BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର

Odisha State Board BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର will enable students to study smartly.

BSE Odisha Class 8 Political Science Notes Chapter 1 କେନ୍ଦ୍ର ସରକାର

(କ) କେନ୍ଦ୍ର କାର୍ଯ୍ୟପାଳିକା
→ ଉପକ୍ରମ :

  • ଆମ ଦେଶ ଭାରତ ଏକ ସଂଘୀୟ ରାଷ୍ଟ୍ର, କିନ୍ତୁ ଆମ ସମ୍ବିଧାନରେ ଏହା ଏକ ‘ରାଜ୍ୟମାନଙ୍କର ସମଷ୍ଟି’ (Union of States) ରୂପେ ବର୍ଣ୍ଣିତ ।
  • ମନେରଖ : ତେଲେଙ୍ଗାନା ଭାରତର ୨୯ ତମ ରାଜ୍ୟ ।
  • ଏଠାରେ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ଗୋଟିଏ ଲେଖାଏଁ ସରକାର ଅଛି।
  • ପ୍ରତ୍ୟେକ ସରକାରର ତିନୋଟି (ଯଥା— କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଏବଂ ନ୍ୟାୟପାଳିକା) ଅଙ୍ଗ ରହିଛି ।
  • ମନେରଖ : ଭାରତରେ ୨୯ ଗୋଟି ରାଜ୍ୟ ଓ ୭ ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ।
  • କେନ୍ଦ୍ରସ୍ତରୀୟ କାର୍ଯ୍ୟପାଳିକା ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦକୁ ନେଇ ଗଠିତ ଏବଂ ରାଷ୍ଟ୍ରପତି ହେଉଛନ୍ତି ଏହାର ନାମମାତ୍ର ମୁଖ୍ୟ ।

→ ରାଷ୍ଟ୍ରପତି :

  • ସମ୍ବିଧାନ ଅନୁଯାୟୀ କେନ୍ଦ୍ର ସରକାରର ସମସ୍ତ କାର୍ଯ୍ୟପାଳିକା କ୍ଷମତା ରାଷ୍ଟ୍ରପତିଙ୍କ ହାତରେ ନ୍ୟସ୍ତ । କିନ୍ତୁ ରାଷ୍ଟ୍ରପତି ସ୍ଵଇଚ୍ଛାରେ କୌଣସି କ୍ଷମତା ବ୍ୟବହାର କରି ନଥା’ନ୍ତି । ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ପରାମର୍ଶ ଅନୁସାରେ ସେ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥାଆନ୍ତି ।
  • ମନେରଖ : ରାଷ୍ଟ୍ରପତି ଭାରତର ନିର୍ବାଚିତ ତଥା ସର୍ବୋଚ୍ଚ ସାମ୍ବିଧାନିକ ରାଷ୍ଟ୍ରମୁଖ୍ୟ ଓ ଦେଶର ‘ସମ୍ମାନାସ୍ପଦ ପ୍ରଥମ ନାଗରିକ’ ।
  • ରାଷ୍ଟ୍ରପତି ହେଉଛନ୍ତି ‘ନାମକୁ ମାତ୍ର କାର୍ଯ୍ୟପାଳିକା’ ଓ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ହେଉଛନ୍ତି ‘ବାସ୍ତବ କାର୍ଯ୍ୟପାଳିକା’ ।

BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର

→ ରାଷ୍ଟ୍ରପତି ନିର୍ବାଚନ :

  • ଭାରତର ରାଷ୍ଟ୍ରପତି ଲୋକମାନଙ୍କଦ୍ୱାରା ପରୋକ୍ଷଭାବରେ ନିର୍ବାଚିତ ହୁଅନ୍ତି ।
  • ସଂସଦର ଉଭୟ ଗୃହ ଏବଂ ଦିଲ୍ଲୀ ଓ ପଣ୍ଡିଚେରୀ ସମେତ ସମସ୍ତ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚିତ ସଦସ୍ୟମାନଙ୍କ ନେଇ ଗଠିତ ନିର୍ବାଚକ ମଣ୍ଡଳୀ ରାଷ୍ଟ୍ରପତିଙ୍କ ନିର୍ବାଚିତ କରନ୍ତି ।
  • ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଟ (କୋଟା) ବା ନିର୍ବାଚନରେ ମିଳିଥିବା ସମସ୍ତ ‘ସିଦ୍ଧମତ ବା ସଠିକ୍ ଭୋଟ’ (Valid Vote)ର ୫୦ ପ୍ରତିଶତରୁ ଏକ ଅଧିକ (୫୦%+୧) ସମର୍ଥନ ମିଳିଲେ ପ୍ରାର୍ଥୀ ରାଷ୍ଟ୍ରପତି ନିର୍ବାଚନରେ ଜୟଲାଭ କରିବେ ।
  • ମନେରଖ : ‘‘ଆନୁପାତିକ ପ୍ରତିନିଧ୍ୟ ଓ ଏକକ ହସ୍ତାନ୍ତରୀୟ ଗୋପନୀୟ ପସନ୍ଦଭିଭିକ ମତଦାନ ବା ଭୋଟପ୍ରଥା’’ ପ୍ରଣାଳୀରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ।

(ରାଷ୍ଟ୍ରପତି ଭବନ) image

→ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଯୋଗ୍ୟତା :

  • ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
  • ତାଙ୍କୁ ଅନ୍ୟୁନ ୩୫ ବର୍ଷ ହୋଇଥବ ।
  • ସେ ଲୋକସଭାର ସଭ୍ୟଭାବେ ନିର୍ବାଚିତ ହେବାପାଇଁ ଯୋଗ୍ୟ ହୋଇଥ‌ିବେ ।
  • ସେ କେନ୍ଦ୍ର ବା ରାଜ୍ୟ ସରକାରରେ ବା ଏହି ସରକାରମାନଙ୍କ ଅଧୀନସ୍ଥ କୌଣସି ସଂସ୍ଥାରେ ବା ଅନୁଷ୍ଠାନରେ ଲାଭଜନକ ପଦବୀରେ ଅଧିଷ୍ଠିତ ହୋଇନଥ‌ିବେ ।
  • ମନେରଖ : ଆମ ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ବ୍ୟତତ ଅନ୍ୟ କୌଣସି ରାଷ୍ଟ୍ରପତି ପୁନଃ ନିର୍ବାଚିତ ହୋଇନାହାନ୍ତି ।

→ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ :

  • ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ ପାଞ୍ଚବର୍ଷ । କିନ୍ତୁ ଜଣେ ରାଷ୍ଟ୍ରପତି ଚାହିଁଲେ ସେହି ପଦବୀ ପାଇଁ ପୁନଃ ପ୍ରତିଦ୍ଵନ୍ଦିତା କରିପାରିବେ ।
  • ଜଣେ ରାଷ୍ଟ୍ରପତି ଇଚ୍ଛାକଲେ ତାଙ୍କ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ଉପରାଷ୍ଟ୍ରପତିଙ୍କୁ ସମ୍ବୋଧୃତ ଇସ୍ତଫାପତ୍ର ମାଧ୍ୟମରେ ନିଜ ପଦବୀରୁ ଅବ୍ୟାହତି ନେଇପାରିବେ ।
  • କୌଣସି ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ ପୂର୍ଣ୍ଣ ହେବା ପୂର୍ବରୁ ଯଦି ସେ ଇସ୍ତଫା ଦେଇ ପଦତ୍ୟାଗ କରନ୍ତି ବା ତାଙ୍କର ମୃତ୍ୟୁ ହୁଏ ବା ‘ମହାଭିଯୋଗ’ଦ୍ଵାରା ଯଦି ସେ ପଦଚ୍ୟୁତ ହୁଅନ୍ତି, ତା’ହେଲେ ରାଷ୍ଟ୍ରପତି ପଦ ଶୂନ୍ୟପଡ଼େ ଓ ଉପରାଷ୍ଟ୍ରପତି ସର୍ବାଧ‌ିକ ୬ ମାସ ପାଇଁ ଅସ୍ଥାୟୀ ରାଷ୍ଟ୍ରପତିଭାବେ କାର୍ଯ୍ୟ ନିର୍ବାହ କରିବେ ଏବଂ ଏହି ୬ ମାସ ମଧ୍ୟରେ ନୂତନ ରାଷ୍ଟ୍ରପତି ନିର୍ବାଚିତ ହେବେ ।
  • ଉପରାଷ୍ଟ୍ରପତି ଏହି ୬ ମାସ ରାଷ୍ଟ୍ରପତି ପଦବୀର ବେତନ, ଭତ୍ତା ଓ ସମସ୍ତ ସୁବିଧା ଓ ସୁଯୋଗ ଉପଭୋଗ କରନ୍ତି ।

BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର

→ ରାଷ୍ଟ୍ରପତିଙ୍କ ପଦଚ୍ୟୁତି ବା ମହାଭିଯୋଗ ବ୍ୟବସ୍ଥା :

  • ଜଣେ ରାଷ୍ଟ୍ରପତି କେବଳ ସମ୍ବିଧାନ ଭଙ୍ଗ ଅଭିଯୋଗରେ ‘ମହାଭିଯୋଗ’ ପ୍ରସ୍ତାବଦ୍ଵାରା ପଦଚ୍ୟୁତ ହୋଇପାରିବେ ।
  • ଏହା ଏକ ଅର୍ଦ୍ଧ-ନ୍ୟାୟିକ ଜଟିଳ ପ୍ରକ୍ରିୟା ।
  • ସର୍ବପ୍ରଥମେ ସଂସଦର ଯେକୌଣସି ଗୃହର ସର୍ବମୋଟ ସଭ୍ୟ ସଂଖ୍ୟାର ଏକ-ଚତୁର୍ଥାଂଶ ସଭ୍ୟ ୧୪ ଦିନ ପୂର୍ବରୁ ଗୃହରେ ଲିଖ୍ ନୋଟିସ୍ ଦେଇ ମହାଭିଯୋଗ ପ୍ରସ୍ତାବ ଆଗତ କରିପାରିବେ ।
  • ଏହାପରେ ପ୍ରସ୍ତାବଟି ସେହି ଗୃହର ସର୍ବମୋଟ ସଭ୍ୟସଂଖ୍ୟାର ଅନ୍ୟୁନ ଦୁଇ-ତୃତୀୟାଂଶ ସଭ୍ୟଙ୍କଦ୍ୱାରା ଅନୁମୋଦିତ ହେବାପରେ ତାହା ଅନ୍ୟ ଗୃହକୁ ଅନୁସନ୍ଧାନ (Investigation) ପାଇଁ ପଠାଯିବ ।
  • ଅନୁସନ୍ଧାନ ସମୟରେ ରାଷ୍ଟ୍ରପତି ଚାହିଁଲେ, ସେ ନିଜେ ବା ତାଙ୍କର ପ୍ରତିନିଧୁ ସେଠାରେ ଉପସ୍ଥିତ ରହିପାରିବେ ।
  • ଅନୁସନ୍ଧାନ ପରେ, ଗୃହର ସର୍ବମୋଟ ସଭ୍ୟସଂଖ୍ୟାର ଅନ୍ୟୁନ ଦୁଇ-ତୃତୀୟାଂଶ ସଭ୍ୟ ଯଦି ମହାଭିଯୋଗ ପ୍ରସ୍ତାବକୁ ଅନୁମୋଦନ କରନ୍ତି, ତା’ହେଲେ ସେହିଦିନଠାରୁ ରାଷ୍ଟ୍ରପତି ପଦଚ୍ୟୁତ ହେବେ ।
  • ମନେରଖ : ଆଜି ପର୍ଯ୍ୟନ୍ତ ଭାରତର କୌଣସି ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇନାହିଁ ।

→ ରାଷ୍ଟ୍ରପତିଙ୍କ ଶପଥପାଠ :
ଭାରତର ନିର୍ବାଚିତ ରାଷ୍ଟ୍ରପତି ସମ୍ବିଧାନିକ ବ୍ୟବସ୍ଥାନୁସାରେ ସମ୍ବିଧାନକୁ ମାନି ଚଳିବାକୁ ଓ ସମ୍ବିଧାନର ସରକ୍ଷାପାଇଁ ଈଶ୍ଵରଙ୍କ ନାମରେ ଦୃଢ଼ ସଂକଳ୍ପ କରି ଭାରତର ପ୍ରଧାନ ବିଚାରପତିଙ୍କ ଉପସ୍ଥିତିରେ ଶପଥ ପାଠ କରି ଦାୟିତ୍ୱ ଗ୍ରହଣ କରନ୍ତି ।

→ ରାଷ୍ଟ୍ରପତିଙ୍କ କ୍ଷମତା :
ସମ୍ବିଧାନ ସ୍ଵୀକୃତି ରାଷ୍ଟ୍ରପତିଙ୍କର ବିଭିନ୍ନ କ୍ଷମତାଗୁଡ଼ିକ ହେଲା –

  • ପ୍ରଶାସନିକ କ୍ଷମତା
  • ସାମରିକ କ୍ଷମତା
  • କୂଟନୈତିକ କ୍ଷମତା
  • ବ୍ୟବସ୍ଥାପିକା କ୍ଷମତା
  • ଅର୍ଥ ସଂପର୍କିତ କ୍ଷମତା
  • ନ୍ୟାୟିକ କ୍ଷମତା
  • ବିବିଧ କ୍ଷମତା ଓ
  • ଜରୁରୀକାଳୀନ କ୍ଷମତା ବା ଆପତ୍‌କାଳୀନ କ୍ଷମତା ।

(କ) ପ୍ରଶାସନିକ କ୍ଷମତା :

  • ରାଷ୍ଟ୍ରପତି ଅନେକ ସାମ୍ବିଧାନିକ ପଦାତ୍‌ରୀମାନଙ୍କୁ ନିଯୁକ୍ତି ଦେଇଥା’ନ୍ତି । ସେମାନେ ହେଲେ –
    (୧) ପ୍ରଧାନମନ୍ତ୍ରୀ, (୨) ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟବୃନ୍ଦ, (୩) ମହାଧବକ୍ତା (Attorney General), (୪) ମୁଖ୍ୟ ଆୟବ୍ୟୟ ହିସାବ ରକ୍ଷକ ଓ ମହାସମୀକ୍ଷକ (Comptroller & Auditor General of India), (୫) ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଓ ଅନ୍ୟ ନ୍ୟାୟାଧୀଶବୃନ୍ଦ, (୬) ରାଜ୍ୟ ଉଚ୍ଚ ନ୍ୟାୟାଳୟମାନଙ୍କର ମୁଖ୍ୟ ନ୍ୟାୟାଧୀଶ ଓ ଅନ୍ୟ ନ୍ୟାୟାଧୀଶବୃନ୍ଦ, (୭) ରାଜ୍ୟପାଳ, (୮) କେନ୍ଦ୍ର ଲୋକସେବା ଆୟୋଗର ଅଧ୍ଯକ୍ଷ ଓ ସଦସ୍ୟବୃନ୍ଦ, (୯) ଅର୍ଥ ଆୟୋଗର ଅଧ୍ଯକ୍ଷ ଓ ସଦସ୍ୟବୃନ୍ଦ, (୧୦) ନିର୍ବାଚନ ଆୟୋଗର ମୁଖ୍ୟ ଆୟୁକ୍ତ ଓ ଅନ୍ୟ ଆୟୁକ୍ତଦ୍ଵୟ, (୧୧) ସରକାରୀ ଭାଷା ଆୟୋଗର ଅଧକ୍ଷ ଓ ସଦସ୍ୟ ଏବଂ (୧୨) ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଆୟୋଗର ଅଧକ୍ଷ ଓ ସଦସ୍ୟବୃନ୍ଦ ।

BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର

→ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦର ଅନ୍ୟ ମନ୍ତ୍ରୀମାନଙ୍କ ନିଯୁକ୍ତି :

  • ନିର୍ବାଚନ ପରେ ଲୋକସଭାରେ ସଂଖ୍ୟାଗରିଷ୍ଠ ରାଜନୈତିକ ଦଳ ବା ସଂଖ୍ୟାଗରିଷ୍ଠ ମିଳିତ ଦଳର ନେତାଙ୍କ ପ୍ରଧାନମନ୍ତ୍ରୀ ଭାବରେ ରାଷ୍ଟ୍ରପତି ନିଯୁକ୍ତି ଦିଅନ୍ତି । କିନ୍ତୁ ‘ଝୁଲା ସଂସଦ’ କ୍ଷେତ୍ରରେ, ଅର୍ଥାତ୍ କୌଣସି ଗୋଟିଏ ରାଜନୈତିକ ଦଳ ବା ‘ମେଣ୍ଟଦଳ’ ସଂଖ୍ୟାଗରିଷ୍ଠତା ହାସଲ କରିନପାରନ୍ତି, ପ୍ରଧାନମନ୍ତ୍ରୀ ଚୟନରେ ରାଷ୍ଟ୍ରପତି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି ।
  • ଏପରି କ୍ଷେତ୍ରରେ ରାଷ୍ଟ୍ରପତିଙ୍କର ବୁଦ୍ଧି, ବିବେକ, ନିରପେକ୍ଷ ବିଚାରଶକ୍ତି, ରାଜନୈତିକ ନୈପୁଣ୍ୟ, ଅଭିଜ୍ଞତା ଓ ଦୂରଦୃଷ୍ଟି ପ୍ରୟୋଗ କରି ଯେଉଁ ବ୍ୟକ୍ତି ଏକ ସୁଦୃଢ଼ ଓ ସ୍ଥାୟୀ ସରକାର ଗଠନ କରିପାରିବେ ବୋଲି ତାଙ୍କର ବିଶ୍ୱାସ ହୁଏ, ତାଙ୍କୁ ପ୍ରଧାନମନ୍ତ୍ରୀଭାବେ ନିଯୁକ୍ତି ଦେଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେଇଥା’ନ୍ତି ।
  • ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ପରେ ତାଙ୍କ ପରାମର୍ଶରେ ରାଷ୍ଟ୍ରପତି ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ।
  • ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇବା ପରେ ଯଦି ପ୍ରଧାନମନ୍ତ୍ରୀ ଇସ୍ତଫା ନ ଦିଅନ୍ତି, ତେବେ ରାଷ୍ଟ୍ରପତି ତାଙ୍କୁ ବରଖାସ୍ତ କରନ୍ତି ।
  • ମନେରଖ : ବାସ୍ତବରେ ଲୋକସଭାର ‘‘ମର୍ଜି’’ ଅନୁସାରେ ମନ୍ତ୍ରୀପରିଷଦ ଶାସନ ଦାୟିତ୍ଵରେ ରହନ୍ତି ।
  • ରାଷ୍ଟ୍ରପତି ମଧ୍ୟ କେତେକ ପଦାଧିକାରୀଙ୍କୁ ବହିଷ୍କାର କରିଥାଆନ୍ତି । ସେମାନେ ହେଲେ –
    (୧) ମହାଧ୍ଵବକ୍ତା, (୨) ରାଜ୍ୟପାଳ, (୩) କେନ୍ଦ୍ର ଲୋକସେବା ଆୟୋଗର ଅଧକ୍ଷ ଓ ଅନ୍ୟ ସଦସ୍ୟ, (୪) ସର୍ବୋଚ୍ଚ ନ୍ୟାୟାଳୟ ଓ ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଓ ଅନ୍ୟ ନ୍ୟାୟାଧୀଶବୃନ୍ଦ ଓ (୫) ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଯେକୌଣସି ମନ୍ତ୍ରୀ ।

(ଖ) ସାମରିକ କ୍ଷମତା :

  • ସେ ତିନି ବାହିନୀ (ଜଳ, ସ୍ଥଳ, ଆକାଶ)ର ମୁଖ୍ୟ ସେନାଧ୍ୟକ୍ଷଙ୍କୁ ନିଯୁକ୍ତି ଦିଅନ୍ତି । ତାଙ୍କ ନାମରେ ଯୁଦ୍ଧଘୋଷଣା ଓ ଶାନ୍ତିଚୁକ୍ତି ସମ୍ପାଦିତ ହୁଏ ।
  • ସଂସଦର ଅର୍ଥ ଅନୁମୋଦନ ବିନା ରାଷ୍ଟ୍ରପତି ସାମରିକ ବାହିନୀ ଗଠନ, ପ୍ରଶିକ୍ଷଣ ଓ ପରିଚାଳନା ଇତ୍ୟାଦି କାର୍ଯ୍ୟ କରିପାରିବେ ନାହିଁ ।
  • ମନେରଖ : ଆମ ସମ୍ବିଧାନ ଅନୁଯାୟୀ ଦେଶର ପ୍ରତିରକ୍ଷା ବାହିନୀର ସର୍ବୋଚ୍ଚ ସେନାଧ୍ୟକ୍ଷ ହେଉଛନ୍ତି ରାଷ୍ଟ୍ରପତି ।

(ଗ) କୂଟନୈତିକ କ୍ଷମତା :

  • ରାଷ୍ଟ୍ରର ବୈଦେଶିକ ବ୍ୟାପାର ସହିତ ରାଷ୍ଟ୍ରପତିଙ୍କର କୂଟନୈତିକ କ୍ଷମତା ସଂଶ୍ଳିଷ୍ଟ ।
  • ରାଷ୍ଟ୍ରପତି ଅନ୍ୟ ଦେଶ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରିବା ସହିତ, ସେଠାରେ ଆମ ଦେଶର ନାଗରିକମାନଙ୍କ ସ୍ୱାର୍ଥ ସରକ୍ଷିତ ରଖିବାପାଇଁ କୂଟନୈତିକ ପ୍ରତିନିଧୁମାନଙ୍କୁ ନିଯୁକ୍ତି ଦେଇଥାଆନ୍ତି ।
  • ଅନ୍ୟ ଦେଶମାନଙ୍କର କୂଟନୈତିକ ପ୍ରତିନିଧୂ ପ୍ରଥମେ ରାଷ୍ଟ୍ରପତିଙ୍କୁ ସେମାନଙ୍କର ପରିଚୟ ପତ୍ର ପ୍ରଦାନ କରିଥା’ନ୍ତି ।

(ଘ) ବ୍ୟବସ୍ଥାପିକା କ୍ଷମତା :

  • ରାଷ୍ଟ୍ରପତି ଉଭୟ ଗୃହର ଅଧିବେଶନ ଡକାନ୍ତି ଏବଂ ଆଗାମୀ ଅଧିବେଶନ ପର୍ଯ୍ୟନ୍ତ ‘ପ୍ରୋରୋଗ’ ରଖୂପାରନ୍ତି ।
  • କୌଣସି ‘ବିଲ’ ଉପରେ ଉଭୟ ଗୃହ ମଧ୍ୟରେ ମତପାର୍ଥକ୍ୟ ଉପୁଜିଲେ, ରାଷ୍ଟ୍ରପତି ସଂସଦର ‘ମିଳିତ ଅଧିବେଶନ ରଖୂପାରନ୍ତି ।
  • ପ୍ରତ୍ୟେକ ସାଧାରଣ ନିର୍ବାଚନ ପରେ ଓ ପ୍ରତ୍ୟେକ ବର୍ଷ ଆରମ୍ଭରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ରାଷ୍ଟ୍ରପତି ଉଭୟ ଗ୍ରହକ ‘ଅଭିଭାଷଣ’ ପ୍ରଦାନ କରନ୍ତି ଓ ସର୍ବସାଧାରଣଙ୍କ ସ୍ବାର୍ଥ ସମ୍ବଳିତ ‘ବାର୍ତ୍ତା’ ପଠାଇଥାଆନ୍ତି ।
  • ରାଷ୍ଟ୍ରପତିଙ୍କ ସମ୍ମତି ବିନା କୌଣସି ‘ବିଲ୍’ ପୂର୍ଣାଙ୍ଗ ଆଇନରେ ପରିଣତ ହୋଇପାରେ ନାହିଁ ।
  • ସଂସଦରେ ଗୃହୀତ ହୋଇ ଚିଠା ଆଇନ ବା ବିଲ୍ ରାଷ୍ଟ୍ରପତିଙ୍କ ନିକଟକୁ ତାଙ୍କର ‘ସମ୍ମତି’ ପାଇଁ ପଠାଗଲା ପରେ “ସେ ନିମ୍ନଲିଖ୍ ତିନୋଟି ବିକଳ୍ପରୁ ଯେକୌଣସି ଗୋଟିଏ ଅବଲମ୍ବନ କରିପାରନ୍ତି ।
    (୧) ସେ ଚିଠା ଆଇନ ବା ବିଲ୍‌କୁ ସମ୍ମତି ପ୍ରଦାନ କରିପାରନ୍ତି ।
    (୨) ‘ସମ୍ମତି’ ପ୍ରଦାନ ନ କରି ତା’ର କାରଣ ପ୍ରକାଶ କରିଥାଆନ୍ତି ।
    (୩) ‘ଅର୍ଥ ବିଲ୍’ ବ୍ୟତୀତ ଅନ୍ୟ ‘ସାଧାରଣ ଚିଠା ଆଇନ’ କ୍ଷେତ୍ରରେ ସେ ବିଲ୍‌କୁ ସଂସଦର ଉଭୟ ଗୃହକୁ ପୁନର୍ବିଚାର ପାଇଁ ପଠାଇପାରନ୍ତି ।
  • ବିଲ୍‌ ସଂସଦର ଉଭୟ ଗୃହରେ ପୁନର୍ବାର ଗୃହୀତ ହେଲେ ରାଷ୍ଟ୍ରପତି ସ୍ବୀକୃତି ଦେବାକୁ ବାଧ୍ୟ ହୁଅନ୍ତି ।
  • ମନେରଖ : ଅର୍ଥ ବିଲ୍ ସଂସଦରେ ଆଗତ ହେବା ପୂର୍ବରୁ ରାଷ୍ଟ୍ରପତି ‘ପ୍ରାକ୍-ଅନୁମତି’ ପ୍ରଦାନ କରିଥିବାରୁ, ଏହି ବିଲଟିକୁ ସେ ସମ୍ମତି ଦେବାକୁ ବାଧ୍ୟ ହୋଇଥାଆନ୍ତି ।
  • ସେହିପରି ନୂତନ ରାଜ୍ୟ ପ୍ରତିଷ୍ଠା ବା ରାଜ୍ୟର ପରିସୀମା ପରିବର୍ତ୍ତନ, କୌଣସି ରାଜ୍ୟର ନାମ ପରିବର୍ତ୍ତନ ବା ମୌଳିକ ଅଧିକାର ସମ୍ପର୍କିତ ବିଲ୍ ସଂସଦରେ ଆଗତ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କର ‘ପ୍ରାକ୍-ଅନୁମତି’ ଆବଶ୍ୟକ ହୋଇଥାଏ ।
  • ସମ୍ବିଧାନ ସଂଶୋଧନ ସମ୍ପର୍କିତ ବିଲ୍‌କୁ ରାଷ୍ଟ୍ରପତି ସମ୍ମତି ଦେବାକୁ ବାଧ୍ୟ ।
  • ସଂସଦର ଅଧୂବେଶନ ନଥ‌ିବା ସମୟରେ ଯଦି କୌଣସି ଜରୁରୀ ପରିସ୍ଥିତି ଉପୁଜେ, ତା’ହେଲେ ମନ୍ତ୍ରୀମଣ୍ଡଳର ପରାମର୍ଶରେ ରାଷ୍ଟ୍ରପତି ‘ଅଧ୍ୟାଦେଶ’ ଜାରି କରନ୍ତି ।
  • ମାତ୍ର ସଂସଦର ପରବର୍ତ୍ତୀ ଅଧୂବେଶନର ୬ ସପ୍ତାହ ମଧ୍ୟରେ ଅଧ୍ୟାଦେଶଟି ସଂସଦରେ ଗୃହୀତ ନହେଲେ ସ୍ବତଃ ଅକାମୀ ହୋଇଥାଏ, ଏବଂ ୬ ସପ୍ତାହ ମଧ୍ୟରେ ଗୃହୀତ ହେଲେ ଏହା ପୂର୍ଣ୍ଣାଙ୍ଗ ଆଇନରେ ପରିଣତ ହୁଏ ।
  • ରାଷ୍ଟ୍ରପତି ଲୋକସଭାକୁ ଦୁଇଜଣ ଆଙ୍ଗୋ ଭାରତୀୟ (Anglo Indian) ସଂପ୍ରଦାୟର ବ୍ୟକ୍ତିଙ୍କୁ ସାଂସଦ ଭାବରେ ମନୋନୀତ କରିପାରନ୍ତି । କଳା, ବିଜ୍ଞାନ, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୨ ଜଣ ବ୍ୟକ୍ତିଙ୍କୁ ମଧ୍ୟ ରାଜ୍ୟସଭାକୁ ମନୋନୀତ କରିଥାଆନ୍ତି ।

BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର

(ଙ) ଅର୍ଥ ସମ୍ପର୍କିତ କ୍ଷମତା :

  • ରାଷ୍ଟ୍ରପତି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କଦ୍ବାରା ପ୍ରତ୍ୟେକ ବର୍ଷ ପ୍ରାରମ୍ଭରେ ଦେଶର ବାର୍ଷିର୍କ ‘ବଜେଟ୍’ ବା ଆୟବ୍ୟୟର ଅଟକଳ ସଂସଦରେ ଆଗତ କରାଇଥାଆନ୍ତି ।
  • ସେ ଭାରତର ମୁଖ୍ୟ ହିସାବ ରକ୍ଷକ ଓ ମହାସମୀକ୍ଷକ (Comptroller and Auditor General) ଙ୍କର ରିପୋର୍ଟ
  • ସେ ‘ଅର୍ଥ ଆୟୋଗ’ ନିଯୁକ୍ତ କରନ୍ତି ଏବଂ ଏହାର ରିପୋର୍ଟକୁ ସଂସଦରେ ଉପସ୍ଥାପିତ କରାନ୍ତି ।
  • ମନେରଖ : ରାଷ୍ଟ୍ରପତି ଦେଶର ଆର୍ଥିକ ଦୁର୍ଦ୍ଦିନରେ ‘ଆର୍ଥକ ଜରୁରୀ ପରିସ୍ଥିତି’ (Financial Emergency) ଘୋଷଣା କରାନ୍ତି ।

(ଚ) ନ୍ୟାୟିକ କ୍ଷମତା :

  • ରାଷ୍ଟ୍ରପତି ମତ୍ୟ ଦଣ୍ଡାଦେଶ ପାଇଥବା ଅଭିଯୁକ୍ତ ବ୍ୟକ୍ତିଙ୍କ କ୍ଷମା ଦେଇପାରନ୍ତି ଓ ଅନ୍ୟ ଅପରାଧୀମାନଙ୍କର ଦଣ୍ଡାଦେଶର ପରିମାଣ କୋହଳ କରିପାରନ୍ତି, ସ୍ଥଗିତ ରଖୂପାରନ୍ତି ଓ ହ୍ରାସ କରିପାରନ୍ତି ।
  • ରାଷ୍ଟ୍ରପତି ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିମାନଙ୍କୁ ନିଯୁକ୍ତ କରନ୍ତି ଓ ସେମାନଙ୍କର ବଦଳି ଆଦେଶ ଦେଇଥା’ନ୍ତି ।
  • ରାଷ୍ଟ୍ରପତି ସଂସଦର ଅନୁମୋଦନ କ୍ରମେ ସମସ୍ତ ବିଚାରପତିମାନଙ୍କୁ ପଦଚ୍ୟୁତ ଆଦେଶ ଦେଇପାରନ୍ତି ।

(ଛ) ବିବିଧ କ୍ଷମତା :
ରାଷ୍ଟ୍ରପତିଙ୍କୁ କେନ୍ଦ୍ର କାର୍ଯ୍ୟପାଳିକାର ମୁଖ୍ୟ ଭାବରେ ପ୍ରଦତ୍ତ ‘ବିବିଧ କ୍ଷମତା’କୁ ‘ଅବଶିଷ୍ଟ କ୍ଷମତା’ ମଧ୍ୟ କୁହାଯାଇପାରେ । ଯଥା –

  • କେନ୍ଦ୍ର ଲୋକସେବା ଆୟୋଗର ସଭ୍ୟ ସଂଖ୍ୟା ନିର୍ଦ୍ଧାରଣ, ରାଜ୍ୟପାଳଙ୍କ କାର୍ଯ୍ୟାବଳୀ, ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ କାର୍ଯ୍ୟକାରୀ କରାଯିବା ପଦ୍ଧତି, ଅନସୂଚିତ ଜାତି ଓ ଜନଜାତି ନିର୍ଦ୍ଧାରଣ ପ୍ରଣାଳୀ, ଇତ୍ୟାଦି ବିଭିନ୍ନ ବିଷୟରେ ରାଷ୍ଟ୍ରପତି ଆବଶ୍ୟକୀୟ ନୀତି ନିର୍ଦ୍ଧାରଣ କରିଥାଆନ୍ତି ।
  • ରାଷ୍ଟ୍ରପତି ଅର୍ଥ ଆୟୋଗ, ସରକାରୀ ଭାଷା ଆୟୋଗ, ଅନୁସୂଚିତ ଅଞ୍ଚଳର ବିକାଶର ଅନୁଧ୍ୟାନ ପାଇଁ ନିଯୁକ୍ତ ଆୟୋଗ, ଆନ୍ତଃରାଜ୍ୟ ପରିଷଦ ଇତ୍ୟାଦି ଗଠନ କରିଥାଆନ୍ତି ।
  • ରାଷ୍ଟ୍ରପତିଙ୍କର କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ପାଇଁ କେତେକ ସ୍ବତନ୍ତ୍ର କ୍ଷମତା ଓ ଦାୟିତ୍ବ ରହିଅଛି ।
  • ଅନୁସୂଚିତ ଜାତି ଓ ଜନଜାତି ଏବଂ ଅନୁସୂଚିତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ରାଷ୍ଟ୍ରପତି ବିଭିନ୍ନ ଦାୟିତ୍ଵ ନିର୍ବାହ କରିଥାଆନ୍ତି ।
  • ମନେରଖ : ରାଷ୍ଟ୍ରପତି ‘ସାଧାରଣତନ୍ତ୍ର ଦିବସ’ରେ ଦେଶର ଆଳଂକାରିକ ମୁଖ୍ୟଭାବେ ଦିଲ୍ଲୀଠାରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରନ୍ତି ।

(ଜ) ଜରୁରୀକାଳୀନ କ୍ଷମତା ବା ଆପତ୍‌କାଳୀନ କ୍ଷମତା :

  • ରାଷ୍ଟ୍ରପତିଙ୍କୁ ଜରୁରୀକାଳୀନ ବା ଆପତ୍‌କାଳୀନ ପରିସ୍ଥିତିର ମୁକାବିଲା ପାଇଁ ତିନୋଟି କ୍ଷମତା ସମ୍ବିଧାନଦ୍ୱାରା ପ୍ରଦାନ କରାଯାଇଛି ।

ଜରୁରୀକାଳୀନ କ୍ଷମତା ବା ଆପତ୍‌କାଳୀନ କ୍ଷମତା 1

 

  • ଜାତୀୟ ଜରୁରୀ ପରିସ୍ଥିତି – ଯୁଦ୍ଧ, ବହିଃଶତ୍ରୁ ଆକ୍ରମଣ, ସଙ୍ଗଠିତ ସଶସ୍ତ୍ର ବିଦ୍ରୋହ ପରିସ୍ଥିତିରେ ରାଷ୍ଟ୍ରପତି ସମଗ୍ର ଦେଶରେ ବା ଦେଶର କେତେକ ଅଞ୍ଚଳରେ ମନ୍ତ୍ରୀମଣ୍ଡଳର ଲିଖୁ ସୁପାରିସକ୍ରମେ ସମ୍ବିଧାନର ୩୫୨ଧାରା ଅନୁସାରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥା’ନ୍ତି । ଫଳରେ କେନ୍ଦ୍ର ସରକାରଙ୍କ କ୍ଷମତା ସର୍ବବ୍ୟାପୀ ହୁଏ, ରାଜ୍ୟ ତାଲିକାଭୁକ୍ତ ବିଷୟରେ ସାଂସଦ ଆଇନ ପ୍ରଣୟନ କରେ, ନାଗରିକର ମୌଳିକ ଅଧିକାର ସଙ୍କୁଚିତ ହୁଏ ।
  • ୩୫୨ ଧାରା – ଜାତୀୟ ଜରୁରୀ ପରିସ୍ଥିତି:
    ରାଷ୍ଟ୍ରପତି ଶାସନ ବ୍ୟବସ୍ଥା – କୌଣସି ରାଜ୍ୟର ସାମ୍ବିଧାନିକ ଶାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାର ଖବର ରାଷ୍ଟ୍ରପତି ରାଜ୍ୟପାଳଙ୍କଠାରୁ ବା ଅନ୍ୟ ସୂତ୍ରରୁ ଜାଣିପାରିଲେ ସମ୍ପୃକ୍ତ ରାଜ୍ୟରେ ସମ୍ବିଧାନର ୩୫୬ ଧାରା ଅନୁସାରେ ରାଷ୍ଟ୍ରପତି ଶାସନ ଜାରି କରନ୍ତି । ଫଳରେ ସେହି ରାଜ୍ୟର ଶାସନ ଭାର ରାଷ୍ଟ୍ରପତି ଗ୍ରହଣ କରନ୍ତି, * ସଂସଦ ରାଜ୍ୟ ପାଇଁ ଆଇନ ପ୍ରଣୟନ କରେ ଓ ବଜେଟ୍ ଗୃହୀତ କରାଏ ।
  • ୩୫୬ ଧାରା -ରାଜ୍ୟ ଜରୁରୀ ପରିସ୍ଥିତି:
    ଆର୍ଥିକ ଜରୁରୀ ପରିସ୍ଥିତି – ଦେଶର ଆର୍ଥିକ ଅବସ୍ଥା ବିପଦଗ୍ରସ୍ତ ହେଲେ ରାଷ୍ଟ୍ରପତି ସମ୍ବିଧାନର ୩୬୦ ଧାରା ଅନୁସାରେ ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା କରନ୍ତି । ଏହି ପରିସ୍ଥିତିରେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସମେତ କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀଙ୍କ ବେତନ ହ୍ରାସ କରାଯାଏ ।

BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର

୩୬୦ ଧାରା – ଆର୍ଥିକ ଜରୁରୀ ପରିସ୍ଥିତି
→ ରାଷ୍ଟ୍ରପତିଙ୍କ ପଦମର୍ଯ୍ୟାଦା :

  • ରାଷ୍ଟ୍ରପତି ଆମ ଦେଶର ଐକ୍ୟ ଓ ସଂହତିର ପ୍ରତୀକ । ସେ ଭାରତର ନୀତି ଓ ଆଦର୍ଶର ବାର୍ତ୍ତାବହ ।
  • ସେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ବନ୍ଧୁ, ପ୍ରୋତ୍ସାହକ ଓ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରନ୍ତି ।
  • ମନେରଖ : ଝୁଲା ସଂସଦ ଓ ମିଳିତ ମନ୍ତ୍ରିମଣ୍ଡଳ ଭଳି ଅସ୍ଵାଭାବିକ ପରିସ୍ଥିତିରେ ସେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ତୁଲାଇଥାଆନ୍ତି ।

→ ଉପରାଷ୍ଟ୍ରପତି :

  • ଆମ ସମ୍ବିଧାନଦ୍ୱାରା ଉପରାଷ୍ଟ୍ରପତି ପଦ ସୃଷ୍ଟ ଓ ସ୍ଵୀକୃତ ।
  • ଯୋଗ୍ୟତା – ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହୋଇଥ‌ିବେ, ଅନ୍ୟୁନ ୩୫ ବର୍ଷ ବୟସ୍କ ହୋଇଥ‌ିବେ, କେନ୍ଦ୍ର ଓ ରାଜ୍ୟ ସରକାର ଅଧୀନରେ କୌଣସି ଲାଭଜନକ ପଦବୀରେ ନ ଥ‌ିବେ, ରାଜ୍ୟସଭାର ସଦସ୍ୟ ହେବାପାଇଁ ତାଙ୍କର ସମସ୍ତ ଯୋଗ୍ୟତା ଥିବ ।
  • ନିର୍ବାଚନ – ଉପରାଷ୍ଟ୍ରପତି ସଂସଦର ଉଭୟ ଗୃହର ସମସ୍ତ ସଭ୍ୟଙ୍କୁ ନେଇ ଗଠିତ ନିର୍ବାଚକ ମଣ୍ଡଳୀଦ୍ଵାରା ଆନୁପାତିକ ପସନ୍ଦଭିଭିକ ପ୍ରତିନିଧୂ ଓ ଏକକ ହସ୍ତାନ୍ତରୀୟ ଗୋପନୀୟ ଭୋଟଦାନ ପ୍ରଣାଳୀରେ ନିର୍ବାଚିତ ହୁଅନ୍ତି ।
  • କାର୍ଯ୍ୟକାଳ – ଉପରାଷ୍ଟ୍ରପତି ୫ ବର୍ଷ ପାଇଁ ନିର୍ବାଚିତ ହୋଇଥାଆନ୍ତି । କାର୍ଯ୍ୟକାଳ ସମାପ୍ତି ହେବା ପୂର୍ବରୁ ସେ ଇସ୍ତଫା ପ୍ରଦାନ କରିପାରନ୍ତି ବା ତାଙ୍କୁ ପଦଚ୍ୟୁତ କରାଯାଇପାରେ ।
  • କାର୍ଯ୍ୟାବଳୀ – ଯେତେବେଳେ ମୃତ୍ୟୁ, ପଦତ୍ୟାଗ ବା ପଦଚ୍ୟୁତି କାରଣରୁ ଦେଶର ରାଷ୍ଟ୍ରପତି ପଦ ଶୂନ୍ୟ ପଡ଼େ, ସେତେବେଳେ ଉପରାଷ୍ଟ୍ରପତି, ଅସ୍ଥାୟୀ ରାଷ୍ଟ୍ରପତି ଭାବରେ ସର୍ବାଧ‌ିକ ୬ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଆନ୍ତି । ରାଷ୍ଟ୍ରପତି ଅସୁସ୍ଥ ହୋଇପଡ଼ିଲେ ବା ଦୀର୍ଘଦିନ ବିଦେଶ ଗସ୍ତରେ ଗଲେ, ସେ ରାଷ୍ଟ୍ରପତିଙ୍କର ଅନୁପସ୍ଥିତିରେ ତାଙ୍କର କାର୍ଯ୍ୟ ନିର୍ବାହ କରିଥାଆନ୍ତି ।

→ କେନ୍ଦ୍ର ମନ୍ତ୍ରୀପରିଷଦ :

  • ପ୍ରଧାନମନ୍ତ୍ରୀ ହେଉଛନ୍ତି ମନ୍ତ୍ରୀପରିଷଦର ମୁଖ୍ୟ । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ।
  • କେନ୍ଦ୍ର ମନ୍ତ୍ରୀପରିଷଦର ସଭ୍ୟସଂଖ୍ୟା ଲୋକସଭାର ସଭ୍ୟସଂଖ୍ୟାର ୧୫ ପ୍ରତିଶତରୁ ଅଧିକ ହେବ ନାହିଁ ।
  • ମନ୍ତ୍ରୀପରିଷଦରେ ସାଧାରଣତଃ ତିନିପ୍ରକାର ମନ୍ତ୍ରୀ ଥାଆନ୍ତି; ଯଥା –

କେନ୍ଦ୍ର ମନ୍ତ୍ରୀପରିଷଦ

  • ଲୋକସଭା ‘ଅନାସ୍ଥା ପ୍ରସ୍ତାବ’ ଅନୁମୋଦନ କରି କିମ୍ବା ଗୁରୁତ୍ଵପୂର୍ଣ୍ଣ ସରକାରୀ ବିଧେୟକକୁ ଅନୁମୋଦନ ନ ଦେଇ ମନ୍ତ୍ରୀପରିଷଦ ବିରୁଦ୍ଧରେ ନିଜର ଅନାସ୍ଥା ଭାବ ପ୍ରକଟ କରିଥାଏ ।
  • ମନେରଖ : ଆମ ଦେଶରେ ‘ସଂସଦୀୟ ସରକାର’ ବା ‘ମନ୍ତ୍ରିମଣ୍ଡଳୀୟ ସରକାର’ (Cabinet Goverment) ପ୍ରଚଳିତ ।

→ ପ୍ରଧାନମନ୍ତ୍ରୀ :

  • ପ୍ରଧାନମନ୍ତ୍ରୀ ଆମ ଦେଶର ସଂସଦୀୟ ଶାସନ ବ୍ୟବସ୍ଥାର ମେରୁଦଣ୍ଡ ।
  • ସେ ମନ୍ତ୍ରୀମାନଙ୍କ ପାହ୍ୟା ନିର୍ଦ୍ଧାରଣ କରନ୍ତି ଓ ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି ।
  • ସେ ରାଷ୍ଟ୍ରପତି ଏବଂ ମନ୍ତ୍ରୀମଣ୍ଡଳ ମଧ୍ୟରେ ଯୋଗସୂତ୍ର ରକ୍ଷା କରନ୍ତି । ସେ ରାଷ୍ଟ୍ରପତିଙ୍କୁ ମନ୍ତ୍ରୀମଣ୍ଡଳର ସମସ୍ତ ନିଷ୍ପଭି ଜଣାଇଥା’ନ୍ତି ।
  • ସେ ମନ୍ତ୍ରୀମଣ୍ଡଳ ଓ ସଂସଦ ମଧ୍ଯରେ ଯୋଗସୂତ୍ର ରକ୍ଷା କରନ୍ତି । ସେ ରାଷ୍ଟ୍ରର ନେତା, ଦେଶର ଲୋକମାନଙ୍କର ନେତା ଓ ଦଳର ନେତାଭାବେ କାର୍ଯ୍ୟ କରନ୍ତି ।
  • ମନେରଖ : ପ୍ରଧାନମନ୍ତ୍ରୀ ‘ନୀତି ଆୟୋଗ’ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରନ୍ତି । ସ୍ଵାଧୀନତା ଦିବସରେ ସେ ଲାଲକିଲ୍ଲାରେ ‘ଜାତୀୟ ପତାକା’ ଉତ୍ତୋଳନ କରି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରନ୍ତି ।

BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର

→ ଉପକ୍ରମ :

  • କେନ୍ଦ୍ର ବ୍ୟବସ୍ଥାପିକା ସଭାକୁ ‘ସଂସଦ’ ବା ‘ପାର୍ଲାମେଣ୍ଟ’ କୁହାଯାଏ । ରାଷ୍ଟ୍ରପତି, ଲୋକସଭା ଏବଂ ରାଜ୍ୟସଭାକୁ ନେଇ ସଂସଦ ଗଠିତ ।
  • ଏହି ଦ୍ୱି-ସଦନୀୟ ସଂସଦର ନିମ୍ନ ସଦନକୁ ‘ଲୋକସଭା’ ଓ ଉଚ୍ଚସଦନକୁ ‘ରାଜ୍ୟସଭା’ କୁହାଯାଏ ।
  • ଲୋକସଭା ହେଉଛି ଲୋକମାନଙ୍କର ସଭା । ଏହା ଜନସାଧାରଣଙ୍କଦ୍ବାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ଲୋକ ପ୍ରତିନିଧ‌ିମାନଙ୍କୁ ନେଇ ଗଠିତ ।
  • ରାଜ୍ୟସଭା ସଂଘୀୟ ନୀତି ଉପରେ ଆଧାରିତ । ଏହି ସଭା ରାଜ୍ୟମାନଙ୍କୁ ପ୍ରତିନିଧୁତ୍ଵ କରେ ।
  • ରାଜ୍ୟସଭା ରାଜ୍ୟର ବିଧାନମଣ୍ଡଳର ନିର୍ବାଚିତ ସଦସ୍ୟମାନଙ୍କଦ୍ୱାରା ନିର୍ବାଚିତ ପ୍ରତିନିଧ‌ିମାନଙ୍କୁ ନେଇ ଗଠିତ ।

→ ଲୋକସଭା :

  • ଲୋକସଭା ଦେଶର ନାଗରିକମାନଙ୍କଦ୍ୱାରା ସାର୍ବଜନୀନ ସାବାଳକ ଭୋଟ ପ୍ରଥା ମାଧ୍ୟମରେ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ପ୍ରତିନିଧ‌ିମାନଙ୍କୁ ନେଇ ଗଠିତ ।
  • ମନେରଖ : ବର୍ତ୍ତମାନ ଲୋଭସଭାର ସଭ୍ୟସଂଖ୍ୟା ୫୪୫ । ସେଥିରୁ ୫୩୦ ଜଣ ରାଜ୍ୟମାନଙ୍କରୁ, ୧୩ ଜଣ କେନ୍ଦ୍ରଶାସିତ ଅଞ୍ଚଳରୁ ନିର୍ବାଚିତ ହୋଇ ଆସିଛନ୍ତି ଏବଂ ୨ଜଣ ଆଗ୍ଲୋ ଭାରତୀୟଙ୍କୁ ରାଷ୍ଟ୍ରପତି ମନୋନୀତ କରିଛନ୍ତି ।
  • ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଲୋକସଭାର ସର୍ବମୋଟ ସଭ୍ୟସଂଖ୍ୟା ସର୍ବାଧ‌ିକ ୫୫୨ ହୋଇପାରିବ । ଏଥ‌ିରେ ୫୩୦ ଜଣ ବିଭିନ୍ନ ରାଜ୍ୟରୁ ଓ ସର୍ବାଧ‌ିକ ୨୦ଜଣ କେନ୍ଦ୍ରଶାସିତ ଅଞ୍ଚଳରୁ ନିର୍ବାଚିତ ହେବେ ଏବଂ ୨ଜଣ ଆଙ୍ଗୋ ଭାରତୀୟଙ୍କୁ ରାଷ୍ଟ୍ରପତି ମନୋନୀତ କରିପାରିବେ ।
  • ଓଡ଼ିଶାରୁ ଲୋଭସଭାରେ ୨୧ଜଣ ସଭ୍ୟ ଅଛନ୍ତି ।
    (୧) ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
    (୨) ତାଙ୍କର ବୟସ ଅନ୍ୟୁନ ୨୫ ବର୍ଷ ହୋଇଥ‌ିବ ।
    (୩) ସେ ଜଣେ ଦେବାଳିଆ ବା ମସ୍ତିଷ୍କ ବିକୃତ ବ୍ୟକ୍ତି ହୋଇ ନ ଥ‌ିବେ ।
    (୪) ସେ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଅଧୀନରେ କୌଣସି ଲାଭଜନକ ପଦବୀରେ ରହି ନଥ‌ିବେ ।
    (୫) ସଂସଦଦ୍ଵାରା ପ୍ରଣୀତ ଆଇନଦ୍ୱାରା ନିର୍ଦ୍ଦେଶିତ ଅନ୍ୟାନ୍ୟ ଯୋଗ୍ୟତା ତାଙ୍କର ଥ‌ିବ ।
  • ଲୋକସଭାର କାର୍ଯ୍ୟକାଳ ୫ ବର୍ଷ । ୫ ବର୍ଷ କାର୍ଯ୍ୟକାଳ ଶେଷ ହେଲେ ଲୋକସଭାକୁ ଆନୁଷ୍ଠାନିକ ଭାବେ ଭଙ୍ଗ କରାଯାଏ । ମାତ୍ର ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ଏହାକୁ ୫ ବର୍ଷ ପୂର୍ବରୁ ଭାଙ୍ଗି ଦେଇପାରନ୍ତି ।
  • ଲୋକସଭାର ଅଧିବେଶନ ଅନ୍ୟୁନ ବର୍ଷକୁ ଦୁଇଥର ବସେ । ଲୋକସଭାର ଅଧିବେଶନ ବସିବାର କାର୍ଯ୍ୟକାଳ ବର୍ଷକୁ ୧୨୦ରୁ ୧୫୦ ଦିନ ହୋଇଥାଏ ।
  • କୌଣସି ସଭ୍ୟ ଗୃହର ବିନାନୁମତିରେ ଗୃହର ସମସ୍ତ ଅଧିବେଶନରୁ ୬୦ ଦିନ ପର୍ଯ୍ୟନ୍ତ ଲଗାତର ଅନୁପସ୍ଥିତ ରହିଲେ, ସେ ତାଙ୍କର ସଭ୍ୟପଦ ହରାନ୍ତି । ସମସ୍ତ ସଭ୍ୟ ନିର୍ଦ୍ଧାରିତ ବେତନ ଓ ଭତ୍ତା ପାଆନ୍ତି ।
  • ମନେରଖ : ଯେଉଁ ନୂନତମ ସଂଖ୍ୟକ ସଭ୍ୟଙ୍କ ଉପସ୍ଥିତି ସଭାକାର୍ଯ୍ୟ ଆରମ୍ଭ କରିବାପାଇଁ ନିହାତି ଜରୁରୀ ତାହାକୁ ‘କୋରମ’ କୁହାଯାଏ । ଲୋକସଭାର କୋରମ ସଂଖ୍ୟା ୫୫ ।

→ ବାଚସ୍ପତି :

  • ଲୋକସଭାର ପ୍ରଥମ ବୈଠକରେ ଲୋକସଭାର ସଭ୍ୟମାନେ ନିଜ ମଧ୍ୟରୁ ଜଣକୁ ବାଚସ୍ପତି ଭାବେ ନିର୍ବାଚିତ କରିଥାଆନ୍ତି । ସେ ଲୋକସଭାର ଅଧ୍ୟକ୍ଷଭାବେ କାର୍ଯ୍ୟ କରନ୍ତି ।
  • ସାଧାରଣତଃ ଶାସକ ଦଳର ଜଣେ ସଭ୍ୟ ବାଚସ୍ପତି ହୋଇଥା’ନ୍ତି; ମାତ୍ର ବାଚସ୍ପତି ଭାବେ ନିର୍ବାଚିତ ହେବାପରେ ସେ ଦଳୀୟ ଆନୁଗତ୍ୟରୁ ଅଲଗା ରହି ନିରପେକ୍ଷତା ଅବଲମ୍ବନ କରିଥାଆନ୍ତି ।
  • ବାଚସ୍ପତି ଗୃହରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି । ସଭ୍ୟମାନଙ୍କର ଅଧିକାର ଓ ସୁବିଧା ସୁଯୋଗକୁ ସେ ସୁରକ୍ଷା ପ୍ରଦାନ କରନ୍ତି । ବିଶୃଙ୍ଖଳିତ ଆଚରଣ ପାଇଁ ସେ ସଦସ୍ୟମାନଙ୍କୁ ଗୃହରୁ ବହିଷ୍କାର ବା ନିଲମ୍ବିତ କରନ୍ତି ।
  • ଯେତେବେଳେ ଲୋକସଭାରେ ଗୋଟିଏ ଚିଠା ଆଇନ (ବିଲ୍) ବା ଆଗତ ପ୍ରସ୍ତାବ ସପକ୍ଷରେ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳେ, ସେତେବେଳେ ବାଚସ୍ପତି ତାଙ୍କର ‘ନିର୍ଣ୍ଣାୟକ ଭୋଟ (Casting Vote) ପ୍ରଦାନ କରି ଚିଠା ଆଇନ (ବିଲ୍) ବା ଆଗତ ପ୍ରସ୍ତାବଟିର ଭାଗ୍ୟ ନିର୍ଦ୍ଧାରଣ କରିଥାଆନ୍ତି ।
  • ଲୋକସଭାର ସଭ୍ୟମାନଙ୍କଦ୍ବାରା ଜଣେ ଉପବାଚସ୍ପତି ନିର୍ବାଚିତ ହୋଇଥାଆନ୍ତି । ବାଚସ୍ପତିଙ୍କ ଅନୁପସ୍ଥିତିରେ ସେ ଗୃହକାର୍ଯ୍ୟ ପରିଚାଳନା କରନ୍ତି । ପରମ୍ପରା ଅନୁସାରେ ଜଣେ ବିରୋଧୀ ଦଳର ସଭ୍ୟ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଥାଆନ୍ତି ।

→ ରାଜ୍ୟସଭା :

  • ରାଜ୍ୟସଭା ହେଉଛି ସଂସଦର ଉଚ୍ଚ ସଦନ । ଏହା ରାଜ୍ୟମାନଙ୍କର ପ୍ରତିନିଧୂ କରେ ।
  • ମନେରଖ : ରାଜ୍ୟସଭାର ସର୍ବାଧ‌ିକ ସଭ୍ୟସଂଖ୍ୟା ୨୫୦ । ଏଥିରୁ ୨୩୮ ଜଣ ସଭ୍ୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପରୋକ୍ଷ ଭାବେ ନିର୍ବାଚିତ ହୁଅନ୍ତି ଏବଂ ୧୨ ଜଣ ସଭ୍ୟଙ୍କୁ ରାଷ୍ଟ୍ରପତି ମନୋନୀତ କରନ୍ତି ।
  • ରାଜ୍ୟସଭାର ସଭ୍ୟ ହେବାପାଇଁ ଜଣେ ବ୍ୟକ୍ତିଙ୍କୁ ଅତିକମ୍‌ରେ ୩୦ ବର୍ଷ ବୟସ ହୋଇଥିବା ଆବଶ୍ୟକ । ଅନ୍ୟ ସମସ୍ତ ଯୋଗ୍ୟତା ଲୋକସଭାର ସଦସ୍ୟ ପଦର ଯୋଗତା ସହ ସମାନ ।
  • ରାଜ୍ୟସଭା ଏକ ସ୍ଥାୟୀ ସଭା । ଏହାର ବିଲୟ ଘଟେ ନାହିଁ ।
  • ରାଜ୍ୟସଭାରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇନଥାଏ ।
  • ରାଜ୍ୟସଭାର ସଭ୍ୟମାନେ ୬ ବର୍ଷ ପାଇଁ ନିର୍ବାଚିତ ବା ମନୋନୀତ ହୋଇଥାଆନ୍ତି ।
  • ରାଜ୍ୟସଭାର ଏକ-ତୃତୀୟାଂଶ ସଭ୍ୟ ପ୍ରତି ୨ ବର୍ଷରେ ଅବସର ଗ୍ରହଣ କରିଥାଆନ୍ତି । ତେଣୁ ପ୍ରତି ୨ ବର୍ଷରେ ଥରେ ରାଜ୍ୟସଭା ପାଇଁ ନିର୍ବାଚନ କରାଯାଇ ଏକ-ତୃତୀୟାଂଶ ସଭ୍ୟପଦ ପୂରଣ କରାଯାଇଥାଏ ।
  • ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷ ଅଟନ୍ତି ।
  • ସେ ରାଜ୍ୟସଭାରେ ଶାନ୍ତିଶୃଙ୍ଖଳା ରକ୍ଷାକରିବା ସହିତ ଗୃହର ସଭାକାର୍ଯ୍ୟ ସମ୍ପାଦନ କରିଥାଆନ୍ତି ।
  • ସେ ରାଜ୍ୟସଭାରେ ଗୃହର ନୀତି ନିୟମଗୁଡ଼ିକ ବ୍ୟାଖ୍ୟା କରନ୍ତି । ସଭ୍ୟମାନଙ୍କର ଅଧିକାର ଓ ସୁବିଧା ସୁଯୋଗର ସୁରକ୍ଷା କରନ୍ତି ।
  • ଲୋକସଭାର ଉପବାଚସ୍ପତିଙ୍କ ପରି ରାଜ୍ୟସଭାରେ ଜଣେ ନିର୍ବାଚିତ ଉପାଧ୍ୟକ୍ଷ ଅଛନ୍ତି । ସେ ରାଜ୍ୟସଭାର ସଭ୍ୟମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି । ଅଧ୍ୟକ୍ଷଙ୍କର ଅନୁପସ୍ଥିତିରେ ଉପାଧ୍ୟକ୍ଷ ଗୃହକାର୍ଯ୍ୟ ପରିଚାଳନା କରନ୍ତି ।

BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର

→ ସଂସଦର କ୍ଷମତା ଓ କାର୍ଯ୍ୟାବଳୀ :

  • ସଂସଦ ସରକାରଙ୍କ ବିଭିନ୍ନ କାର୍ଯ୍ୟକଳାପ ଓ ନୀତିଗୁଡ଼ିକ ଉପରେ ଆଲୋଚନା, ମନ୍ତ୍ରୀମାନଙ୍କୁ ପ୍ରଶ୍ନୋତ୍ତର ଆଦି କାର୍ଯ୍ୟକ୍ରମଦ୍ବାରା କାର୍ଯ୍ୟପାଳିକାକୁ ନିୟନ୍ତ୍ରଣ କରିଥାଏ ।
  • ସଂସଦର ବିନା ଅନୁମୋଦନରେ ସରକାର କୌଣସି ଖର୍ଚ୍ଚ କିମ୍ବା ଟିକସ ଆଦାୟ କରିପାରନ୍ତି ନାହିଁ ।
  • ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ସାଂସଦମାନେ ଭାଗ ନିଅନ୍ତି ।
  • ସଂସଦଦ୍ୱାରା ରାଷ୍ଟ୍ରପତିଙ୍କୁ ମହାଭିଯୋଗ ପ୍ରସ୍ତାବଦ୍ଵାରା ପଦଚ୍ୟୁତ କରାଯାଇପାରେ ।
  • ସଂସଦ ସମ୍ବିଧାନ ସଂଶୋଧନ କରିଥାଏ ।
  • ମନେରଖ : ସଂସଦ କେନ୍ଦ୍ର ତାଲିକା ଏବଂ ଯୁଗ୍ମ ତାଲିକାଭୁକ୍ତ ସମସ୍ତ ବିଷୟରେ ଆଇନ ପ୍ରଣୟନ କରେ ।

→ ସଂସଦରେ ଆଗତ ପ୍ରଣୟନ ପଦ୍ଧତି :

  • ସଂସଦରେ ଆଗତ ପ୍ରସ୍ତାବିତ ଆଇନକୁ ଚିଠା ଆଇନ (ବିଲ୍) କୁହାଯାଏ ।
  • ଚିଠା ଆଇନ ବା ବିଲ୍‌ଗୁଡ଼ିକ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଏ; ଯଥା— (କ) ସାଧାରଣ ବିଲ୍ (Non-money Bill) (H) UÙ D2018 ÔM (Money Bill)
  • ସାଧାରଣ ବିଲ୍ : ସାଧାରଣ ବିଲ୍ ଯେକୌଣସି ଗୃହରେ ଆଗତ କରାଯାଇପାରିବ । ଏହା ଗୃହରେ ଉପସ୍ଥାପିତ ହେବାପରେ ତିନିଗୋଟି ପାଠ (Three Readings) ମାଧ୍ୟମରେ ଗୃହୀତ ହୁଏ । ପ୍ରଥମ ପାଠ ସମୟରେ କେବଳ ବିଲ୍‌ର ଉଦ୍ଦେଶ୍ୟ ଏବଂ ଶିରୋନାମା (Title) ପାଠ କରାଯାଏ । ଦ୍ଵିତୀୟ ପାଠ ସମୟରେ ବିଲ୍ ଉପରେ ଗୃହରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଏ । ଆବଶ୍ୟକ ସ୍ଥଳେ ବିଲ୍‌ ଯାଞ୍ଚ କମିଟିକୁ ପ୍ରେରିତ ହୋଇଥାଏ ବା ଜନମତ ସଂଗ୍ରହ ପାଇଁ ଜନସାଧାରଣଙ୍କ ନିକଟକୁ ପଠାଯାଏ । ତୃତୀୟ ପାଠ ସମୟରେ ବିଲ୍ ଉପରେ ମତଦାନ ବା ଭୋଟ ଗ୍ରହଣ କରାଯାଏ । ସଂଖ୍ୟାଧ‌ିକ ସମର୍ଥନରେ ବିଲ୍‌ ଗୃହୀତ ହେବାପରେ ବିଲ୍‌ ଅନ୍ୟଗୃହକୁ ପ୍ରେରିତ ହୋଇଥାଏ । ସେହି ଗୃହରେ ମଧ୍ଯ ବିଲ୍‌ ତିନିଗୋଟି ପାଠ ଦେଇ ଗତି କରେ । ଉଭୟ ଗୃହରେ ବିଲ୍‌ ଗୃହୀତ ହେବାରେ ରାଷ୍ଟ୍ରପତିଙ୍କ ନିକଟକୁ ତାଙ୍କ ‘ସମ୍ମତି’ ପାଇଁ ପଠାଯାଏ । ରାଷ୍ଟ୍ରପତିଙ୍କ ‘ସମ୍ମତି’ ପାଇବା ପରେ ଚିଠା ଆଇନଟି ପୂର୍ଣ୍ଣାଙ୍ଗ ଆଇନ (Act)ରେ ପରିଣତ ହୁଏ ।
  • ମନେରଖ : ଗୋଟିଏ ବିଲ୍ ‘ଅର୍ଥବିଲ୍’ କି ନୁହେଁ, ତାହା ଲୋକସଭାର ବାଚସ୍ପତି ନିଷ୍ପତ୍ତି କରିଥାଆନ୍ତି ।
  • ଅର୍ଥ ସମ୍ବନ୍ଧୀୟ ବିଲ୍ : ପ୍ରତ୍ୟେକ ଅର୍ଥବିଲ୍ କେବଳ ଲୋକସଭାରେ ପ୍ରଥମେ ଆଗତ ହୋଇଥାଏ । ଅର୍ଥବିଲ୍ ଆଗତ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କର ପ୍ରାକ୍-ଅନୁମତି ପାଇବା ଏକାନ୍ତ ଆବଶ୍ୟକ । ଅର୍ଥବିଲ୍ଟି ଲୋକସଭାରେ ଗୃହୀତ ହେଲାପରେ ବାଚସ୍ପତିଙ୍କ ସାଟିଫିକେଟ ସହ ରାଜ୍ୟସଭାରେ ଗୃହୀତ ହେବାପାଇଁ ସେହି ଗୃହକୁ ପଠାଯାଏ । ରାଜ୍ୟସଭା ୧୪ ଦିନ ମଧ୍ୟରେ ଯଦି ବିଲ୍‌କୁ ଅନୁମୋଦନ କରି ଲୋକସଭାକୁ ନ ପଠାଏ, ତାହା ହେଲେ ଅର୍ଥବିଲ୍ଟି ରାଜ୍ୟସଭାଦ୍ଵାରା ଗୃହୀତ ହୋଇଛି ବୋଲି ଧରି ନିଆଯାଏ । ଅର୍ଥବିଲ୍ ଉଭୟ ଗୃହରେ ଗୃହୀତ ହେବାପରେ ରାଷ୍ଟ୍ରପତିଙ୍କ ‘ସମ୍ମତି’ ପାଇଁ ପଠାଯାଏ । ଅର୍ଥବିଲ୍ ରାଷ୍ଟ୍ରପତିଙ୍କ ପୂର୍ବାନୁମୋଦନ ସହିତ ଗୃହରେ ଆଗତ ହୋଇଥ‌ିବାରୁ ରାଷ୍ଟ୍ରପତି ଅର୍ଥବିଲ୍‌କୁ ‘ସମ୍ମତି’ ଦେଇଥାଆନ୍ତି । ରାଜ୍ୟସଭା ଅର୍ଥବିଲ୍‌କୁ ନାମଞ୍ଜୁର କିମ୍ବା ସଂଶୋଧ କରିପାରେ ନାହିଁ ।

ଗ) ଭାରତର ସର୍ବୋଚ୍ଚ ନ୍ୟାୟାଳୟ (Supreme Court of India)

ଭାରତର ସର୍ବୋଚ୍ଚ ନ୍ୟାୟାଳୟ (Supreme Court of India)

→ ଉପକ୍ରମ :

  • ସର୍ବୋଚ୍ଚ ନ୍ୟାୟାଳୟ ସଂଘୀୟ ରାଷ୍ଟ୍ରର ଏକ ଅତ୍ୟାବଶ୍ୟକ ଅଙ୍ଗ ।
  • କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ଉପୁଜିଥ‌ିବା ବିବାଦର ସମାଧାନ କରିବା ଏବଂ ସମ୍ବିଧାନର ବ୍ୟାଖ୍ୟା କରିବା ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ କାର୍ଯ୍ୟ ।
  • ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟରେ ଜଣେ ପ୍ରଧାନ ବିଚାରପତି ଏବଂ ଅନ୍ୟ ୨୫ ଜଣ ବିଚାରପତି ଅଛନ୍ତି । ବିଚାରପତିମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦିଅନ୍ତି । ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ସମୟରେ ରାଷ୍ଟ୍ରପତି ଆବଶ୍ୟକ ମନେକଲେ ସୁପ୍ରିମ୍ କୋର୍ଟ ବା ସର୍ବୋଚ୍ଚ ନ୍ୟାୟାଳୟର ଅନ୍ୟ ବିଚାରପତି ଓ ରାଜ୍ୟ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସହିତ ପରାମର୍ଶ କରିପାରନ୍ତି ।
  • ମନେରଖ : ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟ ୧୯୫୦ ମସିହା ଜାନୁୟାରୀ ମାସ ୨୬ ତାରିଖରେ ଜନ୍ମ ନେଇଥିଲା । ଏହା ଦିଲ୍ଲୀରେ ଅବସ୍ଥିତ ।
  • ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ପଦ ପାଇଁ ବ୍ୟକ୍ତି ଜଣେ ଭାରତୀୟ ନାଗରିକ ହୋଇଥବେ, ଏକା ବା ଏକାଧିକ ନ୍ୟାୟାଳୟରେ ଅନ୍ୟୁନ ୫ ବର୍ଷପାଇଁ ବିଚାରପତିଭାବେ କାର୍ଯ୍ୟ କରିଥିବେ ଏକ ବା ଏକାଧିକ ଉଚ୍ଚ ନ୍ୟାୟାଳୟରେ ଏକାଦିକ୍ରମ ୧୦ ବର୍ଷ ଆଇନଜୀବୀଭାବେ କାର୍ଯ୍ୟ କରିଥିବେ ଓ ରାଷ୍ଟ୍ରପତିଙ୍କ ମତରେ ସେ ଜଣେ ବିଶିଷ୍ଟ ଆଇନଜ୍ଞ ହୋଇଥ‌ିବେ ।
  • ଜଣେ ବିଚାରପତି ପ୍ରମାଣିତ ଅସଦାଚରଣ କିମ୍ବା ଶାରୀରିକ ଅସାମର୍ଥ୍ୟ କାରଣରୁ ସଂସଦର ଅନୁମୋଦନ କ୍ରମେ ରାଷ୍ଟ୍ରପତିଙ୍କଦ୍ୱାରା ପଦଚ୍ୟୁତ ହୁଅନ୍ତି । ଏହି ପଦ୍ଧତି ଅତ୍ୟନ୍ତ ଜଟିଳ ।
  • ବିଚାରପତିଙ୍କର ପଦଚ୍ୟୁତି ପ୍ରସ୍ତାବ ସଂସଦର ଉଭୟ ଗୃହରେ ପ୍ରତ୍ୟେକ ଗୃହର ସର୍ବମୋଟ ସଦସ୍ୟଙ୍କର ଅଦ୍ଧାତ୍ମକ ବିଚାରପତିଙ୍କର ପଦଚ୍ୟୁତି ପ୍ରସ୍ତାବ ସଂସଦର ଉଭୟ ଗୃହରେ ପ୍ରତ୍ୟେକ ଗୃହର ସର୍ବମୋଟ ସଦସ୍ୟଙ୍କର ଅର୍ଦ୍ଧାଧିକ ରାଷ୍ଟ୍ରପତି ତାଙ୍କୁ ପଦଚ୍ୟୁତ କରିପାରିବେ ।
  • ମନେରଖ : ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନେ ୬୫ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ।

BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର

→ ସର୍ବୋଚ୍ଚ ନ୍ୟାୟାଳୟର କ୍ଷେତ୍ରାଧୁକାର ଓ କାର୍ଯ୍ୟାବଳୀ

  • ସର୍ବୋଚ୍ଚ ନ୍ୟାୟାଳୟର କ୍ଷେତାଧିକାରକ ତିନିଭାଗରେ ବିଭକ୍ତ କରାଯାଇଅଛି; ଯଥା –

ସର୍ବୋଚ୍ଚ ନ୍ୟାୟାଳୟର କ୍ଷେତ୍ରାଧୁକାର ଓ କାର୍ଯ୍ୟାବଳୀ

  • ସର୍ବୋଚ୍ଚ ନ୍ୟାୟାଳୟ ଏକ ସଂଘୀୟ ନ୍ୟାୟାଳୟ ହୋଇଥିବାରୁ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ମଧ୍ୟରେ ବା ରାଜ୍ୟ – ରାଜ୍ୟମାନଙ୍କ ମଧ୍ୟରେ ବିବାଦ ଉପୁଜିଲେ, ତାହାର ନ୍ୟାୟିକ ସମାଧାନ ଏହି ସର୍ବୋଚ୍ଚ ନ୍ୟାୟାଳୟ କରିପାରିବ । ସର୍ବୋଚ୍ଚ ନ୍ୟାୟାଳୟ ନାଗରିକମାନଙ୍କର ମୌଳିକ ଅଧିକାରଗୁଡ଼ିକୁ ସୁରକ୍ଷା ପ୍ରଦାନ କରିଥାଏ ।
  • ସର୍ବୋଚ୍ଚ ନ୍ୟାୟାଳୟରେ ଉଚ୍ଚ ନ୍ୟାୟାଳୟ, ସାମରିକ ନ୍ୟାୟାଳୟ ତଥା କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଳୟର ରାୟ ବିରୁଦ୍ଧରେ ଆବେଦନ କରାଯାଇଥାଏ । ଏହି ଆବେଦନ କ୍ଷେତ୍ରାଧ୍ୟାର ତିନିପ୍ରକାରର; ଯଥା— (କ) ସାମ୍ବିଧାନିକ (ଖ) ଦେୱାନୀ, (ଗ) ଫୌଜଦାରୀ ।
  • ସର୍ବୋଚ୍ଚ ନ୍ୟାୟାଳୟ ରାଷ୍ଟ୍ରପତିଙ୍କୁ ଜନସ୍ବାର୍ଥ ଜଡ଼ିତ ପ୍ରଶ୍ନ ଉପରେ ପରାମର୍ଶ ପ୍ରଦାନ କରିଥାଏ ।
  • ସଂସଦ ବା ବିଧାନମଣ୍ଡଳଦ୍ଵାରା ପ୍ରଣୀତ ଆଇନ ସମ୍ବିଧାନ ବିରୋଧୀ ହୋଇଥିଲେ, ନ୍ୟାୟିକ ପୁନରାବଲୋକନ କ୍ଷମତା ବଳରେ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଅସିଦ୍ଧ ଘୋଷଣା କରନ୍ତି ।
  • କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକାର ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟକଳାପ ବିରୋଧରେ ଜନସ୍ବାର୍ଥ ସମ୍ବଳିତ ମୋକଦ୍ଦମା ସର୍ବୋଚ୍ଚ ନ୍ୟାୟାଳୟରେ ଆଗତ କରାଯାଇପାରିବ ।

ଆମେ କ’ଣ ଶିଖୁଲେ ?

  • ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥାର ପ୍ରଚଳନ ।
  • ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଶାସନମୁଖ୍ୟ ହିସାବରେ ରାଷ୍ଟ୍ରପତିଙ୍କ କାର୍ଯ୍ୟ ।
  • ରାଷ୍ଟ୍ରପତିଙ୍କ ସାମ୍ବିଧାନିକ ଦାୟିତ୍ଵ ଓ କର୍ତ୍ତବ୍ୟ ।
  • ଆମ ଦେଶର ବାସ୍ତବ କାର୍ଯ୍ୟପାଳିକା ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦଙ୍କ କାର୍ଯ୍ୟ ।
  • ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ମନ୍ତ୍ରୀମାନଙ୍କୁ ନିଯୁକ୍ତ କରିବା ଓ ବିଭାଗ ବଣ୍ଟନ କରିବା ।
  • ସଂସଦ ନିକଟରେ ମନ୍ତ୍ରୀପରିଷଦ ସାମୂହିକ ଭାବରେ ଉତ୍ତରଦାୟୀ ହେବା ।
  • ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତିଙ୍କୁ ନେଇ ସଂସଦ ଗଠିତ ହେବା ।
  • ସଂସଦର ଦୁଇ ଗୃହର ସଭ୍ୟସଂଖ୍ୟା ସ୍ଥିରୀକୃତ ହେବା ଓ ଏଥ‌ିରେ ଥ‌ିବା ନିର୍ବାଚିତ ଓ ମନୋନୀତ ସଭ୍ୟ ।
  • ସଂସଦ ଆଇନ ପ୍ରଣୟନ କରୁଥିବା କେନ୍ଦ୍ର ତାଲିକା, ଯୁଗ୍ମ ତାଲିକା ଓ ରାଜ୍ୟ ତାଲିକା ।
  • ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଗଠନ ଓ ବିଚାରପତିଙ୍କ ସଂଖ୍ୟା ଓ ତିନିପ୍ରକାରର କ୍ଷେତ୍ରାଧ୍ୟାର ।
  • ସମ୍ବିଧାନର ରକ୍ଷାକର୍ତ୍ତା ଭାବରେ ନ୍ୟାୟିକ ପୁନରାବଲୋକନ କ୍ଷମତା ଉପଭୋଗ କରିବା ।
  • ମହାଭିଯୋଗ : ରାଷ୍ଟ୍ରପତିଙ୍କୁ ଯେଉଁ ପଦ୍ଧତିରେ ବହିଷ୍କୃତ କରାଯାଇଥାଏ ।
  • ସମ୍ବିଧାନ : ଦେଶର ସର୍ବୋଚ୍ଚ ଆଇନ ସଂହିତା । ଏଥ‌ିରେ ଦେଶ ଓ ସରକାର ଗଠନ, ବିଭିନ୍ନ ଅନୁଷ୍ଠାନ ଓ କର୍ମକର୍ତ୍ତାମାନଙ୍କର ସ୍ଥିତି, ପ୍ରକୃତି, କ୍ଷମତା ଓ କାର୍ଯ୍ୟାବଳୀ ବର୍ଣିତ ହୋଇଥାଏ ।
  • ପ୍ରୋରୋଗ : ସଂସଦର ଅଧ‌ିବେଶନକୁ ରାଷ୍ଟ୍ରପତି ଆଗାମୀ ଅଧୂବେଶନ ପର୍ଯ୍ୟନ୍ତ ମୁଲତବୀ ବା ସ୍ଥଗିତ ଘୋଷଣା କରିବା ।
  • ମିଳିତ ଅନ୍ଵେଶନ : ରାଜ୍ୟସଭା ଓ ଲୋକସଭାର ମିଳିତ ବୈଠକ । ଏଥରେ ଲୋକସଭାର ବାଚସ୍ପତି କରିବା ।
  • ଜରୁରୀ ପରିସ୍ଥିତି : ଦେଶର ସୁରକ୍ଷା ବିପନ୍ନ ହେଲେ ରାଷ୍ଟ୍ରପତି ଜାତୀୟ ଜରୁରୀ ଘୋଷଣା କରିପାରିବେ । ଧାରା – ୩୫୨ ଜାତୀୟ ଜରୁରୀ, ଧାରା – ୩୫୬ ରାଜ୍ୟ ଜରୁରୀ ଓ ଧାରା – ୩୬୦ ଆର୍ଥକ ଜରୁରୀ ପରିସ୍ଥିତି ।
  • ଝୁଲା ସଂସଦ : ଯେତେବେଳେ ଲୋକସଭାରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିପାରେ ନାହିଁ, ସେତେବେଳେ ଗଠିତ ହେଉଥ‌ିବା ସଂସଦ ।
  • ଅନାସ୍ଥା ପ୍ରସ୍ତାବ : ଯେତେବେଳେ ବିରୋଧୀ ଦଳମାନେ ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୁଅନ୍ତି, ସେତେବେଳେ ସେମାନେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଗତ କରିନ୍ତି । ପ୍ରସ୍ତାବଟି ବହୁମତରେ ଗୃହୀତ ହେଲେ ସରକାର ଇସ୍ତଫା ପ୍ରଦାନ କରନ୍ତି ।
  • ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ : ସଂସଦ ଅଧ୍ଵଂଶନର ପ୍ରତିଦିନର ପ୍ରଥମ ଏକ ଘଣ୍ଟା (ସାଧାରଣତଃ ଦିନ ୧୧ଟାରୁ ୧୨ ଟା ପର୍ଯ୍ୟନ୍ତ) ସମୟ ।
  • ବଜେଟ୍ : ସରକାରଙ୍କର ବାର୍ଷିକ ଆୟବ୍ୟୟ ଅଟକଳକୁ ‘ବଜେଟ୍’ କୁହାଯାଏ ।
  • ଶୂନ୍ୟକାଳ (Zero Hour) : ଏହା ମଧ୍ୟାହ୍ନ ୧୨ଟା ଠାରୁ ଅପରାହ୍ନ ୧ଟା ବା ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ସମୟ ।

BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a)

Odisha State Board BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) Textbook Exercise Questions and Answers.

BSE Odisha Class 9 Maths Solutions Geometry Chapter 7 ତ୍ରିକୋଣମିତି Ex 7(a)

Question 1.
ବନ୍ଧନୀ ମଧ୍ଯରୁ ଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର ।
(i) sin θ × cot θ = ______ [cos θ, tan θ, sec θ]
ସମାଧାନ:
cos θ

(ii) cos θ × tan θ = ______ [sin θ, cosec θ, cot θ]
ସମାଧାନ:
sin θ

(iii) sin θ × sec θ × cot θ = ______ [tan θ, cosec θ, 1]
ସମାଧାନ:
1

(iv) cos θ × cosec θ × tan θ = ______ [1, cot θ, sec θ]
ସମାଧାନ:
1

(v) tan θ = 1 ହେଲେ tan θ + cot θ = ______ [1, 2, sin θ . cos θ]
ସମାଧାନ:
2

(vi) tan2 θ + cot2 θ – (cosec2 θ + sec2 θ) = ______ [1, -1, -2]
ସମାଧାନ:
-2

(vii) ABC ସମକୋଣୀ Δରେ m∠B = 90° ଓ AB = 3, BC = 4 ହେଲେ sin C = ______ [\(\frac{3}{5}\), \(\frac{4}{5}\), 1]
ସମାଧାନ:
\(\frac{3}{5}\)

(viii) ABC ସମକୋଣୀ Δରେ m∠B = 90° ଓ AB = 5, BC = 12 ହେଲେ cos A = ______ [1, \(\frac{5}{13}\), \(\frac{12}{13}\)]
ସମାଧାନ:
\(\frac{5}{13}\)

(ix) sin x = ______ (\(\sqrt{1-\cos ^2 x}, \sqrt{\cos ^2 x-1}, \sqrt{1-\cos x}, \sqrt{\cos x-1}\))
ସମାଧାନ:
\(\sqrt{1-\cos ^2 x}\)

(x) sec x = ______ (\(\sqrt{1-\tan ^2 x}, \sqrt{\tan ^2 x-1}, \sqrt{1+\tan ^2 x}, \sqrt{1+\tan x}\))
ସମାଧାନ:
\(\sqrt{1+\tan ^2 x}\)

BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a)

Question 2.
ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର ।
(i) sin α କୁ cot α ରେ ପ୍ରକାଶ କର ।
ସମାଧାନ:
sin α = \(\frac{1}{{cosec} \alpha}\) = \(\frac{1}{\sqrt{1+\cot ^2 \alpha}}\)

(ii) cos α କୁ tan α ରେ ପ୍ରକାଶ କର ।
ସମାଧାନ:
cos α = \(\frac{1}{{sec} \alpha}\) = \(\frac{1}{\sqrt{1+\tan ^2 \alpha}}\)

(iii) cosec α କୁ sec α ରେ ପ୍ରକାଶ କର ।
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 1

(iv) sec α କୁ cosec α ରେ ପ୍ରକାଶ କର ।
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 2

Question 3.
ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର ।
(i) sin α = \(\frac{3}{5}\) ହେଲେ cos α × cot α ର ମାନ କେତେ ?
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 3

(ii) cos α = \(\frac{4}{5}\) ହେଲେ sin α × tan α ର ମାନ କେତେ ?
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 4

(iii) tan α = \(\frac{5}{12}\) ହେଲେ cot α × cosec α ର ମାନ କେତେ ?
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 5

(iv) cot α = \(\frac{5}{12}\) ହେଲେ tan α × sec α ର ମାନ କେତେ ?
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 6

BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a)

Question 4.
cosec θ = √2 ହେଲେ, ଅନ୍ୟ ପାଞ୍ଚଗୋଟି ଅନୁପାତର ମୂଲ୍ୟ କେତେ ?
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 7

Question 5.
tan θ = 1 ହେଲେ, ଅନ୍ୟ ପାଞ୍ଚଗୋଟି ଅନୁପାତର ମୂଲ୍ୟ କେତେ ?
ସମାଧାନ:
tan θ = 1
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 8

Question 6.
cot θ = √3 ହେଲେ, ଅନ୍ୟ ପାଞ୍ଚଗୋଟି ଅନୁପାତର ମୂଲ୍ୟ କେତେ ?
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 9

Question 7.
Δ ABC ରେ m∠A = 90°, AB = 20 ସେ.ମି. ଓ AC = 21 ସେ.ମି. ହେଲେ sin B, cos C ଓ tan B ର ମୂଲ୍ୟ ନିରୂପଣ କର ।
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 10

Question 8.
cot θ = \(\frac{3}{5}\) ହେଲେ, (sin θ – cos θ) ÷ (2 tan θ) ର ମୂଲ୍ୟ ନିରୂପଣ କର ।
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 11

BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a)

Question 9.
cot θ = \(\frac{40}{41}\) ହେଲେ, tan θ ÷ (1 – tan2 θ) ର ମୂଲ୍ୟ ନିରୂପଣ କର ।
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 12

Question 10.
tan θ = \(\frac{a}{b}\) ହେଲେ, (cos θ + sin θ) ÷ (cos θ – sin θ) ର ମୂଲ୍ୟ ନିରୂପଣ କର ।
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 13

Question 11.
tan θ = \(\frac{\sqrt{3}-1}{\sqrt{3}+1}\) ହେଲେ, sin θ + cos θ ର ମୂଲ୍ୟ ନିରୂପଣ କର ।
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 14.1
ବିକଳ୍ପ ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 14.2

Question 12.
sin β = \(\frac{m}{\sqrt{m^2+n^2}}\) ହେଲେ, tan β ର ମୂଲ୍ୟ ନିରୂପଣ କର ।
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 15

Question 13.
sin A = \(\frac{1}{2}\) ହେଲେ, cot A + \(\frac{\sin A}{1+\cos A}\) ର ମୂଲ୍ୟ ନିରୂପଣ କର ।
ସମାଧାନ:
sin A = \(\frac{1}{2}\)
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 16

BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a)

Question 14.
Δ ABC ରେ m∠C = 90°, BC = 20 ସେ.ମି. ଓ tan B = \(\frac{1}{4}\) ହେଲେ, AC ଓ AB ନିରୂପଣ କର ।
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 17

Question 15.
(sin θ + cos θ)2 = 1 + 2 sin θ . cos θ
ସମାଧାନ:
L.H.S. = (sin θ + cos θ)2 = sin2 θ + cos2 θ + 2 sin θ . cos θ
= 1 + 2 sin θ cos θ ( sin2 θ + cos2 θ = 1) = R.H.S. (ପ୍ରମାଣିତ)

Question 16.
\(\frac{1}{cosec \theta – \cot \theta}\) = cosec θ + cot θ
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 18

Question 17.
\(\frac{\tan ^2 \theta}{\sec \theta+1}\) = sec θ – 1
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 19  (ପ୍ରମାଣିତ)

Question 18.
\(\frac{\cos A}{1-\sin A}\) = \(\frac{1+\sin A}{\cos A}\)
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 20 (ପ୍ରମାଣିତ)

Question 19.
cot α + tan α = cosec α × sec α
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 21
( cos2 a + sin2 a = 1)
= cosec α × sec α = R.H.S (ପ୍ରମାଣିତ)

Question 20.
cos4 θ – 2cos2 θ + 1 = sin4 θ
ସମାଧାନ:
L.H.S. = cos4 θ – 2cos2 θ + 1 = 1 + cos4 θ – 2cos2 θ
= (1)2 + (cos2 θ)2 – 2 . 1 . cos2 θ = (1 – cos2 θ)2 = (sin2 θ)2
= sin4 θ = R.H.S. (ପ୍ରମାଣିତ)

Question 21.
cos4 θ – sin4 θ = 1 – 2sin2 θ
ସମାଧାନ:
L.H.S. = cos4 θ – sin4 θ = (cos2 θ)2 – (sin2 θ)2
= (cos2 θ + sin2 θ)(cos2 θ – sin2 θ)
= cos2 θ – sin2 θ ( cos2 θ + sin2 θ = 1)
= 1 – sin2 θ – sin2 θ
= 1 – 2sin2 θ = R.H.S. (ପ୍ରମାଣିତ)

Question 22.
\(\frac{1}{1-\sin \theta}+\frac{1}{1+\sin \theta}\) = 2 sec2 θ
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 22 (ପ୍ରମାଣିତ)

Question 23.
\(\frac{1-\tan ^3 \theta}{1-\tan \theta}\) = sec2 θ + tan θ
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 23
(a3 – b3 = (a – b)(a2 + ab + b2)
= 1 + tan2 θ + tan θ
= sec2 θ + tan θ = R.H.S (ପ୍ରମାଣିତ)

BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a)

Question 24.
\(\frac{2 \tan \theta}{1+\tan ^2 \theta}\) = 2 sin θ . cos θ
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 24 (ପ୍ରମାଣିତ)

Question 25.
\(\frac{2 \cos ^2 \theta-1}{\cot \theta-\tan \theta}\) = sin θ . cos θ
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 25 (ପ୍ରମାଣିତ)

Question 26.
\(\frac{\sin ^2 \theta}{1+\cos \theta}+\frac{\sin ^2 \theta}{1-\cos \theta}\) = 2
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 26

Question 27.
\(\frac{1+\sin \theta}{1-\sin \theta}+\frac{1-\sin \theta}{1+\sin \theta}\) – 4 tan2 θ = 2
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 27
= 2 sec2 θ + 2 tan2 θ – 4 tan2 θ
= 2 (sec2 θ – tan2 θ) = 2 = R.H.S. ( sec2 θ – tan2 θ = 1) (ପ୍ରମାଣିତ)

ବିକଳ୍ପ ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 27.1
L.H.S. = (sec θ + tan θ)2 + (sec θ – tan θ)2 – 4 tan2 θ
= 2(sec2 θ + tan2 θ) – 4 tan2 θ
= 2sec2 θ + 2tan2 θ – 4 tan2 θ
= 2sec2 θ – 2tan2 θ
= 2(sec2 θ – tan2 θ) = 2 = R.H.S. (ପ୍ରମାଣିତ)

Question 28.
\(\frac{1}{1+\tan ^2 \theta}+\frac{1}{1+\cot ^2 \theta}\) = 1
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 28 (ପ୍ରମାଣିତ)

Question 29.
\(\frac{1}{1+\cos ^2 \theta}+\frac{1}{1+\sec ^2 \theta}\) = 1
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 29 (ପ୍ରମାଣିତ)

BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a)

Question 30.
\(\sqrt{\frac{1+\sin \theta}{1-\sin \theta}}+\sqrt{\frac{1-\sin \theta}{1+\sin \theta}}\) = 2 sec θ
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 30 (ପ୍ରମାଣିତ)

Question 31.
\(\frac{cosecA}{{cosec} A-1}+\frac{cosecA}{{cosec} A+1}\) = 2 sec2 A
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 31 (ପ୍ରମାଣିତ)

Question 32.
cot2 θ + \(\frac{1}{\sin ^2 \theta}\) + 1 = 0
ସମାଧାନ:
L.H.S = cot2 θ + \(\frac{1}{\sin ^2 \theta}\) + 1
= cot2 θ – cosec2 θ + 1
= 1 – cosec2 θ + cot2 θ
= 1 – (cosec2 θ – cot2 θ) ( cosec2 θ – cot2 θ = 1)
= 1 – 1 = 0 = R.H.S (ପ୍ରମାଣିତ)

Question 33.
sec A(1 + sin A)(sec A – tan A) = 1
ସମାଧାନ:
L.H.S. = sec A(1 + sin A)(sec A – tan A)
= (sec A + sec A . sin A)(sec A – tan A)
= (sec A + \(\frac{1}{\cos {A}}\) . sin A)(sec A – tan A)
= (sec A + tan A)(sec A – tan A)
= sec2 A – tan2 A = 1 = R.H.S. (ପ୍ରମାଣିତ)

Question 34.
(cosec α – sin α)(sec α – cos α)(tan α + cot α) = 1
ସମାଧାନ:
L.H.S = (cosec α – sin α)(sec α – cos α)(tan α + cot α) = 1
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 32 (ପ୍ରମାଣିତ)

Question 35.
\(\frac{1+sin θ}{1-sin θ}\) = (sec θ + tan θ)2
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 33
= (sec θ + tan θ)2 = R.H.S. (ପ୍ରମାଣିତ)

Question 36.
tan2 A . sec2 B – sec2 A . tan2 B = tan2 A – tan2 B
ସମାଧାନ:
L.H.S. = tan2 A . sec2 B – sec2 A . tan2 B
= tan2 A( 1 + tan2 B) – ( 1 + tan2 A)tan2 B
= tan2 A + tan2 A . tan2 B – tan2 B – tan2 A – tan2 B
= tan2 A – tan2 B = R.H.S. (ପ୍ରମାଣିତ)

BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a)

Question 37.
tan θ + sin θ = m ଓ tan θ – sin θ = n ହେଲେ ପ୍ରମାଣ କର ଯେ m2 – n2 = 4 √mn
ସମାଧାନ:
tan θ + sin θ = m … (i)
tan θ – sin θ = n … (ii)
ସମୀକରଣ (i) ଓ (ii) କୁ ଯୋଗକଲେ, 2 tan θ = m + n
⇒ tan θ = \(\frac{m+n}{2}\)
ସମୀକରଣ (i) ରୁ (ii) କୁ ବିୟୋଗ କଲେ, 2 sin θ = m – n
⇒ sin θ = \(\frac{m-n}{2}\)
∴ L.H.S. = m2 – n2 = (m + n)(m – n) = 2 tan θ × 2 sin θ
= 4 tan θ × sin θ
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 34
= 4 sin θ × tan θ = L.H.S.
∴ L.H.S. = R.H.S. (ପ୍ରମାଣିତ)

Question 38.
x = a sin θ ଓ y = b tan θ ହେଲେ ପ୍ରମାଣ କର ଯେ \(\frac{a^2}{x^2}-\frac{b^2}{y^2}\) = 1
ସମାଧାନ:
BSE Odisha 9th Class Maths Solutions Geometry Chapter 7 ତ୍ରିକୋଣମିତି Ex 7(a) 35
L.H.S. = R.H.S. (ପ୍ରମାଣିତ)

Question 39.
x = a cos θ + b sin θ ଓ y = a sin θ – b cos θ ହେଲେ ପ୍ରମାଣ କର ଯେ x2 + y2 = a2 + b2
ସମାଧାନ:
x = a cos θ + b sin θ, y = a sin θ – b cos θ
L.H.S. = x2 + y2 = (a cos θ + b sin θ)2 + (a sin θ – b cos θ)2
= a2 cos2 θ + b2 sin2 θ + 2ab cos θ . sin θ + a2 sin2 θ + b2 cos2 θ – 2ab sin θ . cos θ
= a2 cos2 θ + a2 sin2 θ + b2 sin2 θ + b2 cos2 θ
= a2(cos2 θ + sin2 θ) + b2(sin2 θ + cos2 θ) = a2 + b2 = R.H.S.
L.H.S. = R.H.S. (ପ୍ରମାଣିତ)

Question 40.
ଯଦି sin θ + sin2 θ = 1 ହୁଏ, ତେବେ ପ୍ରମାଣ କର ଯେ cos2 θ + cos4 θ = 1
ସମାଧାନ:
sin θ + sin2 θ = 1
⇒ sin θ = 1 – sin2 θ
⇒ sin θ = cos2 θ
⇒ sin2 θ = (cos2 θ)2
⇒ sin2 θ = cos4 θ
⇒ 1 – cos2 θ = cos4 θ
⇒ cos2 θ + cos4 θ = 1 (ପ୍ରମାଣିତ)

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

Odisha State Board BSE Odisha Class 9 Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ will enable students to study smartly.

BSE Odisha Class 9 Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:

  • ନିରାପତ୍ତା ପରିଷଦର ସମଗ୍ର ବିଶ୍ଵବାସୀ ପୃଥ‌ିବୀରେ ସ୍ଥାୟୀ ଶାନ୍ତି ଓ ମୈତ୍ରୀର ପ୍ରତିଷ୍ଠା ନିମନ୍ତେ ପ୍ରଚେଷ୍ଟାରତ ହେଲେ।ଏଥପାଇଁ ଆମେରିକା ରୁଷ୍ ଓ ବ୍ରିଟେନ୍ ବହୁବାର ବୈଠକରେ ମିଳିତ ହୋଇଥିଲେ ।
  • ୧୯୪୧ ମସିହା ଅଗଷ୍ଟ ୧୪ ତାରିଖ ଦିନ ଓ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଉଇନଷ୍ଟନ୍‌ ଚର୍ଜିଲ ଏକ ସନନ୍ଦ ଜାରି କରିଥିଲେ ।

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

ବିଷୟବସ୍ତୁର ରୂପରେଖ :

  • ସଂଯୁକ୍ତ ରାଷ୍ଟ୍ରସଂଘର ଲକ୍ଷ୍ୟ
  • ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟପଦ
  • ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ ଅଙ୍ଗ
  • ସାଧାରଣ ସଭା
  • ନିରାପତ୍ତା ପରିଷଦ
  • ଅର୍ଥନୈତିକ ଓ ସାମାଜିକ ପରିଷଦ
  • ଆନ୍ତର୍ଜାତିକ ନ୍ୟାୟାଳୟ (International Court of Justice)
  • ମହାସଚିବ (Secretary General)
  • ସଂଯୁକ୍ତ ରାଷ୍ଟ୍ରସଂଘର ସ୍ଵତନ୍ତ୍ର ସଂସ୍ଥାସମୂହ
  • ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ (WHO)
  • ସଂଯୁକ୍ତ ରାଷ୍ଟ୍ରସଂଘର ଅନ୍ୟାନ୍ୟ ସ୍ବତନ୍ତ୍ର ଅନୁଷ୍ଠାନ

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

→ ସଂଯୁକ୍ତ ରାଷ୍ଟ୍ରସଂଘ ଗଠନ :

  • ୧୯୪୫ ମସିହା ଅପ୍ରେଲ ୨୫ ତାରିଖରୁ ଜୁନ୍ ୨୬ ତାରିଖ ମଧ୍ୟରେ ୫୧ ଗୋଟି ରାଷ୍ଟ୍ରର ୧୯୨ ଜଣ ପ୍ରତିନିଧ୍ ଯୁକ୍ତରାଷ୍ଟ୍ର ଆମେରିକାର ସାନ୍‌ଫ୍ରାନ୍‌ସିସ୍କୋଠାରେ ମିଳିତ ହୋଇ ସଂଯୁକ୍ତ ରାଷ୍ଟ୍ରସଂଘ ଗଠନ ପାଇଁ ପ୍ରସ୍ତୁତ ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦରେ ସ୍ବାକ୍ଷର କରିଥିଲେ ।
  • ୧୯୪୫ ମସିହା ଅକ୍ଟୋବର ୨୪ ତାରିଖ ଦିନ ସଂଯୁକ୍ତ ରାଷ୍ଟ୍ରସଂଘ ଜନ୍ମ ହୋଇଥିଲା ।

* ପ୍ରତିବର୍ଷ ଅକ୍ଟୋବର ମାସ ୨୪ ତାରିଖକୁ ସଂଯୁକ୍ତ ରାଷ୍ଟ୍ରସଂଘ ଦିବସ ରୂପେ ପାଳନ କରାଯାଏ ।

→ ସଂଯୁକ୍ତ ରାଷ୍ଟ୍ରସଂଘର ଲକ୍ଷ୍ୟ :
BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ Q. 1

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ
→ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟପଦ :

  • ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦରେ ସ୍ଵାକ୍ଷର କରିଥିବା ୫୧ ଗୋଟି ରାଷ୍ଟ୍ରଙ୍କୁ ମୂଳ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା ଏବଂ ପରେ ଯେଉଁମାନେ ଏହାର ସଦସ୍ୟ ପଦ ଗ୍ରହଣ କଲେ ସେମାନଙ୍କୁ ନୂତନ ସଦସ୍ୟ ରୂପେ ମାନ୍ୟତା ଦିଆଗଲା ।
  • ନିରାପତ୍ତା ପରିଷଦର ଅନୁମୋଦନକ୍ରମେ ସାଧାରଣ ସଭା (General Assembly)ର ଅନୁମତିରେ ସନନ୍ଦର ବ୍ୟବସ୍ଥାକୁ ମାନି ଚଳିବାପାଇଁ ପ୍ରତିଶ୍ରୁତିବଦ୍ଧ ରାଷ୍ଟ୍ରଙ୍କୁ ନୂତନ ସଦସ୍ୟ ଭାବେ ଗ୍ରହଣ କରାଯାଇଥାଏ ।
  • ସନନ୍ଦର ବ୍ୟବସ୍ଥା ଭଙ୍ଗ କରୁଥିବା ରାଷ୍ଟ୍ରକୁ ‘‘ନିରାପତ୍ତା ପରିଷଦ’ର ଅନୁମୋଦନକ୍ରମେ ‘ସାଧାରଣ ସଭା’ -ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ପଦରୁ ବହିଷ୍କାର କରିଥାଏ ।

→ ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ ଅଙ୍ଗ :
(୧) ସାଧାରଣ ସଭା, (୨) ନିରାପତ୍ତା ପରିଷଦ, (୩) ନ୍ୟାସ ପରିଷଦ, (୪) ଅର୍ଥନୈତିକ ଓ ସାମାଜିକ ପରିଷଦ, (୫) ଆନ୍ତର୍ଜାତିକ ନ୍ୟାୟାଳୟ ଓ (୬) ସଚିବାଳୟ ।
ସ୍ୱତନ୍ତ୍ର ସଂସ୍ଥା – (୧) ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ, (୨) ଖାଦ୍ୟ ଓ କୃଷି ସଙ୍ଗଠନ, (୩) ଆନ୍ତର୍ଜାତିକ ବ୍ୟାପାର ସଙ୍ଗଠନ, (୪) ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଙ୍ଗଠନ, (୫) ଆନ୍ତର୍ଜାତିକ ଶିଶୁକଲ୍ୟାଣ ପାଣ୍ଠି, (୬) ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ।

→ ସାଧାରଣ ସଭା (General Assembly) :

  • ସାଧାରଣ ସଭାରେ ସଂଯୁକ୍ତ ରାଷ୍ଟ୍ରସଂଘ ଅନ୍ତର୍ଭୁକ୍ତ ପ୍ରତ୍ୟେକ ରାଷ୍ଟ୍ରର ୫ ଜଣ ଲେଖାଏଁ ପ୍ରତିନିଧୂ ଥାଆନ୍ତି । ମାତ୍ର ପ୍ରତି ସଦସ୍ୟ ରାଷ୍ଟ୍ରର ଗୋଟିଏ ଭୋଟ ଦେବାର ଅଧିକାର ଅଛି ।

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

→ ନିରାପତ୍ତା ପରିଷଦ (Security Council) :

  • ୧୯୬୬ ମସିହା ଜାନୁଆରୀ ୧ ତାରିଖଠାରୁ ନିରାପତ୍ତା ପରିଷଦର ୫ଜଣ ସ୍ଥାୟୀ ସଭ୍ୟ ଓ ୧୦ଜଣ ଅସ୍ଥାୟୀ ସଭ୍ୟ ରହିଆସୁଛନ୍ତି ।

* ଯୁକ୍ତରାଷ୍ଟ୍ର ଆମେରିକା, ଇଂଲାଣ୍ଡ, ଫ୍ରାନ୍ସ, ରୁଷିଆ ଓ ଚୀନ୍ ନିରାପତ୍ତା ପରିଷଦର ସ୍ଥାୟୀ ସଭ୍ୟ ରାଷ୍ଟ୍ର ଅଟନ୍ତି ।

  • ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ରାଷ୍ଟ୍ରମାନଙ୍କର ଭିଟୋ କ୍ଷମତା ଭଳି ଏକ ସ୍ଵତନ୍ତ୍ର ସୁବିଧା ରହିଛି ।

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ Q. 2

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

→ ନ୍ୟାସ ପରିଷଦ :

  • ନ୍ୟାସ ପରିଷଦ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ଓ ତିନି ବର୍ଷ ପାଇଁ ସାଧାରଣ ସଭାଦ୍ଵାରା ନିର୍ବାଚିତ ଅସ୍ଥାୟୀ ସଦସ୍ୟଙ୍କୁ ନେଇ ଗଠିତ ।
  • ସଂଯୁକ୍ତ ରାଷ୍ଟ୍ରସଂଘ ଅଧୀନରେ ଅନୁନ୍ନତ ଅଞ୍ଚଳ ଏବଂ କୌଣସି ରାଷ୍ଟ୍ରର ପରିସୀମା ଅନ୍ତର୍ଭୁକ୍ତ ହୋଇ ନଥିବା ଅଞ୍ଚଳମାନଙ୍କର ପ୍ରଶାସନ ଦାୟିତ୍ଵ ନେଇଥାଏ ।
  • ପ୍ରତି ୨ ବର୍ଷରେ ଥରେ ଏହାର ବୈଠକ ଅନୁଷ୍ଠିତ ହୋଇଥାଏ ।

→ ଅର୍ଥନୈତିକ ଓ ସାମାଜିକ ପରିଷଦ :

  • ଏହାର ସଦସ୍ୟ ସଂଖ୍ୟା ୫୪ ଓ ପ୍ରତ୍ୟେକ ସଦସ୍ୟଙ୍କର କାର୍ଯ୍ୟକାଳ ୩ ବର୍ଷ ଏବଂ ସେମାନେ ସାଧାରଣସଭା ଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ।
  • ବିଶ୍ବର ଅର୍ଥନୈତିକ ଓ ସାମାଜିକ ସମସ୍ୟା ସମାଧାନ ସମ୍ପର୍କରେ ଏହା ସଂଯୁକ୍ତ ରାଷ୍ଟ୍ରସଂଘକୁ ପ୍ରସ୍ତାବ ଦେଇଥାଏ ।

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

→ ଆନ୍ତର୍ଜାତିକ ନ୍ୟାୟାଳୟ (International Court of Justice) :

  • ଆନ୍ତର୍ଜାତିକ ନ୍ୟାୟାଳୟର ମୁଖ୍ୟ କାର୍ଯ୍ୟାଳୟ ନେଦରଲ୍ୟାଣ୍ଡର ଦି ହେଗ୍ ସହରରେ ଅବସ୍ଥିତ ।
  • ଏହାର ୧୫ଜଣ ବିଚାରପତି ସାଧାରଣ ସଭାଦ୍ଵାରା ନିର୍ବାଚିତ ହୁଅନ୍ତି ।
  • ସେମାନଙ୍କର କାର୍ଯ୍ୟକାଳ ୯ ବର୍ଷ ଏବଂ ପ୍ରତି ଦୁଇ ବର୍ଷରେ ଏକ-ତୃତୀୟାଂଶ ବିଚାରପତି ଅବସର ନିଅନ୍ତି ।

→ ମହାସଚିବ (Secretary General) :

  • ଜାତିସଂଘର ମହାସଚିବ ସଂଯୁକ୍ତ ରାଷ୍ଟ୍ରସଂଘ ସଚିବାଳୟର ମୁଖ୍ୟ ।
  • ସେ ସାଧାରଣ ସଭାଦ୍ଵାରା ୫ ବର୍ଷ ପାଇଁ ନିଯୁକ୍ତ ହୋଇଥା’ନ୍ତି ।
  • ସେ ଜଣେ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ଓ ସୁପ୍ରଶାସକ ହୋଇଥିବା ଆବଶ୍ୟକ ।
  • ମହାସଚିବ ପାଞ୍ଚଗୋଟି କାର୍ଯ୍ୟ କରିଥା’ନ୍ତି; ଯଥା- ପ୍ରଶାସନିକ, ଆର୍ଥିକ, ରାଜନୈତିକ, ପ୍ରତିନିଧମୂଳକ, ରେଜିଷ୍ଟ୍ରେସନ ।

* ବରମାନର ସଂଯୁକ୍ତ ରାଷ୍ଟ୍ରସଂଘର ମହାସଚିବ ହେଉଛନ୍ତି ବାନ୍ କି ମୁନ୍ (ଦକ୍ଷିଣ କୋରିଆ) ।

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

→ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ (WHO) :

  • ଏହା ୧୯୪୮ ମସିହା ଅପ୍ରେଲ ୭ ତାରିଖରେ ସୁଇଜରଲ୍ୟାଣ୍ଡର ଜେନେଭା ସହରରେ ପ୍ରତିଷ୍ଠା କରାଯାଇଥିଲା ।

* ପୃଥ‌ିବୀରେ ଶାନ୍ତିରକ୍ଷା ଦିଗରେ ସଂଯୁକ୍ତ ରାଷ୍ଟ୍ରସଂଘ ନିଜର ସଫଳତା ପାଇଁ ୧୯୮୮ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲା ।

→ ସଂଯୁକ୍ତ ରାଷ୍ଟ୍ରସଂଘର ସ୍ଵତନ୍ତ୍ର ସଂସ୍ଥାସମୂହ :
BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ Q. 3

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

→ ସଂଯୁକ୍ତ ରାଷ୍ଟ୍ରସଂଘର ଅନ୍ୟାନ୍ୟ ସ୍ବତନ୍ତ୍ର ଅନୁଷ୍ଠାନ :
(୧) ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (IMF), (୨) ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା (IAEA), (୩) ଆନ୍ତର୍ଜାତିକ ଉନ୍ନୟନ ସଂସ୍ଥା (IDA), (୪) ସାର୍ବଜନୀନ ଡାକ ସଂସ୍ଥା (UPU), (୫) ଆନ୍ତର୍ଜାତିକ ବ୍ୟାପାର ସଙ୍ଗଠନ (UNCTAD) ଇତ୍ୟାଦି ।

→ ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ :

  • ଭାରତ ସଂଯୁକ୍ତ ରାଷ୍ଟ୍ରସଂଘର ମୂଳ ସଦସ୍ୟ । ଏହା ସର୍ବଦା ସଂଯୁକ୍ତ ରାଷ୍ଟ୍ରସଂଘକୁ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିଆସୁଛି ।
  • ବର୍ଣ୍ଣବୈଷମ୍ୟବାଦର ବିଲୋପ, ଆନ୍ତର୍ଜାତିକ ମହିଳା ସଶକ୍ତିକରଣ, ବିଶ୍ୱଶାନ୍ତି ପ୍ରତିଷ୍ଠା, ଦାରିଦ୍ର୍ୟ ଦୂରୀକରଣ, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ବିରୋଧରେ ସଂଗ୍ରାମ ଇତ୍ୟାଦି କ୍ଷେତ୍ରରେ ଭାରତର ମନୋଭାବକୁ ସଂଯୁକ୍ତ ରାଷ୍ଟ୍ରସଂଘ ପୂର୍ଣ ସମର୍ଥନ କରିଆସିଛି ।
  • ବିଭିନ୍ନ ରାଷ୍ଟ୍ରରେ ଶାନ୍ତିପ୍ରତିଷ୍ଠା ଦିଗରେ ସଂଯୁକ୍ତ ରାଷ୍ଟ୍ରସଂଘର ଶାନ୍ତିରକ୍ଷା ବାହିନୀ (UNPKF) ରେ ଭାରତର ସୈନ୍ୟମାନଙ୍କ ସକ୍ରିୟ ଅଂଶଗ୍ରହଣ କରିଆସୁଅଛି ।

BSE Odisha 9th Class Political Science Notes Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

→ ସଂଯୁକ୍ତ ରାଷ୍ଟ୍ରସଂଘଦ୍ୱାରା ବିଭିନ୍ନ ଆନ୍ତର୍ଜାତିକ ସମସ୍ୟାର ସମାଧାନ :

  • ସଂଯୁକ୍ତ ରାଷ୍ଟ୍ରସଂଘ ବିଭିନ୍ନ ବିବାଦୀୟ ସ୍ଥାନକୁ ଶାନ୍ତିରକ୍ଷା ସେନାବାହିନୀ ପ୍ରେରଣ କରି ସେଠାରେ ଶାନ୍ତି ପ୍ରତିଷ୍ଠା କରିପାରିଛି ।
  • ଦକ୍ଷିଣ ଆଫ୍ରିକାର ବର୍ଣବୈଷମ୍ୟ ନୀତି, ପାଲେଷ୍ଟାଇନ୍ ସମସ୍ୟା, କୋରିଆ ସମସ୍ୟା, ଇରାକ୍-ଇରାନ୍ ଯୁଦ୍ଧ, ଆଫଗାନିସ୍ତାନ ସମସ୍ୟା ଓ କାଶ୍ମୀର ସମସ୍ୟା କ୍ଷେତ୍ରରେ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଚେଷ୍ଟା ଓ ଭୂମିକା ପ୍ରଶଂସନୀୟ ।
  • ବିଶ୍ବରେ ନିରସ୍ତ୍ରୀକରଣ ପ୍ରକ୍ରିୟାକୁ ସଫଳ କରିବାପାଇଁ ‘ନିରସ୍ତ୍ରୀକରଣ କମିଶନ’ ଗଠନ କରାଯାଇଛି ।

BSE Odisha 7th Class History Important Questions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

Odisha State Board BSE Odisha 7th Class History Important Questions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ Important Questions and Answers.

BSE Odisha Class 7 History Important Questions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଭାରତରେ ସୁଫି ଧର୍ମ ଆନ୍ଦୋଳନ କେଉଁମାନଙ୍କଦ୍ୱାରା ଓ କିଭଳି ପ୍ରଚାରିତ ହୋଇଥିଲା ?
Answer:

  • ଏକାଦଶ ଶତାବ୍ଦୀରେ ବହୁ ମୁସଲମାନ ସନ୍ଥ ଧର୍ମ କ୍ଷେତ୍ରରେ ରହିଥିବା ଜଟିଳତାକୁ ଦୂର କରିବାପାଇଁ ଚେଷ୍ଟା କରିଥିଲେ ।
  • ଏଭଳି ସଂସ୍କାରବାଦୀ ସନ୍ଥମାନେ ସୁଫି ନାମରେ ପରିଚିତ ଥିଲେ ।
  • ସୁଫି ସନ୍ଥମାନଙ୍କ ମଧ୍ୟରେ ଖୁଜା ମୋଇନୁଦ୍ଦିନ୍ ଚିସ୍ତି ଅନ୍ୟତମ ଥିଲେ । ସେ ଆଜମିରେ ଅବସ୍ଥାନ କରୁଥିଲେ ।
  • ଅନ୍ୟଜଣେ ତତ୍‌କାଳୀନ ପ୍ରସିଦ୍ଧ ସୁଫି ସନ୍ଥ ନିଜାମୁଦ୍ଦିନ୍ ଅଉଲିୟା ଦିଲ୍ଲୀ ନିକଟବର୍ତ୍ତୀ ଗିୟାସପୁରଠାରେ ବାସ କରୁଥିଲେ ।
  • ବର୍ତ୍ତମାନ ପାକିସ୍ତାନର ଥ‌ିବା ଆଜୋଧାନ୍ନର ବାବା ଫରିଦ୍ର, ଗୁଜରାଟର ସାହା ଆଲାମ୍ ବୁଖାରୀ, ମୁଲତାନ୍‌ ବାହାଉଦ୍ଦିନ୍ କାଜାରିଆ, ସିଲହଟର ଶେଖ୍ ସିଆଉଦ୍ଦିନ୍ ଆଦି ସେ ସମୟର ଅନ୍ୟ ସୁଫି ସନ୍ଥ ଥିଲେ ।

୨। କବୀର ଜନ୍ମ ଓ ନୀତିବାଣୀ ଉଲ୍ଲେଖ କର ।
Answer:

  • ବନାରସର କବୀର ଭକ୍ତିଧର୍ମ ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା ଥିଲେ । ମା’ଙ୍କଦ୍ବାରା ପରିତ୍ୟକ୍ତ ହୋଇ ସେ ଏକ ମୁସଲମାନ ତନ୍ତୀ ଦମ୍ପତିଙ୍କଦ୍ବାରା ପାଳିତ ହୋଇଥିଲେ ।
  • ସେ କହୁଥିଲେ ଉଭୟ ହିନ୍ଦୁ ଓ ମୁସଲମାନ ଏକ ଈଶ୍ବରଙ୍କର ସନ୍ତାନ । ଈଶ୍ବର ଏକ ଓ ତାଙ୍କ ନାମ ଉପରେ କଳହ କରିବା ଅନୁଚିତ ।
  • ତାଙ୍କ ମତରେ ଈଶ୍ଵରଙ୍କୁ ପାଇବାକୁ ହେଲେ ଭକ୍ତି ଏକମାତ୍ର ମାଧ୍ୟମ ଓ ଭକ୍ତି ବିନା ଉପବାସ ନିରର୍ଥକ ।
  • ତାଙ୍କର ପ୍ରଚାରିତ ବାଣୀମାନ ‘ବୀଜକ’ ନାମକ ଗ୍ରନ୍ଥରେ ଲିପିବଦ୍ଧ ହୋଇଛି ।
  • ତାଙ୍କର ଭଜନଗୁଡ଼ିକ ‘ଦୋହା’ ନାମରେ ପରିଚିତ । ତାଙ୍କର ଅନୁଗାମୀମାନେ ‘କବୀରପନ୍ଥୀ’ ନାମରେ ପରିଚିତ ।

୩ । ଗୁରୁ ନାନକଙ୍କ ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କର ।
Answer:

  • ଗୁରୁ ନାନକ ଖ୍ରୀ.ଅ. ୧୪୬୯ରେ ପଞ୍ଜାବର ତତ୍ତ୍ୱଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ ।
  • ସେ ଶିଖ୍ ଧର୍ମର ପ୍ରତିଷ୍ଠାତା । ତାଙ୍କଦ୍ୱାରା ପ୍ରଚାରିତ ଧର୍ମବାଣୀ ‘ଆଦିଗ୍ରନ୍ଥ’ ବା ‘ଗ୍ରନ୍ଥସାହେବ’ରେ ଲିପିବଦ୍ଧ ଯାହା ଶିଶୁମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ।
  • ସେ କହୁଥିଲେ ଈଶ୍ବରଙ୍କ ନିକଟରେ ଆତ୍ମସମର୍ପଣ କଲେ ମଣିଷ ଶାନ୍ତି ଓ ମୁକ୍ତି ଲାଭ କରିପାରିବ ।
  • ନିର୍ମଳ ମନ ଏବଂ ଉତ୍ତମ ଚରିତ୍ରର ଅଧିକାରୀ ହେଲେ ଈଶ୍ଵର ପ୍ରାପ୍ତି ସହଜ ହୋଇପାରିବ ।
  • ତାଙ୍କ ମତରେ ସବୁ ମଣିଷ ସମାନ ଓ ଏକ ଈଶ୍ବରଙ୍କ ସନ୍ତାନ ।

BSE Odisha 7th Class History Important Questions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

୪। ଶ୍ରୀ ଚୈତନ୍ୟଙ୍କ ଧର୍ମ ଓ ନୀତିବାଣୀ ଉଲ୍ଲେଖ କର ।
Answer:

  • କବୀର ଓ ନାନକଙ୍କ ପରି ଶ୍ରୀଚୈତନ୍ୟ ଭକ୍ତ ଆନ୍ଦୋଳନର ଅନ୍ୟତମ ପ୍ରଚାରକ ଥିଲେ । ସେ ପଶ୍ଚିମବଙ୍ଗର ନବଦ୍ଵୀପରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
  • ସେ କହୁଥିଲେ ପ୍ରକୃତ ଈଶ୍ବର ଉପାସନା ପ୍ରେମ, ଭକ୍ତି, ଗୀତ ଓ ନୃତ୍ୟ ଉପରେ ନିର୍ଭର କରେ । ସେ ସଂକୀର୍ତ୍ତନ ଉପରେ ଗୁରୁତ୍ବ ଆରୋପ କରୁଥିଲେ ।
  • ସେ ଭକ୍ତମାନଙ୍କ ସହିତ ମୃଦଙ୍ଗ, କରତାଳ ଏବଂ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ସହାୟତାରେ କୃଷ୍ଣନାମ ସଂକୀର୍ତ୍ତନ କରି ନଗରଭ୍ରମଣ କରୁଥିଲେ ।
  • ସେ ସବୁ ଜାତିର ଲୋକଙ୍କୁ ଶିଷ୍ୟରୂପେ ଗ୍ରହଣ କରିଥିଲେ । ଯବନ ହରି ଦାସ ତାଙ୍କର ପ୍ରଧାନ ଶିଷ୍ୟ ଥିଲେ ।
  • ଶ୍ରୀଚୈତନ୍ୟଙ୍କ ବାଣୀ ‘ଚୈତନ୍ୟ ଚରିତାମୃତ’ ପୁସ୍ତକରେ ଲିପିବଦ୍ଧ ହୋଇଛି ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଖୁଜା ମୋଇନୁଦ୍ଦିନ୍ ଚିସ୍ତି କିଏ ଓ ତାଙ୍କର ମତ କ’ଣ ଥିଲା ?
Answer:

  • ଖୁଜା ମୋଇନୁଦ୍ଦିନ୍ ଚିସ୍ତି ସୁଫି ସନ୍ଥମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ । ସେ ଆଜମିରରେ ଅବସ୍ଥାନ କରୁଥିଲେ ।
  • ସେ ଅନ୍ୟ ଗୋଷ୍ଠୀ ଓ ଧର୍ମ ପ୍ରତି ସହନଶୀଳ ହେବା ଉପରେ ଗୁରୁତ୍ଵ ଦେଉଥିଲେ । ପ୍ରେମ ଓ ଭକ୍ତିଦ୍ଵାରା ଈଶ୍ଵରଙ୍କ ନିକଟବର୍ତ୍ତୀ ହୋଇପାରିବ ବୋଲି ସେ ମାନବ ଜାତିକୁ ବୁଝାଉଥିଲେ ।

୨। କବୀର କାହାର ସନ୍ତାନ ଥିଲେ ? ସେ କାହାଦ୍ଵାରା ଲାଳିତ ପାଳିତ ହୋଇଥିଲେ ?
Answer:

  • କବୀର ଜଣେ ବ୍ରାହ୍ମଣର ସନ୍ତାନ ଥିଲେ ।
  • ସେ ଏକ ମୁସଲମାନ ତନ୍ତୀ ଦମ୍ପତିଦ୍ଵାରା ଲାଳିତ ପାଳିତ ହୋଇଥିଲେ ।

୩ ।କବୀର କ’ଣ ରଚନା କରୁଥିଲେ ? ସେଗୁଡ଼ିକ କେଉଁଥ‌ିରେ ଲିପିବଦ୍ଧ ହୋଇ ରହିଛି ?
Answer:

  • କବୀର ସରଳ ହିନ୍ଦୀ ଭାଷାରେ ‘ଦୋହା’ ରଚନା କରୁଥିଲେ ।
  • ସେଗୁଡ଼ିକ ‘ବୀଜକ’ ନାମକ ଗ୍ରନ୍ଥରେ ଲିପିବଦ୍ଧ ହୋଇ ରହିଛି ।

୪। ନାନକଙ୍କ ଧର୍ମବାଣୀ କ’ଣ ଥିଲା ?
Answer:

  • କବୀରଙ୍କ ମତରେ ସବୁ ମଣିଷ ସମାନ ଓ ଈଶ୍ୱରଙ୍କ ସନ୍ତାନ ।
  • ଈଶ୍ବର ସର୍ବଶକ୍ତିମାନ୍ ଓ ମଣିଷ ଈଶ୍ବରଙ୍କ ନିକଟରେ ଆତ୍ମ ସମର୍ପଣ କଲେ ମୁକ୍ତିଲାଭ କରିପାରିବ ।

BSE Odisha 7th Class History Important Questions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

୫। ଶ୍ରୀଚୈତନ୍ୟ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? ସେ କାହାଠାରୁ କୃଷ୍ଣମନ୍ତ୍ର ଦୀକ୍ଷା ଗ୍ରହଣ କରିଥିଲେ ?
Answer:

  • ଶ୍ରୀଚୈତନ୍ୟ ପଶ୍ଚିମବଙ୍ଗର ନବଦ୍ଵୀପରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
  • ସେ ଈଶ୍ୱରପୁରୀଙ୍କଠାରୁ କୃଷ୍ଣମନ୍ତ୍ର ଦୀକ୍ଷା ଗ୍ରହଣ କରିଥିଲେ ।

୬। ଅମୀର “ଖୁସୁଙ୍କ ପ୍ରକୃତ ନାମ କ’ଣ ଥିଲା? ସେ କ’ଣ ଥିଲେ ?
Answer:

  • ଅମୀର ଖୁସ୍ତଙ୍କ ପ୍ରକୃତ ନାମ ଥିଲା ମହମ୍ମଦ ହାସନ ।
  • ସେ ଜଣେ କବି, ଐତିହାସିକ ଓ ସଙ୍ଗୀତଜ୍ଞ ଥିଲେ ।

୭। ପାରସିକ ଭାଷାରେ ଏନ ନୂଆ ଶୈଳୀର ବିକାଶ କିଏ କରାଇଥିଲେ ? ଏହି ଶୈଳୀକୁ କ’ଣ କୁହାଯାଏ ?
Answer:

  • ଅମୀର ଖୁସ୍ରୁ ପାରସିକ ଭାଷାରେ ଏକ ନୂଆ ଶୈଳୀର ବିକାଶ କରାଇଥିଲେ ।
  • ଏହି ନୂତନ ଶୈଳୀକୁ ‘ସାବକ-ଇ-ହିନ୍ଦୁ’ କୁହାଯାଏ ।

୮। କେଉଁମାନଙ୍କୁ ସୁଫି କୁହାଯାଏ ? ଦିଲ୍ଲୀ ନିକଟସ୍ଥ ଗିୟାସପୁରରେ କେଉଁ ସୁଫିସନ୍ଥ ରହୁଥିଲେ ?
Answer:

  • ସୁଫ୍ ବା ଉଲର୍ ପୋଷାକ ପିନ୍ଧୁଥ‌ିବା ମୁସଲମାନ ସନ୍ଥ ବା ଫକୀରଙ୍କୁ ସୁଫି କୁହାଯାଏ ।
  • ସୁଫିସନ୍ଥ ଶେଖ୍ ନିଜାମୁଦ୍ଦିନ୍ ଆଉଲିୟା ଦିଲ୍ଲୀ ନିକଟସ୍ଥ ଗିୟାସପୁରରେ ରହୁଥିଲେ ।

୯। ମହାରାଷ୍ଟ୍ରରେ କେଉଁମାନେ ଭକ୍ତିଧର୍ମ ପ୍ରଚାର କରିଥିଲେ ? ସେମାନେ କେଉଁ ଭାଷାରେ ଧର୍ମପ୍ରଚାର କରୁଥିଲେ ?
Answer:

  • ମହାରାଷ୍ଟ୍ରର ସନ୍ଥ ଜ୍ଞାନେଶ୍ଵର, ନାମଦେବ ଓ ତୁକାରାମ ଭକ୍ତିଧର୍ମ ପ୍ରଚାର କରିଥିଲେ ।
  • ସେମାନେ ମରାଠୀ ଭାଷାରେ ଧର୍ମପ୍ରଚାର କରୁଥିଲେ ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 
୧। ପାକିସ୍ତାନ ଅନ୍ତର୍ଗତ ଆଜେଧାନରେ କେଉଁ ସୁଫିସନ୍ଥ ଅବସ୍ଥାନ କରୁଥିଲେ ?
Answer:
ପାକିସ୍ତାନ ଅନ୍ତର୍ଗତ ଆଜୋଧାନ୍ତରେ ସୁଫିସନ୍ଥ ବାବା ଫରିଦ୍ ଅବସ୍ଥାନ କରୁଥିଲେ ।

୨। ସୁଫିସନ୍ଥମାନେ କେବେ ପାରସ୍ୟରୁ ଭାରତକୁ ଆସିଥିଲେ ?
Answer:
ସୁଫି ସନ୍ଥମାନେ ଏକାଦଶ ଶତାବ୍ଦୀରେ ପାରସ୍ୟରୁ ଭାରତକୁ ଆସିଥିଲେ ।

BSE Odisha 7th Class History Important Questions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

୩। କେଉଁ ଶାସକଙ୍କ ସମୟରେ ବଙ୍ଗଦେଶରେ ସତ୍ୟପୀର ଉପାସନା ପ୍ରସିଦ୍ଧି ଲାଭ କରିଥିଲା ?
Answer:
ସୁଲତାନ୍ ହୁସେନ୍ ଶାହାଙ୍କ ଶାସନକାଳରେ ବଙ୍ଗଦେଶରେ ସତ୍ୟପୀର ଉପାସନା ପ୍ରସିଦ୍ଧି ଲାଭ କରିଥିଲା ।

୪। କେବେ ଭାରତରେ ଭକ୍ତି ଓ ସୁଫି ଆନ୍ଦୋଳନର ସୂତ୍ରପାତ ହୋଇଥିଲା ?
Answer:
ମଧ୍ୟଯୁଗରେ ଭାରତରେ ଭକ୍ତି ଓ ସୁଫି ଆନ୍ଦୋଳନର ସୂତ୍ରପାତ ହୋଇଥିଲା ।

୫। ନାନକଙ୍କ ଧର୍ମବାଣୀ କେଉଁ ଗ୍ରନ୍ଥରେ ଲିପିବଦ୍ଧ ହୋଇଛି ?
Answer:
ନାନକଙ୍କ ଧର୍ମବାଣୀ ଆଦିଗ୍ରନ୍ଥ ବା ଗୁରୁ ଗ୍ରନ୍ଥସାହେବରେ ଲିପିବଦ୍ଧ ହୋଇଛି ।

୬ । ଶ୍ରୀଚୈତନ୍ୟଙ୍କ ବାଲ୍ୟନାମ କ’ଣ ଥିଲା ?
Answer:
ଶ୍ରୀଚୈତନ୍ୟଙ୍କ ବାଲ୍ୟନାମ ଥିଲା ନିମାଇଁ ବା ବିଶ୍ବମ୍ଭର ।

୭ । ଅମୀର ଖୁସ୍ରୁ ପାର୍ସୀ ଭାଷାରେ କେଉଁ ଗ୍ରନ୍ଥ ରଚନା କରିଥିଲେ ?
Answer:
ଅମୀର ଖୁସ୍ରୁ ପାର୍ସୀ ଭାଷାରେ ‘ତାରିଖ-ଇ-ଆଲାହୀ’ ନାମକ ଗ୍ରନ୍ଥ ରଚନା କରିଥିଲେ ।

୮। ‘ପୃଥ୍ୱୀରାଜ ରାସୋ’ର ରଚୟିତା କିଏ ?
Answer:
‘ପୃଥ୍ୱୀରାଜ ରାସୋ’ର ରଚୟିତା ହେଉଛନ୍ତି ଚାନ୍ଦ ବରଦାୟୀ ।

୯। ଭକ୍ତି ଧର୍ମର କେଉଁ ପ୍ରଚାରକ କୃଷ୍ଣନାମ ସଂକୀର୍ତ୍ତନ ଉପରେ ଗୁରୁତ୍ଵ ଦେଇଥିଲେ ?
Answer:
ଭକ୍ତ ଧର୍ମର ପ୍ରଚାରକ ଶ୍ରୀଚୈତନ୍ୟ କୃଷ୍ଣନାମ ସଂକୀର୍ତ୍ତନ ଉପରେ ଗୁରୁତ୍ଵ ଦେଇଥିଲେ ।

BSE Odisha 7th Class History Important Questions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

୧୦ । ଶ୍ରୀଚୈତନ୍ୟଙ୍କ ଭଳି ଅନ୍ୟ କେଉଁ ଭକ୍ତିଧର୍ମର ପ୍ରଚାରକ ଭଜନ କୀର୍ତ୍ତନ କରୁଥିଲେ ?
Answer:
ମହାରାଷ୍ଟ୍ରର ଭକ୍ତିଧର୍ମର ପ୍ରଚାରକ ତୁକାରାମ ଶ୍ରୀଚୈତନ୍ୟଙ୍କ ଭଳି ଭଜନ କୀର୍ତନ କରୁଥିଲେ ।

୧୧ । ଅମୀର ଖୁସ୍ରୁ କେଉଁ ମାଧ୍ୟମରେ ସୁଫି ସଙ୍ଗୀତକୁ ଲୋକପ୍ରିୟ କରାଇଥିଲେ ?
Answer:
ଅମୀର ଖୁସ୍ରୁ କବାଲି ମାଧ୍ୟମରେ ସୁଫି ସଙ୍ଗୀତକୁ ଲୋକପ୍ରିୟ କରାଇଥିଲେ ।

୧୨ । କେଉଁ ଦୁଇଟି ଭାଷାର ମିଶ୍ରଣରେ ଉର୍ଦୁଭାଷା ସୃଷ୍ଟି ହୋଇଥିଲା ?
Answer:
ହିନ୍ଦୀ ଓ ପାର୍ସୀ ଭାଷାର ମିଶ୍ରଣରେ ଉର୍ଦୁଭାଷା ସୃଷ୍ଟି ହୋଇଥିଲା ।

୧୩ । ଉର୍ଦୁଭାଷାକୁ ପ୍ରଥମେ କ’ଣ କୁହାଯାଉଥିଲା ?
Answer:
ଉର୍ଦୁଭାଷାକୁ ପ୍ରଥମେ ଜବନ୍-ଇ-ହୁଣ୍ଡାଭି କୁହାଯାଉଥିଲା ।

୧୪ । ଚିତ୍ରକଳାର ବିକାଶ ପାଇଁ କିଏ ଏକ ତସ୍ଵୀରଖାନା ନିର୍ମାଣ କରିଥିଲେ ?
Answer:
ଚିତ୍ରକଳାର ବିକାଶ ପାଇଁ ମୋଗଲ ସମ୍ରାଟ ଆକବର ଏକ ତସ୍ଵୀରଖାନା ନିର୍ମାଣ କରିଥିଲେ ।

୧୫ । ଆକବରଙ୍କଦ୍ୱାରା ନିର୍ମିତ ତସ୍ଵୀରଖାନାରେ କ’ଣ କରାଯାଉଥିଲା ?
Answer:
ଆକବରଙ୍କଦ୍ଵାରା ନିର୍ମିତ ତସ୍ଵୀରଖାନାରେ ବିଭିନ୍ନ ଅଞ୍ଚଳରୁ ଚିତ୍ରକରମାନେ ଆସି ଏକାଠି ହୋଇ ଚିତ୍ର ତିଆରି କରୁଥିଲେ ।

Objective Type Questions With Answers
ବସ୍ତୁନଷ ପ୍ରଶ୍ନୋତ୍ତର
(କ) ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବା ବାକ୍ୟାଶ ବାଛି ଶୂନ୍ୟସ୍ଥାନ ପୂରଣ କର ।

୧। କବୀରଙ୍କ ଭଜନାବଳୀକୁ ‘ଦୋହା’ କୁହାଯାଏ ।
Answer:
ଠିକ୍

୨। ଶେଖ ନିଜାମୁଦ୍ଦିନ୍ ଅଭଲୟା ଆଜମିରରେ ଅବସ୍ଥାନ କରୁଥିଲେ ।
Answer:
ଭୁଲ୍

BSE Odisha 7th Class History Important Questions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

୩ । ସୁଲତାନ ହୁସେନ୍ ଶାହାଙ୍କ ସମୟରେ ବଙ୍ଗଦେଶରେ ସତ୍ୟପୀର ଉପାସନା ପ୍ରସିଦ୍ଧି ଲାଭ କରିଥିଲା ।
Answer:
ଠିକ୍

୪। ତୁଳସୀଦାସ ହିନ୍ଦୀରେ ‘ରାମଚରିତ ମାନସ’ ରଚନା କରିଥିଲେ ।
Answer:
ଠିକ୍

୫। ଜାହାଙ୍ଗୀର ତସ୍‌ବୀରଖାନା ନିର୍ମାଣ କରିଥିଲେ ।
Answer:
ଭୁଲ

୬ । ମଧ୍ୟଯୁଗ ଚିତ୍ରକଳାରେ କଳା ଓ ଉଜ୍ଜ୍ଵଳ ନୀଳ ରଙ୍ଗର ବହୁଳ ବ୍ୟବହାର ହେଉଥିଲା ।
Answer:
ଠିକ୍

୭। ଭକ୍ତିଧର୍ମର ଗୀତଗୁଡ଼ିକ କବାଲି ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚି ପାରିଥିଲା ।
Answer:
ଭୁଲ୍

(ଖ) ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।

୧। _____________ସୀତାର ଯନ୍ତ୍ର ନିର୍ମାଣ କରିଥିଲେ ?
(ଅମୀର ଖୁସ୍ରୁ, ହୁସେନ୍ ଶାହ, ମହମ୍ମଦ ଜୟସୀ, ଚାନ୍ଦ ବରଦାୟୀ)
Answer:
ଅମୀର ଖୁସ୍ର

୨। ରାଗଦର୍ପଣ _____________ ଭାଷାରେ ଅନୁବାଦ ହୋଇଥିଲା ?
(ହିନ୍ଦି, ସଂସ୍କୃତ, ତେଲଗୁ, ପାର୍ସୀ)
Answer:
ପାର୍ସୀ

୩ । ସଙ୍ଗୀତର ରାଗଗୁଡ଼ିକର ନିୟମ ______________ଲିପିବଦ୍ଧ ହୋଇଛି ।
(ମାନ କୌତୂହଳ, ରାଗ ଦର୍ପଣ, ସଙ୍ଗୀତ ଦର୍ପଣ, ଚିତ୍ରକାବ୍ୟ ବନ୍ଧୋଦୟ)
Answer:
ମାନ କୌତୂହଳ

BSE Odisha 7th Class History Important Questions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

୪। ‘ପୃଥ୍ୱୀରାଜ ରାସୋ’ ସାହିତ୍ୟକୃତିର ରଚୟିତା _________________ ।
(ତୁଳସୀଦସ, ଅମୀର ଖୁସ୍ରୁ, ଚାନ୍ଦ ବରଦାୟୀ, ସୁରଦାସ)
Answer:
ଚାନ୍ଦ ବରଦାୟୀ

୫। ‘ଆମୁକ୍ତ ମାଲ୍ୟଦା’ର ରଚୟିତା ___________________।
(ଚାନ୍ଦ ବରଦାୟୀ, କୃଷ୍ଣଦେବରାୟ, ତୁକାରାମ, ଈଶ୍ଵରପୁରୀ)
Answer:
କୃଷ୍ଣଦେବରାୟ

୬ । _________________ ଭାଷାରେ ‘ପଦ୍ମାବତୀ’ କାବ୍ୟ ରଚନା କରିଥିଲେ ।
(ହିନ୍ଦୀ, -ସଂସ୍କୃତ, ତେଲଗୁ, ତାମିଲ)
Answer:
ହିନ୍ଦୀ

୭ । ବାହାଉଦ୍ଦିନ୍ ଜାକାରିଆ ________________ ଠାରେ ଅବସ୍ଥାନ କରୁଥିଲେ ?
(ଆଜମିର, ମୁଲତାନ୍, ଆଜୋଧାନ୍ନ, ଗିୟାସପୁର )
Answer:
ମୁଲତାନ୍

୮। ଶ୍ରୀଚୈତନ୍ୟଙ୍କ ମୃତ୍ୟୁ _________________ ଖ୍ରୀ.ଅ.ରେ ହୋଇଥିଲା ।
(୧୫୩୨, ୧୫୩୦, ୧୫୩୩, ୧୫୩୫)
Answer:
୧୫୩୩

୯ । _________________ ହିନ୍ଦୁସ୍ଥାନୀ ସଙ୍ଗୀତକୁ ଲୋକପ୍ରିୟ କରାଇଥିଲେ ।
(ଅମୀର ଖୁସ୍ରୁ, ଚାନ୍ଦବରଦାୟୀ, ହରିଦାସ, ତାସେନ୍)
Answer:
ତାସେନ୍

୧୦ । ବଳରାମ ଦାସ ___________________ ରଚନା କରିଥିଲେ ।
(ଭାଗବତ, ଦାଣ୍ଡୀ ରାମାୟଣ, ମନବୋଧ ଚଉତିସା, ଶୂନ୍ୟବ୍ରହ୍ମ)
Answer:
ଦାଣ୍ଡୀ ରାମାୟଣ

BSE Odisha 7th Class History Important Questions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

(ଗ) ନିମ୍ନଲିଖ ସାହିତ୍ୟ କୃତିଗୁଡ଼ିକର ରଚୟିତାମାନଙ୍କର ନାମ ଲେଖ :
ସୁର ସାଗର, ତବାକତ୍-ଇ-ନାସିରୀ, ତାରିକ୍-ଇ-ଫିରୋଜଶାହୀ, ତାରିକ୍-ଇ-ଆଲାହୀ, ବେଦାନ୍ତ ସଂଗ୍ରହ
Answer:
ସୁର ସାଗର – ସୁର ଦାସ
ତବାକତ୍-ଇ-ନାସିରୀ— ମିହାଜ-ଉଦ୍ଦିନ୍-ସିରାଜ
ତାରିକ୍ -ଇ-ଫିରୋଜଶାହୀ– ଜିଆଉଦ୍ଦିନ୍ ବରାଣୀ
ତାରିକ୍-ଇ-ଆଲାହୀ– ଅମୀର ଖୁସ୍ରୁ
ବେଦାନ୍ତ ସଂଗ୍ରହ – ରାମାନୁଜ

BSE Odisha 9th Class Political Science Important Questions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

Odisha State Board BSE Odisha 9th Class Political Science Important Questions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ Important Questions and Answers.

BSE Odisha Class 9 Political Science Important Questions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

Subjective Type Questions With Answers
ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ସଂଯୁକ୍ତ ରାଷ୍ଟ୍ରସଂଘର ସାଧାରଣ ସଭାର ଗଠନ ଓ କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:

  • ସଂଯୁକ୍ତ ରାଷ୍ଟ୍ରସଂଘର ସମସ୍ତ ସଦସ୍ୟ – ରାଷ୍ଟ୍ରର ପ୍ରତିନିଧ୍ ମାନକ୍ତ ଗଠିତ । ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ଏହି ଗୋଟିଏ ମାତ୍ର ଭୋଟ ଦେବାର ଅଧିକାର ରହିଛି ।
  • ସାଧାରଣ ସଭାର ମୁଖ୍ୟ କାର୍ଯ୍ୟାବଳୀ :
    (କ) ସାଧାରଣ ସଭାରେ ସଂଯୁକ୍ତ ରାଷ୍ଟ୍ର ସଂଘ ପରି ସରଭୁକ୍ତ ସମସ୍ତ ବିଷୟ ଉପରେ ବିତର୍କ ବା ଆଲୋଚନା କରାଯାଇଥାଏ ।
    (ଖ) ନ୍ୟାସ ପରିଷଦର କାର୍ଯ୍ୟକୁ ସାଧାରଣ ସଭା ତଦାରଖ କରିବା ସହିତ ସଂଯୁକ୍ତ ରାଷ୍ଟ୍ର ସଂଘରେ ସର୍ଭାବଳୀ ସମ୍ପର୍କିତ ନିୟମାବଳୀ ସାଧାରଣ ସଭାରେ ଅନୁମୋଦିତ ହୋଇଥାଏ ।
    (ଗ) ସାଧାରଣ ସଭାରେ ସଂଯୁକ୍ତ ରାଷ୍ଟ୍ରସଂଘର ଆମେରିକାର ଅଟକଳ ଅନୁମୋଦିତ ହୋଇଥାଏ ।
    (ଘ) ସାଧାରଣ ସଭାରେ ପରିଷଦର ୧୦ ଜଣ ଅସ୍ଥାୟୀ ସଦସ୍ୟ, ଅର୍ଥନୈତିକ ଓ ସାମାଜିକ ପରିଷଦର ୧୮ଜଣ ସଦସ୍ୟ ଓ ଆନ୍ତ ର୍ଜାତି କ ନ୍ୟୟାଲୟର ବିବାରପତି ହୋଇଥା’ନ୍ତି ।
    (ଙ) ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦର ଆବଶ୍ୟକ ସଂଶୋଧନ ପାଇଁ ଉଦ୍ଦିଷ୍ଟ ପ୍ରସ୍ତାବ ସାଧାରଣ ସଭାର ଦୁଇ- ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଓ ନିରାପତ୍ତା ପରିଷଦର ସମସ୍ତ ସ୍ଥାୟୀ ଗୃହୀତ ହେବା ପରେ କାର୍ଯ୍ୟକାରୀ ହୁଏ ।

BSE Odisha 9th Class Political Science Important Questions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

୨। ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦ କ’ଣ ଓ ଏଥ‌ିରେ ଥ‌ିବା ସ୍ଥାୟୀ ଓ ଅସ୍ଥାୟୀ ରାଷ୍ଟ୍ରମାନଙ୍କର ଭୂମିକା ସମ୍ପର୍କରେ ଲେଖ ।
Answer:

  • ନିରାପତ୍ତା ପରିଷଦ ସଂଯୁକ୍ତ ରାଷ୍ଟ୍ରସଂଘର କାର୍ଯ୍ୟପାଳିକା ଅଙ୍ଗ । ସନନ୍ଦର ଧାରା ୨୩ ଅନୁସାରେ ୧୯୬୬ ମସିହା ଜାନୁୟାରୀ ୧ ସର୍ବମୋଟ ୧୫ ଗୋଟି ରାଷ୍ଟ୍ର ସଦସ୍ୟ ଅଛନ୍ତି ।
  • ୧୫ଗୋଟି ରାଷ୍ଟ୍ର ମଧ୍ୟରୁ ୫ ଗୋଟି ସ୍ଥାୟୀ ସଦସ୍ୟ ରାଷ୍ଟ୍ର ରହିଛନ୍ତି । ସେହି ରାଷ୍ଟ୍ରଗୁଡ଼ିକ ହେଉଛି – ଯୁକ୍ତରାଷ୍ଟ୍ର ଆମେରିକା, ଇଂଲାଣ୍ଡ, ଫ୍ରାନ୍ସ, ରୁଷିଆ ଓ ଚୀନ୍ । ଏମାନେ ବୃହତ୍ ଶକ୍ତି ନାମରେ ପରିଚିତ ।
  • ୧୦ ଗୋଟି ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ପ୍ରତି ଦୁଇ ବର୍ଷ ପାଇଁ ସାଧାରଣ ସଭାଦ୍ଵାରା ନିର୍ବାଚିତ ହୁଅନ୍ତି । ଏଠାରେ ବିଶ୍ଵର ସମସ୍ତ ଅଞ୍ଚଳକୁ ସମାନ ପ୍ରତିନିଧୂ ମିଳିବାପାଇଁ ଏପରି ଦ୍ୱି- ବାର୍ଷିକ ନିର୍ବାଚନ ବ୍ୟବସ୍ଥା କରାଯାଇଛି ।
  • ନିରାପତ୍ତା ପରିଷଦରେ ଜଣେ ଅଧ୍ୟକ୍ଷ ଅଛନ୍ତି । ଏହି ପରିଷଦର ସମସ୍ତ ନିଷ୍ପଭି ନିଆଯାଏ । ପ୍ରତ୍ୟେକ ରାଷ୍ଟ୍ରଙ୍କର ଗୋଟିଏ ଲେଖାଏଁ ଭୋଟ ଦେବା ଅଧିକାର ରହିଛି । ଦୁଇଟି ପ୍ରଣାଳୀର ନିଷ୍ପତ୍ତି ଗ୍ରହଣ କରାଯାଏ । ପ୍ରଥମଟି ହେଉଛି – ନିୟମ ବା ପଦ୍ଧତି ସମ୍ପର୍କିତ ସମ୍ପର୍କିତ ।
  • ପରିଷଦର ନିଷ୍ପତ୍ତି ପାଇଁ ବିଚାର କରାଯାଏ, ସଦସ୍ୟଙ୍କ ସେତେବେଳେ ପାଞ୍ଚ ଜଣ ସ୍ଥାୟୀ ସଦସ୍ୟଙ୍କ ସହିତ ନଅଜଣ ସଦସ୍ୟଙ୍କ ସମର୍ଥନ ସଦସ୍ୟ ପ୍ରସ୍ତାବ ସପକ୍ଷରେ ଭୋଟ ନ ଦିଅନ୍ତି, ହେଲା ବୋଲି କୁହାଯାଏ ।

୩ । ସଂଯୁକ୍ତ ରାଷ୍ଟ୍ରସଂଘର ନ୍ଯାସ ପରିଷଦ ଏବଂ ଅର୍ଥନୈତିକ ଏବଂ ସାମାଜିକ ପରିଷଦର ଗଠତ ଓ କାର୍ଯ୍ୟ ବର୍ଣନା କର ।
Answer:

  • ସଂଯୁକ୍ତ ରାଷ୍ଟ୍ରସଂଘ ଅଧୀନରେ ଥ‌ିବା ଅନୁନ୍ନତ ଅଞ୍ଚଳ ଏବଂ କୌଣସି ରାଷ୍ଟ୍ରର ପରିସୀମା ଆନ୍ତର୍ଜାତିଙ୍କୁ ଅଞ୍ଚଳମାନଙ୍କର ରହିଛି ।
  • ଏଥରେ ନିରାପତ୍ତା ପରିଷଦର ୫ଜଣ ସ୍ଥାୟ ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସଦସ୍ୟମାନେ ପ୍ରତି ତିନି ବର୍ଷ ପାଇଁ ସାଧାରଣ ସଭାଦ୍ୱାରା ନିର୍ବାଚିତ ହୋଇ ପ୍ରତିବର୍ଷ ଦୁଇଥର ବୈଠକରେ ମିଳିତ ହୁଅନ୍ତି ।
  • ଅର୍ଥନୈତିକ ଓ ସାମାଜିକ ପରିଷଦ ୫୪ ଜଣ ସଦସ୍ୟଙ୍କୁ ନେଇ ଗଠିତ । ଏହି ସଦସ୍ୟମାନେ ସାଧାରଣ ସଭାଦ୍ଵାରା ପ୍ରତି ତିନି ବର୍ଷ ପାଇଁ ନିର୍ବାଚିତ ହୋଇଥାଆନ୍ତି ।
  • ବିଶ୍ଵର ଅର୍ଥନୈତିକ ଓ ସାମାଜିକ ସମସ୍ୟାର ରାଷ୍ଟ୍ରସଂଘକୁ ବିଭିନ୍ନ ପ୍ରସ୍ତାବ ଦେଇଥାଏ ।

BSE Odisha 9th Class Political Science Important Questions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

୪। ସଂଯୁକ୍ତ ରାଷ୍ଟ୍ରସଂଘ ଗଠନ ପାଇଁ ହେଇଥବ । ଉଦ୍ୟମଗୁଡ଼ିକୁ ଆଲୋଚନା କର ।
Answer:

  • ଦ୍ଵିତୀୟ ବିଶ୍ୱଯୁଦ୍ଧ ଚାଲୁଥିବା ସମୟରେମିତ୍ରଶକ୍ତିର ରାଷ୍ଟ୍ର ମୁଖ୍ୟମାନେ ବିଶ୍ୱ ଶାନ୍ତି ପ୍ରତିଷ୍ଠା ଦିଗରେ ରଣକୌଶଳ ସ୍ଥିର କରିବାପାଇଁ ଏକ ବୈଠକରେ ମିଳିତ ହୋଇଥିଲେ ।
  • ଆନ୍ତର୍ଜାତିକ ସ୍ତରରେ ଶାନ୍ତି ଓ ନିରାପତ୍ତା ରକ୍ଷା ପ୍ରତିଷ୍ଠା ପାଇଁ ଉଦ୍ୟମ ଚାଲିଲା ।
  • ୧୯୪୧ ମସିହା ଅଗଷ୍ଟ ୧୪ ତାରିଖ ଦିନ ଏକ ଯୁଦ୍ଧ ଜାହାଜରେ ତଦାନୀନ୍ତ ନ ଆମରି କାର ରାଷ୍ଟ୍ରପତି ଫ୍ରାଙ୍କ୍‌ ଲିନ୍‌ ରୁ ଜଭେଲ୍‌ ଟ ଓ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ୍‌ ଚର୍ଚ୍ଚିଲ ମିଳିତ ହୋଇ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ‘ଆଟ୍‌ଲାଣ୍ଟିକ୍ ସନନ୍ଦ’ ଜାରି କରିଥିଲେ ।
  • ଏହି ସନନ୍ଦରେ ବାକ୍ ସ୍ଵାଧୀନତା ଓ ଧର୍ମଗତ ସ୍ଵାଧୀନତା, ଅବାଧ ଜଳଯାତ୍ରା, ନିରାପତ୍ତା ଓ ନିରସ୍ତ୍ରୀକରଣ ଏବଂ ଆନ୍ତର୍ଜାତିକ ଶାନ୍ତି ଓ କରିବାପାଇଁ ଏକ ବିଶ୍ବସ୍ତରୀୟ ସଂଗଠନ ପ୍ରତିଷ୍ଠା ପାଇଁ ଉଦ୍ୟମ ଚାଲିଲା ।
  • ୧୯୪୫ ମସିହା ଅପ୍ରେଲ ୨୫ ତାରିଖଠାରୁ ଜୁନ୍ ୨୬ ତାରିଖ ମଧ୍ୟରେ ୫୧ ଗୋଟି ରାଷ୍ଟ୍ରର ସାନ୍‌ ଫ୍ରାନ୍‌ ସି ସ୍କୋ ସହରରେ ଏକ ସମ୍ମିଳନୀରେ ମିଳିତ ହେଇ ସଂପୃକ୍ତ ରାଷ୍ଟ୍ରସଂଘର ସନନ୍ଦ ପ୍ରସ୍ତୁତି ଉଦ୍ୟମକୁ ସଫଳ କରିଥିଲେ ଓ ଜାତିସଂଘ ଗଠିତ ହୋଇଥିଲା ।

୫।ସଂଯୁକ୍ତ ରାଷ୍ଟ୍ରସଂଘଦ୍ୱାରା ବିଭିନ୍ନ ଆନ୍ତର୍ଜାତିକ ସମସ୍ୟର ସାଧାନ ବିଷ୍ଟୟରେ ସଂଷ୍ଟପରେ ବର୍ଣ୍ଣନା କର ।
Answer:

  • ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ କାର୍ଯ୍ୟ ହେଉଛି ପୃଥ‌ିବୀରେ ଶାନ୍ତି ବଜାୟ ରଖୁବା ଏବଂ ସମସ୍ତ କରିବା ।
  • ୧୯୮୮ ମସିହାରେ ପୃଥ‌ିବୀରେ ଶାନ୍ତିରକ୍ଷା ଦିଗରେ ରାଷ୍ଟ୍ରସଂଘ ନିଜର ସଫଳତା ପାଇଁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଛି ।ମାନବାଧିକାରର ସୁରକ୍ଷା ଦିଗରେ ନାରୀ ଓ ପୁରୁଷ ସମସ୍ତଙ୍କୁ ସମାନ ରାଷ୍ଟ୍ରସଂଘର ଭୂମିକା ପ୍ରଶଂସନୀୟ ।
  • ସଂଯୁକ୍ତ ରାଷ୍ଟ୍ରସଂଘ ବିଭିନ୍ନ ବିବାଦୀୟ ସ୍ଥାନକୁ ଶାନ୍ତି ରକ୍ଷା ଉଦ୍ଦେଶ୍ୟରେ ସେନାବାହିନୀ ପ୍ରେରଣ କରି ସେଠାରେ ଶାନ୍ତି ପ୍ରତିଷ୍ଠା ଦିଗରେ ବହୁ ସଫଳତା ପାଇଛି ।
  • ବହୁ ଆନ୍ତର୍ଜାତିକ ସମସ୍ୟା, ଯଥା — ଦକ୍ଷିଣ ସମସ୍ୟା, କୋରିଆ ସମସ୍ୟା, ଇରାକ୍ – ଇରାନ୍ ଯୁଦ୍ଧ, ଆଫଗାନିସ୍ତାନ ସମସ୍ୟା, ଭିଏତ୍‌ନାମ ଯୁଦ୍ଧ ସମସ୍ୟା, ନାୟି ୟାର ସ୍ଵାଧୀନତା ପ୍ରାପ୍ତି, କାଶ୍ମୀର ସମସ୍ୟା ଇତ୍ୟାଦି ବହୁ ବିବାଦୀୟ କ୍ଷେତ୍ର ରେ ସଂଯୁକ୍ତ ପ୍ରଚେଷ୍ଟା ଓ ଭୂମିକା ବିଶେଷ ଭାବରେ
  • ବିଶ୍ଵର ନିରସ୍ତ୍ରୀକରଣ ପ୍ରକ୍ରିୟାକୁ ସଫଳ କରାଯାଇଛି । ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ‘ ନି ର ସ୍ତ୍ରୀକ ର ଣ କରାଯାଇଛି । ଉଦ୍ୟମ ସର୍ବଦା ପ୍ରଶଂସନୀୟ ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଦ୍ବିତୀୟ ବିଶ୍ୱଯୁଦ୍ଧ ଚାଲୁଥିବା ସମୟରେ ମିତ୍ରଶକ୍ତିର ରାଷ୍ଟ୍ର ମୁଖ୍ୟମାନଙ୍କର ପ୍ରଧାନ ଉଦ୍ଦେଶ୍ୟ କ’ଣ ଥିଲା ?
Answer:
ଦ୍ବିତୀୟ ବିଶ୍ୱଯୁଦ୍ଧ ଚାଲୁଥିବା ସମୟରେ ମିତ୍ରଶକ୍ତିର ରାଷ୍ଟ୍ର ମୁଖ୍ୟମାନ ଙ୍କ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଆନ୍ତର୍ଜାତିକ ସ୍ତରରେ ଶାନ୍ତି ପ୍ରତିଷ୍ଠା କରିବା ଓ ନିରାପତ୍ତା ରକ୍ଷା କରିବାପାଇଁ ଏକ ବିଶ୍ୱସ୍ତରୀୟ ସଂଗଠନ ପ୍ରତିଷ୍ଠା କରିବା ।

୨। କେଉଁ ଦୁଇଜଣ ରାଷ୍ଟ୍ରମୁଖ୍ୟ, କେଉଁଠାରେ ମିଳିତ ହୋଇ ଓ କେବେ ‘ଆଣ୍ଟିକ ସନନ୍ଦ’ ଜାରି କରିଥିଲେ ?
Answer:
ଆମେରିକାର ରାଷ୍ଟ୍ରପତି ଫ୍ରାଙ୍କ୍‌ଲିନ୍ ରୁଜ୍‌ଭେଲଟ୍ ଓ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ୍ ଚର୍ଚ୍ଚିଲ୍ ଉତ୍ତର ଆଣ୍ଟିକ ମହାସାଗରରେ ଥ‌ିବା ଏକ ଯୁଦ୍ଧ ଜାହାଜରେ ମିଳିତ ହୋଇ ୧୯୪୧ ମସିହା ଅଗଷ୍ଟ ମାସ ୧୪ ତାରିଖ ଦିନ ଆଟ୍‌ଲାଣ୍ଟିକ୍ ସନନ୍ଦ ଜାରି କରିଥିଲେ ।

BSE Odisha 9th Class Political Science Important Questions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

୩। ଦ୍ଵିତୀୟ ବିଶୁଯୁଦ୍ଧ ପରେ କେଉଁ ତିନୋଟି ରାଷ୍ଟ୍ର ଓ କାହିଲି ବିଶ୍ୱଶାନ୍ତି ପ୍ରତିଷ୍ଠାର ଆବଶ୍ୟକତା ଅନୁ ଭବ କରିଥିଲେ ?
Answer:
ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍ ଓ ସୋଭିଏତ୍ ରୁଷ୍ ରାଷ୍ଟ୍ରତ୍ରୟ ବିଶ୍ୱଯୁଦ୍ଧରେ ଘଟିଥ‌ିବା ମୃତାହତଙ୍କ ସଂଖ୍ୟା, ବ୍ୟାପକ କ୍ଷୟକ୍ଷତି, ପରମାଣୁ ଶକ୍ତିର ବିଭୀଷିକାକୁ ଉପଲବ୍ଧ କରି ବିଶ୍ୱ ଶାନ୍ତି ପ୍ରତିଷ୍ଠାର ଆବଶ୍ୟକତା ଅନୁ ଭବ କରିଥିଲେ ।

୪। ସଂଯୁକ୍ତ ରାଷ୍ଟ୍ରସଂଘର ଧାରା ଓ ଅଧ୍ୟାୟ ବିଷୟରେ ସଂକ୍ଷେପରେ ଲେଖ ।
Answer:

  • ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦ ସବକମେଟ ୧୦,୦୦୦ ଶବ୍ଦ ସମ୍ବଳିତ ।
  • ଏହି ସନନ୍ଦ ୧୧୧ ଟି ଧାରା ଓ ଏହା ୧୯ଟି ଅଧ୍ୟାୟରେ ବିଭକ୍ତ ହୋଇଛି ।

୫। କେତୋଟି ରାଷ୍ଟ୍ର ସଂଯୁକ୍ତ ରାଷ୍ଟ୍ରସଂଘର ମୂଳ ସଦସ୍ୟ ରାଷ୍ଟ୍ର ହେବାର ସୌଭାଗ୍ୟ ଲାଭ କରିଥିଲେ ଓ କିପରି ?
Answer:

  • ୫୧ ଗୋଟି ରାଷ୍ଟ୍ର ସଂଯୁକ୍ତ ରାଷ୍ଟ୍ରସଂଘର ‘ମୂଳ ସଦସ୍ୟ’ ହେବାର ସୌଭାଗ୍ୟ ଲାଭ କରିଥିଲେ ।
  • ଏହି ରାଷ୍ଟ୍ର ଗୁଡ଼ିକ ସାନ୍‌ ଫ୍ରାନ୍ ସିସ୍କୋ । ସମ୍ମିଳନୀରେ ଯୋଗଦାନ କରି ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦରେ ପ୍ରଥମେ ସ୍ଵାକ୍ଷର ପ୍ରଦାନ କରିଥିବାରୁ ସେହି ରାଷ୍ଟ୍ରଗୁଡ଼ିକୁ ‘ମୂଳ ସଦସ୍ୟ ରାଷ୍ଟ୍ର’ କୁହାଯାଉଛି ।

୬। ସଂଯୁକ୍ତ ରାଷ୍ଟ୍ରସଂଘରେ କେଉଁ ରାଷ୍ଟ୍ରମାନଙ୍କୁ ଓ କିପରି ନୂତନ ସଦସ୍ୟ ରୂପେ ଗ୍ରହଣ କରାଯାଇପାରିବ ?
Answer:
ନିରାପତ୍ତା ପରିଷଦର ଅନୁମୋଦନ କ୍ରମେ, ସନନ୍ଦର ବ୍ୟବକୁ ମାନି ଚଲିବାକୁ ପ୍ରତିଶୂତିବତ୍ତ ରାଷ୍ଟ୍ରମାନକୁ ‘ସାଧାରଣ ସଭା’ର ଅନୁମତି ମିଳିବା ପରେ ସଂଯୁକ୍ତ ରାଷ୍ଟ୍ର ସଂଘର ନୂତନ ସଦସ୍ୟ ରୂପେ ଗ୍ରହଣ କରାଯାଇପାରିବ ।

୭। ସଂଯୁକ୍ତ ରାଷ୍ଟ୍ରସଂଘର କୌଣସି ରାଷ୍ଟ୍ରକୁ କେଉଁ ପଦ୍ଧତିରେ ବହିଷ୍କାର କରାଯାଇପାରିବ ?
Answer:
ନିରାପତ୍ତା ପରିଷଦର ଅନୁମୋଦନକ୍ରମେ ସନନ୍ଦର ବ୍ୟବସ୍ଥାକୁ ବାରମ୍ବାର ଭଙ୍ଗ କରୁଥିବା ଯେକୌଣସି ରାଷ୍ଟ୍ରକୁ ‘ସାଧାରଣ ସଭା’ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ପଦରୁ ବହିଷ୍କାର କରିପାରନ୍ତି ।

୮। ସଂଯୁକ୍ତ ରାଷ୍ଟ୍ରସଂଘ ଅଧୀନରେ କାର୍ଯ୍ୟ କରୁଥ‌ିବା ସାଧାରଣ ସଭାକୁ କାହିଲି ‘ପୃଥ‌ିବୀର ପଞ୍ଚାୟତ’ ଆଖ୍ୟା ଦିଆଯାଇଛି ?
Answer:

  • ସାଧାରଣ ସଭାରେ ସଂଯୁକ୍ତ ରାଷ୍ଟ୍ରସଂଘର ସମସ୍ତ ସଦସ୍ୟ – ରାଷ୍ଟ୍ରର ପ୍ରତି ନିଧ୍ ମାନେ ଆଲୋଚନା ଓ ବିତର୍କ ମାଧ୍ୟମରେ ବିଭିନ୍ନ ଆନ୍ତର୍ଜାତିକ ସମସ୍ୟାର ସମାଧାନ
  • ତେଣୁ ଏହାକୁ ‘ପୃଥ‌ିବୀର ପଞ୍ଚାୟତ’ ଆଖ୍ୟା ଦିଆଯାଇଛି ।

BSE Odisha 9th Class Political Science Important Questions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

୧୦। ସାଧାରଣ ସଭାର କେତୋଟି କମିଟି ରହିଛି ଓ ସେଗୁଡ଼ିକ କ’ଣ କ’ଣ ?
Answer:
ସାଧାରଣ ସଭାର ସାତଗୋଟି କମିଟି ରହିଛି । ସେଗୁଡ଼ିକ
(କ) ରାଜନୈତିକ ଏବଂ ନିରାପତ୍ତା କମିଟି
(ଖ) ଅର୍ଥନୈତିକ କମିଟି
(ଗ) ସାମାଜିକ ସଂସ୍ଥା ଓ ସାଂସ୍କୃତିକ କମିଟି
(ଘ) ନ୍ଯାସ କମିଟି
(ଙ) ପ୍ରଶାସନିକ ଓ ବଜେଟ୍ କମିଟି
(ଚ) ଆଇନଗତ କମିଟି
(ଛ) ସ୍ଵତନ୍ତ୍ର – ରାଜନୈତିକ କମିଟି

୧୧ । ସାଧାରଣ ସଭାରେ କିପରି ନିଷ୍ପତ୍ତି ନିଆଯାଏ ?
Answer:

  • ସମସ୍ତ ସରଳ ଓ ସହଜ ସମସ୍ୟାର ସମାଧାନ ସାଧାରଣ ସଭାର ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କର ସାଧାରଣ ସଂଶୋଧନ (୫୦% + ୧) ମତ ବା ସମର୍ଥନ ଅନୁସାରେ ନିଷ୍ପଭି ହୋଇଥାଏ ।
  • ଅନ୍ୟ ସମସ୍ତ ଜରୁରି ବା ଗୁରୁତର ସମସ୍ୟାର ସମାଧାନ ନିଷ୍ପତ୍ତି ଉପସ୍ଥିତ ସମସ୍ତ ସଦସ୍ୟଙ୍କ ନିଆଯାଏ । ଅର୍ଥାତ୍ ସାଧାରଣ ସଭାରେ ସମସ୍ତ ନିଷ୍ପତ୍ତି କେବଳ ‘ଭୋଟଦାନ’ ବା ‘ମତଦାନ’ ମାଧ୍ୟମରେ ନିଆଯାଏ ।

୧୨ । ସାଧାରଣ ସଭାର ଆଲୋଚନା ବା ବିତର୍କମୂଳକ କାର୍ଯ୍ୟ କ’ଣ ?
Answer:
ମାଧ୍ୟମରେ ସାଧାରଣ ସଭାର ସଂଯୁକ୍ତ ରାଷ୍ଟ୍ରସଂଘ ପରିସରଭୁକ୍ତ ସମସ୍ତ ବିଷୟ ଉପରେ ବିତର୍କ ବା ଆଲୋଚନା କରାଯାଇଥାଏ । ପାଲେଷ୍ଟାଇନ୍, ଭାରତ- ପାକିସ୍ତାନ ବିବାଦ, ଆଫ୍ରିକାର ବର୍ଣ୍ଣବୈଷମ୍ୟ ଇତ୍ୟାଦି ସମସ୍ୟାତିକ ସାଧାରଣ ସଭାରେ ଆଲୋଚିତ ହୋଇଛି ।

୧୩ । ନିରାପତ୍ତା ପରିଷଦର କେତୋଟି କାର୍ଯ୍ୟ ରହିଛି ଓ ସେଗୁଡ଼ିକ କ’ଣ କ’ଣ ?
Answer:
ନିରାପତ୍ତା ପରିଷଦର ଚାରିପ୍ରକାର କାର୍ଯ୍ୟ ରହିଛି । ଯଥା –
(କ) ଆଲୋଚନାମୂଳକ କାର୍ଯ୍ୟ
(ଖ) ନିଷ୍ପତ୍ତି କାର୍ଯ୍ୟକାରୀ କରାଇବା କାର୍ଯ୍ୟ
(ଗ) ନିର୍ବାଚନ ସମ୍ପର୍କିତ କାର୍ଯ୍ୟ
(ଘ) ନିବାଦର ଶାନ୍ତିରକ୍ଷା ସାଧାନ ସମ୍ପର୍କିତ କାର୍ଯ୍ୟ

BSE Odisha 9th Class Political Science Important Questions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

୧୭। ସଚିବାଳୟର ମହାସଚିବ ହେବାପାଇଁ ଜଣେ ଲୋକର କେଉଁସବୁ ଯୋଗ୍ୟତା ଥ‌ିବା ଦରକାର ?
Answer:

  • ସାଧାରଣ ସଭା ଓ ନିରାପ୍ଭା ପରିଷଦହରା ଗ୍ରହଣଯୋଗ୍ୟ ଜଣେ ବ୍ୟକ୍ତି ମହାସଚିବ ହେବା ବାଞ୍ଛନୀୟ ।
  • ସେ ଜଣେ ବିଚକ୍ଷଣ ରାଷ୍ଟ୍ର ନୀତି ଜ୍ଞ ଓ ସୁପ୍ରଶାସକ ହୋଇଥିବା ଆବଶ୍ୟକ ।

୧୮। ସଂଯୁକ୍ତ ରାଷ୍ଟ୍ରସଂଘ ଅଧୀନରେ କାର୍ଯ୍ୟ କରୁଥିବା ଖାଦ୍ୟ ଓ କୃଷି ସଂଗଠନର କାର୍ଯ୍ୟ ଲେଖ ।
Answer:

  • ସଂଯୁକ୍ତ ରାଷ୍ଟ୍ରସଂଘ ଅଧୀନରେ କାର୍ଯ୍ୟ କରୁଥିବା ଖାଦ୍ୟ ଓ କୃଷି ସଂଗଠନ ୧୯୪୫ ମସିହାରେ ଗଠିତ ହୋଇଥିଲା । ବିଶ୍ୱରେ କୃଷି ଉତ୍ପାଦନ ବୃଦ୍ଧି ଓ କୃଷି ଉନ୍ନୟନ ମାଧ୍ୟମରେ ଜୀବନଧାରଣର ମାନ ବୃଦ୍ଧି କରିବା ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ।
  • ଏହି ସଂଗଠନଦ୍ୱାରା ପ୍ରୋତ୍ସାହିତ ହୋଇ

୧୯ । ବିଶ୍ବବ୍ୟାଙ୍କ କେଉଁ ଉଦ୍ଦେଶ୍ୟରେ ଗଠିତ ହୋଇଛି ଓ ଏହାର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ରହିଛି ?
Answer:

  • ପୃଥ‌ିବୀର ବିଭିନ୍ନ ଦେଶରେ ପୁନଃନିର୍ମାଣ ଓ ଆର୍ଥିକ ବିକାଶ ପାଇଁ ବିଶ୍ବବ୍ୟାଙ୍କ କାର୍ଯ୍ୟ କରୁଛି ।
  • ଏହାର ମୁଖ୍ୟ କାର୍ଯ୍ୟାଳୟ ଆମେରିକାର ୱାଶିଂଟନ୍‌ରେ ଅବସ୍ଥିତ ।

Objective Type Questions With Answers
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ସଂଯୁକ୍ତ ରାଷ୍ଟ୍ରସଂଘ କେବେ ଜନ୍ମ ନେଇଥିଲା ?
Answer:
ସଂଯୁକ୍ତ ରାଷ୍ଟ୍ରସଂଘ ୧୯୪୫ ମସିହା ଅକ୍ଟୋବର ମାସ ୨୪ ତାରିଖ ଦିନ ଜନ୍ମ ନେଇଥିଲା ।

୨। ସଂଯୁକ୍ତ ରାଷ୍ଟ୍ର ସଂଘର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ?
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ କାର୍ଯ୍ୟାଳୟ ଯୁକ୍ତରାଷ୍ଟ୍ର ଆମେରିକାର ନିୟୁୟର୍କ ସହରରେ ଅବସ୍ଥିତ ।

୩ । ସଂଯୁକ୍ତ ରାଷ୍ଟ୍ରସଂଘର ସାଧାରଣ ସଭା ପ୍ରତିବର୍ଷ କେତେ ଥର ବୈଠକରେ ମିଳିତ ହୁଏ ?
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ସାଧାରଣ ସଭା ପ୍ରତିବର୍ଷ ଗୋଟିଏ ଥର ବୈଠକରେ ମିଳିତ ହୁଏ ।

BSE Odisha 9th Class Political Science Important Questions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

୪। ସଂଯୁକ୍ତ ରାଷ୍ଟ୍ରସଂଘର ସାଧାରଣ ସଭାରେ କେତେ ଉପସଭାପତି ଥାଆନ୍ତି ?
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ସାଧାରଣ ସଭାରେ ୭ଜଣ ଉପସଭାପତି ଥାଆନ୍ତି।

୫।  ଆନ୍ତର୍ଜାତିକ ନ୍ୟାୟାଳୟର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ?
Answer:
ଆନ୍ତର୍ଜାତିକ ନ୍ୟାୟାଳୟର ମୁଖ୍ୟ କାର୍ଯ୍ୟାଳୟ “ଦି ହେର୍” ସହରରେ ଅବସ୍ଥିତ ।

୬। କେଉଁ ସମୟରେ ଆନ୍ତର୍ଜାତିକ ନ୍ୟାୟାଳୟର ଅଧ୍ୟକ୍ଷ ନିର୍ଣ୍ଣାୟକ ଭୋଟ ଜରିଆରେ ନିଷ୍ପତ୍ତି ଧାର୍ଯ୍ୟ କରନ୍ତି ?
Answer:
ଆନ୍ତର୍ଜାତିକ ନ୍ୟାୟାଳୟରେ ନିଷ୍ପତ୍ତି ନେବା ସମୟରେ ସପକ୍ଷ ଓ ବିପକ୍ଷ ମତ ସମାନ ହେଲେ ଅଧ୍ୟକ୍ଷ ନିଜର ନିର୍ଣ୍ଣାୟକ ଭୋଟ ଜରିଆରେ ନିଷ୍ପତ୍ତି ଧାର୍ଯ୍ୟ କରନ୍ତି ।

୭। ସଂଯୁକ୍ତ ରାଷ୍ଟ୍ରସଂଘର ସଚିବାଳୟର କେତେ କର୍ମଚାରୀ ରହିଛନ୍ତି?
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ସଚିବାଳୟର ପ୍ରଶାସନି କ କାର୍ଯ୍ୟରେ ପ୍ରାୟ ୪୪ ହଜାର କର୍ମଚାରୀ ରହିଛନ୍ତି ।

୯। ସଂଯୁକ୍ତ ରାଷ୍ଟ୍ରସଂଘର ସବୁ ବିଭାଗମାନଙ୍କଦ୍ୱାରା ଗୃହୀତ ହୋଇଥ‌ିବା ସମସ୍ତ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରାଇବା ଦାୟିତ୍ଵ କାହାର ?
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ସବୁ ବିଭାଗମାନଙ୍କଦ୍ୱାରା ଗୃହୀତ ହୋଇଥୁ ସମସ୍ତ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରାଇବାର ଦାୟିତ୍ଵ ମହାସଚିବଙ୍କର।

୧୦। ମହାସଚିବ କେତେ ବର୍ଷ ପାଇଁ ନିଯୁକ୍ତ ହୁଅନ୍ତି ?
Answer:
ମହାସଚିବ ୫ବର୍ଷ ପାଇଁ ନିଯୁକ୍ତ ହୁଅନ୍ତି ।

୧୧। ସଂଯୁକ୍ତ ରାଷ୍ଟ୍ରସଂଘର ଖାଦ୍ୟ ଓ କୃଷି ସଂଗଠନ କେବେ ଗଠିତ ହୋଇଥିଲା ?
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ଖାଦ୍ୟ ଓ କୃଷି ସଂଗଠନ ୧୯୪୫ ମସିହାରେ ଗଠିତ ହୋଇଥିଲା ।

୧୨ । କେଉଁ ଦିଗରେ ସଂଯୁକ୍ତ ରାଷ୍ଟ୍ରସଂଘକୁ ସର୍ବଦା ଭାରତ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଛି ?
Answer:
ବିଭିନ୍ନ ଆନ୍ତର୍ଜାତିକ ସମସ୍ୟାର ସମାଧାନ ଦିଗରେ ସଂଯୁକ୍ତ ରାଷ୍ଟ୍ରସଂଘକୁ ସର୍ବଦା ଭାରତ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଛି ।

୧୩। ଭାରତର କେଉଁ ନୀତି ଉପରେ ସଂଯୁକ୍ତ ରାଷ୍ଟ୍ରସଂଘ ଦୃଢ଼ ଆସ୍ଥା ସ୍ଥାପନ କରିଛି ?
Answer:
ଭାରତର ନିରପେକ୍ଷ ବୈଦେଶିକ ନୀତି ଉପରେ ସଂଯୁକ୍ତ ରାଷ୍ଟ୍ରସଂଘ ଦୃଢ଼ ଆସ୍ଥା ସ୍ଥାପନ କରିଛି ।

୧୪। ଭାରତର କେଉଁ ଆଭିମୁଖ୍ୟକୁ ସଂଯୁକ୍ତ ରାଷ୍ଟ୍ରସଂଘ ସର୍ବଦା ସମ୍ମାନ ପ୍ରଦର୍ଶନ କରିଛି ?
Answer:
ବର୍ଣ୍ଣବୈଷମ୍ୟ ଦୂରୀକରଣ, ଆନ୍ତର୍ଜାତିକ ମହିଳା ସଶକ୍ତିକରଣ ଇତ୍ୟାଦି କ୍ଷେତ୍ରରେ ଭାରତର ସ୍ପଷ୍ଟ ଆଭିମୁଖ୍ୟକୁ ସଂଯୁକ୍ତ ରାଷ୍ଟ୍ରସଂଘ ସର୍ବଦା ସମ୍ମାନ ପ୍ରଦର୍ଶନ କରିଛି ।

୧୫ । ଭାରତ ସଂଯୁକ୍ତ ରାଷ୍ଟ୍ରସଂଘରୁ କେଉଁସବୁ କ୍ଷେତ୍ରରେ ସହାୟତା ପାଇଛି ?
Answer:
ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଂଗଠନ ଏବଂ ଶିଶୁ କଲ୍ୟାଣ ଜରୁରିକାଳୀନ ପାଣ୍ଠିରୁ ଭାରତ ବହୁତ ସହାୟତା ପାଇଛି ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। ବିଶ୍ଵବ୍ୟାଙ୍କ (World Bank) ର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ?
୨। ଆନ୍ତର୍ଜାତିକ ଶିଶୁ କଲ୍ୟାଣ ଜରୁରିକାଳୀନ ପାଣ୍ଠି (UNICEF) କେବେ ଗଠିତ ହୋଇଥିଲା ?
୩। ପୃଥ‌ିବୀରେ ଶାନ୍ତିରକ୍ଷା ଦିଗରେ ସଂଯୁକ୍ତ ରାଷ୍ଟ୍ରସଂଘ ନିଜର ସଫଳତା ପାଇଁ କେବେ ନୋବେଲ୍‌ ଶାନ୍ତି ପୁରସ୍କାର ପାଇଥିଲା ?
୪। ପ୍ରତିବର୍ଷ କେଉଁ ତାରଖଟିକୁ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଇଥାଏ ?
୫। ୧୯୪୫ ମସିହାରେ କୃଷିର ଉନ୍ନତି ପାଇଁ ମିଳିତ ଜାତିସଂଘଦ୍ବାରା କେଉଁ ଅନୁଷ୍ଠାନ ଗଠିତ ହୋଇଥିଲା ?
୬ । ସଂଯୁକ୍ତ ରାଷ୍ଟ୍ରସଂଘର ଆୟବ୍ୟୟ ଅଟକଳ ବା ବଜେଟ୍ ଶୂନ୍ୟସ୍ଥାନ ପୂରଣ କର । କେଉଁଠାରେ ଅନୁମୋଦିତ ହୋଇଥାଏ ?
୭। ୨୦୧୧ ମସିହା ସୁଦ୍ଧା ପୃଥ‌ିବୀର କେତୋଟି ଦେଶ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ଅଛନ୍ତି ?
୮। ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦରେ ସର୍ବମୋଟ କେତୋଟି ଶବ୍ଦ ରହିଛି ?
୯। ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ଅଧିବେଶନ କେଉଁଦିନ ବସିଥୁଲା ?
୧୦ । ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ଅଧ‌ିବେଶନ କେଉଁଠାରେ ବସିଥିଲା ?
୧୧ । ସଂଯୁକ୍ତ ରାଷ୍ଟ୍ରସଂଘର ତୃତୀୟ ଧାରା ଅନୁସାରେ ସଂଯୁକ୍ତ ରାଷ୍ଟ୍ର ସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର କୁ ମୁଖ୍ୟତଃ କେତୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି ?
୧୨ । ପ୍ରତ୍ୟେକ ସଦସ୍ୟ-ରାଷ୍ଟ୍ର ସାଧାରଣ ସଭାକୁ କେତେଜଣ ଲେଖାଏଁ ପ୍ରତିନିଧ୍ ପଠାଇଥାଆନ୍ତି ?
୧୩ । ଅର୍ଥନୈତିକ ଓ ସାମାଜିକ ପରିଷଦର ସଦସ୍ୟ ସଂଖ୍ୟା କେତେ ?
୧୪ । ଆନ୍ତର୍ଜାତିକ ନ୍ୟାୟାଳୟର କେତେଜଣ ବିଚାରପତିଙ୍କୁ ନେଇ ‘କୋରମ୍’ ଗଠିତ ହୁଏ ?
୧୫ । ଆନ୍ତର୍ଜାତିକ ନ୍ୟାୟାଳୟର ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ କେତେ ବର୍ଷ ?
୧୬ । ‘ୟୁନିସେଫ୍’ ସଂସ୍ଥା କେବେ ଗଠିତ ହୋଇଥିଲା ?
୧୭ । ‘ଆଟ୍‌ଲାଣ୍ଟିକ୍ ସନନ୍ଦ’ ପ୍ରସ୍ତୁତ କରିବାରେ କେଉଁ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ?
୧୮ । ‘ସାନ୍‌ଫ୍ରାନ୍‌ସିସ୍କୋ’ ସମ୍ମିଳନୀରେ ମୋଟ କେତୋଟି ରାଷ୍ଟ୍ରର ପ୍ରତିନିଧ୍ଵ ଯୋଗ ଦେଇଥିଲେ ?

Answers
୧ । ୱାଶିଂଟନ୍
୨। ୧୯୪୬ ଡିସେମ୍ବର ୧୧ ତାରିଖ
୩। ୧୯୮୮ ମସିହା
୪। ଅକ୍ଟୋବର ୨୪
୫। ଖାଦ୍ୟ ଓ କୃଷି ସଙ୍ଗଠନ
୬। ସାଧାରଣ ସଭା
୭। ୧୯୩ଟି
୮। ୧୦,୦୦୦ଟି
୯। ୧୯୪୬ ଜୁନ୍ ୧୦
୧୦। ଲଣ୍ଡନ
୧୧। ୨ଟି
୧୨। ୫ ଜଣ
୧୩। ୫୪
୧୪। ୯ ଜଣ
୧୫। ୩ ବର୍ଷ, ।
୧୬।୧୯୪୬
୧୭। ଉଇନ୍‌ ଷ୍ଟନ୍ ଚର୍ଚ୍ଚିଲ
୧୮। ୫୧ଟି

BSE Odisha 9th Class Political Science Important Questions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

C. ଶୂନ୍ୟସ୍ଥାନ ପୂରଣ କର ।

୧। ____________ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ଘଟିଲା ।
Answer:
୧୯୪୫

୨। ଆଟ୍‌ଲାଣ୍ଟିକ୍ ସନନ୍ଦ_____________ ମସିହାରେ ଜାରି କରାଯାଇଥିଲା ।
Answer:
୧୯୪୧

୩ । ଫ୍ରାଙ୍କ୍‌ଲିନ୍ ରୁଡ୍‌ଭେଲ୍ଟଟ _________________ ଦେଶର ରାଷ୍ଟ୍ରପତି ଥିଲେ ।
Answer:
ଆମେରିକା

୪। ଜରୁରି ପରିସ୍ଥିତି ଉପୁଜିଲେ _______________ ଘଣୀ ସମୟ ମଧ୍ୟରେ ସାଧାରଣ ସଭା ଜରୁରି ବୈଠକରେ ମିଳିତ ହୋଇଥାଏ ।
Answer:
୨୪

୫। ସାଧାରଣ ସଭାର ସଦସ୍ୟମାନଙ୍କଦ୍ୱାରା ନିରାପଭା ପରିଷଦର ___________ ଜଣ ଅସ୍ଥାୟୀ ସଦସ୍ୟ ନିର୍ବାଚିତ ହୋଇଥାଆନ୍ତି ।
Answer:
୧୦

୬। ସାଧାରଣ ସଭାର ସଦସ୍ୟମାନଙ୍କଦ୍ୱାରା ଅର୍ଥନୈତିକ ଓ ସାମାଜିକ ପରିଷଦର _____________ ଜଣ ସଦସ୍ୟ ନିର୍ବାଚିତ ହୋଇଥା’ନ୍ତି ।
Answer:
୧୮

୭। ସଂଯୁକ୍ତ ରାଷ୍ଟ୍ରସଂଘରେ ସର୍ବମୋଟ ____________ ଗୋଟି ରାଷ୍ଟ୍ର ସଦସ୍ୟ ରହିଛନ୍ତି ।
Answer:
୧୯୩

BSE Odisha 9th Class Political Science Important Questions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

୮। ଆନ୍ତର୍ଜାତିକ ନ୍ୟାୟାଳୟର ______________ ଜଣ ବିଚାରପତି ଅଛନ୍ତି ।
Answer:
୧୫

୯। ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତିମାନଙ୍କର _____________ ବର୍ଷ |
Answer:

୧୦। ଆନ୍ତର୍ଜାତିକ ନ୍ୟାୟାଳୟର ପ୍ରତି ____________ ବର୍ଷରେ ଏକ ତୃତୀୟାଂଶ ବିଚାରପତି ଅବସର ଗ୍ରହଣ କରନ୍ତି ।
Answer:

୧୧ । ଆନ୍ତର୍ଜାତିକ ନ୍ୟାୟାଳୟର ଉପାଧ୍ୟକ୍ଷ ________ ବର୍ଷ ପାଇଁ ନିର୍ବାଚିତ ହୋଇଥା’ନ୍ତି ।
Answer:

୧୨। ସଂଯୁକ୍ତ ରାଷ୍ଟ୍ରସଂଘର ସଚିବାଳୟର ମୁଖ୍ୟ ହେଉଛନ୍ତି ___________ ।
Answer:
ମହାସଚିବ

D. ଠିକ୍ ଉକ୍ତି ପାଇଁ (✓ ) ଓ ଭୁଲ୍ ଉକ୍ତି ପାଇଁ (X) ଚିହ୍ନ ଦିଅ ।

୧। ସାମାଜିକ ଏବଂ ଅର୍ଥନୈତିକ ପରିଷଦର ସଦସ୍ୟ ସଂଖ୍ୟା ୫୪।
୨। ସଂଯୁକ୍ତ ରାଷ୍ଟ୍ରସଂଘକୁ ୧୯୮୭ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା ।
୩। ପ୍ରତିବର୍ଷ ଡିସେମ୍ବର ୧୫ ତାରିଖକୁ ‘ବିଶ୍ୱ ମାନବାଧିକାର ଦିବସ’ ରୂପେ ପାଳନ କରାଯାଇଥାଏ ।
୪। ଦ୍ଵିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ୧୯୪୬ ମସିହାରେ ହୋଇଥିଲା ।
୫। ୧୯୪୫ ମସିହା ଅକ୍ଟୋବର ୨୪ ତାରିଖରେ ସଂଯୁକ୍ତ ରାଷ୍ଟ୍ରସଂଘ ଜନ୍ମ ନେଇଥିଲା ।
୬। ୨୦୧୧ ମସିହା ସୁଦ୍ଧା ପୃଥ‌ିବୀର ୧୯୩ଟି ରାଷ୍ଟ୍ର ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ଥିଲେ ।
୭। ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦ ୦୬ ଗୋଟି ଭାଷାରେ ଲେଖାଯାଇଛି ।
୮। ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ଅଧିବେଶନ ୧୯୪୬ ଜୁନ୍ ୧୦ ତାରିଖରେ ଲଣ୍ଡନଠାରେ ବସିଥିଲା ।
୯। ‘ILO’ ଶ୍ରମିକମାନଙ୍କର କଲ୍ୟାଣ ସାଧନ ପାଇଁ କାମ କରିଥାଏ ।
୧୦। UNICEF ଶି ଶୁ ମାନଙ୍କର କଲ୍ୟାଣ ପାଇଁ କାମ କରିଥାଏ ।
୧୧। ଆନ୍ତର୍ଜାତିକ ନ୍ୟାୟାଳୟର ମୁଖ୍ୟ କାର୍ଯ୍ୟାଳୟ ଦି ହେଗ୍ରାଠାରେ ଅବସ୍ଥିତ ।
୧୨ । ସଂଯୁକ୍ତ ରାଷ୍ଟ୍ରସଂଘର ସଚିବାଳୟରେ ପ୍ରାୟ ୪୫ ହଜାର କର୍ମଚାରୀ ଅଛନ୍ତି ।
୧୩।‘ବିଶ୍ବବ୍ୟାଙ୍କ’ର ମୁଖ୍ୟ କାର୍ଯ୍ୟାଳୟ ଜେନି ଭାଠାରେ ଅବସ୍ଥିତ ।

Answers
୧। (√)
୨। (×)
୩ ।(×)
୪ । (×)
୫। (√)
୬ | (√)
୭। (×)
୮। (√)
୯। (√)
୧୦। (√)
୧୧। (√)
୧୨। (×)
୧୩ । (×)

BSE Odisha 9th Class Political Science Important Questions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

BSE Odisha 9th Class Political Science Important Questions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ Q. 1
BSE Odisha 9th Class Political Science Important Questions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ Q. 2

BSE Odisha 9th Class Political Science Important Questions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ Q. 3
BSE Odisha 9th Class Political Science Important Questions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ q 4

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ‘ବିଶ୍ଵ ମାନବାଧ୍ୟାର ଦିବସ’ ପ୍ରତିବର୍ଷ ମାର୍ଚ୍ଚ ୧୦ ତାରିଖରେ ପାଳନ କରାଯାଇଥାଏ ।
୨। ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତିଙ୍କର କାର୍ଯ୍ୟକାଳ ୧୦ ବର୍ଷ |
୩। ନ୍ୟାସ ପରିଷଦର ବୈଠକ ପ୍ରତି ବର୍ଷ ପାଞ୍ଚ ଥର ବସିଥାଏ ।
୪। ‘ନୋବେଲ ଶାନ୍ତି ପୁରସ୍କାର’ ୧୯୮୦ ମସିହାରେ ସଂଯୁକ୍ତ ରାଷ୍ଟ୍ରସଂଘକୁ ପ୍ରଦାନ କରାଯାଇଥିଲା ।
୫। ସଂଯୁକ୍ତ ରାଷ୍ଟ୍ରସଂଘର ‘ସନନ୍ଦ’ରେ ୧୧୦ଟି ଧାରା ରହିଛି ।
୬। ୧୯୪୭ ମସିହାରେ ସଂଯୁକ୍ତ ରାଷ୍ଟ୍ରସଂଘର ଜନ୍ମ ହୋଇଥିଲା ।
୭। ଯୁକ୍ତରାଷ୍ଟ୍ର ଆମେରିକାର ଆଂଶିଟନ ସହରରେ ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ ।
୮। ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦ ଛଅ ଗୋଟି ଭାଷାରେ ଲେଖାଯାଇଛି ।
୯। ଫ୍ରାଙ୍କ୍‌ଲିନ୍ ରୁଜ୍‌ଭେଲଟ୍ର ରୁଷିଆର ରାଷ୍ଟ୍ରପତି ଥିଲେ ।
୧୦। ପୃଥ‌ିବୀର ବିଭିନ୍ନ ରାଷ୍ଟ୍ରକୁ ଋଣ ମଞ୍ଜୁର କରିବା ଷ୍ଟେଟ୍‌ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ।
୧୧। ଜେନେଭା ସହରଟି ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥିତ ।
୧୨ । ନ୍ୟାସ ପରିଷଦକୁ ପୃଥ‌ିବୀର ପଞ୍ଚାୟତ କୁହାଯାଇଥାଏ ।
୧୩ । ପ୍ରତି ବର୍ଷ ଅକ୍ଟୋବର ମାସ ୨୫ ତାରିଖକୁ ସଂଯୁକ୍ତ ରାଷ୍ଟ୍ରସଂଘ ଦିବସ ଭାବେ ପାଳନ କରାଯାଏ ।
୧୪ । ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ସନନ୍ଦରେ ପ୍ରଥମେ ୫୦ ଗୋଟି ରାଷ୍ଟ୍ର ସ୍ବାକ୍ଷର ପ୍ରଦାନ କରିଥିଲେ ।
୧୫। ‘ଭିଟୋ’ କ୍ଷମତା କେବଳ ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟଙ୍କୁ ପ୍ରଦାନ କରାଯାଇଥାଏ ।

Answers
୧। ଡିସେମ୍ବର
୨।୯
୩। ଦୁଇ ଥର
୪। ୧୯୮୮
୫।୧୧୧
୬। ୧୯୪୫
୭। ନିୟୁୟର୍କ
୮। ପାଞ୍ଚ
୯। ଆମେରିକାର
୧୦। ବିଶ୍ୱ ବ୍ୟାଙ୍କ୍,
୧୧ । ସୁଇଜରଲ୍ୟାଣ୍ଡ
୧୨। ସାଧାରଣ ସଭା
୧୩୮୨୪
୧୪।୫୧
୧୫ । ସ୍ଥାୟୀ ।

BSE Odisha 9th Class Political Science Important Questions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1.୨୦୧୧ ମସିହା ସୁଦ୍ଧା ପୃଥ‌ିବୀର ନିମ୍ନୋକ୍ତ କେତୋଟି ଦେଶ ରାଷ୍ଟ୍ରସଂଘର ସଦସ୍ୟ ଅଛନ୍ତି ?
(A) ୧୮୩
(B) ୧୮୫
(C) ୧୯୦
(D) ୧୯୩
Answer:
(D) ୧୯୩

2. ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦରେ ସର୍ବମୋଟ କେ ଶବ୍ଦ ରହିଛି ?
(A) ୧୦,୦୦୦
(B) ୧୫,୦୦୦
(C) ୨୦,୦୦୦
(D) ୨୫,୦୦୦
Answer:
(A) ୧୦,୦୦୦

3. ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ଅଧିବେଶନ ନିମ୍ନୋକ୍ତ କେଉଁ ମସିହାରେ ବସିଥିଲା ?
(A) ୧୯୪୫
(B) ୧୯୪୬
(C) ୧୯୪୭
(D) ୧୯୪୮
Answer:
(B) ୧୯୪୬

4. ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ଅଧ‌ିବେଶନ ନିମ୍ନୋକ୍ତ କେଉଁଠାରେ ବସିଥିଲା ?
(A) ନିୟୁୟର୍କ
(B) ଲଣ୍ଡନ
(C) ପ୍ୟାରିସ୍
(D) ୱାଶିଂଟନ୍
Answer:
(B) ଲଣ୍ଡନ

5. ସଂଯୁକ୍ତ ରାଷ୍ଟ୍ରସଂଘର ତୃତୀୟ ଧାରା ଅନୁସାରେ ସଂଯୁକ୍ତ ରାଷ୍ଟ୍ର ସଂଘର ସମସ୍ତ ସଦସ୍ୟ ରାଷ୍ଟ୍ରକୁ ମୁଖ୍ୟତଃ କେତୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି ?
(A) ୨ଟି
(C) ୪ଟି
(B) ୩ ଟି
(D) ୫ଟ
Answer:
(A) ୨ଟି

6. କେତେଜଣ ଲେଖାଏଁ ପ୍ରତିନିଧ୍ ପଠାଇଥାଆନ୍ତି ?
(A) ୪ ଜଣ
(B) ୫ ଜଣ
(C) ୬ ଜଣ
(D) ୭ ଜଣ
Answer:
(B) ୫ ଜଣ

7. ଅର୍ଥନୈତିକ ଓ ସାମାଜିକ ପରିଷଦର ସଦସ୍ୟ ସଂଖ୍ୟା କେତେ ?
(A) ୫୦
(C) ୫୪
(B) ୫୨
(D) ୫୭
Answer:
(C) ୫୪

8. ଆନ୍ତର୍ଜାତିକ ନ୍ୟାୟାଳୟର ନିମ୍ନୋକ୍ତ କେତେଜଣ ବିଚାରପତିଙ୍କୁ ନେଇ ‘କୋରମ୍’ ଗଠିତ ହୁଏ ?
(A) ୭ ଜଣ
(B) ୬ ଜଣ
(C) ୮ ଜଣ
(D) ୯ ଜଣ
Answer:
(D) ୯ ଜଣ

BSE Odisha 9th Class Political Science Important Questions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

9. ଆନ୍ତର୍ଜାତିକ ନ୍ୟାୟାଳୟର ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ କେତେ ବର୍ଷ ?
(A) ୧ ବର୍ଷ
(B) ୨ ବର୍ଷ
(C) ୩ ବର୍ଷ
(D) ୪ ବର୍ଷ
Answer:
(C) ୩ ବର୍ଷ

10. ୟୁନିସେଫ୍ ସଂସ୍ଥା ନିମ୍ନୋକ୍ତ କେବେ ଗଠିତ ହୋଇଥିଲା ?
(A) ୧୯୪୫
(B) ୧୯୪୬
(C) ୧୯୪୭
(D) ୧୯୪୮
Answer:
(B) ୧୯୪୬

11. କେବେ ଦ୍ଵିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି ଘଟିଥିଲା ?
(A) ୧୯୪୨ ମସିହା
(B) ୧୯୪୩ ମସିହା
(C) ୧୯୪୫ ମସିହା
(D) ୧୯୪୬ ମସିହା
Answer:
(C) ୧୯୪୫ ମସିହା

12. ଫ୍ରାଙ୍କ୍‌ଲିନ୍ ରୁଜ୍ଭେଲ୍‌ଟ କେଉଁ ଦେଶର ରାଷ୍ଟ୍ରପତି ଥିଲେ ?
(A) ଜାପାନ
(B) ଜର୍ମାନୀ
(C) ଆମେରିକା
(D) ଇରାକ୍
Answer:
(C) ଆମେରିକା

13. ଉଇନ୍‌ଷ୍ଟନ୍ ଚର୍ଚ୍ଚିଲ୍ କେଉଁ ଦେଶର ପ୍ରଧାନମନ୍ତ୍ରୀ ଥିଲେ ?
(A) ଜର୍ମାନୀ
(B) ବ୍ରିଟେନ୍
(C) ରୁଷିଆ
(D) ଇରାନ୍
Answer:
(B) ବ୍ରିଟେନ୍

14. ସାନ୍‌ଫ୍ରାନ୍‌ସିସ୍କୋ ସମ୍ମିଳନୀ କେଉଁ ବର୍ଷ ଅନୁଷ୍ଠିତ ହୋଇଥିଲା ?
(A) ୧୯୪୨
(B) ୧୯୪୩
(C) ୧୯୪୫
(D) ୧୯୪୬
Answer:
(C) ୧୯୪୫

15. କେଉଁ ସମ୍ମିଳନୀ ଥିଲା ବିଶ୍ଵ ସଙ୍ଗଠନ ପ୍ରତିଷ୍ଠା ଦିଗରେ ଏକ ଚୂଡ଼ାନ୍ତ ପଦକ୍ଷେପ ?
(A) ଭର୍ସାଇ
(B) ୟାଲ୍‌ଟା
(C) ସାନ୍‌ଫ୍ରାନ୍ସିସ୍କୋ
(D) ଡମ୍ଵାରଟନ୍ ଓକ୍
Answer:
(C) ସାନ୍‌ଫ୍ରାନ୍ସିସ୍କୋ

16. ସାନ୍‌ଫ୍ରାନ୍‌ସିସ୍କୋ ସମ୍ମିଳନୀରେ କେତେଗୋଟି ରାଷ୍ଟ୍ରର ପ୍ରତିନିଧୂ ଯୋଗ ଦେଇଥିଲେ ?
(A) ୪୫
(B) ୪୬
(C) ୪୮
(D) ୫୧
Answer:
(D) ୫୧

17. ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ?
(A) ସାନ୍‌ଫ୍ରାନ୍‌ସିସ୍କୋ
(B) ପ୍ୟାରିସ୍
(C) ଲଣ୍ଡନ
(D) ନିଉୟର୍କ
Answer:
(D) ନିଉୟର୍କ

18. ସଂଯୁକ୍ତ ରାଷ୍ଟ୍ରସଂଘର ‘ସନନ୍ଦ’ରେ ସର୍ବମୋଟ କେତୋଟି ଧାରା ରହିଛି ?
(A) ୧୧୧
(B) ୧୧୩
(C) ୧୨୨
(D) ୧୩୨
Answer:
(A) ୧୧୧

BSE Odisha 9th Class Political Science Important Questions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

19. ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦ କେତେଗୋଟି ଭାଷାରେ ଲିଖ୍ତର ?
(A) ଦୁଇ
(B) ତିନି
(C) ଚାରି
(D) ପାଞ୍ଚ
Answer:
(D) ପାଞ୍ଚ

20. ସଂଯୁକ୍ତ ରାଷ୍ଟ୍ରସଂଘରେ କେତେଗୋଟି ରାଷ୍ଟ୍ର ମୂଳ ସଦସ୍ୟ ଭାବେ ପରିଚିତ ?
(A) ୪୮
(C) ୫୩
(B) ୫୧
(D) ୫୫
Answer:
(B) ୫୧

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Odisha State Board BSE Odisha 10th Class Odia Solutions Chapter 9 ଜନ୍ମଭୂମି Textbook Exercise Questions and Answers.

BSE Odisha Class 10 Odia Solutions Chapter 9 ଜନ୍ମଭୂମି

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
‘ଆୟୁସୂର୍ଯ୍ୟ’ – ଏହାର ଠିକ୍ ବ୍ୟାସବାକ୍ୟଟି ଚିହ୍ନାଅ ।
(କ) ଆୟୁ ଓ ସୂର୍ଯ୍ୟ
(ଖ) ଆୟୁ ରୂପକ ସୂର୍ଯ୍ୟ
(ଗ) ଆୟୁର ସୂର୍ଯ୍ୟ
(ଘ) ଆୟୁ ଅଟେ ସୂର୍ଯ୍ୟ
Answer:
(ଖ) ଆୟୁ ରୂପକ ସୂର୍ଯ୍ୟ

Question ୨
‘ଧର୍ମାନ୍ତର’ – ଏହାର ବିଗ୍ରହବାକ୍ୟ କ’ଣ ହେବ ?
(କ) ଧର୍ମ ଓ ଅନ୍ତର
(ଖ) ଧର୍ମରୁ ଅନ୍ତର
(ଗ) ଅନ୍ୟ ଧର୍ମ
(ଘ) ଧର୍ମର ଅନ୍ତର
Answer:
(ଗ) ଅନ୍ୟ ଧର୍ମ (ଧର୍ମରୁ ଅନ୍ତର)

Question ୩।
‘ପୁନର୍ଜନ୍ମ’ ଶବ୍ଦ ପାଇଁ ନିମ୍ନଲିଖତ ସନ୍ଧିରୁ ଠିକ୍ ସନ୍ଧିଟି ବାଛି ଲେଖ ।
(କ) ପୁନର୍ + ଜନ୍ମ
(ଖ) ପୁନ + ଜନ୍ମ
(ଗ) ପୁନ + ର୍ଜନ୍ମ
(ଖ) ପୁନ + ଜନ୍ମ
Answer:
(ଘ) ପୁନଃ + ଜନ୍ମ

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question ୪।
‘ଶୁଷ୍କ’ ଶବ୍ଦଟି କିପରି ଗଠିତ ହୋଇଛି?
(କ) ଶୁଷ୍ + ତ
(ଖ) ଶୁଷ୍ + କ
(ଗ) ଶୋଷ୍ + କ
(ଘ) ଶୋଷ୍ + ତ
Answer:
(ଖ) ଶୁଷ୍ + କ

Question ୫।
ନିମ୍ନୋକ୍ତ ଶବ୍ଦଗୁଡ଼ିକ ମଧ୍ୟରୁ ଶୁଦ୍ଧ ଶବ୍ଦଟି ବାଛ ।
(କ) ଶାରିରୀକ
(ଖ) ଶାରୀରୀକ
(ଗ) ଶାରୀରିକ
(ଘ) ଶାରିରିକ
Answer:
(ଗ) ଶାରୀରିକ

Question ୬।
ଗ୍ରାମ ମଧ୍ୟରେ ଏକପରିବାରତ୍ଵର ପରମ୍ପରା ସ୍ଵରୂପ ନିମ୍ନଲିଖ ମଧ୍ୟରୁ ଯେଉଁ ଉକ୍ତିଟି ଗ୍ରହଣୀୟ ଲେଖ ।
(କ) ଲୋକଙ୍କୁ ଡାକିଆଣି ମନବୋଧ ଚଉତିଶା ଆଦିର ବ୍ୟାଖ୍ୟା ଶୁଣାଇବା ।
(ଖ) ରଜ ପ୍ରଭୃତି ବିଭିନ୍ନ ପର୍ବ ମିଳିମିଶି ପାଳନ କରିବା ।
(ଗ) ଗ୍ରାମରେ ଜାତି ବର୍ଣ୍ଣ ନିର୍ବିଶେଷରେ ଭାଇ, ଭଉଣୀ, କକା, ଖୁଡ଼ୀ ଆଦି ଭାବରେ ସମ୍ପର୍କ ରଖୁବା ।
(ଘ) ପିଣ୍ଡାରେ ବସି ଗ୍ରାମକୁ ଆସୁଥିବା ଅତିଥିମାନଙ୍କୁ କୁଶଳ ଜିଜ୍ଞାସା କରିବା ।
Answer:
(ଗ) ଗ୍ରାମରେ ଜାତି ବର୍ଣ୍ଣ ନିର୍ବିଶେଷରେ ଭାଇ, ଭଉଣୀ, କକା, ଖୁଡ଼ୀ ଆଦି ଭାବରେ ସମ୍ପର୍କ ରଖୁବା ।

Question ୭।
ନିମ୍ନରେ ପ୍ରଦତ୍ତ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ବିଶାଳ, ସ୍ମରଣ, ଅସ୍ଵୀକାର, ଅବାଞ୍ଛିତ, ପ୍ରଶଂସା, ମଧୁର
Answer:

ଶବ୍ଦ ବିପରାତ ଶବ୍ଦ
ବିଶାଳ କ୍ଷୁଦ୍ର
ସ୍ମରଣ ବିସ୍ମରଣ
ଅସ୍ୱାକାର ସ୍ୱାକାର
ଅବାଞ୍ଛତ ପାଞ୍ଚତ
ପ୍ରଶଂସା ନିନ୍ଦା
ମଧୁର ତିକ୍ତ

Question ୮।
ନିମ୍ନଲିଖତ ଶବ୍ଦଗୁଡ଼ିକୁ ଉପଯୁକ୍ତ ବାକ୍ୟରେ ପ୍ରୟୋଗ କର ।
ଅଭିଜାତ, ପ୍ରତ୍ୟୟ, ସିକ୍ତ, ପ୍ରବଞ୍ଚନା, ଅକର୍ମା, ଶୀର୍ଷ
Answer:
ଅଭିଜାତ – ଅଭିଜାତ ଘରର ପିଲାମାନେ ମାନମର୍ଯ୍ୟାଦାର ସହ ଚଳନ୍ତି ।
ପ୍ରତ୍ୟୟ – ସେ ଯେଭଳି ମିଛୁଆ ପିଲା, ତା’ କଥାରେ ମୋର ସାମାନ୍ୟ ପ୍ରତ୍ୟୟ ନାହିଁ ।
ସିକ୍ତ – ଶିଶିର ସିକ୍ତ ସକାଳ ଦେହକୁ ଥରାଇଦିଏ ।
ପ୍ରବଞ୍ଚନା – ବୁଦ୍ଧିମାନ ବ୍ୟକ୍ତି କୌଣସି ସମୟରେ ପ୍ରବଞ୍ଚନାର ଶିକାର ହୁଏ ନାହିଁ ।
ଅକର୍ମା – ଅକର୍ମାମାନେ ଭୂମିକୁ ନିନ୍ଦା କରିଥା’ନ୍ତି ।
ଶୀର୍ଷ – ଖାଦ୍ୟ ବିନା ଦେହ ଶୀର୍ଘ ହୋଇଯାଏ ।

Question ୯।
ପାଦରେ ଦଳିଦେବା, ପାର ପାଇବା, କଣ୍ଟ କରିବା : ଏହି ରୂଢ଼ିଗୁଡ଼ିକୁ ବାକ୍ୟରେ ବ୍ୟବହାର କର ।
Answer:
ପାଦରେ ଦଳିଦେବା – ସମସ୍ତଙ୍କ ପରାମର୍ଶକୁ ପାଦରେ ଦଳିଦେଇ, ସେ ନିଜ ଇଚ୍ଛାନୁସାରେ କାମ କରିଯାଉଛନ୍ତି ।
ପାର ପାଇବା – ପ୍ରଭୁଙ୍କର କରୁଣା ହେଲେ, ଆମେ ଭବସାଗରରୁ ପାର ପାଇପାରିବା ।
କଣ୍ଡ କରିବା – ସେ ଶନିବାର ଦିନ ସହରରୁ ଫେରିବେ ବୋଲି କଣ୍ଟ କରି ଯାଇଛନ୍ତି ।

Question ୧୦ ।
ଶ୍ରମକୁ ଯେ ଜୀବନ ଧାରଣର ପନ୍ଥା ବୋଲି ଗ୍ରହଣ କରନ୍ତି, ତାଙ୍କୁ କୁହାଯାଏ ଶ୍ରମଜୀବୀ । ସେହିଭଳି ଶେଷରେ ଜୀବୀ ଥ‌ିବା ଆଉ ପାଞ୍ଚଟି ଶବ୍ଦ ଲେଖ ।
Answer:
କୃଷିକୁ ଯେ ଜୀବନ ଧାରଣର ପନ୍ଥା ବୋଲି ଗ୍ରହଣ କରନ୍ତି, ତାଙ୍କୁ କୁହାଯାଏ – କୃଷିଜାବା
ମତ୍ସ୍ୟକୁ ଯେ ଜୀବନ ଧାରଣର ପନ୍ଥା କୃଷିଜୀବୀ ବୋଲି ଗ୍ରହଣ କରନ୍ତି, ତାଙ୍କୁ କୁହାଯାଏ – ମତ୍ସ୍ୟଜାବା
ବୁଦ୍ଧିକୁ ଯେ ଜୀବନ ଧାରଣର ପନ୍ଥା ମତ୍ସ୍ୟଜୀବୀ ବୋଲି ଗ୍ରହଣ କରନ୍ତି, ତାଙ୍କୁ କୁହାଯାଏ – ବୁଦ୍ଧିଜାବା
ଭିକ୍ଷାକୁ ଯେ ଜୀବନ ଧାରଣର ପନ୍ଥା ବୁଦ୍ଧିଜୀବୀ ବୋଲି ଗ୍ରହଣ କରନ୍ତି, ତାଙ୍କୁ କୁହାଯାଏ – ଭିକ୍ଷାଜାବା
କର୍ମକୁ ଯେ ଜୀବନ ଧାରଣର ପନ୍ଥା ଭିକ୍ଷାଜୀବୀ ବୋଲି ଗ୍ରହଣ କରନ୍ତି, ତାଙ୍କୁ କୁହାଯାଏ – କର୍ମଜୀବୀ

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question ୧୧ ।
ବାମ ପାଖରେ ଥ‌ିବା ଶବ୍ଦ ସହ ଡାହାଣ ପାଖରେ ଥ‌ିବା ଉପଯୁକ୍ତ ଶବ୍ଦକୁ ଯୋଡ଼ି ସ୍ୱତନ୍ତ୍ର ବାକ୍ୟରେ ପ୍ରୟୋଗ କରା
ଶସ୍ୟଶ୍ୟାମଳା – ଧାନ୍ୟ
ସ୍ତପାକୃତ – ପ୍ରାସାଦ
ସ୍ୱର୍ଣ୍ଣଶାର୍ଷ – ଜାବ
ଯୁକ୍ତିବାଦା – ଧରଣା
ଅଭ୍ରଂକଷ – ବ୍ୟଥା
ଦୋଳାୟମାନ – ଆହବ
ଆହତୁକ – ପଦପଲ୍ଲବ ମେଘ
Answer:
ଶସ୍ୟଶ୍ୟାମଳା – ଧାନ୍ ଶା ପଲ୍ଲୀ ଅଞ୍ଚଳର ଶସ୍ୟଶାମଳା ଧରଣୀର ଦୃଶ୍ୟ ସମସ୍ତଙ୍କ ମନକୁ ବିମୋହିତ କରେ ।
ସ୍ତପାକୃତ ମେଘ – ଆଷାଢ଼ ମାସରେ ଆକାଶର ସ୍ତୁପୀକୃତ ମେଘ ଧରଣୀକୁ ଜଳମୟ କରିଦିଏ ।
ସ୍ୱର୍ଣ୍ଣଶାର୍ଷ ଧାନ୍ୟ – ଶୀତଋତୁରେ କୃଷିକ୍ଷେତ୍ରବ୍ୟାପୀ ସ୍ଵଶୀର୍ଷ ଧାନ୍ୟ ଦେଖୁ କୃଷକର ମନ ଆନନ୍ଦରେ ବିଭୋର ହୋଇଉଠେ ।
ଯୁକ୍ତିବାଦା ଜାବ – ଯେଉଁମାନେ ପ୍ରତି କଥାରେ ଯୁକ୍ତି କରିଥା’ନ୍ତି, ସେମାନଙ୍କୁ ଆକ୍ଷେପ କରି ଯୁକ୍ତିବାଦୀ ଜୀବ ବୋଲି କୁହାଯାଇଥାଏ ।
ଅଭ୍ରଂକଷ ପ୍ରାସାଦ – ସମୃଦ୍ଧିଶାଳୀ ନଗରୀରେ ଅଭ୍ରଂକଷ ପ୍ରାସାଦ ଦେଖ‌ିବାକୁ ମିଳିଥାଏ।
ଦୋଳାୟମାନ ପଦପଲ୍ଲବ – ରଜଦୋଳିରେ ଦୋଳି ଖେଳୁଥିବା ବାଳିକାମାନଙ୍କର ଦୋଳାୟମାନ ପଦପଲ୍ଲବ ଦର୍ଶକର ମନକୁ ଆମୋଦିତ କରିଥାଏ।
ଆହତୁକ ବ୍ୟଥା – ବର୍ତ୍ତମାନ ସମୟରେ ବୃଦ୍ଧି ପିତାମାତା ସେମାନଙ୍କ ପୁଅଝଅମାନଙ୍କ ପାଇଁ ଅହେତୁକ ବ୍ୟଥାରେ ରହୁଛନ୍ତି।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୨ ।
ଲେଖକ ଜନ୍ମଭୂମି ପଲ୍ଲୀକୁ ନିଜର ମା’ବୋଲି ଭାବିଛନ୍ତି କାହିଁକି ?
Answer:
ଲେଖକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଜନ୍ମଭୂମି ପଲ୍ଲୀକୁ ନିଜର ମା’ ବୋଲି ଭାବିଛନ୍ତି । ଲେଖକ ମାତୃଗର୍ଭରୁ ପଡ଼ି ପ୍ରଥମେ ସେହି ପଲ୍ଲୀର ଭୂମି ସ୍ପର୍ଶ କରିଥିଲେ ଏବଂ ସେହି ପଲ୍ଲୀର ଫଳ, ପୁଷ୍ପ, ଶାକ, ତଣ୍ଡୁଳରେ ନିଜର ଶିଶୁପ୍ରାଣକୁ ପରିପୁଷ୍ଟ କରିଥିଲେ ବୋଲି ସେ ଏପରି ଭାବିଛନ୍ତି ।

Question ୧୩ ।
ଜନ୍ମଭୂମିକୁ ଧାତ୍ରୀ ଓ ଶିକ୍ଷୟିତ୍ରୀ କହିବାର କାରଣ କ’ଣ ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଜନ୍ମଭୂମିକୁ ଧାତ୍ରୀ ଓ ଶିକ୍ଷୟିତ୍ରୀ ବୋଲି କହିଛନ୍ତି । ଧାତ୍ରୀ ଯେପରି ସେବା ଯତ୍ନକରି ଶିଶୁକୁ ବଢ଼ାଏ ଏବଂ ଶିକ୍ଷୟିତ୍ରୀ ଯେପରି ଶିଶୁକୁ ଅନେକ କଥା ଶିଖାଏ, ଠିକ୍ ସେହିପରି ଶିଖୁବାର ସୁଯୋଗ ପାଇଛନ୍ତି ।

Question ୧୪ ।
‘‘ଏ ସମସ୍ତ ମୋ’ର ଜନ୍ମଭୂମି’’ – ଏହି ବାକ୍ୟାଶରେ ‘ଏ ସମସ୍ତ’ କାହାକୁ ବୁଝାଉଛି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ‘ଏ ସମସ୍ତ ମୋ’ର ଜନ୍ମଭୂମି ଏହି ବାକ୍ୟାଶରେ ‘ଏ ସମସ୍ତ’ ଏସିଆ ମହାଦେଶ, ଭାରତବର୍ଷ, ଓଡ଼ିଶା ପ୍ରଦେଶ ଓ ଲେଖକ ଜନ୍ମଲାଭ କରିଥିବା ପଲ୍ଲୀଗ୍ରାମ ଖ୍ଙ୍ଗ୍‌କୁ ବୁଝାଉଛି ।

Question ୧୫ ।
ବୟସ ବଢ଼ିବା ସହ ଲେଖକଙ୍କର ଜନ୍ମଭୂମି ସହିତ ସମ୍ବନ୍ଧ କିପରି ହୋଇଛି ବୋଲି ସେ କହିଛନ୍ତି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ବୟସ ବଢ଼ିବା ସହ ଲେଖକଙ୍କର ଜନ୍ମଭୂମି ସହିତ ସମ୍ବନ୍ଧ ଦିନକୁ ଦିନ କ୍ଷୀଣ ହୋଇ, ଶେଷରେ ଲୀନ ହେବାକୁ ବସିଛି ବୋଲି ସେ କହିଛନ୍ତି ।

Question ୧୬ ।
ସମୟସ୍ରୋତରେ ଲେଖକ କିପରି ଭାସି ଚାଲିଛନ୍ତି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଲେଖକଙ୍କର ଜନ୍ମଭୂମିକୁ ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ସମୟ ସ୍ରୋତରେ ଲେଖକ ଏକ ନିଃସହାୟ ଶୁଷ୍କ ତୃଣ ପରି ଭାସି ଚାଲିଛନ୍ତି ବୋଲି କହିଛନ୍ତି ।

Question ୧୭ ।
ଜନ୍ମଭୂମିର କେଉଁ ରୂପ ଲେଖକଙ୍କର ଆଖ୍ ଆଗରେ ଭାସିଯାଏ ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଲେଖକଙ୍କର ଜନ୍ମଭୂମିକୁ ଫେରିଯିବାପାଇଁ ନୈତିକ ସାହସ ନଥିଲେ ବି, ତାଙ୍କ ଜନ୍ମଭୂମିର ରାଶି ରାଶି ଶାଳତରୁ ମଧ୍ୟରେ ନଦୀ ପରିବେଷ୍ଟିତ ଭଞ୍ଜ କୀର୍ତ୍ତିକିରୀଟିନୀ କମନୀୟ ରୂପଶୋଭା ଆଖ୍ ଆଗରେ ଭାସିଯାଏ ।

Question ୧୮।
ଧର୍ମାନ୍ତର ପରେ ଲୋକର କି ପରିବର୍ତ୍ତନ ହୋଇଥାଏ ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଧର୍ମାନ୍ତର ପରେ, ଧର୍ମାନ୍ତର ଦୀକ୍ଷିତ ବ୍ୟକ୍ତି ନବଗୃହୀତ ଧର୍ମ ନିକଟରେ ନିଜର ସମସ୍ତ ମାନବିକତାକୁ ହରାଇ ବସିଥାଏ । ଏପରିକି ନିଜର ନାମ, ପଦବୀ, ଭାଷା, ଆହାର, ବ୍ୟବହାର, ବେଶଭୂଷା ଆଦିକୁ ବଦଳାଇ ଦିଏ ଓ ଶେଷକୁ ଜାତୀୟତା ଭୁଲି ନିଜ ଜନ୍ମଭୂମିକୁ ସୁଦ୍ଧା ଅସ୍ବୀକାର କରିଥାଏ ।

Question ୧୯ ।
ପଲ୍ଲୀରେ ଏକପରିବାରତ୍ଵ ଗଢ଼ିଉଠିବାର କି ପ୍ରମାଣ ମିଳେ ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ବହୁ ବାଦବିସମ୍ବାଦ ସତ୍ତ୍ବେ ପଲ୍ଲୀଗ୍ରାମର ନରନାରୀଙ୍କ ମଧ୍ୟରେ ଜାତି-ଧର୍ମ ନିର୍ବିଶେଷରେ ଏକପରିବାରତ୍ଵର ପରମ୍ପରା ଗଢ଼ିଉଠିଥାଏ । ପଲ୍ଲୀରେ ଏକ- ପରିବାରତ୍ଵ ଗଢ଼ିଉଠିଥିବାର ପ୍ରମାଣ ହେଉଛି, ପଲ୍ଲୀରେ କେହି ଭାଇ, କେହି ଭଉଣୀ, କେହି କକା, କେହି ଖୁଡ଼ୀ ଇତ୍ୟାଦି ଭାବରେ ସମସ୍ତ ଗ୍ରାମବାସୀ ପରସ୍ପର ମଧ୍ୟରେ ପରିଚିତ ହୋଇଥା’ନ୍ତି ।

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question ୨୦ ।
‘ସାର ମାଉସୀ’ ଲେଖକଙ୍କୁ ଆଗେ କ’ଣ କହି ପଚାରୁଥୁଲା ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ‘ସାର ମାଉସୀ’ ଲେଖକଙ୍କୁ ଆଗେ ‘କେବେ ଆସିଲୁ ବାପା !’ କହି ପଚାରୁଥିଲା ।

Question ୨୧ ।
‘ସାର ମାଉସୀ’ର ପ୍ରଶ୍ନ ପଚାରିବାରେ ପରେ କି ପରିବର୍ତ୍ତନ ଆସିଛି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ‘ସାର ମାଉସୀ’ ଆଗେ ଦେଖ‌ିବା ମାତ୍ରେ ପଚାରୁଥୁଲା, ‘କେବେ ଆସିଲୁ ବାପା !’ ଆଜିକାଲି ଦେଖାହେଲେ ସେ କହେ, ‘କେବେ ଆସିଲ ବାବୁ !’ ସାର ମାଉସୀଙ୍କ ପ୍ରଶ୍ନରେ ଏବେ ଏହି ପରିବର୍ତ୍ତନ ଆସିଛି ।

Question ୨୨ ।
‘ଗୋବିନ୍ଦ ଭାଇ’ କି ପ୍ରକାର ଲୋକ ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଗ୍ରାମ ମଝିରେ କୁଟିର ଭିତରେ ରହିଥ‌ିବା ଗୋବିନ୍ଦ ଭାଇ ଥିଲା ଆଜୀବନ ଅକର୍ମା ଓ ଅବିବାହିତ । ସେ ଲେଖକଙ୍କୁ ଆଗେ ଦେଖାହେଲେ, ବହୁ ମାନ ସମ୍ମାନ ସହିତ କୁଟିରରେ ବସାଇ ମନବୋଧ ଚଉତିଶା ବ୍ୟାଖ୍ୟା କରୁଥିଲା । ମାତ୍ର ଲେଖକ ଶିକ୍ଷିତ ହୋଇ ସହରବାସୀ ହେଲାପରେ, ଗୋବିନ୍ଦ ଭାଇର ସେହିଭଳି ବ୍ୟବହାର ରହିନଥିଲା । ଲେଖକ ଶତଚେଷ୍ଟା କଲେ ବି ଆଉ ତା’ର ପୂର୍ବ ପ୍ରତ୍ୟୟ ଫେରିପାଇ

Question ୨୩ ।
ଗୋବିନ୍ଦ ଭାଇ ଲେଖକଙ୍କୁ କୁଟିରରେ ବସାଇ କି ପ୍ରକାର ବ୍ୟବହାର ଦେଖାଉଥିଲେ ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଗୋବିନ୍ଦ ଭାଇ ଲେଖକଙ୍କୁ ସମ୍ମାନର ସହିତ କୁଟିରରେ ବସାଇ, ଆନ୍ତରିକତାର ସହିତ ମନବୋଧ ଚଉତିଶାର ବ୍ୟାଖ୍ୟା ଶୁଣାଉଥିଲା ।

Question ୨୪ ।
‘ଗ୍ରାମଟିଯାକ ନବାଗତ ଅତିଥିରେ ପରିପୂର୍ଣ୍ଣ ହୋଇଗଲାଣି’– ଏଠାରେ କେଉଁ ନବାଗତ ଅତିଥିଙ୍କ କଥା ଲେଖକ କହିଛନ୍ତି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଦୀର୍ଘଦିନ ସହରରେ ରହିଲା ପରେ, ଲେଖକ ଗ୍ରାମକୁ ଫେରି ଛୋଟ ଛୋଟ ପିଲାମାନଙ୍କୁ ଦେଖୁଛନ୍ତି, ଯେଉଁମାନେକି ତାଙ୍କ ପାଇଁ ଥିଲେ ନିହାତି ଅପରିଚିତ୍ର । ସେହି ଅପରିଚିତ ଗ୍ରାମ୍ୟଶିଶୁଙ୍କୁ ଲେଖକ ‘ନବାଗତ ଅତିଥ୍‌’ ବୋଲି କହିଛନ୍ତି ।

Question ୨୫ ।
ଗ୍ରାମର ଶିଶୁ ସମାବେଶ ଉପରେ ଲେଖକ କି ଅଭିମତ ଦେଇଛନ୍ତି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଗ୍ରାମର ଶିଶୁମାନଙ୍କ ବିଷୟରେ ଅଭିମତ ଦେଇ କହିଛନ୍ତି ଯେ, ଗ୍ରାମର ଯେଉଁଆଡ଼େ ଚାହିଁଲେ ଶୀର୍ଣ୍ଣ, ମଳିନ, ଉଲଗ୍ନ, କୃଶୋଦର, ଲମ୍ବୋଦର, ଅବାଞ୍ଛିତ, ଅବହେଳିତ ଶିଶୁମାନଙ୍କର ସମାବେଶ ଦେଖାଯାଏ । ଯେହେତୁ ଲେଖକ ତାଙ୍କ ପାଇଁ ଅପରିଚିତ ଥିଲେ, ତେଣୁ ସେମାନେ ଲେଖକଙ୍କୁ ଦେଖ‌ିଲେ, ଆଫ୍ରିକାରୁ ନୂଆ ହୋଇ ଆସିଥିବା ଜେବ୍ରା ବା ଜିରାଫକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲା ପରି, ଖାଲି ଚାହିଁଥା’ନ୍ତ୍ରି ।

Question ୨୬ ।
ଏଇ ଶିଶୁମାନେ ଲେଖକଙ୍କୁ ଏବେ ଦେଖୁଲେ କିପରି ବ୍ୟବହାର ଦେଖାଇଥା’ନ୍ତି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଲେଖକ ଦୀର୍ଘଦିନଧରି ଗ୍ରାମରେ ଅନୁପସ୍ଥିତ ଥିବାରୁ ଗ୍ରାମର ଶିଶୁମାନେ କେହି ତାଙ୍କୁ ଜାଣିନଥିଲେ କିମ୍ବା ଚିହ୍ନିନଥିଲେ । ଫଳରେ ଏଇ ଶିଶୁମାନେ ଲେଖକଙ୍କୁ ଏବେ ଦେଖିଲେ ଆଫ୍ରିକାରୁ ନୂଆ ଆସିଥିବା ଜେବ୍ରା ବା ଜିରାଫକୁ ଚାହିଁଲା ପରି ଲେଖକଙ୍କୁ ଚାହିଁ ରହୁଥିଲେ ।

Question ୨୭ ।
ଗ୍ରାମର ସାଧାରଣ ଯୁବକମାନେ କିପରି ସମୟ ବିତାନ୍ତି ?
Answer:
ଲେଖକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଗ୍ରାମର ସାଧାରଣ ଯୁବକମାନେ ଯେଉଁମାନେ କି ଶିକ୍ଷିତ କିମ୍ବା ଅଷ୍ଟଶିକ୍ଷିତ, ସେମାନେ ଚାକିରି ନପାଇ ଜନ୍ମଭୂମିକୁ ଛାଡ଼ିପାରନ୍ତି ନାହିଁ । ସେମାନେ ପ୍ରଧାନତଃ ରାଜନୀତିର ଆଶ୍ରୟ ନେଇ ସମୟ ବିତାନ୍ତି । ସେମାନଙ୍କ ଭିତରୁ କେହି ହୋଇଥାଏ କଂଗ୍ରେସୀ, କେହି ଗଣତନ୍ତ୍ରୀ, କମ୍ୟୁନିଷ୍ଟ ଓ କେହି ସୋସିଆଲିଷ୍ଟ । ରାଜନୀତି ବୋଇଲେ ସେମାନେ ବୁଝିଥା’ନ୍ତି – ବିପ୍ଳବ, ଦଙ୍ଗା ଓ ହଣାକଟା । ଦେଶକୁ କିପରି ଗଠନ କରାଯିବ, ଏହା ସେମାନଙ୍କ ମୁଣ୍ଡକୁ ଜୁଟେ ନାହିଁ ।

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question ୨୮ ।
ଗ୍ରାମ୍ୟ ଯୁବକମାନଙ୍କ ସହିତ ପଲ୍ଲୀପ୍ରକୃତିର ଶୋଭା ଉପଭୋଗ କରିବା ଲେଖକଙ୍କ ପକ୍ଷରେ କାହିଁକି ସମ୍ଭବ ହୁଏ ନାହିଁ ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଗ୍ରାମ୍ୟ ଯୁବକମାନେ ତତ୍‌କାଳୀନ ରାଜନୀତି ସହିତ ନିଜକୁ ସାମିଲ୍ କରି ଦେଇଥିବାରୁ, ରାଜନୀତିକ ମତବାଦ ଅନୁସାରେ, ସେମାନଙ୍କର ମାନସିକ ପରିବର୍ତ୍ତନ ହୋଇଛି । ପଲ୍ଲୀର ପ୍ରାକୃତିକ ଶୋଭାରେ ସେମାନେ ଦେଖୁଛନ୍ତି ରାଜନୀତିକ ମତବାଦର ସଂକେତ ବା ଚିହ୍ନ । ଫଳରେ ଗ୍ରାମ୍ୟ ଯୁବକମାନଙ୍କ ସହିତ ପଲ୍ଲୀ ପ୍ରକୃତିର ଶୋଭା ଉପଭୋଗ କରିବା ଲେଖକଙ୍କ ପକ୍ଷରେ ସମ୍ଭବପର ହୁଏ ନାହିଁ ।

Question ୨୯ ।
ଶିକ୍ଷିତ ଲୋକେ ପଲ୍ଲୀର କର୍ମଯୋଜନାରେ ଅଂଶଗ୍ରହଣ ନକରି ପାରିବାର କାରଣ କ’ଣ ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଶିକ୍ଷିତ ଲୋକେ ପଲ୍ଲୀର କର୍ମଯୋଜନାରେ ଅଂଶଗ୍ରହଣ ନକରି ପାରିବାର କାରଣ ହେଉଛି, ସେମାନେ ପଲ୍ଲୀର ଶୃଙ୍ଖଳିତ କର୍ମଯୋଜନାରେ ନିଜକୁ ସାମିଲ୍ କରିପାରନ୍ତି ନାହିଁ । ସେମାନଙ୍କ ଭୌତିକ ଶକ୍ତିର ଓ ନୈତିକ ଶକ୍ତିର ଅଭାବ ରହିଥାଏ ।

Question ୩୦ ।
କେଉଁ ପର୍ବରେ ଦୋଳିଖେଳର ପ୍ରାଧାନ୍ୟ ଥାଏ ?
Answer: ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ପଲ୍ଲୀଭୂଇଁରେ ରଜପର୍ବରେ ଦୋଳିଖେଳର ପ୍ରାଧାନ୍ୟ ଥାଏ ।

Question ୩୧ ।
‘ରଜପର୍ବ ଶେଷ ହେବା ପରେ ନିଷ୍ଠୁର ବାସ୍ତବତା ଆସି ପଡ଼େ’- ଏକଥା ଲେଖକ କହିବାର ଉଦ୍ଦେଶ୍ୟ କ’ଣ ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଶିକ୍ଷିତମାନେ କାୟକ୍ଲେଶ ଓ ଆଭିଜାତ୍ୟ ମଧ୍ୟରୁ ଆଭିଜାତ୍ୟକୁ ଅବ୍ଲକ ପସନ୍ଦ କରନ୍ତି, କାରଣ ଶିକ୍ଷିତମାନେ ଆଭିଜାତ୍ୟକୁ ଛାଡ଼ିବା ଅସମ୍ଭବ ମନେକରିଥା’ନ୍ତି । ଯେହେତୁ ଶିକ୍ଷିତମାନଙ୍କ ପକ୍ଷେ ଆଭିଜାତ୍ୟ ଛାଡ଼ିବା ସମ୍ଭବ ନୁହେଁ, ତେଣୁ ଶାରୀରିକ ଶ୍ରମ ଛାଡ଼ିବା ହିଁ
ସମ୍ଭବ ହୋଇଥାଏ ।

Question ୩୨ ।
ଶିକ୍ଷିତମାନେ କାୟକ୍ଳେଶ ଓ ଆଭିଜାତ୍ୟ ମଧ୍ୟରୁ କେଉଁଟିକୁ ଅଧ୍ବକ ପସନ୍ଦ କରନ୍ତି ଓ କାହିଁକି ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଶିକ୍ଷିତମାନେ କାୟକ୍ଲେଶ ଓ ଆଭିଜାତ୍ୟ ମଧ୍ୟରୁ ଆଭିଜାତ୍ୟକୁ ଅଧ୍ୟକ ପସନ୍ଦ କରନ୍ତି, କାରଣ ଶିକ୍ଷିତମାନେ ଆଭିଜାତ୍ୟକୁ ଛାଡ଼ିବା ଅସମ୍ଭବ ମନେକରିଥା’ନ୍ତି । ଯେହେତୁ ଶିକ୍ଷିତମାନଙ୍କ ପକ୍ଷେ ଆଭିଜାତ୍ୟ ଛାଡ଼ିବା ସମ୍ଭବ ନୁହେଁ, ତେଣୁ ଶାରୀରିକ ଶ୍ରମ ଛାଡ଼ିବା ହିଁ ସମ୍ଭବ ହୋଇଥାଏ ।

Question ୩୩ ।
କିଭଳି ଲୋକ ଜୀବନ-ଯୁଦ୍ଧରେ ଦିଗ୍‌ବିଜୟୀ ବୀର ବୋଲି ପରିଚିତ ହୁଏ ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ମାନବର ସମସ୍ତ ନୀତିକୁ ପାଦରେ ଦଳିଦେଇ, ଊର୍ଦ୍ଧାଶ୍ଵାସରେ ଧାଇଁ ଯେ ଯେତେ ବେଶି ଧନ ଅର୍ଜନ କରିପାରେ, ସେ ସେତେ ବେଶି ଜୀବନ-ଯୁଦ୍ଧରେ ଦିଗ୍‌ବିଜୟୀ ବୀର ବୋଲି ପରିଚିତ ହୁଏ ।

Question ୩୪ ।
ଗ୍ରାମର ବିଦ୍ୟାର୍ଥୀମାନଙ୍କ ସମ୍ପର୍କରେ କି ପ୍ରକାର ଧାରଣା ପ୍ରଥମେ ସୃଷ୍ଟି ହୋଇଥାଏ ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଗ୍ରାମର ବିଦ୍ୟାର୍ଥୀମାନେ ପିତା-ମାତାଙ୍କ ଆଶାଭରସାର ସ୍ଥଳ ହୋଇଥା’ନ୍ତି ଓ ସେମାନେ ଗ୍ରାମର ବୃଦ୍ଧମାନଙ୍କର ପ୍ରଶଂସାର ପାତ୍ର ହୋଇ ଗ୍ରାମଭୂମି ମଣ୍ଡନ କରିଥା’ନ୍ତି । ସେମାନେ ଯେ ଭବିଷ୍ୟତରେ ପିତା-ମାତାଙ୍କର ଯତ୍ନ ନେବେ ଓ ଗ୍ରାମର ଉନ୍ନତି ବିଧାନ କରିବେ – ଏହି ପ୍ରକାରର ଧାରଣା ଗ୍ରାମରେ ପ୍ରଥମେ ସୃଷ୍ଟି ହୋଇଥାଏ ।

Question ୩୫ ।
ଶିକ୍ଷିତମାନଙ୍କ ଗ୍ରାମ ଛାଡ଼ି ପଳାଇଯିବା ସହ କେଉଁ ପୌରାଣିକ କଥାର ତୁଳନା କରାଯାଇଛି ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଶିକ୍ଷିତମାନଙ୍କ ଗ୍ରାମ ଛାଡ଼ି ପଳାଇଯିବା ସହ ଶ୍ରୀକୃଷ୍ଣ ଗୋପପୁର ଛାଡ଼ି ପଳାଇଯିବା କଥାର ତୁଳନା କରାଯାଇଛି ।

Question ୩୬ ।
ଶ୍ରୀକୃଷ୍ଣଙ୍କୁ ମହାଭାରତର କର୍ଣ୍ଣଧାର କୁହାଯାଇଛି କାହିଁକି ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ମହାଭାରତ ଯୁଦ୍ଧର ଅଗ୍ରଗତି ଓ ଫଳାଫଳ ଶ୍ରାକୃଷ୍ଣଙ୍କଦ୍ୱାରା ହିଁ ନିୟନ୍ତ୍ରିତ ହୋଇଥିଲା ଏଣୁ ଶ୍ରୀକୃଷ୍ଣଙ୍କୁ ମହାଭାରତର କର୍ଣ୍ଣଧାର ବୋଲି କୁହାଯାଇଛି।

Question ୩୭ ।
ଶ୍ରୀକୃଷ୍ଣଙ୍କ ବଂଶର ଶେଷ ଅବସ୍ଥା କ’ଣ ହୋଇଥିଲା ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଶ୍ରୀକୃଷ୍ଣଙ୍କ ବଂଶଧରମାନେ ପ୍ରଭାସତୀର୍ଥର ଏରକାର ବନରେ ପରସ୍ପରକୁ ହାଣି ଧ୍ୱଂସ ହୋଇଯାଇଥିଲେ ।

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question ୩୮ ।
ଭଲ ବିଶ୍ବବାସୀ କହିଲେ କ’ଣ ବୁଝାଯାଏ ?
Answer:
ପ୍ରାବନ୍ଧିକ ଡ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ‘ଜନ୍ମଭୂମି’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ଯେଉଁ ଶିକ୍ଷିତ ବ୍ୟକ୍ତି ନିଜର ମହାନୁଭବତାର ପରିକୁ ପଲ୍ଲୀଗ୍ରାମରୁ ଆରମ୍ଭ କରି ବିଶ୍ଵପର୍ଯ୍ୟନ୍ତ ପରିବ୍ୟାପ୍ତ କରିଛନ୍ତି, ସେମାନେ ଲେଖକଙ୍କର ନମସ୍ୟ । ସେଭଳି ବ୍ୟକ୍ତିଙ୍କୁ ଭଲ ଗ୍ରାମବାସୀ, ଭଲ ଓଡ଼ିଶାବାସୀ, ଭଲ ଭାରତବାସୀ ଓ ଶେଷରେ ଭଲ ବିଶ୍ଵବାସୀ ଭାବରେ ବୁଝାଯାଇଥାଏ।

ସପ୍ରସଙ୍ଗ ସରଳାର୍ଥ

Question ୩୯ ।
ସମୟ-ସ୍ରୋତରେ ନିଃସହାୟ ଶୁଷ୍କ ତୃଣ ପରି ମୁଁ ଭାସି ଚାଲିଛି ।
Answer:
ସମୟ ସ୍ରୋତରେ ……………………. ମୁଁ ଭ।ସି ଚାଲିଛି।
ପ୍ରଦତ୍ତ ଗଦ୍ୟାଶଟି ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ରଚିତ ‘ଜନ୍ମଭୂମି’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖକ ନିଜ ଜନ୍ମଭୂମି ସେବାରେ ନିଜକୁ ଉତ୍ସର୍ଗ କରିବାରେ ଅସାମର୍ଥ୍ୟ ପ୍ରକାଶ କରି ନିଜକୁ ସମୟ-ସ୍ରୋତରେ ଏକ ଭାସମାନ ତୃଣଖଣ୍ଡ ସହ ତୁଳନା କରିଛନ୍ତି । ପଲ୍ଲୀ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଓ ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ହୋଇଥ‌ିବା ଯୁବସମାଜର ପ୍ରତିନିଧୁଭାବେ ପ୍ରାବନ୍ଧିକ ନିଜକୁ ପରିଚିତ କରାଇଛନ୍ତି । ସଂପ୍ରତି ଜନନୀ, ଧାତ୍ରୀ ଓ ଶିକ୍ଷୟିତ୍ରୀ ଭୂମିକା ଗ୍ରହଣ କରିଥିବା ଯେଉଁ ସ୍ବର୍ଗାଦପି ଗରୀୟସୀ ଜନ୍ମଭୂମି ବ୍ୟକ୍ତିକୁ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ ଦେଇ ତା’ ବାଲ୍ୟ ଓ କୌଶୋର ଜୀବନରେ ଇନ୍ଦ୍ରଧନୁର ବର୍ଣ୍ଣାଳୀ ସୃଷ୍ଟି କରିଥିଲା, ସେହି ଜନ୍ମଭୂମି ସହ ତା’ର ସମ୍ପର୍କ ନିବିଡ଼ରୁ ନିବିଡ଼ତର ହେବା ପରିବର୍ତ୍ତେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି ।

ଏହାର କାରଣ ସ୍ଵରୂପ ଲେଖକ କାଳର ଅପ୍ରତିହତ ଗତିର ପ୍ରଭାବକୁ ଦାୟୀ କରିଛନ୍ତି । କାଳ ହସ୍ତରେ କ୍ରୀଡ଼ନକ ସାଜିଛି ଆଧୁନିକ ଶିକ୍ଷିତ ସଂପ୍ରଦାୟ । ଫଳରେ ସେ ତା’ର ନିଜସ୍ଵ ସ୍ଥିତି ହରାଇ ବସିଛି । କାଳର ଅବାରିତ ସ୍ରୋତରେ ନିଃସହାୟ ଶୁଷ୍କ ତୃଣଖଣ୍ଡ ଭାସି ଚାଲିଲା ପରି ବିଳାସ ବ୍ୟସନ ତଥା ସହରୀ ଜୀବନର ରଙ୍ଗୀନ ନିଶାରେ ମସଗୁଲ୍ ରହିବାପାଇଁ ଆୟର ବହୁବିଧ ପନ୍ଥା ନିର୍ଦ୍ଧାରଣ କରିବାକୁ ସେ ସହରାଞ୍ଚଳକୁ ନିଜ କର୍ମଭୂମିଭାବେ ବାଛି ନେଇଛି । ଫଳତଃ ଇଚ୍ଛା ଥିଲେ ମଧ୍ୟ ଜନ୍ମଭୂମି ସହ ସମ୍ପର୍କ ରକ୍ଷା କରିପାରୁ ନାହିଁ । ସମାଜରେ ପ୍ରତିଷ୍ଠା ଲାଭ କରିବାକୁ ଜନ୍ମଭୂମି ପ୍ରତି ଉଦାସୀନ ହୋଇ ସହରୀ ସଭ୍ୟତାକୁ ଆପଣେଇ ନେଇଛି । ପ୍ରାବନ୍ଧିକ ଜନ୍ମଭୂମିକୁ ଫେରିଯିବାର ନୈତିକ ସାହସ ହରାଇଛନ୍ତି ବୋଲି ସ୍ବୀକାର କରିଛନ୍ତି l ପରୋକ୍ଷରେ ଜନ୍ମଭୂମି ବିମୁଖତା ଦେଶ ଓ ଦଶ ପାଇଁ କଦାପି ଶୁଭଙ୍କର ନୁହେଁ ବୋଲି ସତର୍କ କରାଇଛନ୍ତି ।

Question ୪୦ ।
ଏହା ମଧ୍ୟ ତାଙ୍କର୍ କୃତକର୍ମର ପରିଣାମ ।
Answer:
ଏହା ମଧ୍ଯ ……………… ପରିଣାମ ।
ପ୍ରୋକ୍ତ ଗଦ୍ୟାଶଟି ପ୍ରଖ୍ୟାତ ପ୍ରାବନ୍ଧିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ରଚିତ ‘ପ୍ରବନ୍ଧ ମାନସ’ପୁସ୍ତକରୁ ସଂଗୃହୀତ ‘ଜନ୍ମଭୂମି’ ଶୀର୍ଷକ ପ୍ରବନ୍ଧବୁ ଆନାତା ଏଠାରେ ଲେଖକ ଦ୍ଵାରକାଧୀଶ, ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ଜନ୍ମଭୂମି ଗୋପପୁର ପ୍ରତି ବିଶ୍ଵାସଘାତକତା ଓ ଅବହେଳାର ଭୟଙ୍କର ପରିଣାମ ଉପରେ ଆଲୋକପାତ କରିଛନ୍ତି ।

ନନ୍ଦନନ୍ଦନ ଗୋପୀନାଥ ଶ୍ରୀକୃଷ୍ଣ ତିନିଦିନକୁ କଣ୍ଟ କରି ଗୋପପୁର ଛାଡ଼ି ମଥୁରା ଆସିଥିଲେ । ମାତ୍ର ପିତାମାତା ନନ୍ଦ- ଯଶୋଦାଙ୍କର ଅନାବିଳ ବାତ୍ସଲ୍ୟ, ଗୋପାଳ ବାଳକଙ୍କ ସଙ୍ଗସୁଖ, ପ୍ରେମମୟୀ ରାଧା ଓ ଗୋପାଙ୍ଗନାମାନଙ୍କ ପବିତ୍ର ପ୍ରେମ ପ୍ରତି ବିଶ୍ୱାସଘାତକତା କରି ଆଉ ଗୋପପୁର ଫେରି ନଥିଲେ। ବିପୁଳ ରାଜ୍ୟ, ଅପରିସୀମ ବିଭବ, ଅଭ୍ରଂକଷ ପ୍ରାସାଦ, ଅଷ୍ଟପାଟବଂଶୀ ’ ଓ ଅଗଣିତ ପୁତ୍ରକନ୍ୟା ମେଳରେ, ରାଜଐଶ୍ଵର୍ଯ୍ୟ ଓ ଭୋଗବିଳାସରେ ନିମଗ୍ନ ରହି ଜନ୍ମଭୂମିକୁ ସଂପୂର୍ଣ୍ଣ ଭୁଲିଗଲେ । ମାତ୍ର ଜନ୍ମଭୂମି ପ୍ରତି ବିଶ୍ୱାସଘାତକତାଜନିତ ଅପରାଧ ପାଇଁ ତାଙ୍କ ପରି ଯୁଗାବତାରଙ୍କୁ ମଧ୍ୟ ଦଣ୍ଡ ଭୋଗ କରିବାକୁ ପଡ଼ିଥିଲା । ତାଙ୍କ ବିଶାଳ ଦ୍ଵାରକା ରାଜପ୍ରାସାଦ ଅତଳ ଜଳଧୂ ଗର୍ଭରେ ବିଲୀନ ହେଲା, ତାଙ୍କ ମଦ୍ୟପ ବଂଶ ଗୋଷ୍ଠୀ ପ୍ରଭାସ ତୀର୍ଥର ଏରକାର ବନରେ ନିଶାସକ୍ତଭାବେ ପରସ୍ପର ମଧ୍ୟରେ ହଣାହଣି ହୋଇ ଧ୍ବସ୍ତ ହୋଇଗଲେ । ଶେଷରେ ମହାଭାରତ ମହାସମରର ମହାନାୟକ ଶ୍ରୀକୃଷ୍ଣ ଶିଆଳି ଲତିକାର ଦୋଳିରେ ବିଶ୍ରାମରତ ଥିବାବେଳେ ବ୍ୟାଧର ଲୌହ ଶରାଘାତରେ ପ୍ରାଣ ବିସର୍ଜନ କଲେ । ପ୍ରତି ଅବିଚାର ଓ ବିଶ୍ବାସଘାତକତାର ଫଳସ୍ବରୂପ ତାଙ୍କର ଏତାଦୃଶ ବିନାଶ ହେଲା ବୋଲି କହି ପ୍ରାବନ୍ଧିକ ପଲ୍ଲୀବିମୁଖ ଶିକ୍ଷିତ ସମାଜକୁ ସତର୍କ କରାଇ ଦେଇଛନ୍ତି ।

Question ୪୧ ।
ଏମାନେ ପୁଷିତ ପଳାଶବନରେ ଦେଖନ୍ତି ବିଦ୍ରୋହର ବହ୍ନି, ସ୍ଥଳପଦ୍ମରେ ଦେଖନ୍ତି ଆହବର ରକ୍ତ ଓ ଆନତ ଦେଖନ୍ତି ଅନାଗତ ଯୁଗର ରକ୍ତକେତନ ।
Answer:
ସେମାନେ ପୁଷ୍ଟିତ ପଳାଶ ……………. ରକ୍ତକେତନା
ପ୍ରଦତ୍ତ ପଦ୍ୟାଂଶଟି ଉଃ କୃଷ୍ଣଚନ୍ଦ୍ର ପାଣିଗ୍ରାହାଙ୍କ ‘ପ୍ରପ୍ତନ୍ଧ ମାନସ’ ପୁସ୍ତକରୁ ‘ଜନ୍ନଭୂମି’ ଣାର୍ଷକ ପ୍ରବନ୍ଧରୁ ଆନାତା ଏଠାରେ ଲେଖକ ଗ୍ରାମର ଅଶକ୍ଷତ ଯୁବକମାନଙ୍କଠାରେ ପରିଦୃଷ୍ଠ ସଂକାର୍ଣ୍ଣି ରାଜନୀତ ତଥା ରାଜନାତ ପ୍ରଭାବରେ ସେମାନଙ୍କ କଳୁଷିତ ମାନସିକତା ଉପରେ ଆଲୋକପାତ କରିଛନ୍ତି ।

ସଂପ୍ରତି ପଲ୍ଲୀର ଶାନ୍ତ, ସୁସ୍ଥ, ସାଂସ୍କୃତିକ ତଥା ସାମାଜିକ ପରିବେଶରାଜନୈତିକ ନେତୃବୃନ୍ଦଙ୍କ ହାତବାରିସି ସାଜିଥିବା ଅଶିକ୍ଷିତ ଓ ଅର୍ଦଶିକ୍ଷିତ ଯୁବକମାନଙ୍କ ସଂକୀର୍ଣ ସ୍ଵାର୍ଥକୈନ୍ଦ୍ରିକ ଚିନ୍ତାଧାରାରେ କଳୁଷିତ ହେବାରେ ଲାଗିଛି । ସେହି ଯୁବକମାନଙ୍କ ମଧ୍ୟରୁ କେହି କଂଗ୍ରେସୀ, କେହି ଗଣତନ୍ତ୍ରୀ, କେହି ସୋସିଆଲିଷ୍ଟ ବା କେହି କମ୍ୟୁନିଷ୍ଟ ଆଦି ଦଳର ମତବାଦଦ୍ଵାରା ପ୍ରଭାବିତ ହୋଇ ଦଳୀୟ ନେତାମାନଙ୍କର ଅନ୍ଧ ସମର୍ଥକ ସାଜିଛନ୍ତି । ପଲ୍ଲୀର ଅନୁପମ ପ୍ରାକୃତିକ ଶୋଭା ସେମାନଙ୍କୁ ବିପ୍ଲବ, ରକ୍ତପାତ, ଯୁଦ୍ଧ ଓ ସଂଗ୍ରାମର ବିଭୀଷିକା ପ୍ରାୟ ପ୍ରତୀୟମାନ ହେଉଛି । ସଂକୀର୍ୟ ରାଜନୀତିର ବିଷ ପ୍ରଭାବରେ ସେମାନଙ୍କ ମାନସିକତା ଏପରି କଳୁଷିତ ହୋଇଉଠିଛି ଯେ ସେମାନଙ୍କ ସହ ପଲ୍ଲୀର ମନୋରମ ରୂପମାଧୁରୀ ଉପଭୋଗ କରିବା ସମ୍ଭବ ହୋଇପାରୁ ନାହିଁ । ପୁଷିତ ପଳାଶ ବନର ଲାଲିମା ସେମାନଙ୍କୁ ବିଦ୍ରୋହର ଅଗ୍ନିଶିଖା, ସ୍ଥଳପଦ୍ମର ସୁଷମା ଯୁଦ୍ଧଭୂମିର ରକ୍ତାକ୍ତ ଦୃଶ୍ୟ ଓ କୃଷ୍ଣଚୂଡ଼ାର ମାଧୁରିମା ଅନାଗତ ଯୁଗର ରକ୍ତବର୍ତ୍ତୀ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୪୨ ।
ପଲ୍ଲୀକୋଳକୁ ଫେରିଯିବାର ତାଙ୍କର ନୈତିକ ସାହସ ନାହିଁ ବୋଲି ଲେଖକ୍ କାହିଁକି କହିଛନ୍ତି ?[2014(A) କିମ୍ବା, ନିଜର ଜନ୍ମମାଟି ପଲ୍ଲୀକୁ ଯିବା ନିମନ୍ତେ ପ୍ରାବନ୍ଧିକ କାହିଁକି ଅସହାୟତା ପ୍ରକାଶ କରିଛନ୍ତି ତାହା ପଠିତ ପ୍ରବନ୍ଧ
Answer:
ପ୍ରାବନ୍ଧିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଆଧୁନିକ ପ୍ରବନ୍ଧ ସାହିତ୍ୟରେ ଜଣେ ସୁପରିଚିତ ତଥା ସୁପ୍ରତିଷ୍ଠିତ ପ୍ରତିଭା । ଜାବନର ଅନ୍ତିରଙ୍ଗ ସ୍ପର୍ଶଦେଇ ସେ ଓଡ଼ିଶାର ଚିତ୍ର – ଚରିତ୍ର – ଘଟଣାକୁ ରୂପ ପ୍ରଦାନ କରିଛନ୍ତିା ତାଙ୍କ ସାରସ୍ଵତ କୃତିଗୁଡିକ ମଧ୍ୟରେ ‘ଇତିହାସ ଓ କିମ୍ବଦନ୍ତୀ’, ‘ପ୍ରବନ୍ଧ ମାନସ’, ‘ସାରଳା ମହାଭାରତରେ ଐତିହାସିକ ଚିତ୍ର’ ଓ ‘ମୋ ସମୟର ଓଡ଼ିଶା’ ଇତ୍ୟାଦି ପ୍ରାବନ୍ଧିକଙ୍କ ଅନନ୍ୟସାଧାରଣ ପ୍ରତିଭାର ପରିଚାୟକା ପ୍ରବନ୍ଧ ‘ଜନ୍ମଭୂମି’ ଲେଖକଙ୍କ ‘ପ୍ରବନ୍ଧ ମାନସ’ ପୁସ୍ତକରୁ ସଂଗୃହୀତ । ଚାଲ୍ଲା କି ରାମାୟଣରେ ଶ୍ରୀରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ଲକ୍ଷ୍ମଣଙ୍କୁ କହିଥ୍ ଲେ

‘ଅପି ସ୍ଵର୍ଣ୍ଣମୟୀ ଲଙ୍କା ଲକ୍ଷ୍ମଣ ନ ମେ ରୋଚତେ,
ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ ।’’

ଯୁଗେ ଯୁଗେ ଜନ୍ମଭୂମିର ମହତ୍ତ୍ବ ପରିକୀର୍ତିତ ହୋଇଆସିଛି । କିନ୍ତୁ ପରିତାପର ବିଷୟ, ଆଜିର ଶିକ୍ଷିତ ସମାଜ ସେହି ଜନ୍ମିଭୂମି ପଲ୍ଲାଗ୍ରାମ ପ୍ରତି ବାତସୃହା

ପ୍ରାବନ୍ଧିକ ଉଃ ପାଣିଗ୍ରାହା ‘ଜନ୍ମଭୂମି’ ପ୍ରବନ୍ଧରେ ସଂପ୍ରତି ଶିକ୍ଷିତ ମଧ୍ୟରେ ପରିଦୃଷ୍ଟ ପଲ୍ଲବି ମୁଖତା ତଥା ସହରାଭିମୁଖା ମାନସିକତାକୁ ସ୍ଵଅଭିଜ୍ଞତା ସହ ସମ୍ପର୍କୀକୃତ କରାଇଛନ୍ତି । ନିଜକୁ ଶିକ୍ଷିତ ତଥା ଅଭିଜାତ ଗୋଷ୍ଠୀର ପ୍ରତିନିଧୁଭାବେ ବିବେଚନା କରି ଜନ୍ମଭୂମି ପ୍ରତି ନିଜ ନୈତିକ କର୍ଭବ୍ୟରୁ ସେ ବିଚ୍ୟୁତ ହୋଇଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି । ନିଜ ଜନ୍ମସ୍ଥାନ ପଲ୍ଲୀଭୂମିକୋଳକୁ ଫେରିଆସିବାପାଇଁ ନୈତିକ ସାହାସ ସଞ୍ଚୟ କରିବାରୁ ନାହାନ୍ତି ବୋଲି ଗର୍ଭାର ଅନୁତାପ ଓ ଅନୁଶୋଚନା ମଧ୍ୟରେ

ତାଙ୍କ ମନ ବିଷାଦିତ ହୋଇଉଠିଛି । ଏହା ଲେଖକଙ୍କ ବ୍ୟକ୍ତିଗତ ସମସ୍ୟା ନୁହେଁ । ଲେଖକଙ୍କ ମୁଗ୍ଧ ଅନୁଭବରେ ପ୍ରତିଫଳିତ ହୁଏ ସମାଜର ବାସ୍ତବ ଚିତ୍ର । ଏ ସମସ୍ୟା ସମଗ୍ର ଶିକ୍ଷିତ ସମାଜର ସମସ୍ୟା । ପ୍ରଚଳିତ ପାଶ୍ଚାତ୍ୟମୁଖୀ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଆଧୁନିକ ଶିକ୍ଷିତ ଗୋଷ୍ଠୀ ନିଜର ସମସ୍ତ ମାନବିକତାକୁ ଉତ୍ସର୍ଗ କରି ନିଜ ଜନ୍ମଭୂମିକୁ ବିସ୍ମ ତ ହେଉଛନ୍ତି । ଶିକ୍ଷା ସମାପ୍ତି ପରେ ସତେଯେପରି ସେମାନେ ପୁନର୍ଜନ୍ମ ଲାଭ କରୁଛନ୍ତି । ଆବଶ୍ୟକବେଳେ କିଛି ଅର୍ଥଦାନ କରି ଜନ୍ମଭୂମି ପ୍ରତି ନିଜ କର୍ତ୍ତବ୍ୟ ଶେଷ ହୋଇଛି ବୋଲି ସେମାନେ ତୃପ୍ତିଲାଭ କରୁଛନ୍ତି । ଅଥଚ ଜନ୍ମଭୂମି ସହ ନିଜକୁ ବିଜଡ଼ିତ କରି ପଲ୍ଲୀର ସୁଖ ଦୁଃଖରେ ଅଂଶୀଦାର – ହେବାକୁ ଇଚ୍ଛାପ୍ରକାଶ କରୁନାହାନ୍ତି । ପ୍ରାବନ୍ଧିକ ଜନ୍ମଭୂମି ପ୍ରତି ନିଜ କର୍ତ୍ତବ୍ୟ ସମ୍ପାଦନ କରିବାରେ ଅସହାୟତା ପ୍ରକାଶ କରି କହିଛିନ୍ତି-

‘‘ସମୟ ସ୍ରୋତରେ ନିଃସହାୟ ଶୁଷ୍କ ତୃଣପରି ମୁଁ ଭାସି ଚାଲିଛି ।’’

ମାତୃଗର୍ଭରୁ ପଡ଼ି ଯେଉଁଠାରେ ସେ ପ୍ରଥମେ ଭୂମି ସ୍ପର୍ଶ କରିଥିଲେ, ଯେଉଁଠାରେ ପାଇଥିଲେ ରୂପ, ରସ, ଗନ୍ଧ, ପ୍ରଥମ ପରିଚୟ, ସେହି ପଲ୍ଲୀଗ୍ରାମ ପ୍ରତି ବୟଃପ୍ରାପ୍ତି ପରେ ସମ୍ପର୍କର ନିବିଡ଼ତା ଘନିଷ୍ଠତର ହେବା ପରିବର୍ତ୍ତେ ସମ୍ବନ୍ଧ କ୍ରମଶଃ ଛିନ୍ନ ହେବାରେ ଲାଗିଛି । ଏଥ‌ିପାଇଁ ବହୁ କାରଣ ଦର୍ଶାଇଥିଲେ ମଧ୍ୟ ପ୍ରାବନ୍ଧିକ ନିଜକୁ ଅପରାଧୀ ଭାବେ ବିବେଚନା କରିଛନ୍ତି । ମହାନୁଭବତାର ପରିଧକୁ ଜିଲ୍ଲା ଗ୍ରାମରୁ ଆରମ୍ଭକରି ସମଗ୍ର ବିଶ୍ଵ ପରିବ୍ୟାପ୍ତ କରାଇଥ୍ବା ଶିକ୍ଷିତ ବ୍ୟକ୍ତିଙ୍କୁ ନମସ୍ୟ ଭାବେ ବର୍ଣ୍ଣନା କରିଛନ୍ତି ସେ ।

ପ୍ରାବନ୍ଧିକଙ୍କ ମତରେ ନିଜ ପଲ୍ଲାଗ୍ରାମରେ ଗଢିଉଠିଥିବା ଏକପରିବାରଦ୍ବ ପରମ୍ପରା ସହ ସେ ନିଜକୁ ଏବେ ସାମିଲ କରିପାରୁ ନାହାନ୍ତି । ସାର ମାଉସୀ କି ଗୋବିନ୍ଦ ଭାଇଙ୍କ ବ୍ୟବହାରରେ ପ୍ରାବନ୍ଧିକ ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି । ନବାଗତ ଅତିଥିଙ୍କଦ୍ୱାରା ପରିପୂର୍ଣ୍ଣ ଗ୍ରାମର ଶୀର୍ଶ, ମଳିନ, ଉଲଗ୍ନ ଶିଶୁମାନେ ତାଙ୍କୁ ଆଫ୍ରିକାରୁ ନବାଗତ ଜେବ୍ରା ବା ଜିରାଫ ପରି ଚାହିଁ ରହନ୍ତି । ଗ୍ରାମବାସୀଙ୍କ ମଧ୍ୟରୁ ଚାକିରି ପାଇ ନଥ‌ିବା ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଯୁବକମାନେ କୌଣସି ନା କୌଣସି ରାଜନୈତିକ ଦଳର ଅନ୍ଧ ସମର୍ଥକ ସାଜିବା ଫଳରେ ସେମାନଙ୍କ ମାନସିକତାରେ ଏକ ପ୍ରକାର ପରିବର୍ତ୍ତନ ପରିଲକ୍ଷିତ ହେଉଛି । ପ୍ରତ୍ୟେକ ବିଷୟରେ ରଚନାତ୍ମକ ଦିଗ ପ୍ରତି ଆଖୁ ବୁଜିଦେଇ ଏମାନେ ଏହାର ଧ୍ଵଂସାତ୍ମକ ଦିଗଟିକୁ ହିଁ ଦେଖୁଛନ୍ତି । ପ୍ରାବନ୍ଧିକଙ୍କ ଭାଷାରେ –

‘ଏମାନେ ପୁଷିତ ପଳାଶ ବନରେ ଦେଖନ୍ତି ବିଦ୍ରୋହର ବହ୍ନି, ସ୍ଥଳ-ପଦ୍ମରେ ଦେଖନ୍ତି ଆହବର ରକ୍ତ ଓ ଆନତ କୃଷ୍ଣଚୂଡ଼ାରେ ଦେଖନ୍ତି ଅନାଗତ ଯୁଗର ରକ୍ତ କେତନ ।’’ ଗ୍ରାମର ଶୃଙ୍ଖଳିତ କର୍ମ ଯୋଜନାରେ ମଧ୍ୟ ଲେଖକ ନିଜକୁ ଖାପ ଖୁଆଇବାକୁ ଅସମର୍ଥ । ଶାରୀରିକ ଶକ୍ତିର ଅଭାବ ନଥିଲେ ମଧ୍ୟ ଏଥ‌ିପାଇଁ ନିଜ ନୈତିକ ବଳ ନଥ‌ିବାର ଅନୁଭବ କରିଛନ୍ତି ସେ । ଏଣୁ ସେ ମନ ଓ କର୍ମରେ ଜନ୍ମଭୂମିଠାରୁ ବିଚ୍ୟୁତ।

ସମୟର ଗଡାଳିକା ପ୍ରବାହରେ ଭାସିଯାଉଥ‌ିବା ଅନୁଭବ କରି ତାଙ୍କ ଭଳି ଶିକ୍ଷିତ ସହରାଭିମୁଖୀ ଯୁବକ ଗୋଷ୍ଠୀ ନିଜକୁ ଅଭିଜାତ ଶ୍ରେଣୀଭୁକ୍ତ କରି ଶାରୀରିକ କ୍ଳେଶଯୁକ୍ତ ଗ୍ରାମ୍ୟଜୀବନ ପ୍ରତି ବୀତସ୍ପୃହ ହୋଇଉଠୁଛନ୍ତି । ଏହି ଶିକ୍ଷିତ ପଲ୍ଲୀ ସନ୍ତାନମାନଙ୍କ ଉପରେ ସେମାନଙ୍କ ପିତାମାତା ତଥା ଗ୍ରାମବାସୀ ପଲ୍ଲୀର ଉନ୍ନତିକଵେ ଗଢ଼ି ତୋଳିଥିବା ଆଶାସୌଧ ଅମାନବିକତାର ଧକ୍କାରେ ଟଳି ପଡ଼ିଛି । ପଲ୍ଲୀ ଜନନୀ ଆଜି ତା’ର ଶିକ୍ଷିତ ସନ୍ତାନମାନଙ୍କୁ ହରାଇ ବସିଛି । ପରୋକ୍ଷରେ ପ୍ରାବନ୍ଧିକ ସ୍ବର୍ଗାଦପି ଗରୀୟସୀ ଜନ୍ମଭୂମି ପ୍ରତି ଆଜିର ଶିକ୍ଷିତ ସମାଜର ବିମୁଖତାର ଦୃଢ଼ ନିନ୍ଦା କରିଛନ୍ତି ।

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question ୪୩।
ଗ୍ରାମରେ ଦେଖାଯାଉଥ‌ିବା ଏକପରିବାରତ୍ଵ ପରମ୍ପରା ସମ୍ପର୍କରେ ପଠିତ ପ୍ରବନ୍ଧକୁ ଭିତ୍ତି କରି ବର୍ଣ୍ଣନା କର । କିମ୍ବା, ‘ଆତ୍ମୀୟତା ଥୁଲା ଗ୍ରାମ୍ୟ ସଭ୍ୟତାରେ’ – ‘ଜନ୍ମଭୂମି’ ପ୍ରବନ୍ଧ ଆଧାରରେ ଏହି ଉକ୍ତିଟିର ଯାଥାର୍ଯ୍ୟ ପ୍ରତିପାଦନ କର ।
Answer:
ପ୍ରଖ୍ୟାତ ପ୍ରାବନ୍ଧିକ, ବିଜ୍ଞ ପ୍ରତ୍ନତାତ୍ତ୍ୱିକ ଗବେଷକ ତଥା ପ୍ରସିଦ୍ଧ ଐତିହାସିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓଡ଼ିଆ ସାହିତ୍ୟରେ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀ । ତାଙ୍କ ପ୍ରବନ୍ଧଗୁଡ଼ିକରେ ସତ୍ୟ ଓ ତଥ୍ୟର ସୁମଧୁର ସମନ୍ବୟ, ଅକାଟ୍ୟ ଯୁକ୍ତି ତଥା ମନ୍ଦ୍ରଗମ୍ଭୀର ଭାଷା ତାଙ୍କ ରଚନାକୁ ଅନୁପମ ମର୍ଯ୍ୟାଦା ପ୍ରଦାନ କରିଛି । ତାଙ୍କ ସାରସ୍ବତ କୃତିଗୁଡ଼ିକ ମଧ୍ୟରେ ‘ପ୍ରବନ୍ଧ ମାନସ’, ‘ଇତିହାସ ଓ କିମ୍ବଦନ୍ତୀ’, ‘ସାରଳା ମହାଭାରତରେ ଐତିହାସିକ ଚିତ୍ର’ ଓ ଆତ୍ମଜୀବନୀ ‘ମୋ ସମୟର ଓଡ଼ିଶା’ ଲେଖକଙ୍କ ଅସାଧାରଣ ପ୍ରତିଭାର ପରିଚାୟକା

ପ୍ରାବନ୍ଧିକଙ୍କ ‘ଜନ୍ମଭୂମି’ ଶୀର୍ଷକ ପ୍ରବନ୍ଧ ସ୍ୱରଚିତ ‘ପ୍ରବନ୍ଧ ମାନସ ରୁ ସଂଗୃହୀତ ଯେଉଁଥରେ ସେ ଜନ୍ମଭୂମିର ପ୍ରକୃତ ଅର୍ଥ ସନ୍ଧାନ ପୂର୍ବକ ନିଜ ପଲ୍ଲୀ ଜନ୍ମମାଟିର ଅନନ୍ୟ ମହତ୍ତ୍ବ ଦର୍ଶାଇଛନ୍ତି । ‘ବସୁଧୈବ କୁଟୁମ୍ବକମ୍’ ମହାବାଣୀ ଉପରେ ଆଧାରିତ ପ୍ରବନ୍ଧଟି ଲେଖକଙ୍କ ଜନ୍ମଭୂମି ପ୍ରତି ଅନ୍ତରର ଗଭୀର ଅନୁରାଗର ବାଙ୍ମୟ ପରିପ୍ରକାଶ । ଶତ ବାଲ୍ୟସ୍ଥ ତିଦ୍ୱାରା ପବିତ୍ରିତ ତାଙ୍କ ଅନୁଭୂତିର ଶାବଲ୍ୟରେ ପ୍ରବନ୍ଧଟି ରମ୍ୟ ଓ ମନୋଜ୍ଞ, ଯେଉଁଥରେ ପ୍ରାବନ୍ଧିକଙ୍କ ଗଭୀର ମାତୃଭୂମି ପ୍ରୀତି, ପ୍ରଚଣ୍ଡ ଦେଶାତ୍ମବୋଧ ତଥା ଉଦାର ମାନବିକତାର ସ୍ଵର ସ୍ବାକ୍ଷର ସ୍ପଷ୍ଟ ପ୍ରତିଭାତ ହୋଇଛି ।

ଜୀବନର ସମସ୍ତ ସୌଭାଗ୍ଯ ଓ ସମୃଦ୍ଧି ସତ୍ତ୍ଵେ ପ୍ରାବନ୍ଧିକ ଡଃ ପାଣିଗ୍ରାହୀ ଜନ୍ମଭୂମିର ମମତାସିକ୍ତ ସ୍ମୃତି ଓ ଅନୁଭୂତିକୁ ବିସ୍ମରି ନାହାନ୍ତି । ସେହି ସ୍ମୃତିର କେତୋଟି ସ୍ନିଗ୍ଧ ମୁହୂର୍ଭର୍ ରୋମନ୍ଥନ କରିଛନ୍ତି ‘ଜନ୍ମଭୂମି’ ପ୍ରବନ୍ଧରେ । ରାଶି ରାଶି ଶାଳତରୁ ମଧ୍ୟରେ ତଟିନୀ-ବେଷ୍ଟିତ ଭଞ୍ଜ-କୀର୍ତ୍ତି କିରୀଟିନୀ ମୟୂରଭଞ୍ଜର ଖୁଚିଂ ହେଉଛି ଲେଖକଙ୍କ ଜନ୍ମଭୂମି । ମାତୃଗର୍ଭରୁ ଭୂମିଷ୍ଠ ହୋଇ ସେହି ପଲ୍ଲୀ ଗ୍ରାମରେ ସେ ପାଇଥିଲେ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ । ମାତା, ଧାତ୍ରୀ, ଶିକ୍ଷୟିତ୍ରୀ ପରି ସେହି ଜନ୍ମଭୂମି ତାଙ୍କୁ ଶୈଶବରୁ କୈଶୋର ପର୍ଯ୍ୟନ୍ତ ଦେଇ ଆସିଥିଲା ଅଯାଚିତ ସାହଚର୍ଯ୍ୟ । ମାତ୍ର ଉଚ୍ଚଶିକ୍ଷା ପ୍ରାପ୍ତି ପରେ ସହରାଞ୍ଚଳ ହିଁ ତାଙ୍କ କର୍ମଭୂମି ହୋଇଥିଲା । କ୍ରମେ ଜନ୍ମମାଟି ପଲ୍ଲୀଗ୍ରାମ ସହ ତାଙ୍କର ସମ୍ପର୍କ କ୍ଷୀଣରୁ କ୍ଷୀଣତର ହେବାକୁ ଲାଗିଲା। ଏପରିକି ପରବର୍ତୀ ସମୟରେ ସେଠାକୁ ଫେରିଯିବାକୁ ନିଜ ନୈତିକ ସାହସ ହରାଇ ବସିଛନ୍ତି ସେ । କିନ୍ତୁ ନିଜ ଜନ୍ମଭୂମି ପଲ୍ଲୀ ଗ୍ରାମର ସମସ୍ତ ସ୍କତି ତାଙ୍କ ମାନସପଟରେ ବାରମ୍ବାର ଉଦ୍ଭାସିତ ହୋଇଛି।

ପଲ୍ଲାଗ୍ରାମର ଲୋକମାନଙ୍କ ମଧ୍ୟରେ ଏକ ନିଆରା ସାମାଜିକ ସମ୍ପର୍କ ଗଢ଼ି ତ୍ତଠିଥାଏ। ସମସ୍ତ ନରନାରାଙ୍କ ମଧ୍ୟରେ ଗଢ଼ିଉଠିଥାଏ ଏକପରିବାରତ୍ଵର ପରମ୍ପରା । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସେମାନେ ଗୋଟିଏ ପରିବାରର ସଦସ୍ୟ ପରି ପାରସ୍ପରିକ ସ୍ନେହ, ସୌହାର୍ଘ୍ୟ, ସମ୍ପର୍କ ଓ ସହଯୋଗ ମଧ୍ଯରେ ବସବାସ କରନ୍ତି । ସମ୍ପତ୍ତିବାଡ଼ି ସମ୍ପର୍କିତ ଅଥବା ସାଧାରଣ ଯୁକ୍ତିତର୍କକୁ କେନ୍ଦ୍ରକରି ପୃଷ୍ଠ ବାଦବିସମ୍ବାଦ ସତ୍ତ୍ ସେମାନେ ଶାନ୍ତିପୂର୍ଣ୍ଣ ସହାବସ୍ଥରିକ ଓ ପାରସ୍ପରିକ ବୁଝ।ମଶା ନାତିରେ ବିଶ୍ଵାସ କରିଥା’ନ୍ତି । ରକ୍ତଗତ ସମ୍ପର୍କ ନଥିଲେ ମଧ୍ୟ କେହି ଭାଇ, କେହି ଭଉଣୀ କେହି କକା ବା ଖୁଡ଼ୀ ଇତ୍ୟାଦି ଭାବେ ସମସ୍ତ ଗ୍ରାମବାସୀ ପରସ୍ପର ମଧ୍ୟରେ ପରିଚିତ ହୋଇଥାନ୍ତି ।

‘ଆଖୁ ଦୂର, ମନରୁ ଦୂର ନ୍ୟାୟରେ ପ୍ରାବନ୍ଧିକଙ୍କର ଗ୍ରାମବାସୀଙ୍କ ସହ ଏ ସମ୍ପର୍କ କ୍ରମେ ଦୂରେଇ ଯାଇଛି । ପ୍ରାବନ୍ଧିକ ଅନୁଭବ କରିଛନ୍ତି ଯେ ଗ୍ରାମଟିଯାକର ଭାଇ-ଭଉଣୀ, କକା-ଖୁଡ଼ୀ, ମାମୁ- ମାଈଁ, ମଉସା -ମାଉସୀ ଇତ୍ୟାଦି ସବୁ ପର ହୋଇଗଲେଣି। ଗ୍ରାମବାସୀଙ୍କ ମଧ୍ୟରେ ରହିଥ‌ିବା ଏହି ମଧୁର ସମ୍ବନ୍ଧ କ୍ରମେ ବିଲୁପ୍ତ ହେବାକୁ ଲାଗିଲାଣି । ଗ୍ରାମମୁଣ୍ଡରେ ମମତାବୋଳା ଆଦର ସମ୍ବୋଧନରେ ପରିବର୍ତ୍ତନ ଲକ୍ଷ୍ୟକରିଛନ୍ତି ପ୍ରାବନ୍ଧିକ । ଗ୍ରାମମଝିରେ ଆଜୀବନ ଅକର୍ମା ଓ ଅବିବାହିତ ରହିଥ‌ିବା ଗୋବିନ୍ଦ ଭାଇ ଏବେ ଆଉ ଲେଖକଙ୍କୁ ‘ମନବୋଧ ଚଉତିଶା’ ବ୍ୟାଖ୍ୟା କରି ଶୁଣାଇବାକୁ ସାହସ କରିପାରୁନାହିଁ । ପ୍ରାବନ୍ଧିକଙ୍କ ଭାଷାରେ-

‘ଆଜି ମୁଁ ଶତଚେଷ୍ଟା କଲେ ମଧ୍ୟ ତା’ର ପୂର୍ବ ପ୍ରତ୍ୟୟ ଫେରିପାଏ ନାହିଁ ।’’

ଗ୍ରାମବାସାମାନେ ମୁଖ୍ୟତଃ କୃଷିଜାବା ହୋଇଥ୍ବାରୁ ସେମାନଙ୍କ ମଧ୍ୟରେ ଶ୍ରମକିନ୍ଦ୍ରିକ ପାରସ୍ଥଗିକ ସହଯୋଗ ଓ କୃଷିଭିତ୍ତିକ ସାହଚର୍ଯ୍ୟ ସେମାନଙ୍କୁ ଏକପରିବାରତ୍ନ ପରମ୍ପରା ମଧ୍ୟରେ ବାନ୍ଧିରଖୁଥାଏ । ନିଦାଘର ନିରାଟ ଝାଞ୍ଜିରେ, ଆଷାଢ଼ର ବାରିପାତରେ, ହେମନ୍ତର କାକରରେ ବା ଶୀତର କାଲୁଆ ପବନରେ କ୍ଷେତବାଡ଼ିରେ କର୍ମରତ ରହି ସେମାନଙ୍କ ପରସ୍ପର ସହ ଏକପରିବାର ଭଳି ଘନିଷ୍ଠ ହୋଇଥା’ନ୍ତି । ପଲ୍ଲୀବାସୀଙ୍କ ନିତ୍ୟନୈମିତ୍ତିକ କର୍ମଯୋଜନାରେ ନିଜକୁ ସାମିଲ୍ କରିବାରେ ଅକ୍ଷମ ପ୍ରାବନ୍ଧିକ ନିଜେ ମଧ୍ୟ ନୈତିକ ଶକ୍ତିର ଅନୁଭବ କରିଛିନ୍ତି। ସୁହର ସହରରେ ରହି ଗ୍ରାମବାସୀମାନଙ୍କର ସେହି ଆମ୍ବାୟତାର ନିବିଡ଼ ବନ୍ଧନକୁ ମାନସ ପଟରେ ଅଙ୍କନ କରିଛନ୍ତି । ମାତ୍ର କେବଳ ନିଜ ମୁଗ୍ଧ ଅନୁଭବରେ ପଲ୍ଲୀବାସୀଙ୍କ ସହ ବିତାଇଥବା ଦିନ କେତୋଟିର ସୁମଧୁର ସ୍କତି ରୋମନ୍ଥିନ କରିଛନ୍ତି।

Question ୪୪ ।
ମନୁଷ୍ୟକୁ ବହୁ ପରିମାଣରେ ପରମ୍ପରାର ଦାସ ବୋଲି କହିବାର ଯଥାର୍ଥତା କ’ଣ ? . କିମ୍ବା, ମନୁଷ୍ୟ ଯୁକ୍ତିବାଦୀ ଜୀବ ହେଲେ ମଧ୍ୟ ସେ ବହୁ ପରିମାଣରେ ଗତାନୁଗତିକତାର ଦାସ– ଉକ୍ତିଟିର ସତ୍ୟତା ପଠିତ ପ୍ରବନ୍ଧାନୁସରଣରେ ପ୍ରତିପାଦନ କର ।
Answer:
ପ୍ରଥଯଶ ପ୍ରାବନ୍ଧିକ, ସଫଳ ଗବେଷକ, ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ ତଥା ଉଚ୍ଚକୋଟୀର ଐତିହାସିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଥୁଲେ ଅନନ୍ୟ ବହୁମୁଖୀ ପ୍ରତିଭାର ଅଧିକାରୀ । ସମୁନ୍ନତ ଭାଷା, ଉନ୍ନତ ମାର୍ଜିତ ଶୈଳୀ ଓ ରସାଳ ଭାବଧାରା ମାଧ୍ୟମରେ ପ୍ରାଣସ୍ଥର୍ଶା ତଥା ବାସ୍ତବଧର୍ମା ପ୍ରବନ୍ଧ ରଚନା ଲେଖକଙ୍କ ସୃଷ୍ଟିର ସ୍ୱାତନ୍ତ୍ୟା ତାଙ୍କ ସାରସ୍ବତ କୃତିଗୁଡ଼ିକ ମଧ୍ୟରେ ‘ପ୍ରବନ୍ଧ ମାନସ’, ‘ମୋ ସମୟର ଓଡ଼ିଶା’, ‘ଇତିହାସ ଓ କିମ୍ବଦନ୍ତୀ’, ‘ସାରଳା ମହାଭାରତରେ ଐତିହାସିକ ଚିତ୍ର ’ ଆଦି ପୁସ୍ତକ ପ୍ରାବକ୍ଷିକଙ୍କ ଅମ୍ଳାନ ସାରସ୍ଵତ ପ୍ରତିଭାର ନିଦର୍ଶନା

ଆଲୋଚ୍ୟ ପ୍ରବନ୍ଧ ‘ଜନ୍ମଭୂମି’ ଲେଖକଙ୍କ ‘ପ୍ରବନ୍ଧ ମାନସ’ ପୁସ୍ତକରୁ ସଂଗୃହୀତ ଯେଉଁଥରେ ପ୍ରାବନ୍ଧିକଙ୍କ ପଲ୍ଲୀପ୍ରୀତି, ଦେଶାତ୍ମବୋଧ ଓ ଉଦାର ମାନବିକତା ସରଳ ଗଦ୍ୟଶୈଳୀ ମଧ୍ଯରେ ଅଭିବ୍ୟକ୍ତି ଲାଭ କରିଛି । ଗତାନୁଗତିକତା ତଥା ପରମ୍ପରାର ଦାସ ସାଜିଥ‌ିବା ପାଶ୍ଚାତ୍ୟ ସଭ୍ୟତାପ୍ରେମୀ ଶିକ୍ଷିତ ବ୍ୟକ୍ତିମାନଙ୍କର ପଲ୍ଲୀବିମୁଖତାର କାରଣ ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ମୁଦୁ ଅପେକ୍ଷା ମାଧ୍ୟମରେ ଜନ୍ମଭୂମି ପ୍ରତି ଅନୁରାଗ ସୃଷ୍ଟି କରିବାହିଁ ପ୍ରବନ୍ଧର ଉପଜୀବ୍ୟ ବସ୍ତୁ ।

‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ ।’’

ଜନ୍ମସ୍ଥାନର ମାଧୁରିମାମୟ କୋଳ ହିଁ ମନୁଷ୍ୟର ଈପ୍‌ସିତ ସ୍ବର୍ଗ । ପ୍ରତ୍ୟେକ ବ୍ୟକ୍ତିର ଶିଶୁପ୍ରାଣକୁ ପଲ୍ଲୀର ଫୁଲ-ଫଳ, ଶାକ-ତଣ୍ଡୁଳ ପରିପୁଷ୍ଟ କରିଥାଏ। ପଲ୍ଲୀଭୂମି ହିଁ ମାତା, ଧାତ୍ରୀ, ଶିକ୍ଷୟିତ୍ରୀ ରୂପେ ତାକୁ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ ପ୍ରଦାନ କରେ । ସେହି ପଲ୍ଲୀଜନନୀ ତା’ପାଇଁ ଚିର ପୂଜ୍ୟ, ଚିର ନମସ୍ୟା ଓ ବନ୍ଦନୀୟା । ପରବର୍ତ୍ତୀ ସମୟରେ ତ୍ରା’ ସହ ସମ୍ପର୍କ କ୍ରମଶଃ ନିବିଡ଼ରୁ ନିବିଡ଼ତର ହେବା ସ୍ଵାଭାବିକ । ପରନ୍ତୁ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ଉଚ୍ଚଶିକ୍ଷିତ ହେବାର କାମନା ନେଇ ପଲ୍ଲୀଭୂମି ତ୍ୟାଗ କରୁଥିବା ବ୍ୟକ୍ତି ସହରାଭିମୁଖୀ ହୋଇ ଶେଷରେ ଜନ୍ମଭୂମି ପଲ୍ଲୀଗ୍ରାମ ପ୍ରତି ବୀତସ୍ପୃହ ହୋଇପଡ଼େ । ଆଧୁନିକ ଯୁବସମାଜର ଏତାଦୃଶ ମନୋବୃତ୍ତିର ମୁଖ୍ୟ କାରଣ ରୂପେ ଆଭିଜାତ୍ୟର ଅହଙ୍କାର ତଥା ଗତାନୁଗତିକତାର ଅନ୍ଧାନୁସରଣକୁ ଦାୟୀ କରିଛନ୍ତି।

ପଲ୍ଲୀଯୁବକ ଗ୍ରାମଭୂମି ତ୍ୟାଗ କରି ଉଚ୍ଚଶିକ୍ଷା ପ୍ରାପ୍ତିପାଇଁ ଆସେ ସହରକୁ । ପାଶ୍ଚାତ୍ୟ ଜୀବନାଦର୍ଶ, ରୀତିନୀତି ତଥା ପରମ୍ପରା ଓ ସଂସ୍କୃତି ନିକଟରେ ନିଜକୁ ନିର୍ବିଚାରରେ ସମର୍ପଣ କରିଦିଏ । ମାନବିକତାକୁ ଜଳାଞ୍ଜଳି ଦେଇ ବିଳାସବ୍ୟସନର ପ୍ରାଚୁର୍ଯ୍ୟ ମଧ୍ୟରେ ସହରୀ ଚଳଣିକୁ ଆପଣେଇ ନିଏ । ପରମ୍ପରାକୁ ଜାବୋଡ଼ିଧରି ନିଜକୁ ଅଭିଜାତ ଗୋଷ୍ଠୀର ସଦସ୍ୟରୂପେ ପରିଚାର ନୈତିଙ୍କ ସାହସ ତା’ର ଲୋପ ପାଇଯାଇଥାଏ।

‘ଶିକ୍ଷା ସମାପନ ସଙ୍ଗେ ସଙ୍ଗେ ସେମାନଙ୍କର ଏକ ପ୍ରକାର ପୁନର୍ଜନ୍ମ ଘଟିଥାଏ ।’’

ପରମ୍ପରା – ସ୍ରୋତରେ ନିଃସହାୟ ଶୁଷ୍କ ତୃଣସମ ଭାସିଚାଲେ ଶିକ୍ଷିତ ଯୁବକା ସେତେବେଳେ ପଲ୍ଲାକେ।ଳକୁ ପ୍ରତ୍ୟାବର୍ତ୍ତନ କରିବାର ନୈତିକ ସାହସ ତା’ର ଲୋପ ପାଇଯାଇଥାଏ । ପ୍ରାବନ୍ଧିକଙ୍କ ଭାଷାରେ-

“ମନୁଷ୍ୟ ବହୁ ପରିମାଣରେ ପରମ୍ପରାର ଦାସ”

ଉଦାହରଣ ଦେଇ ପ୍ରାବନ୍ଧିକ କହିଛନ୍ତି ଯେ ଶୀତପ୍ରଧାନ ଦେଶର ଅଭିଜାତ ବର୍ଗର ଚିହ୍ନ ସ୍ୱରୂପ ପରିଗଣିତ ନେକ୍‌ଟାଇ ବା ଗଳାବନ୍ଧିନାକୁ ଭାରତ ଭଳି ଗ୍ରାଷ୍ଟପ୍ରଧାନ ଦେଶରେ ପରିଧାନ କରି ଶିକ୍ଷିତ ଗୋଷ୍ଠୀ ଗଳହଘର୍ମ ହୁଅନ୍ତି ସିନା ଆଭିଚ୍ଚାତ୍ୟର ଅନ୍ଧାନୁସରଣରୁ ନିଜକୁ ମୁକ୍ତ କରିପାରନ୍ତି ନାହିଁ ।

ଶ୍ରମ ବିମୁଖତା ହେଉଛି ଆଭିଜାତ୍ୟର ଅନ୍ୟ ଏକ ଚିହ୍ନ । ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ବ୍ୟକ୍ତି ଶାରୀରିକ ଶ୍ରମକୁ ଘୃଣା କରିଥାଆନ୍ତି । ଏଣୁ ପଲ୍ଲୀବାସୀଙ୍କ ସ୍ଵାଭାବିକ ଶୃଙ୍ଖଳିତ କର୍ମଯୋଜନାରେ ଅଂଶଗ୍ରହଣ କରିବା ସେମାନଙ୍କ ପକ୍ଷେ ଅସମ୍ଭବ ହୋଇଉଠେ । ଜୀବନଯୁଦ୍ଧରେ ଦିଗ୍‌ବିଜୟୀ ବୀରଭାବେ ପରିଗଣିତ ହେବାପାଇଁ ଆୟର ବହୁବିଧ ପନ୍ଥା ଉଦ୍‌ଘାଟନ ପୂର୍ବକ ପାର୍ଥିବ ସୁଖସମ୍ଭୋଗରେ ମ୍ୟୁହମାନ ମାନବ ମାନବିକତାକୁ ହତ୍ୟା କରିଚାଲେ । ତେଣୁ ପଲ୍ଲୀର ଏକପରିବାରତ୍ଵ ପରମ୍ପରାରେ ସାମିଲ୍ ହୋଇ ମାନବିକ ମଧୁର ସମ୍ପର୍କ ସ୍ଥାପନ କରିବା ତା’ପାଇଁ ସୁଦୂର ପରାହତ ହୋଇପଡ଼େ ।

ପ୍ରାବନ୍ଧିକ ନିଜକୁ ତଥାକଥ ଅଭିଜାତ ବର୍ଗର ଓ ଶିକ୍ଷିତ ସଂପ୍ରଦାୟର ପ୍ରତିନିଧୁଭାବେ ବର୍ଣ୍ଣନା କରି ପଲ୍ଲୀର ଦୁରବସ୍ଥା ନିମନ୍ତେ ନିଜକୁ ତଥା ନିଜେ ପ୍ରତିନିଧ୍ୟ କରୁଥିବା ଶ୍ରେଣୀକୁ ଦାୟୀ କରିଛନ୍ତି । ତଙ୍ଗେ ସଙ୍ଗେ ଉଦାହରଣ ମାଧ୍ୟମରେ ଶ୍ରୀକୃଷ୍ଣଙ୍କ ଉପାଖ୍ୟାନ ଉପସ୍ଥାପନ କରି ପଲ୍ଲା ବିମୁଖତାର ଭୟାବହତା ତଥା ପ୍ରିମେୟ ପରିଚିତି ବିଷୟରେ ସତର୍କ କରାଇ ଦେଇଛିନ୍ତି । ପ୍ରାବନ୍ଧିକଙ୍କ ବାସ୍ତବଧର୍ମୀ ମତାମତ ପ୍ରବନ୍ଧଟିରେ ଭରିଦେଇଛି ଅଫୁରନ୍ତ ପ୍ରାଣପ୍ରାଚୁର୍ଯ୍ୟ ।

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question ୪୫ ।
ପଲ୍ଲୀର ଶିକ୍ଷିତ ସଂପ୍ରଦାୟ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ତୁଳନା କେତେଦୂର ଯୁକ୍ତିଯୁକ୍ତ ବୁଝାଇ ଲେଖ ।
କିମ୍ବା, ଜନ୍ମଭୂମି ପ୍ରତି ବିଶ୍ୱାସଘାତକତା କରି କେହି ପାର ପାଇ ନାହାନ୍ତି – ଉକ୍ତିଟିର ଯଥାର୍ଥତା ପଠିତ ପ୍ରବନ୍ଧାନୁସରଣରେ ଆଲୋଚନା କର ।
Answer:
ବିଶିଷ୍ଟ ପ୍ରାବନ୍ଧିକ, ସଫଳ ଗବେଷକ ତଥା ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଥୁଲେ ଅନନ୍ୟ ବହୁମୁଖୀ ପ୍ରତିଭାର ଅଧିକାରୀ । ସାରସ୍ବତ ସାଧନାର ଉତ୍ତାଳ ଫଲ୍‌ଗୁରେ ଚିରତଲ୍ଲୀନ ଏହି ପ୍ରଜ୍ଞାପୁରୁଷଙ୍କର ସୃଷ୍ଟି ଯେଭଳି ଉଚ୍ଚକୋଟୀର ଓ ଭାବଗମ୍ଭୀର, ସେହିଭଳି ପ୍ରାଣସ୍ପର୍ଶୀ ଓ ବାସ୍ତବଧର୍ମୀ । ଲେଖକଙ୍କ ସାରସ୍ବତ ସୃଷ୍ଟିସମ୍ଭାର ମଧ୍ଯରେ ‘ପ୍ରବନ୍ଧ ମାନସ’, ‘ମୋ ସମୟର ଓଡ଼ିଶା’, ‘ଇତିହାସ ଓ କିମ୍ବଦନ୍ତୀ’, ‘ସାରଳା ମହାଭାରତରେ ଐତିହାସିକ ଚିତ୍ର’ ଆଦି ତାଙ୍କ ଅନନ୍ୟ ପ୍ରତିଭାର ପରିଚୟ ବହନ କରେ । ଆଲୋଚ୍ୟ ପ୍ରବନ୍ଧ ‘ଜନ୍ମଭୂମି’ ଲେଖକଙ୍କ ‘ପ୍ରବନ୍ଧ ମାନସ’ ପୁସ୍ତକରୁ ସଂଗୃହୀତ ।

ସଂପ୍ରତି ପଲ୍ଲୀଗ୍ରାମରେ ଜନ୍ମିତ ତଥା ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ଯୁବଗୋଷ୍ଠୀଙ୍କଠାରେ ପରିଦୃଷ୍ଟ ନଗର ଉନ୍ମୁଖତା ତଥା ପଲ୍ଲୀ ବିମୁଖତା ପ୍ରାବନ୍ଧିକଙ୍କ ମନରେ ଗଭୀର ଉଦ୍‌ବେଗର କାରଣ ହୋଇଛି । ଜନ୍ମଭୂମି ପ୍ରତି ବୀତସ୍ପୃହ ଆଧୁନିକ ଶିକ୍ଷିତ ସଂପ୍ରଦାୟକୁ ଏ ଦିଗରେ ସଚେତନ କରିବାକୁ ଯାଇ ପ୍ରାବନ୍ଧିକ ପ୍ରକାଶ କରିଛନ୍ତି ଯେ ନିଜ ଜନ୍ମଭୂମି ପ୍ରତି ବିଶ୍ୱାସଘାତକତା ତଥା ପ୍ରବଞ୍ଚନା ପରି ଅନୈତିକତାର ପରିଣାମ ଯୁଗାବତାର ଶ୍ରୀକୃଷ୍ଣଙ୍କୁ ମଧ୍ୟ ଭୋଗ କରିବାକୁ ପଡ଼ିଥିଲା ।

ଜନନୀ ଓ ଜନ୍ମଭୂମି ଯେ ସ୍ବର୍ଗଠାରୁ ବଡ଼ ଏଥ‌ିରେ ଦ୍ବିରୁକ୍ତି ନାହିଁ । ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଜନ୍ମଭୂମି ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ଭୂମିକାରେ ଅବତୀର୍ଣ୍ଣ ହୁଏ । ଶୈଶବରୁ କୈଶୋର ପର୍ଯ୍ୟନ୍ତ ଯେଉଁ ପଲ୍ଲୀଗ୍ରାମ ବ୍ୟକ୍ତିକୁ ରୂପ, ରସ, ଗନ୍ଧ, ପରିଚୟ ଶିକ୍ଷାଦେଇ ଜୀବନ ଦିଗନ୍ତରେ ଆଙ୍କିଦିଏ ଆଶା ଇନ୍ଦ୍ରଧନୁର ବର୍ଣ୍ଣାଳୀ, ସେହି ପଲ୍ଲୀଜନନୀର ମମତାସିକ୍ତ ସ୍ମୃତି ଓ ଅନୁଭୂତିକୁ ପାସୋରି ଦେଇ ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ଆଧୁନିକ ଯୁବ ସଂପ୍ରଦାୟ ଜନ୍ମଭୂମି ପ୍ରତି ବିମୁଖ ହୋଇପଡ଼େ । ସେମାନଙ୍କଠାରେ ସେହି ବୀତସ୍ପୃହତା ଅବଶ୍ୟ ଦିନେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ପ୍ରାବନ୍ଧିକ ଶିକ୍ଷିତ ସମାଜକୁ ସତର୍କ କରିଦେଇଛନ୍ତ୍ରି ।

ଦ୍ଵାପର ଯୁଗର ମହାନାୟକ ଶ୍ରୀକୃଷ୍ଣ ଗୋପପୁର ନନ୍ଦ-ଯଶୋଦାଙ୍କ ଅନାବିଳ ସ୍ନେହ, ଗୋପୀ ଗୋପାଳଙ୍କ ଅସୀମ ମମତା ଲାଭକରି ଶୈଶବରୁ କୈଶୋରରେ ପଦାର୍ପଣ କରିଥିଲେ । ଗୋପପୁର, ଯମୁନା କୂଳର କଦମ୍ବମୂଳ ଥିଲା ତାଙ୍କ କୈଶୋର ଜୀବନର କ୍ରୀଡ଼ାଭୂମି । କ୍ରୀଡ଼ାସାଥୀ ଗୋପାଳବାଳକଙ୍କ ଅନ୍ତରଙ୍ଗ ସଙ୍ଗସୁଖ, ଗୋପାଙ୍ଗନାଙ୍କ ଅନାବିଳ ପ୍ରେମ ଓ ଭଲପାଇବା, ସର୍ବୋପରି ନନ୍ଦ, ଯଶୋଦାଙ୍କ ବାତ୍ସଲ୍ୟ ସ୍ନେହକୁ ଜଳାଞ୍ଜଳି ଦେଇ କଂସ ନିସୂଦନ ଉଦ୍ଦେଶ୍ୟରେ ଗୋପପୁର ଛାଡ଼ି ଚାଲିଗଲେ ମଥୁରା । ତିନିଦିନ ପାଇଁ କଷ୍ଟ କରି ଯାଇଥିଲେ ମଧ୍ୟ ଆଉ ଜନ୍ମଭୂମି ମଥୁରାକୁ ଫେରିନଥିଲେ । ମଥୁରାରୁ ହାରିକା ଦୀର୍ଘପଥ ଅତିକ୍ରମ କରି ସେ ବିପୁଳ ରାଜ୍ୟ, ଅପରିସୀମ ବିଭବ, ଅଭ୍ରଂକଷ ପ୍ରାସାଦ, ଅଷ୍ଟପାଟବଂଶୀ ଓ ଅଗଣିତ ପୁତ୍ରକନ୍ୟାର ଅଧିକାରୀ

ହୋଇ ମହାସମାରୋହରେ ରଚନା କଲେ ଐଶ୍ବର୍ଯ୍ୟଲୀଳା । ଅନ୍ୟାୟ, ଅନୀତି, ପକ୍ଷପାତିତା ତଥା ବିଶ୍ୱାସଘାତକତାରେ ଜର୍ଜରିତ ହେଲା ‘ମଥୁରା ମଙ୍ଗଳ’, କୃଷ୍ଣ କେଶବଙ୍କ ଜୀବନ ଚରିତ । ଜନ୍ମଭୂମି ପ୍ରତି ଅନାଦର ଓ ପ୍ରବଞ୍ଚନାର ଦୁରନ୍ତ ଦୁଷ୍ପରିଣାମରୁ ସେ ମୁକ୍ତି ପାଇପାରିଲେନି । କାଳର ଅପ୍ରତିରୋଧ୍ୟ ଶକ୍ତି ନିକଟରେ ନାରାୟଣୀ ଶକ୍ତିର ପରାଜୟ ହେଲା । ତାଙ୍କ ନଉଶ୍ଚୁମ୍ବୀ ରାଜନବର, ବିଳାସସୌଧ ସିନ୍ଧୁର କରାଳ ଗର୍ଭରେ ନିମଗ୍ନ ହେଲା । ପୁତ୍ର, ପୌତ୍ରାଦି କାଦମ୍ବରୀ ମଦ୍ୟପାନପୂର୍ବକ ପ୍ରଭାସ ତୀର୍ଥର ଏରକାର ବନରେ ମଦମତ୍ତ ଅବସ୍ଥାରେ ମୃତ୍ୟୁବରଣ କଲେ । ରାଜ୍ୟହୀନ ପରିବାର-ପରିଜନ ତଥା ଗୃହଶୂନ୍ୟ ଭାବେ ଲୀଳାମୟ କୃଷ୍ଣ ଶିଆଳି ଲତାର ଘୁମନ୍ତଦୋଳିରେ ବିଶ୍ରାମରତ ଥିବାବେଳେ ନିର୍ବୋଧ ବ୍ୟାଧର ଲୌହଶର ଯୁଗପୁରୁଷଙ୍କ ପାର୍ଥିବ ଲୀଳାବସାନ ଘଟାଇଲା ।

ଗଳ୍ଲାର ଶିକ୍ଷିତ ସଂପ୍ରଦାୟକୁ ଶ୍ରାକୃଷ୍ଣଙ୍କ ସହ ତୁଳନା କରିବା ପଶୁ।ତ୍ଭାଗରେ ପ୍ରାବନ୍ଧିକଙ୍କ ଇଙ୍ଗିତ ସୃଷ୍ଟା ଶ୍ରାକୃଷ୍ଣଙ୍କ ନବରାଜ୍ୟ ଦ୍ଵାରକା ସାଗରର ଅତଳ ଗର୍ଭରେ ଲୀନ ହୋଇଥିଲେ ମଧ୍ୟ ଗୋପପୁର ଅଦ୍ୟାବଧୂ ପୂର୍ବବତ୍ ରହିଅଛି । ଯମୁନାକୂଳ ନୀପକୁଞ୍ଜର ମଧୁଗନ୍ଧରେ ଆଜି ମଧ୍ୟ ଗୋପ, ବୃନ୍ଦାବନକୁ ଆମୋଦିତ କରୁଛି । କଦମ୍ବର ସ୍ନିଗ୍ଧ ଛାୟାରେ ପ୍ରମତ୍ତ ମୟୂରର ସ୍ଵର ନୀରବି ନାହିଁ । ନଗରର ପ୍ରତୀକ ଦ୍ଵାରକା ନିଜ ଅସ୍ଥିତ୍ଵ ହରାଇଥିଲାବେଳେ ପଲ୍ଲୀଭୂମିର ପ୍ରତୀକ ଗୋପ-ବୃନ୍ଦାବନ ଆଜି ମଧ୍ୟ ପୂର୍ବବତ୍ ବିଦ୍ୟମାନା ଆଧୁନିକ ଦିନେ ହୁଏତ ଧ୍ଵଂସମ୍ପୂଖରେ ନିଃଶେଷ ହୋଇଯାଇପାରେ ମାତ୍ର ଗିଲ୍ଲାର ବିନାଶ ନାହିଁ

କୃଷ୍ଣଙ୍କ ପରି ଆଜିର ଯୁବ ସଂପ୍ରଦାୟ ପଲ୍ଲୀଭୂମି ତ୍ୟାଗ କରି ଉଚ୍ଚଶିକ୍ଷା ପ୍ରାପ୍ତି ପାଇଁ ଆସେ ସହରକୁ । ଶିକ୍ଷାଲାଭ ପରେ ସେହି ପାଶ୍ଚାତ୍ୟ ସଭ୍ୟତା ନିକଟରେ ସେ ନିଜ ମାନବିକତାକୁ ଉତ୍ସର୍ଗ କରିଦେଇ ଭୁଲିଯାଏ ନିଜ ଜନ୍ମଭୂମି ପଲ୍ଲୀଗ୍ରାମକୁ । ସହରର ଚାକଚକ୍ୟ, ବିଳାସ -ବ୍ୟସନର ପର୍ଯ୍ୟାପ୍ତ ସୁଯୋଗ, ନଭଶ୍ଚୁମ୍ବୀ ସୌଧମାଳାର ବର୍ଣ୍ଣାଢ଼ୀ ପରିବେଶ ଓ ରଙ୍ଗୀନ ଆଲୋକମାଳାର ମାୟାପୁରୀ ତା’ର ଚକ୍ଷୁରେ ବୋଳିଦିଏ ଯାଦୁର ଅଞ୍ଜନ । ଜନ୍ମସ୍ଥାନର ମାଧୁରିମାମୟ କ୍ରୋଡ଼ ତା’ର ବିସ୍ମରଣ ହୁଏ । ସହରାଞ୍ଚଳର ଜୀବନଶୈଳୀ ତାକୁ ଦିଏ ସ୍ୱର୍ଗସୁଖ । ସେ ଭୁଲିଯାଏ ଜନ୍ମଭୂମି ପ୍ରତି ତା’ର କର୍ତ୍ତବ୍ୟବୋଧକୁ I ପଲ୍ଲୀଗ୍ରାମର ହଳକର୍ଷିତ ଜଳବର୍ଷିତ ଶାନ୍ତିପ୍ରଦ ମାଟିଗନ୍ଧ ତାକୁ ଆକୃଷ୍ଟ କରିପାରେ ନାହିଁ । ସହରାଞ୍ଚଳର ଯନ୍ତ୍ର ଓ ମନ୍ତ୍ରରେ ମୁଗ୍ଧ ହୋଇ ସେ ଭୁଲିଯାଏ ପଲ୍ଲୀର ଶ୍ରୀ ଓ ସୌନ୍ଦର୍ଯ୍ୟ ।

ଜୀବନ ଓ ଜୀବିକାର ଉନ୍ନତିକଳ୍ପ ପଲ୍ଲୀ ଜନତା ଗ୍ରାମଭୂମି ତ୍ୟାଗକରି ସହରାଭିମୁଖୀ ହେବା ଫଳରେ ସଂପ୍ରତି ପଲ୍ଲୀ ଜନନୀ ସେମାନଙ୍କ ଶିକ୍ଷିତ ସନ୍ତାନଙ୍କୁ ହରାଇ ବସିଛି। Oliver Gold Smithଙ୍କ ପରି ସଂବେଦନଶୀଳ କବି ‘Deserted Village’ କାବ୍ୟରେ ଏହି ଶ୍ରୀହୀନ ପଲ୍ଲୀର ଇତିକଥା ରଚନା କରିଛନ୍ତି ।

ଅର୍ଥ-ସ୍ଵାର୍ଥ-ସର୍ବସ୍ଵ ଶିକ୍ଷିତ ସଂପ୍ରଦାୟ କୃଷ୍ଣଙ୍କ ପରି ନିଜ ଜନ୍ମଭୂମି ପ୍ରତି ଯେଭଳିଭାବେ ବିଶ୍ୱାସଘାତକତା କରି ଚାଲିଛନ୍ତି ତା’ର ପରିଣାମ ଦିନେ ଭୟାବହ ପରିସ୍ଥିତି ସୃଷ୍ଟି କରିବ ବୋଲି ଲେଖକ ଦୃଢୋକ୍ତି ପ୍ରକାଶ କରିଛନ୍ତି । ନବ୍ୟ-ସଭ୍ୟ-ଶିକ୍ଷିତ ଯୁବକମାନଙ୍କର ପଲ୍ଲୀଗ୍ରାମ ପ୍ରତି ଚରମ ଉଦାସୀନତା ଓ ବିଦ୍ବେଷଭାବକୁ ପ୍ରକାରାନ୍ତରେ ସମାଲୋଚନା କରିଛନ୍ତି ସେ । ଗଭୀର ମାତୃଭୂମି ପ୍ରୀତି ଓ ଉଦାର ମାନବିକତାର ସ୍ଵର ଝଙ୍କାରରେ ଝଙ୍କୃତ ପ୍ରବନ୍ଧ ‘ଜନ୍ମଭୂମି’ ଡଃ ପାଣିଗ୍ରାହୀଙ୍କ ଆନ୍ତରିକ ଅନୁରାଗର ବାଙ୍ମୟ ପରିପ୍ରକାଶ ।

Question ୪୬ ।
ଏହି ପ୍ରବନ୍ଧରେ ଲେଖକ ଶିକ୍ଷିତ ସମାଜକୁ କି ପରାମର୍ଶ ଦେଇଛନ୍ତି ?. କିମ୍ବା, ଶିକ୍ଷିତ ସମାଜ କିପରି ପୂଜ୍ୟ ଓ ନମସ୍ୟ ହୋଇପାରିବେ ତାହାକୁ ‘ଜନ୍ମଭୂମି’ ପ୍ରବନ୍ଧ ଆଧାରରେ ଆଲୋଚନା କର ।
Answer:
ବୃତ୍ତିରେ ଇତିହାସ ଅଧ୍ୟାପକ ଓ ପ୍ରତ୍ନତାତ୍ତ୍ଵିକ ଗବେଷକ ପ୍ରଫେସର ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରବୃତ୍ତି ଦୃଷ୍ଟିରୁ ଥିଲେ ନିରଳସ ସାହିତ୍ୟ ସାଧକ । ଏହି ପ୍ରଜ୍ଞାପୁରୁଷଙ୍କ ପ୍ରବନ୍ଧଗୁଡ଼ିକ ତଥ୍ୟ ସମ୍ବଳିତ ତଥା ସତ୍ୟ ଉପରେ ପର୍ଯ୍ୟବସିତ । ତାଙ୍କ ସାରସ୍ବତ କୃତିଗୁଡ଼ିକ ମଧ୍ୟରେ ‘ପ୍ରବନ୍ଧ ମାନସ’, ‘ଇତିହାସ ଓ କିମ୍ବଦନ୍ତୀ’, ‘ସାରଳା ମହାଭାରତରେ ଐତିହାସିକ ଚିତ୍ର ’ଏବଂ ଆତ୍ମଜୀବନୀ ‘ମୋ ସମୟର ଓଡ଼ିଶା’ ପ୍ରାବନ୍ଧିକଙ୍କ ଅମ୍ଳାନ ପ୍ରତିଭାର ପରିଚାୟକ ।
ମୋ ସମୟର ଓଡ଼ିଶା’ ପ୍ରାବନ୍ଧିକଙ୍କ ଅମ୍ଳାନ ପ୍ରତିଭାର ପରିଚାୟକ ।

ଲେଖକଙ୍କ ‘ପ୍ରବନ୍ଧ ମାନସ’ ପୁସ୍ତକରୁ ସଂଗୃହୀତ ‘ଜନ୍ମଭୂମି’ ଶୀର୍ଷକ ପ୍ରବନ୍ଧରେ ଶିକ୍ଷିତ ସମାଜରେ ପରିଦୃଷ୍ଟ ନଗର ଉନ୍ମୁଖତା ତଥା ପଲ୍ଲୀବିମୁଖତା ପ୍ରାବନ୍ଧିକଙ୍କ ମନରେ ଉଦ୍‌ବେଗ ପ୍ରକାଶ କରିଛି । ଗତାନୁଗତିକତା ତଥା ପରମ୍ପରାର ଦାସ ସାଜିଥ୍ବା ପାଣ୍ଠାତ୍ୟ ସଭ୍ୟତାପ୍ରେମା ଶିକ୍ଷିତ ବ୍ୟକ୍ତିମାନଙ୍କର ଗ୍ରାମ୍ୟସଭ୍ୟତା ପ୍ରତି ବାତ ବାତସ୍ପହତାର କାରଣ ଅନୁଧ୍ୟାନ କରିବା ପୂର୍ବକ ସେମାନଙ୍କ ଉଦାସୀନତାର ପରିଣାମ ଭବିଷ୍ୟତରେ ଯେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ଏ ଦିଗରେ ସତର୍କ କରାଇଛନ୍ତି । ମୁଦୁ ଅପେକ୍ଷା ମାଧ୍ୟମରେ ସେ ଶିକ୍ଷିତ ଗୋଷ୍ଠୀଙ୍କୁ ପରୋକ୍ଷରେ ବହୁ ଗୁରୁତ୍ଵପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଛନ୍ତି ।

ପ୍ରତ୍ୟେକ ବ୍ୟକ୍ତିର ଶିଶୁପ୍ରାଣକୁ ଫୁଲ, ଫଳ, ଶାକ-ତଣ୍ଡୁଳ ଯୋଗରେ ପରିପୁଷ୍ଟ କରିବା ସଙ୍ଗେ ସଙ୍ଗେ ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ସାଜି ପଲ୍ଲୀଜନନୀ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ କରାଏ । ସେ ଦୃଷ୍ଟିରୁ ସେ ସଭିଙ୍କ ପାଇଁ ଚିରନମସ୍ୟା, ପୂଜ୍ୟ ଓ ବନ୍ଦନୀୟା । ତାହା ସହ ସମ୍ପର୍କ ପରବର୍ତ୍ତୀ ସମୟରେ ନିବିଡ଼ରୁ ନିବିଡ଼ତର ହେବା ପରିବର୍ତ୍ତେ ସଂପ୍ରତି ପଲ୍ଲୀଗ୍ରାମ ଛାଡ଼ି ଉଚ୍ଚଶିକ୍ଷା ନିମିତ୍ତ ସହରାଞ୍ଚଳ ଯାଉଥିବା ଯୁବଗୋଷ୍ଠୀ ପରବର୍ତ୍ତୀ ସମୟରେ ନିଜ ଜନ୍ମଭୂମି ପ୍ରତି ବୀତସ୍ପୃହ ହୋଇଉଠେ ।

ତଥା ଅର୍ଥ, କ୍ଷମତା ଓ ପ୍ରଭୁତ୍ଵର ଅହଙ୍କାର ହେତୁ ସେମାନଙ୍କାରେ ପଲ୍ଲୀବିମୁଖତା ପରି ଅମାନବିକତା ପରିଲକ୍ଷିତ ହୁଏ । ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’ ପରି ମହାନ୍ ବାଣୀ ସେମାନଙ୍କ ପାଇଁ ଅର୍ଥହୀନ ତଥା ଅବାସ୍ତବ ହୋଇଉଠେ । ଏଥିପାଇଁ ପ୍ରାବନ୍ଧିକ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ତଥା ଗତାନୁଗତିକତାର ଅନ୍ଧି।ନୁସରଣକୁ ଦାୟା କରିଛନ୍ତି। ଶିକ୍ଷାଗତ ଯୋଗ୍ୟତ। ତଥା ଅର୍ଥ, କ୍ଷମତା ଓ ପ୍ରଭୁତ୍ଵର ଅହଙ୍କାର ହେତୁ ସେମାନଙ୍କଠାରେ ପଲ୍ଲୀବିମୁଖତା ପରି ଅମାନବିକତା ପରିଲକ୍ଷିତ ହୁଏ । ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’ ପରି ମହାନ୍ ବାଣୀ ସେମାନଙ୍କ ପାଇଁ ଅର୍ଥହୀନ ତଥା ଅବାସ୍ତବ ହୋଇଉଠେ । ଏଥପ୍ରତି ସଚେତନ ହେବାପାଇଁ ପ୍ରାବନ୍ଧିକ ପରୋକ୍ଷରେ ପରାମର୍ଶ ଦେଇଛନ୍ତି । ଲେଖକ ପୁନଶ୍ଚ କହିଛନ୍ତି ଯେ-

‘‘ମନୁଷ୍ୟ ବହୁପରିମାଣରେ ପରମ୍ପରାର ଦାସ ।’’

ଉଚ୍ଚଶିକ୍ଷା ଲାଭପରେ ପର୍ଯ୍ୟାପ୍ତ ଆୟ ହେତୁ ଶିକ୍ଷିତ ଗୋଷ୍ଠୀ ନିଜକୁ ଅଭିଜାତ ଗୋଷ୍ଠୀ ଅନ୍ତର୍ଭୁକ୍ତ ବୋଲି ମନେକରେ । ଆଭିଜାତ୍ୟର ଚିହ୍ନ ସ୍ୱରୂପ ପୋଷାକ ପରିଚ୍ଛଦ ପରିଧାନ ସହ ଆଧୁନିକ ଜୀବନଶୈଳୀ ମଧ୍ଯରେ ସେ ଶାରୀରିକ ଶ୍ରମଠାରୁ ଦୂରେଇ ଯାଇ ବିଳାସ ବ୍ୟସନର ପ୍ରାଚୁର୍ଯ୍ୟ ମଧ୍ଯରେ ଜୀବନକୁ ଉପଭୋଗ କରିବାକୁ ଶ୍ରେୟ ମନେକରେ । ପୁନଶ୍ଚ ଜୀବନ ଯୁଦ୍ଧରେ ଦିଗ୍‌ବିଜୟୀ ବୀରଭାବେ ପରିଚିତ ହେବାପାଇଁ ସେ ଉଶ୍ଵାସରେ ଧାଇଁ ଆୟର ପନ୍ଥା ବିସ୍ତାର କରିବାକୁ ଲାଗେ । କାରଣ ସେ ଅନୁଭବ କରେ ଯେ ଆଦର ଓ ପ୍ରଶଂସା ପାଇବାପାଇଁ ଧନର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସେମାନେ କିନ୍ତୁ ଭୁଲିଯିବା ଉଚିତ ନୁହେଁ, ଜନ୍ମଭୂମି ତ୍ୟାଗକରି ବିପୁଳ ରାଜ୍ୟ ଅପରିସୀମ ବିଭବ ଓ ଅଭ୍ରଂକକ୍ଷ ପ୍ରାସାଦ ଓ ଅଷ୍ଟପାଟବଂଶୀଙ୍କ ଅଧିକାରୀ ଯୁଗାବତାର ଶ୍ରୀକୃଷ୍ଣଙ୍କୁ ଦିନେ ରାଜ୍ୟହୀନ, ଗୃହହୀନ, ଧନହୀନ ଓ ପୁତ୍ରକନ୍ୟାହୀନ ହୋଇ ଅପ୍ରତ୍ୟାଶିତ ମୃତ୍ୟୁର ସମ୍ମୁଖୀନ ଅନୈତିକ ଏବଂ ଏ ଦିଗରେ ବେଳହୁଁ ସାବଧାନ ହେବାପାଇଁ ପ୍ରାବନ୍ଧିକଙ୍କ ପରାମର୍ଶ ଅବଶ୍ୟ ଗୁରୁତ୍ୱପୂର୍ଣ୍ଣ ।

ଶ୍ରମବିମୁଖତାକୁ ଆଭିଜାତ୍ୟର ଚିହ୍ନ ଭାବେ ଗ୍ରହଣ କରିଥ୍ବା ଶିକ୍ଷିତ ଗୋଷ୍ଠା ପିଲ୍ଲାବାସୀଙ୍କ ଶ୍ଠଙ୍ଖଳିତ କର୍ମଯୋଜନାରେ ନିଜକୁ ସାମିଲ କରିବାକୁ ଅକ୍ଷମତା ପ୍ରକାଶ କରିଥାଆନ୍ତି । ଶାରୀରିକ ସୁସ୍ଥତା ପାଇଁ କର୍ମମୁଖର ଜୀବନଯାପନ ଶୈଳୀର ଆବଶ୍ୟକତା ଅନସ୍ବୀକାର୍ଯ୍ୟ । ତେଣୁ ଶିକ୍ଷିତ ଗୋଷ୍ଠୀ ଏଥପ୍ରତି ଧ୍ୟାନଦେବା ଅବଶ୍ୟ ବିଧେୟ । ଆଭିଜାତ୍ୟର ଗର୍ବରେ ଜନ୍ମଭୂମି ପଲ୍ଲୀଗ୍ରାମରେ ଜାତି-ଧର୍ମ- ବର୍ଣ୍ଣ ନିର୍ବିଶେଷରେ ଗଢ଼ିଉଠିଥ‌ିବା ମହାନ୍ ଏକପରିବାରତ୍ଵ ପରମ୍ପରାରେ ସେ ନିଜକୁ ଖାପଖୁଆଇ ନ ପାରିବା ସର୍ବାଦୌ ଅନୁଚିତ । ଜନ୍ମଭୂମି ପଲ୍ଲୀଗ୍ରାମବାସୀଙ୍କ ଆତ୍ମୀୟତାର ନିବିଡ଼ ବନ୍ଧନକୁ ହେୟ ମନେକରି ସେମାନଙ୍କ ସହ ସମ୍ପର୍କ ଛିନ୍ନ କରିବା କଦାପି ମାନବିକତାର ପରିଚାୟକ ନୁହେଁ । ଇଂରେଜ କବି ସେକ୍ସପିୟରଙ୍କ ମତରେ-

‘He, who hath not said this is my own my native land is beast.” ଜନ୍ମମାଟିକୁ ନେଇ ଯେ ଗର୍ବ ନକରେ ସେ ପଶୁତୁଲ୍ୟ । ପ୍ରତ୍ୟେକ ବ୍ୟକ୍ତି ନିଜ ଜନ୍ମସ୍ଥାନକୁ ଅନ୍ତରଙ୍ଗଭାବେ ଭଲ ପାଇବା ଉଚିତ । ସହରୀ ଚାକଚକ୍ୟରେ ବୁଡ଼ିରହି ମଳିନ ଜନ୍ମମାଟି ପ୍ରତି ଯଥାସମ୍ଭବ କର୍ତ୍ତବ୍ୟରୁ ବିରତ ହେବା ଅବଶ୍ୟ ଅନୈତିକ ଓ ଅମାନବିକ ଏଥ‌ିରେ ସନ୍ଦେହର ଅବକାଶ ନାହିଁ । ସେହି ଶିକ୍ଷିତମାନେ ହିଁ ଆମର ନମସ୍ୟ ଯେଉଁମାନେ ସେମାନଙ୍କର ମହାନୁଭବତାର ପରିକୁ ପଲ୍ଲୀଗ୍ରାମରୁ ଆରମ୍ଭକରି ବିଶ୍ବ ପର୍ଯ୍ୟନ୍ତ ପରିବ୍ୟାପ୍ତ କରିପାରିଛନ୍ତି । ପ୍ରବନ୍ଧର ଉପସଂହାର କରି ପ୍ରାବନ୍ଧକ କହିଛନ୍ତି ‘‘ଯେ ଭଲ ଗ୍ରାମବାସୀ ନୁହେଁ; ସେ ଭଲ ଓଡ଼ିଶାବାସୀ ନୁହେଁ, ସେ ଭଲ ଭାରତବାସୀ ନୁହେଁ ଓ ଯେ ଭଲ ଭାରତବାସୀ ନୁହେଁ ସେ ଭଲ ବିଶ୍ବବାସୀ ହୋଇନପାରେ ।’’

Question ୪୭ ।
ଗ୍ରାମରେ ରଜ, କୁମାର ପୂର୍ଣ୍ଣିମା ଭଳି ବିଭିନ୍ନ ପର୍ବପର୍ବାଣିରେ ଯେଉଁସବୁ ଗୀତ ବୋଲାଯାଏ, ସେସବୁ ସଂଗ୍ରହ କରି ତୁମ ସାହିତ୍ୟ ଶିକ୍ଷକଙ୍କୁ ଦେଖାଅ ।
Answer:
ପଲ୍ଲୀକବି ନନ୍ଦକିଶୋର ବଳ, ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ, ଡ. କୁଞ୍ଜବିହାରୀ ଦାସଙ୍କ ପଲ୍ଲୀଗୀତ ସଂକଳନରୁ ଏସବୁ ଗୀତ ସଂଗ୍ରହ କର ଏସବୁ ଗୀତ ସଂଗ୍ରହ କରା

ତୁମ ପାଇଁ କାମ

Question ୪୮ ।
ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଲିଖ୍ ଅନ୍ୟାନ୍ୟ ବହି ପଢ଼। ବିଶେଷତଃ ତାଙ୍କ ଆତ୍ମଜୀବନୀ- ‘ମୋ ସମୟର ଓଡ଼ିଶା’ ପୁସ୍ତକ ପଢ଼ା

Question ୪୯ ।
ପଲ୍ଲୀ କବିତାଗୁଡ଼ିକୁ ମନେରଖ୍ ନିଜ ନିଜ ମଧ୍ୟରେ ପଦ୍ୟାନ୍ତ ପ୍ରତିଯୋଗିତା କର ।

Question ୫୦ ।
ତୁମ ଜନ୍ମଭୂମି ସମ୍ପର୍କରେ ତୁମେ ଏକ କବିତା କିମ୍ବା ପ୍ରବନ୍ଧ ଲେଖୁ ତୁମ ସାହିତ୍ୟ ଶିକ୍ଷକଙ୍କୁ ଦେଖାଅ ।
[ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]

BSE Odisha 10th Class Odia Solutions Chapter 9 ଜନ୍ମଭୂମି

ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର ପ୍ରଶ୍ନୋତ୍ତର

Question 1.
ଲେଖକ କାହାକୁ ତାଙ୍କର ଜନ୍ମଭୂମି ବୋଲି କହିଛନ୍ତି ?
Answer:
ପଲ୍ଲୀ ମାଟିକୁ

Question 2.
ଦ୍ଵାରକାର ରାଜଭୋଗରେ ଶ୍ରୀକୃଷ୍ଣଙ୍କ ପାଦ କିପରି ରକ୍ତାଭ ହୋଇଥିଲା ?
Answer:
ନବପଲ୍ଲବ ପରି

Question 3.
ଗାଁର ଯେଉଁ ନବ ଯୁବକମାନେ ଚାକିରି ନ ପାଇ ଜନ୍ମଭୂମି ଛାଡ଼ି ନାହାଁନ୍ତି, ସେମାନେ କାହାର ଆଶ୍ରୟ ନେଇଛନ୍ତି ?
Answer:
ରାଜନୀତିର

Question 4.
ଜନ୍ମଭୂମି ପ୍ରବନ୍ଧଟି ପ୍ରାବନ୍ଧିକଙ୍କର କେଉଁ ପୁସ୍ତକରୁ ସଂଗୃହୀତ ?
Answer:
ପ୍ରବନ୍ଧ ମାନସ

Question 5.
ଜନ୍ମଭୂମିକୁ ଫେରିଯିବାପାଇଁ ଲେଖକଙ୍କର କ’ଣ ଅଭାବ ରହିଛି ?
Answer:
ନୈତିକ ସାହାସ

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question 6.
ଭାରତୀୟ ଅର୍ଥନୈତିକ ବେଷ୍ଟନୀରେ କାହାକୁ ଥୋଇ ଦିଆହୋଇଛି ?
Answer:
ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିକୁ

Question 7.
ଧର୍ମାନ୍ତର ପରେ ଦୀକ୍ଷିତ ବ୍ୟକ୍ତି ଧର୍ମ ପାଖରେ କ’ଣ ଉତ୍ସର୍ଗ କରିଥାଏ ?
Answer:
ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିକୁ

Question 8.
ପୂର୍ବରୁ ଦେଖାହେଲେ ଗୋବିନ୍ଦାଭାଇ ଲେଖକଙ୍କୁ କୁଟିରରେ ବସାଇ କାହାର ବ୍ୟାଖ୍ୟା ଶୁଣାଉଥିଲା ?
Answer:
ମାନିଗରିକତା

Question 9.
‘ସିକ୍ତଭୂମିର ସୁଗନ୍ଧ ଓ ବନ୍ୟଯୂଥର ପରିମଳ’ରେ କେଉଁ ପର୍ବ ଆରମ୍ଭ ହୁଏ ?
Answer:
ମଳରୋଧ ଚଉତିଶାର

Question 10.
ସାର ମାଉସୀ ଲେଖକଙ୍କୁ ଆଗେ କ’ଣ କହି ପଚାରୁଥୁଲା ?
Answer:
କେବେ ଆସିଲୁ ବାପା ?

ପରୀକ୍ଷା ଉପଯୋଗୀ ଅତିରି

(A) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
ଗ୍ରାମର ଶୃଙ୍ଖଳିତ କର୍ମଯୋଜନା କ’ଣ ?
Answer:
ଗ୍ରୀଷ୍ମର ଝାଞ୍ଜି, ବର୍ଷାର ଝଡ଼ ଓ ହେମନ୍ତର ଶୀତକୁ ଖାତିର ନ କରି ଗ୍ରାମବାସୀମାନେ ଯେଉଁ କର୍ମ କରି ଚାଲନ୍ତି, ସେହି କାମହିଁ ଗ୍ରାମର ଶୃଙ୍ଖଳିତ କର୍ମଯୋଜନା ।

Question 2.
କୃଷ୍ଣ ଦ୍ଵାରକା ଯାଇ ସେଠାରେ କେଉଁ ବିଭବର ଅଧିକାରୀ ହୋଇଥିଲେ ?
Answer:
କୃଷ୍ଣ ମଥୁରାରୁ ଦ୍ଵାରକାରେ ଉପନୀତ ହୋଇ ସେଠାରେ ବିପୁଳ ରାଜ୍ୟ ସ୍ଥାପନ କରି ଅପରସୀମ ବିଭବର ଅଧିକାରୀ ହୋଇ ଅଭ୍ରଂକଷ ପ୍ରାସାଦ ନିର୍ମାଣ କରିଥିଲେ ।

Question 3.
ଶ୍ରୀକୃଷ୍ଣ କେଉଁମାନଙ୍କୁ ପ୍ରବଞ୍ଚନା କରି ଗୋପପୁର ଛାଡ଼ି ଆସିଲେ ?
Answer:
ଶ୍ରୀକୃଷ୍ଣ ଗୋପପୁରରେ ନନ୍ଦ, ଯଶୋଦା ଓ ଗୋପୀ-ଗୋପାଳଙ୍କୁ ପ୍ରବଞ୍ଚନା କରି ଗୋପପୁର ଛାଡ଼ି ଆସିଲେ ।

Question 4.
ଆଜି ମଧ୍ୟ କୃଷ୍ଣଙ୍କ ମାତୃଭୂମିରେ କ’ଣ ପୂର୍ବପରି ରହିଛି ?
Answer:
ଆଜି ମଧ୍ୟ କୃଷ୍ଣଙ୍କ ମାତୃଭୂମି ଗୋପ, ବୃନ୍ଦାବନ, ଯମୁନା, ଗୋପୀ, ଗୋପାଳ ପ୍ରଭୃତି ପୂର୍ବପରି ରହିଛନ୍ତି ।

Question 5.
ଶ୍ରୀକୃଷ୍ଣ କାହିଁକି ଲତିକା ଦୋଳାରେ ନିଜର ଅବଶ ଅଂଶକୁ ଢାଳିଦେଲେ ?
Answer:
ରାଜ୍ୟହୀନ, ଗୃହହୀନ, ଧନହୀନ ଓ ପୁତ୍ରକନ୍ୟାହୀନ ହୋଇଥିବାରୁ ଶ୍ରୀକୃଷ୍ଣ ନିବିଡ଼ ଅରଣ୍ୟର ଲତିକା ଦୋଳାରେ ନିଜର ଅବଶ ଅଙ୍ଗକୁ ଢାଳିଦେଇଥିଲେ ।

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question 6.
କେଉଁ ଗବେଷଣା ଗ୍ରନ୍ଥଟି ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଇଂରାଜୀ ଲିଖ୍ ଏକ ଗବେଷଣା ଗ୍ରନ୍ଥ ?
Answer:
‘ଭୁବନେଶ୍ୱରର ପ୍ରତ୍ନତାତ୍ତ୍ଵିକ ଅବଶେଷ’ ନାମକ ଉପାଦେୟ ଗ୍ରନ୍ଥଟି ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଇଂରାଜୀ ଲିଖ୍ ଏକ ଗବେଷଣାଗ୍ରନ୍ଥ ।

Question 7.
ଗ୍ରାମର ଉନ୍ନତି ନିମନ୍ତେ ପ୍ରାବନ୍ଧିକଙ୍କର ଏକମାତ୍ର ଅବଶେଷ କର୍ତ୍ତବ୍ୟ କ’ଣ ?
Answer:
ଗ୍ରାମର ଉନ୍ନତି ନିମନ୍ତେ ଅର୍ଥଦାନ ହିଁ ପ୍ରାବନ୍ଧିକଙ୍କର ଏକମାତ୍ର ଅବଶେଷ କର୍ତ୍ତବ୍ୟ ।

Question 8.
ପୁରାତନୀ ଗାଥା କ’ଣ ଭେଦ କରି ଆଜି ଆମ୍ଭମାନଙ୍କ ପାଖରେ ପହଞ୍ଚିଛି ?
Answer:
ପୁରାତନୀ ଗାଥା ବହୁ ଶତାବ୍ଦୀର ବିସ୍ମୃତି ଭେଦ କରି ଆଜି ଆମ୍ଭମାନଙ୍କ ପାଖରେ ପହଞ୍ଚିଛି ।

Question 9.
କେଉଁମାନେ ପ୍ରବଞ୍ଚନା କରିଥା’ନ୍ତି ?
Answer:
ଯେଉଁମାନେ ଗ୍ରୀସୀୟ ଦେବତା ଏଟ୍‌ଲାସ ପରି ସମସ୍ତ ବିଶ୍ବର ଭାର ବହନ କରିଛନ୍ତି କହି କୁବ୍‌ଜ ହୋଇ ଚାଲନ୍ତି, ସେହିମାନେ ପ୍ରବଞ୍ଚନା କରିଥା’ନ୍ତି ।

Question 10.
‘ଭଞ୍ଜକୀର୍ତ୍ତି’ କହିଲେ କ’ଣ ବୁଝ ?
Answer:
‘ଭଞ୍ଜକୀର୍ତ୍ତି’ କହିଲେ ମୟୂରଭଞ୍ଜର ଭଞ୍ଜବଂଶର ରାଜାମାନଙ୍କ କୀର୍ତ୍ତିକୁ ବୁଝାଏ ।

Question 11.
ଗ୍ରାମବାସୀମାନେ କେଉଁ ସମୟରେ ଧରଣୀର ବକ୍ଷ ଚିରି ନୂଆ ମେଘକୁ ଚାହିଁ ରହନ୍ତି ?
Answer:
ଗ୍ରାମବାସୀମାନେ ଗ୍ରୀଷ୍ମଋତୁରେ ଧରଣୀର ବକ୍ଷ ଚିରି ନୂଆ ମେଘକୁ ଚାହିଁ ରହନ୍ତି ।

Question 12.
ରଜପର୍ବର ପରିସମାପ୍ତି ପରେ ଗ୍ରାମବାସୀମାନେ କାହାର ସମ୍ମୁଖୀନ ହୁଅନ୍ତି ?
Answer:
ରଜପର୍ବର ପରିସମାପ୍ତି ପରେ ଗ୍ରାମବାସୀମାନେ ନିଷ୍ଠୁର ବାସ୍ତବତାର ସମ୍ମୁଖୀନ ହୁଅନ୍ତି ।

Question 13.
‘ପଦପଲ୍ଲବ’ କହିଲେ କ’ଣ ବୁଝ ?
Answer:
‘ପଦପଲ୍ଲବ’ କହିଲେ କଅଁଳ ପତ୍ର ପରି କୋମଳ ପାଦକୁ ବୁଝାଏ ।

Question 14.
ଲେଖକ ପଲ୍ଲୀକୁ ଧାତ୍ରୀ କହିବାର କାରଣ କ’ଣ ?
Answer:
ଲେଖକ ପଲ୍ଲୀକୁ ଧାତ୍ରୀ କହିବାର କାରଣ ହେଉଛି, ସେ ପଲ୍ଲୀକୋଳରେ ଜନ୍ମନେବା ପରେ ପଲ୍ଲୀଜନନୀ ହିଁ ତାଙ୍କୁ ଫୁଲ, ଫଳ, ଶାକ, ତଣ୍ଡୁଳ ପ୍ରଦାନ କରି ଧାତ୍ରୀଙ୍କ ପରି ପାଳନ କରିଛି ।

Question 15.
‘‘ଏ ସମସ୍ତ ମୋର ଜନ୍ମଭୂମି’’- ଏହି ବାକ୍ୟାଶରେ ଏ ସମସ୍ତ କାହାକୁ ବୁଝାଉଛି ?
Answer:
ଏ ସମସ୍ତ ଶବ୍ଦଟି ବ୍ୟାପକ ଅର୍ଥରେ ବିଶାଳ ଏସିଆ ମହାଦେଶ, ବିଶାଳ ଭାରତବର୍ଷ, ଓଡ଼ିଶା ପ୍ରଦେଶ ଓ ଜନ୍ମସ୍ଥାନ

Question 16.
ଧର୍ମାନ୍ତର ଗ୍ରହଣ ପରେ ଲୋକର କି ପରିବର୍ତ୍ତନ ହୋଇଥାଏ ?
Answer:
ଧର୍ମାନ୍ତର ଗ୍ରହଣ ପରେ ଲୋକଟି ସେହି ଧର୍ମ ପାଖରେ ନିଜର ସମସ୍ତ ମାନବିକତାକୁ ଉତ୍ସର୍ଗ କରି ନିଜର ନାମ, ପଦବୀ, ଭାଷା, ଆଚାର, ବ୍ୟବହାର, ବେଶଭୂଷାକୁ ବଦଳାଇ ଦେବା ସହ ପରିଶେଷରେ ସ୍ବୀୟ ଜାତୀୟତା ଭୁଲି ଜନ୍ମଭୂମିକୁ ମଧ୍ୟ ଅସ୍ବୀକାର କରିଥାଏ ।

Question 17.
ସାର ମାଉସୀର ପ୍ରଶ୍ନରେ କି ପରିବର୍ତ୍ତନ ଆସିଛି ?
Answer:
ଆଗେ ସାର ମାଉସୀ ହୃଦୟର ସ୍ନେହ, ମମତା ଓ ଆପଣାର ଭାବ ନେଇ ‘କେବେ ଆସିଲୁ ବାପା’ ବୋଲି ସମ୍ବୋଧନ କରୁଥିଲେ ବି ପରବର୍ତ୍ତୀ ସମୟରେ ତାହାକୁ ପରିବର୍ତ୍ତନ କରି ‘କେବେ ଆସିଲ ବାବୁ’ ବୋଲି ପ୍ରଶ୍ନ କରିଛି ।

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question 18.
ଗୋବିନ୍ଦ ଭାଇ କି ପ୍ରକାରର ଲୋକ ?
Answer:
ଗୋବିନ୍ଦ ଭାଇ ଆଜୀବନ ଅକର୍ମା ଓ ଅବିବାହିତ ଲୋକ, ଯେ କି ସଂସାର ବିରୋଧରେ ବିଦ୍ରୋହ ଘୋଷଣା କରେ ଏବଂ ଶ୍ରୋତାଙ୍କୁ ଚଉତିଶା ଶୁଣାଇବାକୁ ମନରେ ରଖିଥାଏ ପ୍ରବଳ ଆଗ୍ରହ ।

Question 19.
ଗ୍ରାମରେ ନବାଗତ ଅତିଥ୍ୟ କିଏ ବୋଲି ଲେଖକ ଅଭିମତ ପୋଷଣ କରିଛନ୍ତି ?
Answer:
ଗ୍ରାମରେ ଜନ୍ମଗ୍ରଦଶ କରିଥିବା ନୂତନ ଶିଶୁମାନଙ୍କୁ ଲେଖକ ନବାଗତ ଅତିଥିର ଆଖ୍ୟା ପ୍ରଦାନ କରିଛନ୍ତି।

Question 20.
ଗ୍ରାମର ବିଦ୍ୟାର୍ଥୀମାନଙ୍କ ସମ୍ପର୍କରେ ପ୍ରଥମେ କି ପ୍ରକାର ଧାରଣା ସୃଷ୍ଟି ହୋଇଥାଏ ?
Answer:
ଗ୍ରାମର ବିଦ୍ୟାର୍ଥୀମାନେ ଭବିଷ୍ୟତରେ ପିତାମାତାଙ୍କର ଯତ୍ନ ନେବେ ଓ ଗ୍ରାମର ଉନ୍ନତି ବିଧାନ କରିବେ ବୋଲି ଗ୍ରାମର ଲୋକମାନଙ୍କର ଧାରଣା ଥାଏ ।

Question 21.
ଶ୍ରୀକୃଷ୍ଣଙ୍କ ବଂଶର ଶେଷ ଅବସ୍ଥା କ’ଣ ହୋଇଥିଲା ?
Answer:
ଶ୍ରୀକୃଷ୍ଣଙ୍କ ବଂଶଧରମାନେ ପରିଶେଷରେ ପ୍ରଭାସ ତୀର୍ଥର ଏରକାର ବନରେ ପରସ୍ପର ହଣାହଣି ହୋଇ ଧ୍ବଂସ ହୋଇଯାଇଥିଲେ ।

Question 22.
.ଭଲ ବିଶ୍ୱବାସୀ କହିଲେ କ’ଣ ବୁଝ ?
Answer:
ଯେଉଁ ବ୍ୟକ୍ତି ତାଙ୍କର ମହାନୁଭବତାର ପରିଧ୍ଵ ପଲ୍ଲୀଗ୍ରାମରୁ ଆରମ୍ଭ କରି ବିଶ୍ବ ପର୍ଯ୍ୟନ୍ତ ପରିବ୍ୟାପ୍ତ କରିପାରନ୍ତି, ସେମାନେ ହିଁ ଭଲ ବିଶ୍ଵବାସୀଭାବେ ବିବେଚିତ ହୁଅନ୍ତି ।

(B) ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।

Question 1.
‘ଜନ୍ମଭୂମି’ ପ୍ରବନ୍ଧଟି କେଉଁ ଭାବନାରେ ପରିପୁଷ୍ଟ ?
Answer:
ବସୁଧୈବ କୁଟୁମ୍ବକମ୍

Question 2.
ପ୍ରାବନ୍ଧିକଙ୍କ ଜନ୍ମମାଟି ପଲ୍ଲୀ କାହାଦ୍ଵାରା ପରିବେଷ୍ଟତା ?
Answer:
ଅରଣ୍ୟ

Question 3.
ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଇଂରାଜୀ ଲିଖ୍ ଏକ ଗବେଷଣାଗ୍ରନ୍ଥର ନାମ କ’ଣ ?
Answer:
ଭୁବନେଶ୍ୱରର ପ୍ରତ୍ନତାତ୍ତ୍ତିକ ଅବଶେଷ

Question 4.
ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଜନ୍ମଭୂମି ସହିତ ପ୍ରାବନ୍ଧିକଙ୍କ ସମ୍ପର୍କ କିପରି ହୋଇଛି ବୋଲି ସେ କହିଛନ୍ତି ?
Answer:
କ୍ଷୀଣ

Question 5.
ପ୍ରାବନ୍ଧିକ ଜାତିସ୍ମର ପରି କାହାକୁ ସ୍ମରଣ କରିଛନ୍ତି ?
Answer:
ପଲ୍ଲୀଜନନୀକୁ

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question 6.
ପ୍ରାବନ୍ଧିକଙ୍କ ଜନ୍ମଭୂମି କେଉଁ ବଂଶର ରାଜାମାନଙ୍କ କୀର୍ତ୍ତିରେ ଉଦ୍‌ଭାସିତା ?
Answer:
ଭଞ୍ଜ ବଂଶର

Question 7.
ଗ୍ରାମର କେଉଁଠାରେ ସାର ମାଉସୀର ଘର ଥିଲା ?
Answer:
ଗ୍ରାମ ମୁଣ୍ଡରେ

Question 8.
ଶିକ୍ଷିତମାନେ -ବିଦ୍ୟାର୍ଥୀ ଜୀବନରେ କେଉଁମାନଙ୍କର ପ୍ରଶଂସାର ଦୃଷ୍ଟାନ୍ତ ହୋଇଥା’ନ୍ତି ?
Answer:
ଗ୍ରାମ ବୃଦ୍ଧମାନଙ୍କର

Question 9.
ଶ୍ରୀକୃଷ୍ଣ କେଉଁ ସ୍ଥାନରୁ ଦ୍ଵାରକା ପର୍ଯ୍ୟନ୍ତ ଦୀର୍ଘପଥ ଅତିକ୍ରମ କରିଥିଲେ ?
Answer:
ମଥୁରାରୁ

Question 10.
ଶ୍ରୀକୃଷ୍ଣଙ୍କ ପଦଦ୍ବୟ ଦ୍ଵାରକାର ରାଜଭୋଗରେ କିପରି ରକ୍ତାଭ ହୋଇଉଠିଥିଲା ?
Answer:
ନବପଲ୍ଲବ ପରି

Question 11.
କେଉଁମାନଙ୍କ ସହ ଶ୍ରୀକୃଷ୍ଣ ପ୍ରବଞ୍ଚନା କରିଥିଲେ ବୋଲି ପ୍ରାବନ୍ଧିକ କହିଛନ୍ତି ?
Answer:
ଗୋପପୁରବାସୀଙ୍କ ସହ

Question 12.
ରଜପର୍ବରେ ଗ୍ରାମବାସୀମାନେ କେଉଁ ଖେଳରେ ମାତି ଥାଆନ୍ତି ?
Answer:
ଦୋଳି ଖେଳ

Question 13.
ଯେଉଁମାନେ ଗ୍ରୀସୀୟ ଦେବତା ଏଟ୍‌ଲାସ୍ ପରି ସମସ୍ତ ବିଶ୍ବର ଭାର ବହନ କରିଛନ୍ତି ବୋଲି କହି କୁବ୍‌ଜ ହୋଇଚାଲନ୍ତି, ସେମାନେ ପ୍ରକୃତରେ କ’ଣ କରିଥା’ନ୍ତି ?
Answer:
ପ୍ରବଞ୍ଚନା

Question 14.
‘ଜନ୍ମଭୂମି’ ପ୍ରବନ୍ଧଟି ପ୍ରାବନ୍ଧିକଙ୍କର କେଉଁ ପ୍ରବନ୍ଧ ପୁସ୍ତକରୁ ଆସିଅଛି ?
Answer:
ପ୍ରବନ୍ଧ ମାନସ

Question 15.
ପ୍ରାବନ୍ଧିକ ଆୟୁକୁ କାହା ସହିତ ତୁଳନା କରିଛନ୍ତି ?
Answer:
ସୂର୍ଯ୍ୟଙ୍କ ସହ

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question 16.
ଶିକ୍ଷା ସମାପନ ସଙ୍ଗେ ସଙ୍ଗେ ଶିକ୍ଷିତମାନଙ୍କର କ’ଣ ଘଟିଥାଏ ବୋଲି ପ୍ରାବନ୍ଧିକ କହିଛନ୍ତି ?
Answer:
ପୁନର୍ଜନ୍ମ

Question 17.
ସାର ମାଉସୀ ଗ୍ରାମମୁଣ୍ଡରେ କେଉଁ ସ୍ଥାନରେ ବହୁବର୍ଷ ଧରି ପ୍ରସ୍ତର ମୂର୍ତ୍ତିଟି ପରି ବସି ଆସିଛନ୍ତି ?
Answer:
ଛୋଟ ପିଣ୍ଡାରେ

Question 18.
ଗୋବିନ୍ଦ ଭାଇ କାହାକୁ ଦୁର୍ଗ କରି ସମଗ୍ର ବିଶ୍ଵ ବିରୋଧରେ ବିଦ୍ରୋହ ଘୋଷଣା କରୁଥିଲା ?
Answer:
ତା’ର କ୍ଷୁଦ୍ର କୁଟୀରକୁ

Question 19.
ଗ୍ରାମଯାକ କେଉଁ ଅତିଥିମାନଙ୍କଦ୍ୱାରା ପରିପୂର୍ଣ୍ଣ ହୋଇଗଲାଣି ବୋଲି ପ୍ରାବନ୍ଧିକ କହିଛନ୍ତି ?
Answer:
ନବାଗତ ଅତିଥ୍

Question 20.
ପଲ୍ଲୀର କର୍ମଯୋଜନାରେ ଅଂଶଗ୍ରହଣ କରିବାପାଇଁ ପ୍ରାବନ୍ଧିକଙ୍କ ନିକଟରେ କେଉଁ ଶକ୍ତିର ଅଭାବ ନ ଥିଲା ?
Answer:
ଭୌତିକ ଶକ୍ତି

Question 21.
କିଏ ଶଶିକଳା ପରି ଦୀନା ଓ କ୍ଷୀଣା ହୋଇଯାଇଥିଲେ ?
Answer:
ରାଧା

Question 22.
ଦ୍ଵାରକା ନିକଟରେ କେଉଁ ତୀର୍ଥସ୍ଥାନ ଅବସ୍ଥିତ ?
Answer:
ପ୍ରଭାସତୀର୍ଥ

Question 23.
କାହାର ଲୌହଶର ଶ୍ରୀକୃଷ୍ଣଙ୍କର ପଦକୁ ବିଦ୍ଧ କରିଥିଲା ?
Answer:
ବ୍ଯାଧର

Question 24.
ଏଟ୍‌ଲାସ କେଉଁ ଦେଶୀୟ ଦେବତା ଅଟନ୍ତି ?
Answer:
ଗ୍ରୀସୀୟ

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question 25.
ଗୋପପୁର ଓ ମଥୁରା ମଧ୍ୟରେ କେଉଁ ନଦୀ ବହିଚାଲିଛି ?
Answer:
ଯମୁନା

Question 26.
ଶ୍ରୀକୃଷ୍ଣ କେଉଁଠାରେ ତାଙ୍କର ଅଭ୍ରଂକଷ ପ୍ରାସାଦ ନିର୍ମାଣ କରାଇଥିଲେ ?
Answer:
ଦ୍ଵାରକାରେ

Question 27.
ପ୍ରାବନ୍ଧିକ ତାଙ୍କ ଜନ୍ମଭୂମିକୁ କେଉଁମାନଙ୍କ ସହ ତୁଳନା କରିଛନ୍ତି ?
Answer:
ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ସହିତ

Question 28.
ଯେ ପୂର୍ବଜନ୍ମର ଘଟଣାବଳୀକୁ ସ୍ମରଣ କରିପାରେ ତା’କୁ କ’ଣ କୁହାଯାଏ ?
Answer:
ଜାତିସ୍ମର

Question 29.
ପଲ୍ଲୀଗ୍ରାମର ନରନାରୀଙ୍କ ମଧ୍ୟରେ ଜାତି-ଧର୍ମ ନିର୍ବିଶେଷରେ କ’ଣ ଗଢ଼ି ଉଠିଥାଏ ?
Answer:
ଏକ ପରିବାରତ୍ଵର ପରମ୍ପରା

Question 30.
ଆଗେ ସାର ମାଉସୀ ପ୍ରାବନ୍ଧିକଙ୍କୁ ଦେଖୁବାମାତ୍ରେ କ’ଣ ବୋଲି ପଚାରୁଥିଲା ?
Answer:
କେବେ ଆସିଲୁ ବାପା

Question 31.
ଆଜିକାଲି ସାର ମାଉସୀ ପ୍ରାବନ୍ଧିକଙ୍କୁ ଦେଖ‌ିଲେ କ’ଣ ପଚାରେ ?
Answer:
କେବେ ଆସିଲ ବାବୁ ?

Question 32.
ଗୋବିନ୍ଦ ଭାଇ ପ୍ରାବନ୍ଧିକଙ୍କୁ କୁଟୀରରେ ବସାଇ କ’ଣ ବ୍ୟାଖ୍ୟା କରୁଥିଲା ?
Answer:
ମନବୋଧ ଚଉତିଶା

Question 33.
ଗ୍ରାମରେ ନବାଗତ ଅତିଥ୍ୟ ବୋଲି ପ୍ରାବନ୍ଧିକ କେଉଁମାନଙ୍କୁ ଲକ୍ଷ୍ୟକରି କହିଛନ୍ତି ?
Answer:
ଶିଶୁମାନଙ୍କୁ

Question 34.
ଆଫ୍ରିକାରୁ ନବାଗତ ଜେବ୍ରା ବା ଜିରାକୁ ଚାହିଁ ରହିଲା ପରି ଶିଶୁମାନେ ପ୍ରବନ୍ଧରେ କାହାକୁ ଚାହିଁ ରହନ୍ତି
Answer:
ପ୍ରାବନ୍ଧିକଙ୍କୁ

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question 35.
ରୋଗାଦି କାରଣରୁ ଯେଉଁମାନଙ୍କ ପେଟ ବାହାରି ପଡ଼ିଥାଏ, ସେମାନଙ୍କୁ କ’ଣ କୁହାଯାଏ ?
Answer:
ଲମ୍ବୋଦର

Question 36.
ରାଜନୈତିକ ମତବାଦ ଅନୁସାରେ କେଉଁମାନଙ୍କ ମାନସିକ ପରିବର୍ତ୍ତନ ଘଟିଯାଇଛି ?
Answer:
ଶିକ୍ଷିତ ଓ ଅର୍ଦଶିକ୍ଷିତ ନବଯୁବକମାନଙ୍କର

Question 37.
ଗ୍ରାମବାସୀମାନେ କେଉଁ ଋତୁରେ ଧରଣୀର ବକ୍ଷ ଚିରି ନୂଆ ମେଘକୁ ଚାହିଁ ରହନ୍ତି ?
Answer:
ଗ୍ରୀଷ୍ମଋତୁରେ

Question 38.
କେଉଁମାନଙ୍କ ସମବେତ ଯତ୍ନରେ ଧରଣୀ ଶସ୍ୟଶ୍ୟାମଳା ହୋଇଉଠେ ?
Answer:
ଶ୍ରମଜୀବୀମାନଙ୍କ

Question 39.
କେଉଁ ପର୍ବର ପରିସମାପ୍ତି ପରେ ଗ୍ରାମବାସୀମାନେ ନିଷ୍ଠୁର ବାସ୍ତବତାର ସମ୍ମୁଖୀନ ହୁଅନ୍ତି ?
Answer:
ରଜପର୍ବର

(C) ଶୂନ୍ୟସ୍ଥାନ ପୂରଣ କର ।

Question 1.
ପ୍ରାବନ୍ଧିକ ……………………….. କୁ ତାଙ୍କ ଜନ୍ମଭୂମି ବୋଲି କହିଛନ୍ତି ।
Answer:
ପଲ୍ଲୀ

Question 2.
ଏହା ଭିତରେ ମୋର ପୁନର୍ଜନ୍ମ ଘଟିଯାଇଛି । ଏହି ବାକ୍ୟରେ ‘ମୋର’ ପଦଟି ……………………. ଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି।
Answer:
ପ୍ରାବନ୍ଧିକ

Question 3.
‘ତଣ୍ଡୁଳ’ କହିଲେ ……………………….. କୁ ବୁଝାଯାଏ ।
Answer:
ଚାଉଳ

Question 4.
ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ……………………… ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।
Answer:
ମୟୂରଭଞ୍ଜ

Question 5.
ଗ୍ରାମରେ ନିବାଗତ ଅତିଥ୍ ବୋଲି ପ୍ରାବନ୍ଧିକ ………………. ମାନଙ୍କୁ ଲକ୍ଷ୍ୟକରି କହିଛନ୍ତି ।
Answer:
ଶିଶୁ

Question 6.
ମହାଭାରତରେ ମହାସମରକୁ…………………… ଅଙ୍ଗୁଳି ନିର୍ଦ୍ଦେଶରେ ଚଳାଇଥିଲେ ।
Answer:
ଶ୍ରୀକୃଷ୍ଣ

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question 7.
ରୋଗାଦି କାରଣରୁ ଯେଉଁମାନଙ୍କ ପେଟ ବାହାରି ପଡ଼ିଥାଏ, ସେମାନଙ୍କୁ ………………… କୁହାଯାଇଛିା
Answer:
ଲମ୍ବୋଦର

Question 8.
ରଜପର୍ବରେ ଗ୍ରାମବାସୀମାନେ ………………….. ଖେଳରେ ରତ ହୁଅନ୍ତି।
Answer:
ରଜ

Question 9.
……………… ମାନଙ୍କ ସମବେତ ଯତ୍ନରେ ଧାରଣା ଶସ୍ୟଶ୍ୟାମଳା ହୋଇଉଠେ।
Answer:
ଶ୍ରମଜୀବୀ

Question 10.
ହେମନ୍ତରେ ଗ୍ରାମଭୂମି …………………………. ରେ ପରିପୂର୍ଣ୍ଣ ହୋଇଯାଏ ।
Answer:
ସ୍ଵର୍ଣ୍ଣଶୀର୍ଷ ଧାନ୍ୟ

Question 11.
ସ୍ତୂପୀକୃତ – ଶବ୍ଦଟିର ଅର୍ଥ …………………… ।
Answer:
ସ୍ତର ବା ଥାକ ଥାକ ହୋଇ ଜମି ରହିଥିବା

Question 12.
କାୟିକ ଶ୍ରମଦ୍ବାରା ଯେଉଁମାନେ ଜୀବିକା ନିର୍ବାହ କରନ୍ତି, ସେମାନଙ୍କୁ ……………………….. କୁହାଯାଇଛି ।
Answer:
ଶ୍ରମଜୀବୀ

Question 13.
‘ସ୍ତୁପୀକୃତ ମେଘ ଘନ-ଶ୍ୟାମ ଗିରିରାଜିର ମସ୍ତକରୁ ଧୀରେ ଧୀରେ ଅଗଣିତ ଶାଳତରୁ ଉପରକୁ ଆନତ ହୋଇଆସେ । ଏଠାରେ “ଘନଶ୍ୟାମ ଗିରିରାଜି”’ ……………………..କୁ ଲକ୍ଷ୍ୟ କରି କୁହାଯାଇଛି ।
Answer:
ଶିମିଳିପାଳ ପର୍ବତ

Question 14.
ମନୁଷ୍ୟ ବହୁ ପରିମାଣରେ …………………. ର ଦାସ ।
Answer:
ଗତାନୁଗତିକତା

Question 15.
ସମସ୍ତ ଶିକ୍ଷିତ ………………… ଶ୍ରେଣୀର ଅନ୍ତର୍ଭୁକ୍ତ।
Answer:
ଅଭିଜାତ

Question 16.
ବୃନ୍ଦାବନର ପୁଷିତ କଦମ୍ବରେ ଆଜି ମଧ୍ୟ ……………………… ‘ର ଉଦ୍ଧତ ନୃତ୍ୟ ଦେଖାଯାଏ ।
Answer:
ମୟୂର

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question 17.
ପ୍ରଭାସ ତୀର୍ଥଟି ……………………….. ନିକଟବର୍ତ୍ତୀ ତୀର୍ଥସ୍ଥାନ ଅଟେ ।
Answer:
ଦ୍ଵାରକା

Question 18.
ବ୍ୟାଧର ଲୌହଶର …………………………. ଙ୍କର ପଦବିଦ୍ଧ କରିଥିଲା ।
Answer:
ଶ୍ରୀକୃଷ୍ଣ

(D) ଠିକ୍ ଉକ୍ତି ପାଇଁ “I” ଓ ଭୁଲ୍ ଉକ୍ତି ପାଇଁ “F” ଲେଖ

1. କୃଷ୍ଣଙ୍କର ଅଭ୍ରଂକଷ ପ୍ରାସାଦ ନଦୀଗର୍ଭରେ ନିମଗ୍ନ ହୋଇଗଲା ।
2. ପରିଶେଷରେ ମହାଭାରତର କର୍ଣ୍ଣଧାର ରାଜ ଅନ୍ତଃପୁରରେ ନିଜ ଅବଶ ଅଙ୍ଗକୁ ଢାଳିଦେଲେ ।
3. ‘ଅଷ୍ଟପାଟବଂଶୀ’ କହିଲେ ଶ୍ରୀକୃଷ୍ଣଙ୍କ ଅଷ୍ଟପତ୍ନୀଙ୍କୁ ବୁଝାଯାଏ ।
4. ପ୍ରତିଶ୍ରୁତି ରକ୍ଷା ଲାଗି ପୃଥ‌ିବୀକୁ ଦୁଇ ହାତରେ ଟେକି ରଖୁଥ‌ିବା ଗ୍ରୀସୀୟ ଦେବତାଙ୍କ ନାମ ଏଟ୍‌ଲାସ୍ ।
5. ‘ଗାଥା’ କହିଲେ କବିତାକୁ ବୁଝାଏ ।
6. ଧର୍ମାନ୍ତର ପରେ ଦୀକ୍ଷିତ ବ୍ୟକ୍ତି ଧର୍ମ ପାଖରେ ମାନବିକତା ଉତ୍ସର୍ଗ କରିଥାଏ ।
7. ‘ସିକ୍ତଭୂମିର ସୁଗନ୍ଧ ଓ ବନ୍ୟଯୂଥର ପରିମଳ’ରେ ଦୋଳ ପର୍ବ ଆରମ୍ଭ ହୁଏ ।
8. ପ୍ରାବନ୍ଧିକ ତାଙ୍କ ଜନ୍ମଭୂମିରେ ରୂପ, ରସ, ଗନ୍ଧ ଓ ସ୍ପର୍ଶର ପ୍ରଥମ ପରିଚୟ ପାଇଥିଲେ ।
9. ଶିକ୍ଷିତମାନେ ବିଦ୍ୟାର୍ଥୀ ଜୀବନରେ ପିତାମାତାଙ୍କର ଆଶା ଭରସାର ସ୍ଥଳ ହୋଇଥାଆନ୍ତି ।
10. ଗୋପପୁରରେ ବଳରାମଙ୍କ ପାଦ ଗୋଚାରଣଦ୍ଵାରା କଠିନ ହୋଇଥିଲା ।
11. ଶିକ୍ଷା ସମାପନ ସଙ୍ଗେ ସଙ୍ଗେ ଶିକ୍ଷିତମାନଙ୍କର ଏକ ପ୍ରକାର ପୁନର୍ଜନ୍ମ ଘଟିଥାଏ ବୋଲି ପ୍ରାବନ୍ଧିକ କହିଛନ୍ତି ।
12. ଗୋବିନ୍ଦ ଭାଇ ଥିଲା ବିବାହିତ ।
13. ସୀତା ଶଶିକଳା ପରି ଦୀନା ଓ କ୍ଷୀଣା ହୋଇଯାଇଥିଲେ ।
14. ପ୍ରାବନ୍ଧିକ ତାଙ୍କ ଜନ୍ମଭୂମିକୁ ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ସହିତ ତୁଳନା କରିଛନ୍ତି ।
15. ଯେ ପୂର୍ବଜନ୍ମର ଘଟଣାବଳୀକୁ ସ୍ମରଣ କରିପାରେ ତା’କୁ ଜାତିସ୍ମର କୁହାଯାଏ ।
Answer:
1. କୃଷ୍ଣଙ୍କର ଅଭ୍ରଂକଷ ପ୍ରାସାଦ ନଦୀଗର୍ଭରେ ନିମଗ୍ନ ହୋଇଗଲା । (F)
2. ପରିଶେଷରେ ମହାଭାରତର କର୍ଣ୍ଣଧାର ରାଜ ଅନ୍ତଃପୁରରେ ନିଜ ଅବଶ ଅଙ୍ଗକୁ ଢାଳିଦେଲେ । (F)
3. ‘ଅଷ୍ଟପାଟବଂଶୀ’ କହିଲେ ଶ୍ରୀକୃଷ୍ଣଙ୍କ ଅଷ୍ଟପତ୍ନୀଙ୍କୁ ବୁଝାଯାଏ । (T)
4. ପ୍ରତିଶ୍ରୁତି ରକ୍ଷା ଲାଗି ପୃଥ‌ିବୀକୁ ଦୁଇ ହାତରେ ଟେକି ରଖୁଥ‌ିବା ଗ୍ରୀସୀୟ ଦେବତାଙ୍କ ନାମ ଏଟ୍‌ଲାସ୍ ।
5. ‘ଗାଥା’ କହିଲେ କବିତାକୁ ବୁଝାଏ । (F)
6. ଧର୍ମାନ୍ତର ପରେ ଦୀକ୍ଷିତ ବ୍ୟକ୍ତି ଧର୍ମ ପାଖରେ ମାନବିକତା ଉତ୍ସର୍ଗ କରିଥାଏ । (T)
7. ‘ସିକ୍ତଭୂମିର ସୁଗନ୍ଧ ଓ ବନ୍ୟଯୂଥର ପରିମଳ’ରେ ଦୋଳ ପର୍ବ ଆରମ୍ଭ ହୁଏ । (F)
8. ପ୍ରାବନ୍ଧିକ ତାଙ୍କ ଜନ୍ମଭୂମିରେ ରୂପ, ରସ, ଗନ୍ଧ ଓ ସ୍ପର୍ଶର ପ୍ରଥମ ପରିଚୟ ପାଇଥିଲେ । (T)
9. ଶିକ୍ଷିତମାନେ ବିଦ୍ୟାର୍ଥୀ ଜୀବନରେ ପିତାମାତାଙ୍କର ଆଶା ଭରସାର ସ୍ଥଳ ହୋଇଥାଆନ୍ତି । (F)
10. ଗୋପପୁରରେ ବଳରାମଙ୍କ ପାଦ ଗୋଚାରଣଦ୍ଵାରା କଠିନ ହୋଇଥିଲା । (T)
11. ଶିକ୍ଷା ସମାପନ ସଙ୍ଗେ ସଙ୍ଗେ ଶିକ୍ଷିତମାନଙ୍କର ଏକ ପ୍ରକାର ପୁନର୍ଜନ୍ମ ଘଟିଥାଏ ବୋଲି ପ୍ରାବନ୍ଧିକ କହିଛନ୍ତି ।
12. ଗୋବିନ୍ଦ ଭାଇ ଥିଲା ବିବାହିତ । (F)
13. ସୀତା ଶଶିକଳା ପରି ଦୀନା ଓ କ୍ଷୀଣା ହୋଇଯାଇଥିଲେ । (F)
14. ପ୍ରାବନ୍ଧିକ ତାଙ୍କ ଜନ୍ମଭୂମିକୁ ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ସହିତ ତୁଳନା କରିଛନ୍ତି । (T)
15. ଯେ ପୂର୍ବଜନ୍ମର ଘଟଣାବଳୀକୁ ସ୍ମରଣ କରିପାରେ ତା’କୁ ଜାତିସ୍ମର କୁହାଯାଏ । (T)

(E) ସ୍ତମ୍ଭ ମିଳନ କର ।

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଆୟ ଦୃଶ
ଧର୍ମାନ୍ତର ସାହସ
ଶୁଷ୍କ ସୂର୍ଯ୍ୟ
ନୈତିକ କର୍ତ୍ତବ୍ୟ
ଅବଶେଷ ଭାଷିତ
‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଆୟ ସୂର୍ଯ୍ୟ
ଧର୍ମାନ୍ତର ଭାଷିତ
ଶୁଷ୍କ ଦୃଶ
ନୈତିକ ସାହସ
ଅବଶେଷ କର୍ତ୍ତବ୍ୟ

BSE Odisha 10th Class Odia Solutions Chapter 9 ଜନ୍ମଭୂମି

Question 2
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମଧୁର ସମ୍ବନ୍ଧ
କ୍ଷୁଦ୍ର ଅକର୍ମା
ପ୍ରସ୍ତର ଅତିଥି
ଆକାରନ କୁଟାର
ନବାଗତ ମୂର୍ତ୍ତି

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମଧୁର ସମ୍ବନ୍ଧ
କ୍ଷୁଦ୍ର କୁଟାର
ପ୍ରସ୍ତର ମୂର୍ତ୍ତି
ଆକାରନ ଅକର୍ମା
ନବାଗତ ଅତିଥି

Question 3
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସାହିତ୍ୟ ପଳାଶ
ପୁଷ୍ଠିତ ଝ।ଞ୍ଜି
ନିଦାଘ ରାଧା
ଆଭିଜାତ୍ୟ ଚିହ୍ନ
ପ୍ରେମମୟା ଚର୍ଚ୍ଚା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସାହିତ୍ୟ ଚର୍ଚ୍ଚା
ପୁଷ୍ଠିତ ପଳାଶ
ନିଦାଘ ଝ।ଞ୍ଜି
ଆଭିଜାତ୍ୟ ଚିହ୍ନ
ପ୍ରେମମୟା ରାଧା

Question 4
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଦିଗ୍ବିଜୟା ଶ୍ରମ
ଶାରୀରିକ ଘାଟ ବଂଶା
ଅଭ୍ରଂକଷ ଗାଥା
ଅଷ୍ଟ ବାର
ପୁରାତନା ପ୍ରାସାଦ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଦିଗ୍ବିଜୟା ବାର
ଶାରୀରିକ ଶ୍ରମ
ଅଭ୍ରଂକଷ ପ୍ରାସାଦ
ଅଷ୍ଟ ଘାଟ ବଂଶା
ପୁରାତନା ଗାଥା

କରି ପରିଚୟ

ପାଣିଗ୍ରାହୀ ସୁପରିଚିତ । ତାଙ୍କର ସାହିତ୍ୟ ସୃଷ୍ଟି ଜୀବନର ଅନୁଭୂତି ସମ୍ବଳିତ କେତେକ ତଥ୍ୟକୁ ନେଇ ଆଧାରିତ । ସହଜ ଅଧ୍ୟୟନଓ ଅଧ୍ୟାପନାର ଜୀବନ ପର୍ଯ୍ୟାୟ ମଧ୍ୟରେ ଜଣେ ଐତିହାସିକର ଭୂମିକା ଗ୍ରହଣ କରିବାରେ ଡଃ କୃଷ୍ଣଚନ୍ଦ୍ର ସାବଲାଳ ଶୈଳୀରେ ଐତିହାସିକ ତଥ୍ୟାବଳାକୁ କାହାଶାର ସ୍ପର୍ଶଦେଇ ପାଠକୀୟ ସ୍ଵାକୃତି ଲାଭ କରିବାରେ ସେ ଏକ ଅନନ୍ୟ ଚରିତ୍ର । ‘ପ୍ରବନ୍ଧ ମାନସ’, ‘ଇତିହାସ ଓ କିମ୍ବଦନ୍ତୀ’, ‘ଭାରତୀୟ ପ୍ରତ୍ନତତ୍ତ୍ୱ’, ‘ଓଡ଼ିଶା ସଂସ୍କୃତି ଓ ଇତିହାସରେ ଯାଜପୁର’, ‘ସାରଳା ସାହିତ୍ୟରେ ଐତିହାସିକ ଚିତ୍ର’ ଏବଂ ‘ମୋ ସମୟର ଓଡ଼ିଶା’ ଇତ୍ୟାଦି ତାଙ୍କର ସାର୍ଥକ ସୃଷ୍ଟିସମ୍ଭାର ।

ସୃଜନାଭିମୁଖ୍ୟ

ଡଃ ପାଣିଗ୍ରାହୀ ଜଣେ ସୁପରିଚିତ ଐତିହାସିକ । ସେ ଥିଲେ ବୃତ୍ତିରେ ଅଧ୍ୟାପକ । ତାଙ୍କର ଜୀବନାନୁଭୂତିକୁ ନେଇ ସେ ସାହିତ୍ୟ ସୃଷ୍ଟି କରନ୍ତି । ସତ୍ୟ ସହିତ ତତ୍ତ୍ଵର ସମନ୍ବୟ, ଅକାଟ୍ୟ ଯୁକ୍ତି ଓ ମଦ୍ର-ଗମ୍ଭୀର ଭାଷା ତାଙ୍କ ପ୍ରବନ୍ଧକୁ ଦେଇଛି ଅନୁପମ ମର୍ଯ୍ୟାଦା । ସହଜ ସାବଲୀଳ ଶୈଳୀରେ ଐତିହାସିକ ତଥ୍ୟକୁ କାହାଣୀର ସ୍ପର୍ଶଦେଇ ସେ ପାଠକ ସମାଜ ଆଗରେ ଉପସ୍ଥାପନ କରିଥା’ନ୍ତି । ସେଥ‌ିପାଇଁ ତାଙ୍କ ଲେଖାଗୁଡ଼ିକ ସୁଖପାଠ୍ୟ ଓ ଆକର୍ଷଣୀୟ ।

କବିତାର ପ୍ଠଷ୍ଠଭୂମି

‘ଜନ୍ମଭୂମି’ ପ୍ରବନ୍ଧଟି ପ୍ରାବନ୍ଧକଙ୍କର ‘ପ୍ରବନ୍ଧମାନସ’ ପୁସ୍ତକରୁ ସଂଗୃହାତା ଏଥିରେ ପ୍ରାବନ୍ଧିକ ଜନ୍ମଭୂମିର ପ୍ରକୃତ ଅର୍ଥ ବୁଝାଇଛନ୍ତି । ଅରଣ୍ୟ ପ୍ରକୃତି ବିଶିଷ୍ଟ ନିଜ ପଲ୍ଲୀ ଜନ୍ମମାଟିର ଅନନ୍ୟ ମହତ୍ତ୍ଵକୁ ସେ ଦର୍ଶାଇଛନ୍ତି । ନିଜ ଗ୍ରାମ ସମ୍ବନ୍ଧରେ ନିଜର ବାଲ୍ୟଯୌବନର ସ୍ମୃତି, ପଲ୍ଲୀଜୀବନର ଶୃଙ୍ଖଳିତ ଧାରା, ପଲ୍ଲୀବାସୀଙ୍କର ଏକପରିବାରତ୍ୱ ସମ୍ପର୍କରେ ଲେଖକ ସୂଚନା ଦେଇଛନ୍ତି । ପୁନଶ୍ଚ ପଲ୍ଲୀରେ ଆଧୁନିକ ରାଜନୀତିର ପ୍ରବେଶ ଫଳରେ ପଲ୍ଲୀ ସରଳତା ବିଲୋପ ହୋଇଛି ବୋଲି କହିଛନ୍ତି । ଗ୍ରାମରୁ ରାଜ୍ୟ, ଦେଶ ଓ ବିଶ୍ବବାସୀ ହେବାପାଇଁ ପ୍ରକାରାନ୍ତରେ ସେ ଆହ୍ୱାନ ଜଣାଇଛନ୍ତି । ଉକ୍ତ ପ୍ରବନ୍ଧର ମୂଳସୂତ୍ର ହେଉଛି ‘ବସୁଧୈବ କୁଟୁମ୍ବକମ୍’ର ଭାବନାକୁ ଜାଗ୍ରତ କରାଇବା । ଉଦାର ବିଶ୍ୱମାନବ ହେବାଠାରୁ ଜନ୍ମଭୂମି କ୍ଷୁ ପ୍ରଗ୍ରାମ ଖିବିଙ୍ଗ୍ କଶେ ସାଧାରଣ ନାଗରିକ ହେବାକୁ ପ୍ରକାଶିତ ହୋଇଛି। ହେବାକୁ ପ୍ରାବନ୍ଧିକଙ୍କ ଆକୁଳତା ପ୍ରକାଶିତ ହୋଇଛି ।

କରିବାର ମଧିବାଶା

ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରଥମେ ଜନ୍ମଭୂମିର ପ୍ରକୃତ ପରିଚୟ ଦେଇଛନ୍ତି । ବିଶାଳ ପୃଥ‌ିବୀ ଭିତରେ ଏସିଆ ମହାଦେଶ, ଏସିଆ ଭିତରେ ଭାରତବର୍ଷ, ଭାରତ ଭିତରେ ଓଡ଼ିଶା ଏବଂ ସେହି ଓଡ଼ିଶା ଭିତରେ ତାଙ୍କର ପଲ୍ଲୀଗ୍ରାମ । ସେହି ପଲ୍ଲୀଗ୍ରାମରେ ସେ ଜନ୍ମ ନେଇଥିଲେ । ଏହି ସମସ୍ତ ଭୂଭାଗ କେହି କାହାରିଠାରୁ ଅଲଗା ନୁହଁନ୍ତି । କେହି ବିଚ୍ଛିନ୍ନ ନୁହଁନ୍ତି । ବ୍ୟାପକ ଦୃଷ୍ଟିରୁ ବିଚାର କଲେ ଏହି ସମସ୍ତ ହେଉଛି ଲେଖକଙ୍କର ଜନ୍ମଭୂମି । ତଥାପି ଯେଉଁ ଭୂମି ଉପରେ ସେ ପ୍ରଥମେ ମାତୃଗର୍ଭରୁ ଜନ୍ମ ନେଲେ, ପ୍ରଥମେ ଭୂମି ସ୍ପର୍ଶ କଲେ, ତାହାହିଁ ହେଉଛି ତାଙ୍କ ପାଇଁ ପ୍ରକୃତ ଜନ୍ମଭୂମି । କାରଣ ସେହି ମାଟିର ରୂପ, ରସ, ଗନ୍ଧର ସ୍ପର୍ଶ ସେ ପ୍ରଥମେ ପାଇଥିଲେ । ସେହି ମାଟିରୁ ଉପୁଜିଥ‌ିବା ଫଳ ପୁଷ୍ପରେ, ଶାକ ତଣ୍ଡୁଳରେ ନିଜର ଶରୀର ରକ୍ଷା କରିଥିଲେ । ସେଠାକାର ସୁଖଦୁଃଖରେ ସେ ନିଜକୁ ସାମିଲ୍ କରାଇ ଦେଇଥିଲେ ।

ବୟସ ବଢ଼ିବା ସଙ୍ଗେ ସଙ୍ଗେ ଲେଖକଙ୍କ ସମ୍ପର୍କର ସେତୁ କ୍ରମଶଃ ଦୁର୍ବଳ ହୋଇଛି । ଏପରିକି କ୍ରମେ କ୍ରମେ ସେହି ସମ୍ପର୍କରେ ଧାରା କ୍ଷୀଣରୁ କ୍ଷୀଣତର ହୋଇ ଲୀନ ହେବାକୁ ବସିଛି । ସେହି ଜନ୍ମଭୂମିରୁ କର୍ତ୍ତବ୍ୟ ଆହ୍ଵାନରେ ସେ ଦୂରରେ ରହିଛନ୍ତି । ସେଠାକୁ ଫେରିବାକୁ ତାଙ୍କର ଆଉ ସାହସ ହେଉନାହିଁ। ବରଂ ତାଙ୍କର ହୋଇଛି ପୁନର୍ଜନ୍ମ । ସେ କେବଳ ଜାତିସ୍ମର ଭଳି ତାଙ୍କର ପ୍ରାକୃତିକ ପରିବେଶରେ ପରିପୂର୍ଣ ଜନ୍ମଭୂମିକୁ ମନେ ପକାଇଛନ୍ତି ।

ଶିକ୍ଷିତ ବ୍ୟକ୍ତି ଭାବରେ ଗ୍ରାମରୁ ଦୂରରେ ରହି ଗ୍ରାମ୍ୟଜୀବନକୁ ସେ ବିସ୍ତୃତ ହୋଇଛନ୍ତି । ଏଭଳି ସମସ୍ୟାକୁ ଏକ ସାର୍ବଜନୀନ ସମସ୍ୟା ଭାବରେ ଲେଖକ ସୂଚିତ କରିଛନ୍ତି । ଧର୍ମାନ୍ତର ବ୍ୟକ୍ତି ଭଳି ନିଜର ସମସ୍ତ ମାନବିକତାକୁ ସେ ଭୁଲିଛନ୍ତି। ପ୍ରଚଳିତ ଶିକ୍ଷାକୁ ଗ୍ରହଣ କରିଥିବାରୁ ଶେଷରେ ସେ ନିଜର ଜନ୍ମଭୂମି ନିକଟରୁ ଦୂରେଇ ରହିଛନ୍ତି ଏବଂ ତାହାକୁ ପାସୋର ଦେଇଛନ୍ତି । କେବେ କେମିତି ପଲ୍ଲୀଜୀବନକୁ ଫେରିଯାଇ ସେଠାରେ କିଛିକାଳ ରହିବା ତାଙ୍କ ପକ୍ଷେ ସମ୍ଭବ ହୋଇନାହିଁ ।

ଲେଖକ ପଲ୍ଲୀଜୀବନର ବିଶେଷତ୍ବ ପ୍ରତିପାଦନ କରିବାକୁ ଯାଇ, ପଲ୍ଲୀଜୀବନରେ ମିଳିମିଶି ଚଳିବା, ପରସ୍ପର ପରସ୍ପରର ସୁଖ ଦୁଃଖରେ ଭାଗହେବା କଥାକୁ ସ୍ମରର୍ଣ କରିଛନ୍ତି । ଗୋଟିଏ ଗାଁ ଯେପରି ହୋଇଥାଏ ଗୋଟିଏ ପରିବାର। ସେମାନଙ୍କ ଭିତରୁ କିଏ ଭାଇ ଭଉଣୀ, କିଏ କକା ଖୁଡ଼ୀ ଇତ୍ୟାଦି ସମ୍ପର୍କ ନେଇ ଚଳିବାକୁ ହୋଇଥାଏ । ମାତ୍ର ସମୟ ଅନୁସାରେ ସେଭଳି ବିଚାରବୋଧ ଗାଁରୁ ଦୂରେଇ ଯାଇଛି । ଗାଁରେ ଥ‌ିବା ସାର ମାଉସୀର ସ୍ନେହଭରା ଡାକ କିପରି ବଦଳି ଯାଇଛି । ଯେଉଁ ଆଜୀବନ ଅକର୍ମା ଗୋବିନ୍ଦ ଭାଇ ମନବୋଧ ଚଉତିଶା ଶୁଣାଉଥିଲା, ସେ ଆଉ ସେଭଳି ସମ୍ଭାଷଣ ଜଣାଉନାହିଁ । ନିଜସ୍ଵ ଅଭିଜ୍ଞତାକୁ ପ୍ରକାଶ କରି ଲେଖକ ପୁନଶ୍ଚ କହିଛନ୍ତି, ଆଜିକାଲି ଅନେକ ନୂଆମୁହଁ ଦେଖିବାକୁ ମିଳୁଛି, ଯେଉଁମାନେ ତାଙ୍କୁ ଚିହ୍ନି ନାହାଁନ୍ତି ବରଂ ଅପରିଚିତ ଦୃଷ୍ଟିରେ ଚାହିଁଛନ୍ତି ।

ଗ୍ରାମବାସୀଙ୍କ ମଧ୍ୟରୁ ଯେଉଁ ଶିକ୍ଷିତ ବ୍ୟକ୍ତିମାନେ କୌଣସି ଚାକିରିବାକିରି ନପାଇ ଗାଁରେ ରହିଛନ୍ତି, ସେମାନେ ରାଜନୀତିକୁ ଆପଣେଇ ନେଇଛନ୍ତି । ଫଳରେ ସେହି ଶିକ୍ଷିତ ବା ଅର୍ଜଶିକ୍ଷିତଙ୍କ ଭିତରୁ କିଏ କଂଗ୍ରେସୀ ହେଉଛନ୍ତି ତ ଆଉକେହି ଗଣତନ୍ତ୍ରୀ, କମ୍ୟୁନିଷ୍ଟ ବା ସୋସିଆଲିଷ୍ଟ ଭାବରେ ନିଜକୁ ପରିଚିତ କରାଉଛନ୍ତି । ସେମାନେ ପଲ୍ଲୀର ପ୍ରାକୃତିକ ଶୋଭାରେ କିମ୍ବା ସାହିତ୍ୟଚର୍ଚ୍ଚାରେ ନିଜକୁ ସାମିଲ୍ କରାଇ ପାରୁନାହାଁନ୍ତି । ବରଂ ସେହି ପ୍ରକୃତିର ଅପରୂପ ଶୋଭାକୁ ରାଜନୈତିକ ମତବାଦ ଅନୁସାରେ ବିଚାର କରୁଛନ୍ତି। ଗ୍ରାମବାସୀଙ୍କ ମନରୁ ଲେଖକ ଦୂରେଇ ଯାଇଛନ୍ତି । କର୍ମରୁ ବିଚ୍ୟୁତ ହୋଇଛନ୍ତି। କାରଣ ଏମାନଙ୍କ କର୍ମଯୋଜନାରେ ସେ ନିଜକୁ ସାମିଲ କରାଇ ପାରିନାହାଁନ୍ତି । ଋତୁକ୍ରମରେ କୃଷିପ୍ରଧାନ ଗ୍ରାମ୍ୟ ଜୀବନର ଶୃଙ୍ଖଳାରେ ତାଙ୍କର ସ୍ଥାନ ପାଇବା ଅସମ୍ଭବ ବୋଲି ସେ ସ୍ଵୀକାର କରିଛନ୍ତି । କାରଣ ଗ୍ରୀଷ୍ମର ଝାଞ୍ଜିରେ, ବର୍ଷାର ଝଡ଼ରେ ବା ହେମନ୍ତର ଶୀତରେ ତାଙ୍କର କର୍ମଯୋଜନା ସ୍ଥାନ ପାଇପାରିବ ନାହିଁ ବୋଲି ସେ ଜାଣି ପାରିଛନ୍ତି ।

ମନୁଷ୍ୟ ବହୁ ପରିମାଣରେ ଗତାନୁଗତିକତାର ଦାସ । ଆଭିଜାତ୍ୟର ଚିହ୍ନ ବୋଲି ମଣିଷ କାୟ-କ୍ଲେଶ ବା ଶାରୀରିକ ପରିଶ୍ରମ କରିବାକୁ ଚାହେଁନାହିଁ । ସମସ୍ତ ଶିକ୍ଷିତ କାୟ-କ୍ଳେଶ ସହିବାକୁ ଅକ୍ଷମ ନହେଲେ ବି, ନିଜକୁ ଅଭିଜାତ୍ୟ ଗୋଷ୍ଠୀ ଗାଁରେ ରହି ଶାରୀରିକ ପରିଶ୍ରମ କରି ଜୀବନ ଧାରଣ କରନ୍ତି, ସେମାନେ ଆର୍ଥିକ ବ୍ୟବଧାନକୁ କମ୍ କରିପାରନ୍ତି ନାହିଁ ।

ଅର୍ଥ ବଳରେ ହେଉ, ଭାଗ୍ୟ ବଳରେ ହେଉ ବା ଅଧ୍ୟବସାୟ ବଳରେ ଯେଉଁମାନେ ଶିକ୍ଷିତ ହୋଇ ସହରରେ ରହନ୍ତି, ସେମାନେ କୌଣସି ସମୟରେ ଗାଁକୁ ଫେରିବାକୁ ଚାହାଁନ୍ତି ନାହିଁ । ଏହି କାରଣରୁ ବହୁ ପଲ୍ଲୀଜନନୀ ସେମାନଙ୍କ ଶିକ୍ଷିତ ସନ୍ତାନକୁ ପାଖରେ ପାଇନଥା’ନ୍ତି ଯେଉଁ ପଲ୍ଲୀବାସୀ ବାଳକ ପାଇଁ ଅନେକ ସମ୍ଭାବନାର ସ୍ବପ୍ନ ଦେଖାଯାଇଥାଏ, ସେମାନେ ସମୟକ୍ରମେ ଗ୍ରାମବାସୀଙ୍କର ଅପହଞ୍ଚ ହୋଇଯାଇଥା’ନ୍ତି। ଏହି ପ୍ରସଙ୍ଗରେ ପ୍ରାବନ୍ଧିକ ଗୋପପୁରର ଶ୍ରୀକୃଷ୍ଣଙ୍କ କଥା। ଉଲ୍ଲେଖ କରିଛନ୍ତି। ଶ୍ରୀକୃଷ୍ଣ ଗୋପୀ, ଗୋପାଳଙ୍କ ନିକଟକୁ ଫେରିଆସିବାପାଇଁ ତିନିଦିନ ସମୟ ନେଇଥିଲେ, ମାତ୍ର ସେ ଆଉ. ମଥୁରାରୁ ଗୋପକୁ ଫେରିନଥିଲେ । କୃଷ୍ଣଙ୍କର ଏହି ଅନୈତିକ ବା ବିଶ୍ଵାସଘାତକତାର ପରିଣାମ ତାଙ୍କୁ ଭୋଗ କରିବାକୁ ପଡ଼ିଥିଲା ।

କୃଷ୍ଣ ମଥୁରାରୁ ଦ୍ଵାରକା ଯାଇଥିଲେ । ସେଠାରେ ବିଳାସ ବ୍ୟସନରେ ରହିଥିଲେ । ମାତ୍ର କୃଷ୍ଣଙ୍କର ଆକାଶଛୁଆଁ ପ୍ରାସାଦ ଓ ରାଜଧାନୀ ଦ୍ଵାରକା ଅତଳ ଜଳରେ ନିମଗ୍ନ ହୋଇଥିଲା । ତାଙ୍କ ବଂଶଗୋଷ୍ଠୀ ଓ ସାଙ୍ଗସାଥୀ ପ୍ରଭାସ ତୀର୍ଥର ଏରକାର ବନରେ ପରସ୍ପର ମଧ୍ୟରେ ହଣାହଣି ହୋଇ ଧ୍ୱଂସ ହୋଇଗଲେ । ନିଜେ କୃଷ୍ଣ ରାଜ୍ୟହୀନ, ଧନହୀନ ଗୃହହୀନ ସେ ମୃତ୍ୟୁଲାଭ କରିଥିଲେ । କୃଷ୍ଣଙ୍କର ଦ୍ଵାରକା ଆଜି ଆଉ ନାହିଁ । ମାତ୍ର ସେ ଯେଉଁ ମାତୃଭୂମି, ଗୋପ, ଗୋପର ବୃନ୍ଦାବନ ଓ ଯମୁନା ନଦୀକୁ ଉପେକ୍ଷା କରିଥିଲେ, ତାହା ଅଦ୍ୟାବଧୂ ରହିଛି । କୃଷ୍ଣଙ୍କର ଏହି ଚରିତରୁ ଜନ୍ମଭୂମିକୁ ଉପେକ୍ଷା କରିଥିବା ଶିକ୍ଷିତମାନଙ୍କର ବହୁତ କଥା ଶ୍ରିଖ୍ରାବାର ରହିଛି।

ପ୍ରବନ୍ଧର ଶେଷ ପର୍ଯ୍ୟାୟରେ ପ୍ରାବନ୍ଧିକ କହିଛନ୍ତି, ଯେଉଁ ଅଳ୍ପ କେତେଜଣ ଶିକ୍ଷିତ ସେମାନଙ୍କର ମହାନୁଭବତାକୁ ପଲ୍ଲୀଗ୍ରାମରୁ ଆରମ୍ଭକରି ବିଶ୍ବବ୍ୟାପୀ କରିଛନ୍ତି ସେମାନେ ଆମର ନମସ୍ୟ । ଯେଉଁମାନେ ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ହେଲେବି, ପାଶ୍ଚାତ୍ୟ ଶିକ୍ଷାର ପରମ୍ପରାକୁ ଛିନ୍ନ କରି ସେମାନଙ୍କର ମହାନୁଭବତାକୁ ଦିଲ୍ଲୀରୁ ନିଜର ପଲ୍ଲୀ ପର୍ଯ୍ୟନ୍ତ ବ୍ୟାପ୍ତ ରଖୁଛନ୍ତି ସେମାନେ ନମସ୍ୟ । ଯେଉଁମାନେ ପଲ୍ଲୀଭୂଇଁ ବା ନିଜର ଜନ୍ମଭୂମିକୁ ପୂରାପୂରି ପାସୋରି ଦେଇ ଗ୍ରୀସୀୟ ଦେବତା ଏଟ୍‌ଲାସ ପରି ସମସ୍ତ ବିଶ୍ଵର ଭାର ବହନ କରିଛନ୍ତି ବୋଲି କୁବ୍‌ଜ ହୋଇ ଚାଲନ୍ତି, ସେମାନେ ଠିକ୍ କଥା କହନ୍ତି ନାହିଁ । ସେମାନେ କେବଳ ପ୍ରବଞ୍ଚନା କରିଥା’ନ୍ତି । ବାସ୍ତବରେ ଯେ ଭଲ ଗ୍ରାମବାସୀ ନୁହେଁ, ସେ ଭଲ ଓଡ଼ିଶାବାସୀ ନୁହେଁ, ଯେ ଭଲ ଓଡ଼ିଶାବାସୀ ନୁହେଁ, ସେ ଭଲ ଭାରତବାସୀ ନୁହେଁ ଓ ଯେ ଭଲ ଭାରତବାସୀ ନୁହେଁ, ସେ ଭଲ ବିଶ୍ବବାସୀ ହୋଇନପାରେ ।

BSE Odisha 10th Class Odia Solutions Chapter 9 ଜନ୍ମଭୂମି

କାଠିନ ଶବ୍ଦାର୍ଥ ଓ ଟିପ୍ପଶା

  • ବିଛିନ୍ନ – ଅଲଗା
  • ସ୍ପର୍ଶ କଲି – ବିପଦ/ବିପର୍ଯ୍ୟୟ
  • ଶାକ – ଶାଗ
  • ତଣ୍ଡୁଳ – ଚାଉଳ
  • ଧାତ୍ରା – ଧାଈମା’/ପାଳନକର୍ତ୍ତ୍ରୀ
  • ଆୟସୂର୍ଯ୍ୟ – ଆୟୁ ରୂପକ ସୂର୍ଯ୍ୟ
  • କ୍ଷାଶ – ଶାର୍ଣ୍ଣ/ କୃଶ
  • ଶୁଷ୍କ – ଶୁଖିଲା
  • ନିଃହାୟ – ଅସହାୟ
  • ଲାନ – ଲୁପ୍ତ
  • ନୈତିକ – ନାତି ସମ୍ବିନ୍ଧାୟ
  • ଜାତିସ୍ଵର – ଯେ ପୂର୍ବଜନ୍ମର ଘଟଣାବଳା ଚରଣ କରିପାରେ ବା ମନେ ପକାଇପାରେ
  • ରାଣି ରାଣି – ବହୁପରିମାଣ
  • ତଟି ନାବେଷୃତ – ନଦାଘେରା
  • ଭଞ୍ଜ କାର୍ତ୍ତି – ମୟୂରଭଞ୍ଜର ଭଞ୍ଜବଂଶର ରାଜାମାନଙ୍କ କାର୍ତ୍ତ
  • ବିରାଟିନା – କିରାଟଯୁକ୍ତା ବା ମୁକୁଟ – ମଣ୍ଡିତ।
  • ଧର୍ମାନ୍ତର – ଅନ୍ୟ ଧର୍ମ
  • ମାନବିକତା – ମଣିଷପଣିଆ
  • ଉତ୍ସର୍ଗ – ସମର୍ପଣ
  • ସମାପନ – ଶେଷ
  • ବାଦ – ଋତୁତା
  • ବିସମ୍ବିାନ୍ଦ – ଖରାପ ଖବର
  • ମନବେଧ – ଏହି ଜନପ୍ରିୟ ଚଉତିଶାଟି ବୈରାଗ୍ୟ ଓ ଭକ୍ତିଭାବ ସମ୍ବଳିତ । ଏହାର ରଚୟିତା ହେ ଉଛନ୍ତି ଶେଷଭାଗର କବି ଭକ୍ତଚରଣ ଦାସ ।
  • ପ୍ରତ୍ୟୟ – ବିଶ୍ଵାସ
  • ନବାଗତ – ନିଆ ହୋଇ ଆସିଥିବା
  • ଶାର୍ଣ୍ଣ – ଦୁର୍ବଳ
  • ଉଲଗ୍ନ – ଅଙ୍ଗଲା
  • କୃଶୋଦର – (କୃଶ + ଉପର) ଅପୁଷ୍ପତା ହେତୁ ଯେଉଁମାନଙ୍କ ପେଟ ଶିଯାଇଥାଏ
  • ଲମ୍ବୋଦର – (ଲମ୍ବ + ଡଦର )ଏଠାରେ ରୋଗୀଦି କାରଣରୁ ଯେଉଁମାନଙ୍କ ପେଟ ବାହାରି ପଡ଼ିଥାଏ
  • ଅବାଞ୍ଚତ – ଯାହାକୁ ଆମେ ଗାହୁନା କିମ୍ବା ଇଚ୍ଛା କରୁନା
  • ଅବହେଳିତ – ଯାହାର କୌଣସି ପ୍ରକାର ସେବା, ଯତ୍ନ ନିଆଯାଏ ନାହିଁ
  • ସମାବେଶ – ସମ୍ମଳନ
  • ଜେବ୍ରା – ଆଫ୍ରିକୀୟ ପଶୁବିଶେଷ, ଯାହାର ଦେହ ଘୋଡ଼ା ଭଳି ଓ ସେଥ‌ିରେ ପଟା ପଟା କଳାଧଳା ଦାଗ ରହିଥାଏ
  • ଜିରାଫ – ଆଫ୍ରିକୀୟ ପଶୁବିଶେଷ, ଯାହାର ବେଳ ବଡ଼ ଲମ୍ବା
  • ପୁଷ୍ଠିତ ପଳାଶ – ଫୁଲ ଫୁଟିଥିବା ଗାଳିଧୁଆ, ଲାଲ ରଙ୍ଗର ପେନ୍ନା ପେନ୍ନା ଫୁଲ ବିଶେଷ
  • ବହ୍ନି – ନିଆଁ/ଅଗ୍ନି
  • ଆହବ – ଯୁନ୍ଧ
  • ଅନାଗତ – ଯାହା ଆସିନାର୍ହି/ ଭବିଷ୍ୟତ
  • ରକ୍ତକେତନ – ନାଲି ପତାକା
  • କ୍ଲେଶ – କଷ୍ଣ
  • ନିଦାଘ – ପ୍ରାତ୍ନ
  • ଧରଶା – ପୃଥିବା/ପାଟି
  • ସ୍ତ୍ରପାକୃତ – ସ୍ତର ସ୍ତର ହୋଇ ରହିଥିବା / ଜମା ହୋଇ ରହିଥିବା
  • ଆନତ – ନଇଁ ଆସିଥିବା
  • ଚାରିପାତ – କୃଷ୍ଣପାତ
  • ସିକ୍ତ – ଓଦା
  • ଯୂଥ୍ – ଯଇଫୁଲ
  • ପରିମଳ – ସୁବାସ, ରେଭ
  • ଉଦବେଳ – ଉଛୁଳୁଥ୍ବାବା
  • ମହାସମାରେ।ହରେ -ଖୁର୍ ଜାକଚ୍ଚମକରେ
  • ଧାରାହତ – ବର୍ଷଧାରାଦ୍ଵାରା ଆହତ
  • ସ୍କର୍ଣ୍ଣ – ଶର୍ଷ ଧାନ୍ୟରେ – ସୁନାର ଧାନରେ/ ପଚିଲା ଧାନକଶ୍ତାରେ
  • ଶ୍ରମଜାବା – କାୟିକ ବା ଶାରୀରିକ ଶ୍ରମରେ
  • ଭୌଗିକ – ଶାରୀରିକ (ଶରୀର ପଞ୍ଚଭୂତ ବା ପଞ୍ଚ ମହାଭୂତକୁ ନେଇ ଗଠିତ । ଏହି ପଞ୍ଚଭୂତ ହେଉଛି କ୍ଷିତି, ଆପ, ତେଜ, ମରୁତ୍ଵ, ବ୍ୟୋମ ।)
  • ଆଭିଜାତ୍ୟ – ସଂଭ୍ରାନ୍ତପଣିଆ /ଉଚ୍ଚବଂଶାୟ ବ୍ୟକ୍ତିର ସମ୍ମାନ
  • ଅଧ୍ୟବସାୟ – ପରିଶ୍ରମ ପାଠ କରିବା
  • କୁଣ୍ଡ – ଚୁକ୍ତ / କଥା ଦେବା
  • ଶଶିକଳା ପରି – ଚନ୍ଦ୍ରକଳା ପରି (କୃଷ୍ଣପକ୍ଷରେ ଚନ୍ଦ୍ର ଯେପରି କ୍ଷୟ ହୋଇଥାଏ ।)
  • ବିଭାବ – ସମ୍ପଦ
  • ଅପରିସାମ – ଅସାମ/ବହୁତ
  • ଅଭ୍ରଂକଷ – ଆକାଶଛୁଆଁ
  • ଅଷ୍ଟପାଟବଂଶୀ – ଶ୍ରୀ କୃ ଷ୍ଣଙ୍କର ଆଠଜଣ ପତ୍ନୀ। ସେମାନକର ନାମ ହେଲା ରୁକ୍ମିଶା, ସତ୍ୟଭାମା, ଜାମ୍ବବତୀ, କାଳିନ୍ଦୀ, ମିତ୍ରବିନ୍ଦା, ସତ୍ୟା, ଭଦ୍ରା ଓ ଲକ୍ଷଣା ।
  • ପରିଶାମ – ଶେଷଫଳ
  • ଜଳଧ୍ – ସମୁଦ୍ର
  • ନିମଗ୍ନ ହୋଇଗଲା – ବୁଡ଼ିଗଲା
  • ପ୍ରଭାବତୀର୍ଥ – ଦ୍ଵାରକା ନିକଟବର୍ତ୍ତୀ ପାର୍ଥସ୍ଥାନ
  • ଏରକାର ବନ – ଶର ବାଣ
  • କର୍ଣ୍ଣଧାର – ମଙ୍ଗୁଆଳ
  • ଆବଶ – କ୍ଳାନ୍ତ
  • ପଦପଲ୍ଲବ – କଅଁଳ ପତ୍ର ପରି କୋମଳ ପାଦ
  • ରକ୍ତାଭ – ରକ୍ତବର୍ଣ୍ଣ ସଦୃଶ
  • ଗାଥା – କାହାଶା / କିମ୍ବଦନ୍ତୀ
  • ଅହେତୁକ – ଅକରଣ
  • ଅନାହୃତ – ଅନିମନ୍ତ୍ରିତ, ଭକା ଯାଇନଥ୍ ବା
  • ମହାନଭାବତା -ଉଦାର ହୃଦୟ ଭାବ
  • ପରିଧ୍ – ବତ୍ତର ଚେଷ୍ଠନ ଦରଖା
  • ଟଲାସ୍ – ଗ୍ରୀସୀୟ ଦେବତା । ପ୍ରତିଶ୍ରୁତି ରକ୍ଷା କରିବାଲାଗି ସେ ପୃଥ୍ବାକୁ ନିଜର ଦୁଇହାତରେ ଟେକି ଧରିଥିଲେ ।
  • କୁବଜ – କୁଜା
  • ପ୍ରବଞ୍ଚନା – ଠକାମି/ଛଳନା
  • ନିଗଡ଼ – ଶିକୁଳି / ବନ୍ଧନ

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(f)

Odisha State Board BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(f) Textbook Exercise Questions and Answers.

BSE Odisha Class 9 Maths Solutions Geometry Chapter 6 ଅଙ୍କନ Ex 6(f)

Question 1.
ABCD ଚତୁର୍ଭୁଜ ଅଙ୍କନ କର ଯାହାର :
(i) AB = 2.7 ସେ.ମି., BC = 3.5 ସେ.ମି., CD = 6 ସେ.ମି., DA = 4 ସେ.ମି. ଏବଂ m∠B = 90 ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(f) 1
(a) BC ଅଙ୍କନ କର ଯାହାର ଦୈର୍ଘ୍ୟ 3.5 ସେ.ମି. ।
(b) BC ର B ବିନ୍ଦୁରେ 90° ପରିମିତ ∠CBX ଅଙ୍କନ କର ।
(c) \(\overrightarrow{\mathrm{BX}}\) ରୁ 2.7 ସେ.ମି. ଛେଦନ କରି A ବିନ୍ଦୁ ନିରୂପଣ କର।
(d) A କୁ କେନ୍ଦ୍ରକରି 4 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ଚାପ ଓ C କୁ କେନ୍ଦ୍ରକରି 6 ସେ.ମି. ବ୍ୟାସାଦ୍ଧ ବିଶିଷ୍ଟ ଚାପ ପରସ୍ପରକୁ D ବିନ୍ଦୁରେ ଛେଦ କରନ୍ତୁ ।
(e) AD ଓ CD ଅଙ୍କନ କରି ABCD ଚତୁର୍ଭୁଜ ସମ୍ପୂର୍ଣ୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(f)

(ii) AB = 7.3 ସେ.ମି., BC = 6.9 ସେ.ମି., CD = 5.8 ସେ.ମି., DA = 8.2 ସେ.ମି. ଏବଂ m∠C = 45° ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(f) 2
(a) BC ଅଙ୍କନ କର ଯାହାର ଦୈର୍ଘ୍ୟ 6.9 ସେ.ମି. ।
(b) BC ର C ବିନ୍ଦୁରେ 45° ପରିମିତ ∠BCX ଅଙ୍କନ କର ।
(c) \(\overrightarrow{\mathrm{CX}}\) ଉପରେ CD ଅଙ୍କନ କର ଯାହାର ଦୈର୍ଘ୍ୟ 5.8 ସେ.ମି. ।
(d) B କୁ କେନ୍ଦ୍ରକରି 7.3 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଚାପ ଏବଂ D କୁ କେନ୍ଦ୍ରକରି 8.2 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଚାପ ପରସ୍ପରକୁ D ବିନ୍ଦୁରେ ଛେଦ କରନ୍ତୁ ।
(e) DA ଓ B͞A ଅଙ୍କନ କରି ଚତୁର୍ଭୁଜ ଅଙ୍କନ ସମ୍ପୂର୍ଣ୍ଣ କର ।

Question 2.
ABCD ସାମାନ୍ତରିକ ଚିତ୍ର ଅଙ୍କନ କର ଯାହାର AB = 6 ସେ.ମି., BC = 4 ସେ.ମି. 0 ∠ABC = 75° ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(f) 3
(a) B͞C ଅଙ୍କନ କର ଯାହାର ଦୈର୍ଘ୍ୟ 4 ସେ.ମି. ।
(b) BC ର B ବିନ୍ଦୁରେ 75° ପରିମାଣ ବିଶିଷ୍ଟ ∠XBC ଅଙ୍କନ କର ।
(c) C ଏବଂ A କୁ କେନ୍ଦ୍ରକରି ଯଥାକ୍ରମେ 6 ସେ.ମି. ଏବଂ 4 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଚାପଦ୍ଵୟ ପରସ୍ପରକୁ D ବିନ୍ଦୁରେ ଛେଦ କରନ୍ତୁ ।
(d) CD ଏବଂ AD ଅଙ୍କନ କରି ABCD ଚତୁର୍ଭୁଜ ଅଙ୍କନ ସମ୍ପୂର୍ଣ୍ଣ କର ।

Question 3.
ଏକ ରମ୍ବସ୍ ଅଙ୍କନ କର ଯାହାର ଗୋଟିଏ କୋଣର ପରିମାଣ 120° ଓ ଏକ ବାହୁର ଦୈର୍ଘ୍ୟ 5 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(f) 4
(a) BC ଅଙ୍କନ କର ଯାହାର ଦୈର୍ଘ୍ୟ 5 ସେ.ମି. ।
(b) BC ର C ବିନ୍ଦୁରେ ∠BCX ଅଙ୍କନ କର ଯାହାର ପରିମାଣ 120° ।
(c) \(\overrightarrow{\mathrm{CP}}\) ଉପରେ CD = 4 ସେ.ମି. ଅଂଶ ଛେଦନ କର । B ଓ D କୁ କେନ୍ଦ୍ରକରି 5 ସେ.ମି. ବ୍ୟାସାର୍କ ବିଶିଷ୍ଟ ଦୁଇଟି ଚାପ ପରସ୍ପରକୁ A ବିନ୍ଦୁରେ ଛେଦ କରନ୍ତୁ ।
(d) AD ଓ AB ଅଙ୍କନ କରି ABCD ରମ୍ବସ୍ ସଂପୂର୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(f)

Question 4.
ଏକ ବର୍ଗଚିତ୍ର ଅଙ୍କନ କର ଯାହାର :
(i) ବାହୁର ଦୈର୍ଘ୍ୟ 3.5 ସେ.ମି.
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(f) 5
(a) BC ଅଙ୍କନ କର ଯାହାର ଦୈର୍ଘ୍ୟ 3.5 ସେ.ମି. ।
(b) B ବିନ୍ଦୁରେ 90° ପରିମାଣ ବିଶିଷ୍ଟ ∠CBX କୋଣ ଅଙ୍କନ କରି BA = 3.5 ସେ.ମି. ଛେଦନ କର ।
(c) A ଓ C କୁ କେନ୍ଦ୍ରକରି 3.5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇଟି ଚାପ ପରସ୍ପରକୁ D ବିନ୍ଦୁରେ ଛେଦ କରନ୍ତୁ ।
(d) AD ଓ C͞D ଅଙ୍କନ କରି ABCD ବର୍ଗଚିତ୍ର ସମ୍ପୂର୍ଣ୍ଣ କର ।

(ii) ପରିସୀମା = 16 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(f) 6
(a) 16 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ରେଖାଖଣ୍ଡକୁ ସମାନ ଚାରିଭାଗରେ ବିଭକ୍ତ କରି AB ର ଦୈର୍ଘ୍ୟ 4 ସେ.ମି. ନିରୂପଣ କର ।
(b) AB ଅଙ୍କନ କର ଏବଂ A ବିନ୍ଦୁରେ 90° ପରିମିତ ∠XAB ଅଙ୍କନ କରି AD = AB ଛେଦନ କର ।
(c) D ଓ B କୁ କେନ୍ଦ୍ର କରି AB ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇଟି ଚାପ ପରସ୍ପରକୁ C ବିନ୍ଦୁରେ ଛେଦ କରନ୍ତୁ ।
(d) ABCD ବର୍ଗଚିତ୍ର ଅଙ୍କନ ସମ୍ପୂର୍ଣ୍ଣ କର ।

Question 5.
ABCD ଆୟତଚିତ୍ର ଅଙ୍କନ କର ଯାହାର
(i) AB = 6 ସେ.ମି., ଓ AD = 4 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(f) 7
(a) AB ଅଙ୍କନ କର ଯାହାର ଦୈର୍ଘ୍ୟ 6 ସେ.ମି. ହେବ ଏବଂ A ବିନ୍ଦୁରେ 90° ପରିମାଣ ବିଶିଷ୍ଟ ∠XAB କୋଣ ଅଙ୍କନ କରି AD = 4 ସେ.ମି. ଛେଦନ କର ।
(b) D ଏବଂ B କୁ କେନ୍ଦ୍ରକରି ଯଥାକ୍ରମେ 6 ସେ.ମି. ଏବଂ 4 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ଚାପଦ୍ଵୟ ପରସ୍ପରକୁ C ବିନ୍ଦୁରେ ଛେଦ କରନ୍ତୁ ।
(c) D͞C ଓ BC ଅଙ୍କନ କରି ABCD ଆୟତଚିତ୍ର ସମ୍ପୂର୍ଣ୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(f)

(ii) AB = 6.5 ସେ.ମି., ଓ AD = 5.2 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(f) 8
(a) 5.2 ସେ.ମି. ଦୈର୍ଘ୍ୟ ବିଶିଷ୍ଟ A͞B ଅଙ୍କନ କର । B ବିନ୍ଦୁରେ 90° ପରିମାଣ ବିଶିଷ୍ଟ ∠ABX ଅଙ୍କନ କର ।
\(\overrightarrow{\mathrm{BX}}\) ରୁ AC = 6.5 ସେ.ମି. ଛେଦନ କର ।
(b) C ଓ A କୁ କେନ୍ଦ୍ର କରି ଯଥାକ୍ରମେ A͞B ଓ B͞C ଦୈର୍ଘ୍ୟ ବିଶିଷ୍ଟ ଚାପଦ୍ୱୟ ପରସ୍ପରକୁ D ବିନ୍ଦୁରେ ଛେଦ କରନ୍ତୁ ।
(c) CD ଓ AD ଅଙ୍କନ କରି ABCD ଆୟତଚିତ୍ର ସମ୍ପୂର୍ଣ୍ଣ କର ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

Odisha State Board BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର Important Questions and Answers.

BSE Odisha Class 8 Political Science Important Questions Chapter 1 କେନ୍ଦ୍ର ସରକାର

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କର କି କି ଯୋଗ୍ୟତା ଥିବା ଆବଶ୍ୟକ ? ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ କେତେ ବର୍ଷ ?
Answer:

  • ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କର ନିମ୍ନଲିଖ ଯୋଗ୍ୟତା ଥିବା ଆବଶ୍ୟକ :
    (a) ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
    (b) ତାଙ୍କୁ ଅନ୍ୟୁନ ୩୫ ବର୍ଷ ବୟସ ହୋଇପୂବ ।
    (c) ସେ ଲୋକସଭାର ସଭ୍ୟଭାବେ ନିର୍ବାଚିତ ହେବାପାଇଁ ଯୋଗ୍ୟ ହୋଇଥ‌ିବେ ।
    (d) ସେ କେନ୍ଦ୍ର ବା ରାଜ୍ୟ ସରକାରରେ ବା ଏହି ସରକାରମାନଙ୍କ ଅଧୀନସ୍ଥ କୌଣସି ସଂସ୍ଥାରେ ବା ଅନୁଷ୍ଠାନରେ ଲାଭଜନକ ପଦବୀରେ ଅଧିଷ୍ଠିତ ହୋଇନଥ‌ିବେ ।
  • ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ ୫ ବର୍ଷ ।

୨। ରାଷ୍ଟ୍ରପତିଙ୍କର ଆର୍ଥିକ କ୍ଷମତାଗୁଡ଼ିକ କ’ଣ ?
Answer:

  • ରାଷ୍ଟ୍ରପତିଙ୍କ ପ୍ରାକ୍-ଅନୁମତି ବିନା କୌଣସି ଅର୍ଥ ଚିଠା ଆଇନ ଲୋକସଭାରେ ଆଗତ ହୋଇପାରିବ ନାହିଁ ।
  • ପ୍ରତ୍ୟେକ ଆର୍ଥିକ ବର୍ଷ ଆରମ୍ଭରେ ରାଷ୍ଟ୍ରପତି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କଦ୍ୱାରା ବାର୍ଷିକ ଆୟବ୍ୟୟ ଅଟକଳ ବା ବଜେଟ୍ ସଂସଦରେ ଆଗତ କରନ୍ତି ।
  • ସେ ‘ଅର୍ଥ-ଆୟୋଗ’ ନିଯୁକ୍ତ କରନ୍ତି ଏବଂ ଏହାର ରିପୋର୍ଟକୁ ସଂସଦରେ ଉପସ୍ଥାପନ କରନ୍ତି ।
  • ରାଷ୍ଟ୍ରପତି ଭାରତର ମୁଖ୍ୟ ହିସାବରକ୍ଷକ ଓ ମହାସମୀକ୍ଷକଙ୍କ ରିପୋର୍ଟ ସଂସଦରେ ଆଗତ କରିଥା’ନ୍ତି ।
  • ଦେଶର ଆର୍ଥିକ ଦୁର୍ଦ୍ଦିନରେ ରାଷ୍ଟ୍ରପତି ‘ଆର୍ଥକ ଜରୁରୀ ପରିସ୍ଥିତି’ ଘୋଷଣା କରିଥାଆନ୍ତି ।

୩ । ଭାରତର ସର୍ବୋଚ୍ଚ ନ୍ୟାୟାଳୟ କେଉଁମାନଙ୍କୁ ନେଇ ଗଠିତ ? ପୂର୍ବରୁ ଏହାର ନାମ କ’ଣ ଥିଲା ? ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତିମାନେ କିପରି ନିଯୁକ୍ତ ହୁଅନ୍ତି ?
Answer:
ଗଠନ ପ୍ରକ୍ରିୟା :
ବର୍ତ୍ତମାନ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଜଣେ ପ୍ରଧାନ ବିଚାରପତି ଓ ଅନ୍ୟ ୨୫ ଜଣ ବିଚାରପତିଙ୍କୁ ନେଇ ଗଠିତ ।

ପୂର୍ବନାମ :
ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟର ନାମ ଥିଲା ସଂଘୀୟ ନ୍ୟାୟାଳୟ ।

ନିଯୁକ୍ତି ପ୍ରକ୍ରିୟା :

  • ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦିଅନ୍ତି । ସାଧାରଣତଃ ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠତମ ବିଚାରପତି ପ୍ରଧାନ ବିଚାରପତିରୂପେ ନିଯୁକ୍ତ ହୁଅନ୍ତି ।
  • ପ୍ରଧାନ ବିଚାରପତିଙ୍କ ନିଯୁକ୍ତିବେଳେ ରାଷ୍ଟ୍ରପତି ଆବଶ୍ୟକ ମନେକଲେ ସର୍ବୋଚ୍ଚ ନ୍ୟାୟାଳୟର ଅନ୍ୟ ବିଚାରପତି ଓ ରାଜ୍ୟ ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କ ସହ ପରାମର୍ଶ କରିଥା’ନ୍ତି ।
  • ଅନ୍ୟ ବିଚାରପତିମାନଙ୍କୁ ନିଯୁକ୍ତି ଦେଲାବେଳେ ରାଷ୍ଟ୍ରପତି ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଧାମ ବିଚାରପତିଙ୍କ ସହ ପରାମର୍ଶ କରିଥାଆନ୍ତି ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୪। ଅର୍ଥ-ବିଲ୍ କ’ଣ ? ସଂସଦର କେଉଁ ଗୃହରେ ଅର୍ଥ-ବିଲ୍‌ ପ୍ରଥମେ ଆଗତ ହୁଏ ? ଏଥ‌ିପାଇଁ କାହାର ପ୍ରାକ୍-ଅନୁମତି ଆବଶ୍ୟକ ? ଅର୍ଥ-ବିଲ୍ ଗୃହୀତ ହେବାପାଇଁ ରାଜ୍ୟସଭା କେଉଁ ଭୂମିକା ଗ୍ରହଣ କରେ ?
Answer:
ସଂଜ୍ଞା :
ସରକାରଙ୍କର ଆୟବ୍ୟୟ ସମ୍ପର୍କୀୟ ଓ ଅନ୍ୟାନ୍ୟ ଅର୍ଥ ସମ୍ବନ୍ଧୀୟ ବିଲ୍‌ଗୁଡ଼ିକୁ ଅର୍ଥ-ବିଲ୍ କୁହାଯାଏ ।

ଆଗତ :
ସଂସଦର ଲୋକସଭାରେ ଅର୍ଥ-ବିଲ୍ ପ୍ରଥମେ ଆଗତ ହୁଏ ।

ଅନୁମତି :
ଏଥପାଇଁ ରାଷ୍ଟ୍ରପତିଙ୍କ ପ୍ରାକ-ଅନୁମତି ଆବଶ୍ୟକ ।

ଭୂମିକା :

  • ଅର୍ଥ-ବିଲ୍ ଲୋକସଭାରେ ଗୃହୀତ ହେଲାପରେ ରାଜ୍ୟସଭାରେ ଗୃହୀତ ହେବାପାଇଁ ସେହି ଗୃହକୁ ପଠାଯାଏ । ରାଜ୍ୟସଭା ୧୪ ଦିନ ମଧ୍ୟରେ ଯଦି ବିଲ୍‌କୁ ଅନୁମୋଦନ କରି ଲୋକସଭାକୁ ନ ପଠାଏ, ତାହାହେଲେ ଅର୍ଥ- ବିଲ୍‌ ରାଜ୍ୟସଭାଦ୍ବାରା ଗୃହୀତ ହୋଇଛି ବୋଲି ଧରି ନିଆଯାଏ ।
  • ରାଜ୍ୟସଭା ଅର୍ଥ-ବିଲ୍‌କୁ ନାମଞ୍ଜୁର କିମ୍ବା ସଂଶୋଧ କରିପାରିବ ନାହିଁ ।

୫। ସଂସଦର ଆଇନ ପ୍ରଣୟନ କ୍ଷମତା ବିଷୟରେ ଏକ ସଂକ୍ଷିପ୍ତ ବିବରଣୀ ଦିଅ ।
Answer:

  • ସଂସଦ କେନ୍ଦ୍ର ତାଲିକା ଓ ଯୁଗ୍ମ ତାଲିକାଭୁକ୍ତ ସମସ୍ତ ବିଷୟରେ ଆଇନ ପ୍ରଣୟନ କରିଥାଏ ।
  • ଏତଦ୍‌ବ୍ୟତୀତ କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଲେ, ସେହି ରାଜ୍ୟ ପାଇଁ ଆବଶ୍ୟକୀୟ ଆଇନ ସଂସଦ ପ୍ରଣୟନ କରିଥାଏ ।

ଅର୍ଥବିଲ୍ :

  • ସାଧାରଣ ବିଲ୍ ଓ ଅର୍ଥ ସମ୍ବନ୍ଧୀୟ ବିଲ୍ ସଂସଦର ଉଭୟ ଗୃହରେ ନିର୍ଦ୍ଦିଷ୍ଟ ପଦ୍ଧତିରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କର ସମ୍ମତି ପ୍ରାପ୍ତ ହେଲା ପରେ ଆଇନରେ ପରିଣତ ହୁଏ ।
  • କେବଳ ଅର୍ଥବିଲ୍ କ୍ଷେତ୍ରରେ ଲୋକସଭାର କ୍ଷମତା ରାଜ୍ୟସଭାଠାରୁ ଅଧ୍ଵ ।

ମିଳିତ ବୈଠକ :

  • କୌଣସି ସାଧାରଣ ବିଧେୟକ ଉପରେ ଲୋକସଭା ଓ ରାଜ୍ୟସଭା ମଧ୍ୟରେ ମତଭେଦ ସୃଷ୍ଟି ହେଲେ, ରାଷ୍ଟ୍ରପତିଙ୍କଦ୍ୱାରା ଉଭୟ ଗୃହର ମିଳିତ ବୈଠକ ଡକାଯାଏ ଓ ବାଚସ୍ପତି ସେଥୁରେ ସଭାପତିତ୍ବ କରନ୍ତି ।
  • ରାଷ୍ଟ୍ରପତିଙ୍କଦ୍ୱାରା ଜାରି ହୋଇଥ‌ିବା ଅଧ୍ୟାଦେଶ ଓ ଜରୁରୀକାଳୀନ ଘୋଷଣାନାମାକୁ ମଧ୍ଯ ସଂସଦ ଅନୁମୋଦନ କରିଥାଏ ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପ୍ରତ୍ୟେକ ସରକାରର କେତୋଟି ଅଙ୍ଗ ଅଛି ଓ ସେଗୁଡ଼ିକ କ’ଣ ?
Answer:
ପ୍ରତ୍ୟେକ ସରକାରର ୩ଟି ଲେଖାଏଁ ଅଙ୍ଗ ଅଛି ? ସେଗୁଡ଼ିକ ହେଲା

  • କାର୍ଯ୍ୟପାଳିକା,
  • ବ୍ୟବସ୍ଥାପିକା,
  • ନ୍ୟାୟପାଳିକା ।

୨। ଭାରତର କେନ୍ଦ୍ରସ୍ତରୀୟ କାର୍ଯ୍ୟପାଳିକା କେଉଁମାନଙ୍କୁ ନେଇ ଗଠିତ ?
Answer:
ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀପରିଷଦକୁ ନେଇ କେନ୍ଦ୍ରସ୍ତରୀୟ କାର୍ଯ୍ୟପାଳିକା ଗଠିତ ।

୩। ରାଷ୍ଟ୍ରପତି କେଉଁ ପଦାଧିକାରୀମାନଙ୍କୁ ବହିଷ୍କାର କରିଥାଆନ୍ତି ?
Answer:

  • ମହାଧ୍ଵବକ୍ତା
  • ରାଜ୍ୟପାଳ
  • କେନ୍ଦ୍ର ଲୋକସେବା ଆୟୋଗର ଅଧକ୍ଷ ଓ ଅନ୍ୟ ସଦସ୍ୟ
  • ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିବୃନ୍ଦ
  • ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଯେକୌଣସି ମନ୍ତ୍ରୀଙ୍କୁ ରାଷ୍ଟ୍ରପତି ବହିଷ୍କାର କରିଥାଆନ୍ତି ।

୪। କେଉଁ ପରିସ୍ଥିତିରେ ରାଷ୍ଟ୍ରପତି ଅଧ୍ୟାଦେଶ ଜାରି କରନ୍ତି ?
Answer:
ସଂସଦ ଅଧ‌ିବେଶନ ଚାଲୁନଥି ସମୟରେ ଯଦି କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବାପାଇଁ ହଠାତ୍ ଆଇନ ପ୍ରଣୟନ କରିବାର ଆବଶ୍ୟକତା ପଡ଼େ, ତାହାହେଲେ ମନ୍ତ୍ରିମଣ୍ଡଳର ପରାମର୍ଶ କ୍ରମେ ରାଷ୍ଟ୍ରପତି ଅଧ୍ୟାଦେଶ ଜାରି କରିଥାଆନ୍ତି ।

୫। ରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ?
Answer:

  • ଭାରତର ରାଷ୍ଟ୍ରପତି ପରୋକ୍ଷଭାବେ ଲୋକମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି ।
  • ସଂସଦର ଉଭୟ ଗୃହ ଏବଂ ଦିଲ୍ଲୀ ଓ ପଣ୍ଡିଚେରୀ ସମେତ ସମସ୍ତ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚିତ ସଦସ୍ୟଙ୍କୁ ନେଇ ଗଠିତ ନିର୍ବାଚକ ମଣ୍ଡଳୀ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରନ୍ତି । ‘ଆନୁପାତିକ ପ୍ରତିନିଧ୍ୟ ଓ ଏକକ ହସ୍ତାନ୍ତରୀୟ ଗୋପନୀୟ ପସନ୍ଦଭିଭିକ ମତଦାନ ବା ଭୋଟପ୍ରଥା’ ପ୍ରଣାଳୀରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୬| ଆମ ସମ୍ବିଧାନରେ କେଉଁ ତିନିପ୍ରକାର ଜରୁରୀକାଳୀନ ପରିସ୍ଥିତିର ଉଲ୍ଲେଖ ରହିଛି ?
Answer:

  • ଜାତାୟ ଜରୁରୀ ପରିସ୍ଥିତି
  • କୌଣସି ରାଜ୍ୟରେ ସାମ୍ବିଧାନିକ ଶାସନ ବ୍ୟବସ୍ଥାର ବିଫଳତା ବା ଅଚଳାବସ୍ଥା ସମ୍ପର୍କିତ ଜରୁରୀ ପରିସ୍ଥିତି
  • ଆର୍ଥକ ଜରୁରୀ ପରିସ୍ଥିତି

୭ । ମନ୍ତ୍ରୀପରିଷଦରେ ସାଧାରଣତଃ କେତେପ୍ରକାର ମନ୍ତ୍ରୀ ଥାଆନ୍ତି ? ସେଗୁଡ଼ିକ କ’ଣ ?
Answer:
ମନ୍ତ୍ରୀପରିଷଦରେ ସାଧାରଣତଃ 3 ପ୍ରକାର ମନ୍ତ୍ରୀ ଥାଆନ୍ତି; ଯଥା –

  • କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ
  • ରାଷ୍ଟ୍ରମନ୍ତ୍ରୀ
  • ଉପମନ୍ତ୍ରୀ

୮ | ବାଚସ୍ପତି କିପରି ନିର୍ବାଚିତ ହୁଅନ୍ତି ?
Answer:

  • ଲୋକସଭାର ପ୍ରଥମ ବୈଠକରେ ଲୋକସଭାର ସଭ୍ୟମାନେ ନିଜ ଭିତରୁ ଜଣକୁ ବାଚସ୍ପତିଭାବେ ନିର୍ବାଚିତ କରିଥା’ନ୍ତି ।
  • ସାଧାରଣତଃ ବାଚସ୍ପତି ଶାସକ ଦଳର ଜଣେ ସଭ୍ୟ ହୋଇଥା’ନ୍ତ ।

୯। ‘ପ୍ରଶ୍ନୋତ୍ତର’ କାର୍ଯ୍ୟକ୍ରମ କହିଲେ କ’ଣ ବୁଝ ?
Answer:

  • ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାଂସଦମାନେ ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶ୍ନ ପଚାରି ଉତ୍ତର ପାଇଥାଆନ୍ତି । ଏଥିରେ ମନ୍ତ୍ରୀମାନେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ ।
  • ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାଂସଦମାନେ ମନ୍ତ୍ରିପରିଷଦ ଉପରେ ନିୟନ୍ତ୍ରଣ ଜାରି କରିଥା’ନ୍ତି ।

୧୦। ସର୍ବୋଚ୍ଚ ନ୍ୟାୟାଳୟର କ୍ଷେତ୍ରାଧିକାରକୁ କେତେ ଭାଗରେ ବିଭକ୍ତ କରାଯାଇଛି ? ସେଗୁଡ଼ିକ କ’ଣ ?
Answer:
ସର୍ବୋଚ୍ଚ ନ୍ୟାୟାଳୟର କ୍ଷେତ୍ରାଧିକାରକୁ ୩ ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା

  • ମୌଳିକ କ୍ଷେତ୍ରାଧିକାର
  • ଆବେଦନମୂଳକ କ୍ଷେତ୍ରାଧିକାର
  • ଉପଦେଶମୂଳକ କ୍ଷେତ୍ରାଧିକାର

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୧ । ସର୍ବୋଚ୍ଚ ନ୍ୟାୟାଳୟ କେତେଗୋଟି ନ୍ୟାୟିକ ଆଦେଶ ବା ପରମାଦେଶ ଜରିଆରେ ନାଗରିକମାନଙ୍କ ମୌଳିକ ଅଧିକାରଗୁଡ଼ିକୁ ସୁରକ୍ଷା ପ୍ରଦାନ କରିଥାଆନ୍ତି ? ସେଗୁଡ଼ିକ କ’ଣ ?
Answer:
ସର୍ବୋଚ୍ଚ ନ୍ୟାୟାଳୟ ୫ଗୋଟି ନ୍ୟାୟିକ ଆଦେଶ ଜରିଆରେ ନାଗରିକମାନଙ୍କ ମୌଳିକ ଅଧିକାରଗୁଡ଼ିକୁ ସୁରକ୍ଷା ପ୍ରଦାନ କରିଥାଆନ୍ତି । ସେଗୁଡ଼ିକ ହେଲା –

  • ହାବିୟସ କର୍ପସ
  • ମାଣ୍ଡାମସ୍
  • ପ୍ରୋହିବିସନ
  • ସରସିଓରାରୀ
  • କୋଓ୍ବାରାଣ୍ଟୋ ।

୧୨ । ‘ନ୍ୟାୟିକ ପୁନରାବଲୋକନ’ କହିଲେ କ’ଣ ବୁଝ ?
Answer:

  • ସଂସଦ ବା ରାଜ୍ୟ ବିଧାନମଣ୍ଡଳଦ୍ଵାରା ପ୍ରଣୀତ ଆଇନ ବା କାର୍ଯ୍ୟପାଳିକାର ଆଦେଶନାମା ଯଦି ସମ୍ବିଧାନର କୌଣସି ବ୍ୟବସ୍ଥାକୁ ଉଲଂଘନ କରେ, ତାହାହେଲେ ସମ୍ବିଧାନର ରକ୍ଷାକର୍ତ୍ତାଭାବେ ସର୍ବୋଚ୍ଚ ନ୍ୟାୟାଳୟ ଉକ୍ତ ଆଇନ ଓ କାର୍ଯ୍ୟପାଳିକାର ଆଦେଶନାମାକୁ ଅଣସାମ୍ବିଧାନିକ ଘୋଷଣା କରି ଅସିଦ୍ଧ କରି ଦେଇଥାଆନ୍ତି ।
  • ଏହାକୁ ‘ନ୍ୟାୟିକ ପୁନରାବଲୋକନ’ କୁହାଯାଏ ।

୧୩ । ଝୁଲା ସଂସଦ କହିଲେ କ’ଣ ବୁଝ ? ସେ ସମୟରେ ରାଷ୍ଟ୍ରପତି କିପରି ପ୍ରଧାନମନ୍ତ୍ରୀ ଚୟନ କରିଥା’ନ୍ତି ?
Answer:

  • ସାଧାରଣ ନିର୍ବାଚନରେ ଯଦି କୌଣସି ଦଳ ଲୋକସଭାରେ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ହାସଲ ନ କରନ୍ତି, ତେବେ ସେହିଭଳି ପରିସ୍ଥିତିରେ ଏକ ଝୁଲା ସଂସଦ ସୃଷ୍ଟି ହୋଇଥାଏ ।
  • ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ନିଜର ବୁଦ୍ଧି, ବିବେକ, ଅଭିଜ୍ଞତା, ନିରପେକ୍ଷ ବିଚାରଶକ୍ତି, ରାଜନୈତିକ ନୈପୁଣ୍ୟ ଓ ଦୂରଦୃଷ୍ଟି ପ୍ରୟୋଗ କରି ଯେଉଁ ବ୍ୟକ୍ତି ସୁଦୃଢ଼ ସରକାର ଗଠନ କରିପାରିବେ ବୋଲି ଭାବନ୍ତି ତାଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଚୟନ କରିଥା’ନ୍ତି ।

୧୪ । ସଂସଦରେ ପ୍ରଧାନମନ୍ତ୍ରୀ ସଂଖ୍ୟାଗରିଷ୍ଠ ସମର୍ଥନ ହରାଇଲେ କ’ଣ ହୁଏ ?
Answer:

  • ସଂସଦରେ ପ୍ରଧାନମନ୍ତ୍ରୀ ସଂଖ୍ୟାଗରିଷ୍ଠ ସମର୍ଥନ ହରାଇଲେ ଇସ୍ତଫା ପ୍ରଦାନ କରିବାକୁ ବାଧ୍ୟ ।
  • ଯଦି ପ୍ରଧାନମନ୍ତ୍ରୀ ସ୍ବତଃ ଇସ୍ତଫା ନ ଦିଅନ୍ତି, ତେବେ ରାଷ୍ଟ୍ରପତି ତାଙ୍କୁ ବରଖାସ୍ତ କରିପାରିବେ ।

୧୫ । ମନ୍ତ୍ରୀମଣ୍ଡଳକୁ କିପରି ବରଖାସ୍ତ କରାଯାଇପାରେ ?
Answer:

  • ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଗ୍ରହଣ କରାଯାଇ ମନ୍ତ୍ରୀମଣ୍ଡଳକୁ ବରଖାସ୍ତ କରାଯାଇପାରେ ।
  • ସଂସଦରେ ବଜେଟ୍ ଗୃହୀତ କରାଇ ନ ଦେଇ କିମ୍ବା କାଟ ପ୍ରସ୍ତାବ ଗୃହୀତ କରାଇ ମନ୍ତ୍ରୀମଣ୍ଡଳକୁ ବରଖାସ୍ତ କରାଯାଇପାରେ ।

୧୬ । ରାଷ୍ଟ୍ରପତି ଶାସନ କ’ଣ ? ଏହା ସମ୍ବିଧାନରେ କେଉଁ ଧାରାରେ ବର୍ଣ୍ଣିତ ହୋଇଛି ?
Answer:

  • କୌଣସି ରାଜ୍ୟରେ ସାମ୍ବିଧାନିକ ଶାସନ ବ୍ୟବସ୍ଥାର ବିପର୍ଯ୍ୟୟ ସମ୍ପର୍କିତ ଜରୁରୀ ପରିସ୍ଥିତି ଘୋଷଣାକୁ ରାଷ୍ଟ୍ରପତି ଶାସନ କୁହାଯାଏ ।
  • ଏହା ସମ୍ବିଧାନର ଧାରା ୩୫୬ ଅନୁସାରେ କାର୍ଯ୍ୟକାରୀ ହୋଇଥାଏ ।

୧୭ । କିଏ ସଂସଦର ମିଳିତ ଅଧୂବେଶନ ଡକାନ୍ତି ? ଏଥରେ କିଏ ସଭାପତିତ୍ବ କରନ୍ତି ?
Answer:

  • ରାଷ୍ଟ୍ରପତି ସଂସଦର ମିଳିତ ଅଧ୍ଶନ ଡକାନ୍ତି ।
  • ଲୋକସଭାର ବାଚସ୍ପତି ଏଥରେ ଅଧ୍ୟକ୍ଷତା କରନ୍ତି ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୮ । କେନ୍ଦ୍ର କ୍ୟାବିନେଟ୍ କିପରି ଗଠିତ ହୁଏ ? ଏଥରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:

  • କେନ୍ଦ୍ର ମନ୍ତ୍ରୀମଣ୍ଡଳର କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀମାନଙ୍କୁ ନେଇ କେନ୍ଦ୍ର କ୍ୟାବିନେଟ୍ ଗଠିତ ହୁଏ ।
  • ଏଥୁରେ ପ୍ରଧାନମନ୍ତ୍ରୀ ଅଧ୍ଯକ୍ଷତା କରନ୍ତି ।

୧୯ । ଉପରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ?
Answer:

  • ସଂସଦର ଉଭୟ ଗୃହର ସମସ୍ତ ସଦସ୍ୟଙ୍କୁ ନେଇ ଗଠିତ ନିର୍ବାଚକମଣ୍ଡଳୀଦ୍ଵାରା ଉପରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ।
  • ଆନୁପାତିକ ପସନ୍ଦଭିଭିକ ପ୍ରତିନିଧୂ ଏକକ ହସ୍ତାନ୍ତରୀୟ ଗୋପନୀୟ ଭୋଟଦାନ ପ୍ରଣାଳୀରେ ସେ ନିର୍ବାଚିତ ହୁଅନ୍ତି ।

୨୦ । ସର୍ବୋଚ୍ଚ ନ୍ୟାୟାଳୟକୁ ଅଭିଲେଖ ଅଦାଲତ କୁହାଯାଏ କାହିଁକି ?
Answer:

  • ସର୍ବୋଚ୍ଚ ନ୍ୟାୟାଳୟର ରାୟ ଏବଂ ଆଦେଶନାମାଗୁଡ଼ିକୁ ଦେଶର ଅନ୍ୟ ସମସ୍ତ ଅଦାଲତ ମାନିବାକୁ ବାଧ୍ୟ । ସର୍ବୋଚ୍ଚ ନ୍ୟାୟାଳୟର ରାୟ ନିମ୍ନ ଅଦାଲତରେ ପ୍ରମାଣସ୍ବରୂପ ଦର୍ଶାଯାଇଥାଏ ।
  • ତେଣୁ ସର୍ବୋଚ୍ଚ ନ୍ୟାୟାଳୟକୁ ଅଭିଲେଖ ଅଦାଲତ କୁହାଯାଏ ।

୨୧ । କାଟ ପ୍ରସ୍ତାବ କ’ଣ ? ଏହା ଗୃହୀତ ନ ହେଲେ କ’ଣ ହୁଏ ?
Answer:

  • ବଜେଟ୍ ଆଲୋଚନାବେଳେ ବିରୋଧୀ ଦଳମାନେ ତିନିପ୍ରକାର କାଟ ପ୍ରସ୍ତାବ ଆଗତ କରି ମନ୍ତ୍ରୀମଣ୍ଡଳ ଉପରେ କରନ୍ତି ।
  • ସଂସଦରେ କାଟ ପ୍ରସ୍ତାବ ଗୃହୀତ ହେଲେ ମନ୍ତ୍ରୀମଣ୍ଡଳ ଭାଙ୍ଗିଯାଏ ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଭାରତରେ କେତୋଟି ରାଜ୍ୟ ଓ କେତେଗୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ?
Answer:
ଭାରତରେ ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି ।

୨। କେଉଁ କାରଣରୁ ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଏ ?
Answer:
ସମ୍ବିଧାନ ଭଙ୍ଗ ଅଭିଯୋଗରେ ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଏ ।

୩ । ଲୋକସଭାରେ କେତେଜଣ ମନୋନୀତ ସଦସ୍ୟ ଅଛନ୍ତ ?
Answer:
ଲୋକସଭାରେ ୨ଜଣ ମନୋନୀତ ସଦସ୍ୟ ଅଛନ୍ତି ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୪। ଓଡ଼ିଶାପାଇଁ ରାଜ୍ୟସଭାରେ କେତୋଟି ଆସନ ଅଛି ?
Answer:
ଓଡ଼ିଶାପାଇଁ ରାଜ୍ୟସଭାରେ ୧୦ଟି ଆସନ ରହିଛି ।

୫। ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେବର୍ଷ ?
Answer:
ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୫ ବର୍ଷ ।

୬ | ଲୋକସଭା ଅଧିବେଶନ ବର୍ଷକୁ ଅନ୍ୟୁନ କେତେ ଥର ବସେ ?
Answer:
ଲୋକସଭା ଅଧ୍ବବେଶନ ବର୍ଷକୁ ଅନ୍ୟୁନ ଦୁଇଥର ବସେ ।

୭। ଲୋକସଭା ସାଂସଦ ହେବାପାଇଁ ସର୍ବନିମ୍ନ ବୟସ ସୀମା କେତେ ?
Answer:
ଲୋକସଭାର ସାଂସଦ ହେବାପାଇଁ ସର୍ବନିମ୍ନ ବୟସ ସୀମା ୨୫ ବର୍ଷ ।

୮ | ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଅବସର ନେବାର ବୟସସୀମା କେତେ ବର୍ଷ ?
Answer:
ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କର ଅବସର ନେବାର ବୟସ ସୀମା ୬୫ ବର୍ଷ ।

୯। ସାଂସଦମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ କ’ଣ କରନ୍ତି ?
Answer:
ସାଂସଦମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶ୍ନ ପଚାରି ଉତ୍ତର ପାଇଥାଆନ୍ତି ।

୧୦ । ସଂସଦର ମିଳିତ ଅଶନରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:
ସଂସଦର ମିଳିତ ଅଶନରେ ବାଚସତି ଅଧ୍ୟକ୍ଷତା କରନ୍ତି ।

୧୧ । ବାଚସ୍ପତିଙ୍କ ଅନୁପସ୍ଥିତିରେ କିଏ ଗୃହକାର୍ଯ୍ୟ ପରିଚାଳନା କରନ୍ତି ?
Answer:
ବାଚସ୍ପତିଙ୍କ ଅନୁପସ୍ଥିତିରେ ଉପବାଚସ୍ପତି ଗୃହକାର୍ଯ୍ୟ ପରିଚାଳନା କରନ୍ତି ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୨ । ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟ କେବେ ଜନ୍ମ ନେଇଥିଲା ?
Answer:
୧୯୫୦ ମସିହା ଜାନୁୟାରୀ ୨୬ ତାରିଖ ଦିନ ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟ ଜନ୍ମ ନେଇଥିଲା ।

୧୩ । ଆମ ଦେଶର ପ୍ରଥମ ନାଗରିକ କିଏ ?
Answer:
ରାଷ୍ଟ୍ରପତି ହେଉଛନ୍ତି ଆମ ଦେଶର ପ୍ରଥମ ନାଗରିକ ।

୧୪ । ଦେଶର ବାର୍ଷିକ ‘ଆୟବ୍ୟୟର ଅଟକଳ’ ସଂସଦରେ କିଏ ଆଗତ କରାନ୍ତି ?
Answer:
ରାଷ୍ଟ୍ରପତି କେନ୍ଦ୍ର ଅର୍ଥନ୍ତ୍ରୀଙ୍କଦ୍ବାରା ଦେଶର ବାର୍ଷିକ ଆୟବ୍ୟୟର ଅଟକଳ ସଂସଦରେ ଆଗତ କରାଇ ଥାଆନ୍ତି ।

୧୫। ଦେଶର ଆଳଙ୍କାରିକ ମୁଖ୍ୟ ହିସାବରେ ରାଷ୍ଟ୍ରପତି କେଉଁଦିନ ଜାତୀୟ ପତାକା ଉତ୍ତୋଳନ କରିଥାଆନ୍ତି ?
Answer:
ଦେଶର ଆଳଙ୍କାରିକ ମୁଖ୍ୟ ହିସାବରେ ରାଷ୍ଟ୍ରପତି ଦିଲ୍ଲୀଠାରେ ପ୍ରତିବର୍ଷ ଜାନୁୟାରୀ ୨୬ ତାରିଖରେ ଜାତୀୟ ପତାକା ଉତ୍ତୋଳନ କରିଥାଆନ୍ତି ।

୧୬ । ସ୍ଵାଧୀନତା ଦିବସରେ କିଏ ଲାଲ୍‌କିଲ୍ଲାରେ ‘ଜାତୀୟ ପତାକା’ ଉତ୍ତୋଳନ କରିଥାଆନ୍ତି ?
Answer:
ସ୍ଵାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ‘ଜାତୀୟ ପତାକା’ ଉତ୍ତୋଳନ କରିଥାଆନ୍ତି ।

୧୭। ‘ସଂସଦ’ ବା ପାର୍ଲାମେଣ୍ଟ କାହାକୁ କୁହାଯାଏ ?
Answer:
କେନ୍ଦ୍ର ବ୍ୟବସ୍ଥାପିକା ସଭାକୁ ‘ସଂସଦ’ ବା ‘ପାର୍ଲାମେଣ୍ଟ’ କୁହାଯାଏ ।

୧୮। କିଏ ଆମ ଦେଶର ସଂସଦୀୟ ଶାସନ ବ୍ୟବସ୍ଥାର ମେରୁଦଣ୍ଡ ?
Answer:
ପ୍ରଧାନମନ୍ତ୍ରୀ ହେଉଛନ୍ତି ଆମ ଦେଶର ସଂସଦୀୟ ଶାସନ ବ୍ୟବସ୍ଥାର ମେରୁଦଣ୍ଡ ।

୧୯। ‘ସାମୂହିକ ଉତ୍ତରଦାୟିତ୍ବ’ର ଅର୍ଥ କ’ଣ ?
Answer:
ସାମୂହିକ ଉତ୍ତର ଦାୟିତ୍ବର ଅର୍ଥ ହେଉଛି ଯେକୌଣସି ମନ୍ତ୍ରୀଙ୍କର ଦୋଷ, ତ୍ରୁଟି ପାଇଁ ସମଗ୍ର ମନ୍ତ୍ରୀପରିଷଦ ଉତ୍ତରଦାୟୀ ।

୨୦। କେଉଁ କ୍ଷେତ୍ରରେ ଲୋକସଭାର କ୍ଷମତା ରାଜ୍ୟସଭାଠାରୁ ଅଧିକ ?
Answer:
‘ଅର୍ଥ ବିଲ୍’ କ୍ଷେତ୍ରରେ ଲୋକସଭାର କ୍ଷମତା ରାଜ୍ୟସଭାଠାରୁ ଅଧିକ ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୨୧। ଦେଶର ଆର୍ଥିକ ଦୁର୍ଦ୍ଦିନରେ କିଏ ‘ଆର୍ଥିକ ଜରୁରୀ ପରିସ୍ଥିତି’ ଘୋଷଣା କରିଥାଆନ୍ତି ?
Answer:
ଦେଶର ଆର୍ଥିକ ଦୁର୍ଦ୍ଦିନରେ ରାଷ୍ଟ୍ରପତି ‘ଆର୍ଥିକ ଜରୁରୀ ପରିସ୍ଥିତି’ ଘୋଷଣା କରିଥାଆନ୍ତି ।

୨୨। ‘ନୀତି ଆୟୋଗ’ର ଅଧ୍ୟକ୍ଷଭାବେ କିଏ କାର୍ଯ୍ୟ କରନ୍ତି ?
Answer:
ପ୍ରଧାନମନ୍ତ୍ରୀ ‘ନୀତି ଆୟୋଗ’ର ଅଧ୍ୟକ୍ଷଭାବେ କାର୍ଯ୍ୟ କରନ୍ତି ।

୨୩ । ‘ସଂସଦୀୟ ସଚିବ’ମାନଙ୍କୁ କିଏ ନିଯୁକ୍ତ କରିଥାଆନ୍ତି ?
Answer:
ସଂସଦୀୟ ସଚିବମାନଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଥାଆନ୍ତି ।

୨୪ । ପୃଥ‌ିବୀର ପ୍ରଥମ ସଙ୍ଗୀୟ ରାଷ୍ଟ୍ର କିଏ ?
Answer:
ଯୁକ୍ତରାଷ୍ଟ୍ର ଆମେରିକା ପୃଥ‌ିବୀର ପ୍ରଥମ ସଂଘୀୟ ରାଷ୍ଟ୍ର ଅଟେ ।

A. ଶୂନ୍ୟସ୍ଥାନ ପୂରଣ କର ।

୧। ଭାରତ ଏକ ______________ ରାଷ୍ଟ୍ର ଅଟେ ।
Answer:
ସଂଘୀୟ

୨। _____________ ହେଉଛନ୍ତି ‘ନାମକୁ ମାତ୍ର କାର୍ଯ୍ୟପାଳିକା’ ।
Answer:
ରାଷ୍ଟ୍ରପତି

୩। ରାଷ୍ଟ୍ରପତି ଲୋକମାନଙ୍କଦୃାରା ______________ ଭାବରେ ନିର୍ବାଚିତ ହୁଅନ୍ତି ।
Answer:
ପରୋକ୍ଷ

୪ । ରାଷ୍ଟ୍ରପତି କାର୍ଯକାଳ ______________ ବର୍ଷ |
Answer:
୫ ବର୍ଷ

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୫ । _____________ ଭାରତର ପ୍ରଥମ ରାଷ୍ଟ୍ରପତି ଥିଲେ ।
Answer:
ଡକ୍ଟର ରାଜେନ୍ଦ୍ର ପ୍ରସାଦ

୬ । ଆମ ସମ୍ବିଧାନ କେନ୍ଦ୍ର ସରକାରଙ୍କର ସମସ୍ତ କାର୍ଯ୍ୟପାଳିକା କ୍ଷମତା ଙ୍କ ହାତରେ ________________ ଙ୍କ ହାତରେ ନ୍ୟପ୍ତ କରିଅଛି ।
Answer:
ରାଷ୍ଟ୍ରପତି

୭। ପ୍ରଧାନମନୀଙ୍କ _______________ ନିଯୁକ୍ତ କରିଥାଆନ୍ତି ।
Answer:
ରାଷ୍ଟ୍ରପତି

୮| _______________ ଦେଶର ପ୍ରତିରକ୍ଷା ବାହିନୀର ସର୍ବୋଚ୍ଚ ସେନାଧ୍ୟକ୍ଷ ଅଟନ୍ତି ।
Answer:
ରାଷ୍ଟ୍ରପତି

୯। ପ୍ରତ୍ୟେକ ଆର୍ଥିକ ବର୍ଷର ପ୍ରାରମ୍ଭରେ ରାଷ୍ଟ୍ରପତି ______________ ଙ୍କଦ୍ବାରା ଦେଶର ବାର୍ଷିକ ‘ଆୟବ୍ୟୟର ଅଟକଳ’ ସଂସଦରେ ଆଗତ କରାଇଥାଆନ୍ତି ।
Answer:
କେନ୍ଦ୍ର ଆର୍ଥିମନ୍ତ।

୧୦| ________________ ଙ୍କ ‘ସମ୍ମତି’ ବିନା କୌଣସି ଚିଠା ଆଇନରେ ପରିଣତ ହୋଇପାରେ ନାହିଁ ।
Answer:
ରାଷ୍ଟ୍ରପତି

୧୧। ______________ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତକୁ କ୍ଷମା କରିପାରନ୍ତି ।
Answer:
ରାଷ୍ଟ୍ରପତି

୧୨ । ଦେଶର ଆଳଙ୍କାରିକ ମୁଖ୍ୟ ହିସାବରେ ରାଷ୍ଟ୍ରପତି _______________ ତାରିଖରେ · ଦିଲ୍ଲୀଠାରେ ଜାତୀୟ ପତାକା ଉତ୍ତୋଳନ କରିଥାଆନ୍ତି ।
Answer:
ଜାନୁୟାରୀ ୨୬

୧୩ । ରାଷ୍ଟ୍ରପତି ପଦପାଇଁ ପ୍ରାର୍ଥୀଙ୍କୁ ଅତି କମ୍ରେ __________________ ବର୍ଷ ବୟସ ହୋଇଥ‌ିବା ଉଚିତ୍ ।
Answer:
୩୫

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୪। _______________ ହେଉଛନ୍ତି ମନ୍ତ୍ରୀପରିଷଦର ମୁଖ୍ୟ ।
Answer:
ପ୍ରଧାନମନ୍ତ୍ରୀ

୧୫ । ରାଷ୍ଟ୍ରପତି ଏବଂ ମନ୍ତ୍ରୀମଣ୍ଡଳ ମଧ୍ୟରେ _______________ ହେଉଛନ୍ତି ଯୋଗସୂତ୍ର ରକ୍ଷାକାରୀ ।
Answer:
ପ୍ରଧାନମନ୍ତ୍ରୀ

୧୬। ________________ ଦିବସରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରନ୍ତି ।
Answer:
ସ୍ବାଧୀନତା

୧୭। ସମ୍ବିଧାନର ______________ ଧାରାରେ ପ୍ରଧାନମନ୍ତ୍ରୀଙ୍କର ମୁଖ୍ୟ କାର୍ଯ୍ୟାବଳୀ ସୂଚିତ ହୋଇଅଛି ।
Answer:
୭୮

୧୮। ______________ ସଭାକୁ ‘ସଂସଦ’ ବା ‘ପାର୍ଲାମେଣ୍ଟ’ କୁହାଯାଏ ।
Answer:
କେନ୍ଦ୍ର ବ୍ୟବସ୍ଥାପିକା

୧୯ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଲୋକସଭାର ସଭ୍ୟସଂଖ୍ୟା ସର୍ବାଧ‌କ _____________ ହୋଇପାରିବ ।
Answer:
୫୫୨

୨୦ । ବର୍ତ୍ତମାନ ଲୋକସଭାର ସଭ୍ୟସଂଖ୍ୟା ________________ ।
Answer:
୫୪୫

୨୧। _______________ ହେଉଛି ସଂସଦର ଉଚ୍ଚ ସଦନ ବା ଦ୍ବିତୀୟ ସଦନ ।
Answer:
ରାଜ୍ୟସଭା

୨୨। ରାଜ୍ୟସଭାର ସର୍ବାଧ‌କ ସଭ୍ୟସଂଖ୍ୟା _______________ ।
Answer:
୨୫୦

୨୩ । ବର୍ତ୍ତମାନ ରାଜ୍ୟସଭାର ସଭ୍ୟସଂଖ୍ୟା _______________ ।
Answer:
୨୪୫

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୨୪। ____________ କ୍ଷେତ୍ରରେ ଲୋକସଭାର କ୍ଷମତା ରାଜ୍ୟସଭାଠାରୁ ଅଧିକ ।
Answer:
ଅର୍ଥ ବିଲ୍

୨୫ । ଆମ ସମ୍ବିଧାନର _____________ ଧାରା ଅନୁଯାୟୀ ସମ୍ବିଧାନର ସଂଶୋଧନ ବ୍ୟବସ୍ଥା ସଂସଦଦ୍ୱାରା ହୋଇପାରିବ ।
Answer:
୩୬୮

୨୬ । ସଂସଦରେ ଆଗତ ପ୍ରସ୍ତାବିତ ଆଇନକୁ _____________ କୁହାଯାଏ ।
Answer:
ଚିଠା ଆଇନ

୨୭ । ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ______________ ଠାରେ ଅଛା ।
Answer:
ଦିଲ୍ଲୀ

୨୮ । ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ନାମ ଥିଲା _____________ ।
Answer:
ସଂଘୀୟ ନ୍ୟାୟାଳୟ

୨୯ । ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନେ ______________ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ।
Answer:
୬୫

୩୦ । ___________ ହେଉଛି ସମ୍ବିଧାନର ରକ୍ଷାକର୍ତ୍ତା ।
Answer:
ସର୍ବୋଚ୍ଚ ନ୍ୟାୟାଳୟ

୩୧ । ___________ ଭାରତର ପ୍ରଥମ ଉପରାଷ୍ଟ୍ରପତି ଥିଲେ ।
Answer:
ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ୍

୩୨ । ___________ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ।
Answer:
ପଣ୍ଡିତ ଜବାହର ଲାଲ

୩୩ । ଲୋକସଭାର ପ୍ରଥମ ବାଚସ୍ପତି ______________ ଥିଲେ ।
Answer:
ଶ୍ରୀଯୁକ୍ତ

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୩୪ । ସଂସଦର ଦୈନିକ ଅଧୂବେଶନର ପ୍ରଥମ ଘଣ୍ଟାକୁ ____________ କୁହାଯାଏ ।
Answer:
ପ୍ରଶ୍ନକାଳ

୩୫ । ବର୍ତ୍ତମାନ ଲୋକସଭାର କୋରମ ସଂଖ୍ୟା ____________ ।
Answer:
୫୫

୩୬ । ______________ ଜଣ ବ୍ୟକ୍ତିଙ୍କ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିଥାଆନ୍ତି ।
Answer:
୧୨

B. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ଭାରତର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା କିଏ ?
(i) ସଂସଦ
(ii) ସର୍ବୋଚ୍ଚ ନ୍ୟାୟାଳୟ
(iii) ଉଚ୍ଚ ନ୍ୟାୟାଳୟ
(iv) ବିକାଶ ପରିଷଦ
Answer:
(i) ସଂସଦ

୨ । ନିମ୍ନୋକ୍ତ କିଏ କେନ୍ଦ୍ର କାର୍ଯ୍ୟପାଳିକାର ଅନ୍ତର୍ଭୁକ୍ତ ନୁହନ୍ତି ?
(i) ରାଷ୍ଟ୍ରପତି
(ii) ରାଜ୍ୟପାଳ
(iii) ପ୍ରଧାନମନ୍ତ୍ରୀ
(iv) ମନ୍ତ୍ରିମଣ୍ଡଳ
Answer:
(ii) ରାଜ୍ୟପାଳ

୩। ଓଡ଼ିଶାରୁ ଲୋକସଭାକୁ କେତେଜଣ ସଭ୍ୟ ନିର୍ବାଚିତ ହୋଇଯାଆନ୍ତି ?
(i)୨୦
(ii) ୨୧
(iii) ୨୨
(iv) ୨୩
Answer:
(ii) ୨୧

୪। କାହାର ପରାମର୍ଶରେ ରାଷ୍ଟ୍ରପତି ଲୋକସଭାକୁ ଭାଙ୍ଗି ଦେଇପାରନ୍ତି ?
(i) ଉପରାଷ୍ଟ୍ରପତି
(ii) ପ୍ରଧାନମନ୍ତ୍ରୀ
(iii) ବାଚସ୍ପତି
(iv) ମନ୍ତ୍ରିମଣ୍ଡଳ
Answer:
(iv) ମନ୍ତ୍ରିମଣ୍ଡଳ

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୫। ଲୋକସଭା ବୈଠକରେ କିଏ ଅଧ୍ୟକ୍ଷତା କରନ୍ତି ?
(i) ପ୍ରଧାନମନ୍ତ୍ରୀ
(ii) ଉପରାଷ୍ଟ୍ରପତି
(iii) ରାଷ୍ଟ୍ରପତି
(iv) ବାଚସ୍ପତି
Answer:
(iv) ବାଚସ୍ପତି

୬। ରାଜ୍ୟସଭାର ମୋଟ ନିର୍ବାଚିତ ସଭ୍ୟସଂଖ୍ୟା କେତେ ?
(i) ୨୩୮
(ii) ୨୩୧
(iii) ୨୫୦
(iv) ୨୫୧
Answer:
(i) ୨୩୮

୭ । ରାଜ୍ୟସଭାର ସଭ୍ୟମାନଙ୍କର କାର୍ଯ୍ୟକାଳ କେତେବର୍ଷି ?
(i) ୩ ବର୍ଷ
(ii) ୫ ବର୍ଷ
(iii) ୬ ବର୍ଷ
(iv) ୭ ବର୍ଷ
Answer:
(iii) ୬ ବର୍ଷ

୮। କେତେବର୍ଷ ବ୍ୟବଧାନରେ ରାଜ୍ୟସଭାର ନିର୍ବାଚନ ଅନୁଷ୍ଠିତ ହୋଇଥାଏ ?
(i) ୧ ବର୍ଷ
(ii) ୨ ବର୍ଷ
(iii) ୩ ବର୍ଷ
(iv) ୫ ବର୍ଷ
Answer:
(ii) ୨ ବର୍ଷ

୯। ରାଜ୍ୟସଭା ନିମନ୍ତେ ପ୍ରାର୍ଥୀ ହେବାପାଇଁ ଜଣେ ବ୍ୟକ୍ତିଙ୍କୁ କେତେ ବର୍ଷ ହେବା ଆବଶ୍ୟକ ?
(i) ୨୫ ବର୍ଷ
(ii) ୩୦ ବର୍ଷ
(iii) ୩୫ ବର୍ଷ
(iv) ୪୦ ବର୍ଷ
Answer:
(ii) ୩୦ ବର୍ଷ

୧୦ । ଅର୍ଥ ବିଲ୍ ସର୍ବାଧ୍ଵ କେତେଦିନ ରାଜ୍ୟସଭାରେ ରହିପାରେ ?
(i) ୧୦ ଦିନ
(ii) ୧୪ ଦିନ
(iii) ୨୦ ଦିନ
(iv) ୨୪ ଦିନ
Answer:
(ii) ୧୪ ଦିନ

୧୧ । ନିମ୍ନୋକ୍ତ କେଉଁ ପ୍ରସ୍ତାବଦ୍ୱାରା ରାଷ୍ଟ୍ରପତିଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯାଇ ପାରିବ ?
(i) ମୁଲତବୀ ପ୍ରସ୍ତାବ
(ii) ବହିଷ୍କାର ପ୍ରସ୍ତାବ
(iii) ଅନାସ୍ଥା ପ୍ରସ୍ତାବ
(iv) ମହାଭିଯୋଗ ପ୍ରସ୍ତାବ
Answer:
(iv) ମହାଭିଯୋଗ ପ୍ରସ୍ତାବ

୧୨ । ନିମ୍ନୋକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ରାଜ୍ୟସଭାରେ ଅଧ୍ୟକ୍ଷତା କରିଥା’ନ୍ତି ?
(i) ବାଚସ୍ପତି
(ii) ଉପରାଷ୍ଟ୍ରପତି
(iii) ଉପବାଚସ୍ପତି
(iv) ରାଷ୍ଟ୍ରପତି
Answer:
(ii) ଉପରାଷ୍ଟ୍ରପତି

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୩ । କାହାର ଲିଖ୍ ପରାମର୍ଶରେ ରାଷ୍ଟ୍ରପତି ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥା’ନ୍ତି ?
(i) ବାଚସ୍ପତି
(ii) ମନ୍ତ୍ରିମଣ୍ଡଳ
(iii) ଲୋକସଭା
(iv) ପ୍ରଧାନମନ୍ତ୍ରୀ
Answer:
(ii) ମନ୍ତ୍ରିମଣ୍ଡଳ

୧୪। କେନ୍ଦ୍ର ସରକାରଙ୍କ ବାସ୍ତବ ଶାସନ ମୁଖ୍ୟ କିଏ ?
(i) ରାଷ୍ଟ୍ରପତି
(ii) ପ୍ରଧାନମନ୍ତ୍ରୀ
(iii) ବାଚସ୍ପତି
(iv) ଉପରାଷ୍ଟ୍ରପତି
Answer:
(ii) ପ୍ରଧାନମନ୍ତ୍ରୀ

୧୫ । ପ୍ରଧାନମନ୍ତ୍ରୀଙ୍କ ସହ ନିମ୍ନୋକ୍ତ କେଉଁମାନଙ୍କୁ ନେଇ କ୍ୟାବିନେଟ୍ ଗଠିତ ?
(i) କ୍ୟାବିନେଟ୍ ମନ୍ତ୍ରୀ
(ii) ଉପମନ୍ତ୍ରୀ
(iii) ରାଷ୍ଟ୍ରମନ୍ତ୍ରୀ
(iv) ବାଚସ୍ପତି
Answer:
(i) କ୍ୟାବିନେଟ୍ ମନ୍ତ୍ରୀ

୧୬ । ଭାରତର ବୈଦେଶିକ ନୀତି କିଏ ନିର୍ଦ୍ଧାରଣ କରିଥାଏ ?
(i) ମନ୍ତ୍ରିମଣ୍ଡଳ
(ii) ପ୍ରଧାନମନ୍ତ୍ରୀ
(iii) ରାଷ୍ଟ୍ରପତି
(iv) ବୈଦେଶିକ ବ୍ୟାପାର ମନ୍ତ୍ରୀ
Answer:
(i) ମନ୍ତ୍ରିମଣ୍ଡଳ

୧୭ । କୌଣସି ବ୍ୟକ୍ତି ସଂସଦରେ ସଭ୍ୟ ନ ଥାଇ ମନ୍ତ୍ରୀଭାବେ ନିଯୁକ୍ତି ପାଇଥିଲେ ତାଙ୍କୁ କେତେଦିନ ମଧ୍ୟରେ ସଂସଦର ସଭ୍ୟ ହେବାକୁ ପଡ଼ିବ ?
(i) ୩ ମାସ
(ii) ୬ ମାସ
(iii) ୫ ମାସ
(iv) ୧୦ ମାସ
Answer:
(ii) ୬ ମାସ

୧୮ । ଗୋଟିଏ ସରକାରୀ ବିଭାଗର ରାଜନୈତିକ ମଖ୍ୟ କିଏ ?
(i) ପ୍ରଧାନମନ୍ତ୍ରୀ
(ii) ରାଷ୍ଟ୍ରପତି
(iii) ବିଭାଗୀୟ ମନ୍ତ୍ରୀ
(iv) ବିଭାଗୀୟ ସଚିବ
Answer:
(iii) ବିଭାଗୀୟ ମନ୍ତ୍ରୀ

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୯। ସର୍ବୋଚ୍ଚ ନ୍ୟାୟାଳୟରେ ନିଯୁକ୍ତି ପାଇବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଉଚ୍ଚ ନ୍ୟାୟାଳୟରେ ଅନ୍ୟୁନ କେତେବର୍ଷ ଆଡ଼ଭୋକେଟ୍ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ?
(i) ୫ ବର୍ଷ
(ii) ୧୦ ବର୍ଷ
(iii) ୧୫ ବର୍ଷ
(iv) ୨୦ ବର୍ଷ
Answer:
(ii) ୧୦ ବର୍ଷ

୨୦ । ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି କେତେ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ?
(i) ୫୮ ବର୍ଷ
(ii) ୬୦ ବର୍ଷ
(iii) ୬୨ ବର୍ଷ
(iv) ୬୫ ବର୍ଷ
Answer:
(iv) ୬୫ ବର୍ଷ

୨୧ । ନିମ୍ନୋକ୍ତ ମଧ୍ଯରୁ କିଏ ମନ୍ତ୍ରିମଣ୍ଡଳ ଓ ରାଷ୍ଟ୍ରପତିଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରନ୍ତି ?
(i) ପ୍ରଧାନମନ୍ତ୍ରୀ
(ii) ଅର୍ଥମନ୍ତ୍ରୀ
(iii) ବୈଦେଶିକ ମନ୍ତ୍ରୀ
(iv) ଘରୋଇ ମନ୍ତ୍ରୀ
Answer:
(i) ପ୍ରଧାନମନ୍ତ୍ରୀ

୨୨ । ନିମ୍ନୋକ୍ତ ମଧ୍ଯରୁ କିଏ ରାଷ୍ଟ୍ରପତିଙ୍କର ମୁଖ୍ୟ ପରାମର୍ଶଦାତା ?
(i) ଉପରାଷ୍ଟ୍ରପତି
(ii) ପ୍ରଧାନମନ୍ତ୍ରୀ
(iii) ଘରୋଇ ସଚିବ
(iv) ବାଚସ୍ପତି
Answer:
(ii) ପ୍ରଧାନମନ୍ତ୍ରୀ

୨୩ । ରାଷ୍ଟ୍ରପତି ନିର୍ବାଚନରେ ନିମ୍ନୋକ୍ତ ମଧ୍ଯରୁ କେଉଁ ସଭାର ସଭ୍ୟମାନେ ଅଂଶଗ୍ରହଣ କରନ୍ତି ନାହିଁ ?
(i) ଲୋକସଭା
(ii) ରାଜ୍ୟସଭା
(iii) ବିଧାନ ପରିଷଦ
(iv) ବିଧାନସଭା
Answer:
(iii) ବିଧାନ ପରିଷଦ

୨୪ । ଲୋକସଭାର ସଭ୍ୟ ହେବାପାଇଁ ଜଣେ ବ୍ୟକ୍ତିଙ୍କର ସର୍ବନିମ୍ନ ବୟସ କେତେ ହେବା ଆବଶ୍ୟକ ?
(i) ୧୮ ବର୍ଷ
(ii) ୨୫ ବର୍ଷ
(iii) ୩୫ ବର୍ଷ
(iv) ୨୧ ବର୍ଷ
Answer:
(ii) ୨୫ ବର୍ଷ

୨୫ । କେତେଜଣ ସଭ୍ୟଙ୍କୁ ରାଷ୍ଟ୍ରପତି ଲୋକସଭାକୁ ଆଙ୍ଗୋ ଭାରତୀୟ ସମ୍ପ୍ରଦାୟରୁ ମନୋନୀତ କରିପାରନ୍ତି ?
(i) ୨
(ii) ୪
(iii) ୩
(iv) ୫
Answer:
(i) ୨

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୨୬ । ନିମ୍ନୋକ୍ତ ମଧ୍ୟରୁ କେତେଜଣ ସଭ୍ୟଙ୍କୁ ରାଷ୍ଟ୍ରପତି ରାଜ୍ୟସଭାକୁ ସଭ୍ୟରୂପେ ମନୋନୀତ କରନ୍ତି ?
(i) ୧୦
(ii) ୧୨
(iii) ୨୧
(iv) ୨୦
Answer:
(ii) ୧୨

୨୭ । ରାଷ୍ଟ୍ରପତିଙ୍କ ସ୍ଥାନ ଖାଲି ପଡ଼ିଲେ କିଏ ଅସ୍ଥାୟୀ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥାଆନ୍ତି ।
(i) ପ୍ରଧାନମନ୍ତ୍ରୀ
(ii) ଉପରାଷ୍ଟ୍ରପତି
(iii) ବାଚସ୍ପତି
(iv) ଉପବାଚସ୍ପତି
Answer:
(ii) ଉପରାଷ୍ଟ୍ରପତି

C. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧। ବର୍ତ୍ତମାନ ଭାରତର ରାଜ୍ୟ ସଂଖ୍ୟା କେତେ ?
Answer:
୨୯ ଗୋଟି

୨। ଆମ ଦେଶରେ କେତୋଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି ?
Answer:
୭ ଗୋଟି

୩ । ଭାରତର ୨୯ତମ ରାଜ୍ୟଟି କିଏ ?
Answer:
ତେଲେଙ୍ଗାନା

୪। ପୃଥ‌ିବୀର ପ୍ରଥମ ସଙ୍ଗୀୟ ରାଷ୍ଟ୍ର କିଏ ?
Answer:
ପୁକ୍ତରାଷ୍ର ଆମେରିକା

୫ । ଆମ ଦେଶର ପ୍ରଥମ ରାଷ୍ଟ୍ରପତି କିଏ ?
Answer:
ଡକ୍ଟର ରାଜେନ୍ଦ୍ର ପ୍ରସାଦ

୬ । ମହାଭିଯୋଗ ପ୍ରସ୍ତାବ କାହା ବିରୋଧରେ ଅଣାଯାଇଥାଏ ?
Answer:
ରାଷ୍ଟ୍ରପତି

୭ । ଆମର ପ୍ରଧାନମନ୍ତ୍ରୀଙ୍କୁ କି ନିଯୁକ୍ତି କରନ୍ତି ?
Answer:
ରାଷ୍ଟ୍ରପତି

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୮ | ଦେଶର ପ୍ରତିରକ୍ଷା ବାହିନୀର ସର୍ବୋଚ୍ଚ ସେନାଧ୍ୟକ୍ଷ କିଏ ?
Answer:
ରାଷ୍ଟ୍ରପତି

୯। ବର୍ତ୍ତମାନ ଭାରତର ରାଷ୍ଟ୍ରପତି କିଏ ?
Answer:
ଶ୍ରୀଯୁକ୍ତ ରାମନାଥ କୋବିନ୍ଦ

୧୦ । ଦେଶରେ ଜରୁରୀ ପରିସ୍ଥିତି କିଏ ଘୋଷଣା କରନ୍ତି ?
Answer:
ରାଷ୍ଟ୍ରପତି

୧୧ । କେନ୍ଦ୍ର ମନ୍ତ୍ରୀମଣ୍ଡଳର ମୁଖ୍ୟ କିଏ ?
Answer:
ପ୍ରଧାନମନ୍ତ୍ରୀ

୧୨। ‘ନୀତି ଆୟୋଗ’ର ଅଧ୍ୟକ୍ଷ କିଏ ?
Answer:
ପ୍ରଧାନମନ୍ତ୍ରୀ

୧୩। ଭାରତରେ ଭୋଟଦାନର ବୟସସୀମା କେତେ ?
Answer:
୧୮ ବର୍ଷ

୧୪। ଆମ ଦେଶର ପାର୍ଲିଆମେଣ୍ଟ ବା ସଂସଦ କେଉଁଠାରେ ଅଛି ?
Answer:
ନୂଆଦିଲ୍ଲୀ

୧୫ । ଲୋକସଭାର ଅଧ୍ୟକ୍ଷ କିଏ ?
Answer:
ବାଚସ୍ପତି

୧୬ । ରାଜ୍ୟସଭାରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:
ଉପରାଷ୍ଟ୍ରପତି

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୭ । କେଟି ଏକ ସ୍ଥାୟୀ ସଭା ଅଟେ ?
Answer:
ରାଜ୍ୟସଭା

୧୮। ଭାରତର ସର୍ବୋଚ୍ଚ ନ୍ୟାୟାଳୟ କେଉଁଠାରେ ଅବସ୍ଥିତ ?
Answer:
ନୂଆଦିଲ୍ଲୀ

୧୯। ଆମର ସର୍ବୋଚ୍ଚ ନ୍ୟାୟାଳୟର କେବେ ଜନ୍ମଲାଭ କରିଥିଲା ?
Answer:
୧୯୫୦ ମସିହା ଜାନୁୟାରୀ ୨୬

୨୦ । ବଜେଟ୍ ସଂସଦରେ କିଏ ଆଗତ କରନ୍ତି ?
Answer:
କେନ୍ଦ୍ର ଅର୍ଥମନ୍ତ୍ରୀ

୨୧ । ଆମ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନକୁ କ’ଣ କୁହାଯାଏ ?
Answer:
ରାଷ୍ଟ୍ରପତି ଭବନ

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

Odisha State Board BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ Textbook Exercise Questions and Answers.

BSE Odisha Class 7 History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୧। ତଳଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।
(କ) କପିଳେନ୍ଦ୍ରଦେବଙ୍କ ରାଜ୍ୟଜୟ ବିଷୟରେ ଲେଖ ।
Answer:
(i) ଓଡ଼ିଶାରେ ସୂର୍ଯ୍ୟବଂଶର ପ୍ରତିଷ୍ଠାତା କପିଳେନ୍ଦ୍ରଦେବ ଜଣେ ବିଖ୍ୟାତ ଯୋଦ୍ଧା ଓ ଦିଗ୍‌ବିଜୟୀ ସମ୍ରାଟ ଥିଲେ ।
(ii) ସେ ବିଶାଳ ଗଜସେନାର ଅଧୂତି ଥ‌ିବାରୁ ‘ଗଜପତି’ ଏବଂ ଗୌଡ଼ର ସୁଲତାନଙ୍କୁ ପରାସ୍ତ କରି ‘ଗୌଡ଼େଶ୍ୱର’ ଉପାଧ୍ ଧାରଣ କରିଥିଲେ ।
(iii) ଦାକ୍ଷିଣାତ୍ୟରେ ସେ ବିଜୟନଗର ରାଜାଙ୍କୁ ପରାସ୍ତ କରି କର୍ଣାଟ ଅଞ୍ଚଳ ଅଧିକାର କରି ‘ନବକୋଟି କର୍ଣ୍ଣାଟ’ ଉପାଧ୍ଧରେ ଭୂଷିତ ହୋଇଥିଲେ ।
(iv) ବାହମନୀର ସୁଲତାନଙ୍କୁ ପରାସ୍ତ କରି ଉକ୍ତ ରାଜ୍ୟର ରାଜଧାନୀ କଳବର୍ଗ ଅତ୍କାର କରିଥିଲେ ଓ ‘କଳବର୍ଗେଶ୍ଵର’ ଉପାଧ୍ରେ ଭୂଷିତ ହୋଇଥିଲେ ।
(v) ଏହି ସମସ୍ତ ରାଜ୍ୟ ଜୟକରି କପିଳେନ୍ଦ୍ରଦେବ ‘ଗଜପତି ଗୌଡ଼େଶ୍ଵର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର’ ଉପାଧ୍ ଧାରଣ କରିଥିଲେ ଓ ତାଙ୍କର ବିଶାଳ ସାମ୍ରାଜ୍ୟ ଉତ୍ତରରେ ଗଙ୍ଗାନଦୀଠାରୁ ଦକ୍ଷିଣରେ କୃଷ୍ଣା ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ।

(ଖ) ପ୍ରତାପରୁଦ୍ରଦେବ ଏବଂ କୃଷ୍ଣଦେବ ରାୟାଙ୍କ ମଧ୍ୟରେ ଥ‌ିବା ସଂପର୍କ ବିଷୟରେ ଲେଖ ।
Answer:
(i) ପ୍ରତାପରୁଦ୍ରଦେବଙ୍କ ସମୟରେ ଦାକ୍ଷିଣାତ୍ୟର ବିଜୟନଗର ରାଜ୍ୟର ରାଜା କୃଷ୍ଣଦେବ ରାୟା ପ୍ରବଳ ପ୍ରତାପୀ ହୋଇଉଠିଥିଲେ । ସେ ଉଦୟଗିରି ସମେତ ଓଡ଼ିଶାର ବହୁ ଅଞ୍ଚଳ ଅଧିକାର କରି ସୀମାଚଳମ୍ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ ।
(ii) ପ୍ରତାପରୁଦ୍ରଦେବ କୃଷ୍ଣଦେବ ରାୟାଙ୍କର ଗତିରୋଧ କରି ପରାଜିତ ହୋଇଥିଲେ ।
(iii) ସେ କୃଷ୍ଣଦେବ ରାୟାଙ୍କ ସହିତ ସନ୍ଧି ସ୍ଥାପନ କରି ତାଙ୍କୁ ଗୋଦାବରୀ ନଦୀର ଦକ୍ଷିଣକୁ ଥ‌ିବା ଓଡ଼ିଶା ରାଜ୍ୟର ଅଞ୍ଚଳ ଛାଡ଼ି ଦେଇଥିଲେ ।
(iv) ସେ ତାଙ୍କ କନ୍ୟା ଜଗନ୍ମୋହିନୀଙ୍କୁ ତାଙ୍କ ସହ ବିବାହ ଦେଇଥିଲେ ।
(v) ପ୍ରତାପରୁଦ୍ରଙ୍କ ପୁତ୍ର ବୀରଭଦ୍ରଙ୍କୁ କୃଷ୍ଣଦେବରାୟଙ୍କ ଦରବାରରେ ଜଣେ ସାଧାରଣ ଲୋକ ସହ ଅସୀ ଯୁଦ୍ଧ କରିବାକୁ କୁହାଯିବାରୁ ସେ ଅପମାନିତ ହୋଇ ନିଜ ତରବାରୀ ଛାତିରେ ବିଦ୍ଧ କରି ପ୍ରାଣତ୍ୟାଗ କରିଥିଲେ ।

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

(ଗ) ପ୍ରତାପରୁଦ୍ରଦେବଙ୍କ ସମୟରେ ସୃଷ୍ଟି ହୋଇଥ‌ିବା ସାହିତ୍ୟ ସଂପର୍କରେ ସୂଚନା ପ୍ରଦାନ କର ।
Answer:
(i) ପ୍ରତାପରୁଦ୍ରଦେବ ଜଣେ ବିଶିଷ୍ଟ କବି ଓ ବିଦ୍ଵାନ୍ ଥିଲେ ।
(ii) ସେ ସଂସ୍କୃତ ଭାଷାରେ ‘ସରସ୍ଵତୀ ବିଳାସ’ ନାମକ ଏକ ଅମୂଲ୍ୟ ହିନ୍ଦୁ ଆଇନ ଗ୍ରନ୍ଥ ରଚନା କରିଥିଲେ
(iii) ତାଙ୍କ ସମୟରେ ଜଗନ୍ନାଥ ଦାସ ଓଡ଼ିଆରେ ‘ଭାଗବତ’ ଏବଂ ବଳରାମ ଦାସ ‘ଦାଣ୍ଡୀ ରାମାୟଣ’ ରଚନା କରିଥିଲେ ।
(iv) କବି ଜୀବଦେବ ଆଚାର୍ଯ୍ୟ ‘ଭକ୍ତି ଭାଗବତ’ ଓ ରାୟ ରାମାନନ୍ଦ ‘ଜଗନ୍ନାଥବଲ୍ଲଭ’ ନାଟକ ପ୍ରତାପରୁଦ୍ରଙ୍କ ରାଜତ୍ଵ କାଳରେ ରଚନା କରିଥିଲେ ।
(v) ବହୁ କବି ଓ ପଣ୍ଡିତ ତାଙ୍କ ରାଜସଭା ମଣ୍ଡନ କରିଥିଲେ ।

(ଘ) ମୁକୁନ୍ଦ ହରିଚନ୍ଦନ ଓ ସୁଲେମାନ୍ କର୍‌ରାଣୀଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର ଫଳାଫଳ କ’ଣ ହେଲା ?
Answer:
(i) ୧୫୬୮ ଖ୍ରୀଷ୍ଟାବ୍ଦରେ ବଙ୍ଗର ସୁଲତାନ ସୁଲେମାନ୍ କର୍‌ରାଣୀ ନିଜର ସୈନ୍ୟବାହିନୀକୁ ଦୁଇଭାଗରେ ବିଭକ୍ତ କରି ଓଡ଼ିଶା ଆକ୍ରମଣ କରିଥିଲେ ।
(ii) ସୁଲେମାନ କର୍‌ରାଣୀଙ୍କ ସହ ଯୁଦ୍ଧ କରି ମୁକୁନ୍ଦଦେବ ପରାଜିତ ହୋଇଥିଲେ ।
(iii) କର୍‌ରାଣୀଙ୍କ ଅନ୍ୟ ଏକ ସୈନ୍ୟଦଳ ତାଙ୍କର ପୁତ୍ର ବାୟାଜିଦ୍ ଏବଂ ସେନାପତି କଳାପାହାଡ଼ଙ୍କ ନେତୃତ୍ବରେ

୨। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ____________ ସୂର୍ଯ୍ୟବଂଶର ପ୍ରତିଷ୍ଠାତା ।
(ମୁକୁନ୍ଦଦେବ, କପିଳେନ୍ଦ୍ରଦେବ, ପୁରୁଷୋତ୍ତମଦେବ, ପ୍ରତାପରୁଦ୍ରଦେବ )
Answer:
କପିଳେନ୍ଦ୍ରଦେବ

(ଖ) _____________ ରଚନା କରିଥିଲେ ।
(ବଳରାମ ଦାସ, ଅନନ୍ତ ଦାସ, ସାରଳା ଦାସ, ଜଗନ୍ନାଥ ଦାସ)
Answer:
ସାରଳା ଦାସ

(ଗ) _________________ କପିଳେନ୍ଦ୍ରଦେବଙ୍କ ଜ୍ୟେଷ୍ଠପୁତ୍ର ।
(ପୁରୁଷୋତ୍ତମଦେବ, ପ୍ରତାପରୁଦ୍ରଦେବ, ହମ୍ଭୀର, ସାଲ୍ସ ନରସିଂହ)
Answer:
ହମ୍ବୀର

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

(ଘ) ‘ଆଭିନବ ଗୀତଗୋବିଦ’ ର ରଚୟିତା ________________ ।
(ପ୍ରତାପରୁଦ୍ରଦେବ, କବିଚନ୍ଦ୍ର ରାୟ ଦିବାକର, ପୁରୁଷୋତ୍ତମଦେବ, ସାରଳା ଦାସ)
Answer:
ପୁରୁଷୋତ୍ତମଦେବ

(ଙ) _______________ ଓଡ଼ିଶାର ଶେଷ ସ୍ଵାଧୀନ ରାଜା ।
(ପ୍ରତାପରୁଦ୍ରଦେବ, ଗୋବିନ୍ଦ ବିଦ୍ୟାଧର, କପିଳେନ୍ଦ୍ରଦେବ, ମୁକୁନ୍ଦ ହରିଚନ୍ଦନ)
Answer:
ମୁକୁନ୍ଦ ହରିଚନ୍ଦନ

୩ । ‘କ’ ସ୍ତମ୍ଭର ଖ୍ରୀଷ୍ଟାବ୍ଦ ସହିତ ‘ଖ’ ସ୍ତମ୍ଭର ଘଟଣାକୁ ଗାର ଟାଣି ଯୋଡ଼ ।

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୪। ସଂକ୍ଷିପ୍ତ ଟପ୍ପଣୀ ଲେଖ ।
(କ) କପିଳାବ୍ଦ :
Answer:
(i) କପିଳେନ୍ଦ୍ରଦେବ ୧୪୩୫ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ ।
(ii) ସେ ସେହିବର୍ଷ କପିଳାବ୍ଦ ନାମକ ଏକ ନୂତନ ଅବ୍ଦ ପ୍ରଚଳନ କରିଥିଲେ ।

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

(ଖ) ସାଲ୍ସ ନରସିଂହ :
Answer:
(i) ସାଲ୍ସ ନରସିଂହ ଉଦୟଗିରିର ରାଜା ଥିଲେ । ସେ ଦକ୍ଷିଣ ଓଡ଼ିଶାର କେତେକ ଦୁର୍ଗ ଅଧିକାର କରିଥିଲେ ।
(ii) ପୁରୁଷୋତ୍ତମଦେବ ବିଶାଳ ସୈନ୍ୟବାହିନୀ ସହ ଅଗ୍ରସର ହୋଇ ସାଲ୍ସ ନରସିଂହଙ୍କୁ ଯୁଦ୍ଧରେ ପରାଜିତ କରି ଉଦୟଗିରି ରାଜ୍ୟ ଅଧ୍ବକାର କରିଥିଲେ ।
(iii) ସାଲ୍ସ ନରସିଂହ ପୁରୁଷୋତ୍ତମଦେବଙ୍କ ସହିତ ସନ୍ଧି କରିଥିଲେ ଏବଂ ନିଜର କନ୍ୟାଙ୍କୁ ତାଙ୍କ ସହ ବିବାହ କରାଇଥିଲେ ।

(ଗ) କୃଷ୍ଣଦେବ ରାୟା :
Answer:
(i) କୃଷ୍ଣଦେବ ରାୟା ବିଜୟନଗର ରାଜ୍ୟର ରାଜା ଥିଲେ । ସେ ଉଦୟଗିରି ସମେତ ଓଡ଼ିଶାର ବହୁ ଅଞ୍ଚଳ ଅସ୍ଵୀକାର କରି ସୀମାଚଳମ୍ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ ।
(ii) ପ୍ରତାପରୁଦ୍ରଦେବ ତାଙ୍କର ଗତିରୋଧ କରି ପରାଜିତ ହୋଇଥିଲେ ।
(iii) ସେ କୃଷ୍ଣଦେବ ରାୟାଙ୍କ ସହିତ ସନ୍ଧି କରି ତାଙ୍କୁ ଗୋଦାବରୀ ନଦୀର ଦକ୍ଷିଣକୁ ଥ‌ିବା ଓଡ଼ିଶା ରାଜ୍ୟର ଅଞ୍ଚଳ ଛାଡ଼ିଦେବା ସହିତ ନିଜ କନ୍ୟା ଜଗନ୍ମୋହିନୀଙ୍କୁ ତାଙ୍କ ସହ ବିବାହ କରାଇଥିଲେ ।

(ଘ) ହୁସେନ ଶାହା :
Answer:
(i) ଆଲ୍ଲାଉଦ୍ଦିନ୍ ହୁସେନ ଶାହ ବଙ୍ଗର ସୁଲତାନ ଥିଲେ । ଓଡ଼ିଶାର ରାଜା ପ୍ରତାପରୁଦ୍ରଦେବ ଦାକ୍ଷିଣାତ୍ୟରେ ବିଜୟନଗର ସହିତ ଯୁଦ୍ଧରତ ଥିଲାବେଳେ ସେ ଓଡ଼ିଶା ଆକ୍ରମଣ କରିଥିଲେ ।
(ii) ତାଙ୍କ ସୈନ୍ୟମାନେ ପୁରୀ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ ।
(iii) ଏହି ସମ୍ବାଦ ପାଇ ପ୍ରତାପରୁଦ୍ରଦେବ ଦାକ୍ଷିଣାତ୍ୟରୁ ଫେରି ଶତ୍ରୁ ସୈନ୍ୟମାନଙ୍କୁ ଓଡ଼ିଶାରୁ ତଡ଼ି ଦେଇଥିଲେ ।

(ଙ) ପ୍ରତାପରୁଦ୍ରଦେବ ସାହିତ୍ୟ।ନୁରାଗ :
Answer:
(i) ପ୍ରତାପରୁଦ୍ରଦେବ ଜଣେ ବିଶିଷ୍ଟ କବି ଓ ବିଦ୍ଵାନ୍ ଥିଲେ ।
(ii) ସେ ସଂସ୍କୃତ ଭାଷାରେ ‘ସରସ୍ଵତୀ ବିଳାସ’ ନାମକ ଏକ ଅମୂଲ୍ୟ ହିନ୍ଦୁ ଆଇନ ଗ୍ରନ୍ଥ ରଚନା କରିଥିଲେ ।
(iii) ତାଙ୍କ ସମୟରେ ଜଗନ୍ନାଥ ଦାସ ଓଡ଼ିଆରେ ‘ଭାଗବତ’, ବଳରାମ ଦାସ ‘ଦାଣ୍ଡୀ ରାମାୟଣ’ କରିଥିଲେ ।

(ଚ) ଗିୟାସୁଦ୍ଦିନ୍ ଜଲାଲ ଶାହା :
Answer:
(i) ଗିୟାସୁଦ୍ଦିନ୍ ଜଲାଲ ଶାହା ବଙ୍ଗର ସୁଲତାନ ଥିଲେ ।
(ii) ସେ ୧୫୬୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆକ୍ରମଣ କରି ଯାଜପୁର ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ ।
(iii) ମୁକୁନ୍ଦଦେବ ଗିୟାସୁଦ୍ଦିନଙ୍କୁ ପରାସ୍ତ କରି ଓଡ଼ିଶା ସାମ୍ରାଜ୍ୟର ସୀମାକୁ ଗଙ୍ଗାନଦୀ ପର୍ଯ୍ୟନ୍ତ ବିସ୍ତାର
(iv) ଏହି ବିଜୟର ସ୍ମୃତି ସ୍ଵରୂପ ସେ ହୁଗୁଳି ଜିଲ୍ଲାର ଗଙ୍ଗାନଦୀ କୂଳରେ ତ୍ରିବେଣୀ ଘାଟ ନିର୍ମାଣ କରିଥିଲେ ।

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

(ଛ) ଗୋହିରୀଟିକିରା :
Answer:
(i) ଗୋହିରୀଟିକିରା ଯାଜପୁର ନିକଟବର୍ତ୍ତୀ ଏକ ସ୍ଥାନ । ଏହି ସ୍ଥାନରେ ମୁକୁନ୍ଦଦେବ ଓ ସାରଙ୍ଗଗଡ଼ର ସାମନ୍ତ ରାଜା ରାମଚନ୍ଦ୍ର ଭଞ୍ଜଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ।
(ii) ଏହି ଯୁଦ୍ଧରେ ମୁକୁନ୍ଦଦେବ ନିହତ ହୋଇଥିଲେ ।
(iii) ମୁକୁନ୍ଦଦେବଙ୍କ ମୃତ୍ୟୁ ଫଳରେ ଓଡ଼ିଶାର ସ୍ଵାଧୀନତା ଲୋପ ପାଇଥିଲା ।

୫। ରେଖାଙ୍କିତ ପଦଗୁଡ଼ିକୁ ପରିବର୍ତ୍ତନ ନ କରି ଭ୍ରମ ସଂଶୋଧନ କର ।
(କ) ପୁରୁଷୋଉମଦେବ ‘ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର’ ଉପାଧ୍ଧରେ ଭୂଷିତ ହୋଇଥିଲେ ।
Answer:
କପିଳେନ୍ଦ୍ରଦେବ ‘ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର’ ଉପାଧ୍ଧରେ ଭୂଷିତ ହୋଇଥିଲେ ।

(ଖ) ରାୟ ରାମାନନ୍ଦ କପିଳେଶ୍ଵରଦେବଙ୍କର ଜ୍ୟେଷ୍ଠପୁତ୍ର ଥିଲେ ।
Answer:
ହମ୍ଭୀର କପିଳେନ୍ଦ୍ରଦେବଙ୍କର ଜ୍ୟେଷ୍ଠପୁତ୍ର ଥିଲେ ।

(ଗ) ‘ଚଣ୍ଡୀ ପୁରାଣ’ ଏବଂ ଓଡ଼ିଆ ‘ମହାଭାରତ’ ବଳରାମ ଦାସଙ୍କଦ୍ୱାରା ରଚିତ ହୋଇଥିଲା ।
Answer:
‘ଚଣ୍ଡୀପୁରାଣ’ ଏବଂ ଓଡ଼ିଆ ‘ମହାଭାରତ’ ସାରଳା ଦାସଙ୍କଦ୍ଵାରା ରଚିତ ହୋଇଥିଲା ।

(ଘ) ପ୍ରତାପରୁଦ୍ରଦେବ ଗଙ୍ଗାନଦୀ କୂଳରେ ତ୍ରିବେଣୀଘାଟ ନିର୍ମାଣ କରିଥିଲେ ।
Answer:
ମୁକୁନ୍ଦଦେବ ଗଙ୍ଗାନଦୀ କୂଳରେ ତ୍ରିବେଣୀ ଘାଟ ନିର୍ମାଣ କରିଥିଲେ ।

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୬। କପିଳେନ୍ଦ୍ରଦେବ ‘ଗଜପତି ଗୌଡ଼େଶ୍ଵର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର’ ଉପାଧ୍ଧରେ ଭୂଷିତ ହେବାର କାରଣ କ’ଣ ?
Answer:
(i) କପିଳେନ୍ଦ୍ରଦେବ ବିଶାଳ ଗଜ (ହସ୍ତୀ) ସେନାର ଅଧୂପତି ଥ‌ିବାରୁ ଗଜପତି ଉପାଧ୍ଧରେ ଭୂଷିତ ହୋଇଥିଲେ ।
(ii) ସେ ଗୌଡ଼ (ବଙ୍ଗ)ର ସୁଲତାନଙ୍କୁ ପରାଜିତ କରି ଗୌଡ଼େଶ୍ଵର ଉପାଧିରେ ଭୂଷିତ ହୋଇଥିଲେ ।
(iii) ସେ ଦାକ୍ଷିଣାତ୍ୟର ଶକ୍ତିଶାଳୀ ବିଜୟନଗରର ରାଜାଙ୍କୁ ପରାସ୍ତ କରି କର୍ଣ୍ଣାଟ ଅଞ୍ଚଳ (ବର୍ତ୍ତମାନର କର୍ଣ୍ଣାଟକ ରାଜ୍ୟ) ତଥା ବାହମନୀ ରାଜ୍ୟର ପ୍ରାଚୀନ ରାଜଧାନୀ କଳବର୍ଗ (ଗୁଲବର୍ଗା) ଜୟ କରିଥିବାରୁ ‘ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର’ ଉପାଧ୍ ଧାରଣ କରିଥିଲେ ।

୭। ଓଡ଼ିଶାର ସୂର୍ଯ୍ୟବଂଶୀ ନରପତିମାନଙ୍କ ସମୟରେ ରଚିତ ହୋଇଥ‌ିବା ସାହିତ୍ୟକୃତିଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କର ।
(i) ସୂର୍ଯ୍ୟବଂଶୀ ନରପତି କପିଳେନ୍ଦ୍ରଦେବଙ୍କ ସମୟରେ ରଚିତ ହୋଇଥ‌ିବା ସାହିତ୍ୟ କୃତି :
(a) ପରଶୁରାମ ବିଜୟ (ସଂସ୍କୃତ ନାଟକ) — କପିଳେନ୍ଦ୍ରଦେବ
(b) ସଂକ୍ଷେପ ଶାରୀରିକ ବର୍ତିକା (ସଂସ୍କୃତ ଭାଷାରେ)— ନୃସିଂହ ବାଜପେୟୀ
(c) ମହାଭାରତ (ଓଡ଼ିଆ ଭାଷାରେ)– ଶୂଦ୍ରମୁନି ସାରଳା ଦାସ
(d) ଚଣ୍ଡୀପୁରାଣ (ଓଡ଼ିଆ ଭାଷାରେ)– ଶୂଦ୍ରମୁନି ସାରଳା ଦାସ

(ii) ପୁରୁଷୋତ୍ତମଦେବଙ୍କ ସମୟର ସାହିତ୍ୟ କୃତି :
Answer:
(a) ଅଭିନବ ଗୀତ ଗୋବିନ୍ଦ (ସଂସ୍କୃତ ଭାଷାରେ)— ପୁରୁଷୋତ୍ତମଦେବ

(iii) ପ୍ରତାପରୁଦ୍ରଦେବଙ୍କ ସମୟର ସାହିତ୍ୟ କୃତି :
Answer:
(a) ସରସ୍ଵତୀ ବିଳାସ (ସଂସ୍କୃତ ଭାଷାରେ, ହିନ୍ଦୁ ଆଇନ ଗ୍ରନ୍ଥ)– ପ୍ରତାପରୁଦ୍ରଦେବ
(b) ଭାଗବତ (ଓଡ଼ିଆ ଭାଷାରେ)— ଜଗନ୍ନାଥ ଦାସ
(c) (ଓଡ଼ିଆ ଭାଷାରେ)— ଜଗନ୍ନାଥ ଦାସ
(d) ଭକ୍ତି ଭାଗବତ — ଜୀବଦେ ଆଚାର୍ଯ୍ୟ
(e) ଜଗନ୍ନାଥ ବଲ୍ଲଭ (ନାଟକ) – ରାୟ ରାମାନନ୍ଦ

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୮। ମୁକୁନ୍ଦ ହରିଚନ୍ଦନଙ୍କୁ କାହିଁକି ଓଡ଼ିଶାର ଶେଷ ସ୍ଵାଧୀନ ରାଜା ବୋଲି କୁହାଯାଏ ?
Answer:
(i) ମୁକୁନ୍ଦଦେବଙ୍କ ପରେ ଆଉ କୌଣସି ହିନ୍ଦୁ ରାଜା ସ୍ଵାଧୀନ ଭାବରେ ଓଡ଼ିଶାକୁ ଶାସନ କରି ନଥିଲେ ।
(ii) ମୁକୁନ୍ଦଦେବଙ୍କ ପରେ ଓଡ଼ିଶା ମୋଗଲ ଓ ବିଭିନ୍ନ ବୈଦେଶିକ ଶକ୍ତିର ଶାସନାଧୀନ ହୋଇଥିଲା ।
(iii) ତେଣୁ ମୁକୁନ୍ଦ ହରିଚନ୍ଦନଙ୍କୁ ଓଡ଼ିଶାର ଶେଷ ସ୍ଵାଧୀନ ରାଜା ବୋଲି କୁହାଯାଏ ।

୯। ଓଡ଼ିଆ ସାହିତ୍ୟ କପିଳେନ୍ଦ୍ରଦେବ ବା ପ୍ରତାପରୁଦ୍ରଙ୍କ ସମୟରେ ବେଶି ବିକଶିତ ହୋଇଥିଲା ? ପ୍ରମାଣ ସହିତ ଦର୍ଶାଅ ।
Answer:
(i) କପିଳେନ୍ଦ୍ରଦେବ କଳା ଓ ସାହିତ୍ୟର ପୃଷ୍ଠପୋଷକ ଥିବାରୁ ତାଙ୍କ ସମୟରେ ଓଡ଼ିଆ ସାହିତ୍ୟର ବିକାଶ ହୋଇଥିଲା । ସେ ନିଜେ ‘ପରଶୁରାମ ବିଜୟ’ ନାମ ନାଟକ ରଚନା କରିଥିଲେ ।
(ii) ତାଙ୍କ ସମୟରେ ନୃସିଂହ ବାଜପେୟୀ ସଂସ୍କୃତରେ ‘ସଂକ୍ଷେପ ଶାରୀରିକ ବର୍ତିକା’ ଏବଂ ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାରେ ‘ମହାଭାରତ’ ଓ ‘ଚଣ୍ଡୀପୁରାଣ’ ରଚନା କରିଥିଲେ ।
(iii) ସେହିପରି ପ୍ରତାପୁରୁଦ୍ରଦେବ ଜଣେ ବିଶିଷ୍ଟ କବି ଓ ବିଦ୍ଵାନ୍ ଥିଲେ । ତାଙ୍କ ସମୟରେ ପଞ୍ଚସଖା କବିଙ୍କର ଆବିର୍ଭାବ ହୋଇଥ‌ିବାରୁ ଓଡ଼ିଆ ସାହିତ୍ୟର ବେଶୀ ବିକାଶ ହୋଇଥିଲା ।
(iv) ପ୍ରତାପରୁଦ୍ରଦେବ ନିଜେ ‘ସରସ୍ଵତୀବିଳାସ’ ନାମକ ହିନ୍ଦୁ ଆଇନ୍‌ଗ୍ରନ୍ଥ ରଚନା କରିଥିଲେ । ତାଙ୍କ ସମୟରେ ଜଗନ୍ନାଥ ଦାସ ଓଡ଼ିଆରେ ‘ଭାଗବତ’, ବଳରାମ ଦାସ ଓଡ଼ିଆରେ ‘ଦାଣ୍ଡୀ ରାମାୟଣ’, ଜୀବଦେବ ଆଚାର୍ଯ୍ୟ ‘ଭକ୍ତି ଭାଗବତ’ ଓ ରାୟ ନାମାନନ୍ଦ ‘ଜଗନ୍ନାଥବଲ୍ଲଭ’ ନାଟକ ରଚନା କରିଥିଲେ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

Odisha State Board BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ will enable students to study smartly.

BSE Odisha Class 10 Life Science Notes Chapter 8 ଶକ୍ତିର ଉତ୍ସ

→ଶକ୍ତିର ବର୍ଗୀକରଣ (Classification of Energy) :

  • ଶକ୍ତି ବିଭିନ୍ନ ପ୍ରକାରରେ ଉପଲବ୍ଧ ହୁଏ ଏବଂ ଏକ ପ୍ରକାରର ଶକ୍ତି ଅନ୍ୟ ବିଷୟବସ୍ତୁର ରୂପରେଖ ଏକ ପ୍ରକାର ଶକ୍ତିକୁ ରୂପାନ୍ତରିତ ହୋଇପାରେ ।
  • ଏକ ଉଚ୍ଚସ୍ଥାନରୁ ଏକ ପ୍ଲେଟ୍‌କୁ ତଳକୁ ପକାଇଲେ, ପ୍ଲେଟ୍‌ଟି ତଳେ ପଡ଼ିବା ବେଳେ ସେଥ‌ିରେ ଥ‌ିବା ସ୍ଥିତିଜ ଶକ୍ତି ସାଧାରଣତଃ ଶବ୍ଦ ଶକ୍ତିକୁ ରୂପାନ୍ତରିତ ହୋଇଥାଏ ।
  • ଏକ ମହମବତିକୁ ଜାଳିଲେ, ମହମରେ ଥ‌ିବା ରାସାୟନିକ ଶକ୍ତି ତାପଶକ୍ତିରେ ରୂପାନ୍ତରିତ ହୋଇଥାଏ ।
  • କାର୍ଯ୍ୟ କରିବାବେଳେ ବ୍ୟବହୃତ ଶକ୍ତି ରୂପାନ୍ତରିତ ହୁଏ ଏବଂ ବ୍ୟବହାର ପରେ ରୂପାନ୍ତରିତ ଶକ୍ତିକୁ ତାହାର ପୂର୍ବବର୍ତ୍ତୀ ରୂପକୁ ଫେରାଯାଇପାରେ ନାହିଁ ।

→ଉତ୍ତମ ଶକ୍ତି ଉତ୍ସର ସଂଜ୍ଞା :
1. ଶାରିରୀକ ପରିଶ୍ରମ ପାଇଁ ପେଶୀରେ ସଞ୍ଚ ଶକ୍ତି, ଯନ୍ତ୍ର ପରିଚାଳନା ପାଇଁ ବିଦ୍ୟୁତ୍ ଶକ୍ତି, ରାନ୍ଧିବାପାଇଁ ତାପ ଶକ୍ତି ବା ଅନ୍ୟ ଯେକୌଣସି ବ୍ୟବହାର ଉପଯୋଗୀ ଶକ୍ତି କୌଣସି ଏକ ଶକ୍ତି ଉତ୍ସରୁ ହିଁ ଆସିଥାଏ ।

ଯେଉଁ ଶକ୍ତି ଉତ୍ସ (କ) ପ୍ରତି ଘନଫଳ ବା ବସ୍ତୁତ୍ଵ ପ୍ରତି ଅଧ‌ିକ କାର୍ଯ୍ୟ କରିପାରେ, (ଖ) ସହଜରେ ଉପଲବ୍ଧ ହୋଇପାରେ, (ଗ) ସହଜରେ ସଂରକ୍ଷଣ କରାଯାଇପାରେ ଏବଂ (ଘ) ସର୍ବୋପରି କମ ବ୍ୟୟସାପେକ୍ଷ ହୋଇଥାଏ, ତାହାକୁ ଆମେ ଏକ ଉତ୍ତମ ଶକ୍ତି ଉତ୍ସ ବୋଲି କହିପାରିବା ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

→ଶକ୍ତିର ଉତ୍ସ (Sources of Energy) :
ଲଭ୍ୟତା ଦୃଷ୍ଟିରୁ ଶକ୍ତିଉତ୍ସକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇପାରେ, ଯଥା-
(କ) ନବୀକରଣଯୋଗ୍ୟ ବା ଅସରନ୍ତି ଶକ୍ତିଉତ୍ସ (Renewable source of energy)
(ଖ) ନବୀକରଣ ଅଯୋଗ୍ୟ ବା ସରନ୍ତି ଶକ୍ତିଉତ୍ସ (Non-renewable source of energy)

→ନବୀକରଣଯୋଗ୍ୟ ଶକ୍ତିଉତ୍ସ (Renewable source of energy) :

  • ଏହି ପ୍ରକାର ଶକ୍ତିଉତ୍ସରୁ ଶକ୍ତି ବ୍ୟବହାର କଲାପରେ ପୁନର୍ବାର ସେହି ଉତ୍ସ ସୃଷ୍ଟି କରିହୁଏ ବା ପ୍ରାକୃତିକ ଉପାୟରେ ସେ ସମସ୍ତ ଶକ୍ତିଉତ୍ସରୁ ବାରମ୍ବାର ଶକ୍ତି ମିଳିଥାଏ ।
  • ଏହି ପ୍ରକାର ଶକ୍ତିଉତ୍ସଗୁଡ଼ିକ ପ୍ରାୟ ଅସରନ୍ତି ଏବଂ ସେଗୁଡ଼ିକରେ ପ୍ରଚୁର ପରିମାଣରେ ଶକ୍ତି ଗଚ୍ଛିତ ଥାଏ ।
  • ସୌରଶକ୍ତି, ଜୈବବସ୍ତୁତ୍ଵରୁ ଜାତ ଶକ୍ତି, ଜଳ ଶକ୍ତି, ବାୟୁ ଶକ୍ତି, ନାଭିକୀୟ ଶକ୍ତି, ଭୂତାପଜ ଶକ୍ତି ଓ ସମୁଦ୍ରତରଙ୍ଗଜାତ ଶକ୍ତି ଇତ୍ୟାଦି ଏ ପ୍ରକାର ଶକ୍ତିର ଉଦାହରଣ ଅଟନ୍ତି ।

(1) ସୂର୍ଯ୍ୟ ସକଳ ଶକ୍ତିର ଆଧାର :

  • ପୃଥ‌ିବୀ ପୃଷ୍ଠରେ ଯେତେପ୍ରକାର ଶକ୍ତି ଉପଲବ୍ଧ ହେଉଛି ସେଗୁଡ଼ିକର ମୂଳଉତ୍ସ ହେଉଛି ସୂର୍ଯ୍ୟ ।
  • ଜଳସ୍ରୋତ ଓ ବାୟୁ ସ୍ରୋତଠାରୁ ଆରମ୍ଭ କରି ବୃକ୍ଷଲତା ଇତ୍ୟାଦିରେ ଥ‌ିବା ଜୈବ ରାସାୟନିକ ଶକ୍ତି, ଜୀବାଶ୍ମ ଶକ୍ତି ଆଦି ସମସ୍ତ ଶକ୍ତି ସୌର ଶକ୍ତିରୁ ସୃଷ୍ଟି ହୋଇଥାଏ ।
  • ଏହି ପ୍ରକାର ଶକ୍ତିଉତ୍ସରୁ ଶକ୍ତି ବ୍ୟବହାର କଲାପରେ ପୁନର୍ବାର ସେହି ଉତ୍ସ । ସୃଷ୍ଟି କରିହୁଏ ବା ପ୍ରାକୃତିକ ଉପାୟରେ
  • ଏହି ପ୍ରକାର ଶକ୍ତିଉତ୍ସଗୁଡ଼ିକ ପ୍ରାୟ ଅସରନ୍ତି ଏବଂ ସେଗୁଡ଼ିକରେ ପ୍ରଚୁର ପରିମାଣରେ ଶକ୍ତି ଗଚ୍ଛିତ ଥାଏ । ହେତୁ ବାୟୁସ୍ରୋତ ସୃଷ୍ଟି ହୋଇଥାଏ ।
  • ବାୟୁସ୍ରୋତକୁ ବ୍ୟବହାର କରି ପବନ ଚକ୍ରିଠାରୁ ଆରମ୍ଭକରି ପାଲଟଣା ବୋଇତ ପ୍ରଭୃତି ଚଳାଇବା ସମ୍ଭବ ହୋଇଥାଏ ।
  • ବୃକ୍ଷଲତାରେ ଥ‌ିବା ଜୈବରାସାୟନିକ ଶକ୍ତି ସେମାନେ ଆଲୋକଶ୍ଳେଷଣ ପଦ୍ଧତିରେ ସୂର୍ଯ୍ୟାଲୋକରୁ ପାଇଥାନ୍ତି । ଏହି ଶକ୍ତିକୁ ଖାଦ୍ୟ-ଖାଦକ ଶୃଙ୍ଖଳରେ ଅନ୍ୟାନ୍ୟ ଜନ୍ତୁ ବିନିଯୋଗ କରିଥାନ୍ତି ।
  • ଏ ସବୁକୁ ବିଚାର କଲେ ଏଥୁରୁ ସ୍ପଷ୍ଟ ହୁଏ, ଯେ ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର ଏବଂ ଅସରନ୍ତି ଶକ୍ତିର ଉତ୍ସ ଅଟନ୍ତି ।

(2) ସୌରଶକ୍ତି (Solar energy) :

  • ସୂର୍ଯ୍ୟ ପ୍ରାୟ ପାଞ୍ଚଶହ କୋଟି ବର୍ଷ ହେଲା ସୌରମଣ୍ଡଳକୁ ବିପୁଳ ଶକ୍ତି ଯୋଗାଇ ଆସୁଛି ଏବଂ ଆହୁରି ଅନେକ କୋଟି ବର୍ଷ ପର୍ଯ୍ୟନ୍ତ ସେହିପରି ଶକ୍ତି ଯୋଗାଉଥ‌ିବ ।
  • ଜଳସ୍ରୋତ ସାଧାରଣତଃ ସୂର୍ଯ୍ୟକିରଣ ପ୍ରଭାବରେ ଉତ୍ପନ୍ନ ହେଉଥ‌ିବା ବୃଷ୍ଟିପାତ ଯୋଗୁଁ ସମ୍ଭବ ହୋଇଥାଏ । ସୂର୍ଯ୍ୟକିରଣ ପ୍ରଭାବରେ ବାୟୁମଣ୍ଡଳର ବିଭିନ୍ନ ସ୍ଥାନ ସମାନଭାବେ ଉତ୍ତପ୍ତ ହେଉନଥ‌ିବାରୁ ବାୟୁଚାପରେ ପାର୍ଥକ୍ୟ ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ପରିମାଣର ସୌରଶକ୍ତି ପୃଥ‌ିବୀକୁ ମିଳିଥାଏ । ଏହାକୁ ସୌର ପ୍ରବାହ କୁହାଯାଏ ।
  • ଏକ ମିନିଟ୍‌ରେ ପ୍ରତି ବର୍ଗ ସେ.ମି.କୁ ଏହାର ପରିମାଣ ହେଉଛି ପ୍ରାୟ 2 କ୍ୟାଲୋରୀ ଅଟେ ।
  • ଯେଉଁଶକ୍ତି ପୃଥ‌ିବୀପୃଷ୍ଠରେ ପହଞ୍ଚେ ତାର ପ୍ରାୟ ଅଧା ପୃଥ‌ିବୀ ଅବଶୋଷଣ କରେ ଏବଂ ଅବଶିଷ୍ଟ ପ୍ରତିଫଳିତ ଓ ବିକିରିତ ହୋଇ ମହାକାଶକୁ ଚାଲିଯାଏ । ଏହି ପ୍ରତିଫଳନକୁ ‘ଆଲ୍‌ବେଡ଼େ’ କୁହାଯାଏ ।

ଆମ ଦେଶ ବର୍ଷର ଅଧିକାଂଶ ସମୟରେ ପ୍ରଚୁର ସୌରଶକ୍ତି ଲାଭ କରିଥାଏ । ହିସାବରୁ ଜଣାଯାଏ ଯେ, ଏକ ବର୍ଷ ମଧ୍ୟରେ ଭାରତ ଯେଉଁ ସୌରଶକ୍ତି ଲାଭ କରିଥାଏ ତାହା 5000 ନିୟୁତ କିଲୋୱାଟ୍ ଆଓ୍ବାର ଶକ୍ତିଠାରୁ ଅଧୂକ । ନିର୍ମଳ ମେଘମୁକ୍ତ ଆକାଶରେ ପ୍ରତିଦିନ ପ୍ରାୟ 4 ରୁ 7 Kwh/m’ ଶକ୍ତି ମିଳିଥାଏ ।

  • ଏକ କଳାପୃଷ୍ଠ, ଧଳାପୃଷ୍ଠ ବା ପ୍ରତିଫଳନ କରୁଥିବା ପୃଷ୍ଠଠାରୁ ଅଧିକ ତାପ ଅବଶୋଷଣ କରେ ।
  • ସୌର କୁକର୍ ବା ଚୁଲା ଓ ସୌର ଜଳଉତ୍ତାପକର କାର୍ଯ୍ୟପଦ୍ଧତି ଏହି ନୀତି ଉପରେ ଆଧାରିତ ।

(3) ସୌରଚୁଲା :

  • ଯେଉଁ ଉପକରଣ ଦ୍ଵାରା ସୌରତାପରେ ରୋଷେଇ କରାଯାଏ, ତାହାକୁ ସୌରଚୁଲା କୁହାଯାଏ ।
  • ଏଥ‌ିରେ ସୌରତାପ ସିଧାସଳଖ ରୋଷେଇ ଦ୍ରବ୍ୟକୁ ଗରମ କରିଥାଏ ।

→କାର୍ଯ୍ୟ ପଦ୍ଧତି :
1. ଗୋଟିଏ ସୌରଚୁଲାର ପ୍ରଧାନ ଅଂଶଗୁଡ଼ିକ ହେଲା-ଆଧାରପାତ୍ର, ତାପଶୋଷୀ ଆଚ୍ଛାଦନ ଓ ପ୍ରତିଫଳକ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 1

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

→(କ) ଆଧାର ପାତ୍ର :

  • ଏଥୁରେ ଜଳ ଓ ରନ୍ଧାଦ୍ରବ୍ୟ ରଖୁବାପାଇଁ ପାତ୍ରମାନ ଥାଏ ।
  • ଅଧିକ ତାପ ଅବଶୋଷଣ ପାଇଁ ଏହି ପାତ୍ରଗୁଡ଼ିକର ବାହାର ପାଖରେ କଳା ରଙ୍ଗର ପ୍ରଲେପ ଦିଆଯାଇଥାଏ । ବୃଦ୍ଧିପାଏ ।
  • ପାତ୍ରଦ୍ଵାରା ଅବଶୋଷିତ ତାପ ସହଜରେ କାଚ ଆବରଣରି ବାହାରକୁ ଯାଇପାରେ ନାହିଁ ।

→(ଗ) ପ୍ରତିଫଳକ :

  • ସୂର୍ଯ୍ୟକିରଣକୁ ସିଧା କିମ୍ବା ଅବତଳ ପ୍ରତିଫଳକ ସାହାଯ୍ୟରେ କେନ୍ଦ୍ରୀଭୂତ କରି ଆଧାର ପାତ୍ର ମଧ୍ୟକୁ ପକାଯାଏ ।
  • ଏହା ଅନନ୍ତ ଆକାଶକୁ ଯେତେ ଶକ୍ତି ବିକିରଣ କରେ ତାହାର ଅତ୍ୟନ୍ତ ସ୍ଵଭାଗ ପୃଥ‌ିବୀପୃଷ୍ଠରେ ପହଞ୍ଚିଥାଏ
  • ସାଧାରଣତଃ ଆଲୁମିନିୟମ୍ ଧାତୁ କିମ୍ବା କାଚରେ ପ୍ରତିଫଳକ ତିଆରି ହୋଇଥାଏ । ଅଧୂକ ପ୍ରତିଫଳନ ପାଇଁ ପ୍ରତିଫଳକର ଭିତରପୃଷ୍ଠକୁ ଅତି ମସୃଣ କରାଯାଇଥାଏ ।
  • ଅବସ୍ଥାନ ଅନୁସାରେ ଏହାକୁ ବିଭିନ୍ନ ଦିଗରେ ଘୂରାଇ ସୂର୍ଯ୍ୟକିରଣକୁ ଆଧାରପାତ୍ର ଉପରେ ଫୋକସ୍ କରାଯାଇଥାଏ । ଓ ରୋଷେଇ କରାଯାଏ ।

(4) ସୋଲାର ସେଲ୍ (Solar cell) :

  • ସୌରଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ପରିଣତ କରିବାପାଇଁ ବ୍ୟବହୃତ ଉପକରଣକୁ ସୌର ସେଲ୍ କୁହାଯାଏ ।
  • ଯାନବାହନ ଚଳାଇବାରେ ଏବଂ ରେଡ଼ିଓ ଓ ଟେଲିଭିଜନ୍‌ର ଯନ୍ତ୍ରପାତିରେ ଏହି ସୌର ସେଲ୍ ବ୍ୟବହାର କରାଯାଉଅଛି।

ସୌର ସେଲ୍ ଉପରେ ପ୍ରଥମ ସଫଳ ଗବେଷଣା 1954 ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ବେଲ୍‌ ଟେଲିଫୋନ୍ ପରୋକ୍ଷ ଉପାୟରେ ସୌର ତାପରେ ଜଳ ଗରମକରି ସେଥୁରୁ ସୃଷ୍ଟ ଜଳୀୟବାଷ୍ପ ସାହାଯ୍ୟରେ ଟରବାଇନ୍ ଘୂରାଇ ବିଦ୍ୟୁତ୍ ଉତ୍ପାଦନ କରିବା ସମ୍ଭବ ହେଲା ।

  • ସୌର ସେଲ୍‌ରେ ସୌରଶକ୍ତିର ସିଧାସଳଖ ବିନିଯୋଗ ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟିକରେ । ତେଣୁ ଏହି ପଦ୍ଧତିକୁ ଆଲୋକ ଭୋଲ୍‌ଟୀୟ ପ୍ରଭାବ କୁହାଯାଏ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 2

  • ଭୋଲ୍‌ଟୀୟ ସେଲ୍‌ରେ ଯେପରି ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟିହୁଏ, ସେହି ପରି ଏକ ପ୍ରକ୍ରିୟାର ନାମକରଣ ଏହିପରି ହୋଇଅଛି ।
  • ସୌର ସେଲ୍‌ରେ N-ପ୍ରକାର ସିଲିକନ୍ କୁ P- ପ୍ରକାର ସିଲିକନ୍ ଉପରେ ଚପାଇ ରଖାଯାଏ ।
  • ସିଲିକନ୍ ସ୍ଫଟିକରେ ଆର୍ସେନିକ୍ ମିଶାଇ N- ପ୍ରକାର ସିଲିକନ୍ ହୁଏ ।
  • ସିଲିକନ୍ ସହିତ ମିଶିବା ବେଳେ ଗୋଟିଏ ଇଲେକଟ୍ରନ୍ ବଳି ପଡ଼େ ଓ ଏହି ମୁକ୍ତ ଇଲେକଟ୍ରନ୍ ଚାର୍ଜବାହକ ରୂପେ କାର୍ଯ୍ୟକରେ ।
  • ଏହା ବିଯୁକ୍ତ ଚାର୍ଜ ହୋଇଥବାରୁ ଏପରି ଆର୍ସେନିକ୍ ମିଶା ସିଲିକନ୍‌କୁ N-ପ୍ରକାର ସିଲିକନ୍‌ କୁହାଯାଏ ।
  • ପାତ୍ରଦ୍ୱାରା ଅବଶୋଷିତ ତାପ ସହଜରେ କାଚ ଆବରଣରି ବାହାରକୁ ଯାଇପାରେ ନାହିଁ ।
  • ସେହିପରି ଯଦି ସିଲିକନ୍‌ରେ ବୋରନ୍ ଖାଦ ମିଶିଥାଏ ତାହା P-ପ୍ରକାର ସିଲିକନ୍ ହୁଏ । N-ପ୍ରକାର ସିଲିକନ୍ ଓ P-ପ୍ରକାର ସିଲିକନ୍ ଉପରେ ସୂର୍ଯ୍ୟକିରଣ ପଡ଼ିଲେ ଯୁକ୍ତ ଓ ବିଯୁକ୍ତ ଅଗ୍ରମଧ୍ଯରେ ବିଭବାନ୍ତର ସୃଷ୍ଟିହୁଏ ।
  • ଉଭୟ ଅଗ୍ରକୁ ପରିବାହୀ ତାରଦ୍ଵାରା ସଂଯୋଗ କଲେ ବିଦ୍ୟୁତ୍ ପ୍ରବାହ ହୁଏ ।
  • ଏହି ଉପକରଣରେ ଆଲୋକ ପଡୁଥିବା ପର୍ଯ୍ୟନ୍ତ ବିଦ୍ୟୁତ୍ ପ୍ରବାହ ଚାଲୁରହେ । ଏହିପରି ଭାବରେ ସୌରସେଲ୍‌ରେ ସୌରଶକ୍ତି ବିଦ୍ୟୁତ୍ ଶକ୍ତିରେ ପରିଣତ ହୋଇଥାଏ ।
  • ଏକ ସୌରସେଲ୍ ଆଲୋକିତ ହେଲେ ପ୍ରାୟ 0.5 ରୁ 1.0V ପର୍ଯ୍ୟନ୍ତ ଭୋଲ୍ଟେଜ ସୃଷ୍ଟି କରିପାରେ ଏବଂ ପ୍ରାୟ 0.7 W ପର୍ଯ୍ୟନ୍ତ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିପାରେ ।
  • ଅଧ୍ଵ ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟିପାଇଁ ଗୁଡ଼ିଏ ସୌର ସେଲ୍‌କୁ ପଙ୍‌କ୍ତି ଓ ସ୍ତମ୍ଭରେ ସଜାଇ ସଂଯୁକ୍ତ କରାଯାଏ ଓ ଏହାକୁ ସୋଲାର ସେଲ୍ ପ୍ୟାନେଲ୍ କୁହାଯାଏ ।

ସୌରସେଲ୍ ତିଆରିପାଇଁ ବ୍ୟବହାର ହେଉଥ‌ିବା ବିଶେଷ ଧରଣର ସିଲିକନ୍ ସହଜରେ ଉପଲବ୍‌ଧ ହୁଏନାହିଁ । ସୌରସେଲ୍‌ର ସଂପୂର୍ଣ୍ଣ ତିଆରି ପ୍ରକ୍ରିୟା ମଧ୍ୟ ଅତ୍ୟନ୍ତ ବ୍ୟୟବହୁଳ । ପ୍ୟାନେଲ୍ ପ୍ରସ୍ତୁତି ପାଇଁ ସେଲ୍ ଓ ସେଲ୍‌କୁ ଯୋଡ଼ିବାପାଇଁ ବ୍ୟବହୃତ ସିଲଭର ଏହି ଖର୍ଚ୍ଚକୁ ବହୁଗୁଣିତ କରିଥାଏ ।

→ପବନ ଶକ୍ତି (Wind energy) :

  • ପବନ ଶକ୍ତିର ବ୍ୟବହାର ଅତି ପ୍ରାଚୀନ । ପ୍ରାୟ ପାଞ୍ଚହଜାର ବର୍ଷପୂର୍ବେ ମିଶର (ଇଜିପ୍‌ଟ)ରେ ପବନଶକ୍ତି ବ୍ୟବହାର କରି ପାଲଟଣା ଡଙ୍ଗା ଚଳାଯାଉଥିଲା ।
  • ବହୁକାଳରୁ ସମୁଦ୍ରତଟ ଦେଶମାନଙ୍କରେ ପାଲଟଣା ଜାହାଜରେ ନୌବାଣିଜ୍ୟ ଚାଲୁଥିଲା । କାଳକ୍ରମେ ପବନ କଳ ସାହାଯ୍ୟରେ କାଠଚିରା, ଅଟାପେଷା, ତେଲପେଡ଼ା ଇତ୍ୟାଦି ଅନେକ କାର୍ଯ୍ୟ କରାଗଲା ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 3

  • ଭୂପୃଷ୍ଠ ବା ଜଳାଶୟ ସୂର୍ଯ୍ୟକିରଣ ଦ୍ବାରା ଅସନ୍ତୁଳିତ ଭାବେ ଗରମ ହେଲେ ସେ ସ୍ଥାନକୁ ପବନ ବହିବାକୁ ଆରମ୍ଭ କରେ । ବାୟୁର ଏହି ଗତିଜ ଶକ୍ତିକୁ ବିଭିନ୍ନ ପ୍ରକାର କାର୍ଯ୍ୟ କରିବାପାଇଁ ବ୍ୟବହାର କରାଯାଇପାରେ ।
  • ପବନ କଳ ସାହାଯ୍ୟରେ ବାୟୁର ଗତିଜ ଶକ୍ତିକୁ ଉପଯୋଗ କରି ଜେନେରେଟର୍‌ (Generator) ଚଳାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇଥାଏ ।
  • ଏହି କଳରେ କେତେଗୁଡ଼ିଏ ପ୍ରପେଲର୍ ଖଞ୍ଜା ଯାଇଥାଏ । ଏହାର ବ୍ୟାସ ପ୍ରାୟ ୪ ମିଟର ଅଟେ ।
  • ଏହି କଳକୁ ଏକ ଉଚ୍ଚ ଇସ୍ପାତ୍ ନିର୍ମିତ ଟାୱାର ଉପରେ ରଖାଯାଇଥାଏ । ବାୟୁ ପ୍ରବାହ ଯୋଗୁଁ ପ୍ରପେଲର୍ ଘୂରେ ଏବଂ ତତ୍‌ସହିତ ସଂଯୁକ୍ତ ଜେନେରେଟର୍‌କୁ ଘୂରାଏ । ଫଳତଃ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହୁଏ ।
  • ଡେନ୍‌ମାର୍କ ସରକାରଙ୍କ ସହାୟତାରେ ଓଡ଼ିଶା ସରକାର ପୁରୀ ସମୁଦ୍ରକୂଳରେ କେତେକ ପବନ କଳ ସ୍ଥାପନ କରିଛନ୍ତି । ଏଥୁରୁ ବାର୍ଷିକ ପ୍ରାୟ 5.5 ମେଗାଓ୍ବାଟ୍ ଶକ୍ତି ମିଳିପାରୁଛି । ସେହିପରି କୋଣାର୍କର ସମୁଦ୍ରକୂଳରେ ମଧ୍ୟ କେତେଗୁଡ଼ିଏ ପବନ କଳ ସ୍ଥାପନ କରାଯାଇଅଛି ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

ଡେନ୍‌ମାର୍କକୁ ‘ପବନର ଦେଶ’ ବୋଲି କୁହାଯାଏ । ଏହି ଦେଶର 25 ପ୍ରତିଶତରୁ ଅଧିକ ବିଦ୍ୟୁତ୍ ଶକ୍ତି ଚାହିଦା ପବନ କଳଦ୍ଵାରା ମେଣ୍ଟାଯାଇଥାଏ । ପବନ ଶକ୍ତିକୁ ବ୍ୟବହାର କରି ବିଦ୍ୟୁତ୍ ଉତ୍ପାଦନ କରିବାରେ ଜର୍ମାନୀର ବିନିଯୋଗ କରି ପ୍ରାୟ 45000 ମେଗାଓ୍ବାଟ୍ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରିବ । ଭାରତର ବୃହତ୍ତମ ‘ପବନଶକ୍ତି କ୍ଷେତ୍ର’ କନ୍ୟାକୁମାରୀଠାରେ ସ୍ଥାପନ କରାଯାଇଛି ଏବଂ ଏଠାରେ ପ୍ରାୟ 380 ମେଗାଓ୍ବାଟ୍ ବିଦ୍ୟୁତ୍ ।

  • ଗୋଟିଏ ପବନ କଳରୁ ଉତ୍ପାଦିତ ଶକ୍ତି ଏତେ ଅଧିକ ନୁହେଁ । ତେଣୁ ଏକାସାଙ୍ଗରେ ଗୋଟିଏ ସ୍ଥାନରେ ଅନେକ ପବନ କଳ ସ୍ଥାପନ କରାଯାଇଥାଏ । ଏହାକୁ ପବନ ଶକ୍ତି କେନ୍ଦ୍ର ବା ପବନ ଶକ୍ତି କ୍ଷେତ୍ର କୁହାଯାଇଥାଏ । ଏହି କ୍ଷେତ୍ରଗୁଡ଼ିକର ସମୂହ ଶକ୍ତି ବ୍ୟାବସାୟିକ କ୍ଷେତ୍ରରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ସହାୟକ ହୋଇଥାଏ ।

→ଜଳଶକ୍ତି (Hydro energy) :
1. ବାୟୁପରି ଜଳରୁ ମଧ୍ୟ ଶକ୍ତି ଉତ୍ପାଦନ କରି ବ୍ୟବହାର କରାଯାଇପାରୁଛି । ଏହାକୁ ଜଳଶକ୍ତି କୁହାଯାଏ । ନିମ୍ନୋକ୍ତ ପ୍ରକାରରେ ଜଳଶକ୍ତିକୁ ବ୍ୟବହାର କରାଯାଏ ।

→ଜୁଆର ଶକ୍ତି (Tidal energy) :

  • ପ୍ରଭାବ ଯୋଗୁଁ ସମୁଦ୍ରଜଳର ଉତ୍‌ଥାନ ପତନ ପରିଲକ୍ଷିତ ହୁଏ ଓ ଜୁଆର ସୃଷ୍ଟିହୁଏ । ସମୁଦ୍ରଜଳର ଉତ୍‌ଥାନପତନରୁ ଜୁଆର ଶକ୍ତିର ସୃଷ୍ଟି । ସମୁଦ୍ର ତଟବର୍ତ୍ତୀ ସ୍ଥାନରେ ପିଟି ହେଉଥ‌ିବା ଢେଉର ଶକ୍ତି ଯଥେଷ୍ଟ ଅଧିକ ।
  • 1961 ମସିହାରେ ଫରାସୀ ବୈଜ୍ଞାନିକମାନେ ଜୁଆରରୁ ଶକ୍ତି ସଂଗ୍ରହ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 4

  • ରାନ୍ସ ନଦୀ ମୁହାଣରେ ଜୁଆର ଓ ଭଟ୍ଟା ଦିନକ ମଧ୍ୟରେ ଦୁଇଥର ଜୁଆର ଓ ଭଟ୍ଟା ମଧ୍ୟରେ ଜଳପତ୍ତନର ଉଚ୍ଚତାରେ ପ୍ରାୟ 14 ମିଟର ପାର୍ଥକ୍ୟ ରହେ । ହୋଇଥାଏ । ସେହି ଜୁଆରରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ ।
  • ଜୁଆରଶକ୍ତି ସଂଗ୍ରହ ପାଇଁ ନଦୀ ମୁହାଣରେ ପ୍ରାୟ 20 କି.ମି. ଲମ୍ବର ଜଳାଶୟ ନିର୍ମାଣ କରାଯାଇ ସେଥ‌ିରେ ସ୍କୁ ଇସ୍ ଗେଟ୍ ଲଗାଯାଏ ।
  • ଉଚ୍ଚ ଜୁଆର ସମୟରେ ସେହି ଗେଟ୍‌ ଖୋଲିଦିଆଯାଏ । ଜଳାଶୟ ମଧ୍ୟକୁ ଜଳ ପ୍ରବେଶ କଲାପରେ ଗେଟ୍ ବନ୍ଦ କରାଯାଏ । ପରେ ଉଚ୍ଚପତ୍ତନରୁ ଜଳକୁ ନିୟନ୍ତ୍ରିତଭାବେ ସମୁଦ୍ରକୁ ଖଲାସ କରାଯାଏ ।
  • ଏହି ଖଲାସ ହେଉଥ‌ିବା ଜଳସ୍ରୋତରେ ଟର୍‌ବାଇନ୍ ଚଳାଇ ବିଦ୍ୟୁତଶକ୍ତି ଉତ୍ପାଦନ କରାଯାଏ ।
  • କରି ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ । ଏହା କରାଗଲେ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ଓ ଜଳସେଚନରେ ଦେଶ ସମୃଦ୍ଧ ହୋଇପାରିବ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 5

→ତରଙ୍ଗ ଶକ୍ତି (Wave energy) :

  • ଜୁଆର ପରି ଢେଉରେ ଥ‌ିବା ଗତିଜଶକ୍ତିକୁ ବିନିଯୋଗ କରି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରିବ ।
  • ସମୁଦ୍ରର ଉପରିଭାଗରେ ପ୍ରବଳ ବାୟୁପ୍ରବାହରୁ ଢେଉର ସୃଷ୍ଟି । ଏହି ଢେଉଶକ୍ତିକୁ ସଂଗ୍ରହ କରି ଟର୍‌ବାଇନ୍ ଚଳାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରୁଛି ।

ଜଳବିଦ୍ୟୁତ୍ ଶକ୍ତି :
→ନଦୀବନ୍ଧ ଯୋଜନା (River dam project) :

  • ପକାଇ ଏକ ବୃହତ୍ ଜଳଭଣ୍ଡାର ସୃଷ୍ଟି କରାଯାଏ । ପରେ ଜଳକୁ ଉଚ୍ଚପତ୍ତନରୁ ନିମ୍ନ ପତ୍ତନକୁ ପ୍ରବଳ ବେଗରେ ଛଡ଼ାଯାଏ ।
  • ସେଥୁରୁ ସୃଷ୍ଟି ହେଉଥ‌ିବା ଜଳସ୍ରୋତର ବ୍ୟବହୃତ ହୁଏ ।
  • ଟର୍‌ବାଇନ୍ ସହ ସଂଯୁକ୍ତ ଜେନେରେଟରର ଆର୍ମେଚର ଘୂରିବା ଦ୍ବାରା ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୁଏ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 6

1948 ମସିହାରୁ ଭାରତ ସରକାର ଜଳବିଦ୍ୟୁତ୍ ଯୋଗାଣ ଆଇନ ପ୍ରଣୟନ କରିଛନ୍ତି । ଜଳ ବିଦ୍ୟୁତ୍ ଉତ୍ପାଦନ ଓ ବଣ୍ଟନ କାର୍ଯ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହେଉଛି । ଆମ ରାଜ୍ୟରେ ହୀରାକୁଦ, ମାଛକୁଣ୍ଡ, ବାଲିମେଳା, ରେଙ୍ଗାଲି, ଉପର କୋଲାବ, ଉପର ଇନ୍ଦ୍ରାବତୀ ଆଦି ଜଳବିଦ୍ୟୁତ୍ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି । ଜଳଶକ୍ତିର କ୍ଷମତା ଯଥେଷ୍ଟ ଅଧିକ । ଏହାକୁ ସହଜରେ ଅନ୍ୟ ଶକ୍ତିରେ ରୂପାନ୍ତରିତ କରାଯାଇପାରେ । କିନ୍ତୁ ସେ ଶକ୍ତିକୁ ସଫଳ ଉପାୟରେ ସଂଗ୍ରହ କରି ବ୍ୟାବସାୟିକ କ୍ଷେତ୍ରରେ ଉପଯୁକ୍ତ ଭାବରେ ବିନିଯୋଗ କରିପାରିଲେ ଶକ୍ତି ଚାହିଦା ପୂରଣ ହୋଇପାରିବ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

→ସାମୁଦ୍ରିକ ତାପଜଶକ୍ତି (Ocean thermal energy) :

  • ସମୁଦ୍ରର ପୃଷ୍ଠଭାଗ ଓ ଆଭ୍ୟନ୍ତରୀଣ ଜଳମଧ୍ୟରେ ଥିବା ତାପମାତ୍ରାର ପ୍ରଭେଦକୁ ବ୍ୟବହାର କରି ଶକ୍ତି ସଂଗ୍ରହ କରାଯାଇପାରିବ । ସାଗର ବା ମହାସାଗରର ପୃଷ୍ଠଭାଗ ଜଳ ସୂର୍ଯ୍ୟତାପରେ ଉତ୍ତପ୍ତ ହୁଏ କିନ୍ତୁ ଅତି ଗଭୀରରେ ଥ‌ିବା ଜଳ ଅପେକ୍ଷାକୃତ ଥଣ୍ଡା ଥାଏ ।
  • ତାପଜ ଶକ୍ତି ରୂପାନ୍ତରଣ କେନ୍ଦ୍ର ମାନଙ୍କରେ ତାପଜ ଶକ୍ତିରେ ରୂପାନ୍ତରିତ କରାଯାଏ । ଏହି ପ୍ରକାର ଶକ୍ତିକୁ ସାମୁଦ୍ରିକ ତାପଜ ଶକ୍ତି କୁହାଯାଏ । ଏହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଇପାରୁଛି ।
  • ସମୁଦ୍ରର ପୃଷ୍ଠଭାଗ ଜଳ ଓ 2 କି.ମି. ଗଭୀର ଜଳ ମଧ୍ଯରେ ତାପମାତ୍ରାର ପାର୍ଥକ୍ୟ 20°C ବା 293°K ହେଲେ, ରୂପାନ୍ତରଣ ପାୱାର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଥାଏ ।
  • ପୃଷ୍ଠଭାଗର ତାପ ତରଳ ଏମୋନିଆ ଓ କ୍ଲୋରୋଫ୍ଲୋରୋକାର୍ବନ (CFC)କୁ ବାଷ୍ପୀଭୂତ କରିବାରେ ବ୍ୟବହୃତ ହୁଏ । ପରେ ଏହି ବାଷ୍ପ ଜେନେରେଟର୍‌ର ଟର୍‌ବାଇନ୍ ଘୂରାଇବାରେ ସାହାଯ୍ୟ କରେ ।
  • ଅତି ଗଭୀରରେ ଥ‌ିବା ଥଣ୍ଡାଜଳକୁ ପମ୍ପସାହାଯ୍ୟରେ ଉପରକୁ ଉଠାଯାଇ ବାଷ୍ପକୁ ଥଣ୍ଡାକରି ପୁଣି ତରଳ ଅବସ୍ଥାକୁ ଅଣାଯାଏ ।
  • ଏହି ପ୍ରକ୍ରିୟାରେ ବର୍ଷର ସବୁ ସମୟରେ ଶକ୍ତି ଉପଲବ୍ଧ ହୋଇପାରେ । ଏଥିପାଇଁ ପବନର ଗତି ଉପରେ ନିର୍ଭର କରିବାକୁ ପଡ଼େନାହିଁ ।

→ଭୂତାପଜ ଶକ୍ତି (Geothermal energy) :

  • ପ୍ରକ୍ରିୟା ଦ୍ବାରା ନିୟନ୍ତ୍ରଣ କରି କରାଯାଇପାରେ । ଏହାକୁ ଭୂତାପଜ ଶକ୍ତି କୁହାଯାଏ ।
  • ଅତ୍ୟନ୍ତ ଉତ୍ତପ୍ତ । ଏହି ତାପରେ ତରଳ ଶିଳା କୁ ମା ମା କୁହାଯାଏ ।
  • ପରିବର୍ତ୍ତନ ଏହି ମା ମାକୁ ଉପରକୁ ଠେଲିଦିଏ । ଫଳରେ ରହି ଯାଏ । ଏହି ସ୍ଥାନ ଗୁ ଡ଼ି କୁ ‘ଉତ୍ତପ୍ତ ସ୍ଥାନ’ ବୋଲି କୁହାଯାଏ,

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 7

  • ଭୂତଳ ଜଳ ଉତ୍ତପ୍ତ ସ୍ଥାନମାନଙ୍କର ସଂସ୍ପର୍ଶରେ ଆସି ବାଷ୍ପରେ ପରିଣତ ହୁଏ । ସ୍ଥାନେ ସ୍ଥାନେ ଏହି ଉତ୍ତପ୍ତ ଜଳ ଫାଟ ପାଇ ଭୂପୃଷ୍ଠକୁ ଚାଲିଆସେ । ଏହାକୁ ଉଷ୍ଣ ପ୍ରସ୍ରବଣ କୁହାଯାଏ ।
  • ଶିଳାଖଣ୍ଡ ମଧ୍ୟରେ ରହି ଏହି ବାଷ୍ପ ଉଚ୍ଚ ଚାପ ସୃଷ୍ଟିକରେ । ଏହି ସ୍ଥାନ ପର୍ଯ୍ୟନ୍ତ ପାଇପ ଭର୍ତ୍ତି କରି ଏହି ବାଷ୍ପକୁ ସଂଗ୍ରହ କରାଯାଏ ।
  • ଅତ୍ୟଧ‌ିକ ଚାପରେ ଥ‌ିବା ଏହି ଜଳୀୟ ବାଷ୍ପ ଜେନେରେଟର୍‌ର ଟଇବାଇକୁ ଘୂରାଏ ଏବଂ ସେଥୁରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୋଇଥାଏ ।
  • କେତେକ ସ୍ଥାନରେ ଜଳୀୟବାଷ୍ପ ଓ ଉତ୍ତପ୍ତ ଜଳ, ବିନା ପାଇପ୍‌ରେ ପୃଷ୍ଠଭାଗକୁ ଚାଲିଆସେ । ଏହାକୁ ବ୍ୟବହାର କରି ମଧ୍ୟ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇଥାଏ ।

ଅନ୍ୟ ଶକ୍ତି ତୁଳନାରେ ଭୂତାପଜ ଶକ୍ତି ଅଧ‌ିକ ଉପାଦେୟ ଅଟେ । ବର୍ଷର ସବୁ ସମୟରେ ଏହି ଶକ୍ତି ସଂଗ୍ରହ କରାଯାଇପାରେ । ଏହା ପରିବେଶ ପ୍ରଦୂଷଣ କରେନାହିଁ । ଅନ୍ୟ ଉପାୟରେ ଉତ୍ପାଦିତ ବିଦ୍ୟୁତଶକ୍ତି ତୁଳନାରେ ଏହି ଉପାୟରେ ଉତ୍ପାଦିତ ବିଦ୍ୟୁତଶକ୍ତି ନିମନ୍ତେ ଖର୍ଚ୍ଚ ଯଥେଷ୍ଟ କମ୍ । ନିଉଜିଲାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ପ୍ରକାର ଶକ୍ତିର ବହୁଳ ବ୍ୟବହାର ହେଉଛି । ଆମ ଦେଶର ମଧ୍ୟପ୍ରଦେଶରେ ଭୂତାପଜ ଶକ୍ତିର ଉପଯୋଗ

→ଆଣବିକ ଶକ୍ତି (Nuclear energy) :

  • ନାଭିକୀୟ ବିଭାଜନ ଦ୍ବାରା ୟୁରାନିୟମ୍, ପ୍ଲା ଟୋନିୟମ୍ ବା ଥୋରିୟମ୍ ପରି କୌଣସି ଗୁରୁ ପରମାଣୁର ନାଭିକୀୟ ବିଭାଜନ ଘଟିଲେ ଏହା ଲଘୁ ନାଭିକରେ ପରିଣତ ହୁଏ । ଏହି ପ୍ରକ୍ରିୟାରେ ପ୍ରଚୁର ଶକ୍ତି ନିର୍ଗତ ହୁଏ । ଏହାକୁ ନାଭିକୀୟ ଶକ୍ତି କୁହାଯାଏ ।
  • ଉଦାହରଣ : ଏକ ୟୁରାନିୟମ୍ ପରମାଣୁର ବିଭାଜନରୁ ଯେତେ ଶକ୍ତି ଜାତ ହୁଏ ତାହା କୋଇଲାରେ ଥିବା ଏକ କାର୍ବନ ପରମାଣୁର ଦହନରୁ ଜାତ ଶକ୍ତିଠାରୁ ପ୍ରାୟ 10 ନିୟୁତ ଗୁଣ ଅଧ୍ଵ ଅଟେ । ଏହି ନାଭିକୀୟ ପ୍ରତିକ୍ରିୟାଦ୍ୱାରା ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ ।

ନାଭିକୀୟ ବିଭାଜନରେ ପ୍ରାଥମିକ ବସ୍ତୁତ୍ୱ ଓ ପରିବର୍ତ୍ତିତ ବସ୍ତୁତ୍ୱ ମଧ୍ଯରେ ଜାତ ପାର୍ଥକ୍ୟ (∆m), ଶକ୍ତିରେ ପରିଣତ ହୁଏ । ଏହା ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କର ବିଖ୍ୟାତ ସମୀକରଣ E = mc? ଦ୍ବାରା ନିର୍ଦ୍ଧାରଣ କରାଯାଇପାରେ, ଯେଉଁଥରେ E ହେଉଛି ଶକ୍ତି, m ବସ୍ତୁତ୍ଵ ଓ c ହେଉଛି ଶୂନ୍ୟରେ ଆଲୋକର ଗତି । ନାଭିକୀୟ ବିଜ୍ଞାନରେ ଶକ୍ତି ev vam gial Fall | (1 ev = 1.602 × 10-19 Joules).

  • ଆମ ଦେଶର ତାରାପୁର (ମହାରାଷ୍ଟ୍ର), ରାଣା ପ୍ରତାପ ସାଗର (ରାଜସ୍ତାନ), କଲ୍ପକମ୍ ତାମିଲନାଡୁ), ନାରୋରା (ଉତ୍ତରପ୍ରଦେଶ), କାକ୍ରାପୁର (ଗୁଜୁରାଟ), ନଇଗା (କର୍ଣ୍ଣାଟକ) ଆଦି ସ୍ଥାନମାନଙ୍କରେ ନାଭିକୀୟ ଶକ୍ତିରୁ
  • ଏହିପରି ଭାବରେ ଉତ୍ପାଦିତ ବିଦ୍ୟୁତଶକ୍ତି ସମସ୍ତ ଉତ୍ପାଦିତ ଶକ୍ତିର 3%ରୁ କମ୍ । ଅନେକ ବିଭବଶାଳୀ ଦେଶ ଏହି ଉପାୟରେ 30%ରୁ ଅଧିକ ଶକ୍ତି ଉତ୍ପାଦନ କରୁଛନ୍ତି ।

→ଜୈବ ଶକ୍ତି (Bioenergy) :

1. କାଠକୁ ଜାଳେଣିଭାବେ ବ୍ୟବହାର କରାଯାଏ । ଏହାଛଡ଼ା ଗୋବରକୁ ମଧ୍ୟ ଜାଳେଣି ଭାବେ ବ୍ୟବହାର କରାଯାଇଥାଏ । ଏହି ସମସ୍ତ ପ୍ରକାର ଜାଳେଣି ଉଭିଦ ଓ ପ୍ରାଣୀମାନଙ୍କଠାରୁ ମିଳୁଥିବାରୁ ଏହାକୁ ‘ଜୈବ ଜାଳେଣି’ ବା ଜୈବ ବସ୍ତୁତ୍ଵରୁ ପ୍ରସ୍ତୁତ ଜାଳେଣି କୁହାଯାଏ ।
2. କାଠ, ଗୋବର, ପରିବାଚୋପା, ଆବର୍ଜନା ଓ କେତେକ କୃଷିଜାତ ଜୈବ ଆବର୍ଜନାରୁ ଶକ୍ତି ମିଳିଥାଏ । ଏହି ଶକ୍ତିକୁ ‘ଜୈବଶକ୍ତି’ କୁହାଯାଏ । ଜୈବଶକ୍ତି ଜୈବ ପଦାର୍ଥରେ ନିହିତ ଥାଏ । ଜୈବ ପଦାର୍ଥକୁ ସାଧାରଣତଃ ତିନିଶ୍ରେଣୀରେ ବିଭକ୍ତ କରାଯାଇପାରେ, ଯଥା-
(କ) ନୂତନ ଉଭିଦ : ବୃକ୍ଷ, ଉଭିଦ, ଶସ୍ୟ, ଶୈବାଳ ଇତ୍ୟାଦି;
(ଖ) ଅବଶେଷ : କୁଟା, କୁଣ୍ଡା, ଆଖୁଖଦା, ଜଙ୍ଗଲର ଅବଶେଷ
(ଗ) ଆବର୍ଜନା : ଅପଘଟନଯୋଗ୍ୟ ଆବର୍ଜନା, ମଳ, ନାଳ ନର୍ଦ୍ଦମାର ଅଳିଆ, କାରଖାନାର ଜୈବ ଆବର୍ଜନା, ଗୋବର ଇତ୍ୟାଦି ।

ଦହନ, ତାପ ଅପଘଟନ, ଗ୍ୟାସୀକରଣ ଓ ତରଳୀକରଣ ପ୍ରଣାଳୀରେ ଜୈବ ପଦାର୍ଥରୁ ଜୈବଶକ୍ତି ଉତ୍ପାଦନ କରାଯାଏ ।

(1) ଜୈବଗ୍ୟାସ :

  • ଅମ୍ଳଜାନ ଅନୁପସ୍ଥିତିରେ ଜୈବ ପଦାର୍ଥର ବିଘଟନଦ୍ୱାରା ନିର୍ଗତ ଗ୍ୟାସ୍‌ର ମିଶ୍ରଣକୁ ‘ଜୈବଗ୍ୟାସ୍’ କୁହାଯାଏ ।
  • ବିଶେଷ କ୍ଷେତ୍ରରେ ଗୋବରରୁ ଏହି ଗ୍ୟାସ୍ ମିଳୁଥିବାରୁ ଓ ଗୋବର ପ୍ରାରମ୍ଭିକ ପଦାର୍ଥଭାବେ ବ୍ୟବହାର କରାଯାଉଥିବାରୁ ଏହାକୁ ସାଧାରଣରେ ଗୋବର ଗ୍ୟାସ୍ ବୋଲି ମଧ୍ୟ କୁହାଯାଇଥାଏ । ଗୋବର ଓ ବିଭିନ୍ନ ଆବର୍ଜନାରୁ ଉତ୍ପାଦିତ ଗ୍ୟାସ ହେଉଛି ମିଥେନ୍ ।

ଆମ ଦେଶରେ ପ୍ରାୟ 30 କୋଟି ଗୋରୁ, ମଇଁଷି ଆଦି ଅଛନ୍ତି । ସେମାନଙ୍କ ଗୋବରରୁ ପ୍ରାୟ ଶତକଡ଼ା 30 ଭାଗ ଜାଳେଣି ମିଳିଥାଏ ଏବଂ ଶତକଡ଼ା 34 ଭାଗ ଜାଳେଣି କୃଷିଜାତ ଅବଶେଷରୁ ମିଳେ । ଦେଶରେ ଥ‌ିବା ଗୋରୁ ଓ ମଇଁଷିମାନଙ୍କଠାରୁ ବର୍ଷକୁ ପ୍ରାୟ ୨୦ କୋଟି ଟନ୍ ଗୋବର ମିଳେ । ସେଥ‌ିପାଇଁ ଗୋବରରୁ ଉତ୍କୃଷ୍ଟ ଉପାୟରେ ଶକ୍ତି ଉତ୍ପାଦନପାଇଁ ଗ୍ରାମବାସୀମାନଙ୍କୁ ସରକାରୀ ଆର୍ଥିକ ସହାୟତା ମଧ୍ୟ ମିଳୁଛି ।

  • ଚାରି ପାଞ୍ଚଟି ଗାଈଗୋରୁଙ୍କ ଗୋବରରେ ଏକ ଗୋବର ଗ୍ୟାସ୍ ପ୍ଲାଣ୍ଟ କଲେ ଏହା ସାତ ଆଠଜଣିଆ ପରିବାରର ରୋଷେଇପାଇଁ ଗ୍ୟାସ୍ ଯୋଗାଇପାରିବ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

(2) ଗୋବର ଗ୍ୟାସ୍ ପ୍ଲାଣ୍ଟର ଗଠନ :
ଗୋବର ଗ୍ୟାସ୍ ପ୍ଲାଣ୍ଟରେ ନିମ୍ନଲିଖ୍ତ ଅଂଶ ରହି ଥାଏ। ଯଥା-ପ୍ରବେଶପାତ୍ର, ଡାଇଜେଷ୍ଟ କୂପ, ଧାତୁନିମତ ଡ଼ୋମ୍ ଓ ନିର୍ଗମ ନଳୀ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 8

→(କ) ପ୍ରବେଶ ପାତ୍ର :

  • ଏଥ‌ିରେ ଗୋବର ଓ ପାଣି 4:5 ଆୟତନ ଅନୁପାତରେ ମିଶାଇ ଭଲଭାବରେ ଫେଣ୍ଟି ପାତ୍ରରେ ଭର୍ତ୍ତି କରାଯାଏ ।
  • ଏହି ମିଶ୍ରଣ ଏକ ନଳଭିତର ଦେଇ ଆପେ ଆପେ ଡାଇଜେଷ୍ଟର କୂପକୁ ଚାଲିଯାଏ ।

→(ଖ) ଡାଇଜେଷ୍ଟର କୂପ :
1. ଏହାର ଚାରିକାନ୍ଥ ଇଟା ଓ ସିମେଣ୍ଟରେ ତିଆରି ହୋଇଥାଏ । ଏହାର ପ୍ରାୟ ଏକ ତୃତୀୟାଂଶ ଭୂମିର ଉପରକୁ ଓ ଦୁଇ ତୃତୀୟାଂଶ ଭୂମିଠାରୁ ତଳକୁ ଥାଏ । ଗୋବର ଓ ପାଣିର ମିଶ୍ରଣ ଏଠାରେ ଜମା ହୁଏ ।

→(ଗ) ଧାତୁନିର୍ମିତ ଡୋମ୍ :

  • ସାଧାରଣତଃ ଏହି ଡୋମଟି ଇସ୍ପାତ୍ରରେ ନିର୍ମିତ ।
  • ଏବେ ସିମେଣ୍ଟ ଓ କଂକ୍ରିଟ୍‌ରେ ଡୋମ୍ ନିର୍ମାଣ କରାଯାଉଛି । ଏହା କୂପକୁ ସମ୍ପୂର୍ଣ୍ଣରୂପେ ଘୋଡ଼ାଇ ବାୟୁରୋଧୀ କରିଦିଏ ।
  • ଅମ୍ଳଜାନ ଅନୁପସ୍ଥିତିରେ ବଢ଼ି ପାରୁଥ‌ିବା ମିଥାନୋଜେନ୍ ଓ ଅନ୍ୟାନ୍ୟ ବ୍ୟାକ୍ଟେରିଆ ଏହି ମିଶ୍ରଣରୁ କିଣ୍ବନ ଦ୍ବାରା ମିଥେନ୍, କାର୍ବନ ଡାଇଅକ୍‌ସାଇଡ୍, ହାଇଡ୍ରୋଜେନ୍, ହାଇଡ୍ରୋଜେନ ସଲଫାଇଡ୍ ଗ୍ୟାସ୍ ଉତ୍ପନ୍ନ କରନ୍ତି । ଏଥୁରେ ମିଥେନ୍ ଗ୍ୟାସ୍ ଶତକଡ଼ା ପ୍ରାୟ 65-75 ଭାଗ ଥାଏ । ଗ୍ୟାସ୍ ଚାପରେ ଡୋମ୍ ଉପରକୁ ଉଠେ ।

→(ଘ) ନିର୍ଗମନଳୀ :

  • ଏହି ଧାତବନଳୀ ବାଟଦେଇ ଗ୍ୟାସ୍ ରୋଷେଇଘର ଚୂଲାକୁ ଯାଏ ।
  • ନିୟନ୍ତ୍ରିତ ଚାପରେ ଏହାକୁ ଜଳାଇବାର ବ୍ୟବସ୍ଥା ହୋଇଥାଏ ।

ଗୋବର ଗ୍ୟାସ୍ ଏକ ଅତ୍ୟନ୍ତ ଉତ୍କୃଷ୍ଟ ଧରଣର ଜାଳେଣି ଓ ଶୁଖୁଲା ଗୋବର ଠାରୁ ଜାଳେଣି ହିସାବରେ ପ୍ରାୟ 6 ଗୁଣ ଦକ୍ଷ । ଏଥରେ ଧୂଆଁ ହୁଏନାହିଁ । ଫଳରେ ଘର କଳା ହୁଏ ନହିଁ । ଧୂମବିହୀନ ହୋଇଥିବାରୁ ଚକ୍ଷୁ ବା ପରିବେଶ ପ୍ରଦୂଷଣ ହେବାର ଆଶଙ୍କା ନଥାଏ ବା ଗୋବର ଜମି ରହି ମଶା, ମାଛି ଜନ୍ମନ୍ତ ନାହିଁ । ଗୋବରକୁ ସିଧା ଖତକଲେ ଶତକଡ଼ା ପ୍ରାୟ 50 ଭାଗ ନଷ୍ଟ ହୁଏ । ଗୋବର ଗ୍ୟାସ୍ ବାହାର କଲାପରେ ଖଦାକୁ ଖତଭାବେ ବ୍ୟବହାର କରାଯାଇପାରେ ଓ ଏଥରେ ମାତ୍ର ଶତକଡ଼ା 25 ଭାଗ ନଷ୍ଟହୁଏ । ଗୋବର ଖଦାର ଦୁର୍ଗନ୍ଧ ନଥାଏ ଓ ଏହା ମାଟିରେ ଭଲଭାବେ ମିଶିପାରେ । ଜୈବଗ୍ୟାସରୁ ରୋଷେଇ କରିବା, ବତି ଜଳାଇବା ବ୍ୟତୀତ ଜେନେରେଟର ଚଳାଇ ବିଦ୍ୟୁତ୍ ଉତ୍ପାଦନ କରାଯାଇପାରେ ଓ ବୈଦ୍ୟୁତିକ ଉପକରଣ ମଧ୍ଯ ଚଳାଯାଇପାରେ ।

→ନବୀକରଣ ଅଯୋଗ୍ୟ ଶକ୍ତି ଉତ୍ସ (Non-renewable source of energy) :
1. ଏହି ପ୍ରକାର ଶକ୍ତି ଉତ୍ସର ପରିମାଣ ସୀମିତ ।
2. BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 9
3. ଏହି ଶକ୍ତି ଉତ୍ସଗୁଡ଼ିକର ନବୀକରଣ ସମ୍ଭବପର ନୁହେଁ; ଅବିରତ ବ୍ୟବହାର କରିବାଦ୍ଵାରା ସେଗୁଡ଼ିକ ସମୟକ୍ରମେ ଶେଷ ହୋଇଯାଏ ।
4. ଉଦାହରଣ : କୋଇଲା, ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଇତ୍ୟାଦି ।

(1) ଜୀବାଶ୍ମ ଇନ୍ଧନ (Fossil Fuel) :

  • ପୁରାତନକାଳରେ କାଠ ହିଁ ଏକମାତ୍ର ତାପଜ ଶକ୍ତିର ଉତ୍ସଭାବେ ବ୍ୟବହୃତ ହେଉଥିଲା । କ୍ରମେ କୋଇଲା, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍‌ ଆଦି ବ୍ୟବହାର କରାଗଲା । ଏହି ସବୁକୁ ଜୀବାଶ୍ମ ଇନ୍ଧନ ଶ୍ରେଣୀଭୁକ୍ତ କରାଯାଇଛି
  • ମୃତ ଉଭିଦର ଦେହାବଶେଷରୁ କୋଇଲାର ଏବଂ ସାମୁଦ୍ରିକ ଜୀବ ଓ ଉଭିଦର ଦେହାବଶେଷରୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ସୃଷ୍ଟି ହୋଇଥାଏ ।
  • ପ୍ରକୃତିରେ କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ପରିମାଣ ସୀମିତ । ଥରେ ବ୍ୟବହାର ପରେ ଏହି ଶକ୍ତିର ପୁନର୍ବ୍ଯବହାର ହୋଇପାରେ ନାହିଁ । ତେଣୁ ଏମାନଙ୍କୁ ନବୀକରଣ ଅଯୋଗ୍ୟ ଶକ୍ତି ଉତ୍ସ ବୋଲି କୁହାଯାଏ

(2). କୋଇଲା :
ଶ୍ରେଣୀ ବିଭାଗ କରାଯାଇଛି :
(i) ଆନ୍ତଃସାଇଟ୍ – ଏହା ସବୁଠାରୁ ଉତ୍କୃଷ୍ଟ ଧରଣର କୋଇଲା, ଏଥିରେ କାର୍ବନ୍‌ର ପରିମାଣ ପ୍ରାୟ 94% ରୁ ୨୫% ।
(ii) ବିଟୁମିନ୍‌ସ୍‌ – ଏହି ପ୍ରକାର କୋଇଲାରେ କାର୍ବନ୍‌ର ପରିମାଣ ପ୍ରାୟ 79% ରୁ 93% ।
(iii) ଲିଗ୍‌ନାଇଟ୍ – ଏଥରେ କାର୍ବନ୍‌ ପରିମାଣ ପ୍ରାୟ 72% ରୁ 78% ।
(iv) ପିଟ୍ – ଏହି ଜାତୀୟ କୋଇଲାରେ ପ୍ରାୟ 44% ରୁ 71% କାର୍ବନ୍ ଥାଏ ।

  • ବହୁବର୍ଷଧରି କୋଇଲା ଏକ ଶକ୍ତି ଉତ୍ସରୂପେ ବ୍ୟବହୃତ ହେଉଛି ।
  • ଭୂତଳ ମଧ୍ୟରେ ପରସ୍ତ ପରସ୍ତ ଭାବେ ଚଟାଣ ଆକାରରେ କୋଇଲା ଗଚ୍ଛିତ ହୋଇ ରହିଥାଏ ।
  • କୋଇଲାର ମୁଖ୍ୟ ଉପାଦାନ ହେଉଛି ଅଙ୍ଗାରକ ବା କାର୍ବନ୍ । କାର୍ବନ୍ ବ୍ୟତୀତ ଏଥିରେ ଅନେକ ଯୌଗିକ ପଦାର୍ଥ ରହିଛି ।
  • ଅଧିକ କାର୍ବନ ଥିବାକୋଇଲାରୁ ଅଧ୍ଵକ ଶକ୍ତି ମିଳିଥାଏ । କୋଇଲା ଜଳିବାଦ୍ଵାରା କାର୍ବନ୍ ଅକ୍‌ସିଜେନ ସହିତ ପ୍ରତିକ୍ରିୟା କରି କାର୍ବନ୍ ଡାଇଅକସାଇଡ୍ ସୃଷ୍ଟି କରେ ଓ ଏଥୁସହିତ ପ୍ରଚୁର ପରିମାଣରେ ତାପ ନିର୍ଗତ ହୁଏ ।
  • କୋଇଲାରୁ ସୃଷ୍ଟ ଶକ୍ତି ତାପଜ ଶକ୍ତି ଭାବେ ଘରେ ଓ ଶିଳ୍ପକ୍ଷେତ୍ରରେ ବ୍ୟବହୃତ ହୋଇଥାଏ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 10

ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ତାପଶକ୍ତି ପାଣିକୁ ବାଷ୍ପରେ ପରିଣତ କରେ; ଜଳୀୟ ବାଷ୍ପରେ ଟର୍‌ବାଇନ୍ ଘୂରେ ଓ ତାହା ବିଦ୍ୟୁତ ଉତ୍ପାଦକକୁ ଘୂରାଇବାକୁ ବିଦ୍ୟୁତ୍ ଶକ୍ତି ମିଳିଥାଏ ।

  • ଏଥୁରୁ ମଧ୍ୟ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି । ଏହାକୁ ତାପଜ ବିଦ୍ୟୁତ୍ ଶକ୍ତି କୁହାଯାଏ ।
  • ଓଡ଼ିଶାର ତାଳଚେରଠାରେ ତାପଜ ବିଦ୍ୟୁତଶକ୍ତି ଉତ୍ପାଦନ କେନ୍ଦ୍ର ଅଛି ।
  • କୋଇଲାକୁ ଅନ୍ତର୍ଧୂମ ପାତନ ପ୍ରକ୍ରିୟା ଦ୍ବାରା କୋକ୍‌ରେ ପରିଣତ କରାଯାଇ ଏହି କୋକ୍‌କୁ କେତେକ ଧାତୁର ନିଷ୍କାସନ ପାଇଁ ବ୍ୟବହାର କରାଯାଉଛି ।
  • ଷ୍ଟିଲ୍ ତିଆରି ପାଇଁ ବିଜାରକ ଭାବରେ ମଧ୍ୟ କୋକ୍‌କୁ ବ୍ୟବହାର କରାଯାଇଥାଏ । .

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

(3) ପେଟ୍ରୋଲିୟମ୍ :

  • ପେଟ୍ରୋଲିୟମ୍ ହେଉଛି ହାଇଡ୍ରୋଜେନ୍ ଓ କାର୍ବନ୍‌ରୁ ତିଆରି ଅନେକ ହାଇଡ୍ରୋକାର୍ବନ୍ ଯୌଗିକର ଜଟିଳ ମିଶ୍ରଣ ।
  • ଏଥ‌ିରେ କିଛି ପରିମାଣରେ ଅମ୍ଳଜାନ, ଯବକ୍ଷାରଜାନ ଓ ସଲ୍ଫରଯୁକ୍ତ କାର୍ବନ୍‌ର ଯୌଗିକ ଥାଏ ।
  • ଭୂଗର୍ଭର ସଚ୍ଛିଦ୍ର ଶିଳାସ୍ତର ମଧ୍ୟରେ ପ୍ରକୃତି ଏହି ମୂଲ୍ୟବାନ ପଦାର୍ଥକୁ ସଞ୍ଚୟ କରି ରଖିଛି । ଏହି ସଞ୍ଚ ପେଟ୍ରୋଲିୟମ୍କୁ ଅଶୋଧ ତୈଳ କୁହାଯାଏ ।
  • ଏହି ପଦ୍ଧତିରେ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ କେବଳ ଗୋଟିଏ ଉପାଦାନ ସଂଗୃହୀତ ହୋଇଥାଏ ।

(4) ପ୍ରାକୃତିକ ଗ୍ୟାସ୍ :

  • ଭୂଅଭ୍ୟନ୍ତରରୁ ପେଟ୍ରୋଲିୟମ୍ ଉତ୍ତୋଳନବେଳେ ପେଟ୍ରୋଲିୟମ୍ ସହ ମିଶି କିଛି ଗ୍ୟାସ୍ ମଧ୍ୟ ଆସିଥାଏ । ଏହି ଗ୍ୟାସ୍‌କୁ ପ୍ରାକୃତିକ ଗ୍ୟାସ୍ କୁହାଯାଏ ।
  • ବେଳେବେଳେ କେତେକ ତୈଳ କୂପରୁ ଖଣିଜ ତୈଳ ପରିବର୍ତ୍ତେ କେବଳ ପ୍ରାକୃତିକ ଗ୍ୟାସ୍ ନିର୍ଗତ ହୋଇଥାଏ ।
  • ଏହି ଗ୍ୟାସ୍‌ର ମୁଖ୍ୟ ଉପାଦାନ ହେଉଛି ମିଥେନ୍ । ଜାଳେଣି ଭାବରେ ଘରେ ଓ କାରଖାନାରେ ଏହାର ବହୁଳ ଜରିଆରେ ବିଭିନ୍ନ ସ୍ଥାନକୁ ପଠାଯାଏ ।
  • ଏହି ଗ୍ୟାସ୍‌କୁ ଉତ୍ତୋଳନ କରାଯାଇ ବଡ଼ ବଡ଼ ବାୟୁରୁଦ୍ଧ ଟାଙ୍କିମାନଙ୍କରେ ରଖାଯାଏ ଓ ଏହି ଟାଙ୍କିରୁ ପାଇପ୍ ଜରିଆରେ ବିଭିନ୍ନ ସ୍ଥାନକୁ ପଠାଯାଏ ।
  • ଆମ ଦେଶର ଗୁଜୁରାଟର ବରୋଦାରେ ପ୍ରାକୃତିକ ଗ୍ୟାସ୍‌ ଘରୋଇ ବ୍ୟବହାର ପାଇଁ ପାଇପ୍‌ଦ୍ବାରା ଯୋଗାଇ.ଦିଆଯାଉଛି ।

ଆମ ଦେଶର ରାଜସ୍ଥାନ, ମୁମ୍ବାଇ ଉପକୂଳ ଅଞ୍ଚଳ ଏବଂ କୃଷ୍ଣା ଓ ଗୋଦାବରୀ ନଦୀର ତ୍ରିକୋଣଭୂମି ଅଞ୍ଚଳରେ ପ୍ରଚୁର ପରିମାଣରେ ପ୍ରାକୃତିକ ଗ୍ୟାସ୍ ଗଚ୍ଛିତ ଥିବାର ସୂଚନା ମିଳେ ।

  • କୋଇଲା ଓ ପେଟ୍ରୋଲିୟମ୍ ଜଳିବାଦ୍ୱାରା ପ୍ରଦୂଷଣ ହୋଇଥାଏ । ତା’ଛଡ଼ା ଏହାଦ୍ଵାରା କାର୍ବନ୍, ଯବକ୍ଷାରଜାନ ଓ ଗନ୍ଧକର ଅକ୍‌ସାଇଡ୍ ନିର୍ଗତ ହୁଏ, ଯାହାକି ପରବର୍ତୀ ସମୟରେ ଅମ୍ଳବୃଷ୍ଟିର କାରଣ ହୋଇଥାଏ ।
  • ଜୀବାଶ୍ମ ଇନ୍ଧନ ଜଳିବାଦ୍ୱାରା ନିର୍ଗତ ଗ୍ୟାସ୍‌ଗୁଡ଼ିକ ମଧ୍ୟ ବାୟୁମଣ୍ଡଳରେ ସବୁଜ କୋଠରି ପ୍ରଭାବର ପ୍ରମୁଖ କାରଣ ।
  • ଦହନ ପ୍ରକ୍ରିୟାରେ ନିୟନ୍ତ୍ରଣ, କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ଉନ୍ନତ ପଦ୍ଧତିରେ ମାରାତ୍ମକ ଗ୍ୟାସ୍‌ଗୁଡ଼ିକର ନିର୍ଗମନକୁ ରୋକାଯାଇପାରିଲେ ଏହି ପ୍ରଦୂଷଣକୁ କମାଯାଇପାରିବ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 11

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

Odisha State Board BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର Important Questions and Answers.

BSE Odisha Class 8 Political Science Important Questions Chapter 2 ରାଜ୍ୟ ସରକାର

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ରାଜ୍ୟ ବିଧାନମଣ୍ଡଳ କିପରି ଗଠିତ ହୋଇଥାଏ ?
Answer:
ଗଠନ ପ୍ରକ୍ରିୟା :

  • ରାଜ୍ୟ ବିଧାନମଣ୍ଡଳ ରାଜ୍ୟପାଳ, ବିଧାନ ପରିଷଦ ଓ ବିଧାନସଭାକୁ ନେଇ ଗଠିତ ।
  • ଏହା ଏକ ସଦନୀୟ ବା ଦ୍ବିସଦନୀୟ ହୋଇଥାଏ । ଏହାର ଉଚ୍ଚ ସଦନକୁ ବିଧାନ ପରିଷଦ ଓ ନିମ୍ନ ସଦନକୁ ବିଧାନସଭା କୁହାଯାଏ । ଓଡ଼ିଶାରେ କେବଳ ବିଧାନସଭା ଅଛି ।

ସଦସ୍ୟ ସଂଖ୍ୟା :
ଓଡ଼ିଶା ବିଧାନସଭାର ସଭ୍ୟ ସଂଖ୍ୟା ୧୪୭ । ଏଥୁରୁ ୨୨ଟି ଆସନ ଅନୁସୂଚିତ ଜାତି, ୩୪ଟି ଆସନ ଅନୁସୂଚିତ ଉପଜାତି ଓ ୯୧ଟି ଆସନ ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ।

ଭୋଟ ଦାନ :
ଏହି ସଭ୍ୟମାନେ ଭୋଟଦାତାମାନଙ୍କ ପ୍ରତ୍ୟକ୍ଷ ଭୋଟଦାନଦ୍ୱାରା ନିର୍ବାଚିତ ହୁଅନ୍ତି ।

କାର୍ଯ୍ୟକାଳ :
ପ୍ରତି ନିର୍ବାଚନ ମଣ୍ଡଳୀରୁ ସାବାଳକ ଭୋଟରମାନେ ଭୋଟଦେଇ ଜଣେ ଜଣେ ବିଧାନସଭା ସଭ୍ୟଙ୍କୁ ନିର୍ବାଚିତ କରନ୍ତି । ପ୍ରତି ୫ ବର୍ଷ ବ୍ୟବଧାନରେ ବିଧାନସଭା ଗଠନ ହେବାପାଇଁ ନିର୍ବାଚନ ହୁଏ ।

୨। ବାଚସ୍ପତିଙ୍କ କାର୍ଯ୍ୟ ସମ୍ବନ୍ଧରେ ଲେଖ ।
Answer:
ଅଧ୍ଯକ୍ଷତା :
ବାଚସ୍ପତି ବିଧାନସଭା ବୈଠକରେ ଅଧ୍ୟକ୍ଷତା କରନ୍ତି ।

କାର୍ଯ୍ୟସୂଚୀ :
ବିଧାନସଭାକୁ ନୀତି ନିୟମ ଅନୁଯାୟୀ ପରିଚାଳିତ କରିବା ଏବଂ ବିଧାନସଭାର ଅଧ୍ବବେଶନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ବାଚସ୍ପତିଙ୍କର ପ୍ରଧାନ କାର୍ଯ୍ୟ । ବାଚସ୍ପତି ବିଧାନସଭାର କାର୍ଯ୍ୟସୂଚୀ ନିଦ୍ଧାରଣ କରନ୍ତି ।

ବକ୍ତବ୍ୟ ପ୍ରଦାନ :
ସଭ୍ୟମାନେ ବାଚସ୍ପତିଙ୍କ ଅନୁମତି କ୍ରମେ ବିଧାନସଭାରେ ନିଜର ବକ୍ତବ୍ୟ ଉପସ୍ଥାପନ କରନ୍ତି ।

ସୁରକ୍ଷା :
ସଭ୍ୟମାନଙ୍କର ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷା କରିବା ବାଚସ୍ପତିଙ୍କର ମୁଖ୍ୟ କର୍ତ୍ତବ୍ୟ । ବିଧାନସଭା ଅଧୂବେଶନ ଚାଲୁଥିବା ସମୟରେ ବିଶୃଙ୍ଖଳା ସୃଷ୍ଟି ହେଲେ ବାଚସ୍ପତି ଗୃହକୁ ମୁଲତବୀ ରଖନ୍ତି ।

ନିର୍ଣ୍ଣାୟକ ଭୋଟ :
ବାଚସ୍ପତି କୌଣସି ଚିଠା ଆଇନ (ବିଲ୍) ପ୍ରସ୍ତାବ ସପକ୍ଷରେ ବା ବିପକ୍ଷରେ ଭୋଟ ଦିଅନ୍ତି ନାହିଁ । ଯେତେବେଳେ କୌଣସି ପ୍ରସ୍ତାବ ସପକ୍ଷରେ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳେ; ସେତେବେଳେ ବାଚସ୍ପତି ତାଙ୍କର ‘ନିର୍ଣାୟକ ଭୋଟ’ ମାଧ୍ୟମରେ ଚିଠା ଆଇନଟିର ଭାଗ୍ୟ ନିର୍ଦ୍ଧାରଣ କରନ୍ତି ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୩ । ରାଜ୍ୟପାଳଙ୍କ ଅର୍ଥ ସମ୍ବନ୍ଧୀୟ କ୍ଷମତାଗୁଡ଼ିକ ଉଲ୍ଲେଖ କର ।
Answer:
ରାଜ୍ୟପାଳଙ୍କ ଅର୍ଥ ସମ୍ବନ୍ଧୀୟ କ୍ଷମତାଗୁଡ଼ିକ ହେଲା

  • ରାଜ୍ୟପାଳଙ୍କ ପ୍ରାକ୍ ଅନୁମତି ବିନା କୌଣସି ଅର୍ଥବିଲ୍ ବିଧାନସଭାରେ ଆଗତ ହୋଇପାରିବ ନାହିଁ ।
  • ପ୍ରତ୍ୟେକ ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟପାଳ ଅର୍ଥମନ୍ତ୍ରୀଙ୍କଦ୍ବାରା ରାଜ୍ୟ ବିଧାନସଭାରେ ରାଜ୍ୟର ବାର୍ଷିକ ଆୟବ୍ୟୟର ଅଟକଳ ବା ବଜେଟ୍ ଉପସ୍ଥାପିତ କରନ୍ତି ।
  • ଅର୍ଥବିଲ୍ ବିଧାନମଣ୍ଡଳରେ ଗୃହୀତ ହେଲାପରେ ଦ୍ୱିତୀୟଥର ରାଜ୍ୟପାଳଙ୍କ ସ୍ବାକ୍ଷର ଲାଭ କଲାପରେ ଆଇନରେ ପରଣିତ ହୁଏ ।
  • ଏହା ବ୍ୟତୀତ ଅତିରିକ୍ତ ଖର୍ଚ୍ଚ ଦାବି ମଧ୍ୟ ରାଜ୍ୟପାଳ ଅର୍ଥମନ୍ତ୍ରୀଙ୍କଦ୍ୱାରା ବିଧାନସଭାରେ ଆଗତ କରାନ୍ତି ।
  • ରାଜ୍ୟ ବିଧାନସଭାର ଅନୁମୋଦନ ବିନା ରାଜ୍ୟ ସରକାର ପଇସାଟିଏ ଖର୍ଚ୍ଚ କରନ୍ତି ନାହିଁ କି ଟିକସ ଆଦାୟ କରନ୍ତି ନାହିଁ ।

୪ । ରାଜ୍ୟପାଳଙ୍କ କି କି ଯୋଗ୍ୟତା ଥ‌ିବା ଆବଶ୍ୟକ ?
Answer:
ରାଜ୍ୟପାଳ ପଦରେ ନିଯୁକ୍ତି ପାଇଁ ନିମ୍ନଲିଖୂ ଯୋଗ୍ୟତା ଥିବା ଆବଶ୍ୟକ ।

  • ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
  • ତାଙ୍କର ବୟସ ୩୫ ବର୍ଷରୁ ଉର୍ଦ୍ଧ୍ୱ ହୋଇଥ‌ିବ ।
  • ସେ କୌଣସି ଲାଭଜନକ ପଦବୀରେ ନ ଥ‌ିବେ ।
  • ସେ କେନ୍ଦ୍ର ସଂସଦ ଓ ବିଧାନମଣ୍ଡଳର ସଭ୍ୟ ହୋଇ ନ ଥ‌ିବେ । ଯଦି କେନ୍ଦ୍ର ସଂସଦ କିମ୍ବା ରାଜ୍ୟ ବିଧାନମଣ୍ଡଳର କୌଣସି ସଭ୍ୟ ରାଜ୍ୟପାଳ ପଦରେ ନିଯୁକ୍ତ ହୋଇ ଶପଥ ନିଅନ୍ତି ତେବେ ସଙ୍ଗେ ସଙ୍ଗେ ତାଙ୍କର ସାଂସଦ ବା ବିଧାୟକ ପଦବୀର ଅନ୍ତ ହୁଏ ।

୫। ଦେୱାନୀ ଓ ଫୌଜଦାରୀ ଅଦାଲତର କାମ କ’ଣ ?
Answer:

  • ପ୍ରତି ଜିଲ୍ଲା ଓ ସବ୍‌ଡିଭିଜନ୍ ସ୍ତରରେ ଦୁଇ ପ୍ରକାର ନ୍ୟାୟାଳୟ କାର୍ଯ୍ୟ କରୁଛି । ସେଗୁଡ଼ିକ ହେଲା — (କ) ଦେୱାନୀ ଅଦାଲତ, (ଖ) ଫୌଜଦାରୀ ଅଦାଲତ ।
  • ଦେୱାନୀ ଅଦାଲତ – ଏହି ଅଦାଲତରେ ଜମିଜମା ସଂକ୍ରାନ୍ତୀୟ ଏବଂ ଅନ୍ୟାନ୍ୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି • ସମ୍ପର୍କିତ ମୋକଦ୍ଦମାଗୁଡ଼ିକ ବିଚାର କରାଯାଏ । ଜିଲ୍ଲାସ୍ତରୀୟ ଜଜ୍ କୋର୍ଟ ସର୍ବୋଚ୍ଚ ଦେୱାନୀ ଅଦାଲତ ଅଟେ । ଏହି ମୋକଦ୍ଦମା ବିଚାର ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ଜଜ୍, ଅତିରିକ୍ତ ଜିଲ୍ଲା ଜଜ୍, ସବ୍‌ଡିଭିଜନ୍ ସ୍ତରରେ ସବ୍‌ଜଜ୍ ଓ ମୁନ୍‌ସଙ୍କ ଅଦାଲତ ଅଛି ।
  • ଫୌଜଦାରୀ ଅଦାତଲ – ଏହି ଅଦାଲତରେ ଚୋରି, ଡକାୟତି, ଧର୍ଷଣ, ହତ୍ୟା ଇତ୍ୟାଦି ଅପରାଧଗୁଡ଼ିକର ବିଚାର କରାଯାଏ । ଜିଲ୍ଲାସ୍ତରୀୟ ସେସନ୍ସ କୋର୍ଟ ସର୍ବୋଚ୍ଚ ଫୌଜଦାରୀ ଅଦାଲତ । ଏହି ମୋକଦ୍ଦମାଗୁଡ଼ିକ ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ଦୌରାଜଜ୍, ଅତିରିକ୍ତ ଜିଲ୍ଲା ଦୌରାଜଜ୍, ଚିଫ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ଏବଂ ସବ୍‌ଡିଭିଜନ ସ୍ତରରେ ସବ୍‌ଡିଭିଜନାଲ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ ରହିଛି ।

୬। ରାଜ୍ୟପାଳଙ୍କର କାର୍ଯ୍ୟପାଳିକା କ୍ଷମତା କ’ଣ ?
Answer:
ସରକାରୀ କାର୍ଯ୍ୟ:
ସମ୍ବିଧାନ ରାଜ୍ୟ ସରକାରଙ୍କର ସମସ୍ତ କାର୍ଯ୍ୟପାଳିକା କ୍ଷମତା ରାଜ୍ୟପାଳଙ୍କଠାରେ ନ୍ୟସ୍ତ କରିଅଛି । କିନ୍ତୁ ଏ ସମସ୍ତ କ୍ଷମତା ତାଙ୍କ ନାମରେ ମନ୍ତ୍ରୀପରିଷଦ ଓ ଅନ୍ୟାନ୍ୟ ଅଧସ୍ତନ କର୍ମଚାରୀଙ୍କଦ୍ୱାରା ପରୋକ୍ଷଭାବେ ସମ୍ପାଦିତ ହୋଇଥାଏ ।

ନିଯୁକ୍ତି ପ୍ରଦାନ :
ରାଜ୍ୟପାଳ ବିଧାନସଭାରେ ସଂଖ୍ୟାଗରିଷ୍ଠ ଆସନ ପାଇଥବା ଦଳର ବା ମିଳିତ ସରକାର କ୍ଷେତ୍ରରେ ଏକାଧ୍ଵ ମେଣ୍ଟଦଳର ସର୍ବସମ୍ମତିଭାବେ ନିର୍ବାଚିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତ କରନ୍ତି ଓ ତାଙ୍କ ପରାମର୍ଶ କ୍ରମେ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରି ‘ମନ୍ତ୍ରୀପରିଷଦ’ ଗଠନ କରନ୍ତି ।

ପରାମର୍ଶ :
ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ତଥା ଅନ୍ୟ ବିଚାରପତିଙ୍କ ନିଯୁକ୍ତି କ୍ଷେତ୍ରରେ ରାଷ୍ଟ୍ରପତି ରାଜ୍ୟପାଳଙ୍କ ସହିତ ପରାମର୍ଶ କରନ୍ତି ।

କୁଳପତି :

  • ରାଜ୍ୟର ମହାଧ୍ଵବକ୍ତା, ରାଜ୍ୟର ଲୋକସେବା ଆୟୋଗର ଅଧକ୍ଷ ଓ ସଦସ୍ୟବୃନ୍ଦ ଓ ବିଶ୍ବବିଦ୍ୟାଳୟଗୁଡ଼ିକର କୁଳପତିମାନେ ରାଜ୍ୟପାଳଙ୍କଦ୍ୱାରା ନିଯୁକ୍ତ ହୁଅନ୍ତି ।
  • ବିଧାନସଭାରେ ଆଟ୍ରୋ-ଭାରତୀୟ ସମ୍ପ୍ରଦାୟ ଯଥାର୍ଥ ପ୍ରତିନିଧୂ ପାଇନଥିଲେ ରାଜ୍ୟପାଳ ସେହି ସମ୍ପ୍ରଦାୟରୁ ଜଣଙ୍କୁ ମନୋନୀତ କରନ୍ତି । ବିଧାନ ପରିଷଦକୁ କଳା, ବିଜ୍ଞାନ, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ପାରିଦର୍ଶିତା
  • ରାଜ୍ୟରେ ରାଷ୍ଟ୍ରପତି ଶାସନ ଚାଲୁଥିବା ସମୟରେ ରାଜ୍ୟପାଳ ରାଜ୍ୟର ଶାସନ ଦୟିତ୍ଵରେ ରୁହନ୍ତି ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୭ । ଅଧ୍ୟାଦେଶ କହିଲେ କ’ଣ ବୁଝ ? ଏହା କିଏ ଘୋଷଣା କରନ୍ତି ?
Answer:
ଅଧ୍ୟାଦେଶ ଜାରୀ :

  • ଅଧ୍ୟାଦେଶ ଜାରି କରିବା ରାଜ୍ୟପାଳଙ୍କ ବ୍ୟବସ୍ଥାପିକା କ୍ଷମତାର ଏକ ଗୁରୁତ୍ଵପୂର୍ଣ୍ଣ ବ୍ୟବସ୍ଥା ।
  • ବିଧାନସଭା ବା ବିଧାନମଣ୍ଡଳର ଅଧିବେଶନ ଚାଲୁ ନ ଥ‌ିବାବେଳେ ଯଦି କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବାପାଇଁ ଆଇନ ପ୍ରଣୟନର ଆବଶ୍ୟକତା ପଡ଼େ, ସେତେବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦଙ୍କ ପରାମର୍ଶକ୍ରମେ ରାଜ୍ୟପାଳ ଅଧ୍ୟାଦେଶ ଜାରି କରନ୍ତି ।

କାର୍ଯ୍ୟକାରିତା :

  • ଅଧ୍ୟାଦେଶଟି ଯଦି ବିଧାନମଣ୍ଡଳର ପରବର୍ତ୍ତୀ ଅଧୂବେଶନ ବସିବାର ୬ ସପ୍ତାହ ସମୟସୀମା ମଧ୍ୟରେ ବିଧାନମଣ୍ଡଳଦ୍ୱାରା ଅନୁମୋଦିତ ନହୁଏ, ତେବେ ଏହା ଆପେ ଆପେ ଅକାମୀ ହୋଇଯାଏ ।
  • ଏତଦ୍‌ବ୍ୟତୀତ ରାଜ୍ୟପାଳ ଚାହିଁଲେ ସେ ଅଧ୍ୟାଦେଶଟି ପ୍ରତ୍ୟାହାର କରିପାରନ୍ତି ।
  • ଅଧ୍ୟାଦେଶ ସମ୍ପର୍କିତ ବିଷୟବସ୍ତୁ ଉପରେ ଏକ ସ୍ଥାୟୀ ଆଇନ ବିଧାନମଣ୍ଡଳରେ ଗୃହୀତ ହେଲେ ଅଧ୍ୟାଦେଶଟି ସ୍ଵତଃ ଅକାମୀ ହୋଇଯାଏ ।

୮ | ବିଧାନସଭାର ଅର୍ଥ ସମ୍ପର୍କିତ ନିୟନ୍ତ୍ରଣ କ୍ଷମତା କ’ଣ ?
Answer:
ଅନୁମୋଦନ :
ବିଧାନସଭାର ବିନା ଅନୁମୋଦନରେ ସରକାର ଗୋଟିଏ ପଇସା ଖର୍ଚ୍ଚ କରିପାରିବେ ନାହିଁ ।

ବଜେଟ୍:
ଅର୍ଥମନ୍ତ୍ରୀ ବାର୍ଷିକ ଆୟବ୍ୟୟ ଅଟକଳ ବା ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଥାଆନ୍ତି ।

ସରକାରୀ ଅର୍ଥ :
ବଜେଟ୍ ଉପରେ ଆଲୋଚନା ଶେଷହେବା ପରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ବିଭାଗୀୟ ଖର୍ଚ୍ଚଦାବି ବିଧାନସଭାରେ ଉପସ୍ଥାପନ କରନ୍ତି । ବିଧାନସଭାରେ ଖର୍ଚ୍ଚଦାବି ଗୃହୀତ ହେଲାପରେ ସରକାର ଅର୍ଥ ବ୍ୟୟ କରନ୍ତି ।

ଚିଠା ଆଇନ :
ଅର୍ଥ ସମ୍ପର୍କିତ ଚିଠା ଆଇନ କେବଳ ବିଧାନସଭାରେ ଆଗତ ହୁଏ । ବିଧାନସଭାର ବିନା ଅନୁମୋଦନରେ ସରକାର ଟିକସ ଆଦାୟ କରିପାରିବେ ନାହିଁ ।

ନିୟନ୍ତ୍ରଣ :
ଏହିପରି ଅର୍ଥ ସମ୍ପର୍କିତ ନିୟନ୍ତ୍ରଣ ମାଧ୍ୟମରେ ବିଧ।ନସଭା ମନ୍ତ୍ରୀମଣ୍ଡଳକୁ ନିୟନ୍ତ୍ରଣ କରେ ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେଉଁ ରାଜ୍ୟଗୁଡ଼ିକରେ ଉଭୟ ବିଧାନସଭା ଓ ବିଧାନ ପରିଷଦ ରହିଛି ?
Answer:
ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଜାମ୍ମୁ-କାଶ୍ମୀର, ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ଆଦି ୭ଟି ରାଜ୍ୟରେ ଉଭୟ ବିଧାନସଭା ଓ ବିଧାନ ପରିଷଦ ରହିଛି ।

୨। କୌଣସି ସମୟରେ ରାଜ୍ୟପାଳ ଛୁଟିରେ ଗଲେ କିମ୍ବା କୌଣସି କାରଣରୁ ରାଜ୍ୟପାଳ ପଦ ଶୂନ୍ୟ ପଡ଼ିଲେ ତାଙ୍କ କାର୍ଯ୍ୟ କିଏ ତୁଲାଇ ଥାଆନ୍ତି ?
Answer:

  • କୌଣସି ସମୟରେ ରାଜ୍ୟପାଳ ଛୁଟିରେ ଗଲେ କିମ୍ବା ରାଜ୍ୟପାଳ ପଦ ଶୂନ୍ୟ ପଡ଼ିଲେ ପଡ଼ୋଶୀ ରାଜ୍ୟର ରାଜ୍ୟପାଳ ସେହି ଦାୟିତ୍ଵ ତୁଲାଇଥାଆନ୍ତି ।
  • ଅଥବା ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଅସ୍ଥାୟୀ ରାଜ୍ୟପାଳଭାବେ କାର୍ଯ୍ୟ ତୁଲାଇଥାଆନ୍ତି ।

୩। ମୁଖ୍ୟମନ୍ତ୍ରୀ କିପରି ନିଯୁକ୍ତି ହୁଅନ୍ତି ?
Answer:

  • ବିଧାନସଭାରେ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠ ଆସନ ପାଇଥବା ଦଳର ନେତାଙ୍କ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରନ୍ତି ।
  • କୌଣସି ରାଜନୈତିକ ଦଳ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିଲେ ମେଣ୍ଟ ଦଳର ସର୍ବସମ୍ମତ ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଭାବେ ନିଯୁକ୍ତ କରନ୍ତି ।

୪। କେଉଁ ପରିସ୍ଥିତିରେ ‘ରାଷ୍ଟ୍ରପତି ଶାସନ’ ଜାରି କରିବାପାଇଁ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦିଅନ୍ତି ?
Answer:

  • ଯଦି ବିଧାନସଭା ନିର୍ବାଚନ ପରେ କୌଣସି ଦଳ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ହାସଲ କରି ନଥା’ନ୍ତି ଓ ମେଣ୍ଟଦଳଦ୍ୱାରା ସମର୍ଥିତ ନେତାଙ୍କ ସପକ୍ଷରେ ବିଧାନସଭାରେ ଅର୍ଦ୍ଧାଧ‌ିକ ସଭ୍ୟଙ୍କ ନିଶ୍ଚିତ ସମର୍ଥନ ନ ଥାଏ ଓ ଏକାଧ୍ଯକ ନେତା ନିଜ ସପକ୍ଷରେ ବହୁମତ ଦାବି କରନ୍ତି, ତେବେ ରାଜ୍ୟପାଳ ସ୍ଵେଚ୍ଛାଧୀନ କ୍ଷମତା ପ୍ରୟୋଗ କରି ମୁଖ୍ୟମନ୍ତ୍ରୀ ନିଯୁକ୍ତ କରନ୍ତି ଓ ବିଧାନସଭାରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପରାମର୍ଶ ଦିଅନ୍ତି ।
  • ଯଦି ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ସ୍ଥିର ସରକାର ପ୍ରତିଷ୍ଠା ହୋଇପାରେ ନାହିଁ, ତେବେ ରାଜ୍ୟପାଳ ସେହି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦିଅନ୍ତି ।

୫। ଅଧ୍ୟାଦେଶ (ଅର୍ଜିନାନ୍ସ) ଜାରି କହିଲେ କ’ଣ ବୁଝ ? ଏହା କେଉଁ ପରିସ୍ଥିତିରେ ଜାରି ହୁଏ ?
Answer:

  • ଅଧ୍ୟାଦେଶ ହେଉଛି ଏକ କାର୍ଯ୍ୟନିର୍ବାହୀ ଆଇନ । ଏହା ଅସ୍ଥାୟୀ ବା ସ୍ଵଳ୍ପକାଳୀନ ଆଇନ ।
  • ବିଧାନସଭାର ଅଧ୍ଵବେଶନ ଚାଲୁନଥିବା ସମୟରେ ଯଦି କୌଣସି ଜରୁରୀ ପରିସ୍ଥିତିର ମୁକାବିଲାପାଇଁ ନୂତନ ଆଇନ ପ୍ରଣୟନର ଆବଶ୍ୟକତା ପଡ଼େ, ସେତେବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦଙ୍କ ପରାମର୍ଶ କ୍ରମେ ରାଜ୍ୟପାଳ ଅଧ୍ୟାଦେଶ ଜାରି କରିଥାଆନ୍ତି ।

୬। ରାଜ୍ୟପାଳଙ୍କର କି କି ଭୂମିକା ଅଛି ଉଲ୍ଲେଖ କର ।
Answer:
ରାଜ୍ୟପାଳଙ୍କର ଭୂମିକା ମୁଖ୍ୟତଃ ଦୁଇଗୋଟି; ଯଥା –

  • ସେ ରାଜ୍ୟ ପ୍ରଶାସନର ସାମ୍ବିଧାନିକ ଶାସନମୁଖ୍ୟ । ସେ ନିଜର ଦାୟିତ୍ୱ ସମ୍ପାଦନ କରିବା ସମୟରେ ସଂସଦୀୟ ଗଣତନ୍ତ୍ରର ପରମ୍ପରା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତି ।
  • ସେ ରାଜ୍ୟରେ କେନ୍ଦ୍ର ସରକାରଙ୍କ ପ୍ରତିନିଧ୍ଵ । ସେ କେନ୍ଦ୍ର ସରକାରଙ୍କର ଚକ୍ଷୁ ଓ କର୍ଣ୍ଣ ସଦୃଶ ରାଜ୍ୟରେ କାମ କରନ୍ତି ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୭ । କେଉଁ ପରିସ୍ଥିତିରେ ରାଜ୍ୟ ବିଧାନସଭା ମନ୍ତ୍ରୀପରିଷଦକୁ ପଦଚ୍ୟୁତ କରିଥା’ନ୍ତି ?
Answer:

  • ଯେଉଁ ମୁହୂର୍ଭରେ ମନ୍ତ୍ରୀପରିଷଦ ବିଧାନସଭାର ଅଦ୍ଧାଧ‌ିକ ସଭ୍ୟଙ୍କର ଆସ୍ଥା ହରାଏ, ସେହି ମୁହୂର୍ଭରେ ମନ୍ତ୍ରୀପରିଷଦର ବିଲୟ ଘଟେ ।
  • ଅନାସ୍ଥା ପ୍ରସ୍ତାବ ଅନୁମୋଦନ କରି ବିଧାନସଭା ମନ୍ତ୍ରୀପରିଷଦକୁ ପଦଚ୍ୟୁତ କରିଥାଏ ।

୮। ନିମ୍ନ ଅଦାଲତ କେତେ ପ୍ରକାରର ଓ ସେଗୁଡ଼ିକ କ’ଣ ?
Answer:
ନିମ୍ନ ଅଦାଲତ ଦୁଇ ପ୍ରକାରର । ସେଗୁଡ଼ିକ ହେଲା –

  • ଦେୱାନୀ ଅଦାଲତ
  • ଫୌଜଦାରୀ ଅଦାଲତ ।

୯ । ବିଧାନସଭାର ବାଚସ୍ପତି ଓ ଉପବାଚସ୍ପତି ସାଧାରଣତଃ କେଉଁ ଦଳରୁ ନିର୍ବାଚିତ ହୋଇଥା’ନ୍ତି ?
Answer:

  • ବିଧାନସଭାର ବାଚସ୍ପତି ସାଧାରଣତଃ ଶାସକ ଦଳରୁ ନିର୍ବାଚିତ ହୋଇଥା’ନ୍ତି ।
  • ବିଧାନସଭାର ଉପବାଚସ୍ପତି ସାଧାରଣତଃ ବିରୋଧୀ ଦଳରୁ ନିର୍ବାଚିତ ହୋଇଥା’ନ୍ତି ।

୧୦ । ଦ୍ବିସଦନୀୟ ବିଧାନ ମଣ୍ଡଳ କ’ଣ ?
Answer:

  • ଯେଉଁ ବିଧାନମଣ୍ଡଳରେ ଦୁଇଟି ସଦନ ଥାଏ, ତାହାକୁ ଦ୍ବିସଦନୀୟ ବିଧାନମଣ୍ଡଳ କୁହାଯାଏ ।
  • ଏହା ଉଚ୍ଚ ସଦନକୁ ବିଧାନ ପରିଷଦ ଓ ନିମ୍ନ ସଦନକୁ ବିଧାନସଭା କୁହାଯାଏ ।

୧୧। ବାଚସ୍ପତିଙ୍କର ୨ଟି କାର୍ଯ୍ୟ ଉଲ୍ଲେଖ କର ।
Answer:

  • ବାଚସ୍ପତି ବିଧାନସଭା ଅଧୁବେଶନରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି।
  • ସେ ବିଧାନସଭାର କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରନ୍ତି ।

୧୨ । ‘ବିଧାୟକ’ (M.L.A.) କିପରି ନିର୍ବାଚିତ ହୁଅନ୍ତି ?
Answer:
ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ସାବାଳକ ନାଗରିକ ‘ଭୋଟଦାତା’ ହିସାବରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରି ନିର୍ବାଚନ ମାଧ୍ୟମରେ ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଜଣେ ପ୍ରାର୍ଥୀଙ୍କୁ ‘ବିଧାୟକ’ (M.L.A.) ଭାବରେ ନିର୍ବାଚିତ କରନ୍ତି ।

୧୩। ପ୍ରତିବର୍ଷ ବିଧାନସଭାରେ କେତୋଟି ଅଧ୍ଶନ ହୋଇଥାଏ ? ସେଗୁଡ଼ିକ କ’ଣ ?
Answer:

  • ପ୍ରତିବର୍ଷ ବିଧାନ ସଭାରେ ୩ଟି ଅଧୁବେଶନ ଆହୂତ ହୋଇଯାଏ ।
  • ସେଗୁଡ଼ିକ ହେଲା – (୧) ବଜେଟ୍ ଅଧିବେଶନ, (୨) ବର୍ଷାକାଳୀନ ଅଧିବେଶନ, (୩) ଶୀତକାଳୀନ ଅଧୂବେଶନ ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୧୪। ସମ୍ବିଧାନର କେଉଁ ଧାରା ଅନୁଯାୟୀ ଭାରତର କେଉଁ ରାଜ୍ୟ ପାଇଁ ଏକ ଭିନ୍ନ ସମ୍ବିଧାନର ବ୍ୟବସ୍ଥା ଅଛି ?
Answer:

  • ଭାରତର ଜାମ୍ମୁ-କାଶ୍ମୀର ରାଜ୍ୟ ଶାସନ ପାଇଁ ଏକ ଭିନ୍ନ ସମ୍ବିଧାନର ବ୍ୟବସ୍ଥା ଅଛି ।
  • ସମ୍ବିଧାନ ୩୭୦ ଧାରାରେ ଏହି ବ୍ୟବସ୍ଥା ଅଛି ।

୧୫ । ଓଡ଼ିଶା ବିଧାନସଭାର କେତୋଟି ଆସନ ଅନୁସୂଚିତ ଜାତି ପାଇଁ ଏବଂ କେତୋଟି ଆସନ ଅନୁସୂଚିତ ?
Answer:

  • ଓଡ଼ିଶା ବିଧାନସଭାରେ ୨୨ଟି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଅଛି ।
  • ଓଡ଼ିଶା ବିଧାନସଭାରେ ୩୪ଟି ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଅଛି ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେଉଁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ଅଛି ?
Answer:
ଦିଲ୍ଲୀ ଓ ପୁଦୁଚେରୀରେ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ଅଛି ।

୨। କିଏ ରାଜ୍ୟର ସମସ୍ତ ବିଶ୍ଵବିଦ୍ୟାଳୟର କୁଳାଧୂପତି ଅଟନ୍ତି ?
Answer:
ରାଜ୍ୟପାଳ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧୂପତି ଅଟନ୍ତି ।

୩ । କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ସହାୟତା କରିବାପାଇଁ କେଉଁମାନେ ନିଯୁକ୍ତ ହୁଅନ୍ତି ?
Answer:
କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ସହାୟତା କରିବାପାଇଁ ରାଷ୍ଟ୍ରମନ୍ତ୍ରୀମାନେ ନିଯୁକ୍ତ ହୋଇଥା’ନ୍ତି ।

୪। ସମ୍ବିଧାନର ବ୍ୟବସ୍ଥା ଅନୁସାରେ ବିଧାନସଭାର ସଭ୍ୟସଂଖ୍ୟା କେତେ ହେବା ଉଚିତ ?
Answer:
ସମ୍ବିଧାନର ବ୍ୟବସ୍ଥା ଅନୁସାରେ ବିଧାନସଭାର ସଭ୍ୟସଂଖ୍ୟା ୫୦୦ରୁ ଅଧିକ କିମ୍ବା ୬୦ରୁ କମ୍ ହେବ ନାହିଁ ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୫। ସମ୍ବିଧାନର କେତେ ଧାରା ଅନୁଯାୟୀ ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥାଏ ?
Answer:
ସମ୍ବିଧାନର ୩୫୨ ଧାରା ଅନୁଯାୟୀ ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥାଏ ।

୬। ‘ମୁଲତବୀ’ କହିଲେ କ’ଣ ବୁଝ ?
Answer:
ସାମୟିକଭାବେ ସଭାକାର୍ଯ୍ୟକୁ ବନ୍ଦ ରଖିବାକୁ ‘ମୁଲତବୀ’ କୁହାଯାଏ ।

୭। ରାଜ୍ୟପାଳଙ୍କର ବର୍ତ୍ତମାନ ଦରମା କେତେ ?
Answer:
ରାଜ୍ୟପାଳଙ୍କର ବର୍ତ୍ତମାନ ଦରମା ୧,୧୦,୦୦୦ ଟଙ୍କା ।

୮। ରାଜ୍ୟପାଳ କାହା ପରାମର୍ଶ ଅନୁସାରେ ନିଜର ଦାୟିତ୍ଵ ତୁଲାଇ ଥାଆନ୍ତି ?
Answer:
ରାଜ୍ୟପାଳ, ରାଜ୍ୟ ମନ୍ତ୍ରୀପରିଷଦର ପରାମର୍ଶ ଅନୁସାରେ ନିଜର ଦାୟିତ୍ଵ ତୁଲାଇ ଥାଆନ୍ତି ।

୯। ରାଜ୍ୟପାଳ ତାଙ୍କର ‘ଲିଖ୍ତ ଅଭିଭାଷଣ’ ବିଧାନସଭାରେ କେତେବେଳେ ପାଠ କରନ୍ତି ?
Answer:
ନିର୍ବାଚନ ପରବର୍ତ୍ତୀ ନବଗଠିତ ବିଧାନସଭାର ପ୍ରଥମ ଅଧ‌ିବେଶନ ଓ ପ୍ରତିବର୍ଷର ପ୍ରଥମ ଅଧ‌ିବେଶନ ପ୍ରାରମ୍ଭରେ ରାଜ୍ୟପାଳ ତାଙ୍କର ‘ଲିଖ୍ ଅଭିଭାଷଣ’ ବିଧାନସଭାରେ ପାଠ କରନ୍ତି ।

୧୦ । କିଏ ରାଜ୍ୟର ପ୍ରଚଳିତ ଆଇନଦ୍ୱାରା ଦଣ୍ଡିତ ଅପରାଧୀମାନଙ୍କର ଦଣ୍ଡକୁ ‘କୋହଳ’ ବା ‘ଲାଘବ’ କରିପାରନ୍ତି ?
Answer:
ରାଜ୍ୟପାଳ ରାଜ୍ୟର ପ୍ରଚଳିତ ଆଇନଦ୍ୱାରା ଦଣ୍ଡିତ ଅପରାଧୀମାନଙ୍କର ଦଣ୍ଡକୁ କୋହଳ ବା ଲାଘବ କରିପାରନ୍ତି ।

୧୧ । କାହା ପରାମର୍ଶ ଅନୁସାରେ ରାଜ୍ୟପାଳ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ?
Answer:
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ରାଜ୍ୟପାଳ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୧୨ । ଜନସଂଖ୍ୟାର ସ୍ଵଳ୍ପତା ଦୃଷ୍ଟିରୁ ସିକିମ୍ ବିଧାନସଭା କେତୋଟି ଆସନ ବିଶିଷ୍ଟ ?
Answer:
ଜନସଂଖ୍ୟାର ସ୍ଵଳ୍ପତା ଦୃଷ୍ଟିରୁ ସିକିମ୍ ବିଧାନସଭା ୩୨ଟି ଆସନ ବିଶିଷ୍ଟ ।

୧୩ । ସମ୍ବିଧାନର କେତେ ଧାରା ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ପାଇଁ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିବା ବ୍ୟବସ୍ଥା ଅଛି ?
Answer:
ସମ୍ବିଧାନର ୨୧୪ ଧାରା ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ପାଇଁ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିବା ବ୍ୟବସ୍ଥା ଅଛି ।

୧୪ । ଦେୱାନୀ ଅଦାଲତ କାହାକୁ କୁହାଯାଏ ?
Answer:
ଜମିଜମା ସଂକ୍ରାନ୍ତୀୟ ଏବଂ ଅନ୍ୟାନ୍ୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ସମ୍ପର୍କିତ ମୋକଦ୍ଦମାଗୁଡ଼ିକ ଯେଉଁ ଅଦାଲତରେ ବିଚାର କରାଯାଏ, ତାହାକୁ ଦେୱାନୀ ଅଦାଲତ କୁହାଯାଏ ।

୧୫ । ଫୌଜଦାରୀ ଅଦାଲତ କାହାକୁ କୁହାଯାଏ ?
Answer:
ଯେଉଁ ଅଦାଲତଗୁଡ଼ିକରେ ଚୋରି, ଡକାୟତି, ଧର୍ଷଣ, ହତ୍ୟା ଇତ୍ୟାଦି ଅପରାଧଗୁଡ଼ିକର ବିଚାର କରାଯାଏ, ତାହାକୁ ଫୌଜଦାରୀ ଅଦାଲତ କୁହାଯାଏ ।

୧୬ । ଲୋକ ଅଦାଲତ କାହାକୁ କୁହାଯାଏ ?
Answer:
ଅଦାଲତର ପରିସର ବାହାରେ ବିଚାରପତିମାନେ ବିଭିନ୍ନ ଅଞ୍ଚଳ ଗସ୍ତକରି ସେଠାରେ ‘ଲୋକ ଅଦାଲତ’ ପରିଚାଳନା କରି ତାହା ମାଧ୍ୟମରେ ଆପୋଷ ସମାଧାନ ଭିଭିକ ମୋକଦ୍ଦମାଗୁଡ଼ିକର ଫଏସଲା କରି ରାୟ ପ୍ରଦାନ କରିବା ବ୍ୟବସ୍ଥାକୁ ‘ଲୋକ ଅଦାଲତ’ କୁହାଯାଏ ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

A. ଶୂନ୍ୟସ୍ଥାନ ପୂରଣ କର ।

୧। _________________ ହେଉଛନ୍ତି ରାଜ୍ୟର ସାମ୍ବିଧାନିକ ଶାସନ ମୁଖ୍ୟ ।
Answer:
ରାଜ୍ୟପାଳ

୨। ଆମ ଦେଶର _____________ ଗୋଟି ରାଜ୍ୟରେ ଉଭୟ ବିଧାନସଭା ଓ ବିଧାନ ପରିଷଦ ଅଛି ।
Answer:

୩। ରାଜ୍ୟପାଳ _____________ ଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି ।
Answer:
ରାଷ୍ଟ୍ରପତି

୪। ରାଜ୍ୟପାଳ ପଦରେ ନିଯୁକ୍ତି ପାଇବାପାଇଁ ବୟସ ________________ ବର୍ଷରୁ ଊର୍ଦ୍ଧ୍ବ ହେବା ଉଚିତ ।
Answer:
୩୫

୫। ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧୂପତି ହେଉଛନ୍ତି ________________ ।
Answer:
ରାଜ୍ୟପାଳ

୬। ବିଶ୍ଵବିଦ୍ୟାଳୟର କୁଳପତିମାନଙ୍କୁ ________________ ନିଯୁକ୍ତ କରନ୍ତି ।
Answer:
ରାଜ୍ୟପାଳ

୭। _____________ ରାଜ୍ୟର ଅପରାଧୀମାନଙ୍କର ଦଣ୍ଡକୁ ‘କୋହଳ’ ବା ‘ଲାଘବ’ କରିପାରନ୍ତି ।
Answer:
ରାଜ୍ୟପାଳ

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୮। ରାଜ୍ୟପାଳ ରାଜ୍ୟର ______________ ଙ୍କ ପ୍ରତିନିଧ୍ ଭାବରେ କାର୍ଯ୍ୟ କରନ୍ତି ।
Answer:
କେଦ୍ର ସରକାର

୯। ରାଜ୍ୟପାଳ ପ୍ରତି _____________ ଦିନରେ ଥରେ ରାଜ୍ୟଶାସନ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ‘ପାକ୍ଷିକ ରିପୋର୍ଟ’ ପ୍ରଦାନ କରନ୍ତି ।
Answer:
୧୫

୧୦| ________________ ହେଉଛନ୍ତି ରାଜ୍ୟ ମନ୍ତ୍ରୀପରିଷଦର ମୁଖ୍ୟ ।
Answer:
ମୁଖ୍ୟମନ୍ତ୍ରୀ

୧୧। କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବାପାଇଁ ______________ ନିଯୁକ୍ତ ହୁଅନ୍ତି ।
Answer:
ରାଷ୍ଟ୍ରମନ୍ତ୍ରୀ

୧୨। ______________ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରନ୍ତି ।
Answer:
ମୁଖ୍ୟମନ୍ତ୍ରୀ

୧୩। ____________ ହେଉଛନ୍ତି ମନ୍ତ୍ରୀପରିଷଦର ସୃଷ୍ଟି, ସ୍ଥିତି ଏବଂ ବିଲୟର ଆଧାର ।
Answer:
ମୁଖ୍ୟମନ୍ତ୍ରୀ

୧୪। ସିକିମ୍ ବିଧାନସଭା ______________ ଆସନ ବିଶିଷ୍ଟ ।
Answer:
୩୨

୧୫। ମିଜୋରାମର ବିଧାନସଭାର ସଭ୍ୟସଂଖ୍ୟା _______________ ।
Answer:
୪୦

୧୬। ଓଡ଼ିଶା ବିଧାନ ସଭାର ସଭ୍ୟସଂଖ୍ୟା ______________ ।
Answer:
୧୪୭

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୧୭। ବିଧାନସଭାର ସଭ୍ୟ ହେବାପାଇଁ ଅନୂନ ବୟସ ______________ ବର୍ଷ ହେବା ଉଚିତ ।
Answer:
୨୫

୧୮। ଉଭୟ ବାଚସ୍ପତି ଓ ଉପବାଚସ୍ପତି ଅନୁପସ୍ଥିତ ରହିଲେ ଅଧୂବେଶନ କାର୍ଯ୍ୟ ଚଳାଇବାପାଇଁ ଏକ ______________ ରହିଛି ।
Answer:
ଅଧ୍ୟକ୍ଷ ମଣ୍ଡଳୀ

୧୯। ବିଧାନ ପରିଷଦର ସଭ୍ୟ ହେବାପାଇଁ ଅନ୍ୟୁନ ବୟସ _______________ ବର୍ଷ ହେବା ଉଚିତ ।
Answer:
୩୦

୨୦। ସମ୍ବିଧାନର _______________ ଧାରା ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିବ ।
Answer:
୨୧୪

୨୧। ବର୍ତ୍ତମାନ ଆମ ଦେଶରେ _______________ ଟି ଉଚ୍ଚ ନ୍ୟାୟପାଳିକା କାର୍ଯ୍ୟ କରୁଛନ୍ତି ।
Answer:
୨୧

୨୨। ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ______________ ଠାରେ ଅଛି ।
Answer:
କଟକ

୨୩। ______________ ଧାରା ଅନୁଯାୟୀ ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥାଏ ।
Answer:
୩୫୨

୨୪। ____________ ଧାରା ଅନୁଯାୟୀ ରାଷ୍ଟ୍ରପତି ଶାସନ ଘୋଷଣା କରାଯାଇଥାଏ ।
Answer:
୩୫୬

୨୫ । ସଂବିଧାନର _____________ ଧାରା ଅନୁସାରେ ରାଷ୍ଟ୍ରପତି ପ୍ରତି ପାଞ୍ଚବର୍ଷରେ ଗୋଟିଏ ଲେଖାଏଁ ଅର୍ଥ ଆୟୋଗ ନିଯୁକ୍ତ କରିଥାଆନ୍ତି ।
Answer:
୨୮୦

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୨୬। ସାମୟିକଭାବେ ସଭାକାର୍ଯ୍ୟକୁ ବନ୍ଦ ରଖିବାକୁ ______________ କୁହାଯାଏ ।
Answer:
ମୁଲତବୀ

୨୭। ଦିଲ୍ଲୀ ଓ ପୁଦୁଚେରୀ ବ୍ୟତୀତ ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ _______________ ହେଉଛନ୍ତି ଶାସନ ମୁଖ୍ୟ ।
Answer:
ଚିଫ୍ କମିଶନର

୨୮। ଓଡ଼ିଶାର ପ୍ରଥମ ରାଜ୍ୟପାଳ _____________ ଥିଲେ ।
Answer:
ସାର୍ ଜନ୍ ଅଷ୍ଟିନ୍ ହବାନ୍

୨୯। ରାଜ୍ୟପାଳଙ୍କର ବର୍ତ୍ତମାନ ଦରମା _____________ ଅଟେ ।
Answer:
୧,୧୦,୦୦୦ଟଙ୍କା

୩୦। ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଦରମ ____________ ଅଟେ ।
Answer:
୯୦,୦୦୦ ଟଙ୍କା

B. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ବିଧାନସଭା ବୈଠକରେ କିଏ ସଭାପତିତ୍ବ କରନ୍ତି ?
(i) ଉପସଭାପତି
(ii) ରାଜ୍ୟପାଳ
(iii) ବାଚସ୍ପତି
(iv) ମୁଖ୍ୟମନ୍ତ୍ରୀ
Answer:
(iii) ବାଚସ୍ପତି

୨। ଭାରତର କେଉଁ ଗୋଟିଏ ରାଜ୍ୟ ବ୍ୟତୀତ ଅନ୍ୟ ସବୁରାଜ୍ୟରେ ସମାନ ପ୍ରକାରର ଶାସନ ବ୍ୟବସ୍ଥା ରହିଛି ?
(i) ଓଡ଼ିଶା
(ii) ପଶ୍ଚିମବଙ୍ଗ
(iii) ଜାମ୍ମୁ-କାଶ୍ମୀର
(iv) ଛତିଶଗଡ଼
Answer:
(iii) ଜାମ୍ମୁ-କାଶ୍ମୀର

୩। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ କେନ୍ଦ୍ରଶାସିତ ଅଞ୍ଚଳ ?
(i) ବିହାର
(ii) ଉତ୍ତର ପ୍ରଦେଶ
(iii) ଜାମ୍ମୁ-କାଶ୍ମୀର
(iv) ଦିଲ୍ଲୀ
Answer:
(iv) ଦିଲ୍ଲୀ

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୪। କିଏ ମୁଖ୍ୟମନ୍ତ୍ରୀଙ୍କୁ ଶପଥପାଠ କରାଇଥା’ନ୍ତି ?
(i) ରାଜ୍ୟପାଳ
(ii) ପୂର୍ବତନ ମୁଖ୍ୟମନ୍ତ୍ରୀ
(iii) ବାଚସ୍ପତି
(iv) ଉଚ୍ଚ ନ୍ୟାୟାଳୟର ବିଚାରପତି
Answer:
(i) ରାଜ୍ୟପାଳ

ଓଡ଼ିଶା ବିଧାନସଭାର ମୋଟ ସଭ୍ୟସଂଖ୍ୟା କେତେ ?
(i) ୧୭୪
(ii) ୧୪୭
(iii) ୧୮୧
(iv) ୧୯୨
Answer:
(ii) ୧୪୭

ରାଜ୍ୟପାଳ ହେବାପାଇଁ ଅନ୍ୟନ ବୟସ କେତେ ହେବା ଉଚିତ ?
(i) ୨୫ ବର୍ଷ
(ii) ୩୦ ବର୍ଷ
(iii) ୩୫ ବର୍ଷ
(iv) ୪୦ ବର୍ଷ
Answer:
(iii) ୩୫ ବର୍ଷ

୭। ନିମ୍ନୋକ୍ତ କିଏ ଅଧ୍ୟାଦେଶ ଜାରି କରିଥା’ନ୍ତି ?
(i) ଜିଲ୍ଲାପାଳ
(ii) ଲୋକପାଳ
(iii) ମୁଖ୍ୟମନ୍ତ୍ରୀ
(iv) ରାଜ୍ୟପାଳ
Answer:
(iv) ରାଜ୍ୟପାଳ

୮| ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ କିଏ ଅଧ୍ୟକ୍ଷତା କରନ୍ତି ?
(i) ବାଚସ୍ପତି
(ii) ଉପବାଚସ୍ପତି
(iii) ମୁଖ୍ୟମନ୍ତ୍ରୀ
(iv) ରାଜ୍ୟପାଳ
Answer:
(iii) ମୁଖ୍ୟମନ୍ତ୍ରୀ

ସମ୍ବିଧାନର କେତେଗୁଡ଼ିଏ ଧାରାର ସଂଶୋଧନ କ୍ଷେତ୍ରରେ ଅନ୍ୟୁନ କେତେ ଶତାଂଶ ରାଜ୍ୟ ବିଧାନମଣ୍ଡଳର ସମ୍ମତି ଆବଶ୍ୟକ ?
(i) ୨୫
(ii) ୫୦
(iii) ୬୦
(iv) ୭୫
Answer:
(ii) ୫୦

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୧୦। ଜଣେ ମନ୍ତ୍ରୀ ବିଧାନମଣ୍ଡଳର ସଭ୍ୟ ହୋଇନଥିଲେ ତାଙ୍କୁ କେତେ ମାସ ମଧ୍ୟରେ ସଭ୍ୟରୂପେ ନିର୍ବାଚିତ ହେବାକୁ ପଡ଼ିବ ?
(i) ୩ ମାସ
(ii) ୯ ମାସ
(iii) ୬ ମାସ
(iv) ୧ ମାସ
Answer:
(iii) ୬ ମାସ

୧୧। ପ୍ରତି କେତେ ଦିନରେ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ନିକଟକୁ ରାଜ୍ୟ ଶାସନ ସମ୍ପର୍କରେ ‘ପାକ୍ଷିକ ରିପୋର୍ଟ’ ପଠାଇଥା’ନ୍ତି ?
(i) ୧୦ ଦିନ
(ii) ୧୫ ଦିନ
(iii) ୧୨ ଦିନ
(iv) ୨୦ ଦିନ
Answer:
(ii) ୧୫ ଦିନ

୧୨। ନିମ୍ନୋକ୍ତ କେଉଁ ବିଭାଗଟି ଯୁଗ୍ମ ତାଲିକା ଅନ୍ତର୍ଭୁକ୍ତ ?
(i) ପ୍ରତିରକ୍ଷା
(ii) ଜଙ୍ଗଲ
(iii) ବିବାହ
(iv) କୃଷି
Answer:
(iii) ବିବାହ

୧୩। ଓଡ଼ିଶା ବିଧାନସଭାରେ ଅନୁସୂଚିତ ଜନଜାତିଙ୍କ ଆସନ ସଂଖ୍ୟା କେତେ ?
(i) ୨୨
(ii) ୩୨
(iii) ୩୬
(iv) ୩୪
Answer:
(iv) ୩୪

୧୪। ସମ୍ବିଧାନର ବ୍ୟବସ୍ଥା ଅନୁସାରେ ବିଧାନସଭାର ସଭ୍ୟସଂଖ୍ୟା କେତେରୁ ଅଧ‌ିକ ହୋଇପାରିବ ନାହିଁ ?
(i) ୨୦୦
(ii) ୩୦୦
(iii) ୪୦୦
(iv) ୫୦୦
Answer:
(iv) ୫୦୦

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

C. ଗୋଟିଏ ଶବ୍ଦରେ ପ୍ରକାଶ କର ।

୧। ସମ୍ବିଧାନର ୩୭୦ ଧାରା କେଉଁ ରାଜ୍ୟ ପାଇଁ ଲାଗୁ ହୋଇଥାଏ ?
Answer:
ଜାମ୍ମୁ-କାଶ୍ମୀର

ସମ୍ବିଧାନର ୩୭୦ ଧାରା କେଉଁ ରାଜ୍ୟ ପାଇଁ ଲାଗୁ ହୋଇଥାଏ ?
Answer:
ଜାମ୍ମୁ-କାଶ୍ମୀର

୩। କେତୋଟି ରାଜ୍ୟରେ ବିଧାନ ମଣ୍ଡଳ ରହିଛି ?
Answer:
୭ ଟି

୪। କେଉଁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ରହିଛି ?
Answer:
ଦିଲ୍ଲୀ ଓ ପଦୁଚେରୀ

ଭାରତର ପ୍ରଥମ ମହିଳା ଆଦିବାସୀ ରାଜ୍ୟପାଳ କିଏ ?
Answer:
ଦ୍ରୌପଦୀ ମୁର୍ମୁ

୬। ଅଧୂବେଶନର ପରିସମାପ୍ତି ଗୋଷଣାକୁ କ’ଣ କୁହାଯାଏ ?
Answer:
ପ୍ରୋରୋଗ୍

୭ । ବିଧାନ ସଭାର ନେତା କିଏ ?
Answer:
ମୁଖ୍ୟମନ୍ତ୍ରୀ

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୮ | ଭାରତର ନୂତନ ରାଜ୍ୟଟି କିଏ ?
Answer:
ତେଲେଙ୍ଗାନା

୯ । ଓଡ଼ିଶା ବିଧାନସଭାର ଆସନ ସଂଖ୍ୟା କେତେ ?
Answer:
୧୪୭

୧୦ । ସିକିମ୍ ବିଧାନସଭାର ଆସନ ସଂଖ୍ୟା କେତେ ?
Answer:
୩୨

୧୧ । ଓଡ଼ିଶା ବିଧାନସଭାର ହରିଜନ ଓ ଆଦିବାସୀ ଆସନ ସଂଖ୍ୟା କେତେ ?
Answer:
ହରିଜନ (SC) ୨୨ ଓ ଆଦିବାସୀ (ST) ୩୪

୧୨ । ଆମ ରାଜ୍ୟର ଉଚ୍ଚ ନ୍ୟାୟାଳୟ କେଉଁଠାରେ ଅଛି ?
Answer:
କଟକ

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୧୩ । ଅଦାଲତ ବାହାରେ ଆପୋଷ ଭାବରେ ମକଦ୍ଦମା ବିଚାର କରିବା ବ୍ୟବସ୍ଥାଟି କ’ଣ ?
Answer:
ଲୋକ ଅଦାଲତ