BSE Odisha 6th Class Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

Odisha State Board BSE Odisha 6th Class Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ Textbook Exercise Questions and Answers.

BSE Odisha Class 6 Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

Question 1.
କିପରି ପୃଥକ୍/ ପରିଷ୍କାର କରିବା ?
(କ) ହରଡ଼ ଡାଲିରେ ସୁଜି ମିଶି ଯାଇଥିଲେ
(ଖ) ଚାଉଳରେ କୁଣ୍ଡା ଥିଲେ
(ଗ) ଅଟାରେ ଚୋକଡ଼ ଥିଲେ
(ଘ) ଉଖୁଡ଼ାରେ ଧାନ ଚୋପା ଲାଗିଥିଲେ
(ଙ) ଗୋଲମରିଚ ସହିତ ପାଚିଲା ଅମୃତଭଣ୍ଡା ମଞ୍ଜି ମିଶିଥିଲେ
ଉ –
(କ) ହରଡ଼ ଡାଲିରେ ସୁଜି ମିଶିଯାଇଥିଲେ, ଏହାକୁ ଏକ ଚାଲୁଣିରେ ଚଲାଇଦେଲେ ଚାଲୁଣିରେ ଥିବା କଣାରେ ସୁଜିଗୁଡ଼ିକ ତଳକୁ ଗଳିପଡ଼ିବ । ଚାଲୁଣିରେ ହରଡ଼ ଡ଼ାଲି ରହିଯିବ ।
(ଖ) ଚାଉଳରେ କୁଣ୍ଡା ଥିଲେ, ଏହାକୁ କୁଲା ସାହାଯ୍ୟରେ ପାଛୁଡ଼ିଦେଲେ ଏଥ‌ିରେ ରହିଥ‌ିବା କୁଣ୍ଡା ଅଲଗା ହୋଇଯିବ । ଅନ୍ୟ ଏକ ଉପାୟରେ ଚାଉଳକୁ କୁଲାରେ ଧରି ଉପରୁ ତଳକୁ ଧୀରେ ଧୀରେ ଢାଳିଲେ ପବନ ଦ୍ଵାରା ହାଲୁକା କୁଣ୍ଡା ଚାଉଳଠାରୁ ଅଲଗା ହୋଇଯିବ ।
(ଗ) ଅଟାରେ ଚୋକଡ଼ ଥିଲେ, ଏହାକୁ ଅଟାଚଲା ଚାଲୁଣିରେ ଚଲାଇଦେଲେ ଚାଲୁଣିର କଣାରେ ଅଟା ତଳକୁ ଗଳିପଡ଼ିବ । ଚାଲୁଣିରେ ଚୋକଡ଼ ରହିଯିବ ।
(ଘ) ଉଖୁଡ଼ାରେ ଧାନ ଚୋପା ଲାଗିଥିଲେ, ଏହାକୁ ଖଇଚଲା ଚାଲୁଣିରେ ଚଲାଇଦେଲେ ଚାଲୁଣିର କଣାରେ ଧାନ ଚୋପା ଗଳିପଡ଼ିବ ଓ ଚାଲୁଣିରେ ଉଖୁଡ଼ା ରହିଯିବ ।
(ଙ) ଗୋଲମରିଚ ସହିତ ମିଶିଯାଇଥିବା ଅମୃତଭଣ୍ଡା ମଞ୍ଜି ନେଇ ସେଥୁରେ ଜଳ ମିଶାଅ । ଅମୃତଭଣ୍ଡା ମଞ୍ଜି ଜଳରେ ଭାସିବ ଏବଂ ଗୋଲମରିଚ ଜଳରେ ବୁଡ଼ିଯିବ । ଧୀରେ ଧୀରେ ଉପର ଜଳକୁ ଅନ୍ୟ ଏକ ପାତ୍ରକୁ ଢାଳି ଅମୃତଭଣ୍ଡା

BSE Odisha 6th Class Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

Question 2.
ପାର୍ଥକ୍ୟ ଲେଖ ।
(କ) ପାଛୁଡ଼ିବା ଓ ଉଡ଼ାଇବା
(ଖ) ଧାନ ବାଡେଇବା ଓ ବେଙ୍ଗଳା ପକାଇବା
(ଗ) ଅବକ୍ଷେପଣ ଓ ପରିସ୍ରବଣ
ଉ –
(କ) ପାଛୁଡ଼ିବା ଓ ଉଡ଼ାଇବା
BSE Odisha 6th Class Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ - 1

(ଖ) ଧାନ ବାଡେଇବା ଓ ବେଙ୍ଗଳା ପକାଇବା
BSE Odisha 6th Class Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ - 2

(ଗ) ଅବକ୍ଷେପଣ ଓ ପରିସ୍ରବଣ
BSE Odisha 6th Class Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ - 3

Question 3.
କେଉଁ ପ୍ରଣାଳୀ ପାଇଁ ଆବଶ୍ୟକ ?
(କ) କୁଲା
(ଖ) ଚାଲୁଣି
(ଗ) ଫିଲ୍‌ଟର୍ ପେପର୍
ଉ –
(କ) କୁଲା – ପାଛୁଡ଼ିବା ଓ ଉଡ଼େଇବା ପ୍ରଣାଳୀ ପାଇଁ କୁଲା ଆବଶ୍ୟକ ।
(ଖ) ଚାଲୁଣି – ଚଲେଇବା ପ୍ରଣାଳୀ ପାଇଁ ଚାଲୁଣି ଆବଶ୍ୟକ ।
(ଗ) ଫିଲ୍‌ଟର୍ ପେପର୍ – ପରିସ୍ରବଣ ପ୍ରଣାଳୀ ପାଇଁ ଫିଲ୍‌ଟର୍ ପେପର୍ ଆବଶ୍ୟକ ।

BSE Odisha 6th Class Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

Question 4.
କାରଣ କ’ଣ ?
(କ) କୁଣ୍ଡାମିଶା ଚାଉଳକୁ ପାଛୁଡ଼ି ପରିଷ୍କାର କରାଯାଏ ।
(ଖ) ରାନ୍ଧିବା ପୂର୍ବରୁ ଚାଉଳକୁ ଭଲ ଭାବରେ ଧୁଆଯାଏ ।
(ଗ) ବେସନ ଓ ମଇଦାର ମିଶ୍ରଣକୁ ଚାଲୁଣିଦ୍ଵାରା ପୃଥକ୍ କରାଯାଇପାରିବ ନାହିଁ ।
(ଘ) ସୋରିଷକୁ ପରିସ୍ରବଣ ପ୍ରଣାଳୀରେ ପରିସ୍କାର କରାଯାଇପାରେ ନାହିଁ ।
ଉ –
(କ) ପାଛୁଡ଼ିବା ପ୍ରଣାଳୀରେ ହାଲୁକା ପଦାର୍ଥ ଓଜନିଆ ପଦାର୍ଥଠାରୁ ଅଲଗା ହୋଇଥାଏ । କୁଣ୍ଡାମିଶା ଚାଉଳକୁ କୁଲା ସାହାଯ୍ୟରେ ପାଛୁଡ଼ିଦେଲେ ସେଥୁରୁ ହାଲୁକା କୁଣ୍ଡା ଅଲଗା ହୋଇ ପରିଷ୍କାର ଚାଉଳ ମିଳେ ।
(ଖ) ଚାଉଳକୁ ପାତ୍ରରେ ପୂରାଇ ଧୋଇଲେ ସେଥ‌ିରେ ଥିବା ହାଲୁକା କୁଣ୍ଡା ଜଳରେ ଭାସିବ ଓ ଚାଉଳ ପାତ୍ରରେ ବସିଯିବ । ଧୀରେ ଧୀରେ ଉପର ଜଳ ସହିତ କୁଣ୍ଡାକୁ ବାହାର କରିଦେଲେ ପରିଷ୍କାର ଚାଉଳ ମିଳିବ । ତେଣୁ ରାନ୍ଧିବା ପୂର୍ବରୁ ଚାଉଳକୁ ଭଲ ଭାବରେ ଧୁଆଯାଏ ।
(ଗ) ବେସନ ଓ ମଇଦାକୁ ଚାଲୁଣିରେ ରଖ୍ ଚଲାଇଦେଲେ ଉଭୟର ଆକାର ସମାନ ହୋଇଥିବାରୁ ଉଭୟ ଚାଲୁଣିର କଣାରେ ତଳକୁ ଗଳିପଡ଼ିବେ । ତେଣୁ ବେସନ ଓ ମଇଦାର ମିଶ୍ରଣକୁ ଚାଲୁଣିଦ୍ଵାରା ପୃଥକ୍ କରାଯାଇପାରିବ ନାହିଁ ।
(ଘ) ପରିସ୍ରବଣ ପ୍ରଣାଳୀ ଦ୍ବାରା ତରଳ ପଦାର୍ଥରେ ରହିଥ‌ିବା ଅଦ୍ରବଣୀୟ କଠିନ ପଦାର୍ଥକୁ ତରଳ ପଦାର୍ଥରୁ ପୃଥକ୍ କରାଯାଇଥାଏ । ସୋରିଷରେ ଅଦ୍ରବଣୀୟ ହାଲୁକା କାଠି କୁଟା ମିଶିଥିବାରୁ ଏହାକୁ ପରିସ୍ରବଣ ପ୍ରଣାଳୀରେ ପରିଷ୍କାର କରାଯାଇପାରିବ ନାହିଁ ।

Question 5.
ଗୋଟା ବିରି, ସୋରିଷ ଓ ବୁଟ ମିଶିଯାଇଛି, କିପରି ପୃଥକ୍ କରିବ ?
ଉ –
(i) ଗୋଟା ବିରି, ସୋରିଷ ଓ ବୁଟ ମିଶିଯାଇଥଲେ, ପ୍ରଥମେ ହାତରେ ବାଛି ବୁଟଗୁଡ଼ିକୁ ଅଲଗା କରାଯାଇଥାଏ ।
(ii) ଏହାପରେ ଏକ ଚାଲୁଣିରେ ଗୋଟା ବିରି ଓ ସୋରିଷକୁ ନେଇ ଚଲାଇଲେ ଚାଲୁଣିର କଣାରେ ସୋରିଷ ତଳକୁ ଗଳିପଡ଼ିବ ଏବଂ ଚାଲୁଣିରେ ବିରି ରହିଯିବ ।

BSE Odisha 6th Class Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

ଖାଦ୍ୟ ପଦାର୍ଥର ପରିଷ୍କରଣ Notes :

→ ଉପକ୍ରମ :
(i) କେତେକ ଖାଦ୍ୟ ପଦାର୍ଥ ମିଶିଯାଇଥିଲେ ବା ଖାଦ୍ୟ ପଦାର୍ଥରେ ଅନ୍ୟାନ୍ୟ ପଦାର୍ଥ ମିଶି ଯାଇଥିଲେ ଏହାକୁ ପୃଥକ କରି ଖାଦ୍ୟକୁ ପରିଷ୍କାର କରିବା ଆବଶ୍ୟକ ହୋଇଥାଏ ।
(ii) ଖାଦ୍ୟ ପଦାର୍ଥକୁ ବିଭିନ୍ନ ପ୍ରଣାଳୀରେ ପୃଥକ୍ କରାଯାଏ; ଯଥା –

  • ହାତରେ ବାଛିବା
  • ଚଲେଇବା
  • ପାଛୁଡ଼ିବା ବା ଉଡ଼େଇବା
  • ଆସ୍ରବଣ ଓ ଅବକ୍ଷେପଣ
  • ପରିସ୍ରବଣ ପ୍ରଣାଳୀ
  • ଶସ୍ୟ ଅମଳ କରିବା

→ ପୃଥକ କରିବାର ପ୍ରଣାଳୀ :
ହାତରେ ବାଛିବା (Hand picking):
BSE Odisha 6th Class Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ - 4

  • ଟେବୁଲ ଉପରେ ବା ଚଟାଣରେ ଖଣ୍ଡେ ଧଳା କାଗଜ ବିଛାଇ ଦିଅ ।
  • ଘରୁ ଦୁଇମୁଠା ଚାଉଳ ଆଣି କାଗଜ ଉପରେ ଚାଉଳକୁ ଖେଳାଇ ଦିଅ ।
  • ଚାଉଳରେ ଗୋଡ଼ି, ବାଲି, କୁଣ୍ଡା, ଧୂଳି, ମଲା (କଳା) ଚାଉଳ, ଧାନ, କାଠି ଆଦି ଥାଇପାରେ ।
  • ବଡ଼ ଗୋଡ଼ି, କାଠି ଓ ମଲା ଚାଉଳକୁ ହାତରେ ବାଛି ବାହାର କରିପାରିବ । ଏହାକୁ ହାତରେ ବାଛିବା ପ୍ରଣାଳୀ କୁହାଯାଏ ।
  • ଏହି ପ୍ରଣାଳୀରେ ଆଙ୍ଗୁଠି ଦ୍ଵାରା ଧରିହେଉଥବା ପଦାର୍ଥକୁ ପୃଥକ କରାଯାଇଥାଏ ।
  • ବ୍ୟବହାର କରାଯାଏ ତାଲିକା କର ।

Question 1.
କେଉଁ କେଉଁ ଖାଦ୍ୟ ପଦାର୍ଥକୁ ପରିଷ୍କାର କରିବାପାଇଁ ‘ହାତରେ ବାଛିବା’ ପ୍ରଣାଳୀ ବ୍ୟବହାର କରାଯାଏ ?
ଉ –

  • ବିରିରୁ ଗୋଡି଼ ଅଲଗା କରିବା
  • ଧାନରୁ ଗୋଡ଼ି ଅଲଗା କରିବା
  • ଚାଉଳରୁ ଧାନ ଅଲଗା କରିବା
  • ଚୁଡ଼ାରୁ ଧାନ ଅଲଗା କରିବା
  • ମୁଗରୁ ମାଟି ଅଲଗା କରିବା ଇତ୍ୟାଦି ।

BSE Odisha 6th Class Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

→ ଚଲେଇବା (Sieving) :
BSE Odisha 6th Class Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ - 5

  • ଚାଉଳରୁ ଗୋଡ଼ି ଓ ମଲା ଚାଉଳ, କାଠି ହାତରେ କାଢ଼ି ବାହାର କରିଦିଆଯାଇଛି ।
  • ଏବେ ଚାଉଳରେ ଧୂଳି, ସରୁ ବାଲି ଓ କୁଣ୍ଡା ମିଶି କରି ରହିଛି ।
  • ଚାଲୁଣିରେ ଛୋଟ ଛୋଟ କଣା ଥାଏ । ଏଥିରେ ଚାଉଳକୁ ଚଲାଇଦେଲେ ଚାଉଳରୁ ସରୁବାଲି, ଧୂଳି, କୁଣ୍ଡା ଓ ଭଙ୍ଗା ଚାଉଳ (ଖୁଦ) ଇତ୍ୟାଦି ଚାଲୁଣିର କଣାରେ ତଳକୁ ଗଳିପଡ଼ିବ ।
  • ଚାଲୁଣିରେ ପରିଷ୍କାର ଚାଉଳ ରହିଯିବ ଏବଂ ଚାଲୁଣି କଣାଠାରୁ ବଡ଼ କୁଣ୍ଡା ମଧ୍ୟ ଚାଉଳ ସହିତ ରହିଯିବ । ଚାଲୁଣି ସାହାଯ୍ୟରେ ପରିଷ୍କାର କରିବା ପ୍ରଣାଳୀକୁ ଚଲେଇବା କୁହାଯାଏ ।
  • ଏହି ପ୍ରଣାଳୀରେ ଅଟାରୁ ଚୋକଡ଼ ଅଲଗା କରାଯାଏ ।

Question 2.
ଚାଲୁଣି ସାହାଯ୍ୟରେ ଚଲେଇ କେଉଁ କେଉଁ ଖାଦ୍ୟ ପଦାର୍ଥକୁ ପରିଷ୍କାର କରାଯାଏ ?
ଉ-
ଚାଲୁଣି ସାହାଯ୍ୟରେ ନିମ୍ନଲିଖ୍ ଖାଦ୍ୟ ପଦାର୍ଥକୁ ପରିଷ୍କାର କରାଯାଏ –
(i) ମୁଢ଼ିରୁ ବାଲି ଅଲଗା କରିବା
(ii) ଚୁନାରୁ ଚାଉଳ ଅଲଗା କରିବା
(iii) ଧାନରୁ ଅଗାଡ଼ି ଓ କୁଟା ଅଲଗା କରିବା
(iv) ଚୁଡ଼ାରୁ କୁଣ୍ଡା ଅଲଗା କରିବା
(v) ଲିଆରୁ ଧାନଚୋପା ଅଲଗା କରିବା
(vi) ବିରିରୁ ଚୋପା ଓ କାଠି ଅଲଗା କରିବା

→ ପାଛୁଡ଼ିବା ବା ଉଡ଼େଇବା (Winnowing) :
BSE Odisha 6th Class Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ - 6

  • ଚାଉଳରେ ବଡ଼ ବଡ଼ କୁଣ୍ଡା ଓ କିଛି କାଠି କୁଟା ଥାଏ ।
  • ଚାଉଳକୁ ପାଛୁଡ଼ିଦେଲେ ଏଥ‌ିରେ ରହିଥିବା କୁଣ୍ଡା ଓ ହାଲୁକା କାଠି ଅଲଗା ହୋଇଯିବ । ଏହାକୁ ପାଛୁଡ଼ିବା ପ୍ରଣାଳୀ କୁହାଯାଏ ।
  • ଅନ୍ୟ ଏକ ଉପାୟରେ ଚାଉଳକୁ କୁଲାରେ ଧରି ଉପରୁ ତଳକୁ ଧୀରେ ଧୀରେ ଢାଳିଲେ ପବନ ଦ୍ଵାରା ହାଲୁକା କୁଣ୍ଡା, କାଠି, ପତ୍ର ଉଡ଼ି ଚାଉଳଠାରୁ ଅଲଗା ହୋଇଯିବ । ଏହାକୁ ଉଡ଼ାଇବା ପ୍ରଣାଳୀ କୁହାଯାଏ ।
  • ଏହି କାଠି ଓ ପତ୍ର ଅଲଗା କରିପାରିବା ।
  • ବିରି, ମୁଗ ଆଦି ଶସ୍ୟକୁ ପାଛୁଡ଼ି ବା ଉଡ଼ାଇ ସଫା କରାଯାଏ ।

BSE Odisha 6th Class Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

Question 3.
ଭିନ୍ନ ଭିନ୍ନ ଚାଲୁଣିରେ ଥ‌ିବା କଣାର ଆକାର ବଡ଼ ଓ ସାନ ହୋଇଥାଏ ଏହାର କାରଣ କ’ଣ ?
ଉ –
ଖାଦ୍ୟ ପଦାର୍ଥରେ ମିଶିଥିବା ଅପଦ୍ରବର ଆକାର ଅନୁଯାୟୀ ଚାଲୁଣିରେ ଥିବା କଣାର ଆକାର ବଡ଼ ଓ ସାନ ହୋଇଥାଏ ।

Question 4.
କେଉଁ କେଉଁ ଖାଦ୍ୟ ପଦାର୍ଥକୁ ପରିଷ୍କାର କରିବା ପାଇଁ ‘ପାଛୁଡ଼ିବା ବା ଉଡ଼ାଇବା’ ପ୍ରଣାଳୀ ବ୍ୟବହାର କରାଯାଏ ?
ଉ –
ଧାନ, ଗହମ, ମୁଗ, ବିରି, କୋଳଥ, ହରଡ଼ ଆଦି ଶସ୍ୟକୁ ପରିଷ୍କାର କରିବା ପାଇଁ ‘ପାଛୁଡ଼ିବା ବା ଉଡ଼ାଇବା’ ପ୍ରଣାଳୀ ବ୍ୟବହାର କରାଯାଏ ।

BSE Odisha 6th Class Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

→ ଆସ୍ରବଣ ଓ ଅବକ୍ଷେପଣ (Decantation and Sedimentation) :
BSE Odisha 6th Class Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ - 7

  • ଗୋଟିଏ ପାତ୍ରରେ କିଛି ଚାଉଳ ନେଇ ସେଥ‌ିରେ ଜଳ ମିଶାଇ ଭଲ ଭାବରେ ଗୋଳାଇ ଦିଅ । କିଛି ସମୟ ସ୍ଥିର ଭାବରେ ରଖୁଦିଅ ।
  • ଜଳରେ ହାଲୁକା କୁଣ୍ଡା, କାଠି, ଧୂଳି ଭାସିବ । ପାତ୍ରର ତଳେ ଗୋଡ଼ି, ବାଲି ଓ ଚାଉଳ ବସିଯିବ ।
  • ଧୀରେ ଧୀରେ ଉପର ଜଳକୁ ଅନ୍ୟ ଏକ ପାତ୍ରକୁ ଢାଳି ଦେଲେ ସେଥୁରେ ଧୂଳି, କୁଣ୍ଡା ଓ କାଠି ଚାଲିଯିବ । ଜଳ ସହିତ ହାଲୁକା କଠିନ ପଦାର୍ଥକୁ ଅନ୍ୟ
  • ଏକ ପାତ୍ରକୁ ଢାଳିବା ପ୍ରଣାଳୀକୁ ଆସ୍ରବଣ କହନ୍ତି । ତଳେ କଠିନ, ଓଜନିଆ ପଦାର୍ଥ ବସିଯିବା ପ୍ରଣାଳୀକୁ ଅବକ୍ଷେପଣ କୁହାଯାଏ ।
    • ଆମେ ଜାଣିଲେ ଜଳ ସହିତ ହାଲୁକା ପଦାର୍ଥକୁ ଅନ୍ୟ ଏକ ପାତ୍ରକୁ ଢାଳିବା ପ୍ରଣାଳୀକୁ ଆସ୍ରବଣ କହନ୍ତି । ତଳେ କଠିନ, ଓଜନିଆ ପଦାର୍ଥ ବସିଯିବା ପ୍ରଣାଳୀକୁ ଅବକ୍ଷେପଣ କୁହାଯାଏ ।
    • ଜଳ ସହିତ ମିଶି ରହିଥିବା ଆସ୍ରବଣୀୟ କଠିନ ଓଜନିଆ ପଦାର୍ଥକୁ ଅବକ୍ଷେପଣ ଏବଂ ଦାର୍ଥକୁ ଆସ୍ରବଣ ପ୍ରଣାଳୀରେ ପୃଥକ୍ କରାଯାଏ ।
    • ସୋରିଷ, ଜିରା, ମେଥ୍ ଆଦିକୁ ଅବକ୍ଷେପଣ ଓ ଆସ୍ରବଣ ପ୍ରଣାଳୀରେ ପରିଷ୍କାର କରାଯାଏ ।

Question 5.
ସୋରିଷ, ଜିରା, ମେଥ୍ ଆଦିକୁ କିପରି ପରିଷ୍କାର କରିବ ?
ଊ –

  1. ଗୋଟିଏ ପାତ୍ରରେ କିଛି ସୋରିଷ ନେଇ ସେଥୁରେ ଜଳ ମିଶାଅ । ଜଳରେ ହାଲୁକା କାଠି ଓ କୁଟା ଭାସିବ; କିନ୍ତୁ ସୋରିଷ ପାତ୍ରର ତଳେ ବସିଯିବ । ଧୀରେ ଧୀରେ ଉପର ଜଳକୁ ଅନ୍ୟ ଏକ ପାତ୍ରକୁ ଢାଳି ସୋରିଷକୁ ପରିଷ୍କାର କରିହେବ । ସୋରିଷକୁ ଆସ୍ରବଣ ଓ ଅବକ୍ଷେପଣ ପଦ୍ଧତିରେ ପରିଷ୍କାର କରାଯାଏ ।
  2. ଗୋଟିଏ ପାତ୍ରରେ କିଛି ଜିରା ନେଇ ସେଥ‌ିରେ ଜଳ ମିଶାଅ । ଜଳରେ ଜିରା ଭାସିବ କିନ୍ତୁ ସେଥ‌ିରେ ମିଶିଥିବା ବାଲି ଓ ଗୋଡ଼ି ତଳେ ବସିଯିବ । ଧୀରେ ଧୀରେ ଉପର ଜଳକୁ ଅନ୍ୟ ଏକ ପାତ୍ରକୁ ଢାଳିଦେଲେ ଜିରା ପରିଷ୍କାର ହୋଇଯିବ । ଜିରାକୁ ଆଶ୍ରବଣ ଓ ଅବକ୍ଷେପଣ ପଦ୍ଧତିରେ ପରିଷ୍କାର କରାଯାଏ ।
  3. ଗୋଟିଏ ପାତ୍ରରେ କିଛି ମେଥ୍ ନେଇ ସେଥ‌ିରେ ଜଳ ମିଶାଅ । ମେଥରେ ମିଶିଥିବା ହାଲୁକା କାଠି ଓ କୁଟା ଜଳ ଉପରେ ଭାସିବ; କିନ୍ତୁ ମେଥ୍ ତଳେ ବସିଯିବ । ଧୀରେ ଧୀରେ ଉପର ଜଳକୁ ଅନ୍ୟ ଏକ ପାତ୍ରକୁ ଢାଳିଦେଲେ ମେଥ୍ ପରିଷ୍କାର ହୋଇଯିବ । ମେଥୁକୁ ମଧ୍ୟ ଆସ୍ରବଣ ଓ ଅବକ୍ଷେପଣ ପଦ୍ଧତିରେ ପରିଷ୍କାର କରାଯାଏ ।

→ ପରିସ୍ରବଣ ପ୍ରଣାଳୀ (Filtration) :
BSE Odisha 6th Class Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ - 8

  • ବନ୍ୟା ସମୟରେ ନଦୀ ଓ ପୋଖରୀ ପାଣି ଗୋଳିଆ ହୋଇଯାଇଥାଏ ।
  • ଜଳରେ ମାଟି, ବାଲି, ଧୂଳି ମିଶିଗଲେ ଏହା ଗୋଳିଆ ହୋଇଯାଏ । ଏହି ଗୋଳିଆ ଜଳକୁ ଗୋଟିଏ କାଚ ଗ୍ଲାସରେ ଅଧା ପର୍ଯ୍ୟନ୍ତ ପୂରାଅ ।
  • ଏହାକୁ କିଛି ସମୟ ସ୍ଥିର ଭାବରେ ଗୋଟିଏ ସ୍ଥାନରେ ରଖୁ ଦେଖୁ ଗ୍ଳାସର ତଳଭାଗରେ କ’ଣ ଜମିଯାଇଛି । ହାଲୁକା କାଠି, କୁଟା ଓ ଧୂଳିକଣା ଜଳରେ ଭାସିବ । ଓଜନିଆ ବାଲି, ଗୋଡ଼ି ଓ ମାଟି ଜଳ ତଳେ ଜମି ରହିବ। ଏହି ଜମିରହିବାକୁ ଅବକ୍ଷେପଣ କହନ୍ତି । ଉପର ପାଣିକୁ ଅନ୍ୟ ଏକ ଗ୍ଲାସକୁ ଧୀରେ ଧୀରେ ଢାଳିଦିଅ । ଏହାକୁ ଆସ୍ରବଣ ପଦ୍ଧତି କରାଯାଏ ।
  • ଗୋଟିଏ ପ୍ଲାଷ୍ଟିକ ବୋତଲ ଖୋଲୀ ମୁହଁରେ ଉପଯୁକ୍ତ ଆକାରର ଫନେଲ୍ ବା ଫୁଲଣା ପୂରାଅ । ଫୁଲଣା ଭିତରେ ଖଣ୍ଡିଏ ଫିଲଟର୍ ପେପର ଭାଙ୍ଗି ରଖ ।
  • ଦ୍ୱିତୀୟ ଗ୍ଲାସରେ ସଂଗୃହୀତ ଜଳକୁ ଫୁଲଣା ଭିତରେ ଥ‌ିବା ଫିଲ୍‌ଟର୍ ପେପର ଉପରେ ଧୀରେ ଧୀରେ ଢାଳ । ବୋତଲ ଭିତରେ ଯେଉଁ ଜଳ ପଡୁଛି ତାହା ପରିଷ୍କାର ଦେଖାଯାଉଛି । ଏହି ପ୍ରଣାଳୀକୁ ପରିସ୍ରବଣ ପ୍ରଣାଳୀ କୁହାଯାଏ ।
    • ଜଳରେ ଥ‌ିବା ଅଦ୍ରବଣୀୟ କଠିନ ପଦାର୍ଥକୁ ପରିସ୍ରବଣ ପଦ୍ଧତିରେ ପୃଥକ କରାଯାଏ ।
    • ପରିସ୍ରବଣ ପ୍ରଣାଳୀରେ ଲେମ୍ବୁ ସରବତରୁ ଲେମ୍ବୁ ମଞ୍ଜି, ଛେନାରୁ ପାଣି ଅଲଗା କରାଯାଏ ।

Question 6.
ଛାଣିବା ପରିସ୍ରବଣ ପଦ୍ଧତି କି ?
ଉ-
ହଁ, ଛାଣିବା ପରିସ୍ରବଣ ପଦ୍ଧତି ଅଟେ ।

BSE Odisha 6th Class Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

→ ଶସ୍ୟ ଅମଳକରିବା (Harvesting) :

  • ବିଲରୁ ଧାନ କାଟି ବିଡ଼ା ବାନ୍ଧି ଆଣିବା ପରେ ତାକୁ ଗଦାକରି ରଖାଯାଏ ।
  • ଧାନ ନଡ଼ାରେ ରହିଥିଲେ ତାକୁ ଭାଡ଼ି ବା ଘୋଡ଼ିଆ ସାହାଯ୍ୟରେ ପିଟାଯାଏ । ପେଣ୍ଡା କଟା ହୋଇ ଆସିଥିଲେ ବେଙ୍ଗଳା ସାହାଯ୍ୟରେ ଧାନ ଅମଳ କରାଯାଏ । ମୁଗ, ବିରି, କୋଳଥ ଆଦି ଶସ୍ୟ ମଧ୍ୟ ବେଙ୍ଗଳା ଦ୍ଵାରା ଅମଳ କରାଯାଏ ।
    BSE Odisha 6th Class Science Solutions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ - 9

Question 7.
କେଉଁ ଶସ୍ୟକୁ ବାଡ଼େଇ ବା ବେଙ୍ଗଳା ପକାଇ ଅମଳ କରାଯାଏ ?
ଉ –
ଧାନ, ବିରି, ମୁଗ, ଗହମ, ହରଡ଼, ମାଣ୍ଡିଆ, ସୋରିଷ, ଧଣିଚା ଆଦି ଶସ୍ୟକୁ ବାଡ଼େଇ ବା ବେଙ୍ଗଳା ପକାଇ ଅମଳ କରାଯାଏ ।

BSE Odisha 6th Class Science Solutions Chapter 5 ବସ୍ତୁର ପ୍ରକାରଭେଦ

Odisha State Board BSE Odisha 6th Class Science Solutions Chapter 5 ବସ୍ତୁର ପ୍ରକାରଭେଦ Textbook Exercise Questions and Answers.

BSE Odisha Class 6 Science Solutions Chapter 5 ବସ୍ତୁର ପ୍ରକାରଭେଦ

Question 1.
ନିମ୍ନଲିଖତ ବସ୍ତୁଗୁଡ଼ିକ ମଧ୍ୟରୁ କେଉଁଟି ପ୍ରାକୃତିକ ନୁହେଁ ?
(କ) କାଠ
(ଖ) କାଗଜ
(ଗ) ଖଣିଜତୈଳ
(ଘ) ମାଟି
ଉ –
(ଖ) କାଗଜ

Question 2.
ନିମ୍ନଲିଖୂ ବସ୍ତୁଗୁଡ଼ିକ ମଧ୍ୟରୁ କେଉଁଟି ନିର୍ଜୀବ ?
(i)
(କ) ସାପ
(ଖ) ଭାଙ୍ଗିଯାଇଥିବା ତୁମ ଦାନ୍ତ
(ଗ) ଗେଣ୍ଡା
(ଘ) ଗଜାବୁଟ
ଉ –
(i) ଭାଙ୍ଗିଯାଇଥିବା ତୁମ ଦାନ୍ତ

(ii)
(କ) ଗୋଟା ମୁଗ
(ଖ) ମୁଗ ଡାଲି
(ଗ) ଗଜା ମୁଗ
(ଘ) ମୁଗ ଗଛ
ଉ –
(ii) ମୁଗ ଡାଲି

BSE Odisha 6th Class Science Solutions Chapter 5 ବସ୍ତୁର ପ୍ରକାରଭେଦ

Question 3.
ପ୍ରଥମ ଶବ୍ଦଦ୍ୱୟର ସଂପର୍କକୁ ଦେଖ୍ ତୃତୀୟ ଶବ୍ଦ ସହ ସଂପର୍କିତ ଶବ୍ଦଟି ଶୂନ୍ୟ ସ୍ଥାନରେ ଲେଖ ।
(କ) କାଠ : ଅସ୍ୱଚ୍ଛ : : କାଚ : ……………….. ।
(ଖ) ଚିନି : ବ୍ରବଶୀୟ :: ………………. ଅଦ୍ରବଣୀୟ ।
(ଗ) ସୁନା : ଧାତୁ : : ଅଙ୍ଗାର : ……………………. ।
(ଘ) ପାଣିରେ ବୁଡ଼ିଯିବା : ଗୋଡ଼ି : : ଭାସିବା : ……………….. ।
ଉ –
(କ) ସ୍ବଚ୍ଛ
(ଖ) ବାଲି
(ଗ) ଅଧାତୁ
(ଘ) ସୋଲ

Question 4.
କଠିନ ଓ ନରମ ପ୍ରକାରଭେଦରେ ନିମ୍ନଲିଖତ ବସ୍ତୁଗୁଡ଼ିକୁ ଶ୍ରେଣୀ ବିଭାଗ କର । (ପ୍ରଶ୍ନସହ ଉତ୍ତର)
(କ) ପିନ୍‌କଣ୍ଟା – କଠିନ
(ଖ) ସାବୁନ – କଠିନ
(ଗ) ତୁଳାବିଣ୍ଡା – ନରମ
(ଘ) ବରଫଖଣ୍ଡ – କଠିନ
(ଙ) ରବର ପେଣ୍ଡୁ – ନରମ
(ଚ) ସୋଲ – ନରମ
(ଛ) ଡପେନ୍ ଭିତରେ ଥ‌ିବା ସ୍ପ୍ରିଙ୍ଗ – ନରମ

BSE Odisha 6th Class Science Solutions Chapter 5 ବସ୍ତୁର ପ୍ରକାରଭେଦ

Question 5.
କେଉଁ ବାକ୍ୟଟି ଠିକ୍ ?
(କ) ତୁମ ବହି ପୃଷ୍ଠାର ଉଜ୍ଜଳତା ଅଛି ।
(ଖ) ୟୁରିଆ ସାର ଜଳରେ ଦ୍ରବଣୀୟ ଅଟେ ।
(ଗ) ସବୁ କାଠ ପାଣିରେ ଭାସେ ।
(ଘ) କାଚ ଏକ ସ୍ବଚ୍ଛ ବସ୍ତୁ ।
ଉ –
(ଖ) ୟୁରିଆ ସାର ଜଳରେ ଦ୍ରବଣୀୟ ଅଟେ ।
(ଘ) କାଚ ଏକ ସ୍ବଚ୍ଛ ବସ୍ତୁ ।

Question 6.
ତଳେ ଦିଆଯାଇଥ‌ିବା ବସ୍ତୁଦ୍ଵୟ ମଧ୍ୟରେ ଥ‌ିବା ଦୁଇଟି ସାଦୃଶ୍ୟ ଓ ଦୁଇଟି ପାର୍ଥକ୍ୟ ଲେଖ ।
BSE Odisha 6th Class Science Solutions Chapter 5 ବସ୍ତୁର ପ୍ରକାରଭେଦ - 1
BSE Odisha 6th Class Science Solutions Chapter 5 ବସ୍ତୁର ପ୍ରକାରଭେଦ - 2

BSE Odisha 6th Class Science Solutions Chapter 5 ବସ୍ତୁର ପ୍ରକାରଭେଦ

ବସ୍ତୁର ପ୍ରକାରଭେଦ Notes :

→ ପଞ୍ଚମ ଅଧ୍ୟାୟ

  • ଆମ ଚତୁର୍ଦ୍ଦିଗରେ ଭରିରହିଥିବା ବସ୍ତୁଗୁଡ଼ିକ ବିଭିନ୍ନ ପ୍ରକାରର ଅଟନ୍ତି । ଚେୟାର, ଟେବୁଲ, ଶଗଡ଼, ସାଇକେଲ, ମଟରଗାଡ଼ି, ବାସନକୁସନ, ଖାତା, ବହି, କଲମ, ଟିଭି, ଖେଳନା ଆଦି ଆବଶ୍ୟକତା ଅନୁସାରେ ଭିନ୍ନ ଭିନ୍ନ କାର୍ଯ୍ୟରେ ବ୍ୟବହାର କରୁ ।
  • ଏହାବ୍ୟତୀତ ଆମ ପରିବେଶରେ ଗାଈ, ଛେଳି, କୁକୁର, ବିରାଡ଼ି, ବିଲ, ବାଡ଼ିବଗିଚା, ତୋଟା, ପାହାଡ଼ ଆଦି ଅହିଛି ।
  • ଏଗୁଡ଼ିକର ଆକାର, ଆକୃତି, ରଙ୍ଗ ବିଭିନ୍ନ ପ୍ରକାର ।
  • ପ୍ରତ୍ୟେକ ବସ୍ତୁର କେତେଗୁଡ଼ିଏ ଗୁଣ ଥାଏ । ଏହି ଗୁଣକୁ ଆଧାର କରି ବସ୍ତୁଗୁଡ଼ିକୁ ପ୍ରକାରଭେଦ କରାଯାଇଥାଏ ।

→ ବିଭିନ୍ନ ବସ୍ତୁ ମଧ୍ୟରେ ଥ‌ିବା ସାଦୃଶ୍ୟ ଓ ପାର୍ଥକ୍ୟ :

  • ଆମେ ଦେଖୁଥ‌ିବା ଓ ବ୍ୟବହାରକରୁଥିବା ବିଭିନ୍ନ ବସ୍ତୁଗୁଡ଼ିକ ମଧ୍ୟରେ କେତେକ ସାଦୃଶ୍ୟ ଦେଖାଯାଏ ।
  • ସବୁ ବସ୍ତୁ ସବୁ କାମରେ ଲାଗନ୍ତି ନାହିଁ; କାରଣ ସବୁ ବସ୍ତୁର ଗୁଣ ସମାନ ନଥାଏ ।
  • ଚାଉଳ, ଗହମ, ମାଣ୍ଡିଆ, ଡାଲି, ପନିପରିବା, କ୍ଷୀର, ମାଛ, ମାଂସ, ଅଣ୍ଡା ଆଦି ବସ୍ତୁକୁ ଆମେ ଖାଦ୍ୟ ରୂପରେ ବ୍ୟବହାର କରୁ ।
  • କପା, ରେଶମ, ପଶମ, ନାଇଲନ୍ ଆଦିରୁ ତିଆରି ସୂତାରୁ ଆମେ ବ୍ୟବହାର କରୁଥିବା ବସ୍ତ୍ର ପ୍ରସ୍ତୁତ କରାଯାଏ ।
  • ଇଟା, ବାଲି, ଗୋଡ଼ି, ମାଟି, ସିମେଣ୍ଟ, ଟିଣ, ଲୁହା, କାଠ, ବାଉଁଶ, ନଡ଼ା, ଟାଇଲ ଆଦି ବ୍ୟବହାର କରି ଆମ ଘର ତିଆରି ହୋଇଥାଏ ।
  • ଘର ତିଆରି ପାଇଁ ବ୍ୟବହୃତ ହେଉଥ‌ିବା ବସ୍ତୁକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିପାରିବା ନାହିଁ ।
  • ଏସବୁ ବସ୍ତୁର ଗୁଣ ସମାନ ନୁହେଁ । ସେଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ରହିଛି ।
  • ଯେତେବେଳେ ଅନେକ ବସ୍ତୁକୁ ଅନୁଧ୍ୟାନ କରାଯାଏ, ସେଗୁଡ଼ିକ ମଧ୍ୟରେ ଥିବା ସାଦୃଶ୍ୟ ଓ ପାର୍ଥକ୍ୟକୁ ବୁଝିହୁଏ ।

Question 1.
ନିମ୍ନ ସାରଣୀଟିକୁ ପୂରଣ କର ।
BSE Odisha 6th Class Science Solutions Chapter 5 ବସ୍ତୁର ପ୍ରକାରଭେଦ - 3
ଉ –
BSE Odisha 6th Class Science Solutions Chapter 5 ବସ୍ତୁର ପ୍ରକାରଭେଦ - 4

→ ବସ୍ତୁର ଶ୍ରେଣୀ ବିଭାଗ :
ବସ୍ତୁଗୁଡ଼ିକର ଶ୍ରେଣୀବିଭାଗ କରିବାପାଇଁ ନିମ୍ନଲିଖ ପଦକ୍ଷେପ ନେବା ଉଚିତ ।

  • ପ୍ରଥମେ ନିରୀକ୍ଷଣ କରି ତାହା ସ୍ବଚ୍ଛ ବା ଅସ୍ବଚ୍ଛ, ରଙ୍ଗହୀନ ବା ରଙ୍ଗୀନ ଜାଣିବା ।
  • ତା’ପରେ ସ୍ପର୍ଶ କରି ତାହା ଚିକ୍କଣ ବା ଆବଡ଼ାଖାବଡ଼ା ଜାଣିବା ।
  • ତା’ପରେ ଚାପଦେଇ ପରୀକ୍ଷା କରି ତାହା କଠିନ ବା ନରମ ଜାଣିବା ।
  • ବସ୍ତୁଗୁଡ଼ିକ ହାତରେ ଟେକି ତାହା ହାଲୁକା ବା ଓଜନିଆ ପରୀକ୍ଷା କରି ଦେଖୁ ।
  • ପରିଶେଷରେ ବସ୍ତୁଗୁଡ଼ିକ ମଧ୍ୟରେ ସାଦୃଶ୍ୟ ଓ ପାର୍ଥକ୍ୟର ତାଲିକା କରିବା ।

ବସ୍ତୁର ଗୁଣ ଅନୁସାରେ ଯେତେବେଳେ ଶ୍ରେଣୀ ବିଭାଗ କରାଯାଏ, ଆମେ ଦେଖୁ କେତେକ ବସ୍ତୁ ପ୍ରାକୃତିକ ଓ ଅନ୍ୟ କେତେକ ମନୁଷ୍ୟକୃତ । କେତେକ ବସ୍ତୁ ସଜୀବ ଓ ଅନ୍ୟ କେତେକ ନିର୍ଜୀବ ।

  • ପ୍ରାକୃତିକ ଓ କୃତ୍ରିମ – ଯେଉଁ ବସ୍ତୁଗୁଡ଼ିକ ପ୍ରାକୃତିକ ପ୍ରକ୍ରିୟାରେ ସୃଷ୍ଟି ହୋଇଥାଏ ସେଗୁଡ଼ିକୁ ପ୍ରାକୃତିକ ବସ୍ତୁ କୁହାଯାଏ । ଯେଉଁ ବସ୍ତୁଗୁଡ଼ିକ ମଣିଷଦ୍ବାରା ତିଆରି ହୋଇଥାଏ ତାହାକୁ କୃତ୍ରିମ ବସ୍ତୁ କୁହାଯାଏ ।
  • ଜୀବ ଓ ନିର୍ଜୀବ – ଯାହାର ଜୀବନ ଅଛି ତାହାକୁ ଜୀବ ଓ ଯାହାର ଜୀବନ ନାହିଁ ତାହାକୁ ନିର୍ଜୀବ କୁହାଯାଏ ।

Question 1.
ସାରଣୀରେ ଥ‌ିବା ଶୂନ୍ୟସ୍ଥାନ ପୂରଣ କର । (ଶୂନ୍ୟସ୍ଥାନ ପୂରଣ କରାଯାଇଛି ।)
BSE Odisha 6th Class Science Solutions Chapter 5 ବସ୍ତୁର ପ୍ରକାରଭେଦ - 5

BSE Odisha 6th Class Science Solutions Chapter 5 ବସ୍ତୁର ପ୍ରକାରଭେଦ

→ ବସ୍ତୁର ଗୁଣ :
ବସ୍ତୁର ଗୁଣ ଅନୁସାରେ ଯେତେବେଳେ ଶ୍ରେଣୀ ବିଭାଗ କରାଯାଏ, ସେତେବେଳେ କେତେକ ବସ୍ତୁ ପ୍ରାକୃତିକ ଓ ଅନ୍ୟ କେତେକ ମନୁଷ୍ୟକୃତ ଏବଂ କେତେକ ବସ୍ତୁ ସଜୀବ ଓ ଅନ୍ୟ କେତେକ ନିର୍ଜୀବ ଆମେ ଦେଖୁ ।
ପ୍ରତ୍ୟେକ ବସ୍ତୁର ଦୁଇଟି ମୌଳିକ ଗୁଣ ଥାଏ; ଯଥା –

  • ବସ୍ତୁ କିଛି ସ୍ଥାନ ଅଧିକାର କରେ ।
  • ଏହାର ବସ୍ତୁତ୍ଵ ଥାଏ ।

ବସ୍ତୁର ଅନ୍ୟ ଗୁଣଗୁଡ଼ିକ ହେଲା –

  • ରଙ୍ଗ ବା ବର୍ଣ୍ଣ
  • ପୃଷ୍ଠଭାଗର ମସୃଣତା ଓ ରୁକ୍ଷତା
  • ଉଜ୍ଜ୍ବଳତା
  • ସ୍ଵଚ୍ଛତା
  • ଦ୍ରବଣୀୟତା

ବସ୍ତୁର ଗୁଣଗୁଡ଼ିକ ମଧ୍ୟରୁ ଏହାର ବାହ୍ୟରୂପ, ବର୍ଣ୍ଣ, ରୁକ୍ଷତା, କଠିନତା, ଜଳରେ ଦ୍ରବଣୀୟତା, ଜଳଠାରୁ ଓଜନିଆ କି ହାଲୁକା, ଉଜ୍ଜଳତା ଜାଣିହୁଏ ।

Question 3.
ବସ୍ତୁର ଗୁଣଗୁଡ଼ିକ ସାରଣୀରେ ଲେଖ । (ସାରଣୀରେ ଗୁଣଗୁଡ଼ିକ ଲେଖାଯାଇଛି ।)
BSE Odisha 6th Class Science Solutions Chapter 5 ବସ୍ତୁର ପ୍ରକାରଭେଦ - 6

→ ତୁମପାଇଁ କାମ – ୧

  • ସବୁ ବସ୍ତୁର ରଳଂ ଏକାପ୍ରକାର ନୁହଁନ୍ତି ।
  • ସବୁ ବସ୍ତୁ କଠିନ ବା ନରମ ନୁହଁନ୍ତି ।
  • ସବୁ ବସ୍ତୁର ବାହ୍ୟ ରୂପ ଏକା ପରି ଚିକ୍କଣ ନୁହେଁ ।

BSE Odisha 6th Class Science Solutions Chapter 5 ବସ୍ତୁର ପ୍ରକାରଭେଦ

→ ତୁମପାଇଁ କାମ – ୨

  • ଚାମଚରେ ଚିନି, ଅଳ୍ପ କିରୋସିନି, ଗୋଟିଏ କାଚବାଟି, ଅଳ୍ପ ସଫାବାଲି ଓ କିଛି କୁଟା ବା ନଡ଼ାଖଣ୍ଡକୁ ପାଖରେ ରଖ ।
  • ଚିନି, କିରୋସିନି, କାଚବାଟି ଓ ନଡ଼ାଖଣ୍ଡକୁ ଅଲଗା ଅଲଗା ପାତ୍ରରେ ଥ‌ିବା ଜଳରେ ପକାଇ ଚାମଚ ସାହାଯ୍ୟରେ ଘାଣ୍ଟି ମିଶାଅ ।
    ବସ୍ତୁର ଗୁଣ ଓ ପ୍ରକାରଭେଦ
    BSE Odisha 6th Class Science Solutions Chapter 5 ବସ୍ତୁର ପ୍ରକାରଭେଦ - 7
  • ସବୁ ବସ୍ତୁ- ଜଳରେ ଦ୍ରବଣୀୟ ନୁହନ୍ତି । ସବୁ ବସ୍ତୁ ଜଳଠାରୁ ଓଜନିଆ ମଧ୍ଯ ନୁହନ୍ତି ।

BSE Odisha 6th Class Science Solutions Chapter 5 ବସ୍ତୁର ପ୍ରକାରଭେଦ

→ ତୁମପାଇଁ କାମ – ୩

  • ଟର୍ଚ୍ଚ ଲାଇଟ୍ ସାମନାରେ ଗୋଟିଏ କାଚ ଗିଲାସ ରଖିଲେ ଟର୍ଚ୍ଚ ଲାଇଟ୍‌ରୁ ଆସୁଥିବା ଆଲୋକ ଗିଲାସ ଭିତର ଦେଇ ଗିଲାସ ଆଗ ପାଖରେ ପଡ଼ିବ ।
  • ଟର୍ଚ୍ଚ ଲାଇଟ୍ ଆଗରେ କାର୍ଡ଼ ବୋର୍ଡ଼ ଖଣ୍ଡିକ ରଖୁ ଆଲୋକ କାର୍ଡ଼ବୋର୍ଡ଼ ଦେଇ ଆଗକୁ ଯାଇପାରୁ ନାହିଁ ।
  • ଗୋଟିଏ ଅନ୍ଧାରୁଆ ଜାଗାରୁ କାର୍ଡ଼ବୋର୍ଡ଼କୁ ବାହାର କରିଦେଇ, ସେଠାରେ ହାତ ପାପୁଲି ରଖୁଲେ ହାତ ପାପୁଲିର ରଙ୍ଗ ସାମାନ୍ୟ ଲାଲ୍ ଦେଖାଯିବ ।
  • ଖଣ୍ଡିଏ ଧଳା କାଗଜ ମଝିରେ ଦୁଇଟୋପୀ ତେଲ ପକାଇ ଘସି ଦିଅ । ଟର୍ଚ୍ଚ ଆଲୋକ ଆଗରେ କିଛି ନଥ‌ିବା ବେଳେ କେବଳ ବାୟୁରେ ଆଲୋକ ଆଗକୁ ଯାଉଛି । ସେହି ଆଲୋକ କାଚ ଗିଲାସ ଦେଇ ମଧ୍ୟ ଯାଇପାରୁଛି ।
  • ବାୟୁ ଓ କାଚଭଳି ବସ୍ତୁ ଯାହା ମଧ୍ୟଦେଇ ଆଲୋକ ଯାଇପାରୁଛି, ସେହି ବସ୍ତୁଗୁଡ଼ିକୁ ସ୍ବଚ୍ଛ ବସ୍ତୁ କୁହାଯାଏ ।
  • କାର୍ଡ଼ବୋର୍ଡ଼ ଭଳି ବସ୍ତୁକୁ ଅସ୍ବଚ୍ଛ ବସ୍ତୁ କୁହାଯାଏ । ତେଲ ଘସା ହୋଇଥିବା କାଗଜ, ଯାହା ମଧ୍ୟଦେଇ ଆଲୋକ ଆଂଶିକ ଭାବେ ଯାଇପାରୁଛି, ତାକୁ ଅଳ୍ପସ୍ଵଚ୍ଛ ବସ୍ତୁ କୁହାଯାଏ ।

→ ତୁମପାଇଁ କାମ – ୪

  • କାଠ, ଅଙ୍ଗାର, କାର୍ଡ଼ବୋର୍ଡ଼, ଚକ୍ ଖଡ଼ି, ପ୍ଲାଷ୍ଟିକ୍ ପାନିଆ ଆଦି ଚକ୍ ଚକ୍ କରୁ ନାହିଁ ।
  • ତମ୍ବାତାର ଓ ଆଲୁମିନିୟମ୍ ଗିନା, ଷ୍ଟିଲ୍ ଚାମଚ ଚକ୍ ଚକ୍ ଦେଖାଯିବ । ବସ୍ତୁର ଚକ୍ରକ୍ ଦେଖାଯାଉଥିବା ଗୁଣକୁ ଉଜ୍ଜ୍ବଳତା କୁହାଯାଏ ।
  • କାଠ, ଅଙ୍ଗାର, କାର୍ଡ଼ବୋର୍ଡ଼, ଚକ୍‌ଖଡ଼ି ଓ ପ୍ଲାଷ୍ଟିକ୍ ପାନିଆକୁ ଅନୁଜ୍ବଳ ବସ୍ତୁ କୁହାଯାଏ । ତମ୍ବାତାର, ଆଲୁମିନିୟମ୍ ଗିନା, ଷ୍ଟିଲ୍ ଚାମଚକୁ ଉଜ୍ଜ୍ଵଳ ବସ୍ତୁ କୁହାଯାଏ ।

Question 4.
ନିମ୍ନ ସାରଣୀଟି ପୂରଣ କର । (ସାରଣୀ ପୂରଣ କରାଯାଇଛି)
BSE Odisha 6th Class Science Solutions Chapter 5 ବସ୍ତୁର ପ୍ରକାରଭେଦ - 8

Question 5.
ବସ୍ତୁର ଉଜ୍ଜଳତା ଗୁଣକୁ ନେଇ ଦଶଟି ବସ୍ତୁର ଶ୍ରେଣୀବିଭାଗ କର ।
ଉ –
BSE Odisha 6th Class Science Solutions Chapter 5 ବସ୍ତୁର ପ୍ରକାରଭେଦ - 9

BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

Odisha State Board BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ Important Questions and Answers.

BSE Odisha Class 6 Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ରେଶମ ବସ୍ତ୍ର କିପରି ତିଆରି କରାଯାଏ ?
ଉ –

  • ରେଶମ ପୋକ ଏକ କୋଷା ତିଆରି କରେ ।
  • ସେହି କୋଷାରୁ ରେଶମ ତନ୍ତୁ ବାହାରେ ଓ ଏହାକୁ ରେଶମ ବସ୍ତ୍ର ତିଆରିରେ ବ୍ୟବହାର କରାଯାଏ ।

Question 2.
ନଳିତାରୁ ଝୋଟ କିପରି ପ୍ରସ୍ତୁତ କରାଯାଏ ଲେଖ ।
ଉ –

  • ନଳିତା ଗଛକୁ କାଟି ବିଡ଼ା ବନ୍ଧାଯାଏ । ସେହି ନଳିତା ଗଛ ବିଡ଼ାକୁ ଗଡ଼ିଆ ପାଣିରେ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ବୁଡ଼ାଇ ରଖାଯାଏ ।
  • ଗଛର ବକଳ ପଚିଗଲାପରେ ତାକୁ ବାଡ଼େଇ ଝୋଟ ତନ୍ତୁ ବାହାର କରାଯାଏ ଓ ଖରାରେ ଶୁଖାଇ ରଖାଯାଏ ।

BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

Question 3.
ତନ୍ତୁ ସାହାଯ୍ୟରେ କ’ଣ ବୁଣାଯାଏ ଓ ଓଡ଼ିଶାର କେଉଁଠାରେ ତନ୍ତଲୁଗା ବୁଣାଯାଏ ?
ଉ –

  • ତନ୍ତ ସାହାଯ୍ୟରେ ଶାଢ଼ୀ, ଗାମୁଛା ଆଦି ବୁଣାଯାଏ ।
  • ଆମ ଓଡ଼ିଶାର ସମ୍ବଲପୁର, ସୋନପୁର, ଆଠଗଡ଼, ବ୍ରହ୍ମପୁର ଆଦି ଅଞ୍ଚଳରେ ତନ୍ତ ଲୁଗା ବୁଣାଯାଏ ।

Question 4.
ଦୁଇଟି ପ୍ରାଣୀଜ ତନ୍ତୁ ଓ ଦୁଇଟି ଉଭିଦଜାତ ତନ୍ତୁର ନାମ ଲେଖ ।
ଉ –

  • ରେଶମ ଓ ପଶମ – ପ୍ରାଣୀଜ ତନ୍ତୁ
  • କପା ଓ ଝୋଟ – ଉଭିଦଜ ତନ୍ତୁ

Question 5.
ନଡ଼ିଆ ଗଛର ତନ୍ତୁ କ’ଣ ? ଏଥୁରୁ କ’ଣ ତିଆରି ହୁଏ ?
ଉ –

  • ନଡ଼ିଆ ଛଡ଼ାଇଦେଲେ ଏହାର ଚୋପା ବାହାରେ । ଏହାକୁ ନଡ଼ିଆକତା କହନ୍ତି । ନଡ଼ିଆକତାକୁ ନଡ଼ିଆ ଗଛର ତନ୍ତୁ କହନ୍ତି ।
  • ଏହି ତନ୍ତୁରେ ଦଉଡ଼ି, ରସି, ପାପୋଛ, ଗଦି ଆଦି ତିଆରି ହୁଏ ।

BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

Question 6.
ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁ ମଧ୍ଯରେ ପାର୍ଥକ୍ୟ ଲେଖ ।
ଉ –

  • ପ୍ରାକୃତିକ ତନ୍ତୁ ପ୍ରାଣୀ ଓ ଉଦ୍ଭଦରୁ ପ୍ରସ୍ତୁତ କରାଯାଏ ।
  • କିନ୍ତୁ କୃତ୍ରିମ ତନ୍ତୁ ରାସାୟନିକ ପଦାର୍ଥରୁ ପ୍ରସ୍ତୁତ କରାଯାଏ । ତେଣୁ ଶରୀର ଉପରେ ଏହାର କୁପ୍ରଭାବ ରହିଛି ।

Question 7.
ଚର୍ମରୋଗୀମାନଙ୍କୁ ନାଇଲନ୍, ପଲିଷ୍ଟର ଆଦିରେ ତିଆରି ପୋଷାକ ପିନ୍ଧିବାକୁ ବାରଣ କରାଯାଏ ।
ଉ –

  • ନାଇଲନ୍, ପଲିଷ୍ଟର ଆଦି ତନ୍ତୁ କୃତ୍ରିମ ତନ୍ତୁ । ଏଗୁଡ଼ିକ ରାସାୟନିକ ପଦାର୍ଥରୁ ପ୍ରସ୍ତୁତ କରାଯାଇଥାଏ ।
  • ଏପରି ବସ୍ତ୍ରର ଶରୀର ଉପରେ କୁପ୍ରଭାବ ଥାଏ । ତେଣୁ ଡାକ୍ତରମାନେ ଚର୍ମରୋଗୀମାନଙ୍କୁ ଏପରି ବସ୍ତ୍ର ପିନ୍ଧିବାକୁ ବାରଣ କରିଥାନ୍ତି ।

Question 8.
ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁ ମଧ୍ୟରେ ଥ‌ିବା ଗୋଟିଏ ସାମଞ୍ଜସ୍ୟ ଓ ଗୋଟିଏ ପାର୍ଥକ୍ୟ ଲେଖ ।
ଉ –

  • ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁ ଉଭୟରୁ ପୋଷାକ ତିଆରି ହୁଏ ।
  • ପ୍ରାକୃତିକ ତନ୍ତୁ ନିର୍ମିତ ପୋଷାକ ଶରୀର ପାଇଁ ସ୍ବାସ୍ଥ୍ୟପ୍ରଦ ହୋଇଥିବା ବେଳେ କୃତ୍ରିମ ତନ୍ତୁ ନିର୍ମିତ ବସ୍ତ୍ର ଶରୀର ପାଇଁ ହାନିକାରକ ।

BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

ଦୀର୍ଘ ପ୍ରଶ୍ନୋତ୍ତର

Question 1.
କପା ଚାଷ ବିଷୟରେ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
ଉ –

  • କପା ଚାଷ ପାଇଁ କୃଷ୍ଣ କାର୍ପାସ ମୃତ୍ତିକା ଓ ଉଷ୍ମ ଜଳବାୟୁ ଉପଯୁକ୍ତ ଅଟେ ।
  • ଏହି ମୁଭିକାର ଜଳଧାରଣ ଶକ୍ତି ଅଧ୍ଵ ।
  • ମାଟି ଶୁଖୁଲେ ଫାଟିଯାଏ; ଫଳରେ ବାୟୁ ପ୍ରବେଶ କରିବା ସହଜ ହୁଏ ଓ ଅଣୁଜୀବମାନେ ଭଲ ବଢ଼ିପାରନ୍ତି ।
  • ଆମ ଦେଶର ମହାରାଷ୍ଟ୍ର ଓ ଗୁଜରାଟରେ ଅଧିକ କପାଚାଷ କରାଯାଏ । ସେଥ‌ିପାଇଁ ମୁମ୍ବାଇ, ସୁରଟ,

Question 2.
କୃତ୍ରିମ ତନ୍ତୁ କ’ଣ ଓ କୃତ୍ରିମ ତନ୍ତୁରୁ ତିଆରି କପଡ଼ା ପିନ୍ଧିବାକୁ ଡାକ୍ତରମାନେ କାହିଁକି ମନାକରିଥା’ନ୍ତି ?
ଉ –

  • କୃତ୍ରିମ ଉପାୟରେ ତିଆରି ହୋଇଥିବା ତନ୍ତୁକୁ କୃତ୍ରିମ ତନ୍ତୁ କହନ୍ତି ।
  • ନାଇଲନ୍, ପଲିଷ୍ଟର, ଟେରିଲିନ୍ କପଡ଼ା କୃତ୍ରିମ ତନ୍ତୁରୁ ତିଆରି ହୋଇଥାଏ ।
  • କୃତ୍ରିମ ତନ୍ତୁରୁ ତିଆରି କପଡ଼ା ବହୁତ ଟାଣ ଓ ବହୁଦିନ ପର୍ଯ୍ୟନ୍ତ ଛିଣ୍ଡେ ନାହିଁ ।
  • ଏହି କପଡ଼ା ରାସାୟନିକ ପଦାର୍ଥରୁ ତିଆରି ହେଉଥ‌ିବାରୁ ଶରୀର ଉପରେ ଏହାର କୁପ୍ରଭାବ ରହିଛି । ଚର୍ମରୋଗ ହୋଇଥିଲେ ଡାକ୍ତର ଏପ୍ରକାର ପୋଷାକ ପିନ୍ଧିବାକୁ ମନାକରିଥା’ନ୍ତି ।

BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

Question 3.
ଆମ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ନଳିତା ଚାଷ କରାଯାଏ କାହିଁକି ?
ଉ –

  • ନଳିତା ଚାଷ ପାଇଁ ପଟୁମାଟି ଆବଶ୍ୟକ ।
  • ପଟୁମାଟି ଥାଏ ଫଳରେ ବେଶି ନଳିତା ଚାଷ କରାଯାଏ ।
  • କେନ୍ଦ୍ରାପଡ଼ା ନିକଟରେ ଚିତ୍ରୋତ୍ପଳା, ମହାନଦୀ ଆଦି ନଦୀ ପ୍ରବାହିତ ହୋଇଛି । ଏହାର ଉପକୂଳ ଅଞ୍ଚଳରେ ପଟୁମାଟି ଥାଏ ଫଳରେ ବେଶି ନଳିତା ଚାଷ କରାଯାଏ ।
  • ତେଣୁ କେନ୍ଦ୍ରାପଡ଼ା ଜିଲ୍ଲାରେ ନଳିତା ଚାଷ କରାଯାଏ ।

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଗରମ ଦିନେ ……………. ବସ୍ତ୍ର ପିନ୍ଧିବାକୁ ଭଲ ଲାଗେ ।
(ଖ) ସୂତା …………. ରୁ ତିଆରି ହେଉଛି ।
(ଗ) ପଶମ ମୁଖ୍ୟତଃ …………….. ଲୋମରୁ ମିଳିଥାଏ ।
(ଘ) କପା ଚାଷ ପାଇଁ …………. ମୁଭିକା ଉପଯୁକ୍ତ ଅଟେ ।
(ଙ) ଓଡ଼ିଶାର ……………… ଜିଲ୍ଲାରେ ନଳିତା ଚାଷ ହୁଏ ।
(ଚ) ଓଡ଼ିଶାର ତନ୍ତବୁଣା ……………… ଶାଢ଼ୀର ଆଦର ଭାରତ ବାହାରେ ଅଛି ।
(ଛ) ଗାନ୍ଧିଜୀ …………. ଓ …………. ରେ ସୂତା କାଟୁଥିଲେ ।
(ଜ) …………… ତନ୍ତୁର ସୂତାରେ ସ୍ଵେଟର, ମଫଲର, ଚଦର ଇତ୍ୟାଦି ତିଆରି କରାଯାଏ ।
ଉ –
(କ) ସୂତା
(ଖ) ତନ୍ତୁ
(ଗ) ମେଣ୍ଢା
(ଘ) କୃଷ୍ଣକାର୍ପାସ
(ଙ) କେନ୍ଦ୍ରାପଡ଼ା
(ଚ) ପାଟ
(ଛ) ତକଲି, ଅରଟ
(ଜ) ପଶମ

BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

Question 2.
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।

(କ) କେଉଁ ତନ୍ତୁଟି ଉଭିଦ ଓ ପ୍ରାଣୀଠାରୁ ମିଳେ ନାହିଁ ?
(i) ରେଶମ
(ii) ପଶମ
(iii) ପଲିଷ୍ଟର
(iv) ତୁଳା
ଉ –
(iii) ପଲିଷ୍ଟର

(ଖ) ନାଇଲନ୍ ଓ ଟେରିଲିନ୍ ବସ୍ତ୍ର ପିନ୍ଧିଲେ କେଉଁ ରୋଗ ହୁଏ ?
(i) ହୃଦ୍‌ରୋଗ
(ii) ମଧୁମେହ
(ii) ଚର୍ମରୋଗ
(iv) କର୍କଟ
ଉ –
(ii) ଚର୍ମରୋଗ
(ଗ) କେଉଁଟି ପ୍ରାକୃତିକ ତନ୍ତୁ ?
(i) ପଲିଷ୍ଟର
(ii) ପଶମ
(iii) ଟେରିଲିନ୍
(iv) ନାଇଲନ୍
ଉ –
(ii) ପଶମ
(ଘ) ରେଶମ ପୋକ କ’ଣ ତିଆରି କରେ ?
(i) ଫେଣା
(ii) ଗାତ
(iii) ବସା
(iv) କୋଷା
ଉ –
(iv) କୋଷା

(ଙ) ଭାରତର କେଉଁ ରାଜ୍ୟରେ ଅଧ‌ିକ କପାଚାଷ କରାଯାଏ ?
(i) ମହାରାଷ୍ଟ୍ର
(ii) ପଞ୍ଜାବ
(iii) କେରଳ
(iv) ପଶ୍ଚିମବଙ୍ଗ
ଉ –
(i) ମହାରାଷ୍ଟ୍ର

BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

(ଚ) କେଉଁଟି ପ୍ରାକୃତିକ ତନ୍ତୁ ନୁହେଁ ?
(i) ଚମଡ଼ା
(ii) ପଶମ
(iii) ରେଶମ
(iv) ଡେକ୍ରନ
ଉ –
(iv) ଡେକ୍ରନ

(ଛ) ଶୀତଦିନେ କେଉଁ ବସ୍ତ୍ର ପିନ୍ଧାଯାଏ
(i) ରେଶମ
(ii) କାର୍ପାସ
(iii) ପଶମ
(iv) ପଲିଷ୍ଟର
ଉ –
(iii) ପଶମ

(ଜ) କପାଚାଷ ପାଇଁ କେଉଁ ଜଳବାୟୁ ଆବଶ୍ୟକ ?
(i) ଶୀତଳ
(ii) ଉଷ୍ଣ
(iii) ନୀତିଶୀତାଷ୍ଣ
(iv) ଆର୍ଦ୍ର
ଉ –
(ଜ) ଉଷ୍ଣ

BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

Question 3.
ପ୍ରଥମ ଯୋଡ଼ା ଶବ୍ଦଦ୍ଵୟର ସମ୍ପର୍କକୁ ଦେଖୁ ଦ୍ବିତୀୟ ଯୋଡ଼ାର ଶୂନ୍ୟସ୍ଥାନ ପୂରଣ କର ।
(କ) ରେଶମ : ପ୍ରାକୃତିକ ତନ୍ତୁ : : ପଲିଷ୍ଟର : ………………… ।
(ଖ) କପା ଚାଷ : କୃଷ୍ଣ କାର୍ପାସ ମୃତ୍ତିକା : : ଝୋଟ ଚାଷ : ………………… ।
(ଗ) ରେଶମ ପୋକ : ରେଶମ : : ଚମରୀ ଗାଈ : ………………… ।
(ଘ) ମଫଲର : ପଶମ ତନ୍ତୁ : : ପାପୋଛ : ………………… ।
(ଙ) ତୁଳା : କପା : : ଝୋଟ : ………………… ।
ଉ –
(କ) କୃତ୍ରିମ ତନ୍ତୁ
(ଖ) ପଟୁମାଟି
(ଗ) ପଶମ
(ଘ) ତନ୍ତୁ
(ଙ) ନଳିତା

Question 4.
୪। ରେଖାଙ୍କିତ ପଦ ନବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ରେଶମ ପୋକର ଅଣ୍ଡାରୁ ରେଶମ ମିଳେ ।
(ଖ) ନାଇଲନ ଗୋଟିଏ ପ୍ରାକୃତିକ ତନ୍ତୁ ।
(ଗ) ହସ୍ତ ପ୍ରସ୍ତୁତ କପଡ଼ାକୁ ଖଦଡ଼ କୁହାଯାଏ ।
(ଘ) ଗାଈ ଲୋମରୁ ପଶମ ମିଳିଥାଏ ।
(ଙ) କପାଚାଷ ପାଇଁ ଆର୍ଦ୍ର ଜଳବାୟୁ ଆବଶ୍ୟକ ।
ଉ –
(କ) ରେଶମ ପୋକର କୋଷାରୁ ରେଶମ ମିଳେ ।
(ଖ) ନାଇଲନ୍ ଗୋଟିଏ କୃତ୍ରିମ ତନ୍ତୁ ।
(ଗ) ହସ୍ତ ପ୍ରସ୍ତୁତ କପଡ଼ାକୁ ଖଦଡ଼ କୁହାଯାଏ ।
(ଘ) ଚମରୀଗାଈ ଲୋମରୁ ପଶମ ମିଳିଥାଏ ।
(ଙ) କପାଚାଷ ପାଇଁ ଉଷ୍ଣ ଜଳବାୟୁ ଆବଶ୍ୟକ ।

BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

Question 5.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
(କ)
BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ - 1
ଉ –
BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ - 2

(ଖ)
BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ - 3
ଉ –
BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ - 4

(ଗ)
BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ - 5
ଉ –
BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ - 6

BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

Odisha State Board BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ Important Questions and Answers.

BSE Odisha Class 6 Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ହାତରେ ବାଛିବା ପ୍ରଣାଳୀ କ’ଣ ? ଗୋଟିଏ ଉଦାହରଣଦେଇ ଲେଖ ।
ଉ –

  • ଯେଉଁ ପ୍ରଣାଳୀରେ ଆଙ୍ଗୁଠି ଦ୍ଵାରା ଧରିହେଉଥବା ପଦାର୍ଥକୁ ପୃଥକ୍ କରାଯାଇଥାଏ, ତାହାକୁ ହାତରେ ବାଛିବା ପ୍ରଣାଳୀ କୁହାଯାଏ ।
  • ଚାଉଳରେ ମିଶିଥିବା ଗୋଡ଼ି, କାଠି ଓ ମଲା ଚାଉଳକୁ ଏହି ପ୍ରଣାଳୀରେ ପୃଥକ୍ କରାଯାଏ ।

Question 2.
ଧାନ କିପରି ଅମଳ କରାଯାଏ ।
ଉ –

  • ଧାନପେଣ୍ଡା କଟାହୋଇ ଆସିଲେ ବେଙ୍ଗଳା ସାହାଯ୍ୟରେ ଧାନ ଅମଳ କରାଯାଏ ।
  • ଧାନ ନଡ଼ାରେ ରହିଥିଲେ ତାକୁ ଭାଡ଼ି ବା ଘୋଡ଼ିଆ ସାହାଯ୍ୟରେ ପିଟାଯାଇ ଅମଳ କରାଯାଏ ।

BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

Question 3.
କୁଲା ଓ ଚାଲୁଣିଦ୍ଵାରା କି କାର୍ଯ୍ୟ କରାଯାଏ ?
ଉ –

  • କୁଲାଦ୍ଵାରା ପାଛୁଡ଼ିବା ଓ ଉଡ଼େଇବା କାର୍ଯ୍ୟ କରାଯାଏ ।
  • ଚାଲୁଣିଦ୍ଵାରା ଚଲେଇବା କାର୍ଯ୍ୟ କରାଯାଏ ।

Question 4.
ପାଛୁଡ଼ିବା କହିଲେ କ’ଣ ?

  • ଯେଉଁ ପ୍ରଣାଳୀରେ ହାଲୁକା ପଦାର୍ଥ ଓଜନିଆ ପଦାର୍ଥଠାରୁ ଅଲଗା କରାଯାଇଥାଏ, ସେହି ପ୍ରଣାଳୀକୁ ପାଛୁଡିବା କୁହାଯାଏ ।
  • ଉଦାହରଣସ୍ୱରୂପ ଚାଉଳକୁ କୁଲା ସାହାଯ୍ୟରେ ପାଛୁଡ଼ି ଦେଲେ ସେଥୁରେ ରହିଥିବା କୁଣ୍ଡା ଓ ହାଲୁକା କାଠି

Question 5.
ହରଡ଼ ଡାଲିରେ ସୁଜି ମିଶିଯାଇଥିଲେ କିପରି ପୃଥକ୍ କରିବ ?
ଉ –

  • ସୁଜିର ଆକାର ହରଡ଼ ଡାଲିର ଆକାରଠାରୁ କ୍ଷୁଦ୍ର ହୋଇଥିବାରୁ ଚଲେଇବା ପ୍ରଣାଳୀରେ ସୁଜିକୁ ହରଡ଼ ଡାଲିରୁ ପୃଥକ୍ କରିହେବ ।
  • ମିଶ୍ରିତ ସୁଜି ଓ ଡାଲିକୁ ଏକ ଚାଲୁଣିରେ ରଖ୍ ଚଲେଇଲେ ଚାଲୁଣିର ରନ୍ଧ୍ରଦେଇ ସୁଜି ବାହାରିଯିବ ଓ ଡାଲି ଚାଲୁଣିରେ ରହିଯିବ ।

BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

ଦୀର୍ଘ ପ୍ରଶ୍ନୋତ୍ତର

Question 1.
ଏକ ଉଦାହରଣ ସହ ଆସ୍ରବଣ ଓ ଅବକ୍ଷେପଣ କ’ଣ ବୁଝାଅ ।
ଉ –

  • ଗୋଟିଏ ପାତ୍ରରେ କିଛି ଚାଉଳ ନେଇ ସେଥୁରେ ଜଳ ମିଶାଅ । ଭଲ ଭାବରେ ଏହାକୁ ଗୋଳାଇଦିଅ ।
  • କିଛି ସମୟ ସ୍ଥିର ଭାବରେ ରହିବାପରେ ଜଳରେ ହାଲୁକା କୁଣ୍ଡା, କାଠି, ଧୂଳି ଭାସିବ । ପାତ୍ରର ତଳେ ଗୋଡ଼ି, ବାଲି ଓ ଚାଉଳ ବସିଯିବ ।
  • ଏହାପରେ ଧୀରେ ଧୀରେ ଉପର ଜଳକୁ ଅନ୍ୟ ଏକ ପାତ୍ରକୁ ଢାଳିଲେ, ସେଥୁ ଧୂଳି, କୁଣ୍ଡା ଓ କାଠି ଚାଲିଯିବ ।
  • ଜଳ ସହିତ ହାଲୁକା କଠିନ ପଦାର୍ଥକୁ ଅନ୍ୟ ଏକ ପାତ୍ରକୁ ଢାଳିବା ପ୍ରଣାଳୀକୁ ଆଶ୍ରବଣ କହନ୍ତି । ତଳେ କଠିନ ଓଜନିଆ ପଦାର୍ଥ ବସିଯିବା ପ୍ରଣାଳୀକୁ ଅବକ୍ଷେପଣ କୁହାଯାଏ ।

Question 2.
କୁଲାରେ ପାଛୁଡ଼ି ଅଲଗା କରାଯାଉଥିବା ୪ଟି ମିଶ୍ରଣର ନାମ ଲେଖ ।
ଉ –

  • କୁଲାରେ ପାଛୁଡ଼ିବା ଦ୍ଵାରା ହାଲୁକା ପଦାର୍ଥ ଓଜନିଆ ପଦାର୍ଥଠାରୁ ଅଲଗା ହୋଇଯାଏ । ଏହାକୁ ପାଛୁଡ଼ିବା ପ୍ରଣାଳୀ କୁହନ୍ତି । ଏହାଦ୍ଵାରା ନିମ୍ନୋକ୍ତ ମିଶ୍ରଣଗୁଡ଼ିକ ଅଲଗା କରାଯାଇପାରିବ –
  • ଧାନରୁ ଅଗାଡ଼ି, କାଠି, ପତ୍ର।
  • ଗ୍ରହମରୁ କଣିଆ ଗହମ, କାଠି, ପତ୍ର।
  • ଚାଉଳରେ ମିଶିଥ‌ିବା କୁଣ୍ଡା ।
  • ପେଶି, ରାଶି, ସୋରିଷ ଇତ୍ୟାଦି ତୈଳବୀଜରେ ମିଶିଥିବା ପତ୍ର, କାଠି ।

BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

Question 3.
ଚାଲୁଣି ସାହାଯ୍ୟରେ ଚଲେଇ କେଉଁ ଖାଦ୍ୟପଦାର୍ଥକୁ ପରିଷ୍କାର କରାଯାଏ, ତାହାର ୪ଟି ଉଦାହରଣ ଦିଅ ।
ଉ –
ଚାଲୁଣି ସାହାଯ୍ୟରେ ନିମ୍ନଲିଖ୍ ଖାଦ୍ୟ ପଦାର୍ଥକୁ ଚଲେଇ ପରିଷ୍କାର କରାଯାଏ

  • ମୁଢ଼ିରୁ ବାଲି ଅଲଗା କରିବା
  • ଚୁନାରୁ ଚାଉଳ ଅଲଗା କରିବା
  • ଧାନରୁ ଅଗାଡ଼ି ଓ କୁଟା ଆଦି ଅଲଗା କରିବା
  • ଚୁଡ଼ାରୁ କୁଣ୍ଡା ଅଲଗା କରିବା

Question 4.
ପରିସ୍ରବଣ ପ୍ରଣାଳୀ କ’ଣ ସଂକ୍ଷେପରେ ବୁଝାଅ ।
ଉ –
BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ - 1

  • ଯେଉଁ ପ୍ରଣାଳୀ ଦ୍ଵାରା ତରଳ ପଦାର୍ଥରେ ରହିଥିବା ଅଦ୍ରବଣୀୟ କଠିନ ପଦାର୍ଥରୁ ତରଳ ପଦାର୍ଥରୁ ପୃଥକ୍ କରାଯାଏ, ତାହାକୁ ପରିସ୍ରବଣ କୁହାଯାଏ ।
  • ଘରେ ଚା’ ଛାଣିବାପାଇଁ କନାର ବା ତାରର ଅଥବା, ପ୍ଲାଷ୍ଟିକ୍ ର ଜାଲି ବ୍ୟବହାର ଫିଲ୍‌ଟର୍ ପେପର୍ ବା ଚୁଟିଙ୍ଗ୍ ପେପର୍ ବ୍ୟବହାର କରାଯାଇଥାଏ ।
    ବିଜ୍ଞାନାଗାର ରେ ପରି ସ୍ରବଣ ପାଇଁ କାଚଫୁଲଣା, ଫୁଲଣା ଧାରକ ଷ୍ଟାଣ୍ଡ, ଦୁଇଟି ବିକର୍‌, ଖଣ୍ଡିଏ ସରୁ କାଚଦଣ୍ଡ, ଫିଲ୍ମର ପେପର୍ ଆବଶ୍ୟକ ହୋଇଥାଏ ।
  • ବୃତ୍ତାକାର ଫିଲଟର୍ ପେପର୍‌କୁ ଚାରିଭାଙ୍ଗ କରି ଚାରି ପରସ୍ତରୁ ଗୋଟିଏ ପରସ୍ତକୁ ଟାଣି ଫୁଲଣା ବା ଫନେଲ୍ ଆକାର କରି ଫୁଲଣାରେ ରଖ୍ (ଚିତ୍ରରେ ଦେଖାଗଲାପରି) ଓ ଫୁଲଣାକୁ ଷ୍ଟାଣ୍ଡ ଧାରକରେ ରଖ୍ କାଚଦଣ୍ଡକୁ ତେରଛା ଧରି ଧୀରେ ଧୀରେ ଅଦ୍ରାବ୍ୟ ଭାସମାନ କଠିନ ପଦାର୍ଥ ମିଶିଥିବା ତରଳ ପଦାର୍ଥକୁ ଢଳାଯାଏ ।
  • ଫଳରେ ଫୁଲଣା ତଳେଥିବା ବିକକୁ ପରିଷ୍କାର ତରଳ ପଦାର୍ଥ (ପରିଷ୍କୃତ) ଚାଲିଯାଏ ଓ ଫିଲ୍‌ଟର୍ କାଗଜ ଉପରେ ଅଦ୍ରାବ୍ୟ (ଅବଶେଷ) ରହିଯାଏ ।

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ପାଛୁଡ଼ିବା ଓ ଉଡ଼ାଇବା ପ୍ରଣାଳୀ ପାଇଁ ………………… ବ୍ୟବହାର କରାଯାଏ ।
(ଖ) ଆଜିକାଲି ………………… ସାହାଯ୍ୟରେ ଉଡ଼ାଯାଉଛି ।
(ଗ) …………….. ପ୍ରଣାଳୀରେ ତଳେ ପଦାର୍ଥରେ ରହିଥିବା ଅଦ୍ରବଣୀୟ କଠିନ ତରଳ ପଦାର୍ଥରୁ ପୃଥକ କରାଯାଇପାରେ ।
(ଘ) ପରିସ୍ରବଣ ପ୍ରଣାଳୀରେ ଫିଲ୍ଗର୍ ପେପର୍ ବଦଳରେ ………. ପେପର୍ ବ୍ୟବହାର କରାଯାଏ ।
(ଙ) ଜଳ ସହିତ ମିଶି ରହିଥ‌ିବା ଅଦ୍ରବଣୀୟ ହାଲୁକା ପଦାର୍ଥକୁ ………… ପ୍ରଣାଳୀରେ ପୃଥକ୍ କରାଯାଏ ।
ଉ –
(କ) କୁଲା
(ଖ) ବିଦ୍ୟୁତ୍ ପଙ୍ଖା
(ଗ) ପରିସ୍ରବଣ
(ଘ) ବ୍ଳଟିଇଂ ପେପର
(ଙ) ଆସ୍ରବଣ

Question 2.
ନିମ୍ନରେ ଦିଆଯାଇଥିବା ପ୍ରଶ୍ନର ବାମ ପାର୍ଶ୍ବର ଦୁଇଟି ଶବ୍ଦର ସଂପର୍କକୁ ଦେଖ୍ ଡାହାଣ ପାର୍ଶ୍ଵର ଶବ୍ଦ ପାଖରେ ‘?” ସ୍ଥାନରେ ଉପଯୁକ୍ତ ଶବ୍ଦ ଲେଖ ।
(କ) ଚାଉଳରୁ ମଲା ଚାଉଳ ଅଲଗା କରିବା : ହାତରେ ବାଛିବା :: ଲେମ୍ବୁ ସରବତରୁ ଲେମ୍ବୁ ମଞ୍ଜି ଅଲଗା କରିବା : (?) ।
(ଖ) ଛାଣିବା : ପରିସ୍ରବଣ :: ଧୀରେ ଧୀରେ ଢାଳିବା : (?) ।
(ଗ) କୁଲା : ପାଛୁଡ଼ିବା :: ଫିଲ୍‌ଟର୍‌ ପେପର୍ : (?) ।
(ଘ) ବିରି ଅମଳକରିବା : ବେଙ୍ଗଳା :: ମେଥ୍ ପରିଷ୍କାର କରିବା : (?) ।
(ଙ) ଗୋଳିଆ ପାଣି : ଅବକ୍ଷେପଣ ଓ ଆସ୍ରବଣ :: ଚା’ ପାଣି : (?) ।
(ଚ) ମୁଢ଼ିରୁ ବାଲି : ଚାଲୁଣି :: ଧାନରୁ ଅଗାଡ଼ି : (?) ।
ଉ –
(କ) ପରିସ୍ରବଣ
(ଖ) ଆସ୍ରବଣ
(ଗ) ପରିସ୍ରବଣ
(ଘ) ଆସ୍ରବଣ ଓ ଅବକ୍ଷେପଣ
(ଙ) ପରିସ୍ରବଣ
(ଚ) ପବନରେ ଉଡ଼େଇବା

BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

Question 3.
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।

(କ) ଅଟାରୁ ଚୋକଡ଼ ବାହାର କରିବାକୁ କ’ଣ ଆବଶ୍ୟକ ?
(i) କୁଲା
(ii) ଚାଲୁଣି
(iii) ବିଦ୍ୟୁତ ପଙ୍ଖା
(iv) ବ୍ଲଟିଂପେପର୍
ଉ –
(ii) ଚାଲୁଣି

(ଖ) ନଡ଼ାରେ ଶସ୍ୟ ରହିଥିଲେ କ’ଣ କରାଯାଏ ?
(i) ବେଙ୍ଗଳା ପକାଯାଏ
(ii) ଛଣାଯାଏ
(iii) ପିଟାଯାଏ
(iv) ବଛାଯାଏ
ଉ –
(iii) ପିଟାଯାଏ

(ଗ) ଗହମରେ ମିଶି ରହିଥ‌ିବା କାଠିକୁ କେଉଁ ପ୍ରଣାଳୀରେ ପୃଥକ୍ କରାଯାଏ ?
(i) ଚଲେଇବା
(ii) ହାତବଛା
(iii) ଆସ୍ରବଣ
(iv) ପରିସ୍ରବଣ
ଉ –
(ii) ହାତବଛା

(ଘ) କେଉଁଟି ଅଲଗା କରିହେବ ନାହିଁ ?
(i) ଅଟାରେ ବେସନ ମିଶିଥିଲେ
(ii) ଡାଲିରେ ସୁଜି ମିଶିଥିଲେ
(iii) ଚାଉଳରେ କୁଣ୍ଡା ମିଶିଥିଲେ
(iv) ଚୁଡ଼ାରେ ଧାନଚୋପା ମିଶିଥିଲେ
ଉ –
(i) ଅଟାରେ ବେସନ ମିଶିଥିଲେ

BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

(ଙ) ଜଳରେ ଭାସୁଥିବା କୁଣ୍ଡାକୁ କେଉଁ ପ୍ରଣାଳୀରେ ପୃଥକ କରାଯାଏ ?
(i) ଚଲେଇବା
(ii) ପରିସ୍ରବଣ
(iii) ଅମଳ
(iv) ଆସ୍ରବଣ
ଉ –
(ଡ) ଆସ୍ରବଣ

(ଚ) ଛଣାକାଗଜ କେଉଁଥରେ ବ୍ୟବହୃତ ହୁଏ ?
(i) ପରିସ୍ରବଣ
(ii) ଅବକ୍ଷେପଣ
(iii) ଚାଲୁଣି
(iv) ଆସ୍ରବଣ
ଉ –
(i) ପରିସ୍ରବଣ

(ଛ) ଧାନ ଉଡ଼େଇବା ପାଇଁ କେଉଁଟି ଆବଶ୍ୟକ ?
(i) ବିଞ୍ଚଣା
(ii) କୁଲା
(iii) ଚାଲୁଣି
(iv) ଚାଲୁଣି
ଉ –
(ii) କୁଲା

BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

Question 4
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଚାଉଳରେ କୁଣ୍ଡା ଥିଲେ ତାକୁ ବାଡ଼େଇ ବାଡ଼େଇ ଅଲଗା କରାଯାଏ ।
(ଖ) ଚାଉଳରୁ ଗୋଡ଼ିକୁ ଅଲଗା କରିବା ପାଇଁ ଉଡ଼ାଇବା ପ୍ରଣାଳୀ ଅବଲମ୍ବନ କରାଯାଏ ।
(ଗ) ନିର୍ମାଣ କାର୍ଯ୍ୟରେ ବାଲିକୁ ହାତବଛା ପ୍ରଣାଳୀରେ ପରିଷ୍କାର କରାଯାଏ ।
(ଘ) ଜଳରେ ବାଲି ମିଶିଥିଲେ ପୃଥକୀକରଣ ଆସ୍ରବଣ ପ୍ରଣାଳୀରେ କରାଯାଏ ।
(ଙ) ଗହମରେ ମିଶି ରହିଥିବା କାଠିକୁ ଆସ୍ରବଣ ପ୍ରଣାଳୀରେ ପୃଥକ୍ କରାଯାଏ ।
ଉ –
(କ) ଚାଉଳରେ କୁଣ୍ଡା ଥିଲେ ତାକୁ ପାଛୁଡ଼ି (କୁଲାରେ) ଅଲଗା କରାଯାଏ ।
(ଖ) ଚାଉଳରୁ ଗୋଡ଼ିକୁ ଅଲଗା କରିବା ପାଇଁ ହାତବଛା ପ୍ରଣାଳୀ ଅବଲମ୍ବନ କରାଯାଏ ।
(ଗ) ନିର୍ମାଣ କାର୍ଯ୍ୟରେ ବାଲିକୁ ଚାଲୁଣି ସାହାଯ୍ୟରେ ପରିଷ୍କାର କରାଯାଏ ।
(ଘ) ଜଳରେ ବାଲି ମିଶିଥିଲେ ପୃଥକୀକରଣ ପରିସ୍ରବଣ ପ୍ରଣାଳୀରେ କରାଯାଏ ।
(ଙ) ଗହମରେ ମିଶି ରହିଥିବା କାଠିକୁ ଆସ୍ରବଣ ପ୍ରଣାଳୀରେ ପୃଥକ୍ କରାଯାଏ ।

BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ

Question 5.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
(କ)
BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ - 2
ଉ –
BSE Odisha 6th Class Science Important Questions Chapter 3 ଖାଦ୍ୟ ପଦାର୍ଥର ପରିଷ୍କରଣ - 3

BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Odisha State Board BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ Important Questions and Answers.

BSE Odisha Class 6 Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ଶ୍ଵେତସାର ଜାତୀୟ ଖାଦ୍ୟର ଉଦାହରଣ ଦିଅ ଏବଂ ଏହାର କାର୍ଯ୍ୟ ଉଲ୍ଲେଖ କର ।
ଉ –

  • ଚାଉଳ, ଚିନି, ଗୁଡ଼, ଆଳୁ, ମାଣ୍ଡିଆ, ମକା, ସାରୁ, ବାଜରା, ଅଟା, କନ୍ଦମୂଳ ଇତ୍ୟାଦି ଶ୍ଵେତସାର ଜାତୀୟ ଖାଦ୍ୟ ।
  • ଶ୍ଵେତସାର କାର୍ଯ୍ୟ କରିବାପାଇଁ ଶକ୍ତି ଯୋଗାଏ । ବଳକା ଶ୍ଵେତସାର ଶରୀରରେ ଚର୍ବି ଆକାରରେ ଜମାହୋଇ ରହେ, ଯେଉଁଥୁରୁ ଆବଶ୍ୟକ ସମୟରେ ଶକ୍ତି ମିଳେ । ଏହି ଖାଦ୍ୟ ଅଭାବରେ ମାରାସ୍‌ମସ୍ ରୋଗ ହୁଏ ।

Question 2.
ମାରାସମସ୍ ଓ କ୍ଲାସିଓର୍କର୍ ରୋଗ ଦୁଇଟିର ଲକ୍ଷଣମାନ ଲେଖ ।
ଉ –

  • ମାରାସମସ୍ ରୋଗର ଲକ୍ଷଣଗୁଡ଼ିକ ମଧ୍ୟରେ ପତଳା ଝାଡ଼ା ହେବ, ବୃଦ୍ଧିରେ ବାଧା, ଶରୀର କ୍ଷୀଣ ହେବା, କେଶ କହରା ହେବା ଇତ୍ୟାଦି ପ୍ରଧାନ ।
  • କ୍ଲାସିଓର୍କର୍ ରୋଗର ଲକ୍ଷଣଗୁଡ଼ିକ ମଧ୍ୟରେ ଗୋଡ଼, ହାତ, ମୁହଁ ଫୁଲିଯିବା ଓ ମୁଣ୍ଡରୁ କେଶ ଉପୁଡ଼ିଯିବା ଇତ୍ୟାଦି ପ୍ରଧାନ ।

Question 3.
ଭିଟାମିନ୍ ‘C’ କେଉଁଥୁରୁ ମିଳେ ଓ ଏହାର ଅଭାବରେ କେଉଁ କେଉଁ ରୋଗ ହୁଏ ?
ଉ –

  • କମଳା, ଲେମ୍ବୁ, ପିଜୁଳି, ଟମାଟୋ, ଅଁଳା, କଞ୍ଚାଲଙ୍କା, ତଟକା ପନିପରିବା ଆଦିରୁ ଭିଟାମିନ୍ ‘C’ ମିଳେ ।
  • ଭିଟାମିନ୍ C ଅଭାବରେ ସ୍କର୍ଭି ରୋଗ ହୁଏ, ଦାନ୍ତ ମାଢ଼ିରୁ ରକ୍ତ ପଡ଼େ ଓ ଘା’ ଶୁଖେ ନାହିଁ ।

BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Question 4.
ଗର୍ଭବତୀ ମାଆମାନେ ଅଧ୍ବକ ପୁଷ୍ଟିସାର ଓ ଲୌହଯୁକ୍ତ ଖାଦ୍ୟ ଖାଇବା ଉଚିତ କାହିଁକି ?
ଉ –

  • ପୁଷ୍ଟିସାର ଜାତୀୟ ଖାଦ୍ୟ ପିଲାମାନଙ୍କ ଶରୀର ବୃଦ୍ଧି ଓ ନୂତନ କୋଷ ସୃଷ୍ଟି କରିବାରେ ସାହାଯ୍ୟ କରେ ।
  • ଲୌହଯୁକ୍ତ ଖାଦ୍ୟ ରକ୍ତ ତିଆରିରେ ସାହାଯ୍ୟ କରେ । ତେଣୁ ଗର୍ଭବତୀ ମାଆମାନେ ଅଧିକ ପୁଷ୍ଟିସାର ଓ ଲୌହଯୁକ୍ତ ଖାଦ୍ୟ ଖାଇବା ଉଚିତ ।

Question 5.
ଶ୍ରମିକମାନେ ଅଧ୍ଵ ଶ୍ଵେତସାରଯୁକ୍ତ ଖାଦ୍ୟ ଖାଇବା ଉଚିତ କାହିଁକି ?
ଉ –

  • ଶ୍ରମିକମାନେ କଠିନ ଶାରୀରିକ ପରିଶ୍ରମ କରନ୍ତି । ସେଥ୍ପାଇଁ ଅଧିକ ଶକ୍ତି ଆବଶ୍ୟକ ।
  • ଶ୍ଵେତସାରଯୁକ୍ତ ଖାଦ୍ୟରୁ ମିଳୁଥିବା ଶକ୍ତି ଶାରୀରିକ ପରିଶ୍ରମ ଲାଗି ବଳ ଦେଇଥାଏ । ତେଣୁ ସେମାନେ ଅଧୂକ ଶ୍ଵେତସାରଯୁକ୍ତ ଖାଦ୍ୟ ଖାଇବା ଉଚିତ।

Question 6.
ଶ୍ଵେତସାର ଓ ପୁଷ୍ଟିସାର ଜାତୀୟ ଖାଦ୍ୟ ମଧ୍ୟରେ ଦୁଇଟି ସାମଞ୍ଜସ୍ୟ ଲେଖ ।
ଉ-
ସାମଞ୍ଜସ୍ୟ :

  • ଉଭୟ ଶ୍ଵେତସାର ଓ ପୁଷ୍ଟିସାର ଜାତୀୟ ଖାଦ୍ୟ ଉଭୟ ଆମର ପୋଷକଯୁକ୍ତ ଖାଦ୍ୟ ।
  • ଶ୍ଵେତସାର ଓ ପୁଷ୍ଟିସାର ଉଭୟ ଖାଦ୍ୟ ଶରୀରକୁ ଶକ୍ତି ଯୋଗାଏ ।

Question 7.
ଅପପୁଷ୍ଟି ଜନିତ ରୋଗ କ’ଣ ? ୨ଟିର ନାମ ଲେଖ ।
ଉ-

  • ଉପଯୁକ୍ତ ପୋଷକର ଅଭାବରେ ଯେଉଁ ରୋଗ ହୁଏ, ତାକୁ ଅପପୁଷ୍ଟି ଜନିତ ରୋଗ କହନ୍ତି ।
  • ମାରାସ୍‌ମସ୍ ଓ କ୍ଵାସିଓକର ୨ଟି ଅପପୁଷ୍ଟି ଜନିତ ରୋଗ ଅଟେ ।

Question 8.
ଭିଟାମିନ୍ B12ର ଦୁଇଟି କାର୍ଯ୍ୟ
ଉ-
(i) ରକ୍ତରେ ଲେଖ ।
(ii) ସ୍ନାୟୁମାନଙ୍କର କାର୍ଯ୍ୟକୁ ତ୍ୱରାନ୍ଵିତ କରେ ।

Question 9
ସ୍ନେହସାର ଖାଦ୍ୟର ୨ଟି କାର୍ଯ୍ୟ ଲେଖ ।
ଉ-

  • ସ୍ନେହସାର ଖାଦ୍ୟ ଶରୀରକୁ କାର୍ଯ୍ୟକରିବା ପାଇଁ ଶକ୍ତି ଯୋଗାଏ ।
  • ଏହା ଆମର ଚର୍ମକୁ ଚିକ୍‌କଣ ରଖେ ।

BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Question 10.
ପୋଷକ କ’ଣ ? ବିଭିନ୍ନ ପ୍ରକାର ପୋଷକର ନାମ ଲେଖ ।
ଉ-

  • ଖାଦ୍ୟ ପଦାର୍ଥରେ କେତେକ ରାସାୟନିକ ପଦାର୍ଥ ଥାଏ ସେହି ପଦାର୍ଥକୁ ପୋଷକ କହନ୍ତି ।
  • ପୋଷକଗୁଡ଼ିକ ହେଲା- ଶ୍ଵେତସାର, ସ୍ନେହସାର, ପୁଷ୍ଟିସାର, ଧାତୁସାର, ଜୀବସାର ଓ ଜଳ ।

Question 11.
ସ୍ନେହସାର ଶରୀର ପାଇଁ କି ଉପକାର କରେ ?
ଉ-

  • ସ୍ନେହସାର ଖାଦ୍ୟ ଶରୀରକୁ କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଏ ।
  • ଏହା ଆମର ଚର୍ମକୁ ଚିକ୍‌କଣ ରଖେ ।

ଦୀର୍ଘ ପ୍ରଶ୍ନୋତ୍ତର

Question 1.
ମାରାସ୍‌ମସ୍ ଓ କ୍ଵାସିଓର୍କର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ –

ମାରାସ୍‌ମସ୍ କ୍ଵାସିଓର୍କର
 (i) ଶ୍ଵେତସାର ଅଭାବଜନିତ ରୋଗକୁ ମାରସ୍‌ମସ୍ କହନ୍ତି । (i) ପୁଷ୍ଟିସାର ଅଭାବଜନିତ ରୋଗକୁ କ୍ଳାସିଓର୍କର କହନ୍ତି ।
(ii) ମାରାସ୍‌ମସ୍ ଭୋଗୁଥ‌ିବା ରୋଗୀର ପତଳା ଝାଡ଼ା, ବୃଦ୍ଧିରେ ବାଧା, ଶରୀର କ୍ଷୀଣ ଓ କେଶ କହରା ହୁଏ । (ii) କ୍ଲାସିଓର୍କର ଭୋଗୁଥିବା ରୋଗୀର ଗୋଡ଼, ହାତ, ମୁହଁ ଫୁଲିଯାଏ ଓ ମୁଣ୍ଡରୁ କେଶ ଉପୁଡ଼ିଯାଏ ।

BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Question 2.
ଆୟୋଡ଼ିନଯୁକ୍ତ ଲବଣ କେଉଁଥରୁ ମିଳେ ? ଏହାର କାର୍ଯ୍ୟ ଅଭାବଜନିତ ରୋଗର ନାମ ଲେଖ ।
(i) ସଜନା ଛୁଇଁ, ସମୁଦ୍ର ମାଛ, ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ହେଉଥ‌ିବା ପରିବା ଓ ଫଳରୁ ଆୟୋଡ଼ିଯୁକ୍ତ ଲବଣ ମିଳିଥାଏ ।
(ii) ଆୟୋଡ଼ିଯୁକ୍ତ ଲବଣ ଥାଇରଏଡ଼ ଗ୍ରନ୍ଥିକୁ କାର୍ଯ୍ୟକ୍ଷମ କରାଏ ।
(iii) ଏହାର ଅଭାବରେ ଗଳଗଣ୍ଡ ରୋଗ ଓ ପିଲାର ମାନସିକ ବିକାଶରେ ବାଧା ସୃଷ୍ଟି କରାଇଥାଏ ।

Question 3.
ସୁଷମ ଖାଦ୍ୟ କ’ଣ ? ୧୨ ବର୍ଷ ବୟସର ପିଲାପାଇଁ ନିରାମିଷାଶୀ ସୁଷମ ଖାଦ୍ୟଦ୍ରବ୍ୟର ପରିମାଣର ଏକ ତାଲିକା ଲେଖ ।
ଉ –
ସୁଷମ ଖାଦ୍ୟ – ଜଣେ ବ୍ୟକ୍ତିର ଆବଶ୍ୟକତା ଅନୁସାରେ ପ୍ରତ୍ୟେକ ଉପାଦାନ ରହିଥ‌ିବା ଖାଦ୍ୟକୁ ସୁଷମ ଖାଦ୍ୟ କୁହାଯାଏ ।
୧୦-୧୨ ବର୍ଷ ପିଲାଙ୍କର ସୁଷମ ଖାଦ୍ୟ ତାଲିକା –
BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 1

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଖାଦ୍ୟ ପଦାର୍ଥରେ ଥ‌ିବା ରାସାୟନିକ ପଦାର୍ଥକୁ ………… କୁହାଯାଏ ।
(ଖ) ଅଟାକୁ …………. ଦ୍ରବଣରେ ମିଶାଇଲେ ଗୀତନାଳ ବର୍ଣ୍ଣ ହୋଇଥାଏ l
(ଗ) ତୁତିଆର ରାସାୟନିକ ନାମ ………… ।
(ଘ) ……….. ରୋଗ ଭୋଗୁଥିବା ରୋଗୀର ଗୋଡ଼, ହାତ, ମୁହଁ ଫୁଲିଯାଏ ।
(ଙ) ସ୍ନାୟୁମାନଙ୍କ କାମ ପାଇଁ …………. ଭିଟାମିନ୍ ଦରକାର ।
(ଚ) ଲହୁଣି …………. ଜାତୀୟ ଖାଦ୍ୟ ।
(ଛ) ଭିଟାମିନ୍ ‘C’ ଅଭାବରେ ………….. ରୋଗ ହୁଏ ।
(ଜ) ଆମେ ଦୈନିକ ………….. ଗ୍ଲାସ୍ ପାଣି ପିଇବା ଦରକାର ।
ଉତ୍ତର –
(କ) ପୋଷକ
(ଖ) ଆୟୋଡ଼ିନ୍
(ଗ) କପର ସଲଫେଟ୍
(ଘ) କ୍ବାସିଓକର
(ଙ) B12
(ଚ) ସ୍ନେହସାର
(ଛ) ସ୍କର୍ଭି
(ଜ) 8 – 10

BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Question 2.
ପ୍ରତି ପ୍ରଶ୍ନତଳେ ଚାରୋଟି ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ଠିକ୍ ଉତ୍ତରଟି ବାଛି ଲେଖ ।

(କ) କେଉଁ ପ୍ରକାର ଖାଦ୍ୟ ଶରୀର ଗଠନ ଓ କ୍ଷୟ ପୂରଣ କରେ ?
(i) ସ୍ନେହସାର
(ii) ପୁଷ୍ଟିସାର
(iii) ଶ୍ଵେତସାର
(iv) ଖଣିଜ ଲବଣ
ଉ –
(କ) ପୁଷ୍ଟିସାର
(ଖ) ଗାଈ କ୍ଷୀରରେ କେଉଁ ଭିଟାମିନ୍ ନଥାଏ ?
(i) A
(ii) B
(iii) C
(iv) D
ଉ –
(ଖ) C

(ଗ) ସୂର୍ଯ୍ୟକିରଣ ଚର୍ମରେ ପଡ଼ିଲେ କେଉଁ ଭିଟାମିନ୍ ତିଆରି ହୁଏ ?
(i) A
(ii) B
(iii) E
(iv) D
ଉ –
(ଗ) D

(ଘ) ଶ୍ଵେତସାର ଅଭାବରେ କେଉଁ ରୋଗ ହୁଏ ?
(i) କ୍ଵାସିଓକର୍
(ii) ମାରାସ୍ମସ୍
(iii) କାମଳ
(iv) ଏଡ୍‌ସ
ଉ –
(ଘ) ମାରାସ୍‌ମସ୍

BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

(ଙ) ତୈଳବୀଜରେ କେଉଁ ଜାତୀୟ ଖାଦ୍ୟ ଥାଏ ?
(i) ଶ୍ଵେତସାର
(ii) ପୁଷ୍ଟିସାର
(iii) ସ୍ନେହସାର
(iv) ଜୀବସାର
ଉ –
(ଡ) ସ୍ନେହସାର

(ଚ) ନିମ୍ନଲିଖ କେଉଁଥରେ ଭିଟାମିନ୍ E ଥାଏ ?
(i) ସୋରିଷ ତେଲ
(ii) ନଡ଼ିଆତେଲ
(iii) ରାଶିତେଲ
(iv) ବାଦାମ ତେଲ
ଉ –
(ଚ) ରାଶିତେଲ

(ଛ) କେଉଁ ଭିଟାମିନ୍ ଅଭାବରେ ଅଷ୍ଟିଓମାଲେସିଆ ରୋଗ ହୁଏ ?
(i) A
(ii) B
(iii) E
(iv) D
ଉ –
(ଛ) D

(ଜ) ଲୋହିତ କୋଷିକା ତିଆରି ପାଇଁ କେଉଁ ଭିଟାମିନ୍ ଦରକାର ?
(i) B12
(ii) B1
(iii) K
(iv) D
(iv) C
ଉ –
(ଜ) B12

BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Question 3.
ନିମ୍ନରେ ଦିଆଯାଇଥିବା ପ୍ରଶ୍ନର ବାମପାର୍ଶ୍ଵର ଦୁଇ ଶବ୍ଦର ସମ୍ପର୍କକୁ ଦେଖ୍ ଡାହାଣ ପାର୍ଶ୍ଵର ଶବ୍ଦ ପାଖରେ ଥ‌ିବା ଶୂନ୍ୟ ସ୍ଥାନରେ ଉପଯୁକ୍ତ ଶବ୍ଦ ଲେଖ ।
(କ) ପୁଷ୍ଟିସାର : ଶରୀର ଗଠନ :: ଶ୍ଵେତସାର : ……….. ।
(ଖ) ରକ୍ତ ଜମାଟ ବାନ୍ଧିବା : ଭିଟାମିନ୍ K :: ବନ୍ଧ୍ୟାରୋଗ ଦୂରହେବା : ……….. ।
(ଗ) ଶ୍ଵେତସାର : ମାରାସ୍‌ମସ୍ :: ପୁଷ୍ଟିସାର : ……….. ।
(ଘ) ଲୌହଯୁକ୍ତ ଲବଣ : ରକ୍ତହୀନତା :: ଆୟୋଡ଼ିଯୁକ୍ତ ଲବଣ : ……….. ।
(ଙ) ତୁତିଆ : କପର ସଲ୍‌ଫେଟ୍ :: ଲୁଣ : ……….. ।
(ଚ) ସଜନା ଛୁଇଁ : ଆୟୋଡ଼ିଯୁକ୍ତ ଲବଣ :: ସଜନା ଶାଗ : ……….. ।
(ଛ) କାଞ୍ଜି : ଭିଟାମିନ୍ B :: ବନ୍ଧାକୋବି : ……….. ।
(ଜ) ଭିଟାମିନ୍ B : ଜଳରେ ଦ୍ରବଣୀୟ :: ଭିଟାମିନ୍ A : ……….. ।
ଉ –
(କ) କାର୍ଯ୍ୟ କରିବାପାଇଁ ଶକ୍ତି
(ଖ) ଭିଟାମିନ୍ E
(ଗ) କ୍ଵାସିଓକ୍‌ର
(ଙ) ସୋଡ଼ିୟମ୍‌ କ୍ଲୋରାଇଡ୍
(ଚ) ଲୌହଯୁକ୍ତ ଲବଣ
(ଛ) ଭିଟାମିନ୍ K

Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ପ୍ରତ୍ୟେକ ଖାଦ୍ୟ ପଦାର୍ଥରେ ଥିବା କେତେକ ରାସାୟନିକ ପଦାର୍ଥକୁ ଶ୍ଵେତସାର କୁହାଯାଏ ।
(ଖ) ଅନ୍ଧାରକଣା ରୋଗ ଭିଟାମିନ୍ – B ଅଭାବରେ ହୋଇଥାଏ ।
(ଗ) ରକ୍ତରେ ଥିବା ଲୋହିତ କୋଷିକା ତିଆରିରେ ଭିଟାମିନ୍ -E ସାହାଯ୍ୟ କରେ ।
(ଘ) ଭିଟାମିନ୍ – E ଅଭାବରେ ସ୍କର୍ଭିରୋଗ ହୁଏ ।
(ଙ) ସୋଡ଼ିୟମ୍‌ କ୍ଲୋରାଇଡ୍ ଲବଣ ଦାନ୍ତ ଓ ଅସ୍ଥି ଗଠନରେ ସାହାଯ୍ୟ କରେ ।
ଉ –
(କ) ପ୍ରତ୍ୟେକ ଖାଦ୍ୟ ପଦାର୍ଥରେ ଥ‌ିବା କେତେକ ରାସାୟନିକ ପଦାର୍ଥକୁ ପୋଷକ କୁହାଯାଏ ।
(ଖ) ଅନ୍ଧାରକଣା ରୋଗ ଭିଟାମିନ୍ – A ଅଭାବରେ ହୋଇଥାଏ ।
(ଗ) ରକ୍ତରେ ଥ‌ିବା ଲୋହିତ କୋଷିକା ତିଆରିରେ ଭିଟାମିନ୍ -B12 ସାହାଯ୍ୟ କରେ ।
(ଘ) ଭିଟାମିନ୍ – C ଅଭାବରେ ସ୍କର୍ଭିରୋଗ ହୁଏ ।
(ଙ) କାସିୟମ୍ ଲବଣ ଦାନ୍ତ ଓ ଅସ୍ଥି ଗଠନରେ ସାହାଯ୍ୟ କରେ ।

BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Question 5.
ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ (*) ଚିହ୍ନ ଦିଅ ।
(କ) ପୁଷ୍ଟିସାର ଜାତୀୟ ଖାଦ୍ୟ ଚର୍ମକୁ ଚିକ୍କଣ କରାଏ । (✗)
(ଖ) ଭିଟାମିନ୍ ‘C’ ଅଭାବରେ ବେରିବେରି ରୋଗ ହୁଏ । (✗)
(ଗ) ବିଭିନ୍ନ ପ୍ରକାର ଶାଗରେ ଭିଟାମିନ୍ – K ଥାଏ । (✓)
(ଘ) ଖାଦ୍ୟ ଖାଇବା ସହିତ ଦୈନିକ ୫-୬ ଗିଲାସ ପାଣି ପିଇବା ଦରକାର । (✗)
(ଙ) ସୁଷମ ଖାଦ୍ୟ ଆମକୁ ସମସ୍ତ ପୋଷାକ ଯୋଗାଇଥାଏ । (✓)

Question 6.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
(କ)
BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 2
ଉ –
BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 3

BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

(ଖ)
BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 4
ଉ –
BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 5

BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Odisha State Board BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ Textbook Exercise Questions and Answers.

BSE Odisha Class 6 Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Question 1.
ଦିଆଯାଇଥ‌ିବା ଖାଦ୍ୟ ତାଲିକାରୁ କେଉଁଟି କେଉଁ ଶ୍ରେଣୀର ଖାଦ୍ୟ ଚିହ୍ନଟ କରି ସଂପୃକ୍ତ କୋଠରିରେ ଲେଖ ।
BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 1
ଉ –
BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 2

BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Question 2.
କେଉଁଗୁଡ଼ିକ ଠିକ୍, (✓) ଚିହ୍ନ ଦେଇ ଦର୍ଶାଅ ।
(କ) ସୂର୍ଯ୍ୟ କିରଣରେ ଭିଟାମିନ୍ ‘D’ ଥାଏ ।
(ଖ) ଅଁଳାରେ ଭିଟାମିନ୍ ‘C’ ଥାଏ ।
(ଗ) ଶୁଖୁଆରେ ଅଧିକ ସ୍ନେହସାର ରହିଛି ।
(ଘ) ସୁଷମ ଖାଦ୍ୟ ଶରୀରର ଆବଶ୍ୟକତା ପୂରଣ କରେ ।
(ଙ) ରକ୍ତହୀନତା ହୋଇଥିଲେ ସମୁଦ୍ର ମାଛ ଖାଇବା ଉଚିତ ।
(ଚ) ଭିଟାମିନ୍ ‘K’ ସଜନା ଛୁଇଁରେ ମିଳେ ନାହିଁ ।
(ଛ) ଅନ୍ଧାରକଣା ଭୋଗୁଥିବା ବ୍ୟକ୍ତି ଗାଜର ଖାଇବା ଅନୁଚିତ ।
(ଜ) କ୍ଷୀରରେ ସମସ୍ତ ପ୍ରକାର ଭିଟାମିନ୍ ଥାଏ ।
ଉ –
(କ) ସୂର୍ଯ୍ୟ କିରଣରେ ଭିଟାମିନ୍ ‘D’ ଥାଏ । (✓)
(ଖ) ଅଁଳାରେ ଭିଟାମିନ୍ ‘C’ ଥାଏ । (✓)
(ଗ) ଶୁଖୁଆରେ ଅଧିକ ସ୍ନେହସାର ରହିଛି । (✗)
(ଘ) ସୁଷମ ଖାଦ୍ୟ ଶରୀରର ଆବଶ୍ୟକତା ପୂରଣ କରେ । (✓)
(ଙ) ରକ୍ତହୀନତା ହୋଇଥିଲେ ସମୁଦ୍ର ମାଛ ଖାଇବା ଉଚିତ । (✓)
(ଚ) ଭିଟାମିନ୍ ‘K’ ସଜନା ଛୁଇଁରେ ମିଳେ ନାହିଁ । (✓)
(ଛ) ଅନ୍ଧାରକଣା ଭୋଗୁଥିବା ବ୍ୟକ୍ତି ଗାଜର ଖାଇବା ଅନୁଚିତ । (✓)
(ଜ) କ୍ଷୀରରେ ସମସ୍ତ ପ୍ରକାର ଭିଟାମିନ୍ ଥାଏ । (✓)

Question 3.
ଦୁଇଟି ବା ତିନୋଟି ବାକ୍ୟରେ କାରଣ ଲେଖ ।
(କ) ଖାଦ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ରହିବା ଆବଶ୍ୟକ ।
ଉ –

  • ଖାଦ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ନ ରହିଲେ ଝାଡ଼ା ପରିଷ୍କାର ହୁଏ ନାହିଁ । ଖାଦ୍ୟନଳୀରୁ ମଳ ବାହାର କରିବାରେ
  • ପେଟରୁ ମଳ ଭଲ ଭାବରେ ବାହାରି ନଗଲେ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ । ତେଣୁ ଖାଦ୍ୟରେ ତନ୍ତୁଯୁକ୍ତ ଖାଦ୍ୟ ରହିବା ଆବଶ୍ୟକ ।

(ଖ) ଆମିଷ ଖାଉ ନଥିବା ପିଲା ଅଧ୍ଵ ପରିମାଣର କ୍ଷୀର, ଡାଲି, ବାଦାମ ଖାଇବା ଆବଶ୍ୟକ ।
ଉ –

  • ମାଛ, ମାଂସ ଓ ଅଣ୍ଡାରେ ପୁଷ୍ଟିସାର ଅଧିକ ପରିମାଣରେ ଥାଏ ।
  • ଆମିଷ ଖାଉ ନଥିବା ପିଲା ମାଛ, ମାଂସ ଓ ଅଣ୍ଡାରେ ଥିବା ପୁଷ୍ଟିସାର କ୍ଷୀର, ଡାଲି, ବାଦାମରୁ ପାଇଥାଏ । ପିଲାମାନଙ୍କ ଶରୀର ବୃଦ୍ଧି ନିମିତ୍ତ ଆମିଷ ଖାଉ ନଥୁବା ପିଲା ଅଧ୍ଵ ପରିମାଣରେ କ୍ଷୀର, ଡାଲି, ବାଦାମ. ଖାଇବା ଆବଶ୍ୟକ ।

BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

(ଗ) ଚକ୍ରଧରକୁ ଅନ୍ଧାରରେ ଦେଖାଯାଉ ନାହିଁ ।
ଉ –

  • ଚକ୍ରଧରକୁ ଭିଟାମିନ୍ – ‘A’ ଅଭାବରୁ ଅନ୍ଧାରକଣା ରୋଗ ହୋଇଛି ।
  • ତେଣୁ ଚକ୍ରଧରକୁ ଅନ୍ଧାରରେ ଦେଖାଯାଉ ନାହିଁ ।

(ଘ) ପିଲାମାନଙ୍କର ପୁଷ୍ଟିସାର ଜାତୀୟ ଖାଦ୍ୟର ଆବଶ୍ୟକତା ବେଶୀ ।
ଉ –

  • ପୁଷ୍ଟିସାର ଜାତୀୟ ଖାଦ୍ୟ ପିଲାମାନଙ୍କର ଶରୀର ବୃଦ୍ଧିରେ ସାହାଯ୍ୟ କରେ ।
  • ପୁଷ୍ଟିସାର ଜାତୀୟ ଖାଦ୍ୟଗୁଡ଼ିକ ହେଉଛି ମାଛ, ମାଂସ, ଅଣ୍ଡା, ଡାଲି, ଛତୁ, ସୋୟାବିନ୍ ଇତ୍ୟାଦି ।

(ଙ) ପାହାଡ଼ିଆ ଅଞ୍ଚଳର ଲୋକମାନଙ୍କର ଗଳଗଣ୍ଡ ରୋଗ ହେବାର ସମ୍ଭାବନା ଅଧିକ ।
ଉ –

  • ପାହାଡ଼ିଆ ଅଞ୍ଚଳରେ ହେଉଥ‌ିବା ଖାଦ୍ୟ ପଦାର୍ଥରେ ଆୟୋଡ଼ିନ୍‌ର ଅଭାବ ଥାଏ ।
  • ରକ୍ତରେ ଆୟୋଡ଼ିନ ଅଭାବଯୋଗୁଁ ଗଳଗଣ୍ଡ ରୋଗ ହୁଏ । ତେଣୁ ପାହାଡ଼ିଆ ଅଞ୍ଚଳର ଲୋକମାନଙ୍କର ଗଳଗଣ୍ଡ ରୋଗ ହେବାର ସମ୍ଭାବନା ଥାଏ ।

Question 4.
ତଳେ ଦିଆଯାଇଥ‌ିବା ପ୍ରତ୍ୟେକ ପୋଷକ ପାଇଁ ଦୁଇଟି ଖାଦ୍ୟ ପଦାର୍ଥର ନାମ ଲେଖ ।
(କ) ପୁଷ୍ଟିସାର – ……………….. – …………………..
(ଖ) ଭିଟାମିନ୍ C. – ……………….. – ………………
(ଗ) ଖଣିଜ ଲବଣ – ……………….. – …………………..
ଉ –
(କ) ଡାଲି, ମାଛ
(ଖ) କମଳା, ପିଜୁଳି
(ଗ) ଚୂନାମାଛ, ସଜନା ଛୁଇଁ

Question 5.
ଶାଗରେ କେଉଁଟି ନଥାଏ ?
(କ) ଖଣିଜ ଲବଣ (ଖ) ତନ୍ତୁ (ଗ) ଭିଟାମିନ୍ (ଘ) ସ୍ନେହସାର
ଉ –
(ଘ) ସ୍ନେହସାର

BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Question 6.
ଯଦି ସବୁ ଗାଈ ଓ ମଇଁଷି ଲୋପପାଇଯାଆନ୍ତି; ତାହାହେଲେ କ୍ଷୀର, ଦହି, ଘିଅ, ଛେନା ବ୍ୟତୀତ ଆଉ ଯେଉଁସବୁ ଖାଦ୍ୟ ପଦାର୍ଥ ମିଳିବ ନାହିଁ, ସେହି ମଧ୍ୟରୁ ଦୁଇଟିର ନାମ ଲେଖ ।
ଉ –
ଲହୁଣି, ରାବିଡ଼ି

Question 7.
ଗୋଟିଏ ବଦ୍ଧିଷ୍ଣୁ ଶିଶୁର ଓ ଜଣେ ବୃଦ୍ଧର ଖାଦ୍ୟର ଆବଶ୍ୟକତା ମଧ୍ୟରେ ଥ‌ିବା ପାର୍ଥକ୍ୟ ଯୁକ୍ତି ସହ ସଂକ୍ଷେପରେ ଲେଖ ।
ଉ –
BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 3

ଖାଦ୍ୟର ଶ୍ରେଣୀ ବିଭାଗ Notes :

→ ଉପକ୍ରମ :
(i) ଆମେ ଖାଉଥ‌ିବା ବିଭିନ୍ନ ପ୍ରକାର ଖାଦ୍ୟରେ ଚାଉଳ, ଡାଲି, ପନିପରିବା, ଚିନି, ଅଣ୍ଡା, ମାଂସ, ମାଛ, ଛେନା, କ୍ଷୀର, ଚୁଡ଼ା, ମୁଢ଼ି, ପିଜୁଳି, କମଳା, କାକୁଡ଼ି, ଲଙ୍କା, ଲେମ୍ବୁ, ଅଟା, ବାଜ୍‌, ମାଣ୍ଡିଆ, ଗୁଡ଼, ଘିଅ, ତେଲ ଇତ୍ୟାଦି ପଦାର୍ଥ ବ୍ୟବହାର କରିଥାଉ ।
(ii) ଆମେ ଖାଦ୍ୟାଭାବରେ ଯାହାସବୁ ଖାଉଛେ ସେ ସବୁର ଆବଶ୍ୟକତା ଆମ ଶରୀର ପାଇଁ ରହିଛି ।
(iii) ଖାଦ୍ୟ ଆମ ଶରୀର ବୃଦ୍ଧିରେ ସାହାଯ୍ୟ କରେ ଓ କାମ କରିବାପାଇଁ ଶକ୍ତି ଯୋଗାଇଥାଏ ।
(iv) ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରେ । ଖାଦ୍ୟ ପଦାର୍ଥରେ ଥ‌ିବା ରାସାୟନିକ ପଦାର୍ଥକୁ ପୋଷକ କୁହାଯାଏ ।
(v) ଭିନ୍ନ ଭିନ୍ନ ଖାଦ୍ୟପଦାର୍ଥରେ ଏହି ପୋଷକ ମଧ୍ୟରେ ପାର୍ଥକ୍ୟ ଥାଏ । ତେଣୁ ସୁସ୍ଥ ରହିବାପାଇଁ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବ! ଆବଶ୍ୟକ । ଖାଦ୍ୟରେ ଥ‌ିବା ମୁଖ୍ୟ ପୋଷକକୁ ଆଧାର କରି ଖାଦ୍ୟକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି; ଯଥା – ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, ଭିଟାମିନ୍ ବା ଜୀବସାର, ଖଣିଜ ଲବଣ ।
BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 4
(vi) ଶରୀରର ଆବଶ୍ୟକତା ପୂରଣ କରିବାପାଇଁ ଜଳ ଓ ତନ୍ତୁ ଜାତୀୟ ଖାଦ୍ୟର ଆବଶ୍ୟକତା ରହିଛି ।

  • ପ୍ରତ୍ୟେକ ଖାଦ୍ୟରେ ପ୍ରାୟ ସମସ୍ତ ପ୍ରକାର ପୋଷକ ଅଳ୍ପ ବା ବେଶି ପରିମାଣରେ ଥାଏ । ଯେଉଁ ଖାଦ୍ୟରେ ଯେଉଁ ପୋଷକ ଅଧିକ ପରିମାଣରେ ଥାଏ ତାକୁ ଆମେ ସେହି ଜାତୀୟ ଖାଦ୍ୟ କରିଥାଉ ।
  • ଖାଦ୍ୟରେ ଥ‌ିବା ମୁଖ୍ୟ ପୋଷକକୁ ଆଧର କରି ଖାଦ୍ୟକୁ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇଛି ।
    BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 5
  • ଖଣିଜ ଲବଣ ବା ଧାତୁସାର

BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

→ ଖାଦ୍ୟର ଶ୍ରେଣୀବିଭାଗ :
ଶ୍ଵେତସାର ଜାତୀୟ ଖାଦ୍ୟର ଚିହ୍ନଟ ପ୍ରଣାଳୀ :
ତୁମପାଇଁ କାମ : 1
ଗୋଟିଏ ଏକ ଚାମଚ ଅଟା ନେଇ ସେଥ‌ରେ ୩/୪ ଚାମଚ ପାଣି ମିଶାଇ ଭଲ ଭାବରେ ଗୋଳାଇଦିଅ । ସେହି ପାଣିଆ ଅଟାରେ ୨-୩ ବୁନ୍ଦା ସାଙ୍ଗେ ସାଙ୍ଗେ ପ୍ରସ୍ତୁତ ହୋଇଥିବା ଆୟୋଡି଼ନ୍‌ ଦ୍ରବଣ ମିଶାଅ । ଏହାକୁ ଚାମଚ ସାହାଯ୍ୟରେ ଭଲ ଭାବରେ ଘାଣ୍ଟିଦିଅ । ଆୟୋଡ଼ିନ୍ ଦ୍ରବଣ ଶ୍ଵେତସାର ଜାତୀୟ ଖାଦ୍ୟକୁ ଗାଢ଼ ନୀଳ ରଙ୍ଗ କରିଦିଏ ।
BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 6
ଆୟୋଡ଼ିନ୍ ଦ୍ରବଣ ଶ୍ଵେତସାର ଜାତୀୟ ଖାଦ୍ୟକୁ ଗାଢ଼ ନୀଳରଙ୍ଗ କରିଦିଏ ।
ସିଝା ଆଳୁ, ଚୁଡ଼ା, ଚାଉଳ, ଅଟା, ମୁଢ଼ି, କନ୍ଦମୂଳ, ଚିନି, ସାରୁ, ଓଲୁଅ, ବାଜରା, ମାଣ୍ଡିଆ ଆଦି ଶ୍ଵେତସାର ଜାତୀୟ ଖାଦ୍ୟ ।

ତୁମପାଇଁ କାମ : 2
ସିଝା ଆଳୁ, ଚୁଡ଼ାଗୁଣ୍ଡ, ସୋରିଷ ତେଲ, ଡାଲିଗୁଣ୍ଡ, କ୍ଷୀରକୁ ଅଲଗା ଅଲଗା ଗିଲାସରେ ନେଇ ସେଥ‌ିରେ ଆୟୋଡିନ୍ ଦ୍ରବଣ ମିଶାଅ । କେଉଁ କେଉଁ କ୍ଷେତ୍ରରେ ଗାଢ଼ ରଙ୍ଗ ହେଲା ଦେଖ । ନିମ୍ନ ସାରଣୀଟିକୁ ପୂରଣ କର ।
ଡ –

ଗାଢ଼ ନୀଳ ରଙ୍ଗ ହେଲ ଗାଢ଼ନୀଳ ରଙ୍ଗ ହେଲା ନାହିଁ
ସିଝା ଆଳୁ ଡାଲିଗୁଣ୍ଡ, କ୍ଷୀର
ଚୁଡ଼ା ଗୁଣ୍ଡ ଗାଢ଼ନୀଳ

→ ପୁଷ୍ଟିସାର ଜାତୀୟ ଖାଦ୍ୟର ଚିହ୍ନଟ ପ୍ରଣାଳୀ :
ତୁମପାଇଁ କାମ : ୨
ଗୋଟିଏ ସ୍ବଚ୍ଛ ପ୍ଲାଷ୍ଟିକ ବୋତଲ ନେଇ ସେଥ‌ିରେ ଅଳ୍ପ ଗୁଣ୍ଡଡାଲି ପୂରାଅ । ଡ୍ରପର ସାହାଯ୍ୟରେ ସେଥ‌ିରେ ୮-୧୦ ବୁନ୍ଦା ପାଣି ମିଶାଅ । ଏହାପରେ ସେଥ‌ିରେ ଦୁଇବୁନ୍ଦା ତୁତିଆ ଦ୍ରବଣ (କପର ସଲଫେଟ୍) ଓ ୮-୧୦ ବୁନ୍ଦା କ୍ଷାରସୋଡ଼ାର ଦ୍ରବଣ ମିଶାଅ । ଠିପି ଲଗାଅ ଓ ଏହାକୁ ଭଲ ଭାବରେ ହଲାଅ, ଯେପରି ଦ୍ରବଣଗୁଡ଼ିକ ମିଶିଯିବ । କିଛି ସମୟ ଗୋଟିଏ ସ୍ଥାନରେ ସ୍ଥିର ଭାବରେ ରଖୁଦିଅ ।

  • ପୁଷ୍ଟିସାର ଜାତୀୟ ଖାଦ୍ୟ ତୁଡିଆ ( କପର ସଲଫେଟ୍) ଦ୍ରବଣ ସହ ମିଶିଲେ ଦ୍ରବଣଟି ବାଇଗଣି ରଙ୍ଗ ହୁଏ ।

BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

୨ । କ୍ଷୀର, ବାଇଗଣ ଚକଟା, ଅଣ୍ଡାଲାଳ, ଭାତ ନେଇ ପରୀକ୍ଷାଟି କର । କେଉଁ କ୍ଷେତ୍ରରେ ବାଇଗଣି ରଙ୍ଗ ହେଉଛି ତଳ ସାରଣୀରେ ଲେଖ ।

ଗାଢ଼ ନୀଳ ରଙ୍ଗ ହେଲ ଗାଢ଼ନୀଳ ରଙ୍ଗ ହେଲା ନାହିଁ
ଡାଲି ଗୁଣ୍ଡ ଭାତ
କ୍ଷୀର ବାଇଗଣ ଚକଟା
ଅଣ୍ଡାଲାଳ

ଡାଲି, ଅଣ୍ଡାଲାଳ, କ୍ଷୀର, ମାଛ, ମାଂସ, ସୋୟାବିନ୍, ଛତୁ ଆଦି ପୁଷ୍ଟିସାର ଜାତୀୟ ଖାଦ୍ୟ ।

→ ସ୍ନେହସାର ଜାତୀୟ ଖାଦ୍ୟର ଚିହ୍ନଟ ପ୍ରଣାଳୀ :
ତୁମପାଇଁ କାମ : ୩
କେତେଖଣ୍ଡ ଧଳା କାଗଜ ନିଅ । ଅଟା, ସିଝାଆଳୁ, ଚିନାବାଦାମ ଗୁଣ୍ଡ, କୋରାଯାଇଥିବା ପାକଳ ନଡ଼ିଆ, ସୋରିଷ ଗୁଣ୍ଡ ଅଲଗା ଅଲଗା କାଗଜରେ ଘସି ଗୁଣ୍ଡ ପଦାର୍ଥଗୁଡ଼ିକୁ କାଗଜ ଉପରୁ ଝାଡ଼ିଦେଇ କାଗଜକୁ ଖରାରେ କିଛି ସମୟ ଶୁଖାଇ ଦିଅ । ଦେଖୁ ଯେଉଁ କାଗଜଟି ତେଲିଆ ଦେଖାଯାଉଛି, ସେଥୁରେ ଘସାଯାଇଥିବା ପଦାର୍ଥରେ ତେଲ ଅଛି । ଯେଉଁ କାଗଜ ତେଲିଆ ଦେଖା ଯାଉନାହିଁ, ସେଥୁରେ ଘସାଯାଇଥ‌ିବା ଖାଦ୍ୟ ପଦାର୍ଥରେ ତେଲ ନାହିଁ ବା କମ୍ ପରିମାଣରେ ରହିଛି ।
(i) ସ୍ନେହସାର ଜାତୀୟ ଖାଦ୍ୟରେ ଅଧୂକ ପରିମାଣରେ ତେଲ ଥାଏ ।
(ii) ଚିନାବାଦାମ, ସୋରିଷ, ନଡ଼ିଆ, ସୂର୍ଯ୍ୟମୁଖୀ ମଞ୍ଜି, ରାଶି, ଅତସୀ, କୁସୁମ, ଜଡ଼ା, ମାଛ ଓ ମାଂସର ଚର୍ବି, ଅଣ୍ଡାର କେଶର, ଗାଈ ଓ ମଇଁଷି ଘିଅ, ଲହୁଣି ଆଦି ସ୍ନେହସାର ଜାତୀୟ ଖାଦ୍ୟ ।

  • ଯେଉଁ ସ୍ନେହସାର ଉଦ୍ଭଦରୁ ମିଳେ ତାହା ଉଦ୍ଭଜ ସ୍ନେହସାର ଏବଂ ଯାହା ପ୍ରାଣୀଙ୍କଠାରୁ ମିଳେ ତାହାକୁ ପ୍ରାଣୀଜ ସ୍ନେହସାର କୁହାଯାଏ ।
  • ଖାଦ୍ୟରେ ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, ଭିଟାମିନ୍ ଓ ଖଣିଜ ଲବଣ ଥାଏ । ଏହା ମଧ୍ୟ ଆମ ଶରୀର ପାଇଁ ଏକାନ୍ତ ଆବଶ୍ୟକ ।

BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

→ ପୋଷକ ଆମ ଶରୀର ପାଇଁ ଆବଶ୍ୟକ :
(i) ଖାଦ୍ୟରେ ଥ‌ିବା ଭିନ୍ନ ଭିନ୍ନ ପୋଷକ ଭିନ୍ନ ଭିନ୍ନ କାର୍ଯ୍ୟ କରନ୍ତି ଓ ଭିନ୍ନ ଭିନ୍ନ ଉତ୍ସରୁ ମିଳିଥାଆନ୍ତି ।
BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 7
(ii) ଶ୍ଵେତସାର, ସ୍ନେହସାର ଓ ପୁଷ୍ଟିସାର ଅଭାବରେ ଅପପୁଷ୍ଟିଜନିତ ରୋଗ ହୋଇଥାଏ ।
(iii) ଶ୍ଵେତସାର ଅଭାବରେ ମାରାସମସ୍ ରୋଗ ହୁଏ । ଏହି ରୋଗର ଲକ୍ଷଣଗୁଡ଼ିକ ହେଲା- ପତଳାଝାଡ଼ା ହେବା, ବୃଦ୍ଧିରେ ବାଧା, ଶରୀର କ୍ଷୀଣ ହେବା, କେଶ କହରା ହେବା ଇତ୍ୟାଦି ।
(iv) ପୁଷ୍ଟିସାର ଅଭାବରେ କ୍ଲାସିଓକର୍ ରୋଗ ହୁଏ । ଏହି ରୋଗର ଲକ୍ଷଣଗୁଡ଼ିକ ହେଲା ଗୋଡ଼, ହାତ, ମୁହଁ
(v) ଜୀବସାର ବା ଭିଟାମିନ୍ ଆମ ଆଖୁ, ଦାନ୍ତ, ଅସ୍ଥିକୁ ସୁସ୍ଥ ରଖିବା ସଙ୍ଗେ ସଙ୍ଗେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ । ଏହି ଭିଟାମିନ୍‌ର ଅଭାବରେ ବିଭିନ୍ନ ପ୍ରକାର ରୋଗ ହୁଏ ।
BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 8
(vi) ଏତଦ୍‌ବ୍ୟତୀତ ଭିଟାମିନ୍ B,, B, Bj ଓ B, ରହିଛି । ସାଧାରଣତଃ ମାଛ, ମାଂସ, ଅଣ୍ଡା, କ୍ଷୀର, କଲିଜା ଆଦିରେ ଭିଟାମିନ୍ B,, ଥାଏ । ଭିଟାମିନ୍ B, ରକ୍ତରେ ଥିବା ଲୋହିତ କୋଷିକା ତିଆରିରେ ସାହାଯ୍ୟ କରିଥାଏ ଏବଂ ସ୍ନାୟୁମାନଙ୍କ କାମପାଇଁ ମଧ୍ୟ ଏହା ଦରକାର ହୁଏ ।

  • ଭିଟାମିନ୍ B ଓ ଭିଟାମିନ୍ C ଜଳରେ ଦ୍ରବଣୀୟ; କିନ୍ତୁ ଭିଟାମିନ୍ A, D, E ଓ K ସ୍ନେହସାରରେ ଦ୍ରବଣୀୟ ।

(vii) ଗାଈ ଓ ମଇଁଷି କ୍ଷୀରରେ ଭିଟାମିନ୍ C ବ୍ୟତୀତ ଅନ୍ୟ ସମସ୍ତ ପୋଷକ ଥାଏ ।
(viii) ଖାଦ୍ୟପଦାର୍ଥରେ ଥ‌ିବା ଖଣିଜ ଲବଣ ଆମ ଶରୀରର ଅନେକ କାର୍ଯ୍ୟରେ ଲାଗିଥାଏ । ଏହାର ଅଭାବରେ
BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 9

  • ଲୁଣର ରାସାୟନିକ ନାମ ସୋଡ଼ିୟମ୍‌ କ୍ଲୋରାଇଡ୍ ।

BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

→ ତନ୍ତୁଜାତୀୟ ଖାଦ୍ୟ :

  • କେତେକ ଖାଦ୍ୟରେ ଅଧୂକ ପରିମାଣରେ ତନ୍ତୁ ଥାଏ ।
  • ତନ୍ତୁ ଶରୀର ପାଇଁ ଏକ ପୋଷକ ନହେଲେ ମଧ୍ୟ ଏହା ଖାଦ୍ୟ ନଳୀରୁ ମଳ ବାହାର କରିବାରେ ସାହାଯ୍ୟ କରେ । ଝାଡ଼ା ପରିଷ୍କାର ନହେଲେ ତନ୍ତୁଯୁକ୍ତ ଖାଦ୍ୟ ଖାଇବା ଉଚିତ ।
  • ଚୋପାଲଗା କଞ୍ଚାଫଳ ଓ ମଞ୍ଜି, ଚୋପାଲଗା କଞ୍ଚା ପରିବା; ଯଥା – ଟମାଟୋ, ମୂଳା, ଗାଜର, ବିଟ୍, କାକୁଡ଼ି, ଚକିପେଶା ଅଟା, ଚୋପାଲଗା ଡାଲି ଓ ସମସ୍ତ ପ୍ରକାର ଶାଗରେ ତନ୍ତୁ ଥାଏ । ପନିପରିବାରେ ତନ୍ତୁ ଅଂଶ ଅଧ୍ୟା ଥାଏ । ସବୁଦିନ ସାଲାଡ୍ ଖାଇବା ଉଚିତ ।

BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

→ ସୁଷମ ଖାଦ୍ୟ :

  • ଆମେ ଗୋଟିଏ ପ୍ରକାର ଖାଦ୍ୟ ନ ଖାଇ ବିଭିନ୍ନ ପ୍ରକାର ଖାଦ୍ୟକୁ ମିଶାଇ ଖାଇଲେ ଆମ ଶରୀର ଆବଶ୍ୟକ ପୋଷକ ପାଇପାରିବ ।
  • ଜଣେ ଲୋକ ପାଇଁ ବିଭିନ୍ନ ପୋଷକ ଥିବା ଆବଶ୍ୟକୀୟ ଖାଦ୍ୟର ପରିମାଣ ଲୋକଟିର ବୟସ, ଲିଙ୍ଗ, ତଥା ସେ କରୁଥିବା କାର୍ଯ୍ୟ ଉପରେ ନିର୍ଭର କରେ ।
  • ଛୋଟ ଶିଶୁଟିଏ ପାଇଁ ଯେଉଁ ଖାଦ୍ୟ ଆବଶ୍ୟକ, ତାହା ତୁମପାଇଁ ଉପଯୁକ୍ତ ହୋଇ ନପାରେ ।
  • ଯୁବକର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ହେଉଥ‌ିବା ଖାଦ୍ୟ ବୃଦ୍ଧର ଖାଦ୍ୟଠାରୁ ଭିନ୍ନ ।
  • ଆବଶ୍ୟକତା ପାଠ ପଢୁଥିବା, ଅଫିସରେ କାମ କରୁଥିବା ଲୋକଙ୍କ ଖାଦ୍ୟଠାରୁ ଭିନ୍ନ ଅଟେ ।
    • ବ୍ୟକ୍ତିର ଆବଶ୍ୟକତା ଅନୁସାରେ ଖାଦ୍ୟ ଉପାଦାନମାନ ଯୋଗାଇ ଦେଉଥ‌ିବା ଖାଦ୍ୟକୁ ସୁଷମ ଖାଦ୍ୟ କୁହାଯାଏ
    • ସୁଷମ ଖାଦ୍ୟର ତାଲିକା ପ୍ରସ୍ତୁତ କଲାବେଳେ ଲୋକଟିର ବୟସ, ଲିଙ୍ଗ, ତଥା ସେ କରୁଥିବା କାର୍ଯ୍ୟ ବିଚାରକୁ ନିଆଯାଏ ।
    • ଶରୀରର ଆବଶ୍ୟକତାକୁ ପୂରଣ କରୁଥିବା ଉପଯୁକ୍ତ ପରିମାଣର ଖାଦ୍ୟପଦାର୍ଥଗୁଡ଼ିକୁ ନେଇ ସୁଷମ ଖାଦ୍ୟର ତାଲିକା କରାଯାଏ ।
      ୧୦-୧୨ ବର୍ଷ ପିଲାଙ୍କର ଖାଦ୍ୟ ତାଲିକା :
      BSE Odisha 6th Class Science Solutions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 10
    • ନିରାମିଷ ଭୋଜନ କରୁଥିବା ବ୍ୟକ୍ତି ଦୈନିକ ଚିନାବାଦାମ ଖାଇବା ଉଚିତ ।
    • ଖାଦ୍ୟ ଖାଇବା ସହିତ ଦୈନିକ ୮-୧୦ ଗିଲାସ ପାଣି ପିଇବା ଦରକାର ।

BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ

Odisha State Board BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ Textbook Exercise Questions and Answers.

BSE Odisha Class 6 Science Solutions Chapter 1 ଖାଦ୍ୟର ଉତ୍ସ

Question 1.
ତଳେ ଦିଆଯାଇଥ‌ିବା ଉଭିଦମାନଙ୍କର କେଉଁ ଅଂଶ ଆମେ ଖାଦ୍ୟ ରୂପେ ବ୍ୟବହାର କରୁ ଲେଖ ।
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 1
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 2

Question 2.
ତଳେ କେତେକ ଖାଦ୍ୟର ନାମ ଦିଆଯାଇଛି । ସେହି ଖାଦ୍ୟର ଉପାଦାନଗୁଡ଼ିକ ଲେଖ ।
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 3
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 4

BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ

Question 3.
(କ) ପୋଡ଼ପିଠା ତିଆରିପାଇଁ ଆବଶ୍ୟକ ଉପାଦାନଗୁଡ଼ିକର ନାମ ଲେଖ ।
ଉ –
ପୋଡ଼ପିଠା ତିଆରିପାଇଁ ଆବଶ୍ୟକ ଖାଦ୍ୟ ଉପାଦାନଗୁଡ଼ିକ ହେଲା – ଚାଉଳ ଚୂନା, ଗୁଡ଼, ନଡ଼ିଆ, ଗୁଜୁରାତି, ଘିଅ, ଦହି, ଗୋଲମରିଚ, ଅଦା, ଅଳେଇଚ, ଲୁଣ, ଲବଙ୍ଗ, ପାଣି ।

(ଖ) ସେହି ଉପାଦାନଗୁଡ଼ିକ କେଉଁଠୁ ମିଳେ ଦୁଇଟି ସ୍ତମ୍ଭରେ ସଜାଇ ଲେଖ ।
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 5

Question 4.
ନିମ୍ନୋକ୍ତ ଜିନିଷ ମଧ୍ୟରେ ଥ‌ିବା ଦୁଇଟି ପାର୍ଥକ୍ୟ ଓ ଦୁଇଟି ସାମଞ୍ଜସ୍ୟ ଲେଖ ।
ପାଚିଲା ଅମୃତଭଣ୍ଡା ଓ କଞ୍ଚା ଅମୃତଭଣ୍ଡା ।
ଉ –
ପାଚିଲା ଅମୃତଭଣ୍ଡା ଓ କଞ୍ଚା ଅମୃତଭଣ୍ଡା ମଧ୍ୟରେ ପାର୍ଥକ୍ୟ –

ପାଚିଲା ଅମୃତଭଣ୍ଡାର କଞ୍ଚା ଅମୃତଭଣ୍ଡାର
(i) ପାଚିଲା ଅମୃତଭଣ୍ଡାର ଉପର ରଙ୍ଗ ହଳଦିଆ । (i) କଞ୍ଚା ଅମୃତଭଣ୍ଡାର ରଙ୍ଗ ସବୁଜ ।
(ii) ପାଚିଲା ଅମୃତଭଣ୍ଡା ନରମ । (ii) କଞ୍ଚା ଅମୃତଭଣ୍ଡା ଟାଣ !

ପାଚିଲା ଅମୃତଭଣ୍ଡା ଓ କଞ୍ଚା ଅମୃତଭଣ୍ଡା ମଧ୍ୟରେ ସାମଞ୍ଜସ୍ୟ –

ପାଚିଲା ଅମୃତଭଣ୍ଡାର କଞ୍ଚା ଅମୃତଭଣ୍ଡାର
(i) ପାଚିଲା ଅମୃତଭଣ୍ଡା ଖାଦ୍ୟ ରୂପେ ବ୍ୟବହୃତ ହୁଏ । (i) କଞ୍ଚା ଅମୃତଭଣ୍ଡା ଖାଦ୍ୟ ରୂପେ ବ୍ୟବହୃତ ହୁଏ ।
(ii) ପାଚିଲା ଅମୃତଭଣ୍ଡାର ବୃନ୍ତ, ଚୋପା ଓ ମଞ୍ଜି ଅଛି । (ii) କଞ୍ଚା ଅମୃତଭଣ୍ଡାର ବୃନ୍ତ, ଚୋପା ଓ ମଞ୍ଜି ଅଛି ।

Question 5.
‘କ’ ସ୍ତମ୍ଭରେ ଥ‌ିବା ପ୍ରତ୍ୟେକ ଖାଦ୍ୟକୁ ‘ଖ’ ସ୍ତମ୍ଭରେ ଦିଆଯାଇଥ‌ିବା ସମ୍ପର୍କିତ ଉଦ୍ଭଦ ଓ ପ୍ରାଣୀ ସହିତ ସଂଯୋଗ କର ।
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 6
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 7

BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ

Question 6.
(କ) ପାଳଙ୍ଗଶାଗ ଯେଉଁ ଯେଉଁ ଖାଦ୍ୟ ତିଆରି ପାଇଁ ଉପାଦାନ ରୂପରେ ବ୍ୟବହାର କରାଯାଏ ତନ୍ମଧ୍ୟରୁ ପାଞ୍ଚାଟିର ନାମ ଲେଖ ।
ଉ –
ପାଳଙ୍ଗ ଶାଗ ଉପାଦାନ ରୂପରେ ଖାଦ୍ୟ ପାଞ୍ଚଟି ହେଲା – ପାଳଙ୍ଗ ଶାଗ ଭଜା, ପାଳଙ୍ଗ ଶାଗ ତରକାରୀ, ପାଳଙ୍ଗ ଶାଗ ପରଟା, ପାଳଙ୍ଗ କୁପ୍ତା ଓ ପାଳଙ୍ଗ ପନିଅର ।

(ଖ) ଅଣ୍ଡା ଯେଉଁ ଯେଉଁ ଖାଦ୍ୟ ତିଆରି ପାଇଁ ଉପାଦାନ ରୂପରେ ବ୍ୟବହାର କରାଯାଏ ସେଗୁଡ଼ିକର ନାମ ଲେଖ ।
ଉ –
ଅଣ୍ଡା ତରକାରି, ଚାଓମିନ୍, ତଡ଼କା, ଭୁଜିଆ, ଆମ୍‌ଲେଟ୍‌, କେକ୍, ପାଉଁରୁଟି ଆଦି ଖାଦ୍ୟ ତିଆରି ପାଇଁ ଅଣ୍ଡା ଉପାଦାନ ରୂପରେ ବ୍ୟବହାର କରାଯାଏ ।

Question 7.
ତୁମ ଅଞ୍ଚଳରୁ ଯଦି ଆଜି ସବୁ ପୋକ, ମାଛି ଲୋପପାଇଯିବେ; ତେବେ ଯେଉଁ ଯେଉଁ ଜୀବମାନଙ୍କର ଖାଦ୍ୟ ସଂଗ୍ରହରେ ଅସୁବିଧା ହେବ ତନ୍ମଧ୍ୟରୁ ପାଞ୍ଚଟିର ନାମ ଲେଖ ।
ଉ –
ଜୀବ ପାଞ୍ଚଟିର ନାମ ହେଲା – (i) କୁକୁଡ଼ା, (ii) ବତକ, (iii) ଝିଟିପିଟି, (iv) ପିମ୍ପୁଡ଼ି, (v) ଏଣ୍ଡୁଅ ।

ଖାଦ୍ୟର ଉତ୍ସ Notes :

→ ଉପକ୍ରମ :
ପ୍ରତ୍ୟେକ ଜୀବର ବୈଶିଷ୍ଟ୍ୟ ହେଉଛି – ଜନ୍ମ, ବୃଦ୍ଧି ଓ ବିକାଶ, ପ୍ରଜନନ ଓ ମୃତ୍ୟୁ । ଏହି ସମସ୍ତ କାର୍ଯ୍ୟ ସମ୍ପାଦନ କରିବାପାଇଁ ଖାଦ୍ୟ ଆବଶ୍ୟକ । ଖାଦ୍ୟରୁ ଶକ୍ତି ମିଳିଥାଏ । ସେହି ଶକ୍ତିଦ୍ଵାରା ସମସ୍ତ କାର୍ଯ୍ୟ ସୂଚାରୁରୂପେ କରିଥାଏ । ତେଣୁ ଖାଦ୍ୟକୁ ଜୀବନ ଧାରଣର ଉତ୍ସ ବୋଲି କୁହାଯାଇଥାଏ ।

→ ଖାଦ୍ୟର ପ୍ରକାର :
Question 1.
ଆମେ ବହୁତ ଦିନ ଧରି ଖାଦ୍ୟ ନ ଖାଇଲେ କ’ଣ ହେବ ?
ଉ –
ଆମେ ବହୁତଦିନ ଧରି ଖାଦ୍ୟ ନ ଖାଇଲେ ଦୁର୍ବଳ ହୋଇ ଶେଷରେ ମୃତ୍ୟୁ ମୁଖରେ ପଡ଼ିବା ।

Question 2.
ତୁମେ ଗତ ଦୁଇଦିନରେ ଘରେ ଯାହା ଖାଇଛ ନିମ୍ନ ସାରଣୀ ଅନୁସାରେ ଲେଖ ।
ଉ –
ଦିବସ –
ମୁଢ଼ି, ଭାତ, ଡାଲମା, ଶାଗଭଜା, ଖଟା, ରୁଟି
ଚୁଡ଼ା, ଭାତ, ମାଛ ତରକାରୀ, ସାଲାଡ଼, ସିମେଇ, ପରଟା

Question 3.
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 12
(i) ତୁମେ ସବୁଦିନ ସମାନ ପ୍ରକାର ଖାଦ୍ୟ ଖାଉଛ କି ?
ଉ –
ଆମେ ସବୁଦିନ ସମାନ ପ୍ରକାର ଖାଦ୍ୟ ଖାଉନାହୁଁ ।

(ii) ତୁମ ଶ୍ରେଣୀର ସମସ୍ତ ପିଲା ଏକ ପ୍ରକାର ଖାଦ୍ୟ ଖାଉଛନ୍ତି କି ?
ଉ –
ଆମ ଶ୍ରେଣୀର ସମସ୍ତ ପିଲା ଏକ ପ୍ରକାର ଖାଦ୍ୟ ଖାଉଛନ୍ତି ।

Question 4.
ଭାତ ତିଆରି ପାଇଁ କ’ଣ ଆବଶ୍ୟକ ?
ଉ –
ଭାତ ତିଆରି ପାଇଁ ଚାଉଳ, ପାଣି ଓ ତାପ ଆବଶ୍ୟକ ।
ଖାଦ୍ୟର ଉପାଦାନ ଓ ଉତ୍ସ :

  • କୌଣସି ଖାଦ୍ୟ ତିଆରି ପାଇଁ ଆବଶ୍ୟକ ପଦାର୍ଥକୁ ସେହି ଖାଦ୍ୟର ଉପାଦାନ କୁହାଯାଏ ।
  • ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରିବାପାଇଁ ଭିନ୍ନ ଭିନ୍ନ ଉପାଦାନ ଆବଶ୍ୟକ ହୁଏ ।
  • ଭାତ ପାଇଁ ଚାଉଳ, ପାଣି ଓ ତାପ ଆବଶ୍ୟକ । ସେହିପରି ରୁଟି ପାଇଁ ଅଟା, ଲୁଣ ଓ ପାଣି ଆବଶ୍ୟକ ।

Question 5.
ପ୍ରତ୍ୟେକ ଖାଦ୍ୟ ତିଆରି କରିବାପାଇଁ କେଉଁ କେଉଁ ଉପାଦାନ ଆବଶ୍ୟକ ସାରଣୀରେ ଦିଆଯାଇଥ‌ିବା ଉଦାହରଣକୁ ଦେଖୁ ଲେଖ ।
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 13
ପ୍ରାଣୀ ଓ ଉଦ୍ଭଦଠାରୁ ମିଳୁଥ‌ିବା ଖାଦ୍ୟ :
(i) ଖାଦ୍ୟ ପ୍ରସ୍ତୁତ କରିବାପାଇଁ କେତେକ ଉପାଦାନ ଉଭିଦଠାରୁ ମିଳିଥାଏ ଓ କେତେକ ଉପାଦାନ ପ୍ରାଣୀଠାରୁ ମିଳିଥାଏ । କେତେକ ଉପାଦାନ ମଧ୍ୟ ପ୍ରାଣୀ ଓ ଉଦ୍ଭଦଠାରୁ ମିଳି ନଥାଏ ।
ଖାଦ୍ୟ ମୁଖ୍ୟତଃ ପ୍ରାଣୀ ଓ ଉଦ୍ଭଦଠାରୁ ମିଳେ ।
(ii) ଉଦାହରଣ ସ୍ୱରୂପ : ଡାଲମା ପ୍ରସ୍ତୁତି ନିମନ୍ତେ ଉପାଦାନ ଗୁଡ଼ିକ ହେଲା – ବିଭିନ୍ନ ପରିବା, ନଡ଼ିଆ, ଡାଲି, ତେଲ, ମସଲା, ଲୁଣ, ପାଣି, ପିଆଜ, ଲଙ୍କା ଓ ହଳଦୀ । ଏଗୁଡ଼ିକ ମଧ୍ୟରୁ ପାଣି ଓ ଲୁଣ ବ୍ୟତୀତ ସମସ୍ତ ଉପାଦାନ ଉଭିଦଠାରୁ ମିଳିଥାଏ ।

Question 6.
ଖାଦ୍ୟଗୁଡ଼ିକର ଉପାଦାନଗୁଡ଼ିକ କେଉଁଠାରେ ମିଳେ ସାରଣୀରେ ଲେଖ ।
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 14

  • ଖାଦ୍ୟ ପ୍ରସ୍ତୁତି ନିମନ୍ତେ ଉଭିଦର ବିଭିନ୍ନ ଅଂଶ ବ୍ୟବହାର କରାଯାଏ ।
  • କେତେକ ଖାଦ୍ୟରେ ଉଭିଦର ମୂଳ ବ୍ୟବହାର ହୋଇଥାଏ ଏବଂ ଅନ୍ୟ କେତେକ ଖାଦ୍ୟରେ ଫୁଲ, ଫଳ, ମଞ୍ଜି, ପତ୍ର ଓ କାଣ୍ଡ ବ୍ୟବହୃତ ହୁଏ ।

Question 7.
ତୁମେ ଏପରି କୌଣସି ଗଛ ଜାଣିଛ, ଯାହାର ପତ୍ର, ଫୁଲ, ଫଳ ଓ କାଣ୍ଡକୁ ଖାଦ୍ୟରୂପେ ବ୍ୟବହାର କରାଯାଏ ?
ଉ –
କଖାରୁ ଗଛର ପତ୍ର, ଫୁଲ, ଫଳ ଓ କାଣ୍ଡକୁ ଖାଦ୍ୟ ରୂପେ ବ୍ୟବହାର କରାଯାଏ ।

Question 8.
ଏହା କେଉଁ ଗଛ ଚିହ୍ନିବାକୁ ଚେଷ୍ଟାକର । ଗଛଟିକୁ ଚିହ୍ନି ଏହାର କେଉଁ କେଉଁ ଅଂଶକୁ ଲେଖ ।
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 15
ଉ –

  • ଏହା କଖାରୁ ଗଛର ଚିତ୍ର ।
  • କଖାରୁ ଗଛର ପତ୍ର, ଫୁଲ, ଫଳ ଓ କାଣ୍ଡକୁ ଖାଦ୍ୟ ରୂପେ ବ୍ୟବହାର କରାଯାଏ ।

Question 9.
ତୁମ ଅଞ୍ଚଳରେ ଥ‌ିବା କେଉଁ କେଉଁ ଉଦ୍ଭଦର କେଉଁ ଅଂଶ ଖାଦ୍ୟରୂପେ ବ୍ୟବହାର କରାଯାଏ ତାହାର ଏକ ତାଲିକା କର ।
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 16

ଅନ୍ୟ ଜୀବ କ’ଣ ଖାଆନ୍ତି :

  • ଆମପରି ସମସ୍ତ ପ୍ରାଣୀମାନେ ଖାଦ୍ୟ ଖାଆନ୍ତି ।
  • କେତେକ ପ୍ରାଣୀ କେବଳ ପ୍ରାଣୀ ବା ପ୍ରାଣୀଜାତ ଖାଦ୍ୟ ଖାଇଥାଆନ୍ତି, କେତେକ ପ୍ରାଣୀ କେବଳ ଉଭିଦ ବା ଉଭିଦଜାତ ପଦାର୍ଥ ଖାଆନ୍ତି ଏବଂ ଆଉ କେତେକ ପ୍ରାଣୀ ଉଭୟ ପ୍ରାଣୀ ଓ ଉଭିଦଜାତ ପଦାର୍ଥକୁ ଖାଇଥାଆନ୍ତି ।
  • ଖାଦ୍ୟ ଅଭ୍ୟାସ ଅନୁସାରେ ପ୍ରାଣୀମାନଙ୍କୁ ଶାକାହାରୀ, ମାଂସାଶୀ (ମାଂସାହାରୀ) ଓ ସର୍ବହାରୀ ଶ୍ରେଣୀରେ
  • ଯେଉଁ ପ୍ରାଣୀମାନେ କେବଳ ଉଦ୍ଭିଦ ବା ଉଦ୍ଭଦଜାତ ପଦାର୍ଥ ଖାଆନ୍ତି, ସେମାନଙ୍କୁ ଶାକାହାରୀ କୁହାଯାଏ । ହରିଣ, ଠେକୁଆ, ହାତୀ ଆଦି ଶାକାହାରୀ ଅଟନ୍ତି ।
  • ଯେଉଁ ପ୍ରାଣୀମାନେ କେବଳ ଅନ୍ୟ ପ୍ରାଣୀମାନଙ୍କୁ ଖାଆନ୍ତି, ସେମାନଙ୍କୁ ମାଂସାଶୀ କୁହାଯାଏ । ବାଘ, ଭାଲୁ, ସିଂହ ଆଦି ମାଂସାଶୀ ଅଟନ୍ତି ।
  • ଯେଉଁ ପ୍ରାଣୀମାନେ ଉଭୟ ଉଭିଦ ଓ ପ୍ରାଣୀଙ୍କୁ ଖାଆନ୍ତି, ସେମାନଙ୍କୁ ସର୍ବାହାରୀ କୁହାଯାଏ । ମଣିଷ, କୁକୁର, ମାଛ ଆଦି ସର୍ବାହାରୀ ଅଟନ୍ତି ।

Question 10.
ତୁମେ ଦେଖୁଥ‌ିବା ପ୍ରାଣୀମାନଙ୍କର ନାମ ଓ ସେମାନେ କ’ଣ ଖାଆନ୍ତି, ନିମ୍ନ ସାରଣୀରେ ଲେଖ ।
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 17

Question 11.
ଉପର ସାରଣୀକୁ ଦେଖୁ ସେଥ‌ିରେ ଲେଖାଥ‌ିବା ପ୍ରାଣୀମାନେ କେଉଁ ଶ୍ରେଣୀର ତଳ ସାରଣୀରେ ପୂରଣ କର ।
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 18

BSE Odisha 6th Class Science Important Questions Chapter 1 ଖାଦ୍ୟର ଉତ୍ସ

Odisha State Board BSE Odisha 6th Class Science Important Questions Chapter 1 ଖାଦ୍ୟର ଉତ୍ସ Important Questions and Answers.

BSE Odisha Class 6 Science Important Questions Chapter 1 ଖାଦ୍ୟର ଉତ୍ସ

Question 1.
ପ୍ରାଣୀ ଓ ଉଦ୍ଭଦଠାରୁ ମିଳୁ ନଥ‌ିବା ଦୁଇଟି ଖାଦ୍ୟ ଉପାଦାନର ନାମ ଲେଖ ।
ଉ-
ପ୍ରାଣୀ ଓ ଉଦ୍ଭଦଠାରୁ ମିଳୁ ନଥିବା ଖାଦ୍ୟ ଉପାଦାନ ଦୁଇଟି ହେଲା- ଲୁଣ ଓ ପାଣି ।

Question 2.
ଡାଲମାରେ ବ୍ୟବହୃତ ହେଉଥ‌ିବା ଖାଦ୍ୟ ଉପାଦାନଗୁଡ଼ିକର ନାମ ଲେଖ ।
ଊ –
ଡାଲମାର ବ୍ୟବହୃତ ଉପାଦାନଗୁଡ଼ିକ ହେଲା – ବିଭିନ୍ନ ପରିବା, ନଡ଼ିଆ, ଡାଲି, ତେଲ, ମସଲା, ଲୁଣ, ପିଆଜ, ଲଙ୍କା, ହଳଦି, ପାଣି ।

Question 3.
ଆମେ କାହିଁକି ଖାଦ୍ୟ ଖାଉ ? ଆମେ କେଉଁଠାରୁ ଖାଦ୍ୟ ପାଉ ?
ଉ –

  • ଜୀବନ ଧାରଣ, ଶରୀର ବୃଦ୍ଧି ଓ କାର୍ଯ୍ୟ କରିବା ପାଇଁ ଶକ୍ତି ନିମିତ୍ତ ଆମେ ଖାଦ୍ୟ ଖାଉ ।
  • ଖାଦ୍ୟ ମୁଖ୍ୟତଃ ପ୍ରାଣୀ ଓ ଉଦ୍ଭଦଠାରୁ ମିଳିଥାଏ ।

Question 4.
ଉଭିଦର କେଉଁ କେଉଁ ଅଂଶ ଖାଦ୍ୟ ରୂପେ ଗ୍ରହଣ କରାଯାଏ ?
ଉ –
ଉଭିଦର ମୂଳ, କାଣ୍ଡ, ପତ୍ର, ଫୁଲ, ଫଳ ଓ ମଞ୍ଜି ଆଦି ଖାଦ୍ୟ ରୂପେ ଖୁଯାଏ ।

Question 5.
କେଉଁ କେଉଁ ଉଭିଦର ମୂଳକୁ ଖାଦ୍ୟରୂପେ ଗ୍ରହଣ କରାଯାଏ ?
ଉ –
ମୂଳା, ଓଲୁଓ, ଗାଜର, କନ୍ଦମୂଳ, ବିଟ୍ ଆଦି ଉଭିଦର ମୂଳକୁ ଖାଦ୍ୟରୂପେ ଗ୍ରହଣ କରାଯାଏ ।

Question 6.
କେଉଁ କେଉଁ ଉଭିଦର କାଣ୍ଡକୁ ଖାଦ୍ୟରୂପେ ଗ୍ରହଣ କରାଯାଏ ?
ଉ –
ଆଳୁ, ପିଆଜ, ଅଦା, ରସୁଣ ଆଦି ଉଭିଦର କାଣ୍ଡକୁ ଖାଦ୍ୟରୂପେ ଗ୍ରହଣ କରାଯାଏ ।

BSE Odisha 6th Class Science Important Questions Chapter 1 ଖାଦ୍ୟର ଉତ୍ସ

Question 7.
ପୋଡ଼ପିଠା ତିଆରି ପାଇଁ ଆବଶ୍ୟକ ଉପାଦାନଗୁଡ଼ିକର ନାମ ଲେଖ ।
ଉ –
ପୋଡ଼ପିଠା ତିଆରି ପାଇଁ ଆବଶ୍ୟକ କରିବା ଉପାଦାନଗୁଡ଼ିକ ହେଲା – ଚାଉଳ ଚୂନା, ଗୁଡ଼, ନଡ଼ିଆ, ଗୁଜୁରାତି, ଘିଅ, ଦହି, ଗୋଲମରିଚ, ଅଦା, ଅଳେଇଚ, ଲୁଣ, ଲବଙ୍ଗ ଓ ପାଣି ।

ଦୀର୍ଘ ପ୍ରଶୋଉର

Question 1.
ଖାଦ୍ୟଖାଇବାକୁ ଆଧାର କରି ପ୍ରାଣୀମାନଙ୍କର ଶ୍ରେଣୀବିଭାଗ କରି ପ୍ରତ୍ୟେକଙ୍କର ଉଦାହରଣ ସହ ଲେଖ ।
ଉ –
ଖାଦ୍ୟ ଖାଇବାକୁ ଆଧାର କରି ପ୍ରାଣୀମାନଙ୍କୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ; ଯଥା (a) ଶାକାହାରୀ, (b) ମାଂସାଶୀ ଓ (c) ସର୍ବାହାରୀ ।

(a) ଶାକାହାରୀ – ଯେଉଁ ପ୍ରାଣୀମାନେ କେବଳ ଉଭିଦ ବା ଉଭିଦଜାତ ପଦାର୍ଥ ଖାଆନ୍ତି, ସେମାନଙ୍କୁ ଶାକାହାରୀ କୁହାଯାଏ । ଠେକୁଆ, ହାତୀ, ହରିଣ, ସମ୍ବର ଆଦି ଶାକାହାରୀ ଅଟନ୍ତି ।
(b) ମାଂସାଶୀ – ଯେଉଁ ପ୍ରାଣୀମାନେ କେବଳ ଅନ୍ୟ ପ୍ରାଣୀମାନଙ୍କୁ ଖାଆନ୍ତି, ସେମାନଙ୍କୁ ମାଂସାଶୀ କୁହାଯାଏ ।
ସିଂହ, ବାଘ, ବିଲୁଆ, ଗଧ୍ଵ ଆଦି ମାଂସାଶୀ ଅଟନ୍ତି ।
(c) ସର୍ବାହାରୀ – ଯେଉଁ ପ୍ରାଣୀମାନେ ଉଭିଦ ଓ ପ୍ରାଣୀଙ୍କୁ ଖାଆନ୍ତି, ସେମାନଙ୍କ ସର୍ବାହାରୀ କୁହାଯାଏ । ମଣିଷ, କୁକୁର, ବିରାଡ଼ି, କାଉ ଆଦି ସର୍ବାହାରୀ ଅଟନ୍ତି ।

Question 2.
ପ୍ରାଣୀ ଓ ଉଦ୍ଭଦଠାରୁ କେଉଁ କେଉଁ ଖାଦ୍ୟ ମିଳେ ଏକ ଉଦାହରଣ ଦେଇ ଲେଖ ।
ଉ –

  • ଖାଦ୍ୟପ୍ରସ୍ତୁତ କରିବାପାଇଁ କେତେକ ଉପାଦାନ ଉଦ୍ଭଦଠାରୁ ମିଳିଥାଏ ଓ କେତେକ ଉପଦାନ ପ୍ରାଣୀଠାରୁ ମିଳିଥାଏ । କେତେକ ଉପାଦାନ ମଧ୍ଯ ପ୍ରାଣୀ ଓ ଉଦ୍ଭଦଠାରୁ ମିଳିନଥାଏ ।
  • ଉଦାହରଣ ସ୍ଵରୂପ, ଡାଲମା ପ୍ରସ୍ତୁତି ନିମନ୍ତେ ଉପାଦାନଗୁଡ଼ିକ ହେଲା ବିଭିନ୍ନ ପରିବା, ନଡ଼ିଆ, ଡାଲି, ତେଲ, ମସଲା, ଲୁଣ, ପାଣି, ପିଆଜ, ଲଙ୍କା ଓ ହଳଦି । ଏଗୁଡ଼ିକ ମଧ୍ୟରୁ ପାଣି ଓ ଲୁଣ ବ୍ୟତୀତ ସମସ୍ତ ଉପାଦାନ ଉଦ୍ଭଦଠାରୁ ମିଳିଥାଏ ।
  • ଖାଦ୍ୟ ପ୍ରସ୍ତୁତି ନିମନ୍ତେ ଉଭିଦର ବିଭିନ୍ନ ଅଂଶ ବ୍ୟବହାର କରାଯାଏ ।
  • କେତେକ ଖାଦ୍ୟରେ ଉଭିଦର ମୂଳ ବ୍ୟବହାର ହୋଇଥାଏ ଏବଂ ଅନ୍ୟ କେତେକ ଖାଦ୍ୟରେ ଫୁଲ, ଫଳ, ମଞ୍ଜି, ପତ୍ର ଓ କାଣ୍ଡ ବ୍ୟବହୃତ ହୁଏ ।

BSE Odisha 6th Class Science Important Questions Chapter 1 ଖାଦ୍ୟର ଉତ୍ସ

Question 3.
ଉଭିଦମାନଙ୍କର କେଉଁ କେଉଁ ଅଂଶ ଆମେ ଖାଦ୍ୟରୂପେ ବ୍ୟବହାର କରୁ ଉଲ୍ଲେଖ କର।

  • ଅମେ ଦୈନନ୍ଦିନ ଜୀବନରେ କେତେକ ଉଭିଦକୁ ଖାଦ୍ୟରୂପେ ବ୍ୟବହାର କରିଥାଉ । ସେଗୁଡ଼ିକ ହେଲା – ଟମାଟୋ, କଦଳୀ, ଆମ୍ବ, ନଡ଼ିଆ, ପିଆଜ, ଆଖୁ, ଅଦା, ପୋଇ, ଶିମ୍ବ ଓ ଖଡ଼ା ଇତ୍ୟାଦି।
  • କେତେକ ଉଭିଦର ଫଳ, କାଣ୍ଡ, ଫୁଲ, ପତ୍ର ଓ ମଞ୍ଜିକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିଥାଉ ।
  • ଉଭିଦର ଫଳ ରୂପେ ଆମେ କଦଳୀ, ଶିମ୍ବ, ଟମାଟୋ, ଆମ୍ବ, ନଡ଼ିଆ, ଆଦି ଫଳକୁ ଖାଦ୍ୟ ରୂପେ ବ୍ୟବହାର କରିଥାଉ ।
  • ଉଭିଦର କାଣ୍ଡ ରୂପେ ଆମେ କଦଳୀ, ପିଆଜ, ଆଖୁ, ଅଦା, ପୋଇ ଓ ଖଡ଼ା ଆଦି ଖାଦ୍ୟ ରୂପେ ବ୍ୟବହାର କରାଯାଏ ।
  • ପିଆଜକୁ ଆମେ ଉଭୟ କାଣ୍ଡ ଓ ପତ୍ର (ଶଣ୍ଢା) ରୂପେ ବ୍ୟବହାର କରିଥାଉ ।
  • କଦଳୀର କାଣ୍ଡ (ମଞ୍ଜା), ଫଳ ଓ ଫୁଲ (ଭଣ୍ଡା)କୁ ଖାଦ୍ୟ ରୂପେ ବ୍ୟବହାର କରାଯାଉଥିବାବେଳେ ପୋଇର କାଣ୍ଡ, ପତ୍ର ଓ ଫଳକୁ ମଧ୍ୟ ଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ ।
  • ସେହିପରି ଶିମ୍ବର ଫଳ, ମଞ୍ଜି ଓ ଖଡ଼ାର କାଣ୍ଡ, ପତ୍ର ଓ ମୂଳକୁ ଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ ।

Question 4.
ଶାକାହାରୀ ପ୍ରାଣୀ ଓ ମାଂସାଶୀ ପ୍ରାଣୀ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ –

  • ଯେଉଁ ପ୍ରାଣୀମାନେ କେବଳ ଉଭିଦ ବା ଉଭିଦଜାତ ପଦାର୍ଥ ଖାଆନ୍ତି, ସେମାନଙ୍କୁ ଶାକାହାରୀ କୁହାଯାଏ ।
  • ହରିଣ, ଠେକୁଆ, ହାତୀ, ମାଙ୍କଡ଼, ଗାଈ ଆଦି ଶାକାହାରୀ ପ୍ରାଣୀ ଅଟନ୍ତି ।
    ମାଂସାଶୀ ପ୍ରାଣୀ :
  • ଯେଉଁ ପ୍ରାଣୀମାନେ କେବଳ ଅନ୍ୟ ପ୍ରାଣୀମାନଙ୍କୁ ଖାଆନ୍ତି, ସେମାନଙ୍କୁ ମାଂସାଶୀ କୁହାଯାଏ ।
  • ବାଘ, ସିଂହ, ଗ, ବିଲୁଆ ଆଦି ମାଂସାଶୀ ପ୍ରାଣୀ ଅଟନ୍ତି ।

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(a) ଖାଦ୍ୟ ମୁଖ୍ୟତଃ ……… ଓ ……… ରୁ ମିଳେ ।
(b) ଆମେ ଖାଉଥ‌ିବା ଖାଦ୍ୟର ଅଧିକାଂଶ ଉପାଦାନ ମୁଖ୍ୟତଃ …………. ଠାରୁ ମିଳିଥାଏ ।
(c) ………. ଗଛର ପତ୍ର, ଫୁଲ, ଫଳ ଓ କାଣ୍ଡକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରୁ ।
(d) ମଣିଷ ……… ଶ୍ରେଣୀର ଅଟେ ।
(e) ଗାଜର ଗଛର ………… ଆମର ଖାଦ୍ୟ ରୂପେ ବ୍ୟବହୃତ ହୁଏ ।
(f) ଓଲକୋବି ଗଛର ………… ଆମର ଖାଦ୍ୟରୂପେ ବ୍ୟବହୃତ ହୁଏ ।
(g) ହାତୀ …………. ଶ୍ରେଣୀର ଅଟେ ।
ଉ –
(a) ପ୍ରାଣୀ, ଉଭିଦ
(b) ଉଦ୍ଭଦ
(c) କଖାରୁ
(d) ସର୍ବାହାରୀ
(e) ମୂଳ
(f) କାଣ୍ଡ
(g) ଶାକାହାରୀ

BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ

Question 2.
ଦ୍ଵିତୀୟ ପ୍ରଶ୍ନର ପ୍ରଥମ ଶବ୍ଦଦ୍ୱୟର ସମ୍ପର୍କକୁ ଦେଖୁ ଦ୍ଵିତୀୟ ଯୋଡ଼ା ଶବ୍ଦ ପାଖରେ “?” ଚିହ୍ନ ସ୍ଥାନରେ ଉପଯୁକ୍ତ ଶବ୍ଦ ଲେଖ ।
(a) ପ୍ରାଣୀଠାରୁ ମିଳୁଥିବା ଉପାଦାନ : ଗୁଆଘିଅ :: ପ୍ରାଣୀ ଓ ଉଦ୍ଭଦଠାରୁ ମିଳୁ ନଥ‌ିବା ଉପାଦାନ : (?)
(b) ଡାଲି : ଉଭିଦଠାରୁ ମିଳୁଥିବା ଉପାଦାନ :: କ୍ଷୀର : (?)
(c) କାକୁଡ଼ି : ଫଳ :: ବିଟ୍ : (?)
(d) ବନ୍ଧାକୋବି : ପତ୍ର :: ବିଲାତିଆଳୁ : (?)
(e) ମଇଁଷି : ଶାକାହାରୀ :: ବିଲୁଆ : (?)
(f) ସାପ : ମାଂସାଶୀ :: ବିରାଡ଼ି : (?)
(g) ଗଧୂ : ମାଂସାଶୀ :: ମାଙ୍କଡ଼ : (?)
ଉ –
(a) ଲୁଣ
(b)ପ୍ରାଣୀଠାରୁ ମିଳୁଥିବା
(c) ମୂଳ
(d) କାଣ୍ଡ
(e) ମାଂସାଶୀ
(f) ସର୍ବାହାରୀ
(g) ଶାକାହାରୀ

Question 3.
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ଲବଙ୍ଗର କେଉଁ ଅଂଶ ଝାଯାଏ ?
(i) ଫୁଲ
(ii) ଫଳ
(iii) କଢ଼
(iv) ଫୁଲ ଓ କଢ଼
ଉ –
(iii) କଢ଼

(ଖ) କାହାର କାଣ୍ଡକୁ ଆମେ ଖାଦ୍ୟରୂପେ ବ୍ୟବହାର କରୁ ?
(i) ନଡ଼ିଆ
(ii) ଅଦା
(ii) ଆମ୍ବ
(iv) ଶିମ୍ବ
ଉ –
(ii) ଅଦା

BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ

(ଗ) କେଉଁଟି ଉଦ୍ଭଦରୁ ମିଳେ ନାହିଁ ?
(i) ଚାଉଳ
(ii) ଡାଲି
(iii) ଲୁଣ
(iv) ମସଲା
ଉ –
(iii) ଲୁଣ

(ଘ) ସର୍ବାହାରୀ ଶ୍ରେଣୀର ପ୍ରାଣୀଟି କିଏ ?
(i) ହାତୀ
(ii) ସିଂହ
(ii) ହରିଣ
(iv) କୁକୁର
ଉ –
(iv) କୁକୁର

(ଙ) ଖାଦ୍ୟ କେଉଁଥ୍ପାଇଁ ଆବଶ୍ୟକ ?
(i) ଶକ୍ତି
(ii) ବୃଦ୍ଧି
(iii) ରୋଗ କବଳରୁ ସୁରକ୍ଷା
(iv) ଏ ସମସ୍ତ
ଉ –
(iv) ଏ ସମସ୍ତ

Question 4.
‘କ’ ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ମିଳନ କର ।
(କ)
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 8
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 9
(ଖ)
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 10
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 11

BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ

Question 5.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଖାଦ୍ୟର ମୁଖ୍ୟ ଉତ୍ସଗୁଡ଼ିକ ହେଉଛି ଭାତ ଓ ରୁଟି ।
(ଖ) ଖାଦ୍ୟ ଶରୀରକୁ ରକ୍ଷା କରେ ।
(ଗ) ଯେଉଁ ପ୍ରାଣୀମାନେ କେବଳ ଅନ୍ୟ ପ୍ରାଣୀଙ୍କୁ ଖାଆନ୍ତି, ସେମାନଙ୍କୁ ଶାକାହାରୀ କୁହାଯାଏ ।
(ଘ) ମହୁ ଏକ ପ୍ରଣୀଜ ଖାଦ୍ୟ ।
(ଙ) ପେଚା ଏକ ତୃଣଭୋଜୀ ପ୍ରାଣୀ ।
ଉ –
(କ) ଖାଦ୍ୟର ମୁଖ୍ୟ ଉତ୍ସଗୁଡ଼ିକ ହେଉଛି ଉଭିଦ ଓ ପ୍ରାଣୀ ।
(ଖ) ଖାଦ୍ୟ ଶରୀରକୁ ଉଷ୍ଣତା ଯୋଗାଏ ।
(ଗ) ଯେଉଁ ପ୍ରାଣୀମାନେ କେବଳ ଅନ୍ୟ ପ୍ରାଣୀଙ୍କୁ ଖାଆନ୍ତି, ସେମାନଙ୍କୁ ମାଂସାଶୀ କୁହାଯାଏ ।
(ଘ) ମହୁ ଏକ ଉଭିଦଜାତ ଖାଦ୍ୟ ।
(ଙ) ପେଚା ଏକ ମାଂସାଶୀ ପ୍ରାଣୀ ।

Question 6.
ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ (✗) ଚିହ୍ନ ଦିଅ ।
(କ) ଖାଦ୍ୟର ସମସ୍ତ ଉପାଦାନ ପ୍ରାଣୀଠାରୁ ମିଳିଥାଏ । (✗)
(ଖ) ଖାଦ୍ୟକୁ ଜୀବନଧାରଣର ଉତ୍ସ କୁହାଯାଏ। (✓)
(ଗ) ଆମେ ସବୁଦିନ ସମାନ ପ୍ରକାର ଖାଦ୍ୟ ଖାଉ । (✗)
(ଘ) କଖାରୁ ଗଛର କେବଳ ଫୁଲ ଖାଦ୍ୟରୂପେ ବ୍ୟବହାର କରାଯାଏ । (✗)
(ଙ) ବିରାଡ଼ି ଏକ ମାଂସାସୀ ପ୍ରାଣୀ । (✗)
(ଚ) ଠେକୁଆ ଏକ ସର୍ବହାରୀ ପ୍ରାଣୀ । (✗)
(ଛ) ଗାଈ ଏକ ଶାକାହାରୀ ପ୍ରାଣୀ । (✓)