗଲେ ତାହାର ଏହି ଅଭ୍ୟାସଟି ଦୃଢ଼ ଏବଂ ସ୍ଥାୟୀ ହୋଇପାରିବ ନାହିଁ । ସେଥ‌ିପାଇଁ ବିରାଡ଼ିକୁ ବାରମ୍ବାର ଦ୍ଵାର ଖୋଲି ପଦାକୁ ଯିବାପାଇଁ ସୁବିଧା ଦେବାକୁ ହେବ । ପାଠଦାନ ସମୟରେ ଏହି ନୀତିର ଅତ୍ୟନ୍ତ ଆବଶ୍ୟକତା ରହିଛି । ଏହି ଅଭ୍ୟାସ ନିୟମର ଅନେକଗୁଡ଼ିଏ ଉପନିୟମ ଅଛି; ଯଥା –

(i) ପୌନଃପୁନ୍ୟ ନିୟମ – ଏହି ନିୟମାନୁସାରେ କୌଣସି ବ୍ୟକ୍ତି ବାରମ୍ବାର ଚେଷ୍ଟା କଲେ ସେ କାର୍ଯ୍ୟଟିକୁ ନିଜ ଆୟତ୍ତକୁ ଆଣିପାରେ କିମ୍ବା ଅଭ୍ରାନ୍ତ ଭାବରେ କାର୍ଯ୍ୟ ସମ୍ପାଦନ କରିପାରେ ।
(ii) ସାମ୍ପ୍ରତ୍ୟ ନିୟମ – ଏହି ନିୟମାନୁସାରେ ସମୟର ବ୍ୟବଧାନ ଶିକ୍ଷଣକୁ ପ୍ରଭାବିତ କରେ । ଅନେକ ଦିନ ପୂର୍ବରୁ କରିଥିବା ଶିକ୍ଷଣ ପ୍ରକ୍ରିୟାର ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ଦୁର୍ବଳ ହୁଏ ।
(iii) ତୀବ୍ରତା ନିୟମ – ଏହି ନିୟମାନୁସାରେ ଉଦ୍ଦୀପକ ତତ୍‌ସମ୍ବନ୍ଧୀୟ ପ୍ରତିକ୍ରିୟା ମଧ୍ଯରେ ଯେଉଁ ସମ୍ବନ୍ଧ ସ୍ଥାପିତ ହୁଏ, ତାହା ଅନେକ ପରିମାଣରେ ତୀବ୍ରତା ଉପରେ ନିର୍ଭର କରେ ।

(c) ଫଳାଫଳ ନିୟମ – ପ୍ରଯତ୍ନ-ପ୍ରମାଦ ବିଧିରେ ବ୍ୟକ୍ତି ବା ପ୍ରାଣୀ ଶିକ୍ଷା କରୁଥିବା କାର୍ଯ୍ୟର ଫଳାଫଳ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଥାଏ । ଥଣ୍ଡିଡାଇକ୍‌ଙ୍କ ଉଲ୍ଲେଖ୍ତ ଗବେଷଣାରୁ ଜଣାଯାଏ ଯେ, ବିରାଡ଼ିଟି କ୍ଷୁଧାଜ୍ଵାଳାରେ ଛଟପଟ ହୋଇ ଦୁଗ୍ଧପାନ କରିବା ଉଦ୍ଦେଶ୍ୟରେ ପିଞ୍ଜରା ବାହାରକୁ ଚାଲିଆସିବାକୁ ନାନାପ୍ରକାରର ଚେଷ୍ଟା କରୁଥିଲା । ଯେଉଁ ପ୍ରୟାସଗୁଡ଼ିକ ଫଳପ୍ରଦ ନୁହେଁ, ସେଗୁଡ଼ିକ କ୍ରମେ ପରିହାର କରି ଯେଉଁ ଚେଷ୍ଟାଟି ଫଳପ୍ରଦ ତାକୁ ମନେ ରଖ୍ଯାପାରିଲା ।

ଏଥୁରୁ ଜଣାଯାଏ ଯେଉଁ ବିଶେଷ ପ୍ରୟାସଟି ଫଳପ୍ରଦଭାବରେ ସାହାଯ୍ୟ କରେ ଏବଂ ଯେଉଁ କାରଣଟି ତ୍ରୁଟିରହିତ ହୁଏ ତାହା ସହିତ ସେହି ଫଳାଫଳର ସମ୍ବନ୍ଧ ସ୍ଥାପିତ ହୁଏ । ଅନ୍ୟାନ୍ୟ ଯେଉଁ କ୍ରିୟାଗୁଡ଼ିକଦ୍ଵାରା ସାଫଲ୍ୟ ଲାଭ କରିବା ସମ୍ଭବ ହୁଏନାହିଁ ସେଗୁଡ଼ିକ କ୍ରମେ ଅପସାରିତ ହୁଏ । ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ଖାଇବାକୁ ଦେବାସ୍ଥଳେ ଭୋକିଲା ବିରାଡ଼ିଟିକୁ ଯଦି ବିଦ୍ୟୁତ୍ ସ୍ପର୍ଶ ଦିଆଯାଏ, ତେବେ ସେ ବାକ୍ସ ଭିତରେ ପଶିବାକୁ ବେଶି ଭୁଲ୍ କରିବ ।

ଏହାର ଅର୍ଥ ପ୍ରାଣୀ ଶିକ୍ଷାକ୍ଷେତ୍ରରେ ନିର୍ଭୁଲ୍ ପ୍ରତିକ୍ରିୟା ହେତୁ ପୁରସ୍କାର ପାଇଲେ ଶିକ୍ଷଣ କ୍ରିୟା ଦୃଢ଼ତର ହୁଏ । ଯେଉଁ କ୍ଷେତ୍ରରେ ତାକୁ ଦଣ୍ଡ ଦିଆଯାଏ, ତା’ର ଶିକ୍ଷଣ କ୍ରିୟାରେ ବ୍ୟାଘାତ ହୁଏ । ଯେଉଁ ପ୍ରତିକ୍ରିୟାସମୂହ ଶିକ୍ଷାର୍ଥୀକୁ ଆନନ୍ଦ, ସନ୍ତୋଷ ଓ ପ୍ରଶଂସା ଦେଇଥାଏ ସେସବୁ ପ୍ରତି ଶିକ୍ଷାର୍ଥୀ ଆଗ୍ରହ ଅନାସକ୍ତ ଭାବ ଦେଖାଇଥାଏ ।

4. ଅନୁ ବନ୍ଧିତ ଅନୁକ୍ରିୟା ତତ୍ତ୍ବ କ’ଣ ? ଉଦାହରଣ ସହ ବୁଝାଅ ।
Answer:
ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ବ (Conditioned Response Theory)- ରୁଷ୍ ଦେଶର ଶରୀରବିଜ୍ଞାନୀ ଇଭାନ୍ ପାଟ୍ରୋଭିଚ୍‌ ପାର୍‌ଲଭ୍ (I. P. Pavlov) ଗବେଷଣା କରି ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ବ ଲୋକଲୋଚନକୁ ଆଣିଥିଲେ । ଉଦ୍ଦୀପକ ପ୍ରତିକ୍ରିୟା ପ୍ରକାଶ କରିଥାଏ । ବେଳେବେଳେ ଅପ୍ରାକୃତିକ ଉଦ୍ଦୀପକର ପ୍ରଭାବରେ ସ୍ଵାଭାବିକ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରାଯାଇଥାଏ । ଏହାକୁ ଅନୁବନ୍ଧନ କୁହାଯାଏ ।
ଅର୍ଥ- ଅନୁବନ୍ଧିତ ଅନୁକ୍ରିୟା ଅର୍ଥ ହେଉଛି ପ୍ରକୃତ ପ୍ରତିକ୍ରିୟାର ରୂପାନ୍ତରୀକରଣ । ପ୍ରକୃତ ଉଦ୍ଦୀପକ ପ୍ରତି ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ପ୍ରତିକ୍ରିୟା ପ୍ରକାଶ କରିଥାଏ । ଅନେକ କ୍ଷେତ୍ରରେ ପ୍ରକୃତ ଉଦ୍ଦୀପକର ଅନୁପସ୍ଥିତିରେ ଏକ ଅପ୍ରାକୃତିକ ଉଦ୍ଦୀପକ ବ୍ୟବହାର କରାଯାଇ ମଧ୍ୟ ପ୍ରକୃତ ପ୍ରତିକ୍ରିୟା ପ୍ରକାଶ କରାଯାଇପାରେ ।

ଦୈନଦିନ କାବନରେ ଉଦାହରଣ – ଗୃହ ଏବଂ ବିଦ୍ୟାଳୟରେ ଅନୁବନ୍ଧନର ଯଥେଷ୍ଟ ସୁବିଧା ସୁଯୋଗ ରହିଛି । ଅନେକ ସମୟରେ ଶିଶୁ ବୈଦ୍ୟୁତିକ ଯନ୍ତ୍ରପାତି ଛୁଇଁବା ପାଇଁ ସାହସ କରେନାହିଁ । ତାରଟିଏ ଦେଖ‌ିଲେ ଡରିଯାଏ, ଉକ୍ତ ତାରରେ ବୈଦ୍ୟୁତିକ ଶକ୍ତିର ପ୍ରବାହ ଥାଉ ବା ନ ଥାଉ । ପୋଡ଼ି ହୋଇଯାଇଥିବା ଶିଶୁ ନିଆଁକୁ ଦେଖ‌ିଲେ ଭୟ କରିଥାଏ । ଯାହାର ପୁଅକୁ ସାପ ଚୋଟ ମାରିଥାଏ ସେ ରାସ୍ତା କଡ଼ରେ ଏକ ଦଉଡି଼ ଦେଖ‌ିଲେ ଡରେ । ବିଦ୍ୟାଳୟରେ ଶିକ୍ଷକ ଶିଶୁର ହାତଲେଖାକୁ ପସନ୍ଦ କରି ଯଦି ଖାତାରେ ବା ମୁହଁରେ ପ୍ରଶଂସା କରିଦେଲେ ଶିକ୍ଷାର୍ଥୀ ଉତ୍ତମ ଅଧ୍ୟୟନ କରିଥାଏ ।

ମୁଖ୍ୟ ବିଷୟ :
(i) ପ୍ରାକୃତିକ ଉଦ୍ଦୀପକ (Natural Stimulus or Unconditional Stimulus) – ଯେଉଁ ଆଚରଣ ବା ପ୍ରତିକ୍ରିୟା ଆମର ଶିକ୍ଷାଲବ୍‌ଧ ନୁହେଁ, ମୂଳରୁ ଯେପରି ଥିଲା ସେପରି ରହିଛି, ତାହାକୁ ଉଦ୍ରେକ କରୁଥିବା ଉଦ୍ଦୀପକକୁ ପ୍ରାକୃତିକ ଉଦ୍ଦୀପକ କୁହାଯାଏ ।
ଉଦାହରଣ – ଖଟା, ନିଆଁ, ଖାଦ୍ୟ ଇତ୍ୟାଦି ଏହି ଉଦ୍ଦୀପକର ଉଦାହରଣ । .

(ii) ପ୍ରାକୃତିକ ପ୍ରତିକ୍ରିୟା (Unconditional Response) – ପ୍ରାକୃତିକ ଉଦ୍ଦୀପକ ଆମ ଭିତରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି କରେ, ତାହାକୁ ପ୍ରାକୃତିକ ପ୍ରତିକ୍ରିୟା କୁହାଯାଏ ।
ଉଦାହରଣ – ଆଚାର ଦେଖ୍ ପାଟିରୁ ଲାଳ ନିର୍ଗତ ହେବା ।

(iii) ଅନୁବନ୍ଧିତ ଉଦ୍ଦୀପକ (Conditional Stimulus) – ଯେଉଁ ଉଦ୍ଦୀପକ ଆମ ଭିତରେ ପ୍ରାକୃତିକ ପ୍ରତିକ୍ରିୟା ସୃଷ୍ଟି କରିପାରେ ନାହିଁ, କିନ୍ତୁ ପ୍ରାକୃତିକ ଉଦ୍ଦୀପକ ସହିତ ସମ୍ବନ୍ଧିତ ହୋଇ ପ୍ରାକୃତିକ ପ୍ରତିକ୍ରିୟା ସଦୃଶ ପ୍ରତିକ୍ରିୟା ସୃଷ୍ଟି କରିଥାଏ, ତାହାକୁ ଅନୁବନ୍ଧିତ ଉଦ୍ଦୀପକ କୁହାଯାଏ ।
ଉଦାହରଣ – ପାଭ୍ଲଭ୍ ପରୀକ୍ଷଣରେ ଘଣ୍ଟା ଧ୍ୱନି ଅନୁବନ୍ଧିତ ଉଦ୍ଦୀପକ ।

(iv) ଅନୁବନ୍ଧିତ ପ୍ରତିକ୍ରିୟା (Conditional Response) – ଅନୁବନ୍ଧିତ ଉଦ୍ଦୀପକ ଆମ ଭିତରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି କରିଥାଏ ସେହି ପ୍ରତିକ୍ରିୟାକୁ ଅନୁବନ୍ଧିତ ପ୍ରତିକ୍ରିୟା କୁହାଯାଏ ।
ଉଦାହରଣ – ମାଂସ ସହିତ ଘଣ୍ଟାଧ୍ବନି ।

(v) ଅର୍ଜନ ବା ଲୁପ୍ତ କ୍ରିୟା (Acquisition and Extinction) – ଅନୁବନ୍ଧିତ ପ୍ରକ୍ରିୟାରେ C.S. ଏବଂ U.C.S. ଯୁଗ୍ମଭାବରେ ଉପସ୍ଥାପନା କରାଯାଇଥାଏ । C.S. ଏବଂ U.C.S. ବାରମ୍ବାର ଯୁଗ୍ମ ହେବା ଫଳରେ ପ୍ରାଣୀ C.S. ଏବଂ U.C.S. ମଧ୍ୟରେ ଥିବା ସମ୍ପର୍କ ଜାଣିପାରେ ।

(vi) ଲୁପ୍ତ କ୍ରିୟା (Extinction) – ଯଦି C.S. ପରେ U.C.S. ଦିଆଯାଏ ନାହିଁ ଏବଂ ଯଦି ଏହା ବାରମ୍ବାର ଘଟେ ତେବେ C.R. ମାତ୍ରା ଧୀରେ ଧୀରେ କମିବାକୁ ଲାଗିବ ଏବଂ ଗୋଟିଏ ସମୟରେ କୁକୁରର ଲାଳ ନିର୍ଗତ ହେବନାହିଁ । ଏହାକୁ ଲୁପ୍ତ କ୍ରିୟା କୁହାଯାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

(vii) ବ୍ୟାପ୍ତିକରଣ (Generalisation) – ଗୋଟିଏ ଉଦ୍ଦୀପକ ପ୍ରତି ଅନୁବନ୍ଧିତ ପ୍ରତିକ୍ରିୟା ଅର୍ଜନ କରିସାରିବା ପରେ ସେହି ମୂଳ ଉଦ୍ଦୀପକ ସହିତ ସାମଞ୍ଜସ୍ୟ ଥିବା ଅନ୍ୟ ଏକ ନୂଆ ଉଦ୍ଦୀପକ ସେହି ସମାନ ପ୍ରକାରର ପ୍ରତିକ୍ରିୟା ସୃଷ୍ଟି କରିଥାଏ ।

(viii) ବିବେଚନା (Discrimination)- ବ୍ୟାସ୍ତୀକରଣର ବିପରୀତ କ୍ରିୟା ହେଉଛି ବିବେଚନା । ସମଜାତୀୟ ସମସ୍ତ ବସ୍ତୁ ପ୍ରତି ପ୍ରାଣୀର ପୃଥକ୍ ପୃଥକ୍ ପ୍ରତିକ୍ରିୟାକୁ ବିବେଚନା କୁହାଯାଏ ।
ପରୀକ୍ଷା (Experiment) – ରୁଷିଆର ଶରୀରତତ୍ତ୍ୱବିଦ୍ ତଥା ବିଶିଷ୍ଟ ମନୋବିଜ୍ଞାନୀ ଇଭାନ୍ ପାଭଲଭ୍ ଗୋଟିଏ କୁକୁରକୁ ନେଇ ଏକ ପରୀକ୍ଷା କରିଥିଲେ । ଗୋଟିଏ କୋଠରିରେ କୁକୁରକୁ ରଖାଯାଇଥିଲା ଏବଂ ତାକୁ ଦେଖୁବାପାଇଁ ଗୋଟିଏ ଛୋଟ ଝରକା ଥିଲା । ପ୍ରଥମେ ପାଭଲଭ୍ କୁକୁରକୁ ମାଂସଦେଇ ପ୍ରାକୃତିକ ପ୍ରତିକ୍ରିୟା ପାଇଥିଲେ ।

ଏହି ପ୍ରତିକ୍ରିୟାଟି କିଛିଦିନ ପାଇଁ ବାରମ୍ବାର କରାଗଲା ।
କେତେଦିନ ପରେ କୁକୁରକୁ ମାଂସ ଖାଇବାକୁ ଦେବାପୂର୍ବରୁ ଏକ କୃତ୍ରିମ ଉଦ୍ଦୀପକ ଦେବାର (ଘଣ୍ଟି ବଜାଇବାର ) ବ୍ୟବସ୍ଥା କରାଗଲା । ଏହି ପ୍ରକ୍ରିୟା କିଛି ଦିନ ଚାଲୁ ରଖୁ ପରେ ପାଭ୍ଲଭ୍ ଦେଖ‌ିଲେ ଘଣ୍ଟର ଶବ୍ଦ ଶୁଣି କୁକୁରର ଲାଳ ନିର୍ଗତ ହେଉଛି । ଏଠାରେ ଘଣ୍ଟିର ଶବ୍ଦ ଓ ମାଂସ ଉଭୟ ମଧ୍ୟରେ ସଂଯୋଗ ସ୍ଥାପନ କରାଗଲା । ପରେ କେବଳ ଘଣ୍ଟି ଦିଆଗଲା, କିନ୍ତୁ ପ୍ରାକୃତିକ ଉଦ୍ଦୀପକ ଅନୁପସ୍ଥିତିରେ କୃତ୍ରିମ ଉଦ୍ଦୀପକଦ୍ବାରା

ଏକ ପ୍ରାକୃତିକ ଉଦ୍ଦୀପକଜନିତ ପ୍ରାକୃତିକ ପ୍ରତିକ୍ରିୟା ସୃଷ୍ଟି କରାଯାଏ। ମାଂସ ଦିଆଗଲା ନାହିଁ । ପାଭଲଭ୍ ଦେଖିଲେ ଯେ କେବଳ ଘଣ୍ଟିର ଶବ୍ଦ ଶୁଣିବା ମାତ୍ରେ କୁକୁର ପାଟିରୁ ଲାଳ ନିର୍ଗତ ହେଉଛି । ପ୍ରାକୃତିକ ଉଦ୍ଦୀପକ (ମାଂସ) ପରିବର୍ତ୍ତେ କୃତ୍ରିମ ଉଦ୍ଦୀପକ (ଘଣ୍ଟା) ଲାଳ ନିର୍ଗତ କରିବାରେ ସକ୍ଷମ ହୋଇଥିଲା । ଯେତେବେଳେ ସେତେବେଳେ ଏହାକୁ ଅନୁବନ୍ଧିତ ପ୍ରତିକ୍ରିୟା କୁହାଯାଏ ।

5. ଅନୁବନ୍ଧିତ ଅନୁକ୍ରିୟାଦ୍ଵାରା ଶିକ୍ଷଣ କିପରି ସଂଘଟିତ ହୁଏ ବୁଝାଅ ।
କିମ୍ବା, ଶିକ୍ଷାକ୍ଷେତ୍ରରେ ଅନୁବନ୍ଧିତ ଅନୁକ୍ରିୟାର ଉପଯୋଜନା ବିଷୟରେ ବୁଝାଅ ।
କିମ୍ବା, କେଉଁ ଶିକ୍ଷଣ ତତ୍ତ୍ବଟି ଅଧ‌ିକ ଯୁକ୍ତିଯୁକ୍ତ ବୋଲି ଭାବୁଛ ତାହାକୁ କାରଣ ସହ ବୁଝାଅ ।
Answer:
ଅର୍ଥ- ଅନୁବନ୍ଧିତ ଅନୁକ୍ରିୟା ଅର୍ଥ ହେଉଛି ପ୍ରକୃତ ପ୍ରତିକ୍ରିୟାର ରୂପାନ୍ତରୀକରଣ । ପ୍ରକୃତ ଉଦ୍ଦୀପକ ପ୍ରତି ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ପ୍ରତିକ୍ରିୟା ପ୍ରକାଶ କରିଥାଏ । ଅନେକ କ୍ଷେତ୍ରରେ ପ୍ରକୃତ ଉଦ୍ଦୀପକର ବ୍ୟବହାର କରାନଯାଇ ମଧ୍ୟ ପ୍ରକୃତ ପ୍ରତିକ୍ରିୟା ପ୍ରକାଶ କରାଯାଇପାରେ ।
ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ଵର ଉପଯୋଗିତା :

(a) ଏହା ଉତ୍ତମ ଅଭ୍ୟାସ ଗଠନ କରିବାରେ ସାହାଯ୍ୟ କରେ ।
(b) ଏହା କୁଅଭ୍ୟାସ ଦୂର କରିବାରେ ସାହାଯ୍ୟ କରେ ।
(c) ଏହା ଭୟର ଦୂରୀକରଣରେ ସାହାଯ୍ୟ ହୋଇଥାଏ ।
(d) ଏହା ସୁସ୍ଥ ମନୋଭାବ ସୃଷ୍ଟି କରିଥାଏ ।
(e) ଏଥପାଇଁ ଅଭ୍ୟାସ ଆବଶ୍ୟକ ।
(f) ଏହାଦ୍ଵାରା ପୁନର୍ବଳନ ସମ୍ଭବ ହୁଏ ।

ଶୈକ୍ଷିକ ଉପଯୋଗିତା (Educational Implication) – ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ଵର ଶିକ୍ଷାକ୍ଷେତ୍ରରେ ଅନେକ ପ୍ରଭାବ ରହିଛି । ସେଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଯାଇଛି ।
(i) ପ୍ରଶଂସା ଓ ଦଣ୍ଡ – ଦଣ୍ଡ ଓ ପ୍ରଶଂସା ସହିତ ଏହି ନୀତିର ସମ୍ପର୍କ ରହିଛି । ଏହି ତତ୍ତ୍ଵ ପ୍ରଶଂସାଦ୍ଵାରା ଦୃଢ଼ୀଭୂତ ହୋଇଥାଏ ଓ ଦଣ୍ଡଦ୍ବାରା ଦୁର୍ବଳ ହୋଇଥାଏ । ତେଣୁ ଉପଯୁକ୍ତ ସମୟରେ ଶିଶୁକୁ ପ୍ରଶଂସା ବା ଦଣ୍ଡ ଦେବା ଆବଶ୍ୟକ ଅଟେ ।

(ii) ସ୍ନେହ ଓ ଘୃଣା – ସ୍ନେହ ଓ ଘୃଣା ମଧ୍ୟ ଦଣ୍ଡ ଓ ପ୍ରଶଂସା ପରି କାର୍ଯ୍ୟ କରିଥାଏ । ଶିଶୁକୁ ତା’ର କାର୍ଯ୍ୟ ପାଇଁ ସ୍ନେହ କଲେ ସେ ଅଧ୍ବକ କାର୍ଯ୍ୟ କରିବାପାଇଁ ଚେଷ୍ଟା କରେ । ଅସାମାଜିକ କାର୍ଯ୍ୟ ପାଇଁ ଘୃଣା କଲେ ସେ ନିଜକୁ ସେହି କାର୍ଯ୍ୟରୁ ଦୂରେଇ ରଖେ ।

(iii) ଅନ୍ଧବିଶ୍ବାସ ଦୂରକରିବା – ଶିଶୁ ମନରେ ଥ‌ିବା ଅନ୍ଧବିଶ୍ଵାସକୁ ଦୂର କରାଯାଇଥାଏ । ଯାତ୍ରା ଆରମ୍ଭ କରିବା ସମୟରେ ବିରାଡ଼ିଟିଏ ଆଗରେ ଚାଲିଗଲେ ସେମାନେ ଭାବନ୍ତି ସେମାନଙ୍କର ଯାତ୍ରା ଶୁଭ ହେବନାହିଁ । ଏଭଳି ଅନ୍ଧବିଶ୍ୱାସକୁ ବୁଝାଇ ଦୂରକଲେ ଶିକ୍ଷା ଫଳପ୍ରଦ ହୁଏ ।

(iv) ପୁନରାବୃତ୍ତି ଓ ଅଭ୍ୟାସ ଗଠନ – ପୁନରାବୃତ୍ତି ଓ ଅଭ୍ୟାସ ଗଠନଦ୍ୱାରା ଏହି ଶିକ୍ଷଣ ତତ୍ତ୍ବ ଫଳପ୍ରଦ ହୋଇଥାଏ । ଏହା ଫଳରେ ଅଭ୍ୟାସ ଗଠନର ମାର୍ଗ ସୁଗମ ହୋଇଥାଏ । ଘରକୁ କେହି ବନ୍ଧୁ ଆସିଲେ ବନ୍ଧୁମାନଙ୍କୁ ପ୍ରଣାମ କରିବାପାଇଁ କୁହାଯାଇଥାଏ । ଏହା ପିଲାଙ୍କୁ ଅଭ୍ୟାସ କରାଇବାଦ୍ୱାରା ଦେଖାଯାଏ ଯେ ଘରକୁ କୌଣସି ଭଦ୍ରଲୋକ ଆସିଲେ ପିଲାମାନେ ସେମାନଙ୍କୁ ପ୍ରଣାମ କରୁଛନ୍ତି ।

(v) ମନୋବୃତ୍ତି ଗଠନ – ମନୋବୃତ୍ତିଦ୍ୱାରା ଶିଶୁମାନଙ୍କୁ ସାମାଜିକ ମୂଲ୍ୟବୋଧ ଶିକ୍ଷା ଦିଆଯାଇଥାଏ; ଯଥା – କେତେକ ହିନ୍ଦୁ ପିଲାମାନଙ୍କର ଅନ୍ୟ ସମ୍ପ୍ରଦାୟର ପୂଜାସ୍ଥଳୀ ପ୍ରତି ପ୍ରତିକୂଳ ମନୋଭାବ ରହିଥାଏ ।

(vi) ଭାଷା ଶିକ୍ଷା – ଅନୁବନ୍ଧନ ପ୍ରକ୍ରିୟା ଭାଷା ଶିକ୍ଷା ପାଇଁ ସାହାଯ୍ୟ କରିଥାଏ । ଉଦାହରଣ – ଶିକ୍ଷକ ପ୍ରଥମେ ଚିତ୍ରଟିଏ ଦେଖାଇ ସେହି ବସ୍ତୁର ନାମ ଉଚ୍ଚାରଣ କରିବାପରେ ଶିଶୁମାନେ ସେହି ବସ୍ତୁର ନାମ ଉଚ୍ଚାରଣ କରିଥା’ନ୍ତି । ଏହି ମାଧ୍ଯମଦ୍ଵାରା ଶିଶୁର ଭାଷା ଶିକ୍ଷା ହୋଇଥାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

(vii) ମନସ୍ତାତ୍ତ୍ଵିକ ଚିକିତ୍ସା – ଏହି ପଦ୍ଧତିର ଚିକିତ୍ସା ପାଇଁ ଅନୁବନ୍ଧନର ସାହାଯ୍ୟ ନିଆଯାଇଥାଏ । କେତେକ ପିଲା ଶୋଇବା ସମୟରେ ବିଛଣାରେ ପରିସ୍ରା କରିଥା’ନ୍ତି । ସେମାନଙ୍କୁ ସେଥୁରୁ ନିବୃତ୍ତ କରିବାପାଇଁ ଏକ ଭୟଙ୍କର ଶବ୍ଦ ସୃଷ୍ଟି କରାଯାଇଥାଏ ।

6. ଅନ୍ତଦୃଷ୍ଟି ଶିକ୍ଷଣ କ’ଣ ? ଏହାର ଉପଯୋଗିତା ଓ ଶିକ୍ଷାଗତ ସୂଚନା ବିଷୟରେ ଲେଖ ।
Answer:
ଜନ୍ମ ସମୟରେ ଶିଶୁ ଅସହାୟ ଥାଏ । ସବୁବେଳେ ଅନ୍ୟ ଉପରେ ନିର୍ଭର କରେ । ଧୀରେ ଧୀରେ ସେ ବସିବା, ଗୁରୁଣ୍ଡିବା, ଠିଆହେବା, ଚାଲିବା, ଦୌଡ଼ିବା, ଖେଳିବା ଇତ୍ୟାଦି ଶିକ୍ଷାଲାଭ କରେ । ଶିକ୍ଷଣ ପ୍ରକ୍ରିୟା ମନୁଷ୍ୟର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଲାଗିରହେ । ଶିକ୍ଷଣ ମଧ ବ୍ୟକ୍ତି ବା ଶିଶୁର ଲକ୍ଷ୍ୟ ସାଧନରେ ସାହାଯ୍ୟ କରେ । ସେ ବିଭିନ୍ନ କୌଶଳ, ଦକ୍ଷତା ଏବଂ ଆକସ୍ମିକ ଭାବେ ପରିସ୍ଥିତିର ସମ୍ମୁଖୀନ ହୋଇ ଶିକ୍ଷା କରିଥାଏ । ଏଗୁଡ଼ିକୁ ବିଭିନ୍ନ ତତ୍ତ୍ବ ମାଧ୍ୟମରେ ବର୍ଣ୍ଣନା କରାଯାଇଛି । ଅନ୍ତଦୃଷ୍ଟି ତତ୍ତ୍ଵ ତନ୍ମଧ୍ୟରୁ ଗୋଟିଏ ।

ଅନ୍ତଦୃଷ୍ଟି ତତ୍ତ୍ବ (Theory of Insight) – ଶିକ୍ଷଣ ପ୍ରକ୍ରିୟା ସମ୍ବନ୍ଧୀୟ ଏହି ଶିକ୍ଷଣ ତତ୍ତ୍ଵକୁ ଅନ୍ତଦୃଷ୍ଟି ତତ୍ତ୍ୱ କୁହାଯାଇଥାଏ । ଏହାର ଅନ୍ୟନାମ (Gestalt) ବା ସମଗ୍ରାକୃତି । ଜର୍ମାନ୍ ଭାଷାରେ ଗେଷ୍ଟାଲଟ୍‌ର ଅର୍ଥ ହେଉଛି ସମଗ୍ର (Whole) ବା ଗଠନ ପ୍ରଣାଳୀ।

ପ୍ରବର୍ତ୍ତକ – ଉକ୍ତ ମତବାଦର ପ୍ରବର୍ତ୍ତକ ଜର୍ମାନ୍ ମନସ୍ତତ୍ତ୍ବବିତ୍ କୋହ୍ଲର, କୋଫ୍‌ ଏବଂ ୱାରଦିମର୍ । ଏହି ତତ୍ତ୍ବବାଦୀମାନେ ଯେକୌଣସି ପରିସ୍ଥିତିରେ କୌଣସି ପଦାର୍ଥ ବା ପ୍ରକ୍ରିୟାର ଅଂଶ ଅପେକ୍ଷା ବସ୍ତୁର ସମଗ୍ରତା ଉପରେ ବେଶି ଗୁରୁତ୍ଵ ଦେଇଥା’ନ୍ତି ।

ଅର୍ଥ – ଅନ୍ତଦୃଷ୍ଟି ଅର୍ଥ ହେଉଛି କୌଣସି ସମସ୍ୟାର ସମାଧାନ ସମ୍ପର୍କରେ ଆକସ୍ମିକଭାବରେ ହୃଦୟଙ୍ଗମ କରିବା । ସବୁ ଆବିଷ୍କାର ଏବଂ ଉଦ୍ଭାବନ ଅନ୍ତଦୃଷ୍ଟି ତତ୍ତ୍ଵଦ୍ୱାରା ସମ୍ଭବ ହୋଇଥାଏ ।
ସମଗ୍ର ମାନସିକ କ୍ରିୟା ଅନ୍ତଦୃଷ୍ଟି ତତ୍ତ୍ଵରେ ଜଡ଼ିତ । ଏହାଦ୍ଵାରା ସମଗ୍ର ପରିସ୍ଥିତିକୁ ନିରୀକ୍ଷଣ କରି ଅଭିଜ୍ଞତାକୁ ନୂତନ ଭାବରେ ଗଠନ କରାଯାଇଥାଏ ।

ଦୈନନ୍ଦିନ ଜୀବନରେ ଅଭିଜ୍ଞତା – ପୋଖରୀରେ ହଂସଟିଏ ଦେଖିଲା ବେଳକୁ ହଂସର ପୃଷ୍ଠଭୂମି; ଯଥା – ପୋଖରୀରେ ଥୁବା ପାଣି, ଫୁଲ, ପୋଖରୀ ହୁଡ଼ା, ବିଭିନ୍ନ ଲତା ଓ ଅନ୍ୟାନ୍ୟ ଦୃଶ୍ୟକୁ ବାଦ୍ ଦିଆଯାଏ ନାହିଁ । ବ୍ୟକ୍ତି କୌଣସି ବିଷୟ ଶିକ୍ଷା କଲାବେଳେ ସମସ୍ତ ପରିସ୍ଥିତିକୁ ଅନୁଧ୍ୟାନ କରିଥାଏ ।

ପରୀକ୍ଷା – ମନୋବିଜ୍ଞାନ କ୍ଷେତ୍ରରେ ଅନ୍ତଦୃଷ୍ଟି ତତ୍ତ୍ଵର ପ୍ରତିଷ୍ଠାତା ମନୋବିଜ୍ଞାନୀ କୋହ୍ଲର ଏଥ‌ିପାଇଁ ଏକ ପରୀକ୍ଷଣ କରିଥିଲେ । ସେ ‘ସୁଲତାନ’ ନାମକ ଏକ ସିମ୍ପାଞ୍ଜିକୁ ଗୋଟିଏ ବଡ଼ ପିଞ୍ଜରା ମଧ୍ୟରେ ଆବଦ୍ଧକରି ରଖୁଥିଲେ । ସିମ୍ପାଞ୍ଜିଟିକୁ ଭୋକିଲା କରି ରଖାଯାଇଥିଲା । ପିଞ୍ଜରା ବାହାରେ କଦଳୀ ରଖାଯାଇଥିଲା । ପିଞ୍ଜରା ଭିତରେ ଦୁଇଟି କାଠବାଡ଼ି ରଖାଯାଇଥିଲା ଏବଂ ବାଡ଼ି ଦୁଇଟିର ଗଠନ ଏପରି ହୋଇଥିଲା, ଯେପରି ଗୋଟିଏ ଅନ୍ୟଟିର ଏକ ପାଖରେ ଯୋଡ଼ିହୋଇ ପାରିବ ।

କଦଳୀଟି ଏପରି ସ୍ଥାନରେ ଥିଲା ଗୋଟିଏ ବାଡ଼ି ବ୍ୟବହାର କଲେ ପାଇବ ନାହିଁ । ଯଦି ଦୁଇଟି ବାଡ଼ିକୁ ଖଞ୍ଜି ବ୍ୟବହାର କରାଯାଏ ତେବେ କଦଳୀ ଆଣିହେବ । ସୁଲତାନ କଦଳୀଟି ଖାଇବାକୁ ଇଚ୍ଛା କଲା । ପ୍ରଥମେ ସେ ତା’ର ନିଜ ହାତକୁ ବଢ଼ାଇଲା ତାହା ପାଇଲା ନାହିଁ । ପରେ ଉଭୟ ବାଡ଼ିକୁ ଥର ଥର କରି ବଢ଼ାଇଲା ତାହା ମଧ୍ଯ ପାଇଲା ନାହିଁ, ନିରାଶ ହୋଇ ପିଞ୍ଜରାର ଗୋଟିଏ କୋଣରେ ବସିଲା ଓ ବାଡ଼ି ଦୁଇଟି ସହ ଖେଳିଲା ।

ଖେଳୁଖେଳୁ ଦେଖୁଲା ଯେ ବାଡ଼ି ଦୁଇଟି ଯୋଡ଼ି ହୋଇପାରୁଛି । ତେଣୁ କଦଳୀ ପାଇବାପାଇଁ ତା’ର ମନରେ ହଠାତ୍ ବୁଦ୍ଧି ଆସିଗଲା । ସେ ବାଡ଼ି ଦୁଇଟିକୁ ଯୋଡ଼ି କଦଳୀ ଆଣି ଖାଇଲା । କୋହ୍ଲର ଏଠାରେ ଲକ୍ଷ୍ୟ କଲେ ଯେ ସିମ୍ପାଞ୍ଜି ଭୋକିଲା ଥିବାରୁ ସେ ଖାଦ୍ୟ ପାଇଁ ଉପାୟ ଚିନ୍ତାକଲା ।

ଅନ୍ତଦୃଷ୍ଟି ତତ୍ତ୍ଵର ଶିକ୍ଷାଗତ ସୂଚନା :
(i) ସମଗ୍ରରୁ ଆରମ୍ଭ କରି ଅଂଶବିଶେଷକୁ ଅଗ୍ରସର ହେବା (Proceeding from whole to part)- ଏହି ମତ ଅନୁସାରେ ଶିକ୍ଷଣ ସବୁବେଳେ ସମଗ୍ର ପରିସ୍ଥିତିରୁ ତା’ର ବିଭିନ୍ନ ଅଂଶକୁ ଅଗ୍ରସର ହୁଏ । ଏହା ଫଳରେ ଛାତ୍ରଛାତ୍ରୀଙ୍କୁ ସମଗ୍ର ବସ୍ତୁ ଉପରେ ସମ୍ପୂର୍ଣ୍ଣ ଧାରଣା ଦିଆଯାଇପାରିବ । ଭୂଗୋଳ ଶିକ୍ଷାଦାନରେ ପ୍ରଥମେ ସମଗ୍ର ପୃଥ‌ିବୀରୁ ଆରମ୍ଭ କରି ତା’ର ବିଭିନ୍ନ ଅଂଶ; ଯଥା ମହାଦେଶ, ରାଷ୍ଟ୍ର, ଦେଶ, ସହର ସମ୍ପର୍କରେ ଶିକ୍ଷା ଦିଆଯାଇଥାଏ । ବିଜ୍ଞାନରେ ଫୁଲ ବିଷୟରେ ଶିକ୍ଷାଦେଲାବେଳେ ପ୍ରଥମେ ସମସ୍ତ ଫୁଲ ଓ ପରେ ତା’ର ଅଂଶକୁ ବିଶ୍ଳେଷଣ କରାଯାଏ ।

(ii) ପ୍ରବର୍ତ୍ତନା ବା ପ୍ରରୋଚନାର ସୃଷ୍ଟି (Creation of motivation) – କୋହ୍ଲରଙ୍କ ପରୀକ୍ଷାରେ ସୁଲତାନକୁ ଭୋକିଲା ରଖାଯାଇଥିଲା । ଫଳରେ ଖାଦ୍ୟ ପାଇବାପାଇଁ ତା’ମନରେ ଆଗ୍ରହ ସୃଷ୍ଟିହେଲା । ସେ ଖୁବ୍ ଭୋକିଲା ଥ‌ିବା ଯୋଗୁଁ ସେ ଖାଦ୍ୟ ପାଇଁ ବ୍ୟଗ୍ରତା ପ୍ରକାଶ କରୁଥିଲା । ତେଣୁ ଶିକ୍ଷକ ଛାତ୍ର ମନରେ ଶିକ୍ଷା ପାଇଁ ଯଥାସମ୍ଭବ ଆଗ୍ରହ ସୃଷ୍ଟି କରିବା ଉଚିତ ।

(iii) ବୋଧଶକ୍ତିରେ ଗୁରୁତ୍ବ ଆରୋପ କରିବା (Emphasis on understanding) – ସମସ୍ତ ପ୍ରକାର ଉଚ୍ଚତର ଶିକ୍ଷାପାଇଁ ଯାନ୍ତ୍ରିକଭାବରେ ପୁନରାବୃତ୍ତି କରିବା ବା ନବୁଝି ମୁଖସ୍ଥ କରିବା କିମ୍ବା ପ୍ରଯତ୍ନ-ପ୍ରମାଦ ତତ୍ତ୍ୱ ପରୀକ୍ଷା ଓ ଭ୍ରାନ୍ତି ମାଧ୍ୟମରେ ଶିକ୍ଷା କରିବା ପଦ୍ଧତି ଅନାବଶ୍ୟକ ଅଟେ । କିନ୍ତୁ ସମସ୍ୟା ସମ୍ପର୍କରେ ଅନ୍ତଦୃଷ୍ଟି ଜାଗ୍ରତ କରାଇବା ନିତାନ୍ତ ଆବଶ୍ୟକ । ସମସ୍ୟା ହେଉ ବା ବିଜ୍ଞାନ ସମ୍ବନ୍ଧୀୟ ପରୀକ୍ଷା ହେଉ ସବୁକ୍ଷେତ୍ରରେ ଅନ୍ତଦୃଷ୍ଟି ମାଧ୍ୟମରେ ଶିକ୍ଷା ଦେଲେ ସମୟ ଓ ଶକ୍ତିର ଅପଚୟ ହୁଏ ନାହିଁ ।

ଏହି ଅନ୍ତଦୃଷ୍ଟି ମାଧ୍ୟମରେ ଶିକ୍ଷାର ଯଥେଷ୍ଟ ମୂଲ୍ୟ ରହିଛି । ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମସ୍ୟା ସମାଧାନର ପନ୍ଥା ଆବିଷ୍କାର କରିବା ନିମିତ୍ତ ଯଥେଷ୍ଟ ଚେଷ୍ଟାକରିବା ଉଚିତ । ଉଦାହରଣସ୍ୱରୂପ, ଜ୍ୟାମିତି ଶିକ୍ଷାଦାନ ସମୟରେ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଆଗରେ ଏକ ସମସ୍ୟା ଉପସ୍ଥାପିତ କରି ସେମାନଙ୍କୁ ତତ୍ ସମ୍ପର୍କରେ ଚିନ୍ତାକରି ସମାଧନ ପନ୍ଥା ଖୋଜିବାପାଇଁ କହିବା ଉଚିତ । ଶିକ୍ଷକ ଆବଶ୍ୟକ ସ୍ଥଳେ ସେମାନଙ୍କୁ ଅନୁସନ୍ଧାନ ପନ୍ଥା ସମ୍ପର୍କରେ ସୂଚନା ଦେବା ବିଧେୟ । ସେ ଛାତ୍ରଛାତ୍ରୀଙ୍କୁ କେବଳ ନିର୍ଦ୍ଧାରିତ ଜ୍ଞାନ ପ୍ରଦାନ କରିବା ଅନୁଚିତ । ସେମାନେ କିପରି ଜ୍ଞାନ ଆହରଣ କରିବାକୁ ସମର୍ଥ ହେବେ ସେଥପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଅର୍ଥାତ୍ ସେମାନଙ୍କ ଆବିଷ୍କାର ମନୋବୃତ୍ତିର ବିକାଶ ନିମିତ୍ତ ଶିକ୍ଷକ ଚେଷ୍ଟା କରିବା ଉଚିତ ।

7. ପ୍ରଯନ୍ତ୍ର -ପ୍ରମାଦ ଶିକ୍ଷଣ ତତ୍ତ୍ବକୁ ପରୀକ୍ଷାମୂଳକ ଭାବେ ବର୍ଣନା କରି ଏହାର ଶିକ୍ଷାଗତ ପ୍ରଭାବ ଆଲୋଚନା କର ।
Answer:
ମାର୍କିନ୍ ମନସ୍ତତ୍ତ୍ବବିତ୍ ଇ.ଏଲ୍. ଥର୍ଣଡାଇକ୍ ପ୍ରଥମ କରି ତାଙ୍କ ତତ୍ତ୍ବ ମାଧ୍ୟମରେ ଉଦ୍ଦୀପକ ଓ ପ୍ରତିକ୍ରିୟା ମାଧ୍ଯମରେ ସ୍ଥାପିତ ହୋଇଥିବା ସଂଯୋଗ ଉପରେ ଗୁରୁତ୍ବ ଆରୋପ କରିଥିଲେ । ତାଙ୍କ ମତରେ ମନୁଷ୍ୟ ତଥା ଇତର ପ୍ରାଣୀମାନେ ପ୍ରଯନୂ- ପ୍ରମାଦ ପଦ୍ଧତି ଅନୁସାରେ ଶିକ୍ଷାଲାଭ କରିଥା’ନ୍ତି । ପ୍ରଥମେ ସେ ବିରାଡ଼ି, ମୂଷାମାନଙ୍କ ବିଷୟରେ ଗବେଷଣା କରି ପରେ ବିଦ୍ୟାଳୟର ଶିଶୁମାନଙ୍କ ସମ୍ପର୍କରେ ଗବେଷଣା କରିଥିଲେ । କଲମ୍ବିଆ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା ସମୟରେ ଗବେଷଣାରୁ ଏହି ତତ୍ତ୍ବ ପ୍ରକାଶ କରିଥିଲେ ।

ତାଙ୍କ ମତରେ ପ୍ରାଣୀ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ଉପନୀତ ହେବା ପୂର୍ବରୁ ନାନା ପ୍ରକାର ଅଭ୍ୟାସ କରିଥାଏ । ଅଭ୍ୟାସଗୁଡ଼ିକ ଉଦ୍ଦେଶ୍ୟମୂଳକ ଓ ବିକ୍ଷିପ୍ତ ହେତୁ କେତେକକୁ ଛାଡ଼ିଦେଲେ ଅନ୍ୟଗୁଡ଼ିକ ପ୍ରଭାବିତ ହୁଅନ୍ତି ନାହିଁ । ଯଦି ହଠାତ୍ କୌଣସି ଅଭ୍ୟାସ ସଫଳକାମୀ ହେଲା ପ୍ରାଣୀ ତାହାକୁ ବାରମ୍ବାର ଅଭ୍ୟାସ ଓ ପୁନରାବୃତ୍ତି କରିଥାଏ ।

କ୍ରମଶଃ ଭ୍ରମାତ୍ମକ ଅଭ୍ୟାସଗୁଡ଼ିକ ପ୍ରାଣୀ ମନରୁ ଦୂରୀଭୂତ ହୁଏ ଓ ଫଳପ୍ରଦ ଅଭ୍ୟାସଗୁଡ଼ିକ ପ୍ରତି ଆଗ୍ରହ ଜାତ ହୋଇ ଅଭ୍ୟାସଗୁଡ଼ିକ ସହ ଉଦ୍ଦୀପକର ସଂଯୋଗ ସ୍ଥାପିତ ହୁଏ । କ୍ରମାଗତ ଅଭ୍ୟାସ ଫଳରେ କମ୍ ସମୟରେ ଲକ୍ଷ୍ୟ ସାଧନରେ ସଫଳ ହୁଏ ଓ ଶିକ୍ଷଣ କାର୍ଯ୍ୟ ସମ୍ଭବ ହୁଏ । ଉଦାହରଣ- ଏକ ନୂତନ ବିଷୟ ବାରମ୍ବାର ପଠନ କଲେ ମନେରଖୁ ସମ୍ଭବ ହୁଏ ।

ଥଣ୍ଡଡାଇକ୍‌ଙ୍କ ପରୀକ୍ଷା : E.L. Throndike ନିଜର ଶିକ୍ଷଣତତ୍ତ୍ଵ ପରୀକ୍ଷା କରିବା ନିମନ୍ତେ ବିଭିନ୍ନ ପ୍ରକାର ଯନ୍ତା ଓ ଅଙ୍କାବଙ୍କା ରାସ୍ତା ମଧ୍ୟଦେଇ ନିର୍ମିତ ଗୋଲକଧନ୍ଦା ବାକ୍ସ (Puzzle box) ର ସାହାଯ୍ୟ ନେଇଥିଲେ । ଗୋଲକଧନ୍ଦା ବାକ୍ସ ଓ ବିରାଡ଼ିକୁ ନେଇ ତାଙ୍କର ପରୀକ୍ଷା କରାଯାଇଥିଲା । ଥଣ୍ଡିଡାଇକ୍ ପ୍ରଥମେ ଏକ କ୍ଷୁଧାଇଁ ବିରାଡ଼ିକୁ ଗୋଲକଧନ୍ଦା ବାକ୍ସ ମଧ୍ଯରେ ପ୍ରବେଶ କରାଇଥିଲେ । ଏହି ବାକ୍ସଟିରେ ଗୋଟିଏ ଦ୍ଵାର ଥିଲା । ଏହି ଦ୍ଵାରଟିକୁ ଏଭଳି ବନ୍ଦ କରାଯାଇଥିଲା ଯେ ଏହି ସଂଯୋଗଦ୍ଵାର କିଳିଣୀ ମାଡ଼ି ଦେଲେ ଦ୍ଵାରଟି ଖୋଲିଯିବ । ବାକ୍ସର ବାହାରେ ଅନତି ଦୂରରେ ଦୁଗ୍ଧପାତ୍ରଟି ରଖାଯାଇଥିଲା ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

କ୍ଷୁଧାଇଁ ବିରାଡ଼ିଟିର ପାଦ ସମୟେ ସମୟେ କିଳିଣୀଟି ଉପରେ ପଡ଼ିଯାଏ ଓ ଦ୍ଵାରଟି ଖୋଲିଯାଏ । ତା’ପରେ ପୁନର୍ବାର ବିରାଡ଼ିଟିକୁ ଧରିଆଣି ବାକ୍ସ ମଧ୍ୟରେ ରଖାଗଲେ ସେ ପୂର୍ବଭଳି ବାହାରକୁ ଯିବାଲାଗି ଗୁଡ଼ିଏ ବିଫଳ ପ୍ରଚେଷ୍ଟା କରେ । ପୂର୍ବପରି ତା’ର ପାଦ କିଳିଣୀଟିରେ ପଡ଼ିଯାଏ ଓ ବିରାଡ଼ିଟି ସହଜରେ ବାହାରକୁ ଆସିଥାଏ । ଏହି ପ୍ରକ୍ରିୟାକୁ ବାରମ୍ବାର କରିବା ଫଳରେ ଥର୍ଲଡାଇକ୍ ଦେଖୁଲେ ଯେ ବିରାଡ଼ିଟି ଆସ୍ତେ ଆସ୍ତେ ଭୁଲ୍ ଅଭ୍ୟାସଗୁଡ଼ିକ ପରିତ୍ୟାଗ କରି ବାକ୍ସଟିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପାଦଦ୍ଵାରା ଚାପ ପ୍ରଦାନ କରିବା ଫଳରେ ଦ୍ଵାରଟି ଉନ୍ମକ୍ତ ହେଉଅଛି ।

ଉକ୍ତ ପରୀକ୍ଷାକ୍ଷେତ୍ରରେ ପ୍ରବଳ ଇଚ୍ଛା, ଉଦ୍ଦେଶ୍ୟ, ବାଧା, ନିରୁଦ୍ଦେଶ୍ୟ ଗତି ଆଦି ପ୍ରକ୍ରିୟାଗୁଡ଼ିକ କାର୍ଯ୍ୟ କରେ । ଏପରି ଏକ ସମୟ ଆସେ, ଯେତେବେଳେ ବିରାଡ଼ିଟି ଦ୍ଵାର ଖୋଲିବା ଲାଗି କାଳ କ୍ଷେପଣ ନ କରି ଦ୍ବାର ପାଖରେ ଥ‌ିବା କିଳିଣୀଟିକୁ ପାଦରେ ଚାପଦେଇ ବାହାରକୁ ଆସିବାର ପ୍ରକୃତ କୌଶଳ ହାସଲ କରେ । ଏଥ‌ିପାଇଁ ତାକୁ ଆଉ ନିରୁଦ୍ଦେଶ୍ୟ ଭ୍ରମାତ୍ମକ ଗତି କରିବାକୁ ପଡ଼ିଲା ନାହିଁ । ଅତଏବ, ବିରାଡ଼ିଟି ଦ୍ବାର ଖୋଲିବାପାଇଁ ଆବଶ୍ୟକୀୟ ଶିକ୍ଷଣ ବା ଜ୍ଞାନକୌଶଳ ହାସଲ କରିବାରେ ସମର୍ଥ ହେଲା ।

ପ୍ରଯନୂ – ପ୍ରମାଦ ଶିକ୍ଷଣର ଶିକ୍ଷାଗତ ପ୍ରଭାବ :
(୧) ଏହି ଶିକ୍ଷଣ ଅଭିପ୍ରେରଣଦ୍ବାରା ସମ୍ଭବ । କାରଣ, ପ୍ରାଣୀ କ୍ଷୁଧାଉଁ ଥିଲେ ଖାଦ୍ୟପ୍ରାପ୍ତି ନିମିତ୍ତ ପ୍ରୟାସ କରି ଶିକ୍ଷାଲାଭ କରିଥାଏ ।
(୨) ପ୍ରାଣୀ ବିଭିନ୍ନ ପ୍ରକାର ଉଦ୍ଦୀପନା ପ୍ରକାଶ କରିଥାଏ; କାରଣ ବିରାଡିଟି ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ବୁଲିବା, ରାମ୍ପୁଡ଼ିବା, ଟଣା ଓଟରା ଇତ୍ୟାଦି କାର୍ଯ୍ୟ ହିଁ ଗୋଲକଧନ୍ଦା ବାକ୍ସ ମଧ୍ଯରେ କରିଥାଏ ।
(୩) କେତେକ ପ୍ରତିକ୍ରିୟା ଲକ୍ଷ୍ୟ ହାସଲର ସହାୟକ । ସେଗୁଡ଼ିକ ସନ୍ତୋଷଜନକ ପ୍ରତିକ୍ରିୟା ରୂପେ ଅଭିହିତ ହୋଇଥାଏ; ମାତ୍ର ଅନ୍ୟ କେତେଗୁଡ଼ିଏ ପ୍ରତିକ୍ରିୟା ଏ ଦିଗରେ ସାହଯ୍ୟ କରିନଥା’ନ୍ତି । ତେଣୁ ଏଗୁଡ଼ିକୁ ବିରକ୍ତିକର ପ୍ରତିକ୍ରିୟା ରୂପେ ଅଭିହିତ
କରାଯାଏ ।
(୪) ସନ୍ତୋଷଜନକ ପ୍ରତିକ୍ରିୟାଗୁଡ଼ିକ ଉତ୍ତମ ରୂପେ ଶିକ୍ଷା କରାଯାଇପାରେ । କାରଣ ଏଗୁଡ଼ିକ ଲକ୍ଷ୍ୟପ୍ରାପ୍ତିରେ ସହାୟକ ।
(୫) ବିରକ୍ତିକର ପ୍ରତିକ୍ରିୟାଗୁଡ଼ିକ କ୍ରମାନ୍ୱୟରେ ପରିହାର କରାଯାଇପାରେ । କାରଣ ଏଗୁଡ଼ିକ ଲକ୍ଷ୍ୟପୂରି ଦିଗରେ ସହାୟକ ହୋଇନଥା’ନ୍ତି ।
(୬) ଉଦ୍ଦୀପକ ଉଦ୍ଦେଶ୍ୟମୂଳକ ହେତୁ ବ୍ୟକ୍ତିର ଉଦ୍ଦୀପନା ସୃଷ୍ଟି ହୁଏ ।
(୭) ଲକ୍ଷ୍ୟ ସାଧନ ଉପାୟଗୁଡ଼ିକ ଭିନ୍ନ ଭିନ୍ନ ।
(୮) ଫଳପ୍ରଦ ପ୍ରଚେଷ୍ଟାଗୁଡ଼ିକ ଗ୍ରହଣ କରି ଲକ୍ଷ୍ୟ ସାଧନ କରାଯାଏ ।
(୯) ଶିକ୍ଷଣ ଶିକ୍ଷାର୍ଥୀକୁ ପ୍ରଭାବିତ କରିଥାଏ । ଶିକ୍ଷଣ କାର୍ଯ୍ୟକ୍ରମରେ ଦଣ୍ଡନୀତିକୁ ପରିହାର କରାଗଲେ ଶିକ୍ଷଣ ବୃଦ୍ଧିପାଏ ।
(୧୦) ପୁରସ୍କାର ପ୍ରଦାନଦ୍ୱାରା ଦ୍ରୁତ ଶିକ୍ଷଣ ସମ୍ଭବ ହୁଏ । ଶିକ୍ଷା-କ୍ଷେତ୍ରରେ ଉପକରଣ ବ୍ୟବହାର, ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଶିକ୍ଷଣକୁ ତ୍ବରାନ୍ବିତ କରେ ।
(୧୧) ବିଭିନ୍ନ ସମସ୍ୟାର ସମାଧାନ ଏହାଦ୍ଵାରା ସମ୍ଭବ ହୁଏ ।
(୧୨) ବାରମ୍ବାର ପୁନରାବୃତ୍ତି, ପଠନଦ୍ୱାରା କୌଣସି ବିଷୟକୁ ଭଲ ଭାବେ ପଠନ କରାଯାଏ । ଅଭ୍ୟାସ ପୂର୍ଣ୍ଣତା ଆଣିଦିଏ (Practice makes a man perfect.) ।
(୧୩) ଶିକ୍ଷଣର ଅଭିଜ୍ଞତାଗୁଡ଼ିକ ଛାତ୍ର ଉପରେ ପ୍ରତିଫଳିତ ହୋଇ ପରିବର୍ତ୍ତନ ଆଣେ ।

୨ୟ ପରୀକ୍ଷା :
ଲଏଡ୍ ମୋରଗାନ୍ ଓ ମ୍ୟାକ୍ ହ୍ୟୁଗାଲଙ୍କ ପରୀକ୍ଷା : ଲଏଡ୍ ମୋରଗାନ ଓ ମ୍ୟାକ୍‌ଗାଲ କୁକୁର ଓ ମୂଷା ଉପରେ ଉକ୍ତ ପରୀକ୍ଷା କରି ପ୍ରଯନ୍ -ପ୍ରମାଦ ତତ୍ତ୍ଵ ର ପରୀକ୍ଷା କରିଥିଲେ । ଏହି ତତ୍ତ୍ଵର ବୈଶିଷ୍ଟ୍ୟ ହେଲା-

ପରିବେଶର ଉଦ୍ଦୀପକ ଓ ତତ୍ ସମ୍ପର୍କିତ ପ୍ରତିକ୍ରିୟା ମଧ୍ୟରେ ସମ୍ବନ୍ଧ ସ୍ଥାପନ : ପ୍ରତ୍ୟେକ ଉଦ୍ଦୀପକ ବ୍ୟକ୍ତିର ମନରେ ଉଦ୍ଦୀପନା ଓ ପ୍ରତିକ୍ରିୟା ସୃଷ୍ଟି କରେ । ଏହା ବ୍ୟକ୍ତିର ସ୍ନାୟବିକ ସମ୍ବନ୍ଧ । ଏହି ପ୍ରତିକ୍ରିୟା ଓ ଉଦ୍ଦୀପକ ମଧ୍ୟରେ ସଂଯୋଗ ସ୍ଥାପନକୁ ଉଦ୍ଦୀପକ ପ୍ରତିକ୍ରିୟା ସଂଯୋଗ (Stimulus Response Bond) ବା S.R. Bond କୁହାଯାଏ । ଏହାକୁ ମଧ୍ୟ ସଂଯୋଜକ ତତ୍ତ୍ବ ବା Theory of Association ବୋଲି କୁହାଯାଏ । .

ମୋଟର କାର୍ଯ୍ୟକଳାପ (Motor Activity), ଧାରଣା (Perception), ଧାରଣା (Conception) ବା| ଆବେଗାତ୍ମକ (Emotional) ଭାବନା ଆଦିକୁ ସୂଚାଏ । ଉଦ୍ଦୀପକ ଉଦ୍ଦେଶ୍ୟମୂଳକ ହେତୁ ବ୍ୟକ୍ତିର ଉଦ୍ଦୀପନା ସୃଷ୍ଟି ହୁଏ ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଶିକ୍ଷାର ଅର୍ଥ :
ମନୁଷ୍ୟ ଶିକ୍ଷା ଅର୍ଜନ କରେ । ଶିକ୍ଷାଦ୍ବାରା ସେ ତା’ର ଆଚରଣକୁ ମାର୍ଜିତ କରିଥାଏ । ଶିକ୍ଷାଦ୍ବାରା ମନୁଷ୍ୟ ଯେଉଁ ଜ୍ଞାନ ଆହରଣ କରିଥାଏ ତାହାକୁ ଶିକ୍ଷଣ କହନ୍ତି । ଶିକ୍ଷା-ମନୋବିଜ୍ଞାନରେ ଶିକ୍ଷଣ କ୍ରିୟା ବା ଶିକ୍ଷଣତତ୍ତ୍ଵ ଏକ ପ୍ରଧାନ ଆଲୋଚ୍ୟ ବିଷୟ । ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଶିଶୁ ବୟଃକ୍ରମେ ନିଜ ଚାରିପଟେ ଥିବା ପରିବେଶରୁ ଅନେକ କଥା ଶିକ୍ଷା କରେ । ବ୍ୟକ୍ତିର ଚତୁଃପାର୍ଶ୍ଵରେ ଥିବା ତା’ର ପରିବେଶ ପରିବର୍ତ୍ତନଶୀଳ ।

ଏହି ପରିବର୍ତ୍ତନଶୀଳ ପରିବେଶ ଉପରେ ନୂଆ ନୂଆ ଆଚରଣ ଶିଖି ସେଗୁଡ଼ିକୁ ନିଜର ପରିବେଶରେ ପ୍ରୟୋଗ କରିବାକୁ ପଡ଼ିଥାଏ । ବ୍ୟକ୍ତିର ଅତୀତ ଅଭିଜ୍ଞତା ପରିବେଶ ଅନୁଯାୟୀ ନୂତନ ଶିକ୍ଷା ପାଇଁ ପ୍ରେରଣା ଦେଇଥାଏ । ଶିକ୍ଷଣ ପ୍ରକ୍ରିୟାର ଅର୍ଥ ‘ଅତୀତର ଅଭିଜ୍ଞତାକୁ ଭିଭିକରି କୌଣସି ନୂତନ ବିଷୟ ଅଥବା ନୂତନ ଆଚରଣ ଆୟତ୍ତ କରିବା ।’’

ଶିକ୍ଷଣ ପ୍ରକ୍ରିୟାଦ୍ଵାରା ଶିଶୁର ବ୍ୟବହାର ପରିମାର୍ଜିତ ହୋଇଥାଏ ଓ ତା’ର ଆଚରଣରେ ଅନେକ ଉନ୍ନତ ବାଞ୍ଛନୀୟ ପରିବର୍ତ୍ତନ ଘଟିଥାଏ । ସେ ପରିବର୍ତ୍ତିତ ପରିବେଶର ସମ୍ମୁଖୀନ ହେବାକୁ ସକ୍ଷମ ହୋଇଥାଏ । ପ୍ରତ୍ୟେକ ଶିକ୍ଷଣ ମୂଳରେ କିଛି ନା କିଛି ଉଦ୍ଦେଶ୍ୟ ନିହିତ ଥାଏ ଏବଂ ଶିକ୍ଷଣର ପ୍ରତ୍ୟେକ ଉଦ୍ଦେଶ୍ୟ ବ୍ୟକ୍ତିର କୌଣସି ନା କୌଣସି ସହଜାତ ପ୍ରବୃତ୍ତି ସହିତ ଜଡ଼ିତ । ମନସ୍ତତ୍ତ୍ବବିତ୍‌ମାନେ ଶିକ୍ଷଣର ଅନେକ ସଂଜ୍ଞା ନିରୂପଣ କରିଛନ୍ତି ।

କିମ୍ବଲ ଓ ଗାର୍ମେଜୀଙ୍କ ମତରେ, ‘ବୟଃପ୍ରାପ୍ତ ସାଧନ ଯୋଗୁଁ ଶିକ୍ଷଣ ସମ୍ଭବ ହୁଏ ।’’ ଅର୍ଥାତ୍ ଅଭ୍ୟାସ ଓ ତା’ର ଫଳାଫଳ ମଧ୍ୟରେ ଥିବା ସମ୍ପର୍କ ହେତୁ ବ୍ୟକ୍ତି ଶିକ୍ଷା କରେ । ବ୍ୟକ୍ତି ବ୍ୟବହାରର ପରିବର୍ତ୍ତନକୁ ଲକ୍ଷ୍ୟ କରି ଶିକ୍ଷଣ ଘଟିଛି ବୋଲି ଅନୁମାନ କରାଯାଏ ।

ଅନ୍ୟ କେତେକ ମନସ୍ତତ୍ତ୍ଵବିଦ୍‌ଙ୍କ ମତରେ, “ଶିକ୍ଷଣ ହେଉଛି ଆଚରଣଗତ ପରିବର୍ତ୍ତନ ।’’ ମନୁଷ୍ୟ ତା’ର ପରିବେଶାନୁଯାୟୀ ଆଚରଣ ବା ବ୍ୟବହାରରେ ପରିବର୍ତ୍ତନ କରିଥାଏ । ଦୈହିକ ବିକାଶ ଓ ଶାରୀରିକ ବୃଦ୍ଧି ଏବଂ ବିକାଶ ପର୍ଯ୍ୟାୟକ୍ରମେ ଶିଶୁର ଆଚରଣଗତ ପାର୍ଥକ୍ୟ ଓ ବିକାଶରେ ପରିଲକ୍ଷିତ ହୋଇଥାଏ ।

ତେଣୁ ସଂକ୍ଷେପରେ କହିଲେ, ପ୍ରତି ପଦକ୍ଷେପରେ ଶିକ୍ଷଣ ମଣିଷ ଜୀବନକୁ ପ୍ରଭାବିତ କରେ ଓ ମଣିଷର ଉଭୟ ଭଲ ଓ ମନ୍ଦ ଗୁଣ ଗଠନରେ ଏହା ସହାୟକ ହୋଇଥାଏ । ଶିକ୍ଷଣ ପ୍ରକ୍ରିୟା ଫଳରେ ଶିଶୁ ନାନାବିଧ ଜ୍ଞାନ, କର୍ମକୌଶଳ, ବିଭିନ୍ନ ମନୋବୃତ୍ତି ତଥା ବ୍ୟକ୍ତିତ୍ଵର ଅଧିକାରୀ ହୋଇଥାଏ । ଏହି ପ୍ରକ୍ରିୟା ଅତ୍ୟନ୍ତ ବ୍ୟାପକ । ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁପର୍ଯ୍ୟନ୍ତ ଏହା ନିରବଚ୍ଛିନ୍ନଭାବରେ ଗତି କରିଥାଏ । ପ୍ରତ୍ୟେକ ଶିଶୁର ନିର୍ଦ୍ଦିଷ୍ଟ ବ୍ୟକ୍ତିତ୍ଵ, ଦୃଷ୍ଟିଭଙ୍ଗୀ, ଆଚରଣ ତଥା ବିଭିନ୍ନ କର୍ମଦକ୍ଷତା ଓ ସାମାଜିକ ପ୍ରତିଯୋଜନ କ୍ଷମତା ଏହି ଶିକ୍ଷଣର ଫଳ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

ଶିକ୍ଷଣର ପ୍ରକୃତି :
(i) ଶିକ୍ଷଣ ହିଁ ସମଯୋଜନ : ମଣିଷକୁ ପରିବେଶଜନିତ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଏହି ପରିବେଶରେ ନିଜକୁ ଖାପଖୁଆଇ ଚଳିବାପାଇଁ ସମଯୋଜନର ଶିକ୍ଷଣ ହିଁ ସହାୟକ ହୋଇଥାଏ । ତେଣୁ ସମଯୋଜନ ହିଁ ଶିକ୍ଷଣ ପଦବାଚ୍ୟ ।
(ii) ଶିକ୍ଷଣ ଉଦ୍ଦେଶ୍ୟମୂଳକ : କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଶିକ୍ଷଣ କାର୍ଯ୍ୟ ସାଧନ କରାଯାଏ । ଏହି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଶିକ୍ଷଣୀୟ କି ନୁହେଁ ତାହା ଶିକ୍ଷା, ଶିକ୍ଷକ ଓ ଶିକ୍ଷାଦାନ ପଦ୍ଧତି ନିର୍ଦ୍ଧାରଣ କରନ୍ତି ।
(iii) ସ୍ଵେଚ୍ଛାପ୍ରଣୋଦିତ ପ୍ରକ୍ରିୟା : ଶିକ୍ଷାର୍ଥୀ ସ୍ଵେଚ୍ଛାପ୍ରଣୋଦିତ ହୋଇ ଶିକ୍ଷା ଲାଭ କରେ, ବାଧ୍ୟବାଧକତାଦ୍ବାରା ଶିକ୍ଷଣ ସମ୍ପନ୍ନ ହୁଏ ନାହିଁ ।
(iv) ଶିକ୍ଷଣ ଏକ ସକ୍ରିୟ ପ୍ରକ୍ରିୟା : ଶିକ୍ଷଣରେ ଶିକ୍ଷାଦାତା ଓ ଶିକ୍ଷାଗ୍ରହୀତା ଉଭୟେ ସକ୍ରିୟ ଓ ସଜାଗ ହୋଇଥା’ନ୍ତି । ଶିକ୍ଷାଦାତା ଶିକ୍ଷାର୍ଥୀର ବିକାଶ ନିମିତ୍ତ ଶିକ୍ଷାଦାନ କରନ୍ତି ଏବଂ ଶିକ୍ଷାର୍ଥୀ ବିକଶିତ ହେବା ଲକ୍ଷ୍ୟରେ ଶିକ୍ଷାଗ୍ରହଣ କରେ ।
(v) ଶିକ୍ଷଣ ବ୍ୟକ୍ତିଗତ ତଥା ସାମାଜିକ : ଶିକ୍ଷଣଦ୍ବାରା ବ୍ୟକ୍ତିଗତ ଉନ୍ନତି ଓ ସାମାଜିକ କଲ୍ୟାଣ ସମ୍ଭବ ହୁଏ ।
(vi) ଶିକ୍ଷଣ ସଂକ୍ରମଣାତ୍ମକ : ଗୋଟିଏ ପରିବେଶରେ ଅର୍ଜିତ ଅଭିଜ୍ଞତାଦ୍ୱାରା ମଣିଷର ପୁରାତନ ଅଭିଜ୍ଞତାରାଜିରେ କୋଠଭଣ୍ଡାର କ୍ରମଶଃ ପରିବର୍ଦ୍ଧିତ ହୁଏ ।
(vii) ଚରିତ୍ର ଗଠନ ହିଁ ଶିକ୍ଷଣ : ଶିକ୍ଷଣ ମାଧ୍ୟମରେ ବ୍ୟକ୍ତି ଆତ୍ମସଂଯମ, ସାଧନା, ଏକାଗ୍ରତା ଇତ୍ୟାଦିର ଦକ୍ଷତା ହାସଲ କରି ନିଜର ଚରିତ୍ର ଗଠନ କରିଥାଏ ।

ଶିକ୍ଷଣକୁ ପ୍ରଭାବିତ କରୁଥ‌ିବା ଉପାଦାନ :
(i) ଶାରୀରିକ ସ୍ଵାସ୍ଥ୍ୟ : କଥାରେ ଅଛି, ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ । ଶାରୀରିକ ସୁସ୍ଥତା ଉପରେ ମାନସିକ ସୁସ୍ଥତା ଏବଂ ଉଭୟଙ୍କ ଉପରେ ଶିକ୍ଷଣ ନିର୍ଭର କରେ ।
(ii) ମାନସିକ ସ୍ଵାସ୍ଥ୍ୟ : ଶିଶୁର ମାନସିକ ସ୍ଵାସ୍ଥ୍ୟ ତା’ର ଶିକ୍ଷଣକୁ ପ୍ରଭାବିତ କରିଥାଏ । ଯେଉଁ ଶିଶୁମାନଙ୍କର ଶାରୀରିକ ଓ ମାନସିକ ପ୍ରୟୋଜନ ପୂରଣ ହୋଇଥାଏ, ସେମାନଙ୍କର ମାନସିକ ସ୍ଵାସ୍ଥ୍ୟ ଅବ୍ୟାହତ ରହିଥାଏ ।
(iii) ବଂଶାନୁଗୁଣ : ଶିକ୍ଷଣରେ ବଂଶାନୁଗୁଣର ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ରହିଛି । ପିତାମାତା ଓ ପିତୃପୁରୁଷଙ୍କର ଅନ୍ତର୍ନିହିତ ଗୁଣରାଜି ଶିଶୁମାନଙ୍କଠାକୁ ଆସିଥାଏ ।
(iv) ପରିବେଷ୍ଟନୀ : ପିଲାମାନଙ୍କର ପିତୃପୁରୁଷଙ୍କଠାରୁ ସେମାନଙ୍କଠାକୁ ଆସିଥିବା ଅନ୍ତର୍ନିହିତ ଗୁଣମାନ ଉପଯୁକ୍ତ ପରିବେଷ୍ଟନୀ ପାଇଲେ ବିକଶିତ ହୁଏ ।
(v) ପରିପକ୍ଵତା : ଶିଶୁର ପରିପକ୍ବତା ଆସିଲେ ଶିକ୍ଷଣ ସହଜ ହୁଏ । ଗୋଟିଏ ନିର୍ଦ୍ଦିଷ୍ଟ ବୟସର ଶିଶୁମାନେ ବିଭିନ୍ନ ପ୍ରକାର ପରିପକ୍ବତା ଲାଭ କରିଥାଆନ୍ତି ।
(vi) ଶିକ୍ଷାଦାନ ପଦ୍ଧତି : ଉପଯୁକ୍ତ ଶିକ୍ଷାଦାନ ପଦ୍ଧତି ଶିକ୍ଷଣକୁ ତ୍ୱରାନ୍ବିତ କରିଥାଏ । ଶିଶୁର ଆଗ୍ରହ, ଅଭିରୁଚି ଓ ଦକ୍ଷତା ଅନୁସାରେ ଶିକ୍ଷାଦାନ କଲେ ଶିକ୍ଷଣର ସଫଳତା ମିଳିଥାଏ ।
(vii) ଶ୍ରେଣୀ ସଂଶ୍ରବ : ଶ୍ରେଣୀଗୃହର ସୁସ୍ଥ ଓ ମନୋଜ୍ଞ ବାତାବରଣ, ଶିକ୍ଷକଙ୍କ ଗଣତାନ୍ତ୍ରିକ ପ୍ରଭାବ ଓ ଆଚରଣଶୈଳୀ ଶିଶୁମାନଙ୍କ ଶିକ୍ଷଣକୁ ସଜୀବ ଓ ବେଗବତୀ କରି ଗଢ଼ିତୋଳେ ।

ଶିକ୍ଷଣ ତତ୍ତ୍ବ (Theories of Learning) :
ଶିକ୍ଷଣ ଏକ ଜଟିଳ ଏବଂ ଉଚ୍ଚତର ପ୍ରକ୍ରିୟା । ଶିକ୍ଷଣ ପ୍ରକ୍ରିୟାକୁ ଶିକ୍ଷକ ଜାଣି ଉପଯୁକ୍ତଭାବରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀମାନେ ଅଧ୍ଵ ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନ କରିପାରିବେ । ଶିକ୍ଷଣ ପ୍ରକ୍ରିୟାର ନୀତି ନିୟମଗୁଡ଼ିକ ଜାଣିବାପାଇଁ ବିଭିନ୍ନ ପ୍ରକାର ଶିକ୍ଷଣ ତତ୍ତ୍ବ ଆବିଷ୍କାର କରାଯାଇଛି । ବିଭିନ୍ନ ମନୋବିଜ୍ଞାନୀମାନେ ପରୀକ୍ଷା କରି ଭିନ୍ନ ଭିନ୍ନ ଶିକ୍ଷଣ ତତ୍ତ୍ବ ଆବିଷ୍କାର କରିଛନ୍ତି, ଯାହାକୁ ଶିକ୍ଷାକ୍ଷେତ୍ରରେ ପ୍ରୟୋଗ କରାଯାଇଥାଏ ।
ସେଗୁଡ଼ିକ ହେଲା –
(a) ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ (Trial and Error Theory )
(b) ଅନୁବନ୍ଧିତ ଅନୁକ୍ରିୟା (Conditioned and Response Theory)
ଏବଂ (c) ଅନ୍ତଦୃଷ୍ଟି ତତ୍ତ୍ୱ (Theory of Insightful Learning)

(a) ପ୍ରଯତ୍ନ-ପ୍ରମାଦ ତତ୍ତ୍ବ (Trial and Error Theory) :
ବିଖ୍ୟାତ ମନସ୍ତତ୍ତ୍ୱବିତ୍ ମାର୍କିନ୍ ମନୋବୈଜ୍ଞାନିକ ଇ.ଏଲ୍.ଥଣ୍ଡିଡାଇକ୍ ପ୍ରଯତ୍ନ-ପ୍ରମାଦ ତତ୍ତ୍ଵର ପ୍ରବର୍ତ୍ତକ । ଏହି ତତ୍ତ୍ଵରେ ସେ ଉଦ୍ଦୀପନା ଓ ପ୍ରତିକ୍ରିୟା ମଧ୍ୟରେ ସ୍ଥାପିତ ହେଉଥ‌ିବା ସଂଯୋଗ ଉପରେ ବିଶେଷଭାବରେ ଗୁରୁତ୍ବ ଆରୋପ କରିଛନ୍ତି । ଏହି ତତ୍ତ୍ବ ଅନୁସାରେ ଉଦ୍ଦୀପନା ଓ ପ୍ରତିକ୍ରିୟା ମାଧ୍ୟମରେ ଯେଉଁ ସଂଯୋଗ ସ୍ଥାପିତ ହୁଏ, ତାହା ହେଉଛି ବିଭିନ୍ନ ଅଭ୍ୟାସ ଓ ଭ୍ରମାତ୍ମକ ପ୍ରତିକ୍ରିୟାଗୁଡ଼ିକର ଭ୍ରମ ସଂଶୋଧନର ଫଳ । ବ୍ୟକ୍ତି କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟର ବା ସମସ୍ୟାର ସମ୍ମୁଖୀନ ହେଲେ, ଏହି ସମସ୍ୟାର ସମାଧାନ ବା ଲକ୍ଷ୍ୟରେ ଉପନୀତ ହେବାପାଇଁ ନାନାଭାବରେ ନାନାପ୍ରକାର ଚେଷ୍ଟା କରିଥାଏ । ଗୋଟିଏ ପ୍ରଣାଳୀରେ ବିଫଳ ହେଲେ ତାହାକୁ ବର୍ଜନ କରି ଅନ୍ୟ ଗୋଟିଏ ପ୍ରଣାଳୀ ପ୍ରୟୋଗ କରିଥାଏ । ଏହିପରି ଭାବରେ ଗୋଟିଏ ପରେ ଗୋଟିଏ ପ୍ରଚେଷ୍ଟା କରି ଅବଶେଷରେ ସେ ନିର୍ଭୁଲ୍ ସମାଧାନ ଆବିଷ୍କାର କରି ନିଜର ଉଦ୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚେ ଓ ସଫଳ ଶିକ୍ଷାଲାଭ କରେ । ଏହାକୁ ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ କହନ୍ତି ।

ଏହି ପ୍ରଯତ୍ନ-ପ୍ରମାଦ ତତ୍ତ୍ଵଟିକୁ ଇ.ଏଲ୍. ଥଣ୍ଡିଡାଇକ୍ ବିରାଡ଼ି ଉପରେ ପରୀକ୍ଷା କରିଥିଲେ । ଏହି ପରୀକ୍ଷାରେ ଏକ ଭୋକିଲା ବିରାଡ଼ିକୁ ଏକ ଗୋଲକଧନ୍ଦାମୂଳକ ବାକ୍ସରେ ରଖ୍ ବାହାରେ ମାଛ ରଖାଗଲା । ମାଛ ପାଇବାପାଇଁ ଇତସ୍ତତଃ ହୋଇ ଅସଫଳ ପ୍ରୟାସରୁ ସେ ହଠାତ୍ ରାସ୍ତା ପାଇ ଖାଦ୍ୟ ଖାଇପାରିଲା । ବାରମ୍ବାର ଏହି ପଦ୍ଧତିର ପ୍ରୟୋଗ କରାଯିବାରୁ ଦେଖାଗଲା ଯେ ବିରାଡ଼ିଟିର ତ୍ରୁଟି କମି କମି ସଫଳତାର ସମୟ ଶୀଘ୍ର ହୋଇପାରୁଛି । ଏହା ଏକ ନୂତନ ଶିକ୍ଷଣର ନମୁନା ଯାହାକୁ ପ୍ରଯତ୍ନ-ପ୍ରମାଦ ତତ୍ତ୍ୱ କୁହାଯାଏ ।

• ପ୍ରଯତ୍ନ-ପ୍ରମାଦ ତତ୍ତ୍ଵର ମୁଖ୍ୟ ଉପାଦାନ :
(1) ଆବଶ୍ୟକତା
(2) ପ୍ରଣୋଦନା, ଚେଷ୍ଟା, ଇଚ୍ଛାଶକ୍ତି
(3) ପ୍ରତିବନ୍ଧକ, ସମସ୍ୟା
(4) ଇତସ୍ତତଃ ଗତି, ବିଫଳ ଚେଷ୍ଟା ବା ପ୍ରୟାସ
(5) ଆକସ୍ମିକ ସଫଳତା
(6) ନୂତନ ଶିକ୍ଷଣ ଓ ସମସ୍ୟା ସମାଧାନ

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

(b) ଅନୁବନ୍ଧିତ ଅନୁକ୍ରିୟା (Conditioned and Response Theory) :
କୌଣସି ବାହ୍ୟ ଉଦ୍ଦୀପକ ପ୍ରୟୋଗ ହେଲାମାତ୍ରକେ ଯେତେବେଳେ ବ୍ୟକ୍ତି ସ୍ଵତଃକ୍ରିୟଭାବେ ପ୍ରତିକ୍ରିୟା ପ୍ରକାଶ କରିଥାଏ; ଅର୍ଥାତ୍ ଏହି ପ୍ରତିକ୍ରିୟା ଯେତେବେଳେ ବ୍ୟକ୍ତିର ଇଚ୍ଛାଧୀନ ହୋଇନଥାଏ ସେତେବେଳେ ଏହି ପ୍ରକ୍ରିୟାକୁ ପ୍ରତ୍ୟାବର୍ଜ୍ୟ କ୍ରିୟା ବା ଅନୁବନ୍ଧିତ କ୍ରିୟା କୁହାଯାଏ । ରୁଷିଆର ବିଶିଷ୍ଟ ମନୋବୈଜ୍ଞାନିକ ପାଭଲଭ୍ ଏବଂ ଆମେରିକାର ବିଶିଷ୍ଟ ମନୋବୈଜ୍ଞାନିକ ୱାଟ୍‌ସନ୍‌ ଏହି ପଦ୍ଧତିର ସମର୍ଥକ । ଏହି କ୍ରିୟାରେ ପୁନରାବୃତ୍ତିର ପ୍ରୟୋଗ ଥାଏ । ଅନୁବନ୍ଧିତ କ୍ରିୟା ସହିତ ଦଣ୍ଡ ଓ ପ୍ରଶଂସା ଘନିଷ୍ଠଭାବେ ଜଡ଼ିତ ।

ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ଵର ବିଶେଷ ଉପାଦାନ :
(1) ଉଦ୍ଦୀପକ ଓ ପ୍ରତିକ୍ରିୟା
(2) ଅର୍ଜିତ ଜ୍ଞାନ
(3) ନିର୍ବାପନ
(4) ସ୍ଵତଃ ପୁନଃପ୍ରାପ୍ତି
(5) ଉଦ୍ଦୀପକ ପୃଥକୀକରଣ
(6) ଉଚ୍ଚ ସ୍ତରର ଶିକ୍ଷଣ

ଅନୁବନ୍ଧିତ ଅନୁକ୍ରିୟାର ଶିକ୍ଷାଗତ ପ୍ରୟୋଗ : ଶିକ୍ଷାକ୍ଷେତ୍ରରେ ଏହି ତତ୍ତ୍ଵର ନିମ୍ନଲିଖ ପ୍ରଭାବ ପରିଲକ୍ଷିତ ହୁଏ ।
(i) ଦଣ୍ଡ ଓ ପ୍ରଶଂସା : ପ୍ରଶଂସା ଅନୁବନ୍ଧିତ ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ସୃଷ୍ଟି କରି ଶିକ୍ଷଣକୁ ତ୍ୱରାନ୍ବିତ କରେ ।
(ii) ସ୍ନେହ ଓ ଘୃଣା : ସ୍ନେହ ଏବଂ ଘୃଣା ଏକ ଆବେଗାତ୍ମକ ମାନସିକ କ୍ରିୟା । ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ । ଏହା ବ୍ୟକ୍ତିର ବ୍ୟକ୍ତିଗତ ତଥା ସାମାଜିକ ସମ୍ପର୍କ ଉପରେ ନିର୍ଭର କରେ ।
(iii) ଅନ୍ଧବିଶ୍ଵାସ : ହଠାତ୍ ବିରାଡ଼ିଟିଏ ରାସ୍ତ ପାରିହେଲା । ଏହା ତା’ର ସ୍ଵାଭାବିକ କ୍ରିୟା ଅଟେ । ମନରେ ଧାରଣା ନିଶ୍ଚୟ ହେବ, କିଛି ଅନିଷ୍ଟ ହେବ ।
(iv) ପୁନରାବୃତ୍ତି ଓ ଅଭ୍ୟାସ ଗଠନ : ପୁନରାବୃତ୍ତି ମାଧ୍ୟମରେ ଛାତ୍ରଛାତ୍ରୀମାନେ ଇତିହାସ, ଭୂଗୋଳ ଏବଂ ଅନ୍ୟ ବିଷୟ ଅଧ୍ୟୟନ କରିଥା’ନ୍ତି । ସେମାନେ ଏହାକୁ ଅଭ୍ୟାସରେ ପରିଣତ କରନ୍ତି ।
(v) ମନୋବୃତ୍ତି ଗଠନ : ପରିବାରରେ ପିତାମାତାଙ୍କ ପ୍ରତି ପିଲାମାନଙ୍କର ମନୋବୃତ୍ତି ଭିନ୍ନ ଭିନ୍ନ ଅଟେ ।
(vi) ଭାଷା ଶିକ୍ଷା : ନୂତନ ଶବ୍ଦ, ସଂଖ୍ୟା ଏବଂ ବସ୍ତୁ ସମ୍ପର୍କରେ ଶିକ୍ଷାଦାନ କରିବାକୁ ହେଲେ ପ୍ରାକୃତିକ ଉଦ୍ଦୀପକର ସାହାଯ୍ୟ ନେବାକୁ ହୋଇଥାଏ ।

(C) ଅନ୍ତଦୃଷ୍ଟି ତତ୍ତ୍ବ :
ଅନ୍ତଦୃଷ୍ଟି ତତ୍ତ୍ଵକୁ ସମଗ୍ରାକୃତି (Gestalt) ତତ୍ତ୍ବ କୁହାଯାଏ । ଉକ୍ତ ତତ୍ତ୍ଵର ପ୍ରବର୍ତ୍ତକ ଜର୍ମାନ୍ ମନୋବିଜ୍ଞାନୀମାନେ ଉଲ୍‌ ଗ୍ୟାଙ୍ଗ୍ କୋହଲ୍‌ର (W.G. Kohler), କୁର୍ଟ କୋଫ୍‌କା (Kurt Kofka) ଏବଂ ଡବ୍ଲ୍ୟୁ.ଏକ୍ସ. ୱାର୍‌ଦାଇମର (W.X. Wertheimer) ଅଟନ୍ତି । ଏମାନେ ଗେଷ୍ଟାଲଟ୍‌ ପରିବାରର ଅନ୍ତର୍ଭୁକ୍ତ । ଜର୍ମାନୀ ଭାଷାରେ ଗେଷ୍ଟାଲ୍ଟ ଶବ୍ଦର ଅର୍ଥ ହେଉଛି ସମଗ୍ର (Whole) ବା ସଂଗଠନ ଦକ୍ଷତା (Configuration) ।

ଏମାନେ ଥଣ୍ଡିଡାଇକ୍‌ଙ୍କଦ୍ଵାରା ପ୍ରବର୍ତ୍ତିତ ପ୍ରଯନ୍ -ପ୍ରମାଦ ତତ୍ତ୍ଵର ଘୋର ବିରୋଧୀ । ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ଯରେ ବାରମ୍ବାର ସମ୍ପର୍କ ଶିକ୍ଷଣର ମୂଳମନ୍ତ୍ର ନୁହେଁ । ଏମାନେ ବିଶ୍ୱାସ କରନ୍ତି – କୌଣସି ପରିସ୍ଥିତିରେ କୌଣସି ପଦାର୍ଥ ବା ପ୍ରକ୍ରିୟାର ଅଂଶ ଅପେକ୍ଷା ବସ୍ତୁର ସମଗ୍ରତା ଉପରେ ଅଧିକ ଗୁରୁତ୍ୱ ରହିଛି । ଶିକ୍ଷଣ ସମସ୍ତ ପରିସ୍ଥିତି ଉପରେ ନିର୍ଭର କରେ । ଅନ୍ତଦୃଷ୍ଟି ମାଧ୍ୟମରେ ଶିକ୍ଷଣର ଅର୍ଥ ହଠାତ୍ କୌଣସି ସମସ୍ୟାକୁ ହୃଦୟଙ୍ଗମ କରି ସମାଧାନ କରିବା ।

ଅନ୍ତଷ୍ଟିର ଅର୍ଥ :
(i) ୱାର୍‌ଦାଇମର : ଗେଷ୍ଟାଲ୍ଟ ଏକ ସାମଗ୍ରିକ ତତ୍ତ୍ଵ ଯାହାର ଗୁଣାବଳୀ ବ୍ୟକ୍ତିର କେତେଗୁଡ଼ିଏ ବୈଶିଷ୍ଟ୍ୟଦ୍ୱାରା ନୁହେଁ, ଏହା ଅନ୍ତର୍ନିହିତ ପ୍ରକୃତିର ସମଗ୍ର ଅନୁଧ୍ୟାନରୁ ଜଣାପଡ଼େ ।
(ii) କୋହଲର୍ : ଗେଷ୍ଟାଲଟ୍‌ର ଅର୍ଥ ଏକ ସମଗ୍ର । ଯେତେବେଳେ ଗୋଟିଏ ପ୍ରଣାଳୀକୁ ସକ୍ରିୟଭାବେ ବର୍ଣ୍ଣନ କରାଯାଏ ଏବଂ ସେତେବେଳେ ପରିସ୍ଥିତିଗୁଡ଼ିକର ଏକତ୍ର ସମାବେଶଦ୍ଵାରା ଏହା ସ୍ବତଃ ପ୍ରସ୍ତୁତ ହୁଏ । ସେହି ପ୍ରଣାଳୀ ଗେଷ୍ଟାଲ୍‌ଟ୍ ମନୋବିଜ୍ଞାନର ଅନ୍ତର୍ଭୁକ୍ତ ହୋଇଥାଏ ।

ଶିକ୍ଷଣକୁ ପ୍ରଭାବିତ କରୁଥିବା ଉପାଦାନ (Factors affecting learning)
ଶିକ୍ଷଣକୁ ପ୍ରଭାବିତ କରୁଥିବା ଉପାଦାନଗୁଡ଼ିକୁ 4 ଭାଗରେ ବିଭକ୍ତ କରାଯାଇଅଛି; ଯଥା –
(1) ଶାରୀରିକ ବିଷୟ (Physical factors)
(2) ମାନସିକ ବିଷୟ (Psychological factors)
(3) ପରିବେଷ୍ଟନୀ ସମ୍ବନ୍ଧୀୟ ବିଷୟ (Environmental factors)
(4) ଶିକ୍ଷଣ ପଦ୍ଧତି (Methodology)

(1) ଶାରୀରିକ ବିଷୟ – ଶାରୀରିକ ସ୍ବାସ୍ଥ୍ୟ, କ୍ଳାନ୍ତି, ଶିକ୍ଷଣ ସମୟ, ଖାଦ୍ୟ, ପାନୀୟ ଓ ବୟସ ଇତ୍ୟାଦି ଏହି ଶାରୀରିକ ବିଷୟ ମଧ୍ୟରେ ଅନ୍ତର୍ଭୁକ୍ତ । ଏହି ଉପାଦାନଗୁଡ଼ିକୁ ନେଇ ବ୍ୟକ୍ତିର ଇନ୍ଦ୍ରିୟାନୁଭୂତି ଓ ପ୍ରତ୍ୟକ୍ଷ ଜ୍ଞାନଦ୍ୱାରା ଶିକ୍ଷଣ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ । ଏକ ଉତ୍ତମ ସ୍ବାସ୍ଥ୍ୟସମ୍ପନ୍ନ ବ୍ୟକ୍ତି ନିକଟରେ ଶିକ୍ଷଣ ପ୍ରକ୍ରିୟା ଉତ୍ତମରୂପେ ବିକଶିତ ହୋଇଥାଏ । ସେହିପରି ପୁଷ୍ଟିକର ଖାଦ୍ୟ ଉପରେ ଶିଶୁର ମାନସିକ ଅବସ୍ଥା ଅନେକ ମାତ୍ରାରେ ନିର୍ଭର କରେ । ବାୟୁମଣ୍ଡଳର ପରିବର୍ତ୍ତିତ କ୍ରିୟା-ପ୍ରତିକ୍ରିୟା ଅନୁଯାୟୀ ଶିକ୍ଷଣ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ ।

(2) ମାନସିକ ବିଷୟ – ଶିଶୁର ଶିକ୍ଷଣ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ମାନସିକ ବିଷୟଗୁଡ଼ିକ ହେଲା – ଶିଶୁର ମାନସିକ ସ୍ଵାସ୍ଥ୍ୟ, ପ୍ରବର୍ତ୍ତନା ଓ ଆଗ୍ରହ, କୃତିତ୍ଵ, ପ୍ରଶଂସା ଓ ନିନ୍ଦା, ପୁରସ୍କାର ଓ ଦଣ୍ଡ ଇତ୍ୟାଦି । ଶିଶୁର ମାନସିକ ଅଭିବୃଦ୍ଧିଦ୍ୱାରା ତା’ର ଶିକ୍ଷଣ ପ୍ରକ୍ରିୟା ଅତିମାତ୍ରାରେ ପ୍ରଭାବିତ ହୋଇଥାଏ । ଏହି ମାନସିକ ବିଷୟଗୁଡ଼ିକଦ୍ଵାରା ଶିଶୁର ଚିନ୍ତାଶକ୍ତି, କଳ୍ପନାଶକ୍ତି, ସ୍ମୃତିଶକ୍ତିଗୁଡ଼ିକୁ ବିକଶିତ ହୋଇଥାଏ । ଏଗୁଡ଼ିକର ବିକାଶ ଉପରେ ଶିଶୁର ଶିକ୍ଷଣ ପ୍ରକ୍ରିୟା ଅତିମାତ୍ରାରେ ନିର୍ଭରଶୀଳ । ଏହାଛଡ଼ା ବ୍ୟକ୍ତିତ୍ଵ ଉପରେ ତୀବ୍ରଭାବେ ଆଘାତ ନ ପକାଇ ତାହାର ଆବେଗ ଓ ଇଚ୍ଛା ପ୍ରବୃତ୍ତିକୁ ନିୟନ୍ତ୍ରଣ କରିବା ମଧ୍ୟ ଏହି ମାନସିକ ବିଷୟବସ୍ତୁର ଏକ ବିଶେଷ ଦିଗ ଅଟେ ।

(3) ପରିବେଷ୍ଟନୀ ସମ୍ବନ୍ଧୀୟ ବିଷୟ – ଶିଶୁର ଚତୁଃପାର୍ଶ୍ଵରେ ଥ‌ିବା ସମାଜ, ପରିବେଶ ତଥା ପରିବେଷ୍ଟନୀକୁ ନେଇ ପରିବେଷ୍ଟନୀଗତ ବିଷୟ ସଙ୍ଗଠିତ । ସାଧାରଣତଃ ଗୃହ, ବିଦ୍ୟାଳୟ, ସାଙ୍ଗସାଥୀ ଓ ସମାଜକୁ ନେଇ ଏହା ଗଠିତ । ଶିଶୁର ଚାଲିଚଳନ, ଆଚାର ବ୍ୟବହାର, କଥାବାର୍ତ୍ତା ଓ କାମଦାମ ଇତ୍ୟାଦି ଏଗୁଡ଼ିକଦ୍ୱାରା ବିଶେଷ ମାତ୍ରାରେ ପ୍ରଭାବିତ ହୋଇଥାଏ । ସେହିପରି ପରିବାରରେ ପିତାମାତା ଶିଶୁ ପ୍ରତି ଅତ୍ୟଧ‌ିକ ଯତ୍ନଶୀଳ ହେବା ସମ୍ପୂର୍ଣ୍ଣରୂପେ ଅନୁଚିତ ।

ଅତ୍ୟଧ‌ିକ ଯତ୍ନଶୀଳ ହେଲେ ଶିଶୁର ସ୍ଵାଧୀନଭାବରେ ଚିନ୍ତା ଓ କାର୍ଯ୍ୟ କରିବାର କ୍ଷମତା ନଷ୍ଟ ହୋଇଥାଏ ଏବଂ ଶିଶୁ ଦୁର୍ବଳ ଓ ଭୀରୁ ପାଲଟିଯାଏ । ଅପରପକ୍ଷେ ଅଯତ୍ନଶୀଳ ମନୋଭାବ ଯୋଗୁଁ ଶିଶୁ ମନରେ ବିରୋଧଭାବାପନ୍ନ ମନୋଭାବ; ଯଥା – ଅସାମାଜିକତା, ସନ୍ଦେହପ୍ରବଣତା, ଦୁର୍ବଳତା, ଔଦାସୀନ ଇତ୍ୟାଦି ଦେଖାଯାଏ । ପରିବାର ବ୍ୟତୀତ ବିଦ୍ୟାଳୟ, ଶିକ୍ଷକ ଏବଂ ଶିକ୍ଷଣ ପରିବେଶ ମଧ୍ୟ ଶିଶୁକୁ ପ୍ରଭାବିତ କରିଥାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

ଶିକ୍ଷକଙ୍କର ସ୍ନେହପୂର୍ଣ ବ୍ୟକ୍ତିତ୍ୱ, ମଧୁର ବ୍ୟବହାର ଶିକ୍ଷା ଗ୍ରହଣ ପାଇଁ ଶିଶୁ ମନରେ ଆଗ୍ରହ ସୃଷ୍ଟି କରେ । ଏହାଦ୍ଵାରା ଶିକ୍ଷଣ ପ୍ରକ୍ରିୟା ସଫଳ ଗତିରେ ଅଗ୍ରଗତି କରିପାରେ ।

(4) ଶିକ୍ଷଣ ପଦ୍ଧତି – ଉପଯୁକ୍ତ ଶିକ୍ଷାଦାନ ପଦ୍ଧତିଦ୍ୱାରା ଉନ୍ନତ ଶିକ୍ଷଣ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ । ଏକ ସଫଳ ଶିକ୍ଷଣ ପଦ୍ଧତି ହିଁ ଶିକ୍ଷାର ଲକ୍ଷ୍ୟ ପୂରଣରେ ସହାୟକ ହୋଇପାରିବ ।

ତେଣୁ ଶିଶୁର ଆଗ୍ରହ, ରୁଚି, ବୟସ ଅନୁସାରେ ଶିକ୍ଷଣ ପ୍ରକ୍ରିୟା କାର୍ଯ୍ୟକାରୀ ହେବା ଉଚିତ ।
ଶିକ୍ଷଣର ନିୟମ : ଶିକ୍ଷଣ ଏକ ଜଟିଳ ପ୍ରକ୍ରିୟା । ଶିକ୍ଷଣ କ୍ଷେତ୍ରରେ ବିଭିନ୍ନ ନିୟମ ଯଦି ପ୍ରୟୋଗ କରାଯାଏ, ତେବେ ତାହା ସରଳ ହୁଏ । ଶିକ୍ଷଣର ନିୟମଗୁଡ଼ିକ ଇ.ଏଲ. ଥଣ୍ଡିଡାଇକ୍‌ଙ୍କଦ୍ୱାରା ପ୍ରବର୍ତ୍ତିତ ହୋଇଛି ।
ସେଗୁଡ଼ିକ ହେଲା –
୧. ପ୍ରସ୍ତୁତି ନିୟମ (Law of Readiness),
୨. ଅଭ୍ୟାସ ନିୟମ (Law of Exercise),
୩. ଫଳାଫଳ ନିୟମ (Law of effect) ।

୧. ପ୍ରସ୍ତୁତି ନିୟମ : ପ୍ରସ୍ତୁତି ନିୟମ ଅନୁଯାୟୀ ଶିକ୍ଷାର୍ଥୀ ଯେତେବେଳେ ଶିକ୍ଷାଲାଭ କରିବାକୁ ପ୍ରସ୍ତୁତ, ସେହି ସମୟରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀ ମନରେ ସନ୍ତୋଷ ଜାତ ହୁଏ । ଯେତେବେଳେ ଶିକ୍ଷାର୍ଥୀ ଶିକ୍ଷାଲାଭ କରିବାକୁ ପ୍ରସ୍ତୁତ ନୁହେଁ, ସେହି ସମୟରେ ତାକୁ ଶିକ୍ଷାଦାନ କଲେ ତା’ ମନରେ ବିରକ୍ତି ଭାବ ଜାତି ହୁଏ । ଏହି ନିୟମ ଅନୁସରଣ କରି ଶିକ୍ଷକ ଶିକ୍ଷଣ ପ୍ରକ୍ରିୟାରେ ଦଣ୍ଡ-ପ୍ରଶଂସାର ବ୍ୟବହାର କରିବା ଉଚିତ ।

୨. ଅଭ୍ୟାସ ନିୟମ : ଅଭ୍ୟାସ ନିୟମ ଅନୁସାରେ କୌଣସି ବ୍ୟକ୍ତି ବାରମ୍ବାର ଚେଷ୍ଟା କଲେ, ସେ କାର୍ଯ୍ୟକୁ ନିଜର ଆୟତ୍ତ କରିପାରେ । ଯେଉଁ କାର୍ଯ୍ୟର ପୁନରାବୃତ୍ତି ହୁଏ ନାହିଁ, ତାହା ବିସ୍ମରଣ ହୁଏ ଓ ସେ କାର୍ଯ୍ୟ ଶିକ୍ଷା କରିବା ସହଜ ନୁହେଁ ।

ଏହି ଅଭ୍ୟାସ ନିୟମର କେତେଗୁଡ଼ିଏ ଉପନିୟମ ରହିଛି; ସେଗୁଡ଼ିକ ହେଲା –
(a) ପୌନଃପୁନଃ ନିୟମ : ଉକ୍ତ ନିୟମ ଅନୁଯାୟୀ କୌଣସି ବ୍ୟକ୍ତି ବାରମ୍ବାର ଚେଷ୍ଟାକଲେ, ସେ କାର୍ଯ୍ୟକୁ ନିଜ ଆୟତ୍ତକୁ ଆଣିପାରେ କିମ୍ବା ଅଭ୍ରାନ୍ତ ଭାବରେ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।
(b) ସାମ୍ପ୍ରତ୍ୟ ନିୟମ : ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ଅଭ୍ୟାସର ବ୍ୟବଧାନ ଅଧ୍ଵ ରହିଲେ ତାହା ଶିକ୍ଷଣକୁ ପ୍ରଭାବିତ କରେ । ପରୀକ୍ଷା ଦେବା ପୂର୍ବରୁ ଛାତ୍ରମାନେ ବହି ଦେଖୁବାରେ ବ୍ୟସ୍ତ ଥାଆନ୍ତି । ଖେଳିବା ପୂର୍ବରୁ ଖେଳ ଅଭ୍ୟାସ କରାଯାଇଥାଏ । ଅନେକ ଦିନ ପୂର୍ବରୁ କରିଥିବା ଶିକ୍ଷଣ ପ୍ରକ୍ରିୟାର ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ଦୃଢ଼ୀଭୂତ ହୁଏ ।
(C) ତୀବ୍ରତା ନିୟମ : ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ତୀବ୍ରତା ରହିବା ଉଚିତ । ତୀବ୍ର ଉଦ୍ଦୀପକ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରେ ।

୩. ଫଳାଫଳ ନିୟମ : ପ୍ରତ୍ୟେକ ଶିକ୍ଷଣର ଫଳାଫଳ ଉପରେ ତାହା ଗୁରୁତ୍ଵ ଉପଲବ୍ଧ କରାଯାଇଥାଏ । ଅନେକ ପ୍ରୟାସ ପରେ ପ୍ରାଣୀ ଯଦି ଆନନ୍ଦ, ସନ୍ତୋଷ ବା ପ୍ରଶଂସା ପାଇପାରେ ନାହିଁ, ତେବେ ସେ ପ୍ରକାର ଶିକ୍ଷଣ ପାଇଁ ଆଗ୍ରହ ପ୍ରକାଶ କରି ନଥାଏ । ଫଳାଫଳ ନିୟମ ଅନୁଯାୟୀ ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ଯଦି ତୃପ୍ତିଦାୟକ ହୋଇଥାଏ, ତେବେ ଶିକ୍ଷଣ ଫଳପ୍ରଦ ହୁଏ । ପ୍ରତିକ୍ରିୟା ବିରକ୍ତିକର, ଅସନ୍ତୋଷପୂର୍ଣ୍ଣ ଏବଂ ତୃପ୍ତିଦାୟକ ନ ହେଲେ ପ୍ରାଣୀ ଶିକ୍ଷା ପ୍ରତି ଅନାସକ୍ତ ହୁଏ ।

ଶିକ୍ଷଣର ନୀତି (Laws of learning) – ଥଣ୍ଡିଡାଇକ୍ ପ୍ରଯତ୍ନ-ପ୍ରମାଦ ଶିକ୍ଷଣ ପଦ୍ଧତିର ବହୁବିଧ ପରୀକ୍ଷା କରି ଶିକ୍ଷଣର ତିନୋଟି ପ୍ରଧାନ ନିୟମ ଓ ପାଞ୍ଚଗୋଟି ଗୌଣ ନିୟମ ପ୍ରବର୍ତ୍ତନ କରିଯାଇଅଛନ୍ତି । ସେଗୁଡ଼ିକ ହେଲା –
(1) ଅଭ୍ୟାସ ନିୟମ (Law of Exercise)- ଅଭ୍ୟାସ ନିୟମ ଅନୁସାରେ ଯେଉଁ କାର୍ଯ୍ୟର ବାରମ୍ବାର ପୁନରାବୃତ୍ତି ହୁଏ, ତାହା ସହଜରେ ଆୟତ୍ତ କରିହୁଏ । ଯେଉଁ କାର୍ଯ୍ୟର ପୁନରାବୃତ୍ତି ହୁଏ ନାହିଁ ସେ କାର୍ଯ୍ୟ ଶିକ୍ଷା କରିବା ସହଜ ନୁହେଁ ।
ଏହି ଅଭ୍ୟାସ ନିୟମର କେତେଗୁଡ଼ିଏ ଉପନିୟମ ରହିଛି । ସେଗୁଡ଼ିକ ହେଲା –
(a) ପୌନଃପୁନଃ ନିୟମ (Law of Frequency) – ଏହି ନିୟମ ଅନୁସାରେ କୌଣସି ବ୍ୟକ୍ତି ବାରମ୍ବାର ଚେଷ୍ଟା କଲେ ସେ କାର୍ଯ୍ୟକୁ ନିଜ ଆୟତ୍ତକୁ ଆଣିପାରେ କିମ୍ବା ଅଭ୍ରାନ୍ତ ଭାବରେ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।
(b) ସାମ୍ପ୍ରତ୍ୟ ନିୟମ (Law of Recency) – ଏହି ନିୟମ ଅନୁସାରେ ସମୟର ବ୍ୟବଧାନ ଶିକ୍ଷଣକୁ ପ୍ରଭାବିତ କରେ । ଅନେକ ଦିନ ପୂର୍ବରୁ କରିଥିବା ଶିକ୍ଷଣ ପ୍ରକ୍ରିୟାର ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ଦୃଢ଼ୀଭୂତ ହୁଏ ।
(c) ତୀବ୍ରତା ନିୟମ (Law of Intensity) – ଏହି ନିୟମ ଅନୁସାରେ ଉଦ୍ଦୀପକ ତସମ୍ବନ୍ଧୀୟ ପ୍ରତିକ୍ରିୟା ମଧ୍ୟରେ ଯେଉଁ ସମ୍ପର୍କ ସ୍ଥାପିତ ହୁଏ ତାହା ଅନେକ ପରିମାଣରେ ତୀବ୍ରତା ଉପରେ ନିର୍ଭର କରେ ।

(2) ପ୍ରସ୍ତୁତି ନିୟମ (Law of Readiness) – ପ୍ରସ୍ତୁତି ନିୟମ ଅନୁଯାୟୀ ଶିକ୍ଷାର୍ଥୀ ଯେତେବେଳେ ଶିକ୍ଷାଲାଭ କରିବାକୁ ପ୍ରସ୍ତୁତ, ସେହି ସମୟରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀ ମନରେ ସନ୍ତୋଷ ଜାତ ହୁଏ । ଯେତେବେଳେ ଶିକ୍ଷାର୍ଥୀ ଶିକ୍ଷାଲାଭ କରିବାକୁ ପ୍ରସ୍ତୁତ ନୁହେଁ, ସେହି ସମୟରେ ତାକୁ ଶିକ୍ଷାଦାନ କଲେ ତା’ ମନରେ ବିରକ୍ତିଭାବ ଜାତ ହୁଏ । ଏହି ନିୟମ ଅନୁସରଣ କରି ଶିକ୍ଷକ ଶିକ୍ଷଣ ପ୍ରକ୍ରିୟାରେ ଦଣ୍ଡ-ପ୍ରଶଂସାର ବ୍ୟବହାର କରିବା ଉଚିତ ।

(3) ଫଳାଫଳ ନିୟମ (Law of Effect) – ପ୍ରତ୍ୟେକ ଶିକ୍ଷଣର ଫଳାଫଳ ଉପରେ ତାହାର ଗୁରୁତ୍ବ ଉପଲବ୍‌ଧ୍ କରାଯାଇଥାଏ । ଅନେକ ପ୍ରୟାସ ପରେ ପ୍ରାଣୀ ଯଦି ଆନନ୍ଦ, ସନ୍ତୋଷ ବା ପ୍ରଶଂସା ପାଇପାରେ ନାହିଁ, ତେବେ ସେପ୍ରକାର ଶିକ୍ଷଣ ପାଇଁ ଆଗ୍ରହ ପ୍ରକାଶ କରିନଥାଏ । ଫଳାଫଳ ନିୟମ ଅନୁଯାୟୀ ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ଯଦି ତୃପ୍ତିଦାୟକ ହୋଇଥାଏ, ତେବେ ଶିକ୍ଷଣ ଫଳପ୍ରଦ ହୁଏ । ପ୍ରତିକ୍ରିୟା ବିରକ୍ତିକର, ଅସନ୍ତୋଷପୂର୍ଣ୍ଣ ଏବଂ ତୃପ୍ତିଦାୟକ ନହେଲେ ପ୍ରାଣୀ ଶିକ୍ଷା ପ୍ରତି ଅନାସକ୍ତ ହୁଏ ।

ଗୌଣ ନୀତି :
(1) ବହୁ ପ୍ରକ୍ରିୟା ନୀତି – ଉଦ୍ଦୀପକ ଗୋଟିଏ ଓ ସମାନ ହେଲେ ମଧ୍ୟ ଜଣେ ବ୍ୟକ୍ତିର ସେଥ୍ୟପ୍ରତି ପ୍ରତିକ୍ରିୟା ବିଭିନ୍ନ ହୋଇପାରେ ।
(2) ମାନସିକ ପ୍ରସ୍ତୁତି ନୀତି – ଏକ ନିର୍ଦ୍ଦିଷ୍ଟ ଉଦ୍ଦୀପକ ପ୍ରତି ପ୍ରତିକ୍ରିୟା ମନର ଅବସ୍ଥା ଉପରେ ନିର୍ଭର କରେ । ଶିକ୍ଷାର୍ଥୀମାନେ କ୍ଳାନ୍ତ ଅବସନ୍ନ ଥିବା ସମୟରେ ବା କୌଣସି ଦୁଃସମ୍ବାଦ ବା ଶାରୀରିକ ପୀଡ଼ାଗ୍ରସ୍ତ ଥ‌ିବା ସମୟରେ ସେମାନଙ୍କ ପକ୍ଷରେ ଶିକ୍ଷାଦାନ ତୃପ୍ତିକର ବା ଗ୍ରହଣୀୟ ହୋଇନଥାଏ ।
(3) ଆଂଶିକ କ୍ରିୟା ନୀତି – ଏହି ନୀତି ଅନୁଯାୟୀ କୌଣସି ଉଦ୍ଦୀପକର ପ୍ରତ୍ୟକ୍ଷଜନିତ ଯେଉଁ ପ୍ରତିକ୍ରିୟା ଜାତ ହୁଏ, ତାହା ସମଗ୍ର ଉଦ୍ଦୀପକ ପ୍ରତି ପ୍ରଯୁଜ୍ୟ ନ ହୋଇ ତାହାର ଏକ ବିଶେଷ ଅଂଶ ବା ସତ୍ତା ପ୍ରତି ପ୍ରଯୁଜ୍ୟ ହୋଇଥାଏ । ଉଦାହରଣସ୍ୱରୂପ, ମା’ ଯେକୌଣସି ଅବସ୍ଥାରେ ଥିଲେ ମଧ୍ୟ ବା ଯେକୌଣସି ପୋଷାକ ପିନ୍ଧିଥିଲେ ମଧ୍ୟ ଶିଶୁ ମା’କୁ ଦେଖ୍ ଆନନ୍ଦିତ ହୁଏ ।
(4) ସାଦୃଶ୍ୟ ନୀତି – ଶିଶୁ ଯଦି କୌଣସି ନୂତନ ପରିସ୍ଥିତିର ସମ୍ମୁଖୀନ ହୁଏ, ତା’ ହେଲେ ଏ ଅବସ୍ଥାରେ ଶିଶୁ ପୂର୍ବେ ଉପଲବ୍ଧି କରିଥିବା ସେହି ଜାତୀୟ ଅନ୍ୟ ପରିସ୍ଥିତିକୁ ସ୍ମରଣ କରେ ଏବଂ ତାହାର ପ୍ରତିକ୍ରିୟା ପୂର୍ବ ପରିସ୍ଥିତିର ପ୍ରତିକ୍ରିୟା ସ୍ଵରୂପ ହୋଇଥାଏ ।
(5) ପାରସ୍ପରିକ ସମୃଦ୍ଧିକରଣ ନୀତି – ଏହି ନୀତିଟି ଯଥାର୍ଥରେ ଅନୁବନ୍ଧିତ କ୍ରିୟା ନୀତିର ସ୍ଵରୂପ । ଏହି ନୀତି ଅନୁସାରେ ପ୍ରକ୍ରିୟା ସହିତ ଯେକୌଣସି ଉଦ୍ଦୀପକକୁ ସହିତ ସଂଯୁକ୍ତ କରାଯାଇପାରେ ।

BSE Odisha 6th Class Science Important Questions Chapter 18 ଆବର୍ଜନା

Odisha State Board BSE Odisha 6th Class Science Important Questions Chapter 18 ଆବର୍ଜନା Important Questions and Answers.

BSE Odisha Class 6 Science Important Questions Chapter 18 ଆବର୍ଜନା

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ପୁନଃ ଚକ୍ରଣଯୋଗ୍ୟ ଆବର୍ଜନାର ଚାରୋଟି ଉଦାହରଣ ଦିଅ ।
ଉ –
ପୁନଃଚକ୍ରଣଯୋଗ୍ୟ ଆବର୍ଜନାର 4ଟି ଉଦାହରଣ ହେଲା – କାଗଜ, କାଚ, ଧାତବ ପଦାର୍ଥ ଓ ପ୍ଲାଷ୍ଟିକ୍ ।

Question 2.
ପୁନଃଚକ୍ରଣ ଅଯୋଗ୍ୟ ଆବର୍ଜନା କ’ଣ ଉଦାହରଣ ସହ ଲେଖ ।
ଉ –
ଯେଉଁ ଆବର୍ଜନାକୁ ପୁନର୍ବାର ବ୍ୟବହାର ଉପଯୋଗୀ କରାଯାଇପାରିବ ନାହିଁ, ସେଗୁଡ଼ିକୁ ପୁନଃଚକ୍ରଣ ଅଯୋଗ୍ୟ ଆବର୍ଜନା କୁହାଯାଏ ।

BSE Odisha 6th Class Science Important Questions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

Question 3.
ଆବର୍ଜନା କ’ଣ ? ଆବର୍ଜନାର ଶ୍ରେଣୀବିଭାଗ କର ।
ଉ –

  • ଯେଉଁ ବସ୍ତୁଗୁଡ଼ିକ ସାଧାରଣତଃ ଆମ ବ୍ୟବହାରରେ ଲାଗେ ନାହିଁ, ତାହାକୁ ଆବର୍ଜନା କୁହାଯାଏ ।
  • ଆବର୍ଜନାର ନିର୍ଦ୍ଦିଷ୍ଟ କେତୋଟି ଗୁଣକୁ ଆଧାର କରି ସେଗୁଡ଼ିକ ଶ୍ରେଣୀ ବିଭାଗ କରାଯାଇଥାଏ; ଯଥା – କଠିନ ଓ ନରମ ଆବର୍ଜନା, ଅଜୈବିକ ଓ ଜୈବିକ ଆବର୍ଜନା, ଅବକ୍ଷୟ ହୋଇପାରୁଥ‌ିବା ଓ ଅବକ୍ଷୟ ହୋଇପାରୁ ନଥ‌ିବା ଆବର୍ଜନା ଏବଂ ପୁନଃଚକ୍ରଣକ୍ଷମ ଓ ପୁନଃଚକ୍ରଣ ଅକ୍ଷମ ଆବର୍ଜନା ।

ଦୀର୍ଘ ପ୍ରଶ୍ନୋତ୍ତର

Question 1.
ଛିଣ୍ଡା ପଲିଥନ୍ ବ୍ୟାଟ୍‌କୁ କାହିଁକି ମାଟିରେ ପୋତାଯାଏ ନାହିଁ ?
ଉ –
(i) ବିଭିନ୍ନ ଅଳିଆ ଆବର୍ଜନା ମାଟିରେ ପୋତିଦେଲେ ତାହା ପଚିଶଢ଼ି ମାଟିରେ ମିଶି ମାଟିର ଉର୍ବରତା ବଢ଼ାଏ ।
(ii) ପଲିଥନ୍ ଏପରି ଏକ ରାସାୟନିକ ପଦାର୍ଥର ସମ୍ମିଶ୍ରଣରୁ ତିଆରି, ଯାହା ମାଟିରେ କୌଣସି ପ୍ରକାରେ ମିଶିପାରେ ନାହିଁ; ବରଂ ମାଟିରେ ରହି ମାଟିକୁ ଦୂଷିତ କରେ ।
(iii) ତେଣୁ ଛିଣ୍ଡା ପଲିଥନ୍ ବ୍ୟାଗରୁ ପୁନଃ ବ୍ୟବହାର ଉପଯୋଗୀ ପଲିଥୁନିର୍ମିତ ଜିନିଷ ତିଆରି କରାଯାଇପାରିବ ।
(iv) ପଲିଥୁନ୍ ମାଟିରେ ମିଶିପାରୁ ନଥିବାରୁ ଓ ମାଟିକୁ ଦୂଷିତ କରୁଥିବାରୁ ଛିଣ୍ଡା ପଲିଥନ୍ ବ୍ୟାଗ୍ ଇତ୍ୟାଦିକୁ ମାଟିରେ ପୋତାଯାଏ ନାହିଁ ।

Question 2.
ପ୍ଲାଷ୍ଟିକ୍ ବ୍ୟବହାରରେ କେଉଁ କେଉଁ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ?
ଉ –
(i) ପ୍ଲାଷ୍ଟିକ୍ ବ୍ୟବହାର କମ୍ କରିବା ଉଚିତ ।
(ii) ପ୍ଲାଷ୍ଟିକ୍ ମୁଣିରେ କୌଣସି ଖାଦ୍ୟ ବା ପରିବା ଚୋପା ରଖ୍ ଫିଙ୍ଗିବା ଅନୁଚିତ । କାରଣ ବେଳେବେଳେ ସେହି ପ୍ଲାଷ୍ଟିକ୍ ମୁଣିକୁ ଗୋରୁଗାଈମାନେ ଖାଇଦିଅନ୍ତି । ଫଳରେ ସେମାନଙ୍କ ପେଟରେ ସମସ୍ୟା ସୃଷ୍ଟି ହୁଏ ।
(iii) ପ୍ଲାଷ୍ଟିକ୍ ପ୍ୟାକେଟ୍‌ରେ ବେଶି ଦିନ ରହିଥ‌ିବା ଖାଦ୍ୟ ଖାଇବା ଅନୁଚିତ । କାରଣ ବେଳେବେଳେ ଉତ୍ତାପ ଯୋଗୁଁ ପ୍ୟାକେଟ୍‌ରେ ବିଷାକ୍ତ ଗ୍ୟାସ୍ ସୃଷ୍ଟି ହୋଇଥାଏ । ସେହି ଖାଦ୍ୟକୁ ଖାଇଲେ ପେଟ ଖରାପ ହୁଏ ।

BSE Odisha 6th Class Science Important Questions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଓଳାଇ ଫୋପାଡ଼ିଦେଉଥ‌ିବା ପଦାର୍ଥଗୁଡ଼ିକୁ …………………… କୁହାଯାଏ ।
(ଖ)
(ଗ) ଚିରାକାଗଜ …………………… ଦିନରେ କ୍ଷୟ ହୁଏ ।
(ଘ) ପ୍ଲାଷ୍ଟିକ୍ ଢାଳିଲେ …………………… ପ୍ରଦୂଷିତ ହୁଏ ।
(ଙ) ଯେଉଁ ବସ୍ତୁଗୁଡ଼ିକ ସାଧାରଣତଃ ଆମ ବ୍ୟବହାରରେ ଲାଗେ ନାହିଁ …………………… କୁହାଯାଏ ।
ଉ –
(କ) ଅଳିଆ
(ଖ) ଖଡ
(ଗ) ୧୦ରୁ ୩୦
(ଘ) ବାୟୁ
(ଙ) ଆବର୍ଜନା ।

Question 2.
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।

(କ) କେଉଁଟିର ଶୀଘ୍ର ଅବକ୍ଷୟ ଘଟେ ?
(i) କାଠ
(ii) କପଡ଼ା
(iii) ପଚାଫଳ
(iv) ପଶମ
ଉ –
(iii) ପଚାଫଳ

(ଖ) କେଉଁଟି ପୁନଃଚକ୍ରଣ ଅଯୋଗ୍ୟ ଆବର୍ଜନା ?
(i) ସଂକ୍ରମିତ ଛୁଞ୍ଚ୍
(ii) ପୁରୁଣା ଟିଣ
(iii) କାଠ
(iv) ପ୍ଲାଷ୍ଟିକ୍ ଖେଳନା
ଉ –
(i) ସଂକ୍ରମିତ ଛୁଞ୍ଚ୍

BSE Odisha 6th Class Science Important Questions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

(ଗ) କେଉଁଟି ଅବକ୍ଷୟ ହୁଏ ନାହିଁ ?
(i) ଟିଣ
(ii) କାଚ
(iii) କାଠ
(iv) ପ୍ଲାଷ୍ଟିକ୍
ଉ –
(ii) କାଚ

(ଘ) କେଉଁଟି ଜୈବିକ ଆବର୍ଜନା ?
(i) କାଗଜ
(ii) କାଚ
(iii) ପଲିଥନ୍
(iv) ପ୍ଲାଷ୍ଟିକ୍
ଉ –
(i) କାଗଜ

(ଙ) ପଲିଥନ୍ ଖାଇଥିବା ଗାଈର କେଉଁ ଅଙ୍ଗରେ ସମସ୍ୟା ଦେଖାଦିଏ ?
(i) ବୃକ୍‌କ
(ii) ଫୁସ୍‌ଫୁସ୍
(ii) ହୃତ୍‌ପିଣ୍ଡ
(iv) ପାକସ୍ଥଳୀ
ଉ –
(iv) ପାକସ୍ଥଳୀ

Question 3.
ପ୍ରଥମ ଶବ୍ଦଦ୍ୱୟର ସମ୍ପର୍କ ଦେଖ୍ ତୃତୀୟ ଶବ୍ଦସହ ସମ୍ପର୍କିତ ଶବ୍ଦଟି ଲେଖ ।
(କ) ତୁଳା : ଅବକ୍ଷୟ ହୁଏ :: କାଚ : ………………….
(ଖ) ପଲିଥରୁ ତିଆରି ଆବର୍ଜନା : ପୁନଃଚକ୍ରଣ ଯୋଗ୍ୟ :: ହସ୍‌ପିଟାଲର ସଂକ୍ରମିତ ହୋଇଥିବା ଆବର୍ଜନା : ………………….
(ଗ) ପନିପରିବା ଚୋପା : ଜୈବିନିଞ୍ଜୀକରଣ :: ଭଙ୍ଗାକାଚ : ………………….
(ଘ) ପରିବା ଚୋପା : ଆଚାର :: କୁକୁଡ଼ା ମଳ : ………………….
ଉ –
(କ) ଅବକ୍ଷୟ ହୁଏ ନାହିଁ
(ଖ) ପୁନଃଚକ୍ରଣ ଅଯୋଗ୍ୟ
(ଗ) ଜୈବନିମ୍ନୀକରଣ ଅଯୋଗ୍ୟ
(ଘ) ଖତ ।

BSE Odisha 6th Class Science Important Questions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) କାଠ ଅବକ୍ଷୟ ହୁଏ ନାହିଁ ।
(ଖ) ପଲିଥନ୍ ଜୈବିକ ଆବର୍ଜନା ।
(ଗ) ପୁନଃଚକଣ ଅଯୋଗ୍ୟ ଆବର୍ଜନା ହେଉଛି ଭଙ୍ଗା କାଚ ।
(ଘ) ପ୍ଲାଷ୍ଟିକ୍ ବ୍ୟବହାରରେ ଅପକାରିତାଠାରୁ ଉପକାରିତା ଅଧ୍ଵ ।
(ଙ) କାଚ ପୁନଃଚକଣ ଅଯୋଗ୍ୟ ଆବର୍ଜନା ।
ଉ –
(କ) କାଚ ଅବକ୍ଷୟ ହୁଏ ନାହିଁ ।
(ଖ) କାଗଜ ଜୈବିକ ଆବର୍ଜନା ।
(ଗ) ପୁନଃଚକ୍ରଣ ଅଯୋଗ୍ୟ ଆବର୍ଜନା ହେଉଛି ସଂକ୍ରମିତ ଛୁଞ୍ଚ୍ ।
(ଘ) ପ୍ଲାଷ୍ଟିକ୍ ବ୍ୟବହାରରେ ଉପକାରିତାଠାରୁ ଅପକାରିତା ଅଧ୍ଵ ।
(ଙ) କାଚ ପୁନଃଚକ୍ରଣ ଯୋଗ୍ୟ ଆବର୍ଜନା ।

Question 5.
ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ (✗) ଚିହ୍ନ ଦିଅ ।
(କ) ପ୍ଲାଷ୍ଟିକ୍ ଜଳିଲେ ବାୟୁ ପ୍ରଦୂଷିତ ହୁଏ ନାହିଁ । (✗)
(ଖ) କାଚ ଅବକ୍ଷୟ ହୁଏ ନାହିଁ । (✓)
(ଗ) ପଲିଥୁରୁ ତିଆରି ଜିନିଷ ପୁନଃ ଚକ୍ରଣ ଯୋଗ୍ୟ ଆବର୍ଜନା ଅଟେ । (✓)
(ଘ) ପ୍ରାଣୀଘାତ ପଦାର୍ଥ ଜୈବ ନିମ୍ନୀକରଣ ଅଯୋଗ୍ୟ ଆବର୍ଜନା ଅଟେ । (✗)
(ଙ) ପଲିଥନ୍ ଜୈବିକ ଆବର୍ଜନା । (✗)

BSE Odisha 6th Class Science Important Questions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

Question 6.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
BSE Odisha 6th Class Science Important Questions Chapter 18 ଆବର୍ଜନା - 1
ଉ –
BSE Odisha 6th Class Science Important Questions Chapter 18 ଆବର୍ଜନା - 2

BSE Odisha 6th Class Science Solutions Chapter 18 ଆବର୍ଜନା

Odisha State Board BSE Odisha 6th Class Science Solutions Chapter 18 ଆବର୍ଜନାTextbook Exercise Questions and Answers.

BSE Odisha Class 6 Science Solutions Chapter 18 ଆବର୍ଜନା

Question 1.
କାରଣ ଲେଖ ।
(କ) ପନିପରିବା ଚୋପାକୁ ଏଣେତେଣେ ନ ପକାଇ ମାଟିରେ ଗାଡ଼ କରି ପୋତିଦେବ ।
(ଖ) ପ୍ଲାଷ୍ଟିକ୍‌କୁ ପୋଡ଼ିବ ନାହିଁ ବା ପଦାରେ ଫୋପାଡ଼ିଦେବ ନାହିଁ ।
ଉ –
(କ)

  • ପନିପରିବା ଚୋପାକୁ ଏଣେତେଣେ ପକାଇଲେ ପରିବେଶ ଦୂଷିତ ହୁଏ ।
  • ପନିପରିବା ଚୋପାକୁ ଏଣେତେଣେ ନ ପକାଇ ମାଟିରେ ଗାଡ଼ କରି ପୋତିଦେଲେ ତାହା କିଛିଦିନ ପରେ ଖତରେ ପରିଣତ ହୋଇଥାଏ ।

(ଖ)

  • ପ୍ଲାଷ୍ଟିକ୍‌କୁ ପୋଡ଼ିଦେଲେ ଏହା ବାୟମଣ୍ଡଳକୁ ପ୍ରଦୂଷିତ କରିଥାଏ ।
  • ବେଳେବେଳେ ଫୋପାଡ଼ି ଦିଆଯାଇଥିବା ପ୍ଲାଷ୍ଟିକ୍ ମୁଣା ଇତ୍ୟାଦିକୁ ଗାଈଗୋରୁମାନେ ଖାଇଦିଅନ୍ତି । ଏହାଦ୍ୱାରା ସେମାନଙ୍କ ପେଟର ସମସ୍ୟା ସୃଷ୍ଟି ହୁଏ । ପ୍ଲାଷ୍ଟିକ୍‌କୁ ପଦାରେ ଫୋପାଡ଼ିଦେଲେ ଏହା ମଧ୍ୟ ମାଟିରେ ମିଶିପାରେ ନାହିଁ । ତେଣୁ ପ୍ଲାଷ୍ଟିକ୍‌କୁ ପୋଡ଼ିବ ନାହିଁ ବା ପଦାରେ ଫୋପାଡ଼ିଦେବ ନାହିଁ ।

BSE Odisha 6th Class Science Solutions Chapter 18 ଆବର୍ଜନା

Question 2.
ପ୍ରଥମ ଶବ୍ଦଦ୍ଵୟର ସମ୍ପର୍କ ଦେଖ୍ ତୃତୀୟ ଶବ୍ଦସହ ସମ୍ପର୍କିତ ଶବ୍ଦଟି ଲେଖ ।
BSE Odisha 6th Class Science Solutions Chapter 18 ଆବର୍ଜନା - 1
ଉ –
(କ) ଅଜୈବିକ
(ଖ) ୧୦ରୁ ୧୫ ବର୍ଷ
(ଗ) ଜରି
(ଘ) ପରିବା ଚୋପା

Question 3.
ଆବର୍ଜନା କ’ଣ ? ତୁମ ଗାଁ/ସହରର ଆବର୍ଜନାକୁ କିପରି ଉପଯୋଗ କରି ପାରିବ ସଂକ୍ଷେପରେ ଲେଖ ।
ଉ –
ଆବର୍ଜନା – ଯେଉଁ ବସ୍ତୁଗୁଡ଼ିକ ସାଧାରଣତଃ ଆମ ବ୍ୟବହାରରେ ଲାଗେ ନାହିଁ, ତାହାକୁ ଆବର୍ଜନା କୁହାଯାଏ ।

  1. ପ୍ରଥମେ ଆବର୍ଜନାଗୁଡ଼ିକୁ ସଂଗ୍ରହ କରି ସେଗୁଡ଼ିକୁ କଠିନ ଓ ନରମ, ଅଜୈବିକ୍ ଓ ଜୈବିକ, ଅବକ୍ଷୟ ହୋଇପାରୁଥିବା ଓ ଅବକ୍ଷୟ ହୋଇପାରୁ ନଥ‌ିବା ଓ ପୁନଃ ଚକ୍ରଣକ୍ଷମ ଓ ପୁନଃଚକ୍ରଣ ଅକ୍ଷମ ଆବର୍ଜନା ଭାବରେ ଅଲଗା ଅଲଗା କରି ରଖୁବାକୁ ହେବ ।
  2. କାଗଜ, କାଚ, ଧାତବ ପଦାର୍ଥ, ପ୍ଲାଷ୍ଟିକ୍‌ନିର୍ମିତ ବସ୍ତୁ ଆଦି ପୁନଃଚକ୍ରଣକ୍ଷମ ଆବର୍ଜନାକୁ ପୁନର୍ବାର କାରଖାନାକୁ ପଠାଇଦେଲେ ତାହା ପୁଣି ବ୍ୟବହାର ଉପଯୋଗ୍ୟ ହୋଇପାରିବ ।
  3. ଘରୁ ବାହାରୁଥ‌ିବା ଜୈବନିସ୍ଵୀକରଣ ଯୋଗ୍ୟ ଆବର୍ଜନାଗୁଡ଼ିକୁ ଏଣେତେଣେ ନ ଫୋପାଡ଼ି ଏକ ଖାତ ଖୋଳି ସେଥ‌ିରେ ପକାଇ ଖତ ପ୍ରସ୍ତୁତକରିବା ଆବଶ୍ୟକ ।
  4. ଖାଲିଟିଣ, କାର୍ଡ଼ବୋର୍ଡ଼, ପେଟି, ପ୍ଲାଷ୍ଟିକ୍ ଡବା, ଭଙ୍ଗାପଟା ହାଣ୍ଡି, ଭଙ୍ଗାକପ୍, ପ୍ଲେଟ୍ ଆଦିକୁ ବ୍ୟବହାର କରାଯାଇ ଫୁଲକୁଣ୍ଡ, ଫୁଲଦାନୀ, ଆବର୍ଜନା କୁଣ୍ଡ (ଡଷ୍ଟବିନ୍) ଆଦି ପ୍ରସ୍ତୁତ କରାଯାଇପାରିବ ।
  5. ପାଇଖାନା, ଗୋଶାଳା ଓ ଗୁହାଳର ଆବର୍ଜନାରୁ ଜୈବବାଷ୍ପ ଓ ସାର ତିଆରି କରାଯାଇପାରିବ ।

BSE Odisha 6th Class Science Solutions Chapter 18 ଆବର୍ଜନା

Question 4.
(କ) ଜୈବିକ ଆବର୍ଜନା
(ଖ) ଆବର୍ଜନାରୁ ପ୍ରସ୍ତୁତ ଉପଯୋଗୀ ବସ୍ତୁ
ଉ –
(କ) ଜୈବିକ ଆବର୍ଜନା – ଯେଉଁ ଆବର୍ଜନାଗୁଡ଼ିକ ମାଟି ଉପରେ ବା ଭିତରେ ବହୁବର୍ଷଧରି ପଡ଼ିରହିଲେ ସେଗୁଡ଼ିକ ଅବକ୍ଷୟ ହୋଇ ମାଟିରେ ମିଶିଯାଆନ୍ତି । ତାହାକୁ ଜୈବିକ ଆବର୍ଜନା କୁହାଯାଏ । ଉଭିଦ, ପ୍ରାଣୀଜାତ ପଦାର୍ଥ ଆଦି ଜୈବିକ ଆବର୍ଜନା ।

(ଖ) ଆବର୍ଜନାରୁ ପ୍ରସ୍ତୁତ ଉପଯୋଗୀ ବସ୍ତୁ-

  • ଆବର୍ଜନାରୁ ବିଭିନ୍ନ ପ୍ରକାର ଉପଯୋଗୀ ବସ୍ତୁ ତିଆରି କରାଯାଇପାରୁଛି ।
  • ଖାଲିଟଣ, କାର୍ଡ଼ବୋର୍ଡ଼, ପେଟି, ପ୍ଲାଷ୍ଟିକ୍ ଡବା, ଭଙ୍ଗାଫଟା ହାଣ୍ଡି, ଭଙ୍ଗାକପ୍, ପ୍ଲେଟ୍ ଆଦିକୁ ବ୍ୟବହାର କରାଯାଇ ଫୁଲକୁଣ୍ଡ, ଫୁଲଦାନୀ, ଆବର୍ଜନା କୁଣ୍ଡ (ଡଷ୍ଟବିନ୍) ଆଦି ପ୍ରସ୍ତୁତ କରାଯାଇପାରୁଛି ।
  • ପ୍ଲାଷ୍ଟିକ୍ ଓ ପଲିଥନ୍ ମୁଣାରୁ ପୁନଶ୍ଚ ପ୍ଲାଷ୍ଟିକ୍ ଓ ପଲିଥୁନ୍ ବସ୍ତୁ ତିଆରି ହୋଇପାରୁଛି ।
  • କେତେକ ଆବର୍ଜନାରୁ ଘର ସଜାଇବା ଜିନିଷ, ପିଲାଙ୍କ ଖେଳନା ଆଦି ତିଆରି ହୋଇପାରୁଛି ।

Question 5.
ଗୋଟିଏ ସାମଞ୍ଜସ୍ୟ ଓ ଗୋଟିଏ ପାର୍ଥକ୍ୟ ଲେଖ ।
ଜୈବିକ ଆବର୍ଜନା ଓ ଅଜୈବିକ ଆବର୍ଜନା
ଉ –
ସାମଞ୍ଜସ୍ୟ – ଉଭୟ ଆବର୍ଜନା ମାନବଦ୍ୱାରା ବା ପ୍ରାକୃତିକ କାରଣରୁ ସୃଷ୍ଟି ହୋଇଥାଏ ।
ପାର୍ଥକ୍ୟ – ଜୈବିକ ଆବର୍ଜନାର ଅବକ୍ଷୟ ଗୁଣ ଥିବାବେଳେ ଅଜୈବିକ ଆବର୍ଜନାର ଅବକ୍ଷୟ ଗୁଣ ନ ଥାଏ ।

ଆବର୍ଜନା Notes :

ଓଳାଇ ଫୋପାଡ଼ି ଦେଉଥ‌ିବା ପଦାର୍ଥଗୁଡ଼ିକୁ ଅଳିଆ ବା ଆକଳ୍ପନା କୁହାଯାଏ । ଏହାକୁ ଅଳିଆ ଗଦାରେ ଫୋପାଡ଼ିଦିଆଯାଏ ।

Question 1.
ଘରୁ, ବିଦ୍ୟାଳୟର ଶ୍ରେଣୀ କକ୍ଷରୁ, ବଗିଚାରୁ, ରାସ୍ତାରୁ ବାହାରୁଥିବା ଅଳିଆକୁ ଲକ୍ଷ୍ୟ କର ଓ ସେଥ‌ିରେ କେଉଁ କେଉଁ ବସ୍ତୁ ରହିଛି ଆଲୋଚନା କରି ଏକ ତାଲିକା କର ।
ଉ –
ଘର – ପରିବା ଚୋପା, ମାଛକାତି, ଛିଣ୍ଡାକାଗଜ, ପ୍ଲାଷ୍ଟିକ୍ ଡବା, ଖୋଳ, ପଲିଥନ୍ ବ୍ୟାଗ୍, କାଠି, ଭଙ୍ଗା କପ୍ ପ୍ଲେଟ୍, ଗ୍ଲାସ୍, କାଚ ବୋତଲ ଇତ୍ୟାଦି ।
ବିଦ୍ୟାଳୟ ଶ୍ରେଣୀ କକ୍ଷ – ଛିଣ୍ଡା କାଗଜ,ଭଙ୍ଗା କଲମ, ପେନ୍‌ସିଲ୍, ଚକ୍‌ଲେଟ୍‌ ଜରି ଇତ୍ୟାଦି ।
ବଗିଚା – ପତ୍ର, ଫୁଲ, ଡାଳ, ଫଳ ଇତ୍ୟାଦି ।
ରାସ୍ତା – ମାଟି, ଗୋଡ଼ି, ଚିପ୍‌ସ, ଧୂଳି ଇତ୍ୟାଦି ।

ଆବର୍ଜନା କାହାକୁ କହନ୍ତି ?

  • ଯେଉଁ ବସ୍ତୁଗୁଡ଼ିକ ସାଧାରଣତଃ ଆମ ବ୍ୟବହାରରେ ଲାଗେ ନାହିଁ ତାହାକୁ ଆବର୍ଜନା କୁହାଯାଏ ।
  • ସାଧାରଣତଃ ଛିଣ୍ଡା କାଗଜ, ପ୍ଲାଷ୍ଟିକ୍, ରବର, ଛିଣ୍ଡାକନା, ଚକ୍‌ଲେଟ୍ ଜରି, ପରିବା ଚୋପା ଇତ୍ୟାଦି ଆବର୍ଜନ ।
  • ଆଜିକାଲି ବିଭିନ୍ନ ପ୍ରଣାଳୀରେ କେତେକ ଆବର୍ଜନାକୁ ଆମର ବ୍ୟବହାର ଉପଯୋଗୀ କରାଯାଉଛି । ଗାଈ, ମଇଁଷିର ମଳକୁ ଖତ ଓ ଜାଳେଣୀ ରୂପେ ଏବଂ କୁକୁଡ଼ା ମଳକୁ ମଧ୍ୟ ଖତରୂପେ ବ୍ୟବହାର କରାଯାଉଛି ।

କେଉଁ ସ୍ଥାନରୁ ଆବର୍ଜନା ମିଳେ :
BSE Odisha 6th Class Science Solutions Chapter 18 ଆବର୍ଜନା - 2

ଆବର୍ଜନାର ଶ୍ରେଣୀବିଭାଗ :

  • ଆବର୍ଜନାର ନିର୍ଦ୍ଦିଷ୍ଟ କେତୋଟି ଗୁଣକୁ ଆଧାର କରି ସେଗୁଡ଼ିକୁ ଶ୍ରେଣୀ ବିଭାଗ କରାଯାଇଥାଏ; ଯଥା – କଠିନ ଓ ନରମ ଆବର୍ଜନା, ଅଜୈବିକ ଓ ଜୈବିକ ଆବର୍ଜନା, ଅବକ୍ଷୟ ହୋଇପାରୁଥିବା ଓ ଅବକ୍ଷୟ ହୋଇପାରୁ ନଥୁବା ଆବର୍ଜନା ଏବଂ ପୁନଃ ଚକ୍ରଣକ୍ଷମ ଓ ପୁନଃ ଚକ୍ରଣଅକ୍ଷମ ଆବର୍ଜନା ।
  • ଆବର୍ଜନାର କାଗଜ, କାଚ, ଧାତବ ପଦାର୍ଥ, ପ୍ଲାଷ୍ଟିକ୍‌ନିର୍ମିତ ବସ୍ତୁଗୁଡ଼ିକୁ ପୁନର୍ବାର କାରଖାନାକୁ ପଠାଇ ଦେଇପାରିଲେ ତାହା ପୁଣି ବ୍ୟବହାର ଉପଯୋଗୀ ହୋଇପାରିବ ।
  • ପ୍ଲାଷ୍ଟିକ୍ ଜିନିଷ, ପଲିଥରୁ ତିଆରି ଜିନିଷଗୁଡ଼ିକ ପୁନଃ ଚକ୍ରଣଯୋଗ୍ୟ ଆବର୍ଜନା ।
  • ହସ୍‌ପିଟାଲର ସଂକ୍ରମିତ ହୋଇଥିବା ଆବର୍ଜନା ପୁନଃଚକ୍ରଣ ଅଯୋଗ୍ୟ ଆବର୍ଜନାର ଅନ୍ତର୍ଗତ ।
  • ପନିପରିବା ଚୋପା, ବଳକା ଖାଦ୍ୟ, ମାଛକାତି, ବିସ୍କୁଟ, ପଚାସଢ଼ା ଫଳ ଆଦି ଜୈବ ନିମ୍ନୀକରଣଯୋଗ୍ୟ ଆବର୍ଜନା ।

ତୁମପାଇଁ କାମ – ୧
ତୁମେ ତୁମ ସାଙ୍ଗସହିତ ବାହାରକୁ ଯାଇ ପୁନଃଚକ୍ରଣ ଯୋଗ୍ୟ ପଦାର୍ଥ ଓ ପୁନଃଚକ୍ରଣ ଅଯୋଗ୍ୟ ପଦାର୍ଥ କିଛି ସଂଗ୍ରହ କର । ପୁନଃଚକ୍ରଣ ଯୋଗ୍ୟ ପଦାର୍ଥକୁ ଗୋଟିଏ କାର୍ଡ଼ବୋର୍ଡ଼ ଖୋଳରେ ଓ ପୁନଃଚକ୍ରଣ ଅଯୋଗ୍ୟ ପଦାର୍ଥକୁ ଅନ୍ୟ ଏକ କାର୍ଡ଼ବୋର୍ଡ଼ ଖୋଳରେ ରଖ । ତାପରେ ସାରଣୀଟି ପୂରଣ କର ।
BSE Odisha 6th Class Science Solutions Chapter 18 ଆବର୍ଜନା - 3

ତୁମପାଇଁ କାମ – ୨
ତୁମେ ସାଙ୍ଗମାନଙ୍କ ସହିତ ଆଲୋଚନା କରି ବିଦ୍ୟାଳୟରେ, ଘରେ ଓ ହାଟରେ ଦେଖୁଥ‌ିବା ଆବର୍ଜନାଗୁଡ଼ିକର ତାଲିକା କର । ସେଥୁମଧ୍ୟରୁ ଜୈବନିଞ୍ଜୀକରଣ ଯୋଗ୍ୟ ଓ ଜୈବନିମ୍ନୀକରଣ ଅଯୋଗ୍ୟ ଆବର୍ଜନାଗୁଡ଼ିକୁ ତଳ ସାରଣୀପରି ଖାତାରେ ସାରଣୀ ପ୍ରସ୍ତୁତ କରି ଲେଖ ।
BSE Odisha 6th Class Science Solutions Chapter 18 ଆବର୍ଜନା - 4
ତୁମେ କେଉଁ କେଉଁ ଆବର୍ଜନାକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିପାରିବ ଆଲୋଚନା କରି ଏକ ତାଲିକା ସାରଣୀରେ କର ।
BSE Odisha 6th Class Science Solutions Chapter 18 ଆବର୍ଜନା - 5

→ ଆବର୍ଜନାର ଅବକ୍ଷୟ :

ତୁମପାଇଁ କାମ – ୩

ତୁମ ଘର ବା ବିଦ୍ୟାଳୟର ନିକଟରେ ପାଚେରୀ | ବାଡ଼କୋଣରେ ଦୁଇଟି ଗାତ କର । ଗାଡ଼ର ଆକାର ୨ ଫୁଟ × ୧ ଫୁଟ × ୧ ଫୁଟ କରି ।
ପ୍ରଥମ ଗାଡ଼ରେ – ପନିପରିବା ଚୋପା, ବଳକାଖାଦ୍ୟ, ମାଛକାତି, ବିସ୍କୁଟ, ପାଉଁରୁଟି, ପଚାସଢ଼ାଫଳ, ଗୋବର, ଅନାବନା ଗଛ, କାଗଜଠୁଙ୍ଗା, ଗୋମୂତ୍ର ଇତ୍ୟାଦି ପକାଅ ।
ଦ୍ୱିତୀୟ ଗାଡ଼ରେ – ଚକ୍‌ଲେଟ୍‌ ଜରି, ଟିଣଡ଼ବା, ପ୍ଲାଷ୍ଟିକ୍‌ବା, ଭଙ୍ଗାଖେଳଣା, ଛୋଟ ଧାତୁଖଣ୍ଡ, ଭଙ୍ଗାକାଚ (ଲଣ୍ଠନ), ବ୍ୟାଟେରି, ଛିଣ୍ଡାତାର, ପୋଡ଼ାବଲ୍‌ବ, ଛିଣ୍ଡା ଜୋତା ଇତ୍ୟାଦି ପକାଅ ।
ଉପରେ ମାଟି ଘୋଡ଼ାଇ ଦିଅ । ୧୫ ଦିନ ସମୟ ଛାଡ଼ିଦିଅ । ମଝିରେ ମଝିରେ ଉପରେ ପାଣି ପକାଅ ।
୧୫ଦିନ ପରେ ଖୋଳି କଣ କରିବର୍ତ୍ତନ ହେଉଛି ଲକ୍ଷ୍ୟ କର । ଏପରି କାହିଁକି ହେଲା ? ଏକ ମାସ ପରେ ଦେଖ‌ିଲେ ଆଉ କିଛି ପରିବର୍ତ୍ତନ ହେବ କି ?

ପରିବର୍ତ୍ତନରେ କ’ଣ ଦେଖ‌ିଲେ ?

  • କେଉଁ ପଦାର୍ଥଗୁଡ଼ିକ ପଚିଯାଉଛି ?
  • କେଉଁ ପଦାର୍ଥରୁ ଗନ୍ଧ ବାହାରୁ ନାହିଁ ?
  • କେଉଁ ପଦାର୍ଥ ଦୁର୍ଗନ୍ଧ ହେଉଛ ?
  • କେଉଁ ପଦାର୍ଥର କୌଣସି ପରିବର୍ତ୍ତନ ହେଉନାହିଁ ?

ନିମ୍ନ ସାରଣୀରେ କେଉଁ ଆବର୍ଜନା କେତେ ଦିନରେ କ୍ଷୟ ହୁଏ ତାହା ଦିଆଯାଇଛି ।
BSE Odisha 6th Class Science Solutions Chapter 18 ଆବର୍ଜନା - 6

→ ପ୍ଲାଷ୍ଟିକ୍‌ :
ପ୍ଲାଷ୍ଟିକ୍‌ରେ ବ୍ୟବହୃତ ଜିନିଷଗୁଡ଼ିକ ବ୍ୟବହାର କଲାବେଳେ ନିମ୍ନଲିଖୂ ସାବଧାନତା ଅବଲମ୍ବନ କରିବାକୁ ହେବ ।

  1. ପ୍ଲାଷ୍ଟିକ୍ ବ୍ୟବହାର କମ କରିବା ଉଚିତ ।
  2. ବେଳେବେଳେ ଫୋପାଡ଼ିଦିଆଯାଇଥିବା ପ୍ଲାଷ୍ଟିକ୍ ମୁଣା ଇତ୍ୟାଦିକୁ ଗାଈଗୋରୁମାନେ ଖାଇଦିଅନ୍ତି । ଏହାଦ୍ୱାରା ସେମାନଙ୍କ ପେଟରେ ସମସ୍ୟା ସୃଷ୍ଟି ହୁଏ । ତେଣୁ ପ୍ଲାଷ୍ଟିକ୍ ମୁଣିରେ କୌଣସି ଖାଦ୍ୟ ବା ପରିବା ଚୋପା ରଖୁ ଫିଙ୍ଗିବ ନାହିଁ ।
  3. ଖାଦ୍ୟ ପ୍ୟାକେଟ୍‌ଗୁଡ଼ିକରେ ବେଳେବେଳେ ଉତ୍ତାପଯୋଗୁଁ ବିଷାକ୍ତ ଗ୍ୟାସ୍ ସୃଷ୍ଟି ହୋଇଥାଏ । ସେହି ଖାଦ୍ୟକୁ ଖାଇଲେ ଆମର ପେଟ ଖରାପ ହୁଏ । ତେଣୁ ପ୍ୟାକେଟ୍‌ରେ ବେଶିଦିନ ରହିଥ‌ିବା ଖାଦ୍ୟ ଖାଇବ ନାହିଁ ।
  4. ପ୍ଲାଷ୍ଟିକ୍ ପଦାର୍ଥକୁ ଜାଳିବ ନାହିଁ । ଏହା ଜଳିଲେ ବାୟୁ ପ୍ରଦୂଷିତ ହୁଏ ।
  5. ଦୋକାନରୁ ବିଭିନ୍ନ ଜିନିଷ ଆଣିବାବେଳେ ଦୋକାନୀକୁ ପଲିଥନ୍ ବଦଳରେ କାଗଜଖୋଳରେ ଦେବାପାଇଁ ଅନୁରୋଧ କରିବା ଉଚିତ ।

Question 1.
ବିଭିନ୍ନ ସ୍ଥାନରୁ ଯେଉଁ ଯେଉଁ ଆବର୍ଜନା ବାହାରୁଛି ତାକୁ ସାରଣୀ ଅନୁସାରେ ପୂରଣ କର । (ପ୍ରଶ୍ନସହ ଉତ୍ତର)
ଉ –
BSE Odisha 6th Class Science Solutions Chapter 18 ଆବର୍ଜନା - 7

Question 2.
ନିମ୍ନ ସାରଣୀଟି ପୂର୍ଣ କର ।
ଉ –
ପ୍ରଶ୍ନସହ ଉତ୍ତର :
BSE Odisha 6th Class Science Solutions Chapter 18 ଆବର୍ଜନା - 8

Question 3.
ବିଦ୍ୟାଳୟରେ, ଘରେ, ହାଟରେ ଦେଖୁଥ‌ିବା ଆବର୍ଜନାଗୁଡ଼ିକରୁ ଜୈବନିମ୍ନୀକରଣ ଯୋଗ୍ୟ ଓ ଜୈବୀନିମ୍ନୀକରଣ ଅଯୋଗ୍ୟ ଆବର୍ଜନାଗୁଡ଼ିକୁ ତଳ ସାରଣୀରେ ପ୍ରସ୍ତୁତ କରି ଲେଖ ।
ଉ –
ପ୍ରଶ୍ନସହ ଉତ୍ତର :
BSE Odisha 6th Class Science Solutions Chapter 18 ଆବର୍ଜନା - 9

Question 4.
ତୁମେ କେଉଁ କେଉଁ ଆବର୍ଜନାକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରି ପାରିବ ଆଲୋଚନା କରି ଏକ ତାଲିକା କର ।
ଉ –
ପ୍ରଶ୍ନସହ ଉତ୍ତର :
BSE Odisha 6th Class Science Solutions Chapter 18 ଆବର୍ଜନା - 10

  • ପ୍ଲାଷ୍ଟିକ୍ ବ୍ୟବହାର କମ କରିବା ଉଚିତ ।
  • ବେଳେବେଳେ ଫୋପାଡ଼ିଦିଆଯାଇଥିବା ପ୍ଲାଷ୍ଟିକ୍ ମୁଣା ଇତ୍ୟାଦିକୁ ଗାଈଗୋରୁମାନେ ଖାଇଦିଅନ୍ତି । ଏହାଦ୍ୱାରା ସେମାନଙ୍କ ପେଟରେ ସମସ୍ୟା ସୃଷ୍ଟି ହୁଏ । ତେଣୁ ପ୍ଲାଷ୍ଟିକ୍ ମୁଣିରେ କୌଣସି ଖାଦ୍ୟ ବା ପରିବା ଚୋପା ରଖୁ ଫିଙ୍ଗିବ ନାହିଁ ।
  • ଖାଦ୍ୟ ପ୍ୟାକେଟ୍‌ଗୁଡ଼ିକରେ ବେଳେ ବେଳେ ଉତ୍ତାପ ଯୋଗୁଁ ବିଷାକ୍ତ ଗ୍ୟାସ୍ ସୃଷ୍ଟି ହୋଇଥାଏ । ସେହି ଖାଦ୍ୟକୁ ଖାଇଲେ ଆମର ପେଟ ଖରାପ ହୁଏ । ତେଣୁ ପ୍ୟାକେଟ୍‌ରେ ବେଶି ଦିନ ରହିଥ‌ିବା ଖାଦ୍ୟ ଖାଇବା ନାହିଁ ।
  • ପ୍ଲାଷ୍ଟିକ୍ ପଦାର୍ଥକୁ ଜାଳିବା ନାହିଁ । ଏହା ଜଳିଲେ ବାୟୁ ପ୍ରଦୂଷିତ ହୁଏ ।
  • ଦୋକାନରୁ ବିଭିନ୍ନ ଜିନିଷ ଆଣିବାବେଳେ ଦୋକାନୀକୁ ପଲିଥନ୍ ବଦଳରେ କାଗଜଖୋଳରେ ଦେବାପାଇଁ ଅନୁରୋଧ କରିବା ଉଚିତ ।

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

Odisha State Board CHSE Odisha Class 12 Foundation of Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ Questions and Answers.

CHSE Odisha 12th Class Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. କିଏ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଅଟନ୍ତି ?
(i) ଇ.ଏଲ୍. ଥର୍ଣଡ଼ାଇକ୍
(ii) ଇଆନ୍ ପାଭଲଭ୍
(iii) ଆଲବର୍ଟ ବାନ୍ଦୁରା
(iv) କୁର୍ଟ କୋଫ୍ କ
Answer:
(iii) ଆଲବର୍ଟ ବାନ୍ଦୁରା

2. ଆଲ୍‌ବର୍ଟ ବାନ୍ଦୁରା ନିମ୍ନୋକ୍ତ କେଉଁ ପ୍ରାଣୀ ଉପରେ ପରୀକ୍ଷଣ କରିଥିଲେ ?
(i) ସିମାଞ୍ଜି
(ii) ବୋବୋ କଣ୍ଢେଇ
(iii) ବିରାଡ଼ି
(iv) ମୂଷା
Answer:
(ii) ବୋବୋ କଣ୍ଢେଇ

3. ଆଲ୍‌ବର୍ଟ ବାନ୍ଦୁରା କେବେ ଏହି ପରୀକ୍ଷଣ କରିଥିଲେ ?
(i) ୧୯୮୧
(ii) ୧୯୮୦
(iii) ୧୯୬୧
(iv) ୧୯୬୩
Answer:
(iii) ୧୯୬୧

4. ମନୋବିଜ୍ଞାନୀ ବାନ୍ଦୁରା କେଉଁ ଦେଶର ଅଧିବାସୀ ?
(i) ଫ୍ର।ନ୍ସ
(ii) ଜର୍ମାନୀ
(iii) କାନାଡ଼ା
(iv) ଇଂଲଣ୍ଡ
Answer:
(iii) କାନାଡ଼ା

5. ଜଣେ ପିଲା ତା’ର ପିତାମାତା ବା ସାଥୀଦଳଙ୍କ ସମ୍ମତି ହାସଲ ପାଇଁ ଆଗ୍ରହ ପ୍ରକାଶ କଲେ, ତାହାକୁ କେଉଁ ପୁନର୍ବଳନ କୁହାଯାଏ ?
(i) ବାହ୍ୟ
(ii) ଆଭ୍ୟନ୍ତରୀଣ
(iii) କାଳ୍ପନିକ
(iv) ଆବେଗାତ୍ମକ
Answer:
(i) ବାହ୍ୟ

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

6. , ଆଲ୍‌ବର୍ଟ ବାନ୍ଦୁରା ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ଉପରେ ପରୀକ୍ଷଣ ସମୟରେ କେତୋଟି ସୋପାନ ଅନୁସରଣ କରିଥିଲେ ?
(i) ଦୁକଗୋଟି
(ii) ଚାରିଗୋଟି
(iii) ଛଅଗୋଟି
(iv) ଆଠଗୋଟି
Answer:
(ii) ଚାରିଗୋଟି

7. ପର୍ଯ୍ୟବେକ୍ଷିତ ହେଉଥ‌ିବା ଲୋକମାନଙ୍କୁ କ’ଣ କୁହାଯାଏ ?
(i) ନମୁନା
(ii) ଅନୁସରଣକାରୀ
(iii) ଶିକ୍ଷାନୁଗାମୀ
(iv) ଶିକ୍ଷାଦାତା
Answer:
(i) ନମୁନା

B. ଶୂନ୍ୟସ୍ଥାନ ପୂରଣ କର ।

1. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଭାବେ ____________ ପରିଚିତ ।
Answer:
ଆଲ୍‌ବର୍ଟ ବାନ୍ଦୁରା

2. ଆଲବର୍ଟ ବାନ୍ଦୁରା ତାଙ୍କର ପର୍ଯ୍ୟବେକ୍ଷଣାତ୍ମକ ପରୀକ୍ଷଣ ____________ ଉପରେ କରିଥିଲେ ।
Answer:
ବୋବୋ କଣ୍ଢେଇ

3. ବାନ୍ଦୁରା ପର୍ଯ୍ୟବେକ୍ଷଣାତ୍ମକ_ପରୀକ୍ଷଣ____________ ମସିହାରେ କରିଥିଲେ ।
Answer:
୧୯୬୧

4. ପର୍ଯ୍ୟବେକ୍ଷିତ ହେଉଥ‌ିବା ଲୋକମାନଙ୍କୁ____________ କୁହାଯାଏ ।
Answer:
ଆଦର୍ଶ/ନମୁନା

5. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ଉପରେ ପରୀକ୍ଷଣ କରୁଥିବାବେଳେ ବାନ୍ଦୁରା_______________ ଟି ସୋପାନ ଅନୁସରଣ କରିଥିଲେ ।
Answer:
ଚାରି

6. ପର୍ଯ୍ୟବେକ୍ଷଣ ଶିକ୍ଷଣର ଅନ୍ୟନାମ______________ ଶିକ୍ଷଣ ।
Answer:
ସାମାଜିକ

7. ଚାଲି ଶିଖ୍ ଶିଶୁର _____________ ଶିକ୍ଷଣର ଉଦାହରଣ ।
Answer:
ପର୍ଯ୍ୟବେକ୍ଷଣାତ୍ମକ

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

C. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଇ.ଏଲ୍.ଥର୍ଣ୍ଣଡ୍ରାଇକୁ ଅଟନ୍ତି ।
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଆଲବର୍ଟ ବାନ୍ଦୁରା ଅଟନ୍ତି ।

2. ମନୋବିଜ୍ଞାନୀ ବାନ୍ଦୁରା ଆମେରିକାର ନାଗରିକ ଅଟନ୍ତି ।
Answer:
ମନୋବିଜ୍ଞାନୀ ବାନ୍ଦୁରା କାନାଡ଼ାର ନାଗରିକ ଅଟନ୍ତି ।

3. ବାନ୍ଦୁରା ବୋବୋ କଣ୍ଢେଇ ଉପରେ ପରୀକ୍ଷଣ ୧୯୭୦ ମସିହାରେ କରିଥିଲେ ।
Answer:
ବାନ୍ଦୁରା ବୋବୋ କଣ୍ଢେଇ ଉପରେ ପରୀକ୍ଷଣ ୧୯୬୧ ମସିହାରେ କରିଥିଲେ ।

4. ଜଣେ ପିଲା ତା’ର ପିତାମାତା ଓ ସାଥୀଦଳଙ୍କ ସମ୍ମତି ହାସଲ ପାଇଁ ଆଗ୍ରହ ପ୍ରକାଶ କଲେ ତାହାକୁ ଅନୁକରଣ କୁହାଯାଏ ।
Answer:
ଜଣେ ପିଲା ତା’ର ପିତାମାତା ଓ ସାଥୀଦଳଙ୍କ ସମ୍ମତି ହାସଲ ପାଇଁ ଆଗ୍ରହ ପ୍ରକାଶ କଲେ ତାହାକୁ ବାହ୍ୟ ପୁନର୍ବଳନ କୁହାଯାଏ ।

5. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ଉପରେ ପରୀକ୍ଷଣ କରିବା ସମୟରେ ବାନ୍ଦୁରା ୫ଟି ସୋପାନ ଅନୁସରଣ କରିଥିଲେ ।
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ଉପରେ ପରୀକ୍ଷଣ କରିବା ସମୟରେ ବାନ୍ଦୁରା ୪ଟି ସୋପାନ ଅନୁସରଣ କରିଥିଲେ ।

6. ପର୍ଯ୍ୟବେକ୍ଷିତ ହେଉଥ‌ିବା ଲୋକମାନଙ୍କୁ ଶିକ୍ଷାର୍ଥୀ କୁହାଯାଏ ।
Answer:
ପର୍ଯ୍ୟବେକ୍ଷିତ ହେଉଥ‌ିବା ଲୋକମାନଙ୍କୁ ନମୁନା ବା ଆଦର୍ଶ କୁହାଯାଏ ।

7. ପର୍ଯ୍ୟବେକ୍ଷଣାମୂକ ଶିକ୍ଷଣ ମଧ୍ଯ ଅନ୍ତର୍ଦ ଶିକ୍ଷଣ ନାମରେ ପରିଚିତ ।
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ମଧ୍ୟ ସାମାଜିକ ଶିକ୍ଷଣ ନାମରେ ପରିଚିତ ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।

1. କିଏ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଭାବେ ପରିଚିତ ?
Answer:
ଆଲବର୍ଟ ବାନ୍ଦୁରା ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଭାବେ ପରିଚିତ ।

2. ଆଲବର୍ଟ ବାନ୍ଦୁରା କେଉଁ ଦେଶର ଅଧ୍ବବାସୀ ଅଟନ୍ତି ?
Answer:
ଆଲବର୍ଟ ବାନ୍ଦୁରା କାନାଡ଼ା ଦେଶର ଅଧିବାସୀ ଅଟନ୍ତି ।

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

3. ଯେଉଁମାନେ ପର୍ଯ୍ୟବେକ୍ଷିତ ହୁଅନ୍ତି, ସେମାନଙ୍କୁ କ’ଣ କୁହାଯାଏ ?
Answer:
ଯେଉଁମାନେ ପର୍ଯ୍ୟବେକ୍ଷିତ ହୁଅନ୍ତି, ସେମାନଙ୍କୁ ଆଦର୍ଶ ବା ନମୁନା କୁହାଯାଏ ।

4. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ବେଳେବେଳେ କ’ଣ ଭାବେ ବିବେଚିତ ହୁଏ ?
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ବେଳେବେଳେ ବାହ୍ୟ ଆକୃତି, ନମୁନା ଏବଂ କାଳ୍ପନିକ ପୁନର୍ବଳନ ଭାବେ ବିବେଚିତ ହୋଇଥାଏ ।

5. ପିଲାମାନେ ସାଧାରଣତଃ କାହାକୁ ଅନୁକରଣ କରନ୍ତି ?
Answer:
ପିଲାମାନେ ସାଧାରଣତଃ ସମଲିଙ୍ଗୀ ବ୍ୟକ୍ତିବିଶେଷଙ୍କୁ ଅନୁକରଣ କରନ୍ତି ।

Answer:
6. କାଳ୍ପନିକ ପୁନର୍ବଳନ କହିଲେ କ’ଣ ବୁଝ ?
ପିଲାମାନେ ସାଧାରଣତଃ ଅନ୍ୟମାନଙ୍କ କ୍ଷେତ୍ରରେ ଘଟୁଥିବା ବ୍ୟାବହାରିକ ପରିବର୍ତ୍ତନକୁ ଅନୁକରଣ କରିଥା’ନ୍ତି, ଯାହାକୁ କାଳ୍ପନିକ ପୁନର୍ବଳନ କୁହାଯାଏ ।

7. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ଗୋଟିଏ ନିୟମ ଉଲ୍ଲେଖ କର ।
Answer:
ଏକ ପର୍ଯ୍ୟବେକ୍ଷଣରେ ଗୋଟିଏ ବ୍ୟବହାରକୁ ଅଧଗ୍ରହଣ କରିବା ଏବଂ ପ୍ରଦର୍ଶନ କରିବା ମଧ୍ୟରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. କାଳ୍ପନିକ ପୁନର୍ବଳନ ବା ଦୃଢ଼ୀକରଣ କହିଲେ କ’ଣ ବୁଝ ?
Answer:
ସାଧାରଣତଃ ପିଲାମାନେ ଅନ୍ୟମାନଙ୍କ କ୍ଷେତ୍ରରେ ଘଟୁଥିବା ବ୍ୟାବହାରିକ ପରିବର୍ତ୍ତନକୁ ଅନୁକରଣ କରିଥା’ନ୍ତି, ଯାହାକୁ କାଳ୍ପନିକ ପୁନର୍ବଳନ ବା ଦୃଢ଼ୀକରଣ କୁହାଯାଏ । ଉଦାହରଣସ୍ୱରୂପ ସାନଭଉଣୀଟି ତା’ର ବଡ଼ ଭଉଣୀ ପୁରସ୍କୃତ ହେବାର ଦେଖ‌ିଲେ ସେ ତାକୁ ଅନୁକରଣ କରି ନିଜ ବ୍ୟବହାରରେ ଠିକ୍ ତା’ପରି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରେ ।

2. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ଯେକୌଣସି ୨ଟି ନିୟମ ଲେଖ ।
Answer:
(i) ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣରେ ପର୍ଯ୍ୟବେକ୍ଷକ ନମୁନାମାନଙ୍କ ବ୍ୟବହାରକୁ ଅନୁକରଣ କରିଥାଏ ।
(ii) ପର୍ଯ୍ୟବେକ୍ଷକ ନମୁନାମାନଙ୍କର ବ୍ୟବହାର ପ୍ରଦର୍ଶନ କୌଶଳ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥାଏ ଏବଂ ସେମାନଙ୍କର ଅନୁକରଣ କରିଥାଏ ।

3. ପିଲାମାନେ ସମାଜରେ କାହାଦ୍ଵାରା ଅଭିପ୍ରେରିତ ହୋଇ ପରିବର୍ତ୍ତିତ ବ୍ୟବହାର ପ୍ରଦର୍ଶନ କରିଥା’ନ୍ତି ?
Answer:
ସଧାରଣତଃ ସମାଜର ପିଲାମାନେ ଯେଉଁମାନଙ୍କଦ୍ୱାରା ଅଭିପ୍ରେରିତ ହୁଅନ୍ତି ସେମାନଙ୍କୁ ଆଦର୍ଶ ବା ନମୁନା କୁହାଯାଏ । ଏମାନେ ହେଉଛନ୍ତି – ପରିବାରରେ ପିତାମାତା, ଟି.ଭି.ରେ ପ୍ରଦର୍ଶିତ ବିଭିନ୍ନ ଚରିତ୍ର ଅଭିନେତା ଓ ଅଭିନେତ୍ରୀ, ସେମାନଙ୍କ ଖେଳସାଥୀ ଏବଂ ବିଦ୍ୟାଳୟରେ ଶିକ୍ଷକ । ସେମାନଙ୍କ ବ୍ୟବହାର ପିଲାମାନଙ୍କୁ ବିଶେଷ ପ୍ରଭାବିତ କରିଥାଏ ।

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

4. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କିପରି ସଙ୍ଗଠିତ ହୁଏ ଉଲ୍ଲେଖ କର ।
Answer:
ପର୍ଯ୍ୟବେକ୍ଷଣାମୂକ ଶିକ୍ଷଣ ଉପଯୁକ୍ତ ପାଠ୍ୟକ୍ରମ ମାଧ୍ୟମରେ ସଙ୍ଗଠିତ ହୁଏ । ଶିକ୍ଷାର୍ଥୀମାନେ ନମୁନାମାନଙ୍କର ବ୍ୟବହାରକୁ ପର୍ଯ୍ୟବେକ୍ଷଣ ପାଇଁ ଉପଯୁକ୍ତ ସୁଯୋଗ ପାଇବା ଉଚିତ । ଶିକ୍ଷକମାନେ ନିଶ୍ଚିତ ଭାବରେ ସହଯୋଗିତାଭିଭିକ ଶିକ୍ଷଣ ପାଇଁ ପିଲାମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ । ଏହାଦ୍ଵାରା ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ସଙ୍ଗଠିତ ହୋଇଥାଏ ।

5. ଜ୍ଞାନ ଗଠନ ଶିକ୍ଷଣ କହିଲେ କ’ଣ ବୁଝ ?
Answer:
ଜ୍ଞାନ ଗଠନ ଶିକ୍ଷଣ ଏକ ନୂତନ ବିଷୟବସ୍ତୁ ଭାବେ ଏକବିଂଶ ଶତାବ୍ଦୀରେ ବ୍ୟବହୃତ ହେଉଥ‌ିବାବେଳେ, ଏହାର ବହୁଳ ବ୍ୟବହାର ବିକଶିତ ଦେଶମାନଙ୍କର ଶିକ୍ଷା ଅନୁଷ୍ଠାନମାନଙ୍କରେ ଦେଖାଯାଏ । ଯଦିଓ ଶିକ୍ଷଣର ପ୍ରତି ପଦକ୍ଷେପରେ ଜ୍ଞାନ ଆହରଣ ଏକ ପ୍ରମୁଖ ବିଷୟ, ଜ୍ଞାନ ଗଠନ ଏକ ଧାରାବାହିକ ପ୍ରକ୍ରିୟା ଅଟେ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କ’ଣ ?
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ଏପରି ଏକ ପ୍ରକ୍ରିୟା ଯାହାଦ୍ୱାରା ପର୍ଯ୍ୟବେକ୍ଷକ ଅନ୍ୟମାନଙ୍କର ବ୍ୟବହାରକୁ ନିରୀକ୍ଷଣ କରେ, ଧାରଣ କରେ ଏବଂ ସେହି ବ୍ୟବହାରକୁ ପରବର୍ତ୍ତୀ ସମୟରେ ପ୍ରଦର୍ଶନ ମଧ୍ୟ କରିଥାଏ । ଏହି ପ୍ରକ୍ରିୟାକୁ ସାମାଜିକ ଶିକ୍ଷଣ ତତ୍ତ୍ୱ କୁହାଯାଇଥାଏ । ଏହି ତତ୍ତ୍ବ ଅନୁସାରେ ଜଣେ ପର୍ଯ୍ୟବେକ୍ଷକଙ୍କର ବ୍ୟବହାର, ଏକ ବା ଏକାଧିକ ନମୁନାର ବ୍ୟବହାରଦ୍ୱାରା ପରିବର୍ତ୍ତିତ ହୁଏ । ଉଦାହରଣସ୍ୱରୂପ, ଯଦି ଜଣେ ଶିଶୁ ତା’ର ପିତାମାତାଙ୍କୁ ପରସ୍ପର ପ୍ରତି ଯତ୍ନଶୀଳ ଥୁବାର ପର୍ଯ୍ୟବେକ୍ଷଣ କରେ, ତେବେ ପରବର୍ତ୍ତୀ ସମୟରେ ସେହି ଶିଶୁଟି ପରିବାର ସଦସ୍ୟଙ୍କ ପ୍ରତି ଯତ୍ନଶୀଳ ହୋଇଥାଏ ।

2. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ୫ଟି ଉଦାହରଣ ଦିଅ ।
Answer:
(i) ଗୋଟିଏ ଶିଶୁ ମୁହଁର ଭାବଭଙ୍ଗୀରୁ ତା’ର ମନୋଭାବ ବୁଝିବାରେ ସକ୍ଷମ ହେବା ।
(ii) ଅନ୍ୟମାନେ ଚୋରି କରିବାର ଦେଖ୍ ଜଣେ ଶିଶୁ ଚୋରି କରିବା ଶିଖୁବା ।
(iii) ଅନ୍ୟଜଣଙ୍କୁ ବିନାନୁମତିରେ ଶ୍ରେଣୀଗୃହକୁ ଚକୋଲେଟ୍ ଆଣିଥିବାରୁ ଦଣ୍ଡିତ ହେବାର ଦେଖ୍ ନିଜେ ସେଥୁରୁ ନିବୃତ୍ତ ରହିବା ।
(iv) ଜଣେ ନୂଆ କର୍ମଚାରୀ ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିବାକୁ ନାପସନ୍ଦ କରିବା ।
(v) ଶିଶୁଟିଏ କ୍ରମେ ଚାଲିବା ଶିଖୁବା ।

3. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ବିଭିନ୍ନ ସୋପାନଗୁଡ଼ିକ ଲେଖ ।
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ମୁଖ୍ୟତଃ ଚାରୋଟି ସୋପାନ ଅଛି; ଯଥା-
(i) ମନୋଯୋଗ – ଏହି ସୋପାନରେ ପର୍ଯ୍ୟବେକ୍ଷକ ନମୁନାମାନଙ୍କ ଉପରେ ମନୋଯୋଗ ଦେଇଥାଏ ଅର୍ଥାତ୍ ସେମାନଙ୍କଦ୍ୱାରା ପ୍ରଦର୍ଶିତ ବ୍ୟବହାରକୁ ନିଖୁଣ ଭାବରେ ନିରୀକ୍ଷଣ କରିଥାଏ ।
(ii) ଧାରଣ – ଏହି ସୋପାନରେ ପର୍ଯ୍ୟବେକ୍ଷକ ପର୍ଯ୍ୟବେକ୍ଷିତ ବିଷୟବସ୍ତୁକୁ ଅଧ୍ୟରୁ ଅଧ୍ୱ ସମୟ ମସ୍ତିଷ୍କରେ ଧାରଣ କରି ରଖୁଥାଏ ।
(iii) ପୁନଃ ଉତ୍ପାଦନ – ଏହି ସୋପାନରେ ପର୍ଯ୍ୟବେକ୍ଷକ ନମୁନାମାନଙ୍କଦ୍ୱାରା ପ୍ରଦର୍ଶିତ ବ୍ୟବହାରର ପୁନଃ ଉଦ୍ଧାର କରିବାକୁ ଚେଷ୍ଟା କରେ ।
(iv) ଅଭିପ୍ରେରଣ – ଏହି ସୋପାନରେ ପର୍ଯ୍ୟବେକ୍ଷକ ପୁନର୍ବଳନଜନିତ ବ୍ୟବହାର ପ୍ରଦର୍ଶନ କରିବାପାଇଁ ଅଭିପ୍ରେରିତ ହୋଇଥାଏ ।

4. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣରେ ପୁନର୍ବଳନ କହିଲେ କ’ଣ ବୁଝ ?
Answer:
ଯେତେବେଳେ ଜଣେ ପିଲା କୌଣସି ଆଦର୍ଶ ବା ନମୁନାମାନଙ୍କ ବ୍ୟବହାରକୁ ପର୍ଯ୍ୟବେକ୍ଷଣ କରେ, ସେ ତାହାକୁ ଅନୁକରଣ କରେ ଓ ପରବର୍ତ୍ତୀ ସମୟରେ ପ୍ରଦର୍ଶିତ କରେ । ଯଦି ଏହି ପ୍ରଦର୍ଶିତ ବ୍ୟବହାର ସେହି ନମୁନାମାନଙ୍କଦ୍ୱାରା ପ୍ରଶଂସିତ ହୁଏ, ସେ ତାହାକୁ ଅନୁକରଣ କରେ ଓ ଉକ୍ତ ବ୍ୟବହାର ପ୍ରଦର୍ଶନ ପାଇଁ ଉତ୍ସାହିତ ହୁଏ । ଏଠାରେ ତା’ର ବ୍ୟବହାରର ପୁନର୍ବଳନ ହୁଏ । ଉକ୍ତ ପୁନର୍ବଳନଗୁଡ଼ିକ ବାହ୍ୟ ବା ଆଭ୍ୟନ୍ତରୀଣ ଏବଂ ଯୁକ୍ତାତ୍ମକ ହୋଇଥାଏ ।

ଯଦି ଜଣେ ପିଲା ତା’ର ପିତାମାତା ବା ସାଥୀଦଳଙ୍କ ସମ୍ମତି ହାସଲ ପାଇଁ ଆଗ୍ରହ ପ୍ରକାଶ କରେ, ସେତେବେଳେ ଏହାକୁ ବାହ୍ୟ ପୁନର୍ବଳନ କୁହାଯାଏ ଏବଂ ସମ୍ମତି ଲାଭ କରିବାରେ ଆନନ୍ଦ ଅନୁଭବ ହେଉଛି ଆଭ୍ୟନ୍ତରୀଣ ପୁନର୍ବଳନ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କ’ଣ ? ଏହି ଶିକ୍ଷଣର ବିଭିନ୍ନ ନିୟମଗୁଡ଼ିକ ବିଷୟରେ ଆଲୋଚନା କର ।
Answer:
ଶିକ୍ଷଣର ଅନେକଗୁଡ଼ିଏ ତତ୍ତ୍ବ ରହିଛି, ଯଥା- ଅନୁବନ୍ଧିତ ଅନୁକ୍ରିୟା, ପରିଚାଳନାଗତ ଅନୁକ୍ରିୟା, ଅନ୍ତଦୃଷ୍ଟି ଶିକ୍ଷଣ ଇତ୍ୟାଦି । ଏହି ତତ୍ତ୍ଵଗୁଡ଼ିକ ପ୍ରତ୍ୟକ୍ଷ ଅଭିଜ୍ଞତା, ପୁନର୍ବଳନ ଏବଂ ଦଣ୍ଡ ବା ଶାସ୍ତି କିପରି ଶିକ୍ଷଣକୁ ତ୍ବରାନ୍ବିତ କରିଥାଏ, ତାହା ଉପରେ ଗୁରୁତ୍ଵ ଦେଇଥା’ନ୍ତି । ଏତଦ୍‌ବ୍ୟତୀତ ପରୋକ୍ଷ ଭାବରେ ମଧ୍ୟ ଅନେକ ଶିକ୍ଷଣ ସଙ୍ଗଠିତ ହୁଏ । ଉଦାହରଣସ୍ୱରୂପ, ଜଣେ ଶିଶୁ ଯଦି ତା’ର ପିତାମାନଙ୍କୁ ପର୍ଯ୍ୟବେକ୍ଷଣ କରି ଜାଣେ ଯେ, ସେମାନେ ପରସ୍ପର ପ୍ରତି ଯତ୍ନଶୀଳ, ତେବେ ପରବର୍ତ୍ତୀ ସମୟରେ ସେହି ଶିଶୁ ସେଗୁଡ଼ିକୁ ଅନୁକରଣ କରିଥାଏ ଓ ଅନ୍ୟମାନଙ୍କ ପ୍ରତି ଯତ୍ନଶୀଳ ହୁଏ ।

ଏହିପରି ଅଧିକାଂଶ ଶିକ୍ଷଣ ଅନ୍ୟମାନଙ୍କୁ ପର୍ଯ୍ୟବେକ୍ଷଣ ଏବଂ ଅନୁକରଣ ପ୍ରକ୍ରିୟା ମାଧ୍ୟମରେ ସଙ୍ଗଠିତ ହୋଇଥାଏ । ମନୋବିଜ୍ଞାନର ଏପ୍ରକାର ଶିକ୍ଷଣକୁ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କୁହାଯାଏ ।

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

‘ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ’ର ଧାରଣା ସର୍ବପ୍ରଥମେ କାନାଡ଼ାର ବିଶିଷ୍ଟ ମନୋବିଜ୍ଞାନୀ ଆଲ୍‌ବର୍ଟ ବାନ୍ଦୁରା ପ୍ରଦାନ କରିଥିଲେ । ବାନ୍ଦୁରାଙ୍କ ମତରେ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣକୁ ସାମାଜିକ ଶିକ୍ଷଣ ତତ୍ତ୍ବ ମଧ୍ୟ କୁହାଯାଏ । ଏହି ତତ୍ତ୍ବ ଅନୁଯାୟୀ ଜଣେ ପର୍ଯ୍ୟବେକ୍ଷକଙ୍କର ବ୍ୟବହାର ଗୋଟିଏ ଆଦର୍ଶ ବା ନମୁନାର ବ୍ୟବହାରଦ୍ଵାରା ପରିବର୍ତ୍ତିତ ହୁଏ । ପର୍ଯ୍ୟବେକ୍ଷକଙ୍କର ବ୍ୟବହାରର ଯୁକ୍ତାତ୍ମକ ବା ବିଯୁକ୍ତାତ୍ମକ ଫଳାଫଳ କାଳ୍ପନିକ ପୁନର୍ବଳନଦ୍ଵାରା ପ୍ରଭାବିତ ହୋଇଥାଏ । ପର୍ଯ୍ୟବେକ୍ଷଣାମୂକ ଶିକ୍ଷଣକୁ ବେଳେବେଳେ ବାହ୍ୟ ଆକୃତି, ନମୁନା ଏବଂ କାଳ୍ପନିକ ପୁନର୍ବଳନ ରୂପେ ବିବେଚନା କରାଯାଇଥାଏ ।

ପିଲାମାନେ ସାଧାରଣତଃ ସେମାନଙ୍କ ଚାରିପଟେ ଥିବା ବ୍ୟକ୍ତିବିଶେଷଙ୍କୁ ପର୍ଯ୍ୟବେକ୍ଷଣ କରନ୍ତି, ଯେଉଁମାନଙ୍କୁ ନମୁନା ବା ଆଦର୍ଶ କୁହାଯାଏ । ପ୍ରତ୍ୟେକ ସମାଜର ପିଲାମାନେ ଅନେକ ନମୁନାମାନଙ୍କଦ୍ୱାରା ପରିବେଷ୍ଟିତ ହୋଇଥା’ନ୍ତି; ଯେପରିକି ପରିବାର ମଧ୍ୟରେ ନିଜର ମାତାପିତା, ଟି.ଭି.ରେ ପ୍ରଦର୍ଶିତ ବିଭିନ୍ନ ଚରିତ୍ର ଅଭିନେତା ଓ ଅଭିନେତ୍ରୀ, ଖେଳସାଥୀ ଏବଂ ବିଦ୍ୟାଳୟର ଶିକ୍ଷକ । ଏହି ସମସ୍ତ ନମୁନାମାନେ ପର୍ଯ୍ୟବେକ୍ଷଣ ପାଇଁ ବ୍ୟବହାରର ଉଦାହରଣ ପ୍ରଦାନ କରନ୍ତି ଏବଂ ଏହି ବ୍ୟବହାରକୁ ପିଲାମାନେ ଅନୁକରଣ କରନ୍ତି ।

ପିଲାମାନେ ପ୍ରାୟତଃ ନିଜ ଲିଙ୍ଗର ଲୋକମାନଙ୍କୁ ପର୍ଯ୍ୟବେକ୍ଷଣ ମାଧ୍ଯମରେ ଅନୁକରଣ କରନ୍ତି । ଯେତେବେଳେ ପିଲାମାନଙ୍କର ଅନୁକରଣୀୟ ବ୍ୟବହାର ଯୁକ୍ତାତ୍ମକ ହୁଏ ସେତେବେଳେ ସେମାନେ ପ୍ରଶଂସା ପାଆନ୍ତି । ଫଳସ୍ବରୂପ ସେହି ବ୍ୟବହାରକୁ ପିଲାମାନେ ଚାଲୁ ରଖିବାକୁ ପସନ୍ଦ କରନ୍ତି । ଉଦାହରଣସ୍ୱରୂପ ଯଦି ଛୋଟ ଝିଅଟିଏ ନିଜର ଖେଳଣା ସହ ଖେଳୁଥ‌ିବା ସମୟରେ ନିଜର ପ୍ରଦର୍ଶିତ ବ୍ୟବହାର ପାଇଁ ପିତାମାତାଙ୍କଦ୍ବାରା ପ୍ରଶଂସିତ ହୁଏ, ସେ ସେହି ବ୍ୟବହାରଗୁଡ଼ିକୁ ପୁନର୍ବାର ପ୍ରଦର୍ଶନ କରେ । ଏଠାରେ ତା’ର ବ୍ୟବହାରର ପୁନର୍ବଳନ ହୁଏ । ଏହି ପୁନର୍ବଳନ ବାହ୍ୟ ବା ଆଭ୍ୟନ୍ତରୀଣ ଏବଂ ଯୁକ୍ତାତ୍ମକ ବା ବିଯୁକ୍ତାତ୍ମକ ହୋଇଥାଏ ।

ଉପରୋକ୍ତ ପର୍ଯ୍ୟବେକ୍ଷଣାତ୍ମକ ପରିବର୍ତ୍ତନ ବିଷୟରେ ଆଲବର୍ଟ ବାନ୍ଦୁରା ୧୯୬୧ ମସିହା ଓ ପୁନଶ୍ଚ ୧୯୬୩ ମସିହାରେ ଷ୍ଟାନ୍‌ଫୋର୍ଡ଼ ବିଶ୍ବବିଦ୍ୟାଳୟରେ ପରୀକ୍ଷଣ କରିଥିଲେ । ସେ ଏହାକୁ ପ୍ରତିପାଦିତ କରିବାପାଇଁ ବୋବୋ କଣ୍ଢେଇ (Bobo doll) ମାଧ୍ୟମରେ ପରୀକ୍ଷଣ ସମ୍ପାଦିତ କରିଥିଲେ । ଉକ୍ତ ପରୀକ୍ଷଣ ସମୟରେ ସେ ଚାରୋଟି ସୋପାନ ଅନୁସରଣ କରିଥିଲେ । ସେଗୁଡ଼ିକ ହେଲା-

  • ମନୋଯୋଗ
  • ଧାରଶ
  • ପୁନରୁତ୍ପାଦନ
  • ଅଭିପ୍ରେରଣା

ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ହେଉଛି ସେହି ଶିକ୍ଷଣ ପ୍ରକ୍ରିୟା ଯେଉଁଥରେ ଜଣେ ଅନ୍ୟମାନଙ୍କ ବ୍ୟବହାରର ପର୍ଯ୍ୟବେକ୍ଷଣଦ୍ଵାରା ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିଥାଏ । ଅପରପକ୍ଷରେ ଏହା ମଧ୍ୟ ଏକ ସାମାଜିକ ଶିକ୍ଷଣ ପ୍ରକ୍ରିୟା ।

ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ନିୟମାବଳୀ :
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କେତେକ ନିୟମ ଉପରେ ପର୍ଯ୍ୟବସିତ; ଯଥା-

(i) ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣରେ ପର୍ଯ୍ୟବେକ୍ଷକ ନମୁନାମାନଙ୍କର ବ୍ୟବହାରକୁ ଅନୁକରଣ କରେ ।
(ii) ଏଠାରେ ପର୍ଯ୍ୟବେକ୍ଷକ ନମୁନାମାନଙ୍କର ବ୍ୟବହାର ପ୍ରଦର୍ଶନର କୌଶଳ ଉପରେ ପ୍ରତିକ୍ରିୟା ପ୍ରକାଶ କରେ ଏବଂ ନମୁନାମାନଙ୍କ ଭାବଭଙ୍ଗୀକୁ ଅନୁକରଣ କରେ ।
(iii) ଗୋଟିଏ ପର୍ଯ୍ୟବେକ୍ଷଣରେ ଗୋଟିଏ ବ୍ୟବହାରକୁ ଅଧିଗ୍ରହଣ କରିବା ଏବଂ ପ୍ରଦର୍ଶନ କରିବା ମଧ୍ୟରେ ଥ‌ିବା ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ ।
(iv) ପର୍ଯ୍ୟବେକ୍ଷଣ ମାଧ୍ୟମରେ ଶିକ୍ଷଣ ଚାରୋଟି ସୋପାନ ଦେଇ ଗତି କରିଥାଏ; ଯଥା- ମନୋଯୋଗ, ଧାରଣ, ପୁନଃ ଉତ୍ପାଦନ ଏବଂ ଅଭିପ୍ରେରଣା ।
(v) ଲୋକମାନଙ୍କ ମଧ୍ୟରେ ଅନ୍ତଃକରଣ ପ୍ରକ୍ରିୟାରେ ସେମାନଙ୍କ ବ୍ୟବହାରରେ ଏବଂ ପରିବେଶରେ ମନୁଷ୍ୟର ଉନ୍ନତି ପ୍ରତିଫଳିତ ହୁଏ ।

2. ଜ୍ଞାନ ଗଠନ ଶିକ୍ଷଣ କହିଲେ କ’ଣ ବୁଝ ? ଜ୍ଞାନ ଗଠନ ଶିକ୍ଷଣର ବୈଶିଷ୍ଟ୍ୟଗୁଡ଼ିକୁ ବର୍ଣନା କର ।
Answer:
ଜ୍ଞାନ ଗଠନ ଶିକ୍ଷଣ : ଶିକ୍ଷଣ ଅର୍ଥ ତଥ୍ୟର ନିର୍ବାଚନ ଓ ନିଜ ତଥ୍ୟ ଆଧାରରେ ବିଶ୍ଳେଷଣ ଅଟେ । ଏଥୁ ନିମନ୍ତେ ଶିକ୍ଷକ ଶିକ୍ଷଣ ପଦ୍ଧତିରେ ଅଂଶଗ୍ରହଣ କରି ଜ୍ଞାନ ଗଠନରେ ସାହାଯ୍ୟ କରିଥା’ନ୍ତି । ଏହା ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ ସହିତ ପାଠ୍ୟକ୍ରମର ଜ୍ଞାନ ଅଭିବୃଦ୍ଧିକୁ ଗୁରୁତ୍ଵ ଦେଇଥାଏ । ଜ୍ଞାନ ଗଠନ ଶିକ୍ଷଣ ଏକ ନୂତନ ବିଷୟବସ୍ତୁ ଭାବେ ଏକବିଂଶ ଶତାବ୍ଦୀରେ ବ୍ୟବହୃତ ହେଉଥ‌ିବାବେଳେ, ଏହାର ବହୁଳ ବ୍ୟବହାର ବିକଶିତ ଦେଶମାନଙ୍କର ଶିକ୍ଷା ଅନୁଷ୍ଠାନମାନଙ୍କରେ ଦେଖାଯାଏ । ଯଦିଓ ଶିକ୍ଷଣର ପ୍ରତି ପଦକ୍ଷେପରେ ଜ୍ଞାନ ଆହରଣ ଏକ ପ୍ରମୁଖ ବିଷୟ, ଜ୍ଞାନ ଗଠନ ଏକ ଧାରାବାହିକ ପ୍ରକ୍ରିୟା ଅଟେ ।

ଗଠନବାଦ ଏବଂ ଶିକ୍ଷାର୍ଥୀ ମୂଲ୍ୟାୟନ ସଂପର୍କରେ ଏମ୍ ଅଗ୍ରୱାଲ (M. Agrawal) ମତଦେଇ କହିଛନ୍ତି ଯେ, ”The constructivist paradigm perceives learners as interpreting what they learn individually and their learning outcomes being different from one another, instructors must learn to implement of learning outcomes and individual and personal constructions.

୧୯୯୨ ମସିହାରେ ମେୟର ପ୍ରଥମେ ଏକ ଜ୍ଞାନ ଗଠନ ଶିକ୍ଷଣ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ତାଙ୍କ ମତରେ ପ୍ରତ୍ୟେକ ମଣିଷ ବିଭିନ୍ନ ସମୟରେ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରି ଜ୍ଞାନଲାଭ କରେ, ମାତ୍ର ଏହି ଜ୍ଞାନ ମଧ୍ୟରୁ ସମସ୍ତ ଜ୍ଞାନ ତାହାର ସକ୍ରିୟ ମନୋଯୋଗ ମଧ୍ୟରେ ରହେ ନାହିଁ; କିନ୍ତୁ କେତେକ ଜ୍ଞାନ ତାହାର ସକ୍ରିୟ ମନୋଯୋଗରେ ରହେ । ପୁନଶ୍ଚ ଏହା କିଛି ଦିନପରେ ପୁଣି ସ୍ମ ତିପଟ୍ଟରୁ ଲିଭିଯାଏ; ମାତ୍ର ଏପରି କେତେକ ଅଭିଜ୍ଞତା, ଜ୍ଞାନ ଓ ତଥ୍ୟ ଅଛି ଯାହା ବ୍ୟକ୍ତିର ସକ୍ରିୟ ମନୋଯୋଗରେ ଆଜୀବନ ରହେ ।

ସେହି ଅଭିଜ୍ଞତା, ଜ୍ଞାନ ଓ ତଥ୍ୟ ଯଦି ବ୍ୟକ୍ତିର ହୃଦୟକୁ ଛୁଇଁଥାଏ ତେବେ ତାହା ଦୀର୍ଘସ୍ଥାୟୀ ହୁଏ । ଏହି ଦୀର୍ଘସ୍ଥାୟିତ୍ଵ ବ୍ୟକ୍ତିର ଅନୁଭବର ସ୍ତର ଉପରେ ନିର୍ଭର କରେ ଏହାହିଁ ହେଉଛି ଜ୍ଞାନ ଗଠନ ଶିକ୍ଷଣ ।

ଜ୍ଞାନ ଗଠନ ଶିକ୍ଷଣର ବୈଶିଷ୍ଟ୍ୟ :

(i) ପଞ୍ଚେନ୍ଦ୍ରିୟ ମାଧ୍ୟମରେ ଜ୍ଞାନଲାଭ : ଜ୍ଞାନ ସବୁବେଳେ, ସବୁ ସ୍ଥାନରୁ ଏବଂ ସବୁ ଉତ୍ସରୁ ମିଳିଥାଏ; ମାତ୍ର ଜ୍ଞାନ ଆହରଣ କରିବାର ମୁଖ୍ୟ ଉତ୍ସ ହେଉଛି ପଞ୍ଚେନ୍ଦ୍ରିୟ । ପଞ୍ଚେନ୍ଦ୍ରିୟରୁ ଲବ୍ଧଜ୍ଞାନ ଦୀର୍ଘସ୍ଥାୟୀ ହୁଏ କିମ୍ବା ହୁଏ ନାହିଁ, ଏହା ବ୍ୟକ୍ତିଗତ ଅଭିଜ୍ଞତା ଉପରେ ନିର୍ଭର କରେ ।

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

(ii) ଜ୍ଞାନର ଦୀର୍ଘ ସ୍ଥାୟିତ୍ଵ ଉପରେ ଗୁରୁତ୍ଵ : ଲବ୍ଧଜ୍ଞାନ ଓ ଅଭିଜ୍ଞତା ଦୀର୍ଘସ୍ଥାୟୀ ହୋଇପାରିଲେ ଏହା ବ୍ୟକ୍ତିର ବୌଦ୍ଧିକ ବିକାଶରେ ସହାୟକ ହୁଏ ଏବଂ ବୌଦ୍ଧିକ ବିକାଶ ଜ୍ଞାନ ଆହରଣ ପାଇଁ ଅଧ‌ିକ ଆଗ୍ରହ ସୃଷ୍ଟିକରେ ଓ ବ୍ୟକ୍ତି ବିକଶିତ ହୁଏ ।

(iii) ସ୍ପଷ୍ଟତା ଓ ବାସ୍ତବତା ଉପରେ ଗୁରୁତ୍ବ ଆରୋପ : ଜ୍ଞାନ ଗଠନ ଶିକ୍ଷଣରେ ଶିକ୍ଷଣ ସ୍ପଷ୍ଟ ତଥା ବାସ୍ତବ ହେବା ଉପରେ ଗୁରୁତ୍ବ ଆରୋପ କରାଯାଇଥାଏ । ଯେଉଁ ଶିକ୍ଷଣ ସ୍ପଷ୍ଟ ତଥା ବାସ୍ତବ ଭାବରେ ଶିକ୍ଷାଗ୍ରହଣ କରାଯାଇଥାଏ, ତାହା ଦୀର୍ଘସ୍ଥାୟୀ ହୁଏ ଏବଂ ବ୍ୟକ୍ତି ପାଇଁ ପରବର୍ତୀ ଶିକ୍ଷଣର ଭିତ୍ତିସ୍ଥାପନ କରି ତାକୁ ଏକ ଉନ୍ନତ ଜ୍ଞାନଦୀପ୍ତ ମାନବରେ ପରିଣତ କରିବାର ପଥ ପରିଷ୍କାର କରେ ।

(iv) ଦକ୍ଷତା ଓ ଅଭିଜ୍ଞତା ଶିକ୍ଷଣର ଭିଭି ଅଟେ : ଜ୍ଞାନ ଗଠନ ଶିକ୍ଷଣରେ ଦକ୍ଷତା ଓ ଅଭିଜ୍ଞତା ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି । ଦକ୍ଷତା ବିନା ଶିକ୍ଷଣ ଆଗ୍ରହ ବିନା ଭୋଜନ ସହ ସମାନ । ଅଭିଜ୍ଞତା ଶିକ୍ଷଣର ଭିତ୍ତି ହୋଇଥିବାରୁ ଏହାର ବିନା ଶିକ୍ଷଣ ଓ ଶିକ୍ଷାଦାନ ନିରର୍ଥକ ।

(v) ସ୍ୱୟଂକ୍ରିୟତା : ଶିକ୍ଷଣ ଏକ ସ୍ବୟଂକ୍ରିୟା ପ୍ରକ୍ରିୟା ଅଟେ । ଜ୍ଞାନ ଗଠନ ଶିକ୍ଷଣ ସ୍ବୟଂକ୍ରିୟତା ଉପରେ ଗୁରୁତ୍ବ ଆରୋପ କରେ । ଶିକ୍ଷା ଗ୍ରହଣ ପ୍ରକ୍ରିୟା ଆପେ ଆପେ ସାମାଜିକ ବିଧ୍ୱଂବ୍ୟବସ୍ଥା ମାଧ୍ଯମରେ ବ୍ୟକ୍ତି ପାଖରେ ପହଞ୍ଚେ ଓ ବ୍ୟକ୍ତି ସେହି ଜ୍ଞାନ ଓ ଅଭିଜ୍ଞତାକୁ ଆଧାର କରି ପରବର୍ତ୍ତୀ ଜ୍ଞାନ ଆହରଣ ପାଇଁ ନିଜକୁ ପ୍ରସ୍ତୁତ କରେ ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଶିକ୍ଷଣ ଏକ ପ୍ରକ୍ରିୟା ଯାହାଦ୍ଵାରା ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନ କରାଯାଇଥାଏ । ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନ ପାଇଁ ଆମର ପଞ୍ଚ ଇନ୍ଦ୍ରିୟକୁ ଜ୍ଞାନର ଦ୍ଵାର ବୋଲି କୁହାଯାଏ । ଏହି ପଞ୍ଚ ଇନ୍ଦ୍ରିୟ ଯଥା – ଆଖୁ, ନାକ, କାନ, ଚକ୍ଷୁ, ଜିହ୍ବା ଆଦିଦ୍ୱାରା ଦୃଷ୍ଟି, ଆଘ୍ରାଣ, ଶ୍ରବଣ, ସ୍ପର୍ଶ ଏବଂ ସ୍ବାଦ ଇତ୍ୟାଦି ଅନେକ ତଥ୍ୟ ସଂଗ୍ରହ କରାଯାଇଥାଏ । ମାତ୍ର ଏହାକୁ ପର୍ଯ୍ୟବେକ୍ଷଣଦ୍ୱାରା ଅଧିକ ଦୃଢ଼ କରାଯାଏ ।

ପର୍ଯ୍ୟବେକ୍ଷଣ (Observation):
ପର୍ଯ୍ୟବେକ୍ଷଣଦ୍ଵାରା କୌଣସି ଏକ ନିର୍ଦ୍ଦିଷ୍ଟ ଆଚରଣକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯାଇଥାଏ । ଏହା ପ୍ରତ୍ୟକ୍ଷ ଭାବରେ
ହେଉ ବା ପରୋକ୍ଷ ଭାବରେ ହେଉ ।

ପର୍ଯ୍ୟବେକ୍ଷଣର ପ୍ରକାରଭେଦ (Types of Observation):
ପର୍ଯ୍ୟବେକ୍ଷଣକୁ ସାଧାରଣତଃ ଦୁଇଭାଗରେ ବିଭକ୍ତ କରାଯାଇଛି –
(୧) ଅନ୍ତଃନିରୀକ୍ଷଣ ବା ଆତ୍ମପର୍ଯ୍ୟବେକ୍ଷଣ (Introspection)
(୨) ବାହ୍ୟ ପର୍ଯ୍ୟବେକ୍ଷଣ ବା ବସ୍ତୁନିଷ୍ଠ ପର୍ଯ୍ୟବେକ୍ଷଣ (Objective observation)

(୧) ଅନ୍ତଃନିରୀକ୍ଷଣ (Introspection):
ପ୍ରତ୍ୟେକ ଶିକ୍ଷାର୍ଥୀ ନିଜର ମାନସିକ ଅବସ୍ଥାକୁ ନିଜେ ଅନୁଧ୍ୟାନ କରିଥାଏ । ନିଜର ଭାବନା, ଚିନ୍ତା, କଳ୍ପନା ଶକ୍ତିକୁ ସେ ବୁଝିଥାଏ । ନିଜର ଦୁଃଖ ଏବଂ ସୁଖକୁ ସେ ଅନୁଭବ କରେ । ତେଣୁ ତା’ର ମାନସିକ କାର୍ଯ୍ୟାବଳୀକୁ ସେ ନିଜେ ଅନୁଧ୍ୟାନ କରିଥାଏ । ଏହାଦ୍ଵାରା ତା’ର ନିଜ ବିଷୟରେ ଜ୍ଞାନଲାଭ ହୁଏ ।

(୨) ବସ୍ତୁନିଷ୍ଠ ପର୍ଯ୍ୟବେକ୍ଷଣ (Objective observation):
ପ୍ରତ୍ୟେକଙ୍କର ଦୁଇଟି ମାନସିକ କ୍ରିୟା ସମ୍ପନ୍ନ ହୁଏ । ଗୋଟିଏ ଅନ୍ତର୍ନିହିତ ମାନସିକ ଭାବ ଏବଂ ଅନ୍ୟଟି ଅନ୍ତର୍ନିହିତ ମାନସିକ ଭାବର ପରିପ୍ରକାଶ । ପ୍ରଥମ ଅବସ୍ଥାକୁ ଆନ୍ତପର୍ଯ୍ୟବେକ୍ଷଣଦ୍ବାରା ଜାଣିହୁଏ । ମାତ୍ର ଦ୍ୱିତୀୟ ଅବସ୍ଥାକୁ ବିଭିନ୍ନ ପରିସ୍ଥିତିରେ ନିଜର ଭାବନାର ପ୍ରୟୋଗରୁ ଜାଣିହୁଏ । କୌଣସି ଘଟଣା ବା ଆଚରଣକୁ ପ୍ରାକୃତିକ ପରିବେଶରେ ଆମେ କିପରି ପ୍ରୟୋଗ କରୁଛେ ତାକୁ ଅନୁଧ୍ୟାନ କରାଯାଏ ।

କାନ୍ଦୁଥ‌ିବା ଓ ଖେଳୁଥିବା ସମୟରେ ଶିଶୁଟିର ଭାବଭଙ୍ଗୀ ଇତ୍ୟାଦିକୁ ଅନୁଧ୍ୟାନ ବା ପର୍ଯ୍ୟବେକ୍ଷଣ କଲେ ଜଣାଯିବ ଯେ ବିଭିନ୍ନ ପରିସ୍ଥିତରେ ସେ କିପରି ପ୍ରତିକ୍ରିୟା ପ୍ରକାଶ କରୁଛି । ପୁନଶ୍ଚ ପର୍ଯ୍ୟବେକ୍ଷଣକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପର୍ଯ୍ୟବେକ୍ଷଣ ଭାବେ ଦୁଇଭାଗ କରାଯାଇଛି; ଯଥା-

(i) ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣ (Direct observation)
(ii) ପରୋକ୍ଷ ପର୍ଯ୍ୟବେକ୍ଷଣ (Indirect observation)

ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣ – ଶିଶୁ ନିଜର ମାନସିକ ଆଚରଣକୁ ନିଜେ ପ୍ରକାଶ କରି ତଥ୍ୟ ସଂଗ୍ରହ କରିଥାଏ । ଅନେକ ସମୟରେ ନିଜେ କୌଣସି କାର୍ଯ୍ୟ ସମ୍ପାଦନ କରିବା ସମୟରେ ନିଜର ଜ୍ଞାନ ଓ ଅଭିଜ୍ଞତାକୁ ସେ କିପରି ପ୍ରୟୋଗ କରିଥାଏ, ତାକୁ ଅନୁଧ୍ୟାନ କରେ ।

ପରୋକ୍ଷ ପର୍ଯ୍ୟବେକ୍ଷଣ – ଶିକ୍ଷାର୍ଥୀମାନେ ବିଭିନ୍ନ ସମୟରେ ଓ ବିଭିନ୍ନ ପରିସ୍ଥିତିରେ ଅନ୍ୟମାନେ କିପରି ବ୍ୟବହାର କରନ୍ତି ତାକୁ ଅନୁଧ୍ୟାନ କରିଥା’ନ୍ତି । ଯାହାକୁ ପରୋକ୍ଷ ପର୍ଯ୍ୟବେକ୍ଷଣ କୁହାଯାଏ । ଶିକ୍ଷାର୍ଥୀ ଖେଳପଡ଼ିଆ, ବିଦ୍ୟାଳୟ ପରିସର, ନିଜର ବାସଗୃହ, ସହପାଠୀଙ୍କ ସହ ସମ୍ପର୍କ ଏବଂ ସେମାନଙ୍କର ଆଚରଣଗୁଡ଼ିକୁ ଅନୁଧ୍ୟାନ କରିଥାଏ ।

ପର୍ଯ୍ୟବେକ୍ଷଣ ଏକ ସରଳ, ସହଜ ଉପାୟ ଯାହାଦ୍ୱାରା କୌଣସି ବ୍ୟବହାରକୁ ବିଭିନ୍ନ ପରିସ୍ଥିତିରେ ପ୍ରୟୋଗ କରି ଶିକ୍ଷାର୍ଜନ କରାଯାଇଥାଏ । ଏହାଦ୍ୱାରା ଶିକ୍ଷାର୍ଥୀ ନିଜେ ନିଜକୁ ପର୍ଯ୍ୟବେକ୍ଷଣ କରିଥାଏ । ଏହା ମାଧ୍ୟମରେ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ପର୍ଯ୍ୟବେକ୍ଷଣ କରି ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିଥା’ନ୍ତି ।

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

Odisha State Board CHSE Odisha Class 12 Foundation of Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ Questions and Answers.

CHSE Odisha 12th Class Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. କେଉଁ ଶିକ୍ଷାବିତ୍ ପ୍ରକୃତିବାଦ ଉପରେ ଗୁରୁତ୍ବ ଦେଇଛନ୍ତି ?
(i) ଗ।ନ୍ଧ
(ii) ଗୋପବନ୍ଧୁ
(iii) ଋଷୋ
(iv) ଶ୍ରୀଅରବିନ୍ଦ
Answer:
(iii) ଋଷୋ

2. ଋଷୋଙ୍କ କେଉଁ ବହି ୧୭୬୨ ମସିହାରେ ପ୍ରକାଶ ପାଇଥିଲା ?
(i) ସାମାଜିକ ଚୁକ୍ତି
(ii) ଏମିଲି
(iii) ଶିକ୍ଷା
(iv) କୌଣସିଟି ନୁହେଁ
Answer:
(ii) ଏମିଲି

3. ଜିନ୍ ଜାକୁଏସ୍ ଋଷୋ କେଉଁ ଶିକ୍ଷାର ପ୍ରବର୍ତ୍ତକ ?
(i) ଶିକ୍ଷକକୈନ୍ଦ୍ରିକ
(ii) ଶିକ୍ଷାର୍ଥୀକୈନ୍ଦ୍ରିକ
(iii) ବିଷୟକୈନ୍ଦ୍ରିକ
(iv) ସମାଜକୈନ୍ଦ୍ରିକ
Answer:
(ii) ଶିକ୍ଷାର୍ଥୀକୈନ୍ଦ୍ରିକ

4. ଶୈଶବକାଳରେ ଶିକ୍ଷାର୍ଥୀର କେଉଁ ବିକାଶ ଉପରେ ଋଷୋ ଗୁରୁତ୍ବ ଆରୋପ କରିଥିଲେ ?
(i) ଶାରାରିକ
(ii) ମାନସିକ
(iii) ସାମାଜିକ
(iv) ନୈତିକ
Answer:
(i) ଶାରାରିକ

5. ଋଷୋ ଜଣେ ଦାର୍ଶନିକ ।
(i) ଇଂରେଜ
(ii) ଫରାସୀ
(iii) ଗ୍ରୀକ୍
(iv) ଭାରତୀୟ
Answer:
(ii) ଫରାସୀ

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

6. ପ୍ରକୃତି ଅନୁଯାୟୀ ଶିକ୍ଷା ସହ କେଉଁଟି ସମ୍ପର୍କିତ ନୁହେଁ ?
(i) ମନୋବୈଞାନିକ ପ୍ରକୃତି
(ii) ଭୌତିକ ପ୍ରକୃତି
(iii) ଅଣସାମାଜିକ ପ୍ରକୃତି
(iv) ପ୍ରାକୃତିକ ପରିବେଶ
Answer:
(iv) ପ୍ରାକୃତିକ ପରିବେଶ

7. ଋଷୋଙ୍କ ମତରେ ଶୈଶବକାଳର ଅବଧୂ କେତେ ?
(i) ଜନ୍ମରୁ ୫ ବର୍ଷ
(ii) ୫ ବର୍ଷରୁ ୧୨ ବର୍ଷ
(iii) ୧୨ ବର୍ଷରୁ ୧୫ ବର୍ଷ
(iv) ୧୫ ବର୍ଷରୁ ୨୦ ବର୍ଷ
Answer:
(i) ଜନ୍ମରୁ ୫ ବର୍ଷ

8. କେଉଁ ଶିକ୍ଷାବିତ୍‌ଙ୍କର ଅନୁଶାସନ ‘ପ୍ରାକୃତିକ ପରିଣାମ ତତ୍ତ୍ବ’ ଉପରେ ଆଧାରିତ ଅଟେ ?
(i) ଗାନ୍ଧିଜା
(ii) ଋଷୋ
(iii) ଗୋପବନ୍ଧୁ
(iv) ଶ୍ରୀଅରବିନ୍ଦ
Answer:
(ii) ଋଷୋ

9. କେଉଁ ଶିକ୍ଷାବିତଙ୍କର ନାରୀମାନଙ୍କ ପ୍ରତି ନାକାରାତ୍ମକ ଦୃଷ୍ଟିଭଙ୍ଗୀ ଥିଲା ?
(i) ଗାନ୍ଧିଜା
(ii) ଋଷୋ
(iii) ଗୋପବନ୍ଧୁ
(iv) ଶ୍ରୀଅରବିନ୍ଦ
Answer:
(ii) ଋଷୋ

10. ଶିକ୍ଷାର୍ଥୀର କେଉଁ ଅବସ୍ଥାକୁ ‘ନବଜନ୍ମ ଲାଭ’ ବୋଲି ଋଷୋ ବର୍ଣ୍ଣନା କରିଛନ୍ତି ?
(i) ଣୈଣବକାଳ
(ii) ବାଲ୍ୟକାଳ
(iii) କୈଶୋରାବସ୍ଥା
(iv) ଯୌବନକାଳ
Answer:
(iv) ଯୌବନକାଳ

11. ‘ସଭ୍ୟତାର ପ୍ରଗତି ହିଁ ସମସ୍ତ ଅତ୍ୟାଚାର ଓ ଦୁର୍ନୀତିର କାରଣ’ ଏହି ବିଷୟକ ଗ୍ରନ୍ଥଟି କେବେ ପ୍ରକାଶ ପାଇଥିଲା ?
(i) ୧୭୪୭
(ii) ୧୭୫୦
(iii) ୧୭୫୦
(iv) ୧୭୫୫
Answer:
(ii) ୧୭୫୦

12. ଋଷୋ ତାଙ୍କ ଶିକ୍ଷାଦର୍ଶନ କେଉଁ ପୁସ୍ତକରେ ବର୍ଣ୍ଣନା କରିଅଛନ୍ତି ?
(i) ଗାତା
(ii) ଏମିଲି
(iii) ହରିଜନ
(iv) କୌଣସିଟି ନୁହେଁ
Answer:
(ii) ଏମିଲି

13. ଋଷୋଙ୍କ ଶିକ୍ଷାଦର୍ଶନକୁ କ’ଣ କୁହାଯାଏ ?
(i) ଆଦର୍ଣବାଦ
(ii) ପ୍ରକୃତିବାଦ
(iii) ପ୍ରୟୋଗବାଦ
(iv) ସଂକଳନବାଦ
Answer:
(ii) ପ୍ରକୃତିବାଦ

B. ଶୂନ୍ୟସ୍ଥାନ ପୂରଣ କର ।

1. ଋଷୋଙ୍କଦ୍ଵାରା ଲିଖ୍ତ ପୁସ୍ତକର ନାମ __________ ।
Answer:
ଏମିଲି

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

2. ଋଷୋଙ୍କ ଲିଖୂ ପୁସ୍ତକ ଏମିଲି __________ ମସିହାରେ ରଚିତ ହୋଇଥିଲା ।
Answer:
୧୭୬୨

3. ଋଷୋ ___________ ମସିହାରେ ଜନ୍ମ ହୋଇଥିଲେ ।
Answer:
୧୭୧୨

4. ରଷୋଙ୍କର ଦୁଇଟି ପ୍ରସିଦ୍ଧ ଗ୍ରନ୍ଥ ମଧ୍ୟରୁ ଗୋଟିଏ ‘ସାମାଜିକ ଚୁକ୍ତି’ ଓ ଅନ୍ୟଟି____________ ।
Answer:
ଏମିଲି

5. ଋଷୋଙ୍କର ___________ ମସିହାରେ ପ୍ୟାରିସ୍ଠାରେ ମୃତ୍ୟୁ ହୋଇଥିଲା ।
Answer:
୧୭୭୮

6. ଋଷୋଙ୍କ ମତରେ ଶୈଶବକାଳ ଜନ୍ମରୁ ____________ ବର୍ଷ |
Answer:
ପାଞ୍ଚ (୫)

7. ଋଷୋଙ୍କ ମତରେ ବାଲ୍ୟକାଳ ପାଞ୍ଚରୁ____________ ବର୍ଷ |
Answer:
୧୨

8. ଋଷୋଙ୍କର ନାରୀଶିକ୍ଷା ପ୍ରତି _________ ମନୋଭାବ ଥିଲା ।
Answer:
ନାକାରାମ୍କ

9. __________ ଶିକ୍ଷା ଋଷୋଙ୍କର ଶିକ୍ଷାଜଗତ ପ୍ରତି ଏକ ଅବଦାନ ।
Answer:
ନେତିବାଚକ ବା ନାସ୍ତିବାଚକ

10. ଋଷୋଙ୍କର ଶୃଙ୍ଖଳା ____________ ଥିଲା ।
Answer:
ପ୍ରାକୃତିକ ପରିଣାମ ତତ୍ତ୍ବ

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଜିନ୍ ଜାକୁଏସ୍ ଋଷୋ ଜଣେ ଗ୍ରୀକ୍ ଦାର୍ଶନିକ ।
Answer:
ଜିନ୍ ଜାକୁଏସ୍ ଋଷୋ ଜଣେ ଫରାସୀ ଦାର୍ଶନିକ ।

2. ସବୁଜ ବିପ୍ଲବରେ ଋଷୋ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
Answer:
ଫରାସୀ ବିପ୍ଳବରେ ଋଷୋ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

3. ଋଷୋ ୧୭୧୨ରେ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ ।
Answer:
ଋଷୋ ୧୭୧୨ରେ ଜେନେଭାରେ ଜନ୍ମଗ୍ରହଣ କରିଥିଲେ ।

4. ସାମାଜିକ ଚୁକ୍ତି (Social Contact) ପୁସ୍ତକଟି ଆରିଷ୍ଟୋଟଲ୍ ଲେଖୁଥିଲେ ।
Answer:
ସାମାଜିକ ଚୁକ୍ତି (Social Contact) ପୁସ୍ତକଟି ଋଷୋ ଲେଖୁଥିଲେ ।

5. ଋଷୋ ତାଙ୍କର ଶିକ୍ଷା ସମ୍ପର୍କରେ ‘ସାମାଜିକ ଚୁକ୍ତି’ ପୁସ୍ତକରେ ବର୍ଣ୍ଣନା କରିଛନ୍ତି ।
Answer:
ଋଷୋ ତାଙ୍କର ଶିକ୍ଷା ସମ୍ପର୍କରେ ‘ଏମିଲି’ ପୁସ୍ତକରେ ବର୍ଣ୍ଣନା କରିଛନ୍ତି ।

6. ଋଷୋ ଜୀବନକାଳକୁ ପାଠ୍ୟକ୍ରମ ପାଇଁ ୫ଟି ଭାଗରେ ବିଭକ୍ତ କରିଛନ୍ତି
Answer:
ଋଷୋ ଜୀବନକାଳକୁ ପାଠ୍ୟକ୍ରମ ପାଇଁ ୪ଟି ଭାଗରେ ବିଭକ୍ତ କରିଛନ୍ତି ।

7. ଋଷୋଙ୍କର ଶୈଶବକାଳର ଅବଧୂ ୫ ବର୍ଷରୁ ୧୨ ବର୍ଷ ଅଟେ |
Answer:
ଋଷୋଙ୍କର ବାଲ୍ୟକାଳର ଅବଧୂ ୫ ବର୍ଷରୁ ୧୨ ବର୍ଷ ଅଟେ |

8. ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଜୀବନ କାଳକୁ ଋଷୋ ଶୈଶବ କାଳ ରୂପେ ବ୍ୟକ୍ତ କରିଛନ୍ତି ।
Answer:
ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଜୀବନ କାଳକୁ ଋଷୋ ଶୈଶବ କାଳ ରୂପେ ବ୍ୟକ୍ତ କରିଛନ୍ତି ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।

1. ଶିକ୍ଷାକ୍ଷେତ୍ରକୁ ଋଷୋଙ୍କର ଦୁଇଟି ଦାନ ଲେଖ ।
Answer:
ରଷୋଙ୍କର ଶିକ୍ଷାକ୍ଷେତ୍ରକୁ ଦୁଇଟି ମୁଖ୍ୟ ଗୁରୁତ୍ଵପୂର୍ଣ୍ଣ ଦାନ ହେଲା – (1) ନାସ୍ତିବାଚକ ଶିକ୍ଷା, (2) ଶିଶୁକୈନ୍ଦ୍ରିକ ଶିକ୍ଷା ।

2. ଋଷେ କେଉଁ ଦେଶର ଦାର୍ଶନିକ ଥିଲେ ?
Answer:
ଋଷେ ଫ୍ରାନ୍ସ ଦେଶର ଦାର୍ଶନିକ ଥିଲେ ।

3. ଋଷେ କେଉଁ ବିପ୍ଳବରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ?
Answer:
ଋଷୋ ଫରାସୀ ବିପ୍ଲବରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

4. ଶିଶୁକୈନ୍ଦ୍ରିକ ଶିକ୍ଷାର ପ୍ରଥମ ପ୍ରବର୍ତ୍ତକ କିଏ ?
Answer:
ଶିଶୁକୈନ୍ଦ୍ରିକ ଶିକ୍ଷାର ପ୍ରଥମ ପ୍ରବର୍ତ୍ତକ ଥିଲେ ରଷୋ ।

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

5. ଋଷୋ କେତେ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ?
Answer:
ରଷୋ ୧୭୧୨ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ।

6. ଋଷୋ କେତେ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ ?
Answer:
ଋଷେ ୧୭୭୮ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ ।

7. ଋଷୋଙ୍କ ମତରେ ସାମାଜିକ ପ୍ରକୃତି କ’ଣ ?
Answer:
ଋଷୋଙ୍କ ମତରେ ସାମାଜିକ ପ୍ରକୃତି କୃତ୍ରିମତା ବିରୋଧୀ ସ୍ବାଭାବିକ ବ୍ୟବସ୍ଥା ।

8. ଋଷୋ ତାଙ୍କ ‘ଏମିଲି’ ପୁସ୍ତକରେ କାହା ଉପରେ ଆଲୋଚନା କରିଛନ୍ତି ।
Answer:
ଋଷୋ ତାଙ୍କର ‘ଏମିଲି’ ପୁସ୍ତକରେ ଏକ କାଳ୍ପନିକ ଶିଶୁର କ୍ରମ ବିକାଶ ଉପରେ ଆଲୋଚନା କରିଛନ୍ତି ।

9. ଶିଶୁର ପ୍ରାକୃତିକ ଗୁଣାବଳୀ କହିଲେ କ’ଣ ବୁଝ ?
Answer:
ଶିଶୁ ମଧ୍ୟରେ ଥ‌ିବା ସ୍ଵତନ୍ତ୍ର ଆଗ୍ରହ ଓ ଗୁଣବତ୍ତାକୁ ଶିଶୁର ପ୍ରାକୃତିକ ଗୁଣାବଳୀ କୁହାଯାଏ ।

10. ଜ୍ଞାନାତ୍ମକ ସ୍ତରରେ ନାସ୍ତିବାଚକ ଶିକ୍ଷାର ଅର୍ଥ କ’ଣ ?
Answer:
ଜ୍ଞାନାତ୍ମକ ସ୍ତରରେ ନାସ୍ତିବାଚକ ଶିକ୍ଷାର ଅର୍ଥ ହେଉଛି ଶିଶୁକୁ କୌଣସି ଶିକ୍ଷା ଦିଆଯିବ ନାହିଁ ।

11. ନୈତିକ ଶିକ୍ଷା ସ୍ତରରେ ନାସ୍ତିବାଚକ ଶିକ୍ଷାର ଅର୍ଥ କ’ଣ ?
Answer:
ନୈତିକ ଶିକ୍ଷା ସ୍ତରରେ ନାସ୍ତିବାଚକ ଶିକ୍ଷାର ଅର୍ଥ ଶିଶୁ ନିଜ କର୍ମ ମାଧ୍ୟମରେ ନୈତିକ ଶିକ୍ଷା ଗ୍ରହଣ କରିବା ଉଚିତ ।

12. କେଉଁ ବୟସରେ ଋଷୋ ପୁସ୍ତକଗତ ଶିକ୍ଷାଦାନ ନ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ?
Answer:
ବାଲ୍ୟକାଳରେ ଋଷୋ ପୁସ୍ତକଗତ ଶିକ୍ଷାଦାନ ନ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଋଷୋଙ୍କଦ୍ଵାରା ପ୍ରଦତ୍ତ ଶିକ୍ଷାର ଦୁଇଟି ଲକ୍ଷ୍ୟ ଲେଖ ।
Answer:
ଆତ୍ମ ପରିପ୍ରକାଶ – ଅନ୍ତର୍ନିହିତ ଗୁଣାବଳୀର ସମ୍ପୂର୍ଣ୍ଣ ପ୍ରକାଶ ପାଇଁ ସ୍ଵାଧୀନତାର ଆବଶ୍ୟକତା ଅଛି ।
ଇନ୍ଦ୍ରିୟାନୁଭୂତିର ବିକାଶ – ଇନ୍ଦ୍ରିୟାନୁଭୂତିଦ୍ୱାରା ଶିକ୍ଷା ଦୀର୍ଘସ୍ଥାୟୀ ଏବଂ ଆନନ୍ଦଦାୟକ ହୁଏ ।

2. ଋଷୋଙ୍କ ମତରେ ଶୈଶବକାଳରେ ଶିକ୍ଷାଦାନ ନିମନ୍ତେ କାହା ଉପରେ ଗୁରୁତ୍ଵ ଦିଆଯାଇଥାଏ ?
Answer:
ଋଷୋଙ୍କ ମତରେ ଶୈଶବକାଳରେ ଶିକ୍ଷାଦାନ ନିମନ୍ତେ ମାନସିକ ବିକାଶ ଉପରେ ଗୁରୁତ୍ଵ ନ ଦେଇ ଶାରୀରିକ ବିକାଶ ଉପରେ ଗୁରୁତ୍ଵ ଦେବା ଉଚିତ । ଶାରୀରିକ ବିକାଶ ପାଇଁ କୃତ୍ରିମ ଶିକ୍ଷା ଦିଆଯିବା ଉଚିତ ନୁହେଁ ।

3. ଋଷୋଙ୍କ ମତରେ ବାଲ୍ୟକାଳର ଶିକ୍ଷା କିପରି ହେବା ଉଚିତ ?
Answer:
ଋଷୋଙ୍କ ମତରେ ବାଲ୍ୟକାଳରେ ନାସ୍ତିବାଚକ ଶିକ୍ଷାର ଆବଶ୍ୟକତା ଅଛି । ଶିକ୍ଷାର୍ଥୀର ଇଚ୍ଛା, ରୁଚି ଏବଂ ପ୍ରବୃତ୍ତି ମାଧ୍ୟମରେ ଶିକ୍ଷାଦାନ କରାଯିବା ଦରକାର ।

4. ଋଷୋଙ୍କଦ୍ବାରା ଅନୁମୋଦିତ ଦୁଇଟି ଶିକ୍ଷାଦାନ ପ୍ରଣାଳୀ ଲେଖ ।
Answer:
ଋଷୋଙ୍କଦ୍ୱାରା ଅନୁମୋଦିତ ଦୁଇଟି ଶିକ୍ଷାଦାନ ପ୍ରଣାଳୀ ହେଲା – ପ୍ରତ୍ୟକ୍ଷ ଅନୁଭୂତି ଓ କାର୍ଯ୍ୟ ମାଧ୍ୟମରେ ଶିକ୍ଷା । ବାସ୍ତବ ପରିସ୍ଥିତି ଓ ଅଭିଜ୍ଞତା ପ୍ରତ୍ୟକ୍ଷ ଅନୁଭୂତିରୁ ମିଳିଥାଏ । କାର୍ଯ୍ୟ ମାଧ୍ୟମରେ ଶିକ୍ଷାଦ୍ବାରା ଶିକ୍ଷାର୍ଥୀର ସୃଜନଶୀଳତା ବୃଦ୍ଧି ପାଇଥାଏ ।

5. ଋଷୋଙ୍କର ଶିକ୍ଷା ବ୍ୟବସ୍ଥାର ଅନୁଶାସନ କିପରି ଥିଲା ?
Answer:
ଋଷୋଙ୍କ ଶିକ୍ଷାଦର୍ଶନ ଅନୁସାରେ ପ୍ରକୃତି ପୁରସ୍କାର ବା ଦଣ୍ଡ ଦେବ, ଶିକ୍ଷକ ନୁହେଁ । ଶିକ୍ଷାର୍ଥୀ ପ୍ରକୃତି କୋଳରେ ଆପେ ଆପେ ଶିକ୍ଷା ଲାଭ କରିବ ଓ ଫଳାଫଳଦ୍ଵାରା ଭଲମନ୍ଦ ବୁଝିବ; ଫଳରେ ଆପେ ଆପେ ସେ ଶୃଙ୍ଖଳିତ ହେବ । ଏହା ଥିଲା ରଷୋଙ୍କ ଶିକ୍ଷା ବ୍ୟବସ୍ଥାର ଅନୁଶାସନ ।

6. ଋଷୋଙ୍କ ଶିକ୍ଷା ବ୍ୟବସ୍ଥାର ଦୁଇଟି ସମାଲୋଚନା ଲେଖ ।
Answer:
ନାରୀଶିକ୍ଷା ପ୍ରତି ଋଷୋଙ୍କର ନାକାରାତ୍ମକ ମନୋଭାବ ଥିଲା । ‘ପ୍ରାକୃତିକ ପରିଣାମ ତତ୍ତ୍ଵ’ ଅନୁଶାସନ ସବୁବେଳେ ଶିକ୍ଷାର୍ଥୀ ପାଇଁ ଉପଯୋଗୀ ନୁହେଁ । ଶିକ୍ଷକଙ୍କ ବିନା ଶିକ୍ଷାର୍ଥୀ ସବୁ କିଛି ଶିକ୍ଷାଲାଭ କରିପାରିବ ଏହା ଠିକ୍ ନୁହେଁ ।

7. ଋଷୋଙ୍କ ମତରେ ଶିକ୍ଷାର ବିଭିନ୍ନ ସ୍ତରଗୁଡ଼ିକ କ’ଣ ?
Answer:
ଏମିଲି (Emile) ରେ ଋଷେ ବିଭିନ୍ନ ସ୍ତର ଅନୁସାରେ କିପରି ଶିକ୍ଷାଦାନ କରାଯାଇଥାଏ, ତାହା ବର୍ଣ୍ଣନା କରିଛନ୍ତି । ସେ ବିକାଶର ସ୍ତରକୁ ନିମ୍ନମତେ ବିଭାଗୀକରଣ କରିଛନ୍ତି-
(1) ଶୈଶବାବସ୍ଥା (Infancy)
(2) ପିଲାଦିନ (Childhood)
(3) କୈଶୋରାବସ୍ଥା (Boyhood)
(4) ଯୌବନାବସ୍ଥା (Adolescence)

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

8. ଋଷୋଙ୍କ ଦୁଇଟି ଶିକ୍ଷାଦାନ ପଦ୍ଧତି ବିଷୟରେ ଲେଖ ।
Answer:
ଋଷୋ ଗତାନୁଗତିକ ପୁସ୍ତକଗତ ଶିକ୍ଷାଦାନ ପ୍ରଣାଳୀର ଘୋର ବିରୋଧୀ ଥିଲେ । ସେ ନିମ୍ନଲିଖତ ଶିକ୍ଷାଦାନ ପଦ୍ଧତିଗୁଡ଼ିକ ଉପରେ ଗୁରୁତ୍ବ ଆରୋପ କରିଥିଲେ ।
(i) ପ୍ରତ୍ୟକ୍ଷ ଅନୁଭୂତି (Direct Experience) : ଶିକ୍ଷାର୍ଥୀ ବାସ୍ତବ ପରିସ୍ଥିତିର ସମ୍ମୁଖୀନ ହେଲେ ପ୍ରତ୍ୟକ୍ଷ ଭାବରେ ଶିକ୍ଷାଲାଭ କରିଥାଏ । ପ୍ରତ୍ୟକ୍ଷ ଅନୁଭୂତିଦ୍ଵାରା ଅର୍ଜିତ ଶିକ୍ଷା ଦୀର୍ଘସ୍ଥାୟୀ ହୋଇଥାଏ ।
(ii) ଆବିଷ୍କାରମୂଳକ ପଦ୍ଧତି (Heauristic Method) : ନିଜର ଅନେକ ଅଭିଜ୍ଞତା ଏବଂ ଜ୍ଞାନର ପ୍ରୟୋଗ କରାଯାଇ ନୂତନ ଜ୍ଞାନ ଆହରଣ କରାଯାଇଥାଏ । ଏହା କେବଳ ଅନ୍ଵେଷଣ ବା ଆବିଷ୍କାର ପଦ୍ଧତି ଅବଲମ୍ବନଦ୍ୱାରା ସମ୍ଭବ ।

9. ଋଷୋଙ୍କ ଅନୁଶାସନ ବିଷୟରେ ଲେଖ ।
Answer:
ଋଷୋଙ୍କ ମତରେ ଶିକ୍ଷାର୍ଥୀମାନେ ମୁକ୍ତ ପରିବେଶରେ ପ୍ରକୃତି କୋଳରେ ଶିକ୍ଷାଲାଭ କରିବା ଉଚିତ । ପ୍ରକୃତି ଉପଯୁକ୍ତ ଶିକ୍ଷକ । ତେଣୁ ପ୍ରକୃତିର ନୀତିନିୟମ ଅନୁସାରେ ଶିକ୍ଷାଲାଭ କରିବା ଉଚିତ । ଶିକ୍ଷକମାନଙ୍କର କଡ଼ା ଅନୁଶାସନରେ ଶିକ୍ଷାର୍ଥୀମାନେ ରହିବା ଉଚିତ ନୁହେଁ । ସେମାନେ ମୁକ୍ତ ଭାବରେ ଶିକ୍ଷାଲାଭ କରିବା ଉଚିତ । ଅନୁଶାସନ ପ୍ରାକୃତିକ ପରିଣାମ ତତ୍ତ୍ଵ ଉପରେ ଆଧାରିତ । ପ୍ରକୃତି ଦଣ୍ଡ ବା ପୁରସ୍କାର ଦେବ, ଶିକ୍ଷକ ନୁହେଁ । ଯନ୍ତ୍ରଣାକୁ ଅନୁଭବ ସେ କରୁ । ମୁଣ୍ଡ କାନ୍ଥରେ ମାଡ଼ ହେଲେ ସେ କଷ୍ଟ ଅନୁଭବ କରୁ ଓ ତଦ୍ବାରା ସେ ଶିକ୍ଷାଲାଭ କରୁ ।

10. ଋଷୋଙ୍କ ମତରେ ଶିକ୍ଷା ବିକାଶର କେତୋଟି ସ୍ତର ଅଛି ଓ କ’ଣ କ’ଣ ?
Answer:
‘ଏମିଲି’ ପୁସ୍ତକରେ ଶିକ୍ଷାର ବିଭିନ୍ନ ସ୍ତର ସମ୍ପର୍କରେ ଋଷୋ ଆଲୋଚନା କରିଛନ୍ତି । ପ୍ରଥମ ସ୍ତରଟି ଶୈଶବକାଳ ଯାହାର ସମୟସୀମା ଜନ୍ମରୁ ପାଞ୍ଚବର୍ଷ ଅଟେ । ଦ୍ବିତୀୟ ସ୍ତରଟି ବାଲ୍ୟକାଳ, ଯାହା ପାଞ୍ଚ ବର୍ଷରୁ ବାର ବର୍ଷ ପର୍ଯ୍ୟନ୍ତ । ତୃତୀୟଟି କୈଶୋର ଅବସ୍ଥା, ଯାହାର ସମୟସୀମା ବାର ବର୍ଷରୁ ପନ୍ଦର ବର୍ଷ । ଚତୁର୍ଥଟି ଯୌବନାବସ୍ଥା, ଯାହାର ସମୟସୀମା ପନ୍ଦର ବର୍ଷରୁ କୋଡ଼ିଏ ବର୍ଷ ।

11. ଋଷୋଙ୍କ ମତରେ ଶିକ୍ଷକଙ୍କର ଭୂମିକା କିପରି ହେବା ଉଚିତ ?
Answer:
ଶିକ୍ଷକ ଶିକ୍ଷାର୍ଥୀମାନଙ୍କର ବନ୍ଧୁ, ସହାୟକ, ପଥପ୍ରଦର୍ଶକ ଓ ପରାମର୍ଶଦାତା । ଶିକ୍ଷାର୍ଥୀମାନଙ୍କୁ ସେ ଆଢୁଆଳରେ ରହି ସାହାଯ୍ୟ କରିଥା’ନ୍ତି । ଶିକ୍ଷାଦାନ ଏବଂ ଶିକ୍ଷଣ ପରିସ୍ଥିତିର ଶିକ୍ଷକ କେବଳ ପଥପ୍ରଦର୍ଶକ । ଜଣେ ଉପଯୁକ୍ତ ପର୍ଯ୍ୟବେକ୍ଷକ ଭାବରେ ଶିକ୍ଷକ କାର୍ଯ୍ୟ କରିଥା’ନ୍ତି । ପାଠ୍ୟବିଷୟ ଉପରେ ଅଧ‌ିକ ଜ୍ଞାନ ନ ଦେଇ ସ୍ଵାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଯୋଗାଇଥା’ନ୍ତି ।

12. ଋଷୋଙ୍କର ଶିକ୍ଷାନୀତିରେ ‘ପ୍ରକୃତି’ର ଅର୍ଥ କ’ଣ ?
Answer:
ଋଷୋଙ୍କ ଶିକ୍ଷାନୀତିରେ ପ୍ରକୃତି କହିଲେ ଭୌତିକ ପ୍ରକୃତିକୁ ବୁଝାଏ; ଯଥା – ଗଛଲତା, ପଶୁପକ୍ଷୀ, ବଣ ପାହାଡ଼, ନଦନଦୀ ଇତ୍ୟାଦି । ତାଙ୍କ ମତରେ ଶିକ୍ଷାର୍ଥୀଙ୍କୁ ଶ୍ରେଣୀଗୃହରେ ଆବଦ୍ଧ ନ କରି ପ୍ରାକୃତିକ ପରିବେଶରେ ଶିକ୍ଷାଗ୍ରହଣ କରିବାକୁ ଉତ୍ସାହିତ କରିବା ଉଚିତ ।

13. ସମାଜଠାରୁ ଦୂରରେ ରଖ୍ ଶିଶୁକୁ ଶିକ୍ଷା ଦେବାରେ ଋଷୋଙ୍କ କେଉଁ ଉଦ୍ଦେଶ୍ୟ ଥିଲା ?
Answer:
ସମାଜଠାରୁ ଦୂରରେ ରଖ୍ ଶିଶୁମାନଙ୍କୁ ଶିକ୍ଷାଦେବା ଉପରେ ଋଷୋ ଗୁରୁତ୍ଵ ଦେଉଥିଲେ । କାରଣ ଶିଶୁ ଭଗବାନଙ୍କର ଦାନ । ସେ ଜନ୍ମ ନେଇଥିବା ସମୟରେ ଅତ୍ୟନ୍ତ ଭଲ ଥାଏ; କିନ୍ତୁ ସମାଜ ସମ୍ପର୍କରେ ଆସି ତା’ର ପରିବର୍ତ୍ତନ ଘଟିଥାଏ । ତେଣୁ ସେ ଖରାପ ହୁଏ । ତାକୁ ସ୍ଵାଧୀନ ଭାବରେ ଶିକ୍ଷା ପାଇଁ ଉତ୍ସାହିତ କରିବା ଉଚିତ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ଋଷୋଙ୍କର ଶିକ୍ଷା ଦର୍ଶନ ଉପରେ ଲେଖ ।
Answer:
ଋଷୋ ଜଣେ ପ୍ରକୃତିବାଦୀ ଥିଲେ । ପ୍ରାକୃତିକ ପରିବେଶରେ ଶିଶୁର ବିକାଶ ସାଧନ ହେବା ଉଚିତ ବୋଲି ସେ କହୁଥିଲେ । ଶିଶୁଟି ପ୍ରକୃତି କୋଳରେ ଜନ୍ମ ନେଇଛି । ସେଠାରେ ସେ ନିର୍ଭୟରେ ବଞ୍ଚୁରହିବାକୁ ଚାହେଁ ଏବଂ ସ୍ଵାଧୀନ ଜୀବନଧାରଣ କରିବାକୁ ସେ ବ୍ୟଗ୍ର । ଶିଶୁର ସର୍ବାଙ୍ଗୀନ ବିକାଶ ହିଁ ଶିକ୍ଷାର ଉଦ୍ଦେଶ୍ୟ । ଋଷୋଙ୍କ ମତରେ, ଶିକ୍ଷାର ଅର୍ଥ, ଶିକ୍ଷା ଅଭ୍ୟାସ ଗଠନ ବ୍ୟତୀତ ଅନ୍ୟ କିଛି ହୋଇ ନ ପାରେ । ମନୁଷ୍ୟ ଅଭିଜ୍ଞତାରୁ ଶିକ୍ଷାଲାଭ କରିଥାଏ । ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ସେ ଶିକ୍ଷାଲାଭ କରିଥାଏ । ପ୍ରକୃତି ଓ ପରିବେଶରୁ ସେ ଶିକ୍ଷାଲାଭ କରେ ।

2. ଋଷୋଙ୍କ ଶିକ୍ଷାର ଲକ୍ଷ୍ୟଗୁଡ଼ିକ ଆଲୋଚନା କର ।
Answer:
ଋଷୋଙ୍କ ଶିକ୍ଷାର ଲକ୍ଷ୍ୟସମୂହ ନିମ୍ନରେ ପ୍ରଦତ୍ତ ହେଲା-
(1) ଶିଶୁର ଅନ୍ତଃପ୍ରବୃତ୍ତି ଓ ଶକ୍ତି ସାମର୍ଥ୍ୟର ବିକାଶ ।
(2) ଅନ୍ତର୍ନିହିତ ଗୁଣରାଜିର ଉପଯୁକ୍ତ ବିକାଶ ।
(3) ଇନ୍ଦ୍ରିୟାନୁଭୂତିର ବିକାଶ ସାଧନ ।
(4) ଜୀବନର ସମସ୍ୟା ସମାଧାନରେ ଦକ୍ଷତାର ବିକାଶ ସାଧନ ।
(5) କୃତ୍ରିମତା ଏବଂ ଅବାସ୍ତବତାଠାରୁ ନିଜକୁ ଦୂରେଇ ରଖୁବା ।
(6) ନିଜ ପରିସ୍ଥିତି ଏବଂ ସମ୍ଭାବନାରେ ନିଜକୁ ବଞ୍ଚାଇ ରଖୁ ।
(7) ଶାରୀରିକ ବିକାଶ ସାଧନ ।
(8) ଆନନ୍ଦ ଉପଲବ୍‌ଧ୍ କରିବା ।
(9) ଆତ୍ମନିର୍ଭରଶୀଳ ହେବା ।
(10) ପରିବେଶ ସହ ଖାପଖୁଆଇ ଚଳିବା ।

3. ଋଷୋଙ୍କର ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ଆଲୋଚନା କର ।
Answer:
ଋଷୋ ଗତାନୁଗତିକ ପୁସ୍ତକଗତ ଶିକ୍ଷାଦାନ ପ୍ରଣାଳୀର ଘୋର ବିରୋଧୀ ଥିଲେ । ସେ ନିମ୍ନଲିଖ୍ ଶିକ୍ଷାଦାନ ପଦ୍ଧତିଗୁଡ଼ିକ ଉପରେ ଗୁରୁତ୍ବ ଆରୋପ କରିଥିଲେ ।

(1) ପ୍ରତ୍ୟକ୍ଷ ଅନୁଭୂତି (Direct Experience) : ଶିକ୍ଷାର୍ଥୀ ବାସ୍ତବ ପରିସ୍ଥିତିର ସମ୍ମୁଖୀନ ହେଲେ ପ୍ରତ୍ୟକ୍ଷ ଭାବରେ ଶିକ୍ଷାଲାଭ କରିଥାଏ । ପ୍ରତ୍ୟକ୍ଷ ଅନୁଭୂତିଦ୍ୱାରା ଅର୍ଜିତ ଶିକ୍ଷା ଦୀର୍ଘସ୍ଥାୟୀ ହୋଇଥାଏ ।

(2) ଆବିଷ୍କାରମୂଳକ ପଦ୍ଧତି (Heauristic Method) : ନିଜର ଅନେକ ଅଭିଜ୍ଞତା ଏବଂ ଜ୍ଞାନର ପ୍ରୟୋଗ କରାଯାଇ ନୂତନ ଜ୍ଞାନ ଆହରଣ କରାଯାଇଥାଏ । ଏହା କେବଳ ଅନ୍ଵେଷଣ ବା ଆବିଷ୍କାର ପଦ୍ଧତି ଅବଲମ୍ବନଦ୍ୱାରା ସମ୍ଭବ ।

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

(3) କାର୍ଯ୍ୟ ମାଧ୍ୟମରେ ଶିକ୍ଷା (Learning by doing) : ଶିକ୍ଷାର୍ଥୀକୁ କିଛି କରିବାକୁ ଦେଲେ ତା’ର 3Hsର ବିକାଶ ହୁଏ । କୌଣସି କାର୍ଯ୍ୟ କରିବା ପୂର୍ବରୁ ସେ ଚିନ୍ତା କରି, ବୁଝି ତାହା ନିଜର ହସ୍ତପଦର ବ୍ୟବହାରଦ୍ୱାରା ସମ୍ପାଦନ କରିଥାଏ । ତେଣୁ ଭାଷା ବା କଥାଦ୍ୱାରା ଶିକ୍ଷାଦାନ ଅପେକ୍ଷା କାର୍ଯ୍ୟଦ୍ବାରା ଶିକ୍ଷାଦାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

(4) କ୍ରୀଡ଼ା ପଦ୍ଧତି (Playway Method) : ଶିକ୍ଷାର୍ଥୀ ଖେଳିବାକୁ ଭଲପାଏ । କ୍ରୀଡ଼ା ହିଁ ଶିକ୍ଷାଦାନର ଏକ ଉପଯୁକ୍ତ ପଦ୍ଧତି । କ୍ରୀଡ଼ାଦ୍ଵାରା ଶିକ୍ଷାର୍ଥୀ ସ୍ବାଧୀନ ଏବଂ ସ୍ଵତଃସ୍ପର୍ଷ ଭାବରେ ଶିକ୍ଷାଲାଭ କରିଥାଏ ।

(5) ଭ୍ରମଣ ଓ ପର୍ଯ୍ୟବେକ୍ଷଣ (Visit & Observation) : ‘ଏମିଲି’କୁ କିଛି ପଢ଼ାଇବା ଦରକାର ନାହିଁ । ସେ ନିଜେ ଅନ୍ଵେଷଣ କରି ଶିକ୍ଷାଲାଭ କରୁ । ଏହାର ଅର୍ଥ ଶିକ୍ଷାର୍ଥୀ ନିଜେ ନିଜର ପରିବେଶ, ନଦୀ, ପାହାଡ଼କୁ ପର୍ଯ୍ୟବେକ୍ଷଣ କରୁ ଏବଂ ଶିକ୍ଷାଲାଭ କରୁ ।

4. ଋଷୋଙ୍କର ଶିକ୍ଷା ପ୍ରତି ଅବଦାନ କ’ଣ ଥିଲା ?
Answer:
ଋଷୋଙ୍କର ଶିକ୍ଷାକ୍ଷେତ୍ରକୁ ଶିଶୁକୈନ୍ଦ୍ରିକ ଶିକ୍ଷା, ନାସ୍ତିବାଚକ ଶିକ୍ଷା, ପ୍ରକୃତିରୁ ପର୍ଯ୍ୟବେକ୍ଷଣ ଏକ ପ୍ରତ୍ୟକ୍ଷ ଅନୁଭୂତି ମାଧ୍ୟମରେ ଶିକ୍ଷାର୍ଜନ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ବିଶେଷକରି ଶିକ୍ଷାର୍ଥୀମାନଙ୍କୁ ସ୍ବାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ସେ ଯେଉଁ ପ୍ରେରଣା ଦେଇଛନ୍ତି ତାହା ସ୍ବାଗତଯୋଗ୍ୟ । ଏସବୁ ଅବଦାନ ଋଷୋଙ୍କୁ ସମଗ୍ର ପୃଥ‌ିବୀରେ ଏକ ସ୍ବତନ୍ତ୍ର ପରିଚିତି ଆଣି ଦେଇଛି । ଶିକ୍ଷାର ବିଭିନ୍ନ କ୍ଷେତ୍ର ପାଇଁ ତାଙ୍କର ନିମ୍ନଲିଖ୍ ଅବଦାନଗୁଡ଼ିକ ଉଲ୍ଲେଖଯୋଗ୍ୟ ।

(1) ଶିଶୁକୈନ୍ଦ୍ରିକ ଶିକ୍ଷା ଆଧୁନିକ ଶିକ୍ଷା ପ୍ରଣାଳୀକୁ ତାଙ୍କର ଶ୍ରେଷ୍ଠ ଦାନ ।
(2) ମୁକ୍ତ ପରିବେଶରେ ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ ଉପରେ ସେ ଗୁରୁତ୍ବ ଦେଇଛନ୍ତି ।
(3) ପ୍ରତ୍ୟକ୍ଷ ଅନୁଭୂତିଦ୍ୱାରା ଶିକ୍ଷାଲାଭ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ବୋଲି ସେ କହିଛନ୍ତି ।
(4) କ୍ରୀଡ଼ା ପଦ୍ଧତି, କ୍ରିୟାପ୍ରଧାନ ପଦ୍ଧତି ଏବଂ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣ ଶିକ୍ଷାକ୍ଷେତ୍ର ପାଇଁ ତାଙ୍କର ଅନନ୍ୟ ଅବଦାନ ଅଟେ ।
(5) ଅନୁଶାସନ ଓ ଦଣ୍ଡର ପ୍ରୟୋଗକୁ ବିରୋଧଦ୍ଵାରା ଦଣ୍ଡମୁକ୍ତ ଶିକ୍ଷାଦାନ ସମ୍ଭବପର ବୋଲି ସେ କହିଛନ୍ତି ।
(6) ସହଜାତ ଗୁଣର ବିକାଶ ପାଇଁ ସ୍ବାଧୀନତା ପ୍ରଦାନ ଶିକ୍ଷାର୍ଥୀକୁ ଆଗକୁ ଯିବାକୁ ସାହାଯ୍ୟ କରିଥାଏ ସେ ମତବ୍ୟକ୍ତ କହିଛନ୍ତି ।
(7) ଶିକ୍ଷାକ୍ଷେତ୍ରକୁ ନାସ୍ତିବାଚକ ଶିକ୍ଷା ଋଷୋଙ୍କର ଏକ ମହାନ୍ ଅବଦାନ ଅଟେ ।
(8) ସମଗ୍ର ମାନବ ଜଗତକୁ ‘ପ୍ରକୃତିକୁ ପ୍ରତ୍ୟାବର୍ତ୍ତନ’ ସ୍ଲୋଗାନ୍ ଜନସଚେତନତା ପାଇଁ ଏକ ଅସ୍ତ୍ର ସଦୃଶ ଥିଲା ।

5. ନାସ୍ତିବାଚକ ଶିକ୍ଷା କ’ଣ ?
Answer:
ଋଷୋ ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ସେ ଏ ସମ୍ପର୍କରେ ସ୍ବରଚିତ ପୁସ୍ତକ ‘ଏମିଲି’ (Emile)ରେ ବ୍ୟାଖ୍ୟା କରିଛନ୍ତି । ଅସ୍ତିବାଚକ ଶିକ୍ଷାର ସେ ଘୋର ବିରୋଧ କରୁଥିଲେ । ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ଵ ଦେଇ ସେ ମତ ପ୍ରକାଶ କରିଛନ୍ତି ଯେ କୃତ୍ରିମ ଏବଂ ଅସ୍ଵାଭାବିକ ପରିବେଶରେ ଦିଆଯାଉଥ‌ିବା ଶିକ୍ଷା ମୂଲ୍ୟହୀନ; ମାତ୍ର ପ୍ରାକୃତିକ ପରିବେଶରେ ଯେଉଁ ଶିକ୍ଷା ଦିଆଯାଇଥାଏ ତାହା ବାସ୍ତବ । ତେଣୁ ଶିକ୍ଷାର୍ଥୀଙ୍କୁ କୃତ୍ରିମତା, କଠୋରତା ଏବଂ ଅବାସ୍ତବତାଠାରୁ ଦୂରେଇ ରଖୁବା ଉଚିତ । ସାମାଜିକ ଶୃଙ୍ଖଳାରେ ବାନ୍ଧି ଶିକ୍ଷାଦାନ କରିବାଦ୍ୱାରା ତାହା ଶିକ୍ଷାର୍ଥୀଙ୍କୁ ସମ୍ପୂର୍ଣ ସ୍ଵାଧୀନତା ଦେଇ ନ ଥାଏ । ମୁକ୍ତ ଭାବରେ ଶିକ୍ଷାଦାନ ନିତାନ୍ତ ଜରୁରୀ । ଇନ୍ଦ୍ରିୟାନୁଭୂତିଦ୍ୱାରା ଶିକ୍ଷାର୍ଥୀ ଆପେ ଆପେ ଶିକ୍ଷାଲାଭ କରିଥାଏ ।

6. ଋଷୋଙ୍କ ଜୀବନୀ ସଂକ୍ଷେପରେ ବର୍ଣ୍ଣନା କର ।
Answer:
ଋଷୋ ୧୭୧୨ ମସିହା ଜୁନ୍ ମାସ ୨୮ ତାରିଖରେ ପ୍ରାକୃତିକ ଶୋଭାମଣ୍ଡିତ ଜେନେଭାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ଜଣେ ଗରିବ ଘଣ୍ଟା ପ୍ରସ୍ତୁତକାରୀ । ସେ ପିଲାଦିନରୁ ଗ୍ରାମ୍ୟ ପରିବେଶକୁ ଭଲ ପାଇ ଆସୁଥିଲେ । ସେ ଜନ୍ମ ସମୟରୁ ତାଙ୍କ ଜନନୀଙ୍କୁ ହରାଇଥିଲେ । ଋଷୋ କିଶୋର ଅବସ୍ଥାରେ ବସି ନାମକ ଗ୍ରାମର ଏକ ବିଦ୍ୟାଳୟରେ ପ୍ରବେଶ କଲେ । ସେହିଠାରେ ଗ୍ରାମ୍ୟ ଜୀବନର ସରଳତା ଓ ପ୍ରକୃତିର ନିର୍ମଳ ସୌନ୍ଦର୍ଯ୍ୟ ତାଙ୍କୁ ବଶୀଭୂତ କଲା; ମାତ୍ର ସାମାନ୍ୟ ଏକ ଅପରାଧ ଯୋଗୁଁ ତାଙ୍କୁ ବିଦ୍ୟାଳୟରୁ ବିତାଡ଼ିତ କରାଗଲା ।

ମାତ୍ର ବିନା ଅପରାଧରେ ଏତେ ବଡ଼ ଦଣ୍ଡ ସହ୍ୟ କରିପାରି ନଥିଲେ । ତାଙ୍କ ମନରେ ବଦ୍ଧ ଧାରଣା ସୃଷ୍ଟି ହେଲା ଯେ- ‘ଶାସନ ଓ ଶାସ୍ତିଦ୍ୱାରା ଶିଶୁର କୋମଳ ମନର ସୌନ୍ଦର୍ଯ୍ୟ ଓ ଶୁଭବୁଦ୍ଧି କ୍ରମେ କ୍ରମେ ବିକୃତ ହୋଇଯାଏ ।’’ ୪୦ ବର୍ଷ ବୟସରେ ସେ ସମାଜର ତଥାକଥିତ ଶୃଙ୍ଖଳା ଓ କୃତ୍ରିମତା ବିରୁଦ୍ଧରେ ଲେଖନୀ ଚାଳନା କରିଥିଲେ । ସେ ତାଙ୍କର ବିଖ୍ୟାତ ଗ୍ରନ୍ଥ (୧୭୫୦ ମସିହାରେ) “The Progress of Art and Science” ରେ ଲେଖୁଛନ୍ତି ଯେ, ପ୍ରଗତି ହିଁ ସମସ୍ତ ଅତ୍ୟାଚାର ଓ ଦୁର୍ନୀତିର କାରଣ ।’’

ସେ ୧୭୬୨ ମସିହାରେ ତାଙ୍କର ଦୁଇଗୋଟି ପ୍ରସିଦ୍ଧ ଗ୍ରନ୍ଥ ପ୍ରକାଶ କରିଥିଲେ- (୧) ସାମାଜିକ ଚୁକ୍ତି (୨) ଏମିଲି । ଏହି ଗ୍ରନ୍ଥ ଦୁଇଟି ଯଥାକ୍ରମେ ରାଜନୀତି ଓ ଶିକ୍ଷାନୀତି କ୍ଷେତ୍ରରେ ବିଶିଷ୍ଟ ଅବଦାନ । ୧୭୭୮ ମସିହା ଜୁଲାଇ ୨ ତାରିଖରେ ପ୍ୟାରିସ୍‌ରେ ସେ ମୃତ୍ୟୁବରଣ କରିଥିଲେ ।

7. ଋଷୋଙ୍କର ‘ନାସ୍ତିବାଚକ ଶିକ୍ଷା’ ଉପରେ ଦେଇଥିବା ମତାମତ ଲେଖ ।
Answer:
ଋଷୋଙ୍କ ମତରେ – ‘ମୁଁ ତାହାକୁ ନାସ୍ତିବାଚକ ଶିକ୍ଷା କହେ, ଯାହା ପ୍ରତ୍ୟକ୍ଷ ଭାବେ କୌଣସି ଶିକ୍ଷା ଦେବା ପୂର୍ବରୁ ଶିକ୍ଷାର୍ଥୀର ଇନ୍ଦ୍ରିୟ ଓ ମନକୁ ସମ୍ପୂର୍ଣ୍ଣ ଓ ସଜାଗ କରିବାକୁ ଚେଷ୍ଟା କରେ । ଏହା ଶିକ୍ଷାବିଧ ନିଷେଧ ମାଧ୍ୟମରେ ଧର୍ମ ବା ନୀତି ଶିକ୍ଷା ଦିଏ ନାହିଁ । ଋଷୋଙ୍କ ମତରେ ନାସ୍ତିବାଚକ ଶିକ୍ଷାରେ ଶିଶୁକୁ କୌଣସି ବହିଃସ୍ଥ ସତ୍ୟ ବା ସଦ୍‌ଗୁଣ ଶିକ୍ଷା ଦେବାର ଆବଶ୍ୟକତା ନଥାଏ । ତାହାର ସମସ୍ତ ଶିକ୍ଷା ସମ୍ପନ୍ନ ହେବ ତାହାର ପ୍ରକୃତି, ସହଜାତ ଶକ୍ତି ଓ ସ୍ବାଭାବିକ ଆଗ୍ରହର ବାଧାହୀନ ବିକାଶ ମାଧ୍ୟମରେ । ପ୍ରାକୃତିକ ଶିକ୍ଷା ହେଉଛି ନାସ୍ତିବାଚକ ଶିକ୍ଷା । ତାହାର ଉଦ୍ଦେଶ୍ୟ ୩ ପ୍ରକାର; ଯଥା –

(i) ଶିଶୁର ସ୍ଵାଭାବିକ ସାମର୍ଥ୍ୟଗୁଡିକର ସୁଷମ ବିକାଶ ।
(ii) ସାମାଜିକ ରୀତିନୀତି ଓ ପ୍ରଚଳିତ ମତାମତର ଶୃଙ୍ଖଳମୁକ୍ତ ଚିନ୍ତାଶକ୍ତିର ବିକାଶ ।
(iii) ନିଜ କର୍ମର ପରିଣାମରୁ ସତ୍ୟ ଓ ସ୍ଥାୟୀ ନୈତିକ ଶିକ୍ଷାଲାଭ ।

8. ଋଷୋଙ୍କ ମତରେ ବାଲ୍ୟକାଳରେ କେଉଁ ପ୍ରକାର ଶିକ୍ଷା ଦିଆଯିବା ଦରକାର ?
Answer:
ରଷେ ୫ରୁ ୧୨ ବର୍ଷ ବୟସ ପର୍ଯ୍ୟନ୍ତ ସମୟ ଅବଧିକୁ ବାଲ୍ୟକାଳ ଭାବେ ବିବେଚନା କରିଛନ୍ତି । ଋଷୋଙ୍କ ମତ ଅନୁଯାୟୀ ବାଲ୍ୟକାଳ ହେଉଛି ଶୟନର ସମୟ । ସେହି ସମୟରେ କେହି ତାକୁ ଜୋରଜବରଦସ୍ତ ନିଦରୁ ଉଠାଇବା ଠିକ୍ ନୁହେଁ । ତାଙ୍କ ମତରେ ଏହି ସମୟରେ ଶିଶୁକୁ କୌଣସି ବାହ୍ୟିକ ଶିକ୍ଷା ନ ଦେବା ହିଁ ପ୍ରକୃତ ଶିକ୍ଷା । ସେ ଯାହା ଶିକ୍ଷା କରିବ ତାହା ଯେପରି ତାହାର ନିଜସ୍ବ ରୁଚି, ସାମର୍ଥ୍ୟ ଓ ଆଗ୍ରହଦ୍ଵାରା ପରିଚାଳିତ ହୁଏ ସେଥ୍ୟପ୍ରତି ଦୃଷ୍ଟି ଦେବାକୁ ହୁଏ ।

ଶିଶୁକୁ ବୟସ୍କମାନଙ୍କ ଦୃଷ୍ଟିରୁ ଶିକ୍ଷା ଦେବା ଉଚିତ ନୁହେଁ । ଯଦ୍ବାରା ତାହାର ସ୍ଵାଭାବିକ ବିକାଶ ବାଧାପ୍ରାପ୍ତ ହୋଇଥାଏ । ଋଷୋଙ୍କ ମତରେ, ‘ପ୍ରକୃତି ଚାହେଁ ଯେ ଶିଶୁ ଯେପରି ବୟସ୍କ ବ୍ୟକ୍ତି ହେବାରୁ ଶିଶୁ ହୋଇରହେ ।’ ଋଷୋ ମଧ୍ୟ ଆହୁରି ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ଶିଶୁକୁ କିଛି ଶିକ୍ଷା ଦିଅ ନାହଁ, ସେ ପ୍ରତ୍ୟେକ ବିଷୟ ଆବିଷ୍କାର କରିବା ଶିକ୍ଷା କରୁ । ଯେପର୍ଯ୍ୟନ୍ତ ଶିଶୁ ମାନସିକ ସ୍ତରରେ ପୁସ୍ତକ ଧରିବାକୁ ସକ୍ଷମ ନ ହୋଇଛି, ସେ ପର୍ଯ୍ୟନ୍ତ ତାକୁ ପୁସ୍ତକ ଦେବା ଠିକ୍ ନୁହେଁ ।

9. ଋଷୋଙ୍କ ମତରେ ଶିକ୍ଷା ବିକାଶର କେତୋଟି ସ୍ତର ଅଛି ଓ କ’ଣ କ’ଣ ?
Answer:
‘ଏମିଲି’ ପୁସ୍ତକରେ ଶିକ୍ଷାର ବିଭିନ୍ନ ସ୍ତର ସମ୍ପର୍କରେ ଋଷୋ ଆଲୋଚନା କରିଛନ୍ତି । ପ୍ରଥମ ସ୍ତରଟି ଶୈଶବ କାଳ ଯାହାର ସମୟସୀମା ଜନ୍ମରୁ ପାଞ୍ଚବର୍ଷ ଅଟେ । ଦ୍ବିତୀୟ ସ୍ତରଟି ବାଲ୍ୟକାଳ, ଯାହା ପାଞ୍ଚବର୍ଷରୁ ବାରବର୍ଷ ପର୍ଯ୍ୟନ୍ତ । ତୃତୀୟଟି କୈଶୋର ଅବସ୍ଥା ଯାହାର ସମୟସୀମା ବାରବର୍ଷରୁ ପନ୍ଦର ବର୍ଷ । ଚତୁର୍ଥଟି ଯୌବନାବସ୍ଥା, ଯାହାର ସମୟସୀମା ପନ୍ଦର ବର୍ଷରୁ କୋଡ଼ିଏ ବର୍ଷ ।

10. ଋଷୋଙ୍କ ଅନୁଶାସନ ବିଷୟରେ ଲେଖ ।
Answer:
ଶିକ୍ଷାର୍ଥୀମାନେ ମୁକ୍ତ ପରିବେଶରେ ପ୍ରକୃତି କୋଳରେ ଶିକ୍ଷାଲାଭ କରିବା ଉଚିତ । ପ୍ରକୃତି ଉପଯୁକ୍ତ ଶିକ୍ଷକ । ତେଣୁ ପ୍ରକୃତିର ନୀତି ନିୟମ ଅନୁସାରେ ସେ ଶିକ୍ଷାଲାଭ କରିବା ଉଚିତ । ଶିକ୍ଷକମାନଙ୍କର କଡ଼ା ଅନୁଶାସନରେ ଶିକ୍ଷାର୍ଥୀମାନେ ରହିବା ଉଚିତ ନୁହେଁ । ସେମାନେ ମୁକ୍ତ ଭାବରେ ଶିକ୍ଷାଲାଭ କରିବା ଉଚିତ । ଅନୁଶାସନ ପ୍ରାକୃତିକ ପରିଣାମ ତତ୍ତ୍ବ ଉପରେ ଆଧାରିତ । ପ୍ରକୃତି ଦଣ୍ଡ ବା ପୁରସ୍କାର ଦେବ, ଶିକ୍ଷକ ନୁହେଁ । ଯନ୍ତ୍ରଣାକୁ ଅନୁଭବ ସେ କରୁ । ମୁଣ୍ଡ କାନ୍ଥରେ ମାଡ଼ ହେଲେ ସେ କଷ୍ଟ ଅନୁଭବ କରୁ ଓ ତଦ୍ବାରା ସେ ଶିକ୍ଷାଲାଭ କରୁ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଋଷୋଙ୍କର ଶିକ୍ଷା ଦର୍ଶନ କ’ଣ ? ଋଷୋଙ୍କ ମତରେ ଶିକ୍ଷାର ଲକ୍ଷ୍ୟଗୁଡ଼ିକ କ’ଣ ଥିଲା ? ବ୍ୟକ୍ତିର ବିକାଶର ବିଭିନ୍ନ ସ୍ତର ଅନୁଯାୟୀ ଋଷୋଙ୍କଦ୍ୱାରା ପ୍ରଦତ୍ତ ପାଠ୍ୟକ୍ରମ ସମ୍ପର୍କରେ ଆଲୋଚନା କର ।
Answer:
ଋଷୋ ଜଣେ ପ୍ରକୃତିବାଦୀ ଥିଲେ । ସେ ପ୍ରକୃତି କୋଳରେ ଶିଶୁର ବିକାଶ ସାଧନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଶିଶୁର ଶିକ୍ଷା, ପ୍ରାକୃତିକ ପରିବେଶ ଏବଂ ଶିଶୁର ପ୍ରକୃତି ମଧ୍ୟରେ ସମନ୍ଵୟ ରକ୍ଷା କରାଯିବା ଦରକାର । ଶିଶୁକୁ ନିଜର ଇଚ୍ଛା ଅନୁସାରେ ଶିକ୍ଷାର୍ଜନ କରିବାପାଇଁ ସୁଯୋଗ ଦେବା ବିଧେୟ, ଯାହାଦ୍ୱାରା ତା’ର ନିଜର ବିକାଶ ସାଧନ ହୋଇପାରିବ । ବିଶେଷକରି ରଷୋ ଶିଶୁର ପ୍ରକୃତି ଉପରେ ଗୁରୁତ୍ବାରୋପ କରିବା ସହ ବ୍ୟକ୍ତି ଏବଂ ବହିର୍ଜଗତର ବସ୍ତୁରାଜି ଉପରେ ଗୁରୁତ୍ବାରୋପ କରିଥିଲେ ।

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

ମନୋବୈଜ୍ଞାନିକ, ଭୌତିକ ଏବଂ ସାମାଜିକ ପ୍ରକୃତି ଉପରେ ଗୁରୁତ୍ଵ ଦେଲେ ଶିଶୁର ବିକାଶ ଘଟିବ ବୋଲି ସେ କହୁଥିଲେ । ଶିକ୍ଷାର୍ଥୀମାନଙ୍କର ଆବେଗ, ଅନୁଭୂତି ଏବଂ ଆଗ୍ରହ ତଥା ସାମର୍ଥ୍ୟକୁ ନେଇ ଶିକ୍ଷାଦାନ ପାଇଁ ଶିକ୍ଷକମାନେ ଯତ୍ନବାନ୍ ହେଲେ ଶିଶୁର ପୂର୍ଣ୍ଣାଙ୍ଗ ବିକାଶ ଘଟିବ ସେ ମତବ୍ୟକ୍ତ କରିଥିଲେ ।

ଶିକ୍ଷାର ଲକ୍ଷ୍ୟ :
(1) ଶିଶୁର ଅନ୍ତଃପ୍ରବୃତ୍ତି ଓ ଶକ୍ତି ସାମର୍ଥ୍ୟର ବିକାଶ ।
(2) ଅନ୍ତର୍ନିହିତ ଗୁଣରାଜିର ଉପଯୁକ୍ତ ବିକାଶ ।
(3) ଇନ୍ଦ୍ରିୟାନୁଭୂତିର ବିକାଶ ସାଧନ ।
(4) ଜୀବନର ସମସ୍ୟା ସମାଧାନର ଦକ୍ଷତାର ବିକାଶ ସାଧନ ।
(5) କୃତ୍ରିମତା ଏବଂ ଅବାସ୍ତବତାଠାରୁ ଦୂରେଇ ରଖୁବା ।
(6) ନିଜ ପରିସ୍ଥିତି ଏବଂ ସମ୍ଭାବନାରେ ନିଜକୁ ବଞ୍ଚାଇ ରଖୁ
(7) ଶାରୀରିକ ବିକାଶ ସାଧନ ।
(8) ଆନନ୍ଦ ଉପଲବ୍‌ଧ କରିବା ।
(9) ଆତ୍ମନିର୍ଭରଶୀଳ ହେବା ।
(10) ପରିବେଶ ସହ ଖାପଖୁଆଇ ଚଳିବା ।

ଋଷୋଙ୍କ ମତରେ ନାସ୍ତିବାଚକ ଶିକ୍ଷା ହେଉଛି ପ୍ରକୃତ ଶିକ୍ଷା । ଶିଶୁ ଆପେ ଆପେ ନିଜ ପରିବେଶରୁ ଶିକ୍ଷାଲାଭ କରୁ । ନିଜର ଜ୍ଞାନ, କୌଶଳ ଏବଂ ଅନୁଭୂତି ସମ୍ପର୍କରେ ସେ ପ୍ରତ୍ୟକ୍ଷ ଭାବରେ ପରିଚିତ ହେଉ । ଏହା ତାକୁ ଭଲ ଏବଂ ମନ୍ଦ ପ୍ରତି ସଚେତନ କରିପାରିବ । ଏହା ତାକୁ ନିଜର ସାମର୍ଥ୍ୟ ଏବଂ ଚିନ୍ତାଶକ୍ତି ସମ୍ପର୍କରେ ପରିଚିତ କରାଇ ପାରିବ ଏବଂ ବିକାଶର ମାର୍ଗ ସୂଚିତ କରିପାରିବ ।
‘ଏମିଲି’ ପୁସ୍ତକରେ ସେ ଜୀବନାବସ୍ଥାକୁ ୪ ଭାଗରେ ବିଭକ୍ତ କରିଛନ୍ତି; ଯଥା –

(କ) ଶୈଶବାବସ୍ଥା (ଖ) ବାଲ୍ୟାବସ୍ଥା (ଗ) କୈଶୋରାବସ୍ଥା ଓ (ଘ) ଯୌବନାବସ୍ଥା

(କ) ଶୈଶବାବସ୍ଥା (Infancy) : ଏହାର ସମୟ ଅବଧୂ ଜନ୍ମରୁ ପାଞ୍ଚବର୍ଷ । ଏହି ସମୟରେ ଶିଶୁର ଦ୍ରୁତ ଶାରୀରିକ ବିକାଶ ହୁଏ । ଏହି ସମୟରେ ଶରୀର ସମ୍ବନ୍ଧୀୟ ଶିକ୍ଷାଦାନର ଯଥେଷ୍ଟ ଆବଶ୍ୟକ ଅଛି । ମୁକ୍ତ ଭାବରେ ପରିବେଶରେ ଖେଳାଖେଳି କରିବା ସହ ହସିବା, ଖେଳିବା, ବୁଲିବା, କାନ୍ଦିବା ଉପରେ ଗୁରୁତ୍ଵ ଦେବା ଉଚିତ ।

(ଖ) ବାଲ୍ୟାବସ୍ଥା (Childhood) : ଏହାର ଅବଧୂ ୫ ବର୍ଷରୁ ୧୨ ବର୍ଷ । ଏହି ସମୟରେ ନାସ୍ତିବାଚକ ଶିକ୍ଷା ମାଧ୍ୟମରେ ଶିକ୍ଷାଦେବା ଉଚିତ । ପ୍ରାକୃତିକ ଏବଂ ମୁକ୍ତ ପରିବେଶରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀ ନିଜସ୍ୱ ଅଭିଜ୍ଞତା ଲାଭ କରିଥାଏ ।

(ଗ) କୈଶୋରାବସ୍ଥା (Boyhood) : ଏହାର ଅବଧୂ ବାର ବର୍ଷରୁ ପନ୍ଦର ବର୍ଷ ମାନସିକ ଏବଂ ଶାରୀରିକ ସ୍ତରରେ ଏ ବୟସରେ ସମସ୍ତେ ସକ୍ରିୟ ଥାଆନ୍ତି । ବିଶେଷକରି ଯୌନ ପ୍ରବୃତ୍ତି ଏବଂ ଯୌନ ଲକ୍ଷଣଗୁଡ଼ିକ ଏହି ସମୟରେ ପ୍ରକାଶ ପାଇଥାଏ । କୈଶୋରାବସ୍ଥାରେ ବିଭିନ୍ନ ଅଭିଜ୍ଞତା ସହ ବିଷୟବସ୍ତୁ ଜ୍ଞାନର ଆବଶ୍ୟକତା ଅଛି । ଇତିହାସ, ବିଜ୍ଞାନ ଅଧ୍ୟୟନ ଉପରେ ଏହି ସମୟରେ ଗୁରୁତ୍ଵ ଦିଆଯିବା ଆବଶ୍ୟକ ।

(ଘ) ଯୌବନାବସ୍ଥା (Adolescence) : ଏହି ସମୟର ଅବଧୂ ୧୫ ବର୍ଷରୁ ୨୦ ବର୍ଷ ପର୍ଯ୍ୟନ୍ତ । ଏହି ବୟସଟି ବ୍ୟକ୍ତିର ଦ୍ବିତୀୟ ଜନ୍ମ । ଏହି ସମୟରେ ବିଭିନ୍ନ କାର୍ଯ୍ୟ ଅଭିଜ୍ଞତା ମାଧ୍ୟମରେ ସେ ଶିକ୍ଷା ଅର୍ଜନ କରିଥାଏ । ବିଶେଷକରି ହୃଦୟର ବିକାଶ ପାଇଁ ଧର୍ମଶିକ୍ଷା ସହ ଇତିହାସ ଏବଂ ଦର୍ଶନ ଶିକ୍ଷାର ଆବଶ୍ୟକତା ଅଛି । ଯୌନଶିକ୍ଷା ପ୍ରାପ୍ତିଦ୍ୱାରା ଶିକ୍ଷାର୍ଥୀମାନେ ଗାର୍ହସ୍ଥ୍ୟ ଜୀବନଯାପନ କରିବାପାଇଁ ସୁଯୋଗ ପାଇପାରିବେ ।

2. ଋଷୋଙ୍କ ମତରେ ଶିକ୍ଷାଦାନ ପ୍ରଣାଳୀ ଏବଂ ନାରୀଶିକ୍ଷା କିପରି ହେବା ଉଚିତ ଆଲୋଚନା କର ।
Answer:
ଶିକ୍ଷାଦାନ ପ୍ରଣାଳୀ (Methods of Teaching) : ଋଷୋ ଗତାନୁଗତିକ ପୁସ୍ତକଗତ ଶିକ୍ଷାଦାନ ପ୍ରଣାଳୀର ଘୋର ବିରୋଧୀ ଥିଲେ । ସେ ନିମ୍ନଲିଖ୍ ଶିକ୍ଷାଦାନ ପଦ୍ଧତିଗୁଡ଼ିକ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

(1) ପ୍ରତ୍ୟକ୍ଷ ଅନୁଭୂତି (Direct Experience) : ଶିକ୍ଷାର୍ଥୀ ବାସ୍ତବ ପରିସ୍ଥିତିର ସମ୍ମୁଖୀନ ହେଲେ ପ୍ରତ୍ୟକ୍ଷ ଭାବରେ ଶିକ୍ଷାଲାଭ କରିଥାଏ । ପ୍ରତ୍ୟକ୍ଷ ଅନୁଭୂତିଦ୍ଵାରା ଅର୍ଜିତ ଶିକ୍ଷା ଦୀର୍ଘସ୍ଥାୟୀ ହୋଇଥାଏ ।

(2) ଆବିଷ୍କାରମୂଳକ ପଦ୍ଧତି (Heuristic Method) : ନିଜର ଅନେକ ଅଭିଜ୍ଞତା ଏବଂ ଜ୍ଞାନର ପ୍ରୟୋଗ କରାଯାଇ ନୂତନ ଜ୍ଞାନ ଆହରଣ କରାଯାଇଥାଏ । ଏହା କେବଳ ଅନ୍ଵେଷଣ ବା ଆବିଷ୍କାର ପଦ୍ଧତି ଅବଲମ୍ବନଦ୍ୱାରା ସମ୍ଭବ ।

(3) କାର୍ଯ୍ୟ ମାଧ୍ୟମରେ ଶିକ୍ଷା (Learning by doing) : ଶିକ୍ଷାର୍ଥୀକୁ କିଛି କରିବାକୁ ଦେଲେ ତା’ର 3Hsର ବିକାଶ ହୁଏ । କୌଣସି କାର୍ଯ୍ୟ କରିବା ପୂର୍ବରୁ ସେ ଚିନ୍ତାକରି, ବୁଝି ତାହା ନିଜର ହସ୍ତପଦର ବ୍ୟବହାରଦ୍ୱାରା ସମ୍ପାଦନ କରିଥାଏ । ତେଣୁ ଭାଷା ବା କଥାଦ୍ବାରା ଶିକ୍ଷାଦାନ ଅପେକ୍ଷା କାର୍ଯ୍ୟଦ୍ଵାରା ଶିକ୍ଷାଦାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

(4) କ୍ରୀଡ଼ା ପଦ୍ଧତି (Playway Method) : ଶିକ୍ଷାର୍ଥୀ ଖେଳିବାକୁ ଭଲପାଏ । କ୍ରୀଡ଼ା ହିଁ ଶିକ୍ଷାଦାନର ଏକ ଉପଯୁକ୍ତ ପଦ୍ଧତି । କ୍ରୀଡ଼ାଦ୍ଵାରା ଶିକ୍ଷାର୍ଥୀ ସ୍ବାଧୀନ ଏବଂ ସ୍ଵତଃସ୍ପର୍ଭ ଭାବରେ ଶିକ୍ଷାଲାଭ କରିଥାଏ ।

(5) ଭ୍ରମଣ ଓ ପର୍ଯ୍ୟବେକ୍ଷଣ (Visit and Observation) : ‘ଏମିଲି’କୁ କିଛି ପଚାରିବା ଦରକାର ନାହିଁ । ସେ ନିଜେ ଅନ୍ଵେଷଣ କରି ଶିକ୍ଷାଲାଭ କରୁ । ଏହାର ଅର୍ଥ ଶିକ୍ଷାର୍ଥୀ ନିଜେ ନିଜର ପରିବେଶ, ନଦୀ, ପାହାଡ଼କୁ ପର୍ଯ୍ୟବେକ୍ଷଣ କରୁ ଏବଂ ଶିକ୍ଷାଲାଭ କରୁ ।

ଅନୁଶାସନ (Discipline) : ଶିକ୍ଷାର୍ଥୀମାନେ ମୁକ୍ତ ପରିବେଶରେ ପ୍ରକୃତି କୋଳରେ ଶିକ୍ଷାଲାଭ କରିବା ଉଚିତ । ପ୍ରକୃତି ଉପଯୁକ୍ତ ଶିକ୍ଷକ । ତେଣୁ ପ୍ରକୃତିର ନୀତିନିୟମ ଅନୁସାରେ ଶିକ୍ଷାଲାଭ କରିବା ଉଚିତ । ଶିକ୍ଷକମାନଙ୍କର କଡ଼ା ଅନୁଶାସନରେ ଶିକ୍ଷାର୍ଥୀମାନେ ରହିବା ଉଚିତ ନୁହେଁ । ସେମାନେ ମୁକ୍ତ ଭାବରେ ଶିକ୍ଷାଲାଭ କରିବା ଉଚିତ । ଅନୁଶାସନ ପ୍ରାକୃତିକ ପରିଣାମ ତତ୍ତ୍ଵ ଉପରେ ଆଧାରିତ । ପ୍ରକୃତି ଦଣ୍ଡ ବା ପୁରସ୍କାର ଦେବ, ଶିକ୍ଷକ ନୁହେଁ । ଯନ୍ତ୍ରଣାକୁ ଅନୁଭବ ସେ କରୁ । ମୁଣ୍ଡ କାନ୍ଥରେ ମାଡ଼ ହେଲେ ସେ କଷ୍ଟ ଅନୁଭବ କରୁ ଓ ତଦ୍ବାରା ଶିକ୍ଷାଲାଭ କରୁ ।

ଶିକ୍ଷକ (Teacher) : ଶିକ୍ଷକ ଶିକ୍ଷାର୍ଥୀମାନଙ୍କର ବନ୍ଧୁ, ସହାୟକ, ପଥପ୍ରଦର୍ଶକ ଓ ପରାମର୍ଶଦାତା । ଶିକ୍ଷାର୍ଥୀମାନଙ୍କୁ ସେ ଆଢୁଆଳରେ ରହି ସାହାଯ୍ୟ କରିଥା’ନ୍ତି । ଶିକ୍ଷାଦାନ ଏବଂ ଶିକ୍ଷଣ ପରିସ୍ଥିତିର ଶିକ୍ଷକ କେବଳ ପଥପ୍ରଦର୍ଶକ । ଜଣେ ଉପଯୁକ୍ତ ପର୍ଯ୍ୟବେକ୍ଷକ ଭାବରେ ଶିକ୍ଷକ କାର୍ଯ୍ୟ କରିଥା’ନ୍ତି । ପାଠ୍ୟବିଷୟ ଉପରେ ଅଧିକ ଜ୍ଞାନ ନ ଦେଇ ସ୍ଵାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଯୋଗାଇଥା’ନ୍ତି ।

ନାରୀଶିକ୍ଷା (Women Education) : ନାରୀଶିକ୍ଷା ପ୍ରତି ଋଷୋଙ୍କର ମନୋଭାବ ଆଧୁନିକ ଶିକ୍ଷାବିତମାନଙ୍କୁ ପ୍ରଭାବିତ କରିପାରି ନ ଥିଲା । ନାରୀଶିକ୍ଷାର ଲକ୍ଷ୍ୟ ଏକ ଆଦର୍ଶ ଗୃହିଣୀ ସୃଷ୍ଟି କରିବା । ନାରୀ ଏବଂ ପୁରୁଷମାନଙ୍କ ମଧ୍ୟରେ ଶାରୀରିକ ଗଠନ ଏବଂ ବିକାଶରେ ଅନେକ ପାର୍ଥକ୍ୟ ଅଛି । ସେମାନଙ୍କର ଜୀବନଯାପନ ପ୍ରଣାଳୀ ଏକା ନୁହେଁ । ସେ ନାରୀର କାର୍ଯ୍ୟକୁ ପୁରୁଷର ସେବା, ମନୋରଞ୍ଜନ ଏବଂ ପ୍ରୀତି ସମ୍ପାଦନା ପାଇଁ ଉଦ୍ଦିଷ୍ଟ ବୋଲି ‘ଏମିଲି’ରେ ମତ ପ୍ରକାଶ କରିଛନ୍ତି । ଏମିଲିର ଭବିଷ୍ୟତ ପତ୍ନୀର ନାମ ‘ସୋଫୀ’ ଅଟେ ।

3. ଋଷୋଙ୍କ ମତରେ ଶିକ୍ଷକଙ୍କର ଭୂମିକା ଆଲୋଚନା କରି ଶିକ୍ଷା ଦର୍ଶନ ଏବଂ ନାସ୍ତିବାଚକ ଶିକ୍ଷା ସମ୍ପର୍କରେ ଲେଖ ।
Answer:
ଶିକ୍ଷକ ଶିକ୍ଷାର୍ଥୀମାନଙ୍କର ବନ୍ଧୁ, ସହାୟକ, ପଥପ୍ରଦର୍ଶକ ଓ ପରାମର୍ଶଦାତା । ଶିକ୍ଷାର୍ଥୀମାନଙ୍କୁ ସେ ଆଢୁଆଳରେ ରହି ସାହାଯ୍ୟ କରିଥା’ନ୍ତି । ଶିକ୍ଷାଦାନ ଏବଂ ଶିକ୍ଷଣ ପରିସ୍ଥିତିର ଶିକ୍ଷକ କେବଳ ପଥପ୍ରଦର୍ଶକ । ଜଣେ ଉପଯୁକ୍ତ ପର୍ଯ୍ୟବେକ୍ଷକ ଭାବରେ ଶିକ୍ଷକ କାର୍ଯ୍ୟ କରିଥା’ନ୍ତି । ପାଠ୍ୟବିଷୟ ଉପରେ ଅଧିକ ଜ୍ଞାନ ନ ଦେଇ ସ୍ବାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଯୋଗାଇଥା’ନ୍ତି ।

ଋଷୋଙ୍କର ଶିକ୍ଷାକ୍ଷେତ୍ରକୁ ଶିଶୁକୈନ୍ଦ୍ରିକ ଶିକ୍ଷା, ନାସ୍ତିବାଚକ ଶିକ୍ଷା, ପ୍ରକୃତିରୁ ପର୍ଯ୍ୟବେକ୍ଷଣ ଏକ ପ୍ରତ୍ୟକ୍ଷ ଅନୁଭୂତି ମାଧ୍ୟମରେ ଶିକ୍ଷାର୍ଜନ କରିବା ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ବିଶେଷକରି ଶିକ୍ଷାର୍ଥୀମାନଙ୍କୁ ସ୍ଵାଧୀନ୍ ଭାବରେ ଶିକ୍ଷାର୍ଜନ କରିବାପାଇଁ ସେ ଯେଉଁ ପ୍ରେରଣା ଦେଇଛନ୍ତି ତାହା ସ୍ଵାଗତଯୋଗ୍ୟ । ଏସବୁ ଅବଦାନ ଋଷୋଙ୍କୁ ସମଗ୍ର ପୃଥ‌ିବୀରେ ଏକ ସ୍ବତନ୍ତ୍ର ପରିଚିତି ଆଣି ଦେଇଛି । ଶିକ୍ଷାର ବିଭିନ୍ନ କ୍ଷେତ୍ର ପାଇଁ ତାଙ୍କର ନିମ୍ନଲିଖ୍ ଅବଦାନଗୁଡ଼ିକ ଉଲ୍ଲେଖଯୋଗ୍ୟ ।

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

  • ଶିଶୁକୈନ୍ଦ୍ରିକ ଶିକ୍ଷା ଆଧୁନିକ ଶିକ୍ଷା ପ୍ରଣାଳୀକୁ ତାଙ୍କର ଶ୍ରେଷ୍ଠ ଦାନ ।
  • ମୁକ୍ତ ପରିବେଶରେ ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ ଉପରେ ସେ ଗୁରୁତ୍ଵ ଦେଇଛନ୍ତି ।
  • ପ୍ରତ୍ୟକ୍ଷ ଅନୁଭୂତିଦ୍ୱାରା ଶିକ୍ଷାଲାଭ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ବୋଲି ସେ କହିଛନ୍ତି ।
  • କ୍ରୀଡ଼ା ପଦ୍ଧତି, କ୍ରିୟାପ୍ରଧାନ ପଦ୍ଧତି ଏବଂ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣ ଶିକ୍ଷାକ୍ଷେତ୍ର ପାଇଁ ତାଙ୍କର ଅନନ୍ୟ ଅବଦାନ ଅଟେ ।
  • ଅନୁଶାସନ ଓ ଦଣ୍ଡର ପ୍ରୟୋଗକୁ ବିରୋଧଦ୍ବାରା ଦଣ୍ଡମୁକ୍ତ ଶିକ୍ଷାଦାନ ସମ୍ଭବପର ବୋଲି ସେ କହିଛନ୍ତି ।
  • ସହଜାତ ଗୁଣର ବିକାଶ ପାଇଁ ସ୍ଵାଧୀନତା ପ୍ରଦାନ ଶିକ୍ଷାର୍ଥୀକୁ ଆଗକୁ ଯିବାକୁ ସାହାଯ୍ୟ କରିଥାଏ ବୋଲି ସେ କହିଛନ୍ତି ।
  • ଶିକ୍ଷାକ୍ଷେତ୍ରକୁ ନାସ୍ତିବାଚକ ଶିକ୍ଷା ଋଷୋଙ୍କର ଏକ ମହାନ୍ ଅବଦାନ ଅଟେ ।
  • ସମଗ୍ର ମାନବ ଜଗତ ପ୍ରତି ‘ପ୍ରକୃତିକୁ ପ୍ରତ୍ୟାବର୍ତ୍ତନ’ ସ୍ଲୋଗାନ୍ ଜନସଚେତନତା ପାଇଁ ଏକ ଅସ୍ତ୍ର ସଦୃଶ ଥିଲା ।

ଶିକ୍ଷା ଦର୍ଶନ – ଋଷୋ ଜଣେ ପ୍ରକୃତିବାଦୀ ଥିଲେ । ପ୍ରାକୃତିକ ପରିବେଶରେ ଶିଶୁର ବିକାଶ ସାଧନ ହେବା ଉଚିତ ବୋଲି ସେ କହୁଥିଲେ । ଶିଶୁଟି ପ୍ରକୃତି କୋଳରେ ଜନ୍ମ ନେଇଛି । ସେଠାରେ ସେ ନିର୍ଭୟରେ ବଞ୍ଚୁରହିବାକୁ ଚାହେଁ ଏବଂ ସ୍ଵାଧୀନ ଜୀବନଧାରଣ କରିବାକୁ ସେ ବ୍ୟଗ୍ର । ଶିଶୁର ସର୍ବାଙ୍ଗୀନ ବିକାଶ ହିଁ ଶିକ୍ଷାର ଉଦ୍ଦେଶ୍ୟ । ଋଷୋଙ୍କ ମତରେ, ଶିକ୍ଷାର ଅର୍ଥ, ଅଭ୍ୟାସ ଗଠନ ବ୍ୟତୀତ ଅନ୍ୟ କିଛି ହୋଇ ନ ପାରେ । ମନୁଷ୍ୟ ଅଭିଜ୍ଞତାରୁ ଶିକ୍ଷାଲାଭ କରିଥାଏ । ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ସେ ଶିକ୍ଷାଲାଭ କରିଥାଏ । ପ୍ରକୃତି ଓ ପରିବେଶରୁ ସେ ଶିକ୍ଷାଲାଭ କରେ ।

ନାସ୍ତିବାଚକ ଶିକ୍ଷା (Negative Education) – ଋଷୋ ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ । ସେ ଏ ସମ୍ପର୍କରେ ସ୍ବରଚିତ ପୁସ୍ତକ ‘ଏମିଲି’ (Emile)ରେ ବ୍ୟାଖ୍ୟା କରିଛନ୍ତି । ଅସ୍ତିବାଚକ ଶିକ୍ଷାର ସେ ଘୋର ବିରୋଧ କରୁଥିଲେ । ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ବ ଦେଇ ସେ ମତ ପ୍ରକାଶ କରିଛନ୍ତି ଯେ କୃତ୍ରିମ ଏବଂ ଅସ୍ୱାଭାବିକ ପରିବେଶରେ ଦିଆଯାଉଥ‌ିବା ଶିକ୍ଷା ମୂଲ୍ୟହୀନ; ମାତ୍ର ପ୍ରାକୃତିକ ପରିବେଶରେ ଯେଉଁ ଶିକ୍ଷା ଦିଆଯାଇଥାଏ ତାହା ବାସ୍ତବ । ତେଣୁ ଶିକ୍ଷାର୍ଥୀଙ୍କୁ କୃତ୍ରିମତା, କଠୋରତା ଏବଂ ଅବାସ୍ତବତାଠାରୁ ଦୂରେଇ ରଖ୍ ଉଚିତ । ସାମାଜିକ ଶୃଙ୍ଖଳାରେ ବାନ୍ଧି ଶିକ୍ଷାଦାନ କରିବାଦ୍ୱାରା ତାହା ଶିକ୍ଷାର୍ଥୀଙ୍କୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇ ନ ଥାଏ । ମୁକ୍ତ ଭାବରେ ଶିକ୍ଷାଦାନ ନିତାନ୍ତ ଜରୁରୀ । ଇନ୍ଦ୍ରିୟାନୁଭୂତିଦ୍ୱାରା ଶିକ୍ଷାର୍ଥୀ ଆପେ ଆପେ ଶିକ୍ଷାଲାଭ କରିଥାଏ ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

⇒ ଋଷୋଙ୍କ ଜୀବନୀ : ଲବ୍‌ଧପ୍ରତିଷ୍ଠ ଫରାସୀ ଦାର୍ଶନିକ ଜିନ୍ ଜାକ୍‌ ଋଷୋ ୧୭୧୨ ମସିହା ଜୁନ୍ ମାସ ୨୮ ତାରିଖରେ ପ୍ରାକୃତିକ ଶୋଭା ବିମଣ୍ଡିତ ଜେନେଭା ସହରରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜୀବନରେ ଅନେକ କିଛି ଯନ୍ତ୍ରଣାସିକ୍ତ ଓ ବିଶୃଙ୍ଖଳିତ ଘଟଣାବଳୀକୁ ନେଇ ଋଷୋ ଜଣେ ପ୍ରକୃତିବାଦୀ ଓ ବିପ୍ଳବୀ ଲେଖକ ଭାବରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛନ୍ତି । ତାଙ୍କର ଅମର କୃତି ମଧ୍ୟରୁ ‘ଏମିଲି’ ଏବଂ ‘ସାମାଜିକ ଚୁକ୍ତି’ ଅନ୍ୟତମ ।

ଅନେକଗୁଡ଼ିଏ ଅମର ଲେଖା ମାଧ୍ୟମରେ ଜୀବନର ବ୍ୟଥାବହୁଳ ତଥା ଯନ୍ତ୍ରଣା ଜର୍ଜରିତ ଘଟଣାବଳୀକୁ ଲୋକଲୋଚନକୁ ଆଣି ଶେଷରେ ୧୭୭୮ ମସିହା ଜୁଲାଇ ୨ ତାରିଖରେ ବିଶ୍ବପ୍ରସିଦ୍ଧ ଏହି ପ୍ରକୃତିବାଦୀ ଦାର୍ଶନିକ ପ୍ରାଣତ୍ୟାଗ କରିଥିଲେ ।

⇒ ଋଷୋଙ୍କ ଜୀବନ ଦର୍ଶନ : ଋଷୋଙ୍କ ଜୀବନ ଦର୍ଶନ ହେଉଛି ପ୍ରକୃତିବାଦ, ସାମ୍ୟବାଦ ଓ ସ୍ବାଧୀନତାର ଅପୂର୍ବ ସମାହାର; ଯାହାକି ପ୍ରାକୃତିକ ରାଷ୍ଟ୍ର, ପ୍ରାକୃତିକ ମନୁଷ୍ୟ ଓ ପ୍ରାକୃତିକ ସଭ୍ୟତାକୁ ନେଇ ପରିକଳ୍ପିତ । ତାଙ୍କ ଜୀବନଦର୍ଶନର ସମସ୍ତ ଚିନ୍ତାଧାରାଗୁଡ଼ିକ ତାଙ୍କ ରଚିତ ଅମୂଲ୍ୟ ଗ୍ରନ୍ଥାବଳୀମାନଙ୍କରେ ପ୍ରତିଫଳିତ । ଜଣେ ପ୍ରକୃତିବାଦୀ ଦାର୍ଶନିକ ଭାବରେ ଋଷୋଙ୍କର ମୁଖ୍ୟ ଆହ୍ବାନ ଥୁଲା, ‘ପ୍ରକୃତିକୁ ଫେରିଯାଅ’’ । ଶିକ୍ଷାକ୍ଷେତ୍ରକୁ ପ୍ରକୃତିବାଦୀ ଚିନ୍ତାଧାରା ଓ ମୂଲ୍ୟବୋଧ ମଧ୍ୟ ଋଷୋଙ୍କ ଜୀବନଦର୍ଶନର ସର୍ବଶ୍ରେଷ୍ଠ ପ୍ରତିଫଳନ ।

⇒ ଋଷୋଙ୍କ ଶିକ୍ଷାଦର୍ଶନ : ଋଷୋଙ୍କ ଶିକ୍ଷାଦର୍ଶନ ତାଙ୍କ ଜୀବନର ପ୍ରତିଫଳନ ମାତ୍ର । ଜଣେ ପ୍ରକୃତିବାଦୀ ଦାର୍ଶନିକ ଭାବରେ ସେ ପ୍ରକୃତିବାଦୀ ଶିକ୍ଷାଦର୍ଶନର ସମର୍ଥକ ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି । ତାଙ୍କ ରଚିତ ‘ଏମିଲି’ ପୁସ୍ତକରେ ପ୍ରକୃତିବାଦୀ ଶିକ୍ଷାଦର୍ଶନର ସ୍ପଷ୍ଟ ଛାପା ଦେଖ‌ିବାକୁ ମିଳେ । ଋଷୋଙ୍କର ଏହି ପ୍ରକୃତିବାଦୀ ଶିକ୍ଷାଦର୍ଶନର ବିଭିନ୍ନ ଦିଗଗୁଡ଼ିକ ହେଲା-

  • ଶିକ୍ଷାର ପ୍ରକୃତିବାଦୀ ଅର୍ଥ
  • ପ୍ରକୃତିବାଦର ଅବଧାରଣା
  • ପ୍ରକୃତିର ତ୍ରିବିଧ ଅର୍ଥ
  • ପ୍ରକୃତି ଦେବୋତ୍ତର ଶକ୍ତି ସହ ସମାନ
  • ନାରୀଶିକ୍ଷାରେ ପ୍ରକୃତିବାଦ

⇒ ବ୍ୟକ୍ତିର ବିକାଶ ପାଇଁ ବିଭିନ୍ନ ସ୍ତର :
(୧) ଶୈଶବ କାଳ (ଜନ୍ମରୁ ୫ ବର୍ଷ)
(୨) ବାଲ୍ୟକାଳ (୫ ବର୍ଷରୁ ୧୨ ବର୍ଷ)
(୩) କୈଶୋରାବସ୍ଥା (୧୨ ବର୍ଷରୁ ୧୫ ବର୍ଷ)
(୪) ଯୌବନାବସ୍ଥା (୧୫ ବର୍ଷରୁ ୨୦ ବର୍ଷ)

⇒ ଋଷୋ ଜଣେ ପ୍ରକୃତିବାଦୀ ଥିଲେ । ପ୍ରାକୃତିକ ପରିବେଶରେ ଶିଶୁର ବିକାଶ ସାଧନ ହେବା ଉଚିତ ବୋଲି ସେ କହୁଥିଲେ । ଶିଶୁଟି ପ୍ରକୃତି କୋଳରେ ଜନ୍ମ ନେଇଛି । ସେଠାରେ ସେ ନିର୍ଭୟରେ ବଞ୍ଚି ରହିବାକୁ ଚାହେଁ ଏବଂ ସ୍ବାଧୀନ ଜୀବନଧାରଣ କରିବାକୁ ସେ ବ୍ୟଗ୍ର । ଶିଶୁର ସର୍ବାଙ୍ଗୀନ ବିକାଶ ହିଁ ଶିକ୍ଷାର ଉଦ୍ଦେଶ୍ୟ । ଋଷୋଙ୍କ ମତରେ, ଶିକ୍ଷାର ଅର୍ଥ, ଶିକ୍ଷା ଅଭ୍ୟାସ ଗଠନ ବ୍ୟତୀତ ଅନ୍ୟ କିଛି ହୋଇ ନ ପାରେ । ମନୁଷ୍ୟ ଅଭିଜ୍ଞତାରୁ ଶିକ୍ଷାଲାଭ କରିଥାଏ । ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଶିକ୍ଷାଲାଭ କରିଥାଏ । ପ୍ରକୃତି ଓ ପରିବେଶରୁ ସେ ଶିକ୍ଷାଲାଭ କରେ ।

ଶିକ୍ଷାର ଲକ୍ଷ୍ୟ :
ଋଷୋଙ୍କ ଶିକ୍ଷାର ଲକ୍ଷ୍ୟସମୂହ ନିମ୍ନରେ ପ୍ରଦତ୍ତ ହେଲା-
(1) ଶିଶୁର ଅନ୍ତଃପ୍ରବୃତ୍ତି ଓ ଶକ୍ତି ସାମର୍ଥ୍ୟର ବିକାଶ ।
(2) ଅନ୍ତର୍ନିହିତ ଗୁଣରାଜିର ଉପଯୁକ୍ତ ବିକାଶ ।
(3) ଇନ୍ଦ୍ରିୟାନୁଭୂତିର ବିକାଶ ସାଧନ ।
(4) ଜୀବନର ସମସ୍ୟା ସମାଧାନର ଦକ୍ଷତାର ବିକାଶ ସାଧନ ।
(5) କୃତ୍ରିମତା ଏବଂ ଅବାସ୍ତବତାଠାରୁ ଦୂରେଇ ରଖୁବା ।
(6) ନିଜ ପରିସ୍ଥିତି ଏବଂ ସମ୍ଭାବନାରେ ନିଜକୁ ବଞ୍ଚାଇ ରଖୁବା ।
(7) ଶାରୀରିକ ବିକାଶ ସାଧନ କରିବା ।
(8) ଆନନ୍ଦ ଉପଲବ୍‌ କରିବା ।
(9) ଆତ୍ମନିର୍ଭରଶୀଳ ହେବା ।
(10) ପରିବେଶ ସହ ଖାପଖୁଆଇ ଚଳିବା ।

CHSE Odisha Class 12 Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ

(a) ନାସ୍ତିବାଚକ ଶିକ୍ଷା (Negative Education) : ଋଷୋ ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ । ସେ ଏ ସମ୍ପର୍କରେ ସ୍ବରଚିତ ପୁସ୍ତକ ‘ଏମିଲି’ (Emile)ରେ ବ୍ୟାଖ୍ୟା କରିଛନ୍ତି । ଅସ୍ତିବାଚକ ଶିକ୍ଷାର ସେ ଘୋର ବିରୋଧ କରୁଥିଲେ । ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ଵ ଦେଇ ସେ ମତ ପ୍ରକାଶ କରିଛନ୍ତି ଯେ କୃତ୍ରିମ ଏବଂ ଅସ୍ଵାଭାବିକ ପରିବେଶରେ ଦିଆଯାଉଥ‌ିବା ଶିକ୍ଷା ମୂଲ୍ୟହୀନ; ମାତ୍ର ପ୍ରାକୃତିକ ପରିବେଶରେ ଯେଉଁ ଶିକ୍ଷା ଦିଆଯାଇଥାଏ ତାହା ବାସ୍ତବ ।

ତେଣୁ ଶିକ୍ଷାର୍ଥୀଙ୍କୁ କୃତ୍ରିମତା, କଠୋରତା ଏବଂ ଅବାସ୍ତବତାଠାରୁ ଦୂରେଇରଖୁବା ଉଚିତ । ସାମାଜିକ ଶୃଙ୍ଖଳାରେ ବାନ୍ଧି ଶିକ୍ଷାଦାନ କରିବାଦ୍ୱାରା ତାହା ଶିକ୍ଷାର୍ଥୀଙ୍କୁ ସମ୍ପୂର୍ଣ୍ଣ ସ୍ଵାଧୀନତା ଦେଇ ନ ଥାଏ । ମୁକ୍ତ ଭାବରେ ଶିକ୍ଷାଦାନ ନିତାନ୍ତ ଜରୁରୀ । ଇନ୍ଦ୍ରିୟାନୁଭୂତିଦ୍ୱାରା ଶିକ୍ଷାର୍ଥୀ ଆପେ ଆପେ ଶିକ୍ଷାଲାଭ କରିଥାଏ ।

(b) ବିଭିନ୍ନ ସ୍ତର ଅନୁସାରେ ପାଠ୍ୟକ୍ରମ : ଏମିଲି (Emile) ରେ ଋଷେ ବିଭିନ୍ନ ସ୍ତର ଅନୁସାରେ କିପରି ଶିକ୍ଷାଦାନ କରାଯାଇଥାଏ, ତାହା ବର୍ଣ୍ଣନା କରିଛନ୍ତି । ସେ ବିକାଶର ସ୍ତରକୁ ନିମ୍ନମତେ ବିଭାଗୀକରଣ କରିଛନ୍ତି-

(1) ଶୈଶବାବସ୍ଥା (Infancy)
(2) ବାଲ୍ୟାବସ୍ଥା (Childhood)
(3) କୈଶୋରାବସ୍ଥା (Boyhood)
(4)ଯୌବନାବସ୍ଥା (Adolescence)

(1) ଶୈଶବାବସ୍ଥା (Infancy) : ଏହାର ସମୟ ଅବଧୂ ଜନ୍ମରୁ ପାଞ୍ଚବର୍ଷ । ଏହି ସମୟରେ ଶିଶୁର ଦ୍ରୁତ ଶାରୀରିକ ବିକାଶ ହୁଏ । ଏହି ସମୟରେ ଶରୀର ସମ୍ବନ୍ଧୀୟ ଶିକ୍ଷାଦାନର ଯଥେଷ୍ଟ ଆବଶ୍ୟକ ଅଛି । ମୁକ୍ତ ଭାବରେ ପରିବେଶରେ ଖେଳାଖେଳି କରିବା ସହ ହସିବା, ଖେଳିବା, ବୁଲିବା, କାନ୍ଦିବା ଉପରେ ଗୁରୁତ୍ବ ଦେବା ଉଚିତ ।

(2) ବାଲ୍ୟାବସ୍ଥା (Childhood) : ଏହାର ଅବଧୂ ୫ ବର୍ଷରୁ ୧୨ ବର୍ଷ । ଏହି ସମୟରେ ନାସ୍ତିବାଚକ ଶିକ୍ଷା ମାଧ୍ୟମରେ ଶିକ୍ଷାଦେବା ଉଚିତ । ପ୍ରାକୃତିକ ଏବଂ ମୁକ୍ତ ପରିବେଶରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀ ନିଜସ୍ଵ ଅଭିଜ୍ଞତା ଲାଭ କରିଥାଏ ।

(3) କୈଶୋରାବସ୍ଥା (Boyhood) : ଏହାର ଅବଧୂ ବାର ବର୍ଷରୁ ପନ୍ଦର ବର୍ଷ । ମାନସିକ ଏବଂ ଶାରୀରିକ ସ୍ତରରେ ଏ ବୟସରେ ସମସ୍ତେ ସକ୍ରିୟ ଥାଆନ୍ତି । ବିଶେଷକରି ଯୌନ ପ୍ରବୃତ୍ତି ଏବଂ ଯୌନ ଲକ୍ଷଣଗୁଡ଼ିକ ଏହି ସମୟରେ ପ୍ରକାଶ ପାଇଥାଏ । କୈଶୋରାବସ୍ଥାରେ ବିଭିନ୍ନ ଅଭିଜ୍ଞତା ସହ ବିଷୟବସ୍ତୁ ଜ୍ଞାନର ଆବଶ୍ୟକତା ଅଛି । ଇତିହାସ, ଭୂଗୋଳ, ବିଜ୍ଞାନ ଅଧ୍ୟୟନ ଉପରେ ଏହି ସମୟରେ ଗୁରୁତ୍ଵ ଦିଆଯିବା ଆବଶ୍ୟକ ।

(4) ଯୌବନାବସ୍ଥା (Adolescence) : ଏହି ସମୟର ଅବଧୂ ୧୫ ବର୍ଷରୁ ୨୦ ବର୍ଷ ପର୍ଯ୍ୟନ୍ତ । ଏହି ବୟସଟି ବ୍ୟକ୍ତିର ଦ୍ଵିତୀୟ ଜନ୍ମ । ଏହି ସମୟରେ ବିଭିନ୍ନ କାର୍ଯ୍ୟ ଅଭିଜ୍ଞତା ମାଧ୍ୟମରେ ସେ ଶିକ୍ଷା ଅର୍ଜନ କରିଥାଏ । ବିଶେଷକରି ହୃଦୟର ବିକାଶ ପାଇଁ ଧର୍ମଶିକ୍ଷା ସହ ଇତିହାସ ଏବଂ ଦର୍ଶନ ଶିକ୍ଷାର ଆବଶ୍ୟକତା ଅଛି । ଯୌନଶିକ୍ଷା ପ୍ରାପ୍ତିଦ୍ୱାରା ଶିକ୍ଷାର୍ଥୀମାନେ ଗାର୍ହସ୍ଥ୍ୟ ଜୀବନଯାପନ କରିବାପାଇଁ ସୁଯୋଗ ପାଇପାରିବେ ।

ଶିକ୍ଷାଦାନ ପ୍ରଣାଳୀ (Methods of Teaching) – ଋଷୋ ଗତାନୁଗତିକ ପୁସ୍ତକଗତ ଶିକ୍ଷାଦାନ ପ୍ରଣାଳୀର ଘୋର ବିରୋଧୀ ଥିଲେ । ସେ ନିମ୍ନଲିଖ୍ ଶିକ୍ଷାଦାନ ପଦ୍ଧତିଗୁଡ଼ିକ ଉପରେ ଗୁରୁତ୍ବ ଆରୋପ କରିଥିଲେ ।

(1) ପ୍ରତ୍ୟକ୍ଷ ଅନୁଭୂତି (Direct Experience) : ଶିକ୍ଷାର୍ଥୀ ବାସ୍ତବ ପରିସ୍ଥିତିର ସମ୍ମୁଖୀନ ହେଲେ ପ୍ରତ୍ୟକ୍ଷ ଭାବରେ ଶିକ୍ଷାଲାଭ କରିଥାଏ । ପ୍ରତ୍ୟକ୍ଷ ଅନୁଭୂତିଦ୍ୱାରା ଅର୍ଜିତ ଶିକ୍ଷା ଦୀର୍ଘସ୍ଥାୟୀ ହୋଇଥାଏ ।

(2) ଆବିଷ୍କାରମୂଳକ ପଦ୍ଧତି (Heuristic Method) : ନିଜର ଅନେକ ଅଭିଜ୍ଞତା ଏବଂ ଜ୍ଞାନର ପ୍ରୟୋଗ କରାଯାଇ ନୂତନ ଜ୍ଞାନ ଆହରଣ କରାଯାଇଥାଏ । ଏହା କେବଳ ଅନ୍ଵେଷଣ ବା ଆବିଷ୍କାର ପଦ୍ଧତି ଅବଲମ୍ବନଦ୍ୱାରା ସମ୍ଭବ ।

(3) କାର୍ଯ୍ୟ ମାଧ୍ୟମରେ ଶିକ୍ଷା (Learning by doing) : ଶିକ୍ଷାର୍ଥୀକୁ କିଛି କରିବାକୁ ଦେଲେ ତା’ର 3Hsର ବିକାଶ ହୁଏ । କୌଣସି କାର୍ଯ୍ୟ କରିବା ପୂର୍ବରୁ ସେ ଚିନ୍ତାକରି, ବୁଝି ତାହା ନିଜର ହସ୍ତପଦର ବ୍ୟବହାରଦ୍ୱାରା କାର୍ଯ୍ୟ ସମ୍ପାଦନ କରିଥାଏ । ତେଣୁ ଭାଷା ବା କଥାଦ୍ୱାରା ଶିକ୍ଷାଦାନ ଅପେକ୍ଷା କାର୍ଯ୍ୟଦ୍ବାରା ଶିକ୍ଷାଦାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

(4) କ୍ରୀଡ଼ା ପଦ୍ଧତି (Playway Method) : ଶିକ୍ଷାର୍ଥୀ ଖେଳିବାକୁ ଭଲପାଏ । କ୍ରୀଡ଼ା ହିଁ ଶିକ୍ଷାଦାନର ଏକ ଉପଯୁକ୍ତ ପଦ୍ଧତି । କ୍ରୀଡ଼ାଦ୍ୱାରା ଶିକ୍ଷାର୍ଥୀ ସ୍ଵାଧୀନ ଏବଂ ସ୍ବତଃସ୍ଫୁର୍ତ୍ତ ଭାବରେ ଶିକ୍ଷାଲାଭ କରିଥାଏ ।

(5) ଭ୍ରମଣ ଓ ପର୍ଯ୍ୟବେକ୍ଷଣ (Visit & Observation) : ଋଷୋ କହିଥିଲେ, ‘ଏମିଲି’କୁ କିଛି ପଢ଼ାଇବା ଦରକାର ନାହିଁ । ସେ ନିଜେ ଅନ୍ଵେଷଣ କରି ଶିକ୍ଷାଲାଭ କରୁ । ଏହାର ଅର୍ଥ ଶିକ୍ଷାର୍ଥୀ ନିଜେ ନିଜର ପରିବେଶ, ନଦୀ, ପାହାଡ଼କୁ ପର୍ଯ୍ୟବେକ୍ଷଣ କରୁ ଏବଂ ଶିକ୍ଷାଲାଭ କରୁ ।

ଅନୁଶାସନ (Discipline) – ଶିକ୍ଷାର୍ଥୀମାନେ ମୁକ୍ତ ପରିବେଶରେ ପ୍ରକୃତି କୋଳରେ ଶିକ୍ଷାଲାଭ କରିବା ଉଚିତ । ପ୍ରକୃତି ଉପଯୁକ୍ତ ଶିକ୍ଷକ । ତେଣୁ ପ୍ରକୃତିର ନୀତିନିୟମ ଅନୁସାରେ ଶିକ୍ଷାଲାଭ କରିବା ଉଚିତ । ଶିକ୍ଷକମାନଙ୍କର କଡ଼ା ଅନୁଶାସନରେ ଶିକ୍ଷାର୍ଥୀମାନେ ରହିବା ଉଚିତ ନୁହେଁ । ସେମାନେ ମୁକ୍ତ ଭାବରେ ଶିକ୍ଷାଲାଭ କରିବା ଉଚିତ । ଅନୁଶାସନ ପ୍ରାକୃତିକ ପରିଣାମ ତତ୍ତ୍ବ ଉପରେ ଆଧାରିତ । ପ୍ରକୃତି ଦଣ୍ଡ ବା ପୁରସ୍କାର ଦେବ, ଶିକ୍ଷକ ନୁହେଁ । ଯନ୍ତ୍ରଣାକୁ ସେ ଅନୁଭବ କରୁ । ମୁଣ୍ଡ କାନ୍ଥରେ ମାଡ଼ ହେଲେ ସେ କଷ୍ଟ ଅନୁଭବ କରୁ ଓ ତଦ୍ବାରା ସେ ଶିକ୍ଷାଲାଭ କରୁ ।

ଶିକ୍ଷକ (Teacher) – ଶିକ୍ଷକ ଶିକ୍ଷାର୍ଥୀମାନଙ୍କର ବନ୍ଧୁ, ସହାୟକ, ପଥପ୍ରଦର୍ଶକ ଓ ପରାମର୍ଶଦାତା । ଶିକ୍ଷାର୍ଥୀମାନଙ୍କ ସେ ଆଢୁଆଳରେ ରହି ସାହାଯ୍ୟ କରିଥା’ନ୍ତି । ଶିକ୍ଷାଦାନ ଏବଂ ଶିକ୍ଷଣ ପରିସ୍ଥିତିର ଶିକ୍ଷକ କେବଳ ପଥପ୍ରଦର୍ଶକ । ଜଣେ ଉପଯୁକ୍ତ ପର୍ଯ୍ୟବେକ୍ଷକ ଭାବରେ ଶିକ୍ଷକ କାର୍ଯ୍ୟ କରିଥା’ନ୍ତି । ପାଠ୍ୟବିଷୟ ଉପରେ ଅଧିକ ଜ୍ଞାନ ନ ଦେଇ ସ୍ଵାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଯୋଗାଇଥା’ନ୍ତି ।

ନାରୀଶିକ୍ଷା (Women Education) – ନାରୀଶିକ୍ଷା ପ୍ରତି ଋଷୋଙ୍କର ମନୋଭାବ ଆଧୁନିକ ଶିକ୍ଷାବିତ୍ରମାନଙ୍କୁ ପ୍ରଭାବିତ କରିପାରି ନ ଥିଲା । ନାରୀଶିକ୍ଷାର ଲକ୍ଷ୍ୟ ଏକ ଆଦର୍ଶ ଗୃହିଣୀ ସୃଷ୍ଟି କରିବା । ନାରୀ ଏବଂ ପୁରୁଷମାନଙ୍କ ମଧ୍ୟରେ ଶାରୀରିକ ଗଠନ ଏବଂ ବିକାଶରେ ଅନେକ ପାର୍ଥକ୍ୟ ଅଛି । ସେମାନଙ୍କର ଜୀବନଯାପନ ପ୍ରଣାଳୀ ଏକା ନୁହେଁ । ସେ ନାରୀର କାର୍ଯ୍ୟକୁ ପୁରୁଷର ସେବା, ମନୋରଞ୍ଜନ ଏବଂ ପ୍ରୀତି ସମ୍ପାଦନା ପାଇଁ ଉଦ୍ଦିଷ୍ଟ ବୋଲି ‘ଏମିଲି’ ପୁସ୍ତକରେ ମତ ପ୍ରକାଶ କରିଛନ୍ତି । ଏମିଲିର ଭବିଷ୍ୟତ ପତ୍ନୀର ନାମ ‘ସୋଫା’ ଅଟେ ।

ଶିକ୍ଷାର୍ଜନ ଋଷୋଙ୍କର ଅବଦାନ (Rousseau’s contributions to Education) – ଋଷୋଙ୍କର ଶିକ୍ଷାର୍ଜନ ଇତ୍ୟାଦି ଗୁରୁତ୍ଵପୂର୍ଣ୍ଣ ଅବଦାନ ଅଟେ । ବିଶେଷକରି ଶିକ୍ଷାର୍ଥୀମାନଙ୍କୁ ସ୍ବାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ସେ ଯେଉଁ ପ୍ରେରଣା ଦେଇଛନ୍ତି ତାହା ସ୍ଵାଗତଯୋଗ୍ୟ । ଏସବୁ ଅବଦାନ ଋଷୋଙ୍କୁ ସମଗ୍ର ପୃଥ‌ିବୀରେ ଏକ ସ୍ଵତନ୍ତ୍ର ପରିଚିତି ଆଣି ଦେଇଛି । ଶିକ୍ଷାର ବିଭିନ୍ନ କ୍ଷେତ୍ର ପାଇଁ ତାଙ୍କର ନିମ୍ନଲିଖ୍ ଅବଦାନଗୁଡ଼ିକ ଉଲ୍ଲେଖଯୋଗ୍ୟ ।

(୧) ଶିଶୁକୈନ୍ଦ୍ରିକ ଶିକ୍ଷା ଆଧୁନିକ ଶିକ୍ଷା ପ୍ରଣାଳୀକୁ ତାଙ୍କର ଶ୍ରେଷ୍ଠ ଦାନ ।
(୨) ମୁକ୍ତ ପରିବେଶରେ ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ ଉପରେ ସେ ଗୁରୁତ୍ଵ ଦେଇଛନ୍ତି ।
(୩) ପ୍ରତ୍ୟକ୍ଷ ଅନୁଭୂତିଦ୍ୱାରା ଶିକ୍ଷାଲାଭ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି ।
(୪) କ୍ରୀଡ଼ା ପଦ୍ଧତି, କ୍ରିୟାପ୍ରଧାନ ପଦ୍ଧତି ଏବଂ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣ ଶିକ୍ଷାକ୍ଷେତ୍ର ପାଇଁ ତାଙ୍କର ଅନନ୍ୟ ଅବଦାନ ଅଟେ ।
(୫) ଅନୁଶାସନ ଓ ଦଣ୍ଡର ପ୍ରୟୋଗକୁ ବିରୋଧଦ୍ବାରା ଦଣ୍ଡମୁକ୍ତ ଶିକ୍ଷାଦାନ ସମ୍ଭବପର ବୋଲି ସେ କହିଛନ୍ତି ।
(୬) ସହଜାତ ଗୁଣର ବିକାଶ ପାଇଁ ସ୍ବାଧୀନତା ପ୍ରଦାନ ଶିକ୍ଷାର୍ଥୀକୁ ଆଗକୁ ଯିବାକୁ ସାହାଯ୍ୟ କରିଥାଏ ବୋଲି ସେ କହିଛନ୍ତି ।
(୭) ଶିକ୍ଷାକ୍ଷେତ୍ରକୁ ନାସ୍ତିବାଚକ ଶିକ୍ଷା ଋଷୋଙ୍କର ଏକ ମହାନ୍ ଅବଦାନ ଅଟେ ।
(୮) ସମଗ୍ର ମାନବ ଜଗତକୁ ‘ପ୍ରାକୃତିକ ପ୍ରତ୍ୟାବର୍ତ୍ତନ’ ସ୍ଲୋଗାନ୍ ଜନସଚେତନତା ପାଇଁ ଏକ ଅସ୍ତ୍ର ସଦୃଶ ଥିଲା ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

Odisha State Board CHSE Odisha Class 12 Foundation of Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା Questions and Answers.

CHSE Odisha 12th Class Education Solutions Chapter Chapter 8 ଶିକ୍ଷଣରେ ଅଭିପ୍ରେରଣା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ବାହ୍ୟ ଅଭିପ୍ରେରଣା କେଉଁଥୁରୁ ମିଳିଥାଏ ?
(i) ମନ
(ii) ପରିବେଶ
(iii) ପରିବାର
(iv) କେଉଁଟି ନୁହେଁ
Answer:
(ii) ପରିବେଶ

2. ନିମ୍ନୋକ୍ତ କେଉଁଟି ଏକ ଆନ୍ତଃ ଅଭିପ୍ରେରଣା ଅଟେ ?
(i) ଇଚ୍ଛାଶକ୍ତି
(ii) ଦଣ୍ଡ
(iii) ପ୍ରଶଂସା
(iv) ଶିକ୍ଷା ଉପକରଣ
Answer:
(i) ଇଚ୍ଛାଶକ୍ତି

3. ନିମ୍ନୋକ୍ତ କେଉଁଟି ଏକ ବାହ୍ୟ ଅଭିପ୍ରେରଣା ଅଟେ ?
(i) ଦଣ୍ଡ
(ii) ଇଚ୍ଛା
(iii) ଆଶାର ସ୍ତର
(iv) ପ୍ରତିଯୋଗୀ ମନୋଭାବ
Answer:
(i) ଦଣ୍ଡ

4. ଲକ୍ଷ୍ୟ ସାଧନ ପାଇଁ କିଏ ଶିଶୁକୁ କାର୍ଯ୍ୟକ୍ଷମ ବା କ୍ରିୟାଶୀଳ କରାଇଥାଏ ?
(i) ମ।ନସିକ
(ii) ଅଭିପ୍ରେରଣା
(iii) ପରିବେଶ
(iv) ଚିନ୍ତା
Answer:
(ii) ଅଭିପ୍ରେରଣା

5. ଅଭିପ୍ରେରଣା କେଉଁ ଲାଟିନ୍ Latin ଶବ୍ଦରୁ ଆନୀତ ?
(i) Move
(ii) Movere
(iii) Movement
(iv) Muve
Answer:
(ii) Movere

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

6. କେଉଁଟି ଅଭିପ୍ରେରଣାର କାର୍ଯ୍ୟ ନୁହେଁ ?
(i) ଦଣ୍ଡ ଓ ପୁରସ୍କାର
(ii) ଶିକ୍ଷା ଉପକରଣର ବ୍ୟବହାର
(iii) ଛାତ୍ରଛାତ୍ରୀଙ୍କ ଅନାଗ୍ରହୀ ମନୋଭାବ
(iv) ଶିକ୍ଷକଙ୍କ ଅନୁଭୂଳ ମନୋଭାବ
Answer:
(iii) ଛାତ୍ରଛାତ୍ରୀଙ୍କ ଅନାଗ୍ରହୀ ମନୋଭାବ

7. କେଉଁଟି ଆନ୍ତଃ ଅଭିପ୍ରେରଣାର ଉଦାହରଣ ?
(i) ପୁରସ୍କାର
(ii) ଦଣ୍ଡ
(iii) ଆଗ୍ରହ
(iv) ପ୍ରଶଂସା
Answer:
(iii) ଆଗ୍ରହ

8. ନିମ୍ନଲିଖତ କେଉଁ କାରକଟି ଜଣେ ବ୍ୟକ୍ତିଠାରେ କୌଣସି ଏକ କାର୍ଯ୍ୟ କରିବାପାଇଁ ଆଗ୍ରହ ସୃଷ୍ଟି କରିଥାଏ ?
(i) ମାନସିକ ସ୍ଥିତ
(ii) ଅଭିପ୍ରେରଣା
(iii) ପରିବେଶ
(iv) ଚିନ୍ତା
Answer:
(ii) ଅଭିପ୍ରେରଣା

9. ମୁଭିର୍ (Movere) ଶବ୍ଦର ଅର୍ଥ କ’ଣ ?
(i) ଗତିଣାଳ
(ii) ଉତ୍ତେଜନା
(iii) 1696
(iv) ବୃଦ୍ଧି
Answer:
(i) ଗତିଣାଳ

10. ଯେଉଁ ଆଭ୍ୟନ୍ତରୀଣ ଚାପଦ୍ୱାରା ବ୍ୟକ୍ତି କୌଣସି କାର୍ଯ୍ୟ କରିବାପାଇଁ ବଦ୍ଧପରିକର ହୁଏ ଅଥବା ପ୍ରଣୋଦିତ ହୋଇଥାଏ ତାହାକୁ କ’ଣ କୁହାଯାଏ ?
(i) ଶିକ୍ଷଶ
(ii) ବୃଦ୍ଧି
(iii) ଅଭିପ୍ରେରଣା
(iv) ଏଥ୍ ମଧ୍ୟରୁ କେଉଁଟି ନୁହେଁ
Answer:
(iii) ଅଭିପ୍ରେରଣା

B. ଶୂନ୍ୟସ୍ଥାନ ପୂରଣ କର ।

1. ବ୍ୟକ୍ତି ବାହ୍ୟ ପରିବେଶର ପ୍ରଭାବରେ କୌଣସି କାର୍ଯ୍ୟ କରିବାପାଇଁ ଅଭିପ୍ରେରିତ ହେଲେ ତାହାକୁ __________ ଅଭିପ୍ରେରଣା କୁହାଯାଏ ।
Answer:
ବାହ୍ୟ(Extrinsic)

2. ଯେତେବେଳେ ବ୍ୟକ୍ତି ଅନ୍ତର ମଧ୍ୟରୁ ପ୍ରେରଣା ପାଇ କାର୍ଯ୍ୟ କରିଥାଏ, ତାହାକୁ __________ କୁହାଯାଏ ।
Answer:
ଆନ୍ତଃ ଅଭିପ୍ରେରଣା ବା ଅନ୍ତର୍ନିହିତ ଅଭିପ୍ରେରଣା

3. ବାହ୍ୟ ଅଭିପ୍ରେରଣା___________ ଏକ ଉଦାହରଣ ।
Answer:
ପୁରସ୍କାର

4. ଅନ୍ତଃ ଅଭିପ୍ରେରଣା____________ ଏକ ଉଦାହରଣ ।
Answer:
ସାଫଲ୍ୟର ଅନୁଭୂତି

5. ମୁଭର୍ ଶବ୍ଦର ଅର୍ଥ _____________
Answer:
ଗତିଣାଳ

6. ବ୍ୟକ୍ତିର ଆଚରଣ ପ୍ରାରମ୍ଭରେ ଥ‌ିବା ଅଭିପ୍ରାୟ, ଇଚ୍ଛା, ଉଦ୍ଦେଶ୍ୟ, ପ୍ରେରଣା ଓ ଆବଶ୍ୟକତାଗୁଡ଼ିକୁ ସାମଗ୍ରିକ ଭାବରେ _________ କୁ ଦର୍ଶାଇଥାଏ ।
Answer:
ଅଭିପ୍ରେରଣା

7. ଯେଉଁ ଅଭିପ୍ରେରଣା_________ ରୁ ମିଳିଥାଏ, ତାହାକୁ ବାହ୍ୟ ଅଭିପ୍ରେରଣା କୁହାଯାଏ ।
Answer:

8. ମୋଟିଭେସନ (Motivation) ଶବ୍ଦଟି___________ ଶବ୍ଦ Movereରୁ ସୃଷ୍ଟି ହୋଇଛି ।
Answer:
ପରିବେଶ

C. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଅଭିପ୍ରେରଣାର ଗୋଟିଏ ମୁଖ୍ୟ ପ୍ରବିଧ ମନ ଅଟେ ।
Answer:
ଅଭିପ୍ରେରଣାର ଗୋଟିଏ ମୁଖ୍ୟ ପ୍ରବିଧ୍ଵ ପ୍ରଶଂସା ଅଟେ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

2. ମୁଭିର (Movere) ଶବ୍ଦର ଅର୍ଥ ପରିବର୍ତ୍ତନଶୀଳ ।
Answer:
ମୁଭିର (Movere) ଶବ୍ଦର ଅର୍ଥ ଗତିଶୀଳ ।

3. ପୁରସ୍କାର ପ୍ରାପ୍ତି ପାଇଁ ଅଧ୍ୟୟନ କରିବା ଏକ ଆନ୍ତଃ ଅଭିପ୍ରେରଣା ଅଟେ ।
Answer:
ପୁରସ୍କାର ପ୍ରାପ୍ତି ପାଇଁ ଅଧ୍ୟୟନ କରିବା ଏକ ବାହ୍ୟ ଅଭିପ୍ରେରଣା ଅଟେ ।

4. ମନରୁ ବାହ୍ୟ ଅଭିପ୍ରେରଣା ମିଳିଥାଏ ।
Answer:
ପରିବେଶରୁ ବାହ୍ୟ ଅଭିପ୍ରେରଣା ମିଳିଥାଏ ।

5. ଶିକ୍ଷଣ ଏକ ଆଭ୍ୟନ୍ତରୀଣ ଅବସ୍ଥା ଯାହାକି ଆଚରଣକୁ ଜାଗ୍ରତ କରିଥାଏ ।
Answer:
ଅଭିପ୍ରେରଣା ଏକ ଆଭ୍ୟନ୍ତରୀଣ ଅବସ୍ଥା ଯାହାକି ଆଚରଣକୁ ଜାଗ୍ରତ କରିଥାଏ ।

6. ଅଭିପ୍ରେରଣା ଦୁଇ ପ୍ରକାର; ଯଥା- ବାହ୍ୟ ଅଭିପ୍ରେରଣା ଏବଂ ପୁରସ୍କାର ଅଭିପ୍ରେରଣା ।
Answer:
ଅଭିପ୍ରେରଣା ଦୁଇ ପ୍ରକାର; ଯଥା- ଆନ୍ତଃ ଅଭିପ୍ରେରଣା ଏବଂ ବାହ୍ୟ ଅଭିପ୍ରେରଣା ।

7. ଗାଳି, ନିନ୍ଦା, ଅପମାନ, ପୁରସ୍କାର ଆନ୍ତଃ ଅଭିପ୍ରେରଣାର ଉଦାହରଣ ।
Answer:
ଗାଳି, ନିନ୍ଦା, ଅପମାନ, ପୁରସ୍କାର ବାହ୍ୟ ଅଭିପ୍ରେରଣାର ଉଦାହରଣ ।

8. ସ୍ବାଭିମାନ, ସାଫଲ୍ୟର ଅନୁଭୂତି, ଆତ୍ମବିଶ୍ଵାସ ବାହ୍ୟ ଅଭିପ୍ରେରଣାର ଉଦାହରଣ ।
Answer:
ସ୍ଵାଭିମାନ, ସାଫଲ୍ୟର ଅନୁଭୂତି, ଆତ୍ମବିଶ୍ଵାସ ଆନ୍ତଃ ଅଭିପ୍ରେରଣାର ଉଦାହରଣ ।

9. ସାଧାରଣତଃ ବହିର୍ମୂଖୀ ପିଲାମାନେ ନିଜର ଆଗ୍ରହ ଓ ଆନ୍ତରିକତାଦ୍ୱାରା ଅଭିପ୍ରେରିତ ହୋଇ କୌଣସି କାର୍ଯ୍ୟ କରିଥା’ନ୍ତି ।
Answer:
ସାଧାରଣତଃ ଅନ୍ତର୍ମୁଖୀ ପିଲାମାନେ ନିଜର ଆଗ୍ରହ ଓ ଆନ୍ତରିକତାଦ୍ୱାରା ଅଭିପ୍ରେରିତ ହୋଇ କୌଣସି କାର୍ଯ୍ୟ କରିଥା’ନ୍ତି ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।

1. ଅଭିପ୍ରେରଣା (Motivation) କ’ଣ ?
Answer:
‘ଅଭିପ୍ରେରଣା ଗତିଶୀଳ କାର୍ଯ୍ୟକୁ ବୁଝାଏ’ (Motivation is the activity in progress.) ।

2. ଆନ୍ତଃ ଅଭିପ୍ରେରଣା (Intrinsic motivation) କ’ଣ ?
Answer:
ଯେଉଁ ଅଭି ପ୍ରେରଣା ବ୍ୟକ୍ତିର ପ୍ରବୃତ୍ତି, ଅନ୍ତଃପ୍ରେରଣା ଏବଂ ଆୟୋନ୍ନତି ଇତ୍ୟାଦି ସହିତ ଜଡ଼ିତ ତାହାକୁ ଆନ୍ତଃ ଅଭିପ୍ରେରଣା କୁହାଯାଏ ।

3. ବାହ୍ୟ ଅଭିପ୍ରେରଣା (Extrinsic motivation) କ’ଣ ?
Answer:
ଯେଉଁ ଅଭିପ୍ରେରଣା ବ୍ୟକ୍ତିକୁ କୌଣସି କାର୍ଯ୍ୟ କରିବାପାଇଁ ବାହାରୁ ପ୍ରଭାବିତ କରିଥାଏ; ଯଥା- ପୁରସ୍କାର, ଦଣ୍ଡ, ଭୟ ଇତ୍ୟାଦି, ତାହାକୁ ବାହ୍ୟ ଅଭିପ୍ରେରଣା କୁହାଯାଏ ।

4. ଅଭିପ୍ରେରଣାକୁ ତ୍ୱରାନ୍ବିତ କରୁଥିବା ଯେକୌଣସି ଗୋଟିଏ ସାଧନ/ସହାୟକ ଉପାଦାନ ଉଲ୍ଲେଖ କର ।
Answer:
ସଫଳ ଶିକ୍ଷାଦାନ ପାଇଁ ଏବଂ ଶିକ୍ଷଣ ପାଇଁ ଶିକ୍ଷକ ପୁରସ୍କାର ଏବଂ ଦଣ୍ଡ (Reward and Punishment) ଠିକ୍ ସମୟରେ ବିନିଯୋଗ କରିବା ଉଚିତ ।

5. ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ଅଭିପ୍ରେରିତ କରିବାପାଇଁ ଶିକ୍ଷକ କ’ଣ କରିଥା’ନ୍ତି ?
Answer:
ଶିକ୍ଷକ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ଅଭିପ୍ରେରଣା ଦେବାପାଇଁ ଦୃଶ୍ୟ-ଶ୍ରାବ୍ୟ ଉପକରଣ (Audio-visual aids) ବ୍ୟବହାର କରିଥା’ନ୍ତି ।

6. ପରିପକ୍ବତା (Maturation) କ’ଣ ?
Answer:
ବୟସର ବୃଦ୍ଧିରେ ବ୍ୟକ୍ତି ଭିନ୍ନ ଭିନ୍ନ ପାରଦର୍ଶିତା ପ୍ରକାଶ କରିବା ତା’ର ପରିପକ୍ୱତାର ଫଳ ।

7. ଅଭିପ୍ରେରଣାର ପ୍ରକାରଭେଦ ଲେଖ ।
Answer:
ଅଭିପ୍ରେରଣା ଦୁଇପ୍ରକାର; ଯଥା- (i) ଆନ୍ତଃ ଅଭିପ୍ରେରଣା (Intrinsic motivation) ଏବଂ (ii) ବାହ୍ୟ ଅଭିପ୍ରେରଣା (Extrinsic motivation) ।

8. ଅଭିପ୍ରେରଣା ଶବ୍ଦଟି Latin ଶବ୍ଦ ‘Movere’ ଶବ୍ଦରୁ ଆସିଛି । ଉକ୍ତ ଶବ୍ଦଟିର ଅର୍ଥ କ’ଣ ?
Answer:
ଅଭିପ୍ରେରଣା ଶବ୍ଦଟି Latin ଶବ୍ଦ ‘Movere’ ଶବ୍ଦରୁ ଆନୀତ ଯାହାର ଅର୍ଥ ‘to move’ ଗତି ବା କ୍ରିୟାକୁ ବୁଝାଏ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

9. ଆନ୍ତଃ ଅଭିପ୍ରେରଣା କାହାକୁ କହନ୍ତି ?
Answer:
ଯେଉଁ ଆଭ୍ୟନ୍ତରୀଣ ଶକ୍ତି ବ୍ୟକ୍ତିକୁ ସ୍ବତଃପ୍ରବୃତ୍ତଭାବରେ କାର୍ଯ୍ୟ କରିବାପାଇଁ ପ୍ରେରଣା ଦେଇଥାଏ, ତାହା ଆନ୍ତଃ- ଅଭିପ୍ରେରଣା ଅଟେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଅନ୍ତଃ ଅଭିପ୍ରେରଣାର ଅର୍ଥ ଲେଖ ।
Answer:
ଅନ୍ତଃ ଅଭିପ୍ରେରଣା ବ୍ୟକ୍ତିର ଅନ୍ତଃକରଣରୁ ଜାଗ୍ରତ ହୁଏ । ବ୍ୟକ୍ତି ନିଜେ କୌଣସି କାର୍ଯ୍ୟ କରିବାପାଇଁ ପ୍ରେରିତ ହୁଏ । ସେଗୁଡ଼ିକ ହେଲା ନିଜର ସ୍ବାଭିମାନ, ସାଫଲ୍ୟର ଅନୁଭୂତି, ଆତ୍ମବିଶ୍ଵାସ ଇତ୍ୟାଦି ।

2. ଅଭିପ୍ରେରଣା କିପରି ସର୍ବଦା ଲକ୍ଷ୍ୟଭିମୁଖୀ ଉଲ୍ଲେଖ କର ।
Answer:
ଅଭିପ୍ରେରଣା ଉଦ୍ଦେଶ୍ୟାଭିମୁଖୀ । ଆବଶ୍ୟକତା ପୂରଣ ପାଇଁ ବ୍ୟକ୍ତି ଅଭିପ୍ରେରିତ ହୋଇଥାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଲକ୍ଷ୍ୟ ବା ଉଦ୍ଦେଶ୍ୟ ପୂରଣ ହୋଇଥାଏ । ତେଣୁ ଅଭିପ୍ରେରଣା ସର୍ବଦା ଲକ୍ଷ୍ୟଭିମୁଖୀ ହୋଇଥାଏ ।

3. ଅଭିପ୍ରେରଣାର ପ୍ରକାରଭେଦ ଲେଖ ।
Answer:
ଅଭିପ୍ରେରଣାର ମୂଳରେ ଅଭିପ୍ରାୟ, ଇଚ୍ଛା, କାମନା ଓ ପ୍ରେରଣା ସାମଗ୍ରିକ ଭାବରେ ଥାଏ । ଏହା ଲକ୍ଷ୍ୟ ସାଧନରେ ସାହାଯ୍ୟ କରିଥାଏ । ଅଭିପ୍ରେରଣା ଦୁଇଭାଗରେ ବିଭକ୍ତ; ଯଥା –
(i) ଆଭ୍ୟନ୍ତରୀଣ ଅଭିପ୍ରେରଣା (Intrinsic Motivation)- ଏହା ବ୍ୟକ୍ତିକୁ ଅନ୍ତରରୁ ପ୍ରେରଣା ଦେଇଥାଏ କାର୍ଯ୍ୟ ସାଧନ କରିବାପାଇଁ । ଶିଶୁର ଆଗ୍ରହ ଏହାର ଅନ୍ତର୍ଗତ ଅଟେ ।
(ii) ବାହ୍ୟ ଅଭିପ୍ରେରଣା (Extrinsic Motivation)– ବାହ୍ୟ ଅଭିପ୍ରେରଣା ଶିଶୁର ପରିବେଶରୁ ଜାତ ହୋଇଥାଏ ; ଯଥା- ଶିଶୁକୁ ପୁରସ୍କାର, ସମ୍ମାନ ଏବଂ ସ୍ବୀକୃତି ଶିଶୁକୁ କାର୍ଯ୍ୟସାଧନ ପାଇଁ ପ୍ରେରଣା ଦେଇଥାଏ ।

4. ଶ୍ରେଣୀ ଶିକ୍ଷାଦାନ ସମୟରେ ଶିକ୍ଷକଙ୍କ ବ୍ୟବହାର ଉପଯୋଗୀ ଯେକୌଣସି ଦୁଇଟି ଅଭିପ୍ରେରଣ କୌଶଳ ଲେଖ ।
Answer:
ଶ୍ରେଣୀ ଶିକ୍ଷାଦାନ ସମୟରେ ଶିକ୍ଷକଙ୍କ ବ୍ୟବହାର ଉପଯୋଗୀ ଦୁଇଟି ଅଭିପ୍ରେରଣ କୌଶଳ ହେଉଛି- ପ୍ରଶଂସା ଓ ଶିକ୍ଷାଦାନ ଉପକରଣର ବ୍ୟବହାର ।

5. ଅଭିପ୍ରେରଣା ସୃଷ୍ଟି କରିବାପାଇଁ ଯେକୌଣସି ୨ଟି ଉପାୟ ଲେଖ ।
Answer:
ଶିକ୍ଷଣକୁ ସଫଳ ଓ ଆନନ୍ଦଦାୟକ କରିବାପାଇଁ ନିମ୍ନଲିଖତ ଅଭିପ୍ରେରଣାର ଉପାୟ ବ୍ୟବହାର କରିବା ଉଚିତ ।
(i) ଲକ୍ଷ୍ୟ ବିଷୟରେ ଜ୍ଞାନ – ଶିକ୍ଷାର୍ଥୀ ଗୋଟିଏ କାର୍ଯ୍ୟରେ ଲକ୍ଷ୍ୟ ବିଷୟରେ ଅବଗତ ହେଲେ ସେ ଅଧ‌ିକ ଆଗ୍ରହ ସହକାରେ କାର୍ଯ୍ୟଟିକୁ ସମ୍ପାଦନ କରିଥାଏ । ଉକ୍ତ ଲକ୍ଷ୍ୟ ଶିକ୍ଷାର୍ଥୀର କାର୍ଯ୍ୟ କରିବାର ଦିଗ ବିଷୟରେ ସୂଚନା ଦେଇଥାଏ ।
(ii) ପ୍ରତିଦ୍ବନ୍ଦିତା – ଶ୍ରେଣୀ କୋଠରି ବାହାରେ ହେଉ କିମ୍ବା ଭିତରେ ହେଉ ଅଭିପ୍ରେରଣା ସୃଷ୍ଟି କରିବାପାଇଁ ପ୍ରତିଦ୍ୱନ୍ଦିତା ଯାହାକି ସୁସ୍ଥ ପ୍ରତିଦ୍ବନ୍ଦିତାର ଏକ ଅଭିନବ ଉପାୟ ଅଟେ । କେତେକ କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ପ୍ରୋତ୍ସାହନର କାରଣ ହୋଇଥାଏ ।

6. ଅଭିପ୍ରେରଣା କହିଲେ କ’ଣ ବୁଝ ?
Answer:
ସାଧାରଣ ଦୃଷ୍ଟିରୁ ବିଚାର କଲେ ଅଭିପ୍ରେରଣା ହେଉଛି ଯାହା ସମ୍ବନ୍ଧରେ ଆମେ ଇଚ୍ଛା କରୁ, ପାଇବାକୁ ଚାହୁଁ ତାହାର ପ୍ରାପ୍ତି ନିମନ୍ତେ ସୃଷ୍ଟ ଆଗ୍ରହକୁ ବୁଝାଇଥାଏ । ଏକ କ୍ଳିଷ୍ଟ କାର୍ଯ୍ୟଦ୍ୱାରା ଲକ୍ଷ୍ୟସ୍ଥଳରେ ପହଞ୍ଚିଲେ ସନ୍ତୋଷ ଲାଭ ହୁଏ ସେହି ଲକ୍ଷ୍ୟସ୍ଥଳ ପ୍ରାପ୍ତି ନିମିତ୍ତ ସହାୟକ ଆଗ୍ରହ ହେଉଛି ଅଭିପ୍ରେରଣା ।

7. ସଫଳ ଶ୍ରେଣୀ ଶିକ୍ଷାଦାନ ପାଇଁ ଅଭିପ୍ରେରଣାର ଦୁଇଟି ଉପାୟ ଲେଖ ।
Answer:
(i) ଦୃଶ୍ୟ-ଶ୍ରାବ୍ୟ ଉପକରଣ ଶିକ୍ଷାର୍ଥୀ ଉଭୟ ଇନ୍ଦ୍ରିୟ ଆଖ୍ ଓ କାନ ଉପରେ ପ୍ରଭାବ ପକାଉଥ‌ିବାରୁ ତାହା ଶିକ୍ଷାର୍ଥୀର ଆଗ୍ରହ ସୃଷ୍ଟି କରି ଶିକ୍ଷଣର ଶେଷ ପର୍ଯ୍ୟନ୍ତ ଧରି ରଖୁଥାଏ । ଉଦାହରଣ- ଟେଲିଭିଜନ, କମ୍ପ୍ୟୁଟର, ସିନେମା । ଏହା ଶିକ୍ଷାର୍ଥୀକୁ ମନୋଯୋଗୀ କରିଥାଏ ।
(ii) ଉପଯୁକ୍ତ ଶିକ୍ଷାଦାନ ପଦ୍ଧତିରେ ଶିକ୍ଷା ପ୍ରଦାନଦ୍ୱାରା ଶ୍ରେଣୀର ଶିକ୍ଷାଦାନ-ଶିକ୍ଷଣ ପ୍ରକ୍ରିୟାଟି ସକ୍ରିୟ, ଜୀବନ୍ତ, ଆନନ୍ଦମୟ ଓ ଉପଯୋଗୀ ହୋଇଥାଏ । ଏଣୁ ଶିକ୍ଷାର୍ଥୀ ନୂଆ ବିଷୟକୁ ସହଜରେ ଓ ଭଲଭାବେ ଶିଙ୍ଖାରିଥାଏ ।

8. ଅଭିପ୍ରାୟ (Motive)ର ୩ଟି କାର୍ଯ୍ୟ ଲେଖ ।
Answer:
ଅଭିପ୍ରାୟର କାର୍ଯ୍ୟଗୁଡ଼ିକ ହେଉଛି –
(i) ଏହା କାର୍ଯ୍ୟ କରିବାକୁ ଶକ୍ତି ଯୋଗାଏ ।
(ii) ଏହା ନିର୍ଦ୍ଦିଷ୍ଟ ପ୍ରତିକ୍ରିୟା ସୃଷ୍ଟି କରିଥାଏ ।
(iii) ଏହା ସଜୀବକୁ କାର୍ଯ୍ୟ କରିବାକୁ ପ୍ରେରିତ କରିଥାଏ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

9. ଅଭିପ୍ରେରଣା କେତେ ଭାଗରେ ବିଭକ୍ତ ?
Answer:
ଅଭିପ୍ରେରଣା ଦୁଇ ଭାଗରେ ବିଭକ୍ତ; ଯଥା- (i) ଆନ୍ତଃ-ଅଭିପ୍ରେରଣା ଓ (ii) ବାହ୍ୟ – ଅଭିପ୍ରେରଣା । ଯେତେବେଳେ ବ୍ୟକ୍ତି ନିଜକୁ ନିଜେ ମନ ମଧ୍ୟରୁ ଆଗ୍ରହ ପ୍ରକାଶ କରି କାର୍ଯ୍ୟ କରିଥାଏ ତାକୁ ଆନ୍ତଃ ଅଭିପ୍ରେରଣା କୁହାଯାଏ । ସେହିପରି ଯେତେବେଳେ ବ୍ୟକ୍ତି କୌଣସି ବାହ୍ୟ ଶକ୍ତି ଯଥା – ପରିବେଶ ବା ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟ କରେ ତାକୁ ବାହ୍ୟ ଅଭିପ୍ରେରଣା କୁହାଯାଏ ।

10. ଶିକ୍ଷଣକୁ ପ୍ରଭାବିତ କରୁଥିବା ଯେକୌଣସି 4ଟି ମାନସିକ ଉପାଦାନ ଲେଖ ।
Answer:
ଶିକ୍ଷଣକୁ ନିମ୍ନଲିଖୁ ମାନସିକ ଉପାଦାନଗୁଡ଼ିକ ପ୍ରଭାବିତ କରିଥାଏ ।
(i) ମାନସିକ ସୁ।ସ୍ଥ୍ୟ
(ii) ଆଗ୍ରହ
(iii) ଅଭିପ୍ରେରଣା
(iv) ମାନସିକ ଏକାଗ୍ରତା

11. ଶିକ୍ଷଣରେ ଅଭିପ୍ରେରଣାର ଯେକୌଣସି ତିନୋଟି ଭୂମିକା ଲେଖ ।
Answer:
(i) ଆଭ୍ୟନ୍ତରୀଣ କୌଣସି ଏକ ଚାପର ବଶବର୍ତ୍ତୀ ହୋଇ ଶିକ୍ଷାର୍ଥୀ ଅଧ୍ୟୟନ କରିଥାଏ ।
(ii) ଏହି ଚାପ ବ୍ୟକ୍ତି ବା ଶିକ୍ଷାର୍ଥୀକୁ ଶିକ୍ଷଣ ପାଇଁ ଅଭିପ୍ରେରିତ କରିଥାଏ, ଯାହାଦ୍ୱାରା ଲକ୍ଷ୍ୟ ହାସଲ ସହଜ ହୋଇଥାଏ ।
(iii) ଶିକ୍ଷଣ ଏବଂ ଶିକ୍ଷାଦାନ ପ୍ରକ୍ରିୟାରେ ଶିକ୍ଷକ ନିମ୍ନଲିଖିତ ଉପାୟମାନ ପ୍ରୟୋଗ କରି ଶିକ୍ଷାର୍ଥୀମାନଙ୍କୁ ଅଭିପ୍ରେରିତ କରିପାରିବେ; ଯଥା – ପୁରସ୍କାର, ଶାସ୍ତ୍ର, ପ୍ରଶଂସା, ନିନ୍ଦା, ପ୍ରତିଦ୍ବନ୍ଦିତା ମନୋଭାବ, ଦୃଶ୍ୟ-ଶ୍ରାବ୍ୟ ଉପକରଣ, ଆଗ୍ରହ ସୃଷ୍ଟି ଇତ୍ୟାଦି ।
(iv) ଉପରୋକ୍ତ ଉପାୟଗୁଡ଼ିକର ପ୍ରୟୋଗ ଯଦି ଶିକ୍ଷାୟତନରେ ହୋଇଥାଏ, ତେବେ ଶିକ୍ଷାର୍ଥୀ ଶିକ୍ଷା ପ୍ରତି ଅଭିପ୍ରେରିତ ହୋଇଥାଏ ।

12. ‘ଅଭିପ୍ରେରଣାର ଗୋଟିଏ ନୈତିକ ଦିଗ ଅଛି’ – ଏହାର ଗୋଟିଏ ଉଦାହରଣ ଦିଅ ।
Answer:
ଅଭିପ୍ରେରଣା ଥିଲେ ବ୍ୟକ୍ତି ଏକ ଲକ୍ଷ୍ୟ ହାସଲ କରିବାପାଇଁ ସକ୍ରିୟ ହୋଇଥାଏ । ଉଦାହରଣସ୍ୱରୂପ ପରୀକ୍ଷାରେ ସମସ୍ତେ ଭଲ ନମ୍ବର ରଖିପାଇଁ ଚେଷ୍ଟା କରିବା ଏକ ନୈତିକ ଦିଗ ।

13. ଅନ୍ତର୍ମୁଖୀ ପିଲାମାନଙ୍କ ପାଇଁ କେଉଁ ପ୍ରକାରର ଅଭିପ୍ରେରଣା ବେଶି ସଫଳତା ଦେଇଥାଏ ?
Answer:
ଶିଶୁର ଆଗ୍ରହ ଓ ଆନ୍ତରିକତା କୌଣସି କାର୍ଯ୍ୟ କରିବାପାଇଁ ଶିଶୁକୁ ଅଭିପ୍ରେରିତ କରିଥାଏ । ତେଣୁ ଆନ୍ତଃ ଅଭିପ୍ରେରଣା ଅନ୍ତର୍ମୁଖୀ ପିଲାମାନଙ୍କ ପାଇଁ ଅଧିକ ଫଳପ୍ରଦ ହୋଇଥାଏ ।

14. ଅନ୍ତଃ ଅଭିପ୍ରେରଣାର ଏକ ଉଦାହରଣ ଦିଅ ।
Answer:
(i) ଅନ୍ତଃ ଅଭିପ୍ରେରଣାର ଏକ ଉଦାହରଣ ହେଉଛି ‘ଆଗ୍ରହ’ ।
(ii) ଗ୍ରହ ଥିଲେ ମନୋଯୋଗ ଆସିଥାଏ । ମନଯୋଗ ଆସିବାଦ୍ଵାରା ଶିକ୍ଷଣ ସମ୍ଭବପର ହୁଏ ।

15. ବାହ୍ୟ -ଅଭିପ୍ରେରଣା କାହାକୁ କହନ୍ତି ?
Answer:
ଶିକ୍ଷାର୍ଥୀଙ୍କୁ ବାହାରୁ ଯାହା କୌଣସି କାର୍ଯ୍ୟ କରିବାପାଇଁ ଅଭିପ୍ରେରିତ କରେ ତାହା ବାହ୍ୟ ଅଭିପ୍ରେରଣା; ଯଥା- ପୁରସ୍କାର ପାଇବାପାଇଁ କାର୍ଯ୍ୟ କରିବା । ଏହା ବହିର୍ମୁଖୀ ପିଲାମାନଙ୍କ ପାଇଁ ବିଶେଷ ଉପଯୋଗୀ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ଅଭିପ୍ରେରଣାର ପ୍ରକାରଭେଦ ଲେଖ ।
Answer:
ଅଭିପ୍ରେରଣାର ମୂଳରେ ଅଭିପ୍ରାୟ, ଇଚ୍ଛା, କାମନା ଓ ପ୍ରେରଣା ସାମଗ୍ରିକଭାବରେ ଥାଏ । ଏହା ଲକ୍ଷ୍ୟସାଧନରେ ସାହାଯ୍ୟ କରିଥାଏ । ଅଭିପ୍ରେରଣା ଦୁଇଭାଗରେ ବିଭକ୍ତ; ଯଥା –
(i) ଆଭ୍ୟନ୍ତରୀଣ ଅଭିପ୍ରେରଣା (Intrinsic Motivation) – ଏହା ବ୍ୟକ୍ତି ଅନ୍ତରରୁ ପ୍ରେରଣା ଦେଇଥାଏ କାର୍ଯ୍ୟ ସାଧନ କରିବାପାଇଁ ପ୍ରେରିତ କରିଥାଏ । ଶିଶୁର ଆଗ୍ରହ ଏହାର ଅନ୍ତର୍ଗତ ଅଟେ ।
(ii) ବାହ୍ୟ ଅଭିପ୍ରେରଣା (Extrinsic Motivation)- ବାହ୍ୟ ଅଭିପ୍ରେରଣା ଶିଶୁର ପରିବେଶରୁ ଜାତ ହୋଇଥାଏ ; ଯଥା- ପୁରସ୍କାର, ସମ୍ମାନ ଏବଂ ସ୍ବୀକୃତି ଶିଶୁକୁ କାର୍ଯ୍ୟସାଧନ ପାଇଁ ପ୍ରେରଣା ଦେଇଥାଏ।

2. ଅଭିପ୍ରେରଣାର ଦୁଇଟି ଉପାୟ ଲେଖ ।
Answer:
ଶିକ୍ଷକ ଶିକ୍ଷାଦାନ ସମୟରେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରି ଶିକ୍ଷାର୍ଥୀମାନଙ୍କୁ ଅଭିପ୍ରେରିତ କରିଥା’ନ୍ତି । ସେଗୁଡ଼ିକ ନିମ୍ନରେ ପ୍ରଦତ୍ତ ହୋଇଛି ।

(i) ପୁରସ୍କାର ଓ ଶାସ୍ତି – ଅଭିପ୍ରେରଣା ଏପରି ଏକ ମାନସିକ ଶକ୍ତି ଯାହାକୁ ବିଭିନ୍ନ ଉପାୟରେ ଜାଗ୍ରତ କରାଯାଇପାରେ । ସାଧାରଣତଃ ପୁରସ୍କାର ଓ ଦଣ୍ଡ – ଏହି ଦୁଇଟି ଉପାୟରେ ଅଭିପ୍ରେରଣା ସୃଷ୍ଟି କରାଯାଇପାରେ । ବିଭିନ୍ନ ପ୍ରକାର ବାଚନିକ, ଭୌତିକ ଓ ବସ୍ତୁଗତ ପୁରସ୍କାରଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି କରାଯାଇଥାଏ । କିନ୍ତୁ ସବୁ ସମୟରେ ପୁରସ୍କାର କାର୍ଯ୍ୟକାରୀ ହୋଇ ନ ଥାଏ । ତେଣୁ ସମୟେ ସମୟେ ଦଣ୍ଡବିଧିକୁ ମଧ୍ୟ ଅଭିପ୍ରେରଣାର ମାଧ୍ୟମରୂପେ ବ୍ୟବହାର କରାଯାଇଥାଏ । ପିଲାକୁ ଦଣ୍ଡିତ କଲେ ସେ କେଉଁ କାରଣରୁ ଦଣ୍ଡ ପାଇଲା ବୁଝିପାରିଲେ ନିଜର ଅବାଞ୍ଛିତ ଆଚରଣକୁ ବଦଳାଇ ଥାଏ । କିନ୍ତୁ କଠୋର ଶାରୀରିକ ଦଣ୍ଡ ଦେବା ବିଧେୟ ନୁହେଁ ।

(ii) ପ୍ରତିଦ୍ବନ୍ଦିତା – କେତେକ କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ପ୍ରୋତ୍ସାହନର କାରଣ ହୋଇଥାଏ । ଦୁଇଜଣ ଛାତ୍ରଙ୍କ ମଧ୍ୟରେ ଯଦି ଶିକ୍ଷା କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ଚାଲେ ତା’ହେଲେ ଜଣେ ଅନ୍ୟଜଣଙ୍କ ଅପେକ୍ଷା ଅଧ‌ିକ କୃତିତ୍ୱ ଅର୍ଜନ କରିବାପାଇଁ ଯଥାସାଧ୍ଯ ଉଦ୍ୟମ କରେ ଏବଂ ଏହାଫଳରେ ଉଭୟଙ୍କ ପାଠ୍ୟ ବିଷୟ ଜ୍ଞାନ ତଥା ଅନ୍ୟାନ୍ୟ କାର୍ଯ୍ୟକୁଶଳତା ବୃଦ୍ଧି ପାଇଥାଏ । ମାତ୍ର ଏପରି ବ୍ୟକ୍ତିଗତ ପ୍ରତିଯୋଗିତା ନାନା କାରଣରୁ ବାଞ୍ଛନୀୟ ନୁହେଁ ।

ଏହା ଈର୍ଷା, ବୈରୀଭାବ ପ୍ରଭୃତି ନାନା ଅବାଞ୍ଛନୀୟ ମନୋବୃତ୍ତିର କାରଣ ହୋଇଥାଏ । ଏହାଦ୍ୱାରା ମାନସିକ ଚାଞ୍ଚଲ୍ୟ ବା ଅସ୍ଥିରତା ବୃଦ୍ଧି ପାଇଥାଏ । ଏଣୁ ମନୋବୈଜ୍ଞାନିକ ତଥା ଶିକ୍ଷାବିତ୍‌ମାନେ ଏପରି ପ୍ରୋତ୍ସାହନ ପଦ୍ଧତିକୁ ସମର୍ଥନ କରନ୍ତି ନାହିଁ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

3. ଶିକ୍ଷଣରେ ଅଭିପ୍ରେରଣାର ଭୂମିକା ସଂକ୍ଷେପରେ ଲେଖ ।
Answer:
(i) ଅଭିପ୍ରେରଣା ହେଉଛି ଶିକ୍ଷଣର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ । ଏହା ଶିକ୍ଷଣକୁ ସ୍ବତନ୍ତ୍ରଭାବେ ପ୍ରଭାବିତ କରିଥାଏ ।
(ii) ଏହା ଶିକ୍ଷଣ ପାଇଁ ଆବଶ୍ୟକୀୟ କାର୍ଯ୍ୟାବଳୀକୁ ଆରମ୍ଭ ଓ ତ୍ୱରାନ୍ବିତ କରିଥାଏ ।
(iii) ଅଭିପ୍ରେରଣା ଶିକ୍ଷାର୍ଥୀ ମନରେ ଆଗ୍ରହ ସୃଷ୍ଟି କରି ଶିକ୍ଷଣର ଶେଷ ପର୍ଯ୍ୟନ୍ତ ଧରି ରଖୁଥାଏ ।
(iv) ଏହା ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୈନ୍ଦ୍ରିକ ।
(v) ଶିକ୍ଷଣ ପ୍ରକ୍ରିୟାରେ ନିଜର ପ୍ରଗତି ବିଷୟରେ ଜାଣି ଶିକ୍ଷାର୍ଥୀ ଆଗ୍ରହୀ ହୋଇଥାଏ ।
(vi) ଶିକ୍ଷାର୍ଥୀ ପ୍ରଶଂସା, ସମ୍ମାନ, ପୁରସ୍କାର, ଦଣ୍ଡଦ୍ୱାରା ଶିକ୍ଷଣ ପାଇଁ ଅଭିପ୍ରେରିତ ହୋଇଥାଏ ।

4. ଶ୍ରେଣୀଗୃହରେ ବ୍ୟବହାର କରାଯାଉଥ‌ିବା ଯେକୌଣସି ତିନୋଟି ଅଭିପ୍ରେରଣା କୌଶଳ ଉଦାହରଣ ସହ ବୁଝାଅ ।
Answer:
(i) ଶିକ୍ଷକ ଶିକ୍ଷାଦାନ ସମୟରେ ବା ପରେ ନିମ୍ନଲିଖିତ କୌଶଳମାନ ପ୍ରୟୋଗ କଲେ ଶିକ୍ଷାର୍ଥୀମାନେ ଶିକ୍ଷା ପ୍ରତି ଅଭିପ୍ରେରିତ ହେବେ ।
(ii) ଆଗ୍ରହ ସୃଷ୍ଟି – ଆଗ୍ରହଦ୍ଵାରା ଶିକ୍ଷାର୍ଥୀ କୌଣସି କାର୍ଯ୍ୟରେ ମନୋଯୋଗ ଦେଇଥାଏ । ପ୍ରଥମେ ଶିକ୍ଷା ପ୍ରତି ଏବଂ ଶିକ୍ଷାୟତନ ପ୍ରତି ଶିକ୍ଷାର୍ଥୀର ଆଗ୍ରହ ସୃଷ୍ଟି ଏକାନ୍ତ ପ୍ରୟୋଜନ ।
(iii) ସଫଳତା ସମ୍ପର୍କରେ ସଚେତନତା – ଶିକ୍ଷାର୍ଥୀକୁ ତା’ର ସାଫଲ୍ୟ ସମ୍ପର୍କରେ ସଚେତନ କଲେ ସେ ଶିକ୍ଷାଗ୍ରହଣ ପାଇଁ ନିଜେ ଅଭିପ୍ରେରିତ ହୋଇଥାଏ ।
(iv) ଦଣ୍ଡ ଏବଂ ପ୍ରଶଂସାର ଉପଯୁକ୍ତ ବିନିଯୋଗ – ବିଶେଷକରି ଶିଶୁମାନଙ୍କୁ ପ୍ରଶଂସା କଲେ ଶିକ୍ଷା ପ୍ରତି ସେମାନଙ୍କ ଆଗ୍ରହ ଆସିଥାଏ । ଦଣ୍ଡର ପ୍ରୟୋଗ ଶିକ୍ଷାର୍ଥୀଙ୍କୁ ନିରୁତ୍ସାହିତ କରେ । ତେଣୁ ଶିକ୍ଷକ ଉପଯୁକ୍ତ ସମୟରେ ଦଣ୍ଡ ଏବଂ ପ୍ରଶଂସାର ପ୍ରୟୋଗ କରିବା ଉଚିତ ।

5. ଶିକ୍ଷାଦାନକୁ ଫଳପ୍ରଦ କରିବାପାଇଁ ତିନୋଟି ଅଭିପ୍ରେରଣା କୌଶଳ ବର୍ଣ୍ଣନା କର ।
Answer:
ଶିକ୍ଷକ ଶିକ୍ଷାଦାନକୁ ସରଳ, ସୁନ୍ଦର ଏବଂ ବୋଧଗମ୍ୟ କରିବାପାଇଁ ନିମ୍ନଲିଖିତ କୌଶଳ ଅବଲମ୍ବନ କଲେ ଶିକ୍ଷାଦାନ ଆକର୍ଷଣୀୟ ହୋଇପାରିବ ।
(i) ଦୃଶ୍ୟ-ଶ୍ରାବ୍ୟ ଉପକରଣ ବ୍ୟବହାର : ଏହା ଶିକ୍ଷାର୍ଥୀର ମନୋଯୋଗ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଚଳଚ୍ଚିତ୍ର, ଦୂରଦର୍ଶନ ଶିକ୍ଷାଦାନକୁ ସରଳ କରିଦିଏ ।
(ii) ଉପଯୁକ୍ତ ଶିକ୍ଷାଦାନ ପ୍ରଣାଳୀ : ଶିକ୍ଷକ ପ୍ରତ୍ୟେକ ବିଷୟ ପାଇଁ ଉଦ୍ଦିଷ୍ଟ ଶିକ୍ଷାଦାନ ପ୍ରଣାଳୀକୁ ବ୍ୟବହାର କରିବା ଉଚିତ ।
(iii) ଛବି : ମାନଚିତ୍ର, ମଡ଼େଲ୍ ଓ ଛବିଦ୍ୱାରା ଶିକ୍ଷାର୍ଥୀ ଆକର୍ଷିତ ହୋଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଅଭିପ୍ରେରଣା କହିଲେ କ’ଣ ବୁଝ ? ଏହାର ବିଭିନ୍ନ କୌଶଳ ଉପରେ ଆଲୋକପାତ କର ।
Answer:
ଶିଶୁକୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଓ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ନିମିତ୍ତ ଅଭିପ୍ରେରଣାର ଆବଶ୍ୟକତା ରହିଛି । ଏହି ଅଭିପ୍ରେରଣା ଶବ୍ଦଟି ଲାଟିନ୍ (Latin) ଶବ୍ଦ ‘ମୁଭିର୍’ (Movere)ରୁ ଆସିଅଛି, ଯାହାର ଅର୍ଥ ହେଉଛି କାର୍ଯ୍ୟ ବା କ୍ରିୟା ସୃଷ୍ଟି କରାଇବା । ବ୍ୟକ୍ତିର ପ୍ରତିଦିନ ଓ ପ୍ରତିମୁହୂର୍ଭର କାର୍ଯ୍ୟ ଅଭିପ୍ରେରଣାଦ୍ୱାରା ବାସ୍ତବରେ ପରିଣତ ହୋଇଥାଏ । ମଣିଷର ବ୍ୟବହାର ବା ଆଚରଣର ଗତିଶୀଳତାକୁ ହିଁ

ଅଭିପ୍ରେରଣା ରୂପେ ଅଭିହିତ କରାଯାଏ । ଏହା ଏକ ଶକ୍ତିରୂପେ ବ୍ୟବହାରକୁ ନିର୍ଦ୍ଦେଶ ଦେଇଥାଏ ତଥା ମାର୍ଗ ଦେଖାଇଥାଏ ।
ଉର୍ଥଙ୍କ ମତରେ, ‘ଅଭିପ୍ରେରଣା ଗତିଶୀଳ ବ୍ୟବହାରକୁ ବୁଝାଏ ।’’ମ୍ୟାକ୍ସୋନାଲ୍ଡଙ୍କ ମତରେ, ‘ବ୍ୟକ୍ତି ମଧ୍ୟରେ
ଏକ ଅନ୍ତର୍ନିହିତ ଶକ୍ତିଗତ ପରିବର୍ତ୍ତନ ହିଁ ଅଭିପ୍ରେରଣା ଯାହାକି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଏବଂ ଉଦ୍ଦୀପନା ସହ ସଂପୃକ୍ତ ।’’
ଏହି ଅଭିପ୍ରେରଣା ଦୁଇ ପ୍ରକାରର; ଯଥା- ବାହ୍ୟ ଅଭିପ୍ରେରଣା ଓ ଆଭ୍ୟନ୍ତରୀଣ ଅଭିପ୍ରେରଣା ।

ବାହ୍ୟ ଅଭିପ୍ରେରଣା ବାହ୍ୟ ପଦାର୍ଥକୁ ଉଦ୍ଦେଶ୍ୟ କରି ଜାଗ୍ରତ ହୋଇଥାଏ; ମାତ୍ର ଆଭ୍ୟନ୍ତରୀଣ ଅଭିପ୍ରେରଣା ନିଜ ମଧ୍ୟରୁ ପ୍ରବୃତ୍ତି, ଚେଷ୍ଟା, ଆଗ୍ରହରୁ ସୃଷ୍ଟିହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ବ୍ୟକ୍ତିକୁ ସାହାଯ୍ୟ କରିଥାଏ ।

ବିଦ୍ୟାଳୟରେ ଅଭିପ୍ରେରଣାର ବିଭିନ୍ନ କୌଶଳ :
ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ବିଭିନ୍ନ ଅଭିପ୍ରେରଣାର କୌଶଳକୁ ଉପଯୋଗ କରି ଶିଶୁକୁ ଅଭିପ୍ରେରିତ କରିବାକୁ ଚେଷ୍ଟା କରିଥା’ନ୍ତି । ସେଗୁଡ଼ିକ ହେଲା –

(1) ପୁରସ୍କାର ବା ଦଣ୍ଡ ପ୍ରଦାନ : ବିଭିନ୍ନ ଭଲ କାର୍ଯ୍ୟ ପାଇଁ ଶିକ୍ଷକ ପୁରସ୍କାର ବା ଭୁଲ୍ କାମ ପାଇଁ ଦଣ୍ଡର ବ୍ୟବସ୍ଥା ମାଧ୍ୟମରେ ସେ ଶିଶୁର ବ୍ୟବହାରକୁ ମାର୍ଜିତ କରିଥା’ନ୍ତି ।
(2) ନିର୍ଦ୍ଦିଷ୍ଟ ଲକ୍ଷ୍ୟର ପରିପ୍ରକାଶ : ଶିକ୍ଷାର୍ଥୀର ଆବଶ୍ୟକତା, କ୍ଷମତା ଓ ଆଗ୍ରହକୁ ଲକ୍ଷ୍ୟକରି ଶିକ୍ଷକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ବା ଉଦ୍ଦେଶ୍ୟର ଉପସ୍ଥାପନ କରିଥା’ନ୍ତି, ଯାହାଦ୍ୱାରା ସେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ହାସଲ କରିବାପାଇଁ ଅଭିପ୍ରେରିତ ହୋଇଥାଏ ।
(3) ଫଳାଫଳ ଓ ପ୍ରଗତି ବିଷୟରେ ଅବଗତ : ଶିକ୍ଷାଦାନର ପ୍ରଗତି ବା ଫଳାଫଳ ବେଳେବେଳେ ଶିକ୍ଷଣକୁ ଠିକ୍ ମାର୍ଗରେ ନେବା ସହିତ ଶିଶୁ ମଧ୍ଯରେ ଆଗ୍ରହ, ପ୍ରତିଯୋଗୀ ମନୋଭାବର ଉଦ୍ରେକ କରିଥାଏ ।
(4) ଶିକ୍ଷାଦାନରେ ଉପକରଣର ବ୍ୟବହାର : ଏକ ସୁନ୍ଦର ଶିକ୍ଷାଦାନ ବ୍ୟବସ୍ଥା ଉପଯୁକ୍ତ ଉପକରଣ ଉପରେ ଗୁରୁତ୍ଵ ଦେଇଥାଏ । ସେଥ‌ିପାଇଁ ଏକ ଜଟିଳ ବିଷୟବସ୍ତୁକୁ ସରଳ ଓ ବୋଧଗମ୍ୟ କରିବା ନିମିତ୍ତ ଶିକ୍ଷକ ବିଭିନ୍ନ ଦୃଶ୍ୟଶ୍ରାବ୍ୟ ଉପକରଣର ବ୍ୟବହାର କରି ଶିକ୍ଷଣକୁ ମାର୍ଜିତ କରିଥା’ନ୍ତି ।
(5) ନିନ୍ଦା, ପ୍ରଶଂସା ପ୍ରଦାନ : କାର୍ଯ୍ୟର ଫଳ ଉପରେ ନିନ୍ଦା ଓ ପ୍ରଶଂସା ମାଧ୍ୟମରେ ଶିକ୍ଷାର୍ଥୀ ଏକ ସୁଯୋଗ ପାଏ, ଯାହାଦ୍ୱାରା ସେ ନିଜର ଭୁଲ୍ ସୁଧାରିବାର ପ୍ରୟାସ କରିଥାଏ ।
(6) ଶିଶୁକୈନ୍ଦ୍ରିକ ଶିକ୍ଷା : ଶିଶୁକୈନ୍ଦ୍ରିକ ଶିକ୍ଷାରେ ଶିଶୁକୁ ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ବୋଲି ପରିଗଣିତ କରାଯାଏ । ଶିଶୁର ଆଗ୍ରହ, ରୁଚି, ଅନୁଭୂତିକୁ ଗୁରୁତ୍ୱ ଦିଆଯାଇଥାଏ ।
(7) ପ୍ରତିଯୋଗିତା ଓ ସହଯୋଗିତା ମନୋଭାବ : ଏକ ସଫଳ ଶିକ୍ଷାବ୍ୟବସ୍ଥା ନିମିତ୍ତ ଉପଯୁକ୍ତ ପ୍ରତିଯୋଗିତା ଓ ସହଯୋଗର ଆବଶ୍ୟକତା ରହିଛି । ଶିକ୍ଷକ ଉପଯୁକ୍ତ ପ୍ରତିଯୋଗୀ ପରିବେଶ ସୃଷ୍ଟି କରିବା ସହିତ ମୁକ୍ତ ଚିନ୍ତାଧାରାର ଉଦ୍ରେକ ପାଇଁ ସହଯୋଗ ମାଧ୍ୟମରେ ବିକାଶଧର୍ମୀ କାର୍ଯ୍ୟକ୍ରମଗୁଡ଼ିକୁ ହାତକୁ ନେବା ଉଚିତ । ଉପରୋକ୍ତ କୌଶଳଗୁଡ଼ିକ ମାଧ୍ୟମରେ ଶିକ୍ଷକ ଶିକ୍ଷାଦାନ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବେ ।

2. ଅଭିପ୍ରେରଣା କ’ଣ ? ଶିକ୍ଷଣରେ ଅଭିପ୍ରେରଣର ଭୂମିକା ବୁଝାଇ ଲେଖ ।
Answer:
ମରଗାନ୍‌ଙ୍କ ମତରେ, ‘କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ଗ୍ରହଣ କରିବା ବା ନିର୍ଦ୍ଦିଷ୍ଟ ଦିଗରେ କାର୍ଯ୍ୟ କରିବାପାଇଁ ଏହି ଅଭିପ୍ରାୟ ବା ଅଭ୍ୟାସଦ୍ବାରା ଉଦ୍ଦେଶ୍ୟ ନିରୂପିତ ହୋଇଥାଏ ।’’ ଆଭ୍ୟନ୍ତରୀଣ କୌଣସି ଏକ ଚାପ ଫଳରେ ବ୍ୟକ୍ତି କର୍ମରତ ହୋଇଥାଏ । ଏହି ଆଭ୍ୟନ୍ତରୀଣ ଚାପକୁ ଅଭିପ୍ରେରଣା ବୋଲି କୁହାଯାଇଥାଏ । ଅଭିପ୍ରେରଣାର ଉପସ୍ଥିତି ହେତୁ ସୃଷ୍ଟ ପ୍ରବର୍ତ୍ତନା ଶକ୍ତି ବ୍ୟକ୍ତିକୁ କୌଣସି କାର୍ଯ୍ୟ କରିବାକୁ କିମ୍ବା ନିର୍ଦ୍ଦିଷ୍ଟ ଭାବରେ ବ୍ୟବହାର କରିବାକୁ ବାଧ୍ୟ କରିଥାଏ ।

ଶିକ୍ଷାକ୍ଷେତ୍ରରେ ଅଭିପ୍ରେରଣାର ଭୂମିକା – ଶିକ୍ଷଣ କ୍ରିୟାରେ ଅଭିପ୍ରେରଣାର ଆବଶ୍ୟକତା ଅପରିହାର୍ଯ୍ୟ । ଏଥ‌ିପାଇଁ ଛାତ୍ରଛାତ୍ରୀମାନଙ୍କର ଆବଶ୍ୟକତା, ଅଭାବବୋଧ, ସାମର୍ଥ୍ୟ, ଆଗ୍ରହ ବା ରୁଚି ତଥା ବ୍ୟକ୍ତିଗତ ବୈଶିଷ୍ଟ୍ୟ ପ୍ରତି ଶିକ୍ଷକଙ୍କୁ ଦୃଷ୍ଟିଦେବାକୁ ପଡ଼ିବ । ଏଥ‌ିପାଇଁ ପାଠ୍ୟଦାନ କ୍ରିୟା ଏପରିଭାବରେ ପରିଚାଳିତ ହେବା ଆବଶ୍ୟକ, ଯାହାଦ୍ୱାରା କି ଶିକ୍ଷାର୍ଥୀମାନଙ୍କର ପାଠ୍ୟବସ୍ତୁର ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚିବାପାଇଁ ପ୍ରବଳ ଆଗ୍ରହ ତଥା ସକ୍ରିୟତା ପ୍ରକାଶ ପାଇବ ।

ଏଥ‌ିପାଇଁ ଛାତ୍ରଛାତ୍ରୀମାନଙ୍କର ଯେପରି ପ୍ରେରଣା ବା ପ୍ରବଳ ଆଗ୍ରହ ସୃଷ୍ଟିହେବ ସେଥ‌ିପାଇଁ ଶିକ୍ଷକଙ୍କୁ ଶିକ୍ଷାଦାନ ସମୟରେ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିବାକୁ ପଡ଼ିଥାଏ । ସେହିପରି କେତେକ କୌଶଳ ନିମ୍ନରେ ପ୍ରଦତ୍ତ ହୋଇଅଛି ।

(i) ପୁରସ୍କାର ଓ ଶାସ୍ତି- ଅଭିପ୍ରେରଣା ଏପରି ଏକ ମାନସିକ ଶକ୍ତି ଯାହାକୁ ବିଭିନ୍ନ ଉପାୟରେ ଜାଗ୍ରତ କରାଯାଇପାରେ । ସାଧାରଣତଃ ପୁରସ୍କାର ଓ ଦଣ୍ଡ ମାଧ୍ୟମରେ ବିଭିନ୍ନ ପ୍ରକାର ବାଚନିକ, ଭୌତିକ ଓ ବସ୍ତୁଗତ ପୁରସ୍କାରଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରାଯାଇଥାଏ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

(ii) ପ୍ରଶଂସା ଓ ନିନ୍ଦା – ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତିଗତ ସାମର୍ଥ୍ୟକୁ ଦୃଷ୍ଟି ସମ୍ମୁଖରେ ରଖ୍ ପ୍ରଶଂସାର ପରିମାର୍ଜନ ନିରୂପଣ ହେବା ଆବଶ୍ୟକ । ତାହାହେଲେ ପ୍ରତ୍ୟେକ ଶ୍ରେଣୀର ଛାତ୍ର ଏହାଦ୍ଵାରା ପ୍ରୋତ୍ସାହିତ ହୋଇପାରିବ । ପ୍ରଶଂସା ବ୍ୟତୀତ ନିନ୍ଦା ମଧ୍ଯ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଭିପ୍ରେରଣା ସୃଷ୍ଟି କରିବାରେ ସହାୟକ ହୋଇଥାଏ । ନିନ୍ଦା ବା ତିରସ୍କାରକୁ ଭୟକରି ଅଧୂକାଂଶ ଛାତ୍ରଛାତ୍ରୀ ବିଦ୍ୟାର୍ଜନ ପାଇଁ ମନୋଯୋଗୀ ହୋଇଥା’ନ୍ତି ।

କିନ୍ତୁ ଶିକ୍ଷାବିତ୍‌ମାନଙ୍କ ମତରେ, ତିରସ୍କାର ଅପେକ୍ଷା ପ୍ରଶଂସା ଛାତ୍ରଛାତ୍ରୀ ବିଦ୍ୟାର୍ଜନ ପାଇଁ ମନୋଯୋଗୀ ହୋଇଥା’ନ୍ତି । କିନ୍ତୁ ଶିକ୍ଷାବିତ୍‌ମାନଙ୍କ ମତରେ, ତିରସ୍କାର ଅପେକ୍ଷା ପ୍ରଶଂସା ଶିକ୍ଷାକ୍ଷେତ୍ରରେ ଅଧ୍ବକ ଫଳପ୍ରଦ । ତେଣୁ ନିନ୍ଦା ବା ତିରସ୍କାର ଯଥାସମ୍ଭବ ବର୍ଜନୀୟ । ଉପଯୁକ୍ତ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କୁ ନିନ୍ଦା ବା ପ୍ରଶଂସାଦ୍ଵାରା ଆବଶ୍ଯକାନୁଯାୟୀ ମନୋଯୋଗୀ କରାଇବା ଆବଶ୍ୟକ ।

ପ୍ରତିଦ୍ବନ୍ଦିତା – କେତେକ କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ପ୍ରୋତ୍ସାହନର କାରଣ ହୋଇଥାଏ । ଦୁଇଜଣ ଛାତ୍ରଙ୍କ ମଧ୍ୟରେ ଯଦି ଶିକ୍ଷଣକାର୍ଯ୍ୟରେ ପ୍ରତିଦ୍ବନ୍ଦିତା ଚାଲେ ତା’ହେଲେ ଜଣେ ଅନ୍ୟଜଣଙ୍କ ଅପେକ୍ଷା ଅଧ୍ଵ କୃତିତ୍ୱ ଅର୍ଜନ କରିବାପାଇଁ ଯଥାସାଧ୍ୟ ଉଦ୍ୟମ କରେ ଏବଂ ଏହା ଫଳରେ ଉଭୟଙ୍କ ପାଠ୍ୟ ବିଷୟକ ଜ୍ଞାନ ତଥା ଅନ୍ୟାନ୍ୟ କାର୍ଯ୍ୟକୁଶଳତା ବୃଦ୍ଧି ପାଇଥାଏ; ମାତ୍ର ଏପରି ବ୍ୟକ୍ତିଗତ ପ୍ରତିଯୋଗିତା ନାନା କାରଣରୁ ବାଞ୍ଛନୀୟ ନୁହେଁ ।

ଏହା ଈର୍ଷା, ବୈରୀଭାବ ପ୍ରଭୃତି ନାନା ଅବାଞ୍ଛନୀୟ ମନୋବୃତ୍ତିର କାରଣ ହୋଇଥାଏ । ଏହାଦ୍ୱାରା ମାନସିକ ଚାଞ୍ଚଲ୍ୟ ବା ଅସ୍ଥିରତା ବୃଦ୍ଧି ପାଇଥାଏ । ଏଣୁ ମନୋବୈଜ୍ଞାନିକ ତଥା ଶିକ୍ଷାବିତମାନେ ଏପରି ପ୍ରୋତ୍ସାହନ ପଦ୍ଧତିକୁ ସମର୍ଥନ କରନ୍ତି ନାହିଁ ।

ଦୃଶ୍ୟଶ୍ରାବ୍ୟ ଉପକରଣର ବ୍ୟବହାର – ଶିକ୍ଷାଦାନ ସମୟରେ ଦୃଶ୍ୟଶ୍ରାବ୍ୟ ଉପକରଣ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ଓ ପ୍ରେରଣା ପ୍ରଦାନ କରାଯାଇଥାଏ । ଏହାଦ୍ୱାରା ଶିକ୍ଷାଦାନ ଚିତ୍ତାକର୍ଷକ ଓ ଫଳପ୍ରଦ ହେବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନେ ଶିକ୍ଷଣରେ ସଫଳ ଅଂଶଗ୍ରହଣ କରିଥା’ନ୍ତି ।

ଆଗ୍ରହ- ଶିଶୁମାନଙ୍କର ଆଗ୍ରହ ବହୁମୁଖୀ । ଏଣୁ ଶିକ୍ଷାଦାନ ସମୟରେ ଶିକ୍ଷକ ଶିଶୁମାନଙ୍କର ନାନାବିଧ ଆଗ୍ରହର ଉଦ୍ରେକ ନିମନ୍ତେ ପ୍ରୟାସ କରିବା ଆବଶ୍ୟକ । ନାନାବିଧ ଆନୁଷଙ୍ଗିକ କାର୍ଯ୍ୟ ମାଧ୍ୟମରେ ଶିଶୁମାନଙ୍କର ଆଗ୍ରହକୁ ପରିବ୍ୟାପ୍ତ କଲେ, ସେମାନଙ୍କର ଅଭିପ୍ରେରଣା ବୃଦ୍ଧିପାଇବ ।

ମର୍ଯ୍ୟାଦାବୋଧର ଉଦ୍ରେକ- ଶିକ୍ଷଣ କ୍ଷେତ୍ରରେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ମର୍ଯ୍ୟାଦାବୋଧକୁ ଜାଗ୍ରତ କରିପାରିଲେ ସେମାନେ ଜ୍ଞାନଲାଭ ପାଇଁ ପ୍ରୋତ୍ସାହିତ ହୋଇପାରିବେ । ପ୍ରତ୍ୟକ୍ଷ ଉପଦେଶ, ଉଦାରତା ଓ ପ୍ରବର୍ତ୍ତନାଦ୍ୱାରା, ଆତ୍ମମର୍ଯ୍ୟାଦାବୋଧର ଉଦ୍ଦୀପନାଦ୍ୱାରା ଛାତ୍ରଛାତ୍ରୀମାନେ ପ୍ରୋତ୍ସାହିତ ହୋଇପାରିବେ ।

ନୂତନତ୍ୱ- ଛାତ୍ରଛାତ୍ରୀମାନେ ସାଧାରଣତଃ ନୂତନ ବସ୍ତୁର ପ୍ରିୟ । ଏଣୁ ଗତାନୁଗତିକ ପାଠ୍ୟକ୍ରମ ବା ଶିକ୍ଷାପଦ୍ଧତି ପ୍ରୋତ୍ସାହନ ଦିଗରେ ବିଶେଷ ସହାୟକ ହୋଇପାରେ ନାହିଁ । ତେଣୁ ଶିକ୍ଷକ ସର୍ବଦା ପ୍ରଚଳିତ ପାଠ୍ୟବସ୍ତୁଗୁଡ଼ିକୁ ନୂତନ ପରିପ୍ରେକ୍ଷୀରେ ଉପସ୍ଥାପିତ କରିବାକୁ ଉଦ୍ୟମଶୀଳ ହେବା ଆବଶ୍ୟକ ହୋଇପଡ଼ିଥାଏ ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଅଭିପ୍ରେରଣା (Motivation):
ଅଭିପ୍ରେରଣା ଶବ୍ଦଟି ଆମର ଦୈନନ୍ଦିନ କାର୍ଯ୍ୟ ସହ ସମ୍ପୃକ୍ତ । ଏହା ଲାଟିନ୍‌ ଶବ୍ଦ ‘movere’ ରୁ ଆସିଅଛି । ଏହାର ଅର୍ଥ ହେଉଛି କାର୍ଯ୍ୟ ବା କ୍ରିୟା ସୃଷ୍ଟି କରାଇବା । ଯେଉଁସବୁ ଦୈନନ୍ଦିନ କାର୍ଯ୍ୟ ନିମିତ୍ତ ଉଭୟ ମନସ୍ତାତ୍ତ୍ଵିକ ଓ ଶରୀର ବୃତ୍ତୀୟ ଅବସ୍ଥା ସୃଷ୍ଟି ଫଳରେ ବ୍ୟକ୍ତି ଅଭିପ୍ରେରିତ ହୋଇଥାଏ, ତାହାକୁ ଅଭିପ୍ରେରଣା କୁହାଯାଏ ।

କ୍ରୋ ଏବଂ କ୍ରୋଙ୍କ ମତରେ, ‘ଅଭିପ୍ରେରଣା ଶିକ୍ଷଣ ପ୍ରତି ଆଗ୍ରହ ସୃଷ୍ଟିକାରୀ ଏବଂ ଏହାକୁ ଶିକ୍ଷଣର ମୌଳିକ ଉପାଦାନ
ଭାବରେ ବିଚାର କରାଯାଇ ପାରେ ।’’

ଅଭିପ୍ରେରଣା 2 ପ୍ରକାରର :
(1) ବାହ୍ୟ ଅଭିପ୍ରେରଣା : ବ୍ୟକ୍ତି କୌଣସି ବାହ୍ୟ ପଦାର୍ଥକୁ ଉଦ୍ଦେଶ୍ୟ କରି ଜାଗ୍ରତ ହେବାକୁ ବା କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରିବାକୁ ବାହ୍ୟ ଅଭିପ୍ରେରଣା କୁହାଯାଏ; ଯଥା- ଜଣେ ଛାତ୍ରକୁ ଦଣ୍ଡ ମାଧ୍ୟମରେ ଶିକ୍ଷାରେ ଆଗେଇ ନେବାକୁ ପ୍ରୟାସ କରିବା ବାହ୍ୟ ଅଭିପ୍ରେରଣାର ଏକ ଉଦାହରଣ ।

(2) ଆନ୍ତଃ ଅଭିପ୍ରେରଣା : ଏହା ନିଜ ମଧ୍ୟରେ ଆତ୍ମବିକାଶ, ଆୟୋନ୍ନତି ଓ ପ୍ରବୃତ୍ତିଦ୍ୱାରା ପରିପ୍ରକାଶ ହୋଇଥାଏ । ଉଦାହରଣସ୍ୱରୂପ ବେଳେବେଳେ ପିଲା ନିଜର ଇଚ୍ଛାଶକ୍ତିରୁ ଓ ଜ୍ଞାନାର୍ଜନ ନିମିତ୍ତ ପ୍ରୟାସୀ ହୋଇ ଅଧୂକ ପଢ଼ାପଢ଼ି କରିଥାଏ । ଅଭିପ୍ରେରଣାର ବିଭିନ୍ନ ଉପାୟ :

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

ଶିକ୍ଷକ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଅଭିପ୍ରେରଣାର ଉପାୟ ଅବଲମ୍ବନ କରି ଅଭିପ୍ରେରିତ କରିବାକୁ ଚେଷ୍ଟା କରିଥା’ନ୍ତି; ଯଥା-

(i) ଦଣ୍ଡ ବା ପୁରସ୍କାର ପ୍ରଦାନ ।
(ii) ଫଳାଫଳ ବିଷୟରେ ଅବଗତ କରିବା ବା ପ୍ରଗତିପତ୍ର ପ୍ରଦାନ ।
(iii) ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ଉଦ୍ଦେଶ୍ୟର ଗଠନ ।
(iv) ଶିକ୍ଷାଦାନରେ ବିଭିନ୍ନ ପ୍ରଣାଳୀ, ଉପକରଣର ବ୍ୟବହାର ।
(v) ଆଗ୍ରହ ଓ ମନୋବୃତ୍ତିର ବିକାଶ ସାଧନ ।
(vi) ପୂନର୍ବଳନ ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ।
(vii) ବିଦ୍ୟାଳୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ।
(viii) ସହଯୋଗ ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ।
(ix) ଏକ ସୁସ୍ଥ ଶିକ୍ଷଣ ପରିବେଶ ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ।
(x) ନିଜର ଆଶାର ସ୍ତର ।
(xi) ନିଜର ଅତୀତ ଓ ବର୍ତ୍ତମାନର ବିକାଶ ମଧ୍ୟରେ ପ୍ରତିଯୋଗିତା ।
(xii) ନିନ୍ଦା ବା ପ୍ରଶଂସା ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ।

ଉପରୋକ୍ତ ଅଭିପ୍ରେରଣାର କୌଶଳକୁ ଉପଯୋଗ କରି ଶିକ୍ଷକ ଶିକ୍ଷଣକୁ ଫଳବତୀ କରିବାକୁ ଚେଷ୍ଟା କରିବା ଉଚିତ । ଯେକୌଣସି କାର୍ଯ୍ୟରେ ସଫଳ ହେବାପାଇଁ ଅଭିପ୍ରେରଣାର ଆବଶ୍ୟକତା ରହିଛି । ବାସ୍ତବ ଜୀବନରେ, ଗୃହରେ ଏହି ଅଭିପ୍ରେରଣା ମାଧ୍ୟମରେ ବ୍ୟକ୍ତି ମଧ୍ୟରେ ଥିବା ସୁପ୍ତ ପ୍ରତିଭା ତଥା ପ୍ରବୃତ୍ତିକୁ ଜାଗ୍ରତ କରାଯାଇ ଶିକ୍ଷାଦାନ, ଶିକ୍ଷଣକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା
ଆବଶ୍ୟକ ।

ଅଭିପ୍ରେରଣାର ବିଭିନ୍ନ ଦିଗଗୁଡ଼ିକ ହେଉଛି –

(i) ପ୍ରୟୋଜନ ବା ଆବଶ୍ୟକତା (Needs)
(ii) ପ୍ରଣୋଦନା (Drives)
(iii) ପ୍ରେରଣା (Incentives)

BSE Odisha 6th Class Science Solutions Chapter 8 ପରିସ୍ଥାନ

Odisha State Board BSE Odisha 6th Class Science Solutions Chapter 8 ପରିସ୍ଥାନ Textbook Exercise Questions and Answers.

BSE Odisha Class 6 Science Solutions Chapter 8 ପରିସ୍ଥାନ

Question 1.
ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ ।

(କ) ପରିସ୍ଥାନ କାହାକୁ କୁହାଯାଏ ?
ଉ –
(i) ଉଦ୍ଭିଦ ଓ ପ୍ରାଣୀମାନଙ୍କର ବାସସ୍ଥାନ ଓ ତା’ର ଚତୁଃପାର୍ଶ୍ୱକୁ ପରିସ୍ଥାନ କୁହାଯାଏ ।
(ii) ପରିସ୍ଥାନ ହେଉଛି ପରିବେଶର ଏକ ଅଂଶବିଶେଷ ।

(ଖ) ଉଭିଦର ଉପଯୋଜନ କାହିଁକି ଆବଶ୍ୟକ ?
ଉ –
ପରିବେଶର ପରିବର୍ତ୍ତନ ହେଲେ ସେଥ‌ିରେ ତିଷ୍ଠିରହିବାପାଇଁ ଉଭିଦର ଉପଯୋଜନ ଆବଶ୍ୟକ ହୋଇଥାଏ ।

(ଗ) ତିନୋଟି ଅଜୈବିକ କାରକର ନାମ ଲେଖ ।
ଉ –
ଜଳ, ବାୟୁ ଓ ଆଲୋକ ତିନୋଟି ଅଜୈବିକ କାରକ ।

BSE Odisha 6th Class Science Solutions Chapter 8 ପରିସ୍ଥାନ

Question 2.
କାରଣ ଲେଖ ।
(କ) ମାଛକୁ ପାଣିରୁ କାଢ଼ିଆଣିଲେ ସେ ମରିଯାଏ ।
ଉ –
(i) ଆମେ ଫୁସ୍‌ଫୁସ୍ ସାହାଯ୍ୟରେ ଶ୍ଵାସକ୍ରିୟା କଲାପରି ମାଛମାନେ ଗାଲିସି ସାହାଯ୍ୟରେ ଶ୍ଵାସକ୍ରିୟା କରନ୍ତି ।
(ii) ଜଳରେ ଦ୍ରବୀଭୂତ ହୋଇଥ‌ିବା ଅମ୍ଳଜାନର କିଛି ଅଂଶ ମାଛ ଶ୍ଵାସକ୍ରିୟାରେ ଗ୍ରହଣ କରି ବଞ୍ଚେ । ମାଛକୁ ପାଣିରୁ କାଢ଼ିଆଣିଲେ ସେ ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରି ନପାରି ମରିଯାଏ ।

(ଖ) ଘୋଡ଼ା ମରୁଭୂମିରେ ରହିବା ସମ୍ଭବ ନୁହେଁ ।
ଉ –
(i) ଘୋଡ଼ାର ପାଦଦ୍ଵୟ ମରୁବାଲିରେ ଚାଲିବାରେ ସହାୟକ ହୁଏ ନାହିଁ ଏବଂ ଖାଦ୍ୟଭାବ ସମୟରେ ତା’ର
(ii) ଘୋଡ଼ାର ଶରୀର ମରୁଭୂମିରେ ରହିବାପାଇଁ ଉପଯୋଜିତ ହୁଏ ନାହିଁ । ତେଣୁ ଘୋଡ଼ା ମରୁଭୂମିରେ

(ଗ) କଲରା ଗଛ ସିଧା ଛିଡ଼ାହୋଇ ରହିପାରେ ନାହିଁ ।
ଉ –
(i) କଲରା ଏକ ଲତାଜାତୀୟ ଦୁର୍ବଳ ଉଭିଦ ଓ ଏହାର କାଣ୍ଡ ସରୁ ଓ ନରମ ।
(ii) କଲରା କାଣ୍ଡ ଦୁର୍ବଳ ହୋଇଥିବାରୁ ସେ ଅନ୍ୟର ସହାୟତାରେ ବଢ଼େ । ସେଥ‌ିପାଇଁ କଲରା ଗଛର କାଣ୍ଡ ଅଗରେ ଆକର୍ଷୀ ଥାଏ । ତେଣୁ କଲରା ଗଛ ସିଧା ଛିଡ଼ାହୋଇ ରହିପାରେ ନାହିଁ ।

Question 3.
କେଉଁଟି ଠିକ୍ (✓) ଚିହ୍ନଦ୍ୱାରା ଦର୍ଶାଅ ।
(କ) କାକୁଡ଼ି ଲତାର ଆକର୍ଷୀ ଏହାକୁ ମାଡ଼ିବାରେ ସାହାଯ୍ୟ କରେ ।
(ଖ) ମାଛର ଲାଞ୍ଜ ଦିଗ ପରିବର୍ତ୍ତନରେ ସାହାଯ୍ୟ କରେ ।
(ଗ) ଖଜୁରୀ ଏକ ମରୁଜ ଉଦ୍ଭଦ ।
(ଘ) ଓଟ ଏକ ଜଳଜ ଉଦ୍ଭିଦ ।
ଉ –
(କ) ✓
(ଖ) ✓
(ଗ) ✓
(ଘ) (✗)

BSE Odisha 6th Class Science Solutions Chapter 8 ପରିସ୍ଥାନ

ପରିସ୍ଥାନ Notes :

→ ଉପକ୍ରମ :

  • ତୁମେ ରହୁଥ‌ିବା ଅଞ୍ଚଳରେ କିମ୍ବା ଗାଁରେ ପୋଖରୀ ବା ଗାଡ଼ିଆ ଦେଖୁଥ‌ିବ । ଜଙ୍ଗଲରେ ଅନେକ ଜୀବ ରହୁଥ‌ିବା ମଧ୍ୟ ଜାଣିଥ‌ିବ ।
  • ଉଭିଦ ଓ ପ୍ରାଣୀମାନଙ୍କର ବାସସ୍ଥାନ ଓ ତା’ର ଚତୁଃପାର୍ଶ୍ୱକୁ ପରିସ୍ଥାନ କୁହାଯାଏ ।
    BSE Odisha 6th Class Science Solutions Chapter 8 ପରିସ୍ଥାନ - 1
  • ପୋଖରୀ, ଗାଡ଼ିଆ ଓ ଜଙ୍ଗଲରେ ବିଭିନ୍ନ ପ୍ରକାରର ଜୀବ ରହିଥା’ନ୍ତି । ସେମାନଙ୍କରଏକ ତାଲିକା ପ୍ରସ୍ତୁତ କରି କେଉଁମାନେ ଉଭିଦ ଓ କେଉଁମାନେ ପ୍ରାଣୀ ଚିହ୍ନଟ କରି ଏକ ସାରଣୀ କର ।
    BSE Odisha 6th Class Science Solutions Chapter 8 ପରିସ୍ଥାନ - 2

→ ପରିସ୍ଥାନ (Habitat) କ’ଣ:

  • ପ୍ରତ୍ୟେକ ଜୀବ ହେଉଛି ଜୀବଜଗତର ଏକ ଜୈବିକ ଏକକ । ଜୀବମାନଙ୍କ ଶରୀର ହେଉଛି ଜୈବିକ ପଦାର୍ଥର ସମାହାର ।
  • ଗୋଟିଏ ପରିସ୍ଥାନରେ ଅନେକ ପ୍ରକାରର ପ୍ରାଣୀ ଓ ଉଦ୍ଭିଦ ରହିଥା’ନ୍ତି । ପରିସ୍ଥାନରେ ଜୀବର ବୃଦ୍ଧି ହୁଏ ଓ ବଂଶ ବିସ୍ତାର ହୋଇ ମୃତ୍ୟୁ ମଧ୍ଯ ହୋଇଥାଏ ।
  • ପରିସ୍ଥାନ ହେଉଛି ପରିବେଶର ଏକ ଅଂଶବିଶେଷ । ପରିସ୍ଥାନ ଭିନ୍ନ ଭିନ୍ନ ଉପାଦାନକୁ ନେଇ ଗଠିତ । ପରିସ୍ଥାନ ଦୁଇଟି ଉପାଦାନରେ ଗଠିତ; ଯଥା – ଜୈବିକ କାରକ ଓ ଅଜୈବିକ କାରକ ।

→ ଜୈବିକ କାରକ :

  • ଏକ ନିର୍ଦ୍ଦିଷ୍ଟ ପରିସ୍ଥାନରେ ଯେଉଁ ଜୀବମାନେ ରହନ୍ତି, ସେହି ଜୀବମାନେ ସେହି ପରିସ୍ଥାନର ଜୈବିକ କାରକ ଅଟନ୍ତି । ଉପାଦାନ ଅନୁସାରେ ଯେ କୌଣସି
  • ପରିସ୍ଥାନର ଜୈବିକ କାରକକୁ ତିନିଭାଗରେ ବିଭକ୍ତ କରାଯାଇଛି; ଯଥା –
    • (କ) ଉତ୍ପାଦକ ବା ସବୁଜ ଉଭିଦ
    • (ଖ) ଉକ୍ଷକ ବା ପ୍ରାଣୀ
    • (ଗ) ଅପଘଟକ ବା କେତେକ ଜାତିର ଅଣୁଜୀବ
  • ଉଭିଦ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ସହ ଅନ୍ୟ ଜୀବପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିବାରୁ ସେମାନଙ୍କୁ ଉତ୍ପାଦକ କୁହାଯାଏ ।
  • ଅଣୁଜୀବ ଅତି କ୍ଷୁଦ୍ର, ଖାଲି ଆଖରେ ଦେଖାଯାଆନ୍ତି ନାହିଁ, ଅଧିକାଂଶ ଅଣୁଜୀବଙ୍କର ନିଜ ପାଇଁ ଖାଦ୍ୟ ପ୍ରସ୍ତୁତି କ୍ଷମତା ନ ଥାଏ । ସେମାନେ ପରଜୀବୀ କିମ୍ବା ମୃତଭୋଜୀଭାବେ ସେମାନଙ୍କର ପରିସ୍ଥାନରୁ ଖାଦ୍ୟ ସଂଗ୍ରହ କରିଥା’ନ୍ତି ।
  • ମୃତଭୋଜୀ ଅଣୁଜୀବମାନେ ଜୀବ ଶରୀରରୁ ଆବଶ୍ୟକ ଉପାଦାନ ଗ୍ରହଣକରନ୍ତି ଏବଂ ପରିବେଶକୁ ଯବକ୍ଷାରଜାନ, ଅମ୍ଳଜାନ ଓ ଅନ୍ୟାନ୍ୟ ପୋଷକ ପଦାର୍ଥ ତ୍ୟାଗକରନ୍ତି । ତାହା ପୁନର୍ବାର ଉଭିଦମାନେ ଗ୍ରହଣ କରି ନିଜର ବୃଦ୍ଧି ଓ ବିକାଶରେ ଲଗାନ୍ତି । ଏଥପାଇଁ ମୃତଭୋଜୀ ଅଣୁଜୀବଙ୍କୁ ଅପଘଟକ କୁହାଯାଏ ।

BSE Odisha 6th Class Science Solutions Chapter 8 ପରିସ୍ଥାନ

→ ଅଜୈବିକ କାରକ :
ଜଳ, ବାୟୁ, ଆଲୋକ, ତାପ, ମୃତ୍ତିକା, ଶିଳା ଇତ୍ୟାଦି କାରକଗୁଡ଼ିକୁ ପରିସ୍ଥାନର ଅଜୈବିକ କାରକ କୁହାଯାଏ । ସବୁଜ ଉଭିଦମାନେ ଆଲୋକ ଶକ୍ତିକୁ ଖାଦ୍ୟ ବା ରାସାୟନିକ ଶକ୍ତିରେ ପରିବର୍ତ୍ତନ କରିଥା’ନ୍ତି ।

  • ସବୁଜ ଉଭିଦମାନେ ଆଲୋକ ଶକ୍ତିକୁ ଖାଦ୍ୟ ବା ରାସାୟନିକ ଶକ୍ତିରେ ପରିବର୍ତ୍ତନ କରିଥା’ନ୍ତି ।
  • ସେହି ଖାଦ୍ୟ ଉପରେ ସମଗ୍ର ଜୀବଜଗତ ନିର୍ଭରଶୀଳ ।
  • ଆଲୋକର ତୀବ୍ରତା ଓ ଅବଧୂ ସହିତ ତାପମାତ୍ରା, ଜଳ, ବାୟୁ ମୃତ୍ତିକା ଇତ୍ୟାଦି ମିଶି ଏକ ପରିସ୍ଥାନରେ ଜଙ୍ଗଲ ହେବ କି ତୃଣଭୂମି ବା ମରୁଭୂମି ହେବ ନିର୍ଣ୍ଣୟ ହୋଇଥାଏ ।
  • ମନୁଷ୍ୟର ପ୍ରଥମ ବୈଜ୍ଞାନିକ ଉଦ୍ଭାବନ ହେଲା ନିଆଁ । ଏହାକୁ ବ୍ୟବହାର କରି ମଣିଷ ତାହାର ଖାଦ୍ୟ ପଦାର୍ଥକୁ ପୋଡ଼ି ଖାଇବା ଶିଖୁ ।
  • ଜଙ୍ଗଲରେ ନିଆଁ ଲାଗିଲେ ନିମିଷକ ମଧ୍ୟରେ ଘଞ୍ଚ ଜଙ୍ଗଲ ଥିବା ପରିସ୍ଥାନ ପୋଡ଼ି ପାଉଁଶ ହୋଇଯାଏ । ହଜାର ହଜାର ଜାତିର ଉଭିଦ ଓ ପ୍ରାଣୀ ଧ୍ଵଂସ ପାଇଥାଆନ୍ତି । ତେଣୁ ନିଆଁକୁ ଅଜୈବ କାରକ ହିସାବରେ ନିଆଯାଏ ।

→ ବିଭିନ୍ନ ପ୍ରକାର ପରିସ୍ଥାନ :

ତୁମପାଇଁ କାମ – ୨

  • ଗୋଟିଏ କୁଣ୍ଡରେ ଏକ ସପ୍ତଫେଣୀ ଜାତିର ଉଭିଦ ଏବଂ ଅନ୍ୟ ଏକ ମଲ୍ଲୀଗଛ ଲାଗିଥିବା କୁଣ୍ଡ ଆଣି ସେମାନଙ୍କର ମାଟି ଉପରିସ୍ଥ ଗଛର ଅଂଶକୁ ପଲିଥୁନ ଦ୍ବାରା ବାନ୍ଧି କିଛି ସମୟ ଖରାରେ ରଖୁଦିଅ ।
  • ଦେଖୁ ପଲିଥୁନ ମୁଣି ଭିତରେ ଛୋଟ ଛୋଟ ଜଳବିନ୍ଦୁ ଲାଗିଥବ । ଦୁଇଟି ଉଦ୍ଭଦରେ ଲାଗିଥ‌ିବା ମୁଣି ମଧ୍ୟରୁ ସପ୍ତଫେଣୀ ଜାତୀୟ ଉଦ୍ଭଦରେ କମ୍ ଜଳବିନ୍ଦୁ ଲାଗିଥ୍ବ କିମ୍ବା ଆଦୌ ନ ଥବ । କାରଣ ମରୁଭୂମିରେ ରହୁଥ‌ିବା ଉଭିଦମାନଙ୍କ ପାଇଁ
  • ସେଥ‌ିପାଇଁ ସେମାନଙ୍କ ପତ୍ରଗୁଡ଼ିକ କଣ୍ଟାରେ ରୂପାନ୍ତରିତ ହୋଇଥାଏ । ତା’ ଦେହରେ ଦେଖୁଥ‌ିବା ପତ୍ରଭଳି ମାଂସଳ ଅଂଶ ତାର ରୂପାନ୍ତରିତ କାଣ୍ଡ । ସେ ମଧ୍ୟ ଜଳ ସଂରକ୍ଷଣ କରିଥାଏ ।
  • ମାଛର ଶରୀର ଜଳରେ ରହିବା ପାଇଁ ଉପଯୁକ୍ତ । ତାହାର ଶ୍ଵାସକ୍ରିୟା ଜଳରେ ସମ୍ଭବପର ହୋଇଥାଏ । ସେଥ୍ପାଇଁ ସେ ଜଳରେ ବଞ୍ଚରେ ।
  • ପରିବେଶର ଅବସ୍ଥା ଓ ଆବଶ୍ୟକୀୟ ପଦାର୍ଥର ପରିମାଣକୁ ନେଇ ପରିସ୍ଥାନ ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ; ଯଥା –
    (କ) ସ୍ଥଳୀୟ ପରିସ୍ଥାନ ଓ (ଖ) ଜଳୀୟ ପରିସ୍ଥାନ

BSE Odisha 6th Class Science Solutions Chapter 8 ପରିସ୍ଥାନ

ଉଭିଦମାନଙ୍କ ପରିସ୍ଥାନ :

  • ପରିସ୍ଥାନରେ ଜଳର ପରିମାଣ ଅନୁସାରେ ଉଭିଦର ଜୀବନଶୈଳୀ ଓ ଗଠନରେ ଅନେକ ପରିବର୍ତ୍ତନ ଦେଖାଯାଏ ।
    ଉଭିଦମାନଙ୍କ ପରିସ୍ଥାନରେ ଆଲୋକ, ତାପମାତ୍ରା, ମୃଭିକା, ବାୟୁର ଭୂମିକା ଗୁରୁତ୍ଵପୂର୍ଣ୍ଣ ।
  • ପରିସ୍ଥାନ ଅନୁସାରେ ଉଭିଦମାନଙ୍କୁ ତିନିଭାଗରେ ବିଭକ୍ତ କରାଯାଇଛି ; ଯଥା –
    • (କ) ମରୁଜ – ଜଳଭାବ ଅଞ୍ଚଳର ମରୁଭୂମି ଅଞ୍ଚଳର ଉଭିଦ
    • (ଖ) ଆର୍ଦ୍ରଭୂମିଜ – ଜଳାଭାବ ବା ଜଳାଧ‌ିକ୍ୟ ନଥ‌ିବା ଅଞ୍ଚଳର ଉଭିଦ ବା ସନ୍ତସନ୍ତିଆ ଅଞ୍ଚଳରେ ବଢୁଥ‌ିବା
    • (ଗ) ଜଳଜ – ଜଳାଧ୍ୟାକ୍ୟ ଅଞ୍ଚଳର ଉଭିଦ

→ ପ୍ରାଣୀମାନଙ୍କ ପରିସ୍ଥାନ :
ନିଜର ଆଚରଣ, ଖାଦ୍ୟ, ଜଳ ପରିମାଣ ଓ ଆଲୋକର ସହଜଲଭ୍ୟତା ଉପରେ ଆଧାର କରି ପ୍ରାଣୀମାନଙ୍କୁ ମୁଖ୍ୟତଃ ତିନିଭାଗରେ ବିଭକ୍ତ କରାଯାଇଛି; ଯଥା – (କ) ସ୍ଥଳଚର, (ଖ) ଜଳଚର ଓ (ଗ) ଉଭୟଚର ।

(କ) ସ୍ଥଳଚର ପ୍ରାଣୀମାନେ ଜଙ୍ଗଲ, ମରୁଭୂମି, ତୃଣଭୂମି, ପାର୍ବତ୍ୟାଞ୍ଚଳ ଆଦି ପରିସ୍ଥାନରେ ରହିଥାଆନ୍ତି ।
(ଖ) ଜଳଚର ପ୍ରାଣୀମାନେ ନଦୀ, ହ୍ରଦ, ପୋଖରୀ, ସମୁଦ୍ର ଆଦି ପରିସ୍ଥାନରେ ରହିଥାଆନ୍ତି ।
(ଗ) ଉଭୟଚର ପ୍ରାଣୀଙ୍କର ଜଳ ଓ ସ୍ଥଳ ଭାଗରେ ରହିବା ପାଇଁ ଉପଯୋଜନ ଥାଏ ।

BSE Odisha 6th Class Science Solutions Chapter 8 ପରିସ୍ଥାନ

Question 1.
ତୁମେ ଜାଣିଥୁବା ଭିନ୍ନ ଭିନ୍ନ ଜୀବମାନଙ୍କର ଏକ ତାଲିକା କରି, ସେଗୁଡ଼ିକୁ ସାରଣୀରେ ସଜାଇ ଲେଖ । BSE Odisha 6th Class Science Solutions Chapter 8 ପରିସ୍ଥାନ - 3.1

→ ଜୀବ ଓ ସେମାନଙ୍କ ଉପଯୋଜନ (Adoptation) :

  • ଜୀବମାନେ ଯେଉଁଠାରେ ବାସକରନ୍ତି ସେ ସ୍ଥାନ ସହ ଖାପଖୁଆଇ ଚଳିଥା’ନ୍ତି; ଅର୍ଥାତ୍ ସେ ସ୍ଥାନର ଜଳବାୟୁ, ମୃତ୍ତିକା, ତାପମାତ୍ରା ଓ ଅନ୍ୟ ଜୀବମାନଙ୍କ ସହ ନିଜକୁ ମିଳାଇ ଚଳନ୍ତି ।
  • ମାଛ, କଙ୍କଡ଼ା, ତିମି, ପଦ୍ମ, କଇଁ ଜଳରେ ରୁହନ୍ତି । ସେହିପରି କାଉ, ପାରା, ବାଦୁଡ଼ି ଆକାଶରେ ଉଡ଼ିପାରନ୍ତି । ଓଟ, କୀଟ, ପତଙ୍ଗ ଏବଂ ସପ୍ତଫେଣୀ ପରି କଣ୍ଟାଜାତୀୟ ଉଦ୍ଭଦ ମରୁଭୂମିରେ ବଞ୍ଚିପାରନ୍ତି ।
    • ମାଛ ଗାଲି ସାହାଯ୍ୟରେ କେବଳ ଜଳରେ ହିଁ ଶ୍ଵାସକ୍ରିୟା ସମ୍ପାଦନ କରିପାରେ ।
    • ପରିବେଶ ପରିବର୍ତ୍ତନ ସହ ତାଳଦେଇ ପ୍ରତ୍ୟେକ ଜୀବର ଗାଠନିକ ଓ କ୍ରିୟାତ୍ମକ ପରିବର୍ତ୍ତନକୁ ଉପଯୋଜନ କୁହାଯାଏ ।

ପରିବେଶ ପରିବର୍ତ୍ତନ ସହ ତାଳଦେଇ ପ୍ରତ୍ୟେକ ଜୀବର ଗାଠନିକ ଓ କ୍ରିୟାତ୍ମକ ପରିବର୍ତ୍ତନକୁ ଉପଯୋଜନ କୁହାଯାଏ ।

→ ଜଳଜ ଉଭିଦ ଓ ପ୍ରାଣୀ :
(କ) ଜଳଜ ଉଭିଦ :

  • ଚିଙ୍ଗୁଡ଼ିଆ ଦଳ, ପଦ୍ମ, କଇଁ ଇତ୍ୟାଦି ଉଭିଦଙ୍କୁ ଆମେ ପୋଖରୀ, ଗାଡ଼ିଆରେ ଦେଖୁବାକୁ ପାଉ ।
  • ସେମାନଙ୍କ ମଧ୍ୟରୁ କେତେକ ଭାସମାନ ଅବସ୍ଥାରେ ଓ ଆଉ କେତେକ ପାଣିରେ ବୁଡ଼ିରହିଥାଆନ୍ତି ।
  • ସେହି ଉଭିଦଗୁଡ଼ିକର କାଣ୍ଡରେ ଅସଂଖ୍ୟ ବାୟୁ କୋଠରି ଥାଏ ଯାହା ସେଗୁଡ଼ିକୁ ପାଣିରେ ଭାସିବାରେ ସାହାଯ୍ୟ କରେ ।
    BSE Odisha 6th Class Science Solutions Chapter 8 ପରିସ୍ଥାନ - 3

(ଖ) ଜଳଜ ପ୍ରାଣୀ :

  • ଜଳରେ ବାସକରୁଥିବା ପ୍ରାଣୀମାନଙ୍କୁ ଜଳଜ ପ୍ରାଣୀ ବୋଲି ଆମେ କହୁ । କରାଇଥାଏ ।
  • ଉଦାହରଣସ୍ୱରୂପ ମାଛର ପକ୍ଷ ପାଣିରେ ପହଁରିବାରେ, ଲାଞ୍ଜ ଦିଗ ବଦଳାଇବାରେ ଓ ଗାଲିସି ଜଳରେ ଶ୍ଵାସକ୍ରିୟା କରିବାରେ ସାହାଯ୍ୟ କରେ ।
    BSE Odisha 6th Class Science Solutions Chapter 8 ପରିସ୍ଥାନ - 4

→ 8.7. ମରୁଜ ଉଦ୍ଭିଦ ଓ ପ୍ରାଣୀ :

(କ) ମରୁଜ ଉଦ୍ଭଦ :

  • ମରୁଭୂମିରେ ଦେଖାଯାଉଥ‌ିବା ସପ୍ତଫେଣୀ, ନାଗଫେଣୀ, ଖଜୁରୀ ଆଦି କଣ୍ଟାଜାତୀୟ ଉଭିଦକୁ ମରୁଜ ଉଭିଦ କୁହାଯାଏ ।
  • ସେଗୁଡ଼ିକର ପ୍ରାୟତଃ ପତ୍ର ଦେଖାଯାଏ ନାହିଁ ବା ସେଗୁଡ଼ିକ ରୂପାନ୍ତରିତ ହୋଇ କଣ୍ଟାରେ ପରିଣତ ହୋଇଥାଏ ।
  • ତେଣୁ ଉଭିଦଗୁଡ଼ିକ ଉୱେଦନ ପ୍ରକ୍ରିୟାରେ ଅତିକମ୍ ଜଳ ବାୟୁମଣ୍ଡଳକୁ ଛାଡ଼ିଥାଆନ୍ତି ।

BSE Odisha 6th Class Science Solutions Chapter 8 ପରିସ୍ଥାନ

(ଖ) ମରୁଜ ପ୍ରାଣୀ :

  • ଓଟ ଏକ ମରୁଜ ପ୍ରାଣୀ । ସେମାନଙ୍କ ଚର୍ମରେ ସ୍ବେଦଗ୍ରନ୍ଥୀ ଆଦୌ ନଥାଏ ।
  • ନାକପୁଡ଼ାରେ ଥ‌ିବା ଲୋମ ମରୁଭୂମିରେ ଧୂଳିବାଲିକୁ ଭିତରକୁ ପ୍ରବେଶ କରିବାକୁ ଦିଏ ନାହିଁ ।
  • ଓଟର ଗୋଟାଳିଆ ଖୁରାବିହୀନ ମାଂସଳ ପାଦ ସେମାନଙ୍କୁ ଉତ୍ତପ୍ତ ମରୁବାଲିରେ ଚାଲିବାରେ ସାହାଯ୍ୟ କରେ ।
    BSE Odisha 6th Class Science Solutions Chapter 8 ପରିସ୍ଥାନ - 5

8.8. ଲତାଜାତୀୟ (ଦୁର୍ବଳ) ଉଦ୍ଭଦ :

  • କଲରା, କଖାରୁ, କାକୁଡ଼ି ଜାତୀୟ ଗଛଗୁଡ଼ିକର କାଣ୍ଡ ଦୁର୍ବଳ ସେମାନଙ୍କ କାଣ୍ଡରେ ଆକର୍ଷୀଗୁଡ଼ିକ ଥାଏ ।
  • ପ୍ରତ୍ୟେକ ଜୀବର ପରିସ୍ଥାନ ତା’ର ଜୀବନ ପାଇଁ ଗୁରୁତ୍ବପୂର୍ଣ । ତେଣୁ ଏଥ‌ିରେ କିଛି ପରିବର୍ତ୍ତନ ହେଲେ ପରିବେଶରେ ସନ୍ତୁଳନ ବିପର୍ଯ୍ୟସ୍ତ ହୋଇଯିବ ଏବଂ ଏହାର କୁପ୍ରଭାବ ଜୀବଜଗତ ଉପରେ ପଡ଼ିବ ।
    BSE Odisha 6th Class Science Solutions Chapter 8 ପରିସ୍ଥାନ - 6

BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ

Odisha State Board BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ Textbook Exercise Questions and Answers.

BSE Odisha Class 6 Science Solutions Chapter 14 ପ୍ରାକୃତିକ ଘଟଣାବଳୀ

Question 1.
ତଳ ବାକ୍ୟଗୁଡ଼ିକ ପଢ଼ । ଖାତାରେ ଲେଖୁ ଠିକ୍ ବାକ୍ୟ ପାଖରେ ଠିକ୍ (✓) ଓ ଭୁଲ୍ ବାକ୍ୟ ପାଖରେ ଛକି (✗) ଚିହ୍ନ ଦିଅ ।
(କ) ଜଳ ସବୁ ସ୍ଥାନରେ ତରଳ ଅବସ୍ଥାରେ ମିଳେ ।
(ଖ) ଓଦା ଲୁଗା ବାଷ୍ପୀଭବନ ପ୍ରଣାଳୀରେ ଶୁଖେ ।
(ଗ) ପୋଖରୀ ଜଳ ବାଷ୍ପୀମୋଚନ ପ୍ରଣାଳୀରେ ଜଳୀୟବାଷ୍ପ ହୁଏ ।
(ଘ) ଭୂନିମ୍ନର ପାଣି ବାଷ୍ପୀମୋଚନ ପ୍ରଣାଳୀରେ ଜଳୀୟବାଷ୍ପ ହୁଏ ।
(ଙ) ପଙ୍ଖାତଳେ ଲୁଗା ଶୁଖାଇଲେ ଶୀଘ୍ର ଶୁଖୁଥାଏ ।
ଉ –
(କ) ✗
(ଖ) ✓
(ଗ) ✗
(ଘ) ✓
(ଙ) ✓

BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ

Question 2.
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଆଇସ୍‌କ୍ରିମ୍ ଜଳର ………….. ଅବସ୍ଥା । (କଠିନ, ତରଳ, ଗ୍ୟାସୀୟ, ପ୍ଲାଲ୍କା)
(ଖ) ଜଳ ଆପେ ଆପେ ଜଳୀୟବାଷ୍ପ ହେବାକୁ ………….. ପ୍ରକ୍ରିୟା କହନ୍ତି । (ବାଷ୍ପୀମୋଚନ, ବାଷ୍ପୀକରଣ, ବାଷ୍ପୀଭବନ, ଉଦ୍ବେଦନ)
(ଗ) ଶୀତବିରେ ପୁଷ୍ପରିଣୀ ପାଣିରୁ ଉଠୁଥିବା ଜଳୀୟବାଷ୍ପ ଜଳର ………….. ଅବସ୍ଥା । (କଠିନ, ତରଳ, ଗ୍ୟାସୀୟ, କିଛି ନୁହେଁ)
(ଘ) ଆକାଶରେ ବିଜୁଳି ମାରିବା …………… ପ୍ରକ୍ରିୟା । (ଭୌତିକ, ଆକସ୍ମିକ, ବୈଦ୍ୟୁତିକ, ରାସାୟନିକ)
(ଙ) ଗଛ ……………ରେ ଥ‌ିବା ଜଳ ବ୍ୟବହାର କରେ । (ଭୂପୃଷ୍ଠ, ଭୂଅଭ୍ୟନ୍ତର, ବାୟୁମଣ୍ଡଳ, ବର୍ଷା)
ଉ –
(କ) କଠିନ
(ଖ) ବାଷ୍ପୀଭବନ
(ଗ) ଗ୍ୟାସୀୟ
(ଘ) ରାସାୟନିକ
(ଙ) ଭୂଅଭ୍ୟନ୍ତର

Question 3.
କାରଣ ଲେଖ ।
(କ) ସମୁଦ୍ର ଜଳ ପ୍ରାୟ ଶେଷ ହୁଏ ନାହିଁ ।
(ଖ) ବର୍ଷାଦିନେ ଲୁଗା ଶୀଘ୍ର ଶୁଖେ ନାହିଁ ।
(ଗ) ଗରମ ତରକାରୀ ପ୍ଲେଟ୍‌ରେ ଖାଇବା ସୁବିଧା ।
ଉ –
(କ)

  • ସମୁଦ୍ରର ଜଳ ଜଳୀୟବାଷ୍ପ ଆକାରରେ ଉପରକୁ ଯାଏ, ଜଳୀୟବାଷ୍ପଗୁଡ଼ିକ ଥଣ୍ଡାହୋଇ ମେଘରେ ପରିଣତ ହୁଏ ଓ ଏଥୁରୁ ଜଳ ବର୍ଷା ଆକାରରେ ଭୂପୃଷ୍ଠକୁ ଫେରିଆସେ ।
  • ଏହି ଜଳଚକ୍ର ଯୋଗୁଁ ସମୁଦ୍ର ଜଳ ପ୍ରାୟ ଶେଷ ହୁଏ ନାହିଁ ।

(ଖ)

  • ବର୍ଷାଦିନେ ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପ ରହିଥାଏ ।
  • ତେଣୁ ବାୟୁ ଓଦା ଲୁଗାରୁ ଶୀଘ୍ର ଜଳୀୟବାଷ୍ପ ଗ୍ରହଣ କରିପାରେ ନାହିଁ; ଫଳରେ ବର୍ଷାଦିନେ ଓଦା ଲୁଗା ଶୀଘ୍ର ଶୁଖେ ନାହିଁ ।

(ଗ)

  • ଗରମ ତରକାରୀ ଗିନାରେ ଥିଲେ ସେଥୁ ବାହାରୁଥିବା ବାମ୍ଫ ବା ଜଳୀୟବାଷ୍ପ ଶୀଘ୍ର ବାହାରିପାରେ ନାହିଁ ।
  • ପ୍ଲେଟ୍‌ରେ ତରକାରୀ ରଖିଲେ ବାୟୁ ଚଳାଚଳ ଯୋଗୁଁ ବାଷ୍ପୀଭବନ ଶୀଘ୍ର ହୋଇ ତରକାରୀ ଥଣ୍ଡା ହୁଏ । ତେଣୁ ଗରମ ତରକାରୀକୁ ପ୍ଲେଟ୍‌ରେ ଖାଇବା ସୁବିଧା ହୁଏ ।

BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ

Question 4.
ବାମ ପାର୍ଶ୍ଵର ସାମଞ୍ଜସ୍ୟକୁ ଦେଖୁ ଦକ୍ଷିଣ ପାର୍ଶ୍ଵର ଶୂନ୍ୟସ୍ଥାନ ପୂରଣ କର ।
(କ) ଲୁଗା ଶୁଖି : ବାଷ୍ପୀଭବନ :: ଜଳୀୟବାଷ୍ପ ଜଳ ହେବା : …………………….
(ଖ) ବରଫ : କଠିନ : : ବାମ୍ଫ : …………………….
(ଗ) ଘଡ଼ଘଡ଼ି : ଶବ୍ଦ : : ବିଜୁଳି : …………………….
ଉ –
(କ) ଘନୀକରଣ
(ଖ) ଗ୍ୟାସୀୟ
(ଗ) ସ୍ପାର୍କ୍

Question 5.
‘କ’ ଧାଡ଼ି ଶବ୍ଦକୁ ‘ଖ’ ଧାଡ଼ିର ଶବ୍ଦ ସହ ମିଳାଇ ଅର୍ଥସୂଚକ ବାକ୍ୟ ଗଠନ କର ।
‘କ’ ଧାଡ଼ି – ବାଷ୍ପୀଭବନ, ଘନୀକରଣ, ବାଷ୍ପୀମୋଚନ, ଜଳଚକ୍ର
‘ଖ’ ଧାଡ଼ି – ଗଛ, ବରଫ, ବାମ୍ଫ, ସମୁଦ୍ର ଜଳ, କରକା
ଉ –
ବାଷ୍ପୀଭବନ – ବାମ୍ଫ
ଘନୀକରଣ – କରକା
ବାଷ୍ପୀମୋଚନ – ଗଛ
ଜଳଚକ୍ର – ସମୁଦ୍ର ଜଳ

  • ବାଷ୍ପୀଭବନ ପ୍ରକ୍ରିୟାରେ ଜଳରୁ ବାମ୍ଫ ଆପେ ଆପେ ବାହାରି ବାୟୁମଣ୍ଡଳରେ ମିଶିଥାଏ ।
  • ଘନୀକରଣ ପ୍ରକ୍ରିୟାରେ ଗ୍ୟାସୀୟ ପଦାର୍ଥ କରକା ନାମକ ତରଳ ପଦାର୍ଥରେ ପରିଣତ ହୁଏ ।
  • ବାଷ୍ପୀମୋଚନ ପ୍ରଣାଳୀରେ ଗଛ ବଳକା ଜଳକୁ ତ୍ୟାଗ କରେ ।
  • ଜଳଚକ୍ରଦ୍ବାରା ଅଧିକାଂଶ ଜଳ ସମୁଦ୍ର ଜଳରେ ମିଶିଯାଏ ।

Question 6.
ଚାରୋଟି ମହାସାଗର, ଏତେ ନଈ, ନାଳ, ପୋଖରୀ ଥାଉ ଥାଉ ସମସ୍ତେ କହୁଛନ୍ତି ଯେ ଜଙ୍ଗଲ କାଟିଦେବାରୁ ବର୍ଷା କମିଗଲାଣି । ଏପରି ଉକ୍ତିର କାରଣ ଦର୍ଶାଅ ।
ଉ –

  • ଜଙ୍ଗଲରେ ବୃକ୍ଷଲତା ପୂର୍ଣ୍ଣ ଥାଏ ।
  • ଉଦାହରଣସ୍ୱରୂପ, 50ଟି ପତ୍ରଥିବା ଗୋଟିଏ ଉଭିଦ ଦିନକୁ 2 ଲିଟର ଜଳ ଜଳୀୟବାଷ୍ପ ରୂପେ ବାୟୁମଣ୍ଡଳକୁ ଛାଡ଼ିଥାଏ ।
  • କିଲୋମିଟର କିଲୋମିଟର ବ୍ୟାପୀ ଘନ ଜଙ୍ଗଲର ବୃକ୍ଷଲତା ବାୟୁମଣ୍ଡଳକୁ ବହୁ ପରିମାଣରେ ଜଳୀୟବାଷ୍ପ ଛାଡ଼ନ୍ତି ।
  • ବୃକ୍ଷଲତା ଏତେ ପରିମାଣରେ ଜଳୀୟବାଷ୍ପ ଛାଡୁଥିବାରୁ ଜଙ୍ଗଲର ଉପରିଭାଗରେ ଥିବା ବାୟୁମଣ୍ଡଳ ଶୀତଳ ରହେ । ଯାହାଫଳରେ ମେଘ ଏହି ଶୀତଳ ବାୟୁମଣ୍ଡଳର ସଂସ୍ପର୍ଶରେ ଆସି ଥଣ୍ଡା ହୋଇ ବର୍ଷା କରାଏ । ତେଣୁ ଜଙ୍ଗଲ କାଟିଦେଲେ ବର୍ଷା କମିଯାଏ ।

BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ

ପ୍ରାକୃତିକ ଘଟଣାବଳୀ Notes :

ବର୍ଷା, ବନ୍ୟା, ମରୁଡ଼ି, ବାତ୍ୟା ଓ ଭୂମିକମ୍ପ ପରି ବହୁ ପ୍ରାକୃତିକ ଘଟଣାରୁ ରକ୍ଷା ପାଇବା ପାଇଁ ଲୋକମାନେ ତଥା ସରକାର ଅନେକ ଉପାୟ ଅବଲମ୍ବନ କରୁଛନ୍ତି । ତୁମମାନଙ୍କ ମଧ୍ୟରୁ ଅନେକ ୧୯୯୯ ମସିହା ମହାବାତ୍ୟା ବିଷୟରେ ଜାଣିଥ‌ିବ । ୨୦୧୩ ଫାଇଲିନ୍ ଓ ୨୦୧୪ ହୁଡା଼ହୁତ୍ ବାତ୍ୟା ବିଭିଷିକାକୁ ନିଜେ ସମ୍ମୁଖୀନ ହୋଇଥବ । ଅତି ଅପରିଚିତ ବର୍ଷା, ଘଡ଼ଘଡ଼ି ଓ ବିଜୁଳି ପ୍ରଭୃତି କେତେକ ପ୍ରାକୃତିକ ଘଟଣା ବିଷୟରେ ଏଠାରେ ଆଲୋଚନା ହୋଇଛି ।

ଲୋକମାନେ ବର୍ଷାରେ ରାସ୍ତାରେ ଯାଉଛନ୍ତି । ପିଲାଏ ବିଜୁଳି ମାରିବା ପରି ଜଣାପଡୁଛନ୍ତି । ଆମେ ସମସ୍ତେ ପ୍ରାୟ ଘଡ଼ଘଡ଼ି ଓ ବିଜୁଳିକୁ ଡରୁ । ବର୍ଷା ଘଡ଼ଘଡ଼ି ଓ ବିଜୁଳି କାହିଁକି ମାରେ ଏ ବିଷୟରେ ଆମେ ଜାଣି ପାରିବା । ଦେଖ୍ ଚମକୁଛନ୍ତି ଓ ଘଡ଼ଘଡ଼ି ଶବ୍ଦରେ ଡରିଗଲା କିପରି ହୁଏ । ବର୍ଷାବେଳେ ବା ବର୍ଷା ପୂର୍ବରୁ ଘଡ଼ଘଡ଼ି ଓ ବିଜୁଳି କାହିଁକି ମାରେ ଏ ବିଷୟରେ ଆମେ ଜାଣି ପାରିବା ।
BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ - 1

→ ବାଷ୍ପୀଭବନ :

  • ଆପେ ଆପେ ଜଳ ବାଷ୍ପ ହୋଇ ବାୟୁମଣ୍ଡଳରେ ମିଶିବାକୁ ବାଷ୍ପୀଭବନ କହନ୍ତି । ବାହାରୁ ଥ‌ିବା ବାଷ୍ପ ଜଳୀୟବାଷ୍ପ ଅଟେ ।
  • ବାହ୍ୟପୃଷ୍ଠର କ୍ଷେତ୍ରଫଳ ଅଧିକ ହେଲେ, ତାପମାତ୍ରା ବଢ଼ିଲେ, ସୂର୍ଯ୍ୟକିରଣ ପଡ଼ିଲେ, ବାୟୁ ଚଳାଚଳ ହେଲେ ବାଷ୍ପୀଭବନ ଅଧିକ ବେଗରେ ହୁଏ ।

ତୁମପାଇଁ କାମ : ୧

ତୁମ ସାଙ୍ଗମାନଙ୍କ ପାଖରୁ କିଛି ରୁମାଲ ସଂଗ୍ରହ କର । ସେଗୁଡ଼ିକୁ ପାଣିରେ ବୁଡ଼ାଇ ଓଦା କର । ଗୋଟିଏ ଓଦା ରୁମାଲକୁ ଜାକିଜୁକି ରଖ । ଅନ୍ୟଟିକୁ ସୂତା ବା ତାର ବାନ୍ଧି ଝୁଲାଇ ଦିଅ । ଗୋଟିଏ ରୁମାଲକୁ ଘର ଭିତରେ ଓ ଅନ୍ୟଟିକୁ ଘର ବାହାରେ ଟାଙ୍ଗ । ଗୋଟିଏ ରୁମାଲକୁ ଫ୍ୟାନତଳେ ପବନ ହେଉଥ‌ିବା ସ୍ଥାନରେ ଝୁଲାଇ ରଖ । କ’ଣ ସବୁ ଦେଖୁଲ, ସାଙ୍ଗମାନଙ୍କ ସହିତ ଓ ଶିକ୍ଷକଙ୍କ ସହିତ ଆଲୋଚନା କର ।

  • ଆପେ ଆପେ ବାଷ୍ପ ହୋଇ ଜଳ ବାୟୁମଣ୍ଡଳରେ ମିଶିବାକୁ ବାଷ୍ପୀଭବନ କହନ୍ତି । ବାହାରୁଥିବା ବାଷ୍ପ ଜଳୀୟ ବାଷ୍ପ କୁହାଯାଏ ।
  • ବାଷ୍ପୀଭବନ ପ୍ରକ୍ରିୟାରେ ନଦୀ, ନାଳ, ପୋଖରୀ, ହ୍ରଦ ଓ ସମୁଦ୍ର ପାଣି ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ଯାଏ ।

ଓଦା ବିସ୍ତୁର ବାହ୍ୟପୃଷ୍ଠର କ୍ଷେତ୍ରଫଳ ଅଧ‌ିକ ହେଲେ, ତାପମାତ୍ରା ବଢ଼ିଲେ, ସୂର୍ଯ୍ୟକିରଣ ପଡ଼ିଲେ, ବାୟୁ ଚଳାଚଳ ହେଲେ ବାଷ୍ପୀଭବନ ଅଧିକ ବେଗରେ ହୁଏ । ଏହି ପ୍ରକ୍ରିୟାରେ ନଦୀ, ନାଳ, ପୋଖରୀ, ହ୍ରଦ ଓ ସମୁଦ୍ର ପାଣି ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ଯାଏ । ଏହି ବାଷ୍ପୀଭବନ ପ୍ରକ୍ରିୟା ଜଳାଧାରର ପୃଷ୍ଠଭାଗରେ ସଂଗଠିତ ହୋଇଥାଏ ।

BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ

→ ବାଷ୍ପୀକରଣ :

  • ଯେଉଁ ପ୍ରକ୍ରିୟାରେ ଜଳକୁ ଉତ୍ତପ୍ତ କରି ବାମ୍ଫ ବା ଜଳୀୟବାଷ୍ପ ସୃଷ୍ଟି କରାଯାଏ, ତାହାକୁ ବାଷ୍ପୀକରଣ କୁହାଯାଏ ।
  • ରୋଷେଇବେଳେ, କଳକାରଖାନାରୁ ଓ ଶିଳ୍ପ ଅଞ୍ଚଳରୁ ଜଳ ବାଷ୍ପୀକରଣ ପ୍ରକ୍ରିୟାରେ ବାଷ୍ପ ହୋଇ ବାୟୁମଣ୍ଡଳରେ ମିଶେ ।

ତୁମପାଇଁ କାମ : ୨

ଗୋଟିଏ କାଚ ବିକର ବା ଫ୍ଲସ୍କ ନିଅ ।
ସେଥରେ କିଛି ପାଣି ପୂରାଅ ଓ କିଛି ଲୁଣ ପକାଅ । ଗୋଟିଏ ଷ୍ଟାଣ୍ଡ୍ ବା ଚିମୁଟାରେ ତାକୁ ଝୁଲାଇ ରଖ । ତଳୁ ସ୍ପିରିଟ୍ ଲ୍ୟାମ୍ପ୍ ଦ୍ବାରା ଗରମ କର । କଣ ଦେଖୁଛ ? କିଛି ସମୟପରେ ପାଣି ଫୁଟି ବାମ୍ଫ ହେଉଛି ଏହି ବାମ୍ଫଗୁଡ଼ିକ ବାୟୁମଣ୍ଡଳକୁ ଚାଲିଯାଉଛି ଓ ଲୁଣ ତଳେ ରହିଯାଉଛି ।
BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ - 2
ତାହାକୁ ବାଷ୍ଟୀକରଣ କୁହାଯାଏ । ରୋଷେଇ ବେଳେ, କଳକାରଖାନାରୁ ଓ ଶଳ୍ପ ଅଞ୍ଚଳରୁ ଜଳ ଏହି ପ୍ରକ୍ରିୟାରେ ବାଷ୍ପ ହୋଇ ବାୟୁମଣ୍ଡଳରେ ମିଶେ ।
କରି ପ୍ରଥମେ ଉତ୍ତପ୍ତ ହୋଇ ଉର୍ଦ୍ଧ୍ୱଗାମୀ ହୁଅନ୍ତି ।

→ ବାଷ୍ପୀମୋଚନ :

  • ବୃକ୍ଷ ତା’ର ମୂଳ ସାହାଯ୍ୟରେ ମାଟିରୁ ଜଳ ନିଏ । ଖାଦ୍ୟ ତିଆରି ଓ ଅନ୍ୟାନ୍ୟ କାର୍ଯ୍ୟପାଇଁ ବୃକ୍ଷ କିଛି ଜଳ ବିନିଯୋଗ କରେ । ବଳକା ଜଳକୁ ଉଵେଦନ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ଛାଡ଼େ ।
  • ଯେଉଁ ପ୍ରକ୍ରିୟାରେ ବୃଷ ବଳକା ଜଳକୁ ତ୍ୟାଗକରେ, ତାହାକୁ ବାଷ୍ପୀମୋଚନ କହନ୍ତି; ଅର୍ଥାତ୍ ଉଭିଦ ସାହାଯ୍ୟରେ ଭୂନିମ୍ନସ୍ଥ ଜଳ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ଯାଏ ।

ତୁମ ପାଇଁ କାମ – ୩
BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ - 3
ତୁମ ବିଦ୍ୟାଳୟର ବଗିଚାରୁ ଫୁଲକୁଣ୍ଡଟିଏ ଆଣ । ସେଥ‌ିରେ କିଛି ପାଣି ଦିଅ । କୁଣ୍ଡ ଉପରେ ଗଛ ଚାରି ପାଖରେ ଭଲ କାଗଜଟିଏ ଘୋଡ଼ାଇଦିଅ । ଯଦି ତୁମ ବିଦ୍ୟାଳୟରେ ବେଲଜାର୍ ଥାଏ, ଫୁଲ ଗଛ ଉପରେ ଘୋଡ଼ାଅ । ନତୁବା ଯେ କୌଣସି ଉଚ୍ଚ କାଚ ପାତ୍ର ଘୋଡ଼େଇ ଖରାରେ ରଖ । ୨/୩ ଘଣ୍ଟାପରେ ଦେଖ । କ’ଣ ଦେଖୁଛ ? ଜଳ ପାତ୍ରରେ ଜଳ ଆସିଲା କେଉଁଠୁ ? ଯେଉଁ ପ୍ରକ୍ରିୟାରେ ବୃକ୍ଷ ବଳକା ଜଳକୁ ତ୍ୟାଗ କରେ, ତାହାକୁ ଉଚ୍ଛେଦନ କହନ୍ତି । ଏହିପରି ଉଭିଦ ସାହାଯ୍ୟରେ ଭୂନିମ୍ନସ୍ଥ ଜଳ ଜଳୀୟବାଷ୍ପ ଆକାରରେ ବାୟୁମଣ୍ତଳକୁ ଯାଏ ।

BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ

→ ଘନୀକରଣ :

ତୁମ ପାଇଁ କାମ – ୪
BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ - 4

  • ଗୋଟିଏ ବଡ଼ ପାତ୍ରରେ କିଛି ପାଣି ନିଅ । ଅନ୍ୟ ଏକ ଛୋଟ ପାତ୍ରରେ କିଛି ତୁଳା ନେଇ ଛୋଟ ପାତ୍ରଟିକୁ ବଡ଼ ପାତ୍ରର ପାଣି ଭିତରେ ଅଧା ବୁଡ଼ାଇ ରଖ । ବଡ଼ ପାତ୍ରର ମୁହଁକୁ ଜରିରେ ବାନ୍ଧି ତା ଉପରେ ଛୋଟ ଗୋଡ଼ିଟିଏ ରଖ । କିଛି ସମୟ ପରେ ବଡ଼ ପାତ୍ରର ମୁହଁ ଖୋଲି ସାନ ପାତ୍ରରେ ଥିବା ତୁଳାରେ ହାତ ମାର । ଏହା ଓଦା ହେଲା କିପରି ?
  • ବଡ଼ ପାତ୍ରର ଜଳ ବାଷ୍ପୀଭବନ ପ୍ରଣାଳୀରେ ଉପରକୁ ଯାଇ ପାତ୍ର ମୁହଁରେ ବନ୍ଧା ହୋଇଥବା ଜରିରେ ବାଜିଲା ଏବଂ ଜଳ ବିନ୍ଦୁରେ ପରିଣତ ହୋଇ ସାନପାତ୍ରର ତୁଳା ଉପରେ ପଡ଼ିବାରୁ ତାହା ଓଦା ହେଲା ।
  • ଗ୍ୟାସୀୟ ପଦାର୍ଥକୁ ଥଣ୍ଡାକଲେ ତାହା ତରଳ ପଦାର୍ଥରେ ପରିଣତ ହୁଏ ।
  • ଯେଉଁ ପ୍ରଣାଳୀରେ ଗ୍ୟାସୀୟ ପଦାର୍ଥ ତରଳ ପଦାର୍ଥରେ ପରିଣତ ହୁଏ, ତାହାକୁ ଘନୀକରଣ କହନ୍ତି ।
  • ଜଳୀୟବାଷ୍ପ ଥଣ୍ଡାହୋଇ ଜଳରେ ପରିଣତ ହୁଏ । ଘନୀକରଣ, ବାଷ୍ପୀକରଣର ବିପରୀତ ପ୍ରକିୟା ।
    • ଜଳୀୟବାଷ୍ପ ଥଣ୍ଡାହୋଇ ମେଘ ସୃଷ୍ଟି କରେ ।
    • ଶୀତଦିନେ ଘାସରେ କାକର ପଡ଼େ ।

ବାଷ୍ପୀକରଣ ଓ ଘନୀକରଣ ପ୍ରକ୍ରିୟା ଫଳରେ ବର୍ଷା ଓ ଜଳଚକ୍ରର ସୃଷ୍ଟି ହୁଏ ।

→ ଜଳର ବିଭିନ୍ନ ଅବସ୍ଥା :
BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ - 5

  • ଜଳ ତିନୋଟି ଅବସ୍ଥାରେ ମିଳେ; ଯଥା – କଠିନ, ତରଳ ଓ ଗ୍ୟାସୀୟ ।
  • ବରଫ ଜଳର କଠିନ ଅବସ୍ଥା, ଜଳ ନିଜେ ତା’ର ତରଳ ଅବସ୍ଥା ଓ ଜଳୀୟବାଷ୍ପ (ବାମ୍ଫ) ଜଳର ଗ୍ୟାସୀୟ ଅବସ୍ଥା ।

→ ଜଳଚକ୍ର :

  • ବାଷ୍ପୀଭବନ ପ୍ରଣାଳୀରେ ନଦୀ, ନାଳ, ହ୍ରଦ, ସମୁଦ୍ର ପ୍ରଭୃତିର ଜଳ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳରେ ମିଶେ ।
  • ରୋଷେଇ, କଳ କାରଖାନାର ଜଳ ବାଷ୍ପୀକରଣ ପ୍ରଣାଳୀରେ ଜଳୀୟବାଷ୍ପ ବା ବାମ୍ଫ ଆକାରରେ ବାୟୁମଣ୍ଡଳକୁ ଯାଏ ।
  • ଖାଦ୍ୟ ତିଆରି ଓ ବୃଦ୍ଧିପାଇଁ ଉଭିଦଟିଏ ଜଳ ଆବଶ୍ୟକ କରେ ଏବଂ ବଳକା ଜଳ କୁ ବାଷ୍ପୀଭବନ ବା ଉମ୍ବେଦନ ପ୍ରଣାଳୀରେ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳ କୁ ଛାଡ଼େ ।
  • ବାୟୁମଣ୍ଡଳର ଅତି ଉଚ୍ଚରେ ଏତେ ଥଣ୍ଡା ଅନୁଭୂତ ହୁଏ ଯେ ସେଠାରେ ଥବା ଜଳୀୟବାଷ୍ପ ଜଳବିନ୍ଦିରେ ପରିଣତ ହୋଇ ମେଘ ସଷ୍ଟକରେ । ମେଘ ଅଧ୍କ ଥଣ୍ଡା ହୋଇ ଜଳ ହୁଏ । ବର୍ଷା ଆକାରରେ ସେହି ଜଳ ଭୂପୃଷ୍ଠକୁ ଆସେ ।
  • ଭୂପୃଷ୍ଠର ଜଳ ଜଳୀୟବାଷ୍ପ ଆକାରରେ ଉପରକୁ ଯାଇ ପୁଣି ଜଳୀୟବାଷ୍ପଗୁଡ଼ିକ ଥଣ୍ଡାହୋଇ ଜଳ ଆକାରରେ ଭୂପୃଷ୍ଠକୁ ଫେରିବାକୁ ଜଳର ଚକ୍ରାକାର ଗତି ବା ଜଳଚକ୍ର କହନ୍ତି ।
    BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ - 6

ବର୍ଷା :

  • ଭୂପୃଷ୍ଠ ଓ ଭୂନିମ୍ନସ୍ଥ ଜଳ ବିଭିନ୍ନ ପ୍ରଣାଳୀରେ ଜଳୀୟବାଷ୍ପ ଆକାରରେ ଉପରକୁ ଯାଏ ଓ ବାୟୁମଣ୍ଡଳର ଥଣ୍ଡା ସ୍ତରର ସଂସ୍ପର୍ଶରେ ଜଳବିନ୍ଦୁରେ ପରିଣତ ହୁଏ । ଏହି ଜଳ ବିନ୍ଦୁଗୁଡ଼ିକ ବାୟୁମଣ୍ଡଳର ଥଣ୍ଡା ସ୍ତରରେ ଏକତ୍ର ହୋଇ ମେଘ ସୃଷ୍ଟି କରିଥା’ନ୍ତି ।
  • ଜଳବିନ୍ଦୁଗୁଡ଼ିକ ଏକତ୍ର ହେଲେ ତା’ର ଆକାର ବଢ଼ିଯାଏ ଓ ଓଜନିଆ ହୋଇ ତଳକୁ ଖସେ । ଏହାକୁ ବର୍ଷା କହନ୍ତି ।
  • ବେଳେବେଳେ ଅତି ଥଣ୍ଡାରେ ଜଳବିନ୍ଦୁଗୁଡ଼ିକ ବରଫ ପାଲଟିଯାଏ ସେଥ୍ପାଇଁ କରକାପାତ ବା ବରଫବର୍ଷା ହୁଏ ।

→ ବିଜୁଳି ଓ ଘଡ଼ଘଡ଼ି :

ତୁମ ପାଇଁ କାମ – ୫

  • ଚାରୋଟି ସେଲ୍‌ଥ ଗୋଟିଏ ବ୍ୟାଟେରୀ ଯୋଗାଡ଼ କର । ବ୍ୟାଟେରୀର ଯୁକ୍ତମେରୁ ଯେଉଁଥରେ (+) ଚିହ୍ନ ଥାଏ, ସେଥୁରେ ଖଣ୍ଡେ ବିଦ୍ୟୁତ୍ ତାରର ଗୋଟିଏ ମୁଣ୍ଡର ଅପରିବାହୀ ଅଂଶକୁ ଛଡ଼ାଇ ଯୋଡ଼ । ସେହିପରି ଅନ୍ୟ ଖଣ୍ଡେ ବିଦ୍ୟୁତ୍ ତାର ନେଇ ବ୍ୟାଟେରୀର ବିଯୁକ୍ତମେରୁ ଯେଉଁଥ‌ିରେ (-) ଚିହ୍ନ ଥାଏ ସେଠାରେ ଯୋଡ଼ । ବିଦ୍ୟୁତ୍ ତାରର ଅନ୍ୟ ମୁଣ୍ଡ ଦୁଇଟିକୁ ଖୁବ୍ ପାଖାପାଖୁ ଧର । କ’ଣ ହେଉଛି ଲକ୍ଷ୍ୟ କର । ଅଗ୍ନିକଣା ବା ସ୍ପାର୍କ ଦେଖୁବ ଓ ଚଡ଼ଚିଡ଼ ଶବ୍ଦ ମଧ୍ୟ ଶୁଣିପାରିବ ।
  • ରାସ୍ତାର ବିଜୁଳି ଖୁଣ୍ଟରେ ବା ଘର ମିଟର ବାକ୍ସ ପାଖରେ କେତେବେଳେ କେମିତି ଯଦି ନଗ୍ନ ବିଜୁଳି ତାର ପାଖାପାଖୁ ଏକତ୍ର ହୋଇଯାଆନ୍ତି, ତେବେ ସେଠାରେ ସ୍ପାର୍କ ଦେଖୁବ ଓ ଚଡ଼ଚଡ଼ ଶବ୍ଦ ମଧ୍ୟ ଶୁଣିପାରିବ ।
    • ବାୟୁମଣ୍ଡଳରେ ଥ‌ିବା ମେଘର ଜଳବିନ୍ଦୁଗୁଡ଼ିକ ଦୁଇପ୍ରକାର ଚାର୍ଜଯୁକ୍ତ ହୋଇଥାଆନ୍ତି । କେତେକ ମେଘ ଯୁକ୍ତ ଚାର୍ଜ (+)ର ଜଳକଣା ଓ ଅନ୍ୟ କେତେକ ମେଘରେ ବିଯୁକ୍ତାତ୍ମକ (-)ର ଜଳକଣା ଥାଏ ।
    • ଝଡ଼ ସମୟରେ ଯେତେବେଳେ ଅଧ‌ିକ ବେଗରେ ପବନ ବହୁଥାଏ ସେତେବେଳେ ବିଷମ ଚାର୍ଜ ବିଶିଷ୍ଟ ମେଘ ମେଘ ସହିତ ପ୍ରଚଣ୍ଡ ବେଗରେ ଗତିକରି ନିଜ ନିଜର ନିକଟବର୍ତ୍ତୀ ହୁଅନ୍ତି । ବିଷମ ଚାର୍ଜର ଆକର୍ଷଣ ବଳରେ ସେମାନଙ୍କ ଭିତରେ ଥ‌ିବା ବାୟୁ ଉତ୍ତପ୍ତ ହୋଇ ସ୍ପାର୍କ ସୃଷ୍ଟିକରେ ଓ ଶବ୍ଦ ମଧ୍ୟ ବାହାରେ ।
    • ମେଘ ବାଡେଇ ହେଲେ ବା ବିଦ୍ୟୁତ୍ ଚାର୍ଜ ଭୂମି ଆଡ଼କୁ ଗତିକଲେ ବାୟୁ ସ୍ତରରେ ଅତ୍ୟଧ୍ଵ ଚାପରେ ସ୍ପାର୍କ ଓ ଶବ୍ଦ ସୃଷ୍ଟି ହୁଏ ।
    • ମେଘରେ ସୃଷ୍ଟି ହେଉଥ‌ିବା ସ୍ପାର୍କକୁ ବିଜୁଳି ଓ ଶବ୍ଦକୁ ଘଡ଼ଘଡ଼ି କୁହାଯାଏ । ଆଲୋକର ବେଗ, ଶବ୍ଦର ବେଗଠାରୁ ଅଧ୍ଵ ।

BSE Odisha 6th Class Science Important Questions Chapter 16 ଜଳ

Odisha State Board BSE Odisha 6th Class Science Important Questions Chapter 16 ଜଳ Important Questions and Answers.

BSE Odisha Class 6 Science Important Questions Chapter 16 ଜଳ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ଜଳ ସମ୍ପଦର ସୁରକ୍ଷା କରିବା କାହିଁକି ?
ଉ –

  • ପ୍ରାଣୀ ଓ ଉଭିଦ ବଞ୍ଚିରହିବା ପାଇଁ ଜଳ ମୁଖ୍ୟତଃ ଆବଶ୍ୟକ ।
  • ଜଳ ଦୂଷିତ ହେଲେ ଜୀବଜଗତ ଆଉ ବଞ୍ଚୁହିପାରିବ ନାହିଁ, ଏଣୁ ଜଳ ସମ୍ପଦର ସୁରକ୍ଷା ଆବଶ୍ୟକ ।

Question 2.
ମନୁଷ୍ୟ ଶରୀରରେ ଜଳ କି କି କାର୍ଯ୍ୟ କରେ?
ଉ –
ଜଳ ଆମ ଶରୀରରେ ରକ୍ତକୁ ତରଳ ରଖେ । ପ୍ରତ୍ୟେକ ଜୀବକୋଷରେ ଅଧାରୁ ଅଧ‌ିକ ଜଳ ରହିବାଯୋଗୁଁ ସେଗୁଡ଼ିକ କାର୍ଯ୍ୟକ୍ଷମ ରହନ୍ତି |

Question 3.
ଜଳର ଅପବ୍ୟୟ କମାଇବା ପାଇଁ ଦୁଇଟି ଉପାୟ ଲେଖ ।
ଉ –

  • ବ୍ୟବହାର ପରେ ପାଣିକଳକୁ ବନ୍ଦ କରିବା ଆବଶ୍ୟକ ।
  • ପାଣିକଳକୁ ଖୋଲାରଖ୍ ଦାନ୍ତ, ମୁହଁ ଓ ଲୁଗାପଟା ଆଦି ସଫା କରିବା ଅନୁଚିତ । କଳରୁ ବାଲ୍ଟିରେ ପାଣି ସଂଗ୍ରହ କରି ସେସବୁ କାର୍ଯ୍ୟ କରିବା ଆବଶ୍ୟକ ।

ଦୀର୍ଘ ପ୍ରଶ୍ନୋତ୍ତର

Question 1.
ଉଭିଦ କେଉଁ କେଉଁ କାର୍ଯ୍ୟପାଇଁ ଜଳ ଆବଶ୍ୟକ କରେ ?
ଉ –

  • ଖାଦ୍ୟ ପ୍ରସ୍ତୁତି ପାଇଁ ଉଭିଦ ଜଳ ଆବଶ୍ୟକ କରେ । ଅଙ୍ଗାରକାମ୍ଳ ଓ ଜଳର ସଂଯୋଗରେ ହିଁ ଶର୍କରା ସୃଷ୍ଟି ହୁଏ ।
  • ମାଟିରେ ଅଣୁଜୀବମାନେ ବଢ଼ିଥା’ନ୍ତି । ଯବକ୍ଷାରଜାନକୁ ମାଟିରେ ମିଶାଇବାପାଇଁ ସାହାଯ୍ୟ କରୁଥିବା ବୀଜାଣୁ ମଧ୍ୟ ଜଳ ଆବଶ୍ୟକ କରିଥା’ନ୍ତି ।
  • ଜଳ ଏକ ଦ୍ରାବକ ହୋଇଥିବାରୁ ମାଟିର ଲବଣକୁ ଏହା ଦ୍ରବୀଭୂତ କରିଥାଏ ।

Question 2.
ଜଳ ସଂରକ୍ଷଣ ପାଇଁ କେଉଁ କେଉଁ ବିଷୟପ୍ରତି ଧ୍ୟାନଦେବା ଆବଶ୍ୟକ ?
ଉ –

  • ଜଳକୁ ଅଯଥା ଅଧ‌ିକ ବ୍ୟବହାର କରିବା ଓ ନଷ୍ଟ କରିବା ନାହିଁ ।
  • ବ୍ୟବହାର ନ କରିବା ବେଳେ ପାଣି ଟ୍ୟାପ୍‌କୁ ସର୍ବଦା ବନ୍ଦ ରଖୁ ।
  • ଜଳ ଉତ୍ସଗୁଡ଼ିକର ପ୍ରଦୂଷଣ କରାଇବା ପାଇଁ ଯତ୍ନନେବା ।
  • ବର୍ଷାଜଳକୁ ଗ୍ରାମାଞ୍ଚଳରେ ଛୋଟ ଜଳଭଣ୍ଡାରରେ ସାଇତିରଖୁବା ।
  • ସହରାଞ୍ଚଳର ଛାତରେ ପଡ଼ୁଥିବା ବର୍ଷାଜଳ ଅମଳକରିବା; ଅର୍ଥାତ୍‌ ଏହାକୁ ବୋହିଯିବାକୁ ନଦେଇ ଗର୍ଭ ଖନନ କରି ସେଥୁରେ ସଂଗ୍ରହ କରିବା !

BSE Odisha 6th Class Science Important Questions Chapter 16 ଜଳ

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଆମ ରକ୍ତରେ …………….. ଏକ ମୁଖ୍ୟ ଉପାଦାନ ।
(ଖ) ଅନେକ ଅଦରକାରୀ ପଦାର୍ଥ ଜଳରେ ଦ୍ରବୀଭୂତ ହୋଇ ……………. ଓ …………………… ଆକାରରେ ଆମ ଶରୀରରୁ ବାହାରିଯାଏ ।
(ଗ) ଜଳ ଏକ ……………
(ଘ) ମାଟିର …………. କୁ ଜଳ ଦ୍ରବୀଭୂତ କରିଥାଏ ।
(ଙ) ଉଦ୍ଭଦ …………. ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାଏ ।
(ଚ) ମହାନଦୀର ବନ୍ୟାଜଳକୁ ରୋକିବା ପାଇଁ ………….. ଠାରେ ବନ୍ଧ କରାଯାଇଛି ।
ଉ –
(କ) ଜଳ
(ଖ) ମୂତ୍ର, ଝାଳ
(ଗ) ଦ୍ରାବକ
(ଘ) ଲବଣ
(ଙ) ଶର୍କରା
(ଚ) ହୀରାକୁଦ

Question 2.
(କ) ଜଳ ……………. ମିଶି ଶର୍କରା ସୃଷ୍ଟି ହୁଏ ।
(ଅମ୍ଳଜାନ, ଯବକ୍ଷାରଜାନ, ଅଙ୍ଗାରକାମ୍ଳ)
(ଖ) ………….. କ୍ରିୟାରେ ଜଳୀୟବାଷ୍ପ ତ୍ୟାଗ କରେ ।
(ଉଦ୍ବେଦନ, ବାଷ୍ପୀଭବନ, ଘନୀକରଣ)
(ଗ) ………….. ମାଟିର ଜଳ ଧରିରଖୁର କ୍ଷମତା ସବୁଠାରୁ ଅଧିକ ।
(ଚିକିଟା, ବାଲିଆ, ଦୋରସା)
(ଘ) …………..ମାଟିର ଜଳ ଧରିରଖୁବାର କ୍ଷମତା ସବୁଠାରୁ କମ୍ ।
(ଚିକିଟା, ବାଲିଆ, ଦୋରସା)
(ଙ) ………… ଗ୍ୟାସ୍‌କୁ ମାଟିରେ ମିଶାଇବାପାଇଁ ସାହାଯ୍ୟ କରୁଥିବା ବୀଜାଣୁ ମଧ୍ଯ ଜଳ ଆବଶ୍ୟକ କରନ୍ତି ।
(ଅମ୍ଳଜାନ, ଯବକ୍ଷାରଜାନ, ଅଙ୍ଗାରକାମ୍ଳ)
ଉ –
(କ) ଅଙ୍ଗାରକାମ୍ଳ
(ଖ) ଉସ୍ବେଦନ
(ଗ) ଚିକିଟା
(ଘ) ବାଲିଆ
(ଙ) ଯବକ୍ଷାରଜାନ

BSE Odisha 6th Class Science Important Questions Chapter 16 ଜଳ

Question 3.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ରକ୍ତର ମୂଖ୍ୟ ଉପାଦାନ ଖାଦ୍ୟ ।
(ଖ) ବାଲିଆ ମାଟିରେ ପରିବା ଚାଷ ଭଲ ହୁଏ ।
(ଗ) ଦୋରସା ମାଟିର ଜଳଧାରଣ କ୍ଷମତା ସବୁଠାରୁ ଅଧିକ ।
(ଘ) ଚିକିଟା ମାଟିର ଜଳଧାରଣ କ୍ଷମତା ସବୁଠାରୁ କମ୍ ।
(ଙ) ଗଛ ଜଳତ୍ୟାଗ କରିବାକୁ ଅପଚୟ କୁହାଯାଏ ।
ଉ –
(କ) ରକ୍ତର ମୁଖ୍ୟ ଉପାଦାନ ଜଳ ।
(ଖ) ଦୋରସା ମାଟିରେ ପରିବା ଚାଷ ଭଲ ହୁଏ ।
(ଗ) ଚିକିଟା ମାଟିର ଜଳଧାରଣ କ୍ଷମତା ସବୁଠାରୁ ଅଧିକ ।
(ଘ) ବାଲିଆ ମାଟିର ଜଳଧାରଣ କ୍ଷମତା ସବୁଠାରୁ କମ୍ ।
(ଙ) ଗଛ ଜଳତ୍ୟାଗ କରିବାକୁ ଉଦନ କୁହାଯାଏ ।

Question 4.
ଠିକ୍ ଉତ୍ତର ପାଖରେ ( ✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ (✗) ଚିହ୍ନ ଦିଅ ।
(କ) ବାଲିଆ ମାଟିର ଜଳ ଧରି ରଖୁବାର କ୍ଷମତା ସବୁଠାରୁ ବେଶି । (✗)
(ଖ) ଚିକିଟା ମାଟିର ଜଳ ଧରି ରଖୁବାର କ୍ଷମତା ସବୁଠାରୁ କମ୍ । (✗)
(ଗ) ନଦୀ, ପୋଖରୀ ଇତ୍ୟାଦି ଜଳର ଉତ୍ସ ଅଟେ । (✓)
(ଘ) ଜଳ ଏକ ଦ୍ରବଣ । (✗)
(ଙ) ଆମ ରକ୍ତରେ ଜଳ ଏକ ମୁଖ୍ୟ ଅଂଶ ଅଟେ । (✓)

BSE Odisha 6th Class Science Important Questions Chapter 16 ଜଳ

Question 5.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
BSE Odisha 6th Class Science Important Questions Chapter 16 ଜଳ - 1
ଉ –
BSE Odisha 6th Class Science Important Questions Chapter 16 ଜଳ - 2

BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ

Odisha State Board BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ Important Questions and Answers.

BSE Odisha Class 6 Science Important Questions Chapter 14 ପ୍ରାକୃତିକ ଘଟଣାବଳୀ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
କରକାପାତ କାହିଁକି ହୁଏ ?
ଉ –

  • ସମୟ ସମୟରେ ଅତି ଥଣ୍ଡାରେ ବାୟୁମଣ୍ଡଳରେ ଥିବା ଜଳବିନ୍ଦୁଗୁଡ଼ିକ ବରଫ ପାଲଟିଯାଏ ଓ ବର୍ଷାଜଳ ସହ ଭୂପୃଷ୍ଠରେ ପଡ଼େ ।
  • ବରଫ ସହ ବର୍ଷାହେବାକୁ କରିକାପାତ କୁହାଯାଏ ।

Question 2.
ଜଳ କେତୋଟି ଅବସ୍ଥାରେ ରହିପାରେ ? ତାହା କ’ଣ କ’ଣ ?
ଉ –

  • ଜଳ ତିନୋଟି ଅବସ୍ଥାରେ ରହିପାରେ ।
  • ବରଫ, ଜଳ ଓ ଜଳୀୟବାଷ୍ପ ଏହି ତିନି ଅବସ୍ଥାରେ ଜଳ ରହିଥାଏ ।

BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ

Question 3.
ବାଷ୍ପୀକରଣ କହିଲେ କ’ଣ ବୁଝ ଉଦାହରଣ ସହ ଲେଖ ।
ଉ –

  • ଯେଉଁ ପ୍ରକ୍ରିୟାରେ ଜଳକୁ ଉତ୍ତପ୍ତ କରି ବାମ୍ଫ ବା ଜଳୀୟବାଷ୍ପ ସୃଷ୍ଟି କରାଯାଏ, ତାହାକୁ ବାଷ୍ପୀକରଣ କୁହାଯାଏ ।
  • ରୋଷେଇବେଳେ, କଳକାରଖାନାରୁ ଓ ଶିଳ୍ପ ଅଞ୍ଚଳରୁ ଜଳ ବାଷ୍ପୀକରଣ ପ୍ରକ୍ରିୟାରେ ବାଷ୍ପହୋଇ ବାୟୁମଣ୍ଡଳରେ ମିଶେ ।

Question 4.
ଘନୀକରଣର ସଂଜ୍ଞା ଲେଖ ଓ ଏହାର ଦୁଇଟି ଉଦାହରଣ ଲେଖ ।
ଉ –

  • ଯେଉଁ ପ୍ରଣାଳୀରେ ଗ୍ୟାସୀୟ ପଦାର୍ଥ ତରଳ ପଦାର୍ଥରେ ପରିଣତ ହୁଏ, ତାହାକୁ ଘନୀକରଣ କହନ୍ତି ।
  • ଘନୀକରଣ ଫଳରେ ଜଳୀୟବାଷ୍ପ ଥଣ୍ଡାହୋଇ ମେଘ ସୃଷ୍ଟି କରେ ଏବଂ ଶୀତଦିନେ ଘାସରେ କାକର ପଡ଼େ ।

Question 5.
ବାଷ୍ପୀମୋଚନ କ’ଣ ?
ଉ –
ଯେଉଁ ପ୍ରକ୍ରିୟାରେ ଉଭିଦ ବଳକା ଜଳକୁ ବାୟୁମଣ୍ଡଳକୁ ବାଷ୍ପ ଆକାରରେ ତ୍ୟାଗ କରିଥାଏ, ତାହାକୁ ବାଷ୍ପୀମୋଚନ କ୍ରିୟା କୁହାଯାଏ ।

BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ

ଦୀର୍ଘ ପ୍ରଶ୍ନୋତ୍ତର

Question 1.
ବାଷ୍ପୀଭବନ କାହାକୁ କହନ୍ତି ଉଦାହରଣ ସହ ଲେଖ । ଏହା କେଉଁ କେଉଁ ପ୍ରଭାବରେ ଅଧିକ ବେଗରେ ହୁଏ ?
ଉ –

  • ବାଷ୍ପୀଭବନ ପ୍ରକ୍ରିୟାରେ ନଦୀ, ନାଳ, ପୋଖରୀ, ହ୍ରଦ ଓ ସମୁଦ୍ର ପାଣି ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ଯାଏ ।
  • ବାହ୍ୟପୃଷ୍ଠର କ୍ଷେତ୍ରଫଳ ଅଧିକ ହେଲେ, ତାପମାତ୍ରା ବଢ଼ିଲେ, ସୂର୍ଯ୍ୟକିରଣ ପଡ଼ିଲେ, ବାୟୁ ଚଳାଚଳ ହେଲେ ବାଷ୍ପୀଭବନ ଅଧିକ ବେଗରେ ହୁଏ ।

Question 2.
ବାଷ୍ପୀକରଣ କ’ଣ ? ଏହା କିପରି ହୁଏ ପରୀକ୍ଷା ସହ ବୁଝାଅ ।
ଉ –
ବାଷ୍ପୀକରଣ – ଯେଉଁ ପ୍ରକ୍ରିୟାରେ ଜଳକୁ ଉତ୍ତପ୍ତ କରି ବାମ୍ଫ ବା ଜଳୀୟବାଷ୍ପ ସୃଷ୍ଟି କରାଯାଏ, ତାହାକୁ ବାଷ୍ପୀକରଣ କୁହାଯାଏ ।

  • ଗୋଟିଏ ଫ୍ୟୁଜ୍ ଇଲେକ୍‌ଟ୍ରିକ୍ ବଲ୍‌ବର ପୋଡ଼ା ତାରକୁ ବାହାର କରି ଗୋଟିଏ ଫ୍ଲାସ୍କ ପ୍ରସ୍ତୁତ କରାଯାଉ ।
  • ଫ୍ଲାସ୍କରେ କିଛି ପାଣି ନିଆଯାଉ ଓ କିଛି ଲୁଣ ପକାଯାଉ । ଗୋଟିଏ ଷ୍ଟାଣ୍ଡ୍ ବା ଚିମୁଟାରେ ଫ୍ଲସ୍କକୁ ଝୁଲାଇ ରଖାଯାଉ ।
  • ଫ୍ଲାସ୍କର ତଳୁ ଏକ ସ୍ପିରିଟ୍ ଲ୍ୟାମ୍ପ୍ ବା ଡିବି ଦ୍ଵାରା ଉତ୍ତପ୍ତ କରାଯାଉ ।
  • କିଛି ସମୟପରେ ପାଣି ଫୁଟି ବାମ୍ଫ ହେବ ଏବଂ ଏହି ବାମ୍ଫଗୁଡ଼ିକ ବାଷ୍ପୀକରଣ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ଚାଲିଯାଉଛି ଓ ଲୁଣ ତଳେ ରହିଯାଉଛି ।

Question 3.
ବିଜୁଳି ଓ ଘଡ଼ଘଡ଼ି କିପରି ସୃଷ୍ଟି ହୁଏ ?
ଉ –

  • ବାୟୁମଣ୍ଡଳରେ ଥିବା ମେଘର ଜଳବିନ୍ଦୁଗୁଡ଼ିକ ଦୁଇପ୍ରକାର ଚାର୍ଜଯୁକ୍ତ ହୋଇଥାଆନ୍ତି । କେତେକ ମେଘ ଯୁକ୍ତ ଚାର୍ଜ (+)ର ଜଳକଣା ଓ ଅନ୍ୟ କେତେକ ମେଘରେ ବିଯୁକ୍ତାତ୍ମକ (-)ର ଜଳକଣା ଥାଏ ।
  • ଝଡ଼ ସମୟରେ ଯେତେବେଳେ ଅଧିକ ବେଗରେ ପବନ ବହୁଥାଏ, ସେତେବେଳେ ବିଷମ ଚାର୍ଜ ବିଶିଷ୍ଟ ମେଘ ` ପ୍ରଚଣ୍ଡ ବେଗରେ ଗତିକରି ନିଜ ନିଜର ନିକଟବର୍ତ୍ତୀ ହୁଅନ୍ତି ।
  • ବିଷମ ଚାର୍ଜର ଆକର୍ଷଣ ବଳରେ ସେମାନଙ୍କ ଭିତରେ ଥିବା ବାୟୁ ଉତ୍ତପ୍ତ ହୋଇଯାଏ । ସ୍କାର୍କ ସୃଷ୍ଟିକରେ ଶବ୍ଦ ମଧ୍ୟ ବାହାରେ ।
  • ମେଘ ସହିତ ମେଘ ବାଡ଼େଇହେଲେ ବା ବିଦ୍ୟୁତ୍ ଚାର୍ଜ ଭୂମି ଆଡ଼କୁ ଗତିକଲେ ବାୟୁ ସ୍ତରରେ ଅତ୍ୟ ଚାପରେ ସ୍ପାର୍କ ଓ ଶବ୍ଦ ସୃଷ୍ଟି ହୁଏ ।
  • ମେଘରେ ସୃଷ୍ଟି ହେଉଥ‌ିବା ସ୍ପାର୍କକୁ ବିଜୁଳି ଓ ଶବ୍ଦକୁ ଘଡ଼ଘଡ଼ି କୁହାଯାଏ ।

BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ

Question 4.
ଜଳଚକ୍ର କିପରି ହୁଏ ବୁଝାଅ ।
ଉ –

  • ବାଷ୍ପୀଭବନ ପ୍ରଣାଳୀରେ ନଦୀ, ନାଳ, ହ୍ରଦ, ସମୁଦ୍ର ପ୍ରଭୃତିର ଜଳ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳରେ ମିଶେ ।
  • ରୋଷେଇ, କଳକାରଖାନାର ଜଳ ବାଷ୍ପୀକରଣ ପ୍ରଣାଳୀରେ ଜଳୀୟବାଷ୍ପ ବା ବାମ୍ଫ ଆକାରରେ ବାୟୁମଣ୍ଡଳକୁ ଯାଏ ।
  • ଖାଦ୍ୟ ତିଆରି ଓ ବୃଦ୍ଧି ପାଇଁ ଉଦ୍ଭଦଟିଏ ଜଳ ଆବଶ୍ୟକ କରେ ଏବଂ ବଳକା ଜଳକୁ ବାଷ୍ପୀଭବନ ବା ଉସ୍ଵେଦନ ପ୍ରକ୍ରିୟାରେ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ଛାଡ଼େ ।
  • ବାୟୁମଣ୍ଡଳର ଅତି ଉଚ୍ଚରେ ଏତେ ଥଣ୍ଡା ଅନୁଭୂତ ହୁଏ ଯେ ସେଠାରେ ଥିବା ଜଳୀୟବାଷ୍ପ ଜଳବିନ୍ଦୁରେ ପରିଣତ ହୋଇ ମେଘ ସୃଷ୍ଟି କରେ ।
  • ମେଘ ଅଧିକ ଥଣ୍ଡା ହୋଇ ଜଳ ହୁଏ । ବର୍ଷା ଆକାରରେ ସେହି ଜଳ ଭୂପୃଷ୍ଠକୁ ଆସେ ।
  • ଭୂପୃଷ୍ଠର ଜଳ ଜଳୀୟବାଷ୍ପ ଆକାରରେ ଉପରକୁ ଯାଇ ପୁଣି ଜଳୀୟବାଷ୍ପଗୁଡ଼ିକ ଥଣ୍ଡା ହୋଇ ଜଳ ଆକାରରେ ଭୂପୃଷ୍ଠକୁ ଫେରିବାକୁ ଜଳର ଚକ୍ରାକାର ଗତି ବା ଜଳଚକ୍ର କହନ୍ତି ।

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(i) ଜଳକୁ ଉତ୍ତପ୍ତ କରି ବାଷ୍ପ କରିବାକୁ …………… କୁହାଯାଏ ।
(ii) ମେଘରେ ସୃଷ୍ଟି ହେଉଥ‌ିବା ସ୍କାକୁ ………….. କହନ୍ତି ।
(iii) ବୃକ୍ଷଲତା ଓ ଜଙ୍ଗଲ ………….. କରିବାରେ ସାହାଯ୍ୟ କରନ୍ତି ।
(iv) ବାଷ୍ପୀଭବନ ଓ ………….ପରସ୍ପର ବିପରୀତ ପ୍ରକ୍ରିୟା ।
(v) ଜଳୀୟବାଷ୍ପ ଥଣ୍ଡାହୋଇ ………………. ସୃଷ୍ଟି କରେ ।
(vi) ହାତରେ ଆଘାତ ଲାଗିଲେ ………….. ଘସାଯାଏ ।
ଉ –
(i) ବାଷ୍ପୀକରଣ
(ii) ବିଜୁଳି
(iii) ବର୍ଷା
(iv) ଘନୀକରଣ
(v) ମେଘ
(vi) ବରଫ

BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ

Question 2.
ପ୍ରତ୍ୟେକ ପ୍ରଶ୍ନତଳେ ଦିଆଯାଇଥିବା ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟିକୁ ବାଛି ଲେଖ ।

(i) କୁଆପଥର ଜଳର କେଉଁ ଅବସ୍ଥା ?
(କ) କଠିନ
(ଖ) ତରଳ
(ଗ) ଗ୍ୟାସୀୟ
(ଘ) ପ୍ଲାଙ୍କ୍ଷା
ଉ –
(କ) କଠିନ

(ii) ଭୂନିମ୍ନର ପାଣି କେଉଁ ପ୍ରଣାଳୀରେ ଜଳୀୟବାଷ୍ପ ହୁଏ ?
(କ) ବାଷ୍ପୀମୋଚନ
(ଖ) ବାଷ୍ପୀଭବନ
(ଗ) ଘନୀକରଣ
(ଘ) ବାଷ୍ପୀକରଣ
ଉ –
(କ) ବାଷ୍ପୀମୋଚନ

(iii) ଘରର ଛାତ ଉପରେ ଜମିଥିବା ପାଣି କେଉଁ ପ୍ରଣାଳୀରେ ଶୁଖୁଯାଏ ?
(କ) ବାଷ୍ପୀମୋଚନ
(ଖ) ବାଷ୍ପୀଭବନ
(ଗ) ଘନୀକରଣ
(ଘ) ଉସ୍ବେଦନ
ଉ –
(ଖ) ବାଷ୍ପୀଭବନ

(iv) ରୋଷେଇବେଳେ ଜଳ କେଉଁ ପ୍ରକ୍ରିୟାରେ ବାଷ୍ପହୋଇ ବାୟୁମଣ୍ଡଳରେ ମିଶେ ?
(କ) ବାଷ୍ପୀଭବନ
(ଖ) ବାଷ୍ପୀମୋଚନ
(ଗ) ଘନୀକରଣ
(ଘ) ବାଷ୍ପୀକରଣ
ଉ –
(ଘ) ବାଷ୍ପୀକରଣ

(v) କେଉଁ ପ୍ରକ୍ରିୟାରେ ବୃକ୍ଷ ବଳକା ଜଳକୁ ତ୍ୟାଗ କରେ ?
(କ) ବାଷ୍ପୀଭବନ
(ଖ) ବାଷ୍ପୀମୋଚନ
(ଗ) ବାଷ୍ପୀକରଣ
(ଘ) ଘନୀକରଣ
ଉ –
(ଖ) ବାଷ୍ପୀମୋଚନ

BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ

Question 3.
ବାମ ପାର୍ଶ୍ଵର ସାମଞ୍ଜସ୍ୟକୁ ଦେଖୁ ଦକ୍ଷିଣ ପାର୍ଶ୍ଵର ଶୂନ୍ୟସ୍ଥାନ ପୂରଣ କର ।
(i) ବର୍ଷାପରେ ରାସ୍ତା ଶୁଖୁ : ବାଷ୍ପୀଭବନ :: ଭୂନିମ୍ନସ୍ଥ ଜଳ : …………………… ।
(ii) ଗ୍ୟାସୀୟ ପଦାର୍ଥ ତରଳ ହେବା : ଘନୀକରଣ :: ତରଳ ପଦାର୍ଥ ଗ୍ୟାସ୍ ହେବା : …………………… ।
(iii) ଜଳ ଆପେ ଆପେ ବାଷ୍ପ ହେବା : ବାଷ୍ପୀଭବନ :: ଜଳ ଉତ୍ତପ୍ତ ହୋଇ ବାଷ୍ପ ହେବା : …………………… ।
(iv) ଜଳୀୟବାଷ୍ପ : ଗ୍ୟାସୀୟ :: ଆଇସ୍‌କ୍ରିମ୍ : …………………… ।
ଉ –
(i) ବାଷ୍ପୀମୋଚନ
(ii) ବାଷ୍ପୀକରଣ
(iii) ବାଷ୍ପୀକରଣ
(iv) କଠିନ

Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ବାହ୍ୟପୃଷ୍ଠର କ୍ଷେତ୍ରଫଳ ଅଧିକ ହେଲେ ବାଷ୍ପୀଭବନ କମ୍ ହୁଏ ।
(ଖ) ତାପମାତ୍ରା ବଢିଲେ ବାଷ୍ପୀଭବନର ବେଗ କମେ ।
(ଗ) ଓଦାଲୁଗା ଘନୀକରଣ ପ୍ରକ୍ରିୟାରେ ଶୁଖେ ।
(ଘ) ସ୍ପାର୍କକୁ ଘଡ଼ଘଡ଼ି ଓ ଶବ୍ଦକୁ ବିଜୁଳି କୁହାଯାଏ ।
(ଙ) ଜଳ ଦୁଇଟି ଅବସ୍ଥାରେ ମିଳେ ।
ଉ –
(କ) ବାହ୍ୟପୃଷ୍ଠର କ୍ଷେତ୍ରଫଳ ଅଧ‌ିକ ହେଲେ ବାଷ୍ପୀଭବନ ଅଧିକ ହୁଏ ।
(ଖ) ତାପମାତ୍ରା ବଢ଼ିଲେ ବାଷ୍ପୀଭବନର ବେଗ ବଢ଼େ ।
(ଗ) ଓଦାଲୁଗା ବାଷ୍ପୀଭବନ ପ୍ରକ୍ରିୟାରେ ଶୁଖେ ।
(ଘ) ସ୍ପାର୍କକୁ ବିଜୁଳି ଓ ଶବ୍ଦକୁ ଘଡ଼ଘଡ଼ି କୁହାଯାଏ ।
(ଙ) ଜଳ ତିନୋଟି ଅବସ୍ଥାରେ ମିଳେ ।

BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ

Question 5.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ - 1
ଉ –
BSE Odisha 6th Class Science Important Questions Chapter 14 ପ୍ରାକୃତିକ ଘଟଣାବଳୀ - 2

BSE Odisha 6th Class Science Important Questions Chapter 15 ଆଲୋକ

Odisha State Board BSE Odisha 6th Class Science Important Questions Chapter 15 ଆଲୋକ Important Questions and Answers.

BSE Odisha Class 6 Science Important Questions Chapter 15 ଆଲୋକ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ରନ୍ଧ୍ର କ୍ୟାମେରାରେ ବସ୍ତୁର କିପରି ପ୍ରତିବିମ୍ବ ସୃଷ୍ଟି ହୁଏ ? ଏହାର କାରଣ କ’ଣ ?
ଉ –

  • ରନ୍ଧ୍ର କ୍ୟାମେରାରେ ବସ୍ତୁର ସଳଖ ଓ ଓଲଟା ପ୍ରତିବିମ୍ବ ସୃଷ୍ଟି ହୁଏ ।
  • ଆଲୋକ ଏକ ସରଳରେଖାରେ ଗତିକରେ ବୋଲି ଏପରି ପ୍ରତିବିମ୍ବ ସୃଷ୍ଟିହୁଏ ।

Question 2.
ଅସ୍ବଚ୍ଛ ପଦାର୍ଥ କାହାକୁ କହନ୍ତି ? ଏହାର ଦୁଇଟି ଉଦାହରଣ ଦିଅ ।
ଉ –

  • ଯେଉଁ ପଦାର୍ଥ ମଧ୍ୟଦେଇ ଆଲୋକ ଆଦୌ ଯାଇପାରେ ନାହିଁ ସେଗୁଡ଼ିକୁ ଅସ୍ବଚ୍ଛ ପଦାର୍ଥ କୁହାଯାଏ ।
  • କାଗଜ, କାର୍ଡ଼ବୋର୍ଡ଼, ଖପରା ଆଦି ଅସ୍ବଚ୍ଛ ପଦାର୍ଥ ।

BSE Odisha 6th Class Science Important Questions Chapter 15 ଆଲୋକ

Question 3.
ପ୍ରତିଫଳନ ପୃଷ୍ଠ କ’ଣ ? ୨ଟି ଉଦାହରଣ ଦିଅ ।
ଉ –

  • ଯେଉଁ ପୃଷ୍ଠରେ ଆଲୋକ ପଡ଼ିଲେ ଆଲୋକର ପ୍ରତିଫଳନ ହୋଇଥାଏ, ତାହାକୁ ପ୍ରତିଫଳନ ପୃଷ୍ଠା କୁହାଯାଏ ।
  • ଯଥା :- କାଚ ଓ ପାଣି ।

Question 3.
ଆଲୋକ ଗୁଚ୍ଛ କ’ଣ?
ଉ –

  • ଆଲୋକ ଉତ୍ସରୁ ଆଲୋକ ସବୁଦିଗକୁ ସରଳରେଖାରେ ଗତିକରେ । ଏହାକୁ ଆଲୋକ ରଶ୍ମି କହନ୍ତି ।
  • ରଶ୍ମିମାନଙ୍କର ସମାହାରକୁ ଆଲୋକ ଗୁଚ୍ଛ କହନ୍ତି । ଟର୍ଚ୍ଚ ଓ ଗାଡ଼ିରୁ ଆଲୋକ ଗୁଚ୍ଛ ଆସେ ।

Question 4.
ଛାୟା କାହାକୁ କହନ୍ତି ? ଛାୟାର ଆକାର କାହା କାହା ଉପରେ ନିର୍ଭର କରେ ?
ଉ –

  • ଆଲୋକ ଆଗରେ କୌଣସି ଅସ୍ଵଚ୍ଛ ବସ୍ତୁ ରଖିଲେ ବସ୍ତୁର ପଛପଟେ ଅନ୍ଧକାର ସୃଷ୍ଟି ହୁଏ । ଏହାକୁ ବସ୍ତୁର ଛାୟା କହନ୍ତି । ଏହି ଛାୟା ଭୂମିରେ ବା ଗୋଟିଏ ପରଦା ଉପରେ ପଡ଼ିଥାଏ ।
  • ଛାୟାର ଆକାର ଆଲୋକ, ଅସ୍ବଚ୍ଛ ବସ୍ତୁ ଓ ପରଦାର ଅବସ୍ଥାନ ଉପରେ ନିର୍ଭର କରେ ।

ଦୀର୍ଘ ପ୍ରଶ୍ନୋତ୍ତର

Question 1.
ଆଲୋକ ଭେଦରେ ପଦାର୍ଥକୁ କେତେ ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ଉଦାହରଣ ସହ ଲେଖ ।
ଉ –
ଆଲୋକ ଭେଦରେ ପଦାର୍ଥମାନଙ୍କୁ ତିନିଭାଗରେ ବିଭକ୍ତ କରାଯାଇଛି; ଯଥା – ସ୍ବଚ୍ଛ ପଦାର୍ଥ, ଅସ୍ବଚ୍ଛ ପଦାର୍ଥ ଓ ଅଳ୍ପ ସ୍ବଚ୍ଛ ପଦାର୍ଥ ।
ସ୍ୱଚ୍ଛ ପଦାର୍ଥ :

  • ଯେଉଁ ପଦାର୍ଥ ମଧ୍ୟଦେଇ ଆଲୋକ ଯାଇପାରେ, ସେଗୁଡ଼ିକୁ ସ୍ବଚ୍ଛ ପଦାର୍ଥ କୁହାଯାଏ ।
  • କାଚ, ଚଷମା, ପାଣି ଆଦି ସ୍ବଚ୍ଛ ପଦାର୍ଥ ।

ଅସ୍ବଚ୍ଛ ପଦାର୍ଥ :

  • ଯେଉଁ ପଦାର୍ଥ ମଧ୍ୟଦେଇ ଆଲୋକ ଆଦୌ ଯାଇପାରେ ନାହିଁ, ତାହାକୁ ଅସ୍ବଚ୍ଛ ପଦାର୍ଥ କୁହାଯାଏ ।
  • ଖପରା, କାଗଜ, କାର୍ଡ଼ବୋର୍ଡ଼ ଆଦି ଅସ୍ବଚ୍ଛ ପଦାର୍ଥ ।

ଅଳ୍ପ ସ୍ବଚ୍ଛ ପଦାର୍ଥ:

  • ଯେଉଁ ପଦାର୍ଥ ମଧ୍ୟଦେଇ ଆଲୋକ ଅଳ୍ପ ଅଳ୍ପ ଆସେ, ତାହାକୁ ଅଳ୍ପ ସ୍ବଚ୍ଛ ପଦାର୍ଥ କୁହାଯାଏ ।
  • ପତଳା ପ୍ଲାଷ୍ଟିକ୍, ତେଲଲଗା କାଗଜ, ରଙ୍ଗିନ୍ କାଗଜ ଆଦି ଅଳ୍ପ ସ୍ଵଚ୍ଛ ପଦାର୍ଥ ।

BSE Odisha 6th Class Science Important Questions Chapter 15 ଆଲୋକ

Question 2.
ରନ୍ଧ୍ର କ୍ୟାମେରାର ଗଠନ ଲେଖ ।
ଉ –

  • ମୋଟା କାଗଜର ଦୁଇଟି ଲମ୍ବାକୃତି ଖୋଳ ନେବା ଯେପରି ଗୋଟିଏ ଖୋଳ ଅନ୍ୟ ଖୋଳ ଭିତରକୁ ଯାଇପାରୁଥବ ।
  • ପ୍ରତ୍ୟେକ ଖୋଳର ଗୋଟିଏ ଓସାର ପାଖ ଖୋଲାଥିବ । ବଡ଼ ଖୋଳର ବନ୍ଦ ପାଖରେ ଗୋଟିଏ ସୂକ୍ଷ୍ମଛିଦ୍ରଟିଏ କରିବା ।
  • ସାନ ଖୋଳର ବନ୍ଦ ପାଖରେ ବଡ଼ ରନ୍ଧ୍ରଟିଏ କରି ତେଲବୋଳା କାଗଜ ତା’ଉପରେ ମଡ଼ାଇବା ।
  • ବଡ଼ ଖୋଳର ଖୋଲା ମୁହଁ ବାଟେ ଛୋଟ ଖୋଳର ଖୋଲା ମୁହଁଟିକୁ ପ୍ରବେଶ କରାଇବା । ଏହା ଏକ ରନ୍ଧ୍ର କ୍ୟାମେରା ହେବ ।

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଆଲୋକ ………….. ବସ୍ତୁ ଦେଇ ଭଲ ଭାବରେ ଗତିପକରେ ।
(ଖ) …………… ବିଭିନ୍ନ ପଦାର୍ଥକୁ ଦେଖିବାରେ ସାହାଯ୍ୟ କରେ ।
(ଗ) ଆଲୋକ ରଶ୍ମି ……………… ରେଖାରେ ଗତିକରେ ।
(ଘ) ଆଲୋକ ଗତିପଥରେ ……………. ବସ୍ତୁ ରଖୁ ଛାୟା ସୃଷ୍ଟି ହୁଏ ନାହିଁ ।
(ଙ) ରନ୍ଧ୍ର କ୍ୟାମେରାରେ ବସ୍ତୁର …………………… ଓ ……………… ପ୍ରତିବିମ୍ବ ସୃଷ୍ଟି ହୁଏ ।
(ଚ) …………….. ଏକ ପ୍ରତିଫଳନ ପୃଷ୍ଠ ।
(ଛ) ଆଲୋକ ଗତିପଥରେ …………………… ବସ୍ତୁ ରଖୁଲେ ବସ୍ତୁ ଆକାରରେ ଛାୟା ସୃଷ୍ଟି ହୁଏ ।
ଉ –
(କ) ସ୍ଵଚ୍ଛ
(ଖ) ଆଲୋକ
(ଗ) ସରଳ
(ଘ) ସ୍ଵଚ୍ଛ
(ଙ) ସଳଖ, ଓଲଟା
(ଚ) ଦର୍ପଣ
(ଛ) ଅସ୍ବଚ୍ଛ ।

Question 2.
ପ୍ରତ୍ୟେକ ପ୍ରଶ୍ନପାଇଁ ଦିଆଯାଇଥିବା ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ନିମ୍ନଲିଖ ମଧ୍ୟରୁ କେଉଁଟି ସ୍ଵଚ୍ଛ ବସ୍ତୁ ?
(i) ଦର୍ପଣ
(ii) କାର୍ବନପେପର
(iii) ଟ୍ରେସିଂପେପର
(iv) ଜଳ
ଉ –
(iv) ଜଳ

BSE Odisha 6th Class Science Important Questions Chapter 15 ଆଲୋକ

(ଖ) ନିମ୍ନଲିଖ ମଧ୍ୟରୁ କେଉଁଟି ଏକ ଅସ୍ବଚ୍ଛ ବସ୍ତୁ ?
(i) ଜଳ
(ii) ଚଷମା
(iii) ଦର୍ପଣ
(iv) କାଚ
ଉ –
(iii) ଦର୍ପଣ

(ଗ) ନିମ୍ନଲିଖ ମଧ୍ୟରୁ କେଉଁଟି ଏକ ଅର୍ଦ୍ଧସ୍ବଚ୍ଛ ବସ୍ତୁ ?
(i) କାଚ
(ii) ଦର୍ପଣ
(iii) କାର୍ଡ଼ବୋର୍ଡ଼
(iv) ରଙ୍ଗିନ୍ କାଗଜ
ଉ –
(iv) ରଙ୍ଗିନ୍ କାଗଜ

(ଘ) ଛାୟାର ଆକାର କାହା ଉପରେ ନିର୍ଭର କରେ ନାହିଁ ?
(i) ପ୍ରତିଫଳନ ପୃଷ୍ଠ
(ii) ଆଲୋକ
(iii) ଅସ୍ବଚ୍ଛ ବସ୍ତୁ
(iv) ପରଦାର ଅବସ୍ଥାନ
ଉ –
(i) ପ୍ରତିଫଳନ ପୃଷ୍ଠ

(ଙ) ରନ୍ଧ୍ର କ୍ୟାମେରାରେ ବସ୍ତୁର କିପରି ପ୍ରତିବିମ୍ବ ସୃଷ୍ଟି ହୁଏ ?
(i) ସଳଖ ଓ ସିଧା
(ii) ସଳଖ ଓ ଓଲଟା
(iii) ବଙ୍କା ଓ ସିଧା
(iv) ବଙ୍କା ଓ ଓଲଟା
ଉ –
(iv) ବଙ୍କା ଓ ଓଲଟା

BSE Odisha 6th Class Science Important Questions Chapter 15 ଆଲୋକ

Question 3.
ବାମ ପାର୍ଶ୍ଵରେ ଥ‌ିବା ଶବ୍ଦଦ୍ଵୟର ସମ୍ପର୍କକୁ ଦେଖୁ ଦକ୍ଷିଣ ପାର୍ଶ୍ଵରେ ଥ‌ିବା ଶୂନ୍ୟସ୍ଥାନ ପୂରଣ କର ।
(କ) ଟେବୁଲ : ଆଲୋକ ଉତ୍ସ ନୁହେଁ : : ତାରା : ………… ।
(ଖ) ଦର୍ପଣ : ଉଜ୍ଜ୍ବଳ ବସ୍ତୁ ନୁହେଁ : : ଟର୍ଚ୍ଚ : ………… ।
(ଗ) ପତଳା ପ୍ଲାଷ୍ଟିକ୍ : ଅର୍ଦ୍ଧସ୍ବଚ୍ଛ : : ଫଟୋବନ୍ଧେଇ କାଚ : ………… ।
(ଘ) ପାଣି : ସ୍ୱଚ୍ଛ ପଦାର୍ଥ : : କାଗଜ କାର୍ଡ଼ବୋର୍ଡ଼ : ………… ।
(ଙ) ଖପରା : ଅସ୍ୱଚ୍ଛ ପଦାର୍ଥ : : ରଙ୍ଗିନ୍ କାଗଜ : ………… ।
ଉ –
(କ) ଆଲୋକ ଉତ୍ସ
(ଖ) ଉଜ୍ଜ୍ଵଳ ବସ୍ତୁ
(ଗ) ସ୍ବଚ୍ଛ
(ଘ) ଅସ୍ବଚ୍ଛ ପଦାର୍ଥ
(ଙ) ଅଳ୍ପ ସ୍ବଚ୍ଛ ପଦାର୍ଥ ।

Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଚଷମା କାଚ ଏକ ଅସ୍ବଚ୍ଛ ପଦାର୍ଥ ।
(ଖ) ରଶ୍ମିମାନଙ୍କର ସମାହାରକୁ ସରରେଖୀୟ ଗତି କୁହାଯାଏ ।
(ଗ) ଆଲୋକ ନିର୍ଗତ କରୁଥିବା ବସ୍ତୁକୁ ଆଲୋକଗୁଚ୍ଛ କୁହାଯାଏ
(ଘ) ଆଲୋକର ପ୍ରତିଫଳନ ସ୍ଵଚ୍ଛ ପଦାର୍ଥର ପୃଷ୍ଠରେ ହୁଏ ।
(ଙ) ନିର୍ମଳ ଜଳ ଏକ ଅସ୍ବଚ୍ଛ ପଦାର୍ଥ ।
ଉ –
(କ) ଚଷମା କାଚ ଏକ ସ୍ୱଚ୍ଛ ପଦାର୍ଥ ।
(ଖ) ରଶ୍ମିମାନଙ୍କର ସମାହାରକୁ ଆଲୋକଗୁଚ୍ଛ କୁହାଯାଏ ।
(ଗ) ଆଲୋକ ନିର୍ଗତ କରୁଥିବା ବସ୍ତୁକୁ ଆଲୋକ ଉତ୍ସ କୁହାଯାଏ ।
(ଘ) ଆଲୋକର ପ୍ରତିଫଳନ ଦର୍ପଣ ପୃଷ୍ଠରେ ହୁଏ ।
(ଙ) ନିର୍ମଳ ଜଳ ଏକ ସ୍ବଚ୍ଛ ପଦାର୍ଥ ।

BSE Odisha 6th Class Science Important Questions Chapter 15 ଆଲୋକ

Question 5.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
BSE Odisha 6th Class Science Important Questions Chapter 15 ଆଲୋକ - 1
ଉ –
BSE Odisha 6th Class Science Important Questions Chapter 15 ଆଲୋକ - 2