BSE Odisha 10th Class Odia Solutions Chapter 1 କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

Odisha State Board BSE Odisha 10th Class Odia Solutions Chapter 1 କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର Textbook Exercise Questions and Answers.

BSE Odisha Class 10 Odia Solutions Chapter 1 କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ନିମ୍ନ ଶବ୍ଦଗୁଡ଼ିକର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ । ରୋଚକ, ବୁଦ୍ଧିମାନ, ପ୍ରଶଂସା, ଆସକ୍ତ, ଛଦ୍ମ,
Answer:

ଶବ୍ଦ ବିସରାତ ଶବ୍ଦ ଲେଖ
ରୋଗକ ଅରୋଚକ
ବୁଦ୍ଧିମାନ ରୁଦ୍ଧିହାନ/ନିର୍ଚୁଦ୍ଧିଆ
ପ୍ରଙ୍ଗସା ନିନ୍ଦା
ଆସକ୍ତ ଅନ୍ୟସକ୍ତ
ଛଦ୍ୱ ପ୍ରକାଶ
ହସିବା କାଢିବା

Question ୨ ।
ସନ୍ଧିବିଚ୍ଛେଦ କୁର :
ଦୁରାରୋଗ୍ୟ, ପୈତୃକ, ଉତ୍ତରାଧ୍ୟାକାରୀ, ଅଭିଷେକୋତ୍ସବ, ସୁଧାକର, ସମାଲୋଚନା
Answer:
ଦୁରାରେ।ବ୍ୟ = ଦୁଃ + ଆରୋଗ୍ୟ
ପୈତୃକ = ପିତୃ + ଇକ
ଉତ୍ତରାଧିକାରୀ = ଉତ୍ତର + ଅଧିକାରୀ
ଅଭିଷେକୋତ୍ସବ = ଅଭିଷେକ + ଉତ୍ସବ
ସୁଧାକର = ସୁଧା + ଆକର
ସମାଲୋଚନା = ସମ୍ + ଆଲୋଚନା

BSE Odisha 10th Class Hindi Solutions Chapter 1 କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

Question ୩ ।
କାନ୍ତି ଲଗାଇ ଆଉ ପାଞ୍ଚଗୋଟି ଶବ୍ଦ ଲେଖ:
Answer:
ସୂର୍ଯ୍ୟକାନ୍ତି, ଚନ୍ଦ୍ରକାନ୍ତି, ସ୍ଵର୍ଣ୍ଣକାଣ୍ଡ, ରୌପ୍ୟକାନ୍ତ, ସୁକାନ୍ତି

Question ୪ ।
ଏହିପରି କ’ଣ ହେବ ଲେଖ :
ନିତ୍ୟ + ଆନନ୍ଦ = ନିତ୍ୟାନନ୍ଦ।
ସତ୍ୟ + ଆନନ୍ଦ
ପୂର୍ବ + ଆନନ୍ଦ
ଭୈରବ + ଆନନ୍ଦ
ବ୍ରହ୍ମ + ଆନନ୍ଦ
Answer:
ସତ୍ୟ + ଆନନ୍ଦ = ସତ୍ୟାନନ୍ଦ
ରସ + ଆନନ୍ଦ = ରସାନନ୍ଦ
ପୂର୍ଣ୍ଣ + ଆନନ୍ଦ = ପୂର୍ଣାନନ୍ଦ
ଭୈରବ + ଆନନ୍ଦ = ଭୌରଚନନ୍ଦ
ବ୍ରହ୍ମ + ଆନନ୍ଦ = ବ୍ରହ୍ମାନନ୍ଦ

Question ୫ ।
ଗୌରଚନ୍ଦ୍ର ଭଳି ଚନ୍ଦ୍ର ଲଗାଇ ପାଞ୍ଚଗୋଟି ଶବ୍ଦ ଲେଖ।
Answer:
ପୂର୍ଣ୍ଣଚନ୍ଦ୍ର, ହରିଶ୍ଚନ୍ଦ୍ର, ଗୋପାଳଚନ୍ଦ୍ର, କୃଷ୍ଣଚନ୍ଦ୍ର, ଶ୍ରୀଚନ୍ଦ୍ର

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୬ ।
କାନ୍ତକବିଙ୍କ ନାମ ଲକ୍ଷ୍ମୀକାନ୍ତ ରଖାଯାଇଥିଲା କାହିଁକି?
Answer:
କାନ୍ତକବି ମାଣବସା ଗୁରୁବାର ଦିନ ଜନ୍ମଗ୍ରହଣ କରିଥିବାରୁ ତାଙ୍କ ନାମ ଲକ୍ଷ୍ମୀକାନ୍ତ ରଖାଯାଇଥିଲା ।

Question ୭।
କାନ୍ତକବିଙ୍କ ପୈତୃକ ଗ୍ରାମ ନାମ କ’ଣ?
Answer:
କାନ୍ତକବିଙ୍କ ପୈତୃକ ଗ୍ରାମ ନାମ ତାଳପତା

Question ୮।
ଲକ୍ଷ୍ମୀକାନ୍ତଙ୍କ ପିତାଙ୍କ ନାମ କ’ଣ ଓ ସେ କେଉଁ ବୃଷ୍ଟି ଅବଲମ୍ବନ କରୁଥିଲେ?
Answer:
ଲକ୍ଷ୍ମୀକାନ୍ତଙ୍କ ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଓ ସେ ଓକିଲାତି ବୃତ୍ତି ଅବଲମ୍ବନ କରୁଥିଲେ।

Question ୯ ।
କବିତାଲେଖା ପାଇଁ ଲକ୍ଷ୍ମୀକାନ୍ତ କାହାର ଶ୍ରଦ୍ଧାଭାଜନ ହୋଇଥିଲେ ?
Answer:
କବିତାଲେଖା ପାଇଁ ଲକ୍ଷକାନ୍ତ ରେଭେନ୍ସା ଛ। ତ୍ର।ବାସର ଉତ୍କଳମଣି ଗୋପବଷ୍ଣୁ ଦାସଙ୍କର ଶ୍ରାଦ୍ଧି।ଭାବନ ହୋଇଥିଲେ।

BSE Odisha 10th Class Hindi Solutions Chapter 1 କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

Question ୧୦ ।
ଲକ୍ଷ୍ମୀକାନ୍ତଙ୍କ ମାତାଙ୍କ ନାମ କ’ଣ ?
Answer:
ଲକ୍ଷ୍ମୀକାନ୍ତଙ୍କ ମାତାଙ୍କ ନାମ ରାଧାମଣି।

Question ୧୧ ।
ଲକ୍ଷ୍ମୀକାନ୍ତ ବି.ଏ. ପଢ଼ିବାପାଇଁ କଲିକତାର କେଉଁ କଲେଜରେ ନାମ ଲେଖାଇଥିଲେ?
Answer:
ଲକ୍ଷ୍ମୀକାନ୍ତ ବି.ଏ. ପଢ଼ିବାପାଇଁ କଲିକତାର ରିପନ୍ କଲେଜରେ ନାମ ଲେଖାଇଥିଲେ ।

Question ୧୨ ।
ରେଭେନ୍ସା ମହାବିଦ୍ୟାଳୟର ଲକ୍ଷ୍ମୀକାନ୍ତ କେଉଁ ନାଟକରେ ଅଭିନୟ କରିଥିଲେ ?
Answer:
ରେଭେନ୍ସା ମହାବିଦ୍ୟାଳୟରେ ଲକ୍ଷ୍ମୀକାନ୍ତ ‘କାଞ୍ଚିକାବେରୀ’ ନାଟକରେ ଅଭିନୟ କରିଥିଲେ।

Question ୧୩ ।
କେଉଁଠାରେ ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ରୂପେ ଅଭିହିତ କରାଯାଇଥିଲା ?
Answer:
୧୯୩୪ ମସିହାରେ ଭଦ୍ରକ ହାଇସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା କରାଯାଇ ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ରୂପେ ଅଭିହିତ କରାଯାଇଥିଲା ।

Question ୧୪ ।
ଛାତ୍ରାବସ୍ଥାରେ ଲକ୍ଷ୍ମୀକାନ୍ତ ଲେଖାଲେଖ୍ ପାଇଁ କେଉଁ ପତ୍ରିକାର ସମ୍ପାଦକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ?
Answer:
ଛାତ୍ରାବସ୍ଥାରେ ଲକ୍ଷ୍ମୀକାନ୍ତ ଲେଖାଲେଖୁ ପାଇଁ ‘ମୁକୁର’ ପତ୍ରିକାର ସମ୍ପାଦକ ବ୍ରଜସୁନ୍ଦର ଦାସ ଓ ‘ଉତ୍କଳ ସାହିତ୍ୟ’ ପତ୍ରିକାର ସମ୍ପାଦକ ବିଶ୍ଵନାଥ କରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Question ୮୫ ।
କାନ୍ତକବିଙ୍କ କୁଳଗୁରୁଙ୍କ ନାମ କ’ଣ?
Answer:
କାନ୍ତକଚ୍ ଙ୍କ କୁଳଗୁରୁଙ୍କ ନାମ ବାବାଜା ରାମବାସୀ

Question ୧୬ ।
ଲକ୍ଷ୍ମୀକାନ୍ତଙ୍କ ଇଷ୍ଟଦେବତା କିଏ ?
Answer:
ଲକ୍ଷ୍ମୀକାନ୍ତଙ୍କ ଇଷ୍ଟଦେବତା ଗୋପୀନାଥ।

BSE Odisha 10th Class Hindi Solutions Chapter 1 କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

Question ୧୭ ।
‘ବନ୍ଦେ ଉତ୍କଳ ଜନନୀ’ କବିତା ଉତ୍କଳ ସମ୍ମିଳନୀର କେଉଁଠିକା ଅଧିବେଶନରେ ଗାନ କରାଯାଇଥିଲା ?
Answer:
‘ବନ୍ଦେ ଉତ୍କଳ ଜନନୀ’ କବିତା ୧୯୧୨ ମସିହାରେ ଉତ୍କଳ ସମ୍ମିଳନୀ ଅଧ‌ିବେଶନରେ ଗାନ କରାଯାଇଥିଲା।

Question ୧୮ ।
ଲକ୍ଷ୍ମୀକାନ୍ତ ଭଦ୍ରକରେ ସ୍ଥାପନ କରିଥିବା ପ୍ରେସ୍‌ର ନାମ କ’ଣ?
Answer:
ଲକ୍ଷ୍ମୀକାନ୍ତ ଭଦ୍ରକରେ ସ୍ଥାପନ କରିଥିବା ପ୍ରେସ୍‌ର ନାମ ଗୋପିନାଥ ପ୍ରେସ୍ ।

Question ୧୯ ।
‘ଡଗର’ ପ୍ରକାଶନ କଟକର ପିଠାପୁରରୁ କେଉଁ ମସିହାରେ ହୋଇଥିଲା ?
Answer:
‘ଡଗର’ ପ୍ରକାଶନ କଟକର ପିଠାପୁରରୁ ୧୯୪୮ ମସିହାରେ ହୋଇଥିଲା ।

Question ୨୦ ।
‘ଅସହଯୋଗୀର ଆତ୍ମକଥା’ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା ?
Answer:
‘ଅସହଯୋଗୀର ଆତ୍ମକଥା’, ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପାଞ୍ଚଟି ସଂଖ୍ୟାରେ ପ୍ରକାଶ ପାଇଥିଲା ।

Question ୨୧ ।
ଲକ୍ଷ୍ମୀକାନ୍ତଙ୍କ ଅସମ୍ପୂର୍ଣ୍ଣ ଉପନ୍ୟାସର ନାମ କ’ଣ ?
Answer:
ଲକ୍ଷ୍ମୀକାନ୍ତଙ୍କ ଅସମ୍ପୂର୍ଣ୍ଣ ଉପନ୍ୟାସର ନାମ ‘କଣାମାମୁ’।

Question ୨୨ ।
ଭାଗବତ ପ୍ରସାଦ ବିହାର ଓଡ଼ିଶା କାଉନ୍‌ସିଲ୍‌ରୁ ଇସ୍ତଫା ଦେଲେ କାହିଁକି ?
Answer:
ଲବଣ ସତ୍ୟାଗ୍ରହ ସମୟରେ ବ୍ରିଟିଶ୍ ସରକାର ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର କରିଥିଲେ। ଏହି ଅତ୍ୟାଚାରକୁ ବିରୋଧକରି ଭାଗବତ ପ୍ରସାଦ ବିହାର ଓଡ଼ିଶା କାଉନ୍ସିଲରୁ ଇସ୍ତଫା ଦେଲେ।

Question ୨୩ ।
‘‘ଏଭଳି ଦୁଃସମୟରେ ସାହିତ୍ୟ, ସଙ୍ଗୀତ, ସଂକୀର୍ତ୍ତନ ଚର୍ଚ୍ଚା, ଇଷ୍ଟପୂଜା, ଗୁରୁବାଣୀ ପାଳନ ଥିଲା ତାଙ୍କ ପାଇଁ ସାନ୍ତ୍ ନାର ଔଷଧୀ
Answer:
ଏଭଳି …………………….. ସାନ୍ତନାର ଔଷଧୂ ।
ଶଂସିତ ଗଦ୍ୟାଶଟି ‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (ଜୀବନୀ ଓ ସାହିତ୍ୟକୃତି)’ ପ୍ରବନ୍ଧରୁ ଗୃହୀତ । ଉକ୍ତ ପ୍ରସଙ୍ଗରେ ପ୍ରାବନ୍ଧିକ ଲକ୍ଷ୍ମୀକାନ୍ତଙ୍କ ଜୀବନର ବିପର୍ଯ୍ୟୟ ପରିସ୍ଥିତି ଏବଂ ସେହି ପରିସ୍ଥିତିରୁ ମୁକ୍ତି ପାଇବାର ଉପାୟକୁ ସୂଚନାତ୍ମକ ଭାବେ ଉଲ୍ଲେଖ କରିଛନ୍ତି। ଲକ୍ଷ୍ମୀକାନ୍ତ ଛାତ୍ର ଜୀବନରୁ ଥିଲେ ଜଣେ ଦକ୍ଷ କ୍ରୀଡ଼ାବିତ୍, ଅଭିନେତା, ସଙ୍ଗୀତ ସାଧକ ଏବଂ ସମାଜସେବୀ । ଏତେସବୁ ସୁଗୁଣର ଅଧିକାରୀ ହୋଇ ସେ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ. ପାସ୍ କଲେ । ବି.ଏ. ପାସ୍ କଲାପରେ ତାଙ୍କର ପୂର୍ବତନ ଅଭିଭାବକ ଉମାଚରଣଙ୍କୁ ଦେଖା କରିବାକୁ ପୁରୀ ଯାଇଥିଲେ । ପୁରୀରୁ ଫେରିବାପରେ ସେ ଜ୍ଵର ରୋଗରେ ପୀଡ଼ିତ ହେଲେ ଏବଂ ଜ୍ଵର ଛାଡ଼ିଗଲା ପରେ ତାଙ୍କ ଦେହରେ ଦୁରାରୋଗ୍ୟ ବ୍ୟାଧର ଉପସର୍ଗ ଦେଖାଦେଇଥିଲା । ପିତା, ଭାଗବତ ପ୍ରସାଦ ଚିକିତ୍ସାର ସବୁ ବ୍ୟବସ୍ଥା କଲେ ମଧ୍ୟ ଲକ୍ଷ୍ମୀକାନ୍ତଙ୍କ ଶରୀର ବିକଳାଙ୍ଗ ହୋଇଗଲା । ଏହି ସମୟରେ ସେ କୁଳଗୁରୁ ବାବାଜୀ

କୀର୍ତ୍ତନ ଭଜନରେ ସେ ନିଜକୁ ବୁଡ଼ାଇ ରଖିଲେ। ବଡ଼ପୁଅର ଏଭଳି ଅବସ୍ଥା ଦେଖ୍, ତାହାର ଭବିଷ୍ୟତ ପାଇଁ ଇଷ୍ଟଦେବ ଗୋପିନାଥଙ୍କ ନାମରେ ଥିବା ପୈତୃକ ସମ୍ପତ୍ତିର ଉତ୍ତରାଧ୍ୟାକାରୀ କରାଇଦେଲେ। ବ୍ୟାଧ୍ୱଗ୍ରସ୍ତ ଲକ୍ଷ୍ମୀକାନ୍ତଙ୍କୁ ଏଥିପାଇଁ ଭାଇଆଳିଆ ସ୍ତରରୁ ନାନାଦି ଈର୍ଷା ଓ ମାଲିମୋକଦ୍ଦମା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହିଭଳି ଦୁଃସମୟରେ ଲକ୍ଷ୍ମୀକାନ୍ତ ନିଜକୁ ସାହିତ୍ୟ ସେବା, ସଙ୍ଗୀତ ସାଧନା, ସଂକୀର୍ତ୍ତନ ଚର୍ଚ୍ଚା, ଇଷ୍ଟପୂଜାରେ ନିଜକୁ ବୁଡ଼ାଇ ରଖିଲେ। କଳାତ୍ମକ ସାଧ। , ଆଧ୍ୟାମିକ ଅନୁଚିନ୍ତାରେ ସେ ସଦାସର୍ବଦା ନିମଜ୍ଜିତ ରହିଲେ। ଏଭଳି କରିବାଦ୍ୱାରା ତାଙ୍କ ଶାରୀରିକ ଦୁଃଖ ଓ ମାନସିକ ଅବ ବହୁ ପରିମାଣରେ ଦୂରେଇଗଲା। ଏହାକୁ ବୁଝାଇବାକୁ ଯାଇ ପ୍ରାବନ୍ଧିକ କହିଛନ୍ତି, ଏଭଳି ବିଧ୍ଵବ୍ୟବସ୍ଥା ଯେପରି ଲକ୍ଷ୍ମୀକାନ୍ତଙ୍କ ପାଇଁ ଥିଲା ସାର୍ଚ୍ଚନାର ଔଷଧ। ଦେହ ଅସୁସ୍ଥ ହେଲେ ଯେପରି ଔଷଧର ଆବଶ୍ୟକତା ରହିଥାଏ, ଠିକ୍ ସେହିପରି କଳାସାଧନା ଓ ଆଧ୍ୟାତ୍ମିକ ଉପଚାର ତାଙ୍କ ମନକୁ ସାଙ୍ଗାନା ଦେଇଥିଲା। ପ୍ର।ବକ୍ଷିକ ପ୍ରଭଲି ବକ୍ତବ୍ୟ ସର୍ମସ୍ପର୍ଶୀ ହେ।ଇପାରିଛି।

BSE Odisha 10th Class Hindi Solutions Chapter 1 କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

Question ୨୪ ।
ଗାନ୍ଧୀ ଆଦର୍ଶ ଓ ବାଣୀପ୍ରତି ସେ ଅନୁରାଗୀ ହୋଇ ସେ ସମ୍ପର୍କରେ ଅନେକ କବିତା ରଚନା କରିଥିଲେ । କରିଥିଲେ।
Answer:
ଗ।ଷ। ଆଦର୍ଶ ……………………….. କରିଥିଲେ।
ଉକ୍ତ ଗଦ୍ୟାଶଟି ‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (ଜୀବନ ଓ ସାହିତ୍ୟକୃତି)’ ପ୍ରବନ୍ଧରୁ ଗୃହୀତ । ଉକ୍ତ ପ୍ରସଙ୍ଗରେ ପ୍ରାବନ୍ଧିକ ଲକ୍ଷ୍ମୀକାନ୍ତଙ୍କ ବହୁମୁଖୀ ପ୍ରତିଭାର ପରିଚୟ ଦେବାକୁ ଯାଇ ତାଙ୍କର ଗାନ୍ଧିବାଦୀ ଆଦର୍ଶରେ ଅନୁପ୍ରାଣିତ ହେବା ପର୍ଯ୍ୟାୟକୁ ସୂଚିତ କରିଛନ୍ତି ।

ଲକ୍ଷ୍ମୀକାନ୍ତ ଥିଲେ ଯଥାର୍ଥରେ କାନ୍ତକବି । ଛାତ୍ର ଜୀବନରୁ ସେ କବିତା ଲେଖାରେ ମନୋନିବେଶ କରିଥିଲେ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ସେ ବିଭିନ୍ନ କଥାବସ୍ତୁକୁ ନେଇ କବିତା ରଚନା କରିଥିଲେ । ଲକ୍ଷ୍ମୀକାନ୍ତଙ୍କ ପରିବାର ଥିଲେ ସ୍ଵାଧୀନତା ସଂଗ୍ରାମୀ ପରିବାର । ସାନଭାଇ, ସାନଭଉଣୀ, ଭଣଜା ଓ ତାଙ୍କର ଦୁଇପୁତ୍ର ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ଵାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ । ଲକ୍ଷ୍ମୀକାନ୍ତଙ୍କ ମନରେ ରହିଥିଲା ସ୍ଵଦେଶପ୍ରାଣତାର ଭାବ । ପରାଧୀନ ଉତ୍କଳ କିପରି ସ୍ଵାଧୀନତା ଲାଭକରିବ, ସେହି ଉଦ୍ଦେଶ୍ୟରେ ସେ ଲେଖନୀ ଚାଳନା କରିଥିଲେ । ଗାନ୍ଧୀ ଆଦର୍ଶକୁ ଆଧାର କରି ଭଦ୍ରକର ତାଳପଦ ଏବଂ କଟକରେ ବିଭିନ୍ନ ସ୍ଥାନରେ ଜନସଚେତନତା ଜାଗ୍ରତ କରିବାକୁ ଚାହିଁଥିଲେ ।

ସେଥ‌ିପାଇଁ ଲୋକମାନଙ୍କ ମନରୁ ଅନ୍ଧବିଶ୍ବାସ ଦୂରକରିବା ସାଙ୍ଗକୁ କୃଷି ଓ କୁଟୀର ଶିଳ୍ପର ଉନ୍ନତି ନିମନ୍ତେ ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଗାଁ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ମୋଚନ କରିବାପାଇଁ ସେ ପ୍ରୟାସ କରିଥିଲେ । ଗାନ୍ଧୀଙ୍କର ଆଦର୍ଶ ଓ ବାଣୀ ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ଫଳସ୍ବରୂପ ାଙ୍କର ଅନେକ କବିତାରେ ସେହି ଭାବଧାରା ପ୍ରକାଶ ପାଇଥିଲା । କବିତା ମାଧ୍ୟମରେଗ ାନ୍ଧୀଙ୍କର ଆଦର୍ଶକୁ ପରିପ୍ରଚାର କରିବା ଯେପରି ତାଙ୍କର ଉଦ୍ଦେଶ୍ୟ ଥିଲା । ପ୍ରାବନ୍ଧିକଙ୍କର ଏଭଳି ବକ୍ତବ୍ୟ, ଲକ୍ଷ୍ମୀକାନ୍ତଙ୍କ କାବ୍ୟ ପ୍ରତିଭାର ସ୍ପଷ୍ଟ ଚିତ୍ର ସୂଚିତ କରିଛି ।

Question ୨୫ ।
ଅଧିକାଂଶ ରଚନା ପ୍ରାଣଧର୍ମର ହାସ୍ୟ କୌତୁକ ଓ ବ୍ୟଙ୍ଗ ବିଦ୍ରୁପଧର୍ମୀ । ବିଦ୍ରୂପଧର୍ମୀ ।
Answer:
ଅଧ୍ଵଂକାଂଶ ରଚନା ………………………. ବିଦ୍ରୂପଧର୍ମୀ ।
ଉକ୍ତ ଗଦ୍ୟାଶଟି ‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (ଜୀବନୀ ଓ ସାହିତ୍ୟ କୃତି)’ ପ୍ରବନ୍ଧରୁ ଗୃହୀତ । ଏଠାରେ ପ୍ରାବନ୍ଧିକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବହୁମୁଖୀ ପ୍ରତିଭାର ପରିଚୟ ଦେଇ, ସେଥୁରେ ରହିଥ‌ିବା ବିଶେଷତା ଯେ ହାସ୍ୟ କୌତୁକ ଓ ବ୍ୟଙ୍ଗ ବିଦ୍ରୁପ ବୋଲି ସ୍ପଷ୍ଟ କରାଇଛନ୍ତି ।

ଲକ୍ଷ୍ମୀକାନ୍ତ ଛାତ୍ରଜୀବନରୁ ସାହିତ୍ୟ ସାଧନାରେ ମନୋନିବେଶ କରିଥିଲେ । ପ୍ରଥମେ କବିତା ଲେଖୁଲେ ବି ପରବର୍ତ୍ତୀ ସମୟରେ ଗଦ୍ୟର ବିଭିନ ବିଭାଗରେ ଲେଖନା ଚାଳନା କରିଥିଲେ ତାଙ୍କର ଜାଣିବାଦୀ ଓ ଆଧ୍ୟାମ୍ନରାଦା ଲେଖାକୁ ଛାଡିଦେଲେ ପ୍ରାୟ କବିତାରେ ବ୍ୟଙ୍ଗ ବିହ୍ନପାତ୍ମକ ଭାବ ଦେଖିବାକୁ ମିଳେ । ସେ ପ୍ରଥମେ ‘ଅସହଯୋଗୀ’ ଛଦ୍ମନାମରେ ‘ଅସହଯୋଗୀର ଆତ୍ମକଥା’ ଗଦ୍ୟ ରଚନା କରିଥିଲେ । ସେଥ‌ିରେ ସେ ଆନ୍ଦୋଳନରେ ଯୋଗଦେଇଥ‌ିବା ଅନେକ କର୍ମୀଙ୍କ ତ୍ରୁଟି ବିଚ୍ୟୁତିକୁ ବ୍ୟଙ୍ଗାତ୍ମକ ଭାବରେ ପ୍ରକାଶ କରିଥିଲେ । ନାଟକ ରଚନା କ୍ଷେତ୍ରରେ ସେ କେତେକ ପ୍ରହସନ ରଚନା କରିଥିଲେ । ତାଙ୍କର ସାହିତ୍ୟ ସୃଷ୍ଟିକୁ ପାଠକଲେ ଜଣାଯାଏ, ସେ ଯେପରି ଲେଖା ମାଧ୍ୟମରେ ହସାଇବାର ଅଦ୍ଭୁତ ଶକ୍ତି ନେଇ ଜନ୍ମଗ୍ରହଣ କରିଥିଲେ ।

ପଦ୍ୟରେ ସେ ଅନେକ ଲାଳିକା ରଚନା କରିଥିଲେ । ଲକ୍ଷ୍ମୀକାନ୍ତ କବିସୂର୍ଯ୍ୟ ବଳ ଦେବଙ୍କ କିଶୋରହାନଦ ଚମ୍ପୂ ଅନୁକରଣରେ କଟକ ଚନ୍ଦ୍ରହାସ ଚମ୍ପୂ’, ଅଭିମନ୍ୟୁଙ୍କ ‘ବିଦଗ୍ଧଚିନ୍ତାମଣି’ର ‘କଳାମାଣିକରେ’ ଛାନ୍ଦ ଅନୁସରଣରେ ‘ଧଳାମାଣିକରେ’ ରଚନା କରିଥିଲେ ଯେଉଁଥରେ ହାସ୍ୟଭାବ ପ୍ରକାଶ ହୋଇଛି । ସେହିପରି ସେ ‘ଡିମ୍ବକ୍ରେସୀ ସଭା’, ‘ହନୁମନ୍ତର ବସ୍ତ୍ରହରଣ’, ‘ଜର୍ମାନ ଭୂତ ଓ ଦେବାକୁ ସେ ଚାହିଁଛନ୍ତି । ତାଙ୍କ ମତରେ ‘ତିଅଣରେ ଲୁଣଭଳି ସାହିତ୍ୟରେ ହାସ୍ୟରସ ଏକାନ୍ତ ଆବଶ୍ୟକ’ । ଲକ୍ଷ୍ମୀକାନ୍ତଙ୍କର ବିଶେଷ ପ୍ରତିଭାକୁ ସୂଚିତ କରିବାକୁ ଯାଇ ପ୍ରାବନ୍ଧିକ ଏପରି ଲେଖୁଛନ୍ତି ।

BSE Odisha 10th Class Hindi Solutions Chapter 1 କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

Question ୨୬ ।
ଗଳ୍ପଟିର ପରିଣତି ବେଶ୍ କରୁଣ ରସରେ ମାର୍ମିକ ।
Answer:
ପଠିତ ପଦ୍ୟାଂଶସିତ ଗଦ୍ୟାଶଟି ପାଠ୍ୟପୁସ୍ତକର ‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (ଜୀବନୀ ଓ ସାହିତ୍ୟକୃତି)’’ ବିଷୟରୁ ଆସିଅଛି । ଏଠାରେ ପ୍ରାବନ୍ଧିକ ଲକ୍ଷ୍ମୀକାନ୍ତଙ୍କ ରଚିତ ସର୍ବଶ୍ରେଷ୍ଠ ଗଳ୍ପକୃତି ‘ବୁଢ଼ାଶଙ୍ଖାରି’ ସମ୍ପର୍କରେ ବିଚାର ଆଲୋଚନା କରିଛନ୍ତି। ‘ବୁଢ଼ାଶଙ୍ଖାରି’ ଗଳ୍ପଟିରେ ଗାଳ୍ପିକ ପ୍ରେମ ଓ କରୁଣ ଭାବିକୁ ଅତି ହୃଦୟଗ୍ରାହୀ ଭାବେ ପରିପ୍ରକାଶ କରିଛନ୍ତି । ଶଙ୍ଖାରି ବୁଢ଼ା ଶଙ୍ଖା ବିକେ । ସେହି ଶଙ୍ଖା ବିକିବା ଆଳରେ ଦେଖା ହେଇଛି ଜମିଦାର ଘର ବେହୁ ସହିତ । ବୋହୂକୁ ସେ ଶଙ୍ଖା ପିନ୍ଧାଇଛି । ସେହି ଶଙ୍ଖା ପିନ୍ଧାଇବା ସମୟରେ ନୂଆବୋହୂଟି ପ୍ରତି ଆସିଛି ଅପତ୍ୟସ୍ନେହ । ସତେ ଯେପରି ସେ ନିଜକୁ ବୋହୂର ବୁଢ଼ା ପୁଅଟିଏ ବୋଲି ମନେକରିଛି । ମା’ହାତରେ ଶଙ୍ଖା ପିନ୍ଧାଇ ଥ‌ିବାରୁ ଆତ୍ମସନ୍ତୋଷ ଲାଭ କରିଛି । ବୋହୂର ବରାଦ ମୁତାବକ ଆସମାନାତାରା ଶଙ୍ଖା ଆଣି ଆସିବାକୁ କହିଛି ।

ଏହାରି ଭିତରେ ଶଙ୍ଖାରି ବୁଢ଼ାଟି ଅସୁସ୍ଥ ହୋଇପଡ଼ିଛି । ତଥାପି ସେହି ଅସୁସ୍ଥ ଶରୀରରେ ବହୁ ଆବେଗରେ ଶଙ୍ଖା ଗଢ଼ିଛି । ଶଙ୍ଖା ନେଇ ଯାଇଛି ବେହୂକୁ ପିନ୍ଧାଇବା ପାଇଁ । ମାତ୍ର ଶଙ୍ଖାରି ବୁଢ଼ାର ଆଶା ପୂର୍ଣ୍ଣ ହୋଇନାହିଁ । ତା’ର ଆଶା ଆଶାରେ ହିଁ ରହିଯାଇଛି । ଯେଉଁ ବୋହୂର ହାତରେ ଶଙ୍ଖା ପିନ୍ଧାଇବ ବୋଲି ଧାଇଁ ଆସିଥିଲା, ସେହି ବୋହୂର ବିଧବା ରୂପ ଦେଖୁଛି । ବୋହୂର ଏଭଳି ରୂପ ଦେଖ୍ ଶଙ୍ଖାରି ବୁଢ଼ା ହୃଦୟରେ ଯେଉଁ ବେଦନାବୋଧ ସୃଷ୍ଟି ହୋଇଛି, ତାହା ପାଠକ ଆଖୁ ଭିଜାଇ ଦିଏ। ଏହି ଗଳ୍ପରେ ରହିଥ‌ିବା ପ୍ରେମ ଓ କରୁଣ ଭାବ ଗାଳ୍ପିକ ଲକ୍ଷ୍ମୀକାନ୍ତଙ୍କ ସୃଷ୍ଟିର ଶାଶ୍ୱତ ଭାବକୁ ପରିପ୍ରକାଶ କରେ । ଏହି ପ୍ରସଙ୍ଗରେ ପ୍ରାବନ୍ଧିକ ଗଳ୍ପଟିର ପରିଣତି ବା ଶେଷପର୍ଯ୍ୟୟ କରୁଣ ରସା ତ ବୋଲି କହିଛନ୍ତି । ପ୍ରାବନ୍ଧିକଙ୍କ ଏଭଳି ଅଭିମତ ହୃଦୟଗ୍ରାହୀ ହୋଇପାରିଛି ।

Question ୨୭ ।
ଆଧ୍ୟାତ୍ମିକ ଉଚ୍ଚାଙ୍ଗ ଭାବ ବେଳେବେଳେ ତାଙ୍କ ସୃଷ୍ଟିକୁ ଅନନ୍ୟ କରିଛି ।
Answer:
ଆଧ୍ୟାତ୍ମିକ ……………………………….. ଅନନ୍ୟ କରିଛି ।
ଉକ୍ତ ଗଦ୍ୟାଶଟି ପାଠ୍ୟପୁସ୍ତକର ‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (ଜୀବନୀ ଓ ସାହିତ୍ୟକୃତି)’ ବିଷୟରୁ ଆସିଅଛି । ଏଠାରେ ପ୍ରାବନ୍ଧିକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କଦ୍ୱାରା ରଚିତ ‘ଜୀବନ ସଂଗୀତ’ କବିତା ସଂକଳନରେ ସଂକଳିତ କବିତାଗୁଡ଼ିକର ମହତ୍ତ୍ଵ ପ୍ରତିପାଦନ କରିଛନ୍ତି ।

କବି ଲକ୍ଷ୍ମୀକାନ୍ତ ଥିଲେ ଏକାନ୍ତ ଭାବରେ ବୈଷ୍ଣବ । ପାରିବାରିକ ପରମ୍ପରାକ୍ରମେ ସେ ଏହି ଧର୍ମ ଗ୍ରହଣ କରିଥିଲେ ଏବଂ ଇଷ୍ଟଦେବ ଗୋପିନାଥଙ୍କ ନିକଟରେ ନିଜକୁ ସମର୍ପଣ କରି ଦେଇଥିଲେ । ତେଣୁ ଭକ୍ତସୁଲଭ ଭାବାବେଗ, ପ୍ରେମ, କରୁଣା, ତିତିକ୍ଷା ଓ କୋମଳତାରେ ତାଙ୍କର ହୃଦୟ ଥିଲା ରସସିକ୍ତ । ଫଳରେ ତାଙ୍କ ‘ଜୀବନ ସଙ୍ଗୀତ’ ବହୁ ବହୁପଦ ମଧ୍ୟରେ ସେହି କାରୁଣ୍ୟ, କୋମଳ, ବ୍ୟଥାତୁର, ପ୍ରେମସିକ୍ତ ହୃଦୟର ଉଚ୍ଛଳ ଭାବ ଦେଖିବାକୁ ମିଳେ । କାନ୍ତକବିଙ୍କର ଏହି ଆଧ୍ୟାତ୍ମବାଦୀ ଅନୁଚିନ୍ତାକୁ ବା କାବ୍ୟଚେତନାକୁ ରବୀନ୍ଦ୍ରନାଥଙ୍କ ‘ଗୀତାଞ୍ଜଳି’ ସହିତ ଅନେକ ଆଲୋଚକ ତୁଳନା କରିଛନ୍ତି।

୧୯୧୦ରେ ପ୍ରକାଶିତ ଓ ୧୯୧୩ରେ ନୋବେଲ୍‌ ପୁରସ୍କାରପ୍ରାପ୍ତ ‘ଗୀତାଞ୍ଜଳି’ର ସଙ୍ଗୀତଗୁଡ଼ିକ କାନ୍ତକବିଙ୍କୁ ବହୁ ଭାବରେ ପ୍ରଭାବିତ କରିଥବ । କାରଣ କବିଙ୍କର ଦୁଃଖଜର୍ଜରିତ ଅନ୍ତର ପାଇଁ ‘ଗୀତାଞ୍ଜଳି’ ଏକ ଆଶାର ଉତ୍ସରୂପେ ସାନା ଦେଇଥିଲା। ଏହି ମର୍ମରେ ଅନ୍ତରର ଆକୁଳ ଭାବକୁ ଏକ ବିରାଟ ଶକ୍ତି ପାଖରେ ସେ ସମର୍ପିତ କରିଥିଲେ । ରବୀନ୍ଦ୍ରନାଥଙ୍କ କବିତାର ଅନେକ ପଦ ସହିତ ଲକ୍ଷ୍ମୀକାନ୍ତଙ୍କ କବିତାର ଅନେକ ପଦ ମିଶିଯାଉଥିଲେ ମଧ୍ୟ, ସେଥ୍ରେ ସେ ନିଜର ବୈଶିଷ୍ଟ୍ୟ ସୂଚିତ କରିଛନ୍ତି। ଆନନ୍ଦ ମଧୁର ବଂଶୀ ପରିବେଷଣ କରି ତାଙ୍କ ବିସ୍ମୟଦୀପ୍ତ ପ୍ରତିଭାର ଅନେକ ଚିତ୍ରକୁ ‘ଜୀବନ ସଙ୍ଗୀତ’ର ପ୍ରତି ଛତ୍ରେ ଛତ୍ରେ ପ୍ରମାଣ କରିଛନ୍ତି । ପ୍ରାବନ୍ଧିକ ‘ଜୀବନ ସଙ୍ଗୀତ’ର ଯେଉଁ ମହତ୍ତ୍ବ ସୂଚିତ କରିଛନ୍ତି, ତାହା ଯଥାର୍ଥ ମନେ ହୋଇଥାଏ।

Question ୨୬ ।
‘‘ଗଳ୍ପଟିର ପରିଣତି ବେଶ୍ କରୁଣ ରସରେ ମାର୍ମିକ।’’
Answer:
ପଠିତ ଗଦ୍ୟାଶଟି ପାଠ୍ୟ ପୁସ୍ତକର ‘‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (ଜୀବନୀ ଓ ସାହିତ୍ୟକୃତି) ବିଷୟରୁ ଆସିଅଛି । ଏଠାରେ ପ୍ରାବନ୍ଧିକ ଲକ୍ଷ୍ମୀକାନ୍ତ ରଚିତ ସର୍ବଶ୍ରେଷ୍ଠ ଗଳ୍ପକୃତି ‘ବୁଢ଼ା ଶଙ୍ଖାରି’ ସମ୍ପର୍କରେ ବିଚାର ଆଲୋଚନା କରିଛନ୍ତି ।

‘ବୁଢ଼ା ଶଙ୍ଖାରି’ ଗଳ୍ପଟିରେ ଗାଳ୍ପିକ ପ୍ରେମ ଓ କରୁଣ ଭାବକୁ ଅତି ହୃଦୟଗ୍ରାହୀ ଭାବେ ପରିପ୍ରକାଶ କରିଛନ୍ତି । ଶଙ୍ଖାରି ବୁଢ଼ା ଶଙ୍ଖା ବିକେ । ସେହି ଶଙ୍ଖା ବିକିବା ଆଳରେ ଦେଖା ହେଇଛି । ଜମିଦାର ଘର ବେହୁ ସହିତ ବୋହୁକୁ ସେ ଶଙ୍ଖା ପିନ୍ଧାଇଛି । ସେହି ଶଙ୍ଖା ପିନ୍ଧାଇବା ସମୟରେ ନୂଆବୋହୂଟି ପ୍ରତି ଆସିଛି ଅପତ୍ୟସ୍ନେହ । ସତେ ଯେପରି ବୋହୂର ବୁଢ଼ା ପୁଅଟିଏ ବୋଲି ମନେକରିଛି । ମା’ହାତରେ ଶଙ୍ଖା ପିନ୍ଧାଇ ଥ‌ିବାରୁ ଆତ୍ମସନ୍ତୋଷ ଲାଭ କରିଛି । ବୋହୂର ବରାଦ ମୁତାବକ ଆସମାନାତାରା ଶଙ୍ଖା ଆଣି ଆସିବାକୁ କହିଛି । ଏହାରି ଭିତରେ ଶଙ୍ଖାରି ବୁଢ଼ାଟି ଅସୁସ୍ଥ ହୋଇପଡ଼ିଛି । ତଥାପି ସେହି ଅସୁସ୍ଥ ଶରୀରରେ ବହୁ ଆବେଗରେ ଶଙ୍ଖା ଗଢ଼ିଛି ।

ଶଙ୍ଖା ନେଇ ଯାଇଛି । ବେହୁକୁ ପିନ୍ଧାଇବା ପାଇଁ । ମାତ୍ର ଶଙ୍ଖାରି ବୁଢ଼ାର ଆଶା ପୂର୍ଣ୍ଣ ହୋଇନାହିଁ । ତା’ର ଆଶା ଆଶାରେ ହିଁ ରହିଯାଇଛି । ଯେଉଁ ବୋହୂର ହାତରେ ଶଙ୍ଖା ପିନ୍ଧାଇବ ବୋଲି ଧାଇଁ ଆସିଥିଲା, ସେହି ବୋହୂର ବିଧବା ରୂପ ଦେଖୁଛି । ବୋହୂର ଏଭଳି ରୂପ ଦେଖ୍ ଶଙ୍ଖାରି ହୃଦୟ ଯେଉଁ ବେଦନା ବୋଧ ସୃଷ୍ଟି ହୋଇଛି, ତାହା ପାଠକ ଆଖୁ ଭିଜାଇ ଦିଏ । ଏହି ଗଳ୍ପରେ ରହିଥ‌ିବା ପ୍ରେମ ଓ କରୁଣ ଭାବ ଗାଳ୍ପିକ ଲକ୍ଷ୍ମୀକାନ୍ତଙ୍କ ସୃଷ୍ଟିରେ ଶାଶ୍ୱତ ଭାବକୁ ପରିପ୍ରକାଶ କରେ । ଏହି ପ୍ରସଙ୍ଗରେ ପ୍ରାବନ୍ଧିକ ଗଳ୍ପଟିର ପରିଣତି ବା ଶେଷପର୍ଯ୍ୟୟ କରୁଣର ସାପ୍ଳୁତ ବୋଲି କହିଛନ୍ତି । ପ୍ରାବନ୍ଧିକଙ୍କ ଏଭଳି ଅଭିମତ ହୃଦୟଗ୍ରାହୀ ହୋଇପାରିଛି ।

BSE Odisha 10th Class Hindi Solutions Chapter 1 କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

Question ୨୭ ।
‘‘ଗୀତଗୁଡ଼ିକର ଲଢ଼ାସ ଭାବ ‘ଜୀବନ ସଙ୍ଗୀତର ଅନନ୍ୟକୃତିର ମାନ୍ୟତା ଦେଇଛି ।’’
Answer:
ଉକ୍ତ ଗଦ୍ୟାଶଟି ପାଠ୍ୟ ପୁସ୍ତକର ‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (ଜୀବନୀ ଓ ସାହିତ୍ୟକୃତି)’ ବିଷୟରୁ ଆସିଅଛି। ଏଠାରେ ପ୍ରାବନ୍ଧିକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଦ୍ବାରା ରଚିତ ଓ ‘ଜୀବନ ସଂଗୀତ’ କବିତା ସଂକଳନରେ ସଂକଳିତ କବିତା କବି ଲକ୍ଷ୍ମୀକାନ୍ତ ଥିଲେ ଏକାନ୍ତ ଭାବରେ ବୈଷ୍ଣବ । ପାରିବାରିକ ପରମ୍ପରାକ୍ରମେ ସେ ଏହି ଧର୍ମ ଗ୍ରହଣ କରିଥିଲେ ଏବଂ ଇଷ୍ଟଦେବ ଗୋପୀନାଥଙ୍କ ନିକଟରେ ନିଜକୁ ସମର୍ପଣ କରି ଦେଇଥିଲେ । ତେଣୁ ଭକ୍ତ ସୁଲଭ ଭାବାବେଗ, ପ୍ରେମ, କରୁଣା, ତିତିକ୍ଷା ଓ କୋମଳତାରେ ତାଙ୍କର ହୃଦୟ ମୂଳା ରସସିକ୍ତ । ଫଳରେ ତାଙ୍କ ‘ଜୀବନ ସଂଙ୍ଗୀତର’ ବହୁପଦ ମଧ୍ୟରେ ସେହି କାରୁଣ୍ୟ କୋମଳ, ବ୍ୟଥାତୁର, ପ୍ରେମସିକ୍ତ ହୃଦୟର ଉଚ୍ଛକ ଭାବ ଦେଖିବାକୁ ମିଳେ ।

କାନ୍ତ କବିଙ୍କର ଏହି ଆଧ୍ୟାତ୍ମବାଦୀ ଅନୁଚି ନ୍ତ୍ର।କୁ ବା କାବ୍ୟଚେତନାକୁ ରବୀନ୍ଦ୍ର ନାଥଙ୍କ ‘ଗୀତାଞ୍ଜଳି’ ସହିତ ଅନେକ ଆଲୋଚକ ତୁଳନା କରିଛନ୍ତି । ୧୯୧୦ରେ ପ୍ରକାଶିତ ଓ ୧୯୧୩ରେ ପ୍ରଭାବିତ ନୋବେଲ୍‌ ପୁରସ୍କାର ପ୍ରାପ୍ତ ଏହି ‘ଗୀତାଞ୍ଜଳି’ର ସଙ୍ଗୀତଗୁଡ଼ିକ କାନ୍ତକବିଙ୍କୁ ବହୁ ଭାବରେ ପ୍ରଭାବିତ କରିଥବ । କାରଣ କବିଙ୍କର ଦୁଃଖଜର୍ଜରିତ ଅନ୍ତରପାଇଁ ‘ଗୀତାଞ୍ଜଳି’ ଏକ ଆଶାର ଉତ୍ସରୂପେ ସାର୍ଚ୍ଚନା ଦେଇଥବ । ଏହି ମର୍ମରେ ଅନ୍ତରର ଆକୁଳ ଭାବକୁ ଏକ ବିରାଟ ଶକ୍ତି ପାଖରେ ସେ ସମର୍ପିତ କରିଥିଲେ । ରବିନ୍ଦ୍ର ନାଙ୍କ କିତାର ଅନେକ ପଦ ସହିତ ଲକ୍ଷ୍ମୀକାନ୍ତଙ୍କ କବିତାର ଅନେକ ପଦ ମିଶିଯାଉଥିଲେ, ସେଥ‌ିରେ ସେ ନିଜର ବୈଶିଷ୍ଟ୍ୟ ସୂଚିତ କରିଛନ୍ତି । ଆନନ୍ଦ ମଧୁର ବଂଶୀ ପରିବେଷଣ କରି ତାଙ୍କ ବିସ୍ମୟ ଦୀପ୍ତ ପ୍ରତିଭାର ଅନେକ ଚିତ୍ରକୁ ଜୀବନ ସଙ୍ଗୀତର ପ୍ରତି ଛତ୍ରେ ଛତ୍ରେ ପ୍ରମାଣ କରିଛନ୍ତି । ପ୍ରାବନ୍ଧିକ ‘ଜୀବନ ସଙ୍ଗୀତ’ର ଯେଉଁ ମହତ୍ତ୍ବ ସୂଚିତ କରିଛନ୍ତି, ତାହା ଯଥାର୍ଥ ମନେ ହୋଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୮ ।
କାନ୍ତକବିଙ୍କ ଜୀବନୀର ପରିଚୟ ଦିଅ ।
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଓଡ଼ିଆ ବାଣୀଭଣ୍ଡାରକୁ ବିଭିନ୍ନ ପର୍ଯ୍ୟାୟରେ ସମୃଦ୍ଧ କରିଥିବା ଜଣେ ଯଶସ୍ବୀ ସାଧକ । ସେ ତାଙ୍କର ଜୀବନକାଳ ଭିତରେ କେବଳ ସାହିତ୍ୟ ସାଧନାରେ ମନୋନିବେଶ କରିଥିଲେ, ସେପରି ନୁହେଁ ବରଂ ବିଭିନ୍ନ ସମୟରେ, ବିଭିନ୍ନ ସ୍ତରରେ ସୁନାମ ଅର୍ଜନ କରିଥିଲେ। ନୀଳକଣ୍ଠ ଯେପରି ଆକଣ୍ଠ ବିଷପାନ କରି ସାରାଜଗତକୁ ଅମୃତ ପ୍ରଦାନର କାରଣ ହୋଇଥିଲେ, ଠିକ୍ ସେହିପରି ଲକ୍ଷ୍ମୀକାନ୍ତ ନିଜେ ଦୁଃଖ ଯାତନାରେ ରହିଥିଲେ ବି ସମଗ୍ର ବିଦଗ୍ଧ ପାଠକ-ଶ୍ରେଣୀଙ୍କୁ ହାସ୍ୟରସର ଅମୃତ ପାନ କରାଇଥିଲେ । ସେହି ଦିବ୍ୟସୃଷ୍ଟିକୁ ପଠନ କରି, ଶ୍ରବଣ କରି ପାଠକମାନେ ଲକ୍ଷ୍ମୀକାନ୍ତ ୧୯୮୮ ମସିହା, ଡିସେମ୍ବର ମାସ ୯ ତାରିଖ ଗୁରୁବାର ଦିନ କଟକସହରର ଧୂଆଁପତ୍ରିଆ ଗଳି, ବଖରାବାଦରେ ନାମ  ରଖାଯାଇଥିଲା ଲକ୍ଷ୍ମୀକାନ୍ତ । ତାଙ୍କ ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଏବଂ ମାତାଙ୍କ ନାମ ଜମିଦାର । ମାତା ରାଧାମଣି ଥିଲେ କଣ୍ଠପଡ଼ା ଜମିଦାରଙ୍କ କନ୍ୟା । ଏଥିରୁ ସ୍ପଷ୍ଟ ହୁଏ ଯେ, ଲକ୍ଷ୍ମୀକାନ୍ତ ସ୍ଵଚ୍ଛଳ ଜମିଦାର ପରିବାରର ଦାୟାଦ ଥିଲେ । ଲକ୍ଷ୍ମୀକାନ୍ତଙ୍କ ଜନ୍ମବେଳକୁ ଭାଗବତ ପ୍ରସାଦ କଟକ ଏକାଡ଼େମୀ ସ୍କୁଲରେ ଶିକ୍ଷକତା ସାଙ୍ଗକୁ ଆଇନ ପରୀକ୍ଷା ପାଇଁ

ପ୍ରସ୍ତୁତ ହେଉଥିଲେ । ଓକିଲାତି ପରୀକ୍ଷାରେ କୃତକାର୍ଯ୍ୟ ହେଲାପରେ, ଭାଗବତ ପ୍ରସାଦ ବାଲେଶ୍ବର ଚାଲିଆସି ଓକିଲାତି କଲେ । ଯେହେତୁ ପିତା ବାଲେଶ୍ଵରରେ ଓକିଲାତି କଲେ, ତେଣୁ ଲକ୍ଷ୍ମୀକାନ୍ତ ବିଦ୍ୟାଶିକ୍ଷା ଆରମ୍ଭ ହୋଇଥିଲା ବାଲେଶ୍ଵର ସ୍କୁଲରେ । ପରବର୍ତୀ ସମୟରେ ଭଦ୍ରକରେ କୋର୍ଟ ଖୋଲିଯିବାରୁ, ଭାଗବତ ବାବୁ ବାଲେଶ୍ଵର ଛାଡ଼ି ଭଦ୍ରକ ଚାଲିଆସିଲେ । ଭଦ୍ରକରେ ରହି ଓକିଲାତି ବ୍ୟବସାୟ ସହିତ ଗ୍ରାମର ସମ୍ପଭିବାଡ଼ି ବିଷୟ ବୁଝାସୁଝା କଲେ । ଏହି ସମୟରେ ଲକ୍ଷ୍ମୀକାନ୍ତ ଭଦ୍ରକରେ ରହି ପାଠ ପଢ଼ିଲେ । ବାଲେଶ୍ବରରେ ରହି ପାଠପଢ଼ିବା ବେଳେ ସେ ଜିଲ୍ଲା ସ୍କୁଲର ବୁଦ୍ଧିମାନ ଓ ଉତ୍ତମ ଖେଳାଳି ଭାବେ ସୁନାମ ଅର୍ଜନ କରିଥିଲେ । ଭଦ୍ରକରେ ରହଣି ସମୟରେ ଅନେକ ସାଥୀପିଲାମାନଙ୍କ ସହିତ ଅଭିନୟରେ ସେ ସମୟ ବିତାଇବାରୁ, ତାଙ୍କର ପିତା ତାଙ୍କୁ କଟକ ପଠାଇଦେଲେ । କଟକରେ ସେ ସମୟରେ ଭାଗବତ ପ୍ରସାଦଙ୍କ ଦୂରସମ୍ପର୍କୀୟ ଉମାଚରଣ ରେଭେନ୍ସା
ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ଲକ୍ଷ୍ମୀକାନ୍ତ ଉମାଚରଣଙ୍କ ତତ୍ତ୍ଵାବଧାନରେ ଛାତ୍ରାବାସରେ ରହି ପାଠ ପଢ଼ିଲେ । ଲକ୍ଷ୍ମୀକାନ୍ତ ସେଠାରେ ମଧ୍ୟ ପଠପଢ଼ିବା ଅପେକ୍ଷା କ୍ରୀଡ଼ା, କବିତା ଲେଖା ଓ ଆମୋଦାପ୍ରମୋଦରେ ଅଧ‌ିକ ସମୟ ଦେଉଥ‌ିବା ଉମାଚରଣ ଲକ୍ଷ୍ୟ କରିଥିଲେ । ଉମାଚରଣ ଉଚ୍ଚଶିକ୍ଷା ପାଇଁ କଲିକତା ଚାଲିଗଲା ପରେ, ଲକ୍ଷ୍ମୀକାନ୍ତ ପୁନର୍ବାର ବାଲେଶ୍ଵର ଜିଲ୍ଲା ସ୍କୁଲରେ ଅଧ୍ୟୟନ କଲେ । ଏହି ସ୍କୁଲରୁ ସେ ୧୯୦୭ ମସିହାରେ ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ଏଣ୍ଟ୍ରାନ୍ସ ପାସ୍ ପରେ ଲକ୍ଷ୍ମୀକାନ୍ତ ରେଭେନ୍ସା ମହାବିଦ୍ୟାଳୟରେ ଆଇ.ଏ. ପଢ଼ିଲେ । ଆଇ.ଏ. ପାସ୍ କଲାପରେ କଲିକତାର ରିପନ୍‌ କଲେଜରେ ବି.ଏ. ଶ୍ରେଣୀରେ ସେ ନାମ ଲେଖାଇଲେ । ମାତ୍ର ସେଠାରେ ଅସୁବିଧା ହେବାରୁ, ଫେରିଆସି ସେ ରେଭେନ୍ସା ମହାବିଦ୍ୟାଳୟରେ ବି.ଏ. ପଢ଼ିଲେ । ଏହି କଲେଜରେ ଅଧ୍ୟୟନ ସମୟରେ ସେ ବ୍ୟାଡ଼ମିଣ୍ଟନ୍, ଟେନିସ୍, କ୍ରିକେଟ ଆଦି ଖେଳ ଖେଳିବା, ଗୋପୀଯନ୍ତ୍ର ବଜାଇ ଗୀତ ଗାଇବାରେ ଅଧିକ ସମୟ ବ୍ୟୟ କରୁଥିଲେ । ଏହା ଭିତରେ ଲକ୍ଷ୍ମୀକାନ୍ତଙ୍କର ବାଲେଶ୍ଵର ସୁନହଟର ଲାଲ୍‌ମୋହନ ଦାସଙ୍କ କନ୍ୟା ଲବଙ୍ଗଲତାଙ୍କ ସହିତ ବିବାହ ହୋଇଥିଲା ।

ଲକ୍ଷ୍ମୀକାନ୍ତ କେବଳ କ୍ରୀଡ଼ାପ୍ରେମୀ ନଥିଲେ ସେ ମଧ୍ୟ କଳାକାର ଭାବରେ ଅଭିନୟ ଓ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଦେଉଥ୍ଲେ । ଲଣ୍ଡନରେ ପଞ୍ଚମ ଜର୍ଜଙ୍କ ଅଭିଷେକୋତ୍ସବ ଉଦ୍ଦେଶ୍ୟରେ ଭାରତବର୍ଷରେ ଉତ୍ସବମାନ ପାଳିତ ହେଉଥିଲା । ଏହି ସମୟରେ ରେଭେନ୍ସା ମହାବିଦ୍ୟାଳୟରେ ୧୯୧୨ ମସିହାରେ ‘କାଞ୍ଚିକାବେରୀ’ ନାଟକ ଅଭିନୀତ ହୋଇଥିଲା । ଏହି ନାଟକରେ ଭଦ୍ରା ଓ ଭିକାରୁଣୀ ଭୂମିକାରେ ସେ ଅଭିନୟ କରିଥିଲେ । ଏଥିରେ କେନ୍ଦେରା ଓ ରାମତାଳି, ଗୋପୀଯନ୍ତ୍ର ବଜାଇ ଗୀତ ଗାଇ ଦର୍ଶକଙ୍କୁ ବିମୋହିତ କରିଥିଲେ । ଏହି ନାଟକରେ ନର୍ତ୍ତକୀଭାବରେ ନାଚିକରି ଅନେକ ପ୍ରଶଂସା ପାଇଥିଲେ ।

ଛାତ୍ରଜୀବନରୁ ଲକ୍ଷ୍ମୀକାନ୍ତ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନାକରି ଯଶସ୍ୱୀ ହୋଇଥିଲେ । ସେ ସମୟରେ ପ୍ରକାଶ ପାଉଥ‌ିବା ‘ମୁକୁର’ ପତ୍ରିକାର ସମ୍ପାଦକ ବ୍ରଜସୁନ୍ଦର ଦାସ ଏବଂ ‘ଉତ୍କଳ ସାହିତ୍ୟ’ ପତ୍ରିକାର ବିଶ୍ବନାଥ କରଙ୍କର ସେ ଦୃଷ୍ଟି ଆକର୍ଷଣ କରିଥିଲେ । ରେଭେନ୍ସା ଛାତ୍ରାବାସରେ ସେ କବିତା ଲେଖାପାଇଁ ଉତ୍କଳମଣି ଗୋପବନ୍ଧୁଙ୍କର ଶ୍ରଦ୍ଧାଭାଜନ ହୋଇଥିଲେ । ଆଇ.ଏ. ପଢ଼ିବାବେଳେ ତାଙ୍କ ଲେଖାପାଇଁ ଫକୀରମୋହନ ସେନାପତିଙ୍କଦ୍ୱାରା ପ୍ରଶଂସିତ ହୋଇଥିଲେ । ସେବକ ଉବରେ ସେ ରେଭେନ୍ସା ମହାବି ଦ୍ୟାଳୟର ଅଧ୍ୟାପକ ହେମଚନ୍ଦ୍ର ସରକାରଙ୍କ ତତ୍ତାବଧାନରେ ଗଢିଉଠିଥି ସେବ। ସଂସ୍ଥାରେ କାର୍ଯ୍ୟକରି ଦୀନ, ଦୁଃଖୀଙ୍କର ସେବା କରିଥିଲେ । କବିତା ଲେଖୁଥିବାରୁ ତାଙ୍କର ସାଙ୍ଗସାଥୀ ତାଙ୍କୁ କାନ୍ତକବି ବୋଲି ଡାକୁଥିଲେ । ପରବର୍ତୀ ସମୟରେ ୧୯୩୪ ମସିହାରେ ଭଦ୍ରକ ହାଇସ୍କୁଲର ଏକ ସମ୍ବର୍ଦ୍ଧନା ସଭାରେ ତାଙ୍କୁ ‘କାନ୍ତକବି’ ରୂପେ ଘୋଷଣା କରାଯାଇଥିଲା ।

ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ. ପାସ୍ କଲାପରେ ଲକ୍ଷ୍ମୀକାନ୍ତ ତାଙ୍କର ପୂର୍ବତନ ଅଭିଭାବକ ଉମାଚରଣଙ୍କୁ ଦେଖା କରିବାକୁ ପୁରୀ ଯାଇଥିଲେ । ସେଠାରେ ଜଗନ୍ନାଥ ଦର୍ଶନ କଲେ । ବି.ଏଲ୍. ପଢ଼ିବାର ଯୋଜନା ହେଲା । ଘରକୁ ଫେରିବା ପରେ ତାଙ୍କୁ ଜ୍ଵର ହେଲା । ଜ୍ଵର ଛାଡ଼ିଗଲା ପରେ ତାଙ୍କଠାରେ ଦୁରାରୋଗ୍ୟ ବ୍ୟାଧର ଉପସର୍ଗ ଦେଖାଗଲା । ପିତା ଭାଗବତ ପ୍ରସାଦ ପୁଅକୁ ରୋଗମୁକ୍ତ କରିବାପାଇଁ ଯେତେ ଚେଷ୍ଟା କଲେବି ଲକ୍ଷ୍ମୀକାନ୍ତ ଭଲ ହୋଇପାରିଲେ ନାହିଁ । ବରଂ ଶାରୀରିକ ସ୍ତରରେ ସେ ବିକଳାଙ୍ଗ ହୋଇଗଲେ । ଏହି ପରିସ୍ଥିତିରେ ସେ କୁଳଗୁରୁ ବାବାଜୀ ରାମଦାସଙ୍କଠାରୁ ଦୀକ୍ଷା ଗ୍ରହଣ କରି, ଇଷ୍ଟଦେବ ଗୋପିନାଥଙ୍କ ସେବା, ଭଜନ କୀର୍ତ୍ତନରେ ମନୋନିବେଶ କଲେ । ଶେଷ ସମୟ ପର୍ଯ୍ୟନ୍ତ ସେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ଆତ୍ମସନ୍ତୋଷ ଲାଭ କରିବା ସହିତ ବିଦଗ୍ଧ ପାଠକ ପ୍ରାଣରେ ହାସ୍ୟରସ, ଆଧ୍ୟାତ୍ମବାଦ, କରୁଣ ରସାତ୍ମକ ଭାବ ସୃଷ୍ଟି କରିଥିଲେ । ଲଷ୍ଠୀ କାନ୍ତ ତାଙ୍କର ସାରସ୍ଵତ ସାଧନା ପାଇଁ ମରି ମଧ୍ୟ ଆମର ରହିଛନ୍ତି।

BSE Odisha 10th Class Hindi Solutions Chapter 1 କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

Question ୨୯ ।
କାନ୍ତକବିଙ୍କ ସାହିତ୍ୟକୃତିଗୁଡ଼ିକର ବିବରଣୀ ପ୍ରଦାନ କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟାକାଶରେ ଯେଉଁ କେତେଜଣ ଉଜ୍ଜ୍ବଳ ଜ୍ୟୋତିଷ୍କ ସେମାନଙ୍କ ଅମଳିନ ଦୀପ୍ତିରେ ମହମାମଣ୍ଡତ କରିଛନ୍ତି, ସେମାନଙ୍କ ମଧ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ୟତମ । ତୁଳସୀ ଦୁଇପତ୍ରରୁ ବାସିଲା ପରି, ଲକ୍ଷ୍ମୀକାନ୍ତ ଛାତ୍ର ଜୀବନରୁ ସାହିତ୍ୟ ସାଧନାରେ ମନୋନିବେଶ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।

ଲକ୍ଷ୍ମୀକାନ୍ତ ବିଦ୍ୟାଳୟ ଜୀବନରେ ପାଠ୍ୟପୁସ୍ତକ ଉପରେ ଯେତିକି ଗୁରୁତ୍ଵ ଦେଉନଥିଲେ, ତା’ଠାରୁ ଅଧ‌ିକ ଗୁରୁତ୍ଵ ଦେଇଥିଲେ ଅନ୍ୟାନ୍ୟ ପୁସ୍ତକ ପଠନରେ । ସେଥ‌ିପାଇଁ ସେହି ଛାତ୍ର ଜୀବନରୁ ସେ କବିତା ଲେଖାରେ ବିଶେଷ ଧ୍ୟାନ ଦେଇଥିଲେ । ଏଣ୍ଟ୍ରାନ୍ସ ପାସ୍ କରି ରେଭେନ୍ସା ମହାବିଦ୍ୟାଳୟରେ ଆଇ.ଏ. ପଢ଼ିଲାବେଳେ ଛାତ୍ରାବାସରେ କବିତା ଲେଖାପାଇଁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଶ୍ରଦ୍ଧାଭାଜନ ହୋଇଥିଲେ । ସେହି ସମୟରେ ସେ ଫକୀରମୋହନ ସେନାପତିଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲେ । ବି.ଏ. ପଢ଼ିଲାବେଳେ ପ୍ରବନ୍ଧ ଲେଖାପାଇଁ ‘ମୁକୁର’ ପତ୍ରିକାର ସଂପାଦକ ବ୍ରଜସୁନ୍ଦର ଦାସ ଏବଂ ‘ଉତ୍କଳ ସାହିତ୍ୟ’ ପତ୍ରିକାର ସମ୍ପାଦକ ବିଶ୍ଵନାଥ କରଙ୍କର ସେ ଦୃଷ୍ଟି ଆକର୍ଷଣ କରିଥିଲେ । ସବୁବେଳେ କବିତା ଲେଖୁଥ‌ିବାରୁ ସାଙ୍ଗସାଥୀମାନେ ତାଙ୍କୁ କାନ୍ତକବି ଡାକୁଥିଲେ । କିନ୍ତୁ ୧୯୩୪ ମସିହାରେ ଭଦ୍ରକ ହାଇସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା କରାଯାଇ ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ରୂପେ ଘୋଷଶା କରାଯାଇଥିଲା

କାନ୍ତକବି ପରିବାର ଥିଲା ସ୍ବାଧୀନତା ସଂଗ୍ରାମୀ ପରିବାର । ସେ ଲକ୍ଷ୍ୟ କରିଥିଲେ ଅନେକ ସ୍ଵାଧୀନତା ସଂଗ୍ରାମୀଙ୍କର ଦୋଷଦୁର୍ବଳତାକୁ । ସେହି ସଂଗ୍ରାମୀମାନଙ୍କୁ ପରିବର୍ତ୍ତନ ପାଇଁ ସେ ‘ଅସହଯୋଗୀ’ ଛଦ୍ମ ନାମରେ ରଚନା କରିଥିଲେ ‘ଅସହଯୋଗୀର ଆତ୍ମକଥା । ଏହି ଲେଖା ‘ଉତ୍କଳ ସାହିତ୍ୟ’ ପତ୍ରିକାର ପାଞ୍ଚଟି ସଂଖ୍ୟାରେ ପ୍ରକାଶ ପାଇଥିଲା ।

କାନ୍ତକବି ସ୍ଵାଧୀନତା ସଂଗ୍ରାମ ବା ଭାରତୀୟ ମୁକ୍ତି ସଂଗ୍ରାମ ସମ୍ବନ୍ଧରେ ସଚେତନ ଥିଲେ । ତାଙ୍କର ସେହି ସଚେତନ ଭାବ ତାଙ୍କର ଅନେକ କବିତା, ଲାଳିକା, ଜାତୀୟ ସଙ୍ଗୀତ ‘କଣାମାମୁ’, ଉପନ୍ୟାସ ଓ ନାଟକାଦିରୁ ଉପଲବ୍ଧ ହୋଇଥାଏ । ଲକ୍ଷ୍ମୀକାନ୍ତ ‘ଗୋପିନାଥ ସଙ୍ଗୀତ ସମାଜ’ ଗଠନ କରିଥିଲେ। ଏହି ସଂସ୍ଥାଟି ପ୍ରଥମେ ଅପେରା ଓ ପରେ ହ୍ୟୁଟିରରେ ପରିଣତ ହୋଇଥିଲା । ଏଥୁରେ ସେ ରଚନା କରିଥିବା ‘ଶରହ୍ରାସ’, ‘ବସନ୍ତ ବିଳାସ’, ‘କାଳୀୟ ଦଳନ’, ‘ବ୍ରଜ ବର୍ଜନ’, ‘ବଂଶୀଶିକ୍ଷା’ ଆଦି ନାଟକ ଅଭିତୀତ କରାଇଥିଲେ । ଗାନ୍ଧୀଙ୍କ ଆଦର୍ଶ ଓ ବାଣୀ ପ୍ରତି ଅନୁରାଗୀ ହୋଇ ସେ ସମ୍ପର୍କରେ ଅନେକ କବିତା ରଚନା କରିଥିଲେ । ଲକ୍ଷ୍ମୀକାନ୍ତଙ୍କର ଅଧିକାଂଶ ରଚନା ଥିଲା ହାସ୍ୟ କୌତୁକ ଓ ବ୍ୟଙ୍ଗ ବିଦ୍ରୂପଧର୍ମୀ । ସେ ଯେପରି ହସିବା ଓ ଲେଖା ମାଧ୍ୟମରେ ପାଠକଙ୍କୁ ହସାଇବାକୁ ଜନ୍ମ ନେଇଥିଲେ ବୋଲି ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି । ପଦ୍ୟରେ ଲେଖୁଥ‌ିବା ଲାଳିକା ଏବଂ ନାଟ୍ୟରୀତିରେ
ଅନୁକରଣରେ ‘ଚଟକ କରିଥିଲେ

ଲକ୍ଷ୍ମୀକାନ୍ତଙ୍କର ଅଧିକାଂଶ ରଚନା ଥିଲା ହାସ୍ୟ କୌତୁକ ଓ ବ୍ୟଙ୍ଗ ବିଦୂପଧର୍ମୀ । ସେ ଯେପରି ହସିବା ଓ ଲେଖା ମାଧ୍ୟମରେ ପାଠକଙ୍କୁ ହସାଇବାକୁ ଜନ୍ମ ନେଇଥିଲେ ବୋଲି ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି । ପଦ୍ୟରେ ଲେଖୁଥ‌ିବା ଲାଳିକା ଏବଂ ନାଟ୍ୟରୀତିରେ ପ୍ରହସନ ତାଙ୍କ ହାସ୍ୟ ସୃଷ୍ଟିକାରା ରଚନା ଶୈଲାର ବଳିଷ୍ଠ ସ୍ଵାକ୍ଷର କରିସୂର୍ଯ୍ୟ ବଳଦେବଙ୍କ କଳାମା ଶିକାରେ ଚାନ୍ଦ ଅନୁସରଣ ଧଳାମା ଶିକରେ ଅନୁକରଣରେ ‘ଚଟକ ଚନ୍ଦ୍ରହାସ ଚମ୍ପୂ’, ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘କଳାମାଣିକରେ’ ଛାନ୍ଦ ଅନୁସରଣ ‘ଧଳାମାଣିକରେ, ଫକୀରମୋହନଙ୍କ ‘ଉତ୍କଳ ଭ୍ରମଣ’ ଅନୁକରଣରେ ‘କଟକ ସଫର’ ଆଦି ତାଙ୍କର ହାସ୍ୟରସାତ୍ମକ ସୃଷ୍ଟି ପାଠକକୁ ବିପୁଳ ଆନନ୍ଦ ଦେଇଥାଏ । ପ୍ରହସନ ଭାବରେ ‘ଡିମ୍ବକ୍ରେସୀ ସଭା’, ‘ହନୁମନ୍ତର ବସ୍ତ୍ରହରଣ’, ‘ଜର୍ମାନ ଭୂତ ଓ ବ୍ରିଟିଶ ଦୂତଙ୍କ ପ୍ରଶ୍ନୋତ୍ତର’ର ତାଙ୍କ ଉଲ୍ଲେଖଯୋଗ୍ୟ କୃତି ।

ଶିଶୁ ସାହିତ୍ୟିକ ଭାବରେ ଲକ୍ଷ୍ମୀକାନ୍ତ ନିଜସ୍ବ ପରିଚୟ ସୃଷ୍ଟି କରିଛନ୍ତି । ‘ପିଲାଙ୍କ କଥା’, ‘ଚିଡ଼ିଆଖାନା’, ‘ପାଠମାଳା’, ‘ସାହିତ୍ୟ ସୁଧାକର’ ଶିଶୁ ଓ କିଶୋରମାନଙ୍କ ପାଇଁ ତାଙ୍କଦ୍ବାରା ରଚିତ ଉପାଦେୟପୁସ୍ତକ । ଲକ୍ଷ୍ମୀକାନ୍ତ ଅନେକ ପ୍ରବନ୍ଧ ଓ ସାହିତ୍ୟ ସମାଲୋଚନା ଲେଖୁ ଓଡ଼ିଆ ଗଦ୍ୟସାହିତ୍ୟକୁ ସମୃଦ୍ଧ କରିଛନ୍ତି । ସେଗୁଡ଼ିକ ହେଉଛି ‘ହାସ୍ୟରସ’, ‘ସାହିତ୍ୟ ସୃଷ୍ଟିରେ ହାସ୍ୟରସ’, ‘କବି ଓ କବିତ୍ଵ’, ‘ଓଡ଼ିଆ ସଙ୍ଗୀତ’ । ସେହିପରି ‘ଗୋପବନ୍ଧୁଙ୍କ ସ୍ମୃତି’, ‘ସ୍ମୃତିପ୍ରଭା’, ‘ଚିନ୍ତାମଣି ସ୍ମୃତି’, ‘ଖଣ୍ଡିଏ ଚିଠି’, ଭଳି ଜୀବନ ସ୍ମୃତିମୂଳକ ପ୍ରବନ୍ଧରୁ କାନ୍ତକବିଙ୍କ ଆତ୍ମସଂଲଗ୍ନ ଭାବଉଲ୍ଲାସ ବାରି ହୋଇଡ଼ୋ

କବି ଜାତୀୟତାବୋଧ ମୂଳକ ବା ଦେଶାତ୍ମବୋଧକ ଭାବକୁ ନେଇ ଅନେକ କବିତା ରଚନା କରିଛନ୍ତି । ସେଗୁଡ଼ିକ ‘ଜାତୀୟ ସଙ୍ଗୀତ’ କବିତା ସଂକଳନରେ ସଂକଳିତ । ‘ବନ୍ଦେ ଉତ୍କଳ ଜନନୀ’, ‘କୋଟିକୋଟି କଣ୍ଠେ ଆଜି’, ‘ଉଡ଼ାଇ ନିଶାଣ ବଜାଇ ଭେରୀ’ ‘ସାଜରେ ସାଜରେ’ ଏହି ସଙ୍କଳନରେ ଉଲ୍ଲେଖଯୋଗ୍ୟ କୃତି । ପୁନଶ୍ଚ ତାଙ୍କର ଆଧ୍ୟାତ୍ମ ଗୀତ ସଂକଳନ ହେଉଛି ‘ଜୀବନ ସଂଗୀତ’ । ଏହି ଗୀତଗୁଡ଼ିକରେ ଥ‌ିବା ଉଚ୍ଚାଙ୍ଗ ଭାବ ସଂପଦ ତାଙ୍କ ସୃଷ୍ଟିରୁ ଅନନ୍ୟତା ପ୍ରମାଣ କରେ। ଉପରୋକ୍ତ ଦୃଷ୍ଟିକୋଣରୁ ବିଚାର କଲେ କାନ୍ତକବି ଯେ ଜଣେ ବଳିଷ୍ଠ ସାରସ୍ଵତ ସାଧକ ଏଥିରେ ଦ୍ବିମତ ନାହିଁ ।

Question ୩୦।
ରୁଗ୍‌ଣ ସ୍ଵାସ୍ଥ୍ୟର କାନ୍ତକବି ମୃତ୍ୟୁ ପର୍ଯ୍ୟନ୍ତ କେଉଁ କେଉଁ କାମ ସହ ସଂପୃକ୍ତ ଥୁଲେ, ଦର୍ଶାଅ ।
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଜଣେ ବହୁ ପରିଚିତ ପ୍ରତିଭା । ଭାଗ୍ୟ ବିପର୍ଯ୍ୟୟ ହେତୁ ସେ ସମୟରେ ବି.ଏ. ପାଶ୍ କରିଥିଲେ ମଧ୍ୟ ଛାତ୍ରଜୀବନର ଖେଳୁଅଡ଼ ମନୋବୃତ୍ତିକୁ ସାକାର କରିପାରି ନଥିଲେ ରୁଗ୍‌ଣ ସ୍ୱାସ୍ଥ୍ୟ ପାଇଁ। ତଥାପି କୁଳଦେବତାଙ୍କ ନିକଟରେ ନିଜକୁ ସମର୍ପିତ କଲାପରେ ଦୃଢ଼ ମନୋବଳ ପାଇଁ ସେ ଆଧ୍ୟାତ୍ମ ଅନୁଚିନ୍ତା ବୁଡ଼ି ରହୁଥିଲେ । ସଙ୍ଗୀତ ସାଧନା ଓ ସାହିତ୍ୟ ସାଧନାରେ ନିଜକୁ ନିମଜ୍ଜିତ କରି, ହସି ହସାଇ, ରସି ରସାଇ ନିଜ ଜୀବନର ମୂଲ୍ୟବାନ ସମୟରୁ ସଫଳ କରିଥିଲେ । ଶିବ ବିଷପାନ କରି ସମଗ୍ର ବିଶ୍ୱକୁ ଅମୀୟ ସ୍ରୋତରେ ଭସାଇ ଦେଲାପରି, ଲକ୍ଷ୍ମୀକାନ୍ତ ନିଜ ଜୀବନରେ ବାଧାବିଘ୍ନ, ରୋଗ-ଶୋକ ରୂପକ ବିଶକୁ ପାନକରି ହାସ୍ୟରସର ଅମୃତମୟ ଭାବଧାରାରେ ବିଭୋର କରି ଦେଇଥିଲେ । ତାଙ୍କର କାନ୍ତ କୋମଳ ପଦ୍ୟାବଳୀ ମାଧ୍ୟମରେ ଦରଦୀ ହୃଦୟରେ ସ୍ବତନ୍ତ୍ର ସ୍ଥାନ ନେଇ ପାରିଥିଲେ । ଅନ୍ତର୍ନିହିତ ଯନ୍ତ୍ରଣାକୁ ପରଭୂତ କରି ତାଙ୍କର କବିତ୍ଵ ଆନନ୍ଦର ଧ୍ଵଜା ଉଡ଼ାଇ ପାରିଥିଲା । ଦୁଃଖ ଯନ୍ତ୍ରଣା ଯେପରି ଜୀବନର ଅଭିଶାପ ନହୋଇ, ହୋଇଥିଲା ବିମଳ ହାସ୍ୟ ସୃଷ୍ଟି କରିବାର ପ୍ରେରଣାର ଧାରା ।

ରେଭେନ୍ସା ମହାବିଦ୍ୟାଳୟରୁ ଲକ୍ଷ୍ମୀକାନ୍ତ ୧୯୧୩ ମସିହାରେ ବି.ଏ. ପାସ୍ କଲାପରେ ପୂର୍ବରୁ ତାଙ୍କ ଅଭିଭାବକ ଦାୟିତ୍ୱ ତୁଲାଇଥିବା ଉମାଚରଣଙ୍କୁ ଦେଖା କରିବାପାଇଁ ପୁରୀ ଯାଇଥିଲେ । ସେଠାରେ ରହି ଜଗନ୍ନାଥ ଦର୍ଶନ କରି ଘରକୁ ଫେରିଲେ । ଘରକୁ ଫେରିବା ପରେ ତାଙ୍କୁ ଜ୍ଵର ହୋଇଥିଲା । ଜ୍ଵର ଛାଡ଼ି ଯିବାପରେ, ସେକାଳର ଦୁରାରୋଗ୍ୟ ବ୍ୟାଧର ଉପସର୍ଗ ଦେଖା ଦେଇଥିଲା । ପିତା ଭାଗବତ ପ୍ରସାଦ ଚିକିତ୍ସାର ସମସ୍ତ ପ୍ରଯନ୍ କଲେ, ହେଲେ ଲକ୍ଷ୍ମୀକାନ୍ତ ଶାରୀରିକ ସ୍ତରରେ ବିକଳାଙ୍ଗ ହୋଇଗଲେ । ଏହି ବ୍ୟାଣ୍ଡ୍ ପାଇଁ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଲେ । କୁଳଗୁରୁ ବାବାଜୀ ରାମଦାସଙ୍କଠାରୁ ଦୀକ୍ଷା ଗ୍ରହଣ କଲେ । ତାଙ୍କରି ପରାମର୍ଶରେ କୁଳଦେବତା ଗୋପିନାଥଙ୍କ ନିକଟରେ ନିଜକୁ ସମର୍ପିତ କରିଦେଲେ । ଏହାପରେ ସେ କୀର୍ତ୍ତନ ଭଜନପ୍ରତି ସଦା ଆସକ୍ତ ରହିଲେ । ଏହାପରେ ଲକ୍ଷ୍ମୀକାନ୍ତଙ୍କ ଜୀବନଧାରା ଭିନ୍ନ ମୋଡ଼ ନେଇଥିଲା ।

ବ୍ୟାଧୁଗ୍ରସ୍ତ ହେଲାପରେ ଲକ୍ଷ୍ମୀକାନ୍ତ ସଦାସର୍ବଦା ନିଜକୁ ସାହିତ୍ୟ, ସଙ୍ଗୀତ, ସଂକୀର୍ତ୍ତନ ଚର୍ଚ୍ଚା, ଇଷ୍ଟପୂଜା, ଗୁରୁବାଣୀ ବିଚାରଧାରାରେ ବୁଡ଼ାଇ ରଖିଲେ । ଏହା ଯେପରି ତାଙ୍କ ଜୀବନ ପାଇଁ ଥିଲା ସାନ୍ତନାର ଔଷଧ । ପ୍ରଲୁବ୍ଧ କରିଥିଲା । ସେ ସିଧାସିଧ୍ ସଂଗ୍ରାମରେ ଯୋଗ ଦେଇ ନ ପାରିଲେ ବି ସଂଗ୍ରାମୀମାନଙ୍କ ପାଇଁ ପ୍ରେରଣାର ଭାବ ସୃଷ୍ଟି କରିଥିଲେ । ସ୍ଵାଧୀନତା ସଂଗ୍ରାମୀମାନଙ୍କ ତ୍ରୁଟି ବିଚ୍ୟୁତିକୁ ଲକ୍ଷ୍ୟକରି ଛଦ୍ମନାମରେ ସେ ରଚନା କରିଥିଲେ ‘ଅସହଯୋଗୀର ଆତ୍ମକଥା’ । କନିକା ମେଳିର କଂଗ୍ରେସରେ ନେତୃସ୍ଥାନୀୟ ବ୍ୟକ୍ତିଙ୍କର ତହିଁରେ ଭୂମିକାକୁ ଲକ୍ଷ୍ୟକରି ବ୍ୟଙ୍ଗ ବିଦୁପଧର୍ମୀ ‘ପଞ୍ଚାମୃତ’ ନାଟିକା ରଚନା କରିଥିଲେ ।

୧୯୨୧ ମସିହାରେ ଲକ୍ଷ୍ମୀକାନ୍ତ ‘ଗୋପିନାଥ ସଙ୍ଗୀତ ସମାଜ’ ଗଠନ କରିଥିଲେ । ଏହି ଅନୁଷ୍ଠାନର ଆୟୁକାଳ ଥିଲା ମାତ୍ର ପାଞ୍ଚବର୍ଷ । ଏହି ଅନୁଷ୍ଠାନ ମାଧ୍ୟମରେ ସେ ‘ଶରଦ୍ରାସ’, ‘ବସନ୍ତ ବିଳାସ’, ‘କାଳୀୟ ଦଳନ’, ‘ବ୍ରଜ ବର୍ଜନ’, ‘ବଂଶୀଶିକ୍ଷା’ ଆଦି ନାଟକ ରଚନା କରି ପରିବେଷଣ କରିବାର ବ୍ୟବସ୍ଥା କରିଥିଲେ । ପରେ ପରେ ‘ବେଶ ବଦଳା’, ‘ଶ୍ରୀ ଶ୍ରୀ ଗୌର ସନ୍ୟାସ’, ‘କର୍ଣ୍ଣ’, ‘ଲକ୍ଷ୍ମୀ ଚଣ୍ଡାଳୁଣୀ’ ନାଟକ ରଚନା କରି ଅଭିନୟ କରାଇଥିଲେ । ‘ଗୋପିନାଥ ସଙ୍ଗୀତ ସମାଜ’ ଭାଙ୍ଗିଯିବା ପରେ ସେ ‘ଗୋପିନାଥ ପ୍ରେସ୍’ ସ୍ଥାପନ କଲେ। ୧୯୩୭ ମସିହାରୁ ଏହି ପ୍ରେସ୍‌ ‘ଡଗର’ ପତ୍ରିକା ପ୍ରକାଶ ପାଇଥିଲା । ନିଜେ ଦୁଃଖରେ ଥିଲେ ବି ତାଳପଦା ଓ କଟକରେ ବିଭିନ୍ନ ସମୟରେ ଅବସ୍ଥାନ କରି ଗାଁ ଲୋକଙ୍କ ଦୁଃଖଦୁର୍ଦ୍ଦଶା ମୋଚନ ସେମାନଙ୍କ

ଲକ୍ଷ୍ମୀକାନ୍ତ ସାହିତ୍ୟ ମାଧ୍ୟମରେ ହାସ୍ୟ ଯୌତୁକ, ବ୍ୟଙ୍ଗ ବିଦ୍ରୂପ ସୃଷ୍ଟି କରିବାରେ ପାରଙ୍ଗମ ଥିଲେ । ସତେ ଯେପରି ହସିବା ଓ ଅନ୍ୟମାନଙ୍କୁ ନିଜ ଲେଖା ମାଧ୍ୟମରେ ହସାଇବାର ଅଦ୍ଭୁତ ଶକ୍ତି ନେଇ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କଦ୍ବାରା ରଚିତ ‘ଚଟକ ଚନ୍ଦ୍ରହାସ ଚମ୍ପୁ’, ‘ଧଳାମାଣିକରେ’, ‘କଟକ ସଫର’, ‘ତିମ୍ବକ୍ରେସୀ ସଭା’, ‘ହନୁମନ୍ତର ବସ୍ତ୍ରହରଣ’ ଆଦି ସୃଷ୍ଟିରେ ଏହି ଭାବ ଦେଖିବାକୁ ମିଳେ। ସାହିତ୍ୟର ବିଭିନ୍ନ ବିଭାଗରେ ଲକ୍ଷ୍ମୀକାନ୍ତ ଲେଖନୀ ଚାଳନା କରିଥିଲେ ବି, ଆଧ୍ୟାୟିକ ଅନୁଚିନ୍ତା ତାଙ୍କୁ ଜୀବନର ପରମଶାନ୍ତି ଦେଇଥିଲା । ନିଜ ହୃଦୟର ବ୍ୟଥାତୁର ଭାବ ନେଇ ସେ ଭଗବାନଙ୍କୁ ନିବେଦନ କରିଥିଲେ ।

‘‘ସବୁଥୁରୁ ବଞ୍ଚ କରି
କେଉଁ ଯଶବାନା ଉଡ଼ାଇବ ହେ
ଯାହା ଦେଇଥୁଲ ସବୁତ ନେଲଣି
ଆଉ ଏବେ କିସ ଛଡ଼ାଇବ ହେ ।’’
କିମ୍ବା, ‘ମଉଳା ଏ ମୋର ଫୁଲବନେ
ଚହଟି ଉଠୁଛି ଜହ୍ନରାତି
ପରାଣ ସଖା ଆସିବେ ବୋଲି
ଦୁଲୁକି ଦୁଲୁକି ଉଠେ ଛାତି ।’’
ସମୟ ବିଶେଷରେ ଲକ୍ଷ୍ମୀକାନ୍ତ ଅଭିଯୋଗ କରିଛନ୍ତି, ଆଘାତରେ କ୍ରନ୍ଦନ କରିଛନ୍ତି, ପୁଣି ସେହି ନିବିଡ଼ ଅନ୍ଧକାର ଭିତରେ ଆଶାର ଉଜ୍ଜଳ ଦୀପ୍ତି ଦେଖ୍ ଆତ୍ମହରା ହୋଇଛନ୍ତି । କାନ୍ତକବି ଥିଲେ ବୈଷ୍ଣବ । ଋଗ୍‌ଣ ସ୍ଵାସ୍ଥ୍ୟ ନେଇ ସେ ଜୀବନ ଧାରଣ କରୁଥିଲେ ବି ତାଙ୍କର ଲେଖାବଳୀରେ ସ୍ଵଦେଶପ୍ରାଣତା । ଓ ଆଶାବାଦର ଭାବକୁ ସେ ସଦାସର୍ବଦା ପ୍ରକାଶ କରୁଥିଲେ । ସାହିତ୍ୟର ଆବେଦନରେ ପାଠକକୁ ହାସ୍ୟରେ ବିମୋହିତ କରୁଥିଲେ । ମାନସିକ ସ୍ତରରେ ସେ ଚଳଚଞ୍ଚଳ ରହି ଓଡ଼ିଶାବାସୀଙ୍କୁ ନୂତନ ଦିଗ୍‌ଦର୍ଶନ ଓ ପ୍ରେରଣା ପ୍ରଦାନରେ ନିଜକୁ ନିୟୋଜିତ କରୁଥିଲେ ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

A. ଚାରିଗୋଟି ବିକଳ୍ପ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. ଲକ୍ଷ୍ମୀକାନ୍ତ ମହାପାତ୍ର ନିଜ ରଚନାର ଭିନ୍ନ ଭିନ୍ନ ରୋଚକ ଭାବ ଓ ……………………….. ଶୈଳୀ ପାଇଁ ପାଠକ ମହଲରେ ସୁପରିଚିତ ।
(A) ହୃଦୟଗ୍ରାହୀ
(B) ଅନୁପମ
(C) ମନୋରମ
(D) ବୈଚିତ୍ରମୟ
Answer:
(C) ମନୋରମ

2. ଲ୍ୟାକାନ୍ତ …………………… ମସିହାରେ କଟକ ସହରରେ ଜନ୍ମଗ୍ରହଣ କରିଥିଲେ।
(A) ୧୯୮୮
(B) ୧୮୮୮
(C) ୧୭୮୮
(D) ୧୮୮୯
Answer:
(B) ୧୮୮୮

3. ଲକ୍ଷ୍ମ।କନ୍ତ୍ରଙ୍କ ପିତା ……………………. ସହରର ଦଶମାଇଲ ପୂର୍ବ ଦିଗରେ ଅବସ୍ଥିତ ତାଳପଦା ଗ୍ରାମର ବାସିନ୍ଦା ଥିଲେ।
(A) ବାଲେଶ୍ଵର
(B) କଟକ..
(C) ଭଦ୍ରକ
(D) କେନ୍ଦ୍ରପଡ଼ା
Answer:
(C) ଭଦ୍ରକ

4. ଲକ୍ଷ୍ମୀକାନ୍ତ ଜନ୍ମବେଳକୁ ପିତା ଭାଗବତ ପ୍ରସାଦ …………………………….. ସ୍କୁଲରେ ଶିକ୍ଷାବିତ କରୁଥିଲେ ।
(A) କଟକ ଏକାଡ଼େମୀ
(B) କଲ୍‌ ଜିଏଟ
(C) ଭଦ୍ରକ
(D) ବାଲେଶ୍ବର
Answer:
(A) କଟକ ଏକାଡ଼େମୀ

5. ପିତା ଭାଗବତ ପ୍ରସାଦ ଶିକ୍ଷକତା ସାଙ୍ଗକୁ ………………… ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ।
(A) ବି.ଏ.
(B) ବି.ଏଡ୍.
(C) ଏମ୍.ଏ.
(D) ଆଇନ
Answer:
(D) ଆଇନ

BSE Odisha 10th Class Hindi Solutions Chapter 1 କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

6. ଓକିଲାତି କରାଯାରେ କୃତକାର୍ଯ୍ୟ ହୋଇ ଭାଗବରାରୁ ପ୍ରଥମେ ……………………………………. ଠାରେ ଓକିଲାତି କଲେ ।
(A) ବାଲେଶ୍ଵର
(B) କଟକ
(C) ଭଦ୍ରକ
(D) ପୁରୀ
Answer:
(A) ବାଲେଶ୍ଵର

7. …………………. ରେ ପାଠ ପଢ଼ିବାବେଳେ ଲକ୍ଷ୍ମୀକାନ୍ତ ଜିଲ୍ଲା ସ୍କୁଲର ବୁଦ୍ଧିମାନ ଓ ଉତ୍ତମ ଖେଳାଳି ଛାତ୍ରଭାବରେ ସୁନାମ ଅର୍ଜନ କରିଥିଲେ ।
(A) ଭଦ୍ରକ
(B) ବାଲେଶ୍ଵର
(C) ପୁରୀ
(D) କଟକ
Answer:
(B) ବାଲେଶ୍ଵର

8. ଭଦ୍ରକରେ ଅନେକ ପିଲାଙ୍କ ସାଥିରେ …………………….. କରିବାରେ ମାତିଚାରୁ ଲକ୍ଷ୍ମୀ କାନ୍ତଙ୍କୁ କଟକ ପଠାଗଲା
(A) ଖେଳକୁଦ
(B) ଗଣ୍ଡଗୋଳ
(C) ନେତାଗିରି
(D) ନାଟକ ଅଭିନୟ
Answer:
(D) ନାଟକ ଅଭିନୟ

9. ଉମାଚରଶଙ୍କ ତତ୍ବାବ ଧାନରେ ………………. ରେ ରହି ଲକ୍ଷ୍ମ।କାନ୍ତ ପାଠ ପଢ଼ିଲେ।
(A) ମେସ୍
(B) ଛାତ୍ରାବାସ
(C) ଭଡ଼ାଘର `
(D) ନିଜସ୍ବ ଗୃହ
Answer:
(B) ଛାତ୍ରାବାସ

10. ଲକ୍ଷ୍ମୀକାନ୍ତ ୧୯୦୭ ମସିହାରେ …………………….. ପରୀକ୍ଷାରେ ଉତ୍ତାର୍ଣ୍ଣ ହେଲେ
(A) ଆଇ.ଏ.
(B) ବି.ଏ.
(C) ଏଣ୍ଟ୍ରାନ୍ସ
(D) ଆଇନ
Answer:
(C) ଏଣ୍ଟ୍ରାନ୍ସ

11. ପାଲେଶ୍ଵର ସୁନହଟ ଲାଲ୍‌ମାହନ ଦାସଙ୍କ କନ୍ୟା ………………………….. ଙ୍କ ସହ ତାଙ୍କର ବିବାହ ହୋଇଥିଲା।
(A) ଚାରୁଲତା
(B) ଲବଙ୍ଗଲତା
(C) ପ୍ରେମଲତା
(D) ମାଳତୀଲତା
Answer:
(B) ଲବଙ୍ଗଲତା

BSE Odisha 10th Class Hindi Solutions Chapter 1 କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

12. କବିତା ଲେଖୁଥିବାରୁ ତାଙ୍କୁ ସାଧାମ।ନେ ……………………….. ବୋଲି ଡାକୁଥିଲେ ।
(A) ସ୍ଵଭାବକବି
(B) ଆଶୁ କବି
(C) ବ୍ୟଙ୍ଗକବି
(D) କାନ୍ତକବି
Answer:
(D) କାନ୍ତକବି

13. ………………………. ମହାବିଦ୍ୟାଳୟରୁ ଲକ୍ଷ୍ମୀକାନ୍ତ ୧୯୧୩ ମସିହାରେ ବି.ଏ. ପାଶ୍ କଲେ ।
(A) ରେଭନ୍ସା
(B) ରିପନ୍
(C) ଖ୍ରୀଷ୍ଟ
(D) କଲିକତା
Answer:
(A) ରେଭନ୍ସା

14. ଲଣ୍ଡନର …………………….. ଙ୍କ ଅଭିଷକୋସ୍ଥଚ୍ ତଦ୍ଦେଶ୍ୟରେ ଭ।ରତରେ ଉତ୍ସବମାନ କରା ଯାଉଥାଏ।
(A) ଚତୁର୍ଥ ଜର୍ଜ
(B) ପଞ୍ଚମ ଜର୍ଜ
(C) ଷଷ୍ଠ ଜର୍ଜ
(D) ସପ୍ତମ ଜର୍ଜ
Answer:
(B) ପଞ୍ଚମ ଜର୍ଜ

15. ରେଭେନ୍ସା ମହାବିଦ୍ୟାଳୟରେ ୧୯୧୨ ମସିହାରେ ………………………… ନାଟକ ଅଭିନୟ କରାଯାଉଥାଏ
(A) ବାବାଜୀ
(B) ଶାନ୍ତ୍
(C) କାଞ୍ଚିକ।ଚେବରା
(D) ପହୂ ମାଳା
Answer:
(C) କାଞ୍ଚିକ।ଚେବରା

BSE Odisha 10th Class Hindi Solutions Chapter 1 କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

16. ‘ବୁଢ଼ାଶଙ୍ଖାରି’ ଗଳ୍ପଟିର ପରିଣତି ବେଶ୍ ………………. ନାଟକ ଅଭିନୟ କରାଯାଉଥାଏ ।
(A) ହାସ୍ୟ
(B) କଣାମାମୁ
(C) କାଞ୍ଚବେରୀ
(D) ପଦ୍ମମାଳୀ
Answer:
(D) ପଦ୍ମମାଳୀ

17. ……………………….. ର ଗାତଗୁଡ଼ିକର ଉଇଙ୍ଗ ଭାବ ସମ୍ପଦ ଅନନ୍ୟକୃ ତିର ମାନ୍ୟତ। ଦେଇଛି।
(A) ପାଠମାଳା
(B) ବିବିଧ କବିତା
(C) ଜୀବନ ସଙ୍ଗୀତ
(D) ଦେଶାତ୍ମବୋଧ
Answer:
(C) ଜୀବନ ସଙ୍ଗୀତ

18. କାନ୍ତକବି ଲକ୍ଷ୍ମୀକାନ୍ତ ଥିଲେ ………………..
(A) ଶୈବ
(B) ଶାକ୍ତ
(C) ଗାଣସତ୍ୟ
(D) ଚୈଷ୍ଣବ
Answer:
(D) ଚୈଷ୍ଣବ

19. ………………… ମସିହାରେ ଭଦ୍ରକ ହାଇସ୍କୁଲରେ ଏକ ସମୂର୍ଦ୍ଧ୍ନା ସଭା କରାଯାଇ ଲକ୍ଷ୍ମନ୍ତକୁ କାନ୍ତକବି ରୂପେ ଘୋଷଣା କରାଗଲା
(A) ୧୯୩୨
(B) ୧୯୩୩
(C) ୧୯୩୪
(D) ୧୯୩୫
Answer:
(C) ୧୯୩୪

20. …………… ଙ୍କୁ ଦେଖା କରିବାକୁ ଲକ୍ଷ୍ମୀକାନ୍ତ ପୁରା ଯାଇଥିଲେ।
(A) ମଧୁସୂଦନ
(B) ରମାବଲ୍ଲଭ
(C) ଉମାବଲ୍ଲଭ
(D) ଉମାଚରଣ
Answer:
(D) ଉମାଚରଣ

21. ନାଟ୍ୟରୀତିର …………………… ରେ ଲକ୍ଷ୍ମୀକାନ୍ତଙ୍କ ହାସ୍ୟ ସୃଷ୍ଟିକାର ରଚନା ଶୈଳା ଲକ୍ଷ୍ୟ କରି ହୁଏ
(A) ମାଳିକା
(B) ରଚନା
(C) ପ୍ରହସନ
(D) ବ୍ୟଙ୍ଗ
Answer:
(C) ପ୍ରହସନ

22. କୁଳଗୁରୁ ବାବାଜି ………………………… ଙ୍କ ଠାରୁ ଲକ୍ଷ୍ମୀକାନ୍ତ ଦାଷା ଗ୍ରହଣ କଲେ।
(A) ହରି ଦାସ
(B) ମଧୁ ଦାସ
(C) ଶ୍ୟାମ ଦାସ
(D) ରାମ ଦାସ
Answer:
(D) ରାମ ଦାସ

BSE Odisha 10th Class Hindi Solutions Chapter 1 କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

23. ଲକ୍ଷ୍ମୀକାନ୍ତ ପିତାମାତାଙ୍କ …………………. ସନ୍ତାନ ଥିଲେ।
(A) ଜ୍ୟେଷ୍ଠ
(B) କନିଷ୍ଠ
(C) ମଧ୍ୟମ
(D) ଦ୍ୱିତୀୟ
Answer:
(A) ଜ୍ୟେଷ୍ଠ

24. ‘ ଅସହଯୋଗୀର ଆତ୍ମକଥା’ ଲେଖାଟି …………………… ପତ୍ରିକାରେ ପ୍ରକାଶ ପାଇଥିଲା
(A) ଉତ୍କଳ ସାହିତ୍ୟ
(B) ମୁଗୁର
(C) ସତ୍ୟବାଦୀ
(D) ଡଗର
Answer:
(D) ଡଗର

(ପ୍ରଚୀକ୍ଷର ମର୍ମହାଶା)

କାନ୍ତକବି ଲକ୍ଷ୍ମୀକାନ୍ତ ଓଡ଼ିଆ ସାହିତ୍ୟର ଜଣେ ବଳିଷ୍ଠ ପ୍ରତିଭା । ସେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନ କରି ପାଠକୀୟ ଶ୍ରଦ୍ଧା ଓ ସମ୍ମାନ ଲାଭ କରିଛନ୍ତି । ପାଠକୀୟ ରୁଚିକୁ ଲକ୍ଷ୍ୟକରି ହୃଦୟସ୍ପର୍ଶୀ ଶୈଳୀରେ ସେ ତାଙ୍କର ସାହିତ୍ୟକୁ ରସାଣିତ କରିବାକୁ ଚେଷ୍ଟା କରିଥା’ନ୍ତି । ଲକ୍ଷ୍ମୀକାନ୍ତ ୧୮୮୮ ମସିହା, ଡ଼ିସେମ୍ବର ମାସ ୯ ତାରିଖରେ ଜନ୍ମ ହୋଇଥିଲେ । ସେ ଦିନ ହୋଇଥାଏ ମାଣବସ ଗୁରୁବାର । ତାଙ୍କ ଜନ୍ମସ୍ଥାନ ଥିଲା କଟକ ସହରର ଧୂଆଁପତ୍ରିଆ ଗଳି ବାଖରା ବାଦରେ । ମାଣବସା ଗୁରୁବାରରେ ଜନ୍ମ ନେଇଥ‌ିବାରୁ ଓ ମାତାଙ୍କ ନାମ ରାଧାମଣି ପିତା ଭାଗବତ ପ୍ରସାଦ ଥିଲେ ଭଦ୍ରକ ସହରର ଦଶ ମାଇଲ ପୂର୍ବଦିଗରେ ଅବସ୍ଥିତ ତାଳପଦା ଗ୍ରାମର ବାସିନ୍ଦା ଓ ସେଠାକାର ଜମିଦାର । ସେହିପରି ମାତା ଥିଲେ କଣ୍ଟାପଡ଼ା ଜମିଦାରଙ୍କ କନ୍ୟା। ବଲେଶ୍ଵରରେ ପଢିବାବେଳେ ଲକ୍ଷ୍ମୀକାନ୍ତଙ୍କର ସୂଚାୟ ପ୍ରତିଭାର ପରିଚୟ ମିଳିଥିଲ କୋର୍ଟରେ ଓକିଲାତି ସହିତ ସେ ଭଦ୍ରକରେ ଲକ୍ଷ୍ମୀକାନ୍ତ ଜନ୍ମବେଳକୁ ଭାଗବତ ପ୍ରସାଦ କଟକ ଏକାଡ଼େମୀ ସ୍କୁଲରେ ଶିକ୍ଷକତା କରୁଥିଲେ ।

ଶିକ୍ଷକତା ସାଙ୍ଗକୁ ସେ ମଧ୍ୟ ଆଇନ ପରୀକ୍ଷା ଦେବାପାଇଁ ପାଠପଢ଼ି ପ୍ରସ୍ତୁତ ହେଉଥିଲେ । ଆଇନ ପରୀକ୍ଷାରେ ଭାଗବତ ପ୍ରସାଦ କୃତକାର୍ଯ୍ୟ ହେଲାପରେ ସେ କଟକ ଛାଡ଼ି ବାଲେଶ୍ଵର ଚାଲିଗଲେ । ବାଲେଶ୍ୱରରେ ରହି ଓକିଲାତି କଲେ । ଯେହେତୁ ପିତା ଭାଗବତ ପ୍ରସାଦ ବାଲେଶ୍ଵର ରହିଲେ, ସେଥ‌ିପାଇଁ ସେହି ବାଲେଶ୍ବରରେ ହିଁ ଲକ୍ଷ୍ମୀକାନ୍ତଙ୍କର ବିଦ୍ୟା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଭଦ୍ରକରେ କୋର୍ଟ ଖୋଲିଯିବାରୁ, ଭାଗବତ ପ୍ରସାଦ ବାଲେଶ୍ଵର ଛାଡ଼ି ଭଦ୍ରକ ଚାଲି ଆସିଲେ । କୋର୍ଟରେ ଓକିଲାତି ସହିତ ସେ ଗ୍ରାମର ସମ୍ପତ୍ତି କଥା ବୁଝିବାପାଇଁ ଭଦ୍ରକରେ ରହିଥିବାରୁ, ଲକ୍ଷ୍ମୀକାନ୍ତଙ୍କ ପାଠପଢ଼ା ଭଦ୍ରକରେ କରାଯିବାର ବ୍ୟବସ୍ଥା କରାଯାଇଥିଲ ଛାତ୍ର ଓ ଉତ୍ତମ ଖେଳାଳି ଭାବରେ ସମସ୍ତଙ୍କ ନିକଟରେ ସେ ପରିଚିତ ହୋଇଥିଲେ। ଭଦ୍ରକରେ ଥିବା ସମୟରେ ଅନେକ ସାଥୀ ସେତେବେଳେ ଭାଗବତ ପ୍ରସାଦଙ୍କ ଦୂର ସମ୍ପର୍କୀୟ ଉମାଚରଣ ରେଭେନ୍ସା କଲେଜରେ ଅଧ୍ୟୟନ କରୁଥିଲେ । ଲକ୍ଷ୍ମୀକାନ ହଷ୍ଟେଲରେ ରହି ଉମାଚରଣଙ୍କ ତତ୍ତ୍ଵାବଧାନରେ ପାଠ ପଢ଼ିଲେ । ମାତ୍ର ସେଠାରେ ମଧ୍ୟ ସେ ପାଠ ପଢ଼ିବା ଅପେକ୍ଷା କ୍ରୀଡ଼ା, କବିତା ଲେଖା, ଆମୋଦ ପ୍ରମୋଦରେ ଅଧିକ ଆଗ୍ରହ ଥ‌ିବା କଥା ଉମାଚରଣ ଦେଖୁଥିଲେ।

ଉମାଚରଣ ଉଚ୍ଚଶିକ୍ଷା ପ କଲିକତା ଚାଲିଗଲା ପରେ, ଲକ୍ଷ୍ମୀକାନ୍ତଙ୍କୁ ପୁଣି ବାଲେଶ୍ଵର ଜିଲ୍ଲା ସ୍କୁଲରେ ପଢ଼ିବାକୁ ହୋଇଥିଲା । ଏହି ବାଲେଶ୍ଵର ସ୍କୁଲନ୍ ଲକ୍ଷ୍ମୀକାନ୍ତ ୧୯୦୭ ମସିହାରେ ଏଣ୍ଟ୍ରାନ୍ସ (ତତ୍‌କାଳୀନ ମାଟ୍ରିକ୍) ପାସ କଲେ । ଏଣ୍ଟ୍ରାନ୍ସ ପାସ୍ ପରେ ସେ ରେଭେନ୍ସ ମହାବିଦ୍ୟାଳୟରେ ଆଇ.ଏ. ପଢ଼ିଲେ। ଆଇ.ଏ. ପାସ୍ କରିବା ପରେ ବି.ଏ. ପଢ଼ିବାପାଇଁ କଲିକତାର ରିପନ୍ କଲେଜରେ ନାମ ଲେଖାଇଲେ । ସେଠାରେ ଅସୁବିଧା ହେବାରୁ ଫେରିଆସି ପୁନର୍ବାର ରେଭେନ୍ସା ମହାବିଦ୍ୟାଳୟରେ ପଢ଼ି ବି.ଏ. ପାସ୍ କଲେ । ପାଠ-ପଢ଼ା ଅପେକ୍ଷା ଲକ୍ଷ୍ମୀକାନ୍ତ, ଖେଳରେ ଗୋପୀଯନ୍ତ୍ର ବଜାଇ ସଂଗୀତ ଗାଇବାରେ ଅଧ‌ିକ ସମୟ ବ୍ୟୟ କରୁଥିଲେ । ଏହି ସମୟରେ ସେ ବାଲେଶ୍ଵର ସୁନହଟର ଲାଲମୋହନ ଦାସଙ୍କ କନ୍ୟା ଲବଙ୍ଗଲତାଙ୍କୁ ବିବାହ କରିଥିଲେ ।

ସେ ସମୟରେ ଲଣ୍ଡନରେ ପଞ୍ଚମ ଜର୍ଜଙ୍କ ଅଭିଷେକତ୍ସବ ଉଦେଶ୍ୟରେ ଭାରତରେ ମହାସମାରୋହରେ ଉତ୍ସବ ପାଳନ ହେଉଥିଲା । ଏହି ଉପଲକ୍ଷେ ରେଭେନ୍ସା ମହାବିଦ୍ୟାଳୟରେ ୧୯୧୨ ମସିହାରେ ‘କାଞ୍ଚିକାବେରୀ’ ନାଟକ ମଞ୍ଚସ୍ଥ ହେଉଥିଲା । ଏହି ନାଟକରେ ଲକ୍ଷ୍ମୀକାନ୍ତ ଭଦ୍ରା ଓ ଭିକାରୁଣୀ ଭୂମିକାରେ ଅଭିନୟ କରିଥିଲେ । ଏଥିରେ ଗୋପୀଯନ୍ତ୍ର ବଜାଇ ଗୀତ ଗାଇ ଦର୍ଶକଙ୍କୁ ମୁଗ୍‌ଧ କରି ଦେଇଥିଲେ । ନାଟକର ନର୍ତ୍ତକୀ ଭାବରେ ନାଚି ନାଚି ଅନେକ ପ୍ରଶଂସା ପାଇଥିଲେ । ବି.ଏ. ପଢ଼ିଲାବେଳେ କ୍ରୀଡ଼ାରସିକ, ସଙ୍ଗୀତ- ପ୍ରିୟ, ଅଭିନେତା ଭାବରେ ସେ ଯେଭଳି ପରିଚିତ ଥିଲେ ଠିକ୍ ସେହିପରି ‘ମୁକୁର’ ଓ ଉତ୍କଳ ସାହିତ୍ୟ’ ପତ୍ରିକାରେ ଲେଖାଲେଖ୍ କରି ସଂପାଦକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏନ୍‌ଟ୍ରାନ୍ସ ଅଧ୍ୟୟନ ସମୟରେ କବିତା ଲେଖୁ, ରେଭେନ୍ସା ଛାତ୍ରାବାସରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଶ୍ରଦ୍ଧାଭାଜନ ହୋଇଥିଲେ ।

ଆଇ.ଏ. ପଢ଼ିବାବେଳେ ତାଙ୍କ ଲେଖାକୁ ଦେଖ୍ ଫକୀରମୋହନ ସେନାପତି ପ୍ରଶଂସା କରିଥିଲେ । କ୍ରୀଡ଼ା, ସଂଗୀତ, ଅଭିନୟ, ସାହିତ୍ୟ ସାଧନା ବ୍ୟତୀତ ଲକ୍ଷ୍ମୀକାନ୍ତ ସମାଜ ସେବାପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ରେଭେନ୍ସା କଲେଜର ଅଧ୍ୟାପକ ହେମଚନ୍ଦ୍ର ସରକାରଙ୍କ ତତ୍ତ୍ୱାବଧାନରେ ସେ ଅଗ୍ରଣୀ ସ୍ୱେଚ୍ଛାସେବୀ ଭାବରେ ଦୀନ, ଦୁଃଖୀ, ବ୍ୟାଧୂପୀଡ଼ିତଙ୍କର ସେବା କରୁଥିଲେ । ଏହି ସମୟରେ ପାଠ୍ୟପୁସ୍ତକ ବ୍ୟତୀତ ସେ ଓଡ଼ିଆ ଓ ବଙ୍ଗଳାଭାଷାରେ ବଛା ବଛା ଅନେକ ପୁସ୍ତକ ଅଧ୍ୟୟନ କରିଥିଲେ । କବିତା ଲେଖାଲେଖି କରୁଥିବାରୁ ସାଙ୍ଗସାଥୀମାନେ ତାଙ୍କୁ କାନ୍ତକବି ବୋଲି ଡାକୁଥିଲେ । ମାତ୍ର ପରବର୍ତୀ ସମୟରେ ୧୯୩୪ ମସିହାରେ ଭଦ୍ରକ ହାଇସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା କରାଯାଇ ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ରୂପେ ପରିଚିତ କରାଗଲା । ଏହି ସମ୍ବର୍ଦ୍ଧନା ସଭାରେ ସଭାପତିତ୍ୱ କରିଥିଲେ ଚିନ୍ତାମଣି ମହାନ୍ତି ଏବଂ ଏହାର ମୁଖ୍ୟ ଉଦ୍ୟୋକ୍ତାଥିଲେ ଲକ୍ଷ୍ମୀନାରାୟଣ ସାହୁ ।

ଲକ୍ଷ୍ମୀକାନ୍ତ ବି.ଏ. ପାସ୍ କଲାପରେ, ପୂର୍ବରୁ ଅଭିଭାବକ ଭାବରେ ପରିଚିତ ଥ‌ିବା ଉମାଚରଣ ଦାସଙ୍କୁ ଦେଖା କରିବାକ। ପୁରା ଗଲେ ସେଠାରେ ଜଗନ୍ନାଥ ଦର୍ଶନ କରି, ବି.ଏଲ୍. ପଢ଼ିବାର ପରାମର୍ଶ ନେଇ ଲକ୍ଷ୍ମୀକାନ୍ତ ଘରକୁ ଫେରିଲେ । ଘରକୁ ଫେରିବାପରେ ତାଙ୍କୁ ଜ୍ଵର ହେଲା । ଜ୍ଵର ଛାଡ଼ିଯିବା ପରେ ଦେହରେ ସେକାଳର ଦୁରାରୋଗ୍ୟ ବ୍ୟାଧର ଉପସର୍ଗ ପ୍ରକାଶ ପାଇଲା । ପିତା ଭାଗବାତ ପ୍ରସାଦ ପୁତ୍ରର ଚିକିତ୍ସା କଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ଲକ୍ଷ୍ମୀକାନ୍ତଙ୍କ ଶରୀର ବ୍ୟାଖ୍ ପାଇଁ ବିକଳାଙ୍ଗ ହୋଇଗଲା । କୁଳଗୁରୁ ବାବାଜୀ ରାମଦାସଙ୍କଠାରୁ ସେ ଦୀକ୍ଷା ଗ୍ରହଣ କଲେ ଏବଂ ତାଙ୍କରି ପରାମର୍ଶରେ କୁଳ ଦେବତା ଗୋପାନାଥଙ୍କ ପ୍ରତି ସମର୍ପିତ ହେଲେ। ସଦାସର୍ବଦା ଭଜନ କାର୍ତ୍ତନ କାର୍ତ୍ତନ କରି ନିଜ ଜୀବନର ଗତିପଥକୁ ବଦଳାଇ ଦେଲେ।

ଲକ୍ଷ୍ମୀକାନ୍ତ ତାଙ୍କ ପିତାଙ୍କର ଥିଲେ ଜ୍ୟେଷ୍ଠ ସନ୍ତାନ । ସାନଭାଇ ତିନିଜଣ ଓ ସାନଭଉଣୀ ଆଠଜଣଙ୍କୁ ନେଇ ତାଙ୍କର ପରିବାର ଥିଲା । ପିତା ଭାଗବତ ପ୍ରସାଦ ସଦାସର୍ବଦା ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ । ବଡ଼ପୁଅର ଏଭଳି ଅବସ୍ଥା ଦେଖ୍, ତାହାର ଭବିଷ୍ୟତ ପାଇଁ ସେ ଇଷ୍ଟଦେବ ଗୋପୀନାଥଙ୍କ ନାମରେ ଥିବା ପୈତୃକ ସମ୍ପତ୍ତିର ଉତ୍ତରାଧ୍ୟାକାରୀ କରାଇଦେଇଥିଲେ । ଏଥିପାଇଁ ଲକ୍ଷ୍ମୀକାନ୍ତଙ୍କୁ ଭାଇଆଳିଆ ସ୍ତରର ନାନାଦି ଈର୍ଷା ଓ ମାଲିମୋକଦ୍ଦମାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଶାରୀରିକ ଓ ମାନସିକ କଷ୍ଟ ପାଉଥିଲା ବେଳେ, ସେ ସାହିତ୍ୟ, ସଙ୍ଗୀତ, ସଂକୀର୍ତ୍ତନ, ଇଷ୍ଟପୂଜା, ଗୁରୁବାଣୀ ପାଳନ କରି ନିଜ ମନକୁ ସାର୍ ନା ଦେଉଥିଲେ । ଏହି ସମୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଭାଷାଭିଭିକ ପ୍ରଦେଶ ଗଠନ ପାଇଁ ଆନ୍ଦୋଳନ ଚାଲିଥାଏ । ‘ଉତ୍କଳ ସମ୍ମିଳନୀ’ ମାଧ୍ୟମରେ ଉତ୍କଳୀୟଙ୍କ ମନରେ ଜାତୀୟତା ଭାବା ସୃଷ୍ଟି କରିବାପାଇଁ ଯୋଜନା ହେଉଥାଏ । ୧୯୧୨ ମସିହାର ଲକ୍ଷ୍ମୀକାନ୍ତଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ଉତ୍କଳ ସମ୍ମିଳନୀର ଅବେଶନରେ ଗାନ କରାଯାଇ ପ୍ରସିଦ୍ଧି ଲାଭ କରିଥିଲା ।

୧୯୨୧ ମସିହରେ ଅସହଯୋଗ ଆନ୍ଦୋଳନର ଡାକରା ଦେଇଥିଲେ ମହାତ୍ମା ଗାନ୍ଧୀ । ଅସଯୋଗ ଆନ୍ଦୋଳନରେ ଭଳି ଗଦ୍ୟରଚନା ଲେଖୁଥିଲେ । ଏହି ଲେଖା ‘ଉତ୍କଳ ସାହିତ୍ୟ’ ପତ୍ରିକାର ପାଞ୍ଚଟି ସଂଖ୍ୟାରେ ପ୍ରକାଶ ପାଇଥିଲା । ପୁନଶ୍ଚ ବଲେଶ୍ଵରରୁ ପ୍ରକାଶ ପାଉଥିବା ସାପ୍ତାହିକ ‘ପ୍ରଜ।ତନ୍ତ୍ର’ ରେ କନି କାମେଳି, କଂଗ୍ରେସର ନେତୃସ୍ଥ ନାୟ ବ ବ୍ୟକ୍ତିଙ୍କର ଓହିଁରେ ଭୂମିକାକୁ ଲକ୍ଷ୍ୟକରି ବ୍ୟଙ୍ଗ ବିଦ୍ରୁପଧର୍ମୀ ‘ପଞ୍ଚାମୃତ’ ନାଟିକା ପ୍ରକାଶ କରିଥିଲେ । ଏହି ସମୟରେ ଅନେକ ଲାନିକା, କବିତା, ଜାତୀୟ ସଙ୍ଗୀତ, ‘କଣାମାମୁ’ ଉପନ୍ୟାସ ଏବଂ ନାଟକାଦି ରଚନା କରିଥିଲେ । ସମୟରେ ବ୍ରିଟିଶ୍ ସରକାରଙ୍କର ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ଭାଗବତ ପ୍ରସାଦ ବିହାର ଓଡ଼ିଶା କାଉନ୍‌ସିଲ୍ ସଭ୍ୟପଦରୁ ଇସ୍ତଫା ଦେଇଥିଲେ । ଲକ୍ଷ୍ମୀକାନଙ୍କ ସାନଭାଇ କମଳାକାନ୍ତ, ଭଉଣୀ କୋକିଳା ଦେବୀ ଓ ଜାହ୍ନବୀ ଦେବୀ, ଭଣଜା ଗୌର ଗୋପାଳ ଦାସ, ଦୁଇପୁତ୍ର ନିତ୍ୟାନନ୍ଦ ଓ ଗୌରଚନ୍ଦ୍ର ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ କରାବରଣ କରିଥିଲେ ।

ଦେଶମ୍ନବେ।ଧ ଚିନ୍ତ୍ରାରେତନାରେ ଲକ୍ଷ୍ମ।କ।ନ୍ତ୍ରଙ୍କ ପରିବାର ଉଦ୍‌ବୁଦ୍ଧି ହୋଇଥଲୋ ଫଳରେ ଲଚିଶ ସତ୍ୟାଗ୍ରହ ସମୟରେ ବ୍ରିଟିଶ୍ ସରକାରଙ୍କର ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ଭାଗବତ ପ୍ରସାଦ ବିହାର ଓଡ଼ିଶା କାଉନ୍‌ସିଲ୍ ସଭ୍ୟପଦରୁ ଇସ୍ତଫା ଦେଇଥିଲେ । ଲକ୍ଷ୍ମୀକାନିଙ୍କ ସାନଭାଇ କମଳାକାନ୍ତ, ଭଉଣୀ କୋକିଳା ଦେବୀ ଓ ଜାହ୍ନବୀ ଦେବୀ, ଭଣଜା ଗୌର ଗୋପାଳ ଦାସ, ଦୁଇପୁତ୍ର ନିତ୍ୟାନନ୍ଦ ଓ ଗୌରଚନ୍ଦ୍ର ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ କରାବରଣ କରିଥିଲେ।

BSE Odisha 10th Class Hindi Solutions Chapter 1 କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ଲକ୍ଷ୍ମୀକାନ୍ତ ନିଜର ନାଟ୍ୟ ପ୍ରତିଭାର ପରିଚୟ ଦେବାକୁ ଯାଇ ଗଠନ କରିଥିଲେ ‘ଗୋପୀନାଥ ସଙ୍ଗୀତ ସମାଜ’ । ଏହା ପ୍ରଥମେ ଅପେରା ଏବଂ ପରେ ଥ୍ଟରରେ ପରିଣତ ହୋଇଥିଲା । ଏହା ମାଧ୍ୟମରେ ଲକ୍ଷ୍ମୀକାନ୍ତ ‘ଶରଦ୍ରାସ’, ‘ବସନ୍ତ ବିଳାସ’, ‘କାଳୀୟ ଦଳନ’, ‘ବ୍ରଜ ବର୍ଜନ,’, ‘ବଂଶୀ ଶିକ୍ଷା’ ଆଦି ନାଟକ ନାଟିକା ରଚନା କରି ପରିବେଷଣ କରାଇଥିଲେ । ପରବର୍ତୀ ସମୟରେ ସେ ‘ବେଶ ବଦଳା’, ‘ଶ୍ରୀଶ୍ରୀ ଗୌର ସନ୍ୟାସ’, ‘କଣ୍ଠ’, ‘ଲକ୍ଷ୍ମୀ ଚଣ୍ଡାଳୁଣୀ’ ନାଟକ ରଚନା କରି ଅଭିନୟ କରାଇଥିଲେ । ଏହି ନାଟ୍ୟ ସଂସ୍ଥା ପାଇଁ ଲକ୍ଷ୍ମୀକାନ୍ତଙ୍କର ରାସ ପ୍ରଣେତା ଗୋବିନ୍ଦ ସୁରଦେଓ ମୋହନ ସୁନ୍ଦର ଦେବ ଗୋସ୍ବାମୀ, କୃଷ୍ଣ ପ୍ରସାଦ ବସୁ ଓ କାଳୀଚରଣଙ୍କ ସହିତ ନିବିଡ଼ ସମ୍ପର୍କ ସ୍ଥାପନ ହୋଇଥିଲା ।

ଗୋପିନାଥ ସଙ୍ଗୀତ ସମାଜ ଭାଙ୍ଗିଯିବା ପରେ ଲକ୍ଷ୍ମୀକାନ୍ତ ୧୯୨୯ରେ ‘ଗୋପିନାଥ ପ୍ରେସ୍’ ଭଦ୍ରକରେ ସ୍ଥାପନ କଲେ । ଏହି ପ୍ରେସରୁ ୧୯୩୭ ମସିହରେ ପ୍ରକାଶ ପାଇଲା ‘ଡଗର ପତ୍ରିକା’। ପରବର୍ତ୍ତୀ ସମୟରେ ସେ ‘ଡଗର’ ପତ୍ରିକାର ପ୍ରକାଶନ କଟକସ୍ଥ ପିଠାପୁରଠାରେ କରାଇଥିଲେ । ୧୯୪୮ ମସିହାରେ ଭଦ୍ରକର ତାଳପଦା ଏବଂ କଟକରେ ଅବସ୍ଥାନ କରି ଲୋକମାନଙ୍କ ମନରେ ରହିଥ‌ିବା ଅନ୍ଧବିଶ୍ବାସ ଦୂରୀକରଣ, କୁଟୀର ଶିଳ୍ପ ଆଦି କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଦେଇଥିଲେ । ଗାନ୍ଧୀ ଆଦର୍ଶ ଓ ବାଣୀ ପ୍ରତି ଅନୁରାଗୀ ହୋଇ ସେ ଅନେକ କବିତା ରଚନା କରିଥିଲେ । ଏହି କରିତ୍‌କର୍ମା, ଯଶସ୍ବୀ ସାଧକଙ୍କର ଅବସାନ ଘଟିଲା ୧୯୫୩ ମସିହା ଫେବୃଆରୀ ୨୪ ତାରିଖ ଦିନ ଭଦ୍ରକ ଭବନରେ ।

କାନ୍ତକବି ଲକ୍ଷ୍ମୀକାନ୍ତ ଓଡ଼ିଆ ଗଦ୍ୟ ଓ ପଦ୍ୟ ସାହିତ୍ୟକୁ ବହୁବିଧ ରଚନାରେ ସମୃଦ୍ଧ କରିଛନ୍ତି । ତାଙ୍କର ଅଧିକାଂଶ ରଚନାରେ ହାସ୍ୟ କୌତୁକ ଓ ବ୍ୟଙ୍ଗ ବିଦ୍ରୂପଧର୍ମୀ ଭାବ ଦେଖିବାକୁ ମିଳେ । ସତେ ଯେପରି ଅନ୍ୟକୁ ହସାଇବାର ଅଦ୍ଭୁତ ଶକ୍ତି ନେଇ ସେ ଜନ୍ମଗ୍ରହଣ କରିଥିଲେ । କବିସୂର୍ଯ୍ୟ ବଳଦେବ ରଥଙ୍କ ‘କିଶୋର ଚନ୍ଦ୍ରାନନ୍ଦଚମ୍ପୂ’କୁ ଅନୁସରଣ କରି ସେ ରଚନା କରିଛନ୍ତି ‘ଚଟକ ଚନ୍ଦ୍ରହାସ ଚମ୍ପୂ’ । ସେହିପରି ଫକୀରମୋହନ ସେନାପତିଙ୍କ ‘ଉତ୍କଳ ଭ୍ରମଣ’ ଅନୁକରଣ କରି ‘କଟକ ସଫର’, ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘କଳାମାଣିକରେ’ ଛାନ୍ଦକୁ ଅନୁସରଣ କରି ‘ଧଳାମାଣିକରେ’ ଲାଳିକା ରଚନା କରିଥିଲେ । ନାଟ୍ୟ ସାହିତ୍ୟରେ ମଧ୍ୟ ଅନୁରୂପ ହାସ୍ୟଉକ୍ତି ଦେଖିବାକୁ ମିଳେ ।

‘ଡିମ୍ବକ୍ରେସୀ ସଭା’, ‘ହନୁମନ୍ତର ବସ୍ତ୍ରହରଣ’, ’ଜର୍ମାନ ଭୂତ ଓ ବ୍ରିଟିଶ ଦୂତଙ୍କ ପ୍ରଶ୍ନୋତ୍ତର ‘ଆଦି ତାଙ୍କର ପ୍ରହସନ ରଚନା । କାନ୍ତକବି ଲକ୍ଷ୍ମୀକାନ୍ତ ଥିଲେ ସଫଳ ଶିଶୁ ସାହିତ୍ୟିକ । ତାଙ୍କଦ୍ବାରା ରଚିତ ‘ପିଲାଙ୍କ କଥା’ (ପୌରାଣିକ କାହାଣୀ ସଂକଳନ) ‘ଚିଡ଼ିଆଖାନା’ (ଜୀବଜନ୍ତୁ ସମ୍ବନ୍ଧୀୟ ପଦ୍ୟମୟୀ କୃତି) ଆଦି ଶିଶୁ ମନସ୍ତତ୍ତ୍ଵକୁ ସ୍ପର୍ଶକଲାଭଳି ସାହିତ୍ୟ ସୃଷ୍ଟି । ଏତଦ୍‌ବ୍ୟତୀତ ପାଠ୍ୟପୁସ୍ତକ ଉଦ୍ଦେଶ୍ୟରେ ସେ ‘ପାଠମାଳା’ ଓ ‘ସାହିତ୍ୟ ସୁଧାକର ଭଳି ପୁସ୍ତକ ରଚନା କରିଛନ୍ତି ।

ଲକ୍ଷ୍ମୀକାନ୍ତ ଗଳ୍ପ, ପ୍ରବନ୍ଧ, ଉପନ୍ୟାସ ରଚନା କରି ଓଡ଼ିଆ ବାଣୀଭଣ୍ଡାରକୁ ଯଶସ୍ୱୀ କରିଛନ୍ତି । ଗଳ୍ପ ଦୃଷ୍ଟିରୁ ‘ବୁଢ଼ାଶଙ୍ଖାରି’ ତାଙ୍କର ସଫଳ ସୃଷ୍ଟି । ଏଥିରେ ପ୍ରେମ ଓ କରୁଣ ଭାବକୁ ନାୟକ ବୁଢ଼ାଶଙ୍ଖାରି ମାଧ୍ୟମରେ ଦେଖାଇ ଦିଆଯାଇଛି । ‘ଅସହଯୋଗୀର ଆତ୍ମକଥା’ରେ ହାସ୍ୟ ଓ ବିଦୁପଧର୍ମୀ ଭାବ ଉପସ୍ଥାପନା, ‘କଣାମାମୁ’ର ଜାତୀୟତାବାଦୀ ସଂଗ୍ରାମୀ ଗଢୁଗକୁ ଅସଂପୂର୍ଣ୍ଣ ରହିଯାଇଥବା ଚରିତ୍ରକୁ ପାଠକ ବେଶ୍ ହୃଦୟର ସହିତ ଅନୁଭବ କରିଥାଏ । ଜଣେ ସଫଳ ପ୍ରାବନ୍ଧିକ ଭାବରେ ‘ହାସ୍ୟରସ’, ‘ସାହିତ୍ୟ ସୃଷ୍ଟିରେ ହାସ୍ୟରସ’, ‘କବି ଓ କବିତ୍ଵ’, ‘ଓଡ଼ିଆ ସଙ୍ଗୀତ’ ଆଦି ସେ ରଚନା କରିଛନ୍ତି । ‘ହାସ୍ୟରସ’ ସମ୍ବନ୍ଧରେ ଅଭିମତ ଦେଇ କହିଛନ୍ତି, ‘ତିଅଣରେ ଲୁଣଭଳି ସାହିତ୍ୟରେ ହାସ୍ୟରସ ଏକାନ୍ତ ଆବଶ୍ୟକ’ । ‘ଗୋପବନ୍ଧୁଙ୍କ ସ୍ମୃତି’, ‘ସ୍ମୃତିପୂଜା’, ଚିନ୍ତାମଣି ସ୍ମୃତି’, ‘ଖଣ୍ଡିଏ ଚିଠି’ କାନ୍ତକବିଙ୍କର ଜୀବନୀମୂଳକ ପ୍ରବନ୍ଧ ସୃଷ୍ଟି । ଅଙ୍ଗେନିଭା କଥାକୁ ନେଇ କାନ୍ତକବି ରଚନା କରିଛନ୍ତି ‘ନିଭୃତ ନିଶୀଥ’, ‘ରୋଗଶଯ୍ୟା’, ‘ଜୀବନ୍ତ ମରଣ’ । ନିଜ ଜୀବନର ଅବସ୍ଥା ଓ ବିଶେଷ ସ୍ମୃତିନେଇ ସେ ରଚନା କରିଛନ୍ତି ‘ବାଲ୍ୟସ୍ମୃତି’, ‘ଶୈଶବ ସ୍ମୃତି’, ‘କୈଶୋର ସ୍ବପ୍ନ’ ଓ ଯୌବନ ପଥେ’।

କାନ୍ତକବିଙ୍କଦ୍ବାରା ରଚିତ ଲାଳିକାଗୁଡ଼ିକ ବେଶ୍ ହାସ୍ୟ ଉଦ୍ଦୀପକ । ସେଗୁଡ଼ିକ ହେଉଛି ‘ଅଲଣା ପୁରାଣ’, ‘ଯୁଗର ମଜା’, ‘ବିଡ଼ି ମହିମା’, ‘ଶୋକଗୀତ’, ‘ଗାନ୍ଧୀଗୋଳ’ ଇତ୍ୟାଦି । କବିବର ରାଧାନାଥ ରାୟଙ୍କ ରଚିତ ‘ଚିଲିକା’ ରୀତିରେ କବି ଲେଖୁଛନ୍ତି ‘ବୈତରଣୀ’। ‘କଲ୍ଲୋଳ’ ଓ ‘ବିବିଧ କବିତା’ ସଂକଳନରେ ତାଙ୍କର ଅନେକ କବିତା ସଂଯୋଜିତ । ସେଗୁଡ଼ିକ ହେଲା ‘ଶ୍ମଶାନରେ ରାଧାନାଥ’, ‘ଶ୍ମଶାନରେ ମଧୁସୂଦନ’, ‘ମହାପ୍ରୟାଣ’, ‘ଆଷାଢ଼ ପ୍ରଥମ ଦିବସେ’, ‘ବର୍ଷା ସଙ୍ଗୀତ’, ‘ଶିଶୁ’, ‘ଶିଶୁର ଭାଷ’, ‘ଶିଶୁର ହସ’, ‘ମୋ ସଙ୍ଗୀତ’, ‘ଯୁଗାବତାର’ ଇତ୍ୟାଦି । ତାଙ୍କ ହୃଦୟର ଆଧାୟିକ ଚେତନା ସମ୍ବଳିତ କବିତା ସଂକଳନ ହେଉଛି ‘ଜୀବନ ସଙ୍ଗୀତ’ । ଏହି କବିତା ସଂକଳନକୁ ଅନେକ ଆଲୋଚକ ବିଶ୍ୱକବି ରବିନ୍ଦ୍ରନାଥଙ୍କ ‘ଗୀତାଞ୍ଜଳି’ ସହିତ ତୁଳନା କରିଛନ୍ତି । ଜାତୀୟ ଭାବ, ଦେଶପ୍ରୀତି ଓ ଜାତୀୟ ବୀର ବନ୍ଦନା କବିତାଗୁଡ଼ିକୁ ନେଇ କବି କରିଛନ୍ତି ‘ଜାତୀୟ ସଂଗୀତ’ କବିତା ସଞ୍ଚଳନ।

ପୂର୍ବରୁ ପ୍ରକାଶ ପାଇଥିବା ‘ଦୁନ୍ଦୁଭି’ କବିତା ସଂକଳନରେ ସ୍ଥାନିତ ‘ବନ୍ଦେ ଉତ୍କଳ ଜନନୀ’, ‘ଜାତୀୟ ସଙ୍ଗୀତ’ ସଂକଳନଭୁକ୍ତ ହୋଇଛି । ଉକ୍ତ ସଂଗୀତଟିକୁ ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତ ମାନ୍ୟତା ଦେଉଛି । ଏହି କବିତା ସଂକଳନରେ ‘କୋଟି କୋଟି କଣ୍ଠେ ଆଜି’, ‘ଉଡ଼ାଇ ନିଶାଣ ବଜାଇ ଭେରୀ’, ‘ସାଜରେ ସାଜରେ’ ‘ଭାଇମାନେ ହେ’ ଆଦି ଜାତୀୟ ଆହ୍ବାନମୂଳକ କବିତା ସ୍ଥାନିତ ହୋଇଛି । କାନ୍ତକବି ଲକ୍ଷ୍ମୀକାନ୍ତ ଥିଲେ ବୈଷ୍ଣବ । ତାଙ୍କର ଲେଖାଗୁଡ଼ିକରେ ସ୍ଵଦେଶପ୍ରାଣତା, ଆଶାବାଦ ଓ ସୌନ୍ଦର୍ଯ୍ୟାଶ୍ରିତ ମହାନ୍ ଭାବନା ଦେଖିବାକୁ ମିଳେ । ଓଡ଼ିଆ ସାହିତ୍ୟର ପ୍ରାୟ ପ୍ରତ୍ୟେକ ବିଭାଗରେ ଲେଖନୀ ଚାଳନା କରି ସେ କେବଳ ବିଦଗ୍ଧ ପାଠକ କାହିଁକି ସମଗ୍ର ଓଡ଼ିଶାବାସୀଙ୍କ ନିକଟରେ ସଦା ଆଦରଣୀୟ ହୋଇ ରହିବେ ।

କାଠିନ ଶବ୍ଦାର୍ଥ ଓ ଟିପ୍ପଶା

  • ବିବିଧ – ବିଭିନ
  • ଭିନ୍ନ ଭିନ୍ନ – ଅଲଗା ଅଲଗା
  • ରୋଗକ – ରୁଚିକାରକ
  • ମନୋରମ – ମନୋହର/ରମଣୀୟ
  • ସୁପରିଚିତ – ବହୁ ପରିଚିତ
  • ମାଣବସା – ମାର୍ଗଶିର ମାସ ଗୁରୁବାର ଦିନ ମାସରେ ଧାନ ରଖୁ ଲକ୍ଷ୍ୟଙ୍କର ପ୍ରତୀକ ଭାବରେ ପୂଜା କରାଯାଏ।
  • କଟକ ଏକାଡ଼େମା ସ୍କୁଲ – ବର୍ତ୍ତମାନର ନାମ ପ୍ୟାର।ଏମାହନ ଏକାଡ଼ମା
  • କୃତକାର୍ଯ୍ୟ – ସଫଳକାମ
  • ତଭାବଧାନ – ଦାୟିତ୍ୱ ନେବ/ହେପାଜତ
  • କ୍ରାଡା – ଖେଳ
  • ଗୋପାଯନ୍ତ – ଏକ ପ୍ରକାର ବାଦ୍ୟଯନ୍ତ୍ର
  • ପରିବେଷଣ – ଉପସ୍ଥାପନ
  • ଅଭିକୋତ୍ସବ – ଅଭିଷେକ ଉତ୍ସବ ଅର୍ଥାତ୍ ରାଜଗାଦି ବା ସିଂହାସନରେ ନୂତନ ରାଜା ରପିବା ବେଳେ ଆନନ୍ଦ ଉତ୍ସବ।
  • କେନ୍ଦେରା – (ଏକ ପ୍ରକାର ରାଜ୍ୟଯନ୍ତ୍ ସାଧାରଣତଃ ଯୋଗୀମାନେ କେନ୍ଦରା ବଜାଇ ଗାତ ଗାଇ ଭିଷା କରିଥା ନ୍ତି)
  • ର।ମହାଳି – ତାସକାଠଆ
  • ମୁଗ୍ଧ – ପ୍ରଶାଭୂତ/ଅତି ଆନନ୍ଦ ପ୍ରଦାନ
  • ପାରଦର୍ଶୀ – ପାରଙ୍ଗମ/ କୁଶଳା
  • ଶ୍ରୀୟାଭଜନ – ଶ୍ରଦ୍ଧାର ଯୋଗ୍ୟ
  • ଅଗ୍ରଶା – ଆଗୁଆ/ନେତୃତ୍ଵ
  • ଘେ।ଷଣା – ପ୍ରଚାର
  • ସର୍ବସାଧାରଣ – ସବୁସ୍ତରର ଲୋକ
  • ଅଭିଭାବେକ – ପୁରବି
  • ବି.ଏଲ୍‌. – ବ୍ୟାଚେଲର ଅଫ ଲ (ଆଇନ ସ୍ନାତକ)
  • ଉପସର୍ଗ – ଚିହ୍ନ/ସଙ୍କେତ
  • ଦୂରାରୋଗ୍ୟ – ଯାହା କଷ୍ଟରେ ଆରୋଗ୍ୟ ହୋଇଥାଏ
  • ଧମର୍ପିତ – ଉପର୍ଗ କରିବା
  • ଥାସକ୍ତ – ଆଗ୍ରହା
  • ଦୁର୍ଦ୍ଦଶାଗ୍ରସ୍ତ – ଭାଗ୍ୟହାନତା କବଳିତ
  • କୁଳଗୁରୁ – ଇଂଶର ବାଷ।ଯାତା ଗୁରୁ
  • ପାଲିମୋକଦ୍ଦମା – କୋର୍ଟ କଚେରୀରେ କେସ୍
  • ମାନ୍ତ୍ରନା – ଆଶ୍ଵାସନା/ ପ୍ରରୋଧ
  • ଭାଷାଭିତ୍ତିକ – ଭାଷାକୁ ମୁଳକରି
  • ତ୍ରୁଟି ବିଚ୍ୟୁତି – ଭୁଲ୍ ଭାବ
  • ଛହନାମ – ନିଜ ନାମ ବଦଳରେ ଆଉ ଏକ ନାମ
  • ଉଚ୍ଚଚୁଘି – ଅନୁପ୍ରାଣିତ
  • ଲବଣ ସତ୍ୟାଗ୍ରହ – ସମୁଦ୍ରରୁ ଲୁଗ ମାରିବା ପାଇଁ ଚାକ୍ଷିଜଙ୍କ ଆହ୍ୱାନ କ୍ରମେ ୧୯୩୦ରେ ହୋଇଥିଲା ଗଣ ଆନ୍ଦୋଳନା
  • ଅବସାନ – ଶେଷ ହେବା
  • ଜରିଆରେ – ମାଧ୍ୟମରେ
  • ସାପ୍ତାହକ – ସାତ ଦିନରେ ଥରେ
  • ଉପଲବ୍ଧ ହୋଇଥାଏ। – ମିଳିଥାଏ
  • ଇସ୍ତଫା – କାଯ୍ୟକାଳ ପୂରିବା ପୂର୍ବରୁ ନିଜ ଇଚ୍ଛାରେ କାଯ୍ୟରୁ ବାହାରି ଆସିବା
  • କାରାବରଣ – ଚେଲ୍ ରେ ରହିବା
  • ଆୟୁକାଳ – ଜବନକାଳ
  • ନିବିଡ଼ – ଘନିଷ୍ଠ
  • ପ୍ରଚେତା – ରଚୟିତା
  • ଅସ୍‌ସ୍ଥାନ – ରହିବା
  • ଅନୁରାଗା – ଅନୁସରଣ କରିବା
  • ଅବସାନ – ଶେଷ
  • କରିଆରେ – ମାଧ୍ୟମରେ
  • ମାସିକ – ତାପର୍ଯ୍ୟପୂର୍ଣ୍ଣ
  • ବିଦ୍ରପ – ଥଟ୍ଟାମାଧ୍ୟମରେ ଆପାତ
  • ବ୍ୟଙ୍ଗ – ଅଟ୍ଟା
  • ଲଳିକା – ଆମେଦପ୍ନାର୍ଶ୍ନ ପ୍ରସଙ୍ଗ
  • ପ୍ରହସନ – ହାସ୍ୟରସ ଉଦ୍ଦୀପକ କ୍ଷୁଦ୍ର ନାଟକ
  • ଶିକ୍ଷକୋଚିତ – ଶିକ୍ଷକଙ୍କ ନିମନ୍ତେ ଉଚ୍ଚିତ
  • ତି ଅଶ – ତରକାରି
  • ଆମମଲଗ୍ନ – ନିଜ ସହ ଯୋଡ଼ି ହୋଇଥିବା
  • ଉଜ୍ଜ୍ବସ – ଉଦ୍ବେଳିତ ଭାବ
  • ଅଙ୍ଗେ ନିଭା – ବାଚନରେ ଘଟିଯାଇଥିବା
  • ରୂପାୟିତ – ପ୍ରକାଶିତ
  • ସ୍ୱରଣଯୋଗ୍ୟ – ମନେ ରହିଲା ଭଳି
  • ଚିରଚିତ – ଲେଖାଯା ଇଥିବା/ରଚନା କରାଯାଇଥିବା
  • ଆଧାମବ।ଦା – ଈଶ୍ଵର ବା ପରମାତ୍ମାଙ୍କ ଉପରେ ଆସ୍ଥା ସ୍ଥାନ କାରା
  • କବିତାବଳା – କରିବାପମୂହ
  • ଆଚଳ। – ସମୂହ
  • ଉଚ୍ଚାଙ୍ଗ – ଉଚ୍ଚକଟାରେ (ଯାହା ସବୁଦିନେ ମର୍ଯ୍ୟାଦାବନ୍ତ ହୋଇଥିବ)
  • ଆୟୁଷ୍ଠାନ – ଆୟୁଷ ସମ୍ପନ୍ନ
  • ଯଶୋହଦେବହ – ଯଶସ୍ଵା

BSE Odisha 10th Class Physical Science Notes Chapter 6 ଆଲୋକ- ପ୍ରତିଫଳନ ଓ ପ୍ରତିସରଣ

Odisha State Board BSE Odisha 10th Class Physical Science Notes Chapter 6 ଆଲୋକ- ପ୍ରତିଫଳନ ଓ ପ୍ରତିସରଣ will enable students to study smartly.

BSE Odisha Class 10 Physical Science Notes Chapter 6 ଆଲୋକ- ପ୍ରତିଫଳନ ଓ ପ୍ରତିସରଣ

→ ଉପକ୍ରମ (Introduction) :

  • ଆଲୋକ ଏକ ପ୍ରକାରର ଶକ୍ତି ଯାହା ଆମେ ଚକ୍ଷୁ ମାଧ୍ୟମରେ ଅନୁଭବ କରୁ ।
  • ଆମେ ଏକ ବସ୍ତୁକୁ ଦେଖ୍ରୁ ଯଦି ଏହା ଆଲୋକ ନିର୍ଗତ କିମ୍ବା ପ୍ରତିଫଳିତ କରେ ।
  • ଯେଉଁ ବସ୍ତୁଗୁଡ଼ିକ ନିଜସ୍ଵ ଆଲୋକ ପ୍ରଦାନ କରନ୍ତି । ସେଗୁଡ଼ିକୁ ଦୀପ୍ତ (Luminous) ବସ୍ତୁ କୁହାଯାଏ ।

→ ଉଦାହରଣ :

  • ସୂର୍ଯ୍ୟ, ଜଳନ୍ତା ମହମବତୀ, କାଠ, କୋଇଲା ଓ ଗ୍ୟାସ୍ ଇତ୍ୟାଦି ।
  • ଯେଉଁ ବସ୍ତୁଗୁଡ଼ିକ ନିଜର ଆଲୋକ ପ୍ରଦାନ କରନ୍ତି ନାହିଁ, ସେଗୁଡ଼ିକୁ ଦୀପ୍ତହୀନ (Non-Luminous) ବସ୍ତୁ କୁହାଯାଏ ।

→ ଉଦାହରଣ :

  • ମାଟି, ପଥର, ଗଛ, ଟେବୁଲ, ଚୌକି ଇତ୍ୟାଦି ।
  • ଦୀପ୍ତ ବସ୍ତୁରୁ ଅଦୀପ୍ତ ବସ୍ତୁ ଉପରେ ଆଲୋକ ପଡ଼ିଲେ ଆମେ ସେଗୁଡ଼ିକ ଦେଖୁଥାଉ ।
  • ଅଦୀପ୍ତ ବସ୍ତୁଗୁଡ଼ିକ କିଛି ଆଲୋକ ଶୋକ କରି ଅବଶିଷ୍ଟ ଆଲୋକ ପ୍ରତିଫଳିତ କରି ଆମ ଆଖରେ ପଡ଼ିଲେ ସେଗୁଡ଼ିକ ଆମେ ଦେଖିଥାଉ ।

→ ଉଦାହରଣ :

  • ଚନ୍ଦ୍ରର ନିଜର ଆଲୋକ ନାହିଁ । ତଥାପି ଆମେ ତାକୁ ରାତିରେ ଉଜ୍ଜ୍ବଳତା ପ୍ରଦର୍ଶନ କରୁଥିବାର ଦେଖୁ । ସୂର୍ଯ୍ୟାଲୋକ ଚନ୍ଦ୍ର ଉପରେ ପଡ଼ି ପ୍ରତିଫଳିତ ହୋଇ ପୃଥ‌ିବୀପୃଷ୍ଠରେ ଆମ ନିକଟରେ ପହଞ୍ଚ୍ ଥାଏ । ତେଣୁ ବାସ୍ତବରେ ଚନ୍ଦ୍ରାଲୋକ ହେଉଛି ପ୍ରତିଫଳିତ ସୂର୍ଯ୍ୟାଲୋକ ।
  • କେତେକ ଦୀପ୍ତହୀନ ବସ୍ତୁକୁ ଦୀପ୍ତ କରାଯାଇପାରେ । ଅର୍ଥାତ୍ ସାଧାରଣ ତାପମାତ୍ରାରେ କୋଇଲା ଏକ ଦୀପ୍ତହୀନ ବସ୍ତୁ । ଏହାକୁ ଦହନ କଲେ ଏହା ଉଜ୍ଜ୍ବଳ ଆଲୋକ ପ୍ରଦାନ କରି ଦୀପ୍ତ ହୁଏ ।
  • ଆଲୋକ ତାହାର ଉତ୍ସରୁ ସବୁ ଦିଗକୁ ସରଳରେଖାରେ ଗତିକରେ ।
  • କାରଣ ଆଲୋକ ପଥରେ ଅସ୍ବଚ୍ଛ ବସ୍ତୁ ପାଇଲେ ସେହି ବସ୍ତୁର ଆକାର ଅନୁସାରେ ଛାୟା ସୃଷ୍ଟି ହୁଏ ।
  • ଆଲୋକ ସହିତ ଅନେକ ପରିଘଟଣା ଜଡ଼ିତ ଯେପରିକି ଦର୍ପଣଦ୍ବାରା ପ୍ରତିବିମ୍ବ ଗଠନ, ତାରାମାନଙ୍କର ମିଞ୍ଜି ମିଞ୍ଜି ଆଲୋକ, ଇନ୍ଦ୍ରଧନୁର ସାତ ବର୍ଷ ଇତ୍ୟାଦି ।
  • ଯେଉଁ ସରଳରେଖ୍ୟ ପଥରେ ଆଲୋକ ଗତି କରେ, ତାହାକୁ ଆଲୋକ ରଶ୍ମିଦ୍ଵାରା ସୂଚିତ କରାଯାଏ ।
  • ଯଦି ଗୋଟିଏ ଅତି କ୍ଷୁଦ୍ର ଅସ୍ଵଚ୍ଛ ବସ୍ତୁ ଆଲୋକର ଗତିପଥରେ ରହିଯାଏ ତେବେ ସରଳରେଖାରେ ଗତିକରୁଥ‌ିବା ଆଲୋକ ସେହି ଅତି କ୍ଷୁଦ୍ର ବସ୍ତୁ ପାଖରେ ବାଙ୍କିଯାଏ, ଏହାକୁ ଆଲୋକର ବିକୀର୍ତ୍ତନ (Diffraction) କୁହାଯାଏ ।
  • ଆଲୋକ କେବଳ ତରଙ୍ଗ ନୁହେଁ କି କେବଳ କଣିକା ନୁହେଁ । ଏହା ଉଭୟ ତରଙ୍ଗ ଓ କଣିକାର ଗୁଣ ପ୍ରଦର୍ଶନ କରେ । ଏହାକୁ ଆଲୋକର ଦ୍ଵୈତ ପ୍ରକୃତି (Dual nature of light) କୁହାଯାଏ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 6 ଆଲୋକ- ପ୍ରତିଫଳନ ଓ ପ୍ରତିସରଣ

→ ଆଲୋକର ପ୍ରତିଫଳନ (Reflection of Light) :

  • ଆଲୋକ ଚିକ୍କଣ ସମତଳ କିମ୍ବା ବକ୍ରପୃଷ୍ଠ ଉପରେ ପ୍ରତିଫଳିତ ହୋଇଥାଏ ।
  • ପ୍ରତିଫଳନରେ ଉଭୟ ଆପତିତ ରଶ୍ମି ଓ ପ୍ରତିଫଳିତ ରଶ୍ମି ଗୋଟିଏ ମାଧ୍ୟମରେ ରହିଥାଏ । ପ୍ରତିଫଳନର ଦୁଇଟି ନିୟମ ଅଛି
  • ପ୍ରଥମ ନିୟମ : ଆଲୋକର ପ୍ରତିଫଳନ ବେଳେ ଆପତନ କୋଣ ଓ ପ୍ରତିଫଳନ କୋଣ ସମାନ ହୋଇଥାଏ ।
  • ଦ୍ଵିତୀୟ ନିୟମ : ଆପତିତ ରଶ୍ମି, ପ୍ରତିଫଳିତ ରଶ୍ମି ଓ ଆପତନ ବିନ୍ଦୁରେ ପ୍ରତିଫଳନ ପୃଷ୍ଠ ପ୍ରତି ଅଙ୍କିତ ଲମ୍ବ ଗୋଟିଏ ସମତଳରେ ରହିଥାନ୍ତି ।
  • \(\bar{AB}\) – ଆପତିତ ରଶ୍ମି, \(\bar{BC}\) – ପ୍ରତିଫଳିତ ରଶ୍ମି, \(\bar{BN}\) – ଅଭିଲମ୍ବ
    BSE Odisha 10th Class Physical Science Notes Chapter 6 img-1

→ ସମତଳ ଦର୍ପଣଦ୍ୱାରା ଗଠିତ ପ୍ରତିବିମ୍ବର ପ୍ରକୃତି :

  • ପ୍ରତିଫଳନ ପୃଷ୍ଠ ସମତଳ ହେଲେ ତାହାକୁ ସମତଳ ଦର୍ପଣ କହନ୍ତି ।
  • ସମତଳ ଦର୍ପଣ ଦ୍ବାରା ସୃଷ୍ଟି ହୋଇଥ‌ିବା ପ୍ରତିବିମ୍ବ ସର୍ବଦା ଆଭାସୀ ଓ ସଳଖ ହୋଇଥାଏ ।
  • ଏହି ପ୍ରତିବିମ୍ବର ଆକାର ବସ୍ତୁର ଆକାର ସହିତ ସମାନ ହୋଇଥାଏ ।
  • ସମତଳ ଦର୍ପଣ ସମ୍ମୁଖରେ ବସ୍ତୁ ଯେତିକି ଦୂରରେ ଥାଏ ତାହାର ପ୍ରତିବିମ୍ବ ଦର୍ପଣର ପଛପଟେ ସେତିକି ଦୂରରେ ରହିଥାଏ ।
    ଏହି ପ୍ରତିବିମ୍ବର ପାର୍ଶ୍ବ ଓଲଟା ହୋଇଥାଏ ।

→ ବର୍ତ୍ତୁଳ ଦର୍ପଣ (Spherical Mirror):
ଚକ୍ରପ୍ଷ୍ଠବିଶଷ୍ଟ ପ୍ରତିଫଳନକାର1 ତର୍ପଣକ୍ତ ବଫୁଲାକାର ତର୍ପଣ କହିନି | ତର୍ପଣର ପ୍ରତିଫଳନ ପୃଷ୍ଠ ଖୋଲକପୃଷ୍ଠର ଗୋଟିଏ ଅଂଶ ହୋଇଥାଏ । ବର୍ତ୍ତୁଳ ଦର୍ପଣ ଦୁଇ ପ୍ରକାରର; ଯଥା – ଅବତଳ ଦର୍ପଣ ଓ ଉତ୍ତଳ ଦର୍ପଣ ।

  • ଅବତଳ ଦର୍ପଣ : ଯେଉଁ ବର୍ତ୍ତୁଳାକାର ଦର୍ପଣର ପ୍ରତିଫଳନ ପୃଷ୍ଠ ଭିତର ଆଡ଼କୁ ବକ୍ର ହୋଇ ରହିଥାଏ, ତାହାକୁ ଅବତଳ (Concave) ଦର୍ପଣ କୁହାଯାଏ।
    • ଏହି ଦର୍ପଣର ବକ୍ର ପ୍ରତିଫଳନ ପୃଷ୍ଠ ଗୋଲକର କେନ୍ଦ୍ର ଆଡ଼କୁ ହୋଇଥାଏ ।
  • ଉତ୍ତଳ ଦର୍ପଣ : ଯେଉଁ ବର୍ତ୍ତୁଳାକାର ଦର୍ପଣର ପ୍ରତିଫଳନ ପୃଷ୍ଠ ବାହାର ଆଡ଼କୁ ବକ୍ର ହୋଇ ରହିଥାଏ ତାହାକୁ ଉତ୍ତଳ (Convex) ଦର୍ପଣ କୁହାଯାଏ ।
    • ଏହି ଦର୍ପଣର ବକ୍ର ପ୍ରତିଫଳନ ପୃଷ୍ଠ ଗୋଲକର କେନ୍ଦ୍ରର ବିପରୀତ ଦିଗରେ ରହିଥାଏ ।
    • କାଚ ଗୋଲକ ଖଣ୍ଡର ଭିତର (ଖାଲୁଆ) ପାଖରେ ରୁପାର ଲେପ ଦେଲେ ଉତ୍ତଳ ଦର୍ପଣ ମିଳେ ।
    • କାଚ ଗୋଲକ ଖଣ୍ଡର ବାହାର (ପେଟୁଆ) ପାଖରେ ରୁପାର ଲେପ ଦେଲେ ଅବତଳ ଦର୍ପଣ ମିଳିବ ।

BSE Odisha 10th Class Physical Science Notes Chapter 6 img-2

→ (i) ବର୍ତ୍ତୁଳାକାର ଦର୍ପଣ ସମ୍ପର୍କରେ ବ୍ୟବହୃତ ବୈଷୟିକ ଶବ୍ଦ (Term related to Spherical Mirror) :
ପୋଲ୍ (Pole) ବା ମେରୁ – ବର୍ତ୍ତୁଳାକାର ଦର୍ପଣର ବକ୍ର ପ୍ରତିଫଳନ ପୃଷ୍ଠର କେନ୍ଦ୍ରକୁ ପୋଲ୍ (Pole) କହନ୍ତି । ଉଭୟ ଦର୍ପଣରେ ଏହାକୁ ସାଧାରଣତଃ P ଅକ୍ଷର ଦ୍ବାରା ଚିହ୍ନିତ କରାଯାଏ । ଏହା ଦର୍ପଣର ମଧ୍ୟବିନ୍ଦୁ ଅଟେ ଓ ଏହା ଦର୍ପଣର ପୃଷ୍ଠଦେଶରେ ଥାଏ ।
BSE Odisha 10th Class Physical Science Notes Chapter 6 img-3
ଚିତ୍ର-1 ରେ APD ଗୋଟିଏ ଅବତଳ ଦର୍ପଣ ଏବଂ ଚିତ୍ର-2ରେ APD ଗୋଟିଏ ଉତ୍ତଳ ଦର୍ପଣ । ଉଭୟ ଦର୍ପଣର ମଝି ବିନ୍ଦୁ ସୂତାଦ୍ୱାରା ମାପି ପୋଲ୍ (P) ନିର୍ଣ୍ଣୟ କରାଯାଏ । ସେହି ବିନ୍ଦୁ P ଉତ୍ତଳ ବା ଅବତଳ ଦର୍ପଣର ମେରୁ ଅଟେ ।

→ (ii) ରକ୍ରତାକେତ୍ର (Centre of Curvature):
ବର୍ତ୍ତୁଳାକାର ଦର୍ପଣ ଯେଉଁ ଫମ୍ପା ଗୋଲକର ଅଂଶ ହୋଇଥାଏ, ସେହି ଗୋଲକର ଜ୍ୟାମିତିକ କେନ୍ଦ୍ରକୁ ବର୍ତ୍ତୁଳାକାର ଦର୍ପଣର ବକ୍ରତା କେନ୍ଦ୍ର (Centre of Curvature) କୁହାଯାଏ । ଉଭୟ ଦର୍ପଣରେ ଏହାକୁ ସାଧାରଣତଃ (C) ଅକ୍ଷରଦ୍ଵାରା ଚିହ୍ନିତ କରାଯାଏ । ଏହା ପ୍ରତିଫଳନ ପୃଷ୍ଠର ବାହାରକୁ ରହିଥାଏ ।
‘ଅବତଳ ଦର୍ପଣ କ୍ଷେତ୍ରର ବଜ୍ରତା କେନ୍ଦ୍ର ଦର୍ପଣ ବାହାରେ ପ୍ରତିଫଳନ ପୃଷ୍ଠର ସମ୍ମୁଖରେ ଥାଏ । ଉତ୍ତଳ ଦର୍ପଣ କ୍ଷେତ୍ରରେ ବକ୍ରତା କେନ୍ଦ୍ର ଦର୍ପଣର ପ୍ରତିଫଳନ ପୃଷ୍ଠର ପଛଆଡ଼କୁ ରହିଥାଏ । ତେଣୁ ବକ୍ରତା କେନ୍ଦ୍ର ବର୍ତ୍ତୁଳ ଦର୍ପଣର ଅଂଶ ନୁହେଁ ।

→ (iii) ବକ୍ରତା ବ୍ୟାସାର୍ଦ୍ଧ (Radius of Curvature) :
ବର୍ତ୍ତୁଳାକାର ଦର୍ପଣ ଯେଉଁ ଗୋଲକର ଅଂଶ ହୋଇଥାଏ, ସେହି ଗୋଲକର ବ୍ୟାସାର୍ଦ୍ଧକୁ ବର୍ତ୍ତୁଳାକର ଦର୍ପଣର ବକ୍ରତା ବ୍ୟାସାର୍ଦ୍ଧ (Radius of Curvature) କୁହାଯାଏ । ଏହାକୁ ସାଧାରଣତଃ (R) ଅକ୍ଷର ଦ୍ଵାରା ଚିହ୍ନିତ କରାଯାଏ ।
BSE Odisha 10th Class Physical Science Notes Chapter 6 img-4
ପୋଲ୍ (P) ଓ ବକ୍ରତା କେନ୍ଦ୍ର C ମଧ୍ୟରେ ଥିବା ଦୂରତା PC ଦର୍ପଣର ବକ୍ରତା ବ୍ୟାସାର୍ଦ୍ଧ ଅଟେ । ଏଠାରେ PC = CM = CN = R |

→ (iv) ପ୍ରମୁଖ ଅକ୍ଷ (Principal Axis) :
ଯେଉଁ ସରଳରେଖା ବର୍ତ୍ତୁଳାକାର ଦର୍ପଣର ପୋଲ୍ ଓ ବକ୍ରତା କେନ୍ଦ୍ରକୁ ଯୋଗ କରେ ତାହାକୁ ଦର୍ପଣର ପ୍ରମୁଖ ଅକ୍ଷ (Principal Axis )କୁହାଯାଏ । ବର୍ତ୍ତୁଳାକାର ଦର୍ପଣର ପ୍ରମୁଖ ଅକ୍ଷ ପୋଲ୍ ଉପରେ ଦର୍ପଣର ପୃଷ୍ଠପ୍ରତି ଅଭିଲୟ ହୋଇଥାଏ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 6 ଆଲୋକ- ପ୍ରତିଫଳନ ଓ ପ୍ରତିସରଣ

→ ପ୍ରମୁଖ ଫୋକସ୍ (Principal Focus) :
ଅବତଳ ଦର୍ପଣର ଫୋକସ୍ : ମୁଖ୍ୟ ଅକ୍ଷସହିତ ସମାନ୍ତର ରହିଥ‌ିବା ଅନେକଗୁଡ଼ିଏ ଆଲୋକ ରଶ୍ମି ଅବତଳ ଦର୍ପଣରେ ପ୍ରତିଫଳିତ ହୋଇ ମୁଖ୍ୟ ଅକ୍ଷ ଉପରେ ଗୋଟିଏ ବିନ୍ଦୁରେ ମିଳିତ ହୁଅନ୍ତି ଏବଂ ପରସ୍ପରକୁ ଛେଦ କରନ୍ତି । ଏହି ବିନ୍ଦୁକୁ ଅବତଳ ଦର୍ପଣର ପ୍ରମୁଖ ଫୋକସ୍ (Principal Focus) କୁହାଯାଏ ।
BSE Odisha 10th Class Physical Science Notes Chapter 6 img-5

→ ଉତ୍ତଳ ଦର୍ପଣର ଫୋକସ୍ :
ମୁଖ୍ୟ ଅକ୍ଷସହ ସମାନ୍ତର ହୋଇ ଦର୍ପଣ ଉପରେ କେନ୍ଦ୍ରୀଭୂତ ନ ହୋଇ ପରସ୍ପରଠାରୁ ଦୂରେଇ ପାଇଚ୍ଛନ୍ତି | ଏହି ପ୍ରତିଫଳିତ ରଣ୍ଠିଖ୍ଡଡି.କ ପ୍ରମ୍ଭଗ ଅଷ ଯାଇଛନ୍ତି । ଏହି ପ୍ରତିଫଳିତ ରଶ୍ମିଗୁଡ଼ିକ ପ୍ରମୁଖ ଅକ୍ଷ ଉପରେ ଥ‌ିବା ଗୋଟିଏ ବିନ୍ଦୁରୁ ଆସିଲା ଭଳି ଜଣା ପଡ଼ୁଛି । ଏହି ବିନ୍ଦୁକୁ ଉତ୍ତଳ ଦର୍ପଣର ପ୍ରମୁଖ ଫୋକସ୍ କୁହାଯାଏ । ଫୋକସ୍ କୁହାଯାଏ ।
BSE Odisha 10th Class Physical Science Notes Chapter 6 img-6

→ ଫୋକସ୍ ଦୂରତା (Focal Length) :
ବର୍ତ୍ତୁଳାକର ଦର୍ପଣର ପୋଲ୍ ଓ ଫୋକସ୍ ମଧ୍ୟରେ ଥିବା ଦୂରତାକୁ ଫୋକସ୍ ଦୂରତା (Focal length) କୁହାଯାଏ । ଏହାକୁ (f) ଅକ୍ଷର ଦ୍ବାରା ସୂଚିତ କରାଯାଏ । P ଓ F ମଧ୍ୟରେ ଥ‌ିବା ଦୂରତାକୁ ଫୋକସ ଦୂରତା (f) କହନ୍ତି ।

→ ତ୍ୱାରକ (Aperatures) :
ବର୍ତ୍ତୁଳାକର ଦର୍ପଣର ପ୍ରତିଫଳନ ପୃଷ୍ଠ ବର୍ତ୍ତୁଳାକାର ହୋଇଥାଏ । ଏହାର ଏକ ବୃତ୍ତାକାର ପରିସୀମା (Outline) ଥାଏ ।
ବର୍ତ୍ତୁଳାକାର ଦର୍ପଣର ପ୍ରତିଫଳନ ପୃଷ୍ଠର ବ୍ୟାସକୁ ଦର୍ପଣର ଦ୍ବାରକ କହନ୍ତି । MN ଦୂରତା ଦର୍ପଣର ଦ୍ଵାରକ ଅଟେ । ବର୍ତ୍ତୁଳ ଦର୍ପଣର ଦ୍ଵାରକ ବଜ୍ରତି ବ୍ୟାସାର୍ଷଠାରୁ ବହୁତ କମ୍ ।
BSE Odisha 10th Class Physical Science Notes Chapter 6 img-7

→ ବକ୍ରତା ବ୍ୟାସାର୍ଦ୍ଧ (R) ଓ ଫୋକସ୍ ଦୂରତା (f) ମଧ୍ୟରେ ସମ୍ପର୍କ :

  • ଏକ କ୍ଷୁଦ୍ର ଦ୍ବାରକ ବିଶିଷ୍ଟ ବର୍ତ୍ତୁଳାକାର ଦର୍ପଣରେ ବକ୍ରତା ବ୍ୟାସାର୍କ ଏହାର ଫୋକସ୍ ଦୂରତାର ଦୁଇଗୁଣ ଅଟେ । ତେଣୁ R = 2f |
  • ମୁଖ୍ୟ ଫୋକସ୍ ବର୍ତ୍ତୁଳାକାର ଦର୍ପଣର ପୋଲ୍ ଓ ବକ୍ରତା କେନ୍ଦ୍ରର ଠିକ୍ ମଝିରେ ରହିଥାଏ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 6 ଆଲୋକ- ପ୍ରତିଫଳନ ଓ ପ୍ରତିସରଣ

→ ଏ ବର୍ଭୁଳାକାର ଦର୍ପଣଦ୍ୱାରା ପ୍ରତିବିମ୍ବ ଗଠନ (Image Formation by Spherical Mirror) :

→ ରଶ୍ମିଚିତ୍ର ସାହାଯ୍ୟରେ ବର୍ତ୍ତୁଳ ଦର୍ପଣଦ୍ୱାରା ଗଠିତ ପ୍ରତିବିମ୍ବର ପରିପ୍ରକାଶ (Representation of Images formed by Spherical Mirrors using Ray Diagrams) :
ପ୍ରତିବିମ୍ବର ସ୍ଥିତି ଜାଣିବା ପାଇଁ ଯେକୌଣସି ଦୁଇଟି ରଶ୍ମିନେଇ ରଶ୍ମିଚିତ୍ର ଅଙ୍କନ କରାଯାଇ ପାରିବ । ଦୁଇଟି ପ୍ରତିଫଳିତ ରଶ୍ମିର ପ୍ରତିଚ୍ଛେଦ ବିନ୍ଦୁରେ ଏକ ବିନ୍ଦୁସମ ବସ୍ତୁର ପ୍ରତିବିମ୍ବ ସୃଷ୍ଟିହୁଏ ।
(i)

  • ମୁଖ୍ୟ ଅକ୍ଷସହ ସମାନ୍ତର ଥ‌ିବା ଆଲୋକ ରଶ୍ମି ଅବତଳ ଦର୍ପଣ ଉପରେ ଆପତିତ ହେଲେ ପ୍ରତିଫଳିତ ରଶ୍ମି ଦର୍ପଣର ପ୍ରମୁଖ ଫୋକସ୍ ବିନ୍ଦୁଦେଇ ଗତିକରେ।
    BSE Odisha 10th Class Physical Science Notes Chapter 6 img-8
  • ମୁଖ୍ୟ ଅକ୍ଷ ସହିତ ସମାନ୍ତର ଥ‌ିବା ଗୋଟିଏ ରଶ୍ମି ଉତ୍ତଳ ଦର୍ପଣ ଉପରେ ଆପତିତ ରଶ୍ମି ଉତ୍ତଳ ଏହ | ଉତ୍ତଳ ଦର୍ପଣ ଉପରେ ଆପତିତ ହେଲେ (divergent) ହେଲାଭଳି ଜଣାପଡ଼େ ।
    BSE Odisha 10th Class Physical Science Notes Chapter 6 img-9

(ii)

  • ଅବତଳ ଦର୍ପଣରେ ଗୋଟିଏ ରଶ୍ମି ଦର୍ପଣର ପ୍ରମୁଖ ଫୋକସ୍ ଦେଇ ଗତି କରି ଦର୍ପଣ ଉପରେ ଆପତିତ ହେଲେ, ତାହା ପ୍ରତିଫଳିତ ହୋଇ ଦର୍ପଣର ପ୍ରମୁଖ ଅକ୍ଷ ସହିତ ସମାନ୍ତର ହୋଇ ଗତି କରିବ । ଚିତ୍ର (a)
    BSE Odisha 10th Class Physical Science Notes Chapter 6 img-10
  • ଉତ୍ତଳ ଦର୍ପଣରେ ଗୋଟିଏ ରଶ୍ମି ଦର୍ପଣର ପ୍ରମୁଖ ଫୋକସ୍ ଆଡ଼କୁ ଗତି କରୁଥିଲେ, ତାହା ଦର୍ପଣ ପୃଷ୍ଠରୁ ପ୍ରତିଫଳିତ ହେଲାପରେ ଦୁର୍ପଣର ପ୍ରମୁଖ ଅକ୍ଷ ସହ ସମାନ୍ତର ହୋଇ ଗତି କରେ । ଚିତ୍ର (b)
    BSE Odisha 10th Class Physical Science Notes Chapter 6 img-11

(iii)

  • ଗୋଟିଏ ରଶ୍ମି ଅବତଳ ଦର୍ପଣର ବକ୍ରତା କେନ୍ଦ୍ର ଦେଇ ଗତିକରୁଥିଲେ କିମ୍ବା ଉତ୍ତଳ ଦର୍ପଣର ବକ୍ରତା କେନ୍ଦ୍ର ଆଡ଼କୁ ତା’ର ଦିଗ ନିର୍ଦ୍ଦେଶିତ ହୋଇଥିଲେ, ଦର୍ପଣ ପୃଷ୍ଠରୁ ପ୍ରତିଫଳନ ପରେ ତାହା ଯେଉଁ ପଥରେ ଆସିଥାଏ ସେହି ପଥରେ ଫେରିଯାଏ ।
    BSE Odisha 10th Class Physical Science Notes Chapter 6 img-12
  • ଆପତିତ ରଶ୍ମି ଦର୍ପଣର ପୃଷ୍ଠଉପରେ ପ୍ରତିଫଳନ ପୃଷ୍ଠର ଲମ୍ବ ଦିଗରେ ପଡ଼ିଲେ, ସେହି ରଶ୍ମି ଯେଉଁ ଦିଗରୁ ଆସିଥାଏ ସେହି ଦିଗରେ ଫେରିଯାଏ ।
    BSE Odisha 10th Class Physical Science Notes Chapter 6 img-13

(iv) ଗୋଟିଏ ରଶ୍ମି ପ୍ରମୁଖ ଅକ୍ଷ ପ୍ରତି ତୀର୍ଯ୍ୟକ ଭାବରେ ଗୋଟିଏ ଅବତଳ ବା ଉତ୍କଳ ଦର୍ପଣ ପୃଷ୍ଠରେ ପୋଲ୍ (P) ବିନ୍ଦୁ ନିକଟରେ ଆପତିତ ହେଲେ, ତାହା ତୀର୍ଯ୍ୟକ ଭାବରେ ପ୍ରତିଫଳିତ ହୁଏ । ଆପତନ ବିନ୍ଦୁଠାରେ ଆପତିତ ରଶ୍ମି ଏପରି ଦିଗରେ ପ୍ରତିଫଳିତ ହୁଏ ଯେ ପ୍ରତିଫଳନ କୋଣ ଆପତନ କୋଣ ସହିତ ସମାନ ହୁଏ ।
BSE Odisha 10th Class Physical Science Notes Chapter 6 img-14
ଦର୍ପଣରେ ପ୍ରତିବିମ୍ବ ଗଠନ :

→ ଉତ୍ତଳ ଦର୍ପଣରେ ପ୍ରତିବିମ୍ବ ଗଠନ :

  • ବର୍ତ୍ତୁଳାକାର ଦର୍ପଣରେ ପ୍ରତିଫଳନ ପାଇଁ ପ୍ରଚଳିତ ସାଙ୍କେତିକ ପ୍ରଥା (Sign Convention for Reflection by Spherical Mirrors):
  • ବର୍ତ୍ତୁଳାକାର ଦର୍ପଣରେ ପ୍ରତିଫଳନ ସମ୍ପର୍କରେ ଆଲୋଚନା କଲାବେଳେ ସାଧାରଣ ଭାବେ ଯେଉଁ ଆଦୃତ ସଙ୍କେତ ପ୍ରଥା (Sign Convention) ସମୂହକୁ ଅନୁସରଣ କରାଯାଏ ତାହାକୁ ନୂତନ କାର୍ଟେସିଆନ ସଂକେତ ପ୍ରଥା (New cartesian sign convention) କୁହାଯାଏ ।
  • ଏହି ପ୍ରଥାରେ ତର୍ପଣର ପୋଲକ୍ତ ମୂଳ ବିନ୍ଦୁ (Origin) ନିଆଯାଏ । ଦର୍ପଣର ପ୍ରମୁଖ ଅକ୍ଷକୁ ନିର୍ଦ୍ଦେଶୀ ପଦ୍ଧତି (Co-ordinate System)ର X-ଅକ୍ଷରୂପେ ନିଆଯାଏ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 6 ଆଲୋକ- ପ୍ରତିଫଳନ ଓ ପ୍ରତିସରଣ

→ ଆଦୃତ ସଙ୍କେତ ଓ ପ୍ରଥାଗୁଡ଼ିକ ହେଲା—

  • ବସ୍ତୁକୁ ସର୍ବଦା ଦର୍ପଣର ବାମ ପାର୍ଶ୍ଵରେ ରଖାଯାଏ ।
  • ପ୍ରମୁଖ ଅକ୍ଷ ସହିତ ସମାନ୍ତର ରହିଥିବା ଦୂରତାଗୁଡ଼ିକୁ ଦର୍ପଣର ପୋଠାରୁ ମପାଯାଏ ।
  • ଯେଉଁ ଦୂରତାକୁ ମୂଳ ବିନ୍ଦୁର ଡାହାଣ ଆଡ଼କୁ + X ଅକ୍ଷ ଦିଗରେ ମପାଯାଏ ତାହାକୁ ଯୁକ୍ତାତ୍ମକ ଓ ଯାହା ମୂଳବିନ୍ଦୁର ବାମ ଆଡ଼କୁ -X ଅକ୍ଷ ଦିଗରେ ମପାଯାଏ ତାହାକୁ ବିଯୁକ୍ତାତ୍ମକ ନିଆଯାଏ ।
  • ପ୍ରମୁଖ ଅକ୍ଷର ଉପର ଆଡ଼କୁ +Y ଅକ୍ଷ ଦିଗରେ ଲମ୍ବ ଭାବରେ ଯେଉଁ ଦୂରତା ବା ଉଚ୍ଚତା ମପାଯାଏ ତାହାକୁ ଯୁକ୍ତାତ୍ମକ ନିଆଯାଏ ।
    BSE Odisha 10th Class Physical Science Notes Chapter 6 img-15
  • ପ୍ରମୁଖ ଅକ୍ଷର ଚଳ ଆଡ଼କୁ –Y ଅକ୍ଷ ଦିଗରେ ଲମ୍ବଭାବରେ ଯେଉଁ ଦୂରତା ମପାଯାଏ ତାହାକୁ ବିଯୁକ୍ତାତ୍ମକ ନିଆଯାଏ ।

→ ଦର୍ପଣର ପୂତ୍ର (Mirror Formula) :

  • ବର୍ତ୍ତୁଳାକାର ଦର୍ପଣର ପୋଠାରୁ ବସ୍ତୁର ଦୂରତାକୁ ବସ୍ତୁଦୂରତା (Object distance) ବା u, ଦର୍ପଣର ପୋଠାରୁ ପ୍ରତିବିମ୍ବର ଦୂରତାକୁ (Image distance) ପ୍ରତିବିମ୍ବ ଦୂରତା ବା v ଏବଂ ପୋଠାରୁ ଫୋକସ୍ ଦୂରତାକୁ f କୁହାଯାଏ ।
  • ଏହି ତିନୋଟି ରାଶି u, v ଓ f ମଧ୍ୟରେ ଥ‌ିବା ସଂପର୍କ ହେଲା — \(\frac { 1 }{ u }\) + \(\frac { 1 }{ v }\) = \(\frac { 1 }{ f }\)
    BSE Odisha 10th Class Physical Science Notes Chapter 6 img-16
  • ଏହି ସୂତ୍ର ସମସ୍ତ ଅବତଳ ଓ ଉତ୍କଳ ଦର୍ପଣ (ବର୍ତ୍ତୁଳ ଦର୍ପଣ) ପାଇଁ ପ୍ରଯୁଜ୍ୟ ।

→ ପରିବର୍ଦ୍ଧନ (Magnification) :

  • ବର୍ତ୍ତୁଳାକାର ଦର୍ପଣରେ ବସ୍ତୁର ପ୍ରତିବିମ୍ବ ସୃଷ୍ଟି ହୋଇଥିଲା ବେଳେ ବସ୍ତୁର ଆକାର ତୁଳନାରେ ପ୍ରତିବିମ୍ବ କେତେ ପରିମାଣରେ ବର୍ଣିତ ହୋଇଛି, ତାହାକୁ
  • ବର୍ତ୍ତୁଳାକାର ଦର୍ପଣଦ୍ୱାରା ସୃଷ୍ଟି ହୋଇଥିବା ପରିବର୍ତ୍ତନ କୁହାଯାଏ ।
  • ପ୍ରତିବିମ୍ବର ଉଚ୍ଚତା ଓ ବସ୍ତୁର ଉଚ୍ଚତାର ଅନୁପାତକୁ ଦର୍ପଣର ପରିବର୍ତ୍ତନ କହନ୍ତି ।
  • m ଅକ୍ଷରକୁ ପରିବର୍ତ୍ତନ ସଙ୍କେତ ରୂପେ ନିଆଯାଏ ।
  • ଯଦି ବସ୍ତୁର ଉଚ୍ଚତା h ଏବଂ ପ୍ରତିବିମ୍ବର ଉଚ୍ଚତା h’ ହୁଏ
    BSE Odisha 10th Class Physical Science Notes Chapter 6 img-17
  • ବସ୍ତୁର ଦୂରତା (u) ଓ ପ୍ରତିବିମ୍ବର ଦୂରତା (v) ସହିତ ପରିବର୍ତ୍ତନ (m) ର ସମ୍ପର୍କ ରହିଛି ତାହା ହେଲା
  • BSE Odisha 10th Class Physical Science Notes Chapter 6 img-18
  • ସାଧାରଣତଃ ବସ୍ତୁ, ପ୍ରମୁଖ ଅକ୍ଷର ଉପର ଆଡ଼କୁ ରହିଥାଏ, ତେଣୁ ବସ୍ତୁର ଉଚ୍ଚତା ଯୁକ୍ତାତ୍ମକ ନିଆଯାଏ । ଆଭାସୀ ପ୍ରତିବିମ୍ବ ପାଇଁ ପ୍ରତିବିମ୍ବର ଉଚ୍ଚତାକୁ
  • ଯୁକ୍ତାତ୍ମକ ଓ ବାସ୍ତବ ପ୍ରତିବିମ୍ବ ପାଇଁ ତାହାର ଉଚ୍ଚତାକୁ ବିଯୁକ୍ତାତ୍ମକ ନିଆଯାଏ ।
  • ପରିବର୍ଦ୍ଧନ (m) ସହିତ ବିଯୁକ୍ତ ଚିହ୍ନ ରହିଥିଲେ ପ୍ରତିବିମ୍ବ ବାସ୍ତବ ହୋଇଥାଏ ।
  • ପରିବର୍ଦ୍ଧନ (m) ସହିତ ଯୁକ୍ତ ଚିହ୍ନ ରହିଥିଲେ ପ୍ରତିବିମ୍ବ ଆଭାସୀ ହୁଏ ।
  • mର ମୂଲ୍ୟ ‘1’ ଠାରୁ କମ୍ ହେଲେ ପ୍ରତିବିମ୍ବର ଉଚ୍ଚତା ବସ୍ତୁର ଉଚ୍ଚତା ତୁଳନାରେ କ୍ଷୁଦ୍ର ହୁଏ ।
  • mର ମୂଲ୍ୟ ‘1’ ଠାରୁ ବଡ଼ ହେଲେ ପ୍ରତିବିମ୍ବର ଉଚ୍ଚତା ବସ୍ତୁର ଉଚ୍ଚତା ତୁଳନାରେ ବଡ଼ ହୁଏ ।
  • mର ମୂଲ୍ୟ ‘1’ ସହିତ ସମାନ ହେଲେ ପ୍ରତିବିମ୍ବର ଉଚ୍ଚତା ବସ୍ତୁର ଉଚ୍ଚତା ତୁଳନାରେ ସମାନ ହୁଏ ।

→ ଆଲୋକର ପ୍ରତିସରଣ (Refraction of Light) :
ଆଲୋକର ପ୍ରତିସରଣ :

  • ଆଲୋକ ତୀଯକ୍ ଭାବରେ ଗୋଟିଏ ସ୍ବଚ୍ଛ ମାଧ୍ୟମରୁ ଭିନ୍ନ ସାନ୍ଦ୍ରତା ବିଶିଷ୍ଟ ଅନ୍ୟ
  • ଏକ ସ୍ୱଚ୍ଛ ମାଧ୍ୟମକୁ ଗତିକଲାବେଳେ ଦୁଇ ମାଧ୍ୟମର ସଂଯୋଗ ପୃଷ୍ଠରେ ଏହାର ଦିଗ ପରିବର୍ତ୍ତନକୁ ଆଲୋକର ପ୍ରତିସରଣ କହନ୍ତି

ତଦାହରଣ

  • ଏକ କାଚପାତ୍ର ମଧ୍ୟରେ ଥ‌ିବା ଜଳଭିତରେ ବୁଡ଼ିରହିଥ‌ିବା ଏକ ଜିନଷକୁ ଦେଖ‌ିଲେ ସେଗୁଡ଼ିକ ବଡ଼ ଆକାରରେ ଦେଖାଦେବ ।
  • ଏକ କାଚପାତ୍ର ମଧ୍ୟରେ ଥ‌ିବା ଜଳଭିତରେ ବୁଡ଼ିରହିଥିବା ଏକ ଜିନଷକୁ ଦେଖ‌ିଲେ ସେଗୁଡ଼ିକ ବଡ଼ ଆକାରରେ ଦେଖାଦେବ ।
  • କାଚଗ୍ଲାସରେ ଥ‌ିବା ଜଳ ମଧ୍ୟରେ ବୁଡ଼ିରହିଥିବା ପେନ୍‌ସିଲ୍ ବଙ୍କା ଦେଖାଯିବ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 6 ଆଲୋକ- ପ୍ରତିଫଳନ ଓ ପ୍ରତିସରଣ

→ କାରଣ :

  • ଜଳସ୍ତରର୍ ଉପରେ ରହିଥ‌ିବା ବସ୍ତୁର ଅଂଶରୁ ଆଲୋକ ଆମ ପାଖକୁ ଯେଉଁ ଦିଗରୁ ଆସିଥାଏ, ତାହା ତୁଳନାରେ ଜଳ ମଧ୍ୟରେ ବୁଡ଼ି ରହିଥ୍‌ ବସ୍ତୁର ଅଂଶରୁ
  • ଆଲୋକ ଆମ ଆଡ଼କୁ ଅନ୍ୟ ଦିଗରୁ ଆସିଲା ପରି ଜଣାପଡ଼େ । ଫଳରେ ଦୁଇଟି ପୃଷ୍ଠ ମଧ୍ୟରେ ବସ୍ତୁରୁ କିଛି ଅଂଶ ବିସ୍ଥାପିତ ହେଲାପରି ଜଣାଯାଏ ।

→ ପ୍ରତିସରଣର କାରଣ :

  • ଯେତେବେଳେ ଆଲୋକ ରଶ୍ମି ଲଘୁ ମାଧ୍ୟମରୁ ଘନ ମାଧ୍ୟମକୁ ପ୍ରବେଶ କରେ, ଏହା ଅଭିଲମ୍ବଠାରେ ଥ‌ିବା ଅଭିଲମ୍ବ ଆଡ଼କୁ ବଙ୍କେଇ ଆସେ ।
  • ଯେତେବେଳେ ଆଲୋକ ରଶ୍ମି ଘନ ମାଧ୍ୟମରୁ ଲଘୁ ମାଧ୍ୟମକୁ ପ୍ରବେଶ କରେ, ଏହା ଆପତନ ବିନ୍ଦୁଠାରେ ଥ‌ିବା ଅଭିଲମ୍ବଠାରୁ ଦୂରେଇ ଯାଏ ।
    • ପ୍ରଥମ ମାଧ୍ୟମରେ ଆଲୋକ ରଶ୍ମିକୁ ଆପତିତ ରଶ୍ମି କହନ୍ତି ।
    • ଦ୍ଵିତୀୟ ମାଧ୍ୟମରେ ଆଲୋକ ରଶ୍ମିକୁ ପ୍ରତିସୃତ ରଶ୍ମି କହନ୍ତି ।
    • ଆପତିତ ରଶ୍ମି ଅଭିଲମ୍ବ ସହ ଉତ୍ପନ୍ନ କରୁଥିବା କୋଣକୁ ଆପତନ କୋଣ (i) କହନ୍ତି ।
    • ପ୍ରତିସୃତ ରଶ୍ମି ଓ ଅଭିଲମ୍ବ ସହ ଉତ୍ପନ୍ନ କରୁଥିବା କୋଣକୁ ପ୍ରତିସରଣ କୋଣ (r) କହନ୍ତି ।

→ ପ୍ରତିସରଣର ଉଦାହରଣ (Examples of Refraction) :
BSE Odisha 10th Class Physical Science Notes Chapter 6 img-19

  • ଜଳ ମଧ୍ୟରେ ପେନ୍‌ସିଲ୍‌କୁ ଆଂଶିକ ବୁଡ଼ାଇ ଦିଆଯାଇଛି ।
  • A ଠାରୁ ନିର୍ଗତ ହେଉଥ‌ିବା ଆଲୋକ ରଶ୍ମି ଜଳ ଓ ବାୟୁର ବ୍ୟବଧାନ ପୃଷ୍ଠଠାରେ ବଙ୍କେଇ ଯାଇଛି ।
  • ରଶ୍ମିଟି ଆଜ୍‌ରେ ପଡ଼ିଲେ ତାହା A’ରୁ ଆସିଲାଭଳି ଜଣାଯାଉଛି ।
  • A ବିନ୍ଦୁଟି A’ ଠାରେ ଥଲାଭଳି ଜଣାଯାଉଛି । OA, OA’ ଭଳି ଜଣାପଡ଼େ ।
  • ଜଳସ୍ତରର ଉପରେ ରହିଥ‌ିବା ପେନ୍‌ସିଲ୍‌ର ଅଂଶରୁ ଆଲୋକ ଆଖୁକୁ ଯେଉଁ ଦିଗରୁ ଆସୁଛି ତାହା ତୁଳନାରେ ଜଳ ମଧ୍ୟରେ ବୁଡ଼ି ରହିଥ୍ୟା ପେନ୍‌ସିଲ୍‌ର ଅଂଶରୁ ଆଲୋକ ଆଖୁ ଆଡ଼କୁ ଅନ୍ୟ ଦିଗରୁ ଆସିଲା ଭଳି ଜଣାପଡ଼ୁଛି । ତେଣୁ ପେନ୍‌ସିଲ୍‌ ବଙ୍କା ଦେଖାଯାଉଛି ।

→ ଆୟତାକାର କାଚସ୍ଲାବ୍ ମଧ୍ୟରେ ପ୍ରତିସରଣ (Refraction through a Rectangular Glass Slab) :

→ ବର୍ତ୍ତୁଳାକାର ଲେନ୍ସରେ ପ୍ରତିସରଣ (Refraction by Spherical Lenses) :

ଲେନ୍ସ :

  • ଦୁଇଟି ପୃଷ୍ଠ ଥ‌ିବା ଏକ ସ୍ଵଚ୍ଛ ପ୍ରତିସରଣକାରୀ ମାଧ୍ୟମରେ ଗୋଟିଏ ପୃଷ୍ଠ ବା ଉଭୟ ପୃଷ୍ଠ ବିକ୍ର ହୋଇଥିଲେ ତାହାକୁ ଲେନସ୍ କୁହାଯାଏ ।
    BSE Odisha 10th Class Physical Science Notes Chapter 6 img-20
  • ଲେନସ୍ ଦୁଇ ପ୍ରକାରର— (a) ଉତ୍ତଳ ଲେନସ୍ ଓ (b) ଅବତଳ ଲେନସ୍ ।

(a) ଉତ୍ତଳ ଲେନସ୍‌ :

  • ଯେଉଁ ଲେନସ୍‌ର ଦୁଇଟି ବର୍ତ୍ତୁଳାକାର ପୃଷ୍ଠ ବାହାର ପଟକୁ ବାହାରିଥାଏ, ସେହି ଲେନ୍‌ସ୍‌କୁ ଦ୍ୱି-ଉତ୍ତଳ ବା କେବଳ ଉତ୍ତଳ ଲେନ୍ସ କୁହାଯାଏ ।
  • ଉତ୍ତଳ ଲେନ୍ସର ମଝି ଅଂଶ ମୋଟା ଓ ଧାର ଆଡ଼କୁ କ୍ରମଶଃ ପତଳା ।
  • ଉତ୍ତଳ ଲେନସ୍ ଆଲୋକ ରଶ୍ମିଗୁଚ୍ଛକୁ କେନ୍ଦ୍ରାଭିମୁଖୀ (Converge) କରେ । ତେଣୁ ଉତ୍ତଳ ଲେନସ୍‌ କେନ୍ଦ୍ରାଭିମୁଖୀ ବା ଅଭିସାରୀ ଲେନସ୍ କୁହାଯାଏ ।

(b) ଅବତଳ ଲେନସ୍ :

  • ଯେଉଁ ଗୋଟିଏ ଲେନ୍ସର ଦୁଇଟି ବର୍ତ୍ତୁଳାକାର ପୃଷ୍ଠ ଯଦି ଭିତର ଆଡ଼କୁ ପଶିଯାଇଥାଏ ଅର୍ଥାତ ବକ୍ରହୋଇଥାଏ ତେବେ ତାହାକୁ ଦ୍ୱି-ଅବତଳ ବା କେବଳ ଅବତଳ ଲେନସ୍ କହନ୍ତି ।
  • ଏହାର ଧାର ଅଂଶ ମଝି ଅଂଶ ଅପେକ୍ଷା ଅଧିକ ମୋଟା ହୋଇଥାଏ ।
  • ଏହି ଲେନସ୍ ଆଲୋକ ରଶ୍ମି ଅପସାରଣ (Diverge) କରେ । ତେଣୁ ଅବତଳ ଲେନ୍ସକୁ ଅପସାରୀ ଲେନ୍ସ କୁହାଯାଏ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 6 ଆଲୋକ- ପ୍ରତିଫଳନ ଓ ପ୍ରତିସରଣ

→ ଲେନ୍ସର ବିଭିନ୍ନ ଅଂଶ :
ବକ୍ରତା କେନ୍ଦ୍ର :

  • ଗୋଟିଏ ଉତ୍ତଳ କିମ୍ବା ଅବତଳ ଲେନ୍ସର ଦୁଇଟି ବର୍ତ୍ତୁଳାକାର ପୃଷ୍ଠ ଥାଏ । ଲେସର ପ୍ରତ୍ୟେକ ବର୍ତ୍ତୁଳାକାର ପୃଷ୍ଠ ଗୋଟିଏ ଗୋଲକର ଅଂଶ ଅଟେ ।
  • ଏହି ଗୋଲକଗୁଡ଼ିକର କେନ୍ଦ୍ରକୁ ଲେନ୍‌ସର ବକ୍ରତା କେନ୍ଦ୍ର (Centre of Curvature) କୁହାଯାଏ । ଲେନ୍ସର ବଜ୍ରତା କେନ୍ଦ୍ର ସାଧାରଣତଃ ‘C’ ଅକ୍ଷରଦ୍ଵାରା ଚିହ୍ନିତ ହୋଇଥାଏ ।

ଲେନସ୍‌ର ଦୁଇଟି ବକ୍ରତଳ ପାଇଁ ଦୁଇଟି ବକ୍ରତା କେନ୍ଦ୍ର ଥାଏ । ତାହାକୁ C1 ଓ C2 ଅକ୍ଷର ଦ୍ଵାରା ଚିହ୍ନିତ କରାଯାଏ ।
BSE Odisha 10th Class Physical Science Notes Chapter 6 img-21

→ ପ୍ରମୁଖ ଅକ୍ଷ (Principal Axis) :
ଲେନ୍‌ସର ଦୁଇ ବକ୍ରତା କେନ୍ଦ୍ର ଦେଇ ଯାଇଥବା କାଳ୍ପନିକ ସରଳରେଖାକୁ ଲେନ୍ସର ପ୍ରମୁଖ ଅକ୍ଷ କୁହାଯାଏ ।

→ ଆଲୋକ କେନ୍ଦ୍ର (Optical Centre) :
ଲେନ୍ସର ମଧ୍ୟବିନ୍ଦୁକୁ ଆଲୋକ କେନ୍ଦ୍ର କୁହାଯାଏ । ଲେନ୍ସର ଆଲୋକ କେନ୍ଦ୍ରଦେଇ ଯାଉଥିବା ଆଲୋକ ରଶ୍ମିର କୌଣସି ବିପଥନ (Deviation) ହୁଏନାହିଁ ଓ ତାହା ସିଧା ଗତିକରେ । ଏହାକୁ ‘O’ ଅକ୍ଷରଦ୍ବାରା ଚିହ୍ନିତ କରାଯାଏ ।

→ ଦ୍ଵାରକ (Aperture) :
ବର୍ତ୍ତୁଳାକାର ଲେନ୍ସର ମଝିରେ ଯେଉଁ କ୍ଷୁଦ୍ର ବୃତ୍ତାକାର ପରିସୀମା (Outline) ଭିତରେ ଲେନ୍ସ ପ୍ରତିସରଣ କରେ ତାହାର ବ୍ୟାସକୁ ଲେନ୍ସର ଦ୍ଵାରକ କହନ୍ତି ।
ଲେନ୍‌ସର ଦ୍ଵାରକ, ବକ୍ରତା ବ୍ୟାସାର୍ଦ୍ଧ ଅପେକ୍ଷା ଯଥେଷ୍ଟ କମ୍ । ଏହି ଲେନସ୍‌ଗୁଡ଼ିକୁ କ୍ଷୁଦ୍ର ଦ୍ବାରକ ବିଶିଷ୍ଟ ପତଳା ଲେନ୍ସ (Thin Lense) କୁହାଯାଏ ।

→ ଲେନ୍ସଗୁଡ଼ିକଦ୍ଵାରା ପ୍ରତିବିମ୍ବ ଗଠନ (Image formation by Lenses):

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 6 ଆଲୋକ- ପ୍ରତିଫଳନ ଓ ପ୍ରତିସରଣ

→ ରଶ୍ମି ଚିତ୍ର ବ୍ୟବହାର କରି ଲେନ୍ସରେ ପ୍ରତିବିମ୍ବ ଗଠନ (Image Formation by Lenses Using Ray Diagrams):
(i)

  • ପ୍ରମୁଖ ଅକ୍ଷ ସହିତ ସମାନ୍ତର ହୋଇ ବସ୍ତୁରୁ ଆସୁଥ‌ିବା ଆଲୋକ ରଶ୍ମି ଉତ୍ତଳ ଲେନ୍ସରେ ପ୍ରତିସୃତ ହେଲା ପରେ, ଲେନ୍ସର ଅପର ପାର୍ଶ୍ଵରେ ପ୍ରମୁଖ ଫୋକସ୍ ଦେଇ ଗତି କରେ । ଚିତ୍ର (a)
  • ଅବତଳ ଲେନ୍ସ କ୍ଷେତ୍ରରେ ସେହି ରଶ୍ମି ଲେନ୍ସର ବସ୍ତୁ ରହିଥ‌ିବା ପାର୍ଶ୍ବରେ ଥ‌ିବା ଫୋକସ୍‌ ଅପସାରିତ ହେଲାପରି ଜଣାପଡ଼େ । ଚିତ୍ର (b)
    BSE Odisha 10th Class Physical Science Notes Chapter 6 img-22

(ii)

  • ପ୍ରମୁଖ ଫୋକସ୍ ଦେଇ ଗତି କରୁଥିବା ଗୋଟିଏ ଆଲୋକ ରଶ୍ମିର ଉତ୍ତଳ ଲେନ୍ସରେ ପ୍ରତିସରଣ ହେଲା ପରେ, ତାହା ପ୍ରମୁଖ ଅକ୍ଷ ସହିତ ସମାନ୍ତର ହୋଇ ଲେନ୍ସରୁ ନିର୍ଗତ ହୁଏ । ଚିତ୍ର (a)
  • ଯେଉଁ ଆଲୋକ ରଶ୍ମି ଅବତଳ ଲେନ୍ସର ଫୋକସ୍ ଆଡ଼କୁ ଗତି କରୁଥାଏ ତାହା ସେହି ଲେନ୍ସ ଦ୍ଵାରା ପ୍ରତିସୃତ ହେଲା ପରେ, ପ୍ରମୁଖ ଅକ୍ଷ ସହିତ ସମାନ୍ତର ଭାବେ ଲେନ୍ସରୁ ନିର୍ଗତ ହୁଏ । ଚିତ୍ର (b)
    BSE Odisha 10th Class Physical Science Notes Chapter 6 img-23

(iii) ଉଭୟ ଉତ୍ତଳ ଓ ଅବତଳ ଲେନ୍ସର ଆଲୋକ କେନ୍ଦ୍ର ଦେଇ ଗତି କରୁଥିବା ଆଲୋକ ରଶ୍ମି, କୌଣସି ବିପଥନ (Deviation )ବିନା ଲେନ୍ସରୁ ନିର୍ଗତ ହୁଏ ।
BSE Odisha 10th Class Physical Science Notes Chapter 6 img-24

କେତେକ ଭିନ୍ନ ଭିନ୍ନ ସ୍ଥିତି ପାଇଁ ଉତ୍ତଳ ଲେନ୍ସରେ ପ୍ରତିବିମ୍ବ ଗଠନର ରଶ୍ମିଚିତ୍ର :
BSE Odisha 10th Class Physical Science Notes Chapter 6 img-25 BSE Odisha 10th Class Physical Science Notes Chapter 6 img-26

କେତେକ ଭିନ୍ନ ଭିନ୍ନ ସ୍ଥିତି ପାଇଁ ଅବତଳ ଲେନ୍ସରେ ପ୍ରତିବିମ୍ବ ଗଠନର ରଶ୍ମିଚିତ୍ର
BSE Odisha 10th Class Physical Science Notes Chapter 6 img-27

→ ବତ୍ତୁଲାକାର ଲେନସ ପାଇଁ ସଙ୍କେତ ପ୍ରଥା (Sign Convention for Spherical Lenses) :

  • ସମସ୍ତ ଦୂରତା ଲେନସ୍‌ର ଆଲୋକ କେନ୍ଦ୍ରଠାରୁ ମପାଯାଏ ।
  • ଉତ୍ତଳ ଲେନସ୍‌ର ଫୋକସ୍ ଦୂରତା ଯୁକ୍ତାତ୍ମକ ।
  • ଅବତଳ ଲେନସ୍‌ର ଫୋକସ୍ ଦୂରତା ବିଯୁକ୍ତାତ୍ମକ ।
  • ଆଲୋକକେନ୍ଦ୍ରଠାରୁ ବସ୍ତୁର ଦୂରତା, ପ୍ରତିବିମ୍ବର ଦୂରତା ଓ ଫୋକସର ଦୂରତାକୁ ଯଥାକ୍ରମେ u, v ଓ f ଲେଖାଯାଏ, ବସ୍ତୁର ଉଚ୍ଚତା (h) ଏବଂ ପ୍ରତିବିମ୍ବର ଉଚ୍ଚତା (h’) ରୂପେ ନିଆଯାଏ ।
    BSE Odisha 10th Class Physical Science Notes Chapter 6 img-28
  • ବାସ୍ତବ ପ୍ରତିବିମ୍ବର ଦୂରତା ଯୁକ୍ତାତ୍ମକ ଓ ଆଭାସୀ ପ୍ରତିବିମ୍ବର ଦୂରତା ବିଯୁକ୍ତାତ୍ମକ ।
  • ବସ୍ତୁର ଉଚ୍ଚତା ସର୍ବଦା ଯୁକ୍ତାତ୍ମକ, ଆଭାସୀ ଓ ସଳଖ, ପ୍ରତିବିମ୍ବର ଉଚ୍ଚତା ଯୁକ୍ତାତ୍ମକ, ବାସ୍ତବ ଓ ଓଲଟା ତେଣୁ

→ ଲେନସର ସୂତ୍ର ଓ ପରିବର୍ଦ୍ଧନ (Lens Formula and Magnification) :
ଉଭୟ ଉତ୍ତଳ ଓ ଅବତଳ ଲେନ୍‌ସ୍‌ ପାଇଁ ବସ୍ତୁର ଦୂରତା (u), ପ୍ରତିବିମ୍ବ ଦୂରତା (v) ଓ ଫୋକସ୍ ଦୂରତା (f) ହେଲେ,
BSE Odisha 10th Class Physical Science Notes Chapter 6 img-29
ଏହି ଲେନସ୍ ସୂତ୍ର ଯେକୌଣସି ବର୍ତ୍ତୁଳାକାର ଲେନସ୍ ପାଇଁ ପ୍ରଯୁଜ୍ୟ ।

→ ପରିବର୍ତ୍ତନ (Magnification) :
ପ୍ରତିବିମ୍ବର ଉଚ୍ଚତା ଓ ବସ୍ତୁର ଉଚ୍ଚତାର ଅନୁପାତକୁ ଲେନସଦ୍ୱାରା ସୃଷ୍ଟ ପରିବର୍ତନ କୁହାଯାଏ । ପରିବର୍ତ୍ତନକୁ m ଅକ୍ଷରଦ୍ୱାରା ଚିହ୍ନିତ କରାଯାଏ । ଯଦି ବସ୍ତୁର ଉଚ୍ଚତା h ହୁଏ ଓ ପ୍ରତିବିମ୍ବର ଉଚ୍ଚତା h’ ହୁଏ ତେବେ
BSE Odisha 10th Class Physical Science Notes Chapter 6 img-30
ପରିବର୍ଦ୍ଧନ = \(\frac { h’ }{ h }\) = \(\frac { v }{ u }\)

→ ଲେନ୍ସର ପାୱାର (Power of a Lens) :
ଲେନ୍‌ସଦ୍ବାରା ହେଉଥ‌ିବା ଅଭିସାରଣ ବା ଅପସାରଣର ମାତ୍ରାକୁ ଲେନସ୍‌ର ପାୱାର କୁହାଯାଏ । ଗୋଟିଏ ଲେନ୍ସର ଫୋକସ୍ ଦୂରତାର ବିଲୋମୀ (Reciprocal)କୁ ଲେନ୍ସର ପାୱାର କୁହାଯାଏ । ଏହାକୁ P ଅକ୍ଷରରେ ଚିହ୍ନିତ କରାଯାଏ । ଯଦି ଲେନ୍‌ସର ଫୋକସ୍ ଦୂରତା f ହୁଏ ତେବେ
P = \(\frac { 1 }{ f }\)

  • ଆନ୍ତର୍ଜାତିକ ଏକକ ପଦ୍ଧତି (SI unit) ଅନୁସାରେ ଲେନସ୍‌ର ପାୱାରର ଏକକ ଡାୟପ୍‌ଟର (Diopter) | ଏହାକୁ D ଅକ୍ଷର ଦ୍ଵାରା ଚିହ୍ନିତ କରାଯାଏ।
  • ଫୋକସ୍ ଦୂରତା ମିଟରରେ ପ୍ରକାଶିତ ହେଲେ ପାଓ୍ବାର ଡାୟପ୍‌ଟରରେ ପ୍ରକାଶିତ ହୁଏ ।
  • ଲେନସ୍‌ର ଫୋକସ ଦୁରତା 1.0) ମି ହେଲେ ତା’ର ପାୱାର । ଡାୟପ୍‌ଟର ହୋଇଥାଏ ।
    1D = 1 ମି-1 ବା 1 m-1
  • ଉତ୍ତଳ ଲେନ୍ସର ପାୱାରକୁ ଯୁକ୍ତାତ୍ମକ ଓ ଅବତଳ ଲେନସ୍‌ର ପାୱାରକୁ ବିଯୁକ୍ତାତ୍ମକ ମନେ କରାଯାଇଛି ।

BSE Odisha 10th Class Life Science Notes Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

Odisha State Board BSE Odisha 10th Class Life Science Notes Chapter 5 ନିୟନ୍ତ୍ରଣ ଓ ସମନ୍ଵୟ will enable students to study smartly.

BSE Odisha Class 10 Life Science Notes Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

→ଉପକ୍ରମ (Introduction) :

ପ୍ରତ୍ୟେକ ଜୀବ ପରିବେଶର ଉଦ୍ଦୀପନା ଅନୁସାରେ ଆବଶ୍ୟକ ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ ଅନୁକ୍ରିୟା ପ୍ରଦର୍ଶନ କରି ନିଜର ସ୍ଥିତି ନିଶ୍ଚିତ କରିଥାଏ । ଏଥ‌ିପାଇଁ ନିୟନ୍ତ୍ରଣ ଏବଂ ବିଭିନ୍ନ କ୍ରିୟା, ପ୍ରକ୍ରିୟା ଓ ପ୍ରତିକ୍ରିୟା ଭିତରେ ସମନ୍ଵୟ ରକ୍ଷା ଅତ୍ୟନ୍ତ ଆବଶ୍ୟକ । ଉଦ୍ଭିଦରେ ଏହା ରାସାୟନିକ ପଦ୍ଧତିରେ ହୋଇଥାଏ । କିନ୍ତୁ ପଦ୍ଧତିରେ ହୋଇଥାଏ ।

→ଉଭିଦରେ ନିୟନ୍ତ୍ରଣ ଓ ସମନ୍ୱୟ (Control and Co-ordination in plant):

  • ଉଦ୍ଭିଦରେ ପ୍ରାଣୀମାନଙ୍କ ପରି କୌଣସି ସ୍ନାୟବିକ ତନ୍ତ୍ର ନଥାଏ ।
  • କେବଳ ଜୈବ ରାସାୟନିକ ପ୍ରକ୍ରିୟାରେ ଉଭିଦ ଜଗତ ନିଜ ଶରୀରରେ ଆଲୋକ, ମାଧ୍ୟାକର୍ଷଣ, ସ୍ପର୍ଶ ପରି ବାହ୍ୟ ଉଦ୍ଦୀପନାରେ ଅନୁକ୍ରିୟା ପ୍ରକାଶ କରେ ।
  • ଏହି କାର୍ଯ୍ୟରେ ନିୟୋଜିତ ହେଉଥ‌ିବା ଜୈବ ରାସାୟନିକ ପଦାର୍ଥ ହେଉଛି ଉଦ୍ଭିଦ ହରମୋନ୍ ।
  • ଉଦ୍ଭିଦରେ ବିଭିନ୍ନ ଜୈବିକ ପ୍ରକ୍ରିୟାର ନିୟନ୍ତ୍ରଣ ଓ ସମନ୍ଵୟ ରକ୍ଷା ରାସାୟନିକ ପଦ୍ଧତିରେ ହର୍‌ମୋନଦ୍ୱାରା ହୋଇଥାଏ ।

BSE Odisha 10th Class Life Science Notes Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

→ଫାଇଟୋହର୍ମୋନ (Phytohormone) :

  1. ହରମୋନ ଜୈବ ପଦାର୍ଥ । ଏହା ଖୁବ୍ କମ୍ ପରିମାଣରେ ଓ କମ୍ ସାନ୍ଦ୍ରତାରେ ବିଭିନ୍ନ କ୍ରିୟା ସମ୍ପାଦନ କରିଥାଏ ।
  2. ଏହାର ପ୍ରସ୍ତୁତି ସ୍ଥାନ ଓ କାର୍ଯ୍ୟକାରୀ ସ୍ଥାନ ସାଧାରଣତଃ ଅଲଗା ।
  3. ଉଭିଦର ହରମୋନ୍‌କୁ ଫାଇଟୋହରମୋନ କୁହାଯାଏ । ଏହା ପାଞ୍ଚ ପ୍ରକାର;
    • ଯଥା – ଅକ୍ ସିନ୍ (Auxin)
    • ଜିବରେଲିନ୍ (Gibberellin)
    • ସାଇଟୋକିନିନ୍ (Cytokinin)
    • ଇଥିଲିନ୍ (Ethylene)
    • ଅବସିସିସ୍ ଏସିଡ୍ (Abscissic acid) ।

→ଉଭିଦ ହରମୋଦ୍ୱାରା ନିୟନ୍ତ୍ରଣ :

  • ଆଲୋକ, ମାଧ୍ୟାକର୍ଷଣ ବଳ, ଜଳ ପ୍ରଭୃତି ବାହ୍ୟ ଉଦ୍ଦୀପନା ଉଭିଦର କାଣ୍ଡ, ଚେର ଓ ପତ୍ରର ଅଗ୍ରଭାଗରେ ପ୍ରତିକ୍ରିୟା ସୃଷ୍ଟି କରିଥା’ନ୍ତି । ଫଳତଃ ସେ ସମସ୍ତ ସ୍ଥାନରେ ହର୍‌ମୋନ୍ କ୍ଷରଣ ବୃଦ୍ଧିପାଏ ।
  • ହରମୋନ୍ ଉଦ୍ଭଦରେ ଆଲୋକାନୁବର୍ତ୍ତନ (Phototropism), ଜ୍ୟାନୁବର୍ତ୍ତନ (Geotropism), ଅନ୍ତର୍କୁଞ୍ଚନ ଗତି (Nastic movement), ଷ୍ଟୋମାଟାଲ୍ ଗତି (Stomatal movement), (Ripening of fruit) ଇତ୍ୟାଦିକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।
  • ଉଭିଦର ଫୁଲ ଧରିବା ପ୍ରକ୍ରିୟା ଆଲୋକର ଅବଧୂ ଉପରେ ନିର୍ଭର କରେ । ଏହାକୁ ଫଟୋପିରିୟଡ଼ିଜିମ୍ (Photoperiodism) କୁହାଯାଏ ।

→ଫୁଲ ଧରିବା ପ୍ରକ୍ରିୟା :

  • ଉଭିଦ ଯେତେବେଳେ ଦରକାର ମୁତାବକ ଆଲୋକାବଧୂ (Photoperiod) ପାଏ, ସେତେବେଳେ ତା’ର ପତ୍ରରେ ଫ୍ଲୋରିଜେନ୍ (Florigen) ନାମକ ଫୁଲଧାରଣ ସହାୟକ ହର୍‌ମୋନ୍ ତିଆରି ହୁଏ ।
  • ଏହି ହରମୋନ୍ ଉଭିଦର ଅଗ୍ରଭାଗକୁ ପରିବାହିତ ହୋଇ ସେଠାରେ ଫୁଲ ଧରିବା ପ୍ରକ୍ରିୟାରେ ସାହାଯ୍ୟ କରେ ।
  • ହର୍‌ମୋନ୍ ସହିତ ଉଭିଦରେ ଫାଇଟୋକ୍ରୋମ୍ (Phytochrome) ନାମକ ଏକ ସ୍ଵତନ୍ତ୍ର ବର୍ଣ୍ଣକଣା ରହିଥାଏ । ଫ୍ଲୋରିଜେନ୍ ଓ ଫାଇଟୋକ୍ରୋମ୍ ଉଭିଦର ଫୁଲ ଧରିବା ପ୍ରକ୍ରିୟାକୁ ନିୟନ୍ତ୍ରଣ କରନ୍ତି ।

→ଆଲୋକାନୁବର୍ତ୍ତନ ପରୀକ୍ଷା :
ପରୀକ୍ଷଣ -1

  1. ଗୋଟିଏ କୋନିକାଲ୍ ଫ୍ଲସ୍କରେ ପାଣି ଭର୍ତ୍ତି କରାଯାଉ । ଫ୍ଲାସ୍କର ବେକକୁ ଏକ ତାରଜାଲିରେ ଆଚ୍ଛାଦନ କରାଯାଉ ।
  2. ତାର ଜାଲି ଉପରେ 2 ବା 3ଟି ସଦ୍ୟ ଅଙ୍କୁରୋଦ୍‌ଗମ ହୋଇଥିବା ବିନ୍‌ମଞ୍ଜି ରଖାଯାଉ ।
  3. ଏକପାଖ ଖୋଲାଥ‌ିବା ଏକ ମୋଟା କାଗଜ ବାକ୍ସ ନିଆଯାଉ ।
  4. ଫ୍ଲାସ୍କଟିକୁ ବର୍ତ୍ତମାନ ଏହି ବାକ୍ସ ମଧ୍ଯରେ ଏପରିଭାବରେ ରଖାଯାଉ ଯେପରି ଝରକାରେ ଆସୁଥିବା ଆଲୋକ ବାକ୍ସର ଖୋଲାପାର୍ଶ୍ଵ ଦେଇ ସଦ୍ୟ ଅଙ୍କୁରିତ ଉଭିଦ ଉପରେ ପଡ଼ିବ ।
    BSE Odisha 10th Class Life Science Notes Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 1

→ପର୍ଯ୍ୟରେଷଣ :

  • ଦୁଇ ତିନି ଦିନପରେ ସେଗୁଡ଼ିକୁ ଲକ୍ଷ୍ୟ କଲେ ଦେଖାଯିବ ଯେ ଉଦ୍ଭଦଟି କ୍ରମଶଃ ଆଲୋକୋନ୍ମୁଖୀ ହୋଇ ଆଲୋକ ଆଡ଼କୁ ବଙ୍କେଇ ଯାଇଛି ।
  • ସିଦ୍ଧାନ୍ତ – ଯେତେବେଳେ କ୍ରମବର୍ଦ୍ଧିଷ୍ଣୁ ଉଭିଦଟି ଆଲୋକ ପାଏ, ସେତେବେଳେ ଏହାର ଅଗ୍ରଭାଗରେ ଅକ୍‌ସିନ୍ ସଂଶ୍ଳେଷିତ ହୁଏ । ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଦିଗରୁ ଆଲୋକ ଆସେ ଅକ୍‌ସିନ୍ ବିପରୀତ ଦିଗକୁ ପରିବାହିତ ହୁଏ । ଅକ୍‌ସିନ୍‌ର ପରିମାଣ ବଢ଼ିବାରୁ ସେଠାରେ ଥିବା କୋଷଗୁଡ଼ିକର ବୃଦ୍ଧି ଘଟେ । ଫଳତଃ ଅନ୍ଧାରରେ ଥ‌ିବା ପାର୍ଶ୍ଵ ଆଲୋକ ପଟକୁ ଥ‌ିବା ପାର୍ଶ୍ଵ ଅପେକ୍ଷା ଅଧିକ ଲମ୍ବାହୋଇଥାଏ । କ୍ରମଶଃ ଉଦ୍ଭଦଟି ଆଲୋକ ଆଡ଼କୁ ବଙ୍କେଇଯାଏ ।

→ଫାଇଟୋହରମୋନ୍ର କ।ର୍ଯ୍ୟକ।ଚିତା :
ଫାଇଟୋହରମୋନ୍ ଉଭିଦର ବିଭିନ୍ନ ଜୈବ ପ୍ରକ୍ରିୟାର ନିୟନ୍ତ୍ରଣ ଓ ସମନ୍ଵୟ ରକ୍ଷାକରିବା ସହିତ ମୁଖ୍ୟତଃ ଦୁଇପ୍ରକାର କାର୍ଯ୍ୟ କରିଥାଏ; ଯଥା-

  • ବୃଦ୍ଧି ନିୟନ୍ତ୍ରଣ ଓ
  • ଚଳନଶକ୍ତିର ନିୟନ୍ତ୍ରଣ ।

(I) ବୃଦ୍ଧି ନିୟନ୍ତ୍ରଣ (Growth regulation) :
1. ଫାଇଟୋହରମୋନ୍ ଦୁଇପ୍ରକାର : ଯଥା – ବୃଦ୍ଧିକାରକ ହରମୋନ୍ ଓ ବୃଦ୍ଧିହ୍ରାସକ ହରମୋନ୍ ।

→ବୃଦ୍ଧିକାରକ ହରମୋନ୍ :

  • ଫାଇଟୋହର୍‌ମୋନ୍ ମଧ୍ୟରୁ ଅକ୍‌ସିନ୍, ଜିବରେଲିନ୍ ଓ ସାଇଟୋକାଇନିନ୍ ପ୍ରଭୃତି ବୃଦ୍ଧିକାରକ ହରମୋନ ଅଟନ୍ତି ।
  • ଜିବରେଲିନ୍ ଓ ଅକ୍‌ସିନ୍ ଶାଖା ଓ କାଣ୍ଡର ବୃଦ୍ଧିରେ ସହାୟକ ହୋଇଥା’ନ୍ତି ଓ ସାଇଟୋକାଇନିନ୍ କୋଷ ବିଭାଜନର ହାର ବୃଦ୍ଧି କରିଥାଏ ।
  • କାଣ୍ଡ ଓ ମୂଳର ଅଗ୍ରଭାଗ, କଷିଫଳ ଓ ଫୁଲରେ ବୃଦ୍ଧି ନିୟନ୍ତ୍ରକ ହର୍‌ମୋନ୍ ଅତ୍ମକ ପରିମାଣରେ ରହିଥାଏ ଓ ଅଗ୍ରଭାଗ ତଳକୁ ହର୍‌ମୋନ୍‌ର ପରିମାଣ କ୍ରମଶଃ ହ୍ରାସ ପାଉଥିବାରୁ ବୃଦ୍ଧି ପରିମାଣ ମଧ୍ଯ ତଦନୁସାରେ କମ୍ ହୋଇଥାଏ ।

→ବୃଦ୍ଧିହ୍ରାସକ ହରମୋନ୍ :

  • କେତେକ ଫାଇଟୋହର୍‌ମୋନ୍ ଉଦ୍ଭଦର ବୃଦ୍ଧିରେ ସହାୟକ ହେଉଥ‌ିବାବେଳେ ଉଭିଦମାନଙ୍କରେ ମଧ୍ୟ କେତେ ବୃଦ୍ଧିହ୍ରାସକ (Growth retardant) ହର୍‌ମୋନ୍ ରହିଥା’ନ୍ତି । ଆକ୍‌ସିସିକ୍ ଏସିଡ୍ ଓ ଏଥୁଲିନ୍ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ।
  • ଏହି ହରମୋନ୍‌ଗୁଡ଼ିକ ସାଧାରଣତଃ ଉଭିଦର ବୃଦ୍ଧିହ୍ରାସ କରିବା, ପତ୍ର, ଫୁଲ, ଫଳ ଝଡ଼ାଇବା ସହିତ ଉଭିଦର ବାର୍ଷକ୍ୟ

(II) ଚଳନଶକ୍ତିର ନିୟନ୍ତ୍ରଣ/ଗତି ନିୟନ୍ତ୍ରଣ :

  • ବାହ୍ୟ ଉଦ୍ଦୀପନାଦ୍ଵାରା ପ୍ରଭାବିତ ହୋଇ ହରମୋନ୍‌ଗୁଡ଼ିକ ଉଭିଦର ଚଳନଶକ୍ତିକୁ ନିୟନ୍ତ୍ରଣ କରିଥା’ନ୍ତି ।
  • ଏହି ବାହ୍ୟ ଉଦ୍ଦୀପନାଗୁଡ଼ିକ ହେଲା ଆଲୋକ, ମାଧ୍ୟାକର୍ଷଣ ବଳ ଇତ୍ୟାଦି । ଏଗୁଡ଼ିକର ପ୍ରଭାବରେ ଉଭିଦରେ ବିଭିନ୍ନ ପ୍ରକାର ଚଳନ ପରିଲକ୍ଷିତ ହୁଏ । ଏହାକୁ ଅନୁବର୍ତ୍ତନ (Tropism) ବା ଅନୁବର୍ତ୍ତନୀୟ ଚଳନ (Tropic movement) କୁହାଯାଏ । କାଣ୍ଡର ଆଲୋକାନୁବର୍ତ୍ତନ ଓ ଚେରର ଜ୍ୟାନୁବର୍ତ୍ତନ ଏହାର ଉଦାହରଣ ।

BSE Odisha 10th Class Life Science Notes Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

→ଆଲୋକାନୁବର୍ତ୍ତନ (Phototropism):

  • ଆଲୋକାନୁବର୍ତ୍ତନ ଉଭିଦମାନଙ୍କର ଏକ ବିଶେଷ ଲକ୍ଷଣ । ଉଭିଦର କାଣ୍ଡ ଆଲୋକ ଆଡ଼କୁ ଗତି କରିଥାଏ । ଏହାକୁ ଅନୁକୂଳ ଆଲୋକାନୁବର୍ତ୍ତନ (Positive phototropism) କୁହାଯାଏ ।
  • ଚେର ଆଲୋକର ବିପରୀତ ଦିଗକୁ ଗତିକରେ ଅର୍ଥାତ୍ ଆଲୋକଠାରୁ ଦୂରରେ ରହେ । ଏହାକୁ ପ୍ରତିକୂଳ କାଣ୍ଡର ଆଲୋକାନୁବର୍ତ୍ତନ ଓ ଚେରର ଜ୍ୟାନୁବର୍ତ୍ତନ ଏହାର ଉଦାହରଣ ।

ଆଲୋକାନୁବର୍ତ୍ତନ (Negative phototropism) କୁହାଯାଏ ।
ପରୀକ୍ଷଣ – 2

1. କେତେଗୁଡ଼ିଏ ଗଜା ବାହାରିଥିବା ବୁଟ ମଞ୍ଜିକୁ ଏକ ଦିଗରୁ ଆଲୋକ ଆସୁଥିବା ଏକ ବାକ୍ସ ମଧ୍ୟରେ ରଖାଯାଉ ।
2. BSE Odisha 10th Class Life Science Notes Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 2
3. ଆଉ କେତେଗୁଡ଼ିକର ଅଗ୍ରଭାଗକୁ କାଟି ଦିଆଯାଉ ଓ ଅବଶିଷ୍ଟକୁ ସେହିପରି ଛାଡ଼ିଦିଆଯାଉ ।
BSE Odisha 10th Class Life Science Notes Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 3

→ପର୍ଯ୍ୟବେକ୍ଷଣ :

  • 3-4 ଦିନ ପରେ ସେଗୁଡ଼ିକୁ ପରୀକ୍ଷା କରାଯାଉ । ଯେଉଁ ଗଜାଗୁଡ଼ିକର ଅଗ୍ରଭାଗ କାଟି ଦିଆଯାଇଛି ଏବଂ ଯେଉଁଗୁଡ଼ିକର ଦିଗକୁ ବଙ୍କେଇ ଯାଇଛି ।
  • ଟୋପି ଲାଗିଥ‌ିବା ଗଜାଗୁଡ଼ିକର ଟୋପି କାଢ଼ିନେଲେ କ୍ରମେ ଦେଖାଯିବ ଯେ ସେଗୁଡ଼ିକ ମଧ୍ୟ ଆଲୋକ ଆଡ଼କୁ ବଙ୍କେଇ ଯାଉଛି ।

→ସିଦ୍ଧାନ୍ତ :

  • ଅଗ୍ରଭାଗ କାଟି ଦିଆଯିବା ବା କଳାଟୋପି ଲଗାଯିବାଦ୍ବାରା ଏହିଅଂଶ ଆଲୋକ ପାଇପାରିଲା ନାହିଁ । ଅନ୍ୟପକ୍ଷରେ ଅବଶିଷ୍ଟ ଗଜାଗୁଡ଼ିକର ଅଗ୍ରଭାଗ ଆଲୋକ ପାଇବାରୁ ଆଲୋକ ଆଡ଼କୁ ବଙ୍କେଇଗଲା ।
  • ଏଥିରୁ ଜଣାଗଲା ଯେ ଗଜାର ଅଗ୍ରଭାଗରେ ଆଲୋକଜନିତ ଉଦ୍ଦୀପନା ଯୋଗୁଁ କେତେକ ରାସାୟନିକ ପରିବର୍ତ୍ତନ ଘଟି ଭୃଣକାଣ୍ଡ ଆଲୋକ ଆଡ଼କୁ ବଙ୍କେଇଗଲା ।

(II) ଜ୍ୟାନୁବର୍ତ୍ତନ (Geotropism) :

  • ମାଧ୍ୟାକର୍ଷଣ ବଳ ବସ୍ତୁକୁ ପୃଥିବୀର କେନ୍ଦ୍ରଆଡ଼କୁ ଆକର୍ଷଣ କରିଥାଏ । ଏଥରେ ପ୍ରଭାବିତ ହୋଇ ଉଭିଦ ବା ଏହାର ଅଂଶବିଶେଷ ମାଟିତଳକୁ ଗତିକରେ । ଏହାକୁ ଜ୍ୟାନୁବର୍ତ୍ତନ ବା ମାଧ୍ୟାକର୍ଷଣ ଅନୁବର୍ତ୍ତନ (Geotropism) କୁହାଯାଏ ।
  • ମାଧ୍ୟାକର୍ଷଣ ବଳଯୋଗୁଁ ଉଭିଦର ଚେର ଓ ମୂଳ ପୃଥ‌ିବୀର କେନ୍ଦ୍ରଆଡ଼କୁ ଆକର୍ଷିତ ହୋଇଥାନ୍ତି । ଏହାକୁ ଅନୁକୂଳ ଜ୍ୟାନୁବର୍ତ୍ତନ (Positive geotropism) କୁହାଯାଏ । କିନ୍ତୁ ଉଭିଦର କାଣ୍ଡ ତାହାର ବିପରୀତ ଦିଗକୁ ଗତିକରେ । ଏହାକୁ ପ୍ରତିକୂଳ ଜ୍ୟାନୁବର୍ତ୍ତନ (Negative gcotropism) କୁହାଯାଏ ।

→ବାହ୍ୟ ଉଦ୍ଦୀପନା ଓ ଉଭିଦର ହରମୋନ୍ :

  • ଆଲୋକ, ମାଧ୍ୟାକର୍ଷଣ ବଳ, ଜଳ, ରାସାୟନିକ ପଦାର୍ଥ ପ୍ରଭୃତି ବାହ୍ୟ ଉଦ୍ଦୀପନା, କାଣ୍ଡ, ଚେର, ପତ୍ରର ଅଗ୍ରଭାଗରେ ପ୍ରତିକ୍ରିୟା ସୃଷ୍ଟି କରିଥା’ନ୍ତି । ଫଳରେ ସେଠାରେ ହର୍‌ମୋନ୍ କ୍ଷରଣ ବୃଦ୍ଧିପାଏ ଓ ସେଗୁଡ଼ିକର ବୃଦ୍ଧି ହରମୋନ୍‌ଦ୍ୱାରା ନିୟନ୍ତ୍ରିତ ହୁଏ ।
  • ବାହ୍ୟ ଉଦ୍ଦୀପନା ପାଇବାପାଇଁ ଉଭିଦର ବିଭିନ୍ନ ଅଂଶ ଉଦ୍ଦୀପନା ଆସୁଥ‌ିବା ଦିଗକୁ ବା ତା’ର ବିପରୀତ ଦିଗକୁ ବଢ଼ିଚାଲେ । ଏହିପରି ଭାବରେ ଉଭିଦର ଜୈବିକ ଓ ସମନ୍ଵୟ ନିୟନ୍ତ୍ରଣ ରାସାୟନିକ ପଦ୍ଧତିରେ ହରମୋନ୍‌ଦ୍ୱାରା ସମାହିତ ହୋଇଥାଏ ।

→ଉଭିଦର ଅନ୍ତର୍କୁଞ୍ଚନ :
1. ଲାଜକୁଳୀ ଲତା (Touch-me-not plant)ର ଡାଳ କିମ୍ବା ପତ୍ରକୁ ଛୁଇଁଦେବା ମାତ୍ରେ ଲତାରେ ଥିବା ପତ୍ରଗୁଡ଼ିକ ନଇଁଯାଇ ଝାଉଁଳି ପଡ଼େ । ସ୍ପର୍ଶ ପ୍ରତି ଅନୁକ୍ରିୟା ପ୍ରଦର୍ଶନ ସ୍ୱରୂପ ପତ୍ରଗୁଡ଼ିକ ଜାକି ହୋଇଯା’ନ୍ତି । ଲାଜକୁଳୀ ଲତାର ଏହି ଗତିକୁ ଅନ୍ତକୁଞ୍ଚନ ଗତି କୁହାଯାଏ ଓ ଏହା ସ୍ପର୍ଶଜନିତ ଉଦ୍ଦୀପନାର ଏକ ବିଶେଷ ଉଦାହରଣ ଅଟେ ।

→ମଣିଷରେ ନିୟନ୍ତ୍ରଣ ଓ ସମନ୍ଵୟ :

  • ଆମର ସ୍ନାୟୁ ଓ ସଂବେଦକ ଅଙ୍ଗକୁ ନେଇ ସ୍ନାୟୁତନ୍ତ୍ର (Nervous system) ଗଠିତ ।
  • ପରିବେଶରେ ଘଟୁଥ‌ିବା ବିଭିନ୍ନ ଘଟଣା ବିଷୟରେ ସ୍ନାୟୁତନ୍ତ୍ର ପ୍ରାଣୀକୁ ଅବଗତ କରାଏ । ପ୍ରାଣୀ ନିଜକୁ ସୁହାଇଲା ପରି କାର୍ଯ୍ୟକରି ପରିବେଶ ସହିତ ଖାପଖୁଆଇ ବଞ୍ଚେ । ତେଣୁ ସ୍ନାୟୁତନ୍ତ୍ର ଆମ ଶରୀରରେ ଥ‌ିବା ଅନ୍ୟ ସମସ୍ତ ଅଙ୍ଗ ଓ ତନ୍ତ୍ରର କାର୍ଯ୍ୟ ନିୟନ୍ତ୍ରଣ କରେ ଏବଂ ବିଭିନ୍ନ ଅଙ୍ଗ ମଧ୍ୟରେ ସମନ୍ଵୟ ରକ୍ଷା କରେ ।
  • ଭ୍ରୂଣ ଅବସ୍ଥାରେ ମେରୁଦଣ୍ଡୀ ପ୍ରାଣୀ ଶରୀରର ଉପରି ଭାଗରେ ସ୍ନାୟୁତନ୍ତ୍ର ଏକ ନଳିକା ଭାବେ ପ୍ରକାଶ ପାଏ । ସେହି ନଳିକାର ଅଗ୍ରଭାଗ ସ୍ତ୍ରୀତହୋଇ ମସ୍ତିଷ୍କ (Brain) ଓ ନଳିକାର ପଛଭାଗ ସୁଷୁମ୍ନାକାଣ୍ଡ (Spinal cord)ରେ ପରିଣତ ହୁଏ ।
    BSE Odisha 10th Class Life Science Notes Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 4

→ମାନବ ସ୍ନାୟୁ ପ୍ରଣାଳୀ (Human nervous system) :
1. ମାନବ ସ୍ନାୟୁତନ୍ତ୍ର ତିନିଭାଗରେ ବିଭକ୍ତ ଯଥା-

  • କେନ୍ଦ୍ରୀୟ ସ୍ନାୟୁତନ୍ତ୍ର (Central Nervous System),
  • ପେରିଫେରାଲ୍ ସ୍ନାୟୁ ପ୍ରଣାଳୀ (Peripheral Nervous System)
  • ସ୍ୱୟଂଶାସିତ ସ୍ନାୟୁ ପ୍ରଣାଳୀ (Autonomic Nervous System) ।

2. କେନ୍ଦ୍ରୀୟ ସ୍ନାୟୁତନ୍ତ୍ର ମସ୍ତିଷ୍କ ଓ ସୁଷୁମ୍ନାକାଣ୍ଡକୁ ନେଇ ଗଠିତ ହୋଇଥିବାବେଳେ ମସ୍ତିଷ୍କରୁ ବାହାରିଥିବା କରୋଟି ସ୍ନାୟୁ ଓ ସୁଷୁମ୍ନାକାଣ୍ଡରୁ ବାହାରିଥିବା ସୁଷୁମ୍ନା ସ୍ନାୟୁକୁ ନେଇ ପ୍ରାନ୍ତୀୟ ସ୍ନାୟୁତନ୍ତ୍ର ଗଠିତ ହୋଇଥାଏ ।

BSE Odisha 10th Class Life Science Notes Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

→ମସ୍ତିଷ୍କ (Brain) :

  • ମସ୍ତିଷ୍କ ଶରୀରର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ହୋଇଥିବାରୁ ଏହା ଏକ ଶକ୍ତ ଖପୁରି (Skull) ଭିତରେ ସୁରକ୍ଷିତ ହୋଇ ରହିଥାଏ ।
  • ମସ୍ତିଷ୍କ ଉପରେ ଥ‌ିବା ବାହ୍ୟ ଆବରଣକୁ ମେନିଞ୍ଜେସ୍ (Meninges) କୁହାଯାଏ । ମସ୍ତିଷ୍କର ଭିତର ଫମ୍ପା । ଏହି ଫମ୍ପା ଅଂଶଗୁଡ଼ିକୁ ମସ୍ତିଷ୍କର ନିଳୟ (Ventricles of brain) କୁହାଯାଏ ।
  • ମସ୍ତିଷ୍କର ଚାରିପଟେ ଏବଂ ଏହାର ନିଳୟ ଭିତରେ ଏକ ପ୍ରକାର ତରଳ ପଦାର୍ଥ ରହିଛି । ଏହି ତରଳ ପଦାର୍ଥକୁ ମସ୍ତିଷ୍କ- ମେରୁ ରସ ବା ସେରିବ୍ରୋସ୍ପାଇନାଲ୍ ଦ୍ରବ (Cerebrospinal fluid) କୁହାଯାଏ ।
  • ଏହା ମସ୍ତିଷ୍କକୁ ବାୟୁମଣ୍ଡଳର ଚାପରୁ ରକ୍ଷା କରେ । ଏଥୁସହିତ ଏହା ମଧ୍ୟଦେଇ ମସ୍ତିଷ୍କ ଖାଦ୍ୟ ଓ ଅମ୍ଳଜାନ ପାଏ ଏବଂ ମସ୍ତିଷ୍କରୁ ନିର୍ଗତ ବର୍ଜ୍ୟବସ୍ତୁ ଏହା ବାଟଦେଇ ନିଷ୍କାସିତ ହୁଏ ।
  • ନବଜାତ ଶିଶୁର ମସ୍ତିଷ୍କର ଓଜନ ପ୍ରାୟ 400 ଗ୍ରାମ୍ ଏବଂ ଜଣେ ବୟଃପ୍ରାପ୍ତ ବ୍ୟକ୍ତିର ମସ୍ତିଷ୍କ ଓଜନ ପ୍ରାୟ 1500 ଗ୍ରାମ୍ ହୋଇଥାଏ ।
  • ଏହା ଆମ ଶରୀରର ସବୁଠାରୁ ଚଳଚଞ୍ଚଳ ଅଙ୍ଗ । ଏଠାରେ ସବୁ ସମୟରେ ବିଭିନ୍ନ ପ୍ରକାର ଚୟାପଚୟ ବା ବିପାକୀୟ କ୍ରିୟା ଚାଲିଛି । ସେଥ୍ପାଇଁ ପ୍ରତି ମିନିଟ୍‌ରେ ମସ୍ତିଷ୍କ ମଧ୍ୟକୁ ପ୍ରାୟ 750 ମିଲିଲି, ରକ୍ତ ପ୍ରବାହିତ ହୁଏ ।

→ମସ୍ତିଷ୍କର ବିଭିନ୍ନ ଅଂଶ ଓ କାର୍ଯ୍ୟ :
1. ମସ୍ତିଷ୍କ ତିନିଭାଗରେ ବିଭକ୍ତ, ଯଥା-

  • ଅଗ୍ରମସ୍ତିଷ୍କ (Fore brain),
  • ମଧ୍ୟମସ୍ତିଷ୍କ (Mid brain) ଓ
  • ପଶ୍ଚ ମସ୍ତିଷ୍କ (Hindbrain) ।

2. ଅଗ୍ରମସ୍ତିଷ୍କରେ

  • ଘ୍ରାଣପାଳି (Olfactory lobe)
  • ପ୍ରମସ୍ତିଷ୍କ (Cerebral hemisphere) ଓ
  • ପଶ୍ଚ ଅଗ୍ରମସ୍ତିଷ୍କ (Diencephalon) ରହିଥାଏ ।

3. ମଧ୍ୟମସ୍ତିଷ୍କ 4 ଗୋଟି ବର୍ତ୍ତୁଳ ପିଣ୍ଡଚତୁଷ୍କ (Corpora quadrigemina)କୁ ନେଇ ଗଠିତ ।

4. ପଶ୍ଚିମସ୍ତିଷ୍କରେ

  • ଅନୁମସ୍ତିଷ୍କ (Cerebellum) ଓ
  • ସୁଷୁମ୍ନାଶୀର୍ଷକ (Medulla oblongata) ରହିଥାଏ ।

→ଆଗ ମସ୍ତିଷ୍କ (Fore brain) :
ଘ୍ରାଣପାଳି :
1. ଅଗ୍ରମସ୍ତିଷ୍କରେ ଥିବା ଘ୍ରାଣପାଳି ମନୁଷ୍ୟଠାରେ ଅତି କ୍ଷୀଣଭାବେ ରହିଛି । ସେଥ‌ିପାଇଁ ମନୁଷ୍ୟର ଘ୍ରାଣଶକ୍ତି ଦୁର୍ବଳ । କିନ୍ତୁ କୁକୁର, ବିଲେଇ ଓ ବାଘ ଇତ୍ୟାଦି ପ୍ରାଣୀଙ୍କଠାରେ ଘ୍ରାଣପାଳି ଉନ୍ନତ ହୋଇଥିବାରୁ ସେମାନଙ୍କର ଘ୍ରାଣଶକ୍ତି ପ୍ରଖର ।

→ପ୍ରମସ୍ତିଷ୍କ :

  • ପ୍ରମସ୍ତିଷ୍କ ମସ୍ତିଷ୍କର ସବୁଠାରୁ ବଡ଼ ଅଂଶ ଏବଂ ଏହା ସମାନ ଆକାରରେ ଡାହାଣପାଳି ଓ ବାମପାଳି ଭାବରେ ବିଭକ୍ତ ହୋଇଛି । ଏହାର ଉପରିଭାଗ ବହୁଳଭାବେ ଭାଙ୍ଗଯୁକ୍ତ । ଆମର ସ୍ମରଣ ଶକ୍ତି ଏହି ଭାଙ୍ଗ ଉପରେ ନିର୍ଭର କରିଥାଏ ।
  • ପ୍ରମସ୍ତିଷ୍କ, ତାପ, କଷ୍ଟ, ଚାପ, ସ୍ପର୍ଶ ପରି ଉଦ୍ଦୀପନାକୁ ଗ୍ରହଣ କରି ପ୍ରତିକ୍ରିୟା ପ୍ରକାଶ କରିବାରେ ସାହାଯ୍ୟ କରେ ।

→ପଶ୍ଚ ଅଗ୍ରମସ୍ତିଷ୍କ :
1. ପଶ୍ଚ ଅଗ୍ର ମସ୍ତିଷ୍କର ଉପରିଭାଗରେ ପିନିଆଲ ଗ୍ରନ୍ଥି (Pineal gland) ରହିଛି । ଏହାର ନିମ୍ନଭାଗରେ ଥ‌ିବା ହାଇପୋଥାଲାମସ୍ (Hypothalamus) ଆମ ଶରୀରର ହୃସ୍ପନ୍ଦନ, ରକ୍ତଚାପ, ନିଦ୍ରା, ଭୟ, ରାଗ, ଆନନ୍ଦ ଇତ୍ୟାଦି ନିୟନ୍ତ୍ରଣ କରେ ।

→bମଧ୍ୟମ ମସ୍ତିଷ୍କ | (Mid brain) :

  • ମଧ୍ୟମସ୍ତିଷ୍କ ଦୁଇଯୋଡ଼ା ବର୍ତ୍ତୁଳ ନିଦାପିଣ୍ଡକୁ ନେଇ ଗଠିତ ।
  • ଉପର ଦୁଇଟି ପିଣ୍ଡ, ଦୃଷ୍ଟି ସମ୍ବନ୍ଧୀୟ ପ୍ରତିକ୍ଷେପ (Vision reflex)କୁ ନିୟନ୍ତ୍ରଣ କରୁଥିବାବେଳେ ନିମ୍ନଭାଗର ଦୁଇଟି ପିଣ୍ଡ ଶରୀରର ଶ୍ରବଣ ସମ୍ବନ୍ଧୀୟ ପ୍ରତିକ୍ଷେପ (Auditory reflex)କୁ ନିୟନ୍ତ୍ରଣ କରେ ।

→ପଶ୍ଚିମସ୍ତିଷ୍କ (Hind brain) :

  • ପଶ୍ଚିମସ୍ତିଷ୍କର ଆଗ ଅଂଶରେ ରହିଛି ଅନୁମସ୍ତିଷ୍କ । ଏହା ମସ୍ତିଷ୍କର ଦ୍ଵିତୀୟ ବୃହତ୍ତମ ଭାଗ ।
  • ଏହା ଶରୀରର ସନ୍ତୁଳନ (Balance) ଓ ଭାରସାମ୍ୟ (Equilibrium) ରକ୍ଷାକରେ ।
  • ମସ୍ତିଷ୍କର ସୁଷୁମ୍ନାଶୀର୍ଷକ ଅନୁମସ୍ତିଷ୍କର ପଛକୁ ରହିଛି । ଏହା ଆମ ଶରୀରର ଶ୍ଵାସକେନ୍ଦ୍ର (Respiratory centre) ଓ } ହୃକେନ୍ଦ୍ର (Cardiac centre) । ରକ୍ତଚାପ, ଛିଙ୍କ, କାଶ, ବାନ୍ତି ଓ ଖାଦ୍ୟ ଗିଳିବା ପରି କାର୍ଯ୍ୟକୁ ମଧ୍ୟ ସୁଷୁମ୍ନାଶୀର୍ଷକ ନିୟନ୍ତ୍ରଣ କରେ ।

→ସୁଷୁମ୍ନାକାଣ୍ଡ (Spinal cord) :

  • ସୁଷୁମ୍ନାଶୀର୍ଷକ ଶେଷଆଡ଼କୁ କ୍ରମଶଃ ସରୁ ହୋଇ ଖପୁରିର ମହାରନ୍ଧ୍ର (Foramen magnum) ବାଟଦେଇ ବାହାରି ସୁଷୁମ୍ନାକାଣ୍ଡରେ ପରିଣତ ହୋଇଛି । ଏହା ଆମ ଶରୀରର ଉପରି ଭାଗରେ ଥିବା ମେରୁଦଣ୍ଡ ହାଡ଼ ଭିତରେ ଲମ୍ବଭାବରେ ସୁରକ୍ଷିତ ହୋଇ ରହିଥାଏ ।
  • ଏହା ଫମ୍ପା ଓ ପ୍ରାୟ 45 ସେ.ମି. ଲମ୍ବ । ମସ୍ତିଷ୍କ ପରି ସୁଷୁମ୍ନାକାଣ୍ଡ ମଧ୍ଯ ମେନିଞ୍ଜେସ୍‌ଦ୍ୱାରା ଆବୃତ ଏବଂ ଏହାର ଭିତରେ ଓ ବାହାରେ ସେରିବ୍ରୋସ୍ପାଇନାଲ ରସ ପ୍ରବାହିତ ହେଉଥାଏ ।

→କାର୍ଯ୍ୟ :
1. ସୁଷୁମ୍ନାକାଣ୍ଡ ଦୁଇଟି କାର୍ଯ୍ୟକରେ । ଏହା ଶରୀରର ବିଭିନ୍ନ ଭାଗରୁ ସଂଗୃହୀତ ବାର୍ଷା ମସ୍ତିଷ୍କକୁ ପଠାଇଥାଏ ଏବଂ ମସ୍ତିଷ୍କରୁ ପ୍ରେରିତ ବାର୍ତ୍ତା ସୁଷୁମ୍ନାକାଣ୍ଡ ବାଟଦେଇ ଶରୀରର ବିଭିନ୍ନ କାର୍ଯ୍ୟକାରୀ ଅଙ୍ଗ (Effectory organ) ନିକଟରେ ପହୁଞ୍ଚେ ।

→ପ୍ରାନ୍ତୀୟ ସ୍ନାୟୁତନ୍ତ୍ର (Peripheral nervous system) :

  • କରୋଟି ସ୍ନାୟୁ (Cranial nerve), ସୁଷୁମ୍ନା ସ୍ନାୟୁ (Spinal nerve) ଓ ସେମାନଙ୍କର ଶାଖା, ପ୍ରଶାଖାକୁ ନେଇ ପ୍ରାନ୍ତୀୟ ସ୍ନାୟୁତନ୍ତ୍ର ଗଠିତ ।
  • ମଣିଷଠାରେ 12 ଯୋଡ଼ା କରୋଟି ସ୍ନାୟୁ ଓ 31 ଯୋଡ଼ା ସୁଷୁମ୍ନା ସ୍ନାୟୁ ରହିଛି ।
  • ଆମ ଶରୀରରେ ଥ‌ିବା ଆଖୁ, ନାକ, କାନ, ଜିଭ ଓ ଚର୍ମ ପରି ଗ୍ରାହୀଅଙ୍ଗ (Receptor organ) ରୁ ଆବେଗ ସଂଗ୍ରହ କରୁଥିବା ସ୍ନାୟୁମାନଙ୍କୁ ସଂଜ୍ଞାବହ ସ୍ନାୟୁ (Sensory nerve) କୁହାଯାଏ ।
  • ମସ୍ତିଷ୍କ ଓ ସୁଷୁମ୍ନାକାଣ୍ଡରୁ ଆଦେଶ ନେଇ ପେଶୀ ବା ଗ୍ରନ୍ଥି ନିକଟରେ ପହଞ୍ଚାଉଥ‌ିବା ସ୍ନାୟୁମାନଙ୍କୁ ଆଜ୍ଞାବହ ସ୍ନାୟୁ (Motor nerve) କୁହାଯାଏ ।

→ସ୍ୱୟଂଶାସିତ ସ୍ନାୟୁ ପ୍ରଣାଳୀ (Autonomic nervous system) :

  • ନିଜର ଆବଶ୍ୟକତା ଅନୁସାରେ ସ୍ବତଃପ୍ରବୃତ୍ତଭାବେ ଆମେ ଖାଇବା, ପିଇବା, ନାଚିବା, ଦୌଡ଼ିବା, ପଢ଼ିବା ପରି ଅନେକ କାର୍ଯ୍ୟ କରିଥାଉ । ମସ୍ତିଷ୍କର ନିର୍ଦ୍ଦେଶରେ ପରିଚାଳିତ ଏହି କାମଗୁଡ଼ିକୁ ଐଚ୍ଛିକ କ୍ରିୟା (Voluntary action) କୁହାଯାଏ ।
  • ଆମ ଅଜ୍ଞାତସାରରେ ଆପେ ଆପେ ଶରୀର ଭିତରେ ଶ୍ଵାସକ୍ରିୟା, ହୃତ୍‌ପିଣ୍ଡର ସ୍ପନ୍ଦନ, ରେଚନ, ଖାଦ୍ୟ ପରିପାକ, ରକ୍ତ ସଞ୍ଚାଳନ, ଗ୍ରନ୍ଥିରୁ କ୍ଷରଣ ପରି ଅନେକ କାର୍ଯ୍ୟ ସମ୍ପାଦିତ ହୁଏ । ଶରୀର ମଧ୍ୟରେ ଆପଣାଛାଏଁ ସମ୍ପାଦିତ ହେଉଥ‌ିବା ଏହିସବୁ କ୍ରିୟାକୁ ଅନୈଚ୍ଛିକ କ୍ରିୟା (Involuntary action) କୁହାଯାଏ । ଏଗୁଡ଼ିକ ସ୍ବୟଂକ୍ରିୟ ସ୍ନାୟୁତନ୍ତ୍ରଦ୍ୱାରା ପରିଚାଳିତ ହୋଇଥାଏ ।

→ସ୍ନାୟୁକୋଷ (Neuron) :

  • ସ୍ନାୟୁକୋଷ ଆମ ସ୍ନାୟୁତନ୍ତ୍ରର ଗାଠନିକ ଏବଂ କ୍ରିୟାତ୍ମକ ଏକକ ଅଟେ ।
  • ସ୍ନାୟୁକୋଷରେ ଗୋଟିଏ ନ୍ୟଷ୍ଟି ଓ କୋଷଜୀବକ ରହିଥାଏ ।
  • ନ୍ୟଷ୍ଟି ଥ‌ିବା ଅଂଶକୁ ସେଲବଡ଼ି କୁହାଯାଏ ।
  • ପ୍ରତ୍ୟେକ ସ୍ନାୟୁକୋଷର ଗୋଟିଏ ପଟରେ ଅନେକଗୁଡ଼ିଏ କ୍ଷୁଦ୍ର ଶାଖାୟିତ ତନ୍ତୁ ଥାଏ । ଏଗୁଡ଼ିକୁ ଡେଡ୍ରାଇଟ୍ (Dendrite) PIANI
  • ଡେନ୍ସାଇଟ୍‌ର ଠିକ୍ ବିପରୀତ ପଟରେ ସେଲବଡ଼ିରୁ ଏକ ଲମ୍ବ ଆକସନ୍ (Axon) ବାହାରିଥାଏ ।
  • ସ୍ନାୟୁକୋଷ ଆମ ଶରୀରର ସବୁଠାରୁ ଲମ୍ବା କୋଷ ଅଟେ ।
  • ଗୋଟିଏ ସ୍ନାୟୁକୋଷର ଆକସନ୍‌ର ଶାଖାଯୁକ୍ତ ଶେଷଭାଗ ନିକଟବର୍ତୀ ଅନ୍ୟ ସ୍ନାୟୁକୋଷର ଡେଡ୍ରାଇଗୁଡ଼ିକର ଅତି ନିକଟରେ ଥାଏ । ଏହି ସ୍ଥାନକୁ ସିନାପ୍‌ସ୍ (Synapse) କୁହାଯାଏ ।

BSE Odisha 10th Class Life Science Notes Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

କୋଷବିଭାଜନ ସମୟରେ ଆବଶ୍ୟକ ହେଉଥ‌ିବା ସେଣ୍ଡୋଜୋମ୍ (Centrosome) ସ୍ନାୟୁକୋଷରେ ନଥାଏ । ତେଣୁ ପରିପକ୍ବ ସ୍ନାୟୁକୋଷର ବିଭାଜନ ହୁଏ ନାହିଁ ।

ସ୍ନାୟୁତନ୍ତ୍ର କିପରି କାମ କରେ ?

  • ଡେନ୍ସାଇଟ୍ ସଂଗ୍ରହ କରୁଥିବା ସ୍ନାୟବିକ ଆବେଗ (Nerve impulse) ବିଦ୍ୟୁତ୍ ରାସାୟନିକ ପ୍ରକ୍ରିୟା (Electrochemical process) ଦ୍ଵାରା ସ୍ନାୟୁକୋଷର ଆକ୍‌ସନ୍ ମଧ୍ୟଦେଇ ସଞ୍ଚରିତ ହୋଇ ସିନାପସ୍ ନିକଟରେ ପହଞ୍ଚେ ।
  • ଆକ୍‌ସନ୍‌ର ଶେଷଭାଗରେ ବାର୍ତ୍ତା ପହଞ୍ଚିଲେ ସେଠାରୁ ଏସିଟିଲ୍‌କୋଲିନ୍ (Acetylcholine) ନାମକ ଏକ ପ୍ରକାର ରାସାୟନିକ ପଦାର୍ଥର କ୍ଷରଣ ହୁଏ । ଏହା ଏକ ସ୍ନାୟବିକ ସଞ୍ଚାରକ (Neurotransmitter) । ଏହା ପରବର୍ତ୍ତୀ ସ୍ନାୟୁକୋଷର ଡେଡ୍ରାଇଟ୍‌ରେ ଏକ ନୂଆ ବିଦ୍ୟୁତ୍ ରାସାୟନିକ ଆବେଗ ସୃଷ୍ଟି କରେ ।
  • ଏହିପରି ଭାବରେ ବାର୍ତ୍ତା ଗୋଟିଏ ସ୍ନାୟୁକୋଷରୁ ଅନ୍ୟ ସ୍ନାୟୁକୋଷକୁ ଦ୍ରୁତଗତିରେ ପ୍ରସାରିତ ହୋଇ ଶେଷରେ ମସ୍ତିଷ୍କଠାରେ ପହଞ୍ଚେ ।

→ପ୍ରତିଫଳନ କାର୍ଯ୍ୟ (Reflex Action) :

  • ମସ୍ତିଷ୍କ ଆମ ସ୍ନାୟୁସଂସ୍ଥାର ମୁଖ୍ୟ । ଆମ ଶରୀରରେ ଘଟୁଥିବା ସବୁ ଘଟଣାର ଖବର ମସ୍ତିଷ୍କ ପାଖରେ ପହଞ୍ଚେ ଓ ମସ୍ତିଷ୍କ ସବୁ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ସମନ୍ଵୟ ରକ୍ଷା କରି ଶରୀରକୁ ନିଜର ନିୟନ୍ତ୍ରଣରେ ରଖେ ।
  • ମସ୍ତିଷ୍କ ବା ସୁଷୁମ୍ନାକାଣ୍ଡ ଦ୍ୱାରା ପରିଚାଳିତ ସ୍ଵତଃସ୍ଫୁର୍ଭ ଓ ସ୍ଵତଃପ୍ରବୃତ୍ତ ପ୍ରକ୍ରିୟାକୁ ପ୍ରତିକ୍ଷେପ କ୍ରିୟା କୁହାଯାଏ ।
  • ଆମ ଶରୀରରେ ସମ୍ପାଦିତ ହେଉଥ‌ିବା ସବୁଠାରୁ ସରଳ ପ୍ରତିକ୍ଷେପ କ୍ରିୟାରେ
    • ସୁଷୁମ୍ନାକାଣ୍ଡ,
    • ଗୋଟିଏ ସେନ୍ସରୀ ସ୍ନାୟୁ ଓ
    • ଗୋଟିଏ ମୋଟର ସ୍ନାୟୁ ସଂଶ୍ଳିଷ୍ଟ ।
  • ସେନ୍ସରୀ ସ୍ନାୟୁ ଗ୍ରାହୀଅଙ୍ଗରୁ ଆବେଗ ଆଣି ସୁଷୁମ୍ନାକାଣ୍ଡ ନିକଟରେ ପହଞ୍ଚାଏ ।
  • ସୁଷୁମ୍ନାକାଣ୍ଡ ଖବର ଗ୍ରହଣ କରି ତୁରନ୍ତ କାର୍ଯ୍ୟକାରୀ ଅଙ୍ଗକୁ ମୋଟର ସ୍ନାୟୁ ମାଧ୍ୟମରେ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଏ ।
  • ଏହି ପ୍ରକ୍ରିୟାରେ ମାତ୍ର ଗୋଟିଏ ସେନ୍ସରୀ ସ୍ନାୟୁ ଓ ଗୋଟିଏ ମୋଟର ସ୍ନାୟୁ ସଂଶ୍ଳିଷ୍ଟ ଥ‌ିବାରୁ ଏହାକୁ ଏକକ ସିନାପ୍‌ଟିକ୍ ପ୍ରତିକ୍ଷେପ (Monosynaptic reflex) କୁହାଯାଏ ।
  • ଶରୀରରେ ସେନ୍ସରୀ ସ୍ନାୟୁ, ସୁଷୁମ୍ନାକାଣ୍ଡ ଓ ମୋଟର ସ୍ନାୟୁର ଅବସ୍ଥିତି ଏକ ଜ୍ୟାମିତିକ ଚାପ (Arc) ଆକାରରେ ଥ‌ିବାରୁ ଏହାକୁ ପ୍ରତିକ୍ଷେପ ଚାପ (Reflex arc) କୁହାଯାଏ ।

→ରାସାୟନିକ ସମନ୍ୱୟ (Chemical coordination) :
1. ମୁଖ୍ୟତଃ ହରମୋନ୍‌ଦ୍ୱାରା ଶରୀରର ରାସାୟନିକ ସମନ୍ବୟ ସମ୍ଭବ ହୋଇଥାଏ ।
2. ଆମ ଶରୀରରେ ଦୁଇପ୍ରକାର ଗ୍ରନ୍ଥି ରହିଛି; ଯଥା-

  • ବହିଃସ୍ରାବୀ ଓ
  • ଅନ୍ତଃସ୍ରାବୀ ।

→ଏକ୍ସୋକ୍ରାଇନ୍ ଗ୍ରନ୍ଥିଗୁଡିକ (Exocrine glands) :

  • ଲାଳଗ୍ରନ୍ଥି ଓ ଯକୃତ୍ ଆଦି ଆମର ଶରୀରର ବହିଃସ୍ରାବୀ ଗ୍ରନ୍ଥି ଅଟନ୍ତି । ଏଥିରୁ ଏନ୍‌ଜାଇମ୍ ଓ ଅନ୍ୟ କେତେକ ପଦାର୍ଥ କ୍ଷରିତ ହୁଏ ।
  • କ୍ଷରିତ ପଦାର୍ଥ ଗ୍ରନ୍ଥିର ନାଳ ଦେଇ ଗ୍ରନ୍ଥି ବାହାରକୁ ଆସେ । ରାସାୟନିକ ପ୍ରକ୍ରିୟାରେ ଭାଗ ନେବା ପରେ ମଧ୍ୟ ଏନ୍‌ଜାଇମ୍‌ର ଗଠନରେ କିଛି ପରିବର୍ତ୍ତନ ହୁଏ ନାହିଁ ଏବଂ ଏହା ବାରମ୍ବାର ବ୍ୟବହୃତ ହୁଏ ।

→ଏଣ୍ଡୋକ୍ରାଇନ୍ ଗ୍ରନ୍ଥିଗୁଡିକ (Endocrine glands) :

  • ପୋଷ ଡିକ ପିଟୁଇଟାରୀ (Pituitary) ଥାଇରଏଡ୍ (Thyroid) ଓ ଅଧୃକ୍‌କ ଗ୍ରନ୍ଥି (Adrenal) ଇତ୍ୟାଦି ଆମ ଶରୀରର ଅନ୍ତଃସ୍ରାବୀ ଗ୍ରନ୍ଥି ବା ଅନାଳ ଗ୍ରନ୍ଥି ଅଟନ୍ତି ।
  • ଏଥୁରୁ ହର୍‌ମୋନ୍ କ୍ଷରିତ ହୁଏ । ଏହି ଗ୍ରନ୍ଥିଗୁଡ଼ିକ ନାଳବିହୀନ, ତେଣୁ ସେଥୁ କ୍ଷରିତ ହର୍‌ମୋନ୍ ସିଧାସଳଖ ରକ୍ତରେ ମିଶେ । ରକ୍ତ ମାଧ୍ୟମରେ ହର୍‌ମୋନ୍ ଦୂର ସ୍ଥାନକୁ ଯାଇ ନିର୍ଦ୍ଦିଷ୍ଟ ଅଙ୍ଗ ବା ଟିସୁରେ କାର୍ଯ୍ୟ କରେ । କାର୍ଯ୍ୟ ସରିବାପରେ

→ସମନ୍ୱୟ ପଦ୍ଧତି :
1. ଆମ ଶରୀରର ବିଭିନ୍ନ ଅଙ୍ଗ ସଂସ୍ଥାନର ନିୟନ୍ତ୍ରଣ ଏବଂ ସେଗୁଡ଼ିକ ମଧ୍ୟରେ ସମନ୍ଵୟ ରକ୍ଷା ପାଇଁ ଦୁଇ ପ୍ରକାର ପଦ୍ଧତି ରହିଛି, ଯଥା-

  • ସ୍ନାୟବିକ ପଦ୍ଧତି ଏବଂ
  • ରାସାୟନିକ ପଦ୍ଧତି ।

2. ସ୍ନାୟବିକ ପଦ୍ଧତିରେ ସ୍ନାୟୁକୋଷ ମାଧ୍ୟମରେ ଖବର ବିଦ୍ୟୁତ୍ ରାସାୟନିକ କ୍ରିୟାଦ୍ଵାରା ସଂଚାରିତ ହୁଏ ଓ ରାସାୟନିକ ପଦ୍ଧତିରେ ଅନ୍ତଃସ୍ରାବୀ ଗ୍ରନ୍ଥିରୁ କ୍ଷରିତ ବିଭିନ୍ନ ହର୍‌ମୋନ୍‌ଦ୍ୱାରା ବାର୍ତ୍ତା ପ୍ରସାରିତ ହୁଏ ।
3. ସ୍ନାୟବିକ ପଦ୍ଧତିର କାର୍ଯ୍ୟ ତୁରନ୍ତ ହେଉଥ‌ିବାବେଳେ ରାସାୟନିକ ପଦ୍ଧତିର କାର୍ଯ୍ୟ ମନ୍ଥର ଭାବେ ହୋଇଥାଏ ।

→ଏକ୍ସୋକ୍ରାଇନ୍ ଗ୍ରନ୍ଥିଗୁଡିକ (Exocrine glands) :

  • ଲାଳଗ୍ରନ୍ଥି ଓ ଯକୃତ୍ ଆଦି ଆମ ଶରୀରର ବହିଃସ୍ରାବୀ ଗ୍ରନ୍ଥି ।
  • ଏଥିରୁ ଏନ୍‌ଜାଇମ୍ ଓ ଅନ୍ୟ କେତେକ ପଦାର୍ଥ କ୍ଷରିତ ହୁଏ । କ୍ଷରିତ ପଦାର୍ଥ ଗ୍ରନ୍ଥିର ନାଳ ଦେଇ ଗ୍ରନ୍ଥି ବାହାରକୁ ଆସେ । ରାସାୟନିକ ପ୍ରକ୍ରିୟାରେ ଭାଗ ନେବା ପରେ ମଧ୍ୟ ଏନ୍‌ଜାଇମ୍‌ର ଗଠନରେ କିଛି ପରିବର୍ତ୍ତନ ହୁଏ ନାହିଁ ଏବଂ ଏହା ବାରମ୍ବାର ବ୍ୟବହୃତ ହୁଏ ।

→ଅନ୍ତଃସ୍ରାବୀ ଗ୍ରନ୍ଥି (Endocrine glands):
1. ପୋଷଗ୍ରନ୍ଥି ବା ପୀୟୂଷ ଗ୍ରନ୍ଥି ବା ପିଟୁଇଟାରି (Pituitary), ଥାଇରଏଡ଼ (Thyroid) ବା ଗଳଗ୍ରନ୍ଥି ଓ ଅଧ୍ବବୃକକ୍ ଗ୍ରନ୍ଥି ବା ଏଡ୍ରିନାଲ୍ (Adrenal) ଇତ୍ୟାଦି ଆମ ଶରୀରର ଅନ୍ତଃସ୍ରାବୀ ଗ୍ରନ୍ଥି (Endocrine glands) ବା ଅନାଳ ଗ୍ରନ୍ଥି (Ductless glands) । ଏଥୁରୁ ହର୍‌ମୋନ୍ କ୍ଷରିତ ହୁଏ । ଏହି ଗ୍ରନ୍ଥିଗୁଡ଼ିକ ନାଳବିହୀନ, ତେଣୁ ସେଥୁରୁ କ୍ଷରିତ ହରମୋନ୍ ସିଧାସଳଖ ରକ୍ତରେ ମିଶେ । ରକ୍ତ ମାଧ୍ୟମରେ ହରମୋନ୍ ଦୂର ସ୍ଥାନକୁ ଯାଇ ନିର୍ଦ୍ଦିଷ୍ଟ ଅଙ୍ଗ ବା ଟିସୁ (Target organ or tissue) ରେ କାର୍ଯ୍ୟ କରେ । କାର୍ଯ୍ୟ ସରିବା ପରେ ହରମୋନ୍ ନଷ୍ଟ ହୋଇଯାଏ । ତେଣୁ ଏନ୍‌ଜାଇମ୍ ପରି ହରମୋନ୍ ବାରମ୍ବାର ବ୍ୟବହାରଯୋଗ୍ୟ ନୁହେଁ ।

→ଅନ୍ତଃସ୍ରାବୀ ତନ୍ତ୍ର (Endocrine System) :

  • ମସ୍ତ ଅନ୍ତଃସ୍ରାବୀ ଗ୍ରନ୍ଥିକୁ ନେଇ ଆମ ଶରୀରର ‘‘ଅନ୍ତଃସ୍ରାବୀ ତନ୍ତ୍ର’’ ଗଠିତ ହୋଇଛି ।
  • ସ୍ନାୟୁତନ୍ତ୍ର ଓ ଅନ୍ତଃସ୍ରାବୀ ତନ୍ତ୍ର ପରସ୍ପର ଉପରେ ସମନ୍ଵୟ ରକ୍ଷାକରି କାର୍ଯ୍ୟ କରନ୍ତି । ତେଣୁ ଏହାକୁ ‘‘ସ୍ନାୟୁ-ଅନ୍ତଃସ୍ରାବୀ ତନ୍ତ୍ର’’ (Neuro-endocrine system) କୁହାଯାଏ ।
  • ମାନବ ଶରୀରରେ ନିମ୍ନଲିଖ୍ ଅନ୍ତଃସ୍ରାବୀ ଗ୍ରନ୍ଥିମାନ ରହିଛି ।

(I) ହାଇପୋଥାଲାମସ୍ (Hypothalamus) :

  • ଅଗ୍ରମସ୍ତିଷ୍କରେ ଥ‌ିବା ଥାଲାମସ୍‌ର ନିମ୍ନଭାଗରେ ଏବଂ ପିଟୁଇଟାରି ଗ୍ରନ୍ଥିର ଉପରକୁ ହାଇପୋଥାଲାମସ୍ ଅବସ୍ଥିତ ।
  • ହାଇପୋଥାଲାମସ୍ତୁରୁ କେତେକ ରିଲିଜିଙ୍ଗ୍ ହର୍‌ମୋନ୍ (Releasing hormone) ଏବଂ ଇନ୍‌ହିବିଟିଙ୍ଗ୍ ହର୍‌ମୋନ୍ (Inhibiting hormone) କ୍ଷରିତ ହୁଏ ।
  • ଏହି ହର୍‌ମୋନ୍‌ଗୁଡ଼ିକ ପିଟୁଇଟାରି ଗ୍ରନ୍ଥିର କ୍ଷରଣ କ୍ଷମତାକୁ ନିୟନ୍ତ୍ରଣ କରନ୍ତି ।

(II) ପିଟୁଇଟାରି ଗ୍ରନ୍ଥି (Pituitary gland) :
1. ପିଟୁଇଟାରି ଗ୍ରନ୍ଥି ହାଇପୋଥାଲାମସ୍ ସହିତ ଏକ ଛୋଟ ବୃନ୍ତ (Stalk) ସାହାଯ୍ୟରେ ଲାଗି ରହିଥାଏ ।
2. ଏହି ଗ୍ରନ୍ଥି ଦୁଇଟି ପୃଥକ୍ ଖଣ୍ଡକୁ ନେଇ ଗଠିତ, ଯଥା-

  • ଏଡ଼ିନୋହାଇପୋଫାଇସିସ୍ (Adenohypophysis) [GH, PRL, FSH, LH, TSH, ACTH]
  • ନିଉରୋହାଇପୋଫାଇସିସ୍ (Neurohypophysis) [ଅକ୍‌ସିଟୋସିନ୍, ଭାସୋପ୍ରେସିନ୍]

(III) ପିନିଆଲ୍ ଗ୍ରନ୍ଥି (Pineal gland) :

  • ପିନିଆଲ୍ ଗ୍ରନ୍ଥି ଅଗ୍ରମସ୍ତିଷ୍କର ଛାତରେ ରହିଥାଏ ।
  • ଏହା ଆକାରରେ ଅତ୍ୟନ୍ତ ଛୋଟ ଓ ଓଜନ ମାତ୍ର 150 ମିଲିଗ୍ରାମ୍ ଅଟେ ।
  • ଏଥୁରୁ ମେଲାଟୋନିନ୍ (Melatonin) ନାମକ ହର୍‌ମୋନ୍ କ୍ଷରିତ ହୁଏ ।
  • ଏହା ଶରୀରର ‘ଜୈବିକ ଘଡ଼ି’ (Biological clock) ଭାବେ ମଧ୍ୟ କାର୍ଯ୍ୟକରେ ।

BSE Odisha 10th Class Life Science Notes Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

(IV) IMG (Thyroid gland) :

  • ଥାଇରଏଡ୍ ଗ୍ରନ୍ଥି ବେକର ତଳ ଭାଗରେ, ଶ୍ଵାସନଳୀର ଉଭୟ ପଟରେ ଠିକ୍ ସ୍ୱରପେଟିକାର ପଛକୁ ରହିଥାଏ ।
  • ଏଥୁରୁ, ମୁଖ୍ୟତଃ ଥାଇରକ୍‌ସିନ୍ ହର୍‌ମୋନ୍ କ୍ଷରିତ ହୁଏ ।
  • ଏହା ଶରୀରର ବିଭିନ୍ନ କୋଷର ଅମ୍ଳଜାନ ବିନିଯୋଗ କ୍ଷମତା ବଢ଼ାଏ । ଫଳରେ ଶରୀରରେ ଅଧିକ ଶକ୍ତି ସୃଷ୍ଟି ହୁଏ ଓ ଏହା ବେଙ୍ଗଫୁଲାର ରୂପାନ୍ତରଣ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରେ ।

(V) ପାରାଥାଇରଏଡ୍ ଗ୍ରନ୍ଥି (Parathyroid gland) :

  • ଥାଇରଏଡ୍ ଗ୍ରନ୍ଥି ଉପରେ 4 ଗୋଟି ଅତି କ୍ଷୁଦ୍ର ପାରାଥାଇରଏଡ୍ ଗ୍ରନ୍ଥି ରହିଥାଏ ।
  • ଏଥୁରୁ ପାରାଥୋର୍‌ମୋନ୍ (Parathormone) କ୍ଷରିତ ହୁଏ ।
  • ପାରାଥୋର୍‌ମୋନ୍ ରକ୍ତରେ କ୍ୟାଲ୍‌ସିୟମ୍ ଓ ଫସ୍‌ଫରସ୍ ପରିମାଣ ସ୍ଥିର ରଖିବାରେ ସାହାଯ୍ୟ କରେ ।

(VI) ଏଡ୍ରିନାଲିନ୍ ଗ୍ରନ୍ଥି (Adrenal gland) :

  • ଆମ ଶରୀରର ଦୁଇଟି ବୃକ୍‌କର ଉପରିଭାଗକୁ ଲାଗି ଦୁଇଟି ଏଡ୍ରେନାଲ ବା ଅଧ୍ବକ୍‌କ ଗ୍ରନ୍ଥି ରହିଥାଏ ।
  • ଏଥୁରୁ ଅନେକଗୁଡ଼ିଏ ହର୍‌ମୋନ୍ କ୍ଷରିତ ହୁଏ । ସେଥୁମଧ୍ୟରୁ ଏଡ୍ରିନାଲିନ୍ (Adrenaline) ଅନ୍ୟତମ ।
  • ଏହି ହର୍‌ମୋନ୍ ଆକସ୍ମିକ ଆଘାତ, ଭୟ, ଅବଶ ଓ ଉତ୍ତେଜିତ ଅବସ୍ଥାରେ କ୍ଷରିତ ହୁଏ । ତେଣୁ ଏହି ଗ୍ରନ୍ଥିକୁ ‘ଆପଦକାଳୀନ ଗ୍ରନ୍ଥି’ (Emergency gland) କୁହାଯାଏ ।

(VII) ଅଗ୍ନ୍ୟାଶୟ (Pancreas) :

  • ଆମ ଶରୀରରେ ପାକସ୍ଥଳୀର ଠିକ୍ ତଳକୁ ଗ୍ରହଣୀଫାସ ମଧ୍ୟରେ ଗୋଟିଏ ଅଗ୍ନ୍ୟାଶୟ ରହିଥାଏ ।
  • ଏହା ଏକ ମିଶ୍ରିତ ଗ୍ରନ୍ଥି, କାରଣ ଏଥୁରୁ ଏନ୍‌ଜାଇମ୍ ଓ ହର୍‌ମୋନ୍ ଉଭୟ କ୍ଷରିତ ହୁଏ ।
  • ଅଗ୍ନ୍ୟାଶୟର ହର୍‌ମୋନ୍ କ୍ଷରଣ କରୁଥିବା ଅଂଶକୁ ଆଇଲେସ୍‌ ଅଫ୍ ଲାଙ୍ଗରହାସ୍ (Islets of Langerhans) କୁହାଯାଏ ।
  • ଏହି ଅଂଶରେ ଆଲ୍‌ଫା-କୋଷ (a – cells), ବିଟା-କୋଷ (B – cells) ଓ ଡେଲ୍‌ କୋଷ (ଓଁ – cells) ପରି ସ୍ରାବୀକୋଷ (Secretory cells) ମାନ ରହିଥାଏ ।
  • ଆଲ୍‌ଫା-କୋଷରୁ ଗୁ କାଗନ୍ (Glucagon), ବିଟା-କୋଷରୁ ଇନ୍‌ସୁଲିନ୍ (Insulin) ଓ ଡେଲ୍‌ଟା-କୋଷରୁ ସୋମାଟୋଷ୍ଟାଟିନ୍ (Somatostatin) ହର୍‌ମୋନ୍ କ୍ଷରିତ ହୁଏ ।
  • ଇନ୍‌ସୁଲିନ୍ ଶରୀରରେ ଶର୍କରା (Glucose) ପରିମାଣ ସ୍ଥିର ରଖୁବାରେ ସାହାଯ୍ୟ କରେ ।
  • ଇନ୍‌ସୁଲିନ୍‌ର ଅଭାବରେ ରକ୍ତରେ ଶର୍କରା ପରିମାଣ ବଢ଼ି ମଧୁମେହ ରୋଗ ( ଡାଇବେଟିସ୍ ମେଲିଟସ୍) ହୁଏ ।

(VIII) ଶୁକ୍ରାଶୟ (Testis) :

  • ଆମ ଶରୀରର ଶୁକ୍ରାଶୟ ଥଳି ମଧ୍ୟରେ ଦୁଇଟି ଶୁକ୍ରାଶୟ ରହିଥାଏ ।
  • ଶୁକ୍ରାଶୟ ମଧ୍ୟରେ ଥିବା ଲେଡ଼ିଗ୍ କୋଷ (Leydig cells)ରୁ ଟେଷ୍ଟୋଷ୍ଟିରନ୍ (Testosterone) ନାମକ ଏକ ପୁରୁଷ ହର୍‌ମୋନ୍ କ୍ଷରିତ ହୁଏ ।
  • ଯୁବକ୍ରାନ୍ତି ସମୟରେ ଟେଷ୍ଟୋଷ୍ଟିରନ୍‌ର ପ୍ରଭାବରେ ବାଳକ ଶରୀରରେ ପୁରୁଷ ଗୌଣ ଲିଙ୍ଗୀୟ ଲକ୍ଷଣମାନ ଦେଖାଯାଏ ।
  • ଟେଷ୍ଟୋଷ୍ଟିରନ୍ ଶୁକ୍ରାଣୁ ଉତ୍ପତ୍ତି (Spermatogenesis)ରେ ମଧ୍ଯ ସହାୟକ ହୁଏ । ଏହି ହର୍‌ମୋନ୍‌ର ଅଭାବରେ ନପୁଂସକତା ଦେଖାଯାଏ ।

(IX) ଡିମ୍ବାଶୟ (Ovary) :

  • ସ୍ତ୍ରୀ ଶରୀର ଉଦର ଗହ୍ଵରର ନିମ୍ନ ଅଂଶରେ ଏକ ଯୋଡ଼ା ଡିମ୍ବାଶୟ ରହିଥାଏ ।
  • ଡିମ୍ବାଶୟରୁ ଇଷ୍ଟ୍ରୋଜେନ୍ (Estrogen) ଓ ପ୍ରୋଜେଷ୍ଟିରନ୍ (Progesterone) ହର୍‌ମୋନ୍ କ୍ଷରିତ ହୁଏ ।
  • ଇଟ୍ରୋଜେନ୍ ହର୍‌ମୋନ୍‌ର ପ୍ରଭାବରେ ବାଳିକାମାନଙ୍କ ଶରୀରରେ ସ୍ତ୍ରୀ-ଗୌଣ ଲିଙ୍ଗୀୟ ଲକ୍ଷଣମାନ ଦେଖାଯାଏ ।
  • ପ୍ରୋଜେଷ୍ଟିରନ୍ ହର୍‌ମୋନ୍ ଡିମ୍ବୋଦୟ ପରେ ଡିମ୍ବାଶୟରୁ କ୍ଷରିତ ହୁଏ ।
  • ଗର୍ଭଧାରଣରେ ଏହାର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିବାରୁ ଏହାକୁ ‘ଗର୍ଭାବସ୍ଥାର ହର୍‌ମୋନ୍’’ କୁହାଯାଏ ।

(X) ଭୃଣବନ୍ଧ (Placenta) :

  • ଭୃଣବନ୍ଧ ମାଆ ଓ ଗର୍ଭାଶୟସ୍ଥ ଶିଶୁ ମଧ୍ୟରେ ଥିବା ଏକ ଜୈବ ସଂଯୋଗ ଅଟେ ।
  • ଏହା ଏକ ସାମୟିକ ଅନ୍ତଃସ୍ରାବୀ ଗ୍ରନ୍ଥି । ଏଥୁରୁ କ୍ଷରିତ ହର୍‌ ମୋନ୍‌ ମାନଙ୍କ ମଧ୍ୟରେ ହ୍ୟୁମାନ୍ କୋରି ଓନିକ୍ ଗୋନାଡୋଟ୍ରଫିକ୍ ହର୍‌ମୋନ୍ (HCGH) ଅନ୍ୟତମ ।
  • ଗର୍ଭବତୀ ମହିଳାଙ୍କ ମୂତ୍ର ସହିତ ମିଶି ଏହି ହରମୋନ୍ ଶରୀର ବାହାରକୁ ଆସେ ।

ରକ୍ତରେ ଥାଇରକ୍‌ସିନ୍ ହର୍‌ମୋନ୍‌ର ପରିମାଣ କମିଗଲେ, ଏହି ବାର୍ତ୍ତା ହାଇପୋଥାଲାମସ୍ ନିକଟରେ ପହଞ୍ଚେ । ଏଥୁରୁ ତୁରନ୍ତ ଥାଇରକ୍‌ସିନ୍ ରିଲିଜିଙ୍ଗ୍ ହର୍‌ମୋନ୍ କ୍ଷରିତ ହୁଏ ଏବଂ ଏହାର ପ୍ରଭାବରେ ପିଟୁଇଟାରି ଗ୍ରନ୍ଥିରୁ କ୍ଷରିତ ଥାଇରଏଡ୍ ଷ୍ଟିମୁଲେଟିଙ୍ଗ୍ ହର୍‌ମୋନ୍ ଥାଇରଏଡ୍ ଗ୍ରନ୍ଥିକୁ ଥାଇରକ୍‌ସିନ୍ ହର୍‌ମୋନ୍ ତିଆରି କରିବାକୁ ଆଦେଶ ଦିଏ । ରକ୍ତରେ ଥାଇରକ୍‌ସିନ୍ ହର୍‌ମୋନର ପରିମାଣ ଆବଶ୍ୟକ ବା ସ୍ଵାଭାବିକ ଅବସ୍ଥାକୁ ଆସିଲେ ହାଇପୋଥାଲାମସ୍‌ (Feedback control) କୁହାଯାଏ ।

BSE Odisha 10th Class Life Science Notes Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

BSE Odisha 10th Class Life Science Notes Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 5

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

Odisha State Board BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର Textbook Exercise Questions and Answers.

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

୧. ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ଟି ଶବ୍ଦରେ ଲେଖ ।

(କ) ପଞ୍ଚଶୀଳ ନୀତି କ’ଣ ?
Answer:
ଭାରତ ଓ ଚୀନ୍ ମଧ୍ଯରେ ଶାନ୍ତି ପ୍ରତିଷ୍ଠା ପାଇଁ ୧୯୫୪ ମସିହାରେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପାଞ୍ଚଗୋଟି ନୀତି ସମ୍ବଳିତ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଏହାକୁ ପଞ୍ଚଶୀଳ ନୀତି ବା ପଞ୍ଚଶୀଳ ଚୁକ୍ତି କୁହାଯାଏ । ଏହି ପାଞ୍ଚଗୋଟି ନୀତି ହେଲା –

  • ପ୍ରତ୍ୟେକ ରାଷ୍ଟ୍ରର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ପାରସ୍ପରିକ ସମ୍ମାନ ପ୍ରଦର୍ଶନ ।
  • ପାରସ୍ପରିକ ଅନାକ୍ରମଣ ।
  • କେହି ଅନ୍ୟ କାହାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାରୁ ନିବୃତ୍ତ ରହିବା ।
  • ସାମ୍ୟ ଓ ପାରସ୍ପରିକ ଉପକାର ।
  • ଶାନ୍ତିପୂର୍ଣ୍ଣ ସହାବସ୍ଥାନ ।

(ଖ) ଗୋଷ୍ଠୀନିରପେକ୍ଷତା କହିଲେ ତୁମେ କ’ଣ ବୁଝ ?
Answer:

  • ଗୋଷ୍ଠୀନିରପେକ୍ଷତା ଭାରତର ବୈଦେଶିକ ନୀତିର ଅନ୍ୟତମ ବୈଶିଷ୍ଟ୍ୟ ।
  • ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ଆମେରିକା ଓ ରୁଷିଆ ଭଳି ଦୁଇଟି ବୃହତ୍ ଶକ୍ତିର ଉତ୍‌ଥାନ ହେବା ଫଳରେ ପୃଥ‌ିବୀର ବିଭିନ୍ନ ରାଷ୍ଟ୍ର ଉଭୟଙ୍କ ଗୋଷ୍ଠୀଭୁକ୍ତ ହେବାକୁ ଲାଗିଲେ ।
  • ଭାରତ ନେତୃତ୍ୱରେ ଗୋଷ୍ଠୀ ନିରପେକ୍ଷତା ଆନ୍ଦୋଳନ ମୁଣ୍ଡ ଟେକିଥିଲା । ସାମ୍ରାଜ୍ୟବାଦୀ ରାଷ୍ଟ୍ର କବଳରୁ ମୁକ୍ତ ହୋଇ ସ୍ଵାଧୀନ ହୋଇଥିବା ଅନେକ ଏସୀୟ ଓ ଆଫ୍ରିକୀୟ ରାଷ୍ଟ୍ର ଏହାର ଅନ୍ତର୍ଭୁକ୍ତ ହୋଇଥିଲେ ।
  • ଭାରତ କୌଣସି ଗୋଷ୍ଠୀଭୁକ୍ତ ନ ହୋଇ ନିଜେ ଏକ ସ୍ବାଧୀନ, ନିରପେକ୍ଷ ତଥା ଶକ୍ତିଶାଳୀ ବୈଦେଶିକ ନୀତି ଉପରେ ଗୁରୁତ୍ଵ ଆରୋପ କରିଥିଲା ।
  • ଗୋଷ୍ଠୀନିରପେକ୍ଷତା ନୀତି ଅବଲମ୍ବନ କଲେ ମଧ୍ୟ ଭାରତ ଅନ୍ୟ ସମସ୍ତ ରାଷ୍ଟ୍ରମାନଙ୍କ ସହିତ ସଦ୍‌ଭାବ ଓ ଶାନ୍ତିପୂର୍ଣ୍ଣ ସମ୍ପର୍କ ସ୍ଥାପନ ଦିଗରେ ସର୍ବଦା ଚେଷ୍ଟିତ ଥିଲା ।

(ଗ) କାଶ୍ମୀର ବିବାଦ ବିଷୟରେ ସଂକ୍ଷେପରେ ଲେଖ ।
Answer:

  • ୧୯୪୭ ମସିହାରେ ମହାରାଜା ହରିସିଂହଙ୍କ ଅନୁରୋଧ କ୍ରମେ କାଶ୍ମୀର ଭାରତ ସହିତ ମିଶିଗଲା; କିନ୍ତୁ ପାକିସ୍ତାନ ଏହାକୁ ବିରୋଧ କରି ଆସୁଥିଲା ।
  • କାଶ୍ମୀର ପ୍ରସଙ୍ଗ ନେଇ ୧୯୬୫ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା ।
  • ସୋଭିଏତ୍ ରୁଷର ମଧ୍ୟସ୍ଥତାରେ ଯୁଦ୍ଧ ବିରତି ପରେ ତାସ୍‌କେଣ୍ଟାରେ ୧୯୬୬ ମସିହାର ଜାନୁୟାରୀ ମାସ ୧୦ ତାରିଖ ଦିନ ଏକ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା; କିନ୍ତୁ ଏହି ଚୁକ୍ତି କାଶ୍ମୀର ସମସ୍ୟାର ସ୍ଥାୟୀ ସମାଧାନ କରିପାରି ନଥିଲା ।
  • ୧୯୭୨ ମସିହାରେ ସିମୂଳା ରାଜିନାମାରେ ‘ଯୁଦ୍ଧ ବିରତି’ ରେଖାକୁ ପୁନଃନିର୍ଦ୍ଧାରଣ କରାଗଲା । ଏହା ବର୍ତ୍ତମାନର ‘ନିୟନ୍ତ୍ରଣ ରେଖା’ (Line of Control) ନାମରେ ପରିଚିତ ।
  • ୧୯୮୯ ମସିହାରେ ପାକିସ୍ତାନ କାଶ୍ମୀର ଉପତ୍ୟକାରେ ବିଚ୍ଛିନ୍ନତାବାଦୀ ସଙ୍ଗଠନମାନଙ୍କୁ ପୁଣିଥରେ ସହାୟତା ଦେଇ ଭାରତରେ ଅସ୍ଥିରତା ସୃଷ୍ଟିକଲା । ଏହି ସମୟରେ ଜାମ୍ମୁ ଓ କାଶ୍ମୀର ମୁକ୍ତି ସଙ୍ଗଠନ (JKLF) ନାମକ ଏକ ବିଚ୍ଛିନ୍ନତାବାଦୀ ସଙ୍ଗଠନ ମୁଣ୍ଡ ଟେକିଲା ଏବଂ ଭାରତରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟିକଲା ।

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

(ଘ) ତିବ୍ବତ ସମସ୍ୟା ଭାରତ ଓ ଚୀନ୍ ସମ୍ପର୍କକୁ କିପରି ପ୍ରଭାବିତ କରିଛି, ତାହା ଆଲୋଚନା କର ।
Answer:

  • ଭାରତ ଓ ଚୀନ୍ ମଧ୍ଯରେ ତିବ୍ବତକୁ ନେଇ ସମସ୍ୟା ଦେଖାଦେଇଥିଲା । ଦୀର୍ଘଦିନ ଧରି ତିବ୍ବତ ଏକ ସ୍ବାଧୀନ ରାଷ୍ଟ୍ର ଥିଲା; କିନ୍ତୁ ପରେ ଚୀନ୍ ଏହାକୁ ଦଖଲକଲା ।
  • ୧୮୯୦ ମସିହାରେ ଭାରତରେ ଶାସନ କରୁଥିବା ବ୍ରିଟିଶ୍ ସରକାର ଚୀନ୍ ସହିତ ଏକ ଚୁକ୍ତି ସ୍ୱାକ୍ଷରିତ କରିଥିଲେ ଏବଂ ଭାରତ ଓ ତିବ୍ବତ ମଧ୍ୟରେ ସୀମା ନିର୍ଦ୍ଧାରଣ କରିଥିଲେ; କିନ୍ତୁ ତିବ୍ବତୀୟ ଶାସକମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।
  • ତିବ୍ବତରେ ଚୀନ୍‌ର ଶାସନକୁ ବ୍ରିଟେନ୍ ଓ ରୁଷିଆ ସମର୍ଥନ କରୁଥିଲାବେଳେ ଭାରତ କରି ନଥିଲା ।
  • ୧୯୧୧ ମସିହାରେ ଚୀନ୍‌ରେ ବିପ୍ଳବ ହେବାପରେ ତିବ୍ବତ ଚୀନ୍‌କୁ ତା’ର ଭୂଖଣ୍ଡରୁ ଚାଲିଯିବାପାଇଁ ବାଧ୍ୟ କରିଥିଲା ।
  • ୧୯୫୦ ମସିହା ଅକ୍ଟୋବର ମାସରେ ଚୀନ୍ ତିବ୍ବତକୁ ଅଧିକାର କଲାବେଳେ ଭାରତ ଏହାର ଘୋର ବିରୋଧ କରିଥିଲା । ଏଣୁ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା ।

(ଙ) ଶ୍ରୀଲଙ୍କାର ତାମିଲ ସମସ୍ୟା ବିଷୟ ବୁଝାଇ ଲେଖ ।
Answer:

  • ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲମାନେ ଏକ ଅଲଗା ଦେଶ ‘ଇଲମ୍ ରିପବ୍ଲିକ୍’ ଗଠନ ପାଇଁ ଦାବି କରିବା ପରେ ଏହି ସମସ୍ୟା ଉଗ୍ରରୂପ ଧାରଣ କରିଥିଲା । ସିଂହଳୀମାନେ ତାମିଲମାନଙ୍କର ପ୍ରଭୁତ୍ଵକୁ ବିରୋଧ କରୁଥିଲେ ।
  • ୧୯୫୦ ମସିହାରେ ତାମିଲ ଜାତୀୟତାବାଦୀ ନେତା ଏସ୍. ଜେ.ଭି. ଚଲଭନାୟକମ୍ ଫେଡ଼େରାଲ ଦଳ ଗଠନ କରି ସେମାନଙ୍କର ଦାବି ଉପସ୍ଥାପନ କରିଥିଲେ । ତାଙ୍କ ପରେ ଅମୃତଲିଙ୍ଗମ୍ ଦଳର ନେତୃତ୍ୱ ନେଇଥିଲେ ।
  • ୧୯୮୩ ମସିହାରେ ଶ୍ରୀଲଙ୍କାର ତାମିଲ ଓ ସିଂହଳୀଙ୍କ ମଧ୍ୟରେ ଥ‌ିବା କନ୍ଦଳ ଉଗ୍ରରୂପ ଧାରଣ କଲା । ତାମିଲ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ (TULF) ୧୯୮୮ ମସିହାରେ ଏକ ସ୍ଵତନ୍ତ୍ର ରାଷ୍ଟ୍ର ଦାବି କରିଥିଲା । ଏହି ଆନ୍ଦୋଳନକାରୀଙ୍କ ବିରୋଧରେ ଦମନମୂଳକ ପଦକ୍ଷେପ ନିଆଗଲା । ତାମିଲ ‘ବ୍ୟାଘ୍ର’ ନେତା ଉମା ମହେଶ୍ଵରନ୍ ଓ ପ୍ରଭାକରନ୍‌ଙ୍କୁ ଗିରଫ କରାଗଲା ।
  • ୧୯୮୩ ମସିହାରୁ ୧୯୮୬ ମସିହା ମଧ୍ୟରେ ପ୍ରାୟ ୨୫୦୦୦ ତାମିଲ ଶରଣାର୍ଥୀ ଭାରତକୁ ଚାଲି ଆସିଥିଲେ । ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ଶ୍ରୀଲଙ୍କା ରାଷ୍ଟ୍ରପତି ଜୟବର୍ଷନେ ସହିତ ସ୍ବାଭାବିକ ଅବସ୍ଥା ଫେରାଇଆଣିବା ପାଇଁ ଆଲୋଚନା କରିଥିଲେ ।
  • ରାଜୀବ ଗାନ୍ଧି ଭାରତର ପ୍ରଧାନମନ୍ତ୍ରୀ ଥିବାବେଳେ ୧୯୮୭ ମସିହାରେ ଶ୍ରୀଲଙ୍କା ସହିତ ହୋଇଥିବା ଏକ ରାଜିନାମା ଅନୁସାରେ ଶ୍ରୀଲଙ୍କାରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ‘ଭାରତୀୟ ଶାନ୍ତରକ୍ଷା ସାମରିକ ବାହିନୀ’’କୁ ସେଠାକୁ ପଠାଯାଇଥିଲା ।

(ଚ) ଭାରତ ଭୁଟାନ୍‌କୁ କିପରି ସହାୟତା ଯୋଗାଇଥିଲା, ତାହା ଆଲୋଚନା କର ।
Answer:

  • ଭୁଟାନ୍‌ରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା ୧୯୬୧ ମସିହାରେ ଆରମ୍ଭ ହେଲା ଏବଂ ସେଥ‌ିପାଇଁ ଭାରତ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ବିଭିନ୍ନ ପଞ୍ଚବାର୍ଷିକ ଯୋଜନା ପାଇଁ ଭାରତ ସରକାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।
  • ଭୁଟାନ୍‌ର ନବମ ପଞ୍ଚବାର୍ଷିକ ଯୋଜନା (୨୦୦୨-୨୦୦୮) ପାଇଁ ଭାରତ ପ୍ରାୟ ୨୬୧୦.୧୪ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇଥିଲା ।
  • ଭୁଟାନ୍‌ରେ ରାଜପଥ ନିର୍ମାଣ, ପାରୋଠାରେ ବିମାନ ବନ୍ଦର ନିର୍ମାଣ, ପେଣ୍ଡେନ୍ ସିମେଣ୍ଟ କାରଖାନା ନିର୍ମାଣ ଏବଂ ଅନେକ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣରେ ଭାରତର ସରକାର ଆର୍ଥିକ ସହାୟତା ଯୋଗାଇଛନ୍ତି ।
  • ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ମଧ୍ୟରେ ନିବିଡ଼ ସହଯୋଗ ରହିଛି । ଭାରତର ସୈନିକ ସ୍କୁଲରେ ଭୁଟାନ୍ ଛାତ୍ରଙ୍କୁ ଅଧ୍ୟୟନର ସୁବିଧା ଦିଆଯାଇଛି ।
  • ମେଧାବୀ ଭୁଟାନ୍ ଛାତ୍ରମାନଙ୍କ ପାଇଁ ଭାରତ ସରକାର ଶିକ୍ଷା ବୃତ୍ତି ପ୍ରଦାନର ବ୍ୟବସ୍ଥା କରିଛନ୍ତି । ନେହେରୁ – ଗଚୁକ୍ ବୃତ୍ତି ଲାଭ କରି ଭୁଟାନ୍‌ର ଅନେକ ଛାତ୍ର ଭାରତର ଅଗ୍ରଣୀ ବିଶ୍ବବିଦ୍ୟାଳୟମାନଙ୍କରେ ଏବେ ପାC ପଢୁଛନ୍ତି ।

(ଛ) ଭାରତ-ମିଆଁମାର ମଧ୍ଯରେ କେଉଁ କେଉଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ତାହା ସୂଚିତ କର ।
Answer:

  • ନିଜର ସ୍ଵାର୍ଥ ଓ ନିରାପତ୍ତା ଦୃଷ୍ଟିରୁ ଭାରତ ମିଆଁମାର ସହିତ ଅନେକ ଚୁକ୍ତି ସ୍ୱାକ୍ଷର କରିଥିଲା । ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରିତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ଦ୍ବିପାକ୍ଷିକ ଆଲୋଚନା ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି କରାଯାଇଥିଲା ।
  • ୧୯୯୪ ମସିହାର ଚୁକ୍ତିଦ୍ଵାରା ଦୁଇ ଦେଶର ସୀମାଦେଇ ଚାଲିଥିବା ଚୋରା ଅସ୍ତ୍ରଶସ୍ତ୍ର ଚାଲାଣ ଓ ନିଶାଦ୍ରବ୍ୟ କାରବାର ରୋକାଯାଇପାରିବା ସହ ଭାରତର ଉତ୍ତର-ପୂର୍ବାଞ୍ଚଳରେ ଅର୍ଥନୀତିକୁ ସୁଦୃଢ଼ ହେବ ବୋଲି ଆଶା କରାଯାଇଥିଲା ।
  • ୨୦୦୮ ମସିହା ଅକ୍ଟୋବର ମାସରେ ମିଆଁମାର-ଭାରତ ମିଳିତ ବାଣିଜ୍ୟିକ କମିଟିର ତୃତୀୟ ଅଧ୍ଵବେଶନରେ ସୀମା ବାଣିଜ୍ୟକୁ ସ୍ଵାଭାବିକ ବାଣିଜ୍ୟରେ ପରିଣତ କରିବାପାଇଁ ଆଲୋଚନା ହୋଇଥିଲା ।
  • ୨୦୦୧ ମସିହାରେ ଭାରତ ପକ୍ଷରୁ ୧୬୦ କିଲୋମିଟର ଦୀର୍ଘ ଭାରତ-ମିଆଁମାର ବନ୍ଧୁତା ସଡ଼କ ‘ତମୁ’ନିର୍ମାଣ କରାଯାଇଥିଲା ।
  • ୨୦୦୮ ମସିହା ଜାନୁୟାରୀ ମାସ ୭ ତାରିଖରେ ମିଆଁମାରକୁ ଉପହାରସ୍ଵରୂପ ଏକ ବନ୍ଦର ଦେବା ପାଇଁ କାଲାଦନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନେବାକୁ ଭାରତ ସରକାର ଘୋଷଣା କରିଥିଲା ।

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

(ଜ) ଭାରତ-ଚୀନ୍ ସୀମା ବିବାଦ ବିଷୟରେ ଏକ ଟିପ୍‌ପଣୀ ଲେଖ ।
Answer:

  • ଭାରତ ଓ ଚୀନ୍ ମଧ୍ଯରେ ଅନେକଦିନ ଧରି ସୀମା ବିବାଦ ଲାଗିରହିଛି । ୧୯୫୯ ମସିହାରେ ଚୀନ୍ ସରକାର ଭାରତର ୮୧,୬୦୦ ବର୍ଗ କିଲୋମିଟର ବିସ୍ତୀର୍ଣ୍ଣ ଅଞ୍ଚଳକୁ ନିଜ ଅକ୍ତିଆରରେ ରଖୁଥିଲା ।
  • ଲଦାଖର ଅକ୍‌ସାଇ ଅଞ୍ଚଳରେ ଚୀନ୍ ଏକ ରାସ୍ତା ନିର୍ମାଣ କରିଥିଲା ଏବଂ ଚୀନ୍ ଅନୁପ୍ରବେଶକାରୀମାନେ ସେହି ରାସ୍ତାଦେଇ ପଶ୍ଚିମ ତିବ୍ବତକୁ ଯାତାୟାତ କରୁଥିଲେ ।
  • ୧୯୬୨ ମସିହାରେ ଚୀନ୍ ଭାରତ ଉପରେ ଆକ୍ରମଣ କରି ମ୍ଯାକ୍‌ମୋହନ ସୀମାରେଖାକୁ ଅତିକ୍ରମ କରି ଭାରତର ବିସ୍ତୃତ ଅଞ୍ଚଳକୁ ଅଧିକାର କରିନେଲା ।
  • ଅନ୍ତର୍ଜାତିକ କ୍ଷେତ୍ରରେ ଭାରତ-ଚୀନ୍ ସୀମା ବିବାଦ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ଶୀତଳ ଯୁଦ୍ଧର ପରବର୍ତ୍ତୀ ସମୟରେ ଉଭୟ ଦେଶର ସମ୍ପର୍କରେ କିଛିଟା ପରିବର୍ତ୍ତନ ଘଟିଥିଲା ।
  • ଭାରତ ତିବ୍ବତ ସମସ୍ୟାରୁ ନିଜକୁ ଦୂରେଇ ରଖ୍ ଏବଂ ଚୀନ୍ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ପ୍ରଥମ ସମର୍ଥନ ଦେବାରୁ ନିବୃତ୍ତ ରହିଲା । ୧୯୯୩ ମସିହାରେ ଭାରତ ଓ ଚୀନ୍ ଏକ ମିଳିତ ରାଜିନାମାରେ ସ୍ବାକ୍ଷର କରି ପ୍ରକୃତ ନିୟନ୍ତ୍ରଣରେଖାକୁ ସମ୍ମାନ ଦେବାକୁ ରାଜିହେଲେ ।
  • ୧୯୯୫ ମସିହାରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଓ ସ୍ଥିରତାର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହା ପରଠାରୁ ଭାରତ ଓ ଚୀନ୍ ସମ୍ପର୍କରେ ଉନ୍ନତି ଘଟିଥିଲା ।

(ଝ) ୧୯୪୯-୫୩ ମସିହାର କୋରିଆ ଯୁଦ୍ଧ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ କାହିଁକି ତିକ୍ତତାର କାରଣ ହୋଇଥିଲା ?
Answer:

  • ୧୯୪୯ରୁ ୧୯୫୩ ମସିହା ମଧ୍ୟରେ ହୋଇଥିବା କୋରିଆ ଯୁଦ୍ଧ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ତିକ୍ତତା ସୃଷ୍ଟି କରିଥିଲା ।
  • ଦ୍ଵିତୀୟ ବିଶ୍ୱଯୁଦ୍ଧ ଶେଷ ହେବାପରେ କୋରିଆ ଦୁଇ ଭାଗରେ ବିଖଣ୍ଡିତ ହେଲା । ଉତ୍ତର କୋରିଆରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠିତ ହେଲା ଏବଂ ଏହା ସୋଭିଏତ୍ ରୁଷିଆର ସହଯୋଗ ଲାଭକଲା ।
  • ଦକ୍ଷିଣ କୋରିଆରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥିତ ଶାସନ ବ୍ୟବସ୍ଥା ପ୍ରତିଷ୍ଠିତ ହେଲା ।
  • ୧୯୪୯ ମସିହାରେ ଉତ୍ତର କୋରିଆ ବିରୁଦ୍ଧରେ ଦକ୍ଷିଣ କୋରିଆକୁ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥନ ଦେଇଥିଲା
  • ଯୁକ୍ତରାଷ୍ଟ୍ର ଆମେରିକାର ଏହି ପଦକ୍ଷେପକୁ ଭାରତ ନିନ୍ଦା କରିବା ହେତୁ ଯୁକ୍ତରାଷ୍ଟ୍ର ଆମେରିକା ଭାରତର ବିରୋଧୀ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନକୁ ସହଯୋଗ ଓ ସମର୍ଥନ ଜଣାଇଥିଲା ।

(ଞ) ସ୍ଵାଧୀନ ‘ବଙ୍ଗଳାଦେଶ’ ଗଠନରେ ଭାରତର ଭୂମିକା ସଂକ୍ଷେପରେ ବର୍ଣ୍ଣନା କର ।
Answer:

  • ସ୍ଵାଧୀନ ବଙ୍ଗଳାଦେଶ ଗଠନରେ ଭାରତର ପ୍ରଚ୍ଛନ୍ନ ହାତ ଥିଲା ।
  • ଇଂରେଜ ଶାସନ ସମୟରେ ଥିବା ପୂର୍ବ ବଙ୍ଗ ଭାରତ ବିଭାଜନ ପରେ ପୂର୍ବ ପାକିସ୍ତାନ ନାମରେ ପରିଚିତ ହୋଇ ପାକିସ୍ତାନରେ ଅଂଶବିଶେଷ ହୋଇଥିଲା ।
  • ୧୯୭୧ ମସିହା ପୂର୍ବରୁ ପଶ୍ଚିମ ପାକିସ୍ତାନର ଅତ୍ୟାଚାରରେ ପୂର୍ବ ପାକିସ୍ତାନ ଲୋକମାନେ ଅତିଷ୍ଠ ହେବା ଫଳରେ ଶେଖ୍ ମୁଜିବୁର୍ ରହମନ୍‌ଙ୍କ ନେତୃତ୍ଵରେ ପାକିସ୍ତାନ ବିରୋଧରେ ଆନ୍ଦୋଳନ ତେଜି ଉଠିଲା ।
  • ଭାରତ ସେହି ସ୍ଵାଧୀନତା ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଦେଇଥିଲା ।
  • ୧୯୭୧ ମସିହା ଡିସେମ୍ବର ମାସରେ ଭାରତ-ପାକିସ୍ତାନ ଯୁଦ୍ଧର ପରିଣତିସ୍ୱରୂପ ପୂର୍ବ-ପାକିସ୍ତାନ ‘ବଙ୍ଗଳାଦେଶ’ ଭାବେ ଏକ ସ୍ଵାଧୀନ ରାଷ୍ଟ୍ରରେ ପରିଣତ ହୋଇ ବିଶ୍ଵ ଦରବାରରେ ପରିଚିତ ହେଲା ।

(ଟ) ଯୁକ୍ତରାଷ୍ଟ୍ର ଆମେରିକା ସହିତ ଭାରତର ସମ୍ପର୍କ ସଂକ୍ଷେପରେ ଆଲୋଚନା କର ।
Answer:

  • ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ପରି ଦୁଇଟି ପ୍ରମୁଖ ଗଣତନ୍ତ୍ର ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଅନେକ ଉତ୍‌ଥାନ ପତନ ଦେଇ ଗତି କରିଥିଲା ।
  • ଦ୍ଵିତୀୟ ବିଶ୍ୱଯୁଦ୍ଧର ପରବର୍ତ୍ତୀ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ରୁଷିଆ ଦୁଇଟି ବୃହତ୍ ଶକ୍ତି ରୂପେ ପୃଥ‌ିବୀରେ କାୟା ବିସ୍ତାର କରିଥିଲାବେଳେ ଭାରତ ଏକ ଗୋଷ୍ଠୀନିରପେକ୍ଷ ରାଷ୍ଟ୍ରଭାବେ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ସମର୍ଥନ ନକରି ଉଭୟଙ୍କ ସହିତ ଶାନ୍ତିପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାପାଇଁ ଉଦ୍ୟମ କରିଥିଲା ।
  • ୧୯୬୨ ମସିହାରେ ଯେତେବେଳେ ଚୀନ୍ ଭାରତ ଉପରେ ଆକ୍ରମଣ କଲା ସେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ସମର୍ଥନ କରିଥିଲା; କିନ୍ତୁ ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଯୁକ୍ତରାଷ୍ଟ୍ର— ଆମେରିକା ପାକିସ୍ତାନକୁ ସମର୍ଥନ କରିଥିଲା ।
  • କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନକୁ ଯୁକ୍ତରାଷ୍ଟ୍ର ଆମେରିକା ଅଣୁଅସ୍ତ୍ର ସାହାଯ୍ୟ କରିବାରୁ ୧୯୭୧ରୁ ୧୯୯୧ ମସିହା ମଧ୍ୟରେ ଭାରତ-ସୋଭିଏତ୍ ରୁଷିଆ ମଧ୍ୟରେ ବନ୍ଧୁତ୍ଵ ପ୍ରସଙ୍ଗ ଭାରତ ସହିତ ଯୁକ୍ତରାଷ୍ଟ୍ର ଆମେରିକାର ସମ୍ପର୍କରେ ତିକ୍ତତା ଆସିଥିଲା ।
  • କିନ୍ତୁ ୧୯୯୨ ମସିହାରୁ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍‌ଙ୍କ ଭାରତ ଗସ୍ତ ପରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ସମ୍ପର୍କରେ ଉନ୍ନତିର ପର୍ବ ଆରମ୍ଭ ହୋଇଥିଲା ଯାହାକି ଅଦ୍ୟାବଧୂ ଚାଲୁରହିଅଛି ।

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

୨. ନିମ୍ନୋକ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦରେ ଲେଖ ।

(କ) ଶୀତଳ ଯୁଦ୍ଧ କ’ଣ ?
Answer:

  • ଦ୍ବିତୀୟ ବିଶ୍ବଯୁଦ୍ଧର ପରବର୍ତ୍ତୀ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ଦୁଇ ବୃହତ୍ ଶକ୍ତି ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା ।
  • ଏହି ଯୁଦ୍ଧ ବାସ୍ତବ କ୍ଷେତ୍ରରେ ଯୁଦ୍ଧ ନ ହୋଇ ପରସ୍ପର ବିରୋଧରେ ଅପପ୍ରଚାର ଓ ମାନସିକ ଚାପ ପ୍ରୟୋଗ ଉପରେ ଆଧାରିତ ଥିଲା । ତେଣୁ ଏହାକୁ ଶୀତଳ ଯୁଦ୍ଧ କୁହାଯାଏ ।

(ଖ) ‘ଭିଟୋ’ କହିଲେ ତୁମେ କ’ଣ ବୁଝ ?
Answer:

  • ମିଳିତ ଜାତିସଂଘର ନିରାପତ୍ତା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କୁ ଭିଟୋ କ୍ଷମତା ଦିଆଯାଇଛି ।
  • ନିରାପତ୍ତା ପରିଷଦର କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପଭି ନେବାବେଳେ ସମସ୍ତ ସଦସ୍ୟ ସହମତ ହୋଇଥା’ନ୍ତି; ମାତ୍ର ଯଦି ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ କେହି ଜଣେ ସହମତ ନହୋଇ ନିଷ୍ପଭି ବିରୁଦ୍ଧରେ ମତ ଦିଅନ୍ତି, ତାହାକୁ ଭିଟୋ କୁହାଯାଏ; ଫଳରେ ସେହି ନିଷ୍ପତ୍ତି କାର୍ଯ୍ୟକାରୀ ହୁଏ ନାହିଁ ।

(ଗ) ଭାରତ ଓ ସୋଭିଏତ୍ ରୁଷିଆ ମଧ୍ୟରେ ସମ୍ପର୍କ ବୃଦ୍ଧିରେ ଗୋର୍ବାଚୋଭ୍ଙ୍କ ଅବଦାନ ବିଷୟରେ ଲେଖ ।
Answer:

  • ମିଖାଇଲ୍ ଗୋର୍ବାଚୋଭ୍ଙ୍କ ସମୟରେ ଭାରତ ଓ ରୁଷିଆ ଅର୍ଥନୈତିକ ଓ ବୈଷୟିକ କ୍ଷେତ୍ରରେ ପାରସ୍ପରିକ ସହଯୋଗ ଆଦାନପ୍ରଦାନ ପାଇଁ ଅଙ୍ଗୀକାରବଦ୍ଧ ହୋଇଥିଲେ ।
  • ଗୋର୍ବାଚୋଭ୍ ଓ ଭାରତର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ମଧ୍ୟରେ ଦଶଦଫା ବିଶିଷ୍ଟ ଦିଲ୍ଲୀ ଘୋଷଣାନାମା ସ୍ବାକ୍ଷରିତ ହୋଇଥିଲା ।

(ଘ) ସିଆଟୋ (SEATO) କ’ଣ ?
Answer:

  • ସିଆଟୋ (SEATO) ଏକ ସାମରିକ ଚୁକ୍ତି ଅଟେ । ଏହି ଚୁକ୍ତି ଯୁକ୍ତରାଷ୍ଟ୍ର ଆମେରିକାର ନେତୃତ୍ୱରେ ଦକ୍ଷିଣ- ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ହୋଇଥିଲା ।
  • ଦକ୍ଷିଣ-ପୂର୍ବ ଏସିଆରେ ସାମ୍ୟବାଦକୁ ପ୍ରତିହତ କରିବା ତଥା ସୋଭିଏତ୍-ରୁଷିଆର ପ୍ରଭାବକୁ ହ୍ରାସ କରିବା ଏହି ସାମରିକ ଚୁକ୍ତିର ଉଦ୍ଦେଶ୍ୟ ଥିଲା ।

(ଙ) ଭାରତ ଓ ବଙ୍ଗଳାଦେଶ ୧୯୭୧ ମସିହା ଡିସେମ୍ବର ୧୦ ତାରିଖରେ ସ୍ବାକ୍ଷର କରିଥିବା ଚୁକ୍ତିପତ୍ରରେ କ’ଣ କ’ଣ ବ୍ୟବସ୍ଥା ଥିଲା ?
Answer:

  • ଉକ୍ତ ଚୁକ୍ତିରେ ଭାରତୀୟ ସେନାଧ୍ୟକ୍ଷଙ୍କ ତତ୍ତ୍ଵାବଧାନରେ ଏକ ମୁକ୍ତିବାହିନୀ ଗଠନର ବ୍ୟବସ୍ଥା ରହିଲା ।
  • ପ୍ରସ୍ତାବିତ ବଙ୍ଗଳାଦେଶକୁ ପାକିସ୍ତାନୀ ସାମରିକ ଶାସନ କବଳରୁ ସମ୍ପୂର୍ଣ୍ଣ ମୁକ୍ତ କରିବାପାଇଁ ଏହା ଉଦ୍ଦିଷ୍ଟ ଥିଲା । କିନ୍ତୁ ଭାରତ ବଙ୍ଗଳାଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାକୁ ପ୍ରତିଶ୍ରୁତି ଦେଇଥିଲା ।

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

(ଚ) ସାର୍କ (SAARC) କ’ଣ ?
Answer:

  • ୧୯୮୫ ମସିହା ଡିସେମ୍ବର ମାସରେ ଭାରତ ଓ ତା’ର ଛଅଗୋଟି ପଡ଼ୋଶୀ ରାଷ୍ଟ୍ରକୁ ନେଇ ଯେଉଁ ସଙ୍ଗଠନ ଗଠିତ ହୋଇଥିଲା ତାହା ସାର୍କ (SAARC) ନାମରେ ପରିଚିତ ।
  • ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଆଞ୍ଚଳିକ ସ୍ତରରେ ଆର୍ଥିକ ସହଯୋଗ ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ । ଏହାର ସଦସ୍ୟମାନେ ହେଲେ ଭାରତ, ପାକିସ୍ତାନ, ବଙ୍ଗଳାଦେଶ, ଶ୍ରୀଲଙ୍କା, ମିଆଁମାର, ନେପାଳ, ଭୁଟାନ୍ ଓ ମାଲଡ଼ାଇଭ ।

(ଛ) ଏଲ୍. ଟି. ଟି. ଇ. (LTTE) କ’ଣ ?
Answer:

  • ଏଲ୍.ଟି.ଟି.ଇ. (LTTE) ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲମାନଙ୍କଦ୍ୱାରା ଗଠିତ ଏକ ଉଗ୍ର ଆତଙ୍କବାଦୀ ସଙ୍ଗଠନ ।
  • ଏହି ସଂଗଠନ ଶ୍ରୀଲଙ୍କାରେ ତାମିଲମାନଙ୍କର ସ୍ଵାର୍ଥରକ୍ଷା ପାଇଁ ସିଂହଳୀମାନଙ୍କ ବିରୁଦ୍ଧରେ ଆତଙ୍କବାଦ ଚଳାଉଥିଲା । ଏହା ତାମିଲମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ରାଷ୍ଟ୍ର ଦାବି କରିଥିଲା ।

(ଜ)୧୯୭୭ ମସିହାରେ ଭାରତର ମୋରାର୍‌ଜୀ ଦେଶାଇ ସରକାରଙ୍କ ସମୟରେ ନେପାଳ ସହିତ ଭାରତର ସମ୍ପର୍କ କିପରି ଥୁଲା, ତାହା ସଂକ୍ଷେପରେ ଲେଖ ।
Answer:

  • ୧୯୭୭ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ପଡୋଶୀ ରାଷ୍ଟ୍ରମାନଙ୍କ ସହିତ ସମ୍ପର୍କ ବଢ଼ାଇବାପାଇଁ ଆଗ୍ରହ ପ୍ରକାଶ କରିଥିଲେ ।
  • ସେଥ‌ିପାଇଁ ତତ୍‌କାଳୀନ ବୈଦେଶିକ ମନ୍ତ୍ରୀ ଅଟଳବିହାରୀ ବାଜପାୟୀ ନେପାଳ ସହିତ ସମ୍ପର୍କ ବୃଦ୍ଧି ପାଇଁ ଚେଷ୍ଟା କରିଥିଲେ ଏବଂ ଦୁଇଟି ବାଣିଜ୍ୟିକ ଚୁକ୍ତି ଉଭୟ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ।

(ଝ) ସୁଏଜ୍ କେନାଲ ସଂକଟ (୧୯୫୬) କହିଲେ ତୁମେ କ’ଣ ବୁଝ ?
Answer:

  • ମିଶରର ରାଷ୍ଟ୍ରପତି ନାସେର ୧୯୫୬ ମସିହା ଜୁଲାଇ ମାସରେ ସୁଏଜ୍ କେନାଲକୁ ଜାତୀୟକରଣ ଘୋଷଣା କରିବା ଫଳରେ ସୁଏଜ୍ କେନାଲ ସଂକଟ ଆରମ୍ଭ ହୋଇଥିଲା ।
  • ବ୍ରିଟେନ୍ ଏବଂ ଫ୍ରାନ୍ସ ଏହି ଜାତୀୟକରଣକୁ ବିରୋଧ କରିବା ଫଳରେ ଏହା ଏକ ଆନ୍ତର୍ଜାତିକ ସମସ୍ୟା ରୂପେ ମୁଣ୍ଡ ଟେକିଥିଲା ।

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

୩. ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ବର୍ଣ୍ଣବୈଷମ୍ୟ ନୀତି କ’ଣ ?
Answer:
ଦକ୍ଷିଣ ଆଫ୍ରିକାର ସଂଖ୍ୟାଲଘୁ ଗୋରା ଶାସକଙ୍କର ସେଠାକାର କଳା ଲୋକମାନଙ୍କ ପ୍ରତି ଘୃଣାଭାବ ଏବଂ ପକ୍ଷପାତିତା ନୀତିକୁ ବର୍ଣ୍ଣବୈଷମ୍ୟ ନୀତି କୁହାଯାଏ ।

(ଖ) କେଉଁ ମସିହାରେ ନେପାଳ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ହେଲା ?
Answer:
୧୯୫୪ ମସିହାରେ ନେପାଳ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ହେଲା ।

(ଗ) ତାସକେଣ୍ଟ୍ ଚୁକ୍ତି ସ୍ୱାକ୍ଷରିତ ହେବାବେଳେ କିଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ ?
Answer:
ତାସକେଣ୍ଟ୍ ଚୁକ୍ତି ସ୍ୱାକ୍ଷରିତ ହେବାବେଳେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଲାଲବାହାଦୂର ଶାସ୍ତ୍ରୀ ।

(ଘ) କେଉଁ ରାଜା ରାଜଗାଦିରେ ଅଭିଷିକ୍ତ ହେଲାପରେ ନେପାଳକୁ ଏକ ‘ଶାନ୍ତି ଅଞ୍ଚଳ’ (Zone of Peace) ରୂପେ ଘୋଷଣା କରିଥିଲେ ?
Answer:
ନେପାଳର ରାଜା ବୀରେନ୍ଦ୍ର ରାଜଗାଦିରେ ଅଭିଷିକ୍ତ ହେବାପରେ ନେପାଳକୁ ଏକ ‘ଶାନ୍ତି ଅଞ୍ଚଳ’ ରୂପେ ଘୋଷଣା କରିଥିଲେ ।

(ଡ) କେଉଁମାନେ ଏଲ୍.ଟି.ଟି.ଇ.ର ନେତା ଥିଲେ ?
Answer:
ଉମା ମହେଶ୍ଵରନ୍ ଏବଂ ପ୍ରଭାକରନ୍ ଏଲ୍.ଟି.ଟି.ଇ.ର ନେତା ଥିଲେ ।

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

(ଚ) ୨୦୦୮ ମସିହା ଜୁଲାଇ ମାସରେ ଭାରତ ଗସ୍ତ କରିଥିବା ଭୁଟାନ୍‌ର ପ୍ରଧାନମନ୍ତ୍ରୀଙ୍କ ନାମ କ’ଣ ଥିଲା ?
Answer:
୨୦୦୮ ମସିହା ଜୁଲାଇ ମାସରେ ଭାରତ ଗସ୍ତ କରିଥିବା ଭୁଟାନ୍‌ର ପ୍ରଧାନମନ୍ତ୍ରୀଙ୍କ ନାମ ଲିୟୌଚେନ୍ ଜିଗ୍‌ମୀ ୱାଇ ଥୁଲେ ଥିଲା ।

(ଛ) ଭୁଟାନ୍‌ର ପ୍ରଥମ ପଞ୍ଚବାର୍ଷିକ ଯୋଜନା କେବେ ଆରମ୍ଭ ହୋଇଥିଲା ?
Answer:
ଭୁଟାନ୍‌ର ପ୍ରଥମ ପଞ୍ଚବାର୍ଷିକ ଯୋଜନା ୧୯୬୧ ମସିହାରେ ଆରମ୍ଭ ହୋଇଥିଲା ।

(ଜ) ଶେଖ୍ ମୁଜିବୁର୍ ରହମନ୍ କେଉଁ ରାଜନୈତିକ ସଙ୍ଗଠନର ନେତା ଥିଲେ ?
Answer:
ଶେଖ୍ ମୁଜିବୁର ରହମନ୍ ଆୱାମି ଲିଗ୍ ନାମକ ରାଜନୈତିକ ସଂଗଠନର ନେତା ଥିଲେ ।

(ଝ) ‘ତିନ୍-ବିଘା’ କେଉଁ ଦେଶ ମଧ୍ୟରେ ସମ୍ପର୍କକୁ ତିକ୍ତ କରିଥିଲା ?
Answer:
ଉ ତିନ୍-ବିଘା ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ଥ‌ିବା ସମ୍ପର୍କକୁ ତିକ୍ତ କରିଥଲା ।

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

୪. ପ୍ରତ୍ୟେକ ପ୍ରଶ୍ନତଳେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ଭାରତ ଓ ଚୀନ୍ ମଧ୍ୟରେ ଥ‌ିବା ସୀମାରେଖାର ନାମ କ’ଣ ?
(କ) ମ୍ୟାକ୍‌ମିଲାନ୍‌ ଲାଇନ୍
(ଖ) ମ୍ୟାକ୍‌ମୋହନ୍‌ ଲାଇନ୍
(ଗ) ମ୍ୟାକ୍ସୋନାଲଡ୍ ଲାଇନ୍
(ଘ) ଗ୍ୟାସ୍‌କ୍ଲିଫ୍ ଲାଇନ୍

(ଖ) ବଙ୍ଗଳାଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ କ’ଣ ?
(କ) ମହମ୍ମଦ ଅଲ୍ଲୀ ଜିନ୍ନା
(ଖ) ଶେଖ୍ ମୁଜିବୁର ରହମନ୍
(ଗ) ଶେଖ୍ ହସିନା
(ଘ) ଲିଆକତ୍ ଅଲ୍ଲୀ

(ଗ) ୨୦୧୦ ମସିହା ଅପ୍ରେଲ୍ ମାସରେ ଭାରତର ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ତାଙ୍କ ଭୁଟାନ୍ ଗସ୍ତ ସମୟରେ କେଉଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ?
(କ) ଷୋଡ଼ଶ ସାର୍କ ଶିଖର ସମ୍ମିଳନୀ
(ଗ) ଏସୀୟ କ୍ରୀଡ଼ା
(ଖ) ନାଟୋ ସମ୍ମିଳନୀ
(ଘ) ରାଜ୍ୟ ଗୋଷ୍ଠୀ ସମ୍ମିଳନୀ

(ଘ) ୨୦୦୮ ମସିହା ଜାନୁୟାରୀ ମାସରେ ଭାରତ ଗସ୍ତରେ ଆସିଥିବା ମିଆଁମାର୍‌ର ବୈଦେଶିକ ମନ୍ତ୍ରୀଙ୍କ ନାମ କ’ଣ ?
(କ) ଜୟବର୍ଷନେ
(ଗ) ଚାଉ-ଏନ୍-ଲାଇ
(ଖ) ନେ-ୱିନ୍
(ଘ) ମ୍ୟାନ୍ ୱିନ୍

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

(ଙ) ଶ୍ରୀଲଙ୍କାର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ କ’ଣ ?
(କ) ୟୁ ନୁ
(ଖ) ଡି. ଏସ୍. ସେନାନାୟକେ
(ଗ) ଏସ୍.ଡବ୍ଲ୍ୟୁ.ଆର୍.ଡି. ବନ୍ଦରନାୟକ
(ଘ) ଶିରିମାଭୋ ବନ୍ଦରନାୟକେ

(ଚ) କେଉଁ ମସିହାରେ ସୋଭିଏତ୍ ରୁଷିଆର ବିଲୟ ଘଟିଲା ?
(କ) ୧୯୮୯
(ଗ) ୧୯୯୩
(ଖ) ୧୯୯୧
(ଘ) ୧୯୯୪

(ଛ) ୧୯୭୨ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ରାଜିନାମାର ନାମ କ’ଣ ?
(କ) ଲାହୋର ରାଜିନାମା
(ଖ) ଦିଲ୍ଲୀ ରାଜିନାମା
(ଗ) ସିମିଳା ରାଜିନାମା
(ଘ) କରାଚୀ ରାଜିନାମା

(ଜ) ଭାରତର ବୈଦେଶିକ ନୀତିର ଆଧାର କ’ଣ ଥିଲା ?
(କ) ଗୋଷ୍ଠୀନିରପେକ୍ଷତା
(ଖ) ଗୋଷ୍ଠୀ ସପକ୍ଷତା
(ଗ) ଗୋଷ୍ଠୀ ବିପଷତା
(ଘ) ଏ ମଧ୍ୟରୁ କୌଣସିଟି ନୁହେଁ

(ଝ) ୧୯୬୬ ମସିହାରେ ତାସ୍କେଣ୍ଟ ଶାନ୍ତ ଚୁକ୍ତି କେଉଁ ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ?
କ) ଭାରତ ଓ ପାକିସ୍ତାନ
(ଖ) ଭାରତ ଓ ଶ୍ରୀଲଙ୍କା
(ଗ) ଭାରତ ଓ ସୋଭିଏତ୍ ରୁଷିଆ
(ଘ) ଏ ମଧ୍ୟରୁ କୌଣସିଟି ନୁହେଁ

ଞ) ସୁଏଜ୍ ସଂକଟରେ ଭାରତ କେଉଁ ରାଷ୍ଟ୍ରକୁ ସମର୍ଥନ କରିଥିଲା ?
(କ) ବ୍ରିଟେନ୍
(ଗ) ମିଶର
(ଖ) ଫ୍ରାନ୍ସ
(ଘ) ଇଟାଲା

(ଟ) କେଉଁ ମସିହାରେ ଦେଶୀୟ ରାଜ୍ୟ କାଶ୍ମୀର ଭାରତ ସହିତ ମିଶିଗଲା ?
(କ) ୧୯୪୭
(ଗ) ୧୯୪୯
(ଖ) ୧୯୪୮
(ଘ) ୧୯୫୦

(୦) କେଉଁ ମସିହାରେ ପୋଖରାନ୍‌ଠାରେ ଭାରତ ଆଣବିକ ଶକ୍ତି ପରୀକ୍ଷା କରିଥିଲା ?
(କ) ୧୯୯୭
(ଖ) ୧୯୯୮
(ଗ) ୧୯୯୯
(ଘ) ୨୦୦୦

(ଡ)ଭାରତ ଓ ପାକିସ୍ତାନ ମଧ୍ୟରେ ବସ୍ ଚଳାଚଳ ବ୍ୟବସ୍ଥା ଆରମ୍ଭ ବାଜପାୟୀ ସରକାରଙ୍କ ସମୟରେ କେଉଁ ବର୍ଷ ହୋଇଥିଲା ?
(କ) ୧୯୯୬
(ଖ) ୧୯୯୮
(ଗ) ୧୯୯୯
(ଘ) ୨୦୦୧

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

Answers:
(କ) (ଖ) ମ୍ୟାକ୍‌ମୋହନ୍ ଲାଇନ୍
(ଖ) (ଖ) ଶେଖ୍ ମୁଜିବୁର ରହମନ୍
(ଗ) (କ) ଷୋଡ଼ଶ ସାର୍କ ଶିଖର ସମ୍ମିଳନୀ
(ଘ) (ଘ) ମ୍ୟାନ୍‌ ୱିନ୍
(ଙ) (ଖ) ଡି.ଏସ୍. ସେନାନାୟକେ
(ଚ) (ଖ) ୧୯୯୧
(ଛ) (ଗ) ସିମିଳା ରାଜିନାମା
(ଜ) (କ) ଗୋଷ୍ଠୀନିରପେକ୍ଷତା
(ଝ) (କ) ଭାରତ ଓ ପାକିସ୍ତାନ
(ଞ) (ଗ) ମିଶର
(ଟ) (କ) ୧୯୪୭
(୦) (ଖ) ୧୯୯୮
(ଡ) (ଗ) ୧୯୯୯

BSE Odisha 10th Class Physical Science Notes Chapter 5 ମୌଳିକଗୁଡ଼ିକର ପର୍ଯ୍ୟାୟୀ ଶ୍ରେଣୀକରଣ

Odisha State Board BSE Odisha 10th Class Physical Science Notes Chapter 5 ମୌଳିକଗୁଡ଼ିକର ପର୍ଯ୍ୟାୟୀ ଶ୍ରେଣୀକରଣ will enable students to study smartly.

BSE Odisha Class 10 Physical Science Notes Chapter 5 ମୌଳିକଗୁଡ଼ିକର ପର୍ଯ୍ୟାୟୀ ଶ୍ରେଣୀକରଣ

→ ମୌଳିକଗୁଡ଼ିକର ଶ୍ରେଣୀକରଣ ପାଇଁ ପ୍ରାରମ୍ଭିକ ଉଦ୍ୟମ (Early Attempts at the Classification of Elements) :

  • 1800 ମସିହା ବେଳକୁ ପ୍ରାୟ 30ଟି ମୌଳିକ ଆବିଷ୍କୃତ ହୋଇଥିଲା; କିନ୍ତୁ ଏବେ 118ଟି ମୌଳିକ ଥିବା ବୈଜ୍ଞାନିକମାନଙ୍କ ଦ୍ବାରା ଦର୍ଶାଯାଉଛି । ସେଥୁରୁ
  • ଅନେକ (92ଟି) ମୌଳିକ ପ୍ରକୃତିରୁ ମିଳିଥାଏ ଏବଂ ବାକିତକ ମୌଳିକ କୃତ୍ରିମ ଅଟେ ।
  • ମୌଳିକମାନଙ୍କର ଧର୍ମ ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟକୁ ବୈଜ୍ଞାନିକମାନେ ଜାଣିବା ନିମନ୍ତେ ସମଧର୍ମୀ
  • BSE Odisha 10th Class Physical Science Notes Chapter 5 img-1
  • ସଜୀକରଣକୁ ପର୍ଯ୍ୟାୟ ସାରଣୀ କୁହାଯାଏ । କିମ୍ବା ବିଭିନ୍ନ ମୌଳିକର ଧର୍ମର ସାମଞ୍ଜସ୍ୟ ଅନୁଯାୟୀ ଶ୍ରେଣୀ ବିଭକ୍ତ କରି ଯେଉଁ ତାଲିକା ପ୍ରସ୍ତୁତି କରାଯାଇଛି, ତାହାକୁ ପର୍ଯ୍ୟାୟ ସାରଣୀ କୁହାଯାଏ ।
  • 1815 ମସିହାରେ ଉଇଲିୟମ୍ ପ୍ରାଉଟ୍ ଦର୍ଶାଇଥିଲେ ଯେ, ସମସ୍ତ ମୌଳିକମାନଙ୍କର ପାରମାଣବିକ ବସ୍ତୁତ୍ଵ (atomic mass) ହାଇଡ୍ରୋଜେନ୍‌ର ପାରମାଣବିକ ବସ୍ତୁତ୍ଵର ଗୁଣିତକ ।
  • ପ୍ରାଉଟ୍ ପ୍ରଥମ ଥର ପାଇଁ ସୂଚାଇଥିଲେ ଯେ, ସମସ୍ତ ମୌଳିକର ପାରମାଣବିକ ବସ୍ତୁତ୍ଵ ମଧ୍ଯରେ ଏକ ନିବିଡ଼ ସମ୍ପର୍କ ରହିଛି ।

→ ଡୁବେରିନର ଟ୍ରାଇ ଏତସମୂହ (Dobereiner’s Triads):

  • ଜର୍ମାନ ରସାୟନବିତ୍ ଜେ. ଡବ୍ଲ୍ୟୁ, ଡୁବେରିନର 1817 ମସିହାରେ ଅନୁରୂପ ଧର୍ମ ଥିବା ମୌଳିକଗୁଡ଼ିକୁ ନେଇ ଗ୍ରୁପ୍ କରି ସଜାଇବାକୁ ଉଦ୍ୟମ କଲେ । ତିନୋଟି ଲେଖାଏଁ ମୌଳିକର କେତୋଟି ଗ୍ରୁପକୁ ବାଛିଲେ, ଏହି ଗ୍ରୁପଗୁଡ଼ିକୁ ସେ ଟ୍ରାଇଏଡ୍ (Triad) ବୋଲି କହିଲେ ।
  • ଡୁବେରିନର ଦର୍ଶାଇଥଲେ ଯେ, ପ୍ରତି ଟ୍ରାଇଏଡ୍‌ରେ ଥ‌ିବା ମୌଳିକଗୁଡ଼ିକୁ ସେମାନଙ୍କ ବର୍ଦ୍ଧିତ ପାରମାଣବିକ ବସ୍ତୁତ୍ୱ କ୍ରମରେ ସଜାଇଲେ ମଧ୍ଯସ୍ଥାନରେ ରହିଥିବା ମୌଳିକର ପାରମାଣବିକ ବସ୍ତୁତ୍ଵ ଅନ୍ୟ ଦୁଇଟି ମୌଳିକର ହାରାହାରି ପାରମାଣବିକ ବସ୍ତୁତ୍ଵ ସଙ୍ଗେ ସମାନ । ଟ୍ରାଇଏଡ୍ ଗୁଡ଼ିକର ଉଦାହରଣ

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 5 ମୌଳିକଗୁଡ଼ିକର ପର୍ଯ୍ୟାୟୀ ଶ୍ରେଣୀକରଣ

→ ଉଦାହରଣ :
(i) କ୍ଷାରକ ଧାତୁ ଗ୍ରୁପ୍ : Ca, Sr ଓ Ba କ୍ଷାରକ ଧାତୁର ଗ୍ରୁପ୍‌ରେ ରହିଥା’ନ୍ତି ଏବଂ Ca, Sr ଓ Ba ଏକ ଟ୍ରାଏଡ୍ ଗଠନ କରନ୍ତି ।
Caର ପାରମାଣବିକ ବସ୍ତୁତ୍ଵ = 40.1 1
Srର ପାରମାଣବିକ ବସ୍ତୁତ୍ଵ = 87.6
Baର ପାରମାଣବିକ ବସ୍ତୁତ୍ଵ = 137.3
Ca ଓ Baର ହାରାହାରି ପାରମାଣବିକ ବସ୍ତୁତ୍ଵ = \(\frac { 40.1+137.3 }{ 2 }\) = 88.7
ଏହା Sr ର ପାରମାଣବିକ ବସ୍ତୁତ୍ୱ ସହ ପ୍ରାୟ ସମାନ ।

(ii) କ୍ଷାର ଧାତୁ ଗ୍ରୁପ୍ : ଲିଥ୍ମ୍ (Li), ସୋଡ଼ିୟମ୍ (Na) ଏବଂ ପୋଟାସିୟମ୍ (K)ର ଜି.ରମାଣବିକ ବସ୍ତୁତ୍ୱ 6.6.9, 23.0 ଓ 39.0 1
Li ଓ K ର ହାରାହାରି ପାରମାଣବିକ ବସ୍ତୁତ୍ଵ = \(\frac { 6.9+39-0 }{ 2 }\) = \(\frac { 45.9 }{ 2 }\) = 22.9
ଏହା Na ର ପାରମାଣବିକ ବସ୍ତୁତ୍ୱ ସହ ପ୍ରାୟ ସମାନ ।
BSE Odisha 10th Class Physical Science Notes Chapter 5 img-2 BSE Odisha 10th Class Physical Science Notes Chapter 5 img-3
ସେତେବେଳେ ଜଣାଥବା ମୌଳିକଗୁଡ଼ିକ ମଧ୍ୟରୁ ଡୁବେରିନର କେବଳ ତିନୋଟି ଟ୍ରାଇଏଡ୍ ଚିହ୍ନଟ କରିପାରିଥିଲେ ।

→ ଡୁବେରିନର ଶ୍ରେଣୀକରଣ ତୃଟି :

  • ସବୁକ୍ଷେତ୍ରରେ ଏଭଳି ଟ୍ରାଇଏଡ୍ ବାଛିବା ସମ୍ଭବ ହେଲାନାହିଁ ।
  • ଟ୍ରାଇଏଡ୍‌ର କିଛି ମୌଳିକରେ ବିଭିନ୍ନ ଧର୍ମ ଦେଖାଦେଲା । ତେଣୁ ଡୁବେରିନରଙ୍କ ଟ୍ରାଇଏଡ୍ ଶ୍ରେଣୀକରଣ ବ୍ୟବସ୍ଥାର ଉପାଦେୟତା ଦେଖାଗଲା ନାହିଁ।
  • ଡୁବେରିନର ପ୍ରଥମେ ମୌଳିକଗୁଡ଼ିକର ଧର୍ମ ସହିତ ପାରମାଣବିକ ବସ୍ତୁତ୍ଵର ସମ୍ପର୍କ ସ୍ଥାପନ କରିଥିଲେ ।

→ ମିତଲାଶ୍ରକ ଅଷ୍ଟକ ନିୟମ (Newland’s Law of Octaves):

  • 1866 ମସିହାରେ ଇଂଲଣ୍ଡ ରସାୟନବିତ୍ ଜନ୍ ନିଉଲାଣ୍ଡ ମୌଳିକର ପାରମାଣବିକ ବସ୍ତୁତ୍ଵକୁ ଆଧାର କରି ଏକ ସମ୍ପୂର୍ଣ୍ଣ ସଜ୍ଜା ଦେବାକୁ ପ୍ରୟାସ କରି ଦର୍ଶାଇଥିଲେ ଯେ ମୌଳିକଗୁଡ଼ିକୁ ତାଙ୍କର ବର୍ଦ୍ଧିତ ପାରମାଣବିକ ବସ୍ତୁତ୍ୱ କ୍ରମରେ ସଜାଇଲେ ଏବଂ ପ୍ରତି ଅଷ୍ଟମ ମୌଳିକର ଧର୍ମ ପ୍ରଥମ ମୌଳିକର ଧର୍ମ ସହିତ ମେଳ ରହିବାର ଲକ୍ଷ୍ୟ କଲେ ।
  • ଏହି ପର୍ଯ୍ୟବେକ୍ଷଣକୁ ନେଇ ମୌଳିକଗୁଡ଼ିକ ଶ୍ରେଣୀବିଭାଗ ପାଇଁ ସେ ତାଙ୍କ ଅଷ୍ଟକ ସୂତ୍ର ପ୍ରତିପାଦନ କରିଥିଲେ ।
    ସେ ଏହାକୁ ସଙ୍ଗୀତର ଅଷ୍ଟକସ୍ଵର (ସାରେଗାମାପାଧାନିସା) ସହିତ ତୁଳନା କରି ଅଷ୍ଟକ ନିୟମ ଆଖ୍ୟା ଦେଇଥିଲେ । ତେଣୁ ଏହା ନିଉଲାଣ୍ଡଙ୍କ ଅଷ୍ଟକ ନିୟମ ରୂପେ ସୁପରିଚିତ ।
  • BSE Odisha 10th Class Physical Science Notes Chapter 5 img-4
  • ନିଉଲାଣ୍ଡ ସବୁଠାରୁ କମ୍ ପାରମାଣବିକ ବସ୍ତୁତ୍ୱ ହାଇଡ୍ରୋଜେନରୁ ଆରମ୍ଭ କରି56 ତମ ମୌଳିକ ଥୋରିୟମ୍ ଠାରେ ଶେଷ କରିଥିଲେ ।

→ ନିଉଲାଣ୍ଡଙ୍କ ଅଷ୍ଟକ ସମୂହ:
ସଙ୍ଗୀତର ସ୍ଵର:
BSE Odisha 10th Class Physical Science Notes Chapter 5 img-5

→ ଛୁଟି :

  • ନିଉଲାଣ୍ଡଙ୍କ ଅଷ୍ଟକ ନିୟମ କେବଳ କ୍ୟାଲସିୟମ୍ ପର୍ଯ୍ୟନ୍ତ ପ୍ରଯୁଜ୍ୟ । କ୍ୟାଲସିୟମ୍ ପରେ ଥ‌ିବା ପ୍ରତି ଅଷ୍ଟକ ମୌଳିକର ଧର୍ମ ପ୍ରଥମ ମୌଳିକର ଧର୍ମ ସହ ସମାନ ନ ଥିଲା ।
  • ପରବର୍ତ୍ତୀ କାଳରେ ଆବିଷ୍କୃତ ହେବାକୁ ଥ‌ିବା ମୌଳିକମାନଙ୍କ ସକାଶେ କୌଣସି ବ୍ୟବସ୍ଥା ନଥିଲା ।
  • ନିଉଲାଣ୍ଡଙ୍କ ଧାରଣା ଥିଲା ପ୍ରକୃତିରେ କେବଳ 56ଟି ମୌଳିକ ରହିଛି ଏବଂ ଭବିଷ୍ୟତରେ ଆଉ ଅଧ୍ଵକ ମୌଳିକ ଆବିଷ୍କୃତ ହେବନାହିଁ । କିନ୍ତୁ ପରବର୍ତୀ ସମୟରେ ଅନେକ ନୂଆ ମୌଳିକ ଆବିଷ୍କୃତ ହେଲା । ସେହି ଧର୍ମଗୁଡ଼ିକ ଅଷ୍ଟକ ନିୟମରେ ଖାପ ଖାଇଲାନାହିଁ ।
  • କେତେକ କ୍ଷେତ୍ରରେ ମୌଳିକଗୁଡ଼ିକୁ ଖାପ ଖୁଆଇବା ପାଇଁ ଦୁଇଟି ମୌଳିକକୁ ଏକା ସ୍ଥାନରେ ରଖୁଥିଲେ ।
  • ନିଉଲାଣ୍ଡ ଅସମଧର୍ମୀ ମୌଳିକମାନଙ୍କୁ ଏକ ସ୍ବରତଳେ ସ୍ଥାନିତ କରିଥିଲେ; ଯଥା— କୋବାଲଟ୍ ଓ ନିକେଲ ଏକା ସ୍ଥାନରେ ରହିଛି ଏବଂ ଫ୍ଲୋରିନ୍, କ୍ଲୋରିନ୍ ଓ ବ୍ରୋମିନ୍ ଥ୍ବା ସ୍ତମ୍ଭରେ ସ୍ଥାନିତ କରାଯାଇଛି । ଫ୍ଲୋରିନ୍, କ୍ଲୋରିନ୍ ଓ ବ୍ରୋମିନର ଧର୍ମ କୋବାଲଟ୍ ଓ ନିକେଲ୍ ଧର୍ମଠାରୁ ସଂପୂର୍ଣ୍ଣ ଭିନ୍ନ ଅଟେ ।
  • ନିଉଲାଣ୍ଡ ସମଧର୍ମୀ ମୌଳିକଗୁଡ଼ିକୁ ଅଲଗା ସ୍ଥାନିତ କରିଥିଲେ; ଯଥା— ଆଇରନ୍‌ର ଧର୍ମ କୋବାଲଟ୍ ଓ ନିକେଲର ଧର୍ମରେ ସାମଞ୍ଜସ୍ୟ ଥିଲେ ମଧ୍ୟ ତାକୁ କୋବାଲଟ୍ ଓ ନିକେଲ୍‌ଠାରୁ ଅଲଗା ରଖାଯାଇଛି ।
    ନିଉଲାଣ୍ଡଙ୍କ ଅଷ୍ଟକ ନିୟମ କେବଳ ହାଲୁକା ମୌଳିକଗୁଡ଼ିକ ପାଇଁ ଠିକ୍ କାର୍ଯ୍ୟ କଲା ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 5 ମୌଳିକଗୁଡ଼ିକର ପର୍ଯ୍ୟାୟୀ ଶ୍ରେଣୀକରଣ

→ ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀ (Mendeleev’s Periodic Table):

  • BSE Odisha 10th Class Physical Science Notes Chapter 5 img-6
    ଅବଦାନ ରହିଛି ।
  • ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀ 1872 ମସିହାରେ ଜର୍ମାନୀର ଏକ ପତ୍ରିକାରେ ସ୍ଥାନ ପାଇଥିଲା ।
  • ମେଣ୍ଡେଲିଫ୍ ପର୍ଯ୍ୟାୟ ସାରଣୀ ସମ୍ବନ୍ଧରେ କାର୍ଯ୍ୟ ଆରମ୍ଭ କଲାବେଳେ ମାତ୍ର 63ଟି ମୌଳିକ ଜଣାଥିଲା ।

→ ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ନିପମ

  • ‘‘ମୌଳିକଗୁଡ଼ିକର ଗୁଣ ସେଗୁଡ଼ିକର ପାରମାଣବିକ ବସ୍ତୁତ୍ବର ପର୍ଯ୍ୟାୟ ଫଳନ’’ ।
  • ଅର୍ଥାତ୍ ମୌଳିକଗୁଡ଼ିକୁ ସେଗୁଡ଼ିକର ପାରମାଣବିକ ବସ୍ତୁତ୍ଵର ବଦ୍ଧିତ କ୍ରମଅନୁସାରେ ସଜାଇଲେ, ମୌଳିକମାନଙ୍କର ଗୁଣସବୁ କ୍ରମାନ୍ୱୟରେ ବଦଳେ ଏବଂ କେତେକ ନିର୍ଦ୍ଦିଷ୍ଟ ସ୍ଥାନପରେ ଗୁଣଗୁଡ଼ିକର ପୁନରାବୃତ୍ତି ଘଟେ ।
  • ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀରେ ଥିବା ସ୍ତମ୍ଭକୁ ଗ୍ରୁପ୍ (Group) ଏବଂ ଧାଡ଼ିକୁ ପର୍ଯ୍ୟାୟ (Period) କୁହାଯାଏ ।
    ଏଥ‌ିରେ ୫ଟି ଗ୍ରୁପ୍ ଓ 7ଟି ପର୍ଯ୍ୟାୟ ଅଛି ।
  • ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀର ପ୍ରତି ସ୍ତମ୍ଭ ଉପରେ ଅକ୍‌ସାଇଡ୍ ଓ ହାଇଡ୍ରାଇଡ୍‌ର ସଙ୍କେତରେ ଦିଆଯାଇଥିବା R ଅକ୍ଷର ସେହି ଗ୍ରୁପର ଯେକୌଣସି ମୌଳିକକୁ ସୂଚାଇବା ପାଇଁ ବ୍ୟବହାର କରାଯାଇଛି ।

→ ଉଦାହରଣ :
ନାଇଟ୍ରୋଜେନ ହାଇଡ୍ରାଇଡ୍ NH3 କୁ RH3 ରୂପେ ଏବଂ ମ୍ୟାଗ୍ନେସିୟମ ଅକ୍‌ସାଇଡ୍ MgO କୁ RO ରୂପେ ଲେଖାଯାଇଛି ।

ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀ
BSE Odisha 10th Class Physical Science Notes Chapter 5 img-7

→ ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀରେ ସଫଳତା(Achievements of Mendeleev’s Periodic Table):

  • ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀରେ ପୂର୍ବପେକ୍ଷା ମୌଳିକଗୁଡ଼ିକୁ ଅଧ‌ିକ ଠିକ୍‌ଭାବରେ ସଜ୍ଜା ଯାଇଥିଲା
  • ସାମାନ୍ୟ ଅଧ୍ବକ ପାରମାଣବିକ ବସ୍ତୁତ୍ଵର ମୌଳିକକୁ ଏହାଠାରୁ କମ୍ ପାରମାଣବିକ ବସ୍ତୁତ୍ଵର ମୌଳିକ ପୂର୍ବରୁ ସ୍ଥାନିତ କରିଥିଲେ ।
    ଉଦାହରଣସ୍ୱରୂପ କୋବାଲ୍ଟ (ପାରମାଣବିକ ବସ୍ତୁତ୍ଵ 58.9) ନିକେଲ ପାରମାଣବିକ ବସ୍ତୁତ୍ୱ 58.7 ) ପୂର୍ବରୁ ରହିଛି । ଫଳରେ ଅନୁକ୍ରମ (Sequence) ଅଦଳ ବଦଳ କରିବା ଫଳରେ ସମଧର୍ମୀ ମୌଳିକଗୁଡ଼ିକ ଏକତ୍ର ଶ୍ରେଣୀବଦ୍ଧ ହୋଇପାରିଲା ।
  • ମେଣ୍ଡେଲିଫ୍ ତାଙ୍କ ପର୍ଯ୍ୟାୟ ସାରଣୀରେ କେତେଗୁଡ଼ିଏ ଖାଲି ସ୍ଥାନ ରଖୁଥିଲେ । ଫଳରେ ପରେ ଆବିଷ୍କୃତ ହୋଇଥିବା ମୌଳିକଗୁଡ଼ିକ ଓ ନୋବେଲ୍‌ ଗ୍ୟାସଗୁଡ଼ିକ ପର୍ଯ୍ୟାୟ ସାରଣୀର ବ୍ୟବସ୍ଥାକୁ ଅଦଳ ବଦଳ ନ କରି ସୁବିଧାରେ ସ୍ଥାନିତ କରାଗଲା । ମେଣ୍ଡେଲିଫ୍ ସେହି ମୌଳିକଗୁଡ଼ିକୁ ସେହି ଗ୍ରୁପର ପୂର୍ବବର୍ତୀ ମୌଳିକ ନାମ ପୂର୍ବରୁ ସଂସ୍କୃତ ଶବ୍ଦ ‘ଏକ’ (Eka) ଯୋଗକରି ନାମିତ କରିଥିଲେ । ଉଦାହରଣସ୍ୱରୂପ, ସ୍କାଣ୍ଡିୟମ, ଗାଲିୟମ୍ ଓ ଜର୍ମାନିୟମର ଧର୍ମ ଯଥାକ୍ରମେ ଏକ-ବୋରନ୍ ଏକ-ଏଲୁମିନିୟମ୍, ଏକ-ସିଲିକନର ଧର୍ମସହିତ ସମାନ ।
    ଏକ-ଏଲୁମିନିୟମ୍ ଏବଂ ଗାଲିୟମ୍‌ର ଧର୍ମ
    BSE Odisha 10th Class Physical Science Notes Chapter 5 img-8
  • ହିଲିୟମ୍ (He), ନିୟମ (Ne) ଏବଂ ଆର୍ଶନ (Ar) ପରି ନୋବେଲ ଗ୍ୟାସ୍‌ଗୁଡ଼ିକ ବହୁତ ବିଳମ୍ବରେ ଆବିଷ୍କୃତ ହେଲା । ପର୍ଯ୍ୟାୟ ସାରଣୀରେ ରହିଥ‌ିବା ବ୍ୟବସ୍ଥାକୁ ଅଦଳ ବଦଳ ନ କରି, ଏହି ଗ୍ୟାସ୍‌ଗୁଡ଼ିକ ଆବିଷ୍କୃତ ହେଲା ପରେ ସେଗୁଡ଼ିକୁ ଏକ ନୂଆ ଗ୍ରୁପ୍‌ରେ ସ୍ଥାନିତ କରାଯାଇ ପାରିଲା ।

→ ମେଣ୍ଡେଲଫ୍ ଙ୍କ ଶ୍ରେଣ1କରଣର ତୃଟି (Limitations of Mendeleev’s Classification):
(i) ହାଇଡ୍ରୋଜେନ୍‌ର ଇଲେକ୍‌ଟ୍ରନ୍‌ ସଂରଚନା କ୍ଷାରୀୟ ଧାତୁ (Li, Na, K) ଗୁଡ଼ିକର ଇଲେକ୍‌ଟ୍ରନ୍‌ ସଂରଚନା

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 5 ମୌଳିକଗୁଡ଼ିକର ପର୍ଯ୍ୟାୟୀ ଶ୍ରେଣୀକରଣ

→ ଉଦାହରଣ:
Hର ଇଲେକ୍‌ଟ୍ରନ୍‌ ସଂରଚନା = 1 (K)
Liର ଇଲେକ୍‌ଟ୍ରନ୍ ସଂରଚନା = 2(K), 1(L)
Naର ଇଲେକ୍‌ଟ୍ରନ୍‌ ସଂରଚନା = 2(K), 8(L), 1(M)
Kର ଇଲେକ୍‌ଟ୍ରନ୍ ସଂରଚନା = 2(K), 8(L), 8(M), 1(N)
ପୁନଶ୍ଚ ହାଇଡ୍ରୋଜେନ୍, କ୍ଷାରୀୟ ଧାତୁଗୁଡ଼ିକ ପରି ହାଲୋଜେନ୍ (F, CI, Br) ଅକ୍‌ସିଜେନ୍ ଓ ସଲ୍ଫର ସହିତ ସଂଯୁକ୍ତ ହୋଇ ଏକାଭଳି ସଂକେତର ଯୌଗିକମାନ ସୃଷ୍ଟି କରେ । ନିମ୍ନ ସାରଣୀକୁ ଅନୁଧ୍ୟାନ କର ।

ହାଇଡ୍ରୋଜେନ୍‌ର ଯୌଗିକ
BSE Odisha 10th Class Physical Science Notes Chapter 5 img-9
ସୁତରାଂ ହାଇଡ୍ରୋଜେନ୍‌କୁ ପର୍ଯ୍ୟାୟ ସାରଣୀରେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଦିଆଯାଇ ପାରିବ ନାହିଁ ।

(ii)
ଆଇସୋଟୋପ୍ ହେଉଛି ସମାନ ପରମାଣୁ କ୍ରମାଙ୍କ ବିଶିଷ୍ଟ ମୌଳିକର ଭିନ୍ନ ପାରମାଣବିକ ବସ୍ତୁତ୍ଵର ପରମାଣୁ ସମୂହ । ତେଣୁ ମେଣ୍ଡେଲିଫ୍‌ଙ୍କ ଶ୍ରେଣୀକରଣ ନିୟମ ଅନୁଯାୟୀ ଆଇସୋଟୋପ୍‌ଗୁଡ଼ିକ ଭିନ୍ନ ଭିନ୍ନ ପାରମାଣବିକ ବସ୍ତୁତ୍ଵ ହେତୁ ଭିନ୍ନ ଭିନ୍ନ ସ୍ଥାନରେ ରଖୁବା ଆବଶ୍ୟକ ।
ଉଦାହରଣସ୍ୱରୂପ, 1, 2 ଓ 3 ପାରମାଣବିକ ବସ୍ତୁତ୍ଵ ବିଶିଷ୍ଟ ହାଇଡ୍ରୋଜେନ୍‌ର ଆଇସୋଟୋପ୍‌ଗୁଡ଼ିକୁ ତିନୋଟି ସ୍ଥାନରେ ରଖୁବା ଉଚିତ; କିନ୍ତୁ ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀରେ ସମାନ ରାସାୟନିକ ଧର୍ମବିଶିଷ୍ଟ ହାଇଡ୍ରୋଜେନ୍‌ର ଆଇସୋଟୋପ୍‌ଗୁଡ଼ିକୁ ପୃଥକ୍ ସ୍ଥାନ ଦିଆଯାଇ ନ ଥିଲା ।

(iii) କେତେକ କ୍ଷେତ୍ରରେ ମେଣ୍ଡେଲିଫ୍ ପାରମାଣବିକ ବସ୍ତୁତ୍ଵର ବର୍ଦ୍ଧିତ କ୍ରମକୁ ଭିଭି ନ କରି ସମାନ ଧର୍ମ ଅନୁଯାୟୀ ମୌଳିକାଟୁଡିକର ସ୍ଥାନ ଦେଇଥିଲେ |
ଉଦାହରଣସ୍ୱରୂପ, 39.9 ପାରମାଣବିକ ବସ୍ତୁତ୍ଵ ବିଶିଷ୍ଟ ଆର୍‌ଗନ୍‌ (Ar)କୁ 39.1 ପାରମାଣବିକ ବସ୍ତୁତ୍ଵ ବିଶିଷ୍ଟ ପୋଟାସିୟମ୍ (K) ପୂର୍ବରୁ ରଖାଯାଇଥିଲା । ଏଭଳି ଉପସ୍ଥାପନ ଯୁକ୍ତିସିଦ୍ଧ ନ ଥିଲା ।

(iv) ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀରେ କେତେକ ସହଧର୍ମୀ ମୌଳିକଗୁଡ଼ିକୁ ଭିନ୍ନ ଗ୍ରୁପ୍‌ରେ ରଖାଯାଇଥିବା ବେଳେ ଅସମ ଧର୍ମୀ ମୌଳିକଗୁଡ଼ିକୁ ଏକତ୍ର ରଖାଯାଇଥିଲା ।
ଉଦାହରଣସ୍ୱରୂପ, କପରର ଧର୍ମ, ପାରଦର ଧର୍ମ ସହିତ ସାମଞ୍ଜସ୍ୟ ଥିଲେ ମଧ୍ୟ ସେମାନଙ୍କୁ ଭିନ୍ନ ଶ୍ରେଣୀରେ ରଖାଯାଇଥିଲା । ଅନ୍ୟପକ୍ଷରେ Li, Na ଓ K ଆଦି ମୌଳିକର ଧର୍ମ Cu, Ag ଓ Au ଆଦି ମୌଳିକର ଧର୍ମଠାରୁ ଯଥେଷ୍ଟ ଭିନ୍ନ ଥିଲେ ମଧ୍ୟ ସେଗୁଡ଼ିକୁ ଏକତ୍ର ରଖାଯାଇଥିଲା ।

(v) ମେଣ୍ଡେଲିଫ୍ ମୌଳିକଗୁଡ଼ିକ ମଧ୍ୟରେ ପର୍ଯ୍ୟାୟତା (Periodicity) ର କାରଣ ବୁଝାଇପାରି ନ ଥିଲେ ।

→ ଆଧୁନିକ ପର୍ଯ୍ୟାୟ ସାରଣୀ (The Modern Periodic Table):
ହେନ୍‌ରୀ ମୋସଲୀ 1913 ମସିହାରେ ଦର୍ଶାଇଥିଲେ ଯେ ଗୋଟିଏ ମୌଳିକର ପରମାଣୁ କ୍ରମାଙ୍କ ଏହାର ପାରମାଣବିକ ବସ୍ତୁତ୍ୱଠାରୁ ଅଧିକ ଗ୍ରହଣୀୟ ବା ଅଧିକ ପ୍ରାଥମିକ ଧର୍ମ ଅଟେ । ପରମାଣୁ କ୍ରମାଙ୍କକୁ ଆଧୁନିକ ପର୍ଯ୍ୟାୟ ସାରଣୀର ମୂଳସୂତ୍ର ରୂପେ ଗ୍ରହଣ କରାଗଲେ, ଆଧୁନିକ ପର୍ଯ୍ୟାୟ ନିୟମଟି ହେଲା-

‘ମୌଳିକଗୁଡ଼ିକର ଗୁଣ, ସେଗୁଡ଼ିକର ପରମାଣୁ କ୍ରମାଙ୍କର ପର୍ଯ୍ୟାୟ ଫଳନ’’।

ବ୍ୟାଖ୍ୟା:
ମୌଳିକଗୁଡ଼ିକୁ ପରମାଣୁ କ୍ରମାଙ୍କର ବଦ୍ଧିତ କ୍ରମଭିତ୍ତିରେ ସଜାଗଲେ ସେଗୁଡ଼ିକର ଗୁଣ ପରମାଣୁ କ୍ରମାଙ୍କ ଅନୁସାରେ ପରିବର୍ତ୍ତନ ହୁଏ ଏବଂ ସାମଞ୍ଜସ୍ୟ ଗୁଣଥୁବା ମୌଳିକମାନେ ଏକ ଗ୍ରୁପରେ ରହିଥାଆନ୍ତି ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 5 ମୌଳିକଗୁଡ଼ିକର ପର୍ଯ୍ୟାୟୀ ଶ୍ରେଣୀକରଣ

→ ଆଧୁନିକ ପର୍ଯ୍ୟାୟ ସାରଣୀରେ ମୌଳିକଗୁଡ଼ିକର ସ୍ଥାନ (Position of Elements in the Modern Periodic Table):

ଦ୍ୱିତୀୟ ପର୍ଯ୍ୟାୟରେ ଥ‌ିବା ମୌଳିକଗୁଡ଼ିକର ଇଲେକ୍‌ଟ୍ରନ୍‌ ସଂରଚନା:
BSE Odisha 10th Class Physical Science Notes Chapter 5 img-10

  • ଏହି ପର୍ଯ୍ୟାୟରେ ଥ‌ିବା ମୌଳିକଗୁଡ଼ିକର ପରମାଣୁରେ ସମାନ ସଂଖ୍ୟକ ସଂଯୋଜକ ଇଲେକ୍‌ଟ୍ରନ ନାହିଁ କିନ୍ତୁ ସମାନ ସଂଖ୍ୟକ କକ୍ଷ ଅଛି ।
  • ସମାନ ସଂଖ୍ୟକ କକ୍ଷ ରହିଥିବା ପରମାଣୁଗୁଡ଼ିକର ବିଭିନ୍ନ ମୌଳିକକୁ ଏକା ପର୍ଯ୍ୟାୟରେ ସ୍ଥାନିତ କରାଯାଇଛି । ପର୍ଯ୍ୟାୟ ବଢ଼ିଲେ କକ୍ଷ ସଂଖ୍ୟା ବଢ଼େ ।
  • ସଂଯୋଜକ ଇଲେକ୍‌ଟ୍ରନ ଦ୍ବାରା ମୌଳିକ କେଉଁ ପ୍ରକାରର ବନ୍ଧ ଗଠନ କରିବ ତାହା ଜଣାଯାଏ ।
  • କୌଣସି ମୌଳିକର ଅବସ୍ଥିତିରୁ ଏହାର ରାସାୟନିକ ପ୍ରତିକ୍ରିୟାଶୀଳତା (Chemical reactivity)

→ ଜଣାପଡ଼େ । ଏ ଧୁନିକ ପର୍ଯ୍ୟାୟ ସାରଣୀରେ ମୌଳିକଗୁଡ଼ିକର ଗୁଣରେ କ୍ରମିକ ପରିବର୍ତ୍ତନ (Trends in the Modern Periodic Table):

ଯୋଗ୍ୟତା:
ଗୋଟିଏ ମୌଳିକର ଯୋଗ୍ଯତା ଏହାର ବାହ୍ୟତମ କକ୍ଷରେ ଥ‌ିବା ସଂଯୋଜକ ଇଲେକ୍‌ଟ୍ରନ ଦ୍ୱାରା ନିରୂପଣ କରାଯାଏ ।

→ ଧାତବ ଓ ଅଧାତବ ଶ୍ରଣ (Metallic and Non – metallic Properties):

BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

Odisha State Board BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ Textbook Exercise Questions and Answers.

BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ସଡ଼କ ପରିବହନ ବ୍ୟବସ୍ଥା କହିଲେ କ’ଣ ବୁଝ ?
Answer:

  • ପରିବର୍ତ୍ତନଶୀଳ ମାନବ ସଭ୍ୟତାକୁ ସଡ଼କ ପରିବହନ ବ୍ୟବସ୍ଥା ଅଧ୍ଵକରୁ ଅଧିକ କ୍ରିୟାଶୀଳ ଓ ତ୍ୱରାନ୍ବିତ କରିପାରିଛି ।
  • ଦେଶ ତଥା ରାଜ୍ୟର ବିକାଶ ପ୍ରକ୍ରିୟାରେ ସଡ଼କ ଓ ପରିବହନ ଏକ ମୌଳିକ ଆବଶ୍ୟକତା ହୋଇପଡ଼ିଛି ।
  • ବିକାଶ ପ୍ରକ୍ରିୟାର ଅବିଚ୍ଛେଦ୍ୟ ଉପାଦାନ ହେଉଛି ସଡ଼କ ଓ ପରିବହନ । ଏହାର ଭିତ୍ତିଭୂମିକୁ ସୁଦୃଢ଼ କରିବା ନିହାତି ଜରୁରୀ ।
  • ଅନ୍ୟପକ୍ଷରେ ପରିବହନ ଓ ମଣିଷର ଗତିଶୀଳତାର ପ୍ରଭାବରେ ସଂଗଠିତ ସଡ଼କ ଦୁର୍ଘଟଣାର ପରିବ୍ୟାପ୍ତି ଓ ଭୟାବହତା ବିନାଶ ପ୍ରକ୍ରିୟାର ସମ୍ଭାବନାକୁ ଦୃଢ଼ୀଭୂତ କରିଛି ।
  • ସଡ଼କ ପରିବହନ ବ୍ୟବସ୍ଥା ମୁଖ୍ୟତଃ ପାଞ୍ଚଟି ପ୍ରମୁଖ ଉପାଦାନ ଉପରେ ନିର୍ଭର କରିଥାଏ; ଯଥା – ସଡ଼କ, ଗାଡ଼ି, ଗାଡ଼ିଚାଳକ, ରାସ୍ତା ବ୍ୟବହାରକାରୀ ଓ ପାରିପାଶ୍ୱିକ ଅବସ୍ଥା ।

(ଖ) କାହାର ପ୍ରଭାବରେ ସଡ଼କ ଦୁର୍ଘଟଣାର ସମ୍ଭାବନା ବୃଦ୍ଧି ପାଇଥାଏ ?
Answer:

  • ସଡ଼କରେ ଦୁରବସ୍ଥା, ଗାଡ଼ିର ଯାନ୍ତ୍ରିକ ତ୍ରୁଟି, ଗାଡ଼ିଚାଳକ ଏବଂ ରାସ୍ତା ବ୍ୟବହାରକାରୀଙ୍କ ମାନବୀୟ ତ୍ରୁଟି ଓ ଖରାପ ପ୍ରାକୃତିକ ପରିବେଶ ଯୋଗୁଁ ସଡ଼କ ଦୁର୍ଘଟଣାର ସମ୍ଭାବନା ବୃଦ୍ଧି ପାଇଥାଏ ।
  • ସଡ଼କ ଉପରେ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ହେବାର ସମ୍ଭାବନା ଥାଏ । ଏହାର ପରିବ୍ୟାପ୍ତି ଏବଂ ଭୟାବହତା ହିଁ ସଡ଼କ ଦୁର୍ଘଟଣାକୁ ଅତି ସମ୍ବେଦନଶୀଳ କରିଛି ।
  • ପ୍ରତିବର୍ଷ ସାରା ବିଶ୍ବରେ ପାଞ୍ଚ ଲକ୍ଷରୁ ଅଧିକ, ଭାରତରେ ଦେଢ଼ ଲକ୍ଷରୁ ଅଧିକ ଏବଂ ଓଡ଼ିଶାରେ ଚାରି ହଜାରରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ମୃତ ହୋଇଥା’ନ୍ତି ।
  • ଲକ୍ଷାଧ୍ଵ ଲୋକ ଗୁରୁତର ଓ ସାମାନ୍ୟ ଆହତ ହୋଇଥାନ୍ତି । ହଜାର ହଜାର ଲୋକ ଜୀବନ ଭରି ଅକର୍ମଣ୍ୟ ହୋଇଯା’ନ୍ତି ।
  • ଦୁର୍ଘଟଣାର ଶିକାର ହୋଇଥିବା ଲୋକ ଏବଂ ସେମାନଙ୍କ ପରିବାରର ଜୀବନଶୈଳୀ, ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହୋଇଥାଏ ।

BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

(ଗ) ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ସମୂହ କ’ଣ ?
Answer:

  • ସାମଗ୍ରିକ ଭାବରେ ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ସମୂହ ମଧ୍ଯରେ ରହିଛି ସଡ଼କ ତ୍ରୁଟି, ଗାଡ଼ିର ଯାନ୍ତ୍ରିକ ତ୍ରୁଟି, ଗାଡ଼ିଚାଳକ ଓ ରାସ୍ତା ବ୍ୟବହାରକାରୀଙ୍କ ମନୁଷ୍ୟକୃତ ତ୍ରୁଟି ଏବଂ ପାରିପାଶ୍ୱିକ ଅବସ୍ଥାରେ ତ୍ରୁଟି ।
  • ଗାଡ଼ିଚାଳନା ସମୟରେ ଅନେକ ମାନବୀୟ ତ୍ରୁଟି ପରିଲକ୍ଷିତ ହୋଇଥାଏ; ଯଥା- ଅନ୍ୟମନସ୍କତା, ବେପରୁଆ ଗାଡ଼ିଚାଳନା, ଦୃତଗତି, ମଦ୍ୟପାନ, ମୋବାଇଲ ଫୋନ୍‌ର ବ୍ୟବହାର ଇତ୍ୟାଦି ।
  • ସଡ଼କ ଦୁର୍ଘଟଣାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ସଡ଼କ ତ୍ରୁଟି; ଯଥା – ରାସ୍ତା ନିର୍ମାଣ, ଡ଼ିଜାଇନ ରକ୍ଷଣାବେକ୍ଷଣ, ସଂପ୍ରସାରଣରେ ଅବହେଳା, ଅଦୃଶ୍ୟମାନ ଟ୍ରାଫିକ୍ ସଙ୍କେତ, ଭାରୀ ମାଲ ପରିବହନ ଇତ୍ୟାଦି ।
  • ଗାଡ଼ିର ଯାନ୍ତ୍ରିକ ତ୍ରୁଟି ମଧ୍ଯ ଦୁର୍ଘଟଣାର ଅନ୍ୟ ଏକ କାରଣ । ଯନ୍ତ୍ରଚାଳିତ ଗାଡ଼ିର ବ୍ରେକ୍, ଇଞ୍ଜିନ୍, ଷ୍ଟିଅରିଙ୍ଗ, ତୈଳଟ୍ୟାଙ୍କ୍, ରାସ୍ତାର ଅବସ୍ଥାରେ ବ୍ୟତିକ୍ରମ ଦେଖାଦେଲେ ଦୁର୍ଘଟଣା ସଂଗଠିତ ହୋଇଥାଏ ।
  • ପାରିପାର୍ଶ୍ବକ ଅବସ୍ଥା ତ୍ରୁଟି ଦେଖାଦେଲେ ମଧ୍ୟ ସଡ଼କ ଦୁର୍ଘଟଣା ହୋଇଥାଏ; ଯଥା— ବର୍ଷା, ଝଡ଼, କୁହୁଡ଼ି, ବରଫାବୃତ, ଧୂଆଁଜାତ ଆଦି ପ୍ରାକୃତିକ ବିପର୍ଯ୍ୟୟ ବହୁ ସମୟରେ ଦୁର୍ଘଟଣା ଘଟାଇଥାଏ ।

(ଘ) ଓଡ଼ିଶାରେ ସଡ଼କ ଦୁର୍ଘଟଣାର ପରିବ୍ୟାପ୍ତି ଓ ଭୟାବହତା ବର୍ଣ୍ଣନା କର ।
Answer:

  • ଓଡ଼ିଶାରେ ବାର୍ଷିକ ପ୍ରାୟ ଦଶ ହଜାରରୁ ଅଧିକ ସଡ଼କ ଦୁର୍ଘଟଣାରେ ଚାରି ହଜାରରୁ ଅଧିକ ମୃତ ଓ ଦଶହଜାରରୁ ଅଧ‌ିକ ଆହତ ହେଉଛନ୍ତି ।
  • ପ୍ରତି ଶହେ ଦୁର୍ଘଟଣାରେ ଓଡ଼ିଶାରେ ୪୫ ଜଣ ମୃତାହତ ହେଉଛନ୍ତି । କେବଳ ରାଜପଥମାନଙ୍କରେ ଚାଳିଶରୁ ଅଧ୍ଵ ପ୍ରତିଶତ ଦୁର୍ଘଟଣା ଘଟୁଛି ।
  • ସମସ୍ତ ଯାନବାହନ ସଂଖ୍ୟାର ଅଶୀ ପ୍ରତିଶତ ଦୁଇଚକିଆ ଗାଡ଼ି, ଯାହାକି ପ୍ରାୟତଃ ଯୁବଗୋଷ୍ଠୀ ଚଳାଇଥାନ୍ତି ।
  • ବିଶେଷ କରି ଦୁଇ ଚକିଆଗାଡ଼ି ଏକମାତ୍ର ଯାନ ଯାହାର ବାହ୍ୟ ସୁରକ୍ଷା ନ ଥାଏ ।
  • ଆମ ରାଜ୍ୟରେ ସମସ୍ତ ସଡ଼କ ଦୁର୍ଘଟଣାର ୯୫ ପ୍ରତିଶତ କେବଳ ମାନବୀୟ ତ୍ରୁଟି ଯୋଗୁଁ ସଂଘଟିତ ହୋଇଥାଏ ।

(ଙ) ସଡକ ଦୁର୍ଘଟଣାର ନିରାକରଣ ବ୍ୟବସ୍ଥା କ’ଣ ରହିଛି ?
Answer:

  • ସଡ଼କ ଦୁର୍ଘଟଣାର ନିରାକରଣ ପାଇଁ ତିନିଗୋଟି ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି; ଯଥା— ଶିକ୍ଷାEducation), ବଳବତ୍ତକରଣ (Enforcement), ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ (Engineering) ଭିଭିଭୂମି ।
  • ଗଣମାଧ୍ୟମ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଘ, ମୋଟରଯାନ ସଂଘ ଇତ୍ୟାଦି ସଡ଼କ ସୁରକ୍ଷାର ଶିକ୍ଷା କାର୍ଯ୍ୟକ୍ରମର ମୁଖ୍ୟ ମାଧ୍ୟମ ଅଟନ୍ତି ।
  • ସଡ଼କ ଶୃଙ୍ଖଳା, ଆଚରଣ ଏବଂ ଦୁର୍ଘଟଣା ହ୍ରାସ ନିମନ୍ତେ ବଳବତ୍ତକରଣ ଅତି ଉପଯୋଗୀ ସରକାରୀ ମାଧ୍ୟମ ।
  • ବଳବତ୍ତକରଣ (Enforcement) ବିଶେଷ କରି ମୋଟର ଯାନ ସମ୍ପର୍କୀୟ ନିୟମ ଉଲ୍ଲଙ୍ଘନ ଉପରେ ଗୁରୁତ୍ଵ ପ୍ରଦାନ କରିଥାଏ ।
  • ଦୁର୍ଘଟଣା ହ୍ରାସ କରିବାପାଇଁ ରାସ୍ତା ନିର୍ମାଣର ଇଞ୍ଜିନିୟରିଂ ଏବଂ ଭିତ୍ତିଭୂମି ନିହାତି ଜରୁରୀ । ସଡ଼କଗୁଡ଼ିକ ବୈଜ୍ଞାନିକ ଓ ଇଞ୍ଜିନିୟରିଂ ପ୍ରଣାଳୀରେ ନିର୍ମାଣ ହେବା ଆବଶ୍ୟକ, ଯାହାଫଳରେ ଦୁର୍ଘଟଣା ହ୍ରାସ ପାଇବ ।

BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ମୋଟର ଯାନ ଆଇନ କ’ଣ ?
Answer:

  • ସଡ଼କ ପରିବହନ ବ୍ୟବସ୍ଥା, ସଡ଼କ ନିରାପତ୍ତା ପ୍ରକ୍ରିୟାରେ ଉନ୍ନତି, ସଡ଼କ ଦୁର୍ଘଟଣା ହ୍ରାସ କରିବାପାଇଁ କେନ୍ଦ୍ର ସରକାର କିଛି ଆଇନ ପ୍ରଣୟନ କରିଛନ୍ତ, ତାହାକୁ ମୋଟର ଯାନ ଆଇନ କୁହାଯାଏ ।
  • ଏଥରେ ନିୟମିତ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀମାନଙ୍କୁ କଠୋର ଦଣ୍ଡ ପ୍ରଦାନର ବ୍ୟବସ୍ଥା କରାଯାଇଛି । ୨୦୧୯ ମସିହାରେ ଏହି ମୋଟର ଯାନ ଆଇନକୁ ସଂଶୋଧନ କରାଯାଇଛି ।

(ଖ) ସଂଶୋଧ ମୋଟର ଯାନ ଆକ୍ଟର ଆଭିମୁଖ୍ୟ କ’ଣ ?
Answer:

  • ସଂଶୋଧ ମୋଟର ଯାନ ଆକୁ ୨୦୧୯ରେ ମୁଖ୍ୟତଃ କ୍ଷତିପୂରଣ ଏବଂ ଜୋରିମାନାକୁ ଅଧ‌ିକ ଗୁରୁତ୍ଵ ଦିଆଯାଇଛି ।
  • ଓଡ଼ିଶା ରାଜ୍ୟ ସରକାରଙ୍କ ସୋଲାସିୟମ୍ ଫଣ୍ଡ ସ୍କିମ୍ ତରଫରୁ ହିଟ୍ ଏବଂ ରନ୍ ମୋଟରଯାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ସହାୟତା ଦେବାର ବ୍ୟବସ୍ଥା ହୋଇଛି ।

(ଗ) ଇନ୍ଧନ ସଂରକ୍ଷଣ କାହିଁକି ଆବଶ୍ୟକ ?
Answer:

  • ସଡ଼କ ପରିବହନ ବ୍ୟବସ୍ଥାରେ ପେଟ୍ରୋଲ ଡ଼ିଜେଲ ଭଳି ଇନ୍ଧନ ସଂରକ୍ଷଣର ଗୁରୁତ୍ବପୂର୍ଣ ଭୂମିକା ରହିଛି ।
  • କ୍ରମବର୍ଦ୍ଧିଷ୍ଣୁ ଯାନବାହନ ସଂଖ୍ୟା ସହ ପେଟ୍ରୋଲ ଡ଼ିଜେଲ, ଭଳି ଇନ୍ଧନର ବହୁଳ ଅପବ୍ୟବହାର ବୃଦ୍ଧିପାଇଛି ।ତେଣୁ ଇନ୍ଧନ ସଂରକ୍ଷଣ ଯୋଜନା ମାଧ୍ୟମରେ ଇନ୍ଧନର ବହୁଳ ଅପବ୍ୟବହାରକୁ ନିୟନ୍ତ୍ରଣ କରାଯାଇ ପାରିବ ।

(ଘ) ଓଡ଼ିଶା ସରକାରଙ୍କ ସମରିଟାନ୍‌ ନୀତି ସମ୍ବନ୍ଧରେ ଉଲ୍ଲେଖ କର ।
Answer:

  • ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ତୁରନ୍ତ ମେଡ଼ିକାଲ ଚିକିତ୍ସା ପ୍ରଦାନ କରି ଜୀବନ ବଞ୍ଚାଇବା ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରଚଳିତ ଗୁଡ୍ ସମରିଟାନ୍ ନୀତିର ମୁଖ୍ୟ ଆଭିମୁଖ୍ୟ !
  • ସୁପ୍ରିମ୍‌କୋର୍ଟର ୨୦୧୪ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସରକାର ଉକ୍ତ ନୀତି ପ୍ରଣୟନ କରିଛନ୍ତି । ଏହି ନୀତିରେ ଜଣେ ବ୍ୟକ୍ତି ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ହସ୍‌ପିଟାଲକୁ ନେଇପାରିବ ।

(ଙ) ବ୍ୟକ୍ତିଗତ ଯାନ ଓ ସାର୍ବଜନୀନ ଗାଡ଼ି ମଧ୍ୟରେ ପ୍ରଭେଦ କ’ଣ ରହିଛି ?

  • ଆମ ରାଜ୍ୟର ସମସ୍ତ ଗାଡ଼ି ସଂଖ୍ୟାର ଦୁଇ ତୃତୀୟାଂଶରୁ ଅଧିକ ସ୍କୁଟର, ମୋଟର ସାଇକେଲ୍ ଭଳି ବ୍ୟକ୍ତିଗତ ଗାଡ଼ି ଚଳାଚଳ କରିଥାଏ ।
  • ସାର୍ବଜନୀନ ଗାଡ଼ି କହିଲେ ଆମେ ବସ୍‌, ଟ୍ୟାକ୍‌ସି, ଅଟୋ ଆଦିକୁ ବୁଝିଥାଉ । ଜନସାଧାରଣ ସେମାନଙ୍କର ବ୍ୟକ୍ତିଗତ ଯାନ ବ୍ୟବହାର ନ କରି ସାର୍ବଜନୀନ ଗାଡ଼ି ଦୈନନ୍ଦିନ ବ୍ୟବହାର କରିବା ଆବଶ୍ୟକ, ଯାହା ଫଳରେ ଇନ୍ଧନ କିଛି ପରିମାଣରେ ସଂରକ୍ଷିତ ହୋଇପାରିବ ।

BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ରାସ୍ତା ପାର ହେଲବେଳେ କି ସତର୍କତା ଅବଲମ୍ବନ କରିବ ?
Answer:
ରାସ୍ତା ପାର ହେବା ପୂର୍ବରୁ ପ୍ରଥମେ ବାମକୁ, ତା’ପରେ ଡାହାଣକୁ, ପୁନର୍ବାର ବାମକୁ ଚାହିଁକି ଆବଶ୍ୟକ ।

(ଖ) ଟ୍ରାଫିକ୍ ଚିହ୍ନର ପ୍ରମୁଖ ପ୍ରକାରଭେଦ କ’ଣ ରହିଛି ?
Answer:
ଟ୍ରାଫିକ୍ ଚିହ୍ନ ସାଧାରଣତଃ ତିନି ପ୍ରକାର ଅଟେ, ଯଥା- ନିହାତି ଜରୁରୀ ଚିହ୍ନ (Mandatory Signs), ସତର୍କତାର ଚିହ୍ନ (Cautionary Signs) (Informatory Signs) |

(ଗ) ଗାଡ଼ିଚାଳକ ପାଖରେ କେଉଁସବୁ ପ୍ରମାଣପତ୍ର ରହିବା ବାଧ୍ୟତାମୂଳକ ଅଟେ ?
Answer:
ଉ – ଗାଡ଼ିଚାଳକ ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ, ରେଜିଷ୍ଟ୍ରେସନ, ଗାଡ଼ିର ବୀମା ଓ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ରହିବା ବାଧ୍ୟତାମୂଳକ ଅଟେ ।

(ଘ) ସବୁଜ ପରିବହନ କ’ଣ ?
Answer:
ସୁବଜ ପରିବହନ କହିଲେ ଆମେ ସାଧାରଣତଃ ସାଇକେଲକୁ ବୁଝିଥାଉ କାରଣ ଏଥରେ କୌଣସି ଇନ୍ଧନ ବ୍ୟବହାର ହୋଇନଥାଏ ।

(ଙ) ସମରିଟାନ୍‌ର ସଂଜ୍ଞା କ’ଣ ?
Answer:
ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ତୁରନ୍ତ ମେଡ଼ିକାଲ ଚିକିତ୍ସା ପ୍ରଦାନ କରି ଜୀବନ ବଞ୍ଚାଇବାକୁ ସମରିଟାନ୍‌ କୁହାଯାଏ ।

BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତି ନିମନ୍ତେ ସର୍ବନିମ୍ନ ବୟସସୀମା କେତେ ?
(i) १०
(ii) ୨୧
(iii) ୧୮
(iv) ୧୫

(ଖ) ଦୁଇଚକିଆ ଯାନର ଯାତ୍ରୀ କ୍ଷମତା କେତେ ?
(i) ୩
(ii) ୪
(iii) ୧
(iv) 9

(ଗ) ନିଶାସକ୍ତ ହୋଇ ଗାଡ଼ିଚାଳନା କଲେ କେଉଁ ପ୍ରକାର ଦଣ୍ଡ ରହିଛି ?
(i) ଜେଲ
(ii) ଆର୍ଥିକ
(iii) ଆର୍ଥିକ ଓ ଜେଲ୍

(ଘ) ଗାଡ଼ିଚାଳନା ବେଳେ ମୋବାଇଲର ବ୍ୟବହାର ବେନିୟମ କି ?
(i) ହଁ
(ii)ନାଁ

BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

Answers:
(କ) (iii) ୧୮
(ଖ) (iv) ୨
(ଗ) (iii) ଆର୍ଥିକ ଓ ଜେଲ୍
(ଘ) (i) ହଁ

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

Odisha State Board BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ Textbook Exercise Questions and Answers.

BSE Odisha Class 10 Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

୧. ନିମ୍ନରେ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦରେ ଲେଖ ।

(କ) ଗଣତନ୍ତ୍ରର ସଂଜ୍ଞା ନିରୂପଣ କର ।
Answer:

  • ‘ଗଣ’ ଅର୍ଥ ଲୋକମାନେ । ‘ତନ୍ତ୍ର’ ଅର୍ଥ ଶାସନ । ଗଣତନ୍ତ୍ରର ଅର୍ଥ ହେଉଛି ଲୋକମାନଙ୍କର ଶାସନ । ଏହି ବ୍ୟବସ୍ଥାରେ ଦେଶର ପ୍ରତ୍ୟେକ ନାଗରିକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଦେଶ ଶାସନରେ ଅଂଶଗ୍ରହଣ କରିବା ସହିତ ସ୍ଵାଧୀନ ଭାବରେ ନିଜର ମତାମତ ଦେଇଥା’ନ୍ତି ।
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍ ବାସ୍ତବରେ କହିଥିଲେ, ‘‘ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କଦ୍ୱାରା ଓ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଶାସନ ।’’
  • ରାଜନୀତିବିଜ୍ଞାନୀ ସିଲିଙ୍କ ମତରେ, ‘‘ଯେଉଁ ସରକାରରେ ପ୍ରତ୍ୟେକ ବ୍ୟକ୍ତି ଅଂଶଗ୍ରହଣ କରିଥାଆନ୍ତି, ତାହାକୁ ଗଣତନ୍ତ୍ର କୁହାଯାଏ ।’’
  • ଏଥୁରୁ ସ୍ପଷ୍ଟ ହେଉଛି ଯେ ଗଣତନ୍ତ୍ର ହେଉଛି ଲୋକମାନଙ୍କର ଶାସନ ଏବଂ ଏହା ସେମାନଙ୍କର ସମୂହ ହିତ ପାଇଁ ଉଦ୍ଦିଷ୍ଟ । ଏଥୁରେ ଶାସନ କ୍ଷମତା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ଗୋଷ୍ଠୀ ହାତରେ ନ୍ୟସ୍ତ ହୋଇନଥାଏ ।
  • ଗଣତନ୍ତ୍ରରେ ଜନସାଧାରଣ ହେଉଛନ୍ତି ସାର୍ବଭୌମ କ୍ଷମତାର ଅଧିକାରୀ ଓ ଏଥ‌ିରେ ସେମାନଙ୍କର ଅଧିକାର ସୁରକ୍ଷିତ ରହିଥାଏ । ଏବେ ବିଶ୍ୱରେ ପ୍ରାୟତଃ ୧୩୦ଟି ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ରହିଛି ।

(ଖ) ପ୍ରତ୍ୟକ୍ଷ ଓ ପରୋକ୍ଷ ଗଣତନ୍ତ୍ର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:

  • ପ୍ରତ୍ୟକ୍ଷ ଗଣତନ୍ତ୍ରରେ ସମସ୍ତ ନାଗରିକ ପ୍ରତ୍ୟକ୍ଷଭାବେ ଦେଶର ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ହୋଇଥାଆନ୍ତି; ମାତ୍ର ପରୋକ୍ଷ ଗଣତନ୍ତ୍ରରେ ନାଗରିକମାନେ ସେମାନଙ୍କ ପ୍ରତିନିଧ୍ବ ଚୟନ କରି ସେମାନଙ୍କ ମାଧ୍ୟମରେ ଦେଶ ଶାସନରେ ପରୋକ୍ଷ ଭାବରେ ଅଂଶଗ୍ରହଣ କରିଥା’ନ୍ତି ।
  • ପ୍ରାଚୀନ ଗ୍ରୀସ୍‌ର ନଗରରାଜ୍ୟମାନଙ୍କରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ଥିଲା; ମାତ୍ର ବର୍ତ୍ତମାନ ପ୍ରାୟତଃ ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରୋକ୍ଷ ଗଣତନ୍ତ୍ର ପ୍ରଚଳିତ ।
  • କ୍ଷୁଦ୍ର ଓ ସୀମିତ ଲୋକସଂଖ୍ୟା ଥିବା ଅଞ୍ଚଳ ବା ରାଜ୍ୟରେ ପ୍ରତ୍ୟକ୍ଷ ଗଣତନ୍ତ୍ର ସମ୍ଭବ ହେଉଥିଲା; ମାତ୍ର ଅଧ୍ଵକ ଜନବଦଳ ଓ ଅଧିକ ଆୟତନବିଶିଷ୍ଟ ଦେଶ ନିମନ୍ତେ ପରୋକ୍ଷ ଗଣତନ୍ତ୍ର ହିଁ ଉପଯୁକ୍ତ ପଦ୍ଧତି ।
  • ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଅଧ୍ବବାସୀମାନେ ଗୋଟିଏ ସ୍ଥାନରେ ସମବେତ ହୋଇ ପ୍ରଶାସନିକ ନୀତି ନିର୍ଦ୍ଧାରଣ କରି ପାରୁଥିଲେ; ମାତ୍ର ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତନ୍ତ୍ରରେ ଜନସାଧାରଣ ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ ପ୍ରତିନିଧୁ ନିର୍ବାଚିତ କରି ଆଇନ ପ୍ରଣୟନ କ୍ଷେତ୍ରରେ ଦେଶର ବ୍ୟବସ୍ଥାପକ ସଭାରେ ପରୋକ୍ଷ ଭାବରେ ଅଂଶଗ୍ରହଣ କରନ୍ତି ।

(ଗ) ନିର୍ବାଚନର ଗୁରୁତ୍ଵ ବିଷୟରେ ସଂକ୍ଷେପରେ ଲେଖ ।
Answer:

  • ଏବେକାର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସାର୍ବଭୌମ କ୍ଷମତା ଜନସାଧାରଣଙ୍କ ହସ୍ତରେ ନ୍ୟସ୍ତ ହୋଇଛି । ପ୍ରନଶ୍ଚ ଗଣତନ୍ତ୍ରରେ ଲୋକମାନଙ୍କର ସ୍ବାଧୀନତା ଓ ସମାନତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଏ, ଶାସନରେ ଲୋକମାନଙ୍କର ଅଂଶଗ୍ରହଣ ନିମନ୍ତେ ସ୍ବାଧୀନ ଓ ନିରପେକ୍ଷ ନିର୍ବାଚନର ବ୍ୟବସ୍ଥା ଓ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ବ୍ୟବସ୍ଥା ରହିଥାଏ ।
  • ଜନମତ ହେଉଛି ଗଣତନ୍ତ୍ରର ଭିଭିଭୂମି । ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ମାଧ୍ୟମରେ ଜନମତ ସାବ୍ୟସ୍ତ ହୋଇଥାଏ । ଭାରତରେ ଲୋକସଭା ଓ ପ୍ରତ୍ୟେକ ରାଜ୍ୟ ବିଧାନସଭାର ପୁନର୍ଗଠନ ପାଇଁ ପ୍ରତି ପାଞ୍ଚବର୍ଷରେ ଥରେ ନିର୍ବାଚନ କରାଯିବାର ବ୍ୟବସ୍ଥା ରହିଛି । ଏହି ନିର୍ବାଚନ ସାର୍ବଜନୀନ ସାବାଳକ ମତଦାନ ପ୍ରଥା ଉପରେ ଆଧାରିତ ।
  • ଗଣତାନ୍ତ୍ରିକ ସରକାରରେ ଜନକଲ୍ୟାଣ ବା ଜନମଙ୍ଗଳ ପାଇଁ ଆଇନ ପ୍ରଣୟନ କରିବା ଉଦ୍ଦେଶ୍ୟରେ ନିର୍ବାଚନ ମାଧ୍ୟମରେ ଲୋକମାନେ ସେମାନଙ୍କର ପ୍ରତିନିଧ୍ବ ଚୟନ କରନ୍ତି । କେଉଁ ରାଜନୈତିକ ଦଳ ସରକାର ଗଠନ କରିବ ତାହାର ନିଷ୍ପଭି ମତଦାତାମାନେ ନିର୍ବାଚନ ମାଧ୍ୟମରେ କରିଥାଆନ୍ତି । ସେଥ‌ିପାଇଁ ଆମ ଗଣତନ୍ତ୍ରରେ ନିର୍ବାଚନର ଭୂମିକା ଗୁରୁତ୍ଵପୂର୍ଣ୍ଣ ।
  • ଭାରତରେ ମୁକ୍ତ, ଅବାଧ ଓ ନିର୍ମଳ ନିର୍ବାଚନ ପ୍ରକ୍ରିୟା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥାଏ ।
  • ନିର୍ବାଚନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ହେଲେ ଗଣତନ୍ତ୍ର ଭୁଶୁଡ଼ି ପଡ଼ିବ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଗଭୀର କୁଠାରାଘାତ ହେବ ।

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଘ) ଭାରତରେ ନିର୍ବାଚନ ବ୍ୟବସ୍ଥାର ବିଶେଷତ୍ଵ ଆଲୋଚନା କର ।
Answer:

  • ଆମ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଲୋକସଭା, ରାଜ୍ୟ ବିଧାନସଭାର ସଦସ୍ୟ, ପୌର ନିଗମ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ସଦସ୍ୟ ଚୟନ ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ ହେଉଛି । କିନ୍ତୁ ରାଜ୍ୟସଭା ଓ ରାଜ୍ୟ ବିଧାନ ପରିଷଦର ସଦସ୍ୟ, ଭାରତର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପରୋକ୍ଷ ନିର୍ବାଚନ ପଦ୍ଧତି ମାଧ୍ୟମରେ ନିବାଚିତ ହୁଅନ୍ତ ।
  • ସାର୍ବଜନୀନ ସାବାଳକ ମତଦାନ ପ୍ରଥା ଅନୁସାରେ ଜାତି, ଧର୍ମ, ଲିଙ୍ଗ, ସମ୍ପତ୍ତି ଓ ଜନ୍ମସ୍ଥାନ ନିର୍ବିଶେଷରେ ୧୮ ବର୍ଷ ବା ତଦର୍ଷ ବୟସରେ ଉପନୀତ ପ୍ରତ୍ୟେକ ସାବାଳକ ଭାରତୀୟ ନିଜର ମତଦାନ ସାବ୍ୟସ୍ତ କରିବାର ଅଧ୍ୟାର ଲାଭ କରିଛନ୍ତି । ମତଦାତାମାନଙ୍କର ନାମତାଲିକା ନିର୍ବାଚନ ପାଇଁ ଉଦ୍ଦିଷ୍ଟ ତାଲିକାରେ ସାମିଲ ହୋଇଥାଏ । ସମ୍ବିଧାନର ଧାରା ୩୨୬ରେ ସ୍ପଷ୍ଟ ସୂଚନା ରହିଛି ଯେ ଦେଶରେ ପ୍ରତ୍ୟେକ ଜନଗଣନା ଶେଷ ହେବା ପରେ ଓ କୌଣସି ନିର୍ବାଚନ ପୂର୍ବରୁ ମତଦାତାଙ୍କର ନାମ ତାଲିକାର ସଂଶୋଧନ ହୋଇଥାଏ ।
  • ଆମ ଦେଶରେ ଏକ-ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳୀର ବ୍ୟବସ୍ଥା ରହିଛି। ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ଲୋକସଂଖ୍ୟା ପ୍ରାୟତଃ ସମାନ । ଗୋଟିଏ ନିର୍ବାଚନମଣ୍ଡଳୀରୁ ଜଣେ ମାତ୍ର ପ୍ରାର୍ଥୀ ନିର୍ବାଚିତ ହୁଅନ୍ତି । ଆମ ଦେଶରେ ଗୋପନୀୟ ମତଦାନ ବ୍ୟବସ୍ଥା ଫଳରେ ନିର୍ବାଚନ ଅବାଧ, ସ୍ବଚ୍ଛ ଏବଂ ଦୁର୍ନୀତିମୁକ୍ତ ହୋଇଥାଏ । ଗୋଟିଏ ନିର୍ବାଚନମଣ୍ଡଳୀର ସମସ୍ତ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରୁ ଯେଉଁ ପ୍ରାର୍ଥୀ ସର୍ବାଧ‌ିକ ‘ସିଦ୍ଧମତ’ ପାଇଥିବେ ସେ ନିର୍ବାଚିତ ଘୋଷିତ ହୁଅନ୍ତି । ଏବେ ଇଲେକ୍‌ଟ୍ରୋନିକ୍ସ ମତଦାନ ଯନ୍ତ୍ର ପ୍ରଚଳନ ହେଉଛି । ସ୍ୱାୟତ୍ତ ଶାସନ ସଂସ୍ଥାର ନିର୍ବାଚନ କାର୍ଯ୍ୟର ମତଦାନ ବ୍ୟବସ୍ଥା ‘ବ୍ୟାଲଟ୍‌ ପେପର’ ମାଧ୍ୟମରେ କରାଯାଉଛି ।
  • ଅନୁସୂଚିତ ଜାତି ଓ ଜନଜାତିମାନଙ୍କର ସ୍ଵାର୍ଥରକ୍ଷା ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭାରେ ସେମାନଙ୍କ ଜନସଂଖ୍ୟାର ଅନୁପାତ ଅନୁସାରେ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ହୋଇଛି । ସମ୍ବିଧାନର ୩୩୦ ଧାରାରେ ସେମାନଙ୍କ ପାଇଁ ଲୋକସଭାରେ, ୩୩୨ ଧାରାରେ ରାଜ୍ୟ ବିଧାନସଭାରେ ଓ ୭୩ତମ ଓ ୭୪ ତମ ସମ୍ବିଧାନ ସଂଶୋଧନ ଆଇନରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସ୍ୱାୟତ୍ତ ଶାସନ ସଂସ୍ଥାର ପ୍ରତିନିଧ୍ଵ ଚୟନ ବ୍ୟବସ୍ଥାରେ ଆସନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ନିର୍ବାଚନ ସମ୍ପର୍କିତ ସମସ୍ତ ବିବାଦ ସମାଧାନର କ୍ଷମତା ରାଜ୍ୟର ଉଚ୍ଚ ନ୍ୟାୟାଳୟ ଓ ଦେଶର ଉଚ୍ଚତମ ନ୍ୟାୟାଳୟ ଉପରେ ନ୍ୟସ୍ତ କରାଯାଇଛି ।
  • ଭାରତରେ ସାଧାରଣ ନିର୍ବାଚନ ପରିଚାଳନା ଦାୟିତ୍ଵ ଦେଶର ନିର୍ବାଚନ ଆୟୋଗ ଉପରେ ନ୍ୟସ୍ତ ରହିଛି। ନିର୍ବାଚନ ଆୟୋଗଙ୍କଦ୍ବାରା ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ କରାଯାଏ । ସେ ରିଟଣ୍ଡିଂ ଅଫିସରଙ୍କୁ ନିଯୁକ୍ତ କରନ୍ତି । ପ୍ରାର୍ଥୀମାନେ ନିର୍ବାଚନ ସଂପର୍କିତ ସମସ୍ତ ହିସାବପତ୍ର ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାନ୍ତି ।

(ଙ) ଆମ ଦେଶର ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟଗୁଡ଼ିକ ସଂକ୍ଷେପରେ ଆଲୋଚନା କର ।
Answer:

  • ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ:
    ଭାରତର ଲୋକସଭାର ୫୪୩ଟି ସ୍ଥାନ ପାଇଁ ନିର୍ବାଚନ କରାଯିବା ଉଦ୍ଦେଶ୍ୟରେ ସମଗ୍ର ଦେଶକୁ ୫୪୩ଟି ଏକ ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳୀରେ ବିଭକ୍ତ କରାଯାଇଛି । ମୁଖ୍ୟତଃ ଏହା ଜନସଂଖ୍ୟା ଉପରେ ଆଧାରିତ ଓ ପ୍ରତ୍ୟେକ ଜନଗଣନା ପରେ ଏହି କାର୍ଯ୍ୟ ‘ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ଆୟୋଗ’ଙ୍କଦ୍ଵାରା ସ୍ଥିର ହୋଇଥାଏ ।
  • ମତଦାତାଙ୍କ ପୂର୍ଣ୍ଣାଙ୍ଗ ନାମ ତାଲିକା:
    ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ କରାଯାଇଥାଏ । ଏଥ‌ିରେ ୧୮ ବର୍ଷରୁ ଊର୍ଦ୍ଧ୍ବ ଯୋଗ୍ୟ ସାବାଳକଙ୍କ ନାମ ଯୋଡ଼ାଯାଏ ଓ ମୃତ ମତଦାତାଙ୍କ ନାମ ତାଲିକାରୁ କଟାଯାଇ ନୂତନ ତାଲିକା ପ୍ରସ୍ତୁତ କରାଯାଏ ।
  • ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ଏବଂ ରିଟଣ୍ଡିଂ ଅଫିସର ଓ ନିର୍ବାଚନ ପ୍ରକ୍ରିୟାରେ ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ନିଯୁକ୍ତି:
    ରାଷ୍ଟ୍ରପତିଙ୍କ ଆଦେଶକ୍ରମେ ନିର୍ବାଚନ ଆୟୋଗ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ବିଚାରବିମର୍ଶ କରି ସାଧାରଣ ନିର୍ବାଚନର ତାରିଖ ଓ ଦିନ ଘୋଷଣା କରନ୍ତି । ରାଜ୍ୟ ବିଧାନସଭା କ୍ଷେତ୍ରରେ ରାଜ୍ୟପାଳଙ୍କ ଆଦେଶମତେ ନିର୍ଦ୍ଦିଷ୍ଟ ତାରିଖ ଓ ଦିନ ଘୋଷଣା କରାଯାଏ । ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ପାଇଁ ଜଣେ ରିଟଣ୍ଡିଂ ଅଫିସର ଓ ତିନିଜଣ ନିରପେକ୍ଷ ପରିଦର୍ଶକଙ୍କୁ ନିର୍ବାଚନ ଆୟୋଗ ନିଯୁକ୍ତ କରନ୍ତି । ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନଙ୍କୁ ମଧ୍ୟ ନିଯୁକ୍ତ କରାଯାଏ ।
  • ପ୍ରାର୍ଥୀ ମନୋନୟନ:
    ଦଳୀୟ ପ୍ରାର୍ଥୀମାନଙ୍କୁ ରାଜନୈତିକ ଦଳ ପକ୍ଷରୁ ଦଳୀୟ ଟିକେଟ ମିଳିଥାଏ । ସେମାନଙ୍କ ବ୍ୟତୀତ ନିର୍ଦ୍ଦଳୀୟ ସ୍ବାଧୀନ ପ୍ରାର୍ଥୀମାନେ ମଧ୍ୟ ନିର୍ବାଚନ ଲଢ଼ିପାରିବେ ।
  • ନାମାଙ୍କନ ପତ୍ର ଦାଖଲ:
    ନିର୍ବାଚନ ଆୟୋଗଙ୍କଦ୍ଵାରା ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା ହେଲାପରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାପାଇଁ ପ୍ରାର୍ଥୀମାନେ ନିର୍ଦ୍ଦିଷ୍ଟ ଫର୍ମରେ ସମସ୍ତ ତଥ୍ୟ ଲେଖୁ ରିଟଣ୍ଡିଂ ଅଫିସରଙ୍କ ନିକଟରେ ଦାଖଲ କରନ୍ତି ।
  • ଅମାନତ ଅର୍ଥରାଶି ଦାଖଲ:
    ପ୍ରତ୍ୟେକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥରାଶି ଅମାନତ ଭାବରେ ଦାଖଲ କରନ୍ତି । ଯଦି ଜଣେ ପ୍ରାର୍ଥୀଙ୍କୁ ସେହି ନିର୍ବାଚନମଣ୍ଡଳୀରୁ ମିଳିଥିବା ସମସ୍ତ ସିଦ୍ଧମତର ଏକ ଷକ୍ଷାଂଶ ସମର୍ଥନ ନ ମିଳେ; ତେବେ ସେ ଦାଖଲ କରିଥିବା ଅମାନତ ରାଶି କରନ୍ତି ।
  • ନାମାଙ୍କନ ପତ୍ର ଯାଞ୍ଚ:
    ପ୍ରାର୍ଥୀମାନଙ୍କଦ୍ୱାରା ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଶେଷ ହେବାପରେ ସମସ୍ତ ପ୍ରାର୍ଥୀଙ୍କ ଉପସ୍ଥିତିରେ ରିଟଣ୍ଡିଂ ଅଫିସର ମିଳିଥିବା ସମସ୍ତ ନାମାଙ୍କନ ପତ୍ରକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରନ୍ତି ।ଯେଉଁ ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ର ନିର୍ବାଚନ ଆଇନ ଅନୁସାରେ ବୈଧ ବା ସିଦ୍ଧ ଘୋଷିତ ହୋଇଥାଏ, ସେମାନଙ୍କର ଏକ ପୂର୍ଣାଙ୍ଗ ନାମତାଲିକା ରିଟର୍ଡିଂ ଅଫିସର ପ୍ରସ୍ତୁତ କରନ୍ତି ଓ ସର୍ବସାଧାରଣ ଜାଣିବାପାଇଁ ତାହା ଘୋଷଣା କରନ୍ତି ।
  • ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ନାମତାଲିକା ଘୋଷଣା:
    ନାମାଙ୍କନ ପତ୍ର ଯାଞ୍ଚ ଓ ବୈଧ ନାମାଙ୍କନ ପତ୍ରର ଏକ ପୂର୍ଣ୍ଣାଙ୍ଗ ନାମତାଲିକା ଘୋଷଣା କରାହେବା ପରେ ଯେ କୌଣସି ଇଚ୍ଛୁକ ପ୍ରାର୍ଥୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସ୍ଵଇଚ୍ଛାରେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଯଦି କୌଣସି ନିର୍ବାଚନମଣ୍ଡଳୀରୁ ଏକମାତ୍ର ସିଦ୍ଧ ପ୍ରାର୍ଥୀପତ୍ର ଚୂଡ଼ାନ୍ତ ହୋଇଥାଏ; ତେବେ ସେ ନିର୍ବ୍ବନ୍ଦ୍ବରେ ନିର୍ବାଚିତ ହୁଅନ୍ତି ଓ ସେଠାରେ ନିର୍ବାଚନ ହୁଏ ନାହିଁ ।
  • ନିର୍ବାଚନ ସଂକେତ ପ୍ରଦାନ:
    ପ୍ରତ୍ୟେକ ରାଜନୈତିକ ଦଳକୁ ନିର୍ବାଚନ ଆୟୋଗ ଦଳୀୟ ସଂକେତ ପ୍ରଦାନ କରନ୍ତି । ସ୍ଵାଧୀନ ପ୍ରାର୍ଥୀମାନେ ନିର୍ବାଚନ ଆୟୋଗଙ୍କଦ୍ବାରା ସ୍ବୀକୃତ ନିର୍ବାଚନ ସଂକେତଗୁଡ଼ିକ ମଧ୍ୟରୁ ନିଜ ପାଇଁ ଗୋଟିଏ ସଂକେତ ବାଛିବାର ବ୍ୟବସ୍ଥା ଥିଲେ ମଧ୍ୟ ନିର୍ବାଚନ ଆୟୋଗର ଏ ସମ୍ପର୍କିତ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥାଏ ।
  • ନିର୍ବାଚନ ପ୍ରଚାର ଅଭିଯାନ:
    ନିର୍ବାଚନ ପ୍ରଚାର ପାଇଁ ପ୍ରାୟ ୧୫ ଦିନ ସମୟ ମିଳିଥାଏ । ଏହି ପ୍ରଚାର ମତଦାନ ପାଇଁ ନିର୍ଦ୍ଧାରିତ ଦିନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୁଏ । ଏହି ସମୟରେ ପ୍ରତ୍ୟେକ ରାଜନୈତିକ ଦଳ ନିଜ ନିଜ ଦଳର ନିର୍ବାଚନ ଇସ୍ତାହାର ପ୍ରକାଶ କରନ୍ତି । ପ୍ରାଚୀରପତ୍ର, ବିଜ୍ଞାପନ, ଦୂରଦର୍ଶନରେ ବିତର୍କ, ସମ୍ବାଦପତ୍ରରେ ବାର୍ତ୍ତା ପ୍ରକାଶନ, ସାଧାରଣସଭା, ମ୍ୟାଲି ଇତ୍ୟାଦି ପ୍ରଚାର ବ୍ୟବସ୍ଥା ମାଧ୍ୟମରେ ନିର୍ବାଚନ ପ୍ରଚାର ହୁଏ ।
  • ଆଦର୍ଶ ଆଚରଣ ବିଧ୍:
    ନିର୍ବାଚନ ସମୟରେ ହିଂସାକାଣ୍ଡ ଓ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନକୁ ରୋକିବାରେ ଆଦର୍ଶ ଆଚରଣ ବିଧୂ ସହାୟକ ହୋଇଥାଏ । ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ବିଧ୍ ଲାଗୁ କରିଥାଆନ୍ତି ।
  • ମତଦାନ ବ୍ୟବସ୍ଥା:
    ମତଦାନ ପ୍ରକ୍ରିୟାକୁ ସୁଗମ ଓ ତ୍ରୁଟିଶୂନ୍ୟ କରିବାପାଇଁ ଏକାଧିକ ମତଦାନ କେନ୍ଦ୍ର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ସ୍ଥାପନ କରାଯାଇଥାଏ । ପ୍ରତ୍ୟେକ କେନ୍ଦ୍ରରେ ୭୦୦ ରୁ ୮୦୦ ମତଦାତା ନିଜର ମତଦାନ କରିବାପାଇଁ ବ୍ୟବସ୍ଥା ହୋଇଥାଏ । ଏହି କାର୍ଯ୍ୟ ପାଇଁ ପ୍ରିଜାଇଡିଂ ଅଫିସର ଓ ଏକାଧ୍ଵ ପୋଲିଂ ଅଫିସର ନିଯୁକ୍ତ ହୁଅନ୍ତି । ଭୋଟଦାତାମାନେ ଫଟୋ ପରିଚୟପତ୍ରଦ୍ଵାରା ସେମାନଙ୍କର ପରିଚୟ ସାବ୍ୟସ୍ତ କରାଇ ମତାମତ ପ୍ରଦାନ କରନ୍ତି । ମତଦାନର ସମୟସୀମା ସକାଳ ୭ ଘଟିକାରୁ ଅପରାହ୍ନ ୫ ଘଟିକା ମଧ୍ୟରେ ନିର୍ଦ୍ଧାରିତ ହୋଇଥାଏ ।
  • ସିଦ୍ଧମତ ଗଣତି ଏବଂ ଚୂଡ଼ାନ୍ତ ଫଳାଫଳ ଘୋଷଣା:
    ‘ଗୋଟିଏ ମତଦାତାର ଗୋଟିଏ ଭୋଟ’ ନୀତିରେ ଭୋଟଗଣନା କରାଯାଏ । ନାକଚ ହୋଇଥିବା ମତଦାନ ପତ୍ରକୁ ଗଣତି କରାଯାଏ ନାହିଁ । ସର୍ବାଧ‌ିକ ମତଦାତାଙ୍କର ସିଦ୍ଧମତ ସମର୍ଥନ ପାଇଥିବା ପ୍ରାର୍ଥୀଙ୍କୁ ବିଜୟୀ ସାର୍ଟିଫିକେଟ୍ ପ୍ରଦାନ କରାଯାଏ ।

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଚ) ନିର୍ବାଚନ ଆୟୋଗର ଗଠନ ଓ କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:

  • ଭାରତୀୟ ସମ୍ବିଧାନର ୩୨୪ ଧାରାରେ ଏକ ତିନି-ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗର ଗଠନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଏଥିରେ ଜଣେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ଦୁଇଜଣ ନିର୍ବାଚନ ଆୟୁକ୍ତ ଅଛନ୍ତି । ସେମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରନ୍ତି । ଆୟୁକ୍ତଙ୍କ କାର୍ଯ୍ୟକାଳ ୬ ବର୍ଷ ବା ସର୍ବାଧିକ ୬୫ ବର୍ଷ ବୟସ୍କ ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟ କରିପାରିବେ ।
  • ଭାରତୀୟ ସମ୍ବିଧାନର ଧାରା ୩୨୪ ରୁ ଧାରା ୩୨୮ ମଧ୍ୟରେ ନିର୍ବାଚନ ଆୟୋଗର କ୍ଷମତା ଓ କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ରହିଛି । ଭାରତର ସଂସଦ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ରାଜ୍ୟ ବିଧାନମଣ୍ଡଳର ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ବିଷୟର ତତ୍ତ୍ୱାବଧାନ, ପରିଚାଳନା ଦାୟିତ୍ବ ଓ ନିୟନ୍ତ୍ରଣ କ୍ଷମତା ନିର୍ବାଚନ ଆୟୋଗଙ୍କ ଉପରେ ନ୍ୟସ୍ତ ।
  • ନିର୍ବାଚନ ଆୟୋଗ ମତଦାତାଙ୍କୁ ନିର୍ବାଚନ ଫଟୋ ପରିଚୟପତ୍ର ପ୍ରଦାନ, ମତଦାତାଙ୍କ ନାମତାଲିକା ପ୍ରସ୍ତୁତି ଓ ସେଥ‌ିରେ ଆବଶ୍ୟକ ସଂଶୋଧନ, ନିର୍ବାଚନ ତାରିଖ ଓ ତତ୍‌ସମ୍ପର୍କିତ କାର୍ଯ୍ୟସୂଚୀ ବିଷୟରେ ବିଜ୍ଞପ୍ତି ଜାରି କରିବା, ରାଜନୈତିକ ଦଳମାନଙ୍କୁ ନିର୍ବାଚନ ସଂକେତ ଓ ଦଳୀୟ ସ୍ବୀକୃତି ପ୍ରଦାନ କରିବା, ପର୍ଯ୍ୟବେକ୍ଷକ ଓ ରିଟଣ୍ଡିଂ ଅଫିସର ନିଯୁକ୍ତି କରିବା ଆଦି କାର୍ଯ୍ୟ କରନ୍ତି ।
  • ନିର୍ବାଚନ ଆୟୋଗ ନିର୍ବାଚନ ପ୍ରକ୍ରିୟା ଚାଲୁହେବା ସମୟରେ ‘ଆଦର୍ଶ ଆଚରଣ ବିଧ୍’ ଲାଗୁ କରନ୍ତି । ଏହି ବିଧିକୁ ଭଙ୍ଗ କରୁଥିବା ପ୍ରାର୍ଥୀଙ୍କୁ ଦଣ୍ଡବିଧାନ କରନ୍ତି । ବିଭିନ୍ନ ରାଜନୈତିକ ଦଳକୁ ଦୂରଦର୍ଶନ ଓ ଆକାଶବାଣୀରେ ନିର୍ବାଚନ ପ୍ରଚାରର ସୁଯୋଗ ଦେବାପାଇଁ ସମୟସୀମା, ଦିନ ଓ ତାରିଖ ନିର୍ବାଚନ ଆୟୋଗ ଧାର୍ଯ୍ୟ କରନ୍ତି ।
  • ସେ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ କର୍ମଚାରୀଙ୍କୁ ନିଯୁକ୍ତି ଦିଅନ୍ତି । ପ୍ରାର୍ଥୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଖର୍ଚ୍ଚର ହିସାବ ଦାଖଲ ନ କଲେ, ନିର୍ବାଚନ ଆୟୋଗ ତାଙ୍କ ପାଇଁ ଦଣ୍ଡର ପରିମାଣ ଘୋଷଣା କରନ୍ତି । ସେ ନିର୍ବାଚନ ସମ୍ପର୍କିତ ସମସ୍ତ ବିବାଦର ସମାଧାନ କରନ୍ତି ।

(ଛ) ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କ’ଣ ?
Answer:

  • ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ମାଧ୍ୟମରେ ଜନମତ ସାବ୍ୟସ୍ତ ହୋଇଥାଏ । ଭାରତରେ ପ୍ରତି ୫ ବର୍ଷରେ ଥରେ ଲୋକସଭା ଓ ରାଜ୍ୟ ବିଧାନସଭାର ପୁନର୍ଗଠନ କରାଯାଏ ।
  • ସାଧାରଣ ନିର୍ବାଚନରେ ଯେଉଁ ଦଳ ସଂଖ୍ୟାଗରିଷ୍ଠତା ଲାଭକରେ, ସେହି ଦଳର ନେତା ବା ନେତ୍ରୀଙ୍କୁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରନ୍ତି । ସେହିପରି ରାଜ୍ୟ ବିଧାନସଭାର ସାଧାରଣ ନିର୍ବାଚନରେ ଯେଉଁ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିଥାଏ, ସେହି ଦଳର ନେତା ବା ନେତ୍ରୀଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ପ୍ରଦାନ କରନ୍ତି ।
  • କେନ୍ଦ୍ରରେ ଶାସନ କରୁଥିବା ଶାସକ ଦଳ ଲୋକସଭାରେ କିମ୍ବା ରାଜ୍ୟରେ ଶାସନ କରୁଥିବା ଶାସକ ଦଳ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହରାଇଲେ ସରକାର ପତନ ହୁଏ । ଏହିଭଳି କ୍ଷେତ୍ରରେ ଲୋକସଭା ବା ରାଜ୍ୟ ବିଧାନସଭା ତାହାର ସ୍ବାଭାବିକ କାର୍ଯ୍ୟକାଳ ଶେଷହେବା ପୂର୍ବରୁ ଭାଙ୍ଗିଯାଏ । ସେଥ‌ିପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ବ୍ୟବସ୍ଥା କରାଯାଇଛି ।
  • ପୂର୍ବରୁ ଭାରତରେ ବିଭିନ୍ନ ସମୟରେ ଲୋକସଭା ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରାଯାଇଛି ।

(ଜ) ଏକ-ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳୀ କହିଲେ କ’ଣ ବୁଝ ?
Answer:

  • ଭାରତରେ ପରୋକ୍ଷ ବା ପ୍ରତିନିଧୂମୂଳକ ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥା ରହିଛି । ଲୋକସଭାର ସଦସ୍ୟମାନେ ଲୋକମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।
  • ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ମାଧ୍ୟମରେ ଜନମତ ସାବ୍ୟସ୍ତ ହୋଇଥାଏ । ୧୮ ବର୍ଷରୁ ଊର୍ଦ୍ଧ ବୟସ୍କ ସାବାଳକ ନାଗରିକ ମତଦାନ ଅଧିକାର ଉପଭୋଗ କରୁଛନ୍ତି । ସମ୍ବିଧାନର ୩୨୬ ଧାରାରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି ।
  • ଭାରତରେ ଲୋକସଭା ଓ ପ୍ରତ୍ୟେକ ରାଜ୍ୟ ବିଧାନସଭାର ପୁନର୍ଗଠନ ପାଇଁ ପ୍ରତି ପାଞ୍ଚବର୍ଷରେ ଥରେ ନିର୍ବାଚନ କରାଯିବାର ବ୍ୟବସ୍ଥା ରହିଛି । ଗଣତାନ୍ତ୍ରିକ ସରକାରରେ ଜନକଲ୍ୟାଣ ବା ଜନମଙ୍ଗଳ ପାଇଁ ଆଇନ ପ୍ରଣୟନ କରିବା ଉଦ୍ଦେଶ୍ୟରେ ନିର୍ବାଚନ ମାଧ୍ୟମରେ ଲୋକମାନେ ସେମାନଙ୍କର ପ୍ରତିନିଧ୍ ଚୟନ କରନ୍ତି ।
  • ଭାରତର ଲୋକସଭାର ନିର୍ବାଚିତ ସାଂସଦଙ୍କ ସଂଖ୍ୟା ୫୪୩। ସେଥିପାଇଁ ଭାରତକୁ ୫୪୩ଟି ସଂସଦୀୟ ନିର୍ବାଚନମଣ୍ଡଳୀରେ ବିଭକ୍ତ କରାଯାଇଛି ।
  • ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ଜଣେ ଲେଖାଏଁ ପ୍ରତିନିଧୁ ନିର୍ବାଚିତ ହେଉଥ‌ିବାରୁ ସେଗୁଡ଼ିକୁ ଏକ-ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳୀ କୁହାଯାଏ ।

(ଝ) ନିର୍ବାଚନ ପ୍ରଚାର ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:

  • ପ୍ରାର୍ଥୀମାନଙ୍କର ଚୂଡ଼ାନ୍ତ ନାମତାଲିକା ଘୋଷଣା କରାଯିବା ପରେ ପରେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ ହୋଇଥାଏ । ସେଥ୍ପାଇଁ ପ୍ରାୟ ୧୫ ଦିନ ସମୟ ମିଳିଥାଏ ।
  • ଏହି ସମୟରେ ପ୍ରତ୍ୟେକ ରାଜନୈତିକ ଦଳ ନିଜ ନିଜ ଦଳର ‘ନିର୍ବାଚନ ଇସ୍ତାହାର’ ପ୍ରକାଶ କରନ୍ତି । ସେଥୁରେ ଦଳର ଆଭିମୁଖ୍ୟ, ଦଳୀୟ କାର୍ଯ୍ୟପନ୍ଥା ଓ ଦଳର ଭବିଷ୍ୟତ କାର୍ଯ୍ୟକ୍ରମ ଓ ନିର୍ବାଚନ ରଣକୌଶଳ ବିଷୟରେ ଉଲ୍ଲେଖ ଥାଏ । ସେହିପରି ନିର୍ଦ୍ଦଳୀୟ ସ୍ଵାଧୀନ ପ୍ରାର୍ଥୀମାନେ ନିଜ ନିଜର ବ୍ୟକ୍ତିଗତ ପ୍ରଚେଷ୍ଟାରେ ନିର୍ବାଚନ ପ୍ରଚାର ଅଭିଯାନ ଚଳାଇଥା’ନ୍ତି ।
  • ପ୍ରାଚୀରପତ୍ର, ବିଜ୍ଞାପନ, ଦୂରଦର୍ଶନରେ ବିତର୍କ, ସମ୍ବାଦପତ୍ରରେ ବାର୍ତ୍ତା ପ୍ରକାଶନ, ସାଧାରଣସଭା, ଇତ୍ୟାଦି ପ୍ରଚାର ବ୍ୟବସ୍ଥା ମାଧ୍ୟମରେ ନିର୍ବାଚନ ପ୍ରଚାର ହୁଏ ।
  • ବିଭିନ୍ନ ରାଜନୈତିକ ଦଳକୁ ଦୂରଦର୍ଶନ ଓ ଆକାଶବାଣୀ ମାଧ୍ୟମରେ ନିର୍ବାଚନ ପ୍ରଚାର କରିବାର ସୁବିଧା ଦିଆଯାଏ । ନିର୍ବାଚନ ଆୟୋଗ ଏଥିପାଇଁ ବିଭିନ୍ନ ଦଳ ପାଇଁ ନିର୍ଦ୍ଦିଷ୍ଟ ତାରିଖ ଓ ସମୟସୀମା ଧାର୍ଯ୍ୟ କରନ୍ତି । ପ୍ରାର୍ଥୀମାନେ ଘର ଘର ବୁଲି ଭୋଟ ପାଇବାପାଇଁ ଚେଷ୍ଟା କରନ୍ତି ।
  • ନିର୍ବାଚନ ପ୍ରଚାର ଅଭିଯାନ ମତଦାନ ପାଇଁ ନିର୍ଦ୍ଧାରିତ ଦିନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୁଏ ।

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଞ) ଏକ ସ୍ଵାଧୀନ ତଥା ମୁକ୍ତ ନିର୍ବାଚନର ପ୍ରତିବନ୍ଧକଗୁଡ଼ିକ କ’ଣ ?
Answer:
ନିମ୍ନୋକ୍ତଗୁଡ଼ିକ ଏକ ସ୍ବାଧୀନ ତଥା ମୁକ୍ତ ନିର୍ବାଚନର ପ୍ରତିବନ୍ଧକ ଅଟନ୍ତି; ଯଥା

  • ପ୍ରତିଦ୍ବନ୍ଦିତା ପାଇଁ ରାଜନୈତିକ ଦଳର ସଂଖ୍ୟା ବୃଦ୍ଧି ।
  • ପ୍ରତିଦ୍ବନ୍ଦୀଙ୍କ ସଂଖ୍ୟାରେ ଅସ୍ଵାଭାବିକ ବୃଦ୍ଧି ।
  • ନିର୍ବାଚନ ସମୟରେ ଅର୍ଧକ ସଂଖ୍ୟକ ରାଜନୈତିକ ହିଂସାଜନିତ କାର୍ଯ୍ୟକଳାପ ବୃଦ୍ଧି ।
  • ଅଧିକ ସଂଖ୍ୟକ ସ୍ଵାଧୀନ ପ୍ରାର୍ଥୀଙ୍କର ନିର୍ବାଚନରେ ଅଂଶଗ୍ରହଣ ।
  • ସରକାରଙ୍କର ନିର୍ବାଚନୀ ବ୍ୟୟ ବୃଦ୍ଧି ।
  • ପ୍ରତିଦ୍ଵନ୍ଦୀ ପ୍ରାର୍ଥୀମାନଙ୍କଦ୍ୱାରା ସୀମା ବହିର୍ଭୂତ ଗୋପନୀୟ ନିର୍ବାଚନଜନିତ ବ୍ୟୟାଧକ୍ୟ ।
  • ମାସାଧ୍ଵ ସମୟ ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ।
  • ଅର୍ଥବଳ ଓ ବାହୁବଳ ଇତ୍ୟାଦି ଅସାଧୁ ପନ୍ଥାର ଅବଲମ୍ବନ ହେତୁ କେତେକ ପ୍ରାର୍ଥୀଙ୍କର ନିର୍ବାଚନରେ ଜୟଲାଭର ଅଭିଯୋଗ ।
  • ନିର୍ବାଚନରେ ଅପରାଧୀକରଣ ବୃଦ୍ଧି ।

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦରେ ଲେଖ ।

(କ) ‘ମତଦାତାଙ୍କ ନିର୍ବାଚନ ପରିଚୟ ପତ୍ର’ କ’ଣ ?
Answer:

  • ମତଦାତାଙ୍କୁ ନିର୍ବାଚନ ଆୟୋଗଙ୍କ ତରଫରୁ ‘ମତଦାତା ନିର୍ବାଚନ ପରିଚୟ ପତ୍ର’ ମିଳିଥାଏ ।
  • ଏହି ପରିଚୟ ପତ୍ର ଦେଖାଇ ଜଣେ ମତଦାତା ଭୋଟ ଗ୍ରହଣ କେନ୍ଦ୍ରରେ ନିଜର ପରିଚୟ ସାବ୍ୟସ୍ତ କଲାପରେ ମତ ପ୍ରଦାନ କରନ୍ତି । ଏହି ମତଦାତାଙ୍କ ପରିଚୟପତ୍ରରେ ନାମ, ପିତା/ସ୍ଵାମୀଙ୍କ ନାମ, ଲିଙ୍ଗ, ବୟସ, ଠିକଣା, ଫଟୋ ଓ ପରିଚୟପତ୍ର ପ୍ରଦାନକାରୀଙ୍କ ଦସ୍ତଖତ ଥାଏ ।

(ଖ) ନିର୍ବାଚନମଣ୍ଡଳୀର ସୀମା କିଏ ନିର୍ଦ୍ଧାରଣ କରନ୍ତି ଓ କିପରି ?
Answer:

  • ‘ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ଆୟୋଗ’ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ କରନ୍ତି ।
  • ପ୍ରାୟତଃ ପ୍ରତ୍ୟେକ ଜନଗଣନା ପରେ ଜନସଂଖ୍ୟା ଅନୁସାରେ ରାଜ୍ୟମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସଂଖ୍ୟକ ବିଧାନସଭା ଓ ଲୋକସଭା ଆସନ ପାଇଁ ନିର୍ବାଚନମଣ୍ଡଳୀର ସୀମା ସ୍ଥିର ହୁଏ ।

(ଗ) ପରୋକ୍ଷ ନିର୍ବାଚନ ପଦ୍ଧତି କ’ଣ ? ଏହା ପ୍ରତ୍ୟକ୍ଷ ନିର୍ବାଚନଠାରୁ କିପରି ଭିନ୍ନ ?
Answer:

  • ପ୍ରତ୍ୟକ୍ଷ ନିର୍ବାଚନରେ ସମସ୍ତ ମତଦାତା ସିଧାସଳଖ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ନିଜର ମତଦାନ କରିଥାଆନ୍ତି ଏବଂ ନିଜର ପ୍ରତିନିଧିମାନଙ୍କୁ ନିର୍ବାଚିତ କରିଥାଆନ୍ତି ।
  • କିନ୍ତୁ ପରୋକ୍ଷ ନିର୍ବାଚନରେ ଲୋକପ୍ରତିନିଧୂ ସଭାର ସଦସ୍ୟମାନେ ଅନ୍ୟ ଲୋକ ପ୍ରତିନିଧୁମାନଙ୍କୁ ନିର୍ବାଚିତ କରନ୍ତି ।

(ଘ) ନାମାଙ୍କନପତ୍ର ଯାଞ୍ଚ କ’ଣ ଏବଂ ଏହା କାହିଁକି କରାଯାଏ ?
Answer:

  • ପ୍ରାର୍ଥୀମାନେ ନିର୍ବାଚନ ଆୟୋଗଙ୍କଦ୍ଵାରା ନିର୍ଦ୍ଦିଷ୍ଟ ଫର୍ମରେ ନାମାଙ୍କନପତ୍ର ଦାଖଲ କରନ୍ତି । ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଶେଷହେବା ପରେ ସମସ୍ତ ପ୍ରାର୍ଥୀଙ୍କ ଉପସ୍ଥିତିରେ ରିଟଣ୍ଡିଂ ଅଫିସର ନାମାଙ୍କନପତ୍ରଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥା’ନ୍ତି ।
  • ପ୍ରାର୍ଥୀମାନଙ୍କର ଯୋଗ୍ୟତା ଏବଂ ନିୟମ ମୁତାବକ ସମସ୍ତ କାଗଜପତ୍ର ଏହି ନାମାଙ୍କନପତ୍ର ସହିତ ଦାଖଲ କରାଯାଇଛି କି ନାହିଁ, ତାହା ଯାଞ୍ଚ କରାଯାଏ । ଯେଉଁ ପ୍ରାର୍ଥୀମାନଙ୍କର ନାମାଙ୍କନପତ୍ର ନିର୍ବାଚନ ଆଇନ ଅନୁସାରେ ବୈଧ ବା ସିଦ୍ଧ ଘୋଷିତ ହୁଏ, ସେମାନଙ୍କର ଏକ ନାମତାଲିକା ପ୍ରକାଶ ପାଏ । ସେମାନେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରନ୍ତି ।

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଙ) ରାଜ୍ୟ ନିର୍ବାଚନ ଆୟୋଗର ଗଠନ ବିଷୟରେ ଲେଖ ।
Answer:

  • ରାଜ୍ୟ ନିର୍ବାଚନ ଆୟୋଗ ଏକ ସଦସ୍ୟ ବିଶିଷ୍ଟ । ତାଙ୍କୁ ରାଜ୍ୟପାଳ ନିଯୁକ୍ତି ଦିଅନ୍ତି ।
  • ତାଙ୍କ କାର୍ଯ୍ୟକାଳ ଏବଂ କାର୍ଯ୍ୟ ସର୍ଭାବଳୀ ରାଜ୍ୟ ବିଧାନମଣ୍ଡଳଦ୍ଵାରା ପ୍ରଣୀତ ଆଇନ ଅନୁଯାୟୀ ସ୍ଥିର ହୁଏ । ତାଙ୍କର କାର୍ଯ୍ୟକାଳର ସର୍ବାଧ୍ଵ ବୟସସୀମା ୬୨ ବର୍ଷ ।

(ଚ) ‘ଆଦର୍ଶ ଆଚରଣ ବିଧ୍ୱଂ’ ସମ୍ପର୍କରେ ଯାହା
Answer:

  • ନିର୍ବାଚନ ସମୟରେ ନିର୍ବାଚନ ଆୟୋଗ ‘ଆଦର୍ଶ ଆଚରଣ ବିଧ୍’ ଲାଗୁ କରିଥାଆନ୍ତି । ଏହା ହିଂସାକାଣ୍ଡ ଓ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନକୁ ରୋକିବାରେ ସହାୟକ ହୋଇଥାଏ । ପ୍ରତ୍ୟେକ ପ୍ରାର୍ଥୀ ଓ ରାଜନୈତିକ ଦଳ ଏହା ମାନିବାକୁ ବାଧ୍ୟ । ଆଚରଣ ବିଧ୍ଵ ଭଙ୍ଗ ଅଭିଯୋଗରେ ପ୍ରାର୍ଥୀଙ୍କୁ ନିର୍ବାଚନ ଆୟୋଗ ଦଣ୍ଡିତ ଜାଣିଛ ଲେଖ ।
  • ନିର୍ବାଚନ ପ୍ରଚାର କାର୍ଯ୍ୟରେ ସରକାରୀ ଗାଡ଼ି ଓ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରାଯାଏ ନାହିଁ ।

(ଛ) ‘ସାବାଳକ ମତଦାନ’ ପ୍ରଥା କହିଲେ, ତୁମେ କ’ଣ ବୁଝ ?
Answer:

  • ସାର୍ବଜନୀନ ସାବାଳକ ମତଦାନ ପ୍ରଥା ହେଉଛି ଭାରତୀୟ ନିର୍ବାଚନ ବ୍ୟବସ୍ଥାର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ।
  • ଏହି ପ୍ରଥା ଅନୁସାରେ ଜାତି, ଧର୍ମ, ଲିଙ୍ଗ, ସମ୍ପତ୍ତି ଓ ଜନ୍ମସ୍ଥାନ ନିର୍ବିଶେଷରେ ୧୮ ବର୍ଷ ବା ତଦୂର୍ଣ୍ଣ ବୟସରେ ଉପନୀତ ପ୍ରତ୍ୟେକ ଭାରତୀୟ ସାବାଳକ ନାଗରିକ ନିଜର ମତଦାନ ସାବ୍ୟସ୍ତ କରିବାର ଅଧିକାର ଲାଭ କରିଥା’ନ୍ତି । ସମ୍ବିଧାନର ୩୨୬ ଧାରାରେ ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ରହିଛି ।

(ଜ) ଭାରତର ରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ?
Answer:

  • ନେଇ ଗଠିତ ଏକ ‘ନିର୍ବାଚକ ମଣ୍ଡଳୀ’ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରନ୍ତି ।
  • ସଂସଦର ଉଭୟ ଗୃହର ନିର୍ବାଚିତ ସଦସ୍ୟ ଏବଂ ରାଜ୍ୟ ବିଧାନସଭାମାନଙ୍କର ନିର୍ବାଚିତ ସଦସ୍ୟମାନଙ୍କୁ ନେଇ ଗଠିତ ଏକ ‘ନିର୍ବାଚକ ମଣ୍ଡଳୀ’ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରନ୍ତି ।

(ଝ) କେଉଁ ଆଇନ ବଳରେ ନିର୍ବାଚନ କାର୍ଯ୍ୟ ସମାହିତ ହୁଏ ?
Answer:
ସଂସଦର ଲୋକପ୍ରତିନିଧୂ ଆଇନ ୧୯୫୦ ଓ ୧୯୫୧ ବଳରେ ନିର୍ବାଚନ କାର୍ଯ୍ୟ ସମାହିତ ହୁଏ ।

(ଞ) କେଉଁ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରାଯାଏ ?
Answer:
ନିର୍ବାଚନମଣ୍ଡଳୀର ରିଟଣ୍ଡିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରାଯାଏ ।

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

୩ ।. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଲେଖାଏଁ ବାକ୍ୟରେ ଲେଖ ।

(କ) ‘ଅମାନତ ଅର୍ଥରାଶି’ କ’ଣ ?
Answer:
ପ୍ରତ୍ୟେକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଜମା କରିଥା’ନ୍ତି, ଯାହାକୁ ‘ଅମାନତ ଅର୍ଥରାଶି’ କୁହାଯାଏ ।

(ଖ) ‘ମତଦାତାଙ୍କ ନାମ ତାଲିକା’ କାହାକୁ କୁହାଯାଏ ?
Answer:
କୌଣସି ଭୋଟଗ୍ରହଣ କେନ୍ଦ୍ରରେ ଯେଉଁମାନେ ମତଦାନ କରିବେ ସେମାନଙ୍କର ଏକ ତାଲିକା ନିର୍ବାଚନ ଆୟୋଗଙ୍କଦ୍ବାରା ପ୍ରସ୍ତୁତ ହୋଇଥାଏ, ଯାହାକୁ ମତଦାତାଙ୍କ ନାମ ତାଲିକା କୁହାଯାଏ ।

(ଗ) ‘ଆପେକ୍ଷିକ ସଂଖ୍ୟା ଗରିଷ୍ଠତା’ କହିଲେ ତୁମେ କ’ଣ ବୁଝ ?
Answer:
ଗୋଟିଏ ନିର୍ବାଚନମଣ୍ଡଳୀର ସମସ୍ତ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରୁ ଯେଉଁ ପ୍ରାର୍ଥୀ ସର୍ବାଧ‌ିକ ‘ସିଦ୍ଧମତ’ ପାଇଥୁବେ, ସେ ନିର୍ବାଚିତ ଘୋଷିତ ହେବେ – ଏହାକୁ ଆପେକ୍ଷିକ ସଂଖ୍ୟା ଗରିଷ୍ଠତା କୁହାଯାଏ ।

(ଘ) ନିର୍ବାଚନ ସମ୍ବନ୍ଧୀୟ ବିବାଦର ଚୂଡ଼ାନ୍ତ ନିଷ୍ପତ୍ତି କିଏ ନିଅନ୍ତି ?
Answer:
ନିର୍ବାଚନ ସମ୍ବନ୍ଧୀୟ ବିବାଦର ଚୂଡ଼ାନ୍ତ ନିଷ୍ପତ୍ତି ସର୍ବୋଚ୍ଚ ନ୍ୟାୟାଳୟ ନିଅନ୍ତି ।

(ଙ) ନାମାଙ୍କନ ପତ୍ର ସହିତ ପ୍ରାର୍ଥୀ ଅନ୍ୟ କି ପ୍ରକାର କାଗଜପତ୍ର ଦାଖଲ କରନ୍ତି ?
Answer:
ପ୍ରାର୍ଥୀ ନାମାଙ୍କନ ପତ୍ର ସହିତ ନିଜର ଆୟର ପରିମାଣ ଓ ନିଜ ବିରୋଧରେ ଥିବା ଫୌଜଦାରୀ ମୋକଦ୍ଦମାର ସୂଚନା ଦାଖଲ କରନ୍ତି ।

(ଚ) ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରାର୍ଥୀମାନେ କାହା ନିକଟରେ ନାମାଙ୍କନ ପତ୍ର ଦାଖଲ କରନ୍ତି ?
Answer:
ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରାର୍ଥୀମାନେ ଉପ-ଜିଲ୍ଲାପାଳ, ସଂପୃକ୍ତ ଉପଖଣ୍ଡରେ ଥ‌ିବା ନିର୍ବାଚନମଣ୍ଡଳୀ ପାଇଁ ଥ‌ିବା ରିଟଣ୍ଡିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରନ୍ତି ।

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଛ) ରାଜ୍ୟ ନିର୍ବାଚନ ଆୟୋଗଙ୍କଦ୍ବାରା କେଉଁ ନିର୍ବାଚନ ପରିଚାଳିତ ହୁଏ ?
Answer:
ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କର ତଥା ପୌରସଂସ୍ଥାମାନଙ୍କର ନିର୍ବାଚନ ପରିଚାଳନା କାର୍ଯ୍ୟ ରାଜ୍ୟ ନିର୍ବାଚନ ଆୟୋଗ ପରିଚାଳନା କରନ୍ତି ।

(ଜ) ମୁଖ୍ୟ ନିର୍ବାଚନ ଆୟୁକ୍ତ କେଉଁ ପ୍ରଣାଳୀରେ ପଦଚ୍ୟୁତ ହୁଅନ୍ତି ?
Answer:
ସର୍ବୋଚ୍ଚ ନ୍ୟାୟାଳୟର ଜଣେ ବିଚାରପତି ଯେଉଁ କାରଣରୁ ପଦଚ୍ୟୁତ ହୋଇଥା’ନ୍ତି, ସେହି କାରଣରୁ ସଂସଦର ପ୍ରତ୍ୟେକ ସଦନର ସ୍ବତନ୍ତ୍ର ସଂଖ୍ୟାଗରିଷ୍ଠ ସାଂସଦଙ୍କ ସମର୍ଥନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ପଦଚ୍ୟୁତ ହୁଅନ୍ତି ।

(ଝ) ଉପ-ନିର୍ବାଚନ କେତେବେଳେ କରାଯାଏ ?
Answer:
ଲୋକସଭା ବା ବିଧାସଭାର କୌଣସି ନିର୍ବାଚିତ ସଦସ୍ୟଙ୍କ ଇସ୍ତଫା କିମ୍ବା ମୃତ୍ୟୁ ହେତୁ ବା ତାଙ୍କର ନିର୍ବାଚନ ଅସିଦ୍ଧ ଘୋଷିତ ହେଲେ, ସେହି ଶୂନ୍ୟ ପଡ଼ିଥ‌ିବା ସଦସ୍ୟ ପଦ ପୂରଣ ପାଇଁ ଉପ-ନିର୍ବାଚନ କରାଯାଏ ।

(ଞ) ନିର୍ବାଚନ ଆୟୋଗର ଆୟୁକ୍ତଙ୍କୁ କିଏ ନିଯୁକ୍ତି କରନ୍ତି ?
Answer:
ନିର୍ବାଚନ ଆୟୋଗର ଆୟୁକ୍ତଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି ।

୪।. ନିମ୍ନରେ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।

(କ) ଗଣତନ୍ତ୍ର ହେଉଛି ‘‘ଲୋକମାନଙ୍କର, ଲୋକମାନଙ୍କଦ୍ୱାରା, ଲୋକମାନଙ୍କ ପାଇଁ ସରକାର’’ । ଏହା କିଏ କହିଥିଲେ ?
(କ) ମହାତ୍ମା ଗାନ୍ଧି
(ଖ) ଆବ୍ରାହମ୍ ଲିଙ୍କନ୍
(ଗ) ପଣ୍ଡିତ ଜବାହରଲାଲ ନେହେରୁ
(ଘ) ଡଃ ବି.ଆର୍. ଆମ୍ବେଦକର

(ଖ) ଭାରତରେ ଜଣେ ମତଦାତାଙ୍କର ସର୍ବନିମ୍ନ ବୟସସୀମା କେତେ ବର୍ଷ ?
(କ) ୨୧ ବର୍ଷ
(ଖ) ୨୦ ବର୍ଷc
(ଗ) ୧୯ ବର୍ଷ
(ଘ) ୧୮ ବର୍ଷ

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଗ) ନିମ୍ନୋକ୍ତ ଉକ୍ତି ମଧ୍ୟରୁ ଠିକ୍ ଉକ୍ତିକୁ ବାଛି ଲେଖ ।
(କ) ଭାରତରେ ଲୋକସଭାର ସଦସ୍ୟମାନେ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।
(ଖ) ରାଜ୍ୟ ବିଧାନସଭାର ସଦସ୍ୟମାନେ ପରୋକ୍ଷ ନିର୍ବାଚନଦ୍ଵାରା ନିର୍ବାଚିତ ହୁଅନ୍ତି
(ଗ) ଭାରତର ରାଷ୍ଟ୍ରପତି ପ୍ରତ୍ୟକ୍ଷ ନିର୍ବାଚନରେ ନିର୍ବାଚିତ ହୁଅନ୍ତି ।
(ଘ) ଲୋକସଭା ପାଇଁ ନିର୍ବାଚନ ବ୍ୟବସ୍ଥାରେ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ସୁବିଧା ଅଛି ।

(ଘ) ଭାରତର ନିର୍ବାଚନ ଆୟୋଗରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବ୍ୟତୀତ ଆଉ କେତେଜଣ ଆୟୁକ୍ତ ଅଛନ୍ତି ?
(କ) ୧
(ଖ) ୨
(ଗ) ୩
(ଘ) ୪

(ଙ) ନିମ୍ନୋକ୍ତ କେଉଁ ଉକ୍ତିଟି ନିର୍ବାଚନ ପରିଚାଳନାର ଆବଶ୍ୟକତା ସମ୍ପର୍କରେ ଠିକ୍ କାରଣ ନୁହେଁ ?
(କ) ନିର୍ବାଚନ ଜରିଆରେ ମତଦାତା ସରକାରଙ୍କର ସଫଳତାର ବିଚାର କରନ୍ତି ।
(ଖ) ନିଜ ମନପସନ୍ଦର ଲୋକପ୍ରତିନିଧ୍ ଚୟନ ନିର୍ବାଚନ ଜରିଆରେ କରାଯାଏ ।
(ଗ) ନିର୍ବାଚନ ମାଧ୍ୟମରେ ନ୍ୟାୟପାଳିକାର ସଫଳତାର ମୂଲ୍ୟାୟନ କରାଯାଏ ।
(ଘ) ମତଦାତା ନିର୍ବାଚନ ଜରିଆରେ ଦଳୀୟ ନୀତିକୁ ସମର୍ଥନ ଜଣାନ୍ତି ।

(ଚ) ନିମ୍ନୋକ୍ତ କେଉଁଟି ନିର୍ବାଚନ ଅଧିକାରୀଙ୍କର କାର୍ଯ୍ୟ ପରିସରଭୁକ୍ତ ନୁହେଁ ?
(କ) ନିର୍ବାଚନ ପ୍ରଚାର
(ଖ) ମତଦାନ ପ୍ରକ୍ରିୟା
(ଗ) ମତ- ଗଣତ ପ୍ରକ୍ରିୟା
(ଘ) ଫଳାଫଳ ଘୋଷଣା

ଛ) ନିମ୍ନୋକ୍ତ କେଉଁଟି ଆଦର୍ଶ ଆଚରଣ ବିଧ୍ ଉଲ୍ଲଙ୍ଘନ କରୁଅଛି ?
(କ) ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜଣେ ମନ୍ତ୍ରୀ ଏକ ପ୍ରକଳ୍ପ ଉଦ୍‌ଘାଟନ କଲେ ।
(ଖ) ମତଦାତାଙ୍କ ନାମ ତାଲିକାରେ ୨୦,୦୦୦ ମତଦାତାଙ୍କର ନାମ ଜାଲ ଅଟେ ବୋଲି ତଦନ୍ତରୁ
(ଗ) ନିର୍ବାଚନ ପ୍ରଚାର ସଭାରେ ପ୍ରାର୍ଥୀଙ୍କ ବିରୋଧୀଙ୍କଦ୍ୱାରା କଳାପତାକା ପ୍ରଦର୍ଶନ ।
(ଘ) ଦୂରଦର୍ଶନରେ ନିର୍ବାଚନ ପ୍ରଚାର ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ନିଜର ମତାମତ ରଖୁବାକୁ ମାତ୍ର ୧୦ ମିନିଟ୍ ସମୟ ପ୍ରଦାନ କରାଯାଇଛି ।

(କ) ନିମ୍ନୋକ୍ତ କେଉଁଟି ସୁସ୍ଥ ନିର୍ବାଚନ ପ୍ରକ୍ରିୟାର ବିରୋଧୀ ?
(କ) ନିର୍ବାଚନ ପ୍ରକ୍ରିୟାରେ ହିଂସାତ୍ମକ କାର୍ଯ୍ୟ
(ଖ) ମତଦାତାଙ୍କ ନାମ ତାଲିକାର ଠିକ୍ ସଂଶୋଧନ
(ଗ) ମତଦାତାଙ୍କ ନାମ ତାଲିକାର ଠିକ୍ ସଂଶୋଧନ
(ଘ) ନିର୍ବାଚନ ପ୍ରକ୍ରିୟାରେ ନିଯୁକ୍ତ ଅଧିକାରୀଙ୍କୁ ନିଜ ଦାୟିତ୍ଵ ସମ୍ପାଦନରେ ଜନସାଧାରଣଙ୍କର ସହଯୋଗ ପ୍ରଦାନ

(ଝ) ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ନିମ୍ନୋକ୍ତଙ୍କ ମଧ୍ୟରୁ କିଏ ନିଯୁକ୍ତ କରନ୍ତି ?
(କ) ରାଷ୍ଟ୍ରପତି
(ଖ) ପ୍ରଧାନମନ୍ତ୍ରୀ
(ଗ) ଭାରତର ମୁଖ୍ୟ ବିଚାରପତି
(ଘ) ରାଜ୍ୟପାଳ

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଞ) ରାଜ୍ୟସଭାର ସଦସ୍ୟ ନିର୍ବାଚନ ପ୍ରକ୍ରିୟାରେ ନିମ୍ନୋକ୍ତଙ୍କ ମଧ୍ୟରୁ କିଏ ମତଦାନ କରନ୍ତି ?
(କ) ରାଜ୍ୟ ବିଧାନସଭାର ସଦସ୍ୟ
(ଖ) ଜିଲ୍ଲା ପରିଷଦର ଅଧ୍ୟକ୍ଷ
(ଗ) ଲୋକସଭାର ସାଂସଦ
(ଘ) ରାଜ୍ୟ ବିଧାନ ପରିଷଦର ସଦସ୍ୟ

(ଟ) ଇଲେକ୍‌ଟ୍ରୋନିକ୍ ଭୋଟିଂ ମେସିନ୍‌ର ବ୍ୟବହାର କାହିଁକି ଫଳପ୍ରଦ ନୁହେଁ ?
(କ) ମତଦାନ ପ୍ରକ୍ରିୟା ତ୍ଵରାନ୍ବିତ ହୁଏ ।
(ଖ) ମତଦାନ ଓ ମତ ଗଣତି ପ୍ରକ୍ରିୟାରେ ସ୍ୱଚ୍ଛତା ରହେ ।
(ଗ) ଏଥରେ ଯାନ୍ତ୍ରିକ ଗୋଳମାଳ ଘଟିବାର ସମ୍ଭାବନା ନଥାଏ ।
(ଘ) ଏହି ଯନ୍ତ୍ରରେ ମତଦାତାଙ୍କର ମତଦାନ ଦୀର୍ଘଦିନ ପର୍ଯ୍ୟନ୍ତ ନିରାପଦ ଓ ସୁରକ୍ଷିତ ରହେ ।

(୦) ନିମ୍ନୋକ୍ତ କେଉଁ ନିର୍ବାଚନରେ ଦଳୀୟ ସଂକେତ ବ୍ୟବହୃତ ହୁଏ ନାହିଁ ?
(କ) ସରପଞ୍ଚ ପଦ ପାଇଁ ନିର୍ବାଚନ
(ଖ) ଲୋକସଭାର ସାଂସଦ ପଦ ପାଇଁ ନିର୍ବାଚନ
(ଗ) ରାଜ୍ୟ ବିଧାନସଭାର ବିଧାୟକ ପଦ ପାଇଁ ନିର୍ବାଚନ
(ଘ) ପଞ୍ଚାୟତ ସମିତି ସଦସ୍ୟ ପଦ ପାଇଁ ନିର୍ବାଚନ

(ଡ) ଓଡ଼ିଶାର ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କୁ ନିମ୍ନୋକ୍ତ ମଧ୍ଯରୁ କିଏ ନିଯୁକ୍ତ କରନ୍ତି ?
(କ) ରାଜ୍ୟପାଳ
(ଖ) ମୁଖ୍ୟମନ୍ତ୍ରୀ
(ଗ) ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି
(ଘ) ରାଜ୍ୟ ବିଧାନସଭାର ବାଚସ୍ପତି

(‍ଢ) ଲୋକସଭାର ସଦସ୍ୟ ନିର୍ବାଚନରେ ନିମ୍ନୋକ୍ତ କେଉଁଟି ପର୍ଯ୍ୟବେକ୍ଷକଙ୍କ କାର୍ଯ୍ୟ ପରିସରଭୁକ୍ତ ନୁହେଁ ?
(କ) ନିର୍ବାଚନ ପ୍ରକ୍ରିୟାର ମତଦାନ ଓ ମତ ଗଣନା ବ୍ୟବସ୍ଥା ତଦାରଖ ଏବଂ ନିର୍ବାଚନ ଆୟୁକ୍ତଙ୍କୁ ରିପୋର୍ଟ ପ୍ରଦାନ
(ଖ) ନାମାଙ୍କନ ପତ୍ର ଦାଖଲ
(ଗ) ନାମାଙ୍କନ ପତ୍ର ପ୍ରତ୍ୟାହାର
(ଘ) ପ୍ରାର୍ଥୀଙ୍କ ଦଳୀୟ ସଂକେତ ପ୍ରଦାନ

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

Answers:
(କ) (ଖ) ଆବ୍ରାହମ୍ ଲିଙ୍କନ
(ଖ) (ଘ) ୧୮ ବର୍ଷ
(ଗ) (କ)ଭାରତରେ ଲୋକସଭାର ସଦସ୍ୟମାନେ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।
(ଘ) (ଖ) ୨
(ଙ) (ଗ) ନିର୍ବାଚନ ମାଧ୍ୟମରେ ନ୍ୟାୟପାଳିକାର ସଫଳତାର ମୂଲ୍ୟାୟନ କରାଯାଏ ।
(ଚ) (କ) ନିର୍ବାଚନ ପ୍ରଚାର
(ଛ) (କ) ନିର୍ବାଚନ ତାରିଖ ଘୋଷଣା ହେବାପରେ ଜଣେ ମନ୍ତ୍ରୀ ଏକ ପ୍ରକଳ୍ପ ଉଦ୍‌ଘାଟନ କଲେ ।
(ଜ) (କ) ନିର୍ବାଚନ ପ୍ରକ୍ରିୟାରେ ହିଂସାତ୍ମକ କାର୍ଯ୍ୟ
(ଝ) (କ) ରାଷ୍ଟ୍ରପତି
(ଞ) (କ) ରାଜ୍ୟ ବିଧାନସଭାର ସଦସ୍ୟ
(ଟ) (ଗ) ଏଥରେ ଯାନ୍ତ୍ରିକ ଗୋଳମାଳ ଘଟିବାର ସମ୍ଭାବନା ଥାଏ ।
(କ) ସରପଞ୍ଚ ପଦ ପାଇଁ ନିର୍ବାଚନ
(୦) (କ) ରାଜ୍ୟପାଳ
(ଢ଼) (ଘ) ପ୍ରାର୍ଥୀଙ୍କୁ ଦଳୀୟ ସଂକେତ ପ୍ରଦାନ

BSE Odisha 10th Class History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

Odisha State Board BSE Odisha 10th Class History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା Textbook Exercise Questions and Answers.

BSE Odisha Class 10 History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ମହାତ୍ମା ଗାନ୍ଧିଙ୍କ ଦାଣ୍ଡିଯାତ୍ରା ସମ୍ପର୍କରେ ବର୍ଣ୍ଣନା କର ।
Answer:

  • ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରି ସାବରମତୀ ଆଶ୍ରମଠାରୁ ବାହାରି ୨୪୧ ମାଇଲ୍ ଦୂର ଦାଣ୍ଡି ନାମକ ସ୍ଥାନକୁ ୭୮ ଜଣ କଂଗ୍ରେସ କର୍ମୀଙ୍କ ସହ ଲବଣ ଆଇନ ଭଙ୍ଗ କରିବାପାଇଁ ଯାତ୍ରା କରିଥିଲେ ।
  • ଏହି ଯାତ୍ରାପଥରେ ବିଭିନ୍ନ ସ୍ଥାନରେ ପୁରୁଷ ମହିଳା ନିର୍ବିଶେଷରେ ଅନେକ ନେତା ଓ ସାଧାରଣ ଜନତା ଗାନ୍ଧିଜୀଙ୍କୁ ସମ୍ବଦ୍ଧିତ କରିଥିଲେ ଓ ତାଙ୍କ ସହିତ ଯୋଗ ଦେଇଥିଲେ ।
  • ସାବରମତୀଠାରୁ ଦାଣ୍ଡି ପର୍ଯ୍ୟନ୍ତ ଗାନ୍ଧିଜୀଙ୍କ ପଦଯାତ୍ରା ଐତିହାସିକ ‘ଦାଣ୍ଡିଯାତ୍ରା’ ଭାବରେ ପ୍ରସିଦ୍ଧ ।
  • ୧୯୩୦ ମସିହା ଏପ୍ରିଲ୍ ୬ ତାରିଖ ସକାଳେ ଗାନ୍ଧିଜୀ ଲୁଣ ମାରିବା ଉଦ୍ଦେଶ୍ୟରେ ଦାଣ୍ଡି ସମୁଦ୍ର ଉପକୂଳରେ ମୁଠାଏ ବାଲି ଉଠାଇଲେ ।
  • ଏହାଦ୍ଵାରା ସରକାରଙ୍କ ପ୍ରଚଳିତ ଲବଣ ଆଇନ ଭଙ୍ଗ ହେଲା ଏବଂ ସମଗ୍ର ଦେଶବାସୀଙ୍କୁ ଆଇନ ଅମାନ୍ୟ ଆନ୍ଦୋଳନର ସଙ୍କେତ ପ୍ରଦାନ କରାଗଲା ।

BSE Odisha 10th Class History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଖ) ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ କ’ଣ ଥିଲା ଏବଂ ଏହା କେବେ ଘୋଷଣା କରାଯାଇଥିଲା ?
Answer:

  • ୧୯୩୦ ମସିହା ଏପ୍ରିଲ ୯ ତାରିଖରେ ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା । ସେଥ‌ିରେ ନିମ୍ନଲିଖୂ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଥିଲା ।
  • ଲବଣ ଆଇନ ଭଙ୍ଗ କରି ଲବଣ ତିଆରି କରାଯିବ ।
  • ମଦ ଦୋକାନ, ଅଫିମ ବିକ୍ରୟ ସ୍ଥାନ ଓ ବିଦେଶୀ ଲୁଗା ବ୍ୟବସାୟୀଙ୍କ ଦୋକାନ ଆଗରେ ସତ୍ୟାଗ୍ରହ କରାଯିବ ଓ ଯୁବକଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଚରଖାରେ ସୂତା କାଟିବେ ।
  • ବିଦେଶୀ ଲୁଗାରେ ଅଗ୍ନି ସଂଯୋଗ କରାଯିବ ଓ ଅସ୍ପୃଶ୍ୟତା ବର୍ଜନ କରାଯିବ ।
  • ଛାତ୍ରମାନେ ସରକାରୀ ସ୍କୁଲ୍ ଓ କଲେଜ ପରିତ୍ୟାଗ କରିବେ, ସରକାରୀ କର୍ମଚାରୀମାନେ ଚାକିରିରୁ ଇସ୍ତଫା ଦେବେ ଏବଂ ଓକିଲମାନେ ଆଇନ ବ୍ୟବସାୟ ତ୍ୟାଗ କରିବେ ଓ ଏହି ସମସ୍ତ କାର୍ଯ୍ୟକ୍ରମ ସତ୍ୟ ଏବଂ ଅହିଂସାତ୍ମକ ପନ୍ଥାରେ ସମ୍ପାଦିତ ହେବ ।

(ଗ) ଗାନ୍ଧି-ଇର୍‌ଉଇନ୍ ଚୁକ୍ତି କେବେ ସମ୍ପାଦିତ ହୋଇଥିଲା ଏବଂ ଏହାର ଫଳାଫଳ କ’ଣ ଥିଲା ?
Answer:

  • ୧୯୩୧ ମସିହା ମାର୍ଚ୍ଚ ୫ ତାରିଖରେ ଗାନ୍ଧି-ଇରଉଇନ୍ ଚୁକ୍ତି ସମ୍ପାଦିତ ହୋଇଥିଲା ।
  • ଏହି ଚୁକ୍ତି ଅନୁସାରେ ଇଂରେଜ ସରକାର ସମସ୍ତ ଦମନମୂଳକ ଆଇନ ପ୍ରତ୍ୟାହାର କରିଥିଲେ ଏବଂ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିଥିଲେ ।
  • ସରକାର ସରକାରୀ କର୍ମଚାରୀମାନଙ୍କ ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ଫେରସ୍ତ କରିଥିଲେ ଏବଂ ଇସ୍ତଫା ଦେଇଥିବା କର୍ମଚାରୀଙ୍କ ପ୍ରତି କୋହଳ ନୀତି ଗ୍ରହଣ କଲେ ।
  • ଉପକୂଳବର୍ତ୍ତୀ ଗ୍ରାମଗୁଡ଼ିକର ଅଧିବାସୀଙ୍କୁ ନିଜ ବ୍ୟବହାର ପାଇଁ ଲୁଣ ଉତ୍ପାଦନ କରିବାର ଅଧିକାର ଦିଆଗଲା ।
  • ଜାତୀୟ କଂଗ୍ରେସ ଆଇନ ଅମାନ୍ୟ ଆନ୍ଦୋଳନକୁ ସ୍ଥଗିତ ରଖିପାଇଁ ତଥା ଦ୍ବିତୀୟ ଗୋଲଟେବୁଲ ବୈଠକରେ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କଲା ।

BSE Odisha 10th Class History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଘ) ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସମ୍ପର୍କରେ ବର୍ଣ୍ଣନା କର ।
Answer:

  • ଓଡ଼ିଶାର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସମଗ୍ର ଭାରତରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା ।
  • ଦାଣ୍ଡି ଲବଣ ଆଇନ ଭଙ୍ଗ କରିବା ଦିନ ଓଡ଼ିଶାରେ ୨୧ ଜଣ ସତ୍ୟାଗ୍ରହୀ ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ କଟକ ସ୍ବରାଜ ଆଶ୍ରମରୁ ଇଞ୍ଚୁଡ଼ି ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ ।
  • ଏପ୍ରିଲ୍ ୮ରେ ଚାନ୍ଦୋଳଠାରେ ଗୋପବନ୍ଧୁ ଚୌଧୁରୀ ଗିରଫ ହେବାପରେ ଆଚାର୍ଯ୍ୟ ହରିହର ପଦଯାତ୍ରାର ନେତୃତ୍ୱ ନେଇ ୧୯୩୦ ମସିହା ଏପ୍ରିଲ୍ ୧୨ ତାରିଖରେ ଇଞ୍ଚୁଡ଼ିଠାରେ ପହଞ୍ଚିଲେ ।
  • ଏହି ଇଞ୍ଚୁଡ଼ି ପଦଯାତ୍ରାରେ ରମାଦେବୀ, ମାଳତୀ ଦେବୀ, କୋକିଳା ଦେବୀ, ଜାହ୍ନବୀ ଦେବୀ ଓ ସୁଭଦ୍ରା ମହତାବ ଆଦି ନାରୀନେତ୍ରୀମାନେ ଯୋଗ ଦେଇଥିଲେ ।
  • ଏପ୍ରିଲ୍ ୧୩ ତାରିଖରେ ଆଚାର୍ଯ୍ୟ ହରିହର ଇଞ୍ଚୁଡ଼ିଠାରେ ଲବଣ ଆଇନ ଭଙ୍ଗ କଲେ ଓ ୭ ନିଜର ଜଣ କର୍ମୀଙ୍କ ସହ ଗିରଫ ହୋଇଥିଲେ । ଏହି ପ୍ରସଙ୍ଗରେ କୁହାଯାଇଥାଏ ଯେ ‘ଇଞ୍ଚୁଡ଼ି ହେଉଛି ଦ୍ବିତୀୟ ଦାଣ୍ଡି’ ।

(ଙ) ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଓଡ଼ିଶାର ଶ୍ରୀଜଙ୍ଗ ଗ୍ରାମରେ ସଙ୍ଗଠିତ କରବିରୋଧୀ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କର ।
Answer:

  • ଆଇନ ଅମାନ୍ୟ ଆନ୍ଦୋଳନର ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଥିଲା ଚୌକିଦାରୀ କରର ବିରୋଧ ।
  • ଇଞ୍ଚୁଡ଼ି ନିକଟସ୍ଥ ଶ୍ରୀଜଙ୍ଗ ଅଞ୍ଚଳରେ ଗୌରମୋହନ ଦାସ ଓ ବିଦ୍ୟାଧର ରଥଙ୍କ ନେତୃତ୍ୱରେ ୧୯୩୧ ମସିହା ମେ’ ମାସରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା ।
  • ଚୌକିଦାର ତଥା ଦଫାଦାରମାନଙ୍କୁ ଇଂରେଜ ସରକାରଙ୍କ ଗୋଲାମୀ ନ କରିବାପାଇଁ କୁହାଗଲା । ଏଥିରେ ଉଦ୍‌ବୁଦ୍ଧ ହୋଇ କେତେକ ଚୌକିଦାର ଚାକିରିରୁ ଇସ୍ତଫା ଦେଲେ ।
  • ଏହି ଆନ୍ଦୋଳନକୁ ଦମନ କରିବାପାଇଁ ପୋଲିସ୍ କେତେକ ନେତାଙ୍କୁ ଗିରଫ କଲାପରେ ଗ୍ରାମବାସୀମାନେ ପୋଲିସ୍ ବାହିନୀକୁ ମାରଧର କରିବାରୁ ୫୪ ଜଣ ବ୍ୟକ୍ତିଙ୍କୁ ଗିରଫ କରାଗଲା ।
  • ସେଠାରେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସମ୍ପତ୍ତି ଲୁଟ୍ ସହିତ ଗ୍ରାମବାସୀଙ୍କ ଉପରେ ଛ’ହଜାର ଟଙ୍କାର ଶାସ୍ତିମୂଳକ କରଭାର ଲଦି ଦିଆଯାଇଥିଲା ।

୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ଜାତୀୟ କଂଗ୍ରେସ କାହିଁକି ସାଇମନ୍ କମିଶନ୍‌କୁ ବର୍ଜନ କରିବାପାଇଁ ନିଷ୍ପତ୍ତି ନେଇଥିଲା ?
Answer:

  • ସାଇମନ୍ କମିଶନ୍‌ରେ ସାତଜଣ ସଦସ୍ୟ ଥିଲେ; ମାତ୍ର ସେଥିରେ ଜଣେ ହେଲେ ଭାରତୀୟ ନ ଥିଲେ ।
  • ଏହା ସମସ୍ତ ଭାରତୀୟଙ୍କୁ ଅପମାନଜନକ ବୋଧହେଲା, ତେଣୁ ଜାତୀୟ କଂଗ୍ରେସ ଏହି କମିଶନ୍‌କୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲା ।

BSE Odisha 10th Class History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଖ) ଭାରତୀୟ ଜାତୀୟ କଂଗ୍ରେସର ୧୯୨୯ ମସିହାର ଲାହୋର ଅଧ୍ବବେଶନ କାହିଁକି ଗୁରୁତ୍ଵପୂର୍ଣ ?
Answer:

  • ୧୯୨୯ ମସିହାର ଲାହୋର କଂଗ୍ରେସ ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବମାନ ଗୃହୀତ ହୋଇଥିଲା; ଯଥା – ‘ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ’ ଏବଂ ‘୧୯୩୦ ମସିହା ଜାନୁୟାରୀ ୨୬ ତାରିଖ’କୁ ଭାରତର ପ୍ରଥମ ସ୍ଵାଧୀନତା ଦିବସଭାବେ ପାଳନ କରିବା ନିଷ୍ପତ୍ତି ଇତ୍ୟାଦି ।
  • ଏହି ଅଧ୍ଵବେଶନରେ ଆଇନ ଅମାନ୍ୟ ଆନ୍ଦୋଳନ କରିବାପାଇଁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

(ଗ) ଗାନ୍ଧିଜୀ କାହିଁକି ଆଇନ ଅମାନ୍ୟ ଆନ୍ଦୋଳନର ଡାକରା ଦେଲେ ?
Answer:

  • ଗାନ୍ଧିଜୀ ୧୧ ଦଫା ସମ୍ବଳିତ ଏକ ଶାସନ ସଂସ୍କାର ଚିଠା ପ୍ରସ୍ତୁତ କରି ଇଂରେଜ ସରକାରଙ୍କ ଆଗରେ ଉପସ୍ଥାପନ କରିଥିଲେ ଓ ଏହାକୁ ଗ୍ରହଣ ନକଲେ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ବୋଲି ଜଣାଇ ଦେଇଥିଲେ ।
  • ମାତ୍ର ବଡ଼ଲାଟ୍ ଲର୍ଡ଼ ଇର୍‌ଉଇନ୍ ଗାନ୍ଧିଜୀଙ୍କର ପ୍ରସ୍ତାବକୁ ଗ୍ରହଣ ନ କରିବାକୁ ୧୯୩୦ ମସିହାରେ ଗାନ୍ଧି ଆଇନ ଅମାନ୍ୟ ଆନ୍ଦୋଳନର ଡାକରା ଦେଇଥିଲେ ।

(ଘ) ବ୍ରିଟିଶ୍ ସରକାର କେବେ ଓ କାହିଁକି ପ୍ରଥମ ଗୋଲଟେବୁଲ ବୈଠକ ଡକାଇଥିଲେ ?
Answer:

  • ବ୍ରିଟିଶ୍ ସରକାର ଅନୁଭବ କଲେ ଯେ ଶକ୍ତି ପ୍ରୟୋଗଦ୍ଵାରା ଭାରତରେ ଆନ୍ଦୋଳନକୁ ଦମନ କରିବା ଅସମ୍ଭବ ।
  • ତେଣୁ ଭାରତ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବାପାଇଁ ବ୍ରିଟିଶ୍ ସରକାର ୧୯୩୦ ମସିହାରେ ପ୍ରଥମ ଗୋଲଟେବୁଲ ବୈଠକ ଡକାଇଥିଲେ ।

(ଙ) ଦ୍ଵିତୀୟ ଗୋଲଟେବୁଲ ବୈଠକରେ ମହାତ୍ମା ଗାନ୍ଧି କାହିଁକି ଅସନ୍ତୋଷ ପ୍ରକାଶ କଲେ ?
Answer:

  • ଏଥିରେ ଭାରତୀୟମାନଙ୍କର ଦାବିକୁ ଉପେକ୍ଷା କରାଯାଇ ହିନ୍ଦୁ, ମୁସଲମାନ ଓ ହରିଜନଙ୍କ ପାଇଁ ସ୍ବତନ୍ତ୍ର ନିର୍ବାଚନମଣ୍ଡଳୀର ବ୍ୟବସ୍ଥା ରଖାଗଲା ।
  • ତେଣୁ ଏଥରେ ଗାନ୍ଧି ଅସନ୍ତୋଷ ପ୍ରକାଶ କରିଥିଲେ ।

(ଚ) ଗାନ୍ଧିଜୀ କାହିଁକି ସ୍ଥଗିତ ଥିବା ଆଇନ ଅମାନ୍ୟ ଆନ୍ଦୋଳନର ପୁନରାରମ୍ଭ କଲେ ?
Answer:

  • ୧୯୩୧ ମସିହା ଏପ୍ରିଲ୍ ମାସରେ ଲର୍ଡ଼ ୱିଲିଙ୍ଗ୍‌ଡ଼ନ୍ ଭାରତର ଭାଇସ୍‌ୟ ହେବାପରେ ଗାନ୍ଧି-ଇରଉଇନ୍ ଚୁକ୍ତିର କେତେକ ବ୍ୟବସ୍ଥାକୁ ଉପେକ୍ଷା କଲେ ଏବଂ ଭାରତର ସ୍ଵାଧୀନତା ଆନ୍ଦୋଳନ ପ୍ରତି କଠୋର ନୀତି ଅବଲମ୍ବନ କଲେ ।
  • ଏହି ଦମନମୂଳକ ଅଧ୍ୟାଦେଶ ପ୍ରତ୍ୟାହାର କରିବା ଏବଂ ପୂର୍ଣ୍ଣ ସ୍ବରାଜ ହାସଲ ଦିଗରେ ଆନ୍ଦୋଳନ କରିବାପାଇଁ ଗାନ୍ଧିଜୀଙ୍କର ଅନୁରୋଧକୁ ୱିଲିଙ୍ଗଡ଼ନ୍ ପ୍ରତ୍ୟାଖ୍ୟାନ କରିବାରୁ ଗାନ୍ଧି ସ୍ଥଗିତ ଥିବା ଆଇନ ଅମାନ୍ୟ ଆନ୍ଦୋଳନକୁ ପୁନରାରମ୍ଭ କରିଥିଲେ ।

BSE Odisha 10th Class History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଛ) ୧୯୩୩ ମେ’ ମାସରେ ଗାନ୍ଧିଜୀ କାହିଁକି ଏକୋଇଶ ଦିନିଆ ଅନଶନ ଘୋଷଣା କଲେ ?
Answer:
୧୯୩୩ ମେ ମାସରେ ହରିଜନ ସମସ୍ୟା ଉପରେ ଗୁରୁତ୍ଵ ଦେବାପାଇଁ ଓ ସହଯୋଗୀମାନଙ୍କର ମନର ଶୁଦ୍ଧିକରଣ ପାଇଁ ଗାନ୍ଧିଜୀ ଏକୋଇଶ ଦିନିଆ ଅନଶନ ଘୋଷଣା କରିଥିଲେ ।

(ଜ) ଦ୍ବିତୀୟ ପର୍ଯ୍ୟାୟ ଆଇନ ଅମାନ୍ୟ ଆନ୍ଦୋଳନ କେବେ ସ୍ଥଗିତ ରଖାଗଲା ଏବଂ କେବେ ପ୍ରତ୍ୟାହୃତ ହେଲା ?
Answer:

  • ଦ୍ଵିତୀୟ ପର୍ଯ୍ୟାୟ ଆଇନ ଅମାନ୍ୟ ଆନ୍ଦୋଳନ ୧୯୩୩ ମସିହା ମେ’ ମାସରେ ସ୍ଥଗିତ ରଖାଯାଇଥିଲା ।
  • ଏହି ଆନ୍ଦୋଳନକୁ ୧୯୩୪ ମସିହା ଏପ୍ରିଲ ମାସରେ ଔପଚାରିକ ଭାବେ ପ୍ରତ୍ୟାହାର କରାଗଲା ।

(ଝ) କୁଜଙ୍ଗଠାରେ ସତ୍ୟାଗ୍ରହରେ କେଉଁମାନେ ନେତୃତ୍ବ ନେଇଥିଲେ ?
Answer:

  • କୁଜଙ୍ଗଠାରେ ସତ୍ୟାଗ୍ରହରେ ନାରାୟଣ ବୀରବର ସାମନ୍ତ, ରମାଦେବୀ ଓ ମାଳତୀ ଦେବୀ ନେତୃତ୍ୱ ନେଇଥିଲେ ।
  • ଏମାନଙ୍କ ବ୍ୟତୀତ ରାଣୀ ଭାଗ୍ୟବତୀ ପାଟମହାଦେଈ ମଧ୍ୟ ଏହି ଆନ୍ଦୋଳନର ଯୋଗଦାନ କରିଥିଲେ ।

(ଞ) ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ‘ବାନରସେନା’ର ଭୂମିକା କ’ଣ ଥିଲା ?
Answer:

  • ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ୧୬ ବର୍ଷରୁ କମ୍ବବୟସ୍କ ପିଲାମାନେ ସତ୍ୟାଗ୍ରହୀରୂପେ କାର୍ଯ୍ୟ କରିଥିଲେ । ସେମାନଙ୍କୁ ‘ବାନରସେନା’ କୁହାଯାଉଥିଲା ।
  • ଏହି ବାନରସେନାର ପିଲାମାନେ ଲୁଗା ଦୋକାନ, ମଦ ଦୋକାନ ଆଗରେ ଧାରଣା ଦେବା ଓ ପ୍ରଚାରପତ୍ର ବାଣ୍ଟିବା କାର୍ଯ୍ୟରେ ସାହାଯ୍ୟ କରୁଥିଲେ ଓ ପୋଲିସ୍‌ର ବେତମାଡ଼ ମଧ୍ଯ ଖାଉଥିଲେ ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ସାଇମନ୍ କମିଶନ୍ କାହିଁକି ଭାରତ ଆସିଥିଲେ ?
Answer:
୧୯୧୯ ଭାରତ ଶାସନ ଆଇନର କାର୍ଯ୍ୟକାରିତା ଅନୁଧ୍ୟାନ କରିବାପାଇଁ ସାଇମନ୍ କମିଶନ୍ ଭାରତ ଆସିଥିଲେ ।

BSE Odisha 10th Class History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଖ) ସାଇମନ୍ କମିଶନ୍ କେଉଁଦିନ ଭାରତରେ ପହଞ୍ଚିଲେ ?
Answer:
୧୯୨୮ ମସିହା ଫେବୃଆରୀ ୩ ତାରିଖ ଦିନ ସାଇମନ୍ କମିଶନ୍ ଭାରତରେ ପହଞ୍ଚିଲେ ।

(ଗ) ୧୯୨୯ ମସିହାର କେଉଁ ତାରିଖରେ ଲାହୋରଠାରେ ସ୍ଵାଧୀନତାର ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା ?
Answer:
୧୯୨୯ ମସିହା ଡିସେମ୍ବର ୩୧ ତାରିଖରେ ଲାହୋରଠାରେ ସ୍ୱାଧୀନତାର ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା ।

(ଘ) କେଉଁଠାରେ ଜନତା ଜଙ୍ଗଲ ଆଇନ ଅମାନ୍ୟ କରିଥିଲେ ?
Answer:
ମହାରାଷ୍ଟ୍ରରେ ଜନତା ଜଙ୍ଗଲ ଆଇନ ଅମାନ୍ୟ କରିଥିଲେ ।

(ଙ) ‘ଖୁଦାଇ ଖୁବ୍‌ମତଗାର’ର ପ୍ରତିଷ୍ଠାତା କିଏ ?
Answer:
‘ଖୁଦାଇ ଖ୍ଦ୍‌ମତଗାର’ର ପ୍ରତିଷ୍ଠାତା ଥିଲେ ଖାନ୍ ଅବଦୁଲ ଗଫର୍ ଖାନ୍ ।

(ଚ) ଦ୍ଵିତୀୟ ଗୋଲ୍ଟେବୁଲ ବୈଠକ କେବେଠାରୁ କେବେ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ?
Answer:
ଦ୍ଵିତୀୟ ଗୋଲଟେବୁଲ ବୈଠକ ୧୯୩୧ ମସିହା ସେପ୍ଟେମ୍ବର ୭ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଲଣ୍ଡନରେ ଅନୁଷ୍ଠିତ ହୋଇଥଲା ।

(ଛ) କୁଜଙ୍ଗଠାରେ କେବେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଥିଲା ?
Answer:
କୁଜଙ୍ଗଠାରେ ୧୯୩୦ ମସିହା ମେ ୮ ତାରିଖରେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଥିଲା ।

BSE Odisha 10th Class History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(କ) କିଏ ପୁରୀ ଜିଲ୍ଲାରେ ଲବଣ ସତ୍ୟାଗ୍ରହର ନେତୃତ୍ଵ ନେଇଥିଲେ ?
Answer:
ପୁରୀ ଜିଲ୍ଲାରେ ପଣ୍ଡିତ ନୀଳକଣ୍ଠ ଦାସ ଓ ଜଗନ୍ନାଥ ରଥ ଲବଣ ସତ୍ୟାଗ୍ରହର ନେତୃତ୍ଵ ନେଇଥିଲେ ।

(ଝ) ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ବିଦେଶୀ ମଦ ଦୋକାନ ଆଗରେ ବିକ୍ଷୋଭ କରି କେଉଁ ଦୁଇଜଣ ନାରୀନେତ୍ରୀ ବେତ୍ରାଘାତର ଶିକାର ହୋଇଥିଲେ ?
Answer:
ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ବିଦେଶୀ ମଦ ଦୋକାନ ଆଗରେ ବିକ୍ଷୋଭ କରି ନାରୀନେତ୍ରୀ ରମାଦେବୀ ଓ ସରଳାଦେବୀ ବେତ୍ରାଘାତର ଶିକାର ହୋଇଥିଲେ ।

(ଞ) ଆଇନ ଅମାନ୍ୟ ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ଓଡ଼ିଶାର କେଉଁ ସମ୍ବାଦପତ୍ରଗୁଡ଼ିକ ଉପରେ କଟକଣା ଜାରି କରାଯାଇଥିଲା ?
Answer:
ଆଇନ ଅମାନ୍ୟ ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ସମ୍ବାଦପତ୍ର ‘ସମାଜ’, ‘ପ୍ରଜାତନ୍ତ୍ର’ ଓ ‘ଆଶା’ ଉପରେ କଟକଣା ଜାରି କରାଯାଇଥିଲା ।

୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ସାଇମନ୍ କମିଶନ୍ ଭାରତର କେଉଁ ସହରରେ ପହଞ୍ଚିଲା ?
(i) ଦିଲ୍ଲୀ
(iii) ମୁମ୍ବାଇ
(ii) ଲାହୋର
(iv) କୋଳ୍‌କତା
Answer:
(iii) ମୁମ୍ବାଇ

BSE Odisha 10th Class History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଖ) ଲକ୍ଷ୍ନୌଠାରେ ସାଇମନ୍ କମିଶନ୍ ବିରୋଧୀ ଶୋଭାଯାତ୍ରାକାରୀଙ୍କ ମଧ୍ୟରୁ କିଏ ପୋଲିସ୍ ଲାଠିମାଡ଼ର ଶିକାର ହୋଇଥିଲେ ?
(i) ସୁଭାଷଚନ୍ଦ୍ର ବୋଷ
(iii) ଲାଲା ଲଜପତ୍ ରାୟ
(ii) ମହାତ୍ମା ଗାନ୍ଧି
(iv) ଗୋବିନ୍ଦବଲ୍ଲଭ ପଛ
Answer:
(iv) ଗୋବିନ୍ଦବଲ୍ଲଭ ପନ୍ଥ

(ଗ) ଦ୍ଵିତୀୟ ଗୋଲ୍‌ଟେବୁଲ୍ ବୈଠକରେ କିଏ ଅଧ୍ୟକ୍ଷତା କରିଥିଲେ ?
(i) ଲର୍ଡ଼ ଇର୍‌ଉଇନ୍
(ii) ରାମ୍‌ ମାକ୍‌ନାଲ୍‌ଡ୍
(iii) ଉଇନ୍‌ଷ୍ଟନ୍‌ ଚର୍ଚ୍ଚିଲ୍
(iv) ପଞ୍ଚମ ଜର୍ଜ
Answer:
(ii) ରାମ୍‌ ମାକ୍ସୋନାଲ୍‌ଡ୍

(ଘ) ଦଳିତ ଶ୍ରେଣୀ ପାଇଁ ପୃଥକ୍ ନିର୍ବାଚନମଣ୍ଡଳୀ ଘୋଷଣା ପ୍ରତ୍ୟାହାର ଦାବିରେ ଗାନ୍ଧିଜୀ କେବେଠାରୁ ଅନଶନ ଆରମ୍ଭ କରିଥିଲେ ?
(i) ୧୯୩୧ ସେପ୍ଟେମ୍ବର ୭
(ii) ୧୯୩୧ ଡିସେମ୍ବର ୨୮
(iii) ୧୯୩୨ ସେପ୍ଟେମ୍ବର ୨୦
(iv) ୧୯୩୫ ଅଗଷ୍ଟ ୨
Answer:
(iii) ୧୯୩୨ ସେପ୍ଟେମ୍ବର ୨୦

(ଙ) ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ଵ ଦିଆଯାଇଥିଲା ?
(i) କଟକ
(ii) ପୁରୀ
(iii) ବାଲେଶ୍ଵର
(iv) କାକଟପୁର
Answer:
(iii) ବାଲେଶ୍ଵର

BSE Odisha 10th Class History Solutions Chapter 3 ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

୫| ପାଠରେ ଦିଆଯାଇଥିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

BSE Odisha 10th Class History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

Odisha State Board BSE Odisha 10th Class History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ Textbook Exercise Questions and Answers.

BSE Odisha Class 10 History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ଖୁଲାଫତ୍ ଆନ୍ଦୋଳନ କାହିଁକି ହୋଇଥିଲା ଏବଂ ଏହାର ପରିଚାଳନା ପାଇଁ ଗଠିତ କମିଟିରେ କେଉଁମାନେ ସଦସ୍ୟ ରହିଥିଲେ ?
Answer:

  • ପ୍ରଥମ ବିଶ୍ବଯୁଦ୍ଧରେ ତୁର୍କୀ ମିତ୍ରଶକ୍ତି ବିରୋଧରେ ଯୁଦ୍ଧ କରିଥିଲା । ଯୁଦ୍ଧ ସମୟରେ ତୁର୍କୀ ସାମ୍ରାଜ୍ୟକୁ ବିଭାଜିତ କରିଦିଆଗଲା ।
  • ତୁର୍କୀ ପ୍ରତି ଏତାଦୃଶ ବ୍ୟବହାର ପାଇଁ ଭାରତୀୟ ମୁସଲମାନମାନେ ବ୍ୟଥ୍‌ତ ଓ କ୍ରୋଧାନ୍ଵିତ ହେଲେ ।
  • ତୁର୍କୀର ସୁଲତାନ ଥିଲେ ମୁସଲମାନମାନଙ୍କ ଧର୍ମଗୁରୁ ବା ଖଲିଫା । ଖଲିଫାଙ୍କୁ ସମ୍ମାନ ଦେଖାଇ ଭାରତରେ ଯେଉଁ ଆନ୍ଦୋଳନ ହୋଇଥିଲା, ତାହାକୁ ଖୁଲାଫତ୍ ଆନ୍ଦୋଳନ କୁହାଯାଏ ।
  • ଏହି ଆନ୍ଦୋଳନରେ ନେତୃତ୍ୱ ସୌକତ୍ ଅଲ୍ଲୀ ଓ ମହମ୍ମଦ ଅଲ୍ଲୀ ନାମକ ଦୁଇ ଭାଇ ନେଇଥିଲେ ।
  • ଏହାର ପରିଚାଳନାପାଇଁ ଗଠିତ କମିଟିରେ ଅଲ୍ଲୀ ଭ୍ରାତାଦ୍ବୟ, ଆବୁଲ କାଲାମ ଆଜାଦ୍, ହକିମ୍ ହଜ୍‌ମଲ୍ ଖାଁ ଓ ହସରତ୍ ମୋହାନୀ ସଦସ୍ୟ ଥିଲେ ।

BSE Odisha 10th Class History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

(ଖ) ଖୁଲାଫତ୍ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଭୂମିକା ଆଲୋଚନା କର ।
Answer:

  • ମହାତ୍ମା ଗାନ୍ଧି ହିନ୍ଦୁ ଓ ମୁସଲମାନମାନଙ୍କୁ ଏକତ୍ର କରିବା ସହିତ ଜାତୀୟ ଆନ୍ଦୋଳନର ଭିତ୍ତିଭୂମିକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ଖୁଲାଫତ୍ ଆନ୍ଦୋଳନକୁ ସମର୍ଥନ କରିଥିଲେ ।
  • ୧୯୧୯ ମସିହା ନଭେମ୍ବର ମାସରେ ଗାନ୍ଧିଜୀ ନିଷ୍ଫଳ ଭାରତ ଖୋଲାଫତ୍ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହେଲେ ।
  • ଗାନ୍ଧିଜୀଙ୍କ ପରାମର୍ଶକ୍ରମେ ନିଷ୍ଫଳ ଭାରତ ଖୋଲାଫତ୍ କମିଟି ଅସହଯୋଗ କାର୍ଯ୍ୟକ୍ରମ ଗ୍ରହଣ କରି ଆନ୍ଦୋଳନ ଆରମ୍ଭ କରିଥିଲା ।
  • ଇଂରେଜ ସରକାରଙ୍କ ସହିତ ସମ୍ପର୍କ ଛିନ୍ନ କରିବାପାଇଁ ଗାନ୍ଧିଜୀଙ୍କ ନେତୃତ୍ବରେ ଖୁଲାଫତ୍ କମିଟି ନିଷ୍ପଭି ନେଇଥିଲା ।
  • ମୁସଲିମ୍ ଲିଗ୍ ଓ ଭାରତୀୟ ଜାତୀୟ କଂଗ୍ରେସ ଖୁଲାଫତ୍ ଆନ୍ଦୋଳନକୁ ସମର୍ଥନ କରିଥିଲେ ।

(ଗ) ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ କ’ଣ ଥିଲା ?
Answer:

  • ଅସହଯୋଗ ଆନ୍ଦୋଳନର ମୂଳ ନୀତି ଥିଲା ଇଂରେଜ ଅନୁଷ୍ଠାନ ଓ ବିଦେଶୀ ଦ୍ରବ୍ୟ ବର୍ଜନ କରିବା ସହିତ ଇଂରେଜ ସରକାରଙ୍କୁ ଅଚଳ କରିଦେବା ।
  • ୧୯୧୯ ମସିହାର ଭାରତ ଶାସନ ଆଇନ ଅନୁଯାୟୀ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ଏବଂ ସରକାରୀ ଉତ୍ସବକୁ ବର୍ଜନ କରିବା ।
  • ସମସ୍ତ ପ୍ରକାର ସରକାରୀ ଉପାଧ୍ ଫେରସ୍ତ କରିବା ଓ ସରକାରୀ ପଦବୀରୁ ଇସ୍ତଫା ଦେବା ।
  • ଆଇନଜୀବୀଙ୍କଦ୍ବାରା ବିଚାରାଳୟ ବର୍ଜନ ଏବଂ ଛାତ୍ରମାନଙ୍କଦ୍ୱାରା ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବର୍ଜନ କରିବା ।
  • ବିଦେଶୀ ଦ୍ରବ୍ୟ ତଥା ବିଦେଶୀ ଲୁଗା ବର୍ଜନ କରିବା ଥିଲା ଅସହଯୋଗ ଆନ୍ଦୋଳନର ପ୍ରମୁଖ କାର୍ଯ୍ୟକ୍ରମ ।

(ଘ) ଅସହଯୋଗ ଆନ୍ଦୋଳନର ଫଳାଫଳ କ’ଣ ହେଲା ?
Answer:

  • ଅସହଯୋଗ ଆନ୍ଦୋଳନର ଫଳାଫଳ ସୁଦୂରପ୍ରସାରୀ ଥିଲା । ପ୍ରଥମ ଥର ପାଇଁ ଇଂରେଜ ସରକାର ବିରୋଧୀ ଆନ୍ଦୋଳନ ସଙ୍ଗଠିତ ଭାବେ ପରିଚାଳିତ ହୋଇଥିଲା ।
  • ଏହା ଭବିଷ୍ୟତର ବିପ୍ଳବ ପାଇଁ ଭାରତବାସୀଙ୍କୁ ଉତ୍ସାହିତ କରିଥିଲା ।
  • ପ୍ରଥମଥର ପାଇଁ କଂଗ୍ରେସ ଆନ୍ଦୋଳନ ଜନ ଆନ୍ଦୋଳନରୁ ଗଣ ଆନ୍ଦୋଳନରେ ପରିଣତ ହୋଇପାରିଥିଲା ।
  • ୧୯୨୨ ମସିହାରେ ମୁସ୍ତାଫା କମାଲ ପାଶାଙ୍କଦ୍ୱାରା ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠା ହେବାଦ୍ଵାରା ଖଲିଫା ବ୍ୟବସ୍ଥାର ଉଚ୍ଛେଦ ହେବା ଫଳରେ ଖୋଲାଫତ୍ ଆନ୍ଦୋଳନର ଯୌକ୍ତିକତା ରହିଲା ନାହିଁ ।
  • ଅସହଯୋଗ ଆନ୍ଦୋଳନ ସ୍ଥଗିତ ହେବାପରେ ଭାରତରେ ଖ୍ଫତ୍ ଆନ୍ଦୋଳନର ମଧ୍ୟ ଅବସାନ ଘଟିଲା; ମାତ୍ର ଏହି ଆନ୍ଦୋଳନ ଇଂରେଜ ସରକାରଙ୍କୁ ଏକ ଶକ୍ତ ଧକ୍‌କା ଦେଇଥିଲା ।

BSE Odisha 10th Class History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

(ଙ) ଅସହଯୋଗ ଆନ୍ଦୋଳନ ସମୟରେ ଗାନ୍ଧିଜୀଙ୍କ ଓଡ଼ିଶା ପରିଦର୍ଶନର ଏକ ବିବରଣୀ ଦିଅ ।
Answer:

  • ଅସହଯୋଗ ଆନ୍ଦୋଳନକୁ ଓଡ଼ିଶାରେ ଲୋକାଭିମୁଖୀ କରାଇବା ନିମନ୍ତେ ୧୯୨୧ ମସିହାରେ ଗାନ୍ଧିଜୀ ଓଡ଼ିଶା ଆସିଥିଲେ ।
  • ୧୯୨୧ ମାର୍ଚ୍ଚ ୨୩ ତାରିଖରେ ସେ କଟକଠାରେ ଏକ ବିଶାଳ ଜନସମାବେଶକୁ ଉଦ୍‌ବୋଧନ ଦେଇଥିଲେ ।
  • ତାଙ୍କ ଉଦ୍‌ବୋଧନରେ ଅନୁପ୍ରାଣିତ ହୋଇ ରମାଦେବୀଙ୍କ ସମେତ ବହୁ ନାରୀ ସେମାନଙ୍କର ଅଳଙ୍କାର ସାମଗ୍ରୀ ‘ତିଳକ ସ୍ଵରାଜ ପାଣ୍ଠି’କୁ ଦାନ କରିଥିଲେ ।
  • ଏହାପରେ ଗାନ୍ଧିଜୀ ଭଦ୍ରକ, ପୁରୀ ଓ ବ୍ରହ୍ମପୁରଠାରେ ଉଦ୍‌ବୋଧନ ଦେଇ ଓଡ଼ିଶାବାସୀଙ୍କ ମନରେ ଜାତୀୟ ଉନ୍ମାଦନା ସୃଷ୍ଟି କରିଥିଲେ ।
  • ଖଦୀର ବ୍ୟବହାର, ଚରଖାର ପ୍ରଚଳନ ଏବଂ ସ୍ବଦେଶୀ ଦ୍ରବ୍ଯ ପ୍ରତି ଆଗ୍ରହ ଉପରେ ସେ ଗୁରୁତ୍ଵ ଦେଇଥିଲେ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୨ . ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ଅସହଯୋଗ ଆନ୍ଦୋଳନ କେବେ ଓ କିପରି ଆରମ୍ଭ ହୋଇଥିଲା ?
Answer:

  • ୧୯୨୦ ମସିହା ଅଗଷ୍ଟ ୧ ତାରିଖରେ ଆନୁଷ୍ଠାନିକ ଭାବେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
  • ଉକ୍ତ ଦିନ ପୂର୍ବାହ୍ନରେ ଲୋକମାନ୍ୟ ତିଳକଙ୍କ ବିୟୋଗଜନିତ ଶୋକ ପାଳନ ଓ ଆନ୍ଦୋଳନ ଆରମ୍ଭର ମିଶ୍ରିତ ପ୍ରତିକ୍ରିୟାରେ ସମଗ୍ର ଦେଶରେ ହରତାଳ ଓ ଶୋଭଯାତ୍ରା ସଙ୍ଗଠିତ ହେଲା ।

(ଖ) କେଉଁ ଘଟଣାଗୁଡ଼ିକ ଅସହଯୋଗ ଆନ୍ଦୋଳନର ଆହ୍ୱାନକୁ ସାକାର କରିବାରେ ସହାୟକ ହୋଇଥିଲା ?
Answer:

  • ଭାରତ ଶାସନ ଆଇନ ୧୯୧୯ରେ ତ୍ରୁଟି ଓ ଅମୃତସର ଘଟଣା ପାଇଁ ନିଯୁକ୍ତ ହଣ୍ଟର କମିଟିର ବିବରଣୀରେ ପକ୍ଷପାତିତା ଅସହଯୋଗ ଆନ୍ଦୋଳନର ଆହ୍ଵାନକୁ ସାକାର କରିବାରେ ସହାୟକ ହୋଇଥିଲା ।
  • ଏହାଛଡ଼ା ଭାରତର ମୁସଲମାନମାନଙ୍କ ଇଂରେଜ ବିରୋଧୀ ଖୋଲାଫତ୍ ଆନ୍ଦୋଳନ ମହାତ୍ମା ଗାନ୍ଧିଙ୍କ ଅସହଯୋଗ ଆନ୍ଦୋଳନର ଆହ୍ଵାନକୁ ମଧ୍ୟ ସାକାର କରିବାରେ ସହାୟକ ହୋଇଥିଲା ।

BSE Odisha 10th Class History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

(ଗ) କେବେ ଓ କାହିଁକି ହଣ୍ଟର କମିଟି ଗଠିତ ହୋଇଥିଲା ?
Answer:

  • ‘ହଣ୍ଟର କମିଟି’ ୧୯୧୯ ମସିହା ଅକ୍ଟୋବର ୧୪ ତାରିଖରେ ଲର୍ଡ଼ ହଣ୍ଟରଙ୍କ ନେତୃତ୍ୱରେ ଗଠନ କରାଯାଇଥିଲା ।
  • ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡର ଏକ ସରକାରୀ ତଦନ୍ତ ପାଇଁ ଦାବି ହେବାରୁ ଏହି କମିଟି ଗଠିତ ହୋଇଥିଲା ।

(ଘ) କଂଗ୍ରେସର କେଉଁ ଅଧୁବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ କେଉଁ ଅଧୂବେଶନରେ ଏହା ଅନୁମୋଦିତ ହୋଇଥିଲା ?
Answer:

  • ୧୯୨୦ ମସିହା ସେପ୍ଟେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ କଲିକତା (କୋଲକତା)ଠାରେ କଂଗ୍ରେସର ଏକ ସ୍ବତନ୍ତ୍ର ଅଧୂବେଶନରେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା ।
  • ୧୯୨୦ ମସିହା ଡିସେମ୍ବର ମାସରେ ନାଗପୁର କଂଗ୍ରେସର ବାର୍ଷିକ ଅଧ୍ଵବେଶନରେ ଏହାକୁ ଅନୁମୋଦନ କରାଯାଇଥିଲା ।

(ଙ) ‘ତିଳକ ସ୍ଵରାଜ ପାଣ୍ଠି’ କ’ଣ ପାଇଁ ଗଠନ କରାଯାଇଥିଲା ?
Answer:

  • ଅସହଯୋଗ ଆନ୍ଦୋଳନକୁ ଅର୍ଥ ଯୋଗାଇବାପାଇଁ ‘ତିଳକ ସ୍ଵଭାବ ପାଣ୍ଠି’ ଗଠନ କରାଯାଇଥିଲା ।
  • ଏହି ପାଣ୍ଠିକୁ ଜନସାଧାରଣ ମୁକ୍ତ ହସ୍ତରେ ଦାନ କରିବା ଯୋଗୁଁ ଏବଂ ଅଳ୍ପଦିନ ମଧ୍ଯରେ ଏଥ‌ିରେ ଏକ କୋଟି ଟଙ୍କା ଜମା ହୋଇଗଲା ।

(ଚ) ୧୯୨୨ ଫେବୃଆରୀ ୧ ତାରିଖରେ ଇଂରେଜ ସରକାରଙ୍କୁ ଗାନ୍ଧିଜୀ କ’ଣ ଚେତାବନୀ ଦେଇଥିଲେ ?
Answer:
୧୯୨୨ ମସିହା ଫେବୃୟାରୀ ୧ ତାରିଖରେ ଗାନ୍ଧିଜୀ ଇଂରେଜ ସରକାରଙ୍କୁ ଚେତାବନୀ ଦେଇଥିଲେ ଯେ ସାତଦିନ ଭିତରେ ସମସ୍ତ ରାଜନୈତିକ ଦଳକୁ ମୁକ୍ତ କରାନଗଲେ ଓ ସମ୍ବାଦପତ୍ରକୁ ପୂର୍ଣ୍ଣ ସ୍ଵାଧୀନତା ଦିଆ ନଗଲେ ସେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବେ ।

BSE Odisha 10th Class History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

(ଛ) ମହାତ୍ମା ଗାନ୍ଧି କେଉଁ କାରଣ ପାଇଁ ଅସହଯୋଗ ଆନ୍ଦୋଳନ ସ୍ଥଗିତ ରଖିଲେ ?
Answer:

  • ୧୯୨୨ ମସିହା ଫେବୃୟାରୀ ୫ ତାରିଖରେ ଉତ୍ତରପ୍ରଦେଶର ଗୋରଖପୁରସ୍ଥିତ ଚୌରିଚୌରାଠାରେ ଆନ୍ଦୋଳନକାରୀମାନେ ଏକ ପୋଲିସ୍ ଷ୍ଟେସନରେ ନିଆଁ ଲଗାଇଦେବା ଫଳରେ ୨୨ ଜଣ ପୋଲିସ୍ କର୍ମଚାରୀ ଜୀବନ୍ତ ଦଗ୍‌ଧ ହୋଇଥିଲେ ।
  • ଏହି ହିଂସାତ୍ମକ ଘଟଣାରେ ଗାନ୍ଧିଜୀ ବ୍ୟର୍ଥାତ ହେଲେ ଓ ଅନୁଭବ କଲେ ଯେ ଭାରତୀୟମାନେ ଅହିଂସ ଉପାୟରେ ଆନ୍ଦୋଳନ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇନାହାନ୍ତି । ସେଥ‌ିପାଇଁ ସେ ଏହି ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ ରଖିଲେ ।

(ଜ) ନାଗପୁର କଂଗ୍ରେସ ଅଧ୍ଵବେଶନ କେବେ ଅନୁଷ୍ଠିତ ହୋଇଥିଲା ଏବଂ ସେଠାରେ କେତେଜଣ ଓଡ଼ିଶାରୁ ପ୍ରତିନିଧୁ କରିଥିଲେ ?
Answer:

  • ୧୯୨୦ ମସିହା ଡିସେମ୍ବର ମାସରେ ନାଗପୁର କଂଗ୍ରେସ ଅଧ‌ିବେଶନ ଅନୁଷ୍ଠିତ ହୋଇଥିଲା ।
  • ସେଠାରେ ଓଡ଼ିଶାରୁ ୩୫ ଜଣ ପ୍ରତିନିଧ୍ୟ କରିଥିଲେ ।

(ଝ) ଗୋପବନ୍ଧୁ ଦାସ କେଉଁଠାରେ ଏବଂ କ’ଣ ପାଇଁ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ?
Answer:

  • ଗୋପବନ୍ଧୁ ଦାସ ସାକ୍ଷୀଗୋପାଳଠାରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
  • ଛାତ୍ରମାନଙ୍କୁ ଜାତୀୟତାବାଦୀ ଶିକ୍ଷାଦେବା ନିମନ୍ତେ ଏହି ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।

(ଞ) ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦମନ ପ୍ରକ୍ରିୟାରେ ସମ୍ବଲପୁର ମିଶ୍ର ପ୍ରେସ୍‌କୁ କେତେ ଟଙ୍କା ଜରିମାନା କରାଯାଇଥିଲା ଏବଂ କାହିଁକି ?
Answer:

  • ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଦମନ ପ୍ରକ୍ରିୟାରେ ସମ୍ବଲପୁର ମିଶ୍ର ପ୍ରେସ୍‌କୁ ୨୫ ଟଙ୍କା ଜରିମାନା କରାଯାଇଥିଲା ।
  • ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଚାଲିଥିବାବେଳେ ଏହି ପ୍ରେସରୁ ‘ସ୍ଵରାଜ ସଙ୍ଗୀତ’ ନାମକ ଏକ ପ୍ରାଚୀରପତ୍ର ଛପାଯାଇଥିବାରୁ ଏହି ଜରିମାନା କରାଯାଇଥିଲା ।

BSE Odisha 10th Class History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

୩ । ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) କେବେ ଗାନ୍ଧିଜୀ ନିଷ୍ଫଳ ଭାରତ ଖୁଲାଫତ୍ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ?
Answer:
୧୯୧୯ ମସିହା ନଭେମ୍ବର ମାସରେ ଗାନ୍ଧିଜୀ ନିଷ୍ଫଳ ଭାରତ ଖୁଲାଫତ୍ ସମ୍ମିଳନୀର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

(ଖ) କେଉଁ ତାରିଖରୁ ଭାରତ ଶାସନ ଆଇନ ୧୯୧୯ ପ୍ରଚଳିତ ହେଲା ?
Answer:
୧୯୧୯ ମସିହା ଡିସେମ୍ବର ୨୩ ତାରିଖରୁ ‘ଭାରତ ଶାସନ ଆଇନ ୧୯୧୯’ ପ୍ରଚଳିତ ହେଲା ।

(ଗ) ଅସହଯୋଗ ଆନ୍ଦୋଳନ ସମୟରେ କାହାର ପରିଦର୍ଶନକୁ ସତ୍ୟାଗ୍ରହୀମାନଙ୍କଦ୍ୱାରା ବାସନ୍ଦ କରାଯାଇଥିଲା ?
Answer:
ଅସହଯୋଗ ଆନ୍ଦୋଳନ ସମୟରେ ୱେଲ୍ସର ଯୁବରାଜଙ୍କ ଭାରତ ପରିଦର୍ଶନକୁ ସତ୍ୟାଗ୍ରହୀମାନଙ୍କଦ୍ୱାରା ବାସନ୍ଦ କରାଯାଇଥିଲା ।

(ଘ) କେଉଁ ସ୍ଥାନରେ ଅନୁଷ୍ଠିତ କଂଗ୍ରେସର ବାର୍ଷିକ ଅଧ୍ଵବେଶନରେ ଅସହଯୋଗ ଆନ୍ଦୋଳନ ଚାଲୁ ରଖୁବାପାଇଁ ନିଷ୍ପତ୍ତି ନିଆଗଲା ?
Answer:
୧୯୨୧ ଖ୍ରୀଷ୍ଟାବ୍ଦ ଡିସେମ୍ବର ମାସରେ କଂଗ୍ରେସର ଅହମ୍ମଦାବାଦ୍ ବାର୍ଷିକ ଅଧ‌ିବେଶନରେ ଅସହଯୋଗ ଆନ୍ଦୋଳନକୁ ଚାଲୁ ରଖିବାପାଇଁ ନିଷ୍ପତ୍ତି ନିଆଗଲା ।

(ଙ) ମହାତ୍ମା ଗାନ୍ଧି କେଉଁଦିନ କଟକରେ ଜନସମାବେଶକୁ ଉଦ୍‌ବୋଧନ ଦେଇଥିଲେ ?
Answer:
୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ମହାତ୍ମା ଗାନ୍ଧି କଟକରେ ଜନସମାବେଶକୁ ଉଦ୍‌ବୋଧନ ଦେଇଥିଲେ ।

BSE Odisha 10th Class History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

(ଚ) କାହାର ପ୍ରେରଣାରେ ସମ୍ବଲପୁର ଜିଲ୍ଲା ସ୍କୁଲ୍‌ର ଛାତ୍ରମାନେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ?
Answer:
ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ପ୍ରେରଣାରେ ସମ୍ବଲପୁର ଜିଲ୍ଲା ସ୍କୁଲ୍‌ର ଛାତ୍ରମାନେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ।

(ଛ) ‘ଅଳକା ଆଶ୍ରମ’ କେଉଁଠାରେ ପ୍ରତିଷ୍ଠିତ ହୋଇଥିଲା ?
Answer:
‘ଅଳକା ଆଶ୍ରମ’ ଜଗତ୍‌ସିଂହପୁରଠାରେ ପ୍ରତିଷ୍ଠା କରାଯାଇଥିଲା ।

(ଜ) କେଉଁ ଲେଖା ପାଇଁ ଗୋପବନ୍ଧୁଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା ?
Answer:
‘ସମାଜ’ ସମ୍ବାଦପତ୍ରରେ ‘ସତ୍ୟ ହେଲେ ସାଂଘାତିକ’ ସ୍ତମ୍ଭରେ ସରକାର ବିରୋଧୀ ଲେଖା ପାଇଁ ଗୋପବନ୍ଧୁଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା ।

(ଝ) କନିକା ପ୍ରଜା ଆନ୍ଦୋଳନ ସମୟରେ କନିକାର ରାଜା କିଏ ଥିଲେ ?
Answer:
କନିକା ପ୍ରଜା ଆନ୍ଦୋଳନ ସମୟରେ କନିକାର ରାଜା ଥିଲେ ରାଜେନ୍ଦ୍ରନାରାୟଣ ଭଞ୍ଜଦେଓ ।

(ଞ) କେଉଁ ସମ୍ବାଦପତ୍ର ମାଧ୍ୟମରେ କନିକା ଅତ୍ୟାଚାର ଲୋକଲୋଚନକୁ ଆସିଥିଲା ?
Answer:
‘ସମାଜ’ ଓ ‘ଉତ୍କଳ ଦୀପିକା’ ସମ୍ବାଦପତ୍ର ମାଧ୍ୟମରେ କନିକା ଅତ୍ୟାଚାର ଲୋକଲୋଚନକୁ ଆସିଥିଲା ।

୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ହଣ୍ଟର କମିଟି କେବେ ଗଠିତ ହୋଇଥିଲା ?
(i) ୧୯୧୯ ଅକ୍ଟୋବର ୧୪
(ii) ୧୯୧୯ ଡିସେମ୍ବର ୨୩
(iii) ୧୯୨୦ ଜୁନ୍ ୯
(iv) ୧୯୨୦ ଅଗଷ୍ଟ ୧
Answer:
(i) ୧୯୧୯ ଅକ୍ଟୋବର ୧୪

BSE Odisha 10th Class History Solutions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

(ଖ) କେଉଁଟି ଅସହଯୋଗ ଆନ୍ଦୋଳନ ସହିତ ସମ୍ପୃକ୍ତ ନୁହେଁ ?
(i) ବିଦେଶୀ ଭାଷା ବର୍ଜନ
(ii) ସରକାରୀ ଶିକ୍ଷାନୁଷ୍ଠାନ ବର୍ଜନ
(iii) ନିର୍ବାଚନ ବର୍ଜନ
(iv) ଅସ୍ପୃଶ୍ୟତା ବର୍ଜନ
Answer:
(i) ବିଦେଶୀ ଭାଷା ବର୍ଜନ

(ଗ) କେଉଁଠାରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଅସହଯୋଗ ଆନ୍ଦୋଳନ ସ୍ଥଗିତ ଘୋଷଣା ଅନୁମୋଦନ କରିଥିଲା ?
(i) ଆଲ୍ଲାହାବାଦ
(ii) ବନ୍ଦୋଳି
(iii) ଗୋରଖପୁର
(iv) ନାଗପୁର
Answer:
(ii) ବନ୍ଦୋଳି

(ଘ) କିଏ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଥମ ସଭାପତି ଥିଲେ ?
(i) ହରେକୃଷ୍ଣ ମହତାବ
(ii) ଗୋପବନ୍ଧୁ ଦାସ
(iii) ଗୋପବନ୍ଧୁ ଚୌଧୁରୀ
(iv) ଭାଗୀରଥ୍ ମହାପାତ୍ର
Answer:
(ii) ଗୋପବନ୍ଧୁ ଦାସ

(ଙ) କେଉଁ ଅନୁଷ୍ଠାନ ‘ସ୍ଵରାଜ୍ୟ ସମାଚାର’ ପତ୍ରିକା ପ୍ରକାଶ କରୁଥିଲା ?
(i) ସ୍ବରାଜ ଆଶ୍ରମ
(ii) ସ୍ଵରାଜ ସେବକସଂଘ
(iii) ସ୍ଵରାଜ ମନ୍ଦିର
(iv) ଉତ୍କଳ ସ୍ଵରାଜ୍ୟ ଶିକ୍ଷା ପରିଷଦ
Answer:
(iii) ସ୍ଵରାଜ ମନ୍ଦିର

BSE Odisha

୫ । ପାଠରେ ଦିଆଯାଇଥିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

BSE Odisha 10th Class Life Science Important Questions Chapter 4 ରେଚନ

Odisha State Board BSE Odisha 10th Class Life Science Important Questions Chapter 4 ରେଚନ ସଞ୍ଚାଳନ Important Questions and Answers.

BSE Odisha Class 10 Life Science Important Questions Chapter 4 ରେଚନ

Objective Type Questions with Answers 

A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଗବିଣୀବସ୍ତି କାହାକୁ କୁହାଯାଏ ?
ଉ-
ବୃକ୍‌କରେ ମୂତ୍ର ସଂଗ୍ରହ ନଳିକାଗୁଡ଼ିକ ଏକାଠି ହୋଇ ବୃକ୍‌କ ଭିତରେ ଥ‌ିବା ଏକ ଗହ୍ଵର ଭିତରକୁ ଖୋଲିଥା’ନ୍ତ ଏବଂ ଏହି ଗହ୍ଵରକୁ ଗବିଣୀ ବସ୍ତି କୁହାଯାଏ ।

2. ମୂତ୍ରାଶୟର ଅବସ୍ଥାନ ଓ କାର୍ଯ୍ୟ ସମ୍ବନ୍ଧରେ ଲେଖ ।
ଉ-
ପ୍ରତ୍ୟେକ ବୃକ୍‌କରୁ ଗୋଟିଏ ଲେଖାଏଁ ମୂତ୍ରସାରଣୀ ବାହାରି ତଳିପେଟରେ ଥ‌ିବା ମୂତ୍ରାଶୟ ଭିତରେ ପ୍ରବେଶ କରିଥାଏ । ଏଠାରେ ମୂତ୍ର ସଵତ ହୋଇ ରହେ ଓ ପରିସ୍ରା କଲାବେଳେ ମୂତ୍ର ମାର୍ଗ ଦେଇ ନିଷ୍କାସିତ ହୋଇଥାଏ ।

BSE Odisha 10th Class Life Science Important Questions Chapter 4 ରେଚନ

3. BSE Odisha 10th Class Life Science Important Questions Chapter 4 ରେଚନ 1
ମୁଖ୍ୟତଃ ଜଳ ଓ ୟୁରିଆ ଏବଂ ଅଳ୍ପ ପରିମାଣର ୟୁରିକ୍ ଏସିଡ଼, କ୍ରିଏଟିନିନ୍, ବିଭିନ୍ନ ଲବଣ; ଯଥା- ସୋଡ଼ିୟମ କ୍ଲୋରାଇଡ୍, ପୋଟାସିୟମ କ୍ଲୋରାଇଡ୍ ଆଦି ପ୍ରଧାନ ।

4. ମଣିଷ ପରିସ୍ରାର ରଙ୍ଗ ଈଷତ୍ ହଳଦିଆ କାହିଁକି ହୋଇଥାଏ ?
ଉ-
ମୂତ୍ରରେ ରହିଥ‌ିବା ୟୁରୋକ୍ରୋମ ନାମକ ବର୍ଣ୍ଣକଣା ଥ‌ିବା ହେତୁ ଜଣେ ସୁସ୍ଥ ବ୍ୟକ୍ତିର ପରିସ୍ରା ରଙ୍ଗ ଈଷତ୍ ହଳଦିଆ ହୋଇଥାଏ ।

5. ସୁସ୍ଥ ଲୋକର ମୂତ୍ରରେ କେଉଁ ଉପାଦାନ ରହିଲେ ରୋଗର ସୂଚନା ମିଳେ ?
ଉ-
ସୁସ୍ଥ ଲୋକର ମୂତ୍ରରେ ଗ୍ଲୁକୋଜ, ପ୍ରୋଟିନ୍ ବା କୌଣସି ରକ୍ତକଣିକା ନଥାଏ; ମାତ୍ର ମୂତ୍ରରେ ଏଭଳି ପରିବର୍ତ୍ତନ ଦେଖାଗଲେ ତାହା ରୋଗର ସୂଚନା ଦିଏ ।

6. ନିଷ୍କାସନ ବ୍ୟତୀତ ବୃକ୍‌କର ଅନ୍ୟ କାର୍ଯ୍ୟ କ’ଣ ?
ଉ-
ବୃକ୍‌କର ଅନ୍ୟ କାର୍ଯ୍ୟ ହେଉଛି ଶରୀରର ଜଳ ଓ ଧାତବ ଲବଣ ପରିମାଣର ନିୟନ୍ତ୍ରଣ, ରକ୍ତର ଅମ୍ଳ ଓ କ୍ଷାରୀୟ ସନ୍ତୁଳନ ରକ୍ଷା କରିବା, ଶରୀରର ରକ୍ତଚାପ ନିୟନ୍ତ୍ରଣ ଓ ଏରିଥ୍ରୋପୋଇଏଟିନ୍ ନାମକ ହରମୋନ୍ କ୍ଷରଣ କରି ଲୋହିତ ରକ୍ତ କଣିକା ତିଆରି କରିବାରେ ସାହାଯ୍ୟ କରିବା ।

7. ବୃକ୍‌କ ଶରୀରର ଅନ୍ତଃ ପରିବେଶକୁ କିପରି ସୁରକ୍ଷିତ ରଖେ ?
ଉ-
ପରିସ୍ରବଣ, ପୁନଃଶୋଷଣ, କ୍ଷରଣ ଏବଂ ନିଷ୍କାସନ -ଏହି ଚାରୋଟି ପ୍ରକ୍ରିୟା ମାଧ୍ୟମରେ ବୃକ୍‌କ ଶରୀରର ଅନ୍ତଃପରିବେଶକୁ ସୁରକ୍ଷିତ ରଖୁଥାଏ ।

8.ଯକୃତ କେଉଁ ବର୍ଜ୍ୟବସ୍ତୁ ନିଷ୍କାସନ କରିବାରେ ସାହାଯ୍ୟ କରେ ?
ଉ-
ଚୟାପଚୟରୁ ଉତ୍ପାଦିତ ବର୍ଜ୍ୟ; ଯଥା- ଖାଉଥ‌ିବା ଔଷଧର ଅବଶିଷ୍ଟ୍ୟଶ, ମାତ୍ରାଧ୍ଵ ଭିଟାମିନ୍, ଲୋହିତ ରକ୍ତକଣିକାର ବିଖଣ୍ଡନ ପ୍ରକ୍ରିୟାରେ ଜାତ ହେଉଥ‌ିବା ଭିତରକୁ ଯାଇଥାଏ, ପରେ ସେଠାରୁ ମଳ ସହ ନିଷ୍କାସିତ ହୋଇଥାଏ ।

9 .ଉଦ୍ଭଦରୁ ସୃଷ୍ଟି ହେଉଥ‌ିବା ବିଭିନ୍ନ ଉପଜାତ ପଦାର୍ଥର ନାମ ଲେଖ ।
ଉ-
ଉଦ୍ଭିଦରେ ରେଚନ ପାଇଁ ପ୍ରାଣୀ ପରି ସ୍ବତନ୍ତ୍ର ରେଚନ ଅଙ୍ଗ ନ ଥିବାରୁ ଚୟାପଚୟ ପ୍ରକ୍ରିୟାରେ ଜାତ ବିଭିନ୍ନ ଉପଜାତ ପଦାର୍ଥ ଉଭିଦର କେତେକ ବିଶେଷ ଅଂଶରେ ଗଚ୍ଛିତ ହୋଇ ରହେ ଏବଂ ଖଇର, ଝୁଣା, ଅଠା ଓ କ୍ଷୀର ଇତ୍ୟାଦି ଏହାର ଉଦାହରଣ ଅଟେ ।

B ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

1. ମୂତ୍ର ସଂଗ୍ରହ ନଳିକାଗୁଡ଼ିକ ଏକାଠି ହୋଇ ବୃକ୍‌କ ଭିତରେ କାହା ମଧ୍ୟକୁ ଖୋଲିଥା’ନ୍ତି ?
2. ମୂତ୍ରାଶୟରେ ମୂତ୍ର ସଞ୍ଚିତ ହୋଇ ରହେ ଓ ପରିସ୍ରା କଲାବେଳେ କାହାଦେଇ ନିଷ୍କାସିତ ହୁଏ ?
3. ଗ୍ଲୋମେରୁଲସ୍‌ରେ କେଉଁ କାର୍ଯ୍ୟ ସମ୍ପାଦିତ ହୁଏ ?
4. ମୂତ୍ରରେ ଥିବା କେଉଁ ବଣ୍ଣକଣା ଯୋଗୁ ପରିସ୍ରାର ରଙ୍ଗ ଈଷତ୍ ହଳଦିଆ ଅଟେ ?
5. ସୁସ୍ଥ ବୟସ୍କ ପ୍ରାପ୍ତ ବ୍ୟକ୍ତିର ବୃକ୍‌କର ପ୍ରସ୍ଥ ପ୍ରାୟ କେତେ ସେ.ମି ?
6. କାହା ମଧ୍ୟଦେଇ ବୃକ୍‌କରୁ ମୂତ୍ର ମୂତ୍ରାଶୟକୁ ଆସେ ?
7. ଶିଖାକୋଷ ରେଚନ ଅଙ୍ଗ କେଉଁ ଜୀବଠାରେ ଦେଖାଯାଏ ?
8.ବୃକ୍‌କର ଭିତର ପାଖରେ ଥ‌ିବା ଖାଲୁଆ ସ୍ଥାନକୁ କ’ଣ କୁହାଯାଏ ?
9. ନେଫ୍ରିଡ଼ିଆ ରେଚନ ଅଙ୍ଗ କେଉଁ ଜୀବଠାରେ ଦେଖାଯାଏ ?
10. ସୁସ୍ଥ ଲୋକର ମୂତ୍ରରେ କ’ଣ ନ ଥାଏ ?
11. ଶରୀରରେ ପୁଷ୍ଟିସାର ଚୟାପଚୟ ଫଳରେ କ’ଣ ସୃଷ୍ଟି ହୁଏ ?
12. ରେଚନ ମାଧ୍ୟମରେ ପତଙ୍ଗମାନେ ଶରୀରରୁ କ’ଣ ନିଷ୍କାସନ କରନ୍ତି ?
13. ମେରୁଦଣ୍ଡୀ ପ୍ରାଣୀମାନଙ୍କର କେଉଁଠାରେ ୟୁରିଆ ଉତ୍ପନ୍ନ ହୁଏ ?
14. ବୃକ୍‌କର ଆକୃତି କେଉଁ ମଞ୍ଜିପରି ଅଟେ ?
15. ସୁସ୍ଥ ବୟଃପ୍ରାପ୍ତ ବ୍ୟକ୍ତିର ବୃକ୍‌କର ଲମ୍ବ ପ୍ରାୟ କେତେ ସେ.ମି ?
16. କାହା ମଧ୍ୟଦେଇ ବୃକ୍‌କୀୟ ଶିର, ଧମନୀ ଓ ମୂତ୍ରସାରଣୀ ବୃକ୍‌କ ସହ ସଂଯୁକ୍ତ ହୋଇଥାଏ ?
17. ସଂକୋଚି କି ଧାନୀ ରେଚନ ଅଙ୍ଗ କେଉଁ ଜୀବରେ ଦେଖାଯାଏ ?
18. ପ୍ରତ୍ୟେକ ବୃକ୍‌କୀୟ ନଳିକାର କପ୍ ପାର୍ଶ୍ଵଟି କେଉଁ ଆଡ଼କୁ ମୁହାଁଇଥାଏ ?
19. ବୃକ୍‌କୀୟ ନଳିକାର କପ୍‌କୁ କେଉଁ ନାମରେ ନାମିତ କରାଯାଇଛି ?
20. କେଉଁ ବ୍ୟବସ୍ଥା ରକ୍ତଛଣା କାର୍ଯ୍ୟ ପାଇଁ ବେଶ୍ ଉପଯୋଗୀ ଅଟେ ?

Anawers
1. ଗବିଣୀବସ୍ତି
2. ମୂତ୍ରମାର୍ଗ
3. ରକ୍ତଛଣା
4. ୟୁରୋକ୍ରୋମ୍
5. 5 – 7
6 . ମୂତ୍ର ସାରଣୀ
7. ଚେପ୍‌ଟା କୃମି
8. ହାଇଲମ୍‌
9. ଜିଆ
11. ଏମୋନିଆ
10. ଗ୍ଲା କୋଜ୍
12. ୟୁରିକ୍ ଅମ୍ଳ
13. ଯକୃତ
14. ଶିମ୍ବ
15. 10 12
16. ହାଇଲମ୍
17. ଏମିବା
18. ବାହାର
19. ବାଓମ୍ୟାନ୍ସ କ୍ୟାପ୍‌ସୁଲ୍
20. ଗ୍ଲୋମେରୁଲସ୍

BSE Odisha 10th Class Life Science Important Questions Chapter 4 ରେଚନ

C ଶୂନ୍ୟସ୍ଥାନ ପୂରଣ କର ।

1. ଶରୀରରେ ପୁଷ୍ଟିସାର ଚୟାପଚୟ ଫଳରେ ………………….. ନିର୍ଗତ ହୋଇଥାଏ ।
2. ଜଳଚର ପ୍ରାଣୀ ଶରୀର ରୁ ଉତ୍ପନ୍ନ ହେଉଥ‌ିବା ଏମୋନି ଆକୁ ……………… ଜଳୀୟ ପରିବେଶକୁ ନିଷ୍କାସିତ କରିଥାନ୍ତି ।
3. ସାର୍କ ଜାତୀୟ ମାଛ ଶରୀରରୁ ………………… ବର୍ଜ୍ୟବସ୍ତୁ ନିଷ୍କାସିତ କରନ୍ତି ।
4. ସରୀସୃପ ଓ ପତଙ୍ଗ ମାନେ ଶରୀର ରୁ ……………………….. ବର୍ଜ୍ୟବସ୍ତୁ ନିଷ୍କାସିତ କରନ୍ତି ।
5. ୟୁରିଆ ……………. ଠାରେ ପ୍ରସ୍ତୁତ ହୁଏ ।
6. ଏମୋନିଆ ସହ CO2 ର ସଂଯୋଗ ଘଟି ………………… ଉତ୍ପନ୍ନ ହୋଇଥାଏ ।
7. ମଣିଷ ଶରୀରର ………………….. ଅଙ୍ଗରେ ରକ୍ତରୁ ୟୁରିଆ ଅଲଗା ହୁଏ ।
8. ବୃକ୍‌କର ଭିତର ପାଖରେ ଥ‌ିବା ଖାଲୁଆ ସ୍ଥାନକୁ ……………………… କୁହାଯାଏ ।
9. ପ୍ରତ୍ୟେକ ବୃକ୍‌କ ଭିତରେ …………………… ନଳିକା ରହିଥାଏ ।
10. ଗ୍ଲୋମେରୁଲସ୍ ଓ ବାଓମ୍ୟାନ୍ସ କ୍ୟାପସୁଲ୍ ମିଶି …………………… ଗଠନ କରନ୍ତି !
11. ବୃକ୍‌କରେ ମୂତ୍ର ସଂଗ୍ରହ ନଳୀକାଗୁଡ଼ିକ ଏକାଠି ହୋଇ ବୃକ୍‌କ …………………. ଭିତରେ ଥ‌ିବା ଭିତରକୁ ଖୋଲିଥା’ନ୍ତି ।
12. ପ୍ରତ୍ୟେକ ବୃକ୍‌କରୁ ଗୋଟିଏ ଲେଖାଏଁ ………………………… ତଳିପେଟରେ ଥ‌ିବା ମୂତ୍ରାଶୟ ଭିତରେ ପଶିଥାଏ ।
13. ବୃକ୍‌କରୁ ……………… ନାମକ ହରମୋନ୍ କ୍ଷରିତ ହୋଇଥାଏ ।
14. ଝାଳ ତିଆରି କରିବା ………………….. ଅଙ୍ଗର ଅନ୍ୟତମ କାର୍ଯ୍ୟ ।
15. ଝାଳ ବାଷ୍ପୀଭୂତ ହେବା ଫଳରେ ଶରୀର ……………….. ହୋଇଥାଏ ।
16. ପାକତନ୍ତ୍ର ସହିତ ଜଡ଼ିତ …………………………. ନିଷ୍କାସନ କରିବାରେ ସହାୟକ ହୋଇଥାଏ ।
17. ନିଃଶ୍ବାସ ଛାଡ଼ିଲାବେଳେ ଫୁସ୍‌ଫୁସ୍‌ରୁ ଶରୀରରେ ଉତ୍ପନ୍ନ CO2 ଓ ………………….. ବାଷ୍ପ ନିଷ୍କାସିତ ହୋଇଥାଏ ।
18. ତେନ୍ତୁଳିରେ ………………….. ଅମ୍ଳ ଅଛି ।
19. ଲେମ୍ବୁରେ ………………….. ଅମ୍ଳ ଅଛି ।
20. ସିନା ଗଛରୁ ………………….. ଉପକ୍ଷାର ମିଳେ ।
21. ତମାଖୁ ପତ୍ରରେ ………………….. ପରି ଉପକ୍ଷାର ରହିଥାଏ ।
22. ପ୍ରତ୍ୟେକ ବୃକ୍‌କ …………… ରୁ ଅଧିକ ନେଫ୍ରନଦ୍ୱାରା ଗଠିତ ।
23. ଜିଆ ଓ ଜୋକ ……………………… କରନ୍ତି । –
24. ରେଜିନ୍ ଓ ଟାନିନ୍ ପରି ବର୍ଜ୍ୟବସ୍ତୁଗୁଡ଼ିକ ପରିପକ୍ବ …………………….. ରେ ସଂଗୃହୀତ ହୋଇଥାଏ ।
25. ୟୁରିଆର ସଂକେତ ……………………… ।

Anawers
1. ଏମୋନିଆ
4. ୟୁରିକ୍ ଅମ୍ଳ
2. ବିସରଣ
3. ୟୁରିଆ
5. ଯକୃତ
6. ୟୁରିଆ
7. ବୃକକ୍
8. ହାଇଲମ୍
9. 10 ଲକ୍ଷରୁ ଅଧିକ
10. ମାପିଝିଆନ୍ ପିଣ୍ଡ
11. ଗବିଣୀବସ୍ତି
12. ମୂତ୍ରସାରଣୀ
13. ଏରିଥ୍ରୋପୋଇଏଟିନ୍
14. ଚର୍ମ
15. ଶୀତଳ
16. ଯକୃତ
17. ଜଳୀୟ
18. ଟାର୍ଟାରିକ
19. ସାଇଟ୍ରିକ୍
20. କୁଇନାଇନ୍‌
21. ନିକୋଟିନ୍
22. 10 ଜାଷ
23. ନେଫ୍ରିଡ଼ିଆ
24. ଜାଇଲେମ୍
25. NH2 – CO – NH2

(D) ଠିକ୍ ଉକ୍ତ ପାଇଁ (✓) ଓ ଭୁଲ୍ ଉକ୍ତ ପାଇଁ (✗) ଚିହ୍ନ ଦିଅ ।

1. ସାର୍କଜାତୀୟ ମାଛ ଶରୀରରୁ ଇଉରିଆ ତ୍ୟାଗ କରେ ।
2. ଗ୍ଲୋମେରୁଲସ୍ ଓ ବାଓମ୍ୟାନ୍‌ କ୍ୟାପ୍‌ସୁଲ୍ ମିଶି ମାଲପିଝିଆନ୍ ପିଣ୍ଡ ଗଠନ କରନ୍ତି ।
3.ମୂତ୍ରରେ ଥ‌ିବା ଗ୍ଲୁକୋଜ୍ ଓ ଏମିନୋ ଏସିଡ଼୍ ଶରୀର ପାଇଁ ଉପଯୋଗୀ ନୁହେଁ ।
4. ଆମ ଶରୀରରେ ଫୁସ୍‌ଫୁସ୍ ଓ ଯକୃତ ରେଚନ କାର୍ଯ୍ୟ କରନ୍ତି ନାହିଁ ।
5. ବୃକ୍‌କ ଶରୀର ମଧ୍ୟରେ ରକ୍ତଚାପକୁ ନିୟନ୍ତ୍ରଣ କରେ ଏବଂ ହରମୋନ୍ ମଧ୍ଯ କ୍ଷରଣ କରେ ।
6. RBC ତିଆରିରେ ଏରିଥ୍ରୋପୋଇଏଟିନ୍‌ ହରମୋନ୍ ସହାୟକ ହୋଇଥାଏ ।
7. ଚର୍ମରେ ଥ‌ିବା ସ୍ବେଦଗ୍ରନ୍ଥି ବ୍ୟବସ୍ଥାଦ୍ବାରା ଝାଳ ପ୍ରସ୍ତୁତ ହୁଏ ।
8. ଝାଳର ଘନୀଭବନ ପ୍ରକ୍ରିୟା ହେତୁ ଶରୀର ଶୀତଳ ହୋଇଥାଏ ।
9. ମାଲପିଝିଆନ୍ ନଳିକା ରେଚନ ଅଙ୍ଗ ଝିଣ୍ଟିକାଠାରେ ଦେଖାଯାଏ ।
10. ଶରୀରରୁ ବର୍ଜ୍ୟବସ୍ତୁ କିଛି ପରିମାଣରେ ଝାଳ ଆକାରରେ ଚର୍ମଦେଇ ନିଷ୍କାସିତ ହୁଏ ।
11. ତମାଖୁ ପତ୍ରରେ ଟାର୍ଟାରିକ୍ ଅମ୍ଳ ଉପକ୍ଷାର ଥାଏ ।
12. ଉଦ୍ଭଦରେ ଷ୍ଟୋମାଟା ଶ୍ଵାସକ୍ରିୟା ସମ୍ପାଦନ କରିବା ସହ ଏକ ରେଚନ ଅଙ୍ଗ ଭଳି କାର୍ଯ୍ୟ କରେ ।
13. ବୃକ୍‌କ ଓ ଚର୍ମ ରେଚନ ଅଙ୍ଗ ମଣିଷଠାରେ ଦେଖାଯାଏ ।
14. ସୁସ୍ଥ ବୟଃପ୍ରାପ୍ତ ବ୍ୟକ୍ତିର ବୃକ୍‌କର ମୋଟେଇ ପ୍ରାୟ 4 ସେ.ମି ।
15. ପ୍ରତ୍ୟେକ ବୃକ୍‌କୀୟ ନଳିକାର ଗୋଟିଏ ପାର୍ଶ୍ବ କପ୍ ଆକୃତି ବିଶିଷ୍ଟ ।
16. ସଂକୋଚିକିଧାନୀ ଏମିବାର ରେଚନ ଅଙ୍ଗ ଅଟେ ।
17. ବୃକ୍‌କର ମୋଟେଇ ପ୍ରାୟ 2 ସେ.ମି. ଅଟେ ।
18. ଗ୍ଲୋମେରୁଲସ୍ ଓ ହାଇଲମ୍ ମିଶି ମାଝିଆନ୍ ପିଣ୍ଡ ଗଠନ କରନ୍ତି ।
19. ପରିସ୍ରା ମୂତ୍ରମାର୍ଗ ଦେଇ ନିଷ୍କାସିତ ହୁଏ ।
20. ମୂତ୍ରରେ ୟୁରୋକ୍ରୋମ୍ ନାମକ ବର୍ଣ୍ଣକଣା ଥିବାରୁ ପରିସ୍ରା ହଳଦିଆ ହୁଏ ।
21. ଝାଳ ତିଆରି ପାଇଁ ଚର୍ମରେ ଶିଖାକୋଷ ରହିଥାଏ ।

BSE Odisha 10th Class Life Science Important Questions Chapter 4 ରେଚନ

Anawers
1. (✓)
2. (✓)
3. (✗)
4. (✗)
5. (✓)
6. (✓)
7. (✓)
8.(✗)
9. (✓)
10. (✓)
11. (✗)
12. (✓)
13. (✓)
14. (✗)
15. (✓)
16. (✓)
17. (✗)
18. (✗)
19. (✓)
20. (✓)
21. (✗)

E ‘କ’ ସ୍ତମ୍ଭରେ ପ୍ରଥମ ଯୋଡ଼ାର ସମ୍ପର୍କକୁ ଲକ୍ଷ୍ୟକରି ‘ଖ’ ସ୍ତମ୍ଭରେ ଦ୍ଵିତୀୟଟିରେ ଶୂନ୍ୟସ୍ଥାନ ପୂରଣ କର ।

1. ‘କ’ ସ୍ତମ୍ଭ ‘ଖ’ ସ୍ତମ୍
ବୃକ୍‌କ : ଯକୃତ ୟୁରିଆ ନିଷ୍କାସନ :
NH3 : ଏମୋନିଆ NH2-CO-NH2 :
ସ୍ତନ୍ୟପାୟୀ : ପତଙ୍ଗ ୟୁରିଆ :
ମୂତ୍ରାଶୟ : ମୂତ୍ରାସଞୟ ମୂତ୍ରମାର୍ଗ :
ମୂତ୍ରସଞ୍ଚୟ ସିନା : କୁଇନାଇନ୍ ତମାଖୁ :

Anawers

‘କ’ ସ୍ତମ୍ ‘ଖ’ ସ୍ତମ୍
ବୃକକ୍ : ଯକୃତ ୟୁରିଆ ନିଷ୍କାସନ : ୟୁରିଆ
NH3 : ଏମୋନିଆ NH2-CO-NH2 : ୟୁରିଆ
ସ୍ତନ୍ୟପାୟୀ : ପତଙ୍ଗ ୟୁରିଆ : ୟୁରିକ୍ ଅମ୍ଳ
ମୂତ୍ରାଶୟ : ମୂତ୍ରାସଞୟ ମୂତ୍ରମାର୍ଗ : ମୂତ୍ର ନିଷ୍କାସନ
ମୂତ୍ରସଞ୍ଚୟ ସିନା : କୁଇନାଇନ୍ ତମାଖୁ : ନିକୋଟିନ

 

2.‘କ’ ସ୍ତମ୍ ‘ଖ’ ସ୍ତମ୍
ତେନ୍ତୁଳି : ଟାର୍ଟାରିକ୍ ଅମ୍ଳ ଲେମ୍ବୁ :
ଯକୃତ କୃମି : ଶିଖାକୋଷ ନେରିସ୍ :
ପିତାକୃମି : ଶିଖାକୋଷ ଜିଆ :
ସ୍ବେଦପ୍ରସ୍ତୁତି : ସ୍ବେଦଗ୍ରନ୍ଥି ରକ୍ତଚାପ ନିୟନ୍ତ୍ରଣ :
ଟେଷ୍ଟିସ୍ : ଟେଷ୍ଟୋଷ୍ଟିରନ୍ ବୃକ୍‌କ :

Anawers

‘କ’ ସ୍ତମ୍ ‘ଖ’ ସ୍ତମ୍ଭ
ଟେଷ୍ଟିସ୍ : ଟେଷ୍ଟୋଷ୍ଟିରନ୍ ଲେମ୍ବୁ : ସାଇଟ୍ରିକ୍ ଅମ୍ଳ
ଯକୃତ କୃମି : ଶିଖାକୋଷ ନେରିସ୍ : ନେପିଡ଼ିଆ
ପିତାକୃମି : ଶିଖାକୋଷ ଜିଆ : ନେପିଡ଼ିଆ
ସ୍ବେଦପ୍ରସ୍ତୁତି : ସ୍ବେଦଗ୍ରନ୍ଥି ରକ୍ତଚାପ ନିୟନ୍ତ୍ରଣ : ବୁକ
ଟେଷ୍ଟିସ୍ : ଟେଷ୍ଟୋଷ୍ଟିରନ୍ ବୃକ୍‌କ : ଏରିଥୋପୋଇଏଟିନ୍

 

3.‘କ’ ସ୍ତମ୍ ‘ଖ’ ସ୍ତମ୍ଭ
ବଳକାଜଳ : ଷ୍ଟେମାଟା ରେଜିନ୍ ଓ ଟାମିନ୍ :
ସିନା : କୁଇନାଇନ୍ ଲେମ୍ବୁ :
ସାଇଟ୍ରିକ୍ ଅମ୍ଳ : ଲେ ଟାଟାରିକ ଅମ୍ଳ :
ଯକୃତ : ମାତ୍ରାଧ୍ଵ ଭିଟାମିନ୍ ଫୁସ୍‌ଫୁସ୍ :
ଚର୍ମ : ଝାଳ ଯକୃତ :

Anawers

‘କ’ ସ୍ତମ୍ ‘ଖ’ ସ୍ତମ୍ଭ
ବଳକାଜଳ : ଷ୍ଟେମାଟା ରେଜିନ୍ ଓ ଟାନିନ୍ : ପରିପକ୍ବ ଳାଇଲେପ୍
ସିନା : କୁଇନାଇନ୍ ଲେମ୍ବୁ : ସାଇଟ୍ରିକ୍ ଅମ୍ଳ
ସାଇଟ୍ରିକ୍ ଅମ୍ଳ : ଲେ ଟାର୍ଟାରିକ ଅମ୍ଳ : ତେନ୍ତୁଳି
ଯକୃତ : ମାତ୍ରାଧ୍ଵ ଭିଟାମିନ୍ ଫୁ ସ୍‌ଫୁ ସ୍ CO2+ କଳୀସ୍କକାଷ୍ଠ
ଚର୍ମ : ଝାଳ ଯକୃତ : ପିତ୍ତରସ

 

BSE Odisha 10th Class Life Science Important Questions Chapter 4 ରେଚନ

Multiple Choice Questions (Mcqs) With Answers

1. କ୍ଷୁଦ୍ରାନ୍ତର କେଉଁ ଅଂଶରେ ଉଭୟ ଅଗ୍ନାଶୟ ରସ ଓ ପିତ୍ତ ମିଶିଥାଏ ?
(A) ଗ୍ରସନୀ
(C) ଯେସୁନମ୍
(B) ଗ୍ରହଣୀ
(D) ଇଲିୟମ୍
Answer
(B) ଗ୍ରହଣୀ

2. ଆମର ବକ୍ଷ ଗହ୍ଵର ଓ ଉଦର ଗହ୍ଵର କେଉଁଟି ଦ୍ଵାରା ପୃଥକ୍ ହୋଇଅଛି ?
(A) ଷ୍ଟରନମ୍
(B) ଅନ୍ତଃ ପଞ୍ଜରା ମାଂସପେଶୀ
(C) ମଧ୍ଯଚ୍ଛଦା
(D) ଗ୍ଲଟିସ୍
Answer
(C) ମଧ୍ଯଚ୍ଛଦା

3. କେଉଁଟି କ୍ଷୁଦ୍ରାନ୍ତର ପ୍ରଥମ ଅଂଶ ?
(A) ଗ୍ରସନୀ
(C) ଯେଯୁନମ୍
(B) ଗ୍ରହଣୀ
(D) ଇଲିୟମ୍
Answer
(B) ଗ୍ରହଣୀ

4. କେଉଁ ବର୍ଜ୍ୟ ଜାଇଲେମ୍ବୂରୁ ସଂଗୃହୀତ ହୋଇଥାଏ ?
(A) ଟାନିନ୍
(B) ଅଠା
(C) ନିକୋଟିନ୍
(D) ସାଇଟ୍ରିକ୍ ଅମ୍ଳ
Answer
(A) ଟାନିନ୍

5. କେଉଁଟି ସୁସ୍ଥଲୋକର ମୂତ୍ରରେ ନ ଥାଏ ?
(A) ୟୁରିଆ
(B) କ୍ଲୋରାଇଡ୍
(C) ଗ୍ଲୁକୋଜ୍
(D) ଜଳ
Answer
(C) ଗ୍ଲୁକୋଜ୍

6. କେଉଁଟି ସିନା ଗଛର ଉପକ୍ଷାର ?
(A) କୁଇନାଇନ୍
(B) ଟାନିନ୍
(C) ନିକୋଟିନ୍
(D) ରେଜିନ୍
Answer
(A) କୁଇନାଇନ୍

BSE Odisha 10th Class Life Science Important Questions Chapter 4 ରେଚନ

7. କେଉଁଟି ପିତ୍ତରସ କ୍ଷରଣ କରେ ?
(A) ଅଗ୍ନ୍ୟାଶୟ
(C) ଗ୍ରହଣୀ
(B) ଯକୃତ୍
(D) ପାକସ୍ଥଳୀ
Answer
(B) ଯକୃତ୍

8.. ପୋଷ ଗ୍ରନ୍ଥିର କ୍ଷରଣ କ୍ଷମତାକୁ କେଉଁଟି ନିୟନ୍ତ୍ରିତ କରିଥାଏ ?
(A) ହାଇପୋଥାଲାମସ୍
(B) ମଧ୍ୟ ମସ୍ତିଷ୍କ
(C) ସୁଷୁମ୍ନା କାଣ୍ଡ
(D) ପଶ୍ଚ ମସ୍ତିଷ୍କ
Answer
(A) ହାଇପୋଥାଲାମସ୍

9. ମୂତ୍ର ସଂଗ୍ରହ ନଳିକାଗୁଡ଼ିକ ଏକାଠି ହୋଇ ବୃକ୍‌କ ଭିତରେ କାହା ମଧ୍ୟକୁ ଖୋଲିଥା’ନ୍ତି ?
(A) ଗବିଣୀବସ୍ତି
(C) ମେଡ୍ୟୁଲା
(B) ହାଇଲମ୍
(D) କର୍ଟେକ୍ସ
Answer
(A) ଗବିଣୀବସ୍ତି

10. ମୂତ୍ରାଶୟରେ ମୂତ୍ର ସଞ୍ଚିତ ହୋଇ ରହେ ଓ ପରିସ୍ରା କଲାବେଳେ କାହାଦେଇ ନିଷ୍କାସିତ ହୁଏ ?
(A) କର୍ଟେକ୍ସ
(B) ମେଡ୍ୟୁଲା
(C) ହାଇଲମ୍
(D) ମୂତ୍ରମାର୍ଗ
Answer
(D) ମୂତ୍ରମାର୍ଗ

11. ଗ୍ଲୋମେରୁଲସ୍‌ରେ କେଉଁ କାର୍ଯ୍ୟ ସମ୍ପାଦିତ ହୁଏ ?
(A) ରକ୍ତପ୍ରବାହ
(B) ରକ୍ତ ଜମାଟ ବାନ୍ଧିବା
(C) ରକ୍ତଛଣା
(D) ରକ୍ତ ଶୋଧନ
Answer
(C) ରକ୍ତଛଣା

12. ମୂତ୍ରରେ ଥିବା କେଉଁ ବର୍ଷକଣା ଯୋଗୁ ପରିସ୍ରାର ରଙ୍ଗ ଈଷତ୍ ହଳଦିଆ ଅଟେ ?
(A) କ୍ଲୋରୋଫିଲ୍
(C) ମେଜୋଫିଲ୍
(B) ୟୁରୋକ୍ରୋମ୍
(D) ନିଉଟ୍ରୋଫିଲ୍
Answer
(B) ୟୁରୋକ୍ରୋମ୍

13. ସୁସ୍ଥ ବୟସ୍କ ପ୍ରାପ୍ତ ବ୍ୟକ୍ତିର ବୃକ୍‌କର ପ୍ରସ୍ଥ ପ୍ରାୟ କେତେ ସେ.ମି. ?
(A) 2-3
(C) 4-5
(B) 3-4
(D) 5-7
Answer
(D) 5-7

14. କାହା ଦେଇ ବୃକ୍‌କରୁ ମୂତ୍ର ମୂତ୍ରାଶୟକୁ ଆସେ ?
(A) କର୍ଟେକ୍ସ
(B) ମେଡ୍ୟୁଲା
(D) ମୂତ୍ର ସାରଣୀ
(C) ହାଇଲମ୍
Answer
(D) ମୂତ୍ର ସାରଣୀ

15. ଶିଖାକୋଷ ରେ ଚନ ଅଙ୍ଗ କେଉଁ ଜୀବ ଠାରେ ଦେଖାଯାଏ ?
(A) ଏମିବା
(B) ସଞ୍ଜ
(C) ଚେପ୍‌ଟା କୃମି
(D) ଜିଆ
Answer
(C) ଚେପ୍‌ଟା କୃମି

BSE Odisha 10th Class Life Science Important Questions Chapter 4 ରେଚନ

16. ବୃକ୍‌କର ଭିତର ପାଖରେ ଥିବା ଖାଲୁଆ ସ୍ଥାନକୁ କ’ଣ କୁହାଯାଏ ?
(A) ମୂତ୍ର ସାରଣୀ
(B) ଗବିଣୀବସ୍ତି
(C) ହାଇଲମ୍
(D) ମେଡ୍ୟୁଲା
Answer
(C) ହାଇଲମ୍

17. ନେଫ୍ରିଡ଼ିଆ ରେଚନ ଅଙ୍ଗ କେଉଁ ଜୀବଠାରେ ଦେଖାଯାଏ ?
(A) ଜିଆ
(C) ହାଇଡ୍ରା
(B) ଏମିବା
(D) ଚେପ୍‌ଟା କୃମି
Answer
(A) ଜିଆ

18. ସୁସ୍ଥ ଲୋକର ମୂତ୍ରରେ କ’ଣ ନ ଥାଏ ?
(A) ୟୁରିକ୍ ଅମ୍ଳ
(B) କ୍ରିଏଟିନିନ୍
(C) ୟୁରୋକ୍ରୋମ୍
(D) ପ୍ଲା କୋଜ୍
Answer
(D) ପ୍ଲା କୋଜ୍

19. ଶରୀରରେ ପୁଷ୍ଟିସାର ଚୟାପଚୟ ଫଳରେ କ’ଣ ସୃଷ୍ଟି ହୁଏ ?
(A) ୟୁରିଆ
(B) ୟୁରିକ୍ ଅମ୍ଳ
(C) ଆମୋନିଆ
(D) ଗ୍ଲୋ କୋଜ୍
Answer
(C) ଆମୋନିଆ

20. BSE Odisha 10th Class Life Science Important Questions Chapter 4 ରେଚନ 2
(A) ଏମୋନିଆ
(B) ୟୁରିଆ
(C) ୟୁରିକ୍ ଅମ୍ଳ
(D) ଅଙ୍ଗାରକାମ୍ଳ
Answer
(C) ୟୁରିକ୍ ଅମ୍ଳ

21. ମେରୁଦଣ୍ଡୀ ପ୍ରାଣୀମାନଙ୍କର କେଉଁଠାରେ ୟୁରିଆ ଉତ୍ପନ୍ନ ହୁଏ ?
(A) ଫୁସ୍‌ଫୁସ୍
(C) ଅଗ୍ନାଶୟ
(B) ବୃକ୍‌କ
(D) ଯକୃତ
Answer
(D) ଯକୃତ

BSE Odisha 10th Class Life Science Important Questions Chapter 4 ରେଚନ

BSE Odisha 10th Class Life Science Important Questions Chapter 4 ରେଚନ 3

1. ରେଚନ କ’ଣ ? ଏହାର ଆବଶ୍ୟକତା କ’ଣ ? ବିଭିନ୍ନ ଜଳଚର ଓ ସ୍ଥଳଚର ପ୍ରାଣୀମାନେ ରେଚନ କାର୍ଯ୍ୟ କିପରି ସମ୍ପାଦନ କରନ୍ତି ବୁଝାଅ ।
ଊ-

  • ଶରୀରରେ ହେଉଥ‌ିବା ବିଭିନ୍ନ ଚୟାପଚୟ ପ୍ରକ୍ରିୟାରୁ ସୃଷ୍ଟି ହେଉଥ‌ିବା ବର୍ଜ୍ୟବସ୍ତୁ ଶରୀର ପାଇଁ କ୍ଷତିକାରକ ଓ ଅଦରକାରୀ ଅଟେ । ଏଣୁ ପରିବେଶକୁ ପ୍ରଦୂଷଣମୁକ୍ତ ରଖେ ଓ ବିଭିନ୍ନ ଜୈବ ରହେ ଓ ଶରୀର ସୁସ୍ଥ ରହେ । ଏହି ପ୍ରକ୍ରିୟାକୁ ରେଚନ କହନ୍ତି ।
  • ରେଚନ ତନ୍ତ୍ର ମାଧ୍ୟମରେ ଶରୀରରୁ ଏମୋନିଆ, ୟୁରିଆ, ୟୁରିକ୍ ଏସିଡ୍ ଜାତୀୟ ବର୍ଜ୍ୟବସ୍ତୁର୍ ନିଷ୍କାସନ ହୁଏ ଏବଂ ଶରୀରରେ ଜଳ ଓ ଧାତବ ଲବଣ ଆଦି ପଦାର୍ଥ ସନ୍ତୁଳନ ବଜାୟ ରହେ ।
  • ଶରୀରରେ ପୁଷ୍ଟିସାର ଚୟାପଚୟ ଫଳରେ ଏମୋନିଆ ନିର୍ଗତ ହୋଇଥାଏ । ଏମୋନିଆ ଏକ ଗ୍ୟାସୀୟ ପଦାର୍ଥ ଏବଂ ଜଳରେ ଏମୋନିଆ ଶରୀର ପାଇଁ କ୍ଷତିକାରକ ଅଟେ ।
  • ଜଳଚର ପ୍ରାଣୀମାନେ ଶରୀର ରୁ ଉତ୍ପନ୍ନ ଏମୋନି ଆକୁ ବି ସରଣ ପ୍ରକ୍ରିୟାଦ୍ଵାରା ସିଧାସଳଖ ଜଳୀୟ ପରିବେଶକୁ ନିଷ୍କାସିତ କରିଥା’ନ୍ତି ।
  • ସ୍ଥଳଚର ପ୍ରାଣୀମାନେ ଶରୀରରେ ଜାତ ହେଉଥ‌ିବା ଏମୋନିଆକୁ ୟୁରିଆ ବା କରିଥା’ନ୍ତି । ଯଥା – ସ୍ତନ୍ୟପାୟୀ ପ୍ରାଣୀ ଇତ୍ୟାଦି ୟୁରିକ୍ ୟୁରିଆ ତ୍ୟାଗ କରୁଥିବାବେଳେ ପକ୍ଷୀ, ସରୀସୃପ ଓ ପତଙ୍ଗମାନେ ୟୁରିକ୍ ଏସିଡ୍ ନିଷ୍କାସନ କରିଥା’ନ୍ତି

2. ବୃକ୍‌କର ଅନ୍ତଃଗଠନ ଓ କାର୍ଯ୍ୟ ସମ୍ବନ୍ଧରେ ବିବରଣୀ ପ୍ରଦାନ କର ।
ଉ-

  • ପ୍ରତ୍ୟେକ ବୃକ୍‌କ ଭିତରେ 10 ଲକ୍ଷରୁ ଅଧିକ ସୂକ୍ଷ୍ମ ବୃକ୍‌କୀୟ ନଳିକା ରହିଥାଏ ।
  • ପ୍ରତି ବୃକ୍‌କୀୟ ନଳିକାର ଗୋଟିଏ ପାର୍ଶ୍ଵ ‘କପ୍’ ବା ଗିନା ଆକୃତିର । କପ୍ ଆକୃତିର ପାର୍ଶ୍ୱଟି ବୃକ୍‌କର ବାହାର ପଟକୁ ମୁହେଁଇଥାଏ । ଏହି କପ୍‌କୁ ବାଓମ୍ୟାନ୍ସ କ୍ୟାପ୍‌ସୁଲ କୁହାଯାଏ ।
  • ପ୍ରତି ନେଫ୍ରନ୍ ସହ ବୃକ୍‌କୀୟ ଧମନୀର ଗୋଟିଏ ଲେଖାଏଁ ସୂକ୍ଷ୍ମ ଶାଖା (ଏଫରେଣ୍ଟ ଅନ୍ତର୍ବାହୀ ଉପଧମନୀ) ସଂଯୁକ୍ତ ହୋଇଥାଏ ।
  • ଏହା ନେଫ୍ରନ୍ ଭିତରେ ପ୍ରବେଶ କରି ଅନେକ ଅତି ସୂକ୍ଷ୍ମ ଶାଖାପ୍ରଶାଖା ବା କୈଶିକନଳୀରେ ପରିଣତ ହୋଇଥାଏ । ଏସବୁ କୈଶିକନଳୀ ବହିର୍ବାହୀ ଉପଧମନୀ ସୃଷ୍ଟି ହୁଏ ।
  • କୈଶିକନଳୀଗୁଡ଼ିକର ପ୍ରାଚୀର ଖୁବ୍ ପତଳା । ଏ ଦୁଇଟି ଉପଧମନୀ ସହ ସଂଶ୍ଳିଷ୍ଟ କୈଶିକନଳୀର ଏହି ଗୁଚ୍ଛକୁ କୈଶିକାଗୁଚ୍ଛ ବା ଗ୍ଲୋମେରୁଲସ୍ କୁହାଯାଏ ।
  • ବାଓମ୍ୟାନ୍ସ କ୍ୟାପସୁଲର ‘କପ୍’ରେ ଏହା ଯୋହୋଇ ରହିଥାଏ । ରକ୍ତ, ଅନ୍ତର୍ବାହୀ ବାହାରକୁ ଯାଇଥାଏ ।
  • ରକ୍ତଛଣା’ କାର୍ଯ୍ୟ ପାଇଁ ଏହି ବ୍ୟବସ୍ଥା ବେଶ୍ କରନ୍ତି ।
  • ବୃକ୍‌କୀୟ ନଳିକାର କେତେକ ଅଂଶ ବୃକ୍‌କ ଭିତରେ ଗୁଡ଼େଇ ରହି ଶେଷ ମୁଣ୍ଡଟି ମୂତ୍ର ସଂଗ୍ରହନଳିକା ମଧ୍ଯରେ ପଶିଥାଏ ।
  • ମୂତ୍ର ସଂଗ୍ରହ ନଳିକାଗୁଡ଼ିକ ଏକାଠି ହୋଇ ବୃକ୍‌କ ଭିତରେ ଥ‌ିବା ଏକ ଗହ୍ଵର ଭିତରକୁ ଖୋଲିଥା’ନ୍ତ ଓ ଏହି ଗହ୍ଵରଟିକୁ ଗବିଣୀ ବସ୍ତି କୁହାଯାଏ ।
  • ପ୍ରତ୍ୟେକ ବୃକ୍‌ କରୁ ଗୋଟିଏ ଲେଖାଏଁ ମୂତ୍ରସାରଣୀ ବାହାରି ତଳିପେଟରେ ଥ‌ିବା ମୂତ୍ରାଶୟ ଭିତରେ ପଶିଥାଏ ।
  • ମୂତ୍ରାଶୟରେ ମୂତ୍ର ସଞ୍ଜୁ ହୋଇ ରହେ ଓ ପରିସ୍ରା କଲାବେଳେ ତାହା ମୂତ୍ରମାର୍ଗ ଦେଇ ନିଷ୍କାସିତ ହୋଇଥାଏ ।

BSE Odisha 10th Class Life Science Important Questions Chapter 4 ରେଚନ 4

1. ବିଭିନ୍ନ ପ୍ରକାର ପ୍ରାଣୀମାନଙ୍କର ବର୍ଜ୍ୟବସ୍ତୁର ନାମ ଲେଖ । ମେରୁଦଣ୍ଡୀ ପ୍ରାଣୀମାନଙ୍କ ୟୁରିଆ କିପରି ଉତ୍ପନ୍ନ ହୁଏ ?
ଉ-

  • ଶରୀରରେ ହେଉଥ‌ିବା ଚୟାପଚୟ ପ୍ରକ୍ରିୟାରୁ ଏମୋନିଆ, ୟୁରିଆ, ୟୁରିକ୍ ଏସିଡ୍ ଭଳି ବର୍ଜ୍ୟ ପଦାର୍ଥ ଉତ୍ପନ୍ନ ହୁଏ ।
  • ଶରୀରରେ ପୁଷ୍ଟିସାରର ଚୟାପଚୟରୁ ଜାତ ହେଉଥ‌ିବା ଏମୋନିଆ ଜଳରେ ଅତିମାତ୍ରାରେ ଦ୍ରବଣୀୟ । ଦ୍ରବୀଭୂତ ଏମୋନିଆ ଶରୀର ପାଇଁ କ୍ଷତିକାରକ ।
  • ଜଳଚର ପ୍ରାଣୀ ଏମୋନିଆ ବିସରଣ ପ୍ରକ୍ରିୟାରେ ପ୍ରାଣୀଙ୍କ କ୍ଷେତ୍ରରେ ଏମୋନିଆ ୟୁରିଆ କିମ୍ବା ହୋଇଥାଏ । ମେରୁଦଣ୍ଡୀ ପ୍ରାଣୀମାନଙ୍କର ଯକୃତରେ ଏମୋନିଆ ସହ ଅଙ୍ଗାରକାମ୍ଳ ସଂଯୋଗ ଘଟି ୟୁରିଆ ସୃଷ୍ଟି ହୁଏ ।

2. BSE Odisha 10th Class Life Science Important Questions Chapter 4 ରେଚନ 6
ଉ-

  • ପତଙ୍ଗ ଓ ସରୀସୃପମାନଙ୍କଠାରେ ଏମୋନିଆରୁ ୟୁରିକ୍ ଏସିଡ୍ ତିଆରି ହୋଇଥାଏ । ୟୁରିକ୍ ଏସିଡ୍ ଜଳରେ ପ୍ରାୟ ଅଦ୍ରବଣୀୟ ତେଣୁ ମୂତ୍ର ତିଆରି ପରେ ଏହା ଦ୍ରବଣରୁ ସହଜରେ ବାହାରି ଯାଇଥାଏ ।
  • ଦ୍ରବଣରେ ଥିବା ଜଳ ରକ୍ତ ଭିତରକୁ ପୁନର୍ବାର ଶୋଷିତ ହୋଇ ଚାଲିଯାଏ ।
  • ଏଣୁ ପତଙ୍ଗ, ବିହଙ୍ଗ ଓ ସରୀସୃପ ଆଦି ପ୍ରାଣୀ ରେଚନ ପ୍ରକ୍ରିୟାରେ ଅଧ‌ିକ ଜଳକ୍ଷୟ କରନ୍ତି ନାହିଁ । ୟୁରିକ୍ ଏସିଡ୍ ମଳ ସହିତ ନିଷ୍କାସିତ ହୋଇଥାଏ ।

3. ବୃକ୍‌କ ବ୍ୟତୀତ ଶରୀରର ଅନ୍ୟ ରେଚନ ଅଙ୍ଗଗୁଡ଼ିକ କିପରି କାର୍ଯ୍ୟ କରନ୍ତି ଉଦାହରଣ ସହ ଲେଖ ।
ଉ-

  • ଶରୀରରୁ ବର୍ଜ୍ୟବସ୍ତୁ କିଛି ପରିମାଣରେ ଝାଳଆକାରରେ ଚର୍ମଦେଇ ନିଷ୍କାସିତ ହୁଏ । ଝାଳ ତିଆରି ଚର୍ମର ଅନ୍ୟ ଏକ କାର୍ଯ୍ୟ । ଏଥ‌ିପାଇଁ ଝାଳ ଆକାରରେ ଶରୀର ରୁ ନିଷ୍କାସିତ ହୋଇଥାଏ । ଝାଳ ବାଷ୍ପୀଭୂତ ହେବାଫଳରେ ଶରୀର ଶୀତଳ ରହେ ।
  • ପାକତନ୍ତ୍ର ସହ ଜଡ଼ିତ ଯକୃତ କିଛି ବର୍ଜ୍ୟବସ୍ତୁ ଶରୀର ଶୀତଳ ରହେ । ଖାଇଥ‌ିବା ଔଷଧର ଅବଶିଷ୍ଟ୍ୟଶ ମାତ୍ରାତ୍ମ ପ୍ରକ୍ରିୟାରୁ ଜାତ ହେଉଥ‌ିବା ବର୍ଷକଣା ପିତ୍ତରସ ସହ ମିଶି ଖାଦ୍ୟନଳୀ ଭିତରକୁ ଯାଇଥାଏ । ସେଠାରେ ମଳଦ୍ଵାରା ନିଷ୍କାସିତ ହୋଇଥାଏ ।
  • ନିଃଶ୍ଵାସ ଛାଡ଼ିଲେ ଫୁସ୍‌ଫୁସ୍‌ ଶରୀରରେ ଉତ୍ପନ୍ନ ଅଙ୍ଗାରକାମ୍ଳ ଓ ଜଳୀୟବାଷ୍ପ ନିଷ୍କାସି ତ ହୋଇଥାଏ ।

BSE Odisha 10th Class Life Science Important Questions Chapter 4 ରେଚନ

BSE Odisha 10th Class Life Science Important Questions Chapter 4 ରେଚନ 5

1. ରେଚନ ବ୍ୟତୀତ ବୃକ୍‌କର ଅନ୍ୟ କାର୍ଯ୍ୟ ସମ୍ବନ୍ଧରେ ଲେଖ ।
ଉ-

  • ଶରୀରର ଜଳ ଓ ଧାତବଲବଣ ପରିମାଣ ନିୟନ୍ତ୍ରଣ କରେ ।
  • ରକ୍ତରେ ଅମ୍ଳ ଓ କ୍ଷାରୀୟ ମାତ୍ରା ନିୟନ୍ତ୍ରଣ କରୁଥିବା ପଦାର୍ଥମାନଙ୍କ ସନ୍ତୁଳନ ରକ୍ଷାକରେ ।
  • ଶରୀରରେ ଉଚ୍ଚରକ୍ତଚାପ ନିୟନ୍ତ୍ରଣ କରେ ।
  • ଏରି ଥ୍ରୋପୋଇଏଟିନ୍ ନାମକ ହରମୋନ୍ କ୍ଷରଣକରି ଲୋହିତ ରକ୍ତକଣିକା ତିଆରିରେ ସାହାଯ୍ୟ କରେ ।

2. ରସଧାନୀ ଓ ପତ୍ରଦ୍ଵାରା ଉଭିଦର ରେଚନ କିପରି ସମ୍ପାଦିତ ହୋଇଥାଏ ବୁଝାଅ ।
ଉ-

  • ଅନେକ ଉଦ୍ଭଦର ବର୍ଜ୍ୟବସ୍ତୁଗୁଡ଼ିକ କୋଷମଧ୍ୟସ୍ଥ ରସଧାନୀରେ ସଂଗୃହୀତ ହୋଇଥାଏ ।
  • ସ୍ଥଳବିଶେଷରେ ପତ୍ରରେ ସଂଗୃହୀତ ହେଲାପରେ ପତ୍ର ଶୁଖ୍ ଝଡ଼ିପଡ଼େ ।

3. ଏମୋନିଆ କ’ଣ ଓ ଏହା ଜୀବ ଶରୀରରେ କିପରି ସୃଷ୍ଟି ହୁଏ ?
ଉ-

  • ଏମୋନିଆ ଗ୍ୟାସୀୟ ପଦାର୍ଥ । ଏହା ଜଳରେ ଅତି ମାତ୍ରାରେ ଦ୍ରବଣୀୟ । ଦ୍ରବୀଭୂତ ଏମୋନିଆ ଶରୀର ପାଇଁ କ୍ଷତିକାରକ ।
  • ଶରୀରରେ ପୁଷ୍ଟିସାରର ଚୟାପଚୟ ଫଳରେ ଏମୋନିଆ ନିର୍ଗତ ହୋଇଥାଏ ।

4. ବୃକ୍‌କର ଅବସ୍ଥାନ ଓ ବାହ୍ୟ ଗଠନ କିପରି ?
ଉ-

  • ମଣିଷର ମଧ୍ୟଚ୍ଛଦାର ଠିକ୍ ତଳକୁ ଉଦର ଦୁଇଟି ବୃକ୍‌କ ଅଛି । ବୃକ୍‌କର ଆକାର ପ୍ରାୟ ଶିମ୍ବ ମଞ୍ଜିପରି, ଲମ୍ବ ପ୍ରାୟ 10 ରୁ 12 ସେ.ମି. ପ୍ରସ୍ଥ ପ୍ରାୟ 5 ରୁ 7 ସେ.ମି. ଓ ମୋଟେଇ ପ୍ରାୟ 3 ସେ.ମି.।
  • ବୃକ୍‌କର ଖାଲୁଆ ଅଂଶକୁ ହାଇଲମ୍ କହନ୍ତି । ହାଇଲମ୍‌ରେ ବୃକ୍‌କୀୟ ଶିରା, ବୃକ୍‌କୀୟ ଧମନୀ ଓ ମୂତ୍ର ସାରଣୀ ସଂଯୁକ୍ତ ହୋଇଥାଏ। ମୂତ୍ରାଶୟ ସହ ସଂଯୁକ୍ତ ହୋଇଥାଏ ।

5. ବାଓମ୍ୟାନ୍ସ କ୍ୟାପସୁଲ କ’ଣ ? ଏଥିରେ ନେଫ୍ରନ୍ ସଂଖ୍ୟା କେତେ ?
ଊ-

  • ପ୍ରତ୍ୟେକ ବୃକ୍‌କର ଭିତରେ 10 ଲକ୍ଷରୁ ଅଧି ସୂକ୍ଷ୍ମ ବୃକ୍‌କୀୟ ନଳିକା ବା ନେଫ୍ରନ୍ ଥାଏ ।
  • ପ୍ରତି ବୃକ୍‌କୀୟ ନଳିକାର ଗୋଟିଏ ପାର୍ଶ୍ଵ ଗିନା ବା କପ୍ ଆକୃତିର ଓ କପ୍ ଆକୃତିର ମୁହଁ ବୃକ୍‌କର ବାହାରପଟକୁ ମୁହାଁଇ ଥାଏ । ଏହି କପ୍କୁ ବାଓମ୍ୟାନ୍ସ କ୍ୟାପସୁଲ୍ କୁହାଯାଏ ।

6. ଗ୍ଲୋମେରୁଲସ୍ କିପରି ଗଠିତ ହୋଇଥାଏ ?
ଉ-

  • ନେଫ୍ରାନ୍ ସହ ସଂଯୁକ୍ତ ଏଫରେଣ୍ଟ ଉପଧମନୀ କୈଶିକନଳୀରେ ପରିଣତ ହୋଇଥାଏ । ଏହି କୈଶିକ ନଳୀ ପରସ୍ପର ସହ ମିଶି ଯାଇ ଇଫରେଣ୍ଟ ଉପଧମନୀ ଜାତ ହୁଏ ।
  • ଏହି ଦୁଇ ଉପଧମନୀ ସହ ସଂଶ୍ଳିଷ୍ଟ କୈଶିକନଳୀର ଏହି ଗୁଚ୍ଛକୁ କୈଶିକ ଗୁଚ୍ଛ ବା ଗ୍ଲୋମେରୁଲସ୍ କହନ୍ତି ।

7. ଗ୍ଲୋମେରୁ ଲ ସ୍କୋରେ କେଉଁ କେଉଁ ପଦାର୍ଥ ଛାଣିହୋଇ ବୃକ୍‌କୀୟ ନଳିକା ମଧ୍ଯରେ ଆସେ ଓ କେଉଁ ପଦାର୍ଥ ପୁନଃ ଶୋଷିତ ହୋଇଥାଏ ?
ଉ-

  • ବୃକ୍‌ କୀୟ ନଳିକା ମଧ୍ୟକୁ ଆସୁଥ୍, ଏମିନୋ ଏସିଡ୍, ୟୁରିଆ, ୟୁରିକ୍ ଏସିଡ୍, କ୍ରି ଏଟନି ନ୍, ସୋଡ଼ିୟମ୍, ପୋଟାସିୟମ୍ ଇତ୍ୟାଦି ।
  • ରୁ କୋଜ ଓ ଏମୋନିଆ ଏସିଡ୍, ଜଳ ଭଳି ଉପାଦାନ ଆମ ଶରୀର ପାଇଁ ଅଧ୍ୟା ନ ହୋଇ କୈଶିକ ରକ୍ତନଳୀ ଭିତରକୁ ପୁନଃ ଶୋଷିତ ହୋଇଥାଏ ।

8. ୟୁରିଆ କେଉଁଠାରେ ଓ କିପରି ପ୍ରସ୍ତୁତ ହୁଏ ? ଏହା କିପରି ନିଷ୍କାସିତ ହୁଏ ?

  • ୟୁରିଆ ଯକୃତଠାରେ ତିଆରି ହୁଏ ।
  • ଏମୋନିଆ ଓ ଅଙ୍ଗାରକାମ୍ଳର ରାସାୟନିକ ସଂଯୋଗ ଘଟିଲେ ୟୁରିଆ ତିଆରି ହୁଏ ।
  • ବୃକ୍‌କଦ୍ଵାରା ୟୁରିଆ ନିଷ୍କାସିତ ହୁଏ ।

9. ଶିଖାକୋଷ, ନେଫ୍ରିଡ଼ିଆ ଓ ମାଲପିଝି ଆନ୍ ନଳିକାର କାର୍ଯ୍ୟ କ’ଣ ?

  • ଚେପ୍‌ଟା କୃମି, ଫିତାକୃମି, ଯକୃତ କୃମି ଶିଖାକୋଷଦ୍ଵାର। ଏମୋନି ଆ ତ୍ୟାଗ କରିଥା’ନ୍ତି ।
  • ଜିଆ, ଜୋକ, ନେରିସ୍ ନେଫ୍ରିଡ଼ିଆ ଦ୍ଵାରା ଏମୋନିଆ କିମ୍ବା ୟୁରିଆ ତ୍ୟାଗ କରିଥାନ୍ତି । ଝିଣ୍ଟିକା ମାଝିଆନ୍ ନଳିକା ଦ୍ଵାରା ୟୁରିକ୍

10. ସ୍ବେଦଗ୍ରନ୍ଥିର କାର୍ଯ୍ୟ ଲେଖ ।
ଉ-

  •  ଝାଳ ତିଆରି କରିବାପାଇଁ ଚର୍ମରେ ସ୍ବେଦଗ୍ରନ୍ଥି ରହିଛି ।
  • ଏହି ଗ୍ରନ୍ଥିଦ୍ୱାରା ରକ୍ତରୁ ଧାତବ ଲବଣ, ସାମାନ୍ୟ ୟୁରିଆ ଶୋଷିତ ହୋଇ ପରେ ଝାଳ ଆକାରରେ ଶରୀରରୁ ନିଷ୍କାସିତ ହୋଇଥାଏ ।

11. ରେଚନ ତନ୍ତ୍ର କାହାକୁ କୁହାଯାଏ ?

  • ପାଇଁ ଅଦରକାରୀ ଓ ହାନିକାରକ ଅଟେ ।
  • ଶରୀରରେ ଧ୍ଵଂ ବିଶେଷ ବ୍ୟବସ୍ଥାଦ୍ୱାରା
  • ଯେଉଁ ଅଙ୍ଗମାନଙ୍କ ସହାୟତାରେ ଏହି କାର୍ଯ୍ୟ ସମ୍ପାଦିତ ହୁଏ, ତାହାକୁ ରେଚନ ତନ୍ତ୍ର କୁହାଯାଏ । ମନୁଷ୍ୟର ରେଚନ ତନ୍ତ୍ର ବୃକ୍‌କ, ମୂତ୍ରସାରଣୀ ଓ ମୂତ୍ରାଶୟ ଇତ୍ୟାଦିକୁ ନେଇ ଗଠିତ ।

BSE Odisha 10th Class Life Science Important Questions Chapter 4 ରେଚନ

12. ସୁସ୍ଥ ବ୍ୟକ୍ତିର ମୂତ୍ର ଈଷଦ୍ ହଳଦିଆ କାହିଁକି ? ମୂତ୍ରରେ କେଉଁ ଉପାଦାନ ଥିଲେ ବ୍ୟକ୍ତି ଅସୁସ୍ଥ ବୋଲି ଜଣାପଡ଼େ ।
ଊ-

  • ମୂତ୍ରରେ ୟୁରୋକ୍ରୋମ୍ ନାମକ ବର୍ଷକଣା ଥିବା ହେତୁ ଜଣେ ସୁସ୍ଥ ବ୍ୟକ୍ତିର ପରିସ୍ରା ରଙ୍ଗ ଈଷତ୍ ହଳଦିଆ ହୋଇଥାଏ ।
  • ମୂତ୍ରରେ ନିମ୍ନଲିଖ୍ ଉପାଦାନ ରହିଲେ ବ୍ୟକ୍ତି ଅସୁସ୍ଥ ବୋଲି ଜଣାପଡ଼େ; ଯଥା- ଗ୍ଲୁକୋଜ୍, ପ୍ରୋଟିନ୍, ରକ୍ତକଣିକା ।

13. ଏଫରେଣ୍ଟ (ଅନ୍ତର୍ବାହୀ) ଓ ଇଫରେ ଣ୍ଟ (ବର୍ହିବାହୀ) ଉପଧମନୀ କିପରି ସୃଷ୍ଟିହୁଏ ?
ଉ-

  • ପ୍ରତି ନେଫ୍ରନ୍ ସହ ସଂଯୁକ୍ତ ହୋଇ ରହିଛି ଶାଖା ଯାହାକୁ ଏଫରେଣ୍ଟ (ଅନ୍ତର୍ବାହୀ)
  • ଏହା ନେଫ୍ରନ୍ ଭିତରେ ପ୍ରବେଶ କରି ଅନେକ ଅତି ସୂକ୍ଷ୍ମ ଶାଖାପ୍ରଶାଖା ବା କୈଶିକନଳୀରେ ପରିଣତ ହୋଇଥାଏ । ଏସବୁ କୈଶିକନଳୀ ପରସ୍ପର ସହ ପୁଣି ମିଶିଯିବାଦ୍ଵାରା ଇଫରେଣ୍ଟ ବା ବହିର୍ବାହୀ ଉପଧମନୀ ଜାତ ହୁଏ ।

BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7

Odisha State Board BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7 Textbook Exercise Questions and Answers.

BSE Odisha Class 10 Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7

Question 1.
ସଡ଼କ ସୁରକ୍ଷା ଶିକ୍ଷାରେ ସମାନ୍ତର ପ୍ରଗତିର ପ୍ରୟୋଗ କିପରି ହୋଇପାରେ ଲେଖ ।
Solution:
ସଡ଼କ ସୁରକ୍ଷା ଶିକ୍ଷାରେ ସମାନ୍ତର ପ୍ରଗତିର ପ୍ରୟୋଗ ହେଲା – ଟ୍ରାଫିକ୍ ସଂକେତଗୁଡ଼ିକ ମଧ୍ୟରେ ଦୂରତା ଓ ସେଗୁଡ଼ିକୁ ଅତିକ୍ରମ କରିବାର ସମୟକୁ ନେଇ ଏକ ସମାନ୍ତର ଅନୁକ୍ରମ ସୃଷ୍ଟିକରି ଏହି ପ୍ରକ୍ରିୟାକୁ ଏକ ଗାଣିତିକ ଭିଭିଦେବା ।

Question 2.
ଏକ କିଲୋମିଟର ବ୍ୟବଧାନରେ ଗୋଟିଏ ସଡ଼କରେ ଟ୍ରାଫିକ୍ ସଂକେତ ସବୁ ରହିଛି । ଏକ କାର୍ 15 ମିନିଟ୍‌ରେ 15ଟି ଟ୍ରାଫିକ୍ ସଂକେତକୁ ଅତିକ୍ରମ କଲା । କାର୍‌ର ଘଣ୍ଟା ପ୍ରତି ବେଗ କେତେ ନିର୍ଣ୍ଣୟ କର ।
Solution:
1 କି.ମି. ବ୍ୟବଧାନରେ ଟ୍ରାଫିକ୍ ସଂକେତ ଅଛି ।
15 ଟି ଟ୍ରାଫିକ୍ ଖୁଣ୍ଟି ମଧ୍ୟରେ ବ୍ୟବଧାନ 15 – 1 = 14
∴ କାର୍‌ର ଘଣ୍ଟାପ୍ରତି ବେଗ = 14 × 1 କି.ମି. = 14 କି.ମି.
BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7 - 1

Question 3.
ଏକ ଟ୍ରକ୍ ରାସ୍ତାରେ ଥ‌ିବା ଟ୍ରାଫିକ୍ ଲାଇଟ୍‌କୁ 10 ମିନିଟ୍, 20 ମିନିଟ୍, 30 ମିନିଟ୍ କ୍ରମରେ ଅତିକ୍ରମ କଲା । 15 ଟି ଲାଇଟ୍‌କୁ ଅତିକ୍ରମ କରିବାକୁ ଟ୍ରକ୍‌କୁ କେତେ ସମୟ ଲାଗିଥ୍ ?
Solution:
ଟ୍ରକ୍‌ଟି ଟ୍ରାଫିକ୍ ଲାଇଟ୍‌ଗୁଡ଼ିକୁ 10 ମିନିଟ୍, 20 ମିନିଟ୍, 30 ମିନିଟ୍ କ୍ରମରେ ଅତିକ୍ରମ କରୁଛି ।
ଏହା ସମାନ୍ତର ଅନୁକ୍ରମରେ ଅଛି ।
∴ ଅନୁକ୍ରମଟି = 10, 20, 30
ଏଠାରେ ଅନୁକ୍ରମର ପ୍ରଥମରେ = a = 10
ସାଧାରଣ ଅନ୍ତର = d = 20 – 10 = 30 – 20 = 10
ପଦସଂଖ୍ୟା = n = 15
∴ tn = a + (n – 1) d
⇒ t15 = 10 + (15 – 1) × 10
= 10 + (14 × 10)
= 10 + 140 = 150 ମିନିଟ୍
= 2 ଘଣ୍ଟା 30 ମିନିଟ୍ ।
∴ 15 ଟି ଲାଇଟ୍‌କୁ ଅତିକ୍ରମ କରିବାପାଇଁ 2 ଘଣ୍ଟା 30 ମିନିଟ୍ ସମୟ ଲାଗିବ ।

BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7

Question 4.
ଏକ ସଡ଼କରେ ଲାଗିଥ‌ିବା LED ଲାଇଟ୍ ପୋଷ୍ଟ୍ରଗୁଡ଼ିକର ଯାତ୍ରା ଆରମ୍ଭ ସ୍ଥାନରୁ ଦୂରତା ଏକ ସମାନ୍ତର ଶ୍ରେଣୀ ଅନ୍ତର୍ଭୁକ୍ତ । 5ମ ଲାଇଟ୍ ପୋଷ୍ଟ୍ର ଦୂରତା 45 କି.ମି. ଓ 8ମ ଲାଇଟ୍‌ ପୋଷ୍ଟ୍ର ଦୂରତା 75 କି.ମି. । 10 ଟି ଲାଇଟ୍ ପୋଷ୍ଟ୍ ପାର୍ ହେବାକୁ ଯଦି ଏକ ବସ 2 ଘଣ୍ଟା ସମୟ ନିଏ ତେବେ ବସର ଘଣ୍ଟା ପ୍ରତି ବେଗ ନିର୍ଣ୍ଣୟ କର ।
Solution:
ଲାଇଟ୍ ପୋଷ୍ଟ୍ଗୁଡ଼ିକର ଦୂରତା ଏକ ସମାନ୍ତର ଶ୍ରେଣୀ ଅନ୍ତର୍ଭୁକ୍ତ ।
5ମ ଲାଇଟ୍ ପୋଷ୍ଟର ଦୂରତା = a + 4d = 45 କି.ମି.
8 ମ ଲାଇଟ୍ ପୋଷ୍ଟର ଦୂରତା = a + 7d = 75 କି.ମି.
∴ (a + 7d) – (a + 4d) = 75 – 45 = 30 କି.ମି.
⇒ 3d = 30 କି.ମି.
⇒ d = 10 କି.ମି.
ପୁନଶ୍ଚ a + 4d = 45 କି.ମି.
⇒ a + (4 × 10) = 45 କି.ମି.
⇒ a = 45 – 40 = 5 କି.ମି.
10 ମ ଲାଇଟ୍ ପୋଷ୍ଟର ଦୂରତା = a + 9d
= (5 + 9 × 10) କି.ମି.
= 5 + 90
= 95 କି.ମି.
⇒ ଅତିକ୍ରାନ୍ତ ଦୂରତା = 95 କି.ମି.
ସମୟ = 2 ଘଣ୍ଟା
ବସ୍‌ର ଘଣ୍ଟା ପ୍ରତି ବେଗ = \(\frac{95}{2}\) = 47.5 କି.ମି./ଘଣ୍ଟା

Question 5.
ଦତ୍ତ ସ୍ତମ୍ଭ ଲେଖରେ କୌଣସି ସହରର ବିଗତ ବର୍ଷମାନଙ୍କରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ସଂଖ୍ୟା ବ୍ୟକ୍ତ କରାଯାଇଛି ।
BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7 - 2
(a) 2014 – 2015 ବର୍ଷରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଅଭିବୃଦ୍ଧି ହାର କେତେ?
Solution:
2014 ମସିହାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା = 100
2015 ମସିହାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା = 200
∴ ଅଧ୍ଵ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା = 200 – 100 = 100
∴ 2014 – 15 ବର୍ଷରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଅଭିବୃଦ୍ଧି ହାର
BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7 - 3
(b) 2016 – 2017 ବର୍ଷମାନଙ୍କରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଅଭିବୃଦ୍ଧି ବା ହ୍ରାସ ହାର କେତେ ?
Solution:
2016 ମସିହାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା = 300
2017 ମସିହାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା = 200
ହ୍ରାସ = 300 – 200 = 100
ହ୍ରାସ % = \(\frac{100}{300}\) × 100%
= \(\frac{100}{3}\)%
= \(33 \frac{1}{3}\)%

BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7

Question 6.
ଦତ୍ତ ବୃତ୍ତ ଲେଖରେ 2018 ମସିହାରେ କୌଣସି ସହରର ବିଭିନ୍ନ କାରଣରୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ସଂଖ୍ୟା ଡିଗ୍ରୀରେ ଦିଆଯାଇଛ ।
ଯଦି ସହରରେ ସେହିବର୍ଷ ମୋଟ 72000 ବ୍ୟକ୍ତି ମୃତ୍ୟୁବରଣ କରିଥି’ନ୍ତି କେତେ ?
BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7 - 4
(a) ମଦ୍ୟପାନ ଜନିତ ମୃତ୍ୟୁର ସଂଖ୍ୟା କେତେ ?
Solution:
ସହରରେ ମୋଟ ମୃତ୍ୟୁ ସଂଖ୍ୟା 72,000 ।
ଏହାର ଡିଗ୍ରୀ ପରିମାପ = 360°
ମଦ୍ୟପାନ ଜନିତ ମୃତ୍ୟୁସଂଖ୍ୟାର ଡିଗ୍ରୀ ପରିମାପ = 120°
BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7 - 5
= \(\frac{72000}{360°}\) × 120° = 24,000

(b) ଅନ୍ୟାନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା କେତେ ?
Solution:
BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7 - 6
= \(\frac{72000}{360°}\) × 50° = 10,000

(c) ବିନା ହେଲ୍‌ମେଟ୍ ଯୋଗୁଁ ମୃତ୍ୟୁସଂଖ୍ୟା କେତେ ?
BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7 - 6.1
= \(\frac{72000}{360°}\) × 120° = 24,000

Question 7.
ଏକ ବସଷ୍ଟାଣ୍ଡରେ ଏକ ଖମ୍ବ ଉପରେ CCTV କ୍ୟାମେରାଟିଏ ଲଗାଯାଇଛି । ଖମ୍ବର ପାଦଦେଶରୁ 30 ମିଟର ଦୂରସ୍ଥ ପ୍ଲାଟଫର୍ମର ଏକ ବିନ୍ଦୁଠାରୁ CCTV କ୍ୟାମେରାର କୌଣିକ ଉନ୍ନତି 60 ହେଲେ ଖମ୍ବର ଉଚ୍ଚତା ନିଶ୍ଚୟ କର ।
Solution:
AB ହେଉଛି ଖମ୍ବ ।
AB ଖମ୍ବର A ଠାରେ CCTV କ୍ୟାମେରା ଖଞ୍ଜାଯାଇଛି ।
ଖମ୍ବର ପାଦଦେଶ B ଠାରୁ C ପର୍ଯ୍ୟନ୍ତ ଦୂରତା 30 ମିଟର ।
BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7 - 7
⇒ BC= 30 ମିଟର
C ଠାରେ ରହିଛି ପ୍ଲାଟଫର୍ମ । ∠C = 60°
ABC ସମକୋଣୀ A ରେ tan 60° = \(\frac{A B}{B C}\)
⇒ √3 = \(\frac{A B}{B C}\)
⇒ AB = 30√3 ମି.
ଖମ୍ବର ଉଚ୍ଚତା = 30√3 ମି.

BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7

Question 8.
24 ମିଟର ଉଚ୍ଚ ଏକ ଖୁଣ୍ଟିର ଶୀର୍ଷଦେଶରେ ଏକ CCTV କ୍ୟାମେରା ଏପରି ଲଗାଯାଇଛି ଯେପରି ଖୁଣ୍ଟିର ଶୀର୍ଷରୁ 25 ମିଟର ଦୂର ଦୃଷ୍ଟିରେଖାର ଆଗକୁ ଯାତାୟତ ଦୃଷ୍ଟିଗୋଚର ହୋଇପାରେ ।
(a) ଯେଉଁ ସ୍ଥାନଠାରୁ ଆଗକୁ ଯାତାୟତ ଦୃଷ୍ଟିଗୋଚର ହୁଏ ଖୁଣ୍ଟିର ପାଦଦେଶରୁ ସେ ସ୍ଥାନର ଦୂରତା କେତେ ?
Solution:
ଖୁଣ୍ଡରୁ ଦୃଷ୍ଟିଗୋଚର ହୁଏ = AB
AB = 25 ମି.
BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7 - 8
ଖୁଣ୍ଟୁର ଉଚ୍ଚତା = AO = 24 ମି.
ଯେଉଁ ସ୍ଥାନରୁ ଆଗକୁ ଯାତାୟାତ ଦୃଷ୍ଟିଗୋଚରହୁଏ,
ଖୁଣ୍ଟିଠାରୁ ପାଦଦେଶରୁ ସେ ସ୍ଥାନର ଦୂରତା = OB
= \(\sqrt{AB^2 – AO^2}\) = \(\sqrt{25^2 – 24^2}\)
= \(\sqrt{625-576}\) = \(\sqrt{49}\) = 7 ମିଟର

(b) ଖୁଣ୍ଟି ଚାରିପାଖ ସବୁଜ କ୍ଷେତ୍ରର (ଦେଖାଯାଉ ନଥ‌ିବା କ୍ଷେତ୍ର) କ୍ଷେତ୍ରଫଳ କେତେ ?
Solution:
π × (OB)² = π × (7)² = 49 π ବର୍ଗମିଟର ।
= 49 × \(\frac{22}{7}\) ବର୍ଗମିଟର (π = \(\frac{22}{7}\) ନେଲେ)
= 154 ବର୍ଗମିଟର

Question 9.
ଏକ ଚାରିଛକି ଉପରେ 10 ମିଟର ଉଚ୍ଚ ଏକ ଖମ୍ବ ଉପରେ ଏକ CCTV କ୍ୟାମେରା ଲଗାଯାଇଛି । ଗୋଟିଏ କାର ଭକ୍ତ ଖମ୍ବ ଆଡ଼କୁ ଆସୁଅଛି । ଯଦି କ୍ୟାମେରାଠାରୁ ସେହି କାରର କୌଣିକ ଅବନତି 45 ରୁ ବଦଳି 60 ହୋଇଯାଏ, ତେବେ ଏହି ସମୟ ଭିତରେ କାର୍‌ଟି କେତେ ବାଟ ଅତିକ୍ରମ କରିଥବ ?
Solution:
AB = ଖମ୍ବର ଉଚ୍ଚତା = 10 ମିଟର ।
A ଠାରେ CCTV ଲାଗିଛି ।
C ହେଉଛି କାରର ପ୍ରଥମ ଅବସ୍ଥାନ, ∠ACB = 45°
D ହେଉଛି କାରର ଦ୍ଵିତୀୟ ଅବସ୍ଥାନ, ∠ADB = 60°
କାରଟି ଅତିକ୍ରମ କରିଥିବା ଦୂରତା = CD
BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7 - 9
ABC ସମକୋଣୀ A ରେ, tan 45° = \(\frac{A B}{B C}\)
⇒ 1 = \(\frac{10}{B C}\)
⇒ BC = 10 ମିଟର ।
ପୁନଶ୍ଚ ABD ସମକୋଣୀ ∆ ରେ
tan 60° = \(\frac{A B}{B D}\) ⇒ √3 = \(\frac{10}{B D}\) ⇒ BD√3 = 10
⇒ BD = \(\frac{10}{√3}=\frac{10√3}{3}\) ମିଟର ।

∴ ଅତିକ୍ରାନ୍ତ ଦୂରତା = CD = BC – BD
(10 – \(\frac{10√3}{3}\)) ମି. = (\(\frac{30-10√3}{3}\)) ମି.
= \(\frac{10√3(√3-1)}{3}=\frac{10(√3-1)}{√3}\) ମି.

Question 10.
ଏକ ଛକଠାରେ ୫ ମିଟର ଉଚ୍ଚ ଖମ୍ବ ଉପରେ ଏକ CCTV କ୍ୟାମେରାରୁ ଖମ୍ବ ଆଡ଼କୁ ଆସୁଥିବା ଏକ ସ୍କୁଟର ଦେଖାଯାଉଛି । ଯଦି ସ୍କୁଟରଠାରୁ CCTV କ୍ୟାମେରାର କୌଣିକ ଉନ୍ନତି 30 ରୁ 45 ରେ ପହଞ୍ଚିବା ପାଇଁ 1 ମିନିଟ୍ ସମୟ ଲାଗେ, ତେବେ ସ୍କୁଟରର ଘଣ୍ଟା ପ୍ରତି ବେଗ ନିର୍ଣ୍ଣୟ କର ।
Solution:
AB ଖମ୍ବର ଉଚ୍ଚତା = 8 ମିଟର ।
C ହେଉଛି ସ୍କୁଟରର ପ୍ରଥମ ଅବସ୍ଥାନ, ∠ACB = 30°
D, ହେଉଛି ସ୍କୁଟରର ଦ୍ବିତୀୟ ଅବସ୍ଥାନ । ∠ADB = 45°
CD ଦୂରତା ଅତିକ୍ରମ କରିବାକୁ ସ୍ଫୁଟରକୁ ଲାଗେ = 1 ମିନିଟ୍ ।
BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7 - 10
ABC ସମକୋଣୀ ∆ ରେ tan 45° = \(\frac{A B}{B D}\)
⇒ 1 = \(\frac{8}{B D}\) ⇒ BD = 8 ମିଟର ।
ପୁନଶ୍ଚ ABC ସମକୋଣୀ ∆ ରେ, tan 30° = \(\frac{A B}{B C}\)
⇒ \(\frac{1}{√3}=\frac{8}{B D}\)
⇒ BC = 8 √3
∴ CD = BC – BD
= (8√3 – 8) ମିଟର ।
= 8(√3-1) ମିଟର ।
1 ଘଣ୍ଟା = 60 ମିନିଟ୍
1 ମିନିଟ୍‌ରେ ସ୍କୁଟରଟି ଯାଏ = 8(√3 – 1) ମିଟର ।
60 ମିନିଟ୍‌ରେ ସ୍କୁଟରଟି ଯାଏ = 8(√3 – 1) × 60 = 480(√3 – 1) ମିଟର ।
∴ ସ୍ଫୁଟରର ଘଣ୍ଟା ପ୍ରତି ବେଗ = 480(√3 – 1) ମିଟର ।

BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7

Question 11.
ଏକ କାର ଘଣ୍ଟ ପ୍ରତି 60 କି.ମି. ବେଗରେ ଚାଲୁଛି । ବ୍ରେକ ଦେବା ପରେ ଯଦି ସ୍ଥିର ହେବାର ଦୂରତା 50 ମିଟର ଓ ମନ୍ଦିତ ବେଗ ସେକେଣ୍ଡ ପ୍ରତି 5 ମିଟର ହୁଏ, ତେବେ କାର୍‌ଟିର ପହଞ୍ଚିବା ସମୟ ନିର୍ଣ୍ଣୟ କର ।
Solution:
କାରର ପ୍ରାରମ୍ଭିକ ପରିବେଗ = u = 60 କି.ମି./ଘଣ୍ଟା = (60 × \(\frac{5}{8}\)) ମି./ସେ. = \(\frac{50}{3}\)
ସମୟ = t = ?
କାରର ଅନ୍ତିମ ପରିବେଗ = V = 0 ମି./ସେ.
ଅତିକ୍ରାନ୍ତ ଦୂରତା = 50 m., a = ମନ୍ଦନ = – 5ମି./ସେ.²
BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7 - 11
କାରଟିର ପହଞ୍ଚିବା ସମୟ \(\frac{10}{3}\) ସେକେଣ୍ଡ ବା 3.34 ସେକେଣ୍ଡ ଲାଗିବ ।

Question 12.
ଏକ ସ୍ତମ୍ଭ ଉପରେ CCTV କ୍ୟାମେରା ଲଗାଯାଇଛି । ତାହା 25 ମିଟର ଦୂର ଦୃଷ୍ଟିରେଖାରେ ଯେଉଁ ସ୍ଥାନ ପର୍ଯ୍ୟନ୍ତ ଯାତାୟତ ଲକ୍ଷ୍ୟ କରିପାରେ, ସ୍ତମ୍ଭର ପାଦ ଦେଶରୁ ସେହି ସ୍ଥାନର ଦୂରତା 24 ମିଟର । ସ୍ତମ୍ଭର ଉଚ୍ଚତା ଓ କ୍ୟାମେରା ସ୍ତମ୍ଭର ଚାରିପାଖେ ଯେଉଁ କ୍ଷେତ୍ର ମଧ୍ୟରେ ଯାତାୟତ ଦେଖୁପାରୁଛି, ତାହାର କ୍ଷେତ୍ରଫଳ ନିର୍ଣ୍ଣୟ କର ।
Solution:
BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7 - 12
AB = ଦୃଷ୍ଟିଗୋ (LOS) = 25 ମି.
ସ୍ତମ୍ଭର ପାଦଦେଶରୁ ଯେଉଁ ସ୍ଥାନ ପରେ ଟ୍ରାଫିକ୍ ଦୃଷ୍ଟିଗୋଚର ହୁଏ, ସେ ପର୍ଯ୍ୟନ୍ତ ଦୂରତା = 24 ମି.
⇒ OB = 24 ମି.
ସ୍ତମ୍ଭର ଉଚ୍ଚତା = AO
AOB ସମକୋଣୀ ∆ ରେ
AO = \(\sqrt{AB^2 – OB^2}\)
= \(\sqrt{25^2 – 24^2}\) = \(\sqrt{625-576}\) = \(\sqrt{49}\) = 7 ମି.
କ୍ୟାମେରା, ସ୍ତମ୍ଭର ଚାରିପାଖେ ଯେଉଁ କ୍ଷେତ୍ର ମଧ୍ୟରେ ଯାତାୟତ ଦେଖିପାରୁଛି, ତାହାର କ୍ଷେତ୍ରଫଳ = π × (OB)²
= 3.14 × (24)² = (3.14 × 576) ବର୍ଗମିଟର = 1,808.64 ବର୍ଗମିଟର

BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7

Question 13.
ନିମ୍ନ ସାରଣୀରେ ଥ‌ିବା ଶୂନ୍ୟସ୍ଥାନ ପୂରଣ କର ।
BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7 - 13
Solution:
BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7 - 14

Question 14.
ସଡ଼କ ସୁରକ୍ଷା ପାଇଁ ତୁମେ ପରିସଂଖ୍ୟାନକୁ କିପରି ପ୍ରୟୋଗ କରିପାରିବ ବୁଝାଅ ।
Solution:
ବିଭିନ୍ନ ପ୍ରଦୂଷଣ ତଥା ସଡ଼କ ଦୁର୍ଘଟଣା ବିଷୟନ ତଥ୍ୟ ସଂଗ୍ରହ କରି, ତାହାର ପରିସଂଖ୍ୟାନ ଭିତ୍ତିକ ଲେଖଚିତ୍ର ପ୍ରସ୍ତୁତ କରି ତାହା ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଇ ସଡ଼କ ସୁରକ୍ଷା କ୍ଷେତ୍ରରେ ପ୍ରୟୋଗ କରାଯାଇପାରିବ ।

Question 15.
ବାୟୁ ପ୍ରଦୂଷଣ ରୋକିବା ପାଇଁ ସରକାରଙ୍କ କାର୍ଯ୍ୟକ୍ରମ ସମ୍ବନ୍ଧରେ ଧାରଣା ଦିଅ ।
Solution:
1989 ଭାରତ ସରକାରଙ୍କ ମୋଟର ଯାନ ଆଇନ ଅନୁସାରେ ସବୁ ପ୍ରକାର ଡ଼ିଜେଲ ଓ ପେଟ୍ରୋଲ ଚାଳିତ ଯାନ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ର (PUC) ବ୍ୟବସ୍ଥା କରିଥିଲେ ମଧ୍ୟ ଏହା ସେତେଟା କଡାକଡ଼ି ଭାବେ ଲାଗୁ ନ ହେବାରୁ ବର୍ତ୍ତମାନ ଅକ୍ଟୋବର 1, 2019 ଠାରୁ Online ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ର ଦିଆଯାଉଛି ।

Question 16.
ସଡ଼କ ସୁରକ୍ଷାରେ ତ୍ରିକୋଣମିତିର କିଭଳି ପ୍ରୟୋଗ କରାଯାଇପାରେ ଲେଖ ।
Solution:
ସାଧାରଣତଃ ବଡ ବଡ ଖୁଣ୍ଟ ଉପରେ ବା ରାସ୍ତା କଡ଼ରେ ଥିବା ବଡ଼ ବଡ଼ ଅଟ୍ଟାଳିକା ଉପରେ ଆଲୋକ ଓ CCTV ବ୍ୟବସ୍ଥା କରାଯାଇଥାଏ । ତ୍ରିକୋଣମିତିରେ ଥ‌ିବା ଉଚ୍ଚତା ଓ ଦୂରତା ସମ୍ବନ୍ଧୀୟ ପାଠକୁ ଟ୍ରାଫିକ୍ ବ୍ୟବସ୍ଥା ସହିତ ସମ୍ପର୍କିତ କରାଯାଇ, ବହୁ ପରିମାଣରେ ରାସ୍ତା ଦୁର୍ଘଟଣା ରୋକାଯାଇପାରିବ ।

BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7

Question 17.
ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(a) ଦୃଷ୍ଟିରେଖା କ’ଣ ?
Solution:
ଦର୍ଶକର ଚକ୍ଷୁ ସହିତ ବସ୍ତୁ ବା CCTV କୁ ବିନା ବାଧାରେ ଯୋଗକରୁଥିବା ରେଖାଖଣ୍ଡକୁ ଦୃଷ୍ଟିରେଖା କୁହାଯାଏ ।

(b) CCTV କ୍ୟାମେରା ଚାରିପଟେ ସବୁଜ ବଳୟ (green belt) କ’ଣ ?
Solution:
CCTV ସ୍ତମ୍ଭ ଚାରିପଟେ ଥ‌ିବା ବୃତ୍ତାକାର କ୍ଷେତ୍ର,ଯେଉଁଠି ଟ୍ରାଫିକ୍ ଦୃଶ୍ୟମାନ ହୁଏ ନାହିଁ ଓ ଏକ୍ଷେତ୍ରକୁ ଘାସ ଆଚ୍ଛାଦିତ କରାଯାଇଥ‌ିବାରୁ ତାହାକୁ ସବୁଜ ବଳୟ କୁହାଯାଏ ।

(c) ପ୍ରତିକ୍ରିୟା ଦୂରତା କ’ଣ ?
Solution:
ପ୍ରତିକ୍ରିୟା ଦୂରତା = ସ୍ଥିରତା ଆସିବା ଦୂରତା – ବେଗକ୍ଷୟ ଦୂରତା
କିମ୍ବା, ପ୍ରତିକ୍ରିୟା ଦୂରତା = ସ୍ଥିରତା ଆସିବା ଦୂରତା / ପିଛା କରିବା ଦୂରତା ।

(d) ବେଗ କ୍ଷୟ ଦୂରତା କ’ଣ ?
Solution:
ବେଗକ୍ଷୟ ଦୂରତା = ସ୍ଥିରତା ଆସିବା ଦୂରତା – ପ୍ରତିକ୍ରିୟା ଦୂରତା ।

(e) ସ୍ଥିରତା ଆସିବା ଦୂରତା କ’ଣ ?
Solution:
ସ୍ଥିରତା ଆସିବା ଦୂରତା = ପ୍ରତିକ୍ରିୟା ଦୂରତା + ବେଗକ୍ଷୟ ଦୂରତା
କିମ୍ବା, ସ୍ଥିରତା ଆସିବା ଦୂରତା = ପ୍ରତିକ୍ରିୟା ଦୂରତା × ପିଛାକରିବା ଦୂରତା ।

(f) ପିଛା କରିବା ଦୂରତା କ’ଣ ?
Solution:
ପିଛା କରିବା ଦୂରତା = ସ୍ଥିରତା ଆସିବା ଦୂରତା | ପ୍ରତିକ୍ରିୟା ଦୂରତା

BSE Odisha 10th Class Maths Solutions Algebra Chapter 7 ସଡ଼କ ସୁରକ୍ଷା ଶିକ୍ଷା Ex 7

Question 18.
ଶୂନ୍ୟସ୍ଥାନ ପୂରଣ କର ।
(a) ବିନା ହେଲମେଟ୍‌ରେ ଗାଡ଼ି ଚଳାଇଲେ ଜୋରିମାନା ରାଶି
(b) ସିଟ୍ ବେଲ୍ସ ନବାନ୍ଧିଲେ ଜୋରିମାନା ରାଶି ……………. ଟଙ୍କା ।
(c) ସିଗନାଲ ନ ମାନିଲେ ଜୋରିମାନା ରାଶି ……… ଟଙ୍କା ।
(d) ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ଜୋରିମାନା ରାଶି ……………. ଟଙ୍କା ।
(e) ନିଶାସକ୍ତ ହୋଇ ଗାଡ଼ି ଚଳାଇଲେ ଜୋରିମାନା ରାଶି ……………. ଟଙ୍କା ।
(f) ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ଜୋରିମାନା ରାଶି ……………. ଟଙ୍କା ।
(g) ଆମ୍ବୁଲାନ୍ସକୁ ରାସ୍ତା ନ ଛାଡ଼ିଲେ ଜୋରିମାନା ……………. ।
Solution:
(a) 1000
(b) 1000
(c) 5000
(d) 5000
(e) 10,000
(f) 10,000
(g) 10,000