BSE Odisha 10th Class Physical Science Notes Chapter 8 ବିଦ୍ୟୁତ୍

Odisha State Board BSE Odisha 10th Class Physical Science Notes Chapter 8 ବିଦ୍ୟୁତ୍ will enable students to study smartly.

BSE Odisha Class 10 Physical Science Notes Chapter 8 ବିଦ୍ୟୁତ୍

→ ତପକ୍ରମ (Introduction) :

  • ବିଦ୍ୟୁତ୍ ଶକ୍ତିର ଏକ ରୂପ । ଏହାର ସୁବିନିଯୋଗ ହେତୁ ବୈଦ୍ୟୁତିକ ଉପକରଣ ମାଧ୍ୟମରେ ବାସଗୃହ, ବିଦ୍ୟାଳୟ, ଡାକ୍ତରଖାନା, ବିଭିନ୍ନ କାର୍ଯ୍ୟାଳୟ, କଳକାରଖାନା ଇତ୍ୟାଦି ସ୍ଥାନରେ ବିଭିନ୍ନ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।
  • ବିଦ୍ୟୁତ୍ ଶକ୍ତିକୁ ଉପଯୋଗ କରିବାଦ୍ଵାରା ପଙ୍ଖା, ଟେଲିଭିଜନ୍, ମୋଟର୍, ଫ୍ରିଜ୍ ଇତ୍ୟାଦିର ସୁବିଧା ମିଳିଥାଏ ।

→ ବିଦ୍ୟୁତ୍ ସ୍ରୋତ ଓ ପରିପଥ (Electric Current and Circuit) :

  • ଏକ ବିଦ୍ୟୁତ୍ ପରିବାହୀ (ଧାତୁରେ ତିଆରି ତାର) ରେ ବିଦ୍ୟୁତ୍ ଚାର୍ଜ ପ୍ରବାହିତ ହେଲେ ପରିବାହୀ ମଧ୍ୟରେ ବିଦ୍ୟୁତ୍ ସ୍ରୋତ ଉତ୍ପନ୍ନ ହୁଏ ।
  • ଏହା ଅବିଚ୍ଛିନ୍ନ ଓ ମୁଦିତ ବିଦ୍ୟୁତ୍ ସ୍ରୋତର ପ୍ରବାହ ପଥକୁ ବିଦ୍ୟୁତ୍ ପରିପଥ କହନ୍ତି ।
  • ଧାତବ ତାର ବିଶିଷ୍ଟ ପରିପଥରେ ଇଲେକ୍‌ଟ୍ରନ ଗୁଡ଼ିକ ଚାର୍ଜ ରୂପରେ ପ୍ରବାହିତ ହୁଏ ।
  • ଇଲେକ୍‌ଟ୍ରନ୍‌ ହେଉଛି ବିଯୁକ୍ତ ଚାର୍ଜ ବିଶିଷ୍ଟ କଣିକା ।
  • ଇଲେକ୍‌ଟ୍ରନର ଚାର୍ଜ ହେଉଛି 1.6 x 10-19C
  • ଚାର୍ଜର ଆନ୍ତର୍ଜାତୀୟ (SI) ଏକକ କୁଲମ୍ (C) ।

→ ଫରାସୀ ବୈଜ୍ଞାନିକ ଚାର୍ଲସ ଅଗଷ୍ଟିନ୍ ଡି. କୁଲମଙ୍କ ନାମାନୁସାରେ ଚାର୍ଜର ଏକକ କୁଲମ୍ ହୋଇଛି । 6.25 x 1018 ଟି ଇଲେକ୍‌ଟ୍ରନର ସମୁଦାୟ ଚାର୍ଜର ପରିମାଣ IC

  • ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରଫଳ ମଧ୍ୟରେ ଏକକ ସମୟରେ ପ୍ରବାହିତ ହେଉଥ‌ିବା ବିଦ୍ୟୁତ୍ ଚାର୍ଜର ପରିମାଣକୁ ବିଦ୍ୟୁତ୍ ସ୍ରୋତ କହନ୍ତି । ଅର୍ଥାତ୍ ବିଦ୍ୟୁତ୍ ଚାର୍ଜ ପ୍ରବାହର ହାରକୁ ବିଦ୍ୟୁତ୍ ସ୍ରୋତ କହନ୍ତି ।
  • ବିଦ୍ୟୁତ୍ ଆବିଷ୍କାର ବେଳକୁ ଇଲେକ୍‌ଟ୍ରନ୍ ଆବିଷ୍କାର ହୋଇନଥୁଲା, ତେଣୁ ବିଦ୍ୟୁତ୍ ପ୍ରବାହ ଯୁକ୍ତ ଚାର୍ଜ ଯୋଗୁଁ ହୁଏ ବୋଲି ମନେ କରାଯାଉଥିଲା । ସେଥ‌ିପାଇଁ ଯୁକ୍ତଚାର୍ଜର ପ୍ରବାହ ଦିଗ ବିଦ୍ୟୁତ୍ ସ୍ରୋତର ଦିଗ ସହ ସମାନ ।
  • ବାସ୍ତବରେ ଇଲେକ୍‌ଟ୍ରନ ପ୍ରବାହ ଯୋଗୁଁ ବିଦ୍ୟୁତ୍ ସ୍ରୋତ ଜାତ ହେଉଥ‌ିବାରୁ ଏହାର ଦିଗ ଇଲେକ୍‌ଟ୍ରନ ପ୍ରବାହର ଦିଗର ବିପରୀତ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 8 ବିଦ୍ୟୁତ୍

→ ବିଦ୍ୟୁତ୍ ସୋତ ଓ ରାଜ ମଧ୍ୟରେ ସମର୍କ (Relation between charge and Electric currect) :

  • ଯଦି t ସମୟ ମଧ୍ୟରେ ଠୁ ପରିମାଣ ଚାର୍ଜ ଗୋଟିଏ ପରିବାହୀର ପ୍ରସ୍ଥଛେଦ ଦେଇ ପ୍ରବାହିତ ହୁଏ ତେବେ ବିଦ୍ୟୁତ୍ ସୋତ I = \(\frac { Q }{ t }\) ⇒ Q = It
  • ଯଦି l ସେକେଣ୍ଡରେ ପରିବାହୀରେ 1 କୁଲମ (k) ଚାର୍ଜ ପ୍ରବାହିତ ହୁଏ,
    ବିଦ୍ୟୁତ୍ ସ୍ରୋତାର ପରିମାଣ 1 ଏମ୍ପିୟର (1A)
    1A = \(\frac { IC }{ IS }\)
    BSE Odisha 10th Class Physical Science Notes Chapter 8 img-1
  • ଏକକ : ବିଦ୍ୟୁତ୍ ସ୍ରୋତର (SI)ର ଏକକ ହେଉଛି ଏମ୍ପିୟର (ampere) ବା A ।
    BSE Odisha 10th Class Physical Science Notes Chapter 8 img-2
  • ଏହା ଫରାସୀ ବୈଜ୍ଞାନିକ ଆନ୍ଦ୍ର-ମ୍ୟାରୀ ଏମ୍ପିୟରଙ୍କ ନାମାନୁସାରେ ନାମିତ ।
  • ଯଦି Q = 1C, t = Is ହୁଏ ତେବେ IA = \(\frac { IC }{ IS }\) = 1\(\frac { C }{ S }\) = 1 CS-1
    ପ୍ରତି ସେକେଣ୍ଡରେ 1C ଚାର୍ଜ ପ୍ରବାହିତ ହେଉଥିଲେ ବିଦ୍ୟୁତ୍ ସ୍ରୋତର ପରିମାଣ ହେବ 1A ।
  • ସ୍ଵଳ୍ପ ପରିମାଣର ବିଦ୍ୟୁତ୍ ସ୍ରୋତ ମାପିବା ପାଇଁ ମିଲି ଏମ୍ପିୟର୍ (Milliampere) ବା mA ଅଥବା ମାଇକ୍ରୋଏମ୍ପିୟର (microampere) ବା ଭୂ μA ବ୍ୟବହାର କରାଯାଏ ।
    1 ମିଲିଏମ୍ପିୟର (mA) = 10-3 A
    1 ମାଇକ୍ରୋଏମ୍ପିୟର (μA) = 10-6 A

→ ଉପକରଣ :

  • ବିଦ୍ୟୁତ୍ ସ୍ରୋତ ମାପିବା ପାଇଁ ଯେଉଁ ଉପକରଣ ବ୍ୟବହାର କରାଯାଏ ତାକୁ ଏମିଟର (Ammeter) କୁହାଯାଏ । ଏହାକୁ ପରିପଥରେ ଧାଡ଼ିରେ ବା ପଙ୍‌କ୍ତି (series) ରେ ସଂଯୋଗ କରାଯାଏ ।
  • ଏହି ପରିପଥରେ ବିଦ୍ୟୁତ୍ ସ୍ରୋତ ବ୍ୟାଟେରୀର ଯୁକ୍ତ (+) ଅଗ୍ରରୁ ବାହାରି ବଲବ୍ ଓ ଏମିଟର ଦେଇ ବିଯୁକ୍ତ (–) ଚିହ୍ନ ଅଗ୍ର ପର୍ଯ୍ୟନ୍ତ ପ୍ରବାହିତ ହେଉଛି ।
    BSE Odisha 10th Class Physical Science Notes Chapter 8 img-3

SI ପଦ୍ଧତିରେ କେତେକ ଏକକ :
BSE Odisha 10th Class Physical Science Notes Chapter 8 img-4

→ ପରିବାହୀରେ ଚାର୍ଜର ପ୍ରବାହ :

  • ଗୋଟିଏ ପରିବାହୀ ତାରର ଦୁଇ ମୁଣ୍ଡକୁ କ୍ୟାଟେରୀ କିଆସେଲ୍‌ର ଦୁଇ ଅଗ୍ରସର ସଂଯୁକ୍ତ କଲେ, ସେଥ‌ିରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ । ଏହାଦ୍ଵାରା ପରିପଥଟି ମୁଦିତ ପରିପଥରେ ପରିଣତ ହେଲା ।
  • ପରିବାହୀ ତାରକୁ ବିଦ୍ୟୁତ୍ ଉତ୍ସ ସହ ସଂଯୁକ୍ତ କଲେ ତାର ଭିତରେ ଇଲେକଟ୍ରନଗୁଡ଼ିକ ଏଣେ ତେଣେ ଗତି ନ କର ଗୋଟିଏ ନିର୍ଦ୍ଦିଷ୍ଟ ଦିଗରେ ସେଲରେ ବିଯୁକ୍ତ ଅଗ୍ରରୁ ଯୁକ୍ତ ଅଗ୍ର ଆଡ଼କୁ ଗତି କରନ୍ତି ।
  • କିନ୍ତୁ ତାରି ଭିତରେ ଥ‌ିବା ପରମାଣୁ ଓ ଅନ୍ୟ ଇଲେକ୍‌ଟ୍ରନ ଯୋଗୁଁ ଇଲେକ୍‌ଟ୍ରନଟିଏ ଦ୍ରୁତ ବେଗରେ ଗତି କରିପାରେ ନାହିଁ । ତା’ର ବେଗ ଧୀର ହୋଇଯାଏ । ଏହାକୁ ଇଲେକ୍‌ଟ୍ରନର ଚାହିତ ବେଗ କୁହାଯାଏ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 8 ବିଦ୍ୟୁତ୍

→ ଚିତ୍ୟୁତ୍ ବିଭବ ଓ ଚିଭରାନ୍ତ୍ରର (Electric Potential and Potential Difference) :

  • ପରିବାହୀରେ ବିଦ୍ୟୁତ୍ ଚାପର ପାର୍ଥକ୍ୟ ରହିଲେ ଇଲେକ୍‌ଟ୍ରନର ପ୍ରବାହ ହୁଏ । ପରିବାହୀର ଦୁଇ ପ୍ରାନ୍ତ ମଧ୍ୟରେ ଥ‌ିବା ଏହି ବିଦ୍ୟୁତ୍ ଚାପର ପାର୍ଥକ୍ୟକୁ ବିଦ୍ୟୁତ୍ ବିଭବର ପାର୍ଥକ୍ୟ ବା ବିଭବାନ୍ତର (Potential Diference) କୁହାଯାଏ । ଏହି ବିଭବାନ୍ତର ସାଧାରଣତଃ ବିଦ୍ୟୁତ୍ ସେଲ୍ ବା ବ୍ୟାଟେରୀ ସାହାଯ୍ୟରେ ସୃଷ୍ଟି କରାଯାଏ ।
  • ସେଲର ଦୁଇ ଅରବୁ ପରିବାହୀର ଦୁଇ ପ୍ରାନ୍ତସହ ସଂଯୁକ୍ତ କଲେ ପରିବାହୀର ଦୁଇ ପ୍ରାପ୍ତ ମଧ୍ୟରେ ସୃଷ୍ଟି ହେଇଥ‌ିବା ବିଭବାନ୍ତର ତାଭିତରେ ଥ‌ିବା ଇଲେକ୍‌ଟ୍ରକ୍‌କୁ ଗତିଶୀଳ କରିବାଫଳରେ ପରିବାହୀରେ ବିଦ୍ୟୁସ୍ରୋତ ପ୍ରବାହିତ ହୁଏ ।
  • ବିତ୍ୟୁତ୍ ପ୍ରବାହ ଥିବା ପରିପଥରେ ଦୁଇ ବିନ୍ଦୁ ମଧ୍ୟରେ ବିଭବାନ୍ତର ସେହି ଦୁଇ ବିନ୍ଦୁ ମଧ୍ୟରେ ଏକକ ପରିମାଣ ଚାର୍ଜ ସ୍ଥାନାନ୍ତର ପାଇଁ ହେଉଥ‌ିବା କାର୍ଯ୍ୟର ପରିମାଣ ସହ ସମାନ ।
    BSE Odisha 10th Class Physical Science Notes Chapter 8 img-5
  • ଭୋଲ୍‌ଟ (volt) ବା V ହେଉଛି ବିଭବାନ୍ତରର SI ଏକକ ।
  • ଏହା ଇଟାଲୀୟ ବୈଜ୍ଞାନିକ ଆଲେସାଣ୍ଟ୍ରୋ ଭୋଲ୍‌ଟାଙ୍କ ନାମାନୁସାରେ ନାମିତ ।
  • ଯଦି ସ୍ଥାନାନ୍ତର ହେଉଥ‌ିବା ଚାର୍ଜର ପରିମାଣ (Q) 1 କୁଲମ୍ ଓ କାର୍ଯ୍ୟର ପରିମାଣ (W) 1 ଜୁଲ ହୁଏ ତାହେଲେ ବିଭବାନ୍ତର (V) ହେବ । ଭୋଲ୍ଟ ।
    BSE Odisha 10th Class Physical Science Notes Chapter 8 img-6
  • ସମ୍ପାଦିତ କାର୍ଯ୍ୟ = W = VQ ⇒ V = \(\frac { W }{ Q }\) ⇒ Q = \(\frac { W }{ V }\)
  • ବିଭବାନ୍ତର ମାପିବା ପାଇଁ ଭୋଲ୍ସମିଟର ନାମକ ଉପକରଣ ବ୍ୟବହାର କରାଯାଏ । ଯେଉଁ ଦୁଇଟି ବିନ୍ଦୁ ମଧ୍ୟରେ ବିଭବାନ୍ତର ମପାଯାଏ, ସେହି ଦୁଇଟି ବହୁ ସହ ଭୋଲ୍ସମିଟରର ଦୁଇ ଅଗ୍ରକୁ ସମାନ୍ତର ଭାବେ ସଂଯୁକ୍ତ କରାଯାଏ ।

→ ପରିପଥର ଚିତ୍ର (Circuit Diagram) :
ଗୋଟିଏ ପରିପଥ ପାଇଁ ନିର୍ଦ୍ଧାରିତ (Schematic) ଚିତ୍ରଟିଏ ଆଙ୍କି ସେଥୁରେ ବିଭିନ୍ନ ଉପକରଣକୁ ସଙ୍ଗେତ ଦ୍ଵାରା ଚିହ୍ନିତ କରାଯାଏ । ଏହାକୁ ପରିପଥ ଚିତ୍ର କୁହାଯାଏ ।
BSE Odisha 10th Class Physical Science Notes Chapter 8 img-7 BSE Odisha 10th Class Physical Science Notes Chapter 8 img-8

→ ଓମ୍ବକ ନିଯମ (Ohm’s Law) :
1827 ମସିହାରେ ଇଂରେଜ ବୈଜ୍ଞାନିକ ଜର୍ଜ ସାଇମାନ ଓମ୍ ଖଣ୍ଡିଏ ଧାତବ ପରିବାହୀର ଦୁଇପ୍ରାନ୍ତ ମଧ୍ୟରେ ଥ‌ିବା ବିଭବାନ୍ତର (V) ଓ ସେଥ‌ିରେ ପ୍ରବାହିତ ହେଉଥ‌ିବା ବିଦ୍ୟୁତ୍ ସ୍ରୋତ (I) ମଧ୍ୟରେ ସମ୍ପର୍କକୁ ପରୀକ୍ଷା

→ ପରିବାହୀର ପ୍ରତିରୋଧ କେଉଁ କାରକ ଉପରେ ନିର୍ଭର କରେ (Factors on which the resistance of conductor depends) :

→ ପ୍ରତିରୋଧର ସଂଯୋଗ (Combination of Resistances) :

  • ବିଭିନ୍ନ ବିଦ୍ୟୁତ ଉପକରଣରେ ଏକାଧ୍ଵକ ପ୍ରତିରୋଧ ଲାଗିଥାଏ । ସେହି ପ୍ରତିରୋଧ ବିଭିନ୍ନ ପ୍ରକାରରେ ପରିପଥ ସହ ସଂଯୁକ୍ତ ହୋଇଥାଏ ।
  • ସାଧାରଣତଃ ପ୍ରତିରୋଧର ସଂଯୋଗ ଦୁଇ ପ୍ରକାରର ହୋଇଥାଏ ।
    • ପଙ୍‌କ୍ତି ସଂଯୋଗ (Series combination)
    • ସମାନ୍ତର|ଲ ସଂଯୋଗ (Parallel combination)

→ ପଲ୍ଲି ସଂଯୋଗରେ (Series combination) :
ପଲ୍ଲି ସଂଯୋଗରେ ପ୍ରତିରୋଧଗୁଡ଼ିକୁ ଏକ ଧାଡ଼ିରେ ପ୍ରାନ୍ତକୁ ପ୍ରାନ୍ତ ସଂଯୋଗ କରାଯାଏ । ଅର୍ଥାତ୍ ଗୋଟିଏ ପ୍ରତିରୋଧର ଏକ ପ୍ରାନ୍ତ ବା ପାଖ ପ୍ରତିରୋଧର ଏକ ପ୍ରାନ୍ତ୍ର ସହ ସଂଯୁକ୍ତ ହୋଇଥାଏ ।
BSE Odisha 10th Class Physical Science Notes Chapter 8 img-9

→ ପ୍ରତିରୋଧର ସମାନ୍ତରାଳ ସଂଯୋଗ (Parallel Combination of Resistances) :

→ ବିଦ୍ୟୁତ୍ ସ୍ରୋତର ତାପନ କ୍ଷମତା (Heating Effect of Electric Current) :

  • ପରିପଥରେ ବିଦ୍ୟୁତ୍ ସ୍ରୋତ ଚାଲୁ ରଖିବା ପାଇଁ ଆବଶ୍ୟକ ଶକ୍ତି ସେଥ‌ିରେ ସଂଯୁକ୍ତ ସେଲ୍ ବା ବ୍ୟାଟେରିରୁ ଆସିଥାଏ ।
  • ଏହି ଶକ୍ତିର କିଛି ଅଂଶ ପଙ୍ଖା ବୁଲାଇବା ଭଳି ଦରକାରୀ କାମରେ ବିନିଯୋଗ ହୁଏ ଏବଂ ଅନ୍ୟ କିଛି ତାପଶକ୍ତିକୁ ପରିବର୍ତ୍ତିତ ହୋଇ ଉପକରଣକୁ ଗରମ କରାଏ ।
    BSE Odisha 10th Class Physical Science Notes Chapter 8 img-10
  • ଯଦି ଗୋଟିଏ ପରିପଥରେ ବ୍ୟାଟେରୀ ସହ କେବଳ ପ୍ରତିରୋଧ ରହିଥାଏ ତାହେଲେ ବ୍ୟାଟେରୀର ଶକ୍ତି ତାପ ଶକ୍ତିକୁ ରୂପାନ୍ତରିତ ହୋଇ ପ୍ରତିରୋଧକୁ ଉତ୍ତପ୍ତ କରାଏ । ଏହାକୁ ବିଦ୍ୟୁତ୍ ସ୍ରୋତର ତାପନ କ୍ଷମତା କହନ୍ତି ।
  • ପ୍ରତିରୋଧ R ର ଦୁଇପ୍ରାନ୍ତ ମଧ୍ୟରେ ବିଭବାନ୍ତର ହେଉଛି । ଏବଂ ପ୍ରତିରୋଧରେ ବିଦ୍ୟୁତ୍ ସ୍ରୋତ ହେଉଛି I ।
  • ମନେକର ଠୁ ପରିମାଣର ଚାର୍ଜ ପ୍ରତିରୋଧ ଭିତରେ ପ୍ରବାହିତ ହେଉଛି । t ସମୟରେ ସମ୍ପାଦିତ କାର୍ଯ୍ୟ ବା ଯେଉଁ ଶକ୍ତି ଖର୍ଚ୍ଚ କରିବାକୁ ପଡ଼େ ତାହା ହେଉଛି W = VQ
  • ଏକକ ସମୟ ମଧ୍ୟରେ ପରିପଥକୁ ଆସୁଥିବା ଶକ୍ତି ବା ପାୱାର P = \(\frac { VQ }{ t }\) = VI (∵ \(\frac { Q }{ t }\) = 1) ……(i)
  • t ସମୟ ମଧ୍ୟରେ ପରିପଥକୁ ଆସୁଥିବା ଶକ୍ତି (Pt = VQ) (∵\(\frac { Q }{ t }\) = I, Q = lt)
    Pt = VIt
  • ଏହି ଶକ୍ତି ପ୍ରତିରୋଧରେ ତାପ ଶକ୍ତିକୁ ରୂପାନ୍ତରିତ ହୁଏ ।
    ତେଣୁ । ସମୟ ମଧ୍ୟରେ ଉତ୍ପନ୍ନ ତାପର ପରିମାଣ
    H = VIt …………..(ii)
  • ଓମ୍‌ଙ୍କ ସୂତ୍ର V = IR ପ୍ରତିସ୍ଥାପନ କଲେ BSE Odisha 10th Class Physical Science Notes Chapter 8 img-11 ………..(iii)
  • ଏହାକୁ ଜୁଲ୍‌ଙ୍କ ତାପନ ନିୟମ କହନ୍ତି ।
  • ଉତ୍ପନ୍ନ ତାପ H,
    I2 ସହ ସମାନୁପାତୀ ଯଦି R ଓ t ସ୍ଥିରାଙ୍କ ହୁଏ,
    R ସହ ସମାନୁପାତୀ ଯଦି I ଓ t ସ୍ଥିରାଙ୍କ ହୁଏ,
    ଏହାକୁ ଜୁଲ୍‌ଙ୍କ ତାପନ ନିୟମ କହନ୍ତି ।
    t ସହ ସମାନୁପାତୀ ଯଦି I ଓ R ସ୍ଥିରାଙ୍କ ହୁଏ,

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 8 ବିଦ୍ୟୁତ୍

→ ତାପର SI ଏକକ :
ଶକ୍ତି ବା କାର୍ଯ୍ୟର ଏକକ ସହ ସମାନ । ଏହା ହେଉଛି ଜୁଲ ବା J |

→ ବିଦ୍ୟୁତ୍ ସ୍ରୋତର ତାପନ କ୍ଷମତାର ବ୍ୟାବହାରିକ ଉପଯୋଗ (Practical Applications of Heating Effect of Electric Current) :
ଉପକାରିତା :
(i) ବିଦ୍ୟୁତ୍ ତାପକ ଓ ଇସ୍ତ୍ରୀ : ଏଥରେ ଲମ୍ବା ତାରକୁ ଗୁଡ଼ାଇ ଆବଶ୍ୟକ ଆକାରରେ ସଜା ହୋଇ ବନ୍ଧାହୋଇଥାଏ । ଏହି ତାରକୁ ପରିବାହୀ ବେଷ୍ଟନ ମଧ୍ଯରେ ରଖାଯାଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କରାଯାଏ । ତାରର ପ୍ରତିରୋଧ ଅତି ଉଚ୍ଚ । ପ୍ରବାହିତ ବିଦ୍ୟୁତ୍ ସ୍ରୋତ ଅଧ‌ିକ ହେଲେ ତାର ଉତ୍ତପ୍ତ ହୁଏ ଓ ତାପ ପ୍ରଦାନ କରେ । ଏ ପଦ୍ଧତି ବ୍ୟବହାର କରି ବିଦ୍ୟୁତ୍ ଇସ୍ତ୍ରୀ, ବିଦ୍ୟୁତ ଟୋଷ୍ଟର, ବିଦ୍ୟୁତ୍ ଚୁଲା, ବିଦ୍ୟୁତ୍ କେଟ୍‌ଲି ଓ ବିଦ୍ୟୁତ୍ ହିଟର୍ ପ୍ରଭୃତି ଗୃହ ସାମଗ୍ରୀ ବିଦ୍ୟୁତ୍ ସ୍ରୋତର ତାପନ କ୍ଷମତାର ବ୍ୟବହାର କରି କାର୍ଯ୍ୟ କରେ ।

(ii) ବିଦ୍ୟୁତ୍ ବଲବ : ଜୁଲଙ୍କ ତାପୀୟ ପ୍ରଭାବ ଉପରେ ପର୍ଯ୍ୟବସିତ । ବଲବର ସୂତ୍ର, ଅତି ଉଚ୍ଚ ତାପମାତ୍ରା ସହି ପାରୁଥିବା ଟଙ୍ଗଷ୍ଟନ୍ ନାମକ ଧାତୁରୁ ତିଆରି ଯାହାର ଗଳନାଙ୍କ 3380°C । ବଲ୍‌ବ ଭିତରେ ନିଷ୍କ୍ରିୟ ଯବକ୍ଷାରଜାନ ଓ ଆର୍ଗନ ଗ୍ୟାସ୍‌ ଭର୍ତ୍ତିକରାଯାଇ ତା’ ଭିତରେ ସୂତ୍ରଟିର ଆୟୁଷ ବଢ଼ାଯାଇଥାଏ । ସୂତ୍ରରେ ପ୍ରବାହିତ ହେଉଥ‌ିବା ବିଦ୍ୟୁତ୍ ସ୍ରୋତର ବେଶି ଅଂଶ ତାପ ସୃଷ୍ଟି କରୁଥିବାବେଳେ ଅଳ୍ପ ଅଂଶ ଆଲୋକ ସୃଷ୍ଟି କରେ ।

(iii) ଫ୍ୟୁଜ୍ ଉପାଦେୟ ବିଦ୍ୟୁତ୍ ଉପକରଣ ଓ ବିଦ୍ୟୁତ୍ ଯୋଗାଣକୁ ଉଚ୍ଚ ବିଦ୍ୟୁତ୍ ପ୍ରବାହ ଜନିତ ବିପଦରୁ ରକ୍ଷା କରେ । ଫ୍ୟୁଜ୍ ଉପଯୁକ୍ତ ଗଳନାଙ୍କ ବିଶିଷ୍ଟ ଧାତୁ ବା ଧାତୁ ଗୁଡ଼ିକର ମିଶ୍ରଣ । ଏହି ଧାତୁଗୁଡ଼ିକ ହେଉଛି ଏଲୁମିନିୟମ, ତମ୍ବା, ଲୌହ, ଦସ୍ତା, ଟିଣ, ଇତ୍ୟାଦି । ଫ୍ୟୁଜର ଉପାଦାନର ଗଳନାଙ୍କ କମ୍ ଓ ପ୍ରତିରୋଧ ଅଧ୍ୟକ । ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣରୁ ଅଧିକ ବିଦ୍ୟୁତ୍ ସ୍ରୋତ ଫ୍ୟୁଜ୍ ତାର ଦେଇ ପ୍ରବାହିତ ହେଲେ ଫ୍ୟୁଜ୍ ତାରଟି ଉତ୍ତପ୍ତ ହୋଇ ତରଳିଯାଏ । ଫଳରେ ବିଦ୍ୟୁତ୍ ପରିପଥ ଛିନ୍ନ ହୋଇ ଉପକରଣକୁ ରକ୍ଷାକରେ । ଘରୋଇ ବ୍ୟବହାର ପାଇଁ 1A, 2A, 3A, SA, 10A ପ୍ରଭୃତି ମାନର ଫ୍ୟୁଜ୍ ବ୍ୟବହାର କରାଯାଏ । ପୋର୍ସଲିନ୍ ଭଳି ବସ୍ତୁରୁ ନିର୍ମିତ ଦୁଇଟି ଧାତବ ପ୍ରାନ୍ତ ଯୁକ୍ତ ଖୋଳ (Cartridge) ଭିତରେ ଫ୍ୟୁଜ୍ ତାରକୁ ରଖାଯାଇଥାଏ ।

→ ଅପକାରିତା :

  • ପରିବାହୀରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ସେଥ‌ିରେ ତାପ ଉତ୍ପନ୍ନ ହୁଏ । ଅନେକ ସମୟରେ ଏ ପ୍ରକାର ତାପନ ଅଦରକାରୀ ଓ ବିଦ୍ୟୁତ୍ ଶକ୍ତିର ଅପଚୟ ହୁଏ ।
  • ବିଦ୍ୟୁତ୍ ପରିପଥରେ ଏହି ତାପନ ବିଦ୍ୟୁତ୍ ଉପକରଣର ତାପମାତ୍ରା ବଢ଼ାଇ ତା’ର ଗୁଣ ପରିବର୍ତ୍ତନ କରିପାରେ ।

→ ବିଦ୍ୟୁତ୍ ପାୱାର (Electric Power) :

  • ଯେଉଁ ହାରରେ ବିଦ୍ୟୁତ୍ ଶକ୍ତି ବ୍ୟୟ କରାଯାଏ, ତାକୁ ପାୱାର (Power) କହନ୍ତି ।
  • ଯେଉଁ ହାରରେ ବିଦ୍ୟୁତ୍ ଶକ୍ତି ପରିପଥରେ ଖର୍ଚ୍ଚ ହୁଏ ତାକୁ ବିଦ୍ୟୁତ୍ ପାଓ୍ବାର (P) କୁହାଯାଏ । P = VI ଓମ୍‌ଙ୍କ ନିୟମ ବ୍ୟବହାର କଲେ,
    P = VI = IR × I = I2 R
    (∵ R = \(\frac { V }{ I }\) ⇒ I = \(\frac { V }{ R }\) )
    BSE Odisha 10th Class Physical Science Notes Chapter 8 img-12
  • ବିଦ୍ୟୁତ୍ ପାୱାରର SI ଏକକ ହେଉଛି ଓ୍ବାଟ୍ ବା W । ବିଭବାନ୍ତର 1V ଓ ବିଦ୍ୟୁତ୍ ପ୍ରବାହ IA ହେଲେ ପାୱାର ହେବ 1W । ଅର୍ଥାତ୍ 1W = 1 ଭୋଲ୍ଟ × 1 ଏମିୟର୍ = 1 VA ୱାଟ୍‌ର ବଡ଼ ଏକକ ହେଉଛି 1 କିଲୋୱାଟ୍ = 1000 ୱାଟ୍
  • ଖର୍ଚ୍ଚ ହେଉଥ‌ିବା ବିଦ୍ୟୁତ୍ ଶକ୍ତି = ପାୱାର x ସମୟ । ବିଦ୍ୟୁତ୍ ଶକ୍ତିର ଏକକ ୱାଟ୍ ଘଣ୍ଟା ।
  • 1 ଓ୍ବାଟ ପାୱାର I ଘଣ୍ଟା ବ୍ୟବହାର ହେଲେ । ୱାଟ ଘଣ୍ଟା ଶକ୍ତି ଖର୍ଚ୍ଚ ହୁଏ ।
  • ଘରେ ବ୍ୟବହାର କରୁଥିବା ବିଦ୍ୟୁତ୍ ଶକ୍ତିକୁ କିଲୋୱାଟ ଘଣ୍ଟା (kWh) ଏକକରେ ମପାଯାଏ ।
    1wh = 1W × lh = 1W × (60 x 60) s = 3600
    Ws = 3600 J
    1kwh = 1000 × 1Wh = 3.6 × 106
    Ws = 3.6 x 106 J
  • 1 କିଲୋୱାଟ୍ ଘଣ୍ଟା ବିଦ୍ୟୁତ୍ ଶକ୍ତିକୁ 1 ୟୁନିଟ୍ ବିଦ୍ୟୁତ୍ ଶକ୍ତି ବୋଲି କୁହାଯାଏ ।

BSE Odisha 10th Class Physical Science Notes Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

Odisha State Board BSE Odisha 10th Class Physical Science Notes Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ will enable students to study smartly.

BSE Odisha Class 10 Physical Science Notes Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

→ ଉପକ୍ରମ (Introduction) :

  • ଲେନ୍ସ ଓ ବସ୍ତୁର ଦୂରତା ଅନୁସାରେ ସୃଷ୍ଟି ହେଉଥ‌ିବା ପ୍ରତିବିମ୍ବର ପ୍ରକୃତି, ଅବସ୍ଥାନ ଓ ଆପେକ୍ଷିକ ଆକାର ବଦଳିଥାଏ ।
  • ଆଲୋକ ସାହାଯ୍ୟରେ ଆମ ଚାରିପାଖରେ ଥ‌ିବା ବସ୍ତୁକୁ ଚକ୍ଷୁଦ୍ଵାରା ଦେଖିପାରୁ । ଚକ୍ଷୁମଧ୍ଯରେ ଗୋଟିଏ ଲେନ୍ସ ଥାଏ ।

→ ମାନବ ଚକ୍ଷୁ (The Human Eye) :

  • ଚକ୍ଷୁ ଆମର ଅମୂଲ୍ୟ ସମ୍ପଦ ଓ ଏକ ଅତି ସଂବେଦନଶୀଳ (Sensitive) ଇନ୍ଦ୍ରିୟ । ଏହା ସାହାଯ୍ୟରେ ଆମ ଚତୁଃପାର୍ଶ୍ବରେ ଥବା ବୈଚିତ୍ରମୟ ଜଗତକୁ
  • ଦେଖ‌ିବାକୁ ସମର୍ଥ ହେଉ । ଚକ୍ଷୁ ଆଲୋକ ମାଧ୍ୟମରେ ଆମକୁ ପ୍ରତ୍ୟେକ ବସ୍ତୁକୁ ଦେଖୁବାରେ ସାହାଯ୍ୟ କରିଥାଏ ।

→ ମାନବ ଚକ୍ଷୁ :
ଗଠନ :

  • ଚକ୍ଷୁ ଗୋଟିଏ କ୍ୟାମେରା ସଦୃଶ । ଏହା ମଧ୍ୟରେ ଥିବା ଲେନସ୍ ବ୍ୟବସ୍ଥାଦ୍ୱାରା ବସ୍ତୁର ପ୍ରତିବିମ୍ବ ଆଲୋକ ସଂବେଦୀ (Light Sensitive) ପରଦା, ମୁକୁରିକା (Retina) ଉପରେ ସୃଷ୍ଟି ହୁଏ ।
  • ଚକ୍ଷୁ ଗୋଲକ ପ୍ରାୟତଃ ଗୋଲାକାର ଏବଂ ଏହାର ବ୍ୟାସ ପ୍ରାୟ 2.3 ସେ.ମି. ।
  • ଏହାର ସମ୍ମୁଖ ଭାଗ ସାମାନ୍ୟ ବାହାରକୁ ବାହାରିଥାଏ । ଚକ୍ଷୁ ଗୋଲକର ବାହ୍ୟ ଅଂଶ ତିନିସ୍ତର ବିଶିଷ୍ଟ ଟିସୁରେ ଗଠିତ; ଯଥା – ଶ୍ଵେତପଟ୍ଟଳ, କୃଷ୍ଣପଟ୍ଟଳ ଓ ମୁକୁରିକା ।
    • ଶ୍ଵେତପଟ୍ଟଳ : ଏହା ଚକ୍ଷୁର ବାହ୍ୟତମ ଆବରଣ । ଏହା ଧଳା ତନ୍ତୁ ଜାତୀୟ ଟିସୁରେ ଗଠିତ । ଏହା ଚକ୍ଷୁର ମୁଖ୍ୟ ଆଭ୍ୟନ୍ତରୀଣ ଅଂଶଗୁଡ଼ିକୁ ସୁରକ୍ଷା ଦିଏ ।
    • ସ୍ୱଚ୍ଛପଟ୍ଟଳ : ସ୍ୱଚ୍ଛପଟଳ ଏକ ପତଳା ସ୍ଵଚ୍ଛ ଝିଲ୍ଲୀ (Membrane) ହୋଇଥିବାରୁ ଏହା ମଧ୍ୟଦେଇ ଆଲୋକ ଚକ୍ଷୁକୁ ପ୍ରବେଶ କରେ । ଏହା ଚକ୍ଷୁ ଗୋଲକ (Eye ball)ର ସମ୍ମୁଖ ଭାଗରେ ଆଗକୁ ଅଳ୍ପ ବାହାରି ଆସିଥାଏ । ଚକ୍ଷୁ ମଧ୍ୟକୁ ପ୍ରବେଶ କରୁଥିବା ଅଧିକାଂଶ ଆଲୋକ ରଶ୍ମି ସ୍ଵଚ୍ଛପଟ୍ଟଳର ବାହ୍ୟ ପୃଷ୍ଠରେ ପ୍ରତିସୃତ ହୁଏ ।
    • କନୀନିକା : ସ୍ବଚ୍ଛପଟ୍ଟଳର ପଛରେ ଥିବା ଅସ୍ବଚ୍ଛ କଳା ମାଂସଳ ବସ୍ତୁକୁ କନୀନିକା (Iris) କୁହାଯାଏ । ଏହା ନେତ୍ରପିତୁଳା (Pupil)ର ଆକାରକୁ ନିୟନ୍ତ୍ରଣ କରି ଚକ୍ଷୁ ମଧ୍ୟକୁ ଆବଶ୍ୟକ ପରିମାଣର ଆଲୋକ ପଠାଇଥାଏ।
    • ନେତ୍ରପିତୁଳା : କନୀନିକା କେନ୍ଦ୍ରରେ ଥ‌ିବା ରନ୍ଧ୍ରକୁ ନେତ୍ରପିତୁଳା କହନ୍ତି । ଉଜ୍ଜ୍ବଳ ଆଲୋକରେ ଏହାର ଆକାର ଛୋଟ ହୋଇଥାଏ ଏବଂ କ୍ଷୀଣ ଆଲୋକରେ ଆକାର ବୃଦ୍ଧି ଘଟିଥାଏ । ଆବଶ୍ୟକ ପରିମାଣ ଆଲୋକ ଚକ୍ଷୁ ମଧ୍ୟକୁ ଛାଡ଼ିଥାଏ ।
    • ଜଳାଭରସ : ସ୍ୱଚ୍ଛପଟ୍ଟଳ ଓ କନୀନିକା ମଧ୍ୟରେ ଏକ ସ୍ୱଚ୍ଛ ତରଳ ପଦାର୍ଥ ଅଛି, ତାହାକୁ ଜଳାଭରସ (Aque- ous Humour) କହନ୍ତି|
    • କୃଷ୍ଣପଟ୍ଟଳ : ଶ୍ଵେତପଟ୍ଟଳର ଭିତରପଟେ ସଂଯୁକ୍ତ ହୋଇଥିବା କଳାରଙ୍ଗର ପରଦାର ଆସ୍ତରଣକୁ କୃଷ୍ଣପଟ୍ଟଳ କହନ୍ତି । ଏହା ଚକ୍ଷୁରେ ଆଭ୍ୟନ୍ତରୀଣ ପ୍ରତିଫଳନରେ ବାଧା ଦିଏ ।
      BSE Odisha 10th Class Physical Science Notes Chapter 7 img-1
    • ଚକ୍ଷୁ ଲେନ୍ସ : ନେତ୍ରପିତୁଳା ପଛ ଭାଗରେ ଗୋଟିଏ ଚକ୍ଷୁ ଲେନସ୍ ଥାଏ । ଚକ୍ଷୁ ଲେନସ୍ (Eye lens) ଜେଲି ଭଳି ତନ୍ତୁଜାତୀୟ ପଦାର୍ଥରେ ଗଢ଼ା । ଏହା ଏକ ଉତ୍ତଳ ଲେନସ୍ । ଏହା ସିଲିୟାରୀ ମାଂସପେଶୀଦ୍ଵାରା ସଂଯୁକ୍ତ ହୋଇ ଚମ୍ପୁ ଲେନ୍‌ସ୍‌ର ବକ୍ରତା ବଦଳି ଫୋକସ୍ ଦୂରତାର ହ୍ରାସବୃଦ୍ଧି ଘଟିଥାଏ ।
    • ମୁକୁରିକା : ଚକ୍ଷୁ ଗୋଲକର ପଶ୍ଚାତ୍ ଭାଗରେ ପରଦା ଭଳି ମୁକୁରିକା (Retina) ଏକ ସୂକ୍ଷ୍ମ ଆବରଣ । ଏଥ‌ିରେ ଅସଂଖ୍ୟ ଆଲୋକ ସଂବେଦୀ କୋଷ ରହିଥାଏ । ଏହି କୋଷଗୁଡ଼ିକ ହେଲା ରଡ଼ ଓ କୋସ । ରଡ଼ସ ଆଲୋକର ତୀବ୍ରତା ପ୍ରତି ସମ୍ବେଦନଶୀଳ ହୋଇଥିବାବେଳେ କୋନ୍ସ ବର୍ଷ ପ୍ରତି ସମ୍ବେଦନଶୀଳ ହୋଇଥାଏ । ଏହି ମୁକୁରିକାରେ ବସ୍ତୁର ପ୍ରତିବିମ୍ବ ଗଠିତ ହୋଇଥାଏ । ମୁକୁରିକାରେ ଦୁଇଟି ମୁଖ୍ୟ କ୍ଷେତ୍ର ଥାଏ, ଯଥା – ପୀତବିନ୍ଦୁ ଓ ଅନ୍ଧବିନ୍ଦୁ । ଆଲୋକ ମୁକୁରିକା ଉପରେ ପଡ଼ିଲେ ଆଲୋକ ସଂବେଦୀ କୋଷଗୁଡ଼ିକ କ୍ରିୟାଶୀଳ (activate) ହୋଇ ବିଦ୍ୟୁତ୍ ସଂକେତ (Signal) ପ୍ରେରଣ କରନ୍ତି । ଏଠାରେ ପ୍ରତି କୋଷବିମ୍ବ ଗଠନ ହୁଏ ।
    • ପୀତବିନ୍ଦୁ : ନେତ୍ରପିତୁଳାର ଠିକ୍ ପଛପଟେ ମୁକୁରିକାରେ ଥିବା ଏକ ବିନ୍ଦୁକୁ ପୀତବିନ୍ଦୁ କୁହାଯାଏ ।
    • ଅନ୍ଧବିନ୍ଦୁ : ଏହା ମୁକୁରିକାର ଏପରି ଏକ ବିନ୍ଦୁ ଯେଉଁଠାରେ ନେତ୍ରସ୍ନାୟୁ ବାହାରି ମସ୍ତିଷ୍କକୁ ଯାଇଥାଏ । ଏଠାରେ କୌଣସି ପ୍ରତିବିମ୍ବ ଗଠିତ ହେଲେ ତାହାକୁ ଦେଖୁହୁଏ ନାହିଁ ।
    • ନେତ୍ରସ୍ନାୟୁ : ବିଦ୍ୟୁତ୍ ସଂକେତ ନେତ୍ରସ୍ନାୟୁ (Optic Nerve) ମାଧ୍ୟମରେ ମସ୍ତିଷ୍କକୁ ଯାଏ । ମସ୍ତିଷ୍କରେ ସୃଷ୍ଟି ହୋଇଥିବା ଓଲଟା ପ୍ରତିବିମ୍ବକୁ ସଳଖ କରି ବସ୍ତୁ ଯେପରି ଅଛି ସେହିପରି ଧାରଣା ଦେବାରେ ସହାୟକ ହୁଏ ।
    • କାଚାଭରସ : ଚକ୍ଷୁ ଲେନସ୍ ଓ ମୁକୁରିକା ମଧ୍ୟରେ ଏକ ଜେଲିଭଳି ପଦାର୍ଥ ଥାଏ, ଯାହାକୁ କାଚାଭରସ (Vitre- ous Humour) କହନ୍ତି|
      ଆଲୋକ ରଶ୍ମି କୌଣସି ବସ୍ତୁରୁ ଆସି ସ୍ୱଚ୍ଛପଟ୍ଟଳ, ଜଳାଭରସ, ନେତ୍ରପିତୁଳା, ଚକ୍ଷୁ ଲେନ୍ସ ଓ କାଚାଭରସ ମଧ୍ୟଦେଇ ମୁକୁରିକାରେ ପଡ଼େ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

→ କାର୍ଯ୍ୟ ପ୍ରଣାଳ1 :

  • ଚକ୍ଷୁରୁ ଆସୁଥୁବା ଆଲୋକ ରଶ୍ମି ସ୍ଵଚ୍ଛପଟଳ ଓ ନେତ୍ରପିତୁଳା ଦେଇ ଚକ୍ଷୁ ମଧ୍ୟରେ ପ୍ରବେଶ କରିଥାଏ ।
  • ଚକ୍ଷୁ ଲେନ୍‌ସ୍‌ ଆଲୋକ ରଶ୍ମିକୁ ଫୋକସ୍ କରି ମୁକୁରିକାରେ ବସ୍ତୁର ଏକ ବାସ୍ତବ, ଓଲଟା ଓ ଅତି କ୍ଷୁଦ୍ର ପ୍ରତିବିମ୍ବ ଗଠନ କରେ ।
  • ଆଲୋକ ମୁକୁରିକା ଉପରେ ପଡ଼ିଲେ ଆଲୋକ ସମ୍ବେଦୀ କୋଷଗୁଡ଼ିକ କ୍ରିୟାଶୀଳ ହୋଇ ବିଦ୍ୟୁତ୍ ସଙ୍କେତ ପ୍ରେରଣ କରନ୍ତି ।
  • ଏହି ବିଦ୍ୟୁତ ସଙ୍କେତଗୁଡ଼ିକ ନେତ୍ରସ୍ନାୟୁଦ୍ୱାରା ମସ୍ତିଷ୍କକୁ ଯାଏ । ମସ୍ତିଷ୍କରେ ସୃଷ୍ଟି ହେଉଥ‌ିବା ଓଲଟା ପ୍ରତିବିମ୍ବକୁ ପ୍ରେରଣ କରନ୍ତି । ସଲଖ କରି ବସ୍ତୁ ଯେପରି ଅଛି, ସେହିପରି ଧାରଣା ଦେବାରେ ସହାୟକ ହୁଏ ।

→ ସମାପୋଜନ ସାୱ୍ୱାର (Power of Accommodation) :

  • ଚକ୍ଷୁ ଲେନସ୍ ଫୋକସ୍ ଦୂରତାକୁ ଆବଶ୍ୟକତା ଅନୁଯାୟୀ
  • ଚକ୍ଷୁ ଲେନସ୍‌ର ଫୋକସ୍ ଦୂରତା ଏକ ନିର୍ଦ୍ଦିଷ୍ଟ ସର୍ବନିମ୍ନ ସୀମାଠାରୁ ଆଉ ଅଧ୍ଵ କମିପାରିବ ନାହିଁ ।
  • ସାଧାରଣ ଚକ୍ଷୁପାଇଁ ସ୍ପଷ୍ଟ ଭାବରେ କୌଣସି ବସ୍ତୁକୁ ଦେଖୁବାର ସର୍ବନିମ୍ନ ଦୂରତା 25 ସେ.ମି. ଅଟେ । ଏହି ସର୍ବନିମ୍ନ ଦୂରତାକୁ ‘ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା’’(Least distance of distinct vision) କହନ୍ତି ।
  • ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତାକୁ ଚକ୍ଷୁର ନିକଟ ବିନ୍ଦୁ (Near Point) କହନ୍ତି ।
  • ଯେଉଁ ଦୂରତା ପର୍ଯ୍ୟନ୍ତ ଚକ୍ଷୁ ସ୍ପଷ୍ଟ ଭାବରେ ବସ୍ତୁକୁ ଦେଖିପାରେ, * ତାହାକୁ ଦୂରବିନ୍ଦୁ (Farpoint) କୁହାଯାଏ । ସାଧାରଣ ଚକ୍ଷୁପାଇଁ ଏହା ଅନନ୍ତ ଦୂରତା (Infinity) ଅଟେ ।
  • ସାଧାରଣ ସୁସ୍ଥ ଚକ୍ଷୁ 25 ସେ.ମି.ରୁ ଅନନ୍ତ ଦୂରତା ମଧ୍ୟରେ ଥିବା ବସ୍ତୁକୁ ସ୍ପଷ୍ଟ ଭାବରେ ଦେଖିପାରେ ।

→ ମୋତିଆବିନ୍ଦୁ (Cataract) :
ସମୟେ ସମୟେ ବୟସ୍କ ବ୍ୟକ୍ତିଙ୍କର ଅତି ସ୍ଵଚ୍ଛ ଚକ୍ଷୁ ଲେନ୍ସ ଧଳା (ମିଲ୍‌କି) ଏବଂ ଧୂସର (Cloudy) ହୋଇଯାଏ । ଚକ୍ଷୁର ଏହି ଅବସ୍ଥାକୁ ମୋତିଆବିନ୍ଦୁ କହନ୍ତି । ଏହାଫଳରେ ବ୍ୟକ୍ତି ସମ୍ପୂର୍ଣ୍ଣ ବା ଆଂଶିକ ଭାବରେ ଦେଖିପାରେ ନାହିଁ ।

→ ଦୃଷ୍ଟିଦୋଷ ଏବଂ ତା’ର ପ୍ରତିକାର (Defects of Vision & their Correction) :

  • କୌଣସି କାରଣରୁ ଚକ୍ଷୁ ଯଦି କ୍ରମଶଃ ସମାୟୋଜନ ପାଓ୍ବାର ହରାଏ ତେବେ ଦୃଷ୍ଟି ଦୋଷ ହୋଇଛି ବୋଲି କୁହାଯାଏ । ଏହାଫଳରେ ବ୍ୟକ୍ତି ବସ୍ତୁକୁ
  • ସ୍ପଷ୍ଟଭାବରେ ଦେଖିପାରେ ନାହିଁ । ଚକ୍ଷୁ ଲେନ୍ସର ପ୍ରତିସରଣ ତ୍ରୁଟିଯୋଗୁଁ ବସ୍ତୁ ଝାପ୍‌ସା ଦେଖାଯାଏ । ପ୍ରତିସରଣ ଜନିତ ଦୃଷ୍ଟିଦୋଷ ସାଧାରଣତଃ ତିନି ପ୍ରକାରର –
    • ସମୀପ ଦୃଷ୍ଟି (Myopia or near-sightedness)
    • ତୃରତୃଷ୍ଟି (Hypermetropia or far-sightedness)
    • ଚାଳିଶା (Presbyopia)

→ (a) ସମୀପ ଦୃଷ୍ଟି (Myopia or near-sightedness)

  • ସମୀପ ଦୃଷ୍ଟି ଦୋଷ ଥ‌ିବା ବ୍ୟକ୍ତି ଦୂରବସ୍ତୁକୁ ସ୍ପଷ୍ଟ ଦେଖାରେ ନାହିଁ । ମାତ୍ର ନିକଟରେ ଥିବା
  • ଏହି ଦୋଷ ଥ‌ିବା ବ୍ୟକ୍ତିର ଦୂର-ବିନ୍ଦୁ ଅନନ୍ତ ଦୂରତାଠାରୁ କମିଯାଏ, କେବଳ କେତେ ମିଟର ଦୂରତାରେ ଥ‌ିବା ବସ୍ତୁକୁ ସ୍ପଷ୍ଟଭାବରେ ଦେଖ୍ହୁଏ ।
    BSE Odisha 10th Class Physical Science Notes Chapter 7 img-2

→ କାରଣ :
କୌଣସି କାରଣରୁ ଚକ୍ଷୁ ଲେନ୍ସ୍ ବକ୍ରତା ବଢ଼ିଗଲେ କିମ୍ବା ଚକ୍ଷୁଗୋଲକ ଲମ୍ବିଗଲେ ଚକ୍ଷୁ ଲେନସ୍‌ର ଫୋକସ୍ ଦୂରତା କମିଯାଏ । ଫଳରେ ଚକ୍ଷୁ ଲେନ୍‌ସର ପାୱାର ବଢ଼ିଯାଏ ତେବେ ଦୂରବସ୍ତୁରୁ ଆସୁଥ‌ିବା ଆଲୋକ ରଶ୍ମିଗୁଚ୍ଛ ମୁକୁରିକା ପରିବର୍ତ୍ତେ ତା’ ପୂର୍ବରୁ କାଚାଭରସ ଭିତରେ ପ୍ରତିବିମ୍ବ ସୃଷ୍ଟିକରେ । ତେଣୁ ଦୂରବସ୍ତୁ ସ୍ପଷ୍ଟ ଦେଖାଯାଏ ନାହିଁ । ଅପେକ୍ଷାକୃତ

→ ନିରାକରଣ :
ସମୀପ ଦୃଷ୍ଟିର ପ୍ରତିକାର ପାଇଁ ଲେନ୍‌ସର ଫୋକସ୍ ଦୂରତା ବଢ଼ାଇବା ବା ପାୱାର କମାଇବା ଆବଶ୍ୟକ । ଏଥପାଇଁ ଉପଯୁକ୍ତ ଅବତଳ ଲେନ୍ସର ଚଷମା ବ୍ୟବହାର କଲେ ଅବତଳ ଲେନ୍ସ ଓ ଚକ୍ଷୁ ଲେନ୍ସର ସମାହାରର ପାୱାର ଚକ୍ଷୁ ଲେନ୍‌ସର ପାୱାରଠାରୁ କମ୍ ହେବ ଏବଂ ଫୋକସ୍ ଦୂରତା ବଢ଼ିଯିବ । ଫଳରେ ଦୂର ବସ୍ତୁର ପ୍ରତିବିମ୍ବ ମୁକୁରିକାରେ ପଡ଼ିବ ଯାହାଦ୍ୱାରା ବସ୍ତୁ ସ୍ପଷ୍ଟ ଦେଖାଯିବ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

→ (b) ତୃରତୃଷ୍ଟି (Hypermetropia or far-sightedness)

  • ଦୂର ଦୃଷ୍ଟିଥ‌ିବା ବ୍ୟକ୍ତି ଦୂରବସ୍ତୁକୁ ସ୍ପଷ୍ଟ ଦେଖିପାରେ; ମାତ୍ର ନିକଟ ବସ୍ତୁକୁ ସ୍ପଷ୍ଟ ଭାବରେ ଦେଖିପାରେ ନାହିଁ ।
  • ବ୍ୟକ୍ତି ନିକଟ ବିନ୍ଦୁ ସ୍ପଷ୍ଟ ଦର୍ଶନର ନିମ୍ନତମ ଦୂରତା ଅର୍ଥାତ୍ 25 ସେ.ମି.ଠାରୁ ଅଧିକ ଦୂରରେ ରଖ୍ ପଢ଼ିପାରନ୍ତି ।

→ କାରଣ :
କୌଣସି କାରଣରୁ ଚକ୍ଷୁ ଲେନ୍‌ସର ଫୋକସ୍ ଦୂରତା ବଢ଼ିଗଲେ ବା ଚକ୍ଷୁର ଲେନ୍ସର ପାୱାର
କମିଗଲେ ନିକଟ ବସ୍ତୁର ପ୍ରତିବିମ୍ବ ମୁକୁରିକା ପଛପଟେ ଗଠିତ ହୁଏ । ନିକଟ ବସ୍ତୁ ସ୍ପଷ୍ଟ ଦେଖାଯାଏ ନାହିଁ ।
BSE Odisha 10th Class Physical Science Notes Chapter 7 img-3

→ ନିରାକରଣ :
ଚକ୍ଷୁ ପରୀକ୍ଷା କରାଇ ଉପଯୁକ୍ତ ମାପର ଉତ୍ତଳ ଲେନ୍ସର ଚଷମା ପିନ୍ଧିଲେ ଏହି ଉତ୍ତଳ ଲେନ୍ସ ଓ ଚକ୍ଷୁ ଲେନ୍ସର ସମାହାରର ପାୱାର ଅଧୂକ ହୁଏ ଏବଂ ଫୋକସ୍ ଦୂରତା କମିଯାଏ । ପଡ଼େ ଓ ବସ୍ତୁଟି ସ୍ପଷ୍ଟ ଦେଖାଯାଏ ।
BSE Odisha 10th Class Physical Science Notes Chapter 7 img-4

→ (c) ଚାଳିଶା (Presbyopia) :
ବୟସ ବଢ଼ିଗଲେ ଅର୍ଥାତ୍ ପ୍ରାୟ ଚାଳିଶ ବର୍ଷ ପାଖାପାଖି ବା ଅଧିକ ହୋଇଗଲେ । ନିକଟ ବସ୍ତୁ ଦେଖ‌ିବାରେ ଅସୁବିଧା ହୁଏ । ଏପରି ଦୃଷ୍ଟି ଦୋଷକୁ ଚାଳିଶା କୁହାଯାଏ।

→ କାରଣ :

  • ବୟସ 40 ପାଖାପାଖୁ ହେଲେ କିଛି ବ୍ୟକ୍ତିଙ୍କ ଚକ୍ଷୁର ସିଲିଆରୀ ମାଂସପେଶୀ କ୍ରମଶଃ ଦୁର୍ବଳ ହୋଇଯାଏ । ଚକ୍ଷୁ ଲେନ୍ସ ତାହାର ସମାୟୋଜନ କ୍ଷମତା ହରାଇବସେ ।
  • ସମୟେ ସମୟେ ଜଣେ ବ୍ୟକ୍ତିର ଉଭୟ ସମୀପ ଦୃଷ୍ଟି ଓ ଦୂର ଦୃଷ୍ଟିଦୋଷ ରହିଥାଏ ।

→ ନିରାକରଣ :

  • ଚାଳିଶା ଦୃଷ୍ଟିଦୋଷର ନିରାକରଣ ପାଇଁ ଉପଯୁକ୍ତ ପାୱାର ବା ଫୋକସ୍ ଦୂରତା ବିଶିଷ୍ଟ ଉତ୍ତଳ ଲେନ୍ସର ଉଭୟ ସମୀପ ଦୃଷ୍ଟି ଓ ଦୂରଦୃଷ୍ଟି ଦୋଷ ଉଭୟ ଥିବା ବ୍ୟକ୍ତିମାନଙ୍କ ପାଇଁ ବ୍ୟବହୃତ ଚଷମାରେ ଦୁଇ ପ୍ରକାରର ଲେନ୍ସ ଏକାଠି ରଖାଯାଇଥାଏ ।
  • ତଳ ଲେନ୍ସରେ ନିକଟ ବସ୍ତୁକୁ ଦେଖନ୍ତି ବା ବହି ପଢ଼ନ୍ତି ଏବଂ ଉପର ଲେନ୍ସରେ ଦୂରରେ ଥ‌ିବା ବସ୍ତୁକୁ ଦେଖନ୍ତି । ଏହି ପ୍ରକାର ଚଷମାକୁ ବାଇଫୋକାଲ୍ (Bifocal) ବା ଦ୍ୱି- ଫୋକସୀ ଚଷମା କୁହାଯାଏ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

→ ପ୍ରିଜମ୍ ମଧ୍ୟରେ ଆଲୋକର ପ୍ରତିସରଣ (Refraction of Light through a Prism) :

→ କାଚ ଫ୍ରିଜମ୍ ଦ୍ବାରା ଧଳା ଆଲୋକର ପ୍ରକୀର୍ଶନ (Dispersion of White light by a Glass Prism) :

  • ବାସୁମଣ୍ଡଳ1ପ୍ ପ୍ରତିସରଣ (Atmospheric Refraction):
  • ନିଆଁ ଉପରେ ଉପରକୁ ଉଠୁଥ‌ିବା ଉତ୍ତପ୍ତ ବାୟୁ ମଧ୍ୟରେ କୌଣସି ବସ୍ତୁକୁ ଦେଖୁଲେ, ବସ୍ତୁଟି ଅଳ୍ପ ମିଞ୍ଜିମିଞ୍ଜି ହେଲାଭଳି ପ୍ରତୀୟମାନ ହୁଏ l
  • ନିଆଁ ଉପରର ବାୟୁସ୍ତର ତାହା ଉପର ସ୍ତରର ବାୟୁ ଅପେକ୍ଷା ଅଧ‌ିକ ଉତ୍ତପ୍ତ ହୋଇଥାଏ ।
  • ଏହି ଉତ୍ତପ୍ତ ବାୟୁ ତାହା ଉପରେ ଥିବା ଥଣ୍ଡା ବାୟୁ ଅପେକ୍ଷା ହାଲୁକା ଓ କମ୍ ସାନ୍ଦ୍ରତା ବିଶିଷ୍ଟ । ଥଣ୍ଡା ବାୟୁ ଓଜନିଆ ଓ ଅଧିକ ସାନ୍ଧ୍ରତା ବିଶିଷ୍ଟ ହୋଇଥାଏ।
  • ତେଣୁ ଉତ୍ତପ୍ତ ବାୟୁସ୍ତରର ପ୍ରତିସରଣାଙ୍କ ଥଣ୍ଡା ବାୟୁ ସ୍ଥର ଅପେକ୍ଷା କମ୍ ହୋଇଥାଏ ।
  • ଏଠାରେ ପ୍ରତିସରଣ ମାଧ୍ୟମ (ବାୟୁ) ର ଭୌତିକ ସ୍ଥିତି ସବୁ ସମୟରେ ସ୍ଥିର ନଥାଏ ।
  • ନିଆଁ ମଧ୍ୟରେ ଦେଖାଯାଉଥ‌ିବା ବସ୍ତୁର ଆଭାସୀ ଅବସ୍ଥିତି ଏପଟ ସେପଟ ହେବାର ଦେଖାଯାଏ ।

→ ତାରାମାନେ ଦପ୍ ଦପ୍ ହେବା (Twinkling of Stars) :

  • ପୃଥ‌ିବୀର ବାୟୁମଣ୍ଡଳର ଉଚ୍ଚତର ସ୍ତର ସମୁଦ୍ର ପତ୍ତନ ଆଡ଼କୁ ଥିବା ବାୟୁସ୍ତର ଅପେକ୍ଷା କମ୍ ଘନ |
  • ତାରାମାନଙ୍କଠାରୁ ଆସୁଥିବା ଆଲୋକ ରଶ୍ମି କ୍ରମାଗତ ଭାବେ କମ୍ ଘନ ମାଧ୍ୟମରୁ ବେଶି ଘନ ମାଧ୍ୟମ ଆଡ଼କୁ ଗତିକରି ଥାଏ ।
  • ବାୟୁ ମଣ୍ଡଳ ର କ୍ର ମ ପରି ବ ର୍ଜି ତ ଅଭିଲମ୍ବ ଆଡ଼କୁ ଅନବରତ ବଙ୍କେଇ ହେଉଥାଏ ଏବଂ କ୍ରମାଗତ ଭାବରେ ପ୍ରତିସୃତ ହୋଇ ଆମ ଚକ୍ଷୁ ନିକଟରେ ପହଞ୍ଚେ ।
  • ଫଳରେ ତାରାର ଆଭାସୀ ଅବସ୍ଥାନ ତାହାର ପ୍ରକୃତ ଅବସ୍ଥାନ ଅପେକ୍ଷା ଭିନ୍ନ ହୋଇ ସାମାନ୍ଯ ଉପରକୁ ହୁଏ ।
  • ବାୟୁସ୍ତରର ଅବସ୍ଥାରେ ପରିବର୍ତ୍ତନ ହେଉଥ‌ିବାରୁ ବହୁଦୂରର ବିନ୍ଦୁ ଉତ୍ସ ପ୍ରାୟ ତାରାର ଆଭାସୀ ଅବସ୍ଥାନ ସାମାନ୍ୟ ଉପର ତଳ ହୋଇ ବଦଳୁ ଥାଏ ।
  • ଫଳରେ ତାରାଟିର ଉଜ୍ଜ୍ବଳତା କମ୍ ବେଶି ହୋଇ ଦପ୍ ଦପ୍ ହେଲାପରି ଦିଶେ ।
    BSE Odisha 10th Class Physical Science Notes Chapter 7 img-5

→ ଗ୍ରହଗୁଡ଼ିକ ଦପ୍ ଦପ୍ ହୁଅନ୍ତି ନାହିଁ :

  • ଗ୍ରହଗୁଡ଼ିକ ତାରାମାନଙ୍କ ଅପେକ୍ଷା ପୃଥ‌ିବୀର ନିକଟରେ ଥ‌ିବାରୁ ବଡ଼ ଦେଖାଯାଆନ୍ତି ।
  • ଗ୍ରହଗୁଡ଼ିକର ବିସ୍ତୀର୍ଣ୍ଣ ଆଲୋକ ଉତ୍ସର ବିଭିନ୍ନ ବିନ୍ଦୁରୁ ଏକ ସମୟରେ ଅନେକ ରଶ୍ମି ବାହାରି ବାୟୁମଣ୍ଡଳ ମଧ୍ୟକୁ ଏକ ରଶ୍ମି ଗୁଚ୍ଛ ଭାବେ ପ୍ରବେଶ କରେ ।
  • ରଶ୍ମିଗୁଚ୍ଛର ପ୍ରତ୍ୟେକ ବିନ୍ଦୁଉତ୍ସରୁ ଦୀପ୍ତିରେ ହ୍ରାସ ବୃଦ୍ଧି ହେଉଥିଲେ ମଧ୍ୟ ତାହା ସ୍ଵତନ୍ତ୍ର ଭାବେ ଜଣା ନ ପଡ଼ି ସବୁ ବିନ୍ଦୁ ଉତ୍ସର ମିଶ୍ରିତ ଦୀପ୍ତି ସମାନ ରହିଲା ପରି ଲାଗେ ।
  • ତେଣୁ ଗ୍ରହମାନେ ସ୍ଥିର ଆଲୋକ ଦେଲାପରି ଜଣାଯାଏ ।

→ ସଅଳ ସୂଫ୍ୟୋଦୟ ଓ ବିଳମ୍ବ ପୂର୍ଯ୍ୟାସ୍ତ (Advance Sunrise & Delayed Sunset) :

  • ସୂର୍ଯ୍ୟୋଦୟର ପ୍ରାୟ ଦୁଇ ମିନିଟ୍ ପୂର୍ବରୁ ଏବଂ ସୂର୍ଯ୍ୟାସ୍ତର ପ୍ରାୟ ଦୁଇ ମିନିଟ୍ ପରେ ସୂର୍ଯ୍ୟ ଆମକୁ ଦେଖାଯାଏ ।
  • ଏହା ମଧ୍ୟ ଆଲୋକର ବାୟୁମଣ୍ଡଳୀୟ ପ୍ରତିସରଣ ଯୋଗୁଁ ସମ୍ଭବ ହୋଇଥାଏ ।
  • ବାୟୁମଣ୍ଡଳର ଉପର ବାୟୁ ସ୍ତର ଅପେକ୍ଷା ନିମ୍ନ ବାୟୁସ୍ତର ଅଧ୍ବକ ଘନ ।
  • ସୂର୍ଯ୍ୟଠାରୁ ଆସୁଥ‌ିବା ରଶ୍ମି ଭିନ୍ନ ଘନତା ବିଶିଷ୍ଟ ଅନେକ ବାୟୁସ୍ତର ଦେଇ ପ୍ରତିସ୍ମୃତ ହେବାରୁ କିଛି ପରିମାଣରେ ତା’ର ଦିଗ ବଦଳାଇ ଥାଏ ।
  • ଏହା ଭୂପୃଷ୍ଠରେ ପହଞ୍ଚିବା ପରେ ଆମେ ସେହି ପ୍ରତିସୃତ ରଶ୍ମି ସିଧାରେ ସୂର୍ଯ୍ୟଙ୍କୁ ଦିଗ୍‌ବଳୟ ଉପରେ ଅଳ୍ପସମୟ ପାଇଁ ଦେଖୁ ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

→ ଆଲୋକର ବିଚ୍ଛୁରଣ (Scattering of light):

  • ଆମ ଚତୁଃପାର୍ଶ୍ବରେ ବିଭିନ୍ନ ବସ୍ତୁ ସହ ଆଲୋକର ପରସ୍ପର କ୍ରିୟା (Interplay)ରୁ ପ୍ରକୃତିରେ ବିଭିନ୍ନ ପ୍ରକାର ଦୃଶ୍ୟ ଘଟେ –
    • ଆକାଶର ବର୍ଣ୍ଣ ନ1ଳ ହେବା
    • ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ ଲାଲ୍ ଦେଖାଯିବ

→ ମିଶ୍ରଣରେ ଆଲୋକର ବିଚ୍ଛୁରଣ :

  • ଗୋଟିଏ ଶୁଦ୍ଧ ଦ୍ରବଣ ମଧ୍ୟରେ ଆଲୋକ ରଶ୍ମିଗୁଚ୍ଛ ପ୍ରବେଶ କଲେ ତାହାର ଗତିପଥ ଦେଖାଯାଏ ନାହିଁ ।
  • ମାତ୍ର କଲଏଡ଼ାଲ୍ ଦ୍ରବଣରେ ଆଲୋକର ଗତିପଥ ଦେଖାଯାଏ । ଲାଲ୍ ଆଲୋକରେ ବିଚ୍ଛୁରଣ ସର୍ବନିମ୍ନ । ବାଇଗଣୀ ଆଲୋକର ବିଚ୍ଛୁରଣ ସର୍ବୋଚ୍ଚ ଅଟେ ।

→ ଟିଣ୍ଡଲ୍ ସିଦ୍ଧାନ୍ତ (Tyndall Effect) :

  • କଲଏଡ୍ ଏକ ବିଷମ ଜାତୀୟ କଣିକାଗୁଡ଼ିକୁ ନେଇ ଗଠିତ । କଲଏଡାଲ୍ କଣିକା ଗୁଡ଼ିକ କ୍ଷୁଦ୍ର (10୬ ମି.ରୁ 10-॰ ମି.) । ତେଣୁ କଣିକାଗୁଡ଼ିକ ଆଲୋକ ରଶ୍ମି ବିଚ୍ଛୁରଣ କରନ୍ତି । ଏପରି ଆଲୋକର ବିଚ୍ଛୁରଣକୁ ଟିଣ୍ଡଲ୍ ସିଦ୍ଧାନ୍ତ କହନ୍ତି ।

→ ଦୈନନ୍ଦିନ ଜୀବନରେ ଟିଣ୍ଡଲ୍ ସିଦ୍ଧାନ୍ତ :

  • ଧୂଆଁ ପୂର୍ଣ୍ଣ ଏକ କୋଠରି ମଧ୍ୟକୁ ଏକ ସୂକ୍ଷ୍ମ ରନ୍ଧ୍ର ସାହାଯ୍ୟରେ ସୂର୍ଯ୍ୟାଲୋକ ପ୍ରବେଶ କରାଇଲେ ଆଲୋକର ଗତିପଥ ଦେଖୁହୁଏ ।
  • ଘନ ଜଙ୍ଗଲର ଚାନ୍ଦୁଆ ବା ବିତାନ (Canpoy) ମଧ୍ୟଦେଇ ସୂର୍ଯ୍ୟାଲୋକର ରଶ୍ମିଗୁଚ୍ଛ ଗତିକଲାବେଳେ କୁହୁଡ଼ି ମଧ୍ୟରେ ଥ‌ିବା କ୍ଷୁଦ୍ର ଜଳବିନ୍ଦୁ ସମୂହ ଆଲୋକକୁ ବିଚ୍ଛୁରଣ କରନ୍ତି ।

→ ଟିଣ୍ଡଲ୍ ସିଦ୍ଧାନ୍ତ କଣିକାର ଆକାର ଉପରେ ନିର୍ଭର କରେ ।

  • ଅତ୍ୟଧ୍ଵକ କ୍ଷୁଦ୍ରକଣିକା ନୀଳ ଆଲୋକ ବିଛୁରଣ କରିଥାଏ ।
  • କଣିକାଗୁଡ଼ିକର ଆକାର ବଡ଼ହେଲେ ଅତ୍ୟଧ‌ିକ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଆଲୋକ ବିଚ୍ଛୁରଣ କରିଥାଏ ।
  • କଣିକାଗୁଡ଼ିକର ଆକାର ଅତ୍ୟଧିକ ବଡ଼ ଆକାରର ହୋଇଥିଲେ ତାହା କେବଳ ଧଳା ଆଲୋକ ବିଚ୍ଛୁରଣ କରିଥାଏ ।

→ ନିର୍ମଳ ଆକାଶ ବର୍ଣ୍ଣ କାହିଁକି ନ1ଳ ? (Why is the colour of the clear sky blue ?) :

  • ବାୟୁମଣ୍ଡଳରେ ଥିବା ବାୟୁର ଅଣୁଗୁଡ଼ିକ ଏବଂ ଆଲୋକ(Visible light)ର ତରଙ୍ଗ ଦୈର୍ଘ୍ୟଠାରୁ ଲାଲ୍ ଆଲୋକ ବିଚ୍ଛୁରଣ ନ କରି କମ୍ ତରଙ୍ଗ ଦୈର୍ଘ୍ୟ
  • ଅନ୍ୟ ସୂକ୍ଷ୍ମକଣିକା ଗୁଡ଼ିକର ଦୈର୍ଘ୍ୟ ଦୃଶ୍ୟମାନ କମ୍ । ଏହି କଣିକା ଗୁଡ଼ିକ ଅଧ‌ିକ ତରଙ୍ଗ ଦୈର୍ଘ୍ୟ ଥ‌ିବା ବିଶିଷ୍ଟ ନୀଳ ଆଲୋକ ବିଚ୍ଛୁରଣ କରନ୍ତି । ଏହି ବଚ୍ଛୁତିତ
  • ନୀଳ ଆଲୋକ ଆମ ଚକ୍ଷୁରେ ପ୍ରବେଶ କରେ । ଲାଲ ଆଲୋକର ତରଙ୍ଗ ଦୈର୍ଘ୍ୟ ନୀଳ ଆଲୋକର ତରଙ୍ଗ ଦୈର୍ଘ୍ୟର 1.8 ଗୁଣ ।
  • ଯଦି ପୃଥ‌ିବୀ ଚାରିପାଖରେ ବାୟୁମଣ୍ଡଳ ନଥାନ୍ତା ତାହାହେଲେ କୌଣସି ବିଚ୍ଛୁରଣ ହୁଅନ୍ତା ନାହିଁ ଏବଂ ଆକାଶ ଅଦ୍ଧିକାରମୟ ହୋଇଥା’ନ୍ତା
  • ଅତି ଉଚ୍ଚ ଆକାଶରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଆକାଶ ମଧ୍ଯ ଅନ୍ଧକାରମୟ ଦେଖାଯାଏ । କାରଣ ଏହି ଉଚ୍ଚତାରେ ବିଚ୍ଛୁରଣ ଖୁବ୍ କମ୍ ହୁଏ ।

→ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟର ବର୍ଷ (Colour of the Sun at Sunrise & Sunset) :

  • ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ ଦିଗ୍‌ବଳୟରେ ଥାଆନ୍ତି ।
  • ସୂର୍ଯ୍ୟଠାରୁ ଆସୁଥ‌ିବା ଆଲେ।କ ଦିଗ୍‌ବଳୟରେ ଥ‌ିବା ବାୟୁସ୍ତର ଦେଇ ଏବଂ ବାୟୁମଣ୍ଡଳରେ ଅଧିକ ଦୂରତା ଗତିକରେ ।
  • ଫଳରେ ଅଧିକାଂଶ କମ୍ ତରଙ୍ଗ ଦୈର୍ଘ୍ୟ | ବିଣିଷ୍ଠ ନ1ଳ ଆଲେ|କ ଷ୍ଟୁତ୍ର କଣିକାଗୁଡ଼ିକଦ୍ୱାରା ବିଚ୍ଛୁରିତ ହୋଇଥାଏ ।
  • ଅଧୂକ ତରଙ୍ଗ ଦୈର୍ଘ୍ୟବିଶିଷ୍ଟ ଆଲୋକ ଅତି କମ୍ ମାତ୍ରାରେ ବିଚ୍ଛୁରଣ ହୋଇଥାଏ ।
  • ଅଧିକ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଲାଲ୍ ଆଲୋକ ଆମ ଆଖିରେ ପଡ଼େ । ତେଣୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟର ବର୍ଣ୍ଣ ଲାଲ୍ ଦେଖାଯାଏ ।
    BSE Odisha 10th Class Physical Science Notes Chapter 7 img-6

BSE Odisha 10th Class History Solutions Chapter 16 ସାମାଜିକ ବିକାଶ

Odisha State Board BSE Odisha 10th Class History Solutions Chapter 16 ସାମାଜିକ ବିକାଶ Textbook Exercise Questions and Answers.

BSE Odisha Class 10 History Solutions Chapter 16 ସାମାଜିକ ବିକାଶ

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ସାମାଜିକ ଶୋଷଣରୁ ମୁକ୍ତ କରିବାପାଇଁ କି କି ପଦକ୍ଷେପମାନ ନିଆଯାଇଛି ?
Answer:

  • ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ସାମାଜିକ ଶୋଷଣରୁ ମୁକ୍ତ କରିବାପାଇଁ ୧୯୪୭ ମସିହାରେ ଏକ ଆଇନ ପ୍ରଣୀତ ହୋଇ ସ୍ଥିର କରାଗଲା ଯେ ଅଣଆଦିବାସୀମାନେ ଆଦିବାସୀମାନଙ୍କ ଜମି କୌଣସି ଆଳରେ ଜବରଦଖଲ କରିପାରିବେ ନାହିଁ ।
  • ସ୍ଵତନ୍ତ୍ର ସରକାରୀ ଅଧିକାରୀଙ୍କୁ ନିୟୋଜନ କରାଯାଇ ଆଦିବାସୀମାନଙ୍କଠାରୁ ଅଣଆଦିବାସୀମାନେ ନେଇଥ‌ିବା ଜମି ଚିହ୍ନଟ କରାଗଲା ଓ ସେମାନଙ୍କୁ ସେସବୁ ଜମି ଫେରାଇ ଦିଆଗଲା ।
  • ସେମାନଙ୍କର ପାରିବାରିକ ଅର୍ଥନୀତିକୁ ସୁଧାରିବାପାଇଁ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଗଲା ।
  • କାମଧନ୍ଦା ପାଇଁ ସେମାନଙ୍କୁ ବଳ, କୃଷି ଉପକରଣ, ଚରଖା ଇତ୍ୟାଦି ଯୋଗାଇ ଦିଆଗଲା I ପୋଡୁଚାଷକୁ ନିରୁତ୍ସାହିତ କରାଗଲା ଓ ନିୟମିତ କୃଷି ପାଇଁ ପ୍ରେ. ସାହିତ କରାଗଲା ।
  • ୧୯୪୯ ମସିହାର ଅପରାଧୀ ଜନଜାତି ଆଇନ ଭଳି ଅଗଣତାନ୍ତ୍ରିକ ବିଧ୍ ବ୍ୟବସ୍ଥାକୁ ରଦ୍ଦକରି ଦିଆଗଲା ।

(ଖ) ଗ୍ରାମାଞ୍ଚଳର ଲୋକଙ୍କ ବିକାଶ ପାଇଁ ସ୍ଵାଧୀନତା ପରେ କି ବ୍ୟବସ୍ଥାମାନ ଗ୍ରହଣ କରାଯାଇଛି ?
Answer:

  • ସ୍ଵାଧୀନତା ପରେ ଗ୍ରାମାଞ୍ଚଳ ଲୋକଙ୍କ ବିକାଶ ଉପରେ ଗୁରୁତ୍ଵ ଦିଆଯାଇଛି । ଇନ୍ଦରା ଆବାସ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନେ ନିଜସ୍ବ ବାସଗୃହ ସୁବିଧା ପାଇଛନ୍ତି |
  • ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗାଁଗୁଡ଼ିକରେ ସିମେଣ୍ଟ କଂକ୍ରିଟ୍‌ ପକ୍‌କା ସଡ଼କ ନିର୍ମିତ ହୋଇଛି ।
  • କେନ୍ଦ୍ର ସରକାରଙ୍କର ଅନ୍ତୋଦୟ ଯୋଜନାଦ୍ୱାରା ଦାରିଦ୍ର୍ୟ ସୀମାରେଖା ତଳେ ରହୁଥ‌ିବା ପରିବାରକୁ ମାସିକ କିଲୋଗ୍ରାମ୍ ପିଛା ୩ ଟଙ୍କା ଦରରେ ୩୫ କିଲୋଗ୍ରାମ୍ ଚାଉଳ ଦେବା ବ୍ୟବସ୍ଥା ହୋଇଛି । ପରେ ରାଜ୍ୟ ସରକାର ନିଜ ପକ୍ଷରୁ କିଲୋଗ୍ରାମ୍ ପ୍ରତି ୨ ଟଙ୍କାରେ ଚାଉଳର ବ୍ୟବସ୍ଥା କରିଛନ୍ତି ।
  • ୨୦୦୫ ମସିହାରେ ଆରମ୍ଭ ହୋଇଥିବା ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ଅନୁଯାୟୀ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ବର୍ଷକୁ ଅନ୍ୟୁନ ୧୦୦ ଦିନ କାମଧନ୍ଦା ଯୋଗାଇ ଦିଆଯାଇଛି । ବର୍ତ୍ତମାନ ଏହି ଯୋଜନା ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାଭାବେ ପରିଚିତ ।
  • ଏହା ବ୍ୟତୀତ ‘ଖାଦ୍ୟ ପାଇଁ କାମ’, ‘ସମ୍ପୂର୍ଣ ଗ୍ରାମ ସ୍ଵରୋଜଗାର ଯୋଜନା’, ‘ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’, ‘ଜବାହର ଗ୍ରାମ ସମୃଦ୍ଧି ଯୋଜନା’, ‘ନିଶ୍ଚିତ ରୋଜଗାର ଯୋଜନା’ ବଳରେ ସାଧାରଣ ଲୋକଙ୍କୁ କର୍ମନିଯୁକ୍ତି ମିଳିବା ସହିତ ଗ୍ରାମାଞ୍ଚଳର ବିକାଶ ସାଧୂ ହୋଇଛି ।

BSE Odisha 10th Class History Solutions Chapter 16 ସାମାଜିକ ବିକାଶ

(ଗ) ସ୍ଵାଧୀନତା ପରେ ଓଡ଼ିଶାରେ ଶିଶୁ ଓ ମହିଳାମାନଙ୍କ ବିକାଶ ଦିଗରେ କ’ଣ କ’ଣ କରାଯାଇଛି ?
Answer:

  • ସ୍ଵାଧୀନତା ପରେ ଓଡ଼ିଶାର ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । କନ୍ୟାଭୃଣ ହତ୍ୟାକୁ ନିଷେଧ କରାଯାଇଛି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ଉଚ୍ଛେଦ କରାଯାଇଛି ।
  • ଶିଶୁମାନଙ୍କୁ ଶିକ୍ଷାଦେବାପାଇଁ ଗ୍ରାମାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ଓ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନଭୋଜନ ଯୋଜନା କାର୍ଯ୍ୟକାରୀ କରି ଶିଶୁମାନଙ୍କୁ ବିଦ୍ୟାଳୟକୁ ଅଣାଯାଉଛି ।
  • ମହିଳାମାନଙ୍କ ସାମାଜିକ ଓ ଆର୍ଥନୀତିକ ଅଭିବୃଦ୍ଧି ପାଇଁ ଜନ୍ମ ନିୟନ୍ତ୍ରଣକୁ ପ୍ରୋତ୍ସାହିତ କରି ଅବାଞ୍ଛିତ ଗର୍ଭଧାରଣ କରିବାରୁ ରକ୍ଷା କରାଯାଇପାରିଛି । ଜନନୀ ସୁରକ୍ଷା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ପ୍ରସବକାଳୀନ ଡାକ୍ତରୀ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।
  • ଗ୍ରାମାଞ୍ଚଳରେ ଗ୍ରାମ୍ୟ ସ୍ବାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି ଦିଆଯାଇଛି ।
  • ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରୁ ‘ମିଶନ ଶକ୍ତି’ ନାମକ ମହିଳା ସଶକ୍ତିକରଣ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ଓ ଋଣ ଯୋଗାଣ ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଇବାପାଇଁ ଉଦ୍ୟମ ଜାରି ରହିଛି ।

(ଘ) ‘ମିଶନ ଶକ୍ତି’ ସମ୍ବନ୍ଧରେ ଏକ ଟିପ୍‌ପଣୀ ଲେଖ ।
Answer:

  • ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରୁ ‘ମିଶନ ଶକ୍ତି’ ନାମକ ଏକ ମହିଳା ସଶକ୍ତିକରଣ ଯୋଜନା ଆରମ୍ଭ କରାଯାଉଛି ।
  • ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ଓ ସେଗୁଡ଼ିକର ଦୃଢ଼ୀକରଣ କରି ସେଗୁଡ଼ିକ ମାଧ୍ୟମରେ ଓଡ଼ିଶାର ମହିଳାମାନଙ୍କର ସାମାଜିକ ତଥା ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ହେଉଛି ‘ମିଶନ ଶକ୍ତି’ର ଉଦ୍ଦେଶ୍ୟ ।
  • ମହିଳା ସ୍ଵୟଂ ସହାୟକ ଦଳର ସଂରକ୍ଷଣ ଓ ପ୍ରସାର, ଦଳଗୁଡ଼ିକୁ ପରିଚାଳନା ଓ ଅନ୍ୟାନ୍ୟ ବିଷୟରେ ତାଲିମ୍ ପ୍ରଦାନ, ସେମାନଙ୍କୁ ଉପଯୁକ୍ତ ଦିଗ୍‌ଦର୍ଶନ ଦେବା ଓ ଋଣ ଯୋଗାଇବାର ବ୍ୟବସ୍ଥା କରିବା ମିଶନ ଶକ୍ତି ଯୋଜନାର ପ୍ରଧାନ କାର୍ଯ୍ୟ ।
  • ସେମାନଙ୍କ କାର୍ଯ୍ୟକଳାପର ତଦାରଖ କରିବା ଏବଂ ନୂତନ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନରେ ସହାୟତା କରିବା ହେଉଛି ‘ମିଶନ ଶକ୍ତି’ର ପ୍ରମୁଖ କାର୍ଯ୍ୟ ।
    (v)
  • ଏହି ଯୋଜନା ଫଳରେ ଅନେକ ମହିଳା ଉପକୃତ ହୋଇପାରିଛନ୍ତି ।

(ଙ) ସ୍ଵାଧୀନତା ପରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥ‌ିବା ପେନ୍‌ସନ୍ ଯୋଜନା ଓ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ସମ୍ବନ୍ଧରେ ଏକ ବିବରଣୀ ପ୍ରଦାନ କର ।
Answer:

  • ସ୍ଵାଧୀନତା ପରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥ‌ିବା ପେନ୍‌ସନ୍ ଯୋଜନା ଓ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛି ଜାତୀୟ ବୃଦ୍ଧାବସ୍ଥା ପେନ୍‌ସନ୍ ଯୋଜନା, ଜାତୀୟ ମାତୃତ୍ଵ ହିତକାରୀ ଯୋଜନା, ଜନନୀ ସୁରକ୍ଷା ଯୋଜନା, ଜାତୀୟ ପରିବାର ହିତ ଯୋଜନା ଓ ମଧୁବାବୁ ପେନ୍‌ସନ୍ ଯୋଜନା ।
  • ୨୦୦୮ ମସିହା ଜାନୁୟାରୀ ୧ ତାରିଖରୁ ଓଡ଼ିଶାରେ ପ୍ରବର୍ତ୍ତିତ ମଧୁବାବୁ ପେନ୍‌ସନ୍ ଯୋଜନା ଅନୁଯାୟୀ ବୃଦ୍ଧ, ବିଧବା, ଭିନ୍ନକ୍ଷମ ଓ କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ପାଇଁ ମାସିକ ଭତ୍ତା ଦେବା ବ୍ୟବସ୍ଥା କରାଯାଇଛି ।
  • ସ୍ଵାସ୍ଥ୍ୟ ସୁରକ୍ଷା ଉଦ୍ଦେଶ୍ୟରେ ୨୦୦୮ ମସିହା ଏପ୍ରିଲ୍ ୧ ତାରିଖରୁ ପ୍ରବର୍ତ୍ତିତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ଓଡ଼ିଶାର କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାରେ ୨୦୦୯-୧୦ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେଉଛି ।
  • ଏହି ଯୋଜନା ଅନୁଯାୟୀ ରୋଗୀର ଡାକ୍ତରଖାନାରେ ଚିକିତ୍ସା ଖର୍ଚ୍ଚ ତିରିଶ ହଜାର ଟଙ୍କା ପର୍ଯ୍ୟନ୍ତ ଭରଣା କରାଯାଏ । ଏଥ‌ିପାଇଁ ହିତାଧ୍ୟାକାରୀଙ୍କୁ ମାତ୍ର ତିରିଶ ଟଙ୍କା ପଞ୍ଜୀକରଣ ପାଇଁ ଦେବାକୁ ପଡ଼ିଥାଏ ।
  • ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ ଓ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଜରୁରିକାଳୀନ ଅବସ୍ଥାରେ ତୁରନ୍ତ ସେବା ଯୋଗାଇବା ପାଇଁ ୨୦୧୩ ମାର୍ଚ୍ଚ ୫ ତାରିଖରୁ ଓଡ଼ିଶାରେ ଜରୁରିକାଳୀନ ମେଡ଼ିକାଲ ଆମ୍ବୁଲାନ୍ସ ସେବା ପ୍ରବର୍ତ୍ତନ କରାଯାଇଛି ।

BSE Odisha 10th Class History Solutions Chapter 16 ସାମାଜିକ ବିକାଶ

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) କେଉଁ ବ୍ୟବସ୍ଥାରୁ ଓଡ଼ିଶାରେ ‘ଗୋତି ପ୍ରଥା’ ଜାତ ହେଲା ଏବଂ ଏହା କେବେଠାରୁ ଉଚ୍ଛେଦ ହେଲା
Answer:

  • ଗ୍ରାମ୍ୟ ମହାଜନୀ ପ୍ରଥା ବ୍ୟବସ୍ଥାରୁ ଓଡ଼ିଶାରେ ‘ଗୋତି ପ୍ରଥା’ ଜାତ ହୋଇଥିଲା ।
  • ୧୯୪୮ ମସିହା ଜୁନ୍ ମାସରେ ଏହି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଥିଲା ।

(ଖ) କେଉଁ ଆଇନ ବଳରେ ଏବଂ କେଉଁଦିନ ଅନୁସୂଚିତ ଜାତିର ଭକ୍ତମାନେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରବେଶ କଲେ ?
Answer:

  • ଓଡ଼ିଶା ମନ୍ଦିର ପ୍ରବେଶ ଅନୁମତି ଆଇନ ବଳରେ ଅନୁସୂଚିତ ଜାତିର ଭକ୍ତମାନେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରବେଶ କରିଥିଲେ ।
  • ୧୯୪୮ ମସିହା ମାର୍ଚ୍ଚ ୧ ତାରିଖରେ ଏହି ଲୋକମାନେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରବେଶ କରିଥିଲେ ।

(ଗ) କୋରାପୁଟରେ କେଉଁମାନେ ଏକ ଭୟଙ୍କର ରୋଗର ଶିକାର ହେଉଥିଲେ ଏବଂ ଏହି ରୋଗର ନାମ କ’ଣ ଥିଲା ?
Answer:

  • କୋରାପୁଟରେ କୋୟାମାନେ ଏକ ଭୟଙ୍କର ରୋଗର ଶିକାର ହେଉଥିଲେ ।
  • ଏହି ରୋଗର ନାମ ଥିଲା ‘ୟଜ୍’ ।

(ଘ) ଅନ୍ତୋଦୟ ଯୋଜନା କ’ଣ ?
Answer:

  • ଏହା କେନ୍ଦ୍ର ସରକାରଙ୍କଦ୍ଵାରା ପ୍ରବର୍ତ୍ତିତ ଏକ ଦାରିଦ୍ର୍ୟ ଦୂରୀକରଣ ଯୋଜନା ।
  • ଏହି ଯୋଜନା ମାଧ୍ୟମରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥ‌ିବା ପରିବାରକୁ ମାସିକ କିଲୋଗ୍ରାମ୍ ପିଛା ୩ ଟଙ୍କା ଦରରେ ୩୫ କିଲୋ ଚାଉଳ ଦେବା ବ୍ୟବସ୍ଥା ଥିଲା; କିନ୍ତୁ ପରେ ରାଜ୍ୟ ସରକାର କିଲୋଗ୍ରାମ୍ ପ୍ରତି ୨ ଟଙ୍କାରେ ଚାଉଳ ଦେବାର ବ୍ୟବସ୍ଥା କରିଥିଲେ ।

BSE Odisha 10th Class History Solutions Chapter 16 ସାମାଜିକ ବିକାଶ

(ଙ) ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା କେବେଠାରୁ ପ୍ରଚଳିତ ହୋଇଥିଲା ଏବଂ ଏହାର ବ୍ୟବସ୍ଥାଟି କ’ଣ ?
Answer:

  • ୨୦୦୫ ମସିହାରେ ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପ୍ରଚଳିତ ହୋଇଥିଲା ।
  • ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ବର୍ଷକୁ ଅନ୍ୟୁନ ୧୦୦ ଦିନ କାମଧନ୍ଦା ଯୋଗାଇ ଦିଆଯାଉଛି ।

(ଚ) ‘ମିଶନ ଶକ୍ତି’ ଯୋଜନାର ଉଦ୍ଦେଶ୍ୟ କ’ଣ ?
Answer:
ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ଓ ସେଗୁଡ଼ିକର ଦୃଢ଼ୀକରଣ କରି ସେଗୁଡ଼ିକ ମାଧ୍ୟମରେ ଓଡ଼ିଶାର ମହିଳାମାନଙ୍କର ସାମାଜିକ ତଥା ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ହେଉଛି ‘ମିଶନ ଶକ୍ତି’ ଯୋଜନାର ଉଦ୍ଦେଶ୍ୟ ।

(ଛ) ମଧୁବାବୁ ପେନ୍‌ସନ୍ ଯୋଜନାରେ କି କି ବ୍ୟବସ୍ଥା କରାଯାଇଛି ?
Answer:
ମଧୁବାବୁ ପେନ୍‌ସନ୍ ଯୋଜନା ଅନୁଯାୟୀ ବୃଦ୍ଧ, ବିଧବା, ଭିନ୍ନକ୍ଷମ ଓ କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ପାଇଁ ମାସିକ ଭତ୍ତା ଦେବାର ବ୍ୟବସ୍ଥା ରହିଛି ।

(ଜ) ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ କି କି ସୁବିଧାମାନ ରହିଛି ?
Answer:

  • ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ବୀମା ଯୋଜନା ଅନୁଯାୟୀ ରୋଗୀର ଡାକ୍ତରଖାନାର ଚିକିତ୍ସା ଖର୍ଚ୍ଚ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଭରଣା କରାଯାଏ ।
  • ଏଥିପାଇଁ ହିତାଧ୍ୟାକାରୀଙ୍କୁ ମାତ୍ର ୩୦ ଟଙ୍କା ପଞ୍ଜୀକରଣ ପାଇଁ ଦେବାକୁ ପଡ଼ିଥାଏ ।

(ଝ) ‘ମୋ କୁଡ଼ିଆ’ ଯୋଜନା କାହା ପାଇଁ ଉଦ୍ଦିଷ୍ଟ ?
Answer:
‘ମୋ କୁଡ଼ିଆ’ ଯୋଜନା ମାଧ୍ୟମରେ ବନ୍ୟା, ଘରପୋଡ଼ି ଓ ହାତୀ ଉପଦ୍ରବଦ୍ଵାରା ଗୃହଶୂନ୍ୟ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ।

BSE Odisha 10th Class History Solutions Chapter 16 ସାମାଜିକ ବିକାଶ

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ୧୯୪୭ ମସିହାରେ ଆଦିବାସୀଙ୍କ ଜମି ସଂକ୍ରାନ୍ତରେ ପ୍ରଣୀତ ଆଇନରେ କି କି ବ୍ୟବସ୍ଥାମାନ ରହିଛି ?
Answer:
୧୯୪୭ ମସିହାରେ ଆଦିବାସୀଙ୍କ ଜମି ସଂକ୍ରାନ୍ତରେ ପ୍ରଣୀତ ଆଇନରେ ବ୍ୟବସ୍ଥା ଅଛି ଯେ ଅଣଆଦିବାସୀମାନେ ଆଦିବାସୀମାନଙ୍କ ଜମି କୌଣସି ଆଳରେ ଜବରଦଖଲ କରିପାରିବେ ନାହିଁ ।

(ଖ) ଅପରାଧୀ ଜନଜାତି ଆଇନକୁ କେବେ ରଦ୍ଦ କରିଦିଆଗଲା ?
Answer:
ଅପରାଧୀ ଜନଜାତି ଆଇନକୁ ୧୯୪୯ ମସିହାରେ ରଦ୍ଦ କରିଦିଆଗଲା ।

(ଗ) କେଉଁ ଆଇନ ବଳରେ ଅସ୍ପୃଶ୍ୟତା କ୍ରମଶଃ ଅପସରିଗଲା ?
Answer:
ନାଗରିକ ଅଯୋଗ୍ୟତା ଦୂରୀକରଣ ଆଇନ ବଳରେ ଅସ୍ପୃଶ୍ୟତା କ୍ରମଶଃ ଅପସରିଗଲା ।

(ଘ) ମ୍ୟାଲେରିଆ ରୋଗରୁ ଲୋକଙ୍କୁ ରକ୍ଷା କରିବାପାଇଁ ସରକାର କି କି ବ୍ୟବସ୍ଥା କରିଥିଲେ ?
Answer:
ମ୍ୟାଲେରିଆ ରୋଗରୁ ଲୋକଙ୍କୁ ରକ୍ଷା କରିବାପାଇଁ ସରକାର ମ୍ୟାଲେରିଆ ନିରାକରଣ ବଟିକା ବିତରଣର ବ୍ୟବସ୍ଥା କରିଥିଲେ ।

BSE Odisha 10th Class History Solutions Chapter 16 ସାମାଜିକ ବିକାଶ

(ଡ) ଓଡ଼ିଶାର ଗ୍ରାମଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ କରିବାପାଇଁ ପ୍ରସ୍ତୁତ ଯୋଜନାର ନାମ କ’ଣ ?
Answer:
ଓଡ଼ିଶାର ଗ୍ରାମଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ କରିବାପାଇଁ ପ୍ରସ୍ତୁତ ଯୋଜନାର ନାମ ‘ବିଜୁ ଗ୍ରାମଜ୍ୟୋତି ଯୋଜନା’ ।

(ଚ) ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାପାଇଁ କେଉଁ ଯୋଜନା ପ୍ରଚଳିତ ହୋଇଛି ?
Answer:
ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାପାଇଁ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନ ଭୋଜନ ଯୋଜନା ପ୍ରଚଳିତ ହୋଇଛି ।

(ଛ) ଜନନୀ ସୁରକ୍ଷା ଯୋଜନା କ’ଣ ?
Answer:
ଜନନୀ ସୁରକ୍ଷା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ପ୍ରସବକାଳୀନ ଡାକ୍ତରୀ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

(ଜ) ମହିଳାମାନଙ୍କ ବିକାଶ କ୍ଷେତ୍ରରେ ସ୍ଵୟଂ ସହାୟକ ଗୋଷ୍ଠୀ କି କାର୍ଯ୍ୟ କରୁଛି ?
Answer:
ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ସେମାନଙ୍କ ଆର୍ଥିକ ବିକାଶ ଦିଗରେ ପଦକ୍ଷେପ ନିଆଯାଉଛି ।

(ଝ) କେଉଁ ଆର୍ଥିକ ବର୍ଷରୁ ଓଡ଼ିଶାରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ ହେଉଛି ?
Answer:
୨୦୦୯-୧୦ ଆର୍ଥିକ ବର୍ଷରୁ ଓଡ଼ିଶାରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ ହେଉଛି ।

(ଞ) ଓଡ଼ିଶା ଜୀବିକା ମିଶନର ଉଦ୍ଦେଶ୍ୟ କ’ଣ ?
Answer:
ଦାରିଦ୍ର୍ୟ ଦୂରୀକରଣ ହେଉଛି ଓଡ଼ିଶା ଜୀବିକା ମିଶନର ଉଦ୍ଦେଶ୍ୟ ।

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ୧୯୪୭ ମାର୍ଚ୍ଚ ମାସରେ କେଉଁ କାର୍ଯ୍ୟଟି ସମ୍ପାଦିତ ହୋଇଥିଲା ?
(i) ଅପରାଧୀ ଜନଜାତି ଆଇନ ରଦ୍ଦ
(ii) ମହାଜନମାନଙ୍କ ଋଣ କାରବାର ନିୟନ୍ତ୍ରଣ
(iii) ଗୋତିପ୍ରଥା ଉଚ୍ଛେଦ
(iv) ଓଡ଼ିଶା ମନ୍ଦିର ପ୍ରବେଶ ଆଇନ ପ୍ରବର୍ତ୍ତନ
Answer:
(ii) ମହାଜନମାନଙ୍କ ଋଣ କାରବାର ନିୟନ୍ତ୍ରଣ

(ଖ) ନାଗରିକ ଅଯୋଗ୍ୟତା ଦୂରୀକରଣ ଆଇନ କେଉଁ ପ୍ରଥା ସହିତ ସମ୍ପୃକ୍ତ ?
(i) ମହାଜନ। ପ୍ରଥା
(ii) ଗୋତି ପ୍ରଥା
(iii) ଅସ୍ପୃଶ୍ୟତା ପ୍ରଥା
(iv) ବେଗାରୀ ପ୍ରଥା
Answer:
(iii) ଅସ୍ପୃଶ୍ୟତା ପ୍ରଥା

(ଗ) ‘କୋୟା’ କାହାକୁ ବୁଝାଏ ?
(i) ପୋଡୁଚାଷ
(ii) ଏକ ସାମାଜିକ ପ୍ରଥା
(iii) ଏକ ଭୟଙ୍କର ରୋଗ
(iv) ଏକ ଜନଜାତି
Answer:
(iv) ଏକ ଜନଜାତି

BSE Odisha 10th Class History Solutions Chapter 16 ସାମାଜିକ ବିକାଶ

(ଘ) ଅଙ୍ଗନବାଡ଼ି କ’ଣ ?
(i) ସ୍ଵୟଂ ସହାୟକ ଦଳ
(ii) ମହିଳା ସଶକ୍ତିକରଣ
(iii) ଶିଶୁମାନଙ୍କ ଶିକ୍ଷାକେନ୍ଦ୍ର
(iv) ଶିଶୁ ଶ୍ରମିକ
Answer:
(iii) ଶିଶୁମାନଙ୍କ ଶିକ୍ଷାକେନ୍ଦ୍ର

(ଡ) କେଉଁ ଅବିଭକ୍ତ ଜିଲ୍ଲାଗୁଡ଼ିକ ବିଜୁ କେବିକେ ଯୋଜନାର ଅନ୍ତର୍ଭୁକ୍ତ ?
(i) କଳାହାଣ୍ଡି, ବାଲେଶ୍ଵର, କୋରାପୁଟ
(ii) କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ
(iii) ଖୋର୍ଦ୍ଧା, ବଲାଙ୍ଗୀର, କୋରାପୁଟ
(iv) କଳାହାଣ୍ଡି, ବାଲେଶ୍ଵର, କେନ୍ଦୁଝର
Answer:
(ii) କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ

୫. ପାଠରେ ଦିଆଯାଇଥିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

Odisha State Board BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ Textbook Exercise Questions and Answers.

BSE Odisha Class 10 History Solutions Chapter 17 ଶିକ୍ଷାର ବିକାଶ

୧. ପ୍ରତ୍ୟେକ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ସ୍ଵାଧୀନତା ପରେ ପରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷା କିପରି ବିକଶିତ ହେଲା ?
Answer:

  • ସ୍ଵାଧୀନତା ପରେ ପରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମହାତ୍ମା ଗାନ୍ଧିଙ୍କ ମୌଳିକ ଶିକ୍ଷାପଦ୍ଧତି ଉପରେ ଗୁରୁତ୍ଵ ଦିଆଯାଇଥିଲା । ଶିଶୁକୁ କର୍ମାଭିମୁଖୀ ଶିକ୍ଷା ପ୍ରଦାନ ପାଇଁ ସରକାର ପାଠ୍ୟକ୍ରମରେ ବ୍ୟାପକ ପରିବର୍ତ୍ତନ କରିଥିଲେ ।
  • ୧୯୪୭-୪୮ ଶିକ୍ଷାବର୍ଷରେ ରାଜ୍ୟ ସରକାର ମୌଳିକ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାପାଇଁ ଅନୁଗୁଳ ଓ ରସୁଲକୋଣ୍ଡାଠାରେ ଦୁଇଟି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିଥିଲେ ।
  • ୧୯୫୦ ମସିହାରେ ଓଡ଼ିଶାରେ ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ଥିଲା ୧୦,୧୬୫ ଏବଂ ଛାତ୍ରଛତ୍ରୀମାନଙ୍କ .ସଂଖ୍ୟା ଥିଲା ୪,୪୧,୯୬୭ ।
  • ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ଏବେ ନାମଲେଖା ଉପରେ ଗୁରୁତ୍ଵ ଦିଆଯାଇଛି । ୧୪ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଓ କିଶୋରମାନେ ବିଦ୍ୟାଳୟ ଛାଡ଼ି ନ ଯିବା ପାଇଁ ବିହିତ ବ୍ୟବସ୍ଥା କରାଯାଇଛି ।
  • ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାପାଇଁ ୧୯୯୫ ମସିହାରୁ ସରକାର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି । ୧୯୯୬ ମସିହାରୁ ଜିଲ୍ଲା ପ୍ରାଥମିକ ଶିକ୍ଷା ଯୋଜନା ଓ ପରବର୍ତ୍ତୀ କାଳରେ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକାରୀ କରାଯାଇଛି ।

(ଖ) ସ୍ଵାଧୀନତା ପରେ ଓଡ଼ିଶାରେ ମହାବିଦ୍ୟାଳୟ ସ୍ତରୀୟ ଶିକ୍ଷା ବ୍ୟବସ୍ଥା କିପରି ଥିଲା ?
Answer:

  • ଓଡ଼ିଶାରେ ମହାବିଦ୍ୟାଳୟ ଶିକ୍ଷାକ୍ଷେତ୍ରରେ ବିଂଶ ଶତାବ୍ଦୀର ପଞ୍ଚମ ଦଶନ୍ଧି ସେତେ ଉତ୍ସାହଜନକ ନଥୁଲା । ଓଡ଼ିଶାର ଏକମାତ୍ର ବିଶ୍ଵବିଦ୍ୟାଳୟ ଉତ୍କଳ ବିଶ୍ଵବିଦ୍ୟାଳୟ ୧୯୪୩ ମସିହାରୁ ଏକ ସହବନ୍ଧନ ଓ ପରୀକ୍ଷା ପରିଚାଳକ ବିଶ୍ଵବିଦ୍ୟାଳୟ ଭାବେ କାର୍ଯ୍ୟ କରୁଥିଲା ।
  • ସେତେବେଳେ ରେଭେନ୍ସା ମହାବିଦ୍ୟାଳୟ ଥିଲା ଓଡ଼ିଶା ଉଚ୍ଚଶିକ୍ଷା କ୍ଷେତ୍ରରେ ଏକମାତ୍ର ଅନୁଷ୍ଠାନ । ବାଲେଶ୍ୱର, ପୁରୀ ଓ ସମ୍ବଲପୁରରେ ତିନୋଟି କନିଷ୍ଠ ମହାବିଦ୍ୟାଳୟ ଥିଲା ।
  • ୧୯୪୭ ମସିହାରେ ସରକାର ସେଗୁଡ଼ିକରେ ଡିଗ୍ରୀ ଶ୍ରେଣୀ ସଂଯୁକ୍ତ କଲେ । ସେହି ବର୍ଷ କୋରାପୁଟଠାରେ ଏକ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା ଏବଂ ପାରଳାଖେମୁଣ୍ଡି ମହାବିଦ୍ୟାଳୟକୁ ସରକାର ହାତକୁ ନେଲେ ।
  • ୧୯୫୦ ମସିହା ପୂର୍ବରୁ ରେଭେନ୍ସା ମହାବିଦ୍ୟାଳୟରେ ଡିଗ୍ରୀ ସ୍ତରରେ ବିଜ୍ଞାନ ଶିକ୍ଷା, ଇଂରାଜୀ, ଓଡ଼ିଆ, ଅର୍ଥନୀତି, ଗଣିତ ଓ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ବ୍ୟବସ୍ଥା ଥିଲା । ଅନ୍ୟ ୬ଟି ସରକାରୀ ମହାବିଦ୍ୟାଳୟରେ ଇଣ୍ଟରମିଡ଼ିଏଟ୍ ସ୍ତରରେ ବିଜ୍ଞାନ ଶ୍ରେଣୀ ମଧ୍ୟ ଖୋଲାଯାଇଥିଲା ।
  • ୧୯୫୦ ମସିହାବେଳକୁ ଓଡ଼ିଶାରେ ସର୍ବମୋଟ ମହାବିଦ୍ୟାଳୟ ସଂଖ୍ୟା ଥିଲା ୧୪ ଏବଂ ସେଗୁଡ଼ିକରେ ୫୬୮୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ । ପରବର୍ତ୍ତୀ କାଳରେ ଉଭୟ ସରକାରୀ ଓ ବେସରକାରୀ ଉଦ୍ୟୋଗରେ ମହାବିଦ୍ୟାଳୟଗୁଡ଼ିକର ସଂଖ୍ୟା ବଢ଼ିଲା ।

BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

(ଗ) ଶିକ୍ଷକ ପ୍ରଶିକ୍ଷଣ ନିମିତ୍ତ ଓଡ଼ିଶାରେ କି କି ସୁଯୋଗ ରହିଅଛି ?
Answer:

  • ଶିକ୍ଷକ ପ୍ରଶିକ୍ଷଣ ପାଇଁ କଟକ ପ୍ରଶିକ୍ଷଣ ମହାବିଦ୍ୟାଳୟ କାର୍ଯ୍ୟରତ ଥିଲା । ଏହା ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷା ପରିଦର୍ଶକଙ୍କ ପାଇଁ ପ୍ରଶିକ୍ଷଣ ପ୍ରଦାନ କରୁଥିଲା ।
  • ପରବର୍ତୀ ସମୟରେ ଏହି କଲେଜକୁ ରାଧାନାଥ ପ୍ରଶିକ୍ଷଣ ମହାବିଦ୍ୟାଳୟ ନାମରେ ନାମିତ କରାଗଲା । ୧୯୫୦ ମସିହାରେ ଏହି ପ୍ରଶିକ୍ଷଣ ପ୍ରକ୍ରିୟାକୁ ପ୍ରସାରିତ କରାଗଲା ।
  • ଅନୁଗୁଳ, ସମ୍ବଲପୁର ଓ ବ୍ରହ୍ମପୁରଠାରେ ପ୍ରଶିକ୍ଷଣ ମହାବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଇଥିଲା ।
  • ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ଆବଶ୍ୟକତା ଦୃଷ୍ଟିରୁ ପରବର୍ତ୍ତୀ କାଳରେ ଓଡ଼ିଶାରେ ତତ୍କାଳୀନ ସମସ୍ତ ୧୩ଟି ଜିଲ୍ଲାରେ ଗୋଟିଏ ଲେଖାଁଏ ପ୍ରଶିକ୍ଷଣ ମହାବିଦ୍ୟାଳୟ ଖୋଲାଯାଇଥିଲା ।
  • ଏବେ ରାଧାନାଥ ପ୍ରଶିକ୍ଷଣ ମହାବିଦ୍ୟାଳୟ ରାଧାନାଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଡ଼ଭାନ୍‌ସଡ୍ ଷ୍ଟଡ଼ିଜ୍ ଇନ୍ ଏଡୁକେଶନ୍ (R.N.I.A.S.E.) ନାମରେ ପରିଚିତ ।

(ଘ) ବୈଷୟିକ ଶିକ୍ଷା ପାଇଁ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାରେ ସରକାର କି କି ପଦକ୍ଷେପ ନେଇଛନ୍ତି ?
Answer:

  • ବୈଷୟିକ ଶିକ୍ଷା ପାଇଁ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାରେ ଅନେକ ଯାନ୍ତ୍ରିକ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ୧୯୫୬ ମସିହାରେ ବୁର୍ଲାଠାରେ ଓ ୧୯୬୧ ମସିହାରେ ରାଉରକେଲାଠାରେ ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟର ଶୁଭାରମ୍ଭ କରାଯାଇଥିଲା ।
  • ବିଂଶ ଶତାବ୍ଦୀର ଶେଷ ଦୁଇ ଦଶକରେ ଘରୋଇ ଉଦ୍ୟୋଗରେ ଅନେକଗୁଡ଼ିଏ ଯାନ୍ତ୍ରିକ ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା । ଏହାର ପରିଚାଳନା ପାଇଁ ୨୦୦୨ ମସିହାରେ ରାଉରକେଲାଠାରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।
  • ଭୁବନେଶ୍ଵରରେ କଲେଜ ଅଫ୍ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ନାମରେ ଏକ ଯାନ୍ତ୍ରିକ ମହାବିଦ୍ୟାଳୟ ଓ ସରାଙ୍ଗଠାରେ ଅନ୍ୟ ଏକ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ସ୍ଥାପନ କରାଯାଇଛି ।
  • ବୁର୍ଲାଠାରେ ମଧ୍ୟ ବୀର ସୁରେନ୍ଦ୍ର ସାଏ ଯାନ୍ତ୍ରିକ ମହାବିଦ୍ୟାଳୟ ରହିଅଛି ।
  • ଶିଳ୍ପକ୍ଷେତ୍ରକୁ କୁଶଳୀ କାରିଗର ଯୋଗାଇବାପାଇଁ ଓଡ଼ିଶାରେ ଅନେକ ଯାନ୍ତ୍ରିକ ବିଦ୍ୟାଳୟ, ଶିଳ୍ପ ତାଲିମ କେନ୍ଦ୍ର ଓ ଶିଳ୍ପ ତାଲିମ ଅନୁଷ୍ଠାନମାନ ପ୍ରତିଷ୍ଠା କରାଯାଇଛି ।

(ଙ) କୃଷି, ପଶୁପାଳନ, ମତ୍ସ୍ୟଚାଷ ସମ୍ପର୍କିତ ଶିକ୍ଷା ଓ ଗବେଷଣା ପାଇଁ ଓଡ଼ିଶାରେ କି କି ସୁବିଧା ସୁଯୋଗ ରହିଅଛି ?
Answer:

  • କୃଷି ବିଷୟକ ଶିକ୍ଷା ପ୍ରଦାନ ପାଇଁ ୧୯୫୪ ମସିହାରେ ଭୁବନେଶ୍ବରରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା । ପରେ ଏହାର ପରିସରକୁ ସମ୍ପ୍ରସାରିତ କରି ୧୯୬୨ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଗଲା ।
  • ପରବର୍ତ୍ତୀ କାଳରେ କେନ୍ଦ୍ର ସରକାର କଟକଠାରେ ଧାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କଲେ ।
  • ୧୯୭୭ ମସିହାରେ କୌଶଲ୍ୟାଗଙ୍ଗଠାରେ ଏକ ମତ୍ସ୍ୟ ଗବେଷଣା କେନ୍ଦ୍ରର ଭିଭିପ୍ରସ୍ତର ସ୍ଥାପିତ ହେଲା । କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର ନାମରେ ନାମିତ ଏହି ଅନୁଷ୍ଠାନ ମତ୍ସ୍ୟଚାଷ ସମ୍ପର୍କରେ ସର୍ବଭାରତୀୟ ସ୍ତରରେ ଏକ ଅଗ୍ରଣୀ ଅନୁଷ୍ଠାନ ।
  • ପରବର୍ତୀ କାଳରେ ସାକ୍ଷୀଗୋପାଳଠାରେ ଏକ ନାରିକେଳ ଗବେଷଣା କେନ୍ଦ୍ର ମଧ୍ୟ ସ୍ଥାପିତ ହୋଇଛି ।
  • ହୀରାକୁଦର ଅନତିଦୂରରେ ଚିପିଲିମାଠାରେ ଏକ କୃଷି ମହାବିଦ୍ୟାଳୟ ମଧ୍ଯ ପ୍ରତିଷ୍ଠିତ ହୋଇଛି ।

BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ମୌଳିକ ଶିକ୍ଷା କ’ଣ ?
Answer:

  • ମୌଳିକ ଶିକ୍ଷା ପଦ୍ଧତି ମହାତ୍ମା ଗାନ୍ଧିଙ୍କ ସ୍ବପ୍ନ ଥୁଲା ଓ ସ୍ବାଧୀନତା ପରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏହି ପଦ୍ଧତି
  • ଏହାଦ୍ଵାରା ଶିଶୁକୁ କର୍ମାଭିମୁଖୀ ଶିକ୍ଷା ପ୍ରଦାନ କରି ସ୍ଵାବଲମ୍ବୀ ହେବାର ବ୍ୟବସ୍ଥା କରାଯାଉଥିଲା ।

ଇଂରାଜୀ ମାଧ୍ୟମ ବିଦ୍ୟାଳୟମାନଙ୍କରେ ମାଧ୍ୟମିକ ଶିକ୍ଷା ପରେ ପରୀକ୍ଷା ପରିଚାଳନା କରୁଥି ଅନୁଷ୍ଠାନଗୁଡ଼ିକର ନାମ କ’ଣ ?
Answer:

  • ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ମାଧ୍ୟମିକ ଶିକ୍ଷା ପରେ ପରୀକ୍ଷା ପରିଚାଳନା ପାଇଁ ଦୁଇଟି ଅନୁଷ୍ଠାନ ରହିଛି ।
  • ସେଗୁଡ଼ିକ ହେଲା – (୧) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ଼ ଓ (୨) ଭାରତୀୟ ମାଧ୍ୟମିକ ଶିକ୍ଷା ପରିଷଦ ।

(ଗ) ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ କେବେ ପ୍ରତିଷ୍ଠା କରାଯାଇଥିଲା ?
Answer:
୧୯୮୧ ମସିହାରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।

(ଘ) ୧୯୫୦ ମସିହାବେଳକୁ ଶିକ୍ଷକମାନଙ୍କର ପ୍ରଶିକ୍ଷଣ ପାଇଁ ଓଡ଼ିଶାର କେଉଁ କେଉଁ ସ୍ଥାନରେ ଶିକ୍ଷାନୁଷ୍ଠାନମାନ ଥିଲା ?
Answer:
୧୯୫୦ ମସିହାରେ ଶିକ୍ଷକମାନଙ୍କର ପ୍ରଶିକ୍ଷଣ ପାଇଁ ଓଡ଼ିଶାର କଟକ, ଅନୁଗୁଳ, ସମ୍ବଲପୁର ଶିକ୍ଷାନୁଷ୍ଠାନମାନ ଥିଲା ।

(ଡ) ୧୯୬୧ ମସିହା ସୁଦ୍ଧା ଓଡ଼ିଶାରେ କେଉଁ ଯାନ୍ତ୍ରିକ ମହାବିଦ୍ୟାଳୟମାନ ଥିଲା ?
Answer:

  • ୧୯୬୧ ମସିହା ସୁଦ୍ଧା ଓଡ଼ିଶାରେ ବୁର୍ଲାଠାରେ ଗୋଟିଏ ଯାନ୍ତ୍ରିକ ମହାବିଦ୍ୟାଳୟ ଥିଲା ।
  • ୧୯୬୧ ମସିହାରେ ରାଉକେଲାରେ ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟର ଶୁଭାରମ୍ଭ ହେଲା ।

BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

(ଚ) ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ କେବେ ଏବଂ କେଉଁ ମହାବିଦ୍ୟାଳୟକୁ ସମ୍ପ୍ରସାରିତ କରି ପ୍ରତିଷ୍ଠିତ ହୋଇଥିଲା ?
Answer:

  • ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ୧୯୬୨ ମସିହାରେ ପ୍ରତିଷ୍ଠା କରାଯାଇଥିଲା ।
  • ଏହା ଭୁବନେଶ୍ବରରେ ଥ‌ିବା କୃଷି ମହାବିଦ୍ୟାଳୟକୁ ସମ୍ପ୍ରସାରିତ କରି ପ୍ରତିଷ୍ଠିତ ହୋଇଥିଲା ।

(ଛ) କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର କେଉଁଠାରେ ଓ କାହାଦ୍ଵାରା ପ୍ରତିଷ୍ଠା କରାଯାଇଛି ?
Answer:

  • କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର କଟକଠାରେ ପ୍ରତିଷ୍ଠା କରାଯାଇଛି ।
  • ଏହା କେନ୍ଦ୍ର ସରକାରଙ୍କଦ୍ଵାରା ପ୍ରତିଷ୍ଠା କରାଯାଇଛି ।

(ଜ) କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର କେବେ ଏବଂ କେଉଁଠାରେ ସ୍ଥାପିତ ହୋଇଥିଲା ?
Answer:

  • କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ୧୯୭୭ ମସିହାରେ ସ୍ଥାପିତ ହୋଇଥିଲା ।
  • ଏହା ଭୁବନେଶ୍ଵର ନିକଟସ୍ଥ କୌଶଲ୍ୟାଗଙ୍ଗଠାରେ ସ୍ଥାପିତ ହୋଇଥିଲା ।

(ଝ) ଓଡ଼ିଶାରେ ପ୍ରତିଷ୍ଠିତ ସରକାରୀ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟଗୁଡ଼ିକର ନାମ କ’ଣ ?
Answer:

  • ଓଡ଼ିଶାରେ ତିନିଗୋଟି ସରକାରୀ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠିତ ହୋଇଛି ।
  • ସେଗୁଡ଼ିକ ହେଲା (୧) କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, (୨) ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ, (୩) ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ ।

ଞ) ଓଡ଼ିଶାର କେଉଁ ସ୍ଥାନରେ ଆଇନ ଶିକ୍ଷା ଓ ଗଣଯୋଗାଯୋଗ ଶିକ୍ଷା ସମ୍ବନ୍ଧୀୟ ସର୍ବଭାରତୀୟ ଶିକ୍ଷାନୁଷ୍ଠାନ ଅବସ୍ଥିତ ?
Answer:

  • ଓଡ଼ିଶାର ଆଇନ ଶିକ୍ଷା ପାଇଁ କଟକଠାରେ ଏକ ଆଇନ ବିଶ୍ବବିଦ୍ୟାଳୟ ଅଛି ।
  • ଗଣଯୋଗାଯୋଗ ଶିକ୍ଷା ପାଇଁ ଭାରତୀୟ ଗଣଯୋଗାଯୋଗ ସଂସ୍ଥା ଢେଙ୍କାନାଳଠାରେ ପ୍ରତିଷ୍ଠା କରାଯାଇଛି ।

BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ୧୯୪୭-୪୮ ଶିକ୍ଷାବର୍ଷରେ ଓଡ଼ିଶା ସରକାର ମୌଳିକ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାପାଇଁ କେଉଁ ଦୁଇଟି ସ୍ଥାନରେ ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିଥିଲେ ?
Answer:
୧୯୪୭-୪୮ ଶିକ୍ଷାବର୍ଷରେ ଓଡ଼ିଶା ସରକାର ମୌଳିକ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାପାଇଁ ଅନୁଗୁଳ ରସୁଲକୋଣ୍ଡାଠାରେ ଦୁଇଟି ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଖୋଲିଥିଲେ ।

(ଖ) ୧୯୫୦ ମସିହାବେଳକୁ ଓଡ଼ିଶାରେ କେତୋଟି ହାଇସ୍କୁଲ ଥିଲା ?
Answer:
୧୯୫୦ ମସିହାବେଳକୁ ଓଡ଼ିଶାରେ ୧୫୩ଟି ହାଇସ୍କୁଲ ଥିଲା ।

(ଗ) କେବେଠାରୁ ଉତ୍କଳ ବିଶ୍ଵବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିଥିଲା ?
Answer:
୧୯୪୩ ମସିହାଠାରୁ ଉତ୍କଳ ବିଶ୍ଵବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିଥିଲା ।

(ଘ) ସମ୍ବଲପୁର ବିଶ୍ଵବିଦ୍ୟାଳୟ କେବେ ପ୍ରତିଷ୍ଠିତ ହେଲା ?
Answer:
୧୯୬୭ ମସିହାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା ।

(ଡ) କେବେ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠିତ ହେଲା ?
Answer:
୧୯୯୯ ମସିହାରେ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠିତ ହେଲା ।

(ଚ) ଓଡ଼ିଶାରେ ପ୍ରତିଷ୍ଠିତ ଜାତୀୟ ବିଶ୍ବବିଦ୍ୟାଳୟ କେଉଁ ସ୍ଥାନରେ ଅବସ୍ଥିତ ?
Answer:
ଓଡ଼ିଶାରେ ପ୍ରତିଷ୍ଠିତ ଜାତୀୟ ବିଶ୍ବବିଦ୍ୟାଳୟ କଟକଠାରେ ଅବସ୍ଥିତ ।

BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

(ଛ) ରାଉରକେଲାସ୍ଥିତ ଯାନ୍ତ୍ରିକ ମହାବିଦ୍ୟାଳୟର ବର୍ତ୍ତମାନର ନାମ କ’ଣ ?
Answer:
ରାଉରକେଲାସ୍ଥିତ ଯାନ୍ତ୍ରିକ ମହାବିଦ୍ୟାଳୟର ବର୍ତ୍ତମାନ ନାମ ‘ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ’ (ଏନ୍.ଆଇ.ଟି.) ।

(ଜ) କେଉଁଠାରେ ଏକ ନାରିକେଳ ଗବେଷଣା କେନ୍ଦ୍ର ସ୍ଥାପିତ ହୋଇଛି ?
Answer:
ସାକ୍ଷୀଗୋପାଳଠାରେ ଏକ ନାରିକେଳ ଗବେଷଣା କେନ୍ଦ୍ର ସ୍ଥାପିତ ହୋଇଛି ।

(ଝ) କେଉଁ ଶିକ୍ଷାବର୍ଷଠାରୁ କଟକର ସରକାରୀ ମେଡ଼ିକାଲ କଲେଜର ନାମ ପରିବର୍ତ୍ତନ କରାଗଲା ?
Answer:
୧୯୪୯-୫୦ ଶିକ୍ଷାବର୍ଷଠାରୁ କଟକର ସରକାରୀ ମେଡ଼ିକାଲ କଲେଜର ନାମ ପରିବର୍ତ୍ତନ କରାଗଲା ।

(ଞ) ଜାତୀୟ ପୁନଃ ଥଇଥାନ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ କେଉଁଠାରେ ଅବସ୍ଥିତ ?
Answer:
ଜାତୀୟ ପୁନଃ ଥଇଥାନ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ ଓଲଟପୁରଠାରେ ଅବସ୍ଥିତ ।

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ୧୯୪୭ ମସିହାରେ କେଉଁଠାରେ ଏକ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା ?
(i) ବାଲେଶ୍ଵର
(ii) ପୁରୀ
(iii) ସମ୍ବଲପୁର
(iv) କୋରାପୁଟ

(ଖ) ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କେବେ ପ୍ରତିଷ୍ଠିତ ହୋଇଥିଲା ?
(i) ୧୯୫୦
(ii) ୧୯୬୭
(iii) ୧୯୮୧
(iv) ୧୯୯୯

(ଗ) ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ କେଉଁଠାରେ ଅବସ୍ଥିତ ?
(i) ପୁରୀ
(ii) ରାଉରକେଲା
(iii) ବୁର୍ଲା
(iv) ଭୁବନେଶ୍ଵର

(ଘ) ଚିପିଲିମାଠାରେ କେଉଁ ମହାବିଦ୍ୟାଳୟ ପ୍ରତିଷ୍ଠିତ ହୋଇଛି ?
(i) ଯାନ୍ତ୍ରିକ ମହାବିଦ୍ୟାଳୟ
(ii) କୃଷି ମହାବିଦ୍ୟାଳୟ
(iii) ଚିକିତ୍ସା ମହାବିଦ୍ୟାଳୟ
(iv) ବିଜ୍ଞାନ ମହାବିଦ୍ୟାଳୟ

BSE Odisha 10th Class History Solutions Chapter 17 ଶିକ୍ଷାର ବିକାଶ

(ଙ) ଆଞ୍ଚଳିକ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର କେଉଁଠାରେ ଅବସ୍ଥିତ ?
(i) କଟକ
(ii) ବ୍ରହ୍ମପୁର
(iii) ବୁର୍ଲା
(iv) ଭୁବନେଶ୍ଵର

Answers:
(କ) (iv) କୋରାପୁଟ
(ଖ) (i) ୧୯୬୭
(ଗ) (ii) ରାଉରକେଲା
(ଘ) (ii) କୃଷି ମହାବିଦ୍ୟାଳୟ
(ଙ) (iv) ଭୁବନେଶ୍ଵର

BSE Odisha 10th Class History Solutions Chapter 18 କୃଷିର ବିକାଶ

Odisha State Board BSE Odisha 10th Class History Solutions Chapter 18 କୃଷିର ବିକାଶ Textbook Exercise Questions and Answers.

BSE Odisha Class 10 History Solutions Chapter 18 କୃଷିର ବିକାଶ

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ କି ବ୍ୟବସ୍ଥା ଗ୍ରହଣ କରାଯାଇଛି ?
Answer:

  • କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଓ ସେମାନଙ୍କୁ ଗ୍ରାମ ମହାଜନଙ୍କ ଲୋଲୁପ ଦୃଷ୍ଟିରୁ ରକ୍ଷା କରିବାପାଇଁ ଓଡିଶା ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ।
  • ୧୯୪୭ ମସିହାର ଏକ ଆଇନ ବଳରେ ଗ୍ରାମ ମହାଜନଙ୍କ ଏକଚାଟିଆ ଅର୍ଥ କାରବାରକୁ ନିୟନ୍ତ୍ରିତ କରାଯାଇଛି ।
  • ୧୯୪୮ ମସିହାରେ ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ କରାଯାଇଛି ଓ ୧୯୭୬ ମସିହାରେ ଗୋତି ପ୍ରଥା ଉଚ୍ଛେଦ ଆଇନ ବଳରେ ଗୋତି ପ୍ରଥା ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି ।
  • କୃଷକମାନଙ୍କୁ ଚାଷକାର୍ଯ୍ୟ ଆରମ୍ଭ ସମୟରେ ସ୍ୱଳ୍ପ ସୁଧହାରରେ ଋଣ ଯୋଗାଇ ଦେବାପାଇଁ ସମବାୟ ସଂସ୍ଥାମାନ ଗଠନ କରାଯାଇଛି ।
  • ସରକାରୀ ମୂଳଧନରେ ୧୯୪୮ ମସିହାରେ ରାଜ୍ୟ ସମବାୟ ବ୍ୟାଙ୍କ୍ ପ୍ରତିଷ୍ଠିତ ହୋଇଛି । ସମବାୟ ଆନ୍ଦୋଳନକୁ ସଂପ୍ରସାରିତ କରି ଏହାକୁ କୃଷକମାନଙ୍କ ପାଖରେ ପହଞ୍ଚାଇ ଦିଆଯାଇଛି । ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତିଗ୍ରସ୍ତ ହେଲେ ଚାଷୀମାନଙ୍କ ତକାଭି ଋଣ ଯୋଗାଇ ଦିଆଯାଉଛି । ଅନେକ କ୍ଷେତ୍ରରେ ଚାଷୀମାନେ ନେଇଥିବା ଋଣ ଛାଡ଼ କରି ଦିଆଯାଇଛି ।

(ଖ) ପ୍ରାକୃତିକ ବିପର୍ଯ୍ୟୟ ସମୟରେ କୃଷକମାନଙ୍କୁ କିପରି ଭାବରେ ସହାୟତା ପ୍ରଦାନ କରାଯାଏ ?
Answer:

  • ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହେଲେ କୃଷକମାନଙ୍କୁ ‘ତକାଭି’ ଋଣ ଦିଆଯାଏ। ଅନେକ କ୍ଷେତ୍ରରେ ଚାଷୀମାନେ ନେଇଥିବା ଋଣ ମଧ୍ୟ ଛାଡ଼ କରି ଦିଆଯାଏ ।
  • ସରକାର ‘ ଅଧ୍ଵ ଖାଦ୍ୟଶସ୍ୟ ଉତ୍ପାଦନ କର’ ନାମକ ଯୋଜନାରେ ପତିତ ଜମିକୁ ଚାଷୋପଯୋଗୀ କରିଛନ୍ତି ।
  • ଜଳସେଚନ ପାଇଁ ପୋଖରୀ ଖୋଳାଯାଇଛି, ପୁରୁଣା ପୋତି ହୋଇପଡ଼ିଥିବା ପୋଖରୀର ପୁନରୁଦ୍ଧାର କରାଯାଇଛି ଓ ରିହାତି ଦରରେ କୃଷକମାନଙ୍କୁ ସାର ଓ ବିହନ ଯୋଗାଇ ଦିଆଯାଇଛି ।
  • ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଦେବାପାଇଁ ସରକାର ‘ଟେଷ୍ଟ୍ ରିଲିଫ୍’ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
  • ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ରାସ୍ତାଘାଟ ତିଆରି, ପୋଖରୀ ଖୋଳା ପ୍ରଭୃତି କାର୍ଯ୍ୟରେ ଶ୍ରମଦାନ ନିମନ୍ତେ ଅର୍ଥ ବା ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି ।

(ଗ) କୃଷି ଗବେଷଣା ପାଇଁ ଓଡ଼ିଶାରେ କି ବ୍ୟବସ୍ଥା ଅଛି ?
Answer:

  • କୃଷି ଶିକ୍ଷା ଓ ଗବେଷଣା ପାଇଁ ଓଡ଼ିଶା ସରକାର ଏକ କୃଷି ମହାବିଦ୍ୟାଳୟ ଓ ପରେ ଏକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି ।
  • ଏହା ବ୍ୟତୀତ ଓଡ଼ିଶାରେ ଅନ୍ୟ କେତେକ କୃଷି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
  • ଏଠାରୁ ଉଦ୍‌ବୃତ୍ତ ଜ୍ଞାନକୌଶଳ କୃଷକମାନଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।
  • ଜମିର ଉର୍ବରତା ବଜାୟ ରଖିବାପାଇଁ ଓଡ଼ିଶା ସରକାର ବିଭିନ୍ନ ପ୍ରୟୋଗଶାଳା ପ୍ରତିଷ୍ଠା କରିଛନ୍ତି ।
  • ଆଧୁନିକ ପ୍ରଣାଳୀରେ କୃଷି ପାଇଁ ପ୍ରଦର୍ଶନୀ କୃଷିକ୍ଷେତ୍ରମାନ ପ୍ରସ୍ତୁତ କରାଯାଇଛି ।

BSE Odisha 10th Class History Solutions Chapter 18 କୃଷିର ବିକାଶ

(ଘ) ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ସ୍ଵାଧୀନତା ପରେ ଓଡ଼ିଶାରେ କି କି ପଦକ୍ଷେପ ନିଆଯାଇଥିଲା ?
Answer:

  • ସ୍ଵାଧୀନତା ପରେ ଓଡ଼ିଶାରେ ଜଳନସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟର ସର୍ବବୃହତ୍ ବହୁମୁଖୀ ଯୋଜନା ହୀରାକୁଦ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରାଗଲା ।
  • ଏହାପରେ ଓଡ଼ିଶାରେ ଅନ୍ୟ କେତୋଟି ବୃହତ୍ ବହୁମୁଖୀ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା ।
  • ଆନ୍ଧ୍ରପ୍ରଦେଶ ସହଯୋଗରେ ମାଛକୁଣ୍ଡ ଯୋଜନା, କୋରାପୁଟର ଅପର କୋଲାବ ଯୋଜନା, ଇନ୍ଦ୍ରାବତୀ ଯୋଜନା, ରେଙ୍ଗାଲି ଭୀମକୁଣ୍ଡ ଯୋଜନା ଓଡ଼ିଶାରେ ଜଳସେଚନ କ୍ଷେତ୍ରରେ ସହାୟକ ହୋଇଛି ।
  • ଏତଦ୍‌ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ମଧ୍ଯମ ଜଳସେଚନ ଯୋଜନା କାର୍ଯ୍ୟକାରୀ ହେଉଛି ।
  • ଜଳସେଚନ ସୁବିଧା ନ ଥ‌ିବା ସ୍ଥାନମାନଙ୍କରେ ଉଠାଜଳସେଚନର ବ୍ୟବସ୍ଥା କରାଯାଇଛି ।

(ଙ) କୃଷି, ମତ୍ସ୍ୟଚାଷ ଓ ପଶୁପାଳନର ବିକାଶ ପାଇଁ ଓଡ଼ିଶା ସରକାର କି କି ବ୍ୟବସ୍ଥା କରିଛନ୍ତି ?
Answer:

  • ଓଡ଼ିଶାରେ କୃଷିର ବିକାଶ ପାଇଁ ସମୟକ୍ରମେ କୃଷି ବିଭାଗ ଅଧୀନରେ ୪ ଗୋଟି ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି । ସେଗୁଡ଼ିକ ହେଲା – କୃଷି ଓ ଖାଦ୍ୟଶସ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟ ଏବଂ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ।
  • ମତ୍ସ୍ୟ ସମ୍ପଦର ବିକାଶ ପାଇଁ ମତ୍ସ୍ୟପାଳନ ନିର୍ଦ୍ଦେଶାଳୟ ଏବଂ ପଶୁସମ୍ପଦର ଉନ୍ନତି ପାଇ ପଶୁଧନ ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି ।
  • ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଓ କୃଷି ବିଭାଗ ଅଧୀନରେ ଥ‌ିବା ପ୍ରଶିକ୍ଷଣ ପ୍ରତିଷ୍ଠାନଗୁଡ଼ିକ କୃଷକମାନଙ୍କୁ ପ୍ରଶିକ୍ଷଣ ଓ ଦିଗ୍‌ଦର୍ଶନ ଦେବାରେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରୁଛନ୍ତି । କୃଷି ଗବେଷଣା କାର୍ଯ୍ୟ ଅବ୍ୟାହତ ଅଛି ।
  • କଟକର କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ, କୌଶଲ୍ୟାଗଙ୍ଗର କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟଚାଷ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ଗବେଷଣା କେନ୍ଦ୍ର, ସାକ୍ଷୀଗୋପାଳର ନାରିକେଳ ଗବେଷଣା କେନ୍ଦ୍ର ଓ କୃଷି ବିଜ୍ଞାନ ମହାବିଦ୍ୟାଳୟଗୁଡ଼ିକ ଓଡ଼ିଶାର କୃଷକମାନଙ୍କୁ ଉନ୍ନତ କୃଷି ବିଜ୍ଞାନ ସମ୍ବନ୍ଧିତ ଜ୍ଞାନ ପ୍ରଦାନ କରିବାରେ ସମର୍ଥ ହୋଇଛନ୍ତି ।
  • ଏହାବ୍ୟତୀତ ୧୯୭୬ ମସିହାରୁ ଅନେକ କୃଷି ବିଜ୍ଞାନ କେନ୍ଦ୍ର ଓଡ଼ିଶାରେ ପ୍ରତିଷ୍ଠା କରାଯାଇଛି । ଆଖପାଖ ଅଞ୍ଚଳର କୃଷକମାନଙ୍କୁ ବୈଜ୍ଞାନିକ ଦିଗ୍‌ଦର୍ଶନ ଦେବା ଏହି କୃଷି ବିଜ୍ଞାନ କେନ୍ଦ୍ରମାନଙ୍କର କାର୍ଯ୍ୟ ।

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ସ୍ଵାଧୀନତା ପରେ ଓଡ଼ିଶା କୃଷକର ସବୁଠାରୁ ବଡ଼ ସମସ୍ୟା କ’ଣ ଥିଲା ଏବଂ ଏହି ସମସ୍ୟାର ସମାଧାନ କ୍ଷେତ୍ରରେ କି ଅନ୍ତରାୟ ସୃଷ୍ଟି ହୋଇଥିଲା ?
Answer:

  • ସ୍ଵାଧୀନତା ପରେ ଓଡ଼ିଶା କୃଷକର ସବୁଠାରୁ ବଡ଼ ସମସ୍ୟା ଥିଲା ପ୍ରକୃତରେ ଜମିରେ ଚାଷ କରୁଥିବା କୃଷକକୁ ଜମିର ସ୍ଵତ୍ଵାଧ୍ୟାକାର ପ୍ରଦାନ ।
  • ଚିରସ୍ଥାୟୀ ବନ୍ଦୋବସ୍ତ ସମୟରୁ ଚଳିଆସୁଥ‌ିବା ଜମିଦାରୀ ପ୍ରଥା ଏହି ସମସ୍ୟା ସମାଧାନ କ୍ଷେତ୍ରରେ ବଡ଼ ଅନ୍ତରାୟ ଥିଲା ।

(ଖ) ଓଡ଼ିଶାରୁ ଜମିଦାରୀ ପ୍ରଥା କିପରି ଉଚ୍ଛେଦ ହେଲା ?
Answer:

  • ଓଡ଼ିଶାର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଯଥାଶୀଘ୍ର ଜମିଦାରୀ ପ୍ରଥା ଉଚ୍ଛେଦ କରିବାର ସୂଚନା ପ୍ରଦାନ କରି ଏହି ସଂକ୍ରାନ୍ତରେ ବିଧାନସଭାରେ ଏକ ବିଧେୟକ ଆଗତ କରିଥିଲେ ।
  • ପରେ ଷଷ୍ଠ ଦଶକରେ ଜମିଦାରୀ ଉଚ୍ଛେଦ ଆଇନ କାର୍ଯ୍ୟକାରୀ ହୋଇଥିଲା ।

(ଗ) ଗୋତିପ୍ରଥା କିପରି ବନ୍ଦ ହେଲା ?
Answer:

  • ୧୯୪୮ ମସିହାରେ ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ କରାଗଲା ।
  • ୧୯୭୬ ମସିହାରେ ଗୋତି ପ୍ରଥା ଉଚ୍ଛେଦ ଆଇନ ବଳରେ ଗୋତି ପ୍ରଥା ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଗଲା ।

BSE Odisha 10th Class History Solutions Chapter 18 କୃଷିର ବିକାଶ

(ଘ) ସମବାୟ ଆନ୍ଦୋଳନ କିପରି କୃଷକମାନଙ୍କର ସହାୟକ ହେଲା ?
Answer:

  • କୃଷକମାନଙ୍କୁ ଚାଷକାର୍ଯ୍ୟ ଆରମ୍ଭ ସମୟରେ ସ୍ୱଳ୍ପ ସୁଧହାରରେ ଋଣ ଯୋଗାଇଦେବା ପାଇଁ ସମବାୟ ସଂସ୍ଥାମାନ ଗଠନ କରାଗଲା ।
  • ସରକାରୀ ମୂଳଧନରେ ୧୯୪୮ ମସିହାରେ ରାଜ୍ୟ ସମବାୟ ବ୍ୟାଙ୍କ ପ୍ରତିଷ୍ଠିତ ହେଲା । ସମବାୟ ଆନ୍ଦୋଳନକୁ ସଂପ୍ରସାରିତ କରି ଏହାକୁ କଷକମାନଙ୍କ ପାଖରେ ପହଞ୍ଚାଗଲା ।

(ଙ) ‘ଅଧ୍ଵ ଖାଦ୍ୟଶସ୍ୟ ଉତ୍ପାଦନ କର’ ଯୋଜନାଟି କ’ଣ ?
Answer:

  • ସରକାର ‘ଅଧ୍ଵ ଖାଦ୍ୟଶସ୍ୟ ଉତ୍ପାଦନ କର’ ନାମକ ଯୋଜନାରେ ପତିତ ଜମିକୁ ଚାଷୋପଯୋଗୀ କଲେ ।
  • ଜଳସେଚନ ପାଇଁ ପୋଖରୀ ଖୋଳାଇଲେ, କୃଷକମାନଙ୍କ ପାଇଁ ହଳ, ଲଙ୍ଗଳ ଓ ବଳଦ କିଣିଦେଲେ ଓ ରିହାତି ଦରରେ କୃଷକମାନଙ୍କୁ ସାର, ବିହନ ଯୋଗାଇଦେଲେ ।

(ଚ) ଫଳଚାଷର ଉନ୍ନତି ପାଇଁ କି ବ୍ୟବସ୍ଥା କରାଗଲା ?
Answer:

  • ଫଳଚାଷର ଉନ୍ନତି ପାଇଁ ଅନୁଗୁଳ, ପଟ୍ଟାଙ୍ଗୀ ଓ ଜି. ଉଦୟଗିରିରେ କେନ୍ଦ୍ରମାନ ପ୍ରତିଷ୍ଠା କରାଗଲା ।
  • ଏଠାରେ ଫଳଗଛ ଚାରା ଓ କଲମୀ ପ୍ରସ୍ତୁତ ହୋଇ କୃଷକମାନଙ୍କୁ ବିତରଣ କରାଗଲା

(ଛ) ହୀରାକୁଦ ନଦୀବନ୍ଧ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ କ’ଣ ଥିଲା ?
Answer:

  • ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ କରିବା, ସମ୍ବଲପୁର, ବଲାଙ୍ଗୀର ଜିଲ୍ଲାରେ ଜଳସେଚନର ବ୍ୟବସ୍ଥା କରିବା ଓ ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବା ହୀରାକୁଦ ନଦୀବନ୍ଧ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
  • ହୀରାକୁଦ ଜଳଭଣ୍ଡାରରେ ମାଛଚାଷ କରିବା ଏହି ଯୋଜନାର ଅନ୍ୟ ଏକ ଉଦ୍ଦେଶ୍ୟ ଥିଲା ।

(ଜ) ଗୋଧନର ସୁରକ୍ଷା ପାଇଁ ଓଡ଼ିଶା ସରକାର କି କି ପଦକ୍ଷେପ ନେଇଛନ୍ତି ?
Answer:

  • ଗୋଧନର ସୁରକ୍ଷା ପାଇଁ ଗାଁଗହଳରେ ପଶୁ ଡାକ୍ତରମାନଙ୍କୁ ନିଯୁକ୍ତି ମିଳିଛି ।
  • ପଶୁମାନଙ୍କୁ ସଂକ୍ରାମକ ରୋଗରୁ ରକ୍ଷା କରିବାପାଇଁ ୧୯୪୯ ମସିହାରେ ସରକାର ଏକ ଆଇନ ପ୍ରଣୟନ କରିଛନ୍ତି ।

(ଝ) ମତ୍ସ୍ୟଜୀବୀମାନଙ୍କର ସୁବିଧା ପାଇଁ ସରକାର କ’ଣ କରିଛନ୍ତି ?
Answer:

  • ମହାନଦୀ, ଧାମରା, ସୁବର୍ଣ୍ଣରେଖା ଓ ଚିଲିକାର ମତ୍ସ୍ୟଜୀବୀମାନଙ୍କୁ ସରକାର ବିଭିନ୍ନ ଭାବରେ ଉତ୍ସାହିତ କରୁଛନ୍ତି । ମାଛର ସଂରକ୍ଷଣ ପାଇଁ ମାଛଧରା କେନ୍ଦ୍ରମାନଙ୍କ ନିକଟରେ ବରଫକଳ ପ୍ରତିଷ୍ଠା କରାଯାଇଛି ।
  • ସମୁଦ୍ର ଓ ବଡ଼ ବଡ଼ ଜଳାଶୟ ଓ ହ୍ରଦରୁ ମତ୍ସ୍ୟ ସଂଗ୍ରହ ପାଇଁ, ଧୀବରମାନଙ୍କ ସୁରକ୍ଷା ପାଇଁ ଆଇନମାନ ପ୍ରଣୀତ ହୋଇଛି ।

(ଞ) ‘ଅଭାବୀ ବିକ୍ରି’ କ’ଣ ଏବଂ ଏହି ସମସ୍ୟାରୁ ରକ୍ଷା ପାଇବାପାଇଁ ସରକାର କ’ଣ କରିଛନ୍ତି ?
Answer:

  • ଉତ୍ପାଦିତ ଦ୍ରବ୍ୟ ଠିକ୍ ମୂଲ୍ୟରେ ବିକ୍ରି ହୋଇ ନ ପାରିବାକୁ ‘ଅଭାବୀ ବିକ୍ରି’ କୁହାଯାଏ ।
  • ଏହି ସମସ୍ୟାରୁ ରକ୍ଷା ପାଇବାପାଇଁ ସରକାର ସିଧାସଳଖ କୃଷକମାନଙ୍କଠାରୁ ଧାନ ସଂଗ୍ରହର ବ୍ୟବସ୍ଥା କରିଛନ୍ତି।

BSE Odisha 10th Class History Solutions Chapter 18 କୃଷିର ବିକାଶ

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ଓଡ଼ିଶାର କେଉଁ ମୁଖ୍ୟମନ୍ତ୍ରୀ ଜମିଦାରୀ ପ୍ରଥା ଉଚ୍ଛେଦ କରିବାପାଇଁ ବିଧାନସଭାରେ ଏକ ବିଧେୟକ ଆଣିଥିଲେ ?
Answer:
ଓଡ଼ିଶାର ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଜମିଦାରୀ ପ୍ରଥା ଉଚ୍ଛେଦ କରିବାପାଇଁ ବିଧାନସଭାରେ ଏକ ବିଧେୟକ ଆଣିଥିଲେ ।

(ଖ) କିଏ ଭୂଦାନ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ?
Answer:
ଆଚାର୍ଯ୍ୟ ବିନୋବା ଭାବେ ଭୂଦାନ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ।

(ଗ) କେଉଁ ପରିସ୍ଥିତିରେ ତକାଭି ଋଣ ଦିଆଯାଏ ?
Answer:
ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହେଲେ କୃଷକମାନଙ୍କୁ ‘ତକାଭି’ ଋଣ ଦିଆଯାଏ ।

(ଘ) ସରକାର କାହିଁକି ‘ଟେଷ୍ଟ୍ ରିଲିଫ୍’ କାମ ଆରମ୍ଭ କଲେ ?
Answer:
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଦେବାପାଇଁ ସରକାର ‘ଟେଣ୍ଟ୍‌ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ ।

(ଙ) ହୀରାକୁଦ ନଦୀବନ୍ଧ ଯୋଜନାଟି କେବେ ଆରମ୍ଭ ହୋଇ କାର୍ଯ୍ୟକ୍ଷମ ହେଲା ?
Answer:
ଉ ହୀରାକୁଦ ନଦୀବନ୍ଧ ଯୋଜନାଟି ୧୯୪୮ ମସିହାରେ ଆରମ୍ଭ ହୋଇ ୧୯୫୬ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା ।

(ଚ) ପଶୁମାନଙ୍କୁ ସଂକ୍ରାମକ ରୋଗରୁ ରକ୍ଷା କରିବାପାଇଁ ସରକାର କେବେ ଆଇନ ପ୍ରଣୟନ କଲେ ?
Answer:
ପଶୁମାନଙ୍କୁ ସଂକ୍ରାମକ ରୋଗରୁ ରକ୍ଷା କରିବାପାଇଁ ସରକାର ୧୯୪୯ ମସିହାରେ ଏକ ଆଇନ ପ୍ରଣୟନ କଲେ ।

(ଛ) କୃଷି ବିକାଶ କ୍ଷେତ୍ରରେ କେଉଁମାନେ କୃଷି ବିଭାଗକୁ ସହଯୋଗ ସମର୍ଥନ ପ୍ରଦାନ କରୁଛନ୍ତି ?
Answer:
କୃଷି ବିକାଶ କ୍ଷେତ୍ରରେ କେତେକ ନିଗମ ଓ ଅନୁଷ୍ଠାନ ଯଥା – ଓଡ଼ିଶା ରାଜ୍ୟ ବିହନ ନିଗମ, ଓଡ଼ିଶା କୃଷିଶିଳ୍ପ ନିଗମ, କୃଷି ସଂପ୍ରସାରଣ ପରିଚାଳନା ପ୍ରତିଷ୍ଠାନ, ଓଡ଼ିଶା କାଜୁ ଉନ୍ନୟନ ନିଗମ ଓ ଓଡ଼ିଶା କୃଷି କ୍ରମୋନ୍ନତି ଓ ବିନିଯୋଗ ନିଗମ କୃଷି ବିଭାଗକୁ ସହଯୋଗ ଓ ସମର୍ଥନ ପ୍ରଦାନ କରୁଛନ୍ତି ।

BSE Odisha 10th Class History Solutions Chapter 18 କୃଷିର ବିକାଶ

(ଜ) କେନ୍ଦ୍ର ସରକାରଙ୍କଦ୍ୱାରା ପରିଚାଳିତ ଧାନ ଗବେଷଣା ପ୍ରତିଷ୍ଠାନଟି ଓଡ଼ିଶାର କେଉଁଠାରେ ଅବସ୍ଥିତ ?
Answer:
କେନ୍ଦ୍ର ସରକାରଙ୍କଦ୍ବାରା ପରିଚାଳିତ ଧାନ ଗବେଷଣା ପ୍ରତିଷ୍ଠାନଟି ଓଡ଼ିଶାର କଟକସ୍ଥିତ ବିଦ୍ୟାଧରପୁରଠାରେ ଅବସ୍ଥିତ

(ଝ) କୌଶଲ୍ୟାଗଙ୍ଗଠାରେ ନିର୍ମିତ କେନ୍ଦ୍ରୀୟ ପ୍ରକଳ୍ପଟି କ’ଣ ?
Answer:
କୌଶଲ୍ୟାଗଙ୍ଗଠାରେ ନିର୍ମିତ କେନ୍ଦ୍ରୀୟ ପ୍ରକଳ୍ପଟି ହେଉଛି ମଧୁରଜଳ ମତ୍ସ୍ୟଚାଷ କେନ୍ଦ୍ର ।

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) କେବେ ଗୋତି ପ୍ରଥା ସମ୍ପୂର୍ଣ୍ଣଭାବେ ଉଚ୍ଛେଦ ହେଲା ?
(i) ୧୯୪୭
(ii) ୧୯୪୮
(iii) ୧୯୫୫
(iv) ୧୯୭୬

(ଖ) ରାଜ୍ୟ ସମବାୟ ବ୍ୟାଙ୍କ୍ କେବେ ପ୍ରତିଷ୍ଠିତ ହୋଇଥିଲା ?
(i) ୧୯୪୭
(ii) ୧୯୪୮
(iii) ୧୯୪୯
(iv) ୧୯୫୬

(ଗ) କେଉଁଠାରେ ଫଳ ଚାଷ ପାଇଁ କେନ୍ଦ୍ର ପ୍ରତିଷ୍ଠିତ ହୋଇ ନ ଥିଲା ?
(i) ଅନୁଗୁଳ
(ii) ପଟ୍ଟାଙ୍ଗୀ
(iii) ସମ୍ବଲପୁର
(iv) ଜି. ଉଦୟଗିରି

(ଘ) ନିମ୍ନଲିଖ ନିର୍ଦ୍ଦେଶାଳୟ ମଧ୍ୟରୁ କେଉଁଟି କୃଷି ବିଭାଗ ଅଧୀନସ୍ଥ ନୁହେଁ ?
(i) ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ
(ii) ମତ୍ସ୍ୟପାଳନ ନିର୍ଦ୍ଦେଶାଳୟ
(iii) ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟ
(iv) ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ

BSE Odisha 10th Class History Solutions Chapter 18 କୃଷିର ବିକାଶ

(ଙ) ଓଡ଼ିଶାରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର କେଉଁଠାରେ ଅବସ୍ଥିତ ?
(i) ସାକ୍ଷୀଗୋପାଳ
(ii) ଭୁବନେଶ୍ଵର
(iii) କଟକ
(iv) ବଲାଙ୍ଗୀର

Answers:
(କ) (iv) ୧୯୭୬
(ଖ) (ii) ୧୯୪୮
(ଗ) (iii) ସମ୍ବଲପୁର
(ଘ) (ii) ମତ୍ସ୍ୟପାଳନ ନିର୍ଦ୍ଦେଶାଳୟ
(ଙ) (iii) କଟକ

BSE Odisha 10th Class History Solutions Chapter 19 ଶିଳ୍ପର ବିକାଶ

Odisha State Board BSE Odisha 10th Class History Solutions Chapter 19 ଶିଳ୍ପର ବିକାଶ Textbook Exercise Questions and Answers.

BSE Odisha Class 10 History Solutions Chapter 19 ଶିଳ୍ପର ବିକାଶ

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ସ୍ଵାଧୀନତା ପ୍ରାପ୍ତିବେଳକୁ ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ କି କି ପ୍ରତିବନ୍ଧକ ରହିଥିଲା ?
Answer:
ସ୍ଵାଧୀନତା ପ୍ରାପ୍ତିବେଳକୁ ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ଅନେକ ପ୍ରତିବନ୍ଧକ ଥିଲା; ଯଥା –

  • ଶିଳ୍ପର ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବ ।
  • ଭାରତର ଶିଳ୍ପପତିମାନଙ୍କର ଓଡ଼ିଶାକୁ ଆସିବାକୁ ଅନାଗ୍ରହ ।
  • ଓଡ଼ିଶାର ନିଜସ୍ଵ ଶିଜୋଦ୍ୟୋଗୀଙ୍କ ଅନୁପସ୍ଥିତି ।
  • ଓଡ଼ିଶାରେ ରେଳପଥର ଅନଗ୍ରସରତା ଓ ପୋତାଶ୍ରୟର ଅଭାବ ।
  • ଓଡ଼ିଶାରେ ପ୍ରଶିକ୍ଷିତ ମାନବ ସମ୍ବଳର ଅଭାବ ।

(ଖ) ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ୧୯୪୭ରୁ ୧୯୫୦ ମସିହା ପର୍ଯ୍ୟନ୍ତ କି କି ପଦକ୍ଷେପ ନିଆଗଲା ?
Answer:
ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ମହତାବ ସରକାର ୧୯୪୭ ରୁ ୧୯୫୦ ମସିହା ମଧ୍ୟରେ ଅନେକ ପଦକ୍ଷେପ

  • ଓଡିଶାରେ ଶିଳ୍ପର ବିକାଶ ପାଇଁ ମହତାବ ସରକାର ୧୯୪୭ ରୁ ୧୯୫୦ ମସିହା ମଧ୍ୟରେ ଅନେକ ପଦକ୍ଷେପ ନେଇଥିଲେ ।
  • ଏହି ସମୟରେ ମହାନଦୀ ଓ କାଠଯୋଡ଼ି ଉପରେ ପୋଲ ତିଆରି କରାଗଲା । ୧୯୪୯-୫୦ ଆର୍ଥିକ ବର୍ଷରେ ଜୟପୁର ଓ ବିଶାଖାପାଟଣା ମଧ୍ୟରେ ସୁନକି ଓ ଜୟପୁର ରାସ୍ତାକୁ ଉନ୍ନତ କରିବାପାଇଁ ଓଡ଼ିଶା ସରକାର ଅର୍ଥବ୍ୟବସ୍ଥା କରିଥିଲେ ।
  • ରେଳପଥର ବିକାଶ ଓ ସମନ୍ଵୟ ପାଇଁ ଓଡ଼ିଶା ସରକାର ୧୯୪୯-୫୦ ଆର୍ଥିକ ବର୍ଷରେ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟବସ୍ଥା କଲେ ।
  • ଓଡ଼ିଶାରେ ଅବସ୍ଥିତ ଚାନ୍ଦବାଲି, ଗୋପାଳପୁର ଓ ଧାମରା ନାମକ ତିନୋଟି ପୋତାଶ୍ରୟର ଉନ୍ନତୀକରଣ କରାଗଲା । ଶକ୍ତି ଯୋଗାଣ ପାଇଁ ଚୌଦ୍ବାର ଓ ବ୍ରହ୍ମପୁରଠାରେ ଦୁଇଟି ଛୋଟ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ନେଇଥିଲେ ।
  • ଏହାଛଡ଼ା ମହତାବ ମନ୍ତ୍ରୀମଣ୍ଡଳ ଶିଳ୍ପର ବିକାଶ ପାଇଁ ବୈଷୟିକ ଶିକ୍ଷାର ପ୍ରସାର, ବିଜ୍ଞାନ ଓ ଶିଳ୍ପର ଗବେଷଣା ପାଇଁ ଏକ ପରିଷଦ ଗଠନ, ଶିଳ୍ପ ବିଭାଗର ପୁନର୍ଗଠନ, ଶିଳ୍ପାୟନ ସମ୍ଭାବନା ବିଷୟରେ ସର୍ବେକ୍ଷଣ, ଶିଳ୍ପ ଋଣ ନିଗମ ଗଠନ, ପ୍ରାଦେଶିକ ଶିଳ୍ପ ଅନୁଦାନ ବ୍ୟବସ୍ଥା ଓ ଶିଳ୍ପ ପରିଷଦ ଗଠନ ଆଦି ପଦକ୍ଷେପ ନେଇଥିଲେ ।

BSE Odisha 10th Class History Solutions Chapter 19 ଶିଳ୍ପର ବିକାଶ

(ଗ) ଓଡ଼ିଶାରେ ରାଷ୍ଟ୍ରାୟତ୍ତ ଶିଳ୍ପ ଉଦ୍ୟୋଗଗୁଡ଼ିକର ଏକ ବିବରଣୀ ପ୍ରଦାନ କର ।
Answer:

  • ୧୯୫୦ ମସିହା ପରେ କେତେଗୋଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓଡ଼ିଶାର ଶିଳ୍ପ ମାନଚିତ୍ରକୁ ସମୃଦ୍ଧ କରିଥିଲା । ଜର୍ମାନୀର ବୈଷୟିକ ସହାୟତାକୁ ଆଧାର କରି ରାଉରକେଲାରେ ପ୍ରତିଷ୍ଠିତ ହେଲା ରାଉରକେଲା ଇସ୍ପାତ କାରଖାନା ।
  • କୋରାପୁଟ ଜିଲ୍ଲାର ପଞ୍ଚପତିମାଳିଠାରେ ବକ୍‌ସାଇଟ୍ ଖଣିର ସନ୍ଧାନ ମିଳିବା ପରେ ଓଡ଼ିଶାର ଦାମନଯୋଡ଼ି ଓ ଅନୁଗୁଳଠାରେ ଦୁଇଟି ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ହେଲା । ଏହି କମ୍ପାନୀର ନାମ ହେଲା – ‘ଜାତୀୟ ଆଲୁମିନିୟମ୍ କମ୍ପାନୀ’’ (ନାଲ୍‌କୋ) ।
  • ୧୯୭୧ ମସିହାରେ ଭାରତୀୟ ସାର ନିଗମ ତାଳଚେରଠାରେ ଏକ ସାର କାରଖାନା ପ୍ରତିଷ୍ଠା କରିଥିଲେ । ପାରାଦ୍ବୀପଠାରେ ଏକ ସାର କାରଖାନା ୧୯୮୧ ମସିହାରେ ‘ପାରାଦ୍ବୀପ ଫସଫେଟସ୍ ଲିମିଟେଡ଼’ ନାମରେ ଆତ୍ମପ୍ରକାଶ କରିଥିଲା ।
  • ସୁନାବେଡ଼ାରେ ସୋଭିଏତ୍ ରୁଷିଆର ସହାୟତାରେ ମିଗ୍‌ବିମାନର ଇଞ୍ଜିନ୍ ତିଆରି କାରଖାନା ପ୍ରତିଷ୍ଠିତ ହେଲା ।
  • ୧୯୭୮ ମସିହାରେ ଭାରତୀୟ ଆଣବିକ ଶକ୍ତି ଆୟୋଗ ଗଞ୍ଜାମ ଜିଲ୍ଲାର ଛତ୍ରପୁଠାରେ ଏକ ବିରଳ ମୃଭିକା କାରଖାନ ଏବଂ ତାଳଚେରଠାରେ ଭାରୀଜଳ ପ୍ରକଳ୍ପ ପ୍ରତିଷ୍ଠା କରିଥିଲା । ଏହାଛଡ଼ା ବଡ଼ମାଳଠାରେ ଏକ ଗୋଳାବାରୁଦ କାରଖାନା ପ୍ରତିଷ୍ଠା କରାଗଲା ।

(ଘ) ଓଡ଼ିଶାରେ ପ୍ରତିଷ୍ଠିତ କୃଷିଭିତ୍ତିକ ଶିଳ୍ପଗୁଡ଼ିକର ଏକ ବିବରଣୀ ଦିଅ ।
Answer:

  • କୃଷିଭିତ୍ତିକ ଶିଳ୍ପକ୍ଷେତ୍ରରେ ପ୍ରଥମ ଶିଳ୍ପଟି ଥିଲା ୧୯୪୯ ମସିହାରେ ଚୌଦ୍ଵାରଠାରେ ପ୍ରତିଷ୍ଠିତ ଓଡ଼ିଶା ଲୁଗା କାରଖାନା । ପରେ ଓଡ଼ିଶାର ୬ଟି ସ୍ଥାନରେ ୬ଟି ସୂତାକଳ ପ୍ରତିଷ୍ଠା କରାଗଲା ।
  • ଓଡ଼ିଶାରେ ଉତ୍ପାଦିତ ଝୋଟକୁ ବ୍ୟବହାର କରିବାପାଇଁ ଯାଜପୁର ଜିଲ୍ଲାର ଧାନମଣ୍ଡଳଠାରେ ଏକ ଝୋଟକଳ ପ୍ରତିଷ୍ଠା କରାଗଲା ।
  • ଦ୍ଵିତୀୟ ବିଶ୍ଵଯୁଦ୍ଧ ବେଳକୁ ଓଡ଼ିଶାରେ କେବଳ ଗୋଟିଏ ଚିନିକଳ ଆସ୍କାଠାରେ ଥିଲା । ଆସ୍କା ଚିନିକଳକୁ ସମ୍ପ୍ରସାରଣ କରାଯିବା ସାଙ୍ଗକୁ ରାୟଗଡ଼ା ଓ ନୟାଗଡ଼ରେ ପ୍ରତିଷ୍ଠା କରାଗଲା ଆଉ ଦୁଇଟି ଚିନିକଳ ।
  • ଓଡ଼ିଶାର ଚୌଦ୍ଵାର, ବ୍ରଜରାଜନଗର, ରାୟଗଡ଼ା କୋରାପୁଟରେ କାଗଜକଳ ପ୍ରତିଷ୍ଠା କରାଯାଇଥିଲା ।
  • ରେଶମ ପୋକ ପାଳନ ଓ ରେଶମ ସୂତା ଉତ୍ପାଦନକୁ ଏକ କୃଷିଭିତ୍ତିକ ଶିଳ୍ପର ମାନ୍ୟତା ପ୍ରଦାନ କରାଯାଇଥିଲା ।

(ଙ) ୨୦୦୭ ମସିହାରେ ଘୋଷିତ ଓଡ଼ିଶାର ଶିଳ୍ପନୀତି କ’ଣ ?
Answer:

  • ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବାଲାଗି ୨୦୦୭ ମସିହାରେ ଓଡ଼ିଶା ସରକାର ନୂତନ ଶିଳ୍ପନୀତି ଘୋଷଣା କଲେ ।
  • ଏହି ଶିଳ୍ପନୀତିରେ ଓଡ଼ିଶାକୁ ଏକ ଶିଳ୍ପାନ୍ନତ ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
  • ଶିଳ୍ପର ବିକାଶ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ଏହି ଶିଳ୍ପନୀତିର ଉଦ୍ଦେଶ୍ୟ ।
  • ଶିଳ୍ପାୟନ ଜରିଆରେ ଅଧ‌ିକ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଓଡ଼ିଶାରୁ ବେକାର ସମସ୍ୟା ଦୂର କରିବା ଏହି ଶିଳ୍ପନୀତିର ଅନ୍ୟ ଏକ ଆଭିମୁଖ୍ୟ ।
  • ହସ୍ତଶିଳ୍ପ, ହସ୍ତତନ୍ତ, ଖଦୀ ଓ ଗ୍ରାମ୍ୟଶିଳ୍ପର ବିକାଶ ପାଇଁ ଏହି ଶିଳ୍ପନୀତିରେ ଗୁରୁତ୍ଵ ଦିଆଯାଇଛି । ସୂଚନା ପ୍ରଯୁକ୍ତି ବିଦ୍ୟା, ଜୀବ ବୈଷୟିକ ଜ୍ଞାନ, ସାମୁଦ୍ରିକ ବିଜ୍ଞାନ, ଖାଦ୍ୟ ପ୍ରସ୍ତୁତୀକରଣ ଓ ପର୍ଯ୍ୟଟନକୁ ପ୍ରାଧାନ୍ୟ ଦିଆଯାଇ ଅଧ୍ଵ ନିଯୁକ୍ତି ସୁଯୋଗ ସୃଷ୍ଟି ମଧ୍ୟ ଏହି ଶିଳ୍ପନୀତିର ଉଦ୍ଦେଶ୍ୟ ଥିଲା ।

BSE Odisha 10th Class History Solutions Chapter 19 ଶିଳ୍ପର ବିକାଶ

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ଶିଳ୍ପର ବିକାଶ ପାଇଁ ଓଡ଼ିଶାରେ ଉପଲବ୍‌ଧ ସମ୍ବଳଗୁଡ଼ିକ କ’ଣ ?
Answer:

  • ଓଡ଼ିଶା ଥିଲା ପ୍ରାକୃତିକ ଖଣିଜ ସମ୍ପଦରେ ଭରପୂର ଏକ ରାଜ୍ୟ । ଶିଳ୍ପର ବିକାଶ ପାଇଁ ଏହାର ଜଙ୍ଗଲଜାତ ଦ୍ରବ୍ୟ ଓ କାରଖାନା ଉପଯୋଗୀ କୃଷିଜାତ ଦ୍ରବ୍ୟର ମଧ୍ୟ ଅଭାବ ନଥିଲା ।
  • ଏହାଛଡ଼ା ଶିଳ୍ପାୟନ ପାଇଁ ଓଡ଼ିଶାରେ ଆବଶ୍ୟକ ଲୋକଶକ୍ତି ବା ମାନବ ସମ୍ବଳ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍‌ଧ ଥିଲା ।

(ଖ) ରେଳପଥର ବିକାଶ ପାଇଁ ମହତାବ ସରକାର (୧୯୪୬ – ୧୯୫୦) ରେ କି କି ପଦକ୍ଷେପ ନେଇଥିଲେ ?
Answer:
ଓଡ଼ିଶାରେ ରେଳପଥର ବିକାଶ ନିମନ୍ତେ ରେଳରାସ୍ତା ସମନ୍ଵୟ ବ୍ୟବସ୍ଥା ପାଇଁ ମହତାବ ସରକାର· ୧୯୪୯ – ୧୯୫୦ ଆର୍ଥିକ ବର୍ଷରେ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟବସ୍ଥା କରିଥିଲେ ।

(ଗ) ଚୌଦାର ଓ ରାଜଗାଙ୍ଗପୁରରେ କେଉଁ ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା ?
Answer:

  • କଟକ ଜିଲ୍ଲାର ଚୌଦ୍ଵାରଠାରେ ଓଡ଼ିଶା ଟେକ୍‌ସଟାଇଲ୍ ମିଲ୍ ନାମରେ ଏକ ଲୁଗାକଳ ପ୍ରତିଷ୍ଠା କରାଯାଇଥିଲା ।
  • ଡାଲମିଆ କମ୍ପାନୀଦ୍ଵାରା ରାଜଗାଙ୍ଗପୁରଠାରେ ଏକ ସିମେଣ୍ଟ କାରଖାନା ସ୍ଥାପନ କରାଯାଇଥିଲା । (ଘ) କୁଟୀର ଶିଳ୍ପ ଓ କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ଓଡ଼ିଶା ସରକାର କି ପଦକ୍ଷେପ ନେଇଥିଲେ ?

(ଘ) କୁଟୀର ଶିଳ୍ପ ଓ କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ଓଡ଼ିଶା ସରକାର କି ପଦକ୍ଷେପ ନେଇଥିଲେ ।
Answer:

  • କୁଟୀର ଶିଳ୍ପ ଓ କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ଶିଳ୍ପ ବିଦ୍ୟାଳୟମାନଙ୍କରେ ତନ୍ତକାମ, ବଢ଼େଇ କାମ, ପ୍ରଭୃତି ତାଲିମ ଦିଆଗଲା । କାରିଗରମାନଙ୍କୁ ସାହାଯ୍ୟ କରିବାପାଇଁ ଶିଳ୍ପ ପ୍ରତି ଓଡ଼ିଶା ରାଜ୍ୟ ସହାୟତା ନିୟମରେ ବ୍ୟାପକ ପରିବର୍ତ୍ତନ କରାଗଲା ।
  • ହସ୍ତତନ୍ତ, ସୁନାରୁପାର ତାରକସି କାମ, ଚମଡ଼ା କାମ, ରେଶମ ଶିଳ୍ପର ବିକାଶ ପାଇଁ ସରକାର ବଜାରର ବ୍ୟବସ୍ଥା କଲେ । ବୁଣାକାର ସମବାୟ ସମିତିଗୁଡ଼ିକୁ ପୁନର୍ଜୀବିତ କରାଗଲା ।

(ଙ) ଜାତୀୟ ଆଲୁମିନିୟମ୍ କମ୍ପାନୀର ପ୍ରକଳ୍ପଗୁଡ଼ିକ କେଉଁଠାରେ ଅବସ୍ଥିତ ?
Answer:

  • ଜାତୀୟ ଆଲୁମିନିୟମ୍ କମ୍ପାନୀର ଗୋଟିଏ ପ୍ରକଳ୍ପ କୋରାପୁଟ ଜିଲ୍ଲାର ଦାମନଯୋଡ଼ିରେ ଅବସ୍ଥିତ ।
  • ଏହାର ଅନ୍ୟ ଗୋଟିଏ ପ୍ରକଳ୍ପ ଅନୁଗୁଳ ଜିଲ୍ଲାର ଅନୁଗୁଳଠାରେ ଅବସ୍ଥିତ ।

BSE Odisha 10th Class History Solutions Chapter 19 ଶିଳ୍ପର ବିକାଶ

(ଚ) ପାରାଦ୍ଵୀପରେ ପ୍ରତିଷ୍ଠିତ ସାର କାରଖାନା କେବେ ଆତ୍ମପ୍ରକାଶ କଲା ଓ ଏହି କାରଖାନାର ନାମ କ’ଣ ?
Answer:

  • ପାରାଦ୍ଵୀପଠାରେ ପ୍ରତିଷ୍ଠିତ ସାର କାରଖାନା ୧୯୮୧ ମସିହାରେ ଆତ୍ମପ୍ରକାଶ କଲା ।
  • ଏହି କାରଖାନାର ନାମ ହେଉଛି ‘ପାରାଦ୍ଵୀପ ଫସ୍‌ଫେଟସ୍ ଲିମିଟେଡ୍’ ।

(ଛ) ଓଡ଼ିଶାର ଆଣବିକ ଶକ୍ତି ଆୟୋଗର ପ୍ରକଳ୍ପଗୁଡ଼ିକ କ’ଣ ?
Answer:

  • ୧୯୭୮ ମସିହାରେ ଭାରତୀୟ ଆଣବିକ ଶକ୍ତି ଆୟୋଗ ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଏକ ବିରଳ ମୁଭିକା କାରଖାନା ପ୍ରତିଷ୍ଠା କରିଛି ।
  • ଏହି ଆୟୋଗ ତାଳଚେରଠାରେ ଏକ ଭାରୀ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିଛି ।

(ଜ) ଓଡ଼ିଶାର କେଉଁ ସ୍ଥାନମାନଙ୍କରେ ଫେରୋ ମାଙ୍ଗାନିଜ୍ କାରଖାନା ପ୍ରତିଷ୍ଠିତ ହୋଇଅଛି ?
Answer:
କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ଠାରେ ଫେରୋ ମାଙ୍ଗାନିଜ୍ କାରଖାନା ପ୍ରତିଷ୍ଠା କରାଯାଇଛି ।

(ଝ) ଓଡ଼ିଶାର କେଉଁ ସ୍ଥାନମାନଙ୍କରେ ଚିନି କାରଖାନା ସ୍ଥାପନ କରାଯାଇଅଛି ?
Answer:
ଓଡ଼ିଶାର ଆସ୍କା, ରାୟଗଡ଼ା, ନୟାଗଡ଼ ଓ ବଡ଼ମ୍ବା ଆଦି ସ୍ଥାନମାନଙ୍କରେ ଚିନି କାରଖାନା ସ୍ଥାପନ କରାଯାଇଅଛି ।

(ଞ) ଓଡ଼ିଶାର କେଉଁ ସ୍ଥାନଗୁଡ଼ିକୁ ନାଭିକେନ୍ଦ୍ର କରି ଶିଳ୍ପାଞ୍ଚଳମାନ ଗଢ଼ିଉଠିଛି ?
Answer:
ଓଡ଼ିଶାର ଝାରସୁଗୁଡ଼ା, ଅନୁଗୁଳ, ପାରାଦ୍ବୀପ ଓ କଳିଙ୍ଗନଗରକୁ ନାଭିକେନ୍ଦ୍ର କରି ନୂତନ ଶିଳ୍ପାଞ୍ଚଳମାନ ଗଢ଼ିଉଠିଛି ।

BSE Odisha 10th Class History Solutions Chapter 19 ଶିଳ୍ପର ବିକାଶ

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ୧୯୫୭ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ଜଳବିଦ୍ୟୁତ୍ ପ୍ରକଳ୍ପଟି କେଉଁଠାରେ ଅବସ୍ଥିତ ?
Answer:
୧୯୫୭ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ଜଳବିଦ୍ୟୁତ୍ ପ୍ରକଳ୍ପଟି ହୀରାକୁଦଠାରେ ଅବସ୍ଥିତ ।

(ଖ) ଡାଲମିଆ କମ୍ପାନୀ କେଉଁଠାରେ ଏକ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିଥିଲେ ?
Answer:
ଡାଲମିଆ କମ୍ପାନୀ ରଜଗାଙ୍ଗଘରଠାରେ ଏକ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିଥିଲେ ।

(ଗ) ଓଡ଼ିଶାରେ ଶିଳ୍ପ ବିକାଶ ଯୋଜନା ପ୍ରସ୍ତୁତ କରିବାପାଇଁ ଆମେରିକାରୁ କାହାକୁ ଅଣାଯାଇଥିଲା ?
Answer:
ଓଡ଼ିଶାରେ ଶିଳ୍ପ ବିକାଶ ଯୋଜନା ପ୍ରସ୍ତୁତ କରିବାପାଇଁ ଆମେରିକାରୁ ଡେଭିଡ୍ ଏଫ୍. ରୋଜେନ୍ ନାମକ ଜଣେ ବୈଷୟିକ ପରାମର୍ଶଦାତାଙ୍କ ଅଣାଯାଇଥିଲା ।

(ଘ) ନାଲ୍‌କୋ ପ୍ରକଳ୍ପ ଛଡ଼ା ଓଡ଼ିଶାର ଅନ୍ୟ କେଉଁଠି ଆଲୁମିନିୟମ୍ କାରଖାନା ଅବସ୍ଥିତ ?
Answer:
ନାଲ୍‌କୋ ପ୍ରକଳ୍ପ ଛଡ଼ା ଓଡ଼ିଶାର ହୀରାକୁଦଠାରେ ଅନ୍ୟ ଏକ ଆଲୁମିନିୟମ୍ କାରଖାନା ଅବସ୍ଥିତ ।

(ଙ) ସୁନାବେଡ଼ାର ମିଗ୍ ଇଞ୍ଜିନ୍ କାରଖାନା କାହା ସହଯୋଗରେ ନିର୍ମିତ ହୋଇଅଛି ?
Answer:
ସୁନାବେଡ଼ାର ମିଗ୍ ଇଞ୍ଜିନ୍ କାରଖାନା ସୋଭିଏତ୍ ରୁଷିଆର ସହଯୋଗରେ ନିର୍ମିତ ହୋଇଅଛି ।

BSE Odisha 10th Class History Solutions Chapter 19 ଶିଳ୍ପର ବିକାଶ

(ଚ) କେଉଁଠାରେ ଫେରୋ ଆଲଏଜ୍ କାରଖାନା ପ୍ରତିଷ୍ଠା କରାଯାଇଛି ?
Answer:
କଟକ ଜିଲ୍ଲାର ଚୌଦ୍ଵାରଠାରେ ଫେରୋ ଆଏଜ୍ କାରଖାନା ପ୍ରତିଷ୍ଠା କରାଯାଇଛି ।

(ଛ) ଓଡ଼ିଶାର କେଉଁ ସ୍ଥାନମାନଙ୍କରେ କାଗଜ କଳ ରହିଅଛି ?
Answer:
ଓଡ଼ିଶାର ଚୌଦ୍ଵାର, ବ୍ରଜରାଜନଗର, ରାୟଗଡ଼ା ଓ କୋରାପୁଟଠାରେ କାଗଜ କଳ ରହିଅଛି ।

(ଜ) ୨୦୦୭ରେ ଓଡ଼ିଶାର ନୂତନ ଶିଳ୍ପନୀତି କାହିଁକି ଘୋଷିତ ହୋଇଥିଲା ?
Answer:
ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବାଲାଗି ୨୦୦୭ ମସିହାରେ ଓଡ଼ିଶାର ନୂତନ ଶିଳ୍ପନୀତି ଘୋଷଣା କରାଯାଇଥିଲା ।

(ଝ) କେଉଁଠାରେ ଏକ ତୈଳ ବିଶୋଧନାଗାର ନିର୍ମାଣ କରାଯାଇଅଛି ?
Answer:
ପାରାଦ୍ଵୀପଠାରେ ଏକ ତୈଳ ବିଶୋଧନାଗାର ନିର୍ମାଣ କରାଯାଇଅଛି ।

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ସ୍ଵାଧୀନତା ପରେ ଉନ୍ନତୀକରଣ କରାଯାଇଥିବା ପୋତାଶ୍ରୟଗୁଡ଼ିକ ମଧ୍ୟରେ କେଉଁଟି ଅନ୍ତର୍ଭୁକ୍ତ ନୁହେଁ ?
(i) ଗୋପାଳଫୁର
(ii) ପାରାଦ୍ବୀପ
(iii) ଚାନ୍ଦବାଲି
(iv) ଧାମରା

(ଖ) କେବେ ପାରାଦ୍ୱୀପକୁ ରେଳପଥଦ୍ଵାରା ସଂଯୁକ୍ତ କରାଗଲା ?
(i) ୧୯୫୦
(ii) ୧୯୭୧
(iii) ୧୯୭୫
(iv) ୧୯୮୧

BSE Odisha 10th Class History Solutions Chapter 19 ଶିଳ୍ପର ବିକାଶ

(ଗ) କେଉଁଠାରେ ବକ୍‌ସାଇଟ୍‌ ସନ୍ଧାନ ମିଳିବା ପରେ ଓଡ଼ିଶାରେ ଦୁଇଟି ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠିତ ହେଲା ?
(i) ଅନୁଗୁଳ
(ii) ଦାମନଯୋଡ଼ି
(iii) ପଞ୍ଚପତିମାଳି
(iv) ଡୁବୁରୀ

(ଘ) ୧୯୭୧ରେ କେଉଁଠାରେ ଏକ ସାର କାରଖାନା ପ୍ରତିଷ୍ଠିତ ହୋଇଥିଲା ?
(i) ଛତ୍ରପୁର
(ii) ତାଳଚେର
(iii) ପାରାଦ୍ବୀପ
(iv) ଥେରୁଭାଲି

(ଙ) କେଉଁ ସଫଓୟାର କମ୍ପାନୀର ଓଡ଼ିଶାରେ ଉପସ୍ଥିତି ନାହିଁ ?
(i) ଟାଟା କନ୍‌ସଲ୍‌ଟାନ୍‌ସି ସର୍ଭିସ୍
(ii) ଆକ୍ସେସେଞ୍ଚର
(iii) ଵିପ୍ରୋ
(iv) ସତ୍ୟମ୍ ମହେନ୍ଦ୍ର

Answers:
(କ) (ii) ପାରାଦ୍ବୀପ
(ଖ) (ii) ୧୯୭୫
(ଗ) (iii) ପଞ୍ଚପତିମାଳି
(ଘ) (ii) ତାଳଚେର
(ଙ) (ii) ଆକ୍ସେଞ୍ଚର

BSE Odisha 10th Class History Solutions Chapter 20 ଭିଭିଭୂମିର ବିକାଶ

Odisha State Board BSE Odisha 10th Class History Solutions Chapter 20 ଭିଭିଭୂମିର ବିକାଶ Textbook Exercise Questions and Answers.

BSE Odisha Class 10 History Solutions Chapter 20 ଭିଭିଭୂମିର ବିକାଶ

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) କୃଷି ପାଇଁ ଓଡ଼ିଶାରେ ଥ‌ିବା ଭିତ୍ତିଭୂମିର ଏକ ଟିପ୍‌ପଣୀ ଲେଖ ।
Answer:

  • ସ୍ଵାଧୀନତୋତ୍ତର ଓଡ଼ିଶାରେ କୃଷି ପାଇଁ ଅନେକଗୁଡ଼ିଏ ଭିଭିଭୂମି ସୃଷ୍ଟି କରାଯାଇଛି । ଓଡ଼ିଶାରେ ପ୍ରବାହିତ ନଦୀଗୁଡ଼ିକରେ ବନ୍ଧ ବା ଆନିକଟ ନିର୍ମାଣ କରାଯାଇ କେନାଲ ଯୋଗେ ଜଳସେଚନର ବ୍ୟବସ୍ଥା ହୋଇଛି ।
  • ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ତାଳଦଣ୍ଡା, ମାଛଗାଁ, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ କେନାଲଦ୍ଵାରା ହଜାର ହଜାର ହେକ୍ଟର ଜମି ଜଳସେଚିତ ହେଉଛି । ଅବିଭକ୍ତ ପୁରୀ ଜିଲ୍ଲା ଆଠୋଟି କେନାଲଦ୍ଵାରା ଜଳସେଚିତ ହେଉଛି ।
  • ହୀରାକୁଦ ନଦୀବନ୍ଧ ଯୋଜନା, ରେଙ୍ଗାଲି ପ୍ରକଳ୍ପ, ହ୍ରଦଗଡ଼ ନଦୀବନ୍ଧ, ଅପରକୋଲାବ, ବାଲିମେଳା ଓ ଇନ୍ଦ୍ରାବତୀ ପ୍ରକଳ୍ପ ଓଡ଼ିଶାର ଅନେକ ଅଞ୍ଚଳରେ ଜଳସେଚନର ସୁବିଧା କରିପାରିଛି । ଏହାବ୍ୟତୀତ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଯୋଜନା କାର୍ଯ୍ୟ କରୁଛି । କେତେକ ଅଞ୍ଚଳରେ ଉଠାଜଳସେଚନର ବ୍ୟବସ୍ଥା ମଧ୍ୟ ଅଛି ।
  • କୃଷି ସମ୍ପର୍କୀୟ ଗବେଷଣା ପାଇଁ କଟକଠାରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, ସାକ୍ଷୀଗୋପାଳଠାରେ ନାରିକେଳ ଗବେଷଣା କେନ୍ଦ୍ର ଓ ଭୁବନେଶ୍ଵର ନିକଟସ୍ଥ କୌଶଲ୍ୟାଗଙ୍ଗଠାରେ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ ଏବଂ ଭୁବନେଶ୍ୱରଠାରେ ପ୍ରତିଷ୍ଠିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ନିକଟସ୍ଥ ଚିପିଲିମାଠାରେ ପ୍ରତିଷ୍ଠିତ କୃଷି ମହାବିଦ୍ୟାଳୟ କାର୍ଯ୍ୟରତ। କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧୀନରେ ଏକ ପଶୁ ମହାବିଦ୍ୟାଳୟ ମଧ୍ୟ ରହିଛି ।
  • ଏହାଛଡ଼ା କୃଷି ବିଜ୍ଞାନ କେନ୍ଦ୍ର ଓ ବିହନ ଯୋଗାଣ କେନ୍ଦ୍ର ଓଡ଼ିଶାର କୃଷକମାନଙ୍କୁ ବୈଷୟିକ ସହାୟତା ଓ ପରାମର୍ଶ ପ୍ରଦାନ କରୁଛନ୍ତି । କୃଷକମାନଙ୍କୁ ଆବଶ୍ୟକବେଳେ ଆର୍ଥିକ ସହାୟତା ପ୍ରଦାନ କରିବାପାଇଁ ସମବାୟ ସଂସ୍ଥା ଓ ବ୍ୟାଙ୍କମାନଙ୍କ ଜରିଆରେ ଋଣପ୍ରଦାନର ବ୍ୟାପକ ବ୍ୟବସ୍ଥା ହୋଇଛି ।

(ଖ) ଶିଳ୍ପ ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଓଡ଼ିଶାରେ ସେଗୁଡ଼ିକର ଉପଲବ୍‌ଧତା ସମ୍ପର୍କରେ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
Answer:

  • ରାଜ୍ୟକୁ ଶିଳୋଦ୍ୟୋଗୀମାନଙ୍କୁ ଆକର୍ଷିତ କରିବାପାଇଁ ପରିବହନର ସୁବିଧା, ଆବଶ୍ୟକୀୟ ଜମି ଉନ୍ନତ ଯୋଗାଯୋଗ ଓ ଗମନାଗମନ ବ୍ୟବସ୍ଥା, ପ୍ରଶିକ୍ଷିତ ମାନବ ଶକ୍ତି, ବିଜୁଳି ଶକ୍ତି ଯୋଗାଇ ଦେବାର ବ୍ୟବସ୍ଥା କରିବା ଦରକାର ।
  • ଏତଦ୍‌ବ୍ୟତୀତ ଉଦ୍ୟୋଗପତିମାନଙ୍କୁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି ।
  • ଓଡ଼ିଶାରେ ଶିଳ୍ପ ଉପଯୋଗୀ ଅନେକ ଜମି ରହିଛି ଏବଂ ଦୀର୍ଘ ସମୁଦ୍ରତଟ ରହିଛି ।
  • କେତେକ ସ୍ଥଳରେ ଶିଳ୍ପ ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଅଧୂଗ୍ରହଣ ସମୟରେ ବିସ୍ଥାପିତମାନଙ୍କ ସମସ୍ୟା ଦେଖାଯାଉଛି।
  • ଶିଳ୍ପ ପାଇଁ ଆବଶ୍ୟକ ଜଳ ଓଡ଼ିଶାରେ ପ୍ରବାହିତ ନଦୀଗୁଡ଼ିକରେ ଉପଲବ୍‌ଧ ହେଉଛି ।

BSE Odisha 10th Class History Solutions Chapter 20 ଭିଭିଭୂମିର ବିକାଶ

(ଗ) ଓଡ଼ିଶାର ରାସ୍ତାଘାଟ, ଗମନାଗମନ ଓ ପରିବହନ ବ୍ୟବସ୍ଥାର ଅଗ୍ରଗତି ସମ୍ପର୍କରେ ଲେଖ ।
Answer:

  • ଓଡ଼ିଶା ଦେଇ ଯାଇଥିବା ରାଜପଥର ସଂଖ୍ୟା ବର୍ତ୍ତମାନ ପନ୍ଦରରେ ପହଞ୍ଚିଛି । ଓଡ଼ିଶାରେ ଏହି ଜାତୀୟ ରାଜପଥଗୁଡ଼ିକର ଦୈର୍ଘ୍ୟ ୩୬୫୫ କି.ମି. ।
  • ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗାଁ ଗହଳରେ ଅନେକ ପକ୍‌କା ରାସ୍ତା ନିର୍ମାଣ କରାଯାଇ ପାରିଛି । ପ୍ରତି ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣରେ ଯଥେଷ୍ଟ ଅଗ୍ରଗତି ହାସଲ କରାଯାଇ ପାରିଛି ।
  • ୨୦୦୩ ଏପ୍ରିଲ୍‌ରେ ପୂର୍ବତଟ ରେଳପଥ କାର୍ଯ୍ୟକ୍ଷମ ହୋଇଛି । ଇତିମଧ୍ୟରେ ଦୈତାରୀ ବାଂଶପାଣି ରେଳରାସ୍ତା ପ୍ରକଳ୍ପଟିର କାର୍ଯ୍ୟ ସରିଛି । ଲାଞ୍ଜିଗଡ଼ ରେଳପଥ ନିର୍ମାଣକାର୍ଯ୍ୟ ଭବାନୀପାଟଣା ପର୍ଯ୍ୟନ୍ତ ଶେଷ ହୋଇଛି । ଓଡ଼ିଶାରେ ଅନ୍ୟ କେତେକ ରେଳପଥ ପ୍ରକଳ୍ପଗୁଡ଼ିକ ନିର୍ମାଣାଧୀନ ରହିଛି ।
  • ଭୁବନେଶ୍ଵରଠାରେ ଅବସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରଠାରୁ ଭାରତର ବଡ଼ ବଡ଼ ସହରକୁ ବିମାନ ସେବା ଉପଲବ୍‌ଧ ଅଛି ।
  • ବିଂଶ ଶତାବ୍ଦୀର ସପ୍ତମ ଦଶକରେ ପାରାଦ୍ବୀପ ବନ୍ଦରର ଶୁଭାରମ୍ଭ ହେଲା ପରେ ଏଠାରୁ ଲୁହାପଥର ରପ୍ତାନି କରାଯାଉଥିଲା । ପରେ ଏହାର ପଣ୍ୟ କାରବାର ମଧ୍ୟ ବଢ଼ିଥିଲା ।
  • ପାରଦ୍ଵୀପକୁ ଛାଡ଼ି ଓଡ଼ିଶା ଉପକୂଳରେ ଗୋପାଳପୁର ବନ୍ଦର (୧୯୮୭) ଏବଂ ଟାଟା କମ୍ପାନୀ ସହାୟତାରେ (ଧାମରା)ଠାରେ ଏକ ବୃହତ୍ ବନ୍ଦରର ନିର୍ମାଣ ସମ୍ଭବ ହୋଇଛି ।

(ଘ) ଓଡ଼ିଶାରେ ରେଳପଥର ବିକାଶ ସମ୍ପର୍କରେ ଟିପ୍‌ପଣୀ ଲେଖ ।
Answer:

  • ୧୮୯୭ ମସିହାରେ ଓଡ଼ିଶାରେ ପ୍ରଥମେ ରେଳଗାଡ଼ି ଚାଲିଥିଲା । ସେହିବର୍ଷ ଧାନମଣ୍ଡଳ-କୋଲାଘାଟ ଓ ଖୋର୍ଦ୍ଧାରୋଡ଼-ରାଜମହେନ୍ଦ୍ରୀ ମଧ୍ୟରେ ରେଳ ଚଳାଚଳ ଆରମ୍ଭ ହୋଇଥିଲା ।
  • ସେତେବେଳେ ଓଡ଼ିଶା ଦେଇ ଯାଇଥିବା ରେଳପଥର ଦୈର୍ଘ୍ୟ ଥିଲା ୩୫୮ କି.ମି. । ସ୍ଵାଧୀନତା ପ୍ରାପ୍ତିବେଳକୁ ଓଡ଼ିଶାରେ ରେଳପଥର ଦୈର୍ଘ୍ୟ ଥିଲା ମାତ୍ର ୯୧୪ କି.ମି. ।
  • ୧୯୯୬ ମସିହା ଅଗଷ୍ଟ ୮ ତାରିଖରେ ପୂର୍ବତଟ ରେଳପଥର ଶୁଭ ଦେଇଥିଲେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା । ୨୦୦୩ ଏପ୍ରିଲ୍‌ରେ ଭୁବନେଶ୍ଵରରେ ମୁଖ୍ୟ କାର୍ଯ୍ୟାଳୟ ସହିତ ଏହା କାର୍ଯ୍ୟକ୍ଷମ ହୋଇଥିଲା ।
  • ଇତିମଧ୍ଯରେ ଦୈତାରୀ-ବାଂଶପାଣି ରେଳରାସ୍ତା ପ୍ରକଳ୍ପଟିର କାର୍ଯ୍ୟ ସରିଛି ଓ ଲାଞ୍ଜିଗଡ଼ ରେଳପଥ ଭବାନୀପାଟଣା ପର୍ଯ୍ୟନ୍ତ ଶେଷ ହୋଇଛି ।

(ଙ) ଓଡ଼ିଶାର ବିମାନସେବା ଓ ପୋତାଶ୍ରୟ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ଲେଖ ।
Answer:

  • ଭୁବନେଶ୍ୱରଠାରେ ଅବସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରୁ ଭାରତର ବଡ଼ ବଡ଼ ସହରକୁ ବିମାନ ସେବା ଉପଲବ୍‌ଧ ହେଉଛି । ଆମଦାନୀ ଓ ରପ୍ତାନିର ସୁବିଧା ପାଇଁ ଭୁବନେଶ୍ୱର ବିମାନ ବନ୍ଦରକୁ ଏକ ‘କଷ୍ଟମ୍‌ସ ବିମାନ ବନ୍ଦର’ ଭାବେ ଘୋଷଣା କରାଯାଇଛି ।
  • ୧୯୯୫ ମସିହା ଅଗଷ୍ଟ ମାସରୁ ଏଠାରେ ଏକ ଏୟାର କାର୍ଗୋ କମ୍ପ୍ଲେକ୍ସ କାର୍ଯ୍ୟ କରୁଅଛି । ଖୁବ୍‌ଶୀଘ୍ର ଭୁବନେଶ୍ୱର ଏକ ଆନ୍ତର୍ଜାତିକ ବିମାନ ବନ୍ଦର ହେବାକୁ ଯାଉଛି ।
  • ଭୁବନେଶ୍ଵର ବିମାନ ବନ୍ଦର ବ୍ୟତୀତ ଓଡ଼ିଶାରେ ୧୩ଟି ବିମାନ ଅବତରଣ କେନ୍ଦ୍ର ଓ ୧୬ଟି ହେଲିପ୍ୟାଡ୍ ଅଛି ।
  • ବିଂଶ ଶତାବ୍ଦୀର ସପ୍ତମ ଦଶକରେ ପାରାଦ୍ବୀପ ବନ୍ଦରର ଶୁଭାରମ୍ଭ ହୋଇଥିଲା । ଏହା ଏକ ଗଭୀର ପୋତାଶ୍ରୟ ହୋଇଥିବାରୁ ଏହା ମଧ୍ୟକୁ ବଡ଼ ବଡ଼ ଜାହାଜ ସହଜରେ ଆସିପାରେ ଓ ଯାଇପାରେ ।
  • ୧୯୮୭ ମସିହାରେ ଓଡ଼ିଶା ଉପକୂଳରେ ଗୋପାଳପୁର ବନ୍ଦର ଓ ନିକଟ ଅତୀତରେ ଟାଟା କମ୍ପାନୀ ସହାୟତାରେ ଧାମରାଠାରେ ଏକ ବୃହତ୍ ବନ୍ଦର ନିର୍ମାଣ କରାଯାଇଛି ।

BSE Odisha 10th Class History Solutions Chapter 20 ଭିଭିଭୂମିର ବିକାଶ

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ଭିତ୍ତିଭୂମି କହିଲେ କ’ଣ ବୁଝ ?
Answer:

  • ଭିତ୍ତିଭୂମି ଏକ ମୌଳିକ ଢାଞ୍ଚାଗତ ମୂଳଦୁଆ । ସାମାଜିକ ଓ ଅର୍ଥନୈତିକ ବିକାଶ ଏହା ଉପରେ ନିର୍ଭର କରେ ।
  • ଏହି ମୂଳଦୁଆ ଦୃଢ଼ ହେଲେ ଗୋଟିଏ ଦେଶ ବା ଜାତିର ସାମାଜିକ ସୌଷ୍ଠବ ଓ ଅର୍ଥନୈତିକ ସମୃଦ୍ଧି ସମ୍ଭବ ହୁଏ ।

(ଖ) ୧୯୩୬ ମସିହାଠାରୁ ୧୯୪୭ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ଭିତ୍ତିଭୂମିର ବିକାଶ ପାଇଁ କାହିଁକି ବିଶେଷ କିଛି କରାଯାଇ ପାରିଲା ନାହିଁ ?
Answer:

  • ପ୍ରଥମତଃ ୧୯୩୬ ମସିହାରୁ ୧୯୪୭ ମସିହା ପର୍ଯ୍ୟନ୍ତ ଓଡ଼ିଶା ଥିଲା ପରାଧୀନ ଭାରତର ଏକ ପ୍ରଦେଶ ।
  • ଦ୍ଵିତୀୟ କାରଣଟି ହେଲା – ୧୯୪୬ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ରାଜନୈତିକ ଅସ୍ଥିରତା ଯୋଗୁଁ ବିକାଶ କାର୍ଯ୍ୟ ଏକ ପ୍ରକାର ବନ୍ଦ ହୋଇଯାଇଥିଲା ।
  • ତୃତୀୟତଃ ୧୯୩୯ରୁ ୧୯୪୫ ପର୍ଯ୍ୟନ୍ତ ଚାଲିଥିବା ୨ୟ ବିଶ୍ଵଯୁଦ୍ଧ ଓ ୧୯୪୨ର ଭାରତଛାଡ଼ ଆନ୍ଦୋଳନ ଭିଭିଭୂମି ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସାଜିଥିଲା ।

(ଗ) କୃଷି ପାଇଁ ଆବଶ୍ୟକ ଭିତ୍ତିଭୂମି କ’ଣ ?
Answer:

  • କୃଷି ପାଇଁ ଅନେକ ଭିତ୍ତିଭୂମିର ଆବଶ୍ୟକତା ରହିଛି; ଯଥା – ଜଳସେଚନ, କୃଷି ବିଜ୍ଞାନ ଓ କୃଷିକ୍ଷେତ୍ରରେ ଆଧୁନିକ ଜ୍ଞାନର ପ୍ରୟୋଗ ।
  • ଏତଦ୍‌ବ୍ୟତୀତ ଉନ୍ନତ ସାର ଓ ବିହନ ଯୋଗାଣ, ରୋଗପୋକ ନିୟନ୍ତ୍ରଣ ଓ ଆବଶ୍ୟକବେଳେ କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ଇତ୍ୟାଦି ।

BSE Odisha 10th Class History Solutions Chapter 20 ଭିଭିଭୂମିର ବିକାଶ

(ଘ) ଓଡ଼ିଶାରେ କୃଷି ପାଇଁ କାହିଁକି ଜଳସେଚନର ଆବଶ୍ୟକତା ରହିଛି ?
Answer:

  • ପ୍ରାକୃତିକ ବୃଷ୍ଟିପାତର କୌଣସି ସ୍ଥିରତା ରହୁନଥିବାରୁ ଓଡ଼ିଶାର ଚାଷୀ ବୃଷ୍ଟିଜଳ ଉପରେ ଭରସା କରିପାରେ ନାହିଁ ।
  • ତେଣୁ ଓଡ଼ିଶାରେ କୃଷି ପାଇଁ ସ୍ଥାୟୀ ଜଳସେଚନର ଆବଶ୍ୟକତା ଥାଏ |

(ଙ) କୃଷି ସମ୍ପର୍କୀୟ ଶିକ୍ଷା ଗବେଷଣା ପାଇଁ ଓଡ଼ିଶାରେ କେଉଁ କେନ୍ଦ୍ରୀୟ ଗବେଷଣା କେନ୍ଦ୍ର ଅଛି ?
Answer:

  • କୃଷି ସମ୍ପର୍କୀୟ ଶିକ୍ଷା ଗବେଷଣା ପାଇଁ ଓଡ଼ିଶାରେ କେତୋଟି କେନ୍ଦ୍ରୀୟ ଗବେଷଣା କେନ୍ଦ୍ର କାର୍ଯ୍ୟ କରୁଅଛି । ସେଥୁମଧ୍ୟରୁ କଟକର କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଅନ୍ୟତମ ।
  • ଏତଦ୍‌ବ୍ୟତୀତ ସାକ୍ଷୀଗୋପାଳଠାରେ ନାରିକେଳ ଗବେଷଣା କେନ୍ଦ୍ର ଓ ଭୁବନେଶ୍ଵର ନିକଟସ୍ଥ କୌଶଲ୍ୟାଗଙ୍ଗଠାରେ କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ ରହିଛି ।

(ଚ) ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ କି ପ୍ରକାର ପ୍ରାକୃତିକ ଅନୁକୂଳ ଭିତ୍ତିଭୂମି ରହିଛି ?
Answer:

  • ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ଶିଳ୍ପ ଉପଯୋଗୀ ଅନେକ ଜମି ରହିଛି ଏବଂ ଏହାର ଏକ ସୁଦୀର୍ଘ ସମୁଦ୍ରତଟ ରହିଛି ।
  • ଏହାଛଡ଼ା ଶିଳ୍ପ ପାଇଁ ଆବଶ୍ୟକ ଜଳ ଓଡ଼ିଶାରେ ପ୍ରବାହିତ ନଦୀମାନଙ୍କରେ ଉପଲବ୍‌ଧ ହେଉଛି ।

(ଛ) ଜାତୀୟ ରାଜପଥ ନମ୍ବର ୫ ଓଡ଼ିଶାର କେଉଁ ସ୍ଥାନରୁ କେଉଁ ସ୍ଥାନକୁ ସଂଯୋଗ କରୁଛି ?
Answer:
ଜାତୀୟ ରାଜପଥ ୫ ନମ୍ବର ଓଡ଼ିଶାର ମୟୂରଭଞ୍ଜର ଝାଡ଼ପୋଖରିଆଠାରୁ ଆନ୍ଧ୍ର ସୀମା ନିକଟସ୍ଥ ଗୋଳନ୍ତରାକୁ ସଂଯୋଗ କରୁଛି ।

(ଜ) କିଏ ଏବଂ କେବେ ପୂର୍ବତଟ ରେଳପଥର ଶୁଭ ଦେଇଥିଲେ ?
Answer:

  • ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା ପୂର୍ବତଟ ରେଳପଥର ଶୁଭ ଦେଇଥିଲେ ।
  • ୧୯୯୬ ମସିହା ଅଗଷ୍ଟ ୮ ତାରିଖରେ ସେ ଏହି ରେଳପଥର ଶୁଭ ଦେଇଥିଲେ ।

(ଖ) ପାରାଦ୍ଵୀପ ବନ୍ଦରକୁ ଛାଡ଼ି ଓଡ଼ିଶାର ଅନ୍ୟ କେଉଁ ସ୍ଥାନଗୁଡ଼ିକରେ ବନ୍ଦର ନିର୍ମିତ ହୋଇଛି ?
Answer:
ପାରାଦ୍ଵୀପ ବନ୍ଦରକୁ ଛାଡ଼ି ଓଡ଼ିଶା ଉପକୂଳରେ ଗୋପାଳପୁର ଓ ଧାମରାଠାରେ ବନ୍ଦର ନିର୍ମିତ ହୋଇଛି ।

ଞ) ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟ କେବେଠାରୁ ଆରମ୍ଭ ହୋଇ କାର୍ଯ୍ୟକ୍ଷମ ହେଲା
Answer:

  • ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପର କାର୍ଯ୍ୟ ୧୯୪୮ ମସିହାରେ ଆରମ୍ଭ ହୋଇଥିଲା ।
  • ଏହା ୧୯୫୭ ମସିହାରେ କାର୍ଯ୍ୟକ୍ଷମ ହେଲା ।

BSE Odisha 10th Class History Solutions Chapter 20 ଭିଭିଭୂମିର ବିକାଶ

୩. ନିମ୍ନଲିଖୂତ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ଓଡ଼ିଶାରେ କିପରି ଜଳସେଚନର ବ୍ୟବସ୍ଥା ହୋଇଛି ?
Answer:
ଓଡ଼ିଶାରେ ପ୍ରବାହିତ ନଦୀଗୁଡ଼ିକରେ ବନ୍ଧ ବା ଆନିକଟ ନିର୍ମାଣ କରାଯାଇ କେନାଲଯୋଗେ ଜଳସେଚନର ବ୍ୟବସ୍ଥା। ହୋଇଛି ।

(ଖ) ଅବିଭକ୍ତ ପୁରୀ ଜିଲ୍ଲା କେତୋଟି କେନାଲଦ୍ବାରା ଜଳସେଚିତ ହେଉଛି ?
Answer:
ଅବିଭକ୍ତ ପୁରୀ ଜିଲ୍ଲା ଆଠୋଟି କେନାଲଦ୍ଵାରା ଜଳସେଚିତ ହେଉଛି ।

(ଗ) କେଉଁ ରାଜପଥ ଭୁବନେଶ୍ଵରଠାରୁ ପୁରୀ, କାଳୀଜାଇ ଦେଇ କୋଣାର୍କ ପର୍ଯ୍ୟନ୍ତ ଯାଇଛି ?
Answer:
ଜାତୀୟ ରାଜପଥ ନଂ ୨୦୩ ଭୁବନେଶ୍ଵରଠାରୁ ପୁରୀ, କାଳୀଜାଇ ଦେଇ କୋଣାର୍କ ପର୍ଯ୍ୟନ୍ତ ଯାଇଛି ।

(ଘ) ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କ’ଣ ?
Answer:
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗାଁଗହଳରେ ଅନେକ ପକ୍‌କା ରାସ୍ତା ନିର୍ମାଣ କରାଯାଇ ପାରିଛି ।

(ଙ) କେବେ ଓଡ଼ିଶାରେ ପ୍ରଥମ ରେଳଗାଡ଼ି ଚାଲିଥିଲା ?
Answer:
ଓଡ଼ିଶାରେ ପ୍ରଥମେ ୧୮୯୭ ମସିହାରେ ରେଳଗାଡ଼ି ଚାଲିଥିଲା ।

(ଚ) ପୂର୍ବତଟ ରେଳପଥ କେବେ କାର୍ଯ୍ୟ ଆରମ୍ଭ କଲା ?
Answer:
୨୦୦୩ ମସିହା ଏପ୍ରିଲ୍ ମାସରେ ପୂର୍ବତଟ ରେଳପଥ କାର୍ଯ୍ୟ ଆରମ୍ଭ କରିଥିଲା ।

(ଛ) ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ କେଉଁଠି ?
Answer:
ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ଵରଠାରେ ଅବସ୍ଥିତ ।

(ଜ) ଓଡ଼ିଶା ବୈଦ୍ୟୁତିକ ସଂସ୍କାର ଆଇନ ୧୯୯୫ କେବେଠାରୁ କାର୍ଯ୍ୟକାରୀ ହେଲା ?
Answer:
୧୯୯୬ ମସିହା ଏପ୍ରିଲ୍ ୧ ତାରିଖରେ ଓଡ଼ିଶା ବୈଦ୍ୟୁତିକ ସଂସ୍କାର ଆଇନ ୧୯୯୫ କାର୍ଯ୍ୟକାରୀ ହେଲା ।

BSE Odisha 10th Class History Solutions Chapter 20 ଭିଭିଭୂମିର ବିକାଶ

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ।

(କ) କେବେଠାରୁ ଓଡ଼ିଶାରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଆରମ୍ଭ ହେଲା ?
(i) ୧୯୩୬
(ii) ୧୯୪୫
(iii) ୧୯୪୬
(iv) ୧୯୪୭

(ଖ) କେତେ ନମ୍ବର ଜାତୀୟ ରାଜପଥ ସମ୍ବଲପୁରଠାରୁ ଚୌଦ୍ଵାର ନିକଟସ୍ଥ ମଙ୍ଗୁଳି ଛକରେ ପାଞ୍ଚ ନମ୍ବର ଜାତୀୟ ରାଜପଥରେ ମିଶିଛି ?
(i) ଜାତୀୟ ରାଜପଥ-୫ (କ)
(iii) ଜାତୀୟ ରାଜପଥ-୪୨
(ii) ଜାତୀୟ ରାଜପଥ – ୬
(iv) ଜାତୀୟ ରାଜପଥ-୪୩

(ଗ) କେଉଁଠାରେ ତାପଜ ବିଦ୍ୟୁତ୍ କେନ୍ଦ୍ର ସ୍ଥାପିତ ହୋଇଛି ?
(i) ରେଇଲୋ
(ii) ଇବ୍
(iii) ଅପର କୋଲାବ୍‌
(iv) ମାଛକୁଣ୍ଡ

(ଘ) ରାଜୀବ ଗାନ୍ଧି ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନା କେବେଠାରୁ କାର୍ଯ୍ୟ କରୁଛି ?
(i) ୧୯୯୫
(ii) ୧୯୯୬
(iii) ୨୦୦୬
(iv) ୨୦୦୭

(ଙ) ବିଜୁ ଗ୍ରାମ ଜ୍ୟୋତି ଯୋଜନା କେବେ ପ୍ରବର୍ତ୍ତିତ ହେଲା ?
(i) ୧୯୮୭
(ii) ୧୯୯୬
(iii) ୨୦୦୬
(iv) ୨୦୦୭

BSE Odisha 10th Class History Solutions Chapter 20 ଭିଭିଭୂମିର ବିକାଶ

Answers:
(କ) (iii) ୧୯୪୬
(ଖ) (iii) ଜାତୀୟ ରାଜପଥ-୪୨
(ଗ) (ii) ଇବ୍
(ଘ) (iii) ୨୦୦୬
(ଙ) (iv) ୨୦୦୭

୫। – ପାଠରେ ଦିଆଯାଇଥ‌ିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

BSE Odisha 10th Class History Solutions Chapter 7 ଓଡ଼ିଆ ଜାତୀୟତାର ବିକାଶ

Odisha State Board BSE Odisha 10th Class History Solutions Chapter 7 ଓଡ଼ିଆ ଜାତୀୟତାର ବିକାଶ Textbook Exercise Questions and Answers.

BSE Odisha Class 10 History Solutions Chapter 7 ଓଡ଼ିଆ ଜାତୀୟତାର ବିକାଶ

୧। ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦରେ ଲେଖ ।

(କ) ଊନବିଂଶ ଶତାବ୍ଦୀରେ ଓଡ଼ିଶାରେ ଉଚ୍ଚ ଶିକ୍ଷାର ବିକାଶ ଓ ତାହାର ଫଳାଫଳ ଆଲୋଚନା କର ।
Answer:

  • ଊନବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ଇଂରେଜ ସରକାରଙ୍କ ମନୋଭାବ ପରିବର୍ତ୍ତନ ହେବା ଫଳରେ ଓଡ଼ିଶାରେ ଇଂରାଜୀ ଶିକ୍ଷାର ପ୍ରସାର ଘଟିଲା । ୧୮୨୩ରେ ଖ୍ରୀଷ୍ଟିୟାନ୍ ମିଶନାରୀମାନଙ୍କଦ୍ୱାରା ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ହେଲା ଓ ୧୮୪୧ରେ ସରକାର ଏହାର ପରିଚାଳନା ଭାର ହାତକୁ ନେଲେ ।
  • ୧୮୫୪ ମସିହାରେ ଚାର୍ଲସ୍ ଉଡ଼ଙ୍କ ପାଠ୍ୟକ୍ରମ ସଂସ୍କାର ନିୟମ ପ୍ରଣୟନ ଓ ୧୮୫୭ ମସିହାରେ କୋଲ୍‌କତା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଓଡ଼ିଶାରେ ଶିକ୍ଷାର ପ୍ରସାର ଦିଗରେ ସହାୟକ ହେଲା ।
  • ୧୮୫୮ ମସିହାରେ ଓଡ଼ିଶାରେ ପୁରୀ, କଟକ ଓ ବାଲେଶ୍ଵର ଜିଲ୍ଲାରେ ଗୋଟିଏ ଲେଖାଏଁ ଜିଲ୍ଲା ସ୍କୁଲ ସମେତ ସରକାରୀ ଓ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ ଏହିପରି ମୋଟ ୩୩ଟି ବିଦ୍ୟାଳୟ ସ୍ଥାପିତ ହେଲା ।
  • ୧୮୬୭ ମସିହାରେ କଟକ ଜିଲ୍ଲା ସ୍କୁଲକୁ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ଭାବେ ଉନ୍ନୀତ କରାଯାଇ ପରେ ସେଥ‌ିରେ ସ୍ନାତକ ଖୋଲାଯାଇଥିଲା ଓ ଏହି ମହାବିଦ୍ୟାଳୟଟି ତତ୍କାଳୀନ କମିଶନର ଟି.ଇ. ରେଭେନ୍ସାଙ୍କ ନାମରେ ନାମିତ ହେଲା ।
  • ଫଳରେ ରେଭେନ୍ସା କଲେଜରେ ବହୁ ଓଡ଼ିଆ ଯୁବକ ଉଚ୍ଚତର ଶିକ୍ଷାଲାଭ କଲେ, ଯେଉଁମାନେ କି ଓଡ଼ିଆ ଜାତୀୟତାକୁ ଜାଗ୍ରତ କରି ଓଡ଼ିଆ ଭାଷା, ସଂସ୍କୃତି ଓ ଓଡ଼ିଆମାନଙ୍କ ଏକତ୍ରୀକରଣ ପାଇଁ ସ୍ଵର ଉତ୍ତୋଳନ କଲେ ।

BSE Odisha 10th Class History Solutions Chapter 7 ଓଡ଼ିଆ ଜାତୀୟତାର ବିକାଶ

(ଖ) ଓଡ଼ିଶାରେ ସମ୍ବାଦପତ୍ରର କିପରି ବିକାଶ ହୋଇଥିଲା ?
Answer:

  • ଓଡ଼ିଶାରେ ଛାପାଖାନା ପ୍ରତିଷ୍ଠା ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ନିମନ୍ତେ ସହାୟକ ହୋଇଥିଲା ।
  • ୧୮୩୭ ମସିହାରେ ଓଡ଼ିଶାରେ ପ୍ରଥମ ମୁଦ୍ରଣଯନ୍ତ୍ର କଟକ ମିଶନ ପ୍ରେସ୍ ନାମରେ ପ୍ରତିଷ୍ଠିତ ହେଲା । ତେଣୁ ସାହିତ୍ୟ ଓ ସମ୍ବାଦପତ୍ର ପ୍ରକାଶନ ସହଜ ହେଲା ।
  • ୧୮୬୬ ମସିହାରେ କଟକରେ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ‘ଉତ୍କଳ ଦୀପିକା’, ୧୮୬୮ ମସିହାରେ ବାଲେଶ୍ଵରରେ ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ‘ସମ୍ବାଦବାହିକା’ ଓ ‘ବୋଧଦାୟିନୀ’, ୧୮୮୯ ମସିହାରେ ନୀଳମଣି ବିଦ୍ୟାରତ୍ନଙ୍କଦ୍ୱାରା ବାମଣ୍ଡାରୁ ‘ସମ୍ବଲପୁର ହିତୈଷିଣୀ’ ଆଦି ସମ୍ବାଦପତ୍ର ପ୍ରକାଶ ପାଇବା ଫଳରେ ଓଡ଼ିଶାରେ ସମ୍ବାଦପତ୍ରର ବିକାଶ ହୋଇଥିଲା ।
  • ଏଗୁଡ଼ିକ ବ୍ୟତୀତ ଅନ୍ୟାନ୍ୟ ଅନେକ ପତ୍ରିକା ବିଭିନ୍ନ ସ୍ଥାନରେ ପ୍ରକାଶିତ ହୋଇଥିଲା ।
  • ଫଳରେ ଓଡ଼ିଶାରେ ସମ୍ବାଦପତ୍ରର ବିକାଶ ହୋଇଥିଲା ଓ ଜନମତ ଜାଗ୍ରତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।

(ଗ) ଓଡ଼ିଆ-ବଙ୍ଗଳା ଭାଷା ବିବାଦ କିପରି ଓଡ଼ିଶାରେ ଜାତୀୟ ଚେତନା ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା ?
Answer:

  1. ଓଡ଼ିଆ-ବଙ୍ଗଳା ଭାଷା ବିବାଦ ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟତା ଭାବ ସୃଷ୍ଟି କରିଥିଲା । ଓଡ଼ିଆ ଭାଷାଆନ୍ଦୋଳନକୁ ଓଡ଼ିଶାରେ ଜାତୀୟତାବାଦର ଜନନୀ ବୋଲି କୁହାଯାଏ ।
  2. ଇଂରେଜମାନେ ଓଡ଼ିଶାକୁ ବଙ୍ଗଳାର ଏକ ଅଂଶ ରୂପେ ବିବେଚନା କରି ବଙ୍ଗୀୟମାନଙ୍କୁ ରାଜକର୍ମଚାରୀ ଭାବେ ଓଡ଼ିଶାରେ ଅବସ୍ଥାପିତ କରିଥିଲେ ଓ ଏହି ବଙ୍ଗୀୟମାନେ ଓଡ଼ିଶାରେ ବଙ୍ଗଳା ଭାଷା ପ୍ରଚାରରେ ମଗ୍ନ ରହିଲେ । .
  3. ୧୮୪୯ ମସିହାରେ କଟକର କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷାରୂପେ ସ୍ବୀକୃତି ପ୍ରଦାନ କରିଥିଲେ; ଫଳରେ ଭାଷା ବିବାଦ ମୁଣ୍ଡ ଟେକିଲା ।
  4. ପୁନଶ୍ଚ ଓଡ଼ିଶାରେ ଛାପାଖାନାର ଅଭାବ ଏବଂ ଓଡ଼ିଆ ବୁଦ୍ଧିଜୀବୀଙ୍କ ସଂଖ୍ୟା କମ୍ ହେତୁ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକର ସଂଖ୍ୟା ବହୁତ କମ୍ ଥିଲା । ଏହାର ସୁଯୋଗ ନେଇ କେତେକ ପ୍ରଭାବଶାଳୀ ବଙ୍ଗୀୟ ବ୍ୟକ୍ତି ଓଡ଼ିଶାର ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗଳା ଭାଷାର ପ୍ରଚଳନ ପାଇଁ ଉଦ୍ୟମ କରିଥିଲେ ।
  5. ତେଣୁ ନିଜ ଭାଷାକୁ ରକ୍ଷା କରିବାକୁ ନେଇ ଆରମ୍ଭ ହୋଇଥିବା ସଂଘର୍ଷ ଏବଂ ଓଡ଼ିଶାର କେତେକ ବଙ୍ଗଭାଷୀ ବ୍ୟକ୍ତିଙ୍କର ଓଡ଼ିଆ ଭାଷା ପ୍ରତି ସମର୍ଥନ ଓଡ଼ିଆମାନଙ୍କ ମନରେ ଏକ ନୂତନ ଜାତୀୟ ଚେତନା ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା ।

BSE Odisha 10th Class History Solutions Chapter 7 ଓଡ଼ିଆ ଜାତୀୟତାର ବିକାଶ

(ଘ) ଊନବିଂଶ ଶତାବ୍ଦୀରେ ଗଠିତ ହୋଇଥିବା କେଉଁ ଅନୁଷ୍ଠାନଗୁଡ଼ିକ ଜାତୀୟ ଜାଗରଣକୁ ବଳବତ୍ତର କରିଥିଲା ?
Answer:

  • ଓଡ଼ିଆ ଜାତୀୟ ଜାଗରଣର ସୃଷ୍ଟି ନିମନ୍ତେ ଊନବିଂଶ ଶତାବ୍ଦୀରେ ଗଠିତ ଅନେକ ଅନୁଷ୍ଠାନର ଉଲ୍ଲେଖନୀୟଅବଦାନ ରହିଥିଲା ।
  • ୧୮୮୨ ମସିହାରେ ରାଧାନାଥ ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ ଓ ଗୌରୀଶଙ୍କର ରାୟ ପ୍ରମୁଖ ଓଡ଼ିଆ ଭାଷା ଓ ସଂସ୍କୃତିର ଉନ୍ନତି ନିମନ୍ତେ କଟକରେ ‘ଉତ୍କଳ ସଭା’ ନାମକ ଏକ ଅନୁଷ୍ଠାନ ଗଠନ କରିଥିଲେ ।
  • ଏହି ‘ଉତ୍କଳ ସଭା’ ଜାତୀୟତାବାଦ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।
  • ଏହାବ୍ୟତୀତ ବାଲେଶ୍ବରରେ ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’, କଟକରେ ‘ଉତ୍କଳ ଭାଷା ଉଦ୍ଦୀପନୀ ସଭା’ ଓ ‘ଉତ୍କଳ ଉଲ୍ଲାସିନୀ ସଭା’ ଆଦି ଅନୁଷ୍ଠାନଗୁଡ଼ିକ ଜାତୀୟ ଜାଗରଣ ସୃଷ୍ଟିରେ ସହାୟକ ହୋଇଥିଲା ।
  • ସେହିପରି ବ୍ରହ୍ମପୁର (ଗଞ୍ଜାମ)ରେ ‘ଉତ୍କଳ ହିତବାଦିନୀ ସଭା’ ନାମକ ଅନୁଷ୍ଠାନ ଓଡ଼ିଆ ଜାତୀୟ ଜାଗରଣକୁ ବଳବତ୍ତର କରିଥିଲା ।

(ଙ) ଧର୍ମକ୍ଷେତ୍ରରେ ଓଡ଼ିଶାରେ ଦେଖାଦେଇଥିବା ‘ନବଜାଗରଣ’ କ’ଣ ଏବଂ ଓଡ଼ିଆ ଜାତୀୟତା ବିକାଶ ଦିଗରେ ଏହା କିପରି ସହାୟକ ହୋଇଥିଲା ?
Answer:

  • ଊନବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ଓଡ଼ିଶାର ଧର୍ମକ୍ଷେତ୍ରରେ ନବ ଚେତନାର ପ୍ରଭାବ ପରିଲକ୍ଷିତ ହୋଇଥିଲା ।
  • ଖ୍ରୀଷ୍ଟଧର୍ମ ଓ ବ୍ରାହ୍ମଧର୍ମ ବିରୋଧରେ ଏକ ସଂସ୍କାରଧର୍ମୀ ଧର୍ମର ଆବଶ୍ୟକତା ଅନୁଭୂତ ହୋଇଥିଲା ।
  • ଏହି ଆବଶ୍ୟକତାକୁ ପୂରଣ କରିବାରେ ସଫଳ ହୋଇଥିଲା ଓଡ଼ିଶା ମାଟିରୁ ସମ୍ଭୂତ ‘ସତ୍ୟ ମହିମା ଧର୍ମ’ । ଏହି ଧର୍ମର ପ୍ରଧାନ ପ୍ରବର୍ତ୍ତକ ଥିଲେ ମହିମା ଗୋସ୍ଵାମୀ ।
  • ଏହି ଧର୍ମ ଓଡ଼ିଶାର ଜନଜୀବନ ଓ ଓଡ଼ିଆ ସାହିତ୍ୟକୁ ବହୁଳ ଭାବରେ ପ୍ରଭାବିତ କରିଥିଲା । ଭୀମଭୋଇ ଥିଲେ ଏହି ଧର୍ମର ଜଣେ ମୁଖ୍ୟ ପ୍ରଚାରକ । ତାଙ୍କଦ୍ୱାରା ରଚିତ କବିତାଗୁଡ଼ିକ ଓଡ଼ିଆମାନଙ୍କ ମନରେ ନିଃସ୍ୱାର୍ଥ ସେବା, ଜାତିପ୍ରୀତି ଓ ଆତ୍ମବଳି ଭାବନା ସୃଷ୍ଟି କରିଥିଲା ।
  • ମହିମା ଧର୍ମ ଓଡ଼ିଆ ଲୋକମାନଙ୍କ ମଧ୍ୟରେ ଏକ ଅପୂର୍ବ ଏକତା ଆଣିଦେଲା; ଫଳରେ ସେମାନଙ୍କର ଜାତୀୟ ଚେତନାର ବିକାଶ ଘଟିଥିଲା ।

BSE Odisha 10th Class History Solutions Chapter 7 ଓଡ଼ିଆ ଜାତୀୟତାର ବିକାଶ

୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) କେବେ ଓଡ଼ିଶା ତା’ର ସ୍ଵାଧୀନତା ହରାଇଥିଲା ଏବଂ କେବେ ଇଂରେଜମାନେ ଓଡ଼ିଶା ଅଧିକାର କଲେ ?
Answer:

  1. ୧୫୬୮ ମସିହାରେ ଓଡ଼ିଶା ତା’ର ସ୍ଵାଧୀନତା ହରାଇଥିଲା ।
  2. ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ ।

(ଖ) ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ କ’ଣ ସହାୟକ ହୋଇଥିଲା ?
Answer:
ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାରେ ଇଂରାଜୀ ଶିକ୍ଷାର ପ୍ରସାର, ୧୮୫୪ ମସିହାରେ ଚାର୍ଲସ୍ ଉଙ୍କ ପାଠ୍ୟକ୍ରମ ସଂସ୍କାର ଆଇନ ପ୍ରଣୟନ, ଏବଂ ୧୮୫୭ ମସିହାରେ କୋଲକତା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଓଡ଼ିଶାରେ ଶିକ୍ଷାର ପ୍ରସାରରେ ସହାୟକ ହୋଇଥିଲା ।

(ଗ) ଓଡ଼ିଶାରେ ଶିକ୍ଷିତ ଯୁବଗୋଷ୍ଠୀର ସଂକଳ୍ପ କ’ଣ ଥିଲା ?
Answer:

  • ଓଡ଼ିଶାରେ ଶିକ୍ଷିତ ଯୁବଗୋଷ୍ଠୀର ସଂକଳ୍ପ ଥିଲା ଅନ୍ୟାୟ ଅନୀତି ବିରୋଧରେ ସ୍ବର ଉତ୍ତୋଳନ କରିବା ସଙ୍ଗେ
  • ଓଡ଼ିଶାର ନୂତନ ବୁଦ୍ଧିଜୀବୀମାନେ ଓଡ଼ିଆ ଭାଷା ଓ ସଂସ୍କୃତି ତଥା ଓଡ଼ିଆମାନଙ୍କର ଏକତ୍ରୀକରଣ ପାଇଁ ଉଦ୍ୟମ କରିବା ନିମନ୍ତେ ସଂକଳ୍ପ ନେଇଥିଲେ ।

BSE Odisha 10th Class History Solutions Chapter 7 ଓଡ଼ିଆ ଜାତୀୟତାର ବିକାଶ

(ଘ) କେବେ ଓଡ଼ିଶାରେ ପ୍ରଥମ ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା କରାଯାଇଥିଲା ଏବଂ ଏହାର ନାମ କ’ଣ ଥିଲା ?
Answer:

  • ୧୮୩୭ ମସିହାରେ ଓଡ଼ିଶାରେ ପ୍ରଥମ ମୁଦ୍ରଣ ଯନ୍ତ୍ର କଟକଠାରେ ପ୍ରତିଷ୍ଠା କରାଯାଇଥିଲା ।
  • ଏହାର ନାମ ଥିଲା କଟକ ମିଶନ୍ ପ୍ରେସ୍ ।

(ଙ) ‘ଉତ୍କଳ ଦୀପିକା’ର ସମ୍ପାଦକଙ୍କର ନାମ କ’ଣ ଥିଲା ଏବଂ ଏହା କେଉଁଠାରୁ ପ୍ରକାଶ ପାଉଥିଲା ?
Answer:

  1. ‘ଉତ୍କଳ ଦୀପିକା’ର ସମ୍ପାଦକଙ୍କର ନାମ ଥିଲା ଗୌରୀଶଙ୍କର ରାୟ ।
  2. ଏହା କଟକରୁ ପ୍ରକାଶ ପାଉଥିଲା ।

(ଚ) ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ପ୍ରକାଶିତ ସମ୍ବାଦପତ୍ରଗୁଡ଼ିକର ନାମ କ’ଣ ?
Answer:

  • ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ବାଲେଶ୍ଵରରୁ ଦୁଇଟି ପତ୍ରିକା ପ୍ରକାଶ ପାଉଥିଲା ।
  • ସେଗୁଡ଼ିକ ହେଲା – ‘ସମ୍ବାଦବାହିକା’ ଏବଂ ‘ବୋଧଦାୟିନୀ’ ।

(ଛ) ଊନବିଂଶ ଶତାବ୍ଦୀରେ ଓଡ଼ିଶାରେ ପାଠ୍ୟପୁସ୍ତକର ସଂଖ୍ୟା ବହୁତ କମ୍ ଥ‌ିବାର କାରଣ କ’ଣ ଥିଲା ?
Answer:

  • ପ୍ରଥମତଃ ଊନବିଂଶ ଶତାବ୍ଦୀରେ ଓଡ଼ିଶାରେ ଛାପାଖାନାର ଅଭାବ ଥିଲା ।
  • ଦ୍ବିତୀୟତଃ ଓଡ଼ିଶାରେ ବୁଦ୍ଧିଜୀବୀଙ୍କ ସଂଖ୍ୟା ମଧ୍ୟ କମ୍ ଥିବାରୁ ପାଠ୍ୟପୁସ୍ତକର ସଂଖ୍ୟା ବହୁତ କମ୍ ଥିଲା ।

BSE Odisha 10th Class History Solutions Chapter 7 ଓଡ଼ିଆ ଜାତୀୟତାର ବିକାଶ

(ଜ) ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ପାଇଁ କଟକରେ କେଉଁ ପ୍ରମୁଖ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇଥିଲା ?
Answer:

  1. ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ପାଇଁ କଟକରେ ‘ଉତ୍କଳ ସଭା’ ନାମକ ଏକ ପ୍ରମୁଖ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇଥିଲା ।
  2. ଏହା ବ୍ୟତୀତ କଟକରେ ‘ଉତ୍କଳ ଭାଷା ଉଦ୍ଦୀପନୀ ସଭା’ ଓ ‘ଉତ୍କଳ ଉଲ୍ଲାସିନୀ ସଭା’ ଆଦି ଅନୁଷ୍ଠାନ ପ୍ରତିଷ୍ଠା ହୋଇଥିଲା ।

(ଝ) କିଏ ମହିମା ଧର୍ମର ପ୍ରଧାନ ପ୍ରବର୍ତ୍ତକ ଥିଲେ ଏବଂ କିଏ ଏହାର ମୁଖ୍ୟ ପ୍ରଚାରକ ଥିଲେ ?
Answer:

  • ମହିମା ଧର୍ମର ପ୍ରଧାନ ପ୍ରବର୍ତ୍ତକ ଥିଲେ ମହିମା ଗୋସ୍ଵାମୀ ।
  • ଭୀମ ଭୋଇ ଥିଲେ ଏହି ଧର୍ମର ଜଣେ ମୁଖ୍ୟ ପ୍ରଚାରକ ।

(ଞ) ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ରିପନ୍‌ଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ କେବେ ଏବଂ କେଉଁଠାରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ?
Answer:

  • ୧୮୮୨ ମସିହା ଜୁନ୍ ୩୦ ତାରିଖରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ରିପନ୍‌ଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
  • ଏହି ସଭା କଟକଠାରେ ଅନୁଷ୍ଠିତ ହୋଇଥିଲା ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) କଲିକତା ବିଶ୍ଵବିଦ୍ୟାଳୟ କେବେ ପ୍ରତିଷ୍ଠିତ ହୋଇଥିଲା ?
Answer:
କଲିକତା ବିଶ୍ଵବିଦ୍ୟାଳୟ ୧୮୫୭ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।

(ଖ) ରେଭେନ୍ସା କଲେଜ କେବେ ଜନ୍ମଲାଭ କରିଥିଲା ?
Answer:
ରେଭେନ୍ସା କଲେଜ ୧୮୭୬ ମସିହାରେ ଜନ୍ମଲାଭ କରିଥିଲା ।

BSE Odisha 10th Class History Solutions Chapter 7 ଓଡ଼ିଆ ଜାତୀୟତାର ବିକାଶ

(ଗ) ୧୮୬୭ରେ କେଉଁ ଶିକ୍ଷାନୁଷ୍ଠାନକୁ ଉନ୍ନୀତ କରାଯାଇ ଏକ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ କରାଗଲା ?
Answer:
୧୮୬୭ ମସିହାରେ କଟକ ଜିଲ୍ଲା ସ୍କୁଲକୁ ଉଚ୍ଚ ବିଦ୍ୟାଳୟ ବା ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ଭାବେ ଉନ୍ନୀତ କରାଗଲା ।

(ଘ) କିଏ ଓଡ଼ିଶାର ପ୍ରଥମ ସ୍ନାତକ ହୋଇଥିଲେ ?
Answer:
ମଧୁସୂଦନ ଦାସ ଓଡ଼ିଶାର ପ୍ରଥମ ସ୍ନାତକ ହୋଇଥିଲେ ।

(ଙ) ‘ସମ୍ବଲପୁର ହିତୈଷିଣୀ’ର ପ୍ରକାଶକ କିଏ ଥିଲେ ?
Answer:
‘ସମ୍ବଲପୁର ହିତୈଷିଣୀ’ର ପ୍ରକାଶକ ଥିଲେ ନୀଳମଣି ବିଦ୍ୟାରତ୍ନ ।

(ଚ) ମରହଟ୍ଟାମାନେ କେଉଁ ଭାଷାକୁ ଓଡ଼ିଶାର ରାଜଭାଷା ରୂପେ ମାନ୍ୟତା ଦେଇଥିଲେ ?
Answer:
ମରହଟ୍ଟାମାନେ ପାର୍ଶୀ ଭାଷାକୁ ଓଡ଼ିଶାର ରାଜଭାଷା ରୂପେ ମାନ୍ୟତା ଦେଇଥିଲେ ।

(ଛ) ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’ କେଉଁଠାରେ ଅବସ୍ଥିତ ଥିଲା ?
Answer:
‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’ ବାଲେଶ୍ଵରରେ ଅବସ୍ଥିତ ଥିଲା ।

(ଜ) ଭୀମଭୋଇ କେଉଁ ଧର୍ମକୁ ଭିତ୍ତିକରି ତାଙ୍କର କବିତାଗୁଡ଼ିକ ରଚନା କରିଥିଲେ ?
Answer:
ଭୀମଭୋଇ ମହିମା ଧର୍ମକୁ ଭିଭିକରି ତାଙ୍କର କବିତାଗୁଡ଼ିକ ରଚନା କରିଥିଲେ ।

BSE Odisha 10th Class History Solutions Chapter 7 ଓଡ଼ିଆ ଜାତୀୟତାର ବିକାଶ

(ଝ) ଟି.ଇ. ରେଭେନ୍ସା କେଉଁଠାରେ ନୂତନ ନଦୀବନ୍ଧ ନିର୍ମାଣ କରିଥିଲେ ?
Answer:
ଟି.ଇ. ରେଭେନ୍ସା ଆଳି ଓ ବାଙ୍କୀଠାରେ ନୂତନ ନଦୀବନ୍ଧ ନିର୍ମାଣ କରିଥିଲେ ।

(ଞ) ଲର୍ଡ଼ ରିପନ୍ କେବେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିଲେ ?
Answer:
ଲର୍ଡ଼ ରିପନ୍ ୧୮୮୨ ମସିହାରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିଲେ ।

୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) କେବେ କଟକରେ ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା ?
(i) ୧୮୦୩
(iii) ୧୮୪୧
(ii) ୧୮୨୩
(iv) ୧୮୫୪
Answer:
(ii) ୧୮୨୩

(ଖ) କିଏ ‘‘ବୋଧଦାୟିନୀ’’ର ସମ୍ପାଦକ ଥିଲେ ?
(i) ଫଜାରମୋହନ ସେନାପଢି
(ii) ରାଧାନାଥ ରାୟ
(iii) ଗୌରୀଶଙ୍କର ରାୟ
(iv) ନୀଳମଣି ବିଦ୍ୟାରତ୍ନ
Answer:
(i) ଫକୀରମୋହନ ସେନାପତି

(ଗ) ମୁଖ୍ୟତଃ କେଉଁ ଅଞ୍ଚଳଗୁଡ଼ିକୁ ନେଇ ଓଡ଼ିଶା ଇଂରେଜମାନଙ୍କଦ୍ୱାରା ଶାସିତ ହେଉଥିଲା ?
(i) ଗଞ୍ଜାମ, ପୁରୀ, କଟକ
(ii) ପୁରୀ, କଟକ, ବାଲେଶ୍ଵର
(iii) କଟକ, ବାଲେଶ୍ଵର, ସମ୍ବଲପୁର
(iv) ପୁରୀ, ଗଞ୍ଜାମ, ସମ୍ବଲପୁର
Answer:
(ii) ପୁରୀ, କଟକ, ବାଲେଶ୍ୱର

BSE Odisha 10th Class History Solutions Chapter 7 ଓଡ଼ିଆ ଜାତୀୟତାର ବିକାଶ

(ଘ) କେବେ କଟକର କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷା ରୂପେ ସ୍ବୀକୃତି ଦେଇଥିଲେ ?
(i) ୧୮୦୩
(iii) ୧୮୬୬
(ii) ୧୮୪୯
(iv) ୧୮୬୮
Answer:
(ii) ୧୮୪୯

ପାଠରେ ଦିଆଯାଇଥିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

BSE Odisha 10th Class History Solutions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

Odisha State Board BSE Odisha 10th Class History Solutions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା Textbook Exercise Questions and Answers.

BSE Odisha Class 10 History Solutions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) କ୍ୟାବିନେଟ୍ ମିଶନ୍‌ର ମୁଖ୍ୟ ପ୍ରସ୍ତାବଗୁଡ଼ିକ କ’ଣ ଥିଲା ?
Answer:
କ୍ୟାବିନେଟ୍ ମିଶନ୍‌ର ମୁଖ୍ୟ ପ୍ରସ୍ତାବଗୁଡ଼ିକ ନିମ୍ନ ପ୍ରକାର ଥିଲା :

  • ବ୍ରିଟିଶ୍ ଶାସିତ ପ୍ରଦେଶ ଓ ଭାରତୀୟ ଦେଶୀୟ ରାଜାମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇ ବ୍ୟବସ୍ଥାପକ ସଭା ଓ ଶାସନ ପରିଚାଳନାର ବ୍ୟବସ୍ଥା ।
  • ବ୍ରିଟିଶ୍ ଶାସିତ ପ୍ରଦେଶରୁ ସାଧାରଣବର୍ଗ ଓ ପ୍ରତ୍ୟେକ ସମ୍ପ୍ରଦାୟର ପ୍ରତିନିଧ୍ଵ ସହ ୨୯୬ ଜଣ ଓ ଦେଶୀୟ ରାଜ୍ୟମାନଙ୍କରୁ ୯୩ ଜଣ ପ୍ରତିନିଧିଙ୍କୁ ନେଇ ୩୮୯ ସଦସ୍ୟ ବିଶିଷ୍ଟ ସମ୍ବିଧାନ ପ୍ରଣୟନ ସଭା ଗଠନ ।
  • ସମ୍ବିଧାନ ପ୍ରଣୟନ ହେବା ପର୍ଯ୍ୟନ୍ତ ଅନୁସୂଚିତ ଜାତିର ଜଣେ ପ୍ରତିନିଧ‌ିଙ୍କ ସମେତ କଂଗ୍ରେସରୁ ଛ’ଜଣ, ମୁସଲିମ୍ ଲିଗରୁ ପାଞ୍ଚଜଣ ଏବଂ ଶିଖ୍, ଖ୍ରୀଷ୍ଟିଆନ ଓ ପାର୍ଶୀ ସମ୍ପ୍ରଦାୟରୁ ଜଣେ ଲେଖାଏଁ ହିସାବରେ ମୋଟ ଚଉଦ ଜଣ ପ୍ରତିନିଧିଙ୍କୁ ନେଇ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ।

BSE Odisha 10th Class History Solutions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

(ଖ) କ୍ୟାବିନେଟ୍ ମିଶନ ପ୍ରସ୍ତାବ ବିରୋଧରେ ମୁସ୍‌ଲିମ୍ ଲିଗର ପ୍ରତିକ୍ରିୟା କିପରି ପ୍ରକାଶ ପାଇଥିଲା ? କ୍ୟାବିନେଟ୍ ମିଶନ୍ ପ୍ରସ୍ତାବରେ ସ୍ଵାଧୀନ ପାକିସ୍ତାନ ଗଠନ ବିଷୟରେ କିଛି ଉଲ୍ଲେଖ ନ ଥିବାରୁ ମୁସଲିମ୍ ଲିଗ୍‌ର ନେତା ମହମ୍ମଦ ଅଲ୍ଲୀ ଜିନ୍ନା କ୍ଷୁବ୍ଧ ହୋଇଥିଲେ ।
Answer:

  • କ୍ୟାବିନେଟ୍ ମିଶନ୍ ପ୍ରସ୍ତାବରେ ସ୍ଵାଧୀନ ପାକିସ୍ତାନ ଗଠନ ବିଷୟରେ କିଛି ଉଲ୍ଲେଖ ନ ଥ‌ିବାରୁ ମୁସଲିମ୍ ଲିଗ୍‌ର ନେତା ମହମ୍ମଦ ଅଲ୍ଲୀ ଜିନ୍ତା କ୍ଷୁବ୍ଧ ହୋଇଥିଲେ ।
  • ୧୯୪୬ ମସିହା ଅଗଷ୍ଟ ୧୬ ତାରିଖକୁ ସାରା ଭାରତରେ ‘ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ’ ରୂପେ ପାଳନ କରିବାକୁ ସେ ମୁସଲମାନମାନଙ୍କୁ ଆହ୍ବାନ ଦେଇଥିଲେ ।
  • ଉକ୍ତ ଦିନ ସଭା, ଶୋଭାଯାତ୍ରା ଜରିଆରେ ପାକିସ୍ତାନ ଗଠନ ଦାବି ପ୍ରତି ଦୃଢ଼ ସମର୍ଥନ ପ୍ରକାଶ କରିବାପାଇଁ ମୁସଲମାନମାନଙ୍କୁ ନିର୍ଦ୍ଦେଶ ଦିଆଗଲା ।
  • ଏହି ଦିନ କୋଲ୍‌କତା ମହାନଗରୀରେ ଶୋଭାଯାତ୍ରା ବାହାରିବା ସମୟରେ ନୃଶଂସ ହିଂସାକାଣ୍ଡ ଘଟିଲା । ଏଥିରେ ବହୁସଂଖ୍ୟକ ଲୋକ ମୃତାହତ ହେଲେ ଓ ସମଗ୍ର ଦେଶରେ ଅନୁରୂପ ଅବସ୍ଥା ପ୍ରତିଫଳିତ ହେଲା ।
  • ଏହି ହିଂସାକାଣ୍ଡ କ୍ରମେ ପୂର୍ବବଙ୍ଗର ନୋଆଖଲି ଓ ତିପ୍‌ରା ଜିଲ୍ଲା, ବିହାର ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଗଲା ।

(ଗ) କେଉଁ ପରିସ୍ଥିତିରେ କ୍ଲିମେଣ୍ଟ ଅଟ୍‌ଲି ଭାରତର ସମ୍ଭାବ୍ୟ ସ୍ଵାଧୀନତା ସମ୍ପର୍କରେ ଘୋଷଣା କଲେ ? ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ବିଶ୍ଵର ରାଜନୀତିକ ପରିସ୍ଥିତିରେ ଏକ ପରିବର୍ତ୍ତନର ଧାରା ଆସିଥୁଲା ଓ ଭାରତର ସ୍ଵାଧୀନତା ସଂଗ୍ରାମ ଏକ ନୂତନ ପର୍ଯ୍ୟାୟରେ ପହଞ୍ଚିଲା ।
Answer:

  1. ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ବିଶ୍ଵର ରାଜନୀତିକ ପରିସ୍ଥିତିରେ ଏକ ପରିବର୍ତ୍ତନର ଧାରା ଆସିଥୁଲା ଓ ଭାରତର ସ୍ଵାଧୀନତା ସଂଗ୍ରାମ ଏକ ନୂତନ ପର୍ଯ୍ୟାୟରେ ପହଞ୍ଚିଥିଲା ।
  2. ୧୯୪୨ର ଅଗଷ୍ଟ ବିପ୍ଲବ, ଆଜାଦ୍ ହିନ୍ଦ୍ ଫୌଜର ସଂଗ୍ରାମ ଭାରତୀୟ ଜନତାର ବୀରତ୍ଵ ଓ ଦୃଢ଼ ସଂକଳ୍ପକୁ ସ୍ପଷ୍ଟ କରିଦେଲା । ଆଜାଦ୍ ହିନ୍ଦ୍ ଫୌଜର ସୈନିକ ଓ ଅଫିସରମାନଙ୍କ ଗିରଫ ପରେ ବିଚାର କାଳରେ ଭାରତୀୟମାନଙ୍କ ବିକ୍ଷୋଭ ଦେଖ୍ ଇଂରେଜ ସରକାର ବୁଝିପାରିଲେ ଯେ ଭାରତୀୟମାନଙ୍କୁ ଆଉ ବେଶିଦିନ ତାଙ୍କ ଅଧୀନରେ ରହେବ ନାହିଁ ।
  3. ପୁନଶ୍ଚ କ୍ୟାବିନେଟ୍ ମିଶନ ପ୍ରସ୍ତାବ ବିରୋଧରେ ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ ପାଳନ କରାଯିବା ଫଳରେ ସାରା ଦେଶରେ ହିଂସାକାଣ୍ଡ ବ୍ୟାପିଗଲା ।
  4. ଏହି ସମୟରେ ଇଂଲଣ୍ଡରେ ମଧ୍ୟ ସରକାର ପରିବର୍ତ୍ତନ ଘଟି ଶ୍ରମିକ ଦଳର କ୍ଲିମେଣ୍ଟ ଅଟ୍‌ଲି ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କଲେ । ସେ ଉଦାର ମନୋଭାବସମ୍ପନ୍ନ ଥିଲେ ।
  5. ଏହି ପରିପ୍ରେକ୍ଷୀରେ ଇଂଲଣ୍ଡ ସରକାର ଯଥାଶୀଘ୍ର ଭାରତ ସମସ୍ୟାର ସମାଧାନ ନିମନ୍ତେ ନିଷ୍ପତ୍ତି ନେଲେ । ୧୯୪୭ ମସିହା ଫେବୃୟାରୀ ୨୦ ତାରିଖରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟ ଅଟ୍‌ଲି ଘୋଷଣା କଲେ ଯେ ୧୯୪୮ ମସିହା ଜୁନ୍ ୩୦ ତାରିଖ ପୂର୍ବରୁ ଇଂରେଜମାନେ ଭାରତକୁ କ୍ଷମତା ହସ୍ତାନ୍ତର କରିବେ ।

BSE Odisha 10th Class History Solutions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

(ଘ) ମାଉଣ୍ଟବ୍ୟାଟେନ୍‌ଙ୍କ ଯୋଜନାରେ ଭାରତ ବିଭାଜନ ସମ୍ପର୍କରେ କ’ଣ ପ୍ରସ୍ତାବ ଥିଲା ?
Answer:
୧୯୪୭ ଜୁନ୍ ୩ରେ ଘୋଷିତ ମାଉଣ୍ଟବ୍ୟାଟେନ୍ ଯୋଜନାର ବ୍ୟବସ୍ଥାଗୁଡ଼ିକ ନିମ୍ନ ପ୍ରକାର ଥିଲା –

  • ଭାରତ ବିଭାଜିତ ହେବ ଏବଂ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ସ୍ଵାଧୀନ ଦେଶ ସୃଷ୍ଟି ହେବ ।
  • ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ, ସିନ୍ଧୁପ୍ରଦେଶ, ବେଲୁଚିସ୍ଥାନ ଓ ଆସାମର ମୁସଲମାନବହୁଳ ସିଲଟ ଜିଲ୍ଲାର ଲୋକମାନେ ଭାରତରେ ରହିବେ କି ପାକିସ୍ତାନରେ ରହିବେ ସେ ସମ୍ପର୍କରେ ନିଷ୍ପତ୍ତି ନେବାପାଇଁ ସେମାନଙ୍କୁ ସୁଯୋଗ ଦିଆଯିବ ।
  • ବଙ୍ଗଳା ଓ ପଞ୍ଜାବ ପ୍ରଦେଶ ବିଭାଜିତ ହେବ । ମୁସଲମାନବହୁଳ ପୂର୍ବବଙ୍ଗ ପାକିସ୍ତାନରେ ମିଶିବ ଓ ଅଣମୁସଲମାନବହୁଳ ପଶ୍ଚିମବଙ୍ଗ ଭାରତରେ ରହିବ । ମୁସଲମାନବହୁଳ ପଶ୍ଚିମ ପଞ୍ଜାବ ପାକିସ୍ତାନରେ ମିଶିବ ଓ ଅଣମୁସଲମାନବହୁଳ ପୂର୍ବ ପଞ୍ଜାବ ଭାରତରେ ରହିବ । ସାର୍ ସିରିଲ୍ ରେଡ଼କ୍ଲିଫ୍‌ଙ୍କ ନେତୃତ୍ୱରେ ସୀମା ନିର୍ଦ୍ଧାରଣ କମିଶନ ଦୁଇ ଦେଶର ସୀମା ନିର୍ଦ୍ଧାରଣ କରିବେ ।
  • ଦେଶୀୟ ରାଜ୍ୟଗୁଡ଼ିକୁ ଭାରତ କିମ୍ବା ପାକିସ୍ତାନରେ ମିଶିବାପାଇଁ କିମ୍ବା ସ୍ଵାଧୀନ ରହିବାପାଇଁ ନିଷ୍ପତ୍ତି ନେବାର ସ୍ଵାଧୀନତା ଦିଆଯିବ ।
  • ଭାରତର ସମ୍ବିଧାନ ପ୍ରଣୟନ ସଭା ଚାଲୁରହିବ ଓ ପାକିସ୍ତାନରେ ଏକ ଭିନ୍ନ ସମ୍ବିଧାନ ପ୍ରଣୟନ ସଭା ଗଠିତ ହେବ । ବ୍ରିଟିଶ୍ ପାର୍ଲାମେଣ୍ଟ କ୍ଷମତା ହସ୍ତାନ୍ତର ପାଇଁ ୧୯୪୭ ଅଗଷ୍ଟ ୧୫ ପୂର୍ବରୁ ଏକ ଆଇନ ପାସ୍ କରିବ ।

(ଙ) ଭାରତ ସ୍ଵାଧୀନତା ଆଇନର ମୁଖ୍ୟ ବ୍ୟବସ୍ଥାଗୁଡ଼ିକ କ’ଣ ଥିଲା ?
Answer:

  • ଭାରତ ସ୍ଵାଧୀନତା ଆଇନର ମୁଖ୍ୟ ବ୍ୟବସ୍ଥା ଅନୁସାରେ ଭାରତ ଓ ପାକିସ୍ତାନ ନାମକ ଦୁଇଟି ସ୍ବାଧୀନ ରାଷ୍ଟ୍ର ଗଠିତ ହେଲା ।
  • ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ କ୍ଷମତା ହସ୍ତାନ୍ତର ନିମନ୍ତେ ନିଷ୍ପତ୍ତି ନିଆଗଲା ।
  • ଦେଶୀୟ ରାଜାମାନେ ଇଚ୍ଛାନୁସାରେ ଭାରତ କିମ୍ବା ପାକିସ୍ତାନ ସହିତ ଯୋଗଦେବାର ସ୍ବାଧୀନତା ପାଇଲେ ଓ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରୁ ଇଂଲଣ୍ଡ ସହିତ ସେମାନଙ୍କର ସମସ୍ତ ଚୁକ୍ତିର ବିଲୋପ ଘଟିଲା ।
  • ନିଜର ସମ୍ବିଧାନ ପ୍ରଣୀତ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଦେଶର ସମ୍ବିଧାନ ପ୍ରଣୟନ ସଭାକୁ ବିଧାୟକ ସଭାର କ୍ଷମତା ଦିଆଗଲା ।
  • ଉଭୟ ଦେଶ ଭାରତ ଶାସନ ଆଇନ ୧୯୩୫ ଅନୁଯାୟୀ ଶାସନ କଲେ । ଇଂଲଣ୍ଡର ଭାରତ ସଚିବ ପଦ ଉଚ୍ଛେଦ କରାଗଲା ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) କ୍ୟାବିନେଟ୍ ମିଶନ କାହିଁକି ଭାରତ ଆସିଥିଲେ ?
Answer:

  1. ବ୍ରିଟିଶ୍ ସରକାର ଭାରତୀୟଙ୍କ ହାତରେ କ୍ଷମତା ପ୍ରତ୍ୟର୍ପଣ କରିବାକୁ ନିଷ୍ପତ୍ତି ନେଲେ ।
  2. ସେଥ‌ିପାଇଁ ଭାରତୀୟ ନେତୃବର୍ଗଙ୍କ ସାଙ୍ଗରେ ବୁଝାମଣା କରିବା ଉଦ୍ଦେଶ୍ୟରେ କ୍ୟାବିନେଟ୍ ମିଶନ ଭାରତ ଆସିଥିଲେ ।

BSE Odisha 10th Class History Solutions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

(ଖ) ଇଂଲଣ୍ଡର କେଉଁ ପ୍ରଧାନମନ୍ତ୍ରୀଙ୍କ ସମୟରେ କ୍ୟାବିନେଟ୍ ମିଶନ ଭାରତକୁ ଆସିଥିଲେ ଏବଂ କେଉଁମାନେ ଏହାର ସଦସ୍ୟ ଥିଲେ ?
Answer:

  • ଇଂଲଣ୍ଡର ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟ ଅଟ୍‌ଲିଙ୍କ ସମୟରେ କ୍ୟାବିନେଟ୍ ମିଶନ ଭାରତକୁ ଆସିଥିଲେ ।
  • ଭାରତ ସଚିବ ପେଣ୍ଡ୍କ୍ ଲରେନସ୍, ଏ.ଭି. ଆଲେକ୍‌ଜାଣ୍ଡାର ଓ ସାର ଷ୍ଟାଫୋର୍ଡ଼ କ୍ରିପ୍‌ସ୍ ଏହାର ସଦସ୍ୟ ଥିଲେ ।

(ଗ) ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ କାହିଁକି ଏବଂ କେଉଁଦିନ ପାଳନ କରାଯାଇଥିଲା ?
Answer:

  • କ୍ୟାବିନେଟ୍ ମିଶନ୍ ପ୍ରସ୍ତାବରେ ସ୍ଵାଧୀନ ପାକିସ୍ତାନ ଗଠନ କଥା ଉଲ୍ଲେଖ ନ ଥିବାରୁ ମୁସଲିମ୍ ଲିଗ୍‌ର ନେତା ମହମ୍ମଦ ଅଲ୍ଲୀ ଜିନ୍ନା ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ ପାଳନ କରିବାକୁ ମୁସଲମାନମାନଙ୍କୁ ଆହ୍ବାନ ଦେଇଥିଲେ ।
  • ଏହା ୧୯୪୬ ମସିହା ଅଗଷ୍ଟ ୧୬ ତାରିଖ ଦିନ ପାଳନ କରାଯାଇଥିଲା ।

(ଘ) ମଧ୍ୟବର୍ତ୍ତୀକାଳୀନ ସରକାର କେବେ ଗଠିତ ହୋଇଥିଲା ଏବଂ ମୁସ୍‌ଲିମ୍ ଲିଗ୍ କେବେ ଏଥ‌ିରେ ଯୋଗ ଦେଇଥିଲା ?
Answer:

  1. ୧୯୪୬ ମସିହା ସେପ୍ଟେମ୍ବର ୨ ତାରିଖରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠିତ ହୋଇଥିଲା ।
  2. ୧୯୪୬ ମସିହା ଅକ୍ଟୋବର ୧୩ ତାରିଖରେ ମୁସଲିମ୍ ଲିଗ୍ ଏଥରେ ଯୋଗ ଦେଇଥିଲା ।

(ଙ) ସାମ୍ପ୍ରଦାୟିକ ଦଙ୍ଗା ନିବାରଣ କରିବାପାଇଁ ମହାତ୍ମା ଗାନ୍ଧି କି ପଦକ୍ଷେପ ନେଇଥିଲେ ?
Answer:

  • ସାମ୍ପ୍ରଦାୟିକ ଦଙ୍ଗା ନିବାରଣ କରିବାପାଇଁ ଗାନ୍ଧିଜୀ ପୂର୍ବବଙ୍ଗ ଓ ବିହାରରେ ପଦଯାତ୍ରା କଲେ ।
  • ଏତଦ୍‌ବ୍ୟତୀତ ସେ ଅମରଣ ଅନଶନର ଧମକ ଦେଇ ଅନଶନ ଆରମ୍ଭ କଲେ ।

(ଚ) ୧୯୪୭ ମସିହା ଫେବୃୟାରୀ ୨୦ ତାରିଖ ଦିନ ଅଲିଙ୍କ ଘୋଷଣାର ତାତ୍ପର୍ଯ୍ୟ କ’ଣ ?
Answer:

  • ଇଂଲଣ୍ଡ ସରକାର ଯଥାଶୀଘ୍ର ଭାରତ ସମସ୍ୟାର ସମାଧାନ ନିମନ୍ତେ ନିଷ୍ପତ୍ତି ନେଲେ ଓ ୧୯୪୭ ମସିହା ଫେବୃୟାରୀ ୨୦ ତାରିଖରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟ ଅଟ୍‌ଲିଙ୍କ ଘୋଷଣା ପ୍ରକାଶ ପାଇଲା ।
  • ୧୯୪୮ ମସିହା ଜୁନ୍ ୩୦ ତାରିଖ ପୂର୍ବରୁ ଇଂରେଜମାନେ ଭାରତକୁ କ୍ଷମତା ହସ୍ତାନ୍ତର କରିବେ ବୋଲି ସେ ଘୋଷଣା କରିଥିଲେ ।

BSE Odisha 10th Class History Solutions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

(ଛ) ମାଉଣ୍ଟବ୍ୟାଟେନ୍ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା ଏବଂ ଏହା କେବେ ଘୋଷିତ ହୋଇଥିଲା ?
Answer:

  1. ମାଉଣ୍ଟବ୍ୟାଟେନ୍ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ଉଭୟ କଂଗ୍ରେସ ଓ ମୁସଲିମ୍ ଲିଗ୍‌ର ନେତାମାନଙ୍କ ମଧ୍ୟରେ ବୁଝାମଣା ଭିଭିରେ ଭାରତର ସମସ୍ୟା ସମାଧାନ କରିବା ।
  2. ଏହା ୧୯୪୭ ମସିହା ଜୁନ୍ ୩ ତାରିଖରେ ଘୋଷିତ ହୋଇଥିଲା ।

(ଜ) ମାଉଣ୍ଟବ୍ୟାଟେନ୍ ଯୋଜନାରେ ଦେଶୀୟ ରାଜ୍ୟମାନଙ୍କ ପାଇଁ କ’ଣ ବ୍ୟବସ୍ଥା ଥିଲା ?
Answer:
ମାଉଣ୍ଟବ୍ୟାଟେନ୍ ଯୋଜନା ଅନୁଯାୟୀ ଦେଶୀୟ ରାଜ୍ୟଗୁଡ଼ିକୁ ଭାରତ କିମ୍ବା ପାକିସ୍ତାନରେ ମିଶିବାପାଇଁ କିମ୍ବା ସ୍ଵାଧୀନ ରହିବାପାଇଁ ନିଷ୍ପତ୍ତି ନେବାର ସ୍ଵାଧୀନତା ଦିଆଯାଇଥିଲା ।

(ଝ) ସ୍ଵାଧୀନ ପାକିସ୍ତାନର ପ୍ରଥମ ଗଭର୍ଣ୍ଣର ଜେନେରାଲ୍ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କିଏ ଶପଥ ଗ୍ରହଣ କରିଥିଲେ ?
Answer:

  • ମହମ୍ମଦ ଅଲ୍ଲୀ ଜିନ୍ନା ସ୍ଵାଧୀନ ପାକିସ୍ତାନରେ ପ୍ରଥମ ଗଭର୍ଣ୍ଣର ଜେନେରାଲ ଭାବେ ଶପଥ ଗ୍ରହଣ କରିଥିଲେ ।
  • ଲିୟାକତ୍ ଅଲ୍ଲୀ ଖାଁ ସ୍ଵାଧୀନ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

(ଞ) ଭାରତର ପ୍ରଥମ ସ୍ଵାଧୀନତା ଦିବସରେ କିଏ ଏବଂ କେଉଁଠାରେ ପତାକା ଉତ୍ତୋଳନ କରିଥିଲେ ?
Answer:

  • ଭାରତର ପ୍ରଥମ ସ୍ଵାଧୀନତା ଦିବସରେ ଜବାହରଲାଲ ନେହେରୁ ପତାକା ଉତ୍ତୋଳନ କରିଥିଲେ ।
  • ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ଭାରତର ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) କ୍ୟାବିନେଟ୍ ମିଶନ କେବେ ଭାରତରେ ପହଞ୍ଚିଲେ ?
Answer:
କ୍ୟାବିନେଟ୍ ମିଶନ ୧୯୪୬ ମସିହା ମାର୍ଚ୍ଚ ୨୪ ତାରିଖରେ ଭାରତରେ ପହଞ୍ଚିଥିଲେ ।

BSE Odisha 10th Class History Solutions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

(ଖ) ପ୍ରତ୍ୟକ୍ଷ କାର୍ଯ୍ୟଦିବସ ପାଳନ କରିବାପାଇଁ କିଏ ଆହ୍ବାନ ଦେଇଥିଲେ ?
Answer:
ମୁସ୍‌ଲିମ୍ ଲିଗ୍‌ର ନେତା ମହମ୍ମଦ ଅଲ୍ଲୀ ଜିନ୍ନା ପ୍ରତ୍ୟକ୍ଷ କାର୍ଯ୍ୟଦିବସ ପାଳନ କରିବାପାଇଁ ଆହ୍ବାନ ଦେଇଥିଲେ ।

(ଗ) କିଏ କଲିକତା ହିଂସାକାଣ୍ଡକୁ ବିରାଟ କଲିକତା ହତ୍ୟାକାଣ୍ଡ ଭାବେ ଅଭିହିତ କରିଥିଲେ ?
Answer:
ପୂର୍ବାଞ୍ଚଳର ତତ୍‌କାଳୀନ ସାମରିକ ଅଧ୍ୟକ୍ଷ ଲେଫ୍‌ଟନାଣ୍ଟ ଜେନେରାଲ ଫ୍ରାନ୍‌ସିସ୍ ଟକର କଲିକତା ହିଂସାକାଣ୍ଡକୁ ‘ବିରାଟ କଲିକତା ହତ୍ୟାକାଣ୍ଡ’ ଭାବେ ଅଭିହିତ କରିଥିଲେ ।

(ଘ) କିଏ ଭାରତର ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ବ ନେଇଥିଲେ ?
Answer:
ଜବାହରଲାଲ ନେହେରୁ ଭାରତର ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ଵ ନେଇଥିଲେ ।

(ଙ) ଭାରତକୁ କ୍ଷମତା ହସ୍ତାନ୍ତର କରାଯିବ ବୋଲି ଅଟ୍‌ଲି କେବେ ଘୋଷଣା କରିଥିଲେ ?
Answer:
୧୯୪୭ ମସିହା ଫେବୃୟାରୀ ୨୦ ତାରିଖରେ ଭାରତକୁ କ୍ଷମତା ହସ୍ତାନ୍ତର କରାଯିବ ବୋଲି ଅଟ୍‌ ଘୋଷଣା କରିଥିଲେ ।

(ଚ) ମାଉଣ୍ଟବ୍ୟାଟେନ୍ କେଉଁଦିନ ଭାରତକୁ ଭାଇସ୍‌ରାୟ ହୋଇ ଆସିଲେ ?
Answer:
୧୯୪୭ ମସିହା ମାର୍ଚ୍ଚ ୨୨ ତାରିଖରେ ମାଉଣ୍ଟବ୍ୟାଟେନ୍ ଭାରତକୁ ଭାଇସ୍‌ୟ ହୋଇ ଆସିଥିଲେ ।

(ଛ) କାହା ଭିରିରେ ଭାରତର ସ୍ଵାଧୀନତା ନିମନ୍ତେ ଆଇନ ପ୍ରସ୍ତୁତ ହୋଇଥିଲା ?
Answer:
ମାଉଣ୍ଟବ୍ୟାଟେନ୍ ଯୋଜନା ଭିଭିରେ ଭାରତର ସ୍ଵାଧୀନତା ନିମନ୍ତେ ଆଇନ ପ୍ରସ୍ତୁତ ହୋଇଥିଲା ।

BSE Odisha 10th Class History Solutions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

(ଜ) ପାକିସ୍ତାନ କେଉଁଦିନ ଏକ ରାଷ୍ଟ୍ର ଭାବରେ ଆତ୍ମପ୍ରକାଶ କଲା ?
Answer:
୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ପାକିସ୍ତାନ ଏକ ରାଷ୍ଟ୍ର ଭାବରେ ଆତ୍ମପ୍ରକାଶ କଲା ।

(ଝ) ବ୍ରିଟିଶ୍ ଶାସନାଧୀନ ଭାରତର ଶେଷ ଗଭର୍ଣ୍ଣର ଜେନେରାଲ୍ କିଏ ଥିଲେ ?
Answer:
ବ୍ରିଟିଶ୍ ଶାସନାଧୀନ ଭାରତର ଶେଷ ଗଭର୍ଣ୍ଣର ଜେନେରାଲ ଥିଲେ ଲର୍ଡ଼ ମାଉଣ୍ଟବ୍ୟାଟେନ୍ ।

(ଞ) ସ୍ଵାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ କିଏ ଥିଲେ ?
Answer:
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ଵାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ଥିଲେ ।

୪। ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) କ୍ୟାବିନେଟ୍ ମିଶନ କେତେ ସଂଖ୍ୟା ବିଶିଷ୍ଟ ସମ୍ବିଧାନ ପ୍ରଣୟନ ସଭାର ପ୍ରସ୍ତାବ ଦେଇଥିଲେ ?
(i) ୨୯୬
(iii) ୯୩
(ii) ୩୮୯
(iv) ୧୪
Answer:
(ii) ୩୮୯

BSE Odisha 10th Class History Solutions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

(ଖ) କାହାର ପ୍ରବର୍ତ୍ତନା ଫଳରେ ମୁସ୍‌ଲିମ୍ ଲିଗ୍ ମଧ୍ୟବର୍ତ୍ତୀକାଳୀନ ସରକାରରେ ଯୋଗଦେଲା ?
(i) କ୍ଲିମେଣ୍ଟ ଅଟ୍‌ଲି
(ii) ଲର୍ଡ଼ ୱାଭେଲ୍‌
(iii) ଲର୍ଡ଼ ମାଉଣ୍ଟବ୍ୟାଟେନ୍
(iv) ମହାତ୍ମା ଗାନ୍ଧି
Answer:
(ii) ଲର୍ଡ଼ ୱାଭେଲ୍

(ଗ) କିଏ ଭାରତ ସମ୍ବିଧାନ ପ୍ରଣୟନ ସଭାର ସଭାପତି ଥିଲେ ?
(i) ଜରାହରଲାଲ ନେହେରୁ
(iii) ବଲ୍ଲଭଭାଇ ପଟେଲ
(ii) ରାଜେନ୍ଦ୍ର ପ୍ରସାଦ
(iv) ମହମ୍ମଦ ଅଲ୍ଲୀ ଜିନ୍ନା
Answer:
(ii) ରାଜେନ୍ଦ୍ର ପ୍ରସାଦ

(ଘ) କେଉଁ ତାରିଖ ସୁଦ୍ଧା ଭାରତକୁ କ୍ଷମତା ହସ୍ତାନ୍ତର କରିବାପାଇଁ ଅଲୀ ଘୋଷଣା କରିଥିଲେ ?
(i) ୧୯୪୭ ଫେବୃୟାରୀ ୨୦
(ii) ୧୯୪୭ ଜୁନ୍ ୩
(iii) ୧୯୪୭ ଅଗଷ୍ଟ ୧୫
(iv) ୧୯୪୮ ଜୁନ୍ ୩୦
Answer:
(iv) ୧୯୪୮ ଜୁନ୍ ୩୦

(ଙ) କେବେ ଭାରତ ସ୍ଵାଧୀନତା ଆଇନ ବ୍ରିଟିଶ୍ ପାର୍ଲିଆମେଣ୍ଟର ଅନୁମୋଦନ ଲାଭ କରିଥିଲା ?
(i) ୧୯୪୭ ଫେବୃୟାରୀ ୨୦
(ii) ୧୯୪୭ ଜୁନ୍ ୩
(iii) ୧୯୪୭ ଜୁଲାଇ ୧୮
(iv) ୧୯୪୭ ଅଗଷ୍ଟ ୧୪
Answer:
(iii) ୧୯୪୭ ଜୁଲାଇ ୧୮

BSE Odisha 10th Class History Solutions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

୫| ପାଠରେ ଦିଆଯାଇଥ‌ିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

Odisha State Board BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା Textbook Exercise Questions and Answers.

BSE Odisha Class 10 History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦରେ ଲେଖ ।

(କ) ‘କ୍ରିପ୍‌ସ୍ ମିଶନ୍’ର ପ୍ରସ୍ତାବଗୁଡ଼ିକ ଆଲୋଚନା କର ।
Answer:

  • ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ୍‌ ଏସ୍. ଚର୍ଚ୍ଚିଲ୍ ୧୯୪୨ ମସିହା ମାର୍ଚ୍ଚ ମାସରେ ସାର୍‌ ଷ୍ଟାଫୋର୍ଡ଼ କ୍ରିପ୍‌ସ୍‌ଙ୍କ ନେତୃତ୍ୱରେ ଏକ ପ୍ରତିନିଧ‌ି ଦଳ ଭାରତକୁ ପଠାଇଥିଲେ । ତାହା ‘କ୍ରିପ୍‌ସ୍ ମିଶନ୍’ ନାମରେ ପରିଚିତ ।
  • ଏହି ମିଶନ ପ୍ରସ୍ତାବ ଦେଲା ଯେ ଭାରତକୁ ବ୍ରିଟିଶ୍ ସାମ୍ରାଜ୍ୟର ଏକ ଅଂଶ ରୂପେ ସ୍ଵାୟର ଶାସନ ଅଧିକାର ଦିଆଯିବ ।
  • ଭାରତବାସୀ ନିଜ ପାଇଁ ସମ୍ବିଧାନ ପ୍ରସ୍ତୁତ କରିବାର ଅଧିକାର ପାଇବେ ।
  • କିନ୍ତୁ କୌଣସି ପ୍ରଦେଶ ଯଦି ସେ ସମ୍ବିଧାନ ଗ୍ରହଣ ନ କରେ; ତେବେ ସେହି ପ୍ରଦେଶ ନିଜ ପାଇଁ ଗୋଟିଏ ପୃଥକ୍ ସମ୍ବିଧାନ ପ୍ରସ୍ତୁତ କରିପାରିବ ।
  • ଭାରତକୁ ଖଣ୍ଡବିଖଣ୍ଡ କରି ବ୍ରିଟିଶ୍ ସାମ୍ରାଜ୍ୟବାଦର ଦୃଢ଼ୀକରଣ ଉଦ୍ଦେଶ୍ୟ ବୁଝିପାରି କ୍ରିପ୍‌ସ୍‌ ମିଶନ୍‌ର ଏହି ପ୍ରସ୍ତାବକୁ ସବୁ ଦଳ ପ୍ରତ୍ୟାଖ୍ୟାନ କରିଥିଲେ ।

BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଖ) ଭାରତ ଛାଡ଼ ପ୍ରସ୍ତାବ କିପରି ଗୃହୀତ ହୋଇଥିଲା ?
Answer:

  • ୧୯୪୨ ମସିହା ଜୁଲାଇ ୬ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୱାର୍ଦ୍ଧାଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ବସିଲା ଏବଂ ଏଥିରେ ‘ଭାରତ ଛାଡ଼’ ପ୍ରସ୍ତାବ ଗୃହୀତ ହୋଇଥିଲା ।
  • ୧୯୪୨ ମସିହା ଅଗଷ୍ଟ ୭ ତାରିଖ ଦିନ ମୁମ୍ବାଇଠାରେ କଂଗ୍ରେସର ସାଧାରଣ ଅଧିବେଶନରେ ସଭାପତି ମୌଲାନା ଆବୁଲ୍ କାଲାମ୍ ଆଜାଦ୍ ଭାରତ ଛାଡ଼ ଆନ୍ଦୋଳନର ଅର୍ଥ ବ୍ୟାଖ୍ୟା କରି ଶାନ୍ତିପୂର୍ଣ୍ଣ ଓ ଅହିଂସ ଉପାୟରେ ଆନ୍ଦୋଳନ କରିବାପାଇଁ ଆହ୍ବାନ ଦେଇଥିଲେ ।
  • ଜବାହରଲାଲ ନେହେରୁ ‘ଭାରତଛାଡ଼’ ଆନ୍ଦୋଳନ ପ୍ରସ୍ତାବ ଆଗତ କଲେ ଏବଂ ସର୍ଦାର ବଲ୍ଲଭଭାଇ ପଟେଲ ଏହାକୁ ସମର୍ଥନ କରିଥିଲେ ।
  • ଅଗଷ୍ଟ ୮ ତାରିଖ ଦିନ ବିପୁଳ ଉତ୍ସାହ ଓ ଉଦ୍ଦୀପନାରେ ‘ଭାରତ ଛାଡ଼’ ପ୍ରସ୍ତାବକୁ କଂଗ୍ରେସ ଅନୁମୋଦନ କଲା ।
  • ଏହି ଅବସରରେ ଗାନ୍ଧିଜୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ‘ସ୍ଵାଧୀନତା ଆମର ପ୍ରାପ୍ୟ’ । ସେଥ‌ିପାଇଁ ଗୋଟିଏ ମନ୍ତ୍ର ଅଛି ‘କର ବା ମର’ । ‘ଆମ ମାତୃଭୂମିକୁ ଆମେ ସ୍ବାଧୀନ କରିବା କିମ୍ବା ସେଥ‌ିପାଇଁ ମରିବା ।’’

(ଗ) ଭାରତ ଛାଡ଼ ଆନ୍ଦୋଳନର କାର୍ଯ୍ୟକ୍ରମ କ’ଣ ଥିଲା ?
Answer:
ଭାରତ ଛାଡ଼ ଆନ୍ଦୋଳନ ସମୟରେ ନିମ୍ନଲିଖ୍ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଥିଲା ।

  • ଶ୍ରମିକ ଓ କୃଷକମାନେ ଭୂରାଜସ୍ଵ ଦେବା ବନ୍ଦ କରିବେ ।
  • ଇଂରେଜ କର୍ମଚାରୀମାନଙ୍କୁ କୌଣସି ଖାଦ୍ୟପଦାର୍ଥ ବିକ୍ରି କରାଯିବ ନାହିଁ କିମ୍ବା କାଗଜ ନୋଟ ଗ୍ରହଣ କରାଯିବ ନାହିଁ ।
  • ରାସ୍ତାଘାଟ, ଯାନବାହନ, ଟେଲିଗ୍ରାଫ୍ ଓ ରେଳ ବିଭାଗକୁ ଅଚଳ କରାଯିବ ।
  • ଥାନା, କୋର୍ଟ ଓ ଜେଲଖାନାକୁ ଭାରତୀୟମାନଙ୍କ ଆୟତ୍ତରେ ରଖାଯିବ ।
  • ସାଧାରଣ ଜନତା ଅହିଂସ ମାର୍ଗ ଗ୍ରହଣ କରିବେ ।

BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଘ) ଭାରତ ଛାଡ଼ ଆନ୍ଦୋଳନର ଦମନ ପାଇଁ ବ୍ରିଟିଶ୍ ସରକାର କି କି ପଦକ୍ଷେପ ଗ୍ରହଣ କରିଥିଲେ ?
Answer:

  • ଭାରତ ଛାଡ଼ ଆନ୍ଦୋଳନକୁ ଦମନ କରିବାପାଇଁ ବ୍ରିଟିଶ୍ ସରକାର ବହୁ ଅମାନୁଷିକ ପଦକ୍ଷେପ ଗ୍ରହଣ କରିଥିଲେ ।
  • ସରକାର ସଭା ଓ ଶୋଭାଯାତ୍ରାକୁ ବେଆଇନ ଘୋଷଣା କଲେ ।
  • ଲାଠିପ୍ରହାର ଓ ଗୁଳିଚାଳନା ଏକ ସାଧାରଣ ଘଟଣାରେ ପରିଣତ ହେଲା ।
  • ସରକାରଙ୍କର ନିଷ୍ଠୁର ଆକ୍ରମଣ ଫଳରେ ଅସଂଖ୍ୟ ବିପ୍ଳବୀ ଆହତ ଓ ନିହତ ହେଲେ ଏବଂ ପାଖାପାଖୁ ଏକଲକ୍ଷ ସଂଖ୍ୟକ କର୍ମୀ ଗିରଫ ହେଲେ ।
  • ଭାରତଛାଡ଼ ଆନ୍ଦୋଳନକୁ ଦମନ କରିବାପାଇଁ ଇଂରେଜ ସରକାର ସବୁ ପ୍ରକାର ଅସ୍ତ୍ରର ବ୍ୟବହାର କଲେ । ଏହି ଆନ୍ଦୋଳନ ଦମନ କରାଯାଇଛି ବୋଲି ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ୍ ହାଉସ୍ ଅଫ୍ କମନ୍ସରେ ଘୋଷଣା କଲେ ।

(ଡି) ଭାରତ ଛାଡ଼ ଆନ୍ଦୋଳନରେ ଲକ୍ଷ୍ମୀ ନାୟକଙ୍କ ଅବଦାନ ସମ୍ପର୍କରେ ଆଲୋଚନା କର ।
Answer:

  • ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଗ୍ରାମର ଲକ୍ଷ୍ମଣ ନାୟକ କୋରାପୁଟ ଜିଲ୍ଲାରେ ଭାରତ ଛାଡ଼ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।
  • ୧୯୪୨ ମସିହା ଅଗଷ୍ଟ ୨୧ ତାରିଖରେ ସେ କଂଗ୍ରେସ ପତାକା ଓ ଲାଠି ଧରି ବହୁ ଲୋକଙ୍କ ସହ ମାତିଲି ଥାନା ଘେରାଉ କରିଥିଲେ ।
  • ସେଠାରେ ପୋଲିସ୍‌ର ଗୁଳିଚାଳନାରେ ୫ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।
  • ଜଣେ ଜଙ୍ଗଲରକ୍ଷୀକୁ ପିଟି ପିଟି ହତ୍ୟା କରିଥିବାର ମିଥ୍ୟା ଅଭିଯୋଗରେ ପୋଲିସ୍ ଲକ୍ଷ୍ମଣ ନାୟକଙ୍କୁ ଗିରଫ କରି ବ୍ରହ୍ମପୁର ଜେଲକୁ ପଠାଇଥିଲା ଏବଂ ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ସେଠାରେ ତାଙ୍କୁ ଫାଶୀ ଦିଆଯାଇଥିଲା ।
  • ସେ ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନରେ ଫାଶୀ ପାଇଥିବା ଓଡ଼ିଶାର ଏକମାତ୍ର ବ୍ୟକ୍ତି ଥିଲେ ଏବଂ ସେ ସହିଦ୍ ଲକ୍ଷ୍ମଣ ନାୟକ ରୂପେ ପରିଚିତ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ବିନୋବା ଭାବେ କେବେ ଓ କେଉଁଠି ତାଙ୍କ ସତ୍ୟାଗ୍ରହ ଆରମ୍ଭ କରିଥିଲେ ?
Answer:

  • ବିନୋବା ଭାବେ ୧୯୪୦ ମସିହା ଅକ୍ଟୋବର ୧୭ ତାରିଖରେ ସତ୍ୟାଗ୍ରହ ଆରମ୍ଭ ହୋଇଥିଲେ ।
  • ସେ ପାନାଉରଠାରେ ତାଙ୍କର ସତ୍ୟାଗ୍ରହ ଆରମ୍ଭ କରିଥିଲେ ।

BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଖ) ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହେବା ପରେ ଗାନ୍ଧିଜୀ କେବେ ଗିରଫ ହେଲେ ଏବଂ ତାଙ୍କୁ କେଉଁଠାରେ ବନ୍ଦୀ କରି ରଖାଗଲା ?
Answer:

  • ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହେବାର ପରଦିନ ଅର୍ଥାତ୍ ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଗାନ୍ଧିଜୀ ଗିରଫ ହେଲେ ।
  • ତାଙ୍କୁ ପୁନେଠାରେ ଆଗା ଖାଁ ପ୍ୟାଲେସ୍‌ରେ ବନ୍ଦୀ କରି ରଖାଯାଇଥିଲା ।

(ଗ) ଭାରତ ଛାଡ଼ ଆନ୍ଦୋଳନ ସମୟରେ ବିହାରରେ ଛାତ୍ରମାନେ କେବେ ଓ କେଉଁଠାରେ ପତାକା ଉତ୍ତୋଳନ କରିଥିଲେ ?
Answer:

  • ଭାରତ ଛାଡ଼ ଆନ୍ଦୋଳନ ସମୟରେ ବିହାରରେ ଛାତ୍ରମାନେ ୧୯୪୨ ମସିହା ଅଗଷ୍ଟ ୧୧ ତାରିଖରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
  • ସେମାନେ ପାଟନା ସଚିବାଳୟର ପୂର୍ବ ଦ୍ଵାରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।

(ଘ) ରେଭେନ୍ସା କଲେଜରେ ଭାରତଛାଡ଼ ଆନ୍ଦୋଳନ କେଉଁ ଛାତ୍ରନେତାମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ?
Answer:
କଟକର ରେଭେନ୍ସା କଲେଜରେ ଛାତ୍ରନେତା ବିବୁଧେନ୍ଦୁ ମିଶ୍ର, ଅଶୋକ ଦାସ, ସୁରଜମଲ ଶାହା, ବିରେନ ମିତ୍ରଙ୍କ ନେତୃତ୍ୱରେ ଭାରତଛାଡ଼ ଆନ୍ଦୋଳନ ପରିଚାଳିତ ହୋଇଥିଲା ।

(ଙ) ଭାରତ ଛାଡ଼ ଆନ୍ଦୋଳନ ସମୟରେ କେଉଁ ଖବର ଶୁଣିବା ପରେ ବରୀ ଅଞ୍ଚଳର ଉତ୍ୟକ୍ତ ଲୋକ କାଇପଦର ଡାକଘର ପୋଡ଼ି ଦେଇଥିଲେ ?
Answer:
ଭାରତ ଛାଡ଼ ଆନ୍ଦୋଳନ ସମୟରେ ଏକ ଅମାନୁଷିକ ଘଟଣା ଘଟିଥିଲା । ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀଙ୍କ ଗିରଫ ଖବର ଶୁଣିବା ପରେ ବରୀ ଅଞ୍ଚଳର ଭୂଭ୍ୟକ୍ତ ଲୋକମାନେ କାଇପଦର ଡାକଘରେ ନିଆଁ ଲଗାଇ ଦେଇଥିଲେ ।

(ଚ) ଭାରତ ଛାଡ଼ ଆନ୍ଦୋଳନ ସମୟରେ ଭଣ୍ଡାରୀପୋଖରୀରେ କେଉଁ ଦୁଇ ସତ୍ୟାଗ୍ରହୀ ଗିରଫ ହୋଇଥିଲେ ?
Answer:
ଭାରତଛାଡ଼ ଆନ୍ଦୋଳନ ସମୟରେ ଭଣ୍ଡାରୀପୋଖରୀରେ ଦୁଇ ସତ୍ୟାଗ୍ରହୀ ଜଗନ୍ନାଥ ଦାସ ଓ ଦ୍ବାରିକା ଦାସ ଗିରଫ ହୋଇଥିଲେ ।

BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଛ) ଇରମ୍ରେ କେବେ ଗୁଳିକାଣ୍ଡ ଘଟିଥିଲା ଏବଂ ସେଥ‌ିରେ ସହିଦ୍ ହୋଇଥ‌ିବା ମହିଳାଙ୍କ ନାମ କ’ଣ ?
Answer:

  • ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖରେ ଇରମଠାରେ ଗୁଳିକାଣ୍ଡ ଘଟିଥିଲା ।
  • ସେଥ୍ରେ ସହିଦ୍ ହୋଇଥିବା ମହିଳାଙ୍କ ନାମ ଥିଲା ପରୀ ବେୱା ।

(ଜ) ଭାରତ ଛାଡ଼ ଆନ୍ଦୋଳନର ପ୍ରଭାବରେ ନିମାପଡ଼ାରେ କାହିଁକି ପୋଲିସ୍ ଗୁଳିଚାଳନା କରିଥିଲେ ?
Answer:

  • ଭାରତ ଛାଡ଼ ଆନ୍ଦୋଳନ ସମୟରେ ନିମାପଡ଼ାଠାରେ ସେପ୍ଟେମ୍ବର ୧୬ ତାରିଖରେ ସତ୍ୟାଗ୍ରହୀମାନେ ସରକାରଙ୍କୁ ଖଜଣା ନ ଦେବାକୁ ସ୍ଥିର କଲେ ଓ ଜାତୀୟ ପତାକା ଉତ୍ତୋଳନ କରିବାକୁ ଚେଷ୍ଟା କଲେ ।
  • ପୋଲିସ୍ ବାରଣ କରିବାରୁ ସେମାନେ ଥାନାରେ ଅଗ୍ନି ସଂଯୋଗ କଲେ, ତେଣୁ ପୋଲିସ୍ ଗୁଳି ଚଳାଇଥିଲା ଓ ଏଥ‌ିରେ ଉତ୍ସବ ମଲ୍ଲିକ ପ୍ରାଣ ହରାଇଥିଲେ ।

(ଝ) ପାପଢ଼ାହାଣ୍ଡିଠାରେ କାହିଁକି ଗୁଳିଚାଳନା କରାଯାଇଥିଲା ଏବଂ ଏଥ‌ିରେ କେତେଜଣ ପ୍ରାଣତ୍ୟାଗ କରିଥିଲେ ?
Answer:

  • ୧୯୪୨ ମସିହା ଅଗଷ୍ଟ ୨୪ ତାରିଖରେ କୋରାପୁଟର ବହୁ ଲୋକ ପାପଡ଼ାହାଣ୍ଡିଠାରେ ଥ‌ିବା ଟୋଲ ଓ ଥାନା ଧ୍ବଂସ କରିବାକୁ ଯାଇଥିଲେ ।
  • ଫଳରେ ପୋଲିସ୍ ଗୁଳିଚାଳନା କରିଥିଲା ଓ ଏଥ‌ିରେ ୧୫ ଜଣ ବ୍ୟକ୍ତି ପ୍ରାଣତ୍ୟାଗ କରିଥିଲେ ।

(ଞ) କିଏ ଢେଙ୍କାନାଳରେ ଭାରତଛାଡ଼ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ଏବଂ ତାଙ୍କ ନେତୃତ୍ଵରେ କେଉଁଠାରେ ଥାନା ପୋଡ଼ି ସଂଘଟିତ ହୋଇଥିଲା ?
Answer:

  • ବୈଷ୍ଣବ ଚରଣ ପଟ୍ଟନାୟକ ଢେଙ୍କାନାଳରେ ଭାରତ ଛାଡ଼ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।
  • ତାଙ୍କ ନେତୃତ୍ଵରେ ୧୯୪୨ ମସିହା ଅଗଷ୍ଟ ୨୬ ତାରିଖରେ ମଢ଼ି (ବର୍ତ୍ତମାନର କାମାକ୍ଷାନଗର)ରେ ଥାନା ପୋଡ଼ି ସଂଘଟିତ ହୋଇଥିଲା ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) କ୍ରିପ୍‌ସ୍ ମିଶନ କେବେ ଭାରତକୁ ଆସିଥିଲେ ?
Answer:
୧୯୪୨ ମସିହା ମାର୍ଚ୍ଚ ମାସରେ ‘କ୍ରିପ୍‌ସ୍ ମିଶନ’ ଭାରତକୁ ଆସିଥିଲେ ।

BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଖ) କେଉଁଦିନ ଭାରତ ଛାଡ଼ ପ୍ରସ୍ତାବ ଗୃହୀତ ହୋଇଥିଲା ?
Answer:
୧୯୪୨ ମସିହା ଜୁଲାଇ ୧୪ ତାରିଖ ଦିନ ଭାରତ ଛାଡ଼ ପ୍ରସ୍ତାବ ଗୃହୀତ ହୋଇଥିଲା ।

(ଗ) କେଉଁଦିନ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କୁ ଗିରଫ କରାଯାଇଥିଲା ?
Answer:
୧୯୪୨ ମସିହା ଅଗଷ୍ଟ ୯ ତାରିଖ ଦିନ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କୁ ଗିରଫ କରାଯାଇଥିଲା ।

(ଘ) ଅଗଷ୍ଟ ବିପ୍ଳବରେ ଯୋଗ ଦେଇଥିବା ଜଣେ ସମାଜବାଦୀ ମହିଳାଙ୍କ ନାମ ଉଲ୍ଲେଖ କର ।
Answer:
ଅଗଷ୍ଟ ବିପ୍ଳବରେ ଯୋଗ ଦେଇଥିବା ଜଣେ ସମାଜବାଦୀ ମହିଳା ଥିଲେ ଅରୁଣା ଆସଫ୍ ଅଲ୍ଲୀ ।

(ଡି) ଭାରତ ଛାଡ଼ ଆନ୍ଦୋଳନ ସମୟରେ କିଏ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଥିଲେ ?
Answer:
ଭାରତ ଛାଡ଼ ଆନ୍ଦୋଳନ ସମୟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଥିଲେ ଉଇନ୍‌ଷ୍ଟନ୍ ଏସ୍. ଚର୍ଚ୍ଚିଲ୍ ।

(ଚ) କେଉଁଦିନ କାଇପଦରଠାରେ ଲୋକମାନେ ଡାକଘର ପୋଡ଼ି ଦେଇଥିଲେ ?
Answer:
୧୯୪୨ ମସିହା ଅଗଷ୍ଟ ୧୭ ତାରିଖରେ କାଇପଦରଠାରେ ଲୋକମାନେ ଡାକଘର ପୋଡ଼ି ଦେଇଥିଲେ ।

BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଛ) କିଏ ଧାମନଗରଠାରେ ଭାରତ ଛାଡ଼ ଆନ୍ଦୋଳନକୁ ଗତିଶୀଳ କରାଇଥିଲେ ?
Answer:
ମୁରଲୀଧର ପଣ୍ଡା ଧାମନଗରଠାରେ ଭାରତ ଛାଡ଼ ଆନ୍ଦୋଳନକୁ ଗତିଶୀଳ କରାଇଥିଲେ ।

(ଜ) ଭାରତ ଛାଡ଼ ଆନ୍ଦୋଳନ ସମୟରେ କିଏ ନିମାପଡ଼ାରେ ପୋଲିସ୍ ଗୁଳିରେ ପ୍ରାଣ ହରାଇଥିଲେ ?
Answer:
ଭାରତ ଛାଡ଼ ଆନ୍ଦୋଳନ ସମୟରେ ଉତ୍ସବ ମଲ୍ଲିକ ନିମାପଡ଼ାରେ ପୋଲିସ୍ ଗୁଳିରେ ପ୍ରାଣ ହରାଇଥିଲେ ।

(ଝ) କେଉଁଦିନ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା ?
Answer:
୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା ।

(ଞ) ତାଳଚେରରେ କିଏ ଅଗଷ୍ଟ ବିପ୍ଳବର ନେତୃତ୍ବ ନେଇଥିଲେ ?
Answer:
ପବିତ୍ରମୋହନ ପ୍ରଧାନ ତାଳଚେରରେ ଅଗଷ୍ଟ ବିପ୍ଳବର ନେତୃତ୍ଵ ନେଇଥିଲେ ।

୪। ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) କେଉଁ ମସିହାରେ ଇଂରେଜ ସରକାର ‘ଅଗଷ୍ଟ ଦାନ’ ଘୋଷଣା କରିଥିଲେ ?
(i) ୧୯୩୯
(ii) ୧୯୪୦
(iii) ୧୯୪୧
(iv) ୧୯୪୨
Answer:
(ii) ୧୯୪୦

BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

(ଖ) କଂଗ୍ରେସ ଅଧ୍ଵଂଶନରେ କିଏ ‘ଭାରତ ଛାଡ଼’ ପ୍ରସ୍ତାବ ଆଗତ କରିଥିଲେ ?
(i) ମୌଲାନା ଆବୁଲ୍ କାଲାମ୍ ଆଜାଦ୍
(ii) ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍
(iii) ଗୋବିନ୍ଦବଲ୍ଲଭ ପନ୍ଥ
(iv) ଜବାହରଲାଲ ନେହେରୁ
Answer:
(iv) ଜବାହରଲାଲ ନେହେରୁ

(ଗ) ଭାରତ ଛାଡ଼ ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧିଙ୍କୁ କେଉଁଠାରେ ବନ୍ଦୀ କରି ରଖାଯାଇଥିଲା ?
(i) ଅହମ୍ମଦନଗର
(ii) ନାଗପୁର
(iii) ପୁନେ
(iv) ପାଟନା
Answer:
(iii) ପୁନେ

(ଘ) କେବେ କୋରାପୁଟର ଲୋକମାନେ ପାପଡ଼ାହାଣ୍ଡି ନିକଟରେ ଥାନା ଧ୍ବଂସ କରିବାକୁ ଯାଇଥିଲେ ?
(i) ୧୯୪୨ ଅଗଷ୍ଟ ୧୭
(ii) ୧୯୪୨ ଅଗଷ୍ଟ ୨୧
(iii) ୧୯୪୨ ଅଗଷ୍ଟ ୨୪
(iv) ୧୯୪୨ ଅଗଷ୍ଟ ୨୬
Answer:
(ii) ୧୯୪୨ ଅଗଷ୍ଟ ୨୪

(ଙ) କିଏ ‘ଭାରତ ଛାଡ଼’ ଆନ୍ଦୋଳନ ସହିତ ସମ୍ପୃକ୍ତ ନୁହଁନ୍ତି ?
(i) ହରେକୃଷ୍ଣ ମହତାବ
(ii) ସୁରେନ୍ଦ୍ରନାଥ ଦ୍ଵିବେଦୀ
(iii) ଗୋପବନ୍ଧୁ ଚୌଧୁରୀ
(iv) ଗୋପବନ୍ଧୁ ଦାସ
Answer:
(iv) ଗୋପବନ୍ଧୁ ଦାସ

BSE Odisha 10th Class History Solutions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

୫| ପାଠରେ ଦିଆଯାଇଥିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

BSE Odisha 10th Class History Solutions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

Odisha State Board BSE Odisha 10th Class History Solutions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା Textbook Exercise Questions and Answers.

BSE Odisha Class 10 History Solutions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଭାବେ ସୁଭାଷ ବୋଷଙ୍କ ରାଜନୀତିକ ଜୀବନ ସମ୍ପର୍କରେ ଏକ ବିବରଣୀ ପ୍ରଦାନ କର ।
Answer:

  • ୧୯୨୩ ମସିହାରେ ସୁଭାଷ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କଲେ ଓ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ପଦବୀ ଅଳଂକୃତ କଲେ ।
  • ସେ ମହାନ୍ ନେତା ଚିତ୍ତରଞ୍ଜନ ଦାସଙ୍କୁ ତାଙ୍କର ରାଜନୀତିକ ଗୁରୁ ଭାବରେ ଗ୍ରହଣ କଲେ ଓ ତାଙ୍କ ପ୍ରେରଣାରେ ରାଜନୀତିକ କାର୍ଯ୍ୟ କଲେ ।
  • ୧୯୨୪ ମସିହାରେ ସେ କୋଲକତା ନଗର ନିଗମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିର୍ବାଚିତ ହେଲେ । ସେ ଉଭୟ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟି ଓ ସର୍ବଭାରତୀୟ ଶ୍ରକିକ ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।
  • ୧୯୩୮ରେ ସେ ହରିପୁର ଅଧ‌ିବେଶନରେ ଜାତୀୟ କଂଗ୍ରେସର ସଭାପତି ରୂପେ ମନୋନୀତ ହୋଇଥିଲେ ଏବଂ ୧୯୩୯ରେ ଗାନ୍ଧିଜୀଙ୍କ ବିରୋଧ ସତ୍ତ୍ଵେ ତ୍ରିପୁରୀ କଂଗ୍ରେସ ଅଧିବେଶନରେ ମଧ୍ଯ ସଭାପତି ହୋଇଥିଲେ ।
  • ପରବର୍ତୀ ସମୟରେ ଗାନ୍ଧିଜୀଙ୍କ ସହ ମତଭେଦ କାରଣରୁ ସୁଭାଷ କଂଗ୍ରେସ ତ୍ୟାଗକରି ୧୯୩୯ ମସିହା ମେ’ ୩ ତାରିଖରେ ‘ଫରୱାର୍ଡ଼ ବ୍ଲକ୍’ ନାମକ ଏକ ରାଜନୈତିକ ଦଳ ଗଠନ କରିଥିଲେ ।

BSE Odisha 10th Class History Solutions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

(ଖ) ଭାରତ ପରିତ୍ୟାଗ ପଛରେ ସୁଭାଷ ବୋଷଙ୍କ ଉଦ୍ଦେଶ୍ୟ ଓ ଚିନ୍ତାଧାରା କ’ଣ ଥିଲା ?
Answer:

  • ଭାରତ ବାହାରେ ରହି ଭାରତର ସ୍ବାଧୀନତା ପାଇଁ ଲଢ଼େଇ କରିବା ଉଦ୍ଦେଶ୍ୟରେ ୧୯୪୧ ମସିହାରେ ସୁଭାଷ ଛଦ୍ମବେଶରେ ଭାରତ ପରିତ୍ୟାଗ କଲେ ।
  • ‘ଶତ୍ରୁର ଶତ୍ରୁ ଆମର ମିତ୍ର’’ ନୀତି ଅନୁସରଣ କରି ସେ ଦେଶ ବାହାରୁ ବ୍ରିଟିଶ୍ ଶକ୍ତିକୁ ଆଘାତ କରିବାପାଇଁ ସିଦ୍ଧାନ୍ତ ନେଇଥିଲେ ।
  • ଭାରତର ଶତ୍ରୁକୁ ପରାସ୍ତ ଓ ଦମନ କରିବାପାଇଁ ତା’ର ଶତ୍ରୁ ସହିତ ହାତ ମିଳାଇବା ଲାଭଦାୟକ ହେବ ବୋଲି ତାଙ୍କର ହୃଦ୍‌ବୋଧ ହୋଇଥିଲା ।
  • ଇତିହାସରୁ ସେ ଶିକ୍ଷାଲାଭ କରିଥିଲେ ଯେ ବହିଃଶକ୍ତିର ସାହାଯ୍ୟ ବିନା କୌଣସି ଜାତି ସ୍ଵାଧୀନତା ହାସଲ କରିପାରି ନାହିଁ ।
  • ସେଥ‌ିପାଇଁ ସୁଭାଷ ବୋଷ ଇଂଲଣ୍ଡର ପ୍ରଧାନ ଶତ୍ରୁ ଜର୍ମାନୀ ଓ ଜାପାନର ସମର୍ଥନ ହାସଲ କରିବାପାଇଁ ଉଦ୍ୟମ କଲେ ।

(ଗ) ଜର୍ମାନୀରେ ସୁଭାଷଙ୍କ କାର୍ଯ୍ୟକଳାପ କ’ଣ ଥିଲା ?
Answer:

  • ୧୯୪୧ ମସିହା ଜାନୁୟାରୀ ୨୬ ତାରିଖରେ ଭାରତର ସୀମା ଅତିକ୍ରମ କରି ସୁଭାଷ ଆଫଗାନିସ୍ତାନ ଓ ସୋଭିଏତ୍ ରୁଷ୍ ମଧ୍ୟଦେଇ ମାର୍ଚ୍ଚ ୨୫ ତାରିଖରେ ମୁସଲମାନ ବେଶରେ ବର୍ଲିନ୍‌ରେ ପହଞ୍ଚିଲେ ।
  • ଜର୍ମାନ୍ ସରକାରଙ୍କ ସାହାଯ୍ୟରେ ସେ ବର୍ଲିନ୍‌ଠାରେ ଏକ ‘ସ୍ଵାଧୀନ ଭାରତ କେନ୍ଦ୍ର’ ପ୍ରତିଷ୍ଠା କଲେ ଓ ‘ଫ୍ରି ଇଣ୍ଡିଆ ଆର୍ମି’’ ବା ‘‘ସ୍ଵାଧୀନ ଭାରତ ସୈନ୍ୟବାହିନୀ’’ ଗଠନ କଲେ । ଭାରତୀୟ ସେନାଙ୍କୁ ଜର୍ମାନୀ ସେନାପତିମାନେ ତାଲିମ ଦେଇଥିଲେ ।
  • ଜର୍ମାନୀରେ ୧୯୪୧ ମସିହାରେ ସୁଭାଷ ବୋଷ ‘ଆଜାଦ୍ ହିନ୍ଦ୍ ରେଡ଼ିଓ’’ ପ୍ରତିଷ୍ଠା କରି ସେଠାରୁ ୧୯୪୨ ମସିହା ଫେବୃୟାରୀ ୧୯ ତାରିଖରେ ପ୍ରଥମ ଗୁପ୍ତ ବେତାରବାର୍ତ୍ତା ବିଶ୍ବବାସୀଙ୍କ ଉଦ୍ଦେଶ୍ୟରେ ପ୍ରସାରଣ କଲେ ।
  • ସେ ଜର୍ମାନୀର ଶାସକ ହିଟ୍‌ଲର୍‌ଙ୍କୁ ଦେଖାକରି ଭାରତ ସ୍ଵାଧୀନତା ସମ୍ପର୍କରେ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ ।
  • ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେଇ ନଥୁଲେ ହେଁ ଜର୍ମାନୀରୁ ନିରାପଦଭାବେ ଜାପାନକୁ ଯାତ୍ରା କରିବାପାଇଁ ହିଟ୍‌ଲର୍ ସୁଭାଷଙ୍କୁ ସାହାଯ୍ୟ କରିଥିଲେ ।

BSE Odisha 10th Class History Solutions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

(ଘ) ଆଜାଦ୍ ହିନ୍ଦ୍ ଫୌଜର ସୈନିକମାନଙ୍କର ଗିରଫର ପରିଣାମସ୍ଵରୂପ କ’ଣ ଘଟିଥିଲା ?
Answer:

  1. ୧୯୪୫ ମସିହା ସେପ୍ଟେମ୍ବର ମାସରେ ଆଜାଦ୍ ହିନ୍ଦ୍ ଫୌଜର ତିନି ସେନାଧ୍ୟକ୍ଷ ସାହାନୱାଜ ଖାଁ, ପ୍ରେମ ସେହଗଲ ଓ ଗୁରୁଦୟାଲ୍ ସିଂ ଧ୍ଵନ୍ ବ୍ରିଟିଶ୍ ସରକାରଙ୍କଦ୍ବାରା ଗିରଫ ହେଲେ ।
  2. ସେହି ବର୍ଷ ନଭେମ୍ବର ୫ ତାରିଖରେ ସେମାନେ ଦିଲ୍ଲୀର ଲାଲକିଲ୍ଲାରେ ଅନୁଷ୍ଠିତ ସାମରିକ ଅଦାଲତର ସମ୍ମୁଖୀନ ହେଲେ ।
  3. ସେମାନଙ୍କୁ ସ୍ଵାଧୀନତା ସଂଗ୍ରାମୀଭାବେ ଅଭିହିତ କରି ଭାରତୀୟମାନେ ସେମାନଙ୍କ ଗିରଫ ଓ ବିଚାର ବିରୋଧରେ ସମଗ୍ର ଦେଶରେ ବିକ୍ଷୋଭ, ଶୋଭାଯାତ୍ରା ଓ ହରତାଳ ସଙ୍ଗଠିତ କଲେ ।
  4. ସମସ୍ତ ରାଜନୈତିକ ଦଳ ଯଥା କଂଗ୍ରେସ, ମୁସ୍‌ଲିମ୍ ଲିଗ୍ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନେତୃବୃନ୍ଦ ତଥା ଜନସାଧାରଣ ସେମାନଙ୍କର ମୁକ୍ତି ଦାବି କଲେ । ଭୁଲୁଭାଇ ଦେଶାଇ, ତେଜ ବାହାଦୂର ସାହୁ ଓ ଜବାହରଲାଲ୍ ନେହେରୁ ଓ ଆସଫ୍ ଅଲ୍ଲୀ ସେମାନଙ୍କ ସପକ୍ଷରେ ମକଦ୍ଦମା ଲଢ଼ିଲେ ।
  5. ଇଂରେଜ ସରକାରଙ୍କ ବିରୋଧରେ ପ୍ରବଳ ଜନମତ ପ୍ରକାଶ ପାଇବାରୁ ସାମରିକ ଅଦାଲତ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସତ୍ତ୍ବେ ଭାଇସ୍‌ରାୟ ଲର୍ଡ଼ ୱାଭେଲ୍ ସେମାନଙ୍କୁ ୧୯୪୬ ମସିହା ଜାନୁୟାରୀ ୧ ତାରିଖରେ ମୁକ୍ତ କରି ଦେଇଥିଲେ ।

(ଡି) ଆଜାଦ୍ ହିନ୍ଦ୍ ଫୌଜର ଅଭିଯାନରୁ ମିଳିଥିବା ସୁଫଳ ସମ୍ପର୍କରେ ଏକ ଟିପ୍‌ପଣୀ ଲେଖ ।
Answer:

  • ଐତିହାସିକ ଦୃଷ୍ଟିକୋଣରୁ ବିଚାରକଲେ ଦେଖାଯାଏ ଯେ ନେତାଜୀଙ୍କର ଆଜାଦ୍ ହିନ୍ଦ୍ ଫୌଜର ଅଭିଯାନ ପ୍ରକୃତ ପକ୍ଷରେ ବ୍ୟର୍ଥ ହୋଇନଥିଲା ।
  • ଘୋଷିତ ଲକ୍ଷ୍ୟ ପୂରଣରେ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇନଥିଲେ ମଧ୍ୟ ଭାରତର ସ୍ଵାଧୀନତା ଇତିହାସରେ ଆଜାଦ୍ ହିନ୍ଦ୍ ଫୌଜର ଅଭିଯାନର ଫଳ ଥିଲା ସୁଦୂରପ୍ରସାରୀ ।
  • ଏହି ସଂଗ୍ରାମର ତାତ୍‌କ୍ଷଣିକ ଫଳ ହିସାବରେ ଭାରତୀୟ ନୌସେନା ବ୍ରିଟିଶ୍ ଶାସନ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ ।
  • ୧୯୪୫ ମସିହାର ଶେଷଭାଗରେ ସାରା ଭାରତବର୍ଷରେ ଯେଉଁ ଉତ୍ତେଜନା ଓ ବ୍ରିଟିଶ୍ ବିରୋଧୀ ଆନ୍ଦୋଳନ ହୋଇଥିଲା, ତାହା ସରକାରଙ୍କୁ କ୍ରମଶଃ ଭୟଭୀତ କରିଥିଲା ।
  • ବ୍ରିଟିଶ୍ ଶକ୍ତି ଉପରେ ଚରମ ଆଘାତ କରି ଏହା ସ୍ଵାଧୀନତା ପ୍ରାପ୍ତିର ପଥକୁ ସୁଗମ କରିଥିଲା ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) କେଉଁ ଦୁଇଟି ସ୍ଥାନରେ ଏବଂ କେବେ ସୁଭାଷ ବୋଷ ଜାତୀୟ କଂଗ୍ରେସ ଅଧ‌ିବେଶନର ସଭାପତି ହୋଇଥିଲେ ?
Answer:

  1. ପ୍ରଥମତଃ ୧୯୩୮ ମସିହାରେ ସେ ହରିପୁର ଅଧ‌ିବେଶନରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ମନୋନୀତ ହୋଇଥିଲେ ।
  2. ଦ୍ଵିତୀୟତଃ ୧୯୩୯ ମସିହାରେ ସେ ତ୍ରିପୁରୀ ଅଧୂବେଶନରେ ମଧ୍ଯ ଜାତୀୟ କଂଗ୍ରେସର ସଭାପତି ହୋଇଥିଲେ ।

BSE Odisha 10th Class History Solutions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

(ଖ) ରାସବିହାରୀ ବୋଷ ବିଦେଶରେ ପ୍ରତିଷ୍ଠା କରିଥିବା ସଙ୍ଗଠନର ନାମ କ’ଣ ?
Answer:

  • ଜାପାନରେ ବାସ କରୁଥିବା ଭାରତୀୟ ବିପ୍ଳବୀ ରାସବିହାରୀ ବୋଷ ସେଠାରେ ‘ଭାରତୀୟ ସ୍ଵାଧୀନତା ସଂଘ’ ଗଠନ କରିଥିଲେ ।
  • ସେ କ୍ୟାପଟେନ୍ ମୋହନ ସିଂହଙ୍କ ନେତୃତ୍ୱରେ ଭାରତୀୟ ଜାତୀୟ ବାହିନୀ ବା ଆଜାଦ୍ ହିନ୍ଦ୍ ଫୌଜ ମଧ୍ୟ ଗଠନ କରିଥିଲେ ।

(ଗ) ଜର୍ମାନୀରୁ କେବେ ଓ କିପରି ସୁଭାଷଚନ୍ଦ୍ର ବୋଷ ଟୋକିଓ ଯାଇଥିଲେ ?
Answer:

  • ୧୯୪୩ ମସିହା ଫେବୃୟାରୀ ୮ ତାରିଖରେ ସୁଭାଷ କିଲେ ବନ୍ଦରରୁ ବୁଡ଼ାଜାହାଜରେ ଜାପାନ ଅଭିମୁଖେ ଯାତ୍ରା କରିଥିଲେ ।
  • ୧୯୪୩ ମସିହା ଜୁନ୍ ୧୩ ତାରିଖରେ ସେ ଟୋକିଓ ସହରରେ ପହଞ୍ଚିଥିଲେ ।

(ଘ) ସୁଭାଷଚନ୍ଦ୍ର ବୋଷ ଆଜାଦ୍ ହିନ୍ଦ୍ ଫୌଜର ୪ଟି ବ୍ରିଗେଡ୍‌ର ନାମ କ’ଣ ରଖିଲେ ?
Answer:

  1. ସୁଭାଷଚନ୍ଦ୍ର ବୋଷ ଆଜାଦ୍ ହିନ୍ଦ୍ ଫୌଜକୁ ଚାରୋଟି ଯୋଦ୍ଧା ବାହିନୀ ବା ବ୍ରିଗେଡ଼ରେ ବିଭକ୍ତ କରିଥିଲେ ।
  2. ସେଗୁଡ଼ିକ ହେଲା – ‘ଗାନ୍ଧି ବ୍ରିଗେଡ଼’, ‘ନେହେରୁ ବ୍ରିଗେଡ଼’, ‘ଆଜାଦ୍ ବ୍ରିଗେଡ଼’’ ଏବଂ ସ୍ୱତନ୍ତ୍ର ମହିଳା ଶାଖା ‘ଝାନ୍ସୀ ରାଣୀ ବ୍ରିଗେଡ୍’’ ।

(ଙ) ‘ଦିଲ୍ଲୀ ଚଲୋ’ର ତାତ୍ପର୍ଯ୍ୟ କ’ଣ ?
Answer:

  • ସୁଭାଷ ବୋଷଙ୍କ ନେତୃତ୍ଵରେ ଆଜାଦ୍ ହିନ୍ଦ୍ ଫୌଜ ଭାରତ ଅଭିଯାନ ଆରମ୍ଭ କରିଥିଲା ।
  • ନେତାଜୀଙ୍କ ଗଣଧ୍ଵନି ‘ଦିଲ୍ଲୀ ଚଲୋ’ ଓ ‘ଜୟହିନ୍ଦ୍’ ମନ୍ତ୍ରରେ ଉଦ୍ଦୀପ୍ତ ହୋଇ ଆଜାଦ୍ ହିନ୍ଦ୍ ବାହିନୀ ଭାରତର ପୂର୍ବ ସୀମାନ୍ତରେ ପହଞ୍ଚିଲା । ସୁଭାଷଙ୍କ ମତରେ, ‘ଦିଲ୍ଲୀର ପଥ ହେଲା ସ୍ଵାଧୀନତାର ପଥ’ ।

(ଚ୍) ଆଜାଦ୍ ହିନ୍ଦ୍ ଫୌଜ ତାହାର ଭାରତ ଅଭିଯାନ ସମୟରେ ଭାରତର କେଉଁ ସହର ଏବଂ କେବେ ଦଖଲ କରିଥିଲା ?
Answer:

  • ଆଜାଦ୍ ହିନ୍ଦ୍ ଫୌଜ ତାହାର ଭାରତ ଅଭିଯାନ ସମୟରେ ଭାରତର ମଣିପୁର ରାଜ୍ୟର କୋହିମା ସହର ଦଖଲ କରିଥିଲା ।
  • ୧୯୪୪ ମସିହା ଏପ୍ରିଲ୍ ମାସରେ ଆଜାଦ୍ ହିନ୍ଦ୍ ଫୌଜ କୋହିମା ଦଖଲ କରିଥିଲା ।

BSE Odisha 10th Class History Solutions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

(ଛ) ଇମ୍ଫାଲ ଦଖଲ କରିବାପାଇଁ ଆଜାଦ୍ ହିନ୍ଦ୍ ଫୌଜ କାହିଁକି ବିଫଳ ହୋଇଥିଲା ?
Answer:

  1. ଇମ୍ଫାଲ ଦଖଲ କରିବାପାଇଁ ଅଗ୍ରସର ହେଉଥ‌ିବା ସମୟରେ ପ୍ରବଳ ବର୍ଷା ଆରମ୍ଭ ହେବାରୁ ଆଜାଦ୍ ହିନ୍ଦ୍ ଫୌଜର ଯୋଗାଯୋଗ ବ୍ୟବସ୍ଥା! ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ।
  2. ଏଥସହିତ ଦ୍ଵିତୀୟ ବିଶ୍ଵଯୁଦ୍ଧରେ ଜାପାନର ପରାଜୟ ମଧ୍ଯ ଆଜାଦ୍ ହିନ୍ଦ୍ ଫୌଜର ବିପର୍ଯ୍ୟୟର କାରଣ ହେଲା ।

(ଜ) ଆଜାଦ୍ ହିନ୍ଦ୍ ଯୁଦ୍ଧବନ୍ଦୀମାନଙ୍କ ସପକ୍ଷରେ କେଉଁ ଆଇନଜୀବୀମାନେ ମକଦ୍ଦମା ଲଢ଼ିଥିଲେ ?
Answer:

  • ଆଜାଦ୍ ହିନ୍ଦ୍ ଯୁଦ୍ଧବନ୍ଦୀମାନଙ୍କ ସପକ୍ଷରେ ଅନେକ ଭାରତୀୟ ଆଇନଜୀବୀ ମକଦ୍ଦମା ଲଢ଼ିଥିଲେ ।
  • ସେମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ ଭୁଲୁଭାଇ ଦେଶାଇ, ତେଜ ବାହାଦୂର ସାପ୍ରୁ, ଜବାହରଲାଲ ନେହେରୁ ଓ ଆସଫ୍ ଅଲ୍ଲୀ ।

(ଝ) ଆଜାଦ୍ ହିନ୍ଦ୍ ଫୌଜର ଯୁଦ୍ଧବନ୍ଦୀମାନଙ୍କୁ କିଏ ଏବଂ କେବେ ମୁକ୍ତ କରିଥିଲେ ?
Answer:

  • ଭାରତର ତତ୍କାଳୀନ ଭାଇସ୍‌ୟ ଲର୍ଡ଼ ୱେଭେଲ୍ ଆଜାଦ୍ ହିନ୍ଦ୍ ଫୌଜର ଯୁଦ୍ଧବନ୍ଦୀମାନଙ୍କୁ ମୁକ୍ତ କରିଥିଲେ ।
  • ୧୯୪୬ ମସିହା ଜାନୁୟାରୀ ୧ ତାରିଖ ଦିନ ଭାରତୀୟ ଜନମତର ଚାପରେ ସେ ଏପରି କରିବାକୁ ବାଧ୍ୟ ହୋଇଥିଲେ ।

(ଞ) ସୁଭାଷଚନ୍ଦ୍ର ବୋଷଙ୍କ ବିମାନ ଦୁର୍ଘଟଣା କେବେ ଏବଂ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାତ୍ରା
Answer:

  1. ୧୯୪୫ ମସିହା ଅଗଷ୍ଟ ୧୮ ତାରିଖରେ ସୁଭାଷଚନ୍ଦ୍ର ବୋଷଙ୍କ ବିମାନ ଦୁର୍ଘଟଣା ଘଟିଥିଲା ।
  2. ଜାପାନର ଫର୍ମୋଜାରୁ ଟୋକିଓକୁ ଯାଉଥ‌ିବାବେଳେ ସୁଭାଷ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମ୍ବାଦ ପ୍ରକାଶ ପାଇଥିଲା ।

BSE Odisha 10th Class History Solutions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ସୁଭାଷଚନ୍ଦ୍ର ବୋଷ କେଉଁଦିନ ଜନ୍ମଗ୍ରହଣ କରିଥିଲେ ?
Answer:
୧୮୯୭ ମସିହା ଜାନୁୟାରୀ ୨୩ ତାରିଖରେ ସୁଭାଷଚନ୍ଦ୍ର ବୋଷ ଜନ୍ମଗ୍ରହଣ କରିଥିଲେ ।

(ଖ) ସୁଭାଷଚନ୍ଦ୍ର ବୋଷ କାହାକୁ ତାଙ୍କର ରାଜନୀତିକ ଗୁରୁ ଭାବେ ଗ୍ରହଣ କରିଥିଲେ ?
Answer:
ମହାନ୍ ନେତା ଚିତ୍ତରଞ୍ଜନ ଦାସଙ୍କୁ ସୁଭାଷଚନ୍ଦ୍ର ବୋଷ ତାଙ୍କର ରାଜନୀତିକ ଗୁରୁ ଭାବେ ଗ୍ରହଣ କରିଥିଲେ ।

(ଗ) କଂଗ୍ରେସର କେଉଁ ଅଧିବେଶନରେ ସୁଭାଷଚନ୍ଦ୍ର ବୋଷ ପ୍ରଥମଥର ଏହାର ସଭାପତି ହୋଇଥିଲେ ?
Answer:
କଂଗ୍ରେସର ୧୯୩୮ ମସିହାର ହରିପୁର ଅଧୂବେଶନରେ ସୁଭାଷଚନ୍ଦ୍ର ବୋଷ ପ୍ରଥମଥର ଏହାର ସଭାପତି ହୋଇଥିଲେ ।

(ଘ) ସୁଭାଷଚନ୍ଦ୍ର ବୋଷ ଗଠନ କରିଥିବା ରାଜନୀତିକ ଦଳର ନାମ କ’ଣ ଥିଲା ?
Answer:
ସୁଭାଷଚନ୍ଦ୍ର ବୋଷ ଗଠନ କରିଥିବା ରାଜନୀତିକ ଦଳର ନାମ ଥିଲା ‘ଫରୱାର୍ଡ ବ୍ଳକ୍‌’ ।

(ଙ) ‘‘ଭାରତୀୟ ସ୍ଵାଧୀନତା ସଂଘ’’ର ପ୍ରତିଷ୍ଠାତା କିଏ ଥିଲେ ?
Answer:
‘ଭାରତୀୟ ସ୍ଵାଧୀନତା ସଂଘ’ର ପ୍ରତିଷ୍ଠାତା ଥିଲେ ଜାପାନରେ ବାସ କରୁଥିବା ଭାରତୀୟ ବିପ୍ଳବୀ ରାସବିହାରୀ ବୋଷ ।

BSE Odisha 10th Class History Solutions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

(ଚ) ସୁଭାଷଚନ୍ଦ୍ର ବୋଷ ଜାପାନର କେଉଁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ୍ କରିଥିଲେ ?
Answer:
ସୁଭାଷଚନ୍ଦ୍ର ବୋଷ ଜାପାନର ପ୍ରଧାନମନ୍ତ୍ରୀ ଟୋଜୋଙ୍କୁ ସାକ୍ଷାତ୍ କରିଥିଲେ ।

(ଛ) କିଏ ଝାନ୍ସୀ ରାଣୀ ବ୍ରିଗେଡ୍‌ର ନେତୃତ୍ଵ ନେଇଥିଲେ ?
Answer:
କ୍ୟାପ୍‌ଟେନ୍ ଲକ୍ଷ୍ମୀ ସେହଗଲ ଝାନ୍ସୀ ରାଣୀ ବ୍ରିଗେଡ୍‌ର ନେତୃତ୍ଵ ନେଇଥିଲେ ।

(ଜ) ‘ତୁମେ ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି’’ । କେଉଁ ପରିପ୍ରେକ୍ଷୀରେ ସୁଭାଷ ବୋଷ ଏ କଥା କହିଥିଲେ ?
Answer:
ଆଜାଦ୍ ହିନ୍ଦ୍ ସରକାର ପ୍ରତିଷ୍ଠା ପରେ ଇଂରେଜ ସରକାରଙ୍କ ବିରୋଧରେ ଯୁଦ୍ଧଘୋଷଣା ପରିପ୍ରେକ୍ଷୀରେ ସୁଭାଷ ବୋଷ କହିଥିଲେ – ‘ତୁମେ ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି’ ।

(ଝ) ଆଜାଦ ହିନ୍ଦ୍ ଫୌଜ ଭାରତ ଅଭିଯାନ ସମୟରେ କେଉଁଠାରେ ଭାରତୀୟ ପତାକା ଉତ୍ତୋଳନ
Answer:
ଆଜାଦ୍ ହିନ୍ଦ୍ ଫୌଜ ଭାରତ ଅଭିଯାନ ସମୟରେ କୋହିମାଠାରେ ଭାରତୀୟ ପତାକା ଉତ୍ତୋଳନ କରିଥିଲେ ।

(ଞ) କେଉଁ ସ୍ଥାନରେ ଆଜାଦ୍ ହିନ୍ଦ୍ ଯୁଦ୍ଧବନ୍ଦୀମାନଙ୍କ ବିଚାର ହୋଇଥିଲା ?
Answer:
ଦିଲ୍ଲୀର ଲାଲକିଲ୍ଲାରେ ଅନୁଷ୍ଠିତ ସାମରିକ ଅଦାଲତରେ ଆଜାଦ୍ ହିନ୍ଦ୍ ଯୁଦ୍ଧବନ୍ଦୀମାନଙ୍କ ବିଚାର ହୋଇଥିଲା ।

BSE Odisha 10th Class History Solutions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

୪। ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ସୁଭାଷ ବୋଷ କେବେ ଭାରତୀୟ ପ୍ରଶାସନିକ ସେବା (ଆଇ.ସି.ଏସ୍.) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ?
(i) ୧୯୧୬
(ii) ୧୯୧୯
(iii) ୧୯୨୦
(iv) ୧୯୨୩
Answer:
(iii) ୧୯୨୦

(ଖ) ସୁଭାଷ ବୋଷ କେବେ ବର୍ଲିନ୍‌ରେ ପହଞ୍ଚିଥିଲେ ?
(i) ୧୯୪୧ ଜାନୁୟାରୀ ୨୬
(ii) ୧୯୪୧ ମାର୍ଚ୍ଚ ୨୫
(iii) ୧୯୪୨ ଫେବୃୟାରୀ ୧୯
(iv) ୧୯୪୩ ଜୁନ୍ ୧୩
Answer:
(iii) ସିଙ୍ଗାପୁର

(ଗ) ସୁଭାଷ ବୋଷଙ୍କ ପୂର୍ବରୁ କିଏ ଆଜାଦ୍ ହିନ୍ଦ୍ ଫୌଜର ନେତୃତ୍ଵ ନେଇଥିଲେ ?
(i) ରାସବିହାରୀ ବୋଷ
(ii) ସାହାନୱାଜ ଗାଁ
(iii) ଲକ୍ଷ୍ମୀ ସେହଗାଲ
(iv) ମୋହନ ସିଂହ
Answer:
(ii) ୧୯୪୧ ମାର୍ଚ୍ଚ ୨୫

(ଘ) ସୁଭାଷ ବୋଷ କେଉଁଠାରେ ଆଜାଦ୍ ହିନ୍ଦ୍ ସରକାର ଗଠନ କରିଥିଲେ ?
(i) ବର୍ଲିନ
(ii) ଟୋକିଓ
(iii) ସିଙ୍ଗାପୁର
(iv) ବ୍ୟାଙ୍କକ୍
Answer:
(iv) ମୋହନ ସିଂହ

BSE Odisha 10th Class History Solutions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

(ଙ) କେଉଁ ଦେଶର ସରକାରଙ୍କଠାରୁ ସୁଭାଷ ବୋଷ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜର ଦାୟିତ୍ଵ ଗ୍ରହଣ କରିଥିଲେ ?
(i) ଜର୍ମାନୀ
(ii) ଜାପାନ
(iii) ଆୟାରଲାଣ୍ଡ
(iv) ଇଂଲଣ୍ଡ
Answer:
(ii) ଜାପାନ

୫। ପାଠରେ ଦିଆଯାଇଥିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)