BSE Odisha 7th Class Science Important Questions Chapter 13 କେତୋଟି ପ୍ରାକୃତିକ ଘଟଣା

Odisha State Board BSE Odisha 7th Class Science Important Questions Chapter 13 କେତୋଟି ପ୍ରାକୃତିକ ଘଟଣା Important Questions and Answers.

BSE Odisha Class 7 Science Important Questions Chapter 13 କେତୋଟି ପ୍ରାକୃତିକ ଘଟଣା

Question 1.
ବିଜୁଳି -ଘଡ଼ଘଡ଼ି ଜନିତ ଝଡ଼ବର୍ଷାର ଏକ ଫ୍ଲୋଚାର୍ଟ ଦିଅ ।
Solution:
BSE Odisha 7th Class Science Important Questions Chapter 13 Img 1

BSE Odisha 7th Class Science Important Questions Chapter 13 କେତୋଟି ପ୍ରାକୃତିକ ଘଟଣା

Question 2.
ବାୟୁ ପ୍ରବାହ କିପରି ଘଟେ ? କୌଣସି ଆକସ୍ମିକ କାରଣରୁ ହଠାତ୍ ବାୟୁ ଚାପର ହ୍ରାସ କିମ୍ବା ବୃଦ୍ଧି ଘଟିଲେ କ’ଣ ହୁଏ ?
Solution:
(i) ଜଳ ଯେପରି ତା’ର ପତ୍ତନର ସମତା ରକ୍ଷାକରେ ସେହିପରି ବାୟୁ ତା’ର ଚାପର ସମତା ରକ୍ଷା କରିବାକୁ ସବୁବେଳେ ଚେଷ୍ଟା କରେ ।
(ii) କୌଣସି କାରଣରୁ ଏକ ସ୍ଥାନରେ ବାୟୁର ଲଘୁଚାପ ସୃଷ୍ଟିହେଲେ ତାହା ହାଲୁକା ହୋଇ ଉପରକୁ ଉଠିଯାଏ ଏବଂ ତା’ର ସ୍ଥାନ ପୂରଣ କରିବା ପାଇଁ ଗୁରୁଚାପ ଅଞ୍ଚଳରୁ ବାୟୁ ସେହିସ୍ଥାନକୁ ପ୍ରବାହିତ ହୁଏ । ଅର୍ଥାତ୍ ବାୟୁ ଚାପର ତାରତମ୍ୟ ହେଲେ ବାୟୁ ମଧ୍ୟରେ ପ୍ରବାହ ସୃଷ୍ଟି ହୁଏ । ପ୍ରବାହିତ ବାୟୁକୁ ପବନ (wind) କୁହାଯାଏ । ଭୂ-ବାୟୁ, ସାମୁଦ୍ରିକ ବାୟୁ ଏବଂ ମୌସୁମୀ ବାୟୁ ଏହି ବାୟୁ ପ୍ରବାହର ଅନ୍ତର୍ଗତ ।
(iii) କୌଣସି ଆକସ୍ମିକ କାରଣରୁ ହଠାତ୍‌ ବାୟୁଚାପର ହ୍ରାସ କିମ୍ବା ବୃଦ୍ଧି ଘଟିଲେ, ବାତ୍ୟା ବା ବାତାବର୍ଷ (cyclone) ଓ ପ୍ରତୀପ ବାତାବର୍ଷ (Anti-cyclone) ଘଟେ ।
(iv) ଯଦି କୌଣସି ସ୍ଥାନର ବାୟୁର ଚାପ ହଠାତ୍ କମିଯାଏ, ତାହାର ଚତୁର୍ଦ୍ଦିଗରେ ଥ‌ିବା ଗୁରୁଚାପ ବିଶିଷ୍ଟ ବାୟୁ ଲଘୁଚାପ କେନ୍ଦ୍ରକୁ ପ୍ରବଳ ବେଗରେ ପ୍ରବାହିତ ହୁଏ । ଏହାକୁ ବାତ୍ୟା କହନ୍ତି ।
(v) ବାତ୍ୟା ଯେଉଁ କାରଣରୁ ହୁଏ ପ୍ରତୀପ ବାତାବର୍ତ୍ତ ତା’ର ବିପରୀତ କାରଣରୁ ହୋଇଥାଏ । ଏହା ଘଟିବା ସମୟରେ ବାୟୁର ଆର୍ଦ୍ରତା କମିଯାଏ ଏବଂ ଆକାଶ ନିର୍ମଳ ଓ ମେଘମୁକ୍ତ ରହେ ।

ସଂଶିପ୍ତଧାମା ପ୍ରଣୋଉର :

Question 1.
ବାତ୍ୟା ପାଇଁ କେଉଁ କେଉଁ କାରକ ଦାୟୀ ଓ ସେଗୁଡ଼ିକ କେଉଁ ଯନ୍ତ୍ର ଦ୍ୱାରା ଓ କିପରି ଜାଣି ହୁଏ ।
Solution:
ବାତ୍ୟାପାଇଁ ପବନର ବେଗ , ଦିଗ, ତାପମାତ୍ରା ଏବଂ ଆର୍ଦ୍ରତା ଆଦି କାରକ ଦାୟୀ । ପବନର ବେଗ ଏଥ‌ିପାଇଁ ଅଧ୍ଵ ଦାୟୀ ।
ପବନର ବେଗ – ଆନିମୋମିଟର ଯନ୍ତ୍ର ସାହାଯ୍ୟରେ ପବନର ବେଗ ମପାଯାଏ ।
ଦିଗ – ବାୟୁ ପ୍ରାବାହର ଦିଗ ନିର୍ଣ୍ଣୟ କରିବା ପାଇଁ ପବନ ଚକି ବା ପାଗ କୁକୁଡ଼ା ନାମକ ଯନ୍ତ୍ର ବ୍ୟବହାର କରାଯାଇଥାଏ ।
ତାପମାନ ଯନ୍ତ୍ର ବ୍ୟବହାର କରାଯାଏ ।
ପାଣିପାଗ ବେଲୁନ’’ ଆକାଶକୁ ଛଡ଼ାଯାଏ । ଏଥ‌ିରେ ଖଞ୍ଚା ଯାଇଥିବା ବେତାର ପ୍ରେରକଯନ୍ତ୍ରରୁ ଗ୍ରହଣ କେନ୍ଦ୍ରକୁ ବାୟୁମଣ୍ଡଳର ତାପ, ଚାପ, ଆର୍ଦ୍ରତା ଆଦି ସମ୍ବାଦ ମିଳିଥାଏ ।

Question 2.
ମୌସୁମୀ ଶବ୍ଦର ଅର୍ଥ କ’ଣ ? ଖରାଦିନେ ରାଜସ୍ଥାନରେ କେଉଁ ମୌସୁମୀ ବାୟୁ ପ୍ରବାହିତ ହୁଏ ।
Solution:
(i) ଖରାଦିନେ ବିଷୁବରେଖା ନିକଟବର୍ତ୍ତୀ ଅଞ୍ଚଳରେ ମହାସାଗର ଅଞ୍ଚଳରୁ ସ୍ଥଳଭାଗ ଆଡ଼କୁ ବାୟୁ ପ୍ରବାହିତ ହୁଏ । ଏହାକୁ ‘ମୌସୁମୀ ବାୟୁ’’ କୁହାଯାଏ ।
(ii) ଏହି ମୌସୁମୀ ଶବ୍ଦଟି ଆରବିକ୍ ଶବ୍ଦ ‘ମଉସମ୍’ରୁ ଆନୀତ, ଯାହାର ଅର୍ଥ ଋତୁ । ମୌସୁମୀ ବାୟୁ ଜଳ ଧରି ଆସେ ଏବଂ ବର୍ଷା କରାଏ । ଶସ୍ୟ ଉତ୍ପାଦନ ପାଇଁ ଏହା ନିହାତି ଆବଶ୍ୟକ । ଖରାଦିନେ ରାଜସ୍ଥାନରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ପ୍ରବାହରେ ବର୍ଷା ହୁଏ ।

ବସ୍ତୁନିଷ୍ ପ୍ରଣୋଉର :

I. ଶୂନ୍ୟସ୍ଥାନ ପୂରଣ କର ।
(i) ______ ବାୟୁକୁ ପବନ କୁହାଯାଏ ।
(ii) ପୃଥ‌ିବୀ ପୃଷ୍ଠରେ ଅସମାନ ______ ହେତୁ ବାୟୁ ପ୍ରବାହ ହୁଏ ।
(iii) ଜଳୀୟବାଷ୍ପ ଧାରଣ କରିଥିବା ବାୟୁ ______ କରାଏ ।
(iv) ବାୟୁ ଗୁରୁଚାପ ଅଞ୍ଚଳରୁ ______ ହେତୁ ବାୟୁ ପ୍ରବାହ ହୁଏ ।
(v) କୌଣସି ଦିନ କୌଣସି ସ୍ଥାନର ପାଣିପାଗ କହିଲେ ସେହି ଦିନ ସେହି ସ୍ଥାନର, ______ ର ଅବସ୍ଥାକୁ ବୁଝାଏ ।
(vi) ବାୟୁର ______ ଥ‌ିବାରୁ ଏହା ଚାପ ପ୍ରଦାନ କରେ ।
(vii) ବାୟୁର ଚାପ ______ ପବନ କୁହାଯାଏ ।
(viii)ସମୁଦ୍ରପତ୍ତନର ବାୟୁମଣ୍ଡଳର ଚାପ ହେଲା ______ ପେ.ମି.ପାରଦର ପ୍ରମ୍ |
(ix) ସମସ୍ତ ଝଡ଼ବର୍ଷା ______ କନିତ ପ୍ରକୃଷ୍ନା |
(x) ______ ମାଧ୍ୟାପରେ ବାତ୍ୟା ସମକରେ ପୂର୍ବ ସୂଚନା ମିଳିପାରୁଛି |
Solution:
(i) ଗତିଶୀଳ,
(ii) ତାପ ସଂଚରଣ,
(iii) ବାୟୁ,
(iv) ଲଘୁ,
(v) ବାୟୁମଣ୍ଡଳ,
(vi) ଓଜନ,
(vii) ବାରୋମିଟର,
(viii) 76,
(ix) ସ୍ଵଳ୍ପ-ଚାପ,
(ix) ରାଡ଼ାର ଓ କୃତ୍ରିମ ଉପଗ୍ରହ

BSE Odisha 7th Class Science Important Questions Chapter 13 କେତୋଟି ପ୍ରାକୃତିକ ଘଟଣା

II. ବାମପାର୍ଶ୍ଵର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣପାର୍ଶ୍ବର ଶୂନ୍ୟସ୍ଥାନ ପୂରଣ କର ।
(i) ବାୟୁର ବେଗ : ଆନିମୋମିଟର :: ବାୟୁର ଚାପ : ______
(ii) କୃତ୍ରିମ ଉପଗ୍ରହ : ଓଡ଼ିଶା ଉପକୂଳର ଫଟୋଚିତ୍ର :: ମାନ ମନ୍ଦିର : ______
(iii) ବାୟୁ ଉତ୍ତପ୍ତ : ଲଘୁଚାପ :: ବାୟୁ ଥଣ୍ଡା : ______
(iv) ବାୟୁମଣ୍ଡଳର ଅବସ୍ଥା : ପାଣିପାଗ ବେଲୁନ୍ :: ବାୟୁପ୍ରବାହର ଦିଗ : ______
Solution:
(i) ବାରୋମିଟର,
(ii) ପାଣିପାଗର ସୂଚନା,
(iii) ଗୁରୁ ଚାପ,
(iv) ପବନ ଚକି

III. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) ପବନର ବେଗ ବଢ଼ିଲେ ବାୟୁର ଚାପ ବଢ଼େ ।
(ii) ବାୟୁ ଗତିଶୀଳ ହେବାକୁ ଜଳୀୟ ବାଷ୍ପ କୁହାଯାଏ ।
(iii) ଖରାଦିନେ ପବନ ସ୍ଥଳଭାଗରୁ ଜଳଭାଗ ଆଡ଼କୁ ପ୍ରବାହିତ ହୁଏ ।
(iv) ଆନିମୋମିଟର ଯନ୍ତ୍ର ସାହାଯ୍ୟରେ ଆର୍ଦ୍ରତା ମପାଯାଏ ।
(v) ପୃଥ‌ିବୀ ପୃଷ୍ଠରେ ସମାନ ତାପ ସଞ୍ଚରଣ ହେତୁ ବାୟୁ ପ୍ରବାହ ସମ୍ଭବ ହୁଏ ।
Solution:
(i) ପବନର ବେଗ ବଢ଼ିଲେ ବାୟୁର ଚାପ ହ୍ରାସପାଏ ।
(ii) ବାୟୁ ଗତିଶୀଳ ହେବାକୁ ପବନ କୁହାଯାଏ ।
(iii) ଶୀତଦିନେ ପବନ ସ୍ଥଳଭାଗରୁ ଜଳଭାଗ ଆଡ଼କୁ ପ୍ରବାହିତ ହୁଏ ।
(iv) ଆନିମୋମିଟର ଯନ୍ତ୍ର ସାହାଯ୍ୟରେ ପବନର ବେଗ ମପାଯାଏ ।
(v) ପୃଥ‌ିବୀ ପୃଷ୍ଠରେ ସମାନ ତାପ ସଞ୍ଚରଣ ହେତୁ ବାୟୁ ପ୍ରବାହ ସମ୍ଭବ ହୁଏ ।

IV. ‘କ’ ସ୍ତମ୍ଭରେ ଥ‌ିବା ଶବ୍ଦସହ ‘ଖ’ ସ୍ତମ୍ଭରେ ଥ‌ିବା ଶବ୍ଦର ମେଳନ କର ।
BSE Odisha 7th Class Science Important Questions Chapter 13 Img 2

V. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ଶବ୍ଦରେ ଲେଖ ।
(i) କେଉଁ ଅଞ୍ଚଳର ଲୋକେ ସୂର୍ଯ୍ୟଙ୍କଠାରୁ ସର୍ବାଧିକ ତାପ ପାଇଥାଆନ୍ତି ?
(ii) ପୃଥ‌ିବୀରେ ଦିନରାତି ପୃଥ‌ିବୀର କେଉଁ ଗତି ଯୋଗୁଁ ସମ୍ଭବ ହୁଏ ?
(iii) ବାୟୁ ଉତ୍ତପ୍ତ ହେଲେ ଓ ଥଣ୍ଡା ହେଲେ କ’ଣ ହୁଏ ?
(iv) ବାୟୁ କେଉଁ ଚାପ ଅଞ୍ଚଳରୁ କେଉଁ ଚାପ ଅଞ୍ଚଳକୁ ପ୍ରବାହିତ ହୁଏ ?
(v) ଅଧିକ ବେଗରେ ପବନ ବହିଲେ ବାୟୁର ଚାପରେ କିପରି ପରିବର୍ତ୍ତନ ଘଟେ ?
Solution:
(i) ବିଷୁବରେଖା ନିକଟସ୍ଥ ଅଞ୍ଚଳ
(ii) ଆବରନ
(iii) ପ୍ରସାରିତ, ସଙ୍କୁଚିତ
(iv) ଗୁରୁଚାପ, ଲଘୁଚାପ
(v) ଚାପଦ୍ରାସ ହୁଏ

VI. ଠିକ୍ ଉତ୍ତରଟି ବାଛି ଲେଖ ।
(କ) ନିମ୍ନୋକ୍ତ କେଉଁ ଯନ୍ତ୍ର ସାହାଯ୍ୟରେ ବାୟୁର ବେଗ ମପାଯାଏ ?
(i) ଥର୍ମୋମିଟର
(ii) ବାରୋମିଟର
(iii) ଓଡ଼ୋମିଟର
(iv) ଆନିମୋମିଟର
Solution:
(iv) ଆନିମୋମିଟର

(ଖ) ପବନ୍ଧର ବେଗ ବଢ଼ିଲେ କାହାର ଚାପ କମେ ?
(i) ଜଳ
(ii) ଚାଯୁ
(iii) ତାପ
(iv) ମଉସମ
Solution:
(ii) ଚାଯୁ

(ଘ) ପବନର ବେଗ ବଢ଼ିଲେ ବାୟୁ ଚାପ କ’ଣ ହୁଏ ?
(i) କାମେ
(ii) ବକେ
(iii) ସ୍ଥିରରଦେ
(iv) ପ୍ରଥମେ ବଢ଼େ ଓ ତା’ପରେ କମେ
Solution:
(i) କାମେ

(ଙ) କେଉଁ ଦିନେ ପବନ ସ୍ଥଳଭାଗରୁ ଜଳଭାଗ ଆଡ଼କୁ ପ୍ରବାହିତ ହୁଏ ?
(i) ଣାତଦିନେ
(ii) ଖରାଦିନେ
(iii) ବଶାଦିନ୍ନେ
(iv) ଶରତ୍ଲାଲରେ
Solution:
(i) ଣାତଦିନେ

(ଚ) ପୃଥ‌ିବୀର କେଉଁ ଗତି ଯୋଗୁଁ ପବନର ଦିଗ ପରିବର୍ତ୍ତନ ହୁଏ ?
(i) ପରିକ୍ରମଣ
(ii) ଆବର୍ତ୍ତନ
(ii) ବଢ଼େ
(iv) ପରିକ୍ରମଣ ଓ ଆବର୍ଜନ
Solution:
(ii) ଆବର୍ତ୍ତନ

(ଛ) କାହା ମାଧ୍ୟମରେ ବାତ୍ୟା ହେତୁ ପବନ ପ୍ରବାହିତ ହୁଏ ?
(i) କମ୍ପ୍ୟୁଟର
(ii) ଟେଲିଭିଜନ
(iii) ବାର୍ଷିକ
(iv) ପରିକ୍ରମଣ ଓ ଆବର୍ଜନ
Solution:
(ii) ଟେଲିଭିଜନ

(ଜ) ପୃଥ‌ିବୀ ପୃଷ୍ଠରେ କାହାର ତାପମାତ୍ରା ତାରତମ୍ୟ ପ୍ରବାହିତ ହୁଏ ?
(i) ଅଶ୍ମମଣ୍ଡଳ
(ii) ଜୀବମଣ୍ଡଳ
(iii) ବର୍ଷାଦିନେ
(iv) କୃତ୍ରିମ ଉପଗ୍ରହ
Solution:

(ଝ) ବାୟୁ ଯେତେବେଳେ ଉତ୍ତପ୍ତ ହୁଏ କ’ଣ ହୁଏ ?
(i) ପ୍ରସାରିତ
(ii) ସଙ୍କୁଚିତ
(iii) ସଞ୍ଚରିତ
(iv) ପ୍ରବାହିତ
Solution:
(iii) ସଞ୍ଚରିତ

(ଞ) ପୃଥ‌ିବୀ ବାୟୁର ଏକ ଘନ ସ୍ତର ଦ୍ବାରା ଆବୃତ ହୋଇଥାଏ, ତାହାକୁ କ’ଣ କୁହାଯାଏ ?
(i) ବାରିମଣ୍ଡଳ
(ii) ବାୟୁମଣ୍ଡଳ
(iii) ଜୈବମଣ୍ଡଳ
(iv) ଓଜୋନ ସ୍ତର
Solution:
(ii) ବାୟୁମଣ୍ଡଳ

BSE Odisha 7th Class Science Important Questions Chapter 13 କେତୋଟି ପ୍ରାକୃତିକ ଘଟଣା

VII. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ଓଡ଼ିଶାରେ ମହାବାତ୍ୟା କେବେ ହୋଇଥିଲା ?
(ii) ପ୍ରାକୃତିକ ଘଟଣା କ’ଣ ?
(iii) ବାୟୁର ଚାପ ଅଛି ବୋଲି କିପରି ଜାଣୁଛ ?
(iv) ଆମେ ବେଲୁନକୁ ଫୁଙ୍କିଲେ ଫୁଲେ କାହିଁକି ?
(v) ଖରାରେ ଫୁଲିଥିବା ବେଲୁନ ରଖିଲେ ଫାଟି ଯାଏ କାହିଁକି ?
(vi) ପବନ କାହାକୁ କହନ୍ତି ?
(vii) ମେଘ କିପରି ସୃଷ୍ଟି ହୁଏ ?
(viii)କେଉଁ ବାୟୁର ଜଳଧାରଣ କ୍ଷମତା ଅଧିକ ?
(ix) ମୌସୁମୀର ଅର୍ଥ କ’ଣ ?
Solution:
(i) ଓଡ଼ିଶାରେ ମହାବାତ୍ୟା 1999 ମସିହା ଅକ୍ଟୋବର 29 ତାରିଖରେ ହୋଇଥିଲା ।
(ii) ବର୍ଷା, ବାତ୍ୟା ପରି କିଛି ଘଟଣା ପ୍ରକୃତିରେ ଆପେ ଆପେ ହୁଏ, ଏଗୁଡ଼ିକ ପ୍ରାକୃତିକ ଘଟଣା ଅଟେ ।
(iii) ବାୟୁର ଚାପଥିବା ଯୋଗୁଁ ଗଛର ପତ୍ର, ପତାକା, ବ୍ୟାନର ଫଡ଼ ଫଡ଼ ଶବ୍ଦକରି ଉଡ଼େ ।
(iv) ଆମେ ବେଲୁନକୁ ଫୁଙ୍କିବାଦ୍ୱାରା ବେଲୁନ୍ ଭିତରେ ବାୟୁର ଚାପ ବଢ଼ି ବେଲୁନକୁ ଫୁଲାଏ ।
(v) ଖରାରେ ଫୁଲିଥିବା ବେଲୁନ ରଖୁ ଖରାର ତାପ ଯୋଗୁଁ ବେଲୁନ୍ ଭିତର ବାୟୁ ପ୍ରସାରିତ ହୋଇ ବେଲୁନ୍‌ର କାନ୍ଥରେ ଚାପ ଦିଏ, ଫଳରେ ବେଲୁନ ଫାଟି ଯାଏ ।
(vi) ଗତିଶୀଳ ବାୟୁକୁ ପବନ କହନ୍ତି ।
(vii) ଜଳୀୟବାଷ୍ପ ଥଣ୍ଡା ହୋଇ ମେଘ ସୃଷ୍ଟି କରେ ।
(viii) ମହାସାଗରରୁ ଆସୁଥିବା ବାୟୁର ଜଳଧାରଣ କ୍ଷମତା ଅଧ୍ଵ ।
(ix) ମୌସୁମୀର ଅର୍ଥ ଋତୁ ।

BSE Odisha 7th Class Science Important Questions Chapter 14 ଆଲୋକ

Odisha State Board BSE Odisha 7th Class Science Important Questions Chapter 14 ଆଲୋକ Important Questions and Answers.

BSE Odisha Class 7 Science Important Questions Chapter 14 ଆଲୋକ

Question 1.
ଆଲୋକ ସରଳରେଖାରେ ଗତିକରେ, ଚିତ୍ର ସହ ପରୀକ୍ଷା କର ।
Solution:
(i)ଗୋଟିଏ ସିଧା ଓ ଅନ୍ୟ ଗୋଟିଏ ବଙ୍କା ପ୍ଲାଷ୍ଟିକ୍ ନଳୀ ନିଆଯାଉ ।
(ii) ଗୋଟିଏ ଟେବୁଲ ଉପରେ ଜଳୁଥିବା ଏକ ମହମବତୀ ରଖାଯାଉ ।
BSE Odisha 7th Class Science Important Questions Chapter 14 Img 1
(iii) ସିଧା ପ୍ଲାଷ୍ଟିକ୍ ନଳୀ ଦେଇ ଟେବୁଲ ଉପରେ ଜଳୁଥିବା ମହମବତୀକୁ ଦେଖ‌ିଲେ ମହମବତୀର ଶିଖାକୁ ଦେଖ୍ହୁଏ ।
(iv) ବଙ୍କା ପ୍ଲାଷ୍ଟିକ୍ ନଳୀ ଦେଇ ଟେବୁଲ ଉପରେ ଜଳୁଥିବା ମହମବତୀକୁ ଦେଖ‌ିଲେ ମହମବତୀର ଶିଖାକୁ ଦେଖୁହୁଏ ନାହିଁ ।
ସିଦ୍ଧାନ୍ତ – ଏହି ପରୀକ୍ଷାଦ୍ବାରା ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ଆଲୋକ ସରଳରେଖାରେ ଗତିକରେ ।

BSE Odisha 7th Class Science Important Questions Chapter 14 ଆଲୋକ

Question 2.
ଗୋଟିଏ ବଡ଼ ଦର୍ପଣଠାରୁ 4 ମିଟର ଦୂରରେ ବସ୍ତୁଟିଏ ଅଛି । ଯଦି ଦର୍ପଣଠାରୁ ଆଉ 2 ମିଟର ଦୂରକୁ ଯିବ, ତେବେ ପ୍ରତିଟିମୂ ଦଘଣଠାରୁ କେତେ ଦୁରର ପ୍ଷ୍ମି ହେଲ |
Solution:
(i) ସମତଳ ବପଣରେ ନିସ୍ତୁର ଦୁରତା ପ୍ରତିଟିପୂର ଦୁରତା ମନ୍ତ୍ର ମନାମ |
(ii) ବସ୍ତୁଟି ଦର୍ପଣଠାରୁ (2 ମି. + 4 ମି.) = 6 ମିଟର ଦୂରରେ ରହିବ । ଅର୍ଥାତ୍ ପ୍ରତିବିମ୍ବ ଦର୍ପଣଠାରୁ 6 ମିଟର ଦୂରରେ ସୃଷ୍ଟି ହେବ ।

Question 3.
ଅବତଳ ଦର୍ପଣ କଣ ? ଏଥରେ କି ପ୍ରକାର ପ୍ରତିବିମ୍ବ ଗଠିତ ହୁଏ ?
Solution:
(i) ଯେଉଁ ପ୍ରତିଫଳକର ପ୍ରତିଫଳନ କରୁଥିବା ପୃଷ୍ଠ ଅବତଳ, ତାହାକୁ ଅବତଳ ଦର୍ପଣ କୁହାଯାଏ । ଏହାର ସାମନାପଟ ବକ୍ର ହୋଇ ଭିତରକୁ ପଶିଯାଇଥାଏ ।
(ii) ଅବତଳ ଦର୍ପଣରେ ଗଠିତ ପ୍ରତିବିମ୍ବ ସର୍ବଦା ବାସ୍ତବ ଓ ଓଲଟା ହୋଇଥାଏ । ଏହା କ୍ଷୁଦ୍ର, ବଡ଼ ବା ବସ୍ତୁ ସହ ସମାନ ମଧ୍ୟ ଦ୍ରୋଲପାରେ |

Question 4.
ଆଳାପା ପ୍ତତିତିପୂ କାଣ ?
Solution:
(i) ଯେଉଁ ପ୍ରତିବିମ୍ବ ଦର୍ପଣର ପଛପଟେ ଗଠିତ ହୁଏ ଏବଂ କୌଣସି ପର୍ଦାରେ କେନ୍ଦ୍ରୀଭୂତ କରି ଧରିହୁଏ ନାହିଁ, ତାହାକୁ ଆଭାସୀ ପ୍ରତିବିମ୍ବ କୁହାଯାଏ ।
(ii) କେବଳ ଉତ୍ତଳ ଦର୍ପଣରେ ଆଭାସୀ ପ୍ରତିବିମ୍ବ ଗଠିତ ହୋଇଥାଏ ।

ବସ୍ତୁନିଷ୍ ପ୍ରଣୋଉର :

I. ଶୂନ୍ୟସ୍ଥାନ ପୂରଣ କର ।
(i) ଅବତଳ ଦର୍ପଣରେ _________ ପ୍ରତିବିମ୍ବ ଗଠିତ ହୁଏ ।
(ii) ସବୁ କ୍ଷେତ୍ରରେ ଉତ୍ତଳ ଦର୍ପଣରେ ବସ୍ତୁ ଅପେକ୍ଷା _________ ପ୍ରତିବିମ୍ବ ଗଠିତ ହୁଏ ।
(iii) ସମତଳ ଦର୍ପଣରେ ବସ୍ତୁର ଉଚ୍ଚତା ପ୍ରତିବିମ୍ବର ଉଚ୍ଚା ସଙ୍ଗେ _________ |
(iv) ପରଦା ଉପରେ ସୃଷ୍ଟି ହେଉଥ‌ିବା ପ୍ରତିବିମ୍ବକୁ _________ ପ୍ରତିବିମ୍ବ କୁହାଯାଏ ।
(v) ଆମେ _________ ଦ୍ଵାରା ଦେଖାରୁ ।
(vi) ଆଲୋକ ରଶ୍ମି _________ ରେଖାରେ ଗତି କରେ ।
(vii) ବସ୍ତୁର ପ୍ରତିବିମ୍ବ _________ ଦର୍ପଣରେ ଓଲଟା ଦେଖାଯାଏ ।
(viii) ସମତଳ ଦର୍ପଣରେ _________ ପ୍ରତିବିମ୍ବ ଗଠିତ ହୁଏ ।
(ix) _________ ଦର୍ପଣରେ ମୁହଁ ଦେଖ‌ିଲେ ମୁହଁ ବଡ଼ ଦେଖାଯାଏ ।
(x) ଅବତଳ ଦର୍ପଣର ଅତି ନିକଟରେ ବସ୍ତୁ ରଖେଲେ ପ୍ରତିବିମ୍ବ ବସ୍ତୁଠାରୁ _________ ହୁଏ ।
(xi) ଅବତଳ ଦର୍ପଣଠାରୁ ଦୂରରେ ବସ୍ତୁ ରଖୁଲେ ତାହାର ପ୍ରତିବିମ୍ବ ବସ୍ତୁଠାରୁ _________ ହୁଏ ।
(xii) _________ ଦର୍ପଣରେ ପ୍ରତିବିମ୍ବର ଆକାର ବସ୍ତୁଠାରୁ ବହୁତ ସାନ ହୋଇଥାଏ ।
Solution:
(i) ବାସ୍ତବ,
(ii) ସାନ,
(iii) ସମାନ,
(iv) ବାସ୍ତବ,
(v) ଆଲୋକ,
(vi) ସରଳ,
(vii) ଅବତଳ,
(viii) ଆଭାସୀ (ଅବାସ୍ତବ),
(ix) ଅବତଳ,
(x) ବଡ଼,
(xi) ସାନ,
(xii) ଉତ୍ତଳ

BSE Odisha 7th Class Science Important Questions Chapter 14 ଆଲୋକ

II. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ବାମପାର୍ଶ୍ବରେ ଥ‌ିବା ଶବ୍ଦ ଦ୍ଵୟର ସମ୍ପର୍କକୁ ଦେଖ୍ ଦକ୍ଷିଣ ପାର୍ଶ୍ଵର ଶବ୍ଦ ପାର୍ଶ୍ଵରେ ‘?’ ଚିହ୍ନ ମ୍ନରେ ଉପଯୁକ୍ତ ଶବ ଲେଖା |
(i) ସମତଳ ଦର୍ପଣ : ଅବାସ୍ତବ ପ୍ରତିବିମ୍ବ :: ଅବତଳ ଦର୍ପଣ : ?
(ii) ସମତଳ ଦର୍ପଣରେ ବସ୍ତୁର ଦୂରତା : 5 ସେ.ମି. :: ସମତଳ ଦର୍ପଣରେ ପ୍ରତିବିମ୍ବ ଦୂରତା : ?
(iii) କ୍ଷୌର ଦର୍ପଣ : ଅବତଳ :: ମୋଟରଯାନ ଦର୍ପଣ : ?
(iv) ଅବତଳ ଦର୍ପଣ : ବାସ୍ତବ ପ୍ରତିବିମ୍ବ :: ଉତ୍ତଳ ଦର୍ପଣ : ?
(v) କାରର ପ୍ରତିଫଳକ : ଅବତଳ ଦର୍ପଣ :: ସ୍କୁଟର ହ୍ୟାଣ୍ଡଲ୍‌ରେ ଲାଗିଥିବା ଦର୍ପଣ : ?
Solution:
(i) ବାସ୍ତବ ପ୍ରତିବିମ୍ବ,
(ii) 5 ସେ.ମି.,
(iii) ଉତ୍ତଳ,
(iv) ଆଭାସୀ ପ୍ରତିବିମ୍ବ,
(v) ଉତ୍ତଳ ଦର୍ପଣ

III. ନିମ୍ନୋକ୍ତ ପ୍ରତ୍ୟେକ ପ୍ରଶ୍ନପାଇଁ ଦିଆଯାଇଥ‌ିବା ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(i) କେଉଁ ଦର୍ପଣରେ ଆଭାସୀ ପ୍ରତିବିମ୍ବ ବସ୍ତୁଠାରୁ ବଡ଼ ଅଟେ ?
(କ) ସମତଳ
(ଖ) ଉଭଳ
(ଗ) ଅଥବଲ
(ଶ) ଏମାନଙ୍କ ମଧ୍ୟରୁ କେତ୍ର ନୁହେ
Solution:

(ii) ଧରାଶ୍ରୀ ସମତଳ ଦର୍ପଣ ନିକଟରୁ ଦୁଇ ମିଟର ଦୂରତାରେ ରହି ତାହାର ପ୍ରତିବିମ୍ବକୁ ଦେଖୁଥିଲା । ସେ ଦର୍ପଣ ନିକଟରୁ ଏକ ମିଟର ପଛକୁ ଚାଲିଗଲେ ପ୍ରତିବିମ୍ବଠାରୁ ତାର ଦୂରତା କେତେ ହେବ ?
BSE Odisha 7th Class Science Important Questions Chapter 14 Img 2

(iii) ନିମ୍ନୋକ୍ତ ମଧ୍ୟରୁ କେଉଁଟି ସର୍ବୋତ୍କୃଷ୍ଟ ପ୍ରତିଫଳକ ?
(କ) ଷ୍ଟେନ୍‌ସ୍ ଷ୍ଟିଲ୍ ଥାଳି
(ଖ) ଖରକାରେ ଲାଗିଥିବା ଜାତ
(ଗ) ଚିକ୍କଣ ମାର୍ବଲ ଚଟାଣ
(ଣ) ସମତଳ ଦପଣ

(iv) କେଉଁ ଦର୍ପଣରେ ବସ୍ତୁର ପ୍ରତିବିମ୍ବ ଛୋଟ ଓ ଦର୍ପଣର ପଛପଟେ ଗଠିତ ହେବାଭଳି ଜଣାପଡ଼େ ?
(କ) ସମତଳ
(ଖ) ର୍ଥବଉଲ
(ଗ) ଭଉଲ
(ଘ) କୌଣସି ଦର୍ପଣରେ ନୁହେଁ

(v) କେଉଁ ଦର୍ପଣରେ ବାସ୍ତବ ପ୍ରତିବିମ୍ବ ଗଠିତ ହୋଇପାରେ ?
(କ) ସମତଳ
(ଖ) ଭଉଲ
(ଗ) ର୍ଥବଉଲ
(ଘ) କୌଣସି ଦର୍ପଣରେ ନୁହେଁ

(vi) ଟର୍ଚ୍ଚ ଲାଇଟ୍‌ରେ କେଉଁ ପ୍ରକାର ଦର୍ପଣ ବ୍ୟବହାର ହୁଏ ?
(କ) ସମତଳ
(ଖ) ର୍ଥବଉଲ
(ଗ) ଉତ୍ତଳ
(ଘ) କୌଣସି ଦର୍ପଣରେ ନୁହେଁ

(vii) କେଉଁ ଦର୍ପଣରେ ଅନେକଗୁଡ଼ିଏ ବସ୍ତୁର ପ୍ରତିବିମ୍ବ ଛୋଟ ଆକାରରେ ଏକ ସମୟରେ ଦେଖାଯାଏ ?
(କ) ସମତଳ
(ଖ) ଉତ୍ତଳ
(ଗ) ଅବତଳ
(ଘ) ଇଉଲ ଅନତଲ

(viii) ରେଳଗାଡ଼ି, ମୋଟର ଯାନ ଆଦିର ହେଡ୍ ଲାଇଟ୍‌ରେ କି ପ୍ରକାର ଦର୍ପଣ ଲଗାଯାଇଥାଏ ?
(କ) ଉତ୍ତଳ
(ଖ) ଅବତଳ
(ଗ) ସମତଳ
(ଘ) କୌଣସିଟି ନୁହେଁ

(ix) ମୋଟର ସାଇକେଲ ଚାଳକ କି ପ୍ରକାର ଦର୍ପଣ ସାହାଯ୍ୟରେ ପଛରୁ ଆସୁଥ‌ିବା ଯାନବାହନକୁ ଦେଖାରେ ?
(କ) ସମତଳ
(ଖ) ଅବତଳ
(ଗ) ଉତ୍ତଳ
(ଘ) କୌଣସି ଦର୍ପଣରେ ନୁହେଁ

(x) କେଉଁ ଦର୍ପଣରେ ଗଠିତ ପ୍ରତିବିମ୍ବକୁ ପରଦାରେ ପକାଇ ହେବ ?
(କ) ଉତ୍ତଳ
(ଖ) ଅବତଳ
(ଗ) ପମଭଲ
(ଘ) କୌଣସି ଦର୍ପଣରେ ନୁହେଁ
Solution:
(i) ଅବତଳ
(ii) ୬ ମି.
(iii) ସମତଳ ଦର୍ପଣ
(iv) ଭଭଲ
(v) ଅବତଳ
(vi) ଅବତଳ
(vii) ଉତ୍ତଳ
(viii) ଥଚତଳ
(ix) ଉତ୍ତଳ
(x) ଅବତଳ

IV. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) ସମତଳ ଦର୍ପଣରେ ଓଲଟା ପ୍ରତିବିମ୍ବ ଦେଖାଯାଏ ।
(ii) ଗାଡ଼ି ଚାଳକ ପଛର ଦୃଶ୍ୟ ଦେଖିବାକୁ ମଟରଗାଡ଼ିରେ ଅବତଳ ଦର୍ପଣ ଲଗାଯାଇଥାଏ ।
(iii) ଉତ୍ତଳ ଦର୍ପଣରେ ଏକ ସିଧା ଏବଂ ବସ୍ତୁଠାରୁ ବଡ଼ ପ୍ରତିବିମ୍ବ ଗଠିତ ହୁଏ ।
(iv) ସମତଳ ଦର୍ପଣରେ ଏକ ବାସ୍ତବ, ବଡ଼ ଏବଂ ଓଲଟା ପ୍ରତିବିମ୍ବ ଗଠିତ ହୁଏ ।
(v) ଅବତଳ ଦର୍ପଣରେ ଓଲଟା ପ୍ରତିବିମ୍ବ ଦେଖାଯାଏ ।
(vi) ବସ୍ତୁଠାରୁ କମ୍ ଉଚ୍ଚତା ବିଶିଷ୍ଟ ପ୍ରତିବିମ୍ବ ସମତଳ ଦର୍ପଣରେ ଗଠିତ ହୁଏ ।
Solution:
(i) ଅବତଳ ଦର୍ପଣରେ ଓଲଟା ପ୍ରତିବିମ୍ବ ଦେଖାଯାଏ ।
(ii) ଗାଡ଼ି ଚାଳକ ପଛର ଦୃଶ୍ୟ ଦେଖିବାକୁ ମଟରଗାଡ଼ିରେ ଉତ୍ତଳ ଦର୍ପଣ ଲଗାଯାଇଥାଏ ।
(iii) ଅବତଳ ଦର୍ପଣରେ ଏକ ସିଧା ଏବଂ ବସ୍ତୁଠାରୁ ବଡ଼ ପ୍ରତିବିମ୍ବ ଗଠିତ ହୁଏ ।
(iv) ଅବତଳ ଦର୍ପଣରେ ଏକ ସିଧା ବଡ଼ ଏବଂ ଓଲଟା ପ୍ରତିବିମ୍ବ ଗଠିତ ହୁଏ ।
(v) ଅବତଳ ଦର୍ପଣରେ ସମ୍ମୁଖ ବକ୍ର ହୋଇ ଭିତରକୁ ପଶିଯାଇଥାଏ ।
(vi) ବସ୍ତୁଠାରୁ କମ୍ ଉଚ୍ଚତା ବିଶିଷ୍ଟ ପ୍ରତିବିମ୍ବ ଉତ୍ତର ଦର୍ପଣରେ ଗଠିତ ହୁଏ ।

BSE Odisha 7th Class Science Important Questions Chapter 14 ଆଲୋକ

V. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ଶବ୍ଦରେ ଲେଖ ।
(i) ଆଲୋକର ପ୍ରଧାନ ପ୍ରାକୃତିକ ଉତ୍ସ କିଏ ?
(ii) ଲୋକ ରଶ୍ମିର ଗତିପଥ କିପରି ?
(iii) ଯେଉଁ ଦର୍ପଣର କେନ୍ଦ୍ରାଞ୍ଚଳ ମୋଟାହୋଇ ଚାରିପଟ କ୍ରମଶଃ ପତଳା ହୋଇଥାଏ, ତାହା କି ପ୍ରକାର ଦର୍ପଣ ?
(iv) ଯେଉଁ ଦର୍ପଣର ସାମ୍ନାପଟ ଚାମଚ ଭଳି ଭିତରକୁ ପଶିଯାଇଥାଏ, ତାହା କି ପ୍ରକାର ଦର୍ପଣ ?
(v) କେଉଁ ପ୍ରକାର ଦର୍ପଣ ମୋଟରଯାନର ପଛରେ ଥ‌ିବା ବସ୍ତୁକୁ ଦେଖିବାପାଇଁ ବ୍ୟବହାର ହୁଏ ? (vi) ମୋଟରଯାନ ଆଦିର ହେଡ୍‌ଲାଇଟ୍ ଭିତରେ କି ପ୍ରକାର ଦର୍ପଣ ଲାଗିଥାଏ ?
(vii) କ୍ଷୌର ହେବା ଦର୍ପଣ କି ପ୍ରକାର ହେବା ଉଚିତ୍ ?
Solution:
(i) ସୂର୍ଯ୍ୟ
(ii) ସରଳରେଖ୍
(iii) ଉତ୍ତଳ ଦର୍ପଣ
(iv) ଅବତଳ ଦର୍ପଣ
(v) ଉତ୍ତଳ ଦର୍ପଣ
(vi) ଅବତଳ ଦର୍ପଣ
(vii) ଅବତଳ ଦର୍ପଣ

VI. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ଆଲୋକ କିପରି ଗତି କରେ ?
(ii) ଆଲୋକର ଗତିପଥ କିପରି ବଦଳେ ?
(iii) ଜଳ ଆଲୋକର ଗତିପଥ ବଦଳାଇପାରେ କି ?
(iv) ଆଲୋକ ରଶ୍ମି କାହାକୁ କହନ୍ତି ?
(v) ଆଲୋକ ଗୁଚ୍ଛ କାହାକୁ କହନ୍ତି ?
(vi) ଛାୟା କିପରି ସୃଷ୍ଟି ହୁଏ ।
(vii) ଆମେ ବସ୍ତୁକୁ କିପରି ଦେଖୁ ?
(viii)ରନ୍ଧ୍ର କ୍ୟାମେରାରେ କିପରି ପ୍ରତିବିମ୍ବ ସୃଷ୍ଟି ହୁଏ
Solution:
(i) ଆଲୋକ ସରଳରେଖାରେ ଗତି କରେ ।
(ii) ମସୃଣ ପୃଷ୍ଠରେ ପ୍ରତିବିମ୍ବ ସୃଷ୍ଟି ହେଲେ ଆଲୋକର ଗତିପଥ ବଦଳେ ।
(iii) ହଁ, ଜଳ ଆଲୋକର ଗତିପଥ ବଦଳାଇପାରେ ।
(iv) ଆଲୋକ ସ୍ରୋତରୁ ସବୁ ଦିଗକୁ ଗତି କରୁଥ‌ିବା ଆଲୋକ ଧାରାକୁ ଆଲୋକ ରଶ୍ମି କହନ୍ତି ।
(v) ଆଲୋକ ରଶ୍ମୀର ସମାହାରକୁ ଆଲୋକ ଗୁଚ୍ଛ କହନ୍ତି ।
(vi) ଆଲୋକ ସମ୍ମୁଖରେ ଅସ୍ବଚ୍ଛ ବସ୍ତୁ ରହିଲେ ଛାୟା ସୃଷ୍ଟି ହୁଏ ।
(vii) ଆଲୋକ ବସ୍ତୁ ଉପରେ ପଡ଼ି ସେଠାରୁ ପ୍ରତିଫଳିତ ହୋଇ ଆମ ଚକ୍ଷୁରେ ପଡ଼ିଲେ ଆମେ ବସ୍ତୁକୁ ଦେଖିପାରୁ ।
(viii) ଆଲୋକର ଗତିପଥ ସରଳରେଖ୍ ହୋଇଥିବାରୁ ରନ୍ଧ୍ର କ୍ୟାମେରାରେ ପ୍ରତିବିମ୍ବ ସୃଷ୍ଟି ହୁଏ ।

BSE Odisha 7th Class Odia Solutions Chapter 9 ରାମାୟଣ କଥା

Odisha State Board BSE Odisha 7th Class Odia Solutions Chapter 9 ରାମାୟଣ କଥା Textbook Exercise Questions and Answers.

BSE Odisha Class 7 Odia Solutions Chapter 9 ରାମାୟଣ କଥା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ରାମଙ୍କ ବନଗମନ ଖବର ପାଇ ଅଯୋଧ୍ୟାବାସୀ କାହିଁକି କ୍ରନ୍ଦନ କଲେ ?
Answer:
ରାମଙ୍କର ବହୁ ସଦ୍‌ଗୁଣ ଥିଲା । ତାଙ୍କଠାରେ ପ୍ରଜାପାଳନ କରିବାର ଅଦ୍ଭୁତ କ୍ଷମତା ରାଜ୍ୟବାସୀ ଅନୁଭବ କରିଥିଲେ । ଏଣୁ ରାଜା ଦଶରଥଙ୍କ ପରେ ସେ ତାଙ୍କର ପ୍ରକୃତ ଉତ୍ତରାଧ୍ୟାକାରୀ ହୋଇପାରିବେ ବୋଲି ପ୍ରଜାମାନଙ୍କର ଗଭୀର ବିଶ୍ଵାସ ଥିଲା। ଦଶରଥ ତାଙ୍କୁ ଅଯୋଧ୍ୟା ସିଂହାସନରେ ଅଧିଷ୍ଠିତ କରିବାକୁ ନିଷ୍ପତ୍ତି ନେବାପରେ ସେମାନେ ଆନନ୍ଦରେ ଅଧୀର ହୋଇପଡ଼ିଥିଲେ । କିନ୍ତୁ ରାଣୀ କୈକେୟୀଙ୍କର ଦୁଇ ବର ମଧ୍ୟରୁ ଦ୍ଵିତୀୟ ବରରେ ରାମଚନ୍ଦ୍ରଙ୍କୁ ବନବାସ ଯିବାକୁ ପଡୁଥ‌ିବାର ଖବର ଶୁଣି ଅଯୋଧ୍ୟାବାସୀ ଦୁଃଖରେ କ୍ରନ୍ଦନ କରିଥିଲେ ।

(ଖ) କୈକେୟୀ ଦଶରଥଙ୍କୁ କେଉଁ ଦୁଇଟି ବର ମାଗିଥିଲେ ?
Answer:
ପ୍ରଥମ ବରରେ କୈକେୟୀ ନିଜ ପୁତ୍ର ଭରତଙ୍କୁ ଅଯୋଧ୍ୟାର ରାଜା ହେବା ନିମନ୍ତେ ନିବେଦନ କରିଥିଲେ ଏବଂ ଦ୍ଵିତୀୟ ବରରେ ଦଶରଥଙ୍କର ପ୍ରିୟପୁତ୍ର ରାମଚନ୍ଦ୍ର ଚଉଦବର୍ଷ ପର୍ଯ୍ୟନ୍ତ ବନଗମନ କରିବାପାଇଁ ବର ମାଗିଥିଲେ ।

(ଗ) ଦଶରଥ କେଉଁ ପରିସ୍ଥିତିରେ ପ୍ରାଣତ୍ୟାଗ କଲେ ?
Answer:
ରାଜା ଦଶରଥ କୈକେୟୀଙ୍କର ଦ୍ଵିତୀୟ ବରରେ ଅତ୍ୟନ୍ତ ମ୍ରିୟମାଣ ହୋଇପଡ଼ିଥିଲେ । ଏଥିରେ ରାଣୀ କୈକେୟୀ ରାମଙ୍କୁ ଚଉଦବର୍ଷ ବନବାସକୁ ପ୍ରେରଣ କରିବାପାଇଁ ପ୍ରସ୍ତାବ ଦେଇଥିଲେ । ରାମଙ୍କ ବନଗମନ ପରେ ନିଜର ପ୍ରିୟତମ ପୁତ୍ର ରାମଙ୍କର ବନବାସର ଯନ୍ତ୍ରଣା କଥା ଚିନ୍ତାକରି ସେ ଅସମୟରେ ପ୍ରାଣତ୍ୟାଗ କରିଥିଲେ ।

(ଘ) ଭରତ ଚିତ୍ରକୂଟରୁ ଫେରି କିଭଳି ରାଜ୍ୟ ଶାସନ କଲେ ?
Answer:
ଭରତ ଚିତ୍ରକୂଟରୁ ଫେରି ଅତ୍ୟନ୍ତ ବିମର୍ଷ ଭାବେ କାଳାତିପାତ କରିଥିଲେ । ନିଜର ପିତୃପ୍ରତିମ ଜ୍ୟେଷ୍ଠଭ୍ରାତାଙ୍କର ବନବାସ ଯନ୍ତ୍ରଣାରେ ସେ ମଧ୍ୟ ଗଭୀର ଭାବରେ ମର୍ମାହତ ହୋଇପଡ଼ିଥିଲେ । ବ୍ୟର୍ଥାତ ଚିତ୍ତରେ ସେ ଜ୍ୟେଷ୍ଠଭ୍ରାତାଙ୍କୁ ଅଯୋଧ୍ୟାକୁ ଲେଉଟାଇ ଆଣିବାପାଇଁ ବନକୁ ଯାଇଥିଲେ । ମାତ୍ର ଜ୍ୟେଷ୍ଠଭ୍ରାତାଙ୍କର ଆଦେଶକୁ ଅବମାନନା ନକରି ସେ ବାଧ୍ୟହୋଇ ଅଯୋଧ୍ୟାକୁ ଫେରିଆସି ରାଜ୍ୟ ଶାସନ କଲେ । ମାତ୍ର ନିଜକୁ ଭ୍ରାତା ରାମଚନ୍ଦ୍ରଙ୍କର ଆଜ୍ଞାବହ ମନେକରି ତାଙ୍କପରି ଜଟାବଳ୍କଳ ଧାରଣ କରି ତାଙ୍କ ପାଦୁକା ଦୁଇଟିକୁ ସିଂହାସନରେ ରଖ୍ ସେ ରାଜ୍ୟ ଶାସନ କଲେ ।

(‍ଙ) ସୀତା ବାଲ୍ମୀକି ଆଶ୍ରମରେ କାହିଁକି ଆଶ୍ରୟ ନେଲେ ?
ବନକୁ ପଠାଇ ନିର୍ବାସନ ଦଣ୍ଡ ଦେଇଥିଲେ । ସେ ସୀତାଙ୍କର ପତିପ୍ରାଣତାକୁ ମର୍ମେ ମର୍ମେ ଅନୁଭବ କରିଥିଲେ ମଧ୍ୟ ରାଜଧର୍ମ ପାଳନ କରିବା ଉଦ୍ଦେଶ୍ୟରେ ଏପରି କଠୋର ପନ୍ଥା ଗ୍ରହଣ କରିଥିଲେ । ଅନୁଜ ଲକ୍ଷ୍ମଣ ଭ୍ରାତାଙ୍କର ଆଦେଶରେ ସୀତାଙ୍କୁ ମହର୍ଷି ବାଲ୍ମିକୀଙ୍କ ଆଶ୍ରମରେ ଛାଡ଼ି ଆସିଲେ ଏବଂ ସୀତାଦେବୀ ସେଠାରେ ନିଜ କର୍ମକୁ ଆଦରି ଆଶ୍ରୟ ନେଇଥିଲେ ।

Question ୨।
ପାଞ୍ଚଟି ବାକ୍ୟରେ ଉତ୍ତର ଲେଖ ।
(କ) ସୀତା ଲଙ୍କାଗଡ଼ରେ ଥ‌ିବାର ଖବର ରାମଚନ୍ଦ୍ର କିପରି ପାଇଲେ ?
Answer:
ପ୍ରଭୁ ରାମଚନ୍ଦ୍ର ଦେବୀ ସୀତାଙ୍କୁ ଚାରିଆଡ଼େ ଖୋଜି ଖୋଜି ନିରାଶ ହେବାପରେ କିସ୍କିନ୍ଧ୍ୟାର ରାଜା ସୁଗ୍ରୀବଙ୍କ ସହ ମିତ୍ରତା ସ୍ଥାପନ କଲେ । ସୁଗ୍ରୀବ ପ୍ରଭୁ ରାମଚନ୍ଦ୍ରଙ୍କ ସହ ମିତ୍ରତା ସ୍ଥାପନ କରି ନିଜକୁ ଧନ୍ୟ ମନେକଲେ । ସେ ସୀତାଙ୍କୁ ଅନୁସନ୍ଧାନ କରି ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇ ନିଜର ଅନୁଚରମାନଙ୍କୁ ଅନୁସନ୍ଧାନ କାର୍ଯ୍ୟରେ ନିୟୋଜିତ କଲେ । ଶେଷରେ ଶ୍ରୀରାମଙ୍କର ପରମଭକ୍ତ ବୀର ହନୁମାନ ଅନୁସନ୍ଧାନ କାର୍ଯ୍ୟରେ ସଫଳତା ଅର୍ଜନ କଲେ । ସେ ସମୁଦ୍ର ପାରହୋଇ ଲଙ୍କାଦ୍ଵୀପରେ ସତୀ ସୀତାଙ୍କୁ ଠାବ କରିଥିଲେ ଓ ରାମଚନ୍ଦ୍ରଙ୍କୁ ଖବର ଦେଇଥିଲେ ।

(ଖ) ରାବଣକୁ ‘ଦୁର୍ମତି’ ବୋଲି କହିବାର କାରଣ କ’ଣ ?
Answer:
ଲଙ୍କାଧୂପତି ରାବଣ ଥିଲା ଅତି ଦୁର୍ଦାନ୍ତ ବୀର ଓ ବହୁ ଐଶ୍ଵର୍ଯ୍ୟର ଅଧିକାରୀ । ତପସ୍ୟା ବଳରେ ସେ ମୃତ୍ୟୁକୁ ଜୟ କରିବାର ବର ମଧ୍ୟ ପ୍ରାପ୍ତ ହୋଇଥିଲା । ତେଣୁ ତା’ ମନ୍‌ରେ ଗର୍ବ, ଅହଂକାର ପୂରିଉଠିଲା ଓ ସେ ବହୁ ଅନ୍ୟାୟ ଓ ଅତ୍ୟାଚାର କରିଚାଲିଲା । ସେ ବହୁ ଜ୍ଞାନୀ ଥିଲେ ମଧ୍ୟ ମନରେ ଗର୍ବ, ଅହଂକାର ପୂରି ରହିବାରୁ ତା’ର ମତି କଳୁଷିତ ହେଲା ଓ ଚିନ୍ତାଧାରା ବିକୃତ ହେଲା । ପରିଶେଷରେ ସେ ରାମଚନ୍ଦ୍ରଙ୍କ ସୁନ୍ଦରୀ ପତ୍ନୀ ସୀତାଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖ୍ ଚେରାଇ ନେଲା । ଏହିପରି ରାବଣର ମତି ଓ ଚିନ୍ତାଧାରା କଳୁଷିତ ହୋଇଥିବାରୁ ରାବଣକୁ ମନ୍ଦମତି ବା ଦୁର୍ନୀତି ବୋଲି କୁହାଯାଇଛି ।

(ଗ) ରାମାୟଣରୁ ଭ୍ରାତୃଭକ୍ତିର କି ସୂଚନା ମିଳେ ?
Answer:
ଭକ୍ତକବି ମଧୁସୂଦନ ରାଓଙ୍କର ‘ରାମାୟଣ କଥା’ ପ୍ରବନ୍ଧିଟି ଭ୍ରାତୃଭକ୍ତିର ସାଫଲ୍ୟ ବହନ କରିଛି। ଚିଷୟର ସମସ୍ତ ଚରିତ୍ର ମଧ୍ୟରେ ଭରତ ଚରିତ୍ରଟି ବିଷୟଟିକୁ ରସାଣିତ କରିଛି । ମାମୁଘରୁ ଫେରି ଭରତ ରାମଙ୍କର ବନବାସ ଓ ଦଶରଥଙ୍କର ଅକାଳ ମୃତ୍ୟୁ ଖବର ପାଇ ଦୁଃଖରେ ମ୍ରିୟମାଣ ହୋଇପଡ଼ିଲେ । ବଣକୁ ଯାଇ ବହୁ କାକୁତି ମିନତି କରି ରାମଙ୍କୁ ଫେରାଇ ଆଣିବାକୁ ଚାହିଁଲେ । କିନ୍ତୁ ତାହା ହେଲା ନାହିଁ । ଶେଷରେ ଭରତ ନିରାଶ ହୋଇ ରାମଙ୍କର ପାଦୁକା ଦୁଇଟି ସିଂହାସନରେ ସ୍ଥାପନା କରି ତାଙ୍କର ଭୃତ୍ୟ ଭଳି ରାଜ୍ୟକାର୍ଯ୍ୟ ପରିଚାଳନା କରିଥିଲେ । ସମସ୍ତ ରାଜଭୋଗ ଓ ବିଳାସବ୍ୟସନ ବର୍ଜନ କରି ଜଟା ବଳ୍‌କଳ ପିନ୍ଧି, ଫଳମୂଳ ଆହାର କରି ରାମଙ୍କ ପରି ବନବାସୀ ଜୀବନ କଟାଇଲେ । ମା’ ତାଙ୍କପାଇଁ ରାଜା ହେବାର ବ୍ୟବସ୍ଥା କରିଥିଲେ । କିନ୍ତୁ ସେ ତାହା ପ୍ରତ୍ୟାଖ୍ୟାନ କଲେ । ଭରତଙ୍କ ଭଳି ଏକ ନିଃସ୍ୱାର୍ଥପର ଓ ଭ୍ରାତୃଭକ୍ତ ଚରିତ୍ର ଆମର ଆଦର୍ଶ ହେବା ଉଚିତ ।

(ଘ) ରାମଚନ୍ଦ୍ରଙ୍କୁ ଦ୍ୱିତୀୟ ବିବାହ କରିବାପାଇଁ କେଉଁମାନେ ଓ କାହିଁକି ପରାମର୍ଶ ଦେଲେ ?
Answer:
ସୀତାଦେବୀଙ୍କୁ ରାମଚନ୍ଦ୍ର ବନବାସ ପ୍ରେରଣ କରିବା ପରେ ନିଜ ରାଜ୍ୟ ଅଯୋଧ୍ୟାରେ ଏକ ଅଶ୍ଵମେଧ ଯଜ୍ଞର ଆୟୋଜନ କଲେ । ମାତ୍ର ଅଶ୍ଵମେଧ ଯଜ୍ଞ ଅନୁଷ୍ଠାନ ପାଇଁ ବାଧକ ସାଜିଥିଲା ତାଙ୍କ ପତ୍ନୀ ସୀତାଙ୍କର ଅନୁପସ୍ଥିତି । ଧର୍ମପତ୍ନୀ ବିନା ଏହି ଯଜ୍ଞ ଅନୁଷ୍ଠିତ ହୋଇପାରେ ନାହିଁ । ଏଥ‌ିପାଇଁ ତାଙ୍କର ପାତ୍ରମିତ୍ରମାନେ ରାମଚନ୍ଦ୍ରଙ୍କୁ ଏକ ପରାମର୍ଶ ଦେଇଥିଲେ । ଏହି ପରାମର୍ଶରେ ରାମଚନ୍ଦ୍ରଙ୍କୁ ଦ୍ୱିତୀୟବାର ବିବାହ କରିବାକୁ ଅନୁରୋଧ କରାଯାଇଥିଲା ।

(ଙ) ରାମଚନ୍ଦ୍ର ଲବ କୁଶଙ୍କର ପରିଚୟ କିପରି ପାଇଲେ ?
Answer:
ଅଶ୍ଵମେଧ ଯଜ୍ଞରେ ବାଲ୍ମୀକି ମୁନି ଯୋଗଦେଇଥିଲେ । ଲବ କୁଶ ଦୁହେଁ ତାଙ୍କ ସଙ୍ଗରେ ଯଜ୍ଞସ୍ଥଳକୁ ଆସି ରାମାୟଣ ଗାଇବାକୁ ଲାଗିଲେ । ଦୁହିଁଙ୍କ ରୂପରେ ରାମ ସୀତାଙ୍କ ରୂପର ସାଦୃଶ୍ୟ ଦେଖ୍, ରାମଚନ୍ଦ୍ର ବାଲ୍ମୀକିଙ୍କୁ ସେମାନଙ୍କ ପରିଚୟ ପଚାରି ବସିଲେ । ମୁନି ବାଲ୍ମୀକି ରାମଚନ୍ଦ୍ରଙ୍କୁ ସେମାନଙ୍କ ପ୍ରକୃତ ପରିଚୟ ପ୍ରଦାନ କରିଥିଲେ । ଏହିପରି ଭାବରେ ରାମଚନ୍ଦ୍ର ଲବ କୁଶଙ୍କ ପରିଚୟ ପାଇଥିଲେ ।

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ରାଜ୍ୟର ସମସ୍ତ ଲୋକ ଏହି ସମ୍ବାଦରେ ହାହାକାର କରିବାକୁ ଲାଗିଲେ ଏବଂ ଘରେ ଘରେ କ୍ରନ୍ଦନର ରୋଳ ଉଠିଲା ।
Answer:
ରାଜ୍ୟର ସମସ୍ତ ………………….. ରୋଳ ଉଠିଲା ।
ଉକ୍ତ ଗଦ୍ୟାଂଶଟି ମଧୁସୂଦନ ରାଓଙ୍କ ଲଖିତ “ରାମାୟଣ କଥା” ପ୍ରବନ୍ଧରୁ ଉଦ୍ଧୃତା ରାମଙ୍କ ବନବାସ ଖବର ପାଇ ପ୍ରଜାମାନଙ୍କର ପ୍ରତିକ୍ରିୟା ସମ୍ବନ୍ଧରେ ଲେଖକ ଏଠାରେ କହିଛନ୍ତି। ନାନା ସଦ୍‌ଗୁଣ ଯୋଗୁଁ ପ୍ରଜାମାନେ ତାଙ୍କୁ ସବୁଠୁଁ ବେଶି ଭଲ ପାଉଥିଲେ । ଭକ୍ତି ଓ ଶ୍ରଦ୍ଧା କରୁଥିଲେ । ମାତ୍ର ମଧ୍ୟମା ରାଣୀଙ୍କ ଏହି ସମ୍ବାଦରେ ଅଯୋଧ୍ୟାର ସମସ୍ତଲୋକ ହାହାକାର କରିବାକୁ ଲାଗିଲେ ଏବଂ ଘରେ ଘରେ କ୍ରନ୍ଦନର ରୋଳ ଉଠିଲା। ଏହି ସମ୍ବାଦରେ ଅଯୋଧ୍ୟାର ସମସ୍ତଲୋକ ହାହାକାର କରିବାକୁ ଲାଗିଲେ ଏବଂ ଘରେ ଘରେ କ୍ରନ୍ଦନର ରୋଳ ଉଠିଲା।

(ଖ) ତାହାଙ୍କର ଏହି ପ୍ରକାର ସ୍ଵାର୍ଥତ୍ୟାଗ ଓ ବୈରାଗ୍ୟ ଦେଖୁ ସମସ୍ତେ ବିସ୍ମୟାନ୍ବିତ ହୋଇ ଧନ୍ୟ ଧନ୍ୟ କହିବାକୁ ଲାଗିଲେ ।
Answer:
ତାହାଙ୍କର ଏହି …………. କହିବାକୁ ଲାଗିଲେ ।
ଉଦ୍ଧୃତାଂଶଟି ମଧୁସୂଦନ ରାଓଙ୍କ ଲିଖ୍ ‘ରାମାୟଣ କଥା’ ପ୍ରବନ୍ଧରୁ ଉଦ୍ଧୃତ। ଭରତଙ୍କର ସ୍ଵାର୍ଥତ୍ୟାଗ ଓ ରାମଚନ୍ଦ୍ରଙ୍କ ପ୍ରତି ଭକ୍ତିଭାବ ଦେଖ୍ ପୁରବାସୀମାନେ ତାଙ୍କୁ ପ୍ରଶଂସା କରିବା କଥା ଏଠାରେ ବର୍ଣ୍ଣିତ। ପିତୃସତ୍ୟ ପାଳନ ନିମନ୍ତେ ରାମଚନ୍ଦ୍ର ଚଉଦବର୍ଷ ବନବାସ ଗଲୋ ମାମୁଘରୁ ଫେର ଏଭଳି ଘଟଣା ଯୋଗୁଁ ମର୍ମାହତ ହେଲେ। ରାମଚନ୍ଦ୍ରଙ୍କୁ ଫେରାଇ ଆଣିବାପାଇଁ ଭରତ ବହୁ ଚେଷ୍ଟା କଲେ; କିନ୍ତୁ ରାମଚନ୍ଦ୍ର ଫେରିଲେ ନାହିଁ। ତାଙ୍କରି ଆଜ୍ଞାରେ ଭରତ ଜ୍ୟେଷ୍ଠଭ୍ରାତାଙ୍କର ପାଦୁକା ଦୁଇଟି ଆଣି ସିଂହାସନରେ ସ୍ଥାପନ କଲେ। ରାମଙ୍କ ପରି ଜଟା ବଳ୍‌କଳ ପିନ୍ଧି, ଫଳମୂଳ ଖାଇ ତାଙ୍କ ପ୍ରତିନିଧ୍ଵ ସ୍ଵରୂପ ରାଜକାର୍ଯ୍ୟ ପରିଚାଳନା କଲେ। ଭରତଙ୍କର ଏହିଭଳି ନିର୍ଲୋଭ ଓ ନିଃସ୍ୱାର୍ଥପର ଭାବ ଓ ବୈରାଗ୍ୟଭାବ ଦେଖ୍ ପ୍ରଜାମାନେ ତାଙ୍କୁ ଧନ୍ୟ ଧନ୍ୟ କରିଥିଲେ।

(ଗ) ସତୀ ସୀତାଙ୍କର ନୟନବାରି କାଳାନଳ ପ୍ରାୟ ଲଙ୍କାପୁରୀକୁ ଭସ୍ମ କରିଦେଲା ।
Answer:
ସତା ସାତାଙ୍କର …………………. ଭଗ୍ନ କରିଦେଲା।
ଉଦ୍ଧୃତାଂଶଟି ମଧୁସୂଦନ ରାଓଙ୍କ ଲିଖତ ‘ରାମାୟଣ କଥା’ ପ୍ରବନ୍ଧରୁ ଉଦ୍ଧୃତ। ଭରତଙ୍କର ସ୍ଵାର୍ଥତ୍ୟାଗ ଓ ରାମଚନ୍ଦ୍ରଙ୍କ ପ୍ରତି ଭକ୍ତିଭାବ ଦେଖ୍ ପୁରବାସୀମାନେ ତାଙ୍କୁ ପ୍ରଶଂସା କରିବା କଥା ଏଠାରେ ବର୍ଣ୍ଣିତ। ପିତୃସତ୍ୟ ପାଳନ ନିମନ୍ତେ ରାମଚନ୍ଦ୍ର ଚଉଦବର୍ଷ ବନବାସ ଗଲେ। ମାମୁଘରୁ ଫେରି ଏଭଳି ଘଟଣା ଯୋଗୁଁ ମର୍ମାହତ ହେଲେ। ରାମଚନ୍ଦ୍ରଙ୍କୁ ଫେରାଇ ଆଣିବାପାଇଁ ଭରତ ବହୁ ଚେଷ୍ଟା କଲେ; କିନ୍ତୁ ରାମଚନ୍ଦ୍ର ଫେରିଲେ ନାହିଁ। ବଳ୍‌କଳ ପିନ୍ଧି, ଫଳମୂଳ ଖାଇ ତାଙ୍କ ପ୍ରତିନିଧ‌ି ସ୍ଵରୂପ ରାଜକାର୍ଯ୍ୟ ପରିଚାଳନା କଲେ। ଭରତଙ୍କର ଏହିଭଳି ନିର୍ଲୋଭ ଓ ନିଃସ୍ୱାର୍ଥପର ଭାବ ଓ ବୈରାଗ୍ୟଭାଗ ଦେଖି ପ୍ରଜାମାନେ ତାଙ୍କୁ ଧନ୍ୟ କରିଥିଲୋ

Question ୪।
‘କ’ ସ୍ତମ୍ଭ ସହିତ ମେଳ ଖାଉଥ‌ିବା କଥାଗୁଡ଼ିକୁ ‘ଖ’ ସ୍ତମ୍ଭରୁ ବାଛି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ରାବଣ ମନ୍ଥରା
ପଞ୍ଚବଟା ଅନୁଚର
ଦୁଷ୍ଟଦାସା ଲଙ୍କାପତି
ଦୁଇଟି ବର ଅଙ୍ଗାକାର
ହନୁମାନ ସାତା ହରଣ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ରାବଣ ଲଙ୍କାପତି
ପଞ୍ଚବଟା ସାତା ହରଣ
ଦୁଷ୍ଟଦାସା ମନ୍ଥରା
ଦୁଇଟି ବର ଅଙ୍ଗାକାର
ହନୁମାନ ଅନୁଚର

Question ୫।
ବାମପଟେ ତଳେ କେତେକ ଶବ୍ଦ ଦିଆଯାଇଛି । କୋଠରି ଭିତରେ ତା’ର ଅର୍ଥ ସୂଚାଉଥ‌ିବା ଶବ୍ଦଗୁଡ଼ିକ ଲେଖାଯାଇଛି । ବାମପଟ ଶବ୍ଦର ଅର୍ଥ କୋଠରି ମଧ୍ୟରେ ଥ‌ିବା ଶବ୍ଦରୁ ବାଛ ଓ ତାହାକୁ ନେଇ ବାକ୍ୟରେ ବ୍ୟବହାର କର ।
ପ୍ରିୟ, ପ୍ରଚଣ୍ତ ଅଗ୍ନି, କଠାଉ, ବିଶ୍ଵସ୍ତ୍ର, ଯାଆଁଳା, ଦୁଷ୍ଟଲୋକ
ଅନୁଗତ, ପାଦୁକା
ଅନୁରକ୍ତ, ଦୁର୍ମତି
କାଳାନଳ, ଯମଜ
Answer:
ଅନୁଗତ, – (ବିଶ୍ଵସ୍ତ୍ର)
ପାଦୁକା – (କଠାଉ)
ଅନୁରକ୍ତ, – (ପ୍ରିୟ)
ଦୁର୍ମତି – (ଦୁଷ୍ଟଲୋକ )
କାଳାନଳ – (ପ୍ରଚଣ୍ତ ଅଗ୍ନି)
ଯମଜ – (ଯାଆଁଳା)

BSE Odisha 7th Class Odia Solutions Chapter 9 ରାମାୟଣ କଥା

Question ୬।
ହୋଇରହିଛି । ସେଗୁଡ଼ିକୁ ବାଛି ସ୍ତମ୍ଭ ଆକାରରେ ସଜାଇ ଲେଖ । (ଉଦାହରଣ : ସୁଖ – ଦୁଃଖ)
ପ୍ରାଚୀନ, ଜ୍ୟେଷ୍ଠା, ଅନୁରାଗ, ସଦ୍‌ଗୁଣ, ଆନନ୍ଦ, ସନ୍ତୁଷ୍ଟ, ବିରାଗ, ନିରାନନ୍ଦ, ନବୀନ, ବଦ୍‌ଗୁଣ, ଅସନ୍ତୁଷ୍ଟ, କନିଷ୍ଠା
ପ୍ରାଚୀନ – ନବୀନ
ଜ୍ୟେଷ୍ଠା – କନିଷ୍ଠା
ଅନୁରାଗ – ବିରାଗ
ସଦ୍‌ଗୁଣ – ବଦ୍‌ଗୁଣ
ଆନନ୍ଦ – ନିରାନନ୍ଦ
ସନ୍ତୁଷ୍ଟ – ଅସନ୍ତୁଷ୍ଟ

Question ୭ ।
ଲିଙ୍ଗ ପରିବର୍ତ୍ତନ କରି ଲେଖ । (ଯେପରି ପୁଅ ରାଜା, ଭାଇ, ପୁତ୍ର, ପିତା, କୁମାର, ବୃଦ୍ଧ, ନର ଝିଅ)
ରାଜା – ରାଣା
ପୁତ୍ର – କନ୍ୟା
କୁମାର – କୁମାରା
ନର – ନାରା
ଭାଇ – ଭାଉଜ / ଉଭଶା
ପିତା – ମାତା
ବୃଦ୍ଧ – ବୃଦ୍ଧା

Question ୮।
ତଳ କୋଠରିରେ ଥ‌ିବା ଶବ୍ଦଗୁଡ଼ିକୁ ବ୍ୟବହାର କରି ଏକ ଅନୁଚ୍ଛେଦ ଲେଖ ।
ରାମଚନ୍ଦ୍ର, ଅଧୀର, ମୃଗୟା, ଶୋକ, ଅନୁସନ୍ଧାନ, କିସ୍କିନ୍ଧ୍ୟା, ସୁଗ୍ରୀବ, ଚାରୁହମ୍ୟଶାଳନୀ, ଅନୁଚର, ବୀର ହନୁମାନ, ସୀତା, ସେତୁ, ଲକ୍ଷ୍ମଣ, ଲଙ୍କାପୁର
Answer:
ମୃଗୟାରୁ ଫେରି ରାମଚନ୍ଦ୍ର ଓ ଲକ୍ଷ୍ମଣ ଦେଖନ୍ତି ତ ଆଶ୍ରମରେ ଦେବୀ ସୀତା ନାହାନ୍ତି । ହୁଏତ କେହି ତାଙ୍କୁ ଅପହରଣ କରି ନେଇଯାଇଛି । ଏହି ଚିନ୍ତାରେ ରାମଚନ୍ଦ୍ର ଶୋକରେ ଅଧୀର ହୋଇପଡ଼ିଲେ । ସମଗ୍ର ବନଭୂମି ପ୍ରଦକ୍ଷିଣ କରି ପତ୍ନୀ ସୀତାଙ୍କୁ ଠାବ କରି ନ ପାରିବାରୁ କିଷ୍କିନ୍ଧ୍ୟାର ରାଜା ସୁଗ୍ରୀବଙ୍କ ସହାୟତା ଲୋଡ଼ିଲେ । ରାଜା ସୁଗ୍ରୀବ ତାଙ୍କ ଅନୁଚର ବୀର ହନୁମାନଙ୍କୁ ସୀତାଙ୍କର ଅନୁସନ୍ଧାନ ପାଇଁ ପ୍ରେରଣ କଲେ । ବୀର ହନୁମାନ ବହୁ ପରିଶ୍ରମ କରି ଚାରୁହର୍ମଶାଳିନୀ ଲଙ୍କାପୁରରେ ସୀତାଙ୍କର ସନ୍ଧାନ ପାଇଲେ । ଏକଥା ଜାଣିବା ପରେ ରାମଚନ୍ଦ୍ର ଲଙ୍କାପୁରକୁ ଏକ ସେତୁ ନିର୍ମାଣ କରି ଲଙ୍କାପୁରରେ ପ୍ରବେଶ କରି ସୀତାଙ୍କୁ ଉଦ୍ଧାର କରିଥିଲେ ।

Question ୯।
ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ଦୁଇଟି ଲେଖଏଁ ପ୍ରତିଶବ୍ଦ ଲେଖା
ପ୍ରାଚୀନ, ବସନ, କଠାଉ, ନିଆଁ, ନୟନ, ଦାର
Answer:
ପ୍ରାଚୀନ – ପୁରତନ, ପୁରୁଣା
ବସନ – ବସ୍ତ୍ର, ପରିଧାନ, ଆଚ୍ଛାଦନ
କଠାର – ପାହଜା, ପାଦତ୍ରାଶ, ଚଟି
ନିଆଁ – ଅଗ୍ନି, ହୁତାଶନ, ଅନଳ
ନୟନ – ଚକ୍ଷୁ, କେତ୍ର
ବାର – ସ୍ତା, ଭର୍ଯ୍ୟା, ପତ୍ନୀ

Question ୧୦ ।
ରେଖାଙ୍କିତ ପଦମାନଙ୍କର ଅର୍ଥ ବୁଝାଉଥ‌ିବା କେତେକ ଶବ୍ଦ ବୃତ୍ତ ଭିତରେ ଲେଖାଯାଇଛି । ସେଗୁଡ଼ିକ ମଧ୍ୟରୁ ଉପଯୁକ୍ତ ପଦ ବ୍ୟବହାର କରି ସେହି ବାକ୍ୟଗୁଡ଼ିକୁ ପୁଣିଥରେ ଲେଖ ।
(କ) କିନ୍ତୁ ରାମଚନ୍ଦ୍ର ଦ୍ବିତୀୟ ଦାର-ପରିଗ୍ରହ ନ କରି ସୀତାଙ୍କର ସ୍ଵର୍ଣ୍ଣମୟୀ ମୂର୍ତ୍ତି ଗଠନ କରି ଯଜ୍ଞାନୁଷ୍ଠାନ ଆରମ୍ଭ କଲେ ।
(ଖ) କିନ୍ତୁ ଅବିଶ୍ୱାସୀ କୁଟିଳ ପ୍ରକୃତିର ଲୋକମାନେ କୌଣସି ଉତ୍ତର ଦେଲେ ନାହିଁ ।
(ଗ) ପରିଶେଷରେ ରାବଣ ମଧ୍ୟ ରାମଙ୍କ ଶରରେ ବିନାଶପ୍ରାପ୍ତ ହେଲା ।
(ଘ) ରାମ ଓ ଲକ୍ଷ୍ମଣ ସୀତାଙ୍କୁ ଘେନି ଅଯୋଧ୍ୟା ପ୍ରତ୍ୟାଗମନ କଲେ ।
Answer:
(କ) କିନ୍ତୁ ରାମଚନ୍ଦ୍ର ଦ୍ବିତୀୟ ବିବାହ ନ କରି ସୀତାଙ୍କର ସ୍ଵର୍ଣ୍ଣମୟୀ ମୂର୍ତ୍ତି ଗଠନ କରି ଯଜ୍ଞାନୁଷ୍ଠାନ ଆରମ୍ଭ କଲେ ।
(ଖ) କିନ୍ତୁ ଅବିଶ୍ୱାସୀ କୁଟିଳ ପ୍ରକୃତିର ଲୋକମାନେ ନିରୁତ୍ତର ରହିଲେ ।
(ଗ) ପରିଶେଷରେ ରାବଣ ମଧ୍ୟ ରାମଙ୍କ ଶରରେ ବିନଷ୍ଟ ହେଲା ।
(ଘ) ରାମ ଓ ଲକ୍ଷ୍ମଣ ସୀତାଙ୍କୁ ଘେନି ଅଯୋଧ୍ୟା ଫେରିଲେ ।

Question ୧୧ ।
୫୦ଟି ଶବ୍ଦ ମଧ୍ଯରେ ଉତ୍ତର ଲେଖ ।
(କ) ଭରତଙ୍କ ଚରିତ୍ର ବିଷୟରେ ଲେଖ ।
Answer:
ଦଶରଥଙ୍କ ମଧ୍ୟମା ରାଣୀ କୈକେୟୀଙ୍କ ପୁଅ ଭରତ । ସେ ରାମଚନ୍ଦ୍ରଙ୍କୁ ଅସୀମ ଭକ୍ତ ଓ ଶ୍ରଦ୍ଧା କରୁଥିଲେ । ରାମଚନ୍ଦ୍ର ପିତାଙ୍କର ସତ୍ୟ ପାଳି ବନବାସ ଗଲେ । ଏକଥା ଭରତ ମାମୁଘରୁ ଫେରିଆସି ଶୁଣିବା ପରେ ଦୁଃଖରେ ଭାଙ୍ଗିପଡ଼ିଲେ । ରାମଚନ୍ଦ୍ରଙ୍କୁ ସେ ପଞ୍ଚବଟୀଠାରେ ଭେଟି ଫେରିଆସିବାକୁ ଅନୁରୋଧ କଲେ । ରାମଚନ୍ଦ୍ର ନ ଫେରି ତାଙ୍କୁ ପାଇବାକୁ ଫେରିଯାଇ ରାଜ୍ୟଭାର ସମ୍ଭାଳିବାକୁ ପରାମର୍ଶ ଦେଲେ ଭାରତ ରାମଚନ୍ଦ୍ରଙ୍କର ପାଦୁକା ହୁଇଟିକୁ ସିଂହାସନରେ ରଖ୍ ରାମଙ୍କ ଭଳି ବଳକଳ ପରିଧାନ କରି ରାଜଭୋଗ ଛାଡ଼ି ରାଜ୍ୟ ପାଳନ କଲେ । ତାଙ୍କର ଏହି ପ୍ରକାର ତ୍ୟାଗରୁ ତାଙ୍କ ଆଦର୍ଶ ଜୀବନର ନମୁନା ମିଳେ । ସେ ଭ୍ରାତୃଭକ୍ତ, ଗୁଣୀ ଓ ଆଦର୍ଶ ଚରିତ୍ରସମ୍ପନ୍ନ ବ୍ୟକ୍ତି ଥିଲେ ।

(ଖ) କୁଶ ଓ ଲବ ଯଜ୍ଞସ୍ଥଳରେ କିପରି ଭାବେ ସମସ୍ତଙ୍କୁ ମୁଗ୍ଧ କଲେ ?
Answer:
ରାମଚନ୍ଦ୍ର ଅନୁଜ ଲକ୍ଷ୍ମଣଙ୍କଦ୍ବାରା ପତ୍ନୀ ସୀତାଙ୍କୁ ବନବାସ ପ୍ରେରଣ କରିବା ପରେ ଦେବୀ ସୀତା ମହର୍ଷି ବାଲ୍ମିକୀଙ୍କ ଆଶ୍ରମରେ ଆଶ୍ରୟ ନେଇଥିଲେ । ମହର୍ଷି ବାଲ୍ମୀକି ଦେବୀ ସୀତାଙ୍କୁ ନିଜର କନ୍ୟା ସଦୃଶ ଆଦରଯତ୍ନ କରିଥିଲେ । ଏହାପରେ ସୀତାଙ୍କର ଲବ ଓ କୁଶ ନାମରେ ଦୁଇ ଯମଜ ପୁତ୍ର ଜନ୍ମଗ୍ରହଣ କଲେ । ମହର୍ଷି ବାଲ୍ମିକୀ ଲବ ଓ କୁଶଙ୍କୁ ଯଥାର୍ଥ ଶିକ୍ଷା ପ୍ରଦାନ କରି ତାଙ୍କ ରଚିତ ରାମାୟଣ କାବ୍ୟର ଗାୟନଶୈଳୀ ସେମାନଙ୍କୁ ଶିଖାଇଥିଲେ । ରାମଚନ୍ଦ୍ରଙ୍କ ଆୟୋଜିତ ଅଶ୍ଵମେଧ ଯଜ୍ଞକୁ ଋଷି ବାଲ୍ମିକୀ ଲବ ଓ କୁଶଙ୍କ ସହ ଗମନ କରିଥିଲେ । ସେଠାରେ ଲବ ଓ କୁଶ ଚମତ୍କାର ଶୈଳୀରେ ମହର୍ଷିଙ୍କ ରଚିତ ରାମାୟଣ କାବ୍ୟ ଗାୟନ କରିଥିଲେ । ଦୁଇ ଶିଶୁପୁତ୍ରଙ୍କ ଏପରି ଗାୟନ ଶୈଳୀରେ ଯଜ୍ଞସ୍ଥଳରେ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷ ମୁଗ୍ଧ ହୋଇଯାଇଥିଲେ ।

BSE Odisha 7th Class Odia Solutions Chapter 9 ରାମାୟଣ କଥା

Question ୧୨ ।
୧୦୦ଟି ଶବ୍ଦ ମଧ୍ଯରେ ଲେଖ । ରାମାୟଣରୁ କେଉଁ ସୁଶିକ୍ଷା ମିଳୁଛି ?
Answer:
ରାମାୟଣ ଏକ ଆଦର୍ଶ କାବ୍ୟ । ଏହାର ସମସ୍ତ ଚରିତ୍ର ଆଦର୍ଶରେ ପରିପୂର୍ଣ୍ଣ । ରାମଚନ୍ଦ୍ର ଥିଲେ ପ୍ରଜାବତ୍ସଳ ରାମାୟଣ ଏକ ଆଦର୍ଶ କାବ୍ୟ । ଏହାର ସମସ୍ତ ଚରିତ୍ର ଆଦର୍ଶରେ ପରିପୂର୍ଣ୍ଣ । ରାମଚନ୍ଦ୍ର ଥିଲେ ପ୍ରଜାବତ୍ସଳ ରାଜାର ଏକ ଚରମ ଦୃଷ୍ଟାନ୍ତ । ଜଣେ ସୁପୁତ୍ର ହିସାବରେ ପିତା ଦଶରଥଙ୍କର ସମ୍ମାନ ଓ ପ୍ରତିଶ୍ରୁତିକୁ ଆଖ୍ ଆଗରେ ରଖ୍ ମୋଚନ କରିବାପାଇଁ ନିଜର ପ୍ରିୟତମା ପତ୍ନୀକୁ ମଧ୍ୟ ବନବାସ ଦଣ୍ଡ ପ୍ରଦାନ କରିଥିଲେ । ନିଜର ବ୍ୟକ୍ତିଗତ ସ୍ଵାର୍ଥକୁ ଜଳାଞ୍ଜଳି ଦେଇ ସାଧାରଣ ସ୍ଵାର୍ଥପାଇଁ ନିଜକୁ ନିୟୋଜିତ କରିବାର ମହାନ୍ ଶିକ୍ଷା ଏହି ରାମଙ୍କ ଚରିତ୍ରରୁ ମିଳିଥାଏ । ଉପାଦାନ । ନିଜେ ରାଜପଦ ପାଇ ମଧ୍ଯ ପ୍ରିୟତମ ଜ୍ୟେଷ୍ଠଭ୍ରାତାଙ୍କୁ ସିଂହାସନକୁ ଫେରାଇ ଆଣିବାକୁ ସମସ୍ତ ଉଦ୍ୟମ କରିବା ଭରତଙ୍କ ଚରିତ୍ରର ଏକ ବିଶେଷ ଶିକ୍ଷଣୀୟ ବସ୍ତୁ । ଆଜୀବନ ଦୁଃଖକଷ୍ଟ ସହି ଛାଇ ପରି ଜ୍ୟେଷ୍ଠଭ୍ରାତାଙ୍କ ସଙ୍ଗରେ ରହି ତାଙ୍କୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ମଣଙ୍କ ପରି ଭାଇଙ୍କଠାରେ ଦେଖାଯାଏ । ସେହିପରି ବୀର ହନୁମାନଙ୍କ ପରି ନିଷ୍ଠାପର ଭକ୍ତ ଓ ସେବକ ଏବଂ ସୁଗ୍ରୀବଙ୍କ ପରି ବନ୍ଧୁ ପ୍ରତ୍ୟେକଙ୍କ ଚରିତ୍ର ଆମ ପାଇଁ ଶିକ୍ଷଣୀୟ । ଦୁଷ୍ଟ, ଅତ୍ୟାଚାରୀ ରାବଣ ପରି ରାଜାକୁ ପ୍ରଜାମାନଙ୍କ ମଙ୍ଗଳପାଇଁ ସଂହାର କରି ରାମଚନ୍ଦ୍ର ଜଗତକୁ ଏକ ମହତ ଶିକ୍ଷା ଦେଇଛନ୍ତି ।

ତୁମପାଇଁ କାମ :

  • ରାମାୟଣ ଉପରେ ରଚିତ ବିଭିନ୍ନ ଗଳ୍ପ, କବିତା ସଂଗ୍ରହ କର ଓ ଅଧ୍ୟୟନ କର ।
  • କବି ମଧୁସୂଦନ ରାଓଙ୍କ ଗ୍ରନ୍ଥାବଳୀରୁ ତୁମକୁ ଭଲ ଲାଗୁଥ‌ିବା କବିତାଗୁଡ଼ିକୁ ପଢ଼ ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ ସଂଗ୍ରହ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନେ।ତ୍ତର

ସଂକ୍ଷିପ୍ତ ପ୍ରଶ୍ନେ।ତ୍ତର

(କ) ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
Question ୧।
ରାମଚନ୍ଦ୍ର ସୀତାଙ୍କ ସୁନାମୂର୍ତ୍ତି ତିଆରି କରାଇଥିଲେ କାହିଁକି ?
Answer:
ଯେତେବେଳେ ରାମଚନ୍ଦ୍ର ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନର ସଂକଳ୍ପ କଲେ, ସେତେବେଳେ ପାତ୍ରମିତ୍ରମାନେ ଧର୍ମପତ୍ନୀ ବିନା ଏ ଯଜ୍ଞ ଅନୁଷ୍ଠାନ ହୁଏ ନାହିଁ ବୋଲି ପରାମର୍ଶ ଦେଲେ ଏବଂ ଦ୍ଵିତୀୟ ଦାର ଗ୍ରହଣ କରିବାକୁ ପ୍ରବର୍ତ୍ତାଇଲେ । ମାତ୍ର ରାମଚନ୍ଦ୍ର ଏଥ‌ିରେ ସମ୍ମତ ନହୋଇ ସୀତାଙ୍କ ସ୍ଵର୍ଣ୍ଣମୟୀ ମୂର୍ତ୍ତି ତିଆରି କରି ଯଜ୍ଞ ଅନୁଷ୍ଠାନ କରିବାପାଇଁ ସିଦ୍ଧାନ୍ତ ନେଲେ ।

Question ୨।
ଯଜ୍ଞସ୍ଥଳରେ ସୀତାଙ୍କ ଅବସ୍ଥା କ’ଣ ହେଲା ?
କିମ୍ବା, ଯଜ୍ଞସ୍ଥଳରେ ସୀତାଙ୍କ ପ୍ରାଣତ୍ୟାଗ କରିବାର କାରଣ କ’ଣ ?
Answer:
ରାମଚନ୍ଦ୍ରଙ୍କ ଆଦେଶରେ ସୀତା ଯଜ୍ଞସ୍ଥଳକୁ ଆସିଲେ ଓ ରାମଚନ୍ଦ୍ରଙ୍କ ଚରଣବନ୍ଦନା କଲେ । ବାଲ୍ମୀକି ଯଜ୍ଞସ୍ଥଳରେ ଠିଆହୋଇ ପୁରବାସୀମାନଙ୍କୁ କହିଲେ, ‘ସୀତାଦେବୀ ପରମା ସତୀ, ରାମଚନ୍ଦ୍ର ତାହାଙ୍କୁ ପୁନଗ୍ରହଣ କରିବାକୁ ପ୍ରସ୍ତୁତ ଅଛିନ୍ତି। ପୁରବାସାମାନେ ଏ ବିଷୟରେ ଅନୁମତି ଦିଅନ୍ତୁ।” ମାତ୍ର କୁଟିଳମନା ବ୍ୟକ୍ତିମାନା ନିରୁତ୍ତର ରହିଲେ। ଫଳରେ ସୀତାଦେବୀ ଅତ୍ୟନ୍ତ ମର୍ମାହତ ହୋଇପଡ଼ିଲେ ଓ ସେ ଆଉ ଅଧିକାଳ ଜୀବନଧାରଣ ନିମନ୍ତେ ବୀତସ୍ପୃହ ହୋଇପଡ଼ିଲେ । ସେ କହିଲେ, ‘ହେ ବସୁଧେ, ମୋତେ ଗ୍ରହଣ କର । – ଏହା କହିବା ପରେ ସେ ମୂର୍ତ୍ତିତା ହୋଇ ଭୂମି ଉପରେ ଲୋଟିପଡ଼ିଲେ ଓ ପ୍ରାଣତ୍ୟାଗ କଲେ । ପ୍ରଜାନୁରଞ୍ଜନ ନିମନ୍ତେ ରାଜାଙ୍କର ସ୍ଵାର୍ଥତ୍ୟାଗ ଏବଂ ଦୁଷ୍ଟ ଲୋକଙ୍କର ସମାଜ ବିରୋଧୀ କାର୍ଯ୍ୟ ଏଠାରେ ପ୍ରଶିଧାନଯୋଗ୍ୟା

Question ୩ ।
ରାମଚନ୍ଦ୍ର ସୀତାଙ୍କୁ ବର୍ଜନ କରିବାର କାରଣ କ’ଣ ଥିଲା ?
Answer:
ଅଯୋଧ୍ୟାକୁ ଫେରି ରାମଚନ୍ଦ୍ର ରାଜ୍ୟଭାର ଗ୍ରହଣ କଲେ । ସୀତା ରାବଣପୁରୀରେ ରହିଥ‌ିବା ଯୋଗୁଁ ପ୍ରଜାମାନେ ତାଙ୍କୁ ନିନ୍ଦା କରୁଥିବାର ରାମଚନ୍ଦ୍ର ଶୁଣିବାକୁ ପାଇଲେ । ସେ ନିଜେ ଜାଣିଥିଲେ ଯେ ସୀତାଙ୍କ ଚରିତ୍ର ନିଷ୍କଳଙ୍କ । କିନ୍ତୁ ପ୍ରଜାନୁରଞ୍ଜନ କରିବା ରାଜାର ଧର୍ମ । ପ୍ରଜାମାନଙ୍କୁ ସନ୍ତୁଷ୍ଟ କରିବାକୁ ସେ ନିଜର ସୁଖଶାନ୍ତି ବିସର୍ଜନ କରି ସୀତାଙ୍କୁ ପରିତ୍ୟାଗ କରିଥିଲୋ

(ଖ) ସରଳ ଭାଷାରେ ବୁଝାଇ ଲେଖ ।
Question ୧ ।
‘‘କେବଳ ରାମଙ୍କୁ ସର୍ବଦା ଧ୍ୟାନ କରି ସେହି ଭୀଷଣ ରାକ୍ଷସ ପୁରୀରେ ଦିନଯାପନ କରିଥିଲେ ।’’
Answer:
‘‘କେବଳ ……………………….. କରିଥିଲେ ।’’
ଉକ୍ତ ଗଦ୍ୟାଶଟି ଭକ୍ତକବି ମଧୁସୂଦନ ରାଓଙ୍କ ଲିଖତ ‘ରାମାୟଣ କଥା’ ପ୍ରବନ୍ଧରୁ ଗୃହୀତ । ଏଠାରେ ଭୀଷଣ ରାକ୍ଷସ ପୁରୀରେ ସୀତା କିଭଳି କାଳାତିପାତ କରିଥିଲେ ତାହାର ବର୍ଣନା ଦିଆଯାଇଛି । ଦୁର୍ମତି ରାବଣ ସୀତାଙ୍କୁ ପଞ୍ଚବଟୀରୁ ହରଣ କରିନେଇ ଲଙ୍କାପୁରରେ ରଖୁଲା ଏବଂ ତାଙ୍କୁ ରାଣୀ କରିବା ନିମନ୍ତେ ପ୍ରଲୋଭନ ଦେଖାଇ ନାନା ପ୍ରକାର ଚେଷ୍ଟା କରିଥିଲା । କିନ୍ତୁ ମହାସତୀ ସୀତା ତା’ର ପ୍ରଲୋଭନରେ ଭୁଲି ଯାଇ ନ ଥିଲେ । ତେଣୁ ରାବଣ ତାଙ୍କୁ ବହୁ କଷ୍ଟ ଦେଲା କିନ୍ତୁ ସୀତାଙ୍କର ମନ କୌଣସିଥରେ ଟଳିଲା ନାହିଁ । ସେ କେବଳ ରାମଙ୍କୁ ସର୍ବଦା ଧ୍ୟାନ କରି ସେହି ଭୀଷଣ ରାକ୍ଷସପୁରୀରେ କାଳାତିପାତ କଲେ ।

Question ୨।
‘‘ରାମ ସେ ସମସ୍ତ ଭୁଲି ଯାଇ ତାହାଙ୍କ ପାଦ ବନ୍ଦନା କରି ଯଥୋଚିତ ଭକ୍ତି ପ୍ରକାଶ କଲେ ।’’
Answer:
‘ରାମ …………………………ପ୍ରକାଶ କଲେ ।’’
ଭକ୍ତ ଗଦ୍ୟାଂଶଟି ଭକ୍ତିକବି ମଧୁସୂଦନ ରାଓଙ୍କ କିଖିତ ‘ରାମାୟଣ କଥା’ ପ୍ରବନ୍ଧରୁ ଆନାତା ଏଠାରେ ଲେଖଙ୍କ ରାମଙ୍କର ଉଦାରତାର ବର୍ଣନା କରିଛନ୍ତି । ଲଙ୍କା ବିଜୟ ପରେ ରାମ ଓ ଲକ୍ଷ୍ମଣ ସୀତାଙ୍କୁ ଘେନି ଅଯୋଧ୍ୟା ପ୍ରତ୍ୟାଗମନ କଲେ । ସେମାନଙ୍କ ପ୍ରତ୍ୟାଗମନରେ ପୁରବାସୀଗଣ ଆନ୍ଦ ଉତ୍ସବ କରିବାକୁ ଲାଗିଲେ । ଭରତ ଓ ଶତ୍ରୁଘ୍ନ ମହାନନ୍ଦରେ ରାମସୀତାଙ୍କୁ ଅଭ୍ୟର୍ଥନା କରି ଗୃହକୁ ଘେନିଗଲେ । କୌଶଲ୍ୟା ଓ ସୁମିତ୍ରାଙ୍କର ରକ୍ଷୁ ଆନନ୍ଦରେ ଅଶ୍ରୁବର୍ଷଣ କରିବାକୁ ଲାଗିଲା । କିନ୍ତୁ କୈକେୟୀ ରାମଙ୍କ ପ୍ରତି କରିଥିବା ଅନ୍ୟାୟ ସ୍ମରଣ କରି ଲଜ୍ଜିତା ହୋଇଉଠିଲେ । ରାମଙ୍କର ହୃଦୟ ଥିଲା ବିଶାଳ। ସେ ଅତୀତର ସବୁକଥା ଭୁଲିଯାଇ କୈକେୟୀଙ୍କର ପାଦବନ୍ଦନ କଲେ ଏବଂ ତାଙ୍କ ପ୍ରତି ଭକ୍ତି ନିବେଦନ କଲେ ।

BSE Odisha 7th Class Odia Solutions Chapter 9 ରାମାୟଣ କଥା

Question ୩ ।
‘ସେମାନଙ୍କର ମଧୁର ଗାନ ଶୁଣି ସମସ୍ତେ ମୋହିତ ହୋଇଗଲେ ।’’
Answer:
“ସେମାନଙ୍କର …………………… ହୋଇଗଲୋ ।”
ଉକ୍ତ ଗଦ୍ୟାଶଟି ‘ରାମାୟଣ କଥା’ ପ୍ରବନ୍ଧରୁ ଆନୀତ । ଏହି ପ୍ରସଙ୍ଗରେ ଲେଖକ ମଧୁସୂଦନ ରାଓ ରାମଚନ୍ଦ୍ରଙ୍କ ଅନୁଷ୍ଠିତ ଅଶ୍ଵମେଧ ଯଜ୍ଞରେ କୁଶ ଓ ଲବଙ୍କର ରାମାୟଣ ଗାନର ପ୍ରଶଂସା ବିଷୟରେ ବର୍ଣ୍ଣନା କରିଛନ୍ତି ଅଯୋଧ୍ୟାର ରାଜା ରାମଚନ୍ଦ୍ର ଅଶ୍ଵମେଧ ଯଜ୍ଞ ଅନୁଷ୍ଠିତ କରିଥିଲେ । ଦେଶ ଦେଶାନ୍ତରରୁ ମୁନିଋଷିମାନେ ଯଜ୍ଞ ସ୍ଥାନକୁ ଆମନ୍ତ୍ରିତ ହୋଇ ଆସିଥିଲେ । ମହର୍ଷି ବାଲ୍ମୀକି ମଧ୍ଯ ନିମନ୍ତ୍ରିତ ହୋଇ କୁଶ ଓ ଲବଙ୍କୁ ଘେନି ଯଜ୍ଞ ସ୍ଥାନରେ ଉପସ୍ଥିତ ହେଲେ । ମହର୍ଷି ବାଲ୍ମୀକିଙ୍କର ଆଦେଶମତେ କୁଶ ଓ ଲବ ଯଜ୍ଞ ସ୍ଥାନରେ ରାମାୟଣ ଗାନ କରିବାକୁ ଲାଗିଲେ । ସେମାନଙ୍କର ମଧୁର ଗାନ ଶୁଣି ସମସ୍ତେ ମୋହିତ ହୋଇଗଲେ ।

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧ ।
ରାମାୟଣ କଥାର ଲେଖକ କିଏ ?
Answer:
ରାମାୟଣ କଥାର ଲେଖକ ହେଉଛନ୍ତି ମଧୁସୂଦନ ରାଓ।

Question ୨ ।
ଦଶରଥ କେଉଁ ରାଜ୍ୟର ରାଜା ଥିଲେ ?
Answer:
ଦଶରଥ ଅଯୋଧ୍ୟା ରାଜ୍ୟର ରାଜା ଥିଲେ ।

Question ୩ ।
ଦଶରଥଙ୍କର କେତେଜଣ ରାଣୀ ଥିଲେ ଓ ସେମାନଙ୍କର ନାମ କ’ଣ ?
Answer:
ଦଶରଥଙ୍କର ତିନି ରାଣୀ ଥିଲେ। ସେମାନେ ହେଲେ କୌଶଲ୍ୟା, କୈକେୟୀ ଓ ସୁମିତ୍ରା ।

Question ୪ ।
ଦଶରଥଙ୍କର ଜ୍ୟେଷ୍ଠା ରାଣୀଙ୍କ ନାମ କ’ଣ ଓ ତାଙ୍କ ପୁତ୍ରଙ୍କ ନାମ କ’ଣ ?
Answer:
ଦଶରଥଙ୍କ ଜ୍ୟେଷ୍ଠାରାଣୀଙ୍କ ନାମ କୌଶଲ୍ୟା ଓ ତାଙ୍କ ପୁତ୍ର ହେଉଛନ୍ତି ରାମଚନ୍ଦ୍ର।

Question ୫ ।
କିଏ ରାମଙ୍କର ଏକାନ୍ତ ଅନୁଗତ ଥିଲେ ?
Answer:
ଲକ୍ଷ୍ମଣ ରାମଙ୍କର ଏକାନ୍ତ ଅନୁଗତ ଥିଲେ।

Question ୬ ।
କିଏ ଭରତଙ୍କର ଅତିଶୟ ଅନୁଗତ ଥିଲେ ?
Answer:
ଶତ୍ରୁଘ୍ନ ଭରତଙ୍କର ଅତିଶୟ ଅନୁଗତ ଥିଲେ।

BSE Odisha 7th Class Odia Solutions Chapter 9 ରାମାୟଣ କଥା

Question ୭ ।
ରାଜା ଦଶରଥ ବୃଦ୍ଧ ହୋଇ ପଡ଼ିବାରୁ କି ସଂକଳ୍ପ କରିଥିଲେ ?
Answer:
ରାଜା ଦଶରଥ କ୍ରମେ ବୃଦ୍ଧ ହୋଇ ପଡ଼ିବାରୁ ସେ ରାମଙ୍କୁ ରାଜା କରାଇ ଅବସର ଗ୍ରହଣ କରିବା ପାଇଁ ସଂକଳ୍ପ

Question ୮।
ରାମଚନ୍ଦ୍ରଙ୍କର ଅଭିଷେକୋତ୍ସବ ବାର୍ତ୍ତା ଶୁଣି କୈକେୟୀ କ’ଣ କରିଥିଲେ ?
Answer:
ରାମଚନ୍ଦ୍ରଙ୍କର ଅଭିଷେକୋତ୍ସବ ଶୁଣି ମନ୍ଥରା ନାମକ ଜଣେ ଦୃଷ୍ଟା ଦାସୀର କୁମନ୍ତ୍ରଣାରେ ପଡ଼ି କୈକେୟୀ ଦଶରଥଙ୍କୁ ଦୁଇଟି ନିଷ୍ଠୁର ବର ମାଗିଥିଲେ।

Question ୯ ।
କୈକେୟୀ ଦଶରଥଙ୍କୁ କେଉଁ ଦୁଇଟି ବର ମାଗିଲେ ?
Answer:
ପ୍ରଥମ ବରରେ କୈକେୟୀ ନିଜ ପୁତ୍ର ଭରତଙ୍କୁ ଅଯୋଧ୍ୟାର ରାଜା ହେବା ନିମନ୍ତେ ନିବେଦନ କରିଥିଲେ ଏବଂ ଦ୍ଵିତୀୟ ବରରେ ଦଶରଥଙ୍କର ପ୍ରିୟ ପୁତ୍ର ରାମଚନ୍ଦ୍ର ଚଉଦ ବର୍ଷ ପର୍ଯ୍ୟନ୍ତ ବନଗମନ କରିବା ପାଇଁ ବର ମାଗିଥିଲେ।

Question ୧୦ ।
କୈକେୟୀଙ୍କୁ ବର ଦୁଇଟି ଦେବା ପାଇଁ ଦଶରଥ କାହିଁକି ଅଙ୍ଗୀକାର କରିଥିଲେ ?
Answer:
ରାଜା ଦଶରଥ ତାଙ୍କ ସେବା ଶୁଶ୍ରୂଷାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଦୁଇଟି ବର ଦେବାପାଇଁ ଅଙ୍ଗୀକାର କରିଥିଲେ।

କଠିନ ପଦାର୍ଥ:

Question ୧।
ଦଶରଥ ଅବସର ଗ୍ରହଣକରିବା ପାଇଁ କାହିଁକି ସଂକଳ୍ପବଦ୍ଧ ହେଲେ ?
(କ) ରାଜ୍ୟ ଶାସନଲାଗି ବିତୃଷ୍ଣା ଆସିବାରୁ
(ଖ) ରାଜପରିବାରେ ଅଶାନ୍ତି ହେବାରୁ
(ଗ) ସେ ବୃଦ୍ଧ ହୋଇଯିବାରୁ
(ଘ) ରାମଙ୍କୁ ରାଜ୍ୟ ଦେବାପାଇଁ ମନସ୍ଥ କରିବାରୁ
Answer:
(ଗ) ସେ ବୃଦ୍ଧ ହୋଇଯିବାରୁ

Question ୨।
ରାମଙ୍କର ଅଭିଷେକ ବାର୍ତ୍ତା ପ୍ରଚାରିତ ହେବାକ୍ଷଣି ପ୍ରଜାମାନେ ଖୁବ୍ ଖୁସିହେଲେ କାହିଁକି ?
(କ) ରାମ ଦଶରଥଙ୍କର ଜ୍ୟେଷ୍ଠପୁତ୍ର ଥିଲେ
(ଖ) ରାମଙ୍କର ବୀରତ୍ଵରେ ମୁଗ୍ଧହୋଇ
(ଗ) ରାମ ବହୁ ସଦ୍‌ଗୁଣର ଅଧିକାରୀ ଥିଲେ
(ଘ) ରାମ ଖୁବ୍ ସୁନ୍ଦର ଥିଲେ
Answer:
(ଗ) ରାମ ବହୁ ସଦ୍‌ଗୁଣର ଅଧିକାରୀ ଥିଲେ

BSE Odisha 7th Class Odia Solutions Chapter 9 ରାମାୟଣ କଥା

Question ୩।
କୈକେୟୀଙ୍କୁ ବର ଦେବାପାଇଁ ଦଶରଥ କାହିଁକି ଅଙ୍ଗୀକାର କରିଥିଲେ ?
(କ) କୈକେୟୀ ଦଶରଥଙ୍କର ପ୍ରିୟ ପତ୍ନୀ ଥିଲେ
(ଖ) ସେ ଖୁବ୍ ସାହସୀ ଥିଲେ
(ଗ) କୈକେୟୀ ଅତ୍ୟନ୍ତ ସୁନ୍ଦରୀ ଥିଲେ
(ଘ) ସେ ଦଶରଥଙ୍କର ସେବାକରି ଜାବନରକ୍ଷା କରିଥ୍ ଲେ
Answer:
(ଘ) ସେ ଦଶରଥଙ୍କର ସେବାକରି ଜାବନରକ୍ଷା କରିଥ୍ ଲେ

Question ୪।
ମନ୍ଥରା କିଏ ?
(କ) କୈକେୟୀଙ୍କ ଭଉଣୀ
(ଖ) ସୁମିତ୍ରାଙ୍କ ଭଉଣୀ
(ଗ) ଜଣେ ଦୁଷ୍ଟା ଦାସୀ
(ଘ) ଦଶରଥଙ୍କ ମା’
Answer:
(ଗ) ଜଣେ ଦୁଷ୍ଟା ଦାସୀ

Question ୫।
ଦଶରଥ କାହିଁକି କୈକେୟୀଙ୍କ ପ୍ରାର୍ଥନା ପୂରଣ କରିବାକୁ ବାଧ୍ୟ ହେଲେ ?
(କ) ସତ୍ୟପରାୟଣା ଥିବା ଯୋଗୁଁ
(ଖ) ଭରତଙ୍କ ମଇଂଳ ଇଚ୍ଛାକରିଥିବାରୁ
(ଗ) କୈକେୟୀଙ୍କୁ ଭୟକରୁଥିବାରୁ
(ଘ) ରାମଚନ୍ଦ୍ରଙ୍କ ମଙ୍ଗଳ ଇଚ୍ଛାକରୁଥିବାରୁ
Answer:
(କ) ସତ୍ୟପରାୟଣା ଥିବା ଯୋଗୁଁ

Question ୬।
କାହାର ମନ୍ତ୍ରଣାରେ କୈକେୟୀ ଦଶରଥଙ୍କୁ ବର ମାଗିଲେ ?
(କ) ମନ୍ଥରା
(ଖ) ସୁମିତ୍ରା
(ଗ) ମାଣ୍ଡବୀ
(ଘ) ଶ୍ରୁତକାର୍ତ୍ତି
Answer:
(କ) ମନ୍ଥରା

BSE Odisha 7th Class Odia Solutions Chapter 9 ରାମାୟଣ କଥା

Question ୭।
ଦଶରଥଙ୍କ ପ୍ରାଣତ୍ୟାଗର କାରଣ କ’ଣ ?
(କ) ଭରତଙ୍କ ଅଭିଷେକ ବାର୍ତ୍ତା ପ୍ରଚାରିତ ହେବାରୁ
(ଖ) ରାମଚନ୍ଦ୍ରଙ୍କର ବାର୍ତ୍ତା ଶୁଣି
(ଗ) ମନ୍ଥରା କୈକେୟୀଙ୍କ ସହ ମନ୍ତ୍ରଣା କରିବାରୁ
(ଘ) କୈକେୟାଙ୍କ ଧମକ ଯୋଗୁଁ
Answer:
(ଖ) ରାମଚନ୍ଦ୍ରଙ୍କର ବାର୍ତ୍ତା ଶୁଣି

Question ୮।
ସୀତା କେଉଁ ରାଜ୍ୟର ରାଜକୁମାରୀ ଥିଲେ ?
(କ) ମିଥିଳା
(ଖ) ରାମଚନ୍ଦ୍ରଙ୍କର ବନବାସ ବାର୍ତ୍ତା ଶୁଣି
(ଗ) କିସ୍ମିନ୍ଧ୍ୟା
(ଘ) କୈକେୟୀଙ୍କ ଧମକ ଯୋଗୁଁ
Answer:
(କ) ମିଥିଳା

Question ୯।
ଭରତ ରାମଚନ୍ଦ୍ରଙ୍କ ବନବାସ ସମ୍ବାଦ କେଉଁଠାରେ ପାଇଲେ ?
(କ) କିଷ୍କିନ୍ଧ୍ୟାରେ
(ଗ) ମିଥୁଳାରେ
(ଖ) ମାତୁଳାଳୟରେ
(ଘ) ଚିତ୍ରକୂଟ ପର୍ବତରେ
Answer:
(ଖ) ମାତୁଳାଳୟରେ

Question ୧୦।
ଭରତ ରାମଚନ୍ଦ୍ରଙ୍କୁ କେଉଁଠାରେ ଭେଟିଥିଲେ ?
(କ) ଘନ ଅରଣ୍ୟରେ
(ଖ) ଲଙ୍କାରେ
(ଗ) ସରଯୂ ନଦୀକୂଳରେ
(ଘ) ଚିତ୍ରକୂଟ ପର୍ବତରେ
Answer:
(ଘ) ଚିତ୍ରକୂଟ ପର୍ବତରେ

BSE Odisha 7th Class Odia Solutions Chapter 9 ରାମାୟଣ କଥା

ପ୍ରବନ୍ଧର ପ୍ଠଷ୍ଠଭୂମି: 

ଭକ୍ତକବି ମଧୁସୁଦନ ତାଙ୍କର କର୍ମ ଜାବନରେ ଜଣେ ଶିକ୍ଷା ପରିଦର୍ଶକ ରୂପେ ଦାୟିତ୍ୱ ବହନ କରିଥିବାରୁ ଶିକ୍ଷା, ଶିକ୍ଷକ, ଛାତ୍ରଛାତ୍ରୀ ଓ ଶିକ୍ଷାୟତନ ସହ ଗଭୀରଭାବରେ ସଂଶ୍ଳିଷ୍ଟ ଥିଲେ । ଏଣୁ କୋମଳମତି ଶିଶୁ ମନରେ ପ୍ରଭାବ ସୃଷ୍ଟି କରିପାରିବା ଭଳି ବିଷୟବସ୍ତୁ ଚୟନ କରି ସେଗୁଡ଼ିକୁ ପାଠ୍ୟପୁସ୍ତ୍ରକରେ ସନ୍ନିବେଶ କରିବାକୁ ଉଦ୍ୟମ କରିଥିଲୋ ‘ରାମାୟଣ’ ଗ୍ରନ୍ଥର କଥାବସ୍ତୁରୁ କୋମଳମତି ଛାତ୍ରଛାତ୍ରୀ ଆଦର୍ଶ, ଚାରତ୍ଵ ଓ ଜନବସ୍ତ୍ରକତା ସମ୍ପକରେ ଶିକ୍ଷାଗ୍ରହଣ କରିବାର ଯଥେଷ୍ଟ ପରିସର ଥ‌ିବାରୁ ଏ ପ୍ରବନ୍ଧଟିକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଉଛି । ରାମାୟଣ ଗ୍ରନ୍ଥ ଉକ୍ଳାୟ ସମାଜରେ ଆବାଳବୃଦ୍ଧବନିତାଙ୍କର ଅତି ପ୍ରିୟ ଗ୍ରନ୍ଥ । ଛାତ୍ରଛାତ୍ରୀମାନେ ଗଳ୍ପ ମାଧ୍ୟମରେ ଆଦର୍ଶ, ବୀରତ୍ଵ ଓ ସତ୍ୟନିଷ୍ଠା ସମ୍ପର୍କରେ ଶିକ୍ଷାଲାଭ କରିବାର ବିସ୍ତୃତ ପରିସର ଏହି ପ୍ରବନ୍ଧରେ ରହିଛିା

ପ୍ରବନ୍ଧର ସାରକଥା :

ଅଯୋଧ୍ୟାର ରାଜା ଦଶରଥଙ୍କ‘ର ତିନି ରାଣୀ ଥିଲେ । ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ଚାରିପୁଅଙ୍କ ମଧ୍ୟରେ ଅନାବିଳ ସ୍ନେହ ସମ୍ପର୍କ ଥିଲା ଦଶରଥ ବାମଚନ୍ଦ୍ରଙ୍କୁ ରାଜ୍ୟଭାର ଦେବାପାଇଁ ସ୍ଥିର କଲେ । ଏଥୁରେ ପ୍ରଜାମାନଙ୍କର ଆନନ୍ଦର ସୀମା ରହିଲା ନାହିଁ । ରାମ ରାଜା ହେବା କଥା ଶୁଣି ମନ୍ଥରା ନାମକ ଦୁଷ୍ଟା ଦାସୀର କୁମନ୍ତ୍ରଣାରେ ପଡ଼ି କୈକେୟୀ ଈର୍ଷା କଲେ । ଦଶରଥଙ୍କୁ ପୂର୍ବର ଅଙ୍ଗୀକାର କରିଥିବା ଦୁଇଟି ବର ମାଗିଲେ । ପ୍ରଥମ ବରରେ ଭରତ ରାଜା ହେବେ ଓ ଦ୍ୱିତୀୟ ବରରେ ରାମଚନ୍ଦ୍ର ଚଉଦ ବର୍ଷ ବନବାସ ଯିବେ । ରାମଚନ୍ଦ୍ର ପିତୃସତ୍ୟ ପାଳନ କରିବାକୁ ପ୍ରସ୍ତୁତ ହେଲେ । ଏ ସମ୍ବାଦରେ ପ୍ରଜାମାନେ ଦୁଃଖରେ ହାହାକାର କରିବାକୁ ଲାଗିଲେ ।

ରାମ ବନକୁ ଯିବାକୁ ବାହାରିଲେ । ସୀତା ଓ ଲକ୍ଷ୍ମଣ ତାଙ୍କ ସହିତ ଗଲେ । ରାମଚନ୍ଦ୍ର ବାଧ୍ୟହେଲେ ଉଭୟଙ୍କୁ ସଙ୍ଗରେ ନେବାକୁ । ପ୍ରିୟ ପୁତ୍ର ରାମଚନ୍ଦ୍ରଙ୍କ ବିଚ୍ଛେଦରେ ଝୁରି ଝୁରି ଦଶରଥ ପ୍ରାଣତ୍ୟାଗ କଲେ । ଭରତ ମାମୁଘରୁ ଫେରି ଶୁଣିଲେ ବଡ଼ଭାଇ ପିତାଙ୍କ ଆଦେଶ ପାଳି ବନକୁ ଚାଲିଯାଇଛନ୍ତି । ଭ୍ରାତୃଭକ୍ତ ଭରତଙ୍କର ମନ ଘରେ ଲାଗିଲା ନାହିଁ । ଏଣୁ ସେ ବନକୁ ଗଲେ ଭାଇ ରାମଚନ୍ଦ୍ରଙ୍କୁ ଫେରାଇ ଆଣିବାକୁ । ପଞ୍ଚବଟୀ ବନରେ ରାମଚନ୍ଦ୍ରଙ୍କ ସହିତ ତାଙ୍କର ଭେଟ ହେଲା । ଅନେକ ଅନୁରୋଧ କରିଥିଲେ ମଧ୍ୟ ରାମଚନ୍ଦ୍ର ଆଉ ଫେରିବେ ନାହିଁ ବୋଲି କହି ତାଙ୍କୁ ନାନାପ୍ରକାର ବୁଝାଇ ଫେରାଇ ଦେଲେ । ଭରତ ବଡ଼ଭାଇ ରାମଚନ୍ଦ୍ରଙ୍କର ପାଦୁକାକୁ ସିଂହାସନରେ ରଖ୍ ତାଙ୍କ ଭଳି ସନ୍ନ୍ୟାସୀ ବେଶ ଧରି ରାମଚନ୍ଦ୍ରଙ୍କ ପ୍ରତିନିଧ‌ି ରୂପେ ରାଜ୍ୟ ପାଳନ କଲେ । ରାଜଭୋଗ ଖାଦ୍ୟ ଛାଡ଼ି ଫଳମୂଳ ଖାଇଲେ । ତାଙ୍କର ଅପୂର୍ବ ତ୍ୟାଗ ଯୋଗୁଁ ପ୍ରଜାମାନେ ତାଙ୍କୁ ପ୍ରଶଂସା କଲେ । ପଞ୍ଚବଟୀ ବନରେ ଥିବା ସମୟରେ ଲଙ୍କାପତି ରାବଣ ସୀତାଙ୍କୁ କୌଶଳ କରି ଚୋରାଇ ନେଲା ଓ ତାଙ୍କୁ ବହୁତ କଷ୍ଟ ଦେଲା ।

ଏଣେ ରାମଚନ୍ଦ୍ର ଓ ଲକ୍ଷ୍ମଣ ସୀତାଙ୍କୁ ଖୋଜି ଖୋଜି ନିରାଶ ହେଲେ । ସୁଗ୍ରୀବଙ୍କ ସଙ୍ଗେ ମିତ୍ରତା ସ୍ଥାପନ କରି ତାଙ୍କର ଅନୁଚର ବୀର ହନୁମାନଙ୍କୁ ସୀତାଙ୍କର ଠାବ କରିବାକୁ ପଠାଇଲେ । ସୀତାଙ୍କର ଠାବ ନେଇ ବୀର ହନୁମାନ ଫେରିଲେ । ସମସ୍ତେ ମିଶି ଲଙ୍କା ଆକ୍ରମଣ କରି ରାବଣକୁ ବଧ କରି ସୀତାଙ୍କୁ ଉଦ୍ଧାର କଲେ । ଅଯୋଧ୍ୟାକୁ ଫେରି ରାମଚନ୍ଦ୍ର ରାଜ୍ୟଭାର ଗ୍ରହଣ କଲେ । କୈକେୟୀ ନିଜ କାର୍ଯ୍ୟପାଇଁ ଲଜ୍ଜା ପାଇଲେ । ସୁଖରେ ସମସ୍ତଙ୍କର ଦିନ କଟିଲା, କିନ୍ତୁ ସୀତା ରାବଣ ଘରେ ରହିଥ‌ିବା ଯୋଗୁଁ ପ୍ରଜା ନିନ୍ଦା କରିବା କଥା ଶୁଣି ରାମଚନ୍ଦ୍ର ସୀତାଙ୍କୁ ପରିତ୍ୟାଗ କଲେ । ଲକ୍ଷ୍ମଣ ଭାଇଙ୍କ ଆଦେଶରେ ସୀତାଙ୍କୁ ବାଲ୍ମୀକିଙ୍କ ଆଶ୍ରମ ନିକଟସ୍ଥ ବନଭୂମିରେ ଛାଡ଼ି ଆସିଲେ । ବାଲ୍ମୀକି ସୀତାଙ୍କୁ ନିଜର କନ୍ୟା ଭଳି ପାଳନ କଲେ । ସେଠାରେ ସୀତା ଦୁଇଟି ଯାଆଁଳାପୁତ୍ର ଜନ୍ମ କରି ସେମାନଙ୍କୁ ଲାଳନପାଳନ କରି ବଡ଼ କଲୋ

ଏଣେ ରାମଚନ୍ଦ୍ର ଅଶ୍ଵମେଧ ଯଜ୍ଞର ଆୟୋଜନ କଲେ । ଯଜ୍ଞ କାର୍ଯ୍ୟରେ ସ୍ୱାମୀଙ୍କ ସହ ସ୍ତ୍ରୀର ଉପସ୍ଥିତି ଅନିବାର୍ଯ୍ୟ ଥ‌ିବାରୁ ସମସ୍ତେ ତାଙ୍କୁ ଆଉ ଥରେ ବିବାହର ପରାମର୍ଶ ଦେଲେ; କିନ୍ତୁ ସେ ସୀତାଙ୍କର ସୁନାର ମୂର୍ତ୍ତି ଗଢ଼ି ଯଜ୍ଞକାର୍ଯ୍ୟ ଆରମ୍ଭ କଲେ । ଏହି ଯଜ୍ଞରେ ମହର୍ଷି ବାଲ୍ମୀକି ଯୋଗଦେଲେ । ସଙ୍ଗରେ ଥିଲେ ଲବ ଓ କୁଶ । ଲବ, କୁଶଙ୍କର ରାମାୟଣ ଆବୃତ୍ତି ଶୁଣି ରାମଚନ୍ଦ୍ର ମୁଗ୍‌ଧ ହେଲେ । ବାଲ୍ମୀକିଙ୍କଠାରୁ ଲବ, କୁଶଙ୍କର ପରିଚୟ ପାଇ ସୀତାଙ୍କୁ ଆଣିବା ନିମନ୍ତେ ଆଦେଶ ଦେଲେ । ସତୀ ସୀତା ସଭାସ୍ଥଳରେ ଉପସ୍ଥିତ ହୁଅନ୍ତେ ରାମଚନ୍ଦ୍ର ତାଙ୍କୁ ଗ୍ରହଣ କରିବାପାଇଁ ବାଲ୍ମୀକି ଓ ପୁରବାସୀଙ୍କର ଅନୁମତି ଚାହିଁଲେ । କିନ୍ତୁ କେତେକ ଖଳଲୋକଙ୍କଠାରୁ କିଛି ଉତ୍ତର ନ ପାଇବାରୁ ସୀତାଦେବୀ ବିଶେଷ ମର୍ମାହତ ହୋଇ ‘ମା’ ଧରିତ୍ରୀ ମୋତେ ଗ୍ରହଣ କର’ କହି ଟଳିପଡ଼ିଲେ ।

କଠିନ ପଦାର୍ଥ:

  • ରାମାୟଣ – ସଂସ୍କୃତ ଭାଷାରେ ଏହି ଗ୍ରନ୍ଥଟିକୁ ମହାକବି ବାଲ୍ମୀକି ରଚନା କରିଥିଲେ । ଏଥିରେ ରାମଚନ୍ଦ୍ର ଙ୍କ ଜୀବନ କଥା ବର୍ଣ୍ଣନା । କରାଯାଇଛି।
  • ପ୍ରାଚୀନ – ପୁରୁଣା ।
  • ମଧ୍ୟମା – ମଝିଆଁ
  • ଏକଦା – ଥରେ।
  • ଉତ୍ତାରୁ – ପରୋ
  • ଅନୁଗତ – ବିଶ୍ୱସ୍ତ / ଯେ ସଂପୃକ୍ତ ବଢ଼ ଲୋକଙ୍କର କଥା ମାନି ଚଳନ୍ତା
  • ଅନୁରକ୍ତ – ଅନୁରାଗୀ / ପ୍ରିୟା
  • ଅଙ୍ଗଳାର – ପ୍ରତିଜ୍ଞା / ଶପଥ / ସମ୍ମତା
  • ଅଧ୍ପତି – ରାଜା
  • ସର୍ବଗୁଣାଳକୃତା – ଯେଉଁ ନାରାଠାରେ ସମସ୍ତ୍ର ସୁଗୁଣ ପରିପୂର୍ଣ୍ଣ ଥାଏ।
  • ପାଦୁକା – କଠାଉ / ଜୋତା ।
  • ତଦନନ୍ତ୍ରର – ତାହାପରୋ
  • ପଞ୍ଚଚଟା – ବର, ଅଶ୍ବତ୍ଥ, ପଲାଶ, ଡିମିରି, ଅଅଁଳା ବୃକ୍ଷ ଥିବା ବନକୁ ପଞ୍ଚପାଟା କହନ୍ତି ଶୌରାଣିକ ଯୁଗର ଏକ ଅରଣ୍ୟା
  • ବସନ – ବସ୍ତ୍ର /ପିନ୍ଧିବା ଲୁଗା
  • ତୁର୍ମତି – ମନ୍ଦମତି / ଦୁଷ୍ଟଲୋକା
  • କିସ୍ମିକ୍ଷ୍ୟା – ଦାକ୍ଷିଣାତ୍ୟର ପ୍ରାଚାନ ଏକ ଅଞ୍ଚଳା ଏହାର ରାଜା ଥିଲେ ବାଳା
  • ଦାର – ପତ୍ନୀ / ସ୍ତ୍ରୀ / ଭାର୍ଯ୍ୟା
  • ପରିଗ୍ରହ – ବିବାହ / ସ୍ଵାକାର କରିବା
  • ଇନ୍ଦ୍ରଜିତ – ରାବଣର ବଢ଼ ପୁଆ
  • ନୟନବାରି – ଲୋତକ / ଲୁହା
  • କାଳାନଳ – ପ୍ରଚଣ୍ଡ ଅଗ୍ନି / ଭୟଙ୍କର ନିଆଁ
  • ଯମଜ – ଯାଆଳା
  • ଚିତ୍ତ – ହୃଦୟ
  • ଚାରୁ – ସୁନ୍ଦର
  • ନିର୍ବାହ – ସମାପନ
  • ଲଂଘନ – ଅମାନ୍ୟ
  • ପରିଧାନ – ଶିକ୍ଷିରା
  • ନିର୍ବାସିତ – ଦେଶାନ୍ତର
  • ନୟନବାର – ଆଖ୍ଲୁହ
  • ଯାପନ – ଅତିବାହିତ
  • କୃଶ – ସରୁ
  • ତଥାସ୍ତୁ – ତାହାହେଉ
  • ସହସା – ହଠାତ୍
  • ଅନ୍ସଭା – ଗର୍ଭବତା

BSE Odisha 8th Class Science Notes Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ

Odisha State Board BSE Odisha 8th Class Science Notes Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ will enable students to study smartly.

BSE Odisha Class 8 Science Notes Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ

→ଉପକ୍ରମ (Introduction):
(i) ଜୀବଜଗତ ଓ ପରିବେଶ ପରସ୍ପରଦ୍ବାରା ପ୍ରଭାବିତ ହୋଇଥା’ନ୍ତି ।
(ii) ଉଦ୍ଭିଦ ଓ ପ୍ରାଣୀମାନଙ୍କ ସଂରକ୍ଷଣ ପାଇଁ ବିଭିନ୍ନ ସ୍ଥାନ ରହିଛି ।
BSE Odisha 8th Class Science Notes Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ 1
(iii) ଆମ ରାଜ୍ୟ ଓଡ଼ିଶାରେ ଗୋଟିଏ ସାମୁଦ୍ରିକ ଅଭୟାରଣ୍ୟ ସମେତ 17ଟି ଅଭୟାରଣ୍ୟ, ଗୋଟିଏ ଜାତୀୟ ଉଦ୍ୟାନ ଓ ଗୋଟିଏ ଜୈବମଣ୍ଡଳ ସଂରକ୍ଷିତ ସ୍ଥାନ ରହିଛି ।
(iv) 1999 ମସିହାର ଜଙ୍ଗଲ ବିଭାଗର ପରିସଂଖ୍ୟାନରୁ ଜଣାଯାଇଛି ଯେ, ଓଡ଼ିଶାରେ ସଂରକ୍ଷିତ ଜଙ୍ଗଲର ଆୟତନ 26,000 ବର୍ଗ କି.ମି.ରୁ ସାମାନ୍ୟ ଅଧ୍ଵ ।
(v) ଓଡ଼ିଶାର ଏକମାତ୍ର ଜାତୀୟ ଉଦ୍ୟାନ ହେଉଛି ଭିତରକନିକା ଅଭୟାରଣ୍ୟର କେନ୍ଦ୍ରସ୍ଥଳରେ ଅବସ୍ଥିତ ପ୍ରାୟ 145 ବର୍ଗ କି.ମି. ପରିମିତ ଅଞ୍ଚଳ ।

BSE Odisha 8th Class Science Notes Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ

→ଜଙ୍ଗଲ କ୍ଷୟ ଓ ଏହାର କାରଣ (Reasons of Deforestation):
(i) ଚାଷ ଉପଯୋଗୀ କ୍ଷେତ୍ର ପ୍ରସ୍ତୁତି ।
(ii) ସଡ଼କ ଓ ରେଳପଥ ନିର୍ମାଣ ।
(iii) ବାସ ଉପଯୋଗୀ ଗୃହ ଓ କଳକାରଖାନା ନିର୍ମାଣ ।
(iv) ସଡ଼କ ଓ ରେଳପଥ ନିର୍ମାଣ । ପୋତାଶ୍ରୟ ନିର୍ମାଣ ।
(v) ଜଙ୍ଗଲରେ ନିଆଁ ଲାଗିବା ।
(vi) ଗୋମହିଷାଦି ଚାରଣ ।
(vii) ଘୋର ମରୁଡ଼ି ।
(viii) ଚିଙ୍ଗୁଡ଼ି ଚାଷ ।
(ix) ଆସବାବପତ୍ର ନିର୍ମାଣ ଓ ଜାଳେଣି ରୂପେ କାଠର ବ୍ୟବହାର ।
(x) ଅନିୟମିତ ବୃଷ୍ଟିପାତ ।

→ଜଙ୍ଗଲ ସମ୍ପଦ ନଷ୍ଟର ପରିଣାମ (Consequences of Deforestation) :
(i) ମାଟିତଳେ ଥିବା ଜଳସ୍ତର ହ୍ରାସ ପାଉଛି ।
(ii) ମାଟିର ଉର୍ବରତା ହ୍ରାସ ପାଉଛି ।
(iii) ପ୍ରକୃତିର ଭାରସାମ୍ୟ ନଷ୍ଟ ହେଉଛି ।
(iv) ପୃଥ‌ିବୀର ତାପମାତ୍ରା ବୃଦ୍ଧି ।
(v) ବୃଷ୍ଟିପାତ ଏବଂ ମାଟିର ଉର୍ବରତା ହ୍ରାସ ପାଉଛି ।
(vi) ମୃତ୍ତିକା କ୍ଷୟ ହେଉଛି ।
(vii) ବନ୍ୟା ଓ ମରୁଡ଼ିର ସମ୍ଭାବନା ବୃଦ୍ଧି ପାଉଛି
(viii) ମୃଭିକାରେ ପୋଷକର ମାତ୍ରା ବଦଳି ଯାଉଛି ।
(ix) ଜଳଚକ୍ର ବାଧାପ୍ରାପ୍ତ ହେଉଛି ।
(xi) ମାଟିର ଜଳଧାରଣ ସାମର୍ଥ୍ୟ ହ୍ରାସ ପାଉଛି ।
(x) ମୃତ୍ତିକା ଗଠନରେ ପରିବର୍ତ୍ତନ ଦେଖାଦେଉଛି ।
(xii) ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ (CO)ର ପରିମାଣ ବୃଦ୍ଧି ପାଉଛି ।
(xiii) ତାପମାତ୍ରା ଓ ପ୍ରଦୂଷଣ ବିପଜ୍ଜନକ ଭାବେ ବୃଦ୍ଧି ପାଉଛି ।

→ବିଶ୍ୱ ତାପନ (Global Warming) :
(i) ଜଙ୍ଗଲ କ୍ଷୟ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧିପାଏ । ଅଙ୍ଗାରକାମ୍ଳ ପୃଥ‌ିବୀରୁ ବିକିରିତ ତାପ ଶୋଷଣ କରିବା ଦ୍ବାରା ପୃଥ‌ିବୀର ତାପମାତ୍ରା ବୃଦ୍ଧିପାଏ । ଏହାକୁ ବିଶ୍ୱ ତାପନ କୁହାଯାଏ ।
(ii) ବିଶ୍ୱ ତାପନ ଯୋଗୁଁ ଜଳଚକ୍ର ବାଧାପ୍ରାପ୍ତ ହେଉଛି ଏବଂ ବୃଷ୍ଟିପାତ ହ୍ରାସପାଉଛି; ଫଳରେ ମରୁଡ଼ି ଦେଖାଦେଉଛି । ପୁନଶ୍ଚ ପୃଥ‌ିବୀର ତାପମାତ୍ରା ବୃଦ୍ଧି ଯୋଗୁଁ ମେରୁ ଅଞ୍ଚଳର ବରଫ କ୍ରମଶଃ ତରଳିବାରେ ଲାଗୁଛି । ତେଣୁ ସମୁଦ୍ର
ଉପକୂଳବର୍ତ୍ତୀ ଅଞ୍ଚଳ ଜଳ ପାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

→ମରୁଭୂମିକରଣ (Desertification) :
ଜଙ୍ଗଲ କ୍ଷୟ ଯୋଗୁଁ ମୃତ୍ତିକାର ଉପର ସ୍ତରର କ୍ଷୟ ଘଟୁଛି । ତଳେ ଥିବା କଠିନ, ପଥୁରିଆ ସ୍ତରରେ ଖତି (ହ୍ୟୁମ୍‌ସ୍) ର ପରିମାଣ କମ୍ ହୋଇଥାଏ । ଏହାର ଉର୍ବରତା ମଧ୍ୟ କମ୍; ଫଳରେ ଧୀରେ ଧୀରେ ଉର୍ବର ମୃତ୍ତିକା ମରୁଭୂମିରେ ପରିଣତ ହୋଇଥାଏ । ଏହାକୁ ମରୁଭୂମିକରଣ କୁହାଯାଏ । ପୃଥ‌ିବୀପୃଷ୍ଠରେ ବାସକରୁଥିବା ବିଭିନ୍ନ ରକମର ଉଦ୍ଭଦ ଓ ପ୍ରାଣୀ, ସେମାନଙ୍କ ମଧ୍ୟରେ ରହିଥ‌ିବା ପାରସ୍ପରିକ ସଂପର୍କ ଓ ପରିବେଶ ସହ ସେମାନଙ୍କ ସଂପର୍କକୁ ଜୈବ ବିବିଧତା କୁହାଯାଏ ।

→ଜଙ୍ଗଲ ଏବଂ ବନ୍ୟଜନ୍ତୁ ସଂରକ୍ଷଣ (Forest and Wild life Conservation) :
ତୁମ ଜିଲ୍ଲା, ରାଜ୍ୟ ଓ ଦେଶରେ ଥ‌ିବା ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଏବଂ ଜୀବମଣ୍ଡଳ ସଂରକ୍ଷିତ ସ୍ଥାନର ନାମ ନିମ୍ନ ପ୍ରଦତ୍ତ ସାରଣୀରେ ଲେଖ ଏବଂ ତୁମ ରାଜ୍ୟ ଓ ଦେଶର ମାନଚିତ୍ରରେ ଦର୍ଶାଅ ।
BSE Odisha 8th Class Science Notes Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ 2

BSE Odisha 8th Class Science Notes Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ

(i) ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ଜୈବ ମଣ୍ଡଳ ସ୍ଥାପନ ଜରିବା ଆବଶ୍ୟକ ।
(ii) ବ୍ୟକ୍ତିଗତ, ସାମାଜିକ ଓ ସରକାରୀ ସଂପୃକ୍ତି ଆବଶ୍ୟକ ।
(iii) ସରକାରୀ ସ୍ତରରେ ନୀତି, ନିୟମ, ଉପାୟ ଏବଂ ପରିଚାଳନା ଆଇନ ସ୍ଥିରୀକୃତ ହେବା ଆବଶ୍ୟକ ।

→ତୁମପାଇଁ କାମ :
ତୁମ ଜିଲ୍ଲା, ରାଜ୍ୟ ଓ ଦେଶରେ ଥ‌ିବା ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଓ ଜୀବମଣ୍ଡଳ ସଂରକ୍ଷିତ ସ୍ଥାନର ନାମ ଲେଖ ।
BSE Odisha 8th Class Science Notes Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ 3

(i) ଅଭୟାରଣ୍ୟ – ଏହା ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ । ସେମାନଙ୍କ ଉପରେ ତଥା ତାଙ୍କ ପରିବେଶ ଉପରେ କୌଣସି ଅନିଷ୍ଟକାରୀ ପ୍ରଭାବ ନ ପକାଉଥିବା ଅଞ୍ଚଳ ।
(ii) ଜାତୀୟ ଉଦ୍ୟାନ – ଏହି ସଂରକ୍ଷଣ ଅଞ୍ଚଳରେ ଜୀବଜନ୍ତୁ ଏବଂ ବୃକ୍ଷରାଜି ପ୍ରାକୃତିକ ପରିବେଶ ତଥା ସମ୍ପଦକୁ ସ୍ବଚ୍ଛନ୍ଦରେ ବ୍ୟବହାର କରି ପାରିବେ ।
(iii) ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ ଏହା ବନ୍ୟଜୀବ, ଉଭିଦ ତଥା ପ୍ରାଣୀସମ୍ପଦର ରକ୍ଷଣାବେକ୍ଷଣ ଏବଂ ସମ୍ପୃକ୍ତ ଆଦିବାସୀମାନଙ୍କ ପାରମ୍ପରିକ ଜୀବନଶୈଳୀର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବିଶାଳ ସଂରକ୍ଷିତ ଅଞ୍ଚଳ ।
BSE Odisha 8th Class Science Notes Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ 4

BSE Odisha 8th Class Science Notes Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ

→ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ (Biosphere Reserves) :
ଜଙ୍ଗଲ ଧ୍ଵଂସର ଫଳାଫଳ ଜାଣିବା ପରେ ଜଙ୍ଗଲ ଓ ବନ୍ୟଜନ୍ତୁ କିପରି ଧ୍ୱଂସମୁଖରୁ ରକ୍ଷାପାଇବେ ସେଥ‌ିପାଇଁ ଦେଶର କେତେକ ଅଞ୍ଚଳରେ ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ ସ୍ଥାପିତ ହୋଇଛି । ସେଥୁମଧ୍ୟରୁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳଠାରେ ଥିବା ଜୈବମଣ୍ଡଳ ଅନ୍ୟତମ । ଜୈବମଣ୍ଡଳ ଏକ ପ୍ରାକୃତିକ ପରିବେଶ, ଯେଉଁଥରେ କି ପଶୁପକ୍ଷୀ ବା ଜୀବଜନ୍ତୁ ବସବାସ କରିଥା’ନ୍ତି ।
(i) ଜୀବମଣ୍ଡଳର ସଂରକ୍ଷିତ ସ୍ଥାନ ସେହି ଅଞ୍ଚଳର ଜୈବ ବିବିଧତା ଓ ସଂସ୍କୃତିର ସୁରକ୍ଷାରେ ସହାୟକ ହୋଇଥାଏ ।
(ii) ଏଥିରେ ଥିବା ବନ୍ୟଜନ୍ତୁ ଓ ଉଭିଦମାନଙ୍କର ରକ୍ଷଣାବେକ୍ଷଣରେ ବ୍ୟକ୍ତିଗତ ତଥା ସରକାରୀ ସଂସ୍ଥା ମଧ୍ୟ ସଂପୃକ୍ତ ।
(iii) ଏହାର ସୁରକ୍ଷା ଓ ସଂରକ୍ଷଣ ପାଇଁ ସରକାରୀ ସ୍ତରରେ ନୀତିନିୟମ, ଉପାୟ ଓ ପରିଚାଳନା ଆଇନ ସ୍ଥିରୀକୃତ ହୋଇଛି ।
(iv) ଉକ୍ତ ସଂରକ୍ଷିତ ସ୍ଥାନରେ ଥିବା ପ୍ରାଣୀ ଓ ଉଦ୍ଭିଦମାନଙ୍କର ସଂରକ୍ଷଣ ପାଇଁ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ବ୍ୟାଘ୍ର ପ୍ରକଳ୍ପ ରହିଛି ।
(v) ଏହା ବନ୍ୟଜୀବ, ଉଭିଦ ତଥା ପ୍ରାଣୀ ସଂପଦର ରକ୍ଷଣାବେକ୍ଷଣ ପାଇଁ ଉଦ୍ଦିଷ୍ଟ

BSE Odisha 8th Class Science Notes Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ 10
(i) ନୀଳଗିରି ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ
(iii) ଉତ୍ତରାଖଣ୍ଡ ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ
(iii) ଉତ୍ତରାଖଣ୍ଡ ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ
(iv) ନୋକ୍‌ରୋକ୍ ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ
(v) ସୁନ୍ଦରବନ ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ
(vi) ଶିମିଳିପାଳ ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ

ଆମ ଦେଶରେ 508 ଟି ଅଭୟାରଣ୍ୟ, 97 ଟି ଜାତୀୟ ଉଦ୍ୟାନ ଓ 14 ଟି ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ ରହିଛି ।

→ଭାରତର ପ୍ରତିଷ୍ଠିତ | ପ୍ରସ୍ତାବିତ ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ :
ନୀଳଗିରି – କେରଳ, ତାମିଲନାଡୁ ଓ କର୍ଣାଟକ ରାଜ୍ୟ ମାନଙ୍କରେ ଅବସ୍ଥିତ ।
ନନ୍ଦାଦେବୀ – ଉଭରାଞ୍ଚଳ
ନୋକରେକ୍ – ମେଘାଳୟ
ଗ୍ରେଟ୍ ନିକୋବର – ନିକେ।ବର ଦ୍ଵୀପପୁଞ୍ଜ
ମାନ୍ନାର ଉପସାଗର – ତାମିଲନାଡୁ
ଖାଙ୍ଗଚେଣ୍ଡଜଙ୍ଗ – ସିକିମ୍
ମାନସ – ଆସାମ
ସୁନ୍ଦରବନ – ପଶ୍ଚିମବଙ୍ଗ
ଶିମିଳିପାଳ – ଓଡ଼ିଶା ।
ଦିବୁ ଶୈଖୋଓ୍ବା – ଅରୁଣାଚଳପ୍ରଦେଶ
ଦିହାଙ୍ଗ-ଦିବାଙ୍ଗ – ଅରୁଣାଚଳପ୍ରଦେଶ
ପଞ୍ଚମାରୀ – ମଧ୍ୟପ୍ରଦେଶ
ଅଟନକମର- ଅମରକଣ୍ଟକ – ଛିତିଶଗଡ଼
ଅଗସ୍ତ୍ୟମଲାର – କେରଳ

→ଜୀବମଣ୍ଡଳ ସଂରକ୍ଷିତ ସ୍ଥାନ ( Biosphere Reserve):
(i) ଏହାଦ୍ଵାରା ନିର୍ଦ୍ଦିଷ୍ଟ ଅଞ୍ଚଳର ଜୈବ ବିବିଧତା ଓ ସଂସ୍କୃତିର ସୁରକ୍ଷା ସମ୍ଭବ ହୋଇଥାଏ ।
(ii) ଓଡ଼ିଶାର ଶିମିଳିପାଳ ଭାରତର ଅଷ୍ଟମ ଜୀବମଣ୍ଡଳର ମାନ୍ୟତା ପାଇଛି ।

→ଉଦ୍ଭିଦ ସମୂହ ଓ ପ୍ରାଣୀକୁଳ (Flora and Fauna):
(i) ନିର୍ଦ୍ଦିଷ୍ଟ ଅଞ୍ଚଳରେ ରହୁଥ‌ିବା ଉଭିଦ ଓ ପ୍ରାଣୀଙ୍କୁ ସେହି ଅଞ୍ଚଳର ଉଭିଦ ସମୂହ ଓ ପ୍ରାଣୀକୁଳ କୁହାଯାଏ ।
(ii) ପଚମାରୀ ଜୀବମଣ୍ଡଳର ଉଭିଦସମୂହ – ଶାଳ, ସାଗୁଆନ, ଆମ୍ବ, ଜାମୁ, ଅର୍ଜୁନ, ଫର୍ଣଜାତୀୟ ଉଦ୍ଭଦ ଇତ୍ୟାଦି ।
ପଚମାରୀ ଜୀବମଣ୍ଡଳର ପ୍ରାଣୀକୁଳ – ହରିଣ, ନୀଳଗାଈ, ଚିତାବାଘ, ଜଙ୍ଗଲୀ କୁକୁର, ଗ‍ ଇତ୍ୟାଦି ।
(iii) ଶିମିଳିପାଳ ଅରଣ୍ୟର ଉଭିଦସମୂହ – ଶିମିଳି, ଅର୍ଜୁନ, ଅଶୋକ, ଜାମୁ, ଚମ୍ପା, ମହୁଲ, ପିଆଶାଳ, ଚିତ୍ରା (ଅର୍କିଡ୍) ଇତ୍ଯାଦି ।
ଶିମିଳିପାଳ ଅରଣ୍ୟର ପ୍ରାଣୀକୁଳ – ମହାବଳ ବାଘ, ହାତୀ, ଚିତାବାଘ, ହେଟା, ବାର୍‌ହା, ଗୟଳ, ସମ୍ବର, ହନୁମାଙ୍କଡ଼, ପାତିମାଙ୍କଡ଼, ବଜ୍ରକାପ୍ତା, ଅଜଗର ଓ ଅହିରାଜ, ନାଗ, ମୟୂର ଇତ୍ୟାଦି ।

BSE Odisha 8th Class Science Notes Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ

→ଏଣ୍ଡେମିକ୍ ପ୍ରଜାତିଗୁଡିକ (Endemic Species):
(i) ଉଭିଦ ଓ ପ୍ରାଣୀମାନଙ୍କର ଯେଉଁ ଜାତିଗୁଡ଼ିକ କେବଳ ଗୋଟିଏ ଜାଗାରେ ବାସକରନ୍ତି, ସେଗୁଡ଼ିକୁ ସେଠାକାର ସ୍ଥାନିକ ଜାତି (Endemic Species) କୁହାଯାଏ ।
(ii) ଏକ ନିର୍ଦ୍ଦିଷ୍ଟ ପ୍ରକାରର ପ୍ରାଣୀ କିମ୍ବା ଉଦ୍ଭଦ ଏକ ଅଞ୍ଚଳ, ରାଜ୍ୟ ବା ଦେଶପାଇଁ ସ୍ଥାନିକ ହୋଇଥା’ନ୍ତି ।
(iii) ପରସ୍ପର ମଧ୍ୟରେ ପ୍ରଜନନ କରି ପାରୁଥିବା ଗୋଟିଏ ଗୋଷ୍ଠୀର ସବୁ ଉଭିଦ କିମ୍ବା
(iv) ପରିସ୍ଥାନର ଅବକ୍ଷୟ, ଜନସଂଖ୍ୟା ବୃଦ୍ଧି ଓ ନୂତନ ଜାତିର ପ୍ରବେଶ ଯୋଗୁଁ ସ୍ଥାନିକ ଜାତିଗୁଡ଼ିକର ପ୍ରାକୃତିକ ବାସସ୍ଥଳୀ ପ୍ରଭାବିତ ହୋଇଥାଏ ।

→ଅଭୟାରଣ୍ୟ (Sanctuary):
(i) ବନ୍ୟଜନ୍ତୁମାନଙ୍କୁ ରକ୍ଷାକରିବା ଓ ଉପଯୁକ୍ତ ବାସସ୍ଥଳୀ ଯୋଗାଇଦେବା ପାଇଁ ଅଭୟାରଣ୍ୟ ରହିଥାଏ ।
(ii) ଅଭୟାରଣ୍ୟରେ କୌଣସି ପ୍ରାଣୀକୁ ଶିକାର କରିବା, ସେମାନଙ୍କୁ ଗୁଳିକରି ବା ଫାଶ ବସାଇ ଧରିବା ନିଷିଦ୍ଧ ଅଟେ ।
(iii) ଏହାର ରକ୍ଷଣାବେକ୍ଷଣ ଏବଂ ପରିଚାଳନା ସମ୍ପୃକ୍ତ ଜଙ୍ଗଲ ବିଭାଗର କର୍ତ୍ତୃତ୍ବାଧୀନ ଅଟେ ।
BSE Odisha 8th Class Science Notes Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ 5

→ଜାତୀୟ ଉଦ୍ୟାନ (National Park):
(i) ଜାତୀୟ ଉଦ୍ୟାନ ବେଶ୍ ବିଶାଳ ଏବଂ ଏହା ଅନେକ ପରିସଂସ୍ଥାକୁ ସୁରକ୍ଷା ଯୋଗାଇଥାଏ ।
(ii) ଭିତରକନିକା ଜାତୀୟ ଉଦ୍ୟାନରେ ପୃଥ‌ିବୀରେ ଦେଖାଯାଉଥ‌ିବା 72 ଜାତିର ଲୁଣା ଉଭିଦ ମଧ୍ୟରୁ 63 ଜାତିର ଲୁଣା ଉଭିଦ ଦେଖିବାକୁ ମିଳେ ।
(iii) ସାତପୁରା ଜାତୀୟ ଉଦ୍ୟାନ ହେଉଛି ଭାରତର ପ୍ରଥମ ସଂରକ୍ଷିତ ଜଙ୍ଗଲ । ଏଠାରେ ସବୁଠାରୁ ଉତ୍କୃଷ୍ଟ ଶାଗୁଆନ ଗଛ ଦେଖିବାକୁ ମିଳେ ।
BSE Odisha 8th Class Science Notes Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ 6

→ବ୍ୟାଘ୍ର ପ୍ରକଳ୍ପ :
(i) ଭାରତରେ ବାଘମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସରକାର ‘ବ୍ୟାଘ୍ର ପ୍ରକଳ୍ପ’ ହାତକୁ ନେଇଛନ୍ତି । ବାଘମାନଙ୍କୁ ବଞ୍ଚାଇରଖ୍ ତାଙ୍କର ବଂଶବୃଦ୍ଧି କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ।
(ii) ଯେଉଁ ପ୍ରାଣୀମାନଙ୍କର ସଂଖ୍ୟା କ୍ରମଶଃ କମି ସେମାନେ ବିଲୋପ ହେବାକୁ ବସିଲେଣି ସେଗୁଡ଼ିକୁ ବିପଦଗ୍ରସ୍ତ ପ୍ରାଣୀ କୁହାଯାଏ ।
(iii) ନିର୍ଦ୍ଧାରିତ ପ୍ରାକୃତିକ ପରିବେଶର ଅବକ୍ଷୟ ହେତୁ ପୃଥ‌ିବୀପୃଷ୍ଠରେ କେତେକ ଜୀବଜନ୍ତୁ ଆଉ ଦେଖାଯାଉ ନାହାନ୍ତି । ଏମାନଙ୍କୁ ବିଲୁପ୍ତ ଜାତି କୁହାଯାଏ ।

→ରେଡ୍ ଡାଟା ବୁକ୍ (Red Data Book) :
(i) ସମସ୍ତ ସଂକଟାପନ୍ନ ବା ବିପଦଗ୍ରସ୍ତ ପ୍ରାଣୀ ଓ ଉଦ୍ଭିଦମାନଙ୍କର ଅଭିଲେଖ ରେଡ୍ ଡାଟା ବୁକ୍‌ରେ ଲୋଖାଯାଉଛି ।
(ii) ଉଭିଦ, ପ୍ରାଣୀ ଓ ଅନ୍ୟ ଜାତିମାନଙ୍କ ପାଇଁ ଅଲଗା ଅଲଗା ରେଡ୍ ଡାଟା ବ୍ଲକ୍ ରହିଅଛି ।

→ବିପଦପୂର୍ଣ୍ଣ ଜୀବଜନ୍ତୁ (Endangered Animals):
ଯେଉଁ ପ୍ରାଣୀମାନଙ୍କ ସଂଖ୍ୟା କ୍ରମଶଃ ହ୍ରାସପାଇ ସେମାନେ ବିଲୋପ ହେବାକୁ ବସିଲେଣି ସେମାନଙ୍କୁ ବିପଦଗ୍ରସ୍ତ ପ୍ରାଣୀ କୁହାଯାଏ ।
ଉଦାହରଣ : ଭାରତୀୟ ଏକଶିଙ୍ଗିଆ ପ୍ରାଣୀ, ଏସୀୟ ସିଂହ, ବୃହତ୍ ଭାରତୀୟ ବଷ୍ଟାର୍ଡ଼ ।

→ବିଲୁପ୍ତ ପ୍ରଜାତିଗୁଡିକ (Extinct Species):
ଯେଉଁ ଜାତିର ପ୍ରାଣୀ ପୃଥ‌ିବୀପୃଷ୍ଠରୁ ଲୋପପାଇ ଯାଇଛନ୍ତି ସେଗୁଡ଼ିକୁ ବିଲୁପ୍ତ ଜାତି କୁହାଯାଏ ।

→ଜୀବ ବିଲୁପ୍ତିର କାରଣ :
ଜୀବର ଉପକାରିତା ଉପଲବଧୂ ନ କରି ଆମେ ଅନାୟାସରେ ସାପ, ବେଙ୍ଗ, ଝିଟିପିଟି, ବାଦୁଡ଼ି ଓ ପେଚାମାନଙ୍କୁ ମାରିଦେଉଛୁ । ସେମାନଙ୍କୁ ମାରି ଆମେ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ । କାରଣ ପରିସଂସ୍ଥାର ରକ୍ଷଣାବେକ୍ଷଣରେ ସେମାନଙ୍କ ଭୂମିକା ଅଧ୍ବକ । ଖାଦ୍ୟ ଶୃଙ୍ଖଳ ଓ ଖାଦ୍ୟଜାଲିର ସେମାନେ ଗୋଟିଏ ଗୋଟିଏ ଅଂଶ ।

BSE Odisha 8th Class Science Notes Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ

→ପରିବ୍ରଜନ (Migration ) :
(i) ବସବାସକରୁଥିବା ଅଞ୍ଚଳର ପାଗ ପ୍ରତିକୂଳ ହେଲେ ଅଣ୍ଡା ଦେବାପାଇଁ କେତେକ ପକ୍ଷୀ ଅନ୍ୟତ୍ର ଉଡ଼ିଯାଆନ୍ତି । ଏହାକୁ ପରିବ୍ରଜନ କୁହାଯାଏ ।
(ii) ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚିବାପାଇଁ ବହୁଦୂର ଅତିକ୍ରମ କରୁଥ‌ିବା ପକ୍ଷୀମାନଙ୍କୁ ପରିବ୍ରାଜକ ପକ୍ଷୀ (Migratory Birds) କୁହାଯାଏ ।
(iii) ଶୀତଦିନେ ସୁଦୂର ସାଇବେରିଆରୁ ଚିଲିକା ହ୍ରଦ ପର୍ଯ୍ୟନ୍ତ ପରିବ୍ରଜନରେ ପରିବ୍ରାଜକ ପକ୍ଷୀମାନେ ବହୁସଂଖ୍ୟାରେ ଆସିଥା’ନ୍ତି ।

→କାଗଜର ପୁନଶ୍ଚକ୍ରଣ (Recycling of Paper) :
(i) କାଗଜର ଅତ୍ୟଧିକ ବ୍ୟବହାର ଜଙ୍ଗଲ ଲୋପର ଅନ୍ୟତମ କାରଣ ଅଟେ ।
(ii) ଥରେ ବ୍ୟବହାର ହୋଇଥିବା କାଗଜର ପୁନଶ୍ଚକ୍ରଣ (Recycling)ଦ୍ୱାରା ଏହାକୁ 5 ରୁ 6 ଥର ବ୍ୟବହାର କରାଯାଇପାରିବ ।
(iii) କାଗଜ ବ୍ୟବହାର କମ୍ କରି, ଏହାକୁ ସଞ୍ଚୟ କରିବା ସଙ୍ଗେ ସଙ୍ଗେ ଏହାର ପୁନଃ ବ୍ୟବହାର ଏବଂ ପୁନଶ୍ଚକ୍ରଣ କରିବା ଆବ୍ୟକ ।

→ବୃକ୍ଷରୋପଣ (Reforestation):
(i) ଜଙ୍ଗଲ ଧ୍ଵଂସରୁ ରକ୍ଷାପାଇବା ପାଇଁ ପୁନଃବନୀକରଣ (Reforestation) ଆବଶ୍ୟକ ।
(ii) ଏବେ ବହୁ ପରିମାଣରେ ବିଭିନ୍ନ କାର୍ଯ୍ୟପାଇଁ ଜଙ୍ଗଲ ଧ୍ୱଂସ ହେଉଅଛି । ଭବିଷ୍ୟତର ସବୁଜ ଅରଣ୍ୟପାଇଁ ବୃକ୍ଷରୋପଣ ଏକମାତ୍ର ବିକଳ୍ପ ଅଟେ ।
(iii) ଜଙ୍ଗଲ ସଂରକ୍ଷଣ ଆଇନଦ୍ୱାରା ପ୍ରାକୃତିକ ଜଙ୍ଗଲର ସୁରକ୍ଷା ସମ୍ଭବପର ଅଟେ

→ବିଷୟଭିତ୍ତିକ ଶବ୍ଦାବଳୀ :

BSE Odisha 8th Class Science Notes Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ 8
BSE Odisha 8th Class Science Notes Chapter 7 ଉଭିଦ ଏବଂ ପ୍ରାଣୀମାନଙ୍କର ସଂରକ୍ଷଣ 9

BSE Odisha 7th Class Odia Solutions Chapter 20 ମୁକ୍ତିଯୋଦ୍ଧା ଜୟୀ ରାଜଗୁରୁ

Odisha State Board BSE Odisha 7th Class Odia Solutions Chapter 20 ମୁକ୍ତିଯୋଦ୍ଧା ଜୟୀ ରାଜଗୁରୁ Textbook Exercise Questions and Answers.

BSE Odisha Class 7 Odia Solutions Chapter 20 ମୁକ୍ତିଯୋଦ୍ଧା ଜୟୀ ରାଜଗୁରୁ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ।
(କ) ‘ମୁକ୍ତିଯୁଦ୍ଧର ପ୍ରଥମ ଯୋଦ୍ଧା’ ବୋଲି କାହାକୁ କୁହାଯାଇଛି ?
Answer:
ଖୋର୍ଦ୍ଧାର ରାଜା ମୁକୁନ୍ଦ ଦେବଙ୍କ ମୁଖ୍ୟ ପରାମର୍ଶଦାତା, ପ୍ରଧାନମନ୍ତ୍ରୀ, ରାଜ୍ୟର ବେବର୍ତ୍ତା, ରାଜ ପୁରୋହିତ,

(ଖ) ଜୟୀ ରାଜଗୁରୁ କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
ଜୟୀ ରାଜଗୁରୁ ୧୭୩୯ ମସିହା ଅକ୍ଟୋବର ମାସ ୨୯ ତାରିଖ ପବିତ୍ର ଅଁଳା ନବମୀ ତିଥିରେ ଶ୍ରୀକ୍ଷେତ୍ର

(ଗ) ସ୍ଵାଧୀନତା ସଂଗ୍ରାମରେ ଭାଗ ନେଇ କ’ଣ କରିବାକୁ ପଡୁଥିଲା ?
Answer:
ସ୍ଵାଧାନତା ସଂଗ୍ରାମରେ ଭାଗନେଇ ବିଦେଶା ଆକ୍ରମଣକାରାଙ୍କ ହାତରୁ ବେଶମାତୃକାକୁ ରକ୍ଷା କରିବାପାଇଁ ନିଜ ଜୀବନକୁ ବିସର୍ଜନ କରିବାକୁ ହେଉଥୁଲା, ନିଜ ଜୀବନଠାରୁ ଦେଶର ସ୍ବାଭିମାନକୁ ବଡ଼ ବୋଲି ଭାବିବାକୁ ହେଉଥୁଲା ଏବଂ ସମୟ ପଡ଼ିଲେ ହସି ହସି ମୃତ୍ୟୁବରଣ କରିବାକୁ ପଡୁଥିଲା ।

(ଘ) କିଏ ଶାସନ କରୁଥିବାବେଳେ ଇଂରେଜମାନେ ଓଡ଼ିଶାକୁ ଆଗମନ କରିଥିଲେ ?
Answer:
ମରହଟ୍ଟାମାନେ ଶାସନ କରୁଥିବାବେଳେ ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶାକୁ ଆଗମନ କରିଥିଲେ ।

(ଙ) ଜୟୀ ରାଜଗୁରୁଙ୍କ ପିଲାବେଳ କିପରି କଟିଥିଲା ?
Answer:
ଜୟୀ ରାଜଗୁରୁ ଥିଲେ ଜନ୍ମରୁ ବୀର । ଶୁଣାଯାଏ ଯେ କାଳିଆ ଘୋଡ଼ା ତାଙ୍କୁ ପିଣ୍ଡାତଳକୁ ଖସି ପଡ଼ିବାବେଳେ ଅଟକାଇ ଦେଇଥିଲା ଏବଂ ସେହିଦିନଠାରୁ ସେ କାଳିଆ ଘୋଡ଼ା ବେକରେ ଓହଳି ଖେଳିବାକୁ ଭଲ ପାଉଥିଲେ। ରକ୍ଷଣଶୀଳ ପରିବେଶରେ ବଢ଼ି, ପିଲାଦିନୁ ସେ ବାଲ୍ୟଶିକ୍ଷା ସହିତ ପାରମ୍ପରିକ ଶାସ୍ତ୍ରାଦିରେ ନିପୁଣତା ଅର୍ଜନ କରିଥିଲେ ।

(ଚ) ଇଂରେଜମାନେ ଜୟୀ ରାଜଗୁରୁଙ୍କୁ ସେନାଧ୍ୟକ୍ଷ ପଦରୁ ହଟାଇବା ପାଇଁ କି ପ୍ରକାରର ଯୋଜନା କରିଥିଲେ ?
Answer:
ଇଂରେଜମାନେ ଜୟୀ ରାଜଗୁରୁଙ୍କୁ ସେନାଧ୍ୟକ୍ଷ ପଦରୁ ହଟାଇବା ପାଇଁ ପ୍ରଥମେ ତାଙ୍କର ବିଶ୍ବସ୍ତ ଶମ୍ଭୁ ଭାରତୀଙ୍କୁ ବନ୍ଦୀ କଲେ । ପରବର୍ତୀ ସମୟରେ ଖୋର୍ଦ୍ଧା ରାଜାଙ୍କୁ ଜୟୀ ରାଜଗୁରୁଙ୍କୁ ସେନାଧ୍ୟକ୍ଷ ପଦରୁ ହଟାଇବାପାଇଁ ପ୍ରବର୍ତ୍ତାଇଲେ । ପୁନଶ୍ଚ ଇଂରେଜ ବିରୋଧୀ ଷଡ଼ଯନ୍ତ୍ରର ମୁଖ୍ୟ ନାୟକ ଭାବେ ଜୟୀଙ୍କ ବିରୁଦ୍ଧରେ ଗୁପ୍ତମନ୍ତ୍ରଣା କଲେ ଓ ଖଳନାୟକ, ସ୍ୱାର୍ଥପର, ଚୁଗୁଲିଆ, ତୋଷାମଦିଆମାନଙ୍କ ସହ କୁମନ୍ତ୍ରଣା ଜାରି ରଖୁଲେ ।

(ଛ) ଖୋର୍ଦ୍ଧାର ବରୁଣେଇ ପାହାଡ଼ କିପରି ସ୍ୱାଧୀନତା ସଂଗ୍ରାମର ମୂକସାକ୍ଷୀ ?
Answer:
ଖୋର୍ଦ୍ଧାର ବରୁଣେଇ ପାହାଡ଼ ନିକଟରେ ଥିବା ମୁକୁନ୍ଦ ପ୍ରସାଦ, ଜେମାଦେଇ, ପୋଡ଼ା ସାହି ଅଞ୍ଚଳରେ ସୈନ୍ୟ ଛାଉଣୀ ସଜାଇ ଇଂରେଜମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଥିଲେ । ମାତ୍ର ଜୟୀ ରାଜଗୁରୁଙ୍କର ଗରିଲାବାହିନୀ ସେଥ୍ୟପ୍ରତି ଭୃକ୍ଷେପ ନକରି, ପାହାଡ଼ ଉପରୁ ଅଗ୍ନିବର୍ଷା ପରି ଶର ନିକ୍ଷେପ କରି ଶହ ଶହ ଇଂରେଜ ସୈନ୍ୟଙ୍କୁ ଧରାଶାୟୀ କରିଥିଲେ । ଘମାଘୋଟ ଯୁଦ୍ଧରେ ବରୁଣେଇ ପାହାଡ଼ କମ୍ପିଉଠିଲା । ଖଣ୍ଡାୟତ ବୀରମାନେ ସିଂହପରି ଗର୍ଜନ କରି ଯୁଦ୍ଧକଲେ । ପାଇକମାନେ ଖଣ୍ଡା ତଲୁଆର ଧରି ଇଂରେଜମାନଙ୍କୁ ଆକ୍ରମଣ କଲେ । ଯେହେତୁ ଖୋର୍ଦ୍ଧାର ବରୁଣେଇ ପାହାଡ଼ ନିକଟରେ ଏହି ଯୁଦ୍ଧ ହୋଇଥିଲା, ସେଥ‌ିପାଇଁ ବରୁଣେଇ ପାହାଡ଼ ହିଁ ସ୍ଵାଧୀନତା ସଂଗ୍ରାମର ମୂକସାକ୍ଷୀ ଥିଲା ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ଜୟୀ ରାଜଗୁରୁଙ୍କୁ ମୁକ୍ତିଯୁଦ୍ଧର ପ୍ରଥମ ଯୋଦ୍ଧା ବୋଲି କାହିଁକି କୁହାଯାଇଛି ?
Answer:
୧୮୦୩ ମସିହାରେ ଇଂରେଜମାନେ ମରହଟ୍ଟା ଶାସନାଧୀନ ଓଡ଼ିଶାକୁ ଦଖଲ କଲାବେଳକୁ ଖୋର୍ଦ୍ଧା ଥିଲା ସ୍ଵାଧୀନ ରାଜ୍ୟ । ସେହି ରାଜ୍ୟର ରାଜା ମୁକୁନ୍ଦ ଦେବଙ୍କର ମୁଖ୍ୟ ପରାମର୍ଶଦାତା, ପ୍ରଧାନମନ୍ତ୍ରୀ, ପ୍ରଧାନ ସେନାପତି ଥିଲେ ଜୟୀ ରାଜଗୁରୁ । ସେ ପ୍ରଥମେ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ଇଂରେଜ ବିରୋଧୀ ଚେତନା ସୃଷ୍ଟି କରିଥିଲେ । ପରବର୍ତୀ ସମୟରେ ତାଙ୍କରି ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର, ତାପଙ୍ଗ ଦଳବେହେରା, ପିଣ୍ଡିକୀ ବାହୁ ବଳେନ୍ଦ୍ର, ଜୋରା ବିଶୋଇ, ଚକରା ବିଶୋଇ, ବୀର ସୁରେନ୍ଦ୍ର ସାଏ ପ୍ରମୁଖ ମୁକ୍ତି ସଂଗ୍ରାମକୁ ଆଗେଇ ନେଇଥିଲେ । ସୁତରାଂ ଜୟୀ ରାଜଗୁରୁ ହିଁ ଥିଲେ ମୁକ୍ତିଯୁଦ୍ଧର ପ୍ରଥମ ଯୋଦ୍ଧା ।

(ଖ) ଜୟୀ ରାଜଗୁରୁଙ୍କ ମାଆ ତାଙ୍କ ପୁଅ ପାଇଁ କି କି ସ୍ଵପ୍ନ ଦେଖୁଥିଲେ ?
ବିୟୋଗ ଘଟିଥିଲା । ଏହି ପରିପ୍ରେକ୍ଷୀରେ ଜୟୀ ରାଜଗୁରୁଙ୍କ ମାଆଙ୍କର ଇଚ୍ଛା ଥିଲା ଯେ ଜୟୀଙ୍କୁ ବିବାହ କରାଇ ଘରକୁ ବୋହୂଟିଏ ଆଣିଲେ, ତାଙ୍କର ଦୁଃଖ ଲାଘବ ହେବ । ପୁନଶ୍ଚ ମା’ଙ୍କ ଇଚ୍ଛା ଥିଲା ପିତାଙ୍କ ପରେ ଖୋର୍ଦ୍ଧା ରାଜାଙ୍କର ରାଜଗୁରୁ ପଦବୀରେ ଜୟୀ ଅଧ୍ୱଷ୍ଠିତ ହେବ । ପୁଅ ପାଇଁ ଜୟୀଙ୍କ ମା’ ଏହିଭଳି ସ୍ବପ୍ନ ଦେଖୁଥିଲେ ।

(ଘ) ଯୋଦ୍ଧାମାନେ କେତେ ଭାଗରେ ବିଭକ୍ତ ହୋଇଥିଲେ ଓ ସେମାନେ କେଉଁ କାର୍ଯ୍ୟ କରୁଥିଲେ ?
Answer:
ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବାପାଇଁ ସୈନ୍ୟମାନଙ୍କୁ ମୁଖ୍ୟତଃ ପଦାତିକ, ଅଶ୍ଵାରୋହୀ ଓ ଗଜାରୋହୀ ଭାଗରେ ବିଭକ୍ତ କରାଯାଇଥିଲା । ପୁନଶ୍ଚ କୁଶଳୀ ଯୋଦ୍ଧାମାନଙ୍କୁ ଜୟୀ ରାଜଗୁରୁ ଚାରିଭାଗରେ ବିଭକ୍ତ କରିଥିଲେ । ସେମାନେ ହେଲେ ପାହାଡ଼ୀ, ବାଣୁଆ, ଢେଙ୍କିଆ ଓ ଗରିଲା । ପାହାଡ଼ୀମାନେ ବଣ ପାହାଡ଼ରେ ଲୁଚିଛପି ଆକ୍ରମଣ କରୁଥିଲେ, ବାଣୁଆମାନେ ଖାର, ଗନ୍ଧକ, କୋଇଲା ଓ ଲୌହଗୁଣ୍ଡରେ ବାଣ ତିଆରି କରି ଆଗ୍ନେୟାସ୍ତ୍ର ପ୍ରୟୋଗରେ ଧୁରନ୍ଧର ଥିଲେ, ଢେଙ୍କିଆମାନେ ଖଣ୍ଡା, ତରୁଆଲ, ଢାଲ, ଧନୁଶର ସାହାଯ୍ୟରେ ଆକ୍ରମଣ କରୁଥିଲାବେଳେ ଗରିଲାମାନେ ପଛପଟୁ ଅତର୍କିତ ଆକ୍ରମଣ କରି ଉଭାନ ହୋଇଯାଉଥିଲେ । ଏହାଛଡ଼ା ସୈନ୍ୟମାନେ ଜଳଧର ବ୍ୟୁହ, ଚକ୍ରବ୍ୟୁହ, ଅର୍ଦ୍ଧଚକ୍ରବ୍ୟୁହ, ସୂଚ୍ୟବ୍ୟୁହ ଓ ସେନାଶାୟୀ ବ୍ୟୁହ ରଚନା କରି ଚକମା ଦେଖାଇବାରେ ଧୁରନ୍ଧର ଥିଲେ ।

(ଙ‍) ଜୟୀ ରାଜଗୁରୁଙ୍କ ସହ କେଉଁ କେଉଁ ଅଞ୍ଚଳର ଲୋକମାନେ ବିଦ୍ରୋହରେ ସାମିଲ ହେବାକୁ ହାତ ବଢ଼ାଇଥିଲେ ?
Answer:
ଜୟୀ ରାଜଗୁରୁ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିବାପାଇଁ ଆଗେଇ ଆସିଥିଲାବେଳେ ତାଙ୍କ ସହ କନିକା, କୁଜଙ୍ଗ, ବିଷ୍ଣୁପୁର ଓ ମରଚିପୁରର ରାଜାମାନେ ବିଦ୍ରୋହରେ ସାମିଲ ହେବାପାଇଁ ହାତ ବଢ଼ାଇଥିଲେ । ପୁନଶ୍ଚ ଜୟୀ ରାଜଗୁରୁ ଭୋନ୍‌ସଲା ଏକମତ ହୋଇଥିଲେ ।

(ଚ) ଖୋର୍ଦ୍ଧାଗଡ଼ରେ ଇଂରେଜମାନଙ୍କ ସମରସଜ୍ଜାର ପ୍ରଭାବ କିପରି ପଡ଼ିଥିଲା ?
Answer:
ଖୋର୍ଦ୍ଧାଗଡ଼ରେ ଇଂରେଜମାନଙ୍କ ସମରସଜ୍ଜା ଦେଖ୍ ଗାଁ ଗାଁରେ ଯୁବଶକ୍ତି, ପାଇକଶକ୍ତି, ଦଳେଇ, ଦଳବେହେରାମାନେ ଓ ଟୋକାଠାରୁ ବୁଢ଼ା ପର୍ଯ୍ୟନ୍ତ, ଝିଅ ବୋହୂଠାରୁ ଆରମ୍ଭକରି ବୁଢ଼ୀମାନଙ୍କ ମନରେ ବିଦ୍ରୋହର ଚମକ ସୃଷ୍ଟି ହୋଇଥିଲା । ସମସ୍ତେ ଉତ୍ତେଜିତ ହୋଇ ମାଟି ମାଆ ପାଇଁ ପ୍ରାଣବଳି ଦେବାକୁ ଅଣ୍ଟାଭିଡ଼ି ଆଗେଇ ଆସିଥିଲେ । ଶହ ଶହ ବୀର ଯବାନ ଓ ପାଇକ ଆଖଡ଼ାଦଳର ଭେଣ୍ଡିଆମାନେ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧବାଦ୍ୟ ବଜାଇ ବାହାରି ଆସିଲେ । ସମଗ୍ର ଖୋର୍ଦ୍ଧାମାଟି ତାତି ଉଠିଥିଲା ।

(ଛ) ଜୟୀ ରାଜଗୁରୁଙ୍କ ଶେଷ ଜୀବନ କିପରି କଟିଥିଲା ?
Answer:
ଇଂରେଜମାନେ ୧୮୦୪ ମସିହା ଡିସେମ୍ବର ମାସ ୫ ତାରିଖରେ ଦେଶଦ୍ରୋହୀଙ୍କ ସହାୟତାରେ ବରୁଣେଇ ଗଡ଼ ମଧ୍ଯରେ ପଶି ଜୟୀ ରାଜଗୁରୁଙ୍କୁ ବନ୍ଦୀ କଲେ । ତାଙ୍କୁ ବନ୍ଦୀକରି ବାରବାଟୀ ଦୁର୍ଗରେ ରଖିଲେ, ମାତ୍ର ଇଂରେଜ ଶାସକ ପୁନର୍ବାର ଭୟଭୀତ ହୋଇ ସେମାନଙ୍କୁ ମେଦିନିପୁର ପଠାଇଦେଲେ। ଶେଷରେ ବିଚାର ହୋଇ ୧୮୦୬ ମସିହା ଡିସେମ୍ବର ୬ ତାରିଖରେ ମେଦିନିପୁରର ବାଘୀ ତୋଟା ନାଳ ନିକଟ ପୁରୁଣା ବରଗଛ ଡାଳ ଦୁଇଟିରେ ମୃତ୍ୟୁଦଣ୍ଡ ଦେଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୩ ।
ପ୍ରାୟ ୮୦ ଶବ୍ଦ ମଧ୍ଯରେ ଉତ୍ତର ଲେଖ ।
(କ) ପୁରୀ ରାଜଦରବାରରେ ରାଜଗୁରୁ ହିସାବରେ ଜୟୀ ରାଜଗୁରୁଙ୍କ କାର୍ଯ୍ୟାବଳୀ ଲେଖ ।
Answer:
ୟୀ ରାଜଗୁରୁ ଥିଲେ ଖୋର୍ଦ୍ଧା ରାଜାଙ୍କର ରାଜ ପୁରୋହିତ, ମନ୍ତ୍ରୀ ଓ ସେନାଧ୍ୟକ୍ଷ । ଦିବ୍ୟସିଂହ ଦେବଙ୍କ ମୃତ୍ୟୁ ପରେ ତାଙ୍କର ନାବାଳକ ପୁତ୍ର ମୁକୁନ୍ଦ ଦେବ ଖୋର୍ଦ୍ଧା ରାଜସିଂହାସନରେ ଅଭିଷିକ୍ତ ହେଲେ । ଏହିପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶକୁ ରକ୍ଷା କରିବାପାଇଁ ଜୟୀ ରାଜଗୁରୁ ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼େଇ କରିଥିଲେ । ଜୟୀ ରାଜଗୁରୁ ଥିଲେ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ । ରାଜାଙ୍କ କୁଳପୁରୋହିତ ଭାବରେ ସେ ମନ୍ଦିର ପ୍ରଶାସନ ଦାୟିତ୍ଵ ନିଜ ହାତକୁ ନେଇଥିଲେ । ଚାରୋଟି ପ୍ରଗଣାରୁ ଖଜଣା ଆଦାୟ ପାଇଁ ଖୋର୍ଦ୍ଧାରାଜ୍ୟ ତରଫରୁ ସେ ସନନ୍ଦ ଜାରି କରିଥିଲେ ।

ଇଂରେଜମାନଙ୍କ ସହିତ ଯୁଦ୍ଧ କରିବା ସମୟରେ ସେ ସୁଡ଼ଙ୍ଗ ବାଟଦେଇ ମହାରାଜା ମୁକୁନ୍ଦଦେବଙ୍କୁ ପୁରୀର ଗଙ୍ଗାମାତ୍ରା ମଠକୁ ପଠାଇଦେଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭୋଗ, ନୀତିନିୟମ ପାଇଁ ମଠାଧୀଶ ନରୋତ୍ତମ ଦାସଙ୍କ ପାଖକୁ ଏକ ପତ୍ର ପ୍ରେରଣ କରିଥିଲେ । ଯୁଦ୍ଧ ସମୟରେ ମଧ୍ୟ ଜଗନ୍ନାଥଙ୍କର ପରମଭକ୍ତ ଓ ସେବକ ଭାବରେ, ମହାପ୍ରଭୁଙ୍କର ସେବାନିମିତ୍ତ ସେ ସଚେତନ ଥିଲେ । ସେ ମଧ୍ୟ ରାଜାଙ୍କୁ ଠାକୁରଙ୍କର ଚଳନ୍ତି ପ୍ରତିମା ବୋଲି ଭାବୁଥିଲେ ।

(ଖ) ଜୟୀ ରାଜଗୁରୁ ଜଣେ କୂଟନୀତିଜ୍ଞ, ତାହା ତାଙ୍କ ଜୀବନରୁ କିପରି ଜଣାପଡ଼େ ବୁଝାଇ ଲେଖ ।
Answer:
ଜୟୀ ରାଜଗୁରୁ ଖୋର୍ଦ୍ଧା ରାଜାଙ୍କର ରାଜଗୁରୁ ଥୁଲେ । ସେହି ସମୟରେ ଦିବ୍ୟସିଂହଦେବଙ୍କର ମୃତ୍ୟୁ ପରେ ତାଙ୍କର ନାବାଳକ ପୁତ୍ର ମୁକୁନ୍ଦ ଦେବ ଖୋର୍ଦ୍ଧା ସିଂହାସନରେ ଅଭିଷିକ୍ତ ହେଲେ । ନିଜର ଅଭିଜ୍ଞତା ଓ କୂଟନୀତି ବଳରେ ସେ ରାଜ୍ୟର ସମସ୍ତ ଦାୟିତ୍ଵ ନିଜ ମୁଣ୍ଡ ଉପରକୁ ନେଇଥିଲେ । ସେ ହୋଇଥିଲେ ମହାମନ୍ତ୍ରୀ, ସେନାଧ୍ୟକ୍ଷ, ପରାମର୍ଶଦାତା ଓ ବେବର୍ଷା । ରାଜା ନହୋଇ ମଧ୍ୟ ସେ ହୋଇଥିଲେ ମୁକୁଟବିହୀନ ସମ୍ରାଟ । ଦେଶକୁ ରକ୍ଷା କରିବାପାଇଁ ସେ କୂଟନୀତି ପ୍ରୟୋଗକରି ଇଂରେଜ ସେନାମାନଙ୍କ ମନରେ ଭୟ ସୃଷ୍ଟି କରିଥିଲେ । ଜୟୀ ରାଜଗୁରୁ ‘ଶମ୍ଭୁ ଭାରତୀ’ ନାମକ ଜଣେ ବିଶ୍ୱସ୍ତ ସନ୍ନ୍ୟାସୀଙ୍କୁ ସାଥୀକରି ଗାଁ ଗାଁରେ ବୁଲି ଲୋକଙ୍କୁ ମତାଇ, ଇଂରେଜ ବିରୋଧୀ ଜନମତ ସୃଷ୍ଟି କରିଥିଲେ । ଖୋର୍ଦ୍ଧା ରାଜ୍ୟର ଗ୍ରାମାଞ୍ଚଳରୁ ବଛା ବଛା ବୀର ଯୁବକମାନଙ୍କୁ ଆଣି ବରୁଣେଇ

ଗଡ଼ରେ ଯୁଦ୍ଧ ତାଲିମ ଦେଇ, ଦୁର୍ଘଷ ସେନାବାହିନୀ ଗଠନ କରିଥିଲେ । କନିକା, କୁଜଙ୍ଗ, ବିଷ୍ଣୁପର ଓ ମରଚିପୁରର ରାଜାମାନେ ବିଦ୍ରୋହରେ ସାମିଲ ହେବାପାଇଁ ତାଙ୍କ ସହ ହାତ ମିଳାଇଥିଲେ । ପୁନଶ୍ଚ ସେ ଚତୁରତାର ସହିତ ମରହଟ୍ଟାମାନଙ୍କଠାରୁ ସାହାଯ୍ୟ ପାଇଁ ନାଗପୁର ଭୋନ୍ସଲାଙ୍କ ସହିତ ଗୁପ୍ତ ମନ୍ତ୍ରଣା କରିଥିଲେ । ନିଶାର୍ଦ୍ଧ ରାତିରେ ସେ ସୁଡ଼ଙ୍ଗ ମଧ୍ୟରେ ଦୁଷ ସୈନ୍ୟମାନଙ୍କୁ ତାଲିମ ଦେଉଥିଲେ । ସମ୍ମୁଖ ସମର ନକରି କିପରି ପାହାଡ଼ୀ, ବାଣୁଆ, ଢେଙ୍କିଆ, ଗରିଲାମାନଙ୍କଦ୍ୱାରା ଇଂରେଜ ସୈନ୍ୟଙ୍କୁ ପରାସ୍ତ କରିବେ, ସେପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ପୁନଶ୍ଚ ଯୁଦ୍ଧ ସମୟରେ ସେ ଗଜପତିଙ୍କ ସୁରକ୍ଷା ପାଇଁ ଗୁପ୍ତସୁଡ଼ଙ୍ଗ ବାଟଦେଇ, ତାଙ୍କୁ ପୁରୀର ଗଙ୍ଗାମାତା ମଠକୁ ପଠାଇ ଦେଇଥିଲେ । ମହାପ୍ରଭୁଙ୍କର ନୀତିନିୟମ ପାଇଁ ମଠାଧୀଶ ନରୋତ୍ତମ ଦାସଙ୍କ ପାଖକୁ ପତ୍ର ପ୍ରେରଣ କରିଥିଲେ । ଏଥୁରୁ ଜଣାପଡ଼େ ଯେ ସେ ଜଣେ ବିଚକ୍ଷଣ କୂଟନୀତିଜ୍ଞ ଥିଲେ ।

Question ୪।
ପ୍ରାୟ ୧୫୦ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
ମହାନ୍ ଯୋଦ୍ଧାଭାବରେ ଜୟୀ ରାଜଗୁରୁଙ୍କର ଦେଶଭକ୍ତି ବର୍ଣ୍ଣନା କର ।
Answer:
ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ‘ମୁକ୍ତିଯୋଦ୍ଧା ଜୟୀ ରାଜଗୁରୁ’ଙ୍କ ଜୀବନୀମୂଳକ ଲେଖାରେ ଜୟୀ ରାଜଗୁରୁଙ୍କୁ ଭାରତୀୟ ମୁକ୍ତି ସଂଗ୍ରାମର ପ୍ରଥମ ଯୋଦ୍ଧା ଓ ଦେଶଭକ୍ତ ଭାବରେ ବର୍ଣ୍ଣନା କରିଛନ୍ତି । ଏଥ‌ିରେ ଜୟୀଙ୍କୁ ଅପୂର୍ବ ତ୍ୟାଗୀ, ସାହସୀ ଓ ମହାନ୍ ଯୋଦ୍ଧାଭାବରେ ପ୍ରମାଣିତ କରାଯାଇଛି ।
ଜୟୀ ଥିଲେ ପରମ ଦେଶଭକ୍ତ । ଦେଶ ଓ ଜାତିର ଉନ୍ନତି ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ତେଣୁ ବ୍ୟକ୍ତିଗତ ସୁଖ, ପାରିବାରିକ ଜଞ୍ଜାଳ ଭିତରେ ବାନ୍ଧିହେବାକୁ ସେ ଚାହିଁନଥିଲେ । ତାଙ୍କର ମା’ ତାଙ୍କୁ ବିବାହ ଦେଇ ବୋହୂଟିଏ ଆଣି ସୁଖରେ ରହିବେ ବୋଲି ଇଚ୍ଛା କରିଥିଲେ ବି ସେଥୁରେ ସେ ରାଜି ହୋଇ ନଥିଲେ । ଲେଖକ ଏହାକୁ ବର୍ଣନା କରି ଲେଖିଛନ୍ତି ‘ଯିଏ ନିଜ ଦେଶ ପାଇଁ, ଅତ୍ୟାଚାରୀ ବିଦେଶୀ ଶାସକମାନଙ୍କ ଦାଉରୁ ପ୍ରଜାମାନଙ୍କୁ ରକ୍ଷାକରିବାପାଇଁ ଅହରହ ଚିନ୍ତା କରୁଥିଲେ ସେ କ’ଣ ନିଜର ସୁଖ ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇପାରେ ?’ ଅର୍ଥାତ୍ ଦେଶଭକ୍ତ ବୀର ଜୟୀ ରାଜଗୁରୁ ନିଜର କର୍ତ୍ତବ୍ୟ ଓ ଦାୟିତ୍ବକୁ ଠିକ୍ ରୂପେ ସମ୍ପାଦନ କରିବାକୁ ଯାଇ ନିଜର ପାରିବାରିକ ଜୀବନ କଥା ଭୁଲିଯାଇ ସାରା ଜୀବନ ଅବିବାହିତ ରହି ଯାଇଥିଲେ ।

ଖୋର୍ଦ୍ଧା ଯେତେବେଳେ ଘଡ଼ିସନ୍ଧି ସମୟରେ ଉପସ୍ଥିତ ହୋଇଥିଲା, ସେତେବେଳେ ଦିବ୍ୟସିଂହ ଦେବଙ୍କର ମୃତ୍ୟୁ ପରେ ତାଙ୍କର ନାବାଳକ ପୁତ୍ର ମୁକୁନ୍ଦ ଦେବ ସିଂହାସନରେ ଅଭିଷିକ୍ତ ହୋଇଥିଲେ । ଜୟୀ ରାଜଗୁରୁ ରାଜ୍ୟର ସମସ୍ତ ଭାର ନିଜ ମୁଣ୍ଡ ଉପରକୁ ନେଇଥିଲେ । ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼େଇ କରି କିପରି ଦେଶକୁ ରକ୍ଷା କରିବେ ସେହି ଚିନ୍ତାରେ ସେ ବୁଡ଼ି ରହିଲେ । ଇଂରେଜମାନେ ସୈନ୍ୟସାମନ୍ତ ନେଇ ଖୋର୍ଦ୍ଧା ରାଜ୍ୟଦେଇ କଟକର ବାରବାଟୀ ଦୁର୍ଗକୁ ଦଖଲ କଲେ । ଇଂରେଜମାନଙ୍କ ବିଶ୍ୱାସଘାତକତାର ଦୃଢ଼ ଜବାବ ଦେବାକୁ ସେ ଗାଁ ଗାଁ ବୁଲି ଇଂରେଜ ବିରୋଧୀ ଜନମତ ସୃଷ୍ଟିକଲେ। ଗାଁର ପାଇକପୁଅ, ଖଣ୍ଡାୟତ ପୁଅ, ଯୋଦ୍ଧାମାନଙ୍କୁ ନେଇ ପାଇକମେଳି କଲେ । ପାଇକମାନଙ୍କ ନେତା ହୋଇ ସୈନ୍ୟମାନଙ୍କୁ ତାଲିମ ଦେଲେ । ଦୁଇ ହଜାର ସୈନ୍ୟଙ୍କୁ ନେଇ ହଠାତ୍ ସେ କଟକର ବାରବାଟୀ ଦୁର୍ଗକୁ ଘେରାଉ କଲେ । କର୍ଣ୍ଣେଲ ହାରକୋର୍ଟଙ୍କଠାରୁ ଚୁକ୍ତିପତ୍ର ଅନୁସାରେ ଏକଲକ୍ଷ ଟଙ୍କା ଓ ପ୍ରଗଣା ଦାବି କଲେ । କର୍ଣ୍ଣେଲ ବାଧ୍ୟହୋଇ ଚାଳିଶ ହଜାର ଟଙ୍କା ଦେବାରୁ, ତାହାକୁ ସେ ପାଇକମାନଙ୍କ ମଙ୍ଗଳ ପାଇଁ ଖର୍ଚ୍ଚକଲେ ଓ ଇଂରେଜ ଶାସକ ବିରୁଦ୍ଧରେ ଯୁଦ୍ଧ ପ୍ରସ୍ତୁତିରେ ଲାଗିପଡ଼ିଲେ ।

ଯୁଦ୍ଧରେ କିପରି ଇଂରେଜ ସୈନ୍ୟମାନଙ୍କୁ ପରାଜିତ କରିବେ, ସେଥ‌ିପାଇଁ ଯୋଦ୍ଧାମାନଙ୍କୁ ବିଭିନ୍ନ ବିଭାଗରେ ବିଭକ୍ତ କଲେ । ନିଶାର୍ଦ୍ଧ ରାତିରେ ସୁଡ଼ଙ୍ଗ ମଧ୍ୟରେ ରହି ଦୁର୍ବଷ୍ଟ ସୈନ୍ୟମାନଙ୍କୁ ତାଲିମ ଦେଲେ । ଇଂରେଜମାନେ ବରୁଣେଇ ପାହାଡ଼ ପାଖରେ ସମରସଜ୍ଜା କଲାବେଳେ, ସେ ତାହାକୁ ସମ୍ମୁଖୀନ ହେବାପାଇଁ ବିହିତ ବ୍ୟବସ୍ଥା କରିଥିଲେ । ସେ ଖୋର୍ଦ୍ଧା ମାଟିକୁ ଦେଶପ୍ରେମ ରୂପକ ବହ୍ନିରେ ତତାଇ ଦେଇଥିଲେ । ଯୁଦ୍ଧରେ ଶହ ଶହ ଇଂରେଜ ସୈନ୍ୟ ଧରାଶାୟୀ ହେଲେ । ମାଟି ମାଆକୁ ରକ୍ଷା କରିବାପାଇଁ ଓ ନିଜର ଭିଟାମାଟିର ସୁରକ୍ଷା ପାଇଁ ସେ ଲୋକମାନଙ୍କ ମନରେ ଉନ୍ମାଦନା ସୃଷ୍ଟି କଲେ ।

ଦେଶର ଜାତୀୟ ଦେବତା ଜଗନ୍ନାଥଙ୍କର ସେ ଥିଲେ ପରମଭକ୍ତ । ସେ ରାଜାଙ୍କୁ ଠାକୁରଙ୍କ ଚଳନ୍ତି ପ୍ରତିମା ବୋଲି ମନେକରୁଥିଲେ । ତେଣୁ ଯୁଦ୍ଧ ସମୟରେ ଠାକୁର ଓ ଠାକୁର ରାଜାଙ୍କ ସୁରକ୍ଷାପାଇଁ ସେ ଯତ୍ନବାନ୍ ହୋଇଥିଲେ । ଗଜପତିଙ୍କ ସୁରକ୍ଷା ପାଇଁ ଗୁପ୍ତ ସୁଡ଼ଙ୍ଗ ବାଟ ଦେଇ ମହାରାଜା ମୁକୁନ୍ଦ ଦେବଙ୍କୁ ପୁରୀର ଗଙ୍ଗାମାତା ମଠକୁ ପଠାଇ ଦେଇଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭୋଗ, ନୀତିନିୟମ ପାଇଁ ମଠାଧୀଶ ନରୋତ୍ତମ ଦାସଙ୍କ ପାଖକୁ ଏକ ପତ୍ର ପ୍ରେରଣ କରିଥିଲେ ।

ଦେଶଦ୍ରୋହୀମାନଙ୍କ ସହାୟତାରେ ଇଂରେଜମାନେ ଗଡ଼ ମଧ୍ୟକୁ ପ୍ରବେଶ କରି ଲୌହମାନବ ଜୟୀ ରାଜଗୁରୁଙ୍କ ଲୌହ ଶୃଙ୍ଖଳରେ ବନ୍ଦୀ କରିଥିଲେ । ଜୟୀ ରାଜଗୁରୁ ଜୀବନର ଶେଷ ପର୍ଯ୍ୟନ୍ତ ଠାକୁର ରାଜାଙ୍କର ବିରୋଧୀ ହୋଇନଥିଲେ କିମ୍ବା ତାଙ୍କ ବିରୁଦ୍ଧରେ ପଦେ ହେଲେ କହିନଥିଲେ । ବରଂ ସବୁଦୋଷ ନିଜ ଉପରକୁ ନେଇଯାଇ ସେ ଇଂରେଜମାନଙ୍କଦ୍ୱାରା ଦଣ୍ଡିତ ହୋଇଥିଲେ । ଦେଶପ୍ରେମୀ ଭାବରେ ଜୟୀ ଥିଲେ ସ୍ୱୟଂସମ୍ପୂର୍ଣ୍ଣ । ଦେଶ ଓ ଜାତିର ଆଦର୍ଶ ପୁରୁଷ ହେବାପାଇଁ ଯେଉଁ ତ୍ୟାଗ ଆବଶ୍ୟକ, ତାହା ବିପ୍ଳବୀ ବୀର ଜୟୀ ରାଜଗୁରୁଙ୍କଠାରେ ଦେଖିବାକୁ ମିଳିଥିଲା ।

ତୁମପାଇଁ କାମ :

  • ଜୟୀ ରାଜଗୁରୁଙ୍କ ସଂପର୍କରେ ଅନ୍ୟ କବି ଓ ଲେଖକଙ୍କ ଲେଖା ସଂଗ୍ରହ କରି ପଢ଼ ।
  • ବୀରେନ୍ଦ୍ର ମହାନ୍ତିଙ୍କ ଅନ୍ୟାନ୍ୟ ଶିଶୁ ସାହିତ୍ୟ ସଂଗ୍ରହ କରି ପଢ଼ ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
(କ) ଭାରତର ମୁକ୍ତି ସଂଗ୍ରାମ ସମ୍ପର୍କରେ ଇତିହାସ କ’ଣ କହେ ?
Answer:
ଭାରତର ମୁକ୍ତି ସଂଗ୍ରାମ ସମ୍ପର୍କରେ ଇତିହାସ କହେ ଯେ ଓଡ଼ିଶାରେ ହିଁ ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ଆରମ୍ଭ ହୋଇଥିଲା ।

(ଖ) କେଉଁମାନଙ୍କ ମଧ୍ୟରେ ବିପ୍ଳବୀ ଜୟୀ ରାଜଗୁରୁ ଅନ୍ୟତମ ?
Answer:
ଯେଉଁମାନେ ଦେଶ ପାଇଁ ଓ ଜାତି ପାଇଁ ବୀର ଭାବରେ ସମ୍ମୁଖ ସଂଗ୍ରାମ କରି ଦେଶମାତୃକାକୁ ବିଦେଶୀ ଆକ୍ରମଣକାରୀଙ୍କ ହାତରୁ ମୁକ୍ତ କରିବାପାଇଁ ନିଜ ଜୀବନକୁ ବିସର୍ଜନ କରିଥିଲେ, ସେହିମାନଙ୍କ ମଧ୍ୟରେ ବିପ୍ଳବୀ ଜୟୀ ରାଜଗୁରୁ ଅନ୍ୟତମ ।

(ଗ) କ’ଣ କରି ଇଂରେଜମାନେ ସାରା ଭାରତବର୍ଷକୁ ନିଜ ଅଧୀନକୁ ନେଇଥିଲେ ?
Answer:
ବିଶ୍ଵାସଘାତକ ଇଂରେଜମାନେ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରି ସାରା ଭାରତବର୍ଷକୁ ନିଜ ଅଧୀନକୁ ନେଇଥିଲେ ।

(ଘ) ଜୟୀ ରାଜଗୁରୁଙ୍କ ପରେ ଓଡ଼ିଶାର କେଉଁ ବୀରମାନେ ମୁକ୍ତି ସଂଗ୍ରାମକୁ ଆଗେଇ ନେଇଥିଲେ ?
Answer:
ଜୟୀ ରାଜଗୁରୁଙ୍କ ପରେ ଓଡ଼ିଶାରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର, ତାପଙ୍ଗ ଦଳବେହେରା, ପିଣ୍ଡିକୀ ବାହୁ ବଳେନ୍ଦ୍ର, ଜୋରା ବିଶୋଇ, ଚକରା ବିଶୋଇ, ବୀର ସୁରେନ୍ଦ୍ର ସାଏ ପ୍ରମୁଖ ବୀରମାନେ ମୁକ୍ତି ସଂଗ୍ରାମକୁ ଆଗେଇ ନେଇଥିଲେ ।

(ଙ‍) ଖୋର୍ଦ୍ଧା ରାଜାଙ୍କର ରାଜ ପୁରୋହିତ କିପରି ଜଣେ ସଚ୍ଚା ଦେଶଭକ୍ତ ଥିଲେ ?
Answer:
ଖୋର୍ଦ୍ଧା ରାଜାଙ୍କ ରାଜ ପୁରୋହିତ ଜୟୀ ରାଜଗୁରୁ ବୀର ଭାବରେ କେବେ ପଛଘୁଞ୍ଚା ଦେଇ ନଥିଲେ କିମ୍ବା ଜୀବନ ଭୟରେ ଦେଶର ସ୍ଵାଭିମାନକୁ ବଳି ଦେଇନଥିଲେ । ବରଂ ସଚ୍ଚା ଦେଶଭକ୍ତ ଭାବରେ ମାତୃଭୂମିକୁ ବିଦେଶୀ ଶତ୍ରୁମାନଙ୍କ କବଳରୁ ରକ୍ଷା କରିବାପାଇଁ ନିଜର ପ୍ରାଣବଳି ଦେଇଥିଲେ ।

(ଚ) ଜୟୀ ରାଜଗୁରୁ କେଉଁ ବଂଶରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ପିତାଙ୍କ ନାମ କ’ଣ ଥିଲା ?
Answer:
ଜୟୀ ରାଜଗୁରୁ ପଣ୍ଡିତ ଶ୍ରେଷ୍ଠ ଗଦାଧର ରାଜଗୁରୁଙ୍କ ବଂଶରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଚାନ୍ଦ ରାଜଗୁରୁ ।

(ଛ) ଜୟୀ କାହିଁକି ଖୋର୍ଦ୍ଧା ରାଜାଙ୍କୁ ପ୍ରଥମେ ସାକ୍ଷାତ କରିଥିଲେ ?
Answer:
ରାଜଗୁରୁ ପଦରେ ଅଭିଷିକ୍ତ ହେବା ପୂର୍ବରୁ ଜୟୀ ନିଜ ଗାଁ ପାଖ ଅଞ୍ଚଳରେ ବର୍ଗାମାନଙ୍କଦ୍ୱାରା ଅତ୍ୟାଚାରିତ ଓ ହିଂସାକାଣ୍ଡରେ ଅତିଷ୍ଠ ହୋଇ ପଡ଼ିଥିବା ଲୋକମାନଙ୍କୁ ସାହାଯ୍ୟ କରିବାପାଇଁ ନିଜେ ପ୍ରଥମେ ଖୋର୍ଦ୍ଧା ରାଜାଙ୍କୁ ସାକ୍ଷାତ କରିଥିଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୨।
ଜୟୀ ରାଜଗୁରୁ ଜନ୍ମରୁ ବୀର ଥିଲେ ବୋଲି କିପରି ଜଣାପଡ଼େ ? କିମ୍ବା, ରାଜଗୁରୁଙ୍କର ବାଲ୍ୟଜୀବନ ବିଷୟରେ ଲେଖ।
Answer:
ଜୟୀ ରାଜଗୁରୁଙ୍କର ସାହସିକତା ଓ ଦେଶଭକ୍ତି ପିଲାଟି ଦିନରୁ ଜଣାପଡ଼ିଥିଲା। କଥାରେ ଅଛି, “ ତୁଳସୀ ଦୁଇ ପତ୍ରରୁ ବାସେ ।” ପିଲାଦିନେ ଜୟୀ ଥରେ ଗୁରୁଣ୍ଡି ଗୁରୁଣ୍ଡି ପିଣ୍ଡା ତଳକୁ ଖସି ପଡ଼ିବାବେଳକୁ ଗୋଟିଏ କାଳିଆଘୋଡ଼ା ଆସି ତାଙ୍କୁ ଅଟକାଇ ଥିଲା। ଜୟୀ ନିର୍ଭୟରେ ଘୋଡ଼ା ବେକରେ ଥ‌ିବା ବେଲ୍ଟରେ ଓହଳି ପଡ଼ି ଖୁସି ହେଉଥିଲେ। ମନ୍ଦିରରୁ ଫେରି ତାଙ୍କ ପିତା ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହିଦିନଠାରୁ ସେ କାଳିଆଘୋଡ଼ା ସହିତ ଖେଳୁଥିଲେ। ପରବର୍ତୀ ସମୟରେ ଏହି ବିପ୍ଳବୀବୀର ଦେଶପାଇଁ କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ପାଦନ କରୁ କରୁ ନିଜର ବ୍ୟକ୍ତିଗତ ସୁଖ ସମୃଦ୍ଧିକୁ ତ୍ୟାଗ କରିଥିଲେ।

Question ୩ ।
“ ମୁକ୍ତିଯୁଦ୍ଧର ପ୍ରଥମ ଯୋଦ୍ଧା” ବୋଲି ଜୟୀ ରାଜଗୁରୁଙ୍କୁ କାହିଁକି କୁହାଯାଇଛି ?
Answer:
ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ଓଡ଼ିଶାରେ ହିଁ ଆରମ୍ଭ ହୋଇଥିଲା । ଇଂରେଜମାନେ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରି ଭାରତବର୍ଷକୁ ନିଜ ଅଧୀନକୁ ନେବାପରେ ଶେଷ ସ୍ଵାଧୀନ ଦେଶ ଓଡ଼ିଶାକୁ ଆସିଥିଲେ। ଖୋର୍ଦ୍ଧା ରାଜା ମୁକୁନ୍ଦଦେବଙ୍କର ମୁଖ୍ୟ ପରାମର୍ଶଦାତା, ପ୍ରଧାନମନ୍ତ୍ରୀ ତଥା ପ୍ରଧାନ ସେନାପତି ରାଜଗୁରୁ ପ୍ରଥମେ ଅତ୍ୟାଚାରୀ ସଂଗ୍ରାମ ଆରମ୍ଭ କରିଥିଲେ । ତାଙ୍କର ଅଗ୍ନିବର୍ଷା ଆହ୍ଵାନରେ ଗାଁ ଗାଁରେ ପାଇକ ପୁଅ, ଖଣ୍ଡାୟତ ପୁଅ, ବୀର ଯୋଦ୍ଧାମାନେ ମାତି ଉଠିଲେ। ‘ଶୁମ୍ଭୁ ଭାରତୀ’ ନାମକ ଜଣେ ସନ୍ନ୍ୟାସୀଙ୍କ ସହାୟତାରେ ବିଦ୍ରୋହ ପ୍ରବଳତର ହେଲା। ତାଙ୍କର ବଳିଷ୍ଠ ନେତୃତ୍ଵ ଓ ଯୁଦ୍ଧ ଦେହି ଡାକରାରେ କନିକା,

କୁଜଙ୍ଗ, ବିଷ୍ଣୁପୁର ଓ ମରଚିପୁରର ରାଜାମାନେ ମଧ୍ଯ ବିଦ୍ରୋହରେ ସାମିଲ ହେଲେ। ଗ୍ରାମାଞ୍ଚଳରୁ ବଛା ବଛା ଯୁବକମାନଙ୍କୁ ଆଣି ବରୁଣେଇ ଗଡ଼ରେ ଯୁଦ୍ଧ ତାଲିମ ଦିଆଗଲା। ସେନାପତି ରାଜଗୁରୁ ପାହାଡ଼ୀ, ବାଣୁଆ, ଢେଙ୍କିଆ ଓ ଗରିଲା ସେନାବିଭାଗ ଗଠନ କରି ଇଂରେଜମାନଙ୍କୁ ପ୍ରତିହତ କଲେ । ପରବର୍ତୀ ସମୟରେ ତାଙ୍କରି ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବକ୍ସି ଜଗବନ୍ଧୁ, ତାପଙ୍ଗ ଦଳବେହେରା, ପିଣ୍ଡିକୀ ବାହୁ ବଳେନ୍ଦ୍ର, ଚକରା ବିଶୋଇ ସୁରେନ୍ଦ୍ର ସାଏ ଇତ୍ୟାଦି ଦେଶଭକ୍ତ ବୀର ଭାରତର ମୁକ୍ତି ସଂଗ୍ରାମକୁ ଆଗେଇ ନେଇଥିଲେ। ତେଣୁ ରାଜଗୁରୁଙ୍କୁ ମୁକ୍ତିଯୁଦ୍ଧର ପ୍ରଥମ ଯୋଦ୍ଧା କହିବାରେ ଯଥାର୍ଥତା ଅଛି ।

Question ୪।
ଜୟୀରାଜଗୁରୁଙ୍କୁ ଇଂରେଜମାନେ କିପରି ହତ୍ୟା କରିଥିଲେ ?
Answer:
ଭାରତୀୟ ମୁକ୍ତିଯୁଦ୍ଧର ପ୍ରଥମ ଯୋଦ୍ଧା ଜୟୀରାଜଗୁରୁ ଜଣେ ଦୁର୍ଘର୍ଷ ସଂଗ୍ରାମୀ ଥିଲେ । ତାଙ୍କ ଡାକରାରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପାଇକମାନେ ସମ୍ମୁଖ ସଂଗ୍ରାମରେ ଅବତୀର୍ଥ ହେଲେ । ତାଙ୍କର ସମରସଜ୍ଜା, ସେନାବାହିନୀ ଗଠନ ଓ ଆକ୍ରମଣରେ ଇଂରେଜମାନେ ଡରିଗଲେ । ଚୁଗୁଲିଆଙ୍କୁ ହାତକରି କୌଶଳରେ ରାଜଗୁରୁଙ୍କୁ ଗୁପ୍ତପଥଦେଇ ରାତିଅଧରେ ବନ୍ଦୀକଲେ । ଠାକୁରରାଜାଙ୍କୁ ରକ୍ଷା କରିବାକୁ ରାଜଗୁରୁ ନିଜ ଉପରକୁ ସମସ୍ତ ଦୋଷ ନେଇଗଲେ। ୧୮୦୬ ମସିହା ଡିସେମ୍ବର ୬ ତାରିଖରେ ମେଦିନୀପୁରର ବାଘତୋଟା ନାଳ ନିକଟ ପୁରୁଣା ବରଗଛରେ ବାନ୍ଧି ତାଙ୍କୁ ଫାଶୀଦଣ୍ଡ ଦିଆଗଲା। ସେତେବେଳେ ସେଇ ତୋଟାର ପଶୁପକ୍ଷୀ, ବୃକ୍ଷଲତା ସବୁ ସତେଯେପରି ନିସ୍ତବ୍‌ଧ, ନୀରବ ହୋଇ ଯାଇଥିଲେ। ହସି ହସି ରାଜଗୁରୁ ଓଡ଼ିଶାର ଟେକପାଇଁ ପ୍ରାଣବଳି ଦେଲେ ସତ, କିନ୍ତୁ ଶତ୍ରୁର ବଶତା ସ୍ଵୀକାର କରି ନଥିଲେ। ସେଥ‌ିପାଇଁ କବି ଲେଖିଛନ୍ତି :

“ କୁଆଡ଼େ ବହି ଯାଉଛି କାଳ
ଗଲାଣି କଟି କେତେ ଶ’ ସାଲ,
ରହିଛି ଏବେ କଥା
ଜୁଇଆ ପଛେ ଜୀବନ ଦେଲା ନୁଆଁଇ ନାହିଁ ମଥା।”

Question ୫।
ଜୟୀରାଜଗୁରୁ ଯୋଦ୍ଧାମାନଙ୍କୁ କେତେ ଭାଗରେ ବିଭକ୍ତ କରାଇଥିଲେ ? କିମ୍ବା ଜୟୀରାଜଗୁରୁଙ୍କ ଯୋଦ୍ଧାମାନେ କେତେ ଭାଗରେ ବିଭକ୍ତ ହୋଇଥିଲେ ଓ ସେମାନେ କେଉଁ କାର୍ଯ୍ୟ କରୁଥିଲେ?
Answer:
ଜୟୀରାଜଗୁରୁଙ୍କର ସମରସଜ୍ଜା ବଳିଷ୍ଠ ଓ ଆକ୍ରମଣାତ୍ମକ ଥିଲା । ସେନ୍ୟମାନଙ୍କୁ ମୁଖ୍ୟତଃ ପଦାତିକ, ଅଶ୍ଵାରୋହୀ ଓ ଗଜାରୋହୀ ଭାବରେ ବିଭକ୍ତ କରାଯାଇଥିଲା। କୁଶଳୀ ଯୋଦ୍ଧାମାନେ ପାହଡ଼ୀ, ବାଣୁଆ, ଢେଙ୍କିଆ ଓ ଗରିଲା ନାମରେ ନାମିତ ଥିଲେ । ପାହାଡ଼ୀମାନେ ବଣପାହାଡ଼ରେ ଲୁଚିଛପି ଆକ୍ରମଣ କରୁଥିଲେ। ବାଣୁଆମାନେ ଖାର, ଗନ୍ଧକ, କୋଇଲା ଓ ଲୁହାଗୁଣ୍ଡରେ ବାଣତିଆରି କରି ଆଗ୍ନେୟାସ୍ତ୍ର ପ୍ରୟୋଗ କରୁଥିଲେ। ଢେଙ୍କିଆମାନେ ଖଣ୍ଡା, ତରୁଆଲ, ଢାଲ ଓ ଧନୁଶର ସାହାଯ୍ୟରେ ଆକ୍ରମଣ କରୁଥୁଲେ ଏବଂ ଗରିଲାମାନେ ପଛପଟୁ ଅତର୍କିତ ଆକ୍ରମଣ କରି ଉଭାନ ହୋଇ ଯାଉଥିଲେ। ତା’ ଛଡ଼ା ସୈନ୍ୟମାନେ ଜଳଧର ବ୍ୟୁହ, ଚକ୍ରବ୍ୟୁହ, ଅର୍ଦ୍ଧଚକ୍ରବ୍ୟୁହ, ସୂତ୍ୟବ୍ୟୁହ ଓ ସେନାଶ୍ରୟୀ ବ୍ୟୁହ ରଚନା କରି ଚକମା ଦେବାରେ ଧୁରନ୍ଧର ଥିଲେ।

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ଜୟୀ ରାଜଗୁରୁ କାହାକୁ ସାଥୀକରି ଗାଁ ଗାଁ ବୁଲି ଇଂରେଜ ବିରୋଧୀ ଜନମତ ସୃଷ୍ଟିକଲେ ଓ ଏହାର ଫଳ କ’ଣ ହେଲା ?
Answer:
ଜୟୀ ରାଜଗୁରୁ ‘ଶମ୍ଭୁ ଭାରତୀ’ ନାମକ ଜଣେ ସନ୍ନ୍ୟାସୀଙ୍କୁ ସାଥ୍‌ କରି ଗାଁ ଗାଁରେ ଲୋକଙ୍କୁ ମତାଇ ଇଂରେଜ ବିରୋଧୀ ଜନମତ ସୃଷ୍ଟି କଲେ। ଫଳରେ ଗାଁ ଗାଁରେ ପାଇକ୍ ପୁଅ, ଖଣ୍ଡାୟତ ପୁଅ, ବୀର, ଯୋଦ୍ଧାମାନେ ମାତି ଉଠିଲେ, ତାତି ଉଠିଲେ। ପାଇକମାନଙ୍କୁ ନେଇ ମେଳି ତିଆରି ହେଲା ।

Question ୨।
କିଏ ମେଳିର ମେଢ଼ି ହେଲେ ଓ ସେ କ’ଣ କଲେ ?
Answer:
ଜୟୀ ରାଜଗୁରୁ ମେଳିର ମେଢ଼ି ହେଲେ ଓ ସୈନ୍ୟମାନଙ୍କୁ ନେଇ ତାଲିମ ଦେଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୩।
ଜୟୀ ରାଜଗୁରୁ କେତେ ଜଣ ସୈନ୍ୟଙ୍କୁ ନେଇ ବାରବାଟୀ ଦୁର୍ଗକୁ ଘେରାଉ କରି କ’ଣ ଦାବି କରିଥିଲେ ?
Answer:
ଜୟୀ ରାଜଗୁରୁ ହଠାତ୍ ଦୁଇ ହଜାର ସୈନ୍ୟସାମନ୍ତଙ୍କୁ ନୈ କଟକ ବାରବାଟୀ ଦୁର୍ଗକୁ ଘେରାଉ କରି କର୍ଣ୍ଣେଲ ହାରକୋର୍ଟଙ୍କଠାରୁ ଚୁକ୍ତିପତ୍ର ଅନୁଯାୟୀ ଏକଲକ୍ଷ ଟଙ୍କା ଦାବି କଲେ।

Question ୪।
ଜୟୀ ରାଜଗୁରୁଙ୍କ ବାରବାଟୀ ଘେରାଭର ଫଳ କ’ଣ ହେଲା ?
Answer:
ବାରବାଟୀ ଘେରାଉ ଫଳରେ କର୍ଣ୍ଣେଲ ଭୟଭୀତ ହୋଇ ନଗଦ ଚାଳିଶ ହଜାର ଟଙ୍କା ପ୍ରଦାନ କଲେ। ମାତ୍ର ଚାରିଗୋଟି ପ୍ରଗଣା ଫେରସ୍ତ ପାଇଁ ରାଜି ହେଲେ ନାହିଁ ।

Question ୫।
ଜୟୀ ରାଜଗୁରୁ ଚାଳିଶ ହଜାର ଟଙ୍କା ଆଣି କ’ଣ କଲେ ?
Answer:
ଜୟୀ ରାଜଗୁରୁ ଚାଳିଶ ହଜାର ଟଙ୍କା ନେଇ ପାଇକମାନଙ୍କ ମଙ୍ଗଳ ପାଇଁ ଖର୍ଚ୍ଚ କଲେ ଓ ଇଂରେଜ ଶାସକ ରାଜ୍ୟର ଗ୍ରାମାଞ୍ଚଳରୁ ବଛା ବଛା ବୀର ଯୁବକମାନଙ୍କୁ ଆଣି ବରୁଣେଇ ଖୋର୍ଦ୍ଧା ଗଡ଼ରେ ଯୁଦ୍ଧ ତାଲିମ ପ୍ରଦାନ କରାଗଲା।

Question ୬।
କେଉଁ ରାଜାମାନେ ବିଦ୍ରୋହରେ ସାମିଲ ହେବାପାଇଁ ହାତ ବଢ଼ାଇଲେ ?
Answer:
କନିକା, କୁଜଙ୍ଗ, ବିଷ୍ଣୁପୁର ଓ ମରଚିପୁର ରାଜାମାନେ ସାମିଲ ହେବାପାଇଁ ହାତ ପଢ଼ାଇଲେ।

Question ୭।
ଜୟୀ ଦୁର୍ଦ୍ଦଷ ସୈନ୍ୟମାନଙ୍କୁ କେଉଁଠାରେ ତାଲିମ ଦେଉଥିଲେ ?
Answer:
ଜୟୀ ନିଶାର୍ଦ୍ଧ ରାତିରେ ସୁଡ଼ଙ୍ଗ ମଧ୍ଯରେ ଦୁର୍ଦ୍ଦଷ ସୈନ୍ୟମାନଙ୍କୁ ତାଲିମ ଦେଉଥିଲେ ।

Question ୮।
ଜୟୀ ସୈନ୍ୟବାହିନୀକୁ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରିଥିଲେ ଓ କ’ଣ କ’ଣ ?
Answer:
ଜୟୀ ସୈନ୍ୟବାହିନୀକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରିଥିଲେ । ସେମାନେ ହେଲେ ପଦାତିକ, ଅଶ୍ଵାରୋହୀ ଓ ଗଜାରୋହୀ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୯।
ଜୟୀ ରାଜଗୁରୁ ବିଭିନ୍ନ କୁଶଳୀ ଯୋଦ୍ଧାମାନଙ୍କୁ କେତେ ଭାଗରେ ବିଭକ୍ତ କରିଥିଲେ ଓ କ’ଣ କ’ଣ ?
Answer:
ଜୟୀ ରାଜଗୁରୁ ବିଭିନ୍ନ କୁଶଳୀ ଯୋଦ୍ଧାମାନଙ୍କୁ ନେଇ ଚାରି ଭାଗରେ ବିଭକ୍ତ କରିଥିଲେ। ପାହାଡ଼ୀ, ବାଣୁଆ, ଢେଙ୍କିଆ, ଗରିଲା ବିଭାଗରେ ମୋଟ ପନ୍ଦର ହଜାର ସୈନ୍ୟ ପ୍ରସ୍ତୁତ ହୋଇଥିଲେ ।

Question ୧୦।
ପାହାଡ଼ୀମାନେ କେଉଁ କାର୍ଯ୍ୟ କରୁଥିଲେ ?
Answer:
ପାହାଡ଼ୀମାନେ ବଣ ପାହାଡ଼ରେ ଲୁଚି ଛପି ଶତ୍ରୁକୁ ଆକ୍ରମଣ କରୁଥିଲେ।

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର

Question ୧।
ଜୟୀ ରାଜଗୁରୁ ଖୋର୍ଦ୍ଧା ରାଜାଙ୍କୁ କାହିଁକି ସାକ୍ଷାତ କଲେ ?
(କ) ତାଙ୍କୁ ରାଜାଙ୍କ ପୁରୋହିତ ପଦରେ ଅଭିଷିକ୍ତ କରିବାପାଇଁ
(ଖ) ତାଙ୍କୁ କିଛି ଭୂମି ଦେବାପାଇଁ
(ଗ) ବର୍ଗା ଆକ୍ରମଣରେ ଅତିଷ୍ଠ ହୋଇପଡୁଥିବା ଜନସାଧାରଣଙ୍କୁ ସାହାଯ୍ୟ କରିବାପାଇଁ
(ଘ) ଇଂରେଜମାନଙ୍କ ଉପରେ ଆକ୍ରମଣ କରିବାପାଇଁ
Answer:
(ଗ) ବର୍ଗା ଆକ୍ରମଣରେ ଅତିଷ୍ଠ ହୋଇପଡୁଥିବା ଜନସାଧାରଣଙ୍କୁ ସାହାଯ୍ୟ କରିବାପାଇଁ

Question ୨।
କେଉଁ ମସିହାରେ ମରହଟ୍ଟା ଶାସନାଧୀନ ଓଡ଼ିଶା ଇଂରେଜମାନଙ୍କ ଅଧିକାରକୁ ଆସିଲା ?
(କ) ୧୮୦୫
(ଖ) ୧୮୦୪
(ଗ) ୧୮୦୩
(ଘ) ୧୭୩ ୫
Answer:
(ଗ) ୧୮୦୩

Question ୩।
ଯେଉଁ ସମୟରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ ସେତେବେଳେ ଖୋର୍ଦ୍ଧା ରାଜସିଂହାସନରେ କିଏ ଅଭିଷିକ୍ତ ହେଲେ ?
(କ) ନରସିଂହ ଦେବ
(ଖ) ଭାନୁ ଦେବ
(ଗ) ଜୟା ରାଜଗୁରୁ
(ଘ) ବାର ସୁରେନ୍ଦ୍ର ସାଏ
Answer:
(ଘ) ବାର ସୁରେନ୍ଦ୍ର ସାଏ

Question ୪।
ମୁକୁଟବିହୀନ ସମ୍ରାଟ କାହାକୁ କୁହାଯାଏ ?
(କ) ବକ୍ସି ଜଗବନ୍ଧୁଙ୍କୁ
(ଖ) ଜୟୀ ରାଜଗୁରୁଙ୍କୁ
(ଗ) ପିଣ୍ଡିକୀ ବାହୁବଳେନ୍ଦ୍ରଙ୍କୁ
(ଘ) ବୀର ସୁରେନ୍ଦ୍ର ସାଏ
Answer:
(ଖ) ଜୟୀ ରାଜଗୁରୁଙ୍କୁ

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୫।
ଜୟୀ ରାଜଗୁରୁ କାହା ସାହାଯ୍ୟରେ ଇଂରେଜ ବିରୋଧୀ ଜନମତ ଗାଁ ଗାଁରେ ସୃଷ୍ଟି କରିଥିଲେ ?
(କ) ଚକରା ବିଶୋଇ
(ଖ) ଦୋରା ବିଶୋଇ
(ଗ) ଶମ୍ଭୁ ଭାରତୀ
(ଘ) ତାପଙ୍ଗ ଦଳବେହେରା
Answer:
(ଗ) ଶମ୍ଭୁ ଭାରତୀ

Question ୬।
ଜୟୀ ରାଜଗୁରୁ ବୀର ଯୁବକମାନଙ୍କୁ କେଉଁଠାରେ ତାଲିମ ଦେଉଥିଲେ ?
(କ) ତାପଙ୍ଗ ଗଡ଼ରେ
(ଖ) ବରୁଣେଇ ଗଡ଼ରେ
(ଗ) ଚୁଡ଼ଙ୍ଗ ଗଡ଼ରେ
(ଘ) ଶିଶୁପାଳ ଗଡ଼ରେ
Answer:
(ଖ) ବରୁଣେଇ ଗଡ଼ରେ

Question ୭।
ଜୟୀ ରାଜଗୁରୁ ମରହଟ୍ଟାମାନଙ୍କ ସାହାଯ୍ୟ ପାଇଁ କାହା ସହିତ ଗୁପ୍ତମନ୍ତ୍ରଣା କରିଥିଲେ ?
(କ) ଚୁନାର ଗଡ଼ ରାଜାଙ୍କ ସହିତ
(ଖ) ଛତିଶଗଡ଼ ରାଜାଙ୍କ ସହିତ
(ଗ) ରୋହିଲାଗଡ଼ ରାଜାଙ୍କ ସହିତ
(ଘ) ନାଗପୁର ଭୋନ୍‌ସଲାଙ୍କ ସହିତ
Answer:
(ଘ) ନାଗପୁର ଭୋନ୍‌ସଲାଙ୍କ ସହିତ

Question ୮।
ଜୟୀ ରାଜଗୁରୁ ସେନାବାହିନୀକୁ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରିଥିଲେ ?
(କ) ଦୁଇ
(ଖ) ତିନି
(ଗ) ଚାରି
(ଘ) ପାଞ୍ଚ
Answer:
(ଖ) ତିନି

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୯।
କେଉଁ ମସିହାରେ ଇଂରେଜ ସେନା ଖୋର୍ଦ୍ଧାଗଡ଼ ଆକ୍ରମଣ କରିଥିଲେ ?
(କ) ୧୯୦୪
(ଖ) ୧୯୦୩
(ଗ) ୧୮୦୩
(ଘ) ୧୮୦୪
Answer:
(ଘ) ୧୮୦୪

Question ୧୦।
ଇଂରେଜମାନଙ୍କ ଖୋର୍ଦ୍ଧାଗଡ଼ ଆକ୍ରମଣର ନେତୃତ୍ବ କିଏ ନେଇଥିଲେ ?
(କ) ମେଜର ଇମ୍ପୋ
(ଖ) ମେଜର କମ୍ବର୍ଲି
(ଗ) ମେଜର ଫ୍ଲେଚର
(ଘ) କର୍ଣ୍ଣେଲ ହାରକୋର୍ଟ
Answer:
(ଗ) ମେଜର ଫ୍ଲେଚର

ଲେଖକ ପରିଚୟ :

ସାହିତ୍ୟିକ । ଶିଶୁ ମନସ୍ତତ୍ତ୍ଵକୁ ଦୃଷ୍ଟିରେ ରଖ୍ ସେ ଅନେକ କବିତା, ଗଳ୍ପ, ପ୍ରବନ୍ଧ, ଜୀବନୀ ଇତ୍ୟାଦି ଲେଖୁଛନ୍ତି । ତାଙ୍କର ସାରସ୍ଵତ ସାଧନା ପାଇଁ ସେ ଓଡ଼ିଶା କରିଛନ୍ତି । ସେ ହିନ୍ଦୀ ଓ ଇଂରାଜୀ ଭାଷାରେ ମଧ୍ୟ ପିଲାମାନଙ୍କ ପାଇଁ କବିତା ଓ ଗଳ୍ପ ସ୍ତରରେ ମର୍ଯ୍ୟାଦା ଲାଭ କରିଛନ୍ତି।

ଲେଖା ଓ ଲେଖକ :

ଶ୍ରୀଯୁକ୍ତ ବୀରେନ୍ଦ୍ର ମହାନ୍ତି ‘ଥୁକୁଲୁ ଥୁକୁଲୁ ଥା’ କବିତା ଗ୍ରନ୍ଥ ପାଇଁ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ସେହିପରି ‘ଶିଶୁ ହସିଲେ ଦୁନିଆ ହସେ’ ପୁସ୍ତକର ହିନ୍ଦୀ ଅନୁବାଦ ପାଇଁ ସେ ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । ‘ଦି ଗ୍ରୀଡ଼ି କ୍ୟାଟ୍ ଆଣ୍ଡ ଅନ୍ଦର ଷ୍ଟୋରଜ୍’ ତାଙ୍କଦ୍ୱାରା ରଚିତ ଇଂରାଜା ଗୱି ସଙ୍କଳନା ସମାବାସ୍ ଠେକୁଆ’, ‘ଅଜା ଦିନେ ମନକଥା କହିଲେ’ ଗଳ୍ପ ପୁସ୍ତକ; ‘ଏଇ ମୋର ପ୍ରିୟ ଜନମଭୂଇଁ’, ‘ଠିଆପୁଚି ନାରଙ୍ଗ’ କବିତା ପୁସ୍ତକ; ‘ଜୟୀ ରାଜଗୁରୁ’,  କେଳୁଚରଣ ମହାପାତ୍ରଙ୍କ ଜୀବନୀ’ ତାଙ୍କଦ୍ୱାରା ରଚିତ କେତୋଟି ବିଶିଷ୍ଟ ରଚନା । ଆଲୋଚ୍ୟ ଜୀବନୀମୂଳକ ଲେଖା ‘ମୁକ୍ତି ଯୋଦ୍ଧା ଜୟୀ ରାଜଗୁରୁ’ରେ, ଜୟୀ ରାଜଗୁରୁଙ୍କୁ ଅପୂର୍ବ ସାହସୀ, ସ୍ବଦେଶ-ପ୍ରେମୀ, ବୀର ଓ ଦକ୍ଷ ସଙ୍ଗଠକ ଭାବେ ବର୍ଣ୍ଣନା କରାଯାଇଛି ।

ବିଷୟବସ୍ତୁର ସାରକଥା :

(୧) ସଂଗ୍ରାମୀ ମଣିଷ:
ଭାରତର ସ୍ଵାଧୀନତା ସଂଗ୍ରାମ ଇତିହାସରେ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର । ଓଡ଼ିଶାରୁ ହିଁ ପ୍ରଥମେ ସ୍ଵାଧୀନତା ସଂଗ୍ରାମର ଧ୍ଵନି ନିନାଦିତ ହୋଇଥିଲା । ଓଡ଼ିଆମାନେ ନିଜର ଦେଶ ପାଇଁ, ମାତୃଭୂମି ପାଇଁ ହସି ହସି ପ୍ରାଣବଳି ଦେଇଥିଲେ । ସେମାନେ ନିଜର ଦେଶମାତୃକାକୁ ବିଦେଶୀମାନଙ୍କ ଆକ୍ରମଣରୁ ରକ୍ଷା କରିବାପାଇଁ ପ୍ରଥମେ ଚେଷ୍ଟା କରିଥିଲେ । ସେମାନେ ଥିଲେ ସଚ୍ଚା ସଂଗ୍ରାମୀ ମଣିଷ । ନିଜ ଅପେକ୍ଷା ସେମାନେ ଦେଶର ସ୍ବାଭିମାନକୁ ବଡ଼ ବୋଲି ବିଚାରୁଥିଲେ । ଦେଶ ପାଇଁ ଫାଶୀଦଣ୍ଡ ପାଇଲେ ମଧ୍ୟ ସେମାନେ ଭୟଭୀତ ହେଉନଥିଲେ । ସେହିଭଳି ଜଣେ ପରମ ଦେଶଭକ୍ତ ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ମୁକ୍ତିଯୋଦ୍ଧା ଜୟୀ ରାଜଗୁରୁ । ସେ ଦେଶର ସ୍ଵାଧୀନତା ସଂଗ୍ରାମର ଅନନ୍ୟ ଉଦାହରଣ ଓ ଅଲିଭା ଦୀପଶିଖା ।

(୨) ଅନ୍ୟତମ ସଂଗ୍ରାମୀ ବୀର:
ଇଂରେଜମାନେ ଥିଲେ ବିଶ୍ଵାସଘାତକ । ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଗଠନ କରି ସେମାନେ ଆସିଥିଲେ ଭାରତକୁ ବ୍ୟବସାୟ କରିବାପାଇଁ । ମାତ୍ର ଅତି ଚତୁରତାର ସହିତ ସେମାନେ ଭାରତକୁ ଖଣ୍ଡ ଖଣ୍ଡ କରି ନିଜ ଅଧୀନକୁ ନେଇଗଲେ । ଶେଷରେ ସେମାନଙ୍କର ଆଖ୍ୟାପଡ଼ିଲା ଓଡ଼ିଶା ଉପରେ । ଓଡ଼ିଶାକୁ ସେମାନେ ଅତ୍‌କାର କରିବାକୁ ଚେଷ୍ଟାକଲେ । ଓଡ଼ିଶାରେ ସେତେବେଳକୁ ମରହଟ୍ଟାମାନେ ରାଜୁତି କରୁଥା’ନ୍ତି । ହାଇଦରାବାଦର ନିଜାମ୍, ମହୀଶୂରର ଟିପ୍ପସୁଲତାନ, ପଞ୍ଜାବର ଶିଖ୍ ସଙ୍ଗଠନ ପ୍ରଭୃତି ଇଂରେଜମାନଙ୍କଦ୍ୱାରା ପ୍ରଚଳିତ ଆଦେଶକୁ ପ୍ରତିହତ କରିବାପାଇଁ ନିଜ ନିଜ
ଭିତରେ ଉଦ୍ୟମ ଜାରି ରଖିଥିଲେ । ସେହିଭଳି ଓଡ଼ିଶାରେ ପ୍ରଥମ ଉଦ୍ୟମ କରିଥିଲେ ଖୋର୍ଦ୍ଧା ରାଜା ମୁକୁନ୍ଦ ଦେବଙ୍କ ମୁଖ୍ୟ

ପରାମର୍ଶଦାତା ପ୍ରଧାନମନ୍ତ୍ରୀ, ରାଜ୍ୟର ବେବର୍ଷା ଜୟୀ ରାଜଗୁରୁ । ସେ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବାର ଚେତନା ସୃଷ୍ଟି କରିଥିଲେ । ତାଙ୍କଦ୍ୱାରା ପ୍ରଭାବିତ ହୋଇ ପରବର୍ତ୍ତୀ ସମୟରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର, ତାପଙ୍ଗ ଦଳବେହରା, ପିଣ୍ଡିକୀ ବାହୁ ବଳେନ୍ଦ୍ର, ଜୋରା ବିଶୋଇ, ଚକରା ବିଶୋଇ, ବୀର ସୁରେନ୍ଦ୍ର ସାଏ ଆଦି ବୀରମାନେ ମୁକ୍ତି ସଂଗ୍ରାମକୁ ଆଗେଇ ନେବାରେ ସହଯୋଗ କରିଥିଲେ ।

(୩) ସଚ୍ଚା ଦେଶଭକ୍ତ: ଉତ୍କଳମଣି ଗୋପବନ୍ଧୁ ଲେଖୁଛନ୍ତି

‘ପଛଘୁଞ୍ଚା ନାହିଁ ବୀରର ଜାତକେ,
ନମରେ ସେ କେବେ ପରାଣ ଆତଙ୍କ ।’’

ପ୍ରକୃତରେ ଯେଉଁମାନେ ସଜା ଦେଶଭକ୍ତ, ସେମାନେ କେବେହେଲେ ଯୁଦ୍ଧକ୍ଷେତ୍ରରେ ପଛଘୁଞ୍ଚା ଦିଅନ୍ତି ନାହିଁ । ସେମାନେ ନିଜ ଜୀବନ ଭୟରେ ଦେଶର ସ୍ୱାଭିମାନକୁ କେତେବେଳେ ହେଲେ ବଳି ଦିଅନ୍ତି ନାହିଁ । ସେହିଭଳି ସଚ୍ଚା ଦେଶଭକ୍ତ ଥିଲେ ଖୋର୍ଦ୍ଧା ରାଜାଙ୍କର ରାଜପୁରୋହିତ, ସେନାଧ୍ୟକ୍ଷ ଜୟୀ ରାଜଗୁରୁ । ସେ ନିଜର ଜନ୍ମଭୂମିକୁ ବିଦେଶୀମାନଙ୍କ କବଳରୁ ମୁକ୍ତି କରିବାପାଇଁ ପ୍ରାଣବଳି ଦେଇଥିଲେ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

(୪) ମୁକ୍ତି ସଂଗ୍ରାମର ପ୍ରଥମ ନାୟକ:
ଜୟୀ ରାଜଗୁରୁ ଥିଲେ ମୁକ୍ତି ସଂଗ୍ରାମର ପ୍ରଥମ ନାୟକ । ସେ ଥିଲେ ଜନ୍ମରୁ ବୀର । ପଣ୍ଡିତ ଶ୍ରେଷ୍ଠ ଗଦାଧର ରାଜଗୁରୁଙ୍କ ବଂଶରେ ସେ ଜନ୍ମଗ୍ରହଣ କରିଥିଲେ । ନିଜର ପାଣ୍ଡିତ୍ୟ ଓ ବୀରତ୍ଵ ବଳରେ ସେ ଭାରତବର୍ଷରେ ହୋଇଥିଲେ ପରିଚିତ । ସେହି ବୀରଶ୍ରେଷ୍ଠ, ସ୍ଵାଧୀନତା ପ୍ରେମୀ ଜୟୀ ରାଜଗୁରୁ ୧୭୩୯ ଖ୍ରୀ.ଅ. ଅକ୍ଟୋବର ମାସ ୨୯ ତାରିଖ ପବିତ୍ର ଅଁଳା ନବମୀ ତିଥିରେ ଶ୍ରୀକ୍ଷେତ୍ର ନିକଟସ୍ଥ ବୀର ହରେକୃଷ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

(୫) ତୁଳସୀ ଦୁଇପତ୍ରରୁ ବାସେ :
ଯିଏ ଯାହା, ତାହାର ପରିଚୟ ପିଲାଦିନରୁ ହିଁ ମିଳିଥାଏ । ଜୟୀ ରାଜଗୁରୁ ଯେ ଜଣେ ସଜା ବୀର, ଦେଶଭକ୍ତ ଓ ସ୍ଵାଧୀନତା ସଂଗ୍ରାମୀ ହୋଇ ଇତିହାସରେ ନାଁ ରଖିବେ, ତାହାର ପରିଚୟ ପିଲାଦିନରୁ ହିଁ ମିଳିଥିଲା । ପିଲାଦିନେ ଜୟୀ ଗୁରୁଣ୍ଡି ଗୁରୁଣ୍ଡି ପିଣ୍ଡାକୁ ଚାଲି ଆସିଲେ । ହଠାତ୍‌ ପିଣ୍ଡାତଳକୁ ଖସିପଡ଼ିବାବେଳେ କାଳିଆ ଘୋଡ଼ା ଆସି ବୀରବାଳକ ଜୟୀଙ୍କୁ ଅଟକାଇ ଦେଇଥିଲା । ସେହି ସୁଯୋଗରେ ଘୋଡ଼ାର ବେକରେ ଥ‌ିବା ବେଲ୍ଟ ଧରି ଜୟୀ ଓହଳି ପଡ଼ି ଖୁସି ହୋଇଥିଲେ । ଏହି ସମୟରେ ତାଙ୍କର ପିତା ମନ୍ଦିରରୁ ପୂଜାସାରି ଫେରୁଥିଲେ । ପୁଅ କାଳିଆ ଘୋଡ଼ା ବେକରେ ଥ‌ିବା ବେଲ୍ଟ ଧରି ଖେଳୁଥ‌ିବାର ଦେଖୁ ସେ ଆଶ୍ଚର୍ଯ୍ୟ ହୋଇଥିଲେ । ସେହିଦିନଠାରୁ ସେ କାଳିଆ ଘୋଡ଼ା ସହିତ ଖେଳିବାକୁ ଆଗ୍ରହ ପ୍ରକାଶ କରିଥିଲେ । ରକ୍ଷଣଶୀଳ ପରିବେଶ ମଧ୍ୟରେ ରହି ଜୟୀ ବାଲ୍ୟଶିକ୍ଷା ଓ ପାରମ୍ପରିକ ଶିକ୍ଷାରେ ନିପୁଣତା ହାସଲ କରିଥିଲେ ।

(୬) ଅବିବାହିତ ରହି ଦେଶସେବା କଲେ:
ଜୟୀ ରାଜଗୁରୁଙ୍କର ପିତା ଥିଲେ ଚାନ୍ଦ ରାଜଗୁରୁ । ସେ ରାଜଗୁରୁ ପଦରେ ଅଧୃଷ୍ଠିତ ଥ‌ିବା ସମୟରେ, ତାଙ୍କର ଅକାଳ ବିୟୋଗ ହୋଇଥିଲା । ଜୟୀଙ୍କ ମାତା ଭାବିଥିଲେ, ପୁଅକୁ ବିବାହ ଦେଇ ବୋହୂଟିଏ ଆଣି ଘରେ ସୁଖରେ ରହିବେ । ମାତ୍ର ଜୟୀ ସେଥ୍ୟପ୍ରତି କର୍ଣ୍ଣପାତ କଲେ ନାହିଁ । କାରଣ ସେ ସବୁବେଳେ ଦେଶର ସୁରକ୍ଷା ଓ ଇଂରେଜ ଶାସକଙ୍କୁ କିପରି ବିତାଡ଼ିତ କରିବେ ସେହି ଚିନ୍ତାରେ ରହିଥିଲେ । ଖୋର୍ଦ୍ଧାର ରାଜା ଜୟୀଙ୍କ ପାଖକୁ ବାରମ୍ବାର ଖବର ପଠାଉଥିଲେ । ଜୟୀ ସେଥ୍ୟପ୍ରତି ବିଶେଷ ନଜର ଦେଉନଥିଲେ । ଥରେ ସେହି ପାଖ ଅଞ୍ଚଳର ଲୋକେ ବର୍ଗୀମାନଙ୍କଦ୍ୱାରା ଅତ୍ୟାଚାରିତ ହେଲେ ।

ସେହି ସମସ୍ୟାର ସମାଧାନ ପାଇଁ ସେ ପହଞ୍ଚିଲେ ଖୋର୍ଦ୍ଧା ରାଜାଙ୍କ ନିକଟରେ । ସେଠାରେ ପହଞ୍ଚିବା ପରେ ଜୟୀ ରାଜଗୁରୁ ପଦରେ ଅଭିଷିକ୍ତ ହେଲେ । ଜୟୀଙ୍କର ଥିଲା ବିଚକ୍ଷଣ ବୁଦ୍ଧି, ଅପୂର୍ବ ଦେଶପ୍ରୀତି । ତାଙ୍କର ଭକ୍ତି, ସାହସ ଓ ଶକ୍ତିକୁ ଦେଖ୍ ଖୋର୍ଦ୍ଧାର ରାଜା ତାଙ୍କୁ ରାଜ୍ୟର ପ୍ରଧାନମନ୍ତ୍ରୀ, ମୁଖ୍ୟ ପରାମର୍ଶଦାତା, ସେନାଧ୍ୟକ୍ଷ ଏବଂ ରାଜ୍ୟର ମୁଖ୍ୟ ବେବର୍ତ୍ତା ରୂପେ ଅବସ୍ଥାପିତ କଲେ । ଏହି ବିପ୍ଳବୀ ବୀର ସବୁବେଳେ ଦେଶକଥାହିଁ ଭାବୁଥିଲେ । ଦେଶ ପାଇଁ କର୍ତ୍ତବ୍ୟ କରିବାକୁ ଯାଇ ସେ ନିଜର ପାରିବାରିକ ଜୀବନ କଥା ଭୁଲିଗଲେ । ସେ ସାରାଜୀବନ ଅବିବାହିତ ରହି ଦେଶର ସେବା କରିବାପାଇଁ ଇଚ୍ଛା ପ୍ରକାଶ କରିଥିଲେ।

(୭) ମୁକୁଟ ବିହୀନ ସମ୍ରାଟ :
୧୮୦୩ ମସିହାରେ ଇଂରେଜମାନେ ମରହଟ୍ଟା ଶାସନାଧୀନ ଓଡ଼ିଶାକୁ ଅଧିକାର କଲେ । ସେତେବେଳକୁ ଖୋର୍ଦ୍ଧା ଥିଲା ସ୍ବାଧୀନ ରାଜ୍ୟ । ଏହିପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜା ଦିବ୍ୟସିଂହ ଦେବଙ୍କର ମୃତ୍ୟୁ ହେଲା । ତାଙ୍କର ନାବାଳକ ପୁତ୍ର ମୁକୁନ୍ଦ ଦେବଙ୍କୁ ଖୋର୍ଦ୍ଧା ରାଜସିଂହାସନରେ ଅଭିଷିକ୍ତ କରାଗଲା । ରାଜ୍ୟର ସମସ୍ତ ଦାୟିତ୍ଵ ବହନ କଲେ ଜୟୀ ରାଜଗୁରୁ । ଅଭିଜ୍ଞ, ଦକ୍ଷ ରାଜନୀତିଜ୍ଞ, କୁଶଳୀ କୂଟନୀତିଜ୍ଞ, ସେନାଧ୍ୟକ୍ଷ, ମହାମନ୍ତ୍ରୀ ଓ ମୁଖ୍ୟ ପରାମର୍ଶଦାତା ଓ ବେବର୍ତ୍ତା ଭାବରେ ସମଗ୍ର ରାଜ୍ୟର ଚିନ୍ତା ତାଙ୍କ ମୁଣ୍ଡ ଉପରେ ଲଦି ହୋଇପଡ଼ିଲା । ସେ ମୁକୁଟ ନ ପିନ୍ଧି ମଧ୍ୟ ସମଗ୍ର ରାଜ୍ୟର ସୁଖଶାନ୍ତି କଥା ଚିନ୍ତାକଲେ । ସେ ହେଲେ ମୁକୁଟ ବିହୀନ ସମ୍ରାଟ ।

(୮) ଇଂରେଜ ବିରୋଧୀ ଜନମତ ସୃଷ୍ଟି:
ଇଂରେଜମାନେ ଖୋର୍ଦ୍ଧା ରାଜ୍ୟଦେଇ ସୈନ୍ୟସାମନ୍ତ ନେଇ କଟକର ଦଖଲ କଲେ । ଇଂରେଜମାନଙ୍କ ବିଶ୍ୱାସଘାତକତାରେ ଜୟୀଙ୍କର ମନ ବିଦ୍ରୋହ କରିଉଠିଲା । ସେ ଇଂରେଜ ବିରୋଧୀ ଜନମତ ସୃଷ୍ଟି କରିବାର ଯୋଜନା କଲେ । ସେ ‘ଶମ୍ଭୁ ଭାରତୀ’ ନାମକ ଜଣେ ସନ୍ନ୍ୟାସୀଙ୍କୁ ସାଥ୍‌ରେ ଧରି ଗାଁ ଗାଁରେ ଜନମତ ସୃଷ୍ଟିକଲେ । ଗାଁର ପାଇକ ପୁଅ, ଖଣ୍ଡାୟତ ପୁଅ, ବୀର ଓ ଯୋଦ୍ଧାମାନେ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିବାପାଇଁ ଆଗେଇ ଆସିଲେ । ପ୍ରଜାମାନଙ୍କ ମଧ୍ୟରେ ମେଳି ସୃଷ୍ଟି ହେଲା । ଜୟୀ ରାଜଗୁରୁ ମେଢ଼ି ହୋଇ ବୀର ଯୋଦ୍ଧାମାନଙ୍କୁ ତାଲିମ ଦେଲେ ।

ସେ ଦୁଇହଜାର ସୈନ୍ୟସାମନ୍ତଙ୍କୁ ନେଇ ହଠାତ୍ କଟକର ବାରବାଟୀ ଦୁର୍ଗକୁ ଘେରାଉ କଲେ। ଦୁର୍ଗ ମଧ୍ୟରେ କର୍ଣ୍ଣେଲ ହାରକୋର୍ଟ ଏଭଳି ଅତର୍କିତ ଆକ୍ରମଣରେ ଭୟଭୀତ ହୋଇପଡ଼ିଲେ। ଜୟୀ ରାଜଗୁରୁ, କଣ୍ଢେଲଙ୍କ ନିକଟରେ ଚୁକ୍ତିପତ୍ର ଅନୁଯାୟୀ ଏକଲକ୍ଷ ଟଙ୍କା ଦାବିକଲେ। କର୍ଣ୍ଣେଲ ବାଧ୍ୟହୋଇ ଜୟୀଙ୍କୁ ନଗଦ ଚାଳିଶ ହଜାର ଟଙ୍କା ଦେଲେ, କିନ୍ତୁ ଚୁକ୍ତି ଅନୁସାରେ ଚାରିଗୋଟି ପ୍ରଗାଣ ଫେରାଇବାପାଇଁ ରାଜିହେଲେ ନାହିଁ। ରାଜଗୁରୁ ସେହି ଟଙ୍କାକୁ ପାଇକମାନଙ୍କର ମଙ୍ଗଳ ପାଇଁ ଖର୍ଚ୍ଚକଲେ ଏବଂ ଇଂରେଜ ଶାସକମାନଙ୍କ ବିରୁଦ୍ଧରେ ଯୁଦ୍ଧ ପ୍ରସ୍ତୁତିରେ ଲାଗିପଡ଼ିଲ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

(୯) ଜୟୀଙ୍କର ସମରସଜ୍ଜା:
ଇଂରେଜ ଶାସକଙ୍କ ବିରୁଦ୍ଧରେ କିପରି ଯୁଦ୍ଧ କରିବେ, ସେଥ‌ିପାଇଁ ଜୟୀ ନୂତନ ସମରସଜ୍ଜା ତିଆରି କଲେ । ସେ ବରୁଣେଇ ଗଡ଼ ମଧ୍ଯରେ ମଧ୍ୟରେ ରହି ସୈନ୍ୟମାନଙ୍କୁ ତାଲିମ ଦେଲେ । ସୈନ୍ୟମାନଙ୍କୁ ସେ ତିନିଭାଗରେ ବିଭକ୍ତ କଲେ । ସେଗୁଡ଼ିକ ହେଲା ପଦାତିକ, ଅଶ୍ଵାରୋହୀ ଓ ଗଜାରୋହୀ । ପୁନଶ୍ଚ ସେ କୁଶଳୀ ଯୋଦ୍ଧାମାନଙ୍କୁ ନେଇ ଚାରିଭାଗରେ ବିଭକ୍ତ କଲେ । ପାହାଡ଼ୀ, ବାଣୁଆ, ଢେଙ୍କିଆ, ଗରିଲା ବିଭାଗରେ ମୋଟ ପନ୍ଦର ହଜାର ସୈନ୍ୟ ପ୍ରସ୍ତୁତ ହୋଇ ରହିଲେ । ପାହାଡ଼ୀମାନେ ବଣପାହାଡ଼ରେ ଲୁଚିଛପି ଶତ୍ରୁଙ୍କୁ ଆକ୍ରମଣ କରୁଥିଲେ। ବାଣୁଆମାନେ ଖାର, ଗନ୍ଧକ, କୋଇଲା ଓ ଲୌହଗୁଣ୍ଡରେ ବାଣ ତିଆରି କରି ଆଗ୍ନେୟାସ୍ତ୍ର ପ୍ରୟୋଗରେ ପାରଙ୍ଗମ ଥିଲେ । ଢେଙ୍କିଆମାନେ ଖଣ୍ଡା, ତରୁଆଲ, ଢାଲ, ଧନୁଶର ସାହାଯ୍ୟରେ ଆକ୍ରମଣ କରିବାପାଇଁ ପ୍ରସ୍ତୁତ ହୋଇ ରହିଲେ । ଗରିଲାମାନେ ପଛପଟୁ ଅତର୍କିତ ଆକ୍ରମଣ କରି ଉଭାନ୍ ହୋଇ ଯାଉଥିଲେ । ଏହାବ୍ୟତୀତ ସୈନ୍ୟମାନେ ଜଳଧରବ୍ୟୁହ, ଚକ୍ରବ୍ୟୁହ, ଅର୍ଦ୍ଧଚକ୍ରବୁହ୍ୟ, ସୂଚ୍ୟବ୍ୟୁହ ଓ ସେନାଶାୟୀ ବ୍ୟୁହ ରଚନା କରି ଇଂରେଜ ସୈନ୍ୟମାନଙ୍କୁ ବ୍ୟତିବସ୍ତ କରି ପକାଉଥିଲେ।

(୧୦) ଜୟୀ ରାଜଗୁରୁଙ୍କ ବିରୋଧରେ ଷଡ଼ଯନ୍ତ୍ର:
ଜୟୀ ରାଜଗୁରୁ ଥିଲେ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ । ସେ ରାଜାଙ୍କ କୁଳପୁରୋହିତ ଭାବରେ ମନ୍ଦିରର ପ୍ରଶାସକ ଦାୟିତ୍ଵ ନିଜ ହାତକୁ ନେଲେ । ଚାରୋଟି ପ୍ରଗଣାରୁ ଖଜଣା ଆଦାୟ କରିବାପାଇଁ ସନନ୍ଦ ଜାରି କଲେ । ଖୋର୍ଦ୍ଧା ସେନାବାହିନୀ ପକ୍ଷରୁ ସେହିସବୁ ପ୍ରଗଣାଗୁଡ଼ିକ ଆକ୍ରମଣ କରାଗଲା । ଏହି ସମୟରେ ଇଂରେଜମାନେ ଜୟୀ ରାଜଗୁରୁଙ୍କର ବିଶ୍ବସ୍ତ ଶମ୍ଭୁ ଭାରତୀଙ୍କୁ ବନ୍ଦୀକଲେ । ଜୟୀ ରାଜଗୁରୁଙ୍କୁ ସେନାଧ୍ୟକ୍ଷ ପଦରୁ ହଟାଇବା ପାଇଁ ଖୋର୍ଦ୍ଧା ରାଜାଙ୍କୁ ପ୍ରବର୍ତ୍ତାଇଲେ । ଜୟୀଙ୍କୁ ଇଂରେଜ ବିରୋଧୀ ଷଡ଼ଯନ୍ତ୍ରର ମୁଖ୍ୟ ନାୟକ ଭାବରେ ଅଭିଯୁକ୍ତ କରାଯାଇ ତାଙ୍କ ବିରୋଧରେ ମନ୍ତ୍ରଣା କରାଗଲା । ଇଂରେଜ ଶାସକ ଖଳନାୟକ, ସ୍ବାର୍ଥପର, ଚୁଗୁଲିଆ, ତୋଷାମଦିଆଙ୍କ ସହିତ କୁମନ୍ତ୍ରଣା ଜାରି ରଖୁ ।

(୧୧) ଜୟୀଙ୍କର ଅତର୍କିତ ଆକ୍ରମଣ:
ଜୟୀଙ୍କ ବିରୋଧରେ ଇଂରେଜମାନେ ଯେତେପ୍ରକାର ଗୁପ୍ତମନ୍ତ୍ରଣା କଲେ ମଧ୍ୟ ସେ କୌଣସିଥରେ ଡରି ନଥିଲେ । ବରଂ ସେ ପିପିଲି ଡେଲାଙ୍ଗ ମଝିରାସ୍ତାରେ ଇଂରେଜ ସୈନ୍ୟମାନଙ୍କୁ ଅତର୍କିତ ଆକ୍ରମଣ କରି ବହୁ ଇଂରେଜ ସୈନ୍ୟଙ୍କୁ ହତ୍ୟାକଲେ । ବହୁ ପରିମାଣରେ ଗୁଳିଗୋଳା ବନ୍ଧୁକ ଆଦି ଆଧୁନିକ ଅସ୍ତ୍ରଶସ୍ତ୍ର ଅକ୍ତିଆର କରିଆଣିଲେ । ଇଂରେଜମାନଙ୍କର ଶୋଚନୀୟ ପରାଜୟ ହେଲା । ଏହି ପରିପ୍ରେକ୍ଷୀରେ କର୍ଣ୍ଣେଲ ହାରକୋର୍ଟ ମାନ୍ଦ୍ରାଜ ଓ କଲିକତାରୁ ଦକ୍ଷ ସୈନ୍ୟମାନଙ୍କ ସହ ମେଜର ଫ୍ଲେଚରଙ୍କୁ ଡକାଇ ପଠାଇଲେ । ୧୮୦୪ ମସିହା ନଭେମ୍ବର ମାସରେ ମେଜର ଫ୍ଲେଚରଙ୍କ ନେତୃତ୍ୱରେ ଇଂରେଜ ସୈନ୍ୟମାନେ ଖୋର୍ଦ୍ଧାଗଡ଼ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଲେ । ଚାରିଆଡ଼େ ବାଜିଉଠିଲା ବୀରବାଦ୍ୟ ।

ଇଂରେଜମାନେ ବରୁଣେଇ ଗଡ଼ତଳେ ଥିବା ମୁକୁନ୍ଦ ପ୍ରସାଦ, ଜେମାଦେଇ, ପୋଡ଼ାସାହି ଆଦି ଅଞ୍ଚଳରେ ସୈନ୍ୟଛାଉଣୀ ପକାଇଲେ । ସେମାନେ ଯୁଦ୍ଧପାଇଁ ପ୍ରସ୍ତୁତ ହେଲେ । ମାତ୍ର ଖୋର୍ଦ୍ଧାବାସୀ ଇଂରେଜଙ୍କର ସୈନ୍ୟମାନଙ୍କୁ ଖାତିର କଲେ ନାହିଁ । ଗରିଲାବାହିନୀ ବରୁଣେଇ ପାହାଡ଼ ଉପରୁ ଅଗ୍ନିବର୍ଷା ପରି ଶର ନିକ୍ଷେପ କଲେ । ଏଥିରେ ଶହ ଶହ ଇଂରେଜ ସୈନ୍ୟ ନିହତ ହେଲେ । ତିନିଦିନ ଧରି ବରୁଣେଇ ଅବରୋଧ ହେଲା । ଗଡ଼ର ଭେଦ ଇଂରେଜମାନେ ପାଇପାରିଲେ ନାହିଁ । ଘମାଘୋଟ ଯୁଦ୍ଧରେ ଗଗନ ପବନ ମୁଖରିତ ହେଲା । ମାଟି ମା’ର ମର୍ଯ୍ୟାଦା ରକ୍ଷା କରିବାପାଇଁ ଓ ନିଜର ଭିଟାମାଟିକୁ ସୁରକ୍ଷିତ କରିବାପାଇଁ ଖୋର୍ଦ୍ଧାବାସୀ ଅପୂର୍ବ ବୀରତ୍ଵ ସହକାରେ ସଂଗ୍ରାମ ଚଳାଇଲେ । ଖଣ୍ଡା ତରୁଆଲ ଧରି ଖୋର୍ଦ୍ଧାର ପାଇକମାନେ ଇଂରେଜ ସୈନ୍ୟଙ୍କ ଉପରେ ସିଂହ ପରି ମାଡ଼ି ଚାଲିଲେ ।

କେଉଁ ପଟରୁ ଆକ୍ରମଣ ହେଉଛି, ସେ ବିଷୟରେ ଇଂରେଜ ସେନାମାନେ ଠିକ୍ ରୂପେ ଜାଣିପାରିଲେ ନାହିଁ । ଏଣେ ସେନାଧ୍ୟକ୍ଷ ରାଜଗୁରୁ ସୁଢ଼ଙ୍ଗ ମଧ୍ୟରେ ରହି ବ୍ୟୁହ ରଚନା କରିବାରେ ଲାଗିପଡ଼ିଲେ । ଗଜପତିଙ୍କୁ ଗୁପ୍ତ ସୁଢ଼ଙ୍ଗ ବାଟ ଦେଇ ପୁରୀର ଗଙ୍ଗାମାତା ମଠକୁ ପଠାଇଦେଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭୋଗ, ନୀତିନିୟମ ପାଇଁ ମଠାଧୀଶ ନରୋତ୍ତମ ଦାସଙ୍କ ପାଖକୁ ପତ୍ର ପ୍ରେରଣ କଲେ । ଯୁଦ୍ଧର ଦୁନ୍ଦୁଭି ବାଜୁଥିଲାବେଳେ ଜଗନ୍ନାଥଙ୍କ ପରମଭକ୍ତ ଜୟୀ ରାଜଗୁରୁ ଜଗନ୍ନାଥଙ୍କ ସେବା ନିମିତ୍ତ ମଧ୍ୟ ସଚେତନ ରହିଥିଲେ ।

(୧୩) ଜୟୀ ଥିଲେ ସ୍ଵୟଂସମ୍ପୂର୍ଣ ମଣିଷ:
ସ୍ଵୟଂସମ୍ପୂର୍ଣ ମଣିଷ ହେବାପାଇଁ ଯେଉଁଭଳି ନିଷ୍ଠା, ନିଃସ୍ୱାର୍ଥପରତା, ସାଧୁତା ଓ କର୍ମଠତା ଆବଶ୍ୟକ, ତାହା ଜୟୀ ରାଜଗୁରୁଙ୍କଠାରେ ଥିଲା । ସେ ଦେଶର ଆଦର୍ଶ ପୁରୁଷ ହେବାପାଇଁ ଥିଲେ ଯୋଗ୍ୟ ମଣିଷ । ସେ ଥିଲେ ବିପ୍ଳବୀ ବୀର ।

(୧୪) ଲୌହମାନବ ଜୟୀ ଲୌହ ଶୃଙ୍ଖଳରେ ହେଲେ ବନ୍ଦୀ:
ଇଂରେଜମାନେ ଦେଶଦ୍ରୋହୀ, ଚୁଗୁଲିଆଙ୍କୁ ହାତକରି ଗଡ଼ ମଧ୍ଯରେ ଚତୁରତାର ସହିତ ପ୍ରବେଶ କଲେ । ଗଡ଼ ମଧ୍ୟରେ ପ୍ରବେଶକରି ନରସଂହାର ଚଳାଇଲେ । ଇଂରେଜମାନଙ୍କର ଗଡ଼ ମଧ୍ୟକୁ ପ୍ରବେଶ କରିବା ଦେଖ୍ ଜୟୀ ରାଜଗୁରୁ ବିଚଳିତ ହୋଇପଡ଼ିଲେ । ସେ କ’ଣ କରିବେ କିଛି ଭାବିପାରିଲେ ନାହିଁ। ଶେଷରେ ଲୌହମାନବ ଜୟୀ ଲୌହ ଶୃଙ୍ଖଳରେ ହେଲେ ବନ୍ଦୀ । ୧୮୦୪ ମସିହା ଡିସେମ୍ବର ୫ ତାରିଖରେ ଜୟୀ ରାଜଗୁରୁ ବନ୍ଦୀହେବା ଜାଣି ମହାରାଜା ବ୍ୟସ୍ତ ବିବ୍ରତ ହୋଇପଡ଼ିଲେ। ସେ ଛଦ୍ମବେଶରେ ଅନ୍ୟତ୍ର ପଳାୟନ କରିବା ବାଟରେ କେତେକ ନିମକହାରାମମାନଙ୍କ ସହାୟତାରେ ଧରାପଡ଼ି ବନ୍ଦୀ ହେଲେ । ରାଜା ଓ ମନ୍ତ୍ରୀ ଦୁହେଁ ବାରବାଟୀ ଦୁର୍ଗରେ ବନ୍ଦୀ ହୋଇ ରହିଲେ । ତଥାପି ଇଂରେଜ ଶାସକ ପୁନର୍ବାର ଭୟଭୀତ ହୋଇ ସେମାନଙ୍କୁ ମେଦିନିପୁର ପଠାଇଦେଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

(୧୫) ଦେଶର ପରମ ଭକ୍ତ:
ଜୟୀ ଥିଲେ ଦେଶପ୍ରେମୀ । ଦେଶର ପରମଭକ୍ତ । ନିଜର ସୁଖ ସୁବିଧାକୁ ସେ ଚାହିଁ ନଥିଲେ । ଭୋଗବିଳାସକୁ ତୁଚ୍ଛ କରିଦେଇଥିଲେ । ମାଟି ମା’ର ଆହ୍ଵାନ ପାଇ ସେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ସେ ସାରା ରାଜ୍ୟକୁ ନିଜର ବୋଲି ଭାବୁଥିଲେ । ରାଜାଙ୍କୁ ଭାବୁଥିଲେ ଠାକୁରଙ୍କର ଚଳନ୍ତି ପ୍ରତିମା । ସେହି ଠାକୁର ରାଜାଙ୍କ ବିରୁଦ୍ଧରେ ସେ କିଛିହେଲେ ଇଂରେଜମାନଙ୍କ ନିକଟରେ କହିନଥିଲେ । ସବୁ ଦୋଷ ନିଜ ମୁଣ୍ଡ ଉପରକୁ ନେଇ ଆସିଥିଲେ । ମୃତ୍ୟୁ ଆସନ୍ନ ଜାଣି ମଧ୍ୟ ସେ ଦମ୍ଭର ସହିତ କର୍ଣ୍ଣେଲ ହାରକୋର୍ଟକୁ ଧମକ ଦେଇଥିଲେ । ମାଟି ମା’ ପାଇଁ ସେ କର୍ତ୍ତବ୍ୟ କରିଛନ୍ତି ବୋଲି ଦୃଢ଼ ଭାବରେ ଜବାବ ଦେଇଥିଲେ ।

(୧୬) ମରି ବି ସେ ଅମର:
ମୃତ୍ୟୁ ଆସନ୍ନ ଜମାନବନ୍ଦୀରେ ଜୟୀ ରାଜଗୁରୁ ନିଜର ମତ ବଦଳାଇ ନଥିଲେ । ବରଂ ସାରା ମାନବ ସମାଜକୁ ଅନୁପ୍ରାଣିତ କରିବାଭଳି ପ୍ରେରଣା ଦେଇଥିଲେ । ଦେଶ ପାଇଁ ପ୍ରତ୍ୟେକ ନାଗରିକ ପାଇଁ ସେ ଦେଇଥିଲେ ଦିଗ୍‌ଦର୍ଶନ । ମିଥ୍ୟା ମତାମତକୁ ଭିଭିକରି ଜୟୀ ରାଜଗୁରୁଙ୍କୁ ଦୋଷାରୋପ କରାଗଲା। ଶେଷରେ ୧୮୦୬ ମସିହା ଡିସେମ୍ବର ୬ ତାରିଖରେ ତାଙ୍କୁ ମେଦିନିପୁରର ବାଘୀ ତୋଟା ନାଳ ନିକଟ ପୁରୁଣା ବରଗଛର ଡାଳ ଦୁଇଟିରେ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା । ସେହି ଆହତ ସିଂହର ମୃତ୍ୟୁରେ ସାରା ପ୍ରକୃତି ସ୍ତବ୍ଧ ହୋଇଯାଇଥିଲା । ତଥାପି ସେ ହେଲେ ଭାରତ ମା’ର ଗର୍ବ ଓ ଗୌରବ ।

କଠିନ ଶବ୍ଦାର୍ଥ :

  • ସମ୍ମୁଖ – ଆଗରେ ।
  • ପରମ – ଶ୍ରେଷ୍ଠ !
  • ବିଶ୍ୱାସଘାତକ – ଯେ ବିଶ୍ୱାସ ସୃଷ୍ଟି କରାଇ ମୃତ୍ୟୁର କାରଣ ବା ବିନାଶର କାରଣ ହୋଇଥାଏ ।
  • ଇଷ୍ଟଇଣ୍ଡିଆ କମ୍ପାନୀ – ବିଲାତ୍ରୁ ବଣିଜ କରିବାକୁ ଆସିଥିବା ବ୍ୟବସାୟୀ ସଂସ୍ଥା ।
  • ଆଗମନ – ଆସିବା ।
  • ପରାମର୍ଶଦାତା – ଯିଏ ପରାମର୍ଶ ଦିଏ ।
  • ପ୍ରତିହତ – ପ୍ରତିବାଦ ।
  • ବେବର୍ତ୍ତା – ତତ୍ତ୍ୱାବଧାରକ ।
  • ସଚ୍ଛା – ଦକ୍ଷ ।
  • ଗୁରୁଣ୍ଡି ଗୁରୁଣ୍ଡି – ଆଣ୍ଠେଇ ଚାଲିବା ।
  • ରକ୍ଷଣଶୀଳ – ଯେଉଁମାନେ ପରମ୍ପରା । ଅନୁଯାୟୀ ଚଳିଥା’ନ୍ତି ।
  • ନିପୁଣ – ଦକ୍ଷ ।
  • ଶଯ୍ୟାଶାୟୀ – ରୋଗ ବା ଅସୁସ୍ଥତା ହେତୁ ଶୋଇ ରହିବା ।
  • ଲୋମହର୍ଷଣକାରୀ – ଭୟ ସୃଷ୍ଟିକାରୀ ।
  • ଅତିଷ୍ଠ – ବ୍ୟସ୍ତ ।
  • ମେଢ଼ି – ନେତା/ଦଳପତି ।
  • ଭଣ୍ଡୁର – ନଷ୍ଟ ।
  • ଚତୁର – ବୁଦ୍ଧିମାନ୍ ।
  • ଦୁର୍ଦ୍ଦଷ – ଯାହାକୁ ଦମନ କରି ହେବ ନାହିଁ ଭୟଙ୍କର ।
  • ପଦାତିକ – ଯେଉଁମାନେ ଚାଲି ଚାଲି ବା ଦଉଡ଼ି ଦଉଡ଼ି ମାଟି ଉପରେ ରହି ଯୁଦ୍ଧ କରନ୍ତି ।
  • ଅଶ୍ୱାରୋହୀ – ଯେଉଁମାନେ ଘୋଡ଼ା ଉପରେ ରହି ଯୁଦ୍ଧ କରନ୍ତି ।
  • ଗଜାରୋହୀ – ଯେଉଁମାନେ ହାତୀ ଉପରେ ରହି ଯୁଦ୍ଧ କରନ୍ତି ।
  • ବର୍ଗୀ – ମରହଟ୍ଟା ଅତ୍ୟାଚାରୀ ଦଳ ।
  • ଅହରହ – ସବୁବେଳେ ।
  • ହାବଭାବ – ବ୍ୟବହାର ।
  • ମୁକୁଟ ବିହୀନ ସମ୍ରାଟ – ଯାହାର ମୁଣ୍ଡରେ ରାଜମୁକୁଟ ନଥୁଲେ ବି ରାଜାଙ୍କ ପରି କାର୍ଯ୍ୟ କରନ୍ତି ।
  • ପ୍ରଗଣା – ଜିଲ୍ଲାର ରାଜସ୍ୱ ବିଭାଗ ।
  • ଭେଣ୍ଡିଆ – ଯୁବକ ।
  • ଅତର୍କିତ – ହଠାତ୍|ଆଗରୁ ସତର୍କ ନକରି ।
  • ଭୂକ୍ଷେପ – ଖାତିର ।
  • ଦୁନ୍ଦୁଭି – ବୀରବାଦ୍ୟ ।
  • ପ୍ରତିପାଦି – ପ୍ରକାଶିତ ।
  • ଚୁଗୁଲିଆ – ଅନ୍ୟ ନାମରେ ବୁ ଗୁ ଲି କରୁଥିବା ବ୍ୟକ୍ତି ।
  • ଲୋତକ – ଲୁହ ।
  • ଆସନ୍ନ – ନିକଟ ।

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Odisha State Board BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା Textbook Exercise Questions and Answers.

BSE Odisha Class 7 Odia Solutions Chapter 22 ଦରଜା ଖୋଲି ଦେବା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ବୁଲା ଓ ରହିମ୍ କିଏ ?
Answer:
ବୁଲା ଓ ରହିମ୍ ଦୁଇଜଣ ଗରିବ ପିଲା । ସେମାନେ ପ୍ରଧାନବାବୁଙ୍କ ଇଟାଭାଟିରେ କାମ କରି ପେଟ ପୋଷନ୍ତି । ତାଙ୍କ ମନରେ ପାଠ ପଢ଼ିବାପାଇଁ ଯଥେଷ୍ଟ ଆଗ୍ରହ ଥିଲେ ମଧ୍ୟ ସେମାନେ ସ୍କୁଲକୁ ଆସିପାରନ୍ତି ନାହିଁ । ପରବର୍ତ୍ତୀ ସମୟରେ

(ଖ ) ସେମାନେ କେଉଁଠି ପ୍ରବେଶ କରିଥିଲେ ?
Answer:
ଛୁଟିଦିନେ କେହି ନଥ‌ିବାବେଳେ ନିଜର ଆଗ୍ରହ ପାଇଁ ସେମାନେ ଅର୍ଥାତ୍ ବୁଲା ଓ ରହିମ୍ ସ୍କୁଲଘରେ ପ୍ରବେଶ କରିଥିଲେ ।

(ଗ) ସେମାନଙ୍କର କାହା ସହିତ ଭେଟ ହେଲା ?
Answer:
ସେମାନଙ୍କର ସ୍କୁଲଘରେ ଥ‌ିବା ଅବସ୍ଥାରେ ଶିକ୍ଷକଙ୍କ ସହିତ ଭେଟ ହୋଇଥିଲା ।

(ଘ) ସେମାନେ ତାଙ୍କ ସହିତ କ’ଣ କଥାବାର୍ତ୍ତା ହେଲେ ?
Answer:
ବୁଲା ଓ ରହିମ୍ ସ୍କୁଲଘରେ ପ୍ରବେଶ କରି ଚକ୍ର ଧରି ଶିକ୍ଷକଙ୍କ ଛବି ଆଙ୍କୁଥିଲାବେଳେ ଶିକ୍ଷକ ସେଠାରେ ପହଞ୍ଚିଲେ । ଶିକ୍ଷକଙ୍କୁ ଦେଖୁ ସେମାନେ ଭୟରେ ପଳାଇଯିବାପାଇଁ ଚାହିଁଲାବେଳେ ଶିକ୍ଷକ ସେମାନଙ୍କୁ ଭୟ ନ କରିବାପାଇଁ କହିଥିଲେ । ସେମାନଙ୍କୁ ପାଖକୁ ଡାକି ସେ ସେମାନଙ୍କ ବିଷୟରେ ବୁଝିଥିଲେ । ଏତେ କମ୍ ବୟସରୁ କାମ କରି ପେଟ ପୋଷୁଥ‌ିବା କଥା ଜାଣି ଦୁଃଖ ପ୍ରକାଶ କରିଥିଲେ । ସେମାନଙ୍କୁ ପାଠପଢ଼ାର ଲାଭ କଥା ବୁଝାଇଥିଲେ । ସେମାନଙ୍କୁ ତା’ପରଦିନଠାରୁ ଘଣ୍ଟାଏ ଘଣ୍ଟାଏ ସ୍କୁଲକୁ ଆସି ପାଠ ପଢ଼ିଯିବାକୁ କହିଥିଲେ ।

(ଙ) ପ୍ରଧାନ କିଏ ? ସେ କିପରି ଲୋକ ଥିଲେ ?
Answer:
ପ୍ରଧାନ ହେଉଛନ୍ତି ଜଣେ କଣ୍ଟ୍ରାକ୍ଟର । ସେ ସତ୍ୟର ବାପା । କଣ୍ଟ୍ରାକ୍ଟରୀ କାମ କରି ସେ ସାଧାରଣ ଲୋକଙ୍କୁ ବହୁଭାବରେ ଶୋଷଣ କରନ୍ତି । ଏପରିକି ତାଙ୍କ ଇଟାଭାଟିରେ ଛୋଟପିଲାଙ୍କୁ କାମ କରାଇ ଠିକ୍ ରୂପେ ମଜୁରି ଦିଅନ୍ତି ନାହିଁ । ସେ ପ୍ରଥମେ ନିଷ୍ଠୁର ଓ ଅହଙ୍କାରୀ ସ୍ୱଭାବର ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କ ଚରିତ୍ରରେ ପରିବର୍ତ୍ତନ ଆସିଛି ।

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Question ୨।
ପ୍ରାୟ ୧୦୦ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(କ) ଶିକ୍ଷକ ଜଣେ ଉଦାର ବ୍ୟକ୍ତି ଥିଲେ ବୋଲି କିପରି ଜାଣୁଛ ?
Answer:
‘ଦରଜା ଖୋଲିଦେବା’ ଏକାଙ୍କିକାର ଅନ୍ୟତମ ମୁଖ୍ୟ ଚରିତ୍ର ହେଉଛନ୍ତି ଶିକ୍ଷକ । ତାଙ୍କୁ ଗାଁଲୋକ ଡାକନ୍ତି ମାଷ୍ଟ୍ରେ, ପିଲା ଡାକନ୍ତି ଗୁରୁଜୀ । ସାଧାରଣ ଲୋକଙ୍କ ଦୃଷ୍ଟିରେ ସେ ଶିକ୍ଷକ । ଶିକ୍ଷକ ଥିଲେ ଜଣେ ଉଦାର ପ୍ରକୃତିର ମଣିଷ । ସବୁବର୍ଗର ପିଲାମାନଙ୍କୁ ସ୍ନେହ ଦେଇ ପାଠ ପଢ଼ାଇବା ତାଙ୍କର ଉଦ୍ଦେଶ୍ୟ । ସ୍କୁଲ ଘରକୁ ବୁଲା ଓ ରହିମ୍ ପ୍ରବେଶ କରି ଚକ୍ରରେ ଚିତ୍ର କରୁଥିଲେ ବି ସେ ସେମାନଙ୍କ ଉପରେ ବିରକ୍ତ ହୋଇ ନାହାଁନ୍ତି । ବରଂ ସେମାନଙ୍କୁ ସେ ଚିତ୍ର କରିବାପାଇଁ ଉତ୍ସାହିତ କରିଛନ୍ତି । ସେମାନେ ଅଳ୍ପ ବୟସରୁ କାମ କରି ପେଟ ପୋଷୁଥ‌ିବାରୁ ତାଙ୍କ ପ୍ରତି ସହାନୁଭୂତିଶୀଳ ହୋଇଛନ୍ତି । କାଲିଠାରୁ ସ୍କୁଲକୁ ଆସି ଘଣ୍ଟାଏ ଘଣ୍ଟାଏ ପାଠ ପଢ଼ିଲେ, ସେମାନେ ଅନେକ ପାଠ ଜାଣିଯିବେ ବୋଲି କହିଛନ୍ତି ।

ଶିକ୍ଷକ ଥିଲେ ସମଭାବାପନ୍ନ ମଣିଷ । ତାଙ୍କ ଦୃଷ୍ଟିରେ ଧନୀ-ଦରିଦ୍ର, ହିନ୍ଦୁ-ମୁସଲମାନ ସମସ୍ତେ ସମାନ । ସମସ୍ତଙ୍କୁ ସେ ସମାନ ଦୃଷ୍ଟିରେ ଦେଖୁଥିଲେ । ଏପରିକି ସେ ପ୍ରଧାନବାବୁଙ୍କ ପୁଅ ସତ୍ୟକୁ ଯେପରି ସ୍ନେହ କରୁଥିଲେ, ଗରିବ ପିଲା ବୁଲା ଓ ରହିମ୍‌ଙ୍କୁ ମଧ୍ୟ ସେହିପରି ଭଲ ପାଉଥିଲେ । ତାଙ୍କଠାରୁ ସ୍ନେହ ଆଦର ପାଇ ସମସ୍ତେ ତାଙ୍କୁ ଭଲ ପାଉଥିଲେ । ପ୍ରଧାନଙ୍କ ମନରୁ ସଂକୀର୍ଣ୍ଣତା ଦୂରେଇ ଦେବାପାଇଁ ସେ କହିଥିଲେ ‘‘ଏଇଟା ସରକାରୀ ବିଦ୍ୟାଳୟ । ଏଠି ସମସ୍ତଙ୍କର ପଢ଼ିବା ଅଧିକାର ଅଛି । ବିଦ୍ୟାଳୟପାଇଁ ଉଚ୍ଚ-ନୀଚ, ଧନୀ-ଗରିବ, ହିନ୍ଦୁ-ମୁସଲମାନ ସମସ୍ତେ ସମାନ । ଏଠି ଜାତି- ଧର୍ମ-ବର୍ଷର ପ୍ରଶ୍ନ ଉଠିବ କୋଉଠୁ ।’’ ଉପରୋକ୍ତ ବିଚାରଧାରାରୁ ସ୍ପଷ୍ଟ ହୁଏ ଯେ, ଶିକ୍ଷକ ଜଣେ ଉଦାର ବ୍ୟକ୍ତି ଥିଲେ ।

(ଖ) ସତ୍ୟ ଏବଂ ତା’ ବାପା ପ୍ରଧାନଙ୍କର ମନୋବୃତ୍ତି ପରସ୍ପରର ବିପରୀତ ଥିଲା କିପରି ?
Answer:
ନାଟ୍ୟକାର ନାରାୟଣ ସାହୁ ‘ଦରଜା ଖୋଲିଦେବା’ ଏକାଙ୍କିକାରେ ସତ୍ୟ ଏବଂ ତା’ ବାପା ପ୍ରଧାନଙ୍କୁ ଦୁଇ ପରସ୍ପର ବିରୋଧୀ ମନୋବୃତ୍ତର ଚରିତ୍ର ଭାବରେ ବର୍ଣ୍ଣନା କରିଛନ୍ତି । ଏଭଳି ଚରିତ୍ରର ଉପସ୍ଥାପନ କରି ସେ ଦୁଇ ଚରିତ୍ରର ବିଶେଷତା ଦେଖାଇ ଅଛନ୍ତି। ସତ୍ୟ ଥିଲା ପ୍ରଧାନବାବୁଙ୍କର ଏକମାତ୍ର ପୁତ୍ର । ସେ ଧନୀ ଘରର ପିଲା ହେଲେ ବି ତା’ମନରେ କୌଣସି ପ୍ରକାର ଅହଙ୍କାର ନଥିଲା । ଅନ୍ୟ ପ୍ରତି ଅସୂୟା ଭାବ ନଥିଲା । ବରଂ ସେ ସବୁପିଲାଙ୍କ ସହିତ ମିଳିମିଶି ପଢ଼ିବାପାଇଁ, ଖେଳିବାପାଇଁ, ଚିତ୍ର ଆଙ୍କିବାପାଇଁ ଭଲ ପାଉଥିଲା । କୌଣସି ସମୟରେ ବୁଲା ଓ ରହିମ୍‌ଠାରୁ ନିଜକୁ ବଡ଼ ବୋଲି ମନେକରୁ ନଥିଲା ।

ସେ ରହିମ୍ ଓ ବୁଲାଙ୍କ ସହିତ ସ୍କୁଲରେ ବସି ପଢ଼ିଲାବେଳେ ପ୍ରଧାନବାବୁ ଏକଥାକୁ ବିରୋଧ କରିଥିଲେ । ସତ୍ୟ ବାପାଙ୍କୁ ବୁଝାଇବାକୁ ଚେଷ୍ଟା କରିଛି । ଶିକ୍ଷକଙ୍କ କଥାକୁ ମଧ୍ୟ ସତ୍ୟ ସମର୍ଥନ କରିଛି । ତଥାପି ସେ ବାପାଙ୍କ କଥାରେ କୌଣସି ସମୟରେ ଅବାଧ୍ଯ ହୋଇନାହିଁ । ସତ୍ୟ ଯିଶୁଖ୍ରୀଷ୍ଟଙ୍କ ଚିତ୍ର ଆଙ୍କିଲାବେଳେ ତା’ ନିକଟରେ ପହଞ୍ଚିଲେ ବୁଲା ଓ ରହିମ୍ । ସେମାନଙ୍କୁ ସେ ଯିଶୁଖ୍ରୀଷ୍ଟଙ୍କ ସମ୍ପର୍କରେ ବୁଝାଇ ଦେଇଛି । ପୁନଶ୍ଚ ବିଛଣାରେ ବସି ଚିତ୍ର ଆଙ୍କିବାକୁ କହିଛି । ବାପା ନଥ‌ିବାରୁ ନିର୍ଭୟରେ ତା’ପାଖରେ ବସିବାକୁ କହିଛି । ନାଟ୍ୟକାର ସତ୍ୟକୁ ଜଣେ ସରଳ, ଶାନ୍ତ, ଉଦାରମନା କିଶୋର ଭାବରେ ବର୍ଣ୍ଣନା କରିଛନ୍ତି ।

ସତ୍ୟ ଯେତିକି ସହଜ ଓ ସରଳ, ତା’ ବାପା ପ୍ରଧାନବାବୁ ସେତିକି ଅହଙ୍କାରୀ ଓ ଅସହିଷ୍ଣୁ । ତାଙ୍କ ପିଲା ଯେ ସାଧାରଣ ପିଲାଙ୍କ ସହିତ ପଢ଼ିବ, ଗରିବ ପିଲାମାନଙ୍କ ସହିତ ମିଶିବ ତାହା ସେ ଚାହୁଁନଥିଲେ । ପୁନଶ୍ଚ ସତ୍ୟ, ବୁଲା ଓ ରହିମ୍‌ଙ୍କୁ ସାଙ୍ଗ ପିଲା ହିସାବରେ ଗ୍ରହଣ କରିଥିଲାବେଳେ, ପ୍ରଧାନବାବୁ ସେମାନଙ୍କୁ ଅତି ହୀନଦୃଷ୍ଟିରେ ଦେଖୁଥିଲେ । ସେ କଣ୍ଟ୍ରାକ୍ଟର ଭାବରେ ସ୍କୁଲ ଘର ତିଆରି କରିଥିବାରୁ ତାଙ୍କ ମନରେ ଯଥେଷ୍ଟ ଅହଙ୍କାର ରହିଥିଲା । ଏପରିକି ସରକାରୀ ବିଦ୍ୟାଳୟରେ ମଧ୍ୟ ସେ ନିଜର ଆଧ୍ୟତ୍ୟ ଦେଖାଇଥିଲେ । ତାଙ୍କ ବ୍ୟତୀତ ଅନ୍ୟ କାହାରି ନିୟମରେ ସ୍କୁଲ ଚାଲିବ ନାହିଁ ବୋଲି ଶିକ୍ଷକଙ୍କୁ ଧମକ ଦେଇଥିଲେ ।

ଅସହିଷ୍ଣୁ ହୋଇ ପ୍ରଧାନବାବୁ ପୁଅ ସତ୍ୟକୁ ଟାଣି ଟାଣି ସ୍କୁଲ ବାହାରକୁ ନେଇଯାଇଥିଲେ । ବୁଲା ଓ ରହିମ୍ ସତ୍ୟ ପାଖରେ ବସି ଡ୍ରଇଁ କରୁଥୁଲାବେଳେ, ସେମାନଙ୍କୁ ସ୍କୁଲ୍‌ରେ ବାଡ଼େଇବାପାଇଁ ଧମକାଇଥିଲେ । କାଲିଠାରୁ ସ୍କୁଲ ନଯିବାପାଇଁ ତାଗିଦ୍ କରିଥିଲେ । ଅତି ନିଷ୍ଠୁରଭାବରେ ବୁଲା ଓ ରହିମୂକୁ କାମ କରିବାପାଇଁ ପଠାଇ ଦେଇଥିଲେ । ସତ୍ୟ ଦୁର୍ଘଟଣାରେ ପଡ଼ିଥିବାବେଳେ ମଧ୍ୟ ସେ ସେମାନଙ୍କୁ ଅଛବ ପିଲା କହି, ସେମାନଙ୍କ ରକ୍ତ ସତ୍ୟକୁ ଦେବାପାଇଁ ଚାହିଁନଥିଲେ । ନାଟ୍ୟକାର ସତ୍ୟ ଓ ପ୍ରଧାନଙ୍କ ଭଳି ଦୁଇଟି ବିପରୀତଧର୍ମୀ ଚରିତ୍ର ସୃଷ୍ଟିକରି ଏକାଙ୍କିକାର ମହତ୍ତ୍ବକୁ ଯଥାର୍ଥ ଭାବେ ପ୍ରକାଶ କରିଛନ୍ତି ।

(ଗ) ସତ୍ୟ ଗୁରୁଜୀଙ୍କ କଥାକୁ ସମର୍ଥନ କରୁଥିଲା କାହିଁକି ?
Answer:
ନାଟ୍ୟକାର ଡ. ନାରାୟଣ ସାହୁ ‘ଦରଜା ଖୋଲିଦେବା’ ଏକାଙ୍କିକାରେ ‘ସତ୍ୟ’କୁ ଏକ ଆଦର୍ଶ ଶିଶୁ ଚରିତ୍ର ଭାବେ ଚିତ୍ରଣ କରିଛନ୍ତି । ସତ୍ୟ ମାଧ୍ୟମରେ ସେ ବୁଲା ଓ ରହିମ୍ ଚରିତ୍ରର ବିଶେଷତା ଦେଖାଇଛନ୍ତି । ପ୍ରଧାନବାବୁଙ୍କ ସଂକୀର୍ଣ୍ଣତାବୋଧର ଯଥାର୍ଥ ଚିତ୍ର ସତ୍ୟ ଚରିତ୍ର ମାଧ୍ୟମରେ ହିଁ ପ୍ରକାଶିତ ହୋଇଛି । ସତ୍ୟ ଆଦର୍ଶ ଛାତ୍ର ହିସାବରେ ଗୁରୁଜୀଙ୍କ କଥାକୁ ମର୍ଯ୍ୟାଦା ଦିଏ । ଗୁରୁଜୀ ଯାହା କହନ୍ତି, ତାହାକୁ ମନଦେଇ ଶୁଣେ । ସତେଯେପରି ଗୁରୁଜୀହିଁ ତା’ ଜୀବନର ଆଦର୍ଶ ବୋଲି ମନେ ହୋଇଥାଏ । ସ୍କୁଲଘରେ ସତ୍ୟ ତା’ର ସାଥୀଙ୍କ ସହିତ ପଢୁଥିଲାବେଳେ, ତା’ର ବାପା ପ୍ରଧାନବାବୁ ଶିକ୍ଷକଙ୍କୁ ବିଭିନ୍ନ ପ୍ରକାର ଆକ୍ଷେପମୂଳକ କଥା କହିଛନ୍ତି । ତାଚ୍ଛଲ୍ୟ କରି ଗାଳି ମଧ୍ୟ ଦେଇଛନ୍ତି ।

ବାପାଙ୍କର ଏଭଳି ବ୍ୟବହାରରେ ସତ୍ୟ ପ୍ରତିବାଦ କରିଛି । ଗୁରୁଜୀ ଠିକ୍ କଥା କହିଛନ୍ତି ବୋଲି ବାପାଙ୍କୁ କହିଛି । ସେହି ସତ୍ୟ ଘରେ, ରହିମ୍ ଓ ବୁଲାଙ୍କୁ ବିଛଣାରେ ବସିବାର ସୁଯୋଗ ଦେଇଥିବାରୁ ତା’ର ବାପା ସମାନ । ମୋ ଦେହରେ ଯେଉଁ ରକ୍ତ, ତାଙ୍କ ଦେହରେ ବି ସେହି ରକ୍ତ ଅଛି ।’ ପୁନଶ୍ଚ ବାପାଙ୍କ ମନରୁ ଛୁଆଁ ଅଛୁଆଁ ସଂକୀର୍ଣ୍ଣତା ଦୂରେଇ ଦେବାକୁ ଯାଇ ସେ କହିଛ ‘ଛୁଆଁ ଅଛୁଆଁ ଭେଦଭାବ କେବେଠାରୁ ଲୋପ ପାଇଗଲାଣି । ଗୁରୁଜୀ କହୁଥିଲେ, ଏସବୁ ଆଇନ ଦୃଷ୍ଟିରୁ ଦଣ୍ଡନୀୟ ।’’ ସତ୍ୟ ବିଚାରରେ ଗୁରୁଜୀ ଯାହା କହୁଥିଲେ ଠିକ୍ । ତେଣୁ ସେ ପ୍ରତି ପଦେ ପଦେ ଗୁରୁଜୀଙ୍କ କଥାକୁ ସମର୍ଥନ କରୁଥିଲା ।

(ଘ) ବୁଲା ଏବଂ ରହିମ୍ ଜୀବନରେ ଶିକ୍ଷକ କିପରି ନୂତନ ଆଶା ସଞ୍ଚାର କରିଥିଲେ ?
Answer:
ନାଟ୍ୟକାର ଡ. ନାରାୟଣ ସାହୁ ‘ଦରଜା ଖୋଲିଦେବା’ ଏକାଙ୍କିକାରେ ବୁଲା ଏବଂ ରହିମ୍ ଭଳି ଚରିତ୍ରର ବର୍ଣ୍ଣନା ଦେଇ ସମାଜକୁ ଏକ ନୂତନ ଦିଗ୍‌ଦର୍ଶନ ଦେଇଛନ୍ତି । ବୁଲା ଏବଂ ରହିମ୍ ଦୁହିଁଙ୍କୁ ଶିକ୍ଷକ ଜଣେ ସଚ୍ଚା ଗୁରୁଜୀ ଭାବରେ ସ୍ନେହ ଆଦର ଦେଇ ପାଠ ପଢ଼ିବାପାଇଁ ପ୍ରେରଣା ଦେଇଛନ୍ତି । ସ୍କୁଲ ଛୁଟିଦିନରେ ବୁଲା ଓ ରହିମ୍ ସ୍କୁଲ କୋଠରିରେ ପ୍ରବେଶ କରିଛନ୍ତି । କୋଠରିର ସବୁକିଛି ଜିନିଷ ଆଗ୍ରହ ସହକାରେ ଦେଖୁଛନ୍ତି । ବୁଲା ଚେୟାର ଉପରେ ଶିକ୍ଷକଙ୍କ ଭଳି ବସିଛି । ରହିମ୍‌କୁ ସବୁକଥା ବୁଝାଇଛି । ଶେଷରେ ଚକ୍ ଧରି ଶିକ୍ଷକଙ୍କ ଛବି ଆଙ୍କିଛି । ଏହି ସମୟରେ ଶିକ୍ଷକ ସେଠାରେ ପହଞ୍ଚିଛନ୍ତି । ଶିକ୍ଷକଙ୍କୁ ଦେଖ୍ ସେମାନେ ଭୟରେ ପଳାଇ ଯିବାକୁ ଚାହିଁଛନ୍ତି । ମାତ୍ର ଶିକ୍ଷକ ସେମାନଙ୍କୁ ସ୍ନେହ ଆଦରରେ ଡାକିଛନ୍ତି । ସେମାନଙ୍କର ନାଁ ପଚାରିଛନ୍ତି । ସେମାନେ କ’ଣ କରନ୍ତି ବୋଲି ଜାଣିବାକୁ ଚାହିଁଛନ୍ତି । ସେମାନେ ଇଟାଭାଟିରେ କାମ କରୁଥିବା କଥା ଜାଣି ଦୁଃଖ ପ୍ରକାଶ କରିଛନ୍ତି । ମନେ ମନେ ଭାବିଛନ୍ତି, ‘ଯେଉଁ ହାତ ସିଲଟ ଖଡ଼ି ଧରବା କଥା, ସେଇ ହାତ ଯଦି ଇଟା, ପଥର ଭାଙ୍ଗିବ ତା’ହେଲେ ଦେଶର ଭବିଷ୍ୟତ କ’ଣ ହେବ ?’

ବୁଲା ଓ ରହିମ୍‌କୁ ପାଠ ପଢ଼ିବାପାଇଁ ଶିକ୍ଷକ ବୁଝାଇଛନ୍ତି । ପାଠ ଯେ ଜୀବନରେ ନିହାତି ଆବଶ୍ୟକ ସେକଥା ବୁଝାଇବାକୁ ଯାଇ ଶିକ୍ଷକ ବିଭିନ୍ନ ଉଦାହରଣ ଦେଇଛନ୍ତି । ଶିକ୍ଷକଙ୍କ ମତରେ, ପାଠ’ ହେଉଛି ଗୋଟିଏ ଆଲୁଅ, ଯାହାକି ସେମାନଙ୍କୁ ଅନେକ କଥା ଠିକ୍ ରୂପେ ଦେଖୁରିବାର ସୁଯୋଗ ଦେବ । ସେମାନେ ଠିକ୍ ରୂପେ ପାଠ ପଢ଼ି ନଥ‌ିବାରୁ ପ୍ରଧାନବାବୁ ସେମାନଙ୍କୁ ଇଟାଭାଟିରେ କାମ କରାଉଛି । ଅଧ‌ିକ କାମ କରାଉଥିଲେ ବି ଉପଯୁକ୍ତ ପଇସା ଦେଉନାହାଁନ୍ତି । ସେମାନେ ନିଜର ଭବିଷ୍ୟତ କଥା ଭାବିବାକୁ ହେଲେ ପାଠ ପଢ଼ିବାକୁ ହେବ ବୋଲି ଶିକ୍ଷକ ବୁଝାଇ ଦେଇଛନ୍ତି । ପାଠ ପଢ଼ିଲେ ସେମାନେ କି ଲାଭ ପାଇବେ ତା’ ବୁଝାଇବାପାଇଁ ଶିକ୍ଷକ କହିଛନ୍ତି ‘ପେଟ ପୂରୁ ନପୂରୁ ଆଖ୍ ଖୋଲିଯିବ, ସବୁ ଜାଣି ପାରିବ ।

ସେଥିଲାଗି କହୁଛି, ପାଠ ପଢ଼ି । ହଁ କାଲିଠାରୁ ତମେ ଦିହେଁ ସ୍କୁଲକୁ ଆସିବ ।’’ ଶିକ୍ଷକ ବୁଲା ଓ ରହିମ୍‌ ବୁଝାଇଛନ୍ତି । ବେଶି ସମୟ ନଦେଲେ ବି ଦିନକୁ ଘଣ୍ଟାଏ ଲେଖାଁ ପାଠ ପଢ଼ିବାକୁ ଆସିଲେ ଯଥେଷ୍ଟ ହେବ । ପ୍ରଧାନବାବୁ ବୁଲା ଓ ରହିମ୍‌କୁ ସ୍କୁଲକୁ ନ ଆସିବାପାଇଁ ଧମକ ଚମକ ଦେଇଥିଲେ ହେଁ ସେମାନେ କେବଳ ଶିକ୍ଷକଙ୍କ ସ୍ନେହ ପାଇଁ ସ୍କୁଲକୁ ଆସିଛନ୍ତି । ଶିକ୍ଷକଙ୍କ ଉଦ୍ୟମ ଯୋଗୁଁ ସେମାନେ ପାଠ ପଢ଼ିବାକୁ ଆଗ୍ରହୀ ହୋଇଛନ୍ତି । ବାସ୍ତବରେ ଶିକ୍ଷକ ନିଜ ସ୍ନେହ ବଳରେ ବୁଲା ଓ ରହିମ୍ ଜୀବନରେ ନୂତନ ଆଶା ସଞ୍ଚାର କରିବାକୁ ଚେଷ୍ଟା କରିଥିଲେ ।

(ଙ‍) ପ୍ରଧାନ ଶେଷରେ କିପରି ନିଜର ଭୁଲ୍ ବୁଝିପାରିଲେ ?
Answer:
ନାଟ୍ୟକାର ଡ. ନାରାୟଣ ସାହୁ ‘ଦରଜା ଖୋଲିଦେବା’ ଏକାଙ୍କିକାରେ ପ୍ରଧାନବାବୁଙ୍କ ଭଳି ସଂକୀର୍ଣ୍ଣମନା, ସ୍ଵାର୍ଥପର ଚରିତ୍ର ମନରେ ପରିବର୍ତ୍ତନ ଆଣିବା ଭଳି ପରିସ୍ଥିତି ସୃଷ୍ଟି କରି କଥାବସ୍ତୁଟିରେ ଉତ୍‌କଣ୍ଠା ରଖୁଛନ୍ତି । ପ୍ରଧାନବାବୁ ଥିଲେ ଜଣେ ସଂକୀର୍ଣ୍ଣମନା ମଣିଷ । ନିଜର ସ୍ୱାର୍ଥ ପାଇଁ ଓ ପଇସା ପାଇଁ ସେ ଛୋଟ ଛୋଟ ପିଲାଙ୍କୁ ତାଙ୍କ ଇଟାଭାଟିରେ କାମ କରାଉଥିଲେ । ଉପଯୁକ୍ତ ମଜୁରି ନଦେଇ, କମ୍ ମଜୁରି ଦେଇ ସେ ଠକି ଦେଉଥିଲେ । ବୁଲା ଓ ରହିମ୍‌କୁ ସ୍କୁଲ ନଯିବାପାଇଁ ସେ ଧମକ ଦେଇଛନ୍ତି । ତାଙ୍କ ବିଚାରରେ ବୁଲା ଓ ରହିମ୍ ପରଘରେ କାମ କରି ପେଟ ପୋଷିବାକୁ ଜନ୍ମ ହୋଇଛନ୍ତି । ପାଠ ପଢ଼ିବାପାଇଁ ସେମାନଙ୍କର କୌଣସି ପ୍ରକାର ଅଧିକାର ନାହିଁ । ବୁଲା ଓ ରହିମ୍‌କୁସ୍କୁଲରେ ବସାଇଥିବାରୁ ପ୍ରଧାନବାବୁ ଶିକ୍ଷକଙ୍କ ଉପରେ ରାଗିଛନ୍ତି ।

ତାଙ୍କୁ ଅନେକ କଥା କହି ଧମକାଇଛନ୍ତି । ପୁଅକୁ ସ୍କୁଲରୁ ହାତଧରି ଉଠାଇ ନେଇଛନ୍ତି । ନିଷ୍ଠୁର ଭାବରେ କହିଛନ୍ତି ‘କାଲି ସକାଳେ ଯେଉଁମାନେ ମୋରି ଘରେ ମୂଲ ଲାଗୁଥିଲେ, ସେମାନେ ପୁଣି ପାଠ ପଢ଼ିବେ ମୋରି ପୁଅ ସାଙ୍ଗରେ ।’’ପାଠ ପଢ଼ିବାରେ ଯେ ସମସ୍ତଙ୍କର ଅଧିକାର ରହିଛି, ସେକଥା ମାନିବାକୁ ସେ ପ୍ରସ୍ତୁତ ହୋଇନାହାଁନ୍ତି । ବୁଲା ଓ ରହିମ୍‌କୁ ଅତି ନିଷ୍ଠୁର ଭାବରେ ଆକ୍ଷେପ କରି କହିଛନ୍ତି ‘ହଇହୋ କି ଅଧିକାର ମତେ ଦେଖଉଛ । ବାରବୁଲା ପତର ଗୋଟେଇବା ପିଲାଙ୍କୁ ପାଠ ପଢ଼େଇବ, ମତେ ଅଧିକାର ଶିଖଉଛ ।’’

ବୁଲା ଓ ରହିମ୍‌ଙ୍କୁ ନିଜ ପୁଅ ସତ୍ୟ ପାଖରେ ବସି ଚିତ୍ର ଆଙ୍କିବା ଦେଖି ପ୍ରଧାନବାବୁ ସହି ପାରିନାହାଁନ୍ତି । ରହିମ୍‌କୁ ବିଛଣା ଉପରେ ବସିଥ୍‌ ଦେଖି ସେ ରାଗରେ ନିଆଁବାଣ ହୋଇଯାଇଛନ୍ତି । ସ୍କେଲ ଧରି ବାଡ଼େଇବାକୁ ଧମକ ଦେଇଛନ୍ତି । ସତ୍ୟ ତା’ର ବାପା ପ୍ରଧାନଙ୍କୁ ବୁଝାଇବାକୁ ଚେଷ୍ଟାକଲେ ମଧ୍ୟ ସେ କିଛି ବୁଝିବାକୁ ପ୍ରସ୍ତୁତ ହୋଇନାହାଁନ୍ତି; ବରଂ ତାଙ୍କ ମନରେ ଛୁଆଁ ଅଛୁଆଁର ଭେଦଭାବ ପୂରି ରହିଛି । ସତ୍ୟର ଆକ୍ସିଡେଣ୍ଟ ପରେ, ପ୍ରଧାନ ନିଜର ପୁଅକୁ କିପରି ବଞ୍ଚାଇବେ ସେଥୁପାଇଁ ବ୍ୟସ୍ତ ହୋଇଛନ୍ତି । ହେଲେ ବୁଲା ବା ରହିମ୍ବର ରକ୍ତ ନେଇ ତାଙ୍କ ପୁଅ ଭଲ ହେଉ ବୋଲି ସେ ଚାହିଁ ନାହାଁନ୍ତି । ଯେତେବେଳେ ତାଙ୍କ ରକ୍ତ ଓ ଶିକ୍ଷକଙ୍କ ରକ୍ତ ସତ୍ୟ ରକ୍ତ ସହ ନମିଶିଛି, ସେତେବେଳେ ସେ ବାଧ୍ୟ ହୋଇ ସତ୍ୟ ଦେହରେ ବୁଲା ରକ୍ତ ଦେଇ ପୁଅକୁ ଭଲ କରାଇଛନ୍ତି । ସତ୍ୟର ଜୀବନ ବଞ୍ଚାଇବାକୁ ବୁଲା ଓ ରହିମ୍ବର ଆଗ୍ରହ ଦେଖି ତାଙ୍କ ମନରେ ପରିବର୍ତ୍ତନ ଆସିଛି । ସେ ନିଜର ଭୁଲ୍ ବୁଝିପାରିଛନ୍ତି । ସବୁପିଲାଙ୍କର ଯେ ପଢ଼ିବାପାଇଁ ସମାନ ଅଧିକାର ରହିଛି, ଏ କଥାକୁ ଶେଷରେ ସେ ମାନି ନେଇଛନ୍ତି ।

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Question ୩।
ପ୍ରାୟ ୧୫୦ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(କ) ଏକାଙ୍କିକାଟିର ନାମ ‘ଦରଜା ଖୋଲିଦେବା’ କିପରି ଯଥାର୍ଥ ହୋଇଛି ଲେଖ ।
Answer:
ଏକାଙ୍କିକାରେ ନାମକରଣ ହେତ୍ତଛି ଏକ ସ୍ୱତନ୍ତ୍ର କଳା । ନାମକଜରଶରେ ର୍ହି ଏକାଙ୍କିକାର କଥାବସ୍ତୁ ସୂଚନାମ୍ କ ଭାବରେ ପ୍ରକାଶ ପାଇଥାଏ । ଏପରିକି ନାମକରଣ ଯେ ଏକାଙ୍କିକାର ସଂକୀର୍ଣ୍ଣ ନିର୍ଯ୍ୟାସ କହିଲେ ଭୁଲ ହେବ ନାହିଁ । ଏସବୁ ଦୃଷ୍ଟିରୁ ଦେଖିଲେ ଜଣାଯାଏ ଯେ ନାଟ୍ୟକାର ଡ. ନାରାୟଣ ସାହୁଙ୍କ ‘ଦରଜା ଖୋଲିଦେବା’ ଏକାଙ୍କିକାଟିରେ ନାମକରଣର ସାର୍ଥକତା ରହିଛି । ଏକାଙ୍କିକାରେ ପ୍ରଧାନବାବୁଙ୍କ ପରି ଚରିତ୍ରର ବର୍ଣ୍ଣନା ରହିଛି । ସେହି ସଂକୀର୍ଣ୍ଣମନା ବ୍ୟକ୍ତିଟି ମନରେ ରହିଛି ଧନୀ ଦରିଦ୍ର, ଉଚ୍ଚ-ନୀଚ୍ଚ, ଛୁଆଁ-ଅଛୁଆଁର ଭେଦଭାବ । ସବୁ ପିଲାଙ୍କର ଯେ ପାଠ ପଢ଼ିବାପାଇଁ ସମାନ ଅଧିକାର ରହିଛି, ସେକଥା ସେ ମାନିବାକୁ ପ୍ରସ୍ତୁତ ହୋଇ ନାହାଁନ୍ତି । ସ୍କୁଲରେ କେବଳ ଉଚ୍ଚ ଜାତିର, ଧନୀଶ୍ରେଣୀର ପିଲାମାନେ ପାଠ

ପଢ଼ିବେ ବୋଲି ସେ କହିଛନ୍ତି । ଶିକ୍ଷକ ତାଙ୍କ ମନରୁ ଏଭଳି ଧାରଣା ଦୂରେଇ ଦେବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସେ ଦେଇ ସେ କହିଛନ୍ତି ‘ବିଦ୍ୟାଳୟ ହେଉଛି ଆମ ମାଆ । ତା’ପ୍ରତି ଅନ୍ୟାୟ କରୁଥିବା ଲୋକକୁ କେବେ କ୍ଷମା ଦିଅଯିବନି ।’’ ବିଦ୍ୟାଳୟ ସର୍ବସାଧାରଣଙ୍କର ହୋଇଥିବାରୁ ସେଠାରେ ସମସ୍ତଙ୍କର ପାଠ ପଢ଼ିବାର ଅଧିକାର ଅଛି ବୋଲି ଶିକ୍ଷକ ବୁଝାଇଛନ୍ତି । ଏଥ‌ିରେ ପ୍ରତିବାଦ କରି ପ୍ରଧାନ କହିଛନ୍ତି ‘କାଲି ସକାଳେ ଯେଉଁମାନେ ମୋରି ଘରେ ମୂଲ ଲାଗୁଥିଲେ, ସେମାନେ ପୁଣି ପାଠ ପଢ଼ିବେ ମୋ ପୁଅ ସାଙ୍ଗରେ ।’ ସେ ମଧ୍ୟ ନିଜ ପୁଅକୁ ଟାଣି ଟାଣି ସ୍କୁଲଘରୁ ନେଇଯାଇଛନ୍ତି ।

ପ୍ରଧାନବାବୁ ତାଙ୍କ ଘରେ ପୁଅ ସତ୍ୟ ସାଙ୍ଗରେ ରହିମ୍ ଓ ବୁଲା ଚିତ୍ର ଆଙ୍କିବା ଦେଖିଛନ୍ତି । ବୁଲା ଚିତ୍ର ଆଙ୍କିବାରେ ସତ୍ୟକୁ ସାହାଯ୍ୟ କରିଛି । ମାତ୍ର ପ୍ରଧାନ ଏହା ଦେଖି ସହିପାରି ନାହାନ୍ତି । ସେ ରାଗରେ ନିଆଁବାଣ ହୋଇଛନ୍ତି । ଏପରିକି ରହିମୂକୁ ସ୍କେଲରେ ପିଟିବାକୁ ଯାଇଛନ୍ତି । ସ୍କୁଲ ନଯିବା ପାଇଁ ତାଗିଦ୍ କରି କହିଛନ୍ତି – ‘ହଇରେ ତୁମକୁ କିଏ କହିଥିଲା ସେ ସ୍କୁଲ ଯିବାକୁ ? ତମେ ଯଦି ପାଠ ପଢ଼ିବ, ତା’ହେଲେ କାମ କରିବ କିଏ ? ସେମାନେ ଜନମ ହୋଇଛନ୍ତି କାମ କରିବାପାଇଁ । ବାପ ଅଜା ଅମଳରୁ ଚଳଣିକୁ ଫାଙ୍କି ଦେବା କ’ଣ ଠିକ୍ ?’’ ପୁଣି ପ୍ରଧାନ ସେମାନଙ୍କୁ ଅଛୁଆଁ ପିଲା କହି ହେୟ ମନେ କରିଛନ୍ତି । ସେମାନଙ୍କୁ କାଲିଠାରୁ ସ୍କୁଲ ନ ଯିବାକୁ ତାଗିଦ କରିଛନ୍ତି ।

ପ୍ରଧାନବାବୁଙ୍କ ପୁଅ ସତ୍ୟର ଆକ୍ସିଡ଼େଣ୍ଟ ହୋଇଛି । ଶିକ୍ଷକ, ବୁଲା ଓ ରହିମ୍ ଡାକ୍ତରଖାନାକୁ ଯାଇଛନ୍ତି । ବୁଲା ରକ୍ତ ଦେଇ ସତ୍ୟର ଜୀବନ ବଞ୍ଚାଇଛି । ବୁଲା ଓ ରହିମ୍ବର ରକ୍ତକୁ ପ୍ରଥମେ ନିଜ ପୁଅ ଦେହରେ ଦେବାକୁ ବାରଣ କରୁଥିଲେ ହେଁ ପରବର୍ତୀ ସମୟରେ ପୁଅର ଜୀବନ ବଞ୍ଚାଇବାକୁ ଯାଇ ସେ ତାହାକୁ ଗ୍ରହଣ କରିଛନ୍ତି । ବୁଲା ଯୋଗୁ ଯେ ତାଙ୍କର ଏକମାତ୍ର ପୁଅ ସତ୍ୟର ଜୀବନ ବଞ୍ଚୁପାରିଛି, ସେକଥା ସେ ଅନୁଭବ କରିଛନ୍ତି ।

ଏକାଙ୍କିକାର ଶେଷଦୃଶ୍ୟରେ ପ୍ରଧାନବାବୁଙ୍କ ଚରିତ୍ରରେ ପରିବର୍ତ୍ତନ ଆସିଛି । ତାଙ୍କର ଅନ୍ଧ ଅହମିକା ଦୂରେଇ ଯାଇଛି । ଏପରିକି ସେ ଭାବପ୍ରବଣ ହୋଇ ବୁଲା ଓ ରହିମ୍‌ଙ୍କୁ କୁଣ୍ଢାଇ ପକାଇଛନ୍ତି । ଶିକ୍ଷକଙ୍କ ନିକଟରେ ନିଜର ଭୁଲ ସ୍ଵୀକାର କହିଛନ୍ତି । ଶିକ୍ଷକଙ୍କୁ କହିଛନ୍ତି ‘ଆପଣ ମୋ ଆଖି ଖୋଲି ଦେଇଛନ୍ତି ।’’ ସ୍କୁଲର ଉନ୍ନତିରେ ଓ ସମସ୍ତ ପିଲା ପାଠ ପଢ଼ିବାରେ କିପରି ସୁଯୋଗ ପାଇବେ ସେଥ୍ପାଇଁ ସେ ଚେଷ୍ଟା କରିବେ ବୋଲି କହିଛନ୍ତି । ଶେଷରେ ପ୍ରଧାନ କହିଛନ୍ତି ‘ଏ ସ୍କୁଲର ଦରଜା ସମସ୍ତଙ୍କ ପାଇଁ ସଦାବେଳେ ଖୋଲା ରହିବ । ସବୁ ଜାତିର, ସବୁ ଧର୍ମର ପିଲାଏ ଏଠି ପାଠ ପଢ଼ିବେ । ମାଗଣାରେ ପଢ଼ିବେ । ଏ ସ୍କୁଲ ପାଇଁ ଯାହା ଦରକାର ହବ, ମୁଁ ଯୋଗାଇବି ।’’ ବାସ୍ତବରେ, ଶିକ୍ଷକଙ୍କ ପ୍ରଚେଷ୍ଟାରେ ପ୍ରଧାନବାବୁଙ୍କର ପରିବର୍ତ୍ତନ ହୋଇଛି । ସ୍କୁଲ ଦରଜା ସମସ୍ତଙ୍କ ପାଇଁ ଖୋଲା ରହିବ ବୋଲି ପ୍ରଧାନବାବୁ ସ୍ଵୀକାର କରିଛନ୍ତି । କଥାବସ୍ତୁକୁ ସମୀକ୍ଷାକରି ଦେଖିଲେ ଜଣାଯାଏ ଯେ ଏକାଙ୍କିକାଟିର

(ଖ) ଏହି ଏକାଙ୍କିକାରେ ନାଟ୍ୟକାର ଆମମାନଙ୍କୁ କ’ଣ କହିବାକୁ ଚାହିଁଛନ୍ତି ?
Answer:
ନାଟ୍ୟକାର ଡ. ନାରାୟଣ ସାହୁ ‘ଦରଜା ଖୋଲିଦେବା’ ଏକାଙ୍କିକାରେ ଶିକ୍ଷାର ମହତ୍ତ୍ବକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଶିକ୍ଷା ମଣିଷକୁ ଅନ୍ଧକାରରୁ ଆଲୋକକୁ ନେଇଯାଏ । ଅଜ୍ଞାନରୂପୀ ଅନ୍ଧକାରରେ ରହିଲେ ମଣିଷ ନିଜର ଉନ୍ନତି ଓ ଭବିଷ୍ୟତ ସମ୍ପର୍କରେ ଠିକ୍ ରୂପେ ବୁଝିପାରେ ନାହିଁ । ଏହି ସୁଯୋଗରେ ଅନେକ ନ୍ୟସ୍ତ-ସ୍ବାର୍ଥ ଗୋଷ୍ଠୀ ସେମାନଙ୍କୁ ଠକି ଦେଇଥା’ନ୍ତି । କାମ କରାଇ ନେଇ ଉପଯୁକ୍ତ ପାରିଶ୍ରମିକ ଦେଇ ନଥା’ନ୍ତି । ପୁନଶ୍ଚ ଏହି ଏକାଙ୍କିକାରେ ସବୁ ପିଲା ଯେ ସମାନ ଏକଥାକୁ ସ୍ପଷ୍ଟ କରିଦିଆଯାଇଛି । ଆଜି ସରକାରୀ ସ୍ତରରେ ‘ସର୍ବଶିକ୍ଷା ଅଭିଯାନ’ର ଯେଉଁ ମୂଳ ଉଦ୍ଦେଶ୍ୟ ରହିଛି,
ତାହାକୁ ନାଟ୍ୟକାର ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି । ଏହାର ଅନ୍ତଃସ୍ବର ହେଉଛି, ସମସ୍ତଙ୍କର ପାଠ ପଢ଼ିବାର ଅଧିକାର ରହିଛି । ଏଥୁରୁ କେହି କାହାକୁ ବଞ୍ଚିତ କରିବା ଉଚିତ ନୁହେଁ ।

ଦ୍ଵିତୀୟତଃ, ଆମ ସମାଜରେ ରହିଛି ଅନେକ କୁସଂସ୍କାର । ଧନୀ-ଦରିଦ୍ର, ଛୁଅଁ-ଅଛୁଆଁ, ହିନ୍ଦୁ-ମୁସଲମାନର ପ୍ରଭେଦ । ନାଟ୍ୟକାର ଏଥ‌ିରେ ଏଭଳି ଚିନ୍ତାଧାରାର ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛନ୍ତି । ପ୍ରଧାନବାବୁ ନିଜର ସଂକୀର୍ଣ୍ଣ ବିଚାରବୋଧ ଜାହିର୍ କରିବାକୁ ଯାଇ କହିଛନ୍ତି, ‘‘କାଲି ସକାଳେ ଯେଉଁମାନେ ମୋରି ଘରେ ମୂଲ ଲାଗୁଥିଲେ, ସେମାନେ ପୁଣି ପାଠ ପଢ଼ିବେ ମୋରି ପୁଅ ସାଙ୍ଗରେ ?’’ ସମୟ ଯେ ବଦଳିଗଲାଣି, ସେକଥା ମାନିବାକୁ ପ୍ରଧାନବାବୁ ପ୍ରସ୍ତୁତ ନୁହଁନ୍ତି । ଗଣତନ୍ତ୍ରର ମୂଲ୍ୟବୋଧକୁ ସେ ଅସ୍ବୀକାର କରିଛନ୍ତି । ଗରିବ ଅଛୁଆଁ ପିଲାଙ୍କୁ ସ୍କୁଲରୁ ବାହାର କରିଦେବାପାଇଁ ସେ ଶିକ୍ଷକଙ୍କୁ ଦୃଢ଼ଭାବେ କହିଛନ୍ତି । ସତ୍ୟ ପାଖରେ ବସି ବୁଲା ଓ ରହିମ୍ ଚିତ୍ର ଆଙ୍କିବା ଦେଖି ସେ ସହିପାରି ନାହାଁନ୍ତି । ବୁଲା ଓ ରହିମୂକୁ ମାଡ଼ମାରି ତଡ଼ିଦେବାକୁ ଉଦ୍ୟତ ହୋଇଛନ୍ତି ।

ସବୁପିଲା ଯେ ସମାନ, ତାହାକୁ ସେ ଗ୍ରହଣ କରିପାରି ନାହାଁନ୍ତି; ବରଂ ଅଛୁଆଁ ପିଲା ବୋଲି ସେମାନଙ୍କୁ ପାଖରେ ନ ବସାଇବା ପାଇଁ ସତ୍ୟକୁ କହିଛନ୍ତି । ସତ୍ୟ ବାପାଙ୍କର ସଂକୀର୍ଣ୍ଣତାକୁ ବଦଳାଇବାକୁ ଚେଷ୍ଟା କରିଛି। ସତେ ଯେପରି ନାଟ୍ୟକାର ସତ୍ୟ ଚରିତ୍ର ମାଧ୍ୟମରେ ସମାଜର ଭେଦଭାବକୁ ବଦଳାଇ ଦେବାକୁ ଚାହିଁଛନ୍ତି । ସତ୍ୟ କହିଛି ‘ଆମେ ସମସ୍ତେ ସମାନ ମୋ ଦେହରେ ଯେଉଁ ରକ୍ତ, ତାଙ୍କ ଦେହରେ ବି ସେହି ରକ୍ତ ଅଛି ।’’ ପୁନଶ୍ଚ ଉଦାରମନା ହୋଇ ସତ୍ୟ ତା’ବାପାଙ୍କୁ ବୁଝାଇ କହିଛି ଲୋପ ପାଇଗଲାଣି । ଗୁରୁଜୀ କହୁଥିଲେ, ଏସବୁ ଆଇନ ଦୃଷ୍ଟିରୁ ଦଣ୍ଡନୀୟ ।’’ ସତ୍ୟ ମାଧ୍ୟମରେ, ନାଟ୍ୟକାର ସମାଜର ପରିବର୍ତ୍ତନ ଆଣିବାର ସ୍ବରକୁ ବଳବତ୍ତର କରିଛନ୍ତି ।

ନାଟ୍ୟକାର ଏକ ଆଦର୍ଶ ଶିକ୍ଷକ ଚରିତ୍ରର ବର୍ଣନା ଦେଇ ଶିକ୍ଷାର ମହତ୍ତ୍ଵକୁ ସ୍ପଷ୍ଟ କରାଇଛନ୍ତି । ଶିକ୍ଷକ ଅତି ସ୍ନେହର ଓ ଆଦରରେ ପିଲାମାନଙ୍କୁ ପାଠ ପଢ଼ାଇବାପାଇଁ ଚେଷ୍ଟା କରିଛନ୍ତି । କାହାରି ମନରେ ବିଭେଦ ସୃଷ୍ଟି କରିବାପାଇଁ ସେ ଚାହିଁନାହାଁନ୍ତି; ବରଂ ପାଠ ପଢ଼ିବାରେ ସମସ୍ତଙ୍କର ସମାନ ଅଧିକାର ରହିଛି, ତାହା ସେ ଯୁକ୍ତି ଛଳରେ ପ୍ରକାଶ କରିଛନ୍ତି । ମୋଟ ଉପରେ କହିବାକୁ ଗଲେ ଜାତି, ଧର୍ମ, ବର୍ଣ୍ଣ, ବୟସ ନିର୍ବିଶେଷରେ ଶିକ୍ଷାକୁ ସାର୍ବଜନୀନ କରିବାପାଇଁ ନାଟ୍ୟକାର ଚେଷ୍ଟା କରିଛନ୍ତି । ସେ ଏଥୁରେ ପୁରାତନପନ୍ଥୀଙ୍କର ମାନସିକ ସଂସ୍କାର ଆଣିବାକୁ ଚେଷ୍ଟା କରିଛନ୍ତି । ରକ୍ତ ଦାନ ଯେ ମହତ୍ ଦାନ ଏବଂ ଏହାଦ୍ଵାରା ଅମୂଲ୍ୟ ଜୀବନକୁ ବଞ୍ଚାଇ ଦିଆଯାଇପାରେ, ସେ ସଂପର୍କରେ ନାଟ୍ୟକାର ସଚେତନତା ଆଣିବାର ପ୍ରୟାସ କରିଛନ୍ତି ।

ତୁମପାଇଁ କାମ :

  • ଏହି ଏକାଙ୍କିକାଟିକୁ ତୁମ ଶ୍ରେଣୀରେ ଅଭିନୟ କର ।
  • ଜାତୀୟ ଏକତା ଓ ସମାଜ ସଂସ୍କାର ପ୍ରୟାସ ରଖ୍ ଲେଖାଯାଇଥିବା ଆଉ କେତୋଟି ଏକାଙ୍କିକା ସଂଗ୍ରହ କର ଓ ସାଙ୍ଗମାନଙ୍କ ସହ ଅଭିନୟ କର ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
“ ସତ୍ୟ”ର କେଉଁ ଗୁଣ ତୁମକୁ ଭଲ ଲାଗୁଛି ?
Answer:
ନାଟ୍ୟକାର ଡ. ନାରାୟଣ ସାହୁ ଏକାଙ୍କିକାରେ ‘ସତ୍ୟ’କୁ ଏକ ଆଦର୍ଶ ଶିଶୁ ଚରିତ୍ର ଭାବେ ବର୍ଣ୍ଣନା କରିଛନ୍ତି । ସତ୍ୟ ଆଦର୍ଶ ଛାତ୍ର ହିସାବରେ ଗୁରୁଜୀଙ୍କ କଥାକୁ ମର୍ଯ୍ୟାଦା ଦିଏ। ସମସ୍ତଙ୍କୁ ଭଲପାଏ। ତା’ମନରେ ଛୁଆଁ-ଅଛୁଆଁ, ଧନୀ-ଗରିବ ଭେଦଭାବ ନଥିଲା। ବଡ଼ ଲୋକର ପୁଅ ହୋଇ ମଧ୍ୟ ତା’ ମନରେ ଗର୍ବ ଓ ଅହମିକା ନଥୁଲା। ବୁଲା ଓ ରହିମ୍‌ଙ୍କ ସାଥୀରେ ବସି

ସେ ପାଠପଢ଼ିଛି । ଯୀଶୁଖ୍ରୀଷ୍ଟଙ୍କର ମହତ ବାଣୀ “ ପାପକୁ ଘୃଣା କର, ହେଲେ ପାପୀକୁ ନୁହେଁ” ସେ ସାଙ୍ଗମାନଙ୍କୁ ଶିଖାଇଛି । ବୁଲାଠାରୁ ଆଗ୍ରହରେ ଚିତ୍ରକଳା ଶିଖୁଛି । ଶିକ୍ଷକଙ୍କ ପ୍ରତି ଏବଂ ବୁଲା, ରହିମ୍‌ଙ୍କ ପ୍ରତି ପ୍ରଧାନଙ୍କର ତାଚ୍ଛଲ୍ୟପୂର୍ଣ୍ଣ ବ୍ୟବହାରରେ ସତ୍ୟ ପ୍ରତିବାଦ ଜଣାଇଛି । ତା’ ବାପାଙ୍କୁ ସାମ୍ୟବାଦ କଥା କହି ବୁଝାଇଛି । ସେ ବାପାଙ୍କୁ କହିଛି, “ ଛୁଆଁ ଅଛୁଆଁ ଭେଦଭାବ କେବେଠାରୁ ଲୋପ ପାଇଗଲାଣି।” ଗୁରୁଜୀ କହୁଥିଲେ, ‘ଏସବୁ ଆଇନ ଦୃଷ୍ଟିରୁ ଦଣ୍ଡନୀୟ।’ ଗୁରୁଜୀଙ୍କ ଆଦର୍ଶକୁ ଅନୁସରଣ କରି ସତ୍ୟ ତା’ ବାପାଙ୍କ ମନର ବୃଥା ଅହମିକା ଓ କୁସଂସ୍କାର ଦୂରେଇ ଦେଇପାରିଛି । ତେଣୁ ସତ୍ୟର ସମସ୍ତ ଭଲଗୁଣ ଆମର ଆଦର୍ଶ ହେଲେ ଆମେ ଭବିଷ୍ୟତରେ ଭଲମଣିଷ ହୋଇପାରିବା।

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Question ୨।
ଶିକ୍ଷକ ବୁଲା ଓ ରହିମ୍‌କୁ କିପରି ସ୍କୁଲକୁ ଆଣିପାରିଥିଲେ ?
Answer:
ଶିକ୍ଷକ ହେଉଛନ୍ତି ସମାଜର ଆଦର୍ଶ। ବ୍ରହ୍ମା, ବିଷ୍ଣୁ, ମହେଶ୍ବରଙ୍କର ଚଳନ୍ତି ପ୍ରତିମା । ଏକାଙ୍କିକାର ଶିକ୍ଷକ ଗରିବ ପିଲା ବୁଲା ଓ ରହିମର ମନ ପରିବର୍ତ୍ତନ କରାଇପାରିଛନ୍ତି । କାମ କରି ପେଟ ପୋଷୁଥୁବା ପିଲା ଦୁଇଜଣ ସ୍କୁଲ କ’ଣ ଜାଣି ନଥିଲେ। ଶିକ୍ଷକ ସ୍ନେହ ଆଦରରେ ସେମାନଙ୍କୁ ପାଠ ପଢ଼ିବା କଥା ବୁଝାଇଛନ୍ତି। ବୁଲାର ଚିତ୍ରକଳାରେ ଆଗ୍ରହ ଶିକ୍ଷକଙ୍କ ନଜରକୁ ଆସିଛି ପାଠ ପଢ଼ି ଦକ୍ଷତା ଅର୍ଜନ କଲେ ଭବିଷ୍ୟତରେ ଭଲ ମଣିଷ ହେବେ, ଦୁନିଆର ଭଲମନ୍ଦ ଜାଣିବେ, ସେମାନଙ୍କୁ କେହି ଠକି ପାରିବେନି ବୋଲି ଶିକ୍ଷକ ପିଲାଙ୍କୁ କହିଛନ୍ତି। ଶିକ୍ଷକଙ୍କ ପ୍ରେରଣା ଓ ଉତ୍ସାହପୂର୍ଣ୍ଣ କଥା ଯୋଗୁଁ ବୁଲା ଓ ରହିମଙ୍କ ମନରେ ଆତ୍ମବିଶ୍ଵାସ ଆସିଛି । ଶିକ୍ଷକ ମଧ୍ଯ ପ୍ରଧାନଙ୍କ ମନରୁ କୁସଂସ୍କାର ଓ ଜାତିଆଣାଭାବ ଦୂରେଇ ପାରିଛନ୍ତି । ଫଳରେ ବୁଲା ଓ ରହିମ୍ ଶିଶୁର ମୌଳିକ ଅଧୂକାର ଶିକ୍ଷା ନିମନ୍ତେ ବିଦ୍ୟାଳୟକୁ ଆସିଛନ୍ତି।

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର :

Question ୧।
ଇଟା ବୋହି ସେମାନେ କେତେ ଟଙ୍କା ପାଇଥିଲେ ?
Answer:
ଇଟା ବୋହି ସେମାନେ ଦେଢ଼ଶହ ଟଙ୍କା ପାଇଥିଲେ।

Question ୨।
ଇଟା ବୋହି ଯେଉଁ ଅର୍ଥ ପାଇଥିଲେ ତାକୁ କିପରି ଖର୍ଚ୍ଚ କରିଥିଲେ । ?
Answer:
ସେମାନେ ଇଟା ବୁହା ଅର୍ଥରେ ସିନେମା ଦେଖିବା ଓ ହୋଟେଲରେ କୁକୁଡ଼ା ମାଂସ, ପରଟା ଖାଇଥିଲେ।

Question ୩।
ଇଟାବୁହା କାମକୁ କଣ୍ଟ୍ରାକ୍ଟର ନେଇଥିଲେ ପ୍ରଧାନବାବୁ କେତେ ଟଙ୍କା ନେଇ ଥାଆନ୍ତେ ?
Answer:
ଇଟାବୁହା କାମକୁ କଣ୍ଟ୍ରାକ୍ଟର ନେଇଥିଲେ ଦୁଇ କିମ୍ବା ତିନି ହଜାର ଟଙ୍କା ନେଇଥାଆନ୍ତେ ।

Question ୪।
ଶିକ୍ଷକ ବୁଲା ଓ ରହିମ୍‌କୁ କେତେ ସମୟ ସ୍କୁଲରେ ପଢ଼ିବା ପାଇଁ କହିଥିଲେ ?
Answer:
ଶିକ୍ଷକ ରୁଲା ଓ ରହିମ୍କୁ କୁ ଘଶୃଏ ଲେଖାଏଁ ବିଦ୍ୟାଳୟରେ ପଢ଼ିବା ପାଇଁ କହିଥିଲୋ

Question ୫।
ଗାଆଁ ପ୍ରଧାନ ଆସି ଶିକ୍ଷକଙ୍କ ଉପରେ କାହିଁକି ବିରକ୍ତ ହେଲେ ?
Answer:
ଶିକ୍ଷକ ରହିମ୍ ଓ ବୁଲାକୁ ପାଠ ପଢ଼ିବା ପାଇଁ ବିଦ୍ୟାଳୟକୁ ଡାକି ଥିବାରୁ ସେ ଶିକ୍ଷକଙ୍କ ଉପରେ ବିରକ୍ତ ହେଲେ।

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Question ୬।
ପ୍ରଧାନବାବୁଙ୍କ ଦାଣ୍ଡ ଘରେ କିଏ କିଏ ଥିଲେ ?
Answer:
ପ୍ରଧାନବାବୁଙ୍କ ଦାଣ୍ଡ ଘରେ ସତ୍ୟ, ରହିମ୍ ଓ ବୁଲା ଏହି ତିନିଜଣ ପିଲା ଥିଲେ ।

Question ୭।
ସତ୍ୟ କାହାର ଚିତ୍ର ଅଙ୍କନ କରୁଥୁଲା ?
Answer:
ସତ୍ୟ ମହାପୁରୁଷ ଯୀଶୁଖ୍ରୀଷ୍ଟଙ୍କର ଚିତ୍ର ଅଙ୍କନ କରୁଥିଲା ।

Question ୮।
ପ୍ରଧାନବାବୁ ଘର ଭିତରକୁ ଆସି ରାଗିଗଲେ କାହିଁକି ?
Answer:
ବିଛଣା ଉପରେ ରହିମ୍ ବସିଥିବାର ଦେଖ୍ ପ୍ରଧାନବାବୁ ରାଗଗଲେ।

Question ୯।
ସତ୍ୟ କାହିଁକି ବିଦ୍ୟାଳୟକୁ ଆସି ନ ଥିଲା ?
Answer:
ସତ୍ୟର ଆକ୍ସିଡେଣ୍ଟ ହୋଇଯାଇଥିବାରୁ ବିଦ୍ୟାଳୟକୁ ଆସି ନ ଥିଲା।

Question ୧୦।
ସତ୍ୟ ଡାକ୍ତରଖାନାରେ ଥିବାର ଶୁଣି କେଉଁମାନେ ଡାକ୍ତରଖାନାକୁ ଗଲେ ?
Answer:
ସତ୍ୟ ଡାକ୍ତରଖାନାରେ ଥିବାର ଶୁଣି ଶିକ୍ଷକ ଓ ସମସ୍ତ ପିଲା ସେଠାକୁ ଗଲେ।

ବିଷୟବସ୍ତୁର ସାରକଥା :

Question ୧।
ପ୍ରଧାନବାବୁ କିପରି ଲୋକ ଥିଲେ ?
(କ) ଉଦାର
(ଖ) ସତ୍ୟନିଷ୍ଠ
(ଗ) ଧନୀ
(ଘ) ଅହଂଙ୍କାରୀ ଓ ସଂକୀର୍ଣ୍ଣମନା
Answer:
(ଘ) ଅହଂଙ୍କାରୀ ଓ ସଂକୀର୍ଣ୍ଣମନା

Question ୨।
ନିମ୍ନୋକ୍ତ କାହାର ଅର୍ଥ ‘ଅଧ୍ଵ ସ୍ନେହରେ ଆପଣାର କରିବା’ ?
(କ) ନାଟର ଗୋବର୍ଦ୍ଧନ
(ଖ) ଆଖି ଖୋଲିଯିବା
(ଗ) ମୁହଁ ଦେବା
(ଘ) ମୁହଁ ଖୋଲିବା
Answer:
(ଗ) ମୁହଁ ଦେବା

Question ୩।
‘ବକଟେ’ ଶବ୍ଦର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଟି ?
(କ) ସତ୍ୟ ଜାଣିଯିବ
(ଖ) ଅଧ‌ିକ ରାଗିଯିବା
(ଗ) ଅତି ଛୋଟ
(ଘ) ପରିସ୍ଥିତିରୁ ସୁଧୁରିବା
Answer:
(ଗ) ଅତି ଛୋଟ

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Question ୪।
‘ଦରଜା ଖୋଲିଦେବା’ ଏକାଙ୍କିକାରେ ଅନ୍ୟତମ ମୁଖ୍ୟ ଚରିତ୍ର କିଏ?
(କ) ପ୍ରଧାନବାବୁ
(ଖ) ଶିକ୍ଷକ
(ଗ) ବୁଲା
(ଘ) ରହିମ୍
Answer:
(ଖ) ଶିକ୍ଷକ

Question ୫।
‘ଦରଜା ଖୋଲିଦେବା’ ଏକାଙ୍କିକାର ଅନ୍ୟତମ ଚରିତ୍ର ‘ସତ୍ୟ’ କିପରି ଚରିତ୍ରର ?
(କ) ଅହଙ୍କାରୀ
(ଖ) ଅସହିଷ୍ଣୁ
(ଗ) ନିଷ୍ଠୁର
(ଘ) ସହଜ ଓ ସରଳ
Answer:
(ଘ) ସହଜ ଓ ସରଳ

Question ୬।
‘‘ପାପକୁ ଘୃଣା କର, ହେଲେ ପାପୀକୁ ନୁହେଁ ।’’ – ଏହା କେଉଁ ମହାପୁରୁଷଙ୍କ ଉକ୍ତି ଥିଲା ?
(କ) କବୀର
(ଖ) ମହମ୍ମଦ
(ଗ) ଯିଶୁ
(ଘ) ଅରବିନ୍ଦ
Answer:
(ଗ) ଯିଶୁ

Question ୭।
କ’ଣ ଆଇନ ଦୃଷ୍ଟିରୁ ଦଣ୍ଡନୀୟ ବୋଲି ସତ୍ୟ କହିଛି ?
(କ) ଚୋରୀ
(ଖ) ଛୁଆଁ ଅଛୁଆଁ ଭେଦଭାବ
(ଗ) ଧନୀ-ଗରିବ
(ଘ) ପାଠ ପଢ଼ିବା
Answer:
(ଖ) ଛୁଆଁ ଅଛୁଆଁ ଭେଦଭାବ

Question ୮।
ସତ୍ୟର ଆକ୍ସିଡେଣ୍ଟ ଖବର କିଏ କହିଲା ?
(କ) ପ୍ରଧାନବାବୁ
(ଖ) ଶିକ୍ଷକ
(ଗ) ରହିମ୍
(ଘ) ଗୋଟିଏ ପିଲା
Answer:
(ଘ) ଗୋଟିଏ ପିଲା

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

Question ୯।
ପ୍ରଧାନ କିଏ ଥିଲେ ?
(କ) ଗାଁର ମୁରବୀ ଲୋକ
(ଖ) ସ୍କୁଲର ଶିକ୍ଷକ
(ଗ) କଣ୍ଟ୍ରାକ୍ଟର
(ଘ) ଯନ୍ତ୍ରୀ
Answer:
(କ) ଗାଁର ମୁରବୀ ଲୋକ

Question ୧୦।
ଏ ସ୍କୁଲର ଦରଜା ସମସ୍ତଙ୍କ ପାଇଁ ସଦାବେଳେ ଖୋଲା ରହିବ । – ଏହା କାହାର ଉକ୍ତି ଥିଲା ?
(କ) ଶିକ୍ଷକ
(ଖ) ରହିମ୍
(ଗ) ପ୍ରଧାନବାବୁ
(ଘ) ସତ୍ୟ
Answer:
(ଗ) ପ୍ରଧାନବାବୁ

ନାଟ୍ୟକାର ପରିଚୟ:

ଓଡ଼ିଆ ନାଟ୍ୟ ଜଗତରେ ଯେଉଁ କେତେଜଣ ସ୍ତ୍ରଷ୍ଟା ନିଜକୁ ମହିମାନ୍ବିତ କରିଛନ୍ତି, ସେମାନଙ୍କ ମଧ୍ୟରେ ଢ଼ ନାରାୟଣ ସାହୁ ଅନ୍ୟତମ । ସେ ଅଶୀଦଶକ ପରବର୍ତ୍ତୀ ସମୟର ନାଟ୍ୟକାର ଭାବରେ ସୁପରିଚିତ । ତାଙ୍କ ନାଟକଗୁଡ଼ିକରେ ସେ ପ୍ରଚଳିତ ସାମାଜିକ ବିଧ ବ୍ୟବସ୍ଥାର ପରିବର୍ତ୍ତନ ଆଣିବାପାଇଁ ଚେଷ୍ଟା କରିଛନ୍ତି । ସମସ୍ତଙ୍କ ମନରେ ସଂସ୍କାର ପ୍ରୟାସୀଭାବ ସୃଷ୍ଟି କରିଛନ୍ତି । ଯେକୌଣସି ସାଧାରଣ ଘଟଣା ଓ ସାମାଜିକ ବିଚାରଧାରାକୁ ନେଇ ସେ ନାଟ୍ୟକଥାବସ୍ତୁର ପରିକଳ୍ପନା କରିଥା’ନ୍ତି । ମାତ୍ର ସବୁ ନାଟକରେ ସେ ମଞ୍ଚମୂଲ୍ୟ ପ୍ରତି ସଚେତନ ରହିଥା’ନ୍ତି। କାରଣ ନାଟକର ମଞ୍ଚମୂଲ୍ୟରେ ହିଁ ନାଟକର ସାର୍ଥକତା ରହିଥାଏ ।

ନାଟ୍ୟକାର ଓ ନାଟକ :

‘ମୂକ’, ‘ଉପାସନା’, ‘କ୍ରାନ୍ତି’, ‘ଆଶ୍ରା ଖୋଜି ବୁଲୁଥିବା
ଈଶ୍ବର’ ଆଦି ନାଟକ ଓ ଶତାଧ୍ଵ ଏକାଙ୍କିକା ସେ ରଚନା କରିଛନ୍ତି । ଶିଶୁମାନଙ୍କ ପାଇଁ ସେ ଅନେକ ଛୋଟ ନାଟକ ବା ଏକାଙ୍କିକା ରଚନା କରି ନିଜକୁ ଯଶସ୍ୱୀ କରାଇଛନ୍ତି । ତାଙ୍କର ଏକାଙ୍କିକା ସଂକଳନଗୁଡ଼ିକ ହେଉଛି – ‘ଏମିତି ବି ହୁଏ’ ଓ ‘ଅନ୍ୟାନ୍ୟ ନାଟକ’, ‘ଫ୍ରେଣ୍ଡ୍ଲାଇନ୍ ଓ ଅନ୍ୟାନ୍ୟ ନାଟକ’, ‘ପିଲାଙ୍କ ନାଟକ’ ଇତ୍ୟାଦି । ‘ଆଶ୍ରା ଖୋଜି ବୁଲୁଥିବା ଈଶ୍ବର’ ନାଟକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି ।

ଏକାଙ୍କିକାର ପୃଷ୍ଠଭୂମି :

ଶିକ୍ଷା ହେଉଛି ମଣିଷ ଜୀବନର ଅନ୍ୟତମ ଆବଶ୍ୟକତା । ଆମେ ଶିକ୍ଷାପ୍ରାପ୍ତ ହୋଇ ଜୀବନର ମାନ ଅଭିବୃଦ୍ଧି କରାଇଥାଉ । ଏହି ଶିକ୍ଷାକୁ ପ୍ରତ୍ୟେକ ଶିଶୁ ଗ୍ରହଣ କରିବାପାଇଁ ସରକାରୀ ସ୍ତରରେ ‘ସର୍ବଶିକ୍ଷା ଅଭିଯାନ’ ପଦକ୍ଷେପ ଗ୍ରହଣ କରାଯାଇଛି। ମାତ୍ର ପଲ୍ଲା ଅଞ୍ଚଳରେ ଓ ବସ୍ତି ଅଞ୍ଚଳରେ ଅନେକ ଶିଶୁ ଏହି ସୁଯୋଗରୁ ବଞ୍ଚ ହେଉଛନ୍ତି । ଅତି କମ୍ ବୟସରୁ ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ପରଘରେ କାମ କରୁଛନ୍ତି । ମାତ୍ର ନାଟ୍ୟକାର ସାହୁ, ଉକ୍ତ ଏକାଙ୍କିକାରେ ଶିକ୍ଷାକୁ ଜାତି, ଧର୍ମ, ବର୍ଣ୍ଣ, ବୟସ ନିର୍ବିଶେଷରେ ସାର୍ବଜନୀନ କରିବାପାଇଁ ପ୍ରେରଣା ଦେଇଛନ୍ତି । ପୁରାତନପନ୍ଥୀ ଓ ସଂକୀର୍ଣ୍ଣମନା ବ୍ୟକ୍ତିମାନଙ୍କର ଚିନ୍ତାଧାରାର ପରିବର୍ତ୍ତନ ପାଇଁ ସୂଚନା ଦେଇଛନ୍ତି । ସେହିପରି ସମସ୍ତଙ୍କ ମନରେ ସଂସ୍କାର ଆଣିବା ଓ ରକ୍ତଦାନ କରି ଜୀବନ ବଞ୍ଚାଇବା ପରି ମହତ୍ କାମ କରିବାର ସଚେତନତା ସୃଷ୍ଟି କରିବାପାଇଁ ଏକାଙ୍କିକାରେ ପ୍ରେରଣା ଦିଆଯାଇଛି ।

ଏକାଙ୍କିକାର ସାରକଥା :

ନାଟ୍ୟକାର ଏକାଙ୍କିକାଟିକୁ ଛଅଟି ବିଭାଗରେ ବା ଛଅଟି ଦୃଶ୍ୟରେ ବିଭକ୍ତ କରିଛନ୍ତି । ଏଥ‌ିରେ ପ୍ରାୟ ତିନୋଟି ସେଟିଂ ବା ପରିବେଶର ବର୍ଣ୍ଣନା ରହିଛି । ସେଥୁରୁ ଗୋଟିଏ ହେଉଛି ସ୍କୁଲ ଘର, ଦ୍ଵିତୀୟଟି ହେଉଛି ପ୍ରଧାନଙ୍କ ଘର ଏବଂ ଶେଷଟି ହେଉଛି ଡାକ୍ତରଖାନା । ଏଥ‌ିରେ ଶିକ୍ଷକ, ପ୍ରଧାନ ଓ ଡାକ୍ତର ଭଳି ତିନୋଟି ଚରିତ୍ରର ବର୍ଣ୍ଣନା ରହିଥିବାବେଳେ ବୁଲା, ରହିମ୍, ସତ୍ୟ ସହିତ କେତେକ ପିଲାଙ୍କ ଚରିତ୍ରର ସୂଚନା ଦିଆଯାଇଛି ।

ପ୍ରଥମ ଦୃଶ୍ୟ :

ସାଧାରଣ ସ୍କୁଲର ଶ୍ରେଣୀ ପ୍ରକୋଷ୍ଠ । ଶ୍ରେଣୀରେ ଯାହାକିଛି ଥ‌ିବା କଥା ସବୁକିଛି ରହିଛି । ବ୍ଲାକ୍‌ବୋର୍ଡ, ଚକ୍ ସହିତ କାନ୍ତରେ ଗାନ୍ଧୀ ଏବଂ ଗୋପବନ୍ଧୁଙ୍କ ଫଟୋ ଟଙ୍ଗା ହୋଇଛି । ଶିକ୍ଷକଙ୍କ ପାଇଁ ବସିବାକୁ ଚେୟାର, ଟେବୁଲ୍ ରହିଛି । ପିଲାମାନଙ୍କ ବସିବାପାଇଁ ଡେସ୍କ ଏବଂ ବେଞ୍ଚ ପଡ଼ିଛି । ସେହି ଶ୍ରେଣୀଗୃହକୁ ଦୁଇଟି ପିଲା ଆସିଛନ୍ତି । ସେମାନେ ସତେଯେପରି ନୂଆ ହୋଇ ଶ୍ରେଣୀଗୃହକୁ ପ୍ରବେଶ କଲାଭଳି ବ୍ୟବହାର ଦେଖାଇଛନ୍ତି । ପାଠ କ’ଣ ସେମାନେ ଜାଣି ନାହାଁନ୍ତି । ପିଲାବେଳୁ କାମ କରି, ପରଘରେ ମୂଲ ଲାଗି ପେଟ ପୋଷି ଜାଣିଛନ୍ତି । ଶ୍ରେଣୀଗୃହର ବିଚିତ୍ର ପରିବେଶ ଦେଖୁ ସେମାନେ ଯେପରି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଶ୍ରେଣୀଗୃହକୁ ପ୍ରବେଶ କରିଥିବା ପିଲା ଦୁଇଟି ହେଉଛନ୍ତି ବୁଲା ଓ ରହିମ୍ । ବୁଲା ପ୍ରଥମେ ଶିକ୍ଷକଙ୍କ ଚେୟାର ଉପରେ ବସିପଡ଼ିଛି । ରହିମୂକୁ ବୁଝାଇ କହିଛି, ଏହି ଜାଗାରେ ମାଷ୍ଟର ବସେ । ଜାଗାଟି ଭାରି ବଢ଼ିଆ ହୋଇଛି । ବସିସାରିଲା ପରେ ଆଗକୁ ଅନାଇ ପିଲାଙ୍କୁ ଆଦେଶଦେବା ଭଙ୍ଗୀରେ ପାଠ ପଢ଼ିବାପାଇଁ କହିଛି । ରହିମ୍ କିନ୍ତୁ ଏସବୁ ସାଜ ସରଞ୍ଜାମକୁ ଠିକ୍ ରୂପେ ବୁଝି ପାରିନାହିଁ । ଡେସ୍କ, ବେଞ୍ଚକୁ ଆଙ୍ଗୁଳି ଦେଖାଇ, ଏଗୁଡ଼ାକ କ’ଣ ବୋଲି ବୁଲାକୁ ପଚାରିଛି । ବୁଲା ନିଜକୁ ଅଧ୍ଵ ଜାଣିଥିବା ପିଲା ବୋଲି ଦେଖେଇ ହୋଇ କହିଛି ଯେ ସେହି ବେଞ୍ଚ ଓ ଡେସ୍କରେ ପାଠ ପଢ଼ିବାକୁ ଆସିଥିବା ଆମ ଭଳି ପିଲାମାନେ ବସିଥା’ନ୍ତି । ବୁଲା କଥାକୁ ରହିମ୍ ଠିକ୍ ରୂପେ ଗ୍ରହଣ କରିନାହିଁ ।

ସେ ଜାଣିଛି ତାଙ୍କ ଭଳି ପିଲାମାନେ କେବଳ ଜନ୍ମ ହୋଇଥା’ନ୍ତି ମୂଲଲାଗି ପେଟ ପୋଷିବାପାଇଁ । ବୁଲା ନିଜର ମନକଥା ରହିମ୍‌କୁ କହିଛି । ଏହି ଘରକୁ ପିଲାମାନେ ପାଠ ପଢ଼ିବାକୁ ଆସିଲାବେଳେ ତା’ର ମନହୁଏ ସେମାନଙ୍କ ସାଙ୍ଗରେ ଆସିବାପାଇଁ। ବୁଲାର ଏଭଳି କଥାଶୁଣି ରହିମ୍ କହିଛି, ଆମେ ପତର ଗୋଟାଇବା ଲୋକ, ତୋଟା ମୂଲ କାହିଁକି କରିବାକୁ ଯିବା । ଅର୍ଥାତ୍ ଆମେ ଯେତିକିର ମୁଣ୍ଡ, ସେତିକିରେ ରହିବା ଉଚିତ । ତା’ଠାରୁ ଅଧ‌ିକ ଭାବିବା ଉଚିତ ନୁହେଁ । କାରଣ ଆମେ ଯଦି ପାଠ ପଢ଼ିବାକୁ ଆସିବା, ତାହେଲେ ଆମକୁ କେହି ଖାଇବାକୁ ଦେବେ ନାହିଁ । ରହିମ୍ କଥାରେ ସମ୍ମତ ହୋଇଛି ବୁଲା ।

ପିଲାଳିଆ ସ୍ଵଭାବ ନେଇ ରହିମ୍ ଚକ୍ ଧରି ଦେଖୁଛି । କ’ଣ ବୋଲି ଜାଣିବାପାଇଁ ଶୁଙ୍ଘିଛି । ହେଲେ କିଛି ସେ ଜାଣିପାରିନି । ବୁଲା, ରହିମୁକୁ ବୁଝାଇ କହିଛି, ତାହା ହେଉଛି ଚକ୍, ଯେଉଁଥରେ ଲେଖାହୁଏ । ରହିମ୍ ବ୍ଲାକବୋର୍ଡ ପାଖକୁ ଯାଇ ଡଷ୍ଟରରେ ବ୍ଲାକବୋର୍ଡକୁ ଲିଭାଇଛି । ସବୁ ଅକ୍ଷର ଲିଭିଯାଇଥ‌ିବାରୁ ରହିମ୍ ଖୁସି ହୋଇଯାଇଛି । ବୁଲା ଚକ୍ ନେଇ ବ୍ଲାକ୍‌ବୋର୍ଡ ଉପରେ ଗାରେଇଛି ଓ ରହିମ୍ ତାହାକୁ ଲିଭେଇଛି । ବୁଲା ଚକ୍ରଧରି ମାଷ୍ଟରଙ୍କ ଛବି କରିବାକୁ ଚେଷ୍ଟାକରିଛି । ଏହି ସମୟରେ ଶିକ୍ଷକ ମହାଶୟ ହାତରେ ଛତା ଧରି ସେଠାରେ ପହଞ୍ଚିଛନ୍ତି । ଚୁପ୍‌ଚାପ୍ ଠିଆ ହୋଇ ସେମାନଙ୍କୁ ଲକ୍ଷ୍ୟ କରିଛନ୍ତି । ଶିକ୍ଷକଙ୍କ ନିଶଟି ଛାଡ଼ି ଦେଇଥ‌ିବା କଥା ବୁଲାକୁ ରହିମ୍ କହିଛି । ବୁଲା ମଧ୍ୟ ନିଶଟି କରିଦେଇଛି ।

ବୁଲା ଚିତ୍ରଟି ଠିକ୍ ହେଲା କି ନାହିଁ ବୋଲି ରହିମ୍କୁ ପଚାରୁଥିଲାବେଳେ ଶିକ୍ଷକ କହିଛନ୍ତି, ନା ଚିତ୍ରରେ ଆହୁରି ବାକି ରହିଗଲା, ତା’ଛତାଟା ଛାଡ଼ି ଦେଇଛ । ଶିକ୍ଷକଙ୍କ କଥା ଶୁଣି ପିଲାଦୁଇଜଣ ଦଉଡ଼ି ପଳାଇବାକୁ ଚେଷ୍ଟା କରିଛନ୍ତି । ମାତ୍ର ଶିକ୍ଷକ ସେମାନଙ୍କୁ ସ୍ନେହରେ ଡାକିଛନ୍ତି । ସେ ବାଘ, କିମ୍ବା ସିଂହ ନୁହେଁ ଯେ ସେମାନେ ଭୟରେ ପଳାଉଛନ୍ତି । ନ ଡରିବାପାଇଁ ଶିକ୍ଷକ ଦୁହିଁଙ୍କୁ କହିଛନ୍ତି । କାହାର ଛବି କରୁଥୁଲ ବୋଲି ପଚାରିଛନ୍ତି । ପିଲାଦୁଇଟି ଡରି ଡରି, ‘ତମର ଆଜ୍ଞା’ ବୋଲି କହିଛନ୍ତି । ଶିକ୍ଷକ କହିଛନ୍ତି, ଯେହେତୁ ତୁମେମାନେ ମୋର ଛବି ଆଙ୍କୁଥିଲ, ସେଥ‌ିରେ ଛତାଟି ଛାଡ଼ିଯାଇଥୁଲ । କାରଣ ଛତାଟି ସବୁବେଳେ ମୋ ପାଖରେ ରହିଥାଏ ।

ପ୍ରଧାନଘର ଭାଟିରେ ଇଟାକାମ କରୁଥିବା କଥା କହିଛନ୍ତି । ପିଲାମାନଙ୍କ କଥା ଶୁଣି ଶିକ୍ଷକ ଦୁଃଖ ପ୍ରକାଶ କରିଛନ୍ତି । ମନକୁ ମନ କହିଛନ୍ତି, ‘ଯେଉଁ ହାତ ସିଲଟ ଖଡ଼ି ଧରିବା କଥା, ସେଇ ହାତ ଯଦି ଇଟା, ପଥର ଭାଙ୍ଗିବ, ତେବେ ଏ ଦେଶର ଭବିଷ୍ୟତ କ’ଣ ???

ଶିକ୍ଷକଙ୍କଠାରୁ ସାହସ ପାଇ ବୁଲା ଓ ରହିମ୍ ତାଙ୍କୁ କେତେକ ପ୍ରଶ୍ନ ପଚାରିଛନ୍ତି । ସେମାନଙ୍କର ପାଠ ପଢ଼ିବା କ’ଣ ନିହାତି ଦରକାର ବୋଲି ବୁଲା ପଚାରିଛି । ରହିମ୍ କହିଛି, ପାଠ ନ ପଢ଼ିଲେ ମଧ୍ୟ ସେମାନଙ୍କର କୌଣସି ଅସୁବିଧା ହେଉନାହିଁ । ପାଠର ମହତ୍ତ୍ଵ ବୁଝାଇବାକୁ ଯାଇ ଶିକ୍ଷକ କହିଛନ୍ତି ଯେ ଖାଇବା, ପିଇବା, ପିନ୍ଧିବା ଭଳି ପାଠ ମଧ୍ୟ ଦରକାର । ଅନ୍ଧାର ରାତିରେ ଆଲୋକର ଆବଶ୍ୟକତା ଥିଲା ପରି, ଜୀବନରେ ସବୁକିଛି ଜାଣିବାପାଇଁ ପାଠର ଆବଶ୍ୟକତା ରହିଛି ।

ଶିକ୍ଷକ ସେହି ପିଲା ଦୁଇଜଣଙ୍କୁ ସେମାନେ କେଉଁଠି କି କାମ କରିଛନ୍ତି ବୋଲି ପଚାରିଛନ୍ତି । ରହିମ୍ କହିଛି, ଏହି ସ୍କୁଲଘର ତିଆରି ପାଇଁ ଯେତେ ଇଟା ଦରକାର ହୋଇଛି, ସବୁଯାକ ଇଟା ସେମାନେ ବୋହିଛନ୍ତି । ତାଙ୍କ ପରି ପାଞ୍ଚଜଣ ପିଲାଙ୍କୁ ପ୍ରଧାନବାବୁ ଦେଢ଼ଶହ ଟଙ୍କା ଦେଇ କାମ କରାଇଛନ୍ତି । ଏହି କାମପାଇଁ ତାଙ୍କୁ ପାଞ୍ଚଦିନ ପାଞ୍ଚରାତି ଲାଗିଥିଲା । ସେହି ଟଙ୍କାକୁ ନେଇ ସେମାନେ ସିନେମା ଦେଖିଲେ, ହୋଟେଲରେ କୁକୁଡ଼ା ମାଉଁସ ଆଉ ପରଟା ଖାଇଥିଲେ । ସେମାନଙ୍କ ବିଚାରରେ ଦେଢ଼ ଶହ ଟଙ୍କା ବହୁତ ଅଧିକ । ମାତ୍ର ଶିକ୍ଷକ ସେମାନଙ୍କୁ ବୁଝାଇ ଦେଇଛନ୍ତି, କଣ୍ଟ୍ରାକ୍ଟର ପ୍ରଧାନବାବୁ ସେମାନଙ୍କୁ ଦୁଇ ତିନି ହଜାର ଜାଗାରେ ମାତ୍ର ଦେଢ଼ଶହ ଟଙ୍କା ଦେଇ ଠକି ଦେଇଛନ୍ତି ।

ଶିକ୍ଷକଙ୍କ କଥାରେ ଗୁରୁତ୍ଵ ଦେଇନାହାଁନ୍ତି ବୁଲା ଓ ରହିମ୍ । ସେମାନଙ୍କ ମତରେ ଏତେ ହିସାବ କିତାବରେ ତାଙ୍କର କୌଣସି ଦରକାର ନାହିଁ କିମ୍ବା ସେଥ‌ିରେ ତାଙ୍କର ପେଟ ପୂରିବ ନାହିଁ । ଶିକ୍ଷକ ତାଙ୍କୁ ବୁଝାଇ କହିଛନ୍ତି, ଏଭଳି ହିସାବ କିତାବଦ୍ଵାରା ସେମାନେ ସବୁ ଜାଣିପାରିବେ । ସେମାନଙ୍କର ଆଖ୍ ଖୋଲିଯିବ । ତେଣୁ କାଲିଠାରୁ ସ୍କୁଲକୁ ଆସିବାକୁ ଶିକ୍ଷକ ସେମାନଙ୍କୁ କହିଛନ୍ତି । କାରଣ ଘଣ୍ଟାଏ ଲେଖାଁ ବସିଲେ ସେମାନଙ୍କର ବହୁତ ଉପକାର ହେବ । ପାଠ ପଢ଼ିବାପାଇଁ କୌଣସି ପଇସା ଦେବାକୁ ହେବ ନାହିଁ । ଶେଷରେ ବୁଲା ଓ ରହିମ୍ ଶିକ୍ଷକଙ୍କ କଥାରେ ରାଜି ହୋଇଛନ୍ତି ।

ଦ୍ଵିତୀୟ ଦୃଶ୍ୟ :

ପରଦିନ ସକାଳୁ ଶିକ୍ଷକ କେତେଜଣ ପିଲାଙ୍କୁ ପାଠ ପଢ଼ାଇବାପାଇଁ ବସିଥିଲେ । ସେହି ପିଲାମାନଙ୍କ ମଧ୍ୟରେ ବୁଲା, ରହିମ୍ ଓ ପ୍ରଧାନଙ୍କ ପୁଅ ସତ୍ୟ ଥିଲେ । ବୁଲା ଓ ରହିମ୍ କେବଳ ପ୍ୟାଣ୍ଟ ପିନ୍ଧି ସେମାନଙ୍କ ମଧ୍ୟରେ ବସିଥିଲେ । ହଠାତ୍ ସ୍କୁଲ ଘରକୁ ପଶି ଆସିଥିଲେ ପ୍ରଧାନ । ଶିକ୍ଷକଙ୍କୁ ସେ ଗାଳି ଗୁଲଜ କରିଥିଲେ । ସେ ସାଧାରଣ ପିଲାଙ୍କୁ ପାଠ ପଢ଼ାଇବାକୁ ସୁଯୋଗ ଦେଉଛନ୍ତି ବୋଲି ଶିକ୍ଷକଙ୍କୁ କହିଥିଲେ । ପ୍ରଧାନଙ୍କ ବିଚାରରେ ବିଦ୍ୟାଳୟ ହେଉଛି ମାଆ । ତା’ପ୍ରତି ଅନ୍ୟାୟ କଲେ, କାହାକୁ କ୍ଷମା ଦିଆଯିବ ନାହିଁ । ଶିକ୍ଷକ, ବୁଲା ଓ ରହିମ୍ ଭଳି ପିଲାଙ୍କୁ ବିଦ୍ୟାଳୟକୁ ଆଣି ଯୁଗଯୁଗର ଅନୁଷ୍ଠାନକୁ ଅପବିତ୍ର କରିଦେଇଛନ୍ତ୍ରି।

ପ୍ରଧାନଙ୍କ ମନରେ ଥ‌ିବା କୁସଂସ୍କାର ଓ ଭୁଲ୍ ଧାରଣାକୁ ଶିକ୍ଷକ ବଦଳାଇବାକୁ ଚେଷ୍ଟା କରିଛନ୍ତି । ସେ କହିଛନ୍ତି ‘‘ଏଇଟା ସରକାରୀ ବିଦ୍ୟାଳୟ । ଏଠି ସମସ୍ତଙ୍କର ପଢ଼ିବା ଅସ୍ଵୀକାର ଅଛି । ବିଦ୍ୟାଳୟପାଇଁ ଉଚ୍ଚ-ନୀଚ, ଧନୀ-ଗରିବ, ହିନ୍ଦୁ-ମୁସଲମାନ ସମସ୍ତେ ସମାନ । ଏଠି ଜାତି-ଧର୍ମ-ବର୍ଷର ପ୍ରଶ୍ନ ଉଠିବ କୋଉଠୁ ।’’ ଶିକ୍ଷକଙ୍କର କୌଣସି କଥାକୁ ପ୍ରଧାନ ମାନିବାକୁ ପ୍ରସ୍ତୁତ ହୋଇନାହାଁନ୍ତି । ଯେହେତୁ ସେ କଣ୍ଟ୍ରାକ୍ଟର ଭାବରେ ସ୍କୁଲ ତିଆରି କରିଛନ୍ତି, ସେଥ‌ିପାଇଁ ସ୍କୁଲ ଉପରେ ତାଙ୍କର ପୂରା ଅଧିକାର ରହିଛି । ଶିକ୍ଷକ ପ୍ରଧାନଙ୍କ କଥାର ଉତ୍ତର ଦେଇ କହିଛନ୍ତି, ତାଙ୍କର କାମପାଇଁ ସେ ସରକାରଙ୍କଠାରୁ ପଇସା ନେଇଛନ୍ତି । ସରକାରୀ ସ୍କୁଲ ଭାବରେ ଏଠାରେ ସମସ୍ତଙ୍କର ପାଠ ପଢ଼ିବାର ଅଧିକାର ରହିଛି । ସେହି ଅଧ୍ୟାର ଆମକୁ ଗଣତନ୍ତ୍ର ଦେଇଛି ବୋଲି ଶିକ୍ଷକ କହିଛନ୍ତି ।

ବୁଲା ଓ ରହିମ୍ ଭଳି ପିଲା, ତାଙ୍କ ପୁଅ ସାଙ୍ଗରେ ପାଠ ପଢ଼ିବା କଥା ପ୍ରଧାନ ପସନ୍ଦ କରିନାହାଁନ୍ତି । ରହିମ୍ ପ୍ରଧାନଙ୍କୁ ବୁଝାଇବାକୁ ଚେଷ୍ଟା କରିଛି । ଏପରିକି ତାଙ୍କ ପୁଅ ସତ୍ୟ ମଧ୍ୟ ଗୁରୁଜୀଙ୍କ କଥାକୁ ସମର୍ଥନ କରିଛି । ପ୍ରଧାନ ଏଥିରେ ରାଗିଯାଇଛନ୍ତି। ନିଜ ପୁଅ ସତ୍ୟକୁ ଟାଣି ଟାଣି ସାଙ୍ଗରେ ନେଇ ଯାଇଛନ୍ତି । ଶିକ୍ଷକଙ୍କର କୌଣସି ପ୍ରକାର ବାରଣକୁ ପ୍ରଧାନ ମାନି ନାହାଁନ୍ତି ।

ତୃତୀୟ ଦୃଶ୍ୟ :

ପ୍ରଧାନବାବୁଙ୍କ ଦାଣ୍ଡଘରେ ସତ୍ୟ ବସି ବସି ଚିତ୍ରଟିଏ ଆଙ୍କୁଥିଲା । ଚିତ୍ରଟି ଥିଲା ଯୀଶୁଖ୍ରୀଷ୍ଟଙ୍କର । ପଛପଟୁ ଚିତ୍ରଟିକୁ ଲକ୍ଷ୍ୟ କରୁଥିଲେ ବୁଲା ଓ ରହିମ୍ । ଚିତ୍ରଟିକୁ ଠିକ୍ ରୂପେ ସତ୍ୟ କରିପାରୁ ନଥିଲା । ବୁଲା ଚିତ୍ରଟି କାହାର ବୋଲି, ସତ୍ୟକୁ ପଚାରିଛି। ସତ୍ୟ କହିଛି, ଚିତ୍ରଟି ହେଉଛି ଯୀଶୁଖ୍ରୀଷ୍ଟଙ୍କର; ଯିଏ କି ସଦାବେଳେ କହୁଥିଲେ ‘ପାପକୁ ଘୃଣା କର, ପାପୀକୁ ଘୃଣା କରନାହିଁ ।’’ ସତ୍ୟ ଠିକ୍ ରୂପେ ଚିତ୍ର କରିବାପାଇଁ ବୁଲାକୁ କହିଛି । ବୁଲା ମନାକଲେ ବି ତାକୁ ରବର ପେନ୍‌ସିଲ୍ ଦେଇ ବାଧ୍ୟ କରିଛି ଚିତ୍ର କରିବାପାଇଁ । ସତ୍ୟର କଥା ମାନି ବୁଲା ବିଛଣାରେ ବସି ଚିତ୍ର ଅଙ୍କନ କରିଛି । ବୁଲା ଠିକ୍ ରୂପେ ଚିତ୍ର କରୁଥିବାରୁ ସତ୍ୟ ଖୁସି ହୋଇଛି ।

ବୁଲା ଚିତ୍ର କଲାବେଳେ ଓ ସତ୍ୟକୁ ଚିତ୍ର କରିବାର କୌଶଳ ବତାଇଦେଲାବେଳେ ଘର ଭିତରକୁ ଆସିଛନ୍ତି ପ୍ରଧାନବାବୁ । ବିଛଣା ଉପରେ ରହିମ୍ ବସିଥ‌ିବାର ଦେଖ୍ ସେ ରାଗରେ ନିଆଁବାଣ ହୋଇଯାଇଛନ୍ତି । ରହିମ୍‌କୁ ଧମକ ଦେଇ ପାଖରେ ଥିବା ସ୍କେଲ୍ ଧରି ପିଟିବାକୁ ଯାଇଛନ୍ତି । ରହିମ୍ କାନ୍ଦି ପକାଇଛି । ସତ୍ୟ ତା’ର ବାପା ପ୍ରଧାନବାବୁଙ୍କୁ ବୁଝାଇବାକୁ ଚେଷ୍ଟାକଲେ ମଧ୍ୟ ସେ କିଛି ବୁଝିବାକୁ ପ୍ରସ୍ତୁତ ହୋଇନାହାଁନ୍ତି ।

ପ୍ରଧାନବାବୁ, ବୁଲା ଓ ରହିମୂକୁ ତାଗିଦ କରି ସ୍କୁଲ ନଯିବାପାଇଁ କହିଛନ୍ତି । ସେମାନଙ୍କୁ ବୁଝାଇବାକୁ ଯାଇ କହିଛନ୍ତି ଯେ ସେମାନେ ସ୍କୁଲ ଗଲେ କାମ କିଏ କରିବ ? ପୁଅକୁ ବୁଝାଇଛନ୍ତି, ସେମାନେ କାମ କରିବାକୁ ଜନ୍ମ ହୋଇଛନ୍ତି । ବାପ- ଅଜା ଅମଳରୁ ଏହି ଧାରା ପ୍ରଚଳିତ ହୋଇଆସୁଛି । ନିଜର ଅହଂକାର ପ୍ରକାଶ କରି କହିଛନ୍ତି ଯେ ତାଙ୍କ ଗାଁରେ କୌଣସି ସରକାରୀ ନିୟମ କାନୁନ୍ କାଟୁକରିବ ନାହିଁ । ସେ ଯାହା କହିବେ ତାହାହିଁ ହେବ ଆଇନ ।

ବାପାଙ୍କ କଥାର ପ୍ରତିବାଦ କରିଛି ସତ୍ୟ । ପିଲାଙ୍କୁ ଅଧିକ ଖଟାଇବା ଅପରାଧ ବୋଲି ସତ୍ୟ ବାପାଙ୍କୁ ବୁଝାଇ ଦେଇଛି । ତଥାପି ପ୍ରଧାନବାବୁ କିଛି ବୁଝିବାକୁ ପ୍ରସ୍ତୁତ ହୋଇନାହାନ୍ତି । ବରଂ ରହିମ୍ ଓ ବୁଲାକୁ ଧମକାଇ ସେ କହିଛନ୍ତି ଯେ କାଲିଠାରୁ ସେମାନେ ଆଉ ସ୍କୁଲକୁ ଯିବେ ନାହିଁ । ବୁଲା ଓ ରହିମ୍ କାନମୋଡ଼ି ହୋଇ ପ୍ରଧାନବାବୁଙ୍କ କଥାକୁ ସ୍ଵୀକାର କରିଛନ୍ତି । ସତ୍ୟ ବାପାଙ୍କୁ ବୁଝାଇ କହିଛି ଯେ ସମସ୍ତେ ସମାନ । ସମସ୍ତଙ୍କ ଦେହରେ ସମାନ ରକ୍ତ ରହିଛି । ଛୁଆଁ ଅଛୁଆଁ ଭେଦଭାବ କେବେଠାରୁ ଲୋପପାଇ ଗଲାଣି । ଏଭଳି ଚିନ୍ତାଧାରା ପ୍ରକାଶକଲେ ଆଇନ ଅନୁଯାୟୀ ଦଣ୍ଡିତ ହେବାକୁ ପଡ଼ିବ । ପ୍ରଧାନବାବୁ ଗରୁଜୀଙ୍କୁ ଏଭଳି ପରିସ୍ଥିତି ପାଇଁ ଦୋଷାରୋପ କରିଛନ୍ତି ।

BSE Odisha 7th Class Odia Solutions Chapter 22 ଦରଜା ଖୋଲି ଦେବା

ଚତୁର୍ଥ ଦୃଶ୍ୟ :

ସ୍କୁଲଘରେ ଶିକ୍ଷକ ବସିଛନ୍ତି ଓ ପିଲାମାନେ ପାଠ ପଢୁଛନ୍ତି । ଶିକ୍ଷକ ପିଲାମାନଙ୍କୁ ପଚାରିଛନ୍ତି ଯେ ସତ୍ୟ କାହିଁକି ସ୍କୁଲକୁ ଆସିନାହିଁ । ଗତକାଲିର ଘଟଣା ସଂପର୍କରେ ବୁଲା କହିଛି । ସେମାନଙ୍କୁ ଗତକାଲି ସତ୍ୟର ବାପା ପ୍ରଧାନବାବୁ ଗାଳି ଦେଇଛନ୍ତି। ସ୍କୁଲକୁ ନ ଆସିବାପାଇଁ ତାଗିଦ୍ କରିଛନ୍ତି । ଏହି ସମୟରେ କେହି ଜଣେ ପିଲା ଧାଇଁ ଧାଇଁ ଆସି ସ୍କୁଲରେ ପହଞ୍ଚିଛି । ସତ୍ୟର ଆକ୍ସିଡେଣ୍ଟ ହେବା କଥା କହିଛି । ପିଲାଟିର କଥା ଶୁଣି ଶିକ୍ଷକ ବ୍ୟସ୍ତ ହୋଇ ପଡ଼ିଛନ୍ତି । ସାଇକେଲ ନେଇ ସତ୍ୟକୁ ଦେଖିବାପାଇଁ ଡାକ୍ତରଖାନା ଯିବାକୁ ବାହାରିଛନ୍ତି । ବୁଲା ଓ ରହିମ୍ ଯିବାପାଇଁ କହିଛନ୍ତି । ଡାକ୍ତରଖାନା ସେଠାରୁ ତିନିଚାରି କିଲୋମିଟର ଦୂର ହୋଇଥିବାରୁ ସେମାନଙ୍କୁ ଶିକ୍ଷକ ସେଠାକୁ ଯିବାକୁ ମନା କରିଛନ୍ତି । ମାତ୍ର ବୁଲା ଓ ରହିମ୍ ଦଉଡ଼ି ଦଉଡ଼ି ଚାଲିଯିବେ ବୋଲି କହିଛନ୍ତି ।

ପଞ୍ଚମ ଦୃଶ୍ୟ :

ଡାକ୍ତରଖାନାର ଦୃଶ୍ୟ । ବେଞ୍ଚ ଉପରେ ବସିଛନ୍ତି ବୁଲା ଓ ରହିମ୍ । ବାରଣ୍ଡାରେ ଏପଟ ସେପଟ ହୋଇ ବୁଲୁଥିଲେ ପ୍ରଧାନବାବୁ । ଏହି ସମୟରେ ଶିକ୍ଷକ ଭିତରୁ ଆସିଛନ୍ତି । ସତ୍ୟର ରକ୍ତ ସହିତ ପ୍ରଧାନବାବୁଙ୍କର କିମ୍ବା ତାଙ୍କର ରକ୍ତ ମିଶୁନାହିଁ ବୋଲି ସେ ବ୍ୟସ୍ତ ହୋଇଛନ୍ତି । ଶେଷରେ ସେ ବୁଲା ଓ ରହିମ୍ବର ରକ୍ତ ପରୀକ୍ଷା କରିବାକୁ ଦେଇଛନ୍ତି । ଶିକ୍ଷକଙ୍କ

କଥା ଶୁଣି ପ୍ରଧାନବାବୁ ବ୍ୟସ୍ତ ହୋଇଛନ୍ତି । ତାଙ୍କ ପୁଅ ରକ୍ତରେ ଅନ୍ୟ କେଉଁ ଅଛବ ପିଲାର ରକ୍ତ ମିଶୁ ସେ ଏହା ଚାହିଁନାହାନ୍ତି । ସେଭଳି ବାରବୁଲା ପିଲାଙ୍କ ରକ୍ତ, ତାଙ୍କ ପୁଅ ଦେହରେ ଦିଆଯାଉ ବୋଲି ସେ ପସନ୍ଦ କରିନାହାନ୍ତି । ଶିକ୍ଷକ ପ୍ରଧାନବାଙ୍କର ଏଭଳି ସଂକାର୍ଣ୍ଣ ମନୋଦ୍ଭାବକୁ ବଦଳାଇ ଦେବାକୁ ଚେଷ୍ଟା କରିଛନ୍ତି। ପ୍ରଧାନବାବୁଙ୍କୁ ବୁଝାଇବାକୁ ଯାଇ ଶିକ୍ଷକ କହିଛନ୍ତି ‘କାହାକୁ ଅନ୍ୟାୟ ବୋଲି କହୁଛନ୍ତି ? ହିନ୍ଦୁ-ମୁସଲମାନ ହୋଇ ଜନ୍ମହେବାଟା କ’ଣ ଅନ୍ୟାୟ ଧନୀ- ଗରିବ ହୋଇ ଜନ୍ମହେବାଟା କ’ଣ ଅନ୍ୟାୟ ? ଜନ୍ମବେଳେ ତା’ର ଗୋଟିଏ ମାତ୍ର ପରିଚୟ ଥାଏ, ସିଏ ମଣିଷ ଛୁଆ । ବୟସ ବଢ଼ିଗଲା ପରେ ଆପଣମାନେ ନିଜ ନିଜର ସୁବିଧାପାଇଁ, ତା’ ଉପରେ ମୋହର ମାରି ଦିଅଛି । ଏଇ ହିନ୍ଦୁ … ସିଏ ମୁସଲମାନ . ଆଉ କିଏ ଖ୍ରୀଷ୍ଟିଆନ୍ … ।’ପ୍ରଧାନବାବୁ ଶିକ୍ଷକଙ୍କର କୌଣସି ଯୁକ୍ତି ମାନିବାକୁ ପ୍ରସ୍ତୁତ ହୋଇନାହାନ୍ତି ।

ଏହି ସମୟରେ ସେଠାକୁ ଆସିଛନ୍ତି ଡାକ୍ତରବାବୁ । ବୁଲାର ରକ୍ତ ମିଶିଯାଇଛି ବୋଲି ସେ କହିଛନ୍ତି । ମାତ୍ର ପ୍ରଧାନବାବୁ ଡାକ୍ତରଙ୍କ କଥାକୁ ଗ୍ରହଣ କରିବାପାଇଁ ଚାହିଁନାହାନ୍ତି । ସତ୍ୟ ଦେହରେ ବୁଲା ରକ୍ତ ଦିଆ ନ ଯିବାପାଇଁ ସେ କହିଛନ୍ତି । ପ୍ରଧାନବାବୁଙ୍କର ଏଭଳି କଥାରେ ବିରକ୍ତି ପ୍ରକାଶ କରିଛନ୍ତି। ଡାକ୍ତରବାବୁ। କାରଣ ରକ୍ତ ନହେଲେ ସତ୍ୟକୁ ବଞ୍ଚାଇବା ସମ୍ଭବ ହେବନାହିଁ । ବାଧ୍ୟହୋଇ ପ୍ରଧାନବାବୁ ରାଜି ହୋଇଛନ୍ତି । ସତ୍ୟକୁ କୌଣସି ଉପାୟରେ ବଞ୍ଚାଇବାପାଇଁ କହିଛନ୍ତି । ଡାକ୍ତରବାବୁ ବୁଲାକୁ ସାଙ୍ଗରେ ନେଇ ଭିତରକୁ ଯାଇଛନ୍ତି । ବୁଲା ସହିତ ରହିମ୍ ଭିତରକୁ ଯାଇଛି ।

ଷଷ୍ଠ ଦୃଶ୍ୟ :

ସ୍କୁଲ୍ ଘରେ ଶିକ୍ଷକ ଓ ପିଲାମାନେ ବସିଥିଲାବେଳେ, ପ୍ରଧାନବାବୁ ସେଠାରେ ପହଞ୍ଚିଛନ୍ତି । ବୁଲାକୁ ଭାବପ୍ରବଣ ହୋଇ କୁଣ୍ଢାଇ ପକାଇଛନ୍ତି । ପ୍ରଧାନବାବୁଙ୍କର ଏଭଳି ବ୍ୟବହାରରେ ଶିକ୍ଷକ ଖୁସି ହୋଇଛନ୍ତି । ପ୍ରଧାନବାବୁ ଶିକ୍ଷକଙ୍କୁ କହିଛନ୍ତି, ‘ଆପଣ ମୋ ଆଖ୍ ଖୋଲି ଦେଇଛନ୍ତି । ହଁ, ମାଷ୍ଟରବାବୁ । ଆଉ ଗୋଟିଏ ଅନୁରୋଧ । ଗାଧୁଆବେଳର ଖାଇବାଟା ସବୁପିଲାଙ୍କୁ ମୁଁ ଯୋଗେଇବି ।’’ ପ୍ରଧାନବାବୁ ନିଜର ଭୁଲ୍ ବୁଝି ପାରିଛନ୍ତି । ସ୍କୁଲର ଦରଜା ସବୁ ଶ୍ରେଣୀର, ସବୁ ଜାତିର ପିଲାଙ୍କ ପାଇଁ ଖୋଲି ଦେବାକୁ କହିଛନ୍ତି । ସମସ୍ତେ ବିନାବାଧାରେ ମାଗଣାରେ ପଢ଼ିବେ ବୋଲି ସେ କହିଛନ୍ତି ।

କଠିନ ଶବ୍ଦାର୍ଥ :

  • ପେଟ’ ପୋଷିବା – ପରି ଶ୍ରମ କରି ଖାଦ୍ୟ ସଂଗ୍ରହ କରିବା ।
  • ପତର ଗୋଟାଇବା ଲୋକ, ତୋଟା ମୂଲ କାହିଁକି କରିବା – ସାଧାର ଣ ଲୋକ ହୋଇ ପରି ସ୍ଥିତି କୁ ଦେଖ୍, ଅଧିକ ଭାବିବା ।
  • ଖାଡ଼ାଖାଡ୍ ଓପାସ – ପୂରା ଖାଇବାକୁ ନପାଇ ରହିବା|ସମ୍ପୂର୍ଣ ଉପାସ ।
  • ପାଲା ଚାଲିଛି – ହସ ମଜାକରି ସମୟ ନଷ୍ଟ କରିବା ।
  • ଫାଲତୁ କଥା – ମୂଲ୍ୟହୀନ କଥା ।
  • ରାଗରେ ନିଆଁବାଣ – ଅଧ୍ଵ ରାଗିଯିବା ।
  • ମୁଣ୍ଡ ବିଗାଡ଼ିବା – ଭୁ ଲବାଟରେ ପରି ଚାଳିତ କରିବା ।
  • ଦୁଶୁଛି – ‘ଦି ଶୁ ଛି ’ଶବ୍ଦ ର ଗାଉଁଲି ଉଚ୍ଚାରଣ ।
  • ଆଖ୍ ଖୋଲିଯିବା – ସତ୍ୟ ଜାଣି ଯିବା ଜ୍ଞାନ ମିଳିଯିବା ।
  • ବକଟେ – ଅତି ଛୋଟ|ଅତି ସାନ
  • ମୁହଁ ଦେବା – ଅଧିକ ସ୍ନେହରେ ଆପଣାର କରିବା ।
  • ନାଟର ଗୋବର୍ଦ୍ଧନ – ସବୁ ଅନର୍ଥର ମୂଳ / ସବୁ ଭୁଲ୍ କାମର କାରଣ ।
  • ଚାରିଆଡ଼ ଅନ୍ଧାର ଦିଶିବା – ପରିସ୍ଥିତିରୁ ଉଧୁରିବାର ବାଟ ନ ପାଇବା ।
  • ବସୁଧା – ମାଟି ପୃଥ‌ିବୀ ।
  • ଅଛବ – ଅଛୁଆଁ (ପୂର୍ବେ ହରିଜନଙ୍କୁ ଏପରି କୁହାଯାଉଥିଲା ।)

BSE Odisha 7th Class Odia Solutions Chapter 21 ଆମେ ଧରଣୀ ବୁକୁର ଶିଶୁ

Odisha State Board BSE Odisha 7th Class Odia Solutions Chapter 21 ଆମେ ଧରଣୀ ବୁକୁର ଶିଶୁ Textbook Exercise Questions and Answers.

BSE Odisha Class 7 Odia Solutions Chapter 21 ଆମେ ଧରଣୀ ବୁକୁର ଶିଶୁ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ
(କ) ଅଦ୍ଭୁତ ପିଲାଟି କିପରି ଦେଖାଯାଉଥିଲା ?
Answer:
ଅଦ୍ଭୁତ ପିଲାଟିର ଚେହେରା ସାଧାରଣ ପିଲାର ଚେହେରାଠାରୁ ଭିନ୍ନ ଥିଲା । ତାହାର ମୁଣ୍ଡ ସାଧାରଣ ପିଲାମାନଙ୍କ ମୁଣ୍ଡ ଅପେକ୍ଷା ବଡ଼ ଥିଲା । ଆଖ୍ ଦୁଇଟି ଜ୍ଵଳନ୍ତ ଅଙ୍ଗାର ଭଳି ଉଜ୍ଜଳ ଦିଶୁଥିଲା ଓ କାନ ଦୁଇଟି ଥିଲା ଅସମ୍ଭବ ଭାବରେ ଲମ୍ବା । ମୁହଁରେ ଗମ୍ଭୀରତା ସହିତ ସେ ଦେହରେ ଅଦ୍ଭୁତ ପୋଷାକ ପିନ୍ଧିଥିଲା ।

(ଖ ) ପିଲାଟିକୁ ଭୂତ ଭାବି ଶିଳା ଓ ସୀମା ପଳାଇଯିବା ଦେଖ୍ ରୂପା କ’ଣ କହିଲା ?
Answer:
ପିଲାଟିର ଅଦ୍ଭୁତ ଚେହେରା ଦେଖୁ ଶିଳା ଓ ସୀମା ଡରି ଯାଇଥିଲେ ଓ ତାହାକୁ ଭୂତ ଭାବି ପଳାଇଯିବାକୁ ଉଦ୍ୟତ ହୋଇଥିଲେ । ସୀମାର ଜେଜେମା’ ପିଲାଦିନେ ସେହି ଆମ୍ବତୋଟାରେ ଭୂତ ଦେଖୁଥିଲେ ବୋଲି ସୀମା ତାଙ୍କଠାରୁ ଶୁଣିଥିଲା । ରୂପା ଶିଳା ଓ ସାମାକୁ ଚୁଝାଇବାକୁ ଯାଇ କହିଥ୍ ଲା ଯେ ବଢ଼ମାନେ ସେମାନଙ୍କୁ ଡରାଇବାପାଇଁ ଏଭଳି ଅନେକ ମନଗଢ଼ା କଥା କହିଥା’ନ୍ତି । ପ୍ରକୃତରେ ଦୁନିଆରେ ଭୂତ ବୋଲି କିଛି ନାହିଁ । ଏହି ପିଲାଟି ସେମାନଙ୍କ ପରି ଗୋଟିଏ ପିଲା ଏବଂ ସେମାନେ ତା’ ସହିତ କଥା ହେବା ଉଚିତ ।

(ଗ) ରୂପା ଅଦ୍ଭୁତ ପିଲାଟିର ନାଆଁ ପଚାରିବାରୁ ପିଲାଟି କି ଉତ୍ତର ଦେଲା ?
Answer:
ରୂପା ଅଦ୍ଭୁତ ପିଲାଟିର ନାଆଁ ପଚାରିବାରୁ ପିଲାଟି ନାଁର ଅର୍ଥ ଠିକ୍ ରୂପେ ବୁଝିପାରି ନଥୁଲା, ବରଂ ସେଇଟା କ’ଣ ବୋଲି ପ୍ରଶ୍ନ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ରୂପା ନାଁର ଅର୍ଥକୁ ଠିକ୍ ରୂପେ ଉଦାହରଣ ଦେଇ ବୁଝାଇବା ପରେ ତା’ ସୃଷ୍ଟିକର୍ତ୍ତା ତାକୁ ଚାପ୍ ୱାନ୍ ଡାକନ୍ତି ବୋଲି ପିଲାଟି କହିଥିଲା।

(ଘ) ‘ବହୁତ ଆଗରେ’ ଏକଥାଟି ବୁଝାଇବାକୁ ଯାଇ ପିଲାଟି କି ଉତ୍ତର ଦେଲା ?
Answer:
ଅଦ୍ଭୁତ ପିଲାଟି ଜ୍ଞାନ-ବିଜ୍ଞାନ, ବୁଦ୍ଧି-କୌଶଳ, ରୂପ ଓ ପୋଷକରେ ବହୁତ ଆଗରେ ବୋଲି କହିଛି । ସୀମା, ରୂପା ଓ ଜୟନ୍ତୀଙ୍କୁ ‘ବହୁତ ଆଗରେ’ କହିବାର ଅର୍ଥ ବୁଝାଇ ପିଲାଟି ଉତ୍ତର ଦେଇ କହିଛି ଯେ ସେମାନେ ଡାକ୍ତର ହେବାର ସ୍ବପ୍ନ ଦେଖୁଛନ୍ତି; କିନ୍ତୁ ସେ ଗୋଟେ ମିନିଟ୍‌ରେ ଅସାଧ୍ୟ ରୋଗକୁ ଭଲ କରିଦେବ । ସେମାନେ ଇଞ୍ଜିନିୟର ହେବାକୁ ସ୍ଵପ୍ନ ଦେଖୁଛନ୍ତି; ମାତ୍ର ସେ ବିନା ଖୁମ୍ବରେ ଶହ ଶହ ମାଇ ବ୍ରିଜ ତିଆରି କରିପାରିବ । ପୁନଶ୍ଚ ସେମାନେ କଲେକ୍ଟର ହେବାର ସ୍ୱପ୍ନ ଦେଖୁଥିଲାବେଳେ, ସେ ଏକୁଟିଆ ଗୋଟିଏ ଦେଶକୁ ଶାସନ କରିପାରିବି ।

(ଙ) ‘ଜୀବନ ସାରା ତମେ ସ୍ଵପ୍ନ ଦେଖୁଥ‌ିବ, କେବେ ତାହା ସତ ହେବ ନାହିଁ”, ଏକଥା ଶୁଣି ରୂପ କି ପ୍ରତିକ୍ରିୟା ପ୍ରକାଶ କଲା ?
Answer:
ଅଦ୍ଭୁତ ପିଲାଟି ରୂପା, ସୀମା, ଶିଳା, ଜୟନ୍ତୀ ଇତ୍ୟାଦି ପିଲାମାନଙ୍କୁ ପ୍ରଭାବିତ କରିବାକୁ ଯାଇ କହିଛି, ସେମାନେ ତା’ପରି ହୋଇଗଲେ ଅସାଧ୍ୟ ସାଧନ କରିପାରିବ । ନଚେତ୍ ଜୀବନ ସାରା କେବଳ ସ୍ଵପ୍ନ ଦେଖୁଥ‌ିବେ । ଅଦ୍ଭୁତ ପିଲାର ଏଭଳି କଥା ଶୁଣି ରୂପା ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ ମଣିଷ ସ୍ଵପ୍ନ ଭିତରେ ବାସ୍ତବକୁ ଖୋଜି ଆନନ୍ଦ ପାଉଛ ବୋଲି ଏ ଦୁନିଆରେ ବଞ୍ଚି ରହିଛି । କାରଣ ବହୁବର୍ଷ ପୂର୍ବରୁ ଏ ଦୁନିଆରେ ବାପା-ମା’, ଭାଇ-ଭଉଣୀ, ସ୍ନେହ-ଭକ୍ତି, ହସ-କାନ୍ଦ ରହିଥିଲା । ଆଜି ବି ଅଛି । ଏହି ଚିନ୍ତାଧାରା ସବୁଦିନ ପାଇଁ ରହିଥବ । କାରଣ ସେମାନେ ଧରଣୀ ବୁକୁର ଶିଶୁ । ସେମାନେ
ଅଦ୍ଭୁତ ପିଲାଭଳି ଯନ୍ତ୍ରମଣିଷ ନୁହନ୍ତିା

(ଚ) ଅଦ୍ଭୁତ ପିଲାଟି ଉଭେଇ ଗଲାପରେ ରୂପା ସମସ୍ତଙ୍କୁ କ’ଣ କହିଲା ?
Answer:
ଅଦ୍ଭୁତ ପିଲାଟି ଉଭେଇ ଗଲାପରେ ସୀମା ବ୍ୟସ୍ତ ହୋଇପଡ଼ିଲା । ଅଦ୍ଭୁତ ପିଲାଟି ସେମାନଙ୍କୁ ସୁଖ ଦେବ ବୋଲି ସେ ଭାବିଥିଲା । ରୂପା ସମସ୍ତଙ୍କୁ ବୁଝାଇବାକୁ ଯାଇ କହିଲା ଯେ ସେମାନଙ୍କୁ ସେ ପିଲାଟି ସୁଖ ଦେବାକୁ ଆସିନଥିଲା ବରଂ ସେ ଏକ ଅବାସ୍ତବ ଦୁନିଆକୁ ନେଇଯିବାକୁ ଆସିଥିଲା । ମାତ୍ର ସେମାନେ କଠିନ ପରିଶ୍ରମ କରି ନିଜ ସ୍ବପ୍ନକୁ ସାକାର କରିବେ । ନିଜ ପରିବେଶରେ ରହି ସମସ୍ତଙ୍କୁ ଉପଯୁକ୍ତ ସମ୍ମାନ ଦେଇ, ସତ୍‌ପଥରେ ଚାଲି ଜୀବନକୁ ଗଢ଼ିବେ । କାରଣ ସେମାନେ ହେଉଛନ୍ତି ଧରଣୀ ବୁକୁର ଶିଶୁ । ସେମାନେ ଅମୃତର ସନ୍ତାନ । ସେମାନେ କେବେହେଲେ ଅଦ୍ଭୁତ ପିଲାଭଳି ଯନ୍ତ୍ର ମଣିଷ ହେବାକୁ ଚାହିଁବେ ନାହିଁ । ସେମାନଙ୍କ ଲକ୍ଷ୍ୟ ଅମରତ୍ୱ, ବସ୍ତୁବାଦିତା ନୁହେଁ ।

BSE Odisha 7th Class Odia Solutions Chapter 21 ଆମେ ଧରଣୀ ବୁକୁର ଶିଶୁ

Question ୨।
ପ୍ରାୟ ଶହେ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(କ) ଅଦ୍ଭୁତ ପିଲାଟିକୁ ଦେଖ୍ ଓ ତା’ କଥା ଶୁଣିଲା ପରେ ସୀମା କ’ଣ କହିଲା ?
Answer:
ଅଦ୍ଭୁତ ପିଲାଟିକୁ ଦେଖ୍ ସୀମା ଡରିଯାଇଥିଲା ଓ ତାହାକୁ ଭୂତ ବୋଲି ଭାବିଥିଲା । ସୀମାର ଜେଜେମା’ ତାକୁ କହିଥିଲେ ଯେ ଥରେ ପିଲାଦିନେ ସେ ଏହି ଆମ୍ବତୋଟାରେ ଗୋଟିଏ ଭୂତ ଦେଖୁଲେ, ଯାହାର ମୁଣ୍ଡ ଗଣ୍ଡି ଅପେକ୍ଷା ବଡ଼ ଥିଲା ଏବଂ ତାହାର ଆଖ୍ ଦୁଇଟି ଏହିପରି ଜଳୁଥିଲା । ସେ ମଧ୍ୟ ତାଙ୍କୁ କାମୁଡ଼ିବାକୁ ଗୋଡ଼ାଇଥିଲା । ତେଣୁ ସୀମା ବିଚାରରେ ଅଭୁତ ପିଲାଟି ହେଉଛି ସେହି ଭୂତ ଯିଏକି ସେମାନଙ୍କୁ କାମୁଡ଼ିଦେବ । ଏହିଭଳି କଥା କହି ସୀମା ସମସ୍ତଙ୍କୁ ଡରାଇ ଦେଇଥିଲା ।

(ଖ) ‘ଚାପ ୱାନ୍’କୁ କାହିଁକି ଝିଅମାନଙ୍କ ନିକଟକୁ ପଠାଯାଇଥିଲା ?
Answer:
ଚାପ୍ ୱାନ୍‌ର ସ୍ରଷ୍ଟା ଚାପ୍ ୱାନ୍ ପରି ଶହେଟି ପିଲାଙ୍କୁ ସୃଷ୍ଟି କରିଥିଲେ । ସେ ସେହି ପିଲାମାନଙ୍କୁ ପୃଥ‌ିବୀର ବିଭିନ୍ନ ସ୍ଥାନକୁ ପଠାଇ ପୃଥ‌ିବୀର ପିଲାଙ୍କ ସହିତ ମିଶିବା ସହ ସେମାନଙ୍କୁ ସ୍ୱପ୍ନ ଦୁନିଆରୁ ବାସ୍ତବ ଦୁନିଆକୁ ନେଇଯିବାପାଇଁ କହିଥିଲେ । ସୁତରାଂ ଚାପ୍ ୱାକୁ ପଠାଇ ଚାପ୍ ୱାନ୍‌ ସ୍ରଷ୍ଟା ପୃଥ‌ିବୀର ଅର୍ଥାତ୍ ଧରଣୀ ବୁକୁର ଶିଶୁ ଝିଅମାନଙ୍କୁ ନେଇ ଯାଇ ସେମାନ ? ଅଦ୍ଭୁତ ପିଲା ପରି କରିଦେବାକୁ ଏଭଳି କରିଥିଲେ ।

(ଗ) ‘ଚାପ ୱାନ୍’ଙ୍କ ଆଦର୍ଶ କଥା ଶୁଣି ବି ରୂପା ତା’ ସାଙ୍ଗରେ ଯିବାପାଇଁ ମନାକଲା କାହିଁକି ?
Answer:
ଚାପ ୱାନ୍‌ଙ୍କ ଆଦର୍ଶ କଥା ଶୁଣି ରୂପା ତା’ ସାଙ୍ଗରେ ଯିବାପାଇଁ ମନା କରିଥିଲା, କାରଣ ଚାପ୍ ୱାନ୍ ଥିଲା ଯନ୍ତ୍ରମଣିଷ, ବସ୍ତୁବାଦୀ ଚିନ୍ତାଧାରାର ମଣିଷ । ତା’ ଜୀବନରେ ସାଧାରଣ ମଣିଷ ଭଳି ହସ, କାନ୍ଦ, ସ୍ନେହ, ପ୍ରେମ ଓ ଭକ୍ତି ଭଳି କୌଣସି ବ୍ୟବହାର ଦେଖିବାକୁ ମିଳିବ ନାହିଁ । ତେଣୁ ସେଭଳି ସ୍ବପ୍ନହୀନ ଜୀବନ ଅପେକ୍ଷା ଧରଣୀ ବୁକୁର ଶିଶୁ ଭାବରେ ରହିବାପାଇଁ ରୂପା ଚିନ୍ତା କରିଥିବାରୁ, ଚାପ୍ ୱାନ୍ ସାଙ୍ଗରେ ଯିବାପାଇଁ ମନା କରିଥିଲା ।

(ଘ) ଚାପ୍ ୱାନ୍ ଏକ ଯନ୍ତ୍ର ବୋଲି କିପରି ପ୍ରମାଣିତ କରିଥିଲା ?
Answer:
ଚାପ୍ ୱାନ୍ ଏକ ଯନ୍ତ୍ର ବୋଲି ପ୍ରମାଣିତ ହୋଇଥିଲା, କାରଣ ତାହାର ସାଧାରଣ ପିଲା ଭଳି କେହି ବାପା ମା’ ନଥିଲେ କିମ୍ବା ତାହାର ସେଭଳି କୌଣସି ନାମକରଣ ନଥିଲା । ସେ ସ୍ଵପ୍ନ ଅପେକ୍ଷା କେବଳ ବସ୍ତୁବାଦୀ ଚିନ୍ତାଧାରାରେ ବିଶ୍ଵାସ କରୁଥିଲା । ତା’ ଜୀବନରେ ସ୍ନେହ-ଭକ୍ତି, ସୁଖ-ଦୁଃଖ, ସତ୍ୟ-ଶାନ୍ତି, ଦୟା-କ୍ଷମା ପରି ମାନବୀୟ ଗୁଣ ନଥିଲା । ସେ କେବଳ ସ୍ରଷ୍ଟାର ଆଦେଶ ହିଁ ମାନିଥିଲା ଏବଂ ତା’ ନିର୍ଦ୍ଦେଶରେ ହିଁ କାମ କରୁଥିଲା । ଏସବୁରୁ ସେ ଯନ୍ତ୍ର ବୋଲି ନିଜକୁ ପ୍ରମାଣିତ କରିଥିଲା ।

(ଙ‍) ଅଦ୍ଭୁତ ପିଲାଟି ଉଭେଇଗଲା ପରେ ରୂପା କ’ଣ କହିଲା ?
Answer:
ସମସ୍ତଙ୍କ ଭିତରେ ରୂପା ବେଶ୍ ବୁଦ୍ଧିଆ ଥିଲା। ଅଦ୍ଭୁତ ପିଲା ଉଭେଇଗଲା ପରେ ସୀମା ବ୍ୟସ୍ତ ହେଲା। ଅଦ୍ଭୁତ ପିଲା ସେମାନଙ୍କୁ ସୁଖ ଦେବବୋଲି ସେ ଭାବିଥିଲା। ରୂପା ସମସ୍ତଙ୍କୁ ବୁଝାଇ ଦେଲା ଯେ, ଅଦ୍ଭୁତ ପିଲାଟି ସେମାନଙ୍କୁ ଯନ୍ତ୍ରଶିଶୁରେ ପରିଣତ କରାଇ ଏକ ଅବାସ୍ତବ ଦୁନିଆକୁ ନେବାପାଇଁ ଆସିଥିଲା। ମାତ୍ର ତାହା ଠିକ୍ ନୁହେଁ । ସେମାନେ ଏଇ ମାଟିର ଶିଶୁ । କଠିନ ପରିଶ୍ରମ କରି, ନିଜର ପରିବେଶରେ ସମସ୍ତ ମାନବୀୟ ଗୁଣାବଳୀକୁ ଆଧାର କରି ସେମାନେ ନିଜନିଜର ସ୍ଵପ୍ନକୁ ସହକାର କରିବେ । ସତ୍ୟପଥରେ ଜୀବନ ଗଢ଼ିବେ। ଅଦ୍ଭୁତ ପିଲାଭଳି ଯନ୍ତ୍ରମଣିଷ ହେବା ଉଚିତ ନୁହେଁ । ଉତ୍ତମ କର୍ମ ମଣିଷକୁ ଚିରଦିନ ଅମର କରି ରଖିବ। ବାସ୍ତବ ଦୁନିଆଠାରୁ ଯନ୍ତ୍ର କେବେ ଶୀର୍ଷକୁ ଉଠି ନପାରେ । ରୂପା କଥାରେ ସମସ୍ତେ ପ୍ରଭାବିତ ହୋଇଥିଲେ ।

BSE Odisha 7th Class Odia Solutions Chapter 21 ଆମେ ଧରଣୀ ବୁକୁର ଶିଶୁ

Question ୩ ।
ଶହେ ଶବ୍ଦ ମଧ୍ଯରେ ଉତ୍ତର ଲେଖ ।
(କ) ଏହି ଏକାଙ୍କିକାରେ ନାଟ୍ୟକାର ଆମକୁ କ’ଣ କହିବାକୁ ଚାହିଁଛନ୍ତି ?
Answer:
‘ଆମେ ଧରଣୀ ବୁକୁର ଶିଶୁ’ ଏକାଙ୍କିକାର ନାଟ୍ୟକାର ହେଉଛନ୍ତି ଭାସ୍କର ଚନ୍ଦ୍ର ମହାପାତ୍ର । ଉକ୍ତ ଏକାଙ୍କିକାଟିରେ ନାଟ୍ୟକାର ସାଂପ୍ରତିକ ମଣଷମାନଙ୍କର ଚିନ୍ତାଧାରାକୁ ଏକ ‘ଅଦ୍ଭୁତ ପିଲା’ ଚରିତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି । ବର୍ତ୍ତମାନର ମଣିଷ କ୍ରମଶଃ ଯନ୍ତ୍ରରେ ପରିଣତ ହୋଇଯାଉଥବାରୁ, ସେଥୁରେ ମଣିଷପଣିଆର ବିକାଶ ପାଇଁ ବାର୍ତ୍ତା ପ୍ରଦାନ କରାଯାଇଛି ।

ମଣିଷ କେବଳ କାମ କରିବାପାଇଁ ଜନ୍ମ ହୋଇନାହିଁ । ଅଳ୍ପ ପରିଶ୍ରମରେ ଯନ୍ତ୍ର ଭଳି ଅନେକ କାମକରି ପ୍ରତିଷ୍ଠା ଲାଭ କରିବାକୁ ସୃଷ୍ଟି ହୋଇନାହିଁ । ମଣିଷ ଯଦି ଏହିଭଳି ଚିନ୍ତାଧାରା ରଖେ, ତା’ହେଲେ ତା’ ଜୀବନରେ କୌଣସି ପ୍ରକାର ମାନବୀୟ ଗୁଣ ପ୍ରକାଶ ପାଇବ ନାହିଁ । ତା’ ଜୀବନର ସ୍ଵାଭାବିକତା ନଷ୍ଟ ହୋଇଯିବ ।

ମଣିଷ ପିତାମାତାଙ୍କଠାରୁ ଜନ୍ମନିଏ । ପିତାମାତାଙ୍କ ଆଦର, ସ୍ନେହରେ ଲାଳିତ ପାଳିତ ହୁଏ । ପିତାମାତାଙ୍କୁ ସେ ଭଲ ପାଏ ଓ ଭକ୍ତି କରେ । ସେ ଦୁଃଖରେ କାନ୍ଦି ଓ ସୁଖରେ ହସେ । ଅନ୍ୟପ୍ରତି ସହାନୁଭୂତିଶୀଳ ହୁଏ । ସେ ଜୀବନରେ ବଡ଼ ହେବାକୁ ଚାହେଁ। ସେ ଅନେକ ସ୍ବପ୍ନ ଦେଖେ । ସେହି ସ୍ବପ୍ନକୁ ସାକାର କରିବାପାଇଁ ସେ କଠିନ ପରିଶ୍ରମ କରେ । ନିଜର ଉନ୍ନତି ସହିତ ପରିବାର ଓ ଦେଶର ଉନ୍ନତି ପାଇଁ, ମାଟି ମା’ର ମର୍ଯ୍ୟାଦା ରକ୍ଷା ପାଇଁ ସଂଗ୍ରାମ କରେ । ସେ ନିଚାରଧାରାକୁ

ନେଇ ସାହିତ୍ୟ ସୃଷ୍ଟିକରେ । କେବଳ ବିଜ୍ଞାନୀ ହେବାକୁ ଚାହେଁ ନାହିଁ । କାରଣ ଜୀବନରେ ସାହିତ୍ୟର ଭୂମିକା ରହିଛି ଏବଂ ବିଜ୍ଞାନର ଭୂମିକା ମଧ୍ୟ ରହିଛି । କେବଳ ବିଜ୍ଞାନୀ ହେବାକୁ ଓ ସ୍ଵପ୍ନ ବିନା ବାସ୍ତବତାକୁ ଆଦରି ନେବାକୁ ସେ ଚାହେଁ ନାହିଁ । ମାତ୍ର ବର୍ତ୍ତମାନର ମଣିଷ ସ୍ଵପ୍ନ ବିନା ବାସ୍ତବତାକୁ ଅଧ‌ିକ ଗୁରୁତ୍ଵ ଦେଉଛି । ଫଳରେ ତା’ ନିକଟରୁ ମାନବୀୟ ଗୁଣ କ୍ରମଶଃ ଦୂରେଇ ଯାଉଛି । ସେ ସୁଖରେ ହସୁ ନାହିଁ କିମ୍ବା ଦୁଃଖରେ କାନ୍ଦିବାକୁ ଚାହୁଁ ନାହିଁ । ସ୍ନେହ-ଭକ୍ତି, ହସ-କାନ୍ଦ, ସୁଖ-ଦୁଃଖ ଯେ ଜୀବନରେ ନିହାତି ଦରକାର, ତାହା ସେ ଅନୁଭବ କରିପାରୁ ନାହିଁ । ଫଳରେ ମଣିଷ ଜୀବନରୁ ସ୍ଵାଭାବିକତା ଦୂରେଇ ଯାଉଛି । ସେ ଯନ୍ତ୍ରମଣିଷ ପାଲଟି ଯାଉଛି । ନାଟ୍ୟକାର ଏଭଳି ଚିନ୍ତାଧାରାରେ ପରିବର୍ତ୍ତନ ଆଣବାପାଇଁ ଅଦ୍ଭୁତ ପିଲା ଓ ରୂପା ଭଳି ଚରିତ୍ର ସୃଷ୍ଟିକରି ନିଜର ବିଚାରବୋଧକୁ ପ୍ରକାଶ କରିଛନ୍ତି । ବାସ୍ତବିକ ନାଟ୍ୟକାରଙ୍କ ଚିନ୍ତାଧାରା ସମୟପୋଯୋଗା ହୋଇପାରିଛି।

(ଖ) ‘ଆମେ ଧରଣୀ ବୁକୁର ଶିଶୁ’ ବୋଲି ନାମ ଦେବାର ବିଶେଷତ୍ବ କ’ଣ ?
Answer:
‘ଆମେ ଧରିଣୀ ବୁକୁର ଶିଶୁ’ ଏକାଙ୍କିକାର ନାଟ୍ୟକାର ହେଉଛନ୍ତି ଭାସ୍କର ଚନ୍ଦ୍ର ମହାପାତ୍ର । ଉକ୍ତ ଏକାଙ୍କିକାଟିରେ ସେ ନିଜର ସମୟପୋଯୋଗୀ ଚିନ୍ତାଧାରାକୁ ଅତି ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । ଜୀବନର ବାସ୍ତବତାକୁ ମୂଳରୂପେ ଗ୍ରହଣ କରି ‘ଆମେ ଧରଣୀ ବୁକୁର ଶିଶୁ’ ହୋଇ ବଞ୍ଚୁବା ବୋଲି ସେ କହିଛନ୍ତି । ସେ କଳ୍ପିତ ଚରିତ୍ର ମାଧ୍ୟମରେ ମାନବୀୟ ଗୁଶର ବନ୍ଦନା କରିଛନ୍ତ୍ରୀ

ଅଦ୍ଭୁତ ପିଲାଟି ଧରଣୀର ପିଲାଙ୍କୁ ତା’ଭଳି ହେବାପାଇଁ ପ୍ରେରଣା ଦେଇଛି । ବହୁ ପରିଶ୍ରମ କରି ସେମାନେ ଯାହା ହାସଲ କରିବାକୁ ଚାହିଁଛନ୍ତି, ତାହାକୁ ଅତି ସହଜରେ ହାସଲ କରିପାରିବେ ବୋଲି ଅଦ୍ଭୁତ ପିଲାଟି ପ୍ରମାଣ କରି ଦେଖାଇ ଦେଇଛି । ଏପରିକି ଇଞ୍ଜିନିୟର, ଡାକ୍ତର କିମ୍ବା କଲେକ୍ଟର ହେବାର ସହଜବିଧ୍ଵ ପିଲାମାନଙ୍କୁ ସେ ବୁଝାଇ ଦେଇଛି । ତା’ କଥାରେ ପିଲାମାନେ ରାଜି ହେଲେ ମଧ୍ୟ ରୂପ ସମସ୍ତଙ୍କୁ ବାରଣ କରିଛି ଓ ଜୀବନର ବାସ୍ତବତା ସମ୍ପର୍କରେ ବୁଝାଇ ଦେଇଛି । ବିନା ପରିଶ୍ରମରେ କୌଣସି ବିଦ୍ୟାର ଅଧ୍ୟାକାରୀ ହେବାପାଇଁ ରୂପା ଚାହିଁନାହିଁ ।

ରୂପା କହିଛି, ସେମାନେ ହେଉଛନ୍ତି ଧରଣୀ ବୁକୁର ଶିଶୁ । ସେମାନେ ସ୍ବପ୍ନ ଭିତରେ ବାସ୍ତବତାକୁ ଖୋଜି ଆନନ୍ଦ ପାଉଛନ୍ତି । ହଜାର ହଜାର ବର୍ଷଧରି ଏ ମାଟିରେ ବାପା- ମା’, ଭାଇ-ଭଉଣୀ, ସ୍ନେହ-ଭକ୍ତି, ହସ-କାନ୍ଦ ରହିଥିଲା । ଏଭଳି ବିଚାର ଧାରା ଯୁଗ ଯୁଗ ପାଇଁ ଏହି ଧରଣୀ ଉପରେ ଥ‌ିବା ମଣିଷମାନଙ୍କ ଭିତରେ ପ୍ରକାଶ ପାଇବ । ସେମାନେ କେବେହେଲେ ଅଭୁତ ପିଲା ପରି ଯନ୍ତ୍ର ମଣିଷ ହେବାକୁ ଚାହିଁବେ ନାହିଁ।

ରୂପା ବିଚାରରେ ଅଦ୍ଭୁତ ପିଲା ବୁଦ୍ଧିମାନ ହେଲେ ବି ତା’ଠାରେ କୌଣସି ପ୍ରକାର ମାନବୀୟ ଗୁଣ ନାହିଁ । ସେ କେବେହେଲେ ସ୍ନେହ-ଭକ୍ତି, ସୁଖ-ଦୁଃଖ, ସତ୍ୟ-ଶାନ୍ତି, ଦୟା-କ୍ଷମା ପ୍ରକାଶ କରିପାରିବ ନାହିଁ । ବାପ, riଆ ଓ ଗୁରୁଜନ ମେଳରେ ରହି ସ୍ନେହ, ପ୍ରେମ, ଭଲ ପାଇବାକୁ ଆଦରି ସତ୍ଵପଥରେ ଚାଲି ଜୀବନ ଗଢ଼ିବାର ଗୁରୁତ୍ବ ସେ ସାଙ୍ଗମାନଙ୍କୁ ବୁଝାଇ ଦେଇଛି । ସେ କହିଛି ଯେ ସେମାନେ ଅମୃତର ସନ୍ତାନ, ଅମରତ୍ୱ ସେମାନଙ୍କ ଲକ୍ଷ୍ୟ । କେବଳ ବସ୍ତୁବାଦିତାକୁ ସେମାନେ ଘୃଣା କରନ୍ତି । ଉକ୍ତ ଏକାଙ୍କିକାରେ ନାଟ୍ୟକାର ରୂପା ଚରିତ୍ର ମାଧ୍ୟମରେ ଧରଣୀ ବୁକୁର ଶିଶୁଙ୍କର ମହତ୍ତ୍ବକୁ ଯଥାର୍ଥ ଭାବରେ ପ୍ରକାଶ କରିଥିବାରୁ ଏକାଙ୍କିକାର ନାମକରଣଟି ସାର୍ଥକ ହୋଇଛି ।

ତୁମପାଇଁ କାମ :

  • ଏହି ଏକାଙ୍କିକାକୁ ନିଜ ଶ୍ରେଣୀ ଭିତରେ ଅଭିନୟ କର ।
  • ପଠିତ ଏକାଙ୍କିକାର ‘ଚାପ୍ ୱାନ୍’ ଯନ୍ତ୍ର ଭଳି ଚରିତ୍ର ଥ‌ିବା ଆଉ କିଛି ଗପ ବା ଏକାଙ୍କିକା ସଂଗ୍ରହ କର ଓ ପଢ଼ ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
‘ଆମେ ଧରଣୀ ବୁକୁର ଶିଶୁ’ ଏକାଙ୍କିକାରେ ଯାନ୍ତ୍ରିକ ଶିଶୁ ଓ ମାନବ ଶିଶୁ ମଧ୍ୟରେ କି ପ୍ରଭେଦ ତୁମେ ଅନୁଭବ କରୁଛ ?
Answer:
ବିଜ୍ଞାନର ଜୟଯାତ୍ରା ଆଜି ବିଶ୍ବବିଦିତ । ବିଜ୍ଞାନ ବଳରେ ମଣିଷ ଅଦ୍ଭୁତ ଯାନ୍ତ୍ରିକ ଶିଶୁ ତିଆରି କରିପାରିଛି । ନିଜର କାର୍ଯ୍ୟ, ବୁଦ୍ଧିମତା ଓ କୌଶଳ ଯୋଗେ ଯନ୍ତ୍ରମାନବ ଅସାଧ୍ୟ ସାଧନ କରିପାରୁଛି । ସ୍ଵପ୍ନ ଅପେକ୍ଷା ବାସ୍ତବତା ଉପରେ ଅଧ୍ଵକ ଗୁରୁତ୍ଵ ଦେଇଛି। ଏକାଙ୍କିକାରେ ଯାନ୍ତ୍ରିକ ଶିଶୁ ଚାପ୍‌ନ୍ ବାପା-ମା’, ସ୍ନେହ-ଶ୍ରଦ୍ଧା, ସୁଖ-ଦୁଃଖ, ହସ-କାନ୍ଦ ଇତ୍ୟାଦି ମାନବୀୟ ଗୁଣାବଳୀ କ’ଣ ଜାଣିନି। ସ୍ଵପ୍ନ, କଳ୍ପନା, ଅନୁଭବ ନ ଥାଇ ସେ ବିନା ପରିଶ୍ରମରେ ସବୁ ଜ୍ଞାନ ବିଜ୍ଞାନର ଅଧ୍ବକାରୀ ହୋଇପାରିଛି ଏବଂ ନିଜକୁ ମାନବ ଶିଶୁ ବୋଲି ପରିଚୟ ଦେଇଛି।

ଅପରପକ୍ଷେ ମୁଖ୍ୟ ଚରିତ୍ର ଗାଉଁଲି ଝିଅ ରୂପା ଏସବୁ କଥାକୁ ପ୍ରତ୍ୟାଖ୍ୟାନ କରିଛି । କାରଣ ମଣିଷର ଜୀବନଯାତ୍ରା ଆରମ୍ଭଠାରୁ ପରିବାର, ବାପା-ମା’, ଭାଇ-ଭଉଣୀ, ସ୍ନେହ-ଶ୍ରଦ୍ଧା, ସୁଖ-ଦୁଃଖ ଇତ୍ୟାଦି ମାନବୀୟ ଗୁଣାବଳୀର ଅଧିକାରୀ ହୋଇ ମାନବ ଶିଶୁ ବଡ଼ ହୋଇଛି । ପାରିପାର୍ଶ୍ବକ ସହଯୋଗ ଲାଭ କରି ବଡ଼ ହେବାପାଇଁ ସ୍ଵପ୍ନ ଦେଖିଛି । ସ୍ଵପ୍ନକୁ ସାକାର କରିବାକୁ ସେ ପରିଶ୍ରମ କରି ଡାକ୍ତର, ଇଞ୍ଜିନିୟର ଓ ବୌଜ୍ଞାନିକ ହୋଇ ଜାତିର ମାନ ବଢ଼ାଇଛି । ସାହିତ୍ୟ ବିନା ବିଜ୍ଞାନ ଓ ସ୍ଵପ୍ନକୁ ଛାଡ଼ି ବାସ୍ତବ କେବେ ସମ୍ଭବ ନୁହେଁ । ତେଣୁ ଆମେ ଅମୃତର ସନ୍ଧାନରେ ଆଗେଇଯିବାକୁ ଏବଂ ଦେଶମାତୃକାର
ଗୌରବ ବଢ଼ାଇବାକୁ ନାଟଟ୍ୟକାର ପରାମର୍ଶ ଦେଇଛନ୍ତ୍ରା

BSE Odisha 7th Class Odia Solutions Chapter 21 ଆମେ ଧରଣୀ ବୁକୁର ଶିଶୁ

Question ୨।
ଅଦ୍ଭୁତ ଯାନ୍ତ୍ରିକ ପିଲାଟି ଗାଁ ପିଲାମାନଙ୍କୁ କ’ଣ କହିଲା ?
Answer:
କହିଲା । ମୁହୂର୍ଭକରେ ସେ ଶିଲାର ଘା’ଟିକୁ ମଧ୍ଯ ଭଲ କରିଦେଲା । ଇଞ୍ଜିନିୟର ନ ହୋଇ ସେ ବିନା ଖୁମ୍ବରେ ଶହ ଶହ ମାଇଲ ବ୍ରିଜ୍ ତିଆରି କରିପାରିବ। କଲେକ୍ଟର ନ ହୋଇ ସେ ଏକୁଟିଆ ଦେଶକୁ ଶାସନ କରିପାରିବ ଏବଂ ନିଜ ବିଦ୍ୟା ବୁଦ୍ଧି ବଳରେ ଅନ୍ୟାନ୍ୟ କେତେ କ’ଣ ଅସାଧ୍ୟ ସାଧନ କରିପାରିବ ବୋଲି ଦୃଢୋକ୍ତି ପ୍ରକାଶ କଲା। କେବଳ ସ୍ଵପ୍ନ ଦେଖ‌ିଲେ କିଛି ଲାଭ ନାହିଁ ବୋଲି ପିଲାମାନଙ୍କୁ ପରାମର୍ଶ ଦେଲା ଏବଂ ନିଜକୁ ମାନବ ଶିଶୁ ବୋଲି ପ୍ରମାଣିତ କରିବାକୁ ଚାହିଁଲା। ନାଁ, ଗାଁ, ବାପା-ମାଆ, ସାଙ୍ଗ-ସାଥୀ, ସ୍ନେହ-ମମତା, ସୁଖ-ଦୁଃଖ ସମ୍ବନ୍ଧରେ ତା’ର ଧାରଣା ନଥିଲା। ଯାନ୍ତ୍ରିକ ଉଦ୍ଭାବନ ଫଳରେ ଦୁନିଆ କିପରି ଆଗେଇ ଯିବ ଏବଂ କେବଳ ନିଜର କାର୍ଯ୍ୟ ଓ ବୁଦ୍ଧିମତା ଯୋଗୁଁ ମଣିଷ ସମାଜରେ ଶ୍ରେଷ୍ଠ ଆସନ ପାଇପାରିବ, ଏସବୁ କଥା କହି ପିଲାମାନଙ୍କୁ ତା’ଆଡ଼କୁ ଆକର୍ଷିତ କରିବାକୁ ଚେଷ୍ଟା କରିଥିଲା ।

Question ୩।
‘ଆମେ ଧରଣୀ ବୁକୁର ଶିଶୁ’ ଏକାଙ୍କିକାରେ ନାଟ୍ୟକାର ତୁମକୁ କ’ଣ କହିଛନ୍ତି ? କିମ୍ବା, ‘ଆମେ ଧରଣୀ ବୁକୁର ଶିଶୁ’ ଏକାଙ୍କିକାରୁ ତୁମେ କ’ଣ ଶିଖୁଲ ?
Answer:
ଯନ୍ତ୍ର ଯୁଗରେ ମଣିଷ କେବଳ କାମକରି ଚାଲିଛି । ଧନ ଉପାର୍ଜନ କରୁଛି । ମଣିଷପଣିଆ ଭୁଲିଯାଇଛି । କମ୍ ପରିଶ୍ରମରେ ଅଧ୍ବକ ଧନ ରୋଜଗାର କରି ରାତାରାତି ବଡ଼ଲୋକ ହେବାର ସ୍ଵପ୍ନ ଦେଖୁଛି । ତେଣୁ ନାଟ୍ୟକାର ଭବିଷ୍ୟତ ନାଗରିକ ପିଲାମାନଙ୍କୁ ଏଥୁରୁ ବାରଣ କରିଛନ୍ତି । ଯାନ୍ତ୍ରିକ ଶିଶୁ ଚାପୱାନର କଥାକୁ ରୂପା ଓ ତା’ର ସାଙ୍ଗମାନେ ଅଗ୍ରାହ୍ୟ କରିଛନ୍ତି । ପ୍ରକୃତରେ ଆମେ ଧରଣୀ ବୁକୁର ଶିଶୁ। ପରିବାର, ପଡ଼ୋଶୀ, ସାଙ୍ଗସାଥୀ ଏବଂ ଆତ୍ମୀୟ ସୃଜନଙ୍କ ସ୍ନେହଶ୍ରଦ୍ଧା ଏବଂ ପାରିପାର୍ଶ୍ବକ ସହଯୋଗରେ ପିଲାଟି ବଡ଼ ହୋଇ ଦେଶ ଓ ଜାତିର ଗୌରବ ବଢ଼ାଏ। ଆମେ ଅମୃତର ସନ୍ତାନ। ଯନ୍ତ୍ର ମାନବ ହେବାକୁ ଚାହୁଁନା। ମଣିଷପରି ମଣିଷଟିଏ ହୋଇ ସ୍ନେହ-ଶ୍ରଦ୍ଧା, ଦୟା-କ୍ଷମା, ସହଯୋଗ ଓ ପରୋପକାର ଇତ୍ୟାଦି ମାନବୀୟ ଗୁଣାବଳୀର ଭୂଷିତ ହୋଇପାରିଲେ ଆମ ଜନ୍ମ ସାର୍ଥକ ହେବ।

ଅତିସଂକ୍ଷିପ୍ର ପ୍ରଶ୍ନୋତ୍ତର:

Question ୧।
ଉତ୍ତର କୁହ ।
(କ) ଗାଁର କେଉଁ ପର୍ବ ସମୟରେ ଅଦ୍ଭୁତ ପିଲା ପହଞ୍ଚିଲା ଏବଂ ପିଲାମାନେ ସେତେବେଳେ କ’ଣ କରୁଥିଲେ ?
Answer:
ଗାଁର ରଜପର୍ବ ସମୟରେ ଅଦ୍ଭୁତ ପିଲାଟି ପହଞ୍ଚିଲା ଏବଂ ପିଲାମାନେ ସେତେବେଳେ ଦୋଳି, ପୁଚି, ଠିଆପୁଚି ଆଦି ଖେଳ ରଜଗୀତର ତାଳେ ତାଳେ ଖେଳୁଥିଲେ ।

(ଖ) ସୀମାର ଆଈ କ’ଣ କହିଥିଲେ ?
Answer:
ସୀମାର ଆଈ ଥରେ ସୀମାକୁ କହିଥିଲେ ଯେ ଗାଉଁଲି ଭୂତଠାରୁ ସହରୀ ଭୂତ ଅଧିକ ଭୟଙ୍କର ।

(ଗ) ଅଦ୍ଭୁତ ପିଲାକୁ ତା’ର ସୃଷ୍ଟିକର୍ତ୍ତା କିପରି ବଢ଼ାଇଥିଲେ ?
Answer:
ଅଦ୍ଭୁତ ପିଲାର କେହି ବାପା ମା’ ନଥିଲେ । ତାହାର ସୃଷ୍ଟିକର୍ତ୍ତା ତାକୁ ଗୋଟିଏ ଗ୍ଲାସ୍ ଗ୍ଲୋବ୍ ଭିତରେ ରଖ୍ ବଢ଼ାଇଥିଲେ । ଅଦ୍ଭୁତ ପିଲାଟି ସେହି ଗ୍ଲାସ୍ ଗ୍ଲୋବ୍‌ ଭିତରେ ଆପେ ଆପେ ବଢ଼ିଛି ।

(ଘ) ଅଦ୍ଭୁତ ପିଲାର ସୃଷ୍ଟିକର୍ତ୍ତା କେତୋଟି ପିଲା ସୃଷ୍ଟି କରିଥିଲେ ଏବଂ ସେମାନଙ୍କୁ କାହିଁକି ବିଭିନ୍ନ ସ୍ଥାନକୁ ପଠାଇଥିଲେ ?
Answer:
ଅଦ୍ଭୁତ ପିଲାର ସୃଷ୍ଟିକର୍ତ୍ତା ଏକାପରି ଶହେଟି ପିଲା ସୃଷ୍ଟି କରିଥିଲେ ଏବଂ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ପଠାଇଥିଲେ । ପୃଥ‌ିବୀର ପିଲାଙ୍କ ସହିତ ମିଶି ସେମାନଙ୍କୁ ସ୍ୱପ୍ନ ଦୁନିଆରୁ ବାସ୍ତବ ଦୁନିଆକୁ ନେଇଯିବାକୁ କହିଥିଲେ ।

(ଙ) ଅଦ୍ଭୁତ ପିଲାର ସୃଷ୍ଟିକର୍ତ୍ତା ଦ୍ୱାବିଂଶ ଶତାବ୍ଦୀ ବେଳେ ଦୁନିଆର ସବୁପିଲା କିପରି ହୋଇଯିବେ ବୋଲି କହିଥିଲେ ?
Answer:
ଅଦ୍ଭୁତ ପିଲାର ସୃଷ୍ଟିକର୍ତ୍ତା ଦ୍ୱାବିଂଶ ଶତାବ୍ଦୀ ବେଳକୁ ଦୁନିଆର ସବୁ ମଣିଷ ପିଲା, ଅଦ୍ଭୁତ ପିଲା ପରି ହୋଇଯିବେ ବୋଲି କହିଥିଲେ । ଏଣୁ ସେ ଅଦ୍ଭୁତ ପିଲାଙ୍କୁ ସୃଷ୍ଟିକରି ଆଗୁଆ ପରୀକ୍ଷା ନିରୀକ୍ଷା କରିଥିଲେ ।

Question ୨ ।
ଶିଳା କ’ଣ ଚିତ୍କାର କରି ପଳାଇବାକୁ ଉଦ୍ୟତ ହେଲା ?
Answer:
ଶିଳା ଭୂତ ଭୂତ କହି ଚିତ୍କାର କରି ପଳାଇବାକୁ ଉଦ୍ୟତ ହେଲା।

BSE Odisha 7th Class Odia Solutions Chapter 21 ଆମେ ଧରଣୀ ବୁକୁର ଶିଶୁ

Question ୩ ।
ଜୟନ୍ତୀ ବୁଢ଼ୀମାଆ ଭୂତ ସମ୍ପର୍କରେ କ’ଣ କହିଥିଲେ ?
Answer:
ଜୟନ୍ତୀର ବୁଢ଼ୀମାଆ ଏହି ଗାଆଁ ମୁଣ୍ଡ ଆମ୍ବତୋଟାରେ ଦିନବେଳା ଭୂତ ବାହାରିବା କଥା କହିଥିଲେ।

Question ୪।
ଶିଳା, ରୂପା ଓ ଜୟନ୍ତୀ ସମସ୍ତେ କାନ୍ଦି ଉଠିଲେ।
Answer:
ଅଦ୍ଭୁତ ପିଲାଟି ହାଃ ହାଃ ହାଃ କରି ହସିବାରୁ ଭୟରେ ଶିଳା, ରୂପା ଓ ଜୟନ୍ତୀ ସମସ୍ତେ କାନ୍ଦି ଉଠିଲେ।

Question ୫ ।
ଅଦ୍ଭୁତ ପିଲାଟି କେଉଁଠୁ ଓ କାହିଁକି ଆସିଥୁବା କଥା କହିଲା ?
Answer:
ଅଦ୍ଭୁତ ପିଲାଟି ଆମେରିକାରୁ ପିଲାମାନଙ୍କ ସହିତ ମିଶିବା ପାଇଁ ଆସିଥିବା କଥା କହିଲା ।

Question ୬।
ସୃଷ୍ଟିକର୍ତ୍ତା ଅଦ୍ଭୁତ ପିଲାଟିର ନାମ କ’ଣ ଦେଇଥିଲେ ?
Answer:
ପିଲାଟିର ସୃଷ୍ଟିକର୍ତ୍ତା ତା’ର ନାମ ଚାପ୍‌ନ୍ ଦେଇଥିଲେ।

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର :

Question ୧।
ଅଦ୍ଭୁତ ପିଲାକୁ ତା’ର ସୃଷ୍ଟିକର୍ତ୍ତା କ’ଣ ବୋଲି ଡାକନ୍ତି ?
(କ) ରୋବର୍ଟ
(ଖ) ଫୋଟନ
(ଗ) ଚାପୱାନ
(ଘ) ଦରୱାନ୍
Answer:
(ଗ) ଚାପୱାନ

Question ୨।
ଅଦ୍ଭୁତ ପିଲାର ସୃଷ୍ଟିକର୍ତ୍ତା କେତୋଟି ପିଲା ସୃଷ୍ଟି କରିଥିଲେ ?
(କ) ପାଞ୍ଚୋଟି
(ଖ) ପଚାଶଟି
(ଗ) ଦଶୋଟି
(ଘ) ଶହେଟି
Answer:
(ଘ) ଶହେଟି

BSE Odisha 7th Class Odia Solutions Chapter 21 ଆମେ ଧରଣୀ ବୁକୁର ଶିଶୁ

Question ୩।
‘ଚାପୱାନ୍’ କିପରି ବଢ଼ିଥିଲା ?
(କ) ଡାକ୍ତରଖାନାରେ
(ଖ) ଏକ କାଚଘରେ
(ଗ) ମହାଶୂନ୍ୟରେ
(ଘ) ଗ୍ଲାସ୍ ଗ୍ଲୋବ୍‌ ଭିତରେ ଆପେ ଆପେ
Answer:
(ଘ) ଗ୍ଲାସ୍ ଗ୍ଲୋବ୍‌ ଭିତରେ ଆପେ ଆପେ

Question ୪।
ନିମ୍ନୋକ୍ତ ଯୁଗ୍ମ ଶବ୍ଦଗୁଡ଼ିକ ମଧ୍ୟରୁ କେଉଁଟି ସମଶ୍ରେଣୀର ନୁହେଁ ?
(କ) ହସକାନ୍ଦ
(ଖ) ସୁଖଦୁଃଖ
(ଗ) ସ୍ନେହଭକ୍ତି
(ଘ) ପାପପୂଣ୍ୟ
Answer:
(ଗ) ସ୍ନେହଭକ୍ତି

Question ୫।
ମଣିଷ ଏ ଦୁନିଆରେ କିପରି ବଞ୍ଚିଛି ?
(କ) ପୁଷ୍ଟିକର ଖାଦ୍ୟ ଖାଇ
(ଖ) ହସିଖେଳି
(ଗ) ପରିଶ୍ରମ କରି
(ଘ) ସ୍ଵପ୍ନ ଭିତରେ ବାସ୍ତବତାକୁ ଖୋଜି ପାଉଛି ବୋଲି
Answer:
(ଘ) ସ୍ଵପ୍ନ ଭିତରେ ବାସ୍ତବତାକୁ ଖୋଜି ପାଉଛି ବୋଲି

Question ୬।
ମୋ ହାତରେ ଏ ଘା’ଟା ଜମା ଶୁଖୁନି । ଭଲ କଲ ଦେଖ୍ ? ଏହି କଥା କିଏ କହିଛି ?
(କ) ରୂପା
(ଖ) ସୀମା
(ଗ) ଶିଳା
(ଘ) ଅଭୁତ ପିଲା
Answer:
(ଗ) ଶିଳା

BSE Odisha 7th Class Odia Solutions Chapter 21 ଆମେ ଧରଣୀ ବୁକୁର ଶିଶୁ

Question ୭।
କାହା କଥା ଶୁଣି ଅଦ୍ଭୁତ ପିଲା ହଠାତ୍ ଉଭେଇଯାଇଛି ?
(କ) ସୀମା
(ଖ) ଶିଳା
(ଗ) ଜୟନ୍ତୀ
(ଘ) ରୂପା
Answer:
(ଘ) ରୂପା

Question ୮।
କିଏ କହୁଥିଲା ଯେ ସ୍ନେହ, ଭକ୍ତି ଓ ଭଲ ପାଇବା ହିଁ ସବୁ ଦୁଃଖର କାରଣ ?
(କ) ରୂପା
(ଖ) ସୀମା
(ଗ) ଜୟନ୍ତୀ
(ଘ) ଅଦ୍ଭୁତ ପିଲା
Answer:
(ଘ) ଅଦ୍ଭୁତ ପିଲା

Question ୯।
କିଏ କହୁଥିଲା ଯେ ଗାଁ ମୁଣ୍ଡ ତୋଟାରେ ଦିନବେଳା ବି ଭୂତ ବାହାରେ ?
(କ) ଜୟନ୍ତୀର ବୁଢ଼ୀମା’
(ଖ) ରୂପାର ବାପା
(ଗ) ଅଦ୍ଭୁତ ମାନବର ସ୍ରଷ୍ଟା
(ଘ) ଶିଳାର କକା
Answer:
(କ) ଜୟନ୍ତୀର ବୁଢ଼ୀମା’

Question ୧୦।
ନିମ୍ନଲିଖ ମଧ୍ୟରୁ କେଉଁଟି ‘ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ଲେଖାଯାଇ ନାହିଁ ?
(କ) ବନମାଳୀ
(ଖ) ବସନ୍ତଗାଥା
(ଗ) ବ୍ୟବଧାନ
(ଘ) ପକ୍ଷୀ
Answer:
(ଖ) ବସନ୍ତଗାଥା

ନାଟ୍ୟକାର ପରିଚୟ :

‘ଆମେ ଧରଣୀ ବୁକୁର ଶିଶୁ’ ଏକାଙ୍କିକାର ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର । ନାଟ୍ୟକାର ମହାପାତ୍ର ବାଲେଶ୍ଵର ଜିଲ୍ଲାର ଇଜପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ନାଟକ ସହିତ ସାହିତ୍ୟର ଅନ୍ୟାନ୍ୟ ବିଭାଗରେ ମଧ୍ୟ ସେ ଲେଖନୀ ଚାଳନା କରିଛନ୍ତି । ସେ ପ୍ରାୟ ପଚାଶଟି ନାଟକ, ଅନେକ କବିତା ଓ ପ୍ରବନ୍ଧର ରଚୟିତା ଭାବରେ ପରିଚିତ ହୋଇଛନ୍ତି । ତାଙ୍କର ନାଟକ ମଧ୍ୟରୁ ଏଗାରଟି ଶିଶୁନାଟକ ପିଲାଙ୍କ ପାଇଁ ମନଲାଖ୍ ଓ ଶିକ୍ଷାପ୍ରଦ ହୋଇଛି । ତାଙ୍କର ସାରସ୍ବତ ସାଧନା ବ୍ୟତୀତ ଜଣେ ଛାତ୍ର ବତ୍ସଳ ଶିକ୍ଷକଭାବରେ ରାଜ୍ୟସରକାରଙ୍କଦ୍ୱାରା ସେ ପୁରସ୍କୃତ ହୋଇଛନ୍ତି । ସେ ତାଙ୍କର ନାଟକ ପାଇଁ ମଧ୍ୟ ବହୁବାର ପୁରସ୍କାର ଲାଭ କରିଛନ୍ତି ।

ନାଟକ (ଏକାଙ୍କିକା) ଓ ନାଟ୍ୟକାର :

ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ତାଙ୍କର ‘ପକ୍ଷୀ’ ନାଟକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ଶିଶୁ ନାଟ୍ୟକାର ଭାବରେ, ‘କହ୍ନାଇରେ ଫେରିଆ’, ‘ଘାସଫୁଲ’, ‘ବନମାଳୀ’, ‘ବ୍ୟବଧାନ’, ‘ଜନନୀ ଜନ୍ମଭୂମି’, ‘ଏଇ ଆମରି ଗାଆଁ’ରେ ନାଟ୍ୟକାର ଶିଶୁ ମନସ୍ତତ୍ତ୍ୱକୁ ଛ୍ଛଇଁଲାଭଳି କଆବସ୍ତୁର ପରିକଳ୍ପନା କରିଛନ୍ତି ।

ଏକାଙ୍କିକାର ପୃଷ୍ଠଭୂମି :

ଆଲୋଚ୍ୟ ଏକାଙ୍କିକାଟିରେ ସାଂପ୍ରତିକ ମଣିଷମାନଙ୍କର ଯାନ୍ତ୍ରିକ ମନୋଭାବକୁ ପ୍ରକାରାନ୍ତରେ ଆକ୍ଷେପ କରାଯାଇଛି । ମଣିଷ ଜୀବନରୁ ମଣିଷପଣିଆ ଦୂରେଇଗଲେ, ଜୀବନର କୌଣସି ମୂଲ୍ୟ ରହିବ ନାହିଁ ବୋଲି ନାଟ୍ୟକାର ଚରିତ୍ରମାନଙ୍କ ମାଧ୍ୟମରେ ପ୍ରକାଶ କରିଛନ୍ତି । ମଣିଷପଣିଆର ବିକାଶ ପାଇଁ ଯେ ୟୁଗୋପଯୋଗୀ ବାର୍ତ୍ତା ପ୍ରଦାନ କରିଛନ୍ତ୍ରା

ଏକାଙ୍କିକାର ସାରକଥା :

ସେଦିନ ଥାଏ ରାଜପର୍ବା ରଜପର୍ବର ଅନୁଭୂତି ମଫସଲରେ ନିହାତି ମନୋମୁଗ୍ଧକର । ଗାଁ ଆମ୍ବତୋଟାରେ ଲାଗିଥାଏ ଦୋଳି । ଖେଳାଯାଉଥାଏ ବାଗୁଡ଼ି ଖେଳ । ଝିଅମାନେ ରଜ ଗୀତର ତାଳେ ତାଳେ ଦୋଳି, ପୁଚି, ଠିଆପୁଚି ଆଦି ଖେଳି ପରିବେଶକୁ ଜୀବନ୍ତ କରିଥା’ନ୍ତି । ସମସ୍ତେ ପିନ୍ଧିଥା’ନ୍ତି ନୂଆ ଲୁଗା । ପାଦରେ ପିନ୍ଧିଥା’ନ୍ତି ତାଳ ପଟୁଆର ଜୋତା । ଏହି ସମୟରେ ଏକ ଅଦ୍ଭୁତ ଶବ୍ଦ ଶୁଣାଯାଇଛି । ସମସ୍ତେ ଚମକି ପଡ଼ିଛନ୍ତି । ଚାରିଆଡ଼କୁ ଚାହିଁଛନ୍ତି । କିଛି ସମୟ ପରେ ଝିଅମାନେ ଜଣେ ଅଦ୍ଭୁତ ପିଲାକୁ ଦେଖୁଛନ୍ତି । ସେହି ଅଦ୍ଭୁତ ପିଲାଟି ହଠାତ୍ ଆବିର୍ଭାବ ହୋଇଛି ଓ ସମସ୍ତଙ୍କ ଦୃଷ୍ଟି ସ୍ୱତଃ ତା’ ଆଡ଼କୁ ଚାଲିଯାଇଛି । ଆବିର୍ଭାବ ହୋଇଥ‌ିବା ପିଲାଟିର ମୁଣ୍ଡ ସାଧାରଣ ପିଲାର ମୁଣ୍ଡଠାରୁ ଥିଲା ଅପେକ୍ଷାକୃତ ବଡ଼ । ଆଖ୍ ଦୁଇଟି ଜ୍ଵଳନ୍ତ ଅଙ୍ଗାର ଭଳି ଉଜ୍ଜଳ ଦିଶୁଥିଲା । କାନ ଦୁଇଟି ଅସମ୍ଭବ ଭାବରେ ଲମ୍ବା ଥିଲା । ମୁହଁରେ ତା’ର ଗମ୍ଭୀରତା ରହିଥିଲା । ଦେହରେ ଥିଲା ଅଦ୍ଭୁତ ପୋଷାକ । ଧୀରେ ଧୀରେ ପିଲାଟି ଖେଳୁଥିବା ପିଲାଙ୍କ ଆଡ଼କୁ ଆଗେଇ ଆସିଲା । ତା’ର ଅଦ୍ଭୁତ ଚେହେରା ଓ ଅସମ୍ଭବ ପୋଷାକପତ୍ର ଦେଖୁ ପିଲାମାନେ ଡରିଗଲେ ।

ଅଭୁତ ପିଲାଟିକୁ ଦେଖ୍ ପିଲାମାନେ ଭୂତ ବୋଲ ଭାବିଲେ । ପ୍ରଥମେ ଶିଳା ‘ଭୂତ’ ବୋଲି ଚିତ୍କାର କରି ପଳାଇବାକୁ ଉଦ୍ୟତ ହେଲା । ଶିଳାକୁ ଅଟକାଇଲା ରୂପା । ବୁଝାଇ କହିଲା, ଡରିବାର କୌଣସି କାରଣ ନାହିଁ । ଦିନବେଳେ ଭୂତ ଆସିବା ସମ୍ଭବ ନୁହେଁ । ମାତ୍ର ଜୟନ୍ତୀ ରୂପା କଥାକୁ ବିଶ୍ୱାସ କଲା । ସେ କହିଲା ଯେ ତା’ର ବୁଢ଼ୀମାଆ କହୁଥିଲା, ‘ଏହି ଗାଁ ମୁଣ୍ଡ ଆମ୍ବତୋଟାରେ ଦିନବେଳେ ବି ଭୂତ ବାହାରେ। ପୁନଶ୍ଚ ସୀମା ମଧ୍ୟ ଅନୁରୂପ ମତାମତ ଦେଇକହିଲା, ତା’ ଜେଜେମା’ କହୁଥିଲେ, ପିଲାଦିନେ ସେ ଏହି ସ୍ଥାନରେ ଗୋଟିଏ ଭୂତ ଦେଖୁଥିଲେ। ତା’ ମୁଣ୍ଡ ଦେହ ତୁଳନାରେ ବଡ଼ ଥିଲା । ଆଖୁ ଦୁଇଟି ଜଳିଲା ଭଳି ଦେଖାଯାଉଥିଲା । ସେ ଜେଜେମା’ଙ୍କୁ କାମୁଡ଼ିବାକୁ ଗୋଡ଼ାଇଥିଲା । ଏହି ଭୂତ ମଧ୍ୟ ସେମାନକୁ ଗୋଡ଼ାଇ କାମୁଡ଼ିବ । ତେଣୁ ଯେତେଶୀଘ୍ର ଏଠାରୁ ଚାଲିଯିବାକୁ ହେବ । ସେ ମଧ୍ୟ ପଳାଇବାକୁ ଉଦ୍ୟତ ହେଲାବେଳେ, ତାକୁ ରୂପା ଅଟକାଇଛି । ଶିଳା, ଜୟନ୍ତୀ ଓ ସୀମା ଅଦ୍‌ଭୂତ ପିଲାଟିକୁ ଭୂତ ବୋଲି ଚିନ୍ତାକରି ଡରିଯାଇଥିଲେ । ମାତ୍ର ରୂପା ସେମାନଙ୍କୁ ଅଟକାଇଛି ।

ବୁଝାଇ କହିଛି, ବଡ଼ମାନେ ଆମ ମନରେ ଭୟ ସୃଷ୍ଟି କରିବାପାଇଁ ଏଭଳି ମନଗଢ଼ା ଗପସବୁ କହିଥା’ନ୍ତି । ସେହି ଗପରେ କୌଣସି ସତ୍ୟତା ନାହିଁ । ପ୍ରକୃତରେ ଦୁନିଆରେ ଭୂତ ଫୁତ କିଛି ନାହାନ୍ତି । ଆମ ଆଗରେ ଥ‌ିବା ଅଦ୍ଭୁତ ପିଲାଟି ହୁଏତ ଆମ ଅଞ୍ଚଳର ପିଲା ନୁହେଁ। ଅନ୍ୟ କେଉଁ ସହରରୁ ସେ ଆସିଛି । ତେଣୁ ଆମେ ତା’ ସହିତ କଥାହେଲେ ସବୁକଥା ଜଣାପଡ଼ିବ । ଏତେ ବୁଝାଇ କହିଲେ ମଧ୍ୟ ଶିଳା ପୁଣି ଡରିଛି । କାଳେ ଆମକୁ ଅଦ୍ଭୁତ ପିଲାଟି କାମୁଡ଼ିଦେବ, ସେଥ‌ିପାଇଁ ପଳାଇଯିବାକୁ ବାହାରିଛି । ଶିଳାକୁ ବୁଝାଇ ସୁଝାଇ କୌଣସି ପ୍ରକାରେ ରୂପା ଅଟକାଇଛି । ପିଲାଟି ତାଙ୍କୁ କଟମଟ କରି ଚାହିଁଥ‌ିବାରୁ, ଏ ନିଶ୍ଚୟ ଭୂତ ବୋଲି ସୀମା କହିଛି । ସେମାନେ ରୂପାକୁ ଠେଲି ପଳାଇଯିବାକୁ ଉଦ୍ୟତ ହୋଇଛନ୍ତି ।

ପିଲାଙ୍କର ଏଭଳି ବ୍ୟବହାର ଦେଖୁ ଅଦ୍ଭୁତ ପିଲାଟି ସେମାନଙ୍କୁ ଆଦେଶ ଦେଲାଭଳି ରହିବାକୁ କହିଛି । ସେମାନଙ୍କୁ ପାଖକୁ ଡାକିଛି । ନଚେତ୍ ସେମାନଙ୍କୁ ଦଣ୍ଡ ମିଳିବ ବୋଲି କହିଛି । ଅଦ୍ଭୁତ ପିଲାଟିର ଏଭଳି କଥା ଶୁଣି, ସୀମା ଆହୁରି ଛାନିଆ ହୋଇଯାଇଛି । ପିଲାଟିକୁ ସହରୀ ଭୂତ ବୋଲି ମନେକରିଛି । ତା’ ବିଚାରରେ ଗାଉଁଲି ଭୂତଠାରୁ ସହରୀ ଭୂତ ଆହୁରି ଭୟଙ୍କର । ସୀମାର ଏଭଳି କଥା ଶୁଣି ଅଦ୍ଭୁତ ପିଲାଟି ହସଉଠିଛି । ପିଲାଟିର ହସ ଶୁଣି, ସମସ୍ତେ ଭୟରେ କାନ୍ଦି ପକାଉଛନ୍ତି । ଅଦ୍ଭୁତ ପିଲାଟି ତାଙ୍କୁ ଚୁପ୍ ହେବାକୁ କହିଛି । ସେ ଶୁଣିଥିଲା ଗାଉଁଲି ପିଲାମାନେ ବଡ଼ ଦୟାଳୁ, ତାହା ସତ ବୋଲି କହିଛି ।

ଶିଳା, ସୀମା, ଜୟନ୍ତୀ ଭୟଭୀତ ହେଲେ ମଧ୍ୟ ରୂପା କୌଣସି ପ୍ରକାର ଭୟ କରିନାହିଁ । ସେ ସାହସ ସଞ୍ଚୟ କରି ଅଦ୍ଭୁତ ପିଲାକୁ ପ୍ରତ୍ୟୁତ୍ତର ଦେଇ କହିଛି, ଆମେ ପ୍ରକୃତରେ ଭୟାଳୁ ନୋହୁଁ । ବରଂ ତୁମର ଯେଭଳି ରୂପ ହୋଇଛି, ସେଭଳି ରୂପ ଆମ ପାଇଁ ନୂଆ । ତେଣୁ ତୁମକୁ ଯେ କେହି ଦେଖ‌ିଲେ ଡରିଯିବ । ରୂପା କଥା ଶୁଣି ଅଦ୍ଭୁତ ପିନ୍ଦା, ସଫେଇ ଦେଲାଭଳି କହିଛି, ତା’ହେଲେ ସେ କ’ଣ ଅସୁନ୍ଦର । ରୂପା ଉତ୍ତର ଦେଇ କହିଛି, ‘ତୁମେ ଅସୁନ୍ଦର ନୁହଁ ବରଂ ଅଦ୍ଭୁତ । ଯାହା ଆମ ପାଇଁ ଅପରିଚିତ, ଆମେ ଆଗରୁ କେବେ ଦେଖୁ ନଥୁଲୁ, ଠିକ୍ ସେହିଭଳି ଚେହେରା ।

ପ୍ରସଙ୍ଗକ୍ରମେ ସମସ୍ତେ ସହଜ ସରଳ ହେବାକୁ ଚେଷ୍ଟା କରିଛନ୍ତି । ଅଦ୍ଭୁତ ପିଲାଟି ନିଜର ପରିଚୟ ଦେଇ କହିଛି, ସେ ମଧ୍ୟ ତାଙ୍କ ପରି ଗୋଟିଏ ପିଲା । ଅଦ୍ଭୁତ ପିଲାର କଥା ଶୁଣି, ରୂପା ତା’ର ସାଥୀପିଲାଙ୍କ ମନରୁ ଭୟ ଦୂରେଇ ଦେବାକୁ ଚେଷ୍ଟା କରିଛି । ଅଦ୍ଭୁତ ପିଲାର ପାଖକୁ ଯିବାକୁ ସମସ୍ତଙ୍କୁ କହିଛି । ଅଦ୍ଭୁତ ପିଲା ମଧ୍ୟ ଅତି ଆଦରରେ ସମସ୍ତଙ୍କୁ ଆହ୍ଵାନ କରିଛି । ସେ କେବଳ ତାଙ୍କଭଳି ପିଲାଙ୍କ ସହିତ ମିଶିବାକୁ ଆସିଛି ବୋଲି କହିଛି । ତଥାପି ସମସ୍ତେ ଡରି ଡରି ତା’ ପାଖକୁ ଯାଇଛନ୍ତି ।

ପିଲାଟି ଆମେରିକାରୁ ସେମାନଙ୍କ ପାଖକୁ ଆସିଥିବା କଥା କହିଛି । ରୂପା ତାକୁ ତା’ ନାଁ କ’ଣ ବୋଲି ପଚାରିବାରୁ, ସେ କିଛି ବୁଝିପାରି ନାହିଁ । କାରଣ ନାଁ ସମ୍ବନ୍ଧରେ ତାକୁ କିଛି ଜଣା ନାହିଁ । ଆମ ସମାଜରେ, ଆମ ଚଳଣିରେ ଯେପରି ଥାଏ, ସେହିଭଳି ତା’ ନାଁ କ’ଣ ବୋଲି ରୂପା ପଚାରିଛି । ରୂପା କଥାକୁ କିଛି ପରିମାଣରେ ବୁଝିପାରିଛି ଅଦ୍ଭୁତ ପିଲା । ସେ କହିଛି, ମୋର ତୁମମାନଙ୍କ ଭଳି କୌଣସି ନାଁ ନାହିଁ । ବରଂ ମୋର ସୃଷ୍ଟିକର୍ତ୍ତା ପରିମାଣରେ ବୁଝିପାରିଛି ଅଦ୍ଭୁତ ପିଲା । ସେ କହିଛି, ମୋର ତୁମମାନଙ୍କ ଭଳି କୌଣସି ନାଁ ନାହିଁ । ବରଂ ମୋର ସୃଷ୍ଟିକର୍ତ୍ତା ମୋତେ ‘ଚାପ୍ ୱାନ୍’ ବୋଲି ଡାକନ୍ତି। ଅଦ୍ଭୁତ ପିଲା ନିଜର ସୃଷ୍ଟି ସଂପର୍କରେ ପରିଚୟ ଦେବାକୁ ଯାଇ କହିଛି, ‘ମୋର ସୃଷ୍ଟିକର୍ତ୍ତା, ମୋ ଭଳି ଶହେଟି ପିଲାଙ୍କୁ ସୃଷ୍ଟି କରିଛନ୍ତି । ସମସ୍ତଙ୍କୁ ସେ ଚାପ୍ ୱାନ୍, ଚାପ୍ ଟୁ, ଚାପ୍ ଥ୍ ବୋଲି ଡାକିଥା’ନ୍ତି ।

ଅଭୁତ ପିଲାକୁ ଯିଏ ସୃଷ୍ଟି କରିଛନ୍ତି, ରୂପା ତାଙ୍କୁ ତାହାର ବାପା ମା’ ବୋଲି କହିଛି । ଅଦ୍ଭୁତ ପିଲାଟି ବାପ ମା’ କ’ଣ ବୋଲି ପ୍ରଶ୍ନ କରିଛି । କାରଣ ବାପା ମା’ କାହାକୁ କହନ୍ତି ସେ ତାହା ଜାଣିପାରି ନାହିଁ । ପିଲାଟିକୁ ବୁଝାଇବାକୁ ଯାଇ ରୂପା ବାପା ମା’ଙ୍କ ବଦଳରେ ଫାଦର ଓ ମଦର ବୋଲି କହିଛି । ଏଥର ପିଲାଟି ବାପା ମା’ଙ୍କ ଅର୍ଥ ବୁଝିପାରିଛି । ନିଜେ ସ୍ବୀକାର କରିଛି, ବାପା ମା’ କ’ଣ ସେ ବୁଝେ ନାହିଁ । ତା’ର ସୃଷ୍ଟିକର୍ତ୍ତା ତାହାକୁ ଗୋଟିଏ ଗ୍ଲାସ୍ ଗ୍ଲୋବ୍ ଭିତରେ ରଖ୍, ଆପେ ଆପେ ବଢ଼ାଇଛନ୍ତି । ରୂପା ଅଦ୍ଭୁତ ପିଲାଟିକୁ କ୍ଲୋନିଂ ଶିଶୁ ବୋଲି ଜାଣିପାରିଛି । କିନ୍ତୁ ଅଦ୍ଭୁତ ପିଲାଟି କ୍ଲୋନିଂ ଶିଶୁ ନଥିଲା । ସେ ବରଂ ଗୋଟିଏ ସ୍ୱତନ୍ତ୍ର ଜିନ୍‌ରୁ ସୃଷ୍ଟି ହୋଇଥିବା କଥା ସ୍ୱୀକାର କରିଛି । ସାଧାରଣ ପିଲାଙ୍କଠାରେ ଥ‌ିବା ଗୁଣପିଣ୍ଡଠାରୁ ତାହାର ଗୁଣପିଣ୍ଡ ସଂପୂର୍ଣ୍ଣ ସ୍ବତନ୍ତ୍ର ବୋଲି ଅଦ୍ଭୁତ ପିଲାଟି କହିଛି ।

ଏହିଭଳି କଥୋପକଥନ ପରେ, ରୂପା ଅଦ୍ଭୁତ ପିଲାଟିକୁ ତାହାର ଆଗମନର କାରଣ ସମ୍ବନ୍ଧରେ ପଚାରିଛି । ପିଲାଟି କହିଛି, ସେ ଏଠାକୁ ଆପେ ଆପେ ଆସିନାହିଁ । ବରଂ ଏଠାକୁ ତାହାକୁ ପଠାଯାଇଛି । ତା’ର ଜନ୍ମଦାତା ଏହିଭଳି ଶହେଟି ପିଲାଙ୍କୁ ସୃଷ୍ଟିକରି, ପୃଥ‌ିବୀର ବିଭିନ୍ନ ସ୍ଥାନକୁ ପଠାଇଛନ୍ତି । ପୃଥ‌ିବୀର ପିଲାମାନଙ୍କୁ ସ୍ୱପ୍ନ ଦୁନିଆରୁ ବାସ୍ତବ ଦୁନିଆକୁ ନେଇଯିବାପାଇଁ ତାକୁ କହିଛନ୍ତି ।

ଅଦ୍ଭୁତ ପିଲାର କଥା ଶୁଣି, ରୂପା ଠିକ୍ ରୂପେ କିଛି ବୁଝିପାରି ନାହିଁ । ବାସ୍ତବ ଦୁନିଆ କ’ଣ ବୋଲି ସେ ଜାଣିପାରି ନାହିଁ । ରୂପାର ସନ୍ଦେହ ଦୂର କରିବାପାଇଁ ଅଦ୍ଭୁତ ପିଲାଟି କହିଛି, ଯେଉଁଠାରେ ସ୍ଵପ୍ନ ନଥ‌ିବ, ଥ‌ିବ ବାସ୍ତବତା, ଯେଉଁଠି ସାହିତ୍ୟ ନଥ‌ିବ କେବଳ ଥୁବ ବିଜ୍ଞାନ, ଏହିଭଳି ସ୍ଥାନକୁ କୁହାଯିବ ବାସ୍ତବ ଦୁନିଆ । ଅଦ୍ଭୁତ ପିଲାର ଏଭଳି କଥାକୁ ରୂପା ଠିକ୍ ରୂପେ ବୁଝିପାରି ନାହିଁ । ସାହିତ୍ୟ ବିନା ବିଜ୍ଞାନ, ସ୍ୱପ୍ନ ବିନା ବାସ୍ତବତା ସମ୍ଭବ ନୁହେଁ ସେ ଅଦ୍ଭୁତ ପିଲାକୁ ବୁଝାଇବାକୁ ଚେଷ୍ଟାକରିଛି । କିନ୍ତୁ ଅଦ୍ଭୁତ ପିଲାଟି କହିଛି, ସାଧାରଣ ପିଲାମାନେ ଯେ କେବଳ ସ୍ଵପ୍ନକୁ ନେଇ ବଞ୍ଚିରହନ୍ତି । କାରଣ ସେମାନେ ପାଠ ପଢ଼ନ୍ତି । ଭବିଷ୍ୟତରେ କଲେକ୍ଟର, ଇଞ୍ଜିନିୟର ଓ ଡାକ୍ତର ହେବାର ସ୍ବପ୍ନ ଦେଖନ୍ତି । ସବୁବେଳେ ହୁଏତ ସେମାନଙ୍କ ସ୍ୱପ୍ନ ସଫଳ ହୋଇପାରେ ନାହିଁ । ତଥାପି ସେମାନେ ସେହି ସ୍ବପ୍ତିଳ ଭବିଷ୍ୟତକୁ ନେଇ ବଞ୍ଚିବାକୁ ଚେଷ୍ଟା କରିଥା’ନ୍ତି ।

ଅଦ୍ଭୁତ ପିଲା ଥିଲା ଅସାଧାରଣ ଧୀସମ୍ପନ୍ନ । ଶିଳା, ସୀମା, ରୂପା, ଜୟନ୍ତୀ ଯେଉଁ ସ୍ଵପ୍ନ ଦେଖୁଛନ୍ତି, ଭବିଷ୍ୟତରେ ଯାହା ହେବାପାଇଁ ଇଚ୍ଛା କରିଛନ୍ତି, ସେମାନେ ତାହା ହୋଇପାରିବେ ନାହିଁ ବୋଲି ଅଦ୍ଭୁତ ପିଲାଟି କହିଛି । ଅଦ୍ଭୁତ ପିଲାର ଚିନ୍ତାଧାରା ହେଉଛି ଏଭଳି କଲେକ୍ଟର, ଇଞ୍ଜିନିୟର, ଡାକ୍ତର ହେବାର କୌଣସି ମୂଲ୍ୟ ନାହିଁ । ସେ ହେଉଛି ଟେଣ୍ଟି ସେକେଣ୍ଡ ସେଞ୍ଚୁରୀର ପିଲା । ଟେଣ୍ଟି ସେକେଣ୍ଡ ସେଞ୍ଚୁରୀ ବେଳକୁ ସବୁପିଲା ତାଙ୍କ ପରି ବାସ୍ତବତାକୁ ନେଇ ବଞ୍ଚିବାକୁ ଚାହିଁବେ । ଅଦ୍ଭୁତ ପିଲାର କଥା ଶୁଣି ସୀମା କହିଛି, ତା’ହେଲେ ଜ’ଣ ଦ୍ୱାବିଂଶ ଶତାବ୍ଦୀବେଳକୁ ଏ ଦୁନିଆର ସବୁପିଲା ଭୂତ ହୋଇଯିବେ।

ଅଦ୍ଭୁତ ପିଲା ନିଜେ ସ୍ୱୀକାର କରିଛି, ସେ ପ୍ରକୃତରେ ଭୂତ ନୁହେଁ । ସେ ଅନ୍ୟମାନଙ୍କ ପରି ମଣିଷ ପିଲା । ହେଲେ ଜ୍ଞାନବିଜ୍ଞାନ, ବୁଦ୍ଧି-କୌଶଳ, ରୂପ ଓ ପୋଷାକରେ ସେ ବହୁତ ଆଗରେ । କାରଣ ସାଧାରଣ ପିଲା ହିସାବରେ ସେମାନେ ହୁଏତ ଡାକ୍ତର ହେବାର ସ୍ଵପ୍ନ ଦେଖନ୍ତି । ମାତ୍ର ଅଦ୍ଭୁତ ପିଲା ଡାକ୍ତର ନ ହୋଇବି ଗୋଟିଏ ମିନିଟ୍‌ରେ ରୋଗକୁ ଭଲକରି ଦେଇପାରିବ । ଇଞ୍ଜିନିୟର ନ ହୋଇ ବି ବିନା ପିଲାରରେ ଶହ ଶହ ମାଇଲ ବ୍ରିଜ୍ ତିଆରି କରିଦେଇ ପାରିବ । କଲେକ୍ଟର ନ ହୋଇ ବି ଏକୁଟିଆ ଗୋଟିଏ ଦେଶକୁ ଶାସନ କରିପାରିବ ।

ଜୟନ୍ତୀ, ସୀମା, ରୂପା ଆଦି ପିଲାମାନେ ଅଦ୍ଭୁତ ପିଲାର କଥାକୁ ବିଶ୍ୱାସ କରିନାହାଁନ୍ତି । ଏଇଟା ଗାଲୁମାରୁଛି ବୋଲି ଭାବିଛନ୍ତି । ଅଦ୍ଭୁତ ପିଲା ନିଜ କଥାର ସତ୍ୟାସତ୍ୟ ପ୍ରମାଣ କରିବାକୁ ଚାହିଁଛି । କାହାର କିଛି ରୋଗ ହୋଇଥିଲେ ସଙ୍ଗେ ସଙ୍ଗେ ଭଲ କରିଦେବ ବୋଲି କହିଛି। ଶିଳା ତା’ ହାତରେ ଥ‌ିବା ଘା’ଟି ଜମା ଶୁଖୁନାହିଁ ବୋଲି କହିଛି । ପ୍ରତିକାର କରିବାକୁ ଯାଇ ଅଦ୍ଭୁତ ପିଲାଟି ପକେଟରୁ ଔଷଧ ବାହାର କରି ଶିଳା ହାତରେ ଲଗେଇଛି । ଶିଳାର ଘା’ ମଧ୍ଯ ସଙ୍ଗେ ସଙ୍ଗେ ଭଲ ହୋଇଯାଇଛି । ଏଥର ସମସ୍ତେ ଅଦ୍ଭୁତ ପିଲାର କଥାକୁ ବିଶ୍ଵାସ କରିଛନ୍ତି । ଅଭୁତ ପିଲାଭଳି ଅସମ୍ଭବ ବୁଦ୍ଧିମାନ ହେବାକୁ ସମସ୍ତ ପିଲା ଇଚ୍ଛା କରିଛନ୍ତି । ଅଦ୍ଭୁତ ପିଲା ତା’ ସହିତ ଯିବାକୁ କହିବାରୁ ସମସ୍ତେ ତା’ ସହିତ ଯିବାକୁ ରାଜି ହୋଇ ଯାଇଛନ୍ତି । ଅଦ୍ଭୁତ ପିଲାଟି କହିଛି, ଦେହର ଗୁଣପିଣ୍ଡକୁ ବଦଳାଇ ଦେଇ ସ୍ବତନ୍ତ୍ର ଗୁଣପିଣ୍ଡ ଭରିଦେଲେ, ପିଲା ବୁଦ୍ଧିମାନ ହୋଇଯିବ । ପାଠ ନପଢ଼ି ମଧ୍ୟ ସବୁବିଦ୍ୟାର ଅଧିକାରୀ ହୋଇପାରିବ । ବିନା ପରିଶ୍ରମରେ ବିଜ୍ଞାନ ଜାଣିପାରିବ ।

ଅଦ୍ଭୁତ ପିଲାର କଥାରେ ପ୍ରଭାବିତ ହୋଇଛି ସୀମା । ସେ ତା’ ସହିତ ଯିବାକୁ ରାଜି ହୋଇଛି । ଯିବାପାଇଁ ବାହାରି ପଡ଼ିଛି । ମାତ୍ର ସୀମାକୁ ବାରଣ କରିଛି ରୂପା । ଅସମ୍ଭବକୁ ସମ୍ଭବ କରିବା ଅର୍ଥ ବିପଦକୁ ଡାକି ଆଣିବା ବୋଲି କହିଛି । ଅଦ୍ଭୁତ ପିଲାଟି କହିଛି ଯେ ଏହା ଅସମ୍ଭବ ନୁହେଁ । ସେମାନେ ଯାହା ଚାହିଁବେ, ତାହା କରିଦେଇ ପାରିବେ । ସେମାନେ ନୂତନ ସମାଜ ଗଢ଼ିବାକୁ ଚେଷ୍ଟାକରିବେ । ଯେଉଁଠାରେ ସମସ୍ତେ ସମାନ ହେବେ । କେହି କାହା ଅଧୀନରେ ରହିବାପାଇଁ ପଡ଼ିବ ନାହିଁ । ସମସ୍ତେ ଏଥର ଅଦ୍ଭୁତ ପିଲାର କଥାରେ ରାଜି ହୋଇଛିନ୍ତି। ସମସ୍ତେ ଯିବାପାଇଁ ବାହାରିଛନ୍ତି । ମାତ୍ର ରୂପା ସେମାନଙ୍କୁ ବାରଣ କରିଛି ।

ରୂପା ସମସ୍ତଙ୍କୁ ବୁଝାଇବା ସହିତ ଅଦ୍ଭୁତ ପିଲାକୁ କେତେକ ପ୍ରଶ୍ନ ପଚାରିଛି, ଯେଉଁ ପ୍ରଶ୍ନର କୌଣସି ଉତ୍ତର ତା’ପାଖରେ ନାହିଁ । ରୂପା ମତରେ ସମସ୍ତେ ହୁଏତ ଅଦ୍ଭୁତ ପିଲା ଭଳି ବୁଦ୍ଧିମାନ ହୋଇଯିବେ, ହେଲେ ସେମାନଙ୍କଠାରେ ଜୀବନର ସ୍ଵାଭାବିକତା ନଥବ । ସେମାନେ କେବେହେଲେ ସୁଖରେ ହସି ପାରିବେ ନାହିଁ କିମ୍ବା ଦୁଃଖରେ କାନ୍ଦି ପାରିବେ ନାହିଁ । କାରଣ ଅଦ୍ଭୁତ ପିଲା ଜୀବନରେ ହସ କ’ଣ ଜାଣେ ନାହିଁ । କାନ୍ଦକୁ ସେ ଘୃଣାକରେ । ଜୀବନରେ ସ୍ନେହ-ଭକ୍ତି, ହସ-କାନ୍ଦ, ସୁଖ- ଦୁଃଖ ଏସବୁ ତା’ପାଖରେ ମୂଲ୍ୟହୀନ ବୋଲି ଅଦ୍ଭୁତ ପିଲା ସ୍ଵୀକାର କରିଛି । ମାତ୍ର ରୂପା ଅଦ୍ଭୁତ ପିଲାକୁ ବୁଝାଇବାକୁ ଚେଷ୍ଟାକରିଛି । ଜୀବନରେ ଉପରୋକ୍ତ ଅନୁଭବ ରହିଥିବାରୁ ମଣିଷ ସବୁପ୍ରାଣୀ ଭିତରେ ଶ୍ରେଷ୍ଠ ବୋଲି ବିବେଚିତ ହୋଇଛି ।

ଅଭୁତ ପିଲା ଯୁକ୍ତି ଛଳରେ କହିଛି, ମଣିଷ କେବଳ ନିଜର କାର୍ଯ୍ୟ ଓ ବୁଦ୍ଧିମତ୍ତା ଯୋଗୁଁ ଅନ୍ୟାନ୍ୟ ପ୍ରାଣୀଙ୍କଠାରୁ ଭିନ୍ନ ହୋଇଛି । ଅଦ୍ଭୁତ ପିଲାର ଅଦ୍ଭୁତ ଯୁକ୍ତିରେ ରୂପା ହସିଛି । ବୁଝାଇ କହିଛି, ଯେହେତୁ ଅଦ୍ଭୁତ ପିଲା ଜୀବନରେ ବାପା ମା’ କ’ଣ ଜାଣି ନାହିଁ, ଭାଇ ଭଉଣୀ କ’ଣ ଜାଣିନି, ସାଙ୍ଗସାଥୀ କ’ଣ ଜାଣିନି, ତେଣୁ ମଣିଷ ଜୀବନରେ ସ୍ନେହ, ଭକ୍ତି ଓ ଭଲ ପାଇବାର ମୂଲ୍ୟ କେତେ, ସେ ତାହା ବୁଝିପାରିବ ନାହିଁ । ରୂପା କଥାକୁ ଠିକରୂପେ ଅଦ୍ଭୁତ ପିଲା ବୁଝିବାକୁ ଚେଷ୍ଟା କରିନାହିଁ । ବରଂ ଯୁକ୍ତି ଛଳରେ କହିଛି, ସେ ତା’ର ସୃଷ୍ଟି କର୍ତାଙ୍କଠାରୁ ଶୁଣିଛି ଯେ ମଣିଷ ଜୀବନରେ ସ୍ନେହ, ଭକ୍ତି, ଭଲ ପାଇବା ଥୁବାରୁ, ମଣିଷ ଦୁଃଖ ଭୋଗକରୁଛି । ଏଣୁ ସବୁ ଭୁଲିଯାଇ ତା’ପରି ହୋଇଯିବାକୁ ସେ ପିଲାମାନଙ୍କୁ କହିଛି ।

ରୂପା ମଣିଷ ଜୀବନର ବାସ୍ତବ ମୂଲ୍ୟବୋଧକୁ ପ୍ରକାଶ କରିଛି । ସେ କହିଛି, ମଣିଷ ସବୁବେଳେ ସ୍ବପ୍ନ ଦେଖୁଥ‌ିବାରୁ, ଏ ଦୁନିଆରେ ସେ ବଞ୍ଚିରହିଛି । ହଜାର ହଜାର ବର୍ଷରୁ ଏ ଦୁନିଆରେ ବାପା-ମା’, ଭଇ-ଭଉଣୀ, ସୁଖ-ଦୁଃଖ ସବୁକିଛି ରହିଆସିଛି ଏବଂ ଏସବୁ ଭବିଷ୍ୟତରେ ମଧ୍ୟ ରହିଥ‌ିବ । ସେହି ସମ୍ପର୍କ ଓ ଅନୁଭବ ଭିତରେ ସମସ୍ତେ ବଞ୍ଚୁରହିବେ ଓ ଆଗେଇବାକୁ ଚେଷ୍ଟାକରିବେ । ‘କାରଣ ସେମାନେ ହେଉଛନ୍ତି ଧରଣୀ ବୁକୁର ଶିଶୁ । ଅଦ୍ଭୁତ ପିଲା ପରି ଯନ୍ତ୍ର ନୁହଁନ୍ତି । ମାତ୍ର ଅଦ୍ଭୁତ ପିଲା ନିଜକୁ ଯନ୍ତ୍ର ବୋଲି ସ୍ବୀକାର କରିବାକୁ ପ୍ରସ୍ତୁତ ହୋଇନାହିଁ । ରୂପା ଅଦ୍ଭୁତ ପିଲାକୁ ବୁଝାଇବାକୁ ଯାଇ କହିଛି, ମଣିଷ କେବଳ ବୁଦ୍ଧିମାନ ହୋଇଗଲେ ସବୁକିଛି ପାଇଯାଏ ନାହିଁ । ବରଂ ମଣିଷଠାରେ ମାନବିକ ଗୁଣର ଆବଶ୍ୟକତା ରହିଛି । ସ୍ନେହ-ଭକ୍ତି, ସୁଖ-ଦୁଃଖ, ସତ୍ୟ-ଶାନ୍ତି, ଦୟା-କ୍ଷମା ଭଳି ମାନବିକ ଗୁଣରେ ତା’ ହୃଦୟ ପୂର୍ଣ ହୋଇଯିବା ଉଚିତ । ଯେଉଁଦିନ ଅଦ୍ଭୁତ ପିଲା, ତା’ର ସୃଷ୍ଟିକର୍ତ୍ତାଠାରୁ ଏହିସବୁ ଗୁଣକୁ ଆଣିପାରିବ, ସେଦିନ ସେ ଯନ୍ତ୍ରରୁ ମାନବ ଶିଶୁ ହୋଇଯିବ । ସମସ୍ତେ ତାକୁ ମାନବ ଶିଶୁ ବୋଲି ମାନିନେବେ ।

ଅଦ୍ଭୁତ ପିଲାଟି ସାଧାରଣ ପିଲାପରି ବଡ଼ମାନଙ୍କୁ ଭକ୍ତି କରିବାକୁ ଚାହିଁନାହିଁ, ବଡ଼ମାନଙ୍କର ଆଦେଶ ମାନିବାକୁ ଇଚ୍ଛା କରିନାହିଁ । ସାନମାନଙ୍କୁ ସ୍ନେହ କରିବା ଶିଖି ନାହିଁ; ମାତ୍ର ନିଜକୁ ମାନବ ଶିଶୁ ବୋଲି ଦାବି କରିଛି । ରୂପା ଅଦ୍ଭୁତ ପିଲାର କୌଣସି କଥାକୁ ଶୁଣିନାହିଁ । ଶେଷରେ ସେ କହିଛି, ଅଦ୍ଭୁତ ପିଲା କେବେହେଲେ ମାନବ ଶିଶୁ ନୁହେଁ । ସେ ହେଉଛି ଏକ ରୋର୍ବଟ୍ । ଏକ ମଣିଷ ତିଆରି ଯନ୍ତ୍ର । ରୂପାର ଏଭଳି କଥାରେ ଅଦ୍ଭୁତ ପିଲାଟି ବାଧ୍ୟହୋଇ ସେଠାରୁ ଉଭେଇ ଯାଇଛି । ଯେଉଁପରି ଅଭାବନୀୟ ଶବ୍ଦ ପ୍ରକାଶକରି ସେଠାକୁ ଆସିଥିଲା, ସେହିପରି ଶବ୍ଦକରି ସେଠାରୁ ଚାଲିଯାଇଛି । ପିଲାଟି ଉଭେଇ ଗଲାପରେ ସୀମା ବ୍ୟସ୍ତ ହୋଇପଡ଼ିଛି । ତା’ ବିଚାରରେ ସେହି ଅଦ୍ଭୁତ ପିଲା ତାଙ୍କୁ ଦୁଃଖ ଦୁନିଆରୁ ଦୂରେଇ ନେଇ ସୁଖ ଦୁନିଆରେ ପହଞ୍ଚାଇ ଦେଇଥା’ନ୍ତା । ସୀମାର ଏପରି ଭ୍ରମକୁ ଦୂରେଇ ଦେଇଛି ରୂପା । କାରଣ ସେହି

ଅଦ୍ଭୁତ ପିଲା ତାଙ୍କୁ ବାସ୍ତବ ଦୁନିଆରୁ ଦୂରେଇ ନେଇଥା’ନ୍ତା । ଏକ ଅବାସ୍ତବ ଦୁନିଆର ମଣିଷ କରିଦେଇଥା’ନ୍ତା । କାରଣ ସାହିତ୍ୟକୁ ଛାଡ଼ି, ସ୍ଵପ୍ନକୁ ଛାଡ଼ି ବଞ୍ଚିବା ସମ୍ଭବ ନୁହେଁ । କଠୋର ପରିଶ୍ରମ କରି ସେମାନେ ତାଙ୍କର ସ୍ୱପ୍ନକୁ ସାକାର କରିବେ । ବାପା ମା’, ଗୁରୁଜନଙ୍କ ମେଳରେ ସ୍ନେହ, ପ୍ରେମ, ଭଲ ପାଇବାକୁ ଆଦରି ନେଇ ସତ୍‌ପଥରେ ଜୀବନ ଗଢ଼ିବାକୁ ଚେଷ୍ଟା କରିବେ । କାରଣ ସେମାନେ ହେଉଛନ୍ତି ଧରଣୀ ବୁକୁର ଶିଶୁ । ସେମାନେ ଅମୃତର ସନ୍ତାନ । ଯନ୍ତ୍ରଭଳି ହେବାକୁ ସେମାନେ ଜନ୍ମହୋଇ ନାହାନ୍ତି । ବାସ୍ତବକୁ ଆଦରି ନେବାକୁ ସେମାନେ ଚାହିଁଛନ୍ତି । ସମସ୍ତେ ଖୁସି ହୋଇ ପୁଣି ରଜ ଦୋଳି ଗୀତ ଗାଇବା ପାଇଁ ଓ ଦୋଳି ଖେଳି ମଜା କରିବାପାଇଁ ଚାଲିଯାଇଛନ୍ତି ।

କଠିନ ଶବ୍ଦାର୍ଥ :

  • ଅଭାବନୀୟ – ଅଦ୍ଭୁତ ।
  • କଟମଟ କରି ଦେଖୁ – ରାଗିକରି ବଡ଼ ବଡ଼ ଆଖ୍ କରି ଚାହିଁବା
  • ଅସାଧ୍ଯ – ଯାହାକୁ ଭଲ କରିବା କଷ୍ଟ|ଯାହା ସାଧନାରୁ ବାହାରେ ।
  • ପିଲାର – ଖୁଣ୍ଟ/ଖମ୍ବ ।
  • ଗାଲୁ ମାରିବା – ମିଛ କହିବା ।
  • ମାନବିକତା – ମଣିଷପଣିଆ ।
  • ରୋବଟ୍ – ଯନ୍ତ୍ରମଣିଷ ।
  • ଅବାସ୍ତବ – ଯାହା ପ୍ରକୃତ ସତ୍ୟ ନୁହେଁ ।

CHSE Odisha Class 11 Odia Solutions Chapter 9 ପୟରେ ପଶୁଛି ଶରଣ

Odisha State Board CHSE Odisha Class 11 Odia Solutions Chapter 9 ପୟରେ ପଶୁଛି ଶରଣ Textbook Exercise Questions and Answers.

CHSE Odisha Class 11 Odia Chapter 9 ପୟରେ ପଶୁଛି ଶରଣ Question Answer

ପାଠ୍ୟପୁସୃଜମ ପ୍ତଖାବଲାଭ ଇଉର :

Question 1.
ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।

(କ) ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ କେଉଁ ଘରେ ଜାଳିଦେବା ଲାଗି ଉଦ୍ୟମ କରିଥିଲା ? (କୋଠାଘର, ସୁବର୍ଣ୍ଣପୁରେ, ଜଉଘରେ, ଚାଳଘରେ)
Solution:
ଜଉଘରେ ।

(ଖ) ଲୁଚାଇଲା କାୟା ଦେଖାଇଲ ମାୟା ଗୁପତରେ କଲ। (ତାରି, ମାରି, ପାରି, ହାରି)
Solution:
ପାରି ।

(ଗ) ସତ୍ୟ ଓ ଧର୍ମ ମାର୍ଗରେ କ’ଣ କ୍ଷୟ ହୁଏ ? (ଦୟା, ବିପଦ, ଧର୍ମ, ସମ୍ପଦ)
Solution:
ବିପଦ

(ଘ) କଳଙ୍କ ଫିଟିଗଲେ ବ୍ୟକ୍ତି କ’ଣ ଉପଭୋଗ କରେ ? (ସାର୍‌କ, ଜଗସୁଖ, ସ୍ଵର୍ଗ ସୁଖ, ସନ୍ତାନ ସୁଖ)
Solution:
ସାତ୍ତ୍ଵିକ ।

(ଙ) କାହାକୁ ସର୍ବ ଅନ୍ତର୍ଯ୍ୟାମୀ ବୋଲି ଭୀମ ଭୋଇ କହିଛନ୍ତି ? (ଗୁରୁଦେବ, ଦୁର୍ଯ୍ୟୋଧନ, ଅର୍ଜୁନ, ରାମଚନ୍ଦ୍ର)
Solution:
ଗୁରୁଦେବ ।

(ଚ) ପ୍ରଭୁଙ୍କ ଶ୍ରୀଛାମୁରେ ମନ ଭିତରେ ଭୀମ ଭୋଇ କ’ଣ ଅର୍ପଣ କରିଛନ୍ତି ? (ପୂଜାଫୁଲ, ଭୋଗସାମଗ୍ରୀ, ସେବାଭକ୍ତି, କାବ୍ୟକବିତା)
Solution:
ସେବାଭକ୍ତି ।

(ଛ) ତ୍ରେତୟା ଯୁଗରେ ରାମ ଅଭିଷେକବେଳେ ଋଷିମାନେ କ’ଣ ଚାହିଁ ମୁଗ୍ଧ ହୋଇଥିଲେ ? (ବଳବୀର୍ଯ୍ୟ, ରୂପରାଶି, ପାଣ୍ଡିତ୍ୟ, ଧନସମ୍ପତ୍ତି)
Solution:
ରୂପରାଶି ।

CHSE Odisha Class 11 Odia Solutions Chapter 9 ପୟରେ ପଶୁଛି ଶରଣ

(ଜ) ରାମଚନ୍ଦ୍ର ଋଷିମାନଙ୍କ ମନୋବାଞ୍ଛା କିପରି ପୂର୍ଣ୍ଣ କଲେ ? (ଆଶୀର୍ବାଦ କରି, ମୋକ୍ଷଦାନ କରି, ବ୍ରଜନାରୀ କରି, ସ୍ଵର୍ଗପୁରକୁ ପଠାଇ)
Solution:
ବ୍ରଜ ନାରୀ କରି ।

(ଝ) ହରି କ’ଣ କଲେ ଭୀମଭୋଇ ନିସ୍ତରି ଯିବି ବୋଲି ବିଚାର କରିଛନ୍ତି ? ( ଚାହିଁଦେଲେ, ଦେଖାଦେଲେ, ଛୁଇଁଦେଲେ, ପାଖକୁ ଆସିଲେ)
Solution:
ଚାହିଁଦେଲେ ।

(ଞ) କାଳିନ୍ଦୀରେ ପଦ୍ମ ତୋଳିବାବେଳେ କାଳୀ କୃଷ୍ଣଙ୍କୁ କେଉଁଠି ଦଂଶନ କଲା ? (ହାତ, ପାଦ, ମୁଣ୍ଡ, ପିଠି)
Solution:
ପାଦ ।

(ଟ) କାଳିନାଗର ଦୋଷ ପ୍ରଭୁ କାହିଁକି କ୍ଷମା କଲେ ? (ଦେବତାମାନେ କହିବାରୁ, କାଳୀ ସ୍ତୁତି କରିବାରୁ, ପାଦରେ ଶରଣ ଯିବାରୁ, ତ୍ରୁଟି ସ୍ବୀକାର କରିବାରୁ)
Solution:
ପାଦରେ ଶରଣ ଯିବାରୁ ।

(ଡ) ନୀଳଗିରିବାସୀ ମଞ୍ଚରେ କେଉଁ ରୂପ ଧାରଣ କରିଛନ୍ତି ? (କୃଷ୍ଣ, ରାମ, ଯୋଗୀ, ମହିମାସ୍ଵାମୀ)
Solution:
ଯୋଗୀ ।

(ଢ) କବି ଭୀମ ଭୋଇ ପରିତ୍ରାଣ ପାଇଁ କାହାର ଆଶ୍ରା ନେଇଛନ୍ତି ? (ଜମିଦାର, ଭଗବାନ୍, ଶୂନ୍ୟବାନା, ରଜା)
Solution:
ଶୂନ୍ୟବାନା ।

(ଣ) ବାଳୁତ ବୁଦ୍ଧି ଭୀମ ସଂସାର ସାଗର ପାର ହେବାପାଇଁ କି ଉପାୟ ଅବଲମ୍ବନ କରିଛନ୍ତି ? (ଯୋଗ ସାଧନା, ଦାନପୁଣ୍ୟ, ସାଧୁଜନଙ୍କ ପାଦସେବା, ବ୍ରତ ଉପବାସ )
Solution:
ସାଧୁଜନଙ୍କ ପାଦସେବା

(ତ) କାହାର ଦୟା ବିନା ଏ ଶରୀର ମୋକ୍ଷ ଲାଭ କରିପାରିବ ନାହିଁ ? (ଈଶ୍ବର, ଗୁରୁଦେବ, ରାଜା, ପୁରୋହିତ)
Solution:
ଗୁରୁଦେବ

Question 2.
ଗୋଟିଏ ବାକ୍ୟରେ ଉତ୍ତର ଲେଖ । (ପ୍ରଶ୍ନ ମୂଲ୍ୟ – ୧ ନମ୍ବର ।)
(କ) ‘ପୟରେ ପଶୁଛି ଶରଣ’ କବିତା କବି ଭୀମଭୋଇଙ୍କର କେଉଁ ପୁସ୍ତକର କେଉଁ ବୋଲିରୁ ଉଦ୍ଧୃତ ହୋଇଛି ?
Solution:
‘ପୟରେ ପଶୁଛି ଶରଣ’ କବିତା କବି ଭୀମଭୋଇଙ୍କର ‘ସ୍ତୁତି ଚିନ୍ତାମଣି’ ପୁସ୍ତକର ସପ୍ତଦଶ ବୋଲିରୁ ଉଦ୍ଧୃତ ହୋଇଛି ।

(ଖ) ପଞ୍ଚୁପାଣ୍ଡବମାନଙ୍କୁ କିଏ ଜଉଘରେ ଭରି ଦେଇଥିଲା ?
Solution:
ପଞ୍ଚୁପାଣ୍ଡବମାନଙ୍କୁ ଭାଲା ଦୃପେପାପାନ ଲଭଗରେ ଭରି ଦେଇଥିଲା |

(ଗ) ଦୁର୍ଯ୍ୟୋଧନ କେଉଁମାନଙ୍କୁ ଜଉଘରେ ଭରି ଦେଇଥିଲା ।
Solution:

(ଘ) କିଏ କାୟା ଲୁଚାଇ ମାୟା ଦେଖାଇଥିଲେ ?
Solution:
ପାଣ୍ଡବମାନଙ୍କର ରକ୍ଷାକର୍ତ୍ତା ଭଗବାନ କୃଷ୍ଣ କାୟା ଲୁଚାଇ ମାୟା ଦେଖାଇଥିଲେ ।

(ଙ) କାହାକୁ ଗୁପ୍ତରେ ପାରି କରି ଦିଆଯାଇଥିଲା ?
Solution:
ପାଣ୍ଡବମାନଙ୍କୁ ଗୁପ୍ତରେ ପାରି କରି ଦିଆଯାଇଥିଲା ।

(ଚ) କେଉଁ ମାର୍ଗରେ ବିପଦ କ୍ଷୟ ହୁଏ ?
Solution:
ସତ୍ୟ ଧର୍ମ ମାର୍ଗରେ ବିପଦ କ୍ଷୟ ହୁଏ ।

(ଜ) କଳଙ୍କ ଫିଟିଗଲେ ବ୍ୟକ୍ତି କ’ଣ ଉପଭୋଗ କରେ ?
Solution:
କଳଙ୍କ ଫିଟିଗଲେ ବ୍ୟକ୍ତି ସାତ୍ତ୍ଵିକ ଭାବ ଉପଭୋଗ କରେ ।

(ଝ) ଭୀମ ଏକାନ୍ତରେ ପ୍ରଭୁଙ୍କୁ କ’ଣ ମାଗୁଣି ମାଗିଛନ୍ତି ?
Solution:
ଭୀମ ଭୋଇ ଏକାନ୍ତରେ ଯାହା ଭାବିଛନ୍ତି, ସେହି ଭାବନା ପୂରଣ ପାଇଁ ଚିରକାଳ ଆଜ୍ଞା ଦେବାକୁ ପ୍ରଭୁଙ୍କୁ ମାଗିଛନ୍ତି ।

(ଞ) ପାଞ୍ଚାଳ ଦେଶରେ ଗୁପ୍ତରେ କିଏ ଲାଖ ବିନ୍ଧିଥିଲେ ?
Solution:
ପାଞ୍ଚାଳ ଦେଶରେ ଗୁପ୍ତରେ ଅର୍ଜୁନ ଲାଖ ବିନ୍ଧିଥିଲେ ।

(୦) କାହାକୁ ଦ୍ରୌପଦୀଙ୍କୁ ଦେଇ ଯୁଦ୍ଧ ଆଭରଣ କରାଯାଇଥିଲା ?
Solution:
ପଞ୍ଚୁପାଣ୍ଡବଙ୍କୁ ଦ୍ରୌପଦୀଙ୍କୁ ଦେଇ ଯୁଦ୍ଧ ଆଭରଣ କରାଯାଇଥିଲା !

(ଉ) କାହାକୁ ସର୍ବ ଅନ୍ତର୍ଯ୍ୟାମୀ ବୋଲି ଭୀମ ଭୋଇ କହିଛନ୍ତି ?
Solution:
ଗ୍ରୁପେଦ ପଞ୍ଚୁପାଣ୍ଡବଙ୍କୁ ସର୍ବ ଅନ୍ତର୍ଯ୍ୟାମୀ ବୋଲି ଭୀମ ଭୋଇ କହିଛନ୍ତି |

(ଢ) ଭୀମ ଭୋଇ କାହା ଛାମୁରେ ମାଗୁଣି କରିଛନ୍ତି ?
Solution:
ଭୀମ ଭୋଇ ମହିମା ସ୍ଵାମୀଙ୍କ ଛାମୁରେ ମାଗୁଣି କରିଛନ୍ତି ।

(ଣ) ଭୀମ ଭୋଇ ସେବା ଓ ଭକ୍ତି ଭାବରେ କାହାକୁ ନିବେଦନ କରିଛନ୍ତି ?
Solution:
ଭୀମ ଭୋଇ ସେବା ଓ ଭକ୍ତି ଭାବରେ ଗୁରୁଦେବଙ୍କୁ ନିବେଦନ କରିଛନ୍ତି ।

(ତ) ଭୀମ ଭୋଇ କାହା ପାଖରେ ସନମାନ ରକ୍ଷା ପାଇଁ ଅନୁରୋଧ କରିଛନ୍ତି ?
Solution:
ଭୀମ ଭୋଇ ଗୁରୁଦେବଙ୍କୁ ପାଖରେ ସନମାନ ରକ୍ଷା ପାଇଁ ଅନୁରୋଧ କରିଛନ୍ତି |

(ଥ) ତ୍ରେତୟା ଯୁଗରେ ରାମଙ୍କ ଅଭିଷେକବେଳେ ଋଷିମାନେ କ’ଣ କଳ୍ପନା କରିଥିଲେ ?
Solution:
ତ୍ରେତୟା ଯୁଗରେ ରାମଙ୍କ ଅଭିଷେକବେଳେ ଋଷିମାନେ ରାମଚନ୍ଦ୍ରଙ୍କ ଅପୂର୍ବ ରୂପରାଶିକୁ କଳ୍ପନା କରିଥିଲେ ।

(ଦ) ଦ୍ଵାପରରେ କେଉଁମାନେ ବ୍ରଜନାରୀ ରୂପ ଗ୍ରହଣ କରିଥିଲେ ?
Solution:
ଦ୍ଵାପରରେ ତ୍ରେତୟା ଯୁଗର ଋଷିମାନେ ବ୍ରଜନାରୀ ରୂପ ଗ୍ରହଣ କରିଥିଲେ ।

(ଧ) ବ୍ରଜନାରୀ କରି କିଏ କାହାର ମନୋବାଞ୍ଛା ପୂର୍ଣ୍ଣ କରିଥିଲେ ?
Solution:
ବ୍ରଜନାରୀ କରି ରାମଚନ୍ଦ୍ର ସବୁ ଋଷିଙ୍କ ମନୋବାଞ୍ଛା ପୂର୍ଣ କରିଥିଲେ ।

(ପ) କାହାର ଆଜ୍ଞାରେ ବେନୁପାଣି ପଦ୍ମପୁଷ୍ପ ତୋଳିବାକୁ ଯାଇଥିଲେ ?
Solution:
କଂସର ଆଜ୍ଞାରେ ବେନୁପାଣି ପଦ୍ମପୁଷ୍ପ ତୋଳିବାକୁ ଯାଇଥିଲେ ।

(ଫ) କେଉଁଠାରେ ବେନୁପାଣିଙ୍କ ପାଦରେ କାଳୀ ଦଂଶନ କରିଥିଲା ?
Solution:
ଫୁଲଶଯ୍ୟାରେ ଶୟନ କରିଥିବା ସ୍ଥାନରେ ବେନୁପାଣିଙ୍କ ପାଦରେ କାଳୀ ଦଂଶନ କରିଥିଲା ।

(ବ) ପ୍ରଭୁ କାଳୀକୁ କାହିଁକି କ୍ଷମା ପ୍ରଦାନ କରିଥିଲେ ?
Solution:
କାଳୀ ଶରଣ ପଶିବାରୁ ପ୍ରଭୁ ତାକୁ କ୍ଷମା ପ୍ରାର୍ଥନା କରିଥିଲେ ।

CHSE Odisha Class 11 Odia Solutions Chapter 9 ପୟରେ ପଶୁଛି ଶରଣ

(ଭ) ଭୀମ ଭୋଇ ପାଦରେ ଶରଣ ପଶି କେଉଁ କଥା ବୁଝିବାପାଇଁ ନିବେଦନ କରିଛନ୍ତି ?
Solution:
ଭୀମ ଭୋଇ ପାଦରେ ଶରଣ ପଶି ବିନତି କଥା ବୁଝିବାପାଇଁ ନିବେଦନ କରିଛନ୍ତି ।

(ମ) ଜାରା କାହାର ଅଙ୍ଗରେ ଘାତ କରିଥିଲା ?
Solution:
ଜାରା ଶ୍ରୀକୃଷ୍ଣଙ୍କ ଅଙ୍ଗରେ ଘାତ କରିଥିଲା ।

(ଯ) ଜାରା ଅପରାଧ ଖଣ୍ଡନ କରି ପ୍ରଭୁ ତାକୁ କିପରି ସ୍ଵର୍ଗପଥ ନେଇଥିଲେ ?
Solution:
ଜାରା ଅପରାଧ ଖଣ୍ଡନ କରି ପ୍ରଭୁ ତାକୁ ବିଷ୍ଣୁଦୂତ ପ୍ରେରଣ କରି ସ୍ଵର୍ଗପଥ ନେଇଥିଲେ ।

(ର) ବିଷ୍ଣୁଦୂତମାନେ କାହାକୁ ସ୍ଵର୍ଗକୁ ନେଇଥିଲେ ?
Solution:
ବିଷ୍ଣୁଦୂତମାନେ ଜାରାକୁ ସ୍ଵର୍ଗକୁ ନେଇଥିଲେ ।

Question 3.
(ଳ) ନୀଳଗିରିବାସୀ ମଞ୍ଚରେ କିପରି ଦେହଧାରଣ କରିଛନ୍ତି ?
Solution:
ନୀଳଗିରିବାସୀ ମଞ୍ଚରେ ଯୋଗ ଲୟରେ ବସିଥିବା ପରି ଦେହଧାରଣ କରିଛନ୍ତି ।

(ବି) ଭୀମ ଭୋଇ ନିଜକୁ ଜନ୍ମ ଜନ୍ମାନ୍ତର କ’ଣ ବୋଲି କହିଛନ୍ତି ?
Solution:
ଭୀମ ଭୋଇ ନିଜକୁ ଜନ୍ମ ଜନ୍ମାନ୍ତର ଦୋଷୀ ବୋଲି କହିଛନ୍ତି ।

(ଶ) ଭୀମ ଭୋଇ ଦୁଃଖରେ ପଡ଼ି କାହାର ଛାୟାକୁ ଆଶ୍ରା କରିଛନ୍ତି ?
Solution:
ଭୀମ ଭୋଇ ଦୁଃଖରେ ପଡ଼ି ଶୂନ୍ୟବାନା ଛାୟାକୁ ଆଶ୍ରା କରିଛନ୍ତି ।

(ଷ) ଭୀମ ଭୋଇ ସଂସାର ଦୁଃଖରୁ ତରିବାକୁ କାହାର ଆଶା ଓ ଭରସା କରିଛନ୍ତି ?
Solution:
ଭୀମ ଭୋଇ ସଂସାର ଦୁଃଖରୁ ତରିବାକୁ ମହିମାଧର୍ମର ଆଶା ଓ ଭରସା କରିଛନ୍ତି ।

(ସ) କେଉଁ ଜଳରୁ ତାରଣ ହେବାକୁ ଆଉ ବୁଦ୍ଧି ଦିଶୁନାହିଁ ?
Solution:
କାରୁଣ୍ୟ ଜଳରୁ ତାରଣ ହେବାକୁ ଆଉ ବୁଦ୍ଧି ଦିଶୁନାହିଁ ।

(ହ) କାରୁଣ୍ୟ ଜଳ କିପରି ପ୍ରବାହିତ ହେଉଛି ବୋଲି କବି ବର୍ଣ୍ଣନା କରିଛନ୍ତି ?
Solution:
କାରୁଣ୍ୟ ଜଳ ଡାଳକୁ ସିଞ୍ଚାଡ଼ି ମୂଳକୁ ଉପାଡ଼ି, ବହୁ ଜୋର୍‌ରେ ପ୍ରବାହିତ ହେଉଛି ବୋଲି କବି ବର୍ଣ୍ଣନା |

(କ୍ଷ) କବି କାହାର ପାଦଧରି ସଂସାର ସାଗର ପାର ହେବାକୁ ଚାହିଁଛନ୍ତି ?
Solution:
କବି ସାଧୁଜନଙ୍କ ପାଦଧରି ସଂସାର ସାଗର ପାର ହେବାକୁ ଚାହିଁଛନ୍ତି ।

(ୟ) କାହା ବିନା ଶରୀର ମୋକ୍ଷ ହେବ ନାହିଁ ?
Solution:
ଗୁରୁଦେବଙ୍କ ବିନା ଶରୀର ମୋକ୍ଷ ହେବନାହିଁ ।

Question 4.
ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।

(କ) କିଏ ଗୁପ୍ତରେ କାହାକୁ ପାରି କରିଥିଲେ ?
Solution:
‘ପୟରେ ପଶୁଛି ଶରଣ’ କବିତାରେ କବି ଭୀମଭୋଇ ଏହା ଉଲ୍ଲେଖ କରିଛନ୍ତି । ପରଂବ୍ରହ୍ମଙ୍କ ଅବତାର ସ୍ଵରୂପ ଶ୍ରୀକୃଷ୍ଣ ଗୁପ୍ତରେ ଜଉଘରୁ ପାଣ୍ଡବମାନଙ୍କୁ ପାରି କରାଇଥିଲେ ।

(ଖ) ଜଗତରେ ଠାବ ଦେବାପାଇଁ କିଏ କାହାକୁ ଅନୁରୋଧ କରିଛନ୍ତି ?
Solution:
‘ପୟରେ ପଶୁଛି’ ଶରଣ କବିତାରେ କବି ଭୀମଭୋଇ ଏହା ଉଲ୍ଲେଖ କରିଛନ୍ତି । ଜଗତରେ ଠାବ ଦେବାପାଇଁ ସନ୍ଥକବି ଭୀମଭୋଇ, ଶୂନ୍ୟବ୍ରହ୍ମ ନିରାକାରଙ୍କୁ ଅନୁରୋଧ କରିଛନ୍ତି ।

(ଗ) କବି କେଉଁକଥା ଏକା ଜାଣିବାପାଇଁ ନିବେଦନ କରିଛନ୍ତି ?
Solution:
ମନରେ ଯେଉଁ ଭାବନା ରହିଛି, ସେହି ଭାବନାକୁ ସାକାର କରିବାପାଇଁ ଆଜ୍ଞା ଦେବାକୁ ସେ ନିବେଦନ |

(ଘ) ଭୀମଭୋଇ କାହାର ଛାମୁରେ କ’ଣ ମାଗୁଣି କରିଛନ୍ତି ?
Solution:
‘ପୟରେ ପଶୁଛି ଶରଣ’ କବିତାରେ କବି ଭୀମଭୋଇ ଏହା ଉଲ୍ଲେଖ କରୁଛନ୍ତି । ଭୀମଭୋଇ ପ୍ରଭୁଙ୍କ ଶ୍ରୀଛାମୁରେ ମନ ଭିତରେ ଯାହା ରହିଛି, ତାହା ମାଗୁଣି କରିଛନ୍ତି ।

(ଙ) କବି ଅବଧୂତଙ୍କୁ କେଉଁ କେଉଁ ରୂପ ବର୍ଦ୍ଧିତ କରିବାକୁ ଅନୁରୋଧ କରିଛନ୍ତି ?
Solution:
‘ପୟରେ ପଶୁଛି ଶରଣ’ କବିତାରେ କବି ଭୀମ ଭୋଇ ଏହା ଉଲ୍ଲେଖ କରିଛନ୍ତି । କବି ଭୀମଭୋଇ ଅବଧୂତଙ୍କୁ ଦୟାରେ ରୂପ ବର୍ଷିତ କରିବାକୁ ଅନୁରୋଧ କରୁଛନ୍ତି ।

(ଚ) ବ୍ରଜନାରୀ କରି କେଉଁମାନଙ୍କ ମନୋବାଞ୍ଛା ପୂର୍ଣ କଲେ ?
Solution:
‘ପୟରେ ପଶୁଛି ଶରଣ’ କବିତାରେ କବି ଭୀମଭୋଇ ଏହା ଉଲ୍ଲେଖ କରିଛନ୍ତି । ବ୍ରଜନାରୀ କରି ପ୍ରଭୁ ତ୍ରେତୟା ଯୁଗର ସବୁ ଋଷିଙ୍କର ମନୋବାଞ୍ଛା ପୂର୍ଣ କଲେ ।

(ଛ) କିଏ ଶରଣ ଯିବାରୁ ପ୍ରଭୁ ତା’ର ଦୋଷ କ୍ଷମା କଲେ ?
Solution:
‘ପୟରେ ପଶୁଛି ଶରଣ’ କବିତାରେ କବି ଭୀମ ଭୋଇ ଏହା ଉଲ୍ଲେଖ କରିଛନ୍ତି । କାଳୀୟ ନାଗ ଶରଣ ଯିବାରୁ ପ୍ରଭୁ ତା’ର ଦୋଷ କ୍ଷମା କଲେ ।

(ଜ) କେଉଁ ବିନତି କଥା କହି କବି ପାଦରେ ଶରଣ ପଶିଛନ୍ତି ?
Solution:
‘ପୟରେ ପଶୁଛି ଶରଣ’ କବିତାରେ କବି ଭୀମ ଭୋଇ ଏହା ଉଲ୍ଲେଖ କରିଛନ୍ତି । ତାଙ୍କର ଅପରାଧ କ୍ଷମାକର ବୋଲି ବିନତି କଥା କହି କବି ପାଦରେ ଶରଣ ପଶିଛନ୍ତି ।

(ଝ) ବିଷ୍ଣୁ ଦୂତ ପଠାଇ ପ୍ରଭୁ କାହାକୁ ସ୍ଵର୍ଗପଥର ଅଧ‌ିବାସୀ କରାଇଥିଲେ ?
Solution:
‘ପୟରେ ପଶୁଛି ଶରଣ’ କବିତାରେ କବି ଭୀମ ଭୋଇ ଏହା ଉଲ୍ଲେଖ କରିଛନ୍ତି । ବିଷ୍ଣୁ ଦୂତ ପଠାଇ ପ୍ରଭୁ ଜାରାକୁ ସ୍ଵର୍ଗପଥର ଅଧ୍ୟାସୀ କରାଇଥିଲେ ।

(ଞ) କବି କେଉଁ ଶୂନ୍ୟବାନାର ଆଶ୍ରୟ କରିଛନ୍ତି ?
Solution:
‘ପୟରେ ପଶୁଛି ଶରଣ’ କବିତାରେ କବି ଭୀମ ଭୋଇ ଏହା ଉଲ୍ଲେଖ କରିଛନ୍ତି । କବି ଭୀମ ଭୋଇ ମହିମାଧର୍ମ ଶୂନ୍ୟବାନାର ଆଶ୍ରୟ କରିଛନ୍ତି ।

Question 5.
ପ୍ରାୟ ତିରିଶଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।

(କ) କବି କେଉଁ ଆଜ୍ଞା ଏକା ଜାଣିବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ?
Solution:
‘ପୟରେ ପଶୁଛି ଶରଣ’ କବିତାରେ କବି ଭୀମଭୋଇ ଏହା ଉଲ୍ଲେଖ କରିଛନ୍ତି । କବି ଭୀମଭୋଇ ଥିଲେ ମହିମାସ୍ଵାମୀଙ୍କ ପ୍ରତି ପୂର୍ଣ୍ଣ ସମର୍ପିତ । ସେ ହୃଦୟରେ ବା ମନରେ ଯାହା ଚିନ୍ତା କରିଛନ୍ତି, ସେହି ଆଜ୍ଞା ଏକା ଜାଣିବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସେହି ଆଜ୍ଞାକୁ ତାଙ୍କ ବ୍ୟତୀତ ଅନ୍ୟ କେହି ଜାଣିପାରିବେ ନାହିଁ

(ଖ) କବି ପ୍ରଭୁଙ୍କ ଶ୍ରୀଛାମୁରେ କ’ଣ ମାଗୁଣି କରିଛନ୍ତି ?
Solution:
‘ପୟରେ ପଶୁଛି ଶରଣ’ କବିତାରେ କବି ଭୀମଭୋଇ ଏହା ଉଲ୍ଲେଖ କରିଛନ୍ତି । କବି ପ୍ରଭୁଙ୍କ ଶ୍ରୀଛାମୁରେ ବିଧାନ ହୋଇପାରିବ ବୋଲି ସେ ମାଗୁଣି କରିଛନ୍ତି ।

(ଗ) ତ୍ରେତୟା ଯୁଗରେ ଋଷିମାନଙ୍କ ଅଭିଳାଷର କ’ଣ ଫଳ ମିଳିଲା ?
Solution:
‘ପୟରେ ପଶୁଛି ଶରଣ’ କବିତାରେ କବି ଭୀମଭୋଇ ଏହି ପ୍ରସଙ୍ଗରେ ରାମାୟଣର କଥାକୁ ଉଲ୍ଲେଖ ଋଷିମାନେ ଓ କୃଷ୍ଣ ଭାବରେ ରାମଚନ୍ଦ୍ର ମିଳିତ ହୋଇ, ଋଷିମାନଙ୍କ ଅଭିଳାଷକୁ ଚରିତାର୍ଥ କରିଥିଲେ ।

(ଘ) ‘ଚାହିଁଦେଲେ ହରି ଯିବି ମୁଁ ନିସ୍ତରି’ର ଭାବାର୍ଥ କ’ଣ ?
Solution:
ମାଗୁଣି କରିଥିଲେ, ତାହା ଉଲ୍ଲେଖ କରାଯାଇଛି । ଭୀମଭୋଇ ତାଙ୍କର ଆରାଧ୍ୟ ଦେବତାଙ୍କୁ ସଦାସର୍ବଦା ମନ ମଧ୍ୟରେ ଭାବନା କରୁଛନ୍ତି । ମାତ୍ର ସେହି ପରମପୁରୁଷ, ପରଂବ୍ରହ୍ମ ଯଦି ତାଙ୍କୁ କରୁଣାରେ ଚାହିଁ ଦିଅନ୍ତି, ସେ ତାହେଲେ କାରଣ୍ୟଜଳ ବା ପ୍ରଳୟ ଜଳରୁ ମୁକ୍ତି ପାଇଯାଆନ୍ତେ । ଏଥିରେ କବିଙ୍କର ପୂର୍ଣ୍ଣ ସମର୍ପିତ

(ଙ) ‘ଶରଣ ବୋଇଲେ କାରଣ ପାଇଲା’ କେଉଁ ପ୍ରସଙ୍ଗରେ କୁହାଯାଇଛି ?
Solution:
କାଳୀୟ ନାଗ କୃଷ୍ଣଙ୍କ ପାଦକୁ ଦର୍ଶନ କଲା । କୃଷ୍ଣ ଗରୁଡ଼ଦ୍ଵାରା କାଳୀୟ ନାଗକୁ ଖୋଜି ଆର୍ଶାଇଲେ ଓ ତା’ପ୍ରତି କ୍ରୋଧ ପ୍ରକାଶ କଲେ । କୃଷ୍ଣଙ୍କର କ୍ରୋଧ ଦେଖି କାଳିନାଗ, ତାଙ୍କ ପାଖରେ ଶରଣାପନ୍ନ ହେଲା । ଶରଣରକ୍ଷଣ ପ୍ରଭୁ ତା’ର ଦେଷ କ୍ଷମା କରିଦେଲେ । କବି ଏଥ‌ିରେ କୃଷ୍ଣଙ୍କ ଅପୂର୍ବ ଲୀଳାର ସୂଚନା ଦେଇଛନ୍ତି ।

CHSE Odisha Class 11 Odia Solutions Chapter 9 ପୟରେ ପଶୁଛି ଶରଣ

(ଚ) ନାମ ବିକି ଶାହସୁ କିଣି କବିଙ୍କୁ କ’ଣ ଫଳ ମିଳିଲା ?
Solution:
‘ପୟରେ ପଶୁଛି ଶରଣ’ କବିତାରେ କବି ଭୀମଭୋଇ ପରଂବ୍ରହ୍ମ ଜଗନ୍ନାଥଙ୍କର ମହତ୍ତ୍ଵ ସୂଚିତ କରିଛନ୍ତି । କବି ପୂର୍ଣପ୍ରାଣରେ ପରଂବ୍ରହ୍ମ ନୀଳଗିରିବାସୀ ପ୍ରତି ସମର୍ପଣ ମନୋଭାବ ପ୍ରତିପୋଷଣ କରିଥିଲେ । ତାଙ୍କର ନାମ ଗାନକରି ଓ ଶାସ୍ତ୍ରକୁ ପରିପ୍ରଚାର କରି ଜନ୍ମ ଜନ୍ମାନ୍ତର ଦୋଷୀ ହୋଇଛନ୍ତି ବୋଲି କବି କହିଛନ୍ତି ।

(ଛ) କବି, ମୂଚ୍ଛ, ପତିତ ଓ ପାମର ଶବ୍ଦର ପ୍ରୟୋଗରେ ନିଜର କେଉଁ ଭାବକୁ ପ୍ରକାଶ କରିଛନ୍ତି ?
Solution:
‘ପୟରେ ପଶୁଛି ଶରଣ’ କବିତାରେ କବି ଭୀମଭୋଇ ନିଜର ଭାର୍ତ୍ତିକ ଦୟନୀୟତା ପ୍ରକାଶ କରିଛନ୍ତି । ନାମକୁ ମନ ଚିତ୍ତରେ ସମସ୍ତେ ଭଜନ କରୁଛନ୍ତି । ନିଜେ ଭୀମଭୋଇ ନିଜକୁ ଅତି ହୀନ ବୋଲି ଦେଖାଇବାକୁ ଯାଇ କ୍ଳେଚ୍ଛ, ପତିତ ଓ ପାମର ଶବ୍ଦ ପ୍ରୟୋଗ କରିଛନ୍ତି । ଏଭଳି ଶବ୍ଦ ପ୍ରୟୋଗଦ୍ଵାରା କବିଙ୍କ ମନରେ ଥ‌ିବା କହିଛନ୍ତି ।

(ଜ) ଶେଷରେ କବି ଭୀମ ଭୋଇ କାହା ପାଦକୁ ଧ୍ୟାନକରି ଶରଣ କରିଛନ୍ତି ?
Solution:
‘ପୟରେ ପଶୁଛି ଶରଣ’ କବିତାରେ କବି ଭୀମ ଭୋଇ ଗୁରୁଦେବ ପାଦକୁ ଧ୍ୟାନକରି ଶରଣ କରିଛନ୍ତି ବୋଲି କହିଛନ୍ତି । ଭୀମଭୋଇ ମହିମାଧର୍ମକୁ ଆଶ୍ରୟକରି ଜୀବନ ବିତାଇଛନ୍ତି । ସେ ଜାଣିଛନ୍ତି ଗୁରୁଦେବଙ୍କ ପାଦପଦ୍ମକୁ ଧ୍ୟାନକଲେ ତାଙ୍କୁ ମୋକ୍ଷ ବା ମୁକ୍ତି ମିଳିଯିବ । ଗୁରୁଦେବଙ୍କ ବ୍ୟତୀତ ଅନ୍ୟ ସମର୍ଥ ହେବେ ନାହିଁ । ତେଣୁ ଶେଷରେ କବି ଭୀମଭୋଇ ପ୍ରଭୁପାଦକୁ ଧ୍ୟାନକରି ଶରଣ କେହି ଏଥ‌ିପାଇଁ ପଶିଛନ୍ତି ।

ଦାଣ ଉଉରମୂଲକ ପ୍ରଶ୍ନୋତ୍ତର :

(କ) ‘ପୟରେ ପଶୁଛି ଶରଣ’ କବିତାରୁ କବିଙ୍କ ଭକ୍ତିମତ୍ତାର ପରିଚୟ ପ୍ରଦାନ କର ।
Solution:
ଉ ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅବିଚ୍ଛେଦ୍ୟ । ଯେପରି ଭଗବାନଙ୍କୁ ଛାଡ଼ି ଭକ୍ତ ରହିପାରେନା, ଠିକ୍ ସେହିପରି ଭକ୍ତକୁ ଛାଡ଼ି ଭଗବାନ ନିଜର ସତ୍ତାକୁ ସ୍ଵୀକାର କରିପାରେନା । ଭକ୍ତ ସଦାସର୍ବଦା ଭଗବାନଙ୍କ କରୁଣା କଣା ଓ କରୁଣା ଦୃଷ୍ଟିକୁ ଅପେକ୍ଷା କରି ରହେ । ସେହି କରୁଣାହିଁ ତା’ଜୀବନର ଧେୟ ଓ ଆକାଂକ୍ଷା । ଭକ୍ତକବି ଭୀମଭୋଇ ସନ୍ଥଭାବରେ ପୂର୍ଣ୍ଣପ୍ରାଣରେ ଭଗବାନଙ୍କ ପ୍ରତି ସମର୍ପିତ । ଆଲୋଚ୍ୟ କବିତା ‘ପୟରେ ପଶୁଛି ଶରଣ’ କବିତାଟି କବି ଭୀମଭୋଇଙ୍କର ଉକ୍ତ କବିତାଟିରେ କବି ନିଜର ଭକ୍ତିଭାବ ଜଣାଇବାକୁ ଯାଇ କେତେକ ପୌରାଣିକ କଥାବସ୍ତୁର ସୂଚନା ଦେଇଛନ୍ତି । ପ୍ରଥମେ ସେ ମହାଭାରତର ଜତୁଗୃହ ପ୍ରସଙ୍ଗରେ କହିଛନ୍ତି । ପରଂବ୍ରହ୍ମ ଶ୍ରୀକୃଷ୍ଣ ନିଜେ ଗୋପରେ ରହି ପାଣ୍ଡବମାନଙ୍କୁ ରକ୍ଷା କରିଥିଲେ । ସେହିପରି ସେ ଦ୍ରୌପଦୀ ବିବାହ ପ୍ରସଙ୍ଗ, କୃଷ୍ଣଙ୍କର୍ କାଳୀୟ ଦଳନ ପ୍ରସଙ୍ଗ, ତ୍ରେତୟା ଯୁଗର ଋଷିମାନଙ୍କୁ ବ୍ରଜନାରୀ କରାଇ ମନୋକାମନା ପୂରଣ, ଜାରା ଶବରର ମୁକ୍ତି ଆଦି ପ୍ରସଙ୍ଗକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।

କବି ଭକ୍ତ ଭାବରେ ଅଭିମାନ ଜଣାଇଛନ୍ତି । ଅନ୍ୟମାନଙ୍କୁ ପରଂବ୍ରହ୍ମ ବିପଦରେ ସହାୟ ହୋଇଥିଲେ କିମ୍ବା କେତେକ ସ୍ଥଳରେ ମୁକ୍ତି ଦେଲେ ମଧ୍ୟ ତାଙ୍କ ପ୍ରତି ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରିଛନ୍ତି ବୋଲି କଥା ପ୍ରସଙ୍ଗରେ କହିଛନ୍ତି । ସେ ଜାଣିଛନ୍ତି, ଯେଉଁମାନେ ସତ୍ୟ ଓ ଧର୍ମ ମାର୍ଗରେ ରହିଛନ୍ତି, ତାକୁ ହିଁ ପ୍ରଭୁଙ୍କର କରୁଣା ମିଳିଥାଏ ଏବଂ ସେମାନେ ସାତ୍ତ୍ଵିକ

‘ସତ୍ୟଧର୍ମ ମାର୍ଗେ କରୁଣା ସମ୍ଭର୍ବେ ବିପଦକୁ କର କ୍ଷୟ,
ଫିଟାଅ କଳଙ୍କ ଭୁଞ୍ଜାଅ ସାତୁକ୍ୟ ଜଗତରେ ଠାବ ଦିଅ ।’’

ଗୁରୁଦେବ ସ୍ଵାମୀ ହେଉଛନ୍ତି ଅନ୍ତର୍ଯ୍ୟାମୀ । ସେ ସବୁକିଛି ଜାଣିପାରନ୍ତି । ତେଣୁ ତାଙ୍କ ମନର ଦୁଃଖ ନିଶ୍ଚୟ ଜାଣିବେ ବୋଲି କବି କହିଛନ୍ତି । ପ୍ରଭୁ ଯଦି କରୁଣା ବ୍ୟଥାକୁ ସେ କଟାକ୍ଷ ପାତ କରନ୍ତେ, ସେ ଭବସାଗରରୁ ବା କାରୁଣ୍ୟ ଜଳରୁ କରିଛନ୍ତି । ଶେଷରେ ସାଧୁଜନଙ୍କ ପାଦସେବା କରି ସଂସାରରୁ ଆଶ୍ରାକରି ସଂସାର ସାଗରରୁ ମୁକ୍ତି ପାଇବେ ବୋଲି ଆଶା କିପରି ପାରିହେବେ, ସେ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ଜାଣିଛନ୍ତି ଗୁରୁଦେବଙ୍କ ବିନା ମୋକ୍ଷ ସମ୍ଭବ ନୁହେଁ । ତେଣୁ ଅନ୍ୟ କୌଣସିଥ୍ରେ ସେ ଭରସା ସ୍ଥାପନ କରିନାହାଁନ୍ତି ।

(ଖ) ଭୀମ ଭୋଇଙ୍କ ପରିକଳ୍ପିତ ସତ୍ୟ ଓ ଧର୍ମ ମାର୍ଗ ସମ୍ପର୍କରେ ଆଲୋଚନା କର ।
Solution:
‘ପୟରେ ପଶୁଛି ଶରଣ’ କବିତାର କବି ଭୀମଭୋଇ । ଏହି କବିତାଟି କବିଙ୍କର ଶ୍ରେଷ୍ଠକୃତି ‘ସ୍ତୁତି ଚିନ୍ତାମଣି’ର ଅଂଶବିଶେଷ । ଏହି କବିତାରେ କବି ଭୀମଭୋଇ ଆପଣା ଜୀବନ ଦର୍ଶନକୁ ଉପସ୍ଥାପିତ କରିଛନ୍ତି । କବି ମହିମା ଧର୍ମାବଲମ୍ବୀ ଥିଲେ । ମହିମା ପ୍ରଚାରକ ସନ୍ଥ ‘ମହିମାସ୍ଵାମୀ’ ତାଙ୍କ ଶିଷ୍ୟମାନଙ୍କୁ ସତ୍ୟ, ଧର୍ମ ଓ ତ୍ୟାଗର ମହାମନ୍ତ୍ର ଶିକ୍ଷା ଦେଇଥିଲେ । ବରଡ଼ାର ଛତାଟିଏ ଧାରଣ କରୁଥିଲେ । ସେତିକି ମାତ୍ର ଥୁଲା ତାଙ୍କର ସମ୍ପତ୍ତି । ମାୟା ଲାଗିଯିବ ବୋଲି କୌଣସି ସ୍ଥାନରେ ରାତିକରୁ ଅଧ୍ଵ ରହୁନଥିଲେ । ଆଗାମୀ କାଲି ପାଇଁ ଖାଦ୍ୟ ସଂଚୟ କରୁନଥିଲେ । ଯାହା ମିଳିଲା ଦିନରେ ଥରେ ସୂର୍ଯ୍ୟାସ୍ତ ପୂର୍ବରୁ ଭୋଜନ କରୁଥିଲେ । ମନକୁ କାମିନୀ, କାଞ୍ଚନ, ବିଷୟ ସମ୍ପତ୍ତିରୁ ନିବୃତ୍ତ କରି ପରମାତ୍ମାଙ୍କ ଧ୍ୟାନ ଓ ଜଗତବାସୀଙ୍କ ମଙ୍ଗଳ ଚିନ୍ତାରେ ନିୟୋଜିତ କରୁଥିଲେ ।

ପ୍ରକାର ଷଡ଼ଯନ୍ତ୍ର କରି, ପାଣ୍ଡବମାନେ କିପରି ମରିବେ, ସେଭଳି ଯୋଜନା କରୁଥିଲା । ମାତ୍ର ସତ୍ୟ ଓ ଧର୍ମର ପ୍ରତୀକ ନିର୍ମାଣ କରିଥିଲା । ପାଣ୍ଡବମାନେ ସେଥ‌ିରେ ଥ‌ିବା ସମୟରେ ଅଗ୍ନି ସଂଯୋଗ କରି ସେମାନଙ୍କୁ ମାରିବ ବୋଲି ଚାହିଁଥିଲା । ମାତ୍ର ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ପ୍ରକାରାନ୍ତରେ ସାହାଯ୍ୟକରି ସେମାନଙ୍କୁ ରକ୍ଷା କରିଥିଲେ । ଶ୍ରୀକୃଷ୍ଣ ସିଧାସିଧ୍ ସାହାଯ୍ୟ ନକଲେବି, ପାଣ୍ଡବମାନେ ସେହି ବିପଦରୁ କିପରି ମୁକ୍ତି ପାଇବେ, ସେଭଳି ବ୍ୟବସ୍ଥା କରିଥିଲେ । କବି ଭୀମଭୋଇ ସେହିପରି ସତ୍ୟ ଓ ଧର୍ମ ମାର୍ଗରେ ପରିଚାଳିତ ହେବାପାଇଁ ଚାହିଁଥିଲେ । କବି ଲେଖିଛନ୍ତି –

‘ସତ୍ୟ ଧର୍ମ ମାର୍ଗେ କରୁଣା ସମ୍ଭର୍ବେ ବିପଦକୁ କର କ୍ଷୟ,
ଫିଟାଅ କଳଙ୍କ ଭୁଞ୍ଜାଅ ସାତୁକ୍ୟ ଜଗତରେ ଠାବ ଦିଅ ।’’

ସେହିପରି କବି ଦ୍ରୌପଦୀ ସ୍ଵୟଂବର ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଗୁରୁଦେବ ସ୍ଵାମୀ ହେଉଛନ୍ତି ଅନ୍ତର୍ଯ୍ୟାମୀ । ସେ ସବୁକିଛି ଜାଣି ପାରନ୍ତି । ସେବା ଭକ୍ତି ବଳରେ ନିଜର କର୍ମସିଦ୍ଧି ହେବାକୁ ସେ ଚାହିଁଛନ୍ତି । ତ୍ରେତୟାରେ ରାମଚନ୍ଦ୍ରଙ୍କ ପ୍ରତି ଋଷିମାନେ ଶୁଦ୍ଧ ଭାବାପନ୍ନ ହୋଇ ଅଙ୍ଗ ସୁଖ ପାଇବାପାଇଁ ଇଚ୍ଛାକଲେ ଏବଂ ଦ୍ଵାପରରେ ବ୍ରଜନାରୀ ଭାବରେ କୃଷ୍ଣଙ୍କୁ ପାଇଥିଲେ । ସେହି ପ୍ରଭୁ ପୁଣି କାଳୀୟ ନାଗର ଗର୍ବ ଗଞ୍ଜନ କଲେ, ଜାରା ଶବରକୁ ସ୍ବର୍ଗଗାମୀ କରାଇଲେ ।

ଶେଷରେ କବି କହିଛନ୍ତି, ଏହି ସଂସାର ସାଗରରୁ ପାରିହେବା ପାଇଁ ସାଧୁଜନଙ୍କ ପାଦସେବା କର । ଗୁରୁଦେବଙ୍କ ପ୍ରତି ପୂର୍ଣ୍ଣ ସମର୍ପଣ ଭାବ ପ୍ରକାଶ କର ।
କବିତାଟିରେ କବି ସତ୍ୟ ଓ ଧର୍ମ ମାର୍ଗରେ ଚାଳିତ ହେଲେ ଇଷ୍ଟପ୍ରାପ୍ତି ହେବ ବୋଲି ବିଭିନ୍ନ ଉଦାହରଣ ଦେଇ

(ଗ) ‘ସମର୍ପଣ ମୋକ୍ଷର ସର୍ବଶ୍ରେଷ୍ଠ ସାଧନ’ – ‘ପୟରେ ପଶୁଛି ଶରଣ’ କବିତା ଅନୁସରଣରେ ବିଚାର କର ।
Solution:
ଓଡ଼ିଆ ସାହିତ୍ୟକୁ ଯେଉଁ କେତେଜଣ ସନ୍ଥ ସାହିତ୍ୟିକ, ନିଜର ଭକ୍ତି ଭାବନାରେ ଉଦ୍‌ବୁଦ୍ଧ କରିଛନ୍ତି, ସେମାନଙ୍କ ମଧ୍ୟରେ ଭୀମଭୋଇ ଅନ୍ୟତମ । ତାଙ୍କର ଶ୍ରେଷ୍ଠ ସାହିତ୍ୟକୃତି ‘ସ୍ତୁତି ଚିନ୍ତାମଣି’ । ଏଥରେ କବିଙ୍କର ଆକୁଳ ଆବେଦନ ଓ କରୁଣ ଉଲ୍ଲାସ ମର୍ମରିତ । ଆଲୋଚ୍ୟ କବିତା ‘ପୟରେ ପଶୁଛି ଶରଣ’ କବିତାଟି କବିଙ୍କ ‘ସ୍ତୁତି ଚିନ୍ତାମଣି’ ଦେବାକୁ ସଂକଳ୍ପ କରିଛନ୍ତି । ପ୍ରାଣପିଣ୍ଡକୁ ତାଙ୍କ ପାଦରେ ସମର୍ପଣ କରିଛନ୍ତି । ପୁଣି ଭବ ସାଗରରୁ ପାରିହେଇ ନିଜ ସ୍ଥାନକୁ ନିଜେ ଫେରିଯିବାକୁ ଇଚ୍ଛା କରିଛନ୍ତି । ଯେତେଦିନ ପର୍ଯ୍ୟନ୍ତ ପିଣ୍ଡରେ ପ୍ରାଣ ଥ‌ିବ, ସେତେଦିନ ପର୍ଯ୍ୟନ୍ତ ଅଲେଖ ବ୍ରହ୍ମ, ଏକାକ୍ଷରଙ୍କୁ ସେ ସେବା କରିବାକୁ ଚାହିଁଛନ୍ତି । କବି ନିଜର ଭକ୍ତିଭାବକୁ ଓ ବଞ୍ଚିବାର ରାହାକୁ ସୁଦୂରପ୍ରସାରୀ କରିଛନ୍ତି । ଫଳରେ ଗୋଟିଏ ଜନ୍ମର ନୁହେଁ, ବରଂ ଜନ୍ମ-ଜନ୍ମାନ୍ତର ପର୍ଯ୍ୟନ୍ତ, ଯୁଗ-ଯୁଗାନ୍ତର ପର୍ଯ୍ୟନ୍ତ ଆରାଧ୍ୟ ପ୍ରଭୁଙ୍କ ପାଦତଳେ ଖଟିବାର ମାନସିକତା ରଖିଛନ୍ତି ।

କବି କବିତାରେ କେତୋଟି ପୌରାଣିକ ପ୍ରସଙ୍ଗକୁ ସୂଚିତ କରିଛନ୍ତି । ପଞ୍ଚୁପାଣ୍ଡବଙ୍କୁ ଜଉଘରୁ ମୁକ୍ତି କରିବା, ଦ୍ରୌପଦୀ ସ୍ଵୟଂମ୍ବରରେ ଅର୍ଜୁନଙ୍କ ଲାଖ ବିନ୍ଧିବା, କାଳିନ୍ଦୀ ଜଳରେ କାଳୀୟ ନାଗର ଗର୍ବହରଣ କରିବା, ଋଷିମାନଙ୍କର ରାମଚନ୍ଦ୍ରଙ୍କ ରୂପପ୍ରତି ଆସକ୍ତ ହୋଇ ପରେ ବ୍ରଜନାରୀ ହେବା, ଜାରା ଶବରର ଶରଣ ବୁଝି ସ୍ଵର୍ଗପଥ ଦେଖାଇବା ଆଦି ପ୍ରସଙ୍ଗରେ ସମର୍ପଣର ଭାବ ସୂଚିତ ହୋଇଛି । ସେମାନେ ସମସ୍ତେ ପ୍ରଭୁଙ୍କ ପାଖରେ ଶରଣ ପଶିଛନ୍ତି । ସମର୍ପଣ ଭାବ ଦେଖାଇଛନ୍ତି ।

ପାଇବାପାଇଁ ଶୂନ୍ୟବାନା ଛାୟାତଳେ ବା ମହିମା ଧର୍ମର ସେ ଆଶ୍ରା ନେଇଛନ୍ତି । କାରୁଣ୍ୟ-ଜଳରୁ ମୁକ୍ତି ପାଇବା ପାଇଁ ସେ ଉପାୟ ଖୋଜିଛନ୍ତି । ଯେଉଁମାନେ ପ୍ଲେଚ୍ଛ, ପତିତ, ସେମାନେ ନିତ୍ୟ ରାମ ନାମରେ ମନଦେଇ ଉଦ୍ଧାର ପାଇବେ ବୋଲି ସେ ଆଶା କରିଛନ୍ତି । ସଂସାର ସାଗରରୁ ପାରି ହେବାପାଇଁ ସାଧୁଜନଙ୍କ ପଦବନ୍ଦନା କରିବାକୁ ସେ କହିଛନ୍ତି । ସର୍ବୋପରି ସେ ନୁହେଁ । ଅନ୍ୟ ଉପରେ ସେ ଭରସା ନରଖି ପ୍ରଭୁପାଦରେ ଆଶ୍ରୟ ନେଇଛନ୍ତି ବୋଲି ସ୍ଵୀକାର କରିଛନ୍ତି । କବିତାଟିରେ କବିଙ୍କର ସମର୍ପଣ ସୁନ୍ଦର ଭାବରେ ଓ କେତେକ ସ୍ଥଳରେ ପ୍ରତୀକାତ୍ମକ ଭାବରେ ପ୍ରକାଶ ପାଇଛି ।

(ଘ) କବି ଭୀମ ଭୋଇ ପ୍ରଭୁଙ୍କ ନାମ ଗାନ କରି କିପରି ସଂସାରରୁ ମୁକ୍ତି ପାଇବା ପାଇଁ ଆଶା ପୋଷଣ କରିଛନ୍ତି – ଆଲୋଚନା କର ।
Solution:
କବି ଭୀବଭୋଇଙ୍କ ମାନସ ସର୍ବଦା ପ୍ରଭୁଙ୍କ ପାଦପଦ୍ମରେ ସମର୍ପିତ ଥିଲା । ତାଙ୍କ ରଚିତ କବିତା ‘ପୟରେ ପଶୁଛି ଶରଣ’ର ପ୍ରତ୍ୟେକ ପଂକ୍ତିରୁ କବିଙ୍କ ସମର୍ପଣାତ୍ମକ ଭାବଧାରାକୁ ଆକଳନ କରିହୁଏ । ଜଗତବାସୀଙ୍କ ପାପକଳୁଷ ନାଶ ତଥା ଅଧର୍ମର ବିନାଶରେ ଧର୍ମର ପ୍ରତିଷ୍ଠା ପାଇଁ ସେ ସର୍ବଦା ପ୍ରଭୁଙ୍କର ନାମ ମହିମା ଗାନ କରିଛନ୍ତି । ପ୍ରଭୁଙ୍କ ମହିମା ପ୍ରଚାର ତାଙ୍କ ରଚିତ ପ୍ରତ୍ୟେକ କବିତାର ଛତ୍ରେ ଛତ୍ରେ ଅନୁଭୂତ ହୁଏ । ଜଗତର ଉଦ୍ଧାର ପାଇଁ ସେ ନିଜ ଜୀବନକୁ ନର୍କଗାମୀ ଖୋଜିଛନ୍ତି । ଭଗବାନ କୃଷ୍ଣଙ୍କ ମହିମାଗାନ କରି ସେ ଜତୁଗୃହରୁ ପାଣ୍ଡବମାନଙ୍କୁ ଉଦ୍ଧାର, ବିବସନା ଦ୍ରୌପଦୀଙ୍କୁ ବସ୍ତ୍ରଦାନ ଜଣାଇବା ଲେଖୁଛନ୍ତି । ମୁଁ ଯେ ନିରନ୍ତରେ ପଡ଼ି ଦୁଃଖଘୋରେ ଶୂନ୍ୟବାନା ଛାୟାତଳେ, ତରିବାକୁ ଆଶା କରିଛି ଭରସା ଆଶୀର୍ବାଦ ନାବ ଜଳେ ।

କବିଙ୍କର ମୁକ୍ତିକାମୀ ଭାବନା ଏଥିରୁ ସ୍ପଷ୍ଟ ହୋଇଛି । ସାରା ଜଗତବାସୀଙ୍କୁ ଦୁଃଖ କଷ୍ଟରୁ ଉଦ୍ଧାରିବା ପାଇଁ ସେ ସେ ମହିମାସ୍ଵାମୀଙ୍କ ପାଦପଦ୍ମରେ ନିଜକୁ ସମର୍ପିତ କରିଦେଇଛନ୍ତି । ତାଙ୍କ ଶରୀରରେ ସେ ଅନୁଭବ କରିଛନ୍ତି ପ୍ରଭୁଙ୍କର କରୁଣାବାରିର ଆର୍ଦ୍ର ସ୍ପର୍ଶ । ସେ ପ୍ରଭୁଙ୍କ କରୁଣାବଳରେ ପ୍ରତିଭାସିକ୍ତ ହୋଇଛନ୍ତି । କବି ନିଜ ଦୃଷ୍ଟିକୁ ପାପପଙ୍କିଳ ରୂପ ପାଇବା ପାଇଁ ଏହା ଥିଲା ତାଙ୍କର ଏକମାତ୍ର ମାଧ୍ୟମ । ସେ ପତିତମାନଙ୍କ ବ୍ୟଥା ମର୍ମେ ମର୍ମେ ଅନୁଭବ କରି ସେମାନଙ୍କ ମେଳଛ ପତିତ ପାମର ଏ ଜୀବ ଉଧାର ହେବା ପାଇଁ ।

ନିଜର ମୁକ୍ତି ନିମିତ୍ତ ଭୀମଭୋଇ ସତତ ବ୍ୟାକୁଳ ଥିଲେ, ଜଗତବାସୀଙ୍କ ମୁକ୍ତିକୁ ସେ ଅଧ‌ିକ ବ୍ୟାକୁଳ ଚିତ୍ତରେ କାମନା କରିଛନ୍ତି । ମନର ଚଞ୍ଚଳତା ପାଇଁ ସେ ନିଜ ଜୀବନରେ ଅନେକ ଭୁଲ କରିଛନ୍ତି । ସେହି ତ୍ରୁଟିସବୁର ମାର୍ଜନା ପାଇଁ ସେ ନିଜକୁ ପ୍ରଭୁଙ୍କ ଶ୍ରୀଚରଣାବିନ୍ଦରେ ସମର୍ପଣ କରିଛନ୍ତି । ସେ ଭାବବିହ୍ଵଳ କଣ୍ଠରେ ଗାଇ ଉଠିଛନ୍ତି— ଗୁରୁଦେବ ବିନୁ ମୋକ୍ଷ ନୋହେ ତନୁ ଅନ୍ୟରେ ଭରସା ନାହିଁ, ପ୍ରଭୁପାଦ ଧ୍ୟାଇ ଭଣେ ଭୀମଭୋଇ ହେତୁ ଘରେ ନାମ ଥୋଇ । ବଳବତ୍ତର ହୋଇଛି । ଏଥୁରୁ କବିଙ୍କ ସମର୍ପଣାତ୍ମକ ଭାବଧାରାର ସମ୍ୟକ୍ ପରିଚୟ ମିଳିଥାଏ ।

(ଙ) ‘ପୟରେ ପଶୁଛି ଶରଣ’ କବିତାର ସାରମର୍ମ ଉଦ୍‌ଘାଟନ କର ।
Solution:
ସନ୍ଥକବି ଭୀମ ଭୋଇ ଜଣେ ପ୍ରତିଭାବନ୍ତ ଓ ପ୍ରଭୁପରାୟଣ ଚରିତ୍ର । ଅନେକ ଦୁଃଖ ଯାତନା ପାଇ ସେ ପ୍ରୟାସ କରିଛନ୍ତି । ଏହା ଏକ ଭକ୍ତିରସାତ୍ମକ ଭାବଧାରାଶ୍ରିତ କବିତା । ଭୀମ ଭୋଇ ଜୀବନରେ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ହୋଇଛନ୍ତି । ଅନ୍ନଚିନ୍ତା ତାଙ୍କା ପାଇଁ ଚମତ୍କାର ହୋଇପଡ଼ିଛି । ସେ ବାଲ୍ୟକାଳରେ ନିଜର ଅମୂଲ୍ୟ ସମ୍ପଦସ୍ବରୂପ ଚକ୍ଷୁ ଦୁଇଟି ହରାଇ ବସିଛନ୍ତି । ତତ୍‌ସହିତ ସେ ପିତାମାତଙ୍କ ସ୍ନେହରୁ ମଧ୍ୟ ବଞ୍ଚିତ ହୋଇଛନ୍ତି । ପିତାଙ୍କ ମୃତ୍ୟୁପରେ ମାତା ତାଙ୍କର ତାଙ୍କୁ ଛାଡ଼ି ଅନ୍ୟତ୍ର ଚାଲି ଯାଇଛନ୍ତି । ବାଲ୍ୟକାଳରୁ ସେ ଅରକ୍ଷିତ ହୋଇପଡ଼ି ଦଇବକୁ ସାହାପକ୍ଷ କରିଛନ୍ତି । ପ୍ରଭୁଙ୍କ ଚରଣାବିନ୍ଦରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଛନ୍ତି । ସେ ସଂସାରର ପାପ ପଙ୍କିଳ ଅବସ୍ଥା ଦର୍ଶନରୁ ନିବୃତ୍ତ ହୋଇଛନ୍ତି, କାରଣ ବୋଧହୁଏ ପ୍ରଭୁ ତାଙ୍କୁ ସେହି ଉଦ୍ଦେଶ୍ୟରେ ଦୃଷ୍ଟିହୀନ ମର୍ମେ ମର୍ମେ ଅନୁଭବ କରିଥିଲେ ।

ହୋଇପାରିଥିଲେ, ଏଣୁ ତାଙ୍କ ରଚନାରୁ ଝରୁଥିଲା ଭକ୍ତିରସର ପ୍ରେମମୟ ସୁଧା । ତାଙ୍କ ରଚନାରେ ସେ ସଂସାରର ଅବହେଳିତ, ଦୁଃସ୍ଥ ଓ ପୀଡ଼ିତମାନଙ୍କ ଯାତନାକୁ ପ୍ରକାଶ କରିଛନ୍ତି । ‘ପୟରେ ପଶୁଛି ଶରଣ’ କବିତା ଏହାର ଏକ ଜ୍ଵଳନ୍ତ ନିଦର୍ଶନ । ହିନ୍ଦୁ ସମାଜରେ ରକ୍ଷଣଶୀଳତା ବିରୋଧରେ ଲଢ଼େଇ ଜାରି କରି ସେ ସମାଜରୁ ଜାତିଭେଦର ପ୍ରାଚୀର ଭାଙ୍ଗିଦେବାକୁ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି । ସେଥ୍ପାଇଁ ସମାଜର ବଡ଼ପଣ୍ଡାମାନଙ୍କ ଅକ୍ରୋଶର ଶିକାର ମଧ୍ୟ ହୋଇଛନ୍ତି । ସମସ୍ତ ଘାତ ପ୍ରତିଘାତ ସତ୍ତ୍ଵେ ତାଙ୍କ ପ୍ରୟାସ ଜାରି ରଖୁଛନ୍ତି । ‘ପୟରେ ପଶୁଛି ଶରଣ’ କବିତା ମାଧ୍ୟମରେ ସେ ନିଜର ଦୁଃଖରାଜିକୁ ଈଶ୍ଵରଙ୍କ ନିକଟରେ ସମର୍ପଣ କରାଇବା

ସଙ୍ଗେ ସଙ୍ଗେ ସଂସାରର ଦୁଃସ୍ଥ, ପତିତ, ସ୍କେଚ୍ଛ ଓ ପାମର ଆଦି ଜୀବଙ୍କୁ ଉଦ୍ଧାର କରିବା ପାଇଁ ଯୁକ୍ତିଯୁକ୍ତ ଉଦାହରଣ ଉପସ୍ଥାପନ କରିଛନ୍ତି । କବିତା ମାଧ୍ୟମରେ ସେ ଈଶ୍ଵରଙ୍କୁ ଚେତନାତ୍ମକ ବାଣୀରେ ଉତ୍‌କ୍ଷିପ୍ତ କରିଛନ୍ତି । ତାଙ୍କର ଉଦ୍ଦେଶ୍ୟ କେବଳ ଜଗତର ହିତସାଧନ । ଅତୀତର ପ୍ରସଙ୍ଗକୁ ସେ ଉଦାହରଣ ଦେଇ ସେ କହିଛନ୍ତି, ଜାରା ଶବର, ପାଣ୍ଡବ ପଞ୍ଚଭ୍ରାତା, ଦ୍ରୌପଦୀ, କାଳୀୟନାଗ ପ୍ରଭୃତିଙ୍କ ସାମାନ୍ୟତମ ଡାକରେ ଭଗବାନ କରୁଣାର ବାରିରାଣି ଅଜାଡ଼ି ଦେଇଛନ୍ତି, ମାତ୍ର ତାଙ୍କର ମର୍ମସ୍ପର୍ଶୀ ନିବେଦନ ଜଗତ୍‌କର୍ତ୍ତାଙ୍କ ଶ୍ରବଣ ନହେବା ବଡ଼ ବିଚିତ୍ର କଥା ।

ପୂର୍ଣ୍ଣ କରିଥିଲେ, ସେହି ଭଗବାନଙ୍କୁ ତାଙ୍କର ଆକୁଳ ନିବେଦନ ସ୍ପର୍ଶ ନକରିବାର କାରଣ କବି ଜାଣିପାରି ନାହାନ୍ତି । ଜ୍ଞାତରେ ହେଉ ବା ଅଜ୍ଞାତରେ ହେଉ ଯେଉଁ ଜାରା ଶବର ପ୍ରଭୁଙ୍କ ପାଦପଦ୍ମକୁ ଶରବିନ୍ଧି ତାଙ୍କୁ ମୃତ୍ୟୁମୁଖକୁ ଟାଣିନେଇଥିଲେ, ତା’ର ବିଚିତ୍ର ଆଚରଣ ସେ ସହ୍ୟ କରି ପାରୁନାହାନ୍ତି । ସେ ଭଗବାନ୍‌ଙ୍କ ଚରଣାବିନ୍ଦରେ ନିଜକୁ ପ୍ରତି ମୁହୂର୍ତ୍ତରେ ସମର୍ପଣ କରିଥିଲେ ହେଁ ତାଙ୍କର ସାନ୍ନିଧ୍ୟ ଲାଭ ନକରି ପାରି ବ୍ୟଥ୍‌ତ ହୋଇଉଠିଛନ୍ତି । ତଥାପି ସେ ପୟରେ ପଶୁଛି ଶରଣ’ କବିତା ମାଧ୍ୟମରେ ଏ ବିଶ୍ଵାସ କବି ଭଗବାନ୍‌ଙ୍କଠାରେ ରଖୁଛନ୍ତି ।

CHSE Odisha Class 11 Odia Solutions Chapter 9 ପୟରେ ପଶୁଛି ଶରଣ

(କ) କବି ପରିଚୟ :

ସନ୍ଥକବି ଭୀମ ଭୋଇ ସମଗ୍ର ଓଡ଼ିଆ ସାହିତ୍ୟରେ ଏକ ବିସ୍ମୟ ପ୍ରତିଭା । ସେ ଥିଲେ ଜାତିରେ କନ୍ଧ ପୁଣି ଜନ୍ମାନ୍ଧ । କୌଣସି ପରିସ୍ଥିତିରେ ବି ସେ କିଛି ହେଲେ ପାଠ ପଢ଼ି ନଥିଲେ । ପୂର୍ବଜନ୍ମର ସୁକୃତରୁ ସେ ଥିଲେ ଦିବ୍ୟଦ୍ରଷ୍ଟା । ସାଂସାରିକ ଜୀବନଜଞ୍ଜାଳ ତାଙ୍କୁ କରି ଦେଇଥିଲା ଚିରଦୁଃଖୀ । କିନ୍ତୁ ମହିମାସ୍ଵାମୀଙ୍କ ଦର୍ଶନ ପାଇବାପରେ ସେ ଜୀବନର ସକଳ ଦୁଃଖକ୍ଳେଶକୁ ଭୁଲି ଯାଇଥିଲେ । ଦିନେ ଅଧରାତିରେ ଗୋବିନ୍ଦ ବାବାଙ୍କ ସହିତ ମହିମାସ୍ବାମୀ ତାଙ୍କ ଦୁଆରେ ଉପସ୍ଥିତ ହୋଇ ତାଙ୍କୁ ଦିବ୍ୟଦୃଷ୍ଟି ଓ ଦିବ୍ୟଜ୍ଞାନ ପ୍ରଦାନ କରିଥିଲେ । ସେହିଦିନଠାରୁ ଭୀମ ଜୀବନରେ ଅଶେଷ ପୂର୍ଣ୍ଣତା ଉପଲବ୍ଧି କଲେ । କିନ୍ତୁ ଯେଉଁ ଦିବ୍ୟଚକ୍ଷୁରେ ସେ ଜଗତର ମହିମାମୟ ପ୍ରଭୁଙ୍କୁ ଦେଖିଛନ୍ତି, ସେ ଚକ୍ଷୁରେ ଏ ପାପପଙ୍କିଳ ସମାଜକୁ ଦେଖିବାକୁ ଇଚ୍ଛା କଲେ ନାହିଁ । ପ୍ରଭୁଙ୍କୁ ସେ ଅନୁରୋଧ କଲେ ଏ ଦିବ୍ୟଚକ୍ଷୁ ଫେରାଇ ନେବାପାଇଁ । ଭୀମଭୋଇ ରହିଗଲେ ସବୁଦିନ ପାଇଁ ଅନ୍ଧ ହୋଇ ।

ଭୀମଭୋଇଙ୍କ ସାହିତ୍ୟର ବ୍ୟାପ୍ତି ଓ ଓଜସ୍ୱତାକୁ ଲକ୍ଷ୍ୟକଲେ କବି ପ୍ରକୃତରେ ଅନ୍ଧ ଥିଲେ କି ନାହିଁ, ସେ ସମ୍ପର୍କରେ ସନ୍ଦେହ ଆସିଥାଏ । କେତେକ ଗବେଷକ କହନ୍ତି, ତାଙ୍କର ଅନ୍ଧତ୍ଵ ଏକ ଭାର୍ତ୍ତିକ ମିଥ୍ୟା । ଆଉ କେତେକ କହନ୍ତି ସେ ଜନ୍ମାନ୍ଧ ନଥିଲେ । ଚକ୍ଷୁଷ୍ମାନ୍ ଥାଇ ଜଗତକୁ ଭଲରୂପେ ଦେଖିଥିଲେ । କିନ୍ତୁ ଅଖାଦ୍ୟ ଓ ରୋଗରୁ ସେ ଆପଣାର ଚକ୍ଷୁ ହରାଇ ବସିଥିଲେ । ପରେ ମହିମାଧର୍ମରେ ଦୀକ୍ଷିତ ହୋଇ ସେ ଦିବ୍ୟ ଅନ୍ତଃଦୃଷ୍ଟି ଲାଭକଲେ । ତେବେ ସେ ଜନ୍ମାନ୍ଧ ଥାଆନ୍ତୁ ବା ପରେ ଅନ୍ଧତ୍ଵ ପ୍ରାପ୍ତ ହୋଇଥାନ୍ତୁ ସେଥ‌ିରେ ଯାଏ ଆସେ ନାହିଁ ।

ସାଧାରଣ ଦୃଷ୍ଟିଶକ୍ତିଟି ଥିଲେ ସେ ବହିର୍ଜଗତର ରୂପରଙ୍ଗମୟ ଦୃଶ୍ୟ ଦେଖି ପାରିଥାନ୍ତେ; କିନ୍ତୁ ସେ ଯେଉଁ ଅନ୍ତର୍ଗତ ଦୃଶ୍ୟ ତାଙ୍କ ଖୁବ୍ ନିକଟରେ ଉପଲବ୍ଧି କରିପାରିଥିଲେ, ତା’ସହିତ ଇନ୍ଦ୍ରିୟାନୁଭୂତିର କୌଣସି ସଂପର୍କ ମାତ୍ର ନଥିଲା । ଆବେଗମୟ ଐକାନ୍ତିକ ଅନୁଭବ ଫଳରେ ଯେଉଁ ଅନ୍ତଦୃଷ୍ଟି ଆସେ ବର୍ଣ୍ଣ ନାହିଁ, ଅଥଚ ଯାହା ପରମ ସତ୍ୟ ଓ ପରିତ୍ରାଣକ୍ଷମ ତା’ର ଦର୍ଶନ ସମ୍ଭବପର । ତାଙ୍କର ଅଲେଖ ମନ୍ଦିର ହେଉଛି ସେ ସତ୍ୟକୁ ଉପଲବ୍ଧ କରିବାର ଅବସ୍ଥା । ସେ ମନ୍ଦିର ଦୁଆର ହସ୍ତରେ ଫିଟେ ନାହିଁ । ଅନୁଭବରେ ଫିଟୁଛି ଏବଂ ଫିଟିଯିବା ପରେ ଜ୍ଞାନ ନେତ୍ର ଝଟ୍ ଝଟ୍ ଦିଶୁଛି ।

ଏହି ଅଦ୍ଭୁତକର୍ମୀ ସନ୍ଥକବି ଭୀମଭୋଇଙ୍କ ଜୀବନ ସମ୍ପର୍କରେ ବହୁ ବିବଦମାନ ତଥ୍ୟ ମିଳିଥାଏ । ଏପରିକି ସେ କେଉଁ ଗ୍ରାମରେ ଜନ୍ମଲାଭ କଲେ, ସେନେଇ ବି ବିବାଦ କମ୍ ନୁହେଁ । ବଲାଙ୍ଗିର ଜିଲ୍ଲାର ‘ପାଇକସରା’, ରେଢ଼ାଖୋଲ ନିକଟବର୍ତ୍ତୀ ନିକଟବର୍ତ୍ତୀ ‘ଗ୍ରାମଡ଼ିହା’ରେ ସନ୍ଥକବି ଜନ୍ମଲାଭ କରିଥିବା ଅନେକ ସ୍ଵୀକାର କରନ୍ତି । ତାଙ୍କ ଜନ୍ମସମୟ ଆନୁମାନିକ ୧୮୫୦ ଥିଲା ଓ ସେଇ ଖଲିଆପାଲିଠାରେ ସେ ଶେଷଜୀବନ ବିତାଇଥିଲେ । ଭୀମଭୋଇ ମହିମା ଧର୍ମର ଗୃହସ୍ଥ ଭକ୍ତ ଥିଲେ । ସେ ଏକାଧ‌ିକ ପତ୍ନୀ ଗ୍ରହଣ କରିଥିବା ଜଣାଯାଏ । ଶେଷ ଜୀବନକୁ ତାଙ୍କର ମହିମାଧର୍ମର ପ୍ରଧାନ ପୀଠ ଜୋରନ୍ଦା ସହିତ ମତାନ୍ତର ଘଟିଥିଲା । ଯୋରନ୍ଦାର ଶୂନ୍ୟମନ୍ଦିର, ଧୁନି ମନ୍ଦିର ଆଦି ଶୈଳୀରେ ସେ ଖଲିଆପାଲିଠାରେ ମନ୍ଦିରମାନ ନିର୍ମାଣ କରିଥିଲେ । ଦେହାନ୍ତ କାଳକୁ ଭୀମ ବେଶ୍ ପ୍ରସିଦ୍ଧ ହୋଇଯାଇଥିଲେ ।

ଭୀମଙ୍କ ବାଲ୍ୟଜୀବନ ଥିଲା ଖୁବ୍‌ ଦୁଃଖମୟ । ଦାରିଦ୍ର୍ୟ ଓ ଅନ୍ନ ସଂସ୍ଥାନର ଆବଶ୍ୟକତାରେ ଜଡ଼ିତ ହୋଇ ସେ ଗ୍ରାମରୁ ଗ୍ରାମାନ୍ତରକୁ ବୁଲୁଥିଲେ । ମହିମା ଗୋସ୍ଵାମୀଙ୍କଠାରୁ ଦୀକ୍ଷା ଗ୍ରହଣ କରିବାପରେ ତାଙ୍କର ଏଇ ପରିବ୍ରାଜକତା ଆହୁରି ବଢ଼ିଗଲା । ତେଣୁ ଭୀମ ଭୋଇଙ୍କ ଜନ୍ମ ଓ ଜନ୍ମସ୍ଥାନକୁ ନେଇ ବିବାଦ ସୃଷ୍ଟି ହେବା ସ୍ଵାଭାବିକ । ପୁଣି ଏଇ ଅଖ୍ୟାତ ଲୋକଟି ବିଖ୍ୟାତ ହୋଇଯିବାପରେ ସବୁ ଅଞ୍ଚଳର ଲୋକେ ତାଙ୍କୁ ଆପଣା ଲୋକ ବୋଲି କହିବା ମଧ୍ୟ ସ୍ଵାଭାବିକ । ଏସବୁ ସତ୍ତ୍ଵେ ତାଙ୍କ ରଚନାମାନଙ୍କରୁ କବିଙ୍କ ନିଜ ସମ୍ପର୍କରେ ମିଳୁଥିବା ସୂଚନାରୁ ଜଣାଯାଏ, ତାଙ୍କ ପିତାଙ୍କ ନାମ ଜନାର୍ଦ୍ଦନ ଭୋଇ । ମାତା ମହରଗୀ । ଅଳ୍ପ ବୟସରୁ ଭୀମଙ୍କ ପିତୃବିୟୋଗ ଘଟିଲା । ମାତା ତାଙ୍କ ଦିଅର ଧନେଶ୍ଵରଙ୍କୁ ପୁନଃ ବିବାହ କରି ରହିଲେ ।

ପିତୃହରା ଭୀମ ଜୀବନର ଆରମ୍ଭରୁ ଦୁଃଖ ଭୋଗିଥିଲେ । ଅତି ବାଲ୍ୟବୟସରୁ ସେ ଗୁଜୁରାଣ ମେଣ୍ଟାଇବାକୁ ଗାଈ ଚରାଉଥିଲେ । ଏଇ ଗାଈଜଗା ବୟସରେ ଭୀମ କେତେକ କବିତା ରଚନା କରିଥିଲେ । କିନ୍ତୁ ଏଗୁଡ଼ିକୁ ଥୁଲା ସମ୍ବଲପୁର ଅଞ୍ଚଳର ଲୋକଗୀତ – ରସରକେଲି, ଡାଲଖାଇ, ହଳିଆ ଗୀତ ଓ ବଉଳମାଳ ପ୍ରଭୃତି | ମହିମାସ୍ବାମୀଙ୍କ ସଂସ୍ପର୍ଶରେ ଆସିବାପରେ ଭୀମଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ହେଲା । ମହିମା ସ୍ଵାମୀ ଭୀମଙ୍କଠାରେ ଥ‌ିବା ଦିବ୍ୟ କବିତ୍ଵର ସନ୍ଧାନ ବୋଧହୁଏ ପାଇଥିଲେ ।

ତେଣୁ ହିଁ ତାଙ୍କ ନବାବିଷ୍କୃତ ଧର୍ମର ପ୍ରଚାରକ ଭାବେ ବାଛିଥିଲେ । ବନାଞ୍ଚଳରେ ଜଣେ ବିଶିଷ୍ଟ ଧର୍ମଗୁରୁଙ୍କ ସଂସ୍ପର୍ଶର ଆସିବା ପରେ ଭୀମ ପ୍ରସିଦ୍ଧ ହୋଇଯାଇଥିଲେ । ତାଙ୍କଠାରେ ଥ‌ିବା ଦିବ୍ୟ କବିତ୍ଵ ଧର୍ମପ୍ରଚାର କାର୍ଯ୍ୟରେ ନିୟୋଜିତ ହୋଇଥିଲା । ମହିମା ସ୍ଵାମୀଙ୍କ ଆବିର୍ଭାବ ଓ ଭୀମ ଭୋଇଙ୍କୁ ଦୀକ୍ଷାପ୍ରଦାନ ତଥା ଭୀମ ସ୍ଵାମୀଙ୍କ ସାନ୍ନିଧ ସମ୍ପର୍କରେ ସେ ଅନେକ କବିତା ଅତି ଦୁଃଖ ଓ ଦାରିଦ୍ର୍ୟରେ କାଳାତିପାତ କରୁଥିଲେ ହେଁ ଭୀମଙ୍କଠାରେ ଏକ ଅପୂର୍ବ ଦିବ୍ୟ କବିତ୍ଵ ପଙ୍କରେ ପଦ୍ମପରି ଫୁଟି ଉଠିଥିଲା ।

ଗୁରୁଙ୍କ ସଂସ୍ପର୍ଶରେ ଆସି ଏଇ କବିତ୍ଵ ଏକ ମାର୍ଗ ପାଇଗଲା । ଗୁରୁ ଥିଲେ ଭୀମଙ୍କ ଗତିମୁକ୍ତି ଦାତା । କବିଙ୍କର ପ୍ରେରଣାର ଉତ୍ସ । କବି ତାଙ୍କର କବିତାମାନଙ୍କରେ ବାରମ୍ବାର ସ୍ବୀକାର କରିଛନ୍ତି, ସେ ଜନ୍ମରୁ ମୂର୍ଖ ଥିଲେ । ମହିମା ମହାମେରୁଙ୍କ ଅପାର କରୁଣାରୁ ତାଙ୍କୁ କବିତ୍ଵ ପ୍ରାପ୍ତ ହେଲା । ଗୁରୁ ଯାହା ତାଙ୍କ ହୃଦପଦ୍ମରେ ବସି ବତାଇ ଦେଉଛନ୍ତି, ସେ କେବଳ ତାହା ପ୍ରକାଶ କରୁଛନ୍ତି । ଏଥ‌ିରେ ତାଙ୍କର ନିଜସ୍ଵ ବୋଲି କିଛି ନାହିଁ । ସବୁ ସନ୍ଥକବିଙ୍କ ପରି ଭୀମଙ୍କର ଏହି ସ୍ଵୀକାରୋକ୍ତି ଏକ ଭାଲ୍ଲିକ ମିଥ୍ୟା। ତଥାପି କବିଙ୍କ ସ୍ପଷ୍ଟୋକ୍ତି ଅତି ଆନ୍ତରିକତାପୂର୍ଣ୍ଣ । କବି କହନ୍ତି
CHSE Odisha Class 11 Odia Solutions Chapter 9 Img 1

ସେହି ଶ୍ରୀଗୁରୁଙ୍କ କୃପାରୁ ଓ ଶ୍ରୀଗୁରୁଙ୍କ ଇଚ୍ଛାରୁ କବି ଭୀମଭୋଇ ‘ସ୍ମୃତି ଚିନ୍ତାମଣି’, ‘ନିର୍ବେଦ ସାଧନ’, ‘ବ୍ରହ୍ମନିରୂପଣ ଗୀତା’, ‘ଆଦିଅନ୍ତ ଗୀତା’, ‘ଶ୍ରୁତିନିଷେଧ ଗୀତା’, ‘ମହିମା ବିନୋଦ’, ‘ମନୁସଭାମଣ୍ଡଳ’, ‘ଅଷ୍ଟବିହାରୀ ଗୀତା’, ‘ପୂର୍ଣ୍ଣ ସଂହିତା’, ‘କଳିଯୁଗ ଗୀତା’ ଓ ‘ମହିମା ଗୋପନ’ ଆଦି ଗ୍ରନ୍ଥ ରଚନା କରିଥିଲେ । ‘ସ୍ମୃତି ଚିନ୍ତାମଣି’ ଭୀମଭୋଇଙ୍କ ସର୍ବଶ୍ରେଷ୍ଠ ଗ୍ରନ୍ଥ । ଏଥିରେ ଶହେଗୋଟି ବୋଲି ସଙ୍କଳିତ ହୋଇଛି । ପ୍ରତିଟି ବୋଲିରେ ସୃଷ୍ଟିକର୍ତ୍ତା ଅନନ୍ତ ପରମେଶ୍ଵରଙ୍କୁ ସ୍ତୁତି କରାଯାଇଛି । ମାନବକୁ ଦୁଃଖ, ଯନ୍ତ୍ରଣା, କ୍ଳାନ୍ତି, ଅବସାଦରୁ ଉଦ୍ଧାର କରିବାପାଇଁ ପ୍ରଭୁଙ୍କୁ ପ୍ରାର୍ଥନା କରାଯାଇଛି ।

(ଖ) କବିତାର ସାରକଥା :

ଭୀମଭୋଇ ଥିଲେ ମହିମା ଧର୍ମର ପ୍ରଚାରକ ଓ ପ୍ରସାରକ । ସେ ମହିମାସ୍ବାମୀଙ୍କ ପ୍ରତି ଥିଲେ ପୂର୍ଣ୍ଣଭାବରେ ସମର୍ପିତ | ମାତ୍ର ଭଗବାନ ଭକ୍ତକୁ ବିଭିନ୍ନ ପରୀକ୍ଷାରେ ପକାନ୍ତି । ଭକ୍ତ ଭଗବାନଙ୍କୁ ଧାନ ଧାରଣା କରେ । ସେହି ଅବସରରେ ସେ ନିଜର ଇଷ୍ଟଙ୍କର ମହିମା ଗାନ କରେ । ଭକ୍ତକବି ଭୀମଭୋଇ ପରଂବ୍ରହ୍ମକୁ ନିଜର ଦଇନି ଜଣାଇଛନ୍ତି ଏବଂ ଏହା ବିଭିନ୍ନ କବିତା ମାଧ୍ୟମରେ ସେ ପ୍ରକାଶ କରିଛନ୍ତି । ସେହି ଭକ୍ତି ଆତୁର କବିତା ଗ୍ରନ୍ଥ ଭୀମ ଭୋଇଙ୍କର ‘ସ୍ତୁତି ଚିନ୍ତାମଣି’ । ଆଲେଖ୍ୟ କବିତାଟି କବିଙ୍କର ‘ସ୍ତୁତି ଚିନ୍ତାମଣି’ର ସପ୍ତଦଶ ବୋଲି ଭାବେ ସଂକଳିତ । ଏଥ‌ିରେ ମଧ୍ୟ କବି ନିଜର ଭକ୍ତିଭାବ ଓ ସମର୍ପିତ କବିତାର ପ୍ରଥମ ପର୍ଯ୍ୟାୟରେ କବି ମହାଭାରତର ଏକ ଚମତ୍କାର ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି । କ୍ଷମତା ମଦମତ୍ତ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର କରିଛି ପାଣ୍ଡବ ପାଞ୍ଚଭାଇଙ୍କୁ ମାରିବାପାଇଁ ।

ମାତ୍ର ସତ୍ୟ ଓ ନ୍ୟାୟର ପ୍ରତୀକ ପାଣ୍ଡବମାନଙ୍କୁ ସଦାସର୍ବଦା ପରଂବ୍ରହ୍ମ ଲୀଳାସୁନ୍ଦର ଶ୍ରୀକୃଷ୍ଣ ରକ୍ଷା କରିଛନ୍ତି । ଦୁର୍ଯ୍ୟୋଧନ ମାୟାକରି ଏକ ଜତୁଗୃହ ନିର୍ମାଣ କରିଛି । ପାଣ୍ଡବମାନେ ସେଥ‌ିରେ ଥ‌ିବା ସମୟରେ ଅଗ୍ନି ସଂଯୋଗକରି ସେମାନଙ୍କୁ ମାରିବ ବୋଲି ଚାହିଁଛି । ମାତ୍ର ପାଣ୍ଡବମାନଙ୍କୁ ରକ୍ଷା କରିଛନ୍ତି ଶ୍ରୀକୃଷ୍ଣ । ଶ୍ରୀକୃଷ୍ଣ ସିଧାସିଧ୍ ସାହାଯ୍ୟ ନକଲେ ମଧ୍ୟ ପାଣ୍ଡବମାନେ କିପରି ରକ୍ଷା ପାଇବେ, ସେଭଳି ବ୍ୟବସ୍ଥା ଯେଉଁମାନେ ସଦାସର୍ବଦା ସତ୍ୟ ମାର୍ଗରେ ଓ ଧର୍ମ ପଥରେ ଚାଲୁଥା’ନ୍ତି, ସେମାନଙ୍କୁ ଭଗବାନ ସବୁବେଳେ କରୁଣା କରିଥା’ନ୍ତି । ତାଙ୍କ ପ୍ରତି ଆସୁଥିବା ସମସ୍ତ ବିପଦକୁ ସେ ଦୂରେଇ ଦେଇଥାନ୍ତି । ଭୀମଭୋଇ ଏହି ପରିପ୍ରେକ୍ଷୀରେ କହିଛନ୍ତି, ହେ ପ୍ରଭୁ ଭକ୍ତ ଭାବରେ ମୋର ସମସ୍ତ କଳଙ୍କ, ପାପକୁ ଦୂରେଇ ଦେଇ ମୋତେ ସାତ୍ତ୍ଵିକ ଭାବାପନ୍ନ କରାଅ । ତୁମେ ଦୟା କରି ମୋତେ ଜଗତରେ ବଞ୍ଚିବାପାଇଁ ବାଟ ଦେଖାଅ । ଆରାଧ୍ୟ ଦେବତାଙ୍କ ଭକ୍ତି ଭାବରେ ଭୀମଭୋଇ ଜଣାଇଛନ୍ତି, ହେ ପ୍ରଭୁ, ତୁମେ କେଉଁ ପରି ଆଜ୍ଞା ଦେବ, ଯାହାକି ମୋ ମନ ମଧ୍ୟରେ ମୁଁ ଭାବି ସାରିଛି । ଅର୍ଥାତ୍ ତୁମେ ନିତ୍ୟ ଚିରନ୍ତନ ଆଜ୍ଞା ଦେବ, ଯାହାକୁ ଜଗତରେ ଆଉ କେହି ନଜାଣିଲେ ମଧ୍ୟ ମୁଁ ତାହା ଏକମାତ୍ର ଜାଣୁଥ‌ିବି ।

ଯାଇଥିଲେ । ରାଜପୁତ୍ର ଭାବରେ ନଯାଇ, ସାଧାରଣ ବ୍ରାହ୍ମଣ ଭାବରେ ସେଠାରେ ପହଞ୍ଚିଲେ । ଅର୍ଜୁନ ଲାଖ ବିନ୍ଧିବାରୁ ବାହାରିଥିଲା । ଅର୍ଥାତ ଭଗବାନ ପାଣ୍ଡବଙ୍କୁ ଦ୍ରୌପଦୀଙ୍କୁ ଦେଇ ଯୁଦ୍ଧ ଆରମ୍ଭର ଯୋଜନା କରିଥିଲେ । ଦ୍ରୌପଦୀ ଯେପରି ଥିଲେ ଯୁଦ୍ଧର ଅଳଙ୍କାର ସଦୃଶ । ଭୀମଭୋଇ କହିଛନ୍ତି, ହେ ଗୁରୁଦେବ, ହେ ମୋର ସ୍ୱାମୀ, ତୁମେ ହେଉଛ ଅନ୍ତର୍ଯ୍ୟାମୀ । ତୁମେ ସବୁକିଛି ଜାଣିପାର । ତେଣୁ ମୁଁ ଆଉ ଅଧିକ କ’ଣ ତୁମକୁ କହିବି । ହେ ପ୍ରଭୁ, ତୁମ ଆଗରେ ମୁଁ ମୋ ମନର ଭାବକୁ ଜଣାଉଛି । ଏତିକି ହିଁ ତୁମ ନିକଟରେ ମୋର ମାଗୁଣି । ତୁମକୁ ମୁଁ ସେବା କରୁଛି । ତୁମକୁ ମୁଁ ଭକ୍ତି କରୁଛି । ତେଣୁ ତୁମେ ମୋତେ ସେବକ ବା ଭକ୍ତ ଭାବରେ ଗ୍ରହଣ କର । ମୋ ହାତ ଧରି କର୍ମସିଦ୍ଧି ହେବାର ବ୍ୟବସ୍ଥା କର । କାରଣ ତୁମରି ଦୟାରେ ହିଁ ମୁଁ କେବଳ ରହିଛି, ଦୟାରେ ହିଁ ବଢ଼ିଛି, ହେ ଗୁରୁଦେବ ମୋର ମର୍ଯ୍ୟାଦା ତୁମେ ହିଁ ରକ୍ଷାକର ।

କବି ରାମାୟଣର ଏକ ପ୍ରସଙ୍ଗ ଉଲ୍ଲେଖ କରି କହିଛନ୍ତି, ମୁନିମାନେ ପ୍ରଭୁ ରାମଚନ୍ଦ୍ରଙ୍କର ଭୁବନମୋହନ ରୂପ ଦେଖି ମୋହିତ ହୋଇଥିଲେ । ସେମାନେ ନିଜ ହୃଦୟରେ ରାମଚନ୍ଦ୍ରଙ୍କର ଅଙ୍ଗସଙ୍ଗ ଲାଭ କରିବାକୁ ଇଚ୍ଛା କରିଥିଲେ । ଅନ୍ତର୍ଯ୍ୟାମୀ ପ୍ରଭୁ ଭାବରେ କୃଷ୍ଣ ଅବତାରରେ ସେହି ମୁନିମାନଙ୍କୁ ବ୍ରଜନାରୀ ବା ଗୋପାଙ୍ଗନା କରି ସେମାନଙ୍କ କାମନା ପୂରଣ କରିଥିଲେ । ମୁନିମାନଙ୍କ ପରି ମୁଁ ସଦାସର୍ବଦା ଅନ୍ତର ମନରେ ତୁମକୁ ସ୍ମରଣ କରୁଛି । ତୁମକୁ ପାଇବାପାଇଁ ସବୁବେଳେ ଇଚ୍ଛା କରୁଛି । ହେ ପ୍ରଭୁ, ତୁମେ ଯଦି ମୋତେ ଖାଲି ଚାହିଁଦିଅ, ତାହେଲେ ମୋତେ ମୁକ୍ତି ମିଳିଯିବ । ପ୍ରଳୟକାଳରେ ଭାସି ଭାସି ଯାଉଥବା ହରିବଂଶର ଏକ ପ୍ରସଙ୍ଗର ସୂଚନା କବି ଦେଇଛନ୍ତି । କୃଷ୍ଣଙ୍କୁ ମାରିବା ଉଦ୍ଦେଶ୍ୟରେ ମହାପ୍ରତାପୀ କଂସ ଲକ୍ଷେଭାର ପଦ୍ମଦେବାକୁ ଗୋପପୁରକୁ ଆଦେଶ ଦେଇଥିଲା । ଏତେ ପଦ୍ମ କେବଳ କାଳିନ୍ଦୀ ହ୍ରଦରେ ଥିଲା ।

କାଳିନ୍ଦୀ ହ୍ରଦରେ ଥିଲା କାଳୀୟ ନାଗ । ସେହି ହ୍ରଦକୁ ଯିଏ ଯିବ, ସେ ନିଶ୍ଚୟ କାଳୀୟ ନାଗ ଦଂଶନରେ ମୃତ୍ୟୁବରଣ କରିବ । ମାତ୍ର ଶ୍ରୀକୃଷ୍ଣ ପାଖକୁ ପଠାଇଥିଲେ । ଏହାକୁ ବର୍ଣ୍ଣନା କରି କବି କହିଛନ୍ତି, କଂସର ଆଜ୍ଞାରେ ବେଣୁଧର କୃଷ୍ଣ ପଦ୍ମଫୁଲ ତୋଳିବାକୁ ଯିବାବେଳେ, କାଳୀୟ ନାଗ ତାଙ୍କ ପାଦକୁ ଦଂଶନ କରିଥିଲା । ବେଣୁଧର ସ୍ଵୟଂ ନାରାୟଣ ଗରୁଡ଼କୁ ପଠାଇ, କାଳୀୟ ନାଗର ଗର୍ବ ଗଞ୍ଜନ କରିଥିଲେ । ସେ କୃଷ୍ଣଙ୍କ ପାଖରେ ଶରଣାପନ୍ନ ହେବାରୁ, କୃଷ୍ଣ ତା’ର ଦୋଷକୁ କ୍ଷମା କରି ଦେଇଥିଲେ ।

ତୁମ ପଦତଳେ ଏକାନ୍ତଭାବେ ଶରଣାପନ୍ନ ହେଉଛି, ତେଣୁ ତୁମେ ମୋହର ବିନତି ରଖ ଏବଂ ଗୁହାରି ଶୁଣ । ଆପଣଙ୍କ ପାଦକୁ ଆଘାତ କରିଥିଲା, ଏହା ମଧ୍ୟ ଥିଲା ତୁମର ମାୟା । ଜାରା ଶବର ତୁମପାଦକୁ ଶରାଘାତ କରିଥିଲେ ମଧ୍ୟ ତୁମେ ତାକୁ ମୁକ୍ତି ଦେଇଥିଲା । ବିଷ୍ଣୁ ଦୂତକୁ ପ୍ରେରଣ କରି ସ୍ଵର୍ଗପଥର ଯାତ୍ରୀ କରିଥିଲ । ତୁମେ ତାହାର କୌଣସି ଅପରାଧ କରି ଏବଂ ତୁମ ନାମରେ ଶାସ୍ତ୍ର ରଚନା କରିଥିଲେ ମଧ୍ୟ ମୁଁ ଜନ୍ମଜନ୍ମାନ୍ତ ଦୋଷୀ ହୋଇ ରହିଛି । ମୁଁ ସଦାସର୍ବଦା ଦୁଃଖରେ

ପଡ଼ି ଏହି ମହିମା ଧର୍ମ ବା ଶୂନ୍ୟବାନା ତଳେ ଆଶ୍ରୟ ନେଇଛି । ତୁମେ ହିଁ କେବଳ ମୋତେ ଉଦ୍ଧାର କରିପାରିବ । ତୁମରି ପାଇଁ ମୁଁ ଏ ଭବସାଗରରୁ ତରିଯିବି । ତୁମରି ଆଶୀର୍ବାଦ ରୂପକ ନାବରେ ଏ ଭବଜଳରୁ ମୁଁ ମୁକ୍ତି ପାଇଯିବି । ମାଠିଆ ବା ଘଟକୁ ଢାଉ ରଙ୍ଗରେ ଚିତ୍ରିତ କଲାପରି, ମୁଁ ମୋର ଶରୀର ଘଟକୁ ଗେରୁଆ ରଙ୍ଗରେ ସଜାଇଛି । ଏ ପ୍ରଳୟ ଜଳରୁ ମୁକ୍ତି ପାଇବାପାଇଁ ମୋତେ ଆଉ କୌଣସି ପ୍ରକାର ବୁଦ୍ଧି ଦେଖାଯାଉ ନାହିଁ । ଏ ପ୍ରଳୟ ଜଳର ପ୍ରଭାବରେ, ଡାଳ ସିଞ୍ଚାଡ଼ି ମୂଳ ଉପୁଡ଼ି ଯାଉଛି । ପୁଣି ପ୍ରବଳ ଜଳ ଭଉଁରୀ ରହିଛି ଯାହାକି ମୋତେ ଟାଣି ନେଉଛି । ମୁଁ ତୁମର ନାମକୁ ହିଁ ଦୃଢ଼ଭାବରେ ଧରିଛି ।

ଯେଉଁମାନେ ପ୍ରଭୁଭକ୍ତ ଓ ତାଙ୍କର ମନ ଚିତ୍ତ ପ୍ରଭୁଙ୍କ ନିକଟରେ ସମର୍ପିତ, ସେମାନେ ମନ୍ ମଧ୍ଯରେ ରାମନାମ ସଦାସର୍ବଦା ଭଜନ କରୁଛନ୍ତି । ଏହି କ୍ଷେତ୍ରରେ କବି ନିଜକୁ ଅଜ୍ଞାନୀ, ମେଚ୍ଛ, ପାପୀ ବୋଲି ମନେକରି କିପରି ମୁକ୍ତି ପାଇବେ ବୋଲି କହିଛନ୍ତି । ପୁନଶ୍ଚ ସେ କହିଛନ୍ତି, ତାଙ୍କର ହେଉଛି ବାଳୁତ ମନ । ସେ ଅଜ୍ଞାନ ଭାବରେ ମନକୁ ସ୍ଥିର କରିପାରୁ ନାହାଁନ୍ତି । ଏ ସଂସାର ସାଗରରୁ ପାରି ହେବାପାଇଁ ସେ କେବଳ ସାଧୁସନ୍ଥଙ୍କ ପଦାଙ୍କ ଅନୁସରଣ କରିବେ । କେବଳ ପାଦକୁ ଧ୍ୟାନ ଧାରଣାରେ ରଖି ଚେତନାର ସହ ନାମକୁ ସ୍ମରଣ କରିବେ ବୋଲି କବି ଭୀମଭୋଇ ସ୍ଵୀକାର କରିଛନ୍ତି ।

କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 11 Odia Solutions Chapter 9 Img 2

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Odisha State Board BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ Textbook Exercise Questions and Answers.

BSE Odisha Class 7 Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ସୁରେନ୍ଦ୍ର ସାଏ କାହିଁକି ଗଣବିପ୍ଳବ କରିଥିଲେ ?
Answer:
ନିଜର ଜନ୍ମଭୂମି ସମ୍ବଲପୁରକୁ ବିଦେଶୀ ଇଂରେଜ ଶାସକଙ୍କ କବଳରୁ ଛଡ଼ାଇ ଆଣି ସ୍ଵାଧୀନତା ଦେବାପାଇଁ ସୁରେନ୍ଦ୍ର ସାଏ ଗଣ ବିପ୍ଳବ କରିଥିଲେ ।

(ଖ ) ପୋଥ‌ିବିଦ୍ୟା ଶିକ୍ଷା ଅପେକ୍ଷା ପିଲାଦିନୁ ସେ କେଉଁ ଶିକ୍ଷାକୁ ଭଲ ପାଉଥିଲେ ?
Answer:
ସୁରେନ୍ଦ୍ର ସାଏ ପୋଥିବିଦ୍ୟା ଶିକ୍ଷା ଅପେକ୍ଷା ପିଲାଦିନୁ ବିଭିନ୍ନ ପ୍ରକାର ଶାରୀରିକ କୌଶଳ ଶିକ୍ଷାକୁ ଭଲ ପାଉଥିଲେ । ଫଳରେ ଶରୀର ଚର୍ଚ୍ଚା, ଘୋଡ଼ାଦୌଡ଼, ଶରସନ୍ଧାନ ଓ ତରବାରି ଚାଳନା ଆଦି ବିଦ୍ୟାରେ ସେ ଅସମ୍ଭବ ପଟୁତା ଲାଭ କରିଥିଲେ ।

(ଗ) ସେ କାହାକୁ ବାହା ହୋଇଥିଲେ ?
Answer:
ସୁରେନ୍ଦ୍ର ସାଏ ଛୋଟନାଗପୁର ଅଧୀନସ୍ଥ ଗାଙ୍ଗପୁର ରାଜ୍ୟର ହାତୀବାଡ଼ି ଜମିଦାରଙ୍କ କନ୍ୟାଙ୍କୁ ବାହା ହୋଇଥିଲେ ।

(ଘ) ତାଙ୍କ ପୁଅଙ୍କ ନାମ କ’ଣ ?
Answer:
ସୁରେନ୍ଦ୍ରଙ୍କର ଏକମାତ୍ର ପୁତ୍ର ଥିଲେ ଏବଂ ତାହାର ନାମ ଥିଲା ମିତ୍ରଭାନୁ ସାଏ ।

(ଙ) ସେ କେଉଁ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗିଥିଲେ ?
Answer:
ସୁରେନ୍ଦ୍ର ସାଏ ମଧ୍ୟପ୍ରଦେଶ ଅନ୍ତର୍ଗତ ଅସୁରଗଡ଼ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗିଥିଲେ ।

(ଚ) ସମ୍ବଲପୁର ରାଜବଂଶର ଜମିଦାରଙ୍କ ଭିତରେ କାହିଁକି କନ୍ଦଳ ଚାଲିଥିଲା ?
Answer:
ସିଂହାସନ ଅଧିକାରକୁ ନେଇ ସମ୍ବଲପୁର ରାଜବଂଶର ବିଭିନ୍ନ ଜମିଦାରଙ୍କ ଭିତରେ କନ୍ଦଳ ଚାଲିଥିଲା ।

(ଛ) ନାରାୟଣ ସିଂହ କିଏ ? ସେ କାହା ଉପରେ ଅତର୍କିତ ଆକ୍ରମଣ କରି ପରାସ୍ତ କରିଥିଲେ ?
Answer:
ନାରାୟଣ ସିଂହ ଥିଲେ ବରପାଲିର ଜମିଦାର ଭବାନୀ ସିଂହଙ୍କ କକା । ଇଂରେଜମାନେ ତାଙ୍କୁ ୧୮୩୩ ମସିହା ଅକ୍ଟୋବର ୧୧ ତାରିଖରେ ସମ୍ବଲପୁର ରାଜଗାଦିରେ ବସାଇଲେ । ସେ ଇଂରେଜମାନଙ୍କ ସାହାଯ୍ୟରେ ସୁରେନ୍ଦ୍ର ସାଏଙ୍କ ଉପରେ ଅତର୍କିତ ଆକ୍ରମଣ କରି ତାଙ୍କୁ ପରାସ୍ତ କରିଥିଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ସୁରେନ୍ଦ୍ର ସାଏଙ୍କ ପରିବାରରେ କିଏ କିଏ ରହୁଥିଲେ ? ତାଙ୍କ ବାପା ଓ ମାଆଙ୍କ ନାମ କ’ଣ ?
Answer:
ସୁରେନ୍ଦ୍ର ସାଏଙ୍କ ପରିବାରରେ ରହୁଥିଲେ ତାଙ୍କର ଛଅ ଭାଇ ଓ ଗୋଟିଏ ଭଉଣୀ । ତାଙ୍କ ବାପାଙ୍କ ନାମ ଧରମ ସିଂହ ଓ ମାଆଙ୍କ ନାମ ରେବତୀ ଦେବୀ ।

(ଖ) ନାରାୟଣ ସିଂହ ରାଜା ହେଲା ପରେ କାହିଁକି ଚାରିଆଡ଼େ ଅସନ୍ତୋଷ ଦେଖାଦେଲା ?
Answer:
ନାରାୟଣ ସିଂହ ଥିଲେ ପ୍ରଜାଙ୍କର ସ୍ଵାର୍ଥବିରୋଧୀ । କେବଳ ଇଂରେଜ ସରକାର ଓ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଛାଡ଼ିଦେଲେ, ସଂଖ୍ୟାଗରିଷ୍ଠ ଆଦିବାସୀ ସମ୍ପ୍ରଦାୟ ପ୍ରତି ସେ ସମ୍ପୂର୍ଣ୍ଣ ଉଦାସୀନ ଥିଲେ । ତେଣୁ ନାରାୟଣ ସିଂହ ରାଜା ହେଲା ପରେ ଚାରିଆଡ଼େ ଅସନ୍ତୋଷ ଦେଖାଦେଲା ।

(ଗ) ସୁରେନ୍ଦ୍ର ସାଏ ହଜାରିବାଗ ଜେଲ୍‌ରୁ ସମ୍ବଲପୁର ଫେରିଲା ପରେ କ୍ୟାପ୍‌ଟେନ୍ ଲି’ କାହିଁକି ଆତଙ୍କିତ ହୋଇପଡ଼ିଲେ ?
Answer:
ସୁରେନ୍ଦ୍ର ସାଏ ଥିଲେ ଜଣେ ଅନନ୍ୟ ସଂଗ୍ରାମୀ । ସମ୍ବଲପୁରର ପ୍ରଜାମାନଙ୍କର ଓ ଗୌନ୍ତିଆ ଜମିଦାରଙ୍କର ସେ ଆନ୍ତରିକ ସମର୍ଥନ ଲାଭ କରିଥିବାରୁ ଯେ କୌଣସି ସମୟରେ ସେ ସମ୍ବଲପୁରରେ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବାର ସମ୍ଭାବନା ଥିଲା । ତେଣୁ ସୁରେନ୍ଦ୍ର ସାଏ ହଜାରିବାଗ ଜେଲ୍‌ରୁ ସମ୍ବଲପୁର ଫେରିଲା ପରେ କ୍ୟାପ୍ଟେନ୍ ଲି’ ଆତଙ୍କିତ ହୋଇପଡ଼ିଲେ ।

(ଘ) ତାଙ୍କୁ ଧରିବା ପାଇଁ ଇଂରେଜମାନେ କେଉଁ ସବୁ କୌଶଳ ପ୍ରୟୋଗ କରିଥିଲେ ?
Answer:
ଇଂରେଜଶାସକମାନେ ପରାକ୍ରମଶାଳୀ ଥିଲେ ମଧ୍ୟ ଓଡ଼ିଶାର ବିପ୍ଳବୀମାନଙ୍କୁ ଭୟ କରୁଥିଲେ। ବୀର ସୁରେନ୍ଦ୍ରଙ୍କର ନେତୃତ୍ଵକୁ ଭୟକରି ତାଙ୍କୁ ଧରିବାପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିଥିଲେ ମଧ୍ୟ ସଫଳ ହୋଇ ନଥିଲୋ ସମ୍ବଲପୁରର ତତ୍କାକାନ ଆସିଷ୍ଟଶୁ କମିଶନର କ୍ୟାପ୍ଟେନ୍ ଲି ସୁରେନ୍ଦ୍ରଙ୍କୁ ଧରାଇଦେବାପାଇଁ ପୁରସ୍ନାର ଘୋଷଣା କରିଥିଲେ । ମାତ୍ର ପ୍ରଜାମାନେ ଏଥରେ ସହାୟତା କରି ନ ଥିଲେ । ଥରେ ସୁରେନ୍ଦ୍ରସାଏ ବାରଶହ ସୈନ୍ୟଙ୍କୁ ନେଇ କ୍ୟାପ୍‌ଟେନ୍ ଲି’ଙ୍କ ନିକଟରେ କାରାଦଣ୍ଡରୁ ମୁକ୍ତି ଏବଂ ସମ୍ବଲପୁରର ସ୍ଵାଧୀନତା ଦାବି କରିଥିଲେ । ଏହି ସୁଯୋଗରୁ କ୍ୟାପ୍‌ଟେନ୍ ଲି’ ସୁରେନ୍ଦ୍ରଙ୍କୁ ଧରିବା ପାଇଁ କୌଶଳ କରିଥିଲେ; କିନ୍ତୁ ବିଚକ୍ଷଣମତି ସୁରେନ୍ଦ୍ର ଅତି ଚତୁରତାର ସହ ସେଠାରୁ ଖସି ଯାଇଥିଲେ।

(ଙ) ସିପାହୀ-ବିଦ୍ରୋହ କେତେ ମସିହାରେ ହୋଇଥିଲା ଓ କିଭଳି ରୂପ ଧାରଣ କରିଥିଲା ?
Answer:
ସିପାହୀ-ବିଦ୍ରୋହ ବା ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ୧୮୫୭ ମସିହାରେ ହୋଇଥିଲା । ସଂଗ୍ରାମୀମାନେ ସେହି ବର୍ଷ ଜୁଲାଇ ମାସ ୩୧ ତାରିଖରେ ହଜାରିବାଗ ଜେଲ୍‌କୁ ଭାଙ୍ଗି ଦେଇଥିଲେ ଓ ବନ୍ଦୀମାନଙ୍କୁ ଖଲାସ କରି ଦେଇଥିଲେ । ଅନ୍ୟ ବନ୍ଦୀମାନଙ୍କ ସହ ସୁରେନ୍ଦ୍ର ସାଏ ମଧ୍ଯ ହଜାରିବାଗ ଜେଲ୍‌ରୁ ଖଲାସ ହେଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୩।
ପ୍ରାୟ ୮୦ଟି ଶବ୍ଦ ମଧ୍ଯରେ ଉତ୍ତର ଲେଖ ।
(କ) ସୁରେନ୍ଦ୍ର ସାଏ ଥିଲେ ଜଣେ ମହାନ୍ ସଂଗ୍ରାମୀ ଓ ସଂଘର୍ଷର ପ୍ରତୀକ । ଏହା ତାଙ୍କ ଜୀବନରେ କିପରି ପ୍ରତିଫଳିତ ହୋଇଥିଲା ଲେଖ ।
Answer:
ଭାରତର ସ୍ଵାଧୀନତା ସଂଗ୍ରାମରେ ବୀର ସୁରେନ୍ଦ୍ର ସାଏ ଥିଲେ ଏକ ଅସାଧାରଣ ବ୍ୟକ୍ତିତ୍ଵ । ସମ୍ବଲପୁରକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବାପାଇଁ ସେ ଗଣବିପ୍ଳବର ନେତୃତ୍ଵ ନେଇଥିଲେ। ‘ଜୀବନର ଅନ୍ୟନାମ ସଂଘର୍ଷ ଓ ସ୍ଵାଧୀନତା ହାସଲ ପାଇଁ ଆମ୍ବ ବଳିଦାନ ହିଁ ଶ୍ରେଷ୍ଠ ଅବଦାନ’ – ଏହି ନୀତି ତାଙ୍କ ଜୀବନରେ ପ୍ରତିଫଳିତ ହୋଇଥିଲା । ସ୍ୱାର୍ଥପର ରାଜା ନାରାୟଣ ସିଂହଙ୍କ ବିରୁଦ୍ଧରେ ପ୍ରବଳ ଜନମତ ନେଇ ସେ ବିପ୍ଳବ ଆରମ୍ଭ କରିଥିଲେ। ଇଂରେଜମାନଙ୍କ ଚକ୍ରାନ୍ତରେ ପାଞ୍ଚବର୍ଷ ଜେଲଦଣ୍ଡ ଭୋଗି ୧୮୫୭ ମସିହାର ସିପାହୀ ବିଦ୍ରୋହ ସମୟରେ ସେ ମୁକ୍ତି ପାଇଥିଲେ। ତାଙ୍କର ବଳିଷ୍ଠ ନେତୃତ୍ୱ ଦେଖୁ ସମ୍ବଲପୁରର ଆସିଷ୍ଟାଣ୍ଟ କମିଶନର କ୍ୟାପଟେନ୍ ଲି’ ତାଙ୍କୁ ଧରାଇ ଦେବାପାଇଁ ପୁରସ୍କାର ଘୋଷଣା କରିଥିଲେ ।

କିନ୍ତୁ ବୀର ସୁରେନ୍ଦ୍ର ହାର ମାନି ନଥିଲେ। ଶେଷରେ ମେଜର ଇମ୍ଫାଙ୍କର କୌଶଳ ଯୋଗୁଁ ସହଯୋଗୀମାନଙ୍କୁ ହରାଇ ଦେଇ ନିଃସହାୟ ହୋଇପଡ଼ିଲେ। ପିଞ୍ଜରାବଦ୍ଧ ବାଘ ଭଳି ସୁରେନ୍ଦ୍ର ସାଏ ୧୮୬୪ ମସିହାରୁ ୧୮୮୪ ମସିହା ପର୍ଯ୍ୟନ୍ତ ଦୀର୍ଘ ୨୧ ବର୍ଷ କାରାଗାର ଭିତରେ ରହି ୯୦ ବର୍ଷ ବୟସରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ମାତ୍ର ସେ ଇଂରେଜମାନଙ୍କର ବଶତା ସ୍ଵୀକାର କରି ନଥିଲେ।

(ଖ) ମେଜର ଇମ୍ପୋ କେଉଁସବୁ ନୀତି ଅନୁସରଣ କରିଥିଲେ ?
Answer:
ସମ୍ବଲପୁରକୁ ଇଂରେଜ କବଳରୁ ମୁକ୍ତ କରିବାପାଇଁ ସୁରେନ୍ଦ୍ର ସାଏଙ୍କ ରଣସଜ୍ଜା ଓ ଯୁଦ୍ଧ ଦେହି ଡାକରାରେ ଇଂରେଜ ସରକାର ପ୍ରମାଦ ଗଣିଥିଲେ । ହଜାରିବାଗ ଜେଲରୁ ମୁକ୍ତିଲାଭ କରି ସେ ସମ୍ବଲପୁର ଆସିବାପରେ ଆସିଷ୍ଟାଣ୍ଟ କମିଶନର କ୍ୟାପ୍‌ଟେନ୍ ଲି’ ଭୟଭୀତ ହୋଇଗଲେ। ୧୮୬୧ ମସିହାରେ ମେଜର ଇମ୍ପେ ନୂଆକୌଶଳ ଅବଲମ୍ବନ କରି ବିଦ୍ରୋହୀମାନଙ୍କ ସହ ସାଲିସ୍ କରିବାକୁ ଚାହିଁଥିଲେ। ବିଦ୍ରୋହୀମାନେ ଆତ୍ମସମର୍ପଣ କଲେ କ୍ଷମା ଦିଆଯିବ ବୋଲି ଘୋଷଣା କଲେ। ଫଳରେ ଦୀର୍ଘଦିନ ଧରି ସଂଗ୍ରାମ କରୁଥିବା କ୍ଳାନ୍ତ ଓ ଅବସନ୍ନ ବିଦ୍ରୋହୀମାନେ ଆତ୍ମସମର୍ପଣ କରିବାକୁ ଲାଗିଲେ। ସହକର୍ମୀ, ପୁଅ, ଭାଇ ଇତ୍ୟାଦିଙ୍କର ଏତାଦୃଶ କାର୍ଯ୍ୟରେ ବାଧ୍ୟହୋଇ ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କରିଥିଲେ ଏବଂ ଅସୁରଗଡ଼ ଦୁର୍ଗରେ ୯୦ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

୪। ପ୍ରାୟ ୧୫୦ଟି ଶବ୍ଦ ମଧ୍ଯରେ ଉତ୍ତର ଲେଖ। ସୁରେନ୍ଦ୍ର ସାଏଙ୍କ ବିପ୍ଳବୀ ଜୀବନ କିପରି କଟିଥିଲା ଲେଖ ।
Answer:
ପରବର୍ତୀ ସମୟରେ ତାଙ୍କର ତ୍ୟାଗ, ମାତୃଭୂମି ପ୍ରୀତି, ସ୍ଵାଭିମାନୀ ଭାବ ଏବଂ ସଂଗ୍ରାମ ପାଇଁ ଦୃଢ଼ ନେତୃତ୍ଵ ତାଙ୍କୁ ଓଡ଼ିଶା ମାଟିର ଏକ ଅଲିଭା ଦୀପର ସ୍ମୃତିରେ ସାଇତି ରଖୁଛି। ଦେଶଦ୍ରୋହୀ ନାରାୟଣ ସିଂହଙ୍କୁ ଇଂରେଜମାନେ ସମ୍ବଲପୁରର ରାଜସିଂହାସନରେ ବସାଇବା ଘଟଣାକୁ ସେ ଗ୍ରହଣ କରି ପାରିନଥିଲେ। ମାତ୍ର ସେମାନଙ୍କର ଚକ୍ରାନ୍ତ ଯୋଗୁଁ ସେ ବନ୍ଦୀ ହୋଇ ପାଞ୍ଚବର୍ଷ ଏବଂ ପରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ୧୮୫୭ ମସିହାରେ ହୋଇଥବା ସିପାହୀ ବିଦ୍ରୋହ ସମୟରେ ସେ ମୁକ୍ତ ହେଲେ ସତ, କିନ୍ତୁ ମନରେ ଶତସିଂହର ବଳନେଇ ଲୁଚିଛପି ଇଂରେଜ ଅଧ୍ବକାରୀ

ଓ ସୈନ୍ୟମାନଙ୍କ ଉପରେ ଆକ୍ରମଣ ଚଳାଇଲେ। ତାଙ୍କୁ କ୍ୟାପ୍ଟେନ୍ ଲି’ ଭୟ କରୁଥିଲେ । ସାଧାରଣ ପ୍ରଜା, ଗୌନ୍ତିଆ ଓ ଜମିଦାରମାନଙ୍କର ସମର୍ଥନରେ ବାରଶହ ସୈନ୍ୟଙ୍କୁ ଧରି ସେ ବିପ୍ଳବ ଚାଲୁ ରଖୁଥିଲେ। ଶେଷରେ ମେଜର ଇମ୍ପୋଙ୍କର କୌଶଳପୂର୍ଣ୍ଣ ରଣନୀତି ଯୋଗୁଁ ସହଯୋଗୀମାନଙ୍କୁ ହରାଇ ନିଜେ ବାଧ୍ୟହୋଇ ଆତ୍ମସମର୍ପଣ କରିଥିଲେ । ଦେଶ ପାଇଁ ଜାତିପାଇଁ ଦୀର୍ଘ ୨୧ ବର୍ଷ କାରାଦଣ୍ଡ ଭୋଗକରି ୯୦ ବର୍ଷ ବୟସରେ ସେ ଇହଲୀଳା ସମ୍ବରଣ କରିଥିଲେ। ଏଥୁରୁ ବୀର ସୁରେନ୍ଦ୍ର ସାଏଙ୍କର ସଂଘର୍ଷପୂର୍ଣ୍ଣ ବିପ୍ଳବୀ ଜୀବନର ପରିଚୟ ମିଳିଥାଏ।

ତୁମପାଇଁ କାମ :

  • ସୁରେନ୍ଦ୍ର ସାଏଙ୍କ ଭଳି ସଂଗ୍ରାମୀମାନଙ୍କ ଜୀବନୀ ସଂଗ୍ରହ କର ଓ ପଢ଼ ।
  • ଲେଖକ ଦାଶ ବେନହୁରଙ୍କ ଲିଖ୍ ଅନ୍ୟାନ୍ୟ ପୁସ୍ତକ ପଢ଼ ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ସୁରେନ୍ଦ୍ର ସାଏଙ୍କର ବାଲ୍ୟଜୀବନ କିପରି କଟିଥିଲା ?
Answer:
ସୁରେନ୍ଦ୍ର ସାଏ ଥିଲେ ସମ୍ବଲପୁର ରାଜବଂଶର ଦାୟାଦ । ତାଙ୍କ ପିତାଙ୍କ ନାମ ଧରମ ସିଂହ ଓ ମାତା ଥିଲେ ରେବତୀ ଦେବୀ । ଛଅ ଭାଇ ଓ ଗୋଟିଏ ଭଉଣୀ ମଧ୍ଯରେ ସୁରେନ୍ଦ୍ର ସାଏ ଥିଲେ ଜ୍ୟେଷ୍ଠ। ୧୮୦୯ ମସିହା ଜାନୁଆରୀ ୨୩ ତାରିଖରେ ଖୁଣ୍ଡା ଜମିଦାରୀରେ ସେ ଜନ୍ମଗ୍ରହଣ କରିଥିଲେ। ପୁସ୍ତକ ବିଦ୍ୟା’ ଅପେକ୍ଷା ବିଭିନ୍ନ ଶାରୀରିକ କୌଶଳ ଶିକ୍ଷାକୁ ପିଲାଦିନୁ ସୁରେନ୍ଦ୍ର ଭଲ ପାଉଥିଲେ । ତେଣୁ ଶରୀର ଚର୍ଚ୍ଚା, ଘୋଡ଼ାଦୌଡ଼, ଶରସନ୍ଧାନ ଓ ତରବାରୀ ଚାଳନା ଆଦି ବିଦ୍ୟାରେ ସେ ଅସମ୍ଭବ ପାରଦର୍ଶିତା ଲାଭ କରିଥିଲେ । ପିତାଙ୍କ ମୃତ୍ୟୁପରେ କକା ବଳରାମ ସାଏ ତାଙ୍କ ଲାଳନ ପାଳନର ଦାୟିତ୍ଵ ନେଇଥିଲେ। ପରବର୍ତ୍ତୀ ଜୀବନରେ ତାଙ୍କ ବିପ୍ଳବୀ ଜୀବନର ଗୌରବମୟ ଗାଥା ତାଙ୍କୁ ‘ବୀର ସୁରେନ୍ଦ୍ର ସାଏ’ ନାମରେ ପରିଚିତ କରାଇଥିଲା ।

Question ୨।
ବୀର ସୁରେନ୍ଦ୍ର ସାଏ ଜଣେ ସ୍ଵାଭିମାନୀ ବ୍ୟକ୍ତି ଥିଲେ ବୋଲି କିପରି ଜାଣୁଛ ?
Answer:
ସ୍ଵାଭିମାନର ସହିତ ମାତୃଭୂମିର ମର୍ଯ୍ୟାଦା ରକ୍ଷାକରିବାକୁ ସୁରେନ୍ଦ୍ର ସାଏ ସାରା ଜୀବନ ଉତ୍ସର୍ଗ କରିଥିଲେ। ସେ ଜଣେ ଦୁର୍ବର୍ଷ ଯୋଦ୍ଧା ଓ ସ୍ଵାଭିମାନୀ ବ୍ୟକ୍ତି ହିସାବରେ ଇଂରେଜମାନଙ୍କ ମନରେ ଭୟ ସଞ୍ଚାର କରାଇ ପାରିଥିଲେ । ଦେଶଦ୍ରୋହୀ ନାରାୟଣ ସିଂହଙ୍କୁ ରାଜଗାଦିରୁ ହଟାଇବା ଓ ପ୍ରଜାଙ୍କ ସ୍ଵାର୍ଥରକ୍ଷା ପାଇଁ ସେ ବାରମ୍ବାର ଜେଲ୍ ବରଣ କରିଥିଲେ। ୧୮୬୯ ମସିହାରେ ଏକ ସର୍ଭ ରଖ୍ ସରକାର ତାଙ୍କୁ ଜେଲରୁ ମୁକ୍ତି ଦେବାପାଇଁ ଚାହିଁଥିଲେ, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ, “ମୋ ସମ୍ବଲପୁର ତ ପରାଧୀନ, ମୁଁ ଏକୁଟିଆ ମୁକ୍ତି ପାଇଲେ କ’ଣ ହେବ ? ଜୀବନର ଦୀର୍ଘ ୨୧ ବର୍ଷ ସେ କାରାଦଣ୍ଡ ଭୋଗିଥିଲେ । କିନ୍ତୁ ଇଂରେଜ ସରକାରଙ୍କ ନିକଟରେ ମୁଣ୍ଡ ନୁଆଁଇ ନ ଥିଲେ। ତାଙ୍କର ସ୍ଵାଭିମାନ, ସାହସ, ଧୈର୍ଯ୍ୟ, ଦେଶଭକ୍ତି ନିକଟରେ ଇଂରେଜ ସରକାର ହାର ମାନିଥିଲେ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୩।
କେଉଁ କାରଣରୁ ସୁରେନ୍ଦ୍ରସାଏ ଇଂରେଜ ନିକଟରେ ଆତ୍ମସମର୍ପଣ କଲେ ?
Answer:
ସମ୍ବଲପୁରର ରାଜସିଂହାସନ ଓ ମାତୃଭୂମି ସ୍ଵାଧୀନ କରିବାପାଇଁ ମାତ୍ର ୨୪ ବର୍ଷ ବୟସରୁ ସୁରେନ୍ଦ୍ର ସାଏ ସୈନ୍ୟ ସଙ୍ଗଠନକରି ବିଦ୍ରୋହ ଚାଲୁ ରଖୁଥିଲେ । ବାରମ୍ବାର ଜେଲଦଣ୍ଡ ଭୋଗିଲେ। ୧୮୬୯ରେ ମେଜର ଇମ୍ପୋ ବିଦ୍ରୋହ ଦମନ ପାଇଁ ସୁରେନ୍ଦ୍ର ସାଏଙ୍କ ସହିତ ସାଲିସ କରିବାପାଇଁ କୌଶଳ କଲେ । ଫଳରେ ବିଦ୍ରୋହୀମାନେ ଆତ୍ମସମର୍ପଣ କଲେ ସେମାନଙ୍କୁ କ୍ଷମା ଦିଆଯିବ ବୋଲି ସରକାର ଘୋଷଣା କଲେ । ଦୀର୍ଘଦିନ ସଂଗ୍ରାମ ଜାରିରଖ୍ କ୍ଳାନ୍ତ ଓ ଅବସନ୍ନ ସଂଗ୍ରାମୀମାନେ ଆତ୍ମସମର୍ପଣ କଲେ। ନିଜର ସହକର୍ମୀ, ଭାଇ ଏବଂ ପୁଅ ଇତ୍ୟାଦିଙ୍କର ଏତାଦୃଶ କାର୍ଯ୍ୟରେ ବୀର ସୁରେନ୍ଦ୍ର ନିଃସହାୟ ଅନୁଭବ କରି ଶେଷରେ ଆତ୍ମସମର୍ପଣ କରିଥିଲେ। ମାତ୍ର ପିଞ୍ଜରାମୁକ୍ତ ସିଂହଭଳି ସେ ଲୁଚି ଛପି ବିଦ୍ରୋହ ଚାଲୁ ରଖୁଥିଲେ ।

ଅତିସଂକ୍ଷିପ୍ତ ପ୍ରଶ୍ନେ।ତ୍ତର :

Question ୧।
ସୁରେନ୍ଦ୍ର ସାଏ ହଜାରିବାଗ ଜେଲରୁ ଖଲାସ ହେବା ପରେ କେଉଁ ଚିନ୍ତାରେ ବୁଡ଼ି ରହିଲେ ?
Answer:
ସୁରେନ୍ଦ୍ର ସାଏ ହଜାରିବାଗ ଜେଲରୁ ଖଲାସ ହେବା ପରେ ପ୍ରଥମେ ମାତୃଭୂମି ସମ୍ବଲପୁରକୁ ଇଂରେଜମାନଙ୍କ କବଳରୁ କିପରି ରକ୍ଷା କରିବେ ସେହି ଚିନ୍ତାରେ ବୁଡ଼ି ରହିଲେ।

Question ୨।
ସୁରେନ୍ଦ୍ର ସାଏଙ୍କ ଆଗମନର ବାର୍ତ୍ତା ପାଇ କିଏ ଆତଙ୍କିତ ହୋଇ ପଡ଼ିଲେ ?
Answer:
ସୁରେନ୍ଦ୍ର ସାଏଙ୍କ ଆଗମନରେ ବାର୍ତ୍ତା ପାଇ ତତ୍କାଳୀନ ସମ୍ବଲପୁର ଆସିଷ୍ଟାଣ୍ଟ କମିଶନର କ୍ୟାପଟେନ୍ ଲି ଆତଙ୍କିତ ହୋଇ ପଡ଼ିଲେ ।

Question ୩।
ସୁରେନ୍ଦ୍ର ସାଏ ହଜାରିବାଗ ଜେଲରୁ ଖଲାସ ହେଲାପରେ କ୍ୟାପ୍ଟେନ ଲି ଙ୍କ ପାଖରେ କେଉଁ ଦାବି ଜଣାଇଥିଲେ ? ସୁରେନ୍ଦ୍ର ସାଏ ହଜାରିବାଗ ଜେଲରୁ ଖଲାସ ହେଲାପରେ ବାରଶହ ସୈନ୍ୟଙ୍କ ଗହଣରେ ସମ୍ବଲପୁର ଆସି
Answer:
କ୍ୟାପ୍ଟେନ ଲି ଙ୍କ ନିକଟରେ କାରାଦଣ୍ଡରୁ ଅବ୍ୟାହତି ଓ ରାଜ୍ୟାଦି ଲାଗି ନିଜର ଦାବି ଜଣାଇଲେ।

Question ୪।
ସୁରେନ୍ଦ୍ର ସାଏ କ୍ୟାପଟେନ ଲିଙ୍କ ପାଖରେ ଦାବି ଜଣାଇଲାବେଳେ କ୍ୟାପ୍ଟେନ କ’ଣ ପାଇଁ ଯୋଜନା କରିଥିଲେ ?
Answer:
ସୁରେନ୍ଦ୍ର ସାଏ କ୍ୟାପ୍ଟେନ ଲିଙ୍କ ପାଖରେ ଦାବି ଜଣାଇବାବେଳେ କ୍ୟାପ୍‌ଟେନ ଲି ସୁରେନ୍ଦ୍ରଙ୍କୁ କିପରି ଗିରଫ କରିବେ ସେହି କୌଶଳରେ ରହିଥିଲେ।

Question ୫।
ମେଜର ଇମ୍ଫା କେବେ ସମ୍ବଲପୁର ଶାସନ ଭାର ଗ୍ରହଣ କଲେ ?
Answer:
ମେଜର ଇମ୍ଫା ୧୮୬୧ ଅପ୍ରେଲ ମାସରେ ସମ୍ବଲପୁର ଶାସନ ଭାର ଗ୍ରହଣ କଲେ ।

Question ୬।
ସୁରେନ୍ଦ୍ର ସାଏ କାହିଁକି ବାଧ୍ୟ ହୋଇ ଆତ୍ମସମର୍ପଣ କରିଥିଲେ ?
Answer:
ସୁରେନ୍ଦ୍ର ସାଏଙ୍କ ସହକର୍ମୀ, ପୁଅ ଓ ଭାଇ ଆଦିଙ୍କ ଆତ୍ମସମର୍ପଣ ପରେ ସେ ନିଃସହାୟ ହୋଇ ଆତ୍ମସମର୍ପଣ

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୭।
ଇଙ୍କ ମୃତ୍ୟୁ ପରେ କିଏ ସମ୍ବଲପୁରର ଡେପୁଟି କମିଶନର ଭାବେ ଯୋଗ ଦେଲେ ?
Answer:
ଇମ୍ଫାଙ୍କ ମୃତ୍ୟୁ ପରେ ମେଜର କମ୍ବର୍ଲା ଡେପୁଟି କମିଶନ ଭାବେ ଯୋଗ ଦେଇଥିଲେ।

Question ୮।
କେବେ ଓ କ’ଣ ପାଇଁ ସୁରେନ୍ଦ୍ର ସାଏଙ୍କୁ ଗିରଫ କରାଯାଇ ରାୟପୁର ଜେଲକୁ ପଠାଇ ଦିଆଗଲା ?
Answer:
୧୮୬୪ ଜାନୁଆରୀ ୨୬ ତାରିଖରେ ଲୁଚିଛପି ବିଦ୍ରୋହ ଜାରି ରଖୁଥୁବା ଅଭିଯୋଗରେ ସୁରେନ୍ଦ୍ର ସାଏଙ୍କୁ ଗିରଫ କରାଯାଇ ରାୟପୁର ଜେଲକୁ ପଠାଇ ଦିଆଗଲା ।

Question ୯।
କେବେ ସୁରେନ୍ଦ୍ର ସାଏଙ୍କୁ ଅସୁରଗଡ଼ ଦୁର୍ଗକୁ ପଠାଯାଇଥିଲା ?
Answer:
୧୮୬୫ ମସିହା ଅପ୍ରେଲ ମାସରେ ତାଙ୍କୁ ଆଜୀବନ ବନ୍ଦୀଭାବେ ଅସୁରଗଡ଼ ଦୁର୍ଗକୁ ପଠାଯାଇଥିଲା ।

Question ୧୦।
କେଉଁ କଥାକୁ ସୁରେନ୍ଦ୍ର ସାଏ ପ୍ରତ୍ୟାଖ୍ୟାନ କରିଥିଲେ ?
Answer:
୧୮୬୯ ମସିହାରେ ସୁରେନ୍ଦ୍ର ସାଏଙ୍କୁ ରାୟପୁରରେ ରହିବା ସର୍ଭରେ ଖଲାସ କରିବାପାଇଁ ସରକାର ଦେଇଥିବା ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ।

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର :

Question ୧।
ସୁରେନ୍ଦ୍ର ସାଏଙ୍କ ମାତାଙ୍କ ନାମ କ’ଣ ?
(କ) ବାସନ୍ତୀ ଦେବୀ
(ଖ) ରେବତା ଦେବା
(ଗ) କୁନ୍ତଳା ଦେବୀ
(ଘ) ଦୁର୍ଗାଦେବୀ
Answer:
(ଖ) ରେବତା ଦେବା

Question ୨।
ସୁରେନ୍ଦ୍ର ସାଏଙ୍କ ପିତାଙ୍କ ମୃତ୍ୟୁ ପରେ ତାଙ୍କର ଲାଳନପାଳନ ଦାୟିତ୍ବ କିଏ ନେଇଥିଲେ ?
(କ) ତାଙ୍କ କକା
(ଖ) ତାଙ୍କ ମାମୁ
(ଗ) ତାଙ୍କ ଦାଦି
(ଘ) ତାଙ୍କ ଜେଜେବାପା
Answer:
(କ) ତାଙ୍କ କକା

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୩।
ସୁରେନ୍ଦ୍ର ସାଏଙ୍କ କକାଙ୍କ ନାମ କ’ଣ ?
(କ) ଦୁଃଖୀଶ୍ୟାମ ସାଏ
(ଖ) ରାମକିଙ୍କର ସାଏ
(ଗ) ବଳରାମ ସାଏ
(ଘ) ନରୋତ୍ତମ ସାଏ
Answer:
(ଗ) ବଳରାମ ସାଏ

Question ୪।
ସୁରେନ୍ଦ୍ର ସାଏ କାହାର କନ୍ୟାକୁ ବିବାହ କରିଥିଲେ ?
(କ) ହାତୀବାଡ଼ି ଜମିଦାରଙ୍କ କନ୍ୟା
(ଖ) ଘେଁସ ଜମିଦାରଙ୍କ କନ୍ୟା
(ଗ) ରାୟପୁର ଜମିଦାରଙ୍କ କନ୍ୟା
(ଘ) ଛୋଟନାଗପୁର ଜମିଦାରଙ୍କ କନ୍ୟା
Answer:
(କ) ହାତୀବାଡ଼ି ଜମିଦାରଙ୍କ କନ୍ୟା

Question ୫।
ସୁରେନ୍ଦ୍ର ସାଏଙ୍କ ପୁତ୍ର ନିମ୍ନୋକ୍ତ ମଧ୍ଯରୁ କିଏ ?
(କ) ଚନ୍ଦ୍ରଭାନୁ ସାଏ
(ଖ) ମିତ୍ରଭାନୁ ସାଏ
(ଗ) ନରୋତ୍ତମ ସାଏ
(ଘ) କୀର୍ଭିଭାନୁ ସାଏ
Answer:
(ଖ) ମିତ୍ରଭାନୁ ସାଏ

Question ୬।
ଇଂରେଜମାନେ କେବେ ଓଡ଼ିଶା ଅଧିକାର କରିଥିଲେ ?
(କ) ୧୭୫୬ ମସିହା
(ଖ) ୧୮୦୨ ମସିହା
(ଗ) ୧୮୦୩ ମସିହା
(ଘ) ୧୮୧୪ ମସିହା
Answer:
(ଗ) ୧୮୦୩ ମସିହା

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୭।
ସମ୍ବଲପୁର ଇଂରେଜମାନଙ୍କ କର୍ତ୍ତୃତ୍ଵକୁ କେବେ ଆସିଥିଲା ?
(କ) ୧୮୦୩ ମସିହାରେ
(ଖ) ୧୮୧୪ ମସିହାରେ
(ଗ) ୧୮୧୬ ମସିହାରେ
(ଘ) ୧୮୪୯ ମସିହାରେ
Answer:
(ଘ) ୧୮୪୯ ମସିହାରେ

Question ୮।
ସୁରେନ୍ଦ୍ର ସାଏ କେଉଁଠାରେ ଥିଲାବେଳେ ସମ୍ବଲପୁରର ରାଜା ନାରାୟଣ ସିଂହଙ୍କର ମୃତ୍ୟୁ ହେଲା ?
(କ) ବ୍ରହ୍ମପୁର ଜେଲରେ
(ଖ) ହଜାରିବାଗ ଜେଲରେ
(ଗ) ତିହାର ଜେଲରେ
(ଘ) ଭାଗଲପୁର ଜେଲରେ
Answer:
(ଖ) ହଜାରିବାଗ ଜେଲରେ

Question ୮।
ସୁରେନ୍ଦ୍ର ସାଏ କେଉଁଠାରେ ଥିଲାବେଳେ ସମ୍ବଲପୁରର ରାଜା ନାରାୟଣ ସିଂହଙ୍କର ମୃତ୍ୟୁ ହେଲା ?
(କ) ବ୍ରହ୍ମପୁର ଜେଲରେ
(ଖ) ହଜାରିବାଗ ଜେଲରେ
(ଗ) ତିହାର ଜେଲରେ
(ଘ) ଭାଗଲପୁର ଜେଲରେ
Answer:
(ଖ) ହଜାରିବାଗ ଜେଲରେ

Question ୯।
ଭାରତର ପ୍ରଥମ ମୁକ୍ତି ସଂଗ୍ରାମ କେଉଁ ମସିହାରେ ସୂତ୍ରପାତ ହୋଇଥିଲା ?
(କ) ୧୮୦୩ ମସିହାରେ
(ଖ) ୧୮୫୬ ମସିହାରେ
(ଗ) ୧୮୫୭ ମସିହାରେ
(ଘ) ୧୮୬୦ ମସିହାରେ
Answer:
(ଗ) ୧୮୫୭ ମସିହାରେ

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୧୦।
ସୁରେନ୍ଦ୍ର ସାଏ ହଜାରିବାଗ ଜେଲରୁ ସମ୍ବଲପୁର ଆସିଥିଲାବେଳେ ସମ୍ବଲପୁର ଆସିଷ୍ଟାଣ୍ଟ କମିଶନର କିଏ ଥିଲେ?
(ଗ) ମେଜର ହାରକୋର୍ଟ
(ଘ) ମେଜର କାମ୍ବର୍ଲି
(କ) କ୍ୟାପଟେନ୍ ଲି
(ଖ) ମେଜର ଇମ୍ଫା
Answer:
(କ) କ୍ୟାପଟେନ୍ ଲି

ଲେଖକ ପରିଚୟ :

ଦାଶ ବେନହୁର ଏକ ସୃଷ୍ଟିଶୀଳ ନାମ । ନିଜକୁ ସାରସ୍ଵତ ଯେତ୍ରରେ ପ୍ରତିଷ୍ଠିତ କରି ଭିନ୍ନ ନାମରେ ପରିଚିତ କରାଇବାର ମନୋଭାବ ସ୍ଵରୂପ ସେ ହୋଇଛନ୍ତି ଦାଶ ବେନହୁର । ତାଙ୍କର ପ୍ରକୃତ ନାମ ଜିତେନ୍ଦ୍ର ନାରାୟଣ ଦାଶ । ସାହିତ୍ୟର ବିଭିନ୍ନ ବିଭାଗ, ଯଥା – ଗଳ୍ପ, ପ୍ରବନ୍ଧ, କବିତା, ଅନୁବାଦ ଓ ଶିଶୁ ସାହିତ୍ୟ କ୍ଷେତ୍ରରେ ସେ ପ୍ରତିଷ୍ଠା ଲାଭ କରିଛନ୍ତି । ତାଙ୍କର ସାହିତ୍ୟ ସାଧନା ପାଇଁ ସେ ଲାଭ କରିଛନ୍ତି ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଓଡ଼ିଶା ବିଜ୍ଞାନ ଏକାଡ଼େମୀ ଭଳି ସଂସ୍ଥାମାନଙ୍କର ପୁରସ୍କାର ।

ଲେଖା ଓ ଲେଖକ :

ପୁନଶ୍ଚ ସେ ‘ଉହାଡ଼ ନିଦରେ ପଡ଼ିଛି ଶୋଇ’ ଜନପ୍ରିୟ ବିଜ୍ଞାନ ପୁସ୍ତକ ପାଇଁ ଓଡ଼ିଶା ବିଜ୍ଞାନ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି । ଏହା ବ୍ୟତୀତ ‘ନାଭି ସମୁଦ୍ର’, ‘ଚିତ୍ରିତ ଚଉପାଶ’, ‘ଅସରନ୍ତି ମେଘ’, ‘ଗାନ୍ଧି କାହାଣୀ’ ଇତ୍ୟାଦି ତାଙ୍କର ଲୋକପ୍ରିୟ ଗ୍ରନ୍ଥ । ମହାନ୍ ସ୍ଵାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କର ଅପୂର୍ବ ତ୍ୟାଗ, ଜାତୀୟତାବୋଧ, ସଙ୍ଗଠନ ଦକ୍ଷତାର ଅପୂର୍ବ ବର୍ଣ୍ଣନା ଦେବାପାଇଁ ଲେଖକ ଏଭଳି ଜୀବନୀମୂଳକ ଲେଖା ପ୍ରକାଶ କରିଛନ୍ତି ।

ବିଷୟବସ୍ତୁର ସାରକଥା :

(୧) ଅନ୍ୟତମ ସ୍ଵାଧୀନତା ସଂଗ୍ରାମୀ:
ପରାଧୀନ ଭାରତକୁ ସ୍ଵାଧୀନତା ଦେବାପାଇଁ ଅନେକ ଜାତୀୟତାବାଦୀ ବୀର ନିଜର ଜୀବନ ଦାନ କରିଥିଲେ । ପୁନଶ୍ଚ ଓଡ଼ିଶାରେ ମଧ୍ୟ କେତେଜଣ ସ୍ଵାଧୀନତା ସଂଗ୍ରାମୀ ଇଂରେଜ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରି କାରବରଣ ସହିତ ନିଜ ଜୀବନର ସୁଖ ସୁବିଧାକୁ ତୁଚ୍ଛ ମନେକରିଥିଲେ । ସେହିଭଳି ଅନ୍ୟତମ ଦେଶପ୍ରେମୀ ହେଉଛନ୍ତି ସମ୍ବଲପୁରର ବିପ୍ଳବୀ ସୁରେନ୍ଦ୍ର ସାଏ । ତାଙ୍କର ବୀରଗାଥା ତାଙ୍କୁ ପ୍ରକୃତ ବୀରର ମର୍ଯ୍ୟାଦା ଦେଇଛି । ସେ ସମ୍ବଲପୁରକୁ ଇଂରେଜ ଶାସନ କବଳରୁ ମୁକ୍ତ କରିବାପାଇଁ ଗଣବିପ୍ଳବର ନେତୃତ୍ୱ ନେଇଥିଲେ । ସେ ଥିଲେ ସ୍ଵାଧୀନତା ସଂଗ୍ରାମ କ୍ଷେତ୍ରରେ ଅସାଧାରଣ ବ୍ୟକ୍ତିତ୍ଵ ।

(୨) ବଂଶ ପରମ୍ପରା:
ସୁରେନ୍ଦ୍ର ସାଏ ଥିଲେ ସମ୍ବଲପୁର ରାଜବଂଶର ଦାୟାଦ । ସେହି ରାଜବଂଶର ଚତୁର୍ଥ ରାଜା ମଧୁକର ସାଏଙ୍କର ସେ ଥିଲେ ପଣନାତି । ରାଜା ମଧୁକରଙ୍କର ଦ୍ୱିତୀୟ ପୁତ୍ର ଅନିରୁଦ୍ଧଙ୍କର ନାତି ଧରମ ସିଂହ ଥିଲେ ସୁରେନ୍ଦ୍ର ସାଏଙ୍କର ପିତା । ସୁରେନ୍ଦ୍ରଙ୍କ ମାତାଙ୍କ ନାମ ଥିଲା ରେବତୀ ଦେବୀ । ସୁରେନ୍ଦ୍ରଙ୍କର ଥିଲେ ଛଅ ଭାଇ ଓ ଗୋଟିଏ ଭଉଣୀ । ସେମାନଙ୍କ ଭିତରେ ସୁରେନ୍ଦ୍ର ଥିଲେ ଜ୍ୟେଷ୍ଠ । ସେ ୧୮୦୯ ମସିହା ଜାନୁୟାରୀ ୨୩ ତାରିଖରେ ଖିଣ୍ଡା ଜମିଦାରୀରେ ଜନ୍ମଗ୍ରହଣ କରିଥିଲେ ।

(୩) ବ୍ୟକ୍ତିଗତ ଜୀବନ:
ସୁରେନ୍ଦ୍ର ପୋଥଗତ ବିଦ୍ୟାରେ ପାରଙ୍ଗମ ନଥିଲେ । ଗ୍ରନ୍ଥଚର୍ଚ୍ଚା ଅପେକ୍ଷା ଶରୀର ଚର୍ଚ୍ଚାରେ ସେ ଅଧିକ ସମୟ ଦେଉଥିଲେ । ତେଣୁ ବିଭିନ୍ନ ଶାରୀରିକ କୌଶଳ ଶିକ୍ଷାକୁ ସେ ପିଲାଦିନୁ ଭଲ ପାଇଥିଲେ । ଫଳରେ ଘୋଡ଼ାଦୌଡ଼, ଶର ସନ୍ଧାନ, ତରବାରି ଚାଳନା ଆଦି ବିଦ୍ୟାରେ ସେ ଅସମ୍ଭବ ପଟୁତା ଲାଭ କରିଥିଲେ । ପିତାଙ୍କ ମୃତ୍ୟୁ ପରେ ତାଙ୍କର କଳା ବଳରାମ ସାଏ, ତାଙ୍କର ଲାଳନ ପାଳନର ଦାୟିତ୍ଵ ନେଇଥିଲେ । ସୁରେନ୍ଦ୍ରଙ୍କର ବିବାହ ହେବାରୁ ସେ ଛୋଟନାଗପୁର ଅଧୀନସ୍ଥ ଗାଙ୍ଗପୁର ରାଜ୍ୟର ହାତୀବାଡ଼ି ଜମିଦାରଙ୍କ କନ୍ୟାଙ୍କୁ ବିବାହ କରିଥିଲେ । ତାଙ୍କର ଏକମାତ୍ର ପୁତ୍ର ଥିଲେ ମିତ୍ରଭାନୁ ସାଏ ।

(୪) ରାଜବଂଶର ବିବାଦ:
୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ମାତ୍ର ସମ୍ବଲପୁର ଅଧିକାର କରିବାପାଇଁ ବିଦ୍ରୋହ ଦେଖାଦେଇଥିଲା । ଶେଷରେ ୧୮୧୯ ବେଳକୁ ସମ୍ବଲପୁର ଇଂରେଜମାନଙ୍କ କର୍ତ୍ତୃତ୍ଵକୁ ଚାଲିଯାଇଥିଲା । ସେହି ସମୟରେ ସିଂହାସନ ଅଧିକାରକୁ ନେଇ ସମ୍ବଲପୁର ରାଜବଂଶରେ ବିବାଦ ଲାଗିରହିଲା । ଏଭଳି ପରିସ୍ଥିତିରେ ଇଂରେଜମାନେ ଅନ୍ୟାୟଭାବରେ ୧୮୩୩ ମସିହା ଅକ୍ଟୋବର ୧୧ ତାରିଖରେ ବରପାଲିର ଜମିଦାର ଭବାନୀ ସିଂହଙ୍କ କକା ନାରାୟଣ ସିଂହଙ୍କୁ ସିଂହାସନରେ ବସାଇଲେ । ନାରାୟଣ ସିଂହ ଥିଲେ ପ୍ରଜାବିରୋଧୀ । ସେ ପ୍ରଜାମାନଙ୍କର କୌଣସି ପ୍ରକାର ସ୍ଵାର୍ଥକୁ ରକ୍ଷା କରିବାପାଇଁ ଚାହୁଁ ନଥିଲେ । ଫଳରେ ଚାରିଆଡ଼େ ପ୍ରଜା ଆନ୍ଦୋଳନ ଦେଖାଦେଇଥିଲା । ପୁନଶ୍ଚ ସେ କେବଳ ଇଂରେଜ ସରକାର ଓ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସବୁବେଳେ ସନ୍ତୁଷ୍ଟ କରିବାକୁ ଚାହିଁଥିଲେ । ସଂଖ୍ୟାଗରିଷ୍ଠ ଆଦିବାସୀ ସମ୍ପ୍ରଦାୟର ସୁଖସୁବିଧା ପ୍ରତି ସେ ସମ୍ପୂର୍ଣ୍ଣ ଉଦାସୀନ ଥିଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

(୫) ସୁରେନ୍ଦ୍ରଙ୍କୁ ଜେଣ୍ଡ :
ଆଦିବାସୀଙ୍କର ସ୍ବାର୍ଥରକ୍ଷା ପାଇଁ ସୁରେନ୍ଦ୍ର ପ୍ରଜା ଆନ୍ଦୋଳନର ନେତୃତ୍ବ ନେଲେ । ପୁନଶ୍ଚ ସୁରେନ୍ଦ୍ରଙ୍କର ଥିଲା ମାତୃଭୂମି ପ୍ରତି ପ୍ରଗାଢ଼ ଅନୁରକ୍ତି । ସୁରେନ୍ଦ୍ରଙ୍କୁ ସିଂହାସନରେ ବସାଇବାପାଇଁ ପ୍ରଜାମାନଙ୍କ ତରଫରୁ ଇଂରେଜ ସରକାରଙ୍କ ଉପରେ ପ୍ରବଳ ଚାପ ପଡ଼ିଥିଲା । ମାତ୍ର ଇଂରେଜମାନଙ୍କ ସହାୟତାରେ ନାରାୟଣ ସିଂହ ସୁରେନ୍ଦ୍ର ଓ ତାଙ୍କର ସମର୍ଥକମାନଙ୍କ ଉପରେ ଅତର୍କିତ ଆକ୍ରମଣ କଲେ । ସେ ସୁରେନ୍ଦ୍ରଙ୍କୁ ପରାଜିତ କଲେ । କକା ବଳରାମ ସାଏଙ୍କୁ ଆଜୀବନ କାରାଦଣ୍ଡ ହେଲା । ସୁରେନ୍ଦ୍ରଙ୍କୁ ପ୍ରଥମେ ପାଞ୍ଚବର୍ଷ ପାଇଁ ଜେଣ୍ଡ ହୋଇଥିଲେ ବି ନାରାୟଣ ସିଂହଙ୍କ ଆପରି କ୍ରମେ ତାଙ୍କୁ ଆଜୀବନ ଜେଲ୍ସଦଣ୍ଡ ହୋଇଥିଲା । ସୁରେନ୍ଦ୍ର ହଜାରିବାଗ ଜେଲ୍‌ରେ ରହିଲେ । ୧୮୪୯ ମସିହା ସେପ୍ଟେମ୍ବର ମାସରେ ରାଜା ନାରାୟାଣ ସିଂହଙ୍କର ମୃତ୍ୟୁ ହେବାପରେ ସିଧାସଳଖ ଇଂରେଜମାନଙ୍କ ଅଧା।ନକୁ ଚାଲିଯାଇଥିଲା।

(୬) ସିପାହୀ ବିଦ୍ରୋହର ପ୍ରଭାବ:
୧୮୫୭ ମସିହାରେ ସିପାହୀ ବିଦ୍ରୋହ ହୋଇଥିଲା । ଏହି ବିଦ୍ରୋହର ପ୍ରଭାବ ସାରା ଭାରତରେ ଅନୁଭୂତ ହୋଇଥିଲା । ଏହା ଥିଲା ଭାରତର ପ୍ରଥମ ମୁକ୍ତି ସଂଗ୍ରାମ । ସେହି ବର୍ଷ ଜୁଲାଇ ମାସ ୩୧ ତାରିଖରେ ବିଦ୍ରୋହୀମାନେ ହଜାରିବାଗ ଜେଲ୍ ଭାଙ୍ଗି ସମସ୍ତ ବନ୍ଦୀଙ୍କୁ ମୁକ୍ତ କରିଦେଲେ । ଏମାନଙ୍କ ସହ ସୁରେନ୍ଦ୍ର ସାଏ ମୁକ୍ତ ହେଲେ । ସ୍ଵାଧୀନତାର ସ୍ବାଦ ଲାଭକଲା ପରେ ନିଜର ମାତୃଭୂମି ସମ୍ବଲପୁରକୁ କିପରି ଇଂରେଜମାନଙ୍କ କବଳରୁ ମୁକ୍ତ କରିବେ, ସେହି ଚିନ୍ତାଧାରାରେ ସେ ବୁଡ଼ି ରହିଲେ । ଭାରତ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ସଂଗ୍ରାମୀଭାବେ ନିଜକୁ ସେ ପ୍ରସ୍ତୁତ କଲେ ।

(୭) କ୍ୟାପ୍‌ଟେନ୍ ଲି’ଙ୍କ ବିଶ୍ୱାସଘାତକତା:
ସୁରେନ୍ଦ୍ର ସାଏ ଜେଲ୍‌ରୁ ମୁକ୍ତି ପାଇ ସମ୍ବଲପୁର ଆସିଲେ । ସେ ସମ୍ବଲପୁର ଆସିବାର ବାର୍ତ୍ତା ଶୁଣି ସେ ସମୟର ସମ୍ବଲପୁରର ଆସିଷ୍ଟାଣ୍ଟ କମିଶନର କ୍ୟାପ୍‌ଟେନ୍ ଲି’ ଆତଙ୍କିତ ହୋଇପଡ଼ିଲେ । ସୁରେନ୍ଦ୍ରଙ୍କୁ କୌଣସି ପ୍ରକାରେ ଧରିବାପାଇଁ ସେ ଚେଷ୍ଟାକଲେ । ଏପରିକି ତାଙ୍କୁ ଧରାଇ ଦେବାପାଇଁ ପୁରସ୍କାର ରାଶି ଘୋଷଣା କଲେ । ଯେହେତୁ ସୁରେନ୍ଦ୍ର ପ୍ରଜାମାନଙ୍କ ପାଇଁ ସଂଗ୍ରାମ କରୁଥିଲେ, ସେଥ୍ପାଇଁ ତାଙ୍କୁ ଧରିବା ସହଜ ନଥିଲା । ଶେଷରେ ସୁରେନ୍ଦ୍ର ନିଜେ ବାରଶହ ସୈନ୍ୟଙ୍କ ଗହଣରେ ସମ୍ବଲପୁର ଆସି କ୍ୟାପ୍‌ଟେନ୍ ଲି’ଙ୍କ ନିକଟରେ କାରାଦଣ୍ଡରୁ ଅବ୍ୟାହତି ଓ ସମ୍ବଲପୁରର ମୁକ୍ତି ପାଇଁ ଦାବି ଜଣାଇଲେ । କ୍ୟାପ୍‌ଟେନ୍ ଲି’ ସେହି ସୁଯୋଗରେ ଅତି ଚତୁରତାର ସହିତ ସୁରେନ୍ଦ୍ରଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ମାତ୍ର ଦୁର୍ଦ୍ଦଷ ସୁରେନ୍ଦ୍ର କୌଶଳରେ ଇଂରେଜମାନଙ୍କ ଆସ୍‌ରେ ଧୂଳି ଦେଇ ସେଠାରୁ ଖସିଯାଇଥିଲେ ।

(୮) ବିଦ୍ରୋହୀ ସୁରେନ୍ଦ୍ର :
ସୁରେନ୍ଦ୍ର ହେଲେ ବିଦ୍ରୋହୀ । ବିଦ୍ରୋହ ହେଲା ତୀବ୍ରତର । ସୁରେନ୍ଦ୍ର ଅଧୂକ ହିଂସ୍ର ହୋଇ ଛପି ରହି ନାନାସ୍ଥାନରେ ଇଂରେଜ ଅଧିକାରୀ ଓ ସୈନ୍ୟମାନଙ୍କ ଉପରେ ଅତର୍କିତ ଆକ୍ରମଣ କଲେ । ଏଥିରେ ଅନେକ ବିଦ୍ରୋହୀ ପ୍ରାଣବଳି ଦେଲେ । ମାତ୍ର ଇଂରେଜ ସରକାର ଅଧିକ କ୍ଷତିଗ୍ରସ୍ତ ହେଲେ । ସେମାନେ କୌଣସି ଉପାୟରେ ସୁରେନ୍ଦ୍ରଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

(୯) ମେଜର ଇମ୍ପୋଙ୍କ କୋହଳ ନୀତି:
ଏହିପରି ବିଦ୍ରୋହ ଚାଲିଥିବା ସମୟରେ ୧୮୬୧ ମସିହା ଅପ୍ରେଲ ମାସରେ ସମ୍ବଲପୁରର ଶାସନଭାର ଗ୍ରହଣ କଲେ ମେଜର ଇମ୍ପୋ । ପରିସ୍ଥିତିକୁ ଆଖ୍ ଆଗରେ ରଖ୍ ସେ ସୁରେନ୍ଦ୍ର ଓ ବିଦ୍ରୋହୀଙ୍କ ପ୍ରତି କୋହଳ ନୀତି ଅନୁସରଣ କଲେ । ସୁରେନ୍ଦ୍ରଙ୍କ ସହିତ ସାଲିସ କଲେ ସମ୍ବଲପୁରରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି, ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଲେ । ବିଦ୍ରୋହୀମାନେ ଆତ୍ମ ସମର୍ପଣ କଲେ ସେମାନଙ୍କୁ କ୍ଷମା ଦିଆଯିବ ବୋଲି ସରକାର ବାଧ୍ୟହୋଇ ଘୋଷଣା କଲେ । ବିଦ୍ରୋହୀମାନେ ମଧ୍ୟ ବହୁଦିନ ସଂଗ୍ରାମ କରି କ୍ଳାନ୍ତ ହୋଇ ପଡ଼ିଥିଲେ । ତେଣୁ ସେମାନେ ଜଣ ଜଣ କରି ଆତ୍ମସମର୍ପଣ କଲେ ।

(୧୦) ସୁରେନ୍ଦ୍ରଙ୍କ ଆତ୍ମସମର୍ପଣ:
ସୁରେନ୍ଦ୍ରଙ୍କର ସମସ୍ତ ସହକର୍ମୀ, ପୁଅ ଓ ଭାଇ ଆଦି ଆତ୍ମସମର୍ପଣ କଲାପରେ, ସେ ନିଃସହାୟ ହୋଇପଡ଼ିଲେ । ବାଧ୍ୟହୋଇ ସେ ଆତ୍ମସମର୍ପଣ କଲେ । ମାତ୍ର ଇମ୍ପୋଙ୍କର ମୃତ୍ୟୁ ହେଲା ପରେ ପରିସ୍ଥିତି ବଦଳି ଯାଇଥିଲା । ମେଜର କମ୍ବର୍ଲିଡେପୁଟି କମିଶନର ଭାବେ ଯୋଗଦେବା ପରେ, ସୁରେନ୍ଦ୍ରଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଲେ । ସୁରେନ୍ଦ୍ର ଲୁଚିଛପି ବିଦ୍ରୋହ କରୁଛନ୍ତି ବୋଲି ସେ ଅଭିଯୋଗ କଲେ । ସେ ତାଙ୍କୁ ୧୮୬୪ ମସିହା ଜାନୁଆରୀ ୨୬ ତାରିଖରେ ଗିରଫ କରି ରାୟପୁର ଜେଲକୁ ପଠାଇଦେଲେ । ପୁନଶ୍ଚ ୧୮୬୫ ମସିହା ଅପ୍ରେଲ ମାସରେ ତାଙ୍କୁ ଆଜୀବନ ବନ୍ଦୀ ଭାବରେ ମଧ୍ୟପ୍ରଦେଶ ଅନ୍ତର୍ଗତ ଅସୁରଗଡ଼ ଦୁର୍ଗକୁ ପ୍ରେରଣ କରିଦେଲେ ।

(୧୧) ସ୍ଵାଭିମାନୀ ସୁରେନ୍ଦ୍ର :
୧୮୬୯ ମସିହାରେ ସୁରେନ୍ଦ୍ରଙ୍କୁ ସରକାର ଏକ ନୂତନ ପ୍ରସ୍ତାବ ଦେଇଥିଲେ । ସେ ରାୟପୁରରେ ରହିବା ସର୍ଭରେ ତାଙ୍କୁ ଖଲାସ କରାଯିବ ବୋଲି କହିଥିଲେ । ମାତ୍ର ସୁରେନ୍ଦ୍ର ଏଭଳି ସର୍ତ୍ତମୂଳକ ଖଲାସକୁ ପ୍ରତ୍ୟାଖ୍ୟାନ କରିଥିଲେ । କାରଣ ତାଙ୍କ ମାତୃଭୂମି ସମ୍ବଲପୁର ପରାଧୀନ ଥିଲାବେଳେ ସେ ଏକାକୀ ମୁକ୍ତି ପାଇବାପାଇଁ ଚାହୁଁ ନ ଥିଲେ। ସେ ଅତିଶୟ ବୃଦ୍ଧ ଅବସ୍ଥାରେ ଚିକିତ୍ସିତ ହେଉଥିଲାବେଳେ ୧୮୮୪ ମସିହା ଫେବୃୟାରୀ ୨୮ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁବେଳକୁ ସୁରେନ୍ଦ୍ରଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସୁରେନ୍ଦ୍ର ଥିଲେ ଆଜୀବନ ସଂଗ୍ରାମୀ । ସଂଗ୍ରାମ ଓ ସଂଘର୍ଷର ଯଥାର୍ଥ ପ୍ରତୀକ । ସେ କେବଳ ଜନ୍ମଭୂମି ପାଇଁ ସଂଗ୍ରାମ କରୁନଥିଲେ, ବରଂ ଅନ୍ୟାୟ ବିରୁଦ୍ଧରେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ। ସେ ସ୍ଵାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ତାଙ୍କର ବଳିଷ୍ଠ ଅବଦାନ ତାଙ୍କୁ ଯୁଗ ଯୁଗ ପାଇଁ ଅମର କରି ରଖିବ ।

କଠିନ ଶବ୍ଦାର୍ଥ :

  • ଅବିସ୍ମରଣୀୟ – ଅଭୁଲା।ଯାହା ଭୁଲି ହେବ ନାହିଁ ।
  • କୃତିତ୍ଵ – ଯଶ।
  • ବୀରଗାଥା – ବୀରତ୍ବପୂର୍ଣ୍ଣ କାହାଣୀ ।
  • ଗଣବିପ୍ଳବ – ପ୍ର ଜାମାନ ଙ୍କ ଦ୍ଵାର। ସୃଷ୍ଟ ଆନ୍ଦୋଳନ ।
  • ପଟାନ୍ତର – ତୁଳନା ।
  • ପଣନାତି – ନାତିର ନାତି ।
  • ପୋଥିବିଦ୍ୟା – ପଢିବା ଓ ଲେଖୁ ସମ୍ବନ୍ଧୀୟ ଜ୍ଞାନ।
  • ଶରୀର ଚର୍ଚ୍ଚା – ଶରୀରକୁ ସୁସ୍ଥ ରଖୁବାପାଇଁ ମଲ୍ଲଯୁଦ୍ଧ, ବାହୁ ଯୁଦ୍ଧ ଆଦି କରିବା ।
  • ଶର ସନ୍ଧାନ – ଲକ୍ଷ୍ୟସ୍ଥଳରେ ଶର ବାଜିବାର ବିଦ୍ୟା
  • ପଟୁତା – ବିଶେଷ ଦକ୍ଷତା ।
  • କର୍ତ୍ତୃତ୍ଵ – ଅଧୀନ ।
  • କନ୍ଦଳ – ଗଣ୍ଡଗୋଳ/ବିଶୃଙ୍ଖଳା ।
  • ଉଦାସୀନ – ଅନାଗ୍ରହ / ଆଗ୍ରହ ନଥିବା ।
  • ଆଗମନ – ଆସିବା ।
  • ଘୋଷଣା – ପ୍ରଚାର।
  • ଆଖ୍ୟାରେ ଧୂଳି ଦେଇ – କୌଶଳରେ ଠକି ଦେଇ ।
  • କ୍ଳାନ୍ତ – ଥକି ପଡ଼ିବା ।
  • ଅବସନ୍ନ – ଦୁର୍ବଳ ।
  • ପ୍ରତ୍ୟାଖ୍ୟାନ – ଗ୍ରହଣ ନ କରିବା ।

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Odisha State Board BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା Textbook Exercise Questions and Answers.

BSE Odisha Class 7 Odia Solutions Chapter 18 ମୋ ପିଲା ବେଳ କଥା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ମୋଜାଫରପୁରରେ ରମାଦେବୀ କେଉଁମାନଙ୍କ ସହ ରହୁଥିଲେ ?
Answer:
ମୋଜାଫରପୁରରେ ରମାଦେବୀ ତାଙ୍କର ବାପା, ମା’ ଓ ବଡ଼ଭଉଣୀଙ୍କ ସହ ରହୁଥିଲେ ।

(ଖ) ଦୁଇ ଭଉଣୀ ହଠାତ୍ କାହିଁକି ଚମକି ପଡ଼ିଲେ ?
Answer:
ରମାଦେବୀ ତାଙ୍କର ବାପା ଓ ବଡ଼ଭଉଣୀଙ୍କ ସହିତ ରାତିରେ ଖାଇ ବସିଥିଲେ । ହଠାତ୍ ଗୋଟିଏ ବଡ଼ ଶବ୍ଦ ହେଲା, ଯାହାକୁ ଶୁଣି ଦୁଇ ଭଉଣୀ ଚମକି ପଡ଼ିଲେ । ସେହି ଶବ୍ଦଟି ଥିଲା ଏକ ବୋମା ଫୁଟିବାର ଶବ୍ଦ ।

(ଗ) ଦେଶ ପାଇଁ କାମ କଲେ କ’ଣ କ’ଣ କରିବାକୁ ହୁଏ ବୋଲି ଲେଖିକା କହିଛନ୍ତି ?
Answer:
ଲେଖିକା ରମାଦେବୀ ତାଙ୍କର ଆତ୍ମଜୀବନୀରେ କହିଛନ୍ତି, ଦେଶ ପାଇଁ କାମ କଲେ ଜେଲ୍ ଯିବାକୁ ହୁଏ, ଫାଶୀ ପାଇବାକୁ ହୁଏ, ସ୍ଵଦେଶୀ ଦ୍ରବ୍ୟ ବ୍ୟବହାର କରିବାକୁ ହୁଏ । ତାଙ୍କ ଘରେ ବାପାଙ୍କ ସହ ଅନ୍ୟମାନେ କରୁଥିବା ଆଲୋଚନା ଶୁଣି ଏଭଳି ଧାରଣା ତାଙ୍କ ମନରେ ବଦ୍ଧମୂଳ ହୋଇଯାଇଥିଲା ।

(ଘ) ଜେଲ୍ ସମ୍ପର୍କରେ ରମାଦେବୀ ଅନେକ କଥା କିପରି ଜାଣିଥିଲେ ?
Answer:
ରମାଦେବୀ ପିଲାଦିନେ ତାଙ୍କ ବାପାଙ୍କ ସହିତ ମଝିରେ ମଝିରେ ଜେଲ୍ ପରିଦର୍ଶନରେ ଯାଉଥିଲେ । ତାଙ୍କର ବାପା ଅଫିସ୍‌ରେ ରହୁଥିଲାବେଳେ ସେଠାକାର ଲୋକମାନେ ତାଙ୍କୁ ନେଇ ଜେଲ୍ ଭିତର ଦେଖାଉଥିଲେ । ଫଳରେ ଜେଲ୍ ସମ୍ପର୍କରେ ରମାଦେବୀ ଅନେକ କଥା ଜାଣିଥିଲେ ।

(ଡ) ଶ୍ରୀଅରବିନ୍ଦଙ୍କ ପ୍ରତି ଲେଖିକାଙ୍କର କାହିଁକି ଭକ୍ତି ଆସିଲା ?
Answer:
ଲେଖିକା ରମାଦେବୀ ପିଲାଦିନରୁ ଶ୍ରୀ ଶ୍ରୀ ଅରବିନ୍ଦଙ୍କ ସମ୍ପର୍କରେ ଅନେକ କଥା ଶୁଣିଥିଲେ । ସେତିକିବେଳୁ ଶ୍ରୀ ଶ୍ରୀ ଅରବିନ୍ଦଙ୍କ ପ୍ରଭାବ ତାଙ୍କ ମନରେ ଦେଶ କାମ କରିବାର ଛାପ ପକାଇଥିଲା । ଦେଶ ପାଇଁ ସର୍ବସ୍ବ ଦେବାକୁ ହେବ, ଏପରି ଭାବନା ଶ୍ରୀ ଅରବିନ୍ଦ ତାଙ୍କ ମନରେ ସୃଷ୍ଟି କରିଥିଲେ । ପୁନଶ୍ଚ ଶ୍ରୀ ଅରବିନ୍ଦଙ୍କର ଚରିତ୍ରକୁ ତାଙ୍କର ମା’ ଗଳ୍ପ କହିବା ଛଳରେ ଏପରି ବର୍ଣ୍ଣନା କରିଥିଲେ ଯେ ତାଙ୍କ ମନରେ ଶ୍ରୀ ଅରବିନ୍ଦଙ୍କ ପ୍ରତି ଭକ୍ତି ଆସିଲା ।

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ଖୁଦିରାମ କାହିଁକି ଇତିହାସରେ ପ୍ରସିଦ୍ଧ ହେଲେ ?
Answer:
ଖୁଦିରାମଙ୍କ ପୂରାନାମ ହେଉଛି ଖୁଦିରାମ ବୋଷ ଓ ସେ ଥିଲେ ସ୍ବଦେଶପ୍ରେମୀ । ସେ ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ଇଂରେଜ ସରକାରର ପ୍ରବଳ ବିରୋଧ କରିଥିଲେ । ଫଳରେ ମାତ୍ର ୧୯ ବର୍ଷ ବୟସରେ ତାଙ୍କୁ ଜେଦଣ୍ଡ ଓ ପରେ ଫାଶୀଦଣ୍ଡ ହୋଇଥିଲା । ଦେଶ ପାଇଁ ଅପୂର୍ବ ତ୍ୟାଗ ହେତୁ ଖୁଦିରାମ ଇତିହାସରେ ପ୍ରସିଦ୍ଧ ହେଲେ ।

(ଖ) ରମାଦେବୀଙ୍କ ଉପରେ ଶ୍ରୀଅରବିନ୍ଦଙ୍କର କି ପ୍ରଭାବ ପଡ଼ିଥିଲା ?
Answer:
ରମାଦେବୀ ପିଲାଦିନରୁ ଶ୍ରୀଅରବିନ୍ଦଙ୍କ ସ୍ଵଦେଶପ୍ରେମ କଥା ଶୁଣି ଆସିଥିଲେ । ସେ ବାସ୍ତବରେ ତାଙ୍କୁ ଦେଖିନଥିଲେ ମଧ୍ୟ ଦେଶ ପାଇଁ ସର୍ବସ୍ଵ ତ୍ୟାଗ କରିବାକୁ ହେବ, ଏପରି ଭାବନା ତାଙ୍କ ମନରେ ବିପ୍ଳବୀ କରିଥିଲେ । ପୁନଶ୍ଚ ମା’ଙ୍କଠାରୁ ଗଳ୍ପ ଶୁଣିବା ଛଳରେ ଅରବିନ୍ଦଙ୍କ ବିପ୍ଳବୀ ଭାବନା ବିଷୟରେ ସେ
ଅନେକ କିଛି ଜାଣିପାରିଥିଲେ, ଯାହାକି ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା ।

(ଗ) ଖୁଦିରାମ ଫାଶୀ ସମୟରେ ବାପାଙ୍କୁ ଉପସ୍ଥିତ ନ ରହିବାପାଇଁ ରମାଦେବୀ କାହିଁକି ଅନୁରୋଧ କଲେ ?
Answer:
ଖୁଦିରାମ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ ଏବଂ ଇଂରେଜ ସରକାରଙ୍କ ବିରୁଦ୍ଧାଚରଣ କରି ଜେଲ୍‌ରେ ରହିଥିଲେ । ସେହି ଖୁଦିରାମଙ୍କ ଅପୂର୍ବ ତ୍ୟାଗ ଓ ବୀରତ୍ଵ କଥା ଶୁଣି ରମାଦେବୀଙ୍କ ମନରେ ତାଙ୍କ ପ୍ରତି କିପରି ଏକ ମାୟା ଜମି ଆସିଥିଲା । ତାଙ୍କର ଫାଶୀଦଣ୍ଡ କଥା ଶୁଣି ରମାଦେବୀ କାନ୍ଦ କାନ୍ଦ ହୋଇଯାଇଥିଲେ । ତେଣୁ ଏଭଳି ପ୍ରିୟ ଲୋକର ଫାଶୀଦଣ୍ଡ ସମୟରେ ବାପାଙ୍କୁ ଉପସ୍ଥିତ ନ ରହିବାପାଇଁ ରମାଦେବୀ ଅନୁରୋଧ କରିଥିଲେ ।

(ଘ) ସଞ୍ଜବେଳେ ମା’ଦୁଇ ଭଉଣୀଙ୍କୁ କି କି କଥା ଶୁଣାଉଥିଲେ ?
Answer:
ରମାଦେବୀଙ୍କ ମା’ ସଞ୍ଜବେଳେ ପୂଜାକାମ ସାରି ଦୁଇ ଭଉଣୀଙ୍କୁ ବିଭିନ୍ନ ଗପ ଶୁଣାଉଥିଲେ । ସେଥ‌ିରେ ସେ ପିଲାଙ୍କ ଆଗରେ ବର୍ଣ୍ଣନା କରାଯାଇ ପାରିବା ଭଳି ରାମାୟଣ ଓ ମହାଭାରତର ବିଭିନ୍ନ ଚରିତ୍ର ବିଷୟରେ କହୁଥିଲେ । ଏହାଛଡ଼ା ସେ ଭାରତର ଐତିହାସିକ ଘଟଣା, ଆନନ୍ଦମଠ, ଦେବୀ ଚୌଧୁରାଣୀ, ରାଣାପ୍ରତାପ ଓ ରବୀନ୍ଦ୍ରନାଥଙ୍କ ଗପ ମଧ୍ୟ ଶୁଣାଉଥିଲେ ।

Question ୩।
ପ୍ରାୟ ଶହେଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(କ) କୈଶୋର ଅବସ୍ଥାରେ ରମାଦେବୀଙ୍କ ମନରେ କିପରି ସ୍ୱଦେଶପ୍ରୀତିର ଭାବ ଉଦ୍ରେକ ହୋଇଥିଲା ?
Answer:
କଥାରେ ଅଛି, “Morning shows the day.” ବଡ଼ ଲୋକଙ୍କର ଭଲଗୁଣ ପିଲାଟିଦିନରୁ ଜଣାପଡ଼ିଥାଏ। ପିଲାଦିନେ ରମାଦେବୀ ପରିବାରରୁ ଦେଶଭକ୍ତି ଓ ସେବା ମନୋଭାବ ଶିକ୍ଷା କରିଥିଲେ। ଭାରତର ସ୍ଵାଧୀନତା ସଂଗ୍ରାମ ସମୟରେ ଦେଶର ବହୁ ଗୁରୁତ୍ଵପୂର୍ଣ୍ଣ କଥା ସେ ଶୁଣୁଥିଲେ। ଦେଶବନ୍ଦନା ବୋଲିବା, ବଙ୍ଗଲକ୍ଷ୍ମୀ ମିଲର ମୋଟାଲୁଗା ପିନ୍ଧିବା ଓ ସ୍ଵଦେଶୀ ଦ୍ରବ୍ୟ ବ୍ୟବହାରରେ ସେ ମନ ବଳାଇଥିଲେ। ଖୁଦିରାମଙ୍କର ଫାଶୀ ପାଇବାର କଥାରେ ସେ ବେଶ୍ ପ୍ରଭାବିତ ହୋଇଥିଲେ। ଦେଶପାଇଁ କାମ କରିବାକୁ ହେଲେ ଜେଲଯିବାକୁ ପଡ଼େ ଓ ଫାଶୀ ପାଇବାକୁ ହୁଏ ବୋଲି ତାଙ୍କର ଦୃଢ଼ ଧାରଣା ହୋଇଥିଲା। ଅରବିନ୍ଦଙ୍କର “ ଦେଶପାଇଁ ସର୍ବସ୍ଵ ଦେବାକୁ ହେବ” – କଥାରେ ସେ ପ୍ରଭାବିତ ହୋଇ ଦେଶପାଇଁ କାମ କରିବାକୁ ଆଗେଇ ଆସିଥିଲେ।

(ଖ) ଶ୍ରୀଅରବିନ୍ଦ ଓ ଖୁଦିରାମ ସମ୍ବନ୍ଧରେ ଲେଖିକା କ’ଣ କହିଛନ୍ତି ?
Answer:
ଲେଖିକା ରମାଦେବୀ ନିଜର ଆତ୍ମଜୀବନୀ ଗ୍ରନ୍ଥ ‘ଜୀବନ ପଥେ’ରେ ତାଙ୍କର ପିଲାବେଳ କଥା ବର୍ଣ୍ଣନା ପ୍ରସଙ୍ଗରେ ଶ୍ରୀଅରବିନ୍ଦ ଓ ଖୁଦିରାମଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ଶ୍ରୀଅରବିନ୍ଦଙ୍କୁ ରମାଦେବୀ ଦେଖିନଥିଲେ ମଧ୍ୟ ତାଙ୍କର କଥା ଶୁଣି ଶୁଣି ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ । ମନେ ମନେ ତାଙ୍କୁ ସେ ଭକ୍ତି କରୁଥିଲେ । ତାଙ୍କ ବିଷୟରେ ଅଧିକ ଜାଣିବାପାଇଁ ଚେଷ୍ଟା କରୁଥିଲେ । ତାଙ୍କ ମନରେ ଯେପରି ଅରବିନ୍ଦଙ୍କ ଛାପ ଗଭୀର ଭାବରେ ପ୍ରଭାବ ବିସ୍ତାର କରିଥିଲା । ଦେଶ ପାଇଁ ସର୍ବସ୍ଵ ଦେବାକୁ ହେବ, ଏଭଳି ଚିନ୍ତାଧାରା ବିପ୍ଳବୀ ଅରବିନ୍ଦ ତାଙ୍କ ମନରେ ସୃଷ୍ଟି କରିଥିଲେ । ରମାଦେବୀ ତାଙ୍କ ପିତାଙ୍କ ସହିତ ଅନେକ ସମୟରେ ଜେଲ୍ ବୁଲି ଦେଖିବାର ସୁଯୋଗ ପାଇଥିଲେ ।

ସେହି ସମୟରେ ଜେଲ୍‌ରେ ଖୁଦିରାମ ରହୁଥ‌ିଲେ। ଖୁଦିରାମଙ୍କୁ ଦେଖିବାପାଇଁ ରମାଦେବୀଙ୍କ ମନରେ ରହିଥିଲା ବିଶେଷ ଆଗ୍ରହ ଥିଲା । ମାତ୍ର ତାଙ୍କ ବାପା ଏଥ‌ିରେ ରାଜି ହୋଇ ନଥିଲେ । ଖୁଦିରାମଙ୍କର ପ୍ରଶଂସା ଶୁଣି ଶୁଣି ସେ ତାଙ୍କ ପ୍ରତି ଆକୃଷ୍ଟ ହୋଇଯାଇଥିଲେ । ଖୁଦିରାମଙ୍କ ପ୍ରତି ତାଙ୍କରେ ମନରେ କିପରି ମାୟା ଜମି ଯାଇଥିଲା । ସେ ଫାଶୀଦଣ୍ଡ ପାଇବା କଥା ଶୁଣି ରମାଦେବୀ କାନ୍ଦ କାନ୍ଦ ହୋଇଯାଇଥିଲେ । ସେ ବାପାଙ୍କୁ ଖୁଦିରାମଙ୍କ ଫାଶୀ ଦିନ ଉପସ୍ଥିତ ନ ରହିବା ପାଇଁ ଅନୁରୋଧ କରିଥିଲେ । ଖୁଦିରାମଙ୍କୁ ଫାଶୀ ହେବା ଦିନ ସେହି ଖବରରେ ତାଙ୍କ ସାହିର ସମସ୍ତେ କିପରି ଗମ୍ଭୀର ହୋଇଯାଇଥିଲେ । ଏପରିକି ରମାଦେବୀଙ୍କ ମନରେ ମଧ୍ୟ ଉତ୍ତେଜନା ଦେଖା ଦେଇଥିଲା । ସମସ୍ତେ ମନର ଉତ୍ତେଜନାକୁ ଲୁଚେଇ ଲୁଚେଇ ପ୍ରକାଶ କରିଥିଲେ ।

 ତୁମପାଇଁ କାମ :

  • ରମାଦେବୀଙ୍କ ଆତ୍ମଜୀବନୀ ପୁସ୍ତକ ସଂଗ୍ରହ କର ଓ ପଢ଼ ।
  • ଓଡ଼ିଶାର ଲେଖାମାନଙ୍କର ନାମ ତାଲିକା କର ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନେ।ତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ରମାଦେବୀଙ୍କର ସଂକ୍ଷିପ୍ତ ପରିଚୟ ଦିଅ ।
Answer:
ରମାଦେବୀ ଥିଲେ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇଥ‌ିବା ଅନ୍ୟତମ ନାରୀନେତ୍ରୀ । ତାଙ୍କ ପିତାଙ୍କ ନାମ ଗୋପାଳବଲ୍ଲଭ ଦାସ ଏବଂ ମାତାଙ୍କ ନାମ ବସନ୍ତକୁମାରୀ ଦେବୀ । ତାଙ୍କ ପିତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସାନଭାଇ ଥିଲେ । ଆଜୀବନ ଗାନ୍ଧିବାଦୀ ନେତା, ସ୍ଵାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କୁ ସେ ବିବାହ କରିଥିଲେ । ଜଗତ୍‌ସିଂହପୁରରେ ଅଳକା ଆଶ୍ରମ ପ୍ରତିଷ୍ଠା କରି ସେ ସାଧାରଣ ମଣିଷର ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ।

Question ୨।
କିଂସ୍ ଫୋର୍ଡ ସାହେବ କିଏ ?
Answer:
କିଂସ୍ ଫୋର୍ଡ ସାହେବ ଥିଲେ ରମାଦେବୀଙ୍କ ପିତା ଗୋପାଳବଲ୍ଲଭ ଦାସଙ୍କର ଘନିଷ୍ଠ ବନ୍ଧୁ । ସେ ଚପରାସୀ ହାତରେ ରମାଦେବୀଙ୍କ ପିତାଙ୍କ ନିକଟକୁ ଏକ ଚିଠି ପଠାଇଥିଲେ । ରମାଦେବୀ ବାପାଙ୍କ ସାଙ୍ଗରେ ଅନେକ ଥର ତାଙ୍କ ଘରକୁ ଯାଇଥିଲେ।

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୩ ।
ରମାଦେବୀ ମୋଜାଫରପୁରରେ ଥିଲାବେଳେ କେଉଁମାନେ ତାଙ୍କର ପଡ଼ୋଶୀ ଥିଲେ ?
Answer:
ରମାଦେବୀ ମୋଜାଫରପୁରରେ ଥିଲାବେଳେ କେତୋଟି ବଙ୍ଗାଳୀ ପରିବାର ତାଙ୍କର ପଡ଼ୋଶୀ ଥିଲେ । ପଡ଼ୋଶୀମା’ ଙ୍କ ସହ ରମାଦେବୀଙ୍କ ପରିବାରର ଖୁବ୍ ଭଲ ସମ୍ପର୍କ ଥିଲା ।

Question ୪।
ରମାଦେବା ପିଲାଦିନେ କେଉଁମାନଙ୍କଠାରୁ ଦେଶବନ୍ଦନା ଗାତ ଶିଖିଥିଲେ?
Answer:
ରମାଦେବୀ ମୋଜାଫରପୁରରେ ଥିଲାବେଳେ ତାଙ୍କର କେତେ ଘର ବଙ୍ଗାଳୀ ପଡ଼ୋଶୀ ଥିଲେ । ସେହିସବୁ ପଡେ।ଶୀ ଘରର ପିଲାମାନେ ଦେଶବନ୍ଦନା ବୋଲୁଥିଲୋ ରମାଦେବା ପିଲାଦିନେ ସେହି ପଢ଼େ। ଘରର ପିଲାମାନଙ୍କଠାରୁ ଦେଶବନ୍ଦନା ଗୀତ ଶିଖିଥିଲେ ।

Question ୫।
ରମାଦେବୀଙ୍କ ଘରେ ହେଉଥ‌ିବା ଆଲୋଚନାର କେଉଁ ଅଂଶକୁ ସେ ମନଦେଇ ଶୁଣୁଥିଲେ ?
Answer:
ରମାଦେବୀଙ୍କ ଘରେ ଦେଶର ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଆଲୋଚନା ହେଉଥିଲା। ବାପା ଓ ତାଙ୍କର ବନ୍ଧୁମାନେ କଥାବାର୍ତ୍ତା ହେଲାବେଳେ ଅଧିକ ଇଂରାଜୀ ଭାଷା ବ୍ୟବହାର କରୁଥିଲେ ବି ତା’ ଭିତରେ କିଛି କଥା ହିନ୍ଦୀ ଓ ବଙ୍ଗଳାରେ ରହୁଥିଲା । ଇଂରାଜୀ ବୁଝି ନ ପାରିଲେ ମଧ୍ୟ ସେଥ‌ିରେ ଯେତିକି ହିନ୍ଦୀ ବା ବଙ୍ଗଳା ଭାଷା ଥିଲା, ତାହାକୁ ରମାଦେବୀ ମନଦେଇ ଶୁଣୁଥିଲେ ।

Question ୬।
ରମାଦେବୀଙ୍କ ବାପା ଭୋର ତିନିଟାରୁ ପୋଷାକ ପିନ୍ଧି କେଉଁଠାକୁ ଯାଉଥିଲେ ?
Answer:
ଯେଉଁଦିନ କେହି ଫାଶୀ ପାଉଥିଲେ, ଫାଶୀ ପାଇବା ସ୍ଥାନରେ ରମାଦେବୀଙ୍କ ବାପା ଉପସ୍ଥିତ ରହୁଥିଲେ । ସେହି ଦାୟିତ୍ଵ ତୁଲାଇବାପାଇଁ ରମାଦେବୀଙ୍କ ବାପା ଭୋର ତିନିଟାରୁ ପୋଷାକ ପିନ୍ଧି ଫାଶୀ ସ୍ଥାନକୁ ଯାଉଥିଲେ ।

Question ୭।
ରମାଦେବୀ ପଡ଼ୋଶୀମାନଙ୍କଠାରୁ କ’ଣ ଶିକ୍ଷା କରିଥିଲେ ?
Answer:
ବିହାରର ମୋଜାଫୁରଠାରେ ରମାଦେବୀ ସପରିବାରେ ରହୁଥିଲେ । ସେଠାକାର କେତେକ ବଙ୍ଗାଳୀ ପରିବାର ତାଙ୍କର ପଡ଼ୋଶୀ ଥିଲେ । ପଡ଼ୋଶୀମାନେ ସରକାରୀ ଚାକିରିଆ ନ ଥିଲେ । ମାତ୍ର ସେମାନଙ୍କର ସ୍ଵଦେଶ ପ୍ରୀତି ରମାଦେବୀଙ୍କୁ ପ୍ରଭାବିତ କରିଥିଲା । ସେମାନଙ୍କ ସହିତ ଉତ୍ତମ ସମ୍ପର୍କ ଥିବାରୁ ରମାଦେବୀ ତାଙ୍କ ପିଲାମାନଙ୍କଠାରୁ ଦେଶବନ୍ଦନା ଶିଖିଥିଲେ । ବଙ୍ଗଲକ୍ଷ୍ମୀ ମିଶ୍ରର ମୋଟା ଲୁଗା ପିନ୍ଧିବା ଓ ସ୍ଵଦେଶୀଦ୍ରବ୍ୟ ବ୍ୟବହାର କରିବା ଏବଂ ଦେଶପାଇଁ କାମ କରିବାର ପ୍ରେରଣା ରମାଦେବୀ ପିଲାଦିନୁ ପଡ଼ୋଶୀମାନଙ୍କ ଠାରୁ ହିଁ ଶିକ୍ଷା କରିଥିଲେ।

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୮।
“ପିଲାବେଳ କଥା”ରୁ ଖୁଦୀରାମଙ୍କ ବିଷୟରେ କ’ଣ ଜାଣିଲ ଲେଖ।
Answer:
ଭାରତର ସ୍ଵାଧୀନତା ସଂଗ୍ରାମର ଦେଶପ୍ରେମୀ ସହିଦ୍ ଖୁଦିରାମ ବୋଷ ଏକ ଅନନ୍ୟ ଚରିତ୍ର । ମୁକ୍ତି ସଂଗ୍ରାମରେ ଇଂରେଜ ସରକାରଙ୍କୁ ବିରୋଧ କରି ମାତ୍ର ୧୯ ବର୍ଷ ବୟସରେ ସେ ଫାଶୀଦଣ୍ଡ ପାଇଥିଲେ। ରମାଦେବୀ ଖୁଦିରାମଙ୍କର ପ୍ରଶଂସା ଶୁଣି ଶୁଣି ତାଙ୍କୁ ଦେଖିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ। ତାଙ୍କ ଫାଶୀଦଣ୍ଡ କଥା ଶୁଣି ବାପାଙ୍କୁ ସେଠାରେ ଉପସ୍ଥିତ ନ ରହିବାକୁ ଅନୁରୋଧ କରିଥିଲେ। ଫାଶୀଦିନ ରମାଦେବୀଙ୍କର ମନରେ ଉତ୍ତେଜନା ଓ ବିଦ୍ରୋହଭାବ ପ୍ରକାଶ ପାଇଥିଲା। ଜଣେ ସଚ୍ଚା ଦେଶସେବକଙ୍କର ଆତ୍ମବଳିଦାନ ତାଙ୍କୁ ଦେଶପ୍ରେମରେ ଉଦ୍‌ବୁଦ୍ଧ କରିଥିଲା ।

Question ୯।
ରମାଦେବୀ ତାଙ୍କ ମା’ଙ୍କଠାରୁ କି ଶିକ୍ଷା ପାଇଥିଲେ ?
Answer:
ପିଲାଙ୍କର ପରିବାର ହେଉଛି ଏକ ‘ପାଠଶାଳା’ ଏବଂ ମା’ ହେଉଛନ୍ତି ପ୍ରଥମ ଶିକ୍ଷକ। ମା’ ବସନ୍ତ କୁମାରୀ ଜଣେ ଦେଶଭକ୍ତ ଓ ଧର୍ମପରାୟଣା ମହିଳା ଥିଲେ । ସେ ପ୍ରତିଦିନ ପିଲାମାନଙ୍କୁ ରାମାୟଣ ଓ ମହାଭାରତର ବିଭିନ୍ନ ଆଦର୍ଶ ଚରିତ୍ରମାନଙ୍କ ବିଷୟରେ ଗପ କହୁଥିଲେ । ଭାରତର ଐତିହାସିକ ଘଟଣା, ଆନନ୍ଦମଠ, ରାଣାପ୍ରତାପ, ଦେବୀ ଚୌଧୁରାଣୀ, ଅରବିନ୍ଦ, ଖୁଦିରାମ ଇତ୍ୟାଦି ସମ୍ପର୍କରେ ଗପଶୁଣାଇ ପିଲାମାନଙ୍କ ମନରେ ଦେଶଭକ୍ତି ଏବଂ ଆଦର୍ଶ ଭାବଧାରା ଭରି ଦେଉଥ‌ିଲେ। ପିଲାଦିନୁ ରମାଦେବୀ ମା’ଙ୍କଠାରୁ ନୈତିକତା, ଦେଶଭକ୍ତି, ଚରିତ୍ରଗଠନ, ସେବାମନୋବୃତ୍ତି ଇତ୍ୟାଦି ସଦ୍‌ଗୁଣ ଶିକ୍ଷା କରିଥିଲେ ।

Question ୧୦।
ଦେଶପାଇଁ କାମ କଲେ କ’ଣ କ’ଣ କରିବାକୁ ହୁଏ ବୋଲି ରମାଦେବୀ ବୁଝିଥିଲେ ?
Answer:
ବାଲ୍ୟକାଳରୁ ରମାଦେବୀ ଦେଶପ୍ରେମରେ ଉଦ୍‌ବୁଦ୍ଧ ହୋଇ ଭାରତର ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ପିତା ଗୋପାଳବଲ୍ଲଭ ଦାସ ଜଣେ ଜେଲ୍ କର୍ମଚାରୀ ଥିଲେ । ତେଣୁ ଘରେ ଦେଶର ଗୁରୁତ୍ଵପୂର୍ଣ୍ଣ ଘଟଣାର ଆଲୋଚନା ଶୁଣି ଶୁଣି ତାଙ୍କ ମନରେ ଦେଶପାଇଁ ଭକ୍ତି ଓ କାମକରିବାର ଇଚ୍ଛା ଜାଗ୍ରତ ହୋଇଥିଲା। ଦେଶବନ୍ଦନା ବୋଲିବା, ବଙ୍ଗଲକ୍ଷ୍ମୀ ମିଶ୍ରର ମୋଟା ଲୁଗା ପିନ୍ଧିବା ଓ ସ୍ଵଦେଶୀ ଦ୍ରବ୍ୟ ବ୍ୟବହାର କରିବା କଥାରୁ ଦେଶପାଇଁ କାମକରିବା କଥା ରମାଦେବୀ ଶିକ୍ଷାକରିଥିଲେ। ଦେଶ ପାଇଁ କାମକଲେ ଜେଲ୍ ଯିବାକୁ ହୁଏ ଏବଂ ଫାଶୀପାଇବାକୁ ହୁଏ ବୋଲି ସେ ଜାଣିଲେ। ଖୁଦିରାମ ଏହାର ପ୍ରକୃଷ୍ଟ ଉଦାହରଣ । ବିପ୍ଳବୀ ଅରବିନ୍ଦଙ୍କର ଆଦର୍ଶରେ ପ୍ରଭାବିତ ହୋଇ ରମାଦେବୀ ମୁକ୍ତି ସଂଗ୍ରାମର ଜଣେ ଅଗ୍ରଣୀ ନେତ୍ରୀ ଭାବେ ନିଜର ମୁଖ୍ୟ ସମ୍ଭୋଗ ସବୁ ଜଳାଞ୍ଜଳି ଦେଇଥିଲେ।

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର:

Question ୧।
ରମାଦେବୀ ଦେଶ ବନ୍ଦନା କାହାଠାରୁ ଶୁଣିଲେ ?
Answer:
ରମାଦେବା ବଙ୍ଗାଳାଘରର ପିଲାମାନଙ୍କଠାର ଦେଶ ବନ୍ଦନା ଶିଖିଲୋ

Question ୨।
ରମାଦେବୀଙ୍କ ଘରେ କେଉଁ ସବୁ ଦ୍ରବ୍ୟ ବ୍ୟବହାର କରାଗଲା ?
Answer:
ମାଦେବୀଙ୍କ ଘରେ ବଙ୍ଗ ଲକ୍ଷ୍ମୀ ମିଲର ମୋଟା ଲୁଗା ପିନ୍ଧିବା ଓ ସ୍ଵଦେଶୀ ଦ୍ରବ୍ୟ ବ୍ୟବହାର କରାଗଲା।

Question ୩।
ଦେଶ ପାଇଁ କାମ କରିବାକୁ ହେଲେ କ’ଣ କରିବାକୁ ପଡ଼େ ?
Answer:
ଦେଶ ପାଇଁ କାମ କରିବାକୁ ହେଲେ ଜେଲ୍ ଯିବାକୁ ହୁଏ, ଫାଶୀ ପାଇବାକୁ ହୁଏ। ସ୍ଵଦେଶୀ ଜିନିଷ ବ୍ୟବହାର କରିବାକୁ ପଡ଼େ ।

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୪।
ରମାଦେବୀଙ୍କ ଉପରେ କାହାର ପ୍ରଭାବ ଦେଶ କାମ କରିବାକୁ ପ୍ରେରଣା ଯୋଗାଇଥିଲା ?
Answer:
ଅରବିନ୍ଦଙ୍କ ପ୍ରଭାବ ରମାଦେବୀଙ୍କ ମନରେ ଦେଶ କାମ କରିବାପାଇଁ ପ୍ରେରଣା ଯୋଗାଇଥିଲା।

Question ୫।
କାହାକୁ ଫାଶୀ ଦେବାକୁ ହୁକୁମ ହେଲା ?
Answer:
ଖୁଦିରାମଙ୍କୁ ଫାଶୀ ଦେବାପାଇଁ ହୁକୁମ ହେଲା ।

Question ୬।
କିଏ ଖୁଦିରାମଙ୍କୁ ଦେଖାକରିବାକୁ ଆସିଥିଲେ ?
Answer:
ଖୁଦିରାମଙ୍କ ମା’ ତାଙ୍କୁ ଦେଖାକରିଚାକୁ ଆସିଥିଲୋ

Question ୭।
ସମସ୍ତଙ୍କ ମନରେ କାହା ପ୍ରତି ମାୟା ଜମି ଯାଇଥିଲା ?
Answer:
ସମସ୍ତଙ୍କ ମନରେ ଖୁଦିରାମଙ୍କ ପ୍ରତି ମାୟା ଜମି ଯାଇଥିଲା ।

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୮।
ପିଲାବେଳେ ରମାଦେବୀ କ’ଣ ଶୁଣିବାକୁ ଭଲ ପାଉଥିଲେ ?
Answer:
ପିଲାବେଳେ ରମାଦେବୀ ଗପ ଶୁଣିବାକୁ ଭାରି ଭଲ ପାଉଥିଲେ ।

Question ୯।
ମାଆ କେତେବେଳେ ରମାଦେବୀକୁ ଗପ ଶୁଣାଉଥିଲେ ?
Answer:
ମାଆ ସନ୍ଧ୍ୟାବେଳେ ପୂଜା ସାରି ସେମାନଙ୍କୁ ଗପ ଶୁଣାଉଥିଲେ।

Question ୧୦।
ରମାଦେବୀଙ୍କ ମା’ ସନ୍ଧ୍ୟାବେଳେ ସେମାନଙ୍କୁ କେଉଁ ବିଷୟରେ ଶିକ୍ଷା ଦେଉଥିଲେ ?
Answer:
ସନ୍ଧ୍ୟାବେଳେ ରମାଦେବୀଙ୍କ ମା’ ପୂଜାସାରି ଗପ କହନ୍ତି। ରାମାୟଣ, ମହାଭାରତର ବିଭିନ୍ନ ଚରିତ୍ର ବର୍ଣ୍ଣନା କରନ୍ତି। ଆନନ୍ଦ ମଠ, ଦେବୀ ଚୌଧୁରାଣୀ, ରାଣାପ୍ରତାପ, ରବୀନ୍ଦ୍ରନାଥଙ୍କ ଗପ ମଧ୍ୟ ସେମାନଙ୍କୁ ଶୁଣାନ୍ତି।

ଗୁଣ୍ଡୁନିଷ୍ଠ ପ୍ରଶ୍ନେ।ଭର:

Question ୧।
ରମା ଦେବୀଙ୍କ ମା’ଙ୍କ ନାମ କ’ଣ ?
(କ) ବାସନ୍ତୀ ଦେବୀ
(ଖ) ବସନ୍ତ କୁମାରୀ ଦେବୀ
(ଗ) ପ୍ରଭାବତା ଦେବା
(ଘ) ହେମନ୍ତ କୁମାରୀ
Answer:
(ଖ) ବସନ୍ତ କୁମାରୀ ଦେବୀ

Question ୨।
‘ଦେଶପାଇଁ ସର୍ବସ୍ବ ଦେବାକୁ ହେବ’ – ଏ ଭାବନା କିଏ ସୃଷ୍ଟି କରିଥିଲେ ?
(କ) ବଙ୍କିମଚନ୍ଦ୍ର
(ଖ) ରବୀନ୍ଦ୍ରନାଥ
(ଗ) ବିପ୍ଳବୀ ଅରବିନ୍ଦ
(ଘ) ବିପ୍ଳବୀ ଖୁଦିରାମ
Answer:
(ଗ) ବିପ୍ଳବୀ ଅରବିନ୍ଦ

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୩।
ଦେଶପାଇଁ କାମ କରିବାକୁ ହେଲେ
(କ) ସରକାରୀ କର୍ମଚାରୀ ହେବାକୁ ହୁଏ
(ଖ) ଫାଶୀ ପାଇବାକୁ ହୁଏ
(ଗ) ବୋମା ଫୁଟାଇବାକୁ ହୁଏ
(ଘ) ଇତିହାସ ଜାଣିବାକୁ ହୁଏ
Answer:
(ଖ) ଫାଶୀ ପାଇବାକୁ ହୁଏ

Question ୪।
ଖୁଦିରାମଙ୍କ ଫାଶୀବେଳେ ବାପା ସେଠାରେ ଅନୁପସ୍ଥିତ ରହିବାକୁ ରମା ଦେବୀ ଚାହୁଁଥିଲେ କାରଣ
(କ) ଖୁଦିରାମ ବଙ୍ଗାଳୀ ଲୋକ ଥିଲେ
(ଖ) ଖୁଦିରାମ ୧୯ ବର୍ଷ ବୟସରେ ଫାଶୀ ପାଉଥିଲେ
(ଗ) ତାଙ୍କପ୍ରତି ରମା ଦେବୀଙ୍କର ଦୁର୍ବଳତା ଥିଲା
(ଘ) ଖୁଦିରାମ ଦେଶପାଇଁ ପ୍ରାଣବଳି ଦେଉଥିଲେ
Answer:
(ଘ) ଖୁଦିରାମ ଦେଶପାଇଁ ପ୍ରାଣବଳି ଦେଉଥିଲେ

Question ୫।
ନିମ୍ନୋକ୍ତ ମଧ୍ୟରୁ କିଏ ‘ଆନନ୍ଦ ମଠ’ ଲେଖୁଥିଲେ ?
(କ) କବିଗୁରୁ ରବୀନ୍ଦ୍ରନାଥ
(ଖ) ଶ୍ରୀ ଅରବିନ୍ଦ ଘୋଷ
(ଗ) ଖୁଦିରାମ ବୋଷ
(ଘ) ବଙ୍କିମଚନ୍ଦ୍ର
Answer:
(ଘ) ବଙ୍କିମଚନ୍ଦ୍ର

Question ୬।
ଜେଲ ଭିତରେ କେହି ଫାଶୀ ପାଇଲେ ସେଠାରେ କିଏ ଉପସ୍ଥିତ ରହୁଥିଲେ ?
(କ) ରମା ଦେବୀଙ୍କ ଦାଦା
(ଗ) ରମା ଦେବୀଙ୍କ ବାପା
(ଖ) ରମା ଦେବୀଙ୍କ ଭାଇ
(ଘ) ରମା ଦେବୀଙ୍କ ବଡ଼ବାପା
Answer:
(ଗ) ରମା ଦେବୀଙ୍କ ବାପା

Question ୭।
ଖୁଦିରାମ କ’ଣ ପାଇଁ ଜେଲ ଯାଇଥିଲେ ?
(କ) ଚୋରୀ ମାମଲାରେ
(ଖ) ହତ୍ୟା ମାମଲାରେ
(ଗ) ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ
(ଘ) ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ
Answer:
(ଗ) ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

Question ୮।
ଖୁଦିରାମ କେତେ ବର୍ଷ ବୟସରେ ଜେଲ ଯାଇଥିଲେ ?
(କ) ୨୨ ବର୍ଷ
(ଖ) ୨୭ ବର୍ଷ
(ଗ) ୨୧ ବର୍ଷ
(ଘ) ୧୯ ବର୍ଷ
Answer:
(ଘ) ୧୯ ବର୍ଷ

Question ୯।
ନିମ୍ନୋକ୍ତ ମଧ୍ଯରୁ କେଉଁଟି ବଙ୍କିମଚନ୍ଦ୍ରଙ୍କ ଲେଖା ଅଟେ ?
(କ) ଗୀତାଞ୍ଜଳି
(ଖ) ଉତ୍କଳ କଥା
(ଗ) କୀଚକ ବଧ
(ଘ) ଆନନ୍ଦ ମଠ
Answer:
(ଘ) ଆନନ୍ଦ ମଠ

Question ୧୦।
ରମା ଦେବୀ କାହାକୁ ବିବାହ କରିଥିଲେ ?
(କ) ଗୋପବନ୍ଧୁ ଚୌଧୁରୀ
(ଖ) ଗୋପବନ୍ଧୁ ଦାସ
(ଗ) ମଧୁସୂଦନ ଦାସ
(ଘ) ବିକାଶ ରାୟଚୌଧୁରୀ
Answer:
(କ) ଗୋପବନ୍ଧୁ ଚୌଧୁରୀ

ଲେଖିକା ପରିଚିତି

ରମାଦେବୀ ଥିଲେ ନାରୀ ପ୍ରଗତିର ବାର୍ତ୍ତାବହ । ନାରୀନେତ୍ରୀ ଭାବରେ ସେ ନିଜକୁ ଦେଶ ଓ ଜାତି ପାଇଁ ଉତ୍ସର୍ଗ କରିଥିଲେ । ସେ ଥିଲେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସାନଭାଇ ଗୋପାଳବଲ୍ଲଭ ଦାସଙ୍କ ସାନ ଝିଅ । ପିତାଙ୍କଦ୍ବାରା ପ୍ରଭାବିତ ହୋଇ ସେ ବାଲ୍ୟକାଳରୁ ଦେଶପ୍ରେମରେ ଉଦବୁଦ୍ଧ ହୋଇଥିଲୋ ସର୍ବଭାରତୀୟ ସ୍ତ୍ରରରେ ସ୍ୱାଧାନତା ସଂଗ୍ରାମରେ ଯୋଗଦେବାପାଇଁ ଗାନ୍ଧିଜା ଯେଉଁ ଆହ୍ୱାନ ଦେଇଥ୍ଲେ, ସେଥିରେ ସାମିଲ ହୋଇଥିଲେ ରମାଦେବା । ସଂଗ୍ରାମା ଗୋପବନ୍ଧୁ ଚୌଧୁରାଙ୍କୁ ସେ ବିବାହ କରିଥ୍କୋ ନିଜର କର୍ମଭୂମି ରୂପେ ସେ ଜଗତସିଂହମରର ଅଳକା ଆଶ୍ରମକୁ ବାଛି ନେଇଥିଲେ ।ସେଠାରେ ସେ ସାଧାରଣ ମଣିଷର ସେବା କରିବା ଓ ସେମାନଙ୍କୁ ଦେଶପ୍ରେମରେ ଉଦ୍‌ ବୁଦ୍ଧ କରି ବାରମନୋଭାବ ପ୍ରତିପୋଷଣ କରିଥିଲେ ।

ଲେଖା ଓ ଲେଖିକା :

ରମାଦେବା ଥିଲେ ଏକ ସାରସ୍ୱତ ସାଧନା କରୁଥିବା ପରିବାରର ଯଥାର୍ଥ ଦାୟାଦ । ତାଙ୍କର ପିତା ଗୋପାଳବଲ୍ଲଭ ଥିଲେ ଜଶେ ଔପନ୍ୟାସିକା ସେ ସେତେବେଳେ ଆଦିବାସୀ ସମ୍ବଳିତ ଉପନ୍ୟାସ ‘ଭୀମଭୂୟାଁ’ ରଚନା କରିଥିଲେ । ପୁନଶ୍ଚ ତାଙ୍କର ବଡ଼ଭଉଣୀ ‘ସରଳାଦେବୀ’ ମଧ୍ୟ ସବୁଜଯୁଗର ଅନ୍ୟତମ ସାହିତ୍ୟ ସାଧୁ । ନାରୀପ୍ରଗତି ଓ ଉତ୍କଳୀୟ ସଂସ୍କୃତିକୁ ନେଇ ସେ ଅନେକ ପ୍ରବନ୍ଧ ରଚନା କରିଥିଲେ । ସେହିଭଳି ପରିବାରର ଦାୟାଦ ଭାବରେ ଲେଖିକା ରମାଦେବୀ ନାରୀ ସ୍ଵାଧୀନତା ଓ ସ୍ଵାଧୀନତା ସଂଗ୍ରାମରେ ସେମାନଙ୍କର ଭୂମିକାକୁ ନେଇ ଅନେକ ଲେଖା ଲେଖିଥିଲେ । ଆମ ଦେଶରେ ଯେତେବେଳେ ଶିକ୍ଷାର କୌଣସି ପ୍ରକାର ପ୍ରସାର ଘଟି ନଥୁଲା, ସେ ସମୟରେ ଜଣେ ନାରୀ କିପରି ଦେଶ ଓ ଜାତିର ପ୍ରଗତି ପାଇଁ ସାହସର ସହିତ ଆଗକୁ ଆସିଥିଲେ, ତାହା ଚିରକାଳ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିବ । ଆଲୋଚ୍ୟ ‘ପିଲାବେଳ କଥା ଗଦ୍ୟଭାଗଟି ରମାଦେବାଙ୍କ ଆମ୍ଜାବନା ‘ଜାବନ ପଥେ’
ଗ୍ରନ୍ଥରୁ ଗୃହୀତ ହୋଇଛି ।

ବିଷୟର ସାରକଥା :

ରମାଦେବୀ ନିଜର ପିଲାଦିନର ଅନୁଭୂତିକୁ ବର୍ଣ୍ଣନା କରିବା ଅବସରରେ ଏହା ଉଲ୍ଲେଖ କରିଛନ୍ତି ।ଏଥରେ ତାଙ୍କ ଜୀବନର ଜାତୀୟତାବୋଧ କିପରି ପିଲାଦିନରୁ ପ୍ରକାଶ ପାଇଥିଲା, ତାହାର ସୂଚନା ମିଳିଛି ।

(୧) ବୋମା ଫୁଟିବାର ଶବ୍ଦ:
ସେତେବେଳେ ଲେଖିକା ତାଙ୍କ ପିତାମାତା ଓ ଭଉଣୀଙ୍କ ସହିତ ବିହାରର ଏକ ସହର ମୋଜାଫରପୁରରେ ରହୁଥିଲେ । ରାତି ପ୍ରାୟ ନଅଟା ବେଳ । ସେହି ସମୟ ଥୁଲା ତାଙ୍କ ପରିବାରର ରାତ୍ରିଭୋଜନର ସମୟ । ବାପାଙ୍କ ସହିତ ସେ ଓ ତାଙ୍କ ଭଉଣୀ ଖାଉଥିଲେ । ମା’ପାଖରେ ବସିଥିଲେ । ସେହି ସମୟରେ ବାହାରେ ଭାରି ଗୋଟାଏ ଶବ୍ଦ ହେଲା । ସେହି ଶବ୍ଦରେ ସେମାନେ ଚମକିପଡ଼ିଲେ । ବାପା ସେମାନଙ୍କୁ କହିଲେ, ଏହା ହେଉଛି ବୋମା ଫୁଟିବାର ଶବ୍ଦ । ଖାଉଥିଲେ ବି ବାପା କିପରି ଟିକିଏ ଗମ୍ଭୀର ହୋଇଯାଇଥିଲେ ।

କିଛି ସମୟ ପରେ ଚପରାସୀଟି ଆସି ବାପାଙ୍କ ହାତକୁ ଚିଠିଟିଏ ଦେଲା । ବାପା ଚିଠିଟି ପଢ଼ିଲେ । ବାପା କହିଲେ, କିଂସ୍ ଫୋର୍ଡ଼ ସାହେବ ଚିଠି ଦେଇଛନ୍ତି । କିଂସ୍ ଫୋର୍ଡ଼ ସାହେବ ଥିଲେ ବାପାଙ୍କର ଅନ୍ୟତମ ଘନିଷ୍ଠ ବନ୍ଧୁ । ତାଙ୍କ ଘରକୁ କେତେଥର ସେମାନେ ବାପାଙ୍କ ସହିତ ବୁଲି ଯାଇଥିଲେ । ବାପା ବୋମା ଫୁଟିବାର କାରଣ ସମ୍ବନ୍ଧରେ ମା’ଙ୍କ ସହିତ କଥାବାର୍ତ୍ତା ହେଲେ ।

(୨) ସ୍ଵଦେଶୀ ଦ୍ରବ୍ୟ ବ୍ୟବହାର:
ରମାଦେବୀ ଯେଉଁଠାରେ ରହୁଥିଲେ, ସେଠାରେ କେତୋଟି ବଙ୍ଗାଳୀ ପରିବାର ମଧ୍ୟ ରହୁଥିଲେ । ସୁତରାଂ ସେହି ପରିବାର ସହିତ ତାଙ୍କ ପରିବାରର ସମ୍ପର୍କ ରହିଥିଲା । ସେମାନେ କେହି ସରକାରୀ ଚାକିରିଆ ନଥିଲେ । ସେମାନଙ୍କ ମଧ୍ୟରେ ଯୋଗେଶବାବୁ ବୋଲି ଜଣେ ବଡ଼ ଓକିଲ ଥିଲେ । ସେହିସବୁ ବଙ୍ଗାଳୀ ପରିବାର ସହିତ ରମାଦେବୀଙ୍କ ପରିବାରର ଖୁବ୍ ଭଲ ସମ୍ପର୍କ ଥିଲା । ସେମାନେ ବେଳେବେଳେ ଆସି ତାଙ୍କ ବାପାଙ୍କ ସହିତ କଥାବାର୍ତ୍ତା ହେଉଥିଲେ । ତାଙ୍କର ପିଲାମାନେ ଦେଶବନ୍ଦନା ବୋଲୁଥିଲେ । ତାଙ୍କଦ୍ୱାରା ପ୍ରଭାବିତ ହୋଇ ଲେଖିକା ଓ ତାଙ୍କର ଭଉଣୀ କେତେଗୁଡ଼ିଏ ଗୀତ ଶିଖିଯାଇଥିଲେ। ସେହିସବୁ ପରିବାର ମଧ୍ୟରେ ସ୍ଵଦେଶୀ ଦ୍ରବ୍ୟ ପ୍ରତି ଆଗ୍ରହ ରହିଥିଲା । ଫଳରେ ସେମାନଙ୍କ ଘରେ ବଙ୍ଗ ଲକ୍ଷ୍ମୀ ମିଲର ମୋଟା ଲୁଗା ପିନ୍ଧିବା ଓ ସ୍ଵଦେଶୀ ଦ୍ରବ୍ୟ ବ୍ୟବହାର କରିବା ପୂରା ଦମ୍‌ରେ ଚାଲିଥିଲା ।

ଶୁଣିଥିଲେ । ବାପା ତାଙ୍କର ବନ୍ଧୁମାନଙ୍କ ସହିତ ଯେଉଁ କଥାବାର୍ତ୍ତା ହେଉଥିଲେ, ସେଥ‌ିରେ ଥ‌ିବା ଇଂରାଜୀ କଥାକୁ ସେ ବୁଝି ନ ପାରିଲେ ବି, ଯେଉଁ ହିନ୍ଦୀ ଓ ବଙ୍ଗଳା ଭାଷାର କଥା ଚାଲୁଥିଲା, ତାହାକୁ ସେ ବୁଝିପାରୁଥିଲେ । ସେହିସବୁ କଥାକୁ ସେ ମନଦେଇ ଶୁଣୁଥିଲେ । ସେ ସମୟରେ ଉତ୍ତେଜନାର ବାତାବରଣ ରହିଥିଲା । ସେତେବେଳେ ଯେଉଁମାନେ ଦେଶ ପାଇଁ କାମ କରୁଥିଲେ, ସେମାନଙ୍କୁ ଜେଲ୍ ଯିବାକୁ ହେଉଥିଲା । ବେଳେବେଳେ ଫାଶୀ ମଧ୍ଯ ହୋଇଯାଉଥିଲା । ସେଭଳି ଦେଶପ୍ରେମୀମାନେ ସବୁବେଳେ ସ୍ବଦେଶୀ ଦ୍ରବ୍ୟ ବ୍ୟବହାର କରୁଥିଲେ । ସେମାନେ ସମସ୍ତଙ୍କଦ୍ବାରା ପ୍ରଶଂସିତ ହେଉଥିଲେ ।

ସେମାନଙ୍କୁ ସମସ୍ତେ ଧନ୍ୟ ଧନ୍ୟ କହୁଥିଲେ । ସେହି ପ୍ରଭାବ ରମାଦେବୀଙ୍କ ଉପରେ ପଡ଼ିଥିଲା । ସେ ଜାଣିଥିଲେ, ଦେଶ ପାଇଁ କାମ କଲେ ଏଭଳି ପ୍ରଶଂସା ମିଳିଥାଏ । ସେହି ସମୟରେ ସେ ଅରବିନ୍ଦଙ୍କ ସଂପର୍କରେ ଯାହା ଶୁଣିଥିଲେ, ସେଥ‌ିରେ ତାଙ୍କ ପ୍ରତି ସ୍ଵତଃ ଭକ୍ତିଭାବ ଜାତ ହୋଇଥିଲା । ଅରବିନ୍ଦଙ୍କ ପ୍ରଭାବରେ ସେ ପ୍ରଭାବିତ ହୋଇଥଲେ ଓ ତାଙ୍କ ସମ୍ପର୍କରେ ଅଧୂକ ଜାଣିବାପାଇଁ ଚେଷ୍ଟା କରିଥିଲେ ।

BSE Odisha 7th Class Odia Solutions Chapter 18 ମୋ ପିଲା ବେଳ କଥା

(୪) ଜେଲ୍ ପରିଦର୍ଶନ:
ପିଲାଦିନରୁ ରମାଦେବୀଙ୍କର ଜେଲ୍ ସମ୍ବନ୍ଧରେ ଧାରଣା ଥିଲା । ସେ ତାଙ୍କର ବାପାଙ୍କ ସହିତ ମଝିରେ ମଝିରେ ଜେଲ ପରିଦର୍ଶନରେ ଯାଉଥିଲେ । ବାପା ତାଙ୍କର ଜେଲ୍ ଅଫିସରେ କାମ କରୁଥିଲାବେଳେ, ରମାଦେବୀ ଓ ତାଙ୍କର ଭଉଣୀଙ୍କୁ ସେଠାକାର କର୍ମଚାରୀମାନେ ଜେଲ୍ ବୁଲାଇ ନେଉଥିଲେ ।

(୫) ଖୁଦିରାମଙ୍କୁ ଫାଶୀ ହୁକୁମ୍:
ଖୁଦିରାମ ଥିଲେ ଦେଶପ୍ରେମୀ । ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ ସେ ଜେଲ୍ ଯାଇଥିଲେ । ଖୁଦିରାମଙ୍କ ଦୋଷ ବିଚାର କରାଯାଇ ତାଙ୍କୁ ଫାଶୀ ହୁକୁମ୍ ହେଲା । ଖୁଦିରାମଙ୍କୁ ରମାଦେବୀ କୌଣସି ଦିନ ଜେଲ୍‌ରେ ଦେଖି ନଥିଲେ; ମାତ୍ର ତାଙ୍କ ଦେଶପ୍ରେମ ସମ୍ବନ୍ଧରେ ସେ ଅନେକ କଥା ଶୁଣିଥିଲେ । ଥରେ ଖୁଦିରାମଙ୍କ ମା’ ଆସିଲେ ପୁଅକୁ ଦେଖ‌ିବାପାଇଁ । ସମସ୍ତଙ୍କ ମୁହଁରେ ଥିଲା ଖୁଦିରାମଙ୍କ ପ୍ରତି ଦରଦୀଭାବ । ଖୁଦିରାମଙ୍କ ପ୍ରତି ରମାଦେବୀଙ୍କ ମନରେ ମଧ୍ଯ କେମିତି ଗୋଟିଏ ମାୟା ଲାଗିଯାଇଥିଲା । ସେ ଫାଶୀ ପାଇବା କଥା ଶୁଣି ତାଙ୍କ ମନରେ ଦୁଃଖ ଆସିଥିଲା ।

ଖୁଦିରାମଙ୍କୁ ଦେଖିବାପାଇଁ ରମାଦେବୀ ତାଙ୍କର ବାପାଙ୍କୁ ଡରି ଡରି କହିଥିଲେ– ମାତ୍ର ତାଙ୍କର ବାପା ସେଥ‌ିରେ ରାଜି; ହୋଇ ନଥିଲେ । ବାରଣ କରି କହିଥିଲେ – “ ନା….ନା, ତମକୁ ଦେଖିବାପାଇଁ ଛାଡ଼ିବେ ନାହିଁ ।’’ କେହି ଲୋକ ଫାଶୀ ପାଇଲେ ରମାଦେବୀଙ୍କ ବାପା ଫାଶୀ ସ୍ଥାନରେ ଉପସ୍ଥିତ ରହୁଥିଲେ । ତାଙ୍କ ଉପରେ ସେହି ଦାୟିତ୍ଵ ରହିଥିଲା । ତେଣୁ କାହାରି ଫାଶୀ ପାଇବା ଦିନ, ସେ ଭୋର୍ ତିନିଟାରୁ ପୋଷାକ ପିନ୍ଧି ସେହି ସ୍ଥାନକୁ ବାହାରିଯାଉଥିଲେ ।

(୬) ଖୁଦିରାମଙ୍କ ଫାଶୀଦିନ:
ଖୁଦିରାମଙ୍କ ଫାଶୀଦିନ ନିକଟ ହୋଇ ଆସିଲା । ସେହି ଫାଶୀ ପ୍ରସଙ୍ଗରେ ରମାଦେବୀ ଜାଣିଲେ ଯେ, ଫାଶୀ ପୂର୍ବଦିନ ଫାଶୀ ପାଉଥିବା ଲୋକକୁ ତା’ର ଶେଷଇଚ୍ଛା ପ୍ରକାଶ କରିବାପାଇଁ କୁହାଯାଇଥାଏ । ଶେଷଇଚ୍ଛା ଆଇନସମ୍ମତ ହୋଇଥିଲେ, ତାହା ପୂରଣ କରାଯାଏ । ସେଦିନ ରାତି ପାହାନ୍ତାରେ ଖୁଦିରାମଙ୍କୁ ଫାଶୀ ହେବାର ଯୋଜନା ଥିଲା । ଖୁଦିରାମଙ୍କୁ ଯେ ଫାଶୀ ହୋଇଯିବ, ସେହିକଥା ମନେପକାଇ ରମାଦେବୀ ଓ ତାଙ୍କ ଭଉଣୀ କାନ୍ଦ କାନ୍ଦ ହୋଇ ଯାଇଥିଲେ । ସେମାନେ ତାଙ୍କ ବାପାଙ୍କୁ ସେଠାକୁ ନ ଯିବା ପାଇଁ କହିବାକୁ ମା’ଙ୍କୁ କହିଲେ । ମା’ ସେମାନଙ୍କୁ ବାପାଙ୍କୁ ମନା କରିବାକୁ କହିଲେ। ଡରି ଡରି ରମାଦେବୀ ଓ ତାଙ୍କର ବଡ଼ ଭଉଣୀ ବାପାଙ୍କ ନିକଟରେ ପହଞ୍ଚିଲେ; ମାତ୍ର କିଛି କହିପାରି ନଥିଲେ । ତାଙ୍କର ବାପା ଯେତେବେଳେ ଆସିବାର କାରଣ ସମ୍ବନ୍ଧରେ ପଚାରିଥିଲେ ସେତେବେଳେ ରମାଦେବୀ ସାହସ କରି ଖୁଦିରାମଙ୍କ ଫାଶୀ ସ୍ଥାନକୁ ନ ଯିବାପାଇଁ ବାପାଙ୍କୁ କହିଥିଲେ । ସେଭଳି କଥାରେ ତାଙ୍କ ବାପା ଗମ୍ଭୀର ହୋଇଯାଇଥିଲେ । ଶେଷରେ ଝିଅଦୁହିଁଙ୍କ କଥାରେ ସମ୍ମତି ପ୍ରକାଶ କଲେ । ଯଥା ସମୟରେ ଖୁଦିରାମଙ୍କ ଫାଶୀ ହୋଇଥିଲା । ସକାଳ ହେଲାବେଳକୁ ସେ ଖବର ଚାରିଆଡ଼େ ବ୍ୟାପି ଯାଇଥିଲା । ସେହି ଖବରରେ ସମସ୍ତେ ମନର ଉତ୍ତେଜନା ଲୁଚେଇ ଲୁଚେଇ ପ୍ରକାଶ କରୁଥିଲେ ।

(୭) ଅରବିନ୍ଦଙ୍କ ପ୍ରଭାବ:
କ୍ରମଶଃ ଖୁଦିରାମଙ୍କ ପ୍ରଭାବ ସମସ୍ତଙ୍କ ମନରୁ କମିଆସିଲା । ଅରବିନ୍ଦଙ୍କ ଉପରେ ସମସ୍ତଙ୍କର ଦୃଷ୍ଟି ରହିଲା । ରମାଦେବୀଙ୍କ ମନରୁ ଅରବିନ୍ଦଙ୍କ ଛାପ ଲିଭିଲା ନାହିଁ । ସେ ଜାଣିଲେ ଅରବିନ୍ଦ ସଚ୍ଚା ଦେଶପ୍ରେମୀ । ଦେଶ ପାଇଁ ଯେ-ସର୍ବସ୍ଵ ଦେବାକୁ ହେବ, ଏପରି ବିଚାରଧାରା ସମସ୍ତଙ୍କ ମନରେ ଅରବିନ୍ଦ ସୃଷ୍ଟି କରିଥିଲେ । ବ୍ୟକ୍ତିଗତ ଭାବେ ତାଙ୍କୁ ଦେଖି ନଥିଲେ ମଧ୍ୟ ରମାଦେବୀ ଅରବିନ୍ଦଙ୍କ ଚିନ୍ତାଧାରାରେ ପ୍ରଭାବିତ ହୋଇଥିଲେ ।

(୮) ଲେଖିକାଙ୍କ ଗପ ଶୁଣା :
ଲେଖିକା ରମାଦେବୀ ପିଲାଦିନେ ଗପ ଶୁଣିବାକୁ ଭାରି ଭଲ ପାଉଥିଲେ । ତାଙ୍କର ମା’ ବସନ୍ତକୁମାରୀ ଦେବୀ ସନ୍ଧ୍ୟାବେଳେ ପୂଜାକାମ ସାରି ପିଲାମାନଙ୍କୁ ଗପ କହୁଥିଲେ । ରାମାୟଣ, ମହାଭାରତର ଯେତେସବୁ ଚରିତ୍ର ପିଲାଙ୍କ ଆଗରେ ବର୍ଣ୍ଣନା କରାଯାଇପାରେ, ସେହିସବୁ ଚରିତ୍ର ବିଷୟରେ ସେ କହୁଥିଲେ ପୌରାଣିକ ଚରିତ୍ର ବ୍ୟତୀତ ଅନେକ ଐତିହାସିକ ଘଟଣା ସେ ପିଲାମାନଙ୍କୁ ଶୁଣାଉଥିଲେ । ଆନନ୍ଦମଠ, ଦେବୀ ଚୌଧୁରାଣୀ, ରାଣାପ୍ରତାପ, ରବୀନ୍ଦ୍ରନ!ଥଙ୍କ ଗର୍ଭ ମା’ ତାଙ୍କୁ ସଞ୍ଜବେଳେ ଘଣ୍ଟାଏ ଘଣ୍ଟାଏ ଶୁଣାଉଥିଲେ । ଖୁଦିରାମ, ଅରବିନ୍ଦଙ୍କ କଥାକୁ ସେ ବେଶ୍ ଭଲଭାବରେ କହୁଥିଲେ । ପୁନଶ୍ଚ ରମାଦେବୀଙ୍କ ଘରେ ଖଣ୍ଡିଏ ଛବିବହି ଥିଲା । ସେହି ବହିରେ ସ୍ତ୍ରୀ ଲୋକ ତଥା ଗୃହିଣୀମାନଙ୍କ ପାଇଁ ବହୁ ଶିକ୍ଷାପ୍ରଦ ଛବି ଥିଲା। ସେହି ଛବିଗୁଡ଼ିକ ଦେଖାଇ ତାଙ୍କ ମା’ ତାଙ୍କୁ ସେ ସମ୍ବନ୍ଧରେ କହୁଥିଲେ । ସେମାନେ ଯାହା! ଶୁଣୁଥିଲେ ପରଦିନ ତାହାକୁ ଲେଖି ମା’ଙ୍କୁ ଦେଖାଉଥିଲେ । ଲେଖାରେ କିଛି ଭୁଲ୍ ହେଲେ ମା’ ସେମାନଙ୍କୁ ମାଡ଼ ଦେଉ ନଥିଲେ, ଏପରିକି ଗାଳି ମଧ୍ୟ ଦେଉ ନଥିଲେ। ଆଲୋଚ୍ୟ ଜୀବନୀ ଲେଖାରେ ରମାଦେବୀ ପିଲାଦିନ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।

କଠିନ ଶବ୍ଦାର୍ଥ :

  • ମୋଜାଫରପୁର – ବିହାରର ଏକ ସହର ।
  • ବାପା – ରମାଦେବୀଙ୍କ ବାପା ଗୋପାଳବଲ୍ଲଭ ଦାସ (୧୮୬୦ – ୧୯୧୪) । ସେ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସାନଭାଇ ।
  • ଗମ୍ଭୀର – ବିଶେଷ ଚିନ୍ତାଧାରାରେ ଗ୍ରୁ ପ୍ ରହିବା ।
  • ଚପରାସୀ – ଅଫିସରଙ୍କର ବୋଲକରା/ଯିଏ କାଗଜପତ୍ର ନେବା ଆଣିବା କରନ୍ତି ।
  • ଘନିଷ୍ଠ – ଅତି ପ୍ରିୟ।
  • ବରାବର – ସବୁବେଳେ / ଅନେକ ସମୟରେ।
  • ସ୍ଵଦେଶୀ ଦ୍ରବ୍ୟ – ନିଜ ଦେଶରେ ତିଆରିହେଉଥ‌ିବା ଜିନିଷ।
  • ବଦ୍ଧମୂଳ – ସ୍ଥିର-ନିଶ୍ଚିତ|ଦୃଢ଼ ।
  • ପରିଦର୍ଶନ – ବୁଲି ଦେଖିବା ।
  • ବାରଣ – ମନା ।
  • ହାଉଆ – ପ୍ରଭାବ ।
  • ଖୁଦିରାମ – ଖୁଦି ରାମ ବୋଷ । ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ମାତ୍ର ୧୯ ବର୍ଷ ବୟସରେ ଫାଶୀ ପାଇଥିଲେ । ସେ ଥିଲେ ଜଣେ ଦେଶପ୍ରେମୀ ଯୋଦ୍ଧା ।
  • ଅରବିନ୍ଦ – ଶ୍ରୀଅରବିନ୍ଦ ଘୋଷ (୧୮୭୨- ୧୯୫୦) ମହାନ୍ ବିପ୍ଳବୀ ଓ ଆଧ୍ୟାତ୍ମିକବାଦୀ ।
  • ଅପ। – ରମାଦେବୀଙ୍କ ବଡଭଉଣୀ ସରଳାଦେବୀ
  • ମା’ – ର ମାଦେବୀଙ୍କ ମା’ବସନ୍ତ କୁମାରୀ
  • ଶିକ୍ଷାପ୍ରଦ – ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷଣୀୟ । ଆନନ୍ଦମଠ,
  • ଦେବୀ ଚୌଧରାଣୀ – ବୃଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କଦ୍ବାରା ଲିଖିତ ଦୁଇଟି ପ୍ରସିଦ୍ଧ ଉପନ୍ୟାସ ।
  • ରବୀନ୍ଦ୍ରନାଥ – ବଙ୍ଗଳାର ବିଶିଷ୍ଟ ସାହିତ୍ୟିକ । ସେ ସର୍ବପ୍ରଥମେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପାଇଥିଲେ। ତାଙ୍କଦ୍ବାରା ପ୍ରଣୀତ ‘ଗୀତାଞ୍ଜଳି’ ତାଙ୍କର ଶ୍ରେଷ୍ଠ କୃତି ।

BSE Odisha 7th Class Odia Solutions Chapter 17 ମନରେ ଆସୁ ମୋ ଭଲ ଭାବନା

Odisha State Board BSE Odisha 7th Class Odia Solutions Chapter 17 ମନରେ ଆସୁ ମୋ ଭଲ ଭାବନା Textbook Exercise Questions and Answers.

BSE Odisha Class 7 Odia Solutions Chapter 17 ମନରେ ଆସୁ ମୋ ଭଲ ଭାବନା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ସୁଖ ଚାହିଁବାକୁ ହେଲେ ଆମକୁ ପ୍ରଥମେ କ’ଣ କରିବାକୁ ହେବ ?
Answer:
ସୁଖ ଚାହିଁବାକୁ ହେଲେ ମାନସିକ ଶାନ୍ତିର ଆବଶ୍ୟକତା ରହିଛି । ଅନ୍ୟକୁ ଭଲ ପାଇବାରେ ଏହି ଶାନ୍ତି ନିହିତ । ଅନ୍ୟମାନଙ୍କ ପାଇଁ ମନ ଭିତରେ ଭଲ ଭାବନା ରଖୁଲେ ଓ ଅନ୍ୟର ହିତ କାମନା କଲେ ଆମକୁ ସମସ୍ତେ ଆପଣାର ଜଣାପଡ଼ିବେ ଓ ଆମେ ମାନସିକ ଶାନ୍ତି ଲାଭ କରିପାରିବା । ଏହି ମାନସିକ ଶାନ୍ତି ହିଁ ଆମକୁ ସୁଖ ପ୍ରଦାନ କରିବ ।

(ଖ) ଆମେ କ’ଣ କଲେ ଆମକୁ ସମସ୍ତେ ଭଲ ପାଇବେ ?
Answer:
‘ଆପେ ଭଲ ହେଲେ ଦୁନିଆ ଭଲ ’’ । ଏହି ଉକ୍ତିଟି ସବୁବେଳେ ସତ । ଆମେ ଅନ୍ୟମାନଙ୍କ ପାଇଁ ମନ ଭିତରେ ସବୁବେଳେ ଭଲ ଚିନ୍ତାକଲେ, ଅନ୍ୟମାନଙ୍କ ହିତ କାମନା କଲେ, ମନ ଭିତରେ ଭଲ ଭାବନା ରଖୁଲେ ଓ ସମସ୍ତଙ୍କୁ ଆପଣାର ମନେକଲେ ସମସ୍ତେ ଆମକୁ ଭଲ ପାଇବେ ଓ ଆମେ ସୁଖରେ ରହିବା ।

(ଗ) ରାଜା ପ୍ରତିଦିନ କେଉଁ କାମଟି କରିବାକୁ ଭଲ ପାଉଥିଲେ ?
Answer:
ରାଜା ଥିଲେ ପ୍ରଜାନୁରଞ୍ଜକ । ପ୍ରଜାମାନଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ରଖିବାକୁ ସେ ଭଲ ପାଉଥିଲେ । ତେଣୁ ସମୟ ସମୟରେ ରାଜଧାନୀରେ ହାତୀ ଉପରେ ବସି ଭ୍ରମଣ କରୁଥିଲେ । ବିଶେଷତଃ ସନ୍ଧ୍ୟା ସମୟରେ ହାତୀ ଚଢ଼ି ବୁଲିବାକୁ ରାଜା ଭଲ ପାଉଥିଲେ ।

(ଘ) ରାଜା ନିଜର ଦୁଶ୍ଚିନ୍ତା ସମ୍ପର୍କରେ କାହା ସହିତ ଆଲୋଚନା କଲେ ?
Answer:
ରାଜାଙ୍କ ମନରେ ଦୋକାନୀ ପ୍ରତି ସୃଷ୍ଟି ହୋଇଥିବା ଅହେତୁକ ଘୃଣା କ୍ରମଶଃ ତାଙ୍କ ଦୁଶ୍ଚିନ୍ତାର କାରଣ ହେଲା । ଶାନ୍ତ ସ୍ବଭାବ ବିଶିଷ୍ଟ ରାଜାଙ୍କ ମନ ଭିତରେ ଦେଖା ଦେଇଥ‌ିବା କୁଚିନ୍ତାର କାରଣ ନିର୍ଦ୍ଧାରଣ କରିବାପାଇଁ ତାଙ୍କ ମନରେ ଉତ୍କଣ୍ଠା ଜାତ ହେଲା । ମନ୍ତ୍ରୀଙ୍କୁ ଡକାଇ କାରଣ ଅନୁସନ୍ଧାନ କରିବାପାଇଁ ସେ ତାଙ୍କ ସହ ଆଲୋଚନା କଲେ ।

(ଙ) ମନ୍ତ୍ରୀ ଦୋକାନୀବନ୍ଧୁଙ୍କ ସହ କାହିଁକି ଦୁଃଖସୁଖ ହେବାପାଇଁ ଚାହିଁଲେ ?
Answer:
ଚନ୍ଦନ କାଠ ବିକ୍ରି କରୁଥିବା ଦୋକାନୀ ଥିଲେ ମନ୍ତ୍ରୀଙ୍କର ଜଣେ ବନ୍ଧୁ । ଦୀର୍ଘଦିନ ଧରି ଦୁଇବନ୍ଧୁଙ୍କର ଦେଖା ସାକ୍ଷାତ ହୋଇ ନଥିଲା । ମନ୍ତ୍ରୀଙ୍କୁ ଦେଖିଲା ମାତ୍ରେ ଦୋକାନୀ ଜଣକ ଆନନ୍ଦରେ ତାଙ୍କୁ ସାଦର ସମ୍ବର୍ଦ୍ଧନା ଜଣାଇଲେ । ପୁନଶ୍ଚ ରାଜାଙ୍କ ମନରେ ଦୋକାନୀ ପ୍ରତି ଜାତ ହୋଇଥିବା କୁଭାବନାର କାରଣ କ’ଣ ତାହା ମନ୍ତ୍ରୀ ଜାଣିବାକୁ ଚାହୁଁଥିଲେ

(ଚ) ଦୋକାନୀ ଜଣକ କିପରି ନିଜ ସମସ୍ୟାରୁ ମୁକ୍ତ ହେବେ ବୋଲି କହିଲେ ?
Answer:
ଦୋକାନୀ ଜଣକ ନିଜ ବ୍ୟବସାୟର ମାନ୍ଦା ଅବସ୍ଥା ନେଇ ଚିନ୍ତିତ ଥିଲେ । ବଜାରରେ ଚନ୍ଦନ କାଠର ଚାହିଦା କମି ଯାଇଥବାରୁ ଦର କମି ଯାଇଥିଲା । ଫଳରେ ବ୍ୟବସାୟରେ ଖଟାଇଥିବା ଟଙ୍କା ସେ କିପରି ଫେରିପାଇବେ, ସେହି ଚିନ୍ତା ତାଙ୍କୁ ଭୀଷଣ କଷ୍ଟ ଦେଉଥିଲା । ସେହି ସମସ୍ୟାରୁ ମୁକ୍ତି ପାଇବାପାଇଁ ସେ ଚିନ୍ତା କରିଥିଲେ ଯେ ଯଦି ରାଜାଙ୍କର ମୃତ୍ୟୁ ହୁଅନ୍ତା ତେବେ ତାଙ୍କ ଶବଦାହ ପାଇଁ ଅନେକ ଚନ୍ଦନ କାଠ ଆବଶ୍ଯକ ହୁଅନ୍ତା; ଯଦ୍ୱାରା ତାଙ୍କ ଦୋକାନରେ ଗଚ୍ଛିତ ଥ‌ିବା ସମସ୍ତ କାଠ ସହଜରେ ବିକ୍ରି ହୋଇଯା’ନ୍ତା । ଫଳତଃ ସେ ବ୍ୟବସାୟରେ ଖଟାଇଥିବା ଟଙ୍କାତକ ଫେରିପାଇଯାନ୍ତେ ଓ ସମସ୍ୟାରୁ ମୁକ୍ତ ହୋଇଯାଆନ୍ତେ ବୋଲି ମନ୍ତ୍ରୀଙ୍କୁ କହିଲେ ।

(ଛ) ମନ୍ତ୍ରୀଙ୍କଠାରୁ ରାଜାଙ୍କ ଇଚ୍ଛା ସମ୍ପର୍କରେ ଜାଣିଲା ପରେ, ଦୋକାନୀ ଜଣକ କ’ଣ ଚିନ୍ତା କଲେ ?
Answer:
ରାଜା ଚନ୍ଦନ କାଠର କିଛି ସାମଗ୍ରୀ ତିଆରି କରାଇବାକୁ ଇଚ୍ଛା କରିଛନ୍ତି ବୋଲି ମନ୍ତ୍ରୀ ଦୋକାନୀକୁ କହିଲେ । ଏତେ ପରିମାଣରେ ଚନ୍ଦନ କାଠ ରାଜଧାନୀରେ ମିଳିପାରିବ କି ନାହିଁ ଏହା ବୁଝିବାକୁ ସେ ଆସିଛନ୍ତି ବୋଲି କହିବାରୁ ଦୋକାନୀ ଜଣକ ଖୁସି ହୋଇଗଲେ । ଏହା ଏକ ଅପୂର୍ବ ଯୋଗାଯୋଗ ବୋଲି ଅନୁଭବ କରି ଓ ଚନ୍ଦନ କାଠତକ ବିକ୍ରି ହୋଇଯିବ ଭାବି ସେ ଖୁସି ହୋଇଗଲେ । ଏଭଳି ଦୟାଳୁ ରାଜାଙ୍କର ଅକାଳ ମରଣ କଥା ଚିନ୍ତା କରିଥିବାରୁ ସେ ଲଜ୍ଜିତ ହେଲେ ଓ ମନେ ମନେ ଅନୁତାପ କଲେ ।

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ରାଜାଙ୍କ ସ୍ଵଭାବ କିପରି ଥିଲା ?
Answer:
ରାଜା ଥିଲେ ପ୍ରଜାନୁରଞ୍ଜକ ଓ ଶାନ୍ତିପ୍ରିୟ । ପ୍ରଜାମାନଙ୍କର ମଙ୍ଗଳ କାମନା କରି ସେ ରାଜ୍ୟରେ ଲୋକହିତକର କାର୍ଯ୍ୟ କରାଉଥିଲେ । ପ୍ରଜାମାନଙ୍କ ସହିତ ମିଶି ତାଙ୍କର ସୁଖଦୁଃଖ, ହାନିଲାଭ ବୁଝିବାକୁ ସେ ଭଲ ପାଉଥିଲେ । ଜନହିତକର କାର୍ଯ୍ୟରେ ବ୍ରତୀ ଥ‌ିବା ରାଜାଙ୍କୁ ପ୍ରଜାମାନେ ମଧ୍ୟ ଖୁବ୍ ଭଲ ପାଉଥିଲେ ଏବଂ ସମ୍ମାନ ପ୍ରଦର୍ଶନ କରୁଥିଲେ ।

(ଖ) ପ୍ରଥମେ ଦୋକାନୀ ଜଣଙ୍କୁ ଦେଖ୍ ରାଜାଙ୍କର କ’ଣ କରିବାକୁ ଇଚ୍ଛା ହେଲା ?
Answer:
ଦୋକାନୀ ଉପରେ ଦୃଷ୍ଟି ପଡ଼ିଲା ମାତ୍ରେ ରାଜାଙ୍କ ମନରେ ଭାବାନ୍ତର ସୃଷ୍ଟି ହେଲା । ବିନା କାରଣରେ ସେ ଦୋକାନୀ ଉପରେ ବିରକ୍ତ ହୋଇଉଠିଲେ । ଦୋକାନୀ ପ୍ରତି ତାଙ୍କ ମନରେ କ୍ରୋଧ ଓ ଘୃଣାଭାବ ସୃଷ୍ଟି ହେଲା । ସେ ଏପରି ବିରକ୍ତ ହୋଇପଡ଼ିଲେ ଯେ ସିପାହୀ ପଠାଇ ଦୋକାନୀକୁ ଗିରଫ କରିବା ସହ ଫାଶୀଖୁଣ୍ଟରେ ଝୁଲାଇ ଦେବାକୁ ମଧ୍ୟ ତାଙ୍କ ମନରେ ଇଚ୍ଛା ଜାତ ହେଲା । ଦୋକାନୀଟି ରାଜାଙ୍କର କିଛି କ୍ଷତି କରିନଥିଲେ କିମ୍ବା କୌଣସି ଦୋଷ କରିନଥିଲେ ମଧ୍ୟ ରାଜାଙ୍କ ମନରେ ଅହେତୁକ ଭାବେ ତା’ ପ୍ରତି ଖରାପ ଭାବନା ଜାତ ହୋଇଥିଲା ।

(ଗ) ଦୋକାନୀ ଜଣକ ମନ୍ତ୍ରୀକୁ ନିଜ ବ୍ୟବସାୟ ସମ୍ପର୍କରେ କ’ଣ କହିଲେ ?
Answer:
ଦୋକାନୀ ଜଣକ ମନ୍ତ୍ରୀଙ୍କର ଜଣେ ଭଲ ବନ୍ଧୁ ଥିଲେ । ବ୍ୟବସାୟ କିପରି ଚାଲିଛି ବୋଲି ମନ୍ତ୍ରୀ ପଚାରିବାରୁ ଦୋକାନୀ ଜଣକ ଦୁଃଖର ସହ କହିଥିଲେ ଯେ ତାଙ୍କ ବ୍ୟବସାୟ ମାନ୍ଦାବସ୍ଥା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ପୂର୍ବରୁ ଚନ୍ଦନ କାଠର ଲାଭ କମି ଯାଇଥବାରୁ ଭବିଷ୍ୟତରେ ଦର ବୃଦ୍ଧି ହେବାର ଆଶାକରି ସେଥୁରୁ ପ୍ରଚୁର ଲାଭ ପାଇବାପାଇଁ ସେ ବହୁ ପରିମାଣରେ ଚନ୍ଦନ କାଠ କିଣି ପକାଇଥିଲେ । ମାତ୍ର ପରବର୍ତ୍ତୀ ଅବସ୍ଥାରେ ଏହାର ଚାହିଦା କମିବାକୁ ଲାଗିଲା, ଫଳରେ ଦର ହ୍ରାସ ପାଇବାକୁ ଲାଗିଲା । ଦୋକାନରେ ମାଲ୍ ଭର୍ତ୍ତି ହୋଇ ରହିଥିବାବେଳେ ଲୋକେ କିଣିବାକୁ ଇଚ୍ଛା କରୁନଥିବାରୁ ବ୍ୟବସାୟରେ ଖଟାଇଥିବା ଟଙ୍କା ଫେରିପାଇବା କଷ୍ଟକର ହୋଇପଡ଼ୁଛି । ସେଥ‌ିପାଇଁ ସେ ବହୁତ ଚିନ୍ତିତ ହୋଇପଡ଼ିଛନ୍ତି ବୋଲି ମନ୍ତ୍ରୀଙ୍କୁ କହିଥିଲେ ।

(ଘ) ମନ୍ତ୍ରୀ ନିଜ ଆସିବାର କାରଣ କ’ଣ ବୋଲି ଦୋକାନୀଙ୍କୁ କହିଲେ ?
Answer:
ମନ୍ତ୍ରୀ ବନ୍ଧୁଙ୍କ ସମସ୍ୟା ବିଷୟରେ ଶୁଣି ଦୁଃଖ ପ୍ରକାଶ କରିବା ସହ ନିଜ ଆସିବାର କାରଣ ପ୍ରକାଶ କରିବାକୁ ଯାଇ କହିଥିଲେ ଯେ ରାଜା ଚନ୍ଦନ କାଠର କିଛି ସାମଗ୍ରୀ ଗଢ଼ାଇବାପାଇଁ ଇଚ୍ଛାପ୍ରକାଶ କରିଛନ୍ତି । ସେଥ‌ିପାଇଁ ବହୁ ପରିମାଣରେ ଚନ୍ଦନ କାଠ ଆବଶ୍ୟକ । ରାଜଧାନୀ ବଜାରରେ ଏତେ ପରିମାଣରେ ଚନ୍ଦନ କାଠ ମହଜୁଦ୍ ଅଛି କି ନାହିଁ ତାହା ବୁଝିବାପାଇଁ ରାଜା ତାଙ୍କୁ ପଠାଇଛନ୍ତି । ବନ୍ଧୁଟି ଏକମାତ୍ର ଚନ୍ଦନ କାଠ ବ୍ୟବସାୟୀ ହୋଇଥିବାରୁ ତାଙ୍କୁ ସାକ୍ଷାତ କରି ଚନ୍ଦନ କାଠ ସମ୍ପର୍କରେ ବୁଝିବାକୁ ସେ ଆସିଛନ୍ତି ବୋଲି କହିଲେ ।

(‍ଙ) ଦୋକାନୀ ଜଣକ ମନେ ମନେ କାହିଁକି ଲଜିତ ହେଲେ ?
Answer:
ଦୋକାନରେ ମହଜୁଦ ଥ‌ିବା ଚନ୍ଦନ କାଠ କିପରି ବିକ୍ରି ହେବ ସେ ବିଷୟରେ ଚିନ୍ତିତ ଥିବା ବ୍ୟବସାୟୀ ମନ୍ତ୍ରୀଙ୍କ ନିକଟରୁ ରାଜାଙ୍କ ଇଚ୍ଛା ସମ୍ପର୍କରେ ଜାଣିଲା ପରେ ମନେ ମନେ ଖୁବ୍ ଲଜ୍ଜା ଅନୁଭବ କଲେ । ଅକାରଣରେ ରାଜାଙ୍କ ଅକାଳ ମୃତ୍ୟୁ କାମନା କରିଥିବାରୁ ସେ ନିଜକୁ ସ୍ଵୀକାର କରିବାକୁ ଲାଗିଲେ। ଏପରି ଦୟାଳୁ ରାଜାଙ୍କ ସମ୍ପର୍କରେ ଏଭଳି ଖରାପ ଭାବନା ମନରେ ପୋଷଣ କରିଥିବାରୁ ସେ ଅନୁତାପ କରିବାକୁ ଲାଗିଲେ ।

(ଚ) ରାଜା ଦ୍ଵିତୀୟ ଥର ଦୋକାନୀଙ୍କୁ ଦେଖିବା ପରେ ତାଙ୍କ ମନରେ କି ଭାବନା ଜାଗ୍ରତ ହେଲା ?
Answer:
ମନ୍ତ୍ରୀ ଚତୁରତାର ସହ ରାଜାଙ୍କ ମନରେ ଦୋକାନୀ ପ୍ରତି ସୃଷ୍ଟି ହୋଇଥ‌ିବା କ୍ରୋଧ ଓ ଘୃଣାର କାରଣ ଜାଣିପାରି ନିରାକରଣର ପନ୍ଥା ସ୍ଥିର କରି ସାରିଥିଲେ । ଫଳରେ ଦୋକାନୀଟି ମନରୁ ରାଜାଙ୍କ ପ୍ରତି କୁଭାବନା ଦୂର ହୋଇଗଲା । ଦ୍ୱିତୀୟଥର ଦୋକାନୀକୁ ଦେଖ‌ିବା ପରେ ରାଜାଙ୍କ ମନରେ ଦୋକାନୀ ପ୍ରତି ମଧ୍ୟ ସ୍ନେହଭାବ ଉତ୍ପନ୍ନ ହେଲା । ଦୁଇଦିନ ତଳେ ଦୋକାନୀ ପ୍ରତି ତାଙ୍କ ମନରେ ଯେଉଁ ଖରାପ ଭାବନା ଜାତ ହୋଇଥିଲା, ତାହା ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇ ଯାଇଥିଲା । ଦୋକାନର ସାଜସଜ୍ଜା ତଥା ଚନ୍ଦନ କାଠର ମହକ ରାଜାଙ୍କୁ ବହୁତ ଭଲ ଲାଗିଲା । ଜଣେ ନିଘୋଷ ଲୋକକୁ ଫାଶୀଖୁଣ୍ଟରେ ଝୁଲାଇବାର ଚିନ୍ତା ତାଙ୍କ ମନରେ ସୃଷ୍ଟି ହୋଇଥିବା କଥା ଚିନ୍ତାକରି ରାଜା ଅନୁତପ୍ତ ହେଲେ ।

Question ୩ ।
ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଲେଖ ।
(କ) ରାଜା ଏବଂ ଦୋକାନୀ ପରସ୍ପରକୁ ଦେଖିବା ପରେ ମନ ଭିତରେ କ’ଣ କ’ଣ ଭାବିଲେ ?
Answer:
ପ୍ରଜାନୁରଞ୍ଜକ ରାଜା ହାତୀ ପିଠିରେ ବସି ବେଳେବେଳେ ରାଜଧାନୀ ପରିକ୍ରମାରେ ଯାଉଥିଲେ । ଦିନେ ସନ୍ଧ୍ୟାରେ ଭ୍ରମଣ କରୁ କରୁ ଗୋଟିଏ ଚନ୍ଦନ କାଠ ଦୋକାନୀ ଉପରେ ତାଙ୍କ ଦୃଷ୍ଟି ପଡ଼ିଲା । ଦୋକାନୀକୁ ଦେଖିଲା ମାତ୍ରେ ରାଜାଙ୍କ ମନରେ ଦୋକାନୀ ପ୍ରତି ଅହେତୁକ କ୍ରୋଧ ଓ ଘୃଣା ସୃଷ୍ଟି ହେଲା । ଦୋକାନୀ ପ୍ରତି ତାଙ୍କ ମନରେ ଏପରି ବିରକ୍ତି ଭାବନା ସୃଷ୍ଟି ହେଲା ଯେ ସେ ସିପାହୀ ପଠାଇ ତାଙ୍କୁ ଗିରଫ କରିବା ସହ ଫାଶୀଖୁଣ୍ଟରେ ଝୁଲାଇବାକୁ ଇଚ୍ଛା କଲେ । ରାଜା ସ୍ଵଭାବତଃ ଶାନ୍ତିପ୍ରିୟ ଥିଲେ । କୌଣସି ଦୋଷ କରିନଥ‌ିବା ଦୋକାନୀ ସମ୍ପର୍କରେ ତାଙ୍କ ମନରେ କାହିଁକି ଏପରି କୁଭାବନା ସୃଷ୍ଟି ହେଲା ସେ ତା’ର କାରଣ ଚିନ୍ତା କରିବାକୁ ଲାଗିଲେ । ସେହି ଭାବନା ରାଜାଙ୍କୁ ଏପରି ବିବ୍ରତ କଲା ଯେ ତା’ର କାରଣ ଅନୁସନ୍ଧାନ କରିବାକୁ ରାଜା ମନ୍ତ୍ରୀଙ୍କୁ ଅନୁରୋଧ କଲେ ।

ବ୍ୟବସାୟରେ କ୍ଷତି ହେଉଥ‌ିବା ଲକ୍ଷ୍ୟ କରି ଦୋକାନୀ କିପରି ନିଜ ମୂଳଧନ ଗଣ୍ଡାକ ଫେରିପାଇବେ ସେ ବିଷୟରେ ଚିନ୍ତିତ ଥିଲେ । କିପରି ମହଜୁଦ ଥ‌ିବା ଚନ୍ଦନ କାଠତକ ବିକ୍ରି ହେବ ସେ ବିଷୟରେ ନାନା କଳ୍ପନା କରୁଥିବାବେଳେ ତାଙ୍କ ମନକୁ ଏକ କୁର୍ଭାବନା ଗ୍ରାସ କଲା । ଦୋକାନୀ ଜଣକ ଭାବିଲେ ଯଦି ରାଜାଙ୍କର ଅକସ୍ମାତ୍ ମୃତ୍ୟୁ ହୁଏ ତେବେ ହୁଏତ ଶବଦାହ ପାଇଁ ବହୁପରିମାଣରେ ଚନ୍ଦନ କାଠ ଆବଶ୍ୟକ ହେବ । ସେ ରାଜଧାନୀର ଏକମାତ୍ର ଚନ୍ଦନ କାଠ ବ୍ୟବସାୟୀ ହୋଇଥିବାରୁ କାଠତକ କିଣିବାପାଇଁ ରାଜକର୍ମଚାରୀମାନେ ଅବଶ୍ୟ ତାଙ୍କ ଦୋକାନକୁ ଆସିବେ । ଫଳରେ ତାଙ୍କ ନିକଟରେ ଗଚ୍ଛିତ ଥ‌ିବା କାଠତକ ବିକ୍ରି ହୋଇଯିବ ଓ ବ୍ୟବସାୟରେ ଖଟାଇଥିବା ମୂଳଧନ ସହ ଲାଭ ମଧ୍ୟ ପାଇପାରିବେ । ଏସବୁ କଥା ଦୋକାନୀ ଜଣକ ଭାବୁଥିବା ବେଳେ ମନ୍ତ୍ରୀ ରାଜାଙ୍କ ନିର୍ଦ୍ଦେଶରେ ତା’ପାଖରେ ପହଞ୍ଚିଲେ । ମନ୍ତ୍ରୀ ଦୋକାନୀଟିର ଭଲ ବନ୍ଧୁ ହୋଇଥ‌ିବାରୁ ଦୁହେଁ ଗପସପ ଆରମ୍ଭ କରିଦେଲେ। କଥା ପ୍ରସଙ୍ଗରେ ନିଜର ମନର ଭାବନା କଥା ସେ ମନ୍ତ୍ରୀଙ୍କ ଆଗରେ ପ୍ରକାଶ କଲେ। ଏଥୁରୁ ମନ୍ତ୍ରୀ ରାଜାଙ୍କ କୁଭାବନା ଉତ୍ପତ୍ତି କାରଣ ଜାଣିପାରିଲେ ।

ଅନ୍ୟ ପ୍ରତି ମନରେ କୁଭାବନା ସୃଷ୍ଟି ହେଲେ ଅନୁରୂପ ଭାବେ ଅନ୍ୟମାନଙ୍କ ମନରେ ମଧ୍ଯ ଆମ ପ୍ରତି ଖରାପ ଚିନ୍ତା ସୃଷ୍ଟି ହୁଏ । ଅନ୍ୟମାନଙ୍କ ସମ୍ପର୍କରେ ଆମ ମନର ଖରାପ ଭାବନା ଆମ ପ୍ରତି ସେମାନଙ୍କ ମନରେ ବିରକ୍ତି ଓ ଘୃଣାଭାବ ସୃଷ୍ଟି କରିଥାଏ । ରାଜା ଓ ଦୋକାନୀଙ୍କ କ୍ଷେତ୍ରରେ ଏହାହିଁ ଘଟିଥୁଲୀ । ଦୋକାନୀ ନିଜ ସ୍ୱାର୍ଥ ପାଇଁ ଜଣେ ଉତ୍ତମ, ଶାନ୍ତିପ୍ରିୟ ଓ ପ୍ରଜାପ୍ରେମୀ ରାଜାଙ୍କ ସମ୍ପର୍କରେ ମନରେ ଏପରି ଅଶୁଭ ଚିନ୍ତା ଆଣିଥିବାରୁ ତାକୁ ଦେଖୁବାମାତ୍ରେ ରାଜାଙ୍କ ମନରେ ତା’ ପ୍ରତି କ୍ରୋଧ ଓ ଘୃଣା ଜାଗ୍ରତ ହୋଇଥିଲା । ପ୍ରବନ୍ଧଟିରୁ ଏହି ଶିକ୍ଷା ମିଳେ ଯେ ନିଜେ ସୁଖ ଓ ଶାନ୍ତିରେ ରହିବାପାଇଁ ଅନ୍ୟମାନଙ୍କ ପ୍ରତି ନିଜେ ମନରେ ସୁଚିନ୍ତା ପୋଷଣ କରିବା ଉଚିତ।

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୪।
ସରଳ ଭାଷାରେ ବୁଝାଇ ଦିଅ ।
(କ) ‘‘ସୁଖରେ ରହିବାକୁ ହେଲେ ମନ ଭିତରେ ସବୁବେଳେ ଭଲ ଚିନ୍ତା ରଖିବା, ଅନ୍ୟମାନଙ୍କ ହିତ କାମନା କରିବା, ମନ ଭିତରେ ଭଲ ଭାବନା ରଖୁ ଆମ ପାଇଁ ଏ ଦୁନିଆ ହୋଇଉଠିବ ସୁନ୍ଦର ଓ ଆକର୍ଷଣୀୟ ।”?
Answer:
‘ସୁଖରେ ରହିବାକୁ …………………………………. ସୁନ୍ଦର ଓ ଆକର୍ଷଣୀୟ।?
ଶଂସିତ ଗଦ୍ୟାଶଟି ଡକ୍ଟର ଚକ୍ରଧର ବିଶ୍ୱାଳଙ୍କ ରଚିତ ‘ମନରେ ଆସୁ ମୋ ଭଲ ଭାବନା’ ଶୀର୍ଷକ ଗଳ୍ପରୁ ଆନୀତ । ଏଠାରେ ଲେଖକ ଏକ ଗଭୀର ତତ୍ତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି । ସ୍ୱାର୍ଥ ସର୍ବସ୍ଵ ଦୋକାନୀଟି ନିଜ ବ୍ୟବସାୟରେ ପ୍ରଚୁର ଲାଭ ପାଇବାପାଇଁ ସଦାସର୍ବଦା ଚିନ୍ତିତ ଥିଲା। ଏପରିକି ବଜାର ମାନ୍ଦା ଥିବାବେଳେ କାଠତକ ବିକ୍ରି କରିବା ନିମନ୍ତେ ତାଙ୍କ ମନରେ ଏକ ଉଦ୍ଭଟ ଭାବନା ସୃଷ୍ଟି ହୋଇଥିଲା । ରାଜାଙ୍କର ଅକାଳ ମୃତ୍ୟୁ ହେଲେ ତାଙ୍କ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ଚିନ୍ତା କରିଥିଲେ । ରାଜାଙ୍କ ସମ୍ପର୍କରେ ଏପରି କୁଭାବନା ଅନୁରୂପ ଭାବେ ରାଜାଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା ।

ତେଣୁ ରାଜାଙ୍କ ମନରେ ଦୋକାନୀଟି ପ୍ରତି କ୍ରୋଧ ଓ ଘୃଣାଭାବ ସୃଷ୍ଟି ହୋଇଥିଲା । ଚତୁର ମନ୍ତ୍ରୀଙ୍କ କୌଶଳରେ ଉଭୟଙ୍କ ମନର ଭାବନା ପରିବର୍ତ୍ତିତ ହେଲା । ଏହାପରେ ଦୁହେଁ ପରସ୍ପର ପ୍ରତି ମନରେ ପୋଷଣ କରିଥିବା ଖରାପ ଭାବନା ପାଇଁ ଅନୁତପ୍ତ ହେଲେ । ଥିରୁ ସ୍ପଷ୍ଟ ଅନୁମିତ ହୁଏ ଯେ ସୁଖରେ ରହିବାକୁ ହେଲେ ମନ ଭିତରେ ସବୁବେଳେ ଭଲ ଚିନ୍ତା ରଖିବା ଆବଶ୍ୟକ । ଅନ୍ୟମାନଙ୍କ ହିତ କାମନା କରି ଅନ୍ୟ ପ୍ରତି ମନରେ ଭଲ ଭାବନା ରଖି ସାରା ଦୁନିଆ ଆମକୁ ସୁଖକର ମନେହେବ ଓ ସମସ୍ତେ ଆପଣାର ପରି ଲାଗିବେ । ଏଣୁ ସମସ୍ତଙ୍କ ପ୍ରତି ମନରେ ଭଲ ଚିନ୍ତା ପୋଷଣ କରିବା ହିଁ ସୁଖ ଲାଭର ଏକମାତ୍ର ଚାବିକାଠି ।

(ଖ) ‘ଅସୁବିଧା ନ ଥିଲେ ସୁବିଧାର ସୁଆଦ ଚାଖ୍ ହୁଅନ୍ତା ନାହିଁ ।’’
Answer:
‘ଅସୁବିଧା ନ ଥିଲେ …………………………….. ହୁଅନ୍ତା ନାହିଁ ।”
ଶଂସିତ ଗଦ୍ୟାଶଟି ଡକ୍ଟର ଚକ୍ରଧର ବିଶ୍ୱାଳଙ୍କ ଲିଖତ “ ମନରେ ଆସୁ ମୋ ଭଲ ଭାବନା” ଗଳ୍ପର ଉଦ୍ଧୃତ। ଅସୁବିଧା ନ ଥିଲେ ସୁବିଧାର ମହତ୍ତ୍ଵ ଆମେ ବୁଝି ପାରିବା ନାହିଁ ବୋଲି ଏଠାରେ ଗାଳ୍ପିକ କହିଛନ୍ତି। ଏହା ନିରାଟ ସତ୍ୟ କଥା ଯେ, ରାତିର ଅମା ଅନ୍ଧକାର ନ ଥିଲେ ପୂର୍ଣ୍ଣିମାର ଜ୍ୟୋତ୍ସ୍ନା ବିଧୌତ ରଜନୀର ମହତ୍ତ୍ଵ ଆମେ ବୁଝିପାରନ୍ତେ ନାହିଁ । ସେହିପରି ଅନ୍ଧାର ନ ଥିଲେ ଆଲୋକର, ଦୁଃଖ ନ ଆସିଲେ ସୁଖର, ରାତି ନଥଲେ ଦିନର, ମନ୍ଦ ନଥିଲେ ଭଲର ଏବଂ ଅସୁବିଧା ନଥିଲେ ସୁବିଧାର ଅନ୍ମଭବ ଆମେ କରିପାରନ୍ତେ ନାହିଁ। ଦୁଃଖ ସହିଥ୍ ଲେ ମୁଖ ପାଇବା, କ୍ଷତି ସହିଥୁଲେ ଲାଭ ପାଇବା ମଣିଷ ଜୀବନର ଏହି ବାସ୍ତବ ସତ୍ୟ ବିଷୟରେ ମନ୍ତ୍ରୀ ବନ୍ଧୁ ଦୋକାନୀକୁ ବୁଝାଇଥିଲେ । ବ୍ୟବସାୟ ମାନ୍ଦା ହେଉଥିବାରୁ ତାଙ୍କୁ ଧୈର୍ଯ୍ୟଧରି ଅପେକ୍ଷା କରିବାକୁ କହିଥିଲେ । ଉତ୍‌ଥାନ-ପତନ, ସୁଖ- ଦୁଃଖ, ଲାAnswer: କ୍ଷତି ମଣିଷ ଜୀବନର ସାଧାରଣ ଘଟଣା। ତେଣୁ ଅଧୀର ନ ହୋଇ ଧୈର୍ଯ୍ୟ ସହିତ ଅପେକ୍ଷାକଲେ ପୁଣି ସୁଦିନ ଫେରିଆସିବ ବୋଲି ମନ୍ତ୍ରା ବୁଝାଇଥିଲୋ

Question ୫।
ଦିଆଯାଇଥ‌ିବା ଶବ୍ଦଗୁଡ଼ିକୁ ନେଇ ଗୋଟିଏ ଗୋଟିଏ ବାକ୍ୟ ଗଠନ କର ।
ସାମଗ୍ରୀ, ଉତ୍କଣ୍ଠିତ, ଅଶ୍ଵାସନା, ଉତ୍ସୁକତା, ସାଜସଜ୍ଜା
Answer:
ସାମଗ୍ରୀ – ରାମବାବୁ ପୂଜା ସାମଗ୍ରୀ କିଣିବାକୁ ଦୋକାନକୁ ଯାଇଛନ୍ତି ।
ଉତ୍କଣ୍ଠିତ – ପରୀକ୍ଷା ଫଳ ଜାଣିବାପାଇଁ ଛାତ୍ରଛାତ୍ରୀମାନେ ଉତ୍କଣ୍ଠିତ ହୋଇପଡ଼ିବା ସ୍ଵାଭାବିକ ।
ଆଶ୍ୱାସନା – ଦୁଃଖୀ ଲୋକକୁ ଆଶ୍ବାସନା ଦେବା ଆମର କର୍ତ୍ତବ୍ୟ ।
ଉତ୍ସୁକତା – କ୍ରିକେଟ ଖେଳ ପ୍ରତି ଲୋକମାନଙ୍କ ମନର ଉତ୍ସୁକତା ହିଁ ଅନ୍ୟ କ୍ରୀଡ଼ାଗୁଡ଼ିକର ପତନର କାରଣ ।
ସାଜସଜ୍ଜା – ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସାଜସଜ୍ଜା ଅତୀବ ଆକର୍ଷଣୀୟ ହୋଇଥାଏ ।

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୬।
‘ଭାବାନ୍ତର’ ଯେପରି ‘ଅନ୍ୟ ଭାବ ବା ଭାବନାରେ ପରିବର୍ତ୍ତନ’’, ସେହିପରି ଏହି ଶବ୍ଦଗୁଡ଼ିକ କ’ଣ ହେବ ଲେଖ ।
ମତାନ୍ତର, ଦେଶାନ୍ତର, ମନାନ୍ତର, ଗ୍ରାମାନ୍ତର
Answer:
ମତାନ୍ତର – ଅନ୍ୟ ମତ ବା ମତରେ ପରିବର୍ତ୍ତନ ।
ଦେଶାନ୍ତର – ଅନ୍ୟ ଦେଶ ।
ମନାନ୍ତର – ଅନ୍ୟ ମନ ବା ମନରେ ପରିବର୍ତ୍ତନ ।
ଗ୍ରାମାନ୍ତର – ଅନ୍ୟ ଗ୍ରାମ ।

Question ୮।
ଯେପରି ‘ନାକ ଟେକିବା’ର ଅର୍ଥ ‘ଘୃଣା କରିବା’, ସେହିପରି ତଳେ ଦିଆଯାଇଥ‌ିବା ପଦଗୁଡ଼ିକର ଅର୍ଥ ବୁଝାଇ ଲେଖ ।
କାନ ପାରିବା, ଆଖି ପକାଇବା, ଭାଗ ବସାଇବା, କପାଳ ଫାଟିବା
Answer:
କାନ ପାରିବା – କଥା ଶୁଣିବା ପାଇଁ ଉତ୍କଣ୍ଠିତ ହେବା ।
ପର କଥାକୁ କାନ ପାରିବା ସୀତାକାନ୍ତ ବାବୁଙ୍କର ଏକ ମନ୍ଦ ଅଭ୍ୟାସ ।

ଆଖୁ ପକାଇବା – ଖୋଜିବା ।
ହରିବାବୁ ନିଜ ଝିଅ ପାଇଁ ଭଲ ବରପାତ୍ରଟିଏ ଉପରେ ଆଖୁ ପକାଇବାକୁ କୁଳମଣିବାବୁଙ୍କୁ କହିଲେ ।

ଭାଗ ବସାଇବା – ଅଂଶ ଦାବି କରିବା ।
ନକୁଳ ସବୁ ଜିନିଷରେ ଭାଗ ବସାଇବାକୁ ଆଗଭର ହେଉଛି ।

କପାଳ ଫାଟିବା – ସର୍ବନାଶ ହେବା ।
ଘର ତିଆରି ପାଇଁ ବ୍ୟାଙ୍କ ଋଣ କରିଥିବା ଟଙ୍କା ଚୋରଦଳ ଲୁଟିନେଲେ । ବୈଦ୍ୟନାଥବାବୁଙ୍କ କପାଳ ଫାଟିଲା ସିନା !
(ଛାତ୍ରଛାତ୍ରୀମାନେ ଅଧିକ ଜାଣିବାପାଇଁ ପଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଠନ କରାଯାଇଛି ।)

Question ୯।
ଯେପରି ଖରାପ କାମ ପାଇଁ – ‘କୁକର୍ମ’ ଶବ୍ଦ ବ୍ୟବହୃତ ହୁଏ ସେହିପରି – କ’ଣ ହେବ ?
ଖରାପ ଚିନ୍ତା –
ଖରାପ କଥା –
ଖରାପ ପଥ –
Answer:
ଖରାପ ଚିନ୍ତା – କୁଚିନ୍ତା ।
ଖରାପ କଥା – କୁକଥା ।
ଖରାପ ପଥ – କୁପଥ ।

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୧୦ ।
‘ଭାବ’ ଶବ୍ଦ ପୂର୍ବରୁ ‘ସ୍ୱ’ ବସିଲେ ସ୍ବଭାବ ହୁଏ । ଏହିପରି ଆଉ ପାଞ୍ଚୋଟି ଶବ୍ଦ ପୂର୍ବରୁ ‘ସ୍ୱ’ ବ୍ୟବହାର କରି ଲେଖ ।
(୧) ସ୍ଵ + ରାଜ୍ୟ = ସ୍ୱରାଜ୍ୟ
(୩) ସ୍ୱ + ଅଭିମାନ = ସ୍ଵାଭିମାନ ।
(୫) ସୃ + ଅବଲମ୍ବନ = ସ୍ଵାବଲମ୍ବନ ।
(୨) ସ୍ଵ + ଅର୍ଥ = ସ୍ଵାର୍ଥ ।
(୪) ସ୍ଵ + ଅଧ୍ୟାୟ = ସ୍ବାଧ୍ୟାୟ ।

Question ୧୧ ।
ରେଖାଙ୍କିତ ଶବ୍ଦଗୁଡ଼ିକର ପୁରୁଷ ଓ ବଚନ ଲେଖ ।
(କ) ଆମେ ଅନ୍ୟମାନଙ୍କୁ ଭଲ ପାଇବା ଉଚିତ ।
Answer:
ଆମେ – ପ୍ରଥମ ପୁରୁଷ, ବହୁବଚନ !
ଅନ୍ୟମାନଙ୍କୁ – ତୃତୀୟ ପୁରୁଷ, ବହୁବଚନ ।

(ଖ) ରାଜା ନିଜ ପ୍ରଜାମାନଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରି ଆନନ୍ଦ ଅନୁଭବ କରନ୍ତି ।
Answer:
ରାଜା – ତୃତୀୟ ପୁରୁଷ, ଏକବଚନ ।
ପ୍ରଜାମାନଙ୍କ – ତୃତୀୟ ପୁରୁଷ, ବହୁବଚନ ।

(ଗ) ସେମାନଙ୍କ ମନରେ ବିରକ୍ତି ଓ ଘୃଣାଭାବ ସୃଷ୍ଟି କରିବ ।
Answer:
ସେମାନଙ୍କ – ତୃତୀୟ ପୁରୁଷ, ବହୁବଚନ ।

(ଘ) ଯାହା ହେଲେ ବି ତୁମକୁ କିଛିଦିନ ଧୈର୍ଯ୍ୟ ଧରିବାକୁ ପଡ଼ିବ ।
Answer:
ତୁମକୁ- ଦ୍ବିତୀୟ ପୁରୁଷ, ଏକବଚନ ।

(ଙ) ମୁଁ ତତ୍‌କ୍ଷଣାତ୍‌ ମୁକ୍ତି ପାଇଯାଆନ୍ତି ।
ମୁଁ – ପ୍ରଥମ ପୁରୁଷ, ଏକବଚନ ।

ତୁମପାଇଁ କାମ :

  • ରାଜା ଓ ମହାରାଜାଙ୍କ କାହାଣୀ ବା ଜୀବନୀ ସଂଗ୍ରହ କରି ଏବଂ ପଢ଼ି ।
  • ନୀତିଶିକ୍ଷାମୂଳକ ଗଳ୍ପଟିଏ ଲେଖୁ ତୁମ ସାଙ୍ଗକୁ ଶୁଣାଅ ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ମନ୍ତ୍ରୀ ଦୋକାନୀ ସହିତ କଥାବାର୍ତ୍ତା କରି କ’ଣ ଜାଣି ପାରିଲେ।
Answer:
ରାଜାଙ୍କର ସ୍ଵଭାବ ଅତି ଉତ୍ତମ ଥିଲା; ମାତ୍ର ଦୋକାନୀ ଉପରେ ରାଜାଙ୍କର ଘୃଣା, ବିରକ୍ତି ଭାବର କାରଣ ମନ୍ତ୍ରୀଙ୍କୁ ବ୍ୟଥିତ କଲା। ସେ ଦୋକାନୀ ସହିତ ବନ୍ଧୁ ହିସାବରେ କଥାବାର୍ତ୍ତା କରି ଏହାର କାରଣ ଜାଣିବାକୁ ପାଇଥିଲେ। ଚନ୍ଦନ କାଠ ବ୍ୟବସାୟୀ ଦୋକାନୀଟିର ବ୍ୟବସାୟ ଭଲ ଚାଲୁନଥିଲା। ତେଣୁ ସେ ଚାହୁଁଥୁଲା ଯଦି ରାଜା ମରିଯା’ନ୍ତେ, ତାହେଲେ ତା’ର ସମସ୍ତ ଚନ୍ଦନ କାଠ ରାଜାଙ୍କର ଶବଦାହ କାମରେ ଲାଗନ୍ତା ଏବଂ ତା’ର ମଧ୍ୟ ଭଲା ରୋଜଗାର ହୁଅନ୍ତା। ମନ୍ତ୍ରୀ ଜାଣିଲେ ଯେ, ଦୋକାନୀ ରାଜାଙ୍କର ଅହିତ ଚିନ୍ତା କରିଥିବାରୁ ରାଜାଙ୍କର ମଧ୍ୟ ଦୋକାନୀ ପ୍ରତି ମନ୍ଦ ଚିନ୍ତା ଓ ଘୃଣାଭାବ ଜାଗ୍ରତ ହୋଇଥ୍ଲା

Question ୨।
ପ୍ରକୃତ ସୁଖ ପାଇବାକୁ ହେଲେ ଆମକୁ କ’ଣ କରିବାକୁ ହେବ ?
Answer:
ସୃଷ୍ଟିରେ ପ୍ରତ୍ୟେକ ମଣିଷ ଚାହେଁ ଧନରତ୍ନ ରୋଜଗାର କରି ବଡ଼ ଲୋକ ହେବ, ଘରଦ୍ବାର କରିବ, ଟଙ୍କା ପଇସା ଜମେଇବ, ବିଳାସବ୍ୟସନରେ ଦିନକାଟିବ। ତା’ ହେଲେ ତାକୁ ସୁଖ ମିଳିବ। ପଶୁପକ୍ଷୀ, କୀଟପତଙ୍ଗ ଆଦି ସମସ୍ତେ ନିଜର ସୁଖ ସୁବିଧା ଚାହାଁନ୍ତି । କିନ୍ତୁ ସୁଖ ପାଇବାକୁ ହେଲେ ଆମ ମନକୁ ଶାନ୍ତ ରଖିବାକୁ ପଡ଼ିବ। ମନର ଶାନ୍ତି ପାଇଁ ସତ୍ ଭାବନା, ସତ୍ ଚିନ୍ତା, ସତ୍ ଆଚାର ସହିତ ଇଶ୍ଵରଙ୍କୁ ଭଲ ପାଇବାକୁ ହେବ । ଆମେ ଅନ୍ୟକୁ ଭଲ ପାଇଲେ ସେ ଆମକୁ ଭଲ ପାଇବ । ଆମେ ଯଦି ଅନ୍ୟ ପାଇଁ ମନରେ ଖରାପ ଚିନ୍ତା ଆଣିବା, ତା’ହେଲେ ସେ ମଧ୍ୟ ଆମ ପାଇଁ ଖରାପ ଚିନ୍ତା କରିବ। ସୁତରାଂ ମନ୍ଦ କଥା, ମନ୍ଦ ଚିନ୍ତା ତ୍ୟାଗ କରି ଅନ୍ୟ ପାଇଁ ହିତ କାମନା, ଭଲ ଚିନ୍ତା କରିପାରିଲେ ଆମେ ପ୍ରକୃତ ସୁଖ ପାଇପାରିବା ।

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୩।
“ ମନରେ ଆସୁ ମୋ ଭଲ ଭାବନା” ଗଳ୍ପରେ ଗାଳ୍ପିକ କେଉଁ କଥା କହିଛନ୍ତି ?
Answer:
‘ମନରେ ଆସୁ ମୋ ଭଲ ଭାବନା’ ଗଳ୍ପରେ ଗାଳ୍ପିକ ଡକ୍ଟର ଚକ୍ରଧର ବିଶ୍ୱାଳ ପ୍ରତ୍ୟେକ ମଣିଷର ମନସ୍ତାତ୍ତ୍ଵିକ ଦିଗ ଉପରେ ଆଲୋକପାତ କରିଛନ୍ତି । ଜଣେ ଅନ୍ୟଜଣକୁ ନେଇ ଯେମିତି ଚିନ୍ତା କରିବ ସେ ବ୍ୟକ୍ତି ମନରେ ମଧ୍ୟ ଅନୁରୂପ ଭାବନା ପ୍ରତିଫଳିତ ହେବ । ତେଣୁ ସମାଜରେ ଆମେ ଯଦି ସମସ୍ତଙ୍କୁ ଭଲ ପାଇବା, ଅନ୍ୟମାନଙ୍କ ହିତ କାମନା କରିବା, ମନ ଭିତରେ ଭଲ ଭାବନା ରଖିବା; ତା’ହେଲେ ଏ ଦୁନିଆ ଆମ ପାଇଁ ଅତି ସୁନ୍ଦର ଓ ଆକର୍ଷଣୀୟ ହୋଇଉଠିବ। ତେଣୁ କହନ୍ତି – “ ଆପେ ଭଲ ହେଲେ ଦୁନିଆଁ ଭଲ।” ଧନରତ୍ନ, କୋଠାବାଡ଼ି, ଗାଡ଼ିଘୋଡ଼ା, ବିଳାସ-ବ୍ୟସନ ମଣିଷକୁ ସୁଖ ଦେଇପାରେ ନାହିଁ । କାରଣ ସେଥୁରେ ମାନସିକ ତୃପ୍ତି ଓ ଶାନ୍ତି ମିଳେନା। ଚନ୍ଦନ ବ୍ୟବସାୟୀ ରାଜାଙ୍କର ଅହିତ କଥା ଚିନ୍ତା କରିବାରୁ ପ୍ରଜାବତ୍ସଳ ରାଜାଙ୍କ ମନରେ ତା’ ପାଇଁ ବିରକ୍ତି ଓ କ୍ରୋଧଭାବ ଜାତ ହୋଇଥିଲା। ପୁଣି ସମୟକ୍ରମେ ଉଭୟଙ୍କର ମାନସିକ ପରିବର୍ତ୍ତନରେ ଦୁହିଁଙ୍କ ମନରେ ସ୍ନେହ, ପ୍ରେମ ଓ ଭକ୍ତି ଭାବ ଜାଗ୍ରତ ହୋଇଥିଲା।

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର :

Question ୧।
ରାଜା ରାଜଧାନୀରେ କିପରି ଭ୍ରମଣ କରନ୍ତି ?
Answer:
ରାଜା ରାଜଧାନୀରେ ହାତୀ ଉପରେ ବସି ଭ୍ରମଣ କରନ୍ତି ।

Question ୨।
ରାଜା ନଗର ଭ୍ରମଣ କରୁଥିବାବେଳେ ହାତୀଟି ବୁଲି ବୁଲି କେଉଁଠି ପହଞ୍ଚିଲା ?
Answer:
ରାଜା ନଗର ଭ୍ରମଣ କରୁଥିବାବେଳେ ହାତୀଟି ବୁଲି ବୁଲି ଗୋଟିଏ ଦୋକାନ ଆଗରେ ପହଞ୍ଚିଲା ।

Question ୩।
ହାତୀ ଯେଉଁ ଦୋକାନ ପାଖରେ ପହଞ୍ଚିଲା ସେହି ଦୋକାନରେ କ’ଣ ବିକ୍ରି ହେଉଥିଲା ?
Answer:
ସେହି ଦୋକାନରେ ଚନ୍ଦନ କାଠ ଓ ତହିଁରେ ନିର୍ମିତ ବିଭିନ୍ନ ସାମଗ୍ରୀ ବିକ୍ରୟ ହେଉଥିଲା ।

Question ୪।
ଦୋକାନୀ ପ୍ରତି ରାଜାଙ୍କ ମନରେ କେଉଁ ଭାବନା ସୃଷ୍ଟି ହେଲା ?
Answer:
ଦୋକାନୀ ପ୍ରତି ରାଜାଙ୍କ ମନରେ କ୍ରୋଧ ଓ ଘୃଣା ଭାବନା ସୃଷ୍ଟି ହେଲା । ସେ ଇଚ୍ଛା କରିଥିଲେ ସିପାହୀ ପଠାଇ ଦୋକାନୀକୁ ଗିରଫ କରି ଫାଶୀ ଖୁଣ୍ଟରେ ଝୁଲାଇବାକୁ ।

Question ୫।
ମନ୍ତ୍ରୀ କେତେବେଳେ ଚନ୍ଦନକାଠ ବିକ୍ରି ହେଉଥ‌ିବା ଦୋକାନରେ ପହଞ୍ଚିଲେ ?
Answer:
ମନ୍ତ୍ରୀ ତା’ ପରଦିନ ସନ୍ଧ୍ୟାବେଳେ ଚନ୍ଦନକାଠ ବିକ୍ରି ହେଉଥ‌ିବା ଦୋକାନରେ ପହଞ୍ଚିଲେ ।

Question ୬।
ଚନ୍ଦନକାଠ ଦୋକାନୀ କାହାର ବନ୍ଧୁ ଥୁଲେ ?
Answer:
ଚନ୍ଦନକାଠ ହୋକାନା ଜଣଙ୍କ ମନ୍ତ୍ର।ଙ୍କର ବନ୍ଧୁ ଥିଲୋ

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୭।
ଦୋକାନୀ ବ୍ୟବସାୟ ସମ୍ପର୍କରେ ମନ୍ତ୍ରୀ ପଚାରିବାରୁ ଦୋକାନୀ କ’ଣ କହିଲେ ?
Answer:
ଦୋକାନୀ ମନ୍ତ୍ରୀଙ୍କୁ କହିଥିଲେ ସେ ବହୁତ ଚିନ୍ତାରେ ଅଛନ୍ତି। ଚନ୍ଦନକାଠର ଦର ଆଗକୁ ବଢ଼ିବା ଆଶାରେ ସେ ବହୁତ ଚନ୍ଦନକାଠ କିଣି ରଖୁଥିଲେ; କିନ୍ତୁ ଏବେ ଚନ୍ଦନକାଠର ଚାହିଦା ନ ଥ‌ିବାରୁ କେହି କିଣୁନାହାଁନ୍ତି । ତେଣୁ ତାଙ୍କ ପାଖକୁ ଟଙ୍କା

Question ୮।
ମନ୍ତ୍ରୀ ଦୋକାନୀକୁ କିପରି ଆଶ୍ଵାସନା ଦେଲେ ?
Answer:
ମନ୍ତ୍ରୀ ଦୋକାନୀକୁ ବୁଝାଇ କହିଲେ ବ୍ୟବସାୟରେ ଭଲମନ୍ଦ ରହିଛି। ସବୁ ଦିନ ସମାନ ନାହିଁ । ଅସୁବିଧା ନ ହେଲେ ସୁଆଦ ଚାଖପାରିବ ନାହିଁ ।

Question ୯ ।
କେଉଁ ଘଟଣା ଘଟିଲେ ଦୋକାନୀ ମୁକ୍ତି ପାଇଯାଆନ୍ତା ବୋଲି ମନ୍ତ୍ରୀଙ୍କୁ ଜଣାଇଲା ?
Answer:
ଦୋକାନୀ ଧୀର କଣ୍ଠରେ ମନ୍ତ୍ରୀଙ୍କୁ କହିଲେ ଯଦି ରାଜାଙ୍କର ମୃତ୍ୟୁ ହୋଇଯାଆନ୍ତା; ତେବେ ତାଙ୍କ ଦୋକାନରୁ ସମସ୍ତ ଚନ୍ଦନ କାଠ ରାଜାଙ୍କ ଶବଦାହ ପାଇଁ ବିକ୍ରି ହୋଇଯାଆନ୍ତା ଓ ସେ ଚିନ୍ତାରୁ ମୁକ୍ତି ପାଇଯାଆନ୍ତେ।

Question ୧୦।
ରାଜାଙ୍କ ମନରେ ଦୋକାନୀ ପ୍ରତି ଜାତ ହୋଇଥିବା ଅସଲ କାରଣ କିପରି ମନ୍ତ୍ରୀ ଜାଣିପାରିଲେ ?
Answer:
ଦୋକାନୀର କଥା ଶୁଣି ମନ୍ତ୍ରୀ ସବୁ ବୁଝିପାରିଲେ। ରାଜାଙ୍କର ଅକାଳ ମୃତ୍ୟୁ ଘଟିଯାଉ ବୋଲି ଦୋକାନୀ ମନରେ ଭାବନାଟିଏ ଆସିଥିବା କାରଣରୁ ରାଜାଙ୍କ ମନରେ ଦୋକାନୀ ପ୍ରତି ଏଭଳି କୁଚିନ୍ତା ଉଦ୍ରେକ ହୋଇଥିଲା।

Question ୧।
‘ସ୍ବାଧ୍ୟାୟ’ ଶବ୍ଦର ସନ୍ଧିବିଚ୍ଛେଦ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଠିକ୍ ?
(କ) ସ୍ଵ + ଧାୟ
(ଖ) ସୁ + ଅଧ୍ୟାୟ
(ଗ) ସ୍ଵ + ଅଧ୍ୟାୟ
(ଘ) ସୁଅ + ଧ୍ୟାୟ
Answer:
(ଗ) ସ୍ଵ + ଅଧ୍ୟାୟ

Question ୨।
‘ଆମେ ଅନ୍ୟମାନଙ୍କୁ ଭଲ ପାଇବା ଉଚିତ ।’ – ରେଖାଙ୍କିତ ଶବ୍ଦଟି କେଉଁ ପୁରୁଷ ଓ କେଉଁ ବଚନ ?
(କ) ପ୍ରଥମ ପୁରୁଷ, ଏକବଚନ
(ଖ) ଦ୍ଵିତୀୟ ପୁରୁଷ, ଏକବଚନ
(ଗ) ତୃତାୟ ପୁରୁଷ, ଏକବଚନ
(ଘ) ତୃତାୟ ପୁରୁଷ, ବହ୍ମବଚନ
Answer:
(ଘ) ତୃତାୟ ପୁରୁଷ, ବହ୍ମବଚନ

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୩।
ଯେପରି ‘କଥା ଶୁଣିବାପାଇଁ ଉତ୍କଣ୍ଠିତ ହେବା’ ବଦଳରେ ‘କାନପାରିବା’ ବ୍ୟବହାର କରାଯାଏ, ସେପରି ‘ଖୋଜିବା’ ବଦଳରେ ଆମେ କ’ଣ ବ୍ୟବହାର କରିବା ?
(କ) ନାକ ଟେକିବା
(ଖ) ଆଖି ପକାଇବା
(ଗ) ଭାଗ ବସାଇବା
(ଘ) ତିଳକୁ ତାଳ କରିବା
Answer:
(ଖ) ଆଖି ପକାଇବା

Question ୪।
ଦେଶାନ୍ତରର ଯେପରି ଅନ୍ୟ ଦେଶ, ସେହିପରି ‘ଗ୍ରାମାନ୍ତର’ କ’ଣ ହେବ ?
(କ) ଗ୍ରାମର ସମୀପ
(ଖ) ଗ୍ରାମ ସୀମା
(ଗ) ଅନ୍ୟ ଦେଶ
(ଘ) ଅନ୍ୟ ଗ୍ରାମ
Answer:
(ଘ) ଅନ୍ୟ ଗ୍ରାମ

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୫।
ନିମ୍ନୋକ୍ତ ମଧ୍ୟରୁ ‘ଅନୁସନ୍ଧାନ’ର ଅର୍ଥ କେଉଁଟି ?
(କ) ପାଇବା
(ଖ) ଖୋଜିବା
(ଗ) ଆବଶ୍ୟକତା
(ଘ) ଦେଖୁ
Answer:
(ଖ) ଖୋଜିବା

Question ୬।
ରାଜା ବେଳେବେଳେ କେଉଁ କାମଟି କରିବାକୁ ଭଲ ପାଉଥିଲେ ?
(କ) ଯୁଦ୍ଧ କରିବାକୁ
(ଖ) ହାତୀ ଉପରେ ବସି ଭ୍ରମଣକରିବାକୁ
(ଗ) ଶ୍ରିକାର କରିବାକୁ
(ଘ) ଅନ୍ୟମାନଙ୍କୁ ଲୁଣ୍ଠନକରିବାକୁ
Answer:
(ଖ) ହାତୀ ଉପରେ ବସି ଭ୍ରମଣକରିବାକୁ

Question ୭।
ରାଜା ନିଜର ଦୁଶ୍ଚିନ୍ତା ସମ୍ପର୍କରେ କାହା ସହିତ ଆଲୋଚନାକଲେ ?
(କ) ଯୁବରାଜଙ୍କ ସହିତ
(ଖ) ରାଣୀଙ୍କ ସହିତ
(ଗ) ଭଗବାନଙ୍କ ସହିତ
(ଘ) ମନ୍ତ୍ରୀଙ୍କ ସହିତ
Answer:
(ଘ) ମନ୍ତ୍ରୀଙ୍କ ସହିତ

Question ୮।
ରାଜାଙ୍କ ସ୍ଵଭାବ କିପରି ଥିଲା ?
(କ) ଶାନ୍ତ୍ର
(ଖ) କଠୋର
(ଗ) ଉଦାସ
(ଶ) ଅଣ୍ୟାଚାରା
Answer:
(କ) ଶାନ୍ତ୍ର

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୯।
ରାଜା ଦ୍ଵିତୀୟ ଥର ଦୋକାନୀଙ୍କୁ ଦେଖିବା ପରେ ତାଙ୍କ ମନରେ କି ଭାବନା ଜାଗ୍ରତ ହେଲା ?
(କ) ଭକ୍ତି
(ଖ) ସ୍ନେହ
(ଗ) କ୍ରୋଧ
(ଶ) ସମ୍ମାନ
Answer:
(ଖ) ସ୍ନେହ

Question ୧୦।
ରାଜା କାହାକୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଚାହୁଁଥିଲେ ?
(କ) ମନ୍ତ୍ରୀ
(ଖ) ଲୋକଟିକୁ
(ଗ) ଦେବାନା
(ଶ) ମନ୍ତ୍ରୀଙ୍କ ବନ୍ଧୁଙ୍କୁ
Answer:
(ଗ) ଦେବାନା

ଗାଞ୍ଜିକ ପରିଚୟ :

ଜଣେ ପ୍ରବୀଣ ଅଧ୍ୟାପକ ଭାବେ ସୁନାମର ସହିତ ଅଧ୍ୟାପନା କରିବା ଥିଲା ଡକ୍ଟର ବିଶ୍ୱାଳଙ୍କ ବୃତ୍ତି । କିନ୍ତୁ ସାରସ୍ଵତ ସୃଷ୍ଟିରେ ମନୋନିବେଶ କରି ଶିଶୁ ଓ କିଶୋର ବୟସର ପିଲାମାନଙ୍କ ପାଇଁ ଗଳ୍ପ ଓ ପ୍ରବନ୍ଧ ଆଦି ରଚନା କରିବା ତାଙ୍କର ସଉକ ଥିଲା। ନିଜ ବୃତ୍ତିଗତ ଜୀବନରୁ ସେ ୨୦୦୨ ମସିହା ମସିହ ଜାନୁୟାରା ମାସରେ ଅବସର ଗ୍ରହଣ କଲାପରେ ମଧ୍ୟ ଅଦ୍ୟାବଧ୍ ଶିଶୁ ସାହିତ୍ୟ ରଚନା କରିଚାଲିଛନ୍ତି। ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ ‘ମାରୀଚର ମନକଥା ଓ ଅନ୍ୟାନ୍ୟ ପ୍ରବନ୍ଧ’ ‘ଶବ୍ଦର ଭେଳିକି’ ‘ଶବ୍ଦର ଫୁଲମାଳ’, ‘କେତେ କଥା କେତେ ନଥା’ ଆଦି ପ୍ରଧାନ ।

ଗଞ୍ଜିକ ପୃଷ୍ଠଭୂମି :

ମନ ଭିତରେ ସବୁବେଳେ ଭଲ ଚିନ୍ତା କରି ଅନ୍ୟମାନଙ୍କ ହିତ କାମନା କଲେ ଆମ ପାଇଁ ଏ ଦୁନିଆଁ ସୁନ୍ଦର ଓ ଆକର୍ଷଣୀୟ ହୋଇପାରିବ । ସଭିଏଁ ଆମକୁ ଆପଣାର ଜଣାପଡ଼ିବେ । ମନର ଶାନ୍ତି ପାଇଁ ଆମେ ଅନ୍ୟକୁ ଭଲପାଇବା ଦରକାର । ଏହି ସାରମର୍ମକୁ ନେଇ ଲେଖକଙ୍କର ‘ମନରେ ଆସୁ ମୋ ଭଲ ଭାବନା’ ପ୍ରବନ୍ଧଟି ଉପାଦେୟ ହୋଇଛି । ଏହି ଲେଖାଟି ଲେଖକଙ୍କର ‘ମାରୀଚର ମନକଥା ଓ ଅନ୍ୟାନ୍ୟ ପ୍ରବନ୍ଧ’ ଶୀର୍ଷକ ପୁସ୍ତକରୁ ସଂଗୃହୀତ । ‘ ‘

ଗଞ୍ଜିର ସାରକଥା :

କୌଣସି ଏକ ଦେଶରେ ଜଣେ ରାଜା ଥିଲେ । ପ୍ରଜାମାନଙ୍କ ଭଲମନ୍ଦ ବୁଝି, ସେମାନଙ୍କ ସହ ମିଶି ସେ ରାଜ୍ୟ ଶାସନ କରୁଥିଲେ । ପ୍ରଜାମାନଙ୍କ ମଙ୍ଗଳ ନିମନ୍ତେ ସେ ସଦାବେଳେ ଚିନ୍ତିତ ଥିଲେ । ତେଣୁ ପ୍ରଜାମାନେ ମଧ୍ୟ ତାଙ୍କୁ ସମ୍ମାନ ଦେଖାଉଥିଲେ। ହାତୀ ଉପରେ ବସି ରାଜଧାନୀରେ ଭ୍ରମଣ କରିବା ତାଙ୍କର ସଉକ ଥିଲା । ଦିନେ ସନ୍ଧ୍ୟା ସମୟରେ ଭ୍ରମଣ କରୁ କରୁ ଗୋଟିଏ ଚନ୍ଦନ କାଠ ସାମଗ୍ରୀ ଦୋକାନ ଉପରେ ରାଜାଙ୍କର ଦୃଷ୍ଟି ପଡ଼ିଲା । ଦୋକାନୀକୁ ଦେଖିଲା ମାତ୍ରେ ରାଜାଙ୍କ ମନରେ ଦୋକାନୀ ପ୍ରତି କ୍ରୋଧ ଓ ଘୃଣା ଭାବ ସୃଷ୍ଟି ହେଲା । ଦୋକାନୀଟି ରାଜାଙ୍କର କୌଣସି କ୍ଷତି କରି ନଥିଲେ ମଧ୍ୟ ତାଙ୍କ ମନରେ କାହିଁକି ଏପରି କୁଭାବନା ଜାତ ହେଲା ରାଜା ତା’ର କୌଣସି କାରଣ ଜାଣି ପାରିଲେନି । ତେଣୁ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ରାଜା ମନ୍ତ୍ରୀଙ୍କୁ ଡକାଇଲେ ଏବଂ ଦୋକାନୀ ପ୍ରତି ତାଙ୍କ ମନରେ ସୃଷ୍ଟି ହୋଇଥିବା କ୍ରୋଧ ଓ ଘୃଣାର କାରଣ ଅନୁସନ୍ଧାନ କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କଲେ ।

ପରଦିନ ମନ୍ତ୍ରୀ ସେହି ଦୋକାନ ନିକଟରେ ପହଞ୍ଚିଲେ । ସେହି ଦୋକାନୀ ଜଣକ କିନ୍ତୁ ମନ୍ତ୍ରୀଙ୍କର ଜଣେ ବନ୍ଧୁ ଥିଲେ । ତେଣୁ ଦୁହେଁ ଖୁସି ଗପରେ ମାତିଗଲେ । କଥା ପ୍ରସଙ୍ଗରେ ଦୋକାନ କିପରି ଚାଲିଛି ବୋଲି ମନ୍ତ୍ରୀ ପ୍ରଶ୍ନ କରିବାରୁ ଦୋକାନୀ ଦୁଃଖର ସହିତ କହିଲା ଯେ ତା’ର ବ୍ୟବସାୟ ବହୁତ ମାନ୍ଦା ହୋଇଯାଇଛି । ଆଗକୁ ଚନ୍ଦନ କାଠର ଦର ବଢ଼ିବ ବୋଲି ଆଶାକରି ସେ ଗୁଡ଼ାଏ କାଠ କିଣିଥିଲେ; ମାତ୍ର ବଜାର ଦର ଏବଂ କାଠର ଚାହିଦା କମିଯିବାରୁ ତାଙ୍କ ମୂଳଧନ ସେମିତି ପଡ଼ିରହିଛି । କିଛିଦିନ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଲେ । କିଛି ସମୟ ପରେ ଦୋକାନୀଟି ମନ୍ତ୍ରୀଙ୍କୁ କହିଲା ଯେ ସେହି ସମସ୍ୟାର ସମାଧାନ ହୋଇପାରନ୍ତା ଯଦି ଗୋଟିଏ ଘଟଣା ଘଟିଯାଆନ୍ତା । ମନ୍ତ୍ରୀ ସେହି ସମାଧାନର ପନ୍ଥା କ’ଣ ବୋଲି ଜାଣିବାକୁ ଚାହିଁବାରୁ ଦୋକାନୀ କହିଲା ଯେ ଯଦି ରାଜାଙ୍କର ହଠାତ୍ ମୃତ୍ୟୁ ହୁଅନ୍ତା ତେବେ ତାଙ୍କର ଶବଦାହ କାର୍ଯ୍ୟ ପାଇଁ ବହୁ ଚନ୍ଦନ କାଠ ଆବଶ୍ୟକ ପଡ଼ନ୍ତା ଓ ତାଙ୍କ ପାଖରେ ମହଜୁଦ ଥ‌ିବା କାଠତକ ବିକ୍ରି ହୋଇଯାଆନ୍ତା ।

ଦୋକାନୀର କଥା ଶୁଣିଲା ପରେ ରାଜାଙ୍କ ମନରେ ଦୋକାନୀ ପ୍ରତି ଅଯଥାରେ ଜାତ ହୋଇଥିବା କ୍ରୋଧ ଓ ଘୃଣାର କାରଣ ମନ୍ତ୍ରୀ ଜାଣିପାରିଲେ । ସେ ବୁଝିପାରିଲେ ଯେ ଦୋକାନୀଟି ରାଜାଙ୍କର ଅକାଳ ମୃତ୍ୟୁ କାମନା କରୁଥିବାରୁ ରାଜାଙ୍କ ମନରେ ଅନୁରୂପ ଭାବେ ଦୋକାନୀ ପ୍ରତି କ୍ରୋଧ ଜାତ ହୋଇଛି। ଦୋକାନୀକୁ ସାଲ୍ଗାନା ଦେବାକୁ ଯାଇ ମନ୍ତ୍ରୀ ଚତୁରତା ସହକାରେ ତାଙ୍କ ଆଗମନର କାରଣ କହିଲେ । ସେ କହିଲେ ଯେ ରାଜା ତାଙ୍କୁ କିଛି ଚନ୍ଦନକାଠ ଯୋଗାଡ଼ କରିବାକୁ ପଠାଇଛନ୍ତି ଯେଉଁଥରେ କିଛି ସାମଗ୍ରୀ ଗଢ଼ାଇବା ମଣିମାଙ୍କର ଇଚ୍ଛା । ପରଦିନ ସେ ସବୁତକ ଚନ୍ଦନକାଠ କିଣିନେବେ ବୋଲି କହିବା ମାତ୍ରେ ଦୋକାନୀର ମୁଖ ଉଜ୍ଜ୍ବଳ ହୋଇଉଠିଲା। ମନ୍ତ୍ରୀ ଚାଲିଗଲା ପରେ ଦୋକାନୀ ଜଣକ ନିଜ ମନରେ ରାଜାଙ୍କ ପ୍ରତି ସୃଷ୍ଟି ହୋଇଥିବା କୁଭାବନା ପାଇଁ ଦୁଃଖିତ ହେଲେ । ଏପରି ଦୟାଳୁ ରାଜାଙ୍କ ସମ୍ପର୍କରେ ଏଭଳି ଖରାପ କଥା ଚିନ୍ତା କରିଥିବା ହେତୁ ଦୋକାନୀ ଜଣକ ଅନୁତାପ କଲେ ଓ ରାଜାଙ୍କ ଦୀର୍ଘଜୀବନ କାମନା କରି ଈଶ୍ୱରଙ୍କୁ ପ୍ରାର୍ଥନା କଲେ ।

ପରଦିନ ରାଜା ପୂର୍ବପରି ଭ୍ରମଣରେ ଯିବାବେଳେ ଯେତେବେଳେ ସେହି ଦୋକାନୀ ଉପରେ ତାଙ୍କର ଦୃଷ୍ଟି ପଡ଼ିଲା ତାଙ୍କ ମନ ଆନନ୍ଦରେ ଭରି ଉଠିଲା । ଦୋକାନର ସାଜସଜ୍ଜା ଓ ଚନ୍ଦନର ସୁବାସରେ ରାଜା ମୁଗ୍ଧ ହୋଇଗଲେ । ଦୁଇଦିନ ତଳେ ସେହି ଦୋକାନୀଟି ପ୍ରତି ତାଙ୍କ ମନରେ ଏପରି କ୍ରୋଧ ସୃଷ୍ଟି ହୋଇଥିଲା ଯେ ସେ ତାକୁ ଫାଶୀଖୁଣ୍ଟରେ ଝୁଲାଇବା କଥା ଚିନ୍ତା କରୁଥିଲେ । ମାତ୍ର ଏଥର ଦୋକାନୀଟିକୁ ଦେଖୁଲା ମାତ୍ରେ ରାଜାଙ୍କର ମନର ଭାବନା ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇଗଲା । ଜଣେ ନିର୍ଦ୍ଦେଷକୁ ଫାଶୀଦଣ୍ଡ ଦେବା କଥା ଚିନ୍ତା କରିଥିବାରୁ ରାଜା ମଧ୍ୟ ମନେ ମନେ ଅନୁତପ୍ତ ହେଲେ । ରାଜାଙ୍କୁ ଦେଖୁ ଦୋକାନୀ ମନରେ ମଧ୍ୟ ଆନନ୍ଦ ଖେଳିଗଲା । ରାଜାଙ୍କ ପ୍ରତି ତା’ ମନ କୃତଜ୍ଞତାରେ ଭରି ଉଠିଲା ।

କଠିନ ଶବ୍ଦାର୍ଥ :

  • ଭାବ।ନ୍ତିର – ଅନ୍ୟଭାବନାର ପରିବର୍ତ୍ତନା
  • ଶୋଷଶ – ଅନ୍ୟର ଶକ୍ତି ଓ ଉପାର୍ଜନକୁ ନିଜ ସ୍ୱାର୍ଥ ପାଇଁ ଛଡ଼ାଇନେବା ।
  • ପାଢ଼ନ – ଯନ୍ତ୍ରଣା / ଗାଡ଼ା / କଷ୍ଟ।
  • କୁକର୍ମ – ଖରାପ କାମ / ମନ୍ଦ କାମା
  • ବିଚଳିତ – ଅସ୍ଥିର / ଅସ୍ଥିର / ଅସ୍ତବ୍ୟସ୍ତା
  • ଉକ୍ ଣ୍ଠିତ -ଅତି ଆଗ୍ରହ / ଆବେଗମୟା
  • ଅନୁସନ୍ଧାନ – ଖୋଜିବା ।
  • ଚାହିଦା – ଆବଖ୍ୟାବଢା ।
  • ଉସ୍କୁକତା – ଅତିଶୟ ଆବେଗ / ଅତି ଆଗ୍ରହା
  • ଦୁଃଖ ଲାଘବ – ଦୁଃଖ କମାଇ ଦେବା ।
  • କରୁଣା – ବାୟା ।