CHSE Odisha Class 12 Economics Chapter 1 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 1 ଅର୍ଥଶାସ୍ତ୍ରର ସଂଜ୍ଞା, ପରିସର ଓ ବିଷୟବସ୍ତୁ Long Answer Questions

CHSE Odisha 12th Class Economics Chapter 1 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ସମ୍ପଦ ସଂଜ୍ଞାର ବୈଶିଷ୍ଟ୍ୟ ଆଲୋଚନା କର ।
Answer:
‘ଅର୍ଥଶାସ୍ତ୍ର’ ଅଧ୍ୟୟନର ଭିନ୍ନ ବିଷୟବସ୍ତୁ ହିସାବରେ 1776 ମସିହାରେ ଜନ୍ମଲାଭ କଲା । ଇଂରେଜ ଅର୍ଥଶାସ୍ତ୍ରୀ ଆଡ଼ାମ ସ୍ମିଥ୍ ତାଙ୍କର ବିଖ୍ୟାତ ପୁସ୍ତକ ‘ରାଷ୍ଟ୍ର ସମ୍ପଦର ପ୍ରକୃତି ଓ କାରଣର ଅନୁସନ୍ଧାନ’ (An Enquiry into the Nature and Causes of Wealth of Nations) ଉକ୍ତ ବର୍ଷ ପ୍ରକାଶ କରି ଅର୍ଥନୀତିର ପିତା ହିସାବରେ ପ୍ରସିଦ୍ଧିଲାଭ କଲେ । ତାଙ୍କ ମତରେ ଅର୍ଥଶାସ୍ତ୍ର ଏକ ‘ସଂପଦର ବିଜ୍ଞାନ’ ବୋଲି ବ୍ୟାଖ୍ୟା କରିଥିଲେ । ସ୍ମିଥ୍ଙ୍କର ଶିଷ୍ୟମାନେ ମଧ୍ୟ ଏହି ସଂଜ୍ଞାର ପ୍ରଚାର ଓ ପ୍ରସାର କଲେ ।

ସେଥିମଧ୍ୟରୁ ଆମେରିକାର A.A.Walker ଅର୍ଥଶାସ୍ତ୍ର ସଂପଦ ସମ୍ବନ୍ଧୀୟ ଜ୍ଞାନ ବୋଲି ପ୍ରଚାର କଲେ । ଫ୍ରାନ୍ସର J.B.Sayଙ୍କ ମତରେ ଅର୍ଥଶାସ୍ତ୍ର ସଂପଦକୁ ନିୟନ୍ତ୍ରଣ କରୁଥିବା ଏକ ବିସ୍‌ର ଅଧ୍ୟୟନ ବୋଲି କହିଥିଲେ । ପ୍ରସିଦ୍ଧ ଦାର୍ଶନିକ ଜିନ୍ ଷ୍ଟୁଆର୍ଟ ମିଲ୍‌ଙ୍କ ମତରେ ମାନବୀୟ ସଂପଦର ଜ୍ଞାନକୁ ଅର୍ଥଶାସ୍ତ୍ର କୁହାଯାଏ ଅର୍ଥନୀତିର ଏହି ସମ୍ପଦ ସଂଜ୍ଞାକୁ ଅନେକ ଅର୍ଥଶାସ୍ତ୍ରୀଙ୍କଦ୍ୱାରା ସମାଲୋଚିତ ହୋଇଛି ।

ସମ୍ପଦ ସଂଜ୍ଞାର ବୈଶିଷ୍ଟ୍ୟ :
(i) ସଂପଦ କହିଲେ ଏଠାରେ କେବଳ ଭୌତିକ ବସ୍ତୁଗୁଡିକୁ ବୁଝାଏ ।
(ii) ସଂପଦ କିପରି ଉତ୍ପାଦିତ ହୁଏ ଓ ଉପଯୋଗ ହୁଏ, ଅର୍ଥଶାସ୍ତ୍ର ତାହା ଅନୁଧ୍ୟାନ କରେ । ତେଣୁ ଅର୍ଥଶାସ୍ତ୍ର ଯଥାର୍ଥରେ ସଂପଦର ଏକକ ଅଧ୍ୟୟନ ଅଟେ ।
(iii) ସେବା ସମୂହ ବା କଲ୍ୟାଣ ସାଧନସ୍ଥଳେ ଏହା ଉଦାସୀନତା ପ୍ରକାଶ କରେ ।
(iv) ମଣିଷର କାର୍ଯ୍ୟକଳାପକୁ ସର୍ବପ୍ରଧାନ ଲକ୍ଷ୍ୟ ହେଲା- ସଂପଦ ଅର୍ଜନ କରିବା ଓ ବ୍ୟୟ କରିବା । ଏହା ଫଳରେ ଜାତୀୟ ସଂପଦର ବୃଦ୍ଧି ସମ୍ଭବ ହୋଇପାରିବ ।
(v) ଚାହିଦା ତୁଳନାରେ ଭୌତିକ ଦ୍ରବ୍ୟଗୁଡ଼ିକ ସ୍ଵଳ୍ପ ହୋଇଥିବା ବିଧେୟ ।
(vi) ଅଭାବ ପରିତୃପ୍ତି ନିମନ୍ତେ ଭୌତିକ ବସ୍ତୁ ବା ସମ୍ପଦଗୁଡ଼ିକ ଆବଶ୍ୟକ ହୁଅନ୍ତି ।

ଆଡ଼ାମ ସ୍ମିଥଙ୍କଦ୍ୱାରା ପ୍ରଦତ୍ତ ଅର୍ଥଶାସ୍ତ୍ରର ଏହି ସଂପଦ ସଂଜ୍ଞାକୁ ଅନେକ ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀମାନେ ସମର୍ଥନ କରିଥିଲେ । ସେମାନଙ୍କ ମଧ୍ୟରେ ଆମେରିକାର A.A.Walker ଏବଂ J.B.Say ଆଦି ଅନ୍ୟତମ।
ପରବର୍ତ୍ତୀ କାଳରେ ଏହି ସଂଜ୍ଞାକୁ ବିଭିନ୍ନ କାରଣରୁ ବିଚାର କରାଯାଇ ସଂପଦ ସଂଜ୍ଞାକୁ ଅର୍ଥଶାସ୍ତ୍ରର ଏକ ଅସମ୍ପୂର୍ଣ ସଂଜ୍ଞାର ଆଖ୍ୟା ଦିଆଯାଇଥିଲା ଏବଂ ବିଭିନ୍ନ ଆଧାର ତତ୍ତ୍ଵଗୁଡିକୁ ମଧ୍ୟ ସମାଲୋଚନା କରାଯାଇଥିଲା । ସେଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା

(1) ମାନବ କଲ୍ୟାଣକୁ ଉପେକ୍ଷା : ଅର୍ଥଶାସ୍ତ୍ରର ସମ୍ପଦ ସଂଜ୍ଞାରେ ମାନବ କଲ୍ୟାଣକୁ ଉପେକ୍ଷା କରାଯାଇଥିଲା । ସମ୍ପଦକୁ ଅଧିକ ଗୁରୁତ୍ଵ ଦେବାଦ୍ୱାରା ତତ୍କାଳୀନ ଅର୍ଥଶାସ୍ତ୍ର ଓ ଅର୍ଥଶାସ୍ତ୍ରୀମାନେ ସମାଲୋଚକମାନଙ୍କଦ୍ୱାରା ନିନ୍ଦିତ ହୋଇଥିଲେ ।
ସମ୍ପଦ ମନୁଷ୍ୟ ପାଇଁ ଉଦ୍ଦିଷ୍ଟ । ମାନବ କଲ୍ୟାଣର ଅଗ୍ରଗତି ଅର୍ଥଶାସ୍ତ୍ରର ମୂଳ ଲକ୍ଷ୍ୟ । ସମ୍ପଦ ଏକ ମାଧ୍ୟମ ମାତ୍ର । ସମ୍ପଦ ଉପରେ ମାତ୍ରାଧ‌ିକ ଗୁରୁତ୍ବ ଆରୋପ କରି ଅର୍ଥଶାସ୍ତ୍ରର ସଂପଦ ସଂଜ୍ଞା ମାନବ ଓ ତା’ର କଲ୍ୟାଣ ସାଧନକୁ ଉପେକ୍ଷା କଲା ।

(2) ଅର୍ଥନୀତିକ ମାନବ : ଶ୍ରେଣୀୟ ଅର୍ଥଶାସ୍ତ୍ରୀମାନେ ବିଶ୍ୱାସ କରୁଥିଲେ ଯେ ଆର୍ଥନୀତିକ ମାନବ ସର୍ବଦା ସ୍ୱାର୍ଥପର । ବ୍ୟକ୍ତିଗତ ସ୍ଵାର୍ଥସାଧନ ନିମିତ୍ତ ସେ ସର୍ବଦା ସମ୍ପଦ ଅର୍ଜନ ପାଇଁ ଚେଷ୍ଟା କରିଥାଏ । ବ୍ୟକ୍ତିଗତ ସ୍ଵାର୍ଥ ଓ ସାମାଜିକ ସ୍ଵାର୍ଥ ପରସ୍ପର ପରିପୂରକ । ମାତ୍ର ଏହା ସତ୍ୟର ଅପଳାପ କହିଲେ ଅତ୍ୟୁକ୍ତି ହେବ ନାହିଁ । ସମ୍ପଦ ଅର୍ଜନ ଓ ପରିବ୍ୟୟବେଳେ ବ୍ୟକ୍ତିଗତ ସ୍ଵାର୍ଥ ଓ ସାମାଜିକ ସ୍ଵାର୍ଥ ପରସ୍ପର ପରିପନ୍ଥୀ ହୋଇପାରନ୍ତି । ସୁତରାଂ ମାନବୀୟ ଆଚରଣର ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟା ପାଇଁ ଉକ୍ତ ସଂଜ୍ଞା | ସମାଲୋଚକଙ୍କଦ୍ବାରା ପ୍ରତ୍ୟାଖ୍ତ ହେଲା ।

(3) ସ୍ଵଚ୍ଛତା ଓ ଚୟନର ଉପେକ୍ଷା : ସମ୍ପଦ ସଂଜ୍ଞାରେ ସ୍ଵଳ୍ପତା ଓ ଚୟନକୁ ଉପେକ୍ଷା କରାଯାଇଛି । ମାତ୍ର ଆଧୁନିକ ଅର୍ଥଶାସ୍ତ୍ରୀମାନଙ୍କ ମତରେ ଅର୍ଥଶାସ୍ତ୍ର ମୁଖ୍ୟତଃ ସମ୍ପଦର ସ୍ଵଚ୍ଛତା ଓ ଚୟନ ବିଷୟରେ ଅଧ୍ୟୟନ କରିଥାଏ ।

(4) ସମ୍ପଦର ସଂକୀର୍ଣ୍ଣ ବ୍ୟାଖ୍ୟା : ଆଡ଼ାମ ସ୍ମିଥ୍ ଓ ତାଙ୍କର ଅନୁଗତମାନଙ୍କଦ୍ୱାରା ନିରୂପଣ ସଂଜ୍ଞା, ସମ୍ପଦର ସଂକୀର୍ଣ୍ଣ ବ୍ୟାଖ୍ୟା ଉପରେ ପର୍ଯ୍ୟବସିତ ଥିଲା । କେବଳ ଭୌତିକ ଦ୍ରବ୍ୟଗୁଡ଼ିକ ସଂପଦ ପଦବାଚ୍ୟ ହେଉଥିଲା । ଡାକ୍ତରଙ୍କ ସେବା, ଅଧ୍ୟାପକଙ୍କ ଅଧ୍ୟାପନା, ବୈଜ୍ଞାନିକଙ୍କ ଗବେଷଣା ଆଦି ଅଭୌତିକ ଦ୍ରବ୍ୟଗୁଡ଼ିକ ସମ୍ପଦ ପଦବାଚ୍ୟ ହେଉନଥିଲା । ସଂପଦର ଏହି ସଂକୀର୍ଣ୍ଣ ବ୍ୟାଖ୍ୟା ଯୋଗୁ ଏହି ସଂଜ୍ଞା ପ୍ରତ୍ୟାଖ୍ୟାତ ହେଲା ।

(5) ବିମର୍ଷ ବିଜ୍ଞାନ : ସଂପଦ ସଂଜ୍ଞାରୁ ଧାରଣା ସୃଷ୍ଟି ହେଲା ଯେ, ସମ୍ପଦ ଅର୍ଜନ ହିଁ ମଣିଷର ଏକମାତ୍ର ଲକ୍ଷ୍ୟ । ପ୍ରତ୍ୟେକ ମଣିଷ କେବଳ ଲାଭକ୍ଷତି, ଦରଦାମ ନେଇ ବ୍ୟସ୍ତ ବୋଲି ଏହି ସଂଜ୍ଞା ପ୍ରତିପାଦିତ କଲା । ସଂପଦକୈନ୍ଦ୍ରିକ ମନୁଷ୍ୟ ସ୍ୱଭାବତଃ ସ୍ବାର୍ଥପର ଓ ହୃଦୟହୀନ । ଯଦି ସମାଜରେ ଧନ ହିଁ ସବୁକିଛି ତାହାହେଲେ ମଣିଷର ସ୍ନେହ, ସେବା, ସଦ୍‌ଭାବ ଆଦି ଉଚ୍ଚ ଆଦର୍ଶର ସ୍ଥାନ କାହିଁ ? ଅନ୍ୟ ଅର୍ଥରେ କହିଲେ ଏହି ସଂଜ୍ଞାରୁ ସୃଷ୍ଟି ଜଣାଯାଉଛି ଯେ ଅର୍ଥାନ୍ଵେଷୀ, ସ୍ୱାର୍ଥପର ମନୁଷ୍ୟର କାର୍ଯ୍ୟକଳାପର ଆଲୋଚନା ହିଁ ଅର୍ଥଶାସ୍ତ୍ରର ବିଷୟବସ୍ତୁ । ମନୁଷ୍ୟକୁ ସ୍ୱାର୍ଥାନ୍ଧ ହେବାପାଇଁ ପ୍ରେରଣା କରୁଥିବାରୁ ଓ ଉଚ୍ଚତର ଆଦର୍ଶ ବିଷୟରେ ନୀରବ ରହୁଥ‌ିବାରୁ ରସ୍କିନ୍ (Ruskin) ଅର୍ଥଶାସ୍ତ୍ରକୁ ଏକ ନୀଚ ଓ ବିମର୍ଷ ଶାସ୍ତ୍ର (Dismal Science) ବୋଲି ଅଭିହିତ କରିଥିଲେ ।

ଏହିସବୁ କାରଣରୁ ସମ୍ପଦ ସଂଜ୍ଞା ଆଧୁନିକ ଅର୍ଥଶାସ୍ତ୍ରୀ- ମାନଙ୍କଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛି । ସେମାନଙ୍କ ପ୍ରଦତ୍ତ ସଂଜ୍ଞାରେ ମନୁଷ୍ୟ ଓ ତାହାର କାର୍ଯ୍ୟାବଳୀ ମୁଖ୍ୟ ଓ ସମ୍ପଦ ଗୌଣ ସ୍ଥାନ ଅଧିକାର କରିଛି ।

CHSE Odisha Class 12 Economics Chapter 1 Long Answer Questions in Odia Medium

2. ‘ଅର୍ଥଶାସ୍ତ୍ର ଏକ ମନୋନୟନ ବିଜ୍ଞାନ’’ – ଆଲୋଚନା କର ।
Answer:
ଇଂରେଜ ଅର୍ଥଶାସ୍ତ୍ରୀ ପ୍ରଫେସର୍ ଲିଓନେଲ୍ ରବିନ୍‌ସଙ୍କ ଦ୍ବାରା ରଚିତ ପୁସ୍ତକ “Nature and Significance of Economics Science” (ଅର୍ଥନୀତିକ ବିଜ୍ଞାନର ପ୍ରକୃତି ଓ ଗୁରୁତ୍ଵ) । 1932 ମସିହାରେ ପ୍ରକାଶିତ ହେବା ପର୍ଯ୍ୟନ୍ତ ମାର୍ଶାଲ୍‌ଙ୍କଦ୍ବାରା ପ୍ରଦତ୍ତ କଲ୍ୟାଣକାରୀ ସଂଜ୍ଞା ସାଧାରଣତଃ ଅର୍ଥଶାସ୍ତ୍ରର ସଂଜ୍ଞା ରୂପେ ଗ୍ରହଣୀୟ ହୋଇଥିଲା । ମାତ୍ର ଲଣ୍ଡନ ବିଶ୍ଵ ବିଦ୍ୟାଳୟର ପ୍ରଫେସର ରବିନ୍ସ ଅର୍ଥଶାସ୍ତ୍ରର କଲ୍ୟାଣକାରୀ ସଂଜ୍ଞାର ଦୃଢ଼ ସମାଲୋଚନାକରିବା ସଙ୍ଗେସଙ୍ଗେ ଜୀବନର କେତେକ ମୌଳିକ ବୈଶିଷ୍ଟ୍ୟରୁ ହିଁ ଅର୍ଥଶାସ୍ତ୍ରକୁ ଜନ୍ମ ଦେବାକୁ ଯାଇ ଏହାର ଏକ ଅଧ୍ଵ ଯଥାଯଥ ଓ ପ୍ରମାଣଯୋଗ୍ୟ ସଂଜ୍ଞା ଉକ୍ତ ପୁସ୍ତକରେ ପ୍ରଦାନ କରିଥିଲେ ।

ସେ ଉପଲବ୍‌ କଲେ ଯେ, ସାମାଜିକ ଅର୍ଥନୀତିକ କ୍ଷେତ୍ର ସମସ୍ୟାବହୁଳ ଓ ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆର୍ଥନୀତିକ କାର୍ଯ୍ୟକ୍ରମଗୁଡ଼ିକ ସଂଘଟିତ ହୁଏ । ତେଣୁ ଅର୍ଥଶାସ୍ତ୍ର ଅଧ୍ୟୟନର ମୂଳଲକ୍ଷ୍ୟ ହେଲା- ଆର୍ଥନୀତିକ ସମସ୍ୟାଗୁଡ଼ିକୁ ସମାଧାନ କରିବା । ଏହାକୁ ଆଧାର କରି ରବିନ୍ସଙ୍କ ସଂଜ୍ଞା ପ୍ରଦାନ କରାଯାଇଅଛି ।

ରବିନ୍ସଙ୍କ ଭାଷାରେ ‘ଅସୀମ ଅଭାବ ଓ ବିକଳ୍ପ ବ୍ୟବହାରଯୁକ୍ତ ସସୀମ ସମ୍ବଳ ମଧ୍ୟରେ ଥିବା ସମ୍ପର୍କ ପରିପ୍ରେକ୍ଷୀରେ ମାନବିକ ଆଚରଣ ଅଧ୍ୟୟନ କରୁଥିବା ବିଜ୍ଞାନକୁ ହିଁ ଅର୍ଥଶାସ୍ତ୍ର କୁହାଯାଏ ।’ ରବିସଙ୍କ ସଂଜ୍ଞା ବିଶ୍ଳେଷଣ କଲେ ମାନବ ଜୀବନର କେତୋଟି ମୌଳିକ ବୈଶିଷ୍ଟ୍ୟ ଓ ସେମାନଙ୍କର ପାରସ୍ପରିକ ସମ୍ପର୍କରୁ ହିଁ ଯେ ଅର୍ଥଶାସ୍ତ୍ର ସୃଷ୍ଟି ଏକଥା ସ୍ପଷ୍ଟ ଅନୁମାନ କରିହେବ ।

ବୈଶିଷ୍ଟ୍ୟ :
(1) ଅସୀମ ଅଭାବ – ମାନବର ଅଭାବ ଅସୀମ । ଗୋଟିଏ ଅଭାବ ପରିତୃପ୍ତି ହେବାମାତ୍ର ଅନ୍ୟ ଏକ ଅଭାବ ଦେଖାଦିଏ । ଏହା ମାନବ ଜୀବନର ଏକ ମୌଳିକ ବୈଶିଷ୍ଟ୍ୟ । ଯଦି ଆମର ଅଭାବ ଅସୀମ ହୋଇନଥାନ୍ତା, ତେବେ ଆମ ପାଇଁ କୌଣସି ଅର୍ଥନୈତିକ ସମସ୍ୟା ଦେଖାଦିଅନ୍ତା ନାହିଁ । ଯେହେତୁ ମାନବର ଅଭାବ ଅସୀମ, ଆମେ ସମସ୍ତେ ସମସ୍ତ ଅଭାବକୁ ପରିତୃପ୍ତି କରିବା ଅସମ୍ଭବ । ଆମକୁ ଜରୁରୀ ଅଭାବଗୁଡ଼ିକୁ ନିର୍ବାଚନ କରି କମ୍ ଜରୁରୀ ଅଭାବଗୁଡ଼ିକୁ ସ୍ଥଗିତ ରଖିବାକୁ ପଡ଼ିବ ବା “ସ୍ଥଳବିଶେଷରେ ପରିତ୍ୟାଗ କରିବାକୁ ପଡ଼ିବ ।

(2) ସୀମିତ ସମ୍ବଳ ସମ୍ବଳ ମାଧ୍ୟମରେ ଅଭାବର ପରିତୃପ୍ତି ସମ୍ଭବ । କିନ୍ତୁ ଆମ ପାଖରେ ଥିବା ସମ୍ବଳ ସସୀମ ! ସମ୍ବଳ କହିଲେ ଆମ ପାଖରେ ଥ‌ିବା ଅର୍ଥ, ସମୟ, ଶକ୍ତି, ଦ୍ରବ୍ୟ ଓ ସେବା ଆଦିକୁ ବୁଝାଏ । ଏହାର ଯୋଗାଣ ଚାହିଦା ତୁଳନାରେ ସୀମିତ ହୋଇଥବାରୁ ଅର୍ଥନୈତିକ ସମସ୍ୟା ସୃଷ୍ଟିହୁଏ । ଯଦି ସମ୍ବଳ ଅସୀମ ହୋଇଥାନ୍ତା ତେବେ ଆମକୁ ଯେକୌଣସି ଅଭାବର ପରିତୃପ୍ତି ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ନ୍ତା ନାହିଁ ।

(3) ସମ୍ବଳର ବିକଳ୍ପ ବ୍ୟବହାର – ସୀମିତ ସମ୍ବଳର ବିକଳ୍ପ ବ୍ୟବହାର ରବିନ୍ସଙ୍କ ସଂଜ୍ଞାର ତୃତୀୟ ଉପାଦାନ । ଭୂମିକୁ ଶସ୍ୟ ବା ପରିବା ଚାଷ କରିବା ପାଇଁ ବ୍ୟବହାର କରାଯାଇପାରେ । ଏହାକୁ ବାସଗୃହ ନିର୍ମାଣ ବା ଖେଳପଡ଼ିଆ ପାଇଁ ମଧ୍ୟ ଉପଯୋଗ କରିହୁଏ । ଗୋଟିଏ ଏକଶହ ଟଙ୍କା ସାହାଯ୍ୟରେ ବହିଟିଏ କିଣାଯାଇପାରେ ବା ମୋବାଇଲ ସେବା ଉପଭୋଗ କରାଯାଇପାରେ । ସମ୍ବଳର ବିକଳ୍ପ ବ୍ୟବହାର ଆମକୁ ଅଗ୍ରାଧ୍ୟାକାର ଭିଭିରେ ଅଭାବର ମନୋନୟନ ପାଇଁ ବାଧ୍ୟ କରିଥାଏ । ସୀମିତ ସମ୍ବଳର ବିକଳ୍ପ ବ୍ୟବହାର ଆର୍ଥନୈତିକ ସମସ୍ୟାକୁ ତୀବ୍ରତର କରିଥାଏ ।

(4) ସମାଧାନ – ମଣିଷର ଅଭାବ ଅସୀମ ହେଲେ ହେଁ ପ୍ରତ୍ୟେକ ଅଭାବର ତୀବ୍ରତା ସର୍ବଦା ସମାନ ନୁହେଁ । ସେଥୁମଧ୍ଯରୁ କେତେକ ଅଭାବ ଅଧିକ ଗୁରୁତ୍ଵପୂର୍ଣ୍ଣ ହେଲେ ଅନ୍ୟ କେତେକ ଗୌଣ ବୋଲି ବିବେଚିତ ହୁଅନ୍ତି । ତେଣୁ ରବିନ୍ସ ଦର୍ଶାଇଛନ୍ତି ଯେ ପ୍ରଥମେ ଅଭାବଗୁଡ଼ିକର ଗୁରୁତ୍ଵ ଆଧାରରେ ଏକ ତାଲିକା ପ୍ରସ୍ତୁତ କରିବା ଦରକାର । ଯେଉଁ ଅଭାବର ଆବଶ୍ୟକତା ସବୁଠାରୁ ଅଧ‌ିକ, ତାହା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବୋଲି ବିବେଚିତ ହୋଇ ତାଲିକାର ଶୀର୍ଷସ୍ଥାନ ଅଧିକାର କରିବ ଓ ଅନ୍ୟାନ୍ୟ ଅଭାବଗୁଡ଼ିକ ସେହିପରି କ୍ରମରେ ସ୍ଥାନିତ ହେବେ । ଶେଷ ସ୍ଥାନ ଅଧିକାର କରୁଥିବା ଅଭାବ ପ୍ରତି ନିଶ୍ଚିତ ସର୍ବନିମ୍ନ ଆବଶ୍ୟକତା ପ୍ରକାଶ ପାଇବ ।

ଏହାପରେ ଉପଲବ୍‌ଧ ସ୍ଵଳ୍ପ ସମ୍ବଳର ବିନିଯୋଗ କରାଯାଇ ଯଥାସମ୍ଭବ ଗୁରୁତ୍ଵଭିଭିକ ବା କ୍ରମିକ ଅଭାବଗୁଡିକୁ ପୂରଣ କରାଯିବ ଓ ଯଥାସମ୍ଭବ ପୂରଣ କରାଯିବ । ଏହାକୁ ଅଭାବର ମନୋନୟନ ପ୍ରକ୍ରିୟା କୁହାଯାଏ । ଆର୍ଥନୀତିକ ସମସ୍ୟାର ସମାଧାନର ସୂତ୍ର ଏକ ନିର୍ବାଚନ ପ୍ରକ୍ରିୟାରେ ସ୍ଵଳ୍ପ ସମ୍ବଳକୁ ସର୍ବାଧ‌ିକ ପରିତୃପ୍ତି ପ୍ରଦାନ କରି ବ୍ୟକ୍ତି ତଥା ରାଷ୍ଟ୍ର ସମସ୍ୟାର ସମାଧାନ କରେ । ଏହି କାରଣରୁ ଅର୍ଥଶାସ୍ତ୍ରକୁ ଏକ ଚୟନ ବା ମନୋନୟନ ବିଜ୍ଞାନ କୁହାଯାଏ ତଥାପି ରବିନସ୍‌ଙ୍କ ସଂଜ୍ଞା ମଧ୍ୟ ।

ସମାଲୋଚନା :
(i) ରବିନ୍ସଙ୍କ ସଂଜ୍ଞା ବ୍ୟକ୍ତିଙ୍କ ଚୟନ ଉପରେ ଗୁରୁତ୍ୱ ଆରୋପ କରେ ଏବଂ ଅର୍ଥବ୍ୟବସ୍ଥାକୁ ମଣିଷ ଓ ଅର୍ଥନୀତିକ ଦ୍ରବ୍ୟ ମଧ୍ୟ ପରସ୍ପର ନିର୍ଭରଶୀଳ ସମ୍ପର୍କର ଏକ କ୍ରମିକ ଧାରା ରୂପେ ବିଚାର କରେ । ତେଣୁ ଏହା ସାମାଜିକ ପସନ୍ଦର ଗୁରୁତ୍ବକୁ ନ୍ୟୁନ କରିଦେଇଛି ।
(ii) ଉକ୍ତ ସଂଜ୍ଞା ଆର୍ଥନୀତିକ ସମସ୍ୟା କ୍ଷେତ୍ରରେ ସମ୍ବଳ ଦୁଷ୍ପାପ୍ୟତା ପ୍ରତି ବିଶେଷ ଧ୍ୟାନ ଆକର୍ଷଣ କଲେ ହେଁ ବିକାଶ ପ୍ରତି ଦୃଷ୍ଟି ନିକ୍ଷେପ କରିନାହିଁ । ମାତ୍ର ବିକାଶ ଆମକୁ ଏହି ସମସ୍ୟାର ସମାଧାନ କ୍ଷେତ୍ରରେ ବିଶେଷ ସହାୟକ ହୋଇଥାଏ ।
(iii) ଏଠାରେ ଅର୍ଥଶାସ୍ତ୍ର ବିଭିନ୍ନ ଲକ୍ଷ୍ୟ, ଭଲ ବା ମନ୍ଦ ସ୍ଥଳେ ନିରପେକ୍ଷତା ଅବଲମ୍ବନ କରେ, ଯାହାର ପ୍ରଭାବ ମାନବିକ କଲ୍ୟାଣ ଉପରେ ଅନୁକୂଳ ବା ପ୍ରତିକୂଳ ପ୍ରଭାବ ପକାଇପାରେ । ତେଣୁ ଅର୍ଥଶାସ୍ତ୍ର ସର୍ବଦା ସମାଜ କଲ୍ୟାଣ ଲକ୍ଷ୍ୟ ପୋଷଣ କରିପାରି ନଥ୍‌ରୁ ନୈତିକ ମୂଲ୍ୟବୋଧକୁ ଆଂଶିକ ଉପେକ୍ଷା କରେ ।
(iv) ରବିନ୍ସଙ୍କ ମତରେ ସମ୍ବଳ ସ୍ଵଳ୍ପତା ଯାହା ଅର୍ଥନୀତିକ ସମସ୍ୟାର କାରଣ, ପ୍ରକୃତରେ ତାହା ଏକମାତ୍ର କାରଣ ନୁହେଁ । ଅନ୍ୟ କେତେକ ଅବସ୍ଥା ମଧ୍ୟ ଏହି ସମସ୍ୟାର କାରଣ, ଯାହା ରବିନ୍ସଙ୍କ ସଂଜ୍ଞାରେ ଉଲ୍ଲେଖ ହୋଇନାହିଁ । ତାହା ହେଲା ଅର୍ଥନୈତିକ ଉତ୍‌ଥାନ ଓ ପତନ, ଚାହିଦା ତୁଳନାରେ ଉତ୍ପାଦନ ସମ୍ପର୍କ ଇତ୍ୟାଦି ।
(v) ‘ଚୟନ ବିଜ୍ଞାନ’ ଅର୍ଥଶାସ୍ତ୍ରର ପରିସର ପ୍ରତି ଧ୍ୟାନ ଦିଏ ନାହିଁ । ତେଣୁ ଜେ.ଏଲ୍.ହାନ୍‌ସେନ୍‌ଙ୍କ ମତରେ ରବିନ୍‌ସଙ୍କ ସଂଜ୍ଞା ଅର୍ଥଶାସ୍ତ୍ରୀମାନଙ୍କ ନିମନ୍ତେ ଅଭିପ୍ରେତ ।

ଏହି ଦୃଷ୍ଟିରୁ ରବିନ୍‌ସଙ୍କ ସଂଜ୍ଞାରେ କେତେକ ତ୍ରୁଟି ଦେଖିବାକୁ ମିଳେ । ବିଶେଷ କରି ଆଧୁନିକ ଅର୍ଥବ୍ୟବସ୍ଥାର ଦୁଇଟି ମୁଖ୍ୟ ସମସ୍ୟା ହେଲା- ଅର୍ଥନୈତିକ ଅଗ୍ରଗତି ଓ ଅସ୍ଥିରତା ଯାହା ପ୍ରତି ଏହି ସଂଜ୍ଞା ଉପଯୁକ୍ତ ଗୁରୁତ୍ଵ ଦେଇ ନଥାଏ । ତଥାପି ଏହା ଆଧୁନିକ ଅର୍ଥଶାସ୍ତ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରେ ବୋଲି ବିଶ୍ଵାସ କରାଯାଇପାରେ ।

CHSE Odisha Class 12 Economics Chapter 1 Long Answer Questions in Odia Medium

3. ମାର୍ଶାଲଙ୍କଦ୍ୱାରା ପ୍ରଦତ୍ତ ଅର୍ଥଶାସ୍ତ୍ରର କଲ୍ୟାଣକାରୀ ସଂଜ୍ଞା ଆଲୋଚନା କର ।
Answer:
ଆଡ଼ାମ୍ ସ୍ମିଥ୍ଙ୍କଦ୍ୱାରା ପ୍ରଦତ୍ତ ଅର୍ଥଶାସ୍ତ୍ରର ସଂପଦ ସଂଜ୍ଞା ପ୍ରତ୍ୟାଖ୍ ହେବା ପରେ ଅନ୍ୟ ଏକ ଖ୍ୟାତିସମ୍ପନ୍ନ ଇଂରେଜ ଅର୍ଥଶାସ୍ତ୍ରୀ ପ୍ରଫେସର୍ ଆଲଫ୍ରେଡ୍‌ ମାର୍ଶାଲ ଅର୍ଥନୀତିର ଏକ ନୂତନ ସଂଜ୍ଞା ନିରୂପଣ କରିଥିଲେ । 1890 ମସିହାରେ ପ୍ରକାଶିତ ତାଙ୍କର ସ୍ଵରଚିତ ପୁସ୍ତକ ‘ଅର୍ଥଶାସ୍ତ୍ରର ତତ୍ତ୍ଵାବଳୀ’ (Principles of Economics)ରେ ସେ ଅର୍ଥଶାସ୍ତ୍ରର ଯେଉଁ ସଂଜ୍ଞା ପ୍ରଦାନ କରିଥିଲେ, ତାହା କଲ୍ୟାଣକାରୀ ସଂଜ୍ଞା ରୂପେ ବିଖ୍ୟାତ ହେଲା ।

ମାର୍ଶାଲଙ୍କ ମତରେ ‘ଅର୍ଥଶାସ୍ତ୍ର ହେଉଛି ମାନବ ସମାଜର ଦୈନନ୍ଦିନ କାର୍ଯ୍ୟକଳାପର ଏକ ଅଧ୍ୟୟନ । ଅର୍ଥଶାସ୍ତ୍ର ମାନବର ବ୍ୟକ୍ତିଗତ ଓ ସାମାଜିକ କାର୍ଯ୍ୟାବଳୀର ସେହି ଅଂଶକୁ ଅନୁଧ୍ୟାନ କରେ ଯାହାକି କଲ୍ୟାଣ ପାଇଁ ଆବଶ୍ୟକ ଭୌତିକ ବସ୍ତୁର ପ୍ରାପ୍ତି ଓ ବ୍ୟବହାର ସହିତ ଘନିଷ୍ଠ ଭାବରେ ଜଡ଼ିତ । ତେଣୁ ଗୋଟିଏ ଦିଗରେ ଏହା ସଂପଦର ଅଧ୍ୟୟନ ଓ ଅନ୍ୟ ଏକ ଅଧିକ ଗୁରୁତ୍ଵପୂର୍ଣ୍ଣ ଦିଗରେ ମଣିଷର ଅଧ୍ୟୟନର ଅଂଶବିଶେଷ ଅଟେ ।

ମାର୍ଶାଲଙ୍କ ପ୍ରଦତ୍ତ ସଂଜ୍ଞାରେ ମୁଖ୍ୟତଃ ତିନୋଟି ଦିଗକୁ ଗୁରୁତ୍ଵ ଦିଆଯାଇଅଛି ।

  • ଭୌତିକ ବସ୍ତୁଗୁଡ଼ିକ ମଣିଷର କଲ୍ୟାଣ ସାଧନ ନିମନ୍ତେ ଉପଯୋଗୀ ।
  • ଅର୍ଥଶାସ୍ତ୍ର ମାନବ ଜୀବନର ସାଧାରଣ କାର୍ଯ୍ୟାବଳୀକୁ ଅନୁଧ୍ୟାନ କରେ ।
  • ସେହି ସାଧାରଣ କାର୍ଯ୍ୟାବଳୀ ପାର୍ଥିବ ବସ୍ତୁଗୁଡ଼ିକର ଅର୍ଜନ ଓ ବିନିଯୋଗ ସହ ଘନିଷ୍ଠ ଭାବେ ଜଡ଼ିତ ।

ସମାଲୋଚନା :
ମାର୍ଶାଲଙ୍କ ସଂଜ୍ଞା ଅନେକ ଅର୍ଥଶାସ୍ତ୍ରୀମାନଙ୍କଦ୍ୱାରା ସମାଲୋଚିତ ହୋଇଥିଲା । ସେଥ୍ମଧ୍ୟରୁ ଲିଓନେଲ୍ ରବିନ୍ସ ଅନ୍ୟତମ । ଅର୍ଥଶାସ୍ତ୍ରର କଲ୍ୟାଣକାରୀ ସଂଜ୍ଞା ନିମ୍ନୋକ୍ତ କାରଣରୁ ସମାଲୋଚିତ ହୋଇଛି ।

(1) ମାର୍ଶାଲଙ୍କ କଲ୍ୟାଣକାରୀ ସଂଜ୍ଞାରେ କେବଳ କଲ୍ୟାଣ ବୃଦ୍ଧିକାରୀ ଦ୍ରବ୍ୟଗୁଡ଼ିକୁ ହିଁ ବିଚାରକୁ ନିଆଯାଇଛି । ମାତ୍ର ଅନ୍ୟପାର୍ଶ୍ଵରେ ମଦ୍ୟ, ସିଗାରେଟ୍ ଓ ଅଫିମ ଆଦି କେତେକ କ୍ଷତିକାରକ ଦ୍ରବ୍ୟ ମାନବର କଲ୍ୟାଣକୁ ଲୋପ କରିବାରେ ସହାୟକ ହୋଇଥାଏ । ଏହିଗୁଡ଼ିକୁ ମଧ୍ୟ ଅର୍ଥଶାସ୍ତ୍ର ଅଧ୍ୟୟନ କରେ । କାରଣ ସେଗୁଡିକ ମଣିଷର ଅଭାବକୁ ପରିତୃପ୍ତ କରିଥାନ୍ତି ।

(2) ମାର୍ଶାଲଙ୍କ ପ୍ରଦତ୍ତ ସଂଜ୍ଞା ସମ୍ପୂର୍ଣ ନୁହେଁ । କାରଣ ଏହା କେବଳ ପାର୍ଥିବ ଦ୍ରବ୍ୟର ଅର୍ଜନ ଓ ଏହାର ବ୍ୟବହାର ସମ୍ପର୍କରେ ଅଧ୍ୟୟନ କରେ । ଶିକ୍ଷକଙ୍କ ଶିକ୍ଷାଦାନ, ଡାକ୍ତରଙ୍କ ରୋଗୀ ସେବା ଆଦି ଅପାର୍ଥିବ ଦ୍ରବ୍ୟ ମାନବର ଅଭାବର ପରିପୂରିରେ ସହାୟକ କରେ । ଏହି ଅପାର୍ଥିବ ଦ୍ରବ୍ୟଗୁଡିକ ମାର୍ଶାଲଙ୍କ ସଂଜ୍ଞାରୁ ବାଦ ପଡ଼ିବା ଫଳରେ ଅର୍ଥଶାସ୍ତ୍ରର ସଜ୍ଞା ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଗଲା ।

(3) କଲ୍ୟାଣ ଏକ ସାମାଜିକ ଧାରଣା ଓ ବ୍ୟକ୍ତିବିଶେଷ ସ୍ଥଳେ ଭିନ୍ନ ଭିନ୍ନ ହୋଇଥିବାରୁ ଏହା ସଠିକ୍ ପରିମାପ ମଧ୍ୟ ସମ୍ଭବ ନୁହେଁ । ପିଗୁ ଏହି ସମାଜ କଲ୍ୟାଣକୁ ମୁଦ୍ରା ଆକାରରେ ମାପ କରିବାରେ ଚେଷ୍ଟା କରିଥିଲେ ହେଁ ଏହା ଏକ ପରିମାପ ନୁହେଁ ।

(4) ମାର୍ଶାଲଙ୍କ କଲ୍ୟାଣକାରୀ ସଂଜ୍ଞା ଅର୍ଥଶାସ୍ତ୍ରକୁ ଏକ ସାମାଜିକ ବିଜ୍ଞାନ ରୂପେ ବିଚାର କରିଛି । ସମାଜରେ ଥ‌ିବା ମନୁଷ୍ୟମାନଙ୍କର କାର୍ଯ୍ୟାବଳୀକୁ ଏହା ଅନୁଧ୍ୟାନ କରିଥାଏ । ଏହି ସଂଜ୍ଞାକୁ ଗ୍ରହଣ କଲେ ନିର୍ଜନ ଦ୍ଵୀପରେ ଏକାକୀ ବାସ କରୁଥିବା ରବିନସନ୍ କୁଶେ ଅର୍ଥନୀତିର ପରିସର ବାହାରେ ରହିଯିବେ । ଏହା ଗ୍ରହଣଯୋଗ୍ୟ ନୁହେଁ । କାରଣ ଏକାକୀ ବାସ କଲେ ମଧ୍ୟ ଅର୍ଥଶାସ୍ତ୍ର କେତେକ ମୌଳିକ ସୂତ୍ରଦ୍ଵାରା ପରିଚାଳିତ ହୋଇଥାଏ । ଜରୁରୀ ଆବଶ୍ୟକତାକୁ ସେ ଅଗ୍ରାଧ‌ିକାର ଦେଇ ତାଙ୍କର ସୀମିତ ସମ୍ବଳକୁ ବିନିଯୋଗ କରିଥାନ୍ତି । ତେଣୁ କେତେକ ଅର୍ଥଶାସ୍ତ୍ରୀଙ୍କ ମତରେ ଅର୍ଥଶାସ୍ତ୍ରକୁ ଏକ ସାମାଜିକ ବିଜ୍ଞାନ ଅପେକ୍ଷା ମାନବ ବିଜ୍ଞାନ ରୂପରେ ବିଚାର କରାଯିବା ଆବଶ୍ୟକ ।

4. ବ୍ୟଷ୍ଟି ଅର୍ଥନୀତି ସମ୍ପର୍କରେ ଆଲୋଚନା କର ।
Answer:
ବିଶିଷ୍ଟ ଇଂରେଜ ଅର୍ଥଶାସ୍ତ୍ରୀ ଆଡ଼ାମ୍ ସ୍ମିଥ୍ ଅର୍ଥଶାସ୍ତ୍ରର ସ୍ରଷ୍ଟା ରୂପେ ସମ୍ମାନିତ । ଅର୍ଥଶାସ୍ତ୍ର ଏକ ସାମାଜିକ ବିଜ୍ଞାନ । ସାମାଜିକ ବିଜ୍ଞାନର ପରିସର ଓ ବିଷୟବସ୍ତୁ ଅତି ବ୍ୟାପକ । ଏହାର ରାଜନୈତିକ, ସାମାଜିକ, ଐତିହାସିକ, ଅର୍ଥନୈତିକ ଆଦି ବିଭିନ୍ନ ଦିଗ ରହିଅଛି । ରାଜନୀତି ବିଜ୍ଞାନ ବ୍ୟକ୍ତିର ରାଜନୈତିକ ଜୀବନକୁ ଅଧ୍ୟୟନ କରେ । ସମାଜ ବିଜ୍ଞାନ ସାମାଜିକ ଜୀବନକୁ ଆଲୋଚନା କରିଥାଏ । ସେହିପରି ଅର୍ଥଶାସ୍ତ୍ର ସମାଜରେ ବ୍ୟକ୍ତିବିଶେଷଙ୍କର ଅର୍ଥନୈତିକ ଦିଗକୁ ଅଧ୍ୟୟନ ଓ ଆଲୋଚନା କରେ ।

ଦୁଇଟି ପୁରାତନ ଗ୍ରୀକ୍ ଶବ୍ଦରୁ ଅର୍ଥଶାସ୍ତ୍ର (Economics) ଶବ୍ଦର ଉତ୍ପତ୍ତି ଘଟିଅଛି । ଗ୍ରୀକ୍ ଶବ୍ଦ ଓଇକୋସ୍ (Oikos), ଯାହାର ଅର୍ଥ ପରିବାର ଏବଂ ନେମେନ୍ (Nemein), ଯାହାର ଅର୍ଥ ପରିଚାଳନାକୁ ନେଇ ଅର୍ଥଶାସ୍ତ୍ର (Economics)ର ସୃଷ୍ଟି ହୋଇଅଛି । ଏହାର ସମ୍ପୂର୍ଣ୍ଣ ଅର୍ଥ ହେଲା, ‘ପରିବାର ପରିଚାଳନା’ । ପରିବାରର ସମ୍ବଳ ସୀମିତ ଓ ଅଭାବ ଅନେକ । ତେଣୁ ପରିବାରକୁ ସଠିକ୍‌ଭାବେ ପରିଚାଳନା କରିବାପାଇଁ ବ୍ୟକ୍ତି ସର୍ବଦା ନିଜର ସୀମିତ ସମ୍ବଳ ଓ ଅସୀମ ଅଭାବ ମଧ୍ଯରେ ସଂଯୋଜନା ସ୍ଥାପନ କରି ପରିତୃପ୍ତିର ସର୍ବାଧ୍ଵରଣ ନିମିତ୍ତ ଚେଷ୍ଟିତ ହୋଇଥାଏ । ସେହିପରି ବ୍ୟକ୍ତିକୁ ନେଇ ଗଠିତ ମଣିଷ ସମାଜ ମଧ୍ୟ ସର୍ବଦା ସୀମିତ ସମ୍ବଳ ଓ ଅସୀମ ଲକ୍ଷ୍ୟର ସଂଯୋଜନା କରି ସାମାଜିକ ପରିତୃପ୍ତିର ସର୍ବାଧ୍ଵରଣ ନିମିତ୍ତ ପ୍ରୟାସୀ ହୋଇଥାଏ ।

ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ୍‌ଙ୍କ ମତରେ, ଅର୍ଥଶାସ୍ତ୍ର ପରିବାର ଓ ରାଜ୍ୟ ପରିଚାଳନାକୁ ବୁଝାଏ । ଭାରତୀୟ ରାଜନୀତିଜ୍ଞ ଚାଣକ୍ୟ ଏହାକୁ ଉଭୟ ଆର୍ଥନୀତିକ ଓ ରାଜନୈତିକ କାର୍ଯ୍ୟକଳାପରେ ବ୍ୟବହାର କରିଥିଲେ । ମାର୍ଶାଲ୍‌ଙ୍କ ମତରେ ‘ସମ୍ପଦର ଉତ୍ପାଦନ, ଉପଭୋଗ, ବିନିମୟ ଓ ବଣ୍ଟନ ସମ୍ବନ୍ଧୀୟ ମାନବୀୟ କାର୍ଯ୍ୟକଳାପ ଏବଂ ବସ୍ତୁଗତ ଘଟଣାବଳୀ ସମ୍ବନ୍ଧରେ ଅଧ୍ୟୟନ କରିବା ହେଉଛି ଅର୍ଥନୀତିର ଅଭିପ୍ରାୟ ।’’

ଆଧୁନିକ ଅର୍ଥନୀତିଜ୍ଞ ସୁମେଟର (Schumpeter) ଓ ବୋଲ୍‌ (Boulding)ଙ୍କ ମତରେ, ଏହା ସମସ୍ତ ଆର୍ଥନୀତିକ କାର୍ଯ୍ୟକଳାପ, ଯଥା – ଉତ୍ପାଦନ, କାର୍ଯ୍ୟକୁଶଳତା, ଉତ୍ପାଦିକା ଶକ୍ତିରେ ହ୍ରାସ, ଅର୍ଥନୈତିକ ମାନ୍ଦା ଅବସ୍ଥା, ବେକାରି, ଦାରିଦ୍ର୍ୟ ଆଦିର କାରଣ ଉପରେ ମଧ୍ୟ ଆଲୋଚନା କରିଥାଏ ।

ଅର୍ଥନୈତିକ କାର୍ଯ୍ୟାବଳୀକୁ ନିମ୍ନୋକ୍ତ ପ୍ରକାରରେ ବିଭକ୍ତ କରାଯାଏ; ଯଥା –
(i) ଉପଭୋଗ, (ii) ଉତ୍ପାଦନ, (iii) ବିନିମୟ, (iv) ବଣ୍ଟନ । ଏହିସବୁ କାର୍ଯ୍ୟାବଳୀକୁ ଦୁଇଟି ପ୍ରକାରରେ ଅଧ୍ୟୟନ କରାଯାଇପାରେ – ବ୍ୟଷ୍ଟି ଅର୍ଥନୀତି ଓ ସମଷ୍ଟି ଅର୍ଥନୀତି।

1933 ମସିହାରେ ପ୍ରଫେସର ଫ୍ରିସିକ୍ ସର୍ବପ୍ରଥମେ ଅର୍ଥନୀତିକୁ ବ୍ୟଷ୍ଟି ଓ ସମଷ୍ଟି ଅର୍ଥନୀତି ନାମରେ ଦୁଇ ଭାଗରେ ବିଭକ୍ତ କରିଥିଲେ । ବ୍ୟଷ୍ଟି ବା Micro ଗ୍ରୀକ୍ ଶବ୍ଦ Mikros ରୁ ଉଦ୍ଧୃତ । Mikros ର ଅର୍ଥ କ୍ଷୁଦ୍ର । ତେଣୁ ବ୍ୟଷ୍ଟି ଅର୍ଥନୀତି କୌଣସି ଏକ ଉପଭୋକ୍ତା, ଏକ ପ୍ରତିଷ୍ଠାନ, ଏକ ବଜାର, ଏକ ଦ୍ରବ୍ୟର ଦାମ୍ ଇତ୍ୟାଦି ସମ୍ପର୍କରେ ଅଧ୍ୟୟନ କରିଥାଏ । ଏଠାରେ ଆଲୋଚନାର ପରିସର କ୍ଷୁଦ୍ର ଯାହା ସମୁଦାୟ ନୁହେଁ; ବରଂ ଏହା ସମୁଦାୟର ଏକ ଅଂଶ ।

ବ୍ୟଷ୍ଟି ଅର୍ଥନୀତି ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ରହିବ ବୋଲି ସର୍ଭ ରଖୁଥାଏ । ଉଦାହରଣସ୍ୱରୂପ, ଆୟକୁ ସ୍ଥିର ରଖ୍ ଉପଭୋକ୍ତାଙ୍କ ସନ୍ତୁଳନ ବ୍ୟଷ୍ଟି ଅର୍ଥନୀତି ନିର୍ଦ୍ଧାରଣ କରିଥାଏ । ବ୍ୟଷ୍ଟି ଅର୍ଥନୀତି ଅର୍ଥବ୍ୟବସ୍ଥାରେ ଆଂଶିକ ସନ୍ତୁଳନ ନିର୍ଦ୍ଧାରଣ କରେ । ଅନ୍ୟାନ୍ୟ ବିଷୟ ସ୍ଥିର ରଖ୍ ଏହା ପୂର୍ଣ୍ଣ ସନ୍ତୁଳନ ସମ୍ବନ୍ଧରେ ଅଧ୍ୟୟନ ନ କରି ଏକ ନିର୍ଦ୍ଦିଷ୍ଟ ଅଂଶର ସନ୍ତୁଳନ ସମ୍ବନ୍ଧରେ ଆଲୋକପାତ କରେ । ଉପଭୋକ୍ତାଙ୍କ ସନ୍ତୁଳନ, ଉତ୍ପାଦନକାରୀଙ୍କ ସନ୍ତୁଳନ, ପ୍ରତିଷ୍ଠାନର ସନ୍ତୁଳନ ଇତ୍ୟାଦି ଆଂଶିକ ସନ୍ତୁଳନର ଉଦାହରଣ ।

ସାଧାରଣ ଭାବରେ ବ୍ୟଷ୍ଟି ଅର୍ଥନୀତି ସାଧରଣ ଦର ସ୍ତର ସ୍ଥିର ରଖ୍ ଆପେକ୍ଷିକ ଦରର ପରିବର୍ତ୍ତନ ସମ୍ବନ୍ଧରେ ଅଧ୍ୟୟନ କରେ । ଏହା ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ଦର ନିର୍ଦ୍ଧାରଣ କରେ ଏବଂ ବ୍ୟଷ୍ଟି ଅର୍ଥନୀତି ତତ୍ତ୍ବ ଉପରେ ଗୁରୁତ୍ୱ ଆରୋପ କରିଥାଏ ।

CHSE Odisha Class 12 Economics Chapter 1 Long Answer Questions in Odia Medium

5. ଅର୍ଥଶାସ୍ତ୍ରର ପରିସର ଓ ବିଷୟବସ୍ତୁ ବିଷୟରେ ଆଲୋଚନା କର ।
Answer:
ଅର୍ଥଶାସ୍ତ୍ରର ପରିସର ‘ଅଭାବ’ ନାମକ ଅର୍ଥନୈତିକ ସମସ୍ୟାରୁ ହିଁ ଆରମ୍ଭ । ମାନବ ସଭ୍ୟତାର ବୃଦ୍ଧି ସଙ୍ଗେ ସଙ୍ଗେ ଅର୍ଥନୈତିକ ଅଭିବୃଦ୍ଧି ଘଟିଲା । ଯାହାଫଳରେ ଅର୍ଥଶାସ୍ତ୍ରର ପରିସର ବୃଦ୍ଧି ପାଇଲା । ମାନବର ଦୈନନ୍ଦିନ ଜୀବନରେ ଘଟୁଥ‌ିବା ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପ ଅର୍ଥଶାସ୍ତ୍ରର ପରିସର ଅନ୍ତର୍ଭୁକ୍ତ ହେଲା – ଏହାର ପରିସର ଏକ ପକ୍ଷରେ ଏକ ବ୍ୟକ୍ତିର ସମସ୍ୟା ସହିତ ଜଡ଼ିତ ହେଲାବେଳେ ଅନ୍ୟପକ୍ଷରେ ସାମୂହିକ ଅର୍ଥନୈତିକ ସମସ୍ୟା ସହିତ ଜଡ଼ିତ ହେଲା । ତେଣୁ ପ୍ରଥମ କରି ପ୍ରଫେସର ଫ୍ରିସିକଦ୍ବାରା ଅର୍ଥଶାସ୍ତ୍ରର ବିଷୟବସ୍ତୁକୁ ଦୁଇଭାଗରେ ବିଭକ୍ତ କରାଗଲା; ଯଥା – Micro Economics (ବ୍ୟଷ୍ଟି ଅର୍ଥନୀତି) ଓ Macro Economics (ସମଷ୍ଟି ଅର୍ଥନୀତି) । ନିମ୍ନରେ ବ୍ୟଷ୍ଟି ଓ ସମଷ୍ଟି ଅର୍ଥନୀତିର ବିଷୟବସ୍ତୁଗୁଡ଼ିକ ବିଷୟରେ ଆଲୋଚନା କରାଯାକଛି ।

A. ବ୍ୟଷ୍ଟି ଅର୍ଥନୀତି (Micro Economics) – ଏହି ଅର୍ଥନୀତି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି, ପ୍ରତିଷ୍ଠାନ ବା ଶିଳ୍ପକ୍ଷେତ୍ରର ଅର୍ଥନୈତିକ କାର୍ଯ୍ୟାବଳୀ ଅଧ୍ୟୟନ କରେ । ମୁଖ୍ୟତଃ ଏହା ଉପଭୋକ୍ତାର ଆଚରଣ ତତ୍ତ୍ବ, ଉତ୍ପାଦକର ଆଚରଣ ତତ୍ତ୍ବ ଏବଂ ଦରତ ବିଷୟରେ ଅଧ୍ୟୟନ କରିଥାଏ । ତେବେ ବ୍ୟଷ୍ଟି ଅର୍ଥନୀତି ପ୍ରଧାନତଃ ନିମ୍ନରେ ଆଲୋଚିତ ଚାରୋଟି ବିଷୟରେ ଅଧ୍ୟୟନ କରିଥାଏ ।

(1) ଉପଭୋଗ (Consumption) – ଅର୍ଥଶାସ୍ତ୍ରରେ ଉପଭୋଗର ଅର୍ଥ ହେଲା କୌଣସି ବସ୍ତୁର ବ୍ୟବହାର ଯୋଗୁଁ ଉପଯୋଗିତାର ଧ୍ଵଂସକୁ ବୁଝାଏ । ମାନବ କେଉଁ ନିୟମ ଉପଭୋଗ ପାଳନ କରିବାଦ୍ୱାରା ସର୍ବାଧ‌ିକ ଆତ୍ମତୃପ୍ତି ପାଇଥାଏ ତାହା ଆଲୋଚନା କରିଥାଏ । ଏହି ସମ୍ବନ୍ଧରେ ଆମେ କ୍ରମହ୍ରାସମାନ ଉପଯୋଗିତା ସୂତ୍ର, ସମସୀମାନ୍ତ ଉପଯୋଗିତା ସୂତ୍ର, ଚାହିଦା ସୂତ୍ର ଆଦି ଅଧ୍ୟୟନ କରିଥାଉ ।
(2) ଉତ୍ପାଦନ (Production) – ଉପଯୋଗିତାର ସୃଷ୍ଟିକୁ ଉତ୍ପାଦନ କୁହାଯାଏ । ଏହି ବିଷୟରେ ଆମେ ଉତ୍ପାଦନ ତତ୍ତ୍ବ, ଯୋଗାଣ ତତ୍ତ୍ବ ଆଦି ଅଧ୍ୟୟନ କରିଥାଉ ଯଦ୍ବାରା ଉତ୍ପାଦକ କିପରି ଲାଭବାନ ହୋଇପାରିବ ତାହା ଜାଣିହୁଏ ।
(3) ବିନିମୟ (Exchange) – ଶ୍ରମ ବିଭାଜନ ଫଳରେ ବିନିମୟ ବ୍ୟବସ୍ଥା ଏକାନ୍ତ ଆବଶ୍ୟକ ହୋଇପଡ଼ିଛି । ମୁଦ୍ରାର ପ୍ରଚଳନ ବ୍ୟାଙ୍କ ବ୍ୟବସ୍ଥାର ପ୍ରସାର ଦେଶମାନଙ୍କ ମଧ୍ୟରେ ବାଣିଜ୍ୟ କରିଛି । ଏହି ବିଷୟରେ ଆମେ ଦ୍ରବ୍ୟର ବିନିମୟ ବ୍ୟବସ୍ଥା, ଏହାର ଚାହିଦା ଓ ଯୋଗାଣ ଏବଂ ବିଶେଷତଃ ଦ୍ରବ୍ୟର ମୂଲ୍ୟ ନିରୂପଣ ଓ ବଜାରର ଅନ୍ୟାନ୍ୟ ଆନୁଷଙ୍ଗିକ ପରିସ୍ଥିତିକୁ ଆଲୋଚନା କରିଥାଉ ।
(4) ବଣ୍ଟନ (Distribution) – ଉତ୍ପାଦନରେ ବ୍ୟବହୃତ ଉପାଦାନ ଯଥା – ଭୂମି, ଶ୍ରମ, ପୁଞ୍ଜି ଓ ସଙ୍ଗଠନର ଅବଦାନ ଯୋଗୁଁ ଯେଉଁ ପ୍ରାପ୍ୟ ଅଧୂଶେଷ, ମଜୁରି, ସୁଧ ଓ ଲାଭ ଆକାରରେ ପାଇଥା’ନ୍ତି, ତାହାର ପରିମାପ ଏହି ବଣ୍ଟନ ବିଷୟରେ ଆଲୋଚିତ ହୋଇଥାଏ ।

B. ସମଷ୍ଟି ଅର୍ଥନୀତି (Macro Economics) – ଏହି ଅର୍ଥନୀତି ଅର୍ଥବ୍ୟବସ୍ଥାର ବିଭିନ୍ନ ସାମୂହିକ ଏକକମାନଙ୍କର ସାମଗ୍ରିକ ଅଧ୍ୟୟନ ହିଁ ସମଷ୍ଟି ଅର୍ଥନୀତିର ବିଷୟବସ୍ତୁ । ଜାତୀୟ ଆୟ, ନିୟୋଜନ, ସାମୂହିକ ଉତ୍ପାଦନ, ସାମୂହିକ ଚାହିଦା ଓ ଯୋଗାଣ । ରାଷ୍ଟ୍ରୀୟ ସଞ୍ଚୟ ଓ ନିବେଶ ଆଦି ସାମୂହିକ ଏକକମାନଙ୍କର ଅଧ୍ୟୟନ ଓ ବିଶ୍ଳେଷଣ ସମଷ୍ଟି ଅର୍ଥନୀତିରେ ଆଲୋଚିତ ହୋଇଥାଏ । ଉପରୋକ୍ତ ବିଷୟଗୁଡ଼ିକ ସଂକ୍ଷେପରେ ନିମ୍ନରେ ଆଲୋଚନା କରାଯାଇଛି । ଜାତୀୟ ଆୟ – ଏକ ନିର୍ଦ୍ଦିଷ୍ଟ ଆକଳନ ବର୍ଷରେ ଉତ୍ପାଦିତ ହୋଇଥ‌ିବା ଅନ୍ତିମ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟ ସହ ନିଟ୍ ବୈଦେଶିକ ଉପାଦାନ ଆମ୍ଭର ସମଷ୍ଟିକୁ ଜାତୀୟ ଆୟ କୁହାଯାଏ । ଏହି ବିଷୟରେ ଜାତୀୟ ଆୟ କିପରି ଆକଳନ କରାଯାଏ ତାହା ଆଲୋଚନା କରାଯାଏ ।

(1) ଜାତୀୟ ଆୟ – ଏକ ନିର୍ଦ୍ଦିଷ୍ଟ ଆକଳନ ବର୍ଷରେ ଉତ୍ପାଦିତ ହୋଇଥ‌ିବା ଅନ୍ତିମ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟ ସହ ନିଟ୍ ବୈଦେଶିକ ଉପାଦାନ ଆମ୍ଭର ସମଷ୍ଟିକୁ ଜାତୀୟ ଆୟ କୁହାଯାଏ । ଏହି ବିଷୟରେ ଜାତୀୟ ଆୟ କିପରି ଆକଳନ କରାଯାଏ ତାହା ଆଲୋଚନା କରାଯାଏ ।
(2) ସାମଗ୍ରିକ ଚାହିଦା – ଉପଭୋଗ ଚାହିଦା (C) ବିନିଯୋଗ ଚାହିଦା ସରକାରୀ ବ୍ୟୟ (C) ଓ ନିଟ୍ ରପ୍ତାନୀ (X – M)କୁ ନେଇ ଗଠିତ ସାଙ୍କେତିକ ଭାଷାରେ ସାମୂହିକ ଚାହିଦା (A.D.) = C + I + G + (X – M) ।
(3) ସାମୂହିକ ଯୋଗାଣ (Aggregate Supply) – କୌଣସି ନିର୍ଦ୍ଦିଷ୍ଟ ବର୍ଷରେ କୌଣସି ଅର୍ଥ ବ୍ୟବସ୍ଥାରେ ଦ୍ରବ୍ୟ ଓ ସେବାର ସାମଗ୍ରିକ ପ୍ରବାହକୁ ସାମୁହିକ ଯୋଗାଣ କୁହାଯାଏ । ସାଙ୍କେତିକ ଭାଷାରେ AS = ଉପଭୋଗ (C) + ସଞ୍ଚୟ (S) ।
ଏତଦ୍‌ବ୍ୟତୀତ ଅର୍ଥଶାସ୍ତ୍ର ମୁଦ୍ରା, ବ୍ୟାଙ୍କ, ଆନ୍ତର୍ଜାତିକ ବାଣିଜ୍ୟ ଓ ରାଷ୍ଟ୍ରୀୟ ବିତ୍ତ ଆଦି ବିଷୟରେ ମଧ୍ଯ ଅଧ୍ୟୟନ କରିଥାଏ ।

CHSE Odisha Class 12 Economics Chapter 11 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 11 ସମଷ୍ଟି ଅର୍ଥନୀତି Long Answer Questions.

CHSE Odisha 12th Class Economics Chapter 11 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ସମଷ୍ଟିଗତ ଅର୍ଥଶାସ୍ତ୍ର କହିଲେ କ’ଣ ବୁଝ ? ଏହାର ପରିସର, ଗୁରୁତ୍ବ ଓ ସୀମାବଦ୍ଧତା ଦର୍ଶାଅ ।
Answer:
ଅର୍ଥନୀତିକୁ ମୁଖ୍ୟତଃ ବ୍ୟକ୍ତିବାଚକ (ବ୍ୟଷ୍ଟି) ଅର୍ଥନୀତି (Micro Economics) ଓ ସମଷ୍ଟି ଅର୍ଥନୀତି (Macro Economics) ଆଦି ଦୁଇଭାଗରେ ବିଭକ୍ତ କରାଯାଇଛି । ସମଷ୍ଟି ଅର୍ଥନୀତି, ଅର୍ଥ ବ୍ୟବସ୍ଥାର ଏକ ସାମଗ୍ରୀକ ଅଧ୍ୟୟନ । ଅର୍ଥନୀତିର ଯେଉଁ ବିଭାଗ ଅର୍ଥ ବ୍ୟବସ୍ଥାର ସାମୂହିକ ଏକକମାନଙ୍କର ବ୍ୟାଖ୍ୟା କରିଥାଏ, ତାହାକୁ ସମଷ୍ଟି ଅର୍ଥନୀତି କୁହାଯାଏ । ଏହି ବିଭାଗରେ ମୋଟ ଜାତୀୟ ଆୟ, ଉତ୍ପାଦ ଓ ନିୟୋଜନ, ମୋଟ ଉପଭୋଗ, ସଞ୍ଚୟ ଓ ବିନିଯୋଗ, ସାମୁହିକ ଯୋଗାଣ ଓ ଚାହିଦା, ସାଧାରଣ ଦାମ୍ ସ୍ତର ଆଦି ସଂପର୍କରେ ଆଲୋକପାତ କରାଯାଇଥାଏ । ତେଣୁ ଏହା ଅର୍ଥ ବ୍ୟବସ୍ଥାର କୌଣସି ନିର୍ଦ୍ଦିଷ୍ଟ ଏକକ ସଂପର୍କରେ ଆଲୋଚନା ନ କରି ସାମୂହିକ ବିଶ୍ଳେଷଣ କରିଥାଏ । ଅଧ୍ୟାପକ ବୋଲ୍‌ଙ୍କ ମତରେ, “ସମଷ୍ଟିଗତ ଅର୍ଥନୀତି ବ୍ୟକ୍ତିଗତ ଉତ୍ପାଦର ପରିମାଣ, ବ୍ୟକ୍ତିଗତ ଆୟ, ନିର୍ଦ୍ଦିଷ୍ଟ ଦାମ, ବ୍ୟକ୍ତିଗତ ଉତ୍ପାଦ ବିଷୟ ଆଲୋଚନା ନକରି ସମୂହ ଉତ୍ପାଦ, ଜାତୀୟ ଆୟ, ଦାମ୍ ସ୍ତର, ଜାତୀୟ ଉତ୍ପାଦ ବିଷୟ ଆଲୋଚନା କରିଥାଏ ।’’

ପରିସର :
(1) ଜାତୀୟ ଆୟ – ଆଧୁନିକ ଅର୍ଥ ବ୍ୟବସ୍ଥାରେ ସମଷ୍ଟି ଅର୍ଥନୀତିର ପରିସର ଖୁବ୍ ବ୍ୟାପକ । ଏହା ଜାତୀୟ ଆୟ ଅଭିଧାରଣା ସଂପର୍କରେ ସମ୍ୟକ୍ ଦୃଷ୍ଟି ନିକ୍ଷେପ କରିଥାଏ । ଏହି ଅର୍ଥନୀତି ଜାତୀୟ ଆୟର ସଂଜ୍ଞା ନିରୂପଣ, ଏହାର ବିଭିନ୍ନ ଉପାଦାନ ଓ ଏହାର ପରିମାପ ସଂପର୍କରେ ଆଲୋଚନା କରିଥାଏ । ତେଣୁ ଜାତୀୟ ଆୟ ତତ୍ତ୍ଵର ବିଶ୍ଳେଷଣ ଏହି ବିଭାଗର ପରିସରଭୁକ୍ତ ।
(2) ଉତ୍ପାଦ, ଆୟ ଓ ନିୟୋଜନର ସ୍ତର – ସମଷ୍ଟି ଅର୍ଥନୀତି, ଦେଶର ଜାତୀୟ ଉତ୍ପାଦ, ଆୟ ଏବଂ ନିୟୋଜନ ସ୍ତର ନିର୍ଦ୍ଧାରଣ କରିଥାଏ । ଏହି ନିର୍ଦ୍ଧାରଣ କ୍ଷେତ୍ରରେ ଏଥ୍ ସହିତ ଜଡ଼ିତ ଉପାଦାନମାନଙ୍କର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥାଏ ।
(3) ବଣ୍ଟନ ତତ୍ତ୍ବ – କୌଣସି ଅର୍ଥ ବ୍ୟବସ୍ଥାରେ ସମଷ୍ଟି ଅର୍ଥନୀତି ବଣ୍ଟନ ତତ୍ତ୍ଵର ବିଶ୍ଳେଷଣ କରିଥାଏ । ଏହି ସମଷ୍ଟି ଆର୍ଥନୀତିକ ବଣ୍ଟନତତ୍ତ୍ଵ ଜାତୀୟ ଆୟର ବଣ୍ଟନ ପ୍ରକ୍ରିୟା ସଂପର୍କରେ ଅବଗତ କରାଇଥାଏ ଓ ଏହି ବଣ୍ଟନରୁ ଉପାଦାନମାନଙ୍କର ଅଂଶ ସଂପର୍କରେ ସୂଚନା ମିଳିଥାଏ ।
(4) ଅର୍ଥନୈତିକ ବିକାଶ – ଅର୍ଥନୈତିକ ଉନ୍ନୟନ ବା ବିକାଶ ଭଳି ଗୁରୁତ୍ଵପୂର୍ଣ୍ଣ ଅଧ୍ୟୟନ ସମଷ୍ଟି ଅର୍ଥନୀତିର ବିଷୟଭୁକ୍ତ ହୋଇଥାଏ ।
(5) ଆନ୍ତର୍ଜାତିକ ବାଣିଜ୍ୟ ତତ୍ତ୍ବ – ସମଷ୍ଟି ଅର୍ଥନୀତି ଆନ୍ତର୍ଜାତୀୟ ବାଣିଜ୍ୟ କାରବାର ଓ ଏ ସଂପର୍କିତ ନୀତି ସଂପର୍କରେ ଆଲୋକପାତ କରିଥାଏ ।
(6) ଦାମ୍ ସ୍ତର – ସମଷ୍ଟିଗତ ଅର୍ଥନୀତି ସାଧାରଣ ଦାମ୍ ସ୍ତରର ହ୍ରାସ ଓ ବୃଦ୍ଧିଜନିତ ପ୍ରକ୍ରିୟାକୁ ପ୍ରତିଫଳିତ କରିଥାଏ । ଅନ୍ୟ ଅର୍ଥରେ ଏହା ସ୍ତ୍ରୀତି ଓ ଅବସ୍ତୀତି ସଂପର୍କରେ ଆଲୋଚନା କରିଥାଏ ।

ଗୁରୁତ୍ଵ – ନିମ୍ନଲିଖିତ ଉପାଦାନଗୁଡ଼ିକ ସମଷ୍ଟି ଅର୍ଥନୀତିର ଗୁରୁତ୍ବ ସଂପର୍କରେ ସୂଚନା ପ୍ରଦାନ କରିଥାଏ ।
(1) ଅର୍ଥବ୍ୟବସ୍ଥାର ପରିଚାଳନା ସଂପର୍କରେ ଧାରଣା ସମଷ୍ଟି ଅର୍ଥନୀତି, ଅର୍ଥ ବ୍ୟବସ୍ଥାର ପରିଚାଳନା ତଥା କାର୍ଯ୍ୟଧାରା ସଂପର୍କରେ ଅବଗତ କରାଇଥାଏ । ଏହା ଅର୍ଥ ବ୍ୟବସ୍ଥାର ପ୍ରଚଳିତ ବୈଶିଷ୍ଟ୍ୟ ପ୍ରଦାନ କରିବା ସହ ଜଡ଼ିତ ଅର୍ଥନୈତିକ ଆଭିମୁଖ୍ୟ, ସମସ୍ୟା; ଯଥା – ଆୟ, ଉତ୍ପାଦ ଓ ନିୟୋଜନ ସଂପର୍କିତ ସମସ୍ୟା ଓ ସାଧାରଣ ଦାମ୍‌ର ସ୍ତର ସଂପର୍କିତ ସମସ୍ୟା ପ୍ରତିଫଳିତ କରାଇଥାଏ । ଏସବୁ ତଥ୍ୟ ପ୍ରଦାନ କରୁଥିବାରୁ ଏହାର ଗୁରୁତ୍ଵ ସହଜରେ ଅନୁମେୟ ।
(2) ବ୍ୟକ୍ତିଗତ ଏକକର ଆଚରଣ ସଂପର୍କରେ ସୂଚନା – ଏହି ଅର୍ଥନୀତି ଅର୍ଥ ବ୍ୟବସ୍ଥାର ସାମୂହିକ ତଥ୍ୟ ପରିବେଷଣ କରିବା ସହ ବ୍ୟକ୍ତିଗତ ନିର୍ଦ୍ଦିଷ୍ଟ ଏକକର ଆଚରଣ ସଂପର୍କରେ ସୂଚନା ଦେଇଥାଏ । ଉଦାହରଣସ୍ୱରୂପ, କୌଣସି ନିର୍ଦ୍ଦିଷ୍ଟ ଉତ୍ପାଦର ଚାହିଦା ଅର୍ଥ ବ୍ୟବସ୍ଥାର ସାମୂହିକ ଚାହିଦା ଉପରେ ନିର୍ଭର କରେ । ନିର୍ଦ୍ଦିଷ୍ଟ ଦ୍ରବ୍ୟର ଚାହିଦାର ବୃଦ୍ଧି ଓ ହ୍ରାସଜନିତ ଅବସ୍ଥା ସାମୂହିକ ଚାହିଦାର ଅନୁକୂଳ ବା ପ୍ରତିକୂଳ ଅବସ୍ଥା ଉପରେ ନିର୍ଭର କରିଥାଏ । ତେଣୁ ଏହି ଦୃଷ୍ଟିକୋଣରୁ ଏକ ବ୍ୟକ୍ତିକ ବିଶ୍ଲେଷଣ କ୍ଷେତ୍ରରେ ମଧ୍ୟ ସମଷ୍ଟିଗତ ଅର୍ଥନୀତିର ଭୂମିକା ରହିଛି ।
(3) ଅର୍ଥନୈତିକ ଯୋଜନା – ସମଷ୍ଟି ଅର୍ଥନୀତି ଅର୍ଥବ୍ୟବସ୍ଥାରେ ନୀତି, ଯୋଜନା ପ୍ରଣୟନ କ୍ଷେତ୍ରରେ ଅତିମାତ୍ରାରେ ସାହାଯ୍ୟ କରିଥାଏ । ମୁଦ୍ରାସ୍ତ୍ରୀତି, ଜନବିସ୍ଫୋରଣ, ସ୍ୱଳ୍ପ ଉତ୍ପାଦନ କ୍ଷେତ୍ରରେ ସମଷ୍ଟି ଅର୍ଥନୀତି ଉପଯୁକ୍ତ ଦିଗ୍‌ଦର୍ଶନ ଦେଇଥାଏ ।
(4) ଜାତୀୟ ଆୟର ଅଧ୍ୟୟନ – ଆଧୁନିକ କାଳରେ କୌଣସି ଦେଶର ଆର୍ଥିକ ଅବସ୍ଥା ସଂପର୍କରେ ଜାତୀୟ ଆୟ ହିଁ ସୂଚନା ପ୍ରଦାନ କରିଥାଏ । ତେଣୁ ନୀତି ପ୍ରଣୟନ କ୍ଷେତ୍ରରେ ପ୍ରତିଟି ଦେଶ ଜାତୀୟ ଆୟ ସଂପର୍କରେ ସମ୍ୟକ୍ ଧାରଣା ପାଇବାପାଇଁ ଆଗ୍ରହ ପ୍ରକାଶ କରିଥା’ନ୍ତି । ଏ ସମ୍ବନ୍ଧୀୟ ତଥ୍ୟ ସମଷ୍ଟି ଅର୍ଥନୀତି ହିଁ ପ୍ରଦାନ କରିଥାଏ ।
(5) ସାଧାରଣ ଦାମ୍ ସ୍ତରରେ ପରିବର୍ତ୍ତନ – ସାଧାରଣ ଦାମ୍ ସ୍ତରରେ ପରିବର୍ତ୍ତନ ଓ ମୁଦ୍ରାର ମୂଲ୍ୟ ମଧ୍ଯରେ ନିବିଡ଼ ସଂପର୍କ ରହିଛି । ପ୍ରଥମଟିର ବୃଦ୍ଧି, ଅନ୍ୟଟିର ହ୍ରାସ ଘଟାଏ ଓ ପ୍ରଥମଟିର ହ୍ରାସ ଅନ୍ୟଟିର ବୃଦ୍ଧି ଘଟାଏ । ଏହି ପରିବର୍ତ୍ତନ ସମଷ୍ଟି ଅର୍ଥନୀତିର ବିଶ୍ଳେଷଣ ଓ ଅନୁଶୀଳନରୁ ହିଁ ପ୍ରତୀୟମାନ ହୋଇଥାଏ ।
ଉପରୋକ୍ତ ଦୃଷ୍ଟିକୋଣରୁ ବିଚାର କରାଗଲେ ସମଷ୍ଟି ଅର୍ଥନୀତିର ପ୍ରଭୂତ ଗୁରୁତ୍ଵ ରହିଛି । ଆଧୁନିକ ଅର୍ଥବ୍ୟବସ୍ଥାରେ ସମଷ୍ଟି ଅର୍ଥନୀତିର ଅଧ୍ୟୟନ ଅତ୍ୟନ୍ତ ଅପରିହାର୍ଯ୍ୟ ।

ସୀମାବଦ୍ଧତା – ‘ସମଷ୍ଟିଗତ ଅର୍ଥନୀତି’ର ଅଧ୍ୟୟନରେ ନିମ୍ନଲିଖିତ ଦୋଷତ୍ରୁଟି ପରିଲକ୍ଷିତ ହୋଇଥାଏ ।
(1) ଅତିରଞ୍ଜିତ ଉପସ୍ଥାପନା – ଅର୍ଥବ୍ୟବସ୍ଥାର ଏକକମାନଙ୍କର ସାମଗ୍ରିକ ଅଧୟନ ହିଁ ସମଷ୍ଟିଗତ ଅର୍ଥନୀତିର ବିଷୟବସ୍ତୁ । ଏହା ଏକକମାନଙ୍କର ସାମୂହିକ ପରିପ୍ରକାଶ କରୁଥିବାରୁ ଏହା ଅର୍ଥନୈତିକ ପରିସ୍ଥିତି ବା ଅବସ୍ଥାକୁ ସର୍ବଦା ସ୍ୱାଭାବିକ ତଥା ସ୍ଵଚ୍ଛଳ ବୋଲି ଉପସ୍ଥାପନା କରିଥାଏ । ମାତ୍ର ନିର୍ଦ୍ଦିଷ୍ଟ ଏକକଗୁଡ଼ିକ ସମଜାତୀୟ ନହୋଇ ବିଷମଜାତୀୟ ହୋଇଥିବାରୁ ସାମୂହିକଭାବେ ପ୍ରତିପାଦିତ ହୋଇଥିବା ସ୍ଵାଭାବିକ ଅବସ୍ଥା ବାସ୍ତବତା ଦୃଷ୍ଟିକୋଣରୁ ଭିନ୍ନ ହୋଇଥାଏ । ଏ ଦୃଷ୍ଟିକୋଣରୁ ସମଷ୍ଟି ଅର୍ଥନୀତି ବାସ୍ତବିକତାରୁ ଦୂରରେ ବୋଲି ବିଚାର କରାଯାଏ ।
(2) ବ୍ୟକ୍ତିଗତ ଏକକମାନଙ୍କ ମଧ୍ୟରେ ଭିନ୍ନତା ବା ପାର୍ଥକ୍ୟ – ସମଷ୍ଟି ଅର୍ଥନୀତି ସାମଗ୍ରିକ ଭାବେ ପରିପ୍ରକାଶ କରୁଥିବା ନିର୍ଦ୍ଦିଷ୍ଟ ଏକକମାନଙ୍କ ମଧ୍ୟରେ ଭିନ୍ନତା ବା ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ଯେତେବେଳେ ସମଷ୍ଟି ଅର୍ଥନୀତି ଏହିସବୁ ଉପାଦାନମାନଙ୍କ ସାମୂହିକ ଉପସ୍ଥାପନ କରିଥାଏ, ଏହି ଉପାଦାନମାନଙ୍କ ସମ୍ବନ୍ଧୀୟ ମୌଳିକ ତଥ୍ୟ ଅପରିପ୍ରକାଶିତ ଥାଏ କାରଣ ଏହି ନିର୍ଦ୍ଦିଷ୍ଟ ଏକକମାନଙ୍କର ବୈଶିଷ୍ଟ୍ୟରେ ବିଶେଷ ଭିନ୍ନତା ରହିଥାଏ । ବେଳେବେଳେ ନିର୍ଦ୍ଦିଷ୍ଟ ଉପାଦାନମାନଙ୍କର ବୈଶିଷ୍ଟ୍ୟ ବା ଲକ୍ଷଣ ସାମୁହିକ ଉପସ୍ଥାପନା ବେଳେ ଉପଲବଧୂ କରାଯାଏନା ।
(3) ସମାଜକୁ ସମଧାରାରେ ପ୍ରଭାବିତ କରିବାକୁ ଅକ୍ଷମ – ଏକ ସାମୂହିକ ଉପସ୍ଥାପନା ସମାଜର ସବୁସ୍ତରକୁ ପ୍ରଭାବିତ କରିପାରେନାହିଁ । ଉଦାହରଣସ୍ୱରୂପ ମୁଦ୍ରାଷ୍ଟୀତି ସମାଜର ସବୁବର୍ଗର ଲୋକଙ୍କ ଉପରେ ସମପ୍ରଭାବ ପକାଇ ନଥାଏ । କେତେକ ବର୍ଗର ବ୍ୟକ୍ତି ଏହି ପ୍ରଭାବରୁ ମୁକ୍ତ ରହିଥା’ନ୍ତି ।
ଉପରୋକ୍ତ ଦୃଷ୍ଟିକୋଣରୁ ବିଚାର କରାଗଲେ ସମଷ୍ଟି ଅର୍ଥନୀତିର କେତେକ ଦୋଷତ୍ରୁଟି ରହିଛି । ମାତ୍ର ଏହି ଦୋଷତ୍ରୁଟି ବାସ୍ତବ ଦୃଷ୍ଟିକୋଣରୁ ସେତେଟା ଗୁରୁତ୍ଵପୂର୍ଣ୍ଣ ବୋଲି ଉପଲବ୍‌ଧ ହୁଏନା । ଏହାସତ୍ତ୍ବେ ବି ଆଧୁନିକ ସମୟରେ ସମଷ୍ଟି ଅର୍ଥନୀତିର ଗୁରୁତ୍ଵ ସମସ୍ତେ ଅନୁଭବ କରିଥା’ନ୍ତି ।

CHSE Odisha Class 12 Economics Chapter 11 Long Answer Questions in Odia Medium

2. ବ୍ୟଷ୍ଟି ଓ ବ୍ୟକ୍ତିକ ଅର୍ଥଶାସ୍ତ୍ର କ’ଣ ବୁଝାଇ ଲେଖ ।
Answer:
ଅର୍ଥଶାସ୍ତ୍ରକୁ ଅଧ୍ୟୟନ କଲାବେଳେ ଏହାକୁ ସମୂହଗତ ବା ବ୍ୟକ୍ତିକ ଦୃଷ୍ଟିକୋଣରୁ ବିଚାର କରାଯାଏ ଓ ଏହା ମଧ୍ୟ ଅଧ୍ୟୟନର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ । ମାତ୍ର ଏହି ଚିନ୍ତାଧାରାର ସୃଷ୍ଟି ଅତୀବ ପୂରାତନ ନୁହେଁ । 1933 ମସିହାରେ ଓସ୍‌ ବିଶ୍ଵ ବିଦ୍ୟାଳୟର ପ୍ରଫେସର ରାଗ୍‌ନର ଫ୍ରିସ୍କ (Ragner Frisch of Oslo University) ପ୍ରଥମେ ଏହି ଚିନ୍ତାଧାରର ସୃଷ୍ଟି କରିଥିଲେ ଓ ଏହା ପରଠାରୁ ଏହାର ବହୁଳ ବ୍ୟବହାର ଦେଖିବାକୁ ମିଳେ ।

ବ୍ୟକ୍ତିକ ଅର୍ଥଶାସ୍ତ୍ର (Micro Economics)
ଅର୍ଥଶାସ୍ତ୍ରକୁ ଆମେ ଯେତେବେଳେ ଅର୍ଥବ୍ୟବସ୍ଥାର ଏକ କ୍ଷୁଦ୍ରାଶକୁ ନେଇ ଆଲୋଚନା କରୁ, ଏହା ବ୍ୟକ୍ତିକ ଅର୍ଥଶାସ୍ତ୍ରର ଗୁଣ ପ୍ରକାଶ କରେ । ଏଠାରେ ବ୍ୟକ୍ତିଗତ ଆର୍ଥନୀତିକ ଆଚରଣକୁ ଆଲୋଚନା କରାଯାଏ । ବ୍ୟକ୍ତିଗତ ଆର୍ଥନୀତିକ ଆଚରଣକୁ ଆଲୋଚନା କରିବା ଅର୍ଥ ବ୍ୟବସ୍ଥାର କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ଏକକୁ ସମଷ୍ଟିଗତ ଦୃଷ୍ଟିକୋଣରୁ ଆଲୋଚନା କରିବା ସମ୍ଭବ ହେଲେ ହେଁ ସେହି ବ୍ୟକ୍ତି ବା ଏକକକୁ ସ୍ବତନ୍ତ୍ର ଭାବରେ ଆଲୋଚନା କରି କେବଳ ସେହି ବ୍ୟକ୍ତି ବା ଏକକର ଆଚରଣକୁ ପ୍ରକାଶ କରିବ । ଅନ୍ୟ ଅର୍ଥରେ କୌଣସି ଗୋଷ୍ଠୀବଦ୍ଧ ଏକକଗୁଡିକ ମଧ୍ୟରୁ ଏକ ନିର୍ଦ୍ଦିଷ୍ଟ ଏକକକୁ ଅଧ୍ୟୟନ କରିବା ତେଣୁ, ବ୍ୟକ୍ତିକ ଅର୍ଥଶାସ୍ତ୍ର ପ୍ରଥମେ ଯେଉଁ ବୈଶିଷ୍ଟ୍ୟ ପ୍ରତିପାଦନ କରେ ତାହା ହେଲା- ଗୋଷ୍ଠୀବଦ୍ଧ ଏକକଗୁଡିକ ମଧ୍ୟରୁ କୌଣସି ଏକ ନିର୍ଦ୍ଦିଷ୍ଟ ଏକକର ଆଚରଣକୁ ସ୍ବତନ୍ତ୍ର ଭାବେ ଅଧ୍ୟୟନ କରିବା ଯାହା ଗୋଷ୍ଠୀବଦ୍ଧ ନୁହେଁ । ସେପରି ଏକକର ଅଧ୍ୟୟନ ବ୍ୟକ୍ତିକ ଅର୍ଥଶାସ୍ତ୍ରର ପରିସରଭୁକ୍ତ ହୋଇ ନଥାନ୍ତି । ତେଣୁ, ବ୍ୟକ୍ତିକ ଅର୍ଥଶାସ୍ତ୍ର ଯେଉଁ ଏକକ ଆଚରଣ ପ୍ରକାଶ କରେ ତାହା ଅର୍ଥବ୍ୟବସ୍ଥାର ମଧ୍ୟ ଏକ ଏକକ ରୂପେ ବିବେଚିତ ହୋଇଥ‌ିବା ଆବଶ୍ୟକ । ତେଣୁ, ଏହା କେବଳ ଗୋଷ୍ଠୀଗତ ଗୁଣ ପ୍ରକାଶ କରୁଥିବା ଏକକମାନଙ୍କ ଅଧ୍ୟୟନକୁ ବୁଝାଏ ।

ଉଦାହରଣ ସ୍ଵରୂପ ରାମର ଆୟ 1 ଘଣ୍ଟା ପ୍ରତି ଦର ଇତ୍ୟାଦି । ରାମର ଆୟ ଏକ ବ୍ୟକ୍ତିଗତ ଆଲୋଚନା ହେଲେ ଏହାର ସମଷ୍ଟିଗତ ଗୁଣରୁ ଆମେ ଜାତୀୟ ଆୟ ଜାଣିପାରୁ । ସେହିପରି ଘଣ୍ଟା ପ୍ରତି ଦର ମଧ୍ୟ ସାଧାରଣ ବଜାର ଦର ନିର୍ଦ୍ଧାରଣରେ ସହାୟକ ହୁଏ ।

ପୁନଶ୍ଚ, ବ୍ୟକ୍ତିକ ଅର୍ଥଶାସ୍ତ୍ର ଅର୍ଥ ବ୍ୟବସ୍ଥାର କ୍ଷୁଦ୍ରାଶ ବା ବ୍ୟକ୍ତିଗତ କ୍ଷେତ୍ରର ଆଲୋଚନାକୁ ବୁଝାଇଲେ ହେଁ ଏହା ସର୍ବଦା କେବଳ ନିର୍ଦ୍ଦିଷ୍ଟ ଏକକର ଅଧ୍ୟୟନକୁ ବୁଝାଇ ନଥାଏ । ବେଳେବେଳେ ଏହା କେତେକ ଏକକଗୁଡ଼ିକର ସମଷ୍ଟିରେ ସୃଷ୍ଟ ଛୋଟ ଛୋଟ ଦଳ ବା ଗୋଷ୍ଠୀକୁ ମଧ୍ୟ ବୁଝାଇନଥାଏ । ବେଳେବେଳେ ଏହା କେତେକ ଏକକଗୁଡିକର ସମଷ୍ଟିରେ ସୃଷ୍ଟ ଛୋଟ ଛୋଟ ଦଳ ବା ଗୋଷ୍ଠୀକୁ ମଧ୍ୟ ବୁଝାଇଥାଏ । ଅର୍ଥାତ୍, ଐକିକ ଅଧ୍ୟୟନ ସର୍ବଦା ପ୍ରତି ଏକକର ଅଧ୍ୟୟନ ପରିବର୍ତ୍ତେ ବେଳେବେଳେ କେତେକ ଏକକଗୁଡିକର ସମଷ୍ଟିରୁ ସୃଷ୍ଟ ଛୋଟ ଛୋଟ ଗୋଷ୍ଠୀ ବା ଦଳକୁ ମଧ୍ଯ ବୁଝାଇଥାଏ । ମାତ୍ର ଏଠାରେ ଗୋଷ୍ଠୀର ଆଚରଣକୁ ସମୂହ ଗତି ଅର୍ଥରେ ବିଚାର କରାନଯାଇ ବ୍ୟକ୍ତିଗତ ଅର୍ଥରେ ବା ଐକିକ ଦୃଷ୍ଟିକୋଣରୁ ବିଚାର କରାଯାଏ । ଉଦାହରଣ ସ୍ଵରୂପ ଏକ ଶ୍ରେଣୀ । ଗୋଟିଏ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ସମଷ୍ଟିରୁ ଉତ୍ପନ୍ନ । ମାତ୍ର, ଏହା ଯେତେବେଳେ ବିଭିନ୍ନ ଶ୍ରେଣୀ ମଧ୍ଯରୁ ଗୋଟିଏ ବୋଲି ବିଚାର କରାଯାଏ, ଏହା ସାମୂହିକ ଅର୍ଥ ପରିବର୍ତ୍ତେ ଐକିକ ଭାବ ପ୍ରକାଶ କରେ ।

ତେଣୁ ବ୍ୟକ୍ତିକ ଅର୍ଥଶାସ୍ତ୍ର ଅର୍ଥ ବ୍ୟବସ୍ଥାର ଏକ ନିର୍ଦ୍ଦିଷ୍ଟ ଏକକ ବା କିଛି ଏକକ ସମ୍ମିଶ୍ରଣରୁ ଉତ୍ପନ୍ନ ଛୋଟ ଛୋଟ ଗୋଷ୍ଠୀକୁ ବିଚାର କଲେ ହେଁ ସର୍ବଦା ଐକିକ ଆର୍ଥିକ ଆଚରଣର ଭାବବ୍ୟକ୍ତ କରିଥାଏ । ଅର୍ଥଶାସ୍ତ୍ରକୁ ଐକିକ ଚିନ୍ତାଧାରାରୁ ବିଚାର କରିବା ମଧ୍ୟ ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ଵପୂର୍ଣ୍ଣ ଅଟେ । ପ୍ରଥମେ, ଏହା ଅର୍ଥ ବ୍ୟବସ୍ଥା ପ୍ରତି ଏକ ସାଧାରଣ ଧାରଣା ସୃଷ୍ଟି କରେ । ବ୍ୟକ୍ତିକୁ ଲକ୍ଷ୍ୟ କରି ଆମେ ଅର୍ଥ ବ୍ୟବସ୍ଥା ପ୍ରତି ବିଭିନ୍ନ ସିଦ୍ଧାନ୍ତରେ ଉପନୀତ ହୋଇଥାଉ । ଦ୍ୱିତୀୟ, ବିଭିନ୍ନ ନୀତି ପ୍ରଣୟନ କ୍ଷେତ୍ରରେ ଏହାର ଉପଯୋଗିତା ମଧ୍ୟ ଅଧ୍ଵ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହିଁ ଆର୍ଥନୀତିକ ସମସ୍ୟାର ସମାଧାନର ମୂଳ ଉତ୍ସ ରୂପେ ବିବେଚନା କରାଯାଏ । ତୃତୀୟ, ଏହା ସମୀପ ସମ୍ବଳର ସଦୁପଯୋଗରେ ସହାୟକ ହୁଏ । ଚତୁର୍ଥ, କର ନିର୍ଦ୍ଧାରଣ ଲାଗି ଏହା ସହାୟତା ପ୍ରଦାନ କରେ । ଏସବୁ ସତ୍ତ୍ବେ ଏହା ମଧ୍ୟ କେତେକ ଦୁର୍ଗୁଣ ପ୍ରକାଶ କରେ । ଏହା ଅର୍ଥ ବ୍ୟବସ୍ଥା ପ୍ରତି ସାଧାରଣ ଧାରଣା ସୃଷ୍ଟି କଲେ ହେଁ ସର୍ବଦା ସତ୍ୟ ହୁଏ ନାହିଁ । ତେଣୁ, ସାମୂହିକ ଆଚରଣକୁ ଅବହେଳା କରେ । ତଥାପି, ଅର୍ଥଶାସ୍ତ୍ରର ଅଧ୍ୟୟନ କ୍ଷେତ୍ରରେ ବ୍ୟକ୍ତିକ ଅର୍ଥଶାସ୍ତ୍ରକୁ ମୂଳପିଣ୍ଡ ରୂପେ ବିବେଚନା କରାଯାଇ ଆସୁଅଛି ।

3. ସମଷ୍ଟିଗତ ଓ ବ୍ୟକ୍ତିକ ଅର୍ଥଶାସ୍ତ୍ର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ଅର୍ଥଶାସ୍ତ୍ରର ଅଧ୍ୟୟନ ସ୍ଥଳେ ଅର୍ଥ ବ୍ୟବସ୍ଥାକୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଯଥା- ସମଷ୍ଟିଗତ ବା ବ୍ୟକ୍ତିଗତ ଭାବରେ ଆଲୋଚନା କରାଯାଇପାରେ । ଏଠାରେ ଅର୍ଥ ବ୍ୟବସ୍ଥାକୁ ବିଭିନ୍ନ ଏକକ ଗୁଡ଼ିକୁ ମିଳିତ ଅଧ୍ୟୟନ କରିବାକୁ ସମଷ୍ଟିଗତ ଅର୍ଥଶାସ୍ତ୍ର ଓ ବିଭିନ୍ନ ଏକକଗୁଡିକ ମଧ୍ୟରୁ କୌଣସି ଏକକଙ୍କୁ ସ୍ବତନ୍ତ୍ର ଭାବେ ଅଧ୍ୟୟନ କରିବାକୁ ବ୍ୟକ୍ତିକ ଅର୍ଥଶାସ୍ତ୍ର ବୋଲି କୁହାଯାଏ । ତେଣୁ, ଏକ ପକ୍ଷରେ ସାମୂହିକ ଭାବ ବା ଆଚରଣ ବ୍ୟକ୍ତ ହେବାବେଳେ ଅନ୍ୟ ପକ୍ଷରେ ଐକିକ ଆଚରଣ ପ୍ରକାଶ ପାଇଥାଏ । ଏହି ଦୁଇ ଚିନ୍ତାଧାରା ମଧ୍ଯରେ ଆମେ କେତେକ ପାର୍ଥକ୍ୟ ମଧ୍ୟ ଦେଖିବାକୁ ପାଉ । ସେଗୁଡିକ ନିମ୍ନରେ ଆଲୋଚନା କରାଗଲା ।

ସମଷ୍ଟିଗତ ଓ ବ୍ୟକ୍ତିକ ଅର୍ଥଶାସ୍ତ୍ର ମଧ୍ୟରେ ପାର୍ଥକ୍ୟ (Difference between Macro and Micro Economics)
(କ) ସମଷ୍ଟିଗତ ପାର୍ଥକ୍ୟ
(ଖ) ଲକ୍ଷ୍ୟଗତ ପାର୍ଥକ୍ୟ
(ଗ) ବିଷୟବସ୍ତୁଗତ ପାର୍ଥକ୍ୟ
(ଘ) ଅଧ୍ୟୟନ ମାଧ୍ଯମଗତ ପାର୍ଥକ୍ୟ
(ଙ) ଧାରଣାଗତ ପାର୍ଥକ୍ୟ
(ଚ) ସନ୍ତୁଳନରେ ପାର୍ଥକ୍ୟ
(ଛ) ଦ୍ବନ୍ଦାତ୍ମକ ପାର୍ଥକ୍ୟ

(କ) ସମଷ୍ଟିଗତ ଓ ବ୍ୟକ୍ତିକ ଅର୍ଥଶାସ୍ତ୍ର ମଧ୍ୟରେ ପାର୍ଥକ୍ୟ (Difference between Macro and Micro Economics) : ସମଷ୍ଟିଗତ ଅର୍ଥଶାସ୍ତ୍ର, ଅର୍ଥ ବ୍ୟବସ୍ଥାର ପ୍ରତ୍ୟେକ ଏକକଗୁଡିକୁ ମିଳିତ ଅନୁଧ୍ୟାନ କରି ଆର୍ଥନୀତିକ ଆଚରଣ ପ୍ରକାଶ କରିବା ସ୍ଥଳେ ବ୍ୟକ୍ତିକ ଅର୍ଥଶାସ୍ତ୍ର କେବଳ ଏକ ନିର୍ଦ୍ଦିଷ୍ଟ ଏକକର ଅଧ୍ୟୟନରୁ ସୀମିତ ଆଚରଣ ପ୍ରକାଶ କରିଥାଏ । ତେଣୁ, ସମଷ୍ଟିଗତ ଅଧ୍ୟୟନ ଅର୍ଥ ବ୍ୟବସ୍ଥାର ମୋଟାମୋଟି ଅଧ୍ୟୟନ ସ୍ଥଳେ ବ୍ୟକ୍ତିକ ଅର୍ଥଶାସ୍ତ୍ର ଏହାର ଅଂଶବିଶେଷ ଅଟେ । ତେଣୁ, ସମଷ୍ଟିଗତ ଅର୍ଥଶାସ୍ତ୍ରର ବ୍ୟକ୍ତିକ ଅର୍ଥଶାସ୍ତ୍ର ଏକ ଅଂଶବିଶେଷ ଓ ବ୍ୟକ୍ତିକ ଅର୍ଥଶାସ୍ତ୍ରର ସମଷ୍ଟିଗତ ଆଚରଣକୁ ସମଷ୍ଟିଗତ ଅର୍ଥଶାସ୍ତ୍ର ବୁଝାଏ ।

ଉଦାହରଣ ସ୍ଵରୂପ, ସମଷ୍ଟିଗତ ଅର୍ଥଶାସ୍ତ୍ର ଜାତୀୟ ଆୟର ଅଧ୍ୟୟନ କରିବା ସ୍ଥଳେ ବ୍ୟକ୍ତିକ ଅର୍ଥଶାସ୍ତ୍ର କେବଳ ବ୍ୟକ୍ତିର ଆୟକୁ ଅଧ୍ୟୟନ କରିଥାଏ । ମାତ୍ର ବ୍ୟକ୍ତି ଆୟ, ଜାତୀୟ ଆୟ ଅନ୍ତର୍ଭୁକ୍ତ ଓ ବ୍ୟକ୍ତି ଆୟର ସମଷ୍ଟି ମଧ୍ୟ ଜାତୀୟ ଆୟ ସଙ୍ଗେ ସମାନ ।

(ଖ) ଲକ୍ଷ୍ୟଗତ ପାର୍ଥକ୍ୟ (Difference in Objective): ସମଷ୍ଟିଗତ ଅର୍ଥଶାସ୍ତ୍ର ସାଧାରଣତଃ ପ୍ରତ୍ୟେକ ସ୍ଥଳେ ଅଭିବୃଦ୍ଧିର ଲକ୍ଷ୍ୟ ପୋଷଣ କରୁଥିବା ବେଳେ ବ୍ୟକ୍ତିକ ଅର୍ଥଶାସ୍ତ୍ର ବ୍ୟବହାରିକ ମୂଲ୍ୟବୋଧ ପ୍ରତି ପ୍ରାଧାନ୍ୟତା ପ୍ରଦାନ କରିଥାଏ । ଉଦାହରଣ ସ୍ୱରୂପ, କୌଣସି ଅର୍ଥ ବ୍ୟବସ୍ଥାରେ ସମ୍ବଳକୁ ଚାବିକାଠି ସଦୃଶ ଗୁରୁତ୍ୱର ସହ ବିଚାର କଲେ ସମଷ୍ଟିଗତ ଅର୍ଥବ୍ୟବସ୍ଥା ସର୍ବଦା ସମ୍ବଳ ବୃଦ୍ଧି ପ୍ରତି ଧ୍ୟାନ ଅର୍ପଣ କରିବା ସ୍ଥଳେ ବ୍ୟକ୍ତିକ ଅର୍ଥଶାସ୍ତ୍ର ସମ୍ବଳର ସଦୁପଯୋଗ ଓ ପୂର୍ଣ୍ଣ ବିନିଯୋଗ ପ୍ରତି ଧ୍ୟାନ ଅର୍ପଣ କରେ । ତେଣୁ, ସମଷ୍ଟିଗତ ଅର୍ଥ ବ୍ୟବସ୍ଥା ପ୍ରଗତିମୂଳକ ସ୍ଥଳେ ବ୍ୟକ୍ତିକ ଅର୍ଥ ବ୍ୟବସ୍ଥା ପ୍ରତି ଏକକର ସର୍ବୋତ୍କୃଷ୍ଟ କାର୍ଯ୍ୟକାରିତା ପ୍ରତି ଧ୍ୟାନ ଦିଏ । ଏଠାରେ ଉଭୟ ଲକ୍ଷ୍ୟ ମଧ୍ୟ ପରିପୂରକ । ବ୍ୟକ୍ତିକ ସର୍ବୋତ୍କୃଷ୍ଟ କାର୍ଯ୍ୟକାରିତାରୁ ହିଁ ପ୍ରଗତି ସମ୍ଭବ ହୋଇପାରିଥାଏ ।

(ଗ) ବିଷୟବସ୍ତୁଗତ ପାର୍ଥକ୍ୟ (Difference in Subject matter) : ସମଷ୍ଟିଗତ ଅର୍ଥଶାସ୍ତ୍ର ସର୍ବଦା ଅର୍ଥ ବ୍ୟବସ୍ଥା ମୋଟାମୋଟି ଦିଗଗୁଡ଼ିକ ପ୍ରତି ଧ୍ୟାନ ଅର୍ପଣ କରେ ବା ପାଥେୟ କରେ । ମାତ୍ର ବ୍ୟକ୍ତିକ ଅର୍ଥଶାସ୍ତ୍ର ବ୍ୟକ୍ତି ସମସ୍ୟାକୁ ନେଇ ଗଢ଼ି ଉଠେ ଓ ଏହାର ସମାଧାନର ସୂତ୍ର ବାହାର କରେ । ଉଦାହରଣ ସ୍ୱରୂପ, ସମଷ୍ଟିଗତ ଅର୍ଥଶାସ୍ତ୍ର ପୂର୍ଣ୍ଣ ନିୟୋଜନ, ଜାତୀୟ ଆୟ, ସାଧାରଣ ବଜାର ଦର, ବାଣିଜ୍ୟିକ ଉତ୍‌ଥାନ ଓ ପତନ, ଆର୍ଥିକ ଅଭିବୃଦ୍ଧି ଆଦି କ୍ଷେତ୍ରଗୁଡ଼ିକୁ ମୁଖ୍ୟତଃ ଆଲୋଚନା କଲାବେଳେ ବ୍ୟକ୍ତିକ ଅର୍ଥଶାସ୍ତ୍ର ବଜାର ଦର, ଉପଭୋକ୍ତାଙ୍କ ସନ୍ତୁଳନ, ବଣ୍ଟନ, ଜନମଙ୍ଗଳ ଆଦି ଦିଗଗୁଡ଼ିକୁ ବିଶେଷ କରି ଆଲୋଚନା କରେ ।

(ଘ) ଅଧ୍ୟୟନ ମାଧ୍ଯମଗତ ପାର୍ଥକ୍ୟ (Difference in Method of study) : ସମଷ୍ଟିଗତ ଅର୍ଥଶାସ୍ତ୍ରରେ ସାଧାରଣ ସନ୍ତୁଳନ ଅବସ୍ଥା ପ୍ରତି ଗୁରୁତ୍ୱ ପ୍ରଦାନ କରାଗଲାବେଳେ ବ୍ୟକ୍ତିକ ଅର୍ଥଶାସ୍ତ୍ର କ୍ଷେତ୍ରରେ ଆଂଶିକ ସନ୍ତୁଳନ ଅବସ୍ଥା ପ୍ରତି ବିଶେଷ ଧାନ ପ୍ରଦାନ କରାଯାଇଥାଏ । ଏହି ଗୁଣରୁ ସମଷ୍ଟିଗତ ଅର୍ଥଶାସ୍ତ୍ରର ସମସ୍ତ ସୂତ୍ରଗୁଡ଼ିକ ଅନୁସନ୍ଧାନମୂଳକ ହୋଇଥିବାବେଳେ ବ୍ୟକ୍ତିକ ସୂତ୍ରଗୁଡିକ କେତେକ ଧାରଣା ଉପରେ ପର୍ଯ୍ୟବସିତ ହୋଇ କାରଣ ଓ ଫଳାଫଳ ମଧ୍ୟରେ ସମ୍ପର୍କ ସ୍ଥାପନ କରିଥାଏ ।

(ଙ) ଧାରଣାଗତ ପାର୍ଥକ୍ୟ (Difference in Assumption) : ବ୍ଯକ୍ତିକ ଅର୍ଥଶାସ୍ତ୍ରପୂର୍ଣ୍ଣ ନିୟୋଜନ, ସ୍ଥିର ଉତ୍ପାଦନ ଓ ଆୟ ଭଳି ଧାରଣା ଉପରେ ପର୍ଯ୍ୟବସିତ । ମାତ୍ର ସମଷ୍ଟିଗତ ଅର୍ଥଶାସ୍ତ୍ର ଏପରି ଧାରଣାଗୁଡ଼ିକୁ ପ୍ରତ୍ୟାଖାନ କରି ପରିବର୍ତ୍ତନୀୟ ସ୍ଥିତି ଉପରେ ପର୍ଯ୍ୟବସିତ ।

(ଚ) ସନ୍ତୁଳନର ପାର୍ଥକ୍ୟ (Difference of the forces of equilibrium) : ସମଷ୍ଟିଗତ ଅର୍ଥଶାସ୍ତ୍ର ସ୍ଥଳେ ସନ୍ତୁଳନ ନିର୍ଦ୍ଧାରଣ ଲାଗି ସମୂହଗତ ଭାବ ପ୍ରକାଶକାରୀ ଉପାଦାନମାନଙ୍କୁ ବିଚାର କରିବା ବେଳେ ବ୍ୟକ୍ତିକ ଅର୍ଥଶାସ୍ତ୍ର କ୍ଷେତ୍ରରେ ବ୍ୟକ୍ତିଗତ ଭାବ ପ୍ରକାଶକାରୀ ଉପାଦାନମାନଙ୍କୁ ବିଚାର କରି ସନ୍ତୁଳନ ରକ୍ଷା କରାଯାଏ । ଉଦାହରଣ ସ୍ୱରୂପ, ବ୍ୟକ୍ତିକ କ୍ଷେତ୍ରରେ ବ୍ୟକ୍ତିଗତ ଚାହିଦା ଓ ବ୍ୟକ୍ତିଗତ ଯୋଗାଣକୁ ନେଇ ସାଧାରଣ ବଜାର ଦର ନିର୍ଦ୍ଧାରଣ କରାଯାଇଥାଏ ।

(ଛ) ଦ୍ଵାହାତ୍ମକ ପାର୍ଥକ୍ୟ (Paradox of Value) : ସମଷ୍ଟିଗତ ଅର୍ଥଶାସ୍ତ୍ର, ବ୍ୟକ୍ତିକ ଅର୍ଥଶାସ୍ତ୍ରର ସମୂହଗତ ଅବସ୍ଥା ହେଲେହେଁ ବେଳେବେଳେ ଯାହା ସମଷ୍ଟିଗତ ଅର୍ଥଶାସ୍ତ୍ର ଲାଗି ବିଶେଷ ଉପାଦେୟ ତାହା ବ୍ୟକ୍ତିକ ଅର୍ଥଶାସ୍ତ୍ର ପ୍ରତି କ୍ଷତିକାରକ ହୋଇଥାଏ ଓ ଏହାର ବିପରୀତ ମଧ୍ୟ ସତ୍ୟ ହୋଇଥାଏ । ସର୍ବଶେଷରେ ଆମେ ଉଭୟଙ୍କ ପାର୍ଥକ୍ୟରୁ ଏହି ସିଦ୍ଧାନ୍ତରେ ଉପନୀତ ହେଉକି ଉଭୟ ମାତ୍ର ସ୍ଥଳବିଶେଷରେ ପୃଥକ; ମାତ୍ର ବାସ୍ତବତା ବହୁତ କମ୍ । ଯଥା- ଯାହା ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟସ୍ଥଳେ ବ୍ୟକ୍ତିକ ଭାବନା ପ୍ରକାଶ କରେ ତାହା ଅନ୍ୟସ୍ଥଳେ ସମଷ୍ଟିଗତ ଭାବନା ପ୍ରକାଶ କରିପାରେ ବା ଯାହା ବର୍ତ୍ତମାନ ସମଷ୍ଟିଗତ ଭାବନା ବ୍ୟକ୍ତ କରେ ତାହା ଅନ୍ୟସ୍ଥଳେ ବ୍ୟକ୍ତିକ ଭାବନା ପ୍ରକାଶ କରେ । ଉଦାହରଣ ସ୍ଵରୂପ, ଦେଶ ବିଶେଷରେ ଏକ ରାଜ୍ୟ ବ୍ୟକ୍ତିକ ଭାବନା ପ୍ରକାଶ କରେ । ମାତ୍ର ରାଜ୍ୟ ବିଶେଷରେ ସେହି ରାଜ୍ୟ ଜିଲ୍ଲାମାନଙ୍କ କ୍ଷେତ୍ରରେ ସମଷ୍ଟିଗତ ଗୁଣ ପ୍ରକାଶ କରିଥାଏ । ତେଣୁ, ଆମ ଉଭୟଙ୍କ ମଧ୍ୟରେ କେତେକ ଭାବନାଗତ ପାର୍ଥକ୍ୟ ସୃଷ୍ଟିକଲେ ହେଁ ସେମାନଙ୍କ ମଧ୍ୟରେ ରେଖାଙ୍କିତ ପାର୍ଥକ୍ୟତା ସୃଷ୍ଟି କରିବା ଏକ କଷ୍ଟକର ବ୍ୟାପାର ।

CHSE Odisha Class 12 Economics Chapter 11 Long Answer Questions in Odia Medium

4. ସମଷ୍ଟି ଅର୍ଥନୀତିର ବିଷୟବସ୍ତୁ ବର୍ଣନା କର ।
Answer:
ସମଷ୍ଟି ଅର୍ଥନୀତି ଏକ ବିରାଟ ସମୂହ ବିଷୟ; ଅର୍ଥାତ୍ ସମଗ୍ର ଅର୍ଥନୀତି କିପରି କାର୍ଯ୍ୟ କରୁଛି ତାହା ବର୍ଣ୍ଣନା କରେ । ଏହି ଅଧ୍ୟୟନରେ ମୁଖ୍ୟତଃ ଜାତୀୟ ଉତ୍ପାଦ, ମୋଟ ନିଯୁକ୍ତି, ସାମଗ୍ରିକ ଉପଭୋଗ, ମୋଟ ପୁଞ୍ଜି ନିବେଶ ଏବଂ ସାଧାରଣ ଦର ସ୍ତର ଆଲୋଚିତ ହୋଇଥାଏ । ତେଣୁ ସମଷ୍ଟି ଅର୍ଥନୀତି ବ୍ୟଷ୍ଟି ଏକକ ଅର୍ଥନୀତିର ସମାହାର, ଯଦିଓ ସମଷ୍ଟି ଅର୍ଥନୀତିର ପରିସର ବ୍ୟାପକ ଓ ପରିବର୍ତ୍ତନଶୀଳ । ତଥାପି ନିମ୍ନରେ ସମଷ୍ଟି ଅର୍ଥନୀତିର ପରିସର ଓ ବିଷୟବସ୍ତୁ ବର୍ଣ୍ଣନା କରାଯାଇଛି ।
(କ) ଜାତୀୟ ଆୟ : ସମଷ୍ଟି ଅର୍ଥନୀତିର ମୁଖ୍ୟ ବିଷୟ ଭାବରେ ଜାତୀୟ ଆୟ, ଏହାର ଆକଳନ ପଦ୍ଧତି, ବିଭିନ୍ନ ଅଂଶ, ଧାରଣା, ସାମାଜିକ ଆଲେଖନ ଆଦି ସ୍ଥାନ ପାଇଥାଏ ।
(ଖ) ନିଯୁକ୍ତି : ସମଷ୍ଟି ଅର୍ଥନୀତି ନିଯୁକ୍ତି ଓ ବେକାରଜନିତ ସମସ୍ୟା ସମ୍ବନ୍ଧରେ ଅଧ୍ୟୟନ କରିଥାଏ । ଏହା ନିଯୁକ୍ତିକୁ ପ୍ରଭାବିତ କରୁଥ‌ିବା ବିଭିନ୍ନ ତତ୍ତ୍ୱ ଓ ଉପାଦାନ ସମ୍ବନ୍ଧରେ ଆଲୋଚନା କରିଥାଏ । ମୁଖ୍ୟତଃ ଏଥରେ ବିଷତଃ ଫଳପ୍ରଦ ଚାହିଦା, ସାମୂହିକ ଚାହିଦା, ସାମୂହିକ ଯୋଗାଣ, ସାମୂହିକ ନିବେଶ, ସଞ୍ଚୟ ଆଦି ଅଧ୍ୟୟନ କରିଥାଏ ।
(ଗ) ବାଣିଜ୍ୟିକ ଚକ୍ର : ସମଷ୍ଟି ଅର୍ଥନୀତି, ବାଣିଜ୍ୟିକ ଚକ୍ରର ଉତ୍‌ଥାନ ସ ପତନର କାରଣମାନ ଅନୁଶୀଳନ କରିଥାଏ ।
(ଘ) ବିତ୍ତୀୟ ନୀତି : ଯେଉଁସବୁ ନୀତି ସରକାରଙ୍କଦ୍ବାରା ପ୍ରଣୀତ ହୋଇଥାଏ ତାହାକୁ ବିତ୍ତୀୟ ନୀତି କୁହାଯାଏ । ଏହି ନୀତିଗୁଡିକ ମଧ୍ୟରେ କର ନୀତି, ଋଣ ନୀତି, ବଜେଟ୍ ନୀତି ଆଦି ଅନୁଧ୍ୟାନ କରିଥାଏ ।
(ଡ) ମୁଦ୍ରାନୀତି : ମୁଦ୍ରା ପରିମାର ହ୍ରାସ ଓ ବୃଦ୍ଧି ନିୟୋଜନ, ଦରର ସ୍ତର, ସଞ୍ଚୟ, ନିବେଶ ଇତ୍ୟାଦି ଆଦି ବ୍ୟବସ୍ଥାକୁ ପ୍ରଭାବିତ କରେ ।
(ଚ) ବୈଦେଶିକ ବାଣିଜ୍ୟ : ସମଷ୍ଟି ଅର୍ଥନୀତି ଏକ ରାଷ୍ଟ୍ରର ଅନ୍ୟ ଏକ ରାଷ୍ଟ୍ରର ବାଣିଜ୍ୟ ବିଷୟରେ ଆଲୋଚନା କରିଥାଏ । ଏହି ବିଷୟରେ, ଆନ୍ତର୍ଜାତୀୟ ବାଣିଜ୍ୟର ଦିଗ, ରପ୍ତାନି-ଆମଦାନି ନୀତି ଏବଂ ଏହାର ଆଦାନପ୍ରଦାନ ସନ୍ତୁଳନ ବିଷୟ ଆଦି ଗୁରୁତ୍ଵପୂର୍ଣ୍ଣ ଦିଗକୁ ଅଧ୍ୟୟନ କରେ ।

CHSE Odisha Class 12 Economics Chapter 1 Objective & Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 1 ଅର୍ଥଶାସ୍ତ୍ରର ସଂଜ୍ଞା, ପରିସର ଓ ବିଷୟବସ୍ତୁ Objective & Short Answer Questions.

CHSE Odisha 12th Class Economics Chapter 1 Objective & Short Answer Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1 . ନିମ୍ନୋକ୍ତ ମଧ୍ଯରୁ କିଏ ଅର୍ଥଶାସ୍ତ୍ରର ଜନକ ଅଟନ୍ତି ?
(A ) କେସ୍
(B) ମାର୍ଶାଲ୍
(C) ଆଡ଼ାମ୍ ସ୍ମିଥ୍
(D) ରବିନ୍‌ସ୍
Answer:
(C) ଆଡ଼ାମ୍ ସ୍ମିଥ୍

2 . ଅର୍ଥନୀତି କେଉଁ ପ୍ରକାରର ବିଜ୍ଞାନ ଅଟେ ?
(A) ପ୍ରାକୃତିକ ବିଜ୍ଞାନ
(B) ଭୌତିକ ବିଜ୍ଞାନ
(C) ସାମାଜିକ ବିଜ୍ଞାନ
(D) କୌଣସିଟି ନୁହେଁ
Answer:
(C) ସାମାଜିକ ବିଜ୍ଞାନ

3 . ଆଡ଼ାମ୍ ସ୍ମିଥଙ୍କଦ୍ୱାରା ନିରୂପଣ କରାଯାଇଥ‌ିବା ଅର୍ଥଶାସ୍ତ୍ରର ସଂଜ୍ଞାକୁ କେଉଁ ସଂଜ୍ଞା କୁହାଯାଏ ?
(A) କଲ୍ୟାଣକାରୀ ସଂଜ୍ଞା
(B) ସମ୍ପଦ ସଂଜ୍ଞା
(C) ସ୍ଵଚ୍ଛତା ସଂଜ୍ଞା
(D) ଅଭିବୃଦ୍ଧି ସଂଜ୍ଞା
Answer:
(B) ସମ୍ପଦ ସଂଜ୍ଞା

4 . ନିମ୍ନୋକ୍ତ ମଧ୍ୟରୁ କିଏ କଲ୍ୟାଣକାରୀ ସଂଜ୍ଞାର ପ୍ରବର୍ତ୍ତକ ଅଟନ୍ତି ?
(A) ଆଡ଼ାମ୍ ସ୍ମିଥ୍
(B) ରବିସ୍
(C) ମାର୍ଶାଲ୍
(D) ପିଗୁ
Answer:
(C) ମାର୍ଶାଲ୍

5 . ରବିନ୍‌ସ୍‌ଙ୍କ ସଂଜ୍ଞା କେଉଁ ଉପାଦାନ ଉପରେ ଆଧାରିତ ?
(A) ସ୍ଵଳ୍ପତା ଓ ଜନକଲ୍ୟାଣ
(B) ସ୍ଵଚ୍ଛତା ଓ ମନୋନୟନ
(C) ସ୍ଵଚ୍ଛତା ଓ ଅଭିବୃଦ୍ଧି
(D) ଉପରୋକ୍ତ ସମସ୍ତ
Answer:
(B) ସ୍ଵଚ୍ଛତା ଓ ମନୋନୟନ

CHSE Odisha Class 12 Economics Chapter 1 Objective & Short Answer Questions in Odia Medium

6. ‘ଅର୍ଥନୀତି ବିଜ୍ଞାନର ପ୍ରକୃତି ଓ ତାତ୍ପର୍ଯ୍ୟ ସମ୍ବନ୍ଧୀୟ ପ୍ରବନ୍ଧ’ର ରଚୟିତା କିଏ ?
(A) ଆଡ଼ାମ୍ ସ୍ମିଥ୍
(B) ମାର୍ଶାଲ୍
(C) ରବିନ୍‌ସ୍
(D) କେସ୍
Answer:
(C) ରବିନ୍‌ସ୍

7. ଅର୍ଥଶାସ୍ତ୍ର କେଉଁ ବର୍ଷ ସୃଷ୍ଟି ହୋଇଥିଲା ?
(A) 1883
(B) 1772
(C) 1553
(D) 1776
Answer:
(D) 1776

8. ଅର୍ଥଶାସ୍ତ୍ରକୁ କିଏ ନୈରାଶ୍ୟ ବିଜ୍ଞାନ ବୋଲି ସମାଲୋଚନା କରିଥିଲେ ?
(A) ଆରିଷ୍ଟୋଟଲ୍
(B) ରସ୍କିନ୍
(C) ସୁଟର
(D) ମାର୍ଶାଲ
Answer:
(B) ରସ୍କିନ୍

9. ଅର୍ଥଶାସ୍ତ୍ରକୁ କିଏ ପ୍ରଥମେ ବ୍ୟଷ୍ଟି ଓ ସମଷ୍ଟି ଅର୍ଥଶାସ୍ତ୍ରରେ ବିଭକ୍ତ କରିଥିଲେ ?
(A) ଫ୍ରିସିକ୍
(B) ଆଡ଼ାମ୍ ସ୍ମିଥ୍
(C) ମାର୍ଶାଲ୍
(D) କେସ୍
Answer:
(A) ଫ୍ରିସିକ୍

10. ନିମ୍ନୋକ୍ତ କେଉଁଟି ବ୍ୟଷ୍ଟି ଅର୍ଥନୀତିର ପରିସରଭୁକ୍ତ ?
(A) ଉପଭୋକ୍ତାଙ୍କ ଆଚରଣ
(B) ସାମୂହିକ ଚାହିଦା
(C) ଜାତୀୟ ଆୟ
(D) ସାମୂହିକ ବିନିଯୋଗ
Answer:
(A) ଉପଭୋକ୍ତାଙ୍କ ଆଚରଣ

11. ନିମ୍ନଲିଖ ମଧ୍ୟରୁ କିଏ ଅର୍ଥନୀତିର ସମ୍ପଦ ସଂଜ୍ଞା ପ୍ରଦାନ କରିଥିଲେ ।
(A) ଆଡ଼ାମ୍ ସ୍ମିଥ୍
(B) ଆଲ୍‌ଫ୍ରେଡ୍‌ ମାର୍ଶାଲ୍
(C) ଲିଓନେଲ୍ ରବି
(D) ପଲ୍ ସାମୁଏଲ୍‌ସନ୍
Answer:
(A) ଆଡ଼ାମ୍ ସ୍ମିଥ୍

12. କିଏ ଅର୍ଥଶାସ୍ତ୍ରକୁ ମନୋନୟନ ବିଜ୍ଞାନ ବୋଲି ବର୍ଣ୍ଣନା କରିଥିଲେ ?
(A) ଆଡ଼ାମ୍ ସ୍ମିଥ୍
(B) ଆଲ୍‌ଫ୍ରେଡ୍‌ ମାର୍ଶାଲ୍
(C) ଜେ.ବି. ଶ
(D) ଲିଓନେଲ୍ ରବିନସ୍
Answer:
(B) ଆଲ୍‌ଫ୍ରେଡ୍‌ ମାର୍ଶାଲ୍

13. ଡ଼ାମ୍ ସ୍ମିଥ୍ଙ୍କଦ୍ୱାରା ପ୍ରଦତ୍ତ ଅର୍ଥଶାସ୍ତ୍ରର ସଂଜ୍ଞାକୁ କେଉଁ ସଂଜ୍ଞା କୁହାଯାଏ ?
(A) ଅଭିବୃଦ୍ଧି ସଂଜ୍ଞା
(B) ସଂପଦ ସଂଜ୍ଞା
(C) କଲ୍ୟାଣକାରୀ ସଂଜ୍ଞା
(D) ସ୍ଵଚ୍ଛତା ସଂଜ୍ଞା
Answer:
(B) ସଂପଦ ସଂଜ୍ଞା

B. ଶୂନ୍ୟସ୍ଥାନ ପୂରଣ କର ।

1. ଅର୍ଥଶାସ୍ତ୍ରର କନକ ହେଉଛନିୁ _______ ।
Answer:
ଆଡ଼ାମ୍ ସ୍ମିଥ୍

2. ଅର୍ଥଶାସ୍ତ୍ରର କଲ୍ୟାଣକାରା ସଂଜ୍ଞା _______ ଙ୍କଦ୍ଵାରା ପ୍ରଦତ୍ତ ।
Answer:
ଆଲଫ୍ରେଡ୍ ମାର୍ଶାଲ

3. ଅର୍ଥଶାସ୍ତ୍ରର ସମ୍ପଦ ସଂଜ୍ଞା _______ ସାଧନ ଉପରେ ଆଧାରିତ ।
Answer:
ଭୌତିକ ସମ୍ପଦର ଅଧ୍ୟଗ୍ରହଣ

4. ଅର୍ଥଶାସ୍ତ୍ରକୁ _______ ନୈରାଶ୍ୟ ବିଜ୍ଞାନ ବୋଲି ସମାଲୋଚନା କରିଥିଲେ ।
Answer:
ରସ୍କିନ୍

5. ଅର୍ଥଶାସ୍ତ୍ରକୁ _______ ରୁଟି ଓ ଲହୁଣୀ ବିଜ୍ଞାନ ବୋଲି ସମାଲୋଚନା କରିଥିଲେ ।
Answer:
କାର୍ଲାଇଲ୍

6. ଅର୍ଥଶାସ୍ତ୍ରର ସମ୍ପଦ ସଂଜ୍ଞା _______ ପ୍ରଦାନ କରିଥିଲେ ।
Answer:
ଆଡ଼ାମ୍ ସ୍ମିଥ୍

7. ଅର୍ଥଶାସ୍ତ୍ରକୁ _______ ଧନଦେବୀଙ୍କ ବାଣୀ ଭାବେ ସମାଲୋଚନା କରିଥିଲେ ।
Answer:
କାର୍ଲାଇଲ୍

8. ଅର୍ଥଶାସ୍ତ୍ରର କଲ୍ୟାଣ ସଂଜ୍ଞା _______ ପୁପୃକରେ ଆଲୋଚନା କରାଯାଇଅଛି_
Answer:
Principle of Economics

CHSE Odisha Class 12 Economics Chapter 1 Objective & Short Answer Questions in Odia Medium

9. ଦୁଷ୍ଟ୍ରାପ୍ୟତା ସଂଜ୍ଞା _______ ପ୍ରଦାନ କରିଥିଲେ ।

Answer:
ଲିଓନେଲ୍ ରବିନ୍ସ୍

10. ରବିନ୍ସଙ୍କର ଦୁଷ୍ଟ୍ରାପ୍ୟତା ସଂଜ୍ଞା _______ ଉପାଦାନ ଉପରେ ଆଧାରିତ ।
Answer:
ସାଧନର ସ୍ଵଚ୍ଛତା ଓ ଚୟନ

11. ଅର୍ଥଶାସ୍ତ୍ରକୁ ମୁଖ୍ୟତଃ _______ ଦୁଇଭାଗରେ ବିଭକ୍ତ କରିଥିଲେ ।
Answer:
ଫ୍ରିସିକ୍ ।

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ‘ଅର୍ଥନୀତି ତତ୍ତ୍ବ’ ପୁସ୍ତକ ରବିନ୍‌ସ୍‌ଙ୍କଦ୍ଵାରା ଲିଖ୍ ।
Answer:
ଭୁଲ୍ ।
ଠିକ୍ – ‘ଅର୍ଥନୀତି ତତ୍ତ୍ବ’ ପୁସ୍ତକ ମାର୍ଶାଲଙ୍କଦ୍ଵାରା ଲିଖ୍ ।

2. ରସ୍କିନ୍ ଅର୍ଥଶାସ୍ତ୍ରକୁ ସାମାଜିକ ବିଜ୍ଞାନ ବୋଲି ଅଭିହିତ କରିଥିଲେ
Answer:
ଭୁଲ୍ ।
ଠିକ୍ – ରସ୍କିନ୍ ଅର୍ଥଶାସ୍ତ୍ରକୁ ବିମର୍ଷ ବିଜ୍ଞାନ ବୋଲି ଅଭିହିତ କରିଥିଲେ ।

3.  “ ଅର୍ଥନୈତିକ ବିଜ୍ଞାନର ପ୍ରକୃତି ଓ ଗୁରୁତୁ’’ ଶୀର୍ଷକ ପୁସ୍ତକର ଲେଖକ ଆଲଫ୍ରେଡ୍‌ ମାର୍ଶାଲ୍ ।
Answer:
ଭୁଲ୍ ।
ଠିକ୍ – ‘ଅର୍ଥନୈତିକ ବିଜ୍ଞାନର ପ୍ରକୃତି ଓ ଗୁରୁତ୍ଵ’’ ଶୀର୍ଷକ ପୁସ୍ତକର ଲେଖକ ଲିଓନେଲ୍ ରବିନ୍‌ସ୍ ।

4. ଆଡ଼ାମ୍ ସ୍ମିଥ୍ ଅର୍ଥଶାସ୍ତ୍ରକୁ କଲ୍ୟାଣକାରୀ ବିଜ୍ଞାନ ରୂପେ ଅଭିହିତ କରିଛନ୍ତି
Answer:
ଭୁଲ୍ ।
ଠିକ୍ – ଆଲଫ୍ରେଡ୍‌ ମାର୍ଶାଲ୍ ଅର୍ଥଶାସ୍ତ୍ରକୁ କଲ୍ୟାଣକାରୀ ବିଜ୍ଞାନ ରୂପେ ଅଭିହିତ କରିଛନ୍ତି ।

5. ମାର୍ଶାଲ୍‌ଙ୍କୁ ଅର୍ଥଶାସ୍ତ୍ରର ଜନକ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଆଡ଼ାମ୍ ସ୍ମିଥଙ୍କୁ ଅର୍ଥଶାସ୍ତ୍ରର ଜନକ କୁହାଯାଏ ।

6. ଅର୍ଥଶାସ୍ତ୍ରର ସୁଚ୍ଛତା ସଂଜ୍ଞା ମାର୍ଶାଲ୍ ଦେଇଥିଲେ ।
Answer:
ଭୁଲ୍ ।
ଠିକ୍ – ଅର୍ଥଶାସ୍ତ୍ରର ସ୍ଵଳ୍ପତା ସଂଜ୍ଞା ଲିଓନେଲ୍ ରବିନ୍‌ସ୍‌ ଦେଇଥିଲେ ।

7. ଅର୍ଥଶାସ୍ତ୍ର ଉଭୟ କଳା ଓ ବିଜ୍ଞାନ ।
Answer:
ଠିକ୍ ।

8. ଅର୍ଥଶାସ୍ତ୍ରକୁ ଚୟନ ବିଜ୍ଞାନ କହିଲେ ଅସୀମ ଅଭାବଗୁଡ଼ିକ ମଧ୍ୟରୁ ନିର୍ଦ୍ଦିଷ୍ଟ କେତେକ ଅଭାବର ଚୟନକୁ ବୁଝାଏ ।
Answer:
ଭୁଲ୍ ।
ଠିକ୍ – ଅର୍ଥଶାସ୍ତ୍ରକୁ ଚୟନ ବିଜ୍ଞାନ କହିଲେ ସମ୍ବଳର ବିକଳ୍ପ ବ୍ୟାବହାରିକ ଗୁଣ ମଧ୍ୟରୁ ଏକ ନିର୍ଦ୍ଦିଷ୍ଟ ବ୍ୟବହାର ପ୍ରତି ଚୟନକୁ ବୁଝାଏ ।

9. ରବିନସ୍‌ଙ୍କ ସଂଜ୍ଞା ଉଭୟ ସମ୍ବଳର ଦୁଷ୍ଟ୍ରାପ୍ୟତା ଓ ବିକାଶ ପ୍ରତି ଧ୍ୟାନ ଆକର୍ଷଣ କରେ ।
Answer:
ଭୁଲ୍ ।
ଠିକ୍ – ରବିନ୍‌ସ୍‌ଙ୍କ ସଂଜ୍ଞା କେବଳ ଦୁଷ୍ଟ୍ରାପ୍ୟତା ପ୍ରତି ଧ୍ୟାନ ଆକର୍ଷଣ କରେ ।

10. କୌଣସି ଦେଶରେ ଅର୍ଥନୀତିର ବିଲୋପ କହିଲେ ଆକ୍ଷରିକ ବିଲୋପକୁ ବୁଝାଏ ।
Answer:
ଭୁଲ୍ ।
ଠିକ୍ – କୌଣସି ଦେଶରେ ଅର୍ଥନୀତିର ବିଲୋପ କହିଲେ ଢାଞ୍ଚାଗତ ପରିବର୍ତ୍ତନକୁ ବୁଝାଏ ।

CHSE Odisha Class 12 Economics Chapter 1 Objective & Short Answer Questions in Odia Medium

11. ଅର୍ଥନୀତିକ ଦ୍ରବ୍ୟର ବିନିମୟ ମୂଲ୍ୟ ଥାଏ ।
Answer:
ଠିକ୍ ।

12. ଅର୍ଥନୀତିକ ଦ୍ରବ୍ୟର ଯୋଗାଣ ସର୍ବଦା ସ୍ଵଚ୍ଛ ।
Answer:
ଠିକ୍ ।

13. ସମ୍ବଳ ସୀମିତ ହୋଇଥବାରୁ ଅଭାବଗୁଡ଼ିକ ପରିପୂରକ ହୋଇଥା’ନ୍ତି ।
Answer:
ଠିକ୍ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଆଲଫ୍ରେଡ୍ ମାର୍ଶାଲ୍ ଅର୍ଥଶାସ୍ତ୍ରର କି ପ୍ରକାର ସଂଜ୍ଞା ପ୍ରଦାନ କରିଥିଲେ ?
Answer:
ଆଲ୍‌ଫ୍ରେଡ୍‌ ମାର୍ଶାଲ୍ ଅର୍ଥଶାସ୍ତ୍ରର କଲ୍ୟାଣକାରୀ ସଂଜ୍ଞା ପ୍ରଦାନ କରିଥିଲେ ।

2. ଅର୍ଥନୈତିକ ସମସ୍ୟା ହେଉଛି ନିର୍ବାଚନ ସମସ୍ୟା – ଏହା କିଏ କହିଥିଲେ ?
Answer:
ଅର୍ଥନୈତିକ ସମସ୍ୟା ହେଉଛି ନିର୍ବାଚନ ସମସ୍ୟା – ଏହା ଲିଓନେଲ୍ ରବିନ୍‌ସ୍‌ କହିଥିଲେ ।

3. କେଉଁ ଅର୍ଥନୀତିଜ୍ଞ ଅର୍ଥଶାସ୍ତ୍ରକୁ ଭୌତିକ କଲ୍ୟାଣର ବିଜ୍ଞାନ ବୋଲି ଅଭିହିତ କରିଥିଲେ ?
Answer:
ଅଧ୍ୟାପକ ମାର୍ଶାଲ୍ ଅର୍ଥଶାସ୍ତ୍ରକୁ ଭୌତିକ କଲ୍ୟାଣର ବିଜ୍ଞାନ ବୋଲି ଅଭିହିତ କରିଥିଲେ ।

4. ଅର୍ଥଶାସ୍ତ୍ର ମାନବର ସାଧାରଣ ଜୀବନ ସମ୍ପର୍କରେ ଏକ ଅଧ୍ୟୟନ – ଏକଥା କିଏ କହିଥିଲେ ?
Answer:
ଅର୍ଥଶାସ୍ତ୍ର ମାନବର ସାଧାରଣ ଜୀବନ ସମ୍ପର୍କରେ ଏକ ଅଧ୍ୟୟନ –ଏକଥା ମାର୍ଶାଲ୍ କହିଥିଲେ ।

5. କାହାକୁ ଅର୍ଥଶାସ୍ତ୍ରର ଜନକ କୁହାଯାଏ ?
Answer:
ଆଡ଼ାମ୍ ସ୍ମିଥଙ୍କୁ ଅର୍ଥଶାସ୍ତ୍ରର ଜନକ କୁହାଯାଏ ।

6. କେଉଁ ଅର୍ଥଶାସ୍ତ୍ରୀ ଅର୍ଥଶାସ୍ତ୍ରକୁ ସଂପଦ ବିଜ୍ଞାନ ବୋଲି ଅଭିହିତ କରିଥିଲେ ?
Answer:
ଅର୍ଥଶାସ୍ତ୍ରୀ ଆଡ଼ାମ୍ ସ୍ମିଥ୍ ଅର୍ଥଶାସ୍ତ୍ରକୁ ସଂପଦ ବିଜ୍ଞାନ ବୋଲି ଅଭିହିତ କରିଥିଲେ ।

7. କେଉଁ ଅର୍ଥଶାସ୍ତ୍ର ଅର୍ଥଶାସ୍ତ୍ରର ସ୍ଵଚ୍ଛତା ସଂଜ୍ଞା ପ୍ରଦାନ କରିଥିଲେ ?
Answer:
ଅର୍ଥଶାସ୍ତ୍ରୀ ଲିଓନେଲ୍ ରବିସ୍ ଅର୍ଥଶାସ୍ତ୍ରର ସ୍ବଚ୍ଛତା ସଂଜ୍ଞା ପ୍ରଦାନ କରିଥିଲେ ।

8. କେଉଁ ଅର୍ଥଶାସ୍ତ୍ରୀ କହିଥିଲେ ଯେ ଅର୍ଥଶାସ୍ତ୍ର ଲକ୍ଷ୍ୟ ଓ ସାଧନ ମଧ୍ୟରେ ଥିବା ସମ୍ପର୍କକୁ ଅନୁଧ୍ୟାନ କରେ ?
Answer:
ଅର୍ଥଶାସ୍ତ୍ରୀ ଲିଓନେଲ୍ ରବିନ୍ସ କହିଥିଲେ ଯେ ଅର୍ଥଶାସ୍ତ୍ର ଲକ୍ଷ୍ୟ ଓ ସାଧନ ମଧ୍ୟରେ ଥ‌ିବା ସମ୍ପର୍କକୁ ଅନୁଧ୍ୟାନ କରେ ।

9. କିଏ ଅର୍ଥଶାସ୍ତ୍ରକୁ ଏକ ବିଷାଦାତ୍ମକ ବିଜ୍ଞାନ ବୋଲି କହିଥିଲେ ?
Answer:
କାର୍ଲାଇଲ୍ ଅର୍ଥଶାସ୍ତ୍ରକୁ ଏକ ବିଷାଦାତ୍ମକ ବିଜ୍ଞାନ ବୋଲି କହିଥିଲେ ।

CHSE Odisha Class 12 Economics Chapter 1 Objective & Short Answer Questions in Odia Medium

10. ଅର୍ଥଶାସ୍ତ୍ର ସମ୍ପଦ ଓ କଲ୍ୟାଣ ସମ୍ପର୍କରେ ଅଧ୍ୟୟନ କରିଥାଏ ବୋଲି କିଏ କହିଥିଲେ ?
Answer:
ଅର୍ଥଶାସ୍ତ୍ର ସମ୍ପଦ ଓ କଲ୍ୟାଣ ସମ୍ପର୍କରେ ଅଧ୍ୟୟନ କରିଥାଏ ବୋଲି ମାର୍ଶାଲ୍ କହିଥିଲେ ।

11. ଅର୍ଥଶାସ୍ତ୍ରର ସାରମର୍ମ କ’ଣ ?
Answer:
ଅଭାବ, ଉଦ୍ୟମ ଓ ପରିତୃପ୍ତି ହେଉଛି ଅର୍ଥଶାସ୍ତ୍ରର ସାରମର୍ମ ।

12. ସମ୍ବଳର ସ୍ୱଳ୍ପତା ଓ ଅଭାବର ଅସୀମତା ହେଉଛି ଦୁଇଟି ଭିତ୍ତିପ୍ରସ୍ତର ଯାହା ଉପରେ ଅର୍ଥଶାସ୍ତ୍ର ଆଧାରିତ – ଏହା କେଉଁ ଅର୍ଥଶାସ୍ତ୍ରୀଙ୍କ ମତ ?
Answer:
ସମ୍ବଳର ସ୍ୱଳ୍ପତା ଓ ଅଭାବର ଅସୀମତା ହେଉଛି ଦୁଇଟି ଭିତ୍ତିପ୍ରସ୍ତର ଯାହା ଉପରେ ଅର୍ଥଶାସ୍ତ୍ର ଆଧାରିତ – ଏହା ଅର୍ଥଶାସ୍ତ୍ରୀ ଲିଓନେଲ୍ ରବିନ୍‌ସ୍‌ଙ୍କ ମତ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି| ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ବ୍ୟଷ୍ଟି ଅର୍ଥନୀତି କ’ଣ ?
Answer:
ବ୍ୟଷ୍ଟି ଅର୍ଥନୀତି ଅର୍ଥବ୍ୟବସ୍ଥାର କୌଣସି ଏକ ଉପଭୋକ୍ତା, ଏକ ଅନୁଷ୍ଠାନ, ଏକ ଦ୍ରବ୍ୟର ଦର ଭଳି କ୍ଷୁଦ୍ର ଏକକର ବିଶ୍ଳେଷଣ ସହିତ ସଂଶ୍ଳିଷ୍ଟ । ଅର୍ଥାତ୍ ବ୍ୟଷ୍ଟି ଅର୍ଥନୀତି କ୍ଷେତ୍ରରେ ଅର୍ଥବ୍ୟବସ୍ଥାର କ୍ଷୁଦ୍ର ଏକକ ସବୁ ଅଧ୍ୟୟନ କରାଯାଏ ।

2. ଅର୍ଥନୀତିର ସମ୍ପଦ ସଂଜ୍ଞା ପ୍ରଦାନ କର ।
Answer:
ଆଡ଼ାମ୍ ସ୍ମିଥ୍ଙ୍କ ଦ୍ବାରା ରଚିତ ପୁସ୍ତକ ‘ଜାତୀୟ ସଂପଦର ପ୍ରକୃତି ଏବଂ କାରଣର ଏକ ଅନୁସନ୍ଧାନ’ ବା ‘ଜାତୀୟ ସଂପଦ’ (Wealth of Nations)ରେ (1776) ଅର୍ଥଶାସ୍ତ୍ରକୁ ସେ, ସଂପଦର ବିଜ୍ଞାନ ବୋଲି ବ୍ୟାଖ୍ୟା କରିଥିଲେ । ସେ କହିଥିଲେ, ଅର୍ଥନୀତି ସମ୍ପଦର ବିଜ୍ଞାନ ହିସାବରେ ନାଗରିକମାନଙ୍କୁ ଓ ରାଷ୍ଟ୍ରକୁ ସମୃଦ୍ଧ କରେ ।

3. ଅର୍ଥନୀତିର କଲ୍ୟାଣକାରୀ ସଂଜ୍ଞା ପ୍ରଦାନ କର ।
Answer:
1890 ମସିହାରେ ପ୍ରକାଶିତ ‘Principles of Economics’ ପୁସ୍ତକରେ ଆଲ୍‌ଫ୍ରେଡ୍‌ ମାର୍ଶାଲ୍ ମତପୋଷଣ କରିଥିଲେ ଯେ, ‘ଅର୍ଥଶାସ୍ତ୍ର ଜୀବନର ସାଧାରଣ କାର୍ଯ୍ୟାବଳୀକୁ ନେଇ ମାନବ ସମାଜର ଅଧ୍ୟୟନ କରିଥାଏ । ଏହା ମାନବର ବ୍ୟକ୍ତିଗତ ଓ ସାମାଜିକ କାର୍ଯ୍ୟାବଳୀର ସେହି ଅଂଶକୁ ଅନୁଧ୍ୟାନ କରେ ଯାହା ମାନବ କଲ୍ୟାଣ ପାଇଁ ଆବଶ୍ୟକ ଭୌତିକ ବସ୍ତୁର ପ୍ରାପ୍ତି ଓ ବିନିଯୋଗ ସହିତ ଘନିଷ୍ଠ ଭାବରେ ସଂଶ୍ଳିଷ୍ଟ । ତେଣୁ ଏହା ଏକପକ୍ଷରେ ସଂପଦର ଅଧ୍ୟୟନ ଏବଂ ଅଧ‌ିକ ଗୁରୁତ୍ବପୂର୍ଣ । ଅନ୍ୟପକ୍ଷରେ ମାନବ ଅଧ୍ୟୟନର ଅଂଶବିଶେଷ ।

4. ଅର୍ଥନୀତିର ସ୍ଵଚ୍ଛତା ସଂଜ୍ଞା ବ୍ୟାଖ୍ୟା କର ।
Answer:
ଇଂରେଜ ଅର୍ଥଶାସ୍ତ୍ରୀ ପ୍ରଫେସର ଲିଓନେଲ୍ ରବିନ୍‌ସଙ୍କ ଦ୍ଵାରା ଲିଖ ପୁସ୍ତକ ‘Nature and Significance of Economic Sciecne’’ (ଅର୍ଥନୀତିକ ବିଜ୍ଞାନର ପ୍ରକୃତି ଓ ଗୁରୁତ୍ଵ) ୧୯୩୨ । ସେ ଏହି ପୁସ୍ତକରେ କହିଛନ୍ତି ଯେ, ‘‘ଯେଉଁ ବିଜ୍ଞାନ ମଣିଷର ଆଚରଣକୁ ଅସୀମ ଲକ୍ଷ୍ୟ ଏବଂ ବିକଳ୍ପ ବ୍ୟବହାର ଯୁକ୍ତ ସ୍ଵଳ୍ପ ସାଧନ ମାଧ୍ୟମରେ ଏକ ସମ୍ପର୍କ ଭାବରେ ଅଧ୍ୟୟନ କରେ, ତାହାକୁ ଅର୍ଥଶାସ୍ତ୍ର କୁହାଯାଏ ।

5. ସମ୍ପଦର ତିନୋଟି ବୈଶିଷ୍ଟ୍ୟ ଲେଖ ।
Answer:
ସମ୍ପଦ ରୂପେ ବିବେଚିତ ହେବା ପାଇଁ ଦ୍ରବ୍ୟର ତିନୋଟି ଗୁଣ ରହିବା ଆବଶ୍ୟକ, ଯଥା –
(i) ଉପକାରିତା, (ii) ସ୍ଵଳ୍ପତା ଏବଂ (iii) ସ୍ଥାନାନ୍ତର ଯୋଗ୍ୟତା ଥିଲେ, ତାହାକୁ ସମ୍ପଦ କୁହାଯାଏ ।

6. ଭୌତିକ ଦ୍ରବ୍ୟ କହିଲେ କ’ଣ ବୁଝାଯାଏ ?
Answer:
ମାନବିକ ଅଭାବ ପୂରଣ କରୁଥିବା ଯେଉଁସବୁ ବସ୍ତୁର ନିର୍ଦ୍ଦିଷ୍ଟ ଆକାର ଥାଏ, ସେଗୁଡ଼ିକୁ ଭୌତିକ ଦ୍ରବ୍ୟ କୁହାଯାଏ । ଏହାକୁ ଆମେ ଦେଖିପାରୁ ଓ ସ୍ପର୍ଶ କରିପାରୁ । କଲମ, TV, ବହି, ଖାତା, ରେଡ଼ିଓ ଇତ୍ୟାଦି ଏହି ଶ୍ରେଣୀର ଦ୍ରବ୍ୟ ଅଟନ୍ତି ।

7. ସମ୍ପଦ ସଂଜ୍ଞା ଅର୍ଥନୀତି ସମ୍ବନ୍ଧରେ କିପରି ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରିଛି ?
Answer:
ସମ୍ପଦ ଅର୍ଜନ ଓ ବ୍ୟୟ ବ୍ୟତୀତ ମନୁଷ୍ୟର ଅନ୍ୟାନ୍ୟ ଆଧ୍ୟାତ୍ମିକ ଓ ନୈତିକ ଜୀବନ ସମ୍ପଦ ସଂଜ୍ଞାରୁ ବାଦ୍ ପଡ଼େ । ମାତ୍ର ଏଗୁଡ଼ିକ ମନୁଷ୍ୟର ସନ୍ତୋଷ ବିଧାନ କରିଥାଏ । ଅର୍ଥଶାସ୍ତ୍ର ସ୍ବାର୍ଥପର ଓ ଅସାଧୁ ହେବାକୁ ମନୁଷ୍ୟକୁ ପ୍ରେରଣା ଦିଏ । ଏହି ସଂଜ୍ଞା ଯୋଗୁଁ ଅର୍ଥ ଉପାର୍ଜନ ଜୀବନର ଏକମାତ୍ର ଓ ଶେଷ ଉଦ୍ଦେଶ୍ୟ ବୋଲି ଧରି ନିଆଯାଏ । ଆଡ଼ାମ୍ ସ୍ମିଥଙ୍କ ମତରେ, “Every action is motivated by some interest, self-interest is the best interest.”

8. ସ୍ଵଚ୍ଛତା ସଂଜ୍ଞାର ମୁଖ୍ୟ ଆଧାରଗୁଡ଼ିକ ଲେଖ ।
Answer:
ପ୍ରଫେସର ରବିନସ୍‌ଙ୍କଦ୍ୱାରା ପ୍ରଦତ୍ତ ସ୍ଵଳ୍ପତା ଓ ମନୋନୟନ ଭିତ୍ତିକ ସଂଜ୍ଞା ଉନ୍ନତମାନର ଓ ବ୍ୟାପକ । ଏହା ଅର୍ଥନୀତିର ପରିସରକୁ ବ୍ୟାପକ କରିଥାଏ । ଏହାର ଆଧାରଗୁଡ଼ିକ ହେଲା – ମଣିଷର ଅଭାବ ଅସୀମ, ସମ୍ବଳଗୁଡ଼ିକର ସ୍ଵଳ୍ପତା, ସମ୍ପଦଗୁଡ଼ିକର ବିକଳ୍ପ ବ୍ୟବହାର ଓ ଚୟନ ସମସ୍ୟା ।

9. ଆଡ଼ାମ୍ ସ୍ମିଥ୍ଙ୍କ ସଂଜ୍ଞାରେ ଅର୍ଥନୀତି କିପରି ବାସ୍ତବତାଠାରୁ ଦୂରେଇ ଯାଇଥାଏ ?
Answer:
୍ମିଥ୍ଙ୍କ ସଂଜ୍ଞା ସମ୍ପଦ ଉପରେ ମାତ୍ରାଧ‌ିକ ଗୁରୁତ୍ୱ ଆରୋପ କରିଥିବାବେଳେ ମାନବ କଲ୍ୟାଣକୁ ଆଲୋଚନାର ପରିସର ମଧ୍ୟକୁ ଆଣି ନ ଥାଏ, ଯାହାକି ଅତ୍ୟନ୍ତ ଅବାସ୍ତବ ଅଟେ । ବାସ୍ତବତା ଏହି ଯେ, ଧନ ଅର୍ଜନ କରିବା ମନୁଷ୍ୟର ଅନ୍ତିମ ଲକ୍ଷ୍ୟ ନୁହେଁ, କାରଣ ସମ୍ପଦ ଲକ୍ଷ୍ୟ ନୁହେଁ । ଏହା ଲକ୍ଷ୍ୟ ସାଧନର ଏକ ମାଧ୍ୟମ ମାତ୍ର । ଏହା କଲ୍ୟାଣ ବୃଦ୍ଧିରେ ମନୁଷ୍ୟକୁ କେବଳ ସହାୟତା କରେ । ସୁତରାଂ, ସମ୍ପଦ ଉପରେ ମାତ୍ରାଧ‌ିକ ଗୁରୁତ୍ଵ ଦେଇ ମାନବ କଲ୍ୟାଣକୁ ସମ୍ପୂର୍ଣ୍ଣଭାବେ ଉପେକ୍ଷିତ କରିବାଦ୍ୱାରା ଆର୍ଥନୀତିକ ବାସ୍ତବତାଠାରୁ ଦୂରେଇ ଯାଇଥାଏ ।

CHSE Odisha Class 12 Economics Chapter 1 Objective & Short Answer Questions in Odia Medium

10. ରବିନ୍‌ସ୍‌ଙ୍କ ସଂଜ୍ଞା ଅର୍ଥନୈତିକ କାର୍ଯ୍ୟାବଳୀର ସାମାଜିକ ଦିଗକୁ କିପରି ଅବହେଳା କରୁଛି ?
Answer:
ରବିନ୍‌ସ୍‌ଙ୍କ ସଂଜ୍ଞା ଅର୍ଥଶାସ୍ତ୍ରକୁ ଏକ ନିରପେକ୍ଷ ବିଜ୍ଞାନରେ ପରିଣତ କରିଦେଇଛି; ଯାହାଫଳରେ ଅର୍ଥଶାସ୍ତ୍ରୀମାନେ କେବଳ ସମସ୍ୟାର ବିଶ୍ଳେଷଣ କରିପାରୁଛନ୍ତି । ଉଦାହରଣସ୍ୱରୂପ, ଅର୍ଥନୀତିଜ୍ଞମାନେ ଦେଶର ଦରଦାମ୍ ବୃଦ୍ଧିର କାରଣ ବିଶ୍ଳେଷଣ କରିପାରୁଛନ୍ତି । ଏହାର ନିରାକରଣ ନିମିତ୍ତ ମାର୍ଗ ସୂଚାଇ ପାରୁଛନ୍ତି, କିନ୍ତୁ କେଉଁ ମାର୍ଗଟି ଉତ୍କୃଷ୍ଟ ହେବ ତାହା ସେମାନେ ନିର୍ଦ୍ଧାରଣ କରୁନାହାନ୍ତି; ମାତ୍ର ଏପରି ହେବା ଉଚିତ ନୁହେଁ । ସେଥ‌ିପାଇଁ ଅଧ୍ୟାପକ ପିଗୁ ମତବ୍ୟକ୍ତ କରିଛନ୍ତି ଯେ, ଅର୍ଥଶାସ୍ତ୍ର କେବଳ ଆଲୋକ ସମ୍ପାତକ (Light-bearing) ନ ହୋଇ ଫଳପ୍ରଦାୟୀ (Fruit bearing) ହେବା ଉଚିତ ।

11. ଅର୍ଥଶାସ୍ତ୍ରର ଚୟନ ସଂଜ୍ଞା କହିଲେ କ’ଣ ବୁଝ ?
Answer:
ଅର୍ଥଶାସ୍ତ୍ରର ଚୟନ ସଂଜ୍ଞା, ଅସୀମ ଅଭାବ ଓ ସସୀମ ସମ୍ବଳଗୁଡିକର ବିକଳ୍ପ ବ୍ୟବହାରଯୁକ୍ତ ଗୁଣରୁ ଆର୍ଥନୀତିକ ସମସ୍ୟା ସୃଷ୍ଟି ବୋଲି ଦର୍ଶାଇବା ସହ ଏହି ସମସ୍ୟାର କିପରି ସମାଧାନ କରାଯାଇପାରିବ ତାହା ଆଲୋଚନା କରେ । ସମସ୍ୟାର ସମାଧାନ ଲାଗି ପ୍ରଥମେ ଗୁରୁତ୍ଵଭିଭିକ ଅଭାବଗୁଡିକୁ କ୍ରମିକ ଉପସ୍ଥାପନା କରାଯାଇ ଉପଲବ୍ଧ ସମ୍ବଳକୁ ନେଇ ଯଥାସମ୍ଭବ ଅଭାବଗୁଡିକୁ ପୂରଣ କରାଯିବା ଆବଶ୍ୟକ । ତେଣୁ ଏହା ଏକ ଗୁରୁତ୍ଵପୂର୍ଣ୍ଣ ଓ ଉପାଦେୟ ସଂଜ୍ଞା ଅଟେ ।

12. ଅର୍ଥଶାସ୍ତ୍ରକୁ ‘ସମ୍ପଦ ବିଜ୍ଞାନ’ ସଂଜ୍ଞା କିଏ ଓ କେବେ ପ୍ରଦାନ କରିଥିଲେ ?
Answer:
ଆଡାମ୍ ସ୍ମିଥ୍ଙ୍କ ଦ୍ବାରା ରଚିତ ପୁସ୍ତକ ‘ଜାତୀୟ ସମ୍ପଦର ପ୍ରକୃତି ଏବଂ କାରଣର ଏକ ଅନୁସନ୍ଧାନ’ ବା ‘ଜାତିର ସଂପଦ’ରେ (1776) ଅର୍ଥଶାସ୍ତ୍ରକୁ ସ୍, ସଂପଦର ବିଜ୍ଞାନ ବୋଲି ବ୍ୟାଖ୍ୟା କରିଥିଲେ । ସେ କହିଥିଲେ, ଅର୍ଥନୀତି ସମ୍ପଦର ବିଜ୍ଞାନ ହିସାବରେ ନାଗରିକମାନଙ୍କୁ ଓ ରାଷ୍ଟ୍ରକୁ ସମୃଦ୍ଧ କରେ ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ଅର୍ଥଶାସ୍ତ୍ର ଏକ ଚୟନ ବିଜ୍ଞାନ – କିପରି ?
Answer:
ଅର୍ଥଶାସ୍ତ୍ର ପ୍ରତ୍ୟେକ ଚୟନ ବା ପସନ୍ଦମୂଳକ କାର୍ଯ୍ୟାବଳୀ ସହିତ ସମ୍ପୃକ୍ତ । ମାନବୀୟ ଅଭାବ କେବଳ ଅସୀମ ଏବଂ ସୀମିତ ସମ୍ବଳଦ୍ଵାରା ଅର୍ଥନୈତିକ ସମସ୍ୟାର ସୃଷ୍ଟି ହୋଇନଥାଏ । ଏହାକୁ ଅସୀମ ଅଭାବ, ସୀମିତ ସମ୍ବଳ ଓ ସମ୍ବଳର ବିନିଯୋଗକୁ ଦୃଷ୍ଟିରେ ରଖ୍ ଅଭାବଗୁଡ଼ିକୁ ଗୁରୁତ୍ଵ ଅନୁସାରେ ବିଭକ୍ତ କରାଯାଏ । ଏଠାରେ ଏକ ଅର୍ଥନୈତିକ ସମସ୍ୟା ସୃଷ୍ଟି ହୁଏ । ଅର୍ଥାତ୍ କେଉଁ ଦ୍ରବ୍ୟରୁ କେତେ ପରିମାଣ ଓ କେଉଁ ବାବଦରେ ବିନିଯୋଗ କରାଯିବ ଇତ୍ୟାଦି । ଏଣୁ ମଣିଷ ଦ୍ବନ୍ଦ୍ବରେ ପଡ଼େ । ତାକୁ ଅର୍ଥନୈତିକ ନିଷ୍ପତ୍ତି ନେବାକୁ ପଡ଼େ । ତେଣୁ ଜଣେ ଅର୍ଥନୈତିକ ମାନବକୁ ଏକ ଯୁକ୍ତିସିଦ୍ଧ ମାନବ ବୋଲି ଆଖ୍ୟା ଦିଆଯାଏ । ତା’ର ଯୁକ୍ତିଯୁକ୍ତ ବିଚାରଧାରା ରୁଚି, ପସନ୍ଦ ଓ ଉପଯୁକ୍ତ ଚୟନ ଏଥିରେ ସହାୟକ ହୋଇଥାଏ । ଏଥିପାଇଁ ଅର୍ଥନୀତିକୁ ଏକ ଚୟନ ବିଜ୍ଞାନ ବୋଲି କୁହାଯାଏ ।

2. ସମ୍ପଦ ସଂଜ୍ଞାରେ ଅର୍ଥଶାସ୍ତ୍ରକୁ କାହିଁକି ବିମର୍ଷ ବିଜ୍ଞାନ କୁହାଯାଏ ?
Answer:
ସମ୍ପଦ ସଂଜ୍ଞାରେ ଅର୍ଥଶାସ୍ତ୍ର କେବଳ ଭୌତିକ ଉନ୍ନତି ବିଷୟ ଆଲୋଚନା କରେ । ସମ୍ପଦ ଅର୍ଜନ ହିଁ ମନୁଷ୍ୟ ଜୀବନର ଏକମାତ୍ର ଲକ୍ଷ୍ୟ । ଧନର ଆଗମନ ପାଇଁ ବ୍ୟକ୍ତି ସର୍ବଦା ଚିନ୍ତିତ । ସେଥ୍ପାଇଁ ସେ ସ୍ବାର୍ଥପର ହୋଇଯାଏ । ଜୀବନର ସବୁ ସମୟରେ ଭୌତିକ ବସ୍ତୁ ସଂଗ୍ରହରେ ଲାଗିପଡ଼େ । ମନୁଷ୍ୟ ଯେ ଏକ ସାମାଜିକ ପ୍ରାଣୀ, ନିଜେ ସ୍ନେହ, ପ୍ରେମ ଓ କରୁଣାର ଏକ ଆଧାର, ତାହା ଭୁଲିଯାଇ ସେ ସମ୍ପଦ ପଛରେ ଗୋଡ଼ାଏ । ସମ୍ପଦ ପାଇଲେ ଖୁସି ହୁଏ । ନଚେତ୍‌ ଦୁଃଖ ପାଏ । ସେଥ‌ିପାଇଁ କାର୍ଲାଇଲ୍ ଅର୍ଥଶାସ୍ତ୍ରକୁ ଏକ ନିକୃଷ୍ଟ କିମ୍ବା ବିମର୍ଷ ବିଜ୍ଞାନ ବୋଲି ସମାଲୋଚନା କରିଛନ୍ତି ।

3. କଲ୍ୟାଣକାରୀ ସଂଜ୍ଞା କେବଳ ଭୌତିକ କଲ୍ୟାଣ ଅଧ୍ୟୟନ କରେ – ବୁଝାଅ ।
Answer:
ଯେକୌଣସି ଉପାୟରେ ସମ୍ପଦ ବୃଦ୍ଧି କରିବା ଅର୍ଥଶାସ୍ତ୍ରର ଲକ୍ଷ୍ୟ ନୁହେଁ; ବରଂ ମାନବର କଲ୍ୟାଣ ବୃଦ୍ଧି କରିବା ଏହାର ମୂଳ ଲକ୍ଷ୍ୟ ଅଟେ । ମାର୍ଶାଲ୍‌ଙ୍କ ମତରେ, ‘ସମ୍ପଦ ନିମିତ୍ତ ମାତ୍ର, ମାନବ କଲ୍ୟାଣ ଶେଷ ଲକ୍ଷ୍ୟ ।’’ ସମ୍ପଦର ଅଧ୍ୟୟନ ମାଧ୍ୟମରେ ମାନବ କଲ୍ୟାଣର ଧାରଣା କରାଯାଇପାରେ । କିନ୍ତୁ ଅଭୌତିକ କଲ୍ୟାଣ; ଯଥା – ଡାକ୍ତର, ଅଧ୍ୟାପକ ଓ ସେବିକାଙ୍କ ସେବା ଇତ୍ୟାଦିକୁ ମାର୍ଶାଲ୍ ବିଚାରକୁ ନେଇନାହାନ୍ତି । ଫଳରେ ଅର୍ଥନୀତିର ପରିସର ସଙ୍କୁଚିତ ହୋଇଯାଇଛି ।

4. ରବିନ୍‌ସ୍‌ଙ୍କ ସଂଜ୍ଞା କିପରି କଲ୍ୟାଣ ସହିତ ସମ୍ପୃକ୍ତ ?
Answer:
ମାର୍ଶାଲଙ୍କ କଲ୍ୟାଣକାରୀ ସଂଜ୍ଞାକୁ ରବିସ୍ ପସନ୍ଦ ନ କରି ଦୃଢ଼ ଭାବରେ ସମାଲୋଚନା କରିଥିଲେ, କିନ୍ତୁ ପ୍ରଚ୍ଛନ୍ନ ଭାବରେ ତାଙ୍କ ପ୍ରଦତ୍ତ ଅର୍ଥନୀତିର ସଂଜ୍ଞାରେ ସେହି ମାନବୀୟ କଲ୍ୟାଣର ଆଭାସ ମିଳୁଅଛି । ତାଙ୍କ ମତରେ ମନୁଷ୍ୟର ଅଭାବ ଅସୀମ ଓ ସମ୍ବଳ ସସୀମ ଅଟେ । ତେଣୁ ତାକୁ ସମ୍ବଳର ଉପଯୁକ୍ତ ବଣ୍ଟନ କରିବାକୁ ପଡ଼ୁଛି, ଯଦ୍ବାରା ସେ ସର୍ବାଧ‌ିକ ପରିତୃପ୍ତି ବା କଲ୍ୟାଣ ପାଇପାରିବ । ଏହି କଲ୍ୟାଣ ପାଇବା ନିମିତ୍ତ ସେ ଜରୁରୀ ଅଭାବଗୁଡ଼ିକୁ ସ୍ଥିର କରୁଛି ଏବଂ ତଦନୁସାରେ ତା’ର ପରିପୂରଣ କରୁଛି । ତେଣୁ ବାସ୍ତବରେ ପ୍ରଚ୍ଛନ୍ନ ଭାବରେ ମାନବୀୟ କଲ୍ୟାଣ ରବିନ୍‌ସ୍‌ଙ୍କ ସଂଜ୍ଞାରେ ଅନ୍ତର୍ନିହିତ ଅଛି ।

5. ଅର୍ଥନୀତି ମାନବ ବିଜ୍ଞାନ ଅପେକ୍ଷା ସମାଜ ବିଜ୍ଞାନ ଭାବରେ ଅଧ୍ବକ ଆଦୃତ – ବୁଝାଅ ।
Answer:
ଏକ ସମାଜବାଦୀ ରାଷ୍ଟ୍ରରେ ବ୍ୟକ୍ତିଗତ ଅଭିରୁଚିଠାରୁ ସାମୂହିକ ଅଭିରୁଚିକୁ ପ୍ରଧାନ୍ୟ ଦିଆଯାଇଥାଏ । ରାଷ୍ଟ୍ର ନିଜ ଦାୟିତ୍ଵରେ ସମସ୍ତ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଉତ୍ପାଦନ କରିଥାଏ ଏବଂ ବ୍ୟକ୍ତିର ଆବଶ୍ୟକତାକୁ ଲକ୍ଷ୍ୟ କରି ବଣ୍ଟନ ବ୍ୟବସ୍ଥା ମଧ୍ୟ କରିଥାଏ । ତେଣୁ ଏଭଳି ଅର୍ଥବ୍ୟବସ୍ଥାରେ ବ୍ୟକ୍ତିଗତ ସିଦ୍ଧାନ୍ତର ଆବଶ୍ୟକତା ରହେ ନାହିଁ । ଯୋଜନାକାରୀଗଣ ଏହି ସିଦ୍ଧାନ୍ତ ଗ୍ରହଣ କରିଥା’ନ୍ତି । ତେଣୁ ଏଭଳି କ୍ଷେତ୍ରରେ ରବିନ୍‌ସ୍‌ଙ୍କ ଅର୍ଥନୀତିର ସଂଜ୍ଞା ଗ୍ରହଣୀୟ ନୁହେଁ । ସେଥ‌ିପାଇଁ ଯଥାର୍ଥରେ କୁହାଯାଏ, ସ୍ବଳ୍ପ ସମ୍ବଳର ପରିଚାଳନା ସହିତ ସମ୍ପୃକ୍ତ ଏହା ଏକ ସାମାଜିକ ବିଜ୍ଞାନ ଅଟେ ।

6. ଅତ୍ୟାବଶ୍ୟକ ଅଭାବ କ’ଣ ?
Answer:
ଜୀବନଧାରଣ ପାଇଁ ଯେଉଁ ଅଭାବର ପରିତୃପ୍ତି ନିତାନ୍ତ ଆବଶ୍ୟକ ତାହାକୁ ଅତ୍ୟାବଶ୍ୟକ ଅଭାବ କୁହାଯାଏ । ଏହି ଅତ୍ୟାବଶ୍ୟକୀୟ ଅଭାବ ଯଥା – ଖାଦ୍ୟ, ବସ୍ତ୍ର ଓ ବାସଗୃହ ପୂରଣ ନ କଲେ ମନୁଷ୍ୟ ବଞ୍ଚିପାରିବ ନାହିଁ । ତେଣୁ ପ୍ରତ୍ୟେକ ମନୁଷ୍ୟ ପ୍ରଥମେ ଏହି ଅତ୍ୟାବଶ୍ୟକୀୟ ଅଭାବ ପୂରଣ କରିବାକୁ ଚେଷ୍ଟା କରେ ।

7. ନିକୃଷ୍ଟ ଦ୍ରବ୍ୟ କହିଲେ କ’ଣ ବୁଝ ?
Answer:
ନିକୃଷ୍ଟ ଦ୍ରବ୍ୟ ବା ଗିପେନ୍ ଦ୍ରବ୍ୟ କ୍ଷେତ୍ରରେ ଚାହିଦା ସୂତ୍ରର ବ୍ୟତିକ୍ରମ ଦେଖାଯାଏ । ଯେଉଁସବୁ ଦ୍ରବ୍ୟର ଚାହିଦା ଆୟ ବୃଦ୍ଧି ଯୋଗୁଁ ହ୍ରାସ ହୁଏ ସେଗୁଡ଼ିକୁ ନିକୃଷ୍ଟ ଦ୍ରବ୍ୟ କୁହାଯାଏ । ସାଧାରଣତଃ ଭାତ, ଆଳୁ ଓ ଅଟାପରି ଖାଦ୍ୟଦ୍ରବ୍ୟ ଯାହା ଅଧିକାଂଶ ଲୋକଙ୍କର ଖାଦ୍ୟ ହୋଇଥାଏ ତାହାକୁ ନିକୃଷ୍ଟ ଦ୍ରବ୍ୟ କହନ୍ତି ।

8. ଅର୍ଥନୀତି ନିରପେକ୍ଷ ହୋଇ ନ ପାରେ – ବୁଝାଅ ।
Answer:
ରବିନ୍‌ସ୍‌ଙ୍କ ସଂଜ୍ଞାରେ ସ୍ଵବିରୋଧୀଭାବ ଲକ୍ଷ୍ୟ କରାଯାଏ । ତାଙ୍କ ମତାନୁସାରେ ଅର୍ଥନୀତି ମାନବୀୟ ଲକ୍ଷ୍ୟ ବିଷୟରେ ନିରପେକ୍ଷ । କିନ୍ତୁ ପୁଣି ସେ ମତ ଦିଅନ୍ତି, ‘ଅର୍ଥନୀତି ଏକ ଚୟନ ବିଜ୍ଞାନ ଅର୍ଥାତ୍ ମନୁଷ୍ୟ ବିଭିନ୍ନ ଲକ୍ଷ୍ୟମାନଙ୍କ ମଧ୍ୟରୁ ଜରୁରୀ ଏବଂ ପ୍ରୟୋଜନୀୟ ଲକ୍ଷ୍ୟକୁ ନିର୍ବାଚନ କରି ତା’ର ପରିପୂରଣ କରିବ ଯେହେତୁ ତା’ ପାଖରେ ସମ୍ବଳ ସୀମିତ ।’’ ତେଣୁ ଉପରୋକ୍ତ ଦୁଇଟିଯାକ ମତ ପରସ୍ପର ବିରୋଧୀ । ଅଭାବ ବା ଲକ୍ଷ୍ୟର ଆପେକ୍ଷିକ ଗୁରୁତ୍ୱ ଉପଲବ୍ଧ ନ ହେଲେ ସୀମିତ ସମ୍ବଳର ଉପଯୁକ୍ତ ବିଭାଜନ ସମ୍ଭବପର ନୁହେଁ । ତେଣୁ ବାସ୍ତବରେ ଅର୍ଥନୀତି କଦାପି ନିରପେକ୍ଷ ହୋଇପାରିବ ନାହିଁ । ସମାଜର କଲ୍ୟାଣ ଓ ପ୍ରଗତି ପାଇଁ କେଉଁଟା ଭଲ ବା ମନ୍ଦ, ସେଥ୍ପାଇଁ ସେ ନିର୍ଦ୍ଦିଷ୍ଟ ମତ ପୋଷଣ କରିବା ଆବଶ୍ୟକ ।

9. ଅର୍ଥଶାସ୍ତ୍ର ଏକ ମନୋନୟନ ବିଜ୍ଞାନ — କିପରି ?
Answer:
ଅର୍ଥଶାସ୍ତ୍ର ସମସ୍ତ ମନୋନୟନ ବା ପସନ୍ଦମୂଳକ କାର୍ଯ୍ୟାବଳୀ ସହିତ ସମ୍ପୃକ୍ତ । କେବଳ ଅସୀମ ଅଭାବ ଏବଂ ସୀମିତ ସମ୍ବଳ ଯୋଗୁଁ ଅର୍ଥନୈତିକ ସମସ୍ୟାର ସୃଷ୍ଟି ହୁଏ ନାହିଁ । ସୀମିତ ସମ୍ବଳ, ଅସୀମ ଅଭାବ ଓ ସମ୍ବଳର ବିକଳ୍ପ ବ୍ୟବହାରକୁ ଦୃଷ୍ଟିରେ ରଖ୍ ଅଭାବଗୁଡ଼ିକୁ ଅଗ୍ରାଧ୍ୟାକାର ଭିଭିରେ ଶ୍ରେଣୀବିଭାଗ କରାଯାଏ । ଏଠାରେ ଏକ ଅର୍ଥନୈତିକ ସମସ୍ୟା ସୃଷ୍ଟି ହୁଏ । ଅର୍ଥାତ୍ କେଉଁ ଦ୍ରବ୍ୟରୁ କେତେ ଏବଂ କେଉଁ ବାବଦରେ ବିନିଯୋଗ କରାଯିବ ଇତ୍ୟାଦି । ଏଥ‌ିପାଇଁ ମନୁଷ୍ୟ ଦ୍ବନ୍ଦ୍ବରେ ପଡ଼େ । ତାକୁ ଅର୍ଥନୈତିକ ନିଷ୍ଠଭି ନେବାକୁ ପଡ଼େ । ତେଣୁ ଜଣେ ଅର୍ଥନୈତିକ ମାନବକୁ ଏକ ଯୁକ୍ତିସିଦ୍ଧ ମାନବ ବୋଲି ବିବେଚନା କରାଯାଏ । ତା’ର ଯୁକ୍ତିଯୁକ୍ତ ବିଚାରଧାରା ପସନ୍ଦ, ରୁଚି ଓ ଉପଯୁକ୍ତ ମନୋନୟନ ଏଥୁରେ ସହାୟକ ହୋଇଥାଏ । ସେଥ୍ଯୋଗୁଁ ଅର୍ଥନୀତିକୁ ଏକ ମନୋନୟନ ବିଜ୍ଞାନ ବୋଲି କୁହାଯାଏ ।

10. ସ୍ଵଳ୍ପତା ସଂଜ୍ଞା କ’ଣ ?
Answer:
ମାର୍ଶାଲ୍‌ଙ୍କ ସଂଜ୍ଞା ବହୁଦିନ ଧରି ଅର୍ଥଶାସ୍ତ୍ରୀମାନଙ୍କଦ୍ୱାରା ଆଦୃତ ହୋଇ ଆସୁଥିଲା । କିନ୍ତୁ 1932 ମସିହାରେ ପ୍ରକାଶିତ ‘ଅର୍ଥନୈତିକ ବିଜ୍ଞାନର ପ୍ରକୃତି ଓ ଗୁରୁତ୍ଵ’ପୁସ୍ତକରେ ଅଧ୍ୟାପକ ଲିଓନେଲ୍ ରବିନ୍‌ସ୍ ଏହି ସଂଜ୍ଞାର ତୀବ୍ର ସମାଲୋଚନା କରି ଏକ ନୂତନ ସଂଜ୍ଞାର ଅବତାରଣା କରିଅଛନ୍ତି । ସେଥ‌ିରେ ସେ ଅର୍ଥନୀତିର ଅନ୍ୟ ଏକ ଭିନ୍ନ ସଂଜ୍ଞା ପ୍ରକରଣ କରିଛନ୍ତି । ଏହା ଅର୍ଥଶାସ୍ତ୍ରର ମୌଳିକ ସମସ୍ୟାବଳୀ ଉପରେ ଆଲୋକପାତ କରିଅଛି । ଏହା ସ୍ଵଳ୍ପତା ସଂଜ୍ଞା ରୂପେ ପରିଚିତ । ଏହା ଏକ ସମ୍ପୂର୍ଣ୍ଣ ନୂତନ ଧରଣର ସଂଜ୍ଞା । ତାଙ୍କ ମତରେ, ‘ଯେଉଁ ବିଜ୍ଞାନ ମନୁଷ୍ୟର ଆଚରଣକୁ ଅସୀମ ଲକ୍ଷ୍ୟ ଓ ବିକଳ୍ପ ବ୍ୟବହାରକ୍ଷମ ସୀମିତ ସମ୍ବଳର ସମ୍ପର୍କ ଭାବେ ଅଧ୍ୟୟନ କରେ, ତାହାକୁ ଅର୍ଥଶାସ୍ତ୍ର କୁହାଯାଏ ।’’

11. କଲ୍ୟାଣକାରୀ ସଂଜ୍ଞା ମାନବୀୟ କାର୍ଯ୍ୟାବଳୀର ଅଧ୍ୟୟନ କରେ – ବୁଝାଅ ।
Answer:
ଅର୍ଥନୀତି ମାନବର କାର୍ଯ୍ୟାବଳୀ ଅଧ୍ୟୟନ କରେ । ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସେ ସମାଜରେ ବାସ କରେ । ତା’ର ଅଭାବ ଅଛି ଏବଂ ଅଭାବ ପୂରଣ ପାଇଁ ପ୍ରଚେଷ୍ଟା ମଧ୍ୟ ଅଛି । ତେଣୁ ଅଭାବ, ପ୍ରଚେଷ୍ଟା ଓ ପରିତୃପ୍ତି ଅର୍ଥଶାସ୍ତ୍ରର ପରିସରଭୁକ୍ତ । ଦୈନନ୍ଦିନ ଜୀବନକୁ କେନ୍ଦ୍ର କରି ସମ୍ପଦର ଆୟ ଓ ବ୍ୟୟ ବିଷୟ ଉପରେ ଅର୍ଥଶାସ୍ତ୍ର ଆଲୋକପାତ କରିଥାଏ ।

12. କଲ୍ୟାଣକାରୀ ସଂଜ୍ଞା ସାମାଜିକ ମାନବ ବିଷୟରେ ଅଧ୍ୟୟନ କରେ ।
Answer:
ସମ୍ପଦ ସଂଜ୍ଞାରେ ଆଡ଼ାମ୍ ସ୍ମିଥ୍ ଅର୍ଥନୈତିକ ମାନବ ବିଷୟରେ ଆଲୋଚନା କରିଥିଲେ । ଅର୍ଥନୈତିକ ମାନବ ବ୍ୟକ୍ତିକୈନ୍ଦ୍ରିକ ଓ ସ୍ୱାର୍ଥପର । ସେ କେବଳ ନିଜର ସ୍ବାର୍ଥ ସାଧନ ପାଇଁ ସର୍ବଦା ବ୍ୟସ୍ତ । କିନ୍ତୁ ମାର୍ଶାଲ୍ ଏହି ମତକୁ ଗ୍ରହଣ ନ କରି ମନୁଷ୍ୟ ଏକ ସାମାଜିକ ମାନବ ବୋଲି ଅଭିହିତ କରିଛନ୍ତି । ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସେଥ୍ଯୋଗୁଁ ତା’ର ପରିବାର, ଆତ୍ମୀୟସ୍ବଜନ ଓ ବନ୍ଧୁବାନ୍ଧବଙ୍କ ପ୍ରତି ସ୍ନେହ ଓ ମମତା ରହିଛି । ଅର୍ଥନୀତିକ ଏହିସବୁ ମାୟା ମମତାର ଅନୁଶୀଳନ କରେ । କିନ୍ତୁ ମାର୍ଶାଲ୍‌ଙ୍କ ସଂଜ୍ଞାରେ ଯେଉଁମାନେ ସମାଜ ସହିତ ସମ୍ପର୍କ ରଖ୍ ନ ଥ‌ିବେ କିମ୍ବା ହିମାଳୟ ଗିରିକନ୍ଦରରେ ତପସ୍ୟା କରୁଥିବେ କିମ୍ବା ନିର୍ଜନ ଦ୍ଵୀପରେ ବାସ କରୁଥିବେ, ସେମାନେ ଅର୍ଥନୀତି ଅଧ୍ୟୟନ ପରିସରକୁ ଆସିପାରିବେ ନାହିଁ ।

CHSE Odisha Class 12 Economics Chapter 1 Objective & Short Answer Questions in Odia Medium

13. ବ୍ୟଷ୍ଟି ଅର୍ଥନୀତିକ କହିଲେ କ’ଣ ବୁଝ ?
Answer:
1933 ମସିହାରେ ପ୍ରଫେସର ଫ୍ରିସିକ୍ ସର୍ବପ୍ରଥମେ ଅର୍ଥନୀତିକୁ ବ୍ୟଷ୍ଟି ଓ ସମଷ୍ଟି ଅର୍ଥନୀତି ନାମରେ ଦୁଇ ଭାଗରେ ବିଭକ୍ତ କରିଥିଲେ । ବ୍ୟଷ୍ଟି ବା Micro ଗ୍ରୀକ୍ ଶବ୍ଦ Mikrosରୁ ଉଦ୍ଧୃତ । Mikros ଅର୍ଥ କ୍ଷୁଦ୍ର । ତେଣୁ ବ୍ୟଷ୍ଟି ଅର୍ଥନୀତି କୌଣସି ଜଣେ ଉପଭୋକ୍ତା, ଏକ ପ୍ରତିଷ୍ଠାନ, ଏକ ବଜାର, ଏକ ଦ୍ରବ୍ୟର ଦାମ୍ ଇତ୍ୟାଦି ସମ୍ପର୍କରେ ଅଧ୍ୟୟନ କରିଥାଏ । ଏଠାରେ ଆଲୋଚନାର ପରିସର କ୍ଷୁଦ୍ର ଯାହା ସମୁଦାୟ ନୁହେଁ; ବରଂ ଏହା ସମୁଦାୟର ଏକ ଅଂଶ । ବ୍ୟଷ୍ଟି ଅର୍ଥନୀତି ଅର୍ଥବ୍ୟବସ୍ଥାରେ ଆଂଶିକ ସନ୍ତୁଳନ ନିର୍ଦ୍ଧାରଣ କରେ, ଯଥା – ପ୍ରତିଷ୍ଠାନର ସନ୍ତୁଳନ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ସମ୍ପଦ ସଂଜ୍ଞା ଓ କଲ୍ୟାଣକାରୀ ସଂଜ୍ଞା :
Answer:
ଆଡ଼ାମ୍ ସ୍ମିଥ୍ ସମ୍ପଦ ଭିଭିରେ ଅର୍ଥନୀତିର ସଂଜ୍ଞା ନିରୂପଣ କରିଥିଲେ । ତାଙ୍କୁ ଅର୍ଥଶାସ୍ତ୍ରର ପିତା ଭାବରେ ବିବେଚନା କରାଯାଏ । ସେ କହିଛନ୍ତି ଅର୍ଥନୀତି ସମ୍ପଦ ବିଜ୍ଞାନ ହିସାବରେ ନାଗରିକକୁ ଓ ରାଷ୍ଟ୍ରକୁ ସମୃଦ୍ଧ କରେ । ଅର୍ଥଶାସ୍ତ୍ର କେବଳ ଭୌତିକ ସମ୍ପଦ ଉପାର୍ଜନକୁ ବୁଝାଏ । ଏହା ଜଣେ ବ୍ୟକ୍ତିକୁ ଅଧିକ ସମ୍ପଦ ଉପାର୍ଜନ କରିବାର ମାର୍ଗ ଦେଖାଏ ।
ଆଲ୍‌ଫ୍ରେଡ୍‌ ମାର୍ଶାଲ୍ ଅର୍ଥନୀତିକୁ ମାନବ କଲ୍ୟାଣର ଏକ ଅଧ୍ୟୟନ ଭାବରେ ବ୍ୟାଖ୍ୟା କରିଛନ୍ତି । ସେ ମତ ଦେଇଛନ୍ତି – ଅର୍ଥଶାସ୍ତ୍ର ମାନବ ଜୀବନର ସାଧାରଣ କାର୍ଯ୍ୟକଳାପକୁ ଅଧ୍ୟୟନ କରିଥାଏ । ଏହା ମାନବର ବ୍ୟକ୍ତିଗତ ଓ ସାମାଜିକ କାର୍ଯ୍ୟକଳାପର ସେହି ଅଂଶକୁ ଅନୁଧ୍ୟାନ କରେ, ଯାହା ମାନବ କଲ୍ୟାଣ ପାଇଁ ଆବଶ୍ୟକ ଭୌତିକ ଦ୍ରବ୍ୟର ପ୍ରାପ୍ତି ଓ ବିନିଯୋଗ ସହିତ ନିବିଡ଼ ଭାବରେ ସଂଶ୍ଳିଷ୍ଟ । ଅର୍ଥାତ୍ ଅର୍ଥଶାସ୍ତ୍ର ଭୌତିକ କଲ୍ୟାଣ ସହିତ ସମ୍ପୃକ୍ତ କାର୍ଯ୍ୟାବଳୀ ଅଧ୍ୟୟନ କରେ । ଏହି ଅର୍ଥରେ, ଅଭୌତିକ ଦ୍ରବ୍ୟ ଓ ଅଭୌତିକ କଲ୍ୟାଣ ଅର୍ଥଶାସ୍ତ୍ରର ପରିସରଭୁକ୍ତ ନୁହେଁ ।

2. ପାର୍ଥିବ ଓ ଅପାର୍ଥିବ ସମ୍ପଦ :
Answer:
ସମ୍ପଦ କହିଲେ ଅର୍ଥଶାସ୍ତ୍ରରେ ଏହା ବିନିମୟ କ୍ଷମତାସମ୍ପନ୍ନ ଯେକୌଣସି ଦ୍ରବ୍ୟକୁ ବୁଝାଏ । ତେଣୁ ପ୍ରତ୍ୟେକ ଦ୍ରବ୍ୟ ସମ୍ପଦ ପଦବାଚ୍ୟ ନୁହନ୍ତି । ପ୍ରତ୍ୟେକ ସମ୍ପଦ ଗୋଟିଏ ଗୋଟିଏ ଦ୍ରବ୍ୟ । ସମ୍ପଦର ଆକାର ପାର୍ଥିବ ବା ଅପାର୍ଥିବ ହୋଇପାରେ । ପାର୍ଥିବ ସମ୍ପଦ କହିଲେ ସେହି ଦ୍ରବ୍ୟକୁ ବୁଝାଏ । ଯାହା ଆମକୁ ଖାଲି ଆଖୁରେ ଦେଖାଯାଏ, ଆମେ ତାକୁ ସ୍ପର୍ଶ କରିପାରିବା ଓ ମାପ ମଧ୍ୟ କରିପାରିବା । ମାତ୍ର ଅପାର୍ଥିବ ସମ୍ପଦ କହିଲେ ଏହା ସେହି ଦ୍ରବ୍ୟକୁ ବୁଝାଏ ଯାହା ଆମେ ଖାଲି ଆଖିରେ ଦେଖୁରିବା ନାହିଁ । ଏହାକୁ ସ୍ପର୍ଶ କିମ୍ବା ପରିମାଣରେ ପ୍ରକାଶ କରାଯାଇପାରେ ନାହିଁ । ଉଦାହରଣସ୍ୱରୂପ କଲମ, ବହି, ଗାଡ଼ି, ଚକୋଲେଟ ଆଦି ପାର୍ଥିବ ସମ୍ମଦ ଅଟନ୍ତି । କିନ୍ତୁ ଶିକ୍ଷକଙ୍କ ଶିକ୍ଷାଦାନ, ଡାକ୍ତରଙ୍କର ରୋଗୀସେବା ଆଦି ଅପାର୍ଥିବ ସମ୍ପଦ । ସେଗୁଡ଼ିକୁ ସେବା କୁହାଯାଏ ।

3. ଅର୍ଥନୈତିକ ମାନବ ଓ ସ୍ୱାର୍ଥପର ମାନବ :
Answer:
ସ୍ମିଥ୍ ମୁକ୍ତ ଅର୍ଥନୀତିରେ ବିଶ୍ଵାସ କରୁଥିଲେ । ତାଙ୍କର ସମ୍ପଦ ସଂଜ୍ଞା ଦୁଇଟି ମୌଳିକ ସର୍ଭ ଉପରେ ଆଧାରିତ ହୋଇଥିଲା । ପ୍ରଥମେ ସେ ବିଶ୍ଵାସ କରୁଥୁଲେ ଯେ, ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ଵାର୍ଥସାଧନ ନିମିତ୍ତ କାର୍ଯ୍ୟ କରନ୍ତି । ଦ୍ୱିତୀୟରେ ବ୍ୟକ୍ତିଗତ ସ୍ଵାର୍ଥ ଓ ସାମାଜିକ ସ୍ଵାର୍ଥ ମଧ୍ଯରେ କୌଣସି ବ୍ୟବଧାନ ନାହିଁ । ଉଭୟ ପରସ୍ପର ସମାନ; ମାତ୍ର ଏହା ଏକ ଭୁଲ୍ ଧାରଣା । ବ୍ୟକ୍ତିଗତ ସ୍ଵାର୍ଥ ଓ ସାମାଜିକ ସ୍ଵାର୍ଥ ପରସ୍ପରଠାରୁ ସ୍ୱତନ୍ତ୍ର ଓ ସମୟ ସମୟରେ ପରସ୍ପରର ବିରୋଧୀ । ସ୍ମିଥଙ୍କର ଏହି ସର୍ଭ ଦୁଇଟି ତ୍ରୁଟିପୂର୍ଣ୍ଣ ହେତୁ ତାଙ୍କର ସଂଜ୍ଞା ଗ୍ରହଣୀୟ ନୁହେଁ ।

CHSE Odisha Class 12 Economics Chapter 11 Objective & Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 11 ସମଷ୍ଟି ଅର୍ଥନୀତି Objective & Short Answer Questions.

CHSE Odisha 12th Class Economics Chapter 11 Objective & Short Answer Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. ସମଷ୍ଟି ଅର୍ଥନୀତିର ଅନ୍ୟ ନାମ
(A) ଆୟ ତତ୍ତ୍ବ
(B) ଦର ତତ୍ତ୍ବ
(C) ନିୟୋଜନ ତତ୍ତ୍ଵ
(D) ନିବେଶ ତତ୍ତ୍ଵ
Answer:
(A) ଆୟ ତତ୍ତ୍ବ

2. ନିମ୍ନୋକ୍ତ କେଉଁଟି ସମଷ୍ଟି ଅର୍ଥନୀତିର ପରିସରଭୁକ୍ତ ?
(A) ବ୍ୟକ୍ତିଙ୍କ ବ୍ୟୟ
(B) ପରିବାରର ମୋଟ ଆୟ
(C) ଜାତୀୟ ଆୟ
(D) ଉପରୋକ୍ତ ସମସ୍ତ
Answer:
(C) ଜାତୀୟ ଆୟ

3. କେଉଁ ଅର୍ଥଶାସ୍ତ୍ରୀ ସର୍ବପ୍ରଥମେ ଅର୍ଥନୀତିକୁ ବ୍ୟଷ୍ଟି ଓ ସମଷ୍ଟି ଅର୍ଥନୀତି ନାମରେ ଦୁଇଭାଗରେ ବିଭକ୍ତ କରି ଇତିହାସ ସୃଷ୍ଟି କଲେ ?
(A) ଜନ୍ ମେନାର୍ଡ କେନ୍‌ସ୍
(B) ଆଡ଼ାମ୍ ସ୍ମିଥ୍
(C) ଫ୍ରିସ୍‌
(D) ମାର୍ଶାଲ୍
Answer:
(C) ଫ୍ରିସ୍‌

4. ବ୍ୟଷ୍ଟି ଅର୍ଥବ୍ୟବସ୍ଥା କ’ଣ ଅଧ୍ୟୟନ କରେ ?
(A) ଏକ ଅନୁଷ୍ଠାନ
(B) ଏକ ଦ୍ରବ୍ୟର ଦର
(C) ଏକ ନିର୍ଦ୍ଦିଷ୍ଟ ପରିବାର
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

5. ସମଷ୍ଟି ଅର୍ଥବ୍ୟବସ୍ଥା କ’ଣ ଅଧ୍ୟୟନ କରେ ?
(A) ମୋଟ ଆୟ
(B) ମୋଟ ଉତ୍ପାଦ
(C) ଏକ ଅନୁଷ୍ଠାନ
(D) ଉଭୟ (A) ଓ (B)
Answer:
(D) ଉଭୟ (A) ଓ (B)

6. ନିମ୍ନଲିଖ ମଧ୍ୟରୁ କେଉଁଟି ବ୍ୟଷ୍ଟି ଅର୍ଥନୀତି ସହ ସମ୍ପୃକ୍ତ ?
(A) ଏକ ଅର୍ଥନୀତିର ସଞ୍ଚୟ
(B) ଜାତୀୟ ଆୟର ହିସାବ
(C) ଅର୍ଥନୈତିକ ଅଭିବୃଦ୍ଧିତତ୍ତ୍ବ
(D) ଉପଭୋକ୍ତାଙ୍କ ବ୍ୟବହାରତତ୍ତ୍ବ
Answer:
(D) ଉପଭୋକ୍ତାଙ୍କ ବ୍ୟବହାରତତ୍ତ୍ବ

CHSE Odisha Class 12 Economics Chapter 11 Objective & Short Answer Questions in Odia Medium

B. ଶୂନ୍ୟସ୍ଥାନ ପୂରଣ କର ।

1. ‘ବ୍ୟଷ୍ଟି’ ବା ‘Micro’ ଗ୍ରୀକ୍ ଶବ୍ଦ ‘Mikros’ ରୁ ଉଦ୍ଧୃତ ଏବଂ Mikros ଅର୍ଥ ___________ ।
Answer:
କ୍ଷୁଦ୍ର

2. ‘ସମଷ୍ଟି’ ବା ‘Micro’ ଗ୍ରୀକ୍ ଶବ୍ଦ ‘Makrus’ ରୁ ଆନାତ ଏବଂ Makrus ଅର୍ଥ ___________ ।
Answer:
ବୃହତ୍

3. ___________ ଅର୍ଥନୀତି ଅର୍ଥବ୍ୟବସ୍ଥାର ସାମୂହିକ ଅର୍ଥନୈତିକ କାର୍ଯ୍ୟଶୈଳୀ ସମ୍ବନ୍ଧରେ ଆଲୋଚନା କରିଥାଏ ।
Answer:
ସମଷ୍ଟି

4. ___________ ଅର୍ଥନୀତି ‘ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ରହିବ’ ବୋଲି ସର୍ଭ ରଖୁଥାଏ ।
Answer:
ବ୍ୟଷ୍ଟି

5. ସମଷ୍ଟି ଅର୍ଥନୀତି କ୍ଷେତ୍ରରେ ସମସ୍ତ ବିଷୟ ___________ ।
Answer:
ପରିବର୍ତ୍ତନଶୀଳ

6. ବ୍ୟଷ୍ଟି ଅର୍ଥନୀତି ଅର୍ଥବ୍ୟବସ୍ଥାର ___________ ସନ୍ତୁଳନ ନିର୍ଦ୍ଧାରଣ କରେ ।
Answer:
ଆଂଶିକ

7. ସମଷ୍ଟି ଅର୍ଥନୀତି ଅର୍ଥବ୍ୟବସ୍ଥାର ___________ ସନ୍ତୁଳନ ନିର୍ଦ୍ଧାରଣ କରେ ।
Answer:
ସାମଗ୍ରିକ

8. ବ୍ୟଷ୍ଟି ଅର୍ଥନୀତି ___________ ତତ୍ତ୍ବ ଉପରେ ଗୁରୁତ୍ବ ଆରୋପ କରୁଥିବା ବେଳେ ସମଷ୍ଟି ଅର୍ଥନୀତି, ଜାତୀୟ ଆୟ, ନିୟୋଜନ ଇତ୍ୟାଦି ସମ୍ବନ୍ଧରେ ଆଲୋଚନା କରେ ।
Answer:
ମୂଲ୍ୟ

9. ଭାରତର ଜାତୀୟ ଆୟ ___________ ଅର୍ଥନୀତିର ଏକ ଏକକ ।
Answer:
ସମଷ୍ଟି

10. ସମଗ୍ର ପୃଥ‌ିବୀରେ ଭାରତୀୟ ଜାତୀୟ ଆୟକୁ ___________ ଅର୍ଥନୀତିର ଏକ ଏକକ ରୂପେ ବିବେଚନା କରାଯିବ ।
Answer:
ବ୍ୟଷ୍ଟି

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ବ୍ୟଷ୍ଟି ଅର୍ଥନୀତି ସାଧାରଣ ସନ୍ତୁଳନ ଅନୁଧ୍ୟାନ କରେ ।
Answer:
ଭୁଲ୍ ।
ଠିକ୍ – ବ୍ୟଷ୍ଟ ଅର୍ଥନୀତି ଆଂଶିକ ସନ୍ତୁଳନ ଅନୁଧ୍ୟାନ କରେ ।

2. ପୂର୍ବରୁ ସମଷ୍ଟି ଅର୍ଥନୀତି ଦର ତତ୍ତ୍ବ ନାମରେ ପରିଚିତ ଥିଲା ।
Answer:
ଭୁଲ୍ ।
ଠିକ୍ – ପୂର୍ବରୁ ସମଷ୍ଟି ଅର୍ଥନୀତି ଆୟ ତତ୍ତ୍ଵ ନାମରେ ପରିଚିତ ଥିଲା ।

3. ଆଡ଼ାମ୍ ସ୍ମିଥ୍ ଆଧୁନିକ ଅର୍ଥନୀତିର ଜନକ
Answer:
ଭୁଲ୍ ।
ଠିକ୍ ଡନ୍ ମେନାର୍ଡ କେନ୍‌ସ୍‌ ଆଧୁନିକ ଅର୍ଥନୀତିର ଜନକ ।

4. ବ୍ୟଷ୍ଟି ଅର୍ଥନୀତି ଅର୍ଥ ବ୍ୟବସ୍ଥାରେ ସାମଗ୍ରିକ ସନ୍ତୁଳନ ନିର୍ଦ୍ଧାରଣ କରେ ।
Answer:
ଭୁଲ୍ ।
ଠିକ୍ – ବ୍ୟଷ୍ଟି ଅର୍ଥନୀତି ଅର୍ଥ ବ୍ୟବସ୍ଥାରେ ଆଂଶିକ ସନ୍ତୁଳନ ନିର୍ଦ୍ଧାରଣ କରେ ।

5. ଭାରତର ଜାତୀୟ ଆୟ ସମଷ୍ଟି ଅର୍ଥନୀତିର ଏକ ଏକକ ।
Answer:
ଭୁଲ୍ ।
ଠିକ୍ – ଭାରତର ଜାତୀୟ ଆୟ ସମଷ୍ଟି ଅର୍ଥନୀତିର ଏକ ଏକକ ।

6. ସର୍ବାଧକ ଉପଯୋଗିତା ଓ ସର୍ବାଧିକ ଲାଭ ଅର୍ଜନ ସମଷ୍ଟି ଅର୍ଥନୀତିର ଆଭିମୁଖ୍ୟ ।
Answer:
ଭୁଲ୍ ।
ଠିକ୍ – ସର୍ବାଧ‌ିକ ଉପଯୋଗିତା ଓ ସର୍ବାଧ‌ିକ ଲାଭ ଅର୍ଜନ ବ୍ୟଷ୍ଟି ଅର୍ଥନୀତିର ଆଭିମୁଖ୍ୟ ।

CHSE Odisha Class 12 Economics Chapter 11 Objective & Short Answer Questions in Odia Medium

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ସମଷ୍ଟି ଅର୍ଥନୀତିର ପ୍ରବର୍ତ୍ତକ କିଏ ?
Answer:
ସମଷ୍ଟି ଅର୍ଥନୀତିର ପ୍ରବର୍ତ୍ତକ ହେଉଛନ୍ତି ପ୍ରଫେସର ଫ୍ରିସକ୍ ।

2. ଆଧୁନିକ ଅର୍ଥନୀତିର ଜନକ କାହାକୁ କହନ୍ତି ?
Answer:
ଆଧୁନିକ ଅର୍ଥନୀତିର ଜନକ ହେଉଛନ୍ତି ଜନ୍ ମେନାର୍ଡ଼ କେନ୍‌ସ୍‌ ।

3. ସମଷ୍ଟିଗତ ଅର୍ଥନୀତି କାହାକୁ କୁହାଯାଏ ?
Answer:
ଯେଉଁ ଅର୍ଥନୀତିରେ ଅର୍ଥବ୍ୟବସ୍ଥାର ସାମୂହିକ ଏକକମାନଙ୍କର, ଯଥା- ଜାତୀୟ ଆୟ, ସାମୂହିକ ଉତ୍ପାଦନ, ନିଯୁକ୍ତି, ସାମୂହିକ ଚାହିଦା ଓ ଯୋଗାଣ ଆଦିର ବ୍ୟାଖ୍ୟା କରାଯାଏ, ତାହାକୁ ସମଷ୍ଟିଗତ ଅର୍ଥନୀତି କୁହାଯାଏ ।

4. କେନ୍‌ସନ୍‌ଙ୍କ ବହୁଚର୍ଜିତ ପୁସ୍ତକର ନାମ କ’ଣ ?
Answer:
କେନ୍‌ସ୍‌ଙ୍କ ବହୁଚର୍ଚ୍ଚିତ ପୁସ୍ତକର ନାମ ହେଉଛି ‘‘ନିୟୋଜନ, ସୁଧ ଓ ମୁଦ୍ରାର ଏକ ସାଧାରଣ ତତ୍ତ୍ବ’’ ।

5. ବ୍ୟଷ୍ଟି ଅର୍ଥନୀତି କ’ଣ ?
Answer:
ବ୍ୟଷ୍ଟି ଅର୍ଥନୀତି ଅର୍ଥବ୍ୟବସ୍ଥାର କୌଣସି ଏକ ଉପଭୋକ୍ତା, ଏକ ଅନୁଷ୍ଠାନ, ଏକ ଦ୍ରବ୍ୟର ଦର ଭଳି କ୍ଷୁଦ୍ର ଏକକ ବିଶ୍ଳେଷଣ ସହିତ ସଂଶ୍ଳିଷ୍ଟ, ଅର୍ଥାତ୍ ବ୍ୟଷ୍ଟି ଅର୍ଥନୀତି କ୍ଷେତ୍ରରେ ଅର୍ଥବ୍ୟବସ୍ଥାର କ୍ଷୁଦ୍ର ଏକକ ସବୁ ଅଧ୍ୟୟନ କରିଥାଏ ।

6. ସର୍ବାଧ୍କ ଉପଯୋଗିତା ଓ ସର୍ବାଧ୍କ ଲାଭ କେଉଁ ଅର୍ଥନୀତିର ମୌଳିକ ଆବଶ୍ୟକତା ?
Answer:
ସର୍ବାଧ୍କ ଉପଯୋଗିତା ଓ ସର୍ବାଧ୍କ ଲାଭ ବ୍ୟଷ୍ଟି ଅର୍ଥନୀତିର ମୌଳିକ ଆବଶ୍ୟକତା ।

7. ବ୍ୟଷ୍ଟି ଓ ସମଷ୍ଟି ଅର୍ଥନୀତି ମଧ୍ଯରେ କେଉଁ ପ୍ରକାର ପାର୍ଥକ୍ୟ ଦେଖାଯାଏ ?
Answer:
ବ୍ୟଷ୍ଟି ଓ ସମଷ୍ଟି ଅର୍ଥନୀତି ମଧ୍ଯରେ ଆପେକ୍ଷିକ ପାର୍ଥକ୍ୟ ଦେଖାଯାଏ ।

8. ସମଷ୍ଟି ଅର୍ଥନୀତିର ମୌଳିକ ଆଭିମୁଖ୍ୟ କ’ଣ ?
Answer:
ଦରଦାମ୍ର ସ୍ଥିରତା, ଅର୍ଥନୈତିକ ଅଭିବୃଦ୍ଧି, ପୂର୍ଣ୍ଣ ନିୟୋଜନ ଇତ୍ୟାଦି ସମଷ୍ଟି ଅର୍ଥନୀତିର ଆଭିମୁଖ୍ୟ ।

9. ବ୍ୟଷ୍ଟି ଅର୍ଥନୀତିର ଅନ୍ୟ ନାମ କ’ଣ ଥିଲା ?
Answer:
ବ୍ୟଷ୍ଟି ଅର୍ଥନୀତି ଦରତତ୍ତ୍ବ ନାମରେ ପରିଚିତ ଥିଲା ।

10. ସମଷ୍ଟି ଅର୍ଥନୀତି ସାଧାରଣ ଦର ସ୍ତର କିପରି ଅଧ୍ୟୟନ କରେ ?
Answer:
ସମଷ୍ଟି ଅର୍ଥନୀତି ସାମଗ୍ରିକ ଭାବେ ସାଧାରଣ ଦର ସ୍ତର ଅଧ୍ୟୟନ କରିଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟ ମଧ୍ଯରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକ ଉତ୍ତର ଦିଅ ।

1. ସମଷ୍ଟି ଅର୍ଥନୀତି କ’ଣ ?
Answer:
ଯେଉଁ ଦ୍ରବ୍ୟର ବଜାରରେ ଅଳ୍ପ କେତେଜଣ ବିକ୍ରେତା ଥା’ନ୍ତି ଓ ସେମାନେ ସମାନ ଧରଣର ଦ୍ରବ୍ୟ ଉତ୍ପାଦନ,
ମୋଟ ନିବେଶ, ମୋଟ ସଞ୍ଚୟ । ସାମୂହିକ ଚାହିଦା, ସାମୂହିକ ଯୋଗାଣ ଇତ୍ୟାଦି ସମଗ୍ର ଅର୍ଥ ବ୍ୟବସ୍ଥା ସମ୍ବନ୍ଧରେ ଅଧ୍ୟୟନ କରିଥାଏ । ସମଷ୍ଟି ଅର୍ଥନୀତି ସାଧାରଣ ସନ୍ତୁଳନ ବିଶ୍ଳେଷଣ ଉପରେ ଆଧାରିତ । ଏହା ଅର୍ଥବ୍ୟବସ୍ଥାର ସମ୍ବଳର ବଣ୍ଟନଜନିତ ସମସ୍ୟାକୁ ଅଧ୍ୟୟନ କରେ । ସମଷ୍ଟି ଅର୍ଥନୀତି ଆଧାର ଦରସ୍ତରକୁ ଅଧ୍ୟୟନ କରେ ଏବଂ ଏହା ସମୁଦାୟ ଅର୍ଥବ୍ୟବସ୍ଥା ସହିତ ସଂଶ୍ଳିଷ୍ଟ ହୋଇଥାଏ ।

2. ବ୍ୟଷ୍ଟି ଅର୍ଥନୀତି କ’ଣ ?
Answer:
ବ୍ୟଷ୍ଟି ଅର୍ଥନୀତି ଅର୍ଥବ୍ୟବସ୍ଥାର କୌଣସି ଏକ ଉପଭୋକ୍ତା ଏକ ଅନୁଷ୍ଠାନ, ଏକ ଦ୍ରବ୍ୟର ଦର ଭଳି କ୍ଷୁଦ୍ର ଏକକ ବିଶ୍ଳେଷଣ ସହିତ ସଂଶ୍ଳିଷ୍ଟ । ଅର୍ଥାତ୍ ବ୍ୟଷ୍ଟି ଅର୍ଥନୀତି କ୍ଷେତ୍ରରେ ଅର୍ଥବ୍ୟବସ୍ଥାର କ୍ଷୁଦ୍ର ଏକକ ସବୁ ଅଧ୍ୟୟନ କରାଯାଏ । ସର୍ବାଧିକ ଉପଯୋଗିତା ଓ ସର୍ବାଧିକ ଲାଭ ଅର୍ଜନ ବ୍ୟଷ୍ଟି ଅର୍ଥନୀତିର ମୌଳିକ ଆବଶ୍ୟକତା ।

3. ସମଷ୍ଟି ଅର୍ଥନୀତି ସମଗ୍ର ଅର୍ଥବ୍ୟବସ୍ଥାକୁ ସ୍ବତନ୍ତ୍ର ଭାବେ ଅଧ୍ୟୟନ କରେ – କିପରି ?
Answer:
ସମଷ୍ଟି ଅର୍ଥନୀତି ଅର୍ଥବ୍ୟବସ୍ଥାର ସାମୂହିକ ଅର୍ଥନୈତିକ କାର୍ଯ୍ୟଶୈଳୀ ସମ୍ବନ୍ଧରେ ଆଲୋଚନା କରିଥାଏ । ଜାତୀୟ ଆୟ, ଉତ୍ପାଦ, ନିୟୋଜନ, ସାମୂହିକ ଯୋଗାଣ ଓ ଚାହିଦା ଇତ୍ୟାଦି ସମଷ୍ଟି ଅର୍ଥନୀତିର ପରିସରଭୁକ୍ତ । ପ୍ରଫେସର ଆକ୍ଲେଙ୍କ ମତରେ ସମଷ୍ଟି ଅର୍ଥନୀତି ବୃହତ୍ ଅର୍ଥନୈତିକ ବ୍ୟାପାର ସମ୍ବନ୍ଧରେ ଆଲୋଚନା କରିଥାଏ । ତେଣୁ ସମଷ୍ଟି ଅର୍ଥନୀତି, ଅର୍ଥବ୍ୟବସ୍ଥାର ବ୍ୟକ୍ତିକ ଅର୍ଥନୈତିକ ଏକକଗୁଡ଼ିକର ଆଚରଣ ସମ୍ପର୍କରେ ଅଧ୍ୟୟନ କରି ନଥାଏ, ଅନ୍ୟପକ୍ଷରେ ଏହା ଅର୍ଥନୈତିକ ସମଷ୍ଟି ଯଥା ଜାତୀୟ ଆୟ, ମୋଟ ଉପଭୋଗ, ମୋଟ ସଞ୍ଚୟ ଇତ୍ୟାଦିକୁ ଅଧ୍ୟୟନ କରିଥାଏ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି|ଛଅଟି ବାକ୍ୟରେ ଦିଅ ।

1. ବ୍ୟଷ୍ଟି ଓ ସମଷ୍ଟି ଅର୍ଥନୀତି ମଧ୍ୟରେ ଥିବା ପାର୍ଥକ୍ୟ କାହିଁକି ଆପେକ୍ଷିକ ?
Answer:
ବ୍ୟଷ୍ଟି ଓ ସମଷ୍ଟି ଅର୍ଥନୀତି ମତରେ ଥିବା ପାର୍ଥକ୍ୟ ସୁସ୍ପଷ୍ଟ ନୁହେଁ । ଏହି ଦୁଇଟିକୁ ସମ୍ପୂର୍ଣ ପୃଥକ୍ କରିବା ଅସମ୍ଭବ । ଏକ ଦୃଷ୍ଟିକୋଣରୁ ଯେଉଁଟି ବ୍ୟଷ୍ଟି ଅର୍ଥନୀତି ଅନ୍ତର୍ଗତ ଅନ୍ୟ ଏକ ଦୃଷ୍ଟିକୋଣରୁ ତାହା ସମଷ୍ଟି ଅର୍ଥନୀତିର ପରିସରଭୁକ୍ତ ହୋଇପାରେ । ଏକ ଗ୍ରାମର କୌଣସି ପରିବାର ସମ୍ବନ୍ଧରେ ଅଧ୍ୟୟନ ବ୍ୟଷ୍ଟି ଅର୍ଥନୀତିର ପରିସରଭୁକ୍ତ । କିନ୍ତୁ ଉକ୍ତ ପରିବାରର ପ୍ରତ୍ୟେକ ବ୍ୟକ୍ତି ସମ୍ବନ୍ଧରେ ଯଦି ଅଧ୍ୟୟନ କରାଯାଏ ତେବେ ପରିବାରଟି ସମଷ୍ଟି ଅର୍ଥନୀତି ଅନ୍ତର୍ଗତ ହେବ । ତେଣୁ ବ୍ୟଷ୍ଟି ଓ ସମଷ୍ଟି ଅର୍ଥନୀତି ମଧ୍ୟରେ ଥିବା ପାର୍ଥକ୍ୟ ଆପେକ୍ଷିକ ।

2. ବ୍ୟଷ୍ଟି ଅର୍ଥନୀତି ‘ଅନ୍ୟାନ୍ୟ ବିଷୟ ଅପରିବର୍ତିତ ରହିବ’ ସର୍ତ୍ତ ରହିଥାଏ – କିପରି ?
Answer:
ବ୍ୟଷ୍ଟି ଅର୍ଥନୀତି ଏକ ନିର୍ଦ୍ଦିଷ୍ଟ ପରିବାର, ନିର୍ଦ୍ଦିଷ୍ଟ ପ୍ରତିଷ୍ଠାନ, ନିର୍ଦ୍ଦିଷ୍ଟ ଉପଭୋକ୍ତା, ନିର୍ଦ୍ଦିଷ୍ଟ ଉଦ୍ୟୋଗ ଇତ୍ୟାଦିଙ୍କ ସମ୍ପର୍କରେ ଅଧ୍ୟୟନ କରିଥାଏ । ଏଠାରେ ଆଲୋଚନାର ପରିସର କ୍ଷୁଦ୍ର ଯାହା ସମୁଦାୟ ନୁହେଁ । ବରଂ ଏହା ସମୁଦାୟର ଏକ ଅଂଶ । ତେଣୁ ବ୍ୟଷ୍ଟି ଅର୍ଥନୀତି ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ରହିବ ବୋଲି ସର୍ଭ ରଖିଥାଏ । ଉଦାହରଣସ୍ୱରୂପ, ଆୟକୁ ସ୍ଥିର ରଖ୍ ଉପଭୋକ୍ତାଙ୍କ ସନ୍ତୁଳନ ବ୍ୟଷ୍ଟି ଅର୍ଥନୀତି ନିର୍ଦ୍ଧାରିତ କରିଥାଏ । ଅର୍ଥାତ୍‌ ଜଣେ ଉପଭୋକ୍ତା କିପରି ଅର୍ଥନୈତିକ ନିଷ୍ପତ୍ତି ଗ୍ରହଣ କରେ, ତାହାର ଅଧ୍ୟୟନ ଓ ବିଶ୍ଳେଷଣ ହିଁ ବ୍ୟଷ୍ଟି ଅର୍ଥନୀତି ।

CHSE Odisha Class 12 Economics Chapter 11 Objective & Short Answer Questions in Odia Medium

3. ଆଣିଥାଏ କିପରି ?
Answer:
ବ୍ୟଷ୍ଟି ଅର୍ଥନୀତି ଏକ ନିର୍ଦ୍ଦିଷ୍ଟ ପରିବାର, ନିର୍ଦ୍ଦିଷ୍ଟ ପ୍ରତିଷ୍ଠାନ, ନିର୍ଦ୍ଦିଷ୍ଟ ଉପଭୋକ୍ତାଙ୍କ ସମ୍ପର୍କରେ ଅଧ୍ୟୟନ କରିଥାଏ । ଅନ୍ୟପକ୍ଷରେ, ସମଷ୍ଟି ଅର୍ଥନୀତି ସମଗ୍ର ଅର୍ଥ ବ୍ୟବସ୍ଥା ସମ୍ବନ୍ଧରେ ଅଧ୍ୟୟନ କରିଥାଏ । ମୋଟ ଆୟ, ମୋଟ ସଞ୍ଚୟ, ମୋଟ ଚାହିଦା, ମୋଟ ଯୋଗାଣ ଇତ୍ୟାଦି ସମଷ୍ଟି ଅର୍ଥନୀତିର ପରିସରଭୁକ୍ତ । ବ୍ୟଷ୍ଟି ଅର୍ଥନୀତି ଅର୍ଥ ବ୍ୟବସ୍ଥାରେ ଆଂଶିକ ସନ୍ତୁଳନ ନିର୍ଦ୍ଧାରଣ କରେ । ଅନ୍ୟାନ୍ୟ ବିଷୟ ସ୍ଥିର ରଖ୍ ଏହା ପୂର୍ଣ୍ଣ ସନ୍ତୁଳନ ସମ୍ବନ୍ଧରେ ଅଧ୍ୟୟନ ନକରି ଏକ ନିର୍ଦ୍ଦିଷ୍ଟ ଅଂଶର ସନ୍ତୁଳନ ସମ୍ବନ୍ଧରେ ଆଲୋକପାତ କରେ । ଉପଭୋକ୍ତାଙ୍କ ସନ୍ତୁଳନ, ଉତ୍ପାଦନକାରୀଙ୍କ ସନ୍ତୁଳନ, ପ୍ରତିଷ୍ଠାନର ସନ୍ତୁଳନ ଇତ୍ୟାଦି ଆଂଶିକ ସନ୍ତୁଳନର ଉଦାହରଣ । ଅନ୍ୟପକ୍ଷରେ, ସମଷ୍ଟି ଅର୍ଥନୀତି ସାମଗ୍ରିକ ସନ୍ତୁଳନ ଆଣିତାଏ । ଏହା ସମଗ୍ର ଅର୍ଥବ୍ୟବସ୍ଥା ପାଇଁ ସନ୍ତୁଳନ ଆୟ, ସନ୍ତୁଳନ ଉତ୍ପାଦନ ଇତ୍ୟାଦି ନିର୍ଦ୍ଧାରଣ କରିଥାଏ ।

C. ଛଅଟି ବାକ୍ୟରେ ସୀମିତ ରଖି ପାର୍ଥକ୍ୟ ଦର୍ଶାଅ ।

1. ସମଷ୍ଟି ଅର୍ଥନୀତି ଓ ବ୍ୟଷ୍ଟି ଅର୍ଥନୀତି :
Answer:
(i) ବ୍ୟଷ୍ଟି ଅର୍ଥନୀତି ଏକ ନିର୍ଦ୍ଦିଷ୍ଟ ପରିବାର, ନିର୍ଦ୍ଦିଷ୍ଟ ଉପଭୋକ୍ତା, ନିର୍ଦ୍ଦିଷ୍ଟ ପ୍ରତିଷ୍ଠାନ ଇତ୍ୟାଦିଙ୍କ ସମ୍ପର୍କରେ ଅଧ୍ୟୟନ କରିଥାଏ । ଅନ୍ୟପକ୍ଷରେ ସମଷ୍ଟି ଅର୍ଥନୀତି ସମଗ୍ର ଅର୍ଥବ୍ୟବସ୍ଥା; ଯଥା – ମୋଟ ଆୟ, ମୋଟ ନିବେଶ, ମୋଟ ଚାହିଦା, ମୋଟ ଯୋଗାଣ, ମୋଟ ନିବେଶ, ମୋଟ ଚାହିଦା, ମୋଟ ଯୋଗାଣ, ମୋଟ ସଞ୍ଚୟ ଇତ୍ୟାଦି ଅଧ୍ୟୟନ କରିଥାଏ ।
(ii) ବ୍ୟଷ୍ଟି ଅର୍ଥନୀତି ଅନ୍ୟାନ୍ୟ ବିଷୟ ପରିବର୍ତ୍ତିତ ରହିବ ବୋଲି ସର୍ଭ ରଖୁଥାଏ; କିନ୍ତୁ ସମଷ୍ଟି ଅର୍ଥନୀତି କ୍ଷେତ୍ରରେ ସମସ୍ତ ବିଷୟ ପରିବର୍ତ୍ତନଶୀଳ ।
(iii) ବ୍ୟଷ୍ଟି ଅର୍ଥନୀତି, ଅନ୍ୟାନ୍ୟ ବିଷୟ ସ୍ଥିର ରଖୁ ପୂର୍ଣ୍ଣ ସନ୍ତୁଳନ ସମ୍ବନ୍ଧରେ ଅଧ୍ୟୟନ ନକରି ଆଂଶିକ ସନ୍ତୁଳନ ସମ୍ବନ୍ଧରେ ଆଲୋକପାତ କରେ; କିନ୍ତୁ ସମଷ୍ଟି ଅର୍ଥନୀତି ସମାଗ୍ରିକ ସନ୍ତୁଳନ ସମ୍ବନ୍ଧରେ ଆଲୋକପାତ କରେ ।
(iv) ବ୍ୟଷ୍ଟି ଅର୍ଥନୀତି ସାଧାରଣ ଦର ସ୍ତର ସ୍ଥିର ରଖ୍ ଆପେକ୍ଷିକ ଦରର ପରିବର୍ତ୍ତନ ସମ୍ବନ୍ଧରେ ଅଧ୍ୟୟନ କରେ; କିନ୍ତୁ ସମଷ୍ଟି ଅର୍ଥନୀତି ସାମଗ୍ରିକ ଭାବେ ସାଧାରଣ ଦର ସ୍ତର ଅଧ୍ୟୟନ କରିଥାଏ ।
(v) ବ୍ୟଷ୍ଟି ଅର୍ଥନୀତି ମୂଲ୍ୟ ତତ୍ତ୍ଵ ଉପରେ ଗୁରୁତ୍ବ ଆରୋପ କରୁଥିବାବେଳେ, ସମଷ୍ଟି ଅର୍ଥନୀତି ଜାତୀୟ ଆୟ, ନିୟୋଜନ ଇତ୍ୟାଦି ସମ୍ବନ୍ଧରେ ଆଲୋଚନା କରେ ।
(vi) ସର୍ବାଧ‌ିକ ଉପଯୋଗିତା ଓ ସର୍ବାଧ‌ିକ ଲାଭ ଅର୍ଜନ ବ୍ୟଷ୍ଟି ଅର୍ଥନୀତିର ମୌଳିକ ଆବଶ୍ୟକତା; କିନ୍ତୁ ଦରଦାମ୍ର ସ୍ଥିରତା, ଅର୍ଥନୈତିକ ଅଭିବୃଦ୍ଧି, ପୂର୍ଣ ନିୟୋଜନ ଇତ୍ୟାଦି ସମଷ୍ଟି ଅର୍ଥନୀତିର ଆଭିମୁଖ୍ୟ ।

CHSE Odisha Class 12 Political Science Chapter 2 Short Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 2 ଭାରତରେ ରାଜନୈତିକ ଦଳୀୟ ବ୍ୟବସ୍ଥା Short Answer Questions.

CHSE Odisha 12th Class Political Science Chapter 2 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି / ତିନୋଟି ବାକ୍ୟରେ ଦିଅ ।

୧ । ଭାରତରେ ରାଜନୈତିକ ଦଳକୁ କିଏ ସ୍ବୀକୃତି ଓ ଦଳୀୟ ଚିହ୍ନ ପ୍ରଦାନ କରନ୍ତି ?
Answer:
ଭାରତରେ ନିର୍ବାଚନ କମିଶନ ରାଜନୈତିକ ଦଳମାନଙ୍କୁ ସ୍ବୀକୃତି ଓ ଦଳୀୟ ଚିହ୍ନ ପ୍ରଦାନ କରନ୍ତି ।

୨ | ଭାରତୀୟ ଦଳୀୟ ବ୍ୟବସ୍ଥାର ଦୋଷ କ’ଣ ?
Answer:
ବହୁଦଳୀୟ ବ୍ୟବସ୍ଥା, ସଂଗଠିତ ଓ ଦୃଢ଼ ବିରୋଧୀ ଦଳର ଅନୁପସ୍ଥିତି, ଆଞ୍ଚଳିକ ଦଳର ସଂକୀର୍ଣ୍ଣ ଆଞ୍ଚଳିକତାବାଦ, ବାହୁବଳ ଓ ଅର୍ଥବଳର କୁଉପଯୋଗ, ଦୁର୍ନୀତିର ଦ୍ରୁତ ପ୍ରସାର, ଅସାଧୁ ମେଣ୍ଟ ରାଜନୀତି ଆଦି ଭାରତୀୟ ଦଳୀୟ ବ୍ୟବସ୍ଥାର ପ୍ରମୁଖ ଦୋଷ ଅଟେ ।

CHSE Odisha Class 12 Political Science Chapter 2 Short Answer Questions in Odia Medium

୩ । ସମ୍ବିଧାନର କେଉଁ ସଂଶୋଧନ ଅନୁସାରେ ସବୁଦଳ ନିର୍ବାଚନ କମିଶନଙ୍କ ନିକଟରେ ନିଜକୁ ପଞ୍ଜୀକୃତ କରାଇବାକୁ ବାଧ୍ୟ ଅଟନ୍ତି ?
Answer:
ସମ୍ବିଧାନର ୬୨ତମ ସଂଶୋଧନ ଅନୁସାରେ ସବୁଦଳ ନିର୍ବାଚନ କମିଶନଙ୍କ ନିକଟରେ ନିଜକୁ ପଞ୍ଜୀକୃତ କରାଇବାକୁ ବାଧ୍ୟ ଅଟନ୍ତି ।

୪ । ଭାରତୀୟ ଜନତା ପାର୍ଟିର ଆଦର୍ଶ ନୀତି ବା ଦର୍ଶନ କ’ଣ ?
Answer:
ଜାତୀୟତାବାଦ, ଜାତୀୟ ସଂହତି, ଗଣତନ୍ତ୍ର, ଧର୍ମନିରପେକ୍ଷତା, ଗାନ୍ଧିବାଦ, ଗଣତାନ୍ତ୍ରିକ ସମାଜବାଦ, ସାମାଜିକ ନ୍ୟାୟ, ସ୍ଵଚ୍ଛ ଓ ଦୁର୍ନୀତିମୁକ୍ତ ପ୍ରଶାସନ, ସରକାରିଆ କମିଶନଙ୍କ ସୁପାରିସର କାର୍ଯ୍ୟକାରିତା ଆଦି ଭାରତୀୟ ଜନତା ପାର୍ଟିର ଆଦର୍ଶ ନୀତି ବା ଦର୍ଶନ ଅଟେ ।

୫ | ଭାରତୀୟ ଜାତୀୟ କଂଗ୍ରେସର ଦର୍ଶନ ଓ ନୀତି କ’ଣ ?
Answer:
ଗଣତନ୍ତ୍ର, ସମାଜବାଦ, ଧର୍ମନିରପେକ୍ଷତା, ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟ ପାଇଁ ସଂଗ୍ରାମ, ଆନ୍ତର୍ଜାତୀୟତାବାଦରେ ବିଶ୍ଵାସ, ଉପନିବେଶବାଦ ଓ ବର୍ଣ୍ଣବାଦର ବିରୋଧ, ଉଦାରୀକରଣ, ଜଗତୀକରଣ, ମୁକ୍ତ ବଜାର ଅର୍ଥନୀତି, ବିଶ୍ୱଶାନ୍ତି, ଆଞ୍ଚଳିକ ସହଯୋଗ, ମହିଳା, ଆଦିବାସୀ, ହରିଜନ ଓ ସଂଖ୍ୟାଲଘୁଙ୍କ ସ୍ଵାର୍ଥରକ୍ଷା ଆଦି ଭାରତୀୟ ଜାତୀୟ କଂଗ୍ରେସର ନୀତି ଓ ଦର୍ଶନ ଅଟେ ।

୬ | କଂଗ୍ରେସ ଦଳ କାହାଦ୍ଵାରା କେବେ ପ୍ରତିଷ୍ଠିତ ହେଲା ?
Answer:
କଂଗ୍ରେସ ଦଳ ୧୮୮୫ ମସିହାରେ ଆଲାନ୍ ଅକ୍ଟାଭିଆନ ହ୍ୟୁମ୍‌ଙ୍କଦ୍ଵାରା ପ୍ରତିଷ୍ଠିତ ହୋଇଥିଲା ।

୭ । ଭାରତୀୟ ଜାତୀୟ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟିର ପ୍ରଥମ ସଭାପତି ରୂପେ କେଉଁମାନେ କାର୍ଯ୍ୟ କରିଥିଲେ ?
Answer:
ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ସଭାପତି ରୂପେ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ବାନାର୍ଜୀ ଓ ଭାରତୀୟ ଜନତା ପାର୍ଟିର ପ୍ରଥମ ସଭାପତି ରୂପେ ଶ୍ରୀଯୁକ୍ତ ଅଟଳବିହାରୀ ବାଜପେୟୀ କାର୍ଯ୍ୟ କରିଥିଲେ ।

CHSE Odisha Class 12 Political Science Chapter 2 Short Answer Questions in Odia Medium

୮ | ଭାରତରେ ଜାତୀୟ ଦଳର ଉଦାହରଣ ଦିଅ ।
Answer:
ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, ବହୁଜନ ସମାଜ ପାର୍ଟି ଆଦି ଭାରତର ମୁଖ୍ୟ ଜାତୀୟ ଦଳ ଅଟେ ।

୯ । ଭାରତରେ ପ୍ରମୁଖ ଆଞ୍ଚଳିକ ଦଳର ଉଦାହରଣ ଦିଅ ।
Answer:
ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ୍ ପାର୍ଟି, ଓଡ଼ିଶାରେ ବିଜୁ ଜନତା ଦଳ, ଜାମ୍ମୁ ଓ କାଶ୍ମୀରରେ ନ୍ୟାସନାଲ୍ କନ୍‌ଫରେନ୍ସ, ଆସାମରେ ଆସାମ ଗଣ ପରିଷଦ, ବିହାରରେ ରାଷ୍ଟ୍ରୀୟ ଜନତା ଦଳ, ମହାରାଷ୍ଟ୍ରରେ ଶିବସେନା, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ, ତାମିଲନାଡୁରେ ଡି.ଏମ୍.କେ ଓ ଆନ୍ନା ଡ଼ି.ଏମ୍.କେ ଆଦି ଭାରତର ବିଭିନ୍ନ ରାଜ୍ୟରେ କାର୍ଯ୍ୟରତ ପ୍ରମୁଖ ଆଞ୍ଚଳିକ ବଳ ଅଟନ୍ତି ।

୧୦ । ଦଳବଦଳ ନିରୋଧ ଆଇନର ଉଦ୍ଦେଶ୍ୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଟିକେଟରେ ନିର୍ବାଚନ ଲଢ଼ି ସଂସଦ ବା ବିଧାନସଭାକୁ ନିର୍ବାଚିତ ହୋଇ ସଭ୍ୟ ହିସାବରେ ଶପଥ ନେଇ ସାରିଲା ପରେ କେବଳ ଅଳ୍ପ କେତେକ ବ୍ୟତିକ୍ରମକୁ ବାଦ୍ ଦେଇ ଅନ୍ୟ କ୍ଷେତ୍ରରେ ଅନ୍ୟ ଦଳକୁ ଲମ୍ଫ ପ୍ରଦାନକୁ ୧୯୮୫ ମସିହାର ଦଳବଦଳ ନିରୋଧ ଆଇନ ମାଧ୍ଯମରେ ବାରଣ କରାଯାଇଛି । ଏହା ଦଳବଦଳଦ୍ଵାରା ସୃଷ୍ଟି ହେଉଥିବା ରାଜନୈତିକ ଅସ୍ଥିରତାର ପ୍ରତିରୋଧ କରିବା ନିମନ୍ତେ ଉଦ୍ଦିଷ୍ଟ ଅଟେ |

(B) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।

୧ । ଭାରତୀୟ ବହୁଦଳୀୟ ବ୍ୟବସ୍ଥାର ଦୁର୍ଗୁଣ କ’ଣ ?
Answer:
ଭାରତୀୟ ବହୁଦଳୀୟ ବ୍ୟବସ୍ଥାର ଲକ୍ଷଣଗୁଡ଼ିକ ଖୁବ୍ କ୍ଷତିକାରକ ହେଲାଣି । ବହୁଦଳୀୟ ବ୍ୟବସ୍ଥା ଯୋଗୁଁ ରାଜନୈତିକ ଅସ୍ଥିରତା ସୃଷ୍ଟି ହୁଏ ଏବଂ ଦୃଢ଼ ବିରୋଧୀ ଦଳର ଅଭାବ ହୁଏ । ନିର୍ଦ୍ଦିଷ୍ଟ ଗୋଟିଏ ଦଳର ସଂଖ୍ୟାଗରିଷ୍ଠତା ଅଭାବରେ ସରକାର ଗଠନରେ ଅନେକ ଅସୁବିଧା ହୁଏ ଯାହାକି ଗଣତନ୍ତ୍ର ପ୍ରତି ଏକ ଶକ୍ତ ଧକ୍‌କା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ମେଣ୍ଟ ରାଜନୀତିକୁ ଉତ୍ସାହିତ କରିବା ଫଳରେ ଶାସନ ଦୁର୍ବଳ ଓ ଅଦକ୍ଷ ହୁଏ ।

CHSE Odisha Class 12 Political Science Chapter 2 Short Answer Questions in Odia Medium

୨ | ଭାରତୀୟ ଦଳୀୟ ବ୍ୟବସ୍ଥାର ମୁଖ୍ୟ ଲକ୍ଷଣ କ’ଣ ?
Answer:
ଭାରତୀୟ ଦଳୀୟ ବ୍ୟବସ୍ଥାର ନିମ୍ନଲିଖତ ମୁଖ୍ୟ ବୈଶିଷ୍ଟ୍ୟ ରହିଛି –

  • ଭାରତରେ ବହୁଦଳୀୟ ବ୍ୟବସ୍ଥା ପ୍ରଚଳିତ ।
  • ଭାରତରେ ଉଭୟ ଜାତୀୟ ଓ ଆଞ୍ଚଳିକ ଦଳ ରହିଛନ୍ତି ।
  • ପ୍ରତ୍ୟେକ ଦଳ ବ୍ୟକ୍ତିତ୍ଵ ଆଧାରିତ ଅଟେ |
  • ପ୍ରତ୍ୟେକ ଦଳରେ ଅସନ୍ତୋଷ, ଗୋଷ୍ଠୀକନ୍ଦଳ ଓ ଆଭ୍ୟନ୍ତରୀଣ ଗଣତନ୍ତ୍ରର ଅଭାବ ଦେଖାଯାଇଥାଏ ।
  • ପ୍ରତ୍ୟେକ ଦଳ ଦଳ-ବଦଳ ରାଜନୀତି, ସୁବିଧାବାଦୀ ମେଣ୍ଟ ଗଠନ ଓ ତୁଷ୍ଟୀକରଣ ରାଜନୀତିର ନୀତିକୁ ପାଳନ କରନ୍ତି ।
  • ମେଣ୍ଟ-ରାଜନୀତିର ଯୁଗରେ ପ୍ରତ୍ୟେକ ଦଳ ନିର୍ବାଚନ ପୂର୍ବ ବା ପରବର୍ତ୍ତୀ ସମୟରେ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ଭିଭିରେ ବିଭିନ୍ନ ଦଳ ସହ ମେଣ୍ଟ କରୁଛନ୍ତି ।
  • ଆଞ୍ଚଳିକ ଦଳମାନଙ୍କର ପ୍ରଭାବ ଉଭୟ କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ବୃଦ୍ଧି ପାଉଛି ।

୩ । ଆଞ୍ଚଳିକ ଦଳର ପ୍ରଭାବ ଓ ଭୂମିକା ବର୍ଣ୍ଣନା କର ।
Answer:
ଭାରତରେ ଆଞ୍ଚଳିକ ଦଳମାନଙ୍କର ବହୁଳ ଉପସ୍ଥିତି ଓ କ୍ରମବର୍ଦ୍ଧମାନ ପ୍ରଭାବ ନୂତନ ରାଜନୈତିକ ସମୀକରଣ ସୃଷ୍ଟି କରିଛି । ରାଜନୀତିରେ କ୍ଷମତାର କେନ୍ଦ୍ରୀକରଣ ଓ ଏକଦଳୀୟ ଆଧୂପତ୍ୟର ଅବସାନ ଘଟିଛି । ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ରାଜନୈତିକ ମୂଲଚାଲ ବୃଦ୍ଧି ପାଇଛି । ଆଞ୍ଚଳିକ ଦଳଗୁଡ଼ିକ ବିଚ୍ଛିନ୍ନତାବାଦୀ ନ ହୋଇ ଜାତୀୟ ସଂହତି ପାଇଁ କାର୍ଯ୍ୟ କରୁଛନ୍ତି । ଆଞ୍ଚଳିକ ଦଳମାନଙ୍କର ଉପସ୍ଥିତି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରୁଛି । ଏଠାରେ ମେଣ୍ଟ-ରାଜନୀତି ପରଠାରୁ ଦୃଢ଼ ବିରୋଧୀ ଦଳର ସୁସ୍ଥ ପରମ୍ପରା ସୃଷ୍ଟି ହୋଇଛି ।

୪ । ଆଞ୍ଚଳିକ ଦଳ
Answer:
ଗୋଟିଏ ରାଜ୍ୟର ସ୍ଵତନ୍ତ୍ର ଆବଶ୍ୟକତା, ଆଞ୍ଚଳିକ ବୈଷମ୍ୟର ବିଲୋପ, ରାଜ୍ୟମାନଙ୍କ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ଆଦି କାରଣରୁ ଆଞ୍ଚଳିକ ଦଳଗୁଡ଼ିକ ସୃଷ୍ଟି ହୋଇଛି । ଗୋଟିଏ ଦଳ ସେହି ରାଜ୍ୟର ମୋଟ କାଏମ୍ ଭୋଟର ଶତକଡ଼ା ଛଅଭାଗ ଭୋଟ ପାଇଲେ କିମ୍ବା ସେହି ରାଜ୍ୟ ବିଧାନସଭାର ମୋଟ ଆସନ ସଂଖ୍ୟାର ଶତକଡ଼ା ତିନିଭାଗ ଆସନ ଅଧିକାର କଲେ, କିମ୍ବା ବିଧାନସଭାରେ ଅନ୍ୟୁନ ତିନିଗୋଟି ଆସନ ପ୍ରାପ୍ତ ହେଲେ ତାହାକୁ ନିର୍ବାଚନ ଆୟୋଗ ଆଞ୍ଚଳିକ ଦଳ ରୂପେ ସ୍ବୀକୃତି ଦିଅନ୍ତି । ଓଡ଼ିଶାରେ ବିଜୁଜନତା ଦଳ (BJD), ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ୍ ପାର୍ଟି, ତାମିଲନାଡୁରେ ଡି.ଏମ୍.କେ. ଓ ଆନ୍ନା.ଡି.ଏମ୍.କେ ଆଦି ଆଞ୍ଚଳିକ ରାଜନୈତିକ ଦଳ ଅଟନ୍ତି ।

CHSE Odisha Class 12 Political Science Chapter 2 Short Answer Questions in Odia Medium

୫ | ଭାରତରେ ଆଞ୍ଚଳିକ ଦଳର ବିକାଶର କାରଣ ଦର୍ଶାଅ ।
Answer:
ଭାରତରେ ଆଞ୍ଚଳିକ ଦଳର ବିକାଶ ପାଇଁ ନିମ୍ନଲିଖୁତ କାରଣଗୁଡ଼ିକ ମୁଖ୍ୟତଃ ଦାୟୀ :

  • ଭାରତୀୟ ସମାଜରେ ଥିବା ସାଂସ୍କୃତିକ ଓ ଧାର୍ମିକ ବହୁବାଦ
  • ବ୍ଯକ୍ତିତ୍ବବାଦ
  • ଜାତୀୟ ଦଳମାନେ ଆଞ୍ଚଳିକ ସାର୍ଥକୁ ଗୁରୁତ୍ୱ ନଦେବା ।
  • ରାଜ୍ୟଗୁଡ଼ିକର କ୍ଷମତା ସଙ୍କୁଚିତ ହେବା ଓ କେନ୍ଦ୍ରର କର୍ତ୍ତୃତ୍ଵ ଓ ନିୟନ୍ତ୍ରଣ ବୃଦ୍ଧି ହେବା ।
  • ରାଜ୍ୟଗୁଡ଼ିକର ବିକାଶରେ ଅସନ୍ତୁଳନ ଦେଖାଯିବା ।
  • ଜାତୀୟ ଦଳର ବିଭାଜନ ।

(C) ପାର୍ଥକ୍ୟ ଦର୍ଶାଅ ।

୧ । ଜାତୀୟ ଦଳ (National Party) ଓ ଆଞ୍ଚଳିକ ଦଳ (Regional Party) ।
Answer:
ଭାରତରେ ପ୍ରଚଳିତ ବହୁଦଳୀୟ ବ୍ୟବସ୍ଥାରେ ଉଭୟ ଜାତୀୟ ଓ ଆଞ୍ଚଳିକ ଦଳମାନ ରହିଛନ୍ତି । ପ୍ରତ୍ୟେକ ଦଳ ନିର୍ବାଚନ ଆୟୋଗଦ୍ଵାରା ପଞ୍ଜୀକୃତ ଓ ସେମାନଙ୍କର ଦଳୀୟ ଚିହ୍ନ ମଧ୍ୟ ସ୍ଵୀକୃତିପ୍ରାପ୍ତ ।

  • ଜାତୀୟ ଦଳ – ଏହା ସର୍ବଭାରତୀୟ ସଂଗଠନ ଅଟେ । ନିର୍ବାଚନ ଆୟୋଗଙ୍କ ୨୦୦୦ ମସିହା ଡିସେମ୍ବର ୨ ତାରିଖରେ ଘୋଷିତ ନିୟମ ଅନୁଯାୟୀ ଗୋଟିଏ ଦଳକୁ ଜାତୀୟ ଦଳର ମାନ୍ୟତା ମିଳିବ ଯଦି (କ) ଏହା ଲୋକସଭା ସାଧାରଣ ନିର୍ବାଚନରେ ପ୍ରାପ୍ତ ମୋଟ କାଏମ୍ ଭୋଟର ଶତକଡ଼ା ଛଅଭାଗ ଭୋଟ ଚାରିଗୋଟି କିମ୍ବା ଅଧୁକ ରାଜ୍ୟରୁ ପ୍ରାପ୍ତ ହୋଇଥାଏ ଏବଂ ଏକ ବା ଏକାଧ୍ଵକ ରାଜ୍ୟରୁ ଅତି କମ୍‌ରେ ୪ଟି ଲୋକସଭା ଆସନ ଜିତିଥାଏ ; କିମ୍ବା, (ଖ) ଅତି କମ୍‌ରେ ତିନିଗୋଟି ବିଭିନ୍ନ ରାଜ୍ୟର ଲୋକସଭା ଆସନରୁ ଅନ୍ୟୁନ ଶତକଡ଼ା ଦୁଇଭାଗ ଆସନ ଜିତିଥାଏ । ଏହି ଦଳଗୁଡ଼ିକ ଜାତୀୟ ନୀତି ଓ ଆଦର୍ଶ ଉପରେ ପ୍ରତିଷ୍ଠିତ ।

CHSE Odisha Class 12 Political Science Chapter 2 Short Answer Questions in Odia Medium

  • ଆଞ୍ଚଳିକ ଦଳ – ଗୋଟିଏ ରାଜ୍ୟର ସ୍ଵତନ୍ତ୍ର ଆବଶ୍ୟକତା, ଆଞ୍ଚଳିକ ବୈଷମ୍ୟର ବିଲୋପ, ରାଜ୍ୟମାନଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି ଆଦି କାରଣରୁ ଆଞ୍ଚଳିକ ଦଳଗୁଡ଼ିକର ସୃଷ୍ଟି ହୋଇଛି । ଏହି ଦଳଗୁଡ଼ିକ ଗୋଟିଏ ବା ଦୁଇଟି ରାଜ୍ୟରେ କାର୍ଯ୍ୟ କରିଥାଏ । ଗୋଟିଏ ଦଳ ସେହି ରାଜ୍ୟର ମୋଟ କାଏମ୍ ଭୋଟର ଶତକଡ଼ା ଛଅଭାଗ ଭୋଟ ପାଇଲେ କିମ୍ବା ସେହି ରାଜ୍ୟ ବିଧାନସଭାର ମୋଟ ଆସନ ସଂଖ୍ୟାର ଶତକଡ଼ା ତିନିଭାଗ ଆସନ ଅଧ‌ିକାର କଲେ, କିମ୍ବା ବିଧାନସଭାରେ ଅନ୍ୟୁନ ତିନିଗୋଟି ଆସନ ପ୍ରାପ୍ତ ହେଲେ ତାହାକୁ ନିର୍ବାଚନ ଆୟୋଗ ଆଞ୍ଚଳିକ ଦଳ ରୂପେ ସ୍ବୀକୃତି ଦିଅନ୍ତି । ଏହି ସର୍ଭ ହରାଇ ବସିଲେ ସ୍ବୀକୃତି ମଧ୍ଯ ପ୍ରତ୍ୟାହାର କରାଯାଇପାରେ ।

CHSE Odisha Class 12 Political Science Chapter 2 Objective Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 2 ଭାରତରେ ରାଜନୈତିକ ଦଳୀୟ ବ୍ୟବସ୍ଥା Objective Questions.

CHSE Odisha 12th Class Political Science Chapter 2 Objective Questions in Odia Medium

ବସୁମିଷ୍ଠ ଓ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ଭାରତୀୟ ଦଳୀୟ ବ୍ୟବସ୍ଥାରେ ନିମ୍ନଲିଖତ କେଉଁ ଉପାଦାନଟି ମୁଖ୍ୟ ରୂପେ ଉଭା ହୋଇଛି ?
(i) ମେଣ୍ଟ ରାଜନୀତି
(ii) ଧର୍ମନିରପେକ୍ଷ ନୀତି
(iii) ସମାଜବାଦୀ ନୀତି
(iv) ଜାତୀୟ ଦଳର ସଂଖ୍ୟା ବୃଦ୍ଧି
Answer:
(i) ମେଣ୍ଟ ରାଜନୀତି

୨ । ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକ କେଉଁ ମାଧ୍ୟମରେ ନିଜର ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମ ଆଦି ସଂପର୍କରେ ଜଣାଇଥା’ନ୍ତି ?
(i) ନିର୍ବାଚନ ଇସ୍ତାହାର
(ii) ସମ୍ବ।ଦପତ୍ର
(iii) ଦୃଶ୍ୟ-ଶ୍ରାବ୍ୟ ମାଧ୍ୟମ
(iv) ସଭାସମିତି
Answer:
(i) ନିର୍ବାଚନ ଇସ୍ତାହାର

CHSE Odisha Class 12 Political Science Chapter 2 Objective Questions in Odia Medium

୩ । କେଉଁ ଉପାଦନଟି ଭାରତୀୟ ଦଳୀୟ ବ୍ୟବସ୍ଥାର ବୈଶିଷ୍ଟ୍ୟ ଅଟେ ?
(i) ଆଦର୍ଶଗତ ପ୍ରତିବଦ୍ଧତାର ଅନୁପସ୍ଥିତି
(ii) ବ୍ଯକ୍ତିତ୍ଵବାଦ
(iii) ଦଳ ମଧ୍ୟରେ ଅନ୍ତର୍ବିବାଦ ଓ ବିଭାଜନ
(iv) ଉପରୋକ୍ତ ସମସ୍ତ ଉପାଦାନ
Answer:
(iv) ଉପରୋକ୍ତ ସମସ୍ତ ଉପାଦାନ

୪ । ବାମ ଦଳରୂପେ କେଉଁ ଦଳଗୁଡ଼ିକ ପରିଚିତ ?
(i) ଉଦାରବାଦୀ ଓ ଧାର୍ମିକ ଦଳ
(ii) ସମାଜବାଦୀ ଓ ପୁରାତନ ଦଳ
(iii) ଆଞ୍ଚଳିକ ଓ ସ୍ଥାନୀୟ ଦଳ
(iv) ସାମ୍ୟବାଦୀ ଓ ସମାଜବାଦୀ ଦଳ
Answer:
(iv) ସାମ୍ୟବାଦୀ ଓ ସମାଜବାଦୀ ଦଳ

୫ । ଆଞ୍ଚଳିକ ଦଳମାନଙ୍କ ସଂପର୍କରେ ନିମ୍ନୋକ୍ତ ଉକ୍ତିଗୁଡ଼ିକ ମଧ୍ୟରୁ କେଉଁଟି ଠିକ୍ ଦର୍ଶାଅ ।
(i) ସେମାନଙ୍କର କ୍ଷମତା ଭିତ୍ତିଭୂମି ଓ ଭୋଟଗ୍ରହଣ ପରିସର ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମା ମଧ୍ୟରେ ଆବଦ୍ଧ ।
(ii) ସେମାନେ ଜାତୀୟ ସ୍ଵାର୍ଥ ଅପେକ୍ଷା ଆଞ୍ଚଳିକ ସ୍ବାର୍ଥକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି ।
(iii) ଏହି ଦଳଗୁଡ଼ିକ ଜାତୀୟ ସ୍ଵାର୍ଥକୁ ପ୍ରତିନିଧୁତ୍ଵ କରିବାପାଇଁ ସଂସଦୀୟ ନିର୍ବାଚନରେ ଅଧ୍ଵକଭାବେ ଭାଗ ନିଅନ୍ତି ।
(iv) ଉଭୟ (i) ଓ (ii)
Answer:
(iv) ଉଭୟ (i) ଓ (ii)

୬ । କେଉଁ ବର୍ଷ କଂଗ୍ରେସ ଦଳର ନିର୍ବାଚନୀ ପରାଜୟ ଘଟିଥିଲା ?
(i) ୧୯୭୭
(ii) ୧୯୮୯
(iii) ୧୯୯୯
(iv) ଉପରୋକ୍ତ ସମସ୍ତ ବର୍ଷ
Answer:
(iv) ଉପରୋକ୍ତ ସମସ୍ତ ବର୍ଷ

୭ । କେଉଁ ବର୍ଷ ଭାରତୀୟ ଜନସଂଘ ଭାରତୀୟ ଜନତା ଦଳ (BJP) ନାମରେ ନୂତନ ଭାବେ ବିକଶିତ ହେଲା ?
(i) ୧୯୭୭
(ii) ୧୯୮୦
(ii) ୧୯୮୧
(iv) ୧୯୯୦
Answer:
(ii) ୧୯୮୦

CHSE Odisha Class 12 Political Science Chapter 2 Objective Questions in Odia Medium

୮ । ନିମ୍ନୋକ୍ତ ଦଳମାନଙ୍କ ମଧ୍ୟରୁ କେଉଁଟି ଆଞ୍ଚଳିକ ଦଳ ନୁହେଁ ?
(i) ବହୁଜନ ସମାଜ ପାର୍ଟି
(ii) ଜାତୀୟ କନ୍‌ଫରେନ୍ସ
(iii) ଅକାଳୀ ଦଳ
(iv) ତେଲୁଗୁ ଦେଶମ୍ ପାର୍ଟି
Answer:
(i) ବହୁଜନ ସମାଜ ପାର୍ଟି

୯ । କେଉଁ ସମ୍ବିଧାନ ସଂଶୋଧନ ଭାରତରେ ଦଳ ବଦଳକୁ ପ୍ରତିରୋଧ କରିଛି ?
(i) ୫୧ତମ
(ii) ୫୨ତମ
(iii) ୫୪ତମ
(iv) ୬୨ତମ
Answer:
(ii) ୫୨ତମ

୧୦ । ଭାରତୀୟ ଜାତୀୟ କଂଗ୍ରେସ କେଉଁ ବର୍ଷ ପ୍ରତିଷ୍ଠିତ ହୋଇଥିଲା ?
(i) ୧୮୮୫
(ii) ୧୯୮୫
(iii) ୧୯୮୦
(iv) ୧୭୮୫
Answer:
(i) ୧୮୮୫

୧୧ । ଭାରତରେ କେଉଁ ଦଳୀୟ ବ୍ୟବସ୍ଥା କାର୍ଯ୍ୟ କରୁଛି ?
(i) ଦ୍ବି-ଦଳୀୟ
(ii) ଏକଦଳୀୟ
(iii) ବହୁଦଳୀୟ
(iv) କୌଣସିଟି ନୁହେଁ
Answer:
(iii) ବହୁଦଳୀୟ

୧୨ । କଂଗ୍ରେସର ନିର୍ବାଚନୀ ଚିହ୍ନ _______ ଓ ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ________ ଅଟେ ।
(i) ପଦ୍ମ, ଘଡ଼ି
(ii) ହାତ, ପଦ୍ମ
(iii) ଶଙ୍ଖ, ପଦ୍ମ
(iv) ସାଇକେଲ, ପଦ୍ମ
Answer:
(ii) ହାତ, ପଦ୍ମ

CHSE Odisha Class 12 Political Science Chapter 2 Objective Questions in Odia Medium

୧୩ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେଉଁ ବର୍ଷ ପ୍ରତିଷ୍ଠା କରାଯାଇଥିଲା ?
(i) ୧୯୩୪
(ii) ୧୯୨୪
(iii) ୧୯୧୪
(iv) ୧୯୩୬
Answer:
(ii) ୧୯୨୪

୧୪ । ପଶ୍ଚିମବଙ୍ଗରେ କେଉଁ ଦଳ ଦୀର୍ଘ ବର୍ଷ ହେଲା ଶାସନ ଦାୟିତ୍ଵରେ ରହିଆସିଥିଲା ?
(i) କଂଗ୍ରେସ
(ii) ତୃଣମୂଳ କଂଗ୍ରେସ
(iii) କମ୍ୟୁନିଷ୍ଟ (ବା) ବାମମେଣ୍ଟ
(iv) ରାଷ୍ଟ୍ରୀୟ ଜନତା ଦଳ
Answer:
(iii) କମ୍ୟୁନିଷ୍ଟ (ବା) ବାମମେଣ୍ଟ

(B) ଶୂନ୍ୟସ୍ଥାନ ପୂରଣ କର ।

୧। ଭାରତରେ _________ ଦଳୀୟ ବ୍ୟବସ୍ଥା ପ୍ରଚଳିତ ।
Answer:
ବହୁ

୨ । ଭାରତରେ ଜାତୀୟ କଂଗ୍ରେସ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।
Answer:
୧୮୮୫

୩ । ଭାରତର ପ୍ରଥମ ଆଞ୍ଚଳିକ ଦଳ ।
Answer:
ଅକାଳୀ ଦଳ

CHSE Odisha Class 12 Political Science Chapter 2 Objective Questions in Odia Medium

୪ | ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ହେଉଛନ୍ତି ।
Answer:
ଅଟଳବିହାରୀ ବାଜପେୟୀ

୫ । ବିଜୁ ଜନତାଦଳର ପ୍ରତିଷ୍ଠାତା ସଭାପତି ।
Answer:
ନବୀନ ପଚ୍ଚନାୟକ

୬ । ସମ୍ବିଧାନ ସଂଶୋଧନ ଆଇନ୍ ୧୯୮୫ ଦଳବଦଳକୁ ବିରୋଧ କରିଥିଲା ।
Answer:
୫୨ ତମ

୭ । ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠାତା ଅଟନ୍ତି ।
Answer:
ଆଲାନ୍ ଅକ୍ସାଭିଆନ୍ ହ୍ୟୁମ୍

୮ । ଜାତୀୟ ସମ୍ମିଳନୀ ରାଜ୍ୟର ପ୍ରମୁଖ ଆଞ୍ଚଳିକ ଦଳ ।
Answer:
ଜାମ୍ମୁ ଓ କାଶ୍ମୀର

୯। ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ସଭାପତି ଅଟନ୍ତି ।
Answer:
ଉମେଶ ଚନ୍ଦ୍ର ବାନାର୍ଜୀ ।

୧୦ । ଙ୍କ ମତରେ ‘‘ରାଜନୈତିକ ଦଳମାନେ ଆଧୁନିକ ରାଜନୀତିର ଜୀବନରେଖା ।’’
Answer:
ନ୍ୟୁମାନ୍

CHSE Odisha Class 12 Political Science Chapter 2 Objective Questions in Odia Medium

(C) ଭ୍ରମ ସଂଶୋଧନ କର ।

୧ । ସାମ୍ବିଧାନିକ ଉପାୟରେ ଶାସନ କ୍ଷମତା ହାସଲ ପାଇଁ ପ୍ରୟାସ କରୁଥିବା ଗୋଷ୍ଠୀକୁ ଚାପଗୋଷ୍ଠୀ କୁହାଯାଏ ।
Answer:
ସାମ୍ବିଧାନିକ ଉପାୟରେ ଶାସନ କ୍ଷମତା ହାସଲ ପାଇଁ ପ୍ରୟାସ କରୁଥିବା ଗୋଷ୍ଠୀକୁ ରାଜନୈତିକ ଦଳ କୁହାଯାଏ ।

୨ । ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଭାପତି ହେଉଛନ୍ତି ଲାଲକୃଷ୍ଣ ଆଡ଼ଭାନୀ !
Answer:
ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଭାପତି ହେଉଛନ୍ତି ଅଟଳବିହାରୀ ବାଜପେୟୀ ।

୩ । ପଶ୍ଚିମ ବଙ୍ଗରେ ପ୍ରତିଷ୍ଠିତ ଆଞ୍ଚଳିକ ଦଳ ତୃଣମୂଳ କଂଗ୍ରେସର ପ୍ରତିଷ୍ଠାତା ହେଉଛନ୍ତି ସୁବ୍ରତ ବାନାର୍ଜୀ ।
Answer:
ପଶ୍ଚିମବଙ୍ଗରେ ପ୍ରତିଷ୍ଠିତ ଆଞ୍ଚଳିକ ଦଳ ତୃଣମୂଳ କଂଗ୍ରେସର ପ୍ରତିଷ୍ଠାତା ହେଉଛନ୍ତି ମମତା ବାନାର୍ଜୀ ।

୪ । ଦାଆ ଓ ଧାନକେଣ୍ଡା ବହୁଜନ ସମାଜ ପାର୍ଟିର ନିର୍ବାଚନ ସଂକେତ ।
Answer:
ଦାଆ ଓ ଧାନକେଣ୍ଡା ସି.ପି.ଆଇ ଦଳର ନିର୍ବାଚନ ସଙ୍କେତ ।

୫ । ଶଙ୍ଖ ରାଷ୍ଟ୍ରୀୟ ଜନତା ଦଳର ନିର୍ବାଚନ ସଙ୍କେତ ।
Answer:
ଶଙ୍ଖ ବିଜୁ ଜନତା ଦଳର ନିର୍ବାଚନ ସଙ୍କେତ ।

CHSE Odisha Class 12 Political Science Chapter 2 Objective Questions in Odia Medium

୬ । ପଦ୍ମଫୁଲ ଅକାଳୀ ଦଳର ଦଳୀୟ ସଙ୍କେତ ।
Answer:
ପଦ୍ମଫୁଲ ଭାରତୀୟ ଜନତା ପାର୍ଟିର ଦଳୀୟ ସଙ୍କେତ ।

୭ । କେନ୍ଦ୍ର ସରକାର ରାଜନୈତିକ ଦଳମାନଙ୍କୁ ସ୍ବୀକୃତି ପ୍ରଦାନ କରନ୍ତି |
Answer:
ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ସ୍ବୀକୃତି ପ୍ରଦାନ କରନ୍ତି ।

(D) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

୧ । ମେଣ୍ଟ ରାଜନୀତି କ’ଣ ?
Answer:
ନିର୍ବାଚନରେ କୌଣସି ଦଳ ଏକକ ସଂଖ୍ୟାଗରିଷ୍ଠତା ହାସଲ ନ କରିବା ପରିସ୍ଥିତିରେ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ଭିଭିରେ କେତେକ ଦଳ ଏକତ୍ରିତ ହୋଇ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ସରକାର ଗଠନ କଲେ ତାହାକୁ ‘ମେଣ୍ଟ ରାଜନୀତି’ କୁହାଯାଏ । ଏହି ମେଣ୍ଟ ନିର୍ବାଚନ ପୂର୍ବରୁ ବା ପରେ କରାଯାଇପାରେ ।

୨ । ଜାତୀୟ ଦଳ କାହାକୁ କୁହାଯାଏ ?
Answer:
ଯଦି କୌଣସି ଦଳ ସାଧାରଣ ନିର୍ବାଚନରେ ପ୍ରାପ୍ତ ମୋଟ କାଏମ୍ ଭୋଟର ଶତକଡ଼ା ଛଅଭାଗ ଭୋଟ ଚାରିଗୋଟି କିମ୍ବା ଅଧୁକ ରାଜ୍ୟରୁ ପ୍ରାପ୍ତ ହୋଇଥାଏ ଏବଂ ଏକ ବା ଏକାଧିକ ରାଜ୍ୟରୁ ଅନ୍ୟୁନ ୪ଟି ଲୋକସଭା ଆସନ ଜିତିଥାଏ, ତାହାହେଲେ ତାକୁ ଜାତୀୟ ଦଳ କୁହାଯାଏ ।

୩ । ଆଞ୍ଚଳିକ ଦଳ କାହାକୁ କୁହାଯାଏ ?
Answer:
ଗୋଟିଏ ଦଳ ସେହି ରାଜ୍ୟର ମୋଟ କାଏମ୍ ଭୋଟର ଶତକଡ଼ା ଛଅଭାଗ ଭୋଟ ପାଇଲେ କିମ୍ବା ସେହି ରାଜ୍ୟ ବିଧାନସଭାରେ ଅନ୍ୟୁନ ତିନିଗୋଟି ଆସନ ପାଇଲେ ତାହାକୁ ଆଞ୍ଚଳିକ ଦଳ କୁହାଯାଏ ।

୪ | ସାର୍ବଜନୀନ ସାବାଳକ ଭୋଟପ୍ରଥା କ’ଣ ?
Answer:
ଗୋଟିଏ ରାଷ୍ଟ୍ରର ସମସ୍ତ ସାବାଳକ ନାଗରିକ ଜାତି, ଧର୍ମ, ବର୍ଣ୍ଣ, ସଂପତ୍ତି, ଶିକ୍ଷାଗତ ଯୋଗ୍ୟତା ଆଦି ନିର୍ବିଶେଷରେ ଏକ ନିର୍ଦ୍ଦିଷ୍ଟ ବୟସସୀମା ଅତିକ୍ରମ କଲାପରେ ଭୋଟଦାନର ଅଧିକାର ପ୍ରାପ୍ତ ହେଲେ ତାହାକୁ ସାର୍ବଜନୀନ ସାବାଳକ ଭୋଟପ୍ରଥା କୁହାଯାଏ । ଏହା ଭାରତରେ କାର୍ଯ୍ୟକରୁଛି । ଏଠାରେ ଭୋଟଦାନର ସର୍ବନିମ୍ନ ବୟସ ୧୮ ବର୍ଷ ଅଟେ ।

CHSE Odisha Class 12 Political Science Chapter 2 Objective Questions in Odia Medium

୫ । କଂଗ୍ରେସ ଦଳର ପ୍ରତିଷ୍ଠାତା କିଏ ?
Answer:
ଆଲାନ୍ ଆକ୍ଟିଭିଆନ୍ ହ୍ୟୁମ୍ କଂଗ୍ରେସ ଦଳର ପ୍ରତିଷ୍ଠାତା ଅଟନ୍ତି ।

୬ | ବି.ଜେ.ପି.ର ପ୍ରଥମ ସଭାପତି କିଏ ?
Answer:
ଅଟଳବିହାରୀ ବାଜପେୟୀ ବି.ଜେ.ପି.ର ପ୍ରଥମ ସଭାପତି ଥିଲେ ।

CHSE Odisha Class 12 Political Science Chapter 1 Long Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 1 ଗଣତନ୍ତ୍ର Long Answer Questions.

CHSE Odisha 12th Class Political Science Chapter 1 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ | ଗଣତନ୍ତ୍ରର ସଂଜ୍ଞା ଏବଂ ଏହି ଶାସନ ବ୍ୟବସ୍ଥାର ଉପକାରିତା ଓ ଅପକାରିତା ତର୍ଜମା କର ।
Answer:
ସାଧାରଣତଃ ଲୋକମାନଙ୍କର ଶାସନକୁ ଗଣତନ୍ତ୍ର କୁହାଯାଏ । ଗଣତନ୍ତ୍ର ଶବ୍ଦଟି ଗ୍ରୀକ୍ ଭାଷାର ‘ଡେମୋସ୍’ ଅର୍ଥାତ୍ ଗଣ ବା ଲୋକମାନେ ‘କ୍ରାଟସ୍’ ଅର୍ଥାତ୍ କ୍ଷମତା ଶବ୍ଦଦ୍ଵୟରୁ ଉଦ୍ଧୃତ ହୋଇଛି । ଏହି ଦୁଇଟି ଶବ୍ଦର ଯୁଗ୍ମ ଅର୍ଥ ହେଉଛି ‘ଲୋକମାନଙ୍କର କ୍ଷମତା ବା ଶାସନ’ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନଙ୍କ ମତରେ, “ ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କଦ୍ୱାରା, ଲୋକମାନଙ୍କ ପାଇଁ” ଏକ ଶାସନ ବ୍ୟବସ୍ଥା । ଅଧ୍ୟାପକ ସିଲିଙ୍କ ଭାଷାରେ, ‘ଗଣତନ୍ତ୍ର ଏପରି ଏକ ଶାସନ ବ୍ୟବସ୍ଥା ଯେଉଁଥିରେ ପ୍ରତ୍ୟେକ ଲୋକଙ୍କର ଅଂଶ ଥାଏ ।” ଗଣତନ୍ତ୍ରରେ ପ୍ରକୃତ ସାର୍ବଭୌମ କ୍ଷମତା ଜନସାଧାରଣଙ୍କଠାରେ ନ୍ୟସ୍ତ ଥାଏ । ଏହା ପ୍ରତ୍ୟକ୍ଷ ବା ପରୋକ୍ଷ ହୋଇପାରେ । ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଜନସାଧାରଣ ପ୍ରତ୍ୟକ୍ଷ ଭାବରେ ଶାସନ ବ୍ୟବସ୍ଥାରେ ଅଂଶଗ୍ରହଣ କରୁଥିବାବେଳେ ପରୋକ୍ଷ ବା ପ୍ରତିନିଧୁମୂଳକ ବ୍ୟବସ୍ଥାରେ ନିଜର ନିର୍ବାଚିତ ପ୍ରତିନିଧୁମାନଙ୍କ ମାଧ୍ୟମରେ ଶାସନ ବ୍ୟବସ୍ଥାରେ ଅଂଶଗ୍ରହଣ କରିଥା’ନ୍ତି ।

ଗଣତନ୍ତ୍ରର ସୁଗୁଣ / ଉପକାରିତା :

  • ବ୍ୟକ୍ତି ସ୍ବାଧୀନତା – ଗଣତନ୍ତ୍ର ବ୍ୟକ୍ତିର ସ୍ଵାଧୀନତା ବା ସ୍ୱତନ୍ତ୍ରତା ଉପରେ ଗୁରୁତ୍ବ ଆରୋପ କରିଥାଏ । ଏହା ସମାନତାର ବାତାବରଣ ମଧ୍ଯରେ ସ୍ବତନ୍ତ୍ରତା ପ୍ରଦାନ କରେ । ଏହି ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନସାଧାରଣ ଉଭୟ ରାଜନୈତିକ ଓ ସାମାଜିକ ଅଧିକାର ଉପଭୋଗ କରିବା ଫଳରେ ଶାସନ କ୍ଷେତ୍ରରେ ସମସ୍ତେ ସମାନ ମତବ୍ୟକ୍ତ କରିପାରନ୍ତି ଯାହା ଫଳରେ ବ୍ୟକ୍ତି ନିଜର ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ ରହେ ।

CHSE Odisha Class 12 Political Science Chapter 1 Long Answer Questions in Odia Medium

  • ରାଜନୈତିକ ସମାନତା – ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଇନ ନିକଟରେ ସମସ୍ତେ ସମାନ । ପ୍ରତ୍ୟେକ ବ୍ୟକ୍ତିକୁ ସମାନ ସୁବିଧା ସୁଯୋଗ ପ୍ରଦାନ କରିବା ଗଣତନ୍ତ୍ରର ଏକ ମୂଲ୍ୟବୋଧ । ଜାତି, ବର୍ଣ୍ଣ, ଧର୍ମ ଓ ପଦମର୍ଯ୍ୟାଦା ନିର୍ବିଶେଷରେ ସମସ୍ତ ନାଗରିକ ମତଦାନର ଅଧିକାର ପାଇଥା’ନ୍ତି । ଜଣେ ବ୍ୟକ୍ତି ଗୋଟିଏ ଭୋଟ ନୀତି ଉପରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ।
  • ରାଜନୈତିକ ଶିକ୍ଷା – ଗଣତନ୍ତ୍ରରେ ଲୋକମାନଙ୍କ ମଧ୍ୟରେ ରାଜନୈତିକ ଚେତନା ବୃଦ୍ଧି ପାଏ । ଏହି ଶାସନରେ ଜନସାଧାରଣ ମତଦାନ ମାଧ୍ୟମରେ ରାଜନୀତିରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିଥା’ନ୍ତି । ଏହା ନାଗରିକକୁ ସୁନାଗରିକ ଭାବେ ଗଢ଼ିଥାଏ । ଶାସନରେ ଜନସାଧାରଣ ନିଜର ମତାମତ ଦେବାକୁ ସୁବିଧା ପାଉଥିବାରୁ ସେମାନଙ୍କର ରାଜନୈତିକ ଚିନ୍ତାଧାରାର ବିକାଶ ଘଟେ ।
  • ଦାୟିତ୍ବପୂର୍ଣ୍ଣ ଓ ଦକ୍ଷ ସରକାର – ଗଣତନ୍ତ୍ର ସରକାର ପ୍ରତିନିଧୁମୂଳକ ସରକାର ହୋଇଥିବାରୁ ଏହା ଲୋକଙ୍କର ମତ ଉପରେ ପ୍ରତିଷ୍ଠିତ । ଗଣତାନ୍ତ୍ରିକ ସରକାରରେ ଶାସକମାନେ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ରହନ୍ତି । ଏଥିରେ ଜନ ଅସନ୍ତୋଷର ସମ୍ଭାବନା କମ୍ ଥାଏ । ତେଣୁ ଗଣତନ୍ତ୍ର ଶାସନ ଏକ ସ୍ଥାୟୀ, ଦକ୍ଷ ଏବଂ ଦାୟିତ୍ଵପୂର୍ଣ ସରକାର ଗଠନ କରେ ।
  • ସ୍ବଦେଶପ୍ରୀତି – ଗଣତନ୍ତ୍ରରେ ଜନସାଧାରଣ ରାଷ୍ଟ୍ର ଶାସନରେ ସକ୍ରିୟ ଅଂଶଗ୍ରହଣ କରିଥା’ନ୍ତି । ଗଣତନ୍ତ୍ର ବ୍ୟକ୍ତିର ଦେଶାତ୍ମବୋଧ ଓ ଜାତୀୟତାବାଦର ବିକାଶ ଘଟାଏ । ଏହା ଜାତୀୟ ସଂହତି ପ୍ରତିଷ୍ଠାରେ ସହାୟକ ହୁଏ ।
  • ବିପ୍ଳବରୁ ମୁକ୍ତ – ଗଣତନ୍ତ୍ର ଶାସନରେ ଜନସାଧାରଣ ସ୍ଵାଧୀନଭାବରେ ନିଜର ଅସନ୍ତୋଷ ପ୍ରକାଶ କରିପାରନ୍ତି । ସରକାର ଜନମତ ଉପରେ ପ୍ରତିଷ୍ଠିତ ଥିବାରୁ ଜନଅସନ୍ତୋଷ ଦୂର କରିବାପାଇଁ ଯତ୍ନଶୀଳ ହୁଅନ୍ତି । ତେଣୁ ଗଣତନ୍ତ୍ରରେ ହିଂସା, ଦ୍ବେଷ ଏବଂ ବିପ୍ଳବ ଆଦିର ସ୍ଥାନ ନାହିଁ ।
  • ଲୋକଙ୍କ ମଙ୍ଗଳ ପାଇଁ ଶାସନ – ଜନସାଧାରଣଙ୍କର ସେବା କରିବା ଗଣତନ୍ତ୍ରର ପ୍ରଧାନ ଲକ୍ଷ୍ୟ; ତେଣୁ ଏହି ଶାସନରେ ସବୁ ଲୋକଙ୍କର ମଙ୍ଗଳ ସାଧନ ହୁଏ । ଗଣତନ୍ତ୍ର ଶାସନରେ ରାଜନୀତିରେ ଅଂଶଗ୍ରହଣ କରିବାରେ କୌଣସି ପ୍ରତିବନ୍ଧକ ନଥାଏ । ଜନସାଧାରଣଙ୍କର ସମୂହ କଲ୍ୟାଣ ପାଇଁ ଗଣତନ୍ତ୍ର କାର୍ଯ୍ୟ କରେ ।

ଗଣତନ୍ତ୍ର ଶାସନର ଦୁର୍ଗୁଣ / ଅପକାରିତା :
ଗଣତନ୍ତ୍ର ଶାସନରେ କେତେକ ଦୋଷ ଦୁର୍ବଳତା ପରିଲକ୍ଷିତ ହୁଏ । ତାହା ନିମ୍ନରେ ପ୍ରତିପାଦନ କରାଗଲା ।

  • ଅଯୋଗ୍ୟତାର ନିଦର୍ଶନ – ଗଣତନ୍ତ୍ରରେ ଗୁଣ ଅପେକ୍ଷା ସଂଖ୍ୟାକୁ ପ୍ରାଧାନ୍ୟ ଦିଆଯାଇଥାଏ । ଗଣତନ୍ତ୍ର ନାମରେ ଅନେକ ଅଯୋଗ୍ୟ ବ୍ୟକ୍ତି ନିର୍ବାଚନ ଜିଣି ଶାସନକାର୍ଯ୍ୟ ପରିଚାଳନା କରନ୍ତି । ଫଳତଃ ଦେଶରେ ଅଜ୍ଞ, ଅଯୋଗ୍ୟ ଏବଂ ଅନଭିଜ୍ଞ ବ୍ୟକ୍ତିମାନଙ୍କର ଶାସନ ଚାଲେ । ବିଜ୍ଞ ଓ ଶିକ୍ଷିତ ଜନସାଧାରଣ ଦଳୀୟ ରାଜନୀତିରୁ ଦୂରେଇ ରହନ୍ତି ।

CHSE Odisha Class 12 Political Science Chapter 1 Long Answer Questions in Odia Medium

  • ବ୍ୟୟସାପେକ୍ଷ – ଗଣତନ୍ତ୍ର ଶାସନ ବ୍ୟୟସାପେକ୍ଷ ଅଟେ । ଶସ୍ତା ଲୋକପ୍ରିୟତା ପାଇଁ ନେତାମାନେ ଅନେକ ସମୟରେ ଅପବ୍ୟୟ କରିଥା’ନ୍ତି । କ୍ଷମତାସୀନ ରାଜନୈତିକ ଦଳ ରାଷ୍ଟ୍ରର ଅର୍ଥନୈତିକ ପରିସ୍ଥିତିକୁ ଦୃଷ୍ଟିରେ ନ ରଖୁ ଅଯଥା ଖର୍ଚ୍ଚ କରିଥା’ନ୍ତି । ଏହାଦ୍ଵାରା ଜନସାଧାରଣ ଆର୍ଥିକ ସଙ୍କଟର ସମ୍ମୁଖୀନ ହୁଅନ୍ତି ।
  • ଦାୟିତ୍ବହୀନତାର ପ୍ରତୀକ – ଗଣତନ୍ତ୍ର ଶାସନରେ ପ୍ରତ୍ୟେକ ବ୍ୟକ୍ତି ଶାସନରେ ଅଂଶଗ୍ରହଣ କରନ୍ତି; ତେଣୁ ପ୍ରତ୍ୟେକର କାର୍ଯ୍ୟ କାହା କାର୍ଯ୍ୟ ନୁହେଁ” ନ୍ୟାୟରେ ଶାସନ ଅବହେଳିତ ହୁଏ । ଏଥିରେ ଦାୟିତ୍ଵ ସମସ୍ତଙ୍କ ଉପରେ ନ୍ୟସ୍ତ ଥ‌ିବାରୁ କେହି ନିଜକୁ ସମ୍ପୂର୍ଣ୍ଣରୂପେ ଦାୟୀ ମଣନ୍ତି ନାହିଁ । ତେଣୁ ଗଣତନ୍ତ୍ରର ଶାସନ ଦାୟିତ୍ବହୀନତାର ପ୍ରତୀକ ।
  • ଦଳୀୟ ରାଜନୀତିର କୁପରିଣାମ – ରାଜନୈତିକ ଦଳ ବିନା ଗଣତନ୍ତ୍ର ବଞ୍ଚିପାରେ ନାହିଁ । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ରାଜନୈତିକ ଦଳଗୁଡ଼ିକ ଦଳୀୟ ମନୋଭାବ ନେଇ କାର୍ଯ୍ୟ କରିଥା’ନ୍ତି । ଫଳରେ ଏହା ଲୋକ ଚରିତ୍ର ଉପରେ କୁପ୍ରଭାବ ପକାଏ ।
  • ଜରୁରିକାଳୀନ ପରିସ୍ଥିତି ପାଇଁ ଅନୁପଯୁକ୍ତ – ଗଣତନ୍ତ୍ର ଶାସନ ଜରୁରିକାଳୀନ ପରିସ୍ଥିତି ପାଇଁ ଅନୁପଯୁକ୍ତ । ଗଣତନ୍ତ୍ରରେ ନିଷ୍ପତ୍ତି ନେବାରେ ବିଳମ୍ବ ହୁଏ; ଏଣୁ ଜରୁରିକାଳୀନ ପରିସ୍ଥିତିରେ ଉଚିତ ମୁକାବିଲା ପାଇଁ ଆବଶ୍ୟକୀୟ ଜରୁରୀ ପଦକ୍ଷେପ ଶୀଘ୍ର ନିଆଯାଇପାରେ ନାହିଁ ।
  • ସଂଖ୍ୟାଗରିଷ୍ଠତାର ଏକଚ୍ଛତ୍ରବାଦ – ଦଳ ଶାସନ କାର୍ଯ୍ୟ ପରିଚାଳନା କରୁଥିବାରୁ ଓ ଦୃଢ଼ ଶୃଙ୍ଖଳାନୀତି ହେତୁ ସଂଖ୍ୟାଗରିଷ୍ଠତାର ଏକଚ୍ଛତ୍ରବାଦ ଏକ ପ୍ରତିଷ୍ଠିତ ସତ୍ୟରେ ପରିଣତ ହୋଇଛି । ଗଣତନ୍ତ୍ରର ସମସ୍ତ ଦୁର୍ଗୁଣ ସତ୍ତ୍ବେ ଏହା ଏକ ଉତ୍କୃଷ୍ଟ ଶାସନ ବ୍ୟବସ୍ଥା ବୋଲି ଜେ.ଏସ୍.ମିଲ୍ ଓ ଲର୍ଡ଼ ବ୍ରାଇସ୍ ମତ ଦେଇଛନ୍ତି । ଗଣତନ୍ତ୍ରର ସଫଳତା ପାଇଁ ଜାଗ୍ରତ ନାଗରିକତ୍ଵ, ଉପଯୁକ୍ତ ମୌଳିକ ଅଧିକାର, ଦାରିଦ୍ର୍ୟ ନିରାକରଣ, ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା ଯୋଗାଣ, ସ୍ଵାଧୀନ ସମ୍ବାଦ ସଂସ୍ଥା ଇତ୍ୟାଦିର ସର୍ବ ପୂରଣ ହେବା ଆବଶ୍ୟକ ।

୨ | ଗଣତନ୍ତ୍ରର ସଫଳ କାର୍ଯ୍ୟକାରିତା ନିମନ୍ତେ ଅତ୍ୟାବଶ୍ୟକ ସର୍ଭାବଳୀ ଆଲୋଚନା କର ।
Answer:
ଗଣତନ୍ତ୍ର ବର୍ତ୍ତମାନ ପୃଥ‌ିବୀର ସର୍ବାଧ‌ିକ ଲୋକପ୍ରିୟ ସରକାର ଅଟେ । ଏଥିରେ ସାର୍ବଭୌମତ୍ଵ ଲୋକମାନଙ୍କ ଉପରେ ଆଧାରିତ । ଏହା ପ୍ରଥମେ ଗ୍ରୀସ୍ ଦେଶରେ ପ୍ରତିଷ୍ଠିତ ହୋଇଥିଲା । ଏହା ଦୁଇଟି ଗ୍ରୀକ୍ ଶବ୍ଦ ‘ଡିମୋସ୍’ ଓ ‘କ୍ରାଟସ୍ ରୁ ଆନୀତ ଯାହାର ଅର୍ଥ ଯଥାକ୍ରମେ ‘ଗଣ’ ଓ ‘କ୍ଷମତା’ । ସୁତରାଂ ଗଣତନ୍ତ୍ର ଲୋକମାନଙ୍କର କ୍ଷମତାକୁ ବୁଝାଏ । ଆବ୍ରାହମ୍ ଲିଙ୍କନଙ୍କ ମତରେ, “ ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କଦ୍ୱାରା ଏବଂ ଲୋକମାନଙ୍କ ପାଇଁ ଏକ ଶାସନ ବ୍ୟବସ୍ଥା ।” ଏହାର ସଫଳତା ପାଇଁ ନିମ୍ନଲିଖୁତ ଉପାଦାନଗୁଡ଼ିକ ଆବଶ୍ୟକ ।

  • ନୈତିକ ଓ ବୌଦ୍ଧିକ ବିକାଶ – ଲର୍ଡ଼ ବ୍ରାଇସ୍ କହନ୍ତି ଯେ ଉତ୍ତମ ନାଗରିକତା ସକାଶେ ବୁଦ୍ଧି, ଆତ୍ମସଂଯମ ଏବଂ ବିବେକ ଦରକାର । ଗଣତନ୍ତ୍ରରେ ପ୍ରତ୍ୟେକ ନାଗରିକ ବୁଦ୍ଧିମାନ୍ ହେଲେ ସେମାନେ ନିଜର ପ୍ରତିନିଧୂ ଠିକ୍‌ଭାବେ ବାଛି ପାରିବେ । ଆତ୍ମସଂଯମ ହେଲେ ସେମାନେ ଦୁର୍ନୀତିମୁକ୍ତ ହେବେ ଏବଂ ନୈତିକ ମନୋଭାବ ସେମାନଙ୍କୁ ବିବେକୀ କରାଇଥାଏ ।

CHSE Odisha Class 12 Political Science Chapter 1 Long Answer Questions in Odia Medium

  • ଶିକ୍ଷାର ପ୍ରସାର – ଭାରତର ଦାର୍ଶନିକ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ କହିଥିଲେ ଯେ ଶିକ୍ଷା ହେଉଛି ରାଷ୍ଟ୍ରର ଦ୍ଵିତୀୟ ଧାଡ଼ିର ପ୍ରତିରକ୍ଷା ବ୍ୟବସ୍ଥା । ଇଂରେଜ ଦାର୍ଶନିକ ମିଲ୍ କହିଥିଲେ ଯେ ସାର୍ବଜନୀନ ଭୋଟପ୍ରଥା ସାର୍ବଜନୀନ ଶିକ୍ଷା ପରେ ପ୍ରାପ୍ତ ହେବା ଉଚିତ । ଯେଉଁ ନାଗରିକ ଅଶିକ୍ଷିତ ତାହାଦ୍ୱାରା ଗଣତନ୍ତ୍ର ସୁରକ୍ଷିତ ହେବ ନାହିଁ ।
  • ଅର୍ଥନୈତିକ ସମତା – ଜାତିର ପିତା ମହାତ୍ମା ଗାନ୍ଧି କହିଥିଲେ ଯେ ଖାଲି ପେଟରେ କେହିହେଲେ ଦେଶପ୍ରେମୀ ହୋଇପାରିବେ ନାହିଁ । ଅର୍ଥନୈତିକ ବୈଷମ୍ୟ ଓ ଶୋଷଣ ରାଜନୈତିକ ସ୍ବାତନ୍ତ୍ର୍ୟ ଓ ସମତା କ୍ଷେତ୍ରରେ ବାଧା ଉପୁଜାଇଥାଏ । ଏଣୁ କୁହାଯାଏ ଅର୍ଥନୈତିକ ଗଣତନ୍ତ୍ର ବିନା ରାଜନୈତିକ ଗଣତନ୍ତ୍ର ଅସମ୍ଭବ ଅଟେ । ପ୍ରତ୍ୟେକ ବ୍ୟକ୍ତିର ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା; ଯଥା- ଖାଦ୍ୟ, ବସ୍ତ୍ର ଓ ବାସଗୃହ ପୂରଣ ହେବା ନିତାନ୍ତ ଆବଶ୍ୟକ ।
  • କ୍ଷମତା ବିକେନ୍ଦ୍ରୀକରଣ – ଲର୍ଡ଼ ଆକ୍‌ଟନ୍‌ଙ୍କ ମତରେ, କ୍ଷମତା ମନୁଷ୍ୟକୁ ଦୁର୍ନୀତିଗ୍ରସ୍ତ କରେ । କ୍ଷମତାର କେନ୍ଦ୍ରୀଭୂତ ରୂପ ଦୁର୍ନୀତିର ଭିତ୍ତିଭୂମିକୁ ଦୃଢ଼ କରେ । ଏଣୁ ଗଣତନ୍ତ୍ରରେ କ୍ଷମତା ବିକେନ୍ଦ୍ରୀକରଣ ଓ ନିୟନ୍ତ୍ରଣ ଉପରେ ଗୁରୁତ୍ଵ ଦିଆଯାଏ । ଲୋକମାନଙ୍କ ସଂଖ୍ୟାଗରିଷ୍ଠ ସମର୍ଥନ ଉପଭୋଗ କରୁଥିବା ରାଜନୈତିକ ଦଳ ଲୋକମାନଙ୍କ ସମର୍ଥନ ଅନୁଯାୟୀ କ୍ଷମତା ଉପଭୋଗ କରି ଲୋକମଙ୍ଗଳ ପାଇଁ ଏହାର ବ୍ୟବହାର କରିଥାଏ । ସରକାରୀ ଦଳର କ୍ଷମତା ବିରୋଧୀ ଦଳ, ଜନମତ, ପ୍ରଥା, ପରମ୍ପରା, ସମ୍ବିଧାନ ଆଦିଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ସ୍ୱାୟତ୍ତ ଶାସନ ବ୍ୟବସ୍ଥାଦ୍ଵାରା କ୍ଷମତା ବିକେନ୍ଦ୍ରୀକରଣ ବ୍ୟବସ୍ଥା ତ୍ବରାନ୍ବିତ ଓ ବାସ୍ତବ ହୁଏ । ଏହା ଗଣତନ୍ତ୍ରର ପ୍ରାଥମିକ ସ୍ତର ଅଟେ ।
  • ଗଣତାନ୍ତ୍ରିକ ମନୋବୃତ୍ତି – ଗଣତନ୍ତ୍ରର ନୀତି ହେଉଛି “ ନିଜେ ବଞ୍ଚ ଓ ଅନ୍ୟକୁ ବଞ୍ଚିବାକୁ ଦିଅ ।” ଲୋକମାନଙ୍କ ମଧ୍ୟରେ ସ୍ନେହ, ସୌହାର୍ଘ୍ୟ, ତ୍ୟାଗ, ସହିଷ୍ଣୁତା, ଦୟା, ସହଯୋଗ ଆଦି ମାନବୀୟ ଗୁଣ ନଥିଲେ ଗଣତନ୍ତ୍ର ବିପଦାପନ୍ନ ହୁଏ ।
  • ସୁସ୍ଥ ବିରୋଧୀ ଦଳ – ଗଣତନ୍ତ୍ରର ସଫଳ ରୂପାୟନ ପାଇଁ ଏକ ଦୃଢ଼ ଶାସନ ଦଳ ପରି ଏକ ସୁସଙ୍ଗଠିତ, ଦୃଢ଼, ଗଠନମୂଳକ କାର୍ଯ୍ୟ କରୁଥିବା ଉପଯୁକ୍ତ ନୀତିସମ୍ପନ୍ନ ବିରୋଧୀ ଦଳର ଆବଶ୍ୟକତା ରହିଛି । ଏହା ଶାସକ ଦଳର ଦୋଷତ୍ରୁଟିକୁ ସମାଲୋଚନା କରିବା ସଙ୍ଗେ ସଙ୍ଗେ ଜନମତ ସୃଷ୍ଟି ଓ ସଂରକ୍ଷଣରେ ସାହାଯ୍ୟ କରେ । ଏହାର ଅନୁପସ୍ଥିତିରେ ଶାସକ ଦଳ ସ୍ଵେଚ୍ଛାଚାରୀ ହୋଇଯିବ । ଏଣୁ ଗଣତନ୍ତ୍ର ପାଇଁ ଦ୍ବିଦଳୀୟ ବ୍ୟବସ୍ଥା ଅତ୍ୟନ୍ତ ଉପଯୋଗୀ ଅଟେ ।

CHSE Odisha Class 12 Political Science Chapter 1 Long Answer Questions in Odia Medium

  • ଜାଗ୍ରତ ଜନମତ – ଜାଗ୍ରତ ଜନମତ ହିଁ ଗଣତନ୍ତ୍ରର ସତର୍କ ପ୍ରହରୀ । ଗଣତନ୍ତ୍ରରେ ଜନମତ ହିଁ ପ୍ରକୃତ ଭାଗ୍ୟନିୟନ୍ତା ! ପ୍ରତିନିଧୂମୂଳକ ଗଣତନ୍ତ୍ରରେ ପ୍ରତିନିଧୁ ନିର୍ବାଚନଠାରୁ ଆରମ୍ଭ କରି ସରକାର ପ୍ରତିଷ୍ଠା, ଶାସନର ଦାୟିତ୍ଵ, ପରିଚାଳନା, ନୀତି ନିର୍ଦ୍ଧାରଣ ଆଦି ପ୍ରତ୍ୟେକ କ୍ଷେତ୍ରରେ ଜନମତ ହିଁ ମୁଖ୍ୟ ଭୂମିକା ଗ୍ରହଣ କରେ । ଜନମତକୁ ନିଜ ସପକ୍ଷରେ ନେଲେ ଗୋଟିଏ ରାଜନୈତିକ ଦଳ ଶାସନ କ୍ଷମତା ଉପଭୋଗ ଓ ବ୍ୟବହାର କରିପାରେ ।
  • କର୍ତ୍ତବ୍ୟବୋଧ ଓ ଦାୟିତ୍ଵଜ୍ଞାନ – ଗଣତନ୍ତ୍ରର ସଫଳତା ପାଇଁ ନାଗରିକ, ଶାସକ ଦଳ, ବିରୋଧୀ ଦଳ ଇତ୍ୟାଦି ପ୍ରତ୍ୟେକଙ୍କ ପାଖରେ ଉଚ୍ଚକୋଟୀର କର୍ତ୍ତବ୍ୟବୋଧ ଓ ଦାୟିତ୍ଵଜ୍ଞାନ ଥୁବ ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତି ଓ ଅନୁଷ୍ଠାନ ନିଜର ଭୂମିକା ଠିକ୍ ଭାବେ ସମ୍ପାଦନ କଲେ ଗଣତନ୍ତ୍ର ସଫଳ ହେବ । ଗଣତନ୍ତ୍ରର ସୁରକ୍ଷା ଲୋକମାନଙ୍କର ସାମାଜିକ, ନୈତିକ ଓ ବୌଦ୍ଧିକ ଉନ୍ନତି ଉପରେ ନିର୍ଭର କରେ । ମାକ୍‌ଙ୍କ ମତରେ, ଗଣତନ୍ତ୍ର ହେଉଛି ଏକ ଜୀବନଧାରା ।

୩ । ଗଣତନ୍ତ୍ରର ଚାରିତ୍ରିକ ଲକ୍ଷଣଗୁଡ଼ିକ ଦର୍ଶାଅ । ପ୍ରତ୍ୟକ୍ଷ ଓ ପରୋକ୍ଷ ଗଣତନ୍ତ୍ର ମଧ୍ୟରେ ଥିବା ପାର୍ଥକ୍ୟ ତର୍ଜମା କର।
Answer:
ଲର୍ଡ଼ ବ୍ରାଇସ୍ ଗଣତନ୍ତ୍ରର ସଂଜ୍ଞା ନିରୂପଣ କରି ମତ ଦେଇଛନ୍ତି ଯେ, “ ଗଣତନ୍ତ୍ର ଏପରି ଏକ ସରକାର ଯେଉଁଥରେ ରାଷ୍ଟ୍ରର ଶାସନ କ୍ଷମତା କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀ ବା ଶ୍ରେଣୀସମୂହ ହାତରେ ନ୍ୟସ୍ତ ନ ହୋଇ ସମାଜର ସମଗ୍ର ସଦସ୍ୟମାନଙ୍କ ଉପରେ ନ୍ୟସ୍ତ ହୋଇଥାଏ ।” ଏଣୁ ଗଣତନ୍ତ୍ରରେ ଲୋକମାନେ କ୍ଷମତାର ମୂଳ ଆଧାର ଅଟନ୍ତି । ଏହା ସାମ୍ବିଧାନିକ ଉପାୟରେ ପରିବର୍ତ୍ତନଶୀଳ ଶାସନ ବ୍ୟବସ୍ଥା ଅଟେ ।

ଗଣତନ୍ତ୍ରର ବିଭିନ୍ନ ସ୍ବରୂପ (Aspects of Democracy) :

  • ଗଣତାନ୍ତ୍ରିକ ରାଷ୍ଟ୍ର – ଜନସାଧାରଣ ସର୍ବୋଚ୍ଚ କ୍ଷମତାର ଅଧିକାରୀ ହୋଇ ଜନସ୍ବାର୍ଥ ଦୃଷ୍ଟିରୁ କ୍ଷମତା ବ୍ୟବହୃତ ହେଉଥ‌ିବା ରାଷ୍ଟ୍ରୀୟ ସଙ୍ଗଠନକୁ ଗଣତାନ୍ତ୍ରିକ ରାଷ୍ଟ୍ର କୁହାଯାଏ । ଏହି ବ୍ୟବସ୍ଥାରେ ରାଷ୍ଟ୍ର ଏକ ମାଧ୍ୟମ ଓ ବ୍ୟକ୍ତି ଏକ ଲକ୍ଷ୍ୟ ଅଟେ ।
  • ଗଣତାନ୍ତ୍ରିକ ସରକାର – ଏହି ସରକାରରେ କ୍ଷମତା ଜନସାଧାରଣଙ୍କଦ୍ବାରା ପ୍ରତ୍ୟକ୍ଷଭାବେ ବା ସେମାନଙ୍କର ପ୍ରତିନିଧୁମାନଙ୍କଦ୍ଵାରା ଜନସ୍ବାର୍ଥ ଦୃଷ୍ଟିରୁ ବ୍ୟବହୃତ ହୋଇଥାଏ ।
  • ଗଣତାନ୍ତ୍ରିକ ସମାଜ – ଏହି ସମାଜ ସ୍ଵତନ୍ତ୍ରତା, ସମାନତା ଓ ଭ୍ରାତୃଭାବ ଉପରେ ପ୍ରତିଷ୍ଠିତ ହୋଇଥାଏ ।
  • ଗଣତାନ୍ତ୍ରିକ ଅର୍ଥନୈତିକ ବ୍ୟବସ୍ଥା – ଏହି ଅର୍ଥନୈତିକ ବ୍ୟବସ୍ଥାରେ ଉତ୍ପାଦନ ଓ ବଣ୍ଟନ ନୀତି ଲୋକମାନଙ୍କଦ୍ୱାରା ସାଧାରଣ ସ୍ଵାର୍ଥ ଦୃଷ୍ଟିରୁ ନିର୍ଦ୍ଧାରଣ ଓ ପରିଚାଳନା କରାଯାଇଥାଏ । ପ୍ରତ୍ୟେକ ବ୍ୟକ୍ତି ଜୀବନଧାରଣର ପର୍ଯ୍ୟାପ୍ତ ସୁଯୋଗ ପ୍ରାପ୍ତ ହେବା ଓ ଶୋଷଣମୁକ୍ତ ଜନମଙ୍ଗଳକାରୀ ଅର୍ଥନୀତି ଏହି ବ୍ୟବସ୍ଥାର ଅନ୍ୟତମ ଲକ୍ଷ୍ୟ ଅଟେ ।
  • ଗଣତାନ୍ତ୍ରିକ ଜୀବନଧାରା (Democratic way of life) – ଗଣତନ୍ତ୍ର ଲୋକମାନଙ୍କ ମଧ୍ୟରେ ଶାନ୍ତି, ବନ୍ଧୁତ୍ଵ, ସହଯୋଗ, ସହନଶୀଳତା ଆଦି ମୂଲ୍ୟବୋଧ ସୃଷ୍ଟି କରି ସେମାନଙ୍କ ପ୍ରକୃତି, ବ୍ୟବହାର ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣିଥାଏ । ଏହି ବ୍ୟକ୍ତିଗତ ବ୍ୟବହାର ସାମାଜିକ ବ୍ୟବହାର ନିର୍ଦ୍ଧାରଣରେ ସହାୟକ ହୋଇଥାଏ ।

CHSE Odisha Class 12 Political Science Chapter 1 Long Answer Questions in Odia Medium

ଗଣତନ୍ତ୍ରର ଚାରିକ ଲକ୍ଷଣ (Characteristics of Democracy) :

  • ଗଣତନ୍ତ୍ରରେ ଲୋକମାନେ ସାର୍ବଭୌମ କ୍ଷମତାର ଅଧିକାରୀ ଅଟନ୍ତି ।
  • ଏହା ସ୍ଵତନ୍ତ୍ରତା, ସମାନତା, ଅଧିକାର, ନ୍ୟାୟ ଓ ଭ୍ରାତୃଭାବର ସ୍ଥିତି ଉପରେ ପ୍ରତିଷ୍ଠିତ ।
  • ଏହି ବ୍ୟବସ୍ଥାରେ ଲୋକମାନେ ‘ଲକ୍ଷ୍ୟ’ (end) ଓ ରାଷ୍ଟ୍ର ତଥା ସରକାର ‘ମାଧ୍ୟମ’ (means) ରୂପେ କାର୍ଯ୍ୟ କରିଥାଏ ।
  • ପ୍ରତିନିଧୂମୂଳକ ଗଣତନ୍ତ୍ରରେ ‘ସଂଖ୍ୟାତ୍ମକର ଶାସନ’ ପ୍ରତିଷ୍ଠିତ ହୋଇଥାଏ ।
  • ସ୍ଵାଧୀନ ବିଚାର ସଂସ୍ଥା ଓ ‘ଆଇନର ଶାସନ’ର କାର୍ଯ୍ୟକାରିତା ଏହାର ଲକ୍ଷ୍ୟ ଅଟେ ।
  • ବିରୋଧୀ ଦଳ ଓ ମତ ପ୍ରତି ସହନଶୀଳତା ଓ ସମ୍ମାନ ପ୍ରଦର୍ଶନ ଏହାର ପ୍ରକୃତି ଅଟେ ।
  • ସାମ୍ବିଧାନିକ ଉପାୟରେ ନିୟମିତ ବ୍ୟବଧାନରେ ସଂଘଟିତ ନିର୍ବାଚନ ମାଧ୍ୟମରେ ସରକାର ପରିବର୍ତ୍ତନ ସମ୍ଭବ ହୋଇଥାଏ ।
  • ବହୁଦଳୀୟ ରାଜନୈତିକ ବ୍ୟବସ୍ଥା ଏହାର ସଫଳତା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରେ ।
  • ମନୁଷ୍ୟର ଯୁକ୍ତିଶୀଳତା (rationality) ଉପରେ ଏହା ବିଶ୍ବାସ ସ୍ଥାପନ କରିଥାଏ ।

ପ୍ରତ୍ୟକ୍ଷ ଓ ପରୋକ୍ଷ ଗଣତନ୍ତ୍ର ମଧ୍ୟରେ ପାର୍ଥକ୍ୟ (Difference between Direct and Indirect Democracy) :
ଐତିହାସିକ ଦୃଷ୍ଟିକୋଣରୁ ଜନ ଅଂଶଗ୍ରହଣର ପ୍ରକୃତି ଭିତ୍ତିରେ ଗଣତନ୍ତ୍ରକୁ ପ୍ରତ୍ୟକ୍ଷ (Direct) ଓ ପରୋକ୍ଷ ବା ପ୍ରତିନିଧୁମୂଳକ (Indirect or Representative) ପରି ଦୁଇ ଭାଗରେ ବିଭକ୍ତ କରାଯାଇଥାଏ ।

ପ୍ରତ୍ଯକ୍ଷ ଗଣତନ୍ତ୍ର – ଏହା ପୁରାତନ ଓ ବାସ୍ତବ ଗଣତାନ୍ତ୍ରିକ ବ୍ୟବସ୍ଥା ଅଟେ । ଏହି ବ୍ୟବସ୍ଥାରେ ଲୋକମାନେ ପ୍ରତ୍ୟକ୍ଷଭାବେ ରାଷ୍ଟ୍ରୀୟ ବ୍ୟାପାରରେ ଅଂଶଗ୍ରହଣ କରିଥା’ନ୍ତି । ଗ୍ରୀକ୍ ନଗର-ରାଜ୍ୟ ଓ ରୋମାନ୍ ସଭ୍ୟତା ସମୟରେ ସ୍ଵଳ୍ପ ଜନସଂଖ୍ୟା ବିଶିଷ୍ଟ କ୍ଷୁଦ୍ର ରାଷ୍ଟ୍ର କ୍ଷେତ୍ରରେ ଏହାର କାର୍ଯ୍ୟକାରିତା ଦେଖ‌ିବାକୁ ମିଳୁଥିଲା । କିନ୍ତୁ ବିଶାଳ ଭୂଖଣ୍ଡ, ବିରାଟ ଜନସଂଖ୍ୟା ଓ ବ୍ୟାପକ କାର୍ଯ୍ୟପରିସର ହେତୁ ବର୍ତ୍ତମାନର ରାଷ୍ଟ୍ରୀୟ ବ୍ୟବସ୍ଥାରେ ପ୍ରତ୍ୟକ୍ଷ ଗଣତନ୍ତ୍ରର କାର୍ଯ୍ୟକାରିତା ସମ୍ଭବ ନୁହେଁ । ତଥାପି ସୁଇଜରଲ୍ୟାଣ୍ଡର ପାଞ୍ଚଗୋଟି କ୍ୟାଣ୍ଟନରେ ‘ଲ୍ୟାଣ୍ଡସ୍‌ମିଣ୍ଟ୍’ (Landsgemeinde) ବା ପ୍ରାଥମିକ ସଭା ମାଧ୍ୟମରେ ପ୍ରତ୍ୟକ୍ଷ ଗଣତନ୍ତ୍ରର ବାସ୍ତବ ଉପସ୍ଥିତି ଦେଖ‌ିବାକୁ ମିଳୁଛି । ଏହି ବ୍ୟବସ୍ଥାରେ ସମସ୍ତ ସାବାଳକ ନାଗରିକ ବର୍ଷରେ ଥରେ ଏକତ୍ରିତ ହୋଇ ପ୍ରାଥମିକ ସଭାରେ ଆଇନ ପ୍ରଣୟନ, ଶାସନ ନୀତି ନିର୍ଦ୍ଧାରଣ ଓ ପରିଚାଳନା ଆଦି କାର୍ଯ୍ୟ ସମ୍ପାଦନ କରିଥା’ନ୍ତି । ଏହି ସଂଗଠନକୁ ଛାଡ଼ିଦେଲେ ‘ଗଣଭୋଟ’ (Referendum), ‘ଗଣ ଉଦ୍ୟୋଗ’ (Initiative), ‘ପ୍ରତ୍ୟାହାର’ (Recall) ଓ ‘ରାଜନୈତିକ ବ୍ୟାପାରରେ ଗଣଭୋଟ’ (Plebiscite) ଆଦି ବ୍ୟବସ୍ଥା ମାଧ୍ଯମରେ ବର୍ତ୍ତମାନର ପରିସ୍ଥିତିରେ ପରୋକ୍ଷ ଗଣତନ୍ତ୍ରରେ ଜନ ଅଂଶଗ୍ରହଣ ବୃଦ୍ଧିର ପରିବେଶ ସୃଷ୍ଟି କରାଯାଉଛି ।

CHSE Odisha Class 12 Political Science Chapter 1 Long Answer Questions in Odia Medium

ଗଣଭୋଟ (Referendum) :
ବ୍ୟବସ୍ଥାପିକାଦ୍ଵାରା ଗୃହୀତ କୌଣସି ବିଧେୟକକୁ ଅନୁମୋଦନ ବା ପ୍ରତ୍ୟାଖ୍ୟାନ କରିବାର ବ୍ୟବସ୍ଥା ‘ଗଣଭୋଟ’ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥାଏ । ଏଠାରେ ଲୋକମାନେ ସାର୍ବଭୌମ କ୍ଷମତାର ସର୍ବଶେଷ ଅଧିକାରୀ ବୋଲି ପ୍ରତିପାଦନ କରାଯାଇଥାଏ । ଏହା ଭୋଟଦାତାଙ୍କ ‘ଭିଟୋ କ୍ଷମତା’ ବୋଲି ଅଭିହିତ ହୋଇଥାଏ । ଏହା ଲୋକମାନଙ୍କ ପାଖରେ ବ୍ୟବସ୍ଥାପିକାର ଅତ୍ୟାଚାରରୁ ମୁକୁଳିବା ପାଇଁ ଏକ ‘ଢାଲ’ (shield) ରୂପେ ବ୍ୟବହୃତ ହୁଏ । ଏହା ଦୁଇ ପ୍ରକାରର, ଯଥା (କ) ବାଧ୍ୟତାମୂଳକ ଗଣଭୋଟ ଓ (ଖ) ଇଚ୍ଛାଧୀନ ଗଣଭୋଟ ।

  • ବାଧ୍ୟତାମୂଳକ ଗଣଭୋଟ (Compulsory Referendum) – ବ୍ୟବସ୍ଥାପିକାଦ୍ଵାରା ଗୃହୀତ ବିଧେୟକ ଜନସାଧାରଣଙ୍କଦ୍ବାରା ଅନୁମୋଦିତ ନ ହେଲା ପର୍ଯ୍ୟନ୍ତ ତାହା ଆଇନରେ ପରିଣତ ହୋଇପାରେ ନାହିଁ । ସୁଇଜରଲ୍ୟାଣ୍ଡରେ ସମସ୍ତ ସାମ୍ବିଧାନିକ ସଂଶୋଧନ ବିଧେୟକ ଏହି ପର୍ଯ୍ୟାୟଭୁକ୍ତ ହୋଇଥାଏ ।
  • ଇଚ୍ଛାଧୀନ ଗଣଭୋଟ (Optional Referendum) – ସାଧାରଣ ବିଧେୟକ କ୍ଷେତ୍ରରେ ଗଣଭୋଟ ଇଚ୍ଛାଧୀନ ଅଟେ । ସୁଇଜରଲ୍ୟାଣ୍ଡରେ ୫୦,୦୦୦ ଭୋଟଦାତା କିମ୍ବା ଆଠଗୋଟି କ୍ୟାଣ୍ଟନ ଏକ ବିଧେୟକ କ୍ଷେତ୍ରରେ ଗଣଭୋଟ ଦାବି ପ୍ରସ୍ତାବ ଆଗତ କରିପାରନ୍ତି । ଏହା ବ୍ୟତୀତ ସଂଘୀୟ ବ୍ୟବସ୍ଥାପିକା ଆବଶ୍ୟକତା ଅନୁଭବ କଲେ ଏକ ସାଧାରଣ ବିଧେୟକ କ୍ଷେତ୍ରରେ ଗଣଭୋଟ କରିପାରନ୍ତି । ଭୋଟଦାତା ଓ କ୍ୟାଣ୍ଟନ ଗଣଭୋଟ ଦାବି କରୁଥିବା ପରିସ୍ଥିତିରେ ବିଧେୟକର ପ୍ରକାଶନର ୯୦ ଦିନ ମଧ୍ୟରେ ଏହା କରାଯିବା ଆବଶ୍ୟକ ଅଟେ ।

ଗଣ ଉଦ୍ୟୋଗ (Initiative) :
ସରକାର ଆଇନ ପ୍ରଣୟନ ନ କଲେ ଜନସାଧାରଣ ପ୍ରସ୍ତାବ ବା ପୂର୍ଣ୍ଣାଙ୍ଗ ରୂପେ ଆଇନ ପ୍ରଣୟନର ଉଦ୍ୟମ କରୁଥିବା ବ୍ୟବସ୍ଥାକୁ ‘ଗଣ ଉଦ୍ୟୋଗ’ କୁହାଯାଏ । ଏହା ଲୋକମାନଙ୍କ ହାତରେ ଏକ ‘ଖଡ୍‌ଗ’ (sword) ରୂପେ କାର୍ଯ୍ୟ କରେ ଯାହା ଫଳରେ ବ୍ୟବସ୍ଥାପିକାର ସ୍ଥାଣୁତା ଓ ସ୍ଵାର୍ଥପରତା ବିରୁଦ୍ଧରେ ଯୁଦ୍ଧ କରି ଆଇନ ପ୍ରଣୟନର ପଥ ଉନ୍ମୁକ୍ତ କରାଯାଇପାରେ | ସୁଇଜରଲ୍ୟାଣ୍ଡରେ ୫୦ ହଜାର ଭୋଟଦାତା କେବଳ ସାମ୍ବିଧାନିକ ସଂଶୋଧନ କ୍ଷେତ୍ରରେ ଗଣ ଉଦ୍ୟୋଗକୁ ପ୍ରୟୋଗ କରିପାରନ୍ତି । ଏହା ଦୁଇ ପ୍ରକାରର; ଯଥା – ପୂର୍ବାଙ୍ଗ (Formulated) ଓ ଅପୂର୍ଣ୍ଣାଙ୍ଗ ବା ପ୍ରସ୍ତାବ ଆକୃତିଧାରୀ (Unformulated) ।

  • ପୂର୍ଣ୍ଣାଙ୍ଗ ଗଣଉଦ୍ୟୋଗ କ୍ଷେତ୍ରରେ ଭୋଟଦାତା ସମ୍ପୂର୍ଣ୍ଣ ଲିଖୁତ ଓ ପୂର୍ଣ୍ଣାଙ୍ଗ ରୂପରେ ବ୍ୟବସ୍ଥାପିକାର ଅନୁମୋଦନ ପାଇଁ ଏକ ପ୍ରସ୍ତାବ ଉପସ୍ଥାପନ କରନ୍ତି ।
  • ପ୍ରସ୍ତାବ ଆକୃତିଧାରୀ ଗଣ ଉଦ୍ୟୋଗ କ୍ଷେତ୍ରରେ କେବଳ ଏକ ପ୍ରସ୍ତାବ ବ୍ୟବସ୍ଥାପିକାରେ ଉପସ୍ଥାପନ କରାଯାଏ ଓ ବ୍ୟବସ୍ଥାପିକା ଏହାର ପୂର୍ଣ କଳେବର ନିରୂପଣ କରିଥାଏ ।

ପ୍ରତ୍ୟାହାର (Recall) :
ଲୋକ ପ୍ରତିନିଧ୍ୟ ଏକ ନିର୍ଦ୍ଧାରିତ ସମୟ ପାଇଁ ନିର୍ବାଚିତ ହୋଇଥା’ନ୍ତି । ଏହି ସମୟସୀମା ମଧ୍ୟରେ ସେମାନେ ଅଣନିୟନ୍ତ୍ରିତ ହେଲେ ଅଣଦାୟିତ୍ଵସମ୍ପନ୍ନ ଓ ସ୍ଵେଚ୍ଛାଚାରୀ ହୋଇ ଗଣତନ୍ତ୍ରର ମୂଳଭିଭିକୁ ଦୁର୍ବଳ କରିଦେବାର ସମ୍ଭାବନା ରହିଛି । ଏଣୁ କେତେକ ରାଷ୍ଟ୍ରରେ ସେମାନେ ଅଣଦାୟିତ୍ଵସମ୍ପନ୍ନ ହେବା ପରିସ୍ଥିତିରେ ସେମାନଙ୍କୁ ଭୋଟଦାତାଙ୍କଦ୍ବାରା ପ୍ରତ୍ୟାହାର କରିବାର ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି ।

CHSE Odisha Class 12 Political Science Chapter 1 Long Answer Questions in Odia Medium

ରାଜନୈତିକ ବ୍ୟାପାରରେ ଗଣଭୋଟ ବା ‘ପ୍ଲେବିସାଇଟ୍’ (Plebiscite) :
‘ପ୍ଲେବିସାଇଟ୍’ ଶବ୍ଦଟି ଦୁଇଟି ଲାଟିନ୍ ଶବ୍ଦ ‘ପ୍ଲେବିସ୍’ (Plebis) ଓ ‘ସିଟିଅମ୍’ (Sitium) ରୁ ଉଦ୍ଧୃତ ହୋଇଛି । ‘ପ୍ଲେବିସ୍’ର ଅର୍ଥ ‘ଜନସାଧାରଣ’ ଓ ‘ସିଟିଅମ୍’ର ଅର୍ଥ ଏକ ‘ଶୃଙ୍ଖଳା’ (an Order) । ଏଣୁ ପ୍ଲେବିସାଇଟ୍‌ର ଅର୍ଥ ‘ଜନସାଧାରଣଙ୍କ ଶୃଙ୍ଖଳା’ । ଏହା ଗୁରୁତ୍ଵପୂର୍ଣ୍ଣ ରାଜନୈତିକ ପ୍ରଶ୍ନ କ୍ଷେତ୍ରରେ ପ୍ରୟୋଗ କରାଯାଏ । ପ୍ଲେବିସାଇଟ୍ ଓ ଗଣଭୋଟ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ ହେଉଛି ପ୍ଲେବିସାଇଟ୍‌ ରାଜନୈତିକ ପ୍ରଶ୍ନ କ୍ଷେତ୍ରରେ ଜନମତାମତ ଗ୍ରହଣ ପାଇଁ ଉଦ୍ଦିଷ୍ଟ ଥ‌ିବାବେଳେ ‘ଗଣମତାମତ ଗ୍ରହଣ’ (Referendum) ଯେକୌଣସି ଆଇନ ପ୍ରଣୟନ କ୍ଷେତ୍ରରେ ପ୍ରୟୋଗ ହୋଇଥାଏ ।

ପ୍ରତ୍ୟକ୍ଷ ଗଣତନ୍ତ୍ରର ଉପକାରିତା :

  • ଏହା ଜନପ୍ରିୟ ସାର୍ବଭୌମତ୍ୱ ଉପରେ ପ୍ରତିଷ୍ଠିତ !
  • ଥିରେ ଜନସାଧାରଣ ଉନ୍ନତ ରାଜନୈତିକ ଶିକ୍ଷା ପାଇପାରନ୍ତି ।
  • ଜନମତ ଜାଣିବାପାଇଁ ଏହା ସମ୍ପୂର୍ଣ ଉପଯୁକ୍ତ ପଦ୍ଧତି ଅଟେ ।
  • ଏହା ରାଜନୈତିକ ଦଳର କୁପ୍ରଭାବ ହ୍ରାସ କରେ ।
  • ବ୍ୟକ୍ତିସ୍ଵାର୍ଥର ନିରାପତ୍ତା ପ୍ରଦାନକାରୀ ହିସାବରେ ଏହା ବିପ୍ଳବର ସମ୍ଭାବନା ହ୍ରାସ କରେ ।
  • ଏହି ବ୍ୟବସ୍ଥାରେ ଆଇନ ଓ ସରକାର ପ୍ରତି ମାନ୍ୟତା ଓ ଆନୁଗତ୍ୟର ଭିତ୍ତି ସ୍ଵତଃସ୍ଫୁର୍ତ୍ତ ଓ ବଳିଷ୍ଠ ହୁଏ ।

ପ୍ରତ୍ୟକ୍ଷ ଗଣତନ୍ତ୍ରର ଅପକାରିତା :

  • ଏହା ବ୍ୟବସ୍ଥାପିକାର ମର୍ଯ୍ୟାଦା ଓ ସ୍ଵାଭିମାନ ହ୍ରାସ କରେ ।
  • ସାଧାରଣ ଭୋଟଦାତା ଆଇନ ପ୍ରଣୟନ ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟତାସମ୍ପନ୍ନ ନୁହଁନ୍ତି |
  • ଏହା ଏକ ବ୍ୟୟବହୁଳ ଓ ଜଟିଳ ବ୍ୟବସ୍ଥା ଅଟେ ।
  • ଲୋକମାନଙ୍କ ଭିତରେ ବିତୃଷ୍ଣା ଓ ଅନାଗ୍ରହ ରହିଥ‌ିବାରୁ ଏହି ବ୍ୟବସ୍ଥା ସଫଳତାର ସହ କାର୍ଯ୍ୟକାରୀ ହୋଇପାରେ ନାହିଁ ।
  • ପ୍ରଗତିଶୀଳ ବ୍ୟବସ୍ଥାପିକା କ୍ଷେତ୍ରରେ ଏହା ପ୍ରତିବନ୍ଧକ ସୃଷ୍ଟି କରିଥାଏ ।

CHSE Odisha Class 12 Political Science Chapter 1 Long Answer Questions in Odia Medium

ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତନ୍ତ୍ର (Indirect or Representative Democracy):
ପ୍ରତ୍ୟକ୍ଷ ଗଣତନ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତି ଯୋଗ୍ୟ ହୋଇନଥିବାରୁ ଏହା ଅଯୋଗ୍ୟ ବ୍ୟକ୍ତିଙ୍କର ଶାସନରେ ପରିଣତ ହୋଇଥାଏ । କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଲୋକମାନଙ୍କଦ୍ଵାରା ନିର୍ବାଚିତ ଓ ନିୟନ୍ତ୍ରିତ ହୋଇଥିବାରୁ ସେମାନଙ୍କ କାର୍ଯ୍ୟଧାରାରେ ଦଳୀୟ ମନୋଭାବ ସୃଷ୍ଟି ହୋଇଥାଏ । ବିଶାଳ ଭୂଖଣ୍ଡ, ବିରାଟ ଜନସଂଖ୍ୟା, ବ୍ୟାପକ କାର୍ଯ୍ୟପରିସର ହେତୁ ବର୍ତ୍ତମାନ ପ୍ରତ୍ୟକ୍ଷ ଗଣତନ୍ତ୍ରର କାର୍ଯ୍ୟକାରିତା ସମ୍ଭବପର ନୁହେଁ । ପରୋକ୍ଷ ଗଣତନ୍ତ୍ରରେ ଜନସାଧାରଣ ସେମାନଙ୍କ ପ୍ରତିନିଧୁ ନିର୍ବାଚନ କରନ୍ତି । ସେହି ପ୍ରତିନିଧୂମାନେ ଲୋକମାନଙ୍କ ତରଫରୁ କ୍ଷମତା ବ୍ୟବହାର କରି ଲୋକମାନଙ୍କ ନିକଟରେ ଉତ୍ତରଦାୟୀ ରହିଥା’ନ୍ତି । ଏହା ସାର୍ବଜନୀନ ସାବାଳକ ଭୋଟପ୍ରଥାଦ୍ଵାରା କାର୍ଯ୍ୟକାରୀ ହୋଇଥାଏ । ଜନମତର କୌଣସି ନିର୍ଦ୍ଦିଷ୍ଟ ଆକାର ଓ ପ୍ରକାର ନଥିବାରୁ ଜନମତକୁ ନିର୍ବାଚନ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ରୂପରେଖ ପ୍ରଦାନ କରାଯାଏ ଓ ଏହା ଗଣତନ୍ତ୍ରର ଭିଭିକୁ ଦୃଢ଼ କରିଥାଏ ।

ପରୋକ୍ଷ ଗଣତନ୍ତ୍ରର ଉପକାରିତା :

  • ଏହା ଉତ୍ତମ ପ୍ରଶାସନ ପ୍ରଦାନ କରିଥାଏ ।
  • ଏହା ଉତ୍ତମ ଆଇନ ପ୍ରଣୟନ ପାଇଁ ଅନୁକୂଳ ଅଟେ ।
  • ଏହା ଜନମତ ଉପରେ ପ୍ରତିଷ୍ଠିତ ଓ ଜନସମର୍ଥନ ଭିତ୍ତିରେ ପରିଚାଳିତ ଏକ ଦାୟିତ୍ଵଶୀଳ ଶାସନ ବ୍ୟବସ୍ଥା ଅଟେ ।
  • ଏହା ସମାନତା, ସ୍ବତନ୍ତ୍ରତା, ଆଇନର ଶାସନ ଆଦି ଉପରେ ଗୁରୁତ୍ବ ଆରୋପ କରିଥାଏ ।
  • ଏହା ଏକ ପ୍ରଗତିଶୀଳ ଓ ଦକ୍ଷ ସରକାର ପ୍ରତିଷ୍ଠା କରେ ।
  • ଏହା ରାଜନୀତିରେ ବିରୋଧୀ ମତ ଓ ଦଳକୁ ଉପଯୁକ୍ତ ମର୍ଯ୍ୟାଦା ଦିଏ ।
  • ସରକାରଙ୍କୁ ସମାଲୋଚନା କରିବା ଓ ରାଜନୈତିକ ଶିକ୍ଷାପ୍ରାପ୍ତ ହେବାର କ୍ଷେତ୍ର ଏଠାରେ ଅଧିକ ବ୍ୟାପକ ହୋଇଥାଏ ।
  • ଏହା ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ସଂସ୍କାରର ଉପଯୁକ୍ତ ମାଧ୍ୟମ ଅଟେ ।

ପ୍ରତ୍ୟକ୍ଷ ଗଣତନ୍ତ୍ରର ଅପକାରିତା :

  • ଏହା ଅଦକ୍ଷ, ଅଜ୍ଞ ଜନସାଧାରଣଙ୍କ ସରକାର ଅଟେ ।
  • ଏହା ଗୁଣାତ୍ମକ ମାନ ଅପେକ୍ଷା ସଂଖ୍ୟାତ୍ମକ ମାନ ଉପରେ ଅଧିକ ଗୁରୁତ୍ଵ ଦିଏ ।
  • ଏହା ଅମଲାତନ୍ତ୍ରର ଭୂମିକା ବୃଦ୍ଧି ଓ ଉପୀଡ଼ନ ସୃଷ୍ଟି କରେ ।
  • ଏହା ଏକ ବ୍ୟୟବହୁଳ ବ୍ୟବସ୍ଥା ଅଟେ ।

CHSE Odisha Class 12 Political Science Chapter 1 Long Answer Questions in Odia Medium

  • ଏହା ସଂଖ୍ୟାଧ୍ୟାକର ଏକଚ୍ଛତ୍ରବାଦ ପ୍ରତିଷ୍ଠା କରେ ।
  • ଏହା ରାଜନୈତିକ ଦଳର କୁପ୍ରଭାବର ଶିକାର ହୋଇଥାଏ ।
  • ଏହା ଧନିକ ଶ୍ରେଣୀର ସରକାର ଅଟେ ।
  • ଏଥୁରେ ରାଜନୀତି ଏକ ବୃତ୍ତିରେ ପରିଣତ ହୋଇ ସ୍ଵାର୍ଥପରତା, ଅସାଧୁତା ଓ ଦୁର୍ନୀତି ବୃଦ୍ଧି ପାଏ ।
  • ଏହା ଏକ ଅସ୍ଥିର ସରକାର ଅଟେ ।
  • ଏହି ବ୍ୟବସ୍ଥାରେ ଜରୁରୀ ପରିସ୍ଥିତିର ଉପଯୁକ୍ତ ମୁକାବିଲା ସମ୍ଭବ ହୋଇପାରେ ନାହିଁ ।
  • ଏହି ବ୍ୟବସ୍ଥାରେ ଜାତୀୟ ଏକତାର ଭିତ୍ତିଭୂମି ଦୁର୍ବଳ ହୁଏ ।

ପରୋକ୍ଷ ଗଣତନ୍ତ୍ରର ଉପରୋକ୍ତ ଅପକାରିତା ସତ୍ତ୍ଵେ ବାସ୍ତବତା ଦୃଷ୍ଟିରୁ ଏହାହିଁ ଉପଯୁକ୍ତ ଗଣତାନ୍ତ୍ରିକ ବ୍ୟବସ୍ଥା ଅଟେ । ପରୋକ୍ଷ ଗଣତନ୍ତ୍ରକୁ ଅଧିକ ଲୋକାଭିମୁଖୀ ଓ ବଳିଷ୍ଠ କରିବାପାଇଁ ଜନ ଅଂଶଗ୍ରହଣର ମାତ୍ରାକୁ ଅଧିକ ବ୍ୟାପକ କରାଯିବାର ବିଭିନ୍ନ ବ୍ୟବସ୍ଥା ବିଭିନ୍ନ ରାଷ୍ଟ୍ରରେ ଗ୍ରହଣ କରାଯାଉଛି ।

୪ । ଗଣତନ୍ତ୍ର କହିଲେ କ’ଣ ବୁଝ ? ଅର୍ଥନୈତିକ ଗଣତନ୍ତ୍ର ବିନା ରାଜନୈତିକ ସ୍ତରରେ ଗଣତନ୍ତ୍ର ସଫଳ ହେବ କି ? ମତ ଦିଅ ।
Answer:
‘ଗଣତନ୍ତ୍ର’ ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ ‘ଡେମସ୍’ ଓ ‘କ୍ରାସିଆ’ରୁ ଉଦ୍ଧୃତ ଯାହା ଯଥାକ୍ରମେ ଲୋକମାନେ ଓ କ୍ଷମତା ଅର୍ଥକୁ ସୂଚିତ କରିଥାଏ । ଏଣୁ ଗଣତନ୍ତ୍ର ଲୋକମାନଙ୍କର କ୍ଷମତା ବା ଶାସନକୁ ବୁଝାଇଥାଏ । ସିଲିଙ୍କ ମତରେ ‘ଗଣତନ୍ତ୍ର ଏପରି ଏକ ସରକାର ଯେଉଁଥରେ ପ୍ରତ୍ୟେକ ଲୋକଙ୍କ ଅଂଶ ଥାଏ ।’ ବର୍ତ୍ତମାନ ଗଣତନ୍ତ୍ର କେବଳ ଏକ ସରକାର ମଧ୍ୟରେ ସୀମାବଦ୍ଧ ନରହି ଏହା ଏକ ସାମାଜିକ ବ୍ୟବସ୍ଥା, ଏକ ଅର୍ଥନୈତିକ ଶୃଙ୍ଖଳା ଓ ଏକ ଜୀବନ ପ୍ରକ୍ରିୟାକୁ ନିର୍ଦ୍ଦେଶିତ କରୁଛି । ଗଣତନ୍ତ୍ରରେ ଲୋକମାନେ କ୍ଷମତାର ମୂଳ ଆଧାର ଅଟନ୍ତି । ଏହା ସ୍ଵତନ୍ତ୍ରତା, ସମାନତା, ନ୍ୟାୟ ଓ ଭ୍ରାତୃଭାବ ଉପରେ ପ୍ରତିଷ୍ଠିତ । ଆଇନର ଶାସନ, ସାମ୍ବିଧାନିକ ପଦ୍ଧତିରେ ବିଶ୍ଵାସ ଓ ସ୍ଵାଧୀନ ନ୍ୟାୟପାଳିକା ମାଧ୍ୟମରେ ଏହା କାର୍ଯ୍ୟ କରିଥାଏ ।

CHSE Odisha Class 12 Political Science Chapter 1 Long Answer Questions in Odia Medium

ଉଦାରବାଦୀ ଗଣତନ୍ତ୍ରରେ ଲୋକମାନଙ୍କୁ ରାଜନୈତିକ ପ୍ରକ୍ରିୟାରେ ସାର୍ବଜନୀନ ସାବାଳକ ଭୋଟପ୍ରଥା, ମୁକ୍ତ ନିର୍ବାଚନ, ଦାୟିତ୍ଵଶୀଳ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଇତ୍ୟାଦି ବ୍ୟବସ୍ଥା ମାଧ୍ୟମରେ ଅଧ‌ିକ ଅଂଶଗ୍ରହଣର ସୁଯୋଗ ଦିଆଯାଇଥାଏ । ବର୍ତ୍ତମାନ ଜନମଙ୍ଗଳ ରାଷ୍ଟ୍ରର ଜନପ୍ରିୟତା ସାମାଜିକ ଓ ରାଜନୈତିକ ଗଣତନ୍ତ୍ରର ଭିରିକୁ ଦୃଢ଼ କରିଛି । ଗଣତନ୍ତ୍ରର ତିନିଗୋଟି ବିଭବ ରହିଛି, ଯଥା- ସାମାଜିକ, ରାଜନୈତିକ ଓ ଅର୍ଥନୈତିକ । ଏହି ତିନି ଉପାଦାନର ସହାବସ୍ଥାନ ହିଁ ଗଣତନ୍ତ୍ରକୁ ବାସ୍ତବ ଓ ସଫଳ କରିଥାଏ । ସାମାଜିକ କ୍ଷେତ୍ରରେ ଶ୍ରେଣୀ, ଜାତି, ବର୍ଣ୍ଣ, ଲିଙ୍ଗ, ଧର୍ମ ଆଦି ମଣିଷକୃତ ବିଭେଦତା ନିର୍ବିଶେଷରେ ପ୍ରତ୍ୟେକ ଲୋକ ସମାନ ବୋଲି ବିବେଚିତ ହୋଇ ସମାନ ସୁଯୋଗ ଉପଭୋଗ କରିବାକୁ ସାମାଜିକ ଗଣତନ୍ତ୍ର କୁହାଯାଏ ।

ଏହା ଗଣତନ୍ତ୍ରର ପ୍ରାଥମିକ ଆବଶ୍ୟକତା ଅଟେ ଓ ଗଣତନ୍ତ୍ରର ମୂଳଭିଭି ରୂପେ କାର୍ଯ୍ୟକରେ । ରାଜନୈତିକ ଗଣତନ୍ତ୍ର ନାଗରିକକୁ ଶାସନ କ୍ଷେତ୍ରରେ ସମାନ ଅଂଶଗ୍ରହଣର ସୁଯୋଗ ଦେଇଥାଏ । ଏହା ରାଷ୍ଟ୍ରର ଆତ୍ମ-ନିର୍ଦ୍ଧାରଣ ଅଧିକାରକୁ ସ୍ବୀକୃତି ଦେଇଥାଏ । ରାଷ୍ଟ୍ରୀୟ ସ୍ଵାଧୀନତାର ପରିବେଶରେ ବ୍ୟକ୍ତି ଭୋଟଦାନର ଅଧିକାର, ନିର୍ବାଚନରେ ଅଂଶଗ୍ରହଣର ଅଧିକାର, ସରକାର ଗଠନ ଓ ସମାଲୋଚନା କରିବାର ଅଧିକାର, ଚିନ୍ତନ ଓ ପ୍ରକାଶନର ସ୍ଵାଧୀନତା ସାଧାରଣ ପଦପଦବୀ ଗ୍ରହଣ କରିବାର ସ୍ବାଧୀନତା ଇତ୍ୟାଦି ଉପଭୋଗ କରି ରାଷ୍ଟ୍ରର ରାଜନୈତିକ ବ୍ୟାପାରରେ ଅଂଶଗ୍ରହଣ ସୁଯୋଗ ପାଇଥାଏ । ସାର୍ବଜନୀନ ସାବାଳକ ଭୋଟଦାନ ବ୍ୟବସ୍ଥା ଏହି ଦିଗରେ ଏକ ଗୁରୁତ୍ଵପୂର୍ଣ ବ୍ୟବସ୍ଥା ଅଟେ । ରାଜନୈତିକ ଗଣତନ୍ତ୍ର ରାଜନୈତିକ ସ୍ଵତନ୍ତ୍ରତା ମାଧ୍ୟମରେ ଆତ୍ମପ୍ରକାଶ କରିଥାଏ ।

ଅନ୍ୟପକ୍ଷରେ, ଅର୍ଥନୈତିକ ଗଣତନ୍ତ୍ର ବ୍ୟକ୍ତିକୁ ଅର୍ଥନୈତିକ ଶୋଷଣମୁକ୍ତ ପରିବେଶରେ ନିଜର ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା ପୂରଣ କରିପାରୁଥିବା ବ୍ୟବସ୍ଥା ପ୍ରଦାନ କରିଥାଏ । ଏହା ‘ସମାଜବାଦ’ ମାଧ୍ୟମରେ ଆତ୍ମପ୍ରକାଶ କରେ । ଏହା ରାଷ୍ଟ୍ରୀୟ ଆୟ ଓ ସଂପତ୍ତିର ସମାନୁପାତିକ ବଣ୍ଟନ ଏବଂ ବ୍ୟାପକ ଅର୍ଥନୈତିକ ବୈଷମ୍ୟର ଅନୁପସ୍ଥିତିର ସପକ୍ଷରେ କାର୍ଯ୍ୟ କରିଥାଏ । ଏହା କାମ କରିବାର ଅଧିକାର । ଉପଯୁକ୍ତ ମଜୁରୀ, ନିର୍ଦ୍ଦିଷ୍ଟ ସମୟସୀମାଭିତ୍ତିକ କାର୍ଯ୍ୟ ସଂପାଦନ ଓ ସୁସ୍ଥ ଜୀବନଧାରଣ ପାଇଁ ଆବଶ୍ୟକ ସର୍ବନିମ୍ନ ସୁଯୋଗ ଆଦିକୁ ଦାବି କରିଥାଏ ।

ରାଜନୈତିକ ଗଣତନ୍ତ୍ର ପ୍ରଦାନ କରୁଥିବା ରାଜନୈତିକ ସ୍ଵତନ୍ତ୍ରତା ଅର୍ଥନୈତିକ ସମାନତା ବ୍ୟତୀତ ମୂଲ୍ୟହୀନ ଅଟେ । ନିଜର ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା ଅର୍ଥାତ୍ ଖାଦ୍ୟ, ବସ୍ତ୍ର, ବାସଗୃହ ଆଦି ପୂରଣ କରିପାରୁନଥୁବା ବ୍ୟକ୍ତିଟିଏ ରାଜନୈତିକ ଗଣତନ୍ତ୍ରଦ୍ୱାରା ପ୍ରଦତ୍ତ ରାଜନୈତିକ ସ୍ଵତନ୍ତ୍ରତାକୁ ସ୍ଵାଧୀନ ଓ ପ୍ରକୃତ ଅର୍ଥରେ ଉପଯୋଗ କରିପାରିବ ନାହିଁ । ଅର୍ଥନୈତିକ ଶୋଷଣର ଶିକାର ହେଉଥ‌ିବା ବ୍ୟକ୍ତି ପାଖରେ ରାଜନୈତିକ ସ୍ଵାଧୀନତା ମୂଲ୍ୟହୀନ ଅଟେ । ଅର୍ଥନୈତିକ ତାରତମ୍ୟର ମାତ୍ରା ଅଧ୍ବକ ହେଲେ ଶାସନ କ୍ଷମତା ଧନିକ ଶ୍ରେଣୀହାତରେ ହିଁ କେନ୍ଦ୍ରୀଭୂତ ହୋଇ ରହିବ ଯାହା ରାଜନୈତିକ ଗଣତନ୍ତ୍ରର ସ୍ଵରୂପକୁ ବିକୃତ କରିଦେଇଥାଏ ।

ଏଣୁ ଅର୍ଥନୈତିକ ଅସମାନତା ରାଜନୈତିକ ସ୍ଵାଧୀନତା ଦୃଷ୍ଟିରୁ ଗୃହଣୀୟ ନୁହେଁ । ଏକ ସମାଜବାଦୀ ବ୍ୟବସ୍ଥାରେ ଉତ୍ପାଦନ ଓ ବଣ୍ଟନର ମାଲିକାନା ରାଷ୍ଟ୍ର ନିକଟରେ ରହିଲେ ବ୍ୟକ୍ତିର ଅର୍ଥନୈତିକ ସ୍ଵାର୍ଥର ସୁରକ୍ଷା ସମ୍ଭବ ହୋଇଥାଏ । ଏଣୁ ରାଜନୈତିକ ଗଣତନ୍ତ୍ରର ସଫଳତା ପାଇଁ ଅର୍ଥନୈତିକ ଗଣତନ୍ତ୍ରର ପ୍ରାଥମିକ ସର୍ଭ ପୂରଣ ହେବା ଆବଶ୍ୟକ । ରାଜନୈତିକ ଗଣତନ୍ତ୍ର ଓ ଅର୍ଥନୈତିକ ଗଣତନ୍ତ୍ର ମଧ୍ୟରେ ଥ‌ିବା ଅନ୍ତଃ-ସଂପର୍କ କାରଣରୁ ବର୍ତ୍ତମାନ ‘ଗଣତାନ୍ତ୍ରିକ ସମାଜବାଦ’ ର ବ୍ୟାପକ ପ୍ରସାର ସମ୍ଭବ ହୋଇଛି ।

୫ | ଗଣତନ୍ତ୍ର ପ୍ରତି ମୁଖ୍ୟ ପ୍ରତିବନ୍ଧକ ବା ଆହ୍ବାନଗୁଡ଼ିକ ଆଲୋଚନା କର ।
Answer:
ଗଣତନ୍ତ୍ର ଲୋକମତ ଅନୁଯାୟୀ ଓ ଜନସମର୍ଥନ ଭିତ୍ତିରେ ପରିଚାଳିତ ଏକ ଶାସନ ବ୍ୟବସ୍ଥା ହୋଇଥିବାରୁ ଏହା ସର୍ବୋତ୍ତମ ଶାସନ ବ୍ୟବସ୍ଥା ରୂପେ ପରିଗଣିତ ହେଉଛି । କିନ୍ତୁ ଏହା ନିମ୍ନୋକ୍ତ ପ୍ରତିବନ୍ଧକର ସମ୍ମୁଖୀନ ହେଉଥ‌ିବାରୁ ଏହାର ସଫଳତା ଅନେକ ପରିମାଣରେ ବ୍ୟାହତ ହେଉଛି ।

CHSE Odisha Class 12 Political Science Chapter 1 Long Answer Questions in Odia Medium

ଗଣତନ୍ତ୍ରର ମୁଖ୍ୟ ପ୍ରତିବନ୍ଧକ :

  • ଲୋକମାନଙ୍କ ମଧ୍ୟରେ କ୍ରମବର୍ଦ୍ଧମାନ ସାମାଜିକ ଓ ଅର୍ଥନୈତିକ ଅସମାନତା – ବର୍ତ୍ତମାନର ପ୍ରତିନିଧୂମୂଳକ ଗଣତନ୍ତ୍ରରେ ସମସ୍ତ ନାଗରିକ ଭୋଟଦାନର ଅଧିକାର ପ୍ରାପ୍ତ ହୋଇଥିଲେ ମଧ୍ୟ ନିର୍ବାଚନ ଏକ ବ୍ୟୟବହୁଳ ପ୍ରକ୍ରିୟା ହୋଇଥିବାରୁ କେବଳ ଧନୀମାନେ ହିଁ ନିର୍ବାଚନରେ ସଫଳତା ପାଇବାର ସମ୍ଭାବନା ଅଧିକ । ସାଧାରଣ ଜନତାର ବହୁମୂଲ୍ୟ ଭୋଟ ଅଧିକାର ବିକ୍ରୟଯୋଗ୍ୟ ଓ କ୍ରୟଯୋଗ୍ୟ ବୋଲି ଗୃହୀତ ହେଉଛି । ବ୍ୟବସ୍ଥାପିକା ସଭାରେ ଧନୀ ବ୍ୟକ୍ତିମାନଙ୍କ ସଂଖ୍ୟାତ୍ମକ ପ୍ରଭାବଶାଳୀ ସ୍ଥିତି ସେମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଆଇନ ପ୍ରଣୟନ ପାଇଁ ପରିବେଶ ସୃଷ୍ଟି କରୁଛି । ଏହା ସାମାଜିକ ଓ ଅର୍ଥନୈତିକ ଅସମାନତା ସୃଷ୍ଟି କରୁଛି ।
  • ଅସାମାଜିକ ତଥା ଅପରାଧୀମାନଙ୍କ କୁପ୍ରଭାବଶାଳୀ ଭୂମିକା – ନିର୍ବାଚନରେ ଅସାମାଜିକ ଶକ୍ତିର ବ୍ୟାପକ ଉପଯୋଗ କରାଯାଉଛି । ରାଜନୀତିର ଅପରାଧୀକରଣ ପରେ ନିର୍ବାଚନରେ ଅପରାଧୀ ଓ ବାହୁବଳର ବ୍ୟାପକ ନିୟୋଜନ ଶାସନ ପ୍ରକ୍ରିୟା ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରୁଛି । ସାଧୁତାର ସହ ନିର୍ବାଚନ ପରିଚାଳନା ଅସମ୍ଭବ ହୋଇପଡୁଛି ।
  • ଦୁର୍ନୀତି ଓ ଅଦକ୍ଷତା – ନିର୍ବାଚନ ପ୍ରକ୍ରିୟାଠାରୁ ଆରମ୍ଭ କରି ଶାସନ ବ୍ୟବସ୍ଥା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତିର କାୟା ବିସ୍ତାର ହୋଇଛି ଯାହା ଶାସନ ବ୍ୟବସ୍ଥାର ଦକ୍ଷତା ହ୍ରାସ କରୁଛି । ଅସାଧୁ, ଦୁର୍ନୀତିଗ୍ରସ୍ତ ଓ ଅଦକ୍ଷ ରାଜନେତା, ସରକାରୀ କର୍ମଚାରୀ ନିଜ ସ୍ବାର୍ଥ ପାଇଁ କାର୍ଯ୍ୟ କରିବା ଫଳରେ ଲୋକମାନଙ୍କର ଶାସନ ବ୍ୟବସ୍ଥା ପ୍ରତି ଆକୃଷ୍ଟି ରହୁନାହିଁ ଓ ଜନସମର୍ଥନର ସ୍ଵତଃପ୍ରବୃତ୍ତ ଚରିତ୍ର ବ୍ୟାହତ ହେଉଛି ।
  • ଜାତିବାଦ ଓ ସାଂପ୍ରଦାୟିକତାବାଦ – ନିର୍ବାଚନ ପ୍ରକ୍ରିୟାରେ ଜାତି ଓ ଧର୍ମ ପରି ସାମାଜିକ ବ୍ୟବସ୍ଥାର ଉପାଦାନ ଗୁଡ଼ିକୁ ରାଜନୈତିକ ସଂକୀର୍ଣ୍ଣ ସ୍ବାର୍ଥ ହାସଲ ପାଇଁ ଉପଯୋଗ କରାଯାଉଛି । ଜାତି ଏକ ରାଜନୈତିକ ଦଳ ବୋଲି ଜୟପ୍ରକାଶ ନାରାୟଣ ମତ ଦେଇଥିଲେ । ଜାତି ଓ ଧର୍ମକୁ ରାଜନୈତିକ ଦଳମାନେ ନିଜର ଭୋଟବ୍ୟାଙ୍କ ସୃଷ୍ଟି ପାଇଁ ପ୍ରୟୋଗ କରୁଛନ୍ତି । ଏହା ଗଣତନ୍ତ୍ରର ସ୍ଵାସ୍ଥ୍ୟ ହାନି କରୁଛି । ସାମାଜିକ ଓ ଧାର୍ମିକ ବିଶ୍ଳେଷଭାବ ସୃଷ୍ଟି ହୋଇ ପ୍ରଶାସନିକ ଅସ୍ଥିରତା ସୃଷ୍ଟି ହେଉଛି ।
  • ଆତଙ୍କବାଦ – ବଳ ପ୍ରୟୋଗ କରି ନିଷ୍ପତ୍ତି ଗ୍ରହଣକାରୀ ପ୍ରକ୍ରିୟାକୁ ପରିଚାଳନା କରିବା ଆତଙ୍କବାଦର ଲକ୍ଷ୍ୟ । ଭୀତି ସଞ୍ଚାର କରି ଜନମତକୁ ପ୍ରଭାବିତ କରିବା ଏକ ସାଧାରଣ-ଘଟଣାରେ ପରିଣତ ହୋଇଗଲାଣି । ଅର୍ଥନୈତିକ ବୈଷମ୍ୟ, ସ୍ଵାଧୀନତା ପାଇଁ ଆହ୍ଵାନ, ପରିଚୟଗତ ସଙ୍କଟ, ଧାର୍ମିକ ମୌଳବାଦ ଆଦି ଆତଙ୍କବାଦକୁ ଉତ୍ସାହିତ କରୁଛି । ସହିଷ୍ଣୁତାର ଅଭାବ ଆତଙ୍କବାଦର ତୀବ୍ରତାକୁ ବୃଦ୍ଧି କରୁଛି । ଏହା ଗଣତନ୍ତ୍ର ପ୍ରତି ସ୍ପୃହଣୀୟ ନୁହେଁ ।
  • ଆଞ୍ଚଳିକତାବାଦ – ନିଜ ଅଞ୍ଚଳକୁ ଭଲ ପାଇ ଅନ୍ୟ ଅଞ୍ଚଳ ପ୍ରତି ବିଦ୍ବେଷଭାବ ପୋଷଣ କରିବା ଆଞ୍ଚଳିକତାବାଦର କୁପ୍ରଭାବରୁ ସମ୍ଭବ ହୋଇଥାଏ । ଏହା ଏକ ସଂକୀର୍ଣ୍ଣ ଚିନ୍ତାଧାରା ଅଟେ ଯାହା ବ୍ୟକ୍ତି ମଧ୍ୟରେ ବିଭେଦତା ସୃଷ୍ଟି କରି ଐକ୍ୟଭାବକୁ ନଷ୍ଟ କରିଥାଏ ।
  •  ଶିକ୍ଷା ଓ ସଚେତନଶୀଳତାର ଅଭାବ – ଗଣତନ୍ତ୍ର ବ୍ୟକ୍ତିର ଶିକ୍ଷା ଓ ସଚେତନଶୀଳତା ଉପରେ ନିର୍ଭରଶୀଳ । ଗଣତନ୍ତ୍ର ଶିକ୍ଷା ଓ ସଚେତନଶୀଳତା ଉପରେ ନିର୍ଭରଶୀଳ । ରାଜନୈତିକ ଶିକ୍ଷା ଓ ତାଲିମର ମାତ୍ରା କମିଲେ ଓ ସଚେତନଶୀଳତାର ମାତ୍ରା ବୃଦ୍ଧି ନପାଇଲେ ଗଣତନ୍ତ୍ରର ସଫଳ ବିନ୍ୟାସ ସମ୍ଭବ ନୁହେଁ । ବ୍ୟକ୍ତିର ରାଜନୈତିକ ପରିପକ୍ବତା ହିଁ ଗଣତନ୍ତ୍ରକୁ ଦୃଢ଼ ଓ ସୁବିକଶିତ କରିଥାଏ । ନାଗରିକ ନିଜର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଂପୂର୍ଣ୍ଣ ସଚେତନଶୀଳ ହେବା ।

CHSE Odisha Class 12 Political Science Chapter 1 Long Answer Questions in Odia Medium

  • ଲିଙ୍ଗଗତ ଅସମାନତା – ଗଣତନ୍ତ୍ରର ସଫଳ ବିନ୍ୟାସ ଦିଗରେ ଏକ ମୁଖ୍ୟ ପ୍ରତିବନ୍ଧକ ହେଉଛି ପୁରୁଷ ଓ ନାରୀ ମଧ୍ଯରେ ବ୍ୟାପକ ଅସମାନତା । ଯୌନ ସମ୍ପର୍କ (Sex) ଏକ ଜୈବିକ ବ୍ୟବସ୍ଥା ହୋଇଥିବାବେଳେ ଲିଙ୍ଗ (Gender) ଏକ ସାମାଜିକ ଓ ସାଂସ୍କୃତିକ ବିଷୟ ଯାହା ପୁରୁଷ ଓ ନାରୀକୁ ସାମାଜିକ ଦୃଷ୍ଟିରୁ ଦିଆଯାଇଥିବା ଭୂମିକାକୁ ସୂଚିତ କରିଥାଏ । ଲିଙ୍ଗଗତ ପାର୍ଥକ୍ୟ ଏକ ମଣିଷକୃତ ଅସମାନତା ଅଟେ । ଅଧିକାଂଶ କ୍ଷେତ୍ରରେ ଏହା ମହିଳାମାନଙ୍କ ବିରୁଦ୍ଧରେ ଏକ ପ୍ରଭେଦ ସୃଷ୍ଟିକାରୀ ପ୍ରକ୍ରିୟା ରୂପେ ବିବେଚିତ ହୋଇଥାଏ । ମହିଳାମାନେ ଶୋଷିତ, ନିର୍ଯାତିତ ଓ ସୁଯୋଗରୁ ବଞ୍ଚ ହେଲେ ଓ ପୁରୁଷମାନଙ୍କ ସହ ସମାନ ମର୍ଯ୍ୟାଦା ପ୍ରାପ୍ତ ନ ହେଲେ ସାମାଜିକ ବ୍ୟବସ୍ଥା ଦୁର୍ବଳ ହୋଇପଡ଼େ । ଏହା ଗଣତନ୍ତ୍ରର ପରିପନ୍ଥୀ ଅଟେ । ସାମାଜିକ ଗଣତନ୍ତ୍ରର ଅନୁପସ୍ଥିତିରେ ରାଜନୈତିକ ଗଣତନ୍ତ୍ର ମୂଲ୍ୟହୀନ ଅଟେ ।

ଗଣତନ୍ତ୍ର ପ୍ରତି ଆହ୍ଵାନର ସମ୍ମୁଖୀନ ହେବାପାଇଁ ବ୍ୟବସ୍ଥା :

  • ପ୍ରତ୍ୟେକ କ୍ଷେତ୍ରରୁ ଅସମାନତା ହ୍ରାସ ପାଇଁ ବାସ୍ତବ ପଦକ୍ଷେପ ଗ୍ରହଣ ।
  • ଦଳିତ ଓ ନିଷ୍ପେଷିତ ଗୋଷ୍ଠୀକୁ ସ୍ଵର ପ୍ରଦାନ ପାଇଁ ସୁଯୋଗ ସୃଷ୍ଟି ।
  • ଏକ ନିରପେକ୍ଷ ଓ ସ୍ଵାଧୀନ ଗଣମାଧ୍ୟମ କଲ୍ୟାଣର ମାଧ୍ୟମ ଓ ସୁରକ୍ଷାର କବଚ ସାଜିବାର ଭୂମିକା ଗ୍ରହଣ ।
  • ସେବା ପ୍ରଦାନର ଗୁଣାତ୍ମକ ମାନ ବୃଦ୍ଧି ।
  • ରାଜନୈତିକ ଦଳମାନେ ନିର୍ବାଚନୀ କ୍ଷମତା ରାଜନୀତିରୁ ଦୂରେଇ ରହିବା ଓ ପରସ୍ପରକୁ ଦୋଷ ଦେବାର ଖେଳ ନ ଖେଳିବା ।
  • ତଥ୍ୟ ପ୍ରାପ୍ତିର ସୁଯୋଗ ଓ ମତପ୍ରକାଶନର ବ୍ୟାପକତା ବୃଦ୍ଧି କରିବା ।
  • ଧର୍ମନିରପେକ୍ଷ ଦୃଷ୍ଟିଭଙ୍ଗୀର ବ୍ୟାପକ ଉପଯୋଗ କରାଯିବ ।
  • ଶିକ୍ଷାର ବ୍ୟାପକ ପ୍ରସାର କରିବା ।
  • ଆତଙ୍କବାଦର ଦୃଢ଼ ମୁକାବିଲା କରିବା ।

୬ | ଅସମାନତା କ’ଣ ? ଏହା ଗଣତନ୍ତ୍ରର ସଫଳତା କ୍ଷେତ୍ରରେ କ’ଣ ଏକ ଦୃଢ଼ ପ୍ରତିବନ୍ଧକ ? ଏହାର ଦୂରୀକରଣ ପାଇଁ ଭାରତରେ କ’ଣ ପଦକ୍ଷେପ ନିଆଯାଉଛି ?
Answer:
ବର୍ତ୍ତମାନ ସମୟରେ ଅସମାନତାର କ୍ରମବର୍ତ୍ତମାନ ସ୍ଵରୂପ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବ୍ୟବସ୍ଥା ଓ ପ୍ରକ୍ରିୟା ପ୍ରତି ଏକ ମୁଖ୍ୟ ଆହ୍ଵାନ ରୂପେ ଦେଖାଦେଇଛି । ଏହା ଗୋଟିଏ ରାଷ୍ଟ୍ରର ବିକାଶ ପ୍ରକ୍ରିୟାକୁ ପ୍ରତିହତ କରୁଛି । ସାମାଜିକ ଅସମାନତା, ଆୟଗତ ଓ ଅର୍ଥନୈତିକ ଅସମାନତା, ଆଞ୍ଚଳିକ ଅସମାନତା, ଲିଙ୍ଗଗତ ଅସମାନତା ଆଦି ବିବିଧ ରୂପରେ ଅସମାନତାର ପରିପ୍ରକାଶ ଘଟିଥାଏ । ଏହି ଅସମାନତା ମାନବିକ ଏକତାକୁ ନଷ୍ଟ କରୁଛି । ଅସମାନତା ପାର୍ଥକ୍ୟ ଓ ବିଭେଦ ଆଧରିକ ଅଟେ ।

CHSE Odisha Class 12 Political Science Chapter 1 Long Answer Questions in Odia Medium

ଫଳାଫଳ ବା ପ୍ରାପ୍ତିରେ ଅସମାନତା (Inequality of Outcomes) ଓ ସୁବିଧା ସୁଯୋଗରେ ଅସମାନତା (Inequality of Opportunity) ମଧ୍ୟରେ ରହିଥିବା ମୌଳିକ ପାର୍ଥକ୍ୟ ଅସମାନତାର ନଗ୍ନସ୍ବରୂପକୁ ପ୍ରକାଶ କରିଥାଏ । ମାନବର କଲ୍ୟାଣ ସଂପର୍କିତ ପ୍ରସଙ୍ଗ ଯଥା ଆୟଗତ ସ୍ତର ଓ ଶିକ୍ଷାପ୍ରାପ୍ତିର ସ୍ତର ଇତ୍ୟାଦିରେ ଅସମାନତା ତୀବ୍ର ମାତ୍ରାରେ ବୃଦ୍ଧି ପାଉଛି । ମଜୁରୀ ନିୟନ୍ତ୍ରଣ ଆଇନର ଉପସ୍ଥିତି ଓ ସମାଜବାଦୀ ବ୍ୟବସ୍ଥାର ସ୍ଥିତି ସତ୍ତ୍ଵେ ଆୟଗତ ଅସମାନତାର ଭୟଙ୍କର ସ୍ବରୂପ ବିଦ୍ୟମାନ । ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାକୁ ମାଗଣା ଓ ବାଧ୍ୟତାମୂଳକ କରିବା ସତ୍ତ୍ବେ ଉଚ୍ଚଶିକ୍ଷା କ୍ଷେତ୍ରରେ ଘରୋଇ ଶିକ୍ଷାନୁଷ୍ଠାନର ବିକାଶ ଗୁଣାତ୍ମକ ଶିକ୍ଷାକୁ ସମସ୍ତଙ୍କ ପାଇଁ ଉନ୍ମୁକ୍ତ କରିବାରେ ଅନେକାଂଶରେ ବିଫଳ ହେଉଛି ।

ଏହା ଫଳାଫଳ ବା ପ୍ରାପ୍ତିର ଅସମାନତାର କ୍ଷେତ୍ରକୁ ପ୍ରଶସ୍ତ କରୁଛି । ଅନ୍ୟପକ୍ଷରେ, ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସମାନ ସୁଯୋଗର ଅନୁପସ୍ଥିତି ରହିଛି ଯାହା ସୁବିଧାସୁଯୋଗର ଅସମାନତାକୁ ପ୍ରୋତ୍ସାହିତ କରୁଛି । ଶିକ୍ଷା, ସ୍ବାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ପ୍ରାପ୍ତିରେ ବ୍ୟାପକ ଅସମାନତା ଗଣତନ୍ତ୍ରର ସ୍ଥିତିକୁ ଦୋହଲାଇ ଦେଉଛି । ଜନ୍ମ, ଲିଙ୍ଗ, ସହରାଞ୍ଚଳ ଓ ପୁଷ୍ଟିକର ଖାଦ୍ୟ ପ୍ରାପ୍ତିରେ ବ୍ୟାପକ ଅସମାନତା ଗଣତନ୍ତ୍ରର ସ୍ଥିତିକୁ ଦୋହଲାଇ ଦେଉଛି । ଜନ୍ମ, ଲିଙ୍ଗ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସ୍ଥିତି ଆଦି କାରଣରୁ ଉଭୟ ପ୍ରାପ୍ତି ଓ ସୁଯୋଗ କ୍ଷେତ୍ରରେ ଅସମାନତା ପରିଦୃଷ୍ଟ ହେଉଛି । ସାମାଜିକ ସ୍ତରୀକୃତ ବ୍ୟବସ୍ଥା (Social Stratification) ଉପରୋକ୍ତ ଦୁଇ ପ୍ରକାର ଅସମାନତା ସୃଷ୍ଟିର ଏକ ମୁଖ୍ୟ କାରଣ ଅଟେ ।

ସାମାଜିକ ଅସମାନତା (Social Inequality) – ଗୋଟିଏ ସମାଜ ବା ମାନବଗୋଷ୍ଠୀ ମଧ୍ୟରେ ଅସମାନ ପ୍ରାପ୍ତିର ସ୍ଥିତି ଏବଂ ଭିନ୍ନ ଭିନ୍ନ ସାମାଜିକ ପଦମର୍ଯ୍ୟାଦା ଲାଭ ସାମାଜିକ ଅସମାନତାକୁ ସୂଚିତ କରିଥାଏ । ଭାରତରେ ଜାତି ଭିତ୍ତିକ ସମାଜ ଏକ ସ୍ତରୀକୃତ ସାମାଜିକ ସଂଗଠନର ସୂଚନା ଦିଏ ଯାହା ସାମାଜିକ ଅସମାନତାକୁ ନିର୍ଦ୍ଦେଶିତ କରିଥାଏ । ବ୍ରାହ୍ମଣ ପରମ୍ପରାର ଏକ ଦାୟାଦଭାବେ ଜାତି ବ୍ୟବସ୍ଥା ତା’ର କାୟା ବିସ୍ତାର କରି ରହିଛି । ଏକ ଜାତିରେ ଜନ୍ମ ହୋଇଥିବାର କାରଣ ସେହି ବ୍ୟକ୍ତିର ସାମାଜିକ ସ୍ଥିତି ଓ ମର୍ଯ୍ୟାଦା ନିର୍ଦ୍ଧାରଣ କରେ । ବ୍ରାହ୍ମଣମାନଙ୍କର ସ୍ୱେଚ୍ଛାଚାରିତା ଓ ପ୍ରାଧାନ୍ୟକୁ ବିରୋଧ କରିବା ଆଳରେ ଇଂରେଜୀ ଉପନିବେଶବାଦ ନିଜର ସ୍ଥିତି ଦୃଢ଼ କରିଥିଲା । ଶ୍ରେଣୀଗତ କାରଣରୁ ମଧ୍ଯ ଭାରତରେ ସାମାଜିକ ଅସମାନତା ପରିଦୃଷ୍ଟ ହୁଏ । ଉପନିବେଶବାଦର ପ୍ରଭାବ ଶ୍ରେଣୀଭିଭିକ ସାମାଜିକ ଅସମାନତା ସୃଷ୍ଟି କରିଛି । ଅତୀତର ଜମିଦାର ଶ୍ରେଣୀଠାରୁ ବର୍ତ୍ତମାନର ଅମଲାତାନ୍ତ୍ରିକ-ମ୍ୟାନେଜର ଶ୍ରେଣୀୟ ଗୋଷ୍ଠୀଙ୍କ ମାଧ୍ୟମରେ ଭାରତରେ ଶ୍ରେଣୀଗତ ସାମାଜିକ ଅସମାନତାର ପରିପ୍ରକାଶ ଘଟୁଛି । ଜାତି ଓ ଶ୍ରେଣୀଭିଭିକ ଅସମାନତା ଗଣତନ୍ତ୍ରର ପଥରୋଧ କରିଥାଏ ।

CHSE Odisha Class 12 Political Science Chapter 1 Long Answer Questions in Odia Medium

ଲିଙ୍ଗଗତ ଅସମାନତା (Gender Inequality) – ଏକ ନିର୍ଦ୍ଦିଷ୍ଟ ସମାଜରେ ପୁରୁଷ ଓ ନାରୀକୁ ସାମାଜିକ ଦୃଷ୍ଟିରୁ ନିର୍ଦ୍ଧାରିତ ଭୂମିକା ପ୍ରଦାନରେ ରହିଥ‌ିବା ପାର୍ଥକ୍ୟକୁ ଲିଙ୍ଗଗତ ଅସମାନତା କୁହାଯାଏ । ପୁରୁଷକୁ କ୍ଷମତାଗତ ସମ୍ପର୍କ କ୍ଷେତ୍ରରେ ନାରୀଠାରୁ ଉତ୍କର୍ଷ ବୋଲି ବିବେଚନା କରାଯାଇଥାଏ । ଏହା ଏକ ସାମାଜିକ ତଥା ସାଂସ୍କୃତିକ ପ୍ରକୃତିଗତ ଅସମାନତା ଅଟେ । ଏହା ମଣିଷକୃତ ଅସମାନତାର ପରିଚାୟକ ଅଟେ ! ଲିଙ୍ଗଗତ ଅସମାନତା ମହିଳାମାନଙ୍କ ବିରୋଧୀ ଏକ ପ୍ରସଙ୍ଗ ବୋଲି ବିବେଚିତ ହୋଇଥାଏ । ମହିଳା ସମାଜରେ ଶୋଷିତ, ପୁରୁଷ ଅଧୀନସ୍ଥ ଅମର୍ଯ୍ୟାଦାଯୁକ୍ତ ଶ୍ରେଣୀ ବୋଲି ବିବେଚିତ ହୁଏ । ଭାରତରେ ପ୍ରଚଳିତ ପୁରୁଷ ପ୍ରାଧାନ୍ୟ ବ୍ୟବସ୍ଥା ଏଡି ଲିଙ୍ଗଗତ ଅସମାନତାର ମୁଖ୍ୟ ଆଧାର ଅଟେ । ସିଲ୍‌ଭିଆ ୱାଲବିଙ୍କ ପରି ସମାଜତତ୍ତ୍ବବିତ୍‌ମାନେ ଏହି ପୁରୁଷପ୍ରାଧାନ୍ୟ ସାମାଜିକ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦେଇଥା’ନ୍ତି ।

ମନୁଙ୍କ ପରି ପ୍ରାଚୀନ ଆଇନବିତ୍‌ମାନେ ନାରୀକୁ ଶିଶୁ ଅବସ୍ଥାରେ ପିତାଙ୍କ, ବିବାହ ପରେ ସ୍ଵାମୀ ଓ ବାର୍ଦ୍ଧକ୍ୟ ଅବସ୍ଥାରେ ବା ବିଧବାର ସ୍ଥିତିରେ ପୁତ୍ରର ନିରପତ୍ତା ବଳୟ ମଧ୍ୟରେ ରଖୁବାର ପ୍ରୟାସ କରି ଲିଙ୍ଗଗତ ଅସମାନତାକୁ ବଳିଷ୍ଠ କରିଛନ୍ତି । ବର୍ତ୍ତମାନ ମଧ୍ୟ ଏହି ସ୍ଥିତିରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ । ସାମାଜିକ ନିଷ୍ପଭିଗ୍ରହଣ ପ୍ରକ୍ରିୟାରେ ନାରୀ ଗୌଣ ଭୂମିକା ନିର୍ବାହ କରୁଛି । ତୀବ୍ର ଦାରିଦ୍ର୍ୟ ଓ ଶିକ୍ଷାର ଅଭାବ ନାରୀର ଏହି ନିମ୍ନ ମର୍ଯ୍ୟାଦାସଂପନ୍ନ ସ୍ଥିତି ପାଇଁ ଦାୟୀ । ନାରୀଶିକ୍ଷା ପାଇଁ ନିମ୍ନବର୍ଗର ଲୋକଙ୍କ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସଚେତନଶୀଳତାର ଅଭାବ ରହିଛି । ନାରୀ ଭୃଣ ହତ୍ୟା ଲିଙ୍ଗଗତ ଅସମାନତାର ଏକ ଚରମ ପରିପ୍ରକାଶ ଅଟେ । ଲିଙ୍ଗଗତ ନ୍ୟାୟ ପ୍ରତିଷ୍ଠା ଏକ ଆହ୍ବାନରେ ପରିଣତ ହୋଇଛି ।

ଲିଙ୍ଗଗତ ଅସମାନତା ଦୂରୀକରଣ ପାଇଁ ଭାରତରେ ଆଇନଗତ ବ୍ୟବସ୍ଥା – ଭାରତ ସମ୍ବିଧାନର ପ୍ରାକ୍‌କଥନରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପ୍ରଦାନର ପ୍ରତିଶ୍ରୁତି ସହ ମର୍ଯ୍ୟାଦା ଓ ସୁଯୋଗ ପ୍ରାପ୍ତି କ୍ଷେତ୍ରରେ ସମସ୍ତଙ୍କ ପାଇଁ ସମାନତା ପ୍ରଦାନର ସୂଚନା ଦିଆଯାଇଛି । ଲିଙ୍ଗଗତ ପାର୍ଥକ୍ୟ ଦୂରୀକରଣ ପାଇଁ ସମ୍ବିଧାନର ୧୫ ଧାରାରେ ବ୍ୟବସ୍ଥା ରହିଛି । କିନ୍ତୁ ୧୫(୩) ଧାରାରେ ଶିଶୁ ଓ ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ନିମନ୍ତେ ରାଷ୍ଟ୍ରକୁ କ୍ଷମତା ପ୍ରଦାନ କରାଯାଇଛି । ରାଷ୍ଟ୍ର ନିୟାମକ ତତ୍ତ୍ଵରେ ଲିଙ୍ଗଗତ ତାରତମ୍ୟ ଦୂରୀକରଣ ପାଇଁ ସମାନ କାମ ପାଇଁ ସମାନ ମଜୁରୀ, ସମସ୍ତଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପରି ନିର୍ଦେଶ ରାଷ୍ଟ୍ରକୁ ଦିଆଯାଇଛି ।

୧୯୮୭ ମସିହାର ସତୀ ନିରାକରଣ ଆଇନ, ୧୯୬୧ ମସିହାର ଯୌତୁକ ନିବାରଣ ଆଇନ, ୧୯୫୪ ମସିହାର ବିବାହ ଆଇନରେ ଆନ୍ତଃ-ଜାତି ଓ ଆନ୍ତଃ- ଧର୍ମ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ଆଦି, ଭ୍ରୂଣ ଚିହ୍ନଟ ପ୍ରତିରୋଧ ଆଇନ, ୧୯୯୪ ଆଦି ବିବିଧ ଆଇନଦ୍ୱାରା ଲିଙ୍ଗଗତ ଅସମାନତା ଦୂରୀକରଣ ପାଇଁ ଭାରତରେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି । କିନ୍ତୁ ଏହାର ପ୍ରକୃତ ନିରାକରଣ ଓ ମୂଳୋତ୍ପାଟନ ପାଇଁ ସାଂସ୍କୃତିକ ପରିସ୍ଥିତିରେ ପରିବର୍ତ୍ତନ ଆବଶ୍ୟକ ଯାହାଫଳରେ ଜନମାନସରେ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ହୋଇପାରିବ ।

CHSE Odisha Class 12 Political Science Chapter 1 Long Answer Questions in Odia Medium

୭ । ଭାରତୀୟ ଗଣତନ୍ତ୍ର ପ୍ରତି ନିରକ୍ଷରତା କିପରି ଏକ ପ୍ରତିବନ୍ଧକ ରୂପେ ଉଭା ହୋଇଛି ତାହା ତର୍ଜମା କର ।
Answer:
ଗଣତନ୍ତ୍ର ଜନମତ ଓ ଜନସମର୍ଥନ ଆଧାରରେ ପରିଚାଳିତ ଏକ ଶାସନ ବ୍ୟବସ୍ଥା ଅଟେ । ଜନମତର ସୃଷ୍ଟି ଓ ସଂଚଳନ ପାଇଁ ତଥା ଶାସନ ବ୍ୟବସ୍ଥାକୁ ଜନସମର୍ଥନ ପ୍ରଦାନ ନିମନ୍ତେ ନାଗରିକ ସଚେତନଶୀଳ, ଶିକ୍ଷିତ, ବିବେକବାନ ତଥା ଯୁକ୍ତିଶୀଳ ହୋଇଥିବା ଆବଶ୍ୟକ । ଏଥିପାଇଁ ଶିକ୍ଷାର ପ୍ରୟୋଜନୀୟତା ରହିଛି । ଶିକ୍ଷାର ପ୍ରସାର ଗଣତନ୍ତ୍ରର ସଫଳତା ପାଇଁ ଏକ ପ୍ରଧାନ ସର୍ଭ ଅଟେ । ନାସ୍ତିସୂଚକ ଅର୍ଥରେ ନିରକ୍ଷରତା ଗଣତନ୍ତ୍ର ପ୍ରତି ଏକ ବଳିଷ୍ଠ ଆହ୍ବାନ ଅଟେ । ୨୦୧୧ ଜନଗଣନା ଅନୁଯାୟୀ ଭାରତରେ ଶିକ୍ଷିତମାନଙ୍କର ହାର ଶତକଡ଼ା ୭୪.୦୪ ଅଟେ । ସର୍ବାଧ‌ିକ ୯୩.୯୧ ପ୍ରତିଶତ ଶିକ୍ଷିତ ହାର କେରଳରେ ରହିଥିବାବେଳେ ବିହାରରେ ଏହାର ସର୍ବନିମ୍ନ ହାର ଶତକଡ଼ା ୬୩,୮୨ ଅଟେ ।

୧୯୪୭ ମସିହାରେ ସ୍ଵାଧୀନତା ସମୟରେ ଏହି ଶିକ୍ଷିତ ହାର ଶତକଡ଼ା ୧୨ ରହିଥିଲା । ବର୍ତ୍ତମାନ ଛଅଗୁଣରୁ ଅଧ୍ବକ ଶିକ୍ଷିତ ହାର ପ୍ରାପ୍ତ ହୋଇଥିଲେ ମଧ୍ୟ ବିଶ୍ବର ହାରାହାରି ଶିକ୍ଷିତ ହାର ଶତକଡ଼ା ୮୪ ଅଟେ । ଭାରତର ନିରକ୍ଷରତା ହାର ଚିନ୍ତାଜନକ ହୋଇଥିବାରୁ ଗଣତନ୍ତ୍ର ପ୍ରତି ଏହା ଏକ ଚରମ ଆହ୍ଵାନରୂପେ ଦେଖାଯାଇଛି । ବର୍ତ୍ତମାନର ଶିକ୍ଷା ବିକାଶ ଧାରାକୁ ବିଚାରକୁ ନେଇ କୁହାଯାଇପାରେ ଯେ ୨୦୬୦ ମସିହା ବେଳକୁ ଭାରତରେ ସଂପୂର୍ଣ୍ଣ ସାକ୍ଷରତାର ଲକ୍ଷ୍ୟ ହାସଲ କରାଯାଇପାରିବ । ଶିକ୍ଷିତ ସଂଖ୍ୟାକୁ ବିଶ୍ଳେଷଣ କଲେ ଭାରତରେ ବ୍ୟାପକ ଲିଙ୍ଗଗତ ବିଭେଦତା ରହିଥିବାର ଜଣାପଡ଼େ । ୨୦୧୧ ଜନଗଣନା ଅନୁଯାୟୀ ଭାରତରେ ଶତକଡ଼ା ୮୨.୧୪ ପୁରୁଷ ଶିକ୍ଷିତ ହୋଇଥିବାବେଳେ ମହିଳାମାନଙ୍କ ଶିକ୍ଷିତ ହାର ଶତକଡ଼ା ୬୫.୪୬ ଅଟେ ।

ସମାଜରେ ମହିଳା ସ୍ବାକ୍ଷର ହାର ନିମ୍ନ ସ୍ତରର ଥିବାରୁ ପରିବାର ପରିଚାଳନା କ୍ଷେତ୍ରରେ ଏହାର କୁପ୍ରଭାବ ଦେଖିବାକୁ ମିଳିଥାଏ । ବିଭିନ୍ନ ପରିପ୍ରେକ୍ଷୀରେ ବ୍ୟକ୍ତିବିଶେଷ ପରିଚିତ ଲାଭ କରିବାର ଦକ୍ଷତା, ବୋଧଗମ୍ୟତାର ସାମର୍ଥ୍ୟ, ବ୍ୟାଖ୍ୟା କରିବାର ଯୋଗ୍ୟତା, ହିସାବ କରିବାର ବୁଦ୍ଧିମତ୍ତା ଆଦି ପ୍ରାପ୍ତ ହେବାକୁ ଶିକ୍ଷିତ ହେବାର ଯୋଗ୍ୟତା ଲାଭ ସ୍ଥିତିକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ । ଜାତୀୟ ଶିକ୍ଷା ମିଶନର ସଂଜ୍ଞା ଅନୁଯାୟୀ ପଠନ, ଲିଖନ ଓ ପାଟୀଗଣିତର ଦକ୍ଷତା ଲାଭ କରିବା ହିଁ ଶିକ୍ଷିତ ହେବାର ମାନଦଣ୍ଡ ଅଟେ । ୧୯୯୧ ମସିହାର ଜନଗଣନାଠାରୁ ୭ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ହିସାବକୁ ନିଆଯାଇ ସାକ୍ଷର ହାର ନିର୍ମାଣ କରାଯାଇଥାଏ । ଭାରତ ବେଦଭୂମି କିନ୍ତୁ ଏଠାରେ ଅଶିକ୍ଷିତତାର ହାର ସର୍ବାଧ‌ିକ ଅଟେ ।

CHSE Odisha Class 12 Political Science Chapter 1 Long Answer Questions in Odia Medium

ସାର୍କ ଦେଶସମୂହରୁ ଶ୍ରୀଲଙ୍କା ପଛକୁ ଭାରତ ଷଷ୍ଠ ସ୍ଥାନରେ ଶିକ୍ଷିତ ହାର ଭିରିରେ ସ୍ଥାନିତ ହୋଇଛି । ଭାରତରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଜନସଂଖ୍ୟା ମଧ୍ୟରେ ବ୍ୟାପକ ପାର୍ଥକ୍ୟ ରହିଛି ଯାହାର ଏକ ପ୍ରକୃତ ପ୍ରତିଫଳନ ଶିକ୍ଷିତ ହାରରେ ମଧ୍ୟ ଦେଖ‌ିବାକୁ ମିଳିଥାଏ । କୃଷି ଉପରେ ନିର୍ଭରଶୀଳ ଗ୍ରାମାଞ୍ଚଳରେ ଶିକ୍ଷିତ ହାର କର୍ମଜୀବୀ ଶ୍ରେଣୀର ପ୍ରାଧାନ୍ୟ ଥିବା ସହରାଞ୍ଚଳର ଶିକ୍ଷିତ ହାରଠାରୁ ଯଥେଷ୍ଟ କମ୍ ଅଟେ । ପୁରୁଷ ଓ ସ୍ତ୍ରୀ ସାକ୍ଷର ହାରରେ ମଧ୍ୟ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ଭାରତର ସାମାଜିକ ବ୍ୟବସ୍ଥା ପୁରୁଷର ଶିକ୍ଷାପ୍ରାପ୍ତି ପାଇଁ ମହିଳାମାନଙ୍କ ଅପେକ୍ଷା ଅଧିକ ଗୁରୁତ୍ଵ ଦେଉଛି । ନିରକ୍ଷରତା ଏକ ଉନ୍ନତିକାମୀ ଗଣତନ୍ତ୍ରର ବିକାଶକୁ ପ୍ରତିରୋଧ କରିଥାଏ ।

ସଂଖ୍ୟାଲଘୁ ଶ୍ରେଣୀ, ବଞ୍ଚ ଓ ବିଚ୍ଛିନ୍ନ ଶ୍ରେଣୀ, ଦଳିତ ବର୍ଗ, ମହିଳା ଆଦିଙ୍କ ମଧ୍ୟରେ ଶିକ୍ଷାର ବ୍ୟାପକ ପ୍ରସାର ନହେଲେ ଗଣତନ୍ତ୍ରର ମୂଳଦୁଆ ଦୋହଲିଯିବ । ଦାରିଦ୍ର୍ୟ ଦୂରୀକରଣ ଓ ରାଜନୈତିକ ସଶକ୍ତିକରଣ ପାଇଁ ସମସ୍ତ ସରକାରୀ କାର୍ଯ୍ୟକ୍ରମର ସଫଳତା ନିରକ୍ଷରତା ଦୂରୀକରଣ ଉପରେ ନିର୍ଭର କରିଥାଏ । ଏହା ବ୍ୟକ୍ତିର ଜୀବନର ଗୁଣାତ୍ମକ ମାନ ବୃଦ୍ଧି କରିଥାଏ । ଶିକ୍ଷାର ପ୍ରସାର ନହେଲେ ବାଲ୍ୟ ବିବାହ, ଯୌତୁକ ପ୍ରଥା, ଧାର୍ମିକ ମୌଳବାଦୀ ଚିନ୍ତାଧାରା ଆଦି ସାମାଜିକ କୁସଂସ୍କାରକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ଭାରତକୁ ବିକଶିତ ହେବାକୁ ହେଲେ ଆମେ ପ୍ରତ୍ୟେକ ବ୍ୟକ୍ତି ଜଣକୁ ଶିକ୍ଷିତ କରିବାର ମୂଳମନ୍ତ୍ର (Each one Teach one) ରେ ଦୀକ୍ଷିତ ହେବାକୁ ପଡ଼ିବ ।

ନିରକ୍ଷରତା ଦୂରୀକରଣ ପାଇଁ ଭାରତ ସରକାରଙ୍କ ବିଧୁ ବ୍ୟବସ୍ଥା :
୧୯୮୬ ମସିହାରେ ଜାତୀୟ ଶିକ୍ଷାନୀତି ଗୃହୀତ ହୋଇ ନିରକ୍ଷରତା ଦୂରୀକରଣ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି ।୧୯୮୮ ମସିହାରେ ଜାତୀୟ ଶିକ୍ଷା ମିଶନ ପ୍ରତିଷ୍ଠିତ ହୋଇ ଏହି ଦିଗରେ କାର୍ଯ୍ୟ କରୁଛି । ୧୯୯୨ ମସିହାର ଶିକ୍ଷାନୀତି ୧୪ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ଦେବାପାଇଁ କାର୍ଯ୍ୟକ୍ରମକୁ ଆଗେଇ ନେଇଛି । ୧୯୯୩ ମସିହାରେ ଭାରତର ଉଚ୍ଚତମ ନ୍ୟାୟାଳୟ ଶିକ୍ଷାକୁ ପିଲାମାନଙ୍କର ମୌଳିକ ଅଧିକାର ବୋଲି ସୂଚିତ କରିଥିଲେ । ୨୦୦୨ ମସିହାର ୮୬ ତମ ସମ୍ବିଧାନ ସଂଶୋଧନ ଆଇନ ଧାରା ୨୧(କ)ରେ ୬-୧୪ ବର୍ଷର ପିଲାମାନଙ୍କ ପାଇଁ ଶିକ୍ଷାକୁ ମୌଳିକ ଅଧିକାର ରୂପେ ସ୍ଥାନିତ କରିଛି । ସର୍ବଶିକ୍ଷା ଅଭିଯାନ ପ୍ରାଥମିକ ଶିକ୍ଷାର ବ୍ୟାପକ ପ୍ରସାର ଉପରେ ଗୁରୁତ୍ଵ ଦେଉଛି । ଗଣତନ୍ତ୍ରର ପ୍ରଧାନ ଶତ୍ରୁ ଦୁର୍ନୀତି ଓ ପ୍ରଶାସନିକ ଦକ୍ଷତା । ଏଣୁ ସୁଶାସନର ଯଥାର୍ଥତା ରହିଛି । ନାଗରିକ ସଚେତନ ଓ ଶିକ୍ଷିତ ହେଲେ ପ୍ରଶାସନର ଉତ୍ତରଦାୟିତ୍ଵ ବୃଦ୍ଧି ପାଇବ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଅଧିକ ସ୍ୱଚ୍ଛ ହୋଇପାରିବ । ଏଣୁ ନିରକ୍ଷରତା ପରି ବ୍ୟାଧ୍ୟାକୁ ସଂକ୍ରମଣର ସୁଯୋଗ ଦିଆ ନଯିବା ଆବଶ୍ୟକ ।

CHSE Odisha Class 12 Political Science Chapter 1 Long Answer Questions in Odia Medium

୮ | ଭାରତରେ ନକ୍ସଲ ଆତଙ୍କବାଦ ଗଣତନ୍ତ୍ର ପାଇଁ ଏକ ପ୍ରମୁଖ ଆହ୍ଵାନ ରୂପେ କିପରି ଉଭା ହୋଇଛି ତାହା ବିଶ୍ଳେଷଣ କର ।
Answer:
ନକ୍ସଲପନ୍ଥୀଙ୍କୁ ଭାରତରେ ମାଓବାଦୀ କମ୍ୟୁନିଷ୍ଟ ସଙ୍ଗଠନର ଗରିଲା ଗୋଷ୍ଠୀର ସଦସ୍ୟରୂପେ ଗ୍ରହଣ କରାଯାଇଥାଏ । ପଶ୍ଚିମବଙ୍ଗର ନକ୍ସଲବରୀ ଗ୍ରାମରୁ ନକ୍ସଲପନ୍ଥୀ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ନକ୍ସଲପନ୍ଥୀମାନେ ଉଗ୍ର ବାମପନ୍ଥୀ ଗୋଷ୍ଠୀ ଅଟନ୍ତି । ଭାରତୀୟ କମ୍ୟୁନିଷ୍ଟ ଦଳରେ ୧୯୬୭ ମସିହାର ବିଭାଜନ ପରେ ମାଓବାଦୀ-ଲେନିନ୍‌ବାଦୀ ଗୋଷ୍ଠୀର ଆବିର୍ଭାବ ହୋଇ ପଶ୍ଚିମବଙ୍ଗ ସହ ପଡ଼ୋଶୀ ଓଡ଼ିଶା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଆଦିରେ ଏହି ସଙ୍ଗଠନ ନିଜର କାୟାବିସ୍ତାର କରିଥିଲା । ଆଦିବାସୀମାନଙ୍କୁ ସେମାନଙ୍କର ଜମି ଓ ବାସଗୃହରୁ ବିତାଡ଼ନ କରିବା ଦିଗରେ ସରକାରଙ୍କ ଉପନିବେଶବାଦୀ କାର୍ଯ୍ୟକ୍ରମକୁ ପ୍ରତିରୋଧ କରିବାପାଇଁ ନକ୍ସଲପନ୍ଥୀ ଓ ବର୍ତ୍ତମାନର ମାଓବାଦୀ ଆନ୍ଦୋଳନର ଉଦ୍‌ଭବ ହୋଇଥିଲା ।

ଆଦିବାସୀମାନଙ୍କୁ ସେମାନଙ୍କର ପାରମ୍ପରିକ ଜଙ୍ଗଲଜାତ ଦ୍ରବ୍ୟର ଉପଯୋଗରୁ ବଞ୍ଚିତ କରିବା ବିରୋଧରେ ଏହା ଏକ ସଂଗଠିତ ବିଦ୍ରୋହ ଅଟେ । ୨୦୦୨ ରୁ ୨୦୦୬ ମସିହା ମଧ୍ୟରେ ନକ୍ସଲ ଓ ସରକାରୀ ପ୍ରଶାସନ ମଧ୍ୟରେ ଯୁଦ୍ଧରେ ପ୍ରାୟ ତିନି ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା ଓ ୨୦୦୯ ମସିହା ପର୍ଯ୍ୟନ୍ତ ପ୍ରାୟତଃ ତିନିଲକ୍ଷ ପଚାଶ ହଜାର ଆଦିବାସୀ ଗୋଷ୍ଠୀ ସେମାନଙ୍କର ପ୍ରାଚୀନ ଭୂମି ଓ ଜୀବିକାର ବିତାଡ଼ିତ ହୋଇଥିଲେ । ୨୦୦୬ ମସିହାରେ ଭାରତର ଗୁପ୍ତଚର ସଂସ୍ଥା ‘ର’ (RAW – Research and Analysis Wing) ର ତଥ୍ୟ ଅନୁଯାୟୀ ପଚାଶ ହଜାର ସ୍ଥାୟୀ କ୍ୟାଡ଼ରଙ୍କ ସହ କୋଡ଼ିଏ ହଜାର ସଶସ୍ତ୍ର କ୍ୟାଡ଼ର ନକ୍ସଲପନ୍ଥୀ ଭାରତର ବିଭିନ୍ନ ଅଞ୍ଚଳରେ ସକ୍ରିୟ ରହିଛନ୍ତି ଯାହାକୁ ବିଚାରକୁ ନେଇ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହାକୁ ଭାରତର ଜାତୀୟ ନିରପତ୍ତା ପ୍ରତି ଏକ ଭୟଙ୍କର ଆଭ୍ୟନ୍ତରୀଣ ବିପଦ ବୋଲି ଅଭିହିତ କରିଥିଲେ ।

୨୦୦୯ ମସିହା ବେଳକୁ ନକ୍ସଲପନ୍ଥୀମାନେ ଭାରତର ୧୦ ଗୋଟି ରାଜ୍ୟର ୧୮୦ ଟି ଜିଲ୍ଲାରେ ନିଜର ଦୃଢ଼ ଆସ୍ଥାନ ପ୍ରତିଷ୍ଠା କରିସାରିଥିଲେ । ଏହାକୁ ଦମନ କରିବାପାଇଁ ଭାରତ ସରକାର ଏକ ସଂଯୁକ୍ତ କାର୍ଯ୍ୟକ୍ରମ (Integrated Action Plan – IAP) ପ୍ରସ୍ତୁତ କରି ରାଜ୍ୟମାନଙ୍କର ମିଳିତ ସହଯୋଗ କ୍ରମେ ୨୦୦୯ ଫେବୃୟାରୀ ମାସରୁ କାର୍ଯ୍ୟକାରୀ କଲେ । ନକ୍ସଲ ଅନ୍ୟୁଷିତ ଅଞ୍ଚଳରେ ଅର୍ଥନୈତିକ ବିକାଶ ପାଇଁ ଏଥିରେ ବ୍ୟାପକ ବ୍ୟବସ୍ଥା ରହିଥିଲା । ୨୦୧୦ ଅଗଷ୍ଟ ମାସରୁ ଏହି କାର୍ଯ୍ୟକ୍ରମର ସଫଳ ବିନ୍ୟାସ ଫଳରେ ୨୦୧୧ ମସିହାରେ କର୍ଣ୍ଣାଟକ ନକ୍ସଲମୁକ୍ତ ଅଞ୍ଚଳରେ ପରିଣତ ହେଲା ଓ ନକ୍ସଲ ପ୍ରଭାବୀ ଜିଲ୍ଲା ସଂଖ୍ୟା ୮୩କୁ ଖସି ଆସିଲା । ମାଓବାଦୀମାନଙ୍କ ପ୍ରଭାବ ୨୦୧୦ରୁ ବୃଦ୍ଧି ପାଉଥିଲେ ମଧ୍ୟ ଜାତୀୟ ସ୍ତରରେ ଏହି କାରଣରୁ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ହ୍ରାସ ପାଉଛି ।

CHSE Odisha Class 12 Political Science Chapter 1 Long Answer Questions in Odia Medium

ଭାରତର ପଶ୍ଚିମବଙ୍ଗ ରାଜ୍ୟର ନକ୍ସଲବରୀ ଗ୍ରାମରେ ଚାରୁ ମଜୁମ୍ଦାର, କାନୁ ସାନ୍‌ୟାଲ୍ ଓ ଜଙ୍ଗଲ ସାନ୍ତାଲଙ୍କ ନେତୃତ୍ଵରେ ଭୂମିହୀନଙ୍କୁ ଭୂମିର ପୁନଃବଣ୍ଟନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ନକ୍ସଲପନ୍ଥୀ ଆନ୍ଦୋଳନ ୧୯୬୭ ମସିହାରେ ଆରମ୍ଭ ହୋଇଥିଲା । ସାନ୍ତାଳୀ ଜନଜାତିମାନେ ଅନ୍ୟ ଗରିବ ଲୋକଙ୍କ ସହ ମିଶି ସ୍ଥାନୀୟ ଜମିଦାରମାନଙ୍କ ଉପରେ ସଶସ୍ତ୍ର ଆକ୍ରମଣ କଲେ । ଭାରତ ସମ୍ବିଧାନର ୫ମ ଓ ୬ଷ୍ଠ ଅନୁସୂଚୀରେ ଜନଜାତି ଅଞ୍ଚଳର ବିକାଶ ପାଇଁ ରହିଥ‌ିବା ବ୍ୟବସ୍ଥା କାର୍ଯ୍ୟକାରୀ ନହେବା କାରଣରୁ ନକ୍ସଲପନ୍ଥୀ ଆନ୍ଦୋଳନ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲା ।

ମାଓ ଜେଡ଼ଙ୍ଗ ନକ୍ସଲପନ୍ଥୀ ଆନ୍ଦୋଳନକୁ ଆଦର୍ଶଗତ ନେତୃତ୍ବ ପ୍ରଦାନ କରିଥିଲେ । ଚାରୁ ମଜୁମ୍ଦାରଙ୍କ ଲିଖ୍ “Historic Eight Documents” ନକ୍ସଲବାଦୀ ଆଦର୍ଶବାଦର ମୁଖ୍ୟ ଗ୍ରନ୍ଥ ଅଟେ । ଏହି ଆନ୍ଦୋଳନର ଅନେକ ନେତା ପ୍ରାଥମିକ ଅବସ୍ଥାରେ ପଶ୍ଚିମବଙ୍ଗର ବାମପନ୍ଥୀ ମେଣ୍ଟ ସରକାରର ଅଂଶବିଶେଷ ଥିଲେ । ନକ୍ସଲପନ୍ଥୀମାନେ ଭାରତୀୟ କମ୍ୟୁନିଷ୍ଟ ଦଳ (ମାର୍କ୍ସବାଦୀ- ଲେଲିନ୍‌ବାଦୀ)ର ସଦସ୍ୟ ରୂପେ ବିବେଚିତ ହୋଇଥା’ନ୍ତି । ୧୯୮୦ ମସିହାଠାରୁ ଏହି ଆନ୍ଦୋଳନ ଓ ଗୋଷ୍ଠୀରେ ବ୍ୟାପକ ବିଭାଜନ ଦେଖାଦେଲା । ୧୯୭୧ ମସିହାଠାରୁ ଛାତ୍ରମାନଙ୍କର ଅଂଶଗ୍ରହଣ ଫଳରେ ଏହି ଆନ୍ଦୋଳନ ଦୃଢ଼ ହୋଇପାରିଥିଲା ।

ବିକାଶ ପ୍ରକ୍ରିୟାରେ ଆନ୍ଦୋଳନର କୁପ୍ରଭାବ :

  • ମୋଟ ଗୃହ ଉତ୍ପାଦ (GDP) ବୃଦ୍ଧି ଓ ମୁଣ୍ଡପିଛା ଆୟରେ ହ୍ରାସ ।
  • ନକ୍ସଲବାଦୀଙ୍କ ସମାନ୍ତରାଳ ସରକାର ଫଳରେ ସରକାରୀ କଳ ରାଜସ୍ଵ ଓ କର ଆଦାୟ ସଠିକ୍ ଢଙ୍ଗରେ କରି ନପାରିବା ଫଳରେ ରାଜସ୍ୱ ସଂଗ୍ରହ ହ୍ରାସ ହେଉଛି ।
  • ନକ୍ସଲ ଆନ୍ଦୋଳନ ଦମନ ପାଇଁ ବ୍ୟାପକ ବ୍ୟୟବରାଦ ଫଳରେ ଉପଭୋକ୍ତାମାନଙ୍କ ପାଇଁ ଦ୍ରବ୍ୟ ଉତ୍ପାଦନ ନିମନ୍ତେ ପୁଞ୍ଜିର ଅଭାବ ପରିଲକ୍ଷିତ ହେଉଛି ।
  • ଆମଦାନୀ-ରପ୍ତାନି ବାଧାପ୍ରାପ୍ତ ହେଉଛି । ପ୍ରତ୍ୟକ୍ଷ ବୈଦେଶିକ ବିନିଯୋଗରେ ହ୍ରାସ ଦେଖାଦେଉଛି ।
  • ଯୋଗାଯୋଗ ବ୍ୟବସ୍ଥାର ଅବକ୍ଷୟ ଘଟୁଛି । ଏହାର ରକ୍ଷଣାବେକ୍ଷଣ ମଧ୍ୟ ସମ୍ଭବ ହେଉନାହିଁ ।
  • ପର୍ଯ୍ୟଟନ ଶିଳ୍ପ ଗଭୀରଭାବେ ବାଧାପ୍ରାପ୍ତ ହେଉଛି ।

CHSE Odisha Class 12 Political Science Chapter 1 Long Answer Questions in Odia Medium

  • ବିଦ୍ୟାଳୟରେ ଉପସ୍ଥାନ ହାର ହ୍ରାସ ଘଟୁଛି ଓ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଛି ।
  • ବ୍ୟାଙ୍କ ଓ ଶିଳ୍ପ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇ ଉପଯୁକ୍ତ ସେବା ଯୋଗାଇ ପାରୁନାହାନ୍ତି ।
  • ନକ୍ସଲପନ୍ଥୀମାନେ ନିଜର ଆଧୂପତ୍ୟ ଓ ଶ୍ରେଷ୍ଠତ୍ୱ ପ୍ରତିପାଦନ ପାଇଁ ଅଧ‌ିକ ଆଗ୍ରହ ପ୍ରକାଶ କରି ପ୍ରଶାସନରେ ଅଧୂକ ହିଂସା ଓ ଅସ୍ଥିରତା ସୃଷ୍ଟି କରୁଛନ୍ତି ।
  • ନକ୍ସଲପନ୍ଥୀମାନେ ନିଜର ଆଧୂପତ୍ୟ ଓ ଶ୍ରେଷ୍ଠତ୍ୱ ପ୍ରତିପାଦନ ପାଇଁ ଅଧୁକ ଆଗ୍ରହ ପ୍ରକାଶ କରି ପ୍ରଶାସନରେ ଅଧୂକ ହିଂସା ଓ ଅସ୍ଥିରତା ସୃଷ୍ଟି କରୁଛନ୍ତି ।
  • ନିରୀହ ଜନସାଧାରଣ ନକ୍ସଲପନ୍ଥୀଙ୍କ ହିଂସାର ଶିକାର ହେଉଛନ୍ତି ।
  • ସରକାରଙ୍କ ଭୂସଂସ୍କାର ଆଇନ ଓ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ ।
  • ଲୋକ ଯୁଦ୍ଧ ଗୋଷ୍ଠୀ (People’s War Group – PWG) ସଂସଦୀୟ ଗଣତନ୍ତ୍ରର ତୀବ୍ର ବିରୋଧୀ ରୂପେ କାର୍ଯ୍ୟ କରୁଛି ।

ଭାରତର ଯୋଜନା ବିଶେଷଜ୍ଞମାନେ ଆଦିବାସୀମାନଙ୍କୁ ଉନ୍ନୟନ ଓ ଅର୍ଥନୈତିକ ଅଭିବୃଦ୍ଧିର ବାସ୍ତବ ସ୍ବାଦ ଚଖାଇବା ପାଇଁ କୃଷି, ଯୋଗାଯୋଗ, ବଜାର, ବ୍ୟାଙ୍କ ଆଦି କ୍ଷେତ୍ରର ବିକାଶ ଘଟାଇଛନ୍ତି ଯାହା ଫଳରେ ସେମାନେ ନିଜକୁ ବଞ୍ଚିତ ଗୋଷ୍ଠୀ ଭାବେ ବିଚାର ନକରି ଜାତୀୟ ମହାସ୍ରୋତରେ ସାମିଲ ହେବେ ଓ ଏହା ନକ୍ସଲପନ୍ଥୀ ବା ମାଓବାଦୀ ଆନ୍ଦୋଳନର କୁପ୍ରଭାବରୁ ଗଣତନ୍ତ୍ରକୁ ରକ୍ଷା କରିବ ।

CHSE Odisha Class 12 Political Science Chapter 1 Short Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 1 ଗଣତନ୍ତ୍ର Short Answer Questions.

CHSE Odisha 12th Class Political Science Chapter 1 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି / ତିନୋଟି ବାକ୍ୟରେ ଦିଅ ।

୧ । ଗଣତନ୍ତ୍ର କ’ଣ ?
Answer:
ଗଣତନ୍ତ୍ର ଶବ୍ଦଟି ଗ୍ରୀକ୍ ଭାଷାର ‘ଡେମୋସ୍’ ଓ ‘କ୍ରାଟସ୍’ ଶବ୍ଦଦ୍ଵୟରୁ ଉଦ୍ଧୃତ ଯାହାର ଅର୍ଥ ଯଥାକ୍ରମେ ‘ଲୋକମାନେ’ ଓ ‘କ୍ଷମତା’ । ଏଣୁ ଆକ୍ଷରିକ ଅର୍ଥରେ ଗଣତନ୍ତ୍ର ‘ଲୋକମାନଙ୍କର କ୍ଷମତା’କୁ ସୂଚିତ କରେ । ସିଲିଙ୍କ ମତରେ ଏହି ଶାସନରେ ପ୍ରତ୍ୟେକ ବ୍ୟକ୍ତିର ଅଂଶ ଥାଏ । ଏହା ଜନମତ ଅନୁଯାୟୀ ଜନସମର୍ଥନ ଭିତ୍ତିରେ ପରିଚାଳିତ ହୋଇଥାଏ ।

୨ । ପ୍ରତ୍ୟକ୍ଷ ଗଣତନ୍ତ୍ର କ’ଣ ?
Answer:
ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଜନସାଧାରଣ ପ୍ରତ୍ୟକ୍ଷଭାବରେ ଶାସନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥା’ନ୍ତି । ଏହା ଜନସାଧାରଣ ଓ ଶାସନ ବ୍ୟବସ୍ଥା ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ପ୍ରତିଷ୍ଠା କରି ଶାସନ ବ୍ୟବସ୍ଥାକୁ ଦାୟିତ୍ଵଶୀଳ ଓ ଲୋକାଭିମୁଖୀ କରିଥାଏ ।

CHSE Odisha Class 12 Political Science Chapter 1 Short Answer Questions in Odia Medium

୩ । ପରୋକ୍ଷ ଗଣତନ୍ତ୍ର ବା ପ୍ରତିନିଧୂମୂଳକ ଗଣତନ୍ତ୍ର କ’ଣ ?
Answer:
ରାଷ୍ଟ୍ରର ଜନସଂଖ୍ୟା ଓ କାର୍ଯ୍ୟ ପରିସର ବୃଦ୍ଧି ଯୋଗୁଁ ପ୍ରତ୍ୟେକ ଲୋକ ପ୍ରତ୍ୟକ୍ଷଭାବରେ ଶାସନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଅସମ୍ଭବ ହୋଇପଡ଼ିଛି । ଏଣୁ ପ୍ରତ୍ୟକ୍ଷ ଗଣତନ୍ତ୍ରର ବିକଳ୍ପଭାବେ ପରୋକ୍ଷ ଗଣତନ୍ତ୍ର ବା ପ୍ରତିନିଧୁମୂଳକ ଗଣତନ୍ତ୍ରର ପ୍ରଚଳନ କରାଯାଇଛି । ଏହି ବ୍ୟବସ୍ଥାରେ ଲୋକମାନେ ସେମାନଙ୍କର ନିର୍ବାଚିତ ପ୍ରତିନିଧୁମାନଙ୍କଦ୍ୱାରା ଶାସନ କ୍ଷେତ୍ରରେ ପ୍ରତିନିଧୁତ୍ଵର ସୁଯୋଗ ପାଇଥା’ନ୍ତି ।

୪ । ପ୍ରତ୍ୟାହାର (Recall) କ’ଣ ?
Answer:
‘ପ୍ରତ୍ୟାହାର’ ଆଧୁନିକ ପ୍ରତ୍ୟକ୍ଷ ଗଣତନ୍ତ୍ରର ଏକ ମୁଖ୍ୟ ମାଧ୍ୟମ ଅଟେ । ଏହି ବ୍ୟବସ୍ଥାଦ୍ଵାରା ନିର୍ବାଚିତ ଲୋକପ୍ରତିନିଧୁମାନେ ଲୋକମାନଙ୍କ ଆଶା, ବିଶ୍ଵାସ ଅନୁଯାୟୀ କାର୍ଯ୍ୟ କରି ନପାରିଲେ ଲୋକମାନେ ସେହି ପ୍ରତିନିଧିଙ୍କୁ ଫେରାଇ ଆଣିପାରନ୍ତି ।

୫। ରେଫରେଣ୍ଡ୍ମ୍ ବା ଗଣ ମତାମତ ଗ୍ରହଣ କ’ଣ ?
Answer:
ଗଣ ମତାମତ ଗ୍ରହଣ ବା ରେଫରେଣ୍ଡମ୍ ପ୍ରତ୍ୟକ୍ଷ ଗଣତନ୍ତ୍ରର ଏକ ନାସ୍ତିସୂଚକ ମାଧ୍ୟମ ଅଟେ ଯାହାଦ୍ୱାରା ବ୍ୟବସ୍ଥାପିକାଦ୍ଵାରା ଗୃହୀତ ଏକ ବିଧେୟକର ସପକ୍ଷ ବା ବିପକ୍ଷରେ ଜନମତ ସଂଗ୍ରହ କରାଯାଇଥାଏ । ଏହି ଅସ୍ତ୍ରଦ୍ଵାରା ଲୋକମାନେ ବ୍ୟବସ୍ଥାପିକାଦ୍ଵାରା ଗୃହୀତ ଏକ ବିଧେୟକର ଭାଗ୍ୟ ନିର୍ଦ୍ଧାରଣ କରିପାରନ୍ତି ଏବଂ ତାକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ ମଧ୍ୟ କରିପାରନ୍ତି ।

୬ । ଗଣ ଉଦ୍ୟୋଗ ବା ଇନିସିଏଟିଭ୍ କ’ଣ ?
Answer:
ଗଣ ଉଦ୍ୟୋଗ ବା ଇନିସିଏଟିଭ୍ ପ୍ରତ୍ୟକ୍ଷ ଗଣତନ୍ତ୍ରର ଏକ ଅସ୍ତିସୂଚକ ମାଧ୍ୟମ ଅଟେ । ଏହାଦ୍ଵାରା ବ୍ୟବସ୍ଥାପିକା ଆଇନ ପ୍ରଣୟନ କରୁନଥୁବା ପରିସ୍ଥିତିରେ ଲୋକମାନେ ନିଜେ ଆଇନ ପ୍ରଣୟନ ପ୍ରକ୍ରିୟା ଆରମ୍ଭ କରିପାରନ୍ତି । ସଂଖ୍ୟାତ୍ମକ ଭୋଟଦାତା ଆଇନର ସଂପୂର୍ଣ ରୂପରେଖ ନିର୍ଣ୍ଣୟ କରିପାରନ୍ତି କିମ୍ବା ପ୍ରସ୍ତାବିତ ଆଇନ ସଂପର୍କରେ ଏକ ପ୍ରସ୍ତାବ ମଧ୍ୟ ବ୍ୟବସ୍ଥାପିକାରେ ଉପସ୍ଥାପନ କରିପାରନ୍ତି ।

(B) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।

୧। ଗଣତନ୍ତ୍ର ଆଇନର ଶାସନ ଉପରେ ପର୍ଯ୍ୟବସିତ – ଉକ୍ତିଟିର ସତ୍ୟତା ପରୀକ୍ଷା କର ।
Answer:
ଗୋଟିଏ ବ୍ୟକ୍ତି ବା ଗୋଷ୍ଠୀର ମନମୁଖୀ ଶାସନ ଉପରେ ପର୍ଯ୍ୟବସିତ ନହୋଇ ଗଣତନ୍ତ୍ର ଆଇନର ଶାସନ ଉପରେ ପର୍ଯ୍ୟବସିତ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତି ଆଇନ ସମ୍ମୁଖରେ ସମାନ ବୋଲି ବିବେଚିତ ହୁଅନ୍ତି । ଆଇନ ସମସ୍ତଙ୍କୁ ସମାନ ସୁଯୋଗ ଓ ସମାନ ନିରାପତ୍ତା ପ୍ରଦାନ କରିଥାଏ । ଆଇନ ପ୍ରତ୍ୟେକଙ୍କୁ ନ୍ୟାୟ ପ୍ରଦାନ କରିଥାଏ । ଆଇନର ଶାସନ ଫଳରେ ଶାସନ ପ୍ରକ୍ରିୟାରେ ପ୍ରତ୍ୟେକ ଲୋକ ନିଜର ଅଂଶ ପ୍ରାପ୍ତ ହୋଇଥା’ନ୍ତି ।

CHSE Odisha Class 12 Political Science Chapter 1 Short Answer Questions in Odia Medium

୨ । ଗଣତନ୍ତ୍ର କ’ଣ ?
କିମ୍ବା, ଗଣତନ୍ତ୍ରର ମୁଖ୍ୟ ଲକ୍ଷଣଗୁଡ଼ିକ କ’ଣ ?
Answer:
‘ଗଣତନ୍ତ୍ର’ ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ ‘ଡେମୋସ୍’ ଓ ‘କ୍ରାଟସ୍’ରୁ ଉଦ୍ଧୃତ ଯାହାର ଅର୍ଥ ଯଥାକ୍ରମେ ‘ଲୋକମାନେ’ ଓ ‘କ୍ଷମତା’ । ଏଣୁ ଗଣତନ୍ତ୍ର ଲୋକମାନଙ୍କର କ୍ଷମତା ଉପରେ ଆଧାରିତ ସେମାନଙ୍କର ନିଜସ୍ବ ଶାସନ ବ୍ୟବସ୍ଥାକୁ ସୂଚିତ କରିଥାଏ । ଗଣତନ୍ତ୍ରର ନିମ୍ନଲିଖୁତ ମୁଖ୍ୟ ଲକ୍ଷଣଗୁଡ଼ିକ ରହିଛି-

  • ଜନସାଧାରଣ ସାର୍ବଭୌମ କ୍ଷମତା ଉପଭୋଗ ଓ ଉପଯୋଗ କରନ୍ତି ।
  • ଏହା ସମାନତା, ସ୍ବତନ୍ତ୍ରତା, ଅଧିକାର ଓ ନ୍ୟାୟ ଉପରେ ଆଧାରିତ ଅଟେ ।
  • ଏହା ଏକ ଦାୟିତ୍ଵଶୀଳ ଓ ଲୋକାଭିମୁଖୀ ଶାସନ ବ୍ୟବସ୍ଥା ଅଟେ ।
  • ଏହା କ୍ଷମତାର ବିକେନ୍ଦ୍ରୀକରଣ ଉପରେ ଗୁରୁତ୍ଵ ଦିଏ ।
  • ଏହା ଜନସମର୍ଥନର ଭିଭି ଉପରେ ପ୍ରତିଷ୍ଠିତ ହୋଇ ଜନମତର ଦିଗଦର୍ଶନ ଅନୁଯାୟୀ ପରିଚାଳିତ ହୋଇଥାଏ ।
  • ଏହା ‘ଆଇନର ଶାସନ’ ପ୍ରତିଷ୍ଠା କରେ ।

୩ । ପ୍ରତ୍ୟକ୍ଷ ଗଣତନ୍ତ୍ର କ’ଣ ?
Answer:
ଯେଉଁ ସରକାରରେ ପ୍ରତ୍ୟେକ ସାବାଳକ ନାଗରିକ ପ୍ରତ୍ୟକ୍ଷଭାବେ ସକ୍ରିୟ ଅଂଶଗ୍ରହଣ କରନ୍ତି, ତାହାକୁ ପ୍ରତ୍ୟକ୍ଷ ଗଣତନ୍ତ୍ର କୁହାଯାଏ । ପ୍ରାଚୀନ ଗ୍ରୀସ୍ ନଗର-ରାଜ୍ୟ ଓ ରୋମାନ୍ ରାଜ୍ୟଗୁଡ଼ିକରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ଥିଲା । ବର୍ତ୍ତମାନ ସୁଇଜରଲାଣ୍ଡର ୫ଟି କ୍ୟାଣ୍ଟନ୍‌ରେ ପ୍ରତ୍ୟକ୍ଷ ଗଣତନ୍ତ୍ର ‘ଲେଣ୍ଡସ୍‌ମିନେଡ୍’ ସଂସ୍ଥା ମାଧ୍ୟମରେ କାର୍ଯ୍ୟ କରୁଛି । ଅବଶିଷ୍ଟ ୨୦ଟି କ୍ୟାଣ୍ଟନ୍‌ରେ ଗଣ ମତାମତ ଗ୍ରହଣ ଓ ଗଣ ଉଦ୍ୟୋଗ ବ୍ୟବସ୍ଥା ମାଧ୍ୟମରେ ଅଧ୍ଵକ ଜନ ଅଂଶଗ୍ରହଣ ପାଇଁ ସୁବିଧା ସୃଷ୍ଟି କରାଯାଉଥିବାରୁ ସୁଇଜର୍‌ଲାଣ୍ଡକୁ ଆଧୁନିକ ପୃଥିବୀର ପ୍ରତ୍ୟକ୍ଷ ଗଣତନ୍ତ୍ରର ଦେଶ ବୋଲି କୁହାଯାଏ ।

୪। “ଗଣତନ୍ତ୍ର ଜନମତ ଉପରେ ପ୍ରତିଷ୍ଠିତ ଏକ ଶାସନ ବ୍ୟବସ୍ଥା” – ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କର ।
Answer:
ଗଣତନ୍ତ୍ର ଏପରି ଏକ ଶାସନ ବ୍ୟବସ୍ଥା ଯେଉଁଥିରେ ପ୍ରତ୍ୟେକ ଲୋକଙ୍କର ଶାସନ କ୍ଷେତ୍ରରେ ସମାନ ଅଂଶ ଥାଏ । ଏଣୁ ଏହା ଜନମତ ଉପରେ ପ୍ରତିଷ୍ଠିତ ଏକ ଶାସନ ବ୍ୟବସ୍ଥା ଅଟେ । ଏହା ଲୋକମାନଙ୍କର ନିଜର ଶାସନ ସଂସ୍ଥା ହୋଇଥୁବାରୁ ସେମାନଙ୍କର ସମର୍ଥନ ସହ ଶାସନ କାର୍ଯ୍ୟ ଚଳାଇ ବ୍ୟକ୍ତିତ୍ଵ ବିକାଶର ପଥକୁ ସୁଗମ କରିଥାଏ । ବର୍ତ୍ତମାନର ଗଣତନ୍ତ୍ର ପରୋକ୍ଷ ବା ପ୍ରତିନିଧୂମୂଳକ ଅଟେ; ଏଣୁ ପ୍ରତିନିଧୁ ନିର୍ବାଚନଠାରୁ ଆରମ୍ଭ କରି ସରକାର ପ୍ରତିଷ୍ଠା, ନିର୍ଦ୍ଧାରଣ ଓ ଶାସନର ସ୍ଥାୟିତ୍ଵ ରକ୍ଷା ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ଜନମତ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏଣୁ ଗଣତନ୍ତ୍ରରେ ଜନମତର ଗୁରୁତ୍ଵ ଯଥେଷ୍ଟ ଅଧିକ ଅଟେ । ଜନମତ ହିଁ ଗଣତନ୍ତ୍ର ଶାସନର ମୂଳଭିତ୍ତି ।

CHSE Odisha Class 12 Political Science Chapter 1 Short Answer Questions in Odia Medium

୫ । ଗଣତନ୍ତ୍ରର ଦୁର୍ବଳତା (ବା) ସମାଲୋଚନା ଭିଭି (ବା) ଅପକାରିତା ଦର୍ଶାଅ ।
Answer:
ଗଣତନ୍ତ୍ରର ନିମ୍ନଲିଖୁ ଅପକାରିତା ବା ଦୁର୍ଗୁଣଗୁଡ଼ିକ ଏହାର ଦୁର୍ବଳତାକୁ ସୂଚିତ କରିଥାଏ ।

  • ଏହା ଅଯୋଗ୍ୟ ଓ ଅଦକ୍ଷ ଲୋକଙ୍କର ଶାସନ ବ୍ୟବସ୍ଥା ଅଟେ |
  • ଏହା ‘ସଂଖ୍ୟାର ଦୌରାତ୍ମ୍ୟ’ ଓ ‘ସଂଖ୍ୟାଗରିଷ୍ଠତାର ଏକଚ୍ଛତ୍ରବାଦ’ ପ୍ରତିଷ୍ଠା କରିଥାଏ ।
  • ଏହା ଏକ ବ୍ୟୟବହୁଳ ଶାସନ ବ୍ୟବସ୍ଥା ହୋଇଥିବାରୁ ବାସ୍ତବରେ ଏହା ଧନିକମାନଙ୍କର ସରକାର ରୂପେ ପରିଗଣିତ ହୋଇଥାଏ ।
  • ଏହା ରାଜନୈତିକ ଦଳମାନଙ୍କର କୁପ୍ରଭାବର ଶିକାର ହୋଇଥାଏ ।
  • ଏହା ସର୍ବଦା ପରିବର୍ତ୍ତନଶୀଳ ଜନମତ ଉପରେ ନିର୍ଭର କରୁଥିବାରୁ ସରକାର ଦୁର୍ବଳ ଓ ଅସ୍ଥିର ହୋଇଥାଏ ।

୬ । ଗଣତନ୍ତ୍ରର ସାମର୍ଥ୍ୟ ବା ଉପକାରିତା ଦର୍ଶାଅ ।
Answer:
ନିମ୍ନଲିଖୁତ ଉପକାରିତାଗୁଡ଼ିକ ଗଣତନ୍ତ୍ରର ସାମର୍ଥ୍ୟ (Strength) ରୂପେ ପରିଚିତ ।

  • ଗଣତନ୍ତ୍ର ଲୋକମାନଙ୍କର ସରକାର ହୋଇଥିବାରୁ ଏହା ଲୋକମାନଙ୍କର ସ୍ବାର୍ଥରକ୍ଷା ପାଇଁ କାର୍ଯ୍ୟ କରେ ।
  • ଏହା ସମାନତା, ସ୍ଵତନ୍ତ୍ରତା ଓ ନ୍ୟାୟ ଉପରେ ପ୍ରତିଷ୍ଠିତ ଅଟେ ।
  • ଏହା ଜନମତ ଓ ଜନ ସମର୍ଥନ ଉପରେ ପ୍ରତିଷ୍ଠିତ ଏକ ଦୃଢ଼ ଶାସନ ବ୍ୟବସ୍ଥା ଅଟେ ।
  • ଏହା ଲୋକମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ଲୋକପ୍ରତିନିଧୁମାନଙ୍କଦ୍ବାରା ଆଇନ ପ୍ରଣୟନ କରୁଥିବାରୁ ଶାସନ ବ୍ୟବସ୍ଥା ଜନସାଧାରଣଙ୍କର ବଳିଷ୍ଠ ଆସ୍ଥା ଓ ଆନୁଗତ୍ୟ ପ୍ରାପ୍ତ ହୋଇଥାଏ ।
  • ଏହା ରାଜନୈତିକ ଶିକ୍ଷା ଓ ତାଲିମ ପ୍ରଦାନ କରି ନାଗରିକର ରାଜନୈତିକ ସଚେତନଶୀଳତାକୁ ଅଧିକ ଜାଗ୍ରତ କରିଥାଏ ।

୭ । ଗଣତନ୍ତ୍ରର ସଫଳତାର ସର୍ଭାବଳୀ ଦର୍ଶାଅ ।
Answer:
ଗଣତନ୍ତ୍ରର ସଫଳତା ପାଇଁ ନିମ୍ନଲିଖୁତ ସର୍ପଗୁଡ଼ିକର ପୂରଣ ହେବା ଆବଶ୍ୟକ ।

  • ଉତ୍ତମ ପ୍ରଥା ଓ ସୁସ୍ଥ ଇତିହାସ ଉପରେ ଆଧାରିତ ଉତ୍ତମ ସାର୍ବଜନୀନ ଶିକ୍ଷା ବ୍ୟବସ୍ଥା ।
  • ସାମାଜିକ ଓ ଅର୍ଥନୈତିକ ନ୍ୟାୟ ପ୍ରତିଷ୍ଠା ।
  • ସ୍ଵାୟତ୍ତ ଶାସନ ସଂସ୍ଥାର ବିକାଶ ଓ କ୍ଷମତାର ବିକେନ୍ଦ୍ରୀକରଣ ।
  • ସୁଗ୍ଧ ଦଳୀୟ ବ୍ୟବସ୍ଥା ଓ ଦୃଢ଼ ବିରୋଧୀ ଦଳ ।
  • ଦକ୍ଷ, ସ୍ଥିର, ନିରପେକ୍ଷ ଓ ଦୁର୍ନୀତିମୁକ୍ତ ପ୍ରଶାସନିକ କଳ ।
  • ଅଧିକାର ଓ କର୍ତ୍ତବ୍ୟ ସଂପର୍କରେ ସଚେତନ ଜାଗ୍ରତ ନାଗରିକତ୍ଵ ।
  • ସ୍ଵାଧୀନ ଓ ନିରପେକ୍ଷ ନ୍ୟାୟପାଳିକା ।
  • ସଂଖ୍ୟାନ୍ୟୁନ ଗୋଷ୍ଠୀର ସ୍ଵାର୍ଥରକ୍ଷା ବ୍ୟବସ୍ଥା ।

CHSE Odisha Class 12 Political Science Chapter 1 Short Answer Questions in Odia Medium

୯ । ଅର୍ଥନୈତିକ ଗଣତନ୍ତ୍ର’ କ’ଣ ?
Answer:
ଯେଉଁ ଶାସନରେ ଲୋକମାନେ ରାଷ୍ଟ୍ରର ଶାସନ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭାବେ ଭାଗ ନ ନେଇ ସେମାନଙ୍କର ପ୍ରତିନିଧୁମାନଙ୍କ ହସ୍ତରେ ଶାସନ କ୍ଷମତା ଅର୍ପଣ କରିଥା’ନ୍ତି ତାହାକୁ ପରୋକ୍ଷ ବା ପ୍ରତିନିଧୁମୂଳକ ଗଣତନ୍ତ୍ର କୁହାଯାଏ । ରାଷ୍ଟ୍ରର ବିଶାଳ ଭୂଖଣ୍ଡ, ବିପୁଳ ଜନସଂଖ୍ୟା, ବ୍ୟାପକ କାର୍ଯ୍ୟ ପରିସର ଆଦି ପ୍ରତ୍ୟକ୍ଷ ଗଣତନ୍ତ୍ରକୁ ପ୍ରତିନିଧୁମୂଳକ ଗଣତନ୍ତ୍ରରେ ରୂପାନ୍ତରିତ କରିଛି । ଲୋକମାନଙ୍କର ନିର୍ବାଚିତ ପ୍ରତିନିଧିମାନଙ୍କ ମାଧ୍ୟମରେ ଜନମତ ଓ ଜନସମର୍ଥନ ଅନୁଯାୟୀ ଏହି ଶାସନ ଉପଯୁକ୍ତ ମାଧ୍ୟମ ଅଟେ । ଏହା ରାଜନୈତିକ ଶିକ୍ଷା ଓ ତାଲିମର କ୍ଷେତ୍ରକୁ ବ୍ୟାପକ କରି ଗଣତନ୍ତ୍ରର ଭିଭିକୁ ଦୃଢ଼ କରିଥାଏ । ଏହା ଏକ ଦାୟିତ୍ଵଶୀଳ ଶାସନ ବ୍ୟବସ୍ଥା ଅଟେ ।

୯ । ଅର୍ଥନୈତିକ ଗଣତନ୍ତ୍ର’ କ’ଣ ?
Answer:
ଗଣତନ୍ତ୍ରର ତିନିଗୋଟି ବିଭବ ରହିଛି; ଯଥା – ସାମାଜିକ, ଅର୍ଥନୈତିକ ଓ ରାଜନୈତିକ । ସାମାଜିକ ଗଣତନ୍ତ୍ର ସାମାଜିକ ନ୍ୟାୟ ଉପରେ ଆଧାରିତ । କିନ୍ତୁ ବ୍ୟକ୍ତିର ପ୍ରାଥମିକ ଆବଶ୍ୟକତା ଅର୍ଥନୈତିକ ପ୍ରକୃତିଯୁକ୍ତ ହୋଇଥିବାରୁ ପ୍ରତ୍ୟେକ ବ୍ୟକ୍ତି ଏକ ଅର୍ଥନୈତିକ ଶୋଷଣମୁକ୍ତ ପରିବେଶରେ ନିଜର ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା ପରିପୂରଣ କରିପାରୁଥିବା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ଵ ଦିଆଯାଇଥାଏ । ଏହାହିଁ ଅର୍ଥନୈତିକ ଗଣତନ୍ତ୍ର । ସମାଜବାଦ ମାଧ୍ଯମରେ ଏହି ଲକ୍ଷ୍ୟ ପୂରଣ କରାଯାଇପାରିବ । ଏହାର ଭିଭି ଉପରେ ରାଜନୈତିକ ଗଣତନ୍ତ୍ର ପ୍ରତିଷ୍ଠିତ ହେଲେ ତାହା ସଫଳ ହୋଇପାରିବ ।

୧୦ । ଲିଙ୍ଗଗତ ଅସମାନତା କ’ଣ ?
Answer:
ଭାରତରେ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟରେ ବାଳିକା ଓ ମହିଳାମାନେ ଅନେକ ବିଭେଦତାର ସମ୍ମୁଖୀନ ହେଉଛନ୍ତି । ପୁରୁଷମାନଙ୍କୁ ଆୟ ଓ ପରିବାରର ଆର୍ଥିକ ସମୃଦ୍ଧିର ଉତ୍ସରୂପେ ଗ୍ରହଣ କରାଯାଇ ମହିଳାମାନଙ୍କୁ ଏକ ଦୁର୍ବଳ ଆର୍ଥିକ ସ୍ଥିତିରେ ରଖାଯାଉଛି । ଯୌତୁକ ପ୍ରଥାର ପ୍ରଚଳନ ମହିଳାଙ୍କୁ ଏକ ଆର୍ଥିକ ବୋଝ ରୂପେ ପ୍ରତୀୟମାନ କରାଉଛି । କନ୍ୟାଭୃଣ ହତ୍ୟା ପରି ଘୃଣ୍ୟ ସାମାଜିକ ପରମ୍ପରା ବିଦ୍ୟମାନ ରହିଛି । କନ୍ୟାଶିଶୁ ମୃତ୍ୟୁହାର ବାଳକଶିଶୁ ମୃତ୍ୟୁହାର ଅପେକ୍ଷା ଅଧିକ । ନାରୀ ସାକ୍ଷରତା ହାର ପୁରୁଷ ସାକ୍ଷରତାଠାରୁ କମ୍ ଦଳିତବର୍ଗ ମହିଳାଙ୍କ କ୍ଷେତ୍ରରେ ଏହା ସର୍ବାଧ‌ିକ ଅଟେ । ଶିକ୍ଷାର ହାର କମ୍ ଥିବାରୁ କର୍ମ ନିୟୋଜନର ସୁଯୋଗ ମଧ୍ୟ ମହିଳାମାନଙ୍କ ପାଇଁ ସୀମିତ ଅଟେ ।

CHSE Odisha Class 12 Political Science Chapter 1 Short Answer Questions in Odia Medium

୧୧ । ନିରକ୍ଷରତାର ଆହ୍ଵାନକୁ ଭାରତୀୟ ଗଣତନ୍ତ୍ରରେ କିପରି ମୁକାବିଲା କରାଯାଉଛି ?
Answer:
ଭାରତର ନିରକ୍ଷରତା ହାର ହ୍ରାସ ପାଉଛି; କିନ୍ତୁ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏହାର କୁପ୍ରଭାବ ପରିଲକ୍ଷିତ ହେଉଛି । ୧୯୯୦ ମସିହାକୁ ଜାତିସଂଘ ଆନ୍ତର୍ଜାତୀୟ ଶିକ୍ଷିତ ବର୍ଷ ରୂପେ ପାଳନ କରି ଭାରତ ପରି ଅଧ‌ିକ ପରିମାଣରେ ନିରକ୍ଷର ବ୍ୟକ୍ତି ଥ‌ିବା ରାଷ୍ଟ୍ରକୁ ଏହାର ଦୂରୀକରଣ ପାଇଁ ଆହ୍ଵାନ ଦେଇଥିଲେ । ପଢ଼ିବା, ଲେଖୁବା ଓ ଗଣିବା କାର୍ଯ୍ୟ କରିପାରୁଥିବା ବ୍ୟକ୍ତି ସାକ୍ଷର ବୋଲି ବିବେଚିତ ହୋଇଥାଏ । ଲିଙ୍ଗଗତ ଅସନ୍ତୁଳନ, ଆୟଗତ ପାର୍ଥକ୍ୟ, ଜାତିଗତ ବିଭେଦତା ଇତ୍ୟାଦି ବିବିଧ କାରଣରୁ ଭାରତରେ ନିରକ୍ଷରତା ରହିଛି । ୨୦୧୧ ଜନଗଣନା ଅନୁଯାୟୀ ପୁରୁଷମାନଙ୍କ କ୍ଷେତ୍ରରେ ଶତକଡ଼ା ୮୨.୧୪ ଓ ମହିଳାମାନଙ୍କ କ୍ଷେତ୍ରରେ ଶତକଡ଼ା ୬୫.୪୬ ସାକ୍ଷର ହାର ଭାରତରେ ରହିଥିବାର ନଥୁ ଓ ସରକାରୀ ତଥ୍ୟ ରହିଛି ।

୧୯୯୩ ମସିହାରେ ଭାରତର ଉଚ୍ଚତମ ନ୍ୟାୟାଳୟ ପିଲାମାନଙ୍କ ଶିକ୍ଷା ଅଧୁକାରକୁ ମୌଳିକ ଅଧିକାର ରୂପେ ସ୍ବୀକୃତି ଦେଇଥିଲେ ମଧ୍ୟ ୮୬ ତମ ସମ୍ବିଧାନ ସଂଶୋଧନ ଆଇନ, ୨୦୦୨ ରେ ସମ୍ବିଧାନର ୨୧(୧) ଧାରାରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାକୁ ୬ ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ଏକ ମୌଳିକ ଅଧିକାର ରୂପେ ସ୍ଥାନୀତ ହେଲା । ୧୯୮୬ ମସିହାର ଜାତୀୟ ଶିକ୍ଷାନୀତିଠାରୁ ଆରମ୍ଭ କରି ୧୯୮୮ ର ଜାତୀୟ ଶିକ୍ଷା ମିଶନ ଓ ୨୦୦୧ ରୁ ସର୍ବଶିକ୍ଷା ଅଭିଯାନ ପ୍ରାଥମିକ ସ୍ତରରୁ ବିକାଶ ପାଇଁ ବିଧ‌ିବଦ୍ଧ କାର୍ଯ୍ୟକ୍ରମ ପ୍ରଣୟନ ଓ ରୂପାୟନ କରୁଛନ୍ତି ।

୧୨ । ନକ୍ସଲ ଆନ୍ଦୋଳନର ପ୍ରଭାବ ଭାରତରେ ଗଣତନ୍ତ୍ର ଉପରେ କିପରି ପଡ଼ିଛି ?
Answer:
“ ନକ୍ସଲ” ଶବ୍ଦଟି ପଶ୍ଚିମବଙ୍ଗର ନକ୍ସଲବରୀ ଗ୍ରାମରୁ ଉଦ୍ଧୃତ ହୋଇଛି । ଯେଉଁଠାରେ ୧୯୬୭ ମସିହାରେ କାନ୍ଥ ସାନ୍ୟାଲ୍ ଓ ଜଙ୍ଗଲ ସାନ୍ମାଳଙ୍କ ନେତୃତ୍ୱରେ ଏକ ହିଂସାତ୍ମକ ବିପ୍ଳବ ସଂଘଟିତ ହୋଇଥିଲା । ମାଓବାଦୀ ଦର୍ଶନ ଉପରେ ଏହି ନକ୍ସଲ ସଙ୍ଗଠନ ଆଧାରିତ । ନକ୍ସଲ ଆନ୍ଦୋଳନ ୧୯୬୭ ମସିହା ମେ ୨୫ ତାରିଖ ଦିନ ଚାରୁ ମଜୁମଦାର ଇତ୍ୟାଦିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା । ଭୂ-ରାଜସ ନ ଦେବା କାର୍ଯ୍ୟକ୍ରମକୁ ନେଇ ଏହି ବିପ୍ଳବ ଆରମ୍ଭ ହୋଇଥିଲା । ସି.ପି.ଆଇ. (ମାର୍କ୍ସଷ୍ଟ)ର ବିଭାଜନ ପରେ ସିପିଆଇ (ମାଓସିଷ୍ଟ-ଲେନିନିଷ୍ଟ)ଙ୍କ ନେତୃତ୍ୱରେ ଏହା ପରିଚାଳିତ ହେଉଛି ।

ଭାରତ ସମ୍ବିଧାନର ପଞ୍ଚମ ଓ ନବମ ଅନୁସୂଚୀରେ ଆଦିବାସୀମାନଙ୍କର ଜମି ଓ ପ୍ରାକୃତିକ ସମ୍ବଳର ପ୍ରକୃତି ନିର୍ଦ୍ଧାରଣ ଓ ଆଦିବାସୀ କର୍ତ୍ତୃତ୍ଵ ଉପରେ ଏହି ଆନ୍ଦୋଳନ ପର୍ଯ୍ୟବସିତ ହୋଇଥିଲା । ଏହି ଆନ୍ଦୋଳନ ଓଡ଼ିଶା, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ପରି ୧୦ ଗୋଟି ରାଜ୍ୟରେ ପରିବ୍ୟାପ୍ତ ହୋଇ ଏହି ମାଓବାଦୀ ଅଞ୍ଚଳକୁ ‘ଲୋହିତ କୋରିଡ଼ର’ (Red Coridor) ନାମରେ ପରିଚିତ କରାଇଥିଲା । ଶିଳ୍ପର ବିକାଶ ପାଇଁ ବ୍ୟାପକ ବିସ୍ଥାପନ, ପ୍ରାକୃତିକ ପରିବେଶ ନଷ୍ଟ, ଜଙ୍ଗଲଜାତ ଦ୍ରବ୍ୟ ପାଇଁ ଆଦିବାସୀଙ୍କ ଉପରେ କଠୋର ନିୟନ୍ତ୍ରଣ ଆଦି ନକ୍ସଲ ଆନ୍ଦୋଳନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ।

CHSE Odisha Class 12 Political Science Chapter 1 Short Answer Questions in Odia Medium

ଘରୋଇକରଣ ଓ ଅର୍ଥନୈତିକ ବିକାଶ କଂଗ୍ରେସ ଓ ବିଜେପିର କାର୍ଯ୍ୟକ୍ରମରେ ସାମିଲ ହୋଇଥିବାବେଳେ କମ୍ୟୁନିଷ୍ଟ ଦଳମାନେ ଶ୍ରମିକ, କୃଷକ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ସାର୍ଥରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି | ପ୍ରକୃତ ଅଭିବୃଦ୍ଧି ବିନା ଓ ଆଞ୍ଚଳିକ ସମସ୍ୟାର ସମାଧାନ ବିନା କେବଳ ବାହ୍ୟ ପୋଲିସ ଓ ସାମରିକ ବାହିନୀର ଉପଯୋଗଦ୍ଵାରା ନକ୍ସଲ ସମସ୍ୟାର ସମାଧାନ କରାଯାଇ ପାରିବ ନାହିଁ । ସମାଜରେ ସାମ୍ୟ ପ୍ରତିଷ୍ଠା ନ ହେଲେ ନକ୍ସଲ ସମସ୍ୟାର ବଳୟ ମଧ୍ୟରୁ ବାହାରିବା ସମ୍ଭବ ନୁହେଁ । ନକ୍ସଲମାନଙ୍କର ହିଂସା ଓ ମାନବିକ ଅଧିକାର ମଧ୍ୟରେ କୌଣସି ଅନ୍ତଃସମ୍ପର୍କ ନାହିଁ । ନିରାପତ୍ତା ଅଧିକାର, ଉନ୍ନୟନ ଆଦି ପ୍ରସଙ୍ଗଗୁଡ଼ିକ ସମାନ ଭାବରେ ଗୁରୁତ୍ଵପୂର୍ଣ୍ଣ ଅଟନ୍ତି ।

(C) ପାର୍ଥକ୍ୟ ଦର୍ଶାଅ ।

୧। ପ୍ରତ୍ୟକ୍ଷ ଗଣତନ୍ତ୍ର ଓ ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତନ୍ତ୍ର ।
Answer:
ଜନ ଅଂଶଗ୍ରହଣର ପ୍ରକୃତି ଭିଭିରେ ଗଣତନ୍ତ୍ରକୁ ଦୁଇଭାଗରେ ବିଭକ୍ତି କରାଯାଇଥାଏ, ଯଥା- ପ୍ରତ୍ୟକ୍ଷ ଗଣତନ୍ତ୍ର ଓ ପରୋକ୍ଷ ଗଣତନ୍ତ୍ର । ଯେଉଁ ସରକାରରେ ପ୍ରତ୍ୟେକ ସାବାଳକ ନାଗରିକ ପ୍ରତ୍ୟକ୍ଷ ତଥା ସକ୍ରିୟ ଭାବେ ଶାସନ ପ୍ରକ୍ରିୟାରେ ଅଂଶଗ୍ରହଣ କରନ୍ତି, ତାହାକୁ ‘ପ୍ରତ୍ୟକ୍ଷ ଗଣତନ୍ତ୍ର’ କୁହାଯାଏ । ପ୍ରାଚୀନ ଗ୍ରୀସ୍ ଓ ବର୍ତ୍ତମାନର ସୁଇଜରଲାଣ୍ଡରେ ଏହାର ପ୍ରଚଳନ ଦେଖିବାକୁ ମିଳିଥାଏ । ଏହା ଜନପ୍ରିୟ ସାର୍ବଭୌମତ୍ୱ ଉପରେ ପ୍ରତିଷ୍ଠିତ, ରାଜନୈତିକ ଦଳୀୟ ବ୍ୟବସ୍ଥାର କୁପ୍ରଭାବରୁ ମୁକ୍ତ ଏକ ଶାସନ ବ୍ୟବସ୍ଥା ଅଟେ । କିନ୍ତୁ ରାଷ୍ଟ୍ରର ଜନସଂଖ୍ୟା, ଆକାର ଓ କାର୍ଯ୍ୟ ପରିସରରେ ମାତ୍ରାତ୍ତ୍ଵିକ ବୃଦ୍ଧି ଯୋଗୁଁ ପ୍ରତ୍ୟକ୍ଷ ଗଣତନ୍ତ୍ରର ବାସ୍ତବ ରୂପାୟନ ଅସମ୍ଭବ ହେବାରୁ ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତନ୍ତ୍ରର ବିକାଶ ସମ୍ଭବ ହୋଇଛି । ଏହା ଲୋକମାନଙ୍କଦ୍ୱାରା ନିର୍ବାଚିତ ପ୍ରତିନିଧୁମାନଙ୍କଦ୍ୱାରା ପରିଚାଳିତ ହୋଇଥାଏ । ଏହା ଜନସମର୍ଥନ ଉପରେ ପ୍ରତିଷ୍ଠିତ ଓ ଜନମତଦ୍ୱାରା ନିୟନ୍ତ୍ରିତ ତଥା ପରିଚାଳିତ ଏକ ଶାସନ ବ୍ୟବସ୍ଥା ଅଟେ । ଏହା ଏକ ଦାୟିତ୍ଵଶୀଳ ଶାସନ ବ୍ୟବସ୍ଥା । କିନ୍ତୁ ଏହା ସଂଖ୍ୟା ଉପରେ ଅଧ‌ିକ ଗୁରୁତ୍ଵ ଦେଇ ଏକ ଅଦକ୍ଷ ଓ ଅଜ୍ଞ ସରକାରରେ ପରିଣତ ହୋଇଥାଏ ବୋଲି ସମାଲୋଚିତ ହୁଏ । ପରୋକ୍ଷ ଗଣତନ୍ତ୍ର ‘ସଂଖ୍ୟାଗରିଷ୍ଠତାର ଏକଚ୍ଛତ୍ରବାଦ’ ପ୍ରତିଷ୍ଠା କରେ ବୋଲି କୁହାଯାଏ ।

CHSE Odisha Class 12 Political Science Chapter 1 Short Answer Questions in Odia Medium

୨ । ଗଣମତାମତ ଗ୍ରହଣ (ରେଫରେଣ୍ଡମ୍) ଓ ଗଣ ଉଦ୍ୟୋଗ (ଇନିସିଏଟିଭ୍) ।
Answer:
ଗଣମତାମତ ଗ୍ରହଣ (ରେଫରେଣ୍ଡମ୍) ଓ ଗଣ ଉଦ୍ୟୋଗ (ଇନିସିଏଟିଭ୍) ପ୍ରତ୍ୟକ୍ଷ ଗଣତନ୍ତ୍ରର ଦୁଇଟି ଆଧୁନିକ ମାଧ୍ୟମ ଅଟେ । ଏହି ଦୁଇଟି ମାଧ୍ଯମଦ୍ଵାରା ପ୍ରତିନିଧୁମୂଳକ ଗଣତନ୍ତ୍ରରେ ଲୋକମାନଙ୍କୁ ଶାସନ ପ୍ରକ୍ରିୟାରେ ଅଂଶଗ୍ରହଣର ଅଧିକ ସୁଯୋଗ ପ୍ରଦାନ କରାଯାଇଥାଏ । ଗଣମତାମତ ଗ୍ରହଣ ବା ଗଣଭୋଟ୍ ବ୍ୟବସ୍ଥାରେ ବ୍ୟବସ୍ଥାପିକା ସଭାରେ ଗୃହୀତ ଆଇନ ସଂକ୍ରାନ୍ତୀୟ ପ୍ରସ୍ତାବ ବା ବିଧେୟକଙ୍କୁ ଲୋକମାନଙ୍କର ସ୍ଵୀକୃତି ବା ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଥାଏ । ଏଣୁ ଆଇନର କାର୍ଯ୍ୟକାରିତା ପୂର୍ବରୁ ଗଣସମର୍ଥନ ଭିକ୍ଷା କରାଯାଏ । ଏହା ବାଧ୍ୟତାମୂଳକ ବା ଇଚ୍ଛାଧୀନ ହୋଇପାରେ । ବ୍ୟବସ୍ଥାପିକାର ସ୍ୱେଚ୍ଛାଚାରୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାର କ୍ଷମତା ଲୋକମାନେ ପାଇଥା’ନ୍ତି । ଏହା ନାସ୍ତିସୂଚକ ପ୍ରକୃତିସଂପନ୍ନ ଅଟେ । ଏହା ଲୋକମାନଙ୍କ ପାଖରେ ଢାଲ ସଦୃଶ ଅଟେ । ଗଣ ଉଦ୍ୟୋଗ ଅସ୍ତିସୂଚକ ମାଧ୍ୟମ ଅଟେ । ଏହାଦ୍ଵାରା ବ୍ୟବସ୍ଥାପିକା ଆଇନ ପ୍ରଣୟନ କରୁ ନଥିବା ପରିସ୍ଥିତିରେ ସଂଖ୍ୟାଧିକ ଭୋଟଦାତା ଆଇନ ପ୍ରଣୟନ ପ୍ରକ୍ରିୟା ଆରମ୍ଭ କରିପାରନ୍ତି । ସେମାନେ ପୂର୍ଣାଙ୍ଗ ରୂପରେ ଆଇନ ପ୍ରଣୟନ କରି କିମ୍ବା ଆଇନ ସଂକ୍ରାନ୍ତୀୟ ଏକ ପ୍ରସ୍ତାବକୁ ବ୍ୟବସ୍ଥାପିକାର ଅନୁମୋଦନ ପାଇଁ ଉପସ୍ଥାପନ କରିପାରନ୍ତି | ଏହା ଲୋକମାନଙ୍କ ପାଖରେ ଖଣ୍ଡା ସଦୃଶ ଅଟେ ।

CHSE Odisha Class 12 Political Science Chapter 1 Objective Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 1 ଗଣତନ୍ତ୍ର Objective Questions.

CHSE Odisha 12th Class Political Science Chapter 1 Objective Questions in Odia Medium

ବସୁମିଷ୍ଠ ଓ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ପ୍ରାଚୀନ ଗ୍ରୀସ୍ ଓ ଆଧୁନିକ ସୁଇଜରଲ୍ୟାଣ୍ଡରେ __________ ଗଣତନ୍ତ୍ର ପ୍ରଚଳିତ ଥିଲା ।
(i) ପରୋକ୍ଷ
(ii) ପ୍ରତ୍ୟକ୍ଷ
(iii) ପ୍ରତିନିଧମୂଳକ
(iv) ମୂଲ୍ୟବୋଧଭିତ୍ତିକ
Answer:
(ii) ପ୍ରତ୍ୟକ୍ଷ

୨ । ________ ଗଣତନ୍ତ୍ରରେ ସମସ୍ତ ନାଗରିକ ପ୍ରତ୍ୟକ୍ଷଭାବରେ ସରକାରରେ ଅଂଶଗ୍ରହଣ କରନ୍ତି ।
(i) ମୂଲ୍ୟବୋଧଭିଭିକ
(ii) ପ୍ରତ୍ୟକ୍ଷ
(ii) ପ୍ରତିନିଧୁମୂଳକ
(iv) ପରୋକ୍ଷ
Answer:
(ii) ପ୍ରତ୍ୟକ୍ଷ

୩ । ନିର୍ବାଚନ ହେଉଛି ________ ଗଣତନ୍ତ୍ରର ମୁଖ୍ୟ ନୀତି ।
(i) ମୂଲ୍ୟବୋଧଭିଭିକ
(ii) ସାମାଜିକ
(iii) ପ୍ରତ୍ୟକ୍ଷ
(iv) ପରୋକ୍ଷ ବା ପ୍ରତିନିଧୁମୂଳକ
Answer:
(iv) ପରୋକ୍ଷ ବା ପ୍ରତିନିଧୁମୂଳକ

CHSE Odisha Class 12 Political Science Chapter 1 Objective Questions in Odia Medium

୪ । _________ କହିଥିଲେ, “ ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କ ନିମନ୍ତେ ଓ ଲୋକମାନଙ୍କଦ୍ୱାରା ଗଠିତ ସରକାର ।”
(i) ସିଲି
(ii) ବ୍ରାଇସ୍
(iii) ଆବ୍ରାହମ୍ ଲିଙ୍କନ୍
(iv) ଗାର୍ଲର୍
Answer:
(iii) ଆବ୍ରାହମ ଲିଙ୍କନ୍

୫ | ସିଲିଙ୍କ ମତରେ, ଗଣତନ୍ତ୍ର ଏକ ସରକାର ଯେଉଁଥରେ ପ୍ରତ୍ୟେକଙ୍କର _________ ଥାଏ ।
(i) ଅଂଶ
(ii) ଭାଗ
(iii) ଭୂମିକା
(iv) କର୍ତ୍ତବ୍ଯ
Answer:
(i) ଅଂଶ

୬ । ପୃଥ‌ିବୀର ବୃହତ୍ତମ ଗଣତନ୍ତ୍ର ରୂପେ _________ ପରିଚିତ ।
(i) ଭାରତ
(ii) ଇଂଲଣ୍ଡ
(iii) ଆମେରିକା
(iv) ସୁଇଜରଲ୍ୟାଣ୍ଡ
Answer:
(i) ଭାରତ

୭ । ଗଣତନ୍ତ୍ର ________ ପାଇଁ ଏକ ଶାସନ ବ୍ୟବସ୍ଥା ।
(i) ଶାସକ
(ii) ପୁଞ୍ଜିପତି
(iii) ଲୋକମାନଙ୍କ
(iv) ମାଲିକ
Answer:
(iii) ଲୋକମାନଙ୍କ

୮ । ‘ଗଣତନ୍ତ୍ର’ ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ ________ ଓ ________ ରୁ ଉଦ୍ଧୃତ ଯାହାର ଅର୍ଥ ଯଥାକ୍ରମେ ___________ ଓ ________।
(i) ଡେମୋସ୍ ଓ କ୍ରାଟସ୍; ଲୋକମାନେ ଓ କ୍ଷମତା
(ii) କ୍ରାଟସ୍ ଓ ଡେମୋସ୍; ଲୋକମାନେ ଓ କ୍ଷମତା
(iii) ପଲିସ୍ ଓ ସିଭିଟାସ୍; ନଗରରାଜ୍ୟ ଓ ନଗର
(iv) ଫୋଏଡ଼ସ୍ ଓ ନାସିଓ; ଚୁକ୍ତି ଓ ବଂଶ
Answer:
(i) ଡେମୋସ୍ ଓ କ୍ରାଟସ୍; ଲୋକମାନେ ଓ କ୍ଷମତା

୯ । ପ୍ରତ୍ୟକ୍ଷ ଗଣତନ୍ତ୍ରର ମାଧ୍ୟମଗୁଡ଼ିକ ହେଲା _______ ।
(i) ଗଣ ମତାମତ ଗ୍ରହଣ
(ii) ଗଣ ଉଦ୍ୟୋଗ
(iii) ପ୍ରତ୍ୟାହାର
(iv) ଗଣ ମତାମତ ଗ୍ରହଣ (ରେଫରେଣ୍ଡମ୍), ଗଣ ଉଦ୍ୟୋଗ (ଇନିସିଏଟିଭ୍) ଓ ପ୍ରତ୍ୟାହାର (ରିକଲ୍)
Answer:
(iv) ଗଣ ମତାମତ ଗ୍ରହଣ (ରେଫରେଣ୍ଡମ୍), ଗଣ ଉଦ୍ୟୋଗ (ଇନିସିଏଟିଭ୍) ଓ ପ୍ରତ୍ୟାହାର (ରିକଲ୍)

CHSE Odisha Class 12 Political Science Chapter 1 Objective Questions in Odia Medium

୧୦ | ପରୋକ୍ଷ ଗଣତନ୍ତ୍ରକୁ ______ କୁହାଯାଏ ।
(i) ପ୍ରତିନିଧୁମୂଳକ
(ii) ଶାସକଭିତ୍ତିକ
(iii) ସଂଖ୍ୟାଗରିଷ୍ଠର ସରକାର
(iv) ସର୍ବସାଧାରଣ ଶାସନ
Answer:
(i) ପ୍ରତିନିଧୂମୂଳକ

୧୧ । ଗଣତନ୍ତ୍ରର ଭିତ୍ତିଭୂମି ହେଉଛି ________ ।
(i) ନିର୍ବାଚିତ ସରକାର
(ii) ଜନମଙ୍ଗଳ ରାଷ୍ଟ୍ର
(ii) ଦ୍ବିସଦନୀୟତା
(iv) ଜନପ୍ରିୟ ସାର୍ବଭୌମତ୍ବ
Answer:
(iv) ଜନପ୍ରିୟ ସାର୍ବଭୌମତ୍ୱ

୧୨ । ନିମ୍ନଲିଖୁତ ଉପାଦାନଗୁଡ଼ିକ ମଧ୍ୟରୁ କେଉଁଟି ଗଣତାନ୍ତ୍ରିକ ସରକାରର ଉପାଦାନ ନୁହେଁ ?
(i) ଜଣେ ବ୍ୟକ୍ତିର ଶାସନ
(ii) ଦାୟିତ୍ଵଶୀଳ ସରକାର
(iii) ସୀମିତ ସରକାର
(iv) ଆଇନର ଶାସନ
Answer:
(i) ଜଣେ ବ୍ୟକ୍ତିର ଶାସନ

୧୩ । କେଉଁଟି ଗଣତନ୍ତ୍ରର ବିଭବ ଅଟେ ?
(i) ରାଜନୈତିକ ଗଣତନ୍ତ୍ର
(ii) ସାମାଜିକ ଗଣତନ୍ତ
(iii) ଅର୍ଥନୈତିକ ଗଣତନ୍ତ୍ର
(iv) ଉପରୋକ୍ତ ସମସ୍ତ ବିଭବ
Answer:
(iv) ଉପରୋକ୍ତ ସମସ୍ତ ବିଭବ

୧୪ । ପରୋକ୍ଷ ଗଣତନ୍ତ୍ର _________ ନାମରେ ମଧ୍ୟ ପରିଚିତ ।
(i) ଲୋକମାନଙ୍କର ସରକାର
(ii) ପ୍ରତିନିଧୁମୂଳକ ଗଣତନ୍ତ୍ର
(iii) ନିର୍ବାଚିତ ସରକାର
(iv) ଅଣପ୍ରତ୍ୟକ୍ଷ ଗଣତନ୍ତ୍ର
Answer:
(ii) ପ୍ରତିନିଧୁମୂଳକ ଗଣତନ୍ତ୍ର

CHSE Odisha Class 12 Political Science Chapter 1 Objective Questions in Odia Medium

୧୫ । ପରୋକ୍ଷ ଗଣତନ୍ତ୍ର ________ ନୀତି ଉପରେ ଆଧାରିତ ଅଟେ ।
(i) ରାଷ୍ଟ୍ରର ସାର୍ବଭୌମତ୍ୱ
(ii) ସମସ୍ତଙ୍କ ଶାସନ
(iii) ପ୍ରତ୍ୟକ୍ଷ ନିର୍ବାଚନ
(iv) ସରକାର ପରିଚାଳନାରେ ଲୋକମାନଙ୍କର ପ୍ରତ୍ୟକ୍ଷ ଅଂଶଗ୍ରହଣ
Answer:
(iv) ସରକାର ପରିଚାଳନାରେ ଲୋକମାନଙ୍କର ପ୍ରତ୍ୟକ୍ଷ ଅଂଶଗ୍ରହଣ ।

୧୬ । _________ ପ୍ରତ୍ୟକ୍ଷ ଗଣତନ୍ତ୍ରର ଏକ ମାଧ୍ୟମ ନୁହେଁ ।
(i) ଗଣ ଉଦ୍ୟୋଗ
(ii) ଗଣମତାମତ ଗ୍ରହଣ
(iii) ଅଧ୍ୟାଦେଶ
(iv) ପ୍ରତ୍ୟାହାର
Answer:
(iii) ଅଧ୍ୟାଦେଶ

୧୭ । ଗଣତନ୍ତ୍ରର ସଫଳତା ପାଇଁ କେଉଁ ସର୍ଭ ଅଧୁକ ବଳିଷ୍ଠ ଅଟେ ?
(i) ଗଣତାନ୍ତ୍ରିକ ନାଗରିକତା
(ii) ଜାଗ୍ରତ ନାଗରିକତା
(iii) ଅର୍ଥନୈତିକ ସମାନତା
(iv) ଉପରୋକ୍ତ ସମସ୍ତ ସର୍ଭ
Answer:
(iv) ଉପରୋକ୍ତ ସମସ୍ତ ସର୍ଭ

୧୮ | ଗଣମତାମତ ଗ୍ରହଣ ବା ରେଫରେଣ୍ଡମ୍ ଏକ ________ |
(i) ନାସ୍ତିସୂଚକ ମାଧ୍ୟମ
(ii) ଅସ୍ତିସୂଚକ ମାଧ୍ୟମ
(iii) ବ୍ୟବସ୍ଥାପିକା ମାଧ୍ୟମ
(iv) ହସ୍ତାନ୍ତରିତ ବ୍ୟବସ୍ଥାପନା ମାଧ୍ୟମ
Answer:
(i) ନାସ୍ତିସୂଚକ ମାଧ୍ୟମ

୧୯ । ଗଣ ଉଦ୍ୟୋଗ ବା ଇନିସିଏଟିଭ୍ ଅର୍ଥ ________ |
(i) ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ
(ii) ଆଇନକୁ ସ୍ବୀକୃତି ପ୍ରଦାନ
(iii) ପ୍ରତିନିଧୁତ୍ଵ ବ୍ୟବସ୍ଥା
(iv) ବ୍ୟବସ୍ଥାପନା ବ୍ୟବସ୍ଥା
Answer:
(i) ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ

୨୦ । ସୁଇଜରଲ୍ୟାଣ୍ଡର ଗୋଟିଏ କ୍ୟାଣ୍ଟନରେ ଲୋକମାନେ ଆଇନ ପ୍ରଣୟନ ଓ ଶାସନ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରୁଥିବା ବ୍ୟବସ୍ଥାକୁ _______ କୁହାଯାଏ ।
(i) ଜନପ୍ରିୟ ଆଇନ ପ୍ରଣୟନ
(ii) ଲେଣ୍ଡସ୍‌ମିଣ୍ଡ୍ (Landsgemeinde)
(iii) ପ୍ରତ୍ୟକ୍ଷ ଆଇନ ପ୍ରଣୟନ
(iv) ହସ୍ତାନ୍ତରିତ ଆଇନ ପ୍ରଣୟନ
Answer:
(ii) ଲେଣ୍ଡସ୍‌ମିଣ୍ଡ୍ (Landsgemeinde)

CHSE Odisha Class 12 Political Science Chapter 1 Objective Questions in Odia Medium

୨୧ । ଭାରତର କେଉଁ ରାଜ୍ୟର କେଉଁ ଗ୍ରାମର କେଉଁ ଗ୍ରାମରୁ ନକ୍ସଲପନ୍ଥୀ ଆନ୍ଦୋଳନ ଆରମ୍ଭ ହୋଇଥିଲା ?
(i) ପଶ୍ଚିମବଙ୍ଗ, ପୁରୁଲିଆ
(ii) ପଶ୍ଚିମବଙ୍ଗ, ନକ୍ସଲବରୀ
(iii) ଛତିଶଗଡ଼, ନକ୍ସଲବରୀ
(iv) ଓଡ଼ିଶା, ନକ୍ସଲବରୀ
Answer:
(ii) ପଶ୍ଚିମବଙ୍ଗ, ନକ୍ସଲବରୀ

୨୨ । ନକ୍ସଲପନ୍ଥୀ ଆନ୍ଦୋଳନ ସର୍ବପ୍ରଥମେ କେବେ ଆରମ୍ଭ ହୋଇଥିଲା ?
(i) ମେ ୨୫, ୧୯୬୭
(ii) ମେ ୫, ୧୯୬୭
(iii) ମାର୍ଚ ୨୫, ୧୯୬୬
(iv) ଏପ୍ରିଲ ୨୫, ୧୯୬୮
Answer:
(i) ମେ ୨୫, ୧୯୬୭

୨୩ । ଭାରତରେ ୨୦୧୧ ଜନଗଣନା ଅନୁଯାୟୀ ପୁରୁଷ ସାକ୍ଷରତା ହାର କେତେ ?
(i) ୮୨.୩୩%
(ii) ୮୨.୧୪%
(iii) ୮୧.୩୩%
(iv) ୮୩.୧୪%
Answer:
(ii) ୮୨.୧୪%

୨୪ । କେବଳ ନିଜ ଅଞ୍ଚଳର ବିକାଶ ଚାହୁଁଥିବା ମତବାଦ କେଉଁ ନାମରେ ପରିଚିତ ?
(i) ଆଞ୍ଚଳିକ ଉତ୍କର୍ଷତା
(ii) ଆଞ୍ଚଳିକତାବାଦ
(iii) ଆଞ୍ଚଳିକ ଅସନ୍ତୁଳତା
(iv) ଆଞ୍ଚଳିକ ସଂଘର୍ଷ
Answer:
(ii) ଆଞ୍ଚଳିକତାବାଦ

୨୫ । ଭାରତରେ କୌଣସି ବ୍ୟକ୍ତି ପଢ଼ି ଓ ଲେଖୁ ପାରିଲେ ତାଙ୍କୁ କ’ଣ କୁହାଯାଏ ?
(i) ଅଶିକ୍ଷିତ
(ii) ଅର୍ଦ୍ରଶିକ୍ଷିତ
(iii) ଶିକ୍ଷିତ ବା ସାକ୍ଷର
(iv) ଉତ୍ତମ ନାଗରିକ
Answer:
(ii) ଶିକ୍ଷିତ ବା ସାକ୍ଷର

CHSE Odisha Class 12 Political Science Chapter 1 Objective Questions in Odia Medium

୨୬ । ଗଣତନ୍ତ୍ରରେ ସଂପ୍ରସାରଣଜନିତ ସମସ୍ୟା କେଉଁ ପ୍ରସଙ୍ଗଗୁଡ଼ିକ ସୂଚିତ କରିଥାଏ ?
(i) ସ୍ଥାନୀୟ ସାୟର ଶାସନ ସଂସ୍ଥାକୁ ଅଧିକ କ୍ଷମତା ପ୍ରଦାନ
(ii) ସବୁସ୍ଥାନରେ ଗଣତନ୍ତ୍ରର ମୌଳିକ ନୀତିର ପ୍ରୟୋଗ
(iii) ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳା ଓ ସଂଖ୍ୟାଲଘୁ ଶ୍ରେଣୀର ଅନ୍ତର୍ଭୁଢୀକରଣ
(iv) ଉପରୋକ୍ତ ସମସ୍ତ ପ୍ରସଙ୍ଗ
Answer:
(iv) ଉପରୋକ୍ତ ସମସ୍ତ ପ୍ରସଙ୍ଗ

୨୭ । ଗୋଟିଏ ଜାତିର ଅଧ‌ିକ ପ୍ରଭାବ ଓ ଉପଯୋଗକୁ କ’ଣ କୁହାଯାଏ ?
(i) ଜାତିବାଦ
(i) ଜାତିଗତ ପାବଚ୍ଛଶ୍ରେଣୀ
(iii) ଜାତିର ଆତ୍ମପତ୍ୟ
(iv) ଜାତି ସଂଘର୍ଷ
Answer:
(i) ଜାତିବାଦ

(B) ଶୂନ୍ୟସ୍ଥାନ ପୂରଣ କର ।

୧ । ___________ ଙ୍କ ମତରେ ‘‘ଗଣତନ୍ତ୍ର ଏକ ସରକାର ଯେଉଁଠି ପ୍ରତ୍ୟେକଙ୍କ ଅଂଶ ଥାଏ ।
Answer:
ସିଲ୍ଲ

୨ । ________ ରାଷ୍ଟ୍ରରେ ବର୍ତ୍ତମାନ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ।
Answer:
ସୁଇଜରଲାଣ୍ଡ ।

୩ । __________ ଙ୍କ ମତରେ ଗଣତନ୍ତ୍ର ଅଯୋଗ୍ୟତାର ଶାସନ ଅଟେ ।
Answer:
ଫାଗ୍ଟେ

୪ । ପରୋକ୍ଷ ଗଣତନର ଅନ୍ୟ ନାମ ________ ଗଣତନ ।
Answer:
ପ୍ରତିନିଧ୍ମୂଳକ

CHSE Odisha Class 12 Political Science Chapter 1 Objective Questions in Odia Medium

୫ । ଭାରତର ନକ୍ସଲପନ୍ଥୀ ଆନ୍ଦୋଳନ ପ୍ରଥମେ _________ ଆରମ୍ଭ କରିଥିଲେ ।
Answer:
ଚାରୁ ମଜୁମଦାର

୬ | ଗଣଭୋଟ ଓ ଗଣ ଉଦ୍ୟୋଗ __________ ଗଣତନ୍ତ୍ରର ମୌଳିକ ଉପାଦାନ ।
Answer:
ପ୍ରତ୍ୟଷ

୭ । ________ ଙ୍କ ମତରେ ବହୁତ ଲୋକଙ୍କଦ୍ବାରା ଶାସିତ ଖରାପ ବ୍ୟବସ୍ଥାକୁ ଗଣତନ୍ତ୍ର କୁହାଯାଏ ।
Answer:
ଆରିଷ୍ଟୋଟଲ୍

୮ । __________ କୁ ସଂଖ୍ୟା ଗରିଷ୍ଠଙ୍କ ଶାସନ କୁହାଯାଏ ।
Answer:
ଗଣତନ୍ତ

(C) ଭ୍ରମ ସଂଶୋଧନ କର ।

୧। ପ୍ରାଚୀନ ଗ୍ରୀସ୍‌ରେ ପରୋକ୍ଷ ଗଣତନ୍ତ୍ର ପ୍ରଚଳିତ ଥିଲା ।
Answer:
ପ୍ରାଚୀନ ଗ୍ରୀସ୍‌ରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ଥିଲା ।

୨ । ଗଣତନ୍ତ୍ର ନିରଙ୍କୁଶ ସାର୍ବଭୌମତ୍ବ ପ୍ରତିଷ୍ଠା କରିଥାଏ ।
Answer:
ଗଣତନ୍ତ୍ର ଜନପ୍ରିୟ ସାର୍ବଭୌମତ୍ତ୍ଵ ପ୍ରତିଷ୍ଠା କରିଥାଏ ।

CHSE Odisha Class 12 Political Science Chapter 1 Objective Questions in Odia Medium

୩ । ପରୋକ୍ଷ ଗଣତନ୍ତ୍ରରେ ସମସ୍ତ ନାଗରିକ ପ୍ରତ୍ୟକ୍ଷ ଭାବରେ ସରକାରରେ ଅଂଶଗ୍ରହଣ କରିଥା’ନ୍ତି ।
Answer:
ପ୍ରତ୍ୟକ୍ଷ ଗଣତନ୍ତ୍ରରେ ସମସ୍ତ ନାଗରିକ ପ୍ରତ୍ୟକ୍ଷ ଭାବରେ ସରକାରରେ ଅଂଶଗ୍ରହଣ କରିଥା’ନ୍ତି ।

୪ । ଯୁକ୍ତରାଷ୍ଟ୍ର ଆମେରିକା ପୃଥ‌ିବୀର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ।
Answer:
ଭାରତ ପୃଥିବୀର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ।

୫। ଶାସିତଙ୍କ ମତ ଓ ସମର୍ଥନରେ ଗଠିତ ସରକାରକୁ ରାଜତନ୍ତ୍ର କୁହାଯାଏ ।
Answer:
ଶାସିତଙ୍କ ମତ ଓ ସମର୍ଥନରେ ଗଠିତ ସରକାରକୁ ଗଣତନ୍ତ୍ର କୁହାଯାଏ ।

୬ । ନକ୍ସଲ ଆନ୍ଦୋଳନ ପଶ୍ଚିମବଙ୍ଗରୁ ୧୯୬୮ ମସିହାରେ ଆରମ୍ଭ ହେଲା ।
Answer:
ନକ୍ସଲ ଆନ୍ଦୋଳନ ପଶ୍ଚିମବଙ୍ଗରୁ ୧୯୬୭ ମସିହାରେ ଆରମ୍ଭ ହେଲା ।

୬ । ନକ୍ସଲ ଆନ୍ଦୋଳନ ପଶ୍ଚିମବଙ୍ଗରୁ ୧୯୬୮ ମସିହାରେ ଆରମ୍ଭ ହେଲା |
Answer:
ନକ୍ସଲ ଆନ୍ଦୋଳନ ପଶ୍ଚିମବଙ୍ଗରୁ ୧୯୬୭ ମସିହାରେ ଆରମ୍ଭ ହେଲା ।

୭ । ଜାତିସଂଘ ୧୯୯୫ ମସିହାକୁ ଆନ୍ତର୍ଜାତୀୟ ଶିକ୍ଷିତ କାର୍ଯ୍ୟରୂପେ ପାଳନ କରିଥିଲା ।
Answer:
ଜାତିସଂଘ ୧୯୯୦ ମସିହାକୁ, ଆନ୍ତର୍ଜାତୀୟ ଶିକ୍ଷିତ କାର୍ଯ୍ୟରୂପେ ପାଳନ କରିଥିଲା ।

୮ । ଭାରତ ସମ୍ବିଧାନରେ ଶିକ୍ଷା ରୂପକ ମୌଳିକ ଅଧ୍ଵଜାରକୁ ୨୦(କ) ଧାରାରେ ସଂଯୁକ୍ତ କରାଯାଇଛି ।
Answer:
ଭାରତ ସମ୍ବିଧାନରେ ଶିକ୍ଷା ରୂପକ ମୌଳିକ ଅସ୍ଵୀକାରକୁ ୨୧(୧) ଧାରାରେ ଯୋଗ କରାଯାଇଛି ।

CHSE Odisha Class 12 Political Science Chapter 1 Objective Questions in Odia Medium

୯ । ଭାରତରେ ସର୍ବଶିକ୍ଷା ଅଭିଯାନ ୨୦୧୦ ମସିହାରୁ ଆରମ୍ଭ ହୋଇଛି ।
Answer:
ଭାରତରେ ସର୍ବଶିକ୍ଷା ଅଭିଯାନ ୨୦୦୧ ମସିହାରୁ ଆରମ୍ଭ ହୋଇଛି ।

୧୦ । ୮୦ତମ ସମ୍ବିଧାନ ସଂଶୋଧନ ଆଇନ ୬-୧୪ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାକୁ ସାମ୍ବିଧାନିକ ଅଧିକାରର ମାନ୍ୟତା ଦେଇଛି ।
Answer:
୮୬ତମ ସମ୍ବିଧାନ ସଂଶୋଧନ ଆଇନ (୨୦୦୨) ୬-୧୪ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାକୁ ସାମ୍ବିଧାନିକ ଅଧିକାରର ମାନ୍ୟତା ଦେଇଛି ।

(D) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

୧ । ଗଣତନ୍ତ୍ରର ଯେକୌଣସି ଦୁଇଟି ଲକ୍ଷଣ ଦର୍ଶାଅ ।
Answer:
ପ୍ରଥମତଃ, ଗଣତନ୍ତ୍ର ସ୍ଵତନ୍ତ୍ରତା, ସମାନତା ଓ ନ୍ୟାୟର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ । ଦ୍ବିତୀୟତଃ,ଋଣତନ୍ତ୍ର ଜନମତ ଓ ଜନସମର୍ଥନ ଉପରେ ପ୍ରତିଷ୍ଠିତ ଏକ ଦାୟିତ୍ଵଶୀଳ ଶାସନ ବ୍ୟବସ୍ଥା ଅଟେ ।

୨ । ଆରିଷ୍ଟୋଟଲ୍‌ଙ୍କ ମତରେ ବହୁତ ଲୋକଙ୍କଦ୍ବାରା ଶାସିତ ଖରାପ ବ୍ୟବସ୍ଥାକୁ କ’ଣ କୁହାଯାଏ ?
Answer:
ଆରିଷ୍ଟୋଟଲ୍‌ଙ୍କ ମତରେ ବହୁତ ଲୋକଙ୍କଦ୍ଵାରା ଶାସିତ ଖରାପ ବ୍ୟବସ୍ଥାକୁ ଗଣତନ୍ତ୍ର କୁହାଯାଏ ।

CHSE Odisha Class 12 Political Science Chapter 1 Objective Questions in Odia Medium

୩ । ପୃଥ‌ିବୀର ସର୍ବବୃହତ୍ ଗଣତନ୍ତ୍ର କିଏ ?
Answer:
ଭାରତ ପୃଥ‌ିବୀର ସର୍ବବୃହତ୍ ଗଣତନ୍ତ୍ର ଅଟେ ।

୪। ପ୍ରତ୍ୟକ୍ଷ ଗଣତନ୍ତ୍ରର ଆଧୁନିକ ମାଧ୍ୟମ ବା ଅଙ୍ଗଗୁଡ଼ିକ କ’ଣ ?
Answer:
ପ୍ରତ୍ୟକ୍ଷ ଗଣତନ୍ତ୍ରର ତିନିଗୋଟି ଆଧୁନିକ ମାଧ୍ୟମ ବା ଅଙ୍ଗ ରହିଛି; ଯଥା – ଗଣ ମତାମତ ଗ୍ରହଣ (Referendum) 6161 @694|6 (Initiative) 4 (Recall) |

୫ । ଗଣତନ୍ତ୍ରକୁ ଉତ୍ତରଦାୟୀ ସରକାର କୁହାଯାଏ କାହିଁକି ?
Answer:
ଗଣତନ୍ତ୍ରରେ ସରକାର ଜନମତ ଓ ଜନସମର୍ଥନ ଉପରେ ପ୍ରତିଷ୍ଠିତ ହୋଇ କାର୍ଯ୍ୟ କରୁଥିବାରୁ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଲୋକମାନଙ୍କ ପ୍ରତି ଉତ୍ତରଦାୟୀ ରହୁଥ‌ିବାରୁ ଏହାକୁ ଉତ୍ତରଦାୟୀ ସରକାର କୁହାଯାଏ ।

୬ । ପ୍ରତିନିଧୂମୂଳକ ଗଣତନ୍ତ୍ରକୁ ‘ଅଯୋଗ୍ୟର ଶାସନ’ କୁହାଯାଏ କାହିଁକି ?
Answer:
ପ୍ରତିନିଧୁମୂଳକ ଗଣତନ୍ତ୍ରରେ କୌଣସି ନିର୍ଦ୍ଦିଷ୍ଟ ଯୋଗ୍ୟତା ନଥିବା ପ୍ରତ୍ୟେକ ଭୋଟଦାତା ନିଜର ସମାନ ଅଧିକାର ବଳରେ ନିଜର ପ୍ରତିନିଧୁ ବାଛିପାରନ୍ତି ଓ ସେହି ପ୍ରତିନିଧୁମାନେ ଶାସନ କରିବାର କଳା ବା ଦକ୍ଷତା ପ୍ରାପ୍ତ ନହୋଇ ମଧ୍ଯ ଶାସନ କରିବାର ଗୁରୁଦାୟିତ୍ଵ ବହନ କରୁଥିବାରୁ ପରୋକ୍ଷ ଗଣତନ୍ତ୍ରକୁ ‘ଅଯୋଗ୍ୟ ଓ ଅଜ୍ଞ ଲୋକଙ୍କ ଶାସନ’ ବୋଲି ଅଭିହିତ କରାଯାଏ । ଏଠାରେ ଯୋଗ୍ୟତା ଅପେକ୍ଷା ସଂଖ୍ୟା ବା ପରିମାଣ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଥାଏ ।

୭ । ନିରକ୍ଷରତା ଭାରତରେ ଗଣତନ୍ତ୍ର ପ୍ରତି କିପରି ବିପଦ ସୃଷ୍ଟି କରୁଛି ?
Answer:
ଅର୍ଥନୈତିକ ବିକାଶ ଓ ରାଜନୈତିକ ଅଂଶଗ୍ରହଣ କ୍ଷେତ୍ରରେ ନିରକ୍ଷରତା ଭାରତରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛି । ଜନମତ ସୃଷ୍ଟି ଓ ପ୍ରକୃତ ଜନସମର୍ଥନ ପାଇଁ ନିରକ୍ଷରତା ଦୂରୀକରଣ ହେବା ଆବଶ୍ୟକ ।

୮ | ଆଞ୍ଚଳିକତାବାଦ ଭାରତରେ ଗଣତନ୍ତ୍ର ପ୍ରତି କିପରି ଏକ ଆହ୍ବାନ ଅଟେ ?
Answer:
ଆଞ୍ଚଳିକତାବାଦ ଏକ ବିଚ୍ଛିନ୍ନତାବାଦୀ ଚିନ୍ତାଧାରା ହିସାବରେ ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥା ପ୍ରତି ଭାରତରେ ବିପଦ ସୃଷ୍ଟି କରୁଛି । ଏହା ଆନ୍ତଃ-ରାଜ୍ୟ ବିବାଦକୁ ଉତ୍ସାହିତ କରୁଛି । ଜାତୀୟ ସଂହତିପ୍ରତି ଏହା ଏକ ପ୍ରମୁଖ ଆହ୍ବାନ ଅଟେ ।

CHSE Odisha Class 12 Political Science Chapter 1 Objective Questions in Odia Medium

୯ । ନକ୍ସଲ ଆନ୍ଦୋଳନ ଭାରତରେ ଗଣତନ୍ତ୍ର ପ୍ରତି କିପରି ଏକ ଆହ୍ବାନ ଅଟେ ?
Answer:
ନକ୍ସଲ ଆନ୍ଦୋଳନ ଦଳିତ, ଆଦିବାସୀ, ଶୋଷିତ ବର୍ଗର ସାର୍ଥରକ୍ଷା ପାଇଁ ସଂଗଠିତ ଏକ ଆନ୍ଦୋଳନ ଅଟେ ଯାହା ହିଂସା ଓ ଭୀତି ସଞ୍ଚାର ମାଧ୍ୟମରେ ସରକାରୀ ନିଷ୍ପଭିଗ୍ରହଣ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥାଏ । ଏହା ଅର୍ଥନୈତିକ ଅଭିବୃଦ୍ଧି ଓ ଗଣତନ୍ତ୍ରର ରୂପାୟନରେ ଜନଅଂଶଗ୍ରହଣକୁ ପ୍ରଭାବିତ କରୁଛି । କିନ୍ତୁ ବିକାଶ, ହିଂସା ଓ ସାମ୍ୟ ମଧ୍ୟରେ କୌଣସି ଅନ୍ତଃସମ୍ପର୍କ ନାହିଁ ।

CHSE Odisha Class 12 Political Science Chapter 9 Short Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 9 ସାଂପ୍ରତିକ ବିଶ୍ଵରେ ନିରାପତ୍ତା ପ୍ରସଙ୍ଗର ପରିବର୍ତ୍ତିତ ପୃଷ୍ଠଭୂମି Short Answer Questions.

CHSE Odisha 12th Class Political Science Chapter 9 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି / ତିନୋଟି ବାକ୍ୟରେ ଦିଅ ।

୧। ନିରସ୍ତ୍ରୀକରଣ କ’ଣ ?
Answer:
ନିରସ୍ତ୍ରୀକରଣ ଅର୍ଥ ହେଲା ଅସ୍ତ୍ରଶସ୍ତ୍ର ପରିମାଣକୁ ହ୍ରାସ କରିବା ପରେ ଏହାକୁ ପରିସମାପ୍ତି କରିବାକୁ ବୁଝାଇଥାଏ । ନିରସ୍ତ୍ରୀକରଣ ଯୁଦ୍ଧଜନିତ କ୍ଷୟକ୍ଷତି ହ୍ରାସ କରିଥାଏ । ଆନ୍ତର୍ଜାତିକ ରାଜିନାମା ବା ବୁଝାମଣାଦ୍ୱାରା ନିରସ୍ତ୍ରୀକରଣ ସମ୍ଭବ ହୋଇଥାଏ ।

୨ । ଶସ୍ତ୍ର ନିୟନ୍ତ୍ରଣ କ’ଣ ?
Answer:
ଅସ୍ତ୍ରଶସ୍ତ୍ର ପ୍ରୟୋଗକୁ ସୀମିତ କରିବାର ପଦକ୍ଷେପକୁ ଶସ୍ତ୍ର ନିୟନ୍ତ୍ରଣ କୁହାଯାଏ । ଏହି ପ୍ରକ୍ରିୟାରେ ଭବିଷ୍ୟତରେ ଶସ୍ତ୍ର ଉତ୍ପାଦନ ଓ ପ୍ରୟୋଗ ହ୍ରାସ ପାଇଥାଏ ।

୩। ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା କ’ଣ ?
Answer:
ଦୁଇ ବା ତତୋଽଧିକ ରାଷ୍ଟ୍ର ମଧ୍ୟରେ ସାମରିକ ପ୍ରସ୍ତୁତିକୁ ନେଇ ପ୍ରତିଯୋଗିତାକୁ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା କୁହାଯାଏ । ଏହି ପ୍ରତିଯୋଗିତାରେ ସେନାବାହିନୀର ଶକ୍ତି ବୃଦ୍ଧି ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ ।

୪। ମାନବିକ ନିରାପତ୍ତା କହିଲେ କ’ଣ ବୁଝ ?
Answer:
ବିଶ୍ବର ସମସ୍ତ ଜନସାଧାରଣଙ୍କୁ ଭୋକ, ରୋଗବ୍ୟାଧ୍ ଓ ଦମନରୁ ରକ୍ଷା କରିବାକୁ ମାନବିକ ନିରାପତ୍ତା କୁହାଯାଏ । ପ୍ରତ୍ୟେକ ବ୍ୟକ୍ତିର ଦୈନନ୍ଦିନ ଜୀବନ ଯାତ୍ରା ସାବଲୀଳ ଓ ନିରନ୍ତର କରିବା ଏହାର ଉଦ୍ଦେଶ୍ୟ ।

୫। ମାନବିକ ନିରାପତ୍ତାର ଦୁଇଟି ଲକ୍ଷଣ ଲେଖ ।
Answer:

  • ମାନବିକ ନିରାପତ୍ତା ରାଷ୍ଟ୍ରକେନ୍ଦ୍ରିକ ନ ହୋଇ ବ୍ୟକ୍ତି କେନ୍ଦ୍ରିକ ଅଟେ ।
  • ଏହା ବହୁକେନ୍ଦ୍ରିକ ବା ବହୁବିଧ ହୋଇଥିବାରୁ ସମଗ୍ର ମାନବଜାତିର ଖାଦ୍ୟ, ସ୍ୱାସ୍ଥ୍ୟ, ଅଧିକାର ଆଦିକୁ ଗୁରୁତ୍ଵ ଦିଏ ।

CHSE Odisha Class 12 Political Science Chapter 9 Short Answer Questions in Odia Medium

୬। ନୂତନ ଶୀତଳ ଯୁଦ୍ଧ ଓ ପୁରାତନ ଶୀତଳ ଯୁଦ୍ଧ ମଧ୍ଯରେ କି ତାରତମ୍ୟ ଥିଲା ?
Answer:
ନୂତନ ଶୀତଳ ଯୁଦ୍ଧ ଏବଂ ପୁରାତନ ଶୀତଳ ଯୁଦ୍ଧ ମଧ୍ଯରେ ନିମ୍ନପ୍ରକାର ତାରତମ୍ୟ ଥିଲା ।

  • ନୂତନ ଶୀତଳ ଯୁଦ୍ଧରେ ଉଭୟ ପକ୍ଷର ସହଯୋଗୀ ରାଷ୍ଟ୍ରମାନେ ସକ୍ରିୟଭାବେ ଜଡ଼ିତ ହୋଇନଥିଲେ; ମାତ୍ର ପୁରାତନ ଶୀତଳ ଯୁଦ୍ଧରେ ଉଭୟ ପକ୍ଷର ସହଯୋଗୀ ରାଷ୍ଟ୍ରମାନେ ସକ୍ରିୟଭାବେ ଜଡ଼ିତ ହୋଇଥିଲେ ।
  • ନୂତନ ଶୀତଳ ଯୁଦ୍ଧରେ ଦୁଇ ମହାଶକ୍ତି ମଧ୍ୟରେ ଉତ୍ତେଜନା ଓ ଦ୍ବନ୍ଦ୍ବ ପରିପ୍ରକାଶ ପାଇଲା; ମାତ୍ର ପୁରାତନ ଶୀତଳ ଯୁଦ୍ଧରେ ସେମାନଙ୍କ ମଧ୍ୟରେ ଦ୍ବନ୍ଦ୍ବ ସେତେ ବ୍ୟାପକ ନଥିଲା ।
  • ନୂତନ ଶୀତଳ ଯୁଦ୍ଧରେ ପରମାଣୁ ଅସ୍ତ୍ରଶସ୍ତ୍ରର ପ୍ରତିଯୋଗିତା ଆରମ୍ଭ ହୋଇଥିଲା; ମାତ୍ର ପୁରାତନ ଶୀତଳ ଯୁଦ୍ଧରେ ଏହି ପ୍ରତିଯୋଗିତା ସେତେ ବ୍ୟାପକ ନ ଥିଲା ।

୭ । ଦାରିଦ୍ର୍ୟ କ’ଣ ?
Answer:
ସାଧାରଣ ଅର୍ଥରେ ଦାରିଦ୍ର୍ୟ କହିଲେ ବସ୍ତୁଗତ ସୁଖ ସୁବିଧା ଓ ଅର୍ଥ ଆଦିର ନିଅଣ୍ଟିଆ ଅବସ୍ଥାକୁ ବୁଝାଇଥାଏ ।

୮ । ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ କ’ଣ ?
Answer:
ସମଗ୍ର ବିଶ୍ଵର ରୋଗବ୍ୟାଧ୍ ନିବାରଣ ବିଶେଷ କରି ସଂକ୍ରାମକ ରୋଗର ନିୟନ୍ତ୍ରଣ କରିବା ପାଇଁ ମିଳିତ ଜାତିସଂଘର ଏକ ସଂସ୍ଥା ରହିଛି, ଯାହାକୁ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ କୁହାଯାଏ ।

୯ । ଆଣବିକ ପରୀକ୍ଷଣ ନିଷିଦ୍ଧ ଚୁକ୍ତି କ’ଣ ?
Answer:
୧୯୬୩ ମସିହାରେ ସୋଭିଏତ୍ ଋଷ୍ ଯୁକ୍ତରାଷ୍ଟ୍ର ଆମେରିକା ଓ ଇଂଲଣ୍ଡର ପ୍ରତିନିଧୁମାନେ ଏହି ଆଣବିକ ପରୀକ୍ଷଣ ନିଷିଦ୍ଧ ଚୁକ୍ତିରେ ସ୍ବାକ୍ଷରିତ କରିଥିଲେ । ଏହାକୁ ସେହି ବର୍ଷ ଅକ୍ଟୋବର ମାସରେ ସ୍ବୀକୃତି ମିଳିଥିଲା ।

୧୦। SALT – I କ’ଣ ?
Answer:
ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ଋଷ ବିପଦଜନକ ଓ ବିଧ୍ୱଂସକାରୀ ପରମାଣୁ ଅସ୍ତ୍ରକୁ ସୀମିତ କରିବାପାଇଁ ସାମରିକ କୌଶଳ ଶସ୍ତ୍ର ସୀମିତ ସନ୍ଧିରେ ୧୯୭୨ ମସିହାରେ ସ୍ଵାକ୍ଷର କରିଥିଲେ । ଏହାକୁ SALT – I କୁହାଯାଏ ।

୧୧। SALT – II କ’ଣ ?
Answer:
୧୯୭୨ ମସିହାରେ ସ୍ବାକ୍ଷରିତ ହେବାପରେ ପୁନର୍ବାର ୧୯୭୯ ମସିହା ମେ ମାସରେ ଆମେରିକାର ରାଷ୍ଟ୍ରପତି ଓ ସୋଭିଏତ୍ ଋଷ୍ଟ୍ରର ରାଷ୍ଟ୍ରପତିଙ୍କ ମଧ୍ୟରେ SALT – II ସ୍ବାକ୍ଷରିତ ହୋଇଥିଲା । ଏହା ସମୟସୀମା ୧୯୮୫ ମସିହା ପର୍ଯ୍ୟନ୍ତ ଥିଲା ।

୧୨ । START – 1 କ’ଣ ?
Answer:
୧୯୯୦ ମସିହା ମେ ୩୦ ତାରିଖଠାରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ମାଲ୍ଟା ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ଋଷ୍ ସାତବର୍ଷ ପାଇଁ ସେମାନଙ୍କର ଆକ୍ରମଣାତ୍ମକ ଗଣବିଧ୍ୱଂସୀ ଅସ୍ତ୍ରଶସ୍ତ୍ର ହ୍ରାସ କରିବାପାଇଁ ଚୁକ୍ତିବଦ୍ଧ ହେଲେ, ଏହା START – I ନାମରେ ପରିଚିତ । ଏହାକୁ କାର୍ଯ୍ୟକାରୀ କରିବାପାଇଁ ଉଭୟ ଦେଶ ଏକ ଯୁଗ୍ମ ଆୟୋଗ ଗଠନ କରିଥିଲେ ।

CHSE Odisha Class 12 Political Science Chapter 9 Short Answer Questions in Odia Medium

୧୩ । START – II କ’ଣ ?
Answer:
୧୯୯୩ ମସିହା ଜାନୁଆରୀ ୩ ତାରିଖ ଦିନ ଆମେରିକା ଏବଂ ଋଷ୍ଟ୍ରର ରାଷ୍ଟ୍ରପତି START – IIରେ ସ୍ବାକ୍ଷର କରିଥିଲେ । ଏହି ସନ୍ଧି ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକା ତା’ର ପରମାଣୁ ଶସ୍ତ୍ର ଭଣ୍ଡାରକୁ ୧୯୬୦ ମସିହା ସ୍ଥିତିକୁ ଫେରାଇ ନେବାକୁ ସହମତ ହୋଇଥିଲା ।

୧୪ । ପରମାଣୁ ଅପ୍ରସାର ସନ୍ଧି (NPT) କ’ଣ ?
Answer:
ପରମାଣୁ ଅପ୍ରସାର ସନ୍ଧି ପ୍ରଥମେ ଆମେରିକା ଓ ସୋଭିଏତ୍ ରୁଷ୍ ମିଳିତଭାବେ ପ୍ରସ୍ତୁତ କରି ୧୯୬୮ ମସିହା ମାର୍ଚ୍ଚ ୧୧ ତାରିଖରେ ଏହା ଉପରେ ବିଚାର ବିମର୍ଶ କରିବା ପାଇଁ ମିଳିତ ଜାତିସଂଘର ସାଧାରଣ ସଭାରେ ଉପସ୍ଥାପନ କରିଥିଲେ । ଏହା ମିଳିତ ଜାତିସଂଘର ଗୃହୀତ ହେବା ପରେ ୧୯୭୦ ମସିହାରେ କାର୍ଯ୍ୟକାରୀ ହୋଇଥିଲା

୧୫ । ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି (CTBT) କ’ଣ ?
Answer:
୧୯୯୬ ମସିହାରେ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରମାନେ ପରସ୍ପର ସହମତି ପ୍ରକାଶ କରି ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି ପ୍ରସ୍ତୁତ କରିଥିଲା । ସେହିବର୍ଷ ଡିସେମ୍ବର ୧୦ ତାରିଖରେ ମିଳିତ ଜାତିସଂଘର ରାଷ୍ଟ୍ରମାନେ ଏଥୁରେ ସ୍ବାକ୍ଷର କରିଥିଲେ ।

୧୬ । ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ କେବେ ଓ କାହିଁକି ଗଠିତ ହୋଇଥିଲା ? କେଉଁମାନେ ଏହାର ସଭ୍ୟ ରାଷ୍ଟ୍ର ଥିଲେ ?
Answer:

  • ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖରେ ଦକ୍ଷିଣ-ପୂର୍ବ ଏସିଆରେ ରୁଷ୍ ଓ ସାମ୍ୟବାଦୀ ଚୀନ୍‌ର ପ୍ରଭାବକୁ ହ୍ରାସ କରିବାପାଇଁ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ ଗଠିତ ହୋଇଥିଲା !
  • ଏଥ‌ିରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ଥାଇଲାଣ୍ଡ, ଫିଲିପାଇନ୍ସ ଓ ପାକିସ୍ତାନ ସଭ୍ୟ ରାଷ୍ଟ୍ର ଥିଲେ ।

୧୭ । ରସ୍ ଚୁକ୍ତି କେବେ, କେଉଁଠାରେ କେଉଁ ଉଦ୍ଦେଶ୍ୟରେ ସ୍ୱାକ୍ଷରିତ ହୋଇଥିଲା ? କେଉଁ କେଉଁ ଦେଶ ମଧ୍ୟରେ ଏହି ଚୁକ୍ତି ହୋଇଥିଲା ?
Answer:

  • ୧୯୫୫ ମସିହାରେ ପୋଲାଣ୍ଡର ରାଜଧାନୀ ୱାରସ୍ଠାରେ ୱାରସ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ ମେଣ୍ଟ ଗଠନ ବିରୋଧରେ ଏହି ମେଣ୍ଟ ଗଠନ କରାଯାଇଥିଲା ।
  • ସୋଭିଏତ୍ ରୁଷ, ପୋଲାଣ୍ଡ, ହଙ୍ଗେରୀ, ରୁମାନିଆ, ବୁଲ୍‌ଗେରିଆ, ଆଲ୍‌ବାନିଆ, ଚେକୋସ୍ଲୋଭାକିଆ ଓ ଜର୍ମାନ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ବା ପୂର୍ବ ଜର୍ମାନୀ ମଧ୍ୟରେ ଏହି ଚୁକ୍ତି ହୋଇଥିଲା ।

୧୮ । ଆତ୍ମସ୍ ରାଜିନାମା କେବେ ସ୍ବାକ୍ଷରିତ ହୋଇଥିଲା ? ଏହା କେଉଁଥ‌ିପାଇଁ ଉଦ୍ଦିଷ୍ଟ ଥିଲା ?
Answer:

  • ୧୯୫୧ ମସିହାରେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆନ୍‌ସ୍ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ।
  • ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ତଥା ମିଳିତ ପ୍ରତିରକ୍ଷା ବ୍ୟବସ୍ଥା ପରିଚାଳନା ନିମନ୍ତେ ଏହି ଚୁକ୍ତି ଉଦ୍ଦିଷ୍ଟ ଥିଲା ।

୧୯ । କିଏ କାହିଁକି ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଗଢ଼ିଥିଲା ?
Answer:

  • ଯୁକ୍ତରାଷ୍ଟ୍ର ଆମେରିକା ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଗଢ଼ିଥିଲା ।
  • ପଶ୍ଚିମ ଓ ମଧ୍ୟ ଇଉରୋପରେ ନିଜର ପ୍ରାଧାନ୍ୟ ବିସ୍ତାର ଓ ସୋଭିଏତ୍ ରୁଷର ପ୍ରତିପତ୍ତିକୁ ପରାହତ କରିବା ଏହାର ଉଦ୍ଦେଶ୍ୟ ଥିଲା ।

୨୦ । କେବେ ଓ କାହିଁକି ବାଗଦାଦ୍ ଚୁକ୍ତିର ନାମ ପରିବର୍ତ୍ତନ ହୋଇ କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ ରଖାଗଲା ?
Answer:

  • ୧୯୫୮ ମସିହାରେ ରାଜତନ୍ତ୍ରର ପତନ ଫଳରେ ଇରାକ୍ ବାଗଦାଦ୍ ଚୁକ୍ତିରୁ ଓହରିଗଲା ।
  • ଏହାପରେ ଏହି ଚୁକ୍ତିର ନାମ ପରିବର୍ତ୍ତିତ ହୋଇ ‘କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ’ ରଖାଗଲା ।

CHSE Odisha Class 12 Political Science Chapter 9 Short Answer Questions in Odia Medium

୨୧ । କେବେ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଗଠିତ ହୋଇଥିଲା ? ଏଥ‌ିରେ କେଉଁ କେଉଁ ଦେଶ ଯୋଗ ?
Answer:

  • ୧୯୪୯ ମସିହା ଏପ୍ରିଲ୍ ୪ ତାରିଖରେ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଗଠିତ ହୋଇଥିଲା ।
  • ଏଥ‌ିରେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ବେଲ୍‌ଜିଅମ୍, ହଲାଣ୍ଡ, ଲକ୍ସେମ୍‌ବର୍ଗ, ଡେନ୍‌ମାର୍କ, ନରୱେ, ଆଇସ୍‌ଲାଣ୍ଡ, ବ୍ରିଟେନ୍, ଫ୍ରାନ୍ସ, ଇଟାଲୀ ଓ ପର୍ତ୍ତୁଗାଲ୍ ଯୋଗ ଦେଇଥିଲେ ।

୨୨ । କେଉଁ ଚୁକ୍ତି ଆଧାରରେ ପଶ୍ଚିମ ଇଉରୋପୀୟ ସଂଘ ପ୍ରତିଷ୍ଠିତ ହେଲା ଓ କେବେ ?
Answer:

  • ବ୍ରସେଲସ୍ ଚୁକ୍ତି ଆଧାରରେ ପଶ୍ଚିମ ଇଉରୋପୀୟ ସଂଘ ପ୍ରତିଷ୍ଠିତ ହୋଇଥିଲା ।
  • ଏହା ୧୯୪୮ ମସିହାରେ ହୋଇଥିଲା ।

୨୩ । ଆନ୍‌ସ୍ ରାଜିନାମା କ’ଣ ? ଏଥରେ କି ବ୍ୟବସ୍ଥା କରାଯାଇଥିଲା ?
Answer:

  • ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ତଥା ମିଳିତ ପ୍ରତିରକ୍ଷା ବ୍ୟବସ୍ଥାର ପରିଚାଳନା ନିମନ୍ତେ
  • ଏହି ରାଜିନାମା ଅନୁସାରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଏବଂ ବାହ୍ୟଶତ୍ରୁ ଆକ୍ରମଣର ପ୍ରତିରୋଧ ନିମନ୍ତେ ଚୁକ୍ତିବଦ୍ଧ ଦେଶଗୁଡ଼ିକ ପରସ୍ପରକୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବାର ବ୍ୟବସ୍ଥା କରାଯାଇଥିଲା ।

୨୪ । ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନର ପରିସମାପ୍ତି କିପରି ଘଟିଥିଲା ?
Answer:

  • ଦୀର୍ଘକାଳ ଯୁଦ୍ଧ ହେବାପରେ ସୋଭିଏତ୍ ସମର୍ଥ ଉତ୍ତର ଭିଏତ୍‌ନାମ ଏପ୍ରିଲ୍ ୧୯୭୫ରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥ ଦକ୍ଷିଣ ଭିଏତ୍‌ନାମ୍ ଉପରେ ବିଜୟ ହାସଲ କରିଥିଲା ।
  • ଏହାଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକାର ମର୍ଯ୍ୟାଦା କ୍ଷୁଣ୍ଣ ହୋଇଥିଲା ଏବଂ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନର ପରିସମାପ୍ତି ଘଟିଥିଲା ।

୨୫ । କେଉଁ ଦେଶଗୁଡ଼ିକ ମଧ୍ୟରେ ‘ବାଗ୍‌ଦ୍ ଚୁକ୍ତି’’ ସ୍ଵାକ୍ଷରିତ ହୋଇଥିଲା ?
Answer:
ବ୍ରିଟେନ୍, ତୁର୍କୀ, ଇରାକ୍, ଇରାନ୍ ଏବଂ ପାକିସ୍ତାନ ମଧ୍ୟରେ ‘ବାଗ୍‌ଦାଦ୍ ଚୁକ୍ତି’’ ସ୍ବାକ୍ଷରିତ ହୋଇଥିଲା ।

୨୬ । କେନ୍ଦ୍ରୀୟ ଚୁକ୍ତି ସଂଗଠନ କେବେ ଓ କିପରି ଗଠିତ ହୋଇଥିଲା ?
Answer:

  • ୧୯୫୮ ମସିହାରେ ରାଜତନ୍ତ୍ରର ପତନ ଫଳରେ ଇରାକ୍ ବାଗ୍‌ଦାଦ୍ ଚୁକ୍ତିରୁ ଓହରି ଯାଇଥିଲା ।
  • ଏହାପରେ ଏହି ଚୁକ୍ତିର ନାମ କେନ୍ଦ୍ରୀୟ ଚୁକ୍ତି ସଂଗଠନ ହୋଇଥିଲା ଏବଂ ଏଥରେ ଆମେରିକା ସଭ୍ୟରୂପେ ଯୋଗ ଦେଇଥିଲା ।

୨୭ । ୱାରସ୍ ଚୁକ୍ତି ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:

  • ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ ମେଣ୍ଟ ଗଠନ ବିରୋଧରେ ସୋଭିଏତ୍ ରୁଷ୍ ନେତୃତ୍ୱରେ ତା’ର ଅନୁଗାମୀ ଇଉରୋପୀୟ ସାମ୍ୟବାଦୀ ରାଷ୍ଟ୍ରମାନେ ୧୯୫୫ ମସିହା ମେ ୧ ତାରିଖରେ ‘ୱାରସ୍ ଚୁକ୍ତି’ ସ୍ବାକ୍ଷର କରିଥିଲେ ।
  • ପୋଲାଣ୍ଡର ରାଜଧାନୀ ୱାରସ୍ଠାରେ ସୋଭିଏତ୍ ରୁଷ୍, ପୋଲାଣ୍ଡ, ହଙ୍ଗେରୀ, ରୁମାନିଆ, ବୁଲ୍‌ଗେରିଆ, ଆଲ୍‌ବାନିଆ, ଚେକୋସ୍ଲୋଭାକିଆ ଓ ଜର୍ମାନ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ବା ପୂର୍ବ ଜର୍ମାନୀ ମଧ୍ୟରେ ଏହି ସାମରିକ ଚୁକ୍ତି ସମ୍ପାଦିତ ହୋଇଥିଲା । ଚୁକ୍ତି ସ୍ୱାକ୍ଷରକାରୀ ରାଷ୍ଟ୍ରମାନେ ପୁଞ୍ଜିବାଦୀ ରାଷ୍ଟ୍ରମାନଙ୍କର ଆକ୍ରମଣକୁ ମିଳିତ ଭାବରେ ପ୍ରତିରୋଧ କରିବେ ବୋଲି ଘୋଷଣା କରିଥିଲେ ।

୨୮ । ଦେର୍ତା କ’ଣ ?
Answer:

  • ୧୯୬୯ ମସିହାରୁ ୧୯୭୮ ମସିହା ମଧ୍ୟରେ ଦୁଇ ମହାଶକ୍ତିଙ୍କର ଆଶଙ୍କା ହୋଇଥିଲା ଯେ ସେମାନଙ୍କ ମଧ୍ୟରେ ଚାଲିଥିବା କ୍ରମାଗତ ଉତ୍ତେଜନା ଆଣବିକ ଯୁଦ୍ଧରେ ରୂପାନ୍ତରିତ ହୋଇ ଦିନେ ପୃଥ‌ିବୀକୁ ଧ୍ୱଂସାଭିମୁଖୀ କରିଦେବ ।
  • ଏହି ଆଶଙ୍କା ସେମାନଙ୍କୁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମନ୍ତେ ପ୍ରେରଣା ଯୋଗାଇବା ସଙ୍ଗେ ସଙ୍ଗେ ଦୁଇ ମହାଶକ୍ତିଙ୍କ ମଧ୍ୟରେ ଉତ୍ତେଜନା ହ୍ରାସ କରିଥିଲା ଏବଂ ଶୀତଳ ଯୁଦ୍ଧ ଏକ ନୂତନ ରୂପ ନେଇ ଦେଖାଁ ନାମରେ ପରିଚିତ ହୋଇଥିଲା !

CHSE Odisha Class 12 Political Science Chapter 9 Short Answer Questions in Odia Medium

୨୯ । ଦୈର୍ଘ୍ୟ ସମୟରେ ଦୁଇ ମହାଶକ୍ତି ମଧ୍ୟରେ ସମ୍ପର୍କରେ କି ପରିବର୍ତ୍ତନ ହୋଇଥିଲା ?
Answer:

  • ଦେର୍ତା ସମୟରେ ଦୁଇ ମହାଶକ୍ତିଙ୍କ ମଧ୍ୟରେ ଆଣବିକ ଅସ୍ତ୍ରର ପ୍ରସ୍ତୁତି, ପରୀକ୍ଷଣ ଓ ପ୍ରୟୋଗକୁ ନିୟନ୍ତ୍ରଣ କରିବା ଏବଂ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାକୁ ହ୍ରାସ କରିବା ନିମନ୍ତେ ଅନେକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ।
  • ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ବିନିମୟ, ଉଚ୍ଚସ୍ତରୀୟ ପରିଦର୍ଶନ, ବାଣିଜ୍ୟ ଚୁକ୍ତି ଓ ଔଦ୍ୟୋଗିକ କ୍ଷେତ୍ରରେ ସହଯୋଗିତା ଆରମ୍ଭ ହୋଇ ଦୁଇ ମହାଶକ୍ତି ମଧ୍ୟରେ ସୁସମ୍ପର୍କ ସ୍ଥାପିତ ହୋଇଥିଲା ।

୩୦ । ନୂତନ ଶୀତଳ ଯୁଦ୍ଧ କ’ଣ ?
Answer:

  • ୧୯୭୯ ମସିହାର ଇରାନ୍ ବିଦ୍ରୋହ, ଚୀନ୍-ଭିଏତନାମ୍ ଯୁଦ୍ଧ, ଏଲ୍‌ସାଲ୍‌ଭେକ୍ଟରରେ ଯୁକ୍ତରାଷ୍ଟ୍ର ଆମେରିକାର ସଂପୃକ୍ତି, ଆଫଗାନିସ୍ତାନରେ ରୁଷିଆର ସାମରିକ ହସ୍ତକ୍ଷେପ ଆଦି ଘଟଣା ଯୋଗୁଁ ଦୁଇ ମହାଶକ୍ତି ମଧ୍ୟରେ ପ୍ରବଳ ଉତ୍ତେଜନାର ପରିପ୍ରକାଶ ଘଟିଥିଲା ।
  • ଫଳରେ ଦୈତାର ଅବସାନ ଘଟିଥିଲା ଏବଂ ନୂତନ ଶୀତଳ ଯୁଦ୍ଧର ସୂତ୍ରପାତ ହୋଇଥିଲା । ଏଥିରେ ଉଭୟ ପକ୍ଷର ସହଯୋଗୀ ରାଷ୍ଟ୍ରମାନେ ଜଡ଼ିତ ହୋଇନଥିଲେ ।

B. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।

୧। ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଉପରେ ଏକ ଟିପ୍‌ପଣୀ ଲେଖ ।
Answer:

  • ପଶ୍ଚିମ ଓ ମଧ୍ୟ ଇଉରୋପରେ ନିଜ ପ୍ରାଧାନ୍ୟ ବିସ୍ତାର ଓ ସୋଭିଏତ୍ ରୁସ୍‌ର ପ୍ରତିପତ୍ତିକୁ ପ୍ରତିହତ କରିବାପାଇଁ ଯୁକ୍ତରାଷ୍ଟ୍ର ଆମେରିକା ୧୯୪୯ ମସିହା ଏପ୍ରିଲ୍ ୪ ତାରିଖରେ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଗଠନ କରିଥିଲା ।
  • ଏଥିରେ ଯୁକ୍ତରାଷ୍ଟ୍ର ଆମେରିକା ସହିତ କାନାଡ଼ା, ବେଲଜିୟମ୍, ହଲାଣ୍ଡ, ଲକ୍ସେମ୍‌ବର୍ଗ, ଡେନ୍‌ମାର୍କ, ନରୱେ, ଆଇସ୍‌ଲାଣ୍ଡ, ବ୍ରିଟେନ୍, ଫ୍ରାନ୍ସ ଓ ପର୍ତ୍ତୁଗାଲ୍ ଯୋଗ ଦେଇଥିଲେ l
  • ଏହି ଚୁକ୍ତିରେ ଚୁକ୍ତିଭୁକ୍ତ ଗୋଟିଏ ଦେଶ ଉପରେ ଆକ୍ରମଣ ହେଲେ ସମସ୍ତ ସଭ୍ୟ ଦେଶ ଉପରେ ଆକ୍ରମଣ ହେଲା ବୋଲି ଧରିନେବାପାଇଁ ଉଲ୍ଲେଖ ଥିଲା ।
  • ଫେବୃୟାରୀ ୧୯୫୨ରେ ଗ୍ରୀସ୍ ଓ ତୁର୍କୀ ଏବଂ ମେ ୧୯୫୫ରେ ଜର୍ମାନୀ ସଂଯୁକ୍ତ ସାଧାରଣତନ୍ତ୍ର ବା ପଶ୍ଚିମ ଜର୍ମାନୀ ଏହି ସାମରିକ ଚୁକ୍ତିରେ ଯୋଗ ଦେଇଥିଲେ ।
  • ଏହା ଫଳରେ ୧୯୪୯ ମସିହା ପରେ ସାମ୍ୟବାଦୀମାନେ ପଶ୍ଚିମ ଇଉରୋପ ଓ ଆଣ୍ଟିକ୍ ଅଞ୍ଚଳରେ କ୍ଷମତା ବିସ୍ତାର କରିପାରିଲେ ନାହିଁ ।

୨ । ସାମରିକ ମେଣ୍ଟ କହିଲେ କ’ଣ ବୁଝ ? ଏହାର ସର୍ଭ କ’ଣ ଥିଲା ? ବିଭିନ୍ନ ସମୟରେ ଗଠିତ ହୋଇଥ‌ିବା ସାମରିକ ମେଣ୍ଟର ବିବରଣୀ ପ୍ରଦାନ କର ।
Answer:

  • ସାମ୍ରାଜ୍ୟବାଦୀ ମନୋବୃତ୍ତି ନେଇ ନିଜର ପ୍ରାଧାନ୍ୟ ବିସ୍ତାର କରିବାପାଇଁ ବିଭିନ୍ନ ଚୁକ୍ତିରେ ଆବଦ୍ଧ ହେବାକୁ ସାମରିକ ମେଣ୍ଟ କୁହାଯାଏ ।
  • ଏହି ଚୁକ୍ତିର ସର୍ଭେ ଅନୁସାରେ ଗୋଟିଏ ଦେଶ ଉପରେ ଆକ୍ରମଣ ହେଲେ ସମସ୍ତ ସଭ୍ୟ ଦେଶ ବା ଚୁକ୍ତିବଦ୍ଧ ଦେଶ ଉପର ଆକ୍ରମଣ ହେଲା ବୋଲି ଧରି ନିଆଯାଉଥିଲା ।
  • ୧୯୪୯ ମସିହା ଏପ୍ରିଲ ୪ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା ରୁସ୍‌ର ପ୍ରତିପତ୍ତିକୁ ପ୍ରତିରୋଧ କରିବାକୁ ଯାଇ ଉତ୍ତର ଆଟ୍‌ଲାଣ୍ଟିକ୍ ରୁକ୍ତି ସଂଗଠନ ଗଢ଼ିଥିଲା । ୧୯୫୨ ମସିହାରେ ଗ୍ରୀସ୍ ଓ ତୁର୍କୀ ଏବଂ ୧୯୫୫ ମସିହାରେ ଜର୍ମାନୀ ଏହି ଚୁକ୍ତିରେ ଯୋଗ ଦେଇଥିଲେ ।
  • ୧୯୫୪ ମସିହାରେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଏବଂ ଆମେରିକା ମଧ୍ୟରେ ଆନ୍‌ସ୍ ରାଜିନାମା (ANZUS PACT) ସ୍ବାକ୍ଷରିତ ହୋଇଥିଲା ।
  • ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖ ଦିନ ରୁଷ୍ ଓ ସାମ୍ୟବାଦୀ ଚୀନର ପ୍ରଭାବକୁ ହ୍ରାସ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ ଗଠିତ ହୋଇଥିଲା ।
  • ସେହିଭଳି ୧୯୫୫ ମସିହାରେ ବାଗଦାଦ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ଯାହା ପରେ କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ ନାମରେ ନାମିତ ହେଲା ଓ ଯୁକ୍ତରାଷ୍ଟ୍ର ଆମେରିକା ଏଥୁରେ ଯୋଗଦେଲା । ଏହିସବୁ ମେଣ୍ଟ ଗଠନ ବିରୋଧରେ ସାମ୍ୟବାଦୀ ରାଷ୍ଟ୍ରମାନେ ରୁଷ୍ ନେତୃତ୍ବରେ ପୋଲାଣ୍ଡର ରାଜଧାନୀ ୱାରସ୍ଠାରେ ୧୯୫୫ ମସିହାରେ ୱାରସ୍ ଚୁକ୍ତି ନାମକ ଏକ ସାମରିକ ମେଣ୍ଟ ଗଠିତ ହୋଇଥିଲା !

CHSE Odisha Class 12 Political Science Chapter 9 Short Answer Questions in Odia Medium

୩। ୱାରସ୍ ଚୁକ୍ତି ସଙ୍ଗଠନ ଉପରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Answer:

  • ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ ମେଣ୍ଟ ଗଠନ ବିରୋଧରେ ସୋଭିଏତ୍ ରୁଷ୍ ନେତୃତ୍ଵରେ ତା’ର ଅନୁଗାମୀ ଇଉରୋପୀୟ ସାମ୍ୟବାଦୀ ରାଷ୍ଟ୍ରମାନେ ୧୯୫୫ ମସିହା ମେ ୧ ତାରିଖରେ ଦ୍ଵାରସ୍ ଚୁକ୍ତି ସ୍ୱାକ୍ଷର କଲେ ।
  • ପୋଲାଣ୍ଡର ରାଜଧାନୀ ୱାରସ୍ଠାରେ ସୋଭିଏତ୍ ରୁଷ୍, ପୋଲାଣ୍ଡ, ହଙ୍ଗେରୀ, ରୁମାନିଆ, ବୁଲ୍‌ଗେରିଆ, ଆଲ୍‌ବାନିଆ, ଚେକୋସ୍ଲୋଭାକିଆ ଓ ଜର୍ମାନ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ବା ପୂର୍ବ ଜର୍ମାନୀ ମଧ୍ୟରେ ଗଠିତ ଏହି ସାମରିକ ମେଣ୍ଟ ଶୀତଳ ଯୁଦ୍ଧକୁ ତୀବ୍ରତର କରିବାରେ ସହାୟକ ହୋଇଥିଲା ।
  • ଚୁକ୍ତି ସ୍ୱାକ୍ଷରକାରୀ ରାଷ୍ଟ୍ରମାନେ ପୁଞ୍ଜିବାଦୀ ରାଷ୍ଟ୍ରଙ୍କର ଆକ୍ରମଣକୁ ମିଳିତଭାବେ ପ୍ରତିରୋଧ କରିବେ ବୋଲି ଘୋଷଣା କରିଥିଲେ ।
  • ୱାରସ୍ ଚୁକ୍ତି ସଙ୍ଗଠନ, ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଭଳି ଶୀତଳ ଯୁଦ୍ଧ ସମୟରେ ପ୍ରମୁଖ ସାମରିକ ମେଣ୍ଟ ଭାବେ କାର୍ଯ୍ୟ କଲା ।

୪। ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ (SEATO) ଉପରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କର ।
Answer:

  • ଦକ୍ଷିଣ-ପୂର୍ବ ଏସିଆରେ ରୁଷ୍ ଓ ସାମ୍ୟବାଦୀ ଚୀନର ପ୍ରଭାବକୁ ହ୍ରାସ କରିବା ନିମନ୍ତେ ୧୯୫୪ ମସିହା ସେପ୍ଟେମ୍ବର ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ (SEATO) ଗଠିତ ହୋଇଥିଲା ।
  • ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ଥାଇଲାଣ୍ଡ, ପାକିସ୍ତାନ ଓ ଫିଲିପାଇନ୍ସ ଏହାର ସଭ୍ୟ ହୋଇଥିଲେ । ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଢାଞ୍ଚାରେ ଏହାର ନୀତିମାନ ନିର୍ଦ୍ଧାରିତ ହୋଇଥିଲା ।
  • ଦକ୍ଷିଣ-ପୂର୍ବ ଏସିଆରେ ଯେକୌଣସି ଆକ୍ରମଣକାରୀଙ୍କୁ ଏହାର ସଭ୍ୟମାନେ ମିଳିତ ଭାବରେ ପ୍ରତିରୋଧ କରି ସେହି ଅଞ୍ଚଳରେ ନିରାପତ୍ତା ରକ୍ଷା କରିବେ ବୋଲି ସ୍ଥିର ହେଲା ।
  • କିନ୍ତୁ ଭିଏତ୍‌ନାମ୍ ଯୁଦ୍ଧ ସମୟରେ ଏହି ଚୁକ୍ତିର କାର୍ଯ୍ୟକାରିତା ପରୀକ୍ଷିତ ହୋଇଥିଲା । ଦୀର୍ଘକାଳ ଯୁଦ୍ଧ ପରେ ସୋଭିଏତ୍ ସମର୍ଥିତ ଉତ୍ତର ଭିଏତ୍‌ନାମ୍, ୧୯୭୫ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥାତ ଦକ୍ଷିଣ ଭିଏତ୍‌ନାମ୍ ଉପରେ ବିଜୟ ହାସଲ କରିଥିଲା ।
  • ଫଳସ୍ୱରୂପ, ଯୁକ୍ତରାଷ୍ଟ୍ର ଆମେରିକାର ମର୍ଯ୍ୟାଦା କ୍ଷୁଣ୍ଣ ହୋଇଥିଲା ଏବଂ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନର ପରିସମାପ୍ତି ଘଟିଥିଲା ।

୫। ବାଗ୍‌ବାଦ୍ ଚୁକ୍ତି ଉପରେ ଏକ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
Answer:

  • ୧୯୫୫ ମସିହାରେ ଇରାକ୍ଟର ରାଜଧାନୀ ବାଗ୍‌ଦଠାରେ ବ୍ରିଟେନ୍ ତୁର୍କୀ, ଇରାକ୍, ଇରାନ୍ ଓ ପାକିସ୍ତାନ ମଧ୍ୟରେ ଏକ ସାମରିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  • ଏହା ବାଗ୍‌ଦାଦ୍ ଚୁକ୍ତି ନାମରେ ପରିଚିତ ।
  • ୧୯୫୮ ମସିହାରେ ରାଜତନ୍ତ୍ରର ପତନ ଫଳରେ ଇରାକ୍ ଏହି ମେଣ୍ଟରୁ ଓହରିଗଲା ଏବଂ ଏହାପରେ ଏହି ଚୁକ୍ତିର ନାମ କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ ରଖାଗଲା ।
  • ଏଥ‌ିରେ ଯୁକ୍ତରାଷ୍ଟ୍ର ଆମେରିକା ସଭ୍ୟରୂପେ ଯୋଗ ଦେଇଥିଲା ।

୬ । ମାନବିକ ନିରାପତ୍ତାର ଗୁରୁତ୍ଵ
Answer:
ଲୋକମାନଙ୍କୁ ଭୋକ, ରୋଗ ବ୍ୟାଧ୍ ଓ ଦମନରୁ ରକ୍ଷା କରିବାକୁ ମାନବିକ ନିରାପତ୍ତା କୁହାଯାଏ । ପ୍ରତ୍ୟେକ ବ୍ୟକ୍ତିର ଦୈନନ୍ଦିନ ଜୀବନଯାତ୍ରାକୁ ସାବଲୀଳ ଓ ନିରନ୍ତର କରିବା ଏହାର ଉଦ୍ଦେଶ୍ୟ । ଅଯଥା ସାମରିକ ନିରାପତ୍ତା ଉପରେ ଗୁରୁତ୍ଵ ନ ଦେଇ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣି ଲୋକମାନଙ୍କୁ ହିଂସା ଓ ଅତ୍ୟାଚାରରୁ ମୁକ୍ତ କରିବା ଏହାର ଅନ୍ୟତମ ଲକ୍ଷ୍ୟ । ବର୍ତ୍ତମାନ ସମୟରେ ମହିଳା ଓ ସଂଖ୍ୟାଲଘୁଙ୍କ ସୁରକ୍ଷା ସହ ସ୍ୱାସ୍ଥ୍ୟ ସୁରକ୍ଷା, ଗୋଷ୍ଠୀ ସୁରକ୍ଷା ଆଦି ନାନା ବିଷୟବସ୍ତୁକୁ ଏହାର ପରିସରଭୁକ୍ତ କରାଯାଇଛି ।

ବର୍ତ୍ତମାନ ବିଶ୍ବରେ ଜାତୀୟ ନିରାପତ୍ତା ପୂର୍ବପରି ସାମରିକ ଓ ଉଦ୍ଦେଶ୍ୟମୂଳକ ବିଷୟଗୁଡ଼ିକ ଗୁରୁତ୍ବ ଦେଉନାହିଁ । ପରିବର୍ତ୍ତିତ ପରିସ୍ଥିତି ଓ ଆନ୍ତର୍ଜାତିକ ସମ୍ପର୍କ ରକ୍ଷାକ୍ଷେତ୍ରରେ ନୂଆ ଆହ୍ବାନଗୁଡ଼ିକ ସମ୍ମୁଖୀନ ହେବାପାଇଁ ରାଷ୍ଟ୍ର ନିଜର ଜାତୀୟ ନିରାପତ୍ତାର ସୁରକ୍ଷା ପାଇଁ ଉଭୟ ପାରମ୍ପରିକ ନିରାପଭାଜନିତ ସମ୍ଭାବନା ସାମରିକ ଶକ୍ତି ବୃଦ୍ଧି, କୂଟନୈତିକ ପାରଦର୍ଶିତା ଓ ବଳପ୍ରୟୋଗକୁ ଗୁରୁତ୍ୱାରୋପ କରୁଥିବା ବେଳେ ଅଣପାରମ୍ପରିକ ନିରାପତ୍ତାଜନିତ ସମ୍ଭାବନା ମୁଖ୍ୟତଃ ସାମାଜିକ, ଆର୍ଥିକ, ମାନବୀୟ, ପାରିବେଶିକ ପରି ବିଷୟଗୁଡ଼ିକ ଉପରେ ଗୁରୁତ୍ୱାରୋପ କରୁଛି ।

CHSE Odisha Class 12 Political Science Chapter 9 Short Answer Questions in Odia Medium

୭। ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାର ପରିଣାମ ।
Answer:
ଦୁଇ ବା ତତୋଧ୍ଵ ରାଷ୍ଟ୍ର ମଧ୍ୟରେ ସାମରିକ ପ୍ରସ୍ତୁତିକୁ ନେଇ ପ୍ରତିଯୋଗିତା ହେଲେ ତାହାକୁ ଯୁଦ୍ଧାସ୍ତ୍ର ପ୍ରତିଯୋଗିତା କୁହାଯାଏ । ବିଜ୍ଞାନ ଓ ବୈଷୟିକ ବିଦ୍ୟାର ସାହାଯ୍ୟରେ ଏବଂ ଅନ୍ୟ ସାମରିକ ଦୃଷ୍ଟିରୁ ଶକ୍ତିଶାଳୀ ରାଷ୍ଟ୍ରସହ ଚୁକ୍ତି ମାଧ୍ୟମରେ ବା କୌଣସି ସାମରିକ ମେଣ୍ଟର ସଦସ୍ୟଭାବେ ରାଷ୍ଟ୍ର ଅଧିକରୁ ଅଧିକ ଯୁଦ୍ଧାସ୍ତ୍ର ଓ ଅନୁଷଙ୍ଗିକ ସରଞ୍ଜାମ ଗଚ୍ଛିତ କରି ରଖେ । ଏହି ପ୍ରତିଯୋଗିତାର ଫଳସ୍ବରୂପ ସେନାବାହିନୀର ଶକ୍ତି ବୃଦ୍ଧି ପାଇଁ ଆଧୁନିକୀକରଣକୁ ଗୁରୁତ୍ଵ ଦିଆଯାଏ । ନୂଆ ନୂଆ ଅସ୍ତ୍ର ନିର୍ମାଣ, ଗଣବିଧ୍ୱଂସୀ କ୍ଷେପଣାସ୍ତ୍ର, ପାରମାଣବିକ ଯୁଦ୍ଧାସ୍ତ୍ର ପ୍ରସ୍ତୁତି, ଅତ୍ୟାଧୁନିକ ଗୁଇନ୍ଦା ବ୍ୟବସ୍ଥା, ଘାଟି ସ୍ଥାପନ, ସୀମାନ୍ତରେ ପ୍ରହରା ବ୍ୟବସ୍ଥାର ଦୃଢ଼ୀକରଣ ଆଦି ଅନେକ ପ୍ରକାର ପଦକ୍ଷେପଦ୍ବାରା ରାଷ୍ଟ୍ର ଅସ୍ତ୍ର ପ୍ରତିଯୋଗିତାରେ ସାମିଲ୍ ହୁଏ । ପଡ଼ୋଶୀ ରାଷ୍ଟ୍ରର ଯୁଦ୍ଧପ୍ରସ୍ତୁତିକୁ ଅନୁମାନ କରି ରାଷ୍ଟ୍ର ନିଜର ସାମରିକ କଳାକୌଶଳକୁ ଉନ୍ନତମାନର କରିବାକୁ ଗବେଷଣା ଉପରେ ଗୁରୁତ୍ବ ଦିଏ ଓ ସାମରିକ କ୍ଷେତ୍ରର ଖର୍ଚ୍ଚ ପାଇଁ ବଜେଟ୍‌ରେ ଅର୍ଥର ବ୍ୟବସ୍ଥା କରେ । ଉଭୟ ସଂଖ୍ୟାତ୍ମକ ଓ ଗୁଣାତ୍ମକ ଦୃଷ୍ଟିକୋଣରୁ ଦେଶ ଦେଶ ମଧ୍ୟରେ ସାମରିକ ପ୍ରତିଯୋଗିତା ହେଉଥୁବାର ଦୃଷ୍ଟିଗୋଚର ହେଉଛି । ଅନ୍ୟ ରାଷ୍ଟ୍ର ତୁଳନାରେ ନିଜକୁ ଯୁଦ୍ଧ ବ୍ୟାପାରରେ ଅଧୁକ ସଫଳ କରିବା ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ ।

୮ । ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାର ସୁଫଳ
Answer:

  • ଯୁଦ୍ଧାସ୍ତ୍ର ପ୍ରତିଯୋଗିତାଦ୍ୱାରା ରାଷ୍ଟ୍ରର ନିରାପତ୍ତାକୁ ନିଶ୍ଚିତ କରାଯାଇପାରିବ ।
  • ଯୁଦ୍ଧାସ୍ତ୍ର ପ୍ରତିଯୋଗିତା ଆର୍ନ୍ତଜାତିକ ସ୍ତରରେ ରାଷ୍ଟ୍ରରେ ଗରିମା ବୃଦ୍ଧି କରେ ।
  • ଏହାଦ୍ଵାରା ଜାତୀୟ ସ୍ଵାର୍ଥ ସୁରକ୍ଷିତ ରଖାଯାଇପାରେ ।
  • ଯୁଦ୍ଧାସ୍ତ୍ର ଉତ୍ପାଦନ ଓ ବିକ୍ରିଦ୍ୱାରା ରାଷ୍ଟ୍ରର ଆର୍ଥିକ ସ୍ଥିତି ବଦଳିବା ସମ୍ଭବ ହୋଇଥାଏ
  • ଯୁଦ୍ଧଦ୍ଵାରା ଶାନ୍ତି ଆସେ । ଏଣୁ ଯୁଦ୍ଧାସ୍ତ୍ର ପ୍ରତିଯୋଗିତା ମାନବ ଇତିହାସରେ ସାଧାରଣ ଘଟଣା ଅଟେ ।
  • ପାରମାଣବିକ ଅସ୍ତ୍ର ପ୍ରତିଯୋଗିତା ଯୋଗୁଁ ପୃଥ‌ିବୀରେ ଶାନ୍ତି ବିରାଜମାନ କରିଛି । କାରଣ ପାରସ୍ପରିକ ଧ୍ୱଂସକୁ କୌଣସି ରାଷ୍ଟ୍ର ସ୍ବୀକାର କରିବେ ନାହିଁ ।

୯। ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାର କୁଫଳ
Answer:
ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାର କୁଫଳଗୁଡ଼କ ହେଲା –

  • କେବଳ ଯୁଦ୍ଧାସ୍ତ୍ର ପ୍ରତିଯୋଗିତା ନୁହେଁ ବରଂ ଏଥୁରୁ ଓହରି ଆସି ସାମରିକ ଓ ଆର୍ଥିକ ପ୍ରଗତି ପାଇଁ ପଦକ୍ଷେପ ନେଲେ ରାଷ୍ଟ୍ରର ନିରାପତ୍ତା ବିପନ୍ନ ହେବ ନାହିଁ ।
  • ଯୁଦ୍ଧପିପାସୁ ରାଷ୍ଟ୍ର ଓ ଏହାର ସରକାର କୌଣସି ରୂପରେ ବିଶ୍ଵ ସମୁଦାୟଦ୍ବାରା ଗ୍ରହଣୀୟ ନୁହଁନ୍ତି ।
  • ଯୁଦ୍ଧ ପ୍ରସ୍ତୁତି କେବଳ ଜାତୀୟ ସ୍ବାର୍ଥକୁ ସୁରକ୍ଷା ଦେଇପାରିବ ନାହିଁ । ଯୁଦ୍ଧର ପ୍ରସ୍ତୁତି ଓ ପ୍ରକୃତ ଯୁଦ୍ଧର ବ୍ୟୟ ରାଷ୍ଟ୍ରର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରେ ।
  • ଯୁଦ୍ଧାସ୍ତ୍ର ଉତ୍ପାଦନରେ ନିୟନ୍ତ୍ରଣ ଆଣି ଅନ୍ୟ କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ବିଦ୍ୟାର ପ୍ରୟୋଗ ଓ ଶ୍ରମ ସଂସ୍କୃତି ସୃଷ୍ଟି କରି ପୁଞ୍ଜିବିନିବେଶ କଲେ ରାଷ୍ଟ୍ରର ଆର୍ଥିକ ସ୍ଥିତି ବଦଳିବ ।
  • ବିନା ଯୁଦ୍ଧରେ ମଧ୍ୟ ଶାନ୍ତି ଆସିପାରେ । ପାରସ୍ପରିକ ସହଯୋଗ, କୂଟନୀତିର ସଫଳ ପ୍ରୟୋଗ ଓ ପାରସ୍ପରିକ ଜାତୀୟ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହୋଇପାରିବ ।
  • ପାରମାଣବିକ ଅସ୍ତ୍ରର ସମ୍ପୂର୍ଣ୍ଣ ବିନାଶଦ୍ଵାରା ପୃଥ‌ିବୀରେ ଶାନ୍ତି ଆସିପାରିବ । ଏହି ଶକ୍ତିର ଶାନ୍ତିପୂର୍ଣ୍ଣ ପ୍ରୟୋଗକୁ ପ୍ରାଧାନ୍ୟ ଦେଲେ ବିଶ୍ଵର କଲ୍ୟାଣ ସାଧୁ ହେବ ।

୧୦ । ନିରସ୍ତ୍ରୀକରଣର ଅର୍ଥ
Answer:
ସଭ୍ୟତାର ଯେତେ ବିକାଶ ହୋଇଛି, ବିଜ୍ଞାନର ଯେତେ ଉନ୍ନତି ହୋଇଛି ରାଷ୍ଟ୍ରମାନେ ସୁରକ୍ଷା ନାମରେ ସେତିକି ପରିମାଣରେ ଭୟାନକ ଏବଂ ବିଧ୍ୱଂସକ ଅସ୍ତ୍ରଶସ୍ତ୍ର ନିର୍ମାଣ କରିଛନ୍ତି । ହିରୋସିମା ଏବଂ ନାଗାସାକୀ ନଗରୀର ଧ୍ୱଂସକାହାଣୀ ବିଶ୍ବବାସୀ ଜାଣିବାକୁ ପାଇଲା ପରେ ପରମାଣୁ ବୋମା ବିରୋଧରେ ବିଶ୍ୱଜନମତ ସକ୍ରିୟ ହୋଇଉଠିଲା । ପୃଥ‌ିବୀର ଚିନ୍ତାଶୀଳ ଲୋକମାନେ ଜାଣିପାରିଲେ ପରମାଣୁ ବୋମାର ବ୍ୟବହାର ନିୟନ୍ତ୍ରିତ ନଲେ ସମଗ୍ର ମାନବଜାତି ଧ୍ୱଂସ ପାଇଯିବ ! ତେଣୁ ପରମାଣୁ ଯୁଦ୍ଧ କିପରି ନ ହେବ ସେଥ‌ିପାଇଁ ବୃହତ୍ ରାଷ୍ଟ୍ରମାନେ ତତ୍ପର ହୋଇଉଠିଲେ । ଜଳ, ସ୍ଥଳ, ଆକାଶରେ ପରମାଣୁ ବୋମା ପରୀକ୍ଷା ନ କରିବାପାଇଁ ଅନେକ ରାଜିନାମା ସ୍ବାକ୍ଷରିତ ହେଲା । ଆନ୍ତର୍ଜାତିକ ରାଜନୀତିରେ ନିରସ୍ତ୍ରୀକରଣ ସମସ୍ୟା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସମସ୍ୟ ଅଟେ । ଏହି ସମସ୍ୟା ଉପରେ ମାନବଜାତିର ଭବିଷ୍ୟତ ନିର୍ଭର କରେ ।

୧୧ । ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଓ ନିରସ୍ତ୍ରୀକରଣ ମଧ୍ଯରେ ପାର୍ଥକ୍ୟ ।
Answer:
ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଓ ନିରସ୍ତ୍ରୀକରଣ ମଧ୍ଯରେ ପାର୍ଥକ୍ୟଗୁଡ଼ିକ ହେଲା–

  • ନିରସ୍ତ୍ରୀକରଣର ଅର୍ଥ ଆନ୍ତର୍ଜାତିକ ବୁଝାମଣା ଅନୁସାରେ ଯୁଦ୍ଧ ସାମଗ୍ରୀ ଏବଂ ସୈନ୍ୟ ସଂଖ୍ୟାରେ କାଟ କରିବାକୁ ବୁଝାଏ । କିନ୍ତୁ ଶସ୍ତ୍ର ନିୟନ୍ତ୍ରଣର ଅର୍ଥ– ଶସ୍ତ୍ରର ପ୍ରୟୋଗକୁ ସୀମିତ କରିବା ଅର୍ଥରେ ବୁଝାଏ ।
  • ନିରସ୍ତ୍ରୀକରଣଦ୍ଵାରା ବିଦ୍ୟମାନ ଶସ୍ତ୍ରକୁ ସମାପ୍ତ କରିବା କିମ୍ବା ନଷ୍ଟ କରିବାପାଇଁ ଚେଷ୍ଟା କରାଯାଏ । କିନ୍ତୁ, ଶସ୍ତ୍ର ନିୟନ୍ତ୍ରଣରେ ଭବିଷ୍ୟତରେ ଶସ୍ତ୍ର ଉତ୍ପାଦନ ଏବଂ ତା’ର ପ୍ରୟୋଗର ନିୟନ୍ତ୍ରଣକୁ ବୁଝାଏ ।
  • ନିରସ୍ତ୍ରୀକରଣଦ୍ଵାରା ସାମରିକ ବଜେଟ୍ କମ୍ କରିବା, ସାମରିକ ଘାଟି ବନ୍ଦ କରିବାପାଇଁ ଚେଷ୍ଟା କରାଯାଇଥାଏ ।

CHSE Odisha Class 12 Political Science Chapter 9 Short Answer Questions in Odia Medium

୧୨ । ନିରସ୍ତ୍ରୀକରଣର ଆବଶ୍ୟକତା
Answer:
ନିମ୍ନଲିଖ କାରଣ ଯୋଗୁଁ ନିରସ୍ତ୍ରୀକରଣର ଆବଶ୍ୟକତା ରହିଅଛି ।

  • ଯୁଦ୍ଧ ଭୟ ଦୂର କରି ଶାନ୍ତି ପ୍ରତିଷ୍ଠା ପାଇଁ ।
  • ବିନାଶକୁ ଦୂର କରି ଶାନ୍ତି ପ୍ରତିଷ୍ଠା ପାଇଁ ।
  • ରାଷ୍ଟ୍ରମାନଙ୍କର ଆର୍ଥିକ ବିକାଶ ପାଇଁ ।
  • ପରମାଣୁ ଅସ୍ତ୍ରଶସ୍ତ୍ର ଭୟ ଦୂର କରିବାପାଇଁ ।
  • ଆନ୍ତର୍ଜାତିକ ସୁରକ୍ଷା ଓ ସମସ୍ତ ରାଷ୍ଟ୍ରର ମଙ୍ଗଳ ପାଇଁ ।

୧୩ । ପରମାଣୁ ଅପ୍ରସାର ଚୁକ୍ତି (NPT) ଗୁରୁତ୍ଵ
Answer:
ପରମାଣୁ ଅପ୍ରସାର ସନ୍ଧି ଯାହାକୁ ସାଧାରଣ ଭାଷାରେ କୁହାଯାଇଛି, ତାକୁ ପ୍ରଥମେ ଆମେରିକା ଏବଂ ରୁଷ୍ ମିଳିମିଶି ପ୍ରସ୍ତୁତ କରିଥିଲେ । ୧୯୬୮ ମସିହା ମାର୍ଚ୍ଚ ୧୧ ତାରିଖ ଦିନ ଏହି ଚୁକ୍ତି ଉପରେ ବିଚାର ବିମର୍ଶ କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏହାକୁ ଉପସ୍ଥାପିତ କରାଯାଇଥିଲା । ଏହି ଚୁକ୍ତି ଉପରେ ଭୋଟ ନେଲାବେଳେ ବିଶ୍ଵର ୨୧ ରାଷ୍ଟ୍ର ଅନୁପସ୍ଥିତ ଥିଲେ । ଏହି ଚୁକ୍ତି ସପକ୍ଷରେ ୯୫ଟି ରାଷ୍ଟ୍ରର ଭୋଟ ପାଇ ଏହି ଚୁକ୍ତି ଗୃହୀତ ହୋଇଥିଲେ ମଧ୍ୟ ବାସ୍ତବରେ ଏହା ୧୯୭୦ ମସିହାରେ କାର୍ଯ୍ୟକାରୀ ହୋଇଥିଲା । ଭାରତ ଏହି ଚୁକ୍ତିରେ ହସ୍ତାକ୍ଷର କରିନଥିଲା । ଯେଉଁମାନେ ଏହି ସନ୍ଧିରେ ହସ୍ତାକ୍ଷର କରିନଥୁଲେ ସେମାନଙ୍କର ଯୁକ୍ତି ହେଲା ଯେ ଏହି ସନ୍ଧି ସଂପୂର୍ଣ୍ଣ ପକ୍ଷପାତପୂର୍ଣ୍ଣ । ଏହି ସନ୍ଧିର ଉଦ୍ଦେଶ୍ୟ ହେଲା ଯେଉଁ ରାଷ୍ଟ୍ରଗୁଡ଼ିକ ପାଖରେ ପରମାଣୁ ଶସ୍ତ୍ର ଗଚ୍ଛିତ ଅଛି, ସେମାନଙ୍କୁ ହିଁ ଏହି ସନ୍ଧି ସୁହାଇବ । ତେଣୁ ଏହି ସନ୍ଧିରେ ସ୍ବାକ୍ଷର କରିନଥୁବା ରାଷ୍ଟ୍ରମାନଙ୍କ ମତରେ ଏହା ଏକ ‘ନକରାତ୍ମକ ସନ୍ଧି’ ।

୧୪ । ପରମାଣୁ ଅପ୍ରସାର ଚୁକ୍ତିର ସମାଲୋଚନା
Answer:

  • ଏହି ସନ୍ଧି ଆନ୍ତର୍ଜାତିକ ରାଜନୀତି କ୍ଷେତ୍ରରେ ନିରସ୍ତ୍ରୀକରଣ କିମ୍ବା ଶସ୍ତ୍ର ନିୟନ୍ତ୍ରଣ, କୌଣସି ପ୍ରାପ୍ତି ପାଇଁ ସହାୟକ ହୋଇପାରିବ ନାହିଁ ।
  • ଏହା ଏକ ପକ୍ଷପାତପୂର୍ଣ ସନ୍ଧି ଅଟେ I ପରମାଣୁ ଅସ୍ତ୍ରବିହୀନ ରାଷ୍ଟ୍ର ତୁଳନାରେ ପରମାଣୁ ଅସ୍ତ୍ରସଂପନ୍ନ ରାଷ୍ଟ୍ରର ଉଚ୍ଚତର ସ୍ଥିତିକୁ ବଜାୟ ରଖୁବା ଉଦ୍ଦେଶ୍ୟରେ ଏହି ସନ୍ଧି ତିଆରି ହୋଇଛି ।
  • ଏହା ପରମାଣୁ ତଥା ପରମାଣୁବିହୀନ ରାଷ୍ଟ୍ର ମଧ୍ୟରେ ଶକ୍ତି ବା କ୍ଷମତାର ପାର୍ଥକ୍ୟକୁ ଅନ୍ୟ ଭାବରେ ନାୟପୂର୍ଣ ବୋଲି ଜଣାଇବାକୁ ଚେଷ୍ଟା କରୁଛି ।
  • ପରମାଣୁ ଅପ୍ରସାର ସନ୍ଧି (NPT) ବାସ୍ତବରେ ଏକ ଏମିତି ରାଜନୈତିକ ଉପକରଣ, ଯାହା ରାଷ୍ଟ୍ରମାନଙ୍କୁ ପରମାଣୁ ସମ୍ପନ୍ନ ଓ ପରମାଣୁ ବିହୀନ ରାଷ୍ଟ୍ର ଭାବରେ ବାଣ୍ଟି ଦିଏ ।
  • ଫ୍ରାନ୍ସ ଏବଂ ଚୀନ୍ ବାରମ୍ବାର ପରମାଣୁ ପରୀକ୍ଷା କରି ସନ୍ଧିର ନିୟମକୁ ଖୁଲାପ କରି ଆସୁଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ।

୧୫ । ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି (CTBT)ର ଗୁରୁତ୍ଵ
Answer:
ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରଗୁଡ଼ିକ ପରସ୍ପର ସହମତି ପ୍ରକାଶ କରି ପରମାଣୁ ପରୀକ୍ଷଣ ଉପରେ ପ୍ରତିବନ୍ଧକ ଲଗାଇବାପାଇଁ ଏକ ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି (C.T.B.T.) ପ୍ରସ୍ତୁତ କଲେ । ୧୯୯୬ ଡିସେମ୍ବର ୧୦ ତାରିଖ ଦିନ ମିଳିତ ଜାତିସଂଘର ସାଧାରଣ ସଭାରେ ଏହି ସନ୍ଧିକୁ ୧୫୮ଟି ଦେଶର ସଂଖ୍ୟାଗରିଷ୍ଠ ମତଦ୍ୱାରା ଗୃହୀତ କରାଯାଇଥିଲା । ଏହି ସନ୍ଧିରେ ସର୍ବପ୍ରଥମେ ଆମେରିକାର ରାଷ୍ଟ୍ରପତି ହସ୍ତାକ୍ଷର କରିଥିଲେ । ଏହାପରେ ଫ୍ରାନ୍ସ, ବ୍ରିଟେନ୍, ରୁଷ୍ ଏବଂ ଚୀନ୍ ମଧ୍ୟ ଏହି ସନ୍ଧିରେ ହସ୍ତାକ୍ଷର କରିଥିଲେ । କିନ୍ତୁ ପରମାଣୁ କ୍ଷମତାସମ୍ପନ୍ନ ୪୪ଟି ଦେଶ ଏହି ସନ୍ଧିକୁ ଅନୁମୋଦନ କଲେ ନାହିଁ । ୪୪ଟି ପରମାଣୁ କ୍ଷମତାସମ୍ପନ୍ନ ରାଷ୍ଟ୍ରମାନଙ୍କ ମଧ୍ୟରୁ କେବଳ ୨୫ଟି ରାଷ୍ଟ୍ର ଏହାର ଅନୁମୋଦନ କରିଥିଲେ । ୧୯୯୯ ମସିହା ଅକ୍ଟୋବର ୧୩ ତାରିଖ ଦିନ ଆମେରିକାର କଂଗ୍ରେସ ସଭା ଏହି ସନ୍ଧିକୁ ଅସ୍ବୀକାର କରିଥିଲା ।

୧୬ । ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧିର ବୈଶିଷ୍ଟ୍ୟସମୂହ ।
Answer:
ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧିର ବୈଶିଷ୍ଟ୍ୟସମୂହ ହେଲା –

  • ସମସ୍ତ ଦେଶଦ୍ବାରା ଯେକୌଣସି ପ୍ରକାର ପରମାଣୁ ପରୀକ୍ଷଣ କରିବାପାଇଁ ନିଷେଧ ।
  • ଏହି ସନ୍ଧିର ଉଲ୍ଲଘଂନ ରୋକିବାପାଇଁ ଆନ୍ତର୍ଜାତିକ ଅନୁସନ୍ଧାନ ବ୍ୟବସ୍ଥାର ସ୍ଥାପନା କରିବା ।
  • ସନ୍ଧିରେ ହସ୍ତାକ୍ଷର କରିଥିବା ପରମାଣୁ ଶସ୍ତ୍ରବିହୀନ ରାଷ୍ଟ୍ରର ପରମାଣୁ ଗବେଷଣାଗାର ଏବଂ ପରମାଣୁ କେନ୍ଦ୍ର ଉପରେ ନଜର ରଖୁବା ।
  • ପରମାଣୁ ଶସ୍ତ୍ରସମ୍ପନ୍ନ ରାଷ୍ଟ୍ରମାନଙ୍କୁ ନିଜର ମହଜୁଦ ପରମାଣୁ ଶସ୍ତ୍ରଗୁଡ଼ିକୁ ଗବେଷଣାଗାରରେ ପରୀକ୍ଷଣ ଏବଂ କମ୍ପ୍ୟୁଟର ପରୀକ୍ଷଣ ପାଇଁ ସ୍ଵତନ୍ତ୍ରତା ପ୍ରଦାନ ।

୧୭ । ମାନବିକ ନିରାପତ୍ତାର ଅର୍ଥ
Answer:
ଜଣେ ବ୍ୟକ୍ତି ବା ମାନବ ଗୋଷ୍ଠୀର ନିରାପତ୍ତାକୁ ମାନବିକ ନିରାପତ୍ତା କୁହାଯାଏ । ନିଜର ବିକାଶ ପାଇଁ, କାମ ପାଇଁ ବଞ୍ଚିବାପାଇଁ ମଣିଷ ନିରାପତ୍ତା ଚାହେଁ । ବ୍ୟକ୍ତି ଓ ଗୋଷ୍ଠୀ ମଧ୍ୟରେ ଥ‌ିବା ସମ୍ପର୍କ ତଥା କ୍ଷମତାର ବିକାଶ ସହ ମାନବିକ ନିରାପତ୍ତାର ଉଦ୍ଭବ ହୋଇଛି । ମାତ୍ର ରାଷ୍ଟ୍ରର ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯିବା ବେଳେ ବ୍ୟକ୍ତିର ନିରାପତ୍ତାକୁ ଗୌଣ ଆସନ ଦିଆଯିବାର ଦୃଷ୍ଟାନ୍ତ ପୃଥ‌ିବୀ ଇତିହାସରେ ପରିଦୃଷ୍ଟ ହୁଏ । ବିଗତ କିଛି ଦଶନ୍ଧି ହେଲା ବ୍ୟକ୍ତିର ମୁକ୍ତି, ସମ୍ମାନ ଓ ଅଧିକାର ଉପରେ ଗୁରୁତ୍ଵ ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ! ବ୍ୟକ୍ତିର ସାମଗ୍ରିକ ସ୍ଥିତି ହିଁ ମାନବ ସମାଜର ଭାଗ୍ୟ ନିର୍ଦ୍ଧାରଣ କରେ ।

CHSE Odisha Class 12 Political Science Chapter 9 Short Answer Questions in Odia Medium

୧୮ । ମାନବିକ ନିରାପତ୍ତାର ଲକ୍ଷଣ ।
Answer:
ମାନବିକ ନିରାପତ୍ତାର ଲକ୍ଷଣ ବା ବୈଶିଷ୍ଟ୍ୟମାନ ହେଲା –

  • ମାନବିକ ନିରାପତ୍ତା ରାଷ୍ଟ୍ରକେନ୍ଦ୍ରିକ ନ ହୋଇ ବ୍ୟକ୍ତିକେନ୍ଦ୍ରିକ ଅଟେ ।
  • ଏହା ବହୁକେନ୍ଦ୍ରିକ ବା ବହୁବିଧ ହୋଇଥିବାରୁ ସମଗ୍ର ମାନବଜାତିର ଖାଦ୍ୟ, ସ୍ୱାସ୍ଥ୍ୟ, ଅଧିକାର ଆଦିକୁ ଗୁରୁତ୍ଵ ଦିଏ ।
  • ଏହା ଲୋକମାନଙ୍କ କ୍ଷମତା ବୃଦ୍ଧି କରି ସେମାନଙ୍କ ମୌଳିକ ଆବଶ୍ୟକତା ପୂରଣ ଓ ମୌଳିକ ଅଧିକାର ସୁରକ୍ଷାକୁ ଗୁରୁତ୍ଵ ଦିଏ ।
  • ଏହା ଏକ ଆନ୍ତର୍ଜାତିକ ବିଷୟ । ସମସ୍ତ ଦେଶରେ ଏହାକୁ ନିଶ୍ଚିତ କରି ଆନ୍ତର୍ଜାତିକ ନିରାପତ୍ତାକୁ ସାବ୍ୟସ୍ତ କରିହେବ ।
  • ମାନବୀୟ ବିକାଶ ସହ ମାନବିକ ନିରାପତ୍ତା ଜଡ଼ିତ । କର୍ମସଂସ୍ଥାନ ସୃଷ୍ଟି, କ୍ଷୁଧାରୁ ମୁକ୍ତି, ସ୍ୱାସ୍ଥ୍ୟସେବା, ଅସମାନତାର ଦୂର ପରି ବିକାଶମୂଳକ କାର୍ଯ୍ୟକ୍ରମଦ୍ୱାରା ମାନବିକ ନିରାପତ୍ତା ନିଶ୍ଚିତ କରାଯାଇପାରିବ ।
  • ମାନବ ଜୀବନର ସୁରକ୍ଷା ମାନବିକ ନିରାପତ୍ତାର ମୁଖ୍ୟ ଉଦ୍ଦେଶ୍ୟ । ଯେ କୌଣସି ପ୍ରକାର ଭୟ ଉଦ୍ରେକ ବିଷୟ ଯଥା ହିଂସା, ଦଙ୍ଗା, ବିଦେଶୀ ରାଷ୍ଟ୍ରର ଆକ୍ରମଣ, ବ୍ୟାସ୍‌, ପାରିବେଶିକ ସମସ୍ୟା ଆଦି ମାନବଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ।

୧୯ ।ଆନ୍ତର୍ଜାତିକ ଦାରିଦ୍ର୍ୟର ଅର୍ଥ
Answer:
ଦାରିଦ୍ର୍ୟ ସାଧାରଣ ଭାବେ ବସ୍ତୁଗତ ସୁଖ ସୁବିଧା, ଅର୍ଥାଦିର ନିଅଣ୍ଟିଆ ଅବସ୍ଥାକୁ ବୁଝାଏ । ଏଣୁ ଆନ୍ତର୍ଜାତିକ ଦାରିଦ୍ର୍ୟ କହିଲେ ଏହି ସାଧାରଣ ନିଅଣ୍ଟିଆ ଅବସ୍ଥାର ପୃଥ‌ିବୀ ବ୍ୟାପି ଉପସ୍ଥିତିକୁ ସୂଚିତ କରେ । ଅନେକ ଆନ୍ତର୍ଜାତିକ ଆକଳନ ଅନୁଯାୟୀ ଆନ୍ତର୍ଜାତିକ ଦାରିଦ୍ର୍ୟର କ୍ରମାଗତ ବୃଦ୍ଧି ଘଟୁଛି । ୨୦୦୭ ମସିହାରେ ଏକ ରିପୋର୍ଟ ଅନୁଯାୟୀ ପୃଥ‌ିବୀର ୪୦ ଭାଗ ଲୋକ ରୋଜଗାର ଅସମାନତା ବୃଦ୍ଧି ପାଉଥିବା ଅଞ୍ଚଳର ବାସବାସ କରୁଛନ୍ତି । ଏଥ୍ ସହ ପୃଥିବୀର ଅନ୍ଧାଧିକ ଲୋକ ୨୦୦୮ ମସିହାରେ ଦୈନିକ ୨.୫୦ ଆମେରିକୀୟ ଡଲାର ରୋଜଗାର କରି ଜୀବନଧାରଣ କରୁଥିଲେ । ଆନ୍ତଜାତିକ ସହମତି ଅନୁଯାୟୀ ଦୈନିକ ୧.୫୦ ଆମେରିକୀୟ ଡଲାର ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଅତିଶୟ ଦାରିଦ୍ର୍ୟର ଶିକାର ବୋଲି ଗ୍ରହଣ କରାଯାଏ ।

୨୦ । ସମଗ୍ର ପୃଥ‌ିବୀରେ ଶୀତଳ ଯୁଦ୍ଧର କି ପ୍ରଭାବ ପଡ଼ିଥିଲା ?
Answer:

  • ଶୀତଳ ଯୁଦ୍ଧ ଯୋଗୁଁ ସମଗ୍ର ପୃଥ‌ିବୀରେ ଏକ ଅଜଣା ଯୁଦ୍ଧ-ଆତଙ୍କ ଖେଳିଯାଇଥିଲା ଏବଂ ଅନୁନ୍ନତ ଓ ବିକାଶଶୀଳ ଦେଶଗୁଡ଼ିକର ସାମାଜିକ ଓ ଅର୍ଥନୈତିକ ପ୍ରଗତି ବ୍ୟାହତ ହୋଇଥିଲା ।
  • ସମଗ୍ର ପୃଥ‌ିବୀ ସାମ୍ୟବାଦୀ ଗୋଷ୍ଠୀ ଏବଂ ପୁଞ୍ଜିବାଦୀ ଗୋଷ୍ଠୀ ଭାବରେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିଲେ, ଯାହାର ପରିଣାମରେ ତୃତୀୟ ବିଶ୍ୱଯୁଦ୍ଧର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିନଥିଲା ।
  • ସମ୍ମୁଖ ଯୁଦ୍ଧରେ ଉଭୟ ପକ୍ଷର ସୈନ୍ୟବାହିନୀ ନିୟୋଜିତ ହୋଇନଥିଲେ ସୁଦ୍ଧା ସେମାନଙ୍କର ବିରୋଧାତ୍ମକ କାର୍ଯ୍ୟକଳାପ ସମଗ୍ର ବିଶ୍ଵରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିଲା ।
  • ସାମରିକ ମେଣ୍ଟଗୁଡ଼ିକରେ ଯୋଗଦେଇଥିବା ରାଷ୍ଟ୍ରଗୁଡ଼ିକ ନିଜ ନିଜ ମଧ୍ୟରେ ସାମରିକ ଶକ୍ତିର ବୃଦ୍ଧି ପାଇଁ ଅସ୍ତ୍ରଶସ୍ତ୍ର ସଂଗ୍ରହ ପ୍ରତିଯୋଗିତା କରିବା ସହିତ ଆଣବିକ ଅସ୍ତ୍ର ପ୍ରସ୍ତୁତ କରିବାର ପ୍ରତିଦ୍ବନ୍ଦିତା ବିଶ୍ବବାସୀଙ୍କ ମଧ୍ୟରେ ଭୟ ସଂଚାର କରିଥିଲା ।
  • ଶେଷରେ ଦୁଇ ମହାଶକ୍ତି ମଧ୍ୟରେ ମହାକାଶ ଗବେଷଣା, ଚନ୍ଦ୍ରପୃଷ୍ଠରେ ମାନବର ଅବତରଣ ଏବଂ ବିଜ୍ଞାନ ଓ କାରିଗରୀ ବିଦ୍ୟାର ପ୍ରତିଯୋଗିତାମୂଳକ ଉନ୍ନତି ଏକ ନୂତନ ପ୍ରଯୁକ୍ତି ବିଦ୍ୟାର ଯୁଗ ଆରମ୍ଭ କରିଥିଲା ।

୨୧ । ସାମ୍ୟବାଦର ପ୍ରସାରକୁ ପ୍ରତିରୋଧ କରିବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଗଠିତ ହୋଇଥିବା ସାମରିକ ଚୁକ୍ତିଗୁଡ଼ିକ ସମ୍ପର୍କରେ ସଂକ୍ଷେପରେ ଉଲ୍ଲେଖ କର ।
Answer:

  • ସାମ୍ୟବାଦର ପ୍ରସାରକୁ ପ୍ରତିରୋଧ କରିବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ୧୯୪୯ ମସିହା ଏପ୍ରିଲ୍ ୪ ତାରିଖରେ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ ଗଢ଼ିଥିଲା । ଚୁକ୍ତିଭୁକ୍ତ ଗୋଟିଏ ଦେଶ ଉପରେ ଆକ୍ରମଣ ହେଲେ ସମସ୍ତ ସଦସ୍ୟ ଦେଶ ଉପରେ ଆକ୍ରମଣ ହେଲା ବୋଲି ଧରିନେବାକୁ ଏଥିରେ ଉଲ୍ଲେଖ ଥିଲା ।
  • ୧୯୫୧ ମସିହାରେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆନ୍‌ସ୍ ରାଜିନାମା ସ୍ବାକ୍ଷରତ ହୋଇଥିଲା । ବାହ୍ୟଶତ୍ରୁ ଆକ୍ରମଣର ପ୍ରତିରୋଧ ନିମନ୍ତେ ଚୁକ୍ତିବଦ୍ଧ ଦେଶଗୁଡ଼ିକ ପରସ୍ପରକୁ ସାହାଯ୍ୟ କରିବା ବ୍ୟବସ୍ଥା ଏଥ‌ିରେ କରାଯାଇଥିଲା ।
  • ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠନ ଗଠିତ ହୋଇଥିଲା । ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ଢାଞ୍ଚାରେ ଏଥରେ ନୀତିମାନ ସ୍ଥିରୀକୃତ ହୋଇଥିଲା ।
  • ୧୯୫୫ ମସିହାରେ ବ୍ରିଟେନ୍, ତୁର୍କୀ, ଇରାକ୍, ଇରାନ୍ ଓ ପାକିସ୍ତାନ ମଧ୍ୟରେ ବାଗଦାଦ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ୧୯୫୮ ମସିହାରେ ଇରାକ୍ ଏଥରୁ ଓହରିଯିବା ପରେ ଏହା କେନ୍ଦ୍ରୀୟ ଚୁକ୍ତି ସଂଗଠନ ନାମରେ ନାମିତ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକା ଏହାର ସଭ୍ୟରୂପେ ଯୋଗ ଦେଲା ।

୨୨ । ଇଉରୋପୀୟ ରାଷ୍ଟ୍ରମାନେ ସେମାନଙ୍କର ସୁରକ୍ଷା ନିମନ୍ତେ କି ପଦକ୍ଷେପ ନେଇଥିଲେ ?
Answer:
ଇଉରୋପୀୟ ରାଷ୍ଟ୍ରମାନେ ସେମାନଙ୍କର ସୁରକ୍ଷା ନିମନ୍ତେ ନିମ୍ନଲିଖୂତ ପଦକ୍ଷେପମାନ ନେଇଥିଲେ ।

  • ୧୯୫୨ ମସିହା ମେ ମାସ ୨୭ ତାରିଖରେ ଇଉରୋପୀୟ ପ୍ରତିରକ୍ଷା ଗୋଷ୍ଠୀର ପ୍ରତିଷ୍ଠା ନିମନ୍ତେ ପ୍ୟାରିସ୍ତାରେ ଏକ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା ।
  • ଏହି ଚୁକ୍ତିରେ ସମଗ୍ର ଇଉରୋପ ପାଇଁ ଏକ ସାଧାରଣ ରାଜନୈତିକ ଅନୁଷ୍ଠାନ, ସଶସ୍ତ୍ରବାହିନୀ, ବଜେଟ୍ ଏବଂ ଅସ୍ତ୍ରଶସ୍ତ୍ର ନିର୍ମାଣ କାର୍ଯ୍ୟ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା । ଏକ ମିଳିତ ସୈନ୍ୟବାହିନୀକୁ ଇଉରୋପ ପ୍ରତିରକ୍ଷା ବାହିନୀରୂପେ ଅଭିହିତ କରାଯାଇଥିଲା ।
  • ୧୯୫୪ ମସିହା ୨୮ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଲଣ୍ଡନଠାରେ ପଶ୍ଚିମ ଇଉରୋପୀୟ ରାଷ୍ଟ୍ରଙ୍କ ମଧ୍ୟରେ ବୁଝାମଣା ନିମନ୍ତେ ଏକ ସମ୍ମିଳନୀ ଆୟୋଜିତ ହୋଇଥିଲା ।
  • ୧୯୪୮ ମସିହାର ବ୍ରସେଲସ୍ ଚୁକ୍ତି ଆଧାରରେ ପଶ୍ଚିମ ଇଉରୋପୀୟ ଐକ୍ୟ ପ୍ରତିଷ୍ଠା ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରାଯାଇ ପଶ୍ଚିମ ଇଉରୋପୀୟ ସଂଘ ପ୍ରତିଷ୍ଠା ହୋଇଥିଲା ।
  • ପଶ୍ଚିମ ଇଉରୋପୀୟ ସଂଘର ପରିଷଦକୁ ବିଭିନ୍ନ ମୁଖ୍ୟ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନେବାକୁ କ୍ଷମତା ଅର୍ପଣ କରାଯାଇଥିଲା । ଫଳରେ ଏହା ଏକ ଆନ୍ତର୍ଜାତିକ ଅନୁଷ୍ଠାନରେ ପରିଣତ ହୋଇଥିଲା ।

CHSE Odisha Class 12 Political Science Chapter 9 Short Answer Questions in Odia Medium

୨୩ । କିପରି ଶୀତଳ ଯୁଦ୍ଧର ଅବସାନ ଘଟିଲା ?
Answer:

  • ୧୯୮୫ ମସିହାରେ ମିଖାଇଲ୍ ଗୋର୍ବାଚୋଭ୍ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ହେବାପରେ କେତେକ ସଂସ୍କାରମୂଳକ ନୀତି ପ୍ରଣୟନ କରିଥିଲେ ଯାହାକି ଦୁଇ ମହାଶକ୍ତି ମଧ୍ୟରେ ଲାଗି ରହିଥ‌ିବା ସଂଘର୍ଷର ଗତିକୁ ପରିବର୍ତ୍ତନ କରିଥିଲା ।
  • ସେମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ ଏବଂ ସହାବସ୍ଥାନ ଭାବ ଜାଗ୍ରତ ହେବା ଫଳରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ମଧ୍ୟ ହ୍ରାସ ପାଇଥିଲା ।
  • ପୂର୍ବ ଇଉରୋପୀୟ ଦେଶଗୁଡ଼ିକରୁ ସାମ୍ୟବାଦର ବିଲୋପ ମଧ୍ଯ ଘଟିଥିଲା ।
  • ୧୯୯୧ ମସିହା ଡିସେମ୍ବର ମାସରେ ସୋଭିଏତ୍ ସଂଘର ବିଲୟ ଘଟି ସ୍ଵାଧୀନ ରାଷ୍ଟ୍ରମାନଙ୍କର ରାଷ୍ଟ୍ରମଣ୍ଡଳ ହେଲା ।
  • ଫଳସ୍ଵରୂପ ୧୯୯୨ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜର୍ଜ ବୁଶ୍ ଓ କେନ୍ଦ୍ର ରୁଷ୍ମମଣ୍ଡଳର ରାଷ୍ଟ୍ରପତି ବୋରିସ୍ ୟେଲସିନ୍ ଶୀତଳ ଯୁଦ୍ଧର ଅବସାନ ଘଟିଲା ବୋଲି ଘୋଷଣା କରିଥିଲେ ।

CHSE Odisha Class 12 Political Science Chapter 9 Objective Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 9 ସାଂପ୍ରତିକ ବିଶ୍ଵରେ ନିରାପତ୍ତା ପ୍ରସଙ୍ଗର ପରିବର୍ତ୍ତିତ ପୃଷ୍ଠଭୂମି Objective Questions.

CHSE Odisha 12th Class Political Science Chapter 9 Objective Questions in Odia Medium

ବସୁମିଷ୍ଠ ଓ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। SALT – II କେଉଁ ମସିହାରେ ସ୍ଵାକ୍ଷରିତ ହୋଇଥିଲା ?
(i) ୧୯୭୦
(ii) ୧୯୭୩
(iii) ୧୯୭୯
(iv) ୧୯୯୦
Answer:
(iii) ୧୯୭୯

୨। କେଉଁ ମସିହାରେ START ସ୍ବାକ୍ଷରିତ ହୋଇଥିଲା ?
(i) ୧୯୭୯
(ii) ୧୯୮୦
(iii) ୧୯୭୯
(iv) ୧୯୯୦
Answer:
(iv) ୧୯୯୦

୩। ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି (CTBT) କେଉଁ ମସିହାରେ ସ୍ଵାକ୍ଷରିତ ହୋଇଥିଲା ?
(i) ୧୯୯୦
(ii) ୧୯୯୫
(iii) ୧୯୯୬
(iv) ୧୯୯୯
Answer:
(iii) ୧୯୯୬

୪। ଭାରତ ଦ୍ଵିତୀୟ ଥର ପାଇଁ କେଉଁ ମସିହାରେ ପୋଖରାନ୍‌ରେ ଆଣବିକ ପରୀକ୍ଷା କରିଥିଲେ ?
(i) ୧୯୯୦
(ii) ୧୯୯୨
(iii) ୧୯୯୬
(iv) ୧୯୯୮
Answer:
(iv) ୧୯୯୮

୫। ନିମ୍ନୋକ୍ତ ମଧ୍ୟରୁ କେଉଁ ରାଷ୍ଟ୍ର ପ୍ରଥମେ CTBTରେ ସ୍ଵାକ୍ଷର କରିଥିଲେ ?
(i) ଋଷିଆ
(ii) ଚୀନ
(iii) ଭାରତ
(iv) ଯୁକ୍ତରାଷ୍ଟ୍ର ଆମେରିକା
Answer:
(iv) ଯୁକ୍ତରାଷ୍ଟ୍ର ଆମେରିକା

CHSE Odisha Class 12 Political Science Chapter 9 Objective Questions in Odia Medium

୬। ବିଶ୍ୱ ଏଡସ୍ ଦିବସ କେବେ ପାଳନ କରାଯାଇଥାଏ ?
(i) ଜାନୁଆରୀ ୧୨
(ii) ମେ ୨୦
(iii) ଜୁଲାଇ ୧୦
(iv) ଡିସେମ୍ବର ୧
Answer:
(iv) ଡିସେମ୍ବର ୧

୭। ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ କେବେ ପାଳନ କରାଯାଇଥାଏ ?
(i) ଫେବୃଆରୀ ୫
(ii) ଏପ୍ରିଲ ୨୦
(iii) ଅକ୍ଟୋବର ୧୭
(iv) ଡିସେମ୍ବର ୧୦
Answer:
(iii) ଅକ୍ଟୋବର ୧୭

୮। କେଉଁ ଦିବସକୁ ମାନବିକ ଅଧିକାର ଦିବସ ରୂପେ ପାଳନ କରାଯାଇଥାଏ ?
(i) ମାର୍ଚ୍ଚ ୩
(ii) ଏପ୍ରିଲ ୨୦
(iii) ଡିସେମ୍ବର ୧୦
(iv) ଡିସେମ୍ବର ୩
Answer:
(iii) ଡିସେମ୍ବର ୧୦

୯। ବିଶ୍ଵ ସ୍ଵାସ୍ଥ୍ୟ ଗଠନ (WHO) ରେ କେତେଜଣ ସଦସ୍ୟ ଅଛନ୍ତି ?
(i) ୧୯୦
(ii) ୧୯୧
(iii) ୧୯୩
(iv) ୧୯୪
Answer:
(iv) ୧୯୪

CHSE Odisha Class 12 Political Science Chapter 9 Objective Questions in Odia Medium

୧୦।‘‘ଯଦି ସଭ୍ୟତା ଶସ୍ତ୍ରଗୁଡ଼ିକୁ ବିନାଶ କରିପାରିବ ନାହିଁ ତେବେ ଶସ୍ତ୍ର ସଭ୍ୟତାକୁ ବିନାଶ କରିବ ।’’ ଏହା କାହାର ଉକ୍ତି ?
(i) ହାର୍ଟମ୍ୟାନ
(ii) ଲର୍ଡ଼ ଗ୍ରେ
(iii) ମରଗେଥାଉ
(iv) ଜବାହାରଲାଲ ନେହେରୁ
Answer:
(ii) ଲର୍ଡ଼ ଗ୍ରେ

୧୧। ଶୀତଳ ଯୁଦ୍ଧ ସମୟରେ ନିମ୍ନୋକ୍ତ କେଉଁ ରାଷ୍ଟ୍ର ସାମ୍ୟବାଦୀ ଗୋଷ୍ଠୀର ନେତୃତ୍ୱ ନେଇଥିଲା ?
(i) ଆମେରିକା
(ii) ଚୀନ୍
(iii) ସୋଭିଏତ୍ ରୁଷ୍
(iv) ଜାପାନ
Answer:
(iii) ସୋଭିଏତ୍ ରୁଷ୍

୧୨। ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ ନିମ୍ନୋକ୍ତ କେଉଁ ମସିହାରେ ଗଠିତ ହୋଇଥିଲା ?
(i) ୧୯୫୧
(ii) ୧୯୫୨
(iii) ୧୯୫୩
(iv) ୧୯୫୪
Answer:
(iv) ୧୯୫୪

୧୩। କେବେ ଇରାକ୍ ବାଗଦାଦ୍ ଚୁକ୍ତିରୁ ଓହରିଗଲା ?
(i) ୧୯୫୬
(ii) ୧୯୫୭
(iii) ୧୯୫୮
(iv) ୧୯୫୯
Answer:
(iii) ୧୯୫୮

୧୪। କେଉଁ ସାମ୍ୟବାଦୀ ରାଷ୍ଟ୍ର ‘ୱାରସ୍ ଚୁକ୍ତି’ର ସଦସ୍ୟ ନ ଥିଲା ?
(i) ପୋଲାଣ୍ଡ
(ii) ହଙ୍ଗେରୀ
(iii) ବୁଲଗେରିଆ
(iv) ଚୀନ୍
Answer:
(iv) ଚୀନ୍

୧୫। ନିମ୍ନୋକ୍ତ କେଉଁ ମସିହାରେ ସୋଭିଏତ୍ ସଂଘର ବିଲୟ ଘଟିଥିଲା ?
(i) ୧୯୯୦
(ii) ୧୯୯୧
(iii) ୧୯୯୨
(iv) ୧୯୯୫
Answer:
(ii) ୧୯୯୧

CHSE Odisha Class 12 Political Science Chapter 9 Objective Questions in Odia Medium

୧୬। କେବେ ନୂତନ ଶୀତଳ ଯୁଦ୍ଧର ସୂତ୍ରପାତ ହୋଇଥିଲା?
(i) ୧୯୭୭
(ii) ୧୯୭୮
(iii) ୧୯୭୯
(iv) ୧୯୮୦
Answer:
(iii) ୧୯୭୯

୧୭। ନିମ୍ନୋକ୍ତ କେଉଁ ମସିହାରେ ଆତ୍ମସ୍ ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
(i) ୧୯୪୮
(i) ୧୯୪୯
(iii) ୧୯୫୦
(iv) ୧୯୫୧
Answer:
(iv) ୧୯୫୧

୧୮। ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନରେ ପଶ୍ଚିମ ଜର୍ମାନୀ କେବେ ଯୋଗ ଦେଇଥିଲା ?
(i) ଫେବୃୟାରୀ ୧୯୫୨
(ii) ମେ ୧୯୫୨
(iii) ଫେବୃୟାରୀ ୧୯୫୫
(iv) ମେ ୧୯୫୫
Answer:
(iv) ମେ ୧୯୫୫

୧୯। କିଏ ଆସ୍‌ର ସଭ୍ୟ ନଥିଲା ?
(i) ଅଷ୍ଟ୍ରେଲିଆ
(ii) ନେଦରଲାଣ୍ଡ
(iii) ନିଉଜିଲାଣ୍ଡ
(iv) ଯୁକ୍ତରାଷ୍ଟ୍ର ଆମେରିକା
Answer:
(iv) ଯୁକ୍ତରାଷ୍ଟ୍ର ଆମେରିକା

CHSE Odisha Class 12 Political Science Chapter 9 Objective Questions in Odia Medium

୨୦। କେବେ ବାଗ୍‌ଦାଦ୍ ଚୁକ୍ତି କେନ୍ଦ୍ରୀୟ ଚୁକ୍ତି ସଂଗଠନ ନାମରେ ନାମିତ ହେଲା ?
(i) ୧୯୪୯ ମସିହା
(i) ୧୯୫୨ ମସିହା
(ii) ୧୯୫୫ ମସିହା
(iv) ୧୯୫୮ ମସିହା
Answer:
(iv) ୧୯୫୮ ମସିହା

୨୧। କେବେ ଦେତାର ଅବସାନ ଘଟିଲା ?
(i) ୧୯୭୮ ମସିହା
(ii) ୧୯୭୯ ମସିହା
(ii) ୧୯୮୫ ମସିହା
(iv) ୧୯୯୦ ମସିହା
Answer:
(ii) ୧୯୭୯ ମସିହା

୨୨। କାହାର ସଂସ୍କାରମୂଳକ ନୀତି ଶୀତଳ ଯୁଦ୍ଧର ଅବସାନ ନିମନ୍ତେ ମାର୍ଗ ପ୍ରସ୍ତୁତ କରିଥିଲା ?
(i) ୱାଲଟର ଲିଫ୍‌ମାନ୍
(ii) ମିଖାଇଲ୍ ଗୋର୍ବାଚେଭ୍
(iii) ଜର୍ଜ ବୁଶ୍
(iv) ବୋରିସ୍ ୟେଲସିନ୍
Answer:
(ii) ମିଖାଇଲ୍ ଗୋର୍ବାଚେଭ୍

୨୩। କେଉଁ ଚୁକ୍ତି ଆଧାରରେ ପଶ୍ଚିମ ଇଉରୋପୀୟ ସଂଘ ପ୍ରତିଷ୍ଠିତ ହେଲା ?
(i) ବ୍ରସେଲସ୍
(i) ମ୍ୟୁନିକ୍
(iii) ଆଟଲାଣ୍ଟା
(iv) ତାସ୍କେଣ୍ଟ୍
Answer:
(i) ବ୍ରସେଲସ୍

୨୪। କେବେ ଶୀତଳ ଯୁଦ୍ଧର ପରିସମାପ୍ତି ଘଟିଲା ବୋଲି ଘୋଷଣା କରାଗଲା ?
(i) ୧୯୯୧
(ii) ୧୯୯୨
(iii) ୧୯୯୩
(iv) ୧୯୯୪
Answer:
(ii) ୧୯୯୨

୨୫। କେବେ ଯୁକ୍ତରାଷ୍ଟ୍ର ଆମେରିକା ‘ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ’ ଗଠନ କରିଥିଲା ?
(i) ୧୯୪୯ ମସିହା ମାର୍ଚ୍ଚ ୧୪ ତାରିଖ
(ii) ୧୯୪୯ ମସିହା ଏପ୍ରିଲ ୪ ତାରିଖ
(iii) ୧୯୪୯ ମସିହା ମେ ୧୪ ତାରିଖ
(iv) ୧୯୪୯ ମସିହା ଜୁନ୍ ୧୪ ତାରିଖ
Answer:
(ii) ୧୯୪୯ ମସିହା ଏପ୍ରିଲ ୪ ତାରିଖ

CHSE Odisha Class 12 Political Science Chapter 9 Objective Questions in Odia Medium

୨୬। ୧୯୫୨ ମସିହାରେ କେଉଁ ଦୁଇ ଦେଶ ‘ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ’ରେ ଯୋଗ ଦେଇଥିଲେ ?
(i) ତୁର୍କୀ ଓ ଗ୍ରୀସ୍
(ii) ଗ୍ରୀସ୍ ଓ ପଶ୍ଚିମ ଜର୍ମାନୀ
(iii) ତୁର୍କୀ ଓ ପଶ୍ଚିମ ଜର୍ମାନୀ
(iv) ଗ୍ରୀସ୍ ଓ ବୁଲ୍‌ଗେରିଆ
Answer:
(i) ତୁର୍କୀ ଓ ଗ୍ରୀସ୍

୨୭। କେଉଁ ମସିହା ପରେ ସାମ୍ୟବାଦୀମାନେ ପଶ୍ଚିମ ଇଉରୋପ ଓ ଆଟଲାଣ୍ଟିକ୍ ଅଞ୍ଚଳରେ କ୍ଷମତା ବିସ୍ତାର କରିପାରି ନଥିଲେ ?
(i) ୧୯୪୨
(ii) ୧୯୪୬
(iii) ୧୯୪୯
(iv) ୧୯୫୨
Answer:
(iii) ୧୯୪୯

୨୮। ୧୯୫୨ ମସିହା ମେ ମାସ ୨୭ ତାରିଖରେ ଇଉରୋପୀୟ ପ୍ରତିରକ୍ଷା ଗୋଷ୍ଠୀର ପ୍ରତିଷ୍ଠା ନିମନ୍ତେ କେଉଁଠାରେ ଏକ ଚୁକ୍ତି ସାକ୍ଷରିତ ହୋଇଥିଲା ?
(i) ପ୍ୟାରିସ୍
(ii) ପୋଲାଣ୍ଡ
(iii) ହଲାଣ୍ଡ
(iv) ନରୱେ
Answer:
(i) ପ୍ୟାରିସ୍

୨୯। ୧୯୫୪ ମସିହା ୨୮ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ କେଉଁଠାରେ ପଶ୍ଚିମ ଇଉରୋପୀୟ ରାଷ୍ଟ୍ରଙ୍କ ମଧ୍ୟରେ
(i) ସେନ
(ii) ଜାପାନ
(iii) ଲଣ୍ଡନ
(iv) ଯୁକ୍ତରାଷ୍ଟ୍ର ଆମେରିକା
Answer:
(iii) ଲଣ୍ଡନ

CHSE Odisha Class 12 Political Science Chapter 9 Objective Questions in Odia Medium

୩୦। ୧୯୪୮ର କେଉଁ ଚୁକ୍ତି ଆଧାରରେ ପଶ୍ଚିମ ଇଉରୋପରେ ଐକ୍ୟ ପ୍ରତିଷ୍ଠା ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା ?
(i) ୱାରସ୍ ଚୁକ୍ତି
(ii ) ପ୍ୟାରିସ୍ ଚୁକ୍ତି
(iii) ବ୍ରସେଲ୍ସ ଚୁକ୍ତି
(iv) ଭର୍ସାଇ ଚୁକ୍ତି
Answer:
(iii) ବ୍ରସେଲ୍‌ ଚୁକ୍ତି

୩୧। କେବେ ପଶ୍ଚିମ ଇଉରୋପୀୟ ସଂଘ ଜନ୍ମ ନେଇଥିଲା ?
(i) ୧୯୪୨
(ii) ୧୯୪୫
(iii) ୧୯୪୮
(iv) ୧୯୪୯
Answer:
(iii) ୧୯୪୮

୩୨। ଦକ୍ଷିଣ -ପୂର୍ବ ଏସିଆରେ ରୁଷ୍ ଓ ସାମ୍ୟବାଦୀ ଚୀନ୍‌ର ପ୍ରଭାବକୁ ହ୍ରାସ କରିବା ନିମନ୍ତେ ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖ ଦିନ କାହା ନେତୃତ୍ୱରେ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ ଗଠିତ ହୋଇଥିଲା ?
(i) ସୋଭିଏତ୍ ରୁଷ୍
(ii) ସ୍ପେନ
(iii) ଇଟାଲୀ
(iv) ଯୁକ୍ତରାଷ୍ଟ୍ର ଆମେରିକା
Answer:
(iv) ଯୁକ୍ତରାଷ୍ଟ୍ର ଆମେରିକା

୩୩। ପାକିସ୍ତାନ କେଉଁ ସଂଗଠନର ସଦସ୍ୟ ଥିଲା ?
(i) ସିଆଟୋ
(ii) ୱାର୍‌ସ ଚୁକ୍ତି
(iii) ନାଟୋ
(iv) ବାଗ୍‌ଦାଦ୍ ଚୁକ୍ତି
Answer:
(i) ସିଆଟୋ

୩୪। କେବେ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନର ପରିସମାପ୍ତି ଘଟିଥିଲା ?
(i) ୧୯୭୦
(ii) ୧୯୭୨
(iii) ୧୯୭୫
(iv) ୧୯୭୬
Answer:
(iii) ୧୯୭୫

୩୫। ୧୯୫୫ ମସିହାରେ ଇରାକ୍‌ର ରାଜଧାନୀ ବାଗ୍‌ଦାଦ୍ୱାରେ କେଉଁ ଚୁକ୍ତି ସାକ୍ଷରିତ ହୋଇଥିଲା ?
(i) ୱାର୍‌ସ ଚୁକ୍ତି
(ii) ବାଗ୍‌ଦାଦ୍ ଚୁକ୍ତି
(iii) ଲଣ୍ଡନ ଚୁକ୍ତି
(iv) ନାଟୋ
Answer:
(ii) ବାଦ୍ ଚୁକ୍ତି

CHSE Odisha Class 12 Political Science Chapter 9 Objective Questions in Odia Medium

୩୬। ‘ନାଟୋ’ର ପୂରାନାମ କ’ଣ ?
(i) ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ
(ii) ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ
(iii) ବାଗ୍‌ଦାଦ୍ ଚୁକ୍ତି
(iv) ବ୍ରସେଲ୍ସ ଚୁକ୍ତି
Answer:
(i) ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ

୩୭। ‘ସିଆଟୋ’ର ପୂରାନାମ କ’ଣ ?
(i ) ବ୍ରସେଲ୍ସ ଚୁକ୍ତି
(ii) ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ
(iii) ୱାର୍‌ସ ଚୁକ୍ତି
(iv) ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ
Answer:
(iv) ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ

୩୮। ୧୯୫୮ ମସିହାରେ କେଉଁ ଦେଶ କେନ୍ଦ୍ରୀୟ ଚୁକ୍ତି ସଂଗଠନରେ ଯୋଗ ଦେଇଥିଲା ?
(i) ଜାପାନ
(ii) ଫ୍ରାନ୍ସ
(iii) ସୋଭିଏତ୍ ରୁଷ୍
(iv) ଯୁକ୍ତରାଷ୍ଟ୍ର ଆମେରିକା
Answer:
(iv) ଯୁକ୍ତରାଷ୍ଟ୍ର ଆମେରିକା

୩୯। କେଉଁ ଦେଶ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନର ସଭ୍ୟ ନୁହେଁ ?
(i) ଆଇସ୍‌ଲାଣ୍ଡ
(ii) ନରୱେ
(iii) ପର୍ତ୍ତୁଗାଲ
(iv) ନେଦରଲାଣ୍ଡ
Answer:
(iv) ନେଦରଲାଣ୍ଡ

CHSE Odisha Class 12 Political Science Chapter 9 Objective Questions in Odia Medium

୪୦। କେଉଁ ଦେଶ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନର ସଭ୍ୟ ନୁହେଁ ?
(i) ସୋଭିଏତ୍ ରୁଷ୍
(ii) ଫ୍ରାନ୍ସ
(iii) ବ୍ରିଟେନ୍
(iv) ଅଷ୍ଟ୍ରେଲିଆ
Answer:
(i) ସୋଭିଏତ୍ ରୁଷ୍

୪୧। ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନରେ କେତେଜଣ ସଭ୍ୟ ଥିଲେ ?
(i) ୬ ଜଣ
(ii) ୮ ଜଣ
(iii) ୧୦ ଜଣ
(iv) ୧୨ ଜଣ
Answer:
(ii) ୮ ଜଣ

୪୨। ୧୯୫୫ ମସିହା ମେ ୧ ତାରିଖରେ ପୋଲାଣ୍ଡର ରାଜଧାନୀଠାରେ କେଉଁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ?
(i) ବାଗ୍‌ଦାଦ୍ ଚୁକ୍ତି
(ii) କେନ୍ଦ୍ରୀୟ ଚୁକ୍ତି ସଂଗଠନ
(iii) ୱାର୍‌ସ ଚୁକ୍ତି
(iv) ବ୍ରସେଲ୍‌ ଚୁକ୍ତି
Answer:
(iii) ୱାର୍‌ସ ଚୁକ୍ତି

୪୩। ୱାର୍‌ସ ଚୁକ୍ତିରେ କେତୋଟି ରାଷ୍ଟ୍ର ଯୋଗ ଦେଇଥିଲେ ?
(i) ୮ଟି
(ii) ୧୫ଟି
(ii) ୧୬ଟି
(iv) ୧୮ଟି
Answer:
(i) ୮ଟି

୪୪। କେଉଁ ଦେଶ ନେତୃତ୍ୱରେ ୱାର୍‌ସ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ?
(i) ଯୁକ୍ତରାଷ୍ଟ୍ର ଆମେରିକା
(ii) ଫ୍ରାନ୍ସସ
(iii) ତୁର୍କୀ
(iv) ସୋଭିଏତ୍ ରୁଷ୍
Answer:
(iv) ସୋଭିଏତ୍ ରୁଷ୍

୪୫। କେଉଁ ଚୁକ୍ତିରେ ସ୍ବାକ୍ଷର କରିଥିବା ରାଷ୍ଟ୍ରମାନେ ପୁଞ୍ଜିବାଦୀ ରାଷ୍ଟ୍ରଙ୍କର ଆକ୍ରମଣକୁ ମିଳିତ ଭାବରେ ପ୍ରତିରୋଧ କରିବେ ବୋଲି ଘୋଷଣା କରିଥିଲେ ?
(i) ବାଗ୍‌ଦାଦ୍ ଚୁକ୍ତି
(ii) ୱାର୍‌ସ ଚୁକ୍ତି
(iii) ଲଣ୍ଡନ ଚୁକ୍ତି
(iv) ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି
Answer:
(ii) ୱାର୍‌ସ ଚୁକ୍ତି

CHSE Odisha Class 12 Political Science Chapter 9 Objective Questions in Odia Medium

୪୬। ୧୯୭୯ ମସିହାରେ କେଉଁ ଦେଶରେ ବିଦ୍ରୋହର ସୂତ୍ରପାତ ଘଟିଥିଲା ?
(i) ଇରାକ୍
(ii) ତୁର୍କୀ
(iii) ଇରାନ୍
(iv) ଥାଇଲାଣ୍ଡ
Answer:
(iii) ଇରାନ୍

୪୭। ଚୀନ୍-ଭିଏତନାମ ଯୁଦ୍ଧ କେବେ ସଂଘଟିତ ହୋଇଥିଲା ?
(i) ୧୯୭୨
(ii) ୧୯୭୫
(iii) ୧୯୭୮
(iv) ୧୯୭୯
Answer:
(iv) ୧୯୭୯

୪୮। ୧୯୭୯ ମସିହାରେ ଏଲ୍‌ ସାଲ୍‌ଭେଡ଼ର୍‌ରେ କେଉଁ ଦେଶର ସଂପୃକ୍ତି ଦେଖିବାକୁ ମିଳିଥିଲା ?
(i) ସୋଭିଏତ୍ ରୁଷ୍
(ii) ତୁର୍କୀ
(iii) ଫ୍ରାନ୍ସସ
(iv) ଯୁକ୍ତରାଷ୍ଟ୍ର ଆମେରିକା
Answer:
(iv) ଯୁକ୍ତରାଷ୍ଟ୍ର ଆମେରିକା

୪୯। ୧୯୭୯ ମସିହାରେ ଆଫଗାନିସ୍ଥାନରେ କେଉଁ ଦେଶର ସାମରିକ ହସ୍ତକ୍ଷେପ ଦେଖିବାକୁ ମିଳିଥିଲା ?
(i) ବ୍ରିଟେନ୍
(ii) ଇଟାଲୀ
(iii) ଜାପାନ
(iv) ସୋଭିଏତ୍ ରୁଷ୍
Answer:
(iv) ସୋଭିଏତ୍ ରୁଷ୍

CHSE Odisha Class 12 Political Science Chapter 9 Objective Questions in Odia Medium

୫୦। ସାନ୍ ସାଲଭେଡ଼ର୍‌ କେଉଁ ଦେଶର ରାଜଧାନୀ ?
(i) ଭିଏତନାମ
(ii) ଟ୍ଵିଟେମାଲା
(ii) ନାଇଜେରିଆ
(iv) ଏଲ୍ ସାଇଭେଡ଼ର୍‌
Answer:
(iv) ଏଲ୍ ସାଇଡ଼ର୍‌

୫୧। କେବେ ମିଖାଇଲ୍ ଗୋର୍ବାଚେଭ୍ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ପଦ ଅଳଙ୍କୃତ କରିଥିଲେ ?
(i) ୧୯୮୪
(ii) ୧୯୮୫
(iii) ୧୯୮୮
(iv) ୧୯୯୧
Answer:
(ii) ୧୯୮୫

୫୨। କେଉଁ ମସିହା ଜାତିସଂଘ ନିରସ୍ତ୍ରୀକରଣ ପାଇଁ ଅସ୍ଥାୟୀ ମିଶ୍ରିତ ଆୟୋଗ ଗଠନ କରିଥିଲା ?
(i) ୧୯୨୦
(ii) ୧୯୨୧
(iii) ୧୯୨୫
(iv) ୧୯୩୦
Answer:
(i) ୧୯୨୧

୫୩। ଲଣ୍ଡନ ନୌସେନା ସନ୍ଧି କେବେ ସ୍ବାକ୍ଷରିତ ହୋଇଥିଲା ?
(i) ୧୯୨୮
(ii) ୧୯୩୦
(iii) ୧୯୩୪
(iv) ୧୯୪୦
Answer:
(ii) ୧୯୩୦

୫୪। ଅଙ୍ଗୋ -ଜର୍ମାନ୍ ନୌସେନା ସନ୍ଧି କେବେ ସ୍ବାକ୍ଷରିତ ହୋଇଥିଲା ?
(i) ୧୯୩୦
(ii) ୧୯୩୨
(iii) ୧୯୩୪
(iv) ୧୯୩୫
Answer:
(iv) ୧୯୩୫

୫୫। ମିଳିତ ଜାତିସଂଘଦ୍ଵାରା ପରମ୍ପରାଗତ ଶସ୍ତ୍ର ଆୟୋଗ କେବେ ଗଠିତ ହୋଇଥିଲା ?
(i) ୧୯୪୫
(ii) ୧୯୪୬
(iii) ୧୯୪୭
(iv) ୧୯୫୦
Answer:
(iii) ୧୯୪୭

CHSE Odisha Class 12 Political Science Chapter 9 Objective Questions in Odia Medium

୫୬। ମିଳିତ ଜାତିସଂଘ କେବେ ନିରସ୍ତ୍ରୀକରଣ ଆୟୋଗ ଗଠନ କରିଥିଲା ?
(i) ୧୯୪୫
(ii) ୧୯୪୮
(iii) ୧୯୫୦
(iv) ୧୯୫୨
Answer:
(iv) ୧୯୫୨

୫୭। କେଉଁ ସମ୍ମିଳନୀରେ ଖୋଲା ଆକାଶ ଯୋଜନାର ପ୍ରସ୍ତାବ ରଖାଯାଇଥିଲା ?
(i) ଜେନେଭା ଶିଖର ସମ୍ମିଳନୀ
(ii) ଲଣ୍ଡନ ସମ୍ମିଳନୀ
(iii) ୱାଶିଂଟନ ସମ୍ମିଳନୀ
(iv) କାଇରୋ ସମ୍ମିଳନୀ
Answer:
(i) ଜେନେଭା ଶିଖର ସମ୍ମିଳନୀ

୫୮। ଆଣବିକ ପରୀକ୍ଷଣ ନିଷିଦ୍ଧ ସନ୍ଧି (NPT) କେବେ ସ୍ବାକ୍ଷରିତ ହୋଇଥିଲା ?
(i) ୧୯୫୯
(ii) ୧୯୬୨
(iii) ୧୯୬୩
(iv) ୧୯୭୦
Answer:
(iv) ୧୯୭୦

୫୯। SALT – 1 କେଉଁ ମସିହାରେ ସ୍ଵାକ୍ଷରିତ ହୋଇଥିଲା ?
(i) ୧୯୭୦
(ii) ୧୯୭୨
(iii) ୧୯୭୫
(iv) ୧୯୭୬
Answer:
(ii) ୧୯୭୨

CHSE Odisha Class 12 Political Science Chapter 9 Objective Questions in Odia Medium

B. ଶୂନ୍ୟସ୍ଥାନ ପୂରଣ କର ।

୧ । ________________ ମସିହାରେ ଜାତିସଂଘ ନିରସ୍ତ୍ରୀକରଣ ପାଇଁ ଅସ୍ଥାୟୀ ମିଶ୍ରିତ ଆୟୋଗ ଗଠନ କରିଥିଲା ।
Answer:
୧୯୨୧

୨ । ଲଣ୍ଡନ ନୌସେନା ସନ୍ଧି __________________ ମସିହାରେ ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୩୦

୩ । ଆଗ୍ଲୋ ଜର୍ମାନ୍ ନୌସେନା ସନ୍ଧି ________________ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।
Answer:
୧୯୩୫

୪। ମିଳିତ ଜାତିସଂଘଦ୍ୱାରା ପରମ୍ପରାଗତ ଶସ୍ତ୍ର ଆୟୋଗ ______________ ମସିହାରେ ଗଠିତ ହୋଇଥିଲା ।
Answer:
୧୯୪୭

୫। ମିଳିତ ଜାତିସଂଘଦ୍ବାରା ନିରସ୍ତ୍ରୀକରଣ ଆୟୋଗ ______________ ମସିହାରେ ଗଠିତ ହୋଇଥିଲା ।
Answer:
୧୯୫୨

୬। _______________ ସମ୍ମିଳନୀରେ ଖୋଲା ଆକାଶ ଯୋଜନାର ପ୍ରସ୍ତାବ ରଖୁଥିଲେ ?
Answer:
ଜେନେଭା ଶିଖର ସମ୍ମିଳନୀ

୭। ଆଣବିକ ପରୀକ୍ଷଣ ନିଷିଦ୍ଧ ସନ୍ଧି (NTBT) ______________ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।
Answer:
୧୯୬୩

୮ । ପରମାଣୁ ଅପ୍ରସାର ସନ୍ଧି (NPT) ________________ ମସିହାରେ କାର୍ଯ୍ୟକାରୀ ହୋଇଥିଲା ।
Answer:
୧୯୭୦

୯। SALT-I ______________ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।
Answer:
୧୯୭୨

CHSE Odisha Class 12 Political Science Chapter 9 Objective Questions in Odia Medium

୧୦। SALT – II _______________ ମସିହାରେ ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୭୯

୧୧। ________________ ମସିହାରେ START ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୯୦

୧୨। ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି (CTBT) _______________ ମସିହାରେ ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୯୬

୧୩ । ଭାରତ ଦ୍ବିତୀୟଥର ପାଇଁ _______________ ମସିହାରେ ପୋଖରାନ୍‌ରେ ଆଣବିକ ପରୀକ୍ଷା କରିଥିଲା ।
Answer:
୧୯୯୮

୧୪। ______________ ରାଷ୍ଟ୍ର ପ୍ରଥମେ CTBTରେ ସ୍ବାକ୍ଷର କରିଥିଲା ।
Answer:
ଯୁକ୍ତରାଷ୍ଟ୍ର ଆମେରିକା

୧୫୮ ବିଶ୍ଵ ଏଡ଼ସ୍ ଦିବସ ________________ ତାରିଖରେ ପାଳନ କରାଯାଇଥାଏ ।
Answer:
ଡିସେମ୍ବର ୧

୧୬ । ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ ________________ ତାରିଖରେ ପାଳନ କରାଯାଇଥାଏ ।
Answer:
ଅକ୍ଟୋବର ୧୭

୧୭। ________________ ଦିବସକୁ ମାନବିକ ଅଧିକାର ଦିବସ ରୂପେ ପାଳନ କରାଯାଇଥାଏ ।
Answer:
ଡିସେମ୍ବର ୧୦

୧୮ । ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ (WHO)ରେ ______________ ଜଣ ସଦସ୍ୟ ଅଛନ୍ତି ।
Answer:
୧୯୪

CHSE Odisha Class 12 Political Science Chapter 9 Objective Questions in Odia Medium

୧୯। ‘‘ଯଦି ସଭ୍ୟତା ଶସ୍ତ୍ରଗୁଡ଼ିକୁ ବିନାଶ କରିପାରିବ ନାହିଁ ତେବେ ଶସ୍ତ୍ର ସଭ୍ୟତାକୁ ବିନାଶ କରିବ ।’’ ଏହା ____________ ଉକ୍ତ ।
Answer:
ଲର୍ଡ଼ ଗ୍ରେ

C. ଭ୍ରମ ସଂଶୋଧନ କର ।

୧। ତାଂଶିଟନ୍‌ ସମ୍ମିଳନୀରେ ଖୋଲା ଆକାଶ ଯୋଜନାର ପ୍ରସ୍ତାବ ରଖାଯାଇଥିଲା ?
Answer:
ଜେନେଭା ଶିଖର ସମ୍ମିଳନୀ ସମ୍ମିଳନୀରେ ଖୋଲା ଆକାଶ ଯୋଜନାର ପ୍ରସ୍ତାବ ରଖାଯାଇଥିଲା ।

୨। ଆଣବିକ ପରୀକ୍ଷଣ ନିଷିଦ୍ଧ ସନ୍ଧି (NTBT) ୧୯୫୯ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।
Answer:
ଆଣବିକ ପରୀକ୍ଷଣ ନିଷିଦ୍ଧ ସନ୍ଧି (NTBT) ୧୯୬୩ ମସିହାରେ ସ୍ବାକ୍ଷରିତ ହୋଇଥିଲା ।

୩। ପରମାଣୁ ଅପ୍ରସାର ସନ୍ଧି (NPT) ୧୯୬୫ ମସିହାରେ କାର୍ଯ୍ୟକାରୀ ହୋଇଥିଲା ।
Answer:
ପରମାଣୁ ଅପ୍ରସାର ସନ୍ଧି (NPT) ୧୯୭୦ ମସିହାରେ କାର୍ଯ୍ୟକାରୀ ହୋଇଥିଲା ।

୪। SALT – 1 ୧୯୭୫ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।
Answer:
SALT – 1 ୧୯୭୨ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।

୫ | SALT – II ୧୯୭୦ ମସିହାରେ ସ୍ବାକ୍ଷରିତ ହୋଇଥିଲା ।
Answer:
SALT – II ୧୯୭୯ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।

CHSE Odisha Class 12 Political Science Chapter 9 Objective Questions in Odia Medium

୬ | ୧୯୨୦ ମସିହାରେ ଜାତିସଂଘ ନିରସ୍ତ୍ରୀକରଣ ପାଇଁ ଅସ୍ଥାୟୀ ମିଶ୍ରିତ ଆୟୋଗ ଗଠନ କରିଥିଲା ।
Answer:
୧୯୨୧ ମସିହାରେ ଜାତିସଂଘ ନିରସ୍ତ୍ରୀକରଣ ପାଇଁ ଅସ୍ଥାୟୀ ମିଶ୍ରିତ ଆୟୋଗ ଗଠନ କରିଥିଲା ।

୭ । ଲଣ୍ଡନ ନୌସେନା ସନ୍ଧି ୧୯୨୮ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।
Answer:
ଲଣ୍ଡନ ନୌସେନା ସନ୍ଧି ୧୯୩୦ ମସିହାରେ ସ୍ବାକ୍ଷରିତ ହୋଇଥିଲା ।

୮। ଆଗ୍ଲୋ ଜର୍ମାନ୍ ନୌସେନା ସନ୍ଧି ୧୯୩୪ ମସିହାରେ ସ୍ବାକ୍ଷରିତ ହୋଇଥିଲା ।
Answer:
ଆଗ୍ଲୋ ଜର୍ମାନ୍ ନୌସେନା ସନ୍ଧି ୧୯୩୫ ମସିହାରେ ସ୍ବାକ୍ଷରିତ ହୋଇଥିଲା ।

୯ । ମିଳିତ ଜାତିସଂଘଦ୍ଵାରା ପରମ୍ପରାଗତ ଶସ୍ତ୍ର ଆୟୋଗ ୧୯୪୬ ମସିହାରେ ଗଠିତ ହୋଇଥିଲା ।
Answer:
ମିଳିତ ଜାତିସଂଘଦ୍ଵାରା ପରମ୍ପରାଗତ ଶସ୍ତ୍ର ଆୟୋଗ ୧୯୪୭ ମସିହାରେ ଗଠିତ ହୋଇଥିଲା ।

୧୦ । ମିଳିତ ଜାତିସଂଘ ୧୯୪୫ ମସିହାରେ ନିରସ୍ତ୍ରୀକରଣ ଆୟୋଗ ଗଠନ କରିଥିଲା ।
Answer:
ମିଳିତ ଜାତିସଂଘ ୧୯୫୨ ମସିହାରେ ନିରସ୍ତ୍ରୀକରଣ ଆୟୋଗ ଗଠନ କରିଥିଲା ।

୧୧। ୧୯୯୨ ମସିହାରେ START ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୯୦ ମସିହାରେ START ସ୍ବାକ୍ଷରିତ ହୋଇଥିଲା ।

୧୨ । ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି (CTBT) ୧୯୯୦ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।
Answer:
ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି (CTBT) ୧୯୯୬ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।

୧୩। ଭାରତ ଦ୍ଵିତୀୟ ଥରପାଇଁ ୧୯୯୬ ମସିହାରେ ପୋଖରାନ୍‌ରେ ଆଣବିକ ପରୀକ୍ଷା କରିଥିଲେ ।
Answer:
ଭାରତ ଦ୍ବିତୀୟ ଥରପାଇଁ ୧୯୯୮ ମସିହାରେ ପୋଖରାନ୍‌ରେ ଆଣବିକ ପରୀକ୍ଷା କରିଥିଲେ ।

୧୪। ଋଷିଆ ପ୍ରଥମେ CTBTରେ ସ୍ଵାକ୍ଷର କରିଥିଲା ।
Answer:
ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମେ CTBTରେ ସ୍ବାକ୍ଷର କରିଥିଲା ।

୧୫ । ବିଶ୍ବ ଏଡ଼ସ୍ ଦିବସ ଡିସେମ୍ବର ୧୨ ତାରିଖରେ ପାଳନ କରାଯାଇଥାଏ ।
Answer:
ବିଶ୍ବ ଏଡ଼ସ୍ ଦିବସ ଡିସେମ୍ବର ୧ ତାରିଖରେ ପାଳନ କରାଯାଇଥାଏ ।

CHSE Odisha Class 12 Political Science Chapter 9 Objective Questions in Odia Medium

୧୬ । ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ ଅକ୍ଟୋବର ୫ ତାରିଖରେ ପାଳନ କରାଯାଇଥାଏ ।
Answer:
ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ ଅକ୍ଟୋବର ୧୭ ତାରିଖରେ ପାଳନ କରାଯାଇଥାଏ ।

୧୭ । ମାର୍ଚ୍ଚ ୩ ତାରିଖକୁ ମାନବିକ ଅଧିକାର ଦିବସ ରୂପେ ପାଳନ କରାଯାଇଥାଏ ।
Answer:
ଡିସେମ୍ବର ୧୦ ତାରିଖକୁ ମାନବିକ ଅଧିକାର ଦିବସ ରୂପେ ପାଳନ କରାଯାଇଥାଏ ।

୧୮ । ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ (WHO)ରେ ୧୯୬ ଜଣ ସଦସ୍ୟ ଅଛନ୍ତି ।
Answer:
ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ (WHO)ରେ ୧୯୪ଜଣ ସଦସ୍ୟ ଅଛନ୍ତି ।

୧୯। “‘ଯଦି ସଭ୍ୟତା ଶସ୍ତ୍ରଗୁଡ଼ିକୁ ବିନାଶ କରିପାରିବ ନାହିଁ ତେବେ ଶସ୍ତ୍ର ସଭ୍ୟତାକୁ ବିନାଶ କରିବ ।’’ ଏହା ଜବାହାରଲାଲ ନେହେରୁଙ୍କର ଉକ୍ତି ।
Answer:
‘ଯଦି ସଭ୍ୟତା ଶସ୍ତ୍ରଗୁଡ଼ିକୁ ବିନାଶ କରିପାରିବ ନାହିଁ ତେବେ ଶସ୍ତ୍ର ସଭ୍ୟତାକୁ ବିନାଶ କରିବ ।’’ ଏହା ଲର୍ଡ଼ ଗ୍ରେଙ୍କର ଉକ୍ତି ।

D. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

୧। କେଉଁ ମସିହାରେ ଜାତିସଂଘ ନିରସ୍ତ୍ରୀକରଣ ପାଇଁ ଅସ୍ଥାୟୀ ମିଶ୍ରିତ ଆୟୋଗ ଗଠନ କରିଥିଲା ?
Answer:
୧୯୨୧ ମସିହାରେ ଜାତିସଂଘ ନିରସ୍ତ୍ରୀକରଣ ପାଇଁ ଅସ୍ଥାୟୀ ମିଶ୍ରିତ ଆୟୋଗ ଗଠନ କରିଥିଲା ।

୨। ଲଣ୍ଡନ ନୌସେନା ସନ୍ଧି କେବେ ସ୍ବାକ୍ଷରିତ ହୋଇଥିଲା ?
Answer:
ଲଣ୍ଡନ ନୌସେନା ସନ୍ଧି ୧୯୩୦ ମସିହାରେ ସ୍ବାକ୍ଷରିତ ହୋଇଥିଲା ।

୩ ଆଗ୍ଲୋ ଜର୍ମାନ୍ ନୌସେନା ସନ୍ଧି କେବେ ସ୍ବାକ୍ଷରିତ ହୋଇଥିଲା ?
Answer:
ଆଗ୍ଲୋ ଜର୍ମାନ୍ ନୌସେନା ସନ୍ଧି ୧୯୩୫ ସ୍ବାକ୍ଷରିତ ହୋଇଥିଲା ।

CHSE Odisha Class 12 Political Science Chapter 9 Objective Questions in Odia Medium

୪ । ମିଳିତ ଜାତିସଂଘଦ୍ଵାରା ପରମ୍ପରାଗତ ଶସ୍ତ୍ର ଆୟୋଗ କେବେ ଗଠିତ ହୋଇଥିଲା ?
Answer:
ମିଳିତ ଜାତିସଂଘଦ୍ୱାରା ପରମ୍ପରାଗତ ଶସ୍ତ୍ର ଆୟୋଗ ୧୯୪୭ ମସିହାରେ ଗଠିତ ହୋଇଥିଲା ।

୫। ମିଳିତ ଜାତିସଂଘ କେବେ ନିରସ୍ତ୍ରୀକରଣ ଆୟୋଗ ଗଠନ କରିଥିଲା ?
Answer:
ମିଳିତ ଜାତିସଂଘ ୧୯୫୨ ମସିହାରେ ନିରସ୍ତ୍ରୀକରଣ ଆୟୋଗ ଗଠନ କରିଥିଲା ।

୬ । କେଉଁ ସମ୍ମିଳନୀରେ ଖୋଲା ଆକାଶ ତଳେ ଯୋଜନାର ପ୍ରସ୍ତାବ ରଖାଯାଇଥିଲା ?
Answer:
ଜେନେଭା ଶିଖର ସମ୍ମିଳନୀରେ ଖୋଲା ଆକାଶ ତଳେ ଯୋଜନାର ପ୍ରସ୍ତାବ ରଖାଯାଇଥିଲା ।

୭ । ଆଣବିକ ପରୀକ୍ଷଣ ନିଷିଦ୍ଧ ସନ୍ଧି (NIBT) କେବେ ସ୍ବାକ୍ଷରିତ ହୋଇଥିଲା ?
Answer:
ଆଣବିକ ପରୀକ୍ଷଣ ନିଷିଦ୍ଧ ସନ୍ଧି (NTBT) ୧୯୬୩ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।

୮| ପରମାଣୁ ଅପ୍ରସାର ସନ୍ଧି (NPT) କେଉଁ ମସିହାରେ କାର୍ଯ୍ୟକାରୀ ହୋଇଥିଲା ?
Answer:
ପରମାଣୁ ଅପ୍ରସାର ସନ୍ଧି (NPT) ୧୯୭୦ ମସିହାରେ କାର୍ଯ୍ୟକାରୀ ହୋଇଥିଲା ।

୯। SALT – 1 କେଉଁ ମସିହାରେ ସ୍ଵାକ୍ଷରିତ ହୋଇଥିଲା ?
Answer:
SALT – 1 ୧୯୭୨ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।

୧୦ । SALT – II କେଉଁ ମସିହାରେ ସ୍ବାକ୍ଷରିତ ହୋଇଥିଲା ?
Answer:
SALT – II ୧୯୭୯ ମସିହାରେ ସ୍ବାକ୍ଷରିତ ହୋଇଥିଲା ।

୧୧ । କେଉଁ ମସିହାରେ START ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୯୦ ମସିହାରେ START ସ୍ବାକ୍ଷରିତ ହୋଇଥିଲା ।

୧୨ । ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି (CTBT) କେଉଁ ମସିହାରେ ସ୍ଵାକ୍ଷରିତ ହୋଇଥିଲା ?
Answer:
ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି (CTBT) ୧୯୯୬ ମସିହାରେ ସ୍ବାକ୍ଷରିତ ହୋଇଥିଲା ।

୧୩। ଭାରତ ଦ୍ଵିତୀୟ ଥରପାଇଁ କେଉଁ ମସିହାରେ ପୋଖରାନ୍‌ରେ ଆଣବିକ ପରୀକ୍ଷା କରିଥିଲା ?
Answer:
ଭାରତ ଦ୍ଵିତୀୟ ଥରପାଇଁ ୧୯୯୮ ମସିହାରେ ପୋଖରାନ୍‌ରେ ଆଣବିକ ପରୀକ୍ଷା କରିଥିଲା ।

୧୪ । କେଉଁ ରାଷ୍ଟ୍ର ପ୍ରଥମେ CTBTରେ ସ୍ବାକ୍ଷର କରିଥିଲା ?
Answer:
ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମେ CTBTରେ ସ୍ବାକ୍ଷର କରିଥିଲା ।

CHSE Odisha Class 12 Political Science Chapter 9 Objective Questions in Odia Medium

୧୫ । ବିଶ୍ୱ ଏଡ଼ସ୍ ଦିବସ କେଉଁ ମାସରେ ପାଳନ କରାଯାଇଥାଏ ?
Answer:
ବିଶ୍ଵ ଏଡ଼ସ୍ ଦିବସ ଡିସେମ୍ବର ୧ ତାରିଖରେ ପାଳନ କରାଯାଇଥାଏ ।

୧୬ । ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ କେବେ ପାଳନ କରାଯାଇଥାଏ ?
Answer:
ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ ଅକ୍ଟୋବର ୧୭ ତାରିଖ ପାଳନ କରାଯାଇଥାଏ ।

୧୭ । କେଉଁ ଦିବସକୁ ମାନବିକ ଅଧିକାର ଦିବସ ରୂପେ ପାଳନ କରାଯାଇଥାଏ ?
Answer:
ଡିସେମ୍ବର ୧୦ ଦିବସକୁ ମାନବିକ ଅଧିକାର ଦିବସ ରୂପେ ପାଳନ କରାଯାଇଥାଏ ।

୧୮ । ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ (WHO)ରେ କେତେଜଣ ସଦସ୍ୟ ଅଛନ୍ତି ?
Answer:
ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ (WHO)ରେ ୧୯୪ଜଣ ସଦସ୍ୟ ଅଛନ୍ତି ।

୧୯ । ‘‘ଯଦି ସଭ୍ୟତା ଶସ୍ତ୍ରଗୁଡ଼ିକୁ ବିନାଶ କରିପାରିବ ନାହିଁ ତେବେ ଶସ୍ତ୍ର ସଭ୍ୟତାକୁ ବିନାଶ କରିବ ।’? ଏହା କାହାର ଉକ୍ତି ?
Answer:
‘ଯଦି ସଭ୍ୟତା ଶସ୍ତ୍ରଗୁଡ଼ିକୁ ବିନାଶ କରିପାରିବ ନାହିଁ ତେବେ ଶସ୍ତ୍ର ସଭ୍ୟତାକୁ ବିନାଶ କରିବ ।’’ ଏହା ଲର୍ଡ଼ ଗ୍ରେଙ୍କର ଉକ୍ତି ।

୨୦ । ଶୀତଳ ଯୁଦ୍ଧ ଯୋଗୁଁ ପୃଥ‌ିବୀ କେଉଁ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଥିଲା ?
Answer:
ଶୀତଳ ଯୁଦ୍ଧ ଯୋଗୁଁ ପୃଥ‌ିବୀ ସାମ୍ୟବାଦୀ ଗୋଷ୍ଠୀ ଓ ପୁଞ୍ଜିବାଦୀ ଗୋଷ୍ଠୀ ନାମକ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଥିଲା ।

୨୧ । ଶୀତଳ ଯୁଦ୍ଧ କିପରି ଏକ ନୂତନ ପ୍ରଯୁକ୍ତି ବିଦ୍ୟାର ଯୁଗ ଆରମ୍ଭ କରିଥିଲା ?
Answer:
ଶୀତଳ ଯୁଦ୍ଧ ଯୋଗୁଁ ସୋଭିଏତ୍ ରୁଷ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ମହାକାଶ ଗବେଷଣା, ଚନ୍ଦ୍ରପୃଷ୍ଠରେ ମାନବର ଅବତରଣ ଏବଂ ବିଜ୍ଞାନ ଓ କାରିଗରୀ ବିଦ୍ୟାର ପ୍ରତିଯୋଗିତାମୂଳକ ଉନ୍ନତି ଏକ ନୂତନ ପ୍ରଯୁକ୍ତି – ବିଦ୍ୟାର ଯୁଗ ଆରମ୍ଭ କରିଥିଲା ।

୨୨ । ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ କେବେ ସ୍ବାକ୍ଷରିତ ହୋଇଥିଲା ?
Answer:
ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ ଏପ୍ରିଲ୍ ୪, ୧୯୪୯ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।

CHSE Odisha Class 12 Political Science Chapter 9 Objective Questions in Odia Medium

୨୩ । କେବେ ଲଣ୍ଡନଠାରେ ପଶ୍ଚିମ ଇଉରୋପୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବୁଝାମଣା ନିମନ୍ତେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା ?
Answer:
୧୯୫୪ ମସିହା ସେପ୍ଟେମ୍ବର ୨୮ ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଲଣ୍ଡନଠାରେ ପଶ୍ଚିମ ଇଉରୋପୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବୁଝାମଣା ନିମନ୍ତେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

୨୪ । କେଉଁସବୁ ରାଷ୍ଟ୍ରଙ୍କ ମଧ୍ୟରେ ଆନ୍‌ସ୍ ରାଜିନାମା ସ୍ଵାକ୍ଷରିତ ହୋଇଥିଲା ?
Answer:
ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆନ୍‌ସ୍ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।

୨୫ । ବାଗ୍‌ଦାଦ୍ ଚୁକ୍ତିର ପରିବର୍ତ୍ତିତ ନାମ କ’ଣ ?
Answer:
ବାଗ୍‌ଦାଦ୍ ଚୁକ୍ତିର ପରିବର୍ତ୍ତିତ ନାମ କେନ୍ଦ୍ରୀୟ ଚୁକ୍ତି ସଂଗଠନ ।

୨୬ । ୱାରସ୍ ଚୁକ୍ତି କେବେ ଓ କେଉଁଠାରେ ସମ୍ପାଦିତ ହୋଇଥିଲା ?
Answer:
ୱାରସ୍ ଚୁକ୍ତି ୧୯୫୫ ମସିହା ମେ ମାସ ୧ ତାରିଖରେ ପୋଲାଣ୍ଡର ରାଜଧାନୀ ୱାରସ୍ଠାରେ ସମ୍ପାଦିତ ହୋଇଥିଲା ।

୨୭ । କେଉଁ ମସିହାରେ ଦୈତାର ସହସା ଅବସାନ ଘଟିଲା ?
Answer:
୧୯୭୯ ମସିହାରେ ଦୈତାର ସହସା ଅବସାନ ଘଟିଲା ।

୨୮ । ମିଖାଇଲ୍ ଗୋର୍ବାଚେଭ୍ କେବେ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ହେଲେ ?
Answer:
ମିଖାଇଲ୍ ଗୋର୍ବାଚୋଭ୍ ୧୯୮୫ ମସିହାରେ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ହେଲେ ।

୨୯ । ଶୀତଳ ଯୁଦ୍ଧର ଅବସାନ ହେଲା ବୋଲି କେଉଁ ଦୁଇ ଜଣ ଘୋଷଣା କଲେ ?
Answer:
ଆମେରିକାର ରାଷ୍ଟ୍ରପତି ଜର୍ଜ ବୁଶ୍ ଓ କେନ୍ଦ୍ର ରୁଷ୍ମମଣ୍ଡଳର ରାଷ୍ଟ୍ରପତି ବୋରିସ୍ ୟେଲସିନ୍ ଶୀତଳ ଯୁଦ୍ଧର ଅବସାନ ହେଲା ବୋଲି ଘୋଷଣା କରିଥିଲେ ।

E. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଶବ୍ଦରେ ଲେଖ ।

୧। କେଉଁ ମସିହାରେ ଜାତିସଂଘ ନିରସ୍ତ୍ରୀକରଣ ପାଇଁ ଅସ୍ଥାୟୀ ମିଶ୍ରିତ ଆୟୋଗ ଗଠନ କରିଥିଲା ?
Answer:
୧୯୨୧

୨। ଲଣ୍ଡନ ନୌସେନା ସନ୍ଧି କେଉଁ ମସିହାରେ ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୩୦

୩। ଆଗ୍ଲୋ ଜର୍ମାନ୍ ନୌସେନା ସନ୍ଧି କେଉଁ ମସିହାରେ ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୩୫

୪। ମିଳିତ ଜାତିସଂଘଦ୍ଵାରା ପରମ୍ପରାଗତ ଶସ୍ତ୍ର ଆୟୋଗ କେବେ ଗଠିତ ହୋଇଥିଲା ?
Answer:
୧୯୪୭

୫। ମିଳିତ ଜାତିସଂଘ କେବେ ନିରସ୍ତ୍ରୀକରଣ ଆୟୋଗ ଗଠନ କରିଥିଲା ?
Answer:
୧୯୫୨

CHSE Odisha Class 12 Political Science Chapter 9 Objective Questions in Odia Medium

୬ । କେଉଁ ସମ୍ମିଳନୀରେ ଖୋଲା ଆକାଶ ତଳେ ଯୋଜନାର ପ୍ରସ୍ତାବ ରଖାଯାଇଥିଲା ?
Answer:
ଜେନେଭା ଶିଖର ସମ୍ମିଳନୀ

୭ । ଆଣବିକ ପରୀକ୍ଷଣ ନିଷିଦ୍ଧ ସନ୍ଧି (NIBT) କେବେ ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୬୩

୮ । ପରମାଣୁ ଅପ୍ରସାର ସନ୍ଧି (NPT) କେଉଁ ମସିହାରେ କାର୍ଯ୍ୟକାରୀ ହୋଇଥିଲା ?
Answer:
୧୯୭୦

୯ । SALT – 1 କେଉଁ ମସିହାରେ ସ୍ଵାକ୍ଷରିତ ହୋଇଥିଲା ?
Answer:
୧୯୭୨

୧୦ SALT – II କେଉଁ ମସିହାରେ ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୭୯

୧୧ । କେଉଁ ମସିହାରେ START ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୯୦

୧୨ ।ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ସନ୍ଧି (CTBT) କେଉଁ ମସିହାରେ ସ୍ଵାକ୍ଷରିତ ହୋଇଥିଲା ?
Answer:
୧୯୯୬

୧୩ । ଭାରତ ଦ୍ଵିତୀୟ ଥରପାଇଁ କେଉଁ ମସିହାରେ ପୋଖରାନ୍‌ରେ ଆଣବିକ ପରୀକ୍ଷା କରିଥିଲା ?
Answer:
୧୯୯୮

୧୪ । କେଉଁ ରାଷ୍ଟ୍ର ପ୍ରଥମେ CTBTରେ ସ୍ୱାକ୍ଷର କରିଥିଲା ?
Answer:
ଯୁକ୍ତରାଷ୍ଟ୍ର ଆମେରିକା

୧୫ । ବିଶ୍ୱ ଏଡ଼ସ୍ ଦିବସ କେଉଁ ଦିନରେ ପାଳନ କରାଯାଇଥାଏ ?
Answer:
ଡିସେମ୍ବର ୧ ତାରିଖ

CHSE Odisha Class 12 Political Science Chapter 9 Objective Questions in Odia Medium

୧୬ । ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ କେବେ ପାଳନ କରାଯାଇଥାଏ ?
Answer:
ଅକ୍ଟୋବର ୧୭ ତାରିଖ

୧୭। କେଉଁ ଦିବସକୁ ମାନବିକ ଅଧିକାର ଦିବସ ରୂପେ ପାଳନ କରାଯାଇଥାଏ ?
Answer:
ଡିସେମ୍ବର ୧୦ ତାରିଖ

୧୮। ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ (WHO)ରେ କେତେଜଣ ସଦସ୍ୟ ଅଛନ୍ତି ?
Answer:
୧୯୪

୧୯ ।‘‘ଯଦି ସଭ୍ୟତା ଶସ୍ତ୍ରଗୁଡ଼ିକୁ ବିନାଶ କରିପାରିବ ନାହିଁ ତେବେ ଶସ୍ତ୍ର ସଭ୍ୟତାକୁ ବିନାଶ କରିବ ।’’ ଏହା କାହାର ଉକ୍ତି ?
Answer:
ଲର୍ଡ଼ ଗ୍ରେ ।