Go through 7th Class Science Book Odia Medium Question Answer and Class 7 Science Chapter 9 Question Answer Odia Medium ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟା to understand textbook questions more clearly.
7th Class Science Chapter 9 Question Answer Odia Medium
Class 7 Science Chapter 9 Odia Medium
ଆସ ଆମ ଶିକ୍ଷଣର ବୃଦ୍ଧି କରିବା
Question 1.
ଉପଯୁକ୍ତ ଶବ୍ଦଗୁଡ଼ିକ ସହିତ ଖାଲି ବାକ୍ସଗୁଡ଼ିକୁ ପୂରଣ କରି ପାକନଳୀ ମଧ୍ଯରେ ଖାଦ୍ୟର ଯାତ୍ରା ସଂପୂର୍ଣ୍ଣ କର । ଖାଦ୍ୟ → ପାଟି

Answer:


Question 2.
ସମୀର ପରୀକ୍ଷାନଳୀ ‘କ’ ରେ କିଛି ରୁଟି ଖଣ୍ଡ ରଖୁଥଲା । ନମିତା ପରୀକ୍ଷାନଳୀ ‘ଖ’ ରେ ଚୋବାଇଥିବା ରୁଟି ରଖୁଥୁଲା, ଏବଂ ତୁଳସୀ ପରୀକ୍ଷାନଳୀ ‘ଗ’ ରେ ସିଝା ଆଳୁ ଚକଟା ନେଇଥିଲା । ସମସ୍ତେ ସେମାନଙ୍କ ପରୀକ୍ଷାନଳୀ ‘କ’, ‘ଖ’, ଏବଂ ‘ଗ’ ରେ କିଛି ବୁନ୍ଦା ଆୟୋଡ଼ିନ୍ ଦ୍ରବଣ ମିଶାଇଥଲେ । ସେମାନଙ୍କର ପର୍ଯ୍ୟବେକ୍ଷଣ କ’ଣ ହେବ ? କାରଣ ଲେଖ ।
Answer:
ଏହି ପରୀକ୍ଷଣଟି ଖାଦ୍ୟରେ ଥିବା ମଣ୍ଡଦ (Starch) ର ଉପସ୍ଥିତି ଆୟୋଡ଼ିନ୍ ଦ୍ରବଣ ଦ୍ଵାରା ଚିହ୍ନଟ ପାଇଁ ପ୍ରଯୁଜ୍ୟ ଅଟେ । ମଣ୍ଡଦ ଆୟୋଡ଼ିନ୍ ଦ୍ରବଣର ସଂସ୍ପର୍ଶରେ ଆସିଲେ ଗାଢ଼ନୀଳ (Blue-Black) ବର୍ଷ ଧାରଣ କରିଥାଏ ।
- ସମୀର ପରୀକ୍ଷାନଳୀ (କ) : ରୁଟିଖଣ୍ଡ ଆୟୋଡ଼ିନ ବ୍ରଣର ସଂସ୍ପର୍ଶରେ ଆସିଲେ ଏହା ମଣ୍ଡଦ ସହ ପ୍ରତିକ୍ରିୟା କରି ନୀଳ ରଙ୍ଗ ଧାରଣ କରିବ । ଏଥୁରୁ ଜଣାପଡୁଛି ଯେ ସେଥୁରେ ମଣ୍ଡଦ ଅଛି ।
- ନମିତା ପରୀକ୍ଷାନଳୀ (ଖ) : ଚୋବାଯାଇଥିବା ରୁଟି ଲାଳର ସଂସ୍ପର୍ଶରେ ଆସିଥାଏ । ଏଠାରେ ରାସାୟନିକ କ୍ରିୟାଦ୍ଵାରା ମଣ୍ଡଦ ସରଳ ଶର୍କରାରେ ପରିଣତ ହୋଇଯାଇଛି, ଫଳରେ ଅଳ୍ପ ପରିମାଣର ମଣ୍ଡଦ ଆୟୋଡ଼ିନ୍ ଦ୍ରବଣର ସଂସ୍ପର୍ଶରେ ଆସିବାରୁ ରଙ୍ଗ ପରିବର୍ତ୍ତନ ହୋଇପାରେ । ଚୋବାଇବା ସମୟ ବୃଦ୍ଧିପାଇଲେ ରଙ୍ଗରେ ପରିବର୍ତ୍ତନ ହେବନାହିଁ ।
- ତୁଳସୀ ପରୀକ୍ଷାନଳୀ (ଗ) : ଆଳୁ ଚକଟା ଧାରଣ କରିବ କାରଣ ଆଳୁରେ ପ୍ରଚୁର
Question 3.
ଶ୍ଵାସକ୍ରିୟାରେ ମଧ୍ୟଚ୍ଛଦାର ଭୂମିକା କ’ଣ ?
(i) ବାୟୁ ଛାଣିବା
(ii) ଧ୍ଵନି ସୃଷ୍ଟି କରିବା
(iii) ଶ୍ଵାସକ୍ରିୟାରେ ସାହାଯ୍ୟ କରିବା
(iv) ଅମ୍ଳଜାନ ଶୋଷଣ କରିବା
Answer:
(iii) ଶ୍ଵାସକ୍ରିୟାରେ ସାହାଯ୍ୟ କରିବା

Question 4.
ନିମ୍ନରେ ‘କ’ ସ୍ତମ୍ଭରେ ଦିଆଯାଇଥିବା ଶରୀରର ଅଂଶ ସହିତ ‘ଖ’ ସ୍ତମ୍ଭରେ ଦିଆଯାଇଥିବା କାର୍ଯ୍ୟ ସହିତ ମିଳାଅ ।
| ‘କ’ ସ୍ତମ୍ଭ (ଶରୀର ଅଂଶ) |
‘ଖ’ ସ୍ତମ୍ଭ (କାର୍ଯ୍ୟ) |
| (i) ନାସାର ନ୍ଧ୍ର |
ବାହାରୁ ତାଜା ବାୟୁ ପ୍ରବେଶ କରେ |
| (ii) ନାସା ପଥ |
ଗ୍ୟାସର ଆଦାନପ୍ରଦାନ ହୁଏ |
| (iii) ଶ୍ଵାସନଳୀ |
ଫୁସ୍ଫୁସ୍କୁ ସୁରକ୍ଷା ଦିଏ |
| (iv) କୋଟରିକା |
ସୂକ୍ଷ୍ମ ଲୋମ ଏବଂ ଶ୍ଳେଷ୍ମା ଆମକୁ ପ୍ରଶ୍ଵାସ ନେବାରେ ସାହାଯ୍ୟ କରେ |
| (v) ପଞ୍ଜରା |
ଏହି ଅଂଶ ଦେଇ ବାୟୁ ଆମ ଫୁସ୍ଫୁସ୍ରେ ପହଞ୍ଚେ |
Answer:
| ‘କ’ ସ୍ତମ୍ଭ (ଶରୀର ଅଂଶ) |
‘ଖ’ ସ୍ତମ୍ଭ (କାର୍ଯ୍ୟ) |
| (i) ନାସାର ନ୍ଧ୍ର |
ବାହାରୁ ତାଜା ବାୟୁ ପ୍ରବେଶ କରେ |
| (ii) ନାସା ପଥ |
ସୂକ୍ଷ୍ମ ଲୋମ ଏବଂ ଶ୍ଳେଷ୍ମା ଆମକୁ ପ୍ରଶ୍ଵାସ ନେବାରେ ସାହାଯ୍ୟ କରେ |
| (iii) ଶ୍ଵାସନଳୀ |
ଏହି ଅଂଶ ଦେଇ ବାୟୁ ଆମ ଫୁସ୍ଫୁସ୍ରେ ପହଞ୍ଚେ |
| (iv) କୋଟରିକା |
ଗ୍ୟାସ୍ର ଆଦାନପ୍ରଦାନ ହୁଏ |
| (v) ପଞ୍ଜରା |
ଫୁସ୍ଫୁସ୍କୁ ସୁରକ୍ଷା ଦିଏ |

Question 5.
ଅନିଲ ତା’ର ସାଙ୍ଗ ସବିତାକୁ କହିଲା ବୋଲି ବୁଝାଇବା ପାଇଁ ସବିତା ଯେ ଶ୍ୱସନ ଏବଂ ଶ୍ଵାସକ୍ରିୟା ସମାନ ପ୍ରକ୍ରିୟା । ଏହି ସିଦ୍ଧାନ୍ତ ଠିକ୍ ନୁହେଁ ତାକୁ କେଉଁ ପ୍ରଶ୍ନ ପଚାରିବ ?
Answer:
ସବିତା, ଅନିଲକୁ ନିମ୍ନଲିଖତ ପ୍ରଶ୍ନ ପଚାରିପାରିବ ଯଥା :
- ଶ୍ଵାସକ୍ରିୟା ଶରୀର ପାଇଁ ଶକ୍ତି ଉତ୍ପାଦନ କରିଥାଏ କି ?
- ଶ୍ଵାସକ୍ରିୟା ବିନା ଶ୍ଵାସନ ସମ୍ଭବ କି ?
- ଶ୍ଵାସନ ପ୍ରକ୍ରିୟା କେଉଁଠାରେ ହୋଇଥାଏ ?
- ଶ୍ଵାସକ୍ରିୟା ରାସାୟନିକ ପ୍ରତିକ୍ରିୟା ସହ ସଂଶ୍ଳିଷ୍ଟ କି ?
ଉପରୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ସମୟରେ ଅନିଲ ଅନୁଭବ କରିବ ଯେ, ଶ୍ଵାସକ୍ରିୟା ହେଉଛି ଅମ୍ଳଜାନ ଗ୍ରହଣ କରିବା ଏବଂ ଅଙ୍ଗାରକାମ୍ଳ ତ୍ୟାଗ କରିବାର ଏକ ସାଧାରଣ କ୍ରିୟା; କିନ୍ତୁ ଶ୍ୱସନ ହେଉଛି ଏକ କୋଷୀୟ ପ୍ରକ୍ରିୟା ଯାହା ଖାଦ୍ୟରୁ ଶକ୍ତି ମୋଚନ ନିମନ୍ତେ ଅମ୍ଳଜାନ ବ୍ୟବହାର କରିଥାଏ ।
Question 6.
ନିମ୍ନଲିଖତ କେଉଁ ବକ୍ତବ୍ୟ ଠିକ୍ ଏବଂ କାହିଁକି ?
ଅନୁ : ଆମେ ପ୍ରଶ୍ଵାସରେ ବାୟୁ ନେଉ ।
ଶାନୁ : ଆମେ ପ୍ରଶ୍ଵାସରେ ଅମ୍ଳଜାନ ନେଉ ।
ତନୁ : ଆମେ ପ୍ରଶ୍ଵାସରେ ଅମ୍ଳଜାନରେ ଭରପୂର ବାୟୁ ନେଉ ।
Answer:
ତନୁ : ଆମେ ପ୍ରଶ୍ଵାସରେ ଅମ୍ଳଜାନରେ ଭରପୂର ବାୟୁ ନେଉ ଉପରୋକ୍ତ ବକ୍ତବ୍ୟଟି ଠିକ୍ ଅଟେ କାରଣ ଆମେ ପ୍ରଶ୍ଵାସରେ ଗ୍ରହଣ କରୁଥିବା ବାୟୁରେ ୨୧% ଅମ୍ଳଜାନ ରହିଥାଏ ଓ ୭୮% ଯବକ୍ଷାରଜାନ ରହିଥାଏ ।
Question 7.
ଆମେ ବହୁତ ଧୂଳିପୂର୍ଣ୍ଣ ବାୟୁ ପ୍ରଶ୍ଵାସରେ ନେବାବେଳେ ପ୍ରାୟତଃ ଛିଙ୍କୁ । ଏହାର ସମ୍ଭାବ୍ୟ ବ୍ୟାଖ୍ୟା କ’ଣ ହୋଇପାରେ ?
Answer:
ଧୂଳି ଭଳି ବିରକ୍ତକାରୀ ପଦାର୍ଥକୁ ବାହାର କରିବା ନିମିତ୍ତ ଛିଙ୍କିବା ହେଉଛି ଆମ ଶରୀରର ପ୍ରାକୃତିକ ପ୍ରତିରକ୍ଷା ବ୍ୟବସ୍ଥା ।
- ଧୂଳିପୂର୍ଣ୍ଣ ବାୟୁ ପ୍ରଶ୍ଵାସ ସମୟରେ ନାସାରନ୍ଧ୍ର ଦେଇ ଗତି କଲାବେଳେ ଧୂଳିର କଣିକାଗୁଡ଼ିକ ନାସାରନ୍ଧ୍ରର କାନ୍ଥରେ ଲାଗିଯାଇ ବିରକ୍ତି କରିଥାଆନ୍ତି ।
- ନାସାପଥର ଚର୍ମରେ ଅନେକ ସ୍ନାୟୁର ଅନ୍ତିମ ଅଂଶ ଏଗୁଡ଼ିକୁ ଚିହ୍ନଟକରି ମସ୍ତିଷ୍କକୁ ସଂକେତ ପ୍ରେରଣ କରିଥାନ୍ତି ।
- ମସ୍ତିଷ୍କର ନିର୍ଦ୍ଦେଶରେ ଏହି କ୍ଷତିକାରକ ଅନାବଶ୍ୟକ ଉପାଦାନଗୁଡ଼ିକୁ ଶରୀରରୁ ବାହାର କରିବା ପାଇଁ ଆମକୁ ଛିଙ୍କ ଲାଗିଥାଏ ଓ ଏହା ଦ୍ଵାରା ଆମ ଶ୍ଵାସନ ସଂସ୍ଥାନ ସୁରକ୍ଷିତ ରହିଥାଏ ।
Question 8.
ସପ୍ତମ ଶ୍ରେଣୀର ପ୍ରତିଭା ଏବଂ ଅନାମିକା ସକାଳର ବ୍ୟାୟାମ ପାଇଁ ଦୌଡ଼ିବା ଆରମ୍ଭ କଲେ । ଦୌଡ଼ିବା ସମାପ୍ତ କରିବା ପରେ, ସେମାନେ ପ୍ରତି ମିନିଟ୍ରେ ସେମାନଙ୍କର ନିଃଶ୍ୱାସ ଗଣନା କଲେ । ଅନାମିକା ପ୍ରତିଭା ଅପେକ୍ଷା ଦ୍ରୁତ ପ୍ରଶ୍ଵାସ ନେଉଥିଲା । ଅନାମିକା ପ୍ରତିଭା ଅପେକ୍ଷା କାହିଁକି ଦ୍ରୁତ ପ୍ରଶ୍ଵାସ ନେଉଥିଲା ତାହାର ଅତି କମ୍ରେ ଦୁଇଟି ସମ୍ଭାବ୍ୟ କାରଣ ଲେଖ ।
Answer:
ସମ୍ଭାବ୍ୟ କାରଣ :
- ପ୍ରତିଭା ଓ ଅନାମିକାର ଶରୀର ଗଠନରେ ପାର୍ଥକ୍ୟ ଥାଇପାରେ । ଅନାମିକା ପ୍ରତିଭା ଅପେକ୍ଷା ଦୌଡ଼ିବା ସହିତ କମ୍ ଅଭ୍ୟସ୍ତ ଥୁବ, ତେଣୁ ତା’ର ଶରୀର ପାଇଁ ଅଧିକ ଅମ୍ଳଜାନର ଆବଶ୍ୟକତା ରହୁଥିବା କାରଣରୁ ସେ ଦ୍ରୁତ ପ୍ରଶ୍ଵାସ ନେଇଥାଇ ପାରେ ।
- ଅନାମିକା, ପ୍ରତିଭା ତୁଳନାରେ ଯଦି ଅଧ୍ଵକ ବେଗରେ ବା ଅଧିକ ଦୂରତା ଦୌଡ଼ିଥିବ, ତେବେ ତା’ର ମାଂସପେଶୀରେ ଥିବା ତନ୍ତୁଗୁଡ଼ିକ ଅଧିକ ଅମ୍ଳଜାନ ଆବଶ୍ୟକ କରୁଥାଇପାରନ୍ତି ଯାହାକି ତା’ର ଦ୍ରୁତ ପ୍ରଶ୍ଵାସ ନେବାର କାରଣ ହୋଇଥାଇପାରେ ।

Question 9.
ଯଦୁ ତା’ର ଧାରଣାର ସତ୍ୟତା ଜାଣିବା ପାଇଁ ଗୋଟିଏ ପରୀକ୍ଷା କଲା । ସେ ଦୁଇଟି ପରୀକ୍ଷା ନଳୀ ‘କ’ ଏବଂ ‘ଖ’ ନେଲା । ପ୍ରତ୍ୟେକରେ ଅଧା ପାଣି ଭର୍ତ୍ତି କରି ଏକ ଚିମୁଟା ଲେଖାଁଏ ଚାଉଳ ଚୂନା ମିଶାଇଲା ଏବଂ ସେଗୁଡ଼ିକ ଭଲ ଭାବରେ ଘାଣ୍ଟିଲା । ପରୀକ୍ଷା ନଳୀ ‘ଖ’ରେ ସେ କିଛି ବୁନ୍ଦା ଲାଳ ମିଶାଇଲା । ସେ ଦୁଇଟି ପରୀକ୍ଷା ନଳୀକୁ ୩୫–୩୬ ମିନିଟ୍ ପାଇଁ ଛାଡ଼ି ଦେଲା । ଏହାପରେ, ସେ ଉଭୟ ପରୀକ୍ଷା ନଳୀରେ ଆୟୋଡ଼ିନ୍ ଦ୍ରବଣ ମିଶାଇଲା । ପରୀକ୍ଷା ଫଳାଫଳ ଚିତ୍ରରେ ଦେଖାଯାଇଥିବା ପରି ଆସିଲା । ସେ କ’ଣ ପରୀକ୍ଷା କରିବାକୁ ଚାହୁଁଛି ବୋଲି ତୁମେ ଭାବୁଛ ?

Answer:
‘ଶ୍ଵେତସାର ଭାଙ୍ଗିବା ଉପରେ ଲାଳର ପ୍ରଭାବ’’ ସମ୍ବନ୍ଧରେ ଜାଣିବା ପାଇଁ ଯଦୁ ଉପରୋକ୍ତ ପରୀକ୍ଷଣଟି କରିଥିଲା । ପରୀକ୍ଷଣର ଫଳାଫଳ :
- ପରୀକ୍ଷାନଳୀ ‘କ’ : ଏହି ପରୀକ୍ଷା ନଳୀରେ କେବଳ ଚାଉଳ ଚୂନା ସହ ଜଳ ଓ ଆୟୋଡ଼ିନ ଦ୍ରବଣ ରହିଅଛି । ଆୟୋଡି଼ନ ମଣ୍ଡଦ ସହିତ ପ୍ରତିକ୍ରିୟା କଲେ ଗାଢ଼ନୀଳ ବର୍ଷ ଧାରଣ କରେ । ଏଠାରେ ରଙ୍ଗ ଗାଢ଼ ନୀଳବର୍ଣ୍ଣ ରହୁଥିବାରୁ ଜଣାପଡୁଛି ଯେ, ଏଥିରେ ମଣ୍ଡଦର ଉପସ୍ଥିତି ଅଛି ।
- ପରୀକ୍ଷାନଳୀ ‘ଖ’ : ଏହି ପରୀକ୍ଷାନଳୀରେ ଚାଉଳ ଚୂନା ସହିତ ଲାଳ ମିଶାଯାଇଛି । ଚାଉଳରେ ମଣ୍ଡଦ (Starch) ନାମକ ଶ୍ଵେତସାର ରହିଥାଏ । ଆମର ଲାଳରେ ଏକ ପାଚକରସ ଥାଏ, ଯାହା ମଣ୍ଡଦକୁ ସରଳ ଶର୍କରାରେ ଭାଙ୍ଗିବାରେ ସାହାଯ୍ୟ କରେ । ଏହି କାରଣରୁ ରଙ୍ଗ ଗାଢ଼ନୀଳ ବର୍ଣ୍ଣ ହୋଇ ନପାରେ ବା କମ୍ ପରିମାଣରେ ହୋଇପାରେ । ଏହା ଲାଳର ପରିମାଣ ଓ ସମୟ ଉପରେ ନିର୍ଭର କରିଥାଏ ।
ସିଦ୍ଧାନ୍ତ :
ଏହି ସରଳ ପରୀକ୍ଷଣରୁ ଆମେ ଜାଣିପାରିବା ଯେ, ପାଟିରୁ କିପରି ଭାବରେ ପଚନ ପ୍ରକ୍ରିୟା ଆରମ୍ଭ ହୋଇଥାଏ ।
Question 10.
ରଶ୍ମି ଦୁଇଟି ସଫା ପରୀକ୍ଷା ନଳୀ ‘କ’ ଏବଂ ‘ଖ’ ନେଇ ଏକ ପରୀକ୍ଷଣ ପରିକଳ୍ପନା କଲା ଏବଂ ଚିତ୍ରରେ ଦେଖାଯାଇଥିବା ପରି ସେଗୁଡ଼ିକୁ ଚୂନ ପାଣିରେ ଭର୍ତ୍ତିକଲା । ପରୀକ୍ଷା ନଳୀ ‘କ’ ରେ ଆମେ ପ୍ରଶ୍ଵାସରେ ନେଉଥୁବା ଚାରିପାଖର ବାୟୁକୁ ପାଇପ୍ ମାଧ୍ୟମରେ ଶୋଷି ଭିତରକୁ ପଠାଇଲା, ଏବଂ ପରୀକ୍ଷା ନଳୀ ‘ଖ’ରେ, ନିଶ୍ଵାସରେ ନିର୍ଗତ ବାୟୁ ପାଇପ୍ ମାଧ୍ୟମରେ ଫୁଙ୍କି ଭର୍ତ୍ତିକଲା । ସେ କ’ଣ ଅନୁସନ୍ଧାନ କରିବାକୁ ଚେଷ୍ଟା କରୁଛି ବୋଲି ତୁମେ ଭାବୁଛ ? ସେ ତା’ର ଫଳାଫଳକୁ କିପରି ନିଶ୍ଚିତ କରିପାରିବ ?

Answer:
ଚୂନପାଣିକୁ ସୂଚକରୂପେ ନେଇ ପ୍ରଶ୍ଵାସ ବାୟୁ ଓ ନିଃଶ୍ଵାସ ବାୟୁରେ ଅମ୍ଳଜାନର ଉପସ୍ଥିତି ବିଷୟରେ ଅନୁସନ୍ଧାନ କରିବାକୁ ରଶ୍ମି ଚେଷ୍ଟା କରୁଛି ।
ପରୀକ୍ଷଣର ଫଳାଫଳ :
(i) ପରୀକ୍ଷାନଳୀ ‘କ’ :
ଏହି ପରୀକ୍ଷାନଳୀ ଥୁବା ଚୂନପାଣି ଚାରିପାଖର ବାୟୁ ସଂସ୍ପର୍ଶରେ ଆସିଥାଏ, ତେଣୁ ଚୂନପାଣି ବା କ୍ୟାଲସିୟମ୍ ହାଇଡ୍ରିକ୍ସାଇଡ୍ ଦ୍ରବଣର ବାୟୁରେ ଥିବା ସ୍ଵଳ୍ପ ଅଙ୍ଗାରକାମ୍ଳ (CO) ଯାହାକି ମାତ୍ର 0.04% ସଂସ୍ପର୍ଶରେ ଆସିବାରୁ ସାମାନ୍ୟ ରଙ୍ଗ ପରିବର୍ତ୍ତନ ହୋଇପାରେ ବା ଆଦୌ ରଙ୍ଗ ପରିବର୍ତ୍ତନ ନ ହୋଇପାରେ ।
(ii) ପରୀକ୍ଷାନଳୀ ‘ଖ’ :
ଏହି ପରୀକ୍ଷାନଳୀରେ ଥିବା ଚୂନପାଣି ନିଃଶ୍ୱାସ ବାୟୁ ସଂସ୍ପର୍ଶରେ ଆସି ଥୁବାରୁ ଏହାର ରଙ୍ଗ ଦୁଗ୍ଧ ବର୍ଣ୍ଣରେ ପରିଣତ ହୋଇଥାଏ, କାରଣ ନିଃଶ୍ଵାସ ବାୟୁରେ ବାହାର ବାୟୁ ତୁଳନାରେ ଅଧିକ ଅଙ୍ଗାରକାମ୍ଳ ଗ୍ୟାସ (ହାରାହାରି ୪%) ରହିଥାଏ ।
ଉପରୋକ୍ତ ଫଳାଫଳରୁ ଏହା ପ୍ରମାଣିତ ହୁଏ ଯେ, ନିଃଶ୍ଵାସ ବାୟୁରେ ଅଧ୍ବକ ଅଙ୍ଗାରକାମ୍ଳ ରହିଥାଏ । ଶ୍ଵାସକ୍ରିୟାରେ ଶରୀର ଭିତରକୁ ଅମ୍ଳଜାନ ଯାଇ ଉପଯୋଗ ହୁଏ ଓ ଅନାବଶ୍ୟକ ଅଙ୍ଗାରକାମ୍ଳ ବାହାରକୁ ବାହାରି ଆସିଥାଏ ।.

ଅନୁସନ୍ଧାନମୂଳକ ପ୍ରକଳ୍ପ
Question 1.
ମୁଖର ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖୁବା ପାଇଁ କେଉଁ ଅଭ୍ୟାସଗୁଡ଼ିକ ଭଲ ? ପୁସ୍ତକ/ସମ୍ବାଦପତ୍ର/ ବୟସ୍କମାନଙ୍କ ସହିତ କଥାବାର୍ତ୍ତାରୁ ଏହି ବିଷୟରେ ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କର । ଏକ ରିପୋର୍ଟ ପ୍ରସ୍ତୁତ କର ।
Answer:
ମୁଖମଣ୍ଡଳର ପରିଷ୍କାର ପରିଚ୍ଛନ୍ନତା ସାଧାରଣତଃ ନିମ୍ନଲିଖତ ଅଙ୍ଗଗୁଡ଼ିକର ପରିଚ୍ଛନ୍ନତାକୁ ବୁଝାଇଥାଏ, ଯଥା : ଚକ୍ଷୁ, ନାସା, କର୍ଣ୍ଣ, ପାଟି ଓ ଚର୍ମ ।
(କ) ଚକ୍ଷୁର ପରିଚ୍ଛନ୍ନତା :
(i) ଆଖୁ ସଫା କରିବା ପାଇଁ ପ୍ରଥମେ ହାତକୁ ଭଲ ଭାବରେ ଧୋଇବା ଉଚିତ ।
(ii) ବନ୍ଦ ଆଖୁକୁ ଧୋଇବା ପାଇଁ ଉଷୁମ ପାଣି ବା ସାଲାଇନ୍ ଦ୍ରବଣ ବ୍ୟବହାର କରିବା ଆବଶ୍ୟକ ।
(iii) ଆଖୁରୁ ଧୂଳି ଓ ମଇଳା ବାହାର କରିବା ପାଇଁ ପରିଷ୍କାର ଜଳ ବ୍ୟବହାର କରିବା ଆବଶ୍ୟକ ।
(iv) ଖରାକୁ ବାହାରିଲେ କଳା ଚଷମା ବ୍ୟବହାର କରିବା ଆବଶ୍ୟକ ।
(v) ଆଖୁକୁ ସ୍ପଷ୍ଟ ଦେଖାଯାଉ ନଥୁଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।
(vi) ଆଖୁକୁ ଭଲ ରଖୁବା ପାଇଁ ଭିଟାମିନ୍ A ଓ ଓମେଗା 3 ଖାଦ୍ୟ ଖାଇବା ଆବଶ୍ୟକ ।
(ଖ) ନାସାପଥର ପରିଚ୍ଛନ୍ନତା :
(i) ନାକରୁ ମଇଳା ବାହାର କରିବା ପାଇଁ ନାଜାଲ ସ୍ପ୍ରେ ବ୍ୟବହାର କରିବା ଆବଶ୍ୟକ ।
(ii) ହ୍ୟୁମିଡ଼ଫାୟର ବ୍ୟବହାରଦ୍ଵାରା ନାସାପଥ ଶୁଷ୍କ ହୋଇ ନଥାଏ ।
(iii) ପ୍ରଚୁର ପାଣି ପିଇବା ଦ୍ଵାରା କଫ ତରଳ ହୋଇଥାଏ ।
(iv) ନାକ ସଫା କରିବାର ସର୍ବୋତ୍ତମ ଉପାୟ ହେଉଛି ସାଲାଇନ ଦ୍ରବଣ ବ୍ୟବହାର ।
(v) ‘ନେତି ପାତ୍ର’ ଉପକରଣଦ୍ଵାରା ନାକକୁ ପାଣିରେ ସଫା କରାଯାଇ ପାରିବ ।
(vi) ନାକ ସଫା କରିବା ପାଇଁ ଜୀବାଣୁମୁକ୍ତ ଜଳ ବ୍ୟବହାର କରାଯାଏ ।
(vii) ନାସାପଥ ଖୋଲିବା ପାଇଁ ନାକରେ ଆଡ଼େସିଭ୍ ଷ୍ଟ୍ରିପ୍ ଲଗାଯାଏ ।
(ଗ) କର୍ପୂର ପରିଚ୍ଛନ୍ନତା :
(i) କାନର ବାହାର ଅଂଶକୁ କପଡ଼ାରେ ଧୋଇ ଭଲଭାବରେ ଶୁଖାଯାଏ ।
(ii) ଗାଧୋଇବା ପରେ କାନକୁ ଶୁଖାଇବା ପାଇଁ ପତଳା ତଉଲିଆ ବ୍ୟବହାର କରାଯାଏ ।
(iii) କାନ ଭିତର ମଇଳା ବାହାର କରିବା ପାଇଁ କାନଡ୍ରପ ବ୍ୟବହାର କରାଯାଏ ।
(iv) କାନ ଛିଦ୍ରରେ କାଠି, ତୁଳା ଇତ୍ୟାଦି ଭର୍ତ୍ତି କରିବା ଉଚିତ ନୁହେଁ ।
(v) କପା ସ୍ଵାବ୍ ଦ୍ଵାରା କର୍ଣ୍ଣଛଦ୍ର ସଫା କରିବା ଉଚିତ ନୁହେଁ ।
(vi) କାନରେ ବ୍ୟବହୃତ ଅଳଙ୍କାରଗୁଡ଼ିକୁ ସାପ୍ତାହିକ ସଫା କରିବା ଉଚିତ ।
(vii) ଅତ୍ୟଧିକ ଶବ୍ଦ ଶୁଣିବାଦ୍ଵାରା କର୍ଣ୍ଣପଟହ କ୍ଷତିଗ୍ରସ୍ତ ହୋଇଥାଏ ।
(ଘ) ପାର୍ଟିର ପରିଚ୍ଛନ୍ନତା :
(i) ଦିନକୁ ୨ ଥର ଫ୍ଲୋରାଇଡ୍ ଯୁକ୍ତ ପେଷ୍ଟରେ ଦାନ୍ତ ଘଷିବା ଆବଶ୍ୟକ ।
(ii) ପ୍ରତ୍ୟେକ ୬ ମାସରେ ଥରେ ଦନ୍ତ ଚିକିତ୍ସକଙ୍କ ପରାମର୍ଶ ନେବା ଆବଶ୍ୟକ ।
(iii) ଆଣ୍ଟି ବ୍ୟାକ୍ଟେରିଆଲ୍ ମାଉଥ୍ ୱାସ୍ ବ୍ୟବହାର ଗ୍ରହଣୀୟ ଅଟେ ।
(iv) ନରମ ଦାନ୍ତଥିବା ବ୍ରସରେ ଦାନ୍ତ ସଫା କରିବା ବିଧେୟ ।
(v) ଧୂମପାନ ଓ ତମାଖୁ ସେବନଦ୍ୱାରା ମୁଖ ଗହ୍ଵରର କ୍ଷତି ହୋଇଥାଏ ।
(vi) ଜିଭ ସଫା କରିବା ପାଇଁ ଜିଭ ସ୍ପାପର ବ୍ୟବହାର କରାଯାଏ ।
(vii) ଖାଇସାରିବା ପରେ ପାଟିକୁ ଭଲଭାବରେ ଧୋଇବା ଆବଶ୍ୟକ ।
(viii) ଓଠ ଓ ପାଟିରେ ଭେସଲିନ୍ ବ୍ୟବହାର କରାଯାଏ ।

(ଡ) ମୁଖ ଚର୍ମର ପରିଚ୍ଛନ୍ନତା :
(i) ଦିନକୁ ସର୍ବନିମ୍ନ ୨ ଥର କ୍ଲିନ୍ର ବା ଉଷୁମ ପାଣିରେ ମୁହଁ ସଫା କରାଯାଏ ।
(ii) ଚର୍ମକୁ ହାଇଡ୍ରେଟ୍ ରଖୁବା ପାଇଁ ମଇଶ୍ଚରାଇଜର ବ୍ୟବହାର କରାଯାଏ ।
(iv) ମୁହଁକୁ ଛୁଇଁବା ପୂର୍ବରୁ ହାତକୁ ଭଲଭାବରେ ଧୋଇବା ଆବଶ୍ୟକ ।
(v) ମୁହଁ ସଫା କରିବା ପରେ ଟୋନର ବ୍ୟବହାରଦ୍ଵାରା pH ସନ୍ତୁଳିତ ହୁଏ ।
(vi) ସୂର୍ଯ୍ୟକିରଣ କ୍ଷତିରୁ ରକ୍ଷା ପାଇବା ପାଇଁ ସନ୍ସ୍କ୍ରିନ୍ ବ୍ୟବହାର କରାଯାଏ ।
(vii) ଚର୍ମରେ ଥିବା ମୃତକଣିକା ବାହାର କରିବା ପାଇଁ ଫେସ୍ୱାସ ବ୍ୟବହାର କରାଯାଏ ।
(viii) ଉପଯୁକ୍ତ କ୍ଲିଞ୍ଜରଦ୍ଵାରା ଚର୍ମକୁ ୩୦ ମିନିଟ୍ ପର୍ଯ୍ୟନ୍ତ ମାଲିସ୍ କରାଯାଏ ।
(ix) ନରମ ତଉଲିଆ ସାହାଯ୍ୟରେ ମୁହଁକୁ ଧୀରେ ଧୀରେ ପୋଛାଯାଏ ।
Question 2.
ପରିପାକ ସଂସ୍ଥାର ସୁସ୍ଥତା ବଜାୟ ରଖୁବାର ବିଭିନ୍ନ ଉପାୟ ଖୋଜ । ପରିପାକ ସଂସ୍ଥାର ସୁସ୍ଥତା ବଜାୟ ରଖୁବାରେ ସାହାଯ୍ୟ କରୁଥିବା କିଛି ଖାଦ୍ୟ ପଦାର୍ଥର ଉଦାହରଣ ଲେଖ । ଏକ ରିପୋର୍ଟ ପ୍ରସ୍ତୁତ କର ଏବଂ
ଶ୍ରେଣୀରେ ଉପସ୍ଥାପନ କର ।
Answer:
ପରିପାକ ସଂସ୍ଥାର ସୁସ୍ଥତା ବଜାୟ ରଖ୍ ପାଇଁ ନିମ୍ନଲିଖିତ ଉପାୟମାନ ଅବଲମ୍ବନ କରାଯାଇଥାଏ, ଯଥା-
(i) ଫଳ, ପନିପରିବା ଏବଂ ଶସ୍ୟ ଜାତୀୟ ଖାଦ୍ୟ ଅଧିକ ୱ୍ଆଯାଏ ।
(ii) ନିୟମିତ ଭାବରେ ବ୍ୟାୟାମ କରାଯାଏ ।
(iii) ଖାଦ୍ୟକୁ ଭଲଭାବରେ ଚୋବାଇ ଖାଇବାକୁ ପଡ଼ିଥାଏ ।
(iv) ଅତ୍ୟଧିକ ଖାଦ୍ୟ ଗ୍ରହଣ ପଦ୍ଧତିକୁ ପରିହାର କରାଯାଏ ।
(v) ପର୍ଯ୍ୟାପ୍ତ ପରିମାଣର ନିଦ୍ରା ସହ ମାଦକ ଦ୍ରବ୍ୟ ସେବନରୁ ନିବୃତ୍ତ ରହିବା ଉଚିତ ।
(vi) ମଳକୁ ନରମ କରିବାପାଇଁ ଦୈନିକ ୧.୫ ରୁ ୨.୦ ଲିଟର ପାଣି ପିଆଯାଏ ।
(vii) ଖାଦ୍ୟରେ ତେଲ, ଚର୍ବି ଓ ମିଠାକୁ ପ୍ରାଧାନ୍ୟ ନଦେବା ଉଚିତ ।
(viii) ମସଲାଯୁକ୍ତ ଖାଦ୍ୟ ବର୍ଜନ କରିବା ଉଚିତ ।
(ix) ଯୋଗ, ଧ୍ୟାନ କିମ୍ବା ଗଭୀର ନିଃଶ୍ଵାସଦ୍ଵାରା ମାନସିକ ଚାପ ସନ୍ତୁଳନ କରାଯାଏ ।
(x) ପରିପାକ ସଂସ୍ଥାରେ ରୋଗ ଜୀବାଣୁ ପ୍ରବେଶ କଲେ ଚିକିତ୍ସକଙ୍କ ପରାମର୍ଶ ଗ୍ରହଣ କରାଯାଇଥାଏ ।
Question 3.
ରଙ୍ଗୀନ ମାଟି ବ୍ୟବହାର କରି, ପରିପାକ ସଂସ୍ଥାର ଏକ 3-D ମଡ଼େଲ୍ ପ୍ରସ୍ତୁତ କର ଏବଂ କଳା କାଗଜ ପଟି ବ୍ୟବହାର କରି ପରିପାକ ସଂସ୍ଥାର ସମସ୍ତ ଅଂଶକୁ ନାମାଙ୍କିତ କର ।
Answer:
ଶିକ୍ଷକଙ୍କ ପରାମର୍ଶ ଗ୍ରହଣକରି ଏହି କାର୍ଯ୍ୟ କରାଯାଇପାରିବ । ମାଟିକୁ ରଙ୍ଗୀନ କରିବା ପାଇଁ ଏଥୁରେ ଜୈବିକ ମୁରୁଜ ବ୍ୟବହାର କରାଯାଇପାରିବ ।

Question 4.
ବାୟୁର ଗୁଣବତ୍ତା ଏବଂ AQI କ’ଣ ? ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଲୋକ – ଚାଷୀ, କାରଖାନା କର୍ମଚାରୀ କିମ୍ବା ରାସ୍ତାକଡ଼ର ବିକ୍ରେତାଙ୍କ ଶ୍ଵାସକ୍ରିୟା ପ୍ରଣାଳୀ ଉପରେ ବାୟୁ ଗୁଣବତ୍ତାର ପ୍ରଭାବ ବିଷୟରେ ଅନୁସନ୍ଧାନ କର ।
Answer:
(a) ପ୍ରତ୍ୟେକ ଜୀବର ଜୀବନ ଧାରଣ ପାଇଁ ବାୟୁ ଅପରିହାର୍ଯ୍ୟ ଅଟେ । ବାୟୁକୁ ଆଖିରେ ଦେଖି ହୁଏ ନାହିଁ, କିନ୍ତୁ ଚର୍ମ ଦ୍ଵାରା ଏହାର ସ୍ଥିତି ଅନୁଭବ କରିହୋଇଥାଏ । ପୃଥିବୀକୁ ଘେରି ରହିଥିବା ଗ୍ୟାସୀୟ ଆବରଣକୁ ବାୟୁମଣ୍ଡଳ
କୁହାଯାଏ । ଏଥିରେ ୬୮% ଯବକ୍ଷାରଜାନ, ୨୧% ଅମ୍ଳଜାନ ଓ ଅନ୍ୟାନ୍ୟ ଗ୍ୟାସ୍ ୧% ରହିଥାଏ ।
(b) ପ୍ରାକୃତିକ ଉପାୟରେ ବା ମନୁଷ୍ୟଦ୍ଵାରା ସଂପାଦିତ ଅନେକ ରାସାୟନିକ ଓ ଜୈବିକ କ୍ରିୟା ଯୋଗୁଁ ଅବାଞ୍ଛିତ କଣିକା ସମୂହ ବାୟୁରେ ମିଶି ଏହାକୁ ପ୍ରଦୂଷିତ କରିଥାଏ । ମୁଖ୍ୟ ବାୟୁ ପ୍ରଦୂଷକଗୁଡ଼ିକ ହେଉଛି –
(i) କାର୍ବନ ଯୌଗିକ – CO2, CO
(ii) ଯବକ୍ଷାରୀୟ ଅକ୍ସାଇଡ୍ – NOx
(iii) ହାଇଡ୍ରୋକାର୍ବନ – CH
(iv) ସଲଫର ଅକ୍ସାଇଡ଼ – SOx
(v) କଣିକାରାଜି
(c) ବାୟୁ ଗୁଣବତ୍ତା ସୂଚାଙ୍କ (Air Quality Index ବା AQI) ହେଉଛି ବାୟୁ ବର୍ତ୍ତମାନ କେତେ ମାତ୍ରାରେ ପ୍ରଦୂଷିତ ହେବାର ପୂର୍ବାନୁମାନ କରାଯାଇଛି, ତାହାର ଏକ ଆକଳନ । ବାୟୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇଲେ, ଜନସ୍ୱାସ୍ଥ୍ୟ ବିପଦ ସହିତ AQI ମଧ୍ୟ ବୃଦ୍ଧି ପାଇଥାଏ ।
(d) ସ୍ଵଚ୍ଛ ଭାରତ ଅଭିଯାନ ଅଧୀନରେ ୧୭ ଡିସେମ୍ବର ୨୦୧୪ ରେ ନୂଆଦିଲ୍ଲୀରେ ଜାତୀୟ ବାୟୁ ଗୁଣବତ୍ତା ସୂଚକାଙ୍କ (NAQI) ଆରମ୍ଭ ହୋଇଥିଲା ।
| AQI |
ମନ୍ତବ୍ୟ |
ସ୍ଵାସ୍ଥ୍ୟ ଉପରେ ପ୍ରଭାବ |
| 0-50 |
ଭ ଲ |
ସର୍ବନିମ୍ନ ପ୍ରଭାବ |
| 51-100 |
ସନ୍ତୋଷଜନକ |
ଶ୍ଵାସକ୍ରିୟାରେ ଅସୁବିଧା |
| 101-200 |
ମଧ୍ୟମ ଧରଣର |
ନିଃଶ୍ଵାସ ନେବାରେ ଅସୁବିଧା |
| 201-300 |
ଦୁର୍ବଳ |
ନିଃଶ୍ଵାସ ନେବାରେ ଅସୁବିଧା |
| 301-400 |
ଗମ୍ଭୀର |
ଶ୍ଵାସକ୍ରିୟା ଜନିତ ରୋଗ |
| 401-500 |
ବିପଦପୂର୍ଣ୍ଣ |
ଗମ୍ଭୀରଭାବେ ପ୍ରଭାବିତ କରେ |
ବାୟୁ ପ୍ରଦୂଷଣ ବିଭିନ୍ନ ରୋଗର କାରଣ ହୋଇଥାଏ, ଯଥା –
(କ) ଶ୍ଵାସକ୍ରିୟାଜନିତ ରୋଗ :
(i) ଆଜ୍
(ii) COPD (କ୍ରନିକ୍ ବ୍ରୋନ୍କାଇଟିସ୍)
(iii) ଫୁସ୍ଫୁସ୍ ସଂକ୍ରମଣ (ନିମୋନିଆ)
(ଖ) ହୃଦ୍ରୋଗ :
(i) ହୃଦ୍ଘାତ ବା ଷ୍ଟ୍ରୋକ୍
(ii) ହୃଦ୍ଘାତ
(ଗ) କର୍କଟ ରୋଗ
(i) ଫୁସ୍ଫୁସ୍ କର୍କଟ
(ii) ସ୍ତନ କର୍କଟ
(iii) ଯକୃତ କର୍କଟ
(ଘ) ସ୍ନାୟୁଗତ ବିକାର :
(i) ନ୍ୟୁରୋଡ଼େଭଲପମେଣ୍ଟାଲ ସମସ୍ୟା
(ii) ମାର୍କସାନ୍ସ ରୋଗ
(ଙ) ଅନ୍ୟାନ୍ୟ ସ୍ଵାସ୍ଥ୍ୟ ପ୍ରଭାବ :
(i) ଅଙ୍ଗକ୍ଷତି (ବୃକ୍କ, ଯକୃତ, ଚକ୍ଷୁ)
(ii) ପ୍ରଜନନ ସମସ୍ୟା
(iii) ମେଟାବୋଲିକ୍ ଏବଂ ଇମ୍ୟୁନିଟି ବ୍ୟାଧୁ
(iv) ଚର୍ମରୋଗ

(e) ବିଭିନ୍ନ ପ୍ରକାରର ପଥର, ବାଲି ଓ ମାଟିରେ ସିଲିକା ଭଳି ସ୍ଫଟିକ ରହିଥାଏ । ଏହି ସାମଗ୍ରୀ ସହିତ କାମ କରିବା ଦ୍ଵାରା ଦୀର୍ଘକାଳୀନ ଫୁସ୍ଫୁସ୍ ରୋଗ ହୋଇଥାଏ, ଏହାକୁ ସିଲିକୋସିସ୍ (Silicosis) କୁହାଯାଏ ।
(f) ଜ୍ସଷ୍ଟସ୍ ଓ ସିମେଣ୍ଟ କାରଖାନାରେ କାମ କରିବାଦ୍ଵାରା ଏକ ପ୍ରକାର ଫୁସ୍ଫୁସ୍ ସମ୍ବନ୍ଧୀୟ ରୋଗ ହୁଏ ଓ ତନ୍ତୁରେ ନିଃଶ୍ଵାସ ନେବା କଷ୍ଟ ହୋଇଥାଏ । ଏହି ରୋଗକୁ ଆଜ୍ବେଷ୍ଟୋସିସ୍ (Asbestosis) କୁହାଯାଏ ।
(g) ଲୁଗାକଳରେ କାମ କରୁଥିବା ଶ୍ରମିକମାନେ ତୁଳାର ତନ୍ତୁଦ୍ୱାରା ଆକ୍ରାନ୍ତ ହୋଇ ‘ଯେଉଁ ରୋଗର ସମ୍ମୁଖୀନ ହୋଇଥାନ୍ତି, ତାହାକୁ ବିସିନୋସିସ୍ (Byssinosis) କୁହାଯାଏ । ଚିନିକଳର ଶ୍ରମିକମାନେ ଆଖୁ ଛେଦାର ଧୂଳି ସଂସ୍ପର୍ଶରେ ଆସି ବାଗାସୋସିସ୍ (Bagasosis) ରୋଗରେ ଆକ୍ରାନ୍ତ ହୋଇଥା’ନ୍ତି । କୋଇଲା ଗୁଣ୍ଡର ପ୍ରଭାବରେ ଆଣ୍ଡ୍ରାକୋସିସ୍ (Antracosis) ରୋଗ ହୋଇଥାଏ ।
(h) ଉପରୋକ୍ତ ରୋଗମାନଙ୍କରେ ବ୍ୟକ୍ତିଠାରେ କାଶ ହେବା ଏକ ସାଧାରଣ ଲକ୍ଷଣ ଅଟେ । କାଶରେ କଫ ଓ ରକ୍ତ ପଡ଼ିପାରେ । ନିଃଶ୍ଵାସ ଓ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭୂତ ହୋଇଥାଏ । ବହୁ ରୋଗୀ ଯକ୍ଷ୍ମା ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥା’ନ୍ତି ।
Question 5.
ବାକ୍ସ – ଶ୍ଵାସକ୍ରିୟା (box-breating) କୌଶଳ ବିଷୟରେ ପଢ଼ (ଚିତ୍ର ରହିବ) । ଏହାର ଲାଭ କ’’ଣ ?

Answer:
ବାକ୍ସ-ଶ୍ଵାସକ୍ରିୟା (Box-Breathing) ହେଉଛି ଏକ ଆରାମଦାୟକ କୌଶଳ ଯେଉଁଥରେ ୪ଟି ସମାନ ଲମ୍ବ ପଦକ୍ଷେପ ରହିଥାଏ ।
(i) 4 ସେକେଣ୍ଡ ପାଇଁ ପ୍ରଶ୍ଵାସ ନିଆଯାଏ ।
(ii) 4 ସେକେଣ୍ଡ ପାଇଁ ନିଃଶ୍ଵାସ ଧରି ରଖାଯାଏ ।
(iii) 4 ସେକେଣ୍ଡ ପାଇଁ ନିଃଶ୍ଵାସ ଛଡ଼ାଯାଏ ।
(iv) 4 ସେକେଣ୍ଡ ପାଇଁ ନିଃଶ୍ଵାସ ଧରି ରଖାଯାଏ ।
ଏହା ଚାପ ଏବଂ ଚିନ୍ତା ପରିଚାଳନା ପାଇଁ ଏକ ସରଳ କୌଶଳ ଅଟେ । ଏହା ଏକ ଶକ୍ତିଶାଳୀ ଉପକରଣ ଅଟେ । ଏହାଦ୍ଵାରା ଧ୍ୟାନ ବିଭ୍ରାନ୍ତିରୁ ଦୂରେଇହୁଏ । ମନରେ ଏକାଗ୍ରତା ସୃଷ୍ଟି ହୋଇଥାଏ । ଏହା ହୃଦସ୍ପନ୍ଦନକୁ ନିୟନ୍ତ୍ରଣ କରେ । ରକ୍ତଚାପ ହ୍ରାସ କରେ ଓ ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ ।

Question 6.
ପକ୍ଷୀ ଏବଂ ସ୍ତନ୍ୟପାୟୀ ପ୍ରାଣୀଙ୍କ ଶ୍ଵାସକ୍ରିୟା ପାଇଁ ଫୁସ୍ଫୁସ୍ ଅଛି, କିନ୍ତୁ ପକ୍ଷୀମାନେ ଉପରେ ଉଡ଼ିପାରନ୍ତି ଯେଉଁଠାରେ ଅମ୍ଳଜାନ ସ୍ତର କମ୍ ଥାଏ । ଏପରି ପରିସ୍ଥିତିରେ ସେମାନଙ୍କ ଶ୍ଵାସକ୍ରିୟା ପ୍ରଣାଳୀର କିପରି ଉପଯୋଜନ ହୋଇଥିବ ?
Answer:
(a) ପକ୍ଷୀମାନଙ୍କର ଶ୍ଵାସକ୍ରିୟା ପ୍ରଣାଳୀ ଏକପାର୍ଶ୍ଵ ପକ୍ଷୀମାନେ ନିଃଶ୍ଵାସ ନେବା ସମୟରେ ତାଜା ଉପରେ ପ୍ରବାହିତ ହୋଇଥାଏ । ଅଟେ, ଯାହା ସେମାନଙ୍କୁ ଉଚ୍ଚ ଦକ୍ଷତା ପ୍ରଦାନ କରିଥାଏ । ଅମ୍ଳଜାନ ପରିପୂର୍ଣ୍ଣ ବାୟୁ ସବୁବେଳେ ଗ୍ୟାସ୍ ବିନିମୟ ପୃଷ୍ଠ
(b) ପତଳା କାନ୍ଥବିଶିଷ୍ଟ ବାୟୁ ଥଳିର ଏକ ଶୃଙ୍ଖଳ ଫୁସ୍ଫୁସ୍ ସହିତ ସଂଯୁକ୍ତ ହୋଇଥାଏ । ଏଗୁଡ଼ିକ ବାୟୁରେ ପୂର୍ଣ୍ଣ ହୋଇ ଖାଲି ହୋଇଯାଏ ଓ ତାଜା ବାୟୁର ପ୍ରବାହକୁ ନିଶ୍ଚିତ କରାଇଥାଏ ।
(c) ପକ୍ଷୀର ଫୁସ୍ଫୁସ୍ ଛୋଟ, କଠୋର ଏବଂ ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିଥାଏ । ଏଗୁଡ଼ିକ ବିସ୍ତାରିତ ହୁଅନ୍ତି ନାହିଁ । ବାୟୁ ଥଳିଗୁଡ଼ିକ ସେମାନଙ୍କ ମଧ୍ୟରେ ବାୟୁ ସ୍ଥାନାନ୍ତର ପାଇଁ ଆୟତନ ପରିବର୍ତ୍ତନ କରିଥାନ୍ତି ।
(d) ପକ୍ଷୀମାନଙ୍କ ଫୁସ୍ଫୁସ୍ ମଧ୍ୟରେ ଏକ ବୃହତ ଶ୍ଵାସକ୍ରିୟା ପୃଷ୍ଠ କ୍ଷେତ୍ର ରହିଥାଏ ଯାହା ଏକ ପତଳା ନଳୀର ଜାଲି ଅଟେ । ବାୟୁ ଏହି ନଳୀ ମଧ୍ଯରେ ପ୍ରବେଶ କରି ଦ୍ରୁତ ଅମ୍ଳଜାନ ଯୋଗାଇଥାଏ ।
(e) ସ୍ତନ୍ୟପାୟୀ ପ୍ରାଣୀଙ୍କ ତୁଳନାରେ ପକ୍ଷୀମାନେ ବାୟୁରୁ ପ୍ରାୟ ୨୫% ଅଧିକ ଅମ୍ଳଜାନ ବାହାର କରିପାରନ୍ତି, ଯାହା ଉଚ୍ଚସ୍ଥାନରେ ଉଡ଼ିବା ପାଇଁ ଏହାକୁ ଉପଯୋଜିତ କରିଥାଏ ।
ଶୂନ୍ୟସ୍ଥାନ ପୂରଣ କର ।
(i) ପାକସ୍ଥଳୀର ସବୁଠାରୁ ଲମ୍ବା ଅଂଶକୁ _______ କୁହାଯାଏ ।
Answer:
କ୍ଷୁଦ୍ରାନ୍ତ
(ii) ଯାହା ଶରୀରରେ ହଜମ ହୋଇ ପୁଷ୍ଟିସାଧନ କରେ ତାହାକୁ ______ କୁହାଯାଏ ।
Answer:
ଖାଦ୍ୟ
(iii) ଅମ୍ଳକୁ କ୍ଷାରରେ ପରିଣତ କରିବାକୁ ________ ରସ ସାହାଯ୍ୟ କରେ ।
Answer:
ଅଗ୍ନାଶୟ
(iv) ମାନବ ଶରୀରରେ ପୋଷକ ପରିବହନ _______ ଦ୍ଵାରା ସମ୍ଭବ ହୋଇଥାଏ ।
Answer:
ରକ୍ତ
(v) ସିଲିଆକ୍ ରୋଗରେ ଶରୀର ______ ନାମକ ପୁଷ୍ଟିସାର ସହିତ ପ୍ରତିକ୍ରିୟା କରେ ।
Answer:
ଗ୍ଲୁଟେନ୍
(vi) ମଳ _________ ପ୍ରକ୍ରିୟାଦ୍ଵାରା ଶରୀର ବାହାରକୁ ବାହାରି ଯାଏ ।
Answer:
ବହିଃଷ୍କରଣ
(vii) ଆମ ଶରୀରରେ _______ ଛାତିର ପଞ୍ଜରାଦ୍ଵାରା ସୁରକ୍ଷିତ ଅଟେ ।
Answer:
ଫୁସ୍ଫୁସ୍
(viii) ପୋଷକରୁ ଶକ୍ତି ଉତ୍ପାଦନ ପ୍ରକ୍ରିୟାକୁ ________ କୁହାଯାଏ ।
Answer:
ଶ୍ୱସନ
(ix) ମାନବ ଶରୀରର ଅର୍ଶକଠିନ ବର୍ଜ୍ୟ ପଦାର୍ଥକୁ _______ କୁହାଯାଏ ।
Answer:
ମଳ
(x) ବାୟୁ ନେବା ଓ ଛାଡ଼ିବା ପ୍ରକ୍ରିୟାକୁ ______ କୁହାଯାଏ ।
Answer:
ଶ୍ଵାସକ୍ରିୟା

(xi) ପାକନଳୀର ବିଭିନ୍ନ ଅଂଶରୁ ________ କ୍ଷରିତ ହୋଇଥାଏ ।
Answer:
ପାଚକ ରସ
(xii) ପାଟି ଭିତରେ _______ ନିର୍ଗତ ହେବା ଯୋଗୁଁ ଓଦାଳିଆ ଲାଗିଥାଏ ।
Answer:
ଲାଳ
(xiii) ରୁଟି ଓ ଭାତରେ ________ ନାମକ ଶ୍ଵେତସାର ରହିଥାଏ ।
Answer:
ମଣ୍ଡଦ
(xiv) ମଣ୍ଡଦ _______ ସହ ପ୍ରତିକ୍ରିୟା କରି ଗାଢ଼ ନୀଳବର୍ଣ୍ଣ ଧାରଣ କରେ ।
Answer:
ଆୟୋଡ଼ିନ
(xv) ଲାଳର ଭାତ ସହିତ ରାସାୟନିକ ପ୍ରତିକ୍ରିୟା ଦ୍ଵାର। ମଣ୍ଡଦ _______ ରେ ପରି ଣତ ହୋଇଥାଏ ।
Answer:
ସରଳ ଶର୍କରା
ଉକ୍ତିଟି ଭୁଲ ଥିଲେ (✗) ଓ ଠିକ୍ ଥିଲେ (✓) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)
(i) ମଣିଷ ଓ ଅନ୍ୟ ପ୍ରାଣୀମାନେ ଖାଦ୍ୟରୁ ଶକ୍ତି ପାଇଥା’ନ୍ତି ।
Answer:
(✓)
(ii) ଆମେ ଦିନକୁ ୧ ଥର ଦାନ୍ତ ଘଷିବା ଉଚିତ ।
Answer:
(✗)
(iii) ଖାଦ୍ୟ ପାଟିରେ ଆଂଶିକ ଭାବେ ହଜମ ହୋଇଥାଏ ।
Answer:
(✓)
(iv) ବୃହଦନ୍ତ୍ରର ଲମ୍ବ ୨.୫ ମିଟର ଅଟେ ।
Answer:
(✗)
(v) ଗୋଟିଏ ଗାଈ ଦିନକୁ ୨ ଘଣ୍ଟା ପାକୁଳି କରିଥାଏ ।
Answer:
(✗)
(vi) ଲାଳ ଖାଦ୍ୟକୁ ଗିଳିବାରେ ସାହା। ଯ୍ୟ କରିଥାଏ ।
Answer:
(✓)
(viii) ଆଚାର ଏକ କିଣିତ୍ଵ ଖାଦ୍ୟ ଛୋଟ ।
Answer:
(✓)

(vii) ବୃହଦନ୍ତ୍ର, କ୍ଷୁଦ୍ରାନ୍ତ ଅପେକ୍ଷା ଅଟେ ।
Answer:
(✓)
(ix) ଗାଈ ଏବଂ ମଇଁଷି ସର୍ବଭୋଜୀ ଅଟନ୍ତି ।
Answer:
(✗)
(x) ମନୁଷ୍ୟ ଶରୀରରେ ଖାଦ୍ୟ ପାକସ୍ଥଳୀର ରୁମେନ୍ରେ ରହେ ।
Answer:
(✗)
(xi) ପ୍ରଶ୍ଵାସ ବାୟୁ ନାସାପଥ ଦେଇ ଗତି କରେ ।
Answer:
(✓)
(xii) ଶ୍ଵାସକ୍ରିୟା ବିନା ଆମେ ଜୀବିତ ରହିପାରିବା ।
Answer:
(✗)
(xiii)ପାକୁଳି କରୁ ନଥିବା ପ୍ରାଣୀମାନଙ୍କୁ ରୋମନ୍ଥକ କୁହାଯାଏ ।
Answer:
(✗)
(xiv)ବୃହଦନ୍ତ୍ର, କ୍ଷୁଦ୍ରାନ୍ତ ଅପେକ୍ଷା ଚଉଡ଼ା ଅଟେ ।
Answer:
(✓)
(xv) ଖାଦ୍ୟ ହିଁ ଆମର ଔଷଧ, ମାତ୍ର ଔଷଧ ଖାଦ୍ୟ ନୁହେଁ ।
Answer:
(✓)
‘କ’ ସ୍ତମ୍ଭ ଓ ‘ଖ’ ସ୍ତମ୍ଭ ମଧ୍ଯରେ ସମ୍ପର୍କ ସ୍ଥାପନ କର । (ପ୍ରଶ୍ନ ସହ ଉତ୍ତର)
Question 1.
| ‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
| (a) ମହୁମାଛି |
ଭାସମାନ କ୍ଷୁଦ୍ର କଣିକା |
| (b) ଭାଙ୍ଗିବା ପ୍ରକ୍ରିୟା |
ଶ୍ଵେତସାର |
| (c) ଜଟିଳ ଉପାଦାନ |
ପରିପାକ |
| (d) ଜଳଚର ପ୍ରାଣୀ |
ମା’ର କ୍ଷୀର |
| (e) ଶିଶୁ ଓ ଶାବକ |
ମକରନ୍ଦ |
Answer:
| ‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
| (a) ମହୁମାଛି |
ମକରନ୍ଦ |
| (b) ଭାଙ୍ଗିବା ପ୍ରକ୍ରିୟା |
ପରିପାକ |
| (c) ଜଟିଳ ଉପାଦାନ |
ଶ୍ଵେତସାର |
| (d) ଜଳଚର ପ୍ରାଣୀ |
ଭାସମାନ କ୍ଷୁଦ୍ର କଣିକା |
| (e) ଶିଶୁ ଓ ଶାବକ |
ମା’ର କ୍ଷୀର |

Question 2.
| ‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
| (a) ପାକନଳୀ |
ଖାଦ୍ୟର ମନ୍ଥନ |
| (b) ଦାନ୍ତ |
ପୋଷକ ତତ୍ତ୍ଵର ଅବଶୋଷଣ |
| (c) ପାକସ୍ଥଳୀ |
ପାଟିରୁ ମଳଦ୍ଵାର ପର୍ଯ୍ୟନ୍ତ |
| (d) ପିତ୍ତ |
ଯାନ୍ତ୍ରିକ ପାଚନ |
| (e) କ୍ଷୁଦ୍ରାନ୍ତ୍ର |
ସ୍ନେହସାରକୁ କ୍ଷୁଦ୍ର କଣିକାରେ ପରିଣତ କରେ |
Answer:
| ‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
| (a) ପାକନଳୀ |
ପାଟିରୁ ମଳଦ୍ଵାର ପର୍ଯ୍ୟନ୍ତ |
| (b) ଦାନ୍ତ |
ଯାନ୍ତ୍ରିକ ପାଚନ |
| (c) ପାକସ୍ଥଳୀ |
ଖାଦ୍ୟର ମନ୍ଥନ |
| (d) ପିତ୍ତ |
ସ୍ନେହସାରକୁ କ୍ଷୁଦ୍ର କଣିକାରେ ପରିଣତ କରେ |
| (e) କ୍ଷୁଦ୍ରାନ୍ତ୍ର |
ପୋଷକ ତତ୍ତ୍ଵର ଅବଶୋଷଣ |
Question 3.
‘
| ‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
| (a) ପାକସ୍ଥଳୀ |
୬ ମିଟର ଲମ୍ବା |
| (b) କ୍ଷୁଦ୍ରାନ୍ତ୍ର |
ଗହମ, ବାର୍ଲି ଓ ରାଇ |
| (c) ଯକୃତ |
ପିତ୍ତ |
| (d) ଗ୍ଲୁଟେନ୍ |
ପାଚକ ରସ, ଅମ୍ଳ, ଶ୍ଳେଷ୍ମା |
| (e) ମିଲେଟ୍ |
ବାଜରା, ମାଣ୍ଡିଆ |
Answer:
| ‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
| (a) ପାକସ୍ଥଳୀ |
ପାଚକ ରସ, ଅମ୍ଳ, ଶ୍ଳେଷ୍ମା |
| (b) କ୍ଷୁଦ୍ରାନ୍ତ୍ର |
୬ ମିଟର ଲମ୍ବା |
| (c) ଯକୃତ |
ପିତ୍ତ |
| (d) ଗ୍ଲୁଟେନ୍ |
ଗହମ, ବାର୍ଲି ଓ ରାଇ |
| (e) ମିଲେଟ୍ |
ବାଜରା, ମାଣ୍ଡିଆ |

ସଂକ୍ଷିପ୍ତ ପ୍ରଶ୍ନୋତ୍ତର
Question 1.
ସଂକ୍ଷେପରେ ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(a) ଆମ ଶରୀରରେ ଶ୍ଵାସନ ଓ ଶ୍ଵାସକ୍ରିୟା ପାଇଁ କେଉଁ ସଂସ୍ଥାନ ଅଛି ?
Answer:
ଶ୍ୱସନ ତନ୍ତ୍ର
(b) ଫୁସ୍ଫୁସ୍ରେ ଥିବା କ୍ଷୁଦ୍ର କୋଠରିଗୁଡ଼ିକୁ କ’ଣ କୁହାଯାଏ ?
Answer:
କୋଟରିକା
(c) କେଉଁ କୋଭିଡ଼୍ ଭୂତାଣୁ ଶ୍ଵାସତନ୍ତ୍ରକୁ ପ୍ରଭାବିତ କରିଥିଲା ?
Answer:
SARS-CoV-2
(d) ଶ୍ଵାସକ୍ରିୟାର କେଉଁ ପର୍ଯ୍ୟାୟରେ ପଞ୍ଜରା ହାଡ଼ଗୁଡ଼ିକ ଉପରକୁ ଠେଲି ହୋଇଯାଏ ?
Answer:
ପ୍ରଶ୍ଵାସ
(e) ଶ୍ଵାସକ୍ରିୟାର କେଉଁ ପର୍ଯ୍ୟାୟରେ ପଞ୍ଜରା ହାଡ଼ଗୁଡ଼ିକ ତଳକୁ ଠେଲି ହୋଇଯାଏ ?
Answer:
ନିଃଶ୍ୱାସ

Question 2.
ସଂକ୍ଷେପରେ ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(a) ଶ୍ୱସନ ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ଓ ଏକାଗ୍ରତାକୁ ଉନ୍ନତ କରିବା ପାଇଁ କେଉଁ ପଦ୍ଧତି ଅବଲମ୍ବନ କରାଯାଏ ?
Answer:
ପ୍ରାଣାୟମ
(b) ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ କେଉଁ କୌଶଳ ଅବଲମ୍ବନ କରାଯାଏ ?
Answer:
ଗଭୀର ଶ୍ଵାସକ୍ରିୟା
(c) ଚୂନପାଣି କାହା ସହ ପ୍ରତିକ୍ରିୟା କଲେ କ୍ଷୀର ଭଳି ଧଳା ରଙ୍ଗ ଧାରଣ କରେ ?
Answer:
ଅଙ୍ଗାରକାମ୍ଳ
(d) ଶ୍ଵାସକ୍ରିୟା ସମୟରେ ଆମେ କେଉଁ ପ୍ରକାର ବାୟୁ ଗ୍ରହଣ କରୁ ?
Answer:
ଅଧିକ ଅମ୍ଳଜାନ ଥିବା ବାୟୁ
(e) ନିଃଶ୍ଵାସ ସମୟରେ ଆମେ କେଉଁ ପ୍ରକାର ବାୟୁ ଛାଡ଼ିଥାଉ ?
Answer:
ଅଧିକ ଅଙ୍ଗାରକାମ୍ଳ ଥିବା ବାୟୁ
Question 3.
ସଂକ୍ଷେପରେ ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(a) ନିଃଶ୍ଵାସ ବାୟୁରେ ଆମେ ପ୍ରଶ୍ଵାସରେ ନେଉଥିବା ବାୟୁ ଅପେକ୍ଷା ଅଧିକ କେଉଁ ଗ୍ୟାସ ରହିଥାଏ ?
Answer:
ଅଙ୍ଗାରକାମ୍ଳ
(b) ଶ୍ଵାସକ୍ରିୟା ମାଧ୍ୟମରେ ବାହାରୁ ତାଜା ପବନ କେଉଁଠାରେ ପ୍ରବେଶ କରି କୋଟରିକାକୁ ପୂର୍ଣ୍ଣ କରେ ?
Answer:
ଫୁସ୍ଫୁସ୍

(c) ଗ୍ଲୁକୋଜ + ଅମ୍ଳଜାନ → CO2 + ଜଳ + ଶକ୍ତି
ଏହା କେଉଁ ପ୍ରକ୍ରିୟାର ସମୀକରଣ ଅଟେ ?
Answer:
ଶ୍ୱସନ
(d) କେଉଁ ପ୍ରକ୍ରିୟାରେ ଶରୀର ଭିତରକୁ ଅମ୍ଳଜାନ ଆସେ ଓ ଅଙ୍ଗାରକାମ୍ଳ ବାହାରିଯାଏ ?
Answer:
ଶ୍ଵାସକ୍ରିୟା
(e) ଶ୍ଵାସକ୍ରିୟା ଓ ଶ୍ୱସନ କେଉଁ ପ୍ରକାର ପ୍ରକ୍ରିୟା ଅଟନ୍ତି ?
Answer:
ଭୌତିକ, ରାସାୟନିକ
Question 4.
କାହାକୁ କୁହନ୍ତି ସଂକ୍ଷେପରେ ଲେଖ । (ପ୍ରଶ୍ନ ସହ ଉତ୍ତର)
(a) ଖାଦ୍ୟ (Food) : ଯାହା ଶରୀରରେ ହଜମ ହୋଇ ଆମର ପୁଷ୍ଟିସାଧନ କରିବା ସହିତ, ଶରୀର ବୃଦ୍ଧି ଓ ବିକାଶରେ ସାହାଯ୍ୟ କରେ ଏବଂ କୌଣସି ସମସ୍ୟା ସୃଷି କରି ନଥାଏ, ତାହାକୁ ଖାଦ୍ୟ କୁହାଯାଏ । ଖାଦ୍ୟ ହିଁ ଆମର ଔଷଧ, ମାତ୍ର ଔଷଧ ଖାଦ୍ୟ ନୁହେଁ ।
(b) ପାକନଳୀ (Digestive tract) : ମଣିଷ ସମେତ ଅନ୍ୟ ପ୍ରାଣୀମାନେ ଖାଦ୍ୟରୁ ଶକ୍ତି ପାଇଥା’ନ୍ତି । ଖାଦ୍ୟରେ ଶ୍ଵେତସାର, ପୁଷ୍ଟିସାର ଓ ସ୍ନେହସାର ଭଳି ଜଟିଳ ଉପାଦାନ ରହିଥାଏ । ଏହି ଜଟିଳ ଉପାଦାନଗୁଡ଼ିକୁ ସରଳ ରୂପରେ ଭାଙ୍ଗିବା ପ୍ରକ୍ରିୟା ଯେଉଁ ଲମ୍ବା ନଳୀରେ ହୋଇଥାଏ, ତାହାକୁ ପାକନଳୀ କୁହାଯାଏ ।
(c) ଜୀବନ ପ୍ରକ୍ରିୟା (Life process) : ପୋଷଣ, ରକ୍ତ ସଂଚାଳନ, ଶ୍ଵାସନ, ରେଚନ, ପ୍ରଜନନ ପ୍ରଭୃତି ଜୀବଜନ୍ତୁଙ୍କ ବଞ୍ଚିବା ପାଇଁ ଅପରିହାର୍ଯ୍ୟ ଅଟେ । ଶରୀରରେ ସମନ୍ବିତ ଭାବେ ହେଉଥିବା ଏହିପରି ଅସଂଖ୍ୟ ଜୈବ ରାସାୟନିକ ପ୍ରକ୍ରିୟାକୁ ସାମୂହିକ ଭାବେ ଜୀବନ ପ୍ରକ୍ରିୟା କୁହାଯାଏ ।
(d) ପରିପାକ ସଂସ୍ଥା (Digestive system) : ମାନବର ପରିପାକ ସଂସ୍ଥା ଏକ ପାକନଳୀକୁ ନେଇ ଗଠିତ । ମୁଖଗହ୍ଵର, ଗ୍ରାସନଳୀ, ପାକସ୍ଥଳୀ, କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର ଓ ମଳଦ୍ଵାର ଏବଂ ଏହା ସହ ସମ୍ପୃକ୍ତ ଯକୃତ ଓ ଅଗ୍ନାଶୟକୁ ନେଇ ପାକନଳୀ ଗଠିତ ହୋଇଥାଏ ।
(e) ପାଚକ ରସ (Digestive juice) : ପାକନଳୀ ମଧ୍ୟଦେଇ ଖାଦ୍ୟ ଗତି କରୁଥିବା ସମୟରେ ଏହାର ବିଭିନ୍ନ ଅଂଶରୁ କ୍ଷରିତ ଯେଉଁ ରାସାୟନିକ ପଦାର୍ଥ ଜଟିଳ ଉପାଦାନଗୁଡ଼ିକୁ ସରଳ ଉପାଦାନରେ ପରି ଣତ କରେ, ତାହାକୁ ପାଚକ ରସ କୁହାଯାଏ ।
(f) ଯାନ୍ତ୍ରିକ ପାଚନ (Mechanical digestion) : ଖାଦ୍ୟ ପ୍ରଥମେ ପାଟିକୁ ଯାଇଥାଏ । ଦାନ୍ତ ଏହାକୁ ଚୋବାଇ, ପେଷି ଛୋଟ ଛୋଟ ଖଣ୍ଡରେ ପରିଣତ କରେ । ଖାଦ୍ୟକୁ ସୂକ୍ଷ୍ମ ଛୋଟ ଛୋଟ ଖଣ୍ଡରେ ପରିଣତ କରିବାର ଏହି ପ୍ରକ୍ରିୟାକୁ ଯାନ୍ତ୍ରିକ ପାଚନ କୁହାଯାଏ ।
(g) ପରିପାକ (Digestion) : ଶରୀରରେ ଜଟିଳ ଖାଦ୍ୟ ଉପାଦାନଗୁଡ଼ିକୁ ସରଳ ରୂପରେ ଭାଙ୍ଗିବାର ପ୍ରକ୍ରିୟାକୁ ପରିପାକ କୁହାଯାଏ । ଲାଳର ଭାତ ସହିତ ରାସାୟନିକ କ୍ରିୟାଦ୍ଵାରା ମଣ୍ଡଦ ସରଳ ଶର୍କରାରେ ପରି ଣତ ହୋଇଥାଏ । ଖାଦ୍ୟ ପାଟିରେ ଆଂଶିକ ଭାବେ ହଜମ ହୋଇଥାଏ ।
(h) ଖାଦ୍ୟନଳୀ (Food_pipe) : ଖାଦ୍ୟ ଚୋବାଇବା ବେଳେ ଲାଳ ଏହାକୁ ଆଦ୍ର, ନରମ ଏବଂ ଗିଳିବା ପାଇଁ ସହଜ କରିଥାଏ । ଜିଭ ଚୋବା ଯାଇଥିବା ଖାଦ୍ୟକୁ ଲାଳ ସହିତ ମିଶ୍ରଣ କରି ଏହାକୁ ଯେଉଁ ନରମ, ଲମ୍ବା ଓ ନମନୀୟ ନଳୀ ମଧ୍ୟକୁ ଠେଲିଥାଏ, ତାହାକୁ ଖାଦ୍ୟନଳୀ କୁହାଯାଏ । ଏହା ଭିତରେ ଦେଇ ଖାଦ୍ୟ ଆପେ ଆପେ ତଳକୁ ଯାଇଥାଏ ।

(i) ପାକସ୍ଥଳୀ (Stomach) : ଖାଦ୍ୟନଳୀରୁ ଖାଦ୍ୟ ପାକସ୍ଥଳୀ ଭିତରକୁ ଠେଲି ହୋଇଯାଏ । ପାକସ୍ଥଳୀର କାନ୍ଥର ସଙ୍କୋଚନ ଓ ଶିଙ୍ଖଳନ ଫଳରେ ଖାଦ୍ୟର ମନ୍ଥନ ଘଟିଥାଏ ଓ ମନ୍ତ୍ରିତ ଖାଦ୍ୟ ସହିତ ପାଚନ ରସ, ଅମ୍ଳ ଇତ୍ୟାଦି ମିଶିଥାଏ । ପାକସ୍ଥଳୀରେ ଥିବା ପାଚକ ରସ ପୁଷ୍ଟିସାରକୁ ଭାଙ୍ଗି ସରଳ ଉପାଦାନରେ ପରିଣତ କରେ ।
(j) କ୍ଷୁଦ୍ରାନ୍ତ (Small intestine) : ପାକସ୍ଥଳୀରୁ ଆଂଶିକ ଭାବେ ହଜମ ହୋଇଥିବା ଖାଦ୍ୟ କ୍ଷୁଦ୍ରାନ୍ତକୁ ଆସିଥାଏ । ଏହାର ଲମ୍ବ ପ୍ରାୟ ୬ ମି. ଅଟେ । ଏହା ପାକସ୍ଥଳୀର ସବୁଠାରୁ ଲମ୍ବା ଅଂଶ ଅଟେ । ଏହା ୩ ଟି ଉତ୍ସରୁ କ୍ଷରିତ ପାଚକ ରସ ଗ୍ରହଣ କରି ଥାଏ, ଯଥା : କ୍ଷୁଦ୍ରାନ୍ତର ଭିତର ଆସ୍ତରଣ, ଯକୃତ ଓ ଅଗ୍ନାଶୟ ।
(k) ପିତ୍ତ (Bile) : ଯକୃତ ସାମାନ୍ୟ କ୍ଷାରୀୟ ପ୍ରକୃତିର ପିତ୍ତ ଧାରଣ କରିଥାଏ । ଏହା ପାକସ୍ଥଳୀରୁ ତଳକୁ ଯାଉଥିବା ଖାଦ୍ୟରେ ମିଶି ଅମ୍ଳକୁ ନିରପେକ୍ଷ କରେ ଓ ସ୍ନେହସାରକୁ କ୍ଷୁଦ୍ର ଶିଳରେ ଭାଙ୍ଗି ଦଏ, ଯାହା । ଏହାର ପରିପାକକୁ ସହଜ କରିଥାଏ ।
(l) ଅଗ୍ନାଶୟ (Pancreas) : ଏହି ଗ୍ରନ୍ଥି ଖାଦ୍ୟନଳୀର ବାହାରେ ରହିଥାଏ । ଏହି ଗ୍ରନ୍ଥିରୁ ଅଗ୍ନାଶୟ ରସ କ୍ଷରିତ ହୁଏ । ଏହା କ୍ଷାରୀୟ ପ୍ରକୃତିର ଅଟେ । ଏହାର ଉପସ୍ଥିତି ଅମ୍ଳକୁ ନିରପେକ୍ଷ କରିବାରେ ସାହାଯ୍ୟ କରେ । ଏହି ରସ ଶ୍ଵେତସାର, ପୁଷ୍ଟିସାର ଓ ସ୍ନେହସାରକୁ ସରଳ କରିଥାଏ ।
(m) ଅବଶୋଷଣ (Absorption) : ପରିପାକ ହୋଇଥିବା ପୋଷକତତ୍ତ୍ଵ ଗୁଡ଼ିକ କ୍ଷୁଦ୍ରାନ୍ତରୁ ଏହାର କାନ୍ଥରେ ଥିବା ରକ୍ତବାହୀ ନଳୀର ପ୍ରବାହିତ ରକ୍ତକୁ ପ୍ରବେଶ କରିଥା’ନ୍ତି । ଏହି ପ୍ରକ୍ରିୟାକୁ ପୋଷକ ତତ୍ତ୍ଵର ଅବଶୋଷଣ କୁହାଯାଏ । ପୋଷକ ତତ୍ତ୍ଵଗୁଡ଼ିକ ଶରୀରକୁ ଶକ୍ତି ପ୍ରଦାନ କରନ୍ତି ।
(n) ସିଲିଆକ୍ ରୋଗ (Celiac disease) : ଏହି ରୋଗରେ ଶରୀର ଗ୍ଲୁଟେନ୍ ନାମକ ପୁଷ୍ଟିସାର ସହିତ ପ୍ରତିକ୍ରିୟା କରିଥାଏ । ଗହମ, ବାର୍ଲି ଏବଂ ରାଇରେ ଗ୍ଲୁଟେନ୍ ଥାଏ । ଏହି ପ୍ରତିକ୍ରିୟାରେ କ୍ଷୁଦ୍ରାନ୍ତର ଭିତର ଆନ୍ତରଣ କ୍ଷତି ଗ୍ରସ୍ତ ହୋଇଥାଏ । ମିଲେଟ୍ ଜାତୀୟ ଖାଦ୍ୟଗ୍ରହଣ ଏହାର ଉତ୍ତମ ବିକଳ୍ପ ଅଟେ ।
(o) ବୃହଦନ୍ତ୍ର (Large intestine) : କ୍ଷୁଦ୍ରାନ୍ତରେ ଖାଦ୍ୟର ପାଚନ ଓ ଶୋଷଣ ଶେଷ ହେବା ପରେ ଖାଦ୍ୟ ବୃହଦନ୍ତ୍ରରେ ପ୍ରବେଶ କରିଥାଏ । ଏହାର ଲମ୍ବ ପ୍ରାୟ ୧.୫ ମିଟର ଅଟେ । ଏହା କ୍ଷୁଦ୍ରାନ୍ତ ଅପେକ୍ଷା ଛୋଟ । ଏହା ଖାଦ୍ୟରୁ ପାଣି ଏବଂ କିଛି ଲବଣ ଶୋଷଣ କରି ବର୍ଜ୍ୟ ପଦାର୍ଥକୁ ଅର୍ଦ୍ଧ-କଠିନ କରିଥାଏ ଓ ଏହାକୁ ମଳ କୁହାଯାଏ ।
(p) ବହିଃଷ୍କର ଣ (Egestion) : ମଳ, ମଳାଶୟରେ ସଞ୍ଚିତ ହୋଇ ରହେ । ଫଳ, ପନିପରିବା ଏବଂ ଅକାଣ୍ଡିଆ ଶସ୍ୟ ଭଳି ତନ୍ତୁଯୁକ୍ତ ଖାଦ୍ୟ ଖାଇବାଦ୍ଵାରା ବୃହଦନ୍ତ୍ର ଠିକ୍ ଭାବେ କାର୍ଯ୍ୟ କରେ ଓ ମଳ ସହଜରେ ବାହାରିଯାଏ । ମଳ ଯେଉଁ ପ୍ରକ୍ରି ୟାଦ୍ଵାରା ମଳଦ୍ଵାର ଦେଇ ବାହାରକୁ ନିଷ୍କାସିତ ହୁଏ ତାହାକୁ ବହିଃଷ୍କରଣ କୁହାଯାଏ ।

(q) କିଵିତ ଖାଦ୍ୟ (Fermented food) : ଦହି, ଘୋଳ ଦହି, ଶ୍ରୀଖଣ୍ଡ, କାଞ୍ଜି, ଆଚାର, ଏଣ୍ଡୁରି ପିଠା ଏବଂ ପଖାଳଭାତ ଇତ୍ୟାଦି ପଦାର୍ଥ ଅଣୁଜୀବମାନଙ୍କ ଦ୍ଵାରା ବିଘଟିତ ହୋଇଥାଏ । ଏହିପରି ତନ୍ତୁଯୁକ୍ତ ଖାଦ୍ୟ ଏବଂ ବିଶେଷକରି କିତ୍ସିତ ଖାଦ୍ୟ ସୁସ୍ଥ ପାଚନ ପ୍ରଣାଳୀ ପାଇଁ ଉତ୍ତମ ଅଟେ ।
(r) ରୋମନ୍ଥକ (Ruminant) : କେତେକ ତୃଣଭୋଜୀ ପ୍ରାଣୀ ଖାଦ୍ୟକୁ ପାକସ୍ଥଳୀର ପ୍ରଥମ ଭାଗରେ ରଖୁ’ନ୍ତି । ଏହି ଆଂଶିକ ପାଚିତ ଖାଦ୍ୟ ଗୁଳା ଆକାରରେ ପାଟିକୁ ଫେରି ଆସିଥାଏ । ଏହାକୁ ପୁନଶ୍ଚ ଚୋବାଇ ବ୍ୟବହାର କରାଯାଇଥାଏ । ଏହି ପ୍ରକ୍ରିୟାକୁ ରୋମନ୍ଥନ (ପାକୁଳି) ଓ ପ୍ରାଣୀମାନଙ୍କୁ ରୋମନ୍ଥକ କୁହାଯାଏ ।
(s) ଗିଜାର୍ଡ (Gizzard) : ପକ୍ଷୀମାନଙ୍କର ଦାନ୍ତ ନଥାଏ, କିନ୍ତୁ ସେମାନଙ୍କର ପାକସ୍ଥଳୀ ତଳକୁ ଏକ କୋଠରି ଥାଏ, ଯାହାକୁ ଗି ଜାର୍ଡ଼ କୁହାଯାଏ । ଏହାର କାନ୍ଥର ସଙ୍କୋଚନ ଓ ଶିଥୁଳନ ତଥା ପକ୍ଷାମାନେ ପ୍ରାୟତଃ ଗିଳି ଦେଉଥିବା ଛୋଟ ଗୋଡ଼ି ସାହାଯ୍ୟରେ ଖାଦ୍ୟ ଛୋଟ ଛୋଟ ଖଣ୍ଡରେ ପରିଣତ ହୁଏ ।
(t) ଶ୍ଵାସନ (Respiration) : ପୋଷକ ଦ୍ରବ୍ୟ ଶରୀର ଗଠନ ଓ ମରାମତିରେ ସାହାଯ୍ୟ କରିଥାଏ । ଯେଉଁ ପ୍ରକ୍ରିୟାଦ୍ଵାରା ପୋଷକ ପଦାର୍ଥ ବ୍ୟବହାରଯୋଗ୍ୟ ଶକ୍ତିରେ ରୂପାନ୍ତରିତ ହୁଏ, ତାହାକୁ ଶ୍ଵାସନ କୁହାଯାଏ । ଏହାଦ୍ଵାରା ଖାଦ୍ୟର ଦହନ ଘଟି ଶକ୍ତି ମୁକ୍ତ ହେବା ସହିତ ଅଙ୍ଗାରକାମ୍ଳ ନିର୍ଗତ ହୁଏ ।
(u) ଶ୍ଵାସକ୍ରିୟା (Breathing) : ବାୟୁ ନେବା ଏବଂ ଛାଡ଼ିବା ପ୍ରକ୍ରିୟାକୁ ଶ୍ଵାସକ୍ରିୟା କୁହାଯାଏ । ଶ୍ଵାସକ୍ରିୟା ବିନା ବଞ୍ଚିବା ଅସମ୍ଭବ ଅଟେ । ଆମେ ଅମ୍ଳଜାନ ଗ୍ରହଣ କରିବା ଏବଂ ଅଙ୍ଗାରକାମ୍ଳ ତ୍ୟାଗ କରିବା ପାଇଁ ନିରନ୍ତର ପ୍ରଶ୍ଵାସ ନେଉ ଓ ନିଃଶ୍ଵାସ ଛାଡୁ । ମନୁଷ୍ୟ ବ୍ୟତୀତ ଉଭିଦ ଓ ଅନ୍ୟାନ୍ୟ ପ୍ରାଣୀମାନେ ମଧ୍ୟ ଶ୍ଵାସକ୍ରିୟା କରିଥା’ନ୍ତି ।
(v) ଶ୍ଵାସନ ତନ୍ତ୍ର (Respiratory system) : ଆମ ଶରୀରରେ ଶ୍ଵାସକ୍ରିୟା ଓ ଶ୍ଵାସନ ପାଇଁ ଯେଉଁ ନିର୍ଦ୍ଦିଷ୍ଟ ତନ୍ତ୍ର ରହିଛି ତାହାକୁ ଶ୍ଵାସନ ତନ୍ତ୍ର କୁ ହାଯାଏ । ଶ୍ଵ ସନ ତନ୍ତ୍ରରେ ଗ୍ୟାସଗୁଡ଼ିକର ବିନିମୟ ଏକ ନିର୍ଦ୍ଦିଷ୍ଟ ପଥ ଅନୁସରଣ କରେ । ଯେଉଁ ପଥରେ ବାୟୁ ଗ୍ରହଣ ଓ ନିଷ୍କାସିତ ହୋଇଥାଏ, ତାହାର ବିଭିନ୍ନ ଅଂଶ ଶ୍ଵାସନ ତନ୍ତ୍ରର ଅନ୍ତର୍ଭୁକ୍ତ ଅଟେ ।
(w) ପ୍ରଶ୍ଵାସ (Inhalation) : ପର ର ଶ୍ଵାସ ପ୍ରଶ୍ଵାସ ଅଟେ । ଏହି ପ୍ରକ୍ରିୟାରେ ଆମେ ବାହାର ବାୟୁ ଗ୍ରହଣ କରି ଥାଉ । ଏହି ସମୟରେ ପଞ୍ଜରା ହାଡ଼ଗୁଡ଼ିକ ଉପରକୁ ଏବଂ ବାହାରକୁ ଠେଲି ହୋଇଯିବାରୁ ଛାତି ବିସ୍ତାରିତ ହୁଏ ଓ ଆୟତନ ବୃଦ୍ଧିପାଏ ।
(x) ନିଃଶ୍ଵାସ (Exhalation) : ନିଜର ଶ୍ଵାସ ନିଃଶ୍ଵାସ ଅଟେ । ଏହି ପ୍ରକ୍ରିୟାରେ ଆମେ ନିଜ ଶରୀରରୁ ବାୟୁ ନାକ ବାଟଦେଇ ବାହାରକୁ ଛାଡ଼ିଥାଉ । ଏହି ସମୟରେ ପଞ୍ଜରାଗୁଡ଼ିକ ତଳକୁ ଏବଂ ଭିତରକୁ ଗତି କରିଥାଏ । ମଧ୍ଯଚ୍ଛଦା ଉପରକୁ ଉଠିଥାଏ । ଛାତି ଭିତରେ ସ୍ଥାନ ହ୍ରାସ ପାଏ ଓ ଫୁସ୍ଫୁସ୍ରୁ ବାୟୁ ବାହାରକୁ ଠେଲି ହୋଇଯାଏ ।
(y) ଶ୍ଵାସନ (Respiration) : ଯେତେବେଳେ ଆମେ ଖାଦ୍ୟ ଖାଉ, ଆମର ଶରୀର ଏହାକୁ ଶର୍କରା (ଗ୍ଲୁକୋଜ୍) ଭଳି ସରଳ ପଦାର୍ଥରେ ପରିଣତ କରେ । ଶକ୍ତି ମୁକ୍ତ କରିବା ପାଇଁ ଅମ୍ଳଜାନ ଗ୍ଲୁକୋଜ୍କୁ ଭାଙ୍ଗିବାରେ ସାହାଯ୍ୟ କରେ । ଏହି ପ୍ରକ୍ରିୟାକୁ ଶ୍ଵାସନ କୁହାଯାଏ ।

(z) ଗାଲି (Gill) : ମାଛ ପରି ଅଧିକାଂଶ ଜଳଚର ପ୍ରାଣୀମାନଙ୍କ ଶରୀରରେ ବିଶେଷ ଗଠନ ରହିଥାଏ, ଯାହାକୁ ଗାଲି କୁହାଯାଏ । ଏଗୁଡ଼ିକ ପ୍ରଚୁର ପରିମାଣରେ ରକ୍ତବାହୀ ନଳୀ ଧାରଣ କରିଥା’ନ୍ତି । ରକ୍ତ ଏବଂ ପାଣିରେ ଦ୍ରବୀଭୂତ ଗ୍ୟାସ୍ ମଧ୍ଯରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ବିନିମୟ ଗାଲିରେ ସଂଘଟିତ ହୁଏ ।
(z1) ଉପଯୋଜନ (Adaptation) : ବେଙ୍ଗ ପରି ଉଭୟଚର ପ୍ରାଣୀମାନେ ଉଭୟ ସ୍ଥଳଭାଗ ଓ ଜଳଭାଗରେ ବାସ କରନ୍ତି, ସେମାନେ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଶ୍ଵାସକ୍ରିୟା ପାଇଁ ଶରୀରର ବିଭିନ୍ନ ଅଂଶ ବ୍ୟବହାର କରନ୍ତି । ବେଙ୍ଗଫୁଲା ଗାଲିଦ୍ଵାରା ଓ ବେଙ୍ଗ ଫୁସ୍ଫୁସ୍ ଦ୍ଵାର। ଶ୍ଵାସକ୍ରିୟା କରେ । ଏ ପ୍ରକାର ଉପଯୋଜନ ସେମାନଙ୍କୁ ଜଳ ଏବଂ ସ୍ଥଳଭାଗ ଉଭୟରେ ବଞ୍ଚିବାପାଇଁ ସାହାଯ୍ୟ କରେ ।
ସଂକ୍ଷିପ୍ତ ପ୍ରଶ୍ନୋତ୍ତର
Question 1.
ଖାଦ୍ୟ କ’ଣ ? ବିଭିନ୍ନ ପ୍ରକାର ପ୍ରାଣୀମାନେ କିପରି ଖାଦ୍ୟ ଗ୍ରହଣ କରନ୍ତି ?
Answer:
- ଯାହା ହଜମ ହୁଏ, ଶରୀରର ପୁଷ୍ଟିସାଧନ କରେ, ବୃଦ୍ଧି ଓ ବିକାଶରେ ସାହାଯ୍ୟ କରେ ଏବଂ ଶରୀରରେ କୌଣସି ସମସ୍ୟା ସୃଷ୍ଟିକରେ ନାହିଁ ତାହାକୁ ଖାଦ୍ୟ କୁହାଯାଏ ।
- ମହୁମାଛି ମାନେ ଫୁଲର ମକରନ୍ଦ ଶୋଷି ଖାଇଥା’ନ୍ତି । ମଣିଷ ପରି ଜୀବଙ୍କର ଶି ଶୁ ମାନେ ସେମାନ ଙ୍କ ମା’ କ୍ଷୀର ଖାଇଥା’ନ୍ତି । ଅଜଗର ପରି ସାପମାନେ ଶିକାର କରୁଥିବା ପ୍ରାଣୀମାନଙ୍କୁ ଗିଳି ଦିଅନ୍ତି ।
- କିଛି ଜଳଚର ପ୍ରାଣୀ ନିକଟବର୍ତ୍ତୀ ଭାସମାନ କ୍ଷୁଦ୍ର କଣିକାଗୁଡ଼ିକୁ ଛାଣି ଖାଇଯାଆନ୍ତି ।
Question 2.
ପରିପାକ ପ୍ରକ୍ରିୟା କହିଲେ କ’ଣ ବୁଝ ?
Answer:
- ମଣିଷ ଓ ପ୍ରାଣୀମାନେ ଖାଦ୍ୟରୁ ଶକ୍ତି ପାଇଥା’ନ୍ତି । ଏହା ସେମାନଙ୍କୁ ସାଧାରଣ କାମ କରିବା, ଚିନ୍ତା କରିବା, ଚାଲିବା ଇତ୍ୟାଦି କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଏ ।
- ଖାଦ୍ୟରେ ଶ୍ଵେତସାର, ପୁଷ୍ଟିସାର ଏବଂ ସ୍ନେହସାର ଭଳି ଜଟିଳ ଉପାଦାନ ରହିଥାଏ । ଶରୀରରେ ଏହି ଉପାଦାନଗୁଡ଼ିକୁ ସିଧାସଳଖ ବ୍ୟବହୃତ ହୋଇପାରେ ନାହିଁ, ଏଣୁ ଏଗୁଡ଼ିକୁ ସରଳରୂପରେ ଭାଙ୍ଗିବାକୁ ପଡ଼ିଥାଏ ।
- ଏହି ଭାଙ୍ଗିବା ପ୍ରକ୍ରିୟାକୁ ପରିପାକ ପ୍ରକ୍ରିୟା କୁହାଯାଏ । ଶରୀରରେ ଏହା ପାକନଳୀ ବା ଖାଦ୍ୟନଳୀରେ ସମ୍ପାଦିତ ହୋଇଥାଏ ।
Question 3.
ଲାଳ ଖାଦ୍ୟର ଉପାଦାନଗୁଡ଼ିକୁ ଭାଙ୍ଗି ବାରେ ସାହାଯ୍ୟ କରେ । ଏହା କିପରି ପରୀକ୍ଷା କରିବ ?
Answer:
- ରୁଟିର ଏକ ଛୋଟ ଖଣ୍ଡ ବା କିଛି ଭାତ ପାଟିରେ ନିଆଯାଉ । ଏହାକୁ ୩୦-୬୦ ସେକେଣ୍ଡ ପାଇଁ ଭଲଭାବରେ ଚୋବାଯାଉ ।
- ପ୍ରଥମେ ରୁଟି କିମ୍ବା ଭାତର ସାଧାରଣ ସ୍ଵାଦ ଜଣାପଡ଼େ, କିନ୍ତୁ କ୍ରମାଗତ ଚୋବାଇବା ପରେ ଏହା ମିଠା ଲାଗିବାକୁ ଆରମ୍ଭ କରେ ।
- ରୁଟି ଓ ଭାତରେ ମଣ୍ଡଦ ନାମକ ଶ୍ଵେତସାର ଥାଏ । ଆମର ଲାଳରେ ଏକ ପାଚକ ରସ ଥାଏ, ଯାହା ମଣ୍ଡଦକୁ ସରଳ ଶର୍କରାରେ ଭାଙ୍ଗିବାରେ ସାହାଯ୍ୟ କରେ । ମଣ୍ଡଦଯୁକ୍ତ ଖାଦ୍ୟକୁ ଦୀର୍ଘ ସମୟ ଧରି ଚୋବାଇଲେ ଏହା ମିଠା ଲାଗିଥାଏ ।

Question 4.
ମଣ୍ଡଦ ଉପରେ ଲାଳର ପ୍ରଭାବ ଦର୍ଶାଇବା ପାଇଁ ଏକ ପରୀକ୍ଷଣ ବର୍ଣ୍ଣନା କର ।
Answer:
ପରୀକ୍ଷଣ :
- ‘କ’ ପରୀକ୍ଷାନଳୀରେ ଗୋଟିଏ ଚାମଚ ଭାତ ନିଆଯାଉ ।
- ‘ଖ’ ପରୀକ୍ଷାନଳୀରେ ଗୋଟିଏ ଚାମଚ ଭାତକୁ ୩୦-୬୦ ସେକେଣ୍ଡ ଚୋବାଇବା ପରେ ନିଆଯାଉ ।
- ଉଭୟ ପରୀକ୍ଷା ନଳୀରେ ୩-୪ ମି.ଲି. ପାଣି ମିଶାଯାଉ ।
- ଡ୍ରପର ସାହାଯ୍ୟରେ ଉଭୟ ପରୀକ୍ଷା ନଳୀରେ ୩-୪ ବୁନ୍ଦା ଆୟୋଡ଼ିନ୍ ଦ୍ରବଣ ପକାଯାଉ ।
ପର୍ଯ୍ୟବେକ୍ଷଣ :
ସାରଣୀ : ମଣ୍ଡଦ ଉପରେ ଲାଳର ପ୍ରଭାବ
| ଟେଷ୍ଟଟ୍ୟୁବ |
ମିଶ୍ରଣର ରଙ୍ଗ (ଆୟୋଡ଼ିନ୍ ମିଶାଇବା ପୂର୍ବରୁ) |
ମିଶ୍ରଣର ରଙ୍ଗ (ଆୟୋଡ଼ିନ୍ ମିଶାଇବା ପରେ) |
ଯଦି ରଙ୍ଗ ପରିବର୍ତ୍ତନ ହୋଇଛି ତେବେ ତା’ର କାରଣ |
| କ |
ଧଳା |
ଗାଢ଼ ନୀଳ |
ଆୟୋଡି଼ନ ମଣ୍ଡଦ ସହ ପ୍ରତିକ୍ରିୟା କଲେ ନୀଳ ହୁଏ |
| ଖ |
ଧଳା |
ହାଲୁକା ନୀଳ |
ମଣ୍ଡଦ ନ ଥିବାରୁ ସାମାନ୍ୟ ରଙ୍ଗ ପରିବର୍ତ୍ତନ ହେଲା |
ସିଦ୍ଧାନ୍ତ :
- ‘କ’ ପରୀକ୍ଷାନଳୀରେ ମଣ୍ଡଦ ଆୟୋଡ଼ିନ ସହ ପ୍ରତିକ୍ରିୟା କରି ନୀଳବର୍ଷ ଧାରଣ କରୁଛି ।
- ‘ଖ’ ପରୀକ୍ଷାନଳୀରେ ମଣ୍ଡଦ ଥିବାରୁ ରଙ୍ଗରେ ସାମାନ୍ୟ ପରିବର୍ତ୍ତନ ହେଉଅଛି ।
- ଲାଳ ଭାତସହ ରାସାୟନିକ କ୍ରିୟା କରି ମଣ୍ଡଦକୁ ସରଳ ଶର୍କରାରେ ପରିଣତ କରିଥାଏ ।

Question 5.
ଖାଦ୍ୟ ଗ୍ରାସ ନଳୀରେ କିପରି ତଳକୁ ଯାଇଥାଏ, ଚିତ୍ର ସହ ବୁଝାଅ ।
Answer:

- ଖାଦ୍ୟ ଲାଳ ସହିତ ମିଶି ଏହାକୁ ନରମ କରେ ଏବଂ ଗିଳିବାରେ ସହଜ କରିଥାଏ ।
- ଜିଭ ଚୋବାଯାଇଥିବା ଖାଦ୍ୟକୁ ଗ୍ରାସନଳୀ ମଧ୍ୟକୁ ଠେଲିଦିଏ ।
- ଗ୍ରାସନଳୀର କାନ୍ଥର ଧୀର ସଙ୍କୋଚନ ଓ ଶିଥୁଳନ ଯୋଗୁଁ ତରଙ୍ଗ ପରି ଏକ ଗତି ସୃଷ୍ଟି ହୁଏ ।
- ଏହି ଗତିଯୋଗୁଁ ଖାଦ୍ୟ ଆପେ ଆପେ ପାକସ୍ଥଳୀ ଭିତରକୁ ଠେଲି ହୋଇଯାଏ ।
- ଏ ପ୍ରକାର ଗତି ସମଗ୍ର ଖାଦ୍ୟନଳୀରେ ଘଟେ ଏବଂ ଖାଦ୍ୟକୁ ଆଗକୁ ଆଗକୁ ଠେଲିଥାଏ ।
Question 6.
ପାକସ୍ଥଳୀରେ ଖାଦ୍ୟର ହଜମ କିପରି ହୋଇଥାଏ ଚିତ୍ର ସହ ବୁଝାଅ ।
Answer:
- ପାକସ୍ଥଳୀ କାନ୍ଥର ସଂକୋଚନ ଓ ଶିଳନ ଫଳରେ ଖାଦ୍ୟର ମନ୍ଥନ ହୋଇଥାଏ ।
- ମଜ୍ଜିତ ଖାଦ୍ୟ ସହିତ ପାକସ୍ଥଳୀର ଭିତର ଆସ୍ତରଣରୁ କ୍ଷରିତ ରସ ମିଶିଥାଏ ।

- ପାଚକ ରସରେ ଅମ୍ଳ, ଶ୍ଳେଷ୍ଟା ରହିଥାଏ । ଏହା ପୁଷ୍ଟିସାରକୁ ଭାଙ୍ଗି ସରଳ ଉପାଦାନରେ ପରିଣତ କରେ ।
- ପାଚକ ରସରେ ଥିବା ଅମ୍ଳ ଅନେକ କ୍ଷତିକାରକ ଜୀବାଣୁକୁ ମାରିଦିଏ ।
- ଶ୍ଳେଷ୍ମା, ପାକସ୍ଥଳୀର ଆସ୍ତରଣକୁ ଅମ୍ଳଜନିତ କ୍ଷୟରୁ ରକ୍ଷାକରେ ।
- ପାକସ୍ଥଳୀରେ ଖାଦ୍ୟ ଆଂଶିକଭାବେ ହଜମ ହୁଏ ଏବଂ ଏକ ଅର୍ଥ ତରଳ ପିଣ୍ଡରେ ରୂପାନ୍ତରିତ ହୋଇ କ୍ଷୁଦ୍ରାନ୍ତ୍ରକୁ ଯାଇଥାଏ ।

Question 7.
କ୍ଷୁଦ୍ରାନ୍ତରେ ଖାଦ୍ୟର ହଜମ କିପରି ହୋଇଥାଏ, ବୁଝାଅ ।
Answer:
- କ୍ଷୁଦ୍ରାନ୍ତ ୩ଟି ଉତ୍ସରୁ କ୍ଷରିତ ପାଚକ ରସ ଗ୍ର ହ ଣ କରେ । ସେଗୁଡ଼ିକ ହେଲା। – (a) କ୍ଷୁଦ୍ରାନ୍ତର ଭିତର ଆସ୍ତରଣ, (b) ଯକୃତ ଓ (c) ଅଗ୍ନାଶୟ ।
- ଯକୃତ ସାମାନ୍ୟ କ୍ଷାରକୀୟ ପ୍ରକୃତିର ପିତ୍ତ କ୍ଷରଣ କରେ । ଏହା ଅମ୍ଳକୁ ନିରପେକ୍ଷ କରିବା ସହିତ ସ୍ନେହସାରକୁ କ୍ଷୁଦ୍ର କଣିକାରେ ଭାଙ୍ଗିଦିଏ ।
- ଅଗ୍ନାଶୟରୁ ଅଗ୍ନାଶୟ ରସ କ୍ଷରିତ ହୁଏ । ଏହା କ୍ଷାରୀୟ ପ୍ରକୃତି ର ଓ ଏହା ଅମ୍ଳକୁ ମଧ୍ୟ ନିରପେକ୍ଷ କରିବାରେ ସାହାଯ୍ୟ କରେ ।
- ଅଗ୍ନାଶୟ ରସ, ଶ୍ଵେତସାର, ପୁଷ୍ଟିସାର ଓ ସ୍ନେହସାରକୁ ସରଳ କରେ ।
- କ୍ଷୁଦ୍ରାନ୍ତ୍ର କାନ୍ଥରୁ କ୍ଷରିତ ପାଚକ ରସ ସ୍ନେହସାର, ପୁଷ୍ଟି ସାର ଓ ଆଂଶିକ ଭାବେ ହଜମ ହୋଇଥିବା ଶ୍ଵେତସାରକୁ ଆହୁରି ସରଳ କରେ ।
Question 8.
ଅଧ୍ଵଂକାଂଶ ପୋଷକତତ୍ତ୍ଵ କ୍ଷୁଦ୍ରାନ୍ତରେ ପାଚନ ଓ ଶୋଷଣ ହେବା ପରେ ଅପତ୍ୟ ଖାଦ୍ୟର ପରିଣତି ସମ୍ବନ୍ଧରେ ଲେଖ ।
Answer:
- ଏହା ବୃହଦନ୍ତ୍ରରେ ପ୍ରବେଶ କରେ ।
- ବୃହଦନ୍ତ୍ର ପ୍ରାୟ ୧.୫ ମିଟର ଲମ୍ବ ଓ ଏହା କ୍ଷୁଦ୍ରାନ୍ତ ଅପେକ୍ଷା ଛୋଟ ଅଟେ ।
- ବୃହଦନ୍ତ୍ର ଅପାଚ୍ୟ ଖାଦ୍ୟରୁ ପାଣି ଏବଂ ଲବଣ ଶୋଷଣ କରି ବର୍ଜ୍ୟ ପଦାର୍ଥକୁ ଅର୍ଦ୍ଧ-କଠିନ କରିଥାଏ ।
- ଏହି ଅର୍ଶକଠିନ ପଦାର୍ଥକୁ ମଳ କୁହାଯାଏ ।
- ଏହା ମଳାଶୟରେ ଜମା ହୁଏ ।
- ମଳାଶୟରୁ ମଳ ବହିଃଷ୍କରଣ ପ୍ରକ୍ରିୟାରେ ବାହାରକୁ ନିଷ୍କାସିତ ହୁଏ ।
Question 9.
ଗୋଟିଏ ରୋମନ୍ଥକ ପ୍ରାଣୀର ଚିତ୍ର ଅଙ୍କନ କରି ରୋମନ୍ଥନ ପ୍ରକ୍ରିୟା କିପରି ହୋଇଥାଏ, ବୁଝାଅ ।
Answer:

- କେତେକ ତୃଣଭୋଜୀ ପ୍ରାଣୀ ଖାଇବା ସମୟରେ ଶୀଘ୍ର ଶୀଘ୍ର ଖାଦ୍ୟକୁ ଗିଳିଦିଅନ୍ତି । ଏହି ଖାଦ୍ୟ ପାକସ୍ଥଳୀର ପ୍ରଥମ ଭାଗ ରୁମେନ୍ରେ ରହିଥାଏ ଓ ଏଠାରେ ଖାଦ୍ୟର ଆଂଶିକ ପାଚନ ହୁଏ ।
- ପରେ ଏହି ଆଂଶିକ ପାଚିତ ଖାଦ୍ୟ ଛୋଟ ଛୋଟ ଗୁଳାରେ ପରିଣତ ହୋଇ ପାଟିକୁ ଫେରିଆସେ ଓ ସେମାନେ ତାକୁ ପୁଣିଥରେ ଚୋବାଇ ଚୋବାଇ ଖାଇଥା’ନ୍ତି । ଏହି ପ୍ରକ୍ରିୟାକୁ ରୋମନ୍ଥନ ବା ପାକୁଳି କହାଯାଏ ।
- ରୋମନ୍ଥନ କ୍ଷମତା ଥିବା ପ୍ରାଣୀମାନଙ୍କୁ ରୋମନ୍ଥକ କୁହାଯାଏ । ଗୋଟିଏ ଗାଈ ଦିନକୁ ପ୍ରାୟ ୮ ଘଣ୍ଟା ରୋମନ୍ଥନ କରି ଥାଏ । ଭଲଭାବରେ ଚୋବାଯାଇଥିବା ଖାଦ୍ୟ ଅଧିକ ହଜମ ପାଇଁ ପରି ପାକ ନଳୀ ଦେଇ ପାକସ୍ଥଳୀକୁ ଯାଇଥାଏ ।

Question 10.
ପକ୍ଷୀମାନଙ୍କର ପାଚନଚନ୍ତ୍ରରେ ଥିବା ଗିଜାର୍ଡ଼ର କାର୍ଯ୍ୟ ସମ୍ପର୍କରେ ଲେଖ ।
Answer:
- ଖାଦ୍ୟ ଗ୍ରହଣ ପାଇଁ ପକ୍ଷୀମାନଙ୍କର ଦାନ୍ତ ନଥାଏ, କିନ୍ତୁ ସେମାନଙ୍କର ପାକସ୍ଥଳୀ ତଳକୁ ଏକ କୋଠରି ରହିଥାଏ, ଯାହାକୁ ଗିଜାର୍ଡ଼ କୁହାଯାଏ ।

- ଗିଜାର୍ଡ଼ର କାନ୍ଥର ସଙ୍କୋଚନ ଓ ଶିଳନ ତଥା ଗତ ପକ୍ଷୀମାନେ ପ୍ରାୟତଃ ଗିଳି ଦେଇଥିବା ଛୋଟ ଛୋଟ ଗୋଡ଼ି ସାହାଯ୍ୟରେ ଖାଦ୍ୟ ଛୋଟ ଛୋଟ ଖଣ୍ଡରେ ପରିଣତ ହୁଏ ।
- ପକ୍ଷୀମାନଙ୍କର ଖାଦ୍ୟ ହଜମ କରିବା ପାଇଁ ଏମାନଙ୍କ ଶରୀରରେ ଏହା ଏକ ସ୍ଵତନ୍ତ୍ର ବ୍ୟବସ୍ଥା ଅଟେ ।
Question 11.
ଶ୍ଵାସନ କାହାକୁ କୁହାଯାଏ ? ଶରୀରରେ ଏହାର ଆବଶ୍ୟକତା ଦର୍ଶାଅ ।
Answer:
- ପାଚନ ହୋଇଥିବା ଖାଦ୍ୟରୁ ମିଳୁଥିବ। ପୋଷକ ଦ୍ରବ୍ୟ ଶରୀରର ବିଭିନ୍ନ ଅଂଶକୁ ଯାଇଥାଏ ।
- କିଛି ପୋଷକ ଦ୍ରବ୍ୟ ଶରୀର ଗଠନ ଓ ମରାମତିରେ ସାହାଯ୍ୟ କରେ କିନ୍ତୁ ଚିନିପରି କିଛି ଖାଦ୍ୟ ଶରୀର ଭିତରେ ଭାଙ୍ଗି ଯାଇ ସରଳୀକୃତ ହୁଏ ଓ ସେଥୁରୁ ଶକ୍ତି ମୋଚିତ ହୋଇଥାଏ ।
- ଯେଉଁ ପ୍ରକ୍ରିୟା ଦ୍ଵାରା ପୋଷକ ପଦାର୍ଥ ବ୍ୟବହାରଯୋଗ୍ୟ ଶକ୍ତିରେ ରୂପାନ୍ତରିତ ହୁଏ, ତାହାକୁ ଶ୍ଵାସନ କୁହାଯାଏ ।
Question 12.
ମାନବ ଶ୍ୱସନ ତନ୍ତ୍ରର ଚିତ୍ର ଅଙ୍କନ କରି ଏହାର ବିଭିନ୍ନ ଅଂଶର ନାମକରଣ କର । (ବର୍ଣ୍ଣନା । ଅନାବଶ୍ୟକ)
Answer:


Question 13.
ମାନବ ପାକନଳୀର ବିସ୍ତାରିତ ରୂପର ଚିତ୍ର ଅଙ୍କନ କରି ଏହାର ବିଭିନ୍ନ ଅଂଶର ନାମକରଣ କର । (ବର୍ଣ୍ଣନା ଅନାବଶ୍ୟକ)
Answer:

Question 14.
ଶ୍ୱସନ ତନ୍ତ୍ର କାହାକୁ କୁହାଯାଏ ? ଶରୀରରେ ଏହାର ଆବଶ୍ୟକତା ସମ୍ବନ୍ଧରେ ଲେଖ ।
Answer:
- ଆମେ ଅମ୍ଳଜାନ ଗ୍ରହଣ କରିବା ଏବଂ ଅଙ୍ଗାରକାମ୍ଳ ତ୍ୟାଗ କରିବା ପାଇଁ ନିରନ୍ତର ଭାବେ ପ୍ରଶ୍ଵାସ ନେଉ ଓ ନିଃଶ୍ଵାସ ଛାଡ଼ିଥାଉ । ବାୟୁ ନେବା ଏବଂ ବାୟୁ ଛାଡ଼ିବା ପ୍ରକ୍ରିୟାକୁ ଶ୍ଵାସକ୍ରିୟା କୁହାଯାଏ ।
- ଆମ ଶରୀର ମଧ୍ୟରେ ଶ୍ଵାସକ୍ରିୟା ଓ ଶ୍ଵାସନ ପାଇଁ ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରହିଅଛି । ଏହି ତନ୍ତ୍ରକୁ ଶ୍ୱସନ ତନ୍ତ୍ର କୁହାଯାଏ । ଏହି ତନ୍ତ୍ରରେ ଗ୍ୟାସ୍ଗୁଡ଼ିକର ବିନିମୟ ଏକ ନିର୍ଦ୍ଦିଷ୍ଟ ପଥ ଅନୁସରଣ କରିଥାଏ ।
- ଯେଉଁ ପଥରେ ବାୟୁ ଗ୍ରହଣ ଓ ନିଷ୍କାସନ ହୋଇଥାଏ, ତାହାର ବିଭିନ୍ନ ଅଂଶ ଶ୍ଵାସନତନ୍ତ୍ରର ଅନ୍ତର୍ଭୁକ୍ତ ଅଟେ ।
Question 15.
ଶ୍ଵସନତନ୍ତ୍ରରେ ବାୟୁ କିପରି କୋଟରିକା ନିକଟକୁ ଆସିଥାଏ ?
Answer:
- ନାସାରନ୍ଧ୍ର ବା ନାକପୁଡ଼ା ଦେଇ ଆମେ ପ୍ରଶ୍ଵାସ ବାୟୁ ନେଉ ଓ ନିଃଶ୍ୱାସ ବାୟୁ ତ୍ୟାଗ କରୁ ।
- ପ୍ରଥମେ ପ୍ରଶ୍ଵାସ ବାୟୁ ନାସାପଥ ମଧ୍ୟରେ ପ୍ରବେଶ କରେ ଏବଂ ନାସାପଥରୁ ବାୟୁନଳୀ ମାଧ୍ୟମରେ ଆମ ଫୁସ୍ଫୁସ୍ ନିକଟକୁ ଯାଇଥାଏ ।
- ବାୟୁନଳୀ ଦୁଇଟି ଶାଖାରେ ବିଭକ୍ତ ହୋଇ ଦୁଇ ଫୁସ୍ଫୁସ୍ ମଧ୍ୟକୁ ପ୍ରବେଶ କରେ । ଫୁସ୍ଫୁସ୍ରେ ଏହି ଦୁଇ ଶାଖା ଆହୁରି ଛୋଟ ଓ ସୂକ୍ଷ୍ମ ଶାଖାରେ ବିଭକ୍ତ ହୋଇ କୋଟରିକାଠାରେ ଶେଷ ହୋଇଥାଏ ।

Question 16.
ଶ୍ଵାସକ୍ରିୟାର କୌଶଳ ବୁଝାଇବା ପାଇଁ ଏକ ସରଳ ପ୍ରତିରୂପ ବର୍ଣନା କର ।
Answer:

ପରୀକ୍ଷଣ :
- ଢାଙ୍କୁଣି ଥୁବା ଗୋଟିଏ ସ୍ଵଚ୍ଛ ପ୍ଲାଷ୍ଟିକ୍ ବୋତଲ ନିଆଯାଉ । ଏହାର ତଳ ଅଂଶ କାଟି ବାହାର କରି ଦିଆଯାଉ ଓ ବୋତଲର ଢାଙ୍କୁଣିରେ ଏକ ଛିଦ୍ର କରାଯାଉ ।
- ଉପରୋକ୍ତ ଚିତ୍ରରେ ଦେଖାଯାଇଥବା ପରି ଏକ Y-ଆକାରର ଫାଙ୍କା ନଳୀ ନିଆଯାଉ । ନଳୀର ଦୁଇ କେନ। ଶେଷରେ ଦୁଇଟି ଫୁଙ୍କାଯାଇ ନଥିବା ବେଲୁନ୍ ପୂରାଯାଉ । ଗୋଟିଏ ରବର ବ୍ୟାଣ୍ଡ୍ ସହିତ ସେଗୁଡ଼ିକୁ ଭଲ ଭାବରେ ବାନ୍ଧି ଦିଆଯାଉ ଯେପରିକି ତାହା ଭିତରକୁ ବାୟୁ ଯାଇପାରିବ ନାହିଁ ।
- ନଳୀର ସିଧା ପାଖକୁ ଢାଙ୍କୁଣି ମଧ୍ୟରେ ଗୋଟିଏ କଣା କରି ବୋତଲ ଭିତରକୁ ପ୍ରବେଶ କରାଯାଉ ଓ ଢାଙ୍କୁଣିକୁ ମାଟି ଲଗାଇ ଭଲ ଭାବରେ ସିଲ୍ କରିଦିଆଯାଉ, ଯାହା ଫଳରେ ଏହି ବାୟୁରୋଧୀ ହୋଇପାରିବ ।
- ବୋତଲର ଖୋଲା ତଳ ଭାଗରେ ଏକ ପତଳା ରବର ଖଣ୍ଡ ବା ବେଲୁନ୍କୁ ବଡ଼ ରବର ବ୍ୟାଣ୍ଡ୍ ଦ୍ଵାରା ଭଲ ଭାବରେ ବାନ୍ଧି ଦିଆଯାଉ ।
ପର୍ଯ୍ୟବେକ୍ଷଣ :
- ତଳ ଭାଗରେ ଲାଗିଥିବା ରବର ବା ବେଲୁକୁ ମଝିର ତଳ ଆଡ଼କୁ ଟାଣି ପୁନଶ୍ଚ ଛାଡ଼ି ଦିଆଯାଉ ।
- ଯେତେବେଳେ ରବର ସିକୁ ତଳକୁ ଟଣାଯାଏ ବେଲୁନ୍ ଗୁଡ଼ିକ ଫୁଲି ଯାଏ ଓ ବି ପରୀତ ଭାବରେ, ଯେତେବେଳେ ରବର ସିଟ୍କୁ ଉପରକୁ ଛାଡ଼ି ଦିଆଯାଏ, ସେତେବେଳେ ବେଲୁନ୍ଗୁଡ଼ିକ ସଂକୁଚିତ ହୋଇଯାଏ ।
Question 17.
ମାନବ ଫୁସ୍ଫୁସ୍ର ଚିତ୍ର ଅଙ୍କନ କରି ଶ୍ଵାସକ୍ରିୟାର କୌଶଳ ବର୍ଣ୍ଣନା କର ।
Answer:

- ପ୍ରଶ୍ଵାସ ନେବା ସମୟରେ ପଞ୍ଜରା ହାଡ଼ଗୁଡ଼ିକ ଉପରକୁ ଏବଂ ବାହାରକୁ ଠେଲି ହୋଇଯାଏ । ଏହି ସମୟରେ ଛାତି ବିସ୍ତାରିତ ହୁଏ, ଅର୍ଥାତ ଆୟତନ ବୃଦ୍ଧି ପାଇଥାଏ ।
- ପ୍ରଶ୍ଵାସ ନେବା ସମୟରେ ଫୁସ୍ଫୁସ୍ ତଳେ ଥିବା ମଧ୍ୟଚ୍ଛଦା ଯାହା ଏକ ଗମ୍ବୁଜ ଆକୃତିର ମାଂସପେଶୀ ତଳକୁ ଗତି କରିଥାଏ ।
- ପ୍ରଶ୍ଵାସ ସମୟରେ ଛାତି ଭିତରେ ସ୍ଥାନ ବୃଦ୍ଧି ପାଏ ଓ ବାୟୁ ଫୁସ୍ଫୁସ୍ରେ ପ୍ରବେଶ କରେ । ନିଃଶ୍ଵାସ ବାହାର କରିବା ସମୟରେ ପଞ୍ଜରାଗୁଡ଼ିକ ତଳକୁ ଏବଂ ଭିତରକୁ ଗତି କରନ୍ତି ।
- ଏହି ସମୟରେ ମଧ୍ୟଚ୍ଛଦା ଉପରକୁ ଉଠିଯାଏ, ଛାତି ଭିତରେ ସ୍ଥାନ ହ୍ରାସ ପାଏ ଏବଂ ଫୁସ୍ଫୁସ୍ରୁ ବାୟୁ ଠେଲି ହୋଇଯାଏ ।

Question 18.
ଟୁମୋ ଶ୍ଵାସକ୍ରିୟାର ଉପାଦେୟତା ସମ୍ବନ୍ଧରେ ଲେଖ ।
Answer:
- ଲଦାଖ ଅଞ୍ଚଳରେ ଲୋକମାନେ ଟୁମୋ ଶ୍ଵାସକ୍ରିୟା ଅଭ୍ୟାସ କରିଥା’ନ୍ତି । ଏହା ସେ ଅଞ୍ଚଳରେ ସ୍ଵାସ୍ଥ୍ୟ, ମାନସିକ ଶାନ୍ତି ଏବଂ ଏକାଗ୍ରତାକୁ ଉନ୍ନତି କରିବା ପାଇଁ ଏକ ଜଣାଶୁଣା ପଦ୍ଧତି ଅଟେ ।
- ଏହି କୌଶଳ ଫୁସ୍ଫୁସ୍ କାର୍ଯ୍ୟକୁ ଉନ୍ନତ କରେ ଏବଂ ଥଣ୍ଡାପାଗରେ ମଧ୍ୟ ଶରୀରକୁ ଗରମ ରଖିବାରେ ସାହାଯ୍ୟ କରେ ।
- ଏହାଦ୍ଵାରା ଶାନ୍ତି, ସ୍ଥିରତା ଓ ମାନସିକ ସ୍ପଷ୍ଟତା ବୃଦ୍ଧି ପାଇଥାଏ ।
Question 19.
ଫୁସ୍ ଫୁସ୍ ରେ ଗ୍ୟାସ୍ର ବିନିମୟ କିପରି ହୋଇଥାଏ, ଚିତ୍ର ସହ ବୁଝାଅ ।
Answer:

- ଶ୍ଵାସକ୍ରିୟା ମାଧ୍ୟମରେ, ବାହାରୁ ତାଜା ପବନ ଫୁସ୍ ଫୁସ୍ ରେ ପ୍ରବେଶ କରେ ଏବଂ କୋଟରିକାକୁ ପୂର୍ଣ୍ଣ କରେ ।
- କୋଟରିକାରେ ଥିବା ପତଳା ପ୍ରାଚୀର ରକ୍ତପୂର୍ଣ୍ଣ ସୂକ୍ଷ୍ମ ନଳୀଦ୍ଵାରା ଘେରି ରହିଥିବାରୁ, ରକ୍ତ ଶରୀରରୁ କୋଟରିକାକୁ ଅଙ୍ଗାରକାମ୍ଳ ଆଣିଥାଏ ।
- କୋଟରିକାରେ ବାୟୁରେ ଥିବା ଅଙ୍ଗାରକାମ୍ଳ ବାୟୁ ମଧ୍ୟକୁ ମୁକ୍ତ ହୋଇଥାଏ ଓ ସେହି ସମୟରେ କୋଟରି କାରୁ ଅମ୍ଳଜାନ ଆସି ରକ୍ତରେ ପ୍ରବେଶ କରେ ଓ ଏହା ଶରୀରର ସମସ୍ତ ଅଂଶକୁ ପରିବାହିତ ହୋଇଥାଏ ।

Question 20.
ଶ୍ଵାସନ କାହାକୁ କୁହାଯାଏ ? ଏହି ପ୍ରକ୍ରିୟାର ଶବ୍ଦ ସମୀକରଣ ଲେଖ ।
Answer:
- ଆମେ ଗ୍ରହଣ କରୁଥିବା ଖାଦ୍ୟ ଓ ଶ୍ଵାସକ୍ରିୟାରେ ବ୍ୟବହାର କରୁଥିବା ଅମ୍ଳଜାନଦ୍ୱାରା ଆମେ ଶକ୍ତି ପାଇଥାଉ ।
- ଯେତେବେଳେ ଆମେ ଖାଦ୍ୟ ଗ୍ରହଣ କରୁ, ଆମର ଶରୀର ଏହାକୁ ଶର୍କରା (ଗ୍ଲୁକୋଜ) ଭଳି ସରଳ ପଦାର୍ଥରେ ପରିଣତ କରେ ।
- ଶକ୍ତି ମୁକ୍ତ କରିବା ପାଇଁ ଅମ୍ଳଜାନ ଗ୍ଲୁକୋଜ୍କୁ ଭାଙ୍ଗିବାରେ ସାହାଯ୍ୟ କରେ । ଏହି ପ୍ରକ୍ରିୟାକୁ ଶ୍ଵାସନ କୁହାଯାଏ ।
- ଶ୍ୱସନ ପ୍ରକ୍ରିୟାର ଶବ୍ଦ ସମୀକରଣ :
ଗ୍ଲୁକୋଜ + ଅମ୍ଳଜାନ → ଅଙ୍ଗାରକାମ୍ଳ + ଜଳ + ଶକ୍ତି
Question 21.
ପ୍ରଶ୍ଵାସ ଓ ନିଃଶ୍ଵାସ ବାୟୁରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ଶତକଡ଼ା ପରିମାଣ ଦର୍ଶାଇବା ପାଇଁ ଏକ ନାମାଙ୍କିତ ଚିତ୍ର ଅଙ୍କନ କରି ସଂକ୍ଷେପରେ ବୁଝାଅ ।
Answer:
- ଶ୍ଵାସକ୍ରି ୟା ସମୟରେ ଆମେ ଆମ ଚାରିପାଖରୁ ଅଧ୍ବକ ଅମ୍ଳଜାନ ଥିବା ବାୟୁ ଗ୍ରହଣ କରୁ ଏବଂ ନିଃଶ୍ଵାସରେ ଅଧୂକ ଅଙ୍ଗାରକାମ୍ଳ ଥିବା ବାୟୁ ବାହାର କରିଥାଉ ।
- ଗ୍ରହଣ କରାଯାଉଥିବା ସମସ୍ତ ଅମ୍ଳଜାନ ଶରୀରରେ ବ୍ୟବହୃତ ହୁଏ ନାହିଁ । ଗ୍ୟାସ୍ରେ ବିନିମୟ ଆମ ଶରୀରର ପ୍ରତ୍ୟେକ ଅଂଶ ଶକ୍ତି ଉତ୍ପାଦନ କରିବା ଏବଂ ବର୍ଜ୍ୟ ପଦାର୍ଥଗୁଡ଼ିକୁ ବାହାର କରିବା ପାଇଁ ଅମ୍ଳଜାନ ଆବଶ୍ୟକ କରିଥାଏ ।

- ଶ୍ଵାସକ୍ରିୟା ଶରୀର ଭିତରକୁ ଅମ୍ଳଜାନ ଆଣେ ଏବଂ ଅଙ୍ଗାରକାମ୍ଳ ବାହାର କରେ । ଶ୍ଵାସନ ଖାଦ୍ୟକୁ ଭାଙ୍ଗିବା ଏବଂ ଶକ୍ତିମୋଚନ ପାଇଁ ଅମ୍ଳଜାନ ଆବଶ୍ୟକ କରିଥାଏ ।
- ଶ୍ଵାସକ୍ରିୟା ଏକ ଭୌତିକ ପ୍ରକ୍ରିୟା ହୋଇଥବା ବେଳେ ଶ୍ଵାସନ ଏକ ରାସାୟନିକ ପ୍ରକ୍ରିୟା ଅଟେ ।

Question 22.
ମାଛ କିପରି ଶ୍ଵାସକ୍ରିୟା କରେ, ଚିତ୍ର ସହ ବୁଝାଅ ।
Answer:

- ମାଛ ପରି ଅସ୍ଵୀକାଂଶ ଜଳଚର ପ୍ରାଣୀମାନଙ୍କ ଠାରେ ଶ୍ଵାସକ୍ରିୟା ପାଇଁ ଏକ ବିଶେଷ ଧରଣର ବ୍ୟବସ୍ଥା ରହିଥାଏ, ଏହାକୁ ଗାଲି କୁହାଯାଏ ।
- ଗାଲିରେ ପ୍ରଚୁର ପରିମାଣରେ ରକ୍ତବାହୀ ନଳୀ ଥାଏ । ରକ୍ତ ଏବଂ ପାଣିରେ ଦ୍ରବୀଭୂତ ଗ୍ୟାସ୍ ମଧ୍ୟରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ବିନିମୟ ଗାଲିରେ ସଂଘଟିତ ହୋଇଥାଏ ।
Question 23.
ପ୍ରାଣୀମାନେ ସମୟ ସହିତ ବିଭିନ୍ନ ପରିବେଶରେ ଉପଯୋଜିତ ହୋଇଥାନ୍ତି । ଗୋଟିଏ ଉଦାହରଣ ସହ ଭକ୍ତିର ଯଥାର୍ଥତା ପ୍ରତିପାଦନ କର ।
Answer:
- ବେଙ୍ଗ ପରି ଉଭୟଚର ପ୍ରାଣୀମାନେ ଉଭୟ ସ୍ଥଳଭାଗ ଏବଂ ଜଳଭାଗରେ ବାସ କରିଥାନ୍ତି । ସେମାନେ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଶ୍ଵାସକ୍ରିୟା ପାଇଁ ଶରୀରର ବିଭିନ୍ନ ଅଂଶ ବ୍ୟବହାର କରିଥାନ୍ତି ।
- ବେଙ୍ଗଫୁଲା ଗାଲି ମାଧ୍ୟମରେ ଶ୍ଵାସକ୍ରିୟା କରେ । ବେଙ୍ଗ ମାନେ ସ୍ଥଳ ଭାଗରେ ଥିବାବେଳେ ଫୁସ୍ଫୁସ୍ ଏବଂ ପାଣିରେ ଥିବାବେଳେ ଚର୍ମ ବ୍ୟବହାର କରି ଶ୍ଵାସକ୍ରିୟା ସମ୍ପାଦନ କରିଥାନ୍ତି ।

Question 24.
ପ୍ରଶ୍ଵାସ ଓ ନିଃଶ୍ଵାସ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
| ପ୍ରଶ୍ଵାସ |
ନିଃଶ୍ବାସ |
| (i) ପରର ଶ୍ଵାସ ଗ୍ରହଣ କରିବାକୁ ପ୍ରଶ୍ଵାସ କୁହାଯାଏ । |
(i) ନି ଜର ବାହାରକୁ ଛାଡ଼ିବାକୁ ନିଃଶ୍ଵାସ କୁହାଯାଏ । |
| (ii) ଏହି ପ୍ରକ୍ରିୟାକୁ ଆମେ ଅମ୍ଳଜାନ ଗ୍ର ହ ଣ କରୁ । |
(ii) ଏହି ପ୍ରକ୍ରିୟାରେ ଆମେ ଅଙ୍ଗାରକାମ୍ଳ ତ୍ୟାଗ କରିଥାଉ । |
| (iii) ଏହି କ୍ରିୟା ସମୟରେ ଛାତି ବିସ୍ତାରିତ ହୁଏ । |
(iii) ଏହି କ୍ରିୟା ସମୟରେ ଛାତି ଭିତରେ ସ୍ଥାନ ହ୍ରାସପାଏ । |
| (iv) ମଧ୍ୟଛଦା ଜଳକୁ ଗତି କରିଥାଏ । |
(iv) ମଧ୍ୟଛଦା ଉପରକୁ ଉଠିଯାଏ । |
| (v) ବାୟୁ ଫୁସ୍ଫୁସ୍ରେ ପ୍ରବେଶ କରେ । |
(v) ଫୁସ୍ ଫୁସ୍ ରୁ ବାୟୁ ବାହାର କୁ ଠେଲି ହୋଇଯାଏ । |